BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

Odisha State Board BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ Important Questions and Answers.

BSE Odisha Class 6 Geography Important Questions Chapter 1 ପୃଥିବୀ ଓ ସୌର ଜଗତ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ମହାଜାଗତିକ ପିଣ୍ଡ କାହାକୁ କୁହାଯାଏ? କେତେକ ମହାଜାଗତିକ ପିଣ୍ଡ ବିଷୟରେ ବର୍ଣ୍ଣନା କର।
Answer:

  • ମହାକାଶରେ ଦେଖାଯାଉଥ‌ିବା ସୂର୍ଯ୍ୟ, ଚନ୍ଦ୍ର ସମେତ ଅନ୍ୟାନ୍ୟ ଉଜ୍ଜ୍ଵଳ ପିଣ୍ଡଗୁଡ଼ିକୁ ମହାଜାଗତିକ ପିଣ୍ଡ କୁହାଯାଏ।
  • କେତେକ ମହାଜାଗତିକ ପିଣ୍ଡ ସୂର୍ଯ୍ୟଙ୍କ ଠାରୁ ଢେର ବଡ଼ ଓ ଉଜ୍ଜଳ।
  • ସେମାନଙ୍କର ନିଜସ୍ଵ ଆଲୋକ ଉତ୍ତାପ ଅଛି।
  • ମିଞ୍ଜି ମିଞ୍ଜି କରୁଥ୍ ଉଜ୍ଜ୍ବଳ ପିଣ୍ଡଗୁଡ଼ିକୁ ନକ୍ଷତ୍ର ବା ତାରକା କୁହାଯାଏ।
  • ମହାଜାଗତିକ ପିଣ୍ଡମାନଙ୍କର ଦୂରତ୍ବକୁ ଜ୍ୟୋତିର୍ବିଜ୍ଞାନୀମାନେ ‘ଆଲୋକ ବର୍ଷ’ ସାହାଯ୍ୟରେ ମାପନ୍ତି।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

୨। ସପ୍ତର୍ଷିମଣ୍ଡଳ କ’ଣ ? ଏଥ‌ିରେ ଥ‌ିବା ନକ୍ଷତ୍ରମାନଙ୍କର ନାମ ଲେଖ। ଏହାଦ୍ୱାରା କିପରି ଧ୍ରୁବତାରା ଚିହ୍ନଟ କରାଯାଏ ?
Answer:

  • ସପ୍ତର୍ଷିମଣ୍ଡଳ ଏକ ନକ୍ଷତ୍ରପୁଞ୍ଜ।
  • ଏଥରେ ସାତଟି ନକ୍ଷତ୍ର ରହିଛନ୍ତି । ସେମାନେ ହେଲେ କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଓ ମରୀଚି।
  • ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି କ୍ରତୁ ଦିଗରେ ଉତ୍ତରକୁ ବଢ଼ାଇଲେ ତାହା ଏକ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚିବ। ସେହି ତାରକାଟି ଧ୍ରୁବତାରା ଅଟେ।
  • ଧ୍ରୁବତାରା ସାହାଯ୍ୟରେ ଉତ୍ତର ଦିଗ ନିରୂପଣ କରାଯାଏ।

୩। ପୃଥ‌ିବୀ ଏକ କ’ଣ ? ଏହା ବିଷୟରେ ଯାହା ଜାଣ ଲେଖ।
Answer:

  • ପୃଥ‌ିବୀ ଏକ ଗ୍ରହ। ଏହା ଆୟତନରେ ପଞ୍ଚମ ବୃହତ୍ତମ ଗ୍ରହ।
  • ପୃଥ‌ିବୀର ଆକାର ଏକ ଅଭିଗତ ଗୋଲକ ପରି।
  • ସୂର୍ଯ୍ୟଙ୍କଠାରୁ ଦୂରତା କ୍ରମରେ ଏହା ବୁଧ ଏବଂ ଶୁକ୍ର ପରେ ଅବସ୍ଥିତ।
  • ପୃଥ‌ିବୀ ପୃଷ୍ଠର ଚାରିଭାଗରୁ ପ୍ରାୟ ତିନିଭାଗ ଜଳଦ୍ୱାରା ଆଚ୍ଛାଦିତ। ତେଣୁ ଏହାକୁ ଜଳୀୟ ଗ୍ରହ କୁହାଯାଏ।
  • ମହାକାଶରୁ ପୃଥ‌ିବୀର ରଙ୍ଗ ନୀଳ ଦିଶେ। ତେଣୁ ଏହାକୁ ନୀଳଗ୍ରହ ମଧ୍ୟ କୁହାଯାଏ।

୪। ଚନ୍ଦ୍ର ଏକ କ’ଣ ? ଏହା ବିଷୟରେ ଯାହାଜାଣ ଲେଖ।
Answer:

  • ଚନ୍ଦ୍ର ପୃଥ‌ିବୀର ଏକମାତ୍ର ଉପଗ୍ରହ।
  • ପୃଥ‌ିବୀ ପରି ଚନ୍ଦ୍ରରେ ଜଳ ବା ବାୟୁ ନଥିବାରୁ ଏଠାରେ ଜୀବଜଗତ ଦେଖାଯାଏ ନାହିଁ ।
  • ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥ‌ିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ଛଅ ଭାଗରୁ ଏକଭାଗ।
  • ଚନ୍ଦ୍ରପୃଷ୍ଠରେ ଅନେକ ଶିଳା, ସୁପ୍ତ ଆଗ୍ନେୟଗିରି, ଗହ୍ଵର, ପର୍ବତ ଓ ଧୂସର ବିସ୍ତୀର୍ଣ୍ଣ ବାଲୁକାରାଶି ଦେଖାଯାଏ।
  • ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ସଂକ୍ଷେପରେ ଉତ୍ତର ଦିଅ।

୧। ଆଲୋକ ବର୍ଷ କାହାକୁ କୁହାଯାଏ ?
Answer:

  • ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ୩,୦୦,୦୦୦ କିଲୋମିଟର ବେଗରେ ଗତି କରେ। ଏକ ବର୍ଷ ମଧ୍ୟରେ ଆଲୋକ ଯେତେ ଦୂରତ୍ୱ ଅତିକ୍ରମ କରେ, ତାହାକୁ ଏକ ଆଲୋକ ବର୍ଷ କୁହାଯାଏ।
  • ଏକ ଆଲୋକ ବର୍ଷ – ୩,୦୦,୦୦୦ x ୬୦ x ୬୦ x ୨୪ × ୩୬୫ କିଲୋମିଟର।

୨। ସୌରଜଗତ କାହାକୁ ନେଇ ଗଠିତ?
Answer:
ସୂର୍ଯ୍ୟ ଓ ଏହା ଚାରିପଟେ ଘୂରିବୁଲୁଥିବା ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲକା ଓ ଧୂମକେତୁକୁ ନେଇ ସୌରଜଗତ ଗଠିତ।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

୩। ସୂର୍ଯ୍ୟ ଏକ କ’ଣ ? ସୂର୍ଯ୍ୟାଲୋକ ପୃଥ‌ିବୀରେ ପହଞ୍ଚିବାକୁ କେତେ ସମୟ ଲାଗିଥାଏ ?
Answer:

  • ସୂର୍ଯ୍ୟ ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ। ଏହା ସୌରଜଗତର କେନ୍ଦ୍ରରେ ଅବସ୍ଥିତ।
  • ସୂର୍ଯ୍ୟାଲୋକ ପୃଥ‌ିବୀରେ ପହଞ୍ଚିବାକୁ ପ୍ରାୟ ୮ ମିନିଟ୍ ସମୟ ଲାଗିଥାଏ।

୪। କେଉଁ ମସିହା ପର୍ଯ୍ୟନ୍ତ ପ୍ଲୁଟୋ ଏକ ଗ୍ରହ ଭାବରେ ପରିଚିତ ଥିଲା ? ଆନ୍ତର୍ଜାତିକ ଭୂଗୋଳୀୟ ବୈଜ୍ଞାନିକ ଗୋଷ୍ଠୀ ଏହାକୁ କେଉଁ ଗ୍ରହ କହି ସୌରଜଗତରୁ ବାଦ୍ ଦେଲେ ?
Answer:

  • ୨୦୦୬ ମସିହା ପର୍ଯ୍ୟନ୍ତ ପ୍ଲୁଟୋ ଏକ ଗ୍ରହ ଭାବରେ ପରିଚିତ ଥିଲା।
  • ଆନ୍ତର୍ଜାତିକ ଭୂଗୋଳୀୟ ବୈଜ୍ଞାନିକ ଗୋଷ୍ଠୀ ଏହାକୁ ‘ବାମନ ଗ୍ରହ’ କହି ସୌରଜଗତରୁ ବାଦ୍ ଦେଲେ।

ଧ୍ରୁବତାରା ସାହାଯ୍ୟରେ କେଉଁ ଦିଗ ନିରୂପଣ କରାଯାଏ ? ଏହାର ଅନ୍ୟନାମ କ’ଣ ?
Answer:

  • ଧ୍ରୁବତାରା ସାହାଯ୍ୟରେ ଉତ୍ତର ଦିଗ ନିରୂପଣ କରାଯାଏ।
  • ଏହାର ଅନ୍ୟନାମ ମେରୁ ତାରକା।

୬। କେଉଁ କେଉଁ ଗ୍ରହମାନଙ୍କୁ ଅନ୍ତଃଗ୍ରହ କୁହାଯାଏ?
Answer:
ବୁଧ, ଶୁକ୍ର, ପୃଥ‌ିବୀ ଓ ମଙ୍ଗଳ ଗ୍ରହକୁ ଅନ୍ତଃଗ୍ରହ କୁହାଯାଏ।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

୭। ସୌରଜଗତର ସବୁଠାରୁ ବଡ଼ ଓ ସବୁଠାରୁ ଛୋଟ ଗ୍ରହର ନାମ କ’ଣ ?
Answer:

  • ବୃହସ୍ପତି ସୌରଜଗତର ସବୁଠାରୁ ବଡ଼ ଗ୍ରହ।
  • ବୁଧ ସୌରଜଗତର ସବୁଠାରୁ ଛୋଟ ଗ୍ରହ।

୮। ଧୂମକେତୁର ଆକାର କିପରି ?
Answer:

  • ଧୂମକେତୁର ସମ୍ମୁଖଭାଗ ଏକ ଝାପ୍‌ସା କୁହୁଡ଼ି ଭଳି ଆବରଣଦ୍ୱାରା ଆବୃତ।
  • ଏହାର ପଶ୍ଚାତ୍ ଭାଗ ବହୁଦୂରକୁ ଲାଞ୍ଜପରି ବିସ୍ତୃତ।

୯ । ନୀହାରିକା କିପରି ଗଠିତ ଓ ଏହାର ଆକାର କିପରି ?
Answer:

  • ସୂର୍ଯ୍ୟପରି ଅନେକ ନକ୍ଷତ୍ର ବା ନକ୍ଷତ୍ରପୁଞ୍ଜର ସମଷ୍ଟିରେ ନୀହାରିକା ଗଠିତ।
  • ଏଥରୁ କେତେକ ଗୋଲାକାର ତ କେତେକ ଚେପ୍‌ଟା।

୧୦। କେଉଁ ଗ୍ରହକୁ ବଳୟ ଗ୍ରହ କୁହାଯାଏ ? ଏହି ଗ୍ରହର ଆବର୍ତ୍ତନ ଓ ପରିକ୍ରମଣ ସମୟ କେତେ ?
Answer:

  • ଶନି ଗ୍ରହକୁ ବଳୟ ଗ୍ରହ କୁହାଯାଏ।
  • ଏହି ଗ୍ରହର ଆବର୍ତ୍ତନ ସମୟ ୨୯ ବର୍ଷ ୫ ମାସ ଓ ପରିକ୍ରମଣ ସମୟ ୧୦ ଘଣ୍ଟା ୪୦ ମିନିଟ୍।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

(ଖ) ଭୌଗୋଳିକ କାରଣ ଲେଖ।

୧। ଅନ୍ୟାନ୍ୟ ନକ୍ଷତ୍ର ଅପେକ୍ଷା ସୂର୍ଯ୍ୟ ଆମକୁ ବଡ଼ ଦେଖାଯାଏ ?
Answer:

  • ସୂର୍ଯ୍ୟ ଏକ ନକ୍ଷତ୍ର।
  • ଅନ୍ୟ ନକ୍ଷତ୍ର ଅପେକ୍ଷା ସୂର୍ଯ୍ୟ ପୃଥ‌ିବୀର ନିକଟରେ ଥ‌ିବାରୁ ଆମକୁ ବଡ଼ ଦେଖାଯାଏ।

୨। ପୃଥ‌ିବୀକୁ ଜଳୀୟ ଗ୍ରହ କୁହାଯାଏ।
Answer:

  • ପୃଥ‌ିବୀ ପୃଷ୍ଠର ଚାରିଭାଗରୁ ପ୍ରାୟ ତିନିଭାଗ ଜଳଦ୍ଵାରା ଆଚ୍ଛାଦିତ।
  • ତେଣୁ ପୃଥ‌ିବୀକୁ ଜଳୀୟ ଗ୍ରହ କୁହାଯାଏ।

୩। ଚନ୍ଦ୍ରରେ ଜୀବଜଗତ ଦେଖାଯାଏ ନାହିଁ।
Answer:

  • ଚନ୍ଦ୍ର ପୃଥ‌ିବୀର ଏକମାତ୍ର ଉପଗ୍ରହ।
  • ପୃଥ‌ିବୀ ପରି ଏଠାରେ ଜଳ ବା ବାୟୁ ନାହିଁ। ତେଣୁ ଚନ୍ଦ୍ରରେ ଜୀବଜଗତ ଦେଖାଯାଏ ନାହିଁ।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

୪। ପୃଥ‌ିବୀକୁ ଭୂ ଆକୃତିକୀ ବା ପୃଥ୍ବୀରୂପ ବୋଲି କୁହାଯାଏ।
Answer:

  • ପୃଥ‌ିବୀର ଉଭୟ ମେରୁ ଅଞ୍ଚଳ ସାମାନ୍ୟ ଚେପ୍‌ଟା ଏବଂ ମଧ୍ୟଭାଗ ସ୍ତ୍ରୀତ।
  • ତେଣୁ ଏହାର ମେରୁବ୍ୟାସ ଓ ବିଷୁବ ବ୍ୟାସ ସମାନ ନୁହେଁ। ତେଣୁ ପୃଥ‌ିବୀର ଆକାରକୁ ଭୂଆକୃତିକୀ ବା ପୃଥ୍ବୀରୂପ ବୋଲି କୁହାଯାଏ।

୫। ପୃଥ‌ିବୀକୁ ନୀଳଗ୍ରହ କୁହାଯାଏ।
Answer:

  • ଆୟତନରେ ପୃଥ୍ବୀ ପଞ୍ଚମ ବୃହତ୍ତମ ଗ୍ରହ।
  • ମହାକାଶରୁ ଏହାର ରଙ୍ଗ ନୀଳ ଦିଶେ। ତେଣୁ ପୃଥ‌ିବୀକୁ ନୀଳଗ୍ରହ କୁହାଯାଏ।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

୬। ସୌରଜଗତର ଅନ୍ୟାନ୍ୟ ମହାଜାଗତିକ ପିଣ୍ଡ ତୁଳନାରେ ଚନ୍ଦ୍ର ଆମକୁ ବଡ଼ ଦେଖାଯାଏ।
Answer:

  • ଚନ୍ଦ୍ର ପୃଥ‌ିବୀର ଏକମାତ୍ର ଉପଗ୍ରହ ଅଟେ। ଆୟତନରେ ଏହା ପୃଥ‌ିବୀର ପ୍ରାୟ ୪୯ ଭାଗରୁ ଏକ ଭାଗ।
  • ଅନ୍ୟାନ୍ୟ ମହାଜାଗତିକ ପିଣ୍ଡ ତୁଳନାରେ ଏହା ପୃଥ‌ିବୀର ନିକଟରେ ଅବସ୍ଥିତ ଥ‌ିବାରୁ ଆମକୁ ବଡ଼ ଦେଖାଯାଏ।

୭। ଆମେ ସର୍ବଦା ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ଦେଖୁ।
Answer:

  • ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ଘୂରିବା ପାଇଁ ଏବଂ ପୃଥ‌ିବୀ ଚାରିପାଖରେ ପରିକ୍ରମଣ କରିବା ପାଇଁ ପ୍ରାୟ ୨୭ ଦିନ ୮ ଘଣ୍ଟା ସମୟ ନେଇଥାଏ।
  • ଏହାର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ ହୋଇଥିବାରୁ ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ହିଁ ଦେଖୁଥାଉ।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

୮। ପୃଥ‌ିବୀକୁ ସୌରଜଗତର ଅଦ୍ବିତୀୟ ଗ୍ରହ କୁହାଯାଏ।
Answer:

  • ପୃଥ‌ିବୀ ପୃଷ୍ଠରେ ଅଧ‌ିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ ।
  • ଏଥିରେ ବାୟୁ, ଜଳ ଓ ଅନ୍ୟାନ୍ୟ ଉପାଦାନ ରହିଥିବାରୁ ଏହା ପୃଷ୍ଠରେ ଜୀବଜଗତର ସୃଷ୍ଟି ହୋଇପାରିଛି ଓ ଏହା ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାମାନଙ୍କର ଆଶ୍ରୟସ୍ଥଳୀ ହୋଇପାରିଛି।

(ଗ) ସଂକ୍ଷିପ୍ତ ଟିପ୍ପଣୀ।

୧। ଉଲ୍‌କା :
Answer:

  • ଛୋଟ ଛୋଟ ଶିଳାଖଣ୍ଡ ମହାକାଶରେ ଅନିୟମିତ ଭାବେ ଘୂରି ବୁଲୁଥିବା ସମୟରେ ପୃଥ‌ିବୀର ଆକର୍ଷଣ ଶକ୍ତିଦ୍ୱାରା ଆକର୍ଷିତ ହୋଇ ତା’ର ବାୟୁମଣ୍ଡଳରେ ପ୍ରବେଶ କରିଥାନ୍ତି ।
  • ଫଳରେ ବାୟୁ ସହିତ ଘର୍ଷଣ ଯୋଗୁଁ ଉତ୍ତପ୍ତ ହୋଇ ଜଳି ଉଠନ୍ତି । ଏହି ଆଲୋକ ପିଣ୍ଡଗୁଡ଼ିକୁ ଉଲ୍‌କା କହନ୍ତି। ଏଗୁଡ଼ିକୁ ଧୂମକେତୁର ଭଗ୍ନାବଶେଷ ଅଟନ୍ତି।

୨। ସପ୍ତର୍ଷିମଣ୍ଡଳ :
Answer:

  • ସପ୍ତର୍ଷିମଣ୍ଡଳ ଏକ ନକ୍ଷତ୍ରପୁଞ୍ଜ। ଏହାର ଆକାର ପ୍ରଶ୍ନବାଚକ (?) ଚିହ୍ନପରି ଦୃଶ୍ୟମାନ ହୁଏ।
  • ଏଥରେ ସାତଟି ନକ୍ଷତ୍ର ଅଛନ୍ତି। ସେମାନେ ହେଲେ– କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଓ ପରିଚି।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

୩। ଚନ୍ଦ୍ରଯାନ :
Answer:

  • ଚନ୍ଦ୍ରଯାନ ଏକ କୃତ୍ରିମ ଉପଗ୍ରହ।
  • ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତ ‘ଚନ୍ଦ୍ରଯାନ’ ମାଧ୍ୟମରେ ନିଜର ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା।

୪। ଗ୍ରହାଣୁପୁଞ୍ଜ :
Answer:

  • ସୌରଜଗତର ମଙ୍ଗଳଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ୟରେ ଅସଂଖ୍ୟ ଛୋଟ ଛୋଟ ଉଜ୍ଜ୍ଵଳ ପିଣ୍ଡ ନିର୍ଦ୍ଦିଷ୍ଟ କକ୍ଷପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡ଼ିକୁ ଗ୍ରହାଣୁପୁଞ୍ଜ କହନ୍ତି।
  • ଏଗୁଡ଼ିକ ଏକ ବୃହତ୍ ଗ୍ରହର ବିଭାଜନଜନିତ ଅଂଶ ବୋଲି ଜଣାପଡ଼ିଛି।

୫। ସୌରଜଗତ :
Answer:

  • ଆମ ପରିବାର ପରି ସୂର୍ଯ୍ୟଙ୍କର ମଧ୍ୟ ଗୋଟିଏ ପରିବାର ଅଛି। ଏହାକୁ ସୌରଜଗତ କୁହାଯାଏ।
  • ଏଥରେ ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲ୍‌କା ଓ ଧୂମକେତୁ ଇତ୍ୟାଦି ସଦସ୍ୟ ଭାବରେ ରହିଛନ୍ତି।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

୬। ଧ୍ରୁବତାରା :
Answer:

  • ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗକରି କ୍ରତୁ ଦିଗରେ ଉତ୍ତରକୁ ବଢ଼ାଇଲେ ଯେଉଁ ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚିବ, ସେହି ତାରକାଟି ଧ୍ରୁବତାରା ଅଟେ।
  • ଏହାକୁ ମେରୁତାରକା ମଧ୍ୟ କୁହାଯାଏ। ଏହା ସାହାଯ୍ୟରେ ଉତ୍ତରଦିଗ ନିରୂପଣ କରାଯାଏ।

(ଘ) ପାର୍ଥକ୍ୟ ଦର୍ଶାଅ।

୧। ମାଧ୍ୟାକର୍ଷଣ ଶକ୍ତି ଓ ମହାକର୍ଷଣ ଶକ୍ତି :
Answer:

ମାଧ୍ୟାକର୍ଷଣ ଶକ୍ତି ମହାକର୍ଷଣ ଶକ୍ତି
  • ପ୍ରତ୍ୟେକ ମହାଜାଗତିକ ପିଣ୍ଡ ନିଜର କେନ୍ଦ୍ର ଆଡ଼କୁ ଆକର୍ଷଣ ଶକ୍ତିକୁ ମହାକର୍ଷଣ ଶକ୍ତି କୁହାଯାଏ
  • ଏହାଦ୍ଵାରା ପ୍ରତ୍ୟେକ ମହାଜାଗତିକ ପିଣ୍ଡ ନିଜ ନିଜରବସ୍ତୁଗୁଡ଼ିକୁ ଧରି ରଖିବାରେ ସକ୍ଷମ ହୋଇଥାନ୍ତି।
  • ମହାଜାଗତିକ ପିଣ୍ଡଗୁଡ଼ିକ ମଧ୍ୟରେ ଥିବା ପାରସ୍ପରିକ ଆକର୍ଷଣ ଶକ୍ତିକୁ ମହାକର୍ଷଣ ଶକ୍ତି କୁହାଯାଏ
  • ଏହାଦ୍ଵାରା ସୌରଜଗତର ସମସ୍ତ ଗ୍ରହ ସୂର୍ଯ୍ୟ ଚାରିପାଖରେ ଏକ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୁରୁଅଛନ୍ତି।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

୨। ଅନ୍ତଃଗ୍ରହ ଓ ବହିଃଗ୍ରହ :
Answer:

ଅନ୍ତଃଗ୍ରହ ବହିଃଗ୍ରହ
  • ଯେଉଁ ଗ୍ରହଗୁଡ଼ିକ ସୂର୍ଯ୍ୟଙ୍କର ନିକଟବର୍ତୀ, ସେହି ଗ୍ରହଗୁଡ଼ିକୁ ଅନ୍ତଃଗ୍ରହ କୁହାଯାଏ।
  • ବୁଧ, ଶୁକ୍ର, ପୃଥ‌ିବୀ ଓ ମଙ୍ଗଳ ଗ୍ରହ ଅନ୍ତଃଗ୍ରହ ଅଟନ୍ତି।
  • ଯେଉଁ ଗ୍ରହଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଦୂରରେ ଅବସ୍ଥିତ, ସେହି ଗ୍ରହଗୁଡ଼ିକୁ ବହିଃଗ୍ରହ କୁହାଯାଏ।
  • ବୃହସ୍ପତି, ଶନି, ୟୁରେନ୍ସ ଓ ନେପଚ୍ୟୁନ୍ ଗ୍ରହ ବହିଃଗ୍ରହ ଅଟନ୍ତି।

୩। ସପ୍ତର୍ଷିମଣ୍ଡଳ ଓ ଧ୍ରୁବତାରା :
Answer:

ସପ୍ତର୍ଷିମଣ୍ଡଳ ଧ୍ରୁବତାରା
  • ଉତ୍ତର ଆକାଶରେ ସାତଟି ନକ୍ଷତ୍ରଥି ଏକ ନକ୍ଷତ୍ରପୁଞ୍ଜ ଦେଖାଯାଏ । ଏହାକୁ କୁହାଯାଏ
  • ଏହା ଆକାରରେ ଠିକ୍ ପ୍ରଶ୍ନବାଚୀ (?) ଚିହ୍ନପରି।
  • ଉତ୍ତର ଆକାଶରେ ଦେଖାଯାଉଥ‌ିବା ଉଜ୍ଜଳ ନକ୍ଷତ୍ରଟିକୁ ଧ୍ରୁବତାରା କହନ୍ତି।
  • ଏହି ଧ୍ରୁବତାରା ସର୍ବଦା ସ୍ଥିର ରହିଥାଏ। ଏହାକୁ କେନ୍ଦ୍ରକରି ସପ୍ତର୍ଷିମଣ୍ଡଳ ଘୂରିଥା।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ।

(୧) ଯେଉଁ ଜ୍ୟୋତିଷ୍କର ସମ୍ମୁଖଭାଗ ଏକ ଝାପ୍‌ସା କୁହୁଡ଼ି ଭଳି ଆବରଣ ଦ୍ବାରା ଆବୃତ –
Answer:
ଧୂମକେତୁ,

(୨) ସୌରଜଗତର ବୃହତ୍ତମ ଗ୍ରହ —
Answer:
ବୃହସ୍ପତି

(୩) ସୌରଜଗତର କ୍ଷୁଦ୍ରତମ ଗ୍ରହ –
Answer:
ବୁଧ

(୪) ସୌରଜଗତର ନୀଳ ଗ୍ରହ –
Answer:
ପୃଥ‌ିବୀ

(୫) ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ ସମୟ –
Answer:
୨୭ ଦିନ, ୮ ଘଣ୍ଟା

(୬) ଆୟତନରେ ପଞ୍ଚମ ବୃହତ୍ତମ ଗ୍ରହ –
Answer:
ପୃଥ‌ିବୀ

(୭) ବୃହସ୍ପତି ଗ୍ରହର ଉପଗ୍ରହ ସଂଖ୍ୟା —
Answer:
୧୬

(୮) ୟୁରେନ୍ସ ଗ୍ରହର ପରିକ୍ରମଣ ସମୟ —
Answer:
୮୪ ବର୍ଷ

(୯) ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥ‌ିବୀର ମାଧ୍ୟାକର୍ଷଣ ଶକ୍ତିର କେତେ ଗୁଣ —
Answer:
୨୭ ଗୁଣ

(୧୦) ମହାଜାଗତିକ ପିଣ୍ଡମାନଙ୍କର ଦୂରତ୍ବକୁ ଜ୍ୟୋତିର୍ବିଜ୍ଞାନୀମାନେ ଯାହା ସାହାଯ୍ୟରେ ମାପିଥାଆନ୍ତି —
Answer:
ଆଲୋକ ବର୍ଷ

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

(ଖ) ଗୋଟିଏ ବାକ୍ୟରେ ଉତ୍ତର ଦିଅ।

୧। ମହାକାଶରୁ ପୃଥ‌ିବୀର ରଙ୍ଗ କିପରି ଦିଶେ ?
Answer:
ମହାକାଶରୁ ପୃଥ‌ିବୀର ରଙ୍ଗ ନୀଳ ଦିଶେ।

୨। ପୃଥ‌ିବୀର ଏକମାତ୍ର ଉପଗ୍ରହର ନାମ କ’ଣ ?
Answer:
ପୃଥ‌ିବୀର ଏକମାତ୍ର ଉପଗ୍ରହର ନାମ ଚନ୍ଦ୍ର।

୩। ସକଳ ଶକ୍ତିର ଆଧାର କିଏ ?
Answer:
ସୂର୍ଯ୍ୟ ସକଳ ଶକ୍ତିର ଆଧାର ଅଟେ।

୪। ସୂର୍ଯ୍ୟାଲୋକ ପୃଥ‌ିବୀରେ ପହଞ୍ଚିବାକୁ କେତେ ସମୟ ନେଇଥାଏ ?
Answer:
ସୂର୍ଯ୍ୟାଲୋକ ପୃଥ‌ିବୀରେ ପହଞ୍ଚିବାକୁ ପ୍ରାୟ ୮ ମିନିଟ୍ ସମୟ ନେଇଥାଏ।

୫। କେଉଁ ମସିହା ପର୍ଯ୍ୟନ୍ତ ଫ୍ଲୁଟୋ ଏକ ଗ୍ରହ ଭାବରେ ପରିଚିତ ଥିଲା ?
Answer:
୨୦୦୬ ମସିହା ପର୍ଯ୍ୟନ୍ତ ପ୍ଲୁଟୋ ଏକ ଗ୍ରହଭାବରେ ପରିଚିତ ଥିଲା।

୬। କେଉଁ କେଉଁ ଗ୍ରହଗୁଡ଼ିକୁ ବହିଃଗ୍ରହ କୁହାଯାଏ ?
Answer:
ବୃହସ୍ପତି, ଶନି, ୟୁରେନ୍ସ ଓ ନେପ୍‌ନ୍ ଗ୍ରହଗୁଡ଼ିକୁ ବହିଃଗ୍ରହ କୁହାଯାଏ।

୭। ସୂର୍ଯ୍ୟର ଆୟତନ ପୃଥ‌ିବୀର ଆୟତନଠାରୁ କେତେଗୁଣ ବଡ଼ ?
Answer:
ସୂର୍ଯ୍ୟର ଆୟତନ ପୃଥ‌ିବୀର ଆୟତନଠାରୁ ୧୩ଲକ୍ଷ ଗୁଣ ବଡ଼।

୮। ସପ୍ତର୍ଷିମଣ୍ଡଳର ଆକାର କିପରି ?
Answer:
ସପ୍ତର୍ଷିମଣ୍ଡଳର ଆକାର ପ୍ରଶ୍ନବାଚୀ (?) ଚିହ୍ନପରି।

୯। ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥ‌ିବୀର ମାଧ୍ୟାକର୍ଷଣ ଶକ୍ତିର କେତେ ଗୁଣ ?
Answer:
ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥ‌ିବୀର ମାଧ୍ୟାକର୍ଷଣ ଶକ୍ତିର ୨୭ଗୁଣ।

୧୦। ଆଠଟି ଗ୍ରହର କକ୍ଷପଥଗୁଡ଼ିକ କିପରି ?
Answer:
ଆଠଟି ଗ୍ରହର କକ୍ଷପଥଗୁଡ଼ିକ ଉପବୃତ୍ତାକାର।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

Objective Type Questions With Answers
(ଗ) ସ୍ତମ୍ଭ ମିଳନ କର :

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ Q. 1
BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ Q. 1Ans

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ Q. 2
BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ Q. 2Ans

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

(ଘ) ପ୍ରଥମ ଯୋଡ଼ିକୁ ଦେଖ୍ ଦ୍ବିତୀୟ ଯୋଡ଼ି ପୂରଣ କର :

୧। ପୃଥ‌ିବୀ : ଜଳୀୟ ଗ୍ରହ :: ଶନି : _____________
Answer:
ବଳୟ ଗ୍ରହ

୨। ପୃଥ‌ିବୀ : ୧ ଉପଗ୍ରହ :: ବୃହସ୍ପତି : ____________
Answer:
୧୬ ଉପଗ୍ରହ

୩। ମଙ୍ଗଳ : ଅନ୍ତଃଗ୍ରହ :: ୟୁରେନ୍ସ : ___________
Answer:
ବହିଃଗ୍ରହ

୪। ଗ୍ରହ : ଆଠ :: ବାମନଗ୍ରହ : ____________
Answer:
ତିନି

୫। ଅତ୍ରି : ଚଳନଶୀଳ :: ଧ୍ରୁବତାରା : ______________
Answer:
ସ୍ଥିର

୬। ଚନ୍ଦ୍ର : ପ୍ରାକୃତିକ ଉପଗ୍ରହ :: ଇନ୍‌ସାଟ୍ : ___________
Answer:
କୃତ୍ରିମ ଉପଗ୍ରହ

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

(ଙ) ଅଲଗା ଶବ୍ଦ ବାଛି ଲେଖ :

୧। କୁତୁ, ବଶିଷ୍ଠ, ବାଲ୍ମୀକି, ଅଙ୍ଗିରା
Answer:
ବାଲ୍ମୀକି

୨। ପୃଥ‌ିବୀ, ମଙ୍ଗଳ, ଶନି, ଅତ୍ରି
Answer:
ଅତ୍ରି
୩। ବୃହସ୍ପତି, ପୂ ଟୋ, ମଙ୍ଗଳ, ଶନି
Answer:
ପ୍ଲଟୋ

୪। ବୁଧ, ଶୁକ୍ର, ନେଚ୍ୟୁନ୍, ପୃଥ‌ିବୀ
Answer:
ନେନ୍

୫। ପୁଲହ, ପୁଲସ୍ତ୍ୟ, ବଶିଷ୍ଠ, ଧ୍ରୁବ
Answer:
ଧ୍ରୁବ

୬। ମଙ୍ଗଳ, ବୃହସ୍ପତି, ଶୁକ୍ର, ଚନ୍ଦ୍ର
Answer:
ଚନ୍ଦ୍ର

୭। ଚନ୍ଦ୍ର, INSAT, IRS, ଶନି —
Answer:
ଶନି

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

(ଚ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :

୧। ନିମ୍ନଲିଖ ମଧ୍ୟରୁ ପଞ୍ଚମ ବୃହତ୍ତମ ଗ୍ରହ କେଉଁଟି ?
(A) ଶୁନି
(B) ବୃହସ୍ପତି
(C) ପୃଥ‌ିବୀ
(D) ମଙ୍ଗଳ
Answer:
ପୃଥ‌ିବୀ

୨। ନିମ୍ନଲିଖୂତ ଜ୍ୟୋତିଷ୍କ ମଧ୍ୟରୁ କାହାକୁ ଲଞ୍ଜାତାରା କୁହାଯାଏ ?
(A) ଧୂମକେତୁ
(B) ଚନ୍ଦ୍ର
(C) ସୂର୍ଯ୍ୟ
(D) ଉଲ୍‌
Answer:
(୨) ଧୂମକେତୁ

୩। ନିମ୍ନଲିଖ ମଧ୍ୟରୁ କେଉଁ ଗ୍ରହର ଦୁଇଟି ଉପଗ୍ରହ ଅଛି ?
(A) ଶୁକ୍ର
(B) ଶୁନି
(C) ବୁଧ
(D) ମଙ୍ଗଳ
Answer:
(୩) ମଙ୍ଗଳ

୪। ପୃଥ‌ିବୀଠାରୁ ସୂର୍ଯ୍ୟଙ୍କର ଦୂରତ୍ବ ପ୍ରାୟ କେତେ ନିୟୁତ କି.ମି. ?
(A) ୧୦
(B) ୨୦
(C) ୧୨୦
(D) ୧୩୦
Answer:
୧୩୦

୫। ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ କେତେ କି.ମି. ବେଗରେ ଗତି କରେ ?
(A) ୩୦୦
(B) ୩୦,୦୦୦
(C) ୩,୧୦,
(D) ୩,୦୦,୦୦୦
Answer:
(୫) ୩,୦୦,୦୦୦

୬। ନିମ୍ନଲିଖ ମଧ୍ୟରୁ କିଏ ସକଳ ଶକ୍ତିର ଆଧାର ଅଟେ ?
(A) ପୃଥ‌ିବୀ
(B) ମଙ୍ଗଳ
(C) ସୂର୍ଯ୍ୟ
(D) ଚନ୍ଦ୍ର
Answer:
(C) ସୂର୍ଯ୍ୟ

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

(ଛ) ଉପଯୁକ୍ତ ଶବ୍ଦ ବସାଇ ଶୂନ୍ୟସ୍ଥାନ ପୂରଣ କର।

1. ଆମ ସୌରଜଗତ ____________ ଛାୟାପଥରେ ଅବସ୍ଥିତ।
Answer:
ଆକାଶଗଙ୍ଗା

2. ଦୂରତା ଅନୁସାରେ ___________ ଗ୍ରହ ସୂର୍ଯ୍ୟଙ୍କର ନିକଟତମ।
Answer:
ବୁଧ

3. _____________ ଗ୍ରହକୁ ‘ନୀଳଗ୍ରହ’ କୁହାଯାଏ।
Answer:
ପୃଥ‌ିବୀ

4. ମହାକାଶବିଜ୍ଞାନୀମାନେ _______________ ଗ୍ରହକୁ ସୌରଜଗତରୁ ବାଦେଇଛନ୍ତି।
Answer:
ପ୍ଲେଟୋ

5.ପୃଥ‌ିବୀର ______________ ଟି ପ୍ରାକୃତିକ ଉପଗ୍ରହ ରହିଅଛି।
Answer:

6.ଉଲ୍‌ _________ ରେ ଗଠିତ।
Answer:
ଧୂମକେତୁର ଭଗ୍ନାବଶେଷ

7. ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ______________ କି.ମି. ବେଗରେ ଗତି କରେ।
Answer:
୩,୦୦,୦୦୦

8. _________________ ଗ୍ରହକୁ ବଳୟ ଗ୍ରହ କୁହାଯାଏ।
Answer:
ଶୁନି

9. _______________ କୁ ସକଳ ଶକ୍ତିର ଆଧାର କୁହାଯାଏ।
Answer:
ସୂର୍ଯ୍ୟ

10. ସୂର୍ଯ୍ୟଙ୍କଠାରୁ ପୃଥ‌ିବୀର ଦୂରତ୍ୱ ___________ ।
Answer:
୧୩୦ ନିୟୁତ କି.ମି.

11. ସୂର୍ଯ୍ୟାଲୋକ ପୃଥ‌ିବୀରେ ପହଞ୍ଚିବାକୁ ପ୍ରାୟ ______________ ମିନିଟ୍ ସମୟ ଲାଗେ।
Answer:

12. ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥ‌ିବୀର ମାଧ୍ୟାକର୍ଷଣ ଶକ୍ତିର ପ୍ରାୟ ______ ଗୁଣ।
Answer:
୨୭

13. ପୃଥ‌ିବୀ ନିଜ ଅକ୍ଷ ଚାରିପାଖରେ ଘୂରିବାକୁ ____________ କୁହାଯାଏ।
Answer:
ଆବତ୍ତନ

14. ଚନ୍ଦ୍ର ଆୟତନରେ ପୃଥ‌ିବୀର ପ୍ରାୟ ________________ ଭାଗରୁ ଏକ ଭାଗ।
Answer:
୪୯

15. ବୃହସ୍ପତିର ଉପଗ୍ରହ ସଂଖ୍ୟା _______________।
Answer:
୧୬।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

(ଜ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

1. ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ________________ କିଲୋମିଟର ଗତି କରେ।
(୩,୦୦୦, ୩୦,୦୦୦, ୩,୦୦,୦୦୦, ୩୦,୦୦,୦୦୦)
Answer:
୩,୦୦,୦୦୦,

2. ମିଞ୍ଜି ମିଞ୍ଜି କରୁଥିବା ଉଜ୍ଜ୍ଵଳ ପିଣ୍ଡଗୁଡ଼ିକୁ ____ କୁହାଯାଏ।
(ଗ୍ରହ, ଉପଗ୍ରହ, ଉଲ୍‌କା, ନକ୍ଷତ୍ର)
Answer:
ନକ୍ଷତ୍ର,

3. ସୂର୍ଯ୍ୟଙ୍କର ___________ ଯୋଗୁଁ ଗ୍ରହମାନଙ୍କର ପରିକ୍ରମଣ ସମ୍ଭବ ହୋଇଥାଏ।
(ଉତ୍ତାପ, ମାଧ୍ୟାକର୍ଷଣ, ମହାକର୍ଷଣ, ଓଜନ)
Answer:
ମହାକର୍ଷଣ

4. ଆୟତନରେ ଚନ୍ଦ୍ର ପୃଥ‌ିବୀର ଆୟତନର ପ୍ରାୟ _______ ଭାଗରୁ ଏକଭାଗ।
(୪୮, ୪୯, ୫୦, ୫୧)
Answer:
୪୯

5. ଭାରତ ‘ଚନ୍ଦ୍ରଯାନ’ ମାଧ୍ୟମରେ _____ ମସିହା ଅକ୍ଟୋବର ୨୨ ତାରିଖରେ ନିଜର ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି।
(୨୦୦୦, ୨୦୦୮, ୨୦୦୫, ୨୦୦୩)
Answer:
୨୦୦୮

6. ଶନି ଗ୍ରହର ଉପଗ୍ରହ ସଂଖ୍ୟା _________ ।
(୧୬, ପ୍ରାୟ ୧୭, ୩୦ ରୁ ଅଧ୍ଵ, ୧୦)
Answer:
୩୦ ରୁ ଅଧ୍ୱ

7. ଆୟତନରେ ପଞ୍ଚମ ବୃହତ୍ତମ ଗ୍ରହ _____________ ।
(ପୃଥ‌ିବୀ, ଶୁକ୍ର, ମଙ୍ଗଳ, ବୁଧ)
Answer:
ପୃଥ‌ିବୀ

8. ସୂର୍ଯ୍ୟ ଏକ _______ ।
(ଗ୍ରହ, ବାମନ ଗ୍ରହ, ନକ୍ଷତ୍ର, ଉପଗ୍ରହ)
Answer:
ନକ୍ଷତ୍ର

9. ଗୋଟିଏ ଗୋଟିଏ ନୀହାରିକାରୁ _______________ ସୂର୍ଯ୍ୟ ସୃଷ୍ଟି ହୋଇଥାଏ।
(୧୦୦, ୨୦୦,୧୦୦୦ଅସଂଖ୍ଯ )
Answer:
ଅସଂଖ୍ୟ

10. ଆମର ସୌରଜଗତ ଯେଉଁ ଛାୟାପଥରେ ଅବସ୍ଥିତ ତାହାକୁ ________ କୁହାଯାଏ।
(ଆକାଶଗଙ୍ଗା, ଗ୍ରହାଣୁପୁଞ୍ଜ, ଧୂମକେତୁ, ଉଲ୍‌କା)
Answer:
ଆକାଶଗଙ୍ଗା

11. ____________ ପୃଥ‌ିବୀର ଏକ ଉପଗ୍ରହ ।
(ସୂର୍ଯ୍ୟ, ଚନ୍ଦ୍ର, ନୀହାରିକା, ଉଲ୍‌କା)
Answer:
ଚନ୍ଦ୍ର

12. __________ କୁ ଲଞ୍ଜାତାରା କୁହାଯାଏ।
(ଧୂମକେତୁ, ନୀହାରିକା, ଉଲ୍‌କା, ସୂର୍ଯ୍ୟ)
Answer:
ଧୂମକେତୁ

13. ସୂର୍ଯ୍ୟଙ୍କ ଆଲୋକ ପୃଥ‌ିବୀରେ ପ୍ରାୟ ____________ ମିନିଟ୍‌ରେ ପହଞ୍ଚିଥାଏ।
(୮, ୧୦, ୧୨, ୧୬)
Answer:

14. ________________ ଗ୍ରହ ଆୟତନରେ ସବୁଠାରୁ ବଡ଼ ଗ୍ରହ।
(ବୁଧ, ଶୁକ୍ର, ବୃହସ୍ପତି, ଶନି)
Answer:
ବୃହସ୍ପତି।

BSE Odisha 6th Class Geography Important Questions Chapter 1 ପୃଥିବୀ ଓ ସୌର ଜଗତ

ତୁମ ପାଇଁ କାମ:

  • ସୌରଜଗତର ଚିତ୍ରଟିଏ ପ୍ରସ୍ତୁତ କର।
    Answer:
    ଛାତ୍ରଛତ୍ରୀମାନେ ସୂର୍ଯ୍ୟ ଚାରିପାଖରେ ଗ୍ରହ ଓ ଉପଗ୍ରହମାନଙ୍କର ଅକ୍ଷ ଓ କକ୍ଷ ପଥ ଅଙ୍କନ କରି ଦର୍ଶାଇବେ।
  • ତୁମ ଅଞ୍ଚଳରେ ଥ‌ିବା ପ୍ଲାନେଟୋରିଅମ୍‌କୁ ଯାଅ ଏବଂ ସୌରଜଗତ ତଥା ମହାକାଶ ସଂପର୍କରେ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରି ଲେଖ।
    Answer:
    ଛାତ୍ରାଛତ୍ରୀମାନେ ପ୍ଲାନେଟୋରିୟମକୁ ଯାଇ ସେଠାରେ ଥ‌ିବା ମହାକାଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ।
  • ସୌରଜଗତର ଗୋଟିଏ ମଡ଼େଲ୍ ପ୍ରସ୍ତୁତ କର।
    Answer:
    ଛାତ୍ରାଛତ୍ରୀମାନେ ପାଠ୍ୟ ପୁସ୍ତକ ଦେଖ୍ ସୌରଜଗତର ମଡ଼େଲ ପ୍ରସ୍ତୁତ କରିବେ।

Leave a Comment