Odisha State Board BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା Textbook Exercise Questions and Answers.
BSE Odisha Class 9 History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା
୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଦକ୍ଷିଣ ଭାରତରେ ନିର୍ମିତ ପଲ୍ଲବ, ଚୋଳ ଓ ପାଣ୍ଡମାନଙ୍କର ମୂର୍ତ୍ତିକଳାର ଏକ ବିବରଣୀ ପ୍ରଦାନ କର ।
Answer:
ଦକ୍ଷିଣ ଭାରତରେ ନିର୍ମିତ ପଲ୍ଲବ, ଚୋଳ ଓ ପାଣ୍ଡମାନଙ୍କର ମୂର୍ତ୍ତିକଳାର ଏକ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।
- ଦକ୍ଷିଣ ଭାରତରେ ପଲ୍ଲବ ରାଜତ୍ଵ ସମୟରେ ଦ୍ରାବିଡ଼ ଶୈଳୀ ନାମକ ଏକ ନୂତନ ମୂର୍ତ୍ତିକଳା ଓ ସ୍ଥାପତ୍ୟ ଶୈଳୀ ପ୍ରବର୍ତ୍ତିତ ହୋଇଥିଲା ।
- ତାମିଲନାଡୁର ମହାବଳୀପୁରମ୍ ବା ମାମଲାପୁରମ୍ ସହରରେ ପାହାଡ଼ ଉପରେ ଥିବା ମଣ୍ଡପଗୁଡ଼ିକ ସେ ସମୟର କଳାର ଉତ୍କର୍ଷତାର ପ୍ରମାଣ ଦିଏ । ଏଠାରେ ମନ୍ଦିରଗୁଡ଼ିକ ନିକଟରୁ ମିଳିଥିବା ପଥର ଖୋଦିତ ସିଂହ, ହାତୀ ଓ ବୃଷଭର ପ୍ରତିକୃତି ପ୍ରତୀକାତ୍ମକ ଭାବେ ଯଥାକ୍ରମେ ଦୁର୍ଗା, ଇନ୍ଦ୍ର ଓ ଶିବଙ୍କୁ ପ୍ରକାଶ କରୁଥିଲା ।
- ଚୋଳବଂଶର ରାଜତ୍ଵ ସମୟରେ ତ୍ରିଚିନାପଲ୍ଲୀ ଜିଲ୍ଲାର ଶ୍ରୀନିଭାସାନାଲୁରଠାରେ ନିର୍ମିତ କେରଙ୍ଗନାଥ ମନ୍ଦିର କାନ୍ତରେ ଦେବଦେବୀଙ୍କ ମୂର୍ତ୍ତିସମୂହ, ତାଞ୍ଜାଭୁରଠାରେ ନିର୍ମିତ ବୃହଦୀଶ୍ଵର ମନ୍ଦିରର ମୂର୍ତ୍ତିକଳା, ନଟରାଜ ଶିବ ଓ ଅନ୍ୟ ହିନ୍ଦୁ ଦେବଦେବୀ ଓ ସନ୍ଥମାନଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ।
- ପାଣ୍ଡବଂଶର ରାଜତ୍ୱ ସମୟରେ ନିର୍ମିତ ମନ୍ଦିରଗୁଡ଼ିକର ଗୋପୁରମରେ ଖୋଦିତ କାରୁକାର୍ଯ୍ୟ, ଦରସୁରମଠାରେ ନିର୍ମିତ କୁମ୍ଭକୋନମ ମନ୍ଦିରର ଗୋପୁରମ୍ରେ ଅତ୍ୟନ୍ତ ଚିତ୍ତାକର୍ଷକ ଚିତ୍ରକଳା ପାଠ୍ୟକଳାର ଉତ୍କୃଷ୍ଟ ନିଦର୍ଶନ ।
- ସପ୍ତଦଶ ଶତାବ୍ଦୀରେ ରାମେଶ୍ଵରମ୍ ଓ ମଦୁରାଠାରେ ନିର୍ମିତ ଶିବ ଓ ମିନାକ୍ଷୀ ମନ୍ଦିରମାନଙ୍କ ମୂର୍ତ୍ତିକଳାରେ ଦ୍ରାବିଡ଼ ଶୈଳୀର ଚରମ ପର୍ଯ୍ୟାୟ ଦେଖିବାକୁ ମିଳିଥାଏ ।
(ଖ) ସୁଲତାନୀୟ ଓ ମୋଗଲ ଶାସନ ସମୟରେ ସଙ୍ଗୀତ କଳାର କିପରି ବିକାଶ ହୋଇଥିଲା ?
Answer:
- ସୁଲତାନୀୟ ଶାସନ କାଳରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମୀର ଖୁସ୍ଙ୍କର ଆବିର୍ଭାବ ହୋଇଥିଲା । ସେ ଭାରତୀୟ ସ୍ବରରେ ତାଙ୍କ କବିତାଗୁଡ଼ିକ ଆବୃତ୍ତି କରିବା ସହିତ ଦୁଇଟି ନୂତନ ସଙ୍ଗୀତ ଶୈଳୀ କୱାଲୀ ଓ ଖେୟାଲ୍ ସୃଷ୍ଟି କରିଥିଲେ ।
- ମୁସଲମାନମାନେ ହିନ୍ଦୁମାନଙ୍କ ବାଦ୍ୟଯନ୍ତ୍ର ଓ ‘ଧୁପଦ୍’ ରାଗକୁ ଗ୍ରହଣ କରିଥିଲେ ଓ ଦୁଇ ବାଦ୍ୟଯନ୍ତ୍ର ସୀତାର ଓ ତବଲା ପ୍ରଚଳନ କରିଥିଲେ ।
- ମୋଗଲ ଶାସକମାନେ ଭାରତୀୟ ସଙ୍ଗୀତ କଳାର ଅନେକ ବିକାଶ ଘଟାଇଥିଲେ । ଆକବର ତାଙ୍କ ଦରବାରକୁ ଗ୍ବାଲିୟରର ସଙ୍ଗୀତଜ୍ଞ ମିଆଁ ତାନ୍ସେନ୍ ଓ ମାଓ୍ବାର ବାଜ୍ ବାହାଦୂରଙ୍କୁ ନିମନ୍ତ୍ରଣ କରିଥିଲେ । ତାଙ୍କ ସମୟରେ ତରାନା, ଠୁମ୍ରୀ, ଗଜଲ ଭଳି ସଙ୍ଗୀତର ନୂତନ ରାଗର ସୃଷ୍ଟି ହୋଇଥିଲା ।
- ମୋଗଲ ସମ୍ରାଟ ଶାହାଜାହାନ୍ ନିଜେ କେତେକ ଗୀତ ରଚନା କରିବା ସହିତ ବିକାନିର୍ର ଜଗନ୍ନାଥ ଭଟ୍ଟ ଏବଂ ଜନାର୍ଦ୍ଦନ ଭଟ୍ଟଙ୍କ ଭଳି ପ୍ରସିଦ୍ଧ ହିନ୍ଦୁ ସଙ୍ଗୀତଜ୍ଞଙ୍କର ପୃଷ୍ଠପୋଷକତା କରିଥିଲେ ।
- ସୁଲତାନ ମହମ୍ମଦ ଶାହାଙ୍କ ଦରବାରରେ ଅଦରଙ୍ଗ ଓ ସଦରଙ୍ଗ ନାମକ ଦୁଇଜଣ ସଙ୍ଗୀତଜ୍ଞ ଖେୟାଲ୍ ପରିବେଷଣ କରୁଥିଲେ । ଏହିପରିଭାବେ ସୁଲତାନୀୟ ଓ ମୋଗଲ ଶାସନ କାଳରେ ସଙ୍ଗୀତ କଳାର ପ୍ରଭୂତ ବିକାଶ ଘଟିଥିଲା ।
(ଗ) ମୌର୍ଯ୍ୟ ଓ ଗୁପ୍ତଯୁଗରେ ଭାରତୀୟ ସାହିତ୍ୟର ଅଗ୍ରଗତି ସମ୍ପର୍କରେ ଏକ ପ୍ରବନ୍ଧ ଲେଖ ।
Answer:
- ମୌର୍ଯ୍ୟ ଯୁଗରେ କୌଟିଲ୍ୟଙ୍କ ରଚିତ ଶାସନ ପଦ୍ଧତି ସମ୍ବନ୍ଧୀୟ ରାଜନୈତିକ ଦର୍ଶନର ବିଶିଷ୍ଟ ଗ୍ରନ୍ଥ ‘ଅର୍ଥଶାସ୍ତ୍ର ’ ଭାରତୀୟ ସାହିତ୍ୟର ଅମୂଲ୍ୟ ସମ୍ପଦ ।
- ଗୁପ୍ତଯୁଗରେ ପ୍ରସିଦ୍ଧ ନାଟ୍ୟକାର ଓ କବି କାଳିଦାସଙ୍କଦ୍ୱାରା ରଚିତ ‘ଅଭିଜ୍ଞାନ ଶାକୁନ୍ତଳମ୍’ ନାଟକ, ‘ମାଳାବିକାଗ୍ନିମିତ୍ରମ୍’, ‘ବିକ୍ରମୋର୍ବଶୀୟମ୍’, ‘ରଘୁବଂଶମ୍’, ‘ଋତୁ ସଂହାର’ ଓ ‘ମେଘଦୂତମ୍’ ପ୍ରଭୃତି କାବ୍ୟ ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛି ।
- ସେ ସମୟରେ ରଚିତ ଅନ୍ୟାନ୍ୟ ନାଟ୍ୟକୃତି ମଧ୍ୟରେ ଶୂଦ୍ରକଙ୍କ ‘ମୂଚ୍ଛକଟିକମ୍, ବିଶାଖାଦତ୍ତଙ୍କ ‘ମୁଦ୍ରାରାକ୍ଷସ’ . ଓ ଐତିହାସିକ ନାଟକ ‘ଦେବୀ ଚନ୍ଦ୍ରଗୁପ୍ତମ୍’ ଭାରତୀୟ ସାହିତ୍ୟକୁ ବିଶେଷ ଅବଦାନ ଅଟେ ।
- ଦଣ୍ଡିନ୍ଙ୍କ ରଚିତ କବିତା କଳା ସମ୍ବନ୍ଧିତ ‘କାବ୍ୟାଦର୍ଶ’ ଓ ରୋମାଞ୍ଚ କର ଗଳ୍ପ ‘ଦଶକୁମାର ଚରିତମ୍’, ଭାରବିଙ୍କ କବିତା ‘କିରାତାର୍ଜୁନୀୟମ୍’, ଅମରସିଂହଙ୍କ ଅଭିଧାନ ‘ଅମର କୋଷ’ ଏବଂ ବିଷ୍ଣୁଶର୍ମାଙ୍କ ରଚିତ ଗଳ୍ପଗୁଚ୍ଛ ‘ପଞ୍ଚତନ୍ତ୍ରମ୍’ ଭାରତୀୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି ।
- କହୁଣଙ୍କଦ୍ଵାରା ଲିଖ୍ ‘ରାଜତରଙ୍ଗିଣୀ’, ବାଣଭଟ୍ଟଙ୍କଦ୍ୱାରା ରଚିତ ‘ହର୍ଷ ଚରିତ’ ଓ ‘କାଦମ୍ବରୀ’, ଜୟଦେବଙ୍କଦ୍ବାରା ରଚିତ ‘ଗୀତଗୋବିନ୍ଦ’ ଭାରତୀୟ ସାହିତ୍ୟରେ ମାଇଲଖୁଣ୍ଟ ସଦୃଶ । ଉପରୋକ୍ତ ଆଲୋଚନାରୁ ମୌର୍ଯ୍ୟ ଓ ଗୁପ୍ତଯୁଗରେ ଭାରତୀୟ ସାହିତ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ମିଳିଥାଏ ।
(ଘ)ଗଣିତ ବିଜ୍ଞାନରେ ଭାରତୀୟମାନଙ୍କ ଅବଦାନଗୁଡ଼ିକ ବର୍ତ୍ତନ କର ।
Answer:
- ଆବିଷ୍କୃତ ହୋଇଥିବା ସିନ୍ଧୁ ସଭ୍ୟତା ସମୟର କେତେକ ବଟକରାରୁ ସେ ସମୟର ବ୍ୟବସାୟୀମାନଙ୍କର ଗଣିତ ଜ୍ଞାନ ଥିବା ସୂଚନା ମିଳିଥାଏ ।
- ବୈଦିକ ଯୁଗରେ ଗାଣିତିକ ଜ୍ଞାନ ସହିତ ଜ୍ୟାମିତିକ ଜ୍ଞାନ ପ୍ରଚଳନ ଥିବାର ସୁଲ୍ସସୂତ୍ରରୁ ଜଣାଯାଏ ।
- ଗୁପ୍ତଯୁଗରେ ବିଶିଷ୍ଟ ଗଣିତଜ୍ଞ ଆର୍ଯ୍ୟଭଟ୍ଟ ଓ ବ୍ରହ୍ମଗୁପ୍ତଙ୍କଦ୍ୱାରା ବିଭିନ୍ନ ପ୍ରକାର କ୍ଷେତ୍ରର କ୍ଷେତ୍ରଫଳ ବା ଘନଫଳ ନିର୍ଣ୍ଣୟ କରିବା ଏବଂ ଏକ ବୃତ୍ତର ପରିସ୍ ଉପରେ ଚାରୋଟି କୋଣକୁ ରଖ୍ ଏକ ଚତୁର୍ଭୁଜାକାର କ୍ଷେ କରିବା ପଦ୍ଧତି ନିର୍ଦ୍ଧାରଣ କରାଯାଇଥିଲା ।
- ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ପାଣିନୀଙ୍କଦ୍ଵାରା ଓ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀରେ ପିଙ୍ଗଳାଙ୍କ ‘ଚନ୍ଦ୍ରଶାସ୍ତ୍ର’ରେ ଶୂନ୍ୟ ବିଷୟରେ ଧାରଣା ଦିଆଯାଇଥିଲେ ସୁଦ୍ଧା ଆର୍ଯ୍ୟଭଟ୍ଟ ଶୂନ୍ୟର ବ୍ୟବହାର ସମ୍ପର୍କରେ ଏବଂ ବ୍ରହ୍ମଗୁପ୍ତ ଶୂନ୍ୟଟ କାର୍ଯ୍ୟକାରିତାର ନିୟମ ସମ୍ପର୍କରେ ଅଧିକ ସ୍ପଷ୍ଟ ଭାବରେ ବୁଝାଇଛନ୍ତି ।
- ଗଣିତ ବିଦ୍ୟାକୁ ଭାରତର ଦୁଇଟି ଅନନ୍ୟ ଅବଦାନ ହେଉଛି ଦଶମିକ ସଂଖ୍ୟାଙ୍କନ ଓ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଥମ ନଅଟି ସଂଖ୍ୟାର ମୂଲ୍ୟରେ ପାର୍ଥକ୍ୟ ।
୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) ଅଶୋକଙ୍କ ସମୟରେ ଉତ୍ତର ପ୍ରଦେଶ ଓ ଓଡ଼ିଶାରେ ନିର୍ମିତ ଦୁଇଟି ପ୍ରସିଦ୍ଧ ମୂର୍ତ୍ତିକଳା କ’ଣ ?
Answer:
ଅଶୋକଙ୍କ ସମୟରେ ଉତ୍ତର ପ୍ରଦେଶର ସାରନାଥ ସ୍ତମ୍ଭର ଅଗ୍ରଭାଗରେ ଥିବା ସିଂହର ପ୍ରତିକୃତି ଓ ଓଡ଼ିଶାର ଧଉଳି ପାହାଡ଼ ନିକଟରେ ଥିବା ପ୍ରସ୍ତର ଖୋଦିତ ହସ୍ତୀର ବାହ୍ୟରୂପର ଚିତ୍ର ସେ ସମୟର ଦୁଇଟି ପ୍ରସିଦ୍ଧ ମୂର୍ତ୍ତିକଳାର ପରିଚୟ ଦେଇଥାଏ ।
(ଖ) କଳା ଓ ସ୍ଥାପତ୍ୟରେ ଉତ୍ତର-ଭାରତ ଓ ଦକ୍ଷିଣ ଭାରତରେ ଅନୁସୃତ ଶୈଳୀ କ’ଣ ଭାବରେ ପରିଚିତ ଲେଖ ।
Answer:
କଳା ଓ ସ୍ଥାପତ୍ୟରେ ଉତ୍ତର ଭାରତରେ ଅନୁସୃତ ଶୈଳୀ ଇଣ୍ଡୋ-ଆରିଆନ୍ ବା ‘ନାଗର ଶୈଳୀ’ ଏବଂ ଦକ୍ଷିଣ ଭାରତରେ ଅନୁସୃତ ଶୈଳୀ ‘ଦ୍ରାବିଡ଼ୀୟ ଶୈଳୀ’ ଭାବରେ ପରିଚିତ ।
(ଗ) କେଉଁ ସ୍ଥାନଗୁଡ଼ିକର ଚିତ୍ରକଳା ଗୁପ୍ତଯୁଗର କଳାନୈପୁଣ୍ୟ ଦର୍ଶାଏ ?
Answer:
ମହାରାଷ୍ଟ୍ରର ଅଉରଙ୍ଗାବାଦ ନିକଟରେ ଅଜନ୍ତା ଗୁମ୍ଫାରେ, ମଧ୍ୟପ୍ରଦେଶର ଗ୍ବାଲିଅରଠାରେ ବାଘ ଗୁମ୍ଫାରେ, ତାମିଲନାଡୁରେ ପୁଦ୍ଧକୋଟାଇଠାରେ ସିଭାନାଭାସାଲ୍ ମନ୍ଦିରରେ ଓ ଶ୍ରୀଲଙ୍କାର ସିଗିରିଆଠାରେ ପଥରକଟା କୋଠରିଗୁଡ଼ିକରେ ଜଳରଙ୍ଗର ଚିତ୍ରକଳା ଗୁପ୍ତଯୁଗର କଳାନୈପୁଣ୍ୟର ନିଦର୍ଶନ ବହନ କରେ ।
(ଘ) କେଉଁ ଦୁଇଟି ଆବିଷ୍କାର ସିନ୍ଧୁ ସଭ୍ୟତାର ନୃତ୍ୟକଳାର ସୂଚନା ଦିଏ ?
Answer:
ମହେଞ୍ଜୋଦାରୋରୁ ଆବିଷ୍କୃତ ଏକ ନର୍ତ୍ତକୀର ପଥର ମୂର୍ତ୍ତି ଓ ହରପ୍ପାରୁ ଆବିଷ୍କୃତ ଏକ ନୃତ୍ୟରତା ମହିଳାର ବ୍ରୋଞ୍ଜ ମୂର୍ତ୍ତିର ଆବିଷ୍କାର ସିନ୍ଧୁ ସଭ୍ୟତାର ନୃତ୍ୟକଳାର ସୂଚନା ଦିଏ ।
(ଙ) ଭାରତର ଦୁଇଟି ମୁଖ୍ୟ ଶାସ୍ତ୍ରୀୟ ସଙ୍ଗୀତର ନାମ କ’ଣ ଓ ସେଗୁଡ଼ିକ ଯଥାକ୍ରମେ କେଉଁ ଅଞ୍ଚଳରୁ ସୃଷ୍ଟି ହୋଇଛି ?
Answer:
- ଭାରତର ଦୁଇଟି ମୁଖ୍ୟ ଶାସ୍ତ୍ରୀୟ ସଙ୍ଗୀତର ନାମ ହେଲା – ହିନ୍ଦୁସ୍ଥାନୀ ସଙ୍ଗୀତ ଏବଂ କର୍ଣାଟିକ୍ ସଙ୍ଗୀତ ।
- ଏହା ଯଥାକ୍ରମେ ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ଅଞ୍ଚଳରୁ ସୃଷ୍ଟି ହୋଇଛି ।
(ଚ) ଆସାମ, କେରଳ, ଓଡ଼ିଶା ଓ ପଞ୍ଜାବର ସାମରିକ ନୃତ୍ୟଗୁଡ଼ିକର ନାମ କ୍ରମାନ୍ୱୟରେ ଲେଖ ।
Answer:
ସାମରିକ ନୃତ୍ୟଗୁଡ଼ିକ ମଧ୍ୟରେ ଆସାମର ସତ୍ରିଆ, କେରଳର କଲ୍ଲାରିପାୟଟୁ, ଓଡ଼ିଶାର ପାଇକ ଏବଂ ପଞ୍ଜାବର ସତେବ୍ଜୀ ନୃତ୍ୟ ଜନପ୍ରିୟ ଅଟେ ।
(ଛ) ଅଶୋକଙ୍କ ସମୟର ସ୍ଥାପତ୍ୟକୁ କେଉଁ ଚାରିଟି ଭାଗରେ ବିଭକ୍ତ କରାଯାଏ ?
Answer:
- ଅଶୋକଙ୍କ ସମୟର ସ୍ଥାପତ୍ୟକୁ ଚାରୋଟି ଭାଗରେ ବିଭକ୍ତ କରାଯାଏ ।
- ସେଗୁଡ଼ିକ ହେଲା – ସ୍ତୁପ, ସ୍ତମ୍ଭ, ପ୍ରାସାଦ ଓ ଗୁମ୍ଫା ।
(ଜ) ଗୁପ୍ତଯୁଗର ସ୍ଥାପତ୍ୟ ବହନ କରୁଥିବା ଚାରିଟି ପ୍ରଧାନ ମନ୍ଦିରଗୁଡ଼ିକର ଅବସ୍ଥିତି ଉଲ୍ଲେଖ କର ।
Answer:
ଗୁପ୍ତଯୁଗର ସ୍ଥାପତ୍ୟ ବହନ କରୁଥିବା ଚାରୋଟି ପ୍ରଧାନ ମନ୍ଦିରର ନାମ ହେଲା – ଉତ୍ତର ପ୍ରଦେଶର ଦେଓଗଡ଼ଠାରେ ଥିବା ଦଶାବତାର ମନ୍ଦିର, ଭିତରଗାଁଓଠାରେ ଥିବା ଇଟାରେ ନିର୍ମିତ ମନ୍ଦିର, ମଧ୍ୟପ୍ରଦେଶର ତିଠାରେ ଥିବା ବିଷ୍ଣୁ ମନ୍ଦିର, ଭୁମରାଠାରେ ଥିବା ଶିବ ମନ୍ଦିର ।
(ଝ) ବରାହମିହିରଙ୍କ ରଚିତ ଦୁଇଟି ପୁସ୍ତକର ନାମ କ’ଣ ?
Answer:
ବରାହମିହିରଙ୍କର ରଚିତ ଦୁଇଟି ପୁସ୍ତକର ନାମ ହେଲା, ବୃହତ୍ ସଂହିତା ଏବଂ ପଞ୍ଚ ସିଦ୍ଧାନ୍ତିକା ।
(ଞ) ପ୍ରାଚୀନ ଯୁଗରେ ଚରକ ଓ ଶୁଶ୍ରୁତ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କେଉଁ କେଉଁ ବିଷୟରେ ସୂଚନା ଦେଇଥିଲେ ?
Answer:
- ପ୍ରାଚୀନ ଯୁଗରେ ଚରକ କାମଳ ରୋଗର ନିଦାନ ଓ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଥିଲେ ।
- ଶରୀର ଗଠନ ବିଦ୍ୟା ପାଇଁ ଶୁଶ୍ରୁତ ଶଲ୍ୟ ଚିକିତ୍ସାକୁ ଗୁରୁତ୍ୱ ଦେଇଥିଲେ ।
୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ତାଞ୍ଜାଭୁରଠାରେ ବୃହଦୀଶ୍ଵର ମନ୍ଦିର କେଉଁ ସମ୍ରାଟ ନିର୍ମାଣ କରିଥିଲେ ?
Answer:
ତାଞ୍ଜାଭୁରଠାରେ ବୃହଦୀଶ୍ଵର ମନ୍ଦିର ରାଜରାଜ ଚୋଳ ନିର୍ମାଣ କରିଥିଲେ ।
(ଖ) ଏଲୋରାର କେଉଁ ମନ୍ଦିର ରାଷ୍ଟ୍ରକୂଟ ସମୟର ବିସ୍ମୟକର କଳାର ନିଦର୍ଶନ ?
Answer:
ଏଲୋରାର କୈଳାସ ମନ୍ଦିର ରାଷ୍ଟ୍ରକୂଟ ସମୟର ବିସ୍ମୟକର କଳାର ନିଦର୍ଶନ ଅଟେ ।
(ଗ) କେଉଁ ଦୁଇଜଣ ପାରସିକ ଚିତ୍ରଶିଳ୍ପୀଙ୍କ ସହାୟତାରେ ହୁମାୟୁନ୍ ଭାରତରେ ଚିତ୍ରକଳାର ବିକାଶ ଘଟାଇଥିଲେ ?
Answer:
ହୁମାୟୁନ୍ ପାରସ୍ୟର ଦୁଇଜଣ ଦକ୍ଷ ଚିତ୍ରଶିଳ୍ପୀ ସୟଦ୍ ଅଲ୍ଲୀ ତାବରେଜୀ ଓ ବ୍ଲାଜା ଅବଦୁସ୍ ସମଦ୍ଙ୍କ ସହାୟତାରେ ଭାରତରେ ଚିତ୍ରକଳାର ବିକାଶ ଘଟାଇଥିଲେ ।
(ଘ) ପଞ୍ଜାବ-ହିମାଳୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ରାଜପୁତ୍ ଚିତ୍ରକଳା ଶୈଳୀର ଉପଶାଖା କେଉଁ ନାମରେ ପରିଚିତ ?
Answer:
ପଞ୍ଜାବ-ହିମାଳୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ରାଜପୁତ୍ ଚିତ୍ରକଳା ଶୈଳୀର ଉପଶାଖା କାଙ୍ଗ୍ରା ଶୈଳୀ ଭାବେ ଏବଂ ଉକ୍ତ ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ ଏହା ‘ପାହାଡ଼ୀ ଶୈଳୀ’ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲା ।
(ଙ) ‘ଲକ୍ଷ୍ମଣୀ’ କେଉଁ ରାଜ୍ୟର ଲୋକନୃତ୍ୟ ?
Answer:
‘ଲୱଣୀ’ ମହାରାଷ୍ଟ୍ର ରାଜ୍ୟର ଲୋକନୃତ୍ୟ ଅଟେ ।
(ଚ) ସମଗ୍ର ଏସିଆରେ ପ୍ରସିଦ୍ଧି ଲାଭ କରିଥିବା କନିଷ୍କଙ୍କଦ୍ୱାରା ନିର୍ମିତ ଉଚ୍ଚ ଗମ୍ବୁଜ କେଉଁଠାରେ ଅବସ୍ଥିତ ?
Answer:
ସମଗ୍ର ଏସିଆରେ ପ୍ରସିଦ୍ଧି ଲାଭ କରିଥିବା କନିଷ୍କଙ୍କଦ୍ୱାରା ନିର୍ମିତ ଉଚ୍ଚ ଗମ୍ବୁଜ ପୁରୁଷପୁରଠାରେ ଅବସ୍ଥିତ ।
(ଛ) କେଉଁ ଶାସକ କୁତବ୍ମିନାରର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ ?
Answer:
ସାମ୍ସୁଦ୍ଦିନ୍ ଇଲ୍ଡ୍ମିସ୍ କୁତବ୍ମିନାରର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ ।
(ଜି) ଦିଲ୍ଲୀର ଲାଲ୍କିଲ୍ଲା କିଏ ନିର୍ମାଣ କରିଥିଲେ ?
Answer:
ଦିଲ୍ଲୀର ଲାଲକିଲ୍ଲା ମୋଗଲ ସମ୍ରାଟ ଶାହାଜାହାନ୍ ନିର୍ମାଣ କରିଥିଲେ ।
(ଝ) କାବୁଲ୍ ବାଗ୍ ବା କାବୁଲ୍ ଉଦ୍ୟାନ କେଉଁଠାରେ ଅବସ୍ଥିତ ?
Answer:
କାବୁଲ୍ ବାଗ୍ ବା କାବୁଲ୍ ଉଦ୍ୟାନ ପାନିପଥଠାରେ ଅବସ୍ଥିତ ।
(ଞ) ଶିଖ୍ମାନଙ୍କ ସ୍ୱର୍ଣ୍ଣ ମନ୍ଦିର କେଉଁଠାରେ ଅବସ୍ଥିତ ?
Answer:
ପଞ୍ଜାବର ଅମୃତସର ଅଞ୍ଚଳରେ ଶିଖ୍ମାନଙ୍କ ସ୍ଵର୍ଣ୍ଣମନ୍ଦିର ଅବସ୍ଥିତ ।
୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
(କ) ଗୁପ୍ତଯୁଗରେ କେଉଁ କଳା ମୌର୍ଯ୍ୟ କଳା ଲୋପ ପାଇ ସମ୍ପୂର୍ଣ ଭାରତୀୟ ଶୈଳୀରେ ମୂର୍ତ୍ତିକଳା ନିର୍ମିତ ହୋଇଥିଲା ?
(i) ମୌର୍ଯ୍ୟ କଳା
(ii) ମଥୁରା କଳା
(iii) ଗାନ୍ଧାର କଳା
(iv) ଦ୍ରାବିଡ଼ ଶୈଳୀ
Answer:
(iii) ଗାନ୍ଧାର କଳା
(ଖ) ରାଜପୁତ୍ରମାନଙ୍କ ସମୟରେ ରାଜସ୍ଥାନର କେଉଁ ସ୍ଥାନରେ ଏକ-ଲିଙ୍ଗ ମନ୍ଦିର ନିର୍ମିତ ହୋଇଥିଲା ?
(i) ଓସିଆ
(ii) ଚିତୋରଗଡ଼
(iii) ମାଉଣ୍ଟ ଆବୁ
(iv) ଉଦୟପୁର
Answer:
(iv) ଉଦୟପୁର
(ଗ) କେଉଁ ରାଜ୍ୟରୁ ‘କଥାକଲି’ ଶସ୍ତ୍ରୀୟ ନୃତ୍ୟ ସୃଷ୍ଟି ହୋଇଛି ?
(i) କୋରଳ
(ii) ତାମିଲନାଡୁ
(iii) ଆନ୍ଧ୍ରପ୍ରଦେଶ
(iv) ଉତ୍ତରପ୍ରଦେଶ
Answer:
(i) କୋରଳ
(ଘ) କାଶ୍ମୀର ମନ୍ଦିର ସ୍ଥାପତ୍ୟ ଶୈଳୀରେ କେଉଁଠାରେ ଏକ ସୂର୍ଯ୍ୟ ମନ୍ଦିର ନିର୍ମିତ ହୋଇଥିଲା ?
(i) ଗ୍ବାଲିୟର
(ii) ମଉଁଳ
(iii) କୋଣାର୍କ
(iv) ଅବନ୍ତୀପୁର
Answer:
(ii) ମଉଁଳ
(ଙ) ଦକ୍ଷିଣରେ ଭିଥଲ ମନ୍ଦିର କାହାଦ୍ଵାରା ନିର୍ମିତ ହୋଇଥିଲା ?
(i) ରାଜରାଜ ଚୋଳ
(ii) ଖାରବେଳ
(iii) କୃଷ୍ଣଦେବ ରାୟ
(iv) ରାଣାକୁମ୍ଭ
Answer:
(iii) କୃଷ୍ଣଦେବ ରାୟ
(ଚ) ଜାହଙ୍ଗୀରଙ୍କଦ୍ଵାରା କେଉଁଠାରେ ଆକବର ମକବରା ନିର୍ମାଣ କରାଯାଇଥିଲା ?
(i) ଫତେବାଦ
(ii) ଫତେପୁର ସିକ୍ରି
(iii) ସିକନ୍ଦରା
(iv) ସାହାଦାରା
Answer:
(iii) ସିକନ୍ଦରା
(ଛ) ଦିଲ୍ଲୀର ପୁରୁଣା ଜିଲ୍ଲା କେଉଁ ସମ୍ରାଟଙ୍କ ସମୟର କୀର୍ତ୍ତି ?
(i) ବାବର
(ii) ଶେରଶାହ
(iii) ଆଲ୍ଲାଉଦ୍ଦିନ୍ ଖ୍ଜୀ
(iv) ଶାହାଜାହାନ୍
Answer:
(ii) ଶେରଶାହ
(ଜ) କେଉଁ ରାଜ୍ୟ ‘ଜମ୍ପାନୀ’ ଶାଢ଼ି ପାଇଁ ପ୍ରସିଦ୍ଧ ?
(i) ଆସାମ
(ii) ରାଜସ୍ଥାନ
(iii) ତ୍ରିପୁରା
(iv) ପଶ୍ଚିମବଙ୍ଗ
Answer:
(iv) ପଶ୍ଚିମବଙ୍ଗ
(ଝ) ‘ଆଇନ୍-ଇ-ଆକ୍ବରୀ’ର ରଚୟିତା କିଏ ?
(i) ଅମୀର ଖୁସ୍
(ii) ଜିଆଉଦ୍ଦିନ୍ ବରାନୀ
(iii) ଆବୁଲ ଫାଜଲ
(iv) ଆକବର
Answer:
(iii) ଆବୁଲ ଫାଜଲ
(ଞ) ଗୁପ୍ତଯୁଗର କେଉଁ ବୈଜ୍ଞାନିକ ବିଶୋଧନ କରିବା ଆକବର ପଦ୍ଧତି ଆବିଷ୍କାର କରିଥିଲେ ?
(i) ଭଗଚତ
(ii) ପାଳକପ୍ଯ
(iii) ବରାହ ମିହିର
(iv) ନାଗାର୍ଜୁନ
Answer:
(iv) ନାଗାର୍ଜୁନ