Odisha State Board BSE Odisha 10th Class Physical Science Important Questions Chapter 8 ବିଦ୍ୟୁତ୍ Important Questions and Answers.
BSE Odisha 10th Class Physical Science Important Questions Chapter 8 ବିଦ୍ୟୁତ୍
Objective Type Questions with Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. XW, 220V ଲେଖାଥିବା ଏକ ବିଦ୍ୟୁତ୍ ବଲ୍ବ୍ର ପ୍ରତିରୋଧ 484 ଓମ୍ ହୋଇଥିଲେ ‘x’ ର ମୂଲ୍ୟ କେତେ ହେବ ?
ଉ –
100
2. 12V ବିଭବାନ୍ତର ଥିବା ଦୁଇଟି ବିନ୍ଦୁ ମଧ୍ୟରେ 2C ଚାର୍ଜ ସ୍ଥାନାନ୍ତର କରିବା ପାଇଁ 0.02 ସେକେଣ୍ଟ୍ ଲାଗିଲେ କେତେ ପାୱାର୍ ବ୍ୟୟିତ ହେବ ?
ଉ –
1200 W
3. ବିଦ୍ୟୁତ୍ ପାୱାରର ଏକକ କ’ଣ ?
ଉ –
VA
4. 220 V ଲାଇନ୍ରେ ଏକ 2kW ବୈଦ୍ୟୁତିକ ଉପକରଣ ବ୍ୟବହାର ହେଉଥିଲେ ଏଥିରେ କେତେ ରେଟିଂର ଫ୍ୟୁଜ୍ ତାର ବ୍ୟବହାର କରାଯିବା ଉଚିତ୍ ?
ଉ –
10A
5. ଏକାଧ୍ଵ ପ୍ରତିରୋଧର ସମାନ୍ତରାଳ ସଂଯୋଗ ହେଲେ ସମୂହ ପ୍ରତିରୋଧ ‘R’ର ସୂତ୍ର କ’ଣ ?
ଉ –
\(\frac { 1 }{ R }\) = \(\frac{1}{\mathrm{R}_1}\) + \(\frac{1}{\mathrm{R}_2}\) + \(\frac{1}{\mathrm{R}_3}\) + ………………..
6. 1.5 kWର ଏକ ବୈଦ୍ୟୁତିକ ହିଟର ନିରବଚ୍ଛିନ୍ନ ଭାବେ 2 ଘଣ୍ଟା ବ୍ୟବହାର କଲେ, କେତେ kJ ଶକ୍ତି ବ୍ୟୟିତ ହେବ ?
ଉ –
1.08 x 104
7. ଏକ ବିଦ୍ୟୁତ୍ ତାରରେ 30s ରେ 60C ଚାର୍ଜ ପ୍ରବାହିତ ହେଲେ, ତାରର ଦୁଇ ପ୍ରାନ୍ତ ମଧ୍ୟରେ ବିଭବାନ୍ତର କେତେ ହେବ ?
ଉ –
2 V
8. ଖଣ୍ଡେ ଧାତବ ତାରର ଦୈର୍ଘ୍ୟ 40 ମି. ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳ 4 x 10-4 m2 ଓ ପ୍ରତିରୋଧ 10 ohm ଅଟେ । ତାରଟିର ବିଶିଷ୍ଟ ପ୍ରତିରୋଧ କେତେ ଓମ୍ ମିଟର ହେବ ?
ଉ –
10-4
9. ଏକ ଧାତବ ତାରର ପ୍ରସ୍ଥଛେଦର କ୍ଷେତ୍ରଫଳ 4 x 10-8 m2 ଏବଂ ବିଶିଷ୍ଟ ପ୍ରତିରୋଧ 10 x 10-8 Ω m ଅଟେ । ତାରଟିର ପ୍ରତିରୋଧ 25Ω ହୋଇଥିଲେ ଏହାର ଦୈର୍ଘ୍ୟ କେତେ ହେବ ?
ଉ –
10 m
10. ନିମ୍ନଗଣନାଙ୍କ ଗୁଣ ପାଇଁ ବିଦ୍ୟୁତ୍ ପରିପଥରେ ଏକ ପଦାର୍ଥକୁ କେଉଁ ତାର ରୂପେ ବ୍ୟବହାର କରାଯାଏ ?
ଉ –
ଫ୍ୟୁଜ୍ ତାର
11. 1000 Ω ପ୍ରତିରୋଧ ବିଶିଷ୍ଟ ଏକ ପରିବାହୀର ଦୁଇ ପ୍ରାନ୍ତକୁ 20 V ବିଭବାନ୍ତରରେ ରଖାଯାଇଛି । ସେଥିରେ ଏକ ସେକେଣ୍ଡରେ କେତେ ଇଲେକ୍ଟ୍ରମ୍ ପ୍ରବାହିତ ହେବ ?
ଉ –
1.25 x 1017
12. ପ୍ରତ୍ୟେକ ସମାନ ପ୍ରତିରୋଧ ବିଶିଷ୍ଟ ତିନୋଟି ପ୍ରତିରୋଧକୁ ଏକ ପରିପଥରେ ପଙ୍କ୍ତିରେ ସଂଯୋଗ କରିବାକୁ ସମୂହ ପ୍ରତିରୋଧ 90 Ω ହେଲା । ସେଗୁଡ଼ିକୁ ସେହି ପରିପଥରେ ସମାନ୍ତର ଭାବେ ସଂଯୋଗ କଲେ ସମୂହ ପ୍ରତିରୋଧ କେତେ ହେବ ?
ଉ –
10Ω
13. ‘c’ ପରିମାଣର ଚାର୍ଜ, ବିଭବାନ୍ତର ‘a’ ଥିବା ଦୁଇବିନ୍ଦୁ ମଧ୍ୟରେ ଗତିକଲେ ସମ୍ପାଦିତ କାର୍ଯ୍ୟର ପରିମାଣ ‘b’ ହୁଏ | a, b ଏବଂ c ମଧ୍ୟରେ ସମ୍ପର୍କ କ’ଣ ?
ଉ –
b = ac
14. ଏକା ପଦାର୍ଥରୁ ତିଆରି ସମାନ ଦୈର୍ଘ୍ୟ ଓ ସମାନ ବ୍ୟାସ ବିଶିଷ୍ଟ ଦୁଇଟି ପରିବାହୀ ତାରକୁ ପ୍ରଥମେ ସମାନ୍ତରାଳ ଓ ଆଉ ସମାନ ରଖାଗଲେ, ସମାନ୍ତରାଳ ସଂଯୋଗ ଓ ପଂକ୍ତି ସଂଯୋଗରେ ଉତ୍ପନ୍ନ ହେଉଥିବା ତାପର ଅନୁପାତ କେତେ ?
ଉ –
4 : 1
15. ଚାରୋଟି 30 ବିଶିଷ୍ଟ ପ୍ରତିରୋଧଗୁଡ଼ିକୁ କିପରି ଭାବରେ ସଂଯୋଗ କଲେ ସେଗୁଡ଼ିକର ସମୂହ ପ୍ରତିରୋଧ 3Ω ହେବ ?
ଉ –
16. ଜଣେ ବ୍ୟକ୍ତି 220V ଲାଇନ୍ରେ ସର୍ବାଧିକ 2000Wର ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଥିଲେ ଏଥିପାଇଁ ଅତି କମ୍ରେ କେତେ ରେଟିଂର ଫ୍ୟୁଜ୍ ବ୍ୟବହାର କରିବାକୁ ପଡ଼ିବ ?
ଉ –
10 A
17. ପରିପଥରେ ଏକ ଏମିୟର୍ ବିଦ୍ୟୁତ୍ ସ୍ରୋତ ଏକ ସେକେଣ୍ଟ୍ ପାଇଁ ରହିଲେ, ଏଥୁରେ କେତୋଟି ଇଲେକ୍ଟ୍ରର ପ୍ରବାହ ହୁଏ ?
ଉ –
6.25 x 1018
18. ଏକ ପରିବାହୀରେ ଦୁଇ ମିନିଟ୍ ପାଇଁ 240 କୁଲମ୍ ଚାର୍ଜ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତର ପରିମାଣ କେତେ ହେବ ?
ଉ –
ଦୁଇ ଆମ୍ପିୟର
19. ବିଶିଷ୍ଟ ପ୍ରତିରୋଧକୁ କେଉଁ ଏକକରେ ପ୍ରକାଶ କରାଯାଏ ?
ଉ –
ଓମ୍ -ମିଟର
20. ଘରେ ବ୍ୟବହାର କରୁଥିବା ବିଦ୍ୟୁତ୍ ଶକ୍ତିକୁ କେଉଁ ଏକକରେ ମପାଯାଏ ?
ଉ –
କିଲୋୱାଟ୍-ଘଣ୍ଟା
21. 100 W ବିଶିଷ୍ଟ 4ଟି ବଲ୍ବ ଦୈନିକ 5 ଘଣ୍ଟା ଲେଖାଏଁ ଏକାସଙ୍ଗେ ଜଳିଲେ ଏପ୍ରିଲ୍ ମାସରେ ମୋଟ କେତେ ୟୁନିଟ୍ ବିଦ୍ୟୁତ୍ ଶକ୍ତି ବ୍ୟୟିତ ହେବ ?
ଉ –
60
22. 5 ସେକେଣ୍ଡରେ 10 C ଚାର୍ଜ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତର ପରିମାଣ କେତେ ?
ଉ –
2 A
23. ଚାର୍ଜର ଆନ୍ତର୍ଜାତୀୟ ଏକକ କ’ଣ ?
ଉ –
କୁଲମ୍
24. 10mA କେତେ ଏମ୍ପିୟର୍ ?
ଉ –
10-2 A
25. SI ପଦ୍ଧତିରେ ବିଭବାନ୍ତରର ଏକକ କ’ଣ ?
ଉ –
ଭୋଲ୍ଟ
26. ଦୁଇ ବିନ୍ଦୁ ମଧ୍ୟରେ ବିଦ୍ୟୁତ୍ ବିଭବାନ୍ତର କେତେ ହେଲେ ଦୁରବିନ୍ଦୁ ମଧ୍ୟରେ 1C ଚାର୍ଜ ପ୍ରବାହିତ ହୋଇ ସମ୍ପାଦିତ କାର୍ଯ୍ୟ 1 ଜୁଲ୍ ହେବ ?
ଉ –
1 V
27. 230 V ବିଶିଷ୍ଟ ଏକ ତାରରେ କିଛି ଚାର୍ଜ ପ୍ରବାହିତ ହୋଇ 2.3 x 106 ଜୁଲ୍ କାର୍ଯ୍ୟ କରେ । ପରିବାହୀରେ କେତେ ଚାର୍ଜ ପ୍ରବାହିତ ହେଉଛି ?
ଉ –
102 କୁଲମ୍
28. 2V ବିଭବାନ୍ତରରେ 2 କୁଲମ୍ ଚାର୍ଜ ପ୍ରବାହିତ ହେଲେ ସମ୍ପାଦିତ କାର୍ଯ୍ୟ କେତେ ଜୁଲ୍ ?
ଉ –
4 ଜୁଲ୍
29. ବିଦ୍ୟୁତ୍ ପରିପଥରେ ସଙ୍କେତ କାହାକୁ ସୂଚାଏ ?
ଉ –
ବ୍ୟାଟେରୀ
30. ବିଦ୍ୟୁତ୍ ପରିପଥରେ ସଂକେତ କାହାକୁ ସୂଚାଏ ?
ଉ –
ପ୍ରତିରୋଧୀ
31. ମୁକ୍ତ ସ୍ଵିଚ୍ ପାଇଁ କେଉଁ ସଙ୍କେତ ବ୍ୟବହାର କରାଯାଏ ?
ଉ –
32. ପ୍ରତିରୋଧୀର ସଙ୍କେତ କ’ଣ ?
ଉ –
33. ବିଦ୍ୟୁତ୍ ସ୍ରୋତ ମାପିବା ପାଇଁ ଯେଉଁ ଉପକରଣ ବ୍ୟବହାର କରାଯାଏ ତାକୁ କ’ଣ କହନ୍ତି ?
ଉ –
ଏମିଟର
34. V = IR ରେ Rକୁ କ’ଣ କହନ୍ତି ?
ଉ –
ରେଜିଷ୍ଟାସ
35. Ω କାହାର ଏକକରୂପେ ବ୍ୟବହାର କରାଯାଏ ?
ଉ –
ପ୍ରତିରୋଧ
36. କୌଣସି ପରିବାହୀର ଦୁଇ ପ୍ରାନ୍ତ ମଧ୍ୟରେ ବିଦ୍ୟୁତ୍ ବିଭବାନ୍ତର 4V ଓ ବିଦ୍ୟୁତ୍ ସ୍ରୋତ 2A । ତେବେ ପରିବାହୀର
ଉ –
2 ଓମ୍
37. 220 V ବିଦ୍ୟୁତ୍ ଲାଇନ୍ରେ 110 ଓମ୍ ପ୍ରତିରୋଧର ଗୋଟିଏ ହିଟର୍ ଲାଗିଲେ କେତେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବ ?
ଉ –
2
38. ବିଭବାନ୍ତରକୁ ସମାନ ରଖ୍ ପ୍ରତିରୋଧ ଅଧା ହେଲେ ବିଦ୍ୟୁତ୍ ସ୍ରୋତର ପରିମାଣ କେତେ ହେବ ?
ଉ –
ଦୁଇଗୁଣ
39. ପ୍ରତିରୋଧ୍ୟାର ଏକକଟି କ’ଣ ?
ଉ –
ଓମ୍ ମି.
40. ପାରଦର ପ୍ରତିରୋଧ କେତେ Ωm ?
ଉ –
94 × 10-8
41. ବିଭବାନ୍ତର 2 ଗୁଣ ଓ ପ୍ରତିରୋଧକୁ 4 ଗୁଣ ବୃଦ୍ଧିକଲେ ବିଦ୍ୟୁତ୍ ପ୍ରବାହ କେତେ ଗୁଣ ହେବ ?
ଉ –
\(\frac { 1 }{ 2 }\)
42. ତାରର ପ୍ରକାର ଓ ଦୈର୍ଘ୍ୟ ସମାନ ଥାଇ ପ୍ରସ୍ଥଚ୍ଛେଦ କମିଲେ ବିଦ୍ୟୁତ୍ ପ୍ରବାହ କ’ଣ ହେବ ?
ଉ –
କମେ
43. ଏଲୁମିନିୟମ୍ର ପ୍ରତିରୋଧ କେତେ ଓମ୍ ମି. ?
ଉ –
2.63 x 10-8
44. 6V ବ୍ୟାଟେରୀ ମଧ୍ୟଦେଇ 2C ଚାର୍ଜ ପ୍ରବାହିତ ହେଲେ ଆବଶ୍ୟକ ଶକ୍ତି କେତେ ?
ଉ –
12 J
45. ପ୍ରସ୍ଥଚ୍ଛେଦକୁ ସ୍ଥିର ରଖ୍ ତାରର ଦୈର୍ଘ୍ୟ 4 ଗୁଣ ବୃଦ୍ଧିକଲେ ବିଦ୍ୟୁତ୍ ପ୍ରବାହ କ’ଣ ହେବ ?
ଉ –
ଏକ-ଚତୁର୍ଥାଂଶ
46. 10 ସେ.ମି. ଲମ୍ବ ଓ 0.01 (ସେ.ମି.)2 ପ୍ରସ୍ଥଚ୍ଛେଦ ବିଶିଷ୍ଟ ତମ୍ବା ତାରର ପ୍ରତିରୋଧ 5 ଓମ୍ ହେଲେ, 20 ସେ.ମି. ଲମ୍ବ ଓ 0.02 (ସେ.ମି.)2 ପ୍ରସ୍ଥଚ୍ଛେଦ ବିଶିଷ୍ଟ ତମ୍ବା ତାରର ପ୍ରତିରୋଧ କେତେ ଓମ୍ ?
ଉ –
5
47. ବିଶିଷ୍ଟ ପ୍ରତିରୋଧର ଏକକ କ’ଣ ?
ଉ –
ଓମ୍ ମିଟର
48. ପ୍ରସ୍ଥଚ୍ଛେଦ ବିଶିଷ୍ଟ 1 ମିଟର ବିଶୁଦ୍ଧ ତମ୍ବା ତାରର ପ୍ରତିରୋଧ R ଅଟେ । ସେହି ପ୍ରସ୍ଥଚ୍ଛେଦ ଥିବା ବିଶୁଦ୍ଧ ତମ୍ବା ତାରରୁ 2 ମିଟର ନେଲେ ତାହାର ପ୍ରତିରୋଧ ପରିମାଣ କେତେ ?
ଉ –
2 R
49. ବସ୍ତୁର ପ୍ରତିରୋଧ ଓ ପ୍ରତିରୋଧ କାହା ଉପରେ ନିର୍ଭର କରେ ?
ଉ –
ତାପମାତ୍ରା
50. କନ୍ଷ୍ଟାଣ୍ଟନରେ କେଉଁ ଉପାଦାନ ଅଛି ?
ଉ –
ତମ୍ବା
51. ଓମ୍ଙ୍କ ନିୟମ ଯୋଗୁଁ ବିଦ୍ୟୁତ୍ ସମ୍ବନ୍ଧୀୟ କେଉଁ ଭୌତିକ ରାଶିଟି ଆବିଷ୍କୃତ ହେଲା ?
ଉ –
ପ୍ରତିରୋଧ
52. ତାରର ପ୍ରସ୍ଥଚ୍ଛେଦ ଦୁଇଗୁଣ ହେଲେ ପ୍ରତିରୋଧ କେତେ ହେବ ?
ଉ –
ଅଧା
53. 10ଟି \(\frac { 1 }{ 10 }\) ଓମ୍ ପ୍ରତିରୋଧ ବିଶିଷ୍ଟ ପ୍ରତିରୋଧ ସଂଯୋଗ କଲେ ସର୍ବାଧିକ ସମୂହ ପ୍ରତିରୋଧ କେତେ ?
ଉ –
1 ଓମ୍
54. ପରିପଥରେ 1Ω, 2Ω, 3Ω ର ପ୍ରତିରୋଧ ଓ 6V ର ବ୍ୟାଟେରୀ ସହ ପଙ୍କ୍ତିରେ ସଂଯୋଗ ହୁଏ ତେବେ ଏମିଟର୍ରେ କେତେ ପାଠ୍ୟଙ୍କ ଦର୍ଶାଇବ ?
ଉ –
1 A
55. 40 ଓ 60 ପ୍ରତିରୋଧ ବିଶିଷ୍ଟ ତାରଦ୍ଵୟକୁ ସମାନ୍ତରାଳ ସଂଯୋଗ କଲେ ସମୂହ ପ୍ରତିରୋଧ କେତେ ?
ଉ –
2.4
56. ସମାନ୍ତରାଳ ସଂଯୋଗରେ ପରିବାହୀର ପ୍ରତିରୋଧ x1 ଓ x2 ହେଲେ ସମୁହ ପ୍ରତିରୋଧ କେତେ ?
ଉ –
57. 5 ଓମ୍, 10 ଓମ୍ ଓ 15 ଓମ୍ ପ୍ରତିରୋଧ ବିଶିଷ୍ଟ ତିନୋଟି ତାରକୁ ସମାନ୍ତରଭାବେ ସଂଯୋଗ କଲେ ସମୁହ ପ୍ରତିରୋଧ କେତେ ଓମ୍ ହେବ ?
ଉ –
\(\frac { 30 }{ 11 }\)
58. 40W ଟ୍ୟୁବ୍ 100 ଘଣ୍ଟା ଜଳିଲେ କେତେ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ କରିବ ?
ଉ –
4
59, ଗୋଟିଏ 1 KW ବିଦ୍ୟୁତ୍ ଇସ୍ତ୍ରୀ 220 V ରେ କାର୍ଯ୍ୟକଲେ ନିମ୍ନସ୍ଥ କେଉଁ ରେଟିଂର ଫ୍ୟୁଜ୍ ନିରାପଦ ହେବ ?
ଉ –
5 A
B ଶୂନ୍ୟସ୍ଥାନ ପୂରଣ କର ।
1. ଇଲେକ୍ଟ୍ରନ ଚାର୍ଜ ହେଉଛି ………………. କୁଲମ୍ ।
2. ଚାର୍ଜର S1 ଏକକ ହେଉଛି ………………..
3. ଗଙ୍ଗଷ୍ଠାନର ଗଳନାଙ୍କ ……………… °C |
4. ବିଦ୍ୟୁତ୍ ସ୍ରୋତର SI ଏକକ ହେଉଛି ……………… |
5. ପ୍ରତିରୋଧର SI ଏକକ ହେଉଛି ………………………. |
6. ବିଦ୍ୟୁତ୍ ପ୍ରବାହକୁ କମ୍ ବେଶୀ କରିବାପାଇଁ ………………. ନାମକ ଉପକରଣ ବ୍ୟବହାର କରାଯାଏ ।
7. ପରିବାହୀ ବସ୍ତୁର ବିଶିଷ୍ଟ ପ୍ରତିରୋଧର ସଙ୍କେତ ……………… |
8. ପ୍ରତିରୋଧର SI ଏକକ ……………. |
9. ……………. ଧାତୁର ପ୍ରତିରୋଧତା ସବୁଠାରୁ କମ୍ ।
10. ବିଦ୍ୟୁତ୍ ବଲ୍ବର ସୂତ୍ରରୂପେ …………………. ବ୍ୟବହୃତ ହୁଏ ।
11. ଧାତୁମଧ୍ଯରେ ………………. ର ପ୍ରତିରୋଧତା ସବୁଠାରୁ ଅଧିକ ।
12. ରୂପାର ପ୍ରତିରୋଧତା ……………. Ωm |
13. ଟଙ୍ଗଷ୍ଟନ୍ର ପ୍ରତିରୋଧତା ……………. Ωm |
14. କନ୍ଷ୍ଟାଣ୍ଟ ଇନ୍ର ପ୍ରତିରୋଧତା ……………… Ωm |
15. ଶୁଷ୍କ କାଗଜର ପ୍ରତିରୋଧତା …………………….. Ωm |
16. ପରିବାହୀର ଦୈର୍ଘ୍ୟ 4 ଗୁଣ ହେଲେ ପ୍ରତିରୋଧ ………….. ଖୁଣ ହେବ |
17. 1 କୁଲମ୍ ଓ 1 ସେକେଣ୍ଡର ଭାଗଫଳକୁ …………………… କହନ୍ତି ।
18. କଠିନ ପରିବାହୀରେ ବିଦ୍ୟୁତ୍ ସ୍ରୋତର ପ୍ରବାହ ………………….. ର ଗତିକୁ ବୁଝାଏ ।
19. ବିଦ୍ୟୁତ୍ ଶକ୍ତିର ବ୍ୟବସାୟୀକ ଏକକ ………………….. |
20. ପ୍ରଚଳିତ ପ୍ରଥା ଅନୁଯାୟୀ ବିଦ୍ୟୁତ୍ ପ୍ରବାହ……………………… ର ଗତିର ବିପରୀତ ଦିଗରେ ହୁଏ ।
21. ତାରର ଦୁଇ ପ୍ରାନ୍ତ ମଧ୍ୟରେ ଥିବା ବିଭବାନ୍ତର ଓ ବିଦ୍ୟୁତ୍ ସ୍ରୋତ ମଧ୍ୟରେ ସମ୍ପର୍କ ………………………….. ଅନୁଧ୍ୟାନ କରିଥିଲେ ।
22. 1 ଜୁଲ ଓ 1 କୁଲମ୍ର ଭାଗଫଳକୁ ……………….. କହନ୍ତି ।
23. ପରିପଥରେ ଭୋଲ୍ସମିଟରର ଦୁଇଅଗ୍ର …………………. ଭାବରେ ସଂଯୁକ୍ତ ହୋଇଥାଏ ।
24. ପରିପଥରେ ଏମିଟରର ଦୁଇ ଅଗ୍ର ………………. ଭାବରେ ସଂଯୁକ୍ତ ହୋଇଥାଏ ।
25. ବିଦ୍ୟୁତ୍ ବିଭବ ପାର୍ଥକ୍ୟର ଏକକ …………………. |
26. ତାରର ଦୈର୍ଘ୍ୟ 2 ଗୁଣ ହେଲେ ବିଦ୍ୟୁତ୍ ପ୍ରବାହ …………… ହେବ ।
27. ଗୋଟିଏ ପରିବାହୀରେ 5 ସେକେଣ୍ଡରେ 2 କୁଲମ୍ ଚାର୍ଜ ପ୍ରବାହିତ ହେଲେ ବିଦ୍ଯୁସ୍ରୋତ ……………ଏମ୍ପିୟର ହେବ ।
28. ଏକ ପରିପଥରେ x ଓ y ଓମ୍ ପ୍ରତିରୋଧକୁ ସମାନ୍ତରାଳ ଭାବେ ସଂଯୋଗ କଲେ ସମୁହ ପ୍ରତିରୋଧ …………….. ଓମ୍ ହେବ ।
29. ବିଶିଷ୍ଟ ପ୍ରତିରୋଧ ………………. ଉପରେ ନିର୍ଭର କରେ ।
30. (ଏମିୟର )2 x ଓମ୍ = …………………….. |
31. 1 ଓ୍ବାଟ୍ ଆୱାର = ……………….. ଜୁଲ୍ ।
32. 1 kWh = ……………………. ଜୁଲ୍ ।
33. ଓମ୍ × ଏମ୍ପିୟର = ………………………….. |
34. ଗୋଟିଏ ପରିବାହୀରେ 50 କୁଲମ୍ ଚାର୍ଜ …………………… ସେକେଣ୍ଡପାଇଁ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତ 5 ଏମ୍ପିୟର ହେବ ।
35. 1 ଭୋଲ୍ଟ = 1 ଏମିୟର x ……………. |
36. ……………. ଦ୍ଵାରା ବିଦ୍ୟୁତ୍ ପ୍ରତିରୋଧକୁ ବଦଳା ଯାଇପାରେ ।
37. ପ୍ରତିରୋଧତାର S.I ଏକକ …………………. |
38. କଠିନ ପରିବାହୀରେ ବିଦ୍ୟୁତ୍ ସ୍ରୋତର ପ୍ରବାହ …………………… ର ଗତିକୁ ବୁଝାଏ ।
39. ଟଙ୍ଗଷ୍ଟନ୍ର ପ୍ରତିରୋଧତା ……………………. |
40. 1 କୁଲମ୍ ଚାର୍ଜ 1 ବିଦ୍ୟୁତ୍ ବିଭବାନ୍ତର ମଧ୍ୟରେ ପ୍ରବାହିତ ହେଲେ ସମ୍ପାଦିତ କାର୍ଯ୍ୟ ………………………. |
41. 1kWh = ……………….. ଜୁଲ୍ ।
42. ଗୋଟିଏ ପରିବାହୀରେ 5 ସେକେଣ୍ଡରେ 2 କୁଲମ ଚାର୍ଜ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତ …………………… ଏମ୍ପିୟର ହେବ ।
43. ବିଦ୍ୟୁତ୍ ଶକ୍ତିର ବ୍ୟାବସାୟିକ ଏକକ ……………………. |
44. ଗୋଟିଏ ପରିବାହୀରେ 60 ସେକେଣ୍ଡରେ …………………….. କୁଲମ୍ ଚାର୍ଜ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତର 2 ଏମିୟର ହେବ ।
45. ଏକ କାରକ m ସେକେଣ୍ଡରେ a ଜୁଲ କାର୍ଯ୍ୟ କଲେ ତାହାର ପାୱାର, ………………….. |
46. ଘରେ ଯେଉଁ ସବୁ ବିଦ୍ୟୁତ୍ ସାମଗ୍ରୀ ବ୍ୟବହାର କରାଯାଏ, ସେଗୁଡ଼ିକ ବିଦ୍ୟୁତ ଲାଇନ୍ ସହ ………………. ଭାବେ ସଂଯୁକ୍ତ ।
Answer:
1. 1.6 × 10-19
2. କୁଲମ୍
3. 3380
4. ଏମ୍ପିୟର
5. ଓମ୍
6. ରିଓଷ୍ଟାଟ୍
7. (p) ରୋ
8. Ω m (ଓ ମି.ମି.)
9. ରୁପା
10. ଟଙ୍ଗଷ୍ଟନ୍
11. ପାରଦ
12. 1.60 × 10-8
13. 5.20 x 10-8
14. 49 × 10-16
15. 1012
16. 4 ଗୁଣ
17. 1 ଏମ୍ପିୟର
18. ଇଲେକ୍ଟ୍ରନ
19. କିଲୋୱାଟ୍ ଆୱାର
20. ଇଲେକ୍ଟ୍ରନ
21. ଜର୍ଜ ସାଇମନ୍ ଓମ୍
22. 1 ଭୋଲ୍ଟ
23. ସମାନ୍ତର
24. ପକ୍ତି
25. ଭୋଲ୍ଟ
26. ଅଧା
27. 0.4
28. \(\frac { xy }{ x+y }\)
29. ବସ୍ତୁର ଗୁଣ ବା ପ୍ରକୃତି
30. ଓ୍ବାଟ୍
31. 3600
32. 3.6 × 106 J
33. ଭୋଲ୍ଟ
34. 10
35. 1ଓମ୍
36. ରିଓଷ୍ଟାଟ୍
37. 9 m
38. ଇଲେକ୍ଟ୍ରନ
39. 5.20 × 10sup>-8
40. 1 କୁଲ୍
41. 3.6 x 106 J
42. 0.4
43. କିଲୋୱାଟ୍ ଆୱାର
44. 120
45. \(\frac { a }{ m}\)
46. ସମାନ୍ତରାଳ
C ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (x) ଲେଖ ।
1. t ସମୟ ମଧ୍ୟରେ ଠୁ ପରିମାଣର ଚାର୍ଜ ଗୋଟିଏ ପରିବାହୀର ପ୍ରସ୍ଥଚ୍ଛେଦ ଦେଇ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତର ପରିମାଣ Qt ଏମ୍ପିୟର ହେବ ।
2. ବିଦ୍ୟୁତ୍ ବିଭବାନ୍ତର ମାପିବାପାଇଁ ବ୍ୟବହୃତ ଭୋଲ୍ସମିଟରକୁ ପରିପଥ ସହ ପଙ୍କ୍ତି ସଂଯୋଗ କରାଯିବା ଆବଶ୍ୟକ ।
3. ଦୁଇଟି ପରିବାହୀକୁ ପଙ୍କ୍ତି ସଂଯୋଗ କଲେ ଯଦି ସମୂହ ପ୍ରତିରୋଧ R ଓ ସମାନ୍ତରାଳ ସଂଯୋଗ କଲେ ସମୂହ ପ୍ରତିରୋଧ 1 ହୁଏ, ତେବେ ସର୍ବଦା R > 1 ହେବ । .
4. ଟଙ୍ଗଷ୍ଟନ୍ ଉଚ୍ଚ ତାପମାତ୍ରା ସହିପାରୁଥିବା ଏକ ଶକ୍ତ ଧାତୁ ।
5. ଗୃହ ବିଦ୍ୟୁତ୍ ପରିପଥରେ ପଙ୍କ୍ତି ସଂଯୋଗ ବ୍ୟବହାର କରାଯାଏ ।
6. 1 ୟୁନିଟ୍ ବିଦ୍ୟୁତ୍ = 36000 ଜୁଲ୍ ।
7. 220V ଓ 100W ଲେଖାଥିବା ବଲ୍ବକୁ 110V ଲାଇନ୍ରେ ଲଗାଇଲେ ପାୱାର 25W ହେବ ।
8. ଗୋଟିଏ ବିଦ୍ୟୁତ୍ ବଲ୍ବ 220V ବିଦ୍ୟୁତ୍ ବିଭବାନ୍ତର ସହ ସଂଯୁକ୍ତ ହୋଇ 0.50A ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ବଲ୍ବର ପାୱାର 220W ।
9. 100 ୱାଟ୍ 220 ଭୋଲ୍ଟ ବିଦ୍ୟୁତ୍ ବଲ୍ବର ପ୍ରତିରୋଧ 484 ଓମ୍ ।
10. 100 ୱାଟ୍, 250 ଭୋଲ୍ଡ ଲେଖାଥିବା ବିଦ୍ୟୁତ୍ ବଲ୍ବର ପ୍ରତିରୋଧ 625 ଓମ୍ ।
11. ଇଲେକ୍ଟ୍ରିକ୍ ବଲ୍ବରେ 60W – 220V ଲେଖାଯାଇଛି; କିନ୍ତୁ 110V ବିଦ୍ୟୁତ୍ ବିଭବାନ୍ତର ସହ ସଂଯୁକ୍ତ ହୋଇଛି । ତେବେ ତା’ର ପାୱାର 60W ।
12. ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରଫଳ ମଧ୍ଯରେ ଏକକ ସମୟରେ ପ୍ରବାହିତ ହେଉଥିବା ବିଦ୍ୟୁତ୍ ଚାର୍ଜର ପରିମାଣକୁ ବିଦ୍ୟୁତ୍ ସ୍ରୋତ କୁହାଯାଏ ।
13. ଗୋଟିଏ ଇଲେକ୍ଟ୍ରନ୍ର ଚାର୍ଜ 1.6 × 1019C |
14. ଖଣ୍ଡିଏ ତାରରେ 0.2A ବିଦ୍ୟୁତ୍ ସ୍ରୋତ ଏକ ମିନିଟ୍ ପାଇଁ ପ୍ରବାହିତ ହେଲେ ମୋଟ ପ୍ରବାହିତ ଚାର୍ଜର ପରିମାଣ 120 C |
15. ପରିପଥରେ ଏକ ଏମ୍ପିୟର୍ ବିଦ୍ୟୁତ୍ ସ୍ରୋତରେ ଏକ ସେକେଣ୍ଡରେ 1.6 x 1019ଟି ଇଲେକ୍ଟ୍ରନ୍ ପ୍ରବାହିତ ହେବ ।
16. 10 μA = 10-5A
17. ବିଭବାନ୍ତରକୁ ସମାନ ରଖ୍ ପ୍ରତିରୋଧ ଅଧା ହେଲେ ବିଦ୍ୟୁତ୍ ସ୍ରୋତର ପରିମାଣ ଚାରିଗୁଣ ହେବ ।
18. ତାରର ପ୍ରକାର ଓ ଦୈର୍ଘ୍ୟ ସମାନ ଥାଇ ପ୍ରସ୍ଥଚ୍ଛେଦ କମିଲେ ବିଦ୍ୟୁତ୍ ପ୍ରବାହ ବଢ଼େ ।
19. ବିଶିଷ୍ଟ ପ୍ରତିରୋଧର ଏକକ ହେଉଛି ଓମ୍ ମିଟର’ ।
Answer:
1. x
2. x
3. ✔
4. ✔
5. x
6. x
7. ✔
8. x
9. ✔
10. ✔
11. x
12.✔
13. x
14. x
15. x
16.✔
17. x
18. x
19. x
D ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ବିଦ୍ୟୁତ୍ ପରିପଥ କାହାକୁ କହନ୍ତି ?
ଉ-
ଏକ ଅବିଚ୍ଛିନ୍ନ ଓ ମୁଦିତ ବିଦ୍ୟୁତ୍ ପ୍ରବାହ ପଥକୁ ବିଦ୍ୟୁତ୍ ପରିପଥ କୁହାଯାଏ ।
2. ବିଦ୍ୟୁତ୍ ସ୍ରୋତ କାହାକୁ କହନ୍ତି ?
ଉ–
ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରଫଳ ମଧ୍ଯରେ ଏକକ ସମୟରେ ପ୍ରବାହିତ ହେଉଥିବା ବିଦ୍ୟୁତ୍ ଚାର୍ଜର ପରିମାଣକୁ ବିଦ୍ୟୁତ୍ ସ୍ରୋତ
3. 1C କେତୋଟି ଇଲେକ୍ଟ୍ରନର ଚାର୍ଜ ଅଟେ ?
ଉ–
ଗୋଟିଏ ଇଲେକ୍ଟ୍ରନର ଚାର୍ଜ 1.6 x 10-19C ହୋଇଥିବାରୁ 6.25 x 1018 ଟି ଇଲେକ୍ଟ୍ରନର ସମୁଦାୟ ଚାର୍ଜର ପରିମାଣ IC ସହ ସମାନ ।
4. ଏମିଟର କାହାକୁ କହନ୍ତି ?
ଉ-
ବିଦ୍ୟୁତ୍ ସ୍ରୋତ ମାପିବାପାଇଁ ଯେଉଁ ଉପକରଣ ବ୍ୟବହାର କରାଯାଏ ତାକୁ ଏମିଟର କହନ୍ତି ।
5. 1A କ’ଣ ? ବା ବିଦ୍ୟୁତ୍ ସ୍ରୋତର ସଂଜ୍ଞା ଦିଅ ।
ଉ-
ପ୍ରତି ସେକେଣ୍ଡରେ 1C ଚାର୍ଜ ପ୍ରବାହିତ ହେଉଥିଲେ ବିଦ୍ୟୁତ୍ ସ୍ରୋତର ପରିମାଣ 1A | 1A = \(\frac { IC }{ 1s }\) = 1 \(\frac { C }{ s }\)
6. ବିଦ୍ୟୁତ୍ ବ୍ୟାଟେରୀ, ବଲ୍ବ, ଏମିଟର ଓ ପ୍ଲଗ କି ଯୁକ୍ତ ବିଦ୍ୟୁତ୍ ପରିପଥର ସାଙ୍କେତିକ ଛବି ପ୍ରଦାନ କର ।
ଉ-
7. ଇଲେକ୍ଟ୍ରନ ବାହିତ ବେଗ କ’ଣ ?
ଉ-
ପରିବାହୀରେ ବ୍ୟାଟେରୀ ସଂଯୁକ୍ତ କଲେ ଇଲେକ୍ଟ୍ରନ ନିର୍ଦ୍ଦିଷ୍ଟ ଦିଗରେ ପରିବାହୀରେ ଗତି କଲାବେଳେ ତାର ଭିତରେ ଥିବା ପରମାଣୁ ଓ ଅନ୍ୟ ଇଲେକ୍ଟ୍ରନ ଯୋଗୁଁ ଇଲେକ୍ଟ୍ରନ ଦ୍ରୁତ ବେଗରେ ଗତି କରିପାରେ ନାହିଁ ଓ ତାହାର ବେଗ ଧୂମା ହୋଇଯାଇଥାଏ । ଏହି ବେଗକୁ ଇଲେଲ୍ଟ୍ରନର ବାହିତ ବେଗ କୁହାଯାଏ ।
8. ବିଦ୍ୟୁତ୍ ବିଭବାନ୍ତର କାହାକୁ କହନ୍ତି ?
ଉ-
ବିଦ୍ୟୁତ୍ ଚାପର ପାର୍ଥକ୍ୟ ରହିଲେ ପରିବାହୀରେ ଇଲେକ୍ଟ୍ରନ ପ୍ରବାହ ହୋଇଥାଏ । ବିଦ୍ୟୁତ୍ ଚାପର ପାର୍ଥକ୍ୟକୁ ବିଦ୍ୟୁତ୍ ବିଭବ ପାର୍ଥକ୍ୟ ବା ବିଭବାନ୍ତର କହନ୍ତି ।
9. ବିଦ୍ୟୁତ୍ ବିଭବାନ୍ତରର ଗାଣିତିକ ବ୍ୟାଖ୍ୟା ଲେଖ ।
ଉ –
ଯଦି ସ୍ଥାନାନ୍ତର ହେଉଥିବା ଚାର୍ଜର ପରିମାଣ (Q)1 କୁଲମ୍ ଓ କାର୍ଯ୍ୟର ପରିମାଣ (W) 1 ଜୁଲ୍ ହୁଏ ତେବେ ବିଭବାନ୍ତର (V)1 ଭୋଲ୍ଟ ହେବ ।
10. ଭୋଲ୍ଡମିଟର କାହାକୁ କହନ୍ତି ?
ଉ –
ଯେଉଁ ବୈଦ୍ୟୁତିକ ଯନ୍ତ୍ର ସାହାଯ୍ୟରେ ବିଦ୍ୟୁତ୍ ବିଭବାନ୍ତର ମପାଯାଏ ତାହାକୁ ଭୋଲ୍ସମିଟର କହନ୍ତି ।
11. କେଉଁ ଉପାୟରେ ପରିବାହୀର ଦୁଇପ୍ରାନ୍ତ ମଧ୍ୟରେ ବିଭବାନ୍ତର ସ୍ଥିର ରଖାଯାଏ ?
ଉ –
ବିଦ୍ୟୁତ୍ସେଲ୍ ବା ବ୍ୟାଟେରୀ ସଂଯୋଗକଲେ ପରିବାହୀର ଦୁଇପ୍ରାନ୍ତ ମଧ୍ୟରେ ବିଭବାନ୍ତର ସ୍ଥିର ରଖାଯାଏ ।
12. ଦୁଇ ବିନ୍ଦୁ ମଧ୍ୟରେ ବିଭବାନ୍ତର IV କହିଲେ କ’ଣ ବୁଝ ?
ଉ –
ଦୁଇ ବିନ୍ଦୁ ମଧ୍ୟରେ l କୁଲମ୍ ଚାର୍ଜ ସ୍ଥାନାନ୍ତରଣ ହୋଇ ସମ୍ପାଦିତ କାର୍ଯ୍ୟ 1 ଜୁଲ ହେଲେ ବିନ୍ଦୁଦ୍ଵୟ ମଧ୍ଯରେ ବିଭବାନ୍ତର 1V ହେବ ।
13. ପରିପଥ ଚିତ୍ର କାହାକୁ କହନ୍ତି ?
ଉ–
ଗୋଟିଏ ପରିପଥପାଇଁ ନିର୍ଦ୍ଧାରିତ ଚିତ୍ରଟିଏ ଆଙ୍କି ସେଥିରେ ବିଭିନ୍ନ ଉପକରଣକୁ ସଙ୍କେତଦ୍ୱାରା ଚିହ୍ନିତ କରିବାକୁ ପରିପଥ
14. ଓମ୍ଙ୍କ ନିୟମ ଲେଖ ।
ଊ–
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଥିବା କୌଣସି ଏକ ପରିବାହୀର ଦୁଇପ୍ରାନ୍ତ ମଧ୍ୟରେ ବିଭବାନ୍ତର ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ସହ ସମାନୁପାତୀ I
15. ପ୍ରତିରୋଧ କାହାକୁ କହନ୍ତି ?
ଊ–
ନିର୍ଦ୍ଦିଷ୍ଟ ଧାତବ ତାର ଓ ନିର୍ଦ୍ଦିଷ୍ଟ ତାପମାତ୍ରାରେ ବିଦ୍ୟୁତ୍ ବିଭବ ପାର୍ଥକ୍ୟ ଓ ବିଦ୍ୟୁତ୍ ସ୍ରୋତର ଭାଗଫଳକୁ ପ୍ରତିରୋଧ ବା ରେଜିଷ୍ଟାନ୍ସ କୁହାଯାଏ ।
16. ସୁପରିବାହୀ କାହାକୁ କହନ୍ତି ?
ଉ–
ଯେଉଁ ପଦାର୍ଥ ଇଲେକ୍ଟ୍ରନର ଗତିକୁ ଖୁବ୍ କମ୍ ପରିମାଣର ପ୍ରତିରୋଧ ଦିଏ ତାହାକୁ ସୁପରିବାହୀ କୁହାଯାଏ ।
17. କୁପରିବାହୀ କାହାକୁ କହନ୍ତି ।
ଉ –
ଇଲେକ୍ଟ୍ରନ୍ର ଗତିକୁ ଅଧିକ ପ୍ରତିରୋଧ ଦେଖାଉଥିବା ପଦାର୍ଥକୁ କୁପରିବାହୀ କହନ୍ତି ।
18. ବିଦ୍ୟୁତ୍ ରୋଧୀ କାହାକୁ କହନ୍ତି ?
ଊ–
ଯେଉଁ ପଦାର୍ଥ ଇଲେକ୍ଟ୍ରନରୁ ଗତିକୁ ବେଶୀ ପ୍ରତିରୋଧ କରେ, ସେହି ପଦାର୍ଥକୁ ବିଦ୍ୟୁତ୍ରୋଧୀ କହନ୍ତି ।
19. ବିଦ୍ୟୁତ୍ ତାପନ ସାମଗ୍ରୀରେ ମିଶ୍ରଧାତୁ କାହିଁକି ବ୍ୟବହାର କରାଯାଏ ?
ଉ –
ମିଶ୍ରଧାତୁ ସାଧାରଣତଃ ଉଚ୍ଚ ତାପମାତ୍ରାରେ ସହଜରେ ଜାରିତ ହୁଏନାହିଁ । ମିଶ୍ରଧାତୁର ପ୍ରତିରୋଧ ପ୍ରତିରୋଧତାଠାରୁ ଅଧିକ । ତେଣୁ ବିଦ୍ୟୁତ୍ ତାପନ ସାମଗ୍ରୀରେ ମିଶ୍ରଧାତୁ ବ୍ୟବହାର କରାଯାଏ ।
20. ଗୋଟିଏ ବସ୍ତୁରୁ ତିଆରି ଖଣ୍ଡିଏ ମୋଟା ତାର ଓ ଖଣ୍ଡିଏ ସରୁ ତାର ଅଲଗା ଅଲଗା ଭାବେ ଗୋଟିଏ ବିଦ୍ୟୁତ୍ ଲାଇନ୍ରେ ସଂଯୁକ୍ତ ହେଲେ କେଉଁଥିରେ ବିଦ୍ୟୁତ୍ ପ୍ରବାହ ବେଶୀ ସହଜ ହେବ କାହିଁକି ?
ଉ –
ମୋଟା ତାରରେ ବିଦ୍ୟୁତ୍ ପ୍ରବାହ ବେଶି ହେବ । ଏହାର ପ୍ରସ୍ଥଚ୍ଛେଦ ଅଧିକ ହେତୁ ପ୍ରତିରୋଧ କମ୍ । ତେଣୁ ଇଲେକ୍ଟ୍ରନ ଅଧ୍ଵ ସହଜରେ ଗତି କରିପାରିବ । ସରୁ ତାରର ପ୍ରସ୍ଥଚ୍ଛେଦ କମ୍ ଓ ପ୍ରତିରୋଧ ଅଧ୍ବକ । ତେଣୁ କମ୍ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବ ।
21. କେଉଁ ପଦାର୍ଥଟି ସର୍ବୋତ୍କୃଷ୍ଟ ପରିବାହୀ ଓ କାହିଁକି ?
ଉ –
ରୁପାର ପ୍ରତିରୋଧ ସର୍ବନିମ୍ନ । ତେଣୁ ରୁପା ସର୍ବୋତ୍କୃଷ୍ଟ ପରିବାହୀ ଅଟେ ।
22. ପରିବାହୀରେ ପ୍ରବାହିତ ବିଦ୍ୟୁସ୍ରୋତ ସହ ଏହାର ଦୁଇ ପ୍ରାନ୍ତ ମଧ୍ୟରେ ଥିବା ବିଦ୍ୟୁତ୍ବିଭବ ପାର୍ଥକ୍ୟର ସମ୍ପର୍କ ଲେଖ ।
ଉ–
ପ୍ରବାହିତ ବିଦ୍ୟୁତ ତାରର ଦୁଇ ପାନ୍ତ ମଧ୍ୟରେ ଥିବା ବିଦ୍ୟୁତ୍ ବିଭବ ପାର୍ଥକ୍ୟ ସହ ସମାନୁପାତୀ ।
23. ବିଦ୍ୟୁତ୍ ଟୋଷ୍ଟର ଓ ବିଦ୍ୟୁତ୍ ଇସ୍ତ୍ରୀରେ କୁଣ୍ଡଳୀଗୁଡ଼ିକ କାହିଁକି ବିଶୁଦ୍ଧ ଧାତୁ ବଦଳରେ ମିଶ୍ରଧାତୁରୁ ତିଆରି କରାଯାଏ ?
ଉ –
- ମିଶ୍ରଧାତୁର ପ୍ରତିରୋଧ ମୂଳଧାତୁଗୁଡ଼ିକଠାରୁ ଅଧ୍ଵ ।
- ମିଶ୍ରଧାତୁ ଉଚ୍ଚ ତାପମାତ୍ରାରେ ସହଜରେ ଜାରିତ ହୁଏ ନାହିଁ |
24. ପଙ୍କ୍ତି ସଂଯୋଗ କିପରି କରାଯାଏ ?
ଉ–
ପଙ୍କ୍ତି ସଂଯୋଗରେ ପ୍ରତିରୋଧଗୁଡ଼ିକୁ ଏକ ଧାଡ଼ିରେ ପ୍ରାନ୍ତକୁ ପ୍ରାନ୍ତ ସହ ସଂଯୋଗ କରାଯାଏ ।
25. ସମାନ୍ତରାଳ ସଂଯୋଗ କିପରି କରାଯାଏ ?
ଉ –
ସମାନ୍ତରାଳ ସଂଯୋଗରେ ପ୍ରତିରୋଧଗୁଡ଼ିକୁ ପରସ୍ପର ସହ ସମାନ୍ତର ଭାବେ ସଂଯୁକ୍ତ କରାଯାଏ ।
26. ତିନୋଟି ପ୍ରତିରୋଧର ସମାନ୍ତରାଳ ସଂଯୋଗର ପରିପଥ ଚିତ୍ର ଅଙ୍କନ କର ।
ଉ –
27. ତିନୋଟି ପ୍ରତିରୋଧର ପଲ୍ଲିରେ ସଂଯୋଗର ପରିପଥର ଚିତ୍ର ଅଙ୍କନ କର ।
ଉ –
28. ବିଦ୍ୟୁତ୍ ପାୱାର କାହାକୁ କହନ୍ତି ?
ଉ –
ବିଦ୍ୟୁତ୍ ଶକ୍ତି ଯେଉଁ ହାରରେ ବ୍ୟୟିତ ହୁଏ ତାହାକୁ ବିଦ୍ୟୁତ୍ ପାଓ୍ବାର କୁହାଯାଏ
29. ବିଦ୍ୟୁସ୍ରୋତର ତାପନ କ୍ଷମତା କ’ଣ ?
ଉ –
ଗୋଟିଏ ବ୍ୟାଟେରୀ ସହ ପ୍ରତିରୋଧ ସଂଯୁକ୍ତ କଲେ ବିଦ୍ୟୁତ୍ ଶକ୍ତି ବ୍ୟୟିତ ହୋଇ ତାପଶକ୍ତିକୁ ରୁପାନ୍ତରିତ କରି ପ୍ରତିରୋଧକୁ ଉତ୍ତପ୍ତକରେ ଏହାକୁ ବିଦ୍ୟୁତ୍ ତାପନ କ୍ଷମତା କହନ୍ତି ।
30. ଏକ ବିଦ୍ୟୁତ୍ ପରିପଥରେ 2Ω, 3Ω ଓ ଯେ ପଙ୍କ୍ତି ସଂଯୁକ୍ତ ହୋଇଛି । ସମୁହ ପ୍ରତିରୋଧ ନିର୍ଣ୍ଣୟ କର ।
ଉ
R = R1 + R2 + R3 = 2 + 3 + 6 = 11 ଓମ୍
31. ବିଶିଷ୍ଟ ପ୍ରତିରୋଧର ସଂଜ୍ଞା ଲେଖ ।
ଉ–
1 ବ.ମି. ପ୍ରସ୍ଥଚ୍ଛେଦ ଓ 1 ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପରିବାହୀର ପ୍ରତିରୋଧକୁ ବିଶିଷ୍ଟ ପ୍ରତିରୋଧ କହନ୍ତି ।
32. ଫ୍ୟୁଜ୍ କ’ଣ ?
ଉ –
ଫ୍ୟୁଜ୍ ଏକ ମିଶ୍ରଧାତୁର ତାର ଓ ଏହି ତାରର ଗଳନାଙ୍କ କମ୍ ହୋଇଥିବାରୁ ନିର୍ଦ୍ଧାରିତ ମାତ୍ରାରୁ ବିଦ୍ୟୁତ ଅଧିକ ହେଲେ ତାହା ତରଳିଯାଏ । ଫ୍ୟୁଜ୍ ସାଧାରଣତଃ ସୀସା ଓ ଟିଣ ମିଶ୍ର ଧାତୁରେ ତିଆରି ହୋଇଥାଏ ।
33. 1 ୟୁନିଟ୍ ବିଦ୍ୟୁତ୍ ଶକ୍ତି କ’ଣ ?
ଉ–
1 କିଲୋୱାଟ୍ ଘଣ୍ଟା ବିଦ୍ୟୁତଶକ୍ତିକୁ 1 ୟୁନିଟ୍ ବିଦ୍ୟୁତ୍ ଶକ୍ତି ବୋଲି କୁହାଯାଏ ।
34. 5 ସେକେଣ୍ଡରେ 2 କୁଲମ୍ ଚାର୍ଜ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତର ପରିମାଣ କେତେ ?
ଉ –
ଏଠାରେ Q = 2C, t = 5s, I = \(\frac { Q }{ t }\) = \(\frac { 2C }{ 5s }\) = 0.4A
35. ଖଣ୍ଡିଏ ତାରରେ 0.5A ବିଦ୍ୟୁତ୍ ସ୍ରୋତ 1 ଘଣ୍ଟା ପ୍ରବାହିତ ହେଲେ ମୋଟ ପ୍ରବାହିତ ଚାର୍ଜର ପରିମାଣ କେତେ ?
ଉ–
ଏଠାରେ I = 0.5A, t = 1 ଘଣ୍ଟା 1 x 60 x 60s = 3600s
Q = It = 0.5 x 3600 As = 1800C
36. 12V ବ୍ୟାଟେରୀ ମଧ୍ୟଦେଇ IC ଚାର୍ଜ ପ୍ରବାହିତ ହେବାରେ କେତେ ଶକ୍ତି ଆବଶ୍ୟକ ହୁଏ ?
ଉ–
ଏଠାରେ V = 12V, Q = 1C ∴ W = V · Q = 12V × 1C = 12J = 12 ଜୁଲ୍
37. ଗୋଟିଏ ବଲ୍ବର ସୂତ୍ରର ପ୍ରତିରୋଧ 1100Ω, 220V ବିଦ୍ୟୁତ୍ ଲାଇନରେ ଲଗାଇଲେ କେତେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବ ?
ଉ –
ଏଠାରେ V = 220V, R = 1100Ω, I = \(\frac { V }{ R }\) = \(\frac { 220V }{ 1100Ω }\) = 0.2A
38. 220V ବିଦ୍ୟୁତ୍ ଲାଇନ୍ରେ 110Ω ପତିରୋଧର ଗୋଟିଏ ହିଟର ଲାଗିଲେ ସେଥିରେ କେତେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବ ?
ଉ –
ଏଠାରେ V = 220V, R = 110Ω, I = \(\frac { 220V }{ 110Ω }\) = 2A
F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ବିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।
1. ରାଜ : କୁଲମ୍ :: ବିଦ୍ୟୁତ୍ ସ୍ରୋତ : ………………. |
2. 1 mA : 10-3A :: 1μA : ………………. |
3. ବିଦ୍ୟୁତ୍ ବିଭବ ପାର୍ଥକ୍ୟ : ଭୋଲ୍ସମିଟର :: ବିଦ୍ୟୁସ୍ରୋତ : ……………… |
4. ଏମିଟର : ଧାଡ଼ି :: ଭୋଲ୍ଟମିଟର : ………….. |
5. ବିଦ୍ୟୁତ୍ ଚାର୍ଜର ପରିମାଣ : Q :: ବିଭବାନ୍ତର : ………………… |
6. ଧାତୁ : ବିଦ୍ୟୁତ୍ ସୁପରିବାହୀ :: ରବର : ………………. |
7. ରୁପା : ସର୍ବୋତ୍କୃଷ୍ଟ ବିଦ୍ୟୁତ୍ପରିବାହୀ :: ପାରଦ : ……………… |
8. ରୁପା : ସର୍ବନିମ୍ନ ପ୍ରତିରୋଧ :: ପାରଦ : ………………. |
9. ସମାନ୍ତରୀଳ ସଂଯୋଗ : \(\frac { 1 }{ R }\) = \(\frac{1}{\mathrm{R}_1}\) + \(\frac{1}{\mathrm{R}_2}\) + \(\frac{1}{\mathrm{R}_3}\) :: ପଙ୍କ୍ତି ସଂଯୋଗ : ………………….. |
10. ବିଦ୍ୟୁତ୍ ଆଇରନ୍ : ନିକ୍ରୋମ :: ବିଦ୍ୟୁତ୍ ବଲ୍ସବ : ………………… |
11. ଏମ୍ପିୟର × ସେକେଣ୍ଡ : କୁଲମ୍ :: ଭୋଲଟ × ଏମ୍ପିୟର : …………………. |
12. ଏମିୟର × ସେକେଣ୍ଡ : କୁଲମ୍ :: ଓମ୍ x ଏମ୍ପିୟର : ……………….. |
13. ଏମ୍ପିୟର × ସେକେଣ୍ଡ : କୁଲମ୍ :: ଭୋଟଲ x କୁଲମ୍ : ……………………… |
14. IV = IV = \(\frac { IJ }{ IC }\) :: IA = : ……………….. |
15. It = Q :: Q × V = : ………………. |
16. ବିଦ୍ୟୁତ୍ ବିଭବ ପାର୍ଥକ୍ୟ : ଭୋଲଟ୍ :: ବିଦ୍ୟୁତ୍ ସ୍ରୋତ : ………………. |
17. 1Ω : \(\frac { IV }{ IA }\) :: 1A = : ………………. |
18. ତାପ : ଜୁଲ :: କାର୍ଯ୍ୟ : ……………….. |
19. ଘରେ ବିଦ୍ୟୁତ୍ ସାମଗ୍ରୀ : ସମାନ୍ତରାଳ ସଂଯୋଗ :: ଉତ୍ସବରେ ରଙ୍ଗିନ୍ ବଲ୍ବ : …………………. |
20. ଭୋଲ୍ଟ × କୁଲମ୍ : ଜୁଲ୍ :: ଭୋଲ୍ଟ × ଏମ୍ପିୟର : ……………………. |
21.
22.
23. ପ୍ରତିରୋଧ : ଓମ୍ :: …………. : ଓମ୍ମିଟର ।
24. ପଙ୍କ୍ତି ସଂଯୋଗ : ପ୍ରତିରୋଧ ବୃଦ୍ଧି : ସମାନ୍ତରାଳ ସଂଯୋଗ : ………………….. |
25. ସଂଯୁକ୍ତ ତାର : ⊥ :: ଅସଂଯୁକ୍ତ ତାର : ………………. |
26. ବିଦ୍ୟୁତ୍ ଚାର୍ଜ : କୁଲମ୍ :: ପ୍ରତିରୋଧଚା : ………………… |
27. କାଚ : କୁପରିବାହୀ :: ତମ୍ବା : ……………….. |
28. ତାରର ଦୈର୍ଘ୍ୟ ବୃଦ୍ଧି : ପ୍ରତିରୋଧ ବୃଦ୍ଧି :: ପ୍ରସ୍ଥଚ୍ଛେଦ ବୃଦ୍ଧି : ……………….. |
29. 1Wh: 3.6 × 103J :: 1 kWh : ………………… |
30. ଭୋଲ୍ସମିଟର : ସମାନ୍ତରାଳ ସଂଯୋଗ :: ଚାବି : ……………….. |
31. କୁଲମ୍/ସେକେଣ୍ଡ : ଏମ୍ପିୟର :: ………………. ଭୋଲୁ ।
32. ବିଦ୍ୟୁତ୍ ପ୍ରବାହ : ଏମିଟର :: ……………….. ଭୋଲ୍ସମିଟର ।
33. ରୁପା : ପରିବାହୀ :: କାଚ : ……………… |
Answer:
1
2. 106 A
3. ଏମିଟର
4. ସମାନ୍ତର
5. V
6. ବିଦ୍ୟୁତ୍ କୁପରିବାହୀ
7. ସର୍ବନିମ୍ନ ବିଦ୍ୟୁତ୍ ପରିବାହୀ
8. ସର୍ବାଧ୍ବକ
9. \(\frac { 1 }{ R }\) = \(\frac{1}{\mathrm{R}_1}\) + \(\frac{1}{\mathrm{R}_2}\) + \(\frac{1}{\mathrm{R}_3}\)………………..
10. ଟଙ୍ଗଷ୍ଟନ୍
11.ୱାଟ୍
12. ଭୋଲ୍ଟ୍
13. ଜୁଲ
14. \(\frac { IC }{ Is }\)
15. J
16. ଏମ୍ପିୟର
17. \(\frac { 1V }{ 1Ω }\)
18. ଜୁଲ୍
19. ପକ୍ତି
20. ୱାଟ୍
21. ଭୋଲ୍ସମିଟର
22. ସ୍ବିଚ୍ ବନ୍ଦ
23. ବିଶିଷ୍ଟ ପ୍ରତିରୋଧ
24. ପ୍ରତିରୋଧ ହ୍ରାସ
25.
26. ଓମ୍.ମି.
27. ସୁପରିବାହୀ
28. ପ୍ରତିରୋଧ ହ୍ରାସ .
29. 3.6 × 106 J
32. ବିଦ୍ୟୁତ୍ ବିଭବ ପାର୍ଥକ୍ୟ
30. ପଂକ୍ତି ସଂଯୋଗ
31. ଜୁଲ୍/କୁଲମ୍
33. ବିଦ୍ୟୁତ୍ରୋଧୀ
SUBJECTIVE TYPE QUESTIONS WITH ANSWERS
1. ବିଦ୍ୟୁତ୍ ସ୍ରୋତ ସମ୍ପର୍କିତ ଜୁଲ୍ଙ୍କ ତାପନ ନିୟମ ନିଗମନ କର ।
ଊ–
ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା – ପରିପଥରେ ବିଦ୍ୟୁତ୍ ସ୍ରୋତକୁ ଚାଲୁ ରଖିବାପାଇଁ ଆବଶ୍ୟକ ଶକ୍ତି ସେଥିରେ ସଂଯୁକ୍ତ ସେଲ୍ ବା ବ୍ୟାଟେରୀରୁ ଆସିଥାଏ । ଏହି ଶକ୍ତି ଉପକରଣକୁ ଚାଲୁରଖ୍ ସହ ତାପଶକ୍ତିକୁ ପରିବର୍ତ୍ତିତ ହୋଇ ଉପକରଣକୁ ଗରମ କରେ |
ଯଦି ଗୋଟିଏ ପରିପଥରେ ବ୍ୟାଟେରୀ ସହ କେବଳ ପ୍ରତିରୋଧ ରହିଥାଏ ତାହେଲେ ବ୍ୟାଟେରୀର ଶକ୍ତି ତାପଶକ୍ତିକୁ ରୂପାନ୍ତରିତ ହୋଇ ପ୍ରତିରୋଧକୁ ଉତ୍ତପ୍ତ କରାଏ । ଏହାକୁ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା କହନ୍ତି । ହିଟର, ବୈଦ୍ୟୁତିକ ଇସ୍ତ୍ରୀ ଇତ୍ୟାଦିରେ ତାପନ କ୍ଷମତା ବ୍ୟବହାର କରାଯାଏ ।
ଜୁଳଙ୍କ ବାପନ ନିୟମ :
(i) ମନେକର t ସମୟ ମଧ୍ୟରେ ଠୁ ପରିମାଣର ଚାର୍ଜ ପ୍ରତିରୋଧ ମଧ୍ୟରେ ପ୍ରବାହିତ ହେଉଛି
∴I = \(\frac { Q }{ t }\)
(ii) ‘t’ ସମୟ ମଧ୍ୟରେ ସମ୍ପାଦିତ କାର୍ଯ୍ୟ = W = VQ
(iii) ଏକକ ସମୟ ମଧ୍ୟରେ ପରିପଥକୁ ଆସୁଥିବା ଶକ୍ତି ବା ପାୱାର
P = \(\frac { W }{ t }\) = \(\frac { VQ }{ t }\) = \(\frac { VIt }{ t }\) = VI
(iv) ∴ t ସମୟ ମଧ୍ୟରେ ପରିପଥକୁ ଆସୁଥିବା ଶକ୍ତି ବା ପାୱାର Pt = VIt
(v) ଏହି ଶକ୍ତି ପ୍ରତିରୋଧରେ ତାପଶକ୍ତିକୁ ରୂପାନ୍ତରିତ ହୁଏ । ତେଣୁ t ସମୟ ମଧ୍ୟରେ ଉତ୍ପନ୍ନ ତାପଶକ୍ତିର ପରିମାଣ ।
H = VIt = IR × It = I2Rt | ଏହାକୁ ଜୁଲ୍ଙ୍କ ତାପନ ନିୟମ କହନ୍ତି ।
(vi) H = I2Rt ଅନୁଯାୟ1
H a I2 ( ଯେତେବେଳେ R ଓ t ସ୍ଥିରାଙ୍କ)
H a R ( ଯେତେବେଳେ I ଓ t ସ୍ଥିରାଙ୍କ)
H a t (ଯେତେବେଳେ I ଓ R ସ୍ଥିରାଙ୍କ)
(vii) ତାପର S.I. ଏକକ ହେଉଛି ଜୁଲ୍ ।
2. ବିଦ୍ୟୁତ୍ ବିଭବ ପାର୍ଥକ୍ୟ ଓ ବିଦ୍ୟୁତ୍ ସ୍ରୋତ କ’ଣ ବୁଝାଅ । ଏମାନଙ୍କ ମଧ୍ୟରେ ସମ୍ପର୍କ ବୁଝାଇବା ପାଇଁ ଓମ୍ଙ୍କ ପରୀକ୍ଷଣ ବୁଝାଅ ଓ ଲବ୍ଧ ତଥ୍ୟ ଲେଖ ।
ଉ –
ବିଦ୍ୟୁତ୍ ବିଭବ ପାର୍ଥକ୍ୟ : ପରିବାହୀର ଦୁଇପ୍ରାନ୍ତ ମଧ୍ୟରେ ବିଦ୍ୟୁତ୍ ଚାପର ପାର୍ଥକ୍ୟ ରହିଲେ ଇଲେକ୍ଟ୍ରନ ପ୍ରବାହ ହୁଏ । ବିଦ୍ୟୁତ୍ ଚାପର ପାର୍ଥକ୍ୟକୁ ବିଦ୍ୟୁତ୍ ବିଭବ ପାର୍ଥକ୍ୟ ବା ବିଭବାନ୍ତର କୁହାଯାଏ ।
ବିଦ୍ୟୁତ୍ ସ୍ରୋତ :
ପରିବାହୀରେ ଏକକ ସମୟରେ ପ୍ରବାହିତ ହେଉଥିବା ଚାର୍ଜକୁ ବିଦ୍ୟୁତ୍ ସ୍ରୋତ କହନ୍ତି । ଯଦି t ସମୟରେ ଠୁ ଚାର୍ଜ ପ୍ରବାହିତ ହୁଏ ତେବେ ସେହି ଦିଗରେ ବିଦ୍ୟୁତ୍ ସ୍ରୋତ I = \(\frac { Q }{ t }\) ହେବ |
ଓମ୍ବଙ୍କ ପରାଷ :
(i) ଚିତ୍ରରେ ଦର୍ଶାଯାଇଥିବାଭଳି ପରିପଥଟିଏ ତିଆରି କରାଯାଉ, ଯେଉଁଥିରେ 0.5 ମି. ଦୈର୍ଘ୍ୟର ନିକ୍ରୋମ ତାର XY ଏମିଟରକୁ ପଙ୍କ୍ତିରେ ଏବଂ ଭୋଲ୍ ଟମିଟର କୁ ସମାନ୍ତର ସଂଯୋଗ କରାଯାଏ । 1.5Vର ଚାରୋଟି ସେଲ୍
ସଂଯୁକ୍ତ କରାଯାଉ । ଭୋଲ୍ଟମିଟର ଦୁଇପ୍ରାନ୍ତ ମଧ୍ୟରେ ବିଦ୍ୟୁତ୍ ବିଭବ ପାର୍ଥକ୍ୟ ଦର୍ଶାଏ । ଏମିଟର ଏଥିରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତର ପରିମାଣ ଦର୍ଶାଇଥାଏ ।
(ii) ପ୍ରଥମେ ଗୋଟିଏ ସେଲ୍ ନେଇ ଭୋଲଟ୍ମିଟର ଓ ଏମିଟର ପାଠ୍ୟଙ୍କ ଲେଖୁରଖ । ଅଧିକ ସେଲ୍ ଯୋଗକଲେ ଏହି ପାଠ୍ୟଙ୍କ ଦ୍ଵୟ ବଦଳିବ । ବିଦ୍ୟୁତ୍ ବିଭବ ପାର୍ଥକ୍ୟ V ଏବଂ ବିଦ୍ୟୁତ୍ ସ୍ରୋତ I ମଧ୍ଯରେ ଗ୍ରାଫ୍ଟିଏ ଟାଣିଲେ
ତାହା ଏକ ସରଳରେଖା ହେବ । ଏହା ଆଦ୍ୟବିନ୍ଦୁ O ଦେଇ ଗତି କରିବ ।
ଲବ୍ଧ ତଥ୍ୟ :
- V ଓ I ସମାନୁପାତୀ ଓ ସେମାନଙ୍କର ଅନୁପାତ ଏକ ସ୍ଥିରାଙ୍କ ।
- ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଥିବା ଏକ ପରିବାହୀର ଦୁଇପ୍ରାନ୍ତ ମଧ୍ୟରେ ବିଭବାନ୍ତର ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ସହ ସମାନୁପାତୀ ।
3. ସମାନ୍ତରାଳ ସଂଯୋଗ ଓ ପଙ୍କ୍ତି ସଂଯୋଗ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ–
ପଙ୍କ୍ତି ସଂଯୋଗ :
- ପଙ୍କ୍ତି ସଂଯୋଗରେ ପ୍ରତିରୋଧଗୁଡ଼ିକୁ ଏକ ଧାଡ଼ିରେ ପ୍ରାନ୍ତକୁ ପ୍ରାନ୍ତ ସଂଯୋଗ କରାଯାଏ । ଅର୍ଥାତ୍ ଗୋଟିଏ ପ୍ରତିରୋଧର ଏକ ପ୍ରାନ୍ତ ତା’ ପାଖ ପ୍ରତିରୋଧର ଏକ ପ୍ରାନ୍ତ ସହ ସଂଯୁକ୍ତ ହୋଇଥାଏ ।
- ପ୍ରତିରୋଧଗୁଡ଼ିକ R1, R2, R3 ହେଲେ ସମୂହ ପ୍ରତିରୋଧ R = R1 + R2 + R3 |
- ପ୍ରତିରୋଧଗୁଡ଼ିକର ପଙ୍କ୍ତି ସଂଯୋଗର ସମତୁଲ୍ୟ ପ୍ରତିରୋଧ ବା ସମୂହ ପ୍ରତିରୋଧ ସମ୍ପୃକ୍ତ ପ୍ରତିରୋଧ – ଗୁଡ଼ିକର ସମଷ୍ଟି ସଙ୍ଗେ ସମାନ ।
- ସମତୁଲ୍ୟ ପ୍ରତିରୋଧ (ସମୂହ ପ୍ରତିରୋଧ) ସଂପୃକ୍ତ ଯେକୌଣସି ପ୍ରତିରୋଧଠାରୁ ଅଧିକ ।
- ଉତ୍ସବ ପାଳନ ବେଳେ ରଙ୍ଗିନ୍ ବଲ୍ବଗୁଡ଼ିକୁ ପଙ୍କ୍ତିରେ ସଂଯୋଗ କରାଯାଏ ।
- ଏପ୍ରକାର ସଂଯୋଗରେ ପ୍ରତି କ୍ଷେତ୍ରରେ ଏକା ପରିମାଣର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ । ଏହି କ୍ଷେତ୍ରରେ ଉପକରଣଗୁଡ଼ିକୁ ଏକାଠି ବ୍ୟବହାର କରିହୁଏ କିମ୍ବା ବନ୍ଦ କରିହୁଏ ।
ସମାନ୍ତରାଳ ସଂଯୋଗ :
- ସମାନ୍ତରାଳ ସଂଯୋଗର ପ୍ରତିରୋଧଗୁଡ଼ିକର ସରସର ସହ ସମାନ୍ତର ଭାବେ ସଂଯୁକ୍ତ କରାଯାଇଥାଏ; ଅର୍ଥାତ୍ ପ୍ରତିରୋଧର ଗୋଟିଏ ପ୍ରାନ୍ତକୁ ଏକାଠି ଏବଂ ଅନ୍ୟ ପ୍ରାନ୍ତକୁ ଏକାଠି କରି ଅଲଗା ଯୋଡ଼ାଯାଇଥାଏ ।
- ପ୍ରତିରୋଧଗୁଡ଼ିକ R1, R2, R3, ହେଲେ ସମୂହ
ପ୍ରତିରୋଧ = \(\frac { 1 }{ R }\) = \(\frac{1}{\mathrm{R}_1}\) + \(\frac{1}{\mathrm{R}_2}\) + \(\frac{1}{\mathrm{R}_3}\)
- ସମାନ୍ତରାଳ ସଂଯୋଗର ସମୂହ ପ୍ରତିରୋଧ ବା ସମତୁ ଲ୍ୟ ପ୍ରତିରୋଧର ବିଲୋମୀ, ସମ୍ପୃକ୍ତ ପ୍ରତିରୋଧଗୁଡ଼ିକର ବିଲୋମୀର ସମଷ୍ଟି ସହ ସମାନ ।
- ସମୂହ ପ୍ରତିରୋଧର ମୂଲ୍ୟ ସମ୍ପୃକ୍ତ ଯେକୌଣସି ପ୍ରତିରୋଧର ମୂଲ୍ୟଠାରୁ କମ୍ ।
- ଘରେ ଯେଉଁସବୁ ବିଦ୍ୟୁତ୍ ସାମଗ୍ରୀ ବ୍ୟବହାର କରାଯାଏ, ସେଗୁଡ଼ିକ ବିଦ୍ୟୁତ୍ ଲାଇନ୍ ସହ ସମାନ୍ତରାଳ ଭାବେ ସଂଯୁକ୍ତ |
- ଏପ୍ରକାର ସଂଯୋଗରେ ଭିନ୍ନ ଭିନ୍ନ ପରିମାଣର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ । ଏ କ୍ଷେତ୍ରରେ ଉପକରଣଗୁଡ଼ିକୁ ଅଲଗା ଅଲଗା ସ୍ବତନ୍ତ୍ରଭାବେ ବ୍ୟବହାର କରାଯାଇପାରିବ ।
4. ଓମ୍ଙ୍କ ନିୟମ ଲେଖ ଓ ବୁଝାଅ । ଏହି ନିୟମକୁ ପ୍ରୟୋଗ କରି R1, R2 ଓ R3 ପଙ୍କ୍ତି ସଂଯୋଗର ସମତୁଲ୍ୟ ପ୍ରତିରୋଧ ନିର୍ଣ୍ଣୟ କର । ଘରୋଇ ଉପକରଣକୁ ପଙ୍କ୍ତିରେ ସଂଯୋଗ କଲେ ହେଉଥିବା ଦୁଇଟି ଅସୁବିଧା ବର୍ଣ୍ଣନା କର ।
ଉ–
ଓମ୍ଙ୍କ ନିୟମ : ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଥିବା କୌଣସି ଏକ ପରିବାହୀର ଦୁଇ ପ୍ରାନ୍ତ ମଧ୍ୟରେ ବିଭବାନ୍ତର ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ସହ ସମାନୁପାତୀ ।
ସାଙ୍କେତିକ ଭାଷାରେ ଓମ୍ଙ୍କ ନିୟମ ଅନୁସାରେ, V α I
କିମ୍ବା, \(\frac { V }{ I }\) = ସ୍ଥିରାଙ୍କ = R କିମ୍ବା V = IR
ଖଣ୍ଡିଏ ନିର୍ଦ୍ଦିଷ୍ଟ ଧାତବ ତାର ଓ ନିର୍ଦ୍ଦିଷ୍ଟ ତାପମାତ୍ରା ପାଇଁ R ଏକ ସ୍ଥିରାଙ୍କ । ଏହାକୁ ତାରର ପ୍ରତିରୋଧ ବା ରେଜିଷ୍ଟାନସ କୁହାଯାଏ ।
ପ୍ରବାହିତ ବିଦ୍ୟୁତ୍ ସ୍ରୋତ ଓ ଦୁଇ ପ୍ରାନ୍ତ ମଧ୍ୟରେ ଥିବା ବିଭବାନ୍ତର ସହ ସମାନୁପାତୀ ହେତୁ V ଓ I ମଧ୍ୟରେ ଅଙ୍କିତ ଗ୍ରାଫ୍ଟି ଏକ ସରଳରେଖା ହେବ ଏବଂ ତାହା ମୂଳବିନ୍ଦୁ ଠ ଦେଇଯିବ ।
ପଡ୍ ସଂଯୋଗ :
- ପ୍ରତିରୋଧଗୁଡ଼ିକୁ ପ୍ରାନ୍ତ ଧାଡ଼ିରେ ସଂଯୋଗ କଲେ ତାହାକୁ ପଙ୍କ୍ତି ସଂଯୋଗ କୁହାଯାଏ ।
- ବିଶେଷତ୍ଵ : ପ୍ରତିରୋଧର ପଙ୍କ୍ତି ସଂଯୋଗରେ ପ୍ରତ୍ୟେକ ପ୍ରତିରୋଧରେ ସମାନ ପରିମାଣର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ । ମୋଟ ବିଦ୍ୟୁତ୍ ବିଭବାନ୍ତର ପ୍ରତ୍ୟେକ ପ୍ରତିରୋଧର ସମଷ୍ଟି ସହ ସମାନ ହୁଏ ।
- ଗାଣିତିକ ପ୍ରମାଣ :
ଯଦି R1, R2 ଓ R3 ପ୍ରତିରୋଧ ବିଶିଷ୍ଟ ତିନୋଟି ପ୍ରତିରୋଧକୁ ପଲ୍ଲିରେ ସଂଯୋଗ କଲେ, ପ୍ରତ୍ୟେକ ପ୍ରତିରୋଧ ମଧ୍ଯରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ I ହୁଏ ଏବଂ ସେମାନଙ୍କର ବିଚ୍ୟୁତି ସମାନ ହୁଏ, ବିଦ୍ୟୁତ୍ ବିଭବାନ୍ତର ଯଥାକ୍ରମେ V1, V2 ଓ
V3 ହେଳେ V = V1 + V2 + V3
- କିନ୍ତୁ ଓମ୍ଙ୍କ ନିୟମରୁ V = IR |
V1 = IR1, V2 = IR2 , V3 = IR3
RI = IR1 + IR2 + IR3 ⇒ IR = I (R1 + R2 + R3) ⇒ R = R1 + R2 + R3
ପଙ୍କ୍ତି ସଂଯୋଗରେ R ସମତୁଲ୍ୟ ପ୍ରତିରୋଧ ।
ଅସୁବିଧା –
ଘରୋଇ ଉପକରଣଗୁଡ଼ିକୁ ପଙ୍କ୍ତି ସଂଯୋଗ କଲେ ନିମ୍ନଲିଖୂତ ଅସୁବିଧାମାନ ହୁଏ ।
- ଗୋଟିଏ ଉପକରଣ ଅଚଳ ହୋଇଗଲେ ସମୁଦାୟ ପରିପଥ ବିଚ୍ଛିନ୍ନ ହୋଇଥାଏ ଏବଂ ଅନ୍ୟ ଉପକରଣ କାର୍ଯ୍ୟ କରେ ନାହିଁ ।
- ପ୍ରତ୍ୟେକ ପଏଣ୍ଟକୁ ସ୍ବତନ୍ତ୍ରଭାବେ ବ୍ୟବହାର କରାଯାଇପାରେ ନାହିଁ ।
ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର
1. ବିଦ୍ୟୁତ୍ ପ୍ରତିରୋଧର ସଂଜ୍ଞା ଦିଅ । ପ୍ରତିରୋଧ କାହାକୁ କହନ୍ତି ? ପ୍ରତ୍ୟେକର ଏକକ ଲେଖ ।
ଭ –
- ଗୋଟିଏ ପରିବାହୀର ଦୁଇ ପ୍ରାନ୍ତ ମଧ୍ୟରେ ଥିବା ବିଦ୍ୟୁତ୍ ବିଭବାନ୍ତର ଓ ସେଥ୍ରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତର
- ଏହାର S.I. ଏକକ ଓମ୍ (Ω) ।
- ପରୀକ୍ଷାରୁ ଜଣାଯାଇଛି ତାରର ଦୈର୍ଘ୍ୟର ସଙ୍କେତ I ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳର ସଙ୍କେତ A ଓ ପ୍ରତିରୋଧର ସଙ୍କେତ R ହେଲେ, R = ρ \(\frac { l }{ A }\)
1 ମିଟର ଦୈର୍ଘ୍ୟ ଓ 1 ବ.ମି. ପ୍ରସ୍ଥଚ୍ଛେଦ ବିଶିଷ୍ଟ ପରିବାହୀର ପ୍ରତିରୋଧକୁ ପ୍ରତିରୋଧ କହନ୍ତି ।
- ପ୍ରତିରୋଧର S.I. ଏକକ ଓମ୍ମି. (Ωm) ।
2. ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତାର ପ୍ରୟୋଗ ଲେଖ ।
ଭ –
- ବୈଦ୍ୟୁତିକ ଉପକରଣ; ଯଥା – ବିଦ୍ୟୁତ୍ ଚୁଲ୍ଲା, ଇସ୍ତ୍ରୀ, ବିଦ୍ୟୁତ୍ ହିଟର ଇତ୍ୟାଦିରେ ବିଦ୍ୟୁତ୍ ସ୍ରୋତର ତାପନ କ୍ଷମତା ବ୍ୟବହାର କରାଯାଏ ।
- ବିଦ୍ୟୁତ୍ ବଲ୍ବରେ ଟଙ୍ଗଷ୍ଟନ୍ର ଫିଲାମେଣ୍ଟ ବ୍ୟବହାର କରାଯାଏ । ବିଲ୍ବ ମଧ୍ୟରେ ନିଷ୍କ୍ରିୟ ଗ୍ୟାସ୍ ଭର୍ତ୍ତି କରାଯାଏ । ଟଙ୍ଗଷ୍ଟନ୍ ଧାତୁର ଗଳନାଙ୍କ 3380° C । ବିଦ୍ୟୁତ୍ ସ୍ରୋତ୍ ପ୍ରବାହିତ କରାଇଲେ ସୂତ୍ରଟିଦ୍ଵାରା ବିଦ୍ୟୁତ୍ ସ୍ରୋତ ତାପଶକ୍ତିକୁ ରୂପାନ୍ତରିତ ହୁଏ । କିଛି ଅଂଶ ଆଲୋକ ଶକ୍ତିକୁ ରୂପାନ୍ତରିତ ହୁଏ ।
- ବିଦ୍ୟୁତ୍ ପରିପଥରେ ବ୍ୟବହୃତ ଫ୍ୟୁଜ୍ ତାରର ଗଳନାଙ୍କ ନିମ୍ନ ହେତୁ ଏହା ଉତ୍ତପ୍ତ ହୋଇ ତରଳିଯାଏ ଓ ଆମର ବୈଦ୍ୟୁତିକ ଉପକରଣଗୁଡ଼ିକ ସୁରକ୍ଷିତ ରହେ । ନିର୍ଦ୍ଦିଷ୍ଟ ପରିମାଣର ବିଦ୍ୟୁତ୍ ସ୍ରୋତଠାରୁ ଅଧିକ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫ୍ୟୁଜଟି ତରଳିଯାଏ ।
3. ଏମିଟର କ’ଣ ? ଏହାକୁ ପରିପଥରେ କିପରି ସଂଯୁକ୍ତ କରାଯାଏ ଚିତ୍ର ସହ ଉଲ୍ଲେଖ କର ।
ଭ –
- ବିଦ୍ୟୁତ୍ ସ୍ରୋତ ମାପିବାପାଇଁ ଯେଉଁ ଉପକରଣ ବ୍ୟବହାର କରାଯାଏ ତାହାକୁ ଏମିଟର କହନ୍ତି ।
- ଏହାକୁ ପରିପଥ ସହ ଧାଡ଼ି ବା ପଙ୍କ୍ତିରେ ସଂଯୋଗ କରାଯାଏ । ପରିପଥରେ ବିଦ୍ୟୁତ ସ୍ରୋତ ବ୍ୟାଟେରୀର ଯୁକ୍ତ (+) ଅଗ୍ରରୁ ବାହାରି ବଲ୍ବ ଓ ଏମିଟର ଦେଇ ବିଯୁକ୍ତ (–) ଅଗ୍ର ପର୍ଯ୍ୟନ୍ତ ପ୍ରବାହିତ ହେଉଛି ।
4. ବିଭବାନ୍ତର, ଜୁଲ୍ ଓ ଚାର୍ଜ ମଧ୍ଯରେ ସମ୍ପର୍କ ନିଗମନ କର । ଦୁଇ ବିନ୍ଦୁ ମଧ୍ୟରେ ବିଭବାନ୍ତର ଯଦି କୈ ହୁଏ ତେବେ ଦୁଇ ବିନ୍ଦୁ ମଧ୍ୟରେ 2C ଚାର୍ଜ ସ୍ଥାନାନ୍ତର କରିବାପାଇଁ କେତେ କାର୍ଯ୍ୟ କରିବ ?
ଭ –
(i) ବିଦ୍ୟୁତ୍ ପ୍ରବାହ ଥିବା ପରିପଥର ଦୁଇ ବିନ୍ଦୁ ମଧ୍ୟରେ ବିଭବାନ୍ତର ସେହି ଦୁଇ ବିନ୍ଦୁ ମଧ୍ୟରେ ଏକକ ପରିମାଣର ଚାର୍ଜ ସ୍ଥାନାନ୍ତରଣ ପାଇଁ ହେଉଥିବା କାର୍ଯ୍ୟର ପରିମାଣ ସହ ସମାନ ।
(ii) V = \(\frac { w }{ Q }\)
1 ଭୋଲ୍ଟ = 1 ଜୁଲ୍ | 1 କୁଲମ୍, 1V = 1C-1
(iii) V = 6V, Q = 2C, W = କେତେ ?
W= VQ = 6V × 2C = 12 VC = 12 J
5. ଏକ ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତର ପରିମାଣ ଏବଂ ଚାର୍ଜର ପରିମାଣ ମଧ୍ଯରେ ଥିବା ସମ୍ପର୍କ ଦର୍ଶାଅ ଏବଂ ସେମାନଙ୍କର ଏକକ ଲେଖ । କେଉଁ ଉପକରଣ ମାଧ୍ଯମରେ ବିଦ୍ୟୁତ୍ ସ୍ରୋତ ମପାଯାଏ ?
ଭ –
- ଯଦି । ସମୟ ମଧ୍ୟରେ ଠୁ ପରିମାଣର ଚାର୍ଜ ଗୋଟିଏ ପରିବାହୀର ପ୍ରସ୍ଥଚ୍ଛେଦ ଦେଇ ପ୍ରବାହିତ ହୁଏ ତେବେ ବିଦ୍ୟୁତ୍ ସ୍ରୋତ I = \(\frac { Q }{ t }\) ଯଦି 1 ସେକେଣ୍ଡରେ ପରିବାହୀରେ 1 କୁଲମ୍ ଚାର୍ଜ ପ୍ରବାହିତ ହୁଏ ତେବେ ବିଦ୍ୟୁତ୍ ସ୍ରୋତର ପରିମାଣ । ଏମ୍ପିୟର ହେବ ।
1 A = \(\frac { 1C }{ 1s }\)
- ବିଦ୍ୟୁତ୍ ସ୍ରୋତର S.I. ଏକକ ହେଲା ଏମିୟର । ପରିପଥରେ ସ୍ୱଳ୍ପ ପରିମାଣର ବିଦ୍ୟୁତ୍ ସ୍ରୋତ ମାପିବା ପାଇଁ ମିଲି ଏମ୍ପିୟର ବା ମାଇକ୍ରୋ ଏମ୍ପିୟର ଏକକ ବ୍ୟବହୃତ ହୁଏ ।
- ଏମିଟର ସାହାଯ୍ୟରେ ବିଦ୍ୟୁତ୍ ସ୍ରୋତ ମପାଯାଏ । ଏହାକୁ ପରିପଥରେ ଧାଡ଼ିରେ ବା ପଙ୍କ୍ତିରେ ସଂଯୋଗ କରାଯାଏ ।
6. nଟି ପ୍ରତିରୋଧକୁ ସମାନ୍ତରାଳ ଓ ପଙ୍ କ୍ତି ସଂଯୋଗ କଲେ ପ୍ରତ୍ୟେକ କ୍ଷେତ୍ରରେ ସମତୁଲ୍ୟ ପ୍ରତିରୋଧ କେତେ ହେବ କଳନା କର । 3Ω, 4Ω ଓ 12 Ω ପ୍ରତିରୋଧଗୁଡ଼ିକୁ ସମାନ୍ତରାଳ ଓ ପଙ୍କ୍ତି ସଂଯୋଗ କଲେ ସମତୁଲ୍ୟ ପ୍ରତିରୋଧ କେତେ ହେବ ପ୍ରତ୍ୟେକ କ୍ଷେତ୍ରରେ ନିର୍ଣ୍ଣୟ କର ।
ଭ –
ପଙ୍କ୍ତିରେ ସମୂହ ପ୍ରତିରୋଧ R = R1 + R2 + R3 + …… ଟି = nR
ସମାନ୍ତରାଳ ସଂଯୋଗରେ ସମୂହ ପ୍ରତିରୋଧ \(\frac { 1 }{ R }\) = \(\frac{1}{\mathrm{R}_1}\) + \(\frac{1}{\mathrm{R}_2}\) + \(\frac{1}{\mathrm{R}_3}\) + …………….. nଟି = \(\frac { n }{ R }\)
R = \(\frac { R }{ n }\)
(ii) R = 3Ω, R, = 4Ω, R = 12Ω
R = R1 + R2 + R3 = 3 + 4 +12 = 19Ω
\(\frac{1}{\mathrm{R}_1}\) + \(\frac{1}{\mathrm{R}_2}\) + \(\frac{1}{\mathrm{R}_3}\) = \(\frac { 1 }{ 3 }\) + \(\frac { 1 }{ 4 }\) + \(\frac { 1 }{ 12 }\) = \(\frac { 4+3+1 }{ 12 }\) = \(\frac { 8 }{ 12 }\)
R = \(\frac { 12 }{ 8 }\) = 1.5Ω
7. ଓମ୍ଙ୍କ ନିୟମ ଲେଖ । ରିଓଷ୍ଟାଟ୍ ଓ ପ୍ରତିରୋଧୀର ସଙ୍କେତ ଲେଖ । 220 V ଓ 100 W ଲେଖାଥିବା ବିଦ୍ୟୁତ୍ ବଲ୍ବ 110 V ପରିପଥ ସହ ସଂଯୁକ୍ତ ହେଲେ କେତେ ଶକ୍ତି ବ୍ୟୟ କରିବ ?
ଭ –
(i) ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଥିବା କୌଣସି ଏକ ପରିବାହୀର ଦୁଇ ପ୍ରାନ୍ତ ମଧ୍ୟରେ ବିଭବାନ୍ତର ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ସହ ସମାନୁପାତୀ |
V α I
\(\frac { V }{ I }\) = ସ୍ଥିରାଙ୍କ (R)
V = IR
(ii) ଓଷ୍ଟାଟ୍ର ସଙ୍କେତ –
ପ୍ରତିରୋଧୀର ସଙ୍କେତ –
(iii) P = 100 W, V = 220 V, V1 = 110 V
R = \(\frac{\mathrm{V}^2}{\mathrm{P}}\) = \(\frac{\mathrm{(220)}^2}{\mathrm{100}}\) = 484Ω
P = \(\frac{\mathrm{V}^2}{\mathrm{R}}\) = \(\frac{\mathrm{(110)}^2}{\mathrm{484}}\) = 25W
8. ପ୍ରତିରୋଧର ସମାନ୍ତରାଳ ସଂଯୋଗରେ ସମୂହ ପ୍ରତିରୋଧରେ ବିଲୋମା ସଂପୃକ୍ତ ପ୍ରତିରୋଧଗୁଡ଼ିକର ବିଲୋମୀର ସମଷ୍ଟି ସହ ସମାନ– ପ୍ରମାଣ କର ।
ଭ –
(i) ତିନୋଟି ପ୍ରତିରୋଧ R1, R2 ଓ R3 କୁ ସମାନ୍ତରାଳ ସଂଯୋଗ କରାଯାଇଛି । ସେମାନଙ୍କ ମଧ୍ୟରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ଯଥାକ୍ରମେ I1, I2 ଓ I3 । ତେବେ ଓମ୍ଙ୍କ ନିୟମ ଅନୁସାରେ
V = IR, V = I1R1, V = I2R2, V=I3R3
I = \(\frac { V }{ R }\), I1 = \(\frac{V}{\mathrm{R}_1}\), I2 = \(\frac{V}{\mathrm{R}_2}\), I3 = \(\frac{V}{\mathrm{R}_3}\)
(ii) ପରିପଥରେ ସମୁଦାୟ ବିଦ୍ୟୁତ୍ ସ୍ରୋତ I; ତିନୋଟି ପ୍ରତିରୋଧରେ ପ୍ରବାହିତ ହେଉଥିବା ପୃଥକ୍ ପୃଥକ୍ ବିଦ୍ୟୁତ୍ ସ୍ରୋତର ସମଷ୍ଟି ସହ ସମାନ ।
I = I1 + I2 + I3
\(\frac { V }{ R }\) + \(\frac{V}{\mathrm{R}_1}\) + \(\frac{V}{\mathrm{R}_2}\) + \(\frac{V}{\mathrm{R}_3}\) = V (\(\frac{1}{\mathrm{R}_1}\) + \(\frac{1}{\mathrm{R}_2}\) + \(\frac{1}{\mathrm{R}_3}\))
⇒ \(\frac { 1 }{ R }\) = \(\frac{1}{\mathrm{R}_1}\) + \(\frac{1}{\mathrm{R}_2}\) + \(\frac{1}{\mathrm{R}_3}\)
ସମୂହ ପ୍ରତିରୋଧର ମୂଲ୍ୟ ସଂପୃକ୍ତ ଯେକୌଣସି ପ୍ରତିରୋଧର ମୂଲ୍ୟଠାରୁ କମ୍ ।
ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର
1. ଗୋଟିଏ ବଲ୍ବ 5.0 V, 100 mA | ଏହାର ପାୱାର ଓ ପ୍ରତିରୋଧ କେତେ ?
ଉ –
V = 5.0V
I = 100 mA = 100 × 10-3 A = 0.1 A
P = VI = 5.0 × 0.1 = 0.5 W
R = \(\frac { V }{ I }\) = \(\frac { 5.0 }{ 0.1 }\) = 50 Ω
∴ ପାୱାର 0.5W ଓ ପ୍ରତିରୋଧ 50 Ω |
2. ଖଣ୍ଡିଏ ତାରରେ 4 ଏମ୍ପିୟର ବିଦ୍ୟୁତ୍ ସ୍ରୋତ 1 ଘଣ୍ଟା ପ୍ରବାହିତ ହେଲେ ମୋଟ ପ୍ରବାହିତ ଚାର୍ଜର ପରିମାଣ କେତେ ?
ଉ –
I=4A, t = 1 ଘଣ୍ଟା = 1 × 60 × 60 = 3600 ସେକେଣ୍ଡ
⇒I = \(\frac { Q }{ I }\) ⇒ Q = It= 3600 × 4 AC = 144000 C
3. 100 W ଓ 220 V ବଲ୍ ବର ପ୍ରତିରୋଧ କେତେ ?
ଉ
ଏଠାରେ P = 100 ୱାଟ୍ V = 220 ଭୋଲଟ୍ R = ?
ସୂତ୍ର ଅନୁଯାୟୀ P = \(\frac{\mathrm{V}^2}{\mathrm{R}}\) ⇒ R = \(\frac{\mathrm{V}^2}{\mathrm{P}}\)
R = \(\frac{\mathrm{(220)}^2}{\mathrm{100}}\) ଓମ୍ = 484.ଓମ୍
4. 1 ବିଦ୍ୟୁତ୍ ୟୁନିଟ୍ କେତେ ଜୁଲ୍ ?
ଉ–
ଏକ ବିଦ୍ୟୁତ୍ ଏକକ = 1 କିଲୋୱାଟ୍ ଘଣ୍ଟା
= 1000 ୱାଟ୍ × 60 × 60 ସେକେଣ୍ଡ = 3600000 ଜୁଲ୍ = 3.6 × 105 ଜୁଲ୍
5. m ଓ uA କୁ ଏମିୟର୍ରେ ପରିଣତ କର । ବ୍ୟାଟେରୀ ଓ ରିଓଷ୍ଟାଟର ସଂକେତ ଲେଖ ।
ଉ –
- 1mA = \(\frac { 1 }{ 1000 }\) A = 10-3 A
- 1μA = \(\frac { 1 }{ 1000000 }\) A = 10-6 A
- ବ୍ୟାଟେରୀର ସଙ୍କେତ
- ରିଓଷ୍ଟାଟର ସଂକେତ
6. 9 ଓମ୍ ପ୍ରତିରୋଧ ବିଶିଷ୍ଟ ଏକ ପରିବାହୀକୁ ସମାନ ତିନିଖଣ୍ଡ କରି ସମାନ୍ତର ସଂଯୋଗ କଲେ ସମତୁଲ୍ୟ ପ୍ରତିରୋଧ କେତେ ?
ଉ –
ପ୍ରତ୍ୟେକ ଖଣ୍ଡର ପ୍ରତିରୋଧ = \(\frac { R }{ 3 }\) = \(\frac { 9 }{ 3 }\) = 3 ଓମ୍
R1 = R2 = R3 = 3 ଓମ୍
ସମାନ୍ତରାଳ ସଂଯୋଗ Dର ସୂତ୍ର \(\frac { 1 }{ R }\) = \(\frac{1}{\mathrm{R}_1}\) + \(\frac{1}{\mathrm{R}_2}\) + \(\frac{1}{\mathrm{R}_3}\) = \(\frac { 1 }{ 3 }\) + \(\frac { 1 }{ 3 }\) + \(\frac { 1 }{ 3 }\) = \(\frac { 1+1+1 }{ 3 }\) = \(\frac { 3 }{ 3 }\) = 1
7. 2 ଓମ୍ ବିଶିଷ୍ଟ ପ୍ରତିରୋଧରେ 10 ସେକେଣ୍ଡରେ 320 J ତାପ ଉତ୍ପନ୍ନ ହେଲେ ପ୍ରତିରୋଧରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତର ପରିମାଣ କେତେ ?
ଉ –
H = 320 J, t = 10 s, R = 2 ଓମ୍
H = I2 Rt , I2 = \(\frac { H }{ Rt }\)
I = \(\sqrt{\frac{\mathrm{H}}{\mathrm{Rt}}}\) = \(\sqrt{\frac{\mathrm{320}}{\mathrm{2×10}}}\) = 4A
∴ଉକ୍ତ ପ୍ରତିରୋଧରେ 4Aର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବ ।
8. 100 ଓମ୍ ପ୍ରତିରୋଧ ପ୍ରତି ସେକେଣ୍ଡରେ 100 J ତାପ ଉତ୍ପନ୍ନ କଲେ ଏହାର ବିଭବାନ୍ତର କେତେ ?
ଉ –
H = 100 J, R = 100 ଓମ୍
H = VIt = V.\(\frac { V }{ R }\).t V = \(\sqrt{10000}\) = 100V = \(\frac{\mathrm{V}^2}{\mathrm{R}}\). t
V2 = \(\frac { HR }{ t }\) = \(\frac { 100×100 }{ 1 }\) = 10000
9. ଦତ୍ତ ଚିତ୍ରରୁ ପ୍ରତ୍ୟେକ ପ୍ରତିରୋଧରେ କେତେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଛି କଳନା କର । ପରିପଥରେ ପ୍ରବାହିତ ମୋଟ ବିଦ୍ୟୁତ୍ ସ୍ରୋତ କେତେ ?
ଉ –
R1 = 2Ω, R2 = 5Ω, R3 = 10Ω
ପ୍ରବାହିତ ବିଦ୍ୟୁତ୍ ସ୍ରୋତ ଯଥାକ୍ରମେ I1, I2 ଓ I3 ହେଲେ
I1 = \(\frac{V}{\mathrm{R}_1}\) = \(\frac { 10 }{ 2 }\) = 5A, I2 = \(\frac{V}{\mathrm{R}_2}\) = \(\frac { 10 }{ 5 }\) = 2A , I3 = \(\frac{V}{\mathrm{R}_3}\) = \(\frac { 10 }{ 10 }\) = 1A
ମୋଟ ବିଦ୍ୟୁତ୍ ସ୍ରୋତ, I = I1 + I2 + I3 = 5 + 2 +1 = 8A
10. 1500W, 250Vର ଗିଜର 250 V ବିଭବାନ୍ତର ସହ ସଂଯୁକ୍ତ ହେଲେ (a) ପ୍ରବାହିତ ବିଦ୍ୟୁତ୍ ସ୍ରୋତ (b) 50 ଘଣ୍ଟାରେ କେତେ ବିଦ୍ୟୁତ୍ ଶକ୍ତି ବ୍ୟୟ କରିବ ?
ଉ –
(i) P = 1500 W, V = 250 V
I = \(\frac { P }{ V }\) = \(\frac { 1500 }{ 250 }\) = 6A
(ii) ବ୍ୟୟିତ ବିଦ୍ୟୁତ୍ ଶକ୍ତି = ପାୱାର X ସମୟ = 1500 × 50 = 75000 Wh = 75 ୟୁନିଟ୍
11. 40 ଓମ୍ ପ୍ରତିରୋଧରେ 2 ସେକେଣ୍ଡରେ 1280 ଜୁଲ୍ ତାପ ଉତ୍ପନ୍ନ ହେଲେ ସେଥିରେ କେତେ ଏମ୍ପିୟରର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବ ?
ଉ –
R= 40Ω, H = 1280 J, t = 2 ସେକେଣ୍ଡ
H = 12Rt
I2 = \(\frac { H }{ Rt }\) = \(\frac { 1280 }{ 40×2 }\) = \(\frac { 1280 }{ 80 }\) = 16
I = √16 = 4A
12. 1 mm ବ୍ୟାସାର୍ଦ୍ଧ ବିଶିଷ୍ଟ 1 km ତମ୍ବାତାରର ପ୍ରତିରୋଧ କଳନା କର ।
(ତମ୍ବାର ପ୍ରତିରୋଧ 1.72 x 10-8 ଓମ୍ )
ଉ –
l = 1km = 1000 m
p = 1.72 x 10-8 Ω m
А = лr2 = 3.14 × (10-3)2 = 3.14 × 10-6 m
R = \(\frac { ρl }{ A }\) = \(\frac{\left(1.72 \times 10^{-8}\right) \times 1000}{3.14 \times 10^{-6}}\) = 5.48 ଓମ୍
13. I ଦୈର୍ଘ୍ୟ ବିଶିଷ୍ଟ ଏକ ପରିବାହୀର ପ୍ରତିରୋଧ R । ଏହାକୁ ପ୍ରସାରିତ କରି ଦୈର୍ଘ୍ୟ 2 ଗୁଣ ଓ ପ୍ରସ୍ଥଚ୍ଛେଦକୁ ଅଧା କଲେ ପ୍ରତିରୋଧ ଓ ପ୍ରତିରୋଧ କେତେ ହେବ ?
ଉ –
R = ପ୍ରତିରୋଧ L = ଦୈର୍ଘ୍ୟ
p = ପ୍ରତିରୋଧ, A = ପ୍ରସ୍ଥଛେଦର କ୍ଷେତ୍ରଫଳ
R = ρ\(\frac { L }{ A }\)
ଦୈର୍ଘ୍ୟ 2L, ପ୍ରସ୍ଥଛେଦ \(\frac { A }{ 2 }\) ହେଲେ, R’ = ρ\(\frac { 2L }{ N/2 }\) = ρ\(\frac { 4L }{ A }\) = 4ρ\(\frac { L }{ A }\)
ନୂତନ ପ୍ରତିରୋଧ ପ୍ରଥମ ପ୍ରତିରୋଧର 4 ଗୁଣ ହେବ ଓ ପ୍ରତିରୋଧ ଅପରିବର୍ତ୍ତନୀୟ ରହିବ ।
14. ବୈଦ୍ୟୁତିକ ପାୱାରର 4ଟି ବ୍ୟଞ୍ଜକ ଲେଖ ।
ଉ –
- P = VI = IR × I = I2R (·.· V = IR)
- P = VI = V x \(\frac { V }{ R }\) ( I2 = \(\frac { V }{ R }\) ) = \(\frac{\mathrm{V}^2}{\mathrm{R}}\)
15.
ଉପରୋକ୍ତ ପରିପଥର ସମତୁଲ୍ୟ ପ୍ରତିରୋଧ କଳନା କର ।
ଉ –
\(\frac{1}{\mathrm{R}_1}\) = \(\frac { 1 }{ 2 }\) + \(\frac { 1 }{ 2 }\) = 1
R1 = 1 Ω
\(\frac{1}{\mathrm{R}_2}\) = \(\frac { 1 }{ 3 }\) + \(\frac { 1 }{ 3 }\) = \(\frac { 2 }{ 3 }\)
R2 = \(\frac { 3 }{ 2 }\) = 1.5,
R3 = 4 Ω
R4 = 5 Ω
ସମୂହ ପ୍ରତିରୋଧ = R1 + R2 + R3 + R4 = 1 + 1.5 + 4 +5 = 11.5 ଓମ୍
16. ବିଦ୍ୟୁତ୍ ଉପାଂଶ ନିର୍ମାଣରେ ମିଶ୍ରଧାତୁର ଦୁଇଟି ବୈଶିଷ୍ଟ୍ୟ ଲେଖ ।
ଉ –
- ମିଶ୍ରଧାତୁର ପ୍ରତିରୋଧତା ସାଧାରଣତଃ ତା’ର ଗଠନକାରୀ ମୂଳଧାତୁଠାରୁ ଅଧିକ ହୋଇଥାଏ ।
- ମିଶ୍ରଧାତୁର ଗଳନାଙ୍କରେ ପରିବର୍ତ୍ତନ ହୋଇଥାଏ ଓ ଏହା ସହଜରେ ଜାରିତ ହୁଏ ନାହିଁ ।
17. ୱାଟ୍ ଓ ୱାଟ୍ ଘଣ୍ଟା କ’ଣ ଲେଖ ।
ଉ –
(i) ବିଭବାନ୍ତର 1V ଓ ବିଦ୍ୟୁତ୍ ପ୍ରବାହ 1 A ହେଲେ ପାୱାର 1 ୱାଟ୍ ହେବ ।
1w= 1 ଭୋଲ୍ଟ × l ଏମ୍ପିୟର = 1VA
(ii) ଖର୍ଚ୍ଚ ହେଉଥିବା ବିଦ୍ୟୁତ୍ ଶକ୍ତି = ପାୱାର x ସମୟ
ଏକ କ ଓ ୱାଟ୍ ଘଣ୍ଟା
1 ୱାଟ୍ ପାୱାର 1 ଘଣ୍ଟା ବ୍ୟବହାର ହେଲେ । ୱାଟ୍ ଘଣ୍ଟା ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ ହେବ ।