BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2

Odisha State Board BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 Textbook Exercise Questions and Answers.

BSE Odisha Class 7 Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2

Question 1.
ପ୍ରତି ଯୋଡା ଚିତ୍ର ମଧ୍ୟରୁ ଗୋଟିଏ ଚିତ୍ରର ଅବିକଳ ନକଲ ତିଆରି କର । ତାହାକୁ ସେହି ଯୋଡାର ଅନ୍ୟ ଚିତ୍ର ଉପରେ ଥୋଇ ଚିତ୍ର ଦୁଇଟି ସର୍ବସମ କି ନାହିଁ ପରୀକ୍ଷା କରି ଦେଖ ।
(a)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 1

(b)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 2

(c)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 3

(d)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 4

(e)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 5

(f)
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 6
ସମାଧାନ:
(a), (d) ରେ ଥ‌ିବା ଚିତ୍ରଦ୍ଵୟ ସର୍ବସମ ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2

Question 2.
ନିମ୍ନସ୍ଥ ରେଖାଖଣ୍ଡଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ସର୍ବସମ ପରୀକ୍ଷା କର ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 7
ସମାଧାନ:
AB = CD = 1.8 ସେ.ମି. ତେଣୁ AB ≅ CD; 
EF = GH = 2 ସେ.ମି. ତେଣୁ EF ≅ GH
KL = MN = 1.8 ସେ.ମି. ତେଣୁ KL ≅ MN

Question 3.
AB ରେଖାଖଣ୍ଡ ଅଙ୍କନ କର, ଯେପରି AB = 4.6 ସେ.ମି. ହେବ । C͞D ଅଙ୍କନ କର ଯେପରି A͞B ≅ C͞D ହେବ ।
ସମାଧାନ:
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 8
AB = 4.6 ସେ.ମି.
∴ AB ≅ CD ।

Question 4.
ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ –
(କ) କେଉଁ ସର୍ଭରେ ଦୁଇଟି ରେଖାଖଣ୍ଡ ସର୍ବସମ ହେବେ ?
ସମାଧାନ:
ଦୁଇଟି ରେଖାଖଣ୍ଡର ଦୈର୍ଘ୍ୟ ସମାନ ହେଲେ ରେଖାଖଣ୍ଡଦ୍ଵୟ ସର୍ବସମ ହେବେ । 

(ଖ) ଦୁଇଟି ବୃତ୍ତ ସର୍ବସମ ହେବେ ବୋଲି କିପରି ଜାଣିବ ?
ସମାଧାନ:
ଦୁଇଟି ବୃତ୍ତର ବ୍ୟାସାର୍ଦ୍ଧ ସମାନ ହେଲେ ବୃତ୍ତଦ୍ବୟ ସର୍ବସମ ହେବେ ।

(ଗ) ଦୁଇଟି କୋଣ ସର୍ବସମ ହେବାର ଆବଶ୍ୟକ ସର୍ଭ କ’ଣ ?
ସମାଧାନ:
ଦୁଇଟି କୋଣର ପରିମାଣ ବା ମାପ ସମାନ ହେଲେ କୋଣଦ୍ଵୟ ସର୍ବସମ ହେବେ ।

(ଘ) କେଉଁ ପରିସ୍ଥିତିରେ ଦୁଇଟି ବର୍ଗଚିତ୍ର ସର୍ବସମ ହେବେ ?
ସମାଧାନ:
ଦୁଇଟି ବର୍ଗଚିତ୍ରର ବାହୁର ଦୈର୍ଘ୍ୟ ସମାନ ହେଲେ ବର୍ଗଚିତ୍ରଦ୍ଵୟ ସର୍ବସମ ହେବେ ।

Question 5.
ଦୁଇଟି ସର୍ବସମ ବୃତ୍ତ ଅଙ୍କନ କରି ଗୋଟିକର ଅନ୍ତଦେର୍ଶକୁ କଳା ରଙ୍ଗ ଓ ଅନ୍ୟଟିର ଅନ୍ତର୍ଦେଶରେ ସବୁଜ ରଙ୍ଗ ଦିଅ ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 9
(କ) ସର୍ବସମ ବୃତ୍ତ ଦୁଇଟିର ବ୍ୟାସାର୍ଷକୁ ମାପ ।
ସମାଧାନ:
OA = PB = 1.4 ସେ.ମି

(ଖ) ବୃତ୍ତ ଦୁଇଟିର ବ୍ୟାସାର୍ଦ୍ଧ ମଧ୍ୟରେ କ’ଣ ସମ୍ପର୍କ ଅଛି ?
ସମାଧାନ:
ବୃତ୍ତ ଦ୍ବୟର ବ୍ୟାସାର୍ଦ୍ଧ ସମାନ ।

(ଗ) ଏବେ ବୃତ୍ତ ଦୁଇଟିର ବ୍ୟାସଦ୍ଵୟ ସର୍ବସମ ହେବେ କି ? ପରୀକ୍ଷା କରି ଦେଖ ।
ସମାଧାନ:
CD = EF = 2.8 ସେ.ମି. ଅର୍ଥାତ୍ ବ୍ୟାସଦ୍ବୟ ସର୍ବସମ ହେବେ ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2

(ଘ) ସେହିପରି ଦୁଇଟି ସର୍ବସମ ଆୟତ ଚିତ୍ର ଅଙ୍କନ କରି, ସେମାନଙ୍କର ପରିସୀମା ମଧ୍ୟରେ କ’ଣ ସମ୍ପର୍କ ଅଛି ନିର୍ଣ୍ଣୟ କର ।
ସମାଧାନ:
ABCD ଓ EFGH ଦୁଇଟି ସର୍ବସମ ଆୟତଚିତ୍ର ।
AD = BC = FG = EH = 4 ସେ.ମି. ଓ AB = CD = EF = GH = 3 ସେ.ମି.
ABCD ଆୟତଚିତ୍ରର ପରିସୀମା
= (3 + 4 + 3 + 4) ସେ.ମି. = 14 ସେ.ମି.
EFGH ଆୟତଚିତ୍ରର ପରିସୀମା
= (3 + 4 + 3+ 4) ସେ.ମି. = 14 ସେ.ମି.
∴ ଆୟତଚିତ୍ରଦ୍ଵୟର ପରିସୀମା ସମାନ ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.2 10

Leave a Comment