BSE Odisha 7th Class Political Science Notes Chapter 4 ମାନବିକ ଅଧ୍ବକାର

Odisha State Board BSE Odisha 7th Class Political Science Notes Chapter 4 ମାନବିକ ଅଧ୍ବକାର will enable students to study smartly.

BSE Odisha Class 7 Political Science Notes Chapter 4 ମାନବିକ ଅଧ୍ବକାର

ବିଷୟବସ୍ତୁସମ୍ବହ

  • ମାନବିକ ଅଧ୍ଵରର ଘୋଷଣା
  • ନାରୀ ଅଧିକାର
  • ଶିଶୁ ଅଧିକାର
  • ନାରୀ ସଶକ୍ତିକରଣ

BSE Odisha 7th Class Political Science Notes Chapter 4 ମାନବିକ ଅଧ୍ବକାର

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→  ମାନବିକ ଅଧ୍ବରର ଘୋଷଣା :

  • ଜାତି, ଧର୍ମ, ଲିଙ୍ଗ, ବର୍ଣ୍ଣ, ସରକାରର ପ୍ରକାରଭେଦ ନିର୍ବିଶେଷରେ ଗୋଟିଏ ମଣିଷ ଧରାପୃଷ୍ଠରେ ଜନ୍ମନେବା ସମୟଠାରୁ ଆନନ୍ଦରେ ମଣିଷ ଭଳି ବଞ୍ଚିବାପାଇଁ ତା’ର ଅଧିକାରକୁ ମାନବିକ ଅଧିକାର କୁହାଯାଏ । ବିଂଶ ଶତାବ୍ଦୀରେ ଏହା ସାର୍ବଜନୀନ ମାନ୍ୟତା ହାସଲ କରିଛି।
  • ୧୯୪୫ ମସିହାରେ ମିଳିତ ଜାତିସଂଘର ସନନ୍ଦ ଗ୍ରହଣ କରାଯାଇ ୨୪ ଅକ୍ଟୋବର ୧୯୪୫ ମସିହାରୁ କାର୍ଯ୍ୟକାରୀ ହେଲା । ସେଥ‌ିରେ ଆନ୍ତର୍ଜାତୀୟ ସହଯୋଗ, ଭ୍ରାତୃଭାବ ଓ ମାନବିକ ଅଧିକାର ଉପରେ ଗୁରୁତ୍ଵ ପ୍ରଦାନ କରାଗଲା।
  • ୧୯୪୮ ମସିହା ଡିସେମ୍ବର ୧୦ ତାରିଖ ଦିନ ମିଳିତ ଜାତିସଂଘର ସାଧାରଣ ପରିଷଦରେ ସାର୍ବଜନୀନ ମାନବିକ ଅସ୍ଵାକାର ଘୋଷଣା କରାଗଲା । ତେଣୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ମାନବିକ ଅସ୍ଵୀକାର ଦିବସ ରୂପେ ଗ୍ରହଣ କରାଯାଇଛି।
  • ୧୯୯୩ ମସିହାରୁ ଜାତୀୟ ମାନବ ଅଧିକାର ଆୟୋଗ ଏବଂ ୨୦୦୩ ମସିହାରୁ ଆମ ରାଜ୍ୟରେ ମାନବ ଅଧିକାର ଆୟୋଗ କାର୍ଯ୍ୟ କରୁଛି।
  • ସୁରକ୍ଷା ଦେବାର ଦାୟିତ୍ଵରେ ଥିବା ପୋଲିସ ଅଧିକାରୀମାନେ ମଧ୍ୟ ମାନବିକ ଅଧିକାର ଉଲଂଘନ କରୁଛନ୍ତି। କେବଳ କ୍ଷମତାଶାଳୀ ରାଷ୍ଟ୍ରଗୁଡ଼ିକଦ୍ଵାରା ମାନବିକ ଅଧିକାର ଉଲଂଘନ ହେଉନାହିଁ, ରାଷ୍ଟ୍ରର ଲୋକମାନଙ୍କୁ ପ୍ରକାଶ ପାଇଛି ।
  • ଆନ୍ତର୍ଜାତୀୟ ଆତଙ୍କବାଦୀ ମାନବିକ ଅଧିକାର ପ୍ରତି ଏକ ଆହ୍ବାନ ଭାବରେ ଦେଖାଦେଇଛି ଯାହାର ଶିକାର ନିରୀହ ଜନସାଧାରଣ ହେଉଛନ୍ତି । ମହିଳା, ଶିଶୁ ଓ ପଛୁଆ ବର୍ଗଙ୍କର ମାନବିକ ଅଧିକାର ଉଲ୍ଲଙ୍ଘନ ହେଉଛି ।

BSE Odisha 7th Class Political Science Notes Chapter 4 ମାନବିକ ଅଧ୍ବକାର

→  ନାରୀ ଅଧିକାର :

  • ନାରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ, ନାରୀ ନିର୍ଯାତନା, ନାରୀ ଧର୍ଷଣ, ଯୌତୁକଜନିତ ହତ୍ୟା, କନ୍ୟାଭୃଣ ହତ୍ୟା ଆଦି ଘଟଣା ଆଜିକାଲି ସମାଜରେ ବହୁଳ ଭାବରେ ପରିଲକ୍ଷିତ ହେଉଛି ।
  • ପୁରୁଷ ପରି ନାରୀ ମଧ୍ଯ ସମାଜର ଏକ ବଳିଷ୍ଠ ଅଙ୍ଗ । ଏଣୁ ନାରୀମାନେ ସମାଜରେ ଅବହେଳିତ ହେବା ଅନୁଚିତ । ପୁରୁଷମାନଙ୍କ ପରି ନାରୀମାନଙ୍କୁ ସମାନ ଅଧିକାର ଦିଆଯିବା ଆବଶ୍ୟକ ।
  • ୧୯୭୬ ମସିହା ସମାନ ମଜୁରୀ ଆଇନ ବଳରେ ଭାରତରେ ଏକା କାମ ପାଇଁ ନାରୀ ଓ ପୁରୁଷ ସମାନ ମଜୁରୀ ପାଇବାର ବ୍ୟବସ୍ଥା ଅଛି ।

→ ଶିଶୁ ଅଧ୍ବକାର :

  • ଶିଶୁମାନେ ଭବିଷ୍ୟତର ନାଗରିକ । ଦେଶର ସମୃଦ୍ଧି ସେହି ଭାବୀ ନାଗରିକମାନଙ୍କ ଉପରେ ନିର୍ଭର କରେ । ମାତ୍ର ଆମ ଦେଶରେ ୫ରୁ ୧୪ବର୍ଷ ମଧ୍ୟରେ ଥ‌ିବା ୫୦%ରୁ ଅଧ‌ିକ ଶିଶୁ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ସେମାନେ ଉପଯୁକ୍ତ ଖାଦ୍ୟ, କ୍ରୀଡ଼ା ଓ ଆମୋଦ ପ୍ରମୋଦ ପାଇବାରୁ ବଞ୍ଚିତ ହେଉଛନ୍ତି ।
  • ସମ୍ବିଧାନରେ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ଏକ ଅଧ୍ୟାର ରୂପେ ଗ୍ରହଣ କରାଯାଇଛି ।
  • ଶିଶୁମାନଙ୍କର ଶିକ୍ଷାଦାନ ଅଭିଭାବକମାନଙ୍କର ମୌଳିକ କର୍ତ୍ତବ୍ୟ ବୋଲି ସମ୍ବିଧାନରେ ଉଲ୍ଲେଖ କରାଯାଇଅଛି ।

BSE Odisha 7th Class Political Science Notes Chapter 4 ମାନବିକ ଅଧ୍ବକାର

→ ନାରୀ ସଶକ୍ତିକରଣ :

  • ଭାରତରେ ପୁରୁଷପ୍ରଧାନ ସମାଜ ପ୍ରତିଷ୍ଠା ଲାଭ କରିଛି । ଝିଅଟିଏ ବିବାହ ପରେ ସ୍ବାମୀଗୃହରେ ବାସ କରୁଛି । କରିବାରେ ପଛୁଆ ନୁହେଁ । ରାଜନୀତି, ଶିକ୍ଷା, ବିଚାର ବ୍ୟବସ୍ଥା, ବିଜ୍ଞାନ ପ୍ରଭୃତିରେ ନାରୀ ଆଜି ଆଗୁଆ ଓ ସମ୍ମାନିତା ।
  • ବର୍ତ୍ତମାନ ସରକାର ‘ନାରୀ ସଶକ୍ତିକରଣ’ ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରୁଛନ୍ତି ।
  • ନାରୀମାନଙ୍କୁ ପ୍ରୋତ୍ସାହିତ କରିବାପାଇଁ ନାରୀ ସୁରକ୍ଷା, ଜନନୀ ସୁରକ୍ଷା ଆଦି ଯୋଜନାମାନ କରାଗଲାଣି ।
  • ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ନାରୀ ଦିବସ ଓ ମେ ମାସ ଦ୍ବିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଉଛି । ୧୯୭୫ ମସିହାକୁ ଆନ୍ତର୍ଜାତୀୟ ନାରୀ ବର୍ଷ ରୂପେ ପାଳନ କରାଯାଇଥିଲା ।

Leave a Comment