BSE Odisha 6th Class Science Important Questions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Odisha State Board BSE Odisha 6th Class Science Important Questions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ Important Questions and Answers.

BSE Odisha Class 6 Science Important Questions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଆନ୍ତର୍ଜାତିକ ଏକକ ପଦ୍ଧତି କହିଲେ କ’ଣ ବୁଝ ?
ଉ –

  • ପୃଥ‌ିବୀର ବୈଜ୍ଞାନିକମାନେ ଗୋଟିଏ ପ୍ରକାର ମାନକ ଏକକ ମାପନ ପଦ୍ଧତି ଗ୍ରହଣ କରିଛନ୍ତି । ତାହାକୁ ଆନ୍ତର୍ଜାତିକ ଏକକ ପଦ୍ଧତି କୁହାଯାଏ ।
  • ଏହି ଆନ୍ତର୍ଜାତିକ ଏକକ ପଦ୍ଧତିର ଦୈର୍ଘ୍ୟର ଏକକ ମିଟର ଅଟେ ।

Question 2.
କେଉଁଥ‌ିପାଇଁ ମାନକ ଏକକର ଆବଶ୍ୟକତା ପଡ଼ିଲା ?
ଉ –

  • ଆଗକାଳରେ ପାଦର ଦୈର୍ଘ୍ୟ, ଚାଖଣ୍ଡ ଏବଂ ହାତର ଦୈର୍ଘ୍ୟକୁ ଦୂରତା ମାପିବାର ଏକକ ରୂପେ ବ୍ୟବହାର କରାଯାଉଥିଲା ।
  • ପ୍ରତ୍ୟେକ ବ୍ୟକ୍ତିର ହାତ, ପାଦ ଓ ଚାଖଣ୍ଡର ଦୈର୍ଘ୍ୟ ସମାନ ନ ଥ‌ିବାରୁ ଏଥୁରୁ ସମସ୍ତଙ୍କଦ୍ୱାରା ଗ୍ରହଣଯୋଗ୍ୟ ମାପ ନିର୍ଣ୍ଣୟ କରିହେଲାନାହିଁ । ବରଂ ଏହା ସମସ୍ତଙ୍କୁ ବିଭ୍ରାନ୍ତକର ତଥ୍ୟ ଦେଲା । ଏଇଥିପାଇଁ ମାନକ ଏକକର ଆବଶ୍ୟକତା ପଡ଼ିଲା ।

Question 3.
ମାପନ କାହାକୁ କହନ୍ତି ?
ଉ –

  • ମାପନ ହେଉଛି ଗୋଟିଏ ଜଣାଥ୍‌ ରାଶିସହ ଅନ୍ୟ ଅଜଣା ରାଶିର ତୁଳନା କରିବା । ଏହି ଜଣାଥୁବା ରାଶିକୁ ଏକକ ରୂପେ ନିଆଯାଏ ।
  • ମାପନର ଫଳାଫଳକୁ ଯେଉଁ ଭୌତିକ ରାଶିରେ ପ୍ରକାଶ କରାଯାଏ ତାହାର ଦୁଇଟି ଅଂଶ ଥାଏ । ତନ୍ମଧ୍ୟରୁ ଗୋଟିଏ ସଂଖ୍ୟା ଓ ଅନ୍ୟଟି ତାହାର ଏକକ ।

BSE Odisha 6th Class Science Important Questions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 4.
୫.୪ ମିଟର = କେତେ ମିଲିମିଟର ?
ଉ –
୧ ମିଟର = ୧ooo ମି.ମି.
୫.୪ ମିଟର = (୫.୪ × ୧000) ମି.ମି. = 8800 ମି.ମି.

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ମାପଫିତାର କ୍ଷୁଦ୍ରତମ ଗଣନ ହେଲା ……………. ।
(ଖ) ସାଧାରଣତଃ ଦୂରତା ମାପିବାର ଦୃହତ୍ତର ଏକକ ହେଉଛି ………….. ।
(ଗ) ଦୈର୍ଘ୍ୟ ମାପ ପାଇଁ ……………. କୁ ମାନକ ଏକକ ଭାବେ ଧରାଯାଇଛି ।
(ଘ) ଏକ ମିଟରର ହଜାର ଭାଗର ଏକ ଭାଗକୁ …………… କୁହାଯାଏ ।
(ଙ) ଦୈର୍ଘ୍ୟ ମାପନେଲାବେଳେ ଆଖୁ ମାପନ ବିନ୍ଦୁର …………… ରେ ରହିବା ଉଚିତ ।
ଉ –
(କ) ସେଣ୍ଟିମିଟର
(ଖ) କିଲୋମିଟର
(ଗ) ମିଟର
(ଘ) ଏକ ମିଲିମିଟର
(ଙ) ଭୂଲମ୍ବ

BSE Odisha 6th Class Science Important Questions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ଏକ ମିଟର କେତେ ମିଲିମିଟର ?
(i) 10
(ii) 100
(iii) 1000
(iv) 200
ଉ –
(iii) 1000

(ଖ) ଦୈର୍ଘ୍ୟର କ୍ଷୁଦ୍ରତମ ଏକକ ହେଉଛି
(i) ସେ.ମି.
(ii) ମିଟର
(iii) ମି.ମି.
(iv) ଡେସି.ମି.
ଉ –
(iii) ମି.ମି.

(ଗ) ଦୂରତାର ବୃହତ୍ତମ ଏକକ ହେଉଛି
(i) ସେଣ୍ଟିମିଟର
(ii) ଡେସିମିଟର
(ii) ମିଟର
(iv) କିଳୋମିଟର
ଉ –
(iv) କିଳୋମିଟର

BSE Odisha 6th Class Science Important Questions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

(ଘ) ଆଗ କାଳରେ କେଉଁ ଦେଶର ଲୋକେ ହାତମାପକୁ ଦୂରତାର ଏକକ ରୂପେ ବ୍ୟବହାର କରୁଥିଲେ ?
(i) ଆମେରିକା
(ii) ଚୀନ୍
(iii) ଇଜିପ୍‌ଟ
(iv) ଭାରତ
ଉ –
(iii) ଇଜିପ୍‌ଟ

(ଙ) ଦରଜିର ମାପ ଫିତାର ଲମ୍ବ କେତେ ମିଟର ଅଟେ ?
(i) 2
(ii) 3
(iii) 4
(iv) 5
ଉ –
(iv) 5

Question 3.
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
(କ) ବଢ଼େଇ : କରତ :: ଦରଜି : …………… ।
(ଖ) ଦରଜି : ମାପଫିତା :: ଅମିନ : …………… ।
(ଗ) ମାପଦଣ୍ଡ : 100 ସେଣ୍ଟିମିଟର :: ଜ୍ୟାମିତି ବାକ୍ସ ସ୍କେଲ୍ : …………… ।
(ଘ) 1 କିଲୋମିଟର : 1000 ମିଟର :: 1 ମିଟର : …………… ।
ଉ –
(କ) କଇଁଚି
(ଖ) ଚେନ୍‌ ଓ କଡ଼ି
(ଗ) 15 ସେଣ୍ଟିମିଟର
(ଘ) 1000 ମି.ମି.

BSE Odisha 6th Class Science Important Questions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଦୁଇଟି ସହର ମଧ୍ୟରେ ଦୂରତା ମିଟର ଏକକରେ ମପାଯାଏ ।
(ଖ) ୬୦ ପାଦରେ ୬୦ ପାଦ ହେଉଛି ମିଟର ।
(ଗ) ଆନ୍ତର୍ଜାତିକ ଏକକ ପଦ୍ଧତିରେ ଦୈର୍ଘ୍ୟର ଏକକ ସେଣ୍ଟିମିଟର ।
(ଘ) ମାପ ନେଲାବେଳେ ଆଖୁ ମାପନ ବିନ୍ଦୁର ଭୂଲମ୍ବରେ ରହିବା ଉଚିତ ।
(ଙ) ମାନକ ମାପର ଆବଶ୍ୟକତା ନାହିଁ ।
ଉ –
(ଖ) ୬୦ ପାଦରେ ୬୦ ପାଦ ହେଉଛି ସଂଖ୍ୟା ।
(ଗ) ଆନ୍ତର୍ଜାତିକ ଏକକ ପଦ୍ଧତିରେ ଦୈର୍ଘ୍ୟର ଏକକ ମିଟର ।
(ଘ) ମାପ ନେଲାବେଳେ ଆଖୁଟି ମାପନ ବିନ୍ଦୁର ଭୂଲମ୍ବରେ ରହିବା ଉଚିତ ।
(ଙ) ମାନକ ମାପର ଆବଶ୍ୟକତା ଅଛି ।

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 1
ଉ –
BSE Odisha 6th Class Science Important Questions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ - 2

Leave a Comment