BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.4

Odisha State Board BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.4 Textbook Exercise Questions and Answers.

BSE Odisha Class 7 Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.4

Question 1.
ଜଣେ ଦୋକାନୀ ରିହାତି ଦରରେ ବିଭିନ୍ନ ବସ୍ତୁକୁ ବିକ୍ରି କରିଥାଏ କାହିଁକି ? ତୁମେ ଯାହା ଭାବୁଛ ସେଗୁଡ଼ିକୁ ଲେଖ ।
ସମାଧାନ:
(i) ଦୋକାନୀ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାପାଇଁ ବସ୍ତୁକୁ ରିହାତିରେ ବିକ୍ରି କରିଥାଏ ।
(ii) ଦୋକାନରେ ଅଧିକ ପରିମାଣର ସାମଗ୍ରୀ ଗଚ୍ଛିତ ଥିଲେ ଦୋକାନୀ ସେଗୁଡ଼ିକର ଅଧ୍ଵ ବିକ୍ରି ପାଇଁ ରିହାତି ଦେଇଥାଏ ।

Question 2.
ଛୋଟ ପିଲାଙ୍କ ଲାଗି ଥ‌ିବା ଗୋଟିଏ ସାଇକେଲ୍‌ର ଲିଖ୍ ମୂଲ୍ୟ 1680 ଟଙ୍କା । ଦଶହରା ପୂଜା ଉପଲକ୍ଷେ ସାଇକେଲ୍ ଟିକୁ ଦୋକାନୀ 20% ରିହାତି ଦାମ୍‌ରେ ବିକ୍ରି କରିବାକୁ ସ୍ଥିର କଲେ । ତେବେ ଜଣେ ଗ୍ରାହକଙ୍କୁ ସେ ସାଇକେଲ୍ ଟି କିଣିବା ପାଇଁ କେତେ ମୂଲ୍ୟ ଦେବାକୁ ପଡ଼ିବ ?
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.3 1
ସମାଧାନ:
ସାଇକେଲର ଲିଖ୍ ମୂଲ୍ୟ = 1680 ଟଙ୍କା ଓ ରିହାତି = 20%
∴ ରିହାତିର ପରିମାଣ = ଲିଖ୍ତ ମୂଲ୍ୟର 20% = 1680 × \(\frac{20}{100}\) ଟଙ୍କା = 336 ଟଙ୍କା
ସାଇକେଲଟିର ବିକ୍ରିମୂଲ୍ୟ = ଲିଖ୍ତ ମୂଲ୍ୟ – ରିହାତି = 1680 ଟଙ୍କା – 336 ଟଙ୍କା = 1344 ଟଙ୍କା
∴ ଗ୍ରାହକଙ୍କୁ ସେ ସାଇକେଲ୍ଟି କିଣିବା ପାଇଁ 1344 ଟଙ୍କା ଦେବାକୁ ପଡ଼ିବ ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.4

Question 3.
ଗୋଟିଏ ଫୁକ୍‌ର ସୂଚୀତ ମୂଲ୍ୟ 250 ଟଙ୍କା l ଦୋକାନରେ ଥ‌ିବା ପୋଷାକଗୁଡ଼ିକୁ ଶୀଘ୍ର ବିକ୍ରି କରିଦେବା ଲାଗି ଦୋକାନୀ ଦାମ୍ଭିକୁ କମାଇ ସେହି ଫ୍ରକ୍‌କୁ 210 ଟଙ୍କାରେ ବିକ୍ରି କଲା । ତେବେ ସେ ଶତକଡ଼ା କେତେ ରିହାତି ଦେଲେ ?
ସମାଧାନ:
ଫ୍ରକ୍‌ଟିର ସୂଚିତ ମୂଲ୍ୟ = 250 ଟଙ୍କା ଓ ବିକ୍ରିମୂଲ୍ୟ = 210 ଟଙ୍କା ।
ରିହାତି = ସୂଚିତ ମୂଲ୍ୟ – ବିକ୍ରିମୂଲ୍ୟ = 250 ଟ. – 210 ଟ. = 40 ଟଙ୍କା
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.3 3
ଦୋକାନୀ 16% ରିହାତି ଦେଲେ ।

Question 4.
ଗୋଟିଏ କଲମର ଦାମ୍ 8 ଟଙ୍କା । ମାତ୍ର ସେହି ପ୍ରକାର ତିନୋଟି କଲମ କିଣିଲେ 10% ରିହାତିରେ ବିକ୍ରି କରାଯିବା ଲାଗି ଦୋକାନୀ ବିଜ୍ଞାପନ ଦେଇଥିଲେ । ତେବେ ତିନୋଟି କଲମର ବିକ୍ରି ଦର କେତେ ହେବ ?
ସମାଧାନ:
ଗୋଟିଏ କଲମର ଦାମ୍ = 8 ଟଙ୍କା
ସେହି ପ୍ରକାର 3ଟି କଲମର ଦାମ୍ = 8 × 3 ଟଙ୍କା = 24 ଟଙ୍କା ଓ ରିହାତି = 10%
ରିହାତିର ପରିମାଣ = 24 ଟଙ୍କାର 10% = ଟ. 24 × \(\frac{10}{100}\) = ଟ.  2.40 ସା 
∴ ତିନୋଟି କଲମର ବିକ୍ରି ଦର = ସୂଚିତ ମୂଲ୍ୟ – ରିହାତି = ଟ.24.00 – ଟ. 2.40 = ଟ. 21.60

Question 5.
ଗୋଟିଏ ବାଲ୍ଟିର ଲିଖ୍ ଦାମ୍ 120 ଟଙ୍କା । ପ୍ରଦର୍ଶନୀ ବେଳେ ଜଣେ ଦୋକାନୀ ତିନୋଟି ବାଲ୍ଟିର ଦାମ୍‌ରେ ଚାରୋଟି ବାଲ୍ଟି ଦେବା ଲାଗି ତାଙ୍କ ଦୋକାନ ସାମଗ୍ରୀରେ ଲେଖୁଥିଲେ । ତେବେ ଏହି ସୁବିଧା ନେଇ ଜଣେ ସେହି ଦୋକାନରୁ ତିନୋଟି ବାଲ୍ଟି ନେଲେ, ସେ ଶତକଡ଼ା କେତେ ରିହାତି ପାଇଲେ ?
ସମାଧାନ:
ଗୋଟିଏ ବାଲ୍‌ଟିର ଲିଖ୍ ଦାମ୍ = 120 ଟଙ୍କା ।
∴ 4 ଟି ବାଲ୍‌ଟିର ଲିଖ୍ ଦାମ୍ ମିଶି ହେବ = 120 x 4 = 480 ଟଙ୍କା ।
3 ଟି ବାଲ୍‌ଟିର ଲିଖ୍ ଦାମ୍ = 120 × 3 = 360 ଟଙ୍କା ।
ରିହାତି ପରିମାଣ = ଲିଖ୍ତ ଦାମ୍ – ବିକ୍ରିଦାମ୍ = ଟ. 480 – ଟ.360 = 120 ଟଙ୍କା
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.3 4

Question 6.
ଯାତ୍ରା ପଡ଼ିଆରେ ଗୋଟିଏ ଦୋକାନରେ 80 ଟଙ୍କା ଲିଖ୍ତ ମୂଲ୍ୟର ଗୋଟିଏ ସ୍କୁଲ ବ୍ୟାଗ୍କୁ 15% ରିହାତିରେ ବିକ୍ରି ହେଉଥ‌ିବା ସ୍ଥଳେ ଅନ୍ୟ ଏକ ଦୋକାନୀ 90 ଟଙ୍କା ମୂଲ୍ୟ ଲେଖାଥ‌ିବା ବ୍ୟାଗକୁ 22% ରିହାତିରେ ବିକ୍ରି କରାଯାଉଥିଲା । ସୀମା ଗୋଟିଏ ବ୍ୟାଗ୍ କିଣିବ । ହିସାବ କରି କହ, କେଉଁ ଦୋକାନରୁ ବ୍ୟାଗ୍ କିଣିଲେ କେତେ ମୂଲ୍ୟ ଦେବାକୁ ପଡ଼ିବ ?
BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.3 2

ସମାଧାନ:
ପ୍ରଥମ ଦୋକାନ୍‌ରେ ବ୍ୟାଗର ଲିଖ୍ତ ମୂଲ୍ୟ ଟ.80 ଓ ରିହାତି 15% ।
ରିହାତିର ପରିମାଣ = 80 ଟ. ର 15% = 80 × \(\frac{15}{100}\) ଟ. = 12 ଟଙ୍କା
∴ ବ୍ୟାଗର ବିକ୍ରିମୂଲ୍ୟ = ଲିଖ୍ତ ମୂଲ୍ୟ – ରିହାତି = ଟ. 80 – ଟ. 12 = ଟ. 68
ଦ୍ଵିତୀୟ ଦୋକାନରେ ବ୍ୟାଗର ଲିଖ୍ତ ମୂଲ୍ୟ = ଟ. 90 ଓ ରିହାତି = 22%
ରିହାତି ପରିମାଣ = 90 ଟ.ର 22% = ଟ. 90 × \(\frac{22}{100}\) = ଟ. 19.80
ଦ୍ୱିତୀୟ ଦୋକାନରେ ବ୍ୟାଗ୍ଟିର ବିକ୍ରିମୂଲ୍ୟ = ଲିଖିତ ମୂଲ୍ୟ – ରିହାତି = ଟ. 90 – ଟ. 19.80 = ଟ. 70.20
∴ ପ୍ରଥମ ଦୋକାନରୁ ବ୍ୟାଗ୍ କିଣିଲେ 68.00 ଓ ଦ୍ୱିତୀୟ ଦୋକାନର ବ୍ୟାଗ୍ କିଣିଲେ 70.20 ଦେବାକୁ ପଡ଼ିବ ।

BSE Odisha 7th Class Maths Solutions Chapter 8 ବ୍ୟାବହାରିକ ଗଣିତ Ex 8.4

Question 7.
ଜଣେ ଦୋକାନୀ ତାଙ୍କ ଦୋକାନରେ ଥିବା ତିନି ଚକିଆ ସାଇକେଲ୍ ଉପରେ 460 ଟଙ୍କା ଦାମ୍ ଲେଖୁଥିଲେ ଏବଂ 25% ରିହାତି ନେଇ ବିକ୍ରି କଲେ । ସେଥ‌ିରେ ତାଙ୍କର 15% ଲାଭ ପାଇଥିଲେ, ସାଇକେଲଟିକୁ ସେ କେତେ ଦାମ୍‌ରେ କିଣିଥିଲେ ?
ସମାଧାନ:
ତିନି ଚକିଆ ସାଇକେଲର ଲିଖ୍ ମୂଲ୍ୟ = 460 ଟଙ୍କା ଓ ରିହାତି = 25%
ରିହାତିର ପରିମାଣ = 460 ଟ. ର 25% = 460 × \(\frac{25}{100}\) ଟଙ୍କା = 115 ଟଙ୍କା
ବିକ୍ରି ମୂଲ୍ୟ = ଲିଖ୍ତ ମୂଲ୍ୟ – ରିହାତି = ଟ. 460 – ଟ. 115 = 345 ଟଙ୍କା
ଦୋକାନୀ ପାଇଥ‌ିବା ଲାଭ = 15%
115 ଟଙ୍କା ବିକ୍ରିମୂଲ୍ୟ ବେଳେ କିଣାମୂଲ୍ୟ 100 ଟଙ୍କା ।
1 ଟଙ୍କା ବିକ୍ରିମୂଲ୍ୟ ବେଳେ କିଣାମୂଲ୍ୟ \(\frac{100}{115}\) ଟଙ୍କା
345 ଟଙ୍କା ବିକ୍ରିମୂଲ୍ୟ ବେଳେ କିଣାମୂଲ୍ୟ \(\frac{345}{115}\) × 100  ଟଙ୍କା = 300 ଟଙ୍କା ।
∴ ସାଇକେଲ୍‌ଟିକୁ 300 ଟଙ୍କାରେ କିଣିଥିଲେ ।

Leave a Comment