BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

Odisha State Board BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ Textbook Exercise Questions and Answers.

BSE Odisha Class 7 History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

୧। ନିମ୍ନଲିଖତ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

(କ) କେନ୍ଦ୍ରଶକ୍ତିର ଦୁର୍ବଳତା କିପରି ମୋଗଲ ସାମ୍ରାଜ୍ୟର ପତନ ଘଟାଇଥୁଲା, ଆଲୋଚନା କର ।
Answer:

  • ମୋଗଲ ସମ୍ରାଟ ଔରଙ୍ଗଜେବ୍‌ଙ୍କର ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟକୁ ଶାସନ କରିବାପାଇଁ ଆବଶ୍ୟକ ଦକ୍ଷତା ପରବର୍ତୀ ଶାସକମାନଙ୍କ ପାଖରେ ନଥିଲା ।
  • ଶାସନ ପ୍ରତି ଦୃଷ୍ଟି ନଦେଇ ସମ୍ରାଟମାନେ ସର୍ବଦା ଭୋଗବିଳାସରେ ଲିପ୍ତ ରହିବା ଫଳରେ ସେମାନଙ୍କର ନୈତିକ ଅଧୋଗତି ଘଟିଲା ।
  • ଅମୀର ଓ ରାଜକର୍ମଚାରୀମାନେ ନିଜ ନିଜର ସ୍ବାର୍ଥ ସାଧନ ପାଇଁ ମୋଗଲ ଦରବାରରେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ନାନା ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ । ସମ୍ରାଟମାନେ ଏହି ଷଡ଼ଯନ୍ତ୍ରର ଶିକାର ହେବା ଫଳରେ କେନ୍ଦ୍ର ଶାସନର ଅଧୋପତନ ଘଟିଲା ।
  • ଦିଲ୍ଲୀର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକ ବ୍ୟତୀତ ଦୂରବର୍ତ୍ତୀ ପ୍ରଦେଶଗୁଡ଼ିକରେ କେନ୍ଦ୍ରଶକ୍ତିର କୌଣସି କର୍ତ୍ତୃତ୍ଵ ରହିଲା ନାହିଁ ।
  • ଏତଦ୍‌ବ୍ୟତୀତ ମୋଗଲ ଦରବାର ମଧ୍ୟରେ ଚାଲିଥିବା ଗୋଷ୍ଠୀବିବାଦ କେନ୍ଦ୍ରଶକ୍ତିକୁ ଆହୁରି ଦୁର୍ବଳ କରି ଦେଇଥିଲା ।

(ଖ) ଔରଙ୍ଗଜେବ୍‌ଙ୍କ ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ କିପରି ଦାୟୀ ଥିଲା ଲେଖ ।
Answer:

  • ଔରଙ୍ଗଜେବଙ୍କ ଧର୍ମାନ୍ଧତା ଓ ହିନ୍ଦୁ ବିଦ୍ବେଷ ନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ମୁଖ୍ୟ କାରଣ ହୋଇଥିଲା ।
  • ଔରଙ୍ଗଜେବ୍ ହିନ୍ଦୁମାନଙ୍କ ଉପରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ।
  • ଶିଖ୍ ଓ ରାଜପୁତ୍ରମାନଙ୍କୁ ମଧ୍ୟ ସେ ଭଲ ବ୍ୟବହର ଦେଖାଉନଥିଲେ ।
  • ସେ ହିନ୍ଦୁମାନଙ୍କୁ ରାଜକାର୍ଯ୍ୟରୁ ଅନ୍ତର କରିଦେଇଥିଲେ । ଏହା ଫଳରେ ଜାଠ, ବୁନ୍ଦେଲ, ଶିଖ୍ ଓ ମରହଟ୍ଟାମାନେ ଔରଙ୍ଗଜେବ୍‌ଙ୍କ ପରମ ଶତ୍ରୁ ହୋଇଉଠିଲେ ।
  • ସେମାନେ ମୋଗଲ ସାମ୍ରାଜ୍ୟ ବିରୋଧରେ ଘନ ଘନ ବିଦ୍ରୋହ ଓ ଯୁଦ୍ଧ କରି ଅରାଜକତା ଓ ବିଶୃଙ୍ଖଳା ସୃଷ୍ଟି କଲେ ଯାହାଦ୍ଵାରା ମୋଗଲ ସାମ୍ରାଜ୍ୟର ମୂଳଦୁଆ ଭୁଶୁଡ଼ି ପଡ଼ିଲା ।

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

(ଗ) କେଉଁ କେଉଁ ପ୍ରାଦେଶିକ ଶକ୍ତିମାନଙ୍କର ସ୍ଵାଧୀନତା ଘୋଷଣା ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ?
Answer:

  • ଦୁର୍ବଳ ହୋଇପଡ଼ିବା ଫଳରେ କେନ୍ଦ୍ରୀୟ ଶାସନ ଅଧୀନରୁ ଦାକ୍ଷିଣାତ୍ୟ, ଅଯୋଧ୍ୟା ଓ ବଙ୍ଗଳା କ୍ରମେ ସ୍ଵାଧୀନ ହୋଇଗଲା ।
  • ଶିବାଜୀଙ୍କ ନେତୃତ୍ୱରେ ମରହଟ୍ଟାମାନେ ଦାକ୍ଷିଣାତ୍ୟରେ କ୍ରମଶଃ କ୍ଷମତା ବିସ୍ତାର କଲେ ଓ ଅହମ୍ମଦ ନଗର, ବିଜାପୁର, ଗୋଲକୁଣ୍ଡା ରାଜ୍ୟଗୁଡ଼ିକୁ ଆକ୍ରମଣ କରି କେତେକ ଦୁର୍ଗ ଅସ୍ଵୀକାର କରିନେଲେ ।
  • ଶିଖ୍, ରାଜପୁତ, ଜାଠ ଓ ରୋହିଲାମାନେ ମୋଗଲମାନଙ୍କ ସହ ସମ୍ପର୍କ ଛିନ୍ନ କଲେ । ବଙ୍ଗଳାର ଶାସକ ବଙ୍ଗ ସହିତ ଓଡ଼ିଶା ଓ ବିହାରକୁ ମିଶାଇ ଏକ ବିରାଟ ଅଞ୍ଚଳରେ ସ୍ଵାଧୀନତା ଘୋଷଣା କରିଥିଲେ ।
  • ଫଳରେ ବିଭିନ୍ନ ସ୍ଵାଧୀନ ରାଜ୍ୟର ଅଭ୍ୟୁଥାନ ହେଲା ଓ ମୋଗଲ ସାମ୍ରାଜ୍ୟର ସୀମା ସଙ୍କୁଚିତ ହୋଇଗଲା ।
  • ଏହିସବୁ କାରଣରୁ ମୋଗଲ ସାମ୍ରାଜ୍ୟର ପତନ ପାଇଁ ରାସ୍ତା ପରିଷ୍କାର ହୋଇଗଲା ।

(ଘ) ବୈଦେଶିକ ଶତ୍ରୁମାନଙ୍କର ଭାରତ ଆକ୍ରମଣ କିପରି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ, ଉଲ୍ଲେଖ କର ।
Answer:

  • ପାରସ୍ୟର ସମ୍ରାଟ ନାଦିର ଶାହ ୧୭୩୯ ଖ୍ରୀଷ୍ଟାବ୍ଦରେ ମୋଗଲ ସାମ୍ରାଜ୍ୟର ଦୁର୍ବଳତାର ସୁଯୋଗ ନେଇ ଦିଲ୍ଲୀ ଆକ୍ରମଣ କରି ପ୍ରଚୁର ଧନରତ୍ନ ଲୁଣ୍ଠନ କରିଥିଲେ ।
  • ସେ ସମ୍ରାଟ ଶାହାଜାହାନ୍‌ଙ୍କ ପ୍ରସିଦ୍ଧ ମୟୂର ସିଂହାସନ ଓ ବିଶ୍ଵବିଖ୍ୟାତ କୋହିନୁର ହୀରା ଇରାକୁ ନେଇଯାଇଥିଲେ ।
  • ନାଦିର ଶାହଙ୍କ ଆକ୍ରମଣ ଫଳରେ ସିନ୍ଧୁପ୍ରଦେଶ, ଲାହୋର, କାବୁଲ ପ୍ରଭୃତି ଅଞ୍ଚଳ ପାରସ୍ୟ ସାମ୍ରାଜ୍ୟରେ ମିଶିଗଲା ।
  • ନାଦିର ଶାହାଙ୍କ ପରେ ଆଫଗାନିସ୍ଥାନର ଶାସକ ଅହମ୍ମଦଶାହ ଅବଦଲୀ ୧୭୪୮ ଖ୍ରୀଷ୍ଟାବ୍ଦରୁ ୧୭୬୧ ପର୍ଯ୍ୟନ୍ତ ଅନେକଥର ଭାରତ ଆକ୍ରମଣ କରିଥିଲେ ।
  • ୧୭୬୧ ଖ୍ରୀଷ୍ଟାବ୍ଦରେ ତୃତୀୟ ପାନିପଥ ଯୁଦ୍ଧରେ ଅହମ୍ମଦଶାହ ଅବଦଲୀ ମରହଟ୍ଟାମାନଙ୍କୁ ପରାସ୍ତ କରିଥିଲେ ।

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) କାହାର ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଥିଲା।
(ବାବର, ଜାହାଙ୍ଗୀର, ଔରଙ୍ଗଜେବ୍, ଶାହାଜାହାନ୍)
Answer:
ଔରଙ୍ଗଜେବ୍

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

(ଖ) କିଏ ଭାରତରୁ ମୟୂର ସିଂହାସନ ନେଇ ଯାଇଥିଲେ ?
(ବୈରାମ ଖାଁ, ଶିବାଜୀ, ନାଦିର ଶାହ, ଅହମ୍ମଦଶାହ ଅବଦଲୀ)
Answer:
ନାଦିର ଶାହ

(ଗ) ତୃତୀୟ ପାନିପଥ ଯୁଦ୍ଧରେ ପରାସ୍ତ କରିଥିଲେ ?
(ତୈମୁରଲଙ୍ଗ, ନାଦିର ଶାହ, ଅହମ୍ମଦଶାହ ଅବଦଲୀ, ରବର୍ଟ କ୍ଲାଇନ୍)
Answer:
ଅହମ୍ମଦଶାହ ଅବଦଲୀ

(ଘ) କେଉଁ ଖ୍ରୀଷ୍ଟାବ୍ଦରେ ନାଦିର ଶାହ ଭାରତ ଆକ୍ରମଣ କରିଥିଲେ ?
(୧୫୫୨, ୧୭୩୯, ୧୭୪୮, ୧୭୬୧)
Answer:
୧୭୩୯

(ଙ) ତୃତୀୟ ପାନିପଥ ଯୁଦ୍ଧ କେଉଁ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?
(୧୭୪୧, ୧୭୫୧, ୧୭୫୭, ୧୭୬୧)
Answer:
୧୭୬୧

୩ । ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ କାରଣ ଓ ଧର୍ମଗତ କାରଣ ମଧ୍ୟରୁ ତୁମେ କେଉଁଟିକୁ ପ୍ରାଧାନ୍ୟ ଦେବ ଓ କାହିଁକି ?
Answer:

  • ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ କାରଣ ଓ ଧର୍ମଗତ କାରଣ ମଧ୍ୟରୁ ଧର୍ମଗତ କାରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ କାରଣ ମିତବ୍ୟୟତା ଅବଲମ୍ବନ କରି ପ୍ରଜାମାନଙ୍କ ସହଯୋଗରେ ନିଅଣ୍ଟିଆ ଅର୍ଥନୀତିର ଅଧୋଗତିକୁ ସଜାଡ଼ି ଦିଆଯାଇ ପାରିଥା’ନ୍ତା ।
  • ମାତ୍ର ଔରଙ୍ଗଜେବଙ୍କ ଧର୍ମବିଦ୍ବେଷ ନୀତିଦ୍ଵାର। ହିନ୍ଦୁ ପ୍ରଜାମାନେ ମୋଗଲ ଶାସନ ପ୍ରତି ବିଦ୍ରୋହୀ ହୋଇଉଠିଲେ ।
  • ହିନ୍ଦୁ ରାଜକର୍ମଚାରୀମାନଙ୍କୁ ରାଜକାର୍ଯ୍ୟରୁ ଅନ୍ତର କରିବା ଫଳରେ ସେମାନେ ମୋଗଲ ଶାସକଙ୍କୁ ଶତ୍ରୁଭାବେ
  • ରାଜପୁତ୍ରମାନେ ମଧ୍ୟ ଅପମାନିତ ହୋଇ ମୋଗଲ ଶାସନ ବିରୋଧୀ ହୋଇଥିଲେ । ଏଣୁ ଧର୍ମଗତ କାରଣ ମୋଗଲ ସାମ୍ରାଜ୍ୟ ପତନ ପାଇଁ ଅଧୂକ ଦାୟୀ ବୋଲି କୁହାଯାଇପାରେ ।

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

୪। ମରହଟ୍ଟା ଓ ବଙ୍ଗର ଶାସକ ମଧ୍ୟରୁ କିଏ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବେଶୀ ଦାୟୀ ଥିଲେ, ପ୍ରମାଣ ସହ ଦର୍ଶାଅ ।
Answer:

  • ମରହଟ୍ଟା ଓ ବଙ୍ଗର ଶାସକ ମଧ୍ୟରୁ ବଙ୍ଗର ଶାସକ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବେଶୀ ଦାୟୀ ଥିଲେ ।
  • ମରହଟ୍ଟାମାନେ ଦାକ୍ଷିଣାତ୍ୟରେ କ୍ଷମତା ବିସ୍ତାର କରି ଅହମ୍ମଦନଗର, ବିଜାପୁର ଓ ଗୋଲକୁଣ୍ଡାର କେତେକ ଦୁର୍ଗ ଅତ୍‌କାର କରିଥିଲେ ।
  • ମାତ୍ର ବଙ୍ଗଳାର ଶାସକ ବଙ୍ଗ ସହିତ ଓଡ଼ିଶା ଓ ବିହାରକୁ ମିଶାଇ ଏକ ବିରାଟ ଅଞ୍ଚଳ ଉପରେ ନିଜର ସ୍ଵାଧୀନତା ଘୋଷଣା କରିବା ଫଳରେ ମୋଗଲ ସାମ୍ରାଜ୍ୟ ପତନର ରାସ୍ତା ଫିଟିଗଲା । ଏଣୁ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବଙ୍ଗର ଶାସକଙ୍କୁ ଅଧ‌ିକ ଦାୟୀ କରାଯାଇପାରେ ।

୫ । କେଉଁ ବୈଦେଶିକ ଆକ୍ରମଣ ମୋଗଲ ସାମ୍ରାଜ୍ୟର ବିଶେଷ କ୍ଷତି ଘଟାଇଥଲା ଓ କାହିଁକି ?
Answer:

  • ନାଦିର ଶାହ ୧୭୩୯ ଖ୍ରୀ.ଅ.ରେ ଓ ଅହମ୍ମଦ ଶାହ ଅଲୀ ୧୭୪୮ରୁ ୧୭୬୧ ଖ୍ରୀ.ଅ ମଧ୍ୟରେ
  • ଏଥୁମଧ୍ଯରୁ ନାଦିର ଶାହଙ୍କ ଭାରତ ଆକ୍ରମଣ ମୋଗଲ ସାମ୍ରାଜ୍ୟର ଅଧିକ କ୍ଷତି ସାଧନ କରିଥିଲା, କାରଣ—
    (a) ସେ ଦିଲ୍ଲୀ ଆକ୍ରମଣ କରି ବହୁ ଲୋକଙ୍କୁ ହତ୍ୟା କରି ଅନେକ ଧନରତ୍ନ ଲୁଣ୍ଠନ କରିଥିଲେ ଓ ଶାହାଜାହାନଙ୍କ ପ୍ରସିଦ୍ଧ ମୟୂର ସିଂହାସନ, କୋହିନୁର ହୀରା ନେଇଯାଇଥିଲେ ।
    (b) ଏହାଛଡ଼ା ସିନ୍ଧୁ ପ୍ରଦେଶ, ଲାହୋର, କାବୁଲ ପ୍ରଭୃତି ଅଞ୍ଚଳକୁ ପାରସ୍ୟରେ ମିଶାଇ ଦେଇଥିଲେ ।
    (c) ମାତ୍ର ଅହମ୍ମଦ ଶାହ ଅଦଲୀ କେବଳ ଧନରତ୍ନ ଲୁଣ୍ଠନ ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରିଥିଲେ ।

Leave a Comment