BSE Odisha 7th Class Political Science Notes Chapter 1 ସମ୍ବିଧାନ

Odisha State Board BSE Odisha 7th Class Political Science Notes Chapter 1 ସମ୍ବିଧାନ will enable students to study smartly.

BSE Odisha Class 7 Political Science Notes Chapter 1 ସମ୍ବିଧାନ

ବିଷୟବସ୍ତୁସମ୍ବହ

  • ସମ୍ବିଧାନ କ’ଣ
  • ସମ୍ବିଧାନର ପ୍ରକାରଭେଦ (ବିକଶିତ ସମ୍ବିଧାନ, ସମ୍ବିଧାନ ପ୍ରଣୟନ ସଭାଦ୍ୱାରା ପ୍ରଣୀତ ସମ୍ବିଧାନ, ଲିଖ୍ ସମ୍ବିଧାନ, ଅଲିଖତ ସମ୍ବିଧାନ, ନମନୀୟ ସମ୍ବିଧାନ ଓ ଅନମନୀୟ ସମ୍ବିଧାନ)

BSE Odisha 7th Class Political Science Notes Chapter 1 ସମ୍ବିଧାନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ସମ୍ବିଧାନ କ’ଣ ?

  • ସମ୍ବିଧାନ ଗୋଟିଏ ରାଷ୍ଟ୍ରର ମୌଳିକ ତଥା ସର୍ବୋଚ୍ଚ ଆଇନ । ଏହା ଦେଶର ଜନସାଧାରଣଙ୍କୁ ଶୃଙ୍ଖଳିତ କରିବା ସହିତ ସରକାରକୁ ସୁନିୟନ୍ତ୍ରିତ କରେ ଓ ସରକାରଙ୍କ ଉତ୍ତରଦାୟିତ୍ୱ ବଢ଼ାଏ ।
  • ସମ୍ବିଧାନ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ କ୍ଷମତା ବଣ୍ଟନ ଓ ଶାସନ ସୁନିୟନ୍ତ୍ରଣ କରାଯାଇଅଛି ।
  • ସମ୍ବିଧାନ ବ୍ୟତୀତ ଅଧୁନା ଗୋଟିଏ ରାଷ୍ଟ୍ରର ପରିକଳ୍ପନା କରାଯାଇପାରିବ ନାହିଁ । ଏହା ରାଷ୍ଟ୍ରର ସର୍ବୋଚ୍ଚ ଆଇନ ।
  • ସମ୍ବିଧାନ କହିଲେ ଆମେ ନିମ୍ନଲିଖ୍ ବିଷୟକୁ ବୁଝୁ; ଯଥା—
    (i) ସରକାରର ସଙ୍ଗଠନ ଓ କ୍ଷମତା,
    (ii) ଦେଶର ସୁପରିଚାଳନା ପାଇଁ ନିୟମ ଓ ବିଧ୍,
    (iii) ଜନସାଧାରଣ ଓ ସରକାର ମଧ୍ୟରେ ସମ୍ପର୍କ,
    (iv) ଜନସାଧାରଣଙ୍କର ଅଧିକାର ଓ କର୍ତ୍ତବ୍ୟର ବିବରଣୀ ଏବଂ ସୁରକ୍ଷା ।

BSE Odisha 7th Class Political Science Notes Chapter 1 ସମ୍ବିଧାନ

→ ସମ୍ବିଧାର ପ୍ରକାରଭେଦ :

  • ସମ୍ବିଧାନକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା—
    (i) ବିକଶିତ ସମ୍ବିଧାନ
    (ii) ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ପ୍ରଣୀତ ସମ୍ବିଧାନ ।

(i) ବିକଶିତ ସମ୍ବିଧାନ– ଏହି ସମ୍ବିଧାନକୁ କେହି ପ୍ରଣୟନ କରିନଥା’ନ୍ତି । ଏହା ଆପେ ଆପେ ଘଟଣା ଚକ୍ରରେ, ଐତିହାସିକ ବିବର୍ତ୍ତନ, ବିକଶିତ ରାଜନୈତିକ ଆବଶ୍ୟକତାଦ୍ୱାରା ବିକାଶ ଲାଭ କରିଥାଏ । ବିକଶିତ ସମ୍ବିଧାନ ସାମାଜିକ ଆଚରଣ, ଚଳଣି, ପ୍ରଥା ଓ ପରମ୍ପରା ଉପରେ ପର୍ଯ୍ୟବସିତ ।
(ii) ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ପ୍ରଣୀତ ସମ୍ବିଧାନ– ଲୋକପ୍ରତିନିଧୂମାନଙ୍କଦ୍ୱାରା ସମ୍ବିଧାନ ପ୍ରଣୟନ ସଭା ଆହ୍ଵାନ କରାଯାଇ ଉକ୍ତ ସଭା କିମ୍ବା ଅନ୍ୟ କୌଣସି କ୍ଷମତାପ୍ରାପ୍ତ ସଂସ୍ଥାଦ୍ଵାରା ସମ୍ବିଧାନ ଲିଖିତ ଦଲିଲ ଆକାରରେ ଲିପିବଦ୍ଧ ହେଲେ ଏହାକୁ ଲିଖିତ ସମ୍ବିଧାନ କୁହାଯାଏ । ଏଥ‌ିପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ଥାଏ । (ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ ଓ ଭାରତର ସମ୍ବିଧାନ ଲିଖିତ ସମ୍ବିଧାନ ।)

BSE Odisha 7th Class Political Science Notes Chapter 1 ସମ୍ବିଧାନ

  • ଲିଖିତ ସମ୍ବିଧାନ (Written Constitution) ଗୋଟିଏ ଦେଶର ସାମ୍ବିଧାନିକ ଆଇନ ଯାହାକୁ ସେହି ଦେଶର ସରକାର ଓ ଜନସାଧାରଣ ମାନିବାକୁ ବାଧ୍ୟ । ଏଥିରେ ସରକାରର ସଙ୍ଗଠନ, ସରକାରର ବିଭିନ୍ନ ଅଙ୍ଗମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ, ନାଗରିକମାନଙ୍କ ଅଧିକାର ଏବଂ ସୁରକ୍ଷା ଏବଂ ସରକାର ଓ ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ ଆଦିର ବର୍ଣ୍ଣନା ଥାଏ । ଏହା ଦେଶର ସର୍ବୋଚ୍ଚ ଆଇନ ଅଟେ ।

* ଗାରନରଙ୍କ ମତରେ, ଲିଖିତ ସମ୍ବିଧାନ ଏକ ସୁଚିନ୍ତିତ ଯୋଜନା ଯାହାକି ଯତ୍ନ ସହକାରେ ସମ୍ବିଧାନ ପ୍ରଣୟନ ସଭା କିମ୍ବା ଅନ୍ୟ କୌଣସି କ୍ଷମତାପ୍ରାପ୍ତ ସଭାଦ୍ଵାରା ପ୍ରଣୟନ ଓ ଅନୁମୋଦନ ଲାଭ କରିଥାଏ ।

BSE Odisha 7th Class Political Science Notes Chapter 1 ସମ୍ବିଧାନ

  • ଅଲିଖିତ ସମ୍ବିଧାନ (Unwritten Constitution) କୌଣସି ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ତିଆରି ହୋଇନଥାଏ । ଏହା କୌଣସି ଲିଖିତ ପୁସ୍ତକ ବା ଦଲିଲ ଆକାରରେ ଲିପିବଦ୍ଧ ହୋଇ ପ୍ରକାଶିତ ହୁଏ ନାହିଁ । ଏହା ମୁଖ୍ୟତଃ ପ୍ରଥା, ପରମ୍ପରା ଓ ଚଳଣି ଉପରେ ଆଧାରିତ ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ ଲିଖ ଆଇନ ଓ ପ୍ରଥାଦ୍ଵାରା ପରିଚାଳିତ ହୁଏ । (ବ୍ରିଟିଶ୍ ସମ୍ବିଧାନ ଏକ ଅଲିଖିତ ସମ୍ବିଧାନ ।)
  • ସମ୍ବିଧାନ ସଂଶୋଧନ ପ୍ରଣାଳୀ ଅନୁସାରେ ସମ୍ବିଧାନକୁ ମୁଖ୍ୟତଃ ଦୁଇ ପ୍ରକାରରେ ବିଭକ୍ତ କରାଯାଏ; ଯଥା—
    (i) ନମନୀୟ ସମ୍ବିଧାନ (Flexible Constitution)
    (ii) ଅନମନୀୟ ସମ୍ବିଧାନ (Rigid Constitution) ।
  • ନମନୀୟ ସମ୍ବିଧାନ (Flexible Constitution) : ଯେଉଁ ସମ୍ବିଧାନକୁ ସହଜ ଉପାୟରେ ସଂଶୋଧନ କରାଯାଇପାରେ ତାହାକୁ ନମନୀୟ ସମ୍ବିଧାନ କୁହାଯାଏ । ବ୍ରିଟିଶ୍ ସମ୍ବିଧାନ ଏକ ନମନୀୟ ସମ୍ବିଧାନ ।
  • ଅନମନୀୟ ସମ୍ବିଧାନ (Rigid Constitution) : ଯେଉଁ ସମ୍ବିଧାନର ସଂଶୋଧନ ପ୍ରଣାଳୀ କଷ୍ଟସାଧ୍ୟ ଏବଂ ସମ୍ବିଧାନିକ ଆଇନଗୁଡ଼ିକ ସମ୍ବିଧାନର ନିର୍ଦ୍ଦିଷ୍ଟ ପଦ୍ଧତି ଅନୁସାରେ ସଂଶୋଧନ କରାଯାଇପାରେ ତାହାକୁ ଅନମନୀୟ ସମ୍ବିଧାନ କୁହାଯାଏ । ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ଏକ ଅନମନୀୟ ସମ୍ବିଧାନ ।

Leave a Comment