BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Odisha State Board BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା Textbook Exercise Questions and Answers.

BSE Odisha Class 10 Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
୧୮୨୨ ମସିହାରୁ ଖ୍ରୀଷ୍ଟିୟାନ ମିଶନାରୀମାନେ ଓଡ଼ିଶାରେ କ’ଣ ପ୍ରତିଷ୍ଠା କରିଥିଲେ ?
(କ) ଚର୍ଚ୍ଚା
(ଖ) ପ୍ରେସ୍
(ଗ) ମିଶନ୍ ସ୍କୁଲ
(ଘ) ଦାତବ୍ୟ ଚିକିତ୍ସ୍ନାଳୟ
Answer:
(ଗ) ମିଶନ୍ ସ୍କୁଲ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୨।
୧୮୬୬ରେ ‘ଉତ୍କଳ ଦୀପିକା’ ପତ୍ରିକାର ସମ୍ପାଦନା କିଏ କରୁଥିଲେ ?
(କ) ମଧୁସୂଦନ ଦାସ
(ଖ) ରାମଶଙ୍କର ରାୟ
(ଗ) ପୌରାଣଙ୍କର ରାୟ
(ଘ) ରାଧାନାଥ ରାୟ
Answer:
(ଗ) ପୌରାଣଙ୍କର ରାୟ

Question ୩ ।
କେଉଁଟି କବିବର ରାଧାନାଥ ରାୟଙ୍କ କୃତି ନୁହେଁ ?
(କ) ବିବେକୀ
(ଖ)ଇତାଲାୟ ଯୁବା
(ଗ)କେଦାରଗୌରା
(ଘ) ଅବସରର ବାସରେ
Answer:
(ଘ) ଅବସରର ବାସରେ

Question ୧୧।
ଓଡ଼ିଆ ଭାଷା ସୁରକ୍ଷା ନିମିତ୍ତ ଫକୀରମୋହନଙ୍କର ଅବଦାନ ସମ୍ପର୍କରେ ଲେଖ ।
Answer:
ସରସ୍ଵତୀ ସମ୍ମାନରେ ଭୂଷିତ ସାରସ୍ଵତ ସାଧକ ଫକୀରମୋହନ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଜୀବନସାରା ପ୍ରୟାସ କରିଥିଲେ । ସେ ଥିଲେ ଓଡ଼ିଆ ଭାଷା ସାହିତ୍ୟର ଯଥାର୍ଥ ସେନାପତି । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ ସାରଥୀ । ସ୍କୁଲ ଶିକ୍ଷକ ଥିଲାବେଳେ ସେ ପ୍ରକାଶ କରିଥିଲେ ‘ବାଲେଶ୍ଵର ସମ୍ବାଦବାହିକା’ ନାମକ ଏକ ସମ୍ବାଦପତ୍ର । ସେ ୧୮୬୮ରେ ପ୍ରଥମ ସାହିତ୍ୟ ପତ୍ରିକା ‘ବୋଧଦାୟିନୀ’ ପ୍ରକାଶ କରିଥିଲେ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ଅନେକ ପାଠ୍ୟପୁସ୍ତକ ରଚନାରେ ମନୋନିବେଶ କରିଥିଲେ । ଏହାବ୍ୟତୀତ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧର ରଚୟିତା । ‘ଉତ୍କଳ ଭ୍ରମଣଂ’ ତାଙ୍କର ଏକ ଭିନ୍ନ ସ୍ବାଦର କବିତା ପୁସ୍ତକ ।

ବ୍ୟାସକବିଙ୍କର ଅନ୍ୟାନ୍ୟ କବିତା ପୁସ୍ତକ ହେଉଛି, ‘ପୁଷ୍ପମାଳା’, ‘ପୂଜାଫୁଲ’, ‘ଅବସର ବାସରେ’, ‘ଧୂଳି’ ଓ ‘ବୌଦ୍ଧାବତାର କାବ୍ୟ’ । ତାଙ୍କର କାଳଜୟୀ ଯୁଗାନ୍ତକାରୀ ଉପନ୍ୟାସଗୁଡ଼ିକ ହେଉଛି, ‘ଛ’ ମାଣ ଆଠଗୁଣ୍ଠ’, ‘ଲଛମା’, ‘ମାମୁ’, ‘ପ୍ରାୟଶ୍ଚିତ୍ତ’ । ସମାଜର ବିଭିନ୍ନ ଚରିତ୍ର ଓ ସମସ୍ୟାକୁ ନେଇ ସେ ରଚନା କରିଛନ୍ତି କୋଡ଼ିଏଟି ଗଳ୍ପ । ‘ଗଳ୍ପସ୍ଵଳ୍ପ’ ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ଭାବରେ ଗଳ୍ପଗୁଡ଼ିକ ପ୍ରକାଶିତ । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ହେଉଛି ଫକୀରମୋହନଙ୍କର ‘ରେବତୀ’ ଗଳ୍ପ। ସେ ମଧ୍ୟ ‘ନନାଙ୍କ ପାଞ୍ଜି’ ପରି ରମ୍ୟରଚନା ସୃଷ୍ଟିକରି ନିଜର ଅମଳିନ ପ୍ରତିଭାର ପରିଚୟ ଦେଇଛନ୍ତି ।

Question ୧୨ ।
ବାମଣ୍ଡା ରାଜସଭାରୁ ଫକୀରମୋହନ କେଉଁ ଉପାଧ୍ ପାଇଥିଲେ ?
Answer:
ଫକୀରମୋହନ ସେନାପତିଙ୍କ ସାରସ୍ଵତ ପ୍ରତିଭାରେ ବିମୁଗ୍ଧ ବାମଣ୍ଡାର ରାଜସଭା ବ୍ୟାସକବିଙ୍କୁ ‘ସରସ୍ଵତୀ’ ସମ୍ମାନରେ ଭୂଷିତ କରିଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୧୩ ।
‘କୃଷକ ସଙ୍ଗୀତ’ର ରଚୟିତା କିଏ ?
Answer:
‘କୃଷକ ସଙ୍ଗୀତ’ ନାମକ କବିତା ପୁସ୍ତକର ରଚୟିତା ସ୍ବଭାବକବି ଗଙ୍ଗାଧର ମେହେର ।

Question ୧୪।
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର କିଏ ?
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର ହେଉଛନ୍ତି ଜଗନ୍ମୋହନ ଲାଲ । ତାଙ୍କ ରଚିତ ‘ବାବାଜୀ’ ନାଟକ ପ୍ରଥମ ଓଡ଼ିଆ ନାଟକ ଯାହା ୧୮୭୭ ମସିହାରେ ରଚିତ ହୋଇଥିଲା ।

Question ୧୫ ।
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାଁ କ’ଣ ?
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାଁ ‘ପଦ୍ମମାଳୀ’ । ଏହି ଉପନ୍ୟାସକୁ ୧୮୮୮ ମସିହାରେ ଉମେଶ ଚନ୍ଦ୍ର ସରକାର ରଚନା କରିଥିଲେ ।

Question ୧୬ ।
ଗୋପାଳଚନ୍ଦ୍ର ପ୍ରହରାଜଙ୍କର କେଉଁଟି ଏକ ଅକ୍ଷୟ କୀର୍ତ୍ତି ?
Answer:
ଗୋପାଳଚନ୍ଦ୍ର ପ୍ରହରାଜଙ୍କର ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଏକ ଅକ୍ଷୟ କୀର୍ତ୍ତି । ଏହା ସାତଖଣ୍ଡରେ ପ୍ରକାଶିତ । ଏହାକୁ କୁହାଯାଏ ଓଡ଼ିଆ ଭାଷାର କଳା କୋଣାର୍କ ।

Question ୧୭ ।
ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ କ’ଣ ଥିଲା ?
Answer:
ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା ଉତ୍କଳୀୟଙ୍କ ମନରେ ଜାତୀୟ ଚେତନାର ଜାଗରଣ ଓ ସର୍ବଭାରତୀୟ ଜାତୀୟତାବୋଧର ପ୍ରତିଷ୍ଠା । ପୁନଶ୍ଚ ମାନବସେବା, ଇତିହାସ ଓ ଐତିହ୍ୟର ଆବିଷ୍କାର ମାଧ୍ୟମରେ ଜାତିର ଅତୀତ ଐଶ୍ବର୍ଯ୍ୟକୁ ଦର୍ଶାଇଦେବା ଓ ସର୍ବୋପରି ଜାତୀୟ ଚରିତ୍ର ଗଠନପାଇଁ ପ୍ରେରଣା ପ୍ରଦାନ କରିବା ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା ସତ୍ୟବାଦୀ ପର୍ବ ୧୯୦୯ ମସିହାରୁ ଉନ୍ମେଷ ଘଟି ଏହା ୧୯୨୫ ମସିହା ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିଲା ।

Question ୧୮ ।
ସତ୍ୟବାଦୀ ବନବିଦ୍ୟାଳୟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ଲେଖ ।
Answer:
ସତ୍ୟବାଦା ବନବିଦ୍ୟାଳୟ୍ଟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ହେଲା ପଣ୍ଡିତ ଗୋପବନ୍ଧୁ ଦାସ, ଗଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ବାସୁଦେବ ମହାପାତ୍ର ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୪।
‘କନକଲତା’ ଉପନ୍ୟାସର ରଚୟିତା କିଏ ?
(କ) ଗଙ୍ଗାଧର ମେହେର
(ଖ) ଫକାରମୋହନ ସେନାପତି
(ଗ) ନନ୍ଦକିଶୋର ବଳ
(ଘ) ରାଧାନାଥ ରାୟ
Answer:

Question ୫।
କେଉଁ କୃତିଟି ସଚ୍ଚିବାନନ୍ଦ ରାଉତରାୟଙ୍କର ?
(କ) କାଳାନ୍ତର
(ଖ) ଶିବ ଭାଇ
(ଗ) ମଶାଣିର ଫୁଲ
(ଘ) ବକ୍ରବାହୁ
Answer:
(ଗ) ମଶାଣିର ଫୁଲ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୭।
ସୂର୍ଯ୍ୟାସ୍ତ ନିଲାମ ଆଇନଦ୍ୱାରା ଓଡ଼ିଆ ଜନତା କିପରି କ୍ଷତିଗ୍ରସ୍ତ ହେଲେ ?
Answer:
ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ସେମାନେ ସୂର୍ଯ୍ୟାସ୍ତ ନିଲାମ ଆଇନ ବଳରେ ଓଡ଼ିଶାର କୃଷକ ଓ ଜମିମାଲିକଙ୍କ ଜମିକୁ ନୂତନଭାବେ ସୃଷ୍ଟ ଅନୁଗତ ଜମିଦାରମାନଙ୍କୁ ହସ୍ତାନ୍ତର କଲେ । ସେହି ନୂତନ ସୃଷ୍ଟ ଜମିଦାରମାନେ ଜନସାଧାରଣଙ୍କ ପ୍ରତି ଅନୁଦାର ଭାବ ପୋଷଣ କଲେ । ଫଳସ୍ଵରୂପ, ଓଡ଼ିଆ ଜାତି ହାହୁତାଶ ମଧ୍ଯରେ ନାନା ଅତ୍ୟାଚାର, ଶୋଷଣ ଓ ପୀଡ଼ନର ଶିକାର ହେଲା ।

Question ୮।
ଭାରତବର୍ଷରେ ବ୍ରାହ୍ମ ସମାଜର ପରିକଳ୍ପନା କିଏ କରିଥିଲେ ?
Answer:
ଭାରତବର୍ଷରେ ୧୮୨୮ରେ ରାଜା ରାମମୋହନ ରାୟ ବ୍ରାହ୍ମ ସମାଜର ପରିକଳ୍ପନା କରିଥିଲେ । ତାଙ୍କଦ୍ୱାରା ବ୍ରାହ୍ମ ଧର୍ମ ପିତୁଳା ପୂଜାକୁ ବିରୋଧ କରି ଏକେଶ୍ଵର ବ୍ରହ୍ମବାଦ ଉପରେ ଗୁରୁତ୍ଵ ଦେଲା ।

Question ୯ ।
ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ ଲେଖ ।
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ ‘ବିବେକୀ’ । ଉକ୍ତ ପ୍ରବନ୍ଧଟି କବିବର ରାଧାନାଥ ରାୟଙ୍କଦ୍ୱାରା ୧୮୨୩ ମସିହାର ରଚିତ ହୋଇଥ୍ଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୧୦ ।
କବିବର ରାଧାନାଥ ରାୟଙ୍କର କି କି କୃତି ରହିଛି ?
Answer:
କବିବର ରାଧାନାଥ ରାୟ ଆଧୁନିକ ଓଡ଼ିଆ ସାହିତ୍ୟର ଜନକ । ସେ ଯୁଗସ୍ରଷ୍ଟା ଓ ଯୁଗପ୍ରବର୍ତ୍ତକ । ତାଙ୍କଦ୍ବାରା ରଚିତ ପ୍ରବନ୍ଧ ‘ବିବେକୀ’ ଆଧୁନିକ ଓଡ଼ିଆ ଭାଷାର ପ୍ରଥମ ପ୍ରବନ୍ଧ । ୧୮୭୪ରେ ସେ ‘ଇତାଲୀୟ ଯୁବା’ ପରି ଏକ ଗଳ୍ପଗ୍ରନ୍ଥ ରଚନା କରିଥିଲେ । ସେ ମଧ୍ୟ କେତୋଟି କବିତା ସୃଷ୍ଟି କରିଥିଲେ । ୧୮୮୫ ମସିହାଠାରୁ ଗ୍ରୀକ୍ ଓ ଇଂରାଜୀ ସାହିତ୍ୟ ପ୍ରଭାବରେ ତାଙ୍କଦ୍ୱାରା ରଚିତ ଗାଥାକାବ୍ୟଗୁଡ଼ିକ ହେଉଛି, ‘କେଦାରଗୌରୀ’, ‘ଉଷା’, ‘ନନ୍ଦିକେଶ୍ଵରୀ’, ‘ଚନ୍ଦ୍ରଭାଗା’ ଓ ‘ପାର୍ବତୀ’ । ତାଙ୍କର ଅନ୍ୟାନ୍ୟ ସାରସ୍ଵତ କୃତି ମଧ୍ୟରେ ପ୍ରକୃତିକୁ ନେଇ ରଚିତ ଖଣ୍ଡକାବ୍ୟ ‘ଚିଲିକା’, ଅମିତ୍ରାକ୍ଷର ଛନ୍ଦରେ ରଚିତ ‘ମହାଯାତ୍ରା’, ବ୍ୟଙ୍ଗକାବ୍ୟ ‘ଦରବାର’ ଓ ‘ଯଯାତି କେଶରୀ’, ‘ଦଶରଥ ବିୟୋଗ’, ‘ସାବିତ୍ରୀ ଚରିତ’, ‘ଉର୍ବଶୀ’ ଆଦି ଅନ୍ୟତମ । ଏତଦ୍‌ଭିନ୍ନ ସେ ‘ଶିବାଜୀଙ୍କ ଉତ୍ସାହବାଣୀ’ ଓ ‘ଦୁର୍ଯ୍ୟୋଧନଙ୍କ ରକ୍ତନଦୀ ସନ୍ତରଣ’ ଆଦି କ୍ଷୁଦ୍ର କବିତା ମଧ୍ୟ ରଚନା କରିଥିଲେ ।

Question ୧୧ ।
ଓଡ଼ିଆ ଭାଷା ସୁରକ୍ଷା ନିମିତ୍ତ ଫକୀରମୋହନଙ୍କର ଅବଦାନ ସମ୍ପର୍କରେ ଲେଖ ।
Answer:
ସରସ୍ବତୀ ସମ୍ମାନରେ ଭୂଷିତ ସାରସ୍ଵତ ସାଧକ ଫକୀରମୋହନ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଜୀବନସାରା ପ୍ରୟାସ କରିଥିଲେ । ସେ ଥିଲେ ଓଡ଼ିଆ ଭାଷା ସାହିତ୍ୟର ଯଥାର୍ଥ ସେନାପତି । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ ସାରଥୀ । ସ୍କୁଲ ଶିକ୍ଷକ ଥିଲାବେଳେ ସେ ପ୍ରକାଶ କରିଥିଲେ ‘ବାଲେଶ୍ଵର ସମ୍ବାଦବାହିକା’ ନାମକ ଏକ ସମ୍ବାଦପତ୍ର । ସେ ୧୮୬୮ରେ ପ୍ରଥମ ସାହିତ୍ୟ ପତ୍ରିକା ‘ବୋଧଦାୟିନୀ’ ପ୍ରକାଶ କରିଥିଲେ । ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ଅନେକ ପାଠ୍ୟପୁସ୍ତକ ରଚନାରେ ମନୋନିବେଶ କରିଥିଲେ । ଏହାବ୍ୟତୀତ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧର ରଚୟିତା ।

‘ଉତ୍କଳ ଭ୍ରମଣଂ’ ତାଙ୍କର ଏକ ଭିନ୍ନ ସ୍ବାଦର କବିତା ପୁସ୍ତକ । ବ୍ୟାସକବିଙ୍କର ଅନ୍ୟାନ୍ୟ କବିତା ପୁସ୍ତକ ହେଉଛି, ‘ପୁଷ୍ପମାଳା’, ‘ପୂଜାଫୁଲ’, ‘ଅବସର ବାସରେ’, ‘ଧୂଳି’ ଓ ‘ବୌଦ୍ଧାବତାର କାବ୍ୟ’ । ତାଙ୍କର କାଳଜୟୀ ଯୁଗାନ୍ତକାରୀ ଉପନ୍ୟାସଗୁଡ଼ିକ ହେଉଛି, ‘ଛ’ ମାଣ ଆଠଗୁଣ୍ଠ’, ‘ଲଛମା’, ‘ମାମୁ’, ‘ପ୍ରାୟଶ୍ଚିତ୍ତ’ । ସମାଜର ବିଭିନ୍ନ ଚରିତ୍ର ଓ ସମସ୍ୟାକୁ ନେଇ ସେ ରଚନା କରିଛନ୍ତି କୋଡ଼ିଏଟି ଗଳ୍ପ । ‘ଗଳ୍ପସ୍ଵଳ୍ପ’ ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ଭାବରେ ଗଳ୍ପଗୁଡ଼ିକ ପ୍ରକାଶିତ । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ହେଉଛି ଫକୀରମୋହନଙ୍କର ‘ରେବତୀ’ ଗଳ୍ପ । ସେ ମଧ୍ୟ ‘ନନାଙ୍କ ପାଞ୍ଜି’ ପରି ରମ୍ୟରଚନା ସୃଷ୍ଟିକରି ନିଜର ଅମଳିନ ପ୍ରତିଭାର ପରିଚୟ ଦେଇଛନ୍ତି ।

Question ୧୨ ।
ବାମଣ୍ଡା ରାଜସଭାରୁ ଫକୀରମୋହନ କେଉଁ ଉପାଧ୍ ପାଇଥିଲେ ?
Answer:
ଫକୀରମୋହନ ସେନାପତିଙ୍କ ସାରସ୍ଵତ ପ୍ରତିଭାରେ ବିମୁଗ୍ଧ ବାମଣ୍ଡାର ରାଜସଭା ବ୍ୟାସକବିଙ୍କୁ ‘ସରସ୍ଵତୀ’ ସମ୍ମାନରେ ଭୂଷିତ କରିଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୧୩ ।
‘କୃଷକ ସଙ୍ଗୀତ’ର ରଚୟିତା କିଏ ?
Answer:
‘କୃଷକ ସଙ୍ଗୀତ’ ନାମକ କବିତା ପୁସ୍ତକର ରଚୟିତା ସ୍ଵଭାବକବି ଗଙ୍ଗାଧର ମେହେର ।

Question ୧୪।
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର କିଏ ?
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର ହେଉଛନ୍ତି ଜଗନ୍ମୋହନ ଲାଲ । ତାଙ୍କ ରଚିତ ‘ବାବାଜୀ’ ନାଟକ ପ୍ରଥମ ଓଡ଼ିଆ ନାଟକ ଯାହା ୧୮୭୭ ମସିହାରେ ରଚିତ ହୋଇଥିଲା ।

Question ୧୫ ।
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଉପନ୍ୟାସର ନାଁ କ’ଣ ?
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାଁ ‘ପଦ୍ମମାଳୀ’ । ଏହି ଉପନ୍ୟାସକୁ ୧୮୮୮ ମସିହାରେ

Question ୧୬ ।
ଗୋପାଳଚନ୍ଦ୍ର ପ୍ରହରାଜଙ୍କର କେଉଁଟି ଏକ ଅକ୍ଷୟ କୀର୍ତ୍ତି ?
Answer:
ଗୋପାଳଚନ୍ଦ୍ର ପ୍ରହରାଜଙ୍କର ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଏକ ଅକ୍ଷୟ କୀର୍ତ୍ତି । ଏହା ସାତଖଣ୍ଡରେ ପ୍ରକାଶିତ । ଏହାକୁ କୁହାଯାଏ ଓଡ଼ିଆ ଭାଷାର କଳା କୋଣାର୍କ ।

Question ୧୭ ।
ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ କ’ଣ ଥିଲା ?
Answer:
ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା ଉତ୍କଳୀୟଙ୍କ ମନରେ ଜାତୀୟ ଚେତନାର ଜାଗରଣ ଓ ସର୍ବଭାରତୀୟ ଜାତୀୟତାବୋଧର ପ୍ରତିଷ୍ଠା । ପୁନଶ୍ଚ ମାନବସେବା, ଇତିହାସ ଓ ଐତିହ୍ୟର ଆବିଷ୍କାର ମାଧ୍ୟମରେ ଜାତିର ଅତୀତ ଐଶ୍ବର୍ଯ୍ୟକୁ ଦର୍ଶାଇଦେବା ଓ ସର୍ବୋପରି ଜାତୀୟ ଚରିତ୍ର ଗଠନପାଇଁ ପ୍ରେରଣା ପ୍ରଦାନ କରିବା ସତ୍ୟବାଦୀ ପର୍ବର ମୁଖ୍ୟ ଆଦର୍ଶ ଥିଲା । ସତ୍ୟବାଦୀ ପର୍ବ ୧୯୦୯ ମସିହାରୁ ଉନ୍ମେଷ ଘଟି ଏହା ୧୯୨୫ ମସିହା ପର୍ଯ୍ୟନ୍ତ ପ୍ରଭାବ ବିସ୍ତାର କରିଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା.

Question ୧୮ ।
ସତ୍ୟବାଦୀ ବନବିଦ୍ୟାଳୟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ଲେଖ ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ସ୍ୱନାମଧନ୍ୟ ଶିକ୍ଷକମାନଙ୍କର ନାମ ହେଲା ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ବାସୁଦେବ ମହାପାତ୍ର । ଏମାନେ ସମସ୍ତେ ଥିଲେ ଉଚ୍ଚଶିକ୍ଷିତ ଓ ବିଦ୍ୱାନ୍ । ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଏମାନଙ୍କର କର୍ଣ୍ଣଧାର ଏବଂ ସମସ୍ତେ ଗୋପବନ୍ଧୁଙ୍କ ଆଦର୍ଶରେ ପ୍ରଭାବିତ ହୋଇଥିଲେ । ୧୯୦୯ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ଗଠନ କରାଯାଇ ଉପରୋକ୍ତ ଶିକ୍ଷକଙ୍କଦ୍ୱାରା ଶିକ୍ଷାକାର୍ଯ୍ୟ ପରିଚାଳନା କରାଯାଇଥ୍ ଲା

Question ୧୯ ।
‘କୋଣାର୍କେ’ କେଉଁ କବିଙ୍କର କୃତି ?
Answer:
ଇତିହାସ ଆଧାରିତ ଓ ଜାତାୟ ଭାବଧାରାର ପ୍ରାଶବନ୍ତ ଦାବ୍ୟ ‘କୋଣାକେ’, ସଂସ୍କାର ଧର୍ମା ଶିକ୍ଷକ କବି ପଣ୍ଡିତ ନୀଳକଣ୍ତ ଦାସଙ୍କର ଅମଳିନ କୃତି ବା ପ୍ରତିଭା

Question ୨୦ ।
କବି କୁନ୍ତଳାକୁମାରୀଙ୍କର ଯେକୌଣସି ତିନୋଟି କୃତିର ନାମ ଲେଖ ।
Answer:
କବି କୁନ୍ତଳାକୁମାରୀଙ୍କର ତିନୋଟି କୃତି, ‘ଅଞ୍ଜଳି’, ‘ଉଚ୍ଛାସ’, ‘ସ୍ଫୁଲିଙ୍ଗ’ । ଏହିଭଳି କବିତା ସଙ୍କଳନର କୃତି ପାଇଁ ସେ ଉତ୍କଳ ଭାରତୀ ଭାବରେ ପରିଚିତ ।

Question ୨୧ ।
ସବୁଜ ଚେତନାର ପାଞ୍ଚଜଣ ତରୁଣ ସାହିତ୍ୟିକ କିଏ ?
Answer:
ସବୁଜ ଚେତନାର ପାଞ୍ଚଜଣ ତରୁଣ ସାହିତ୍ୟିକ ହେଲେ ଅନ୍ନଦାଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତ ମୁଖାର୍ଜୀ ଓ ହରିହର ମହାପାତ୍ର ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୨୨ ।
ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଜନମାନସରେ ପରିଚିତ କରିବାପାଇଁ ଜାତୀୟ ଉଦ୍‌ବୋଧନମୂଳକ ଓଡ଼ିଆ ଗୀତିକା କେଉଁମାନେ ରଚନା କରିଥିଲେ ?
Answer:
ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଜନମାନସରେ ପରିଚିତ କରିବାପାଇଁ ଜାତୀୟ ଉଦ୍‌ବୋଧନମୂଳକ ଓଡ଼ିଆ ଗୀତିକା ରଚନା କରିଥିଲେ ଜାତୀୟ କବି ବୀରକିଶୋର ଦାସ ଓ ବାଞ୍ଛାନିସ୍ ମହାନ୍ତି ।

Question ୨୩ ।
ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଏ ?
Answer:
ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଥିଲେ ଭଗବତୀ ଚରଣ ପାଣିଗ୍ରାହୀ । ମାର୍କସୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୧୯୩୫ ମସିହା ଡିସେମ୍ବର ମାସରେ ଏହି ସଂସଦ ପ୍ରତିଷ୍ଠା କରିଥିଲେ । ଏହି ସଂସଦ ଆନୁକୂଲ୍ୟରେ ପ୍ରଗତିବାଦୀ ଆଭିମୁଖ୍ୟ ନେଇ ସେ ‘ଆଧୁନିକ’ ନାମରେ ପତ୍ରିକାର ଅୟମାରମ୍ଭ କରିଥିଲେ ।

Question ୨୪ ।
କବି ମାୟାଧର ମାନସିଂହ ଓ ରାଧାମୋହନ ଗଡ଼ନାୟକଙ୍କ କାବ୍ୟକ ବିଶେଷତ୍ଵ ସମ୍ପର୍କରେ ଯାହା ଜାଣ ଲେଖ ।
ସବୁଜଚେତନା ଓ ପ୍ରଗତିଚେତନା ପର୍ବଦ୍ଵୟର ସମକାଳରେ କବି ଡ. ମାୟାଧର ମାନସିଂହ ଓ କବି ରାଧାମୋହନ ଗଡ଼ନାୟକ ଓଡ଼ିଆ ପଦ୍ୟ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିଲେ । ମାୟାଧର ମାନସିଂହଙ୍କ କବିତା ମୁଖ୍ୟତଃ ପ୍ରେମ, ପ୍ରଣୟ, ସୌନ୍ଦର୍ଯ୍ୟବୋଧ, ଜାତୀୟତାବୋଧ ଓ ମାନବ-ବନ୍ଦନାର ମାର୍ମିକ ଆଲେଖ୍ୟ ବହନ କରିଥିଲା । ରାଧାମୋହନ ଗଡ଼ନାୟକ ଜଣେ ବିଶିଷ୍ଟ ଗାଥାକବି । ତାଙ୍କ କବିତାରେ ମଧ୍ଯ ଜାତୀୟତାବୋଧ ଓ ମାନବବନ୍ଦନା ‘ମୁଖ୍ୟସ୍ଥାନ ଗ୍ରହଣ କରିଛି ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୨୫ ।
ସ୍ଵାଧୀନତା ପୂର୍ବରୁ ଓ ସ୍ଵାଧୀନତା ପରେ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ କେଉଁମାନେ ସ୍ମରଣୀୟ ?
Answer:
ପ୍ରାକ୍ ସ୍ଵାଧୀନତାକାଳରେ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ବ୍ୟାସକବି ଫକୀରମୋହନ ସେନାପତି ଅଗ୍ରଗଣ୍ୟ । ତାଙ୍କ ରଚିତ ‘ରେବତୀ’ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ । ସେ ପ୍ରାୟ କୋଡ଼ିଏଟି ଗଳ୍ପ ଓ ଚାରୋଟି ଉପନ୍ୟାସ ରଚନା କରି ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଉପନ୍ୟାସ ଉମେଶ ଚନ୍ଦ୍ର ସରକାରଙ୍କର ଉପନ୍ୟାସ ‘ପଦ୍ମମାଳୀ’ । ପଲ୍ଲୀକବି ନନ୍ଦକିଶୋର ବଳ, ସତ୍ୟବାଦୀର ସାଧକ ଗୋଦାବରୀଶ ମିଶ୍ର ଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି । ସେହି ଫକୀରମୋହନୀୟ ଧାରାରେ ପ୍ରଭାବିତ ହୋଇ ଗଳ୍ପ ଓ ଉପନ୍ୟାସ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତ, ସବୁଜଗୋଷ୍ଠୀର କାଳିନ୍ଦୀ ଚରଣ ପାଣିଗ୍ରାହୀ, ସମାଜବାଦୀ ସ୍ରଷ୍ଟା ଭଗବତୀ

ଚରଣ ପାଣିଗ୍ରାହୀ, ରଘୁନାଥ ଦାସ, ସୁନନ୍ଦ କର, ମନମୋହନ ମିଶ୍ର । ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, କାହ୍ନୁଚରଣ ମହାନ୍ତି, ରାଜକିଶୋର ରାୟ, ରାଜକିଶୋର ପଟ୍ଟନାୟକ, ପ୍ରାଣବନ୍ଧୁ କର, ଅନନ୍ତ ପ୍ରସାଦ ପଣ୍ଡା, ରାମପ୍ରସାଦ ସିଂହ, ଚକ୍ରଧର ମହାପାତ୍ର, ରାମଚନ୍ଦ୍ର ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତି, ହରେକୃଷ୍ଣ ମହତାବ ପ୍ରମୁଖ ଗାଳ୍ପିକ ଓ ଔପନ୍ୟାସିକମାନେ ପ୍ରାକ୍ ସ୍ଵାଧୀନତା କାଳରୁ ସ୍ୱୀୟ ପ୍ରତିଭାର ପରିଚୟ ଦେଇଛନ୍ତି । ଏହିସବୁ ଔପନ୍ୟାସିକ ଓ ଗାଳ୍ପିକମାନେ ସ୍ବାଧୀନତା ଲାଭପରେ ମଧ୍ୟ ବଳିଷ୍ଠ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟରେ ଗଳ୍ପ ଓ ଉପନ୍ୟାସର ଭଣ୍ଡାର ବୃଦ୍ଧିରେ ସହାୟକ ହୋଇଛନ୍ତି ।

ସ୍ଵାଧୀନତା ପରବର୍ତ୍ତୀ କାଳରେ ଯେଉଁ ଗାଳ୍ପିକ ଔପନ୍ୟାସିକମାନେ ଚିରସ୍ମରଣୀୟ ସେମାନେ ହେଲେ ବାମାଚରଣ ମିତ୍ର, କିଶୋରୀ ଚରଣ ଦାସ, ମନୋଜ ଦାସ, କୃଷ୍ଣପ୍ରସାଦ ମିଶ୍ର, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ବସନ୍ତ କୁମାରୀ ପଟ୍ଟନାୟକ, ବସନ୍ତକୁମାର ଶତପଥୀ, ଗୋବିନ୍ଦ ଦାସ, ଚନ୍ଦ୍ରଶେଖର ରଥ, ରବି ପଟ୍ଟନାୟକ, ବୀଣାପାଣି ମହାନ୍ତି, ଭୁବନେଶ୍ଵର ବେହେରା, ରାମଚନ୍ଦ୍ର ବେହେରା, ବିଭୂତି ପଟ୍ଟନାୟକ ଓ ପ୍ରତିଭା ରାୟ ଇତ୍ୟାଦି ।

Question ୨୬ ।
‘ଭୀମାଭୂୟାଁ’ ଉପନ୍ୟାସର ରଚୟିତା କିଏ ?
Answer:
ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନଧାରା ଆଧାରିତ ପ୍ରଥମ ଉପନ୍ୟାସ ‘ଭୀମା ଭୂୟାଁ’ର ରଚୟିତା

Question ୨୭ ।
ସୁରେନ୍ଦ୍ର ମହାନ୍ତିଙ୍କର ଯେକୌଣସି ଦୁଇଟି କୃତିର ନାମ ଲେଖ ।
Answer:
ସୁରେନ୍ଦ୍ର ମହାନ୍ତିଙ୍କର ଦୁଇଟି ସାରସ୍ଵତ କୃତି ହେଉଛି, ଅନ୍ଧଦିଗନ୍ତ ଓ ନୀଳଶୈଳ ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question ୨୮ ।
‘ଗାଁ ମଜଲିସ୍’ର ଲେଖକ କିଏ ?
Answer:
‘ଗାଁ ମଜଲିସ୍’ ଏକ ଚିନ୍ତାମୂଳକ ରମ୍ୟରଚନା ଓ ପ୍ରବନ୍ଧ । ଏହାର ଲେଖକ ଡ. ହରେକୃଷ୍ଣ ମହତାବ ।

Question ୨୯ ।
ଓଡ଼ିଆ ସାହିତ୍ୟର ଇତିହାସ କେଉଁ କେଉଁ ସାହିତ୍ୟ ଗବେଷକ ଲେଖୁଅଛନ୍ତି ?
Answer:
‘ଓଡ଼ିଆ ସାହିତ୍ୟର ଇତିହାସ’ ରଚନାରେ ଯେଉଁ ସାରସ୍ଵତ ଗବେଷକଗଣ ପାରଦର୍ଶିତା ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ପଣ୍ଡିତ ବିନାୟକ ମିଶ୍ର, ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ, ସୁରେନ୍ଦ୍ର ମହାନ୍ତି, ମାୟାଧର ମାନସିଂହ, ନଟବର ସାମନ୍ତରାୟ, କୃଷ୍ଣଚରଣ ବେହେରା ଓ ବଂଶୀଧର ମହାନ୍ତି ପ୍ରମୁଖ ଅନ୍ୟତମ ।

Question ୩୦ ।
ଓଡ଼ିଆ ଭାଷାରେ ଗୀତାଭିନୟ ରଚନା କରିଥିବା ଦୁଇଜଣ ଯଶସ୍ୱୀ ସ୍ରଷ୍ଟାଙ୍କ ନାମ ଲେଖ ।
Answer:
ଓଡ଼ିଆ ଭାଷାରେ ଗୀତାଭିନୟ ରଚନା କରିଥିବା ଦୁଇଜଣ ଯଶସ୍ବୀ ସ୍ରଷ୍ଟା ହେଲେ ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣି ।

ତୁମ ପାଇଁ କାମ

Question ୩୧ ।
ଓଡ଼ିଆ ସାହିତ୍ୟର ଇତିହାସ ସମ୍ପର୍କରେ ଜାଣିବାପାଇଁ ଅବସର ସମୟରେ ବିଦ୍ୟାଳୟ ପାଠାଗାରରୁ ବହି ସଂଗ୍ରହ କରି ପଢ଼ ।

Question ୩୨ ।
ତୁମକୁ ଭଲ ଲାଗୁଥିବା କବି ବା ଲେଖକଙ୍କ ଜୀବନୀ ଓ କୃତିଗୁଡ଼ିକୁ ସଂଗ୍ରହ କରି ପଢ଼ ଓ ତାଲିକା କର ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
‘ନିଆଁଖୁଣ୍ଟା’ କିଏ ସମ୍ପାଦନା କରୁଥିଲେ ?
Answer:
ଗୋଦାବରାଶ ମହାପାତ୍ର

Question 2.
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ କେତେ ଖଣ୍ଡରେ ପ୍ରକାଶିତ ?
Answer:
ସାତ

Question 3.
‘ଗାଁ ମଜଲିସ୍’ର ଲେଖକ କିଏ ?
Answer:
ହରେକୃଷ୍ଣ ମହତାବ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 4.
ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାର କିଏ ?
Answer:
ଜଗନ୍ମୋହନ ଲାଲ

Question 5.
‘କୁସୁମାଞ୍ଜଳି’ କାହାର କୃତି ?
Answer:
ମଧୁସୂଦନ ରାଓ

Question 6.
‘ଭରସା’ ନାଟକର ନାଟ୍ୟକାରଙ୍କ ନାମ କ’ଣ?
Answer:
ଗୋପଳ ଛେ।ଟରାୟ

Question 7.
କିଏ ‘ନିଆଁଖୁଣ୍ଟା’ର ସମ୍ପାଦକ ଥିଲେ ?
Answer:
ଗୋଦାବରାଶ ମହାପାତ୍ର

Question 8.
ଆଦିବାସୀ ଜୀବନକୁ ଭିଭିକରି ଓଡ଼ିଆ ସାହିତ୍ୟରେ ପ୍ରଥମେ କେଉଁ ଉପନ୍ୟାସ ରଚିତ ହୋଇଥିଲା
Answer:
ଭାମାଭୂୟାଁ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 9.
କେଉଁଟି ବ୍ୟାସକବି ଫକାରମେ।ହନ ସେନାପତିଙ୍କର ରଚନା ନୁହେଁ?
Answer:
କେଦାରଗୌରା

Question 10.
‘କୋଣାର୍କେ’ କେଉଁ କବିଙ୍କର କୃତି ?
Answer:
ପଣ୍ଡିତ ନୀଳକଣ୍ଠ ଦାସ

Question 11.
‘କନକଲତା’ ଉପନ୍ୟାସର ରଚୟିତା କିଏ ?
Answer:
ନନ୍ଦକିଶେ।ର ବଳ

Question 12.
‘ଭୀମାଭୂୟାଁ’ ଉପନ୍ୟାସର ରଚୟିତା କିଏ ?
Answer:
ଗୋପାଳବଲ୍ଲଭ ଦାସ

Question 13.
ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କ’ଣ ?
Answer:
ବିବେକୀ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 14.
‘ବିବେକୀ’ ପ୍ରବନ୍ଧର ରଚୟିତା କିଏ ?
Answer:
ରାଧାନାଥ ରାୟ

Question 15.
ନବଯୁଗ ସାହିତ୍ୟ ସଂସଦର ପ୍ରତିଷ୍ଠାତା କିଏ ?
Answer:
ଭଗବତୀ ଚରଣ ପାଣିଗ୍ରାହୀ

Question 16.
‘ନୀଳଶୈଳ’ ଉପନ୍ୟାସର ଲେଖକ କିଏ ?
Answer:
ସୁରେନ୍ଦ୍ର ମହାନ୍ତି

Question 17.
ବ୍ରାହ୍ମଧର୍ମ କିଏ ପ୍ରତିଷ୍ଠା କରିଥିଲେ ?
Answer:
ରାଜା ରାମମୋହନ ରାୟ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା.

Question 18.
‘ମହାଯାତ୍ରା’ କାବ୍ୟ କେଉଁ ଛନ୍ଦରେ ରଚିତ ?
Answer:
ଅମିତ୍ରାକ୍ଷର

Question 19.
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପର ନାମ କ’ଣ ?
Answer:
ରେବତ

Question 20.
କେଉଁଟି ଗୋପୀନାଥ ମହାନ୍ତିଙ୍କ ରଚନା ନୁହେଁ ?
Answer:
ବଡ଼ବାରୁ

ପରୀକ୍ଷା ଉପଯୋଗୀ ଅତିରି

(A) ।ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ଓଡ଼ିଆ ପ୍ରବନ୍ଧ ଓ ରମ୍ୟରଚନା କ୍ଷେତ୍ରରେ କେଉଁମାନେ ନିଜ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ?
Answer:
ଓଡ଼ିଆ ପ୍ରବନ୍ଧ ଓ ରମ୍ୟରଚନା କ୍ଷେତ୍ରରେ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସତ୍ୟନାରାୟଣ ରାଜଗୁରୁ, ପରମାନନ୍ଦ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଦାସ ଓ ସଦାଶିବ ମିଶ୍ର ପ୍ରମୁଖ ନିଜ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ।

Question 2.
କାହାକୁ ଆଧାର କରି କିଏ ପ୍ରଥମେ ଜାତୀୟତାର ଶୁଭଶଙ୍ଖ ନିନାଦନ କରିଥିଲା ?
Answer:
ମାତୃଭାଷା ଓ ମାତୃଭୂମିକୁ ଆଧାର କରି କର୍ମଯୋଗୀ ଗୌରୀଶଙ୍କର ରାୟଙ୍କଦ୍ଵାରା ପ୍ରତିଷ୍ଠିତ ଓ ସମ୍ପାଦିତ ‘ଉତ୍କଳ

Question 3.
ବ୍ରାହ୍ମଧର୍ମର ପ୍ରତିଷ୍ଠାତା କିଏ ଏବଂ ଏହା କାହା ଉପରେ ଗୁରୁତ୍ଵ ଦେଇଥିଲା ?
Answer:
ବ୍ରାହ୍ମଧର୍ମର ପ୍ରତିଷ୍ଠାତା ହେଉଛନ୍ତି ରାଜା ରାମମୋହନ ରାୟ ଏବଂ ଧର୍ମରେ ପିତୁଳାପୂଜାକୁ ବିରୋଧ କରି ଏକେଶ୍ବର ବ୍ରହ୍ମବାଦ ଉପରେ ଏହା ଗୁରୁତ୍ଵ ଦେଇଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 4.
ବଙ୍ଗଳାରେ ରେନେସାଁ ବା ନବଜାଗରଣ କାଳରେ ଯେଉଁ ନୂତନ ଲେଖକମାନଙ୍କର ଆବିର୍ଭାବ ହୋଇଥିଲା, ସେମାନଙ୍କ ନାମ ଲେଖ ।
Answer:
ବଙ୍ଗଳାରେ ନବଜାଗରଣ କାଳରେ ଯେଉଁ ନୂତନ ଲେଖକମାନଙ୍କର ଆବିର୍ଭାବ ହୋଇଥ୍ ଲା ସେମାନେ ହେଲେ ମାଇକେଲ ମଧୁସୂଦନ ଦତ୍ତ, ବଙ୍କିମଚନ୍ଦ୍ର, ନବୀନ ସେନ୍, ହେମଚନ୍ଦ୍ର ଓ ରବୀନ୍ଦ୍ରନାଥ ଠାକୁର ।

Question 5.
ଭାଷା ସୁରକ୍ଷା ଆନ୍ଦୋଳନ୍ କ’ଣ ?
Answer:
ଓଡ଼ିଆ ଭାଷାକୁ ଓଡ଼ିଶାରୁ ଉଠାଇ ଦେବାର ସରକାରୀ ଆଦେଶନାମା ବିରୋଧରେ ୧୮୬୯/୭୦ ମସିହାରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହାକୁ ଭାଷା ସୁରକ୍ଷା ଆନ୍ଦୋଳନ କୁହାଯାଏ ।

Question 6.
‘ଉତ୍ତର କକ୍ଷ’ କାହାର ଆତ୍ମଚରିତ ?
Answer:
‘ଉତ୍ତର କକ୍ଷ’ କବି ସଚ୍ଚିଦାନନ୍ଦ ରାଉତରାୟଙ୍କର ଆମ୍ଚରିତା

Question 7.
ଫକୀରମୋହନ ରଚିତ ପ୍ରଖ୍ୟାତ ଚାରିଗୋଟି ଉପନ୍ୟାସର ନାମ ଲେଖ ।
Answer:
ଫକୀରମୋହନଙ୍କ ରଚିତ ପ୍ରଖ୍ୟାତ ଚାରିଗୋଟି ଉପନ୍ୟାସର ନାମ ହେଲା− (1) ‘ଛ’ମାଣ ଆଠଗୁଣ୍ଠ’, (2) ଲଛମା, (3) ମାମୁ, (4) ପ୍ରାୟଶ୍ଚିତ୍ତ ।

Question 8.
ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପର ନାମ କ’ଣ ଓ ତା’ର ରଚୟିତା କିଏ ?
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପର ନାମ ‘ରେବତୀ’ ଓ ତାହାର ରଚୟିତା ହେଉଛନ୍ତି ବ୍ୟାସକବି ଫକୀରମୋହନ

Question 9.
ଫକୀରମୋହନଙ୍କୁ କେଉଁ ରାଜସଭା କି ସମ୍ମାନରେ ଭୂଷିତ କରିଥିଲା ?
Answer:
ଗାମଣ୍ଡା ରାଜସଭା ‘ସରସ୍ଵତୀ’ ସମ୍ମାନରେ ଭୂଷିତ କରିଥ୍ ଲା

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 10.
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଆତ୍ମଚରିତର ନାମ କ’ଣ ଓ ତାହା କାହାର କୃତି ?
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଆତ୍ମଚରିତର ନାମ ହେଉଛି ‘ଆତ୍ମଚରିତ’ । ଓଡ଼ିଆ ସାହିତ୍ୟର ଏହି ଅମୂଲ୍ୟ

Question 11.
ଗଙ୍ଗାଧର ମେହେରଙ୍କ ଚାରିଗୋଟି କୃତିର ନାମ ଲେଖ ।
Answer:
ଗଙ୍ଗାଧର ମେହେରଙ୍କ ଚାରିଗୋଟି କୃତି ହେଲା- ‘ଇନ୍ଦୁମତୀ’, ‘କୀଚକବଧ’, ‘ଉତ୍କଳଲକ୍ଷ୍ମୀ’, ‘ପ୍ରଣୟବଲ୍ଲୀ’ ।

Question 12.
ପଲ୍ଲୀକବିଙ୍କ ଦୁଇଗୋଟି କାବ୍ୟର ନାମ ଏବଂ ଦୁଇଟି କବିତା ପୁସ୍ତକର ନାମ ଲେଖ ।
Answer:
ପଲ୍ଲୀକବିଙ୍କ ଦୁଇଟି କାବ୍ୟର ନାମ ହେଲା- ‘ଶର୍ମିଷ୍ଠା’ ଓ ‘ସୀତା ବନବାସ’ ଓ ଦୁଇଟି କବିତା ପୁସ୍ତକର ନାମ୍ ହେଲା- ‘ସନ୍ଧ୍ୟା ସଙ୍ଗୀତ’ ଓ ‘ନାନାବାୟା ଗୀତ’ ।

Question 13.
ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାରଙ୍କ ନାମ କ’ଣ ଓ ତାଙ୍କ ରଚିତ ପ୍ରଥମ ନାଟକର ନାମ କ’ଣ
Answer:
ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାରଙ୍କ ନାମ ଜଗନ୍ମୋହନ ଲାଲ ଏବଂ ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ପ୍ରଥମ ନାଟକର ନାମ ହେଲା ‘ବାବାଜୀ’ ।

Question 14.
ଓଡ଼ିଆ ଭାଷାର କଳାକୋଣାର୍କ କାହାକୁ କୁହାଯାଏ ଏବଂ ତାହାର ପ୍ରଣେତା କିଏ ?
Answer:
‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’କୁ ଓଡ଼ିଆ ଭାଷାର କଳାକୋଣାର୍କ କୁହାଯାଏ । ଏହାର ପ୍ରଣେତା ହେଉଛନ୍ତି

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 15.
ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ କ’ଣ ଓ ଏହାର ରଚୟିତା କିଏ ?
Answer:
ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ ‘ଶ୍ରୀ ଭାରତ ଦର୍ପଣ’ ଏବଂ ଏହାର

Question 16.
ସତ୍ୟବାଦୀ ଯୁଗର କର୍ଣ୍ଣଧାର କିଏ ଓ ସେ କେଉଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?
Answer:
ସତ୍ୟବାଦୀ ଯୁଗର କର୍ଣ୍ଣଧାର ହେଉଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ । ସେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

Question 17.
ପଣ୍ଡିତ ନୀଳକଣ୍ଠଙ୍କ ଦୁଇଟି ଇତିହାସ ଆଧାରିତ ଏବଂ ଦୁଇଟି ଅନୂଦିତ କାବ୍ୟର ନାମ ଲେଖ ।
Answer:
ପଣ୍ଡିତ ନୀଳକଣ୍ଠଙ୍କ ଦୁଇଟି ଇତିହାସ ଆଧାରିତ କାବ୍ୟ ହେଲା- ‘କୋଣାର୍କେ’ ଓ ‘ଖାରବେଳ’ ଏବଂ ଦୁଇଟି ଅନୂଦିତ କାବ୍ୟର ନାମ ହେଲା- ‘ଦାସ ନାଏକ’ ଏବଂ ‘ପ୍ରଣୟିନୀ’ ।

Question 18.
ସବୁଜ ଚେତନାର ପାଞ୍ଚଜଣ ତରୁଣ ସାହିତ୍ୟିକଙ୍କ ନାମ ଲେଖ ।
Answer:
ସବୁଜ ଚେତନାର ପାଞ୍ଚଜଣ ତରୁଣ ସାହିତ୍ୟିକଙ୍କ ନାମ ହେଲା- ଅନ୍ନଦାଶଙ୍କର ରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ, ଶରତଚନ୍ଦ୍ର ମୁଖାର୍ଜୀ ଓ ହରିହର ମହାପାତ୍ର ।

Question 19.
ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଜନମାନସରେ ପରିଚିତ କରିବାପାଇଁ ଜାତୀୟ ଉଦ୍‌ବୋଧନମୂଳକ ଓଡ଼ିଆ ଗୀତିକା କେଉଁମାନେ ରଚନା କରିଥିଲେ ?
Answer: ଭାରତୀୟ ସ୍ଵାଧାନତା ସଂଗ୍ରାମକୁ କନମାନସରେ ପରିଚିତ କରିବାପାଇଁ ଯେଉଁମାନେ ଜାତାୟ ଇନ୍ଦବୋଧନମ୍ବଳକ ଓଡ଼ିଆ ଗୀତିକା ରଚନା କରିଥିଲେ, ସେମାନେ ହେଲେ ଜାତୀୟ କବି ବୀରକିଶୋର ଦାସ ଓ ବାଞ୍ଛାନିଧୁ ମହାନ୍ତି ।

Question 20.
ଓଡ଼ିଆ ସାହିତ୍ୟରେ ସମାଲୋଚନା କ୍ଷେତ୍ରରେ କେଉଁମାନେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ?
Answer:
ଓଡ଼ିଆ ସାହିତ୍ୟରେ ସମାଲୋଚନା କ୍ଷେତ୍ରରେ ମାୟାଧର ମାନସିଂହ, ସୁରେନ୍ଦ୍ର ମହାନ୍ତି, ନଟବର ସାମନ୍ତରାୟ, ନରେନ୍ଦ୍ରନାଥ ମିଶ୍ର ଓ କୁଞ୍ଜବିହାରୀ ଦାଶ ପ୍ରମୁଖ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

Question 21.
‘ଉତ୍କଳ ଦୀପିକା’ ପତ୍ରିକାର ସଂପାଦକ କିଏ ଥିଲେ ଏବଂ ତାହା କେବେ ପ୍ରକାଶ ପାଇଥିଲା ?
Answer:
‘ଉତ୍କଳ ଦୀପିକା’ ପତ୍ରିକାର ସଂପାଦକ ଥିଲେ କର୍ମଯୋଗୀ ଗୌରୀଶଙ୍କର ରାୟ ଏବଂ ତାହା ୧୮୬୬ରେ ପ୍ରକାଶ ପାଇଥିଲା ।

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 22.
ମଧୁସୂଦନ ରାଓଙ୍କ କେଉଁ ବିଚାରଧାରା ତାଙ୍କ ସାହିତ୍ୟକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଅଛି ?
Answer:
ଭକ୍ତକବି ମଧୁସୂଦନ ରାଓଙ୍କ ଉପନିଷଦୀୟ ଅମୃତଦୃଷ୍ଟି ବା ବିଚାରଧାରା ତାଙ୍କ ସାହିତ୍ୟକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଅଛି ।

Question 23.
ଫକୀରମୋହନ ସେନାପତି କେଉଁସବୁ କାବ୍ୟ ଓ କବିତାପୁସ୍ତକ ରଚନା କରିଥିଲେ ?
Answer:
ଫକୀରମୋହନ ସେନାପତି ‘ଉତ୍କଳ ଭ୍ରମଣଂ’, ‘ପୁଷ୍ପମାଳା’, ‘ପୂଜାଫୁଲ’, ‘ଅବସର ବାସରେ’, ‘ଧୂଳି’ ଇତ୍ୟାଦି କବିତା ପୁସ୍ତକ ଓ ‘ବୌଦ୍ଧାବତାର’ କାବ୍ୟ ପୁସ୍ତକ ରଚନା କରିଥିଲେ ।

Question 24.
କୁଳବୃଦ୍ଧ ମଧୁସୂଦନ ଦାସ କାହିଁକି ଓଡ଼ିଆ ଜାତିକୁ ଏକତ୍ର କଲେ ?
Answer:
କୁଳବୃଦ୍ଧ ମଧୁସୂଦନ ଦାସ ୧୯୦୩ ମସିହାରେ ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠା କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତିକୁ ଏକତ୍ର କଲେ ।

(B) । ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ଊନବିଂଶ ଶତାବ୍ଦୀର ଶେଷଭାଗରେ ଗୀତାଭିନୟ ଜଗତରେ କିଏ ଏକ ଧାରା ସୃଷ୍ଟି କରିଥିଲେ ?
Answer:
ଜଗନ୍ନାଥ ପାଣି

Question 2.
‘ନବଯୁଗ ସାହିତ୍ୟ ସଂସଦ’ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୯୩୫, ଡିସେମ୍ବର ମାସରେ

Question 3.
‘ମାଟିର ମଣିଷ’ ଉପନ୍ୟାସ କିଏ ରଚନା କରିଥିଲେ ?
Answer:
କାଳିନ୍ଦୀଚରଣ ପାଣିଗ୍ରାହୀ

Question 4.
ଭଞ୍ଜକାବ୍ୟ ତଥା ମଧ୍ୟଯୁଗୀୟ କାବ୍ୟର ନିନ୍ଦୁକମାନଙ୍କୁ ସମୁଚିତ ଉତ୍ତର ଦେବାପାଇଁ ଗଠିତ ହୋଇଥିବା ସମିତିର ନାମ କ’ଣ ?
Answer:
ପ୍ରାଚୀ ସମିତି

Question 5.
‘ଶିକାର’ ଗଛର ଗାଳ୍ପିକ କିଏ ?
Answer:
ଭାଗବତାଚରଣ ପାଣିଗ୍ରାହା

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 6.
ସଚ୍ଚି ରାଉତରାୟଙ୍କଦ୍ଵାରା ଲିଖ୍ ଆତ୍ମଚରିତ ପୁସ୍ତକର ନାମ କ’ଣ ?
Answer:
ପାଣ୍ଡୁଲିପି

Question 7.
ସଚ୍ଚି ରାଉତରାୟଙ୍କଦ୍ଵାରା ଲିଖିତ ଆମ୍ବଚରିତ ପୁସ୍ତ୍ରକର ନାମ କ’ଣ?
Answer:
ଉତ୍ତର କକ୍ଷ

Question 8.
ଅନ୍ମଦାଶଙ୍କର ରାୟ କେଉଁ ସମୟର କବି?
Answer:
ସବୁଜପର୍ବ

Question 9.
ଗୋପୀନାଥ ମହାନ୍ତିଙ୍କ କେଉଁ କୃତିଟି ଆଦିବାସୀ ଜୀବନଧାରାକୁ ନେଇ ରଚିତ ?
Answer:
ପରଜା / ଅମୃତର ସନ୍ତାନ

Question 10.
‘ଉତ୍କଳ ସାହିତ୍ୟରେ ଇତିହାସ’ କିଏ ରଚନା କରିଥିଲେ ?
Answer:
ତାରିଣୀ ଚରଣ ରଥ

Question 11.
କାହାକୁ ସତ୍ୟବାଦୀ ଯୁଗର କର୍ଣ୍ଣଧାର କୁହାଯାଏ ?
Answer:
ଗୋପବନ୍ଧୁ ଦାସ

Question 12.
ଆର୍ତ୍ତବଲ୍ଲଭ ମହାନ୍ତି କେବେ ପ୍ରାଚୀ ସମିତ ଗଠନ କରିଥିଲେ ?
Answer:
୧୯୨୬ ମସିହାରେ

Question 13.
‘କୋଣାର୍କେ’ କେଉଁ କବିଙ୍କର କୃତି ?
Answer:
ପଣ୍ଡିତ ନୀଳକଣ୍ଠ ଦାସ

Question 14.
କେଉଁ କବିତା ସଂକଳନଟି ଗୋଦାରୀଶ ମିଶ୍ରଙ୍କଦ୍ଵାରା ରଚିତ ଗାଥାକବିତାର ମନୋଜ୍ଞ ସଂକଳନ ?
Answer:
ଆଲେଖ୍

Question 15.
କୃପାସିନ୍ଧୁ ମିଶ୍ରଙ୍କ ଦୁଇଟି ଗଦ୍ୟକୃତିର ନାମ ଲେଖ ।
Answer:
‘କେଣାର୍କ’, ‘ବାରବାଟୀ’

Question 16.
‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ – କାହାର ଆତ୍ମଚରିତ ଅଟେ ?
Answer:
ଗୋଦାବରୀଶ ମିଶ୍ର

Question 17.
‘ଅଞ୍ଜଳି’, ‘ଉଚ୍ଛାସ’, ‘ସ୍କୁଲିଙ୍ଗ’ ଓ ‘ଅର୍ଜନା’ ଆଦି କବିତା ପୁସ୍ତକଗୁଡ଼ିକର କବି କିଏ ?
Answer:
କୁନ୍ତଳାକୁମାରୀ ସାବତ

Question 18.
ଇଂରେଜମାନେ କେଉଁ ଆଇନ ବଳରେ ଓଡ଼ିଶାର କୃଷକ ଓ ଜମିମାଲିକଙ୍କ ଜମିକୁ ନେଇଗଲେ ?
Answer:
ସୂର୍ଯ୍ୟାସ୍ତ ନିଲାମ

Question 19.
ଶିକ୍ଷାଦାନ ନିମନ୍ତେ କେଉଁମାନେ ଓଡ଼ିଶାରେ ସ୍କୁଲ୍ ପ୍ରତିଷ୍ଠା କରିଥିଲେ ?
Answer:
ମିଶନାରାମାନେ

Question 20.
କାହାକୁ ଆଧାର କରି ଜାତୀୟତାର ଶୁଭଶଙ୍ଖ ନିନାଦିତ ହୋଇଥିଲା ?
Answer:
ମାତୃଭୂମି ଓ ମାତୃଭାଷାକୁ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 21.
ପ୍ରତିଟି ଓଡ଼ିଆ ନିକଟରେ କିଏ କର୍ମଯୋଗୀ ଭାବେ ସମ୍ମାନିତ ?
Answer:
ଗୌରୀଶଙ୍କର ରାୟ

Question 22.
ଭାରତବର୍ଷରେ ପ୍ରଥମେ କେଉଁଠାରେ ନବଜାଗରଣ ଦେଖାଯାଇଥିଲା ?
Answer:
ବଙ୍ଗଳାରେ

Question 23.
ଆଧୁନିକ ଓଡ଼ିଆ ସାହିତ୍ୟ କେଉଁଥୁରୁ ଜନ୍ମ ନେଇଥିଲା ?
Answer:
ମାତୃଭାଷା ପ୍ରୀତିରୁ

Question 24.
ରାଧାନାଥଙ୍କ ଏକ ଗାଥା କାବ୍ୟର ନାମ ଲେଖ ।
Answer:
ନନ୍ଦିକେଶ୍ଵରୀ

Question 25.
‘କୁସୁମାଞ୍ଜଳି’, ‘ଛାନ୍ଦମାଳା’, ‘କବିତାବଳୀ’ ଓ ‘ଉତ୍କଳଗାଥା’ ପ୍ରଭୃତି କବିତା ପୁସ୍ତକର ରଚୟିତା କିଏ ?
Answer:
ମଧୁସୂଦନ ରାଓ

Question 26.
ଫକୀରମୋହନଙ୍କ ଏକ ଅନୂଦିତ କୃତିର ନାମ ଲେଖ ।
Answer:
ରାମାୟଣ

Question 27.
ନୀଳକଣ୍ଠ ଦାସଙ୍କ ଏକ ଅନୂଦିତ କାବ୍ୟର ନାମ ଲେଖ ।
Answer:
ପ୍ରଣୟିନୀ

Question 28.
ନବଯୁଗ ସାହିତ୍ୟ ସଂସଦ ଆନୁକୂଲ୍ୟରେ କେଉଁ ପତ୍ରିକା ପ୍ରକାଶ ପାଇଥିଲା ?
Answer:
ଆଧୁନିକ

Question 29.
ବ୍ୟଙ୍ଗ କାବ୍ୟ ‘ଦରବାର’ର ସୃଷ୍ଟିକର୍ତ୍ତା କିଏ ?
Answer:
କବିବର ରାଧାନାଥ ରାୟ

Question 30.
ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ କ’ଣ ?
Answer:
ଶ୍ରୀ ଭାରତ ଦର୍ପଣ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 31.
ଆଧୁନିକ ଯୁଗର ଆଦିପର୍ବକୁ କି ଯୁଗ କୁହାଯାଏ ?
Answer:
ରାଧାନାଥ ଯୁଗ

Question 32.
କେଉଁ ଓଡ଼ିଆ କବି ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗଳା ଭାଷାରେ ସୁପଣ୍ଡିତ ଥିଲେ ?
Answer:
ରାଧାନାଥ ରାୟ

Question 33.
‘ବିବେକୀ’ ପ୍ରବନ୍ଧର ରଚୟିତା କିଏ ?
Answer:
ରାଧାନାଥ ରାୟ

Question 34.
ରାଧାନାଥଙ୍କ ରଚିତ ‘ଚିଲିକା’ କାବ୍ୟକୁ କି କାବ୍ୟ କୁହାଯାଏ ?
Answer:
ପ୍ରକୃତି କାବ୍ୟ

Question 35.
ବାଲେଶ୍ଵର ସମ୍ବାଦବାହିକା – ଏହି ସମ୍ବାଦପତ୍ରର ପ୍ରକାଶକ କିଏ ?
Answer:
ଫକୀରମୋହନ ସେନାପତି

Question 36.
କବି ଗଙ୍ଗାଧର କେଉଁ କବି ଭାବରେ ପ୍ରତିଟି ଓଡ଼ିଆଙ୍କ ନିକଟରେ ପରିଚିତ ?
Answer:
ସ୍ବଭାବକବି

Question 37.
କିଏ ପ୍ରତିଟି ଓଡ଼ିଆଙ୍କ ନିକଟରେ ପଲ୍ଲୀକବି ଭାବରେ ଖ୍ୟାତ ?
Answer:
ନନ୍ଦକିଶୋର ବଳ

Question 38.
ଆଧୁନିକ ଓଡ଼ିଆ ସାହିତ୍ୟର ନବନିର୍ମାଣରେ କେଉଁ ପତ୍ରିକାର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ?
Answer:
ଉତ୍କଳ ସାହିତ୍ୟ

Question 39.
କିଏ ଉତ୍କଳମଣି ଭାବରେ ଚିରନମସ୍ୟ ?
Answer:
ଗୋପବନ୍ଧୁ ଦାସ

Question 40.
କାହାକୁ ‘କୁଳବୃଦ୍ଧ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ?
Answer:
ମଧୁବାବୁ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 41.
ନନ୍ଦକିଶୋର ବଳଙ୍କଦ୍ବାରା ରଚିତ ଉପନ୍ୟାସର ନାମ କ’ଣ ?
Answer:
କନକଲତା

Question 42.
କିଏ ଭକ୍ତକବି ଭାବରେ ସମ୍ମାନିତ ?
Answer:
ମଧୁସୂଦନ ରାଓ

Question 43.
ଫକୀରମୋହନଙ୍କ ଚାରୋଟି ଉପନ୍ୟାସର ନାମ କ’ଣ ?
Answer:
ଛ’ମାଣ ଆଠଗୁଣ୍ଠ, ମାମୁ, ଲଚ୍ଛମା, ପ୍ରାୟଶ୍ଚିତ୍ତ

Question 44.
କିଏ ‘ପ୍ରାଚୀ ସମିତି’ ଗଠନ କରିଥିଲେ ?
Answer:
ଆର୍ତ୍ତବଲ୍ଲଭ ମହାନ୍ତି

Question 45.
ଓଡ଼ିଆ ସାହିତ୍ୟରେ ଚତୁର୍ଦ୍ଦଶପାଦୀ ବା ସନେଟ୍ ରଚନାରେ କିଏ ଦକ୍ଷ ଥିଲେ ?
Answer:
ମଧୁସୂଦନ ରାଓ

Question 46.
ମଧୁସୂଦନଙ୍କ ରଚିତ ଚତୁର୍ଦ୍ଦଶପାଦୀ କବିତାର ଏକ ମନୋଜ୍ଞ ସଙ୍କଳନର ନାମ କ’ଣ ?
Answer:
ବସନ୍ତଗାଥା

Question 47.
ବାମଣ୍ଡାର ରାଜସଭା ଫକୀରମୋହନଙ୍କୁ କେଉଁ ସମ୍ମାନରେ ଭୂଷିତ କରିଥିଲା ?
Answer:
ସରସ୍ବତୀ

Question 48.
‘କଣ୍ଟା ଓ ଫୁଲ’ ଓ ‘ବଙ୍କା ଓ ସିଧା’ କବିତା ପୁସ୍ତକର କବି କିଏ ?
Answer:
ଗୋଦାବରୀଶ ମହାପାତ୍ର

Question 49.
କିଏ ‘ନିଆଁଖୁଣ୍ଟା’ର ‘ସମ୍ପାଦକ ଥିଲେ ?
Answer:
ଗୋଦାବରୀଶ ମହାପାତ୍ର

Question 50.
‘ଭୀମାଭୂୟାଁ’ ଉପନ୍ୟାସର ରଚୟିତା କିଏ ?
Answer:
ଗୋପାଳବଲ୍ଲଭ ଦାସ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 51.
‘ନୀଳଶୈଳ’ ଉପନ୍ୟାସର ଲେଖକ କିଏ ?
Answer:
ସୁରେନ୍ଦ୍ର ମହାନ୍ତି

Question 52.
‘ମହାଯାତ୍ରା’ କାବ୍ୟ କେଉଁ ଛନ୍ଦରେ ରଚିତ ?
Answer:
ଅମିତ୍ରାକ୍ଷର

Question 53.
‘ଭରସା’ ନାଟକର ନାଟ୍ୟକାରଙ୍କ ନାମ କ’ଣ?
Answer:
ଗୋପାଳ ଛୋଟରାୟ

(C) ଶୂନ୍ୟସ୍ଥାନ ପୂରଣ କର।

Question 1.
‘କଣାମାମୁ’ ଉପନ୍ୟାସର ସ୍ରଷ୍ଟା ……………………..।
Answer:
ଲକ୍ଷ୍ମୀକାନ୍ତ ମହାପାତ୍ର

Question 2.
‘ହେ ମୋର କଲମ’ – ଏହି କବିତାର କବି ……………….. ।
Answer:
ଗୋଦାବରୀଶ ମହାପାତ୍ର

Question 3.
ଅଶ୍ବିନୀକୁମାର ଘୋଷ ………………………..ଉପାଧ୍ଧରେ ବିଭୂଷିତ ।
Answer:
ନାଟ୍ୟଭାରତୀ

Question 4.
‘ସ୍ୱର୍ଗରେ ଇମରଜେନ୍ସି’………………… ଙ୍କର ବିଶିଷ୍ଟ କୃତି ।
Answer:
ହରେକୃଷ୍ଣ ମହତାବ

Question 5.
ଓଡ଼ିଶାରେ ନ’ଅଙ୍କୁ ଦୁର୍ଭିକ୍ଷ ………………………. ମସିହାରେ ପଡ଼ିଥିଲା।
Answer:
୧୮୬୬

Question 6.
ପ୍ରତିଟି ଓଡ଼ିଆ ନିକଟରେ ଗୌରୀଶଙ୍କର ରାୟ ଧର୍ମଯୋଗୀ ଭାବେ ସମ୍ମାନିତ ।
Answer:
ଗୌରାଣଙ୍କର ରାୟ

Question 7.
ଭାରତବର୍ଷରେ ପ୍ରଥମେ ଓଡ଼ିଶାରେ ନବଜାଗରଣ ଦେଖାଯାଇଥିଲା ।
Answer:
ରାଜା ରାମମୋହନ ରାୟ

Question 8.
ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ …………………… ।
Answer:
ବିବେକୀ

Question 9.
ଓଡ଼ିଆ ସାହିତ୍ୟରେ …………………… ବ୍ୟାସକବି ଭାବେ ପରିଚିତ ।
Answer:
ପ୍ରକୀରମୋହନ ସେନାପତି

Question 10.
ଓଡ଼ିଆ ସାହିତ୍ୟର ପ୍ରଥମ ସାହିତ୍ୟ ପତ୍ରିକାର ନାମ, …………………… ।
Answer:
ବୋଧଦାୟିନୀ

Question 11.
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପର ନାମ ………………………. ।
Answer:
ରେବତୀ

Question 12.
‘ଛ’ମାଣ ଆଠଗୁଣ୍ଠ’ ଉପନ୍ୟାସର ରଚୟିତା ………………………।
Answer:
ଫକୀରମୋହନ ସେନାପତି

Question 13.
୧୯୦୩ ମସିହାରେ …………………….. ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ ।
Answer:
କୁଳବୃଦ୍ଧ ମଧୁସୂଦନ

Question 14.
‘କୃଷକ ସଙ୍ଗୀତ’ର ରଚୟିତା …………………………..।
Answer:
କବି ଗଙ୍ଗାଧର ମେହେର

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 15.
‘କନକଲତା’ ଉପନ୍ୟାସର ସ୍ରଷ୍ଟା ………………………….।
Answer:
ନନ୍ଦକିଶେ।ର ବଳ

Question 16.
ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାରଙ୍କ ନାମ ………………………।
Answer:
ଜଗନ୍ମୋହନ ଲାଲ

Question 17.
ଓଡ଼ିଆ ସାହିତ୍ୟର ପ୍ରଥମ ନାଟକର ନାମ ……………………….।
Answer:
ବାବାଜୀ

Question 18.
ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଉପନ୍ୟାସର ନାମ …………………….।
Answer:
ପଦ୍ମମାଳୀ

Question 19.
‘ପଦ୍ମମାଳୀ’ର ଲେଖକ ……………………।
Answer:
ଉମେଶଚନ୍ଦ୍ର ସରକାର

Question 20.
…………………… କୁ ଓଡ଼ିଆ ଭାଷାର କଳାକୋଣାର୍କ କୁହାଯାଏ ।
Answer:
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

Question 21.
‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ପ୍ରଣେତା …………………….।
Answer:
ଗୋପାଳଚନ୍ଦ୍ର ପ୍ରହରାଜ

Question 22.
ଗୋପବନ୍ଧୁ ଦାସ …………………….. ଯୁଗର କର୍ଣ୍ଣଧାର ।
Answer:
ସତ୍ୟବାଦୀ

Question 23.
ଓଡ଼ିଆ ସାହିତ୍ୟରେ କାନ୍ତକବି ଭାବରେ ………………….. ପ୍ରସିଦ୍ଧି ଲାଭ କରିଛନ୍ତି ।
Answer:
ଲକ୍ଷ୍ମୀକାନ୍ତ ମହାପାତ୍ର

Question 24.
ଓଡ଼ିଆ ସାହିତ୍ୟରେ ଜାତୀୟ କବି ଭାବରେ ……………………….. ପରିଚିତ ।
Answer:
ବୀରକିଶୋର ଦାସ

Question 25.
‘ନବଯୁଗ ସାହିତ୍ୟ ସଂସଦ’ର ପ୍ରତିଷ୍ଠାତା ଥିଲେ ………………………. ।
Answer:
ଭଗବତୀ ଚରଣ ପାଣିଗ୍ରାହୀ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 26.
ହରେକୃଷ୍ଣ ମହତାବଙ୍କ ‘ଆତ୍ମଚରିତ’ର ନାମ ……………………….. ।
Answer:
ସାଧନାର ପଥେ

Question 27.
ନାଟ୍ୟକାର ………………………. ଙ୍କୁ ନାଟ୍ୟଭାରତୀ କୁହାଯାଏ ।
Answer:
ଅଶ୍ୱିନୀ କୁମାର ଘୋଷ

Question 28.
‘ପର କଲମ’ ନାଟକର ରଚୟିତା …………………….. ।
Answer:
ଗୋପାଳ ଛୋଟରାୟ

(D) ଠିକ୍ ଉକ୍ତି ପାଇଁ ‘T’ ଓ ଭୁଲ୍ ଉକ୍ତି ପାଇଁ ‘F’ ଲେଖ ।

1. ‘ଶିକାର’ ଗଳ୍ପର ଗାଳ୍ପିକ କାଳିନ୍ଦୀଚରଣ ପାଣିଗ୍ରାହୀ ।
2. ସଚ୍ଚି ରାଉତରାୟଙ୍କଦ୍ୱାରା ଲିଖ୍ ଆତ୍ମଚରିତର ନାମ ‘ସାଧନାର ପଥେ’ ।
3. ‘ପର କଲମ’ ନାଟକର ନାଟ୍ୟକାର ଗୋପାଳ ଛୋଟରାୟ ।
5. ‘କଣାମାମୁ’ ଉପନ୍ୟାସର ରଚୟିତା ଲକ୍ଷ୍ମୀକାନ୍ତ ମହାପାତ୍ର ।
6. ପ୍ରତିଟି ଓଡ଼ିଆ ନିକଟରେ ଗୌରୀଶଙ୍କର ରାୟ ଧର୍ମଯୋଗୀ ଭାବେ ସମ୍ମାନିତ ।
7. ଭାରତବର୍ଷରେ ପ୍ରଥମେ ଓଡ଼ିଶାରେ ନବଜାଗରଣ ଦେଖାଯାଇଥିଲା ।
8. ବ୍ରାହ୍ମଧର୍ମ ପିତୁଳାପୂଜାକୁ ବିରୋଧ କରୁଥିଲା ।
9. ଓଡ଼ିଶାରେ ୧୮୭୦ ମସିହା ବେଳକୁ ନବଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ହେଲା ।
10. ‘କୁସୁମାଞ୍ଜଳି’, ‘ଛାନ୍ଦମାଳା’, ‘କବିତାବଳୀ’ ଓ ‘ଉତ୍କଳଗାଥା’ ପ୍ରଭୃତି କବିତା ପୁସ୍ତକର ରଚୟିତା ମଧୁସୂଦନ ରାଓ ।
11. ଆଧୁନିକ ଓଡ଼ିଆ ସାହିତ୍ୟ ୧୮୭୦ ମସିହା ପରଠାରୁ କ୍ରମବିକାଶ ପଥରେ ଗତିକରି ଚାଲିଛି ।
12. ଆଧୁନିକ ଯୁଗର ଆଦିପର୍ବକୁ ରାଧାନାଥ ଯୁଗ କୁହାଯାଏ ।
13. ଆଧୁନିକ ଯୁଗର ଗୋଧୂଳି ଲଗ୍ନରେ ସତ୍ୟବାଦୀ ପର୍ବର ଆରମ୍ଭ ଓ ବିକାଶ ହୋଇଥିଲା ।
14. ‘ବାଲେଶ୍ଵର ସମ୍ବାଦବାହିକା’ ସମ୍ବାଦପତ୍ରିକାର ପ୍ରକାଶକ ଥିଲେ ଫକୀରମୋହନ ।
15. ଫକୀରମୋହନଙ୍କ ପ୍ରଗତି ପଥରେ ତାଙ୍କ ଦ୍ବିତୀୟ ପତ୍ନୀ ସହାୟିକା ଥିଲେ ।
16. ଫକୀରମୋହନଙ୍କ ଦ୍ଵିତୀୟା ପତ୍ନୀଙ୍କର ନାମ କୃଷ୍ଣାକୁମାରୀ ଥିଲା ।
17. ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ ‘ଶ୍ରୀ ଭାରତ ଦର୍ପଣ’ ।
18. ଖ୍ରୀଷ୍ଟିୟାନ୍ ମିଶନାରୀମାନେ ୧୭୨୨ରେ ଓଡ଼ିଶାରେ ମିଶନ ସ୍କୁଲମାନ ପ୍ରତିଷ୍ଠା କରିଥିଲେ ।
19. ମଧୁସୂଦନଙ୍କ ରଚିତ ଚତୁର୍ଦ୍ଦଶପାଦୀ କବିତାର ଏକ ମନୋଜ୍ଞ ସଙ୍କଳନର ନାମ ‘ବସନ୍ତ ଗାଥା’ ।
20. ବଙ୍ଗଳା ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଆତ୍ମଚରିତର ନାମ ‘ଆତ୍ମଚରିତ’ ।
Answer:
1. ‘ଶିକାର’ ଗଳ୍ପର ଗାଳ୍ପିକ କାଳିନ୍ଦୀଚରଣ ପାଣିଗ୍ରାହୀ । (F)
2. ସଚ୍ଚି ରାଉତରାୟଙ୍କଦ୍ୱାରା ଲିଖ୍ ଆତ୍ମଚରିତର ନାମ ‘ସାଧନାର ପଥେ’ । (F)
3. ‘ପର କଲମ’ ନାଟକର ନାଟ୍ୟକାର ଗୋପାଳ ଛୋଟରାୟ । (T)
5. ‘କଣାମାମୁ’ ଉପନ୍ୟାସର ରଚୟିତା ଲକ୍ଷ୍ମୀକାନ୍ତ ମହାପାତ୍ର । (T)
6. ପ୍ରତିଟି ଓଡ଼ିଆ ନିକଟରେ ଗୌରୀଶଙ୍କର ରାୟ ଧର୍ମଯୋଗୀ ଭାବେ ସମ୍ମାନିତ । (F)
7. ଭାରତବର୍ଷରେ ପ୍ରଥମେ ଓଡ଼ିଶାରେ ନବଜାଗରଣ ଦେଖାଯାଇଥିଲା । (F)
8. ବ୍ରାହ୍ମଧର୍ମ ପିତୁଳାପୂଜାକୁ ବିରୋଧ କରୁଥିଲା । (T)
9. ଓଡ଼ିଶାରେ ୧୮୭୦ ମସିହା ବେଳକୁ ନବଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ହେଲା । (T)
10. ‘କୁସୁମାଞ୍ଜଳି’, ‘ଛାନ୍ଦମାଳା’, ‘କବିତାବଳୀ’ ଓ ‘ଉତ୍କଳଗାଥା’ ପ୍ରଭୃତି କବିତା ପୁସ୍ତକର ରଚୟିତା ମଧୁସୂଦନ ରାଓ । (T)
11. ଆଧୁନିକ ଓଡ଼ିଆ ସାହିତ୍ୟ ୧୮୭୦ ମସିହା ପରଠାରୁ କ୍ରମବିକାଶ ପଥରେ ଗତିକରି ଚାଲିଛି । (T)
12. ଆଧୁନିକ ଯୁଗର ଆଦିପର୍ବକୁ ରାଧାନାଥ ଯୁଗ କୁହାଯାଏ । (T)
13. ଆଧୁନିକ ଯୁଗର ଗୋଧୂଳି ଲଗ୍ନରେ ସତ୍ୟବାଦୀ ପର୍ବର ଆରମ୍ଭ ଓ ବିକାଶ ହୋଇଥିଲା । (T)
14. ‘ବାଲେଶ୍ଵର ସମ୍ବାଦବାହିକା’ ସମ୍ବାଦପତ୍ରିକାର ପ୍ରକାଶକ ଥିଲେ ଫକୀରମୋହନ । (T)
15. ଫକୀରମୋହନଙ୍କ ପ୍ରଗତି ପଥରେ ତାଙ୍କ ଦ୍ବିତୀୟ ପତ୍ନୀ ସହାୟିକା ଥିଲେ । (T)
16. ଫକୀରମୋହନଙ୍କ ଦ୍ଵିତୀୟା ପତ୍ନୀଙ୍କର ନାମ କୃଷ୍ଣାକୁମାରୀ ଥିଲା । (T)
17. ସାରଳା ମହାଭାରତ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା ଗ୍ରନ୍ଥର ନାମ ‘ଶ୍ରୀ ଭାରତ ଦର୍ପଣ’ ।
18. ଖ୍ରୀଷ୍ଟିୟାନ୍ ମିଶନାରୀମାନେ ୧୭୨୨ରେ ଓଡ଼ିଶାରେ ମିଶନ ସ୍କୁଲମାନ ପ୍ରତିଷ୍ଠା କରିଥିଲେ । (F)
19. ମଧୁସୂଦନଙ୍କ ରଚିତ ଚତୁର୍ଦ୍ଦଶପାଦୀ କବିତାର ଏକ ମନୋଜ୍ଞ ସଙ୍କଳନର ନାମ ‘ବସନ୍ତ ଗାଥା’ । (T)
20. ବଙ୍ଗଳା ସାହିତ୍ୟର ପ୍ରଥମ ପୂର୍ଣାଙ୍ଗ ଆତ୍ମଚରିତର ନାମ ‘ଆତ୍ମଚରିତ’ । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାଧାନାଥ ରାୟ ଉତ୍କଳ ସମ୍ମିଳନା
ମତୁସୂଦନ ରାଓ ପଦ୍ମିନା
ଫକାରମୋହନ ଯଯାତି କେଶରା
ମଧୁସୂଦନ ଦାସ ବସନ୍ତ ଗାଥା
ଗଙ୍ଗାଧର ମେହେର ବୋଧଦାୟିନା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାଧାନାଥ ରାୟ ଯଯାତି କେଶରା
ମତୁସୂଦନ ରାଓ ବସନ୍ତ ଗାଥା
ଫକାରମୋହନ ବୋଧଦାୟିନା
ମଧୁସୂଦନ ଦାସ ଉତ୍କଳ ସମ୍ମିଳନା
ଗଙ୍ଗାଧର ମେହେର ପଦ୍ମିନା

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଖ୍ରୀଷ୍ଟୟାନ ମିଶନାରା କୃଷକ ଓ ଜମିମାଲିକଙ୍କ କମି ହସ୍ତ।ନ୍ତ୍ରରିତ
ନଅଙ୍କ ଦୁର୍ଭିକ୍ଷ ଉତ୍କଳ ଦୀପିକା
ସୂର୍ଯ୍ୟାସ୍ତ ନିଲାମ ଆଇନ ଇତିହାସ ପ୍ରସନ୍ଧ ଜାତି ଶୁଣାନିତ ହେ।ଇଗଲା
ଗୌରାଶଙ୍କର ରାୟ ଓଡ଼ିଶାରେ ମିଶନ ସ୍କୁଲ୍‌ ପ୍ରତିଷ୍ଠା
ରାଜା ବାମମୋହନ ରାୟ ବ୍ରାହଧର୍ମ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଖ୍ରୀଷ୍ଟୟାନ ମିଶନାରା ଓଡ଼ିଶାରେ ମିଶନ ସ୍କୁଲ୍‌ ପ୍ରତିଷ୍ଠା
ନଅଙ୍କ ଦୁର୍ଭିକ୍ଷ ଇତିହାସ ପ୍ରସନ୍ଧ ଜାତି ଶୁଣାନିତ ହେ।ଇଗଲା
ସୂର୍ଯ୍ୟାସ୍ତ ନିଲାମ ଆଇନ କୃଷକ ଓ ଜମିମାଲିକଙ୍କ କମି ହସ୍ତ।ନ୍ତ୍ରରିତ
ଗୌରାଶଙ୍କର ରାୟ ଉତ୍କଳ ଦୀପିକା
ରାଜା ବାମମୋହନ ରାୟ ବ୍ରାହଧର୍ମ

BSE Odisha 10th Class Odia Solutions Chapter 13 ଓଡ଼ିଆ ସାହିତ୍ୟ କଥା

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପଦ୍ମମାଳ। ଫକାରମୋହନ ସେନାପତି
ବାବାଜା ଗୋପାଳବଲ୍ଲିଭ ଦାସ
ରେଚ୍ ତା ଉମେଶଚନ୍ଦ୍ର ସରକାର
ଭାମାଭୂୟାଁ ଜଗନ୍ନେ।ହନ ଲାଲ
ଚ୍ଚାବନ ସଙ୍ଗାତ କାନ୍ତିକବି ଲକ୍ଷ୍ମୀକାନ୍ତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପଦ୍ମମାଳ। ଉମେଶଚନ୍ଦ୍ର ସରକାର
ବାବାଜା ଜଗନ୍ନେ।ହନ ଲାଲ
ରେଚ୍ ତା ଫକାରମୋହନ ସେନାପତି
ଭାମାଭୂୟାଁ ଗୋପାଳବଲ୍ଲିଭ ଦାସ
ଚ୍ଚାବନ ସଙ୍ଗାତ କାନ୍ତିକବି ଲକ୍ଷ୍ମୀକାନ୍ତ

Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପଲ୍ଲାଚିତ୍ର ନାଳକଣ୍ଠ ଦାସ
କାଞ୍ଚକାବେରା ବିନ୍ଦକିଶୋର ବଳ
ବାଇ ମହାନ୍ତି ପାଳ୍ପ ଗୋପାଳଚନ୍ଦ୍ର ଗ୍ରହରାଜ
ଶା ଭାରତ ଦର୍ପଣ ଗୋପାନାଥ ନନ୍ଦ
କୋଶାର୍କେ ରାମଶଙ୍କର ରାୟ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପଲ୍ଲାଚିତ୍ର ବିନ୍ଦକିଶୋର ବଳ
କାଞ୍ଚକାବେରା ରାମଶଙ୍କର ରାୟ
ବାଇ ମହାନ୍ତି ପାଳ୍ପ ଗୋପାଳଚନ୍ଦ୍ର ଗ୍ରହରାଜ
ଶା ଭାରତ ଦର୍ପଣ ଗୋପାନାଥ ନନ୍ଦ
କୋଶାର୍କେ ନାଳକଣ୍ଠ ଦାସ

ପ୍ରବନ୍ଧର ମର୍ମବାଣା

ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଆ ସିଲାବସ୍ କମିଟି ପ୍ରସ୍ତୁତ ‘ଓଡ଼ିଆ ସାହିତ୍ୟ କଥା’ ଓଡ଼ିଆ ସାହିତ୍ୟର ଆଦିପର୍ବରୁ ଆରମ୍ଭ ହୋଇ ଅତ୍ୟାଧୁନିକ ପର୍ବ ପର୍ଯ୍ୟନ୍ତ କ୍ରମ ବିକାଶଧାରାର ଏକ ବିହଙ୍ଗାବଲୋକନ । ସଂସ୍କୃତ, ପାଲୀ, ପ୍ରାକୃତ ଓ ଅପଭ୍ରଂଶର ସ୍ତର ଅତିକ୍ରମ କଲାପରେ ଓଡ଼ିଆ ଭାଷା ଓ ଲିପି କ୍ରମବିବର୍ତ୍ତନ ମଧ୍ୟଦେଇ ପୂର୍ଣାଙ୍ଗ ରୂପଲାବଣ୍ୟ ଲାଭ କରିଛି । ପଞ୍ଚଦଶ ଶତାବ୍ଦୀରେ ମାଟିର ମହାକବି ସାରଳା ଦାସ ଖାଣ୍ଟି ଓଡ଼ିଆ ଭାଷାରେ ଯେଉଁ ମୂଲ୍ୟବାନ୍ ଗ୍ରନ୍ଥ ରଚନା କରିଯାଇଛନ୍ତି ତାହା ଓଡ଼ିଆ ଜାତିର ଆତ୍ମପରିଚିତି ଓ ଉଡ୍ର ଜାତୀୟତାବୋଧର ବଳିଷ୍ଠ ନିଦର୍ଶନ ହୋଇ ତାଙ୍କୁ ‘ଆଦିକବି’ର ମର୍ଯ୍ୟାଦା ଦେଇଛି ।

ସାରଳା ଦାସଙ୍କ ପରେ ଭକ୍ତକବି ପଞ୍ଚସଖା ପ୍ରାକୃତ ଓଡ଼ିଆ ଭାଷାରେ ଏକ ନୂତନ ସାରସ୍ବତ ପରମ୍ପରା ସୃଷ୍ଟି କରିଗଲେ । ତାଙ୍କ ରଚନାମାନ ଓଡ଼ିଆଜାତିକୁ ଏକ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲା । ପଞ୍ଚସଖା ଯୁଗର ଦ୍ୱିତୀୟ ପର୍ଯ୍ୟାୟରୁ ଓଡ଼ିଆ ଭାଷାରେ କାବ୍ୟରଚନାକରାଯିବାର ଏକ ନୂତନ ପରମ୍ପରା ସୃଷ୍ଟି ହେଲା । ଦ୍ଵାଦଶ ଶତାବ୍ଦୀରେ ଜୟଦେବଙ୍କ ‘ଗୀତଗୋବିନ୍ଦ ର ସରଳ ସାବଲୀଳ ଭାଷା ଓ ଲଳିତ ଛନ୍ଦ ଷୋଡ଼ଶ ଶତାବ୍ଦୀରେ ଶେଷାର୍ଦ୍ଧ କବିମାନଙ୍କ କାବ୍ୟମାନଙ୍କରେ ପରିଲକ୍ଷିତ ହେଲା। ଏହି ଯୁଗକୁ ‘ପ୍ରାକ୍ ରୀତିଯୁଗ’ ଭାବେ ନାମିତ କରାଯାଇଛି।

ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ପରେ ସମୃଦ୍ଧ ରୀତିକାବ୍ୟ ରଚନା କରିବାର ପରମ୍ପରା ସୃଷ୍ଟି ହେଲା । ଶ୍ରୀଚୈତନ୍ୟଙ୍କ ସମୟରୁ ଯେଉଁ ପ୍ରେମଧର୍ମର ଉନ୍ମେଷ ଘଟିଥିଲା ତାହା ଏହି ସମୟକୁ ଓଡ଼ିଶାର କବି ମାନସରେ ଗଭୀର ପ୍ରଭାବ ପକାଇଥିଲା । ତେଣୁ ପଞ୍ଚସଖାଙ୍କ ଜଗନ୍ନାଥ ଧର୍ମ ଓ ଭକ୍ତିଭାବନା ସହ,କୃଷ୍ଣଧର୍ମ, କୃଷ୍ଣଭକ୍ତି ଓ ରାମଭକ୍ତି ଓଡ଼ିଶାର ଜନଗଣଙ୍କୁ ଅନୁରୂପ ଭାବେ ପ୍ରଭାବିତ କରିଥିଲା । ମଧ୍ୟଯୁଗୀୟ ଓଡ଼ିଆ ରୀତିକାବ୍ୟର ସମୃଦ୍ଧଧାରା ଧନଞ୍ଜୟ ଭଞ୍ଜଙ୍କ ସମୟରୁ ଆରମ୍ଭ ହେଲା । ପଞ୍ଚସଖା ଯୁଗର କାବ୍ୟ କବିତାଦି ଯାହା ମଣିଷକୁ ମାନବୀୟ ଭାବନାରେ ଉଦ୍‌ବୁଦ୍ଧ ହୋଇ ସତ୍ୟ ଓ ଧର୍ମନିଷ୍ଠ ଜୀବନଯାପନ କରିବାକୁ ହେଲା । ସ୍ୱାଭାବିକତାକୁ ହରାଇ ତାହା ହେଲା ଆଡ଼ମ୍ବରପୂର୍ଣ ।

ଏହି ରୀତିଯୁଗର ଶ୍ରେଷ୍ଠ କବି ହେଲେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ତାଙ୍କ ନାମରେ ରୀତିଯୁଗର ଅନ୍ୟନାମ ହେଲା ଭଞ୍ଜ ଯୁଗ । ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସହ ଭଜନ, ଜଣାଣ ଓ ରାଧାକୃଷ୍ଣଙ୍କ ଅମିୟପ୍ରେମ ଉପରେ ଆଧାରିତ ନାନା ଗୀତିକବିତା ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି କରିଆସିଛି । ମଧ୍ୟଯୁଗୀୟ ସାହିତ୍ୟରେ ଯେଉଁ ସନ୍ଥ-ସାହିତ୍ୟଧାରା ପଞ୍ଚସଖାଙ୍କଠାରୁ ଆରମ୍ଭ ହୋଇ କ୍ରମବିବର୍ତ୍ତନ ପଥରେ ଅଗ୍ରଗତି କରି ଆସଥିଲା ସେହି ଧାରାର ଶେଷ ଦୀପଶିଖା ହେଲେ ଭୀମଭୋଇ । ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ସାରଳା ଦାସଙ୍କଠାରୁ ଆରମ୍ଭ କରି ଭୀମଭୋଇଙ୍କ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚଶହ ବର୍ଷ ଧରି ଗତିକରି ଆସିଥିଲା । ବିବିଧ ରୂପ-ଭାବ-ବୈଭବକୁ ନେଇ ଯେଉଁ ସାହିତ୍ୟ ଏହି ଦୀର୍ଘକାଳ ମଧ୍ୟରେ ସୃଷ୍ଟି ହୋଇଥିଲା ତାହା ଓଡ଼ିଆ ଭାଷାର ଅମୂଲ୍ୟ ସମ୍ପଦ ଓ ଓଡ଼ିଆ ଜାତିର ଆତ୍ମପରିଚିତିର ବାର୍ତ୍ତା ବହନ କରିଛି ।

ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଇଂରେଜମାନେ ଓଡ଼ିଶାକୁ ଅଧିକାର କଲେ । ଭୟ, ଆତଙ୍କ, ଅଶିକ୍ଷା ଓ ଅନ୍ଧବିଶ୍ୱାସ ଆଦିଦ୍ୱାରା ଓଡ଼ିଆ ଜାତିର ଆତ୍ମବିଲୁପ୍ତି ଘଟିଲା । ଏହି ଶତାବ୍ଦୀର ଦ୍ୱିତୀୟାର୍ଦ୍ଧର କିଛିକାଳ ପର୍ଯ୍ୟନ୍ତ ଜାତିର ନିର୍ବେଦତା ଲାଗିରହିଲା । ନଅଙ୍କ ଦୁର୍ଭିକ୍ଷ ପରେ ଇତିହାସ ପ୍ରସିଦ୍ଧ ଓଡ଼ିଆ ଜାତି ସତେକି ଶ୍ମଶାନିତ ହୋଇଗଲା । ପରେ ପରେ ସୁପ୍ତ ଓଡ଼ିଆ ଜାତିର ନିଦ୍ରାଭଙ୍ଗ ହେଲା । ମାତୃଭୂମି ଓ ମାତୃଭାଷାକୁ ଆଧାର କରି ଓଡ଼ିଆ ଜାତୀୟତାର ଶୁଭଶଙ୍ଖ ବାଜିଉଠିଲା । ଓଡ଼ିଆ ଭାଷାକୁ ଓଡ଼ିଶାରୁ ଉଠାଇ ଦେବାର ସରକାରୀ ଆଦେଶନାମା ଓ ପଡ଼ୋଶୀ ରାଜ୍ୟର ହୀନ ଚକ୍ରାନ୍ତର ଚକ୍ରବ୍ଯୂହରୁ ଓଡ଼ିଆ ଭାଷାକୁ ଉଦ୍ଧାର କରିବାକୁ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଆଧୁନିକ ଓଡ଼ିଆ ସାହିତ୍ୟକୁ ଜନ୍ମଦେଲା ।

ଓଡ଼ିଆ ଭାଷା ମରଣସଂକଟରୁ ରକ୍ଷା ପାଇଲା । ମାତୃଭାଷା ପ୍ରୀତିରୁ ଆରମ୍ଭ ହୋଇ ପାଶ୍ଚାତ୍ୟ ସାହିତ୍ୟାଦର୍ଶରେ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ, ରମ୍ୟରଚନା, ଜୀବନୀ, ଆତ୍ମଜୀବନୀ, ଭ୍ରମଣକାହାଣୀ ଓ ସମାଲୋଚନା ଆଦି ନବରୁଚି ଓ ନବଚେତନା ସ୍ପର୍ଶରେ ଆଧୁନିକ ଓଡ଼ିଆ ସାହିତ୍ୟର ଆଦିପର୍ବ ଆରମ୍ଭ ହେଲା । ୧୮୭୦ ମସିହା ପରଠାରୁ ଆଧୁନିକ ଓଡ଼ିଆ ସାହିତ୍ୟ ରାଧାନାଥ ଯୁଗ, ସତ୍ୟବାଦୀ ପର୍ବ, ସବୁଜ ପର୍ବ, ପ୍ରଗତି ପର୍ବ, ଅତ୍ୟାଧୁନିକ ପର୍ବ ଦେଇ ଗତିକରି ଆଜି ଉତ୍ତର ଆଧୁନିକ ପର୍ବରେ ପଦାର୍ପଣ କରିଛି । ଦୀର୍ଘ ଏକଶତ ଛତିଶ ବର୍ଷ ମଧ୍ୟରେ ବହୁ ପରୀକ୍ଷା ନିରୀକ୍ଷା ଦେଇ ଗତି କରିଆସିଛି ଓଡ଼ିଆ ସାହିତ୍ୟ । ପ୍ରାଚୀନ ଯୁଗରୁ ଆଦ୍ୟାବିଧ୍ ଯେଉଁ ସାରସ୍ଵତ ସ୍ରଷ୍ଟାମାନେ ଓଡ଼ିଆ ସାହିତ୍ୟରୁ ଋଦ୍ଧିମନ୍ତ କରିଛନ୍ତି ସେମାନଙ୍କ ପରିଚୟ ଓ ସେମାନଙ୍କ ସୃଷ୍ଟି ସମ୍ପଦ ବିଷୟରେ ଅବଗତ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପ୍ରଥମ ଓ ପରମ କାମ୍ୟ ହେବା ବିଧେ

Leave a Comment