BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

Odisha State Board BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ Textbook Exercise Questions and Answers.

BSE Odisha Class 6 Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ ।
(କ) ଭାରତର ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖ ।
Answer:
ଭାରତକୁ ଚାରିଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଅଛି; ଯଥା –
(୧) ଉତ୍ତରସ୍ଥ ହିମାଳୟ ପର୍ବତମାଳା
(୨) ଉତ୍ତର ଭାରତର ସମତଳ ଭୂମି
(୩) ଦକ୍ଷିଣ ଭାରତର ମାଳଭୂମି
(୪) ଉପକୂଳବର୍ତ୍ତୀ ସମତଳ ଭୂମି

(ଖ) ଭାରତର ସାତଟି ଦେଶ ସହ ସ୍ଥଳ ସୀମାରେଖା ଲାଗିରହିଛି । ସେଗୁଡ଼ିକର ନାମ ଲେଖ ।
Answer:
ଭାରତର ଯେଉଁ ସାତଟି ଦେଶ ସହ ସ୍ଥଳ ସୀମାରେଖା ଲାଗି ରହିଛି ସେଗୁଡ଼ିକ ହେଲା – ଚୀନ୍, ନେପାଳ, ଭୁଟାନ୍, ମିଆଁମାର, ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନ ।

(ଗ) ଭାରତର କେଉଁ ମୁଖ୍ୟ ନଦୀ ଦୁଇଟି ଆରବ ସାଗରରେ ପଡ଼ିଛନ୍ତି ?
Answer:
ଭାରତର ନର୍ମଦା ଓ ତାୟୀ ମୁଖ୍ୟ ନଦୀଦ୍ୱୟ ଆରବ ସାଗରରେ ପଡ଼ିଛନ୍ତି ।

(ଘ) ଗଙ୍ଗା-ବ୍ରହ୍ମପୁତ୍ର ନଦୀଦ୍ୱୟର ତ୍ରିକୋଣଭୂମିର ନାମ କ’ଣ ?
Answer:
ଗଙ୍ଗା-ବ୍ରହ୍ମପୁତ୍ର ନଦୀଦ୍ୱୟର ତ୍ରିକୋଣଭୂମିର ନାମ ହେଲା ସୁନ୍ଦରବନ ତ୍ରିକୋଣଭୂମି ।

BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

(ଙ) ଭାର ତରେ କେତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?
Answer:
ଭାରତରେ ୨୮ ଗୋଟି ରାଜ୍ୟ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।

(ଚ) ଉତ୍ତର ଭାରତ ସମତଳ ଅଞ୍ଚଳରେ ଅଧ୍ଵ ଜନସଂଖ୍ୟାର କାରଣ କ’ଣ ?
Answer:
(୧) ଉତ୍ତର ଭାରତ ସମତଳ ଅଞ୍ଚଳ ଗଙ୍ଗା, ସିନ୍ଧୁ, ବ୍ରହ୍ମପୁତ୍ର ଓ ଏହାର ଉପନଦୀଗୁଡ଼ିକଦ୍ବାରା ସଞ୍ଚ ପଟୁମାଟିରେ ଗଠିତ ହୋଇଥିବାରୁ ଅଧ‌ିକ ଉର୍ବର ଓ କୃଷି ଉପଯୋଗୀ ।
(୨) ସେଥ‌ିପାଇଁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।

୨ । ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଦିଅ ।
(କ) ହିମାଳୟ ଅନ୍ତର୍ଗତ ଦକ୍ଷିଣତମ ପର୍ବତଶ୍ରେଣୀର ନାମ :
ସିଲିକ୍, ହିମାଦ୍ରି, ହିମାଚଳ
Answer:
ସିଲିକ୍

(ଖ) ସହ୍ୟାଦ୍ରିର ଅନ୍ୟ ନାମ :
ଆରାବଳୀ, ପଶ୍ଚିମଘାଟ, ପୂର୍ବଘାଟ
Answer:
ପଶ୍ଚିମଘାଟ

(ଗ) ପକ୍ ପ୍ରଣାଳୀ ଦୁଇ ପାର୍ଶ୍ଵରେ ଥ‌ିବା ଦେଶର ନାମ :
ଶ୍ରୀଲଙ୍କା ଓ ମାଳଦ୍ୱୀପ, ଭାରତ ଓ ଶ୍ରୀଲଙ୍କା, ଭାରତ ଓ ମାଳଦ୍ୱୀପ
Answer:
ଭାରତ ଓ ଶ୍ରୀଲଙ୍କା

(ଘ) ଆରବ ସାଗରରେ ଅବସ୍ଥିତ ଭାରତୀୟ ଦ୍ୱୀପର ନାମ :
ଆଣ୍ଡାମାନ ଓ ନିକୋବର ଦ୍ବୀପ, ମାଳଦୀପ, ଲାକ୍ଷାଦ୍ବୀପ
Answer:
ଲାକ୍ଷାଦ୍ବୀପ

BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

(ଙ) ଭାରତର ସର୍ବପୁରାତନ ପର୍ବତଶ୍ରେଣୀ :
ଆରାବଳୀ, ବିନ୍ଧ୍ୟ, ସାତପୁରା
Answer:
ଆରାବଳୀ

୩। ଶୂନ୍ୟସ୍ଥାନ ପୂରଣ କର ।
(କ) ଭାରତର କ୍ଷେତ୍ରଫଳ ପ୍ରାୟ ________________ ବର୍ଗ କିଲୋମିଟର ।
Answer:
୩.୨୮ ନିୟୁତ

(ଖ) ଉଚ୍ଚ ହିମାଳୟର ଅନ୍ୟ ନାମ ________________ ।
Answer:
ହିମାଦ୍ରି

(ଗ) କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠାରୁ ବଡ଼ ରାଜ୍ୟ ________________ ।
Answer:
ରାଜସ୍ଥାନ

(ଘ) ମହାନଦୀ ____________ ରେ ପଡ଼ିଛି ।
Answer:
ବଙ୍ଗୋପସାଗର

(ଙ) ଭାରତର ମଧ୍ୟଭାଗ ଦେଇ ଯାଇଥ‌ିବା ଅକ୍ଷାଂଶ ___________ ଅଟେ ।
Answer:
କର୍କଟକ୍ରାନ୍ତି

BSE Odisha 6th Class Geography Solutions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

BSE Odisha 6th Class Geography Notes Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

  • ଭାରତର ଉତ୍ତରରେ ସୁଉଚ୍ଚ ହିମାଳୟ ପର୍ବତମାଳା, ପଶ୍ଚିମରେ ଆରବ ସାଗର, ପୂର୍ବରେ ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ । ଏହାର ଦକ୍ଷିକାଂଶ ଏକ ଉପଦ୍ୱୀପ ।
  • ଭାରତର କ୍ଷେତ୍ରଫଳ ୩.୨୮ ନିୟୁତ ବର୍ଗ କିଲୋମିଟର । ଏହା ପୃଥିବୀର ସପ୍ତମ ବୃହତ୍ତମ ଦେଶ । ଭାରତ ୮ଡିଗ୍ରୀ ୪ ମିନିଟ୍ ଉତ୍ତର ଅକ୍ଷାଂଶରୁ ୩୭ ଡିଗ୍ରୀ ୬ ମିନିଟ୍ ଉତ୍ତର ଅକ୍ଷାଂଶ ମଧ୍ଯରେ ଏବଂ
  • ୬୮ ଡିଗ୍ରୀ ୭ ମିନିଟ୍ ପୂର୍ବ ଦ୍ରାଘିମାରୁ ୯୭ ଡିଗ୍ରୀ ୨୫ ମିନିଟ୍ ପୂର୍ବ ଦ୍ରାଘିମା ମଧରେ ବିସ୍ତୃତ ।
  • ଭାରତର ଉତ୍ତର-ଦକ୍ଷିଣ ଦୂରତା ୩୨୧୪ କିଲୋମିଟର ଏବଂ ପୂର୍ବ-ପଶ୍ଚିମ ଦୂରତା ୨୯୩୩ କିଲୋମିଟର । ଆଲ୍ହାବାଦ ନିକଟରେ ଯାଇଥିବା ୮୨ ଡିଗ୍ରୀ ୩୦ ମିନିଟ୍ ପୂର୍ବ ଦ୍ରାଘିମାରେଖାର ସ୍ଥାନୀୟ ସମୟକୁ ଭାରତର ପ୍ରମାଣ ସମୟ ରୂପେ ନିଆଯାଇଛି ।
  • ୨୦୦୧ ମସିହାରେ ଭାରତର ଜନସଂଖ୍ୟା ଏକ ଶହ କୋଟିରେ ପହଞ୍ଚିଛି ।
  • ଚୀନ୍, ନେପାଳ, ଭୁଟାନ, ମିଆଁମାର, ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ଥାନ ଆଦି ଭାରତର ପଡ଼ୋଶୀ ଦେଶ ।
  • ପକ୍ ପ୍ରଣାଳୀଦ୍ଵାରା ଏହା ଶ୍ରୀଲଙ୍କାଠାରୁ ପୃଥକ୍ ହୋଇଛି ।
  • ଭାରତରେ ୨୮ ଟି ରାଜ୍ୟ ଓ ୭ ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି । କ୍ଷେତ୍ରଫଳ ଦୃଷ୍ଟିରୁ ରାଜସ୍ଥାନ ସବୁଠାରୁ ବଡ଼ ରାଜ୍ୟ ଏବଂ ଗୋଆ ସବୁଠାରୁ ଛୋଟ ରାଜ୍ୟ ।
  • ଭାରତର ଉତ୍ତରରେ ହିମାଳୟ ପର୍ବତଶ୍ରେଣୀ, ହିମାଳୟ ପର୍ବତମାଳାର ଦକ୍ଷିଣକୁ ଉତ୍ତର ଭାରତ ସମତଳଭୂମି, ଏହାର ଦକ୍ଷିଣରେ ଦକ୍ଷିଣ ଭାରତ ମାଳଭୂମି ଓ ପଶ୍ଚିମରେ ବୃହତ୍ ଭାରତୀୟ ମାଳଭୂମି ‘ଥର୍’ ଏବଂ ଉପକୂଳରେ ଉପକୂଳବର୍ତୀ ସମତଳଭୂମି ଦେଖାଯାଏ ।
  • ଆରବ ସାଗରରେ ଥିବା ଲାକ୍ଷାଦ୍ୱୀପ ଦ୍ବୀପପୁଞ୍ଜ, ବଙ୍ଗୋପସାଗରରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଭାରତର କର୍ତ୍ତୃତ୍ବାଧୀନ ଅଟେ ।
  • ୨୦୦୪ ମସିହା ସୁନାମିଦ୍ଵାରା ବଙ୍ଗୋପସାଗର ଉପକୂଳ ଏବଂ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।
  • ଉତ୍ତର ଭାରତର ନଦୀଗୁଡ଼ିକ ହିମାଳୟରୁ ଉତ୍ପତ୍ତି ଲାଭ କରିଥିବାରୁ ଏଗୁଡ଼ିକ ଚିରସ୍ରୋତା । ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ଉତ୍ତର ଭାରତର ପ୍ରଧାନ ନଦୀ ଅଟନ୍ତି ।
  • ଦକ୍ଷିଣ ଭାରତର ନଦୀ ମଧ୍ୟରେ କାବେରୀ, ମହାନଦୀ, ଗୋଦାବରୀ, କୃଷ୍ଣ, ନର୍ମଦା ଓ ତାଷୀ ଆଦି ମୁଖ୍ୟ ଅଟନ୍ତି । ଏଗୁଡ଼ିକ ବୃଷ୍ଟିପୁଷ୍ଟ ଅଟନ୍ତି ।

Leave a Comment