BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

Odisha State Board BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ Textbook Exercise Questions and Answers.

BSE Odisha Class 6 Science Solutions Chapter 7 ଜୀବ ଓ ନିର୍ଜୀବ

Question 1.
ପଥର ଖଣ୍ଡ ଓ ବିଲେଇ ମଧ୍ୟରେ ଥ‌ିବା ତିନୋଟି ପାର୍ଥକ୍ୟ ଲେଖ ।
ଉ-
(i) ପଥର ଖଣ୍ଡ ଗୋଟେ ନିର୍ଜୀବ ବସ୍ତୁ; ମାତ୍ର ବିଲେଇ ଜୀବ ଅଟେ ।
(ii) ପଥର ଖାଦ୍ୟ, ଜଳ, ବାୟୁ ଆବଶ୍ୟକ କରେ ନାହିଁ; ମାତ୍ର ବିଲେଇର ଖାଦ୍ୟ, ଜଳ, ବାୟୁ ଆବଶ୍ୟକ ହୁଏ ।
(iii) ପଥର ଗୋଟିଏ ସ୍ଥାନରେ ପଡ଼ିରହିଥ‌ିବାବେଳେ, ବିଲେଇ ଚାରିଆଡ଼େ ଗତି କରିପାରେ ।

Question 2.
କୁକୁର ଓ ଆମ୍ବଗଛ ମଧ୍ୟରେ ଦୁଇଟି ସାମଞ୍ଜସ୍ୟ ଓ ଦୁଇଟି ପାର୍ଥକ୍ୟ ଲେଖ ।
ଉ –
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 1

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

Question 3.
ଜୀବ ପରିବେଶ ସହ କିପରି ପ୍ରତିକ୍ରିୟା କରେ ତୁମର ଅନୁଭୂତିରୁ ତିନୋଟି ଉଦାହରଣ ଦେଇ ବୁଝାଅ ।
ଉ –
(i) ଗୋଟିଏ ଛୋଟିଆ ଗଛ ଉପରେ ମାଟି ହାଣ୍ଡିଟିଏ ଘୋଡ଼ାଇଦେଇ, ହାଣ୍ଡିରେ ଗୋଟିଏ କଣା କଲେ, ଗଛଟି କଣାଦେଇ ବାହାରକୁ ବାହାରିବ । ଗଛ ଆଲୋକ ପାଇବାପାଇଁ ଏଭଳି ପ୍ରତିକ୍ରିୟା ପ୍ରକାଶ କରେ ।
(ii) ଖାଲିପାଦରେ ଗଲାବେଳେ ଯଦି କଣ୍ଟା ଉପରେ ଆମ ପାଦ ପଡ଼ିଯାଏ; ତେବେ ପାଦ ଆପଣାଛାଏଁ ଉପରକୁ ଉଠିଯାଏ । ଏଭଳି ପାରିପାର୍ଶ୍ବକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ଦେଖାଇଥାଏ ।
(iii) ଆମେ ସୁଆଦିଆ ଖାଦ୍ୟ ବିଷୟରେ ଭାବିଲାବେଳକୁ ପାଟିରୁ ଲାଳ ବାହାରିଆସେ । ଏହିସବୁ ପାରିପାର୍ଶ୍ବକ ପରିବର୍ତ୍ତନରେ ଆମ ଶରୀର ପ୍ରତିକ୍ରିୟା ପ୍ରକାଶ କରିଥାଏ ।

Question 4.
ନିଆଁ ଜୀବ କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ ।
ଉ –
ନିଆଁ ଜୀବ ନୁହେଁ । କାରଣ ନିଆଁର ବଂଶବୃଦ୍ଧି, ଖାଦ୍ୟଗ୍ରହଣ, ରେଚନ ଆଦି ହୁଏ ନାହିଁ । ତେଣୁ ତାର ଜୀବନ ନାହିଁ । ଏହା ଜୀବ ନୁହେଁ ।

Question 5.
ଶିଉଳି ଜୀବ କି ନିର୍ଜୀବ ଯୁକ୍ତିଦ୍ଵାରା ବୁଝାଅ ?
ଉ –
ଶିଉଳି ଜୀବ । କାରଣ ଏହାର ବୃଦ୍ଧି, ଖାଦ୍ୟ ଗ୍ରହଣ, ଶ୍ଵାସକ୍ରିୟା, ରେଚନ, ବଂଶବୃଦ୍ଧି ଇତ୍ୟାଦି ହୋଇଥାଏ । ତେଣୁ ଏହା ଜୀବ ।

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

ଜୀବ ଓ ନିର୍ଜୀବ Notes :

→ ଉପକ୍ରମ :

  • ଆମ ପରିବେଶରେ ଆମେ ସମୁଦ୍ର, ନଦୀ, ପାହାଡ଼, ପର୍ବତ, ବିଭିନ୍ନ ପ୍ରକାର ପ୍ରାଣୀ, ଉଭିଦ, ଗାଡ଼ି, ମଟର, ଅଟ୍ଟାଳିକା ଇତ୍ୟାଦି ଅନେକ ବସ୍ତୁ ଦେଖୁଛେ ।
  • ଏହିସବୁ ବସ୍ତୁ ଏକ ପ୍ରକାର ନୁହଁନ୍ତି । ସବୁ ବସ୍ତୁ ଭିତରେ କିଛିନା କିଛି ପାର୍ଥକ୍ୟ ଅଛି । ସମସ୍ତଙ୍କର ଆକୃତି, ଗଠନ ଓ ବର୍ଣ୍ଣ ଅଲଗା ଅଲଗା ।

→ ଜୀବ କ’ଣ :

  • ପିମ୍ପୁଡ଼ି, ଜିଆ, ଜନ୍ଦା, ଅସରପା, କୁକୁର, କୁକୁଡ଼ା, ସାପ, ଏଣ୍ଡୁଅ, ଶୁଆ, କାଉ, ଜୀବନ ଅଛି ।
    ଯାହାର ଜୀବନ ଅଛି ତାହାକୁ ଜୀବ କୁହାଯାଏ ।
  • ଗାଡ଼ି, ମଟର, ବାସନକୁସନ, ବହି, କଲମ, ରେଡ଼ିଓ, ସାଇକେଲ ଇତ୍ୟାଦିର ଜୀବନ ନାହିଁ ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 2
  • ଯାହାର ଜୀବନ ନାହିଁ ତାହାକୁ ନିର୍ଜୀବ କୁହାଯାଏ ।
  • ବେଳେବେଳେ ଜୀବ ଓ ନିର୍ଜୀବ ସହଜରେ ଜୀବମାନଙ୍କ ପାଖରେ କିଛି ବିଶେଷତ୍ଵ ଥାଏ, ଯାହାଦ୍ୱାରା ସେମାନେ ନି ର୍ଜୀବ ମାନଙ୍କଠାରୁ ସଂପୂର୍ଣ୍ଣ ଅଲଗା ହୋଇଥା’ନ୍ତି ।

Question 1.
ଘରେ ଦେଖୁଥ‌ିବା ବସ୍ତୁଗୁଡ଼ିକର ଏକ ତାଲିକା କରି, ସେମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ଜୀବ ଓ କେଉଁଗୁଡ଼ିକ ନିର୍ଜୀବ ତା’ର ଏକ ସାରଣୀ କର ।
ଉ-
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 3

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

→ ଜୀବର ଚଳନ :
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 4

  • ଜୀବମାନେ ବଞ୍ଝାପାଇଁ ଖାଦ୍ୟ, ଜଳ ଓ ବାୟୁ ଆବଶ୍ୟକ କରିଥା’ନ୍ତି ।
  • ଜୀବମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଗତି କରିଥା’ନ୍ତି । ଉଭିଦମାନଙ୍କ କ୍ଷେତ୍ରରେ ପ୍ରତ୍ୟକ୍ଷ ଚଳନ ଦେଖାଯାଇ ନଥାଏ । କିନ୍ତୁ କେତେକ ଶ୍ରେଣୀର ଉଦ୍ଭଦ; ଯଥା – ଶୈବାଳ ଓ ବ୍ୟାକ୍ଟେରିଆମାନେ ଚଳନ କରିଥା’ନ୍ତି ।

→ ଜୀବ ଖାଦ୍ୟ ଖାଏ :
ସମସ୍ତ ଜୀବ ବଞ୍ଚିରହିବାପାଇଁ ଖାଦ୍ୟ ଆବଶ୍ୟକ କରନ୍ତି । ଖାଦ୍ୟ ଜୀବକୁ ଶକ୍ତି ପ୍ରଦାନ କରିବା ସହ ଚଳନ ଓ ବୃଦ୍ଧିରେସାହାଯ୍ୟ କରିଥାଏ ।

ତୁମପାଇଁ କାମ – ୨

  • ଖାଦ୍ୟ ଜୀବକୁ ଶକ୍ତି ପ୍ରଦାନ କରିବା ସହ ଚଳନ ଓ ବୃଦ୍ଧିରେ ସାହାଯ୍ୟ କରିଥାଏ ।

ଜୀବର ବୃଦ୍ଧି :
ଉଭିଦମାନେ ମାଟିରୁ ଜଳ ଓ ଖଣିଜ ଲବଣ ନେଇ ନିଜେ ନିଜ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ପ୍ରାଣୀମାନେ ନିଜ ଖାଦ୍ୟ ପାଇଁ ଉଭିଦମାନଙ୍କ ଉପରେ ନିର୍ଭର କରନ୍ତି ।
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 5

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

→ ଜୀବର ଶ୍ୱସନ :

ତୁମପାଇଁ କାମ – ୩

  • ଗୋଟିଏ ବୋତଲରେ କିଛି ସ୍ବଚ୍ଛ ଚୂନ ପାଣି ନିଅ । ସେଥୁରେ କିଛି ଭିଜା ଗଜାମୁଗ ନେଇ ଗୋଟିଏ କନାରେ ବାନ୍ଧି ଝୁଲାଇ ଦିଅ । କିଛି ସମୟ ଅପେକ୍ଷା କର । କିଛି ସମୟ ପରେ ବୋତଲରେ ଥିବା ସ୍ଵଚ୍ଛ ଚୂନପାଣି ଦୁଧୂ ବର୍ଷ ହୋଇଯିବ । ଆମେ ପ୍ରଶ୍ଵାସ ଦ୍ବାରା ବାୟୁ ଶରୀର ଭିତରକୁ ନେଉ । ସେଥୁରେ ଥ‌ିବା ଅମ୍ଳଜାନକୁ ବ୍ୟବହାର କରି ପରେ ନିଃଶ୍ଵାସ ଦ୍ଵାରା ଅଙ୍ଗାରକାମ୍ଳ ଯୁକ୍ତ ବାୟୁକୁ ବାହାରକୁ ଛାଡୁ ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 6
  • ଏହି ନିଃଶ୍ଵାସ, ପ୍ରଶ୍ଵାସ କରିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ । ଶ୍ଵସନରେ ବାହାରୁଥିବା ଅଙ୍ଗାରକାମ୍ଳ ଚୂନପାଣିକୁ ଦୁଧୂଆ ବର୍ଷ କରିଦିଏ । ଏହିପରି ସମସ୍ତ ଜୀବ ଶ୍ବସନ କ୍ରିୟା କରନ୍ତି । ପ୍ରାଣୀମାନଙ୍କ ପରି ଉଭିଦମାନେ ମଧ୍ୟ ଶ୍ଵାସନକ୍ରିୟା କରନ୍ତି । ଗଜାମୁଗ ବଦଳରେ ଜିଆ କନାରେ ବାନ୍ଧି ପରୀକ୍ଷାଟି କର ।

(iv) ସମସ୍ତ ଜୀବ ଶ୍ୱସନ କ୍ରିୟା କରିଥା’ନ୍ତି । ନିଃଶ୍ୱାସ, ପ୍ରଶ୍ବାସ କରିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା ବା ଶ୍ୱସନକ୍ରିୟା କୁହାଯାଏ । ଶ୍ଵାସନରେ ବାହାରୁଥିବା ଅଙ୍ଗାରକାମ୍ଳ ଚୂନପାଣିକୁ ଦୁଧୂ ବର୍ଷ କରିଦିଏ ।

→ ଜୀବର ରେଚନ :
(v) ସମସ୍ତ ଜୀବ ଖାଦ୍ୟ ଖାଆନ୍ତି । ଖାଦ୍ୟର ସାରାଂଶ ଶରୀର ଗ୍ରହଣ କରିବା ପରେ ଏଥିରୁ କେତେକ ବର୍ଜ୍ୟବସ୍ତୁ ସୃଷ୍ଟି ହୁଏ । ବର୍ଜ୍ୟବସ୍ତୁ ଶରୀର ବାହାରକୁ ତ୍ୟାଗ କରିବାକୁ ରେଚନ କୁହାଯାଏ ।

  • ପ୍ରାଣୀମାନେ ରେଚନ କ୍ରିୟାଦ୍ଵାରା ମଳ, ମୂତ୍ର, ଝାଳ ତ୍ୟାଗକରନ୍ତି । ସଜନା ଗଛର ଅଠା ସେହି ଗଛର ଶରୀରରୁ ବାହାରୁଥିବା ଏକ ବର୍ଜ୍ୟବସ୍ତୁ ।

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

→ ଜୀବମାନଙ୍କ ପ୍ରତିକ୍ରିୟା :

ତୁମ ପାଇଁ କାମ – ୪

  • ଗୋଟିଏ ଛୋଟିଆ ଗଛ ଉପରେ ଗୋଟିଏ ମାଟି ହାଣ୍ଡିକୁ ଘୋଡ଼ାଇ ଦିଅ ଏବଂ ହାଣ୍ଡି ଦେହରେ ଗୋଟିଏ ପାଖକୁ ଛୋଟ କଣାଟିଏ କରିଦିଅ ।
  • କିଛି ଦିନ ଅପେକ୍ଷା କର । ହାଣ୍ଡି ଭିତରୁ ଗଛଟି କଣାଦେଇ ବାହାରକୁ ବାହାରିବ । କାରଣ ଗଛ ଆଲୋକ ପାଇବା ପାଇଁ ହାଣ୍ଡିର କଣା ମଧ୍ୟଦେଇ ପଦାକୁ ବାହାରିଲା ସମସ୍ତ ଜୀବ ପ୍ରତିକ୍ରିୟା କରନ୍ତି ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 7

→ ଜୀବମାନଙ୍କ ବଂଶବୃଦ୍ଧି :

  • କୁକୁଡ଼ା ଅଣ୍ଡା ଦିଏ । ସେହି ଅଣ୍ଡା ଫୁଟିବା ପରେ କୁକୁଡ଼ା ଛୁଆ ବାହାରେ । ବିଲେଇ, କୁକୁର ଆଦି ପ୍ରାଣୀ ମଧ୍ୟ ଛୁଆ ଜନ୍ମ କରନ୍ତି । ଏହିପରି ସମସ୍ତ ଜୀବଙ୍କର ବଂଶବୃଦ୍ଧି ଘଟିଥାଏ ।
  • ପ୍ରାଣୀମାନେ ଭିନ୍ନ ଭିନ୍ନ ଉପାୟରେ ନିଜର ବଂଶବୃଦ୍ଧି କରିଥା’ନ୍ତି । ଉଭିଦମାନେ ମଞ୍ଜି କିମ୍ବା ଗଛର ଅନ୍ୟ ଅଂଶରୁ ନିଜର ବଂଶବିସ୍ତାର କରିଥା’ନ୍ତି ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 8

ତୁମ ପାଇଁ କାମ – ୫

  • ଗୋଲାପ କିମ୍ବା ମନ୍ଦାରର ଡାଳ ନିଅ । ସେଗୁଡ଼ିକ କାଟି ମାଟିରେ ପୋତିଦିଅ । ମଝିରେ ମଝିରେ ପାଣି ଦିଅ । କିଛିଦିନ ଅପେକ୍ଷା କର । ଅନେକ ଡାଳରୁ ଚେର ବାହାରିବା ଦେଖୁବ ।ସେଗୁଡ଼ିକ ବଢ଼ି ନୂଆ ଗଛ ହୋଇଯିବ ।
  • ପ୍ରାଣୀମାନେ ଭିନ୍ନ ଭିନ୍ନ ଉପାୟରେ ନିଜର ବଂଶ ବୃଦ୍ଧି କରିଥାଆନ୍ତି । କିଏ ଅଣ୍ଡା ଦିଏ ତ କିଏ ଛୁଆ ଦେଇଥାଏ । ଉଭିଦମାନେ ମଞ୍ଜି କିମ୍ବା ଗଛର ଅନ୍ୟ ଅଂଶରୁ ନିଜର ବଂଶ ବିସ୍ତାର କରିଥାଆନ୍ତି ।
    BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 9

BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ

Question ୨ ।
ତୁମେ ଦେଖୁଥ‌ିବା ସଜୀବ ଓ ନିର୍ଜୀବ ବସ୍ତୁମାନଙ୍କର ତାଲିକା କରି ସେମାନଙ୍କଠାରେ ନିମ୍ନଲିଖ୍ତ ପ୍ରକ୍ରିୟା ହେଉଛି
ଉ –
BSE Odisha 6th Class Science Solutions Chapter 7 ଜୀବ ଓ ନିର୍ଜୀବ - 10

Leave a Comment