BSE Odisha 10th Class Political Science Notes Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Odisha State Board BSE Odisha 10th Class Political Science Notes Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ will enable students to study smartly.

BSE Odisha Class 10 Political Science Notes Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ସଡ଼କ ଦୁର୍ଘଟଣା :

  • ସଡ଼କ ଦୁର୍ଘଟଣାର ପାଞ୍ଚଟି ପ୍ରମୁଖ ଉପାଦାନ – ସଡ଼କ, ଗାଡ଼ି, ଗାଡ଼ିଚାଳନା, ରାସ୍ତା ବ୍ୟବହାରକାରୀ ଓ ପାରିପାଶ୍ୱିକ ଅବସ୍ଥା ।
  • ଦେଶ ତଥା ରାଜ୍ୟର ବିକାଶ ପ୍ରକ୍ରିୟାରେ ସଡ଼କ ପରିବହନ ଏକ ମୌଳିକ ଆବଶ୍ୟକତା
  • ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ମୃତକଙ୍କ ସଂଖ୍ୟା – ବିଶ୍ବରେ ପାଞ୍ଚ ଲକ୍ଷରୁ ଅଧିକ, ଭାରତରେ ଦେଢ଼ ଲକ୍ଷରୁ ଅଧୂକ, ଓଡ଼ିଶାରେ ଚାରି ହଜାରରୁ ଅଧିକ।

→ ସଡ଼କ ଦୁର୍ଘଟଣାର କାରଣ :

  • ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ – ସଡ଼କ ତ୍ରୁଟି, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ିଚାଳକ, ରାସ୍ତା ବ୍ୟବହାରକାରୀଙ୍କ ମନୁଷ୍ୟ-କୃତ ତ୍ରୁଟି ଓ ପାରିପାଶ୍ୱିକ ଅବସ୍ଥାରେ ତ୍ରୁଟି ।
  • ମାନବୀୟ ଛୁଟି – ଦ୍ରୁତଗତି, ମଦ୍ୟପାନ, ମୋବାଇଲ ଫୋନ୍‌ର ବ୍ୟବହାର, ହେଲମେଟ୍ ଓ ସିଟ୍‌ବେଲ୍ସ ନ ପିନ୍ଧିବା, ଅନ୍ୟମନସ୍କତା, ବେଖାତିରଭାବ ଓ ଟ୍ରାଫିକ୍ ନିୟମ ସମ୍ବନ୍ଧରେ ଅଜ୍ଞତା ଇତ୍ୟାଦି ।
  • ସଡ଼କ ତ୍ରୁଟି – ରାସ୍ତା ନିର୍ମାଣ, ଡିଜାଇନ, ରକ୍ଷଣାବେକ୍ଷଣ, ସଂପ୍ରସାରଣରେ ଅବହେଳା, ଅଦୃଶ୍ୟମାନ ଟ୍ରାଫିକ୍ ସଙ୍କେତ, ଅତ୍ୟଧ୍ଵ ଭାରୀ ମାଲ ପରିବହନ ଇତ୍ୟାଦି ।
  • ଗାଡ଼ିର ଯାନ୍ତ୍ରିକ ତୃଟି – ଯନ୍ତ୍ରଚାଳିତ ଗାଡ଼ିର ବ୍ରେକ୍, ଇଞ୍ଜିନ୍, ଇଲେକ୍‌ଟ୍ରିକ୍, ଷ୍ଟିଅରିଙ୍ଗ, ତୈଳଟ୍ୟାଙ୍କ୍ ବେଗ, ମାଲ ଓ ଯାତ୍ରୀ ପରିବହନର କ୍ଷମତ ଆଦିରେ ତ୍ରୁଟି ଦେଖାଯାଏ ।
  • ପାରିପାଶ୍ୱିକ ଅବସ୍ଥାରେ ତ୍ରୁଟି — ବର୍ଷା, ଝଡ଼, କୁହୁଡ଼ି, ବରଫାବୃତ, ଧୂଆଁଜାତ ଆଦି ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଘଟଣାର କାରଣ । ପାର୍କିଙ୍ଗ ବ୍ୟବସ୍ଥାର ଅଭାବ, ରାସ୍ତା ଉପରେ ଗୃହପାଳିତ ପଶୁମାନଙ୍କ ଯାତାୟାତ, ଗାଡ଼ିସଂଖ୍ୟା ବୃଦ୍ଧି ଇତ୍ୟାଦି ।

BSE Odisha 10th Class Political Science Notes Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

→ ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାବହତା :

  • ରାଜ୍ୟରେ ପ୍ରତିବର୍ଷ ଚାରି ହଜାରରୁ ଅଧ‌ିକ ଲୋକ ମୃତ ଓ ଦଶ ହଜାରରୁ ଅଧିକ ଆହତ ହେଉଛନ୍ତି ।
  • ସଂପ୍ରତି ଓଡ଼ିଶାର ୨ ଲକ୍ଷ ୬୫ ହଜାର କି.ମି. ରାସ୍ତା ଉପରେ ପ୍ରାୟ ୭୨ ଲକ୍ଷ ଗାଡ଼ି ଚଳପ୍ରଚଳ କରୁଛି ।
  • ପ୍ରତି ଶହେ ଦୁର୍ଘଟଣାରେ ଓଡ଼ିଶାରେ ୪୫ ଜଣ ମୃତାହତ ହେଉଛନ୍ତି ।
  • ସମସ୍ତ ଯାନବାହାନ ସଂଖ୍ୟାର ଅଶି ପ୍ରତିଶତ ଦୁଇଚକିଆ ଗାଡ଼ି ଯାହାକି ପ୍ରାୟତଃ ଯୁବଗୋଷ୍ଠୀ ଚଳାଇଥାନ୍ତି ।
  • ସମସ୍ତ ଦୁର୍ଘଟଣାର ୯୫ ପ୍ରତିଶତ କେବଳ ମାନବୀୟ ତ୍ରୁଟି ଯୋଗୁଁ ସଂଗଠିତ ହୋଇଥାଏ ।

→ ସଡ଼କ ଦୁର୍ଘଟଣାର ନିରାକରଣ ବ୍ୟବସ୍ଥା :

  • ସଡ଼କ ନିରାପତ୍ତା ବ୍ୟବସ୍ଥାକୁ ତିନିଗୋଟି ଭାଗରେ ବିଭକ୍ତ କରାଯାଇଛି; ଯଥା : ଶିକ୍ଷା (Education), ବଳବତ୍ତକରଣ (Enforcement) ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ (Engineering) ଓ ଭିତ୍ତିଭୂମି ବ୍ୟବସ୍ଥା ।
  • ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଘ, ମୋଟରଯାନ ସଂଘ ଆଦି ସଡ଼କ ସୁରକ୍ଷାର ଶିକ୍ଷା କାର୍ଯ୍ୟକ୍ରମର ମୁଖ୍ୟ ମାଧ୍ୟମ ଅଟନ୍ତି ।
  • ବଳବତ୍ତକରଣ (Enforcement) ଏକ ସରକାରୀ ନିୟନ୍ତ୍ରଣ ବ୍ୟବସ୍ଥା ଅଟେ । କୌଣସି ନିୟମର ବ୍ୟତିକ୍ରମ ହେଲେ ମାଲିକ ଓ ଗାଡ଼ିଚାଳକଙ୍କୁ ଆର୍ଥିକ ଦଣ୍ଡ କିମ୍ବା ଜେଲ ଦେବାର ବ୍ୟବସ୍ଥା ଅଛି । ମୋଟରଯାନ ସମ୍ପର୍କୀୟ ନିୟମ ଉଲ୍ଲଙ୍ଘନ ଉପରେ ଲାଗୁ କରାଯାଇଥାଏ ।
  • ବୈଜ୍ଞାନିକ ଓ ଇଞ୍ଜିନିୟରିଙ୍ଗ ପ୍ରଣାଳୀରେ ସଡ଼କର ଭିତ୍ତିଭୂମି ଗଠିତ ହେବା ଆବଶ୍ୟକ । ସଡ଼କର ଜ୍ୟାମିତିକ ଜଙ୍କସନର ଉନ୍ନତି, ଦୁର୍ଘଟଣା ଘଟୁଥିବା ସ୍ଥାନ ଚିହ୍ନଟ, ଖରାପ ରାସ୍ତାର ରକ୍ଷଣାବେକ୍ଷଣ, ସଂପ୍ରସାରଣ, ହମ୍ପସ୍,ଟ୍ରାଫିକ୍ ସିଗ୍‌ନାଲ ଓ ଜବରଦଖଲ ଉଚ୍ଛେଦ ଇତ୍ୟାଦି ଆବଶ୍ୟକ ।

→ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ସଡ଼କ ନିରାପତ୍ତାର ମାର୍ଗଦର୍ଶନ :

  • ୧୮ ବର୍ଷରୁ କମ୍ ପିଲା ଡ୍ରାଇଭିଂ ଲାଇସେନ୍ସ ପାଇବେ ନାହିଁ ।
  • ଦ୍ରୁତଗତି ଓ ସାହସିକ ଭିଡ଼ିଓ ଗେମ୍ ଦେଖୁବା ମନା ।
    3. ହାତ ଧରାଧରି ହୋଇ ସାଇକେଲ ଚଳାଇବେ ନାହିଁ ।
  • ଦୁଇଚକିଆ ଗାଡ଼ିରେ ଦୁଇ ଜଣ ବସିବେ ।
  • ଗୋଟିଏ ଗାଡ଼ିରେ ଅଧୂକ ଯାତ୍ରୀ ଯାଇପାରିବେ ନାହିଁ ।
  • ରାଜପଥ ସଂଲଗ୍ନ ସ୍କୁଲ୍‌ମାନଙ୍କ ନିମନ୍ତେ ଅଣ୍ଡରପାସ୍ ଆଦି ନିର୍ମାଣ ହେବା ଆବଶ୍ୟକ ।

→ ମୋଟର ଯାନ (ସଂଶୋଧ) ଆକ୍ଟ ୨୦୧୯ :

  • ମୋଟର ଯାନ ଆକୁ ୨୦୧୯ରେ ମୁଖ୍ୟତଃ କ୍ଷତିପୂରଣ ଏବଂ ଜୋରିମାନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
  • ଦୁର୍ଘଟଣା ମାମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା ହୋଇଛି ।
  • ନିଶାସକ୍ତ ବେପରୁଆ ଗାଡ଼ି ଚାଳକଙ୍କୁ ଆର୍ଥିକ ଦଣ୍ଡ ସହ ଜେଲଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି ।
  • ହେଲମେଟ୍ ଓ ସିଟ୍‌ବେଲ୍ସ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି ।

BSE Odisha 10th Class Political Science Notes Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

→ ଓଡ଼ିଶା ଗୁଡ୍ ସମରିଟାନ୍‌ ନୀତି, ୨୦୧୮:

  • ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବାକୁ ଗୁଡ୍ ସମରିଟାନ୍ ନୀତି କୁହାଯାଏ ।
  • ଏହି ନୀତିଦ୍ୱାରା ଜଣେ ବ୍ୟକ୍ତି ଅନ୍ୟର ଜୀବନ ବଞ୍ଚାଇବାର ମନୋଭାବ ନେଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ଗାଡ଼ିରେ ହସ୍‌ପିଟାଲକୁ ନେଇ ପାରିବେ । ଏଥ‌ିପାଇଁ ବ୍ୟକ୍ତିକୁ ପୋଲିସ୍ କିମ୍ବା ଡାକ୍ତରଙ୍କୁ ପରିଚୟ ଦେବା ବାଧ୍ୟତାମୂଳକ ନୁହେଁ ।
  • ସୁପ୍ରିମକୋର୍ଟର ୨୦୧୪ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାର ଉକ୍ତ ନୀତି ପ୍ରଣୟନ କରିଛନ୍ତି ।
  • ଗୁଡ୍ ସମରିଟାନ ପଲିସି ଅନୁଯାୟୀ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ। ୨୦୦୦ ଟଙ୍କା ପ୍ରୋତ୍ସାହନ ଦେବା ବ୍ୟବସ୍ଥା କରାଯାଇଛି ।

→ ଇନ୍ଧନ ସଂରକ୍ଷଣ :

  • ସଡ଼କ ପରିବହନ ବ୍ୟବସ୍ଥାରେ ପେଟ୍ରୋଲ୍ ଓ ଡ଼ିଜେଲ ଭଳି ଇନ୍ଧନ ସଂରକ୍ଷଣର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।
  • ସେଥୁପାଇଁ ଗାଡ଼ିର ଯାନ୍ତ୍ରିକ ତ୍ରୁଟି ସୁଧାରିବା ଓ ଯାନବାହନ ଜନିତ ବିଷାକ୍ତ ବାୟୁ ପ୍ରଦୂଷଣ ରୋକିବା ଲାଗି ବ୍ୟବସ୍ଥାକରିବା ।
  • ଗାଡ଼ିର ଇନ୍ଧନ ବ୍ୟବହାର ଗାଡ଼ିର ଆକାର ଓ ପ୍ରକାରଭେଦ, ରାସ୍ତାର ଅବସ୍ଥା, ଟ୍ରାଫିକର ଘନତ୍ବ ଓ ଗତିଶୀଳତା ଉପରେ ନିର୍ଭର କରିଥାଏ ।
  • ସ୍ଥିର ଗାଡ଼ିର ଇଞ୍ଜିକୁ ଅଧ୍ୱ ସମୟ ଚାଲୁ ନ ରଖି, ତେଲଟାଙ୍କି ସଫା କରିବା, ଟାୟାରକୁ ସର୍ବଦା ଅନୁମୋଦିତ ପ୍ରେସରରେ ରଖୁବା, ଶୀତତାପ ଯନ୍ତ୍ରର ବ୍ୟବହାର ସୀମିତ କରିବା, ଅନୁମୋଦିତ ବେଗରେ ଗାଡ଼ି ଚଳାଇବା ଇତ୍ୟାଦି ଇନ୍ଧନ ସଂରକ୍ଷଣରେ ସାହାଯ୍ୟ କରିପାରିବ ।

BSE Odisha 10th Class Political Science Notes Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Road Signs Mandatory signs:

Road Signs Mandatory signs

Cautionary signs:
Cautionary signs

BSE Odisha 10th Class Political Science Notes Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Informatory signs:

Informatory signs

BSE Odisha 10th Class History Notes Chapter 8 ଉତ୍କଳ ସମ୍ମିଳନୀର ଗଠନ

Odisha State Board BSE Odisha 10th Class History Notes Chapter 8 ଉତ୍କଳ ସମ୍ମିଳନୀର ଗଠନ will enable students to study smartly.

BSE Odisha Class 10 History Notes Chapter 8 ଉତ୍କଳ ସମ୍ମିଳନୀର ଗଠନ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଉତ୍କଳ ସଭା :

  • ‘ଉତ୍କଳ ସମ୍ମିଳନୀ’ ଗଠିତ ହେବା ପୂର୍ବରୁ ମଧୁସୂଦନ ଦାସ ‘ଉତ୍କଳ ସଭା’ ଗଠନ କରିଥିଲେ ।
    ଉତ୍କଳ ସମ୍ମିଳନୀର ଗଠନ
  • ‘ଉତ୍କଳ ସଭା’ ମଧୁସୂଦନ ଦାସଙ୍କ ଉତ୍ସାହ ଓ ଉଦ୍ୟମରେ ୧୮୮୨ ମସିହା ଅଗଷ୍ଟ ୧୬ ତାରିଖରେ କଟକଠାରେ ଗଠିତ ହୋଇଥିଲା । ଏହା ଥିଲା ଓଡ଼ିଶାର ସର୍ବପ୍ରଥମ ସୁସଙ୍ଗଠିତ ରାଜନୀତିକ ଅନୁଷ୍ଠାନ ।
  • ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ସୃଷ୍ଟି କରିବାରେ ସାହାଯ୍ୟ କରିବା ଓ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରିବା ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ଥିଲା ।
  • ୧୮୮୬ ଡିସେମ୍ବର ୨୮ରେ କଲିକତାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧୂବେଶନରେ ମଧୁସୂଦନ ଦାସ, ଗୋଲୋକଚନ୍ଦ୍ର ବୋଷ, ହରିବଲ୍ଲଭ ବୋଷ ଓ କାଳିପଦ ବାନାର୍ଜୀ ‘ଉତ୍କଳ ସଭା’ ତରଫରୁ ପ୍ରତିନିଧ୍ୟ କରିଥିଲେ ।
  • ଉତ୍କଳ ସଭାର କାର୍ଯ୍ୟ ପରିସର ସଂକୀର୍ଣ୍ଣ ଥିବାରୁ ମଧୁବାବୁ ଏକ ବୃହତ୍ତର ଅନୁଷ୍ଠାନ ଗଠନ ପାଇଁ ଉଦ୍ୟମ କରିଥିଲେ । ବଙ୍ଗଳାର ବିଭିନ୍ନ ସମସ୍ୟା ସମାଧାନ ଉଦ୍ଦେଶ୍ୟରେ ସାର୍ ସୁରେନ୍ଦ୍ରନାଥ
  • ବାନାର୍ଜୀଙ୍କ ନେତୃତ୍ଵରେ ଗଠିତ ‘ବଙ୍ଗ ଜାତୀୟ ସଭା’ ଏ ଦିଗରେ ତାଙ୍କୁ ଯଥେଷ୍ଟ ପ୍ରେରଣା ଦେଇଥିଲା ।
  • ଉତ୍କଳ ସଭାର ପ୍ରଥମ ସଭାପତି ଥିଲେ ଚୌଧୁରୀ କାଶୀନାଥ ଦାସ ଓ ପ୍ରଥମ ସମ୍ପାଦକ ଥିଲେ, ଗୌରୀଶଙ୍କର ରାୟ ।

BSE Odisha 10th Class History Notes Chapter 8 ଉତ୍କଳ ସମ୍ମିଳନୀର ଗଠନ

→ ଗଞ୍ଜାମ ଜାତୀୟ ସମିତି :

  • ୧୯୦୩ ମସିହା ଆରମ୍ଭରେ କେତେକ ଉତ୍ସାହୀ ଯୁବକ ଗଞ୍ଜାମ ଜିଲ୍ଲାର ରମ୍ଭାଠାରେ ଏକତ୍ର ହୋଇ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେବଙ୍କ ପ୍ରେରଣାରେ ‘ଗଞ୍ଜାମ ଜାତୀୟ ସମିତି’ ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ ।
  • ଗଞ୍ଜାମ ଓ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳ ଜିଲ୍ଲା ତଥା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ଏକ ଶାସନାଧୀନରେ ରଞ୍ଝାପାଇଁ ଉଦ୍ୟମ କରିବା ଥିଲା ଏହାର ଉଦ୍ଦେଶ୍ୟ ।
  • ଏହାର ପ୍ରଥମ ବୈଠକ ବ୍ରହ୍ମପୁରଠାରେ ୧୯୦୩ ମସିହା ଏପ୍ରିଲ ମାସରେ ବସିଥିଲା ଯାହା ‘ଗଞ୍ଜାମ ଜାତୀୟ ସଭା’ ନାମରେ ପରିଚିତ ।
  • ଏହି ପ୍ରଥମ ବୈଠକରେ ଓଡ଼ିଶା, ବଙ୍ଗ, କେନ୍ଦ୍ରୀୟ ପ୍ରଦେଶ ଓ ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରୁ ପ୍ରତିନିଧିମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।
  • ଗଞ୍ଜାମ ଜାତୀୟ ସଭାରେ ଅଧ୍ୟକ୍ଷତା କରିଥିଲେ ଶ୍ୟାମସୁନ୍ଦର ରାଜଗୁରୁ ।
  • ମଧୁସୂଦନ ଦାସ ନିମନ୍ତ୍ରିତ ହୋଇ କଟକରୁ ଏହି ସଭାରେ ଯୋଗ ଦେଇଥିଲେ ।
  • ଗଞ୍ଜାମ ଜାତୀୟ ସଭାର ସଫଳତା ମଧୁବାବୁଙ୍କୁ ସମଗ୍ର ଓଡ଼ିଶା ପାଇଁ ଏକ ଜାତୀୟ ସଭା ଡକାଇବାକୁ ପ୍ରେରଣା ଦେଇଥିଲା । କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏ ଦିଗରେ ତାଙ୍କୁ ଉତ୍ସାହିତ କରିଥିଲେ ।
  • ୧୯୦୩ ମସିହାରେ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଶେନରେ ମଧୁସୂଦନ ଦାସ ଓ ଗୌରୀଶଙ୍କର ରାୟ ଯୋଗ ଦେଇଥିଲେ । ମଧୁବାବୁଙ୍କର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବକୁ ସେଠାରେ ଗୁରୁତ୍ଵ ଦିଆନଯିବାରୁ ମଧୁବାବୁ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଥିଲେ ।

→ ଉତ୍କଳ ସମ୍ମିଳନୀ :

  1. ୧୯୦୩ ମସିହାରେ ଗଡ଼ଜାତ ରାଜାମାନଙ୍କର ବାର୍ଷକ ଅଧୁବେଶନରେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ,ଖଲ୍ଲିକୋଟର ରାଜା ଓ କନିକାର ରାଜା ମଧୁସୂଦନଙ୍କ ବିଚାରଧାରାକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମର୍ଥନ ଜଣାଇଥ୍ଲୋ ।
    ଉତ୍କଳ ସମ୍ମିଳନୀର ଗଠନ 1
  2. ମଧୁବାବୁ ତାଙ୍କର ଏହି ପରିକଳ୍ପନାକୁ କାର୍ଯ୍ୟରେ ପରିଣତ କରିବାପାଇଁ ୧୯୦୩ ମସିହାରେ ‘ଉତ୍କଳ ସଭା’ ଆନୁକୂଲ୍ୟରେ କଟକଠାରେ ଏକ ସଭା ଆହ୍ୱାନ କରିଥିଲେ ।
  3. ଏହି ସଭାରେ ସମଗ୍ର ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବାପାଇଁ ଏକ ଜାତୀୟ ଅନୁଷ୍ଠାନ ଗଠନ କରାଯିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା ।
  4. ଏହି ଜାତୀୟ ଅନୁଷ୍ଠାନର ନାମ ରଖାଗଲା ‘ଉତ୍କଳ ସମ୍ମିଳନୀ’ । ଏହିଦିନ ‘ଉତ୍କଳ ସଭା’ର ବିଲୋପ ଘଟିଥିଲା ।
  5. ଏହି ବୈଠକରେ ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧିବେଶନର ପ୍ରସ୍ତୁତି ସ୍ବରୂପ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷଭାବେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ସମ୍ପାଦକ ଭାବେ ମଧୁସୂଦନ ଦାସ କାର୍ଯ୍ୟନିର୍ବାହ କରିବା ପାଇଁ ସ୍ଥିର ହେଲା । ପାଇଁ ସ୍ଥିର ହେଲା ।

BSE Odisha 10th Class History Notes Chapter 8 ଉତ୍କଳ ସମ୍ମିଳନୀର ଗଠନ

→ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ:

  • ‘ଉତ୍କଳ ସମ୍ମିଳନୀ’ ଏକ ଅଣରାଜନୀତିକ ସଂସ୍ଥାରୂପେ କାର୍ଯ୍ୟ ଆରମ୍ଭ କଲା ।
  • ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଥିଲା ଏହାର ମୁଖ୍ୟ ଲକ୍ଷ୍ୟ । ଏତଦ୍‌ବ୍ୟତୀତ ଏହାର ଅନ୍ୟ କେତେକ ଲକ୍ଷ୍ୟ ମଧ୍ୟ ଥିଲା । ସେଗୁଡ଼ିକ ହେଲା –
    (i) ପ୍ରାକୃତିକ ଓଡ଼ିଶାର ଏକତ୍ରୀକରଣ ।
    (ii) ଓଡ଼ିଶାର ସମୁଦାୟ ବିକାଶ ।
    (iii) ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକ ଶାସନାଧୀନ କରିବା ।
    (iv) ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆମାନଙ୍କ ସ୍ବାର୍ଥର ସୁରକ୍ଷା ।
  • ଉତ୍କଳ ସମ୍ମିଳନୀ ମୋଟ ୧୬ଟି ଅଧୂବେଶନ ଅନୁଷ୍ଠିତ ହୋଇଥିଲା ଓ ପ୍ରତ୍ୟେକଟି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ନିମନ୍ତେ ସରକାରଙ୍କ ନିକଟରେ ଦାବି କରାଯାଇଥିଲା ।

→ ଉତ୍କଳ ସମ୍ମିଳନୀର ପ୍ରଥମ ଅଧ‌ିବେଶନ :

  • ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧ‌ିବେଶନ ୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ କଟକଠାରେ ଅନୁଷ୍ଠିତ ହୋଇଥିଲା ।
  • ଏହି ଅଧୂବେଶନରେ ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଏବଂ ବଙ୍ଗଳାର ଓଡ଼ିଆ ପ୍ରତିନିଧୂମାନେ ତଥା ସେହି ଅଞ୍ଚଳର ତିରିଶ ଜଣ ଗଡ଼ଜାତ ରାଜା ଯୋଗ ଦେଇଥିଲେ ।
  • ଓଡ଼ିଶାର ଖଲ୍ଲିକୋଟ, କନିକା, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଆଠଗଡ଼ ଏବଂ ତାଳଚେରର ରାଜାମାନେ ଏହି ଅଧୂବେଶନରେ ଯୋଗ ଦେଇଥିଲେ ।
  • ଏହାଛଡ଼ା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ଜମିଦାର, ସରକାରୀ କର୍ମଚାରୀ, ଆଇନଜୀବୀ, ବ୍ୟବସାୟୀ ଓ ଛାତ୍ରମାନେ ଯୋଗ ଦେଇଥିଲେ ।
  • ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧୂବେଶନରେ ସଭାପତିତ୍ୱ କରିଥିଲେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ।
  • ଏହି ଅଧ୍ଵବେଶନର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ ପରିଚାଳିତ ହୋଇଥିଲା ।
  • କୋଲ୍‌କତାର ‘ଅମୃତବଜାର ପତ୍ରିକା’ର ସମ୍ପାଦକ ମୋତିଲାଲ ଘୋଷ ଏହି ଅଧୁବେଶନରେ ଯୋଗ ଦେଇଥିଲେ ।

BSE Odisha 10th Class History Notes Chapter 8 ଉତ୍କଳ ସମ୍ମିଳନୀର ଗଠନ

  • ଏହି ପ୍ରଥମ ଅଧ୍ଵବେଶନରେ ଓଡ଼ିଶାର କଳା ଓ ସାହିତ୍ୟର ଉନ୍ନତି ସମ୍ପର୍କିତ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ରିସ୍‌ ସର୍କୁଲାରକୁ ଅନୁମୋଦନ କରାଯାଇଥିଲା ।
  • ଭାଇସରାୟ ଲର୍ଡ କର୍ଜନଙ୍କ ସରକାରରେ ଗୃହ ସଚିବ ହେନେରୀ ରିସ୍‌ଲେଙ୍କ ପ୍ରସ୍ତାବ ସମ୍ବଳିତ ଦଲିଲ୍ ରିସ୍‌ଲେ ସର୍କୁଲାରରେ ଓଡ଼ିଆ ଭାଷାଭାଷୀ ସମ୍ବଲପୁର ଓ ଏହାର ଗଡ଼ଜାତ ଅଞ୍ଚଳ, ଗଞ୍ଜାମ ଜିଲ୍ଲା ଏବଂ ଗଞ୍ଜାମ ଓ ବିଶାଖାପାଟଣା ଏଜେନ୍ସି ଅଞ୍ଚଳକୁ ଓଡ଼ିଶା ଡିଭିଜନରେ ମିଶାଇ ବଙ୍ଗଳା ଶାସନ ଅଧୀନରେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା ।
  • ଏହି ସମ୍ମିଳନୀରେ ମଧୁବାବୁ ଓଡ଼ିଆ ଭାଇମାନଙ୍କୁ ‘ଉତ୍କଳ ସମ୍ମିଳନୀର ମହାସିନ୍ଧୁରେ ନିଜର ପ୍ରାଣବିନ୍ଦୁକୁ ମିଶାଇ ଦେବାପାଇଁ’ ଆହ୍ଵାନ ଦେଇଥିଲେ ।
  • ନିଜର ଆତ୍ମଗର୍ବ ଓ ସ୍ଵାର୍ଥପରତାକୁ ତ୍ୟାଗକରି ମାତୃଭୂମିର ସେବାରେ ବ୍ରତୀ ହେବାକୁ ଉତ୍କଳୀୟମାନଙ୍କୁ ସେ ଆହ୍ବାନ ଦେଇଥିଲେ ।
  • ଏହି ଅଧୂବେଶନରେ ଯୋଗ ଦେଇଥ‌ିବା ସମସ୍ତ ପ୍ରତିନିଧିଙ୍କୁ ମଧୁବାବୁଙ୍କ କଳ୍ପନାପ୍ରସୂତ ଗୋଲାପି ରଙ୍ଗ ସିଲ୍କ କନାର ଭାରତୀୟ ପଗଡ଼ି ପିନ୍ଧିବାକୁ ବାଧ୍ୟ କରାଯାଇଥିଲା ଓ ‘ବନ୍ଦେ ଉତ୍କଳ ଜନନୀ’ ସ୍ଲୋଗାନ୍ ଦିଆଯାଇଥିଲା ।
  • ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ସମବେତ ଜନତାକୁ ‘ପ୍ରିୟ ଭାଇମାନେ’ ବୋଲି ସମ୍ବୋଧନ କରି ଇତିହାସ ସୃଷ୍ଟି କରିଥିଲେ ।

→ ଉତ୍କଳ ସମ୍ମିଳନୀର ଅନ୍ୟାନ୍ୟ ଅଧୂବେଶନ :

  1. ପ୍ରଥମ ଅଧ‌ିବେଶନ ପରଠାରୁ ମଧୁସୂଦନ ଦାସଙ୍କ ନେତୃତ୍ଵରେ ଉତ୍କଳ ସମ୍ମିଳନୀର ବାର୍ଷିକ ଅବେଶନ ଭିନ୍ନ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ଓଡ଼ିଆ ଆନ୍ଦୋଳନକୁ ସକ୍ରିୟ କରିଥିଲା ।
  2. ଏହାର ଅଷ୍ଟମ ଅଧ୍ଵବେଶନ ୧୯୧୨ ମସିହା ଏପ୍ରିଲ ୬ ଓ ୭ ତାରିଖରେ ବ୍ରହ୍ମପୁରଠାରେ ବସିଥିଲା । ଏହି ଅଧିବେଶନରେ ମଧୁବାବୁ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ବିରୋଧ କରିଥିଲେ ।
  3. ଉତ୍କଳ ସମ୍ମିଳନୀର ଦଶମ ଅଧ‌ିବେଶନ ୧୯୧୪ ମସିହା ଡିସେମ୍ବର ୨୬ ଓ ୨୭ ତାରିଖରେ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଥିଲା । ଜୟପୁରର ମହାରାଜା ବିକ୍ରମଦେବ ବର୍ମା ଏଥ‌ିରେ ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ପାଇଁ ସୀମା
  4. 4. ୧୯୧୭ ମସିହା ଡିସେମ୍ବର ୧୧ ତାରିଖରେ ଉତ୍କଳ ସମ୍ମିଳନୀ ତରଫରୁ ମଧୁବାବୁଙ୍କ ନେତୃତ୍ୱରେ ମଣ୍ଟେଗୁ—ଚେମସଫୋର୍ଡ଼ଙ୍କୁ କୋଲକତାଠାରେ ଏକ ଦାବିପତ୍ର ଦିଆଯାଇଥିଲା ।
  5. ମଣ୍ଟେଗୁ-ଚେମସ୍କୋର୍ଡ଼ ଖସଡ଼ାରେ ଓଡ଼ିଶା ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣ ପାଇଁ କୌଣସି ଯୋଜନା ନ ଥିବାର ୧୯୧୮ ଡିସେମ୍ବରରେ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ସ୍ଵତନ୍ତ୍ର ଅଧ‌ିବେଶନରେ ତାହାର ଦୃଢ଼ ନିନ୍ଦା କରାଯାଇଥିଲା ।
  6. ୧୯୨୦ ମସିହାରେ ମହାତ୍ମା ଗାନ୍ଧିଙ୍କ ଆହ୍ଵାନକ୍ରମେ ୧୯୨୧ ମସିହାରୁ ସାରା ଭାରତରେ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଅସହଯୋଗ ଆନ୍ଦୋଳନ ଜୋରସୋରରେ ଚାଲିଲା । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳସମୂହର ମିଶ୍ରଣ ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅସହଯୋଗ ଆନ୍ଦୋଳନଦ୍ୱାରା ହୋଇପାରିବ ବୋଲି ଗୋପବନ୍ଧୁ ଦାସ ପ୍ରମୁଖ କଂଗ୍ରେସ ନେତାମାନେ ଭାବିଲେ ।
  7. ୧୯୨୦ ମସିହାରେ ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧୂବେଶନ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶକୁ ଗ୍ରହଣ କରିନେଲା । ଏହା ଫଳରେ ଉତ୍କଳ ସମ୍ମିଳନୀ ଏକ ପ୍ରକାର କଂଗ୍ରେସ ସହିତ ମିଶିଗଲା ଓ ଏହାର ସ୍ବତନ୍ତ୍ର ସତ୍ତା ଲୋପପାଇଲା ।
  8. ମଧୁବାବୁ ଅସହଯୋଗ ଆନ୍ଦୋଳନର ବିରୋଧୀ ଥିଲେ, ତେଣୁ ସେ ଉତ୍କଳ ସମ୍ମିଳନୀ ସହ ସମସ୍ତ ସମ୍ପର୍କ ତୁଟାଇଦେଲେ ।
  9. କଂଗ୍ରେସ ସହ ଉତ୍କଳ ସମ୍ମିଳନୀର ମିଶ୍ରଣକୁ ବିରୋଧ କରୁଥିବା ନେତାମାନେ ୧୯୨୪ ମସିହାରେ ଉତ୍କଳ
  10. ୧୯୨୫ ମସିହାରେ କଟକରେ କଳ୍ପତରୁ ଦାସଙ୍କ ସଭାପତିତ୍ବରେ ଏହାର ଅଧିବେଶନ ବସିଥିଲା ।
  11. ଏହାପରେ ଉତ୍କଳ ସମ୍ମିଳନୀ ତରଫରୁ ବିଭିନ୍ନ ଶାସନ ସଂସ୍କାର କମିଟିମାନଙ୍କୁ ସ୍ମାରକପତ୍ରମାନ ଦିଆଯାଇଥିଲା ।
  12. ଆଧୁନିକ ଉତ୍କଳ ନିର୍ମାଣରେ ଉତ୍କଳ ସମ୍ମିଳନୀର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । କିନ୍ତୁ ଦୁଃଖର କଥା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ଆଗରୁ ମଧୁବାବୁ ୧୯୩୪ ମସିହା ଫେବୃୟାରୀ ୪ ତାରିଖରେ ପ୍ରାଣତ୍ୟାଗ କରିଥିଲେ ।
  13. ଉତ୍କଳ ସମ୍ମିଳନୀର ଶେଷ ବୈଠକ କଟକଠାରେ ୧୯୩୫ ମସିହା ଫେବୃୟାରୀ ୧୧ ତାରିଖରେ ଅନୁଷ୍ଠିତ ହୋଇଥିଲା ।
  14. ଓଡ଼ିଶା ବହୁ ଘାତପ୍ରତିଘାତ ମଧ୍ଯରେ ଗତିକରି ଶେଷରେ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରୁ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠିତ ହେଲା ଏବଂ ମଧୁବାବୁଙ୍କ ସ୍ଵପ୍ନ ସାକାର ହେଲା ।

BSE Odisha 10th Class History Notes Chapter 8 ଉତ୍କଳ ସମ୍ମିଳନୀର ଗଠନ

ଐତିହାସିକ ଘଟଣାବଳୀ ଓ ସମୟ:

୧୮୮୨ ଖ୍ରୀ.ଅ. – (ଅଗଷ୍ଟ ୧୬) ଉତ୍କଳ ସଭା ଗଠନ ।
୧୮୮୬ ଖ୍ରୀ.ଅ. – (ଡିସେମ୍ବର ୨୮) କୋଲକତାଠାରେ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧ୍ବବେଶନ ଅନୁଷ୍ଠିତ ।
୧୯୦୩ ଖ୍ରୀ.ଅ. – ଗଞ୍ଜାମ ଜାତୀୟ ସମିତି ଗଠନ ଓ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନ ଅନୁଷ୍ଠିତ ।
୧୯୦୩ ଖ୍ରୀ.ଅ. – ଗଡ଼ଜାତ ରାଜାମାନଙ୍କର ବାର୍ଷିକ ଅଧ୍ବବେଶନ ଅନୁଷ୍ଠିତ ।
୧୯୦୩ ଖ୍ରୀ.ଅ. – (ଡିସେମ୍ବର ୩୦, ୩୧) ଉତ୍କଳ ସମ୍ମିଳନୀର ପ୍ରଥମ ଅବେଶନ ଅନୁଷ୍ଠିତ ।
୧୯୧୨ ଖ୍ରୀ.ଅ. – (ଏପ୍ରିଲ୍ ୬ ଓ ୭) ଉତ୍କଳ ସମ୍ମିଳନୀର ବ୍ରହ୍ମପୁରଠାରେ ଅଷ୍ଟମ ଅଧିବେଶନ ଅନୁଷ୍ଠିତ ।
୧୯୧୪ ଖ୍ରୀ.ଅ. – (ଡିସେମ୍ବର ୨୬, ୨୭) ଉତ୍କଳ ସମ୍ମିଳନୀର ପାରଳାଖେମୁଣ୍ଡିଠାରେ ଦଶମ ଅଧ୍ଵବେଶନ ଅନୁଷ୍ଠିତ ।
୧୯୧୭ ଖ୍ରୀ.ଅ. – (ଡିସେମ୍ବର ୧୧) ଉତ୍କଳ ସମ୍ମିଳନୀ ତରଫରୁ ମଧୁବାବୁଙ୍କ ନେତୃତ୍ୱରେ ମଣ୍ଟେଗୁ-ଚେମସ୍‌ଫୋର୍ଡ଼ଙ୍କୁ କୋଲକତାଠାରେ ଏକ ଦାବିପତ୍ର ପ୍ରଦାନ ।
୧୯୨୦ ଖ୍ରୀ.ଅ. – ମହାତ୍ମା ଗାନ୍ଧିଙ୍କ ଅସହଯୋଗ ଆନ୍ଦୋଳନ ଡାକରା ।
୧୯୨୦ ଖ୍ରୀ.ଅ. – ଉତ୍କଳ ସମ୍ମିଳନୀର ଅଧୂବେଶନ ଚକ୍ରଧରପୁରଠାରେ ଅନୁଷ୍ଠିତ ।
୧୯୨୪ ଖ୍ରୀ.ଅ. – ଉତ୍କଳ ସମ୍ମିଳନୀ ପୁନର୍ବାର ସଙ୍ଗଠିତ ।
୧୯୨୫ ଖ୍ରୀ.ଅ. – କଟକରେ କଳ୍ପତରୁ ଦାସଙ୍କ ସଭାପତିତ୍ୱରେ ଉତ୍କଳ ସମ୍ମିଳନୀର ବୈଠକ ଅନୁଷ୍ଠିତ ।
୧୯୩୪ ଖ୍ରୀ.ଅ. – (ଫେବୃୟାରୀ ୪) ମଧୁବାବୁଙ୍କର ପ୍ରାଣତ୍ୟାଗ ।
୧୯୩୫ ଖ୍ରୀ.ଅ. – (ଫେବୃୟାରୀ ୧୧) ଉତ୍କଳ ସମ୍ମିଳନୀର ଶେଷ ବୈଠକ ଅନୁଷ୍ଠିତ ।
୧୯୩୬ ଖ୍ରୀ.ଅ. – (ଏପ୍ରିଲ୍ ୧) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ।

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

Odisha State Board BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ Important Questions and Answers.

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

Objective Type Questions with Answers 

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଜଣେ ସୁସ୍ଥ ଓ ସ୍ବାଭାବିକ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା କେତେ ?
ଉ –
25 ସେ.ମି.

2. ଚକ୍ଷୁ ଲେନ୍‌ସର ଫୋକସ୍ ଦୂରତା ବଢ଼ିଗଲେ କେଉଁ ପ୍ରକାର ଦୃଷ୍ଟିଦୋଷ ହୋଇଥାଏ ?
ଉ –
ଦୂର ଦୃଷ୍ଟି

3. ଚମ୍ପୁ-ଲେନ୍‌ସର ଫୋକସ୍ ଦୂରତା କମିଗଲେ, କେଉଁ ପ୍ରକାର ଦୃଷ୍ଟିଦୋଷ ହୋଇଥାଏ ?
ଉ –
ସମ1ପଦେ।ଷ

4. ଆଲୋକର କେଉଁ ପରିଘଟଣା ଯୋଗୁଁ ନିର୍ମଳ ଆକାଶର ରଙ୍ଗ ନୀଳ ଦେଖାଯାଏ ?
ଉ –
ବିଚ୍ଛୁରଣ

5. ସମୀପ-ଦୃଷ୍ଟି ଥ‌ିବା ଜଣେ ବ୍ୟକ୍ତି 20 cm ଫୋକସ୍ ଦୂରତା ବିଶିଷ୍ଟ ଲେନ୍‌ସ୍‌ ବ୍ୟବହାର କରି ବସ୍ତୁଗୁଡ଼ିକୁ ସ୍ପଷ୍ଟଭାବେ ଦେଖପାରନ୍ତି । ଡାୟୋପ୍‌ଟର୍ ଏକକରେ ସେହି ଲେନ୍‌ସ୍‌ର ପାୱାର୍ କେତେ ?
ଉ –
ପ୍ରତିସରଣ, ପ୍ରତିଫଳନ ଓ ପ୍ରକୀର୍ଣ୍ଣନ

6. ଇନ୍ଦ୍ରଧନୁ ସୃଷ୍ଟିରେ ଆଲୋକର କେଉଁ କେଉଁ ପରିଘଟଣା ଘଟିଥାଏ ?
ଉ –
– 5.0

7. ମାନବ ଚକ୍ଷୁର କେଉଁ ଅଂଶଟି ମିଞ୍ଜିମିଞ୍ଜି ଆଲୋକରେ ବସ୍ତୁଟିକୁ ସ୍ପଷ୍ଟଭାବେ ଦେଖ‌ିବାରେ ସାହାଯ୍ୟ କରିଥାଏ ?
ଉ –
କନୀନିକା

8. ଗୋଟିଏ ବସ୍ତୁର ପ୍ରତିବିମ୍ବ ଚକ୍ଷୁର କେଉଁ ଅଂଶରେ ସୃଷ୍ଟି ହୁଏ ?
ଉ –
ମୁକୁରିକା

9. ତାରାମାନେ ଦପ୍ଦପ୍ ହେବା ଆଲୋକର କେଉଁ ପରି ଘଟଣା ସହ ସମ୍ପର୍କିତ ?
ଉ –
ପ୍ରତିସରଣ

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

10. ଧୂଆଁପୂର୍ଣ ଏକ କୋଠରି ମଧ୍ୟକୁ ସୂକ୍ଷ୍ମ ରନ୍ଧ୍ର ଦେଇ ପ୍ରବେଶ କରୁଥିବା ସୂର୍ଯ୍ୟାଲୋକର ଗତିପଥ ସ୍ପଷ୍ଟ ଦିଶେ । ଏହାକୁ କ’ଣ କହନ୍ତି ?
ଉ –
ଟିଣ୍ଡଲ୍ ସିଦ୍ଧାନ୍ତ

11. ଅତି ସ୍ଵଚ୍ଛ ଚକ୍ଷୁ ଲେନ୍ସ ଧଳା ଏବଂ ଧୂସର ହେବା ଅବସ୍ଥାକୁ କ’ଣ କହନ୍ତି ?
ଉ –
ମୋତିଆବିନ୍ଦୁ

12. ଚକ୍ଷୁର ନିକଟ ବିନ୍ଦୁ କେତେ ସେ.ମି. ?
ଉ –
25

13. ଚକ୍ଷୁ ଲେନସ୍ ଫୋକସ୍ ଦୂରତାକୁ ବଦଳାଇ ବିଭିନ୍ନ ଦୂରତାରେ ଥିବା ବସ୍ତୁକୁ ଫୋକସ୍ କରିବା କ’ଣ କୁହାଯାଏ ?
ଉ –
ସମାୟୋଜନ

14. ସିଲିଆରୀ ମାଂସପେଶୀ ସଙ୍କୁଚିତ ହେଲେ ଚକ୍ଷୁଲେନ୍ସର ଫୋକସ୍ ଦୂରତା କ’ଣ ହୁଏ ?
ଉ –
କମେ

15. ଛାତ୍ରଟି କଳାପଟାରେ ଲେଖାଥ‌ିବା ଅକ୍ଷରକୁ ସ୍ପଷ୍ଟ ଭାବରେ ଦେଖୁପାରୁ ନାହିଁ, ତେବେ ତାକୁ କେଉଁ ଦୃଷ୍ଟିଦୋଷ ହୋଇଛି ?
ଉ –
ସମୀପ ଦୃଷ୍ଟି ଦୋଷ

16. ଚକ୍ଷୁ ଗୋଲକ ଲମ୍ବିଗଲେ କେଉଁ ଦୃଷ୍ଟି ଦୋଷ ହୁଏ ?
ଉ –
ସମୀପ

17. ଜଣେ ବ୍ୟକ୍ତିଙ୍କୁ ଦୃଷ୍ଟିଦୋଷ ଦୂର କରିବା ପାଇଁ ଲେନ୍‌ସର ପାୱାର- 2D । ଏହାକୁ କେଉଁ ଦୃଷ୍ଟି ଦୋଷ ହୋଇଛି କୁହାଯିବ ?
ଉ –
ସମୀପ ଦୃଷ୍ଟି ଦୋଷ

18. ମଧ୍ୟାହ୍ନରେ ସୂର୍ଯ୍ୟାଲୋକର କେଉଁ ବର୍ଷର ଆଲୋକ କମ୍ ବିଚ୍ଛୁରଣ ହୁଏ ?
ଉ –
ନୀଳ

19. ଦ୍ୱି-ଫୋକସୀ ଚଷମା କେଉଁ ଦୃଷ୍ଟିଦୋଷ ପାଇଁ ବ୍ୟବହୃତ ହୁଏ ?
ଉ –
ସମୀପ ଓ ଦୂର ଦୃଷ୍ଟି

20. ଜଣେ ବ୍ୟକ୍ତି ଗୋଟିଏ ଚକ୍ଷୁର ଭୂସମାନ୍ତର ଅଞ୍ଚଳର ପ୍ରାୟ କେଉଁ କୋଣରେ ଦେଖୁପାରେ ?
ଉ –
150°

21. ଉଭୟ ଚକ୍ଷୁ ଖୋଲିଲେ ଜଣେ ବ୍ୟକ୍ତି ଭୂସମାନ୍ତର ଅଞ୍ଚଳର କେତେ ଡିଗ୍ରୀ ପର୍ଯ୍ୟନ୍ତ ଦେଖୁପାରିବ ?
ଉ –
180°

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

22. କଲଏଡ଼ାଲ୍ କଣିକାଦ୍ଵାରା ଆଲୋକର ବିଚ୍ଛୁରଣକୁ କ’ଣ କୁହାଯାଏ ?
ଉ –
ଟିଣ୍ଡଲ ସିଦ୍ଧାନ୍ତ

23. ମୁକୁରିକାରେ ପଡୁଥ‌ିବା ପ୍ରତିବିମ୍ବ ବସ୍ତୁ ତୁଳନାରେ କ’ଣ ହୁଏ ?
ଉ –
ବାସ୍ତବ, ଓଲଟା ଓ ସାମ

24. ଆଲୋକର ପ୍ରକୀର୍ଶନ ଯୋଗୁଁ ସୃଷ୍ଟି ଆଲୋକର ବର୍ଣ୍ଣପଟ୍ଟିକୁ କ’ଣ କହନ୍ତି ?
ଉ –
ବର୍ଣ୍ଣାଳୀ

25. ଅତି ବଡ଼ କଣିକାମାନ କେଉଁ ବର୍ଣ୍ଣର ଆଲୋକ ବିଛୁରଣ କରେ ?
ଉ –
ଧଳା

26. ପ୍ରିଜମ୍‌ରେ ନିର୍ଗତ ରଶ୍ମି ଓ ଆପତନ ରଶ୍ମି ସହିତ ସୃଷ୍ଟି କରୁଥିବା କୋଣକୁ କ’ଣ କହନ୍ତି ?
ଉ –
ବିଚଳନ କୋଣ

27. ସୂର୍ଯ୍ୟ ଉଦୟର କେତେ ମିନଟ୍ ପୂର୍ବରୁ ସୂର୍ଯ୍ୟ ଦେଖାଯାଆନ୍ତି ?
ଉ –
2 ମିନିଟ୍

28. ଆଭାସୀ ସୂର୍ଯ୍ୟୋଦୟ ଓ ବାସ୍ତବ ସୂର୍ଯ୍ୟୋଦୟ ମଧ୍ୟରେ ସମୟ ପାର୍ଥକ୍ୟ କେତେ ?
ଉ –
2 ମିନିଟ୍

29. ଆଲୋକର ତୀବ୍ରତା ବୃଦ୍ଧି ଘଟିଲେ ନେତ୍ରପିତୁଳା କ’ଣ ହୁଏ ?
ଉ –
ସଙ୍କୁଚିତ

30. ସୋଡ଼ିୟମ୍‌ ଥାଓସଲ୍‌ଫେଟ୍ ଓ ଗାଢ଼ ସଲଫ୍ୟୁରିକ୍ ଏସିଡ୍ ମଧ୍ୟରେ ରାସାୟନିକ ପ୍ରତିକ୍ରିୟାରୁ କ’ଣ ଉତ୍ପନ୍ନ ହୁଏ ?
ଉ –
ସଲ୍‌ଫର୍

31. କ୍ଷୁଦ୍ର କଠିନ ସଲ୍‌ଫର୍‌ କଣିକା କେଉଁ ଆଲୋକ ବିଚ୍ଛୁରଣ କରେ ?
ଉ –
ନୀଳ

32. ଦୃଶ୍ୟମାନ ଆଲୋକ ମଧ୍ୟରୁ କେଉଁ ବର୍ଷ ସର୍ବନିମ୍ନ ବିଚ୍ଛୁରଣ ବର୍ଷ ଅଟେ ?
ଉ –
ଲାଲ୍

33. ଆଲୋକର କାହା ଯୋଗୁଁ ସଅଳ ସୂର୍ଯ୍ୟୋଦୟ ସମ୍ଭବ ହୋଇଥାଏ ?
ଉ –
ପ୍ରତିସରଣ

34. ତାରାମାନେ ଆକାଶରେ ପ୍ରକୃତ ଅବସ୍ଥାନଠାରୁ ଅଧ‌ିକ ଉଚ୍ଚ ସ୍ଥାନରେ ଦେଖାଯାଏ କାରଣ କ’ଣ ?
ଉ –
ଆଲୋକର ପ୍ରତିସରଣ

35. କେଉଁ କାରଣ ଯୋଗୁଁ ତାରାମାନେ ଦପ୍ଦପ୍ କରନ୍ତି ?
ଉ –
ବାୟୁମଣ୍ଡଳୀୟ ପ୍ରତିସରଣ

36. ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥ ସମୟରେ ସୂର୍ଯ୍ୟ ଲାଲ ବର୍ଣ୍ଣ ଦେଖାଯିବାର କାରଣ କ’ଣ ?
ଉ –
ନୀଳ ଆଲୋକର ବିଚ୍ଛୁରଣ

37. କାଚ ପ୍ରିଜଦ୍ଵାରା ବିଭିନ୍ନ ବର୍ଣ୍ଣର ରଶ୍ମିର ପୃଥକୀକରଣକୁ କ’ଣ କହନ୍ତି ?
ଉ –
ପ୍ରକୀର୍ତ୍ତନ

38. ଧଳା ଆଲୋକ କେତୋଟି ବର୍ଷର ମିଶ୍ରଣ ଅଟେ ?
ଉ –
7

39. ଧଳା ଆଲୋକର କେଉଁ ବର୍ଷର ଆଲୋକର ତରଙ୍ଗ ଦୈର୍ଘ୍ୟ କମ୍ ?
ଉ –
ବାଇଗଣୀ

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

40. କେଉଁ କାରଣ ଯୋଗୁଁ ଆକାଶ ନୀଳ ଦେଖାଯାଏ ?
ଉ –
ଆଲୋକ ବିଚ୍ଛୁରଣ

41. ପ୍ରିଜିମ୍‌ରେ ଆଲୋକ ପ୍ରତିସରଣରେ ତଳୁ ଉପରକୁ ବର୍ଣ୍ଣର କ୍ରମ କ’ଣ ?
ଉ –
VIBGYOR

42. 2D ପାୱାର ଥ‌ିବା ଲେନ୍‌ସର ଫୋକସ୍ ଦୂରତା କେତେ ସେ.ମି. ?
ଉ –
50

43. ଚକ୍ଷୁଦ୍ଵାରା ପ୍ରତିବିମ୍ବ କେଉଁଠାରେ ସୃଷ୍ଟି ହେଲେ ତାହାକୁ ଦେଖ୍ ହୁଏ ନାହିଁ ?
ଉ –
ଅନ୍ଧବିନ୍ଦୁ

44. ଆଲୋକ ଯେଉଁ ପତଳା ସ୍ଵଚ୍ଛଝିଲ୍ଲୀ ମଧ୍ୟଦେଇ ଚକ୍ଷୁ ମଧ୍ୟକୁ ପ୍ରବେଶ କରେ ତାକୁ କ’ଣ କହନ୍ତି ?
ଉ –
ସ୍ୱଚ୍ଛପଟ୍ଟଳ

45. ଚକ୍ଷୁ ଗୋଲକର ବ୍ୟାସ ପ୍ରାୟ କେତେ ସେ.ମି. ?
ଉ –
2.3

46. ସ୍ୱଚ୍ଛପଟ୍ଟଳ ପଛକୁ ଥିବା କଳା ମାଂସଳ ବସ୍ତୁକୁ କ’ଣ କୁହାଯାଏ ?
ଉ –
କନିନିକା

47. ନେତ୍ରପିତୁଳାର ଆକାର କାହାଦ୍ବାରା ନିୟନ୍ତ୍ରିତ ହୁଏ ?
ଉ –
କନିନିକା

48. ଚକ୍ଷୁ ଲେନ୍ସ ଓ ସ୍ଵଚ୍ଛପଟ୍ଟଳ ମଧ୍ୟରେ ଥିବା ତରଳ ପଦାର୍ଥକୁ କ’ଣ କହନ୍ତି ?
ଉ –
ଜଳାଭରସ

49. ଆଲୋକ ସଂବେଦୀ କୋଷ କେଉଁଠାରେ ଥାଏ ?
ଉ –
ମୁକୁରିକା

50. ମାନବ ଚକ୍ଷୁ ମଧ୍ୟକୁ ପ୍ରବେଶ କରୁଥିବା ଅଧିକାଂଶ ଆଲୋକ କେଉଁଠାରେ ପ୍ରତିସୃତ ହୁଏ ?
ଉ –
ସ୍ୱଚ୍ଛପଟ୍ଟଳ ବାହ୍ୟପୃଷ୍ଠ

51. ମାନବ ଚକ୍ଷୁର କେଉଁଠାରେ ପ୍ରତିବିମ୍ବ ଗଠିତ ହେଲେ ବସ୍ତୁଟିକୁ ଦେଖ୍ ହେବ ?
ଉ –
ମୁକୁରିକା

52. କେଉଁଟି ମାନବ ଚକ୍ଷୁ ମଧ୍ୟକୁ ଆଲୋକର ପରିମାଣ ନିୟନ୍ତ୍ରଣ କରେ ?
ଉ –
କନୀନିକା

53. ସମୀପ ଦୃଷ୍ଟି ବ୍ୟକ୍ତି ଆଖ୍ୟାଠାରୁ 15cm ଦୂରତାରେ ସ୍ପଷ୍ଟ ପଢ଼ିପାରନ୍ତି । 3 ମି. ଦୂରରେ ସ୍ପଷ୍ଟ ପଢ଼ିବାପାଇଁ କେତେ ପାୱାରର ଚଷମା ଆବଶ୍ୟକ ?
ଉ –
-6.33D

54. ସୂର୍ଯ୍ୟାଲୋକରେ କାମ କରୁଥିବାବେଳେ ନେତ୍ର ପିତୁଳାର ଆକାର ଘରେଥ‌ିବା ବେଳେ ନେତ୍ରପିତୁଳାର ଆକାର ତୁଳନାରେ କ’ଣ ହେବ ?
ଉ –
ପାନ

55. ଘନ ଜଙ୍ଗଲୀ ଚାନ୍ଦୁଆ (canopy) ମଧ୍ୟଦେଇ ସୂର୍ଯ୍ୟାଲୋକର ରଶ୍ମିଗୁଚ୍ଛ ଗତି କଲାବେଳେ କେଉଁ ସିଦ୍ଧାନ୍ତଟି କାର୍ଯ୍ୟ କରେ ।
ଉ –
ଟିଣ୍ଡାଲ ସିଦ୍ଧାନ୍ତ

56. ଚକ୍ଷୁରେ ଥ‌ିବା ଆଲୋକ ସଂବେଦୀ ପରଦାର ନାମ କ’ଣ ?
ଉ –
ମୁକୁରିକା

57. ସମୀପ ଦୃଷ୍ଟିଦୋଷର ପ୍ରତିକାର ପାଇଁ ଲେନ୍‌ସର ପାଓ୍ବାର କ’ଣ କରିବାକୁ ହେବ ?
ଉ –
ଜଣାଇବାକୁ

58. ସୂର୍ଯ୍ୟାଲୋକ ସାତଟି ବର୍ଷର ଆଲୋକର ସମଷ୍ଟି – ଏହା କେଉଁ ବୈଜ୍ଞାନିକ ପ୍ରମାଣ କରିଥିଲେ ?
ଉ –
ନିଉଟନ୍

B ଶୂନ୍ୟସ୍ଥାନ ପୂରଣ କର ।

1. କନୀନିକା …………………….. ର ଆକାରକୁ ନିୟନ୍ତ୍ରଣ କରେ ।
2. ମୁକୁରିକାରେ ଅସଂଖ୍ୟ …………………. ସେଲ୍ ଥାଏ ।
3. ଆଲୋକ ମୁକୁରିକାରେ ପଡ଼ିଲେ ଆଲୋକ ସଂବେଦୀ ସେଲ୍‌ଗୁଡ଼ିକ କ୍ରିୟାଶୀଳ ହୋଇ ………………………….. ବଦଳିଲେ ଫୋକସ୍ ଦୂରତା ବଦଳେ ।
4. ଚକ୍ଷୁ ଲେନସ୍‌ର …………………….. ବଦଳିଲେ ଫୋକସ୍ ଦୂରତା ବଦଳେ ।
5. ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତାକୁ ମଧ୍ୟ …………………. କୁହାଯାଏ ।
6. ଚକ୍ଷୁ ଲେନସ୍ ଏକ ………………. ଲେନସ୍ ।
7. କ୍ଷୀଣ ଆଲୋକର ଚକ୍ଷୁ ବା ନେତ୍ରପିତୁଳା ……………………… ହୋଇଥାଏ ।
8. ଚକ୍ଷୁ ସମାୟୋଜନ କ୍ଷମତା ହରାଇଲେ ……………………. ହୋଇଥାଏ ।
9. ସମୀପ ଦୃଷ୍ଟି ଦୋଷ ଥିବା ବ୍ୟକ୍ତି ……………………… ବସ୍ତୁ ସ୍ପଷ୍ଟ ଦେଖିପାରେ ନାହିଁ ।
10. ସମୀପ ଦୃଷ୍ଟିଦୋଷ ନିରାକରଣ ପାଇଁ …………………….. ଲେନସ୍‌ର ଚଷମା ବ୍ୟବହାର କରାଯାଏ ।
11. ଦୂର ଦୃଷ୍ଟିଦୋଷ ଥ‌ିବା ବ୍ୟକ୍ତି …………………………. ବସ୍ତୁକୁ ଦେଖିପାରେ ନାହିଁ ।
12. ଦୂର ଦୃଷ୍ଟିଦୋଷ ଥ‌ିବା ବ୍ୟକ୍ତି ………………….
13. ଚକ୍ଷୁ ଲେନସ୍ ଓ ମୁକୁରିକା ମଧ୍ୟରେ …………….. ଥାଏ ।
14. ପ୍ରକୃତ ସୂର୍ଯ୍ୟାସ୍ତ ଓ ଆଭାସୀ ସୂର୍ଯ୍ୟାସ୍ତ ମଧ୍ଯରେ ସମୟ ବ୍ୟବଧାନ ……………… ମିନିଟ୍ ।
15. ଅତ୍ୟଧ୍ଵକ କ୍ଷୁଦ୍ର କଣିକା …………………… ବର୍ଷର ଆଲୋକ ବିଚ୍ଛୁରଣ କରିନ୍ତି ।
16. ଅତ୍ୟଧ‌ିକ ବଡ଼ ଆକାରର କଣିକା ଗୁଡ଼ିକ …………………. ବର୍ଷର ଆଲୋକ ବିଚ୍ଛୁରଣ କରିଥାନ୍ତି ।
17. ଲାଲ୍ ଆଲୋକର ତରଙ୍ଗ ଦୈର୍ଘ୍ୟ ନୀଳ ଆଲୋକର ତରଙ୍ଗ ଦୈର୍ଘ୍ୟର ……………. ଗୁଣ ।
18. ଅତି ସୂକ୍ଷ୍ମ କଲଏଡ୍ ସଲଫର କଣିକାଗୁଡ଼ିକ ଦ୍ଵାରା ………………………… ଆଲୋକ ବିଚ୍ଛୁରଣ ହୁଏ ।
19. ପ୍ରିଜମ୍‌ରେ ଧଳା ଆଲୋକର ପ୍ରକୀର୍ଶନ ବେଳେ ……………………….. ବର୍ଣ୍ଣର ଆଲୋକ ସର୍ବନିମ୍ନ ବଙ୍କାଇଥାଏ ।
20. ପ୍ରିଜମ୍‌ର ଧଳା ଆଲୋକର ପ୍ରକୀର୍ତ୍ତନ ବେଳେ ……………………. ବର୍ଣ୍ଣର ଆଲୋକ ସର୍ବନିମ୍ନ ବଙ୍କାଇଥାଏ ।
21. ଜଳକଣା ଗୁଡ଼ିକର ସୂର୍ଯ୍ୟାଲୋକ ପ୍ରକୀର୍ଶନ ଓ ………………….. ପ୍ରକ୍ରିୟା ଯୋଗୁଁ ଇନ୍ଦ୍ରଧନୁ ସୃଷ୍ଟି ହୁଏ ।
22. ଟିଣ୍ଡଲ ସିଦ୍ଧାନ୍ତରେ ………………. କଣିକାଦ୍ଵାରା ଆଲୋକର ବିଚ୍ଛୁରଣ ହୋଇଥାଏ ।
23. ଇନ୍ଦ୍ରଧନୁ …………………… ର ଏକ ପ୍ରାକୃତିକ ଘଟଣା ।
24. ସମୀପ ଦୃଷ୍ଟି ଦୋଷ ଦୂର କରିବା ପାଇଁ ……………….. ଲେନ୍‌ପର ଚଷମା ବ୍ୟବହାର କରାଯାଏ |
25. ପ୍ରିଜମ୍‌ର ……………. ଟି ପୃଷ୍ଠ ଅଛି ।
26. ବିପଦ ସଙ୍କେତ ସୂଚାଇବା ପାଇଁ ……………… ବର୍ଣ୍ଣର ଆଲୋକ ବ୍ୟବହୃତ ହୁଏ ।
27. ବିଚ୍ଛୁରଣ କରୁଥିବା କଣିକା ବଡ଼ଆକାରର ହେଲେ ……………………. ବର୍ଣ୍ଣର ଆଲୋକ ବିଚ୍ଛୁରଣ କରିବ ।
28. କ୍ଷୁଦ୍ର କଠିନ ସଲ୍‌ଫର୍‌ କଣିକା …………………… ଆଲୋକ ବିଚ୍ଛୁରଣ କରେ ।
29. ଜଳରେ ଆଲୋକର ବେଗ …………………. କିମି/ସେ. ।
30. ଧଳା ଆଲୁଅରେ ………………….. ଟି ବର୍ଷର ଆଲୋକ ଦୃଶ୍ୟ ବର୍ଣ୍ଣାଳୀରେ ଅଛି ।
31. ଉଭୟ ସମୀପ ଦୃଷ୍ଟି ଓ ଦୂରଦୃଷ୍ଟି ବ୍ୟକ୍ତି ………………… ଚଷମା ବ୍ୟବହାର କରିବ ।
32. ଜଣେ ବ୍ୟକ୍ତି ଦୂରଦୃଷ୍ଟି ସଂଶୋଧ ପାଇଁ +2D ଚଷମା ବ୍ୟବହାର କରେ । ତେବେ ଲେନ୍‌ସର ଫୋକସ୍‌ର ଦୂରତା …………………. |
33. ଆଭାସୀ ସୂର୍ଯ୍ୟୋଦୟ ଓ ବାସ୍ତବ ସୂର୍ଯ୍ୟୋଦୟ ମଧ୍ଯରେ ସମୟ ପାର୍ଥକ୍ୟ ……………………. ମିନିଟ୍ ।
34. ସୋଡ଼ିୟମ୍‌ ଥାଓସଲ୍‌ଫେଟ୍ ଓ ଗାଢ଼ ସଲଫ୍ୟୁରିକ୍ ଏସିଡ୍ ମଧ୍ଯରେ ରାସାୟନିକ ପ୍ରତିକ୍ରିୟାରୁ ……………… ଉତ୍ପନ୍ନ ହୁଏ ।

Answer:
1. ନେତ୍ରପିତୁଳା
2. ଆଲୋକ ସଂବେଦୀ
3. ବିଦ୍ୟୁତ୍
4. ବକ୍ରତା
5. ନିକଟବିନ୍ଦୁ
6. ଉତ୍ତଳ
7. ବଡ଼
8. ଦୃଷ୍ଟିଦୋଷ
9. ଦୂର
10. ଅବତଳ
11. ନିକଟ
12. ଉତ୍ତଳ
13. କାଚାଭରସ
14. ପ୍ରାୟ ଦୁଇ
15. ନୀଳ
16. ଧଳା
17. ପ୍ରାୟ 1.8 ଗୁଣ
18. ନୀଳ
19. ବାଇଗଣୀ
20. ଲାଲ୍
21. ଆଭ୍ୟନ୍ତରୀଣ ପ୍ରତିଫଳନ
22. କଲଏଡ଼ାଲ୍
23. ଆଲୋକ ପ୍ରକୀର୍ଶନ
24. ଅବତଳ
25. 5
26. ଲାଲ୍
27. ଧଳା
28. ନୀଳ
29. 2.25 x 105
30.7
31. ବାଇଫୋକାଲ | ସ୍ଵିଫୋକସୀ
32. +50 ସେ.ମି.
33. 2 ମିନିଟ୍
34. ସଲ୍‌ଫର୍

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

C ଠିକ୍ ଉକ୍ତି ପାଇଁ ( ✓) ବା ଭୁଲ ଉକ୍ତି ପାଇଁ (x) ଲେଖ ।

1. ଚକ୍ଷୁ ଭିତରେ ଥିବା କନୀନିକା ନେତ୍ରପିତୁଳାର ଆକାରକୁ ନିୟନ୍ତ୍ରଣ କରେ ।
2. ଚକ୍ଷୁର ସିଲିଆରୀ ମାଂସପେଶୀ ସଂକୁଚିତ ହେଲେ ଚକ୍ଷୁ ଲେନ୍ସର ବକ୍ରତା କମିଯାଏ ।
3. କୌଣସି କାରଣରୁ ଚକ୍ଷୁ ଲେନ୍ସର ବକ୍ରତା ବଢ଼ିଗଲେ ସମୀପ ଦୃଷ୍ଟିଦୋଷ ହୋଇଥାଏ ।
4. ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିବା ବ୍ୟକ୍ତିମାନେ ଚକ୍ଷୁଦାନ କରିପାରିବେ ।
5. ଇନ୍ଦ୍ରଧନୁ ଆଲୋକ ପ୍ରକୀର୍ତ୍ତନର ଏକ ପ୍ରାକୃତିକ ଦୃଷ୍ଟାନ୍ତ ।
6. 2D ପାୱାର ଥିବା ଲେନ୍‌ସର ଫୋକସ୍ ଦୂରତା 50 ସେ.ମି. ।
7. ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା 25 ସେ.ମି. ।
8. ସିଲିଆରୀ ମାଂସପେଶୀଗୁଡ଼ିକ ହୁଗୁଳା ହେଲେ ଲେନ୍ସର ଫୋକସ୍ ଦୂରତା କମିଯାଏ ।
9. ନେତ୍ରପିତୁଳା ଚକ୍ଷୁଲେନ୍ସ ଓ ମୁକୁରିକା ମଧ୍ୟରେ ଅଛି ।
10. ଚକ୍ଷୁଦ୍ଵାରା ପ୍ରତିବିମ୍ବ ମୁକୁରିକାଠାରେ ସୃଷ୍ଟି ହେଲେ ତାହାକୁ ଦେଖ୍ ହୁଏ ନାହିଁ ।
11. ଆଲୋକ ଯେଉଁ ପତଳା ସ୍ଵଚ୍ଛଝିଲ୍ଲୀ ମଧ୍ୟଦେଇ ଚକ୍ଷୁ ମଧ୍ୟକୁ ପ୍ରବେଶ କରେ ତାକୁ ସ୍ୱଚ୍ଛପଟ୍ଟଳ କହନ୍ତି ।
12. ଚକ୍ଷୁ ଗୋଲକର ବ୍ୟାସ ପ୍ରାୟ 2.3 ସେ.ମି. ।
13. ସ୍ଵଚ୍ଛପଟ୍ଟଳ ପଛକୁ ଥିବା କଳା ମାଂସଳ ଅଂଶକୁ କନୀନିକା କୁହାଯାଏ ।
14. ନେତ୍ରପିତୁଳାର ଆକାର ସ୍ଵଚ୍ଛପଟ୍ଟଳଦ୍ୱାରା ନିୟନ୍ତ୍ରିତ ହୁଏ ।
15. ଚକ୍ଷୁ ଲେନ୍ସ ଓ ସ୍ଵଚ୍ଛପଟ୍ଟଳ ମଧ୍ୟରେ ଥିବା ତରଳ ପଦାର୍ଥକୁ ଜଳାଭରସ କହନ୍ତି ।
16. ଆଲୋକ ସଂବେଦୀ କୋଷ ମୁକୁରିକାଠାରେ ଥାଏ ।
17. ମାନବ ଚକ୍ଷୁ ମଧ୍ୟକୁ ପ୍ରବେଶ କରୁଥିବା ଅଧିକାଂଶ ଆଲୋକ ମୁକୁରିକାଠାରେ ପ୍ରତିସୃତ ହୁଏ ।
18. ମାନବ ଚକ୍ଷୁର ମୁକୁରିଗାଁଠାରେ ପ୍ରତିବିମ୍ବ ଗଠିତ ହେଲେ ବସ୍ତୁଟିକୁ ଦେଖ୍ ହେବ ।
19. କନୀନିକା ମାନବ ଚକ୍ଷୁ ମଧ୍ୟକୁ ଆଲୋକର ପରିମାଣ ନିୟନ୍ତ୍ରଣ କରେ ।
20. ସମୀପ ଦୃଷ୍ଟି ବ୍ୟକ୍ତି ଆଠାରୁ 15cm ଦୂରତାରେ ସ୍ପଷ୍ଟ ପଢ଼ିପାରନ୍ତି । 3 ମି. ଦୂରରେ ସ୍ପଷ୍ଟ ପଢ଼ିବାପାଇଁ –6.33D
21. ପ୍ରିଜମ୍‌ର ଭୂମିଆଡୁ ଉପରକୁ ତୃତୀୟ ସ୍ଥାନରେ ଥ‌ିବା ବର୍ଷଟି ହଳଦିଆ ।
22. ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତାକୁ ନିକଟବିନ୍ଦୁ କହନ୍ତି ।
23. ଜଣେ ସୁସ୍ଥ ଓ ସ୍ଵାଭାବିକ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିର ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା 25 ସେ.ମି. ।
24. ଗୋଟିଏ ବସ୍ତୁର ପ୍ରତିବିମ୍ବ ଚକ୍ଷୁର ମୁକୁରିକା ଅଂଶରେ ସୃଷ୍ଟି ହୁଏ ।
25. ଅତି ବଡ଼ କଣିକାମାନ ନୀଳ ବର୍ଣ୍ଣର ଆଲୋକ ବିଛୁରଣ କରେ ।
26. ଗଭୀର ସମୁଦ୍ର ନୀଳ ଦେଖାଯିବାର କାରଣ ଆଲୋକର ବିଚ୍ଛୁରଣ ।
27. ଚକ୍ଷୁ-ଲେନ୍‌ସର ଫୋକସ୍ ଦୂରତା କମିଗଲେ, ସମୀପ ଦୃଷ୍ଟିଦୋଷ ହୋଇଥାଏ ।

Answer:

1. ✓
2. x
3. x
4. ✓
5. ✓
6. ✓
7. ✓
8. ✓
9. x
10. x
11. ✓
12. ✓
13. ✓
14. x
15.✔
16.✔
17. x
18.✔
19.✔
20. ✓
21. x
22. ✓
23. ✓
24. ✓
25. x
26. ✔
27. ✔

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

D ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 10th Class Physical Science Important Questions Chapter 7img-1
BSE Odisha 10th Class Physical Science Important Questions Chapter 7img-2
BSE Odisha 10th Class Physical Science Important Questions Chapter 7img-3
BSE Odisha 10th Class Physical Science Important Questions Chapter 7img-4

E ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ସ୍ଵଚ୍ଛ ପଟ୍ଟଳ କାହାକୁ କହନ୍ତି ?
ଉ –
ଆଲୋକ ଏକ ପତଳା ସ୍ଵଚ୍ଛ ଝିଲ୍ଲୀ ମଧ୍ୟ ଦେଇ ଚକ୍ଷୁକୁ ପ୍ରବେଶ କରେ । ଏହାକୁ ସ୍ବଚ୍ଛ ପଟ୍ଟଳ କହନ୍ତି ।

2. ସମାୟୋଜନ ପାୱାର କାହାକୁ କହନ୍ତି ?
ଉ –
ଚକ୍ଷୁଲେନସ୍ ଫୋକସ୍ ଦୂରତାକୁ ଆବଶ୍ୟକତା ଅନୁଯାୟୀ ବଦଳାଇବା ସାମର୍ଥ୍ୟକୁ ସମାୟୋଜନ ପାୱାର କହନ୍ତି ।

3. ‘ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା’’ କ’ଣ ଲେଖ ।
ଉ –
ସାଧାରଣ ଚକ୍ଷୁ ପାଇଁ ସ୍ପଷ୍ଟ ଭାବରେ କୌଣସି ବସ୍ତୁକୁ ଦେଖୁବାର ସର୍ବନିମ୍ନ ଦୂରତା 25 ସେ.ମି. ଅଟେ । ଏହି ସର୍ବନିମ୍ନ ଦୂରତାକୁ ‘‘ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା’’ କୁହାଯାଏ ।

4. ବସ୍ତୁକୁ ଦେଖୁବାପାଇଁ ଆଲୋକ ଚକ୍ଷୁର କେଉଁ ଅଂଶଗୁଡ଼ିକ ଦେଇ ଯାଏ ?
ଉ –
କୌଣସି ବସ୍ତୁରୁ ଆଲୋକ ରଶ୍ମିଗୁଚ୍ଛ ଆସି ସ୍ଵଚ୍ଛ ପଟ୍ଟଳ, ଜଳାଭରସ, ନେତ୍ରପିତୁଳା, ଚକ୍ଷୁଲେନସ୍ ଓ କାଚାଭରସ ଦେଇ ମୁକୁରିକାର ଆଲୋକ ସଂବେଦୀ ସେଲ୍‌ରେ ପଡେ ।

5. ନିକଟ ବିନ୍ଦୁ କାହାକୁ କହନ୍ତି ?
ଉ –
ଯେଉଁ ସର୍ବନିମ୍ନ ଦୂରତାରେ ଚକ୍ଷୁ ସ୍ପଷ୍ଟ ଦେଖିପାରେ ଉକ୍ତ ଦୂରତାକୁ ନିକଟ ବିନ୍ଦୁ କହନ୍ତି ।

6. ଦୂର ବିନ୍ଦୁ କାହାକୁ କହନ୍ତି ?
ଉ –
ଯେଉଁ ଦୂରତା ପର୍ଯ୍ୟନ୍ତ୍ର ଚକ୍ଷୁ ସ୍ପଷ୍ଟ ଭାବରେ ବସ୍ତୁକୁ ଦେଖିପାରେ ତାହାକୁ ଦୂରବିନ୍ଦୁ କହନ୍ତି ।

7. ମୋତିଆ ବିନ୍ଦୁ କାହାକୁ କହନ୍ତି ?
ଉ –
ସମୟ ସମୟେ ବୟସ୍କ ବ୍ୟକ୍ତିଙ୍କର ଅତି ସ୍ଵଚ୍ଛ ଚକ୍ଷୁ ଲେନସ୍ ଧଳା ଏବଂ ଧୂସର ହୋଇଯାଏ । ଚକ୍ଷୁର ଏହି ଅବସ୍ଥାକୁ ମୋତିଆ ବିନ୍ଦୁ କହନ୍ତି ।

8. ଦୃଷ୍ଟିଦୋଷ କାହାକୁ କହନ୍ତି ?
ଭ –
କୌଣସି କାରଣରୁ ଚକ୍ଷୁ ସମାୟୋଜନ ପାଓ୍ବାର ହରାଇଲେ । ସେହି ଚକ୍ଷୁର ଦୃଷ୍ଟିଦୋଷ ଅଛି ବୋଲି କୁହାଯାଏ ।

9. ସାଧାରଣ ଚକ୍ଷୁର ଦୃଷ୍ଟିସୀମା କେତେ ?
ଉ –
25 ସେ.ମି.ରୁ ଅନନ୍ତ ଦୂରତା ।

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

10. ଚାଳିଶା କାହାକୁ କହନ୍ତି ?
ଉ –
ବୟସ ପ୍ରାୟ ଚାଳିଶ ବର୍ଷ ପାଖାପାଖୁ ହେଲେ ସିଲିଆରୀ ମାଂସପେଶୀ ଦୁର୍ବଳ ହୋଇଯାଏ । ଏଥିଯୋଗୁଁ ଚକ୍ଷୁ ଲେନସ୍ ତାହାର ସମାୟୋଜନ କ୍ଷମତା ହରାଇବା ଫଳରେ ନିକଟ ବସ୍ତୁକୁ ଦେଖିବାରେ ଅସୁବିଧା ହୁଏ । ଏହାକୁ ଚାଳିଶା କହନ୍ତି ।

11. ବାଇଫୋକାଲ୍ ଚଷମା କାହାକୁ କହନ୍ତି ?
ଉ –
ଯେଉଁ ଚଷମାରେ ଦୁଇ ଭିନ୍ନ ପ୍ରକାର ଲେନସ୍ (ଉତ୍ତଳ ଓ ଅବତଳ) ବ୍ୟବହାର ହୋଇଥାଏ ତାକୁ ଦ୍ଵିଫୋକସୀ ବା ବାଇଫୋକାଲ୍ ଚଷମା କହନ୍ତି ।

12. ଜଣେ ଛାତ୍ର ଶ୍ରେଣୀରେ ପଛ ବେଞ୍ଚରେ ବସି ବ୍ଲାକ୍‌ବୋର୍ଡରେ ଯାହା ଲେଖାଯାଉଛି ତାକୁ ଦେଖିପାରୁ ନାହିଁ । ପିଲାଟିର କେଉଁ ପ୍ରକାରର ଦୃଷ୍ଟିଦୋଷ ଅଛି ? ଏହା କିପରି ଦୂର କରାଯାଇ ପାରିବ ?
ଉ –
ପିଲାଟିର ସମୀପ ଦୃଷ୍ଟି ଦୋଷ ଅଛି । ଏହି ଦୃଷ୍ଟିଦୋଷକୁ ଦୂର କରିବା ପାଇଁ ଉପଯୁକ୍ତ ଫୋକସ୍ ଦୂରତା ବିଶିଷ୍ଟ ଅବତଳ ଲେନସ୍‌ ଚଷମା ବ୍ୟବହାର କରିବା ଉଚିତ ।

13. ବିଚଳନ କୋଣ କାହାକୁ କହନ୍ତି ।
ଉ –
ପ୍ରିଜମ୍‌ରେ ଆଲୋକ ପ୍ରତିସରଣ ହେତୁ ଆପତିତ ରଶ୍ମି ଓ ନିର୍ଗତ ରଶ୍ମି ମଧ୍ୟରେ ସୃଷ୍ଟି ହେଉଥ‌ିବା କୋଣକୁ ବିଚଳନ କୋଣ କୁହାଯାଏ ।

14. ଆଲୋକର ପ୍ରକୀର୍ତ୍ତନ କାହାକୁ କହନ୍ତି ?
ଉ –
ମିଶ୍ରିତ ବର୍ଣ ଆଲୋକରୁ ବର୍ଣ୍ଣାଳୀ ସୃଷ୍ଟିର ପ୍ରକ୍ରିୟାକୁ ଆଲୋକର ପ୍ରକୀର୍ଣ୍ଣନ କହନ୍ତି ।

15. ଚଷମା ପିନ୍ଧିବା ବ୍ୟତୀତ ଚକ୍ଷୁଦୋଷ କେଉଁ ଉପାୟରେ ଦୂର କରାଯାଇ ପାରୁଛି ?
ଊ –
ଚଷମା ବ୍ୟବହାର ବ୍ୟତୀତ ସଂସ୍ପର୍ଶ ଲେନ୍ସ କିମ୍ବା ଶଲ୍ୟ ଉପଚାର ଦ୍ଵାରା ପ୍ରତିସରଣ ଜନିତ ତ୍ରୁଟି ଦୂର କରାଯାଇ ପାରୁଛି ।

16. ଟିଣ୍ଡଲ୍ ସିଦ୍ଧାନ୍ତ କାହାକୁ କହନ୍ତି ?
ଊ –
କଲଏଡାଲ୍ କଣିକାଗୁଡ଼ିକର ଆଲୋକ ବିଚ୍ଛୁରଣକୁ ଟିଣ୍ଡଲ୍ ସିଦ୍ଧାନ୍ତ କହନ୍ତି ।

17. ବାଇଫୋକାଲ୍ ଚଷମାରେ ବ୍ୟବହୃତ ଲେନସ୍‌ଗୁଡ଼ିକର କାର୍ଯ୍ୟ ଲେଖ ।
ଉ –
ବାଇଫୋକାଲ୍ ଚଷମାରେ ଦୁଇ ଭିନ୍ନ ପ୍ରକାରର ଲେନସ୍ ଏକାଠି ରହିଥାଏ । ତଳ ଲେନସ୍‌ରେ ନିକଟ ବସ୍ତୁକୁ ଦେଖନ୍ତି ବା ବହି ପଢନ୍ତି ଏବଂ ଉପର ଲେନସ୍‌ରେ ଦୂର ବସ୍ତୁକୁ ଦେଖନ୍ତି ।

18. ଚକ୍ଷୁରେ ମୋତିଆ ବିନ୍ଦୁର ଲକ୍ଷଣ କ’ଣ ?
ଉ –
ବୟସ୍କ ବ୍ୟକ୍ତିର ଚକ୍ଷୁ ଲେନସ୍ ବେଳେବେଳେ ଧଳା ଏବଂ ଧୂସର ହୋଇଯାଏ । ଚକ୍ଷୁର ଏହି ଅବସ୍ତାକୁ ମୋତିଆ ବିନ୍ଦୁ

19. ସମୀପ ଦୃଷ୍ଟିଦୋଷ ଥ‌ିବା ବ୍ୟକ୍ତି 1.2 m ରୁ ଅଧିକ ଦୂରରେ ଗୋଟିଏ ବସ୍ତୁ ଥିଲେ ସେ ଭଲ ଭାବରେ ତାକୁ ଦେଖୁ ପାରୁନାହିଁ । କେଉଁ ପ୍ରକାରର ଲେନସ୍ ବ୍ୟବହାର କଲେ ଏହିଦୋଷ ଦୂର ହେବ ବୁଝାଅ ।
ଉ –
ଦୁର ବିଦୁର ଦୁରତା = 1.2 ମି.
P = \(\frac { 1 }{ f }\) = \(\frac { -1 }{ 1.2 }\) = – 0.83 D
∴ ଅବତଳ ଲେନସ୍‌ର ଚଷମା ବ୍ୟବହାର କଲେ ଏହି ଦୋଷ ଦୂର ହେବ ।

20. ବିପଦ ସଙ୍କେତରେ ଲାଲବର୍ଣ ଆଲୋକ ବ୍ୟବହାର କରାଯାଏ କାହିଁକି ?
ଉ –
ଲାଲ୍ ଆଲୋକ କୁହୁଡ଼ି କିମ୍ବା ଧୂଳିକଣା ଦ୍ବାରା ଖୁବ୍ କମ୍ ବିଚ୍ଛୁରିତ ହୁଏ । ଫଳରେ ଦୂରକୁ କେବଳ ଲାଲ ବର୍ଷ ଫିକା ନପଡ଼ି ସେମିତି ଦେଖାଯାଏ ।

21. ପୃଥ‌ିବୀ ଚାରିପାଖେ ବାୟୁମଣ୍ଡଳ ନଥିଲେ କ’ଣ ହୁଅନ୍ତା ?
ଉ –
ବାୟୁମଣ୍ଡଳ ନଥୁଲେ କୌଣସି ବିଚ୍ଛୁରଣ ହୁଅନ୍ତା ନାହିଁ, ତେଣୁ ଆକାଶ ଅନ୍ଧକାରମୟ ହୋଇଥାନ୍ତା ।

22. ସମୁଦ୍ର ଜଳର ରଙ୍ଗ ନୀଳ ଦେଖାଯାଏ କାହିଁକି ?
ଉ –
ସମୁଦ୍ର କୂଳ ଅନ୍ୟ ବର୍ଷ ଅପେକ୍ଷା ନୀଳବର୍ଣ୍ଣର ଆଲୋକ ଅତିମାତ୍ରାରେ ବିଚ୍ଛୁରଣ କରେ । ତେଣୁ ସମୁଦ୍ର ଜଳ ନୀଳ ବର୍ଷ ଦେଖାଯାଏ ।

23. କେଉଁ ତିନୋଟି ପ୍ରକ୍ରିୟାରେ ଇନ୍ଦ୍ରଧନୁ ସୃଷ୍ଟି ହୁଏ ?
ଉ –
ପ୍ରକୀର୍ଶନ, ଆଭ୍ୟନ୍ତରୀଣ ପ୍ରତିଫଳନ ଓ ପ୍ରତିସରଣ ।

24. ପ୍ରିଜମ୍ ମଧ୍ୟଦେଇ ଆଲୋକ ଗତିକଲେ କେଉଁ ଆଲୋକର ପ୍ରତିସରଣାଙ୍କ ସର୍ବନିମ୍ନ ଓ କେଉଁ ଆଲୋକର ପ୍ରତିସରଣାଙ୍କ ସର୍ବାଧ‌ିକ ?
ଉ –
ଲାଲ୍ ଆଲୋକର ପ୍ରତିସରଣାଙ୍କ ସର୍ବନିମ୍ନ ଓ ବାଇଗଣୀ ଆଲୋକର ପ୍ରତିସରଣାଙ୍କ ସର୍ବାଧ‌ିକ ।

25. ପ୍ରକୀର୍ଶନ କଣ ?
ଭ –
ମିଶ୍ରିତ ବର୍ଣ ଆଲୋକରୁ ବିଭିନ୍ନ ବର୍ଷର ଆଲୋକକୁ ପ୍ରତିସରଣ ଦ୍ଵାରା ପୃଥକ କରିବା ପ୍ରକ୍ରିୟାକୁ ଆଲୋକର ପ୍ରକୀର୍ଣ୍ଣନ କହାନ୍ତି । ।

26. ବସ୍ତୁକୁ ଦେଖିବାପାଇଁ ଆଲୋକ ଚକ୍ଷୁର କେଉଁ ଅଂଶଗୁଡ଼ିକ ଦେଇ ଯାଏ ?
ଉ –
କୌଣସି ବସ୍ତୁରୁ ଆଲୋକ ରଶ୍ମିଗୁଚ୍ଛ ଆସି ସ୍ୱଚ୍ଛପଟଳ, ଜଳାଭରସ, ନେତ୍ରପିତୁଳା, ଚକ୍ଷୁଲେନ୍ସ ମୁକୁରିକାର ପୀତବିନ୍ଦୁ ଉପରେ ପଡ଼େ ଏବଂ ମୁକୁରିକାରେ ବାସ୍ତବ, କ୍ଷୁଦ୍ର ଓଲଟା ପ୍ରତିବିମ୍ବ ସୃଷ୍ଟି କରେ ।

27. ସମୁଦ୍ରର ରଙ୍ଗ ନୀଳ କାହିଁକି ?
ଉ –
ସମୁଦ୍ରର ଜଳ ଅନ୍ୟ ବର୍ଷ ଅପେକ୍ଷା ନୀଳବର୍ଣ୍ଣର ଆଲୋକ ଅତିମାତ୍ରାରେ ବିଚ୍ଛୁରଣ କରେ । ତେଣୁ ସମୁଦ୍ରର ଜଳ ନୀଳ ବର୍ଣ୍ଣ ଦେଖାଯାଏ |

28. ଅନ୍ଧବିନ୍ଦୁ କ’ଣ ?
ଉ –
ମୁକୁରିକାର ଏପରି ଏକ ଅଂଶ ଅଛି, ଯେଉଁଠାରେ ପ୍ରତିବିମ୍ବ ସୃଷ୍ଟି ହେଲେ ବସ୍ତୁ ଆଦୌ ଦେଖାଯାଏ ନାହିଁ । ସେହି ସ୍ଥାନକୁ ଅନ୍ଧବିନ୍ଦୁ କହନ୍ତି । ଏଠାରେ ଚକ୍ଷୁସ୍ନାୟୁ ମୁକୁରିକା ସହ ସଂଯୁକ୍ତ ହୋଇଛି ।

29. ପ୍ରିଜିମ୍ ମଧ୍ୟଦେଇ ଆଲୋକ ଗତି କଲେ କେଉଁ କେଉଁ ଆଲୋକର ପ୍ରତିସରଣାଙ୍କ ସର୍ବନିମ୍ନ ଓ ସର୍ବୋଚ୍ଚ ?
ଉ-
ଲାଲ୍ ଆଲୋକର ପ୍ରତିସରଣାଙ୍କ ସର୍ବନିମ୍ନ ଏବଂ ବାଇଗଣି ଆଲୋକର ପ୍ରତିସରଣାଙ୍କ ସର୍ବୋଚ୍ଚ ।

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

30. କେଉଁ ତିନୋଟି ପ୍ରକ୍ରିୟା ପାଇଁ ଇନ୍ଦ୍ରଧନୁ ସୃଷ୍ଟି ହୁଏ ?
ଉ-
(a) ପ୍ରକୀର୍ଶନ (b) ଅନ୍ତଃପ୍ରତିଫଳନ (c) ପ୍ରତିସରଣ

31. ସମାୟୋଜନ ପାଓ୍ବାର କହିଲେ କ’ଣ ବୁଝ ?
ଉ –
ଚକ୍ଷୁ ଲେନ୍‌ସ ଫୋକସ୍ ଦୂରତାକୁ ଆବଶ୍ୟକତା ଅନୁଯାୟୀ ବଦଳାଇବା ସାମର୍ଥ୍ୟକୁ ସମାୟୋଜନ ପାୱାର କହନ୍ତି ।

32. କାଚାଭରସ କହିଲେ କ’ଣ ବୁଝ ?
ଉ –
ଚକ୍ଷୁ ଲେନ୍ସ ଓ ମୁକୁରିକା ମଧ୍ୟରେ ଏକ ଜେଲିଭଳି ପଦାର୍ଥ ଥାଏ, ତାହାକୁ କାଚାଭରସ (Vitreous Humour) କହନ୍ତି । ଆଲୋକ ରଶ୍ମି କୌଣସି ବସ୍ତୁରୁ ଆସି ସ୍ୱଚ୍ଛପଟ୍ଟଳ, ଜଳାଭରସ, ନେତ୍ରପିତୁଳା, ଚକ୍ଷୁ ଲେନ୍ସ ଓ କାଚାଭରସ ମଧ୍ୟଦେଇ ମୁକୁରିକାରେ ପଡ଼େ ।

33. କନୀନିକା କାହାକୁ କୁହାଯାଏ ?
ଉ–
ସ୍ୱଚ୍ଛପଟ୍ଟଳର ପଛରେ ଥ‌ିବା କଳା ମାଂସଳ ଅଂଶକୁ କନୀନିକା (Iris) କୁହାଯାଏ । ଏହା ନେତ୍ରପିତୁଳା (Pupil)ର ଆକାରକୁ ନିୟନ୍ତ୍ରଣ କରେ ।

34. ନେତ୍ରପିତୁଳା କାହାକୁ କୁହାଯାଏ ?
ଉ –
କନୀନିକା କେନ୍ଦ୍ରରେ ଥ‌ିବା ରନ୍ଧ୍ରକୁ ନେତ୍ରପିତୁଳା କହନ୍ତି । ଉଜ୍ଜ୍ବଳ ଆଲୋକରେ ଏହାର ଆକାର ଛୋଟ ହୋଇଥାଏ ଏବଂ କ୍ଷୀଣ ଆଲୋକରେ ଆକାର ବୃଦ୍ଧି ଘଟିଥାଏ । ଏହା ଆବଶ୍ୟକ ପରିମାଣର ଆଲୋକ ଚକ୍ଷୁ ମଧ୍ୟକୁ ଛାଡ଼ିଥାଏ ।

35. ଜଳାଭରସ କାହାକୁ କୁହାଯାଏ ?
ଉ –
ସ୍ୱଚ୍ଛପଟ୍ଟଳ ଓ କନୀନିକା ମଧ୍ୟରେ ଏକ ସ୍ଵଚ୍ଛ ତରଳ ପଦାର୍ଥ ଅଛି, ତାହାକୁ ଜଳାଭରସ (Aqueous Humour) କତନ୍ତ୍ର |

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

F ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ଚକ୍ଷୁ ଲେନ୍ସର ବକ୍ରତା ବୃଦ୍ଧି : ଫୋକସ୍ ଦୂରତା କମ୍ :: ଚକ୍ଷୁ ଲେନସ୍‌ର ବକ୍ରତା ହ୍ରାସ : ……………. |
2. ନିକଟ ବିନ୍ଦୁ : 25 ସେ.ମି. :: ଦୂରବିନ୍ଦୁ : …………………. |
3. ଗୋଟିଏ ଚକ୍ଷୁ : 150° :: ଦୁଇଟି ଚକ୍ଷୁ : …………………. |
4. ଚକ୍ଷୁ ବନ୍ଦ : ଦ୍ୱି-ବିମିତୀୟ :: ଦୁଇଟି ଚକ୍ଷୁ ଖୋଲା : ……………………. |
5. ସମୀପ ଦୃଷ୍ଟି : ଅବତଳ ଲେନସ୍‌ :: ଦୂରଦୃଷ୍ଟି : ……………… |
6. ଚାଳିଶା : ଉତ୍ତଳ ଲେନସ୍ :: ମୋତିଆ ବିନ୍ଦୁ : ……………………. |
7. ଦୂରଦୃଷ୍ଟି ଚକ୍ଷୁ ଲେନ୍‌ସ୍‌ର ପାୱାର ହ୍ରାସ :: ସମୀପ ଦୃଷ୍ଟି : ………………………. |
8. ସମୀପଦୃଷ୍ଟି : କାଚାଭରସ :: ଦୂରଦୃଷ୍ଟି : ………………… |
9. ପ୍ରିଜମ୍‌ର ତ୍ରିଭୁଜାକାର ପୃଷ୍ଠ : 2 ଟି :: ପ୍ରିଜିମ୍‌ ଆୟତଘନାକାର ପୃଷ୍ଠ : ………………… |
10. ବାଇଗଣୀ : ଅଧିକ ବଙ୍କାଇଥାଏ :: ଲାଲ୍ : ………………… |
11. ଆଲୋକର ପ୍ରତିସରଣ : ଲେନ୍ସ :: ଆଲୋକର ପ୍ରକୀର୍ତ୍ତନ : ……………….. |
12. ଟିଣ୍ଡଲ ସିଦ୍ଧାନ୍ତ : ବିଚ୍ଛୁରଣ :: ସଅଳ ସୂର୍ଯ୍ୟୋଦୟ : ………………. |
13. ସୂକ୍ଷ୍ମକଣିକା : ନୀଳ :: ବୃହତ୍ତର କଣିକା : ………………… |
14. ଆକାଶ ନୀଳ : ଆଲୋକର ବିଚ୍ଛୁରଣ :: ଟିଣ୍ଡଳ ସିଦ୍ଧାନ୍ତ : ………………….. |
15. ସୂର୍ଯ୍ୟୋଦୟ : ଲାଲ୍ :: ମଧ୍ୟାହ୍ନ : ………………….. |
16. ଲାଲ୍ ଆଲୋକ : ଅଧ‌ିକ ତରଙ୍ଗ ଦୈର୍ଘ୍ୟ :: ନୀଳ ଆଲୋକ : ………………….. |
17. ଦପ୍‌ଦପ୍ ଆଲୋକ : ତାରା :: ସ୍ଥିର ଆଲୋକ : …………………. |
18. ପୃଥ‌ିବୀବାସୀ : ଆକାଶ ନୀଳ :: ମହାକାଶଚାରୀ : ………………….. |
19. ଫୋକସ୍ ଦୂରତା 1 ମି. : 1D :: ଫୋକସ୍ ଦୂରତା 25 ସେ.ମି. ::…………….. |
20. ତୁମ ଶ୍ରେଣୀର ପିଲା : ସମୀପଦୃଷ୍ଟି :: ଶିକ୍ଷକ ଶିକ୍ଷୟିତ୍ରୀ : ………………. |
21. ତୁମଶ୍ରେଣୀର ପିଲା : ଅବତଳ ଲେନସ୍‌ :: ଶିକ୍ଷକ : ……………… |
22. +2D: 0.50 m ::- 2.5 D : ……………… |
23. କାଚପ୍ଲାଟ୍ : ପାର୍ଶ୍ଵ ବିସ୍ଥାପନ :: ପ୍ରିଜମ୍ : ………………….. |

Answer:
1. ଫୋକସ୍ ଦୂରତା ବୃଦ୍ଧି
2. 25 ସେ.ମି.ରୁ ଅନନ୍ତ ଦୂରତା
3. 180°
4. ତୃତୀୟ ବିମିତି
5. ଉତ୍ତଳ ଲେନସ୍
6. ଶଲ୍ୟଚିକିତ୍ସା
7. ଲେନସ୍‌ ପାଓ୍ବାର ବୃଦ୍ଧି
8. ମୁକୁରିକା ପଛପାଖ
9. 3 ଟି
10. କମ୍ ବଙ୍କାଇଥାଏ
11. ପ୍ରିଜମ୍
12. ବାୟୁମଣ୍ଡଳୀୟ ପ୍ରତିସରଣ
13. ଧଳା
14. ଆଲୋକର ବିଚ୍ଛୁରଣ
15. ଧଳା
16. କମ୍ ତରଙ୍ଗ ଦୈର୍ଘ୍ୟ
17. ଗ୍ରହ
18. ଆକାଶ କଳା
19. 4D
20. ଦୂରଦୃଷ୍ଟି
21. ଉତ୍ତଳ ଲେନସ୍
22. 0.40 ମି.
23. ବିଚଳନ କୋଣ

SUBJECTIVE TYPE QUESTIONS WITH ANSWERS

1. ଦୃଷ୍ଟିଦୋଷ କ’ଣ ? ସମୀପ ଦୃଷ୍ଟିଦୋଷର କାରଣ ଓ ପ୍ରତିକାର ଚିତ୍ର ସହ ଦର୍ଶାଅ ।
ଉ–
ଦୃଷ୍ଟିଦୋଷ – କୌଣସି କାରଣରୁ ଚକ୍ଷୁ ଯଦି କ୍ରମଶଃ ସମାୟୋଜନ ପାଓ୍ବାର ହରାଏ ତେବେ ଦୃଷ୍ଟିଦୋଷ ହୋଇଛି ବୋଲି କୁହାଯାଏ । ଏହାଫଳରେ ବ୍ୟକ୍ତି ବସ୍ତୁକୁ ସ୍ପଷ୍ଟଭାବରେ ଦେଖିପାରେ ନାହିଁ । ଚକ୍ଷୁ ଲେନ୍ସର ପ୍ରତିସରଣ ତ୍ରୁଟିଯୋଗୁଁ ବସ୍ତୁ ଝାପ୍‌ସା ଦେଖାଯାଏ ।

ସମୀପ ଦୃଷ୍ଟିଦୋଷ :

  • ସମୀପ ଦୃଷ୍ଟିଦୋଷ ଥ‌ିବା ବ୍ୟକ୍ତି ଦୂର ବସ୍ତୁ ସ୍ପଷ୍ଟ ଦେଖିପାରେ ନାହିଁ । ମାତ୍ର ନିକଟରେ ଥିବା ବସ୍ତୁକୁ ସ୍ପଷ୍ଟ ଦେଖାରେ ।
  • ଏହି ଦୋଷ ଥ‌ିବା ବ୍ୟକ୍ତିର ଦୂର-ବିନ୍ଦୁ ଅନନ୍ତ ଦୂରତାଠାରୁ କମିଯାଏ, କେବଳ କେତେ ମିଟର ଦୂରତାରେ ଥିବା ବସ୍ତୁକୁ ସ୍ପଷ୍ଟଭାବରେ ଦେଖୁହୁଏ ।

କାରଣ :
କୌଣସି କାରଣରୁ ଚକ୍ଷୁ ଲେନ୍ସର ବକ୍ରତା ବଢ଼ିଗଲେ କିମ୍ବା ଚକ୍ଷୁଗୋଲକ ଲମ୍ବିଗଲେ ଚକ୍ଷୁ ଲେନ୍ସର ଫୋକସ୍ ଦୂରତା କମିଯାଏ । ଫଳରେ ଚକ୍ଷୁ ଲେସର ପାୱାର ବଢ଼ିଯାଏ ତେବେ ଦୂରବସ୍ତୁରୁ ଆସୁଥ‌ିବା ଆଲୋକ ରଶ୍ମିଗୁଚ୍ଛ ମୁକୁରିକା ପରିବର୍ତ୍ତେ ତା ପୂର୍ବରୁ କାଚାଭରସ ଭିତରେ ପ୍ରତିବିମ୍ବ ସୃଷ୍ଟିକରେ । ତେଣୁ ଦୂର =ବସ୍ତୁ ସ୍ପଷ୍ଟ ଦେଖାଯାଏ ନାହିଁ । ଅପେକ୍ଷାକୃତ ନିକଟରେ ଥ‌ିବା ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ସୃଷ୍ଟି ହୋଇ ସ୍ପଷ୍ଟ ଦେଖାଯାଇପାରେ ।
BSE Odisha 10th Class Physical Science Important Questions Chapter 7img-5

ପ୍ରତିକାର :
ସମୀପ ଦୃଷ୍ଟିର ପ୍ରତିକାର ପାଇଁ ଲେନ୍ସର ଫୋକସ୍ ଦୂରତା ବଢ଼ାଇବା ବା ପାୱାର କମାଇବା ଆବଶ୍ୟକ । ଏଥିପାଇଁ ଉପଯୁକ୍ତ ଅବତଳ ଲେନ୍ସର ଚଷମା ବ୍ୟବହାର କଲେ ଅବତଳ ଲେନ୍ସ ଓ ଚକ୍ଷୁ ଲେନ୍ସର ସମାହାରର ପାୱାର ଚକ୍ଷୁ ଲେନ୍ସର ପାୱାରଠାରୁ କମ୍ ହେବ ଓ ଫୋକସ୍ ଦୂରତା ବଢ଼ିଯିବ । ଫଳରେ ଦୂରବସ୍ତୁର ପ୍ରତିବିମ୍ବ ମୁକୁରିକାରେ ପଡ଼ିବ ଏବଂ ବସ୍ତୁ ସ୍ପଷ୍ଟ ଦେଖାଯିବ |

2. ଦୃଷ୍ଟିଦୋଷ କ’ଣ ? ଦୂରଦୃଷ୍ଟି ଦୋଷର କାରଣ ଓ ପ୍ରତିକାର ଚିତ୍ର ସହ ଦର୍ଶାଅ ।
ଉ–
ଦୃଷ୍ଟିଦୋଷ – କୌଣସି କାରଣରୁ ଚକ୍ଷୁ ଯଦି କ୍ରମଶଃ ସମାୟୋଜନ ପାୱାର ହରାଏ ତେବେ ଦୃଷ୍ଟିଦୋଷ ହୋଇଛି ବୋଲି କୁହାଯାଏ । ଏହାଫଳରେ ବ୍ୟକ୍ତି ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରେ ନାହିଁ । ଚକ୍ଷୁ ଲେନ୍ସର ପ୍ରତିସରଣ ତ୍ରୁଟିଯୋଗୁଁ ବସ୍ତୁ ଝାପ୍‌ସା ଦେଖାଯାଏ ।

ଦୂର ଦୃଷ୍ଟିଦୋଷ :
ଦୂର ଦୃଷ୍ଟିଦୋଷ ଥ‌ିବା ବ୍ୟକ୍ତି ଦୂରବସ୍ତୁକୁ ସ୍ପଷ୍ଟ ଦେଖ୍ପାରେ କିନ୍ତୁ ନିକଟ ବସ୍ତୁକୁ ସ୍ପଷ୍ଟଭାବରେ ଦେଖୁରେ ନାହିଁ । ବ୍ୟକ୍ତିର ନିକଟ ବିନ୍ଦୁ ସ୍ପଷ୍ଟ ଦର୍ଶନର ନିମ୍ନତମ ଦୂରତା ଅର୍ଥାତ୍ 25 ସେ.ମି.ଠାରୁ ଅଧ୍ଵ ଦୂରରେ ରଖ୍ ପଢ଼ିପାରନ୍ତି ।

କାରଣ : – କୌଣସି କାରଣରୁ ଚକ୍ଷୁ ଲେ ନ୍ ସର ଫୋକସ୍ ଦୂରତା ବଢ଼ିଗଲେ ଅର୍ଥାତ୍ ଚକ୍ଷୁର ଲେନ୍ସର ପାୱାର କମିଗଲେ ନିକଟ ବସ୍ତୁର ପ୍ରତିବିମ୍ବ ମୁକୁରିକା ପଛପଟେ ଗଠିତ ହୁଏ । ନିକଟ ବସ୍ତୁ ସ୍ପଷ୍ଟ ଦେଖାଯାଏ ନାହିଁ ।
BSE Odisha 10th Class Physical Science Important Questions Chapter 7img-6

ନିରାକରଣ : ଚକ୍ଷୁ ପରୀକ୍ଷା କରାଇ ଉପଯୁକ୍ତ ମାପର ଉତ୍ତଳ ଲେନ୍ସର ଚଷମା ପିନ୍ଧିଲେ ଏହି ଉତ୍ତଳ ଲେନ୍ସ ଓ ଚକ୍ଷୁ ଲେନ୍ସର ସମାହାରର ପାୱାର ଅଧିକ ହୁଏ ଏବଂ ଫୋକସ୍ ଦୂରତା କମିଯାଏ । ଫଳରେ ନିକଟ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ପଡ଼େ ଓ ବସ୍ତୁଟି ସ୍ପଷ୍ଟ ଦେଖାଯାଏ ।

3. ବିଭିନ୍ନ ଦୃଷ୍ଟିଦୋଷର କାରଣ ଓ ନିରାକରଣ ବିଷୟରେ ଆଲୋଚନା କର । (ଚିତ୍ର ଅନାବଶ୍ୟକ)
ଢ –
ଦୃଷ୍ଟିଦୋଷ ମୁଖ୍ୟତଃ ତିନି ପ୍ରକାର । ଯଥା- (a) ସମୀପ ଦୃଷ୍ଟିଦୋଷ, (b) ଦୂରଦୃଷ୍ଟି ଦୋଷ, (c) ଚାଳିଶା ।

(a) ସମୀପ ଦୃଷ୍ଟିର କାରଣ ଓ ଲକ୍ଷଣ :

  • ଏହି ଦୃଷ୍ଟିଦୋଷରେ ନିକଟ ବସ୍ତୁ ଦେଖାଯାଏ କିନ୍ତୁ ଦୂରବସ୍ତୁ ଦେଖାଯାଏ ନାହିଁ ।
  • ଏହି ଦୃଷ୍ଟିଦୋଷରେ ଚକ୍ଷୁଲେନ୍ସର ବଜ୍ରତା ବଢ଼ିଯାଏ କିମ୍ବା ଚକ୍ଷୁ ଗୋଲକ ଲମ୍ବିଯାଏ । ଏହାଦ୍ଵାରା ଦୂର ବସ୍ତୁରୁ ଆସୁଥ‌ିବା ଆଲୋକ ରଶ୍ମିଗୁଚ୍ଛ ମୁକୁରିକା ପରିବର୍ତ୍ତେ କାଚାଭରସରେ ପ୍ରତିବିମ୍ବ ସୃଷ୍ଟି କରେ । ତେଣୁ ଦୂରବସ୍ତୁ ଦେଖାଯାଏ ନାହିଁ । କିନ୍ତୁ ନିକଟ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ସୃଷ୍ଟି ହୁଏ, ତେଣୁ ନିକଟ ବସ୍ତୁ ଦେଖାଯାଏ ।

ନିରାକରଣ :

  • ଏହି ଦୃଷ୍ଟିଦୋଷର ପ୍ରତିକାର ପାଇଁ ଲେନ୍‌ସର ଫୋକ୍ସ ଦୂରତା ବଢ଼ାଇବା କିମ୍ବା ପାୱାର କମାଇବା ଆବଶ୍ୟକ ।
  • ଏଥପାଇଁ ଉପଯୁକ୍ତ ପାୱାରର ଅବତଳ ଲେନ୍ସର ଚଷମା ବ୍ୟବହାର କରାଯାଏ । ଏହାଦ୍ଵାରା ଚକ୍ଷୁଲେ ନ୍‌ସ ଓ ଅବତନ ଲେନ୍ସର ସମାହାର ପାୱାର ଚକ୍ଷୁଲେନ୍ସର ପାୱାରଠାରୁ କମ୍ ହେବ ଓ ପ୍ରତିବିମ୍ବ ପୁନର୍ବାର ମୁକୁରିକାରେ ସୃଷ୍ଟି ହେବ ।

(b) ଦୂରଦୃଷ୍ଟିର ଲକ୍ଷଣ : ଏହି ଦୃଷ୍ଟିଦୋଷରେ ଦୂର ବସ୍ତୁ ଦେଖାଯାଏ କିନ୍ତୁ ନିକଟ ବସ୍ତୁ ଦେଖାଯାଏ ନାହିଁ ।

କାରଣ :

  • ଚକ୍ଷୁ ଲେନ୍‌ସର ଫୋକସ୍ ଦୂରତା ବଢ଼ିଗଲେ ବା ଚକ୍ଷୁ ଲେନ୍ସର ପାୱାର କମିଗଲେ ଏହି ଦୃଷ୍ଟିଦୋଷ ଦେଖାଯାଏ ।
  • ଏହି ଦୃଷ୍ଟି ଦୋଷରେ ନିକଟ ବସ୍ତୁର ପ୍ରତିବିମ୍ବ ମୁକୁରିକାର ପଛପଟେ ସୃଷ୍ଟି ହୁଏ, ତେଣୁ ନିକଟ ବସ୍ତୁ ଦେଖାଯାଏ ନାହିଁ ।

ନିରାକରଣ :

  • ଉପଯୁକ୍ତ ପାୱାର ବିଶିଷ୍ଟ ଉତ୍ତଳ ଲେନ୍ସ ବ୍ୟବହାର କଲେ ଚକ୍ଷୁଲେନ୍ସ ଓ ଉତ୍ତଳ ଲେନ୍ସର ମିଳିତ ପାଓ୍ବାର ଦୃଷ୍ଟିଯୁକ୍ତର ପାୱାରଠାରୁ ଅଧିକ ହେବ ।
  • ଫଳତଃ ନିକଟ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ସୃଷ୍ଟିହୋଇ ସ୍ପଷ୍ଟ ଦେଖାଯିବ ।

(c) ଚାଳିଶା :

  • ଚାଳିଶ ବର୍ଷ ପାଖାପାଖ୍ ବୟସର ବ୍ୟକ୍ତିଙ୍କର ଚକ୍ଷୁର ସିଲିଆରୀ ମାଂସପେଶୀ ଦୁର୍ବଳ ହୋଇଯିବାରୁ ଏହି ଦୃଷ୍ଟିଦୋଷ
  • ଏହି ଦୃଷ୍ଟିଦୋଷକୁ ନିରାକରଣ କରିବାପାଇଁ ଉପଯୁକ୍ତ ପାୱାରର ଉତ୍ତଳ ଲେନ୍ସ ବ୍ୟବହାର କରାଯାଏ ।

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

4. ସୂର୍ଯ୍ୟାଲୋକ ସାତଟି ବର୍ଷର ସମାହାର ବର୍ଣ୍ଣନା କର ।
ଉ –
ସୂର୍ଯ୍ୟାଲୋକ ଭଳି ଧଳା ଆଲୋକ ସାତଟି ସ୍ୱତନ୍ତ୍ର ବର୍ଣ୍ଣର ମିଶ୍ରଣ ଅଟେ ।

  • ପ୍ରଥମେ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ୍ ପ୍ରିଜଦ୍ୱାରା ସୂର୍ଯ୍ୟାଲୋକର ପ୍ରତିସରଣ କରାଇ ବର୍ଣ୍ଣାଳୀ ସୃଷ୍ଟି କରିଥଲେ ।
  • ଧଳା ଆଲୋକକୁ ପ୍ରିଜମ୍‌ର ଗୋଟିଏ ପ୍ରତିସରଣ ପୃଷ୍ଠ ଉପରେ ପକାଇଲେ ପ୍ରିଜମ୍‌ର ଅପର ପ୍ରତିସରଣ ପୃଷ୍ଠଦେଇ ଧଳା ଆଲୋକରେ ଥିବା ମୂଳ ମିଶ୍ରବର୍ଷର ଆଲୋକ ଅଂଶସବୁ ବିଭିନ୍ନ କୋଣରେ ବାହାରି ଆସିବ । ପ୍ରିଜମ୍ଠାରୁ ଅଳ୍ପ ଦୂରରେ ଖଣ୍ଡିଏ ଧଳା କାଗଜରେ ବା ଧଳା କାନ୍ଥରେ ଏହି ବର୍ଣ୍ଣାଳୀକୁ ପକାଇ ବର୍ଣ୍ଣଗୁଡ଼ିକୁ ଅନୁଧ୍ୟାନ କରାଯାଇପାରିବ ।
    BSE Odisha 10th Class Physical Science Important Questions Chapter 7img-7
  • ପ୍ରିଜମ୍‌ର ଭୂମି ଆଡୁ ଉପରକୁ ଦେଖ‌ିଲେ ଆଲୋକଗୁଡ଼ିକର ବର୍ଣ୍ଣ ବାଇଗଣି, ଘନନୀଳ, ନୀଳ, ହଳଦିଆ, ନାରଙ୍ଗୀ ଓ ଲାଲ୍ (VIBGYOR)
  • ଏହି ସପ୍ତବର୍ଣ୍ଣର ଆଲୋକରୁ ଆଉ ଗୋଟିଏ ଏକା ପ୍ରକାରର ପ୍ରିଜମ୍ବୁକୁ ଓଲଟାଇ ରଖ୍ ତା’ ଭିତରକୁ ବର୍ଣ୍ଣାଳୀକୁ ପ୍ରବେଶ କରାଇଲେ, ଯେଉଁ ଆଲୋକ ଦ୍ଵିତୀୟ ପ୍ରିଜ୍‌ମରୁ ନିର୍ଗତ ହେବ ତାହା ମୂଳ ଆଲୋକଟି ଭଳି ଧଳା !
  • ଏହି ପରୀକ୍ଷଣରୁ ନିଉଟନ୍ ପ୍ରମାଣ କଲେ ଯେ ସୂର୍ଯ୍ୟାଲୋକ ସାତଟି ବର୍ଷର ଆଲୋକର ସମଷ୍ଟି ଏବଂ ପ୍ରିଜମ୍ କେବଳ ବର୍ଷଗୁଡ଼ିକୁ ପୃଥକ୍ କରି (ପ୍ରକୀର୍ଣ୍ଣନଦ୍ଵାରା) ବର୍ଣ୍ଣାଳୀ ସୃଷ୍ଟିରେ ସହାୟକ ହୁଏ ।

ସଂକ୍ଷିପ୍ତ ଭତ୍ତରମୂଳକ ପ୍ରଶ୍ନୋତ୍ତର

1. ଧଳା ଆଲୋକ ଏକ ସପ୍ତବର୍ତ୍ତୀ ଆଲୋକ ବୋଲି କିପରି ପ୍ରମାଣ କରାଯାଏ ଲେଖ । (ଚିତ୍ର ଅନାବଶ୍ୟକ ।)
ଉ –

  • ଧଳା ଆଲୋକ ଏକ ସପ୍ତବର୍ତ୍ତୀ ଆଲୋକ ବୋଲି କିପରି ପ୍ରମାଣ କରାଯାଏ ଲେଖ । (ଚିତ୍ର ଅନାବଶ୍ୟକ ।) ଧଳା ଆଲୋକକୁ ପ୍ରିଜମ୍‌ର ଗୋଟିଏ ପ୍ରତିସରଣ ପୃଷ୍ଠ ଉପରେ ପକାଇଲେ ପ୍ରିଜମ୍‌ର ଅପର ପ୍ରତିସରଣ ପୃଷ୍ଠ ଦେଇ ଧଳା ଆଲୋକରେ ଥିବା ମୂଳ ମିଶ୍ରବଣ୍ଡର ଆଲୋକ ଅଂଶ ସବୁ ବିଭିନ୍ନ କୋଣରେ ବାହାରି ଆସିବେ । ପ୍ରିଜମ୍‌ଠାରୁ ଅଳ୍ପ ଦୂରରେ ଖଣ୍ଡିଏ ଧଳା କାଗଜରେ ବା ଧଳା କାନ୍ଥରେ ଏହି ବର୍ଣ୍ଣାଳୀକୁ ପକାଇ ବର୍ଷଗୁଡ଼ିକୁ ଅନୁଧ୍ୟାନ
    କରାଯାଇପାରେ ।
  • ପ୍ରିଜମ୍‌ର ଭୂମିଆଡୁ ଉପରକୁ ଦେଖ‌ିଲେ ଆଲୋକଗୁଡ଼ିକର ବର୍ଣ୍ଣହେବ ବାଇଗଣି, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ୍ ।
  • ଏହି ସପ୍ତବର୍ତ୍ତୀ ଆଲୋକକୁ ଆଉ ଗୋଟିଏ ଏକା ପ୍ରକାର ପ୍ରିଜମ୍‌କୁ ଓଲଟା ରଖ୍ ତାହା ମଧ୍ୟକୁ ପ୍ରବେଶ କରାଇଲେ ଦେଖାଯିବ ଯେ ଯେଉଁ ଆଲୋକ ଦ୍ଵିତୀୟ ପ୍ରିଜମ୍ବୁରୁ ନିର୍ଗତ ହେବ ତାହା ମୂଳ ଆଲୋକ ଭଳି ଧଳା । ତେଣୁ ଧଳା ଆଲୋକ ଏକ ସପ୍ତବର୍ତ୍ତୀ ଆଲୋକ ।
    ନିଉଟନ୍ ପ୍ରମାଣ କଲେ ଯେ ସୂର୍ଯ୍ୟାଲୋକ ସାତଟି ବର୍ଷର ଆଲୋକର ସମଷ୍ଟି ଏବଂ ପ୍ରିଜମ୍ କେବଳ ବର୍ଣ୍ଣଗୁଡ଼ିକୁ ପୃଥକ କରି ବର୍ଣ୍ଣାଳୀ ସୃଷ୍ଟିରେ ସହାୟକ ହୁଏ ।

2. ଟିଣ୍ଡଲ୍ ସିଦ୍ଧାନ୍ତ କ’ଣ ? ଦୈନନ୍ଦିନ ଜୀବନରେ ଟିଣ୍ଡଲ୍ ସିଦ୍ଧାନ୍ତର ଉଦାହରଣ ଦିଅ । କେଉଁ କେଉଁ କାରଣ ଉପରେ ଏହି ସିଦ୍ଧାନ୍ତ ନିର୍ଭର କରେ ?
ଉ-
ଟିଣ୍ଡଲ୍ ସିଦ୍ଧାନ୍ତ : କଲଏଡ୍ ଏକ ବିଷମ ଜାତୀୟ କଣିକାଗୁଡ଼ିକୁ ନେଇ ଗଠିତ । କଲଏଡାଲ୍ କଣିକାଗୁଡ଼ିକ କ୍ଷୁଦ୍ର (10-9 ମି. ରୁ 10-6 ମି.) । ତେଣୁ କଣିକାଗୁଡ଼ିକ ଆଲୋକ ରଶ୍ମି ବିଚ୍ଛୁରଣ କରନ୍ତି । ଏପରି ଆଲୋକର ବିଚ୍ଛୁରଣକୁ ଟିଣ୍ଡଲ୍ ସିଦ୍ଧାନ୍ତ କଦ୍ଧାନ୍ତ

ଦୈନନ୍ଦିନ ଜୀବନରେ ଟିଣ୍ଡଲ୍ ସିଦ୍ଧାନ୍ତ :

  • ଧୂଆଁପୂର୍ଣ୍ଣ ଏକ କୋଠରି ମଧ୍ୟକୁ ଏକ ସୂକ୍ଷ୍ମ ରନ୍ଧ୍ର ସାହାଯ୍ୟରେ ସୂର୍ଯ୍ୟାଲୋକ ପ୍ରବେଶ କରାଇଲେ ଆଲୋକର ଗତିପଥ ଦେଖାହୁଏ ।
  • ଘନ ଜଙ୍ଗଲର ଚାନ୍ଦୁଆ ବା ବିତାନ ମଧ୍ୟଦେଇ ସୂର୍ଯ୍ୟାଲୋକର ରଶ୍ମିଗୁଚ୍ଛ ଗତିକଲାବେଳେ କୁହୁଡ଼ି ମଧ୍ୟରେ ଥିବା କ୍ଷୁଦ୍ର ଜଳବିନ୍ଦୁସମୂହ ଆଲୋକକୁ ବିଚ୍ଛୁରଣ କରନ୍ତି ।

ଟିଣ୍ଡଲ୍ ସିଦ୍ଧାନ୍ତ କଣିକାର ଆକାର ଉପରେ ନିର୍ଭର କରେ –

  • ଅତ୍ୟଧ୍ଵକ କ୍ଷୁଦ୍ରକଣିକା ନୀଳ ଆଲୋକ ବିଚ୍ଛୁରଣ କରିଥାଏ ।
  • କଣିକାଗୁଡ଼ିକର ଆକାର ବଡ଼ ହେଲେ ଅତ୍ୟଧିକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆଲୋକ ବିଚ୍ଛୁରଣ କରିଥାଏ ।
  • କଣିକାଗୁଡ଼ିକର ଆକାର ଅତ୍ୟଧିକ ବଡ଼ ଆକାରର ହୋଇଥିଲେ ତାହା କେବଳ ଧଳା ଆଲୋକ ବିଚ୍ଛୁରଣ କରିଥାଏ ।

3. ସଅଳ ସୂର୍ଯ୍ୟୋଦୟ ଓ ବିଳମ୍ବ ସୂର୍ଯ୍ୟାସ୍ତ କାହିଁକି ହୁଏ ବୁଝାଅ ।
ଉ –

  • ସୂର୍ଯ୍ୟୋଦୟର ପ୍ରାୟ ଦୁଇ ମିନିଟ୍ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତର ପ୍ରାୟ ଦୁଇ ମିନିଟ୍ ପରେ ସୂର୍ଯ୍ୟ ଆମକୁ ଦେଖାଯାଏ ।
  • ଏହା ମଧ୍ୟ ଆଲୋକର ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁଁ ସମ୍ଭବ ହୋଇଥାଏ ।
  • ବାୟୁମଣ୍ଡଳର ଉପର ବାୟୁ ସ୍ତର ଅପେକ୍ଷା ନିମ୍ନ ବାୟୁସ୍ତର ଅଧ୍ଵ ଘନ ।
  • ସୂର୍ଯ୍ୟଠାରୁ ଆସୁଥ‌ିବା ରଶ୍ମି ଭିନ୍ନ ଘନତା ବିଶିଷ୍ଟ ଅନେକ ବାୟୁସ୍ତର ଦେଇ ପ୍ରତିସୃତ ହେବାରୁ କିଛି ପରିମାଣରେ ତା’ର ଦିଗ ବଦଳାଇ ଥାଏ ।
  • ଏହା ଭୂପୃଷ୍ଠରେ ପହଞ୍ଚିବା ପରେ ଆମେ ସେହି ପ୍ରତିସୃତ ରଶ୍ମି ସିଧାରେ ସୂର୍ଯ୍ୟଙ୍କୁ ଦିଗ୍‌ବଳୟ ଉପରେ ଅଳ୍ପସମୟ ପାଇଁ ଦେଖୁ ।

BSE Odisha 10th Class Physical Science Important Questions Chapter 7img-8

4. ଜଣେ ବ୍ୟକ୍ତି ପାଖରେ ଥ‌ିବା ବହି ସ୍ପଷ୍ଟ ପଢ଼ି ପାରୁନାହାନ୍ତି କିନ୍ତୁ କଳାପଟାରେ ଥ‌ିବା ଲେଖାକୁ ସ୍ପଷ୍ଟ ଭାବରେ ପଢ଼ିପାରୁଛନ୍ତି । ତାଙ୍କର କି ପ୍ରକାର ଦୃଷ୍ଟିଦୋଷ ଅଛି ଲେଖ । ଏହାର କାରଣ ଓ ପ୍ରତିକାର ଲେଖ ।
ଉ –
ବ୍ୟକ୍ତଙ୍କର ଦୂରଦୃଷ୍ଟି ଦୋଷ ଅଛି । ତେଣୁ ଖାଲି ଆସ୍‌ରେ ନିଜ ବହି ସ୍ପଷ୍ଟ ଭାବରେ ପଢ଼ି ପାରୁନାହାନ୍ତି । କିନ୍ତୁ ଶ୍ରେଣୀର କଳାପଟାରେ ଲେଖାଗୁଡ଼ିକ ସ୍ପଷ୍ଟ ଭାବରେ ପଢ଼ିପାରୁଛନ୍ତି ।

  • ଲକ୍ଷଣ : ଦୂରଦୃଷ୍ଟି ଦୋଷରେ ନିକଟ ବସ୍ତୁ ସ୍ପଷ୍ଟ ଦିଶେ ନାହିଁ ଏବଂ ଦୂରବସ୍ତୁ ସ୍ପଷ୍ଟ ଦିଶେ ।
  • କାରଣ : କୌଣସି କାରଣରୁ ଚକ୍ଷୁ ଲେନ୍ସର ଫୋକସ୍ ଦୂରତା ବଢ଼ିଗଲେ ବା ଚକ୍ଷୁଲେନ୍ସର ପାୱାର କମିଗଲେ ନିକଟ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ନ ପଡ଼ି ତା’ ପଛରେ ପଡ଼େ । ତେଣୁ ନିକଟ ବସ୍ତୁ ସ୍ପଷ୍ଟ ଦିଶେ ନାହିଁ ।
  • ନିରାକରଣ : ଦୂରଦୃଷ୍ଟି ଦୋଷ ନିରାକରଣ ପାଇଁ ଚକ୍ଷୁଲେନ୍ସର ପାୱାର ବଢ଼ାଇବା ଦରକାର । ତେଣୁ ଉତ୍ତଳ ଲେନ୍ସର ଚଷମା ପିନ୍ଧିଲେ ଉତ୍ତଳ ଲେନ୍ସ ଓ ଚକ୍ଷୁଲେନ୍ସର ସମାହାରର ପାଓ୍ବାର ଅଧ୍ଵ ହେବ ଓ ନିକଟ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ପଡ଼ି ବସ୍ତୁଟି ସ୍ପଷ୍ଟ ଦେଖାଯିବ ।

5. ସମାୟୋଜନ ପାୱାର କାହାକୁ କହନ୍ତି । ସ୍ଵାଭାବିକ ଚକ୍ଷୁର ସମାୟୋଜନ କ୍ଷମତା କ’ଣ ବୁଝାଅ ।
ଉ –

  • ଚକ୍ଷୁ ଲେନସ୍ ଫୋକସ୍ ଦୂରତାକୁ ଆବଶ୍ୟକତା ଅନୁଯାୟୀ ବଦଳାଇବା ସାମର୍ଥ୍ୟକୁ ସମାୟୋଜନ ପାୱାର କହନ୍ତି ।
  • ଗୋଟିଏ ସୁସ୍ଥ ଓ ସ୍ଵାଭାବିକ ଚକ୍ଷୁର ଲେନସ୍ ଦୂର ଓ ନିକଟ ବସ୍ତୁର ପ୍ରତିବିମ୍ବକୁ ମୁକୁରିକା ଉପରେ ପକାଇ ବସ୍ତୁକୁ ଦେଖିବାରେ ସାହାଯ୍ୟ କରେ ।
  • ଦୂର ବସ୍ତୁକୁ ଦେଖୁବାକୁ ହେଲେ ଲେନ୍ସକୁ ଧରି ରଖିଥ‌ିବା ମାଂସପେଶୀଗୁଡ଼ିକ ହୁଗୁଳା ହୋଇ ଲେନ୍ସଟି ସରୁ ହୋଇଯାଏ ଏବଂ ଫୋକସ୍ ଦୂରତା ବଢ଼ିଯାଏ, ଫଳରେ ଦୂରବସ୍ତୁକୁ ସ୍ପଷ୍ଟ ଭାବରେ ଦେଖ୍ହୁଏ ।
  • ନିକଟ ବସ୍ତୁକୁ ଦେଖିଲାବେଳେ ସିଲିଆରୀ ମାଂସପେଶୀ ସଂକୁଚିତ ହୁଏ ଓ ଚକ୍ଷୁଲେନସ୍‌ର ବକ୍ରତା ବୃଦ୍ଧି ପାଏ ଏବଂ ଏହା ମୋଟା ହୋଇଯାଏ । ଫଳରେ ଚକ୍ଷୁ ଲେନ୍ସର ଫୋକସ୍ ଦୂରତା କମିଯାଏ ଏବଂ ଆମେ ନିକଟ ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖିପାରୁ । ଏହି ପ୍ରକ୍ରିୟାକୁ ସମାୟୋଜନ ପ୍ରକ୍ରିୟା କହନ୍ତି ।

6. ଜଣେ ଛାତ୍ର ଖାଲି ଆସ୍‌ରେ ସ୍ପଷ୍ଟ ଭାବରେ ନିଜ ବହି ପଢ଼ିପାରୁଛି; କିନ୍ତୁ ଶ୍ରେଣୀରେ କଳାପଟାରେ ଲେଖା ସ୍ପଷ୍ଟ ଭାବରେ ପଢ଼ିପାରୁ ନାହିଁ । ତା’ର କେଉଁ ଦୃଷ୍ଟିଦୋଷ ହୋଇଛି ଲେଖ । ଏହାର କାରଣ ଓ ପ୍ରତିକାର ଲେଖ ।
ଭ –
ଛାତ୍ରଟିର ସମୀପ ଦୃଷ୍ଟିଦୋଷ ହୋଇଛି । ତେଣୁ ଛାତ୍ରଟି ଖାଲିଆସ୍‌ରେ ସ୍ପଷ୍ଟ ଭାବରେ ନିଜ ବହି ପଢ଼ିପାରୁଛି; କିନ୍ତୁ ଶ୍ରେଣୀରେ କଳାପଟାରେ ଲେଖା ସ୍ପଷ୍ଟ ଭାବେ ପଢ଼ିପାରୁ ନାହିଁ !

କାରଣ : କୌଣସି କାରଣରୁ ଚକ୍ଷୁ ଲେନ୍ସ ବକ୍ରତା ବଢ଼ିଗଲେ କିମ୍ବା ଚକ୍ଷୁଗୋଲକ ଲମ୍ବିଗଲେ ଚକ୍ଷୁ ଲେନ୍ସର ଫୋକସ୍ ଦୂରତା କମିଯାଏ । ଫଳତଃ ଚକ୍ଷୁ ଲେନ୍ସର ପାୱାର ବଢ଼ିଯାଏ । ତେଣୁ ଦୂରବସ୍ତୁରୁ ଆସୁଥିବା ଆଲୋକ ରଶ୍ମିଗୁଚ୍ଛ ମୁକୁରିକା ପରିବର୍ତ୍ତେ ତା ପୂର୍ବରୁ କାଚାଭରସ ଭିତରେ ପ୍ରତିବିମ୍ବ ସୃଷ୍ଟିକରେ । ତେଣୁ ଦୂରବସ୍ତୁ ସ୍ପଷ୍ଟ ଦେଖାଯାଏ ନାହିଁ । ଅପେକ୍ଷାକୃତ ନିକଟରେ ଥ‌ିବା ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ସୃଷ୍ଟି ହୋଇ ସ୍ପଷ୍ଟ ଦେଖାଯାଏ ।

ପ୍ରତିକାର : ସମୀପ ଦୃଷ୍ଟିଦୋଷର ପ୍ରତିକାର ପାଇଁ ଚକ୍ଷୁ ଲେନସ୍‌ର ପାୱାର କମାଇବା ଆବଶ୍ୟକ । ଏଥିପାଇଁ ଉପଯୁକ୍ତ ଅବତଳ ଲେନ୍ସର ଚଷମା ବ୍ୟବହାର କଲେ ଅବତଳ ଲେନ୍ସ ଓ ଚକ୍ଷୁ ଲେନ୍ସର ସମାହାରର ପାୱାର ଚକ୍ଷୁ ଲେନ୍ସର ପାୱାରଠାରୁ କମ୍ ହେବ ଓ ଫୋକସ୍ ଦୂରତା ବଢ଼ିଯିବ । ଫଳରେ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ପଡ଼ିବ । ବସ୍ତୁଟି ସ୍ପଷ୍ଟ ଦେଖାଯିବ ।

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

7. ଜଣେ ସମୀପ ଦୃଷ୍ଟିଦୋଷ ସମ୍ପନ୍ନ ବ୍ୟକ୍ତି ପାଇଁ – 5.5 D ର ଲେନ୍ସ ପାୱାର ବିଶିଷ୍ଟ ଲେନ୍ସ ଆବଶ୍ୟକ ହୁଏ ଏବଂ ଏବଂ ଜଣେ ଦୂରଦୃଷ୍ଟି ଦୋଷସମ୍ପନ୍ନ ବ୍ୟକ୍ତିପାଇଁ (+ 1.5 D) ପାୱାର ବିଶିଷ୍ଟ ଲେନ୍ସ ଦରକାର ହୁଏ । ସେମାନଙ୍କର (i) ସମୀପ ଦୃଷ୍ଟି ଦୋଷ ଓ (ii) ଦୂର ଦୃଷ୍ଟି ଦୋଷ ଦୂର କରିବା ପାଇଁ ବ୍ୟବହୃତ ଲେନ୍ସ ଦ୍ବୟର ଫୋକସ୍ ଦୂରତା ନିର୍ଣ୍ଣୟ କର ।
ଉ –
(i) ସମୀପ ଦୃଷ୍ଟି ଦୋଷ ସମ୍ପନ୍ନ ବ୍ୟକ୍ତି ପାଇଁ ଲେନ୍ସର ପାୱାର P1 = – 5.5 D
BSE Odisha 10th Class Physical Science Important Questions Chapter 7img-9
= \(\frac { -2 }{ 11 }\) x 100 ସେ.ମି. = – 18.18 ସେ.ମି. = – 18.2 ସେ.ମି.
∴ 18.2 ସେ.ମି. ଫୋକସ୍ ଦୂରତା ବିଶିଷ୍ଟ ଅବତଳ ଲେନ୍ସ ଆବଶ୍ୟକ ।

(ii) ଦୂରଦୃଷ୍ଟି ଦୋଷସମ୍ପନ୍ନ ବ୍ୟକ୍ତି ପାଇଁ ଲେନ୍ସର ପାୱାର
P2 = + 1.5D
ଦୂରଦୃଷ୍ଟି ଦୋଷ ଦୂର କରିବା ପାଇଁ ଆବଶ୍ୟକ ଲେନ୍ସର ଫୋକସ୍ ଦୂରତା
BSE Odisha 10th Class Physical Science Important Questions Chapter 7img-10
∴ 66.67 ସେ.ମି. ଫୋକସ୍ ଦୂରତା ବିଶିଷ୍ଟ ଉତ୍ତଳ ଲେନ୍ସର ଚଷମା ଆବଶ୍ୟକ ।

8. ସମୀପ ଦୃଷ୍ଟିର ଦୂରବିନ୍ଦୁ କହିଲେ କ’ଣ ବୁଝ ? ଜଣେ ପିଲା 2 ମିଟର ଦୂରତାରୁ ଅଧ‌ିକ ଦୂରରେ ଥ‌ିବା ବସ୍ତୁକୁ ଦେଖାରୁନାହିଁ – ତା’ର କି ପ୍ରକାର ଦୃଷ୍ଟିଦୋଷ ହୋଇଛି ? ସେ କେଉଁ ପ୍ରକାରର ଚଷମା ବ୍ୟବହାର କରିବ ? ଏହି ଲେନ୍ସର ପାୱାର କଳନା କର ।
ଉ –

  • ସମୀପ ଦୃଷ୍ଟିଦୋଷ ଥ‌ିବା ବ୍ୟକ୍ତି ସର୍ବାଧ‌ିକ ଯେତିକି ଦୂରତାରୁ ବସ୍ତୁକୁ ଦେଖ୍ ପାରନ୍ତି ତାହାକୁ ସମୀପ ଦୃଷ୍ଟିର ଦୂରବିନ୍ଦୁ କୁହାଯାଏ ।
  • ଜଣେ ପିଲା 2 ମିଟରରୁ ଅଧ‌ିକ ଦୂରର ବସ୍ତୁକୁ ଦେଖିପାରୁ ନାହିଁ । ତାହାକୁ ସମୀପ ଦୃଷ୍ଟି ହୋଇଛି, ସେ ଅବତଳ ଲେନ୍ସର ଚଷମା ବ୍ୟବହାର କରିବ ।
  • ଏହି ଚଷମାରେ ଥିବା ଲେନ୍ସର ପାୱାର P = \(\frac { 1 }{ -f }\) = \(\frac { 1 }{ -2 }\) D = – 0.5 D

9. ତାରାଗୁଡ଼ିକ କାହିଁକି ଦପ୍ଦପ୍ ହୁଅନ୍ତି ?
ଉ –
(i) ପୃଥ‌ିବୀର ବାୟୁମଣ୍ଡଳର ଉଚ୍ଚତର ସ୍ତର ସମୁଦ୍ର ପତ୍ତନ ଆଡ଼କୁ ଥ‌ିବା ବାୟୁସ୍ତର ଅପେକ୍ଷା କମ୍ ଘନ । ତାରାମାନଙ୍କଠାରୁ ଆସୁଥିବା ଆଲୋକ ରଶ୍ମି କ୍ରମାଗତ ଭାବେ କମ୍ ଘନ ମାଧ୍ୟମରୁ ବେଶୀ ଘନ ମାଧ୍ୟମ ଆଡ଼କୁ ଗତି କରିଥାଏ

(ii) ବାୟୁମଣ୍ଡଳର କ୍ରମ ପରିବର୍ତ୍ତିତ ପ୍ରତିସରଣାଙ୍କ ଯୋଗୁଁ ଆଲୋକ ରଶ୍ମି ଅଭିଲମ୍ବ ଆଡ଼କୁ ଅନବରତ ବଙ୍କେଇ ହେଉଥାଏ ଏବଂ କ୍ରମାଗତ ଭାବରେ ପ୍ରତିସ୍ମୃତ ହୋଇ ଆମ ଚକ୍ଷୁ ନିକଟରେ ପହଞ୍ଚେ । ଫଳରେ ତାରାର ଆଭାସୀ ଅବସ୍ଥାନ ତାହାର ପ୍ରକୃତ ଅବସ୍ଥାନ ଅପେକ୍ଷା ଭିନ୍ନ ହୋଇ ସାମାନ୍ୟ ଉପରକୁ ହୁଏ ।

(iii) ବାୟୁସ୍ତରର ଅବସ୍ଥାର ପରିବର୍ତ୍ତନ ହେଉଥ‌ିବାରୁ ବହୁଦୂରର ବିନ୍ଦୁ ଉତ୍ସ ପ୍ରାୟ ତାରାର ଆଭାସୀ ଅବସ୍ଥାନ ସାମାନ୍ୟ ଉପର ତଳ ହୋଇ ବଦଳୁଥାଏ । ଫଳରେ ତାରାମାନେ ଦପ୍ ଦପ୍ ହେଲା ପରି ଦିଶେ ।

10. ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ କାହିଁକି ଗାଢ଼ ଲାଲ୍ ଦେଖାଯାଏ ?
ଊ–

  • ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ଦିଗ୍‌ବଳୟରେ ଥାଆନ୍ତି । ସୂର୍ଯ୍ୟଠାରୁ ଆସୁଥ‌ିବା ଆଲୋକ ଦିଗବଳୟରେ ଥ‌ିବା ବାୟୁସ୍ତର ଦେଇ ବାୟୁମଣ୍ଡଳରେ ଅଧ୍ଵ ଦୂରତା ଗତିକରେ ।
  • ଫଳରେ ଅଧିକାଂଶ କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ନୀଳ ଆଲୋକ କ୍ଷୁଦ୍ର କଣିକାଗୁଡ଼ିକଦ୍ୱାରା ବିଚ୍ଛୁରିତ ହୋଇଥାଏ । ଅଧୂକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆଲୋକ ଅତି କମ୍ ମାତ୍ରାରେ ବିଚ୍ଛୁରଣ ହୋଇଥାଏ ।
  • ଅଧୂକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ୍ ଆଲୋକ ଆମ ଆଖରେ ପଡ଼େ । ତେଣୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟର ବର୍ଣ୍ଣ ଲାଲ୍ ଦେଖାଯାଏ ।

ଅତିସଂଯିପ୍ର ଉତ୍ତରମ୍ଜଲକ ପ୍ରଣ୍ଟୋତ୍ତର

1. ମୋତିଆ ବିନ୍ଦୁ କ’ଣ ? ଏହାର ଚିକିତ୍ସା କିପରି କରାଯାଏ ?
ଊ –

  • ବେଳେବେଳେ ବୟସ୍କ ବ୍ୟକ୍ତିଙ୍କ ଚକ୍ଷୁଲେନ୍ସ ଧଳା ଏବଂ ଧୂସର ହୋଇଯାଏ । ଏହାଦ୍ୱାରା ବ୍ୟକ୍ତି ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ଦେଖ୍ଯାରନ୍ତି ନାହିଁ । ଚକ୍ଷୁର ଏହିପରି ଅବସ୍ଥାକୁ ମୋତିଆ ବିନ୍ଦୁ କୁହାଯାଏ ।
  • ଶଲ୍ୟ ଚିକିତ୍ସା ଦ୍ଵାରା ମୋତିଆବିନ୍ଦୁର ଚିକିତ୍ସା କରାଯାଏ ।

2. ଚକ୍ଷୁର ସମାୟୋଜନ କ୍ଷମତା କ’ଣ ? ଏହା କିପରି ହୋଇଥାଏ ?
ଊ –

  • ଚକ୍ଷୁ ଲେନସ୍ ଫୋକସ୍ ଦୂରତାକୁ ଆବଶ୍ୟକତା ଅନୁଯାୟୀ ବଦଳାଇବା ସାମର୍ଥ୍ୟକୁ ସମାୟୋଜନ କ୍ଷମତା କହନ୍ତି ।
  • ସିଲିଆରି ମାଂସପେଶୀର ସଙ୍କୋଚନ ପ୍ରସାରଣ ଫଳରେ ଚକ୍ଷୁ ଲେନସ୍‌ର ଫୋକସ୍ ଦୂରତା ବଦଳେ । ତେଣୁ ବସ୍ତୁର ପ୍ରତିବିମ୍ବ ସର୍ବଦା ମୁକୁରିକାରେ ପଡେ ।

3. ଆଲୋକର ବିଭିନ୍ନ ବର୍ଷ ପାଇଁ କାଚର ପ୍ରତିସରଣାଙ୍କ ଭିନ୍ନ ହୁଏ କାହିଁକି ?
ଊ –

  • ବିଭିନ୍ନ ବର୍ଣ୍ଣର ଆଲୋକ କାଚ ମଧ୍ଯରେ ଭିନ୍ନ ଭିନ୍ନ ବେଗରେ ଗତି କରିଥାଏ ।
  • ତେଣୁ ଧଳା ଆଲୋକ ପ୍ରକୀର୍ତ୍ତନରେ ଭିନ୍ନ ଭିନ୍ନ ଆଲୋକର ବିଚ୍ୟୁତି ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ବିଭିନ୍ନ ବର୍ଷ ପାଇଁ କାଚର ପ୍ରତିସରଣାଙ୍କ ଭିନ୍ନ ଭିନ୍ନ ହୋଇଥାଏ ।

4. ସ୍ଵାଭାବିକ ଚକ୍ଷୁର 25 ସେ.ମି.ରୁ କମ୍ ଦୂରତାରେ କୌଣସି ବସ୍ତୁକୁ ରଖେ ଚକ୍ଷୁ ବସ୍ତୁଟିକୁ କାହିଁକି ଦେଖିପାରେ ନାହିଁ ?
ଊ –

  • ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା 25 ସେ.ମି. ଅଟେ । ଚକ୍ଷୁଠାରୁ ବସ୍ତୁର ଅବସ୍ଥାନ 25 ସେ.ମି.ରୁ କମ୍ ହେଲେ ସିଲିଆରି ମାଂସପେଶୀ ଚକ୍ଷୁଲେନସ୍‌ର ବକ୍ରପୃଷ୍ଠକୁ ଆଉ ଅଧ‌ିକ ବକ୍ର କରିପାରେ ନାହିଁ ।
  • ଚକ୍ଷୁ ଲେନସ୍‌ର ଫୋକସ୍ ଦୂରତା ହ୍ରାସ ପାଏ ନାହିଁ ଅର୍ଥାତ୍ ସମାୟୋଜନ କ୍ଷମତା ହରାଏ । ତେଣୁ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ଗଠିତ ହୋଇପାରେ ନାହିଁ, ଫଳରେ ବସ୍ତୁର ପ୍ରତିବିମ୍ବ ଅସ୍ପଷ୍ଟ ଭାବରେ ଦେଖାଯାଏ ।

5. ମହାକାଶଚାରୀ ମାନଙ୍କୁ ଆକାଶ କାହିଁକି ନୀଳ ପରିବର୍ତ୍ତେ ଅନ୍ଧାରୁଆ ଦେଖାଯାଏ ?
ଊ –

  • ସୂର୍ଯ୍ୟାଲୋକ ବାୟୁମଣ୍ଡଳ ଦେଇ ଗତି କଲାବେଳେ ବାୟୁର ସୂକ୍ଷ୍ମକଣିକାଗୁଡ଼ିକ ନୀଳ ଆଲୋକ ବିଚ୍ଛୁରଣ କ ରି ଥା’ନ୍ତି ।
  • କିନ୍ତୁ ମହାକାଶରେ ବାୟୁମଣ୍ଡଳ ପ୍ରାୟ ନଥାଏ । ତେଣୁ ଟିଣ୍ଡଲ ପଦ୍ଧତି ଜନିତ ଆଲୋକର ବିଚ୍ଛୁରଣ ଘଟେ ନାହିଁ । ତେଣୁ ମହାକାଶ ଅନ୍ଧକାର ଦେଖାଯାଏ ।

6. ବାହାରର ଅଧ୍ଵ ଉଜ୍ଜ୍ୱଳ ଆଲୋକରୁ ଘର ଭିତରକୁ ଆସିଲେ କିଛି ସମୟ ପର୍ଯ୍ୟନ୍ତ କୌଣସି ବସ୍ତୁକୁ ଦେଖିପାରୁ ନାହୁଁ କାହିଁକି ?
ଊ –

  • ଉଜ୍ଜ୍ବଳ ଆଲୋକରୁ ଘର ଭିତରକୁ ଆସିଲେ କିଛି ସମୟ ପର୍ଯ୍ୟନ୍ତ କିଛି ଦେଖାରୁ ନାହିଁ କାରଣ କନୀନିକା ପ୍ରସାରିତ ହୋଇ ଅଧ୍ଵ ଆଲୋକ ଚକ୍ଷୁ ମଧ୍ୟକୁ ଛାଡ଼ିବାକୁ କିଛି ସମୟ ନେଇଥାଏ ।
  • ସେହିପରି ଯେତେବେଳେ କମ୍ ଉଜ୍ଜ୍ବଳ ଆଲୋକରୁ ଅଧିକ ଉଜ୍ଜ୍ୱଳ ଆଲୋକକୁ ଯାଇଥାଉ ସେତେବେଳେ କନୀନିକା ନେତ୍ର ପିତୁଳାକୁ ସଙ୍କୁଚିତ କରି କମ୍ ଆଲୋକ ରଶ୍ମି ଚକ୍ଷୁ ମଧ୍ୟକୁ ଛାଡ଼ିବା ପାଇଁ କିଛି ସମୟ ନେଇଥାଏ ।

7. ଆକାଶ କାହିଁକି ନୀଳ ଦେଖାଯାଏ ?
ଊ –

  • ବାୟୁମଣ୍ଡଳରେ ଥିବା ବାୟୁର ଅଣୁଗୁଡ଼ିକ ଏବଂ ଅନ୍ୟ ସୂକ୍ଷ୍ମକଣିକା ଗୁଡ଼ିକର ଦୈର୍ଘ୍ୟ ଦୃଶ୍ୟମାନ ଆଲୋକର ତରଙ୍ଗ ଦୈର୍ଘ୍ୟଠାରୁ କମ୍ ।
  • ଏହି କଣିକାଗୁଡ଼ିକ ଅଧୂକ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଲାଲ୍ ଆଲୋକ ବିଚ୍ଛୁରଣ ନକରି କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ନୀଳ ଆଲୋକ ବିଚ୍ଛୁରଣ କରିଥାନ୍ତି । ଏହି ବିଚ୍ଛୁରିତ ନୀଳ ଆଲୋକ ଆମ ଚକ୍ଷୁରେ ପ୍ରବେଶ କରୁଥିବାରୁ ଆକାଶ ନୀଳ ଦେଖାଯାଏ ।

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

8. ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା କହିଲେ କ’ଣ ବୁଝ ? ସ୍ଵାଭାବିକ ଚକ୍ଷୁ ପାଇଁ ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା କେତେ ?
ଊ –

  • ବସ୍ତୁକୁ ସ୍ପଷ୍ଟଭାବେ ଦେଖ‌ିବା ପାଇଁ ହେଲେ ତାକୁ ଚକ୍ଷୁଠାରୁ ଏକ ସର୍ବନିମ୍ନ ଦୂରତାରେ ରଖିବାକୁ ହେବ । ଏହାକୁ ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା କୁହାଯାଏ ।
  • ସ୍ଵାଭାବିକ ଚକ୍ଷୁ ପାଇଁ ଏହି ଦୂରତା 25 ସେ.ମି. ।

9. ସାଧାରଣ ଚକ୍ଷୁର ଦୂରବିନ୍ଦୁ ଓ ନିକଟବିନ୍ଦୁ କାହାକୁ କହନ୍ତି ?
ଊ –

  • ଯେଉଁ ଦୂରତା ପର୍ଯ୍ୟନ୍ତ ଚକ୍ଷୁ ସ୍ପଷ୍ଟଭାବରେ ବସ୍ତୁକୁ ଦେଖୁପାରେ ତାହାକୁ ଦୂର ବିନ୍ଦୁ କୁହାଯାଏ । ସାଧାରଣ ଚକ୍ଷୁ ପାଇଁ ଏହା ଅନନ୍ତ ଦୂରତା ।
  • ଯେଉଁ ସର୍ବନିମ୍ନ ଦୂରତା ପର୍ଯ୍ୟନ୍ତ ଚକ୍ଷୁ ବସ୍ତୁକୁ ସ୍ପଷ୍ଟଭାବେ ଦେଖିପାରେ ତାହାକୁ ନିକଟ ବିନ୍ଦୁ କହନ୍ତି । ସାଧାରଣ ଚକ୍ଷୁ ପାଇଁ ଏହା 25 ସେ.ମି. ।

10. ଚକ୍ଷୁ ନିକଟରେ ଥ‌ିବା ଗୋଟିଏ ବସ୍ତୁର ଦୂରତାକୁ ବଢାଇଲେ ତାହାର ପ୍ରତିବିମ୍ବ ଦୂରତା କ’ଣ ହେବ
ଊ –

  • ଚକ୍ଷୁ ନିକଟରେ ଥିବା ଗୋଟିଏ ବସ୍ତୁର ଦୂରତାକୁ ବଢାଇଲେ ତାହାର ପ୍ରତିବିମ୍ବର ଦୂରତା ପରିବର୍ତ୍ତନ ହୁଏ ନାହିଁ ।
  • ପ୍ରତିବିମ୍ବର ଦୂରତା, ଚକ୍ଷୁଲେନସ୍ ମଧ୍ୟରେ ଥିବା ଦୂରତା ସହିତ ସମାନ । କାରଣ ବସ୍ତୁର ଦୂରତା ବୃଦ୍ଧି ଘଟିଲେ ଲେନସ୍‌ ଧରି ରଖୁଥ‌ିବା ମାଂସପେଶୀଗୁଡ଼ିକ ହୁଗୁଳା ହୋଇଯାଏ ଓ ଲେନସ୍‌ ସରୁ ହୋଇଯାଏ । ଫୋକସ୍ ଦୂରତା ବଢ଼େ ଓ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ପଡେ ଫଳରେ ବସ୍ତୁଟି ସ୍ପଷ୍ଟ ଦେଖାଯାଏ ।

11. ନିକଟବସ୍ତୁ ଓ ଦୂରବସ୍ତୁକୁ ଦେଖିବା ପାଇଁ ଚକ୍ଷୁ ଲେନସ୍‌ର କିପରି ପରିବର୍ତ୍ତନ ହୁଏ ?
ଊ –

  • ବସ୍ତୁଟି ଦୂରରେ ଥିଲେ ଚକ୍ଷୁ ଲେନସ୍‌ ଧରି ରଖୁବା ମାଂସପେଶୀ ହୁଗୁଳା ହୁଏ । ଲେନସ୍ ସରୁ ହେବାରୁ ଫୋକସ୍ ଦୂରତା ବଢ଼ିଯାଏ, ଫଳରେ ଦୂରବସ୍ତୁକୁ ସ୍ପଷ୍ଟ ଦେଖ୍ ହୁଏ ।
  • ନିକଟ ବସ୍ତୁକୁ ଦେଖିବାପାଇଁ ସିଲିଆରୀ ମାଂସପେଶୀ ସଂକୁଚିତ ହୁଏ ଓ ଚକ୍ଷୁ ଲେନସ୍‌ର ବକ୍ରତା ବୃଦ୍ଧି ଘଟେ ଓ ମୋଟା ହୋଇଯାଏ ଏବଂ ଫୋକସ୍ ଦୂରତା କମିଯାଏ । ଫଳରେ ନିକଟ ବସ୍ତୁକୁ ସ୍ପଷ୍ଟ ଭାବରେ ଦେଖ୍ହୁଏ ।

12. ଚକ୍ଷୁର ଅତି ନିକଟରେ କାହିଁକି ବହି ପଢ଼ିପାରିବା ନାହିଁ ?
ଊ –

  • ସ୍ପଷ୍ଟ ଦର୍ଶନର ସର୍ବନିମ୍ନ ଦୂରତା 25 cm |
  • 25 cm ରୁ କମ୍ ଦୂରତାରେ ବସ୍ତୁକୁ/ବହିକୁ ରଖିଲେ ସିଲିଆରି ମାଂସପେଶୀ ଆଉ ଚକ୍ଷୁ ଲେନସ୍‌ର ବକ୍ରତା ବୃଦ୍ଧି କରିପାରେ ନାହିଁ । ଫଳରେ ଫୋକସ୍ ଦୂରତା ହ୍ରାସ ପାଏ ନାହିଁ । ତେଣୁ ଚକ୍ଷୁର ଅତି ନିକଟରେ ବହି ରଖୁ ପଢିହୁଏ ନାହିଁ ।

13. ବସ୍ତୁକୁ ଦେଖୁବାପାଇଁ ବସ୍ତୁର ପ୍ରତିବିମ୍ବ ମୁକୁରିକାରେ ସୃଷ୍ଟି ହେବା ଆବଶ୍ୟକ, କାହିଁକି ?
ଊ –

  • ମୁକୁରିକାରେ ଅସଂଖ୍ୟ ଆଲୋକ ସମ୍ବେଦୀସେଲ୍ ଥାଆନ୍ତି । ଆଲୋକ ମୁକୁରିକା ଉପରେ ପଡ଼ିଲେ ଆଲୋକ ସମ୍ବେଦୀ ସେଲ୍‌ଗୁଡ଼ିକ କ୍ରିୟାଶୀଳ ହୋଇ ବିଦ୍ୟୁତ୍ ସଙ୍କେତ ସୃଷ୍ଟି ହୁଏ ।
  • ଏହି ବିଦ୍ୟୁତ୍ ସଙ୍କେତ ନେତ୍ରସ୍ନାୟୁ ମାଧ୍ୟମରେ ମସ୍ତିଷ୍କକୁ ଯାଏ । ଏହାପରେ ଆମେ ବସ୍ତୁକୁ ଦେଖିପାରୁ ।

14. ଚକ୍ଷୁର ଉତ୍ତଳ ଲେନସ୍ ଓ ସାଧାରଣ ଉତ୍ତଳ ଲେନସ୍ ମଧ୍ୟରେ ପାର୍ଥକ୍ୟ କ’ଣ ?
ଉ –

  • ଚକ୍ଷୁ ଲେନସ୍ ଜେଲି ଭଳି ତନ୍ତୁ ଜାତୀୟ ପଦାର୍ଥରେ ଗଠିତ କିନ୍ତୁ ସାଧାରଣ ଉଭଳ ଲେନସ୍ କାଚ କିମ୍ବା ପ୍ଲାଷ୍ଟିକ୍‌ରେ ତିଆରି ହୋଇଥାଏ ।
  • ବସ୍ତୁର ଅବସ୍ଥାନ ଅନୁଯାୟୀ ଚକ୍ଷୁଲେନସ୍‌ର ଆକାର ପରିବର୍ତ୍ତନ ହୋଇ ଫୋକସ୍ ଦୂରତା ପରିବର୍ତ୍ତନ ହୁଏ । କିନ୍ତୁ ସାଧାରଣ ଉଭଳ ଲେନସ୍‌ର ଆକାର ଅପରିବର୍ତ୍ତନୀୟ । ତେଣୁ ଫୋକସ୍ ଦୂରତା ସ୍ଥିର ।

15. ଲାଲ୍ ବଣ୍ଣକୁ କାହିଁକି ବିପଦ ସଙ୍କେତ ରୂପେ ବ୍ୟବହାର କରାଯାଏ ?
ଭ –

  • ଦୃଶ୍ୟ ବର୍ଣ୍ଣାଳୀରେ ଲାଲ୍ ବର୍ଣ୍ଣର ଆଲୋକ ତରଙ୍ଗର ଦୈର୍ଘ୍ୟ ସର୍ବାଧ୍ଵ ।
  • ଲାଲ୍ ବର୍ଷର ଆଲୋକ କୁହୁଡ଼ି, ଧୂଳିକଣା କିମ୍ବା କଲଏଡ୍ କଣିକାମାନଙ୍କ ଦ୍ବାରା ବିଚ୍ଛୁରଣ ହୁଏ ନାହିଁ । ଫଳରେ ଲାଲ୍ ଆଲୋକ ଅଧ‌ିକ ଦୂର ପର୍ଯ୍ୟନ୍ତ ଗତି କରେ ।

16. ବସ୍ତୁ ଯେପରି ଅଛି ସେହିପରି ଧାରଣା ଦେବାରେ ଚକ୍ଷୁ କିପରି ସାହାଯ୍ୟ କରେ ଆଲୋଚନା କର ।
ଉ –

  • କୌଣସି ବସ୍ତୁର ଆଲୋକ ରଶ୍ମିଗୁଚ୍ଛ ଆସି ସ୍ଵଚ୍ଛ ପଟ୍ଟଳ, ଜଳାଭରସ, ନେତ୍ରପିତୁଳା, ଚକ୍ଷୁଲେନସ୍ ଓ କାଚାଭରସ ଦେଇ ମୁକୁରିକାର ଆଲୋକ ସଂବେଦୀ ସେଲ୍‌ଗୁଡ଼ିକ ଉପରେ ପଡେ ।
  • ଆଲୋକ ସଂବେଦୀ ସେଲ୍‌ରୁ ବିଦ୍ୟୁତ୍ ସଂକେତ ନେତ୍ରସ୍ନାୟୁ ମାଧ୍ୟମରେ ମସ୍ତିଷ୍କକୁ ଯାଏ । ମସ୍ତିଷ୍କ ହିଁ ଓଲଟା ପ୍ରତିବିମ୍ବକୁ ସଳଖକରି ବସ୍ତୁ ଯେପରି ଅଛି ସେହିପରି ଧାରଣା ଦେବାରେ ସହାୟକ ହୋଇଥାଏ ।

17. ଗୋଟିଏ ଚକ୍ଷୁର ନିକଟବିନ୍ଦୁ 40 ସେ.ମି. । ଖବର କାଗଜ 25 ସେ.ମି. ଦୂରରେ ପଢ଼ିବା ପାଇଁ କେଉଁ ଲେନସ୍ ଓ କେତେ ପାୱାରର ଲେନସ୍ ବ୍ୟବହାର କରିବ ?
ଉ –
u = – 25 cm, v = – 40 cm
\(\frac { 1 }{ f }\) = \(\frac { 1 }{ v }\) – \(\frac { 1 }{ u }\) = \(\frac { 1 }{ -40 }\) – \(\frac { 1 }{ -25 }\) = – \(\frac { 1 }{ 40 }\) + \(\frac { 1 }{ 25 }\) = \(\frac { 3 }{ 200 }\) ⇒ f = \(\frac { 200 }{ 3 }\)cm = + \(\frac { 2 }{ 3 }\)m, p = \(\frac { 1 }{ f }\) = + \(\frac { 3 }{ 2 }\) = + 1.5 D
∴ 1.5 D ପାୱାର ବିଶିଷ୍ଟ ଉତ୍ତଳ ଲେନସ୍ ବ୍ୟବହାର କରିବ ।

BSE Odisha 10th Class Physical Science Important Questions Chapter 7 ମାନବ ଚକ୍ଷୁ ଓ ବର୍ଷଜଗତ

18. ଦୂରଦୃଷ୍ଟି ଦୋଷ ଥ‌ିବା ବ୍ୟକ୍ତିର ନିକଟ ବିନ୍ଦୁ 1ମି ହେଲେ, ଏହାକୁ ଦୂର କରିବା ପାଇଁ କେତେ ପାୱାରର ଲେନ୍ସ ବ୍ୟବହାର କରିବେ ? (ମନେକର ସ୍ପଷ୍ଟଦର୍ଶନର ନିମ୍ନତମ ଦୂରତା 25 ସେ.ମି.) ।
ଉ –
ଏଠାରେ v = 1 ମିଟର = – 100 ସେ.ମି., u = − 25 ସେ.ମି.
ଲେନ୍ସସର ପୂତ୍ର
\(\frac { 1 }{ v }\) – \(\frac { 1 }{ u }\) = \(\frac { 1 }{ f }\) ⇒ \(\frac { 1 }{ -100 }\) – \(\frac { 1 }{ -25 }\) = \(\frac { 1 }{ f }\) ⇒ \(\frac { -1+4 }{ 100 }\) = \(\frac { 1 }{ f }\) ⇒ \(\frac { 1 }{ f }\) = \(\frac { 3 }{ 100 }\)
⇒ f = \(\frac { 100 }{ 3 }\) = \(\frac { 100 }{ 3 }\) x \(\frac { 1 }{ 100 }\) = \(\frac { 1 }{ 3 }\) ମିଟର ∴ P = \(\frac { 1 }{ f }\) = \(\frac{1}{\frac{1}{3}}\) D = 3D = + 3.0D
∴ ବ୍ୟକ୍ତି ଜଣକ + 3.D ପାୱାର ଲେନସ୍ ବ୍ୟବହାର କରିବେ ।

19. ସମୀପ ଦୃଷ୍ଟି ଥିବା ବ୍ୟକ୍ତିର ଚକ୍ଷୁ ସମ୍ମୁଖ ଦୂରବିନ୍ଦୁ ୫୦ ସେ.ମି. ଅଟେ । ଏହି ଦୋଷ ଦୂରୀକରଣ ପାଇଁ ବ୍ୟବହୃତ ଲେନସ୍‌ର ପ୍ରକୃତି ଓ ପାଓ୍ବାର କ’ଣ ହେବ ?
ଉ –
f = – 80 cm = – \(\frac { 8 }{ 10 }\) ମି., P = – \(\frac { 1 }{ f }\) = – \(\frac { 10 }{ 8 }\) = – 1.25D
ଏହି ଦୋଷ ଦୂର କରିବାପାଇଁ −1.25D ପାୱାର ଥ‌ିବା ଅବତଳ ଲେନସ୍ ବ୍ୟବହାର କରିବାକୁ ହେବ ।

20. ଜଣେ ସମୀପ ଦୃଷ୍ଟି ଥ‌ିବା ବ୍ୟକ୍ତିଙ୍କ ପାଇଁ -5.5D ପାୱାରର ଲେନସ୍ ଏବଂ ତାଙ୍କର ଦୂରଦୃଷ୍ଟି ପାଇଁ +1.5D ପାୱାରର ଲେନ୍ସ ଆବଶ୍ୟକ ହୁଏ । ଏହି ଲେନ୍ସ ଦ୍ବୟର ଫୋକସ୍ ଦୂରତା କେତେ ନିର୍ଣ୍ଣୟ କର ।
ଊ –

  • ଅବତଳ ଲେନ୍ସର ଫୋକସ୍ ଦୂରତା f1 = \(\frac{1}{\mathrm{P}_1}\) = \(\frac { 1 }{ -5.5 }\) ମି. = – 0.18 ମି.
  • ଉତ୍ତଳ ଲେନ୍ସର ଫୋକସ୍ ଦୂରତା f2 = \(\frac{1}{\mathrm{P}_2}\) = \(\frac { 1 }{ +1.5 }\) ମି. = 0.67 ମି.

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(b)

Odisha State Board BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(b) Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 5 ପରିମିତି Ex 5(b)

Questioin 1.
ବୃତ୍ତର କ୍ଷେତ୍ରଫଳ ନିଶ୍ଚୟ କର, ଯେଉଁ ବୃତ୍ତର
(i) ବ୍ୟାସାର୍ଦ୍ଧ 31.5 ମିଟର
(ii) ବ୍ୟାସ 112 ସେ.ମି.
(iii) ପରିଧି 286 ସେ.ମି.
(iv) ଅର୍ଥପରିଧୂ 44 ମି.

ବୃତ୍ତର କ୍ଷେତ୍ରଫଳ = πr2 ବର୍ଗ ଏକକ ।

(i) gæ qua (r) = 31.5 ମି.
∴ ଦରର ବ୍ୟାସାଦ = πr2 = \(\frac { 22 }{ 7 }\) × 31.5 × 31.5 ଦା. ସେ.ମି.
= 22 × 4.5 × 31.5 ଦା ମି. = 3118.5 ଦା ମି.

(ii) ବୃତ୍ତର ବ୍ୟାସ = 112 ସେ.ମି. ⇒ ବ୍ୟାସାର୍ଦ୍ଧ (r) = \(\frac { 22 }{ 7 }\) = 56 ସେ.ମି.
∴ ବୃତ୍ତର କ୍ଷେତ୍ରଫଳ = πr2 = \(\frac { 22 }{ 7 }\) × 56 × 56 ବର୍ଗ ସେ.ମି. = 9856 ସେ.ମି.

(iii) ମନେକର ବୃତ୍ତର ବ୍ୟାସାର୍ଦ୍ଧ = r ସେ.ମି. । ବୃତ୍ତର ପରିସ୍ = 2πr ସେ.ମି.
ପ୍ରଶ୍ନନୁସାରେ, 2πr = 286
⇒ 2 × \(\frac { 22 }{ 7 }\) × r = 286 ⇒ r = \(\frac{286 \times 7}{2 \times 22}\) = 45.5 ସେ.ମି.
∴ ବୃତ୍ତର କ୍ଷେତ୍ରଫଳ = πr2 = \(\frac { 22 }{ 7 }\) × 45.5 × 45.5 ବର୍ଗ ସେ.ମି. = 6506.5 ବର୍ଗ ସେ.ମି.

(iv) ମନେକର ବୃତ୍ତର ବ୍ୟାସାର୍ଦ୍ଧ = r ମି. । ବୃତ୍ତର ଅର୍ଦ୍ଧପରିଧ୍ = πr ମି.
ପ୍ରଶ୍ନନୁସାରେ, πr = 44
⇒ \(\frac { 22 }{ 7 }\) × r = 44 ⇒ r = \(\frac{44 \times 7}{22}\) = 14 ମି.
∴ ବୃତ୍ତର କ୍ଷେତ୍ରଫଳ = πr2 = \(\frac { 22 }{ 7 }\) × 14 × 14 = 616 ବୃ ସେ.ମି.

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(b)

Question 2.
(i) ବୃତ୍ତର କ୍ଷେତ୍ରପଳ 154 ବର୍ଗମିଟର ହେଲେ, ଏହାର ବ୍ୟାସର ଦୈର୍ଘ୍ୟ ନିର୍ଣ୍ଣୟ କର ।
(ii) ବୃତ୍ତର କ୍ଷେତ୍ରଫଳ 7546 ବର୍ଗମିଟର ହେଲେ, ଏହାର ପରିଧ୍ କେତେ ?
Solution:
(i) ମନେକର ବୃତ୍ତର ବ୍ୟାସାର୍ଦ୍ଧର ଦୈର୍ଘ୍ୟ = r ମି. । ବୃତ୍ତର କ୍ଷେତ୍ରଫଳ = πr2 ବୃ ସେ.ମି.
ପ୍ରଶ୍ନନୁସାରେ, πr2 = 154
⇒ \(\frac { 22 }{ 7 }\) × r2 = 154 ⇒ r2 = \(\frac{154 \times 7}{22}\) = 49 ⇒ r = 7 ମି.
∴ ବୃତ୍ତର ବ୍ୟାପ = 2r = 2 × 7 = 14 ମି. |

(ii) ମନେକର ବୃତ୍ତର ବ୍ୟାସାର୍ଦ୍ଧ = r ମି. । ବୃତ୍ତର କ୍ଷେତ୍ରଫଳ = πr2 ବର୍ଗ ମି.
ପ୍ରଶ୍ନନୁସାରେ, πr2 = 7546
⇒ \(\frac { 22 }{ 7 }\) × r2 = 7546 ⇒ r2 = \(\frac{7546 \times 7}{22}\) = 343 × 7 ⇒ r = \(\sqrt{343 \times 7}\) = 49 ମି.
∴ ବୃତ୍ତର ବ୍ୟାପ = 2πr = 2 × \(\frac { 22 }{ 7 }\) × 49 = 308 ମିଟର |

Question 3.
ଦ୍ରଭକଲାଭ ସେତ୍ରପଳ ନିଶ୍ରୟ କର ଯେଉ ଦ୍ରରକଳାତ
(i) ଚାପର ଡିଗ୍ରୀ ପରିମାପ 120°, ବ୍ୟାସାର୍ଦ୍ଧ 28 ସେ.ମି. ।
(ii) ସଂପୃକ୍ତ ବୃତ୍ତର କ୍ଷେତ୍ରଫଳ 7546 ବର୍ଗ ମି. ଓ ସଂପୃକ୍ତ ଚାପର ଡିଗ୍ରୀ ପରିମାପ 105° |
(iii) ସଂପୃକ୍ତ ବୃତ୍ତର ପରିସ୍ 396 ମିଟର ଏବଂ ଚାପର ଦୈର୍ଘ୍ୟ 36 ମିଟର |
(iv) ଚାପର ଦୈର୍ଘ୍ୟ 66 ମିଟର ଏବଂ ଚାପର ଡିଗ୍ରୀ ପରିମାପ 70° |
Solution:
ବୃତ୍ତକଳାର କ୍ଷେତ୍ରଫଳ = \(\frac{\theta}{360^{\circ}}\) ଅଥବା \(\frac { 1 }{ 2 }\)Lr ବର୍ଗ ଏକକ ।
L = ଚାପର ଦୈର୍ଘ୍ୟ, r = ବୃତ୍ତକଳାର ବ୍ୟାସାର୍ଦ୍ଧ ।

(i) ଦ୍ରରକାଳାର ଚାପର ଭିଗ୍ରା ପରିମାପ (θ) = 120°, ବ୍ୟାସାର୍ଦ୍ଧ (r) = 28 ସେ.ମି.|
∴ ବୃତ୍ତକଳାର କ୍ଷେତ୍ରଫଳ = \(\frac { θ }{ 360 }\) × πr2
= \(\frac{120}{360^{\circ}}\) × \(\frac { 22 }{ 7 }\) × 28 × 28 = \(\frac{88 \times 28}{3}\) = \(\frac { 2464 }{ 3 }\) = 821\(\frac { 1 }{ 3 }\) ବର୍ଗ ସେ.ମି.|

(ii) ବୃତ୍ତର କ୍ଷେତ୍ରଫଳ = 7546 ବର୍ଗ ମି., ବୃତ୍ତ କଳାର ଚାପର ଡିଗ୍ରୀ ପରିମାପ (θ) = 105°
∴ ବୃତ୍ତକଳାର କ୍ଷେତ୍ରଫଳ = \(\frac{120}{360^{\circ}}\) × କଳାର କ୍ଷେତ୍ରଫଳ = \(\frac { 105 }{ 360 }\) × 7546
= \(\frac { 26411 }{ 12 }\) ବର୍ଗ = 2200 ବ.ମି. \(\frac { 11 }{ 12 }\) ବ.ମି.

(iii) ମନେକର ବୃତ୍ତର ବ୍ୟାସାର୍ଦ୍ଧ = r ମି. । ବୃତ୍ତର ପରିଧ୍ = 2πr ମି.
ପ୍ରଶ୍ନନୁସାରେ, 2лr = 396
⇒ 2 × \(\frac { 22 }{ 7 }\) × r = 396 ⇒ r = 396 × \(\frac { 7 }{ 44 }\) = 63 ମି.
ଚାପର ଦୈର୍ଘ୍ୟ (L) = 36 ମି.
∴ ବୃତ୍ତକଳାର କ୍ଷେତ୍ରଫଳ = \(\frac { 1 }{ 2 }\) × Lr = \(\frac { 1 }{ 2 }\) × 36 × 63 = 1134 ବ.ମି.

(iv) ମନେକର ବୃତ୍ତକଳାର ବ୍ୟାସାର୍ଷ = r ମି. |
ଚାପର ଦୈର୍ଘ୍ୟ (L) = 66 ମି., ଚାପର ଡିଗ୍ରୀ ପରିମାପ (θ) = 70°
ଆମେ ଜାଣିଛେ, L = \(\frac{θ}{180^{\circ}}\) × πr
⇒ 66 = \(\frac { 70 }{ 180 }\) × \(\frac { 22 }{ 7 }\) × r = \(\frac{66 \times 180 \times 7}{70 \times 22}\) = 54 ମି.
∴ ବୃତ୍ତକଳାର କ୍ଷେତ୍ରଫଳ = \(\frac { 1 }{ 2 }\) × Lr = \(\frac { 1 }{ 2 }\) = × 66 × 54 ବ.ମି. = 1782 ବ.ମି.

Question 4.
ବୃତ୍ତକଳାର ବ୍ୟାସାର୍ଦ୍ଧର ଦୈର୍ଘ୍ୟ ନିର୍ଣ୍ଣୟ କର, ଯାହାର
(i) କ୍ଷେତ୍ରଫଳ 1848 ବର୍ଗମିଟର ଓ ସଂପୃକ୍ତ ଚାପର ଡିଗ୍ରୀ
(ii) କ୍ଷେତ୍ରଫଳ 48.4 ବର୍ଗ ଡେକାମିଟର ଓ ଚାପର ଦୈର୍ଘ୍ୟ
Solution:
(i) ମନେକର ବୃତ୍ତକଳାର ବ୍ୟାସାର୍ଷର ଦୈର୍ଘ୍ୟ = r ମି., ଚାପର ଡିଗ୍ରୀ ପରିମାପ (θ) = 120°
ବୃତ୍ତକଳାର କ୍ଷେତ୍ରଫଳ = \(\frac{\theta}{360^{\circ}}\) × πr2 ⇒ 1848 = \(\frac { 120 }{ 360 }\) × \(\frac { 22 }{ 7 }\) × r2
⇒ r2 = \(\frac{1848 \times 360 \times 7}{120 \times 22}\) = 1764 ⇒ r = \(\sqrt{1764}\) = 42 ମି.
∴ ବୃତ୍ତକଳାର ବ୍ୟାସାର୍ଦ୍ଧର ଦୈର୍ଘ୍ୟ 42 ମିଟର ।

(ii) ମନେକର ବୃତ୍ତକଳାର ବ୍ୟାସାର୍ଦ୍ଧର ଦୈର୍ଘ୍ୟ = r ମି., ଚାପର ଦୈର୍ଘ୍ୟ (L) = 121 ମି.
ଡେକାମିଟର କ୍ଷେତ୍ରଫଳ = 48.4 ଚା ଦୈର୍ଘ୍ୟ = 48.4 × 100 ଦୈର୍ଘ୍ୟ = 4840 ସେ.ମି.|
ବୃତ୍ତକଳାର କ୍ଷେତ୍ରଫଳ = \(\frac { 1 }{ 2 }\) × Lr = \(\frac { 1 }{ 2 }\) × 121 r ସେ.ମି.
ପ୍ରଶ୍ନନୁସାରେ, \(\frac { 1 }{ 2 }\) × 121 r = 4840 ⇒ r = \(\frac{4840 \times 2}{121}\) = 80 ମି.
∴ ବୃତ୍ତକଳାର ବ୍ୟାସାର୍ଦ୍ଧର ଦୈର୍ଘ୍ୟ 80 ମିଟର ।

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(b)

Question 5.
ବୃତ୍ତକଳାର ସଂପୃକ୍ତ ଚାପର ଡିଗ୍ରୀ ପରିମାପ ନିର୍ଣ୍ଣୟ କର :
(i) ଯାହାର ବ୍ୟାସାର୍ଦ୍ଧ 36 ମିଟର, କ୍ଷେତ୍ରଫଳ 792. ବର୍ଗମିଟର ।
(ii) ଯାହାର କ୍ଷେତ୍ରଫଳ 924 ବର୍ଗ ସେ.ମି. ଓ ସଂପୃକ୍ତ ବୃତ୍ତର କ୍ଷେତ୍ରଫଳ 2464 ବର୍ଗ ସେ.ମି. ।
(iii) ଯାହାର କ୍ଷେତ୍ରଫଳ 231 ବର୍ଗ ମିଟର ଓ ଚାପର ଦୈର୍ଘ୍ୟ 22 ମିଟର ।
Solution:
ସମାଧାନ :
(i) ମନେକର ବୃତ୍ତକଳାର ଚାପର ଡିଗ୍ରୀ ପରିମାପ = θ°, ବୃତ୍ତକଳାର ବ୍ୟାସାର୍ଦ୍ଧ (r) = 36 ମି.
ଡେକାମିଟର କ୍ଷେତ୍ରଫଳ = \(\frac{\theta}{360^{\circ}}\) × πr2
⇒ 792 = \(\frac { θ }{ 360 }\) × \(\frac { 22 }{ 7 }\) × 36 × 36 ⇒ θ = \(\frac{792 \times 360 \times 7}{22 \times 36 \times 36}\) = 70°
∴ ବୃତ୍ତକଳାର ଚାପର ଡିଗ୍ରୀ ପରିମାପ 70° |

(ii) ମନେକର ବୃତ୍ତକଳାର ଚାପର ଡିଗ୍ରୀ ପରିମାପ = θ° |
ବୃତ୍ତର କ୍ଷେତ୍ରଫଳ = 2464 ବର୍ଗ ସେ.ମି., ବୃତ୍ତକଳାର କ୍ଷେତ୍ରଫଳ = 924 ବର୍ଗ ସେ.ମି.
ବୃତ୍ତକଳାର କ୍ଷେତ୍ରଫଳ = \(\frac{\theta}{360^{\circ}}\) × ଚାପର କ୍ଷେତ୍ରଫଳ
⇒ 924 = \(\frac { θ }{ 360 }\) × 2464 ⇒ θ = \(\frac{924 \times 360}{2464}\) = 135°
∴ ବୃତ୍ତକଳାର ଚାପର ଡିଗ୍ରୀ ପରିମାପ 135° |

(iii) ମନେକର ବୃତ୍ତକଳାର ବ୍ୟାସାର୍ଦ୍ଧ = r ମି., ବୃତ୍ତକଳାର ଚାପର ଦୈର୍ଘ୍ୟ (L) = 22 ମି. ।
∴ ବୃରକଳାର କ୍ଷେତ୍ରଫଳ = \(\frac { 1 }{ 2 }\) × Lr
⇒ 231 = \(\frac { 1 }{ 2 }\) × 22 × r ⇒ r = \(\frac{231 \times 2}{22}\) = 21 ମି. ।
ମନେକର ବୃତ୍ତକଳାର ଚାପର ଡିଗ୍ରୀ ପରିମାପ = θ°
ଚାପର ଦୈର୍ଘ୍ୟ (L) = \(\frac{\theta}{180^{\circ}}\) × πr, ⇒ 22 = \(\frac { θ }{ 180 }\) × \(\frac { 22 }{ 7 }\) × 21
⇒ θ = \(\frac{22 \times 180 \times 7}{22 \times 21}\) = 60
∴ ମନେକର ବୃତ୍ତକଳାର ଚାପର ଡିଗ୍ରୀ ପରିମାପ = 60° |

Question 6.
ଦୁଇଟି ଏକକେନ୍ଦ୍ରିକ ବୃତ୍ତର ଚାପର ଡିଗ୍ରୀ ପରିମାପ ସମାନ ହେଲେ ସଂପୃକ୍ତ ବୃତ୍ତକଳା ଦ୍ୱୟର କ୍ଷେତ୍ରଫଳର ଅନ୍ତର
(i) ଚାପ ଦୁଇଟିର ଦୈର୍ଘ୍ୟର ଅନ୍ତର 25 ମି. ଓ ବ୍ୟାସାର୍ଦ୍ଧ ଦ୍ବୟର ସମଷ୍ଟି 80 ମି. ।
(ii) ଚାପ ଦୁଇଟିର ଦୈର୍ଘ୍ୟର ସମଷ୍ଟି 50 ସେ.ମି. ଓ ବ୍ୟାସାର୍ଦ୍ଧ ଦ୍ବୟର ଅନ୍ତର 24 ସେ.ମି. ।
Solution:
(i) ବୃତ୍ତକଳାର କ୍ଷେତ୍ରଫଳ ଦ୍ବୟର ଅନ୍ତର
= \(\frac { 1 }{ 2 }\) × ଚାପ ଦୁଇଟିର ଦୈର୍ଘ୍ୟର ଅନ୍ତର × ବ୍ୟାସାର୍ଦ୍ଧ ଦ୍ୱୟର ଦୈର୍ଘ୍ୟ ସମଷ୍ଟି
\(\frac { 1 }{ 2 }\) × 25 × 80 = 1000 ସେ.ମି.

(ii) ବୃତ୍ତକଳାର କ୍ଷେତ୍ରଫଳ ଦ୍ଵୟର ଅନ୍ତର = \(\frac { 1 }{ 2 }\) × ବ୍ୟାସାର୍କ ଦ୍ବୟର ଅନ୍ତର × ଚାପ ଦ୍ୱୟର ଦୈର୍ଘ୍ୟର ସମଷ୍ଟି = \(\frac { 1 }{ 2 }\) × 24 × 50 = 600 ସେ.ମି. ।

Question 7.
ଗୋଟିଏ ବୃତ୍ତର କ୍ଷେତ୍ରପଳ x ବର୍ଗ ଏକକ । ଏହାର
(i) ଅନ୍ତର୍ଲିଖ ସମକୋଣୀ ତ୍ରିଭୁଜର କର୍ପୂର ଦୈର୍ଘ୍ୟ କେତେ ?
(ii) ଅନ୍ତର୍ଲିଖ ବର୍ଗଚିତ୍ରର ବାହୁର ଦୈର୍ଘ୍ୟ କେତେ ?
(iii) ଅନ୍ତର୍ଲିଖ ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ କେତେ ?
Solution:
ବୃତ୍ତର କ୍ଷେତ୍ରଫଳ = × ଏକକ ⇒ πr2 = x ⇒ r2 = \(\frac { x }{ π }\) ⇒ r = \(\sqrt{\frac{x}{\pi}}\) ଏକକ

(i) ବୃତ୍ତ ମଧ୍ଯରେ ଏକ ସମକୋଣୀ ତ୍ରିଭୁଜ ଅନ୍ତର୍ଲିଖ ହେଲେ, ବୃତ୍ତର କେନ୍ଦ୍ର କଣ୍ଠର ମଧ୍ୟବିନ୍ଦୁ ହେବ ।
ଅର୍ଥାତ୍, ବୃତ୍ତର ବ୍ୟାସ = ସମକୋଣୀ ତ୍ରିଭୁଜର କଣ୍ଠର ଦୈର୍ଘ୍ୟ
⇒ AC = 2r = 2\(\sqrt{\frac{x}{\pi}}\) ଏକକ
∴ ଅନ୍ତର୍ଲିଖ ସମକୋଣୀ ତ୍ରିଭୁଜର କର୍ପୂର ଦୈର୍ଘ୍ୟ 2\(\sqrt{\frac{x}{\pi}}\) ଏକକ |
BSE Odisha 10th Class Maths Solutions Geometry Chapter 5 Img 1

(ii) ବୃତ୍ତ ମଧ୍ୟରେ ଏକ ବର୍ଗଚିତ୍ର ଅନ୍ତର୍ଲିଖତ ହେଲେ, ବର୍ଗଚିତ୍ରର କର୍ପୂର ଦୈର୍ଘ୍ୟ = ବୃତ୍ତର ବ୍ୟାସ
⇒ AC = 2\(\sqrt{\frac{x}{\pi}}\)
ବର୍ଗଚିତ୍ରର ବାହୁର ଦୈର୍ଘ୍ୟ = କେନ୍ଦ ବ୍ୟାସାର୍ଦ୍ଧ / √2 = \(\frac{2 \sqrt{\frac{x}{\pi}}}{\sqrt{2}}\) = \(\sqrt{\frac{2 x}{\pi}}\) ଏକକ
BSE Odisha 10th Class Maths Solutions Geometry Chapter 5 Img 2
∴ ତ୍ରିଭୁଜର କର୍ପୂର ଦୈର୍ଘ୍ୟ \(\sqrt{\frac{2 x}{\pi}}\) ଏକକ

(iii) ABC ବୃତ୍ତରେ ଏକ ସମବାହୁ ଅନ୍ତର୍ଲିଖ ।
ପରିବୃତ୍ତର କେନ୍ଦ O | ବ୍ୟାସାର୍ଦ୍ଧ (OB) = \(\sqrt{\frac{x}{\pi}}\) |
△OBD ରେ m∠OBD = 30°
BSE Odisha 10th Class Maths Solutions Geometry Chapter 5 Img 3
cos 30° = \(\frac { BD }{ OB }\) ⇒ \(\frac{\sqrt{3}}{2}\) = \(\frac { BD }{ OB }\)
⇒ 2BD = √3OB ⇒ BC= √3OB ⇒ BC = √3 × \(\sqrt{\frac{x}{\pi}}\)
∴ ବୃତ୍ତକଳାର କ୍ଷେତ୍ରଫଳ ଦ୍ଵୟର ଅନ୍ତର = \(\sqrt{\frac{3x}{\pi}}\) ଏକକ |

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(b)

Question 8.
ଦୁଇଟି ବୃତ୍ତର ବ୍ୟାସାର୍ଦ୍ଧ ଯଥାକ୍ରମେ 42 ସେ.ମି. ଓ 56 ସେ.ମି. । ଅନ୍ୟ ଏକ ତୃତୀୟ ବୃତ୍ତର କ୍ଷେତ୍ରପଳ ପ୍ରଥମୋକ୍ତ ବୃତ୍ତଦ୍ୱୟର କ୍ଷେତ୍ରପଳର ସମଷ୍ଟି ସହିତ ସମାନ ହେଲେ ତୃତୀୟ ବୃତ୍ତର ବ୍ୟାସାର୍ଦ୍ଧ ନିର୍ଣ୍ଣୟ କର ।
Solution:
ପ୍ରଥମ ବୃତ୍ତର ବ୍ୟାସାର୍ଦ୍ଧ = 42 ସେ.ମି. ହେଲେ କ୍ଷେତ୍ରଫଳ = x × (42)2 ବର୍ଗ ସେ.ମି.
ଦ୍ୱିତୀୟ ବୃତ୍ତର ବ୍ୟାସାର୍ଦ୍ଧ = 56 ସେ.ମି. ହେଲେ କ୍ଷେତ୍ରଫଳ = π × (56)2 ବର୍ଗ ସେ.ମି.
ମନେକର ତୃତୀୟ ବୃତ୍ତର ବ୍ୟାସାର୍ଦ୍ଧ = R ସେ.ମି. ତେବେ କ୍ଷେତ୍ରଫଳ = πR2 ବର୍ଗ ସେ.ମି.
ପ୍ରଶ୍ନଗୁଡ଼ିକର , πR2 = π × (42)2 + π × (56)2 ⇒ πR2 = π (422 + 562)
R = \(\sqrt{42^2+56^2}\) = \(\sqrt{1764+3136}\) = \(\sqrt{4900}\) = 70 ସେ.ମି. |

Question 9.
ଗୋଟିଏ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ଗୋଟିଏ ବୃତ୍ତର କ୍ଷେତ୍ରଫଳ ସହିତ ସମାନ । ସେମାନଙ୍କର ପରିସୀମାର ଅନୁପାତ ନିର୍ଣ୍ଣୟ କର ।
Solution:
ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ a ଏକକ ।
⇒ କ୍ଷେତ୍ରଫଳ = a2 ବର୍ଗ ଏକକ
ପୁନଶ୍ଚ, ବୃତ୍ତର ବ୍ୟାସାର୍ଦ୍ଧ r ଏକକ ହେଲେ କ୍ଷେତ୍ରଫଳ = πr2 ବର୍ଗ ଏକକ
ପ୍ରଶ୍ନଗୁଡ଼ିକର , a2 = πr2 ⇒ \(\frac{a^2}{r^2}\) = \(\frac { π }{ 1 }\) ⇒ \(\frac { a }{ r }\) = √π
∴ବର୍ଗକ୍ଷେତ୍ରର ପରିପାପା / ଦରର ପରିସ୍ = \(\frac{4 a}{2 \pi r}\) = \(\frac{2 a}{\pi r}\) = \(\frac { 2 }{ π }\) × √π = \(\frac{2}{\sqrt{\pi}}\)
∴ବର୍ଗକ୍ଷେତ୍ର ଓ ବୃତ୍ତର ପରିସୀମାର ଅନୁପାତ 2 : √π |

Question 10.
ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ 5 ସେ.ମି. । ଏହାର 9 ଗୁଣ କ୍ଷେତ୍ରଫଳ ବିଶିଷ୍ଟ ବୃତ୍ତର ବ୍ୟାସାର୍ଦ୍ଧ କେତେ ?
Solution:
ବୃତ୍ତର ବ୍ୟାସାର୍ଦ୍ଧ = 5 ସେ.ମି. ⇒ କ୍ଷେତ୍ରଫଳ = π × (5)2 ବର୍ଗ ସେ.ମି.
ମନେକର ଅନ୍ୟ ଏକ ବୃତ୍ତର ବ୍ୟାସାର୍ଦ୍ଧ = r ସେ.ମି., ବୃତ୍ତର କ୍ଷେତ୍ରଫଳ = πr2 ବର୍ଗ ସେ.ମି.
ପ୍ରଶ୍ନଗୁଡ଼ିକର , лг2 = 9 × л × (5)2 ⇒ r2 = 9 × (5)2 ⇒ r = 3 × 5 = 15 ସେ.ମି.
∴ବୃତ୍ତର ବ୍ୟାସାର୍ଦ୍ଧ 15 ସେ.ମି. ।

Question 11.
ଗୋଟିଏ ବୃତ୍ତର ପରିଧ୍ ଯେତେ ଏକକ ଏହାଦ୍ଵାରା ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳ ସେତିକି ବର୍ଗ ଏକକ ହେଲେ ବ୍ୟାସାର୍ଦ୍ଧ କେତେ ?
ସମାଧାନ : ମନେକର ବୃତ୍ତର ବ୍ୟାସାର୍ଦ୍ଧ = r ଏକକ
ବୃତ୍ତର ପରିସ୍ = 2πr ଏକକ ଓ କ୍ଷେତ୍ରଫଳ = πr2 ବର୍ଗ ଏକକ
ପ୍ରଶ୍ନନୁସାରେ, 2πr = πr2, = r = 2 ଏକକ
∴ ବୃତ୍ତର ବ୍ୟାସାର୍ଦ୍ଧ 2 ଏକକ ।

Question 12.
ଗୋଟିଏ ବର୍ଗକ୍ଷେତ୍ରର କ୍ଷେତ୍ରଫଳ C ବର୍ଗ ଏକକ । ଏହାର ଅନ୍ତର୍ଲିଖ୍ ଓ ପରିଲିଖ ବୃତ୍ତର ବ୍ୟାସାର୍ଦ୍ଧ କେତେ ?
Solution:
ବର୍ଗକ୍ଷେତ୍ରର କ୍ଷେତ୍ରଫଳ = C ବର୍ଗ ଏକକ
ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ = √C ଏକକ

(i) ଗୋଟିଏ ବର୍ଗକ୍ଷେତ୍ର ମଧ୍ୟରେ ବୃତ୍ତଟିଏ ଅନ୍ତର୍ଲିଖ
ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ = ଅନ୍ତର୍ଲିଖ୍ତ ବୃତ୍ତର ବ୍ୟାସ ।
ମନେକର ଅନ୍ତର୍ଲିଖ୍ତ ବୃତ୍ତର ବ୍ୟାସାର୍ଦ୍ଧ r ଏକକ ।
BSE Odisha 10th Class Maths Solutions Geometry Chapter 5 Img 4
∴ √C = 2r ⇒ r = \(\frac{\sqrt{\mathrm{C}}}{2}\) ଏକକ
∴ଅନ୍ତର୍ଲିଖତ ବୃତ୍ତର ବ୍ୟାସାର୍ଦ୍ଧ \(\frac{\sqrt{C}}{2}\) ଏକକ |

(ii) ଏକ ବୃତ୍ତ ମଧ୍ଯରେ ଗୋଟିଏ ବର୍ଗାକାର କ୍ଷେତ୍ର ଅନ୍ତର୍ଲିଖତ ହେଲେ,
ବର୍ଗକ୍ଷେତ୍ରର କର୍ଷର ଦୈର୍ଘ୍ୟ = ବୃତ୍ତର ବ୍ୟାସ ହେବ ।
ବର୍ଗକ୍ଷେତ୍ରର କଣ୍ଠର ଦୈର୍ଘ୍ୟ = √2 × ବାହୁର ଦୈର୍ଘ୍ୟ = √2 . √C = √2C ଏକକ
BSE Odisha 10th Class Maths Solutions Geometry Chapter 5 Img 5
ବୃତ୍ତର ବ୍ୟାସାର୍ଦ୍ଧ r ଏକକ ହେଲେ, \(\sqrt{2 C}\) = 2r ⇒ r = \(\frac{\sqrt{2 C}}{2}\) = \(\sqrt{\frac{C}{2}}\)
∴ଅନ୍ତର୍ଲିଖତ ବୃତ୍ତର ବ୍ୟାସାର୍ଦ୍ଧ \(\sqrt{\frac{C}{2}}\) ଏକକ |

Question 13.
ପ୍ରମାଣ କର ଗୋଟିଏ ବୃତ୍ତର କ୍ଷେତ୍ରଫଳ ଗୋଟିଏ ସମବାହୁ ତ୍ରିଭୁଜର କ୍ଷେତ୍ରଫଳ ସହିତ ସମାନ ହେଲେ ବୃତ୍ତର ବ୍ୟାସାର୍ଦ୍ଧ ଓ ତ୍ରିଭୁଜର ବାହୁର ଦେଶ୍ୟର ଅନୁପାତ \(\sqrt{\frac{\sqrt{3}}{4 \pi}}: 1\) ହେବ ।
Solution:
ବୃତ୍ତର ବ୍ୟାସାର୍ଦ୍ଧ r ଏକକ ହେଲେ ବୃତ୍ତର କ୍ଷେତ୍ରଫଳ = πr2 ବର୍ଗ ଏକକ ହେବ । ସମବାହୁ △ ର ବାହୁର ଦୈର୍ଘ୍ୟ a
ସମବାହୁ ତ୍ରିଭୁଜର କ୍ଷେତ୍ରଫଳ = \(\frac{\sqrt{3}}{4}\) a2 ବର୍ଗ ଏକକ ହେବ ।
ପ୍ରଶ୍ନନୁସାରେ, πr2 = \(\frac{\sqrt{3}}{4}\) a2 ⇒ \(\frac{\mathrm{r}^2}{\mathrm{a}^2}\) = \(\frac{\frac{\sqrt{3}}{4}}{\pi}\) ⇒ \(\frac { r }{ a }\) = \(\sqrt{\frac{\sqrt{3}}{4 \pi}}\)
⇒ ବୃତ୍ତର ବ୍ୟାସାର୍ଦ୍ଧ / ତ୍ରିଭୁଜର ବାହୁର ଦୈର୍ଘ୍ୟ = \(\frac{\sqrt{\frac{\sqrt{3}}{4 \pi}}}{1}\)
∴ ବୃତ୍ତର ବ୍ୟାସାର୍ଦ୍ଧ ଓ ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟର ଅନ୍ମପାଦ \(\sqrt{\frac{\sqrt{3}}{4 \pi}}\) : 1 ହେବ ।

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(b)

Question 14.
ଗୋଟିଏ ଅଦ୍ଧବୃତ୍ତାକାର କ୍ଷେତ୍ରର ପରିସୀମା 252 ସେ.ମି. ହେଲେ ଏହାର କ୍ଷେତ୍ରଫଳ ନିର୍ଣ୍ଣୟ କର ।
Solution:
ମନେକର ଅଦ୍ଧବୃତ୍ତାକାର କ୍ଷେତ୍ରର ବ୍ୟାସାର୍ଦ୍ଧ = r ସେ.ମି. ।
ଅଦ୍ଧବୃତ୍ତାକାର କ୍ଷେତ୍ରର ପରିସୀମା = (πr + 2r) ସେ.ମି. ।
ପ୍ରଶ୍ନନୁସାରେ, πr + 2r = 252 ⇒ r(\(\frac { 22 }{ 7 }\) + 2) = 252 ⇒ r × \(\frac { 36 }{ 7 }\) = 252
⇒ r = 252 × \(\frac { 7 }{ 36 }\) = 49 ସେ.ମି.
∴ ଅବଦରପାଇ ପେତ୍ରର ପେତ୍ରଫଳ = \(\frac{\pi \mathrm{r}^2}{2}\) ଜି.ମି. = \(\frac { 22 }{ 7 }\) × 49 × 49 × \(\frac { 1 }{ 2 }\) = 3773 ବର୍ଗ ସେ.ମି. ।

Question 15.
ଗୋଟିଏ ଅଦ୍ଧବୃତ୍ତର ପରିସୀମା ବ୍ୟାସ ଅପେକ୍ଷା 44 ମିଟର ଅଧୂକ ହେଲେ ଅର୍ଥବୃତ୍ତାକାର କ୍ଷେତ୍ରର କ୍ଷେତ୍ରଫଳ କେତେ ?
Solution:
ମନେକର ଅର୍ଥବୃତ୍ତାକାର କ୍ଷେତ୍ରର ବ୍ୟାସାର୍ଷ = r ମି. ⇒ ଦ୍ୟାସ = 2r ମି. ଓ ପରିସାମା = (πr + 2r) ମି.
ପ୍ରଶ୍ନନୁସାରେ, πr + 2r = 2r + 44
⇒ πr = 44 ⇒ \(\frac { 22 }{ 7 }\) × r = 44 ⇒ r = \(\frac{44 \times 7}{22}\) = 14 ମି.
∴ ଅବଦରପାଇ ପେତ୍ରର ପେତ୍ରଫଳ = \(\frac{\pi \mathrm{r}^2}{2}\) ଜି.ମି. = \(\frac { 22 }{ 7 }\) × 14 × 14 × \(\frac { 1 }{ 2 }\) = 308 ବର୍ଗ ସେ.ମି. ।

Question 16.
ଗୋଟିଏ ଅଦ୍ଧବୃତ୍ତାକାର ପଡ଼ିଆର କ୍ଷେତ୍ରଫଳ 2772 ବର୍ଗମିଟର । ଏହି ପଡ଼ିଆକୁ ବାଡ଼ଦ୍ଵାରା ଆବଦ୍ଧ କରିବାକୁ ହେଲେ ମିଟର ପ୍ରତି 37 ପଇସା ଦରରେ କେତେ ଖର୍ଚ୍ଚ ହେବ ?
Solution:
ମନେକର ଅର୍ଦ୍ଧବୃତ୍ତାକାର ପଡ଼ିଆର ବ୍ୟାସାର୍ଦ୍ଧ = r ମି. ।
ଅର୍ବବୃତ୍ତାକାର ପଡ଼ିଆର କ୍ଷେତ୍ରଫଳ = \(\frac{\pi r^2}{2}\) ବ.ମି.
ପ୍ରଶ୍ନନୁସାରେ, \(\frac{\pi r^2}{2}\) = 2772
⇒\(\frac { 22 }{ 7 }\) × r2 = 2772 × 2 ⇒ r2 = \(\frac{2772 \times 2 \times 7}{22}\)
⇒ r2 = 1764 ⇒ r = 42 ମି.
ଅଦ୍ଧବୃତ୍ତାକାର ପଡ଼ିଆର ପରିସୀମା = (πr + 2r) ମି.
= (\(\frac { 22 }{ 7 }\) × 42 + 2 × 42) ମି.. = (132 + 84) ମି. = 216 ମି.
∴ ପଡ଼ିଆକୁ ବାଡ଼ ଦେବାପାଇଁ ମିଟରକୁ 37 ପଇସା ଖର୍ଚ୍ଚ ହେଲେ 216 ମିଟରକୁ ବାଡ଼ ଦେବାରେ ଖର୍ଚ୍ଚ ହେବ = 216 × 37 ପ. = ଟ. 79.92 |

Question 17.
ଗୋଟିଏ ବୃତ୍ତାକାର ରାସ୍ତାର ବାହାର ଓ ଭିତର ବୃତ୍ତର ବ୍ୟାସ ଯଥାକ୍ରମେ 56 ସେ.ମି. ଓ 42 ସେ.ମି. । ରାସ୍ତାଟିର କ୍ଷେତ୍ରଫଳ ନିର୍ଣ୍ଣୟ କର ।
Solution:
ବୃତ୍ତାକାର ରାସ୍ତାର ବାହାର ବୃତ୍ତର ବ୍ୟାସ = 56 ସେ.ମି.
⇒ ବହିଃ ବ୍ୟାସାର୍ଦ୍ଧ (R) = \(\frac { 56 }{ 2 }\) = 28 ସେ.ମି.
ବୃତ୍ତାକାର ରାସ୍ତାର ଭିତର ବୃତ୍ତର ବ୍ୟାସ = 42 ସେ.ମି.
⇒ ଅନ୍ତଃ ବ୍ୟାସାର୍ଦ୍ଧ (r) = \(\frac { 42 }{ 2 }\) = 21 ସେ.ମି.
∴ ରାସ୍ତାର ସେତ୍ରଫଳ = π(R2 – r2)
= \(\frac { 22 }{ 7 }\) (282 – 212) = \(\frac { 22 }{ 7 }\) (784 – 441) = \(\frac { 22 }{ 7 }\) × 343 = 1078 ଟଟ. ସେ.ମି.

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(b)

Question 18.
32 ମିଟର ବ୍ୟାସ ବିଶିଷ୍ଟ ଗୋଟିଏ ବୃତ୍ତାକାର ବଗିଚା ମଧ୍ଯରେ ତାହାର ସୀମାକୁ ଲାଗି ଗୋଟିଏ ରାସ୍ତା ନିର୍ମିତ ହୋଇଛି । ରାସ୍ତାର କ୍ଷେତ୍ରଫଳ 352 ବର୍ଗମିଟର ହେଲେ ଏହାର ପ୍ରସ୍ଥ କେତେ ?
Solution:
ରାସ୍ତାର ବାହାର ବୃତ୍ତର ବ୍ୟାସ = 32 ସେ.ମି.
⇒ ବ୍ୟାସାର୍ଦ୍ଧ = OB = \(\frac { 32 }{ 2 }\) = 16 ମି.
ବାହାର କ୍ଷେତ୍ରଫଳ = π × (16)2 ଟ.ମି.
ମନେକର ଅନ୍ତଃବୃତ୍ତର ବ୍ୟାସାର୍ଦ୍ଧ = r ମି.
ଅନ୍ତଃବୃତ୍ତର କ୍ଷେତ୍ରଫଳ = πr2 ବର୍ଗ ମି.
BSE Odisha 10th Class Maths Solutions Geometry Chapter 5 Img 6
∴ ରାସ୍ତାର କ୍ଷେତ୍ରଫଳ = π(162 – r2) ବର୍ଗ ମି.
ପ୍ରଶ୍ନନୁସାରେ, π(162 – r2) = 352
⇒ \(\frac { 22 }{ 7 }\) (256 – r2) = 352 ⇒ 256 – r2 = 352 × \(\frac { 7 }{ 22 }\)
⇒ 256 – r2 = 112 ⇒ r2 = 144 ⇒ r = 12 ମି. |
∴ ରାସ୍ତାର ପ୍ରମ = (16 – 12) ମି. = 4 ମି. |

Question 19.
ଦୁଇଟି ବୃତ୍ତର ପରିସ୍‌ର ସମଷ୍ଟି 220 ସେ.ମି. । କ୍ଷେତ୍ରଫଳର ଅନ୍ତର 770 ବର୍ଗ ସେ.ମି. । ବୃତ୍ତଦ୍ଵୟର ବ୍ୟାସାର୍ଦ୍ଧ ନିର୍ଣ୍ଣୟ କର ।
Solution:
ମନେକର ପ୍ରଥମ ଓ ଦ୍ୱିତୀୟ ବୃତ୍ତର ବ୍ୟାସାର୍ଦ୍ଧ ଯଥାକ୍ରମେ R ସେ.ମି. ଓ r ସେ.ମି. ।
ସେମାନଙ୍କର ପରିସ୍ ଯଥାକ୍ରମେ 2πR ସେ.ମି. ଓ 2πr ସେ.ମି. ।
ସେମାନଙ୍କର କ୍ଷେତ୍ରଫଳ ଯଥାକ୍ରମେ πR2 ବର୍ଗ ସେ.ମି. ଓ πr2 ବର୍ଗ ସେ.ମି. ।
ପ୍ରଶ୍ନନୁସାରେ, 2лR + 2лг = 220
⇒ 2л (R + r) = 220 ⇒ 2 × \(\frac { 22 }{ 7 }\) (R + r) = 220
⇒ R + r = \(\frac{220 \times 7}{22 \times 2}\) 35 ସେ.ମି. …(i)
ପୁନଶ୍ଚ, лR2 – лr2 = 770 ⇒ л (R2 – r2) = 770
⇒ \(\frac { 22 }{ 7 }\)(R + r) (R – r) = 770
⇒ \(\frac { 22 }{ 7 }\) × 35 (R – r) = 770 ⇒ R – r = \(\frac{770 \times 7}{22 \times 35}\)
⇒ R – r = 7
(i) ଓ (ii) କୁ ଯୋଗକଲେ, 2R = 42 ସେ.ମି. ⇒ R = 21 ସେ.ମି. ଓ r = 35 – 21 = 14 ସେ.ମି.
∴ ବୃତ୍ତଦ୍ଵୟର ବ୍ୟାସାର୍ଦ୍ଧ 21 ସେ.ମି. ଓ 14 ସେ.ମି. ।

Question 20.
ଗୋଟିଏ ଲୁହା ତାରକୁ ବର୍ଗକୃତି କଲେ ବର୍ଗକ୍ଷେତ୍ରଟିର କ୍ଷେତ୍ରଫଳ 484 ବର୍ଗ ସେ.ମି. ହୁଏ । ଯଦି ଏହାକୁ ବୃତ୍ତାକୃତି କରାଯାଏ ତେବେ ବୃତ୍ତଟିର କ୍ଷେତ୍ରଫଳ କେତେ ହେବ ?
Solution:
ବର୍ଗକ୍ଷେତ୍ରଟିର କ୍ଷେତ୍ରଫଳ = 484 ବର୍ଗ ସେ.ମି.
ବର୍ଗକ୍ଷେତ୍ରଟିର ବାହୁର ଦୈର୍ଘ୍ୟ = \(\sqrt{484}\) = 284 ସେ.ମି.
ବର୍ଗକ୍ଷେତ୍ରଟିର ପରିସୀମା = 4 × ବାହୁର ଦୈର୍ଘ୍ୟ = 4 × 22 = 88 ସେ.ମି.
ବୃତ୍ତର ପରିଧ୍ = 88 ସେ.ମି.
ମନେକର ଦରର ବ୍ୟାପାଦ = r ସେ.ମି. ⇒ ବାହୁର ଦୈର୍ଘ୍ୟ = 2πr ସେ.ମି. ।
ପ୍ରଶ୍ନନୁସାରେ, 2πr = 88
⇒ 2 × \(\frac { 22 }{ 7 }\) × r = 88 ⇒ r = \(\frac{88 \times 7}{44}\) = 14 ସେ.ମି.
∴ ବୃତ୍ତଦ୍ଵୟର ବ୍ୟାସାର୍ଦ୍ଧ = лr2 = \(\frac { 22 }{ 7 }\) × 14 × 14 = 616 ସେ.ମି. |

Question 21.
ଦୁଇଟି ବୃତ୍ତର ବ୍ୟାସର ଅନୁପାତ 4 : 5 । ଯଦି ପ୍ରଥମ ବୃତ୍ତଟିର କ୍ଷେତ୍ରଫଳ 352 ବର୍ଗ ସେ.ମି. କ୍ଷେତ୍ରଫଳ ନିର୍ଣ୍ଣୟ କର ।
Solution:
ବୃତ୍ତର ବ୍ୟାସ = r ଏକକ ହେଲେ ବୃତ୍ତର କ୍ଷେତ୍ରଫଳ лr2 ବର୍ଗ ଏକକ
ବୃତ୍ତଦ୍ଵୟର ବ୍ୟାସର ଅନୁପାତ 4 : 5 ⇒ ବୃତ୍ତଦ୍ଵୟର ବ୍ୟାସାର୍ଦ୍ଧର ଅନୁପାତ 4 : 5
∴ ପ୍ରଥମ ବୃତ୍ତର ବ୍ୟାସାର୍ଦ୍ଧ 4x ସେ.ମି. ହେଲେ, ଦ୍ୱିତୀୟ ବୃତ୍ତର ବ୍ୟାସାର୍ଦ୍ଧ 5x ସେ.ମି. ।
ପ୍ରଥମ ବୃତ୍ତର କ୍ଷେତ୍ରଫଳ = л × (4x)2 = 16 лx2 ବର୍ଗ ସେ.ମି.
ଦ୍ୱିତୀୟ ବୃତ୍ତର କ୍ଷେତ୍ରଫଳ = л × (5x)2 = 25 лx2 ବର୍ଗ ସେ.ମି.
ପ୍ରଶ୍ନନୁସାରେ, 16лx2 = 352 ⇒ лx2 = \(\frac { 352 }{ 16 }\) = 22
∴ ଦ୍ୱିତୀୟ ବୃତ୍ତର କ୍ଷେତ୍ରଫଳ = 25 лx2 = 25 × 22 = 550 ବର୍ଗ ସେ.ମି. |

Question 22.
ଏକ ବୃତ୍ତାନ୍ତର୍ଲିଖ ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ 143√3 ସେ.ମି. ହେଲେ, ବୃତ୍ତର କ୍ଷେତ୍ରଫଳ କେତେ ?
Solution:
ବୃତ୍ତାନ୍ତର୍ଲିଖ ସମବାହୁ ତ୍ରିଭୁଜର ବାହୁର ଦୈର୍ଘ୍ୟ = 14√3 ସେ.ମି.|
ABC ବୃତ୍ତରେ ଏକ ସମବାହୁ ତ୍ରିଭୁଜ ଅନ୍ତର୍ଲିଖୁତ । ପରିବୃତ୍ତର କେନ୍ଦ୍ର O ।
ଆମେ ଜାଣୁ, ସମବାହୁ ତ୍ରିଭୁଜର ଅନ୍ତଃକେନ୍ଦ୍ର, ଭରକେନ୍ଦ୍ର ଓ ଲମ୍ବ ବିନ୍ଦୁ ଏକ ଓ ଅଭିନ୍ନ ଅଟେ ।
O ଭରକେନ୍ଦ୍ର । BO = \(\frac { 2 }{ 3 }\) AD
ପୁନଶ୍ଚ ଉଚ୍ଚତା = AD = 143√3 × \(\frac{\sqrt{3}}{2}\) = 21 ସେ.ମି.|
ବ୍ୟାସାର୍ଦ୍ଧ = BO = \(\frac { 2 }{ 3 }\) AD = \(\frac { 2 }{ 3 }\) × 21 = 14 ସେ.ମି.|
BSE Odisha 10th Class Maths Solutions Geometry Chapter 5 Img 7
∴ ଦଉର ଯେତ୍ରଫଳ = лr2 = \(\frac { 22 }{ 7 }\) × 14 × 14 = (44 × 14) ଦ.ସେ.ମି. = 616 ଦ.ଗ ସେ.ମି.
△OBD ରେ cos 30° = \(\frac { BD }{ OB }\) ⇒ \(\frac{\sqrt{3}}{2}\) = \(\frac{7 \sqrt{3}}{\mathrm{OB}}\)
⇒ OB = 14 ସେ.ମି.|

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(b)

Question 23.
ଗୋଟିଏ ସମବାହୁ ତ୍ରିଭୁଜର ଅନ୍ତଃବୃତ୍ତର କ୍ଷେତ୍ରଫଳ 154 ବର୍ଗ ମି. ହେଲେ, ତ୍ରିଭୁଜର ପରିସୀମା ନିର୍ଣ୍ଣୟ କର ।
Solution:
ମନେକର ଅନ୍ତଃବୃତ୍ତର ବ୍ୟାସାର୍ଦ୍ଧ = r ମି.
ଅନ୍ତଃବୃତ୍ତର କ୍ଷେତ୍ରଫଳ = лr2 ବର୍ଗ ମି.
ପ୍ରଶ୍ନନୁସାରେ, лr2 = 154
⇒ \(\frac { 22 }{ 7 }\) × r2 = 154 ⇒ r2 = 154 × \(\frac { 7 }{ 22 }\) = 49
⇒ r = 7 ମି. = OD
BSE Odisha 10th Class Maths Solutions Geometry Chapter 5 Img 8
ସମବାହୁ ତ୍ରିଭୁଜର ଅନ୍ତଃକେନ୍ଦ୍ର, ଭରକେନ୍ଦ୍ର ଓ ଲମ୍ବବିନ୍ଦୁ ଏକ ଓ ଅଭିନ୍ନ ଅଟେ ।
∵ O ଉରକେନ୍ଦୁ | AD = 3OD = 3 × 7 = 21 ମି., ରକତା = AD = 21 ମି.
ପଦ୍ରୁର ବୈଶ୍ୟ (AB) = AD × \(\frac{2}{\sqrt{3}}\) = 21 × \(\frac{2}{\sqrt{3}}\) = 14√3 ମି.|
∴ ତ୍ରିକକର ପର୍ବପାପା = 14√3 × 3 = 42√3 ମି.|

Question 24.
ଗୋଟିଏ ବୃତ୍ତରେ ଗୋଟିଏ ବୃତ୍ତକଳାର ଚାପର ଦୈର୍ଘ୍ୟ ଅନ୍ୟ ଏକ ବୃତ୍ତକଳାର ଚାପର ଦୈର୍ଘ୍ୟର ତିନିଗୁଣ । ପ୍ରଥମଟିର କ୍ଷେତ୍ରଫଳ ୨ ବର୍ଗ ସେ.ମି. ହେଲେ ଦ୍ବିତୀୟ ବୃତ୍ତକଳାର କ୍ଷେତ୍ରଫଳ କେତେ ?
Solution:
ମନେକର ଦ୍ୱିତୀୟ ବୃତ୍ତକଳାର ଚାପର ଦୈର୍ଘ୍ୟ L ସେ.ମି. ।
ତେବେ ପ୍ରଥମ ବୃତ୍ତକଳାର ଚାପର ଦୈର୍ଘ୍ୟ 3L ସେ.ମି. ।
ମନେକର ପ୍ରଥମ ବୃତ୍ତକଳାର ବ୍ୟାସାର୍ଦ୍ଧର ଦୈର୍ଘ୍ୟ = r ସେ.ମି.
ପ୍ରଥମ ବୃତ୍ତକଳାର କ୍ଷେତ୍ରଫଳ = \(\frac { 1 }{ 2 }\) × 3L × r ⇒ 9 = \(\frac{3 \mathrm{Lr}}{2}\) ⇒ r = \(\frac { 18 }{ 3L }\) = \(\frac { 6 }{ L }\) ସେ.ମି. ।
ଦ୍ୱିତୀୟ ବୃତ୍ତକଳାର କ୍ଷେତ୍ରଫଳ = × Lr = xLx = 3 ବର୍ଗ ସେ.ମି.
(∵ ଦୁଇଟିଯାକ ବୃତ୍ତକଳା, ଗୋଟିଏ ବୃତ୍ତର ଅଟନ୍ତି ।)
∴ ଦ୍ବିତୀୟ ବୃତ୍ତକଳାର କ୍ଷେତ୍ରଫଳ 3 ବର୍ଗ ସେ.ମି. ।

Question 25.
ଗୋଟିଏ ବୃତ୍ତକଳା ଆକାର ବିଶିଷ୍ଟ କୌଣସି କ୍ଷେତ୍ରର ଚାରିପାଖରେ ବାଡ଼ ଦେବାପାଇଁ ମିଟରକୁ ଟ. 1.50 ହିସାବରେ ଟ. 75 ଖର୍ଚ୍ଚ ହେଲା । ବୃତ୍ତକଳାର ଚାପର ଡିଗ୍ରୀ ପରିମାପ 90° ହେଲେ ତାହାର ବ୍ୟାସାର୍ଦ୍ଧ କେତେ ?
Solution:
ମିଟରକୁ ଟ. 1.50 ହିସାବରେ 75 ଟଙ୍କା ଖର୍ଚ୍ଚ ହେବ
= \(\frac { 75 }{ 1.50 }\) = \(\frac{75 \times 100}{150}\) ମି. = 50 ନିଗର ଦାଉ ହେବାରେ
ବୃତ୍ତକଳାର ପରିସୀମା = 50 ମିଟର |
ମନେକର ବୃତ୍ତକଳାର ବ୍ୟାସାର୍ଦ୍ଧ = r ମି. ଓ ଚାପର ଦୈର୍ଘ୍ୟ = l ମି.
ବୃତ୍ତକଳାର ଚାପର ଡିଗ୍ରୀ ପରିମାପ (θ) = 90°
BSE Odisha 10th Class Maths Solutions Geometry Chapter 5 Img 9
ଚାପର ଦୈର୍ଘ୍ୟ l = \(\frac{\theta}{180^{\circ}}\) × πr
⇒ l = \(\frac { 90 }{ 180 }\) × \(\frac { 22 }{ 7 }\) × r = \(\frac { 11r }{ 7 }\) ମି.
ବୃତ୍ତକଳାର ପରିମାପ = l + 2r = 50 ମି. ⇒ \(\frac { 11r }{ 7 }\) + 2r = 50
⇒ \(\frac{11 r+14 r}{-7}\) = 50 ⇒ 25r = 50 × 7 ⇒ r = \(\frac{50 \times 7}{25}\) = 14 ମି.
ବୃତ୍ତକଳାର ବ୍ୟାସାର୍ଦ୍ଧ 14 ମିଶର |

Question 26.
7 ସେ.ମି. ବ୍ୟାସଦ୍ଧ ବିଶିଷ୍ଟ ତିନୋଟି ବୃତ୍ତ ପରସ୍ପରକୁ ସ୍ପର୍ଶ କରନ୍ତି । ବୃତ୍ତମାନଙ୍କର ବହିଃସ୍ଥ ମାତ୍ର ସେମାନଙ୍କ ଦ୍ଵାରା ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳର ଦଶମିକ ଦୁଇ ସ୍ଥାନ ପର୍ଯ୍ୟନ୍ତ ଆସନ୍ତମାନ ନିର୍ଣ୍ଣୟ କର ।
(√3-1-73, π-3-14)
Solution:
7 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ତିନୋଟି ବୃତ୍ତ ପରସ୍ପରକୁ ଛେଦ କରନ୍ତି ।
ବୃତ୍ତ ତ୍ରୟର ବାହାରେ ଆବଦ୍ଧ କ୍ଷେତ୍ର PQR ଚିହ୍ନିତ ହୋଇଛି ।
ତିନି ବୃତ୍ତର କେନ୍ଦ୍ର A, B, C କୁ ଯୋଗକଲେ ଏକ
ସମବାହୁ ତ୍ରିଭୁଜ ସୃଷ୍ଟି ହେବ;
କାରଣ AB = BC = CA = 2 × 7 = 14 ସେ.ମି. ।
BSE Odisha 10th Class Maths Solutions Geometry Chapter 5 Img 10
ତେଣୁ △ABC ର କ୍ଷେତ୍ରଫଳ = \(\frac{\sqrt{3}}{4}\) × (14)2 = \(\frac{\sqrt{3}}{4}\) × 14 × 14 = 49√3 ବର୍ଗ ସେ.ମି. ।
ARQ, BPR, CPQ ତିନି ସମାନ ବୃତ୍ତର ସମାନ ବୃତ୍ତକଳା; ପ୍ରତ୍ୟେକର କୋଣ 60° |
∴ ଆବଦ୍ଧ କ୍ଷେତ୍ରର କ୍ଷେତ୍ରଫଳ = △ABC ର କ୍ଷେତ୍ରଫଳ – ତିନି ସମାନ ବୃତ୍ତକଳାର କ୍ଷେତ୍ରଫଳର ସମଷ୍ଟି
= \(\frac{\sqrt{3}}{4}\) × (AB)2 – 76.93 = \(\frac{\sqrt{3}}{4}\) × (14)2 – 76.93 = \(\frac{\sqrt{3}}{4}\) × 196 – 76.93
= 1.73 × 49 – 76.93 = 84.77 – 76.93 = 7.84 ବର୍ଗ ସେ.ମି. ।

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(b)

Question 27.
ଅନ୍ତଃବ୍ୟାସାର୍ଦ୍ଧ 12 ସେ.ମି. ଓ ବହିଃବ୍ୟାସାର୍ଦ୍ଧ 13 ସେ.ମି. ହୋଇଥ‌ିବା ଏକ ବଳୟର କ୍ଷେତ୍ରଫଳ କ୍ଷେତ୍ରଫଳ ସହ ସମାନ ହେଲେ ବୃତ୍ତଟିର ବ୍ୟାସାର୍ଦ୍ଧ ନିର୍ଣ୍ଣୟ କର ।
Solution:
ଏଠାରେ ଅନ୍ତଃବ୍ୟାସାର୍ଦ୍ଧ (r) = 12 ସେ.ମି., ବହିଃବ୍ୟାସାର୍ଦ୍ଧ (R) = 13 ସେ.ମି.
∴ ଦଳୀୟର ପ୍ରେତ୍ରଫଳ = π(R2 – r2) = π(132 – 122) = π(13 + 12) (13 – 12) = 25π ଦଶସେ.ମି.
ମନେକର ବୃତ୍ତର ବ୍ୟାସାର୍ଦ୍ଧ = r ସେ.ମି.
ବୃତ୍ତର କ୍ଷେତ୍ରଫଳ = лr2 ବର୍ଗ ସେ.ମି.
ପ୍ରଶ୍ନନୁସାରେ, лr2 = 25л ⇒ r2 = 25 ⇒ r = √25 = 5
∴ ବୃତ୍ତର ବ୍ୟାସାର୍ଦ୍ଧ = 5 ସେ.ମି.

Question 28.
ଗୋଟିଏ ବୃତ୍ତରେ ଅଙ୍କିତ ଏକ ବୃତ୍ତକଳାର ଚାପ \(\widehat{\mathbf{A X B}}\) ର ଡିଗ୍ରୀ ପରିମାପ 60° । ବ୍ୟାସାର୍ଦ୍ଧ \(\overline{\mathbf{O A}}\),\(\overline{\mathbf{O B}}\) ଏବଂ
\(\widehat{\mathbf{A X B}}\) କୁ ସ୍ପର୍ଶ କରୁଥିବା ବୃତ୍ତର କ୍ଷେତ୍ରଫଳ ୨л ବର୍ଗ ଏକକ ହେଲେ,
(i) ପ୍ରଥମ ବୃତ୍ତର ବ୍ୟାସାର୍ଦ୍ଧ ନିର୍ଣ୍ଣୟ କର ।
(ii) OAXB ବୃତ୍ତକଳା ଓ ଏହା ମଧ୍ୟରେ ଅଙ୍କିତ ବୃତ୍ତର କ୍ଷେତ୍ରଫଳର ଅନୁପାତ ନିର୍ଣ୍ଣୟ କର ।
Solution:
M\(\widehat{\mathbf{A X B}}\) = 60° ⇒ m∠AOB = 60°
ବୃତ୍ତରେ ଅନ୍ତର୍ଲିଖ ବୃତ୍ତର କ୍ଷେତ୍ରଫଳ = 9л ବର୍ଗ ଏକକ
⇒ лPM2 = 9л ⇒ PM2 = 9 ⇒ PM = 3 ଏକକ
ପ୍ରଥମ ବୃତ୍ତର ବ୍ୟାସାର୍ଦ୍ଧ = 3 ଏକକ
OP = 2 PM = 2 × 3 = 6 ଏକକ
BSE Odisha 10th Class Maths Solutions Geometry Chapter 5 Img 11
ବୃତ୍ତକଳାର ବ୍ୟାସାର୍ଦ୍ଧ (OX) = OP + PX = OP + PM = 6 + 3 = 9 ଏକକ |
ବୃତ୍ତକଳାର କ୍ଷେତ୍ରଫଳ = \(\frac { 60° }{ 360 }\) × л(92) = \(\frac { 27л }{ 2 }\) ଏକକ |
∴ ବୃତ୍ତକଳାର କ୍ଷେତ୍ରଫଳ / ବୃତ୍ତର କ୍ଷେତ୍ରଫଳ = \(\frac{\frac{27}{2} \pi}{9 \pi}\) = \(\frac { 27 }{ 18 }\) = \(\frac { 3 }{ 2 }\) = 3:2
∴ ବୃତ୍ତକଳା ଓ ବୃତ୍ତର କ୍ଷେତ୍ରଫଳର ଅନୁପାତ = 3 : 2 |

Question 29.
8 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତରେ
(i) 8 ସେ.ମି. ପରିମିତ ଜ୍ୟା ଦ୍ୱାରା ଛେଦିତ କ୍ଷୁଦ୍ରତର ବୃତ୍ତଖଣ୍ଡର କ୍ଷେତ୍ରଫଳ ନିଶ୍ଚୟ କର ।
(ii) 8√2 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଜ୍ୟା ଦ୍ୱାରା ଛେଦିତ କ୍ଷୁଦ୍ରତର ବୃତ୍ତଖଣ୍ଡର କ୍ଷେତ୍ରଫଳ ନିର୍ଣ୍ଣୟ କର ।
Solution:
(i) ଏଠାରେ △AOB ସମବାହୁ ।
△AOB ର କ୍ଷେତ୍ରଫଳ = \(\frac{\sqrt{3}}{4}\) × 82
= 16√3 = 16 × 1.732 = 27.712 ବର୍ଗ ସେ.ମି.
BSE Odisha 10th Class Maths Solutions Geometry Chapter 5 Img 12
OAXB ବୃତ୍ତକଳାର କ୍ଷେତ୍ରଫଳ = \(\frac { θ }{ 360° }\) × лr2 = \(\frac { 60 }{ 360 }\) × 3.141 × 82
= 0.5235 × 64 = 33.504 ବର୍ଗ ସେ.ମି.
∴ କ୍ଷୁଦ୍ରତର ବୃତ୍ତଖଣ୍ଡର କ୍ଷେତ୍ରଫଳ = (33.504 – 27.712) = 5.792 ବର୍ଗ ସେ.ମି.

(ii) ପାର୍ଶ୍ଵସ୍ଥ ଚିତ୍ରରେ AB = √2 ସେ.ମି., OA = 8 ସେ.ମି., OB = 8 ସେ.ମି.
= △AOB ଏକ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ । ⇒ m∠AOB = 90°
∴ ବୃତ୍ତଖଣ୍ଡର କ୍ଷେତ୍ରଫଳ = \(\frac { θ }{ 360° }\) × лr2 = \(\frac { 90 }{ 360 }\) × 3.141 × 8 × 8
= 3.141 × 16 = 50.256 ବର୍ଗ ସେ.ମି.
BSE Odisha 10th Class Maths Solutions Geometry Chapter 5 Img 13
△AOBର କ୍ଷେତ୍ରଫଳ = \(\frac { 1 }{ 2 }\) × 8 × 8 = 32 ବର୍ଗ ସେ.ମି.
∴ କ୍ଷୁଦ୍ରତର ବୃତ୍ତଖଣ୍ଡର କ୍ଷେତ୍ରଫଳ
= (50.256 – 32) = 18.256 ବର୍ଗ ସେ.ମି.

Question 30.
20 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତର କେନ୍ଦ୍ରରେ 60° କୋଣ ଉତ୍ପନ୍ନ କରୁଥିବା ବୃତ୍ତଖଣ୍ଡର କ୍ଷେତ୍ରଫଳ ନିଶ୍ଚୟ କର । ( √3 − 1.732) (л ~ 3.141)
Solution:
ଏଠାରେ ବ୍ୟାସାର୍ଦ୍ଧ (r) = 20 ସେ.ମି. ଓ କେନ୍ଦ୍ରସ୍ଥ କୋଣ (θ) = 60°
∴ ବୃତ୍ତଖଣ୍ଡର କ୍ଷେତ୍ରଫଳ = \(\frac { θ }{ 360° }\) × лr2 = \(\frac { 60 }{ 360 }\) × 3.141 × 20 × 20
= 1.047 × 200 = 209.4 ବର୍ଗ ସେ.ମି.
BSE Odisha 10th Class Maths Solutions Geometry Chapter 5 Img 14
△AOB ର କ୍ଷେତ୍ରଫଳ = \(\frac{\sqrt{3}}{4}\) × 202 = \(\frac { 1.732 }{ 4 }\) × 400
= 173.2 ବର୍ଗ ସେ.ମି.
∴ କ୍ଷୁଦ୍ରତର ବୃତ୍ତଖଣ୍ଡର କ୍ଷେତ୍ରଫଳ = (209.4 – 173.2) = 36.2 ବର୍ଗ ସେ.ମି.
∴ ବୃହତ୍ ବୃତ୍ତଖଣ୍ଡର କ୍ଷେତ୍ରଫଳ = ବୃତ୍ତର କ୍ଷେତ୍ରଫଳ – କ୍ଷୁଦ୍ରତର ବୃତ୍ତଖଣ୍ଡର କ୍ଷେତ୍ରଫଳ
= л × (20)2 – 36·2 = 3·141 × 400 – 36·2 = 1256.4 – 36·2 = 1220-2 ବର୍ଗ ସେ.ମି.

Question 31.
10 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତର କେନ୍ଦ୍ରରେ 120° କୋଣ ଉତ୍ପନ୍ନ କରୁଥିବା ବୃତ୍ତଖଣ୍ଡର କ୍ଷେତ୍ରଫଳ ନିଶ୍ଚୟ କର । (3 ~ 1.732) (≈ 3.141)
Solution:
ବ୍ୟାସାର୍ଦ୍ଧ (r) = 10 ସେ.ମି., କେନ୍ଦ୍ରସ୍ଥ କୋଣ (θ) =120°
ବୃତ୍ତଖଣ୍ଡର କ୍ଷେତ୍ରଫଳ = \(\frac { θ }{ 360° }\) × лr2 = \(\frac { 120 }{ 360 }\) × 3.141 × 10 × 10
= 1.047 × 100 = 104.7 ବର୍ଗ ସେ.ମି.
△AOB ର କ୍ଷେତ୍ରଫଳ = \(\frac { 1 }{ 2 }\) ab sin θ
BSE Odisha 10th Class Maths Solutions Geometry Chapter 5 Img 15
(ଯେଉଁଠାରେ a = b = 10 ସେ.ମି. ଏବଂ θ = 120°)
= \(\frac { 1 }{ 2 }\) × 10 × 10 × sin 120° = \(\frac { 1 }{ 2 }\) × 10 × 10 × \(\frac{\sqrt{3}}{2}\)
= \(\frac{100 \times 1.732}{4}\) = \(\frac { 173.2 }{ 4 }\) = 43.2 ବର୍ଗ ସେ.ମି.
∴ କ୍ଷୁଦ୍ରତର ବୃତ୍ତଖଣ୍ଡର କ୍ଷେତ୍ରଫଳ = (104.7 – 43.3) = 61.4 ବର୍ଗ ସେ.ମି.
.. ବୃହତ୍ ବୃତ୍ତଖଣ୍ଡର କ୍ଷେତ୍ରଫଳ = ବୃତ୍ତର କ୍ଷେତ୍ରଫଳ – କ୍ଷୁଦ୍ରତର ବୃତ୍ତଖଣ୍ଡର କ୍ଷେତ୍ରଫଳ
= π × 102 – 61.4 = 3.141 × 100 – 61.4 = 314·1 – 61.4 = 252·7 ବର୍ଗ ସେ.ମି.

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Odisha State Board BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ will enable students to study smartly.

BSE Odisha Class 10 Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
→ ନିର୍ବାଚନ ପ୍ରକ୍ରିୟା :

  • ଜନମତ ହେଉଛି ଗଣତନ୍ତ୍ରର ଭିତ୍ତିଭୂମି । ତେଣୁ ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ କରାଯାଇଥାଏ । ଆମ ଦେଶରେ ଏହି ନିର୍ବାଚନ ସାବାଳକ ମତଦାନ ପ୍ରଥା ଉପରେ ଆଧାରିତ ।
  • ଆମ ଦେଶରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ ହୋଇଥାଏ । ଏହି ନିର୍ବାଚନରେ ନାଗରିକମାନେ ମତାତ୍‌କାର ସାବ୍ୟସ୍ତ କରିଥା’ନ୍ତି ।
  • ଗଣତନ୍ତ୍ର ଶାସନରେ ନିର୍ବାଚନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଭାରତର ସମ୍ବିଧାନ ପ୍ରଣେତାମାନେ ଏକ ମୁକ୍ତ, ଅବାଧ ଓ ନିର୍ମଳ ନିର୍ବାଚନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । କାରଣ ନିର୍ବାଚନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ହେଲେ ଗଣତନ୍ତ୍ର ଭୁଶୁଡ଼ିପଡ଼ିବ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଗଭୀର କୁଠାରାଘାତ ହେବ ।
  • ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଲୋକମାନେ ସେମାନଙ୍କର ପ୍ରତିନିଧୁ ଚୟନ କରନ୍ତି ।

→ ନିର୍ବାଚନର ପ୍ରକାରଭେଦ :
ନିର୍ବାଚନ ମୁଖ୍ୟତଃ ଦୁଇପ୍ରକାରର; ଯଥା – ପ୍ରତ୍ୟକ୍ଷ ନିର୍ବାଚନ ଓ ପରୋକ୍ଷ ନିର୍ବାଚନ ।

(୧) ପ୍ରତ୍ୟକ୍ଷ ନିର୍ବାଚନ:
ପ୍ରତ୍ୟକ୍ଷ ନିର୍ବାଚନରେ ସମସ୍ତ ମତଦାତା ସିଧାସଳଖ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନିଜର ମତଦାନ କରିଥାଆନ୍ତି ଏବଂ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାଆନ୍ତି ।

  • ଭାରତକୁ ୫୪୩ ଗୋଟି ଏକ-ସଦସ୍ୟ ବିଶିଷ୍ଟ ସଂସଦୀୟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି । ନିର୍ଦ୍ଦିଷ୍ଟସଂଖ୍ୟକ ଜନସଂଖ୍ୟାକୁ ଆଧାର କରି ଲୋକସଭା ଆସନ ଓ ରାଜ୍ୟ ବିଧାନସଭା ଆସନ ପାଇଁ ଅଲଗା ଅଲଗା ନିର୍ବାଚନମଣ୍ଡଳୀ ସ୍ଥିର କରାଯାଇଛି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ଲେଖାଏଁ ପ୍ରତିନିଧୁ ନିର୍ବାଚିତ ହୁଅନ୍ତି । ତେଣୁ ଏଗୁଡ଼ିକୁ ‘ଏକ- ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ’ କୁହାଯାଏ ।
  • ଲୋକସଭା ଓ ରାଜ୍ୟ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ମାଧ୍ୟମରେ ଲୋକପ୍ରତିନିଧୁ ନିର୍ବାଚିତ ହୁଅନ୍ତି । ଆବଶ୍ୟକସ୍ଥଳେ ଉପ-ନିର୍ବାଚନ ଓ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ବ୍ୟବସ୍ଥା ସମ୍ବିଧାନରେ ରହିଛି । ସ୍ବାଭାବିକ କାର୍ଯ୍ୟକାଳ ପୂର୍ବରୁ ଲୋକସଭା ବା ରାଜ୍ୟ ବିଧାନସଭା ଭାଙ୍ଗିଗଲେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଏବଂ ଜଣେ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ଯୁ କିମ୍ବା ନିର୍ବାଚନ ଅସିଦ୍ଧ ଘୋଷିତ ହେବା ହେତୁ ସେହି ଶୂନ୍ୟ ପଡ଼ିଥିବା ସଦସ୍ୟ ପଦ ପୂରଣ ପାଇଁ ଉପ-ନିର୍ବାଚନ କରାଯାଏ ।
  • ପ୍ରତ୍ୟକ୍ଷ ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକ ନିଜର ରାଜନୈତିକ କର୍ଭବ୍ୟ ପ୍ରତି ସଚେତନ ରହିଥାଏ ଓ ନିଜ ମତଦାନ ଅଧିକାରର ଗୁରୁତ୍ଵ ବୁଝିଥାଏ ।
  • ଲୋକସଭାର ନିର୍ବାଚିତ ୫୪୩ ଜଣ ସାଂସଦଙ୍କୁ ବାଦଦେଲେ ଆଙ୍ଗୋ-ଭାରତୀୟ ସମ୍ପ୍ରଦାୟ ମଧ୍ୟରୁ ୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ ସାଂସଦ ଭାବେ ଲୋକସଭାକୁ ମନୋନୀତ କରିଥା’ନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(୨) ପରୋକ୍ଷ ନିର୍ବାଚନ:
ଲୋକମାନେ ପରୋକ୍ଷ ଭାବରେ ନିଜର ପ୍ରତିନିଧ‌ିଙ୍କୁ ବାଛିବାକୁ ପରୋକ୍ଷ ନିର୍ବାଚନ କୁହାଯାଏ ।

  • ଏହି ପ୍ରକ୍ରିୟାରେ ମତଦାତାମାନେ ପ୍ରଥମେ ଗୋଟିଏ ପ୍ରତିନିଧ୍ଵ ସଭା ପାଇଁ ଲୋକ ପ୍ରତିନିଧୁ ନିର୍ବାଚିତ କରନ୍ତି । ଏହି ନିର୍ବାଚିତ ଲୋକପ୍ରତିନିଧୂ ସଭାର ସଦସ୍ୟମାନେ ଅନ୍ୟ ଲୋକପ୍ରତିନିଧୁମାନଙ୍କୁ ନିର୍ବାଚିତ କରନ୍ତି । ଏହା କମ୍ ବ୍ୟୟସାପେକ୍ଷ।
  • ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟସଭାର ସଦସ୍ୟ ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟମାନେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଥା’ନ୍ତି ।

(୧) ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାମାନଙ୍କର ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ‘ନିର୍ବାଚକ ମଣ୍ଡଳୀ’ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।
(୨) ଲୋକସଭା ଓ ରାଜ୍ୟସଭାର ସଭ୍ୟମାନେ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।

→ ଭାରତରେ ପ୍ରଚଳିତ ନିର୍ବାଚନ ବ୍ୟବସ୍ଥାର ବିଶେଷତ୍ଵ:

  • ଭାରତ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଲୋକସଭା,ରାଜ୍ୟ ବିଧାନସଭାର ସଦସ୍ୟ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର କେତେକ ସ୍ଵାୟତ୍ତ ଶାସନ ସଂସ୍ଥା; ଯଥା – ପୌର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ନିର୍ବାଚିତ ସଦସ୍ୟ ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ କରାଯାଏ । ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
  • ରାଜ୍ୟସଭା, ରାଜ୍ୟ ବିଧାନ ପରିଷଦର ସଦସ୍ୟ, ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ଭାବରେ ନିର୍ବାଚିତ ହୁ ଅନ୍ତି ।
  • ଲୋକସଭା ଓ ରାଜ୍ୟ ବିଧାନମଣ୍ଡଳର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଯୋଗ୍ୟ ମତଦାତାଙ୍କର ଏକ ନାମ ତାଲିକା ପ୍ରସ୍ତୁତିର ବ୍ୟବସ୍ଥା ରହିଛି । ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ମତଦାତାଙ୍କ ନାମ ତାଲିକା ଅନ୍ତର୍ଭୁକ୍ତ କରାଯିବ ।
  • ସାର୍ବଜନୀନ ସାବାଳକ ମତଦାନ ପ୍ରଥା ହେଉଛି ଭାରତୀୟ ନିର୍ବାଚନ ବ୍ୟବସ୍ଥାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାଦ୍ୱାରା ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦୂର୍ଣ୍ଣ ବୟସର ସାବାଳକ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିବାର ଅଧ୍ୟାକାର ପାଇଛନ୍ତି ।
  • ଲୋକସଭା, ରାଜ୍ୟସଭା, ରାଜ୍ୟ ବିଧାନସଭା, ରାଜ୍ୟ ବିଧାନ ପରିଷଦ ଏବଂ ଅନ୍ୟାନ୍ୟ ନିର୍ବାଚିତ ପଦବୀ ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ବିଷୟରେ ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ।
  • ମତଦାତାଙ୍କ ନାମ ତାଲିକା ନିୟମିତ ଭାବେ ନିର୍ବାଚନ ପୂର୍ବରୁ ସଂଶୋଧନ କରାଯାଏ । ଏହାଛଡ଼ା ପ୍ରତି ୧୦ ବର୍ଷରେ ଥରେ ଜନଗଣନା ଶେଷ ହେବା ପରେ ମଧ୍ଯ ନାମ ତାଲିକା ସଂଶୋଧନ କରାଯାଏ ।
  • ଆମ ସମ୍ବିଧାନ ଅନୁସାରେ ଜଣେ ମତଦାତା ଗୋପନୀୟ ମତଦାନ ମାଧ୍ୟମରେ ତା’ର ମତଦାନ ସାବ୍ୟସ୍ତ କରେ । ଘୋଷିତ ହେବେ ।
  • ବର୍ତ୍ତମାନ ନିର୍ବାଚନରେ ‘ଇଲେକ୍ଟ୍ରୋନିକ୍ସ ମତଦାନ ଯନ୍ତ୍ର’ ପ୍ରଚଳନ କରାଯାଉଛି । ଫଳର ମତଦାନ ଓ ମତଗଣନା କାର୍ଯ୍ୟ ସହଜରେ ଓ ଶୀଘ୍ର ହୋଇପାରୁଛି । କିଛି ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ କାର୍ଯ୍ୟରେ ମତଦାନ ବ୍ୟବସ୍ଥା ‘ବାଲାଟ୍ ପେପର’ ମାଧ୍ୟମରେ କରାଯାଉଛି ।
  • ଭାରତର ସମ୍ବିଧାନ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ସ୍ୱାର୍ଥରକ୍ଷା ପାଇଁ ଲୋକସଭା, ରାଜ୍ୟ ବିଧାନସଭା, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାରେ ସେମାନଙ୍କ ଜନସଂଖ୍ୟାର ଅନୁପାତ ଅନୁସାରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ହୋଇଛି ।
  • ବର୍ତ୍ତମାନ ଲୋକସଭାରେ ୭୯ଟି ଆସନ ଓ ୪୧ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ୨୪ଟି ଆସନ ଅନୁସୂଚିତ ଜାତି, ୩୨ଟି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ।
  • ସମ୍ବିଧାନ ଅନୁସାରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିବାଦର ସମାଧାନ ପାଇଁ କ୍ଷମତା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଦେଶର ଉଚ୍ଚତମ ନ୍ୟାୟାଳୟ ଉପରେ ନ୍ୟସ୍ତ କରାଯାଇଛି । ପ୍ରତ୍ୟେକ ବିଜୟୀ ପ୍ରାର୍ଥୀଙ୍କୁ ରିଟଣ୍ଡିଂ ଅଫିସର ଏକ ‘ସ୍ବୀକୃତି ପତ୍ର’ ପ୍ରଦାନ କରନ୍ତି । ଜିଲ୍ଲାପାଳ ସେହି ଜିଲ୍ଲାର ସମସ୍ତ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଏବଂ ଉପ-ଜିଲ୍ଲାପାଳମାନେ ସଂପୃକ୍ତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ରାଜ୍ୟ ବିଧାନସଭାର ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଭାବରେ ନିଯୁକ୍ତ ହୁଅନ୍ତି । ଏହି ରିଟଣ୍ଡିଂ ଅଫିସରମାନଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ନିଯୁକ୍ତ କରନ୍ତି ।
  • ଭାରତରେ ସାଧାରଣ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେଶର ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ କରାଯାଇଛି ।
  • ସମ୍ବିଧାନ ଓ ଆଇନଗତ ବ୍ୟବସ୍ଥା ମାଧ୍ୟମରେ ସୂଚିତ ମାନସିକ ବିକୃତି, ଅଣନାଗରିକତା, କେତେକ ନିର୍ଦ୍ଦିଷ୍ଟ ଅପରାଧ ବା ନିର୍ବାଚନରେ ଦୁର୍ନୀତିପରାୟଣତା, ବାସସ୍ଥାନରୁ ବିଚ୍ୟୁତ ଓ ବେଆଇନ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବା କାରଣରୁ ଅଯୋଗ୍ୟ ବିବେଚିତ ବ୍ୟକ୍ତି ମତଦାନ କରିପାରିବେ ନାହିଁ ।
  • 4. ପ୍ରତ୍ୟେକ ରାଜ୍ୟ ଲୋକସଭା ପ୍ରାର୍ଥୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଓ ପ୍ରତ୍ୟେକ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ନିର୍ବାଚନ ଖର୍ଚ୍ଚର ସର୍ବାଧ‌ିକ ପରିମାଣ ଭାବରେ ଆଇନ ମାଧ୍ୟମରେ ସ୍ଥିର କରାଯାଇଛି ।
  • ମତଦାତାଙ୍କର ନିର୍ବାଚନ ଫଟୋ ପରିଚୟପତ୍ର : ପ୍ରତ୍ୟେକ ମତଦାତାଙ୍କୁ ନିର୍ବାଚନ ଆୟୋଗ ଗୋଟିଏ ଲେଖାଏଁ ‘ପରିଚୟପତ୍ର’ ଦେଇଥା’ନ୍ତି । ସେଥରେ ମତଦାତାଙ୍କ ନାମ, ବୟସ, ବାସସ୍ଥାନ, ପିତା/ସ୍ଵାମୀଙ୍କର ନାମ ସୂଚିତ ହୋଇଥାଏ I ମତଦାନ ସମୟର ମତଦାତାଙ୍କର ପରିଚୟ ଏହି ‘ପରିଚୟପତ୍ର’ ଦ୍ବାରା ସାବ୍ୟସ୍ତ ହୋଇଥାଏ ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ 
(୧) ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ :

  • ଲୋକସଭାର ୫୪୩ଟି ସ୍ଥାନ ପାଇଁ ସମଗ୍ର ଦେଶକୁ ୫୪୩ଟି ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି । ଜନସଂଖ୍ୟାକୁ ଆଧାର କରି ନିର୍ବାଚନ ମଣ୍ଡଳୀ ସ୍ଥିର କରାଯାଇଛି । ପ୍ରତ୍ୟେକ ଜନଗଣନା ପରେ ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରିତ ହେଉଛି । ଲୋକସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଗୋଟିଏ ନିର୍ବାଚନ ମଣ୍ଡଳୀ ଏକାଧିକ ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ । ଓଡ଼ିଶାର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ୨୧ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀର ଅନ୍ତର୍ଭୁକ୍ତ କରାଯାଇଛି ଓ ଏହାର ଅନୁପାତ ହେଉଛି – ୭:୧।
  • ଓଡ଼ିଶାରେ ୨୧ ଗୋଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଅଛି । ସେଗୁଡ଼ିକ ହେଲା – (୧) ଆସ୍କା, (୨) ବାଲେଶ୍ୱର, (୩) ବରଗଡ଼, (୪) ବ୍ରହ୍ମପୁର, (୫) ଭଦ୍ରକ (ସଂ), (୬) ଭୁବନେଶ୍ୱର, (୭) ବଲାଙ୍ଗୀର, (୮) କଟକ, (୯) ଢେଙ୍କାନାଳ, (୧୦) ଜଗତ୍‌ସିଂହପୁର(ସଂ), (୧୧) ଯାଜପୁର(ସଂ), (୧୨) କଳାହାଣ୍ଡି, (୧୩) କନ୍ଧମାଳ, (୧୪) କେନ୍ଦ୍ରାପଡ଼ା, (୧୫) କେନ୍ଦୁଝର (ସଂ), (୧୬) କୋରାପୁଟ (ସଂ), (୧୭) ମୟୂରଭଞ୍ଜ (ସଂ), (୧୮) ନବରଙ୍ଗପୁର (ସଂ), (୧୯) ପୁରୀ, (୨୦) ସମ୍ବଲପୁର, (୨୧) ସୁନ୍ଦରଗଡ଼ (ସଂ) ।

(୨) ମତଦାତାଙ୍କ ପୂର୍ଣ୍ଣାଙ୍ଗ ନାମ ତାଲିକା ପ୍ରସ୍ତୁତି:
ମୁଖ୍ୟତଃ ନିର୍ବାଚନ ହେବା ପୂର୍ବରୁ ଭୋଟର ତାଲିକା ସଂଶୋଧ ହୋଇଥାଏ । ସେଥ‌ିରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ନାମ ଓ ଅନ୍ୟ ବିବରଣୀ ରହିଥାଏ । ମୃତ ମତଦାତାଙ୍କ ନାମ ତାଲିକାରୁ କାଟିଦିଆଯାଏ । ଭୋଟର ତାଲିକାରେ ଥ‌ିବା ଭୋଟରମାନେ ହିଁ ଭୋଟ ଦେଇପାରନ୍ତି ।

(୩) ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ଏବଂ ରିଟଣ୍ଡିଂ ଅଫିସର ଓ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି:

  • ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ ଆୟୋଗ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରି ଲୋକସଭା ପାଇଁ ସାଧାରଣ ନିର୍ବାଚନର ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରନ୍ତି । ରାଜ୍ୟ ବିଧାନସଭା ପାଇଁ ରାଜ୍ୟପାଳଙ୍କ ଆଦେଶମତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ । ପ୍ରାର୍ଥୀମାନଙ୍କଦ୍ୱାରା ନାମାଙ୍କନ ପତ୍ର ଦାଖଲର ତାରିଖ, ପ୍ରାର୍ଥୀପତ୍ର ଯାଞ୍ଚର ତାରିଖ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ମତଦାନ ତାରିଖ ଏବଂ ମତଗଣନା ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଥା’ନ୍ତି ।
  • ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ରିଟଣ୍ଡିଂ ଅଫିସର ଓ ତିନିଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତ କରିଥା’ନ୍ତି । ନିର୍ବାଚନ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ନିଯୁକ୍ତ କରାଯାଏ ।

(୪) ପ୍ରାର୍ଥୀ ମନୋନୟନ :
ପ୍ରତ୍ୟେକ ମତଦାତାଙ୍କର ନିର୍ବାଚନରେ ପ୍ରାର୍ଥୀ ହେବାର ଅଧିକାର ରହିଛି । ତାଙ୍କର ସର୍ବନିମ୍ନ ବୟସ ସୀମା ଅନ୍ୟୁନ ୨୫ ବର୍ଷ ହେବା ଆବଶ୍ୟକ । ଦଳୀୟ ପ୍ରାର୍ଥୀମାନଙ୍କୁ ରାଜନୈତିକ ଦଳ ପକ୍ଷରୁ ଦଳୀୟ ‘ଟିକେଟ’ ମିଳେ । ନିର୍ଦ୍ଦଳୀୟ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ସଂକେତ ନିର୍ବାଚନ ଆୟୋଗ ଦେଇଥା’ନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(୫) ନାମାଙ୍କନ ପତ୍ର ଦାଖଲ :

  • ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ତାରିଖ ଓ ଦିନ ଘୋଷଣା ହେଲାପରେ ନିର୍ବାଚନରେ ପ୍ରତିଦ୍ଵହିତା କରିବାପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ରିଟର୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି । ପ୍ରତି ନାମାଙ୍କନ ପତ୍ରରେ ପ୍ରତ୍ୟେକ ପ୍ରାର୍ଥୀଙ୍କର ନାମକୁ ଅନ୍ୟୁନ ଜଣେ ମତଦାତା ପ୍ରସ୍ତାବ କରିବେ ଏବଂ ଆଉ ଜଣେ ମତଦାତା ସମର୍ଥନ କରିବେ ଏବଂ ପ୍ରାର୍ଥୀ ନିଜେ ନିଜର ସମ୍ମତି ପ୍ରଦାନପୂର୍ବକ ଏଥରେ ସ୍ବାକ୍ଷର ପ୍ରଦାନ କରିବେ । ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀ ନିଜ ଆୟର ପରିମାଣ ଓ ନିଜ
    ବିରୋଧରେ ଥିବା ଫୌଜଦାରୀ ମକଦ୍ଦମାର ସୂଚନା ଦାଖଲ କରନ୍ତି ।
  • ସମ୍ବିଧାନର ଧାରା-୭୧ ଅନୁସାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ମୋକଦ୍ଦମାର ବିଚାର କେବଳ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇପାରିବ ।

(୬) ଅମାନତ ଅର୍ଥରାଶି ଦାଖଲ :
ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଅମାନତ ଭାବରେ ଦାଖଲ କରିଥାଆନ୍ତି ଏବଂ ନିର୍ବାଚନମଣ୍ଡଳୀରୁ ମିଳିଥିବା ସମସ୍ତ ସିଦ୍ଧମତର ଏକ-ଷତାଂଶ ସମର୍ଥନ ନ ମିଳିଲେ ସେ ଏହି ଅମାନତ ରାଶି ହରାଇଥାଆନ୍ତି ।

(୭) ନାମାଙ୍କନ ପତ୍ର ଯାଞ୍ଚ’ :
ନାମାଙ୍କନ ପତ୍ର ଯାଞ୍ଚ ସମୟରେ ପ୍ରାର୍ଥୀମାନଙ୍କର ଯୋଗ୍ୟତା ଏବଂ ଆବଶ୍ୟକ ସମସ୍ତ କାଗଜପତ୍ର ଦାଖଲ ହୋଇଛି କି ନାହିଁ ଯାଞ୍ଚ କରାଯାଏ ଏବଂ ଆଇନ ଅନୁସାରେ ବୈଧ ନାମାଙ୍କନ ପତ୍ରଗୁଡ଼ିକର ଏକ ପୂର୍ଣ୍ଣାଙ୍ଗ ନାମ ତାଲିକା ରିଟଣ୍ଡିଂ ଅଫିସର ଘୋଷଣା କରନ୍ତି ।

(୮) ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ନାମତାଲିକା ଘୋଷଣା :
ବୈଧ ନାମାଙ୍କନ ପତ୍ରର ଏକ ପୂର୍ଣାଙ୍ଗ ନାମତାଲିକା ଘୋଷଣା ହେବାପରେ କୌଣସି ପ୍ରାର୍ଥୀ ଚାହିଁଲେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଅମାନତ ଟଙ୍କା ଫେରିପାଇବେ । ପରବର୍ତୀ ସମୟରେ ରିଟଣ୍ଡିଂ ଅଫିସର ଏକ ଚୂଡ଼ାନ୍ତ ନାମତାଲିକା ପ୍ରକାଶ କରିବେ । ଯଦି କୌଣସି ନିର୍ବାଚନମଣ୍ଡଳୀରୁ ଏକମାତ୍ର ସିଦ୍ଧ ପ୍ରାର୍ଥୀପତ୍ର ଚୂଡ଼ାନ୍ତ ହୁଏ, ସେଠାରେ ସେହି ପ୍ରାର୍ଥୀ ନିର୍ଦ୍ଦରେ ନିର୍ବାଚିତ ଘୋଷିତ ହୁଅନ୍ତି ଓ ସେଠାରେ ନିର୍ବାଚନ କରାଯାଏ ନାହିଁ ।

(୯) ନିର୍ବାଚନ ସଂକେତ ପ୍ରଦାନ :

  • ପ୍ରତ୍ୟେକ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଦଳୀୟ ସଂକେତ ପ୍ରଦାନ କରନ୍ତି ।
  • ସ୍ଵାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଆୟୋଗ ପ୍ରାର୍ଥୀ ନିଜେ ଚୟନ କରିଥିବା ନିର୍ବାଚନ ସଂକେତ ପ୍ରଦାନ କରିଥା’ନ୍ତି । ନିର୍ବାଚନ ଆୟୋଗଙ୍କଦ୍ଵାରା ସ୍ଵୀକୃତ କେତେକ ସଙ୍କେତ ମଧ୍ୟରୁ ପ୍ରାର୍ଥୀ ଗୋଟିଏ ବାଛିବାର ବ୍ୟବସ୍ଥା ଥିଲେ ହେଁ ଏ କ୍ଷେତ୍ରରେ ନିର୍ବାଚନ ଆୟୋଗଙ୍କର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ ।

(୧୦) ନିର୍ବାଚନ ପ୍ରଚାର ଅଭିଯାନ :

  • ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ନାମତାଲିକା ଘୋଷଣା କରାଯିବା ପରେ ନିର୍ବାଚନ ପ୍ରଚାର ଆରମ୍ଭ ହୁଏ । ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ଦଳର ନିର୍ବାଚନ ଇସ୍ତାହାର ପ୍ରକାଶ କରନ୍ତି ।
  • ସ୍ଵାଧୀନ ପ୍ରାର୍ଥୀମାନେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିର୍ବାଚନ ପ୍ରଚାର କରିଥା’ନ୍ତି ।
  • ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ । ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ।
  • ପ୍ରାଚୀର ପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣସଭା ଓ ଭ୍ୟାଲି ଇତ୍ୟାଦି ପ୍ରଚାର ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରଚାର ହୋଇଥାଏ ।

(୧୧) ଆଦର୍ଶ ଆଚରଣ ବିଧ୍ :

  • ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ‘ଆଦର୍ଶ ଆଚରଣ ବିଧ୍’ ଲାଗୁ କରିଥା’ନ୍ତି । ଏହା ନିର୍ବାଚନ ସମୟରେ ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାରେ ସହାୟକ ହୋଇଥାଏ ।
  • ଆଦର୍ଶ ଆଚରଣ ବିଧୂ ଭଙ୍ଗକଲେ ଅଭିଯୋଗକ୍ରମେ ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ଦଣ୍ଡିତ କରିଥାଆନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(୧୨) ମତଦାନ ବ୍ୟବସ୍ଥା :
ନିର୍ବାଚନ ପାଇଁ ମତଦାନ ତାରିଖ ଓ ସମୟସୀମା ନିର୍ବାଚନ ଆୟୋଗଙ୍କଦ୍ୱାରା ସ୍ଥିର ହୋଇଥାଏ । ମତଦାନ ପ୍ରକ୍ରିୟାକୁ ଠିକ୍ ଭାବରେ ଚଳାଇବାପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏକାଧିକ ମତଦାନ କେନ୍ଦ୍ର ଥାଏ । ମତଦାନ କେନ୍ଦ୍ରଠାରୁ ୧୦୦ ମିଟର ମଧ୍ୟରେ ନିର୍ବାଚନ ପ୍ରଚାର ନିଷିଦ୍ଧ ।

  • ମତଦାନ କେନ୍ଦ୍ରକୁ ପରିଚାଳନା କରିବାପାଇଁ ଜଣେ ପ୍ରିଜାଇଡିଂ ଅଫିସର ଓ ଏକାଧ୍ଵକ ପୋଲିଂ ଅଫିସର ନିଯୁକ୍ତ ହୁଅନ୍ତି । ପ୍ରାର୍ଥୀମାନଙ୍କର ପ୍ରତିନିଧୂ ମଧ୍ଯ କେନ୍ଦ୍ରରେ ଉପସ୍ଥିତ ରହନ୍ତି ।
  • ମତଦାତାମାନେ ନିର୍ଦ୍ଧାରିତ ସମୟସୀମା ମଧ୍ଯରେ ନିଜ ନିଜର ମତଦାନ କରନ୍ତି । ସେମାନେ ‘ନିର୍ବାଚନ ଫଟୋ ପରିଚୟ ପତ୍ର’ଦ୍ଵାରା ନିଜର ପରିଚୟ ସାବ୍ୟସ୍ତ କରନ୍ତି ।
  • ମତଦାନ ପତ୍ରରେ ମତଦାତାମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ମୋହର ଲଗାଇ ମତଦାନ ବାକ୍ସରେ ପକାନ୍ତି । ଏବେ ମତଦାନ କେନ୍ଦ୍ରରେ ‘ଇଲେକ୍‌ଟ୍ରୋନିକ୍‌ସ୍ ଭୋଟିଂ ମେସିନ୍’ର ପ୍ରଚଳନ ହେଲାଣି । ଏହି ଯନ୍ତ୍ରରେ ଥ‌ିବା ନିର୍ଦ୍ଦିଷ୍ଟ ସୁଇଚ୍ ଚିପି ମତଦାତାମାନେ ମନୋନୀତ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରନ୍ତି । ଡାକ ମାଧ୍ୟମରେ ଭୋଟ ଦେବାର ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି ।
  • ମତଦାନର ସମୟ ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଥାଏ ।
  • ଭୋଟ ଗ୍ରହଣର ସମୟ ଅତିକ୍ରାନ୍ତ ହେଲାପରେ ‘ମତଦାନ ପେଟି’ (ବାକ୍ସ) ଅଥବା ଇ. ଭି. ଏମ୍. ଗୁଡ଼ିକୁ କନାରେ ବାନ୍ଧି ଜଉମୁଦ ଦେଇ ସିଲ୍ କରାଯାଏ ଓ ରିଟଣ୍ଡିଂ ଅଫସିରଙ୍କ ପାଖକୁ ଭୋଟଗଣତି ପାଇଁ ପଠାଯାଏ ।
  • ଇ. ଭି. ଏମ୍. ବା ମତଦାନ ପତ୍ରରେ ଉଦ୍ଦିଷ୍ଟ ସ୍ଥାନରେ ନିଜ ମନପସନ୍ଦର ଜଣେ ପ୍ରାର୍ଥୀଙ୍କୁ ମତଦାତା ନିଜର ସିଦ୍ଧମତ ପ୍ରଦାନ କରିବେ । ଗୋଟିଏ ମତଦାତାଙ୍କର ଗୋଟିଏ ସିଦ୍ଧମତ ଥାଏ I ଅନ୍ୟଥା ମତଦାନ ଅସିଦ୍ଧ ଘୋଷିତ ହୁଏ ବା ମତଦାନ ନାକଚ ହୁଏ । ନାକଚ ହୋଇଥିବା ମତଦାନ ଗଣା ହୁଏ ନାହିଁ ।

(୧୩) ସିଦ୍ଧମତ ଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା :

  • ସିଦ୍ଧମତ ଗଣତି କରାଯିବାର ସ୍ଥାନ, ତାରିଖ, ଦିନ ଓ ସମୟ ନିର୍ବାଚନ ଆୟୋଗ ଘୋଷଣା କରିଥାଆନ୍ତି । ନିର୍ଦ୍ଧାରିତ ସମୟରେ ମତଦାନ ପେଟି କିମ୍ବା ଇ. ଭି. ଏମ୍.ଗୁଡ଼ିକୁ ଖୋଲାଯାଏ ଓ ଗଣନା କାର୍ଯ୍ୟ ଆରମ୍ଭ ହୁଏ । ସର୍ବାଧ୍ଵ ମତଦାତାଙ୍କର ସିଦ୍ଧମତ ସମର୍ଥନ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଏ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଏ ।
  • ରିଟଣ୍ଡିଂ ଅଫିସର ନିର୍ବାଚନ ଫଳାଫଳ ଘୋଷଣା କରି ସେହି ଘୋଷଣାନାମାକୁ ନିର୍ବାଚନ ଆୟୋଗଙ୍କୁ ପଠାଇ ଦିଅନ୍ତି ଓ ବିଜୟୀ ପ୍ରାର୍ଥୀଙ୍କୁ ଏକ ସାର୍ଟିଫିକେଟ୍ ଦିଅନ୍ତି ।
  • ନିର୍ବାଚନ ପ୍ରକ୍ରିୟା ସମୟରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ ନିର୍ବାଚନ ଫଳାଫଳକୁ ନେଇ ପରାଜିତ ପ୍ରାର୍ଥୀ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା ମାଧ୍ୟମରେ ଅଭିଯୋଗ ଆଣିପାରିବେ । ଉଚ୍ଚ ନ୍ୟାୟାଳୟର ନିଷ୍ପଭି ବିରୋଧରେ ଅଭିଯୋଗକାରୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ । ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଚୂଡ଼ାନ୍ତ ଅଟେ ।
  • ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ସମୟରେ କୌଣସି ପ୍ରାର୍ଥୀଙ୍କର ମୃତ୍ୟୁ ଘଟିଲେ ସେହି ନିର୍ବାଚନମଣ୍ଡଳୀର ମତଦାନ ବନ୍ଦ ରହେ ଓ ପରବର୍ତ୍ତୀ ସମୟରେ ଭୋଟ ଗ୍ରହଣ କରାଯାଏ ।
  • ଲୋକପ୍ରତିନିଧ୍ ଆଇନର ବ୍ୟବସ୍ଥାନୁସାରେ ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକାର ମୋକଦ୍ଦମାର ବିଚାର ପ୍ରଥମେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ଓ ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କରାଯିବ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପଭି ଚୂଡ଼ାନ୍ତ ଅଟେ ।

→ ଭାରତର ନିର୍ବାଚନ ଆୟୋଗ :

  • ଭାରତର ନିର୍ବାଚନ ଆୟୋଗ ଏକ ସମ୍ବିଧାନ ସ୍ଵୀକୃତ ସ୍ଵୟଂଶାସିତ ସଂସ୍ଥା ।
  • ଏହି ସଂସ୍ଥାକୁ ଆମ ଦେଶରେ ମୁକ୍ତ, ଅବାଧ ତଥା ସ୍ଵଚ୍ଛ ଏବଂ ନିର୍ମଳ ନିର୍ବାଚନ ସମ୍ପାଦନ କରିବାପାଇଁ ଅନେକ ସାମ୍ବିଧାନିକ କ୍ଷମତା ପ୍ରଦାନ କରାଯାଇଛି ।
  • ଏହାର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ ।

→ ନିର୍ବାଚନ ଆୟୋଗର ଗଠନ :

  • ଭାରତୀୟ ସମ୍ବିଧାନର ୩୨୪ ଧାରାରେ ଏକ ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଦୁଇଜଣ ନିର୍ବାଚନ ଆୟୁକ୍ତଙ୍କୁ ନେଇ ଏହି ସଂସ୍ଥା ଗଠିତ ହୋଇଛି । ସେମାନଙ୍କୁ ଭାରତର ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରନ୍ତି । ଏହି ପଦବୀରେ ଜଣେ ଆୟୁକ୍ତ ୬ ବର୍ଷ ପାଇଁ ବା ସର୍ବାଧ‌ିକ ୬୫ ବର୍ଷ ବୟସ୍କ ହେବା ପର୍ଯ୍ୟନ୍ତ ରହିପାରିବେ ।
  • ସଂସଦର ପ୍ରତ୍ୟେକ ସଦନର ସ୍ବତନ୍ତ୍ର ସଂଖ୍ୟାଗରିଷ୍ଠ ସାଂସଦଙ୍କ ସମର୍ଥନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦଚ୍ୟୁତ ହୋଇପାରିବେ । ମୁଖ୍ୟତଃ ‘ପ୍ରମାଣିତ ଅସଦାଚରଣ ଓ ଶାରୀରିକ ଅସାମର୍ଥ୍ୟ’ କାରଣରୁ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ପଦଚ୍ୟୁତ କରାଯାଏ ।
  • ନିର୍ବାଚନ ଆୟୋଗର ଅନ୍ୟ ଆୟୁକ୍ତଦ୍ଵୟ ମୁଖ୍ୟ ଆୟୁକ୍ତଙ୍କ ବିନା ଅନୁମୋଦନରେ ରାଷ୍ଟ୍ରପତିଙ୍କଦ୍ବାରା ପଦଚ୍ୟୁତ ହେବେ ନାହିଁ ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

→ ନିର୍ବାଚନ ଆୟୋଗଙ୍କର କ୍ଷମତା ଓ କାର୍ଯ୍ୟାବଳୀ :

  • ସମ୍ବିଧାନର ଧାରା-୩୨୪ରୁ ଧାରା-୩୨୮ ମଧ୍ୟରେ ନିର୍ବାଚନ ଆୟୋଗଙ୍କ କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦିଆଯାଇଛି ।
  • ଭାରତର ସଂସଦ, ରାଜ୍ୟ ବିଧାନମଣ୍ଡଳ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ, ପରିଚାଳନା ଦାୟିତ୍ବ ଓ ନିୟନ୍ତ୍ରଣ କ୍ଷମତା ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ହୋଇଛି ।
  • ନିର୍ବାଚନ ଆୟୋଗଙ୍କ ମତଦାତାମାନଙ୍କ ନିର୍ବାଚନ ଫଟୋ ପରିଚୟପତ୍ର ପ୍ରଦାନ କରନ୍ତି, ନିର୍ବାଚନ ତାରିଖ ଓ ତତ୍‌ସମ୍ପର୍କିତ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ଜାରି କରିଥା ନ୍ତି।
  • ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ ସଂକେତ ଓ ଦଳୀୟ ସ୍ବୀକୃତି ପ୍ରଦାନ, ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକ ଓ ରିଟଣ୍ଡିଂ ଅଫିସର ନିଯୁକ୍ତି, ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ଓ ଆକାଶବାଣୀରେ ନିର୍ବାଚନ ପ୍ରଚାରର ସୁଯୋଗ ପ୍ରଦାନ, ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦର ସମାଧାନ, ପ୍ରାର୍ଥୀଙ୍କର ନିର୍ବାଚନ ବ୍ୟୟର ସର୍ବାଧ‌ିକ ସୀମା ନିର୍ଦ୍ଧାରଣ ଆଦି କାର୍ଯ୍ୟ ନିର୍ବାଚନ ଆୟୋଗଙ୍କର ଦାୟିତ୍ବ ପରିସରଭୁକ୍ତ ।

→ ରାଜ୍ୟ ନିର୍ବାଚନ ଆୟୋଗ :

  • ସମ୍ବିଧାନର ୭୩ତମ ସଂଶୋଧନ ଆଇନ (୧୯୯୨) ପୌରସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ, ମତଦାତାଙ୍କ ନାମତାଲିକା ପ୍ରସ୍ତୁତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ହାତରେ ନ୍ୟସ୍ତ ହୋଇଛି ।
  • ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳ ଏବଂ କାର୍ଯ୍ୟ ସର୍ଭାବଳୀ ରାଜ୍ୟପାଳ, ସେହି ରାଜ୍ୟର ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନକୁ ନଜରରେ ରଖ୍ ନିରୂପଣ କରନ୍ତି ।
  • ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜ୍ୟପାଳଙ୍କଦ୍ୱାରା ନିଯୁକ୍ତ ହୋଇଥା’ନ୍ତି । ତାଙ୍କ କାର୍ଯ୍ୟକାଳର ସର୍ବାଧ‌ିକ ବୟସ ସୀମା ୬୨ ବର୍ଷ ।
  • ରାଜ୍ୟ ନିର୍ବାଚନ ଆୟୁକ୍ତ ଏକ ସଦସ୍ୟ ବିଶିଷ୍ଟ ଅଟେ ।
  • ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗର କାର୍ଯ୍ୟାଳୟ ଭୁବନେଶ୍ଵରରେ ଅବସ୍ଥିତ ।

ଜାଣିବା କଥା

  • ଓଡ଼ିଶା ବିଧାନସଭା ପାଇଁ ରାଜ୍ୟରେ ୧୪୭ ଗୋଟି ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ ରହିଛି ।
  • ରାଜ୍ୟସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା – ୨୫୦। ସେଥୁରୁ ସର୍ବାଧ‌ିକ ୨୩୮ ଜଣ ସଦସ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ଏବଂ ସାହିତ୍ୟ, କଳା, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭକରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କଦ୍ୱାରା ମନୋନୀତ ହୁଅନ୍ତି । ବର୍ତ୍ତମାନ ରାଜ୍ୟସଭାରେ ନିର୍ବାଚିତ ସାଂସଦଙ୍କ ସଂଖ୍ୟା ହେଉଛି ୨୩୩ ଓ ମନୋନୀତ ସାଂସଦଙ୍କ ସଂଖ୍ୟା – ୧୨ ।
  • ଓଡ଼ିଶା ବିଧାନସଭାର ସଦସ୍ୟମାନେ ରାଜ୍ୟସଭାକୁ ୧୦ ଜଣ ସାଂସଦଙ୍କୁ ନିର୍ବାଚିତ କରନ୍ତି । ସେମାନଙ୍କ ମଧ୍ୟରୁ ଏକ-ତୃତୀୟାଂଶ ସଦସ୍ୟ ପ୍ରତି ଦୁଇବର୍ଷରେ ଅବସର ନିଅନ୍ତି । ତେଣୁ ପ୍ରତି ଦୁଇବର୍ଷରେ ଥରେ ଉକ୍ତ ଶୂନ୍ୟ ପଡ଼ିଥିବା ଆସନ ପାଇଁ ନିର୍ବାଚନ କରାଯାଏ ।
  • ଲୋକସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା ୫୫୨ । ବିଭିନ୍ନ ରାଜ୍ୟରୁ ୫୩୦ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ସର୍ବାଧ୍ଵ ୨୦ ଜଣ ସାଂସଦ ନିର୍ବାଚିତ ହୁଅନ୍ତି । ଆବଶ୍ୟକସ୍ଥଳେ,
    ରାଷ୍ଟ୍ରପତି ଆଙ୍ଗ୍ଲଭାରତୀୟ ସମ୍ପ୍ରଦାୟ ମଧ୍ୟରୁ ଦୁଇଜଣା ପ୍ରତିନିଧିଙ୍କୁ ଲୋକସଭାର ସାଂସଦ ଭାବରେ ମନୋନୀତ କରିବାର ବ୍ୟବସ୍ଥା ଅଛି । ଓଡ଼ିଶାରୁ ଲୋକସଭାକୁ ୫ ବର୍ଷ ପାଇଁ ୨୧ ଜଣ ସାଂସଦ ନିର୍ବାଚିତ ହୁଅନ୍ତି ।
  • ବର୍ତ୍ତମାନ ଲୋକସଭାର ସାଂସଦଙ୍କ ସଂଖ୍ୟା – ୫୪୫ । ସେମାନଙ୍କ ମଧ୍ୟରୁ ରାଜ୍ୟଗୁଡ଼ିକରୁ ୫୩୦ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୩ ଜଣ ନିର୍ବାଚିତ ସାଂସଦ ଅଛନ୍ତି । ସେମାନଙ୍କ ବ୍ୟତୀତ ଆଉ ଦୁଇଜଣ ଆଙ୍ଗୋ- ଭାରତୀୟଙ୍କୁ ରାଷ୍ଟ୍ରପତି ସାଂସଦ ଭାବରେ ମନୋନୀତ କରିଛନ୍ତି ।

BSE Odisha 10th Class Political Science Notes Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

ଭାରତରେ ମୁକ୍ତ ଓ ଅର୍ବାଧ ନିର୍ବାଚନ ପାଇଁ ପ୍ରତିବନ୍ଧକ

  • ଭାରତରେ ମୁକ୍ତ ଓ ଅବାଧ ନିର୍ବାଚନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଯାଏ । ସେଗୁଡ଼ିକ ହେଲା
    (୧) ପ୍ରତିଦ୍ଵନ୍ଦିତା ପାଇଁ ରାଜନୈତିକ ଦଳର ସଂଖ୍ୟା ବୃଦ୍ଧି ।
    (୨) ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟାରେ ଅସ୍ଵାଭାବିକ ବୃଦ୍ଧି ।
    (୩) ନିର୍ବାଚନ ସମୟରେ ଅଧ୍ବକସଂଖ୍ୟକ ରାଜନୈତିକ ହିଂସାଜନିତ କାର୍ଯ୍ୟକଳାପ ବୃଦ୍ଧି ।
    (୪) ଅଧ୍ଵସଂଖ୍ୟକ ସ୍ବାଧୀନ ପ୍ରାର୍ଥୀଙ୍କର ନିର୍ବାଚନରେ ଅଂଶଗ୍ରହଣ ।
    (୫) ସରକାରଙ୍କର ନିର୍ବାଚନୀ ବ୍ୟୟ ବୃଦ୍ଧି ।
    (୬) ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନଙ୍କଦ୍ଵାରା ସୀମା ବହିର୍ଭୂତ ଗୋପନୀୟ ନିର୍ବାଚନଜନିତ ବ୍ୟୟାଧ୍ୟାକ୍ୟ ।
    (୭) ମାସାଧ୍ଵ ସମୟ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ।
    (୮) ଅର୍ଥବଳ ଓ ବାହୁବଳ ଇତ୍ୟାଦି ଅସାଧୁ ପନ୍ଥାର ଅବଲମ୍ବନ ହେତୁ କେତେକ ପ୍ରାର୍ଥୀଙ୍କର ନିର୍ବାଚନରେ ଜୟଲାଭର ହୋଇପାରିଛି ।
    (୯) ନିର୍ବାଚନରେ ଅପରାଧୀକରଣ ବୃଦ୍ଧି ।
  • ଏସବୁ ଘାତ ପ୍ରତିଘାତ ସତ୍ତ୍ଵେ ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ବ୍ୟବସ୍ଥା ଗଣତାନ୍ତ୍ରିକ ପ୍ରଣାଳୀ ଅବଲମ୍ବନଦ୍ଵାରା ସଫଳକାମ ହୋଇପାରିଛି ।
  • ଭାରତର ନିର୍ବାଚନ ପ୍ରକ୍ରିୟାରେ ନିମ୍ନୋକ୍ତ ଅନ୍ୟ କେତେଗୋଟି ପ୍ରତିବନ୍ଧକ ପରିଲକ୍ଷିତ ହୋଇଛି; ଯଥା –
    (୧) କ୍ଷୁଦ୍ର ରାଜନୀତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀମାନେ ନିର୍ବାଚନରେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ।
    (୨) କେତେକ ରାଜନୀତିକ ଦଳରେ ‘ପାରିବାରିକ ରାଜନୀତି’ର ଛିଟା ଦେଖିବାକୁ ମିଳୁଛି । ‘ଦଳୀୟ ଟିକେଟ’ ଆବଣ୍ଟନରେ ‘ପାରିବାରିକ ରାଜନୀତି’ର ପ୍ରଭାବ ବୃଦ୍ଧିପାଉଛି ।
    (୩) ରାଜନୀତିକ ଅପରାଧୀକରଣ ନିର୍ବାଚନ ପ୍ରକ୍ରିୟାକୁ ଅଧ‌ିକ ପ୍ରଭାବିତ କରୁଅଛି ।
    (୪) ନିର୍ବାଚନ ରାଜନୀତିରେ ଧନିକ ଶ୍ରେଣୀ ତଥା କୋଟିପତି ପ୍ରାର୍ଥୀମାନଙ୍କର ବିଜୟର ଆଶା ଅଧୁକ ଜଣାପଡୁଛି ।
  • ତଥାପି ରାଜନୀତିକ ଦଳ, ସରକାର ଓ ଜନସାଧାରଣଙ୍କର ନିର୍ବାଚନୀ ସଂସ୍କାରମୁଖୀ ପ୍ରଚେଷ୍ଟାଦ୍ୱାରା ଭାରତ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ଆଶା କରାଯାଏ ।

BSE Odisha 10th Class History Notes Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

Odisha State Board BSE Odisha 10th Class History Notes Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ will enable students to study smartly.

BSE Odisha Class 10 History Notes Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଭାଷା ଆନ୍ଦୋଳନ :

  •  ଓଡ଼ିଆ ଭାଷା ଆନ୍ଦୋଳନ ବାସ୍ତବରେ ଓଡ଼ିଆ ଜାତୀୟତାର ଜନନୀ, କାରଣ ଏହି ଆନ୍ଦୋଳନ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଆରମ୍ଭ ହୋଇଥିଲା ।
  • ୧୮୪୯ ମସିହାରେ କଟକର ତତ୍‌କାଳୀନ କଲେକୁର ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରିଥିଲେ ।
  • ଓଡ଼ିଆ ଏକ ସ୍ଵତନ୍ତ୍ର ଭାଷା ନୁହେଁ ବୋଲି ବିଶିଷ୍ଟ ଐତିହାସିକ ରାଜେନ୍ଦ୍ର ଲାଲ ମିତ୍ର ମତ ପ୍ରକାଶ କରିଥିଲେ ।
  • ଓଡ଼ିଶାର ଗଭର୍ଷର ଗୋଲ୍ସସବରୀ, ଭାଷାବିତ୍ ଜନ୍ ବିମ୍ସ, ବଙ୍ଗର ପ୍ରସିଦ୍ଧ ଲେଖକ ବାସୁଦେବ ବନ୍ଦୋପଧ୍ୟାୟ ଓଡ଼ିଆ ଭାଷା ବିରୋଧୀ ମତ ସପକ୍ଷରେ ନଥିଲେ ।
  • ଗଞ୍ଜାମ ଅଞ୍ଚଳରେ ଓଡ଼ିଆ ଭାଷା ଆନ୍ଦୋଳନକୁ ବଳବତ୍ତର କରିଥିଲା ‘ଗଞ୍ଜାମ ଉତ୍କଳ ହିତବାଦିନୀ ସଭା’ ।
  • ୧୮୯୫ ଜାନୁଆରୀ ୧୫ରେ କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ସାର୍ ଆଣ୍ଡ୍ରାଫ୍ରେଜର ସମ୍ବଲପୁର କୋର୍ଟ କଚେରୀମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
  • ସମ୍ବଲପୁର ଅଞ୍ଚଳର ଧରଣୀଧର ମିଶ୍ର, ମଦନମୋହନ ମିଶ୍ର, ବ୍ରଜମୋହନ ପଟ୍ଟନାୟକ ଓ ବଳଭଦ୍ର ସୂପକାର ପ୍ରଭୃତି ସଚେତନ ନାଗରିକମାନେ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
  • ସେମାନଙ୍କ ଆନ୍ତରିକ ଉଦ୍ୟମ ଓ ଲର୍ଡ କର୍ଜନଙ୍କ ହସ୍ତକ୍ଷେପ ଫଳରେ ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପ୍ରଚଳିତ ହୋଇଥିଲା ।
  • ୧୯୦୩ ଜାନୁଆରୀ ୧ ରେ ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହୋଇଥିଲା ।
  • ୧୯୦୪ ମସିହା ଜାନୁଆରୀ ୫ ତାରିଖରେ ଲର୍ଡ କର୍ଜନ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ଓଡ଼ିଶା ସହିତ ଦକ୍ଷିଣରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇବା ପାଇଁ ଏକ ପତ୍ର ଲେଖୁଥିଲେ ।
  • ମଧୁବାବୁ ୧୯୦୭ରେ ଇଂଲଣ୍ଡ ଯାତ୍ରାକରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ନିମନ୍ତେ ଭାରତ ଶାସନ ସହିତ ସମ୍ପୃକ୍ତ କର୍ମକର୍ତ୍ତାଙ୍କୁ ପ୍ରବର୍ତ୍ତାଇ ଥିଲେ ।
  • ୧୯୧୧ ମସିହା ଜାନୁଆରୀ ମାସରେ ଗଞ୍ଜାମର ଓଡ଼ିଆ ସମାଜର ପ୍ରତିନିଧୁ ଦଳ ମାନ୍ଦ୍ରାଜ ସରକାରଙ୍କୁ ଭେଟି ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ ।

BSE Odisha 10th Class History Notes Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

→ ବିହାର-ଓଡ଼ିଶା ପ୍ରଦେଶ ଗଠନ ଏବଂ ପରବର୍ତ୍ତୀ ଓଡ଼ିଆ ଆନ୍ଦୋଳନ :

  • ୧୯୧୨ ଅଗଷ୍ଟ ୧ ତାରିଖରେ ଗଠିତ ହେଲା ବିହାର-ଓଡ଼ିଶା ନାମକ ଏକ ନୂତନ ପ୍ରଦେଶ ।
  • ବ୍ରହ୍ମପୁରରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ଅଷ୍ଟମ ଅଧିବେଶନରେ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ମଧୁବାବୁ ବିରୋଧ କରିଥିଲେ ।
  • ଉତ୍କଳ ସମ୍ମିଳନୀର ଦଶମ ଅଧ୍ଵବେଶନ ୧୯୧୪ ମସିହା ଡିସେମ୍ବର ୨୬ ଓ ୨୭ ରେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କଦ୍ୱାରା ଆୟୋଜିତ ହୋଇଥିଲା ।
  • ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଆ ସଭ୍ୟମାନଙ୍କ ଯୋଗଦାନ ସ୍ବତନ୍ତ୍ର ଓଡ଼ିଶା ଗଠନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ବିତ କରିଥିଲା ।

→ ମଣ୍ଟେଗୁ-ଚେମସ୍କୋର୍ଡ଼ ଖସଡ଼ା :

  1. ଭାରତରେ ସ୍ୱାୟତ୍ତ ଶାସନର ବିକାଶ ନିମନ୍ତେ ୧୯୧୭ ମସିହାରେ ଭାରତ ସଚିବ ଇ. ଏସ୍. ମଣ୍ଟେଗୁ ଓ ବଡ଼ଲାଟ ଲର୍ଡ ଚେମସ୍କୋର୍ଡ଼ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
  2. ୧୯୧୭ ଡିସେମ୍ବର ୧୧ରେ ‘ଉତ୍କଳ ସମ୍ମିଳନୀ’ ତରଫରୁ ମଧୁବାବୁଙ୍କ ନେତୃତ୍ବରେ ସାତଜଣ ସଦସ୍ୟ କଲିକତାଠାରେ ମଣ୍ଟେଗୁ ଓ ଚେମସ୍ଫୋର୍ଡ଼ଙ୍କୁ ଭେଟି ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ମିଶ୍ରଣ ସମ୍ପର୍କରେ ଏକ ଦାବିପତ୍ର ଦେଇଥିଲେ ।
  3. ୧୯୧୯ ଭାରତ ଆଇନରେ ମଧ୍ୟ ଓଡ଼ିଆମାନଙ୍କ ପାଇଁ କୌଣସି ସୁବିଧା ରଖାଯାଇନଥିଲା । ଏହା ଓଡ଼ିଶାବାସୀଙ୍କ ମନରେ ଦୁଃଖ ଦେଇଥିଲା ।

→ ସିହ୍ନା ପ୍ରସ୍ତାବ :

  • ୧୯୨୦ ଫେବୃୟାରୀ ୨୦ରେ ସମ୍ରାଟଙ୍କ ବିଧାୟକ ପରିଷଦରେ ସିହ୍ନା ପ୍ରସ୍ତାବ ଦେଇଥିଲେ ଯେ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶରେ ଥ‌ିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ବିହାର-ଓଡ଼ିଶା ପ୍ରଦେଶର ଓଡ଼ିଶା ଡିଭିଜନରେ ମିଶାଇ ଦିଆଯାଉ ।
    ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ chapter 9
  • କିନ୍ତୁ ବଙ୍ଗ, ମାନ୍ଦ୍ରାଜ ଓ କେନ୍ଦ୍ରୀୟ ପ୍ରଦେଶ ସରକାର ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ।
  • ବିହାର-ଓଡ଼ିଶା ସରକାର ଓଡ଼ିଶାକୁ ଏକ-ଉପପ୍ରଦେଶ ପାହ୍ୟା ଦେବାପାଇଁ ପ୍ରସ୍ତାବ ଦେଇଥିଲେ । ଏହି ବିଫଳତା ଓଡ଼ିଆ ଆନ୍ଦୋଳନକୁ ତୀବ୍ରତର କରିଥିଲା।
  • ୧୯୨୧ ମସିହାରେ ବିହାର-ଓଡ଼ିଶା ବିଧାନ ପରିଷଦରେ ସଭ୍ୟ ବିଶ୍ଵନାଥ କର ଓ ମାନ୍ଦ୍ରାଜ ବିଧାନ ପରିଷଦରେ ସଭ୍ୟ ଶଶିଭୂଷଣ ରଥ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନ ଅଧୀନସ୍ଥ କରିବାପାଇଁ ପ୍ରସ୍ତାବ ଆଗତ କରିଥିଲେ । ବିଶ୍ବନାଥ କରଙ୍କ ପ୍ରସ୍ତାବ ପରିଷଦରେ ଗୃହୀତ ହୋଇଥିଲା ।

BSE Odisha 10th Class History Notes Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

→ ଫିଲିପ୍-ଡ୍ରଫ କମିଟି :

  • ୧୯୨୪ ମସିହାର ଶେଷ ଭାଗରେ ଗଞ୍ଜାମର ଓଡ଼ିଶାରେ ମିଶ୍ରଣ ଦାବିର ଯଥାର୍ଥତା ଅନୁଧ୍ୟାନ କରିବାପାଇଁ ଦୁଇଜଣିଆ କମିଟି ନିଯୁକ୍ତ କରାଯାଇଥିଲା ।
  • ଏହି କମିଟିରେ ଗଡ଼ଜାତ ରାଜ୍ୟସମୂହର ପଲିଟିକାଲ ଏଜେଣ୍ଟ ସି.ଏଲ୍. ଫିଲିପ୍ ଓ ମାନ୍ଦ୍ରାଜ ପ୍ରେସିଡେନ୍ସିର ବେଲା ଜିଲ୍ଲାର ଜିଲ୍ଲାପାଳ ଏ.ସି.ଡଫ୍ ସଦସ୍ୟ ଥିଲେ । ଏହି କମିଟି ଫିଲିପ୍-ଡ଼ଫ୍ କମିଟି ନାମରେ ପରିଚିତ ।
  • ଫିଲିଫ୍ – ଡଫ୍ କମିଟି :
    ୧୯୨୪ ମସିହା
  • ଏହି କମିଟି ନିକଟରେ କୃଷ୍ଣଚନ୍ଦ୍ର ଗଜପତି ବହୁ ଐତିହାସିକ ତଥ୍ୟ ପରିବେଷଣ କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶା ସହିତ ମିଶାଇବାପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ।
  • ତାଙ୍କ ଯୁକ୍ତିଦ୍ଵାରା ପ୍ରଭାବିତ ହୋଇ ‘ଫିଲିପ୍-ଡଫ୍ କମିଟି’ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ସୁପାରିସ କରିଥିଲେ । ମାନ୍ଦ୍ରାଜ ସରକାରଙ୍କ ବିରୋଧ ହେତୁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା

→ ସାଇମନ କମିଶନ :

  1. ୧୯୨୮ ମସିହା ଫେବୃୟାରୀ ୩ ତାରିଖରେ ସାଇମନ କମିଶନ ଭାରତରେ ପଦାର୍ପଣ କରିଥିଲେ ।
  2. ଉତ୍କଳ ସମ୍ମିଳନୀର ସଭ୍ୟମାନେ ପାଟନାଠାରେ ସାଇମନ କମିଶନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
  3. ସାଇମନ କମିଶନ :
    ୧୯୨୮ ଫେବୃୟାରୀ ୩ରେ ଭାରତରେ ପଦାର୍ପଣ
  4. ସାଇମନ କମିଶନ ମାନ୍ଦ୍ରାଜରେ ପହଞ୍ଚିଲା ପରେ କୃଷ୍ଣଚନ୍ଦ୍ର ଗଜପତି ତାଙ୍କୁ ସାକ୍ଷାତ କରି ସ୍ବତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ।
  5. ସାଇମନ କମିଶନଙ୍କ ହୃଦ୍‌ବୋଧ ହୋଇଥିଲା ଯେ ସ୍ବତନ୍ତ୍ର ଓଡ଼ିଶା ଗଠନ ଦାବିର ସଯନ୍ତ୍ର ବିଚାର ଓ ପ୍ରକ୍ରିୟାକରଣ କରିବା ଅତ୍ୟନ୍ତ ଜରୁରୀ ।

BSE Odisha 10th Class History Notes Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

→ ସାଇମନ କମିଶନ :

  • ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ମତାମତ ଦେବାପାଇଁ ସାଇମନ କମିଶନର ଅନ୍ୟତମ ସଦସ୍ୟ ସି.ଆର୍. ଅଟଲିଙ୍କ ଅଧ୍ୟକ୍ଷତାରେ ଏକ ସବ୍‌କମିଟି ଗଠନ କରାଯାଇଥିଲା ।
  • ଏହାର ଅନ୍ୟ ସଦସ୍ୟମାନେ ଥିଲେ କେନ୍ଦ୍ରୀୟ ବିଧାୟକ ସଭାର ସଦସ୍ୟ ଡକ୍ଟର ସୁରୱାର୍ଦ୍ଦି ଏବଂ ବିହାର ଓ ଓଡ଼ିଶା ବିଧାନ ପରିଷଦର ଓଡ଼ିଆ ସଦସ୍ୟ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ଲକ୍ଷ୍ମୀଧର ମହାନ୍ତି ।
  • ଏହି କମିଟିର ସୁପାରିସ ଥିଲା – ‘ଓଡ଼ିଆମାନଙ୍କର ଦାବି ଯୁକ୍ତିଯୁକ୍ତ ଏବଂ ସ୍ବତନ୍ତ୍ର ସାର୍ବଜନୀନ ମତ’ । ଏହି ସବ୍ କମିଟି ଓଡ଼ିଶା ଡିଭିଜନ, ଅନୁଗୁଳ, ବଙ୍ଗର ମେଦିନୀପୁର, ମାନ୍ଦ୍ରାଜ ପ୍ରେସିଡ଼େନ୍ସିର ଗଞ୍ଜାମ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରଦେଶର ଖଡ଼ିଆଳ ଅଞ୍ଚଳକୁ ଏକତ୍ର କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାପାଇଁ ସୁପାରିସ କରିଥିଲା ।
  • କିନ୍ତୁ ମାନ୍ଦ୍ରାଜ ସରକାରଙ୍କ ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା ।

→ ପ୍ରଥମ ଗୋଲ ଟେବୁଲ ବୈଠକ :

  • ୧୯୩୦ ମସିହା ନଭେମ୍ବର ୧୨ରୁ ୧୯୩୧ ମସିହା ଜାନୁୟାରୀ ୧୯ ପର୍ଯ୍ୟନ୍ତ ଲଣ୍ଡନଠାରେ ପ୍ରଥମ ଗୋଲଟେବୁଲ ବୈଠକ ଅନୁଷ୍ଠିତ ଦେଇଥିଲେ ।
  • ଓଡ଼ିଆମାନଙ୍କର ପ୍ରତିନିଧୂପେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏହି ବୈଠକରେ ଯୋଗ ଦେଇଥିଲେ ।
  • ସେଠାରେ ସେ ‘ଓଡ଼ିଆମାନଙ୍କ ଦାବି ଓ ଯୁକ୍ତି’’ ନାମକ ଏକ ପୁସ୍ତିକା ବୈଠକର ପ୍ରତିନିଧୂମାନଙ୍କୁ ବିଚରଣ କରିଥିଲେ ।
  • ୧୯୩୧ ଜାନୁଆରୀ ୧୬ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଏକ ଐତିହାସିକ ଭାଷଣ ମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଯୌକ୍ତିକତା ଉପସ୍ଥାପନା କରିଥିଲେ ।

→ ଜାତୀୟ କଂଗ୍ରେସରେ ଓଡ଼ିଶା ପ୍ରସଙ୍ଗ :

  1. ୧୯୩୧ ମାର୍ଚ୍ଚ ୨୯ ତାରିଖରେ କରାଚୀଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ଅଧିବେଶନରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ମହାତ୍ମା ଗାନ୍ଧିଙ୍କୁ ଅବଗତ କରାଯାଇଥିଲା ।
  2. ଗାନ୍ଧିଜୀ ଏହି ଦାବି ପ୍ରତି ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଥିଲେ ।
  3. କରାଚୀ ଅଧ୍ଵବେଶନ :
    ୧୯୩୧ ମାର୍ଚ୍ଚ ୨୯
  4. ୧୯୩୧ ମେ ୩ ତାରିଖରେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ ସଭାରେ ଏକ ପୃଥକ୍ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ହରେକୃଷ୍ଣ ମହତାବଙ୍କଦ୍ବାରା ଆଗତ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ।
  5. ଜାତୀୟ କଂଗ୍ରେସ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଥିଲା ।

BSE Odisha 10th Class History Notes Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

→ ସୀମା ନିର୍ଦ୍ଧାରଣ କମିଟି :

  • ସୀମା ନିର୍ଦ୍ଧାରଣ କମିଟି : ୧୯୩୧ ସେପ୍ଟେମ୍ବର ୧୩ ; ସଦସ୍ୟ : ଏଚ.ଏମ୍. ମେହେଟ୍ଟା, ଟି. ଆର ଫୁକନ୍; ଅଧ୍ୟକ୍ଷ : ସାମୁଏଲ୍‌ ଓ’ଡ଼ନେଲ ।
  • ୧୯୩୧ ମସିହା ସେପ୍ଟେମ୍ବର ୧୩ରେ ଭାରତ ସରକାର ତିନି ସଦସ୍ୟ ବିଶିଷ୍ଟ ଏକ ସୀମା ନିର୍ଦ୍ଧାରଣ କମିଟି ନିଯୁକ୍ତ କରିଥିଲେ ।
  • ଏହାର ଅଧ୍ୟକ୍ଷ ଥିଲେ ସାମୁଏଲ୍ ଓ’ଡ଼ନେଲ, ଦୁଇ ଜଣ ସଭ୍ୟ ଥିଲେ ବମ୍ବେର ଏଚ. ଏମ୍. ମେହେଟ୍ଟା ଓ ଆସାମର ଟି. ଆର. ଫୁକନ୍ ।
  • ଏହାର ସହଯୋଗୀ ସଦସ୍ୟ ଥିଲେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ସଚ୍ଚିଦାନନ୍ଦ ସିହ୍ନା ଓ ସି.ଭି. ଏସ୍. ନରସିଂହ ରାଜୁ ।
  • ଓ’ଡ଼ନେଲ କମିଟିର ନିର୍ଦ୍ଧାରଣ ଓଡ଼ିଆମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ କରିପାରି ନଥିଲା ।
  • ୧୯୩୨ ମସିହା ଅଗଷ୍ଟ ୨୧ରେ ବ୍ରହ୍ମପୁରଠାରେ ଲକ୍ଷ୍ମୀଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀର ଏକ ଜରୁରୀ ଅଧ୍ଵବେଶନ ଅନୁଷ୍ଠିତ ହୋଇଥିଲା ।
  • ଉତ୍କଳ ସମ୍ମିଳନୀ ତରଫରୁ ଗଠିତ କମିଟି ୧୯୩୨ ମସିହା ସେପ୍ଟେମ୍ବର ୧୭ ତାରିଖରେ ସିମଳାଠାରେ ବଡ଼ଲାଟ ଲର୍ଡ଼ ୱିଲିଙ୍ଗୁଡ଼ଙ୍କୁ ସାକ୍ଷାତ କରିଥିଲେ ।

→ ସରକାରଙ୍କ ଶ୍ଵେତପତ୍ର :

  • ତୃତୀୟ ଗୋଲ ଟେବୁଲ ବୈଠକ ପରେ ଭାରତ ସଚିବ ସାମୁଏଲ୍ ହୋର ୧୯୩୨ ଡିସେମ୍ବର ୨୪ରେ ଏକ ପୃଥକ୍ ଓଡ଼ିଶା ପ୍ରଦେଶ ଗଠନ ବିଷୟରେ ଘୋଷଣା କରିଥିଲେ ।
  • ୧୯୩୩ ମାର୍ଚ୍ଚ ୧୭ ତାରିଖରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଇଂରେଜ ସରକାରଙ୍କ ଏକ ଶ୍ଵେତପତ୍ର ପ୍ରକାଶ ପାଇଥିଲା ।
  • ଓଡ଼ିଶା ଏକ ରାଜ୍ୟପାଳ ଶାସିତ ପୂର୍ଣାଙ୍ଗ ପ୍ରଦେଶ ରୂପେ ଗଠିତ ହେବ ବୋଲି ଉଲ୍ଲେଖ କରାଯାଇଥିଲା । ପ୍ରସ୍ତାବିତ ଓଡ଼ିଶାର କ୍ଷେତ୍ରଫଳ ୨୧,୫୪୫ ବର୍ଗମାଇଲ୍ ରଖାଯାଇଥିଲା ।
  • ୧୯୩୪ ଫେବୃୟାରୀ ୪ରେ ମଧୁସୂଦନ ଦାସ ପରଲୋକ ଗମନ କରିଥିଲେ ।
  • ଶ୍ଵେତପତ୍ର ପ୍ରକାଶ :
    ୧୯୩୩ ମସିହା ମାର୍ଚ୍ଚ ୧୭

BSE Odisha 10th Class History Notes Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

→ ମିଳିତ ସଂସଦୀୟ କମିଟି :

  1. ୧୯୩୩ ମସିହା ଏପ୍ରିଲ ମାସରେ ବ୍ରିଟିଶ ପାର୍ଲିଆମେଣ୍ଟର ଉଭୟ ଗୃହର ୧୬ ଜଣ ସଦସ୍ୟଙ୍କୁ ନେଇ ଲର୍ଡ଼ ଲିନ୍‌ଲିଷ୍ଟୋଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ସଂସଦୀୟ କମିଟି ଗଠନ କରାଯାଇଥିଲା ।
  2. ୧୯୩୪ ମସିହାରେ କମିଟିର ଘୋଷଣା ଅନୁସାରେ ଓଡ଼ିଶାର କ୍ଷେତ୍ରଫଳ ୨୧,୫୫୫ ବର୍ଗ ମାଇଲରୁ ବୃଦ୍ଧି ପାଇ ୩୨,୬୯୫ ବର୍ଗ ମାଇଲ ହୋଇଥିଲା ।
  3. ମିଳିତ ସଂସଦୀୟ କମିଟି ଗଠନ :
    ୧୯୩୩ ମସିହା ଏପ୍ରିଲ ମାସ ସଦସ୍ୟ ସଂଖ୍ୟା – ୧୬ ।

→ ୧୯୩୫ ଭାରତ ଶାସନ ଆଇନ ଏବଂ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ :

  • ୧୯୩୫ ମସିହା ଭାରତ ଶାସନ ଆଇନର ଧାରା ୨୮୯ ଅନୁସାରେ ଇଂରେଜ ସରକାର ଓଡ଼ିଶାକୁ ଏକ ନୂତନ ପ୍ରଦେଶ ଭାବରେ ସ୍ବୀକୃତି ପ୍ରଦାନ କରିଥିଲେ ।
  • ଓଡ଼ିଆମାନଙ୍କର ଚିର ଈପ୍‌ସିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତାରିଖରେ ସୃଷ୍ଟି ହୋଇଥିଲା ।
  • ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ :
    ୧୯୩୬ ମସିହା ଏପ୍ରିଲ ୧ ତାରିଖ ।

ଐତିହାସିକ ଘଟଣାବଳୀ ଓ ସମୟ:

୧୭୫୯ ମସିହା : ଇଂରେଜମାନେ ଗଞ୍ଜାମ ଅଞ୍ଚଳ ଦଖଲ କରି ମାଡ୍ରାସ ପ୍ରେସିଡେନ୍ସିରେ ମିଶାଇ ଦେଇଥିଲେ ।
୧୭୫୯ ମସିହା : (i) ଇଂରେଜମାନେ ସମ୍ବଲପୁରକୁ ଦଖଲ କରି କେନ୍ଦ୍ରୀୟ ପ୍ରଦେଶରେ ମିଶାଇ ଦେଇଥିଲେ ।
(ii) କଟକ କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେଇଥିଲେ ।
୧୭୫୯ ମସିହା : ବଙ୍ଗର ଲେଫ୍‌ଟନାଣ୍ଡ ଗଭର୍ଣ୍ଣର ସାର ଏସ୍. ସି. ବେଲି ଓଡ଼ିଶା ଭ୍ରମଣରେ ଆସିଥିଲେ ।
୧୮୯୫ ଜାନୁଆରୀ ୧୫ : କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ଆଣ୍ଡ୍ରାଫ୍ରେଜର ସମ୍ବଲପୁର କୋର୍ଟ କଚେରୀରୁ ଓଡ଼ିଆ ଭାଷା ଉଚ୍ଛେଦ କରି ହିନ୍ଦୀ ଭାଷା ପ୍ରଚଳନ କରିଥିଲେ ।
୧୯୦୧ ଅଗଷ୍ଟ ମାସ : ସିମୂଳାଠାରେ ଲର୍ଡ଼ କର୍ଜନଙ୍କୁ ସମ୍ବଲପୁରର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କଦ୍ୱାରା ସ୍ମାରକପତ୍ର ପ୍ରଦାନ ।
୧୯୦୩ ଜାନୁଆରୀ ୦୧ : ସମ୍ବଲପୁର କୋର୍ଟ କଚେରୀରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ।
୧୯୦୩ ଡିସେମ୍ବର ୦୩ : ରିସ୍‌ଲେ ସର୍କୁଲାର ପ୍ରକାଶ ପାଇଥିଲା ।
୧୯୦୪ ଜାନୁଆରୀ ୦୫ : ଲର୍ଡ଼ କର୍ଜନ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କୁ ଦକ୍ଷିଣରେ ଥ‌ିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଓଡ଼ିଶା ସହ ମିଶାଇବାପାଇଁ ଏକ ପତ୍ର ପ୍ରଦାନ କରିଥିଲେ ।
୧୯୦୪ ଜୁନ୍ ୨୦ : ମାନ୍ଦ୍ରାଜର ମୁଖ୍ୟ ଶାସନ ସଚିବ ଏମ୍ ହାମରିକଙ୍କଦ୍ୱାରା ଭାରତ ସରକାରଙ୍କୁ ପତ୍ର ପ୍ରେରଣ ।
୧୯୦୫ ଜୁଲାଇ ୧୯ : କେନ୍ଦ୍ରୀୟ ପ୍ରଦେଶରୁ କିଛି ଅଞ୍ଚଳ ଆସି ଓଡ଼ିଶା ଡ଼ିଭିଜନ ସହିତ ମିଶିଥିଲା ।
୧୯୦୭ ମସିହା : ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ମଧୁବାବୁଙ୍କର ଇଂଲଣ୍ଡ ଯାତ୍ରା ।
୧୯୧୧ ଡିସେମ୍ବର ୨୭ : ଇଂରେଜ ସରକାର ବଙ୍ଗ ପ୍ରେସିଡେନ୍‌ସିକୁ ଭାଗ ଭାଗ କରିଦେଇଥିଲେ ।
୧୯୧୨ ଅଗଷ୍ଟ ୦୧ : ବିହାର-ଓଡ଼ିଶା ନୂତନ ପ୍ରଦେଶ ଗଠିତ ହୋଇଥିଲା ।
୧୯୧୨ ଏପ୍ରିଲ ୬ ଓ ୭ : ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ଆହୂତ ।

BSE Odisha 10th Class History Notes Chapter 9 ୧୯୩୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

୧୯୧୪ ଡିସେମ୍ବର ୨୬ ଓ ୨୭ : ଉତ୍କଳ ସମ୍ମିଳନୀ ୧୦ମ ଅଧିବେଶନ ପାରଳାଖେମୁଣ୍ଡିଠାରେ ଆୟୋଜିତ ।
୧୯୧୭ ଡିସେମ୍ବର : ଉତ୍କଳ ସମ୍ମିଳନୀ ତରଫରୁ ମଧୁବାବୁଙ୍କ ନେତୃତ୍ୱରେ ୭ଜଣ ସଭ୍ୟ କଲିକତାଠାରେ ମଣ୍ଡେଗୁ ଚେମସ୍କୋର୍ଡ଼ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
୧୯୨୦ ଫେବୃୟାରୀ ୨୦ : ସମ୍ରାଟଙ୍କ ବିଧାୟକ ପରିଷଦରେ ସିହ୍ନାଙ୍କ ପ୍ରସ୍ତାବ ଆଗତ ।
୧୯୨୪ ମସିହା : ସାଇମନ କମିଶନ ଭାରତରେ ପଦାର୍ପଣ କରିଥିଲା ।
୧୯୨୮ ଫେବୃୟାରୀ ୦୩ : ସାଇମନ କମିଶନ ଭାରତରେ ପଦାର୍ପଣ କରିଥିଲା ।
୧୯୨୪ ମସିହା : ଲଣ୍ଡନଠାରେ ପ୍ରଥମ ଗୋଲ ଟେବୁଲ ବୈଠକ ବସିଥିଲା ।
୧୯୩୧ ଜାନୁଆରୀ ୧୬ : ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କଦ୍ୱାରା ଲଣ୍ଡନରେ ଐତିହାସିକ ଭାଷଣ ପ୍ରଦାନ ।
୧୬ ୧୯୩୧ ମାର୍ଚ୍ଚ ୨୯ : କରାଚୀଠାରେ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ।
୧୯୩୧ ମେ ୩ : ପୃଥକ୍ ଓଡ଼ିଶୀ ପ୍ରଦେଶ ପ୍ରତିଷ୍ଠା ପାଇଁ ଓଡ଼ିଶା ପ୍ରାଦେଶିକ କଂଗ୍ରେସ ସଭାରେ ମହତାବଙ୍କଦ୍ଵାରା ପ୍ରସ୍ତାବ ଆଗତ ଓ ଗୃହୀତ ।
୧୯୩୧ ସେପ୍ଟେମ୍ବର ୧୩ : ସୀମା ନିର୍ଦ୍ଧାରଣ କମିଟି ନିଯୁକ୍ତ ।
୧୯୩୨ ଅଗଷ୍ଟ ୨୧ : ଲକ୍ଷ୍ମୀଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀର ଜରୁରୀ ବୈଠକ ଆହୂତ ।
୧୯୩୨ ଡିସେମ୍ବର ୨୪ : ଭାରତ ସଚିବ ସାମୁଏଲ୍ ହୋର୍‌ଙ୍କର ପୃଥକ୍ ଓଡ଼ିଶା ପ୍ରଦେଶ ଗଠନ ଘୋଷଣା ।
୧୯୩୩ ମାର୍ଚ୍ଚ ୧୭ : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଇଂରେଜ ସରକାରଙ୍କର ଶ୍ଵେତପତ୍ର ପ୍ରକାଶ ।
୧୯୩୩ ଏପ୍ରିଲ ମାସ : ବ୍ରିଟିଶ ପାର୍ଲାମେଣ୍ଟର ୧୬ ଜଣ ସଦସ୍ୟଙ୍କୁ ନେଇ ‘ମିଳିତ ସଂସଦୀୟ କମିଟି’ ଗଠନ କରାଯାଇଥିଲା ।
୧୯୩୪ ଫେବୃୟାରୀ ୪ : ମଧୁସୂଦନ ଦାସଙ୍କ ପରଲୋକ ଗମନ ।
୧୯୩୬ ଏପ୍ରିଲ ୦୧ : ଓଡ଼ିଆମାନଙ୍କର ଚିର ଈପ୍‌ସିତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ।

BSE Odisha 10th Class History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ

Odisha State Board BSE Odisha 10th Class History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ will enable students to study smartly.

BSE Odisha Class 10 History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

  • ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓଡ଼ିଶା ଇତିହାସରେ ଏକ ଘଟଣାବହୁଳ ବ୍ୟାପାର ।
  • ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଓଡ଼ିଆ ଜାତୀୟତାର ବିକାଶ ଘଟିଥିଲା ।

→ ଉପକ୍ରମ :

  • ମହାନ୍ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ନରପତିମାନଙ୍କ ଶାସନ କାଳରେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଓଡ଼ିଶା ୧୫୬୮ ମସିହାରେ ସ୍ଵାଧୀନତା ହରାଇ ମୁସଲମାନ ଶାସନାଧୀନ ହୋଇଥିଲା ।
  • ଓଡ଼ିଶାରେ ପ୍ରଥମେ ଆଫଗାନ୍ ଏବଂ ପରେ ମୋଗଲ ଓ ମରହଟ୍ଟାମାନେ ଶାସନ କରିବା ପରେ ସର୍ବଶେଷରେ ୧୮୦୩ ମସିହାରେ ଇଂରେଜମାନଙ୍କଦ୍ବାରା ଅଧିକୃତ ହେଲା ।
  • ୧୫୫୯ରୁ ୧୫୬୮ ମସିହା ପର୍ଯ୍ୟନ୍ତ ରାଜତ୍ଵ କରିଥିବା ମୁକୁନ୍ଦଦେବ ଥିଲେ ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ।
  • ଇଂରେଜ ଶାସନାଧୀନ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା ଓ ଧର୍ମଧାରା ପ୍ରସାରଲାଭ କରିଥିଲା । ମାତ୍ର ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷର ବୟାବହତା ଓଡ଼ିଆମାନଙ୍କ ଚିନ୍ତା ଚେତନାରେ ନୂତନ ଭାବନା ଜାଗ୍ରତ କରାଇ ସେମାନଙ୍କୁ ନୂତନ ଓଡ଼ିଶା ନିର୍ମାଣ ସ୍ଵପ୍ନ ଦେଖାଇଲା ।

BSE Odisha 10th Class History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ

→  ଇଂରେଜ ଶାସନାଧୀନ ଓଡ଼ିଶାରେ ଶିକ୍ଷାର ପ୍ରସାର :

  1. ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଇଂରେଜ ସରକାରଙ୍କର ମନୋଭାବ ପରିବର୍ତ୍ତନ ହେବାଦ୍ଵାରା ଓଡ଼ିଶାରେ ଇଂରାଜୀ ଶିକ୍ଷାର ପ୍ରସାର ଘଟିଲା ।
  2. ୧୮୨୩ ଖ୍ରୀ.ଅ.ରେ ଖ୍ରୀଷ୍ଟିୟାନ୍ ଧର୍ମପ୍ରଚାରକମାନଙ୍କଦ୍ୱାରା କଟକରେ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଏବଂ ୧୮୪୧ ଖ୍ରୀ.ଅ.ରେ ବ୍ରିଟିଶ୍ ସରକାର ଏହାର ପରିଚାଳନା ଭାର ନିଜ ହାତକୁ ନେଇଥିଲେ ।
  3. ୧୮୩୦ ମସିହାରେ ଓଡ଼ିଆ ରକ୍ଷଣଶୀଳ ସମ୍ପ୍ରଦାୟର ଉପେକ୍ଷା ଫଳରେ ବୌଦ୍ଧିକ ବିକାଶଧାରା ବାଧାପ୍ରାପ୍ତ ହୋଇଥିଲା ।
  4. ୧୮୫୪ ମସିହାରେ ଚାର୍ଲସ୍ ଉଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ ଓ ୧୮୫୭ ମସିହାରେ କୋଲ୍‌କତା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶାରେ ଶିକ୍ଷାର ପ୍ରସାର ଦିଗରେ ସହାୟକ ହୋଇଥିଲା ।
  5. ୧୮୫୮ ମସିହାରେ ଓଡ଼ିଶାରେ ପୁରୀ, କଟକ ଓ ବାଲେଶ୍ଵର ଜିଲ୍ଲାର ସଦର ମହକୁମାରେ ଥ‌ିବା ତିନିଗୋଟି ଜିଲ୍ଲା ସ୍କୁଲ ସହ ସରକାରୀ ଓ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ମିଶି ସର୍ବମୋଟ ୩୩ଟି ବିଦ୍ୟାଳୟ ଥିଲା ।
  6. ବିଦ୍ୟାଳୟର ସଂଖ୍ୟାବୃଦ୍ଧି ଓ ସେଗୁଡ଼ିକୁ ସରକାରୀ ଅନୁଦାନ ପ୍ରଦାନ ବହୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରିଥିଲା ।
  7. ବାସ୍ତବରେ ଇଂରାଜୀ ଶିକ୍ଷାର ପ୍ରସାର ଫଳରେ ବିଭାଜିତ ଓଡ଼ିଶାରେ ଶିକ୍ଷିତ ଯୁବକମାନଙ୍କ ମନରେ ଏକ ନବଜାଗରଣ ସୃଷ୍ଟି ହୋଇଥିଲା ।
  8. ୧୮୬୭ ମସିହାରେ କଟକ ଜିଲ୍ଲା ସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ଭାବେ ଉନ୍ନୀତ କରାଗଲା ଏବଂ ଏହା କୋଲକତା ବିଶ୍ଵବିଦ୍ୟାଳୟ ସହିତ ସହବନ୍ଧିତ ହେଲା ।୧୮୬୮ ଜାନୁୟାରୀ ୨୦ରେ ୬ ଜଣ ଛାତ୍ରଙ୍କୁ ନେଇ ଶିକ୍ଷାଦାନ ଆରମ୍ଭ ହେଲା ।
  9. ଉତ୍କଳଗୌରବ ମଧୁସୂଦନ ଦାସ ୧୮୬୮ ମସିହାରେ କଟକ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟରୁ ଏଫ୍.ଏ. ପାଶ୍ କଲେ ।
  10. ୧୮୭୦ ମସିହାରେ କୋଲକତା ବିଶ୍ଵବିଦ୍ୟାଳୟରୁ ବି.ଏ. ପାଶ୍ କରି ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ସ୍ନାତକ ହୋଇଥିଲେ । ୧୮୭୩ ମସିହାରେ ଏମ୍.ଏ. ପାଶ୍ କରି ଏବଂ ୧୮୭୮ ମସିହାରେ ବି.ଏଲ୍. ଡିଗ୍ରୀ ହାସଲ କରି ଯଥାକ୍ରମେ ସ୍ନାତକୋତ୍ତର ଓ ଆଇନ ଡିଗ୍ରୀ ପ୍ରାପ୍ତ କରିବାରେ ସେ ପ୍ରଥମ ଓଡ଼ିଆ ଥିଲେ ।
  11. ୧୮୭୬ ମସିହାରେ କଟକରେ ସ୍ଥାପିତ ହୋଇଥିବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ସ୍ନାତକ ମହାବିଦ୍ୟାଳୟରୂପେ ଉନ୍ନୀତ ହୋଇଥିଲା । କମିଶନର ଟି.ଇ. ରେଭେନ୍‌ସାଙ୍କ ନାମରେ ଉକ୍ତ ମହାବିଦ୍ୟାଳୟଟି ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜ ନାମରେ ପରିଚିତ ହେଲା ।
  12. ରେଭେନ୍ସା କଲେଜରେ ଉଚ୍ଚତର ଶିକ୍ଷାଲାଭର ସୁଯୋଗ ପାଇ ଓଡ଼ିଶାରେ ଏକ ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ସୃଷ୍ଟି ହେଲେ ଯେଉଁମାନେ ଓଡ଼ିଆ ଭାଷା, ସଂସ୍କୃତି ତଥା ଓଡ଼ିଆମାନଙ୍କର ଏକତ୍ରୀକରଣ ପାଇଁ ସ୍ଵର ଉତ୍ତୋଳନ କରିଥିଲେ ।

BSE Odisha 10th Class History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ

→ ଓଡ଼ିଆ ଭାଷା, ସାହିତ୍ୟ ଓ ସମ୍ବାଦପତ୍ରର ବିକାଶ :

  • ଓଡ଼ିଶାରେ ଛାପାଖାନା ପ୍ରତିଷ୍ଠା ଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ନିମନ୍ତେ ସହାୟକ ହେଲା ଏବଂ ସାହିତ୍ୟ ଓ ସମ୍ବାଦପତ୍ର ପ୍ରକାଶନ ସହଜ ହେଲା ।
    ଓଡ଼ିଆ ଜାତୀୟତାର ବିକାଶ
  • ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର କଟକ ମିଶନ୍ ପ୍ରେସ୍ ନାମରେ ସ୍ଥାପନ କରାଗଲା ।
  • ଉତ୍କଳ ଦୀପିକା, ସମ୍ବାଦବାହିକା, ବୋଧଦାୟିନୀ, ସମ୍ବଲପୁର ହିତୈଷିଣୀ ଆଦି ସମ୍ବାଦପତ୍ରର ପ୍ରକାଶନ ହେଲା ।
  • ୧୮୬୬ରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ କଟକରୁ ଉତ୍କଳଦୀପିକା, ୧୮୬୮ରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ବାଲେଶ୍ବରରୁ ସମ୍ବାଦ ବାହିକା ଓ ବୋଧଦାୟିନୀ, ୧୮୮୯ରେ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ବାମଣ୍ଡାରୁ ସମ୍ବଲପୁର ହିତୈଷିଣୀ ପ୍ରକାଶିତ ହେଲା ।
  • ଭାଷା ବିବାଦ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତାଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା ।
  • ୧୮୦୩ ମସିହାରେ ଇଂରେଜମାନଙ୍କଦ୍ଵାରା ଓଡ଼ିଶା ଅଧ୍ଵତ ହେବା ପରେ କେବଳ କଟକ, ପୁରୀ ଓ ବାଲେଶ୍ଵର ଜିଲ୍ଲାକୁ ନେଇ ଶାସିତ ହେଉଥିଲା । ପୂର୍ବରୁ ମରହଟ୍ଟାମାନେ ପାର୍ଶୀ ଭାଷାକୁ ରାଜଭାଷା ରୂପେ ମାନ୍ୟତା ଦେଇଥ‌ିବାରୁ ଓଡ଼ିଆ ଭାଷା ଓ ସଂସ୍କୃତି ଭୂଲୁଣ୍ଠିତ ହୋଇଥିଲା ।
  • ଇଂରେଜମାନେ ମଧ୍ୟ ଓଡ଼ିଶାକୁ ବଙ୍ଗଳାର ଅଂଶରୂପେ ବିବେଚନା କରି ବଙ୍ଗୀୟ ରାଜକର୍ମଚାରୀଙ୍କୁ ଓଡ଼ିଶାରେ ଅବସ୍ଥାପିତ କଲେ ଯେଉଁମାନେ କି ବଙ୍ଗଳା ଭାଷା ପ୍ରଚାରରେ ନିମଗ୍ନ ରହିଲେ ।

BSE Odisha 10th Class History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ

  • ୧୮୪୯ ମସିହାରେ କଟକରେ ବଙ୍ଗଳା ଭାଷାକୁ ସରକାରୀ ଭାଷାରୂପେ ସ୍ବୀକୃତି ଦିଆଗଲା ।
  • ଓଡ଼ିଆ ପାଠ୍ୟପୁସ୍ତକର ସ୍ଵଳ୍ପ ଆଳରେ କେତେକ ପ୍ରଭାବଶାଳୀ ବଙ୍ଗୀୟ ବ୍ୟକ୍ତି ଓଡ଼ିଶାର ବିଦ୍ୟାଳୟମାନଙ୍କରେ ବଙ୍ଗଳା ଭାଷା ପ୍ରଚଳନ ପାଇଁ ଉଦ୍ୟମ କଲେ । ଫଳରେ ନିଜ ଭାଷାର ସୁରକ୍ଷା ପାଇଁ ଓଡ଼ିଆମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି ହେଲା । ଓଡ଼ିଶାର କେତେକ ବଙ୍ଗଭାଷୀ ମଧ୍ଯରେ ଏ ଦିଗରେ ସମର୍ଥ ଜଣାଇଥିଲେ ।
    ଓଡ଼ିଆ ଜାତୀୟତାର ବିକାଶ 1
  • ମାଡ୍ରାସ୍ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ଭାଷା ସରକାରୀ ଭାଷାରୂପେ ପ୍ରଚଳିତ ହେବାରୁ ଓଡ଼ିଆ ଭାଷା ଅବହେଳିତ ହେଲା । ଫଳସ୍ୱରୂପ ଗଞ୍ଜାମର ଓଡ଼ିଆମାନେ ୧୮୭୦ ସେପ୍ଟେମ୍ବରରେ ରସୁଲକୋଣ୍ଡାଠାରେ ସଭା କରି ସମସ୍ତ ଓଡ଼ିଆମାନଙ୍କୁ ଏକତ୍ରିତ ହେବା ପାଇଁ ଆହ୍ଵାନ ଦେଲେ ।
  • ପୁନଶ୍ଚ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷାରୂପେ ପ୍ରଚଳନ କରାଗଲା ଓ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନକରାଗଲା । ଏହାକୁ ସେ ଅଞ୍ଚଳର ଜନସାଧାରଣ ବିରୋଧ କଲେ ।
  • ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟତା ଜାଗରଣ କରି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ପ୍ରଯତ୍ନ କଲା । ସମ୍ବଲପୁରବାସୀଙ୍କ ଉଦ୍ୟମ ଫଳରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହେଲା ।
  • ମଧୁସୂଦନ ଦାସ, ଗୋପାଳଚନ୍ଦ୍ର ପ୍ରହରାଜ, ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପବନ୍ଧୁ ଦାସ, ରାଧାନାଥ ରାୟ, ମଧୁସୂଦନ ରାଓ ଓ ଗଙ୍ଗାଧର ମେହେର ପ୍ରଭୃତି ଆଧୁନିକ ଓଡ଼ିଆ ସାହିତ୍ୟର ପୁରୋଧାଗଣ ଜାତୀୟତାବାଦୀ ଲେଖା ମାଧ୍ୟମରେ ଓଡ଼ିଶାର ନରନାରୀଙ୍କୁ ଉଦ୍‌ବୁଦ୍ଧ କରିଥିଲେ ।

→ ବିଭିନ୍ନ ଅନୁଷ୍ଠାନ ଗଠନ :

  • ୧୮୮୨ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଏବଂ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣ ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ କଟକରେ ଉତ୍କଳ ସଭା ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ ଏବଂ ଏହା ଜାତୀୟତାବାଦ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
  • ବାଲେଶ୍ଵରରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ଗଠନ କରାଯାଇଥିଲା ।
  • କଟକରେ ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ ଓ ‘ଉତ୍କଳ ଉଲ୍ଲାସିନୀ ସଭା’ ଗଠନ କରାଯାଇଥିଲା ।
  • ବ୍ରହ୍ମପୁର (ଗଞ୍ଜାମ)ରେ ‘ଉତ୍କଳ ହିତବାଦିନୀ ସଭା’ ଗଠନ କରାଯାଇଥିଲା ।
  • ଉକ୍ତ ଅନୁଷ୍ଠାନଗୁଡ଼ିକ ଓଡ଼ିଆ ଜାତୀୟ ଜାଗରଣକୁ ବଳବତ୍ତର କରିଥିଲା ।

BSE Odisha 10th Class History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ

→ ଧାର୍ମିକ ନବଜାଗରଣ :
ଓଡ଼ିଆ ଜାତୀୟତାର ବିକାଶ 2

  1. ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମ କ୍ଷେତ୍ରରେ ନବଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।
  2. ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଏକ ସଂସ୍କାରଧର୍ମୀ ଧର୍ମରୂପେ ସତ୍ୟ ମହିମା ଧର୍ମର ଆବିର୍ଭାବ ଘଟିଲା ।
  3. ମହିମା ଧର୍ମର ପ୍ରଧାନ ପ୍ରବର୍ତ୍ତକ ଥିଲେ ମହିମା ଗୋସ୍ଵାମୀ ଓ ଭୀମଭୋଇ ଥିଲେ ଏହି ଧର୍ମର ମୁଖ୍ୟ ପ୍ରଚାରକ ।
  4. ଭୀମଭୋଇଙ୍କ କବିତାଗୁଡ଼ିକ ଓଡ଼ିଆମାନଙ୍କ ମନରେ ନିଃସ୍ୱାର୍ଥ ସେବା, ଜାତିପ୍ରୀତି ଓ ଆତ୍ମବଳି ଭାବନା ସୃଷ୍ଟି କରିଥିଲା ।
  5. ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ଅନେକ ଜନହିତକର କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିଥିଲେ ।

→ ଇଂରେଜମାନଙ୍କ ଜନହିତକର କାର୍ଯ୍ୟ:

  • ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ ଅନେକ ଜନହିତକର କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିଥିଲେ ।
  • କମିଶନର ଟି.ଇ. ରେଭେନ୍ସା ଆଳି ଓ ବାଙ୍କୀଠାରେ ନୂତନ ବନ୍ଧ ନିର୍ମାଣ ତଥା ପୁରୁଣା ବନ୍ଧର ମରାମତି କରାଇଥିଲେ । ବାଣିଜ୍ୟର ଉନ୍ନତି ପାଇଁ ମଧ୍ୟ ପକ୍‌କା ସଡ଼କ ନିର୍ମାଣ କରାଯାଇଥିଲା ।
  • ଫଳରେ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହ ସଂଯୋଜିତ ହେବାଦ୍ଵାରା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଭାବନା ଦୃଢ଼ ହୋଇ ପାରିଥିଲା ।
  • ୧୮୮୨ ମସିହାରେ ଭାଇସ୍ରାଏ ଲର୍ଡ଼ ରିପନ୍‌ଙ୍କଦ୍ୱାରା ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲା ।
  • ସ୍ଥାନୀୟ ଶାସନ ସଂସ୍ଥାକୁ ନିର୍ବାଚିତ ପ୍ରତିନିଧୂମାନଙ୍କୁ ପଠାଇ ଓଡ଼ିଆମାନେ ରାଜନୀତିକ ଜ୍ଞାନ ଆହରଣ କରିପାରିଲେ ।
  • ଜାତୀୟ କଂଗ୍ରେସର ବିଭିନ୍ନ ଅଧ୍ଵଂଶନରେ ତଥା ଅନ୍ୟାନ୍ୟ ଜାତୀୟ ସମ୍ମିଳନୀରେ ଓଡ଼ିଆ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଯୋଗଦାନ ଜାତୀୟତା ଜାଗରଣରେ ସହାୟକ ହେଲା ।
  • ଏସବୁଦ୍ଵାରା ଓଡ଼ିଆମାନେ ନିଜର ଇତିହାସ ଓ ଐତିହ୍ୟ, ଭାଷା ଓ ସଂସ୍କୃତି ତଥା ଐକ୍ୟଭାବ ଓ ସଂହତି ସମ୍ପର୍କରେ ଅର୍ଧକ ସଚେତନ ହେଲେ ।

BSE Odisha 10th Class History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ

ଐତିହାସିକ ଘଟଣାବଳୀ ଓ ସମୟ:

୧୫୬୮ ଖ୍ରୀ.ଅ. – ଓଡ଼ିଶାର ସ୍ଵାଧୀନତା ବିଲୋପ ।
୧୮୦୩ ଖ୍ରୀ.ଅ. – ଇଂରେଜମାନଙ୍କଦ୍ଵାରା ଓଡ଼ିଶା ଅଧିକୃତ ।
୧୮୨୩ ଖ୍ରୀ.ଅ. – ଖ୍ରୀଷ୍ଟିୟାନ୍ ଧର୍ମପ୍ରଚାରକମାନଙ୍କଦ୍ୱାରା କଟକରେ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ।
୧୮୩୦ ଖ୍ରୀ.ଅ. – ଓଡ଼ିଆ ରକ୍ଷଣଶୀଳ ସମ୍ପ୍ରଦାୟର ଉପେକ୍ଷା ଫଳରେ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ।
୧୮୩୭ ଖ୍ରୀ.ଅ. – ଓଡ଼ିଶାରେ ପ୍ରଥମ ମୁଦ୍ରଣ ଯନ୍ତ୍ର କଟକ ମିଶନ ପ୍ରେସ୍ ନାମରେ ପ୍ରତିଷ୍ଠା ।
୧୮୪୧ ଖ୍ରୀ.ଅ. – ହିତକାରୀ ଦାତବ୍ୟ ବିଦ୍ୟାଳୟର ପରିଚାଳନା ଭାର ବ୍ରିଟିଶ୍ ସରକାରଙ୍କ ହସ୍ତରେ ନ୍ୟସ୍ତ ।
୧୮୪୯ ଖ୍ରୀ.ଅ. – କଟକ କଲେକ୍ଟରଙ୍କଦ୍ଵାରା ବଙ୍ଗଳା ଭାଷାକୁ ସରକାରୀ ଭାଷାଭାବେ ସ୍ବୀକୃତି ପ୍ରଦାନ ।
୧୮୫୪ ଖ୍ରୀ.ଅ. – ଚାର୍ଲସ୍ ଉଙ୍କ ପାଠ୍ୟକ୍ରମ ସଂସ୍କାର ଆଇନ ପ୍ରଣୟନ ।
୧୮୫୭ ଖ୍ରୀ.ଅ. – କୋଲ୍‌କତା ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ।
୧୮୬୬ ଖ୍ରୀ.ଅ. – ଓଡ଼ିଶାରେ ପୁରୀ, କଟକ ଓ ବାଲେଶ୍ଵର ଜିଲ୍ଲାର ସଦର ମହକୁମାରେ ଜିଲ୍ଲା ସ୍କୁଲ ପ୍ରତିଷ୍ଠା ।
୧୮୬୬ ଖ୍ରୀ.ଅ. – କଟକରେ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶିତ ।
୧୮୬୭ ଖ୍ରୀ.ଅ. – ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ।
୧୮୬୮ ଖ୍ରୀ.ଅ. – କଟକ ଜିଲ୍ଲା ସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ଭାବେ ମାନ୍ୟତାପ୍ରାପ୍ତ ।
୧୮୬୮ ଖ୍ରୀ.ଅ. – କଟକର ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ।

BSE Odisha 10th Class History Notes Chapter 7 ଓଡ଼ିଆ ଜାତୀୟତାର ବିକାଶ

୧୮୬୮ ଖ୍ରୀ.ଅ. – ବାଲେଶ୍ଵରରେ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ସମ୍ବାଦପତ୍ର ‘ସମ୍ବାଦବାହିକା’ ଓ ‘ବୋଧଦାୟିନୀ’ ପ୍ରକାଶିତ ।
୧୮୭୦ ଖ୍ରୀ.ଅ. – ମଧୁସୂଦନ ଦାସଙ୍କର ପ୍ରଥମ ଓଡ଼ିଆ ଭାବେ କୋଲକତା ବିଶ୍ଵବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ ।
୧୮୭୩ ଖ୍ରୀ.ଅ. – ଗଞ୍ଜାମବାସୀଙ୍କଦ୍ୱାରା ସମସ୍ତ ଓଡ଼ିଆମାନଙ୍କୁ ରସୁଲକୋଣ୍ଡାଠାରେ ସଭାକରି ଏକତ୍ର ହେବାପାଇଁ ଆହ୍ବାନ ।
୧୮୭୬ ଖ୍ରୀ.ଅ. – ମଧୁସୂଦନ ଦାସଙ୍କର ସ୍ନାତକୋତ୍ତର ଡିଗ୍ରୀ ହାସଲ ।
୧୮୭୮ ଖ୍ରୀ.ଅ. – କଟକର ଉଚ୍ଚ ବିଦ୍ୟାଳୟ ବା ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟ ସ୍ନାତକ ମହାବିଦ୍ୟାଳୟ ରୂପେ ମାନ୍ୟତାପ୍ରାପ୍ତ ।
୧୮୮୨ ଖ୍ରୀ.ଅ. – ମଧୁସୂଦନ ଦାସଙ୍କର ବି.ଏଲ୍. ଡିଗ୍ରୀ ହାସଲ ।
୧୮୮୨ ଖ୍ରୀ.ଅ. – ଲର୍ଡ଼ ରିପନ୍‌ଙ୍କଦ୍ୱାରା ‘ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା’ ପ୍ରଣୟନ ।
୧୮୮୯ ଖ୍ରୀ.ଅ. – ନୀଳମଣି ବିଦ୍ୟାରତ୍ନଙ୍କଦ୍ୱାରା ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ସମ୍ବାଦପତ୍ର ପ୍ରକାଶିତ ।

BSE Odisha 10th Class History Notes Chapter 18 କୃଷିର ବିକାଶ

Odisha State Board BSE Odisha 10th Class History Notes Chapter 18 କୃଷିର ବିକାଶ will enable students to study smartly.

BSE Odisha Class 10 History Notes Chapter 18 କୃଷିର ବିକାଶ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

→ କୃଷିର ବିକାଶ:

  • କୃଷି ଓଡ଼ିଶାର ଅଧିକାଂଶ ଲୋକଙ୍କର ପ୍ରମୁଖ ଜୀବି କା ହୋଇଥିବାରୁ ସ୍ଵାଧୀନତା ପରର ସରକାରଙ୍କ ପ୍ରଧାନ କାର୍ଯ୍ୟ ଥିଲା ଜମିରେ ପ୍ରକୃତରେ କୃଷିକାର୍ଯ୍ୟ କରୁଥିବା ଚାଷୀକୁ ସ୍ଵତ୍ଵାଧୁକାର ପ୍ରଦାନ ।
  • ଏହି ସମସ୍ୟା ସମାଧାନ କ୍ଷେତ୍ରରେ ଚିରସ୍ଥାୟୀ ବନ୍ଦୋବସ୍ତ ସମୟରୁ ପ୍ରଚଳିତ ଜମିଦାରୀ ପ୍ରଥା ପ୍ରଧାନ ପ୍ରତିବନ୍ଧକ ଥିଲା ।
  • ଏଥିପାଇଁ ହରେକୃଷ୍ଣ ମହତାବ ଜମିଦାରୀ ପ୍ରଥା ଉଚ୍ଛେଦ ପାଇଁ ଓଡ଼ିଶା ବିଧାନସଭାରେ ଏକ ବିଧେୟକ ଆଗତ କରିଥିଲେ ଏବଂ ଷଷ୍ଠ ଦଶକରେ ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହେଲା ।
  • ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ କର୍ଡୱାଲିସ୍‌ଙ୍କଦ୍ୱାରା ୧୭୯୩ ମସିହାରେ ଆରମ୍ଭ କରାଯାଇଥିଲା । ଏହି ବନ୍ଦୋବସ୍ତ ଖସଡ଼ା ପ୍ରସ୍ତୁତ କରିଥିଲେ ସାର୍ ଜନ୍ ସୋର୍ ।

କୃଷିର ବିକାଶ

  • ୧୯୫୫ ମସିହାରୁ ଭୂଦାନ ଆନ୍ଦୋଳନରେ ସଂଗୃହୀତ ଜମି ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା । ଆଦିବାସୀ କୃଷକମାନଙ୍କ ଜମି ଯେପରି ଅଣଆଦିବାସୀମାନେ ନେଇନଯାଆନ୍ତି ସେଥ୍ପାଇଁ ବ୍ୟବସ୍ଥା କରାଗଲା ।
  • ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଆଚାର୍ଯ୍ୟ ବିନୋବା ଭାବେ । ତାଙ୍କ ମୂଳନାମ ଥିଲା ବିନାୟକ ନରହରି ଭାବେ ।
  • ୧୯୪୭ ମସିହାରେ ଏକ ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାର ନିୟନ୍ତ୍ରିତ ହେଲା ଓ ୧୯୪୮ ମସିହାରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଗଲା ।
  • ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହେଲା । ସମବାୟ ସଂସ୍ଥା ଜରିଆରେ କୃଷକମାନଙ୍କୁ ସ୍ଵଳ୍ପ ସୁଧରେ ଋଣ ଦିଆଗଲା ।
  • ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ‘ତକାଭି’ ଋଣ ପ୍ରଦାନ କରାଗଲା । ସରକାର ‘ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ନାମକ ଯୋଜନାରେ ପତିତ ଜମିକୁ ଚାଷୋପଯୋଗୀ କଲେ ।
  • ଜଳସେଚନ ପାଇଁ ପୋଖରୀ ଖୋଳାଗଲା, ପୋତି ହୋଇପଡ଼ିଥିବା ପୋଖରୀର ପୁନରୁଦ୍ଧାର ହେଲା, ନୂଆ ଜଳାଶୟ ଖନନ ହେଲା, କୃଷକମାନଙ୍କ ହଳ, ଲଙ୍ଗଳ ଓ ବଳଦ, ରିହାତି ଦରରେ ସାର ଓ ବିହନ ଯୋଗାଇ ଦିଆଗଲା ।
  • ଓଡ଼ିଶା ସରକାର ଏକ କୃଷି ମହାବିଦ୍ୟାଳୟ ଓ ପରେ ଏକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
  • ଫଳଚାଷ ପାଇଁ ଅନୁଗୁଳ, ପଟ୍ଟାଙ୍ଗୀ ଓ ଜି. ଉଦୟଗିରିରେ କେନ୍ଦ୍ରମାନ ସ୍ଥାପନ କରାଯାଇ ଫଳଗଛ ଚାରା ଓ କଲମୀ ଫଳଚାଷୀମାନଙ୍କୁ ଯୋଗାଇ ଦିଆଗଲା ।
  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ସରକାର ‘ଟେଣ୍ଟ୍‌ ରିଲିଫ୍’ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କଲେ । ଏହି ଯୋଜନାରେ ଗାଁଗହଳିରେ ଲୋକମାନଙ୍କୁ ରାସ୍ତାଘାଟ ତିଆରି, ପୋଖରୀ ଖୋଳା କାମରେ ଶ୍ରମଦାନ ବଦଳରେ ଅର୍ଥ ବା ଖାଦ୍ୟଶସ୍ୟ ପ୍ରଦାନ କରାଯାଏ ।

→ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ:

  • ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାରେ ସର୍ବବୃହତ୍ ବହୁମୁଖୀ ଯୋଜନା ଥିଲା କେନ୍ଦ୍ରୀୟ ଜଳ ଆୟୋଗଦ୍ଵାରା କାର୍ଯ୍ୟକାରୀ ହୋଇଥିବା । ହୀରାକୁଦ ନଦୀବନ୍ଧ ଯୋଜନା ।
  • ଏହି ଯୋଜନାର ତିନୋଟି ଉଦ୍ଦେଶ୍ୟ ଥିଲା – (i) ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ, (ii) ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ଓ (iii) ଜଳ ବିଦ୍ୟୁତ୍ ଉତ୍ପାଦନ ।
  • ୧୯୪୮ ମସିହାରେ ଏହାର କାମ ଆରମ୍ଭ ହୋଇ ୧୯୫୬ ମସିହାରେ ଏହାର କାର୍ଯ୍ୟ ସମାପ୍ତ ହୋଇଥିଲା ।
  • ଏତଦ୍‌ବ୍ୟତୀତ ଆନ୍ଧ୍ରପ୍ରଦେଶ ସହଯୋଗରେ ମାଛକୁଣ୍ଡ ଯୋଜନା, କୋରାପୁଟର ଅପରକୋଲାବ ଯୋଜନା, ଇନ୍ଦ୍ରାବତୀ ଯୋଜନା, ରେଙ୍ଗାଲି ଓ ଭୀମକୁଣ୍ଡ ଯୋଜନା ଓଡ଼ିଶାରେ ଜଳସେଚନ କ୍ଷେତ୍ରରେ ସହାୟକ ହୋଇଛି ।

ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ
→ ଗୋପାଳନ, ମତ୍ସ୍ୟଚାଷ ଓ କୁକୁଡ଼ା ପାଳନର ସୁବ୍ୟବସ୍ଥା:

  • ଗୋପାଳନ, ମତ୍ସ୍ୟଚାଷ, କୁକୁଡ଼ା ପାଳନ ପ୍ରଭୃତି କାର୍ଯ୍ୟକୁ ମଧ୍ଯ ଓଡ଼ିଶା ସରକାର ପ୍ରୋତ୍ସାହନ ଯୋଗାଉଛନ୍ତି ।
  • ରୋଗରୁ ରକ୍ଷା କରିବାପାଇଁ ୧୯୪୯ ମସିହାରେ ଏକ ଆଇନ ପ୍ରଣୀତ ହୋଇଛି ।
  • ମହାନଦୀ, ଧାମରା, ସୁବର୍ଣ୍ଣରେଖା ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି, ମାଛ ସଂରକ୍ଷଣ ପାଇଁ ମାଛଧରା କେନ୍ଦ୍ର ନିକଟରେ ବରଫ କଳ ପ୍ରତିଷ୍ଠା କରାଯାଇଛି ଓ ଧୀବରମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇଛି ।

→ କୃଷିର ବିକାଶ ପାଇଁ ସୁବ୍ୟବସ୍ଥା:

  • ବନ୍ୟା, ମରୁଡ଼ି, ବାତ୍ୟା ଭଳି ସମସ୍ୟା ପ୍ରପୀଡ଼ିତ କୃଷକମାନଙ୍କୁ ସୁରକ୍ଷା ପ୍ରଦାନ, ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସଠିକ୍ ମୂଲ୍ୟରେ ବିକ୍ରୟ ବ୍ୟବସ୍ତା ଓ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
  • କୃଷିର ବିକାଶ ପାଇଁ କୃଷିବିଭାଗ ଅଧୀନରେ ୪ଟି ନିର୍ଦ୍ଦେଶାଳୟ ଅଛି; ଯଥା – (i) କୃଷି ଓ ଖାଦ୍ୟଶସ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, (ii) ଉଦ୍ୟାନ କୃଷି ନିର୍ଦେଶାଳୟ, (iii) ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ, (iv) ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ।
  • ମତ୍ସ୍ୟ ସମ୍ପଦର ବିକାଶ ପାଇଁ ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ, ପଶୁସମ୍ପଦର ଉନ୍ନତି ପାଇଁ ପଶୁଧନ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।
  • ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ, କୃଷି ସମ୍ପ୍ରସାରଣ ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶା କାଜୁ ଉନ୍ନୟନ ନିଗମ, ଓଡ଼ିଶା କୃଷି କ୍ରମୋନ୍ନତି ଓ ବିନିଯୋଗ ନିଗମ ପ୍ରଭୃତି କୃଷିର ବିକାଶ ପାଇଁ କାର୍ଯ୍ୟ କରୁଛି ।
  • ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ଓ କୃଷି ବିଭାଗ ଅଧୀନସ୍ଥ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକ କୃଷକମାନଙ୍କୁ ପ୍ରଶିକ୍ଷଣ ଏବଂ ଦିଗ୍‌ଦର୍ଶନ ଦେବା ନିମନ୍ତେ କାର୍ଯ୍ୟ କରୁଛନ୍ତି ।
  • କଟକରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କୌଶଲ୍ୟାଗଙ୍ଗଠାରେ ମଧୁରଜଳ ମତ୍ସ୍ୟଚାଷ କେନ୍ଦ୍ର ଓ ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
  • ୧୯୭୬ ମସିହାରୁ ଅନେକ କୃଷି ବିଜ୍ଞାନ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରାଯାଇଛି ।
  • ‘ଅଭାବୀ ବିକ୍ରି’ ସମସ୍ୟାରୁ ରକ୍ଷା ପାଇବାପାଇଁ ସରକାର ସିଧାସଳଖ କୃଷକମାନଙ୍କଠାରୁ ଧାନ ସଂଗ୍ରହର ବ୍ୟବସ୍ଥା କରିଛନ୍ତି ।
  • ଉତ୍ପାଦିତ ଦ୍ରବ୍ୟ ଠିକ୍ ମୂଲ୍ୟରେ ବିକ୍ରି ହୋଇ ନ ପାରିବାକୁ ‘ଅଭାବୀ ବିକ୍ରି’ କୁହାଯାଏ ।

ଐତିହାସିକ ଘଟଣାବଳୀ ଓ ସମୟ 
୧୯୪୭ ଖ୍ରୀ.ଅ. – ଏକ ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାର ନିୟନ୍ତ୍ରଣ ।
୧୯୪୮ ଖ୍ରୀ.ଅ. – ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ ଓ ସମବାୟ ବ୍ୟାଙ୍କ ପ୍ରତିଷ୍ଠା ।
୧୯୪୯ ଖ୍ରୀ.ଅ. – ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ସରକାରଙ୍କଦ୍ବାରା ଏକ ଆଇନ ପ୍ରଣୟନ ।
୧୯୫୫ ଖ୍ରୀ.ଅ. – ଭୂଦାନ ଆନ୍ଦୋଳନରେ ସଂଗୃହୀତ ଜମି ଚାଷୀମାନଙ୍କ ମଧ୍ୟରେ ବାଣ୍ଟନ ।
୧୯୫୬ ଖ୍ରୀ.ଅ. – ହୀରାକୁଦ ନଦୀବନ୍ଧ ଯୋଜନାର ନିର୍ମାଣ କାର୍ଯ୍ୟ ସମାପ୍ତି ।
୧୯୭୬ ଖ୍ରୀ.ଅ. – ଗୋତି ପ୍ରଥା ଉଚ୍ଛେଦ ଆଇନ ବଳରେ ଗୋତି ପ୍ରଥା ସମ୍ପୂର୍ଣ୍ଣ ଭାବେ ଲୋପ ।
୧୯୭୬ ଖ୍ରୀ.ଅ. – ଓଡ଼ିଶାରେ ଅନେକ କୃଷିବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ।

BSE Odisha 10th Class History Notes Chapter 19 ଶିଳ୍ପର ବିକାଶ

Odisha State Board BSE Odisha 10th Class History Notes Chapter 19 ଶିଳ୍ପର ବିକାଶ will enable students to study smartly.

BSE Odisha Class 10 History Notes Chapter 19 ଶିଳ୍ପର ବିକାଶ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

→ ସ୍ଵାଧୀନତା ପ୍ରାପ୍ତି ପରେ ଶିଳ୍ପକ୍ଷେତ୍ରରେ ଓଡ଼ିଶାର ସ୍ଥିତି :

  • ସ୍ବାଧୀନତା ପ୍ରାପ୍ତିବେଳକୁ ଶିଳ୍ପକ୍ଷେତ୍ରରେ ଓଡ଼ିଶାର ସ୍ଥିତି ଦୟନୀୟ ଥିଲା । ଓଡ଼ିଶାରେ କେବଳ ଗୋଟିଏ କାଗଜ କଳ, ଗୋଟିଏ କାଚ କାରଖାନା, ଗୋଟିଏ ସାବୁନ କାରଖାନା, ଦୁଇଟି ମଧ୍ୟମ ଧରଣର ଚିନିକଳ ଏବଂ ଅଳ୍ପ କେତେଟି ଧାନକଳ ଓ ତେଲ କଳ ବ୍ୟତୀତ ଅନ୍ୟ କୌଣସି କଳକାରଖାନା ନ ଥିଲା ।
  • ଓଡ଼ିଶାରେ ପ୍ରାକୃତିକ ଖଣିଜ ସମ୍ପଦ, ଜଙ୍ଗଲଜାତ ଦ୍ରବ୍ୟ ଓ କାରଖାନା ଉପଯୋଗୀ କୃଷିଜାତ ଦ୍ରବ୍ୟର ଅଭାବ ନ ଥିଲା । ଶିଳ୍ପାୟନ ପାଇଁ ଆବଶ୍ୟକ ମାନବ ସମ୍ବଳ ମଧ୍ୟ ପର୍ଯ୍ୟାପ୍ତ ଥିଲା ।
  • ଓଡ଼ିଶାରେ ଶିଳ୍ପାୟନ ସମ୍ଭବ ନ ହେବାର ଦୁଇଟି କାରଣ ଥିଲା – (i) ଉଦ୍ୟୋଗପତିଙ୍କ ଅଭାବ ଓ (ii) ପୁଞ୍ଜିର ଅଭାବ ।
  • ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ୧୯୪୬ ମସିହାରେ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସର ଦ୍ବିତୀୟ ମନ୍ତ୍ରୀମଣ୍ଡଳ କାର୍ଯ୍ୟ କରୁଥିଲା ଏବଂ ସେ ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଉଦ୍ୟମ କରିଥିଲେ ।
  • ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡ଼ିକ ମଧ୍ୟରେ ଆବଶ୍ୟକ ଭିଭିଭୂମିର ଅଭାବ, ଓଡ଼ିଶାକୁ ଆସିବାକୁ ଭାରତୀୟ ଶିଳ୍ପପତିମାନଙ୍କ ଅନାଗ୍ରହ, ଓଡ଼ିଆ ଶିଜୋଦ୍ୟୋଗୀଙ୍କ ଅନୁପସ୍ଥିତି, ରେଳପଥର ଅନଗ୍ରସରତା ଓ ପୋତାଶ୍ରୟର ଅଭାବ, ପ୍ରଶିକ୍ଷିତ ମାନବ ସମ୍ବଳର ଅଭାବ ଇତ୍ୟାଦି ପ୍ରମୁଖ ଥିଲା ।

BSE Odisha 10th Class History Notes Chapter 19 ଶିଳ୍ପର ବିକାଶ

→ ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ମହତାବଙ୍କ ଭୂମିକା :

  • ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ମହତାବ ମହାନଦୀ ଓ କାଠଯୋଡ଼ି ଉପରେ ପୋଲ ତିଆରି କାର୍ଯ୍ୟ ଆରମ୍ଭ କରିଥିଲେ ।
  • ୧୯୪୯-୫୦ ଆର୍ଥିକ ବର୍ଷରେ ଜୟପୁର ଓ ବିଶାଖାପାଟଣା ମଧ୍ଯରେ ସୁନକି ଓ ଜୟପୁର ରାସ୍ତାକୁ ଉନ୍ନତ କରିବାପାଇଁ ଓଡ଼ିଶା ସରକାର ଅର୍ଥବ୍ୟବସ୍ଥା କରିଥିଲେ ।
  • ଓଡ଼ିଶାରେ ରେଳପଥର ବିକାଶ ନିମନ୍ତେ ୧୯୪୯-୫୦ ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଗଲା । ଓଡ଼ିଶାରେ ଥ‌ିବା ଚାନ୍ଦବାଲି, ଗୋପାଳପୁର ଓ ଧାମରା ପୋତାଶ୍ରୟର ଉନ୍ନତୀକରଣ କରାଗଲା ।
  • ଶକ୍ତି ଯୋଗାଶ ପାଇଁ ଚୌଦ୍ଵାର ଓ ବ୍ରହ୍ମପୁରରେ ଦୁଇଟି ଛୋଟ ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ଥିଲା । ୧୯୫୭ ମସିହାରେ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲା ।
  • ବୈଷୟିକ ଶିକ୍ଷାର ପ୍ରସାର, ବିଜ୍ଞାନ ଓ ଶିଳ୍ପର ଗବେଷଣା ପାଇଁ ଏକ ପରିଷଦ ଗଠନ, ଶିଳ୍ପ ବିଭାଗର ପୁନର୍ଗଠନ, ଶିଳ୍ପାୟନ ସମ୍ଭାବନା ବିଷୟରେ ସର୍ବେକ୍ଷଣ, ଶିଳ୍ପ ଋଣ ନିଗମ ଗଠନ, ପ୍ରାଦେଶିକ ଶିଳ୍ପ ଅନୁଦାନ ବ୍ୟବସ୍ଥା ଏବଂ ଏକ ଶିଳ୍ପ ପରିଷଦର ଗଠନ ଭଳି କେତେକ ପଦକ୍ଷେପ ଶିଳ୍ପର ବିକାଶ ପାଇଁ ମହତାବ ମନ୍ତ୍ରିମଣ୍ଡଳ ଗ୍ରହଣ କରିଥିଲା ।
  • ସ୍ଵାଧୀନତା ପରେ ପରେ ଚୌଦ୍ଵାରଠାରେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ନାମରେ ଏକ ଲୁଗାକଳ ପ୍ରତିଷ୍ଠା କରାଗଲା । ରାଜଗାଙ୍ଗପୁରଠାରେ ଏକ ସିମେଣ୍ଟ କାରଖାନା ସ୍ଥାପନ ପାଇଁ ସରକାର ସମସ୍ତ ସୁବିଧା ଯୋଗାଇଦେଲେ ।
  • ୧୯୪୭-୪୮ ଆର୍ଥିକ ବର୍ଷରେ ଓଡ଼ିଶାରୁ ମିଳୁଥିବା ଲୁହାପଥର ଓ ମାଙ୍ଗାନିଜକୁ ବ୍ୟବହାର କରି ଲୌହ ଓ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ସର୍ବେକ୍ଷଣ କରାଗଲା । ଏଥପ୍ରତି ଅଣଓଡ଼ିଆ ଶିଳ୍ପପତିଙ୍କ ଅନାଗ୍ରହ ଲକ୍ଷ୍ୟ କରି ବିଦେଶୀ ପୁଞ୍ଜି ନିବେଶ ନିମିତ୍ତ ଅନୁମତି ଦେବାକୁ ମହତାବ ଭାରତ ସରକାରଙ୍କୁ ଅନୁରୋଧ କଲେ ।
  • ଓଡ଼ିଶାରେ ଶିଳ୍ପ ବିକାଶର ସମ୍ଭାବନା ଓ ଯୋଜନା ପ୍ରସ୍ତୁତି ପାଇଁ ଆମେରିକାରୁ ଡେଭିଡ୍ ଏଫ୍. ରୋଜେନ୍ ନାମକ ଜଣେ ବୈଷୟିକ ପରାମର୍ଶଦାତାଙ୍କୁ ଓଡ଼ିଶା ଅଣାଗଲା ।

→ କୁଟୀର ଶିଳ୍ପ ଓ କ୍ଷୁଦ୍ରଶିଳ୍ପର ବିକାଶ :

  • କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଶିଳ୍ପ ବିଦ୍ୟାଳୟମାନଙ୍କରେ ତନ୍ତକାମ, ବଢ଼େଇ କାମ, ସିଲେଇ କାମ ପ୍ରଭୃତି ତାଲିମ ଦିଆଗଲା ।
  • ହସ୍ତତନ୍ତ, ସୁନାରୁପାର ତାରକସି କାମ, ଚମଡ଼ା କାମ, ରେଶମ ଶିଳ୍ପର ବିକାଶ ପାଇଁ ସରକାର ବଜାରର ବ୍ୟବସ୍ଥା କରିଥିଲେ । ବୁଣାକାର ସମବାୟ ସମିତିଗୁଡ଼ିକୁ ପୁନର୍ଜୀବିତ କରାଗଲା ।
  • ଦିଲ୍ଲୀରେ ଥ‌ିବା କୁଟୀର ଶିଳ୍ପ ସଂଗ୍ରହାଳୟରେ ଏକ ଓଡ଼ିଶା ଅନୁଭାଗ ସଂଯୋଗ କରାଗଲା ।
  • ୧୯୪୭-୪୮ ମସିହାରେ ଓଡ଼ିଶାରେ ସମବାୟ ସମିତିର ସଂଖ୍ୟା ଥିଲା ୧୩୩
  • ୧୯୫୦ ମସିହାପରଠାରୁ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଶିଳ୍ପ ପ୍ରତିଷ୍ଠା ହେବାରୁ ଅଧୂକରୁ ଅଧୂକ ଓଡ଼ିଆ କଳକାରଖାନାରେ କାମ କରିବାକୁ ଆସିଲେ । ୧୯୫୧ ମସିହାରେ ଶ୍ରମଶକ୍ତି ୭-୧୪ ପ୍ରତିଶତ କଳକାରଖାନାରେ କାମ କରୁଥିବାବେଳେ ୧୯୬୧ରେ ଏହା ୮.୦୫ ପ୍ରତିଶତରେ ପହଞ୍ଚିଲା ।
  • ୧୯୮୪-୮୫ ମସିହାବେଳକୁ ୩,୯୦,୦୦୦ ଶ୍ରମିକ ଓଡ଼ିଶାର ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଥିଲେ ।
  • ଶିଳ୍ପ ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ ରାସ୍ତାଘାଟ ତିଆରି କରାଯାଇ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରାଗଲା

BSE Odisha 10th Class History Notes Chapter 19 ଶିଳ୍ପର ବିକାଶ

→ ରାଷ୍ଟ୍ରାୟତ୍ତ ଉଦ୍ୟୋଗ :

  • ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେଲା ଓ ୧୯୭୫ ମସିହାରେ ଏହାକୁ ରେଳଲାଇନ୍‌ଦ୍ବାରା ସଂଯୁକ୍ତ କରାଗଲା ।
  • ୨୦୦୦ ମସିହା ବେଳକୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର କାର୍ଯ୍ୟାରମ୍ଭ କଲା ।
  • ୧୯୫୦ ମସିହା ପରେ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଶିଳ୍ପ ପ୍ରତିଷ୍ଠା ଉଦ୍ୟମ ଆରମ୍ଭ ହେଲା ଏବଂ କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଡି଼ଶାର ଶିଳ୍ପ ମାନଚିତ୍ରକୁ ସମୃଦ୍ଧ କରିଥିଲା ।
  • ଜର୍ମାନୀ ସହାୟତାରେ ରାଉରକେଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେଲା ।
  • କୋରାପୁଟ ଜିଲ୍ଲାର ପଞ୍ଚପତିମାଳିଠାରେ ବକ୍‌ସାଇଟ୍ ଖଣିର ସନ୍ଧାନ ମିଳିବା ପରେ କୋରାପୁଟର ଦାମନଯୋଡ଼ି ଓ ଅନୁଗୁଳର ନାଲ୍‌କୋଠାରେ ଦୁଇଟି ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା କରାଗଲା । ପୂର୍ବରୁ ହୀରାକୁଦଠାରେ ମଧ୍ୟ ଏକ ଆଲୁମିନିୟମ୍ କାରଖାନା ପ୍ରତିଷ୍ଠା କରାଯାଇଥିଲା ।
  • ୧୯୭୧ ମସିହାରେ ଭାରତୀୟ ସାର ନିଗମ ତାଳଚେରଠାରେ ଏକ ସାର କାରଖାନା ପ୍ରତିଷ୍ଠା କରିଥିଲେ ।
  • ୧୯୮୧ ମସିହାରେ ପାରାଦୀପଠାରେ ପାରାଦୀପ ଫସ୍‌ଫେଟସ୍ ଲିମିଟେଡ଼ ନାମରେ ଏକ ସାର କାରଖାନା ଆତ୍ମପ୍ରକାଶ କଲା ।
  • ସୋଭିଏତ୍ ରୁଷିଆ ସହଯୋଗରେ ସୁନାବେଡ଼ାଠାରେ ଏକ ମିଗ୍ ବିମାନ ଇଞ୍ଜିନ୍ ତିଆରି କାରଖାନା ପ୍ରତିଷ୍ଠା ହୋଇଛି ।
  • ୧୯୭୮ ମସିହାରେ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୃତ୍ତିକା କାରଖାନା ଏବଂ ତାଳଚେରଠାରେ ଏକ ଭାରୀଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛି ।
  • ବଡ଼ମୂଳଠାରେ ଏକ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଯାଇଛି ।
  • ବିଂଶ ଶତାବ୍ଦୀରେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟ ନଦୀକୂଳରେ ଜୟଶ୍ରୀ ରାସାୟନିକ କାରଖାନା, ରାୟଗଡ଼ା ଜିଲ୍ଲାର ଥୁରୁଭାଲିଠାରେ ଫେରୋସିଲିକନ୍ କାରଖାନା, କଟକ ଜିଲ୍ଲାରେ ଚୌଦ୍ଵାରଠାରେ ଫେସ୍କୋ ଆଲଏଜ୍
  • କାରଖାନା, କେନ୍ଦୁଝରର ଯୋଡ଼ା ଓ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ଠାରେ ଫେରୋ ମାଙ୍ଗାନିଜ୍ କାରଖାନା ଓ ବାଲେଶ୍ଵରଠାରେ ଟାୟାର କାରଖାନା ପ୍ରତିଷ୍ଠା ହୋଇଛି ।

→ କୃଷିଭିତ୍ତିକ ଶିଳ୍ପ :

  • ୧୯୪୯ ମସିହାରେ ଚୌଦ୍ଵାରଠାରେ ଏକ ଲୁଗା କାରଖାନା ପ୍ରତିଷ୍ଠା କରାଗଲା ।
  • ପରେ ସୂତା ତିଆରି ପାଇଁ ଓଡ଼ିଶାରେ ୬ଟି ସୂତା କାରଖାନା ଝାରସୁଗୁଡ଼ା, ବରଗଡ଼, ଖୋର୍ଦ୍ଧା, ତିର୍ତ୍ତୋଲ, ଆଠଗଡ଼ ଓ ଢେଙ୍କାନାଳର ଗୋବିନ୍ଦପୁରଠାରେ ପ୍ରତିଷ୍ଠା କରାଯାଇଥିଲା ।
  • ଯାଜପୁର ଜିଲ୍ଲାର ଧାନମଣ୍ଡଳଠାରେ ଏକ ଝୋଟ କଳ ପ୍ରତିଷ୍ଠା କରାଯାଇଛି ।
  • ଓଡ଼ିଶାର ଆସ୍କା, ରାୟଗଡ଼ା, ନୟାଗଡ଼ ଓ ବରଗଡ଼ରେ ଚିନିକଳ ସ୍ଥାପିତ ହେଲା ।
  • ଓଡ଼ିଶାର ଚୌଦ୍ଵାରଠାରେ ଟିଟାଗଡ଼ ପେପର ମିଲ୍, ବ୍ରଜରାଜନଗରଠାରେ କାଗଜ କଳ, କୋରାପୁଟର ସେବା କାଗଜ କଳ ପ୍ରତିଷ୍ଠା କରାଯାଇଛି ।
  • ରେଶମ ପୋକ ପାଳନ ଓ ରେଶମ ସୂତା ଉତ୍ପାଦନ ମଧ୍ୟ ଏକ କୃଷିଭିତ୍ତିକ ଶିଳ୍ପ ।

→ ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଶିଳ୍ପର ବିକାଶ :

  • ଏକବିଂଶ ଶତାବ୍ଦୀରେ ଓଡ଼ିଶାରେ ଗଚ୍ଛିତ ଲୁହାପଥରକୁ ଆଧାର କରି ଲୌହ ଓ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ କମ୍ପାନୀ ସହ ଓଡ଼ିଶା ସରକାର ରାଜିନାମା ପତ୍ର ସ୍ବାକ୍ଷର କରିଛନ୍ତି ।
  • (୧) ପୋସ୍କୋ ସହିତ ପାରାଦ୍ଵୀପ ନିକଟସ୍ଥ ପ୍ରସ୍ତାବିତ ଲୌହ-ଇସ୍ପାତ କାରଖାନା, (୨) ଟାଟା ଷ୍ଟିଲ୍ ସହିତ ଡୁବୁରୀଠାରେ ପ୍ରସ୍ତାବିତ ଲୌହ ପ୍ରକଳ୍ପ, (୩) ଜିନ୍ଦଲ ଷ୍ଟେନ୍‌ଲେସ୍ ଷ୍ଟିଲ୍ ସହିତ ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ କାରଖାନା, (୪) ଜିନ୍ଦଲ ଷ୍ଟିଲ୍ ଓ ପାୱାର ତରଫରୁ କେନ୍ଦୁଝର ଓ ଅନୁଗୁଳଠାରେ ପ୍ରସ୍ତାବିତ ଲୌହ ପ୍ରକଳ୍ପ ।
  • ପୋସ୍କୋ, ଟାଟା ଷ୍ଟିଲ୍ ଓ ଜିନ୍ଦଲ ଆଦି କମ୍ପାନୀ ଓଡ଼ିଶାରେ ଶିଳ୍ପ ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।
  • ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ଓଡ଼ିଶା ସରକାର ନୂତନ ଶିଳ୍ପନୀତି ଘୋଷଣା କରିଛନ୍ତି ।
  • ୨୦୦୭ ମସିହାରେ ଓଡ଼ିଶା ସରକାର ନୂତନ ଶିଚ୍ଛନୀତି ଘୋଷଣା କରିଥିଲେ ।
  • ଏହି ଶିଳ୍ପନୀତିରେ ହସ୍ତଶିଳ୍ପ, ଖଦୀ, ହସ୍ତତନ୍ତ ଆଦି ଉପରେ ଗୁରୁତ୍ବ ଦିଆଯାଇଛି ।
  • ସୂଚନା ପ୍ରଯୁକ୍ତିବିଦ୍ୟା, ଜୀବ ବୈଷୟିକ ବିଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ଖାଦ୍ୟ ପ୍ରସ୍ତୁତୀକରଣ ଓ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦିଆଯାଇ ଅଧ୍ଵ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି ।
  • ଓଡ଼ିଶାରେ ସୂଚନା ଶିଳ୍ପର ବଡ଼ ବଡ଼ କମ୍ପାନୀ ଯଥା – ଟାଟା କନ୍‌ସଲ୍‌ଟାନ୍ସି, ଇନ୍‌ଫୋସିସ୍, ଉଇପ୍ରୋ, ସତ୍ୟମ ମହିନ୍ଦ୍ରା କାର୍ଯ୍ୟରତ ଅଛନ୍ତି ।
  • ଝାରସୁଗୁଡ଼ା, ଅନୁଗୁଳ, ପାରାଦ୍ବୀପ ଓ କଳିଙ୍ଗନଗରକୁ ନାଭିକେନ୍ଦ୍ର କରି ନୂତନ ଶିଳ୍ପାଞ୍ଚଳ ଗଢ଼ି ଉଠୁଛି ।

BSE Odisha 10th Class History Notes Chapter 19 ଶିଳ୍ପର ବିକାଶ

ଐତିହାସିକ ଘଟଣାବଳୀ ଓ ସମୟ 
୧୯୪୬ ଖ୍ରୀ.ଅ. – ହରେକୃଷ୍ଣ ମହତାବଙ୍କ ନେତୃତ୍ବରେ ଦ୍ବିତୀୟ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ।
୧୯୪୭-୪୮ଖ୍ରୀ.ଅ. – ଓଡ଼ିଶାରେ ଲୌହ-ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସର୍ବେକ୍ଷଣ ଆରମ୍ଭ ।
୧୯୪୯ ଖ୍ରୀ.ଅ. – ଚୌଦ୍ଵାରଠାରେ ଏକ ଲୁଗାକଳ ପ୍ରତିଷ୍ଠା
୧୯୫୭ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ।
୧୯୭୧ ଖ୍ରୀ.ଅ. – ଭାରତୀୟ ସାର ନିଗମ ତାଳଚେରଠାରେ ଏକ ସାର କାରଖାନା ପ୍ରତିଷ୍ଠା ।
୧୯୭୫ ଖ୍ରୀ.ଅ. – ପାରାଦ୍ଵୀପକୁ ରେଳଲାଇନ୍‌ଦ୍ୱାରା ସଂଯୁକ୍ତକରଣ I
୧୯୭୮ ଖ୍ରୀ.ଅ. – ଭାରତୀୟ ଆଣବିକ ଶକ୍ତି ଆୟୋଗଦ୍ଵାରା ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୃତ୍ତିକା
୧୯୮୧ ଖ୍ରୀ.ଅ. – ପାରାଦ୍ଵୀପଠାରେ ‘ପାରାଦ୍ବୀପ ଫସ୍‌ଫେଟସ୍ ଲିମିଟେଡ୍’ ନାମରେ ଏକ ସାର କାରଖାନାର ଆତ୍ମପ୍ରକାଶ ।
୨୦୦୭ ଖ୍ରୀ.ଅ – ଓଡ଼ିଶା ସରକାରଙ୍କ ନୂତନ ଶିଳ୍ପନୀତି ଘୋଷଣା ।

BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

Odisha State Board BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା will enable students to study smartly.

BSE Odisha Class 10 History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ନୂତନ ଓଡ଼ିଶା ଗଠନ :

  • ଅନେକ ଘାତ ପ୍ରତିଘାତ ଦେଇ ଓଡ଼ିଆମାନଙ୍କ ଆନ୍ଦୋଳନ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ।ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା chapter 10 ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ମଧୁସୂଦନ ଦାସ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସ୍ଵପ୍ନ ବାସ୍ତବରେ ପରିଣତ ହୋଇଥିଲା ।
  • ୧୯୩୫ ମସିହା ଭାରତ ଶାସନ ଆଇନରେ ଓଡ଼ିଶାକୁ ନୂତନ ପ୍ରଦେଶ ଭାବରେ ଇଂରେଜ ସରକାର ସ୍ବୀକୃତି ପ୍ରଦାନ କରିଥିଲେ ।
  • କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଆଦି ୬ଟି ଜିଲ୍ଲାକୁ ନେଇ ଏହି ନୂତନ ପ୍ରଦେଶ ଗଠିତ ହେଲା ।
  • ନୂତନ ଓଡ଼ିଶା ପ୍ରଦେଶର ଆୟତନ ୩୨,୬୯୫ ବର୍ଗମାଇଲ ଓ ଜନସଂଖ୍ୟା ୮,୦୪୩,୬୮୧ ଥିଲା । କଟକ
  • କେନ୍ଦ୍ରୀୟ ପ୍ରଦେଶରୁ ଖଡ଼ିଆଳ, ପଦ୍ମପୁର; ବିଶାଖାପାଟଣା ଏଜେନ୍‌ସିରୁ ଜୟପୁର ଜମିଦାରୀ ଓ ପଟାଙ୍ଗୀ; ମାନ୍ଦ୍ରାଜ ପ୍ରେସିଡ଼େସିରୁ ଘୁମୁସର, ଆସ୍କା, ସୋରଡ଼ା, କୋଦଳା ଓ ଛତ୍ରପୁର ଓଡ଼ିଶା ସହିତ ମିଶିଯାଇଥିଲା ।ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା chapter 10.1
  • ଓଡ଼ିଆମାନଙ୍କ ଆକାଂକ୍ଷିତ ମେଦିନୀପୁର, ଫୁଲଝର, ସୋମପେଟା, ମଞ୍ଜୁଷା ଆଦି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଗଲା ।
  • ରେଭେନ୍ସା କଲେଜର ହଲ୍‌ରେ ୧୯୩୬ ମସିହା ଏପ୍ରିଲ୍ ୧ତାରିଖରେ ଏକ ଆଡ଼ମ୍ବରପୂର୍ଣ ଉତ୍ସବରେ ନୂତନ ଓଡ଼ିଶା ପ୍ରଦେଶ ଉଦ୍‌ଘାଟିତ ହେଲା ।
  • ସାର୍ ଜନ୍ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ କୋଟନେ ଟେରେଲା ତାଙ୍କୁ ଶପଥପାଠ କରାଇଥିଲେ ।
  • କଟକର ବାରବାଟୀ ଦୁର୍ଗରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଏକ ବିଶାଳ ଭୋଜିର ଆୟୋଜନ କରିଥିଲେ ।

BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

→ ପ୍ରଶାସନ ବ୍ୟବସ୍ଥା :

  • ନିର୍ବାଚିତ ସରକାର ଗଠିତ ହେବା ପର୍ଯ୍ୟନ୍ତ ନୂତନ ଓଡ଼ିଶାର ଶାସନ ଦାୟିତ୍ଵ ରାଜ୍ୟପାଳ ଓ ତାଙ୍କଦ୍ୱାରା ମନୋନୀତ ୨୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ଉପଦେଷ୍ଟା ପରିଷଦ ଉପରେ ନ୍ୟସ୍ତ କରାଯାଇଥିଲା ।
  • ରାଜ୍ୟପାଳ ଓଡ଼ିଶାର ଶାସନମୁଖ୍ୟ ରହିଲେ ଏବଂ ଉପଦେଷ୍ଟା ପରିଷଦର ଉପସଭାପତି ଭାବେ ଲକ୍ଷ୍ମୀଧର ମହାନ୍ତିଙ୍କୁ ମନୋନୀତ କରାଗଲା ।
  • ଏହି ପରିଷଦକୁ ପ୍ରଦେଶ ଗଠନ ପୂର୍ବରୁ ଏକ ପ୍ରାଦେଶିକ ବିଧାନସଭାରେ କୌଣସି ଅଞ୍ଚଳରେ ପ୍ରତିନିଧୂ କରିଥିବା ସଦସ୍ୟମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଓ ୩ ଜଣ ସରକାରୀ ସଭ୍ୟଙ୍କୁ ମନୋନୀତ କରାଗଲା ।
  • ୧୯୩୩ ଜୁନ୍ ୨୪ରେ ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଓଡ଼ିଶା ପ୍ରଶାସନିକ କମିଟିରେ ଅଧ୍ୟକ୍ଷଙ୍କ ବ୍ୟତୀତ ମଧୁସୂଦନ ଦାସଙ୍କ ସମେତ ୯ ଜଣ ସଭ୍ୟ ଥିଲେ ।
  • ଏହି କମିଟି ୧୯୩୩ ଡିସେମ୍ବର ୨୦ରେ ନୂତନ ପ୍ରଦେଶ ଗଠନ ସମ୍ବନ୍ଧରେ ଦେଇଥ‌ିବା ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ନୂତନ ଓଡ଼ିଶାର ଶାସନରେ ସହାୟକ ହୋଇଥିଲା । ଏହି କମିଟିର ମଧୁସୂଦନ ଦାସଙ୍କ ମୂଲ୍ୟବାନ୍ ପରାମର୍ଶ ଓ ସକ୍ରିୟ ସହଯୋଗ ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଶେଷ ଔପଚାରିକ କାର୍ଯ୍ୟ ଥିଲା ।

→ ପ୍ରଥମ ନିର୍ବାଚନ :

  1. ୧୯୩୫ ମସିହା ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ ୧୯୩୭ ମସିହାରେ ନିର୍ବାଚନ ଅନୁଷ୍ଠିତ ହେଲା । ଛପନଟି ଆସନ ନିର୍ବାଚିତ ସଦସ୍ୟଙ୍କ ପାଇଁ ଚାରିଟି ଆସନ ମନୋନୀତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।
  2. ନିର୍ବାଚନରେ ଜାତୀୟ କଂଗ୍ରେସ, ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱାଧୀନ ଜାତୀୟ ଦଳ,କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ସଂଯୁକ୍ତ ଦଳ ଓ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ଵାଧୀନଦଳ ଭାଗ ନେଇଥିଲେ ।
  3. ଏହି ନିର୍ବାଚନରେ କଂଗ୍ରେସ ୩୬ଟି, ଜାତୀୟ ଦଳ ୪ଟି, ସଂଯୁକ୍ତ ଦଳ ୬ଟି ଓ ବାକି ୧୦ଟି ଆସନରେ ସ୍ଵାଧୀନ ଦଳ ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

→ ସରକାର ଗଠନ :

  • ନିର୍ବାଚନରେ କଂଗ୍ରେସ ଦଳ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ସୁଦ୍ଧା ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହୋଇନଥିଲା ।
  • ବିକଳ୍ପ ବ୍ୟବସ୍ଥା ଭାବେ ରାଜ୍ୟପାଳଙ୍କ ନିମନ୍ତ୍ରଣକ୍ରମେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ସଂଖ୍ୟାଲଘୁ ସଭ୍ୟଙ୍କ ସମର୍ଥନରେ ୧୯୩୭ ମସିହା ଏପ୍ରିଲ ୧ ତାରିଖରେ ମନ୍ତ୍ରୀମଣ୍ଡଳ ଗଠନ କଲେ ।
  • କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଏବଂ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ଓ ମୌଲବୀ ଲତିଫୁର ରେହମନ୍ ଏହି ମନ୍ତ୍ରୀମଣ୍ଡଳର ଦୁଇଜଣ ମନ୍ତ୍ରୀ ଥିଲେ ।
  • ପରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହେବାରୁ ୧୯୩୭ ମସିହା ଜୁଲାଇ ୧୩ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳ।
    ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା chapter 10.2
  • ୧୯୩୭ ମସିହା ଜୁଲାଇ ୧୯ ତାରିଖ ଦିନ ବିଶ୍ବନାଥ ଦାସ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ । ନିତ୍ୟାନନ୍ଦ କାନୁନ୍‌ଗୋ ଓ ବୋଧରାମ ଦୁବେ ଏହି ମନ୍ତ୍ରୀମଣ୍ଡଳର ଦୁଇଜଣ ମନ୍ତ୍ରୀ ଥିଲେ ।
  • ଚାରିଜଣ ପାର୍ଲାମେଣ୍ଟାରୀ ସେକ୍ରେଟେରୀଭାବେ ଯଦୁମଣି ମଙ୍ଗରାଜ, ଜଗନ୍ନାଥ ମିଶ୍ର, ପ୍ୟାରିଶଙ୍କର ପଟ୍ଟନାୟକ, ଓ ରାଧାକୃଷ୍ଣ ବିଶ୍ଵାସରାୟ ଶପଥ ଗ୍ରହଣ କରିଥିଲେ ।
  • ୧୯୩୭ ମସିହା ଜୁଲାଇ ୨୮ ତାରିଖରେ ରେଭେନ୍ସା କଲେଜ୍ ହଲ୍‌ରେ ପ୍ରଥମ ବିଧାନସଭାର ପ୍ରଥମ ଅଧୁବେଶନ ଅନୁଷ୍ଠିତ ହୋଇଥିଲା ।
  • ଓଡ଼ିଶାର ପ୍ରଥମ ବାଚସ୍ପତି ଭାବେ ମୁକୁନ୍ଦପ୍ରସାଦ ଦାସ ଓ ପ୍ରଥମ ଉପବାଚସ୍ପତି ଭାବେ ନନ୍ଦକିଶୋର ଦାସ ନିର୍ବାଚିତ ହୋଇଥିଲେ ।
  • ଇଂରେଜ ସରକାରଙ୍କ ଯୁଦ୍ଧନୀତି ବିରୋଧରେ ପ୍ରତିବାଦ କରି ବିଶ୍ବନାଥ ଦାସଙ୍କ କଂଗ୍ରେସ ମନ୍ତ୍ରୀମଣ୍ଡଳ ୧୯୩୯ ମସିହା ନଭେମ୍ବର ମାସରେ ଇସ୍ତଫା ଦେଇଥିଲେ ।
  • ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବାରୁ ୧୯୩୫ ଭାରତ ଶାସନ ଆଇନର ଧାରା ୯୩ ଅନୁଯାୟୀ ରାଜ୍ୟପାଳ ପ୍ରତ୍ୟକ୍ଷ ଶାସନ ଦାୟିତ୍ଵ ଗ୍ରହଣ କଲେ ।

BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

  • ୧୯୪୧ ମସିହା ଏପ୍ରିଲ୍ ୧ ତାରିଖରେ ଅଷ୍ଟିନ୍ ହବାକ୍‌ଙ୍କ ପରେ ଉଇଲିୟମ୍ ଲୁଇସ୍ ଓଡ଼ିଶାର ରାଜ୍ୟପାଳ ଦାୟିତ୍ଵ ନେଲେ ।
  • ୧୯୪୧ ମସିହା ନଭେମ୍ବର ୨୪ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦ୍ବିତୀୟଥର ପାଇଁ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲବୀ ଅବଦୁସ୍ ଶୋଭନ୍ ଖାଁ ମନ୍ତ୍ରୀ ରୂପେ ଯୋଗ ଦେଲେ ।
  • ଉତ୍କଳ ବିଶ୍ୱବିଦ୍ୟାଳୟ ଓ କଟକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କୃଷ୍ଣଚନ୍ଦ୍ର ଗଜପତିଙ୍କଦ୍ୱାରା ସମ୍ଭବ ହୋଇଥିଲା ।
  • ୧୯୪୪ ମସିହା ଜୁନ୍ ୨୯ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ।
  • ଦ୍ବିତୀୟ ବିଶ୍ୱଯୁଦ୍ଧ ସମାପ୍ତି ପରେ ୧୯୪୬ ମସିହା ଏପ୍ରିଲ୍ ୨୩ ତାରିଖରେ ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।
  • ତାଙ୍କ ସହିତ ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନ୍‌ଗୋ, ରାଧାକୃଷ୍ଣ ବିଶ୍ଵାସରାୟ ଓ ଅନ୍ୟ ଚାରିଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ।
  • ହରେକୃଷ୍ଣ ମହତାବ ଭାରତକୁ ଆସିଥିବା କ୍ୟାବିନେଟ୍ ମିଶନ୍ ନିକଟରେ ଓଡ଼ିଶାର ଗଡ଼ଜାତ ରାଜ୍ୟ ମିଶ୍ରଣ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ ।
  • ସେ ୧୯୪୬ ମସିହାରୁ ୧୯୫୦ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ନେତୃତ୍ଵ ନେଇଥିଲେ ।
  • ତାଙ୍କ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ଗଡ଼ଜାତ ମିଶ୍ରଣ, ହୀରାକୁଦ ନଦୀବନ୍ଧ ଯୋଜନାର ଆରମ୍ଭ ଓ ଭୁବନେଶ୍ୱରରେ ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା ।

ଐତିହାସିକ ଘଟଣାବଳୀ ଓ ସମୟ:

୧୯୩୩ ଖ୍ରୀ.ଅ. – (ଜୁନ୍ ୨୪) ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ।
୧୯୩୫ ଖ୍ରୀ.ଅ. – ଭାରତ ଶାସନ ଆଇନ ପ୍ରଣୀତ ।
୧୯୩୬ ଖ୍ରୀ.ଅ. – (ଏପ୍ରିଲ୍ ୧) ନୂତନ ଓଡ଼ିଶା ପ୍ରଦେଶ ଆନୁଷ୍ଠାନିକ ଭାବେ ରେଭେନ୍ସା କଲେଜ୍ ହଲ୍‌ରେ ଉଦ୍‌ଘାଟିତ ।
୧୯୩୭ ଖ୍ରୀ.ଅ. – ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ସ୍ଥିରୀକୃତ ।
୧୯୩୭ ଖ୍ରୀ.ଅ. – (ଜାନୁୟାରୀ ୧୮ରୁ ୨୩) ଓଡ଼ିଶାରେ ପ୍ରାଦେଶିକ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ।
୧୯୩୭ ଖ୍ରୀ.ଅ. – (ଏପ୍ରିଲ୍ ୧) ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ଗଠନ ।
୧୯୩୭ ଖ୍ରୀ.ଅ. – (ଜୁଲାଇ ୧୩) ମହାରାଜା କୃଷ୍ଣଚନ୍ଦ୍ରଙ୍କ ମନ୍ତ୍ରୀମଣ୍ଡଳର ଇସ୍ତଫା ।

BSE Odisha 10th Class History Notes Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

୧୯୩୭ ଖ୍ରୀ.ଅ. – (ଜୁଲାଇ ୧୯) ବିଶ୍ଵନାଥ ଦାସଙ୍କ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ ।
୧୯୩୭ ଖ୍ରୀ.ଅ. – (ଜୁଲାଇ ୨। ) ପ୍ରଥମ ବିଧାନସଭାର ପ୍ରଥମ ଅଧ‌ିବେଶନ ରେଭେନ୍ସା କଲେଜ୍ ହଲ୍‌ରେ ଆହୂତ ।
୧୯୩୯ ଖ୍ରୀ.ଅ. – (ନଭେମ୍ବର) କଂଗ୍ରେସ ମନ୍ତ୍ରିମଣ୍ଡଳର ଇସ୍ତଫା ।
୧୯୪୧ ଖ୍ରୀ.ଅ. – (ଏପ୍ରିଲ୍ ୧) ଉଇଲିୟମ୍ ଲୁଇସ୍‌ଙ୍କର ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ ।
୧୯୪୧ ଖ୍ରୀ.ଅ. – (ନଭେମ୍ବର ୨୪) ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହାୟତାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ମିଳିତ ମନ୍ତ୍ରିମଣ୍ଡଳ ଗଠନ ।
୧୯୪୪ ଖ୍ରୀ.ଅ. – (ଜୁନ୍ ୨୯) ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ।
୧୯୪୬ ଖ୍ରୀ.ଅ. – (ଏପ୍ରିଲ୍ ୨୩) ହରେକୃଷ୍ଣ ମହତାବଙ୍କର ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ ।
୧୯୪୬ରୁ ୧୯୫୦ ଖ୍ରୀ.ଅ. – ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ହରେକୃଷ୍ଣ ମହତାବଙ୍କ କାର୍ଯ୍ୟ ନିର୍ବାହ ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

Odisha State Board BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ will enable students to study smartly.

BSE Odisha Class 10 History Notes Chapter 20 ଭିଭିଭୂମିର ବିକାଶ

→ ଓଡ଼ିଶାରେ ଭିତ୍ତିଭୂମିର ବିକାଶ:

  • ଭିତ୍ତିଭୂମି ଏକ ମୌଳିକ ଢାଞ୍ଚାଗତ ମୂଳଦୁଆ । ଏହି ମୂଳଦୁଆ ଦୃଢ଼ ହେଲେ ଗୋଟିଏ ଦେଶର ଆର୍ଥନୀତିକ ବିକାଶ ସମ୍ଭବ ହୋଇଥାଏ ।
  • ୧୯୩୬ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପରାଧୀନ ଭାରତର ଏକ ପ୍ରଦେଶ ରୂପେ ରହିଥ‌ିବା ଓଡ଼ିଶାର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା ।
  • ପୁନଶ୍ଚ ୧୯୩୯ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିବା ୨ୟ ବିଶ୍ଵଯୁଦ୍ଧ ଓ ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଯୋଗୁଁ ଭିତ୍ତିଭୂମିର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରି ନଥିଲା ।
  • ୧୯୪୬ ମସିହା ପରଠାରୁ ଓଡ଼ିଶାରେ ଭିଭିଭୂମିର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା ।
  • କେତେକ ନିର୍ଦ୍ଦିଷ୍ଟ ଆଧାର; ଯଥା – ଜଳସେଚନ, ରାସ୍ତାଘାଟର ଉନ୍ନତୀକରଣ ଓ ଗମନାଗମନର ସୁବିଧା, ରେଳପଥର ବିକାଶ, ବିମାନଘାଟୀ ଓ ପୋତାଶ୍ରୟର ବ୍ୟବସ୍ଥା, ଯୋଗାଯୋଗ, ମାନବ ସମ୍ବଳର ବିକାଶ, ଶକ୍ତିକ୍ଷେତ୍ରରେ ବିକାଶ, ଅର୍ଥ ଯୋଗାଣ ବ୍ୟବସ୍ଥା, ପର୍ଯ୍ୟଟନ ପାଇଁ ଆତିଥ୍ୟ ଯୋଗାଣ ବ୍ୟବସ୍ଥା, ଉଦ୍ୟୋଗପତିମାନଙ୍କୁ ପ୍ରଶିକ୍ଷଣ, ସରକାରୀ ପ୍ରୋତ୍ସାହନ ଇତ୍ୟାଦିକୁ ନେଇ ଭିତ୍ତିଭୂମିର ବିକାଶ ସମ୍ଭବ ହୋଇଥାଏ ।
  • ଭିତ୍ତିଭୂମିର ବିକାଶ ହେଲେ କୃଷି, ଶିଳ୍ପ, ପର୍ଯ୍ୟଟନ, ସାମାଜିକ ସଂହତି ତଥା ସବୁ ଜିଲ୍ଲାର ସମତୁଲ ବିକାଶ ସମ୍ଭବ ହୁଏ ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

→ କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ:

  • କୃଷିର ଉନ୍ନତି ଓଡ଼ିଶାର ଆର୍ଥନୀତିକ ପ୍ରଗତିର ଚାବିକାଠି ।
  • କୃଷି ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କିତ ବିଭାଗଗୁଡ଼ିକ ହେଲା – ଜଳସେଚନ, କୃଷି ବିଜ୍ଞାନ ଓ କୃଷିକ୍ଷେତ୍ରରେ ଆଧୁନିକ ଜ୍ଞାନର ପ୍ରୟୋଗ, ଉନ୍ନତ ସାର ଓ ବିହନ ଯୋଗାଣ, ରୋଗ ପୋକ ନିୟନ୍ତ୍ରଣ ଓ କୃଷକମାନଙ୍କୁ ଦରକାର ସମୟରେ ସହାୟତା ପ୍ରଦାନ ।
  • ସ୍ଵାଧୀନତା ପରେ ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧ ଓ ଆନିକଟ କରାଯାଇ କେନାଲ ଯୋଗେ ଜଳସେଚନ କରାଯାଇଛି ।
  • ଓଡ଼ିଶାରେ ୬୫ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ଅବିଭକ୍ତ ପୁରୀ ଜିଲ୍ଲା ଆଠୋଟି କେନାଲଦ୍ୱାରା ଜଳସେଚିତ ହେଉଛି । ପୁରୀ କେନାଲ ଏ ଅଞ୍ଚଳର ମୁଖ୍ୟ କେନାଲ ।
  • ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ତାଳଦଣ୍ଡା, ମାଛଗାଁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲଦ୍ଵାରା; ହୀରାକୁଦ ନଦୀବନ୍ଧ ଯୋଜନାଦ୍ଵାରା ଅବିଭକ୍ତ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଅନେକ ଅଞ୍ଚଳ ଏବଂ ରେଙ୍ଗାଲି ପ୍ରକଳ୍ପ, ହ୍ରଦଗଡ଼ ନଦୀବନ୍ଧ, ଅପର କୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପଦ୍ବାରା ଅନେକ ଅଞ୍ଚଳରେ ଜଳସେଚନର ସୁବିଧା ହୋଇପାରିଛି ।
  • କୃଷି ସମ୍ପର୍କୀୟ ଗବେଷଣା ପାଇଁ ଓଡ଼ିଶାରେ କେତୋଟି କେନ୍ଦ୍ରୀୟ ଗବେଷଣା କେନ୍ଦ୍ର କାର୍ଯ୍ୟ କରୁଛି ।
  • କଟକଠାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳଠାରେ ନାରିକେଳ ଗବେଷଣା କେନ୍ଦ୍ର, କୌଶଲ୍ୟାଗଙ୍ଗଠାରେ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରୁଛି ।
  • ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଚିପିଲିମାଠାରେ ପ୍ରତିଷ୍ଠିତ କୃଷି ମହାବିଦ୍ୟାଳୟ କୃଷି ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଛି ।
  • ପଞ୍ଚାୟତମାନଙ୍କରେ ନିଯୁକ୍ତ ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ପ୍ରଦାନ କରୁଛନ୍ତି ଏବଂ ସମବାୟ ସଂସ୍ଥା ଓ ବ୍ୟାଙ୍କମାନଙ୍କ ଜରିଆରେ କୃଷକମାନଙ୍କୁ ଋଣ ପ୍ରଦାନର ବ୍ୟବସ୍ଥା କରାଯାଇଛି ।

→ ଶିଳ୍ପ ପାଇଁ ଭିତ୍ତିଭୂମିର ବିକାଶ:

  • ରାଜ୍ୟକୁ ଶିକ୍ରୋଦ୍ୟୋଗୀମାନଙ୍କୁ ଆକର୍ଷିତ କରିବାକୁ ହେଲେ ପରିବହନର ସୁବିଧା, ଆବଶ୍ୟକୀୟ ଜମି ଓ ଜଳ, ଉନ୍ନତ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥା, ପ୍ରଶିକ୍ଷିତ ମାନବ ଶକ୍ତିର ବିକାଶ ଆବଶ୍ୟକ ।
  • ଓଡ଼ିଶାରେ ଶିଳ୍ପ ଉପଯୋଗୀ ଅନେକ ଜମି ଓ ସୁଦୀର୍ଘ ସମୁଦ୍ରତଟ ରହିଛି । ମାତ୍ର ଶିଳ୍ପ ପାଇଁ ଜମି ଅଧଗ୍ରହଣ ପାଇଁ ବିସ୍ଥାପିତ ସମସ୍ୟା ଦେଖାଯାଉଛି ।
  • ସରକାର ବିସ୍ଥାପିତମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସହମତିରେ ଜମି ଅଧଗ୍ରହଣ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି ।

→ ରାସ୍ତାଘାଟ ଓ ପରିବହନ ବ୍ୟବସ୍ଥା:

  • କୃଷି, ଶିଳ୍ପ, ପର୍ଯ୍ୟଟନ ଓ ସାମାଜିକ ଐକ୍ୟ ପାଇଁ ଉନ୍ନତ ଗମନାଗମନ ଓ ପରିବହନ ବ୍ୟବସ୍ଥା ନିହାତି ଆବଶ୍ୟକ ।
  • ବର୍ତ୍ତମାନ ଓଡ଼ିଶାରେ ରାଜପଥର ସଂଖ୍ୟା ୫ରୁ ବୃଦ୍ଧି ପାଇ ୧୫ରେ ପହିଞ୍ଚିଛି ଏବଂ ଏହି ରାଜପଥଗୁଡ଼ିକର ଦୈର୍ଘ୍ୟ ୩,୬୫୫ କି.ମି. ।
  • ପ୍ରାଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଗାଁଗହଳରେ ଅନେକ ପକ୍‌କା ରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବିଧା ହୋଇପାରିଛି ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

→ ରେଳପଥ:

  • ଭାରତରେ ରେଳପଥ ୧୮୫୩ ମସିହାରେ ଆରମ୍ଭ ହୋଇଥିଲା ।
  • ଓଡ଼ିଶାରେ ପ୍ରଥମେ ୧୮୯୭ ମସିହାରେ ରେଳଗାଡ଼ି ଚାଲିଥିଲା । ସେତେବେଳେ ଓଡ଼ିଶାରେ ୩୫୮ କି.ମି. ରେଳପଥ ଥିଲା; ଯାହା ସ୍ଵାଧୀନତା ପ୍ରାପ୍ତିବେଳକୁ ୯୧୪ କି.ମି.ରେ ପହଞ୍ଚିଲା ।
  • ବର୍ତ୍ତମାନ ଭାରତରେ ୧୬ଟି ରେଳବାଇ ଜୋନ୍ ଅଛି । ଏଥୁମଧ୍ୟରୁ ଇଷ୍ଟକୋଷ୍ଟ ରେଳବାଇ ଜୋନ୍ ଗୋଟିଏ ଏହା ଅଧୀନରେ ସମ୍ବଲପୁର, ଖୋଦ୍ଧୀରୋଡ଼ ଓ ୱାଲଟିଅର ଡିଭିଜନ କାର୍ଯ୍ୟ କରୁଛି ।
  • ୧୯୯୬ ମସିହା ଅଗଷ୍ଟ ୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ପୂର୍ବତଟ ରେଳପଥର ଶୁଭ ଦେଇଥିଲେ । ୨୦୦୩ ଏପ୍ରିଲ୍‌ରେ ଭୁବନେଶ୍ଵରରେ ମୁଖ୍ୟ
    କାର୍ଯ୍ୟାଳୟ ସହିତ ଏହା କାର୍ଯ୍ୟକାରୀ ହେଲା ।
  • ଓଡ଼ିଶାର ଦୈତାରୀ ବଂଶପାଣି ରେଳରାସ୍ତା ପ୍ରକଳ୍ପର କାର୍ଯ୍ୟ ସରିଛି ଏବଂ ଲାଞ୍ଜିଗଡ଼ ରେଳପଥର ନିର୍ମାଣ କାର୍ଯ୍ୟ ଭବାନୀପାଟଣା ପର୍ଯ୍ୟନ୍ତ ଶେଷ ହୋଇଛି । ଏହାଛଡ଼ା ହରିଦାସପୁର-ପାରାଦୀପ, ଅନୁଗୁଳ-ଡୁବୁରି, ତାଳଚେର-ବିମଳାଗଡ଼ ଆଦି ରେଳପଥ ନିର୍ମାଣାଧୀନ ରହିଛି ।

→ ବିମାନ ବନ୍ଦର ଓ ପୋତାଶ୍ରୟ :

  • ଓଡ଼ିଶାର ଭୁବନେଶ୍ଵରଠାରେ ଅବସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଆମଦାନୀ ଓ ରପ୍ତାନିର ସୁବିଧା ପାଇଁ ‘କଷ୍ଟମ୍ସ ବିମାନ ବନ୍ଦର’ ଭାବେ ଘୋଷଣା କରାଯାଇଛି । ଏଠାରେ ଭାରତର ସବୁ ବଡ଼ ବଡ଼ ସହରକୁ ବିମାନ ସେବା ଉପଲବ୍‌ଧ ହେଉଛି ।
  • ୧୯୯୫ ମସିହା ଅଗଷ୍ଟ ମାସରୁ ଏଠାରେ ଏକ ଏୟାର କାର୍ପୋ କମ୍ପ୍ଲେକ୍ସ କାର୍ଯ୍ୟ କରୁଛି ।
  • ଭୁବନେଶ୍ବର ବିମାନ ବନ୍ଦର ବ୍ୟତୀତ ଓଡ଼ିଶାରେ ୧୩ଟି ବିମାନ ଅବତରଣ କେନ୍ଦ୍ର ଓ ୧୬ଟି ହେଲିପ୍ୟାଡ଼ ଅଛି ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇ ଏଠାରୁ ବିଦେଶକୁ ଲୁହାପଥର ରପ୍ତାନି କରାଯାଉଛି । ୧୯୭୦-୭୨ ମସିହାରେ ଏହି ବନ୍ଦର ୧୯ ଲକ୍ଷ ଟନ୍ ପଣ୍ୟ କାରବାର କରିଥିଲା ।
  • ଏହି ବନ୍ଦରକୁ ଭିଭିକରି ପରାଦ୍ଵୀପ ଫସ୍‌ଫେଟ୍ସ କାରଖାନା ଗଢ଼ିଉଠିଛି ଓ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଛି।
  • ୧୯୭୫ ମସିହାରେ ପାରାଦ୍ୱୀପକୁ ରେଳପଥ ସହିତ ସଂଯୁକ୍ତ କରାଯାଇଥିଲା। ୧୯୮୭ ମସିହାଠାରୁ ଗୋପାଳପୁରଠାରେ ଏକ ମଧ୍ୟମ ଶ୍ରେଣୀର ବନ୍ଦର କାର୍ଯ୍ୟ କରୁଅଛି ।
  • ଟାଟା କମ୍ପାନୀ ସହାୟତାରେ ଧାମରାଠାରେ ଏକ ବୃହତ୍ ବନ୍ଦର ନିର୍ମାଣ କରାଯାଇଛି।

→ ବିଦ୍ୟୁତ୍ ଶକ୍ତି :

  • ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାର ଚୌଦ୍ଵାର ଓ ବ୍ରହ୍ମପୁରଠାରେ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିଲା । ବର୍ତ୍ତମାନ ଇବ୍ ଓ ତାଳଚେରଠାରେ ତାପଜ ବିଦ୍ୟୁତ୍ କେନ୍ଦ୍ର କାର୍ଯ୍ୟ କରୁଛି ।
  • ୧୯୪୮ ମସିହାରେ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ବର୍ତ୍ତମାନ ଓଡ଼ିଶାରେ ୬ଟି ଜଳବିଦ୍ୟୁତ୍ ପ୍ରକଳ୍ପ ରହିଛି; ଯଥା – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ, ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପ, ରେଙ୍ଗାଲି ଜଳବିଦ୍ୟୁତ୍ ପ୍ରକଳ୍ପ, ଅପରକୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପ, ଅପର ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପ ଓ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ ।
  • ବର୍ତ୍ତମାନ ତାପଜ ବିଦ୍ୟୁତ୍ ଓ ଜଳ ବିଦ୍ୟୁତକୁ ମିଶାଇ ଓଡ଼ିଶାର ନିଜସ୍ଵ ବିଦ୍ୟୁତ୍ ଉତ୍ପାଦନ ସାମର୍ଥ୍ୟ ୨୮୫୬ ମେଗାଓ୍ବାଟ୍ ।
  • ବିଦ୍ୟୁତ୍ ଶକ୍ତିର ସୁଷମ ବଣ୍ଟନ ପାଇଁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ପରିଷଦର କାର୍ଯ୍ୟ ଦୁଇଗୋଟି ନିଗମକୁ ଦିଆଯାଇଛି; ଯଥା – (୧) ଓଡ଼ିଶା ଗ୍ରୀଡ୍ ନିଗମ ଓ (୨) ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମ ।
  • ଗ୍ରୀକୁ ବିଦ୍ୟୁତ୍ ସରବରାହ ଓ ବିତରଣ ଦାୟିତ୍ୱ, ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମକୁ ଜଳବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ପରିଚାଳନା ଦାୟିତ୍ଵ ଓ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମକୁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ଦାୟିତ୍ଵ ଦିଆଯାଇଛି ।
  • ବିଦ୍ୟୁତ୍ ବିତରଣ ପାଇଁ ୱେସ୍କୋ, ନେସ୍କୋ, ସାଉଥ୍ ଓ ସେସ୍କୋ (ସେସୁ) ନାମକ ଚାରିଗୋଟି ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି ।
  • ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ଶକ୍ତି ଯୋଗାଇ ଦେବାରେ ୨୦୦୬ ମସିହାରୁ ‘ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା ଓ ‘କୁଟୀର ଜ୍ୟୋତି ଯୋଜନା’’ ଓ ୨୦୦୭ ମସିହାରୁ ‘ବିଜୁ ଗ୍ରାମଜ୍ୟୋତି ଯୋଜନା’ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

→ ମାନବ ସମ୍ବଳର ବିକାଶ:

  • କୌଣସି ଦେଶର ସାମୂହିକ ଉନ୍ନତି ପାଇଁ ଏକ ସୁସ୍ଥ ମାନବ ସମ୍ବଳର ଏକାନ୍ତ ଆବଶ୍ୟକତା ରହିଛି । ପ୍ରଶିକ୍ଷିତ ମାନବ ସମ୍ବଳ ସୃଷ୍ଟି ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି ।
  • ଓଡ଼ିଶାରେ ବୈଷୟିକ ଶିକ୍ଷା ପାଇଁ ଶିଳ୍ପ ତାଲିମକେନ୍ଦ୍ର, ଯାନ୍ତ୍ରିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ; ସୂଚନା ପ୍ରଯୁକ୍ତି ବିଦ୍ୟା, କମ୍ପ୍ୟୁଟର ବିଜ୍ଞାନ, ଜୀବ ବୈଷୟିକ ବିଦ୍ୟା ଶିକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ; କଳା, ବାଣିଜ୍ୟ, ବିଜ୍ଞାନ ପାଠ୍ୟକ୍ରମ ସମ୍ପର୍କିତ ଅନେକ କଲେଜ; ଶିକ୍ଷକମାନଙ୍କ ପ୍ରଶିକ୍ଷଣ ନିମନ୍ତେ ପ୍ରଶିକ୍ଷଣ ମହାବିଦ୍ୟାଳୟ; ପର୍ଯ୍ୟଟନ ଓ ହୋଟେଲ ପରିଚାଳନା ଶିକ୍ଷା ନିମିତ୍ତ ଅନେକ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଇଛି ।

→ ଭିତ୍ତିଭୂମିର ବିକାଶ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା :

  • ଚଳଚ୍ଚିତ୍ର ପାଇଁ ଓଡ଼ିଶାରେ କଳିଙ୍ଗ ଷ୍ଟୁଡ଼ିଓ ଭଳି ଅନୁଷ୍ଠାନ କାର୍ଯ୍ୟ କରୁଅଛି ।
  • ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ହୋଟେଲ ଓ ଅତିଥ୍ ଗୃହ, ପାନ୍ଥନିବାସ ଓ ପାନ୍ଥନିକାମାନ ଖୋଲାଯାଇଛି ।
  • ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଭୁବନେଶ୍ଵର, ପୁରୀ, କୋଣାର୍କକୁ ନେଇ ଏକ ‘ସୁବର୍ଣ୍ଣ ତ୍ରିଭୁଜ’ର ପରିକଳ୍ପନା କରାଯାଇଛି ।
  • ଚିଲିକା, ଭିତରକନିକାରେ ଜଳଯାତ୍ରା ପାଇଁ ସରକାରୀ ବୋଟ୍ ଯୋଗାଇ ଦିଆଯାଇଛି ।
  • ଓଡ଼ିଶାରେ ଭିତ୍ତିଭୂମିର ବିକାଶ ସହିତ ଓଡ଼ିଆମାନଙ୍କ ସାମାଜିକ ପ୍ରତିବଦ୍ଧତା ଓ ସଂହତି ଦୃଢ଼ ହେଉଛି । ଏହାର ବିକାଶ ପାଇଁ ଅନେକ ସଂସ୍ଥା କାର୍ଯ୍ୟରତ; ଯଥା – ଓଡ଼ିଶା ଶିଳ୍ପ ଉନ୍ନୟନ ଓ ଅର୍ଥ ନିବେଶ ନିଗମ, ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ, ଓଡ଼ିଶା ରାଜ୍ୟ ବୈଦ୍ୟୁତିକ ସାମଗ୍ରୀ ଉନ୍ନୟନ ନିଗମ, ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ, ଓଡ଼ିଶା କୃଷି ଓ ଅର୍ଥ ଉନ୍ନୟନ ଓ ଅର୍ଥ ନିବେଶ ନିଗମ, ଓଡ଼ିଶା ରାଜ୍ୟ ଅର୍ଥ ନିଗମ, ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଇନ୍ଫୋସିଟି ।

BSE Odisha 10th Class History Notes Chapter 20 ଭିଭିଭୂମିର ବିକାଶ

ଐତିହାସିକ ଘଟଣାବଳୀ ଓ ସମୟ
୧୮୫୩ ଖ୍ରୀ.ଅ. – ଭାରତରେ ରେଳପଥ ଆରମ୍ଭ ।
୧୮୯୭ ଖ୍ରୀ.ଅ. – ଓଡ଼ିଶାରେ ପ୍ରଥମେ ରେଳଗାଡ଼ି ଚଳାଚଳ ।
୧୯୩୬ ଖ୍ରୀ.ଅ. – ଏକ ସ୍ବତନ୍ତ୍ର ପ୍ରଦେଶ ଭାବରେ ଓଡ଼ିଶା ପ୍ରଦେଶର ଆତ୍ମପ୍ରକାଶ ।
୧୯୪୨ ଖ୍ରୀ.ଅ. – ‘ଭାରତ ଛାଡ଼’ ଆନ୍ଦୋଳନ ସଂଘଟିତ ।
୧୯୪୬ ଖ୍ରୀ.ଅ. – ଓଡ଼ିଶାରେ ଭିତ୍ତିଭୂମିର ବିକାଶ ନିମନ୍ତେ କାର୍ଯ୍ୟାରମ୍ଭ ।
୧୯୪୮ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟକ୍ଷମ ।
୧୯୫୭ ଖ୍ରୀ.ଅ. – ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ।
୧୯୭୫ ଖ୍ରୀ.ଅ. – ପାରାଦ୍ଵୀପକୁ ରେଳପଥ ସହିତ ସଂଯୁକ୍ତକରଣ ।
୧୯୮୭ ଖ୍ରୀ.ଅ. – ଏକ ମଧ୍ୟମ ଶ୍ରେଣୀ ବନ୍ଦର ଭାବେ ଗୋପାଳପୁର ବନ୍ଦରର କାର୍ଯ୍ୟାରମ୍ଭ ।
୧୯୯୫ ଖ୍ରୀ.ଅ. – (ଅଗଷ୍ଟ) ଭୁବନେଶ୍ଵର ବିମାନ ବନ୍ଦରରେ ଏକ ଏୟାର କାର୍ପୋ କମ୍ପ୍ଲେକ୍ସର କାର୍ଯ୍ୟାରମ୍ଭ ।
୧୯୯୬ ଖ୍ରୀ.ଅ. – (ଏପ୍ରିଲ୍ ୧) ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇନ ୧୯୯୫ କାର୍ଯ୍ୟକାରୀ ।
୧୯୯୬ ଖ୍ରୀ.ଅ. – (ଅଗଷ୍ଟ ୮) ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କଦ୍ଵାରା ପୂର୍ବତଟ ରେଳପଥର ଶୁଭ ଉଦ୍‌ଘାଟନ ।
୨୦୦୩ ଖ୍ରୀ.ଅ. – (ଏପ୍ରିଲ୍) ଭୁବନେଶ୍ଵରରେ ମୁଖ୍ୟ କାର୍ଯ୍ୟାଳୟ ସହିତ ପୂର୍ବତଟ ରେଳପଥ କାର୍ଯ୍ୟକ୍ଷମ ।
୨୦୦୬ ଖ୍ରୀ.ଅ. – ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା କାର୍ଯ୍ୟକାରୀ ।
୨୦୦୭ ଖ୍ରୀ.ଅ. – ବିଜୁ ଗ୍ରାମଜ୍ୟୋତି ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ।