BSE Odisha 10th Class Sanskrit Grammar Solutions Chapter 9 ପରସ୍ମୈପଦ ବିଧାନ

Odisha State Board BSE Odisha Class 10 Sanskrit Grammar Book Solutions Chapter 9 ପରସ୍ମୈପଦ ବିଧାନ Textbook Exercise Questions and Answers.

BSE Odisha 10 Class Sanskrit Grammar Solutions Chapter 9 ପରସ୍ମୈପଦ ବିଧାନ

BSE Odisha 10th Class Sanskrit Grammar Solutions Chapter 9 ପରସ୍ମୈପଦ ବିଧାନ

ଧାତୁ ତିନିପ୍ରକାର- ଆତ୍ମନେପଦୀ, ପରସ୍ମନୈପଦୀ ଓ ଉଭୟପଦୀ । କିନ୍ତୁ ବିଶେଷ- ବିଧାନ ଅନୁସାରେ ଉଭୟପଦୀ ଧାତୁରୁ କେବଳ ଆତ୍ମନେପଦ ହେବା ବୀ ପରସ୍ମୈପଦ ହେବା, ଆତ୍ନେପଦୀ ଧାତୁରୁ ପରସ୍ପୈପଦ ହେବା ଓ ପରସ୍ପୈପଦୀ ଧାତୁରୁ ଆତ୍ମନେପଦ ହେବା ଦେଖାଯାଏ । ଯଥା- ଗମ୍‌ – ପରସ୍ପୈପଦ କିନ୍ତୁ ସଂଗମ୍‌ – ଆତ୍ନେପଦ ଏବଂ ଶାସ୍‌- ପରସ୍ମୈପଦ କିନ୍ତୁ ଆଶାସ୍‌ – ଆତ୍ନେପଦ । ରାମାୟଣାଦି ଗ୍ରନ୍ଦୁମାନଙ୍କରେ ଅବଶ୍ୟ ବ୍ୟୁତ୍‌କ୍ରମରେ ପ୍ରୟୋଗ ଦେଖ୍‌ବାକୁ ମିଳେ । ଯଥା-ମନୁଷ୍ୟାଣାଂ ସହସ୍ରେଷୁ କଣଶ୍ଚିଦ୍‌ ଯତତି (ଯତତେ) ସିଦ୍ଧୟେ । ବିଜେଷ୍ୟତି (ବିଜେଷ୍ୟତେ ) ରଣେ କର୍ଣ୍ଣମିତି ମେ ନାତ୍ର ସଂଶୟଃ, ନ ନିଦ୍ରାମ୍‌ ଅଲଭତ୍‌ ( ଅଲଭତ) ନିଶି। ଏସବୁ ଆର୍ଷ ହେତୁ ଏଠାରେ ଆଲୋଚ୍ୟ ନୁହେଁ ।

୧ । ଅନୁ ଓ ପରା-ପୂର୍ବକ କୁ ଧାତୁ ପରସ୍ମୈପଦୀ ହୁଏ ।
ଯଥା – (i) ଶିଶବଃ ଅନ୍ଯାନ୍‌ ଅନୁକୁର୍ବନ୍ତି ।
Answer:
ଶିଶୁମାନେ ଅନ୍ୟମାନଙ୍କୁ ଅନୁସରଣ କରନ୍ତି ।

(ii) ଅୟଂ ପରମତଂ ପରାକରୋତି (ଖଣ୍ଡୟତି)।
Answer:
ଇଏ ଅନ୍ୟ ମତକୁ ଖଣ୍ଡନ କରୁଛନ୍ତି ।

୨ । ବି, ପରି, ଉପ ଓ ଆ ଉପସର୍ଗପୂର୍ବକ ରମ୍‌ ଧାତୁରୁ ପରସ୍ପୈପଦ ହୁଏ ।
(i) ଯଥା- ତଂ ପାପାଦ୍‌ ବିରମ ।
Answer:
ତୁମେ ପାପରୁ ବିରତ ହୁଏ ।

BSE Odisha 10th Class Sanskrit Grammar Solutions Chapter 9 ପରସ୍ମୈପଦ ବିଧାନ

(ii) ପ୍ରାନ୍ତରେ ବାଳକାଃ ପରିରମନ୍ତି (କୀଡ଼ନ୍ତି)
Answer:
ପଡ଼ିଆରେ ପିଲାମାନେ ଖେଳୁଛନ୍ତି ।

(iii) ସାଧବଃ କୁଟୀରେଏପି ଆରମନ୍ତି (ସୁଖମନୁଭବନ୍ତି ) ।
Answer:
ସାଧୁମାନେ କୁଡ଼ିଆରେ ମଧ୍ଯ ସୁଖ ଅନୁଭବ କରନ୍ତି ।

(iv) ଯଜ୍ଞଦତ୍ତଃ ଦେବଦତ୍ତମ୍‌ ଉପରମତି (ଉପରମୟତି ) ।
Answer:
ଏଠାରେ ଉପ-ରମ୍‌ ଧାତୁ ଣିଜନ୍ତ ଉପ-ରମ୍‌ ଧାତୁର ଅର୍ଥ ବହନ କରୁଅଛି । ଯଜ୍ଞଦତ୍ତ ଦେବଦତ୍ତକୁ ବିରତ କରାଉଛି ।

୩ । ଣିଜନ୍ତ ବୁଧ, ଯୁଧ୍‌, ନଶ୍‌, ଜନ୍‌, ଅଧୟନାର୍ଥକ ଅଧ୍ପୂର୍ବକ ଇ, ପୁ, ଦୁ, ସୁ ଧାତୁରୁ ପରସ୍ମୈପଦ ହୁଏ ।
ଯଥା – ବୋଧୟତି (ବିକାସୟତି), ଯୋଧୟତି, ନାଶୟତି, ଜନୟତି, ଅଧାପୟତି, ପାବୟତି (ଚାଳୟତି/ପାପୟତି), ଦ୍ରାବୟତି ( ଲାପୟତି/ ଧାବୟତି ), ସାବୟତି ( ସ୍ଯନ୍ଦୟତି/ ପ୍ରବାହୟତି ) ।

୪ । ଆତ୍ମନେପଦଲାଗି ଉଦ୍ଦିଷ୍ଟ କାରଣ ବହିର୍ଭୂତ ଧାତୁଗୁଡ଼ିକ ପରସ୍ମୈପଦୀ । ଅଷ୍ଟାଧ୍ୟାୟୀରେ ଆତ୍ମନେପଦ- ବିଧାନ ପ୍ରବର୍ଭକ ୬୬ଟି (ପ୍ରଥମ ଅଧ୍ୟାୟ- ତୃତୀୟପାଦ- ସୂତ୍ରକ୍ରମ ୧୨-୭୭) ନିୟମସୂତ୍ର ପ୍ରଣୀତ । ଏଗୁଡ଼ିକରେ ଅନ୍ତର୍ଗତ ହେଉନଥ୍ବା ଅବଶିଷ୍ଟ ଧାତୁରୁ କର୍ରୂବାଚ୍ୟରେ ପରସ୍ମୈପଦ ପ୍ରତ୍ୟୟ ହୁଏ । ଯଥା- ନି -ପୂର୍ବକ ବିଶ୍ଧାତୁ “ ନେର୍ବିଶଃ” (ଅ.୧୧ / ୧୩/୧୭) ସୂତ୍ର ଅନୁସାରେ ଆତ୍ମନେପଦୀ । ମାତ୍ର ଆ/ ପ୍ର- ପୂର୍ବକ ବିଶ୍‌ଧାତୁ ପରସ୍ମୈପଦୀ ହୋଇଥାଏ । ପ୍ରୟୋଗରେ ନିବିଶତେ ହେଲାବେଳେ ଅପରପକ୍ଷରେ ଆବିଶତି ବା ପ୍ରବିଶତି ହୁଏ ।

Leave a Comment