BSE Odisha 6th Class Geography Solutions Chapter 6(a) ଏସିଆ

Odisha State Board BSE Odisha 6th Class Geography Solutions Chapter 6(a) ଏସିଆ Textbook Exercise Questions and Answers.

BSE Odisha Class 6 Geography Solutions Chapter 6(a) ଏସିଆ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ।
(କ) ପୃଥ‌ିବୀର ବୃହତ୍ତମ ପର୍ବତଶ୍ରେଣୀର ନାମ କ’ଣ ?
Answer:
ପୃଥ‌ିବୀର ବୃହତ୍ତମ ପର୍ବତଶ୍ରେଣୀର ନାମ ହେଲା ହିମାଳୟ ପର୍ବତଶ୍ରେଣୀ।

BSE Odisha 6th Class Geography Solutions Chapter 6 ପୃଥିବୀର ମହାଦେଶ

(ଖ) ପୃଥ‌ିବୀର ଉଚ୍ଚତମ ଶୃଙ୍ଗର ନାମ ଲେଖ।
Answer:
ଏଭେରେଷ୍ଟ ପୃଥ‌ିବୀର ଉଚ୍ଚତମ ଶୃଙ୍ଗ।

(ଗ) କେଉଁ ଜଳପଥ ଏସିଆ ମହାଦେଶକୁ ଆଫ୍ରିକାଠାରୁ ଅଲଗା କରୁଅଛି ?
Answer:
ସୁଏଜ କେନାଲ ଏସିଆ ମହାଦେଶକୁ ଆଫ୍ରିକାଠାରୁ ଅଲଗା କରୁଅଛି।

(ଘ) ଏସିଆ ମହାଦେଶର ଦକ୍ଷିଣରେ କେଉଁ ମହାସାଗର ଅବସ୍ଥିତ ?
Answer:
ଏସିଆ ମହାଦେଶର ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ।

(ଙ) କେଉଁ ମାଳଭୂମିକୁ ପୃଥ‌ିବୀର ଛାତ କୁହାଯାଏ ?
Answer:
ପାମିର ମାଳଭୂମିକୁ ପୃଥ‌ିବୀର ଛାତ କୁହାଯାଏ।

BSE Odisha 6th Class Geography Solutions Chapter 6 ପୃଥିବୀର ମହାଦେଶ

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

(କ) ଏସିଆ ମହାଦେଶର ପଶ୍ଚିମରେ __________ ମହାଦେଶ ଅବସ୍ଥିତ।
(ଆଫ୍ରିକା, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ଇଉରୋପ )
Answer:
ଇଉରୋପ

(ଖ) ଏସିଆର ତୃଣଭୂମିକୁ _________ କୁହାଯାଏ।
(ଷ୍ଟେପୀ, ପ୍ରେରୀ, ପମ୍ପାସ, କାସ)
Answer:
ଷ୍ଟେପୀ

(ଗ) ତୃହାଞ୍ଚଲ୍ଲରେ_____________ ପ୍ରାଣୀ ବାସ କରେ।
(ବାଘ, ବଲ୍‌ଗାହରିଣ, ମାଙ୍କଡ଼, ସିଂହ)
Answer:
ବଲ୍‌ଗାହରିଣ

BSE Odisha 6th Class Geography Solutions Chapter 6 ପୃଥିବୀର ମହାଦେଶ

(ଘ) ମରୁଭୂମି ଅଞ୍ଚଳରେ _________ ଉଦ୍ଭିଦ ମିଳେ।
(ବାଉଁଶ, ବେତ, ସିଝୁ, ଶାଳ)
Answer:
ସିଝୁ

(ଙ) ପାହାଡ଼ିଆ ଅଞ୍ଚଳରେ ___________ ଦେଖିବାକୁ ମିଳେ।
(ଓଟ, କାରିଦ୍ର୍ୟ, ୟାକ୍, ବଲ୍‌ଗାହରିଣ )
Answer:
ୟାକ୍

BSE Odisha 6th Class Geography Solutions Chapter 6 ପୃଥିବୀର ମହାଦେଶ

୩ । ଏସିଆ ମହାଦେଶକୁ ଏକ ବୈଚିତ୍ରମୟ ମହାଦେଶ କୁହାଯାଏ କାହିଁକି ?
Answer:
(୧) ବିଭିନ୍ନ ଭୌଗୋଳିକ କାରଣ ଯୋଗୁଁ ଅତ୍ୟଧିକ ତାପମାତ୍ରା, ଅଧ‌ିକ ବୃଷ୍ଟି, ନିମ୍ନ ତାପମାତ୍ରା, ବୃଷ୍ଟିହୀନ ଅଞ୍ଚଳ ଇତ୍ୟାଦି ଏସିଆ ମହାଦେଶର ବିଭିନ୍ନ ଅଂଶରେ ଦେଖାଯାଇଥାଏ।
(୨) ବିଭିନ୍ନ ଧର୍ମାବଲମ୍ବୀ, ବିଭିନ୍ନ ଭାଷାଭାଷୀ ଓ ବେଶପୋଷାକ ପିନ୍ଧୁଥିବା ଲୋକ ଏସିଆ ମହାଦେଶରେ ବାସ କରିଥା’ନ୍ତି । ତେଣୁ ଏସିଆକୁ ଏକ ବୈଚିତ୍ରମୟ ମହାଦେଶ କୁହାଯାଏ।

BSE Odisha 6th Class Geography Notes Chapter 6(a) ଏସିଆ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(a) ଏସିଆ

  • ଏସିଆ ମହାଦେଶ କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ପୃଥ‌ିବୀର ବୃହତ୍ତମ ମହାଦେଶ। ଏହା ୧୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଓ ୮୦ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୨୫ ଡିଗ୍ରୀ ପୂର୍ବ ଦ୍ରାଘିମା ଓ ୧୭୦ ଡିଗ୍ରୀ ପଶ୍ଚିମ ଦ୍ରାଘିମା ମଧ୍ୟରେ ଅବସ୍ଥିତ। ସୁଏଜ କେନାଲ ଖୋଳାହେବା ପରଠାରୁ ଏସିଆ ମହାଦେଶ ଆଫ୍ରିକାଠାରୁ ସ୍ଥଳଭାଗରେ ବିଚ୍ଛିନ୍ନ ହୋଇଅଛି।
  • ଏସିଆ ମହାଦେଶର କେନ୍ଦ୍ରାଞ୍ଚଳରେ ପର୍ବତମାଳା, ଦକ୍ଷିଣରେ ମାଳଭୂମି ଏବଂ ନଦୀ ଉପତ୍ୟକା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ସମତଳଭୂମି ଦେଖାଯାଏ। ଏହାକୁ ଲାଗିଥିବା ମହାସାଗର ଓ ଉପସାଗରରେ ଅନେକ ଦ୍ଵୀପପୁଞ୍ଜ ଦେଖାଯାଏ।
  • ଏସିଆର ନଦୀମାନଙ୍କ ମଧ୍ୟରେ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର, ଇରାବତୀ, ମେକଙ୍ଗ୍, ସାଲଉଇନ୍, ହୋୟାଂହୋ, ୟାସିକିଆଁ, ଓଡ଼, ଇନୀସୀ, ଲେନା, ଇଉଫ୍ରେଟିସ୍, ଟାଇଗ୍ରୀସ୍, ମହାନଦୀ, ଗୋଦାବରୀ, କୃଷ୍ଣା, କାବେରୀ ଇତ୍ୟାଦି ପ୍ରଧାନ । ଏହି ନଦୀଗୁଡ଼ିକର ଉପତ୍ୟକା ଓ ତ୍ରିକୋଣଭୂମି ଘନ ଜନବସତି ପୂର୍ଣ୍ଣ।
  • ଏସିଆର ଜଳବାୟୁ ଏହାର ବିଶାଳ ଆକାର, ବିସ୍ତୃତି ଏବଂ ଭୂପ୍ରକୃତିଦ୍ୱାରା ପ୍ରଭାବିତ। ଶୀତଋତୁରେ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଶୀତ ପଡ଼େ। ଗ୍ରୀଷ୍ମଋତୁରେ ଏହାର ଅଧିକାଂଶ ଭାଗ ମୌସୁମୀ ବାୟୁଦ୍ୱାରା ବୃଷ୍ଟିପାଏ ଏବଂ ବିଷୁବ ରେଖା ଓ କର୍କଟକ୍ରାନ୍ତି ଅଞ୍ଚଳରେ ଭୀଷଣ ଗରମ ପଡ଼େ।
  • ଏସିଆ ମହାଦେଶରେ ଷ୍ଟେପୀ ତୃଣଭୂମି, ମରୁଉଭିଦ, ମୌସୁମୀ ଅରଣ୍ୟ ଇତ୍ୟାଦି ଦେଖାଯାଏ। ଉତ୍ତର ମେରୁ ନିକଟବର୍ତ୍ତୀ ଅଞ୍ଚଳ ଯେଉଁଠାରେ ଭୀଷଣ ଥଣ୍ଡା ପଡ଼େ ଓ ଅଧିକାଂଶ ସମୟ ବରଫାଚ୍ଛନ୍ନ ରହେ ତାହାକୁ ତୁନ୍ଦ୍ରାଞ୍ଚଳ କୁହାଯାଏ । ତୁନ୍ଦ୍ରାଞ୍ଚଳରେ ବଲ୍‌ଗାହରିଣ, ଧଳାଭାଲୁ ଦେଖାଯା’ନ୍ତି । ତୃଣଭୂମି ଅଞ୍ଚଳରେ ହରିଣ, ବାଘ ଏବଂ ଟାଇଗା ଅଞ୍ଚଳରେ ମିଙ୍କ ଓ କୋକିଶିଆଳୀ ଆଦି ଲୋମଶପ୍ରାଣୀ ବାସ କରନ୍ତି।

Leave a Comment