CHSE Odisha Class 12 Economics Chapter 16 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 16 ରାଷ୍ଟ୍ରବିତ୍ତ Objective Questions.

CHSE Odisha 12th Class Economics Chapter 16 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ରାଜସ୍ବ ଉତ୍ସକୁ ସମୁନ୍ନତ କର ମଧ୍ୟ କୁହାଯାଏ ?
(A) କର
(B) ଅନୁଦାନ
(C) ଫିଜ୍
(D) ବିଶେଷ ନିଦ୍ଧାରଣ
Answer:
(D) ବିଶେଷ ନିଦ୍ଧାରଣ

2. ନିମ୍ନୋକ୍ତ କେଉଁଟି ରାଷ୍ଟ୍ରବିତ୍ତର ବିଷୟବସ୍ତୁରେ ଅନ୍ତର୍ଭୁକ୍ତ ନୁହେଁ ?
(A) ସରକାରୀ ଆୟ
(B) ସରକାରୀ ଋଣ
(C) ମୌଦ୍ରିକ ପ୍ରଶାସନ
(D) ରାଜକୋଷୀୟ ପ୍ରଶାସନ
Answer:
(C) ମୌଦ୍ରିକ ପ୍ରଶାସନ

3. ନିମ୍ନୋକ୍ତ କେଉଁଟି ରାଷ୍ଟ୍ରୀୟ ରାଜସ୍ବର ଅଂଶବିଶେଷ ନୁହେଁ ?
(A) କର
(B) ରାଷ୍ଟ୍ରୀୟ ଋଣ
(C) ଫିଜ୍
(D) ସରକାରୀ ଉଦ୍ୟୋଗରୁ ଲାଭ
Answer:
(B) ରାଷ୍ଟ୍ରୀୟ ଋଣ

4. ନିମ୍ନୋକ୍ତ କେଉଁ ରାଜସ୍ଵ ଉତ୍ସରେ ପ୍ରତ୍ୟକ୍ଷ ପ୍ରତିଦାନ ନଥାଏ ?
(A) କର
(B) ଫିଜ୍
(C) ବିଶେଷ ନିଦ୍ଧାରଣ
(D) ଅନୁଦାନ
Answer:
(A) କର

5. କେଉଁ ରାଜସ୍ଵ ଉତ୍ସ ରାଷ୍ଟ୍ର ପ୍ରଦତ୍ତ ସୁବିଧା ସହ ସମାନୁପାତୀ ?
(A) କର
(B) ଫିଜ୍
(C) ବିଶେଷ ନିଦ୍ଧାରଣ
(D) ଅନୁଦାନ
Answer:
(C) ବିଶେଷ ନିଦ୍ଧାରଣ

CHSE Odisha Class 12 Economics Chapter 16 Objective Questions in Odia Medium

6. ନିମ୍ନୋକ୍ତ କେଉଁଟି ପ୍ରତ୍ୟକ୍ଷ କର ?
(A) ଆୟକର
(B) ବୃଦ୍ଧିକର
(C) ସମ୍ପତ୍ତି କର
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

7. ନିମ୍ନୋକ୍ତ କେଉଁଟି ପ୍ରତ୍ୟକ୍ଷ କର ନୁହେଁ ?
(A) ପ୍ରମୋଦ କର
(B) ଆୟକର
(C) ବୃଦ୍ଧିକର
(D) ସମ୍ପଭି କର
Answer:
(A) ପ୍ରମୋଦ କର

8. କେଉଁ ବ୍ୟୟ ଉଭୟ ପୁଞ୍ଜି ଓ ରାଜସ୍ୱ ବ୍ୟୟର ଅନ୍ତର୍ଭୁକ୍ତ ?
(A) ସାଧାରଣ ବ୍ୟୟ
(B) ପ୍ରତିରକ୍ଷା ବ୍ୟୟ
(C) ଅନୁଦାନ
(D) ସାମାଜିକ ସେବା
Answer:
(B) ପ୍ରତିରକ୍ଷା ବ୍ୟୟ

9. କେଉଁ ବ୍ୟୟ ଚଳନ୍ତି ରାଜସ୍ଵରୁ ଭରଣା କରାଯାଏ ?
(A) ରାଜସ୍ବ ବ୍ୟୟ
(B) ପ୍ରତିରକ୍ଷା ବ୍ୟୟ
(C) ସାଧାରଣ ବ୍ୟୟ
(D) ସୁଧ ପ୍ରଦାନ
Answer:
(A) ରାଜସ୍ବ ବ୍ୟୟ

10. ନିମ୍ନୋକ୍ତ କେଉଁଟି ପରୋକ୍ଷ କର ?
(A) ବିକ୍ରିକର
(B) ସମ୍ପଭି କର
(C) ପ୍ରମୋଦ କର
(D) ଉଭୟ (A) ଓ (C)
Answer:
(D) ଉଭୟ (A) ଓ (C)

11. ରାଷ୍ଟ୍ରୀୟ ଆୟର ଉତ୍ସ ହେଲା :
(A) ରାଷ୍ଟ୍ରାୟତ୍ତ ସମ୍ପତ୍ତି
(B) ବାଣିଜ୍ୟିକ ଆୟ
(C) ପ୍ରଶାସନିକ ଆୟ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

12. କଲେଜ ଟିଉସନ୍ ଫିସ୍ ହେଉଛି ଏକ :
(A) କର
(B) ବିଶେଷ ନିଦ୍ଧାରଣ
(C) ଫିଜ୍
(D) ଉପରୋକ୍ତ ସମସ୍ତ
Answer:
(C) ଫିଜ୍

13. ସରକାରଙ୍କଦ୍ୱାରା ପ୍ରଚଳିତ ଆଇନକାନୁନ ଭଙ୍ଗ କଲେ ଯେଉଁ ଆର୍ଥିକ ଦଣ୍ଡ ଦିଆଯାଏ, ତାହା ହେଲା :
(A) କର
(B) ବାଜ୍ଯାପ୍ତି
(C) ଜୋରିମାନା
(D) ରାଜଭୁକ୍ତି
Answer:
(C) ଜୋରିମାନା

14. ସରକାରଙ୍କଠାରୁ ଅନୁମତି ପାଇବାପାଇଁ ଯେଉଁ ପାଉଣା ପୈଠ କରାଯାଏ, ତାହାକୁ କ’ଣ କୁହାଯାଏ ?
(A) ରାଜଭୁକ୍ତି
(B) ଫିକ୍
(C) କର
(D) ଲାଇସେନ୍ସ ଫିଜ୍
Answer:
(D) ଲାଇସେନ୍ସ ଫିଜ୍

CHSE Odisha Class 12 Economics Chapter 16 Objective Questions in Odia Medium

15. ସର୍ବସାଧାରଣଙ୍କ ସ୍ବାର୍ଥ ପାଇଁ ହେଉଥିବା ବ୍ୟୟର ଭରଣା ନିମିତ୍ତ ଏବଂ କୌଣସି ବିଶେଷ ସୁବିଧା ସହିତ ସମ୍ପର୍କ ନଥାଇ ବ୍ୟକ୍ତିବିଶେଷ ସରକାରଙ୍କୁ ଯେଉଁ ବାଧ୍ୟତାମୂଳକ ଦେୟ ଦିଅନ୍ତି, ତାହାକୁ କ’ଣ କୁହାଯାଏ ?
(A) ଜୋରିମାନା
(B) କର
(C) ଫିକ୍
(D) ବିଶେଷ ନିଦ୍ଧାରଣ
Answer:
(B) କର

16. ଆଇନାନୁମୋଦିତ ଉତ୍ତରାଧ୍ଵରୀ ବିନା ମୃତ୍ୟୁ ହୋଇଥିବା ଲୋକମାନଙ୍କର ସମ୍ପତ୍ତି ଉପରେ ରାଷ୍ଟ୍ରର ଦାବିକୁ ଯାହା କୁହାଯାଏ :
(A) ବାଜ୍ୟାପ୍ତି
(B) ଜୋରିମାନା
(C) ବିଶେଷ ନିର୍ଧାରଣ
(D) ରାଜଭୁକ୍ତି
Answer:
(D) ରାଜଭୁକ୍ତି

17. ଚୁକ୍ତି ଭଙ୍ଗ କିମ୍ବା ସ୍ଥିରୀକୃତ କାର୍ଯ୍ୟ ସମ୍ପାଦନ କରିନଥିବା ବ୍ୟକ୍ତିବିଶେଷଙ୍କଠାରୁ ସରକାର ଦଣ୍ଡ ସ୍ଵରୂପ ସେମାନେ ଅମାନତ ରୂପେ ରଖୁଥିବା ଅର୍ଥ ଫେରସ୍ତ କରନ୍ତି ନାହିଁ, ତାହାକୁ କ’ଣ କୁହାଯାଏ ?
(A) ବାଜ୍ଯାପ୍ତି
(B) ଜୋରିମାନା
(C) ରାଜଭୁକ୍ତି
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବାଜ୍ଯାପ୍ତି

18. ରାଷ୍ଟ୍ରୀୟର କ୍ଷେତ୍ରରୁ ସରକାର ଯେଉଁ ରାଜସ୍ୱ ଅର୍ଜନ କରନ୍ତି, ତାହାକୁ କ’ଣ କୁହାଯାଏ ?
(A) ଜାତୀୟ ଆୟ
(B) ବାଣିଜ୍ୟିକ ଆୟ
(C) ମୁଣ୍ଡପିଛା ଆୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବାଣିଜ୍ୟିକ ଆୟ

(B) ଶୂନ୍ୟସ୍ଥାନ ପୂରଣ କର ।

1. ସମସ୍ତ ସରକାରୀ ସଂସ୍ଥାର ଆୟ-ବ୍ୟୟ ସମ୍ବନ୍ଧୀୟ ବିଜ୍ଞାନ ହିଁ ____________ ।
Answer:
ରାଷ୍ଟ୍ରବିତ୍ତ

2. ଜଣେ ବ୍ୟକ୍ତିର ଆୟ ତା’ର ବ୍ୟୟ ନିର୍ଦ୍ଧାରଣ କଲାବେଳେ ଏକ ରାଷ୍ଟ୍ରର ବ୍ୟୟ ତାହାର ____________ ନିର୍ଦ୍ଧାରଣ କରିଥାଏ ।
Answer:
ଆୟ

3. ସରକାରଙ୍କ କ୍ଷେତ୍ରରେ ବଜେଟ୍ ____________ ହୋଇଥିବା ସ୍ଥଳେ ବ୍ୟକ୍ତିବିଶେଷଙ୍କ ପକ୍ଷେ ଏହା ବଳକା ହେବା ଏକ ଶୁଭସୂଚନା ।
Answer:
ନିଅଣ୍ଟିଆ

4. ବେସରକାରୀ ବଜେଟ୍ କ୍ଷେତ୍ରରେ ଅନ୍ୟ କାହାର ଅନୁମୋଦନ ଆବଶ୍ୟକ ନଥାଏ, କିନ୍ତୁ, ସରକାରୀ ବଜେଟ୍ ପାଇଁ ____________ ର ଅନୁମୋଦନ ଆବଶ୍ୟକ ।
Answer:
ପାର୍ଲିଆମେଣ୍ଟ

5. କର ଏକ ____________ ମୂଳକ ଦେୟ ।
Answer:
ବାଧ୍ୟତା

CHSE Odisha Class 12 Economics Chapter 16 Objective Questions in Odia Medium

6. ସରକାରଙ୍କଦ୍ବାରା ପ୍ରଚଳିତ ଆଇନକାନୁନ ଭଙ୍ଗକଲେ ଯେଉଁ ଆର୍ଥିକ ଦଣ୍ଡ ଦିଆଯାଏ, ତାହାକୁ ____________ କୁହାଯାଏ ।
Answer:
ଜୋରିମାନା

7.ଜନସାଧାରଣ ପାଉଥିବା ସ୍ଵତନ୍ତ୍ର ସୁବିଧା ପାଇଁ ____________ ଦେଇଥା’ନ୍ତି ।
Answer:
ଫିଜ୍

8. ବିଶେଷ ନିର୍ଦ୍ଧାରଣ କରଦାତାଙ୍କ ____________ ସୁବିଧା ଉପରେ ନିର୍ଦ୍ଧାରଣ ହୁଏ ।
Answer:
ବିଶେଷ

9. ଦ୍ରବ୍ୟ ଓ ସେବା ବିକ୍ରୟରୁ ସରକାର ପାଉଥିବା ରାଜସ୍ୱକୁ ____________ କୁହାଯାଏ ।
Answer:
ଦର

10. ଫିଜ୍, ସରକାରୀ ରାଜସ୍ବର ____________ ଉତ୍ସ ।
Answer:
ପ୍ରଶାସନିକ

11. ମିତବ୍ୟୟିତ ଦୃଷ୍ଟିକୋଣରୁ ବା ଖର୍ଚ୍ଚଭାର ଦୃଷ୍ଟିରୁ ____________ କର ଉତ୍ତମ ।
Answer:
ପରୋକ୍ଷ

12. ବଦାନ୍ୟ ଅନୁଷ୍ଠାନମାନଙ୍କଠାରୁ ସରକାରଙ୍କୁ ମିଳୁଥିବା ସ୍ଵେଚ୍ଛାକୃତ ଅବଦାନକୁ ____________ କୁହାଯାଏ ।
Answer:
ଦାନ

13. ଆଇନାନୁମୋଦିତ ଉତ୍ତରାଧିକାରୀ ବିନା ମୃତ୍ୟୁ ହୋଇଥିବା ଲୋକମାନଙ୍କର ସମ୍ପତ୍ତି ଉପରେ ରାଷ୍ଟ୍ରର ଦାବିକୁ ____________ କୁହାଯାଏ ।
Answer:
ରାଜଭୁକ୍ତ

14. ଆବଶ୍ୟକ ସ୍ଥଳେ ରାଷ୍ଟ୍ର ଉଭୟ ଆଭ୍ୟନ୍ତରୀଣ ଋଣ ଓ ____________ ଋଣ କରିପାରେ ।
Answer:
ବହିରାଗତ

15. ରାଷ୍ଟ୍ର କ୍ଷେତ୍ରରେ ବ୍ୟୟ ସ୍ଥଗିତ ରଖୁବାର ସମ୍ଭାବନା ____________ ।
Answer:
କ୍ଷୀଣ

16. ରାଷ୍ଟ୍ରୀୟ ରାଜସ୍ବ, ରାଷ୍ଟ୍ରୀୟ ____________ ର ଏକ ଅଂଶ ।
Answer:
ଆୟ

17. କୌଣସି ବିଶେଷ ସୁବିଧା ସହ ସମ୍ପର୍କ ନଥାଇ, ସର୍ବସାଧାରଣଙ୍କ ସ୍ୱାର୍ଥରେ ସ୍ୱାର୍ଥରେ ବ୍ୟୟ କରିବାପାଇଁ ବ୍ୟକ୍ତିବିଶେଷ ସରକାରଙ୍କୁ ଦେଉଥିବା ବାଧ୍ୟତାମୂଳଜ ଦେୟକୁ ____________ କୁହାଯାଏ ।
Answer:
କର

18. କରର ମୂଳ ବୋଝକୁ ____________ କୁହାଯାଏ ।
Answer:
କରାଘାତ

19. ପରିଶେଷରେ କର ବୋଝ ବହନ କରୁଥିବା ବ୍ୟକ୍ତିଙ୍କ ଉପରେ ____________ ହୋଇଥାଏ ।
Answer:
କରାପାତ

20. ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ ତାହାକୁ କରର ____________ କୁହାଯାଏ ।
Answer:
ସ୍ଥାନାନ୍ତରଣ

19. ପରିଶେଷରେ କର ବୋଝ ବହନ କରୁଥିବା ବ୍ୟକ୍ତିଙ୍କ ଉପରେ ____________ ହୋଇଥାଏ ।
Answer:
କରାପାତ

20. ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ ତାହାକୁ କରର ____________ କୁହାଯାଏ ।
Answer:
ସ୍ଥାନାନ୍ତରଣ

21. କରାଘାତ ସ୍ଥାନାନ୍ତରକ୍ଷମ ହୋଇଥିବାବେଳେ ____________ ସ୍ଥାନାନ୍ତରକ୍ଷମ ନୁହେଁ ।
Answer:
କରାପାତ

22. ସର୍ବସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ କଲ୍ୟାଣ ନିମନ୍ତେ ରାଷ୍ଟ୍ର ଯେଉଁ ବ୍ୟୟ କରେ, ତାହାକୁ ରାଷ୍ଟ୍ରୀୟ ____________ କୁହାଯାଏ ।
Answer:
ବ୍ୟୟ

23. ମୁଦ୍ରାଷ୍ଟୀତି ସମୟରେ ଜନସାଧାରଣଙ୍କଠାରେ ଆୟ ଅଧ‌ିକ ଥିବାରୁ ଏହାର ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ପଦକ୍ଷେପ ସହିତ ରାଷ୍ଟ୍ର ବ୍ୟୟ ____________ କରିଥାଏ ।
Answer:
ହ୍ରାସ

24. ଅବସ୍କ୍ରୀତିର ସଠିକ୍ ମୁକାବିଲା ପାଇଁ ଅନ୍ୟାନ୍ୟ ପଦକ୍ଷେପ ସହିତ ରାଷ୍ଟ୍ରୀୟ ବ୍ୟୟ ____________ କରାଯାଏ ।
Answer:
ବୃଦ୍ଧି

25. ରାଷ୍ଟ୍ରର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ନିମନ୍ତେ କରାଯାଉଥିବା ରାଷ୍ଟ୍ରୀୟ ବ୍ୟୟକୁ ____________ କୁହାଯାଏ ।
Answer:
ରାଜସ୍ଵ ବ୍ୟୟ

CHSE Odisha Class 12 Economics Chapter 16 Objective Questions in Odia Medium

26. ରାଜସ୍ୱ ବ୍ୟୟ ରାଷ୍ଟ୍ରର ____________ ରାଜସ୍ବରୁ ଭରଣା କରାଯାଏ ।
Answer:
ଚଳନ୍ତି

27. ରାଷ୍ଟ୍ର ପରିସମ୍ପତ୍ତି ସୃଷ୍ଟି ପାଇଁ ଯେଉଁ ବ୍ୟୟ କରିଥାଏ, ତାହାକୁ ____________ ବ୍ୟୟ କୁହାଯାଏ ।
Answer:
ପୁଞ୍ଜି

28. ଯେଉଁ ବ୍ୟୟ ପାଇଁ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଅବାଶ୍ୟକ, ତାହା ____________ ବ୍ୟୟ ।
Answer:
ଯୋଜନା

29. ଯେଉଁ ସରକାରୀ ବ୍ୟୟ ନିମନ୍ତେ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ ହୋଇନଥାଏ, ତାହା ____________ ବ୍ୟୟ ।
Answer:
ଅଣଯୋଜନା

30. ଯେଉଁ ଯୋଜନା ବ୍ୟୟ କେବଳ ଚଳନ୍ତି ଆବଶ୍ୟକତା ପୂରଣ ପାଇଁ ନିୟୋଜିତ ହୁଏ, ତାହାକୁ ଯୋଜନା ବ୍ୟୟ ଅନ୍ତର୍ଗତ ____________ କୁହାଯାଏ ।
Answer:
ରାଜସ୍ୱ ହିସାବ

31. ରାଷ୍ଟ୍ରରେ ପୁଞ୍ଜି ସୃଷ୍ଟି ପାଇଁ ବିନିଯୋଗ ହେଉଥିବା ଯୋଜନା ବ୍ୟୟକୁ ଯୋଜନା ବ୍ୟୟ ଅନ୍ତର୍ଗତ ____________ କୁହାଯାଏ ।
Answer:
ପୁଞ୍ଜି ହିସାବ

32. ଯେଉଁ ସରକାରୀ ବ୍ୟୟ ଅର୍ଥନୈତିକ ବିକାଶ ନିମନ୍ତେ ସହାୟତା ପ୍ରଦାନ କରେ, ତାହାକୁ ____________ ବ୍ୟୟ କୁହାଯାଏ ।
Answer:
ଉନ୍ନୟନ ବ୍ୟୟ

33. ଉନ୍ନୟନ ବ୍ୟୟକୁ ମଧ୍ୟ ____________ ବ୍ୟୟ କୁହାଯାଏ ।
Answer:
ଉତ୍ପାଦୀ ବ୍ୟୟ

34. ସରକାର ଏପରି କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟ କରିଥାନ୍ତି, ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି ନାହିଁ, ଏପରି ସମସ୍ତ ସରକାରୀ ବ୍ୟୟକୁ ____________ ବ୍ୟୟ କୁହାଯାଏ ।
Answer:
ଅଣଉନ୍ନୟନ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପ୍ରଶାସନିକ ଆୟ ଏକ ବାଧ୍ୟତାମୂଳକ ଗୁଣ ପ୍ରକାଶ କରେ ।
Answer:
ଭୁଲ୍ ।
ଠିକ୍ – ପ୍ରଶାସନିକ ଆୟ ଏକ ଇଚ୍ଛାଧୀନ ଗୁଣ ପ୍ରକାଶ କରେ ।

2. ରାଷ୍ଟ୍ରବିତ୍ତ, ସର୍ବସାଧାରଣ ସଂସ୍ଥାଗୁଡ଼ିକର ବିତ୍ତୀୟ କାର୍ଯ୍ୟକ୍ରମ
Answer:
ଠିକ୍ ।

3. କର, କରଦାତାଙ୍କୁ ପ୍ରତ୍ୟକ୍ଷ ସେବା ପ୍ରଦାନ କରେ
Answer:
ଭୁଲ୍ ।
ଠିକ୍ – ପ୍ରଶାସନିକ ରାଜସ୍ବ, ରାଜସ୍ଵ ପ୍ରଦାନକାରୀଙ୍କୁ ପ୍ରତ୍ୟକ୍ଷ ସେବା ପ୍ରଦାନ କରେ ।

4. କରର ସଂଘାତ ଓ ଆଘାତ ଜଣେ ବ୍ୟକ୍ତି ଉପରେ ନ୍ୟସ୍ତ ହେଲେ, ତାହାକୁ ପରୋକ୍ଷ କର କୁହାଯାଏ ।
Answer:
ଭୁଲ୍ ।
ଠିକ୍ – କରର ସଂଘାତ ଓ ଆପାତ ଜଣେ ବ୍ୟକ୍ତି ଉପରେ ନ୍ୟସ୍ତ ହେଲେ, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ ।

5. ସମପରିମାଣର କର ସ୍ଥଳେ ପ୍ରତ୍ୟକ୍ଷ କରଦ୍ଵାରା ସ୍ଵୟ ପରୋକ୍ଷ କରଠାରୁ ଅଧିକ ହ୍ରାସ ପାଏ ।
Answer:
ଠିକ୍ ।

6. ସମପରିମାଣର କର ସଂଗ୍ରହ ଲାଗି ପ୍ରତ୍ୟକ୍ଷ କରର ପରୋକ୍ଷ କରଠାରୁ ସାମାଜିକ ତ୍ୟାଗ କମ୍ ଅଟେ ।
Answer:
ଭୁଲ୍ ।
ଠିକ୍ – ସମପରିମାଣର କର ସଂଗ୍ରହ ଲାଗି ପ୍ରତ୍ୟକ୍ଷ କରର ପରୋକ୍ଷ କରଠାରୁ ସାମାଜିକ ତ୍ୟାଗ ଅଧ‌ିକ ଅଟେ ।

7. ସରକାରୀ ବ୍ୟୟ ପରିମାଣ ପୃଥବୀର ସମସ୍ତ ରାଷ୍ଟ୍ରମାନଙ୍କରେ ଦିନକୁ ଦିନ ହ୍ରାସ ପାଉଅଛି ।
Answer:
ଭୁଲ୍ ।
ଠିକ୍ – ସରକାରୀ ବ୍ୟୟ ପରିମାଣ ପୃଥିବୀର ସମସ୍ତ ରାଷ୍ଟ୍ରମାନଙ୍କରେ ଦିନକୁ ଦିନ ବୃଦ୍ଧି ପାଉଅଛି ।

8. ପରୋକ୍ଷ କରର କରାଘାତ ଓ କରାପାତ୍ର ଏକ ବ୍ୟକ୍ତି ଉପରେ ପଡ଼େ
Answer:
ଭୁଲ୍ ।
ଠିକ୍ – ପ୍ରତ୍ୟକ୍ଷ କରର କରାଘାତ ଓ କରାପାତ ଏକ ବ୍ୟକ୍ତି ଉପରେ ପଡ଼େ ।

CHSE Odisha Class 12 Economics Chapter 16 Objective Questions in Odia Medium

9. ଆୟକର ଏକ ପ୍ରତ୍ୟକ୍ଷ କର
Answer:
ଠିକ୍ ।

10. ଗୋଟିଏ ନୂଆ ରାସ୍ତା ତିଆରିରେ କରାଯାଉଥିବା ବ୍ୟୟ ଅଣଯୋଜନା ବ୍ୟୟର ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ଗୋଟିଏ ନୂଆ ରାସ୍ତା ତିଆରିରେ କରାଯାଉଥିବା ବ୍ୟୟ ଯୋଜନା ବ୍ୟୟର ଉଦାହରଣ ।

11. ମିଳୁଥିବା ବିଶେଷ ସୁବିଧା ଅନୁପାତରେ ଧାର୍ଯ୍ୟ କରାଯାଉଥିବା ବାଧ୍ୟତାମୂଳକ ଦେୟକୁ ଟିକସ କୁହନ୍ତି ।
Answer:
ଭୁଲ୍ ।
ଠିକ୍ – ମିଳୁଥିବା ବିଶେଷ ସୁବିଧା ଅନୁପାତରେ ଧାର୍ଯ୍ୟ କରାଯାଉଥିବା ବାଧ୍ୟତାମୂଳକ ଦେୟକୁ ବିଶେଷ ନିର୍ଦ୍ଧାରଣ କୁହନ୍ତି ।

12. ସରକାର ଆୟକୁ ଦେଖ୍ ବ୍ୟୟ କରିଥା’ନ୍ତି ।
Answer:
ଭୁଲ୍ ।
ଠିକ୍ – ସରକାର ବ୍ୟୟକୁ ଦେଖ୍ ଆୟ କରିଥା’ନ୍ତି ।

13. ପ୍ରମୋଦ କର ପ୍ରତ୍ୟକ୍ଷ କରର ଏକ ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ପ୍ରମୋଦ କର ପରୋକ୍ଷ କରର ଏକ ଉଦାହରଣ ।

14. ଯୁଦ୍ଧ ବାବଦ ଖର୍ଜ ଉନ୍ନୟନ ବ୍ୟୟର ଏକ ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ଜଳସେଚନ ବାବଦ ଖର୍ଜ ଉନ୍ନୟନ ବ୍ୟୟର ଏକ ଉଦାହରଣ ।

15. ପରୋକ୍ଷ କରକୁ ଅପସାରଣ କରାଯାଇପାରେ
Answer:
ଭୁଲ୍ ।
ଠିକ୍ – ପରୋକ୍ଷ କରକୁ ଅପସାରଣ କରାଯାଇପାରେ ।

16. ସମ୍ପଦ କର ଏକ ପରୋକ୍ଷ କର
Answer:
ଭୁଲ୍ ।
ଠିକ୍ – ବିକ୍ରି କର ଏକ ପରୋକ୍ଷ କର ।

17. ପରୋକ୍ଷ କର କ୍ଷେତ୍ରରେ କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି
Answer:
ଭୁଲ୍ ।
ଠିକ୍ – ପ୍ରତ୍ୟକ୍ଷ କର କ୍ଷେତ୍ରରେ କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି ।

18. ଦୂର ଏକ ପ୍ରଶାସନିକ ରାଜସ୍ଵ ।
Answer:
ଭୁଲ୍ ।
ଠିକ୍ – ଦର ଏକ ବାଣିଜ୍ୟିକ ରାଜସ୍ବ ।

19. ଦୂର ଏକ ବାଧ୍ୟତାମୂଳକ ଦେୟ ।
Answer:
ଭୁଲ୍ ।
ଠିକ୍ – ଦର ଏକ ସ୍ବେଚ୍ଛାକୃତ ଦେୟ ।

20. ରାଷ୍ଟ୍ରବିତ୍ତ କାର୍ଯ୍ୟକଳାପର ଉଦ୍ଦେଶ୍ୟ ହେଉଛି ଲାଭ ଅର୍ଜନ ।
Answer:
ଭୁଲ୍ ।
ଠିକ୍ – ରାଷ୍ଟ୍ରବିତ୍ତ କାର୍ଯ୍ୟକଳାପର ଉଦ୍ଦେଶ୍ୟ ହେଉଛି ଜନକଲ୍ୟାଣ ସାଧନ ।

CHSE Odisha Class 12 Economics Chapter 16 Objective Questions in Odia Medium

21. କରାପାତ କରର ପ୍ରାଥମିକ ବୋଝ ଅଟେ ।
Answer:
ଭୁଲ୍ ।
ଠିକ୍ – କରାପାତ କରର ଅନ୍ତିମ ବୋଝ ଅଟେ ।

22. ପରୋକ୍ଷ କରର କାର୍ଯ୍ୟ ପରିସର ସୀମିତ
Answer:
ଭୁଲ୍ ।
ଠିକ୍ – ପରୋକ୍ଷ କରର କାର୍ଯ୍ୟ ପରିସର ସୀମିତ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. କିଏ ବ୍ୟୟ ଦେଖ୍ ଆୟ କରନ୍ତି ।
Answer:
ରାଷ୍ଟ୍ର ବ୍ୟୟ ଦେଖ୍ ଆୟ କରନ୍ତି ।

2. କର କ’ଣ ?
Answer:
ସରକାରଙ୍କ ବାଧ୍ୟତାମୂଳକ ରାଜସ୍ବ ଉତ୍ସକୁ କର କୁହାଯାଏ ।

3. ପ୍ରଶାସନିକ ରାଜସ୍ଵର ଏକ ଉଦାହରଣ ଦିଅ ।
Answer:
ଫିଜ୍, ପ୍ରଶାସନିକ ରାଜସ୍ଵର ଏକ ଉଦାହରଣ ।

4. ପ୍ରତ୍ୟକ୍ଷ କର କାହାକୁ କୁହାଯାଏ ?
Answer:
ଯେଉଁ କରର ସଂଘାତ ଓ ଆଘାତ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଉପରେ ନ୍ୟସ୍ତ ହୁଏ, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ ।

5. ଆର୍ଥନୀତିକ ଅସମାନତା ହ୍ରାସ ଲାଗି କେଉଁ କର, ପ୍ରତ୍ୟକ୍ଷ ବା ପରୋକ୍ଷ, ଅଧ୍ବକ ଉପଯୋଗୀ ?
Answer:
ଆର୍ଥନୀତିକ ଅସମାନତା ହ୍ରାସ ଲାଗି ପ୍ରତ୍ୟକ୍ଷ କର ବିଶେଷ ଉପଯୋଗୀ ।

6. ରାଜସ୍ୱ ସଂଗ୍ରହ ସ୍ଥଳେ କେଉଁ କର, ପ୍ରତ୍ୟକ୍ଷ ବା ପରୋକ୍ଷ, ଅଧ୍ବକ ଉପଯୋଗୀ ?
Answer:
ରାଜସ୍ୱ ସଂଗ୍ରହ ସ୍ଥଳେ ପରୋକ୍ଷ କର ମିତବ୍ୟୟିତା ଅବଲମ୍ବନ କରୁଥିବାରୁ ଅଧିକ ଉପଯୋଗୀ ଅଟେ ।

7. ମୁଦ୍ରାଙ୍ଗୀତି ଫଳରେ ସରକାରଙ୍କ ବ୍ୟୟ ପରିମାଣ ବୃଦ୍ଧି ପାଏ କାହିଁକି ?
Answer:
ଦରଦାମ୍ ବୃଦ୍ଧି କାରଣରୁ ମୁଦ୍ରାନ୍ତୀତି କାଳରେ ସରକାରଙ୍କ ବ୍ୟୟ ବୃଦ୍ଧି ଘଟିଥାଏ ।

8. ରାଜସ୍ବ ବ୍ୟୟ କ’ଣ ?
Answer:
ସରକାରଙ୍କ ଯେଉଁ ବ୍ୟୟ ପ୍ରତିବଦଳରେ କୌଣସି ପରିସମ୍ପତ୍ତି ସୃଷ୍ଟି ହୁଏ ନାହିଁ, ତାହାକୁ ରାଜସ୍ୱ ବ୍ୟୟ କୁହାଯାଏ ।

9. ରାଷ୍ଟ୍ର ବିତ୍ତ କାହାକୁ କୁହାଯାଏ ?
Answer:
ସମସ୍ତ ସରକାରୀ ସଂସ୍ଥାର ଆୟ-ବ୍ୟୟ ସମ୍ବନ୍ଧୀୟ ବିଜ୍ଞାନ ହିଁ ରାଷ୍ଟ୍ରବିତ୍ତ ।

10. ରାଷ୍ଟ୍ରବିତ୍ତ କ’ଣ ଅଧ୍ୟୟନ କରେ ?
Answer:
ରାଷ୍ଟ୍ରବିତ୍ତ ଜନକଲ୍ୟାଣ ପାଇଁ ରାଷ୍ଟ୍ର କିପରି ଆୟ ଓ ବ୍ୟୟ କରିଥାଏ, ତାହା ଅଧ୍ୟୟନ କରେ ।

11. ରାଷ୍ଟ୍ରୀୟ ଆୟ କହିଲେ କ’ଣ ବୁଝ ?
Answer:
ସରକାରଙ୍କ ସମସ୍ତ ପ୍ରାପ୍ତିକୁ ରାଷ୍ଟ୍ରୀୟ ଆୟ କୁହାଯାଏ ।

12. ଫିଜ୍‌ର ଦୁଇଟି ଉଦାହରଣ ଦିଅ ।
Answer:
କୋର୍ଟ ଫିଡ୍ ଏବଂ ଲାଇସେନ୍ସ ଫିଜ୍, ଫିଜ୍‌ର ଦୁଇଟି ଉଦାହରଣ ଅଟେ ।

CHSE Odisha Class 12 Economics Chapter 16 Objective Questions in Odia Medium

13. କରଠାରୁ ଫିଜ୍ କିପରି ଅଲଗା ?
Answer:
କର ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ ଅନ୍ୟପକ୍ଷରେ କୌଣସି ନିର୍ଦ୍ଦିଷ୍ଟ ସେବା ଉପଭୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଫିଜ୍ ଏକ ବାଧ୍ୟତାମୂଳକ ଦେୟ ।

14. ବିଶେଷ ନିଦ୍ଧାରଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରି ସରକାର ସେମାନଙ୍କଠାରୁ ଯେଉଁ ଦେୟ ଆଦାୟ କରନ୍ତି, ତାହାକୁ ସ୍ବତନ୍ତ୍ର ବିଶେଷ ନିର୍ଦ୍ଧାରଣ କୁହାଯାଏ ।

15. ରାଜଭୁକ୍ତି (Escheat) କ’ଣ ?
Answer:
ଅଧିକୃତ ହୋଇଥାଏ, ଏହାକୁ ରାଜଭୁକ୍ତି କୁହାଯାଏ ।

16. ରାଷ୍ଟ୍ରୀୟ ବିତ୍ତ ଓ ବ୍ୟକ୍ତିଗତ ବିତ୍ତ ମଧ୍ଯରେ ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ରାଷ୍ଟ୍ରୀୟ ବିତ୍ତ କ୍ଷେତ୍ରରେ ସରକାର ବ୍ୟୟ ଦେଖ୍ ଆୟ କରନ୍ତି; ମାତ୍ର ବୃକ୍ତିଗତ ବିତ୍ତ କ୍ଷେତ୍ରରେ ବ୍ୟକ୍ତିବିଶେଷ ଆୟ ଦେଖୁ ବ୍ୟୟ କରନ୍ତି ।

17. ବାଜ୍ୟାପ୍ତି କେଉଁ ପ୍ରକାରର ରାଜସ୍ଵ ?
Answer:
ବାଜ୍ୟାପ୍ତି ଏକ ପ୍ରଶାସନିକ ରାଜସ୍ବ ।

18. ସରକାରଙ୍କଦ୍ୱାରା ନିର୍ମିତ ରାସ୍ତାର ବ୍ୟବହାର ପାଇଁ ଦେୟ କି ପ୍ରକାର ରାଜସ୍ୱ ?
Answer:
ସରକାରଙ୍କଦ୍ୱାରା ନିର୍ମିତ ରାସ୍ତାର ବ୍ୟବହାର ପାଇଁ ଦେୟ ହେଉଛି ବିଶେଷ ନିର୍ଦ୍ଧାରଣ ।

19. ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦତ୍ତ ଦେୟ କେଉଁ ଶ୍ରେଣୀର ରାଜସ୍ୱ ?
Answer:
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦତ୍ତ ଦେୟ ହେଉଛି ଦାନ ।

20. ଆମ ଦେଶରେ କେଉଁ ସରକାର ଆୟକର ଧାର୍ଯ୍ୟ କରିଥା’ନ୍ତି ।
Answer:
ଆମ ଦେଶରେ କେନ୍ଦ୍ର ସରକାର ଆୟକର ଧାର୍ଯ୍ୟ କରିଥା’ନ୍ତି ।

21.ସରକାରୀ ବ୍ୟୟ କାହାକୁ କୁହାଯାଏ ?
Answer:
ସରକାରଙ୍କ ଯେଉଁ ବ୍ୟୟଦ୍ବାରା ସମାଜର କଲ୍ୟାଣ ସାଧନ ହୁଏ, ତାହାକୁ ସରକାରୀ ବ୍ୟୟ କୁହାଯାଏ !

22. ଅଣ ଉନ୍ନୟନମୂଳକ ପରିବ୍ୟୟର ଏକ ଉଦାହରଣ ଦିଅ ।
Answer:
ଦେଶରକ୍ଷା ପାଇଁ କରାଯାଉଥିବା ବ୍ୟୟ ଅଣଉନ୍ନୟନମୂଳକ ପରିବ୍ୟୟର ଏକ ଉଦାହରଣ ।

23. ବାଣିଜ୍ୟିକ ରାଜସ୍ଵର ଦୁଇଟି ଉଦାହରଣ ଦିଅ ।
Answer:
ଭାରତୀୟ ରେଳବାଇରୁ ମିଳୁଥିବା ରାଜସ୍ବ ଓ ଭାରତୀୟ ଡାକ ତା’ର ବିଭାଗରୁ ମିଳୁଥିବା ରାଜସ୍ୱ ବାଣିଜ୍ୟିକ ରାଜସ୍ବର ଦୁଇଟି ଉଦାହରଣ ।

24. ଉନ୍ନୟନ ପରିବ୍ୟୟ କ’ଣ ?
Answer:
ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକଳାପ ପାଇଁ ଯେଉଁ ବ୍ୟୟ କରାଯାଇଥାଏ, ତାହାକୁ ଉନ୍ନୟନ ପରିବ୍ୟୟ କୁହାଯାଏ ।

25. ଉନ୍ନୟନ ପରିବ୍ୟୟର ଗୋଟିଏ ଉଦାହରଣ ଦିଅ ।
Answer:
ଶିକ୍ଷା ପାଇଁ କରାଯାଉଥିବା ବ୍ୟୟ ଉନ୍ନୟନ ପରିବ୍ୟୟର ଏକ ଉଦାହରଣ ।

26. କରାଘାତ କ’ଣ ?
Answer:
ଯେଉଁ ବ୍ୟକ୍ତି ପ୍ରଥମେ କରର ବୋଝ ବହନ କରେ କିମ୍ବା ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ କର ପ୍ରଦାନ କରେ, ତାଙ୍କ ଉପରେ କରାଘାତ ହେଲା ବୋଲି କୁହାଯାଏ ।

27. କରାପାତ କ’ଣ ?
Answer:
ଯିଏ ସର୍ବଶେଷରେ କର ବହନ କରନ୍ତି, ତାଙ୍କରି ଉପରେ କରାପାତ ବୋଝ ପତିତ ହୁଏ, ସୁତରାଂ କରାପାତ କହିଲେ କରର ପ୍ରତ୍ୟକ୍ଷ ମୌଦ୍ରିକ ବୋଝକୁ ବୁଝାଏ ।

28. କର ସ୍ଥାନାନ୍ତରଣ କ’ଣ ?
Answer:
ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ ତାହାକୁ କର ସ୍ଥାନାନ୍ତରଣ କୁହାଯାଏ ।

CHSE Odisha Class 12 Economics Chapter 16 Objective Questions in Odia Medium

29. ପରୋକ୍ଷ କର କ’ଣ ?
Answer:
ଯେଉଁ କରର ଆଘାତ ଓ ଆପାତ ବିଭିନ୍ନ ବ୍ୟକ୍ତି ବହନ କରିଥା’ନ୍ତି, ତାହାକୁ ପରୋକ୍ଷ କର କୁହାଯାଏ, ଅର୍ଥାତ୍ କରଦାତା ଓ କରଭାର ବହନକାରୀ ଭିନ୍ନ ବ୍ୟକ୍ତି ଅଟନ୍ତି ।

30. କେଉଁ କରକୁ ଅନ୍ଧାରୀ କର ବୋଲି କୁହାଯାଏ ?
Answer:
ପରୋକ୍ଷ କରକୁ ଅନ୍ଧାରୀ କର ବୋଲି କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 12 ଜାତୀୟ ଆୟ Short Answer Questions.

CHSE Odisha 12th Class Economics Chapter 12 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଜାତୀୟ ଆୟ କ’ଣ ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଷରେ ଏକ ଅର୍ଥବ୍ୟବସ୍ଥାରେ ଉତ୍ପାଦିତ ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ଉକ୍ତ ଅର୍ଥବ୍ୟବସ୍ଥାର ଜାତୀୟ ଆୟ କୁହାଯାଏ । ପ୍ରକାରାନ୍ତରେ ଜାତୀୟ ଆୟ ମଜୁରି, ଅଧୂଶେଷ, ସୁଧ ଓ ଲାଭର ସମଷ୍ଟି । ଅର୍ଥାତ୍ ଏକ ଦେଶରେ ଏକ ଗଣନ ବର୍ଷର ଦ୍ଵୈତ ଗଣନା ନ ହୋଇ ଉତ୍ପାଦିତ ହେଉଥ‌ିବା ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟକୁ ଜାତୀୟ ଆୟ କୁହାଯାଏ ।

2. ମୋଟ ଦେଶୀୟ ଉତ୍ପାଦ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟର ଅବଧି ମଧ୍ଯରେ ଚୂଡ଼ାନ୍ତ ଭାବେ ଉତ୍ପାଦନ କରାଯାଉଥ‌ିବା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ଅତଏବ ମୋଟ ଦେଶୀୟ ଉତ୍ପାଦ କହିଲେ କୌଣସି ରାଷ୍ଟ୍ର ମଧ୍ୟରେ ରାଷ୍ଟ୍ରର ନାଗରିକ ଓ ବିଦେଶୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ବୁଝାଏ । କେତେକ ଦେଶରେ ଜାତୀୟ ଆୟ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ବିଚାର କରାଯାଏ ନାହିଁ ।

3. ଅବକ୍ଷୟ ପରିବ୍ୟୟ ବ୍ୟବସ୍ଥା କ’ଣ ?
Answer:
ସ୍ଵାଭାବିକ କ୍ଷୟକ୍ଷତି ଏବଂ ଅପ୍ରଚଳନଜନିତ ଉତ୍ପାଦନ କ୍ଷେତ୍ରରେ ସ୍ଥିର ପୁଞ୍ଜି ରୂପକ ପରିସମ୍ପତ୍ତିର ମୂଲ୍ୟ ହ୍ରାସ ପାଏ । ପ୍ରତ୍ୟେକ ଉତ୍ପାଦନକାରୀ ସ୍ଥିର ପୁଞ୍ଜି ପରିସମ୍ପତ୍ତିକୁ ଅକ୍ଷତ ରଖିବାପାଇଁ ଯନ୍ତ୍ରପାତି, କଳକବ୍‌ଜା ଆଦିର କ୍ଷୟକ୍ଷତି ଭରଣା କରିବାପାଇଁ ପଦକ୍ଷେପ ନେଇଥା’ନ୍ତି । ଏଥ‌ିପାଇଁ ଉଦ୍ୟୋକ୍ତା କିଛି ବ୍ୟୟ କରିଥା’ନ୍ତି ଯାହା ଅବକ୍ଷୟ ପରିବ୍ୟୟ ନାମରେ ପରିଚିତ ।

4. ଘରୋଇ ଆୟ କ’ଣ ?
Answer:
ଦେଶର ସମସ୍ତ ନ୍ୟାୟୋଚିତ ସୂତ୍ରରୁ ଅର୍ଜନ କରାଯାଉଥିବା ଆୟ ବା ସମସ୍ତ ବ୍ୟକ୍ତିଙ୍କର ଆୟକୁ ଘରୋଇ ଆୟ କୁହାଯାଏ । ଉତ୍ପାଦନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ, ହସ୍ତାନ୍ତରଣ ପ୍ରାପ୍ୟ, ବିଦେଶରୁ ଅର୍ଜନ କରାଯାଉଥୁବା ନିଟ୍ ଉତ୍ପାଦନ ଆୟ ଏବଂ ଆଭ୍ୟନ୍ତରୀଣ ଋଣ ଉପରେ ମିଳୁଥିବା ସୁଧ, ସାମାଜିକ ନିରାପତ୍ତା ଖର୍ଜ, ଲାଭାଂଶ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ମିଳୁଥ‌ିବା ଉଦ୍‌ବୃତ୍ତ ଅଂଶକୁ ବାଦେଇ ଘରୋଇ ଆୟ ସ୍ଥିର କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

5. ବ୍ୟବହାରଯୋଗ୍ୟ ଆୟ କ’ଣ ?
Answer:
ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ `କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ । ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ ।

6. ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ, ରାଷ୍ଟ୍ରର ବ୍ୟକ୍ତିବିଶେଷ ବାସ୍ତବରେ ଯେଉଁ ମୌଦ୍ରିକ ଆୟ କରିଥା’ନ୍ତି ତାହାକୁ ବ୍ୟକ୍ତିଗତ ଆୟ କୁହାଯାଏ । ଜାତୀୟ ଆୟ ଆକଳନବେଳେ ଏଭଳି କିଛି ଆୟ ହିସାବକୁ ନିଆଯାଏ ଯେଉଁଗୁଡ଼ିକ ଅର୍ଜିତ ହୋଇଥିଲେ ମଧ୍ୟ ପ୍ରାପ୍ତ ହୋଇ ନଥାଏ । ସେଗୁଡ଼ିକ ହେଲା ସାମାଜିକ ନିରାପତ୍ତା ଦେୟ, ଆବଣ୍ଟିତ ଲାଭ, କର୍ପୋରେଟ କର ଇତ୍ୟାଦି । ପୁନଶ୍ଚ, ଜାତୀୟ ଆୟରେ କେତେକ ଆୟ ସାମିଲ ହୋଇ ନଥାଏ ଯେଉଁଗୁଡ଼ିକ ଅର୍ଜିତ ହୋଇନଥିଲେ ମଧ୍ୟ ପ୍ରାପ୍ତ ହୋଇଥାଏ । ସେଗୁଡ଼ିକ ହେଲା ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା ଇତ୍ୟାଦି ଭଳି ଅନ୍ତରଣ ଦେୟ । ତେଣୁ ବ୍ୟକ୍ତିଗତ ଆୟ ଆକଳନବେଳେ ଜାତୀୟ ଆୟରୁ ଅର୍ଜିତ ଅପ୍ରାପ୍ତ ଆୟ ବାଦ୍ ଦେଇ ଅର୍ଜିତ ନ ହୋଇ ପ୍ରାପ୍ତ ହୋଇଥିବା ଆୟ ଯୋଗ କରାଯାଏ ।

7. ହସ୍ତାନ୍ତରଣ ଦେୟ କ’ଣ ?
Answer:
କେତେକ କ୍ଷେତ୍ରରେ ସରକାର କୌଣସି ଦ୍ରବ୍ୟ ଓ ସେବାର ଆଶା ନ ରଖ୍ ପରିବାର, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଲାଭ ରହିତ ସଂସ୍ଥାମାନଙ୍କୁ ଏକତରଫା ଭାବେ ଯେଉଁ ପ୍ରାପ୍ୟସବୁ ପ୍ରଦାନ କରନ୍ତି ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରରଣ ଦେୟର ଉଦାହରଣ ହେଲା ବାର୍ଦ୍ଧକ୍ୟ ଭତ୍ତା, ବୃତ୍ତି ଭତ୍ତା ଓ ବେକାରୀ ଭତ୍ତା । ତେଣୁ ଯେଉଁସବୁ ପ୍ରାପ୍ତି ବା ପାଉଣା ହିତାଧ୍ୟାକାରୀମାନେ ଉତ୍ପାଦନଶୀଳ ଅଂଶ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ ହସ୍ତାନ୍ତରଣ ଦେୟ କୁହାଯାଏ ଏବଂ ଏହା ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇ ନଥାଏ ।

8. ଅବରୁଦ୍ଧ ଅର୍ଥବ୍ୟବସ୍ଥା କ’ଣ ?
Answer:
ବିଶ୍ବର ଅନ୍ୟ କୌଣସି ଦେଶ ସହ ଅର୍ଥନୈତିକ ସମ୍ପର୍କ ନଥୁଲେ, ଅର୍ଥବ୍ୟବସ୍ଥାକୁ ଅବରୁଦ୍ଧ ଅର୍ଥବ୍ୟବସ୍ଥା କୁହାଯାଏ । ଅର୍ଥାତ୍ ଏହି ଅର୍ଥବ୍ୟବସ୍ଥାରେ ବୈଦେଶିକ ବାଣିଜ୍ୟ ଦେଖାଯାଏ ନାହିଁ । ତେଣୁ ଯାହା ଦେଶରେ ଉତ୍ପାଦନ କରାଯାଏ ତାହା ଉପଭୋଗ ଓ ସଞ୍ଚୟ ହୋଇଥାଏ ।

9. ମୁକ୍ତ ଅର୍ଥବ୍ୟବସ୍ଥା କ’ଣ ?
Answer:
ବର୍ତ୍ତମାନ ପୃଥ‌ିବୀର ପ୍ରତ୍ୟେକ ଦେଶରେ ମୁକ୍ତ ଅର୍ଥବ୍ୟବସ୍ଥା ପ୍ରଚଳିତ । ମୁକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସମ୍ପର୍କ ରହିଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନପ୍ରଦାନ କରାଯାଉଥ‌ିବାରୁ ମୋଟ ଜାତୀୟ ଆୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ ।

10. ମୁଣ୍ଡପିଛା ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷର ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗକରି ମୁଣ୍ଡପିଛା ଆୟ ନିର୍ଦ୍ଧାରଣ
କରାଯାଏ । ମୁଣ୍ଡପିଛା ଆୟକୁ ସ୍ଥିର ଦାମ୍‌ରେ ଏବଂ ପ୍ରଚଳିତ ଦାମ୍‌ରେ କଳନା କରାଯାଇପାରେ । ଜାତୀୟ ଆୟର ଅଭିବୃଦ୍ଧି ଯଦି ଜନସଂଖ୍ୟା ବୃଦ୍ଧିଠାରୁ କମ୍ ହୁଏ, ତାହାହେଲେ ମୁଣ୍ଡପିଛା ଆୟ ହ୍ରାସ ପାଇଥାଏ । ସ୍ଥିର ଦରରେ ସୂଚିତ ମୁଣ୍ଡପିଛା ଆୟ ଅର୍ଥନୈତିକ ଅଭିବୃଦ୍ଧିର ଓ ଜୀବନଯାପନ ମାନର ସଠିକ୍ ମାପକାଠି ହୋଇଥାଏ ।

11. ମଧ୍ୟବର୍ତୀ (ଅନ୍ତବର୍ତ୍ତୀ) ଦ୍ରବ୍ୟ କ’ଣ ?
Answer:
ଯେଉଁସବୁ ଦ୍ରବ୍ୟଉତ୍ପାଦନକାରୀଙ୍କ ମଧ୍ୟରେ ବିନିମୟ ହୋଇଥାଏ, ସେସବୁ ଦ୍ରବ୍ୟକୁ ମଧ୍ୟବର୍ତ୍ତୀ ଦ୍ରବ୍ୟରୂପେ ବିଚାର କରାଯାଏ । କୌଣସି ଦ୍ରବ୍ୟ ଅଧ‌ିକ ଉତ୍ପାଦନ କରିବାପାଇଁ ଜଣେ ଉତ୍ପାଦନକାରୀ ଅନ୍ୟ ଜଣେ ଉତ୍ପାଦନକାରୀଙ୍କଠାରୁ ଏହି ପ୍ରକାର ଦ୍ରବ୍ୟ କ୍ରୟ କରିଥା’ନ୍ତି । ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ ହୋଇନଥାଏ ।

12. ଚୂଡ଼ାନ୍ତ ଦ୍ରବ୍ୟ କ’ଣ ?
Answer:
ଚୂଡ଼ାନ୍ତ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ କି ପୁନଃ ବିକ୍ରୟକ୍ଷମ ନୁହେଁ । ଏହି ପ୍ରକାର ଦ୍ରବ୍ୟଗୁଡ଼ିକ ମୁଖ୍ୟତଃ ଉପଯୋଗ ପାଇଁ ବା ଅଭାବକୁ ପ୍ରତ୍ୟକ୍ଷଭାବେ ପରିତୃପ୍ତ କରିବାପାଇଁ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

13. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଉତ୍ପାଦିତ ହୋଇଥିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବା ସମୂହର ମୋଟ ବଜାର ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ତେଣୁ ଏହାର ଅନ୍ୟ ନାମ ବଜାର ଦରଭିଭିକ ଜାତୀୟ ଉତ୍ପାଦ । କୌଣସି ରାଷ୍ଟ୍ରରେ ନାଗରିକ ଉପାର୍ଜନ କରୁଥିବା ଆୟ ଜାତୀୟ ଉତ୍ପାଦର ଅଂଶବିଶେଷ । ତେଣୁ ବିଦେଶରୁ ଅର୍ଜିତ ଆୟ ମଧ୍ୟ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ ।

14. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ରାଷ୍ଟ୍ରର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିଭିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏ ନାହିଁ ।

15. ସାଧାରଣ ଅସ୍ଵାସୀ କାହାକୁ କୁହାଯାଏ ?
Answer:
ଅସ୍ଵାସୀ କହିଲେ ଆମେ କୌଣସି ସ୍ଥାନରେ ବସବାସ କରି ରହୁଥ‌ିବା ବ୍ୟକ୍ତିବିଶେଷଙ୍କୁ ବୁଝିଥାଉ । ତେଣୁ ଗୋଟିଏ ଦେଶରେ ବସବାସ କରୁଥିବା ଯେଉଁ ବ୍ୟକ୍ତିବିଶେଷଙ୍କର ଆର୍ଥିକ ସ୍ବାର୍ଥ ସେହି ଦେଶରେ ନିହିତ ଥାଏ, ସେମାନଙ୍କୁ ଦେଶର ସାଧାରଣ ଅସ୍ଵାସୀ କହନ୍ତି । ସେହି ଅଧ୍ୟାବାସୀଗଣ ଯେଉଁ ଆୟ ଉତ୍ପାଦନ କ୍ଷେତ୍ରରେ ସାଧନ ବାବଦରେ ଅର୍ଜନ କରନ୍ତି, ଯଥା – ମଜୁରି, ଅଶେଷ, ସୁଧ ଓ ଲାଭ, ତାକୁ ଜାତୀୟ ଆୟ କୁହାଯାଏ ।

16. ବିଦେଶାଗତ ନିଟ୍ ସାଧନ ଆୟ କିପରି ଆକଳନ କରାଯାଏ ?
Answer:
ଉତ୍ପାଦନରୁ ସାଧନ ସେବା ପ୍ରଦାନ ବାବଦରେ ବିଦେଶରୁ ପ୍ରାପ୍ୟ ଆୟରୁ ସାଧନ ସେବା ପ୍ରଦାନ ବାବଦରେ ଅଣ ଅଧିବାସୀମାନଙ୍କୁ ଦେୟ ଆୟକୁ ବାଦ୍ ଦେଲେ, ଆମେ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ ପାଉ । ନିଟ୍ ଘରୋଇ ଆୟ ସହିତ ବିଦେଶରୁ ଅର୍ଜିତ ସାଧନ ଆୟକୁ ଯୋଗକଲେ ଆମେ ଜାତୀୟ ଆୟ ପାଇଥାଉ । ଅର୍ଥାତ୍ ଜଣେ ଭାରତୀୟ ଆମେରିକାରେ ନିବେଶ କରି ଉପାର୍ଜନ କରୁଥିବା ଆୟ ଭାରତୀୟ ଜାତୀୟ ଆୟର ଏକ ଅଂଶବିଶେଷ । କିନ୍ତୁ ଜଣେ ଆମେରିକୀୟ ଭାରତରୁ କରୁଥିବା ଆୟ ଭାରତୀୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ ।

17. ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କିପରି ଆକଳନ କରାଯାଏ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାରୁ ମୋଟ ଘରୋଇ ସାଧନ ଆୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ ସାଧନଜନିତ ପରିବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ । ଅର୍ଥାତ୍ ଉପାଦାନଭିତ୍ତିକ ମୋଟ ଜାତୀୟ ଉତ୍ପାଦ = ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ + ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ । ପୁନଶ୍ଚ, ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦରୁ ନିଟ୍ ପରୋକ୍ଷ କର ବାଦ୍ ଦେଲେ ଆମେ ମଧ୍ୟ ଉପାଦାନ ବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ ପାଇଥାଉ ।

18. ବ୍ୟକ୍ତିଗତ ଆୟ କ’ଣ ?
Answer:
ସମସ୍ତ ଉତ୍ସଗୁଡ଼ିକରୁ ବ୍ୟକ୍ତି କିମ୍ବା ପରିବାରବର୍ଗମାନଙ୍କୁ ମିଳୁଥିବା ଚଳନ୍ତି ଆୟକୁ ବ୍ୟକ୍ତିଗତ ଆୟରୂପେ ଅଭିହତ କରାଯାଏ । ବ୍ୟକ୍ତିଗତ ଆୟ କେବଳ ସେହି ଆୟକୁ ଅନ୍ତର୍ଭୁକ୍ତ କରେ, ଯେଉଁ ଆୟକୁ ପରିବାରମାନେ ପ୍ରକୃତରେ ପାଇଥାଆନ୍ତି । ବେସରକାରୀ ଆୟରୁ ପ୍ରତିଷ୍ଠାନମାନଙ୍କର ଅବିତରିତ ଲାଭ ଓ ନିଗମ କର ବାଦ୍ ଦେଲେ ବ୍ୟକ୍ତିଗତ ଆୟ ମିଳିଥାଏ ।

19. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପରିବାରଗୁଡ଼ିକ ଅର୍ଜନ କରୁଥିବା ସମସ୍ତ ବ୍ୟକ୍ତିଗତ ଆୟ ଖଯୋଗ୍ୟ ହୋଇ ନଥାଏ । କାରଣ ପରିବାରଗୁଡ଼ିକ ବ୍ୟକ୍ତିଗତ ଆୟ ପ୍ରତ୍ୟକ୍ଷ କର ଯଥା ଆୟକର ଆକାରରେ ସରକାରଙ୍କୁ ଦେଇଥା’ନ୍ତି । ତେଣୁ ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ବାଦେଲେ ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ ମିଳିଥାଏ ।

20. ଅନ୍ତରଣ ଦେୟ କାହାକୁ କହନ୍ତି ?
Answer:
ଉତ୍ପାଦନ କ୍ଷେତ୍ରକୁ କୌଣସି ଅବଦାନ ନ ଥାଇ ମଧ୍ୟ କେତେକ ବ୍ୟକ୍ତିବିଶେଷଙ୍କୁ ସରକାର ଯେଉଁ ପ୍ରାପ୍ୟ ଦେଇଥା’ନ୍ତି ତାହାକୁ ଅନ୍ତରଣ ଦେୟ କୁହାଯାଏ । ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଛାତ୍ରବୃତ୍ତି ଇତ୍ୟାଦି ପ୍ରଭୃତି ଅନ୍ତରଣ ଦେୟ, କାରଣ ସେଗୁଡ଼ିକ ଉତ୍ପାଦନ ସହିତ ସମ୍ପୃକ୍ତ ନୁହନ୍ତି । ଏହିପରି ଆୟକୁ ଜାତୀୟ ଆୟ ଆକଳନବେଳେ ବିଚାରକୁ ନିଆଯାଏ ନାହିଁ ।

21. ହସ୍ତାନ୍ତରଣ ଦେୟ କାହାକୁ କୁହାଯାଏ ?
Answer:
ଦ୍ରବ୍ୟ ଓ ସେବା ପ୍ରବାହକୁ କୌଣସି ଅବଦାନ ନ ଥାଇ ଯେଉଁ ପ୍ରାପ୍ୟ ପରିଶୋଧ କରାଯାଏ, ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରଣ ଦେୟ; ଯଥା – ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଗରିବ ଛାତ୍ରପାଣ୍ଠି ଇତ୍ୟାଦି ସାଧନ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ତେଣୁ ଯେଉଁସବୁ ପାଉଣା ହିତାଧିକାରୀମାନେ ଉତ୍ପାଦନଶୀଳ ଅଂଶଦାନ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ
ହସ୍ତାନ୍ତରଣ ଦେୟ କୁହାଯାଏ ।

22. ମିଶ୍ରିତ ଆୟ କ’ଣ ?
Answer:
ଆତ୍ମନିଯୁକ୍ତ ବ୍ୟକ୍ତିଗଣ ସେମାନଙ୍କର ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନଗୁଡ଼ିକୁ ବ୍ୟବହାର କରି ଯେଉଁ ଆୟ ଅର୍ଜନ କରନ୍ତି, ତାହାକୁ ସେମାନଙ୍କର ମିଶ୍ରିତ ଆୟ କୁହାଯାଏ । ଏହି ଆୟ ମଜୁରି, ଅଶେଷ, ସୁଧ ଓ ଲାଭର ସମ୍ମିଶ୍ରଣରେ ସୃଷ୍ଟି ହୋଇଥାଏ । ତେଣୁ ଏହି ଆୟ ଜାତୀୟ ଆୟର ଏକ ଅଂଶ ରୂପେ ବିବେଚନା କରାଯାଏ ।

23. ଅବକ୍ଷୟଜନିତ ବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନକାଳରେ ଯନ୍ତ୍ରପାତି, କାରଖାନା ଇତ୍ୟାଦିର ମୂଲ୍ୟ ହ୍ରାସ ପାଇବା ସ୍ଵାଭାବିକ । ମୂଲ୍ୟର ଏହି ଅବମୂଲ୍ୟାୟନକୁ ଅବକ୍ଷୟଜନିତ ବ୍ୟୟ କୁହାଯାଏ । ଅଧ୍ଵନ୍ତୁ ଉଦ୍ଭାବନ ଓ ନୂତନ ପ୍ରଯୁକ୍ତି ଜ୍ଞାନର ଅଭ୍ୟୁଦୟ ଯୋଗୁଁ ଅନେକ କଳକାରଖାନା ନିଜର ପ୍ରାସଙ୍ଗିକତା ହରାଇଥାନ୍ତି । ତେଣୁ ନିଟ୍ ଜାତୀୟ ଆୟ ନିର୍ଣ୍ଣୟ କରିବାପାଇଁ ମୋଟ ଜାତୀୟ ଆୟରୁ ଅବକ୍ଷୟଜନିତ ବ୍ୟୟ ବାଦ୍ ଦେବାକୁ ହୋଇଥାଏ ।

24. ପୁଞ୍ଜି ଉପଭୋଗ ଭତ୍ତା (Capital Consumption Allowance) କ’ଣ ?
Answer:
ଦରଦାମ୍ ବୃଦ୍ଧି ପାଇବାଦ୍ୱାରା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ବୃଦ୍ଧି ପାଏ । ଏଠାରେ ମୌଦ୍ରିକ ଆୟ ବୃଦ୍ଧି ପାଇଥିଲେ ମଧ୍ୟ ବାସ୍ତବ ଆୟର କୌଣସି ପରିବର୍ତ୍ତନ ଘଟିନଥାଏ । ତେଣୁ ମୌଦ୍ରିକ ଆୟରେ ହୋଇଥିବା ଅଯଥା ବୃଦ୍ଧିକୁ ବାଦ୍ ଦେବା ଉଚିତ ଯଦ୍ବାରା ବାସ୍ତବ ଆୟ ଜାଣିହେବ । ଠିକ୍ ସେହିପରି ମୋଟ ଜାତୀୟ ଆୟରେ ହେଉଥ‌ିବା ଅଯଥା ବୃଦ୍ଧିକୁ ଅବକ୍ଷୟଜନିତ ବ୍ୟୟ ମାଧ୍ୟମରେ ଅନ୍ତର କରି ନିଟ୍ ଜାତୀୟ ଆୟ ଆକଳନ କରିହେବ । ଅବକ୍ଷୟଜନିତ ବ୍ୟୟକୁ ପୁଞ୍ଜି ଉପଭୋଗ ଭତ୍ତା ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

25. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ଦେଶର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିତ୍ତିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏନାହିଁ ।

26. ନିଟ୍ ପରୋକ୍ଷ କର କିପରି ନିର୍ଦ୍ଧାରଣ କରାଯାଏ ?
Answer:
ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ରାଷ୍ଟ୍ର ବିଦେଶକୁ ରପ୍ତାନି କରି ଯେଉଁ ଆୟ କରିଥାଏ ତାହାକୁ ରପ୍ତାନି ମୂଲ୍ୟ କହନ୍ତି । ଠିକ୍ ସେହିପରି ଅନ୍ୟ ରାଷ୍ଟ୍ରରୁ ଆମଦାନୀ କରି ରାଷ୍ଟ୍ର ଆମଦାନି ଦ୍ରବ୍ୟର ଯେଉଁ ମୂଲ୍ୟ ପ୍ରଦାନ କରିଥାଏ, ତାହାକୁ ଆମଦାନି ମୂଲ୍ୟ କୁହାଯାଏ l ରପ୍ତାନି ଓ ଆମଦାନି ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ହିଁ ନିଟ୍ ରପ୍ତାନି ମୂଲ୍ୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂ-ଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିରୁ ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦ ମିଳିଥାଏ । ତେଣୁ ଦୋହରା ଓ ବହୁବିଧ ଗଣନା ସମସ୍ୟାରୁ ମୁକ୍ତ ହେବାପାଇଁ ମୋଟ ଜାତୀୟ ଉତ୍ପାଦ କଳନା କଲାବେଳେ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରାଯାଏ ଏବଂ ବିଦେଶରୁ ଅର୍ଜିତ ଆୟ ମଧ୍ଯ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ ।

କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ । ପୁନଶ୍ଚ ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ମୋଟ ଜାତୀୟ ଉତ୍ପାଦକୁ ଅର୍ଥନୈତିକ ବିକାଶର ମାନଦଣ୍ଡ ଭାବରେ ଗ୍ରହଣ କରାଯାଏ ।

2. ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ହିସାବ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ ।

ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ । ତେଣୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ ହେଉଛି = ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର ।

3. ମୂଲ୍ୟ ସଂଯୋଗ ପଦ୍ଧତି କ’ଣ ?
Answer:
ମୂଲ୍ୟ ସଂଯୋଗ ପଦ୍ଧତି ଉତ୍ପାଦ ପଦ୍ଧତିର ଅନ୍ୟ ଏକ ବିକଳ୍ପ । ଏହି ପଦ୍ଧତି ସାଧାରଣତଃ ସେହି ପଦ୍ଧତିକୁ ବୁଝାଏ ଯାହା ଦ୍ରବ୍ୟ ଓ ସେବାର ଉତ୍ପାଦନରେ ପ୍ରତ୍ୟେକ ଉତ୍ପାଦନକାରୀ ପ୍ରତିଷ୍ଠାନର ଅବଦାନର ମୂଲ୍ୟକୁ ପରିମାପ କରିଥାଏ । ଉତ୍ପାଦନର ପ୍ରତ୍ୟେକ ସ୍ତରରେ ସଂଯୁକ୍ତ ହେଉଥ‌ିବା ମୂଲ୍ୟର ଗଣନା ଏହି ପଦ୍ଧତିରେ କରାଯାଇଥାଏ । ଅର୍ଥାତ୍ ଉତ୍ପାଦନ କାଳରେ ଉତ୍ପାଦନର ପ୍ରତ୍ୟେକ ସ୍ତରରେ କଞ୍ଚାମାଲ ସହିତ ମୂଲ୍ୟ ସଂଯୁକ୍ତ ହୋଇଥାଏ । ତେଣୁ, ଏକ ଉତ୍ପାଦର ମୂଲ୍ୟ କଞ୍ଚାମାଲର ମୂଲ୍ୟ ଏବଂ ପ୍ରତ୍ୟେକ ସ୍ତରରେ ସଂଯୋଗ ହୋଇଥିବା ମୋଟ ମୂଲ୍ୟର ସମଷ୍ଟି ।

ମୂଲ୍ୟ ସଂଯୋଗ ପଦ୍ଧତି ଅବଲମ୍ବନରେ ରାଷ୍ଟ୍ରର ମୋଟ ଉତ୍ପାଦ ମୂଲ୍ୟ ଆକଳନ କରାଯାଇପାରେ । ଏଥରେ ନିଟ୍ ବିଦେଶାଗତ ଆୟ ବା ରପ୍ତାନି ମୂଲ୍ୟ ଓ ଆମଦାନି ମୂଲ୍ୟର ଅନ୍ତରକୁ ଏକତ୍ର କରି ଜାତୀୟ ଉତ୍ପାଦ ନିର୍ଦ୍ଧାରଣ କରାଯାଏ ।

4. ବିଦେଶାଗତ ନିଟ୍ ସାଧନ ଆୟ କ’ଣ ?
Answer:
ଜାତୀୟ ଆୟର ଆକଳନର ଶେଷ ପର୍ଯ୍ୟାୟରେ ବିଦେଶାଗତ ନିଟ୍ ସାଧନ ଆୟର ଆକଳନ କରାଯାଇଥାଏ । ଏକ ରାଷ୍ଟ୍ରର ଅଧ୍ୟାବାସୀ ଅନ୍ୟ ରାଷ୍ଟ୍ରରୁ ମଧ୍ଯ ଆୟ କରିଥା’ନ୍ତି । ଜାତୀୟ ଆୟ ଗଣନା କଲାବେଳେ ଏହି ଆୟକୁ ହିସାବକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ ଯେଉଁ ଆୟ କରିଥାଏ ତାହା ଜାତୀୟ ଆୟର ଏକ ଉପାଦାନ ରୂପେ ବିବେଚନା କରାଯାଏ ନାହିଁ । ତେଣୁ ରାଷ୍ଟ୍ରର ଅଧିବାସୀ ବିଦେଶରୁ କରୁଥିବା ଆୟ ଏବଂ ବିଦେଶୀମାନଙ୍କ ସେବା ଓ ନିବେଶର ପ୍ରାପ୍ୟର ପାର୍ଥକ୍ୟ ଜାତୀୟ ଆୟର ଏକ ଉପାଦାନ । ଏହାକୁ ବିଦେଶାଗତ ନିଟ୍ ସାଧନ ଆୟ କୁହାଯାଏ । ଏହା ଧନାତ୍ମକ ବା ଋଣାତ୍ମକ ହୋଇପାରେ ।

5. ବ୍ୟୟ ପଦ୍ଧତି କ’ଣ ?
Answer:
ଜଣଙ୍କ ଆୟ ଅନ୍ୟଜଣଙ୍କ ବ୍ୟୟ ସହିତ ସମାନ । ଅର୍ଥାତ୍, ମୋଟ ଉତ୍ପାଦର ମୂଲ୍ୟ ମୋଟ ବ୍ୟୟ ସହିତ ସମାନ । ତେଣୁ ଜାତୀୟ ଆୟ ବ୍ୟୟ ପଦ୍ଧତିରେ ମଧ୍ୟ ଆକଳନ କରାଯାଇପାରିବ । ଏଥିରେ ଏକ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ ଏକକର ବ୍ୟୟକୁ ଏକତ୍ରକରି ଜାତୀୟ ଆୟ ଆକଳନ କରାଯାଇଥାଏ । ବ୍ୟୟ ପଦ୍ଧତିରେ ସମସ୍ତ ଉତ୍ପାଦିତ ପଦାର୍ଥ ବିକ୍ରୟ ହୋଇସାରିଛି ବୋଲି ଧରି ନିଆଯାଏ । କେବଳ ଏକ ଗଣନ ବର୍ଷ ମଧ୍ୟରେ ଉତ୍ପାଦିତ ସମସ୍ତ ପଦାର୍ଥ ଓ ସେବାପାଇଁ ହୋଇଥିବା ବ୍ୟୟକୁ ଆଧାର କରି ଏହି ପଦ୍ଧତିରେ ଜାତୀୟ ଆୟ ନିର୍ଣ୍ଣୟ କରାଯାଏ ।

ଅତଏବ ବ୍ୟୟ ପଦ୍ଧତିରେ ଜାତୀୟ ଆୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମସ୍ତ ଅଧିବାସୀଙ୍କ ମୋଟ ବ୍ୟୟକୁ ହିଁ ବୁଝାଇଥାଏ । ଯେଉଁଠାରେ ସମସ୍ତ ଦ୍ରବ୍ୟ ଓ ସେବା ବିକ୍ରି ହୋଇଛି ବୋଲି ମନେ କରିବାକୁ ହୁଏ । ଏହି ପଦ୍ଧତିକୁ ଚୂଡ଼ାନ୍ତ ବ୍ୟୟ ପଦ୍ଧତି ବା ଉପଭୋଗ ଓ ବିନିଯୋଗ ପଦ୍ଧତି ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

6. ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ମୌଦ୍ରିକ ମୂଲ୍ୟକୁ ବଜାର ଦରରେ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଉତ୍ପାଦନକାରୀମାନେ ସ୍ବଦେଶୀ ବାସିନ୍ଦା ବା ପ୍ରବାସୀ ହୋଇପାରନ୍ତି, କିନ୍ତୁ ସେମାନେ ସମସ୍ତେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରୁଥିବା ଆବଶ୍ୟକ । ଦୋହରା ଗଣନାରୁ ନିବୃତ୍ତି ପାଇଁ କେବଳ ଅନ୍ତିମ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ କରାଯାଇଥାଏ ।

ନୂତନ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରେ; ମାତ୍ର ପୁରୁଣା ଦ୍ରବ୍ୟର ମୂଲ୍ୟକୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ଏଠାରେ ସ୍ଵକୀୟ ଉପଭୋଗ ପାଇଁ ବ୍ୟବହୃତ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ ହୋଇ ନଥାଏ ଏବଂ କେତେଗୁଡ଼ିଏ ଦ୍ରବ୍ୟ ବଜାରକୁ ବିକ୍ରି ପାଇଁ ନ ଆସିଲେ ମଧ୍ୟ ସେମାନଙ୍କର ଆରୋପିତ ମୂଲ୍ୟ ଏଥ‌ିରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) ।
Answer:
ଭୂମି, ପୁଞ୍ଜି, ଶ୍ରମ ଓ ସଙ୍ଗଠନ ଭଳି ଉତ୍ପାଦନର ସାଧନମାନଙ୍କର ସମ୍ମିଳିତ ଉଦ୍ୟମରେ ଉତ୍ପାଦନ ସମ୍ଭବ ହୋଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ଅବଦାନ ଯୋଗୁଁ ପ୍ରତିବଦଳରେ ସାଧନଗୁଡ଼ିକ ସେମାନଙ୍କର ପାରିତୋଷିକ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ଗ୍ରହଣ କରିଥା’ନ୍ତି । ସାଧନମାନଙ୍କର ଏହି ପାଉଣାକୁ ଉତ୍ପାଦନ ବ୍ୟୟ ବା ସାଧନ ବ୍ୟୟ କୁହାଯାଏ । ପ୍ରତିଷ୍ଠାନ ଦୃଷ୍ଟିକୋଣରୁ ଏହାକୁ ବ୍ୟୟଭାବରେ ଗ୍ରହଣ କରାଯାଉଥ‌ିବାବେଳେ ସାଧାନମାନଙ୍କ ଦୃଷ୍ଟିକୋଣରୁ ଏହା ସେମାନଙ୍କର ଆୟ ହିସାବରେ ପରିଗଣିତ ହୋଇଥାଏ ।

ଅତଏବ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ କହିଲେ, ମୋଟ ଘରୋଇ ଆୟକୁ ମଧ୍ୟ ବୁଝାଇଥାଏ । ଏହା ଉତ୍ପାଦନ ବ୍ୟୟରେ ମୋଟ ସଂଯୋଗିତ ମୂଲ୍ୟ ସହ ସମାନ ହୋଇଥାଏ । ବଜାର ଦରରେ ମୋଟ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବିୟୋଗ କଲେ, ବିୟୋଗଫଳକୁ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ ବୋଲି କୁହାଯାଏ ।

8. ନିଟ୍ ପରୋକ୍ଷ କର କ’ଣ ?
Answer:
ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବାରେ ପରୋକ୍ଷ କର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଟ୍ ପରୋକ୍ଷ କର କହିଲେ, ପରୋକ୍ଷ କର ଓ ସରକାରୀ ସହାୟତା (Subsidy)ର ଅନ୍ତରଫଳକୁ ବୁଝାଏ । ପରୋକ୍ଷ କର କହିଲେ, ଦ୍ରବ୍ୟ ଓ ସେବା ଉପରେ ଧାର୍ଯ୍ୟ କରାଯାଉଥ‌ିବା ବିକ୍ରୟ କର, ଉତ୍ପାଦନ କର ପ୍ରଭୃତିକୁ ବୁଝାଏ । ସରକାର କେତେକ ଦ୍ରବ୍ୟ ଓ ସେବାର ଉତ୍ପାଦନକୁ ପ୍ରୋତ୍ସାହନ ଦେବାପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥା’ନ୍ତି ।

ଏହାକୁ ସରକାରୀ ସହାୟତା କୁହାଯାଏ । ଏହି ଆର୍ଥିକ ସହାୟତା ବଜାର ଦରକୁ ହ୍ରାସ କରିଥାଏ । ବଜାର ଦରର ନିଟ୍ ଅଭିବୃଦ୍ଧି ଜାଣିବାକୁ ହେଲେ କରର ପରିମାଣରୁ ସରକାରୀ ସହାୟତା ବିୟୋଗ କରିବାକୁ ହୋଇଥାଏ । ଏହି ବିୟୋଗଫଳକୁ ନିଟ୍ ପରୋକ୍ଷ କର କୁହାଯାଏ ।

9. ନିଟ୍ ରପ୍ତାନି କ’ଣ ?
Answer:
ରପ୍ତାନିର ମୂଲ୍ୟ ଓ ଆମଦାନିର ମୂଲ୍ୟର ପାର୍ଥକ୍ୟକୁ ନିଟ୍ ରପ୍ତାନି କୁହାଯାଏ । ବିଦେଶରେ ଦ୍ରବ୍ୟ ଓ ଅଣସାଧନ ସେବାର ବିକ୍ରୟକୁ ରପ୍ତାନି କୁହାଯାଏ । ରପ୍ତାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ଦେଶର ଘରୋଇ ଭୂ-ଖଣ୍ଡରେ ଉତ୍ପାଦିତ ହୋଇଥାଏ ଏବଂ ସେଥ‌ିପାଇଁ ରପ୍ତାନି ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । ଅନ୍ୟପକ୍ଷରେ ଆମଦାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ବିଦେଶରେ ଉତ୍ପାଦିତ ହୋଇଥାଏ ଏବଂ ସେଥୂପାଇଁ ଆମଦାନି ଘରୋଇ ଉତ୍ପାଦର ଏକ ଅଂଶ ହୋଇନଥାଏ ।

ତେଣୁ ଗୋଟିଏ ଗଣନ ବର୍ଷରେ କୌଣସି ରପ୍ତାନି ମୂଲ୍ୟରୁ ଆମଦାନି ମୂଲ୍ୟକୁ ବାଦ୍ ଦେଲେ ଅବଶିକ୍ଷାଂଶକୁ ନିଟ୍ ରପ୍ତାନି କୁହାଯାଏ ଏବଂ ନିଟ୍ ରପ୍ତାନିକୁ ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । କିନ୍ତୁ ଏହା ଧନାତ୍ମକ କିମ୍ବା ଋଣାତ୍ମକ କିମ୍ବା ଶୂନ୍ୟ ହୋଇପାରେ ।

10. ଜାତୀୟ ଆୟ = ଜାତୀୟ ଉତ୍ପାଦ = ଜାତୀୟ ବ୍ୟୟ – କିପରି ?
Answer:
ଜାତୀୟ ଆୟ, ଜାତୀୟ ଉତ୍ପାଦ ଓ ଜାତୀୟ ବ୍ୟୟ ଏକ ଓ ଅଭିନ୍ନ । ତେଣୁ ଆୟ ଆକଳନ ପାଇଁ ବ୍ୟବହୃତ ବିଭିନ୍ନ ପଦ୍ଧତି ଜାତୀୟ ଆୟ ସଂଯୋଗିତ ମୂଲ୍ୟ ଓ ବ୍ୟୟମାନଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥାଏ । ଗୋଟିଏ ଅର୍ଥବ୍ୟବସ୍ଥାରେ ବାର୍ଷିକ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୂଲ୍ୟ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ମୋଟ ସାଧନ ଦେୟ ସହିତ ସମାନ ହୋଇଥାଏ । ଏହିସବୁ ଉତ୍ପାଦିତ ଦ୍ରବ୍ୟ, ସାଧନ ସେବା ଯୋଗୁଁ ସମ୍ଭବ ହୋଇଥାଏ ଏବଂ ତଦ୍ଵଜନିତ ପ୍ରାପ୍ୟ ଆୟ ଉପଭୋଗ କିମ୍ବା ନିବେଶ ଉପରେ ବ୍ୟୟ କରାଯାଏ ।

ତେଣୁ ଉତ୍ପାଦ ପଦ୍ଧତି, ଆୟ ପଦ୍ଧତି ଓ ବ୍ୟୟ ପଦ୍ଧତି ଏକା ବିଷୟକୁ ତିନୋଟି ଦିଗରେ ଦେଖାଯାଇଥାଏ । ଅର୍ଥାତ୍ ପ୍ରତ୍ୟେକ ପଦ୍ଧତିରେ ଯେଉଁ ମୋଟ ସଂଖ୍ୟାରେ ପହଞ୍ଚାଉ ତାହା ସମାନ ହୋଇଥାଏ ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ମଧ୍ୟବର୍ତ୍ତୀ ଦ୍ରବ୍ୟ ଏବଂ ଚୂଡ଼ାନ୍ତ ଦ୍ରବ୍ୟ :
Answer:
ମଧ୍ୟବର୍ତ୍ତୀ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଭୋଗ ହେଉଥିବାରୁ ତାହା ଉତ୍ପାଦନକାରୀଙ୍କ ମଧ୍ୟରେ କାରବାର ହୋଇଥାଏ । ମଧ୍ୟବର୍ତ୍ତୀ ଦ୍ରବ୍ୟକୁ ମାଧ୍ୟମିକ ନିବେଶ ମଧ୍ୟ କୁହାଯାଏ । ମଧ୍ୟବର୍ତ୍ତୀ ଦ୍ରବର ମୂଲ୍ୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ଚୂଡ଼ାନ୍ତ ଦ୍ରବ୍ୟ ଅନ୍ତିମ ଉପଭୋଗ ପାଇଁ ଉଦ୍ଦିଷ୍ଟ । ଏହି ପ୍ରକାର ଦ୍ରବ୍ୟର ଉପଭୋଗରୁ ପ୍ରତ୍ୟକ୍ଷ ପରିତୃପ୍ତ ମିଳିଥାଏ ।

ଚୂଡ଼ାନ୍ତ ଦ୍ରବ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ; ଯଥା – ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଓ ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ! ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ସହଯୋଗୀ ହୋଇଥାଏ; ମାତ୍ର ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ପ୍ରତ୍ୟକ୍ଷ ପରିତୃପ୍ତି ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ କଳନାରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

2. ମୋଟ ଦେଶୀୟ ଉତ୍ପାଦ ଏବଂ ମୋଟ ଜାତୀୟ ଉତ୍ପାଦ :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶରେ ଉତ୍ପାଦିତ ହେଉଥ‌ିବା ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ ଏହାର ଅନ୍ତର୍ଭୁକ୍ତ ହୋଇ ନଥାଏ । ମୋଟ ଜାତୀୟ ଉତ୍ପାଦରୁ ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟକୁ ବିୟୋଗ କଲେ ମୋଟ ଦେଶୀୟ ଉତ୍ପାଦ ମିଳିଥାଏ ।

ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶ ଭିତରେ ଓ ଦେଶ ବାହାରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ବିଦେଶରୁ ଅର୍ଜନ କରାଯାଉଥ‌ିବା ନିଟ୍ ଉପାଦାନ ଆୟ ମୋଟ ଜାତୀୟ ଆୟର ଅଂଶ ହୋଇଥାଏ । ସୁତରାଂ ମୋଟ ଜାତୀୟ ଆୟର ପରିସୀମା ମୋଟ ଦେଶୀୟ ଉତ୍ପାଦର ପରିସୀମାଠାରୁ ପ୍ରଶସ୍ତ ବୋଲି ବିଚାର କରାଯାଏ ।

3. ବଜାର ଦାମ୍‌ରେ ଜାତୀୟ ଉତ୍ପାଦ ଏବଂ ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ :
Answer:
ମୋଟ ଜାତୀୟ ଉତ୍ପାଦ ଏକ ବ୍ୟାପକ ଧାରଣା । ଏହା ଦେଶର ଆଞ୍ଚଳିକ ସୀମା ମଧ୍ୟରେ ସୀମିତ ନୁହେଁ । ଅବଶିଷ୍ଟ ବିଶ୍ଵରେ ନିୟୋଜିତ ଶ୍ରମ ଓ ସମ୍ପତ୍ତିରୁ ପ୍ରାପ୍ତ ମୋଟ ଘରୋଇ ଉତ୍ପାଦର ସମସ୍ତ ଉପାଦାନ ଏଥ‌ିରେ ଅନ୍ତର୍ଭୁକ୍ତ ହୋଇଥାଏ । ଅର୍ଥାତ୍ ମୋଟ ଘରୋଇ ଉତ୍ପାଦ ମୋଟ ଜାତୀୟ ଉତ୍ପାଦର ଏକ ଅଂଶବିଶେଷ ଅଟେ । ଅର୍ଥାତ୍ ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶାଗତ ନିଟ୍ ସାଧନ ଆୟ ଯୋଗକଲେ ଯୋଗଫଳକୁ ବଜାର ଦରରେ ମୋଟ ଜାତୀୟ ଉତ୍ପାଦ କୁହାଯାଏ ।

ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ କହିଲେ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ଉପାଦାନ ପରିବ୍ୟୟ ସମେତ କର୍ମଚାରୀଙ୍କ ପ୍ରତିଦାନ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ, କର୍ମଚାରୀଙ୍କ ଉଦ୍‌ବୃରାଂଶ ଏବଂ ସ୍ଥିର ପୁଞ୍ଜି ଉପଭୋଗକୁ ବୁଝାଏ । ଅନ୍ୟ ଅର୍ଥରେ ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ଏବଂ ଅବକ୍ଷୟ ପରିବ୍ୟୟର ମିଶ୍ରଣ ସହିତ ଉପାଦାନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ ସମାନ ହୋଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

4. ମୁକ୍ତ ଅର୍ଥବ୍ୟବସ୍ଥା ଏବଂ ଅବରୁଦ୍ଧ ଅର୍ଥବ୍ୟବସ୍ଥା :
Answer:
ମକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସଂପର୍କ ରହିଥାଏ । ମାତ୍ର ଅବରୁଦ୍ଧ ଅର୍ଥବ୍ୟବସ୍ଥା ହେଉଛି ଏକ ରୁଦ୍ଧ ପ୍ରକୋଷ୍ଠ ସଦୃଶ । ଏହାର ଅନ୍ୟ ଦେଶ ସହିତ ସଂପର୍କ ନଥାଏ । ଏପରି ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଏବଂ ଜାତୀୟ ଆୟ ସମାନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନ ପ୍ରଦାନ କରାଯାଉଥିବାରୁ ମୋଟ ଜାତୀୟ ଅୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ର ପ୍ରଶସ୍ତ ହୋଇଥିବାବେଳେ ଅବରୁଦ୍ଧ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ସମ୍ଭବ ହୁଏ ନାହିଁ ।

5. ମୁଣ୍ଡପିଛା ଆୟ ଏବଂ ବାସ୍ତବ ମୁଣ୍ଡପିଛା ଆୟ :
Answer:
ମୁଣ୍ଡପିଛା ଆୟ କହିଲେ ବର୍ଷକ ମଧ୍ୟରେ ବ୍ୟକ୍ତି ମାନଙ୍କର ଅର୍ଜିତ ହାରାହାରି ଆୟକୁ ବୁଝାଏ । ଏହା ସାଧାରଣତଃ ମୁଦ୍ରା ଆକାରରେ ପ୍ରକାଶିତ ହୋଇଥାଏ ଏବଂ ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗ କରାଯାଇ ଏହା କଳନା କରାଯାଏ । ମୁଣ୍ଡପିଛା ଆୟରୁ ଦେଶର ଲୋକମାନଙ୍କର ପ୍ରକୃତ ଆୟର ଚିତ୍ର ମିଳେନାହିଁ ! କାରଣ ଦରଦାମ୍ ପରିବର୍ତ୍ତନ ସହିତ ମୌଦ୍ରିକ ମୁଣ୍ଡପିଛା ଆୟ ପରିବର୍ତ୍ତିତ ହୋଇଥାଏ । ଉତ୍ପାଦନ ବୃଦ୍ଧି ନହୋଇ ଦରଦାମ୍ ଯେତେବେଳେ ହ୍ରାସ ବା ବୃଦ୍ଧି ହୁଏ, ମୁଣ୍ଡପିଛା ଆୟ ହ୍ରାସ ପାଇପାରେ ବା ବୃଦ୍ଧି ପାଇପାରେ । ମୁଣ୍ଡପିଛା ବାସ୍ତବ ଆୟକୁ ଦ୍ରବ୍ୟ ସେବା ଆକାରରେ ପ୍ରକାଶ କରାଯାଏ ଏବଂ ସ୍ଥିର ଦାମରେ ପରିମାପ କରାଯାଏ । ବାସ୍ତବ ମୁଣ୍ଡପିଛା ଆୟରୁ ଲୋକମାନଙ୍କର ଜୀବନଧାରଣର ମାନ ଜଣାଯାଏ ।

6. ବେସରକାରୀ ଆୟ ଏବଂ ଜାତୀୟ ଆୟ :
Answer:
ବେସରକାରୀ ଆୟରେ କେବଳ ବେସରକାରୀ କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ଆୟକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ବେସରକାରୀ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇଥାଏ । ବେସରକାରୀ ଆୟରେ ଚଳନ୍ତି ଅନ୍ତରଣ ଆୟ ଅନ୍ତର୍ଭୁକ୍ତ ହୋଇଥାଏ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ଉପାର୍ଜିତ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇନଥାଏ । ଜାତୀୟ ଆୟ ଆକଳନରେ ଅନ୍ତରଣ ଆୟକୁ ବାଦ୍ ଦିଆଯାଇଥାଏ ।

7.ବ୍ୟକ୍ତିଗତ ଆୟ ଓ ଜାତୀୟ ଆୟ :
Answer:
ବ୍ୟକ୍ତିଗତ ଆୟରେ ଉଭୟ ସାଧନ ଆୟ ଓ ଅନ୍ତରଣ ଦେୟ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ବ୍ୟକ୍ତିଗତ ଆୟକୁ ଆୟ ଗ୍ରହଣ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ସଂକୀର୍ଣ୍ଣ ଧାରଣା । ଜାତୀୟ ଆୟ କେବଳ ସାଧନ ଆୟକୁ ବିଚାରକୁ ନେଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ଜାତୀୟ ଆୟର ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟକୁ ‘ଆୟ ସର୍ଜନ’ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ଜାତୀୟ ଆୟରେ ବାଦ୍ ପଡ଼ିଥାଏ । ଜାତୀୟ ଆୟ ଏକ ବ୍ୟାପକ ଧାରଣା ।

8. ବ୍ୟକ୍ତିଗତ ଆୟ ଓ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ବ୍ୟକ୍ତିଗତ ଆୟ ଏକ ବ୍ୟାପକ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦି ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ମୋଟ ଧାରଣା । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ବ୍ୟକ୍ତିଗତ ଆୟର ଏକ ଅଂଶ ହୋଇଥିବାରୁ ଏହା ଏକ ସଂକୀର୍ଣ୍ଣ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦିକୁ ବ୍ୟକ୍ତିଗତ ଆୟରୁ ବାଦ୍ ଦେଲାପରେ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ମିଳିଥାଏ । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ଏକ ନିଟ୍ ଧାରଣା ।

9. ଜାତୀୟ ଆୟ ଓ ଜାତୀୟ ଉତ୍ପାଦ :
Answer:
ଦେଶର ସାଧାରଣ ଅଧିବାସୀମାନଙ୍କୁ ମିଳୁଥିବା ସାଧନ ଆୟକୁ ଜାତୀୟ ଆୟ କୁହାଯାଏ । ଏଥ‌ିରେ ଉଭୟ ଘରୋଇ ସାଧନ ଆୟ ଓ ବିଦେଶାଗତ ନିଟ୍ ସାଧନ ଆୟ ମିଶିକରି ରହିଥାଏ । ଜାତୀୟ ଆୟ ମଧ୍ୟ ଉପାଦାନ ବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ଅଟେ । ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟର ସମଷ୍ଟିକୁ ଜାତୀୟ ଉତ୍ପାଦ ବୋଲି କୁହାଯାଏ । ବିଭିନ୍ନ ଦ୍ରବ୍ୟ ଓ ସେବାର ପରିମାଣକୁ ସେମାନଙ୍କର ଦରରେ ଗୁଣନ କରି ଜାତୀୟ ଉତ୍ପାଦ ଆକଳନ କରାଯାଏ । ମୋଟ ଜାତୀୟ ଆୟ ଆକଳନ କଲାବେଳେ ମୂଲ୍ୟହ୍ରାସଜନିତ ପରିବ୍ୟୟ, ଅନ୍ତରଣ ଦେୟ, ପୁଞ୍ଜିଲାଭ ଓ ଅନ୍ତର୍ବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ବାଦ୍ ଦିଆଯାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 5 ଚାହିଦା Short Answer Questions.

CHSE Odisha 12th Class Economics Chapter 5 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଚାହିଦା ଫଳନ କହିଲେ କ’ଣ ବୁଝ ?
Answer:
ଦ୍ରବ୍ୟ ପ୍ରତି ଚାହିଦା ଓ ତାହାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥ‌ିବା ସମ୍ପର୍କକୁ ଚାହିଦା ଫଳନ କୁହାଯାଏ । ଅନ୍ୟାନ୍ୟ ଉପାଦାନକୁ ଅପରିବର୍ତ୍ତିତ ବୋଲି ଧରିନେଲେ ଦ୍ରବ୍ୟ ପ୍ରତି ଚାହିଦାର ପରିମାଣ ତାହାର ଦରର ବିପରୀତ ଦିଗରେ ଗତି କରିଥାଏ ବୋଲି ଚାହିଦା ଫଳନରୁ ସୂଚନା ମିଳିଥାଏ । Dx = f(Px), x ନାମକ ଦ୍ରବ୍ୟର ଦର P, ରେ ପରିବର୍ତ୍ତନ ହେଲେ ତାହାର ଚାହିଦା ପରିମାଣରେ କିଭଳି ପରିବର୍ତ୍ତନ ହେବା, ତାହା ଉପରୋକ୍ତ ଫଳନରୁ ଅଧ୍ୟୟନ କରିହେବ ।

2. ଚାହିଦା ସୂଚୀ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଦ୍ରବ୍ୟର ଦାମ୍ ଓ କ୍ରୟ ହେଉଥ‌ିବା ପରିମାଣର ସମ୍ପର୍କ ପ୍ରକାଶ କରୁଥିବା ତାଲିକାକୁ ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍, ଚାହିଦା ନିୟମର ପ୍ରୟୋଗକୁ ବ୍ୟାଖ୍ୟା କରିବାପାଇଁ ଚାହିଦା ସୂଚୀର ସାହାଯ୍ୟ ନିଆଯାଇଥାଏ । ଚାହିଦା ସୂଚୀ ମୁଖ୍ୟତଃ ଦୁଇପ୍ରକାର ହୋଇଥାଏ; ଯଥା – ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ ।

3. ଚାହିଦାକୁ ପ୍ରଭାବିତ କରୁଥିବା ତିନୋଟି ଉପାଦାନ ଲେଖ ।
Answer:

  • ଉପଭୋକ୍ତାର ଆୟ ଅପରିବର୍ତିତ ରହେ,
  • ଉପଭୋକ୍ତାର ରୁଚି ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ରହେ,
  • ଦ୍ରବ୍ୟର ଦାମ୍ ଚାହିଦାର ଏକ ପ୍ରମୁଖ ନିର୍ଦ୍ଧାରଣକାରୀ ।

4. ଚାହିଦାରେ ପରିବର୍ତ୍ତନ କ’ଣ ?
Answer:
ଦର ଅପରିବର୍ତ୍ତିତ ରହି ଅନ୍ୟାନ୍ୟ ଉପାଦାନଗୁଡ଼ିକର ପରିବର୍ତ୍ତନ ଫଳରେ ଦ୍ରବ୍ୟ କ୍ରୟର ପରିମାଣରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ଚାହିଦାରେ ପରିବର୍ତ୍ତନ କୁହାଯାଏ । ଦର ବ୍ୟତୀତ ଚାହିଦାକୁ ପ୍ରଭାବିତ କରୁଥିବା ଯେ କୌଣସି ଉପାଦାନର ପରିବର୍ତ୍ତନ ଚାହିଦାରେ ପରିବର୍ତ୍ତନ ଆଣିପାରେ । ଉଦାହରଣସ୍ୱରୂପ, ଯଦି ଜଣେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ପାଏ, ସେ ମୂଳ ଦରରେ ଅଧିକ ଦ୍ରବ୍ୟ କ୍ରୟ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବ । ଏ କ୍ଷେତ୍ରରେ ଉପଭୋକ୍ତାଙ୍କ ଚାହିଦା ସୂଚୀରେ ପରିବର୍ତ୍ତନ ଘଟିବ ଏବଂ ଉପଭୋକ୍ତା ମୂଳ ଚାହିଦା ରେଖାରୁ ଅନ୍ୟ ଏକ ଚାହିଦା ରେଖାକୁ ସ୍ଥାନାନ୍ତରିତ ହେବେ ।

5. ଚାହିଦା ପରିମାଣରେ ପରିବର୍ତ୍ତନ କ’ଣ ?
Answer:
ଦ୍ରବ୍ୟର ଦର ପରିବର୍ତ୍ତନ ହେଲେ, ଦ୍ରବ୍ୟର ଚାହିଦା ପରିମାଣରେ ପରିବର୍ତ୍ତନ ହୋଇଥାଏ । ଚାହିଦା ସୂଚୀ ଏହି ତଥ୍ୟକୁ ହିଁ ପ୍ରତିପାଦିତ କରିଥାଏ । ଏଠାରେ ଦର ବ୍ୟତୀତ ଚାହିଦାକୁ ପ୍ରଭାବିତ କରୁଥିବା ଅନ୍ୟ ସମସ୍ତ ଉପାଦାନକୁ ଅପରିବର୍ତ୍ତିତ ରଖାଯାଇଥାଏ । ଫଳରେ ଚାହିଦା ପରିମାଣରେ କେବଳ ଦର ପରିବର୍ତ୍ତନ ଯୋଗୁଁ ହିଁ ସମ୍ଭବ ହୋଇଥାଏ । ଏ କ୍ଷେତ୍ରରେ ଦର ପରିବର୍ତ୍ତନ ଯୋଗୁଁ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ଚାହିଦାରେଖାରେ ଗୋଟିଏ ବିନ୍ଦୁରୁ ଆଉ ଗୋଟିଏ ବିନ୍ଦୁକୁ ଗତି କରିଥାନ୍ତି । ଫଳରେ ଚାହିଦାର ସମ୍ପ୍ରସାରଣ ବା ସଂକୋଚନ ଘଟିଥାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

6. ବ୍ୟକ୍ତିଗତ ଚାହିଦା ସୂଚୀ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ସାରଣୀର ପ୍ରଥମ ସ୍ତମ୍ଭରେ ଦ୍ରବ୍ୟର ବିଭିନ୍ନ ସମ୍ଭାବ୍ୟ ଦର ଦର୍ଶାଯାଇଥ‌ିବା ସ୍ଥଳେ ଦ୍ଵିତୀୟ ସ୍ତମ୍ଭରେ ପ୍ରତ୍ୟେକ ଦରରେ ଦ୍ରବ୍ୟ ପ୍ରତି ଜଣେ ବ୍ୟକ୍ତିଙ୍କ ଚାହିଦାର ପରିମାଣ ଦର୍ଶାଯାଇଥାଏ ।

7. ବଜାର ଚାହିଦା ସୂଚୀ କ’ଣ ?
Answer:
ପ୍ରତ୍ୟେକ କ୍ରେତାଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍ ବଜାରର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦାମ୍‌ରେ କ୍ରୟ କରାଯାଉଥିବା ଏକ ଦ୍ରବ୍ୟର ଭିନ୍ନ ଭିନ୍ନ ଏକ ତାଲିକା ଆକାରରେ ପ୍ରକାଶ କରୁଥିବା ସୂଚୀକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାର ଚାହିଦା ଆକଳନ କରିବାକୁ ହେଲେ ସମସ୍ତ ଉପଭୋକ୍ତାଙ୍କର ବ୍ୟକ୍ତିଗତ ଚାହିଦା ପରିମାଣର ସମ୍ମିଶ୍ରଣ କରିବାକୁ ହୋଇଥାଏ ।

8. ଚାହିଦା ରେଖା କ’ଣ ?
Answer:
ଚାହିଦା ରେଖା କହିଲେ ଚାହିଦା ସୂଚୀର ଏକ ରେଖାଙ୍କିତ ବିବରଣୀ । ଏହା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥାଏ । କାରଣ ଏହା କେତେଗୁଡ଼ିଏ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ; ଯଥା- ଦାମ୍ର ପ୍ରଭାବ, ଆୟର ପ୍ରଭାବ, ପ୍ରତିସ୍ଥାପନ ପ୍ରଭାବ ଓ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ଅଭାବ ।

9. ବଜାର ଚାହିଦା ରେଖା କହିଲେ କ’ଣ ବୁଝ ?
Answer:
ସମସ୍ତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ଚାହିଦାର ସମଷ୍ଟି ହିଁ ବଜାର ଚାହିଦା । ତେଣୁ ବଜାରରେ କ୍ରୟ କରୁଥିବା ସମସ୍ତ ଉପଭୋକ୍ତାଙ୍କ ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାର ଚାହିଦା ସୂଚୀକୁ ଆଧାର କରି ବଜାର ଚାହିଦା ରେଖା ନିର୍ଣ୍ଣୟ କରାଯାଏ । ଏହା ସମସ୍ତ ବ୍ୟକ୍ତିଗତ ଚାହିଦା ରେଖାର ଆନୁଭୂମିକ ସମଷ୍ଟି । ଏହା ନିମ୍ନଗାମୀ । ବଜାର ଦର ଓ ଚାହିଦା ପରିମାଣ ମଧ୍ଯରେ ପରୋକ୍ଷ ବା ଋଣାତ୍ମକ ସମ୍ପର୍କ ଥିବା କଥା ଏହା ବ୍ୟକ୍ତ କରିଥାଏ ।

10. ଯୌଗିକ ଚାହିଦା କ’ଣ ?
Answer:
ବହୁବିଧ ବ୍ୟବହାରରେ ଲାଗୁଥିବା ଦ୍ରବ୍ୟର ଚାହିଦାକୁ ଯୌଗିକ ଚାହିଦା କୁହାଯାଏ । କୋଇଲା ଓ ଲୁହାର ଚାହିଦା ଯୌଗିକ ବା ସଂଯୁକ୍ତ ଚାହିଦାର ଉଦାହରଣ । କୋଇଲାକୁ ରନ୍ଧନ କାର୍ଯ୍ୟରେ ବ୍ୟବହାର କରାଯାଇପାରେ, ବିଦ୍ୟୁତ୍ଵଶକ୍ତି ଉତ୍ପାଦନରେ ବ୍ୟବହାରକରାଯାଇପାରେ ଅଥବା କଳକାରଖାନାରେ ବ୍ୟବହାର କରାଯାଇପାରେ ।

11. ପ୍ରତିଯୋଗୀ ଚାହିଦା କ’ଣ ?
Answer:
ଦୁଇଟି ଦ୍ରବ୍ୟ ଏକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲେ, ସେମାନଙ୍କ ଚାହିଦାକୁ ପ୍ରତିଯୋଗୀ ଚାହିଦା କୁହାଯାଏ । ଏଠାରେ ଦ୍ରବ୍ୟଗୁଡ଼ିକ ସମ୍ପୂର୍ଣ୍ଣ ପ୍ରତିବଦଳକ୍ଷମ । ଗୋଟିଏ ଦ୍ରବ୍ୟର ଚାହିଦା ବୃଦ୍ଧି ହେଲେ ଅନ୍ୟଟିର ଚାହିଦା ହ୍ରାସ ପାଏ । ଚା’ ଓ କଫି ଏହାର ଉଦାହରଣ ।

12. ବିକଳ୍ପ ଚାହିଦା କ’ଣ ?
Answer:
ଯେତେବେଳେ କୌଣସି ଏକ ଦ୍ରବ୍ୟର ଚାହିଦା ବିକଳ୍ପ ଉପାୟରେ ଲାଭ କରାଯାଏ, ସେତେବେଳେ ତାହାକୁ ବିକଳ୍ପ ଚାହିଦା କୁହାଯାଏ । ଉଦାହରଣସ୍ୱରୂପ, ଆଲୋକ ବିଭିନ୍ନ ଉତ୍ସରୁ ଲାଭ କରାଯାଇପାରେ । ଏହା ବିଦ୍ୟୁତ୍ ଶକ୍ତି, କିରାସିନି, ଗ୍ୟାସ୍, କ୍ୟାଣ୍ଡଲ ଇତ୍ୟାଦିରୁ ମିଳିଥାଏ । ଆଲୋକ ବିଭିନ୍ନ ଉତ୍ସରୁ ମିଳୁଥିବାରୁ ଏହାର ଚାହିଦାକୁ ବିକଳ୍ପ ଚାହିଦା କୁହାଯାଏ ।

13. ବ୍ୟୁତ୍ପନ୍ନ ଚାହିଦା (Derived Demand) କ’ଣ ?
Answer:
କୌଣସି ଏକ ଦ୍ରବ୍ୟର ଚାହିଦା ଅନ୍ୟ ଏକ ଅନ୍ତିମ ଦ୍ରବ୍ୟର ଚାହିଦା ଉପରେ ନିର୍ଭର କରୁଥିଲେ, ତାହାକୁ ବ୍ୟୁତ୍ପନ୍ନ ଚାହିଦା କୁହାଯାଏ । ବସ୍ତ୍ରର ଚାହିଦା ହେତୁ ତୁଳାର ଚାହିଦା ହୁଏ । ଏଥିରେ ବସ୍ତ୍ରର ଚାହିଦା ପ୍ରତ୍ୟକ୍ଷ ଓ ତୁଳାର ଚାହିଦା ପରୋକ୍ଷ ହୋଇଥାଏ । ଅନେକ ଅର୍ଥନୀତିଜ୍ଞ ଏହି ବ୍ୟୁତ୍ପନ୍ନ ଚାହିଦାକୁ ପରୋକ୍ଷ ଚାହିଦା ବୋଲି ମଧ୍ୟ କହିଥାଆନ୍ତି ।

14. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରରେ ଅତି ସାମାନ୍ୟ ବା ନଗଣ୍ୟ ପରିବର୍ତ୍ତନ ଚାହିଦା ପରିମାଣରେ ବ୍ୟାପକ ପରିବର୍ତ୍ତନ ଘଟାଏ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏଠାରେ କହିବାକୁ ଗଲେ ଦରରେ ପ୍ରାୟ କୌଣସି ପରିବର୍ତ୍ତନ ଘଟି ନଥିଲେ ମଧ୍ୟ ଚାହିଦାରେ କଳ୍ପନାତୀତ ପରିବର୍ତ୍ତନ ହୋଇଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ∞ (ଅସୀମ) ଏବଂ ଚାହିଦା ରେଖା ଆନୁଭୂମିକ ହେବ ।

15. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରରେ ଯେ କୌଣସି ପରିବର୍ତ୍ତନ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟାଏ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ହେବ । ଏଠାରେ ଦରରେ ପରିବର୍ତ୍ତନ ଘଟିଲେ ମଧ୍ୟ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇନଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ ହୋଇଥାଏ ଏବଂ ଚାହିଦା ରେଖା ଉଲ୍ଲମ୍ବ ହୋଇଥାଏ ।

16. ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦା ପରିମାଣର ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ ଅଧୂକ ହୋଇଥାଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏ କ୍ଷେତ୍ରରେ ଚାହିଦା ପରିମାଣରେ ହୋଇଥିବା ଶତକଡ଼ା ପରିବର୍ତ୍ତନ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନଠାରୁ ଅଧୂକ । ଚାହିଦା ପରିମାଣରେ ହେଉଥ‌ିବା ଶତକଡ଼ା ପରିବର୍ତ୍ତନ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନଠାରୁ ଅଧିକ ହୋଇଥିବାରୁ ଚାହିଦାର ସ୍ଥିତିସ୍ଥାପକତା ସର୍ବଦା ଠାରୁ ଅଧିକ ହେବ ।

17. ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦା ପରିମାଣର ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ କମ୍ ହୁଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଅସ୍ଥିତିସ୍ଥାପକ ବୋଲି କୁହାଯାଏ । ଏ କ୍ଷେତ୍ରରେ ଚାହିଦା ପରିମାଣରେ ହୋଇଥିବା ଶତକଡ଼ା ପରିବର୍ତ୍ତନ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନଠାରୁ କମ୍ । ତେଣୁ ଚାହିଦାର ସ୍ଥିତିସ୍ଥାପକତା ସର୍ବଦା ଏକଠାରୁ କମ୍ ହେବ ।

18. ଏକକ ସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ଚାହିଦା ପରିମାଣର ଆନୁପାତିକ ପରିବର୍ତ୍ତନ ସହ ସମାନ, ତେବେ ଦ୍ରବ୍ୟର ଚାହିଦା ଏକକ ସ୍ଥିତିସ୍ଥାପକ ହେବ । ଏ କ୍ଷେତ୍ରରେ ଚାହିଦା ପରିମାଣରେ ହୋଇଥିବା ଶତକଡ଼ା ପରିବର୍ଭନ ଓ ଦରରେ ହୋଇଥ୍‌ ଶତକଡ଼ା ପରିବର୍ତ୍ତନ ସମାନ । ଉଭୟ ଚାହିଦା ଓ ଦରରେ ହୋଇଥିବା ଶତକଡ଼ା ପରିବର୍ତ୍ତନ ସମାନ ଥ‌ିବାରୁ ଚାହିଦାର ସ୍ଥିତି- ସ୍ଥାପକତା ଏକ ହେବ ।

19. ଚାହିଦାର ସ୍ଥିତିସ୍ଥାପକତା କହିଲେ କ’ଣ ବୁଝ ?
Answer:
ଦର ପରିବର୍ତ୍ତନ ଫଳରେ ଚାହିଦା ପରିମାଣରେ ଘଟୁଥ‌ିବା ସଙ୍କୋଚନ ଓ ପ୍ରସାରଣର ମାତ୍ରାକୁ ଚାହିଦାର ସ୍ଥିତିସ୍ଥାପକତା` କୁହାଯାଏ । ଏହା ଦର ପରିବର୍ତ୍ତନ ପ୍ରତି ଚାହିଦା ପରିମାଣର ସମ୍ବେଦନଶୀଳତାର ମାତ୍ରା । ଅର୍ଥାତ୍ ବଜାରରେ କୌଣସି ଦ୍ରବ୍ୟର ଦାମ୍‌ରେ ଏକ ନିର୍ଦ୍ଦିଷ୍ଟ ବୃଦ୍ଧି ବା ହ୍ରାସ ହେଲେ, ଚାହିଦା ପରିମାଣରେ ଯେଉଁ ହ୍ରାସ ବା ବୃଦ୍ଧି ହୁଏ, ସେହି ଦ୍ରବ୍ୟ ପାଇଁ ଚାହିଦାର ସ୍ଥିତିସ୍ଥାପକତା ତଦନୁସାରେ ଅଧିକ ବା କମ୍ ହୋଇଥାଏ ।

20. ଆୟ ସମ୍ପର୍କିତ ସ୍ଥିତିସ୍ଥାପକତା କ’ଣ ?
Answer:
କ୍ରେତାଙ୍କର ଆୟ ପରିବର୍ଭନ ହେଲେ, ତାହା ଦ୍ରବ୍ୟର ଚାହିଦାରେ ଯେଉଁ ପରିମାଣର ପରିବର୍ତ୍ତନ ଘଟାଏ, ତାହାକୁ ଦ୍ରବ୍ୟର ଆୟ ସମ୍ପର୍କିତ ସ୍ଥିତିସ୍ଥାପକତା କୁହାଯାଏ । ଦ୍ରବ୍ୟର ଚାହିଦାରେ ଦେଖାଦେଇଥିବା ଆନୁପାତିକ ପରିବର୍ତ୍ତନକୁ କ୍ରେତାଙ୍କର ଆୟରେ ଦେଖାଦେଇଥିବା ଆନପାତିକ ପରିବର୍ତ୍ତନଦ୍ୱାରା ଭାଗକରି ଆୟସ୍ଥିତିସ୍ଥାପକତା ନିର୍ଣ୍ଣୟ କରାଯାଏ । ସଙ୍କେତିକ ଭାଷାରେ-
Ey = \(\frac{ଦ୍ରବ୍ୟର ଚାହିଦାର ଆନୁପାତିକ ପରିବର୍ତ୍ତନ}{କ୍ରେତାଙ୍କ ଆୟର ଆନୁପାତିକ ପରିବର୍ତ୍ତନ}\)
ଯେଉଁଠି Ey ହେଉଛି ଆୟ ସମ୍ପର୍କିତ ସ୍ଥିତିସ୍ଥାପକତା ।

21. ଅନୁପ୍ରସ୍ଥ ସ୍ଥିତିସ୍ଥାପକତା (Cross Elasticity of Demand) କ’ଣ ?
Answer:
ପ୍ରତିବଦଳକ୍ଷମ ଅଥବା ଅନୁପୂରକ ଦ୍ରବ୍ୟଗୁଡ଼ିକ ପରସ୍ପର ସମ୍ପର୍କିତ ହୋଇଥା’ନ୍ତି । ତେଣୁ ଗୋଟିଏ ଦ୍ରବ୍ୟର ଦର ପରିବର୍ତ୍ତନ ହେଲେ ଅନ୍ୟ ଏକ ଦ୍ରବ୍ୟର ଚାହିଦାରେ ପରିବର୍ତ୍ତନ ଦେଖାଦେଇଥାଏ । ସେହି ପରିବର୍ତ୍ତନର ମାତ୍ରା ହିଁ ଚାହିଦାର ଅନୁପ୍ରସ୍ଥ ସ୍ଥିତିସ୍ଥାପକତା । X ଓ Y ଦୁଇଟି ସମ୍ପର୍କିତ ଦ୍ରବ୍ୟ ହେଲେ ‘Y’ର ଦର ପରିବର୍ତ୍ତନ ହେତୁ ‘X’ର ଚାହିଦାରେ ଯେଉଁ ଆନୁପାତିତ ପରିବର୍ତ୍ତନ ଦେଖାଦିଏ, ତାହାକୁ ‘Y’ ଦ୍ରବ୍ୟର ଦାମ୍‌ରେ ଘଟିଥିବା ଆନୁପାତିକ ପରିବର୍ତ୍ତନଦ୍ୱାରା ଭାଗକରି ‘X’ ର ଚାହିଦାର ଅନୁପ୍ରସ୍ଥ ସ୍ଥିତିସ୍ଥାପକତା ମାପ କରାଯାଏ । ସୁତରାଂ –
Ex = \(\frac{‘X’ ର ଚାହିଦାର ଆନୁପାତିକ ପରିବର୍ତ୍ତନ}{‘Y’ ର ଦାମ୍‌ର ଆନୁପାତିକ ପରିବର୍ତ୍ତନ}\)
ଯେଉଁଠି Ex ହେଉଛି ‘x’ ଦ୍ରବ୍ୟର ଅନୁପ୍ରସ୍ଥ ସ୍ଥିତିସ୍ଥାପକତା ।

CHSE Odisha Class 12 Economics Chapter 5 Short Answer Questions in Odia Medium

22. ଉପଭୋକ୍ତାଙ୍କର ଆୟ ଚାହିଦାକୁ କିପରି ପ୍ରଭାବିତ କରେ ?
Answer:
ଆୟ ବୃଦ୍ଧି ସହିତ କ୍ରୟ କରିବାର କ୍ଷମତା ବୃଦ୍ଧି ପାଏ । ତେଣୁ କୌଣସି ଏକ ଦ୍ରବ୍ୟର ଦାମ୍ ଅପରିବର୍ତ୍ତିତ ଥାଇ ଯଦି ଉପଭୋକ୍ତାଙ୍କର ଆୟ ବୃଦ୍ଧି ଘଟେ, ଉକ୍ତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇବା ସ୍ଵାଭାବିକ । ଅବଶ୍ୟ ଯଦି ଦ୍ରବ୍ୟଟି ନିକୃଷ୍ଟ ଦ୍ରବ୍ୟ ହୋଇଥାଏ, ଆୟ ବୃଦ୍ଧି ସହିତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଏ ନାହିଁ, ବରଂ ଚାହିଦା ହ୍ରାସ ପାଇବାରେ ଲାଗେ । ତେଣୁ ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଆୟର ପ୍ରଭାବ ଋଣାତ୍ମକ; କିନ୍ତୁ ଅନ୍ୟାନ୍ୟ ଦ୍ରବ୍ୟ ପାଇଁ ଏହା ଧନାତ୍ମକ ହୋଇଥାଏ ।

23. ଦେଶର ଆର୍ଥିକ ଅବସ୍ଥା ଚାହିଦାକୁ କିପରି ପ୍ରଭାବିତ କରିଥାଏ ?
Answer:
ଦେଶର ଅର୍ଥନୈତିକ ଅବସ୍ଥା ଚାହିଦାର ନିୟାମକ । ଯେଉଁ ଦେଶର ଚାରିଆଡ଼େ ଉନ୍ନୟନ ଏବଂ ପ୍ରଗତି ଦେଖାଯାଏ, ସେଠାରେ ମାଗଣ ବୃଦ୍ଧି ପାଏ । ମାତ୍ର ଦେଶର ଅର୍ଥନୀତିରେ ଅବସ୍କ୍ରୀତି ଦେଖାଗଲେ ମାଗଣ ହ୍ରାସ ପାଏ । ଏହା ସ୍ବଳ୍ପ ନିବେଶ ଏବଂ ଆୟ ହେତୁ ଘଟିଥାଏ ।

24. ବିଭିନ୍ନ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଚାହିଦାର ପରିମାଣ କିପରି ଜନସଂଖ୍ୟାଦ୍ଵାରା ପ୍ରଭାବିତ ହୁଏ ?
Answer:
ଯଦି ଜନସଂଖ୍ୟା ବୃଦ୍ଧି ହୁଏ, ତେବେ ପ୍ରଚଳିତ ବଜାର ଦରରେ ମଧ୍ୟ ବହୁ ପରିମାଣର ବିଭିନ୍ନ ଦ୍ରବ୍ୟ କିଣନ୍ତି ଏବଂ ଜନସଂଖ୍ୟାରେ ହ୍ରାସ ଦେଖାଦେଲେ, ଏହାର ବିପରୀତ ପ୍ରଭାବ ଦେଖାଯାଏ । ଯଦି ମୋଟ ଜନସଂଖ୍ୟାର ବହୁଳାଶ ଶିଶୁ ଶ୍ରେଣୀ ଅନ୍ତର୍ଭୁକ୍ତ ହୁଅନ୍ତି, ତେବେ ଶିଶୁଖାଦ୍ୟ, କ୍ଷୀର ଓ ଶିଶୁ ବସ୍ତ୍ରର ଚାହିଦା ଅଧ୍ଵ ହୋଇଥାଏ । ତେଣୁ ଜନସଂଖ୍ୟା ବୃଦ୍ଧି ସହିତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ସେବାର ଚାହିଦା ବୃଦ୍ଧି ପାଇବା ସ୍ଵାଭାବିକ ।

25. ମନସ୍ତାତ୍ତ୍ଵିକ ଭ୍ରାନ୍ତ ଧାରଣା କ୍ଷେତ୍ରରେ କାହିଁକି ଚାହିଦାର ନିୟମ କାର୍ଯ୍ୟକାରୀ ହୋଇ ନଥାଏ ?
Answer:
ଉପଭୋକ୍ତାମାନେ ସମୟେ ସମୟେ ମନସ୍ତାତ୍ତ୍ଵିକ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ଅଧ‌ିକ ଦାମ୍ ଥ‌ିବା ପଦାର୍ଥକୁ ଉତ୍କୃଷ୍ଟ ଦ୍ରବ୍ୟ ଓ କମ୍ ଦାମ୍ ଥ‌ିବା ଦ୍ରବ୍ୟକୁ ନିକୃଷ୍ଟ ଦ୍ରବ୍ୟ ବୋଲି ଭାବିଥା’ନ୍ତି । ତେଣୁ ମନସ୍ତାତ୍ତ୍ଵିକ ଭ୍ରାନ୍ତ ଧାରଣା ହେତୁ ଉପଭୋକ୍ତାମାନେ ଦର ଅଧିକ ଥିଲେ ଉତ୍କୃଷ୍ଟ ଦ୍ରବ୍ୟ ଭାବି ଅଧ୍ଵ ପରିମାଣରେ କ୍ରୟ କରନ୍ତି ଓ ଦର କମିଗଲେ ତାହା ନିକୃଷ୍ଟ ଦ୍ରବ୍ୟ ଭାବି କମ୍ ପରିମାଣର କିଣିବା ଯୋଗୁଁ ଚାହିଦାରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ । ଏଠାରେ ଉପଭୋକ୍ତାଙ୍କର ଭ୍ରାନ୍ତ ଧାରଣରା ଦର ଓ ଚାହିଦାର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ସୃଷ୍ଟି କରୁଥିବାରୁ ଚାହିଦା ସୂତ୍ରର ବ୍ୟତିକ୍ରମ ପରିଲକ୍ଷିତ ହୁଏ ।

26. ବାହ୍ୟାଡ଼ମ୍ବରପୂର୍ଣ୍ଣ ଉପଭୋଗ କ୍ଷେତ୍ରରେ କାହିଁକି ଚାହିଦାର ନିୟମ କାର୍ଯ୍ୟକାରୀ ହୋଇନଥାଏ ?
Answer:
ଏପରି କେତେକ ଦ୍ରବ୍ୟ ଅଛି ଯାହାକି ଉପାଦେୟତା ଦୃଷ୍ଟିରୁ ଉପଭୋଗ କରା ନ ଯାଇ, ସାମାଜିକ ପ୍ରତିଷ୍ଠାର ପ୍ରତୀକ ରୂପେ କ୍ରୟ କରାଯାଏ । ଆମେରିକାର ଅର୍ଥଶାସ୍ତ୍ରୀ ଭେଲେନ୍‌ଙ୍କ ମତରେ କେତେଗୁଡ଼ିକ ଦ୍ରବ୍ୟ; ଯଥା— ସୁନା, ହୀରା, ମୂଲ୍ୟବାନ୍‌ ଅଳଙ୍କାରର ଦାମ୍ ବଢ଼ିଲେ ସମାଜର ଧନିକ ଶ୍ରେଣୀର ଲୋକମାନେ ନିଜର ପ୍ରତିପତ୍ତି, ଆତ୍ମବଡ଼ିମା ଏବଂ ଆଭିଜାତ୍ୟ ଦେଖେଇବା ନିମନ୍ତେ ଅଧ୍ବକ କ୍ରୟ କରିଥା’ନ୍ତି ଏବଂ ଦାମ୍ କମିଲେ କମ୍ ପରିମାଣ କିଣିଥା’ନ୍ତି । ତେଣୁ ଏଭଳି ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ନିୟମ କାର୍ଯ୍ୟକାରୀ ହୋଇ ନଥାଏ।

27. ଚାହିଦାର ଦର-ସ୍ଥିତିସ୍ଥାପକତା ମାପିବା ପାଇଁ କେଉଁ ସୂତ୍ରର ବ୍ୟବହାର କରାଯାଏ ?
Answer:
ଚାହିଦାର ଦର-ସ୍ଥିତିସ୍ଥାପକତା ହେଉଛି ଚାହିଦାର ଶତକଡ଼ା ପରିବର୍ତ୍ତନ ଓ ଦରର ଶତକଡ଼ା ପରିବର୍ତ୍ତନର ଅନୁପାତ ।
ଅର୍ଥାତ୍
CHSE Odisha Class 12 Economics Chapter 5 Short Answer Questions in Odia Medium

28. ଦର ସ୍ତର ଚାହିଦା ସ୍ଥିତିସ୍ଥାପକତାକୁ କି ପ୍ରକାରେ ପ୍ରଭାବିତ କରେ ?
Answer:
ଦ୍ରବ୍ୟର ଦର-ସ୍ତର ଚାହିଦାର ସ୍ଥିତିସ୍ଥାପକତାକୁ ପ୍ରଭାବିତ କରେ । ଉଚ୍ଚ ଦର ସ୍ତରରେ ଥ‌ିବା ଦ୍ରବ୍ୟଗୁଡ଼ିକ ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ । ଅନ୍ୟପକ୍ଷରେ, ନିମ୍ନ ଦର –ଯୁକ୍ତ ଦ୍ରବ୍ୟର ଦରରେ ପରିବର୍ତ୍ତନ ଘଟିଲେ ଉପଭୋକ୍ତାଙ୍କର ଚାହିଦାରେ ଉଲ୍ଲେଖନୀୟ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ମଧ୍ୟମ ଦରଯୁକ୍ତ ଦ୍ରବ୍ୟର ଦରରେ କୌଣସି ପରିବର୍ତ୍ତନ ଘଟିଲେ ଉପଭୋକ୍ତାଙ୍କର ଚାହିଦାରେ ବିରାଟ ପରିବର୍ତ୍ତନ ଦେଖାଦେବ ।

29. ପ୍ରତିସ୍ଥାପକ ଦ୍ରବ୍ୟର ସୁଲଭତା କିପରି ଚାହିଦାକୁ ପ୍ରଭାବିତ କରେ ?
Answer:
ଯଦି ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟ ଅଧ‌ିକ ସୁଲଭ ଭାବରେ ଉପଲବ୍‌ଧ ହୁଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଭାବେ ସ୍ଥିତିସ୍ଥାପକ ହୋଇଥାଏ । କଫି ଚା’ର ଏକ ପ୍ରତିସ୍ଥାପକ ଦ୍ରବ୍ୟ । ଯେତେବେଳେ ଚା’ର ଦାମ୍ କମ୍ ଥାଏ, କଫିର ଦାମ୍ ବୃଦ୍ଧି ହେଲେ, ଚା’ର ଚାହିଦା ବୃଦ୍ଧି ହୁଏ; କିନ୍ତୁ ଲୁଣର ପ୍ରତିସ୍ଥାପକ ଦ୍ରବ୍ୟ ନ ଥିବାରୁ ଲୁଣର ଚାହିଦା ଅସ୍ଥିତିସ୍ଥାପକ ।

30. ଚାହିଦା ରେଖା କାହିଁକି ନିମ୍ନାଭିମୁଖୀ ହୁଏ ?
Answer:
ଚାହିଦା ରେଖା ନିମ୍ନଭିମୁଖୀ ହେବାର କାରଣ ହେଲା- (1) କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ପ୍ରଭାବ, (2) ଦାମ୍ ପ୍ରଭାବ, (3) ଆୟ ପ୍ରଭାବ, (4) ପ୍ରତିସ୍ଥାପନ ପ୍ରଭାବ ।

31. ଚାହିଦାକୁ ପ୍ରଭାବିତ କରୁଥିବା ତିନୋଟି ଉପାଦାନ ଲେଖ ।
Answer:
(1) ଉପଭୋକ୍ତାର ଆୟ ଅପରିବର୍ତିତ ରହେ, (2) ଉପଭୋକ୍ତାର ରୁଚି ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ରହେ, (3) ଦ୍ରବ୍ୟର ଦାମ୍ ଚାହିଦାର ଏକ ପ୍ରମୁଖ ନିର୍ଦ୍ଧାରଣକାରୀ ।

32. ଚାହିଦା ସୂତ୍ର ତିନୋଟି ସର୍ତ୍ତାବଳୀ ଲେଖ ।
Answer:
(1) ଉପଭୋକ୍ତାର ଆୟ ଅପରିବର୍ତିତ ରହେ, (2) ଉପଭୋକ୍ତାର ରୁଚି ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ନ ହୁଏ । (3) ଜନସଂଖ୍ୟା ସ୍ଥିର ରହିବା ଆବଶ୍ୟକ ।

33. ଚାହିଦା ନିୟମର ତିନୋଟି ବ୍ୟତିକ୍ରମ ଲେଖ ।
Answer:
(1) ଗିଫେନ୍ ଦ୍ରବ୍ୟ ବା ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ରରେ ବ୍ୟତିକ୍ରମ ଦେଖାଯାଏ । (2) ବାହ୍ୟାଡ଼ମ୍ବରପୂର୍ଣ ଉପଭୋଗ କ୍ଷେତ୍ରରେ ଚାହିଦା ସୂତ୍ରରେ ବ୍ୟତିକ୍ରମ ଦେଖାଯାଏ । (3) ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହେ ନାହିଁ ।

34. ଖାଉଟିଙ୍କର ଆୟ ଚାହିଦାକୁ କିପରି ପ୍ରଭାବିତ କରେ ?
Answer:
ଖାଉଟିର ଆୟ ବୃଦ୍ଧି ସହିତ କ୍ରୟ କ୍ଷମତା ମଧ୍ୟ ବୃଦ୍ଧି ପାଏ । ତେଣୁ କୌଣସି ଏକ ଦ୍ରବ୍ୟର ଦାମ୍ ଅପରିବର୍ତ୍ତି ଥାଇ ଯଦି ଖାଉଟିଙ୍କର ଆୟ ବୃଦ୍ଧି ଘଟେ । ଉକ୍ତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇବା ସ୍ଵାଭାବିକ । ଅବଶ୍ୟ ଯଦି ଦ୍ରବ୍ୟଟି ନିକୃଷ୍ଟ ଦ୍ରବ୍ୟ ହୋଇଥାଏ, ଆୟବୃଦ୍ଧି ସହିତ ଦ୍ରବ୍ୟର ଚାହିଦା ବୃଦ୍ଧି ପାଏ ନାହିଁ, ବରଂ ଚାହିଦା ହ୍ରାସ ପାଇବାରେ ଲାଗେ । ତେଣୁ ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଆୟର ପ୍ରଭାବ ଋଣାତ୍ମକ କିନ୍ତୁ ଅନ୍ୟାନ୍ୟ ଦ୍ରବ୍ୟ ପାଇଁ ଏହା ଧନାତ୍ମକ ହୋଇଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଚାହିଦା କ’ଣ ?
Answer:
ଅର୍ଥଶାସ୍ତ୍ରରେ ଚାହିଦା କହିଲେ ଫଳପ୍ରଦ ଚାହିଦାକୁ ହିଁ ବୁଝାଇଥାଏ । ଚାହିଦା ସର୍ବଦା ନିର୍ଦ୍ଦିଷ୍ଟ ଦର ଓ ନିର୍ଦ୍ଦିଷ୍ଟ ସମୟ ସହିତ ସମ୍ପୃକ୍ତ । କୌଣସି ଦ୍ରବ୍ୟ ନିମନ୍ତେ ଜଣେ ଉପଭୋକ୍ତାଙ୍କ ଚାହିଦା ସେହି ଦ୍ରବ୍ୟର ଦାଦ୍ୱାରା ପ୍ରଭାବିତ ହୋଇଥାଏ । ଦରର ପରିବର୍ତ୍ତନ ସହିତ ଚାହିଦା ପରିମାଣର ପରିବର୍ତ୍ତନ ଘଟେ । ଠିକ୍ ସେହିପରି ସମୟର ପରିବର୍ତ୍ତନ ଚାହିଦା ପରିମାଣରେ ପରିବର୍ତ୍ତନ ଆଣିଥାଏ । ଦ୍ରବ୍ୟର ଦାମ୍ ଅପରିବର୍ତିତ ଥିଲେ ମଧ୍ୟ ବିଭିନ୍ନ ସମୟରେ ଜଣେ ଉପଭୋକ୍ତା ବିଭିନ୍ନ ପରିମାଣର ଚାହିଦା କରିଥା’ନ୍ତି । ତେଣୁ ଅର୍ଥଶାସ୍ତ୍ରରେ ଚାହିଦା କହିଲେ ଏକ ନିର୍ଦ୍ଦିଷ୍ଟ ସମୟରେ କ୍ରୟ କରାଯାଉଥିବା ଦ୍ରବ୍ୟ ଓ ସେବାର ପରିମାଣକୁ ବୁଝାଏ । ଅଧ୍ୟାପକ ବେନ୍‌ହାମ୍‌ଙ୍କ ମତରେ ନିର୍ଦ୍ଦିଷ୍ଟ ସମୟରେ ଓ ଉକ୍ତ ଦାମ୍‌ରେ କ୍ରୟ କରାଯାଉଥ‌ିବା ଦ୍ରବ୍ୟର ପରିମାଣକୁ ସୂଚାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

2. ଚାହିଦା ଫଳନ କ’ଣ ?
Answer:
କୌଣସି ଦ୍ରବ୍ୟର ଚାହିଦା ଓ ତାହାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥିବା ସମ୍ପର୍କ, ଚାହିଦା ଫଳନ ବ୍ୟକ୍ତ କରିଥାଏ । ତେଣୁ
q = f (P, P1, P2 …………. Pn, Y, T)
ଏଠାରେ p = ଦ୍ରବ୍ୟ ଚାହିଦା ପରିମାଣ
P = ଦ୍ରବ୍ୟର ଦର
P1, P2 …………. Pn ସମ୍ପର୍କିତ ଦ୍ରବ୍ୟମାନଙ୍କର ଦର
Y = ଉପଭୋକ୍ତାର ଆୟ
T = ଉପଭୋକ୍ତାର ରୁଚି ଓ ଅନୁରାଗ
ଉପରୋକ୍ତ ଚାହିଦା ଫଳନରୁ ଏହା ଜଣାଯାଏ ଯେ, କୌଣସି ଦ୍ରବ୍ୟ ଚାହିଦାର ପରିମାଣ ଦ୍ରବ୍ୟର ଦର, ସମ୍ପର୍କିତ ଦ୍ରବ୍ୟଗୁଡ଼ିକର ଦର, ଉପଭୋକ୍ତାଙ୍କ ଆୟ, ଉପଭୋକ୍ତାଙ୍କ ରୁଚି ଓ ଅନୁରାଗ ଇତ୍ୟାଦି ଅନେକ ପରିବର୍ତ୍ତନୀୟ ଉପାଦାନଗୁଡ଼ିକଦ୍ୱାରା ପ୍ରଭାବିତ ହୁଏ । ଚାହିଦା ପରିମାଣ ଉପରେ କୌଣସି ଏକ ନିର୍ଦ୍ଦିଷ୍ଟ ଉପାଦାନର ପ୍ରଭାବ କ’ଣ ତାହା ଅନୁଶୀଳନ କରିବାପାଇଁ ଉକ୍ତ ଉପାଦାନ ବ୍ୟତୀତ ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସ୍ଥିର ରଖୁବା ନିମନ୍ତେ ସର୍ଭ ରଖାଯାଏ । ଏହି ସର୍ଭ ଅନୁସରଣ କରି ଚାହିଦା ସୂତ୍ର ଦ୍ରବ୍ୟର ଦର ଓ ଚାହିଦା ପରିମାଣ ମଧ୍ଯରେ ଥିବା ସମ୍ପର୍କ ଆଲୋଚନା କରିଥାଏ ।

3. ଚାହିଦା ସୂତ୍ର କହିଲେ କ’ଣ ବୁଝ ?
Answer:
ଚାହିଦା ସୂତ୍ର ଉପଭୋଗର ଏକ ଗୁରୁତ୍ଵପୂର୍ଣ୍ଣ ସୂତ୍ର । ଏହା ଉପଭୋକ୍ତାମାନଙ୍କର ମୌଳିକ ମନସ୍ତାତ୍ତ୍ଵିକ ପ୍ରବୃତ୍ତିର ଏକ ବିବରଣୀ । ଏହା ଦ୍ରବ୍ୟ ଦରର ପରିବର୍ତ୍ତନ ଓ କ୍ରେତାମାନଙ୍କ ପ୍ରତିକ୍ରିୟାର ଏକ ପ୍ରଣାଳୀବଦ୍ଧ ପରିପ୍ରକାଶ । ପ୍ରଖ୍ୟାତ ଇଂରେଜ ଅର୍ଥଶାସ୍ତ୍ରୀ ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଚାହିଦା ସୂତ୍ରର ମୁଖ୍ୟ ପ୍ରଣେତା । ମାର୍ଶାଲ୍ କହିଛନ୍ତି ଯେ ଚାହିଦାର ପରିମାଣ ଦର ହ୍ରାସ ସହିତ ବୃଦ୍ଧି ପାଏ ଏବଂ ଦର ବୃଦ୍ଧି ସହିତ ହ୍ରାସ ପାଏ । ଚାହିଦା ସୂତ୍ର ଅନୁସାରେ ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହି କୌଣସି ଦ୍ରବ୍ୟର ଦର ହ୍ରାସ ପାଇଲେ ଚାହିଦା ପରିମାଣ ବୃଦ୍ଧି ପାଏ ଏବଂ ଦର ବୃଦ୍ଧି ପାଇଲେ ଚାହିଦା ପରିମାଣ ହ୍ରାସ ପାଏ । ଚାହିଦା ସୂତ୍ର ଦର ଓ ଚାହିଦା ପରିମାଣ ମଧ୍ଯରେ ଥିବା ପରୋକ୍ଷ ସମ୍ପର୍କର ସୂଚନା ପ୍ରଦାନ କରେ ।

4. ବ୍ୟକ୍ତିଗତ ଚାହିଦା ସୂଚୀ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଦ୍ରବ୍ୟର ଦାମ୍ ଓ କ୍ରୟ ହେଉଥ‌ିବା ପରିମାଣର ସମ୍ପର୍କ ପ୍ରକାଶ କରୁଥିବା ତାଲିକାକୁ ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍ ଚାହିଦା ନିୟମର ପ୍ରୟୋଗକୁ ବ୍ୟାଖ୍ୟା କରିବାପାଇଁ ଚାହିଦା ସୂଚୀର ସାହାଯ୍ୟ ନିଆଯାଇଥାଏ । ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ବ୍ୟକ୍ତିଗତ ଚାହିଦା ସୂଚୀ ଜଣେ ବ୍ୟକ୍ତିର ଚାହିଦା ପରିମାଣକୁ ଉପସ୍ଥାପନା କରେ । ବ୍ୟକ୍ତିଗତ ଚାହିଦା ସୂଚୀର ପ୍ରଥମ ସ୍ତମ୍ଭରେ ଦ୍ରବ୍ୟର ବିଭିନ୍ନ ସମ୍ଭାବ୍ୟ ଦର ଦର୍ଶାଯାଇଥିବା ସ୍ଥଳେ ଦ୍ୱିତୀୟ ସ୍ତମ୍ଭରେ ପ୍ରତ୍ୟେକ ଦରରେ ଦ୍ରବ୍ୟ ପ୍ରତି ଜଣେ ବ୍ୟକ୍ତିଙ୍କ ଚାହିଦା ପରିମାଣ ଦର୍ଶାଯାଇଥାଏ । ବ୍ୟକ୍ତିଗତ ଚାହିଦା ସୂଚୀରୁ ଜଣାଯାଏ ଯେ ଦାମ୍ କମ୍ ବେଳେ ଚାହିଦା ପରିମାଣ ଅଧିକ ଓ ଦାମ୍ ଅଧ୍ୟା ବେଳେ ଚାହିଦା ପରିମାଣ ସ୍ଵଳ୍ପ ହୋଇଥାଏ ।

5. ବଜାର ଚାହିଦା ସୂଚୀ କ’ଣ ?
Answer:
ବଜାରରେ ସାଧାରଣତଃ ବହୁତ କ୍ରେତା ଥାଆନ୍ତି । ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଚାହିଦା ସୂଚୀ ଥାଏ । ଏହି ସମସ୍ତ କ୍ରେତାମାନଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ହିଁ ବଜାର ଚାହିଦା ସୂଚୀ କୁହାଯାଏ । ମୁଖ୍ୟତଃ, ପ୍ରତ୍ୟେକ କ୍ରେତାମାନଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର୍ ମିଶ୍ରଣରେ ବଜାର ଚାହିଦା ସୂଚୀକୁ ସାରଣୀ ମାଧ୍ୟମରେ ପରିପ୍ରକାଶ କରାଯାଇପାରିବ । ଚାହିଦାର ପରିମାଣ ଓ ବଜାର ଦରର ପରିବର୍ତ୍ତନ ମଧ୍ୟରେ ଥ‌ିବା ବିପରୀତ ସମ୍ପର୍କକୁ ବଜାର ଚାହିଦା ସୂଚୀଦ୍ଵାରା ମଧ୍ୟ ବ୍ୟାଖ୍ୟା କରାଯାଇପାରେ । ବଜାର ଚାହିଦା ସୂଚୀ ପ୍ରସ୍ତୁତି ନିମନ୍ତେ ଅନ୍ୟ ଏକ ପଦ୍ଧତି ଅଛି । ଜଣେ ଉପଭୋକ୍ତାଙ୍କୁ ଖାଉଟିମାନଙ୍କର ଦିଆଯାଏ ତେବେ ମଧ୍ୟ ଆମେ ବଜାର ଚାହିଦା ସୂଚୀ ପ୍ରସ୍ତୁତ କରିପାରିବା ।

6. ଚାହିଦାର ପରିବର୍ତ୍ତନ କ’’ଣ ?
Answer:
ଦର ଅପରିବର୍ତିତ ରହି ଅନ୍ୟାନ୍ୟ ଉପାଦାନମାନଙ୍କର ପରିବର୍ତ୍ତନ ଫଳରେ ଦ୍ରବ୍ୟ କ୍ରୟର ପରିମାଣରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ଚାହିଦାରେ ପରିବର୍ତ୍ତନ କୁହାଯାଏ । ଅର୍ଥାତ୍ ଦ୍ରବ୍ୟ ପାଇଁ ଚାହିଦାର ବୃଦ୍ଧି ବା ହ୍ରାସକୁ ଚାହିଦାର ପରିବର୍ଭନ କୁହାଯାଏ । ଦର ବ୍ୟତୀତ ଚାହିଦାକୁ ପ୍ରଭାବିତ କରୁଥିବା ଯେକୌଣସି ଉପାଦାନର ପରିବର୍ତ୍ତନ ଚାହିଦାର ପରିବର୍ତ୍ତନ ଆଣିପାରେ । ଯଦି ଜଣେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ପାଏ, ସେ ମୂଳ ଦରରେ ଅଧ‌ିକ ଦ୍ରବ୍ୟ କ୍ରୟ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବା କ୍ରୟ କରିପାରିବେ ଏବଂ ଚାହିଦା ବୃଦ୍ଧି ପାଇବ । ଏ କ୍ଷେତ୍ରରେ ଉପଭୋକ୍ତାଙ୍କ ଚାହିଦା ସୂଚୀରେ ପରିବର୍ତ୍ତନ ଘଟିବ ଏବଂ ଉପଭୋକ୍ତା ମୂଳ ଚାହିଦା ରେଖାରୁ ଅନ୍ୟ ଏକ ଚାହିଦା ଲେଖାକୁ ସ୍ଥାନାନ୍ତରିତ ହେବେ । ଚାହିଦା ରେଖା ଦକ୍ଷିଣକୁ ସ୍ଥାନାନ୍ତରିତ ହେଲେ ଚାହିଦା ବୃଦ୍ଧି ପାଏ ଏବଂ ଯଦି ଏହା ବାମକୁ ସ୍ଥାନାନ୍ତରିତ ହୁଏ, ଚାହିଦା ହ୍ରାସ ପାଏ ।

7. ନିକୃଷ୍ଟ ଦ୍ରବ୍ୟ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
ସାଧାରଣତଃ ଆଳୁ, ମାଣ୍ଡିଆ, ବାଜରା ଇତ୍ୟାଦି ଯାହା ଅଧିକାଂଶ ଲୋକଙ୍କର ଖାଦ୍ୟ ହୋଇଥାଏ, ତାହାକୁ ନିକୃଷ୍ଟ ଦ୍ରବ୍ୟ କହନ୍ତି । ଯେତେବେଳେ ଏହି ଦ୍ରବ୍ୟଗୁଡ଼ିକର ଦାମ୍ ବୃଦ୍ଧି ହୁଏ, ସେତେବେଳେ ସେହି ଦ୍ରବ୍ୟଗୁଡ଼ିକର ଚାହିଦା ମଧ୍ୟ ବୃଦ୍ଧି ପାଏ । କେତେକ ନିକୃଷ୍ଟ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ରର ବ୍ୟତିକ୍ରମ ହେଉଥ‌ିବା କଥା ସର୍ବପ୍ରଥମେ ସାର୍‌ ରବର୍ଟ ଗିଫେନ୍ ଉଲ୍ଲେଖ କରିଛନ୍ତି ଊନବିଂଶ ଶତାବ୍ଦୀରେ ଆୟାର୍ଲାଣ୍ଡର ଅଧିକାଂଶ ଅଧିବାସୀ ଦାରିଦ୍ର୍ୟଜନିତ କାରଣରୁ ସେମାନଙ୍କ ଆୟର ବହୁଳାଶ ଆଳୁ ଓ ଅଳ୍ପ ଅଂଶ ମାଂସ କ୍ରୟରେ ବ୍ୟୟ କରୁଥିଲେ ।

ଦୁର୍ଭିକ୍ଷଜନିତ କାରଣରୁ ଆଳୁର ଦାମ୍ ଯେତେବେଳେ ଅତ୍ୟଧ‌ିକ ବୃଦ୍ଧି ହେଲା, ସେମାନେ ମାଂସ କ୍ରୟ ନ କରି ସେହି ବାବଦରେ ବ୍ୟୟ ହେଉଥ‌ିବା ଆୟକୁ ଆଳୁ କ୍ରୟ କରିବାରେ ନିୟୋଜନ କଲେ । ଏହାଫଳରେ ଆଳୁର ଚାହିଦା ବୃଦ୍ଧି ପାଇଲା । ଏହି ବିରୋଧାଭାସକୁ ଗିଫେନ୍‌ଙ୍କ ବିରୋଧାଭାସ (Giffen’s Paradox) କୁହାଯାଇଥାଏ ।

8. ଚାହିଦା ଲେଖା କାହିଁକି ନିମ୍ନଗାମୀ ହୋଇଥାଏ ?
Answer:
ଚାହିଦା ସୂତ୍ର ପ୍ରମାଣ ଦିଏ ଯେ ଦ୍ରବ୍ୟର ଦାମ୍ ଓ ଚାହିଦା ପରସ୍ପର ବିପରୀତମୁଖୀ । ଅର୍ଥାତ୍ ଉଚ୍ଚ ଦାମ୍‌ରେ କ୍ରୟ ପରିମାଣ କମ୍ ଓ ନିମ୍ନ ଦାମ୍‌ରେ କ୍ରୟ ପରିମାଣ ବେଶି ହେଉଥ‌ିବାରୁ ସାଧାରଣତଃ ଚାହିଦା ରେଖା ନିମ୍ନଗାମୀ ହୁଏ । ଚାହିଦା ରେଖା ସାଧାରଣତଃ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦା ମଧ୍ୟରେ ଥ‌ିବା ବିପରୀତମୁଖୀ ସମ୍ପର୍କର ଜ୍ୟାମିତିକ ପରିପ୍ରକାଶ । ଏହା ସାଧାରଣତଃ ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ । ଦ୍ରବ୍ୟର ଦାମ୍ ବୃଦ୍ଧି ବା ହ୍ରାସ ହେଲେ ଏହାର ଚାହିଦାର ପରିମାଣ ଯଥାକ୍ରମେ ହ୍ରାସ ବା ବୃଦ୍ଧି ହୋଇଥାଏ । ଚାହିଦା ଲେଖାର ଏହି ଋଣାତ୍ମକ ଅଧୋଗତି ପ୍ରାନ୍ତୟୀୟ ଉପଯୋଗିତାର ପ୍ରଭାବ, ଆୟ ପ୍ରଭାବ, ପ୍ରତିସ୍ଥାପନ ପ୍ରଭାବ, ଦାମ୍ ପ୍ରଭାବ ଯୋଗୁ ହିଁ ଘଟିଥାଏ ।

9. ସୁନା, ହୀରା ଆଦି ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟ କରି ନଥାଏ– କାରଣ ଦର୍ଶାଅ ।
Answer:
ସୁନା, ହୀରା ଆଦିର ଉପଭୋଗ ବା ବ୍ୟବହାର ସାଧାରଣଭାବେ ବାହ୍ୟାଡ଼ମ୍ବର ବ୍ୟବହାର ଭାବରେ ବିବେଚନା କରାଯାଏ । ଏହାର ସେଭଳି ଉପଯୋଗିତା ନଥିଲେ ମଧ୍ୟ ଉପଭୋକ୍ତା ନିଜର ସାମାଜିକ ପ୍ରତିପତ୍ତି, ପ୍ରତିଷ୍ଠା, ନିଜର ସ୍ଵତନ୍ତ୍ର ସ୍ଥିତି ପ୍ରଦର୍ଶନ ନିମନ୍ତେ ଉପଭୋଗ କରିଥା’ନ୍ତି । ତେଣୁ ଏହାର ଦରବୃଦ୍ଧି ଘଟିଲେ ଚାହିଦାର ପରିମାଣ ମଧ୍ୟ ବୃଦ୍ଧି ଘଟିଥାଏ ଏବଂ ଦାମ୍ ହ୍ରାସ ଘଟିଲେ ଏହାର ଗୁରୁତ୍ଵ ହ୍ରାସ ପାଇଥାଏ । କାରଣ ଏହି ଦ୍ରବ୍ୟଗୁଡ଼ିକର ଦର ବୃଦ୍ଧି ଘଟିଲେ ସେମାନେ ଅଧିକ ସମ୍ମାନ ଆଶାରେ ଅଧ‌ିକ କ୍ରୟ କରନ୍ତି । ଅନ୍ୟପକ୍ଷରେ, ଦର ହ୍ରାସ ପାଇଲେ ଅନ୍ୟମାନେ ମଧ୍ୟ କ୍ରୟ କରିବାର ସୁଯୋଗ ପାଉଥିବାରୁ ଉକ୍ତ ଦ୍ରବ୍ୟଗୁଡ଼ିକ ସମ୍ମାନ ବୃଦ୍ଧିରେ ସହାୟତା ପ୍ରଦାନ କରିପାରନ୍ତି ନାହିଁ । ଫଳରେ ଚାହିଦା ହ୍ରାସ ପାଏ । ଏଣୁ ଏ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟକାରୀ ହୋଇନଥାଏ ।

10. ଚାହିଦା ପରିମାଣର ପରିବର୍ତ୍ତନ କ’ଣ ?
Answer:
ଚାହିଦାର ନିୟମ ଅନୁସାରେ ଅନ୍ୟାନ୍ୟ ସର୍ଭଗୁଡ଼ିକ ଅପରିବର୍ତ୍ତିତ ରହି ଦ୍ରବ୍ୟର ବଜାର ଦରରେ ପରିବର୍ତ୍ତନ ହେଲେ ଉପଭୋକ୍ତାଙ୍କର ଚାହିଦାରେ ମଧ୍ୟ ପରିବର୍ତ୍ତନ ଘଟେ । ଏହାକୁ ଚାହିଦାର ପରିମାଣରେ ପରିବର୍ତ୍ତନ କୁହାଯାଏ । ଦ୍ରବ୍ୟର ବଜାର ଦରକୁ ଏଠାରେ ସ୍ଵାଧୀନ ଚଳ ଭାବରେ ଗ୍ରହଣ କରାଯାଏ । ବଜାର ଦର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ପରିବର୍ତ୍ତନକୁ ଚାହିଦାର ସଂପ୍ରସାରଣ ଏବଂ ସଙ୍କୋଚନ କୁହାଯାଏ । ଯେତେବେଳେ କୌଣସି ଦ୍ରବ୍ୟର ବଜାର ଦର ହ୍ରାସ ପାଏ, ଉପଭୋକ୍ତାମାନଙ୍କର ଦ୍ରବ୍ୟ ପ୍ରତି ଚାହିଦାର ବୃଦ୍ଧି ପାଏ । ଏହାକୁ ଚାହିଦାର ସଂପ୍ରସାରଣ କୁହାଯାଏ । ଅନ୍ୟପକ୍ଷରେ ଯେତେବେଳେ ଦ୍ରବ୍ୟର ବଜାର ଦର ବୃଦ୍ଧି ପାଏ, ତାହାକୁ ଚାହିଦାର ସଙ୍କୋଚନ ବୋଲି କୁହାଯାଏ । ତେଣୁ ଚାହିଦାର ପରିମାଣର ପରିବର୍ତ୍ତନ ହେଲେ ଉପଭୋକ୍ତା ମୂଳ ଚାହିଦା ରେଖାରେ ଏକ ଉର୍ଦୁବିନ୍ଦୁ ବା ନିମ୍ନବିନ୍ଦୁକୁ ଗତି କରିଥାଆନ୍ତି ।

CHSE Odisha Class 12 Economics Chapter 5 Short Answer Questions in Odia Medium

11. ଏକକ ସ୍ଥିତିସ୍ଥାପକତା କ’ଣ ?
Answer:
ଏକକ ସ୍ଥିତିସ୍ଥାପକତା କ୍ଷେତ୍ରରେ ଦାମ୍‌ର ଏକ ନିର୍ଦ୍ଦିଷ୍ଟ ଆନୁପାତିକ ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ମଧ୍ୟ ସମାନୁପାତିକ ପରିବର୍ତ୍ତନ ଦେଖାଯାଏ । ଏହି ଅବସ୍ଥାରେ ଦାମ୍‌ର ପରିବର୍ତ୍ତନ ହେଲେ ମଧ୍ୟ ମୋଟ ପରିବ୍ୟୟ ଅପରିବର୍ତିତ ରହେ । ଏଠାରେ ଚାହିଦା ରେଖା ଏକ ଆୟତାକାର ପରାବଳୟ (Rectangular hyperbola) ହୋଇଥାଏ । ଗାଣିତିକ ଭାଷାରେ ଏ ପ୍ରକାର ସ୍ଥିତିସ୍ଥାପକତାକୁ ଏକକ ସ୍ଥିତିସ୍ଥାପକତା କୁହାଯାଏ । ଏଠାରେ ସ୍ଥିତିସ୍ଥାକତାର ମୂଲ୍ୟ l ଅଟେ ।
CHSE Odisha Class 12 Economics Chapter 5 Short Answer Questions in Odia Medium 1

12. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଚାହିଦା କ’ଣ ?
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦାର ବିପରୀତ ଅଟେ । ଯଦି ଦରରେ ଯେକୌଣସି ପରିବର୍ତ୍ତନ ଯୋଗୁଁ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟେ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ହେବ । ଏଠାରେ ଦରରେ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇନଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ । ଏ କ୍ଷେତ୍ରରେ ଦର ଯାହା ହେଉନା କାହିଁକି ଚାହିଦା ପରିମାଣ ସ୍ଥିର ରହୁଥ‌ିବାରୁ ଚାହିଦା ରେଖ ଉଲ୍ଲମ୍ବ ହୋଇଥାଏ । ଦରର ପରିବର୍ଭନ ହେଲେ ମଧ୍ୟ ଚାହିଦା ପରିମାଣ ସ୍ଥିର ରହିଛି । ଚାହିଦା ରେଖା Y ଅକ୍ଷ ସହ ସମାନ୍ତର ବା ଉଲ୍ଲମ୍ବ ହୋଇଥାଏ । ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା ବିରଳ ହୋଇଥିଲେ ମଧ୍ୟ ତାତ୍ତ୍ଵିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ଵ ରହିଛି ।
CHSE Odisha Class 12 Economics Chapter 5 Short Answer Questions in Odia Medium 2

13. କ୍ରମ ହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ପ୍ରଭାବ ଯୋଗୁଁ ଚାହିଦା ରେଖା ନିମ୍ନଭିମୁଖୀ ହୁଏ – କାରଣ କ’ଣ ?
Answer:
କ୍ରମ ହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ଅନୁସାରେ ଯେତେବେଳେ ଜଣେ ଉପଭୋକ୍ତା ଅଧିକ ଦ୍ରବ୍ୟ କ୍ରୟ କରନ୍ତି, ସେତେବେଳେ ତାଙ୍କୁ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତା କମିଯାଏ । ପ୍ରାନ୍ତୀୟ ଉପଯୋଗିତା କହିଲେ କୌଣସି ଦ୍ରବ୍ୟର ଗୋଟିଏ ଅତିରିକ୍ତ ଏକକରୁ ମିଳୁଥ‌ିବା ଉପଯୋଗିତାକୁ ସୂଚାଏ । ଉପଭୋକ୍ତା ଅତିରିକ୍ତ ଏକକରୁ କମ୍ ପରିମାଣର ଉପଯୋଗିତା ପାଉଥ‌ିବାରୁ ଧୀରେ ଧୀରେ ସେ ଅତିରିକ୍ତ ଏକକଗୁଡ଼ିକୁ କମ୍ ଗୁରୁତ୍ୱ ଆରୋପ କରନ୍ତି । ସୁତରାଂ, ଦ୍ରବ୍ୟର ଦାମ୍ ହ୍ରାସ ହେଉଥ‌ିବା ବେଳେ ସେ ଅଧ୍ଵକ କ୍ରୟକରି ମୋଟ ଉପଯୋଗିତାକୁ ବୃଦ୍ଧି କରିଥା’ନ୍ତି । ଅପର ପକ୍ଷରେ ମଧ୍ୟ ଦ୍ରବ୍ୟର ଦାମ୍ ଯେତେବେଳେ ବୃଦ୍ଧି ହୁଏ, ଉପଭୋକ୍ତା ପ୍ରାନ୍ତୀୟ ଉପଯୋଗିତାଠାରୁ କମ୍ ଉପଯୋଗିତା ବିଶିଷ୍ଟ ଦ୍ରବ୍ୟ ଏକକ କ୍ରୟକୁ ହ୍ରାସ କରନ୍ତି । ତେଣୁ ଦାମ୍‌ର ହ୍ରାସ ହେଲେ ଚାହିଦାର ବୃଦ୍ଧି ଘଟେ ଓ ଦାମ୍‌ର ବୃଦ୍ଧି ହେଲେ ଚାହିଦାର ହ୍ରାସ ଘଟେ । ଫଳତଃ ଚାହିଦାରେଖା ସାଧାରଣତଃ ନିମ୍ନାଭିମୁଖୀ’ ହୁଏ ।

14. ଚାହିଦା ସୂଚୀ କହିଲେ କ’ଣ ବୁଝ ?
Answer:
ଚାହିଦା ଓ ଦାମ୍ ମଧ୍ୟରେ ଥିବା ସମ୍ପର୍କକୁ ଏକ ତାଲିକାରେ ପ୍ରକାଶ କଲେ, ତାହାକୁ ଚାହିଦା ସୂଚୀ କୁହାଯାଏ । ଏହି ସୂଚୀ ସାଧାରଣତଃ ଦୁଇ ପ୍ରକାର; ଯଥା – ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ । ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ କୌଣସି ବ୍ୟକ୍ତିବିଶେଷ କ୍ରୟ କରୁଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ସେହିପରି ଅସଂଖ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ବଜାର କ୍ଷେତ୍ରରେ ସମସ୍ତ ବ୍ୟକ୍ତିଙ୍କର ଚାହିଦା ସୂଚୀର ସମାହାରକୁ ଏକ ନିର୍ଦ୍ଦିଷ୍ଟ ତାଲିକା ମାଧ୍ୟମରେ ପ୍ରକାଶ କରାଗଲେ, ତାହାକୁ ବଜାର ଚାହିଦା ସୂଚୀ କୁହାଯାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଚାହିଦାରେ ପରିବର୍ତ୍ତନ ଓ ଚାହିଦା ପରିମାଣରେ ପରିବର୍ତ୍ତନ :
Answer:
ଦାମ୍ ଅପରିବର୍ତିତ ରହି ଅନ୍ୟାନ୍ୟ ଅଣଦାମ୍ ଉପାଦାନଗୁଡ଼ିକର ପରିବର୍ତ୍ତନ ଯୋଗୁଁ ଚାହିଦାରେ ପରିବର୍ତ୍ତନ ହୋଇଥାଏ । ଏହା ବହୁ ଉପାଦାନ ଉପରେ ନିର୍ଭର କରୁଥିବାରୁ ଏହାକୁ ବହୁ ଉପାଦାନ ଫଳନ କୁହାଯାଏ । ଏହା ଦୁଇ ପ୍ରକାରର ହୋଇପାରେ; ଯଥା ଚାହିଦା ବୃଦ୍ଧି ଓ ଚାହିଦା ହ୍ରାସ । ଏ କ୍ଷେତ୍ରରେ ଚାହିଦା ରେଖା ବାମରୁ ଡାହାଣକୁ ବା ଡାହାଣରୁ ବାମକୁ ହୋଇଥାଏ । ଅନ୍ୟାନ୍ୟ ଅଣଦାମ୍ ଉପାଦାନଗୁଡ଼ିକ ଅପରିବର୍ତ୍ତିତ ରହି କେବଳ ଦ୍ରବ୍ୟର ଦାମ୍ ପରିବର୍ତ୍ତନ ଯୋଗୁଁ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇଥାଏ । ଏହା ଗୋଟିଏ ଉପାଦାନ ଉପରେ ନିର୍ଭର କରୁଥିବାରୁ ଏହାକୁ ଏକ ଉପାଦାନ ଫଳନ କୁହାଯାଏ । ଏହା ଦୁଇ ପ୍ରକାରର ହୋଇପାରେ, ଯଥା – ଚାହିଦା ପ୍ରସାରଣ ଓ ଚାହିଦା ସଙ୍କୋଚନ । ଏ କ୍ଷେତ୍ରରେ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ଚାହିଦା ରେଖାର ଏକ ବିନ୍ଦୁରୁ ଅନ୍ୟ ଏକ ବିନ୍ଦୁକୁ ଗତି କରିଥାଏ ।

2. ପରୋକ୍ଷ ଚାହିଦା ଓ ପ୍ରତ୍ୟକ୍ଷ ଚାହିଦା :
Answer:
କେତେକ ଦ୍ରବ୍ୟକୁ ପ୍ରତ୍ୟକ୍ଷ ଭାବରେ ଉପଭୋଗ କରାଯାଏ । ତେଣୁ ସେ ଜାତୀୟ ଚାହିଦାକୁ ପ୍ରତ୍ୟକ୍ଷ ଚାହିଦା କୁହାଯାଏ । ଉଦାହରଣସ୍ୱରୂପ, ବସ୍ତ୍ରକୁ ଲୋକମାନେ ସିଧାସଳଖ ବ୍ୟବହାର କରନ୍ତି । ତେଣୁ ବସ୍ତ୍ରର ଚାହିଦାକୁ ପ୍ରତ୍ୟକ୍ଷ ଚାହିଦା କୁହାଯାଏ । କିନ୍ତୁ ଅନ୍ୟ କେତେକ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବରେ ବ୍ୟବହାର ହୋଇପାରନ୍ତି ନାହିଁ । ସେମାନଙ୍କ ସାହାଯ୍ୟରେ ପ୍ରତ୍ୟକ୍ଷ ଭାବରେ ବ୍ୟବହୃତ ହେଉଥ‌ିବା ଦ୍ରବ୍ୟସମୂହ ଉତ୍ପାଦନ କରାଯାଏ। ତୁଳା ସାହାଯ୍ୟରେ ବସ୍ତ୍ର ପ୍ରସ୍ତୁତ କରାଯାଏ । ଇସ୍ପାତ ତିଆରି କରାଯାଏ । ତେଣୁ ତୁଳା ଓ ଲୌହପିଣ୍ଡକୁ ପରୋକ୍ଷ ଚାହିଦା କୁହାଯାଏ ।

3. ଯୁଗ୍ମ ଚାହିଦା ଓ ଅନୁପୂରକ ଚାହିଦା :
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଅଭାବକୁ ପୂରଣ କରିବାପାଇଁ ଆବଶ୍ୟକ ହେଉଥିବା ଦ୍ରବ୍ୟସମୂହକୁ ଯୁଗ୍ମ ଚାହିଦା କୁହାଯାଏ । ଉଦାହରଣସ୍ୱରୂପ, ଚା’ର ଅଭାବ ପୂରଣ କରିବାପାଇଁ ଚା’ ଗୁଣ୍ଡ, ଚିନି ଓ ଦୁଗ୍‌ଧ ଆବଶ୍ୟକ ହୋଇଥାଏ । ଏହିସବୁ ଦ୍ରବ୍ୟର ଚାହିଦା ଏକକାଳୀନ ହୋଇଥାଏ । ତେଣୁ ଏହାକୁ ଯୁଗ୍ମ ଚାହିଦା କୁହାଯାଏ ।‘

ଗୋଟିଏ ଦ୍ରବ୍ୟର ଅଭାବରେ ଅନ୍ୟର ବ୍ୟବହାର କରାଯାଇ ପାରେ ନାହିଁ ଓ ଗୋଟିକର ଦାମ୍ ଅନ୍ୟର ଦାମ୍‌କୁ ପ୍ରଭାବିତ କରେ ବୋଲି ଏହାକୁ ମଧ୍ୟ ଅନୁପୂରକ ଚାହିଦା କୁହାଯାଏ । ପେଟ୍ରୋଲ୍ ଓ କାର୍ ପରସ୍ପର ପରିପୂରକ ଦ୍ରବ୍ୟ । ପେଟ୍ରୋଲର ଦରବୃଦ୍ଧି ଘଟିଲେ କାର୍‌ର ଚାହିଦା ହ୍ରାସ ପାଏ ।

4. ବ୍ୟକ୍ତିଗତ ଚାହିଦା ସୂଚୀ ଓ ଚାହିଦା ଲେଖା :
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ଚାହିଦା ସୂଚୀ ଦ୍ରବ୍ୟର ଦର ଓ ଚାହିଦା ମଧ୍ୟରେ ଥିବା ସମ୍ପର୍କକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଦର ହ୍ରାସ ସହିତ ଚାହିଦା ବୃଦ୍ଧିର ସୂଚନା ଦିଏ । ସାରଣୀରେ ବର୍ଣ୍ଣିତ ତଥ୍ୟାବଳୀକୁ ଗ୍ରାଫ୍ କାଗଜରେ ଚିତ୍ରଣ କଲେ ସଂପୃକ୍ତ ଦ୍ରବ୍ୟ ପାଇଁ ଚାହିଦା ରେଖା ଅଙ୍କିତ ହୋଇଥାଏ । ଗ୍ରାଫ୍ କାଗଜରେ ଉଲ୍ଲମ୍ବ ଅକ୍ଷରେ ଦ୍ରବ୍ୟର ଦର ଦର୍ଶାଯାଏ ଏବଂ ଆନୁଭୂମିକ ଅକ୍ଷରେ ଦ୍ରବ୍ୟର ଚାହିଦା ପରିମାଣ ଦର୍ଶାଯାଇଥାଏ ।

ବ୍ୟକ୍ତିଗତ ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥିବା ଲକ୍ଷ୍ୟ କରାଯାଏ । ତେଣୁ ଦାମ୍ ଓ ଚାହିଦା ମଧ୍ଯରେ ଏକ ବିପରୀତ ସମ୍ବନ୍ଧ ଥାଏ । ଯଦିଓ ଚାହିଦା ଓ ଦାମ୍ ମଧ୍ୟରେ ସମ୍ପର୍କ ବିପରୀତ ତଥାପି ଏହା ଆନୁପାତିକ ନୁହେଁ । ଅର୍ଥାତ୍ ଗୋଟିଏ ଦ୍ରବ୍ୟର ଦାମ୍‌ରେ 20% ପରିବର୍ତ୍ତନ ହେଲେ ଯେ ଚାହିଦାରେ 20% ପରିବର୍ତ୍ତନ ହେବ, ତାହା କୁହାଯାଇନପାରେ ।

5. ବଜାର ଚାହିଦା ସୂଚୀ ଓ ବଜାର ଚାହିଦା ଲେଖା :
Answer:
ପ୍ରତ୍ୟେକ କ୍ରେତାଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ । ଅର୍ଥାତ୍ ବଜାରର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦାମ୍‌ରେ କ୍ରୟ କରାଯାଉଥିବା ଏକ ଦ୍ରବ୍ୟର ଭିନ୍ନ ଭିନ୍ନ ଏକ ତାଲିକା ଆକାରରେ ପ୍ରକାଶ କରୁଥିବା ସୂଚୀକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାର ଚାହିଦା ଆକଳନ କରିବାକୁ ହେଲେ ସମସ୍ତ ଉପଭୋକ୍ତାଙ୍କର ବ୍ୟକ୍ତିଗତ ଚାହିଦା ପରିମାଣର ସମ୍ମିଶ୍ରଣ କରିବାକୁ ହୋଇଥାଏ ।

ବଜାର ଚାହିଦା ରେଖା, ବଜାର ଚାହିଦା ସୂଚୀର ଏକ ରେଖାଚିତ୍ର ପ୍ରଦର୍ଶନ । ଏହା ବ୍ୟକ୍ତିଗତ ଚାହିଦା ରେଖାର ଆନୁଭୂମିକ ସମଷ୍ଟି ଅଟେ । ବ୍ୟକ୍ତିଗତ ଚାହିଦା ଲେଖା ପରି ବଜାର ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନାଭିମୁଖୀ ହୋଇଥାଏ । ଅର୍ଥାତ୍ ବଜାରରେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ବୃଦ୍ଧି ଘଟେ ଓ ଦର ବୃଦ୍ଧି ହେଲେ ଚାହିଦା ହ୍ରାସ ପାଇଥାଏ ।

6. ଚାହିଦାର ପ୍ରସାରଣ ଓ ଚାହିଦାର ବୃଦ୍ଧି :
Answer:
କେବଳ ଦରର ପରିବର୍ତ୍ତନ ଫଳରେ ଦ୍ରବ୍ୟ କ୍ରୟ ପରିମାଣରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ଚାହିଦା ପରିମାଣରେ ପରିବର୍ତ୍ତନ କୁହାଯାଏ । ଚାହିଦାର ପ୍ରସାରଣ ଏକ ଅବସ୍ଥା, ଯେତେବେଳେ ଅନ୍ୟାନ୍ୟ ଉପାଦାନଗୁଡ଼ିକ ଅପରିବର୍ତ୍ତିତ ରହି ଦ୍ରବ୍ୟର ଦାମ୍ ହ୍ରାସ ହୋଇ ଦ୍ରବ୍ୟର ଚାହିଦା ଅଧିକ ହୁଏ । ତେଣୁ ଦାମ୍ ହ୍ରାସ ହେଲେ ଉପଭୋକ୍ତା ପୂର୍ବ ଚାହିଦାରେଖାର ବାମରୁ ଡାହାଣକୁ ନିମ୍ନମୁଖୀ ଚଳନ କରିଥାଏ ଏବଂ ଏହାକୁ ଚାହିଦାର ପ୍ରସାରଣ କୁହାଯାଏ । ତେଣୁ ଚାହିଦାର ପ୍ରସାରଣ ଘଟିଲେ ଉପଭୋକ୍ତା ମୂଳ ଚାହିଦା ରେଖା ପରିତ୍ୟାଗ କରିପାରେ ନାହିଁ ଏବଂ ମୂଳ ଚାହିଦା ରେଖାର ବାମରୁ ଡାହାଣ ବିନ୍ଦୁକୁ କେବଳ ସ୍ଥାନାନ୍ତରିତ ହୁଏ ।

ଦ୍ରବ୍ୟର ଦାମ୍ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ଅନୁକୂଳ ଦିଗରେ ପରିବର୍ତ୍ତନ ଯୋଗୁଁ ଦ୍ରବ୍ୟର ଚାହିଦା ଅଧିକ ହୋଇଥାଏ । ଏହାକୁ ଚାହିଦା ବୃଦ୍ଧି ବୋଲି କୁହାଯାଏ । ଯଦି ଆୟର ବୃଦ୍ଧି ହୁଏ, ତେବେ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ । ଏ କ୍ଷେତ୍ରରେ ଚାହିଦା ରେଖା ଡାହାଣକୁ ସ୍ଥାନଚ୍ୟୁତ ହୋଇଥାଏ । ଏହାକୁ ଚାହିଦା ବୃଦ୍ଧି କୁହାଯାଏ ।

7. ସ୍ଥିତିସ୍ଥାପକ ଚାହିଦା ଓ ଅସ୍ଥିତିସ୍ଥାପକ ଚାହିଦା :
Answer:
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାର ଚାହିଦା ପରିମାଣରେ ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ ଅଧିକ ହୋଇଥାଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ସ୍ଥିତିସ୍ଥାପକ ବା ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏଠାରେ ସମ୍ବେଦନଶୀଳତାର ମାତ୍ରା ଅଧ‌ିକ । ଏ କ୍ଷେତ୍ରରେ ସ୍ଥିତିସ୍ଥାପକତାର ମୂଲ୍ୟ 1ରୁ ଅଧିକ (ଅର୍ଥାତ୍ ep > 1) । ବିଳାସ ସାମଗ୍ରୀ ଓ ଆରାମଦାୟକ ସାମଗ୍ରୀଗୁଡ଼ିକ ସ୍ଥିତିସ୍ଥାପକ ଦ୍ରବ୍ୟ ଅଟନ୍ତି ।
ଯଦି ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦା ପରିମାଣରେ ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ କମ୍ ହୁଏ, ତେବେ ଦ୍ରବ୍ୟର ଚାହିଦା ଅପେକ୍ଷାକୃତ ଅସ୍ଥିତିସ୍ଥାପକ ବା ଅସ୍ଥିତିସ୍ଥାପକ ବୋଲି କୁହାଯାଏ । ଅସ୍ଥିତିସ୍ଥାପକତା କ୍ଷେତ୍ରରେ ସମ୍ବେଦନଶୀଳତାର ମାତ୍ରା କମ୍ ଅଟେ । ଏ କ୍ଷେତ୍ରରେ ସ୍ଥିତିସ୍ଥାପକତାର ମୂଲ୍ୟ 1ରୁ କମ୍ (ଅର୍ଥାତ୍ ep < 1) । ଆବଶ୍ୟକୀୟ ଅସ୍ଥିତିସ୍ଥାପକ ୍ରବ୍ୟ ଅଟନ୍ତି ।

8. ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ :
Answer:
କୌଣସି ଦ୍ରବ୍ୟର ଦାମ୍ ଓ ସେହି ଦାମ୍‌ରେ କ୍ରୟ କରାଯାଉଥ‌ିବା ସେହି ଦ୍ରବ୍ୟର ବିଭିନ୍ନ ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଚାହିଦା ସୂଚୀ କୁହାଯାଏ । କୌଣସି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦରରେ କିଣୁଥିବା କୌଣସି ଦ୍ରବ୍ୟର ବିଭିନ୍ନ ପରିମାଣକୁ ତାଲିକା ଆକାରରେ ପ୍ରକାଶ କଲେ, ତାହାକୁ ବ୍ୟକ୍ତିଗତ ଚାହିଦା ସୂଚୀ କୁହାଯାଏ । ଏଥ‌ିରେ ଦରର ହ୍ରାସ ବୃଦ୍ଧି ସହିତ ଚାହିଦାର ହ୍ରାସ ବୃଦ୍ଧି ସୂଚିତ ହୁଏ । ଦର କମିଲେ ଚାହିଦା ବଢ଼େ ଓ ଦର ବଢ଼ିଲେ ଚାହିଦା କମେ ।

ଅନ୍ୟପକ୍ଷରେ, ଏକ ନିର୍ଦ୍ଦିଷ୍ଟ ସମୟରେ ବଜାରରେ ବିଭିନ୍ନ ଦାମ୍‌ରେ କ୍ରୟ କରାଯାଉଥିବା ଏକ ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକାକୁ ବଜାର ଚାହିଦା ସୂଚୀ କୁହାଯାଏ । ବଜାରରେ ଅସଂଖ୍ୟ କ୍ରେତାଙ୍କ ସମାବେଶ ହୋଇଥାଏ । ବଜାରରେ ସମସ୍ତ କ୍ରେତାଙ୍କ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ ।

CHSE Odisha Class 12 Economics Chapter 5 Short Answer Questions in Odia Medium

9. ସମ୍ପୂର୍ଣ ସ୍ଥିତିସ୍ଥାପକ ଚାହିଦା ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା :
Answer:
ଯଦି ଦରରେ ଅତି ସାମାନ୍ୟ ବା ନଗଣ୍ୟ ପରିବର୍ତ୍ତନ ଚାହିଦା ପରିମାଣରେ ବ୍ୟାପକ ପରିବର୍ତ୍ତନ ଘଟାଏ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ ସ୍ଥିତିସ୍ଥାପକ ବୋଲି କୁହାଯାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ∞ ବା ଅସୀମ । ଏ କ୍ଷେତ୍ରରେ ଚାହିଦା ରେଖା ଆନୁଭୂମିକ ହେବ ।
CHSE Odisha Class 12 Economics Chapter 5 Short Answer Questions in Odia Medium 3
ବସୁବରେ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ଏକ ବିରଳ ଘଟଣା । କିନ୍ତୁ ଅର୍ଥଶାସ୍ତ୍ରରେ ତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହା ଗୁରୁତ୍ବପୂର୍ଣ ।
ଯଦି ଦରରେ ଯେକୌଣସି ପରିବର୍ତ୍ତନ ଚାହିଦା ପରିମାଣରେ ଆଦୌ ପରିବର୍ତ୍ତନ ଘଟାଏ ନାହିଁ, ତେବେ ଦ୍ରବ୍ୟର ଚାହିଦା ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ହେବ । ଏଠାରେ ଦରରେ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଚାହିଦା ପରିମାଣରେ ପରିବର୍ତ୍ତନ ହୋଇନଥାଏ । ଏଠାରେ ଚାହିଦାର ସ୍ଥିତିସ୍ଥାପକତା ଶୂନ୍ୟ । ଏ କ୍ଷେତ୍ରରେ ଦର ଯାହା ହେଉନା କାହିଁକି ଚାହିଦା ପରିମାଣ ସ୍ଥିର ରହୁଥ‌ିବାରୁ ଚାହିଦା ରେଖା ଉଲ୍ଲମ୍ବ ହେବ ।
CHSE Odisha Class 12 Economics Chapter 5 Short Answer Questions in Odia Medium 4

10. ଚାହିଦାର ସଂକୋଚନ ଓ ଚାହିଦାର ହ୍ରାସ :
Answer:
ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହି, କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ହ୍ରାସ ପାଇଥାଏ ଯାହାକୁ ଚାହିଦାର ସଂକୋଚନ କୁହାଯାଏ । ଏ କ୍ଷେତ୍ରରେ ଚାହିଦା ରେଖା ପରିବର୍ତ୍ତିତ ହୁଏ ନାହିଁ । ଦର ବୃଦ୍ଧି ଯୋଗୁଁ ଉପଭୋକ୍ତା ମୂଳ ଚାହିଦା ରେଖାର ଡାହାଣରୁ ବାମକୁ ଊର୍ଦୁ ବିନ୍ଦୁକୁ ଗତି କରେ ।

ଦ୍ରବ୍ୟର ଦାମ୍ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ପ୍ରତିକୂଳ ଦିଗରେ ପରିବର୍ତ୍ତନ ଯୋଗୁଁ ଦ୍ରବ୍ୟର ଚାହିଦା କମ୍ ହୋଇଥାଏ । ଏହାକୁ ଚାହିଦା ହ୍ରାସ ବୋଲି କୁହାଯାଏ । ଆୟର ହ୍ରାସ ଯୋଗୁଁ ଦ୍ରବ୍ୟର ଚାହିଦା ମଧ୍ୟ ହ୍ରାସ ପାଇଥାଏ । ଏ କ୍ଷେତ୍ରରେ ଚାହିଦା ରେଖା ବାମକୁ ସ୍ଥାନଚ୍ୟୁତ ହୋଇଥାଏ ।

11. ସଂଯୁକ୍ତ ଚାହିଦା ଓ ମିଶ୍ରିତ ଚାହିଦା :
Answer:
ଅଭାବ ପୂରଣସ୍ଥଳେ ଦ୍ରବ୍ୟର ଗୁରୁତ୍ୱ ଦୃଷ୍ଟିକୋଣରୁ ଚାହିଦାକୁ ସଂଯୁକ୍ତ ବା ମିଶ୍ରିତ ବୋଲି କୁହାଯାଇଥାଏ । କୌଣସି ଦ୍ରବ୍ୟ ଯେତେବେଳେ ନିର୍ଦ୍ଦିଷ୍ଟ ଅଭାବ ପୂରଣ ଲାଗି ଯଥେଷ୍ଟ ହୁଏ ନାହିଁ ଏବଂ ସେହି ଦ୍ରବ୍ୟ ସହ ଅନ୍ୟ ଦ୍ରବ୍ୟ ପ୍ରତି ମଧ୍ୟ ଚାହିଦା ସୃଷ୍ଟି ହୁଏ, ତେବେ ତାକୁ ସଂଯୁକ୍ତ କୁହାଯାଏ । ଉଦାହରଣସ୍ୱରୂପ, କାର, ଗାଡ଼ି ଏବଂ ପେଟ୍ରୋଲ ପ୍ରତି ଚାହିଦା ଏଠାରେ ଗୋଟିଏ ଦ୍ରବ୍ୟ ପ୍ରତି ଚାହିଦା । ଅନ୍ୟ ଦ୍ରବ୍ୟ ପ୍ରତି ଆପେ ଆପେ ଚାହିଦା ସୃଷ୍ଟି କରେ । ମାତ୍ର ଅନ୍ୟପକ୍ଷରେ ଯଦି କୌଣସି ଦ୍ରବ୍ୟ ପ୍ରତି ଚାହିଦା ବିଭିନ୍ନ ଅଭାବ ପୂରଣ ଲାଗି ସୃଷ୍ଟି ହୁଏ ତେବେ ତାହାକୁ ମିଶ୍ରିତ ଚାହିଦା ବୋଲି କୁହାଯାଏ । ଏଠାରେ ଏକକ ଦ୍ରବ୍ୟ ବିଭିନ୍ନ ଅଭାବ ପୂରଣ ଲାଗି ଯଥେଷ୍ଟ ହୋଇଥାଏ । ଉଦାହରଣସ୍ୱରୂପ କୋଇଲା ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 10 ପରିବେଶ ଓ ପ୍ରାକୃତିକ ସମ୍ପଦ Short & Long Answer Questions.

CHSE Odisha 12th Class Political Science Chapter 7 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ସିନ୍ଧୁ ନଦୀ ଜଳ ବିବାଦ କ’ଣ ?
Answer:
ସିନ୍ଧୁନଦୀର କେନାଲ ଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଦେଖାଯାଇଥିଲା । ୧୯୬୦ ମସିହାରେ ତତ୍‌କାଳୀନ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପାକିସ୍ତାନ ପ୍ରତିପକ୍ଷ ଆୟୁବ ଖାଁଙ୍କ ମଧ୍ୟରେ ଏକ ରାଜିନାମା ସାକ୍ଷରିତ ହେବାପରେ ଏକ ଆୟୋଗ ଗଠିତ ହୋଇ ଏହାର ସମାଧାନ କରିଥିଲା ।

୨ । ପଞ୍ଚଶୀଳ ନୀତିକୁ ନେଇ ଏକ ରାଜିନାମା କାହା କାହା ମଧ୍ୟରେ ସାକ୍ଷରିତ ହୋଇଥିଲା ?
Answer:
ଭାରତ ଓ ଚୀନ ମଧ୍ୟରେ ଅନ୍ତଃରାଷ୍ଟ୍ରୀୟ ଏବଂ ଅନ୍ୟାନ୍ୟ ସମ୍ପର୍କ ପାଇଁ ୧୯୫୪ ମସିହା ଏପ୍ରିଲ ୨୯ ତାରିଖରେ ପଞ୍ଚଶୀଳ ରାଜିନାମା ନାମକ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା । ଏହାର ମୁଖ୍ୟ ପ୍ରବକ୍ତା ଥିଲେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ।

୩ । ତାସ୍କେଣ୍ଟ ସମ୍ମିଳନୀର ଗୁରୁତ୍ବ କ’ଣ ବା ତାସ୍କେଣ୍ଟ ରାଜିନାମା କ’ଣ ?
Answer:
ରୁଷିଆର ସର୍ବୋଚ୍ଚ ଶାସକ ଶ୍ରୀଯୁକ୍ତ କୋସିଜିନ୍‌ଙ୍କ ମଧ୍ୟସ୍ତତାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଲାଲବାହାଦୂର ଶାସ୍ତ୍ରୀ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁଙ୍କ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସାକ୍ଷରିତ ହୋଇଥିଲା । ଉଭୟ ରାଷ୍ଟ୍ର ମଧ୍ୟରେ ଉତ୍ତମ ପଡ଼ୋଶୀର ସମ୍ପର୍କ ରକ୍ଷା ଥିଲା ଏହାର ବିଶେଷତ୍ଵ ।

୪। ସିମୂଲା ରାଜିନାମା କେବେ ଓ କାହା କାହା ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୨ ମସିହା ଜୁଲାଇ ୨ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍ ଫିକର ଅଲ୍ଲି ଭୁଟୋଙ୍କ ମଧ୍ୟରେ ସିମ୍କାଠାରେ ଏକ ଶିଖର ସମ୍ମିଳନୀ ହୋଇଥିଲା । ଏଥିରେ ସାକ୍ଷରିତ ହୋଇଥୁବା ରାଜିନାମା ସିମଲା ରାଜିନାମା ରୂପେ ପରିଚିତ ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

୫ । ଲାହୋର ଘୋଷଣା କ’ଣ ?
Answer:
୧୯୯୯ ମସିହା ଫେବୃଆରୀ ୩ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସ୍‌ରେ ଯାତ୍ରା କରି ବସ୍ ଚଳାଚଳର ଶୁଭାରମ୍ଭ କରିଥିଲେ । ଲାହୋରଠାରେ ଯେଉଁ ଘୋଷଣାନାମା ପ୍ରକାଶିତ ହୋଇଥିଲା ତାହା ଲାହୋର ଘୋଷଣା ଭାବେ ପରିଚିତ । ଏହି ଘୋଷଣାନାମାରେ ସିମଲା ରାଜିନାମା ଅନୁସାରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଘୋଷଣା କରାଯାଇଥିଲା ।

B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧ । ପଞ୍ଚଶୀଳ ନୀତି
Answer:
ଭାରତ ଓ ଚୀନ ମଧ୍ୟରେ ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ଏବଂ ଅନ୍ୟାନ୍ୟ ସମ୍ପର୍କ ପାଇଁ ୧୯୫୪ ମସିହା ଏପ୍ରିଲ ୨୯ ତାରିଖରେ ଏକ ଚୁକ୍ତି ସାକ୍ଷରିତ ହୋଇଥିଲା । ଏହି ଚୁକ୍ତି ମୁଖ୍ୟତଃ ପାଞ୍ଚଗୋଟି ସର୍ଭ ଉପରେ ପ୍ରତିଷ୍ଠିତ ଥିଲା ।

  • ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତା ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ |
  • ପାରସ୍ପରିକ ଅନାକ୍ରମଣ ।
  • ପରସ୍ପରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନିବାରଣ ।
  • ସମାନତା ଓ ପାରସ୍ପରିକ ସୁବିଧା ହାସଲ ।
  • ଶାନ୍ତିପୂର୍ଣ୍ଣ ସହାବସ୍ଥାନ ।

ପଣ୍ଡିତ ନେହେରୁ ଥିଲେ ଏହାର ପ୍ରବକ୍ତା । ଏହାକୁ ପଞ୍ଚଶୀଳ ନୀତି କୁହାଯାଏ । ପରବର୍ତ୍ତୀ ସମୟରେ ୧୯୫୫ ମସିହାରେ ଅନୁଷ୍ଠିତ ବାନ୍ଦୁଙ୍ଗ୍ ସମ୍ମିଳନୀରେ ପଞ୍ଚଶୀଳ ନୀତିକୁ ଗ୍ରହଣ କରାଗଲା ।

୨ । ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ବା ସାର୍କ
Answer:
ଏସିଆ ମହାଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଦାନ ମଧ୍ୟ କମ୍ ନୁହେଁ । ଭାରତ, ପାକିସ୍ତାନ, ନେପାଳ, ଭୁଟାନ, ଶ୍ରୀଲଙ୍କା, ବଙ୍ଗଳାଦେଶ, ମାଲାଡ଼ିଭ୍ ଓ ଆଫଗାନିସ୍ତାନ ସମେତ ୮ଟି ରାଷ୍ଟ୍ର ବିଶିଷ୍ଟ ଦକ୍ଷିଣ ଏସିଆ ଆଞ୍ଚଳିକ ସଂଯୋଗ ସମିତିର ଭାରତ ହେଉଛି ବସ୍ତୁତଃ ଜନ୍ମଦାତା । ୧୯୮୬ ମସିହା ଅକ୍ଟୋବର ପହିଲା ଦିନ ନୂଆଦିଲ୍ଲୀଠାରେ ଗଠିତ ଏହି ଅନୁଷ୍ଠାନ ଆଞ୍ଚଳିକ ସହଯୋଗ ପ୍ରତିଷ୍ଠା ଦିଗରେ ଭାରତର ଆନ୍ତରିକତାର ଏକ ନିଦର୍ଶନ । ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ସୁସମ୍ପର୍କ ପ୍ରତିଷ୍ଠା କରିବା ଭାରତର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ଶ୍ରୀଲଙ୍କାର ଜାତିଗତ ସମସ୍ୟାର ସମାଧାନ ଦିଗରେ ଭାରତ ଶ୍ରୀଲଙ୍କା ରାଜିନାମା ବଳିଷ୍ଠ ପଦକ୍ଷେପ ।

୩ । ଭାରତର ବୈଦେଶିକ ନୀତିର ବିଶେଷତ୍ବ
Answer:
ଭାରତ ସମ୍ବିଧାନ ପୃଥ‌ିବୀର ଏକମାତ୍ର ସମ୍ବିଧାନ ଯାହା ଦେଶର ବୈଦେଶିକ ନୀତି ନିର୍ଦ୍ଧାରଣ କରିବାପାଇଁ ସାମ୍ବିଧାନିକ ବ୍ୟବସ୍ଥା କରିଛି । ସମ୍ବିଧାନର ୫୧ ଧାରାରେ କୁହାଯାଇଛି ଯେ,

  • ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷାର ଉନ୍ନତି
  • ଦେଶ ଦେଶ ମଧ୍ୟରେ ନ୍ୟାୟପୂର୍ଣ୍ଣ ଓ ସମ୍ମାନଜନକ ସମ୍ପର୍କ ରକ୍ଷା
  • ଆନ୍ତର୍ଜାତିକ ଆଇନ ଓ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ ଓ
  • ମଧ୍ୟସ୍ଥିତା ମାଧ୍ୟମରେ ଆନ୍ତଃରାଷ୍ଟ୍ରୀୟ ବିବାଦଗୁଡ଼ିକୁ ସମାଧାନ କରିବାପାଇଁ ଯଥାଯଥ ଉଦ୍ୟମ କରିବା

ଇତ୍ୟାଦି ସାମ୍ବିଧାନିକ ଏହି ବ୍ୟବସ୍ଥା ଭାରତୀୟ ବୈଦେଶିକ ନୀତିର ଦିଗ୍‌ଦର୍ଶକ । ଆମ ଦେଶରେ ଅନୁସୃତ ବୈଦେଶିକ ନୀତିର ବୈଶିଷ୍ଟ୍ୟଗୁଡ଼ିକ ହେଲା –

  • ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା
  • ସାମ୍ରାଜ୍ୟବାଦର ବିରୋଧ
  • ବର୍ଣ୍ଣବୈଷମ୍ୟ ବିରୋଧ
  • ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ
  • ଶାନ୍ତିପୂର୍ଣ୍ଣ ସହାବସ୍ଥାନ
  • ଗୋଷ୍ଠୀ ନିରପେକ୍ଷତା

୪ । ତାସ୍କେଣ୍ଟ ରାଜିନାମାର ବିଶେଷତ୍ଵ
Answer:
ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ରୁଷିଆର ସର୍ବୋଚ୍ଚ ଶାସକ ଶ୍ରୀଯୁକ୍ତ କୋସିଜିନ୍ ମଧ୍ୟସ୍ଥତା କରିଥିଲେ । ତାଙ୍କ ଉଦ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁ ୧୯୬୬ ମସିହା ଜାନୁଆରୀ ମାସରେ ତାସ୍କେଣ୍ଟଠାରେ ଏକ ସମ୍ମିଳନୀରେ ମିଳିତ ହୋଇଥିଲେ । ଏକ ସପ୍ତାହ ବ୍ୟାପୀ ବିଚାର ବିମର୍ଷ ପରେ ଉଭୟ ନେତାଙ୍କ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଉନ୍ନତି, ଉଭୟ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଉତ୍ତମ ପଡ଼ୋଶୀ ଭାବରେ ସମ୍ପର୍କ ପ୍ରତିଷ୍ଠା, ମିଳିତ ଜାତିସଂଘ ସନନ୍ଦ ପ୍ରତି ପୁନଃ ଆସ୍ଥା ପ୍ରକଟ ଏହି ରାଜିନାମାର ବିଶେଷତ୍ଵ ଥିଲା ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

୫ । ସିମଲା ରାଜିନାମା – ୧୯୭୨ର ବିଶେଷତ୍ଵ
Answer:
୧୯୭୨ ମସିହା ଜୁଲାଇ ୨ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର୍ ଅଲ୍ଲି ଭୁଟୋଙ୍କ ମଧ୍ୟରେ ସିମଲାଠାରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ଯାହାକି ସିମଲା ରାଜିନାମା ଭାବେ ଖ୍ୟାତ ।
ଏହାର ସର୍ଭ ଥିଲା :

  • ସୀମାରେଖାରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ।
  • ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ।
  • ଜାମ୍ମୁ ଓ କାଶ୍ମୀର ବେସାମରିକ ଅଞ୍ଚଳକୁ ଉଭୟ ଭାରତ ଓ ପାକିସ୍ତାନର ମିଳିତ ତଦାରଖ ।
  • ଉଭୟ ଦେଶର ସମ୍ପର୍କକୁ ସାମାନ୍ୟ କରିବାପାଇଁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ ।

୬ | ଲାହୋର ଘୋଷଣା – ୧୯୯୯ର ବିଶେଷତ୍ଵ
Answer:
୧୯୯୯ ମସିହା ଫେବୃଆରୀ ୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ଦିଲ୍ଲୀ ଓ ଲାହୋର ବସ୍ ଚଳାଚଳ ଉଦ୍‌ଘାଟନ ସରୂପ ନିଜେ ବସ୍ ଯୋଗେ ଲାହୋର ଗସ୍ତ କରିଥିଲେ । ଲାହୋରଠାରେ ତିନୋଟି ଦଲିଲ୍‌ରେ ଏକ ଘୋଷଣାନାମା ପ୍ରକାଶିତ କରିଥିଲେ । ତାହାର ବିଶେଷତ୍ଵ ହେଲା –

  • ଯଥାଶୀଘ୍ର କାଶ୍ମୀର ସମସ୍ୟାକୁ ସିମଲା ରାଜିନାମା ଅନୁସାରେ ସମାଧାନ ।
  • ଜଣେ ଅନ୍ୟ ଜଣଙ୍କ ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବେ ନାହିଁ ।
  • ଆଣବିକ ପରୀକ୍ଷା ବାତିଲ୍ ଓ ଆକସ୍ମିକ ଭାବେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରାଯିବ ନାହିଁ ।
  • ପର୍ଯ୍ୟାବରଣର ସୁରକ୍ଷା ପାଇଁ ଉଭୟେ ମିଳିତ ଭାବେ କାର୍ଯ୍ୟ କରିବେ ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ଲକ୍ଷଣ (Main features) ଗୁଡ଼ିକ ଆଲୋଚନା କର ।
Answer:
ବ୍ରିଟିଶ୍ ଶାସନାଧୀନ ଭାରତର ମଧ୍ୟ ବୈଦେଶକି ନୀତି ଥିଲା ଓ ଆନ୍ତର୍ଜାତିକ ଘଟଣାବଳୀ ସହ ଏହାର ଘନିଷ୍ଠ ସମ୍ପର୍କ ରହିଥିଲା । ମାତ୍ର ସ୍ଵାଧୀନତୋତ୍ତର ଭାରତରେ ନିଜସ୍ଵ ସ୍ଵାଧୀନ ବୈଦେଶିକ ନୀତି ଗ୍ରହଣ କରାଯିବା ହିଁ ହେଉଛି ଅତୀତ ଓ ବର୍ତ୍ତମାନ ମଧ୍ୟରେ ଥିବା ପାର୍ଥକ୍ୟ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ହିଁ ଆଣିଦେଲା ପୂର୍ଣ୍ଣ ସୁଯୋଗ ଓ ପୁଞ୍ଜୀଭୂତ ଆଶା ଏବଂ ଉଦ୍ଦୀପନା, ଯାହାକୁ ମୂଳଭିତ୍ତି କରି ଅତୀତର ନୀତି, ଘଟଣାବଳୀ, ଜାତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସକୁ ପାଥେୟ କରି ଭାରତର ନୂତନ ବୈଦେଶିକ ନୀତି ପ୍ରକାଶିତ ହେଲା । ଭାରତର ବୈଦେଶିକ ନୀତି ଅତୀତରୁ ବିଚ୍ଛିନ୍ନ ନୁହେଁ ବୋଲି ୧୯୫୦ ମସିହାରେ ପଣ୍ଡିତ ଜବାହରଲାଲ ନେହେରୁ ଭାଷଣ ପ୍ରସଙ୍ଗରେ ଲୋକସଭାରେ ମତ ଦେଇଥିଲେ । ସମୟ ଓ ପରିସ୍ଥିତିର ପରିବର୍ତ୍ତନ ସହ ଏଣ୍ଡ୍‌ରେ ମଧ୍ଯ ସଂଶୋଧନ କରାଯାଇ ପରିମାର୍ଜିତ କରାଯାଉଛି । ପାମର ଓ ପରକିସଙ୍କ ମତରେ, ‘ଭାରତର ବୈଦେଶିକ ନୀତିର ଅନ୍ତଃସତ୍ତା ବହୁ ଶତାବ୍ଦୀ ଧରି ସମୃଦ୍ଧ ହୋଇ ନିହିତ ରହିଛି ।’’
ଭାରତୀୟ ବୈଦେଶିକ ନୀତିର ମୂଳ ଲକ୍ଷ୍ୟ :
ଭାରତୀୟ ବୈଦେଶିକ ନୀତି ଅତ୍ୟନ୍ତ ସରଳ ଓ ସ୍ପଷ୍ଟ ଅଟେ । ଏଥୁରେ ନିମ୍ନଲିଖିତ ମୁଖ୍ୟ ଲକ୍ଷ୍ୟଗୁଡ଼ିକ ସନ୍ନିବେଶିତ ହୋଇଛି ।

  • ଭାରତର ଭୂଖଣ୍ଡୀୟ ଏକତ୍ଵ ରକ୍ଷା ।
  • ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା ।
  • ପଡ଼ୋଶୀ ରାଜ୍ୟମାନଙ୍କ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ ।
  • ପଡ଼ୋଶୀ ଭୂଖଣ୍ଡ ମଧ୍ଯରେ ବସବାସ କରୁଥିବା ଅଧିବାସୀମାନଙ୍କୁ ନିରାପତ୍ତା ପ୍ରଦାନ ।
  • ଅନ୍ୟ ଦେଶଗୁଡ଼ିକ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ।
  • ଭାରତୀୟ ଆକାଶ ଓ ଜଳପଥର ସୁରକ୍ଷା ।
  • ଅନ୍ୟ ପରାଧୀନ ଦେଶଗୁଡ଼ିକର ସ୍ବାଧୀନତା ଆନ୍ଦୋଳନକୁ ସମର୍ଥନ ।
  • ଆନ୍ତର୍ଜାତିକ କନ୍ଦଳର ଶାନ୍ତିପୂର୍ଣ୍ଣ ଆପୋଷ ସମାଧାନ ।
  • ବିଶ୍ୱଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପାଇଁ ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ସହ ପ୍ରତ୍ୟକ୍ଷ ସହଯୋଗ ।

ପାମର ଓ ପରକିସ ଏହି ଲକ୍ଷ୍ୟଗୁଡ଼ିକୁ ନିମ୍ନୋକ୍ତ ମତେ ବର୍ଣ୍ଣନା କରିଛନ୍ତି, ଯଥା –

  • ସାମ୍ରାଜ୍ୟବାଦୀ ଓ ସାମାଜିକ ଭେଦ ବିରୁଦ୍ଧରେ ସଂଗ୍ରାମ ।
  • କମ୍ୟୁନିଷ୍ଟ ଓ କ୍ଷମତା-ରାଜନୀତିର ମୃତସ୍ତୂପ ଉପରେ ଜାତିର ଅର୍ଥନୈତିକ, ସାମାଜିକ, ରାଜନୈତିକ ତଥା ସାମଗ୍ରିକ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ ।
  • ଏସୀୟ ଦେଶଗୁଡ଼ିକ ଉପରେ କୌଣସି ପ୍ରକାର ଚାପର ବିରୋଧ ।
  • ଗୋଷ୍ଠୀ -ନିରପେକ୍ଷ ନୀତି ଓ ସ୍ଵାଧୀନତା ଉପରେ ଗଭୀର ବିଶ୍ବାସ ସ୍ଥାପନ ।
  • ସଂଯୁକ୍ତ ଜାତିସଂଘ (UNO) ଓ ଆନ୍ତର୍ଜାତିକତାବାଦ ଉପରେ ବିଶ୍ବାସ ସ୍ଥାପନ ।
  • ଶୀତଳ ଯୁଦ୍ଧ (Cold War) ଓ ଆଞ୍ଚଳିକ ନିରାପତ୍ତା ସଙ୍ଗଠନ (Regional Security Organisation) ବିରୁଦ୍ଧରେ ସଂଗ୍ରାମ ଓ ନିରାପତ୍ତାମୂଳକ ପଦକ୍ଷେପ ଗ୍ରହଣ ।
  • ଆନ୍ତର୍ଜାତିକ ଶାନ୍ତି ରକ୍ଷା, ଅନ୍ତ ହ୍ରାସ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତିର ସଫଳ ବିନ୍ୟାସ ପାଇଁ ପଦକ୍ଷେପ ଗ୍ରହଣ ଇତ୍ୟାଦି ।

ଉପରୋକ୍ତ ଲକ୍ଷ୍ୟଗୁଡ଼ିକୁ ବିଚାରକୁ ନେଲେ ଏହା ଆଦର୍ଶବଦ (Idealism) ଓ ବାସ୍ତବବାଦ (Realism) ର ଏକ ଅପୂର୍ବ ସମ୍ମିଶ୍ରଣ ବୋଲି ପ୍ରତୀୟମାନ ହୁଏ । ଜାତୀୟ ସ୍ୱାର୍ଥ ଏହାର ଅନ୍ତିମ ଲକ୍ଷ୍ୟ ହେଲେ ମଧ୍ୟ ବିଶ୍ୱଶାନ୍ତି ପ୍ରତିଷ୍ଠା ଓ ମାନବଜାତିର କଲ୍ୟାଣ ରୂପକ ବୃହତ୍ତର ଲକ୍ଷ୍ୟ ପ୍ରତି ଏହା ସଚେତନ ଅଟେ । ଇସ୍ରାଏଲ୍ ବିରୁଦ୍ଧରେ ଆରବ ଦେଶଗୁଡ଼ିକୁ ସମର୍ଥନ, ରୁଷିଆ ଓ ଆମେରିକା ମଧ୍ୟରୁ ରୁଷିଆକୁ ଅଧ‌ିକ ସମର୍ଥନ ଇତ୍ୟାଦି କେତେକ ବିଷୟକୁ ନେଇ ସମାଲୋଚକମାନେ ଏହା ଭାରତର ବୈଦେଶିକ ନୀତିର ବିରୁଦ୍ଧାଚରଣ କରୁଛି ବୋଲି ମତ ଦେଇଥା’ନ୍ତି ।

ମାତ୍ର ସ୍ଥୂଳତଃ, ଭାରତର ନୀତି ଗୋଷ୍ଠୀ-ନିରପେକ୍ଷ (Non-alignment) ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ (Peaceful co-existence) ନୀତି ଉପରେ ହିଁ ପର୍ଯ୍ୟବସିତ ଅଟେ । ବାସ୍ତବତା ଦୃଷ୍ଟିକୋଣରୁ ଜାତୀୟ ସ୍ୱାର୍ଥ ଓ କଲ୍ୟାଣକୁ ବାଦ୍ ଦେଇ କୌଣସି ବୈଦେଶିକ ନୀତି ପ୍ରକାଶିତ ହେବା ସମ୍ଭବ ନୁହେଁ । ଏଣୁ ୧୯୪୭ ମସିହା ଡିସେମ୍ବର ୪ ତାରିଖ ଦିନ ଶାସନ ବିଧାୟକ ସଭାରେ ପଣ୍ଡିତ ଜବାହରଲାଲ ନେହେରୁ ମତ ଦେଇଥିଲେ, ‘ଆମେ ଆନ୍ତର୍ଜାତିକ ଶାନ୍ତି, ସହଯୋଗ ଓ ସ୍ଵାଧୀନତା ଉପରେ ଯେତେ ଅଧ‌ିକ ଆଲୋଚନା କଲେ ମଧ୍ୟ ଗୋଟିଏ ଦେଶର ବୈଦେଶକି ନୀତିର ଅନ୍ତଃସ୍ବର ଜାତୀୟ ସ୍ଵାର୍ଥରେ ହିଁ ନିହିତ ରହିଥାଏ ।’’

ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ବୈଶିଷ୍ଟ୍ୟ :
ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ଲକ୍ଷଣଗୁଡ଼ିକୁ ନିମ୍ନଲିଖ୍ ବିଷୟଗୁଡ଼ିକ ମଧ୍ୟରେ ସୀମାବଦ୍ଧ କରି ରଖାଯାଇପାରେ ଯଥା :

  • ଗୋଷ୍ଠୀ ନିରପେକ୍ଷ ନୀତି ।
  • ସାମ୍ରାଜ୍ୟବାଦ (Imperialism) ଓ ଔପନିବେଶିକବାଦର (Colonialism) ର ବିରୋଧ ।
  • ଜାତି ଓ ବର୍ଷଗତ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ ।
  • ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବନ୍ଧୁତ୍ଵପୂର୍ଣ୍ଣ ସଂପର୍କ ସ୍ଥାପନ ।
  • ସଂଯୁକ୍ତ ଜାତିସଂଘର ନୀତି ପ୍ରତି ଗୁରୁତ୍ବ ଆରୋପ ।
  • ଆଫ୍ରିକୀୟ -ଏସୀୟ (Afro-Asian) ଦେଶଗୁଡ଼ିକ ମଧ୍ୟରେ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଓ ଐକ୍ୟ ପ୍ରତିଷ୍ଠା ।
  • ପଞ୍ଚଶୀଳ (Panchsheel) ।
  • ଜାତୀୟ ସମ୍ମତି ବା ଐକ୍ୟମତ ପ୍ରତିଷ୍ଠା (National Consensus)

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

(୧) ଗୋଷ୍ଠୀ ନିରପେକ୍ଷ ନୀତି:
ଭାରତ ହେଉଛି ଗୋଷ୍ଠୀ ନିରପେକ୍ଷ ନୀତିକୁ ଗ୍ରହଣ କରିବା କ୍ଷେତ୍ରରେ ପ୍ରଥମ ରାଷ୍ଟ୍ର । ଏହି ନୀତି ଦ୍ୱିତୀୟ ବିଶ୍ୱଯୁଦ୍ଧର ପରବର୍ତ୍ତୀ ଏସିଆ ଓ ଆଫ୍ରିକା ମହାଦେଶରେ ବିଶେଷ ଭାବେ ଜନପ୍ରିୟ ହୋଇପାରିଛି । ନେହେରୁଙ୍କ ମତରେ, ଯେତେଦୂର ସମ୍ଭବ କ୍ଷମତା ଗୋଷ୍ଠୀମାନଙ୍କଠାରୁ ଭାରତ ଦୂରେଇ ରହିବାକୁ ଚାହେଁ, କାରଣ ସେହି କ୍ଷମତା ଗୋଷ୍ଠୀମାନଙ୍କ ପାଇଁ ଅତୀତରେ ଦୁଇଟି ବିଶ୍ଵଯୁଦ୍ଧ ସଙ୍ଘଟିତ ହୋଇଛି ଓ ଭବିଷ୍ୟତରେ ମଧ୍ୟ ଏହାର ପୁନରାବୃତ୍ତି ହୋଇପାରେ । ଗୋଷ୍ଠୀ ନିରପେକ୍ଷତାର ଅର୍ଥ ନୁହେଁ ଯେ ଭାରତ ଆନ୍ତର୍ଜାତିକ କ୍ଷେତ୍ରରେ ଜୀବତ୍ଵ ପ୍ରକାଶ କରିବ ଅର୍ଥାତ୍ ସେହି କ୍ଷେତ୍ରରେ ଅଂଶଗ୍ରହଣ କରିବ ନାହିଁ । ଏହାର ପ୍ରକୃତ ଅର୍ଥ କାହାଦ୍ଵାରା ପ୍ରଭାବିତ ନ ହୋଇ ସ୍ବାଧୀନ ଭାବେ ନିଜର ନୀତି ନିର୍ଦ୍ଧାରଣ କରିବା ।

ପଣ୍ଡିତ ନେହେରୁଙ୍କ ଭାଷାରେ, ‘ଯେତେବେଳେ ସ୍ଵାଧୀନତା ବିପଦାପନ୍ନ, ଅନ୍ୟାୟ, ପ୍ରତିବାଦର ସମ୍ମୁଖୀନ କିମ୍ବା ଆକ୍ରମଣର ଗତି ପ୍ରବଳ, ସେତେବେଳେ ଆମେ ଜୀବତ୍ୱ ପ୍ରକାଶ କରିବା ସମ୍ଭବପର ନୁହେଁ ।’’୧୯୫୫ ମସିହା ଏପ୍ରିଲ୍ ମାସରେ ବାନ୍ଦୁଙ୍ଗ୍ ସମ୍ମିଳନୀରେ ଏହା ସପକ୍ଷରେ ଭାରତ ସ୍ଵର ଉତ୍ତୋଳନ କରିଥିଲା । ୧୯୭୧ ମସିହାରେ ରୁଷିଆ ସହ ଭାରତର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ରକ୍ଷା ପାଇଁ ସ୍ବାକ୍ଷରିତ ହୋଇଥିବା ଚୁକ୍ତି, ଆମ ଗୋଷ୍ଠୀ ନିରପେକ୍ଷ ନୀତିର ବିରୋଧ କରୁଛି ବୋଲି ସମାଲୋଚକମାନେ ମତ ଦେଉଥିଲେ ମଧ୍ୟ ଏହି ମତର ଭିତ୍ତିଭୂମି ଦୁର୍ବଳ ଅଟେ । ପଣ୍ଡିତ ନେହେରୁଙ୍କଠାରୁ ଆରମ୍ଭ କରି ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ପର୍ଯ୍ୟନ୍ତ ପୁନଶ୍ଚ ୧୯୭୭ ମସିହାର ଜନତା ସରକାରଙ୍କ ସମୟରେ ତଥା ଏନ. ଡ଼ି. ଏ. ଓ ଉପା ସରକାରଙ୍କ ବୈଦେଶିକ ନୀତି ଏହା ଉପରେ ପର୍ଯ୍ୟବସିତ ।

ଭାରତ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସମ୍ମିଳନୀ ୧୯୮୩ ମସିହାରେ ଦିଲ୍ଲୀଠାରେ ଆୟୋଜନ କରିଥିଲା । ଭାରତ ଜାତିସଂଘରେ ମଧ୍ୟ ଏହି ଗୋଷ୍ଠୀର ମୁଖପାତ୍ର ରୂପେ କାର୍ଯ୍ୟ କରୁଛି । ବାନ୍ଦୁଙ୍ଗୁରୁ ବେଲ୍‌ଟ୍ରେଡ଼ ପର୍ଯ୍ୟନ୍ତ ଦୀର୍ଘଯାତ୍ରାରେ ଏସୀୟ ଓ ଆଫ୍ରିକୀୟ ଦେଶମାନଙ୍କର ନୂତନଭାବେ ସ୍ବାଧୀନତାପ୍ରାପ୍ତ ଦେଶମାନେ ୟୁଗୋସ୍ଲୋଭିଆର ରାଷ୍ଟ୍ରପତି ଟିଟୋ ଓ ଇଜିପ୍ଟର ରାଷ୍ଟ୍ରମୁଖ୍ୟ ନାସେରଙ୍କ ସହ ମିଶି ଭାରତର ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଶୀତଳଯୁଦ୍ଧର ଗତିରୋଧ, ଗୋଷ୍ଠୀଗତ ରାଜନୀତିର ବିକଳ୍ପ, ଦ୍ୱି-ଶକ୍ରୀୟ ବିଶ୍ୱର ବିରୋଧ ପାଇଁ ନେଇଥ‌ିବା ସଂକଳ୍ପରୁ ସୃଷ୍ଟ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଭାରତର ବୈଦେଶିକ ନୀତିର ମୁଖ୍ୟ ଭିତ୍ତିଭୂମି ଅଟେ ।

(୨) ସାମ୍ରାଜ୍ୟବାଦ (Imperialism) ଓ ଔପନିବେଶିକବାଦ (Colonialism) ର ବିରୋଧ:
ଭାରତ, ଇଂରେଜ ସାମ୍ରାଜ୍ୟବାଦ ନୀତିର ଶିକାର ହୋଇଥ‌ିବାରୁ ଏହାର ବୈଦେଶିକ ନୀତି ସାମ୍ରାଜ୍ୟବାଦ ଓ ଔପନିବେଶିକବାଦକୁ ବିରୋଧ କରିଥାଏ । ଏହି ନୀତି ଦ୍ଵୟ ଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତି କରି ବିଶ୍ବ-ଶାନ୍ତିକୁ ବିପନ୍ନ କରୁଥିବାରୁ ଭାରତ ଏହାର ବିରୋଧୀ ଅଟେ । ଭାରତ ବିଭିନ୍ନ ଦେଶର ଜାତୀୟ ଆନ୍ଦୋଳନକୁ ସର୍ବଦା ସମର୍ଥନ କରିଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହଲାଣ୍ଡ ଯେତେବେଳେ ଇଣ୍ଡୋନେସିଆର ସ୍ଵାଧୀନତାକୁ ବିପନ୍ନ କରିବାପାଇଁ ପଦକ୍ଷେପ ନେଲା, ସେତେବେଳେ ଭାରତ ଏହାର ପ୍ରବଳ ବିରୋଧ କରିବା ସଙ୍ଗେ ସଙ୍ଗେ ଇଣ୍ଡୋନେସିଆକୁ ପ୍ରତ୍ୟକ୍ଷ ସାହାଯ୍ୟ ପ୍ରଦାନ କରିଥିଲା । ସେହି ସମୟଠାରୁ ଭାରତ ବିଭିନ୍ନ ସମୟରେ ମାଲୟ, ଆଲଜେରିଆ, କଙ୍ଗୋ, ମରକ୍କୋ ଇତ୍ୟାଦି ରାଷ୍ଟ୍ରଗୁଡ଼ିକୁ ସ୍ଵାଧୀନତା ପ୍ରଦାନ ପାଇଁ ସହଯୋଗ ପ୍ରଦାନ କରିଛି । ଏସିଆ ଓ ଆଫ୍ରିକା ମହଦେଶରେ ନୂତନ ଭାବେ ସ୍ଵାଧୀନତା ପାଉଥିବା ଦେଶଗୁଡ଼ିକୁ ଭାରତ ସମର୍ଥନ, ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଛି । ୧୯୭୧ ମସିହାରେ ପୂର୍ବ ପାକିସ୍ତାନର ମୁକ୍ତି ଆନ୍ଦୋଳନରେ ଭାରତର ଅଂଶଗ୍ରହଣ ଓ ବଙ୍ଗଳାଦେଶର ସ୍ଥାପନା ପାଇଁ ଭାରତର ଅବଦାନ ଅନସ୍ବୀକାର୍ଯ୍ୟ ।

(୩) ଜାତି ଓ ବର୍ଷଗତ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ:
ଜାତି ଓ ବର୍ଷଗତ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ ହେଉଛି ଭାରତୀୟ ବୈଦେଶିକ ନୀତିର ଅନ୍ୟତମ ମୁଖ୍ୟ ବୈଶିଷ୍ଟ୍ୟ । ଭାରତ ଉଭୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଜାତି ବ୍ୟବସ୍ଥାର ବିରୋଧୀ ଅଟେ । ଦକ୍ଷିଣ ଆଫ୍ରିକାର ବର୍ଣ୍ଣଗତ ବୈଷମ୍ୟ ନୀତି ବିରୁଦ୍ଧରେ ଭାରତର ସ୍ବର ଉତ୍ତୋଳନ ଏହାର ପ୍ରମାଣ ଅଟେ । ପଣ୍ଡିତ ନେହେରୁଙ୍କ ମତରେ ଭାରତ ଜାତିବାଦ ସମ୍ପର୍କୀୟ ନାଜି ତତ୍ତ୍ଵକୁ ପ୍ରତ୍ୟାଖ୍ୟାନ କରିଛି । ପୃଥ‌ିବୀର ପ୍ରତ୍ୟେକ ଲୋକଙ୍କ ପାଇଁ ସମାନ ଓ ସମ୍ମାନାସ୍ପଦ ବ୍ୟବହାର ଦାବି ଭାରତର ବୈଦେଶିକ ନୀତିରେ ପ୍ରତିଫଳିତ ହୋଇଛି । ଭାରତ, ନିଟ୍ରୋ ଓ ରୋଡ଼େସିଆରେ ଅଣ-ଶ୍ୱେତାଙ୍ଗ ବ୍ୟକ୍ତିମାନଙ୍କର ସ୍ବାର୍ଥ ପାଇଁ ସଂଗ୍ରାମ କରିଛି ।

(୪) ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ:
ପଡ଼ୋଶୀ ତଥା ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ ଭାରତୀୟ ବୈଦେଶିକ ନୀତିର ଲକ୍ଷ୍ୟ ଅଟେ । ଭାରତୀୟ ସମ୍ବିଧାନର ୫୧ ଧାରାରେ ଏହି ସମ୍ପର୍କରେ ରାଷ୍ଟ୍ରର ନିର୍ଦ୍ଦେଶ ଦିଆଯାଇଛି । ସାଂସ୍କୃତିକ, ଅର୍ଥନୈତିକ, ବାଣିଜ୍ୟିକ ସମ୍ପର୍କ ସ୍ଥାପନ ପାଇଁ ଭାରତ ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବିଭିନ୍ନ ଚୁକ୍ତି ସଂପାଦନ କରିଛି ।

(୫) ସଂଯୁକ୍ତ ଜାତିସଂଘର ନୀତି ପ୍ରତି ଗୁରୁତ୍ୱ ଆରୋପ:
ବିଶ୍ୱଶାନ୍ତି ପ୍ରତିଷ୍ଠାର ମହାନ୍ ଲକ୍ଷ୍ୟ ରଖିଥିବା ଭାରତ, ସଂଯୁକ୍ତ ଜାତିସଂଘ ପରି ଆନ୍ତର୍ଜାତିକ ସଂଗଠନର ସ୍ଥିତି ପ୍ରତି ଗୁରୁତ୍ବ ଆରୋପ କରିବା ଏକ ସ୍ବାଭାବିକ ପ୍ରକ୍ରିୟା ଅଟେ । ଆନ୍ତର୍ଜାତିକ ବୃହର ଆପୋଷ ସମାଧାନ ଦିଗରେ ସଂଯୁକ୍ତ ଜାତିସଂଘ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ଜାତିସଂଘକୁ ସହଯୋଗ ଓ ସମର୍ଥନ ପ୍ରଦାନ କରିଥିଲା । ଏହି ସମସ୍ୟାର ସମାଧାନ ପାଇଁ ଭାରତ ଜାତିସଂଘକୁ ସାମରିକ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ସାହାଯ୍ୟ ଯୋଗାଇ ଦେଇଥାଏ । କଙ୍ଗୋ ସମସ୍ୟା ସମୟରେ ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘକୁ ଭାରତ ହିଁ ସହଯୋଗ କରିଥିଲା । ଉପରୋକ୍ତ କ୍ଷେତ୍ର ବ୍ୟତୀତ ଲେବାନିଜ୍ ବ୍ୟାପାର ସମୟରେ ଭାରତର ସହଯୋଗକୁ ଖୁବ୍ ଉନ୍ନତ ମାନର ବୋଲି ଜାତିସଙ୍ଘର ମୁଖ୍ୟ ସଚିବ ହାମର୍‌ସ୍କଜାଲଡ୍ ୧୯୫୯ ମସିହା ମାର୍ଚ୍ଚ ମାସରେ ମତ ଦେଇଥିଲେ । ଜାତିସଂଘରେ ତୃତୀୟ ବିଶ୍ଵର ବିକାଶ ଓ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ଲକ୍ଷ୍ୟ ପୂରଣ ପାଇଁ ଭାରତ ସଂଗ୍ରାମରତ ।

(୬) ଆଫ୍ରିକୀୟ-ଏସୀୟ ଦେଶଗୁଡ଼ିକ (Afro-Asian Countries) ମଧ୍ଯରେ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଓ ଐକ୍ୟ ପ୍ରତିଷ୍ଠା:
ଭାରତ ଆଫ୍ରିକା ଓ ଏସିଆ ମହାଦେଶର ଦେଶମାନଙ୍କ ସହ ଅର୍ଥନୈତିକ ଓ ରାଜନୈତିକ ସମ୍ପର୍କ ବୃଦ୍ଧି କରି ଐକ୍ୟ ପ୍ରତିଷ୍ଠାର ଲକ୍ଷ୍ୟ ରଖିଛି । ଭାରତର ବିଶ୍ଵାସ ଏହି ଦେଶମାନେ ଐକ୍ୟବଦ୍ଧଭାବେ ଔପନିବେଶିକବାଦ ବିରୁଦ୍ଧରେ ସଂଗ୍ରାମ କରିପାରିବେ । ଏହି ଐକ୍ୟ ସେମାନଙ୍କୁ ନିଜ ଗୋଡ଼ରେ ନିଜେ ଠିଆହେବାର ଦୃଢ଼ତା ଆଣିଦେବ ବୋଲି ଭାରତ ଆଶା କରେ । ଔପନିବେଶିକବାଦର ଆଧୁନିକ ରୂପରେଖ ‘Neo-Colonialism’ ଜାତି ଗଠନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।

ଜାତି ଗଠନର ଦୁଇଟି ଦିଗ ରହିଛି, ଯଥା-ରାଜନୈତିକ ଓ ଅର୍ଥନୈତିକ । ବୃହତ୍ ଶକ୍ତିମାନେ ଅର୍ଥନୈତିକ ସାହାଯ୍ୟ ପ୍ରଦାନକରି ନୂତନ ଭାବେ ସ୍ବାଧୀନତାପ୍ରାପ୍ତ ଦେଶଗୁଡ଼ିକର ରାଜନୈତିକ ସ୍ଵାଧୀନତାକୁ ନଷ୍ଟ କରି ଦେଉଛନ୍ତି । ଏହି ଦୃଷ୍ଟିକୋଣରୁ ଭାରତ ନିଜର ତଥା ଉପରୋକ୍ତ ଦେଶଗୁଡ଼ିକର ସ୍ବାର୍ଥ ଦୃଷ୍ଟିରୁ ଏହି ଦେଶଗୁଡ଼ିକୁ ସଙ୍ଗଠିତ କରିଛି । ଏସୀୟ ମହାଦେଶର ରାଷ୍ଟ୍ରଗୁଡ଼ିକର ସମ୍ମିଳନୀ ଦିଲ୍ଲୀଠାରେ ୧୯୪୭ ମସିହାରେ ଅନୁଷ୍ଠିତ ହୋଇଥିଲା । ଏସିଆରୁ ଔପନିବେଶିକବାଦର ମୂଳୋତ୍ପାଟନ ପାଇଁ ଏକ ପ୍ରସ୍ତାବ ଉକ୍ତ ସମ୍ମିଳନୀରେ ଗୃହୀତ ହୋଇଥିଲା । ଏହି ଶ୍ରେଣୀୟ ଦ୍ୱିତୀୟ ସମ୍ମିଳନୀ ପୁନଶ୍ଚ ଦିଲ୍ଲୀଠାରେ ୧୯୪୯ ମସିହାରେ ଅନୁଷ୍ଠିତ ହୋଇ ଇଣ୍ଡୋନେସିଆ ଉପରେ ହଲାଣ୍ଡର ଆକ୍ରମଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

ଏଥ‌ିରେ ୧୭ଟି ଦେଶର ପ୍ରତିନିଧୂ ଭାଗ ନେଇଥିଲେ ଓ ଏହା ସଫଳ ହୋଇଥିଲା । ୧୯୫୫ ମସିହା ଏପ୍ରିଲ୍ ୧୮ ତାରିଖ ଦିନ ଅନୁଷ୍ଠିତ ବାନ୍ଦୁଙ୍ଗ୍ ସମ୍ମିଳନୀରେ ୨୯ ଗୋଟି ଦେଶ ଅଂଶଗ୍ରହଣ କରିଥିଲେ । ଔପନିବେଶିକବାଦକୁ ବିରୋଧ ଓ ପଞ୍ଚଶୀଳ ନୀତିକୁ ଗ୍ରହଣ କରାଯାଇ ପ୍ରସ୍ତାବ ଏହି ସମ୍ମିଳନୀରେ ଗୃହୀତ ହୋଇଥିଲା । ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ, ସଂଯୁକ୍ତ ଆରବ ସାଧାରଣତନ୍ତ୍ରର ମୁଖ୍ୟ କର୍ଣ୍ଣେଲ ନାସେର ଓ ଯୁଗୋସ୍ଲୋଭିଆର ମୁଖ୍ୟ ମାର୍ଶଲ ଟିଟୋ ଏହି ଦେଶଗୁଡ଼ିକ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ପାଇଁ ଦିଲ୍ଲୀଠାରେ ଆୟୋଜିତ ଏକ ସମ୍ମିଳନୀରେ ବ୍ୟାପକ ଆଲୋଚନା କରିଥିଲେ ।

(୭) ପଞ୍ଚଶୀଳ (Panchsheel):
ଏହି ପଞ୍ଚଶୀଳ ନୀତି ଭାରତର ଆନ୍ତର୍ଜାତିକ ରାଜନୀତିକୁ ଦାନ ଅଟେ । ଭାରତ ଓ ଚୀନ୍ ମଧ୍ଯରେ ତିବ୍ବତ ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ଦୁଇ ଦେଶକୁ ବନ୍ଧୁତା ସୂତ୍ରରେ ଆବଦ୍ଧ କରିବାପାଇଁ ପାଞ୍ଚଗୋଟି ନୀତି ପ୍ରଣୀତ ହୋଇଥିଲା, ଯାହା ପଞ୍ଚଶୀଳ ନାମରେ ଖ୍ୟାତ ।

ସେହି ୫ଗୋଟି ନୀତି ହେଲା:

  • ପ୍ରତ୍ୟେକ ରାଷ୍ଟ୍ର ପ୍ରତ୍ୟେକର ଭୂଖଣ୍ଡୀୟ ଏକତ୍ଵ ଓ ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରିବେ ।
  • କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଆକ୍ରମଣ କରିବ ନାହିଁ ।
  • କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବ ନାହିଁ ।
  • ସମସ୍ତ ଦେଶ ଶାନ୍ତିପୂର୍ଣ୍ଣ ସହାବସ୍ଥାନ (Peaceful co-existence) ନୀତିକୁ ପାଳନ କରିବେ ।

୧୯୫୫ ମସିହାରେ ଅନୁଷ୍ଠିତ ବାନ୍ଦୁଙ୍ଗ୍ ସମ୍ମିଳନୀରେ ଭାରତ ତା’ର ଏହି ପଞ୍ଚଶୀଳ ନୀତିରେ ଆହୁରି ପାଞ୍ଚଗୋଟି ନୀତିକୁ ସଂଯୋଜିତ କରିଥିଲା । ସେଗୁଡ଼ିକ ହେଲା –

  • ମୌଳିକ ମାନବିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ I
  • ନିଜର ଭୌଗୋଳିକ ଏକତ୍ଵକୁ ସ୍ବୟଂ ବା ସାମୁହିକ ଭାବେ ସଂରକ୍ଷଣ କରିବା । ଭାରତ ଯୁଦ୍ଧ ଆରମ୍ଭ କରିବ ନାହିଁ; କିନ୍ତୁ ନିଜ ବିରୁଦ୍ଧରେ ଘୋଷିତ ଯୁଦ୍ଧର ମୁକାବିଲା କରିବ ।
  • ଆନ୍ତର୍ଜାତିକ ସ୍ତରରେ ସମସ୍ତ ଚୁକ୍ତି ଭାରତ ସ୍ଵାଧୀନଭାବେ ସମ୍ପାଦନ କରିବ ।
  • ନିଜର ବ୍ୟକ୍ତିଗତ ଉନ୍ନତି ବା କଲ୍ୟାଣ ପାଇଁ ଭାରତ ଗୁପ୍ତ ଚୁକ୍ତି ସ୍ବାକ୍ଷର କରିପାରିବ ।
  • ଅନ୍ୟ ରାଷ୍ଟ୍ରମାନଙ୍କ ସହ ସୃଷ୍ଟି ହୋଇଥିବା କନ୍ଦଳକୁ ଶାନ୍ତିପୂର୍ଣ୍ଣ ଉପାୟରେ ଭାରତ ସମାଧାନ କରିବ ।

(୮) ଜାତୀୟ ସମ୍ମତି ବା ଐକ୍ୟମତ ପ୍ରତିଷ୍ଠା (National Consensus):
ପ୍ରଧାନମନ୍ତ୍ରୀ ନେହେରୁଙ୍କଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ବୈଦେଶିକ ନୀତି ଜାତୀୟ ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି ଆସୁଛି । ଏକ ପ୍ରକାର ମତର ଅଭାବ୍ କେତେକ କ୍ଷେତ୍ରରେ ଦେଖାଗଲେ ମଧ୍ଯ ଭାରତର ବୈଦେଶିକ ନୀତି ଦୃହ, ନିର୍ବାଚନ ପ୍ରଚାର, ଦଳୀୟ ସମାଲୋଚନା ଇତ୍ୟାଦିଠାରୁ ଯଥେଷ୍ଟ ଦୂରରେ ରହିଛି । ଭାରତୀୟ ବୈଦେଶିକ ନୀତିରେ ନିରବଚ୍ଛିନ୍ନତା ରକ୍ଷାହିଁ ଆମର ଜାତୀୟ ଐକ୍ୟମତକୁ ପ୍ରତିଫଳିତ କରୁଛି । ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ଭାରତୀୟ ବୈଦେଶିକ ନୀତିକୁ ବଳିଷ୍ଠ ଓ ୟୁଗୋପଯୋଗୀ କରି ବିଶ୍ୱଶାନ୍ତି ଓ ବିଶ୍ଵ ଭ୍ରାତୃଭାବ ପ୍ରତିଷ୍ଠାର ମହାନ୍ ଲକ୍ଷ୍ୟ ସାଧନ ପାଇଁ ବ୍ରତୀ କରୁଛି !

ଭାରତ ଓ ବିଶ୍ବ :
ଭାରତ ସ୍ବାଧୀନତାପ୍ରାପ୍ତି ପରଠାରୁ ଏକ ଅସମାନତାଶୂନ୍ୟ ବିଶ୍ଵ ତଥା ନିରସ୍ତ୍ରୀକରଣ ବିଶ୍ଵ ସପକ୍ଷରେ ଦୃଢ଼ ମତ ଦେଇ ଆସିଛି । ଆଣବିକ ଅସ୍ତ୍ରର ନିୟନ୍ତ୍ରଣ ନହେଲେ ବିଶ୍ଵ ନିରାପତ୍ତା ରକ୍ଷା କରାଯାଇପାରିବ ନାହିଁ ବୋଲି ଭାରତର ବିଶ୍ଵାସ । ନିରସ୍ତ୍ରୀକରଣ କାର୍ଯ୍ୟକ୍ରମରେ ଜାତିସଂଘକୁ ଚିନ୍ତାଧାରା, ଯୋଜନା, କାର୍ଯ୍ୟକାରୀ ବ୍ୟବସ୍ଥା ପ୍ରଦାନରେ ଭାରତର ଗଠନମୂଳକ ଭୂମିକା ରହିଛି । ୧୯୪୮ ମସିହାଠାରୁ ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ କାର୍ଯ୍ୟ କରିଆସୁଛି । ଆଣବିକ ଅସ୍ତ୍ରର ହ୍ରାସରୁ ଉପଲବ୍ଧ ଅର୍ଥକୁ ନେଇ ଦେଶଗୁଡ଼ିକର ବିକାଶରେ ବିନିଯୋଗ ହୋଇପାରୁଥିବା ଏକ ଜାତିସଂଘ ପାଣ୍ଠି ସୃଷ୍ଟି ପାଇଁ ଭାରତ ୧୯୫୦ ମସିହାରୁ ପ୍ରସ୍ତାବ ଦେଇଆସୁଛି । ୧୯୬୩ ମସିହାରେ ଆଂଶିକ ପରୀକ୍ଷଣ ନିରୋଧ ଚୁକ୍ତିରେ ଭାରତ ପ୍ରଥମ ସ୍ବାକ୍ଷରକାରୀ ଥିଲା ।

୧୯୮୦ ଦଶକରେ ଦିଲ୍ଲୀ ଘୋଷଣାନାମା ଏକ ଆଣବିକ ଅସ୍ତ୍ରମୁକ୍ତ ଓ ଅହିଂସାନୀତିରେ ବିଶ୍ଵାସୀ ବିଶ୍ଵ ବ୍ୟବସ୍ଥା ସପକ୍ଷରେ ଭାରତ ଦାବି କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ପୂରଣ ଦିଗରେ ଉଦ୍ୟମ ଜାରି ରଖୁଛି | ୧୯୯୩ରେ ରାସାୟନିକ ଅସ୍ତ୍ର ନିରୋଧ ସମ୍ମିଳନୀରେ ଗୃହୀତ ପ୍ରସ୍ତାବର ଭାରତ ଅନ୍ୟତମ ମୂଳ ସମର୍ଥକ ଥିଲା । ପୃଥ‌ିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ରହିଥ‌ିବା ଅନ୍ତଃଦ୍ବନ୍ଦ୍ବ, ଆନ୍ତର୍ଜାତିକ ଶାନ୍ତିରକ୍ଷା କ୍ଷେତ୍ରରେ ଜାତିସଂଘର ଶାନ୍ତିରକ୍ଷା ବାହିନୀ ଓ କାର୍ଯ୍ୟକ୍ରମକୁ ଭାରତ ବିପୁଳ ସମର୍ଥନ ଓ ସହଯୋଗ ଦେଇଆସୁଛି । ପ୍ରାୟ ଚାରିଗୋଟି ମହାଦେଶରେ ୩୫ଟି ଜାତିସଂଘ ପ୍ରାୟୋଜିତ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାରେ ଭାରତର ଯୋଗଦାନ ଉଚ୍ଚ ପ୍ରଶଂସିତ ହୋଇଛି ।

ଇଜିପ୍ଟ ବିରୁଦ୍ଧରେ ଇସ୍ରାଏଲ୍ ଯୁଦ୍ଧର ପରିସମାପ୍ତି ପରେ ଗୀଜା ଅଞ୍ଚଳରେ ଜାତିସଂଘ ଜରୁରୀ ବାହିନୀ (United Nations Emergency Force) ପ୍ରତିଷ୍ଠା କ୍ଷେତ୍ରରେ ଭାରତର ଅବଦାନ ବିଶ୍ୱକୁ ପ୍ରଭାବିତ କରିଥିଲା । ଶୀତଳଯୁଦ୍ଧର ପରିସମାପ୍ତି ପରେ ଗୃହଯୁଦ୍ଧର ଶିକାର ହୋଇଥ‌ିବା ଆଙ୍ଗୋଲା, କାମ୍ବୋଡ଼ିଆ, ସୋମାଲିଆ, ଏଲ୍‌ସାଭାଡ଼ର ଆଦି ଅଞ୍ଚଳକୁ ଶାନ୍ତିରକ୍ଷା ବାହିନୀ ସହ ଡାକ୍ତର, ଇଞ୍ଜିନିୟର ଓ ପ୍ରଶାସକମାନଙ୍କୁ ପଠାଇ ଭାରତ ବିଶ୍ବସମୁଦାୟ ପାଇଁ ନିଦର୍ଶନ ପାଲଟିଛି ! ବିଶ୍ବରେ ଶାନ୍ତିରକ୍ଷା ପ୍ରକ୍ରିୟାରେ ଜାତିସଂଘର ନିରାପତ୍ତା ପରିଷଦର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥ‌ିବାରୁ ଏହାର ସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି ବର୍ତ୍ତମାନ ବିଶ୍ଵର ପରିବର୍ତ୍ତିତ କ୍ଷମତା ବଣ୍ଟନ ଢାଞ୍ଚାକୁ ବିଚାରକୁ ନେଇ ପୃଥ‌ିବୀର ଚତୁର୍ଥ ଦ୍ରୁତଗାମୀ ଅର୍ଥନୈତିକ ଅଭିବୃଦ୍ଧିସଂପନ୍ନ ରାଷ୍ଟ୍ର, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ଆଦି ହିସାବରେ ଭାରତ ଏଥରେ ସ୍ଥାୟୀ ସଦସ୍ୟତା ପାଇଁ ବିଶ୍ୱଜନମତ ସୃଷ୍ଟି କରୁଛି ।

ଭାରତରେ ସୀମାପାରି ଆତଙ୍କବାଦ ଭାରତର ସାର୍ବଭୌମତ୍ୱ ଓ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି । ଅର୍ଥନୈତିକ ବୈଷମ୍ୟ, ପ୍ରଶାସନିକ ଦୁର୍ନୀତି, ଧାର୍ମିକ ମୌଳବାଦ, ରାଷ୍ଟ୍ର ପ୍ରାୟୋଜିତ ବ୍ୟବସ୍ଥା, ନିରକ୍ଷରତା ଆଦି ବିବିଧ କାରଣରୁ କେବଳ ଭାରତରେ ନୁହେଁ, ବରଂ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ର ଏହି ଆତଙ୍କବାଦର ଶିକାର ହେଉଛନ୍ତି । ବିଶ୍ୱ ବାଣିଜ୍ୟିକ ସଂଗଠନ ଉପରେ ନଭେମ୍ବର ମାସରେ ଆକ୍ରମଣ ଆତଙ୍କବାଦକୁ ଆନ୍ତର୍ଜାତୀୟ ସ୍ୱରୂପ ପ୍ରଦାନ କରିଛି ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

୨ । ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଭାରତର ସମ୍ପର୍କ ବର୍ଣ୍ଣନା କର ।
Answer:
ପ୍ରତିବେଶୀ ରାଷ୍ଟ୍ରଗୁଡ଼ିକ ସହ ଭାରତ ସର୍ବଦା ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଗୁରୁତ୍ଵ ଦେଇ ଆସିଛି । ଦକ୍ଷିଣ ଏସିଆର ଶାନ୍ତି ଓ ସ୍ଥିରତା ପାଇଁ ଭାରତ ସର୍ବଦା ଚେଷ୍ଟିତ । ଆମ ଦେଶକୁ ଘେରି ରହିଥ‌ିବା ବଙ୍ଗଳାଦେଶ, ଭୁଟାନ, ମାଳଦ୍ୱୀପ, ମିଆଁମାର, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଆଦି ରାଷ୍ଟ୍ରଗୁଡ଼ିକୁ ଭାରତ ମାନବୀୟ ସହଯୋଗ (humanitarian assistance) ଦେଉଛି ଓ ଏହାଛଡ଼ା ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଓ ଅନ୍ୟ ଉପଯୋଗୀ (amenities) ସଂସ୍ଥା ପ୍ରତିଷ୍ଠା ପାଇଁ ମଧ୍ୟ ସାହାଯ୍ୟ ଜାରି ରଖିଛି । ଆଫଗାନିସ୍ତାନର ଇସ୍‌ଲାମିକ୍ ମୌଳବାଦୀମାନେ ହିଂସା ଓ ଉପଦ୍ରବ ଜାରି ରଖୁବାରୁ ଭାରତ ପାଇଁ ଏହି ଦେଶ ସହ ସମ୍ପର୍କ ମୁଖ୍ୟତଃ ନିରାପତ୍ତା ଓ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ (strategic) ପୂରଣ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ।

ଭାରତକୁ ବଙ୍ଗଳାଦେଶରୁ ନିୟମିତ ଭାବେ ଲୋକମାନେ ଦେଶାନ୍ତର (migration) ହେବା ଓ ନିଶାଦ୍ରବ୍ୟର ଚୋରାଚାଲାଣ ତଥା କେତେକ ସନ୍ତ୍ରାସବାଦୀ ସଂଗଠନ ସେହି ଦେଶରେ ଆଡ୍ଡା ସ୍ଥାପନ କରି ଭାରତରେ ଗଣ୍ଡଗୋଳ ସୃଷ୍ଟି କରିଥିବାରୁ ଏହି ଦେଶସହ ଉତ୍ତମ ସଂପର୍କ ରକ୍ଷା ଆମ ପାଇଁ ବଡ଼ ଆହ୍ଵାନ । ୧୯୪୯ ମସିହାର Indo-Bhutan Treaty of Friendship ଅନୁଯାୟୀ ଭାରତ ଭୁଟାନ୍‌ ବୈଦେଶିକ ସଂପର୍କ ରକ୍ଷା କ୍ଷେତ୍ରରେ ପରାମର୍ଶଦାତାର ଭୂମିକା ନିର୍ବାହ କରୁଛି । ଏହି ଦେଶ ସହ ଭାରତର ଉତ୍ତମ ବ୍ୟବସାୟିକ ସମ୍ପର୍କ ମଧ୍ୟ ରହିଛି । ଚୀନ୍ ଭାରତର ପଡ଼ୋଶୀ ଓ ଏକ ଶକ୍ତିଶାଳୀ ରାଷ୍ଟ୍ର । ଏହି ଦେଶ ସହ ଭାରତର ଅତୀତରେ ଯୁଦ୍ଧ ମଧ୍ୟ ହୋଇଛି । ସୀମା ବିବାଦ ହିଁ ଭାରତ ଓ ଚୀନ୍ ମଧ୍ୟରେ ବିବାଦର ପ୍ରମୁଖ କାରଣ ।

ଅରୁଣାଚଳ ପ୍ରଦେଶକୁ ଏବେ ମଧ୍ୟ ଚୀନ୍ ଭାରତର ଅଂଶ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ମାଳଦ୍ୱୀପ ସହ ଭାରତର ଉତ୍ତମ ସଂପର୍କ ରହି ଆସିଛି । ୧୯୮୮-୮୯ ମସିହାରେ ଭାରତୀୟ ନେଭି operation cactus ଦ୍ଵାରା ମାଳଦ୍ଵୀପରେ ସରକାରଙ୍କ ବିରୋଧୀ ସଶସ୍ତ୍ର ଆନ୍ଦୋଳନ (coup) କୁ ରୋକି ପାରିଥିଲା । ମିଆଁମାରରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଭାରତ ଦୀର୍ଘଦିନ ହେଲା ସମର୍ଥନ ଦେଇଆସୁଛି । ଏବେ ସେହି ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାର ପୁନଃସ୍ଥାପନା ହୋଇଛି । ନେପାଳ ସହ ଭାରତର ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ରହିଛି । ରାଜତନ୍ତ୍ରର ଉଚ୍ଛେଦ ହେବା ପରେ ନେପାଳରେ ମାଓବାଦୀମାନେ ପଡ଼ୋଶୀ ଚୀନ ଦେଶ ସହ ମଧ୍ୟ ଏବେ ଉତ୍ତମ ସଂପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି । ଭାରତର ଉତ୍ତରାଞ୍ଚଳକୁ ଲାଗିଥିବା ନେପାଳର ଦକ୍ଷିଣାଞ୍ଚଳରେ ସାମ୍ବିଧାନିକ ମର୍ଯ୍ୟାଦା ପାଇଁ ଭାରତରୁ ଯାଇ ସେଠାରେ ବସବାସ କରୁଥିବା ଅଧିବାସୀମାନେ ଆନ୍ଦୋଳନ ଜାରି ରଖୁଛନ୍ତି ।

ଏହି ଆନ୍ଦୋଳନ ଯୋଗୁଁ ନେପାଳ ଓ ଭାରତ ସମ୍ପର୍କରେ ଛିଟା ପଡ଼ିଛି । ପଡ଼ୋଶୀ ଦେଶ ପାକିସ୍ତାନ ସହ ଭାରତର ସଂପର୍କ ସର୍ବଦା ଉତ୍‌ଥାନ ଓ ପତନ ଦେଇ ଗତି କରୁଛି । ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଶ ସ୍ଵାଧୀନତା ପାଇବା ପରଠାରୁ ଲାଗି ରହିଛି । ଭାରତ ସର୍ବଦା ଅଭିଯୋଗ କରିଆସୁଛି ଯେ ପାକିସ୍ତାନ ସନ୍ତ୍ରାସବାଦୀମାନଙ୍କ ଜରିଆରେ ଭାରତର ଆଭ୍ୟନ୍ତରୀଣ ନିରାପତ୍ତାକୁ ବିପନ୍ନ କରୁଛି । ଶ୍ରୀଲଙ୍କା ସହ ଭାରତର ସମ୍ପର୍କ ସାମୁଦ୍ରିକ ସୀମା ଓ ତାମିଲ୍ ସମସ୍ୟା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । LITE ନାମକ ଏକ ତାମିଲ ବିଚ୍ଛିନ୍ନତାବାଦୀ ସଂଗଠନର ଦମନ ପାଇଁ ଭାରତ ୧୯୮୭ ମସିହାରେ ଶ୍ରୀଲଙ୍କାକୁ PKF (Indian Peace Keeping Force) ପ୍ରେରଣ କରିଥିଲା । LITE ର ମୂଳପୋଛ ହେବା ଓ ନରୱେ ସରକାରଙ୍କ ମଧ୍ୟସୁତାରେ ତାମିଲ୍‌ମାନଙ୍କ ସହ କଥାବାର୍ତ୍ତା କରି ସଫଳତା ପାଇବା ପରେ ଶ୍ରୀଲଙ୍କା ସହ ଭାରତର ସଂପର୍କ ସ୍ଵାଭାବିକତା ଦିଗରେ ଗତିକରୁଛି । ପଡ଼ୋଶୀ ଦେଶଗୁଡ଼ିକ ସହ ଭାରତର ସଂପର୍କ ମୁଖ୍ୟତଃ ନିମ୍ନ ବର୍ଣିତ ଦୃଷ୍ଟିକୋଣଗୁଡ଼ିକଦ୍ଵାରା ପ୍ରଭାବିତ ।

  • ଭାରତ ସର୍ବଦା ପଡ଼ୋଶୀ ଦେଶଗୁଡ଼ିକ ସହ ଗଠନମୂଳକ ସମ୍ପର୍କ ରଖିବାକୁ ଚାହେଁ । ହିଂସାତ୍ମକ ଭାବେ ପ୍ରତିରୋଧ ଓ ମୁକାବିଲା ସମସ୍ୟାକୁ ବିଗାଡ଼ିଦେବ ବୋଲି ଭାରତର ବିଶ୍ଵାସ ।
  • ପଡ଼ୋଶୀ ଦେଶଗୁଡ଼ିକର ଆଭ୍ୟନ୍ତରୀଣ ଘଟଣାବଳୀରେ ଭାରତ ମୁଣ୍ଡ ପୂରାଇବାକୁ ଉଚିତ ମଣେ ନାହିଁ । ମାତ୍ର ଜାତୀୟ ସାର୍ଥ ରକ୍ଷା ପାଇଁ ପଡ଼ୋଶୀ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଭାରତ ହସ୍ତକ୍ଷେପକୁ ସମର୍ଥନ କରେ ।
  • ଭାରତ ପଡ଼ୋଶୀ ଦେଶଗୁଡ଼ିକରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ସପକ୍ଷରେ । ମାତ୍ର ପଡ଼ୋଶୀ ଦେଶର ଶାସନତନ୍ତ୍ର ଯେ କୌଣସି ପ୍ରକାର ଯେପରି ରାଜତନ୍ତ୍ର, ସାମରିକ ବା ସାମ୍ୟବାଦୀ ହେଲେ ମଧ୍ୟ ଭାରତ ଉତ୍ତମ ପଡ଼ୋଶୀ ସଂପର୍କ ସ୍ଥାପନ ପାଇଁ ଦ୍ବିଧା ବ୍ୟକ୍ତ କରେ ନାହିଁ ।
  • ବର୍ତ୍ତମାନର ବିଶ୍ବକରଣ ଯୁଗରେ ବୈଦେଶିକ ନୀତି ଓ ଦେଶର ବିଦେଶ ଆର୍ଥକ ନୀତିର ଉଦ୍ଦେଶ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏଣୁ ଭାରତ ଦେଶର ସାମଗ୍ରିକ ବିକାଶ ପାଇଁ ବାହ୍ୟ ବାତାବରଣକୁ ଅନୁକୂଳ ସାବ୍ୟସ୍ତ କରିବାପାଇଁ ନିଜ ବୈଦେଶିକ ନୀତିରେ ବ୍ୟବସ୍ଥା କରିଛି ।
  • ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଉତ୍ତମ ସମ୍ପର୍କ ରକ୍ଷା ସହ ସେମାନଙ୍କୁ ଭାରତର ବନ୍ଧୁ ବୋଲି ପ୍ରତିପାଦିତ କରିବାକୁ ଆମ ଦେଶ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟତଃ ନେପାଳ, ବଙ୍ଗଳାଦେଶ ଓ ଭୁଟାନ୍‌କୁ ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଅନୁଦାନ ଓ ସହଜ କିସ୍ତିର ଲୋନ୍ (soft loan) ଯୋଗାଇ ଦେଉଛି । ଏହି ଉତ୍ତମ ସଂପର୍କ (good will) କୁ ଆବଶ୍ୟକ ସ୍ଥଳେ ଆର୍ଥିକ ଓ ରାଜନୀତିକ ଲାଭ ପାଇଁ ବ୍ୟବହାର କରିବା ଭାରତର ଉଦ୍ଦେଶ୍ୟ ।
  • ଭାରତ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ରଗୁଡ଼ିକୁ ନେଇ ଆଞ୍ଚଳିକ ସ୍ତରର ସଂଗଠନ ଗଢ଼ି ବିଶ୍ଵ ରାଜନୀତିରେ ନିଜର ଆଧ୍ଵପତ୍ୟ ବିସ୍ତାର କରିବାକୁ ଚାହେଁ । ସେଥ‌ିପାଇଁ SAARC (South Asian Association for Regional Co-operation), BIMSTEC (Bangladesh, India, Myanmar, Srilanka, Thailand Economic Co- operation) ଆଦି ସଂଗଠନ ଗଠନ ହେବା ପଛରେ ରହିଛି ଭାରତର ପ୍ରଚ୍ଛନ୍ନ ହାତ ।

ଚୀନ ସହ ଭାରତରର ସଂପର୍କ-ଚୀନ-ଭାରତର ସଂପର୍କକୁ ସିନୋ-ଭାରତୀୟ ସଂପର୍କ ଓ ଇଣ୍ଡୋ-ଚୀନ୍ ସଂପର୍କ ମଧ୍ୟ କୁହାଯାଏ । ଏହି ସଂପର୍କକୁ ଅନ୍ୟ ଭାଷାରେ ଚୀନ ଲୋକ ସାଧାରଣତନ୍ତ୍ର ଓ ଭାରତ ସାଧାରଣତନ୍ତ୍ର ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ମଧ୍ୟ କୁହାଯାଏ । ଚୀନ ଦେଶ ସହ ଭାରତର ୨୦୦୦ ବର୍ଷ ହେଲା ସଂପର୍କ ରହିଛି । ମାତ୍ର ୧୯୫୦ ମସିହାରେ ଭାରତ ତାଇୱାନକୁ ଚୀନ ସାଧାରଣତନ୍ତ୍ର ଭାବେ ଅସ୍ବୀକାର କରି ଚୀନ ଲୋକ ସାଧାରଣତନ୍ତ୍ରକୁ ପ୍ରକୃତ ଚୀନ ରୂପେ ଗ୍ରହଣ କରିବା ପରେ ଦୁଇ ଦେଶ ମଧ୍ୟରେ ନୂତନ ସମ୍ପର୍କର ମୂଳଦୁଆ ପଡ଼ିଲା । ବର୍ତ୍ତମାନର ବିଶ୍ବରେ ଉଭୟ ଚୀନ ଓ ଭାରତ ଦୁଇଟି ପ୍ରମୁଖ ଜନବହୁଳ ରାଷ୍ଟ୍ର ଓ ଏହି ଦୁଇ ରାଷ୍ଟ୍ର ମଧ୍ୟ ଆର୍ଥିକ ଦୃଷ୍ଟିରୁ ଦ୍ରୁତ ଅଗ୍ରଗତି କରୁଛନ୍ତି ।

ଏଣୁ ଏସିଆ ମହାଦେଶର ଏହି ଦୁଇଟି ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ କୁଟନୈତିକ ଓ ଆର୍ଥିକ ସମ୍ପର୍କ ସମଗ୍ର ବିଶ୍ବ ପାଇଁ ଗୁରୁତ୍ଵପୂର୍ଣ । ବହୁ ପୁରାତନ ସମୟରୁ ଭାରତ ଓ ଚୀନ୍ ମଧ୍ଯରେ ସାଂସ୍କୃତିକ ଓ ଆର୍ଥିକ ସଂପର୍କ ରହିଆସିଛି | ଜନ ମାନସରେ ଏବେ ବି ଉଜ୍ଜୀବିତ ଥ‌ିବା ରେଶମ ପଥ (silk road) କେବଳ ଭାରତ ଓ ଚୀନ୍ ମଧ୍ୟରେ ବ୍ୟବସାୟ ବାଣିଜ୍ୟକୁ ସୁଗମ କରିନଥୁଲା ; ଏଥିଯୋଗୁଁ ବୌଦ୍ଧଧର୍ମ ସାରା ଦକ୍ଷିଣ-ପୂର୍ବ ଏସିଆରେ ପ୍ରସାର ଓ ପ୍ରଚାର ଲାଭ କରିଥିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଉଭୟ ଭାରତ ଓ ଚୀନ୍ ଜାପାନର ସାମ୍ରାଜ୍ୟ ବିସ୍ତାର ପ୍ରୟାସକୁ ଜବରଦସ୍ତ ଭାବେ ପ୍ରତିରୋଧ କରିଥିଲେ । ୧୯୫୪ ମସିହାରେ ଭାରତ ଓ ଚୀନ ମଧ୍ୟରେ ଚୁକ୍ତି ସମ୍ପାଦିତ ହେବା ସହ ପାରସ୍ପରିକ ସଂପର୍କ ରକ୍ଷା କ୍ଷେତ୍ରରେ ସେମାନେ ‘ପଞ୍ଚଶୀଳ’’ ନୀତିକୁ ଆପଣେଇବାକୁ ନିଷ୍ପତ୍ତି ନିଆଯାଇଥିଲା ।

ବର୍ତ୍ତମାନ ଚୀନ ସହ ଭାରତର ସଂପର୍କ ମୁଖ୍ୟତଃ ସୀମା ବିବାଦ, ପାକିସ୍ତାନକୁ ଚୀନ୍‌ର ଆର୍ଥିକ, ସାମରିକ ଓ କୂଟନୈତିକ ସାହାଯ୍ୟ, ଅଧ‌ିକ ମାତ୍ରାରେ ଭାରତ ଆମେରିକା ସହିତ ସଂପର୍କ ସ୍ଥାପନ କରିବା ଆଦି ବିଷୟକୁ ନେଇ କେନ୍ଦ୍ରୀଭୂତ । ସୀମା ବିବାଦ ଯୋଗୁଁ ୧୯୬୨ ମସିହା ଚୀନ୍ ସହ ଭାରତର ଯୁଦ୍ଧ ହୋଇଛି । ତେବେ ୧୯୮୦ ମସିହା ପରେ ଦୁଇ ଦେଶ ସଂପର୍କରେ ସୁଧାର ଆଣି ଆର୍ଥିକ ଓ କୂଟନୈତିକ ସ୍ତରରେ ଅନେକ ଅଗ୍ରଗତି ଆଣିପାରିଛନ୍ତି । ୨୦୦୮ ମସିହାରେ ଚୀନ୍ ଭାରତର ସବୁଠାରୁ ବଡ଼ ବ୍ୟବସାୟିକ ସହଯୋଗୀ ରାଷ୍ଟ୍ରଭାବେ ମାନ୍ୟତା ପାଇଲା । ଏବେ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ସାମରିକ ଓ ଉଦ୍ଦେଶ୍ୟଭିତ୍ତିକ (strategic) ସଂପର୍କ ମଧ୍ୟ ସ୍ଥାପିତ ହୋଇଛି ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

୩ । ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ ସହିତ ଭାରତର ସମ୍ପର୍କ ଆଲୋଚନା କର ।
Answer:
ଚୀନ ଓ ପାକିସ୍ତାନ ଭାରତର ଦୁଇଟି ପଡ଼ୋଶୀ ରାଷ୍ଟ୍ର । ବିଶ୍ବର ଏକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ରୂପେ ଚୀନ ଓ ପାକିସ୍ତାନ ସହିତ ଅନ୍ୟ ସମସ୍ତ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବାପାଇଁ ଭାରତ ସର୍ବଦା ପ୍ରୟାସ କରିଅଛି । ଏହା ସତ୍ତ୍ବେ, ଅନେକ ସମୟର ଭାରତ-ପାକିସ୍ତାନ ଓ ଭାରତ-ଚୀନ ମଧ୍ୟରେ ମୁଖ୍ୟତଃ ସୀମା ବିବାଦକୁ ନେଇ ତିକ୍ତତା ଦେଖା ଦେଇଛି । ଏପରିକି ଚୀନ ଓ ଭାରତ ମଧ୍ୟରେ ଥରେ ଯୁଦ୍ଧ ଏବଂ ପାକିସ୍ତାନ ଓ ଭାରତ ମଧ୍ୟରେ ଦୁଇ ଥର ଯୁଦ୍ଧ ହୋଇଛି । ୧୯୯୯ ମସିହାର କାଗିଲ ଯୁଦ୍ଧକୁ ଭାରତ-ପାକିସ୍ତାନ ତୃତୀୟ ଯୁଦ୍ଧ କହିଲେ ଭୁଲ୍ ହେବ ନାହିଁ । ଭାରତ ଓ ଚୀନ ଏବଂ ଭାରତ ପାକିସ୍ତାନ ସମ୍ପର୍କର କେତେକ ଗୁରୁତ୍ଵପୂର୍ଣ୍ଣ ଘଟଣା ନିମ୍ନରେ ବର୍ଣ୍ଣନା କରାଗଲା ।

(୧) ଭାରତ ଓ ପାକିସ୍ତାନର ସମ୍ପର୍କ :

  • ୧୯୪୭ ମସିହାରେ ଭାରତ ବିଭାଜିତ ହୋଇ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା ।
  • ସୀମା ବିବାଦ ଓ ସିନ୍ଧୁନଦୀ ଜଳବଣ୍ଟନକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଦେଖାଦେଲା ।
  • ୧୯୬୦ ମସିହା ସେପ୍ଟେମ୍ବର ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀଜଳ ବଣ୍ଟନକୁ ନେଇ ରାଜିନାମା . ସାକ୍ଷରିତ ହୋଇଥିଲା ।
  • ୧୯୬୫ ମସିହାରେ ପାକିସ୍ତାନ ଭାରତ ଆକ୍ରମଣ କରିଥିଲା ।
  • ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଐତିହାସିକ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ୧୯୭୧ ମସିହାରେ ପାକିସ୍ତାନର ଦଲାଲଙ୍କଦ୍ବାରା ଭାରତର ବିମାନ ଅପହରଣ ହୋଇ ଧ୍ଵଂସ କରିଦିଆଗଲା ।
  • ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ପୁନର୍ବାର ଯୁଦ୍ଧ ସଂଘଟିତ ହୋଇଥିଲା ।
  • ୧୯୭୨ ମସିହା ଜୁଲାଇ ୨ ତାରିଖରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍ ଫିକର ଅଗ୍ନି ଗ୍ଲୁଟୋଙ୍କ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ଯୁଦ୍ଧବନ୍ଦୀମାନଙ୍କ ସମସ୍ୟାର ସମାଧାନ ପାଇଁ ୧୯୭୩ ମସିହାରେ ଭାରତ-ପାକିସ୍ତାନ ରାଜିନାମା ସାକ୍ଷରିତ ହୋଇଥିଲା ।
  • ୧୯୭୪ ମସିହାରେ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶ ମଧ୍ଯରେ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ୧୯୯୦ ମସିହାରେ ପାକ୍-ସମର୍ଥିତ ଆତଙ୍କବାଦୀମାନେ କାଶ୍ମୀର ଆକ୍ରମଣ କରିଥିଲେ ।
  • ୧୯୯୮ ମସିହା ଜାନୁଆରୀ ୧୫ ତାରିଖରେ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶ ମଧ୍ୟରେ ଢାକାରେ ତ୍ରିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
  • ୧୯୯୮ ମସିହା ମେ ମାସ ୧୧-୧୩ ରେ ପୋଖରାନ୍ -୨ ଆଣବିକ ପରୀକ୍ଷାକୁ ନେଇ ପାକିସ୍ତାନ ପ୍ରତିକ୍ରିୟା ପ୍ରକାଶ କରିଥିଲା ।
  • ୧୯୯୯ ମସିହାରେ କାର୍ଗିଲ ଯୁଦ୍ଧ ସଂଘଟିତ ହୋଇଥିଲା ।
  • ୧୯୯୯ ଫେବୃଆରୀ ୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବସ୍ ଯୋଗେ ଲାହୋର ଯାତ୍ରା, ଲାହୋର ଘୋଷଣା, ଶାନ୍ତି ଓ ସୁରକ୍ଷା ସମ୍ବନ୍ଧିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ୨୦୧୬ ମସିହା ସେପ୍ଟେମ୍ବର ମାସରେ ଅନୁପ୍ରବେଶକାରୀଙ୍କଦ୍ବାରା କାଶ୍ମୀରର ଉରୀ ସେନାବାହିନୀ ଛାଉଣା ଉପରେ ଆକ୍ରମଣ ଘଟଣାରେ ୧୭ ଜଣ ଭାରତୀୟ ସୈନ୍ୟ ସହିଦ୍ ହୋଇଥିଲେ । ପରବର୍ତ୍ତୀ ସମୟରେ ପାକ୍-ଅଧ୍ୟାତ କାଶ୍ମୀରର ଆତଙ୍କବାଦୀ ଶିବିର ଉପରେ ଭାରତ ‘ସର୍ଜିକାଲ ଷ୍ଟ୍ରାଇକ୍’ କରିଥିଲା ।
  • ସଂପ୍ରତି ସୀମାନ୍ତରେ ଉଭୟ ଦେଶ ମଧ୍ୟରେ ସୈନ୍ୟସଜ୍ଜା ପାଇଁ ଯୁଦ୍ଧ ସମ୍ଭାବନା ସୃଷ୍ଟି ହୋଇଛି ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

(୨) `ଭାରତ ଓ ଚୀନର ସମ୍ପର୍କ :

  • ୧୯୬୨ ମସିହା ପର୍ଯ୍ୟନ୍ତ ଭାରତ ଓ ଚୀନର ସମ୍ପର୍କ ସୌହାର୍ଘପୂର୍ଣ୍ଣ ଥିଲା ।
  • ୧୯୫୧ ଓ ୧୯୫୪ ମସିହାରେ ଭାରତ ଓ ଚୀନ ମଧ୍ୟରେ ତିବ୍ବତ ସମ୍ବନ୍ଧୀୟ ଏକ ରାଜିନାମା ସାକ୍ଷରିତ ହୋଇଥିଲା ।
  • ୧୯୫୪ ମସିହାରେ ଭାରତ ଓ ଚୀନ ମଧ୍ୟରେ ଐତିହାସିକ ପଞ୍ଚଶୀଳ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା । ଭାରତର ଉତ୍ତର-ପୂର୍ବ ସୀମାନ୍ତ ଅଞ୍ଚଳ ଓ ଲଦାଖ ଅଞ୍ଚଳରେ ୫୧,୦୦୦ ବର୍ଗମାଇଲ୍ ଜାଗା ଦାବିକରି ଏହି ଆକ୍ରମଣ ଚୀନ କରିଥିଲା ।
  • ଯୁଦ୍ଧ ପରେ ୧୯୬୨ ମସିହା ଏପ୍ରିଲ ମାସରେ ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହୋଇଥିଲା ।
  • ୧୯୭୭ ମସିହାରେ ତିବ୍ବତୀୟଙ୍କ ସମସ୍ୟା ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଦେଖାଦେଲା ।
  • ଦୀର୍ଘ ୩୪ ବର୍ଷ ପରେ ୧୯୮୯ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଚୀନ ଗସ୍ତ ଓ ଏକ ମିଳିତ ବୈଠକରେ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ପରେ ସୌହାର୍ଘ ପୂର୍ଣ୍ଣ ବାତାବରଣ ଆରମ୍ଭ ହୋଇଥିଲା ।
  • ୧୯୯୧ ମସିହା ଫେବୃଆରୀ ୧ ତାରିଖରେ ବେଜିଂଠାରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୧୯୬୨ ମସିହା ଯୁଦ୍ଧ ସମୟରୁ ବନ୍ଦ ଥିବା ବମ୍ବେ (ମୁମ୍ବାଇ) ଏବଂ ସାଙ୍ଘାଇଠାରେ ଉପଦେଷ୍ଟା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିଲା ।
  • ୧୯୯୩ ମସିହା ସେପ୍ଟେମ୍ବର ୭ ତାରିଖରେ ଚୀନର ସର୍ବୋଚ୍ଚ ଶାସକ ଲି ପେଙ୍ଗ ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ମଧ୍ଯରେ ବାସ୍ତବ ନିୟନ୍ତ୍ରଣ ରେଖାରେ ଶାନ୍ତି ଓ ନିରାପତ୍ତା ରକ୍ଷା ପାଇଁ ରାଜିନାମା ସାକ୍ଷରିତ ହୋଇଥିଲା ।
  • ୧୯୯୫ ମସିହା ମାର୍ଚ୍ଚ ମାସ ୪ ତାରିଖରେ ନୂଆଦିଲ୍ଲୀଠାରେ ଭାରତ ଓ ଚୀନର ବିଶେଷଜ୍ଞ ଦଳ ନୂଆଦିଲ୍ଲୀଠାରେ ମିଳିତ ହେବାପରେ ମାର୍ଚ୍ଚ ୫ ତାରିଖରେ ଚୀନର ପ୍ରଧାନମନ୍ତ୍ରୀ ଲି ପେଙ୍ଗ ସଂସଦରେ ଭାରତ ସହିତ ସୁସମ୍ପର୍କ ରକ୍ଷା ପାଇଁ ଘୋଷଣା କରିଥିଲେ ।
  • ୧୯୯୬ ମସିହା ନଭେମ୍ବର ୨୯ ତାରିଖରେ ସୀମାନ୍ତରେ ସୈନ୍ୟ ସଂଖ୍ୟା ହ୍ରାସ କରିବା ଏବଂ ଜଣେ ଅନ୍ୟ ଜଣଙ୍କ ଉପରେ ବଳପ୍ରୟୋଗ ନ କରିବାପାଇଁ ସହମତି ପ୍ରକାଶ ପାଇଥିଲା । ଉଭୟ ଦେଶ ମିଳିତ ସମରାଭ୍ୟାସ କରିବାକୁ ସହମତି ପ୍ରକାଶ ପାଇଥିଲା ।
  • ୧୯୯୮ ମସିହା ମେ ମାସ ୧୧ ଓ ୧୩ ତାରିଖରେ ଭାରତର ପୋଖରାନ୍-୨ ଆଣବିକ ପରୀକ୍ଷା ପରେ ଭାରତକୁ ଚୀନ କଡ଼ା ସମାଲୋଚନା କରିଥିଲା ।
  • ୧୯୯୮ ମସିହା ଜୁଲାଇ ମାସ ୧୭ ତାରିଖରେ ଅକ୍ସାଇ ଚୀନ ସଂପର୍କିତ ବିବାଦର ଆପୋଷ ସମାଧାନ ହୋଇପାରିବ ନାହିଁ ବୋଲି ଚୀନ ସ୍ପଷ୍ଟ କରିଥିଲା ।
  • ବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତ-ଚୀନ ଅବନୈତିକ ସମ୍ପର୍କ ସୁଦୃଢ଼ ହୋଇଥିଲା ।
  • ଅରୁଣାଚଳ ପ୍ରଦେଶରେ ଚୀନାମାନଙ୍କର ଅନୁପ୍ରବେଶ ତଥା ସାମରିକ କାର୍ଯ୍ୟକଳାପ ଏବଂ ତାଓ୍ବାଙ୍ଗ ନିକଟରେ ରାସ୍ତା ନିର୍ମାଣ ଏବଂ ସୀମାନ୍ତ ଅଞ୍ଚଳରେ ଚୀନର ବ୍ୟାପକ ସୈନ୍ୟ ଛାଉଣୀ ସମ୍ପ୍ରତି ଭାରତ-ଚୀନ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଛି ।

CHSE Odisha Class 12 Political Science Chapter 4 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Objective Questions.

CHSE Odisha 12th Class Political Science Chapter 4 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ________ ସ୍ୱାୟତ୍ତ ଶାସନର ଲକ୍ଷ୍ୟ ଅଟେ ।
(i) କ୍ଷମତା କେନ୍ଦ୍ରୀକରଣ
(ii) ଗଣତନ୍ତ୍ର ପ୍ରତିଷ୍ଠା
(ii) ଏକଚ୍ଛତ୍ରବାଦୀ ଶାସନ
(iv) କ୍ଷମତା ବିକେନ୍ଦ୍ରୀକରଣ
Answer:
(iv) କ୍ଷମତା ବିକେନ୍ଦ୍ରୀକରଣ

୨ । ସ୍ଵାୟତ୍ତ ଶାସନକୁ ________ ର ମୂଳଭିଭି କୁହାଯାଏ ।
(i) ଏକଚ୍ଛତ୍ର ବାଦ
(ii) ଅଭିଜାତତନ୍ତ
(iii) ଗଣତନ୍ତ୍ର
(iv) ସମାଜବାଦ
Answer:
(i) ଗଣତନ୍ତ୍ର

CHSE Odisha Class 12 Political Science Chapter 4 Objective Questions in Odia Medium

୩ । ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକସଂଖ୍ୟାବିଶିଷ୍ଟ ନଗରଗୁଡ଼ିକରେ ସ୍ୱାୟତ୍ତ ଶାସନ ସଂସ୍ଥାକୁ _________ କୁହାଯାଏ । କିମ୍ବା, ସହରାଞ୍ଚଳର ଉଚ୍ଚ ପ୍ରାୟତ୍ତ ଶାସନ ସଂସ୍ଥା ହେଉଛି _________ ।
(i) ନିଗମ
(ii) ମୁନିସ୍‌ପାଲ୍‌
(iii) ଗ୍ରାମପଞ୍ଚାୟତ
(iv) ଜିଲ୍ଲା ପରିଷଦ
Answer:
(i) ନିଗମ

୪ । ଓଡ଼ିଶାର ବର୍ତ୍ତମାନ __________ ଟି କର୍ପୋରେସନ ରହିଛି ।
(i) ତିନି
(ii) ଚାରି
(iii) ଦୁଇ
(iv) ପାଞ୍ଚ
Answer:
(i) ତିନି

୫ । ନିଗମର ମୁଖ୍ୟଙ୍କୁ _________ କୁହାଯାଏ ।
(i) ମେୟର
(ii) ଚେୟାରମ୍ୟାନ୍
(iii) ସଭାପତି
(iv) ଅଧ୍ୟକ୍ଷ
Answer:
(i) ମେୟର

୬। ନଗରପାଳିକାର ମୁଖ୍ୟଙ୍କୁ ________ କୁହାଯାଏ ।
(i) ମେୟର
(ii) ନଗରପାଳ
(iii) ସଭାପତି
(iv) ଅଧ୍ୟକ୍ଷ
Answer:
(ii) ନଗରପାଳ

୭ । ଛୋଟ ଛୋଟ ସହରମାନଙ୍କରେ ଥିବା ସ୍ଵାୟତ୍ତ ଶାସନ ସଂସ୍ଥାକୁ _________ କୁହାଯାଏ ।
(i) N.A.C. (ବିଜ୍ଞାପିତ ଅଞ୍ଚଳ ପରିଷଦ)
(ii) ମ୍ୟୁନ୍ସିପାଲ୍ଟି
(ii) ନିଗମ
(iv) ଜିଲ୍ଲା ପରିଷଦ
Answer:
(i) N.A.C. (ବିଜ୍ଞାପିତ ଅଞ୍ଚଳ ପରିଷଦ)

CHSE Odisha Class 12 Political Science Chapter 4 Objective Questions in Odia Medium

୮ । ଓଡ଼ିଶାର ସ୍ଵାୟର ଶାସନ ଅନୁଷ୍ଠାନମାନଙ୍କରେ ମହିଳାମାନଙ୍କ ପାଇଁ _________ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇଅଛି ।
(i) ୩୪
(ii) ୩୫
(iii) ୩୩
(iv) ୩୨
Answer:
(iii) ୩୩

୯ । ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ _________ କୁହାଯାଏ ।
(i) ପଞ୍ଚାୟତିରାଜ
(ii) ଗ୍ରାମପଞ୍ଚାୟତ
(iii) ଗୋଷ୍ଠୀ ଉନ୍ନୟନ
(iv) ସମାଜବାଦ
Answer:
(i) ପଞ୍ଚାୟତିରାଜ

୧୦ । ଗ୍ରାମଗୋଷ୍ଠୀ ଯୋଜନାକୁ ଅନୁଧ୍ୟାନ କରିବାପାଇଁ ଭାରତ ସରକାର ୧୯୫୭ ମସିହାରେ _________ କମିଟି ନିଯୁକ୍ତ କରିଥିଲେ ।
(i) ଅଶୋକ ମେହେଟ୍ଟା
(ii) ବଳବନ୍ତରାୟ ମେହେଟ୍ଟା
(iii) ସରକାରିଆ
(iv) ଶରତ ପାୱାର
Answer:
(ii) ବଳବନ୍ତରାୟ ମେହେଟ୍ଟା

୧୧ । ପଞ୍ଚାୟତିରାଜ ବ୍ୟବସ୍ଥା ସର୍ବପ୍ରଥମେ ୧୯୫୯ ମସିହା ଅକ୍ଟୋବର ମାସ ୧ ତାରିଖ ଦିନ _______ ଠାରେ ପ୍ରଚଳନ କରାଯାଇଥ୍ଲା ।
(i) ଗୁଜରାଟ
(ii) ରାଜସ୍ଥାନ
(iii) ଓଡ଼ିଶା
(iv) ହରିୟାଣା
Answer:
(ii) ରାଜସ୍ଥାନ

୧୨ । ________ ମସିହାରେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ହୋଇଥିଲା !
(i) ୧୯୬୧
(ii) ୧୯୬୪
(ii) ୧୯୬୨
(iv) ୧୯୬୫
Answer:
(i) ୧୯୬୧

CHSE Odisha Class 12 Political Science Chapter 4 Objective Questions in Odia Medium

୧୩ । ଗ୍ରାମପଞ୍ଚାୟତର ମୁଖ୍ୟଙ୍କୁ _________ କୁହାଯାଏ ।
(i) ସରପଞ୍ଚ
(ii) ଚେୟାରମ୍ୟାନ୍
(iii) ସଭାପତି
(iv) ଅଧ୍ୟକ୍ଷ
Answer:
(i) ସରପଞ୍ଚ

୧୪ । ପୌର ପରିଷଦ ଭାଙ୍ଗିଗଲେ ________ ଏହାର ପରିଚାଳନା ଦାୟିତ୍ଵ ହାତକୁ ନେଇଥା’ନ୍ତି ।
(i) ବି.ଡ଼ି.ଓ.
(ii) ତହସିଲ୍ଦାର୍
(ii) ଉପଜିଲ୍ଲାପାଳ
(iv) ଜିଲ୍ଲାପାଳ
Answer:
(iv) ଜିଲ୍ଲାପାଳ

୧୫ । ଜଣେ ସରପଞ୍ଚଙ୍କୁ ତାଙ୍କ କାର୍ଯ୍ୟକାଳ ପୂରିବା ପୂର୍ବରୁ ________ କାର୍ଯ୍ୟରୁ ଅନ୍ତର କରିପାରନ୍ତି ।
(i) ପଲ୍ଲୀସଭା
(ii) ଗ୍ରାମସଭା
(iii) ବି.ଡ଼ି.ଓ.
(iv) ପଞ୍ଚାୟତର ଦୁଇ-ତୃତୀୟାଂଶ ସଦସ୍ୟ ବା ରାଜ୍ୟ ସରକାର
Answer:
(iv) ପଞ୍ଚାୟତର ଦୁଇ-ତୃତୀୟାଂଶ ସଦସ୍ୟ ବା ରାଜ୍ୟ ସରକାର

୧୬ । ସରପଞ୍ଚ ଓ ଚେୟାରମ୍ୟାନ୍‌ଙ୍କ କାର୍ଯ୍ୟକାଳ __________ ବର୍ଷ |
(i) ଦୁଇ
(ii) ତିନି
(iii) ଚାରି
(iv) ପାଞ୍ଚ
Answer:
(iv) ପାଞ୍ଚ

୧୭ | ପଞ୍ଚାୟତ ସମିତି ମୁଖ୍ୟଙ୍କୁ ________ କୁହାଯାଏ ।
(i) ବି.ଡ଼ି.ଓ.
(ii) ଚେୟାରମ୍ୟାନ୍
(iii) ସଭାପତି
(iv) ସରପଞ୍ଚ
Answer:
(ii) ଚେୟାରମ୍ୟାନ୍

CHSE Odisha Class 12 Political Science Chapter 4 Objective Questions in Odia Medium

୧୮ । ଓଡ଼ିଶାରେ ________ ଟି ପଞ୍ଚାୟତ ସମିତି ଅଛି ।
(i) ୩୧୮
(ii) ୩୦
(iii) ୩୧୪
(iv) ୩୨୧
Answer:
(i) ୩୧୪

୧୯ । ଓଡ଼ିଶାରେ _______ ଗୋଟି ମ୍ୟୁନିସିପାଲିଟି ଓ ________ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି ।
(i) ୩୧, ୭୫
(ii) ୩୧, ୭୬
(iii) ୩୦, ୭୬
(iv) ୨୮,୭୪
Answer:
(ii) ୩୧, ୭୬

୨୦ । ଭାରତରେ __________ ଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା ।
(i) ଇନ୍ଦିରା ଗାନ୍ଧି
(ii) ଲାଲ୍‌ବାହାଦୂର ଶାସ୍ତ୍ରୀ
(iii) ପଣ୍ଡିତ ଜବାହାରଲାଲ୍ ନେହେରୁ
(iv) ମୋରାର୍‌ଜୀ ଦେଶାଇ
Answer:
(iii) ପଣ୍ଡିତ ଜବାହରଲାଲ ନେହେରୁ

୨୧ । _________ ଜିଲ୍ଲା ପରିଷଦର ମୁଖ୍ୟ ଅଟନ୍ତି ।
(i) ଚେୟାରମ୍ୟାନ୍
(ii) ସଭାପତି
(iii) ଜିଲ୍ଲାପାଳ
(iv) ଉପଜିଲ୍ଲାପାଳ
Answer:
(i) ଚେୟାରମ୍ୟାନ୍

୨୨ । ପଞ୍ଚାୟତିରାଜ ବ୍ୟବସ୍ଥାରେ ___________ ହେଉଛି ଉଚ୍ଚତମ ସ୍ତର ।
(i) ଜିଲ୍ଲା ପରିଷଦ
(ii) ଗ୍ରାମପଞ୍ଚାୟତ
(iii) ପଞ୍ଚାୟତ ସମିତି
(iv) ମ୍ୟୁନ୍ସିପାଲ୍ଟି
Answer:
(i) ଜିଲ୍ଲା ପରିଷଦ

CHSE Odisha Class 12 Political Science Chapter 4 Objective Questions in Odia Medium

୨୩ । __________ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାର ମଧ୍ଯମ ସ୍ତର ଅଟେ ।
(i) ଜିଲ୍ଲା ପରିଷଦ
(ii) ଗ୍ରାମପଞ୍ଚାୟତ
(iii) ପଞ୍ଚାୟତ ସମିତି
(iv) ମ୍ୟୁନ୍ସିପାଲ୍‌
Answer:
(iii) ପଞ୍ଚାୟତ ସମିତି

୨୪ । ପୌର ପରିଷଦ ବୈଠକରେ ________ ଅଧ୍ୟକ୍ଷତା କରନ୍ତି ।
(i) ଚେୟାରମ୍ୟାନ୍
(ii) ସଭାପତି
(ii) ଜିଲ୍ଲାପାଳ
(iv) ଉପଜିଲ୍ଲାପାଳ
Answer:
(i) ଚେୟାରମ୍ୟାନ୍

୨୫ । ସମ୍ବିଧାନର କେଉଁ ସଂଶୋଧନ ନଗରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ସଂପର୍କିତ ?
(i) ୪୨ତମ
(ii) ୫୧ତମ
(iii) ୭୩ତମ
(iv) ୭୪ତମ
Answer:
(iv) ୭୪ତମ

୨୬ । ସମ୍ବିଧାନର କେଉଁ ସଂଶୋଧନ ଗ୍ରାମାଞ୍ଚଳ ସ୍ଵାୟର ଶାସନ ସଂସ୍ଥା ସଂପର୍କିତ ?
(i) ୪୨ତମ
(ii) ୫୨ତମ
(iii) ୭୩ତମ
(iv) ୭୪ତମ
Answer:
(iii) ୭୩ତମ

୨୭ । ସ୍ଥାନୀୟ ସ୍ଵାୟର ଶାସନ ବ୍ୟବସ୍ଥାର ଯଥାର୍ଥତାକୁ ନିମ୍ନୋକ୍ତ କେଉଁ ଭିଭିରେ ପ୍ରତିପାଦନ କରାଯାଇପାରିବ ?
(i) ପ୍ରଶାସନିକ ଦକ୍ଷତା ବୃଦ୍ଧି
(ii) ରାଜନୈତିକ ବ୍ୟବସ୍ଥାର ଦୃଢ଼ତା
(iii) ଆଞ୍ଚଳିକ ବା ସ୍ଥାନୀୟ ନେତୃତ୍ଵ ସୃଷ୍ଟି
(iv) ତୃଣମୂଳ ଗଣତାନ୍ତ୍ରିକ ନୀତି
Answer:
(iv) ତୃଣମୂଳ ଗଣତାନ୍ତ୍ରିକ ନୀତି

୨୮ । ପଞ୍ଚାୟତିରାଜ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ମୂଳରେ ଲକ୍ଷ୍ୟ ଥିଲା-
(i) ଲୋକମାନଙ୍କୁ ରାଜନୀତି ସଂପର୍କରେ ଅବଗତ କରିବା
(ii) ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ
(iii) କୃଷକମାନଙ୍କୁ ଶିକ୍ଷିତ ଓ ସଚେତନ କରିବା
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ

CHSE Odisha Class 12 Political Science Chapter 4 Objective Questions in Odia Medium

(B) ଶୂନ୍ୟସ୍ଥାନ ପୂରଣ କର ।

୧ । _________ ଭାରତରେ ପ୍ରାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।
Answer:
ଲର୍ଡ ରିପନ୍

୨ । ଘାୟତ୍ତ ଶାସନକୁ _________ ର ମୂଳଭିରି କୁହାଯାଏ ।
Answer:
ଋଣତନ୍ତ୍ର

୩ । ସହରାଞ୍ଚଳର ଉଚ୍ଚତମ ସାୟତ୍ତ ଶାସନ ସଂସ୍ଥା ହେଉଛି _________ ।
Answer:
ନିଗମ (କର୍ପୋରେସନ୍)

୪ । ନଗରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟଙ୍କୁ __________ କୁହାଯାଏ; କିନ୍ତୁ ନିଗମର ମୁଖ୍ୟ _________ ନାମରେ ପରିଚିତ ଅଟନ୍ତି ।
Answer:
ଚେୟାରମ୍ୟାନ୍; ମେୟର

୫ ।ସରପଞ୍ଚ, ଚେୟାରମ୍ୟାନ୍, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନିଗମ, ନଗରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ କାଯ୍ୟକାଳ ___________ ବର୍ଷ ଅଟେ |
Answer:
୫ (ପାଞ୍ଚ)

୬ । _________ ଗ୍ରାମ ସ୍ଵରାଜର ପ୍ରବକ୍ତା ରୂପେ ପରିଚିତ ।
Answer:
ଗାନ୍ଧିଜୀ

CHSE Odisha Class 12 Political Science Chapter 4 Objective Questions in Odia Medium

୭ । ପଞ୍ଚାୟତିରାଜ ବ୍ୟବସ୍ଥାରେ __________ ଗୋଟି ସ୍ତର ଅଛି |
Answer:
୩ (ତିନି )

୮ । ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା _________ ଦିନ କାର୍ଯ୍ୟକାରୀ ହୋଇଥିଲା ।
Answer:
୨୬ ଜାନୁୟାରୀ, ୧୯୬୧

୯ । ___________ କମିଟିର ସୁପାରିସ କ୍ରମେ ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟ କରୁଛି ।
Answer:
ବଳବନ୍ତରାୟ ମେହେଟ୍ଟା

୧୦ । ___________ ତମ ସମ୍ବିଧାନ ସଂଶୋଧନ ଆଇନ, ୧୯୯୨ ରେ ଗ୍ରାମାଞ୍ଚଳ ସାୟତ୍ତ ଶାସନ ବ୍ୟବସ୍ଥା ଓ ________ ତମ ସମ୍ବିଧାନ ସଂଶୋଧନ ଆଇନ, ୧୯୯୨ ରେ ସହରାଞ୍ଚଳ ସାୟତ୍ତ ଶାସନ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ୱୀକୃତି ଦିଆଯାଇଛି ।
Answer:
୭୩ ; ୭୪

(C) ଭ୍ରମ ସଂଶୋଧନ କର ।

୧ । ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରରାଜ ବ୍ୟବସ୍ଥା ପ୍ରଥମେ ଗୁଜରାଟରେ କାର୍ଯ୍ୟକାରୀ ହୋଇଥିଲା ।
Answer:
ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଥମେ ରାଜସ୍ଥାନରେ କାର୍ଯ୍ୟକାରୀ ହୋଇଥିଲା ।

CHSE Odisha Class 12 Political Science Chapter 4 Objective Questions in Odia Medium

୨ । ଓଡ଼ିଶାରେ ପଞ୍ଚାୟତିରାଜ ଓ ସହରାଞ୍ଚଳ ସାୟତ୍ତ ଶାସନ ବ୍ୟବସ୍ଥାରେ ଶତକଡ଼ା ୩୩ ଭାଗ ବା ଏକ ତୃତୀୟାଂଶ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷିତ ।
Answer:
ଓଡ଼ିଶାରେ ପଞ୍ଚାୟତିରାଜ ଓ ସହରାଞ୍ଚଳ ସାୟତ୍ତ ଶାସନ ବ୍ୟବସ୍ଥାରେ ଶତକଡ଼ା ୫୦ ଭାଗ ବା ଅର୍ଦ୍ଧେକ ସ୍ଥାନ ମହିଳା ମାନଙ୍କ ପାଇଁ ସଂରକ୍ଷିତ ।

୩ । ନିଗମର ମୁଖ୍ୟଙ୍କୁ ଚେୟାରମ୍ୟାନ୍ ବା ଅଧ୍ୟକ୍ଷ କୁହାଯାଏ ।
Answer:
ନିଗମର ମୁଖ୍ୟଙ୍କୁ ମେୟର କୁହାଯାଏ ।

୪ । ଭାରତ ସମ୍ବିଧାନର ୪୪ ଧାରାରେ ଗ୍ରାମପଞ୍ଚାୟତର ଗଠନ ପାଇଁ ନିର୍ଦ୍ଦେଶ ରହିଛି ।
Answer:
ଭାରତ ସମ୍ବିଧାନର ୪୦ ଧାରାରେ ଗ୍ରାମପଞ୍ଚାୟତର ଗଠନ ପାଇଁ ନିର୍ଦ୍ଦେଶ ରହିଛି ।

୫ । ଗ୍ରାମସଭାରେ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ଅଧ୍ୟକ୍ଷତା କରନ୍ତି ।
Answer:
ଗ୍ରାମସଭାରେ ସଂପୃକ୍ତ ଗ୍ରାମପଞ୍ଚାୟତର ସରପଞ୍ଚ ଅଧ୍ୟକ୍ଷତା କରନ୍ତି ।

(D) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧। ପଲ୍ଲୀସଭାର କାର୍ଯ୍ୟ କ’ଣ ?
Answer:
ପ୍ରତି ୱାର୍ଡ଼ରୁ ସାବାଳକ ଭୋଟଦାତାମାନଙ୍କୁ ନେଇ ଗଠିତ ପଲ୍ଲୀସଭା ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସୁପାରିସ କରିପାରିବେ ଏବଂ ପଞ୍ଚାୟତ ବଜେଟ୍ ଉପରେ ମତାମତ ଦେଇପାରିବେ ।

୨ । ପଞ୍ଚାୟତିରାଜ କ’ଣ ?
Answer:
ଭାରତରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାକୁ ପଞ୍ଚାୟତିରାଜ କୁହାଯାଏ । ବଳବନ୍ତ – ରାୟ ମେହେଟ୍ଟା କମିଟିର ସୁପାରିସ ଅନୁଯାୟୀ କାର୍ଯ୍ୟ କରୁଥିବା ଏହି ସଂସ୍ଥା ତ୍ରିସ୍ତରୀୟ, ଯଥା- ସର୍ବନିମ୍ନ ସ୍ତରରେ ଗ୍ରାମପଞ୍ଚାୟତ, ମଧ୍ୟମ ସ୍ତରରେ ପଞ୍ଚାୟତ ସମିତି ଓ ସର୍ବୋଚ୍ଚ ସ୍ତରରେ ଜିଲ୍ଲା ପରିଷଦ ।

CHSE Odisha Class 12 Political Science Chapter 4 Objective Questions in Odia Medium

୩ । ସ୍ଵାୟର ଶାସନ ସଂସ୍ଥା ବିଧ୍ଵବିଧାନ ଉଲଂଘନ କରିବା ପ୍ରମାଣିତ ହେଲେ କ’ଣ ହୁଏ ?
Answer:
ସ୍ଵାୟତ୍ତ ଶାସନ ସଂସ୍ଥା ବିଧିବିଧାନ ଉଲଂଘନ କରିବା ପ୍ରମାଣିତ ହେଲେ ସରକାର ଏହାର ନିର୍ଦ୍ଧାରିତ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଏହାକୁ ଭାଙ୍ଗିଦେଇ ପାରିବେ ଓ ନିଜ ପରିଚାଳନାକୁ ନେଇଯାଇ ପାରିବେ । ସାନି ନିର୍ବାଚନ ଛଅମାସ ମଧ୍ୟରେ ହେବା ଆବଶ୍ୟକ ।

୪ | ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନର ମୁଖ୍ୟ ଲକ୍ଷ୍ୟ କ’ଣ ?
Answer:
୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନର ମୁଖ୍ୟ ଲକ୍ଷ୍ୟ ହେଉଛି ଯଥାକ୍ରମେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ସଙ୍ଗଠନ, କାର୍ଯ୍ୟାବଳୀ, ଆର୍ଥିକ ବ୍ୟବସ୍ଥା, ନିର୍ବାଚନ ବ୍ୟବସ୍ଥା ଇତ୍ୟାଦି କ୍ଷେତ୍ରରେ ଏକପ୍ରକାର ବା ସାଦୃଶ୍ଯ ନୀତି ଦେଶସାରା ପ୍ରଚଳନ କରିବା ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ବୀକୃତି ପ୍ରଦାନ କରିବା ।

CHSE Odisha Class 12 Political Science Chapter 7 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 7 ଭାରତର ବୈଦେଶିକ ନୀତି Objective Questions.

CHSE Odisha 12th Class Political Science Chapter 7 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ସମ୍ବିଧାନର କେଉଁ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ?
(i) ଧାରା ୪୮
(ii) ଧାରା ୫୧
(iii) ଧାରା ୫୧
(iv) ଧାରା ୫୨
Answer:
(iii) ଧାରା ୫୧

୨। ପଞ୍ଚଶୀଳ ନୀତିର ପ୍ରବକ୍ତା କିଏ ?
(i) ମହାତ୍ମା ଗାନ୍ଧି
(ii) ଜବାହରଲାଲ ନେହେରୁ
(iii) ଲାଲବାହାଦୂର ଶାସ୍ତ୍ରୀ
(iv) ଇନ୍ଦିରା ଗାନ୍ଧି
Answer:
(ii) ଜବାହରଲାଲ ନେହେରୁ

୩ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାର୍କ ରାଷ୍ଟ୍ର ନୁହେଁ ?
(i) ଭାରତ
(ii) ନେପାଳ
(iii) ଭୁଟାନ
(iv) ଥାଇଲାଣ୍ଡ
Answer:
(iv) ଥାଇଲାଣ୍ଡ

୪ । ନିମ୍ନୋକ୍ତ ମଧ୍ଯରୁ ଭାରତ ଓ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ମୁକ୍ତ ସୀମାରେଖା ରହିଅଛି ?
(i) ପାକିସ୍ତାନ
(ii) ଚୀନ
(iii) ନେପାଳ
(iv) ବଙ୍ଗଳାଦେଶ
Answer:
(iii) ନେପାଳ

୫ । କାଶ୍ମୀରକୁ ନେଇ ଭାରତ ଓ କେଉଁ ଦେଶ ମଧ୍ୟରେ ସୀମା ବିବାଦ ରହିଅଛି ?
(i) ଚୀନ
(ii) ପାକିସ୍ତାନ
(iii) ବଙ୍ଗଳାଦେଶ
(iv) ନେପାଳ
Answer:
(ii) ପାକିସ୍ତାନ

CHSE Odisha Class 12 Political Science Chapter 7 Objective Questions in Odia Medium

୬ । ତିବ୍‌ବତ ଅଞ୍ଚଳକୁ ନେଇ ଭାରତ ଓ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବିବାଦ ଦେଖାଯାଉଛି ?
(i) ଚୀନ
(ii) ପାକିସ୍ତାନ
(iii) ଶ୍ରୀଲଙ୍କା
(iv) ବଙ୍ଗଳାଦେଶ
Answer:
(i) ଚୀନ

୭ | କେଉଁ ମସିହାରେ ସିନ୍ଧୁନଦୀ ଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
(i) ୧୯୫୨
(ii) ୧୯୫୬
(iii) ୧୯୮୫
(iv) ୧୯୬୦
Answer:
(iv) ୧୯୬୦

୮ । କେଉଁ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ?
(i) ୧୯୬୨
(ii) ୧୯୬୫
(iii) ୧୯୬୭
(iv) ୧୯୭୦
Answer:
(ii) ୧୯୬୫

୯ | ତାସକେଣ୍ଟ ରାଜିନାମା କେଉଁ ମସିହାରେ ସାକ୍ଷରିତ ହୋଇଥିଲା ?
(i) ୧୯୬୨
(i) ୧୯୬୫
(ii) ୧୯୬୬
(iv) ୧୯୭୦
Answer:
(iii) ୧୯୬୬

୧୦ । କେଉଁ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିତୀୟଥର ଯୁଦ୍ଧ ହୋଇଥିଲା ?
(i) ୧୯୬୫
(i) ୧୯୭୧
(iii) ୧୯୭୮
(iv) ୧୯୮୦
Answer:
(iii) ୧୯୭୮

CHSE Odisha Class 12 Political Science Chapter 7 Objective Questions in Odia Medium

୧୧ । ସିମଲା ରାଜିନାମା କେବେ ସାକ୍ଷରିତ ହୋଇଥିଲା ?
(i) ୧୯୭୦ ମସିହାରେ
(ii) ୧୯୭୨ ମସିହାରେ
(iii) ୧୯୭୫ ମସିହାରେ
(iv) ୧୯୯୦ ମସିହାରେ
Answer:
(ii) ୧୯୭୨ ମସିହାରେ

୧୨ । ନିମ୍ନୋକ୍ତ କାହା କାହା ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
(i) ଭାରତ – ଚୀନ
(ii) ଭାରତ-ଶ୍ରୀଲଙ୍କା
(iii) ଭାରତ-ବଙ୍ଗଳାଦେଶ
(iv) ଭାରତ-ପାକିସ୍ତାନ
Answer:
(iv) ଭାରରତ-ପାକିସ୍ତାନ

୧୩ । ସିମଲା ରାଜିନାମାରେ କେଉଁ ଭାରତୀୟ ପ୍ରଧାନମନ୍ତ୍ରୀ ସାକ୍ଷର କରିଥିଲେ ?
(i) ପଣ୍ଡିତ ନେହେରୁ
(ii) ଲାଲ ବାହାଦୂର ଶାସ୍ତ୍ରୀ
(iii) ରାଜୀବ ଗାନ୍ଧି
(iv) ଶ୍ରୀମତୀ ଇନ୍ଦିରା ଗାନ୍ଧି
Answer:
(iv) ଶ୍ରୀମତୀ ଇନ୍ଦିରା ଗାନ୍ଧି

୧୪ । କାଗିଲ ଯୁଦ୍ଧ କେଉଁ ମସିହାରେ ହୋଇଥିଲା ?
(i) ୧୯୯୦
(ii) ୧୯୯୯
(ii) ୨୦୦୧
(iv) ୨୦୦୩
Answer:
(ii) ୧୯୯୯

୧୫ । ପଞ୍ଚଶୀଳ ନୀତିକୁ ଆଧାର କରି ନିମ୍ନୋକ୍ତ କେଉଁ ଦେଶ ସହିତ ଭାରତର ସମ୍ପର୍କ ପ୍ରତିଷ୍ଠିତ ?
(i) ପାକିସ୍ତାନ
(ii) ଚୀନ
(iii) ନେପାଳ
(iv) ଭୁଟାନ
Answer:
(i) ଚୀନ

୧୬ । ଭାରତର କେଉଁ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସ୍ ଯାତ୍ରୀ କରିଥିଲେ ?
(i) ରାଜୀବ ଗାନ୍ଧି
(ii) ବିଶ୍ଵନାଥ ପ୍ରତାପ ସିଂହ
(iii) ଅଟଳବିହାରୀ ବାଜପେୟୀ
(iv) ମନମୋହନ ସିଂହ
Answer:
(iii) ଅଟଳବିହାରୀ ବାଜପେୟୀ

CHSE Odisha Class 12 Political Science Chapter 7 Objective Questions in Odia Medium

୧୭ । କେଉଁ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତୀୟ ଶାନ୍ତିରକ୍ଷା ବାହିନୀ ଯାଇଥିଲା ?
(i) ଶ୍ରୀଲଙ୍କା
(ii) ଚୀନ
(iii) ପାକିସ୍ତାନ
(iv) ବଙ୍ଗଳାଦେଶ
Answer:
(i) ଶ୍ରୀଲଙ୍କା

୧୮ । ଚୀନ କେବେ ଭାରତ ଆକ୍ରମଣ କରିଥିଲା ?
(i) ୧୯୬୦ ମସିହାରେ
(ii) ୧୯୬୨ ମସିହାରେ
(i) ୧୯୬୮ ମସିହାରେ
(iv) ୧୯୭୦ ମସିହାରେ
Answer:
(ii) ୧୯୬୨ ମସିହାରେ

୧୯ । ମେକ୍‌ମୋହନ ରେଖାକୁ ନେଇ କେଉଁ କେଉଁ ଦେଶ ମଧ୍ୟରେ ସୀମାବିବାଦ ଦେଖାଯାଇଥାଏ ?
(i) ଭାରତ-ବଙ୍ଗଳାଦେଶ
(ii) ଭାରତ-ଚୀନ
(iii) ଭାରତ-ପାକିସ୍ତାନ
(iv) ଭାରତ-ନେପାଳ
Answer:
(ii) ଭାରତ-ଚୀନ

୨୦ । ଲାହୋର ଘୋଷଣା କେଉଁ ମସିହାରେ ହୋଇଥିଲା ?
(i) ୧୯୯୫
(ii) ୧୯୯୯
(iii) ୨୦୦୦
(iv) ୨୦୧୪
Answer:
(ii) ୧୯୯୯

B. ଶୂନ୍ୟସ୍ଥାନ ପୂରଣ କର ।

୧। ସମ୍ବିଧାନର ______________ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ।
Answer:
୫୧

୨। ପଞ୍ଚଶୀଳ ନୀତି ଭାରତ ଏବଂ _____________ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।
Answer:
ଚୀନ

୩ । ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ୟରେ ରାଜିନାମା _________________ ମସିହାରେ ସାକ୍ଷରିତ ହୋଇଥିଲା ।
Answer:
୧୯୫୪

CHSE Odisha Class 12 Political Science Chapter 7 Objective Questions in Odia Medium

୪ । _______________ ମସିହାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
Answer:
୧୯୬୧

୫। ଭାରତର ପ୍ରଧାନମନ୍ତ୍ରୀ ________________ ଙ୍କ ନେତୃତ୍ବରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ହୋଇଥିଲା ।
Answer:
ପଣ୍ଡିତ ଜବାହରଲାଲ ନେହେରୁ

୬ | _______________ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୬୧

୭। __________________ ମସିହାରେ ପାକିସ୍ତାନ ପ୍ରଥମ ଭାରତ ଆକ୍ରମଣ କରିଥିଲା ।
Answer:
୧୯୬୫

୮। ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ______________ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
ତାସ୍ କେଶ

୯। _______________ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ।
Answer:
୧୯୭୧

୧୦| _______________ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୭୨

୧୧। _______________ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।
Answer:
୧୯୯୯

୧୨| _______________ ମସିହାରେ କାର୍ଗିଲ ଯୁଦ୍ଧ ହୋଇଥିଲା ।
Answer:
୧୯୯୯

CHSE Odisha Class 12 Political Science Chapter 7 Objective Questions in Odia Medium

୧୩। _______________ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ।
Answer:
୧୯୬୨

୧୪। ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ______________ ମଧ୍ୟରେ ବିବାଦ ହୋଇଥିଲା ।
Answer:
ଚୀନ

୧୫। ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା _____________ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ।
Answer:
ମେକ୍ ମୋହନ

୧୬| ____________ ମସିହାରେ ଭାରତ ଓ ଚୀନ ମଧ୍ଯରେ ତିବ୍ବତ ସମ୍ବନ୍ଧୀୟ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୫୧

୧୭। କାଶ୍ମୀରକୁ ନେଇ ଭାରତ ଓ ତା’ର ପଡ଼ୋଶୀ ରାଷ୍ଟ୍ର ______________ ମଧ୍ୟରେ ସୀମାବିବାଦ ରହିଅଛି ।
Answer:
ପାକିସ୍ତାନ

୧୮। ଭାରତୀୟ ଶାନ୍ତିରକ୍ଷା ସେନା ଭାରତ ତା’ର ପଡ଼ୋଶୀ ରାଷ୍ଟ୍ର _______________ କୁ ପ୍ରେରଣ କରିଥିଲା ।
Answer:
ଶ୍ରୀଲଙ୍କା

୧୯। ୧୯୯୮ ମସିହା ଜାନୁଆରୀ ୧୫ ତାରିଖରେ ‘ବାଣିଜ୍ୟ ଶିଖର ସମ୍ମିଳନୀ’ ଭାରତ, ପାକିସ୍ତାନ ଓ ______________ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Answer:
ବଙ୍ଗଳାଦେଶ

CHSE Odisha Class 12 Political Science Chapter 7 Objective Questions in Odia Medium

୨୦ । ପଡ଼ୋଶୀ ରାଷ୍ଟ୍ର ______________ ସହିତ ଭାରତର ସାଂସ୍କୃତିକ, ବାଣିଜ୍ୟିକ, ଧାର୍ମିକ କ୍ଷେତ୍ରରେ ମୁକ୍ତ ଓ ସୌହାର୍ଦ୍ଦପୂର୍ଣ ରହିଅଛି ।
Answer:
ନେପାଳ

୨୧ । ପ୍ରାଚୀନ କାଳରୁ ଭାରତ ଓ ପଡ଼ୋଶୀ ରାଷ୍ଟ୍ର _______________ ମଧ୍ୟରେ ବାଣିଜ୍ୟ ପାଇଁ ରେଶମ ପଥ ରହିଥିଲା ।
Answer:
ଚୀନ

C. ଭ୍ରମ ସଂଶୋଧନ କର ।

୧। ପଞ୍ଚଶୀଳ ନୀତି ଗାନ୍ଧିଜୀଙ୍କଦ୍ବାରା ପ୍ରବର୍ତ୍ତିତ ହୋଇଥିଲା ।
Answer:
ପଞ୍ଚଶୀଳ ନୀତି ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ଵାରା ପ୍ରବର୍ତ୍ତିତ ହୋଇଥିଲା ।

୨ । ସିମଲା ରାଜିନାମା ଭାରତ ଓ ଚୀନ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।
Answer:
ସିମଲା ରାଜିନାମା ଭାରତ ଓ ପାକିସ୍ତାନ ମଧ୍ୟରେ ସାକ୍ଷରିତ ହୋଇଥିଲା ।

୩ । ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ସାର୍କର ୬ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।
Answer:
ସାର୍କରେ ପ୍ରଥମେ ସାତଟି ରାଷ୍ଟ୍ର ସଦସ୍ୟ ଥିବାବେଳେ ବର୍ତ୍ତମାନ ୮ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।

୪ । ସମ୍ବିଧାନର ୬୫ ଧାରାରେ ଭାରତର ବୈଦେଶିକ ନୀତି ବର୍ଷିତ ହୋଇଅଛି |
Answer:
ସମ୍ବିଧାନର ୫୧ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ।

୫ |ପଞ୍ଚଶୀଳ ନୀତି ଭାରତ ଏବଂ ଶ୍ରୀଲଙ୍କା ମଧ୍ଯରେ ସାକ୍ଷରିତ ହୋଇଥିଲା ।
Answer:
ପଞ୍ଚଶୀଳ ନୀତି ଭାରତ ଏବଂ ଚୀନ୍ ମଧ୍ଯରେ ସାକ୍ଷରିତ ହୋଇଥିଲା ।

୬ । ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ୟରେ ରାଜିନାମା ୧୯୫୦ ମସିହାରେ ସାକ୍ଷରିତ ହୋଇଥିଲା ।
Answer:
ପଞ୍ଚଶୀଳକୁ ଆଧାରକରି ଭାରତ ଓ ଚୀନ୍ ମଧ୍ୟରେ ରାଜିନାମା ୧୯୫୪ ମସିହାରେ ସାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 7 Objective Questions in Odia Medium

୭ | ୧୯୪୮ ମସିହାରେ ସିନ୍ଧୁନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୬୦ ମସିହାରେ ସିନ୍ଧୁନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସାକ୍ଷରିତ ହୋଇଥିଲା ।

୮। ୧୯୬୦ ମସିହା ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ।
Answer:
୧୯୬୫ ମସିହା ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ।

୯ । ୧୯୬୨ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧୦ । ୧୯୭୦ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ।
Answer:
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ଵିତୀୟଥର ଯୁଦ୍ଧ ହୋଇଥିଲା ।

୧୧ । ୧୯୭୫ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୭୨ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧୨ । ୨୦୦୦ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।
Answer:
୧୯୯୯ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।

୧୩ । ୨୦୦୧ ମସିହାରେ କାଗିଲ ଯୁଦ୍ଧ ହୋଇଥିଲା ।
Answer:
୧୯୯୯ ମସିହାରେ କାର୍ରିଲ ଯୁଦ୍ଧ ହୋଇଥିଲା ।

୧୪ । ୧୯୬୬ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ।

୧୫ । ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଦେଖାଯାଇଥାଏ ।
Answer:
ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଯାଇଥାଏ ।

CHSE Odisha Class 12 Political Science Chapter 7 Objective Questions in Odia Medium

୧୬ । ଭାରତ ଓ ତିବ୍ବତ ମଧ୍ୟରେ ଟଣାଯାଇଥିବା ମେଜ୍‌ମୋହନ ରେଖାକୁ ନେଇ ଭାରତ ବିବାଦ ରହିଅଛି ।
Answer:
ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା ମେକ୍‌ମୋହନ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ।

D. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଶବ୍ଦରେ ଲେଖ ।

୧ । ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
Answer:
୧୯୬୧

୨ । ସମ୍ବିଧାନର କେଇଁ ଧାରାରେ ଭାରତର ବୈଦେଶିକ ନୀତି ବକ୍ଷିତ ହୋଇଅଛି ?
Answer:
୫୧

୩ । ପଞ୍ଚଶୀଳ ନୀତି ଭାରତ ଏବଂ ଅନ୍ୟ କେଉଁ ଦେଶ ମଧ୍ୟରେ ସାକ୍ଷରିତ ହୋଇଥିଲା ?
Answer:
ଚୀନ

୪। ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ଯରେ ରାଜିନାମା କେଉଁ ମସିହାରେ ସାକ୍ଷରିତ ହୋଇଥିଲା ?
Answer:
୧୯୫୪

୫ । କେଉଁ ମସିହାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
୧୯୬୧

୬ । ଭାରତର କେଉଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ହୋଇଥିଲା ?
Answer:
ପଣ୍ଡିତ ଜବାହରଲାଲ ନେହେରୁ

CHSE Odisha Class 12 Political Science Chapter 7 Objective Questions in Odia Medium

କେଉଁ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୬୦

୮। କେଉଁ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୫

୯। ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ କେଉଁ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
ତାସ୍ କେଶ

୧୦। କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ?
Answer:
୧୯୭୧

୧୧। କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୨

୧୨। କେଉଁ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ?
Answer:
୧୯୯୯

୧୩। କେଉଁ ମସିହାରେ କାର୍ରିଲ ଯୁଦ୍ଧ ହୋଇଥିଲା ?
Answer:
୧୯୯୯

୧୪। କେଉଁ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୨

CHSE Odisha Class 12 Political Science Chapter 7 Objective Questions in Odia Medium

୧୫। ତିବ୍ବତ ସମସ୍ୟାକୁ ନେଇ ଭାରତ ଓ ଅନ୍ୟ କେଉଁ ଦେଶ ମଧ୍ୟରେ ବିବାଦ ଦେଖାଯାଇଥାଏ ?
Answer:
ଚୀନ

୧୬। ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା କେଉଁ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ?
Answer:
ମେକ୍ଟୋମୋହନ

୧୭। କେଉଁ ମସିହାରେ ଭାରତ ଓ ଚୀନ ମଧ୍ୟରେ ତିବ୍ବବତ ସମ୍ବନ୍ଧୀୟ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୫୧

୧୮। କାଶ୍ମୀରକୁ ନେଇ ଭାରତ ଓ ତା’ର କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସୀମାବିବାଦ ରହିଅଛି ?
Answer:
ପାକିସ୍ତାନ

୧୯। ଭାରତୀୟ ଶାନ୍ତିରକ୍ଷା ସେନା ଭାରତ ତା’ର କେଉଁ ପଡ଼ୋଶୀ ରାଷ୍ଟ୍ରକୁ ପ୍ରେରଣ କରିଥିଲା ?
Answer:
ଶ୍ରୀଲଙ୍କା

୨୦। ୧୯୯୮ ମସିହା ଜାନୁଆରୀ ୧୫ ତାରିଖରେ ‘ବାଣିଜ୍ୟ ଶିଖର ସମ୍ମିଳନୀ’, ଭାରତ, ପାକିସ୍ତାନ ଓ ଅନ୍ୟ କେଉଁ ରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ?
Answer:
ବଙ୍ଗଳାଦେଶ

୨୧। କେଉଁ ପଡ଼ୋଶୀ ରାଷ୍ଟ୍ର ସହିତ ଭାରତର ସାଂସ୍କୃତିକ, ବାଣିଜ୍ୟିକ, ଧାର୍ମିକ କ୍ଷେତ୍ରରେ ମୁକ୍ତ ଓ ସୌହାର୍ଘପୂର୍ଣ୍ଣ ସମ୍ପର୍କ ରହିଅଛି ?
Answer:
ନେପାଳ

୨୨ । ପ୍ରାଚୀନ କାଳରୁ ଭାରତ ଓ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ପାଇଁ ରେଶମ ପଥ ରହିଥିଲା ?
Answer:
ଚୀନ

୨୩ । ସାର୍କର ପ୍ରଥମ ସମ୍ମିଳନୀ କେବେ ହୋଇଥିଲା ?
Answer:
୧୯୮୬

CHSE Odisha Class 12 Political Science Chapter 7 Objective Questions in Odia Medium

E. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । ପଞ୍ଚଶୀଳ ନୀତିର ପ୍ରବକ୍ତା କିଏ ?
Answer:
ପଣ୍ଡିତ ଜବାହରଲାଲ ନେହେରୁ ପଞ୍ଚଶୀଳ ନୀତିର ପ୍ରବକ୍ତା ଅଟନ୍ତି ।

ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ସାର୍କର କେତୋଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ?
Answer:
ସାର୍କରେ ପ୍ରଥମେ ସାତଟି ରାଷ୍ଟ୍ର ସଦସ୍ୟ ଥିବାବେଳେ ବର୍ତ୍ତମାନ ୮ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।

୩ । ସମ୍ବିଧାନର କେଉଁ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ?
Answer:
ସମ୍ବିଧାନର ୫୧ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ।

୪ । ପଞ୍ଚଶୀଳ ନୀତି ଭାରତ ଏବଂ ଅନ୍ୟ କେଉଁ ଦେଶ ମଧ୍ୟରେ ସାକ୍ଷରିତ ହୋଇଥିଲା ?
Answer:
ପଞ୍ଚଶୀଳ ନୀତି ଭାରତ ଏବଂ ଚୀନ୍ ମଧ୍ଯରେ ସାକ୍ଷରିତ ହୋଇଥିଲା ।

୫ । ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ଯରେ ରାଜିନାମା କେଉଁ ମସିହାରେ ସାକ୍ଷରିତ ହୋଇଥିଲା ?
Answer:
ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ୟରେ ରାଜିନାମା ୧୯୫୪ ମସିହାରେ ସାକ୍ଷରିତ ହୋଇଥିଲା ।

୬ । କେଉଁ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସାକ୍ଷରିତ ହୋଇଥିଲା ?
Answer:
୧୯୬୦ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 7 Objective Questions in Odia Medium

୭ । କେଉଁ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୫ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ।

୮ । କେଉଁ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୯ । କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ?
Answer:
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ।

୧୦ । କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧୧ । କେଉଁ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ?
Answer:
୧୯୯୯ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।

CHSE Odisha Class 12 Political Science Chapter 7 Objective Questions in Odia Medium

୧୨ । କେଉଁ ମସିହାରେ କାର୍ଗିଲ ଯୁଦ୍ଧ ହୋଇଥିଲା ?
Answer:
୧୯୯୯ ମସିହାରେ କାଗିଲ ଯୁଦ୍ଧ ହୋଇଥିଲା ।

୧୩ । କେଉଁ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ।

୧୪ । ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ଅନ୍ୟ କେଉଁ ଦେଶ ମଧ୍ୟରେ ବିବାଦ ଦେଖାଯାଇଥାଏ ?
Answer:
ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଯାଇଥାଏ ।

୧୫ । ଭାରତ ଓ ତିବ୍‌ବତ ମଧ୍ଯରେ ଟଣାଯାଇଥିବା କେଉଁ ଲେଖାକୁ ନେଇ ଭାରତ ଓ କେଉଁ ଦେଶ ମଧ୍ୟରେ ବିବାଦ ରହିଅଛି ?
Answer:
ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା ମେଜ୍‌ମୋହନ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ।

CHSE Odisha Class 12 Economics Chapter 3 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 3 ମୌଳିକ ଧାରଣା (ମାନବୀୟ ଅଭାବ, ଉପଯୋଗିତା, ଦ୍ରବ୍ୟ, ମୂଲ୍ୟ, ଦର ଓ ସମ୍ପଦ) Objective Questions.

CHSE Odisha 12th Class Economics Chapter 3 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ପ୍ରତ୍ୟେକ ସ୍ଵାଭାବିକ ଦ୍ରବ୍ୟର ସ୍ଥିତିସ୍ଥାପକତା :
(A) ଋଣାତ୍ମକ ହୋଇଥାଏ
(B) ଧନାତ୍ମକ ହୋଇଥାଏ
(C) ଶୂନ୍ୟ ହୋଇଥାଏ
(D) ଅସୀମ ହୋଇଥାଏ
Answer:
(A) ଋଣାତ୍ମକ ହୋଇଥାଏ

2. ନଦୀକୂଳରେ ଜଳ ଏକ :
(A) ମୁକ୍ତ ଦ୍ରବ୍ଯ
(B) ଅର୍ଥନୈତିକ ଦ୍ରବ୍ୟ
(C) ଅଭୌତିକ ଦ୍ରବ୍ୟ
(D) ଦ୍ରବ୍ୟ ପଦବାଚ୍ୟ ନୁହେଁ
Answer:
(A) ମୁକ୍ତ ଦ୍ରବ୍ଯ

3. ଦ୍ରବ୍ୟର ଅଭାବ ପୂରଣକାରୀ କ୍ଷମତାକୁ କ’ଣ କୁହାଯାଏ ?
(A) ଉପଯୋଗିତା
(B) ଉପାଦେୟତା
(C) ଉପକାରିତା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଉପଯୋଗିତା

4. ନିମ୍ନୋକ୍ତ କେଉଁ ଦ୍ରବ୍ୟର ଉପଯୋଗିତା ନାହିଁ ?
(A) ଔଷଧ
(B) ସିଗାରେଟ୍
(C) ପଚା ଅଣ୍ଡା
(D) ବହି
Answer:
(C) ପଚା ଅଣ୍ଡା

CHSE Odisha Class 12 Economics Chapter 3 Objective Questions in Odia Medium

5. ଜମିରେ ବ୍ୟବହୃତ ହେଉଥ‌ିବା ସାର ଏକ :
(A) ଉପଭୋଗ ଦ୍ରବ୍ୟ
(B) ଖାଉଟି ଦ୍ରବ୍ୟ
(C) ଉତ୍ପାଦକ ଦ୍ରବ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ଉତ୍ପାଦକ ଦ୍ରବ୍ୟ

6. ସୂର୍ଯ୍ୟକିରଣ ଏକ ମୁକ୍ତ ଦ୍ରବ୍ୟ, କାରଣ :
(A) ଏହାର ସ୍ଵଳ୍ପତା ନାହିଁ
(B) ଏହା ପ୍ରକୃତିଦତ୍ତ
(C) ଏହାର ଦାମ୍ ନାହିଁ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

7. ଡାକ୍ତରଙ୍କ ସେବା ଏକ :
(A) ଉତ୍ପାଦକ ଦ୍ରବ୍ୟ
(B) ଉପଭୋଗ ଦ୍ରବ୍ୟ
(C) ଖାଉଟି ଦ୍ରବ୍ୟ
(D) ଦ୍ରବ୍ୟ ପଦବାଚ୍ୟ ନୁହେଁ
Answer:
(C) ଖାଉଟି ଦ୍ରବ୍ୟ

8. ଛାତ୍ର ପାଇଁ ବହି କେଉଁଥିପାଇଁ ଅତ୍ୟାବଶ୍ୟକ ?
(A) ଜୀବନଧାରଣ ନିମିତ୍ତ
(B) ଦକ୍ଷତା ନିମିତ୍ତ
(C) ପରମ୍ପରାଗତ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଦକ୍ଷତା ନିମିତ୍ତ

9. କୋଣାର୍କ ମନ୍ଦିର ଏକ :
(A) ବ୍ୟକ୍ତିଗତ ସମ୍ପଦ
(B) ସାମାଜିକ ସମ୍ପଦ
(C) ଜାତୀୟ ସମ୍ପଦ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ଜାତୀୟ ସମ୍ପଦ

10. ଅର୍ଥଶାସ୍ତ୍ରରେ ଦ୍ରବ୍ୟର ମୂଲ୍ୟ କହିଲେ :
(A) ଉପାଦେୟତାକୁ ବୁଝାଏ
(B) ବ୍ୟାବହାରିକ ମୂଲ୍ୟକୁ ବୁଝାଏ
(C) ଚାହିଦାକୁ ବୁଝାଏ
(D) ବିନିମୟ ମୂଲ୍ୟକୁ ବୁଝାଏ
Answer:
(D) ବିନିମୟ ମୂଲ୍ୟକୁ ବୁଝାଏ

11. କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଏହାର ମୂଲ୍ୟ :
(A) ବୃଦ୍ଧି ହୁଏ
(B) ହ୍ରାସ ହୁଏ
(C) ଅପରିବର୍ତ୍ତିତ ରହେ
(D) ପ୍ରଥମେ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୁଏ
Answer:
(B) ହ୍ରାସ ହୁଏ

12. ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ କ’ଣ କୁହାଯାଏ ?
(A) ଅଭାବ
(B) ଉପଯୋଗିତା
(C) ଦ୍ରବ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଅଭାବ

13. ମଣିଷର ଅଭାବ ମୋଚନକୁ କ’ଣ କୁହାଯାଏ ?
(A) ଉପଭୋଗ
(B) ଉତ୍ପାଦନ
(C) ବଣ୍ଟନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଉପଭୋଗ

14. ଯେଉଁ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରେ ତାହା :
(A) ଉପଭୋଗ ଦ୍ରବ୍ୟ
(B) ଉତ୍ପାଦକ ଦ୍ରବ୍ୟ
(C) ସର୍ବସାଧାରଣ ଦ୍ରବ୍ୟ
(D) ଅନ୍ତର୍ବର୍ତୀ ଦ୍ରବ୍ୟ
Answer:
(A) ଉପଭୋଗ ଦ୍ରବ୍ୟ

15. ଭୁବନେଶ୍ଵର -କୋଲ୍‌କାତା ଜାତୀୟ ରାଜପଥ । ଏଥୁମଧ୍ୟରୁ କେଉଁ ପ୍ରକାର ସମ୍ପଦ ?
(A) ସାମାଜିକ
(B) ବ୍ୟକ୍ତିଗତ
(C) ଜାତୀୟ
(D) ଆନ୍ତର୍ଜାତୀୟ
Answer:
(C) ଜାତୀୟ

16. ନିମ୍ନଲିଖ ମଧ୍ୟରୁ ଅର୍ଥଶାସ୍ତ୍ରରେ କେଉଁଟି ସମ୍ପଦ ?
(A) ହିମାଳୟର ସୌନ୍ଦର୍ଯ୍ୟ
(C) ଜଣେ ଶଲ୍ୟ ଚିକିତ୍ସକଙ୍କ କୌଶଳ
(B) ଶ୍ରମିକର କୌଶଳ
(D) ଡାକ୍ତରଙ୍କ ମଟରଗାଡ଼ି
Answer:
(D) ଡାକ୍ତରଙ୍କ ମଟରଗାଡ଼ି

17. ଉଡ଼ାଜାହାଜରେ ଦିଆଯାଉଥ‌ିବା ପାନୀୟ ଜଳ ଏଥୁମଧ୍ୟରୁ କେଉଁ ଶ୍ରେଣୀର ଦ୍ରବ୍ୟ ?
(A) ମୁକ୍ତ ଦ୍ରବ୍ଯ
(B) ଦୀର୍ଘସ୍ଥାୟୀ ଦ୍ରବ୍ୟ
(C) ଅର୍ଥନୈତିକ ଦ୍ରବ୍ୟ
(D) ହସ୍ତାନ୍ତରଣୀୟ ଦ୍ରବ୍ୟ
Answer:
(C) ଅର୍ଥନୈତିକ ଦ୍ରବ୍ୟ

CHSE Odisha Class 12 Economics Chapter 3 Objective Questions in Odia Medium

18. ନିମ୍ନଲିଖ ମଧ୍ୟରୁ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ ?
(A) ଅଭାବ ଅସୀମ
(B) ଅଭାବ ସମୂହ ପରିତୃପ୍ତକ୍ଷମ
(C) ସମସ୍ତ ଅଭାବ ସମାନ ଭାବରେ ଗୁରୁତ୍ଵପୂର୍ଣ୍ଣ
(D) ଅଭାବଗୁଡ଼ିକ ପୌନଃପୁନିକ
Answer:
(D) ଅଭାବଗୁଡ଼ିକ ପୌନଃପୁନିକ

19. ନିମ୍ନଲିଖ ମଧ୍ୟରୁ କେଉଁଟି ସର୍ବସାଧାରଣ ଦ୍ରବ୍ୟ ନୁହେଁ ?
(A) ଜାତୀୟ ରାଜପଥ
(B) ରାସ୍ତା ଆଲୋକ
(C) ପ୍ରତିରକ୍ଷା ସେବା
(D) ମଟର ସାଇକେଲ
Answer:
(D) ମଟର ସାଇକେଲ

20. ଦର ଅର୍ଥ .
(A) ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
(B) ଅନ୍ୟ ଦ୍ରବ୍ୟ ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
(C) ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ
(D) ସୁନା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
Answer:
(A) ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ

B. ଶୂନ୍ୟସ୍ଥାନ ପୂରଣ କର ।

1. କଳ_______ ଦ୍ରବ୍ୟର ଉଦାହରଣ ।
Answer:
ଉତ୍ପାଦକ

2. ଜନସଂଖ୍ୟାର ବୃଦ୍ଧି ଘଟିଲେ ଚାହିଦା _______ ପାଏ ।
Answer:
ବୃଦ୍ଧି

3. ଦର _______ ର ମୌଳିକ ପରିପ୍ରକାଶ ।
Answer:
ମୂଲ୍ୟ

4. କେବଳ _______ ଇଚ୍ଛାଗୁଡ଼ିକୁ ଅଭାବ କୁହାଯାଏ ।
Answer:
ଅଭାବ

5. ନୀତି ପ୍ରଯୁଜ୍ୟ ହୋଇନଥାଏ । ଶ୍ରେଣୀଭୁକ୍ତ ।
Answer:
ବହିଷ୍କରଣ

6. ତାଲିମ ଅଭାବ_______ ଶ୍ରେଣୀଭୁକ୍ତ ।
Answer:
ଅତ୍ୟାବଶ୍ୟକ

7. ସମସ୍ତ ଅଭାବ _______ନୁହେଁ, କିନ୍ତୁ ଏକ ନିର୍ଦ୍ଦିଷ୍ଟ ଅଭାବ _______ ।
Answer:
ପରିପୂରଣୀୟ, ପରତୃପ୍ତକ୍ଷମ

8. ଉପଯୋଗିତା _______ ଶୀଳ ଅଟେ ।
Answer:
ନଷ୍ଟ

9. ବିଶ୍ଵରେ ସମସ୍ତ ରାଷ୍ଟ୍ରର ଅଧିକାରରେ ଥ‌ିବା ସମ୍ପଦକୁ ________ ସମ୍ପଦ କୁହାଯାଏ ।
Answer:
ଆନ୍ତର୍ଜାତିକ

10. ଉପଯୋଗିତା ଏକ _______ ଧାରଣା ।
Answer:
ମାନସିକ

11. ମୁକ୍ତ ଦ୍ରବ୍ୟର ଯୋଗାଣ ଚାହିଦା ଅପେକ୍ଷା _______ ।
Answer:
ଅଧ୍ଵ

12. ବ୍ୟବସାୟର ସୁନାମ ବା ସଦିଚ୍ଛା _______ ଦ୍ରବ୍ୟର ଉଦାହରଣ ।
Answer:
ଅଭୌତିକ

CHSE Odisha Class 12 Economics Chapter 3 Objective Questions in Odia Medium

13. ଯେଉଁ ଅଭାବ ସାମାଜିକ ପରମ୍ପରା ଓ ଅଭ୍ୟାସରୁ ଜାତ ତାହାକୁ _______ ଅଭାବ କୁହାଯାଏ ।
Answer:
ପରମ୍ପରାଗତ

14. ଯେଉଁସବୁ ଦ୍ରବ୍ୟ ପ୍ରତ୍ୟକ୍ଷଭାବେ ମାନବିକ ଅଭାବ ପୂରଣ କରିଥା’ନ୍ତି, ସେଗୁଡ଼ିକୁ _______ ଦ୍ରବ୍ୟ ବୋଲି କୁହାଯାଏ ।
Answer:
ଖାଉଟି

15. ଦକ୍ଷତା, ସୁମଧୁର କଣ୍ଠସ୍ଵର ଇତ୍ୟାଦି ଭଳି ସମସ୍ତ ଅନ୍ତର୍ନିହିତ ଗୁଣର _______ ନ ଥ‌ିବାରୁ ସେଗୁଡ଼ିକ ସମ୍ପଦ ନୁହଁନ୍ତି ।
Answer:
ବାହ୍ୟତା

16. ମାର୍ଶାଲଙ୍କ ମତରେ _______ କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପରିତୃପ୍ତି କରିପାରୁଥିବା ସମସ୍ତ ଈପ୍‌ସିତ ଦ୍ରବ୍ୟ ହେଉଛି ସମ୍ପଦ ।
Answer:
ମାନବୀୟ

17. ଦ୍ରବ୍ୟର ମାନବୀୟ ଅଭାବ ପରିତୃପ୍ତି କ୍ଷମତାକୁ _______ କୁହାଯାଏ ।
Answer:
ଉପଯୋଗିତା

18. ମନୁଷ୍ୟର ଅଭାବ ପୂରଣ କରୁଥିବା ସମସ୍ତ ପାର୍ଥିବ ଓ ଅପାର୍ଥିବ ବସ୍ତୁକୁ ଅର୍ଥଶାସ୍ତ୍ରରେ _______ କୁହାଯାଏ ।
Answer:
ଦ୍ରବ୍ୟ

19. ଯେଉଁ ଦ୍ରବ୍ୟ ପ୍ରବୃକ୍ଷଭାବେ ମାନବିକ ଅଭାବ ପୂରଣ କରିଥା’ନ୍ତି, ସେଗୁଡ଼ିକୁ _______ ଦ୍ରବ୍ୟ ବୋଲି କୁହାଯାଏ ।
Answer:
ଖାଉଟି

20. ଯେଉଁ ଦ୍ରବ୍ୟ ପ୍ରକୃତିର ମୁକ୍ତ ଦାନ, ତାହା _______ ଦ୍ରବ୍ୟ |
Answer:
ମୁକ୍ତ

21. ମାନବ ପ୍ରସ୍ତୁତ ଯେଉଁସବୁ ବସ୍ତୁଗୁଡ଼ିକର ସ୍ଵଳ୍ପତା ଥାଏ ସେଗୁଡ଼ିକ _______ ଦ୍ରବ୍ୟ କୁହାଯାଏ ।
Answer:
ଅର୍ଥନୈତିକ

22. ପରୋକ୍ଷଭାବେ ମାନବିକ ଅଭାବ ପରିପୂରଣ କରୁଥିବା ଦ୍ରବ୍ୟଗୁଡ଼ିକୁ _______ ଦ୍ରବ୍ୟ ବୋଲି କୁହାଯାଏ ।
Answer:
ଉତ୍ପାଦକ

23. ମୁକ୍ତ ଦ୍ରବ୍ୟର କେବଳ _______ ମୂଲ୍ୟ ରହିଛି ।
Answer:
ବ୍ୟବହାରିକ

24. ଗୋଟିଏ ଦ୍ରବ୍ୟ ପ୍ରତିବଦଳରେ ମିଳୁଥିବା ଅନ୍ୟାନ୍ୟ ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର _______ କୁହାଯାଏ ।
Answer:
ବିନିମୟ ମୂଲ୍ୟ|ମୂଲ୍ୟ

25. ବ୍ୟକ୍ତିଗତ ସମ୍ପଦର ଅଧିକାରୀ ଥ‌ିବା ପାର୍ଥିବ ଓ ଅପାର୍ଥିବ ଦ୍ରବ୍ୟକୁ _______ ସମ୍ପଦ କୁହାଯାଏ ।
Answer:
ବ୍ୟକ୍ତିଗତ

26. ସାମୂହିକ ଭାବେ କୌଣସି ଏକ ଗୋଷ୍ଠୀ ବା ସମାଜର ଅଧିକାରରେ ଥିବା ସମ୍ପଦକୁ _______ କୁହାଯାଏ ।
Answer:
ସାମାଜିକ/ସାମୂହିକ

27. ଯେଉଁ ଅଭାବର ପରିତୃପ୍ତିଦ୍ୱାରା ଆତ୍ମାଭିମାନ ଓ ବଡ଼ିମା ବଜାୟ ରଖାଯାଇପାରେ, ତାହାକୁ _______ ଅଭାବ କୁହାଯାଏ ।
Answer:
ବିଳାସମୂଳକ

28. ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ, ତାହାକୁ _______ କୁହାଯାଏ ।
Answer:
ଦାମ୍

29. ଯେଉଁ ଦ୍ରବ୍ୟଗୁଡ଼ିକୁ ଦେଖୁବା ଓ ସ୍ପର୍ଶ କରିବା ସମ୍ଭବ ନୁହେଁ ଏବଂ ଯେଉଁଗୁଡ଼ିକର ନିର୍ଦ୍ଦିଷ୍ଟ ଆକାର ନାହିଁ, ସେଗୁଡ଼ିକୁ _______ ଦ୍ରବ୍ୟ କୁହାଯାଏ ।
Answer:
ଅଭୌତିକ

30. ଯେଉଁ ଅଭାବଗୁଡ଼ିକର ପରିତୃପ୍ତି ଅତ୍ୟନ୍ତ ଜରୁରୀ ସେଗୁଡ଼ିକୁ _______ ଅଭାବ ।
Answer:
ଅତ୍ୟାବଶ୍ୟକ

31. କୌଣସି ଦ୍ରବ୍ୟର ଆବଶ୍ୟକତାର ଉପଲବ୍ଧିକୁ _______ କୁହାଯାଏ ।
Answer:
ଅଭାବ

32. ଅଧ୍ୟାପକ, କଣ୍ଠଶିଳ୍ପୀ ଇତ୍ୟାଦିଙ୍କ ସେବା ପାଇଁ ଯଦି ଅର୍ଥଦାନ କରାଯାଏ ତାହା _______ ରୂପେ ଗଣ୍ୟ ହୁଏ ।
Answer:
ସମ୍ପଦ

33. ଯେଉଁ ଅଭାବର ପରିପୂରଣ ଜୀବନକୁ ଅଧ‌ିକ ସହଜ କରିଥାଏ, ତାହାକୁ _______ ଅଭାବ କୁହାଯାଏ ।
Answer:
ଆରାମଦାୟକ

34. ଜମି, ଘର ଆଦି ସ୍ଥାନାନ୍ତରକ୍ଷମ ନ ହେଲେ ମଧ୍ୟ ସେଗୁଡ଼ିକର ମାଲିକାନା ସ୍ୱତ୍ୱ _______ ହୋଇପାରିବ, ତେଣୁ ସେଗୁଡ଼ିକ ସମ୍ପଦ ।
Answer:
ହସ୍ତାନ୍ତର ଯୋଗ୍ୟତା

35. ମୁକ୍ତ ପଦାର୍ଥଗୁଡ଼ିକର _______ ନ ଥ‌ିବାରୁ ସେଗୁଡ଼ିକ ସମ୍ପଦ ପଦବାଚ୍ୟ ନୁହେଁ ।
Answer:
ସ୍ଵଳ୍ପତା

36. ସାଧୁତା, କଳାକୌଶଳ, ଉତ୍ତମ ସ୍ବାସ୍ଥ୍ୟ ଆଦିର ଉପଯୋଗିତା ଓ ସ୍ଵଚ୍ଛତା ଥିଲେ ମଧ୍ୟ ସ୍ଥାନାନ୍ତର ଯୋଗ୍ୟତା ଓ _______ ନ ଥ‌ିବାରୁ ସେଗୁଡ଼ିକ ସମ୍ପଦ ନୁହନ୍ତି ।
Answer:
ବିକ୍ରୟ ଯୋଗ୍ୟତା

CHSE Odisha Class 12 Economics Chapter 3 Objective Questions in Odia Medium

37. ଦ୍ରବ୍ୟପ୍ରତି ଅଭାବର ତୀବ୍ରତା ଯେତେ _______ ଦ୍ରବ୍ୟର ଉପଯୋଗିତା ସେତେ ବେଶୀ ।
Answer:
ବେଶୀ

38. ପୁରୀର ଜଗନ୍ନାଥ ମନ୍ଦିର ଏକ _______ ସମ୍ପଦ ।
Answer:
ଜାତୀୟ

39. ରସ୍କିନ୍ ଅର୍ଥଶାସ୍ତ୍ରକୁ _______ ବିଜ୍ଞାନ କହିଥିଲେ ।
Answer:
ବିମର୍ଷ

40. ଓକିଲଙ୍କ ପାଇଁ ଆଇନ ପୁସ୍ତକ _______ ଅଭାବ ।
Answer:
ଅତ୍ୟାବଶ୍ୟକ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ମାନବିକ ଅଭାବ ସୀମିତ ।
Answer:
ଭୁଲ୍ ।
ଠିକ୍ – ମାନବିକ ଅଭାବ ଅସୀମ ।

2. ଗଙ୍ଗାନଦୀର ଜଳ ସମ୍ପଦ ନୁହେଁ ।
Answer:
ଠିକ୍ ।

3. କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ସମାନ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ଭିନ୍ନ ଭିନ୍ନ ।

4. ସୂର୍ଯ୍ୟାଲୋକ ଏକ ଅର୍ଥନୈତିକ ଦ୍ରବ୍ୟ ।
Answer:
ଭୁଲ୍ ।
ଠିକ୍ – ସୂର୍ଯ୍ୟକିରଣ ଏକ ମୁକ୍ତ ଦ୍ରବ୍ୟ ।

5. ଉପଭୋଗ ହେଉଛି ଦ୍ରବ୍ୟର ଧ୍ବଂସ ସାଧନ ।
Answer:
ଭୁଲ୍ ।
ଠିକ୍ – ଉପଭୋଗ ହେଉଛି ଉପଯୋଗିତାର ଧ୍ବଂସ ସାଧନ ।

6. ଉପଭୋଗଦ୍ଵାରା ଉପଯୋଗିତାର ବୃଦ୍ଧି ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗଦ୍ଵାରା ଉପଯୋଗିତାର ହ୍ରାସ ହୁଏ ।

7. ଉପଭୋଗ ହେବା ମାତ୍ରେ ଧ୍ୱଂସ ପାଉଥିବା ଦ୍ରବ୍ୟସମୂହକୁ ସ୍ଥାୟୀ ଦ୍ରବ୍ୟ ବୋଲି କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗ ହେବା ମାତ୍ରେ ଧ୍ୱଂସ ପାଉଥ‌ିବା ଦ୍ରବ୍ୟସମୂହକୁ ନଷ୍ଟଶୀଳ ଦ୍ରବ୍ୟ ବୋଲି କୁହାଯାଏ ।

8. ଅବାଧଲବ୍‌ଧ ଦ୍ରବ୍ୟର ଯୋଗାଣ ମାଗଣ ତୁଳନାରେ କମ୍ ।
Answer:
ଭୁଲ୍ ।
ଠିକ୍ – ଅବାଧଲବ୍‌ଧ ଦ୍ରବ୍ୟର ଯୋଗାଣ ମାଗଣ ତୁଳନାରେ ଯଥେଷ୍ଟ ଅଧିକ ।

9. ଦ୍ରବ୍ୟର ଦର ବଢ଼ିଲେ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ଦର ବଢ଼ିଲେ ମୁଦ୍ରାର ମୂଲ୍ୟ ହ୍ରାସ ପାଏ ।

10. ସମସ୍ତ ମାନବୀୟ ଅଭାବ ପରିତୃପ୍ତକ୍ଷମ ।
Answer:
ଭୁଲ୍ ।
ଠିକ୍ – ସମସ୍ତ ମାନବୀୟ ଅଭାବ ଅପରିତୃପ୍ତକ୍ଷମ ।

CHSE Odisha Class 12 Economics Chapter 3 Objective Questions in Odia Medium

11. ଗୋଟିଏ ବଡ଼ ସହରରେ ଜଳ ଏକ ମୁକ୍ତ ଦ୍ରବ୍ୟ ।
Answer:
ଭୁଲ୍ ।
ଠିକ୍ – ଗୋଟିଏ ବଡ଼ ସହରରେ ଜଳ ଏକ ଅର୍ଥନୈତିକ ଦ୍ରବ୍ୟ ।

12. ମହନଦୀ ଆନ୍ତର୍ଜାତିକ ସମ୍ପଦ ଅଟେ ।
Answer:
ଭୁଲ୍ ।
ଠିକ୍ – ମହାନଦୀ ଜାତୀୟ ସମ୍ପଦ ଅଟେ ।

13. ଜଣେ ବ୍ୟସ୍ତ ଚିକିତ୍ସକଙ୍କ ପାଇଁ ମୋଟରକାର ଏକ ଆରାମଦାୟକ ଦ୍ରବ୍ୟ ।
Answer:
ଭୁଲ୍ ।
ଠିକ୍ – ଜଣେ ବ୍ୟସ୍ତ ଚିକିତ୍ସକଙ୍କ ପାଇଁ ମୋଟରକାର ଏକ ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକ ଦ୍ରବ୍ୟ ।

14. ଜଣେ କଲେଜ ଛାତ୍ର ପାଇଁ ଦାମିକା ପୋଷାକ ଅତ୍ୟାବଶ୍ୟକ ଶ୍ରେଣୀଭୁକ୍ତ ଅଭାବ ।
Answer:
ଭୁଲ୍ ।
ଠିକ୍ – ଜଣେ କଲେଜ ଛାତ୍ର ପାଇଁ ଦାମିକା ପୋଷାକ ବିଳାସମୂଳକ ଅଭାବ ।

15. ମୂଲ୍ୟକୁ ମଦ୍ରା ଆକାରରେ ପ୍ରକାଶ କଲେ, ତାହାକୁ ସମ୍ପଦ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ମୂଲ୍ୟକୁ ଟଙ୍କା ଆକାରରେ ପ୍ରକାଶ କଲେ, ତାହାକୁ ଦର କୁହାଯାଏ ।

16. ଅବାଧଲବ୍‌ଧ ଦ୍ରବ୍ୟର ବିନିମୟ ମୂଲ୍ୟ ନାହିଁ ।
Answer:
ଠିକ୍

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଉପଭୋଗ କାହାକୁ କୁହାଯାଏ ?
Answer:
ଯେଉଁ ପ୍ରକ୍ରିୟାରେ ଉପଭୋକ୍ତା ଦ୍ରବ୍ୟକୁ ବ୍ୟବହାର କରି ସନ୍ତୋଷ ଲାଭ କରନ୍ତି, ତାହାକୁ ଉପଭୋଗ କୁହାଯାଏ ।

2. ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ଅଭାବ ପୂରଣ କ୍ଷମତାକୁ ଉପଯୋଗିତା କୁହାଯାଏ ।

3. ଅଭାବ କହିଲେ କ’ଣ ବୁଝ ?
Answer:
କୌଣସି ଦ୍ରବ୍ୟ ବା ସେବା ପ୍ରାପ୍ତିର ଇଚ୍ଛାକୁ ଅଭାବ କୁହାଯାଏ ।

4. ଅତ୍ୟାବଶ୍ୟକ ଦ୍ରବ୍ୟ କ’ଣ ?
Answer:
ବଞ୍ଚିବା ପାଇଁ ମୌଳିକ ଦ୍ରବ୍ୟ ଓ ସେବାକୁ ଅତ୍ୟାବଶ୍ୟକ ଦ୍ରବ୍ୟ କୁହାଯାଏ ।

5. ଦ୍ରବ୍ୟ କାହାକୁ ବୁଝାଏ ?
Answer:
ମାନବୀୟ ଅଭାବ ମୋଚନ କରିପାରୁଥିବା ଯେକୌଣସି ପଦାର୍ଥକୁ ଦ୍ରବ୍ୟ କୁହାଯାଏ ।

6. ଅର୍ଥଶାସ୍ତ୍ରରେ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ମାନବୀୟ ଅଭାବ ପୂରଣ କରୁଥିବା ସମସ୍ତ ପାର୍ଥିବ ଓ ଅପାର୍ଥିବ ପଦାର୍ଥକୁ ଅର୍ଥଶାସ୍ତ୍ରରେ ଦ୍ରବ୍ୟ କୁହାଯାଏ ।

7. କାଳିଦାସଙ୍କ କବିତା କେଉଁ ପ୍ରକାରର ସମ୍ପଦ ?
Answer:
କାଳିଦାସଙ୍କ କବିତା ଭାରତର ଜାତୀୟ ସମ୍ପଦ ଅଟେ ।

8. ଆରାମଦାୟକ ଅଭାବ କହିଲେ କ’ଣ ବୁଝ ?
Answer:
ଯେଉଁ ଅଭାବ ପୂରଣ ହେଲେ ଜୀବନ ଅଧ‌ିକ ସହଜ ଓ ସୁଖପ୍ରଦ ହୁଏ, ତାହାକୁ ଆରାମଦାୟକ ଅଭାବ କୁହାଯାଏ ।

CHSE Odisha Class 12 Economics Chapter 3 Objective Questions in Odia Medium

9. ସୂର୍ଯ୍ୟାଲୋକ କେଉଁ ଦ୍ରବ୍ୟର ଶ୍ରେଣୀଭୁକ୍ତ ?
Answer:
ସୂର୍ଯ୍ୟକିରଣ ମୁକ୍ତଦ୍ରବ୍ୟ ଶ୍ରେଣୀଭୁକ୍ତ ଅଟେ ।

10. ଅଭୌତିକ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟ ଅପାର୍ଥିବ ଏବଂ ଯାହାର ସ୍ପର୍ଶ, ଦୃଶ୍ୟ ଏବଂ ଆକୃତି ନଥାଏ; ଯଥା – ଡାକ୍ତର, ଇଞ୍ଜିନିୟର ଓ ଅଧ୍ୟାପକମାନଙ୍କର ସେବାକୁ ଅଭୌତିକ ଦ୍ରବ୍ୟ କୁହାଯାଏ ।

11. ଭୌତିକ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ଯେଉଁ ଦ୍ରବ୍ୟ ପାର୍ଥିବ ଏବଂ ଯାହାର ସ୍ପର୍ଶ, ଦୃଶ୍ୟ ଏବଂ ଆକୃତି ରହିଛି; ଯଥା – ବହି, ରେଡ଼ିଓ ଇତ୍ୟାଦିକୁ ଭୌତିକ ଦ୍ରବ୍ୟ କୁହାଯାଏ ।

12. ବ୍ୟକ୍ତିଗତ ସମ୍ପଦ କ’ଣ ?
Answer:
ବ୍ୟକ୍ତିଗତ ମାଲିକାନାରେ ଥ‌ିବା ଭୌତିକ ଓ ଅଭୌତିକ ଦ୍ରବ୍ୟକୁ ବ୍ୟକ୍ତିଗତ ସମ୍ପଦ କୁହାଯାଏ

13. ଦର କାହାକୁ କହନ୍ତି ?
Answer:
ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ ତାହାକୁ ଦର କୁହାଯାଏ ।

14. ଜାତୀୟ ସମ୍ପଦ କ’ଣ ?
Answer:
ଯେଉଁ ସମ୍ପଦଗୁଡ଼ିକ ସମଗ୍ର ଦେଶ ବା ଜାତିର ମାଲିକାନାରେ ଥାଏ, ତାହାକୁ ଜାତୀୟ ସମ୍ପଦ କହନ୍ତି ।

15. ଆରାମଦାୟକ ଅଭାବ କ’ଣ ?
Answer:
ଯେଉଁ ଅଭାବର ପରିପୂରଣ ଜୀବନକୁ ଅଧ‌ିକ ସହଜ ଓ ଆରାମପ୍ରଦ କରିଥାଏ, ତାହାକୁ ଆରାମଦାୟକ ଅଭାବ କୁହାଯାଏ ।

16. ଡାକ୍ତର ଓ ଅଧ୍ୟାପକଙ୍କ ସେବା କେଉଁ ପ୍ରକାରର ଦ୍ରବ୍ୟ ?
Answer:
ଡାକ୍ତର ଓ ଅଧ୍ୟାପକଙ୍କ ସେବା ଭୌତିକ ଦ୍ରବ୍ୟ ଅଟେ ।

17. ଋଣାତ୍ମକ ସମ୍ପଦ କ’ଣ ?
Answer:
ଯେଉଁ ସମ୍ପଦ ଲୋକ ବା ଦେଶର ଦେୟ, ତାହାକୁ ଋଣାତ୍ମକ ସମ୍ପଦ କୁହାଯାଏ ।

18. ସମ୍ପଦର ଦୁଇଟି ବୈଶିଷ୍ଟ୍ୟ ଲେଖ ।
Answer:
ସ୍ଥାନାନ୍ତର ଯୋଗ୍ୟତା ଓ ବିକ୍ରୟ ଯୋଗ୍ୟତା ହେଉଛି ସମ୍ପଦର ଦୁଇଗୋଟି ବୈଶିଷ୍ଟ୍ୟ ।

19. ବିଳାସମୂଳକ ଅଭାବ କ’ଣ ?
Answer:
ଯେଉଁ ଅଭାବର ପରିତୃପ୍ତିଦ୍ଵାରା ଆତ୍ମାଭିମାନ ଓ ବଡ଼ିମା ବଜାୟ ରଖାଯାଇପାରେ ତାହାକୁ ବିଳାସମୂଳକ ଅଭାବ କୁହାଯାଏ ।

20. ସମ୍ଭାବ୍ୟ ସମ୍ପଦ କ’ଣ ?
Answer:
ଯେଉଁ ସମ୍ପଦ ବ୍ୟବହୃତ ହୋଇନାହିଁ, ତାହାକୁ ସମ୍ଭାବ୍ୟ ସମ୍ପଦ କୁହାଯାଏ ।

21.ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ କ’ଣ ?
Answer:
ଯେଉଁ ଅତ୍ୟାବଶ୍ୟକ ଅଭାବ ଜୀବନଧାରଣ କିମ୍ବା ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରିନଥା’ନ୍ତି, କିନ୍ତୁ ସାମାଜିକ ପରମ୍ପରା ଓ ଅଭ୍ୟାସରୁ ଜାତ, ତାହାକୁ ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ କୁହାଯାଏ ।

22. ଆନ୍ତର୍ଜାତିକ ସମ୍ପଦ କ’ଣ ?
Answer:
ବିଶ୍ବର ସମସ୍ତ ରାଷ୍ଟ୍ରର ଅଧିକାରରେ ଥ‌ିବା ସମ୍ପଦକୁ ଆନ୍ତର୍ଜାତିକ ସମ୍ପଦ କୁହାଯାଏ ।

23. ଅଭାବଗୁଡ଼ିକ ପରସ୍ପରର ଅନୁପୂରକ କହିଲେ କ’ଣ ବୁଝ ?
Answer:
ଯେଉଁ ଅଭାବଗୁଡ଼ିକ ଅନ୍ୟ ଅଭାବର ସାହାଯ୍ୟ ନ ନେଇ ପୂରଣ ହୋଇପାରେ ନାହିଁ (ମଟରଗାଡ଼ି ଓ ପେଟ୍ରୋଲ) ସେଗୁଡ଼ିକ ଅନୁପୂରକ ଅଭାବ କୁହାଯାଏ ।

24. ଉତ୍ପାଦକ ଦ୍ରବ୍ୟ କ’ଣ ?
Answer:
ହଳ, ମେସିନ୍, ସାର, ପୋକମରା ଔଷଧ, ବିହନ ପରି ଦ୍ରବ୍ୟଗୁଡ଼ିକ ଖାଉଟି ଦ୍ରବ୍ୟ ଉତ୍ପାଦନରେ ସାହାଯ୍ୟ କରୁଥିବାରୁ ଏଗୁଡ଼ିକ ପରୋକ୍ଷରେ ମାନବିକ ଅଭାବ ପୂରଣ କରନ୍ତି, ତେଣୁ ଏଗୁଡ଼ିକୁ ଉତ୍ପାଦକ ଦ୍ରବ୍ୟ କୁହାଯାଏ ।

25. ଘରୋଇ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ଯେଉଁ ଦ୍ରବ୍ୟର ମାଲିକ କଣେ ବ୍ୟକ୍ତିବିଶେଷ, ତାହାକୁ ଘରୋଇ ଦ୍ରବ୍ୟ କୁହାଯାଏ ।

26. ଖାଉଟି ଦ୍ରବ୍ୟ କ’ଣ ?
Answer:
ଘିଅ, ଚକୋଲେଟ୍, ସେଓ, ରସଗୋଲା ପରି ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବକୁ ପ୍ରତ୍ୟକ୍ଷ ଭାବରେ ପୂରଣ କରନ୍ତି, ସେଗୁଡ଼ିକୁ ଖାଉଟି ଦ୍ରବ୍ୟ କୁହାଯାଏ ।

27. ସ୍ଥାୟୀ ଦ୍ରବ୍ୟ କ’ଣ ?
Answer:
ସାବୁନ, ଅଙ୍ଗୁର, ଚକୋଲେଟ୍‌, ମିଠା ପରି ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବକୁ ପ୍ରତ୍ୟକ୍ଷ ଭାବରେ ପୂରଣ କରନ୍ତି, ତାହାକୁ ଖାଉଟି ଦ୍ରବ୍ୟ କୁହାଯାଏ ।

28. ଅର୍ଥନୈତିକ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ (ବହି, ଟେଲିଭିଜନ୍, ସାଇକେଲ) ପାଉଣା ନ ଦେଲେ ପ୍ରାପ୍ତି ହୁଏ ନାହିଁ ଏବଂ ଯେଉଁଗୁଡ଼ିକର ଯୋଗାଣ ମାଗଣ ତୁଳନାରେ ସ୍ଵଳ୍ପତର, ତାହାକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ ।

29. ନଷ୍ଟଶୀଳ ଦ୍ରବ୍ୟ କ’ଣ ?
Answer:
ଭାତ, ରୁଟି, ଛେନା, ପନିପରିବା ପରି ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବକୁ ଥରେ ମାତ୍ର ପୂରଣ କରନ୍ତି, ସେଗୁଡ଼ିକୁ ନଷ୍ଟଶୀଳ ଦ୍ରବ୍ୟ କୁହାଯାଏ ।

30. ସରକାରୀ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ (ସୂର୍ଯ୍ୟାଲୋକ, ନଦୀଜଳ, ମରୁଭୂମିର ବାଲି) ପାଉଣା ନ ଦେଇ ପ୍ରାପ୍ତି ହୁଏ, ସେଗୁଡ଼ିକୁ ଅବାଧଲବ୍‌ଧ ଦ୍ରବ୍ୟ କୁହାଯାଏ

CHSE Odisha Class 12 Economics Chapter 3 Objective Questions in Odia Medium

31. ସରକାରୀ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟ ସରକାରଙ୍କ ମାଲିକାନାରେ ଥାଏ, ତାହାକୁ ସରକାରୀ ଦ୍ରବ୍ୟ ସର୍ବସାଧାରଣଙ୍କ ଦ୍ରବ୍ୟ (ପୋଲ, ରାସ୍ତା, ରେଳବାଇ) କୁହାଯାଏ

32. ଅନ୍ତିମ ଦ୍ରବ୍ୟ କ’ଣ ?
Answer:
ଚୂଡ଼ାନ୍ତ ଦ୍ରବ୍ୟ ହିସାବରେ ବଜାରରେ ଉପଭୋଗ ଦ୍ରବ୍ୟ କିମ୍ବା ଉତ୍ପାଦକ ଦ୍ରବ୍ୟ ହିସାବରେ ବିକ୍ରୟ ହେଉଥ‌ିବ ତାହାକୁ ଅନ୍ତିମ ଦ୍ରବ୍ୟ କୁହାଯାଏ ।

33. ଅନ୍ତବର୍ତୀ ଦ୍ରବ୍ୟ କାହାକୁ କୁହାଯାଏ ?
Answer:
ଯେଉଁ ଦ୍ରବ୍ୟ ଅନ୍ୟ ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ ହୁଏ, ତାହାକୁ ଅନ୍ତବର୍ତୀ ଦ୍ରବ୍ୟ କୁହାଯାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-1

Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Long Answer Questions Part-1

CHSE Odisha 12th Class Political Science Chapter 4 Long Answer Questions in Odia Medium Part-1

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆବଶ୍ୟକତା ଆଲୋଚନା କର ।
Answer:
ସ୍ଥାନୀୟ ସ୍ୱାୟତ୍ତ ଶାସନ ଏକ ରାଜନୈତିକ ବ୍ୟବସ୍ଥା ଯାହା ମାଧ୍ୟମରେ କେନ୍ଦ୍ରୀୟ ବା ପ୍ରାଦେଶିକ ବ୍ୟବସ୍ଥାପିକାଦ୍ବାରା ହସ୍ତାନ୍ତରିତ ବା ଅର୍ପିତ କ୍ଷମତାର ପରିସର ମଧ୍ୟରେ ସ୍ଥାନୀୟ ବ୍ୟାପାରସମୂହକୁ ଲୋକମାନଙ୍କର ନିର୍ବାଚିତ ପ୍ରତିନିଧୁମାନଙ୍କ ଦ୍ବାରା ପରିଚାଳନା କରାଯାଇଥାଏ । ଏଣୁ ରାଷ୍ଟ୍ର ଅନୁମୋଦିତ ଢାଞ୍ଚାରେ କ୍ଷୁଦ୍ର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ଥାନୀୟ ବ୍ୟାପାର ପରିଚାଳନାକୁ ସ୍ଥାନୀୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା କୁହାଯାଏ । ଏହା କେନ୍ଦ୍ର ବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କଦ୍ୱାରା ପରିଚାଳିତ ସ୍ଥାନୀୟ ଅଞ୍ଚଳର ଶାସନକୁ ସୂଚିତ କରେ ନାହିଁ ବରଂ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧୁମାନଙ୍କଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ ଶାସନକୁ ସ୍ଥାନୀୟ ସ୍ନାୟର ଶାସନ କୁହାଯାଏ ।

ରାଷ୍ଟ୍ର ମଧ୍ୟରେ ଏକ ସୀମିତ ସ୍ଥାନୀୟ ଅଞ୍ଚଳ, କେନ୍ଦ୍ରୀୟ ବା ପ୍ରାଦେଶିକ ବ୍ୟବସ୍ଥାପିକାଦ୍ଵାରା ଅର୍ପିତ ସ୍ଥାନୀୟ କ୍ଷମତା ବା କର୍ତ୍ତୃତ୍ଵ, ସ୍ଥାନୀୟ ଅଞ୍ଚଳର ସ୍ଵାର୍ଥସାଧନ, ସ୍ଥାନୀୟ ଅଞ୍ଚଳରେ ଟିକସ ଧାର୍ଯ୍ୟ ଆଦି ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉପାଦାନ ଅଟେ । ଗଣତନ୍ତ୍ରର ବାସ୍ତବ ଉପଯୋଗିତା ଦୃଷ୍ଟିରୁ କ୍ଷମତା ବିକେନ୍ଦ୍ରୀକରଣ ସୂତ୍ର ଉପରେ ଆଧାରିତ ଏହି ସ୍ଥାନୀୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଗୁରୁତ୍ଵ ରହିଛି । ଗଣତନ୍ତ୍ର ବର୍ତ୍ତମାନର ସର୍ବୋତ୍କୃଷ୍ଟ ଶାସନ ବ୍ୟବସ୍ଥା ଅଟେ । ଏହା ଲୋକମାନଙ୍କୁ ସ୍ଵତନ୍ତ୍ରତା, ସମାନତା, ନ୍ୟାୟ ପ୍ରଦାନ କରିଥାଏ । କିନ୍ତୁ କୌଣସି ରାଜନୈତିକ ବ୍ୟବସ୍ଥା ସ୍ଵୟଂ-କାର୍ଯ୍ୟକ୍ଷମ ହୋଇପାରୁ ନଥିବାରୁ ଏହାର ସଫଳତା ଏହି ବ୍ୟବସ୍ଥାଧୀନ ଲୋକମାନଙ୍କର ଚରିତ୍ର, ସଚେତନଶୀଳତା, ସାଧୁତା, ଉତ୍ସର୍ଗୀକୃତ କାର୍ଯ୍ୟ ଆଦି ଉପରେ ନିର୍ଭର କରେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଗଣତନ୍ତ୍ର ଜୀବନଧାରାର ଏକ ପ୍ରକ୍ରିୟା ହିସାବରେ ଏକ ଗଣତାନ୍ତ୍ରିକ ଶାସନ ରୂପରେ ସ୍ଥାନୀୟ ସାୟର ଶାସନ ଏହାର ଭିଭିକୁ ପ୍ରତିଷ୍ଠା କରିଥାଏ । ଏଣୁ ରାଜନୈତିକ ତାଲିମପ୍ରାପ୍ତ ସଚେତନଶୀଳ ନାଗରିକ ଗଣତନ୍ତ୍ରର ସଫଳତା ପାଇଁ ଅନ୍ୟତମ ସର୍ଭ ଅଟେ । ଏହି ପ୍ରକ୍ରିୟା ଶାସନର ସର୍ବନିମ୍ନ ସୋପାନରୁ ଆରମ୍ଭ ହେବା ବିଧେୟ । କ୍ଷମତା ଓ ଦାୟିତ୍ବର ବିକେନ୍ଦ୍ରୀକରଣ ହେବା ଆବଶ୍ୟକ । ଗ୍ରାମ କ୍ଷମତାର ପ୍ରାଥମିକ ସ୍ତର ହେବା ଉଚିତ । ଜାତୀୟ ସ୍ତରରେ ଗଣତନ୍ତ୍ରର ଏନ୍ତୁଡ଼ିଶାଳରୂପେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପରିଚିତ । ଲର୍ଡ଼ ବ୍ରାଇସିଙ୍କ ମତରେ, ଗଣତନ୍ତ୍ରର ସଫଳତା ପାଇଁ ଏହା ସର୍ବୋତ୍କୃଷ୍ଟ ବିଦ୍ୟାଳୟ ଓ ସର୍ଭ ଅଟେ । ଫରାସୀ ଲେଖକ ଡି. ଟକେଭେଲି ସ୍ଥାନୀୟ ସ୍ୱାୟତ୍ତ ଶାସନକୁ ଏକ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରର ଶକ୍ତିର ଆଧାର ରୂପେ ସୂଚିତ କରିଛନ୍ତି ।
ସ୍ଥାନୀୟ ସ୍ବାୟତ୍ତ ଶାସନ ବ୍ୟବସ୍ଥାର ଆବଶ୍ୟକତା ଓ ଗୁରୁତ୍ଵ :

  • ଗଣତାନ୍ତ୍ରିକ ଶିକ୍ଷା ପ୍ରଦାନ କରି ରାଜନୈତିକ ସଚେତନଶୀଳତା ସୃଷ୍ଟି କରେ – ଏହା ଲୋକମାନଙ୍କୁ ସାଧାରଣ ସ୍ଵାର୍ଥ ହାସଲ ପାଇଁ ଯୁକ୍ତିଯୁକ୍ତ, ସନ୍ତୁଳନ, ସାମାଜିକ ଆବଶ୍ୟକତା, କୌଶଳ ଆଦି ଉପାଦାନର ପ୍ରୟୋଗ କରିବା ମାଧ୍ୟମରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିବା ସମ୍ପର୍କରେ ଶିକ୍ଷା ଦେଇଥାଏ । ଏହା ଆଞ୍ଚଳିକ ବିଷୟ ପ୍ରତି ଗର୍ବଭାବ ଶିକ୍ଷାଦିଏ ଯାହା ପରବର୍ତ୍ତୀ ବୃହତ୍ତର କ୍ଷେତ୍ରରେ ଜାତୀୟ ଅଂଶଗ୍ରହଣ ମାଧ୍ୟମରେ ଏକ ସୁସ୍ଥ ଲୋକହିତକାରୀ ଶାସନ ବ୍ୟବସ୍ଥାର ମୂଳଦୁଆ ଦୃଢ଼ କରିପାରେ ।
  • ନାଗରିକ ଚେତନା ଜାଗ୍ରତ କରେ – ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଏପରି ଏକ ପରିବେଶ ସୃଷ୍ଟି କରେ ଯାହାଦ୍ଵାରା ନାଗରିକମାନେ ସେମାନଙ୍କର ଅଧିକାର, କର୍ଭବ୍ୟ ଆଦି ସମ୍ପର୍କରେ ଅବଗତ ହୋଇଥା’ନ୍ତି । ଲୋକମାନେ ପ୍ରଶାସନକୁ ଅତି ନିକଟରୁ ଦେଖ‌ିବାକୁ ପାଆନ୍ତି ଏବଂ ସେମାନଙ୍କର ସମସ୍ୟାବଳୀର ସମାଧାନ ଲାଗି ପଥ ପରିଷ୍କାର ହୋଇଥାଏ । ଏହାର ପ୍ରଭାବରେ ଜନସାଧାରଣ ନିଜ ସ୍ବାର୍ଥକୁ ତ୍ୟାଗ କରି ଜାତୀୟ ସ୍ଵାର୍ଥସାଧନ ପାଇଁ କାର୍ଯ୍ୟ କରିଥା’ନ୍ତି ।
  • ଜନସାଧାରଣଙ୍କୁ ରାଜନୈତିକ ବ୍ୟବସ୍ଥା ପ୍ରତି ଆକୃଷ୍ଟ କରେ – ସ୍ଥାନୀୟ ସଂସ୍ଥାଗୁଡ଼ିକ ନିର୍ଦ୍ଧାରିତ ଅଞ୍ଚଳରେ କାର୍ଯ୍ୟ କରିଥା’ନ୍ତି ଏବଂ ସ୍ଥାନୀୟ ଉଦ୍ୟମରେ ଆଞ୍ଚଳିକ ସମସ୍ୟାର ସମାଧାନ କରିଥା’ନ୍ତି । ଏହା ସ୍ଥାନୀୟ ଜନସାଧାରଣ ଓ ପ୍ରାଦେଶିକ ସରକାର ମଧ୍ୟରେ ଯୋଗସୂତ୍ର ସ୍ଥାପନ କରେ । ଏହା କ୍ଷମତାର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରେ । ଏହାଫଳରେ ଜନସାଧାରଣ ରାଜନୈତିକ ବ୍ୟବସ୍ଥା ପ୍ରତି ଆକୃଷ୍ଟ ହୁଅନ୍ତି ।
  • ଲୋକମାନଙ୍କ ପାଇଁ ସ୍ଵତନ୍ତ୍ରତାର ବୃହତ୍ତର କ୍ଷେତ୍ର ସୃଷ୍ଟି – ସ୍ଥାନୀୟ ଶାସନ ଲୋକମାନଙ୍କର ସ୍ବତନ୍ତ୍ରତାକୁ ପ୍ରଶସ୍ତ କରେ । ଅମଲାତନ୍ତ୍ରର ପ୍ରଭାବ ଓ ନିୟନ୍ତ୍ରଣରୁ ମୁକ୍ତ ହୋଇ ଲୋକମାନେ ନିଜେ ସାମୂହିକ ପ୍ରଚେଷ୍ଟା କ୍ରମେ ସମସ୍ୟାର ସମାଧାନ କରିଥା’ନ୍ତି । ବ୍ୟକ୍ତି ସ୍ୱତନ୍ତ୍ରତା ପାଇଁ ବ୍ୟକ୍ତି ସର୍ବଦା ଶାଶ୍ୱତ ଜାଗୃତି ରଖୁବା ଆବଶ୍ୟକ । ଏହି ଜାଗୃତି ସୃଷ୍ଟି ପାଇଁ ସ୍ଥାନୀୟ ଶାସନ ତାଲିମକେନ୍ଦ୍ର ରୂପେ କାର୍ଯ୍ୟ କରେ । ଏଣୁ ଏହା ଗଣତନ୍ତ୍ରକୁ ଅଧ‌ିକ ଗଣତାନ୍ତ୍ରିକ କରିଥାଏ ।
  • ପ୍ରଶାସନିକ ଦକ୍ଷତା ବୃଦ୍ଧି – ଆଧୁନିକ ଜନମଙ୍ଗଳ ରାଷ୍ଟ୍ରରେ ଯୋଜନା ଓ କାର୍ଯ୍ୟକ୍ରମ କେନ୍ଦ୍ରୀକରଣ ନୀତିରେ ପ୍ରସ୍ତୁତ ହେଉଥିଲେ ମଧ୍ୟ ସଫଳତା ଓ ବାସ୍ତବ ଉପଯୋଗିତା ଦୃଷ୍ଟିରୁ ଏହାର ପ୍ରୟୋଗ ବିକେନ୍ଦ୍ରୀକରଣ ନୀତିରେ ହେବା ଆବଶ୍ୟକ । ଜନ ଅଂଶଗ୍ରହଣ ମାଧ୍ୟମରେ ସ୍ଥାନୀୟ ସ୍ତରରେ ଏହାର ପ୍ରୟୋଗ ପ୍ରଶାସନିକ ଦକ୍ଷତା ବୃଦ୍ଧି କରେ ଓ ଶାସନ ନୀତିର ସଫଳତା ଆଣିଦିଏ । କେନ୍ଦ୍ରୀୟ ପ୍ରଶାସନ ଅତ୍ୟଧ୍ଵକ ଶାସନ ଭାରରୁ ମୁକ୍ତ ହୁଏ । ଏହାଫଳରେ କେନ୍ଦ୍ରୀୟ ଶାସନ ମୌଳିକ ଶାସନନୀତି ଓ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ଅଧ‌ିକ ମନୋନିବେଶ କରିବାର ସୁଯୋଗ ପାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

  • କେନ୍ଦ୍ରୀୟ ଓ ପ୍ରାଦେଶିକ ଶାସନର ଅପବ୍ୟବହାର ବିରୁଦ୍ଧରେ ପ୍ରତିଷେଧକ ବ୍ୟବସ୍ଥା – ଏହା କେନ୍ଦ୍ରୀୟ ଓ ପ୍ରାଦେଶିକ ଶାସନର କ୍ଷମତାର ଅପବ୍ୟବହାରକୁ ରୋକିବା ଦିଗରେ ଏକ ଶକ୍ତିଶାଳୀ କ୍ଷେତ୍ର ଅଟେ । ଏହା ସେମାନଙ୍କ ମନମୁଖୀ ଶାସନକୁ ପ୍ରତିରୋଧ କରେ । ଶାସନର ସର୍ବନିମ୍ନ ସୋପାନ ହିସାବରେ ସ୍ଥାନୀୟ ଶାସନକୁ କେନ୍ଦ୍ରୀୟ ଶାସନ ଉପେକ୍ଷା କରିପାରେ ନାହିଁ । ଏହା ଏକ ଚାପଗୋଷ୍ଠୀର ଭୂମିକା ଗ୍ରହଣ କରେ । ଏହା କେନ୍ଦ୍ରୀୟ ତଥା ପ୍ରାଦେଶିକ ଶାସନକୁ ଦିଗ୍‌ଦର୍ଶନ ଓ ସମର୍ଥନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଜନସ୍ବାର୍ଥ ବିରୋଧୀ କାର୍ଯ୍ୟକ୍ରମକୁ ବିଫଳ କରି ଗଣତନ୍ତ୍ରକୁ ଦୃଢ଼ କରିଥାଏ ।
  • ନବ-ଏକଚ୍ଛତ୍ରବାଦ (New Despotism) ର ସୁସ୍ଥ ପ୍ରତିରୋଧ – ବର୍ତ୍ତମାନ ଆଇନ ପ୍ରଣୟନ, ଆଇନର ପ୍ରୟୋଗ ଓ ଶାସନ କ୍ଷେତ୍ରରେ ଅମଲାତନ୍ତ୍ରର ପ୍ରାଧାନ୍ୟକୁ ଲର୍ଡ଼ ହିୱାର୍ଟ ‘ନବ-ଏକଚ୍ଛତ୍ରବାଦ’ର ଆଖ୍ୟା ଦେଇଛନ୍ତି । ଏହା ବ୍ୟକ୍ତି ସ୍ଵତନ୍ତ୍ରତାକୁ କ୍ଷୁଣ୍ଣ କରୁଛି । ଏଣୁ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଅମଲାତନ୍ତ୍ରକୁ ନେତୃତ୍ଵ ନ ଦେଇ ଜନ ଅଂଶଗ୍ରହଣ ମାଧ୍ୟମରେ ଏହା ସଂପାଦନ କରିବା ଅଧ୍ଵକ ଗଣତାନ୍ତ୍ରିକ ଓ ସଫଳତା-ନିର୍ଣ୍ଣାୟକ ହୋଇଥାଏ । ସ୍ଥାନୀୟ ଲୋକପ୍ରତିନିଧୁମାନଙ୍କ ଚାପରେ ଅମଲାତନ୍ତ୍ର ସ୍ଵେଚ୍ଛାଚାରୀ ହୋଇପାରନ୍ତି ନାହିଁ କିମ୍ବା ଜନମତକୁ ଭ୍ରୁକ୍ଷେପ କରିପାରନ୍ତି ନାହିଁ । ତେଣୁ ସ୍ଥାନୀୟ ଶାସନ ଅମଲାତନ୍ତ୍ରର ନବ-ଏକଚ୍ଛତ୍ରବାଦକୁ ପ୍ରତିରୋଧ କରିପାରେ ।
  • ସ୍ଥାନୀୟ ଅଭିଜ୍ଞତା ଓ ଲୋକଶକ୍ତିର ପୂର୍ଣ୍ଣ ବିନିଯୋଗ – ସ୍ଥାନୀୟ ଶାସନରେ ସ୍ଥାନୀୟ ଲୋକମାନଙ୍କୁ ଅଣ-ରାଜନୈତିକ ପ୍ରକୃତିସମ୍ପନ୍ନ ସ୍ଥାନୀୟ ଅଭିଜ୍ଞତାଯୁକ୍ତ ନେତୃତ୍ବ ବଳରେ ଲୋକଶକ୍ତିର ପୂର୍ଣ୍ଣ ବିନିଯୋଗଦ୍ଵାରା ସ୍ଥାନୀୟ ସମସ୍ୟାର ସମାଧାନ ସମ୍ଭବ ହୋଇପାରେ । ସର୍ବସାଧାରଣ ସେବାରେ ଏହି ସ୍ଥାନୀୟ ଅଭିଜ୍ଞତାର ବିନିଯୋଗ ପ୍ରଶାସନକୁ ଦକ୍ଷ ଓ ଲୋକାଭିମୁଖୀ କରାଇଥାଏ ।
  • ଦଳୀୟ କୁପ୍ରଭାବରୁ ମୁକ୍ତ ଓ ସାମାଜିକ ସଂହତି ପ୍ରତିଷ୍ଠାର ମାଧ୍ୟମ – ଜାତୀୟ ଓ ପ୍ରାଦେଶିକ ଶାସନ ଦଳୀୟ ରାଜନୀତିଦ୍ଵାରା ପ୍ରଭାବିତ ଓ ନିୟନ୍ତ୍ରିତ ହୋଇଥାଏ । ଜାତୀୟ ସ୍ଵାର୍ଥ ଉପରେ ସଂକୀର୍ଷ ଦଳୀୟ ସ୍ଵାର୍ଥ ପ୍ରାଧାନ୍ୟ ବିସ୍ତାର କରେ । କିନ୍ତୁ ସ୍ଥାନୀୟ ଶାସନ ଦଳୀୟ ରାଜନୀତିର କୁପ୍ରଭାବରୁ ଅନେକାଂଶରେ ମୁକ୍ତ ଥାଏ । ଏହା ରାଜନୀତିର ବଳୟ ଭିତରୁ ବାହାରି ସ୍ଥାନୀୟ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵ ଦେଇଥାଏ । ଏହା ଜନସମ୍ପର୍କ, ଜନମତର ସମର୍ଥନ, ସହଯୋଗ ଆଦି ଭିତ୍ତି ଉପରେ ଉନ୍ନତ ସାମାଜିକ ସମ୍ପର୍କ ପ୍ରତିଷ୍ଠା କରିଥାଏ । ଏହା ଗଣତନ୍ତ୍ରର ସଫଳତା ଓ ଜାତୀୟ ସଂହତିର ଲକ୍ଷ୍ୟ ହାସଲ ପାଇଁ ସାହାଯ୍ୟ କରେ ।
  • ପରୀକ୍ଷା କେନ୍ଦ୍ର ସୃଷ୍ଟି – ଜାତୀୟ ଓ ପ୍ରାଦେଶିକ ସ୍ତରରେ ପ୍ରସ୍ତୁତ ବିଭିନ୍ନ ନୀତିର ପ୍ରୟୋଗ ପାଇଁ ସ୍ଥାନୀୟ ଶାସନ ପରୀକ୍ଷା କେନ୍ଦ୍ର ସୃଷ୍ଟି କରେ । କେତେକ ସ୍ଥାନୀୟ ଶାସନ ଅଞ୍ଚଳରେ ଏହା ପ୍ରୟୋଗ ଫଳରେ ଦୋଷ-ତ୍ରୁଟି ଆଦି ଲକ୍ଷ୍ୟ କରାଯାଏ ଏବଂ ସେହି ସ୍ତରରେ ସଫଳତା ଲାଭ କଲେ ଏହାକୁ ସାର୍ବଜନୀନ କରାଯାଇଥାଏ । ଏଣୁ ସଂଘୀୟ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ଗୁରୁତ୍ଵ ଯଥେଷ୍ଟ ଅଧ୍ଵ । ଗୋଟିଏ ସ୍ଥାନର ଅଭିଜ୍ଞତାକୁ ଅନ୍ୟ ସ୍ଥାନରେ ସଦୁପଯୋଗ କରାଯାଇପାରେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

  • ସ୍ଥାନୀୟ ଲୋକମାନଙ୍କୁ ରାଜ୍ୟ ନେତୃତ୍ବର ନିକଟବର୍ତ୍ତୀ କରିଥାଏ ଓ ନେତୃତ୍ବ ତାଲିମ ଦେଇଥାଏ – ସ୍ଥାନୀୟ ଶାସନ ବ୍ୟବସ୍ଥା ଆଞ୍ଚଳିକ ସ୍ତରରେ ନେତୃତ୍ଵ ସୃଷ୍ଟି କରେ ଏବଂ ସ୍ଥାନୀୟ ସଂସ୍ଥାର ନେତୃତ୍ଵରେ ଜୀବନ ଆରମ୍ଭ କରିଥିବା ନେତାମାନେ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରୀୟ ନେତୃତ୍ଵ ନେଇଥା’ନ୍ତି । ସ୍ଥାନୀୟ ସଂସ୍ଥାର ନିର୍ବାଚନରୁ ଲୋକମାନଙ୍କର ନିର୍ବାଚନ ପ୍ରତି ଆଚରଣ ଓ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ଦଳ ପ୍ରତି ଥିବା ମନୋଭାବର ପ୍ରମାଣ ମିଳେ । ସ୍ଥାନୀୟ ଶାସନ ଲୋକମାନଙ୍କର ରାଜନୈତିକ ଚେତନା ଜାଗ୍ରତ କରେ । ଏହା ସ୍ଥାନୀୟ ଜନସାଧାରଣଙ୍କୁ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନଙ୍କ ସଂସ୍ପର୍ଶରେ ଆସିବାକୁ ସୁଯୋଗ ଦେଇଥାଏ । ଏହି ସମସ୍ତ ଗୁରୁତ୍ଵର ବିଶ୍ଳେଷଣରୁ ଏହା ସ୍ପଷ୍ଟ ହୁଏ ଯେ ସ୍ଥାନୀୟ ଶାସନ ଗଣତାନ୍ତ୍ରିକ ସରକାରକୁ ସ୍ଥାୟିତ୍ଵ ପ୍ରଦାନ ଓ ଦକ୍ଷତାଯୁକ୍ତ କରିଥାଏ । ଏହା ଗଣତାନ୍ତ୍ରିକ ଶାସନକୁ ଅଧ୍ଯକ ଦାୟିତ୍ଵଶୀଳ ଓ ଲୋକାଭିମୁଖୀ କରାଇଥାଏ । ଏହା ଲୋକମାନଙ୍କୁ ପ୍ରଶାସନ ରୂପକ କଳା ସମ୍ପର୍କରେ ତାଲିମ ପ୍ରଦାନ କରେ । ବର୍ତ୍ତମାନର ଗଣତାନ୍ତ୍ରିକ ବ୍ୟବସ୍ଥାରେ କ୍ଷମତା ବିକେନ୍ଦ୍ରୀକରଣର ପରିସ୍ଫୁଟନ ଘଟାଇଥିବା ସ୍ଥାନୀୟ ସ୍ଵାୟତ୍ତ ଶାସନର ଗୁରୁତ୍ଵ ବୃଦ୍ଧି ପାଉଛି ।

୨ । ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥାର କ୍ରମବିକାଶ ଧାରା ଆଲୋଚନା କର ।
Answer:
ବର୍ତ୍ତମାନ ଭାରତରେ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ବ୍ୟବସ୍ଥାର ଇତିହାସ ପ୍ରାଚୀନ ଭାରତର ଇତିହାସର ସମସାମୟିକ ଅଟେ । ଇତିହାସର କ୍ରମବିବର୍ତ୍ତନର ଧାରା ଦେଇ ଏହା ଆଜି ସୁସଂଯତ ଓ ସୁବିନ୍ୟସ୍ତ । ଇତିହାସର କଷଟି ପଥରରେ ଏହାର ଆବଶ୍ୟକତା ପରୀକ୍ଷିତ ଓ ଏହା ଆଜି ସର୍ବଜନ ଆଦୃତ ବ୍ୟବସ୍ଥାରେ ପରିଣତ ହୋଇଛି । ପ୍ରାଚୀନ ଭାରତର ଇତିହାସକୁ ଅନୁଧ୍ୟାନ କଲେ ଉଭୟ ଐତିହାସିକ ଓ ବ୍ୟାବହାରିକ ଦୃଷ୍ଟିରୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଗୁରୁତ୍ଵ ରହିଥିଲା ବୋଲି ସ୍ଵତଃ ପ୍ରମାଣିତ ହୁଏ । ହିନ୍ଦୁ ସଂସ୍କୃତିର ଅଖଣ୍ଡତା, ସ୍ଵାଧୀନତା ଓ ବ୍ୟକ୍ତିତ୍ବ ବା ନିଜତ୍ଵକୁ ସଂରକ୍ଷିତ କରିବା ଦିଗରେ ଏକ ବ୍ୟାପକ ଧରଣର ସ୍ଥାନୀୟ ସରକାର-ବ୍ୟବସ୍ଥା ହିଁ ଅଧ‌ିକ ଭାବରେ ଦାୟୀ ବୋଲି ଆମେ ବିବେଚନା କରୁ ।

ଗଣତନ୍ତ୍ରର ବାତାବରଣ ମଧ୍ୟରେ ସ୍ଥାନୀୟ ସ୍ଵାୟତ୍ତ ସରକାର ଏକ ମୌଳିକ ସଙ୍ଗଠନରେ ପରିଣତ ହୋଇଯାଇଛି । ଏହାର ଗୁରୁତ୍ଵ ଉପରେ ଡବ୍ଲ୍ୟୁ.ଏ. ରବସନ୍ (W.A. Robson) ଙ୍କ ପ୍ରଦତ୍ତ ମତ ପ୍ରଣିଧାନଯୋଗ୍ୟ । ତାଙ୍କ ମତରେ,“ ସୀମିତ ଭୂଖଣ୍ଡ ମଧ୍ଯରେ ସ୍ଵାୟତ୍ତ ସରକାର ସ୍ଥାନୀୟ ଜନସାଧାରଣଙ୍କୁ ଆଞ୍ଚଳିକ ସମସ୍ୟାଗୁଡ଼ିକର ଯତ୍ନ ନେବା ସକାଶେ ପ୍ରତିନିସ୍‌ ବାଛିବା ନିମିତ୍ତ ସାମର୍ଥ୍ୟ ପ୍ରଦାନ କରିଥାଏ ।” ଜନସ୍ୱାସ୍ଥ୍ୟ, ଶିକ୍ଷା, ସାଧାରଣ କଲ୍ୟାଣ ପ୍ରଭୃତି ମୌଳିକ ପ୍ରୟୋଜନ ଏବଂ ସ୍ଥାନୀୟ ସ୍ଵାର୍ଥସିଦ୍ଧି ନିମିତ୍ତ ସ୍ଥାନୀୟ ସଂସ୍ଥା ମାଧ୍ୟମରେ ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ ସମ୍ଭବ ହୋଇଥାଏ । ଜାତୀୟ ପୁନର୍ଗଠନର ବିବିଧ କାର୍ଯ୍ୟ ଏହି ଶାସନ ସଂସ୍ଥାର ସହଯୋଗ, ସହାୟତା ଏବଂ ସମର୍ଥନ ମାଧ୍ୟମରେ ସମାହିତ ହୋଇଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଏହି ସଂସ୍ଥାର ଗୁରୁତ୍ଵ ସମ୍ପର୍କରେ ଭି.ଭି. ରାଓ ଓ ଏନ୍. ହଜାରିକା ତାଙ୍କର ‘ଭାରତରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥା” (Local-Self Government in India) ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ ଏହା ବ୍ୟକ୍ତିର ମୌଳିକ ଅଧିକାରର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ସୁନାଗରିକତା ଏବଂ ନିଃସ୍ବାର୍ଥପର ହେବା ସମ୍ପର୍କରେ ଶିକ୍ଷା ପ୍ରଦାନ କରି ଏକ ଉତ୍ତମ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ । ସ୍ନେହ, ପ୍ରୀତି ଇତ୍ୟାଦି ଦିବ୍ୟଗୁଣ ପ୍ରଥମେ ପରିବାରରୁ ଆରମ୍ଭ ହେବା ଭଳି ପ୍ରାଥମିକ ସ୍ତରରେ ସ୍ୱାୟତ୍ତ ଶାସନରେ ଅଂଶଗ୍ରହଣ କରି ବ୍ୟକ୍ତି ଗଣତାନ୍ତ୍ରିକ ଜୀବନଯାପନ ନିମିତ୍ତ ନାଗରିକତା ଓ ରାଜନୈତିକ ଶିକ୍ଷା ପାଇଥାଏ । ଜାତୀୟ ଐକ୍ୟ ଓ ସଂହତି ପ୍ରତିଷ୍ଠା ଓ ସୁରକ୍ଷା ଦିଗରେ ନାଗରିକମାନଙ୍କୁ ଅଂଶଗ୍ରହଣ କରିବାର ସୁବର୍ଣ୍ଣ ସୁଯୋଗ ଏହି ବ୍ୟବସ୍ଥା ମାଧ୍ୟମରେ ଯୋଗାଇ ଦିଆଯାଇଥାଏ ।

ଏଣୁ ଏହା ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ରୂପ ନେଇ କାର୍ଯ୍ୟ କରୁଛି ଓ ପ୍ରତ୍ୟେକ ଦେଶର ପ୍ରିୟ ବ୍ୟବସ୍ଥା ରୂପେ ସୂଚିତ ହୋଇଛି । ଅଧୁନାତମ ପୃଥିବୀରେ କାର୍ଯ୍ୟ କରୁଥିବା ସ୍ଵାୟତ୍ତ ଶାସନ ବ୍ୟବସ୍ଥାକୁ ମୁଖ୍ୟତଃ ପାଞ୍ଚଭାଗରେ ବିଭକ୍ତ କରାଯାଇଥାଏ, ଯଥା –

  • ଐକକେନ୍ଦ୍ରୀୟ (Unitary),
  • ବିକେନ୍ଦ୍ରୀୟ (Decentralised),
  • ନେପୋଲିଓ ଢାଞ୍ଚାରେ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା (Nepoleonic perfect)
  • କମ୍ୟୁନିଷ୍ଟ ରାଷ୍ଟ୍ରର ସଂଘୀୟ ବିକେନ୍ଦ୍ରୀକରଣ ବ୍ୟବସ୍ଥା (Federal Decentralisation in Communist Countries) ଓ
  • ଉତ୍ତର ଔପନିବେଶିକ ବ୍ୟବସ୍ଥା (Post Colonial system) । ଭାରତରେ ଦ୍ଵିତୀୟ ପ୍ରକାରର ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପରିଦୃଷ୍ଟ ହୁଏ ଏବଂ ଏହା ସାଧାରଣତଃ ଦୁଇ ସ୍ତରବିଶିଷ୍ଟ, ଯଥା (a) ଗ୍ରାମ୍ୟ ଓ (b) ପୌର ।

1. ଭାରତରେ ଏହି ବ୍ୟବସ୍ଥାର ଅତୀତ ପରମ୍ପରା – ବେଦ ଭାରତର ପ୍ରାଚୀନତମ ଗ୍ରନ୍ଥ ଅଟେ । ଋଗ୍‌ବେଦରେ ନଗରର ଶାସନମୁଖ୍ୟ ବା ପୁରପତିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି । ବେଦ ହିଁ ପ୍ରାଚୀନ ଭାରତର ଉଭୟ ପୌର ଓ ଗ୍ରାମ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କାର୍ଯ୍ୟ କରୁଥିବାର ପ୍ରମାଣ ଦେଇଥାଏ । ପରବର୍ତ୍ତୀ ସ୍ଵାୟତ୍ତ ଶାସନ ବିଷୟକ ବର୍ଣ୍ଣନା “ମନୁ ସଂହିତା”ରୁ ମିଳିଥାଏ । ମନୁଙ୍କୁ ବେଦର ପରବର୍ତ୍ତୀ ସାମାଜିକ ନୀତିଶାସ୍ତ୍ରର ପ୍ରଣୟନକର୍ତ୍ତା ରୂପେ ଗ୍ରହଣ କରାଯାଇଥାଏ । ମନୁ ସଂହିତା ଅନୁଯାୟୀ ପ୍ରତ୍ୟେକ ସହରରେ ସମସ୍ତ ବିଷୟ ସମାଧାନ ନିମିତ୍ତ “ ସର୍ବାର୍ଥ ଚିନ୍ତକ” (Sarbartha Chintaka) ନାମରେ ଜଣେ ଅଧୁରକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ମନୁଙ୍କ ସମୟରେ ଗ୍ରାମ୍ୟ ପ୍ରଶାସନିକ କର୍ମଚାରୀ ସରକାରୀ କର୍ମଚାରୀଭାବେ ଗଣ୍ୟ ହେଲେ ।

ଭାରତରେ ଏହି ବ୍ୟବସ୍ଥାର କ୍ରମବିକାଶର ପରବର୍ତ୍ତୀ ଚିତ୍ର କୌଟିଲ୍ୟଙ୍କ “ ଅର୍ଥଶାସ୍ତ୍ର ” ରୁ ମିଳିଥାଏ । ଅର୍ଥଶାସ୍ତ୍ରରେ ଗ୍ରାମ୍ୟ ସଙ୍ଗଠନ ଓ ପରିଚାଳନା ନିମିତ୍ତ ସରକାରୀ ଅଧ୍ଵରକ୍ଷକଙ୍କର ଦାୟିତ୍ଵ ବିଷୟରେ ଉଲ୍ଲେଖ ରହିଛି । ଅର୍ଥଶାସ୍ତ୍ରର ବ୍ୟବସ୍ଥା ଅନୁଯାୟୀ ରାଜା ପ୍ରତି ଆଠଶହ ଗ୍ରାମ ମଧ୍ଯରେ ଗୋଟିଏ ‘ସ୍ଥାନୀୟମ’, ଚାରିଶହ ଗ୍ରାମ ମଧ୍ୟରେ ‘ଦ୍ରୋଣମୁଖ’, ଦୁଇଶହ ଗ୍ରାମ ମଧ୍ୟରେ ଗୋଟିଏ ‘କର୍କଟିକା’ ଏବଂ ପ୍ରତି ଦଶଟି ଗ୍ରାମ ମଧ୍ୟରେ ଏକ ‘ସଂଗ୍ରହଣମ୍’ ସ୍ଥାପନ କରିବାର ଯେଉଁ ନିର୍ଦ୍ଦେଶ ରହିଛି ତାହା ଏହି ବ୍ୟବସ୍ଥାର ଅତୀତ ସ୍ଥିତିକୁ ସୂଚିତ କରିଥାଏ । ଏତଦ୍‌ବ୍ୟତୀତ ପରବର୍ତ୍ତୀ ପର୍ଯ୍ୟାୟରେ ମେଘାସ୍ଥିନିସ୍କଙ୍କ ବିବରଣୀ ମଧ୍ଯ ମଗଧର ରାଜଧାନୀ ପାଟଳୀପୁତ୍ରର ଶାସନ ଏକ ପୌର ପରିଷଦଦ୍ଵାରା ପରିଚାଳିତ ହେଉଥିଲା ବୋଲି ସୂଚନା ଦେଇଥାଏ । ତେଣୁ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମଧ୍ଯ ଏହାର ସ୍ଥିତି ରହିଥିଲା ବୋଲି ସ୍ପଷ୍ଟ ପ୍ରମାଣ ମିଳୁଛି ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଚୋଳ, ପଲ୍ଲବ, ପାଣ୍ଡ୍ଯ ଓ ବିଜୟନଗରମ୍ ଇତ୍ୟାଦି ରାଜ୍ୟରେ ରାଜାଙ୍କ ରାଜତ୍ଵ ସମୟରେ ସଭା, ସମିତି, ଅର୍ସ (Urs), ନାଡୁ (Nadu), ମଣ୍ଡଳମ୍ (Mandalam) ଇତ୍ୟାଦି ସଙ୍ଗଠନ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ପ୍ରମାଣ ଦେଇଥାଏ । ଗ୍ରାମାଞ୍ଚଳରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଅନେକ ପ୍ରମାଣ ଅଛି । ଚୋଳ ସମ୍ରାଟ ପ୍ରଥମ ପ୍ରଭୃତକ (Pravtaka – 1) ଙ୍କ ସମୟରେ ୯୧୯ ଓ ୯୨୧ ଖ୍ରୀ.ଅ.ର ଉତ୍ତରମେରୁ ଅଭିଲେଖ (Uttarameru Inscription) ରେ ଗ୍ରାମଗୁଡ଼ିକ ଅନେକ ସମିତିଦ୍ଵାରା ଶାସିତ ହେଉଥିଲା ବୋଲି ଉଲ୍ଲେଖ ରହିଛି । ଉତ୍ତର ଭାରତରେ ଏହି ଗ୍ରାମ୍ୟସ୍ତରୀୟ ମୁଖୁଆମାନଙ୍କୁ ‘ଗ୍ରାମିକ’ ବା ‘ଗ୍ରାମୋୟକ’ କୁହାଯାଉଥିଲାବେଳେ ଦାକ୍ଷିଣାତ୍ୟର ପୂର୍ବାଞ୍ଚଳରେ ‘ମୁନୁଣ୍ଡା’ ନାମରେ, ମହାରାଷ୍ଟ୍ରରେ ‘ଗ୍ରାମକୁଟ’ ବା ‘ପୋଟ୍ଟକିଳା’ ନାମରେ, କର୍ଣାଟକରେ ‘ଗୌଣ୍ଡା’ ନାମରେ ଏବଂ ଉତ୍ତରପ୍ରଦେଶରେ ‘ମହାରକ’ ବା ‘ମହାନ୍ତକ’ ନାମରେ ସେମାନେ ପରିଚିତ ଥିଲେ ।

ଭାରତରେ ମୋଗଲ ଓ ମରହଟ୍ଟା ରାଜତ୍ଵ ସମୟରେ ପୌର ଶାସନ ସଂସ୍ଥା କାର୍ଯ୍ୟ କରୁଥିଲା । ‘କଟୁଆଳ’ ନାମକ କର୍ମଚାରୀ ଏହି ପୌର ଶାସନକୁ ପରିଚାଳନା କରୁଥିଲେ । ଏହି ବିଷୟ ‘ଆଇନ-ଇ-ଆକବରୀ’ ନାମକ ପୁସ୍ତକରେ ବର୍ଣ୍ଣିତ ହୋଇଛି । ମୁସଲମାନ ରାଜତ୍ଵ ସମୟରେ ଜାଗିର ବ୍ୟବସ୍ଥାର ପ୍ରଚଳନ କରାଯାଇ ‘ମାଲ୍‌ଗୁଜାରସ୍’ (Malguzars) ମାନଙ୍କଦ୍ବାରା ରାଜସ୍ୱ ଆଦାୟ ବ୍ୟବସ୍ଥା କରାଯାଇଥିଲା ଓ ଏହି ସମୟରେ ପଞ୍ଚାୟତ ବ୍ୟବସ୍ଥାର ବିପର୍ଯ୍ୟୟ ଘଟିଥିଲା । ପଞ୍ଚାୟତର କ୍ଷମତାକୁ ଜମିଦାର ଓ ସରକାରୀ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇ ପଞ୍ଚାୟତ ବ୍ୟବସ୍ଥାର ସ୍ଥିତିକୁ ଦୁର୍ବଳ କରି ଦିଆଗଲା ।

2. ବ୍ରିଟିଶ୍ ଶାସନାଧୀନ ଭାରତରେ ଏହାର ସ୍ଥିତି – ଭାରତରେ ଗ୍ରାମ୍ୟସ୍ତରୀୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ବା ଗ୍ରାମପଞ୍ଚାୟତର ବିକାଶ ଇଷ୍ଟ-ଇଣ୍ଡିଆ କମ୍ପାନୀ ତଥା ବ୍ରିଟିଶ୍ ସରକାରଙ୍କର ଶାସନ ସମୟରେ ଯଥେଷ୍ଟ ଭାବରେ ହୋଇପାରିନଥିଲା । ଇଷ୍ଟ-ଇଣ୍ଡିଆ କମ୍ପାନୀଠାରୁ କ୍ଷମତା ବ୍ରିଟିଶ୍ ସରକାର ହାତକୁ ଗଲା ପରଠାରୁ ଏହି ସ୍ଵାୟତ୍ତ ଶାସନ ବ୍ୟବସ୍ଥାର କ୍ରମବିକାଶର ଧାରା ତ୍ୱରାନ୍ବିତ ହୋଇଥିଲା ଓ ସେ ଦ୍ଵିତୀୟ ଜେମ୍‌ସଙ୍କଠାରୁ ମାନ୍ଦ୍ରାଜ ସହରରେ ନିଗମ ପ୍ରତିଷ୍ଠା ନିମନ୍ତେ ଅନୁମତି ପାଇଥିଲେ । ୧୬୮୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ପ୍ରଥମ ପୌର ନିଗମ ତା’ର କାର୍ଯ୍ୟ ଆରମ୍ଭ କରିଥିଲା । ୧୭୨୬ ମସିହାରେ ପୌର ନିଗମର କ୍ଷମତା ପରିସରକୁ ବୃଦ୍ଧି କରାଯାଇଥିଲା ।

୧୭୯୩ ମସିହାର ଚାର୍ଟର ଆଇନ ବଳରେ ମାନ୍ଦ୍ରାଜ, କଲିକତା ଏବଂ ବମ୍ବେ ପ୍ରଭୃତି ତିନିଗୋଟି ପ୍ରେସିଡ଼େନ୍ସୀ ସହରରେ ପୌର ଶାସନ ପ୍ରବର୍ଣିତ ହେଲା । ମାତ୍ର ୧୮୫୮ ମସିହା ପର୍ଯ୍ୟନ୍ତ ଭାରତର ଶାସନ ବ୍ୟବସ୍ଥା ଇଷ୍ଟ-ଇଣ୍ଡିଆ କମ୍ପାନୀଦ୍ଵାରା ପରିଚାଳିତ ହୋଇଥିଲା ଓ ଉପରିଲିଖୂତ ବ୍ୟବସ୍ଥା ସତ୍ତ୍ଵେ ଏହି ସ୍ୱାୟତ୍ତ ଶାସନ ପରମ୍ପରା କେବଳ ନାମକୁ ମାତ୍ର ଭାବରେ ଭାରତରେ ବଞ୍ଚ୍ ରହିଥିଲା । ୧୮୩୦ ମସିହାରେ ସାର୍ ଚାର୍ଲସ୍‌ ମେଟ୍‌ଫ (Charles Metcalf) ଭାରତର ଗ୍ରାମ ସମାଜଗୁଡ଼ିକୁ ‘କ୍ଷୁଦ୍ର ସାଧାରଣତନ୍ତ୍ର’ (Little Republic) ରୂପେ ନାମିତ କରି ଏହି ସଙ୍ଗଠନର ଗୁରୁତ୍ଵ ସମ୍ପର୍କରେ ମତ ଦେଇଥିଲେ । ଏହାପରେ ୧୮୪୨ ମସିହାରେ ବିଧ୍ଵବଦ୍ଧ ଭାବେ ପୌର ସମିତି ଗଠନ ପାଇଁ ପ୍ରଥମ ଆଇନ ବଙ୍ଗଳାର ପ୍ରାଦେଶିକ ସରକାରଙ୍କ ଆଇନ ନମ୍ବର ୧୦ ମାଧ୍ୟମରେ ପ୍ରଣୀତ ହେଲା ।

BSE Odisha

ଏହି ଆଇନ ଏହାକୁ ଏକ ଇଚ୍ଛାଧୀନ ବିଷୟରେ ପରିଣତ କରିଥିବାରୁ ଲୋକପ୍ରିୟତା ଅର୍ଜନ କରିପାରିନଥିଲା । ୧୮୫୮ ବିଦ୍ରୋହ ପରେ ଇଷ୍ଟଇଣ୍ଡିଆ କମ୍ପାନୀଠାରୁ ବ୍ରିଟିଶ ରାଣୀଙ୍କୁ ଶାସନ କ୍ଷମତା ହସ୍ତାନ୍ତରିତ ହେଲା । ଇଷ୍ଟଇଣ୍ଡିଆ କମ୍ପାନୀର ମୂଳ ଉଦ୍ଦେଶ୍ୟ ଥିଲା ବାଣିଜ୍ୟ ବ୍ୟବସାୟ; କିନ୍ତୁ ବ୍ରିଟିଶ୍ ପାର୍ଲିଆମେଣ୍ଟଦ୍ୱାରା ଶାସନ ପରିଚାଳିତ ହେବାରୁ ଏହାର ଉଦ୍ଦେଶ୍ୟ କେବଳ ‘ଶାସନ’ରେ ହିଁ ପର୍ଯ୍ୟବସିତ ହେଲା । ଏହା ଫଳରେ ୧୮୬୦ ଠାରୁ ୧୮୭୦ ମଧ୍ୟରେ ମୁଖ୍ୟତଃ ଦୁଇଟି ଆଇନ – (୧୮୬୭ରେ ମାନ୍ଦ୍ରାଜ ଓ ୧୮୬୮ରେ କଲିକତାରେ ନିଗମ (Corporation) ପ୍ରତିଷ୍ଠା ସଂକ୍ରାନ୍ତୀୟ) ମାଧ୍ୟମରେ ଶାସନ ପ୍ରତି ଜନସମର୍ଥନ ବୃଦ୍ଧି ପାଇଁ ବ୍ରିଟିଶ୍ ସରକାର ସ୍ଵାୟତ୍ତ ଶାସନକୁ ପୁନଃ ପ୍ରତିଷ୍ଠିତ କଲେ । ୧୮୭୦ ମସିହାରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର କ୍ରମବିକାଶର ଗତି ଅଧ‌ିକ ତ୍ବରାନ୍ବିତ ହେଲା ।

ଉକ୍ତ ବର୍ଷ ଲର୍ଡ଼ ମେୟୋ (Lord Mayo) ଙ୍କ ପ୍ରସ୍ତାବ ଫଳରେ ରାଜନୈତିକ କ୍ଷମତାର ବିକେନ୍ଦ୍ରୀକରଣଦ୍ବାରା ସ୍ଵାୟତ୍ତ ଶାସନର ଆଧୁନିକୀକରଣ ସମ୍ଭବପର ହୋଇପାରିଥିଲା । ଶିକ୍ଷାର ବିକାଶ ଓ ପାଶ୍ଚାତ୍ୟ ସଭ୍ୟତାର ପ୍ରତିଫଳନ ଭାରତୀୟମାନଙ୍କ ଉପରେ ପଡ଼ିବାରୁ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଉନ୍ନତି ପାଇଁ ବ୍ରିଟିଶ୍ ସରକାର ବାଧ୍ୟ ହୋଇଥିଲେ । ୧୮୨୨ ମସିହାରେ ଲର୍ଡ଼ ରିପନଙ୍କର ଶାସନ ସଂସ୍କାରଦ୍ୱାରା ଭାରତୀୟମାନଙ୍କର ସ୍ଵାୟତ୍ତ ଶାସନ ସମ୍ପର୍କୀୟ କ୍ରମବର୍ଦ୍ଧିଷ୍ଣୁ ଆଶା ଓ ଆକାଂକ୍ଷା ପୂରଣ ହେଲା ଏବଂ ତାଙ୍କୁ ସାଧାରଣତଃ ଆଧୁନିକ ଭାରତର ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଜନକ ରୂପେ ଅଭିହିତ କରାଯାଇଥାଏ । ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଇତିହାସରେ ଅନ୍ୟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା ହେଉଛି ୧୯୦୭ ମସିହାର ବିକେନ୍ଦ୍ରୀକରଣ ସମ୍ବନ୍ଧୀୟ ରୟାଲ କମିଶନଙ୍କର ପ୍ରସ୍ତାବ (Royal Commission on Decentralisation, 1907) ଓ ୧୯୦୯ ମସିହାର ଏହି ସମ୍ପର୍କୀୟ ଘୋଷଣାନାମା ।

ଏହି ନୀତି ଫଳରେ କେବଳ ଗ୍ରାମମାନଙ୍କୁ ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ କରିବାପାଇଁ ଓ ପ୍ରତ୍ୟେକ ଗ୍ରାମରେ ପଞ୍ଚାୟତ ଓ ସହରରେ ପୌରସଂସ୍ଥା ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରାଗଲା । ଏହି ସ୍ଵାୟତ୍ତ ଶାସନ ସଂସ୍ଥାରେ ସଂଖ୍ୟାତ୍ମକ ନିର୍ବାଚିତ ସଭ୍ୟ ରହିବା ଉଚିତ ବୋଲି ମତପ୍ରକାଶ ପାଇଲା ଓ ଏହାକୁ ନିର୍ଦ୍ଦିଷ୍ଟ କ୍ଷମତା ପ୍ରଦାନ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଗଲା । ୧୯୦୯ର ଏହି ବ୍ୟବସ୍ଥା ଉପଯୁକ୍ତ ଦୃଷ୍ଟି ଆକର୍ଷଣ କରିପାରିଲା ନାହିଁ । ମାତ୍ର ୧୯୧୯ ମସିହାରେ ଭାରତ ଶାସନ ଆଇନ ସ୍ଵାୟତ୍ତ ଶାସନ ଦିଗରେ ସ୍ବତନ୍ତ୍ର ବିଧ୍ଵବ୍ୟବସ୍ଥା ପ୍ରଚଳନ କଲା । ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ୮ (ଆଠ) ଗୋଟି ପ୍ରାଦେଶିକ ସରକାର ସ୍ନାୟତ୍ତ ଶାସନ ନିମିତ୍ତ ବିଭିନ୍ନ ଆଇନ ପ୍ରଣୟନ କଲେ ।

୧୯୩୫ର ଭାରତ ଶାସନ ଆଇନଦ୍ଵାରା ପ୍ରାଦେଶିକ ସରକାରମାନଙ୍କୁ ସ୍ବତନ୍ତ୍ର କ୍ଷମତା ଦିଆଗଲା ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ପ୍ରାଦେଶିକ ସରକାରଙ୍କ କ୍ଷମତା ପରିସରଭୁକ୍ତ କରାଗଲା । ୧୯୩୮ ମସିହାରେ ଭାରତର ତଦାନୀନ୍ତନ ସ୍ଵାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଡକ୍ଟର ଡି.ପି. ମିଶ୍ରଙ୍କର ପ୍ରସ୍ତାବ ଓ ଯୋଜନା ଅନୁଯାୟୀ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ପୁନର୍ଗଠନ ପାଇଁ କେତେକ ପଦକ୍ଷେପ ନିଆଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ସତ୍ତ୍ଵେ, ଭାରତରେ ସ୍ଵାୟର ବ୍ୟବସ୍ଥା ଦେଶରେ ସ୍ଵାୟତ୍ତ ଶାସନ ସଂସ୍କାର ପାଇଁ ଅଭିପ୍ରେତ ନ ହୋଇ ବ୍ରିଟିଶ୍ ସରକାରଙ୍କର ଉଦ୍ଦେଶ୍ୟ ପୂରଣ ନିମିତ୍ତ କାର୍ଯ୍ୟ କରିବାରୁ, ଏହି ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ନ ହେବା ସଙ୍ଗେ ସଙ୍ଗେ ଏହାର ସ୍ଥିତି ସେତେ ମଜଭୁତ ହୋଇପାରି ନଥିଲା ।

3. ସ୍ବାଧୀନତୋତ୍ତର ଭାରତରେ ଏହାର ସ୍ଥିତି ଓ ପ୍ରକୃତି :
୧୯୫୦ ମସିହାରେ ସ୍ଵାଧୀନ ଭାରତର ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେଲା । ନୂତନ ସମ୍ବିଧାନର ଚତୁର୍ଥ ଖଣ୍ଡର ରାଷ୍ଟ୍ର ନିୟାମକ ତତ୍ତ୍ଵ (Directive Principles of State Policy) ସମ୍ପର୍କୀୟ ବିଷୟର ୪୦ ଧାରା ଅନୁଯାୟୀ ରାଷ୍ଟ୍ର ଗ୍ରାମପଞ୍ଚାୟତର ସଙ୍ଗଠନ ପାଇଁ ପଦକ୍ଷେପ ନେବା ଓ ଏହାକୁ ଉପଯୁକ୍ତ କ୍ଷମତା ପ୍ରଦାନ କରି ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଏକ ଅଙ୍ଗ ରୂପେ କାର୍ଯ୍ୟ କରିବାର ସମସ୍ତ ସୁବିଧା ଯୋଗାଇଦେବା ନିମନ୍ତେ ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କର କ୍ଷମତା ପରିସରଭୁକ୍ତ କରାଯାଇଛି । ବିଭିନ୍ନ ଆଇନ ପ୍ରଣୟନ ମାଧ୍ୟମରେ ସମ୍ବିଧାନର ଏହି ନୀତିକୁ କାର୍ଯ୍ୟକାରୀ କରିବାର ବ୍ୟବସ୍ଥା କରାଯାଇଛି । ଗଣତନ୍ତ୍ରର ମୂଳମନ୍ତ୍ର ଅନୁଯାୟୀ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଲୌକିକ ନିର୍ବାଚିତ ସରକାର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଛି ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ସାର୍ବକାଳୀନ ସାବାଳକ ଭୋଟ ପ୍ରଥା (Universal Adult Franchise) ର ଅବଲମ୍ବନରେ ପଞ୍ଚାୟତ ସଂସ୍ଥାର ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ୧୯୫୨ ମସିହା ଅକ୍ଟୋବର ୨ ତାରିଖ ଦିନ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ (Community Development Programme) ଓ ୧୯୫୩ ମସିହା ଅକ୍ଟୋବର ୨ ତାରିଖ ଦିନ ଜାତୀୟ ସଂପ୍ରସାରଣ ଯୋଜନା (National Extension Service) କାର୍ଯ୍ୟକାରୀ କରାଗଲା । ମାତ୍ର କେତେକ ସଙ୍ଗଠନଜନିତ ତ୍ରୁଟି ପାଇଁ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ସେତେମାତ୍ରାରେ ସଫଳ ହୋଇପାରିଲା ନାହିଁ । ତେଣୁ ଏହି ଦୋଷତ୍ରୁଟିର ଅନୁଧ୍ୟାନ କରି ସଂଶୋଧନର ପନ୍ଥା ବାହାର କରିବାପାଇଁ ୧୯୫୭ ମସିହା ଜାନୁୟାରୀ ମାସରେ ଜାତୀୟ ଉନ୍ନୟନ ପରିଷଦ (National Development Council) ର ଯୋଜନା ସଂକ୍ରାନ୍ତୀୟ ସମିତି ତତ୍କାଳୀନ ସଂସଦ ସଭ୍ୟ (M.P.) ବଳବନ୍ତରାୟ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଯୁକ୍ତ କରିଥିଲେ ।

ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଓ ଜାତୀୟ ସମ୍ପ୍ରସାରଣ ଯୋଜନାର କାର୍ଯ୍ୟ ସମ୍ବନ୍ଧରେ ଅନୁଧ୍ୟାନ କରି ବଳବନ୍ତରାୟ ମେହେଟ୍ଟା କମିଟି ଏହାର ଦକ୍ଷତା ବୃଦ୍ଧି ପାଇଁ ମତାମତ ସହ ରିପୋର୍ଟକୁ ୧୯୫୭ ମସିହା ନଭେମ୍ବର ମାସରେ ଜାତୀୟ ଉନ୍ନୟନ ପରିଷଦକୁ ଦେଇଥିଲେ । ଏହି ରିପୋର୍ଟରେ ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ (Democratic Decentralisation) ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରାଗଲା । ଏଠାରେ ଏକ ‘ତ୍ରି-ସ୍ତରୀୟ’ (Three-lier system) ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଗଲା । ପିରାମିଡ୍ ଆକୃତିର ଏହି ତ୍ରି-ସ୍ତରୀୟ ବ୍ୟବସ୍ଥାର ନିମ୍ନ ସୋପାନରେ ଗ୍ରାମପଞ୍ଚାୟତ, ମଧ୍ୟ ସୋପାନରେ ପଞ୍ଚାୟତ ସମିତି ଓ ସର୍ବୋଚ୍ଚ ସୋପାନରେ ଜିଲ୍ଲା ପରିଷଦ ସ୍ଥାପନାର ବ୍ୟବସ୍ଥା କରାଗଲା । ଏହା ଫଳରେ ଗଣତାନ୍ତ୍ରିକ ପ୍ରକ୍ରିୟାର ସ୍ରୋତ ନିମ୍ନ ସ୍ତରରୁ ସର୍ବୋଚ୍ଚ ଶିଖରକୁ ପ୍ରବାହିତ ହେଲା ।

ଜନ ସମର୍ଥନ ଉପରେ ଶାସନ ବ୍ୟବସ୍ଥା ପର୍ଯ୍ୟବସିତ ହେଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ବ୍ୟବସ୍ଥା’ର ସରଳୀକୃତ ନାମକରଣ କରି ଏହାକୁ ‘ପଞ୍ଚାୟତିରାଜ’ (Panchayati Raj) ରୂପେ ଅଭିହିତ କରିଥିଲେ । ଏହି ବ୍ୟବସ୍ଥା ମାଧ୍ୟମରେ ଗ୍ରାମ୍ୟ ପୁନର୍ଗଠନର ମହାନ୍ ଲକ୍ଷ୍ୟ ସାଧୁତ ହୋଇପାରିବ ବୋଲି ସର୍ବସମ୍ମତ ମତପ୍ରକାଶ ପାଇଥାଏ । ଗାନ୍ଧିଜୀଙ୍କର ‘ଗ୍ରାମ୍ୟ ସାଧାରଣତନ୍ତ୍ର’ (Village Republic) ନୀତିର ଏହା ବାସ୍ତବ ପ୍ରତିଫଳନ ଅଟେ ।

ଗାନ୍ଧିଜୀଙ୍କ ମତରେ, “ ଗ୍ରାମପଞ୍ଚାୟତ ପାଇଁ ଅଧିକ କ୍ଷମତାର ବନ୍ଦୋବସ୍ତ କରିବା ଅର୍ଥ ଜନସାଧାରଣଙ୍କର ଅଧ୍ଵକ ମଙ୍ଗଳ କରିବା ।” ଏହି ବ୍ୟବସ୍ଥା କେବଳ ଗଣତାନ୍ତ୍ରିକ କାର୍ଯ୍ୟକଳାପର ପ୍ରଶିକ୍ଷଣ କେନ୍ଦ୍ର ରୂପେ କାର୍ଯ୍ୟ କରୁନାହିଁ, ବରଂ ପଞ୍ଚବାର୍ଷିକ ଯୋଜନାର ସଫଳ ରୂପାୟନର ଗୁରୁଦାୟିତ୍ଵ ମଧ୍ୟ ବହନ କରିଛି । ଅତଏବ ହରପ୍‌ପା ଓ ମହେଞ୍ଜୋଦାରୋ ସଭ୍ୟତାର ଇତିହାସ ପରି ଏହି ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଇତିହାସ ବା କ୍ରମ ବିକାଶର ଧାରା ଅତୀବ ପୁରାତନ ଅଟେ । ସମୟର କଷଟି ପଥରରେ ଏହାର ଆବଶ୍ୟକତା ବାରମ୍ବାର ପରୀକ୍ଷିତ ଓ ପ୍ରମାଣିତ ହୋଇଛି । ସଭ୍ୟତାର ଗତିଶୀଳ ପ୍ରକୃତି ସହ ଏହା ପାଦ ମିଳାଇ ଆଜିର ‘ପଞ୍ଚାୟତିରାଜ’ ପର୍ଯ୍ୟାୟରେ ପହଞ୍ଚିଛି ।

୩ । ବଳବନ୍ତ ରାୟ ମେହେଟ୍ଟା ସମିତିର ସୁପାରିସର ଏକ ବିଶ୍ଳେଷଣାତ୍ମକ ଅଧ୍ୟୟନ କର ।
Answer:
ଅଧୁନାତନ ଭାରତରେ ପ୍ରଚଳିତ ଗ୍ରାମ୍ୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ବଳବନ୍ତରାୟ ମେହେଟ୍ଟା ସମିତିର ସୁପାରିସ ଅନୁଯାୟୀ ଏକ ତ୍ରି-ସ୍ତରୀୟ ବ୍ୟବସ୍ଥା ରୂପେ କାର୍ଯ୍ୟ କରୁଅଛି । ଏହି ସମିତି ଜାତୀୟ ଉନ୍ନୟନ ପରିଷଦ (National Development Council)ର ଯୋଜନା ପ୍ରକଳ୍ପ ସମିତି (Committee on Plan Projects) ଦ୍ବାରା ୧୯୫୭ ମସିହା ଜାନୁୟାରୀ ମାସରେ ନିଯୁକ୍ତ ହୋଇଥିଲା । ବଳବନ୍ତରାୟ ମେହେଟ୍ଟା ସେହି ସମୟରେ ସଂସଦର ସଭ୍ୟ ଥିଲେ ଓ ପରେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଘାଟୀ ଅଞ୍ଚଳ ପରିଦର୍ଶନ କରୁଥ‌ିବା ପରିସ୍ଥିତିରେ ଉଡ଼ାଜାହାଜ ଦୁର୍ଘଟଣାରେ ସେ ପ୍ରାଣ ବିସର୍ଜନ କରିଥିଲେ । କିନ୍ତୁ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣର ଯେଉଁ ପ୍ରକ୍ରିୟା ସେ ଆରମ୍ଭ କରିଥିଲେ ଆଜି ସେଇଥପାଇଁ ସେ ଅବିସ୍ମରଣୀୟ ହୋଇଯାଇଛନ୍ତି ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଗଣତନ୍ତ୍ରକୁ ବାସ୍ତବ ଓ ବଳିଷ୍ଠ କରିବାପାଇଁ ସେ ଯେଉଁ ସୁପାରିସ କରିଥିଲେ ଆଜି ତାହା ଅଧ୍ୟୟନ, ଆଲୋଚନାର ସୀମା ମଧ୍ୟରେ ନ ରହି ସମୟର କଷଟି ପଥରରେ ପରୀକ୍ଷିତ ଓ ପ୍ରଶଂସିତ ହୋଇସାରିଛି । ତାହା ଆଜି ସମୟ, ସ୍ଥାନ ଓ ପରିବେଶର ବଳୟ ମଧ୍ୟରେ ସୀମାବଦ୍ଧ ନ ହୋଇ ରାଜନୈତିକ ବ୍ୟବସ୍ଥାର ସ୍ଥିତି, କାର୍ଯ୍ୟକାରିତା ଓ ସଫଳତା କ୍ଷେତ୍ରରେ ଏକ ଆବଶ୍ୟକୀୟ ସର୍ଗ ହୋଇସାରିଛି । ସମ୍ବିଧାନର ରାଷ୍ଟ୍ର ନିୟାମକ ତତ୍ତ୍ଵର ୪୦ ଧାରାରେ ବର୍ଣ୍ଣିତ ଗ୍ରାମପଞ୍ଚାୟତର ସଂଗଠନକୁ ବାସ୍ତବତାର ସ୍ପର୍ଶ ଦେଇ ସ୍ଥାନୀୟ ସ୍ଵାୟତ୍ତ ଶାସନର ଲମ୍ବା ଇତିହାସ ସହିତ ପାଦମିଳାଇ ଚାଲିବାପାଇଁ ଭାରତ ସରକାର ଏହିପରି ଏକ ଗାନ୍ଧିବାଦୀ ଚିନ୍ତାଧାରାକୁ ୧୯୫୨ ମସିହା ଅକ୍ଟୋବର ୨ ତାରିଖର ଗାନ୍ଧି ଦିବସରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ (Community Development Programme) ରୂପରେ କାର୍ଯ୍ୟକାରୀ କଲେ ।

ଏହାର କାର୍ଯ୍ୟକାରିତା ପାଇଁ ୧୯୫୩ ମସିହା ଅକ୍ଟୋବର ୨ ତାରିଖ ଦିନ ଜାତୀୟ ସଂପ୍ରସାରଣ ସେବା (National Extension Service) ପ୍ରଚଳନ କରାଗଲା । କିନ୍ତୁ ୧୯୫୭ ମସିହା ଜାନୁୟାରୀ ମାସ ମଧ୍ୟରେ ଏହି ଯୋଜନାରୁ ଆବଶ୍ୟକୀୟ ସୁଫଳ ନ ମିଳିବାରୁ ଏହି ପ୍ରକଳ୍ପ ଉପରେ ଅନୁଧ୍ୟାନ କରିବାପାଇଁ ବଳବନ୍ତରାୟ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଏକ ସମିତି ନିଯୁକ୍ତ କରାଯାଇଥିଲା । ଏହି ସମିତିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ସଙ୍ଗଠନ ଓ କାର୍ଯ୍ୟକାରିତାକୁ ଅଧ୍ୟୟନ କରି ଏହାର ସଫଳତା ପାଇଁ ନୀତି ଓ ପଦ୍ଧତି ସୁପାରିସ କରିବା । ଏହି ସୁପାରିସ ମୁଖ୍ୟତଃ ଗ୍ରାମ୍ୟ ସ୍ୱାୟତ୍ତ ଶାସନ ସଂସ୍ଥାର ଅର୍ଥନୈତିକ ବିକାଶ ଓ ପ୍ରଶାସନିକ ଦକ୍ଷତା ବୃଦ୍ଧି ଦିଗରେ ନିର୍ଦ୍ଦେଶିତ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ।

ଭକ୍ତ ସମିତିର ଲକ୍ଷ୍ୟ ଓ ଦୃଷ୍ଟିକୋଣ – ଉକ୍ତ ସମିତିର ନିମ୍ନଲିଖୁତ ଦୃଷ୍ଟିକୋଣ ଓ ଲକ୍ଷ୍ୟ ରହିଥିଲା, ଯଥା –

  • ବିଭିନ୍ନ କାର୍ଯ୍ୟକ୍ଷେତ୍ର ନିମିତ୍ତ କାର୍ଯ୍ୟସୂଚୀ ଓ ଅଗ୍ରାଧିକାର ତାଲିକା ପ୍ରସ୍ତୁତି ।
  • କୃଷିଜାତ ଆମଦାନୀ ବୃଦ୍ଧି କ୍ଷେତ୍ରରେ ସଘନ କାର୍ଯ୍ୟକ୍ରମ ଗ୍ରହଣ ।
  • ଗୋଷ୍ଠୀ ପ୍ରକଳ୍ପ ପ୍ରଶାସନିକ ସଂସ୍ଥା ଓ ଅନ୍ୟ ରାଜ୍ୟ ସରକାରୀ ସଂସ୍ଥା ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା ।
  • ଗୋଷ୍ଠୀ ପ୍ରକଳ୍ପ ଓ ଜାତୀୟ ସଂପ୍ରସାରଣ ସେବାରେ ନିଯୁକ୍ତ କର୍ମଚାରୀମାନଙ୍କର ଆବଶ୍ୟକତାର ମୂଲ୍ୟାଙ୍କନ ଏବଂ କାର୍ଯ୍ୟକ୍ରମର ବିସ୍ତାର ଓ ସଫଳତା ପାଇଁ ତଥା କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ଦୃଷ୍ଟିରୁ ସୁଷମ ତାଲିକା ବ୍ୟବସ୍ଥା ଗ୍ରହଣ ।
  • ଗ୍ରାମାଞ୍ଚଳରେ ଅର୍ଥନୈତିକ ଓ ସାମାଜିକ ସ୍ଥିତିର ଅଭିବୃଦ୍ଧି ଦିଗରେ ସ୍ଥାନୀୟ ସଂଗଠନ ଓ ଉଦ୍ୟୋଗ କାର୍ଯ୍ୟର ସଫଳତାର ମୂଲ୍ୟାଙ୍କନ ।
  • ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଓ ଜାତୀୟ ସଂପ୍ରସାରଣ ସେବାଦ୍ବାରା ହେବାକୁ ଥିବା କାର୍ଯ୍ୟର ସଫଳତା ପାଇଁ କମିଟିର ସୁପାରିସ ପ୍ରଦାନ ।
  • ଉକ୍ତ କାର୍ଯ୍ୟକ୍ରମର ଅର୍ଥନୈତିକ ଅଭିବୃଦ୍ଧି ଓ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ବା ପଦ୍ଧତି ଗ୍ରହଣ ପାଇଁ ସୁପାରିସ ପ୍ରଦାନ ।

ବଳବନ୍ତରାୟ ମେହେଟ୍ଟା ସମିତି ଉପମ୍ପୃକ୍ତ ଦୃଷ୍ଟିକୋଣରୁ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମକୁ ବ୍ୟବଚ୍ଛେଦ କରି ଏଥୁରେ ଥବା ଦୋଷତ୍ରୁଟିର ସଂଶୋଧନ ପାଇଁ ଦେଇଥିବା ଅସ୍ତିସୂଚକ ସୁପାରିସ ୧୯୫୮ ମସିହାରେ ଜାତୀୟ ଉନ୍ନୟନ ପରିଷଦଦ୍ଵାରା ଅନୁମୋଦିତ ହୋଇଥିଲା ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ମେହେଟ୍ଟା ସମିତିର ପରୀକ୍ଷା-ନିରୀକ୍ଷାର ସୂତ୍ର :
ମେହେଟ୍ଟା ସମିତି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ବିଫଳତା ଉପରେ ଆଲୋକପାତ କରିଥିଲା । ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଜନ ସମର୍ଥନର ଅଭାବ ଏହାର ମୁଖ୍ୟ କାରଣ ବୋଲି କାର୍ଯ୍ୟକାରୀ ସିଦ୍ଧାନ୍ତ ତିଆରି କରାଯାଇଥିଲା । ଗଣତନ୍ତ୍ର, ରାଜନୈତିକ ବ୍ୟବସ୍ଥା ଇତ୍ୟାଦିର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ଜନ ଉଦ୍ୟୋଗ, ସହଯୋଗ ଓ ସମର୍ଥନର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଗଣତାନ୍ତ୍ରିକ ଶାସନରେ ଶାସନକୁ ଲୋକଙ୍କ ଉପରେ ଲଦି ନ ଦେଇ, ଲୋକମାନଙ୍କୁ ନିଜେ ନିଜ ପାଇଁ ଶାସନ ନୀତି ପ୍ରଣୟନ ଓ କାର୍ଯ୍ୟକାରୀ କରିବାପାଇଁ ପୂର୍ଣ ସୁଯୋଗ ପ୍ରଦାନ କରାଯିବା ଉଚିତ ଏବଂ ଏ ଦିଗରେ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଏକ ଅସ୍ତିସୂଚକ ପଦକ୍ଷେପ ଅଟେ ।

କିନ୍ତୁ କର୍ମଚାରୀ, ଅଣକର୍ମଚାରୀଙ୍କ ମଧ୍ୟରେ ତିକ୍ତ ସମ୍ପର୍କ, ଅଣକର୍ମଚାରୀମାନଙ୍କର ଗ୍ରାମ୍ୟ ଲୋକମାନଙ୍କ ସହ ଅଣସହୃଦୟ ସମ୍ପର୍କ, ଅଣ-କର୍ମଚାରୀମାନଙ୍କ ମଧ୍ୟରେ ଦଳଗତ ମନୋଭାବ, ଦ୍ଵୈତ ନିୟନ୍ତ୍ରଣ ବ୍ୟବସ୍ଥା, ଦୁର୍ନୀତି, ନାଲିଫିତାର ପ୍ରଭାବ ଇତ୍ୟାଦି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ବିଫଳତା ପାଇଁ ଦାୟୀ ବୋଲି ଉକ୍ତ ସମିତି ମତ ଦେଇଥୁଲା । ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଆତ୍ମବିଶ୍ଵାସ, ଆତ୍ମନିର୍ଭରଶୀଳତା, ଆତ୍ମସାହାଯ୍ୟ ଇତ୍ୟାଦିର ମୂଳମନ୍ତ୍ରରେ ଲୋକମାନଙ୍କୁ ଦୀକ୍ଷିତ କରିବା । ନିଜର ଉନ୍ନତି ଓ ମୁକ୍ତିର ବାଟ ନିଜେ ଖୋଜି ବାହାର କରିବାପାଇଁ ଲୋକମାନଙ୍କ ମଧ୍ୟରେ ଏହା ଏକ ପ୍ରେରଣାର ଉତ୍ସ ସୃଷ୍ଟି କରିବାର ସିଦ୍ଧାନ୍ତ ନେଇଥୁଲା, ଯାହା ପ୍ରକୃତରେ ସମ୍ଭବ ହୋଇନଥିଲା । ଲୋକମାନଙ୍କୁ ଆତ୍ମନିର୍ଭରଶୀଳତାର ମନ୍ତ୍ରରେ ଦୀକ୍ଷିତ କରିବା ପରିବର୍ତ୍ତେ ସେମାନେ ସରକାରୀ ସଙ୍ଗଠନଙ୍କର ଉଦ୍ୟୋଗ, ପ୍ରଭାବ ଓ ଦକ୍ଷତାର ଦୟାର ପାତ୍ର ହୋଇଯାଇଥିଲେ ।

ଉକ୍ତ ସମିତି ନିଜର ବିବରଣୀ ପତ୍ରରେ ଉଲ୍ଲେଖ କରିଥିଲେ, “ଗୋଷ୍ଠୀ ଉନ୍ନୟନ ଓ ଜାତୀୟ ସଂପ୍ରସାରଣ ସେବାର ସବୁଠାରୁ ନ୍ୟୁନତମ ସଫଳତା ମଧ୍ଯରେ ଜନ ଉଦ୍ୟୋଗର ସୃଷ୍ଟି ହେଉଛି ଅନ୍ୟତମ । ଗ୍ରାମପଞ୍ଚାୟତଠାରୁ ଆରମ୍ଭ କରି ଉଚ୍ଚତର ଅନୁଷ୍ଠାନଗୁଡ଼ିକ ନିଜ କାର୍ଯ୍ୟ ସଂପାଦନାରେ ମନୋନିବେଶ କରୁ ନ ଥିବାରୁ ଆମେ ଦେଖୁବାକୁ ପାଇଛୁ । ସ୍ଥାନୀୟ ପ୍ରଚେଷ୍ଟା ନିମନ୍ତେ କାମଚଳା, ମନୋନୀତ ସଭ୍ୟ ବିଶିଷ୍ଟ ସଙ୍ଗଠନଗୁଡ଼ିକ ଉପଦେଶାତ୍ମକ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହି ସଙ୍ଗଠନଗୁଡ଼ିକର ସ୍ଥାୟିତ୍ଵ, କିମ୍ବା ନିଷ୍ଠା ନାହିଁ କିମ୍ବା ଗ୍ରାମାଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ପ୍ରଗତି ପାଇଁ ଆବଶ୍ୟକୀୟ ନେତୃତ୍ଵ ଯୋଗାଇଦେବା ନିମନ୍ତେ ସେମାନଙ୍କର ସାମର୍ଥ୍ୟ ନାହିଁ ।” ସଂକ୍ଷେପରେ କହିଲେ ଗୋଷ୍ଠୀ ଉନ୍ନୟନ ଯୋଜନା ଆଞ୍ଚଳିକ ଉଦ୍ୟୋଗ ବିନା ବିଫଳ ହୋଇଥିଲା ଓ ଲୋକମାନଙ୍କୁ ସେମାନଙ୍କର ସାମର୍ଥ୍ୟର ପ୍ରକୃତ ଓ ଯଥାଯଥ ଉପଯୋଗ ପାଇଁ ଏହା ସାହାଯ୍ୟ କରିପାରି ନଥିଲା ।

ମେହେଟ୍ଟା ସମିତିର ସୁପାରିସ :
ଏମ୍. ଭି. ମାଥୁର ଓ ସହଯୋଗୀମାନଙ୍କ ମତରେ, “ ବଳବନ୍ତରାୟ ମେହେଟ୍ଟାଙ୍କ ଅଧ୍ୟାନାୟକତ୍ଵରେ ଗଠିତ ଅଧ୍ୟୟନକାରୀ ଦଳ ଭାରତର ଗ୍ରାମାଞ୍ଚଳକୁ କ୍ଷମତା ତଥା ଶାସନକଳର ବିକେନ୍ଦ୍ରୀକରଣ ମାଧ୍ୟମରେ ଏକ ନୂତନ ରୂପରେଖ ଦେବାର ଲକ୍ଷ୍ୟ ରଖୁଥିଲା ।” ମେହେଟ୍ଟା ସମିତିର ସୁପାରିସ ବିଶ୍ଳେଷଣ କଲେ ମୁଖ୍ୟତଃ ଏହାର ଦୁଇଗୋଟି ଦିଗ ପ୍ରତି ଦୃଷ୍ଟି ପଡ଼ିଥାଏ । ପ୍ରଥମତଃ ତାତ୍ତ୍ଵିକ ଓ ଦ୍ବିତୀୟତଃ ଆନୁଷ୍ଠାନିକ ବା ସାଙ୍ଗଠନିକ ।

(a) ତାନ୍ତ୍ରିକ ଦିଗ – ମେହେଟ୍ଟା ସମିତିର ସୁପାରିସରେ ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ (Democratic Decentralisation) ସଂପର୍କୀୟ ମତ ପ୍ରକାଶ ପାଇଥିଲା । ଭାରତ ଏକ ଗ୍ରାମବହୁଳ ରାଷ୍ଟ୍ର ହୋଇଥିବାରୁ ଗ୍ରାମର ଉନ୍ନତି ଓ କଲ୍ୟାଣ ନ ହୋଇପାରିଲେ ଗଣତନ୍ତ୍ରର ଭିଭିଭୂମି ଦୁର୍ବଳ ହୋଇଯିବ ବୋଲି ମତପୋଷଣ କରାଯାଇଥିଲା । ଲୋକମାନଙ୍କର ଅଂଶଗ୍ରହଣର ଭିତ୍ତିଭୂମି ଉପରେ ଗଣତାନ୍ତ୍ରିକ ଶାସନର ସୌଧ ଦଣ୍ଡାୟମାନ । ଏଣୁ ଲୋକମାନଙ୍କୁ ଶାସନର ଅତି ନିମ୍ନସ୍ତରରୁ ଅଂଶଗ୍ରହଣର ସୁଯୋଗ ପ୍ରଦାନ କରାଯିବା ଉଚିତ । ଶାସନ ସଂକ୍ରାନ୍ତୀୟ ସମସ୍ତ ନିଷ୍ପତ୍ତି ଉପର ସ୍ତରରୁ ନିଆ ନଯାଇ ବିଭିନ୍ନ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ନିଆଯିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ରାଜନୈତିକ ବ୍ୟବସ୍ଥା ଓ ଗଣତନ୍ତ୍ରର ସ୍ଥିତି ଓ କାର୍ଯ୍ୟକାରିତା ପାଇଁ ଏହାର ଯଥେଷ୍ଟ ଗୁରୁତ୍ଵ ରହିଛି ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଏହାକୁ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିବାପାଇଁ ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ର ସୂତ୍ର ବାହାର କରାଯାଇଥିଲା । ଅଧ୍ୟାପକ ସିଲିଙ୍କ ମତରେ ଗଣତନ୍ତ୍ର କହିଲେ ଏପରି ଏକ ଶାସନ ବ୍ୟବସ୍ଥାକୁ ବୁଝାଏ ଯେଉଁଥରେ ପ୍ରତ୍ୟେକ ଲୋକଙ୍କର ସମାନ ଅଂଶ ଥାଏ । ଗ୍ରୀକ୍ ନଗର-ରାଜ୍ୟମାନଙ୍କ କ୍ଷେତ୍ରରେ ଜନସଂଖ୍ୟା ଯଥେଷ୍ଟ କମ୍ ଥିବାରୁ ଓ ରାଷ୍ଟ୍ରର କାର୍ଯ୍ୟ ପରିସର ସୀମିତ ଥିବାରୁ ଲୋକମାନେ ଶାସନ କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିପାରୁଥିଲେ ଓ ସେହି ଶାସନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର (Direct Democracy) କୁହାଯାଉଥିଲା । କିନ୍ତୁ ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ବୃଦ୍ଧି ହେତୁ ଲୋକମାନଙ୍କର ଅଂଶଗ୍ରହଣ ପରୋକ୍ଷ ହୋଇଯାଇଛି । ଲୋକମାନେ ସେମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧୁମାନଙ୍କ ମାଧ୍ୟମରେ ଶାସନକାର୍ଯ୍ୟ ପରିଚାଳନା କରୁଛନ୍ତି । ଏହି ବ୍ୟବସ୍ଥାକୁ ପରୋକ୍ଷ ବା ପ୍ରତିନିଧୁମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥା (Indirect or Representative Democracy) କୁହାଯାଇଛି ।

ଏହି ଦ୍ଵିତୀୟ ପ୍ରକାରର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନଙ୍କର ଅଂଶଗ୍ରହଣକୁ ଅଧିକ ଜୀବନ୍ତ ଓ ବାସ୍ତବ କରିବାପାଇଁ ଲୋକମାନଙ୍କୁ ନିର୍ବାଚନ କ୍ଷେତ୍ରରେ ଅବାଧ ସ୍ଵତନ୍ତ୍ରତା ଓ ନିର୍ବାଚନ ପରେ ଶାସନକଳ ଉପରେ ସଜାଗ ନଜର ରଖୁବାର ତଥା ନିର୍ବାଚିତ ପ୍ରତିନିଧୁମାନଙ୍କୁ ନିୟନ୍ତ୍ରଣ କରିବାର ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯିବା ଉଚିତ । ଅନ୍ୟପକ୍ଷରେ, କ୍ଷମତା ଗୋଟିଏ ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କ ହସ୍ତରେ କେନ୍ଦ୍ରୀଭୂତ ନ ହୋଇ ଶାସନକଳର ବିଭିନ୍ନ ପର୍ଯ୍ୟାୟଦ୍ଵାରା ବ୍ୟବହୃତ ହେବା ଉଚିତ । ଆଞ୍ଚଳିକ ସ୍ତରଠାରୁ କ୍ଷମତାର ଊର୍ଦ୍ଧ୍ୱମୁଖୀ ପ୍ରବାହ ଆରମ୍ଭ ହେବାସହ ଉପର ସ୍ତରରୁ କ୍ଷମତାର ନିମ୍ନମୁଖୀ ପ୍ରବାହ ଜାରି ରହିବା ଉଚିତ । ଏହାଫଳରେ ଲୋକମାନଙ୍କ ମଧ୍ୟରେ ଦାୟିତ୍ବବୋଧ ଭାବର ସଂଚଳନ ଘଟିଥାଏ । ବିକେନ୍ଦ୍ରୀକରଣର ଅର୍ଥ ନୁହେଁ କ୍ଷମତାର ହସ୍ତାନ୍ତର । କ୍ଷମତାର ହସ୍ତାନ୍ତର (Delegation of Power) କ୍ଷେତ୍ରରେ କ୍ଷମତା ବ୍ୟବହାରକାରୀ ଅନୁଷ୍ଠାନ ମଧ୍ୟରେ ସମ୍ପୂର୍ଣ୍ଣ ଦାୟିତ୍ବବୋଧ ଭାବ ଜାଗ୍ରତ ହୁଏ ନାହିଁ ।

କିନ୍ତୁ କ୍ଷମତାର ବିକେନ୍ଦ୍ରୀକରଣ (Decentralisation of Power) ନୀତି କ୍ଷମତା ବ୍ୟବହାରକାରୀ ଶାସନର ବିଭିନ୍ନ ସ୍ତର ମଧ୍ଯରେ ଦାୟିତ୍ବବୋଧ ଭାବର ବୀଜ ବପନ କରି ଏହାକୁ ଶକ୍ତିଶାଳୀ ଦ୍ରୁମରେ ପରିଣତ ହେବାପାଇଁ ସାହାଯ୍ୟ କରିଥାଏ । ଏହି ନୀତିର ସଫଳ ରୂପାୟନ ଘଟିଲେ ଶାସନ ବ୍ୟବସ୍ଥା ପ୍ରତି ଲୋକମାନଙ୍କର ଆନୁଗତ୍ୟର ଧାରା ସୃଷ୍ଟ ଓ ସ୍ବତଃସ୍ଫୁର୍ର ହୋଇଥାଏ । ସମାଜର ଉନ୍ନତି ଦାୟିତ୍ବବୋଧ ଓ କ୍ଷମତା ବ୍ୟତୀତ ସମ୍ଭବ ନୁହେଁ । ଆଞ୍ଚଳିକ ସ୍ଵାର୍ଥ, ଆଗ୍ରହ, ତତ୍ତ୍ଵାବଧାନ ଓ ଯତ୍ନ ଫଳରେ ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାର ସଫଳତା ଦିଗରେ ଅଗ୍ରସର ହେବ । ଏଣୁ ବଳବନ୍ତରାୟ ମେହେଟ୍ଟା ସମିତି ଉପଯୁକ୍ତ କ୍ଷମତାସମ୍ପନ୍ନ ନିର୍ବାଚିତ ଆଞ୍ଚଳିକ ସଙ୍ଗଠନର ସ୍ଥାପନା ପାଇଁ ସୁପାରିସ କରିଥିଲା ।

(b) ଆନୁଷ୍ଠାନିକ ବା ସାଙ୍ଗଠନିକ ଦିଗ – ମେହେଟ୍ଟା ସମିତି କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ଏକ ତ୍ରି-ସ୍ତରୀୟ ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରିଥିଲା । ଗ୍ରାମପଞ୍ଚାୟତକୁ ଶାସନର ଉପର ସ୍ତରରେ ଥିବା ସଙ୍ଗଠନ ସହ ସଂଯୋଗ କରିବାର ପ୍ରୟାସ କରାଯାଇଥିଲା । ଏହି ସୁପାରିସକୁ ବର୍ତ୍ତମାନର ପଞ୍ଚାୟତିରାଜ ବ୍ୟବସ୍ଥାର ଜନ୍ମଦାତ୍ରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗ୍ରାମାଞ୍ଚଳ ଲୋକମାନଙ୍କୁ ଶାସନର ସର୍ବନିମ୍ନ ସୋପାନର ଅନ୍ତର୍ଭୁକ୍ତ କରିବାର ସୁଚିନ୍ତିତ, ସୁସଂଯତ ଯୋଜନା ଏଥିରେ ସନ୍ନିବେଶିତ ହୋଇଛି । ଏହି ତ୍ରି-ସ୍ତରୀୟ ବ୍ୟବସ୍ଥା ଏକ ପିରାମିଡ୍ ଆକୃତି ବିଶିଷ୍ଟ ଅଟେ । ଏହାର ଭୂମି ସ୍ତରରେ ଗ୍ରାମ- ପଞ୍ଚାୟତ, ମଧ୍ୟଭାଗରେ ପଞ୍ଚାୟତ ସମିତି ଓ ଶିଖର ପ୍ରଦେଶରେ ଜିଲ୍ଲା ପରିଷଦ ଅବସ୍ଥିତ । ଭୂମିର ଲମ୍ବ, ମଧ୍ୟଭାଗ, ଓ ଶିଖର ପ୍ରଦେଶର ଲମ୍ବଠାରୁ ଅଧିକ ହୋଇଥିବାରୁ ଏହା ସୂଚିତ କରେ ଯେ ଗ୍ରାମପଞ୍ଚାୟତମାନଙ୍କର ସଂଖ୍ୟା ପଞ୍ଚାୟତ ସମିତିଠାରୁ ଅଧ‌ିକ ଅଟେ ।

କେତେଗୁଡ଼ିଏ ଗ୍ରାମକୁ ନେଇ ଏକ ଗ୍ରାମପଞ୍ଚାୟତ ଗଠିତ ହୁଏ ଏବଂ କେତେଗୁଡ଼ିଏ ଗ୍ରାମପଞ୍ଚାୟତକୁ ନେଇ ଏକ ପଞ୍ଚାୟତ ସମିତି ଗଠିତ ହୁଏ ଏବଂ କେତେଗୁଡ଼ିଏ ପଞ୍ଚାୟତ ସମିତିକୁ ନେଇ ଏକ ଜିଲ୍ଲା ପରିଷଦ ଗଠିତ ହୁଏ । ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମେହେଟ୍ଟା କମିଟି ମଧ୍ୟବର୍ତୀ ସୋପାନରେ ପଞ୍ଚାୟତ ସମିତ ସଙ୍ଗଠନ ପାଇଁ ସୁପାରିସ କରିଥିଲେ । ସମିତିର ମତରେ ଏହିପରି ଏକ ସଙ୍ଗଠନର ଗୁରୁତ୍ଵ ଯଥେଷ୍ଟ ରହିଛି କାରଣ ଏହା ଅତ୍ୟଧୁକ ବା ଅତି କମ୍ କ୍ଷମତାର ଅଧିକାରୀ ନୁହେଁ କିମ୍ବା ସେହିପରି ଦାୟିତ୍ବ ସମ୍ପାଦନ କରେ ନାହିଁ । ଏହା ଗୋଟିଏ ଗ୍ରାମପଞ୍ଚାୟତ ପରି ଖୁବ୍ କମ୍ କ୍ଷମତା ଓ ଦାୟିତ୍ଵ ପରିସର କିମ୍ବା ଗୋଟିଏ ଜିଲ୍ଲା ପରିଷଦ ପରି ଖୁବ୍ ବେଶି କ୍ଷମତା ଓ ଦାୟିତ୍ଵ ପରିସର ବହନ କରେ ନାହିଁ । ଏହି ସମିତି ଉକ୍ତ ତିନି ସ୍ତର ବିଶିଷ୍ଟ ସଙ୍ଗଠନର ରୂପରେଖ ନିମ୍ନମତେ ନିର୍ଦ୍ଧାରଣ କରିଥିଲେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

1. ଗ୍ରାମ ପଞ୍ଚାୟତ – ଏହି ସଙ୍ଗଠନର ସର୍ବନିମ୍ନ, ମୌଳିକ ଓ ପ୍ରାଥମିକ ସ୍ତର ରୂପେ ଗ୍ରାମପଞ୍ଚାୟତ କାର୍ଯ୍ୟ କରିଥାଏ । ୨୦୦୦ରୁ ୬୦୦୦ ଲୋକସଂଖ୍ୟାକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ହୁଏ । ଏହା କେତେଗୁଡ଼ିଏ ୱାର୍ଡ଼ରେ ବିଭକ୍ତ ହୋଇଥାଏ । ଗୋଟିଏ ଗ୍ରାମପଞ୍ଚାୟତରେ ସର୍ବନିମ୍ନ ୧୧ଟି ଓ ସର୍ବୋଚ୍ଚ ୨୫ଟି ୱାର୍ଡ ରହିଥାଏ । ପ୍ରତ୍ୟେକ ୱାର୍ଡ଼ରୁ ଜଣେ ଲେଖାଏଁ ସଭ୍ୟ ବା ପଞ୍ଚ ନିର୍ବାଚିତ ହୋଇଥା’ନ୍ତି । ସେହି ପଞ୍ଚମାନଙ୍କ ମଧ୍ୟରେ ମୁଖ୍ୟଭାବେ ସରପଞ୍ଚ କାର୍ଯ୍ୟ କରନ୍ତି ଓ ସେ ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି । ସରପଞ୍ଚଙ୍କୁ ସାହାଯ୍ୟ କରିବାପାଇଁ ଜଣେ ନାଏବ ସରପଞ୍ଚ ଥାଆନ୍ତି ଓ ୱାର୍ଡ଼ମେମ୍ବରମାନେ ତାଙ୍କୁ ନିର୍ବାଚିତ କରିଥା’ନ୍ତି । ଗ୍ରାମ ପଞ୍ଚାୟତର ପ୍ରଧାନ କାର୍ଯ୍ୟପାଳିକା, ପରିଚାଳକ ରୂପେ ସରପଞ୍ଚଙ୍କର ଗୁରୁ ଦାୟିତ୍ଵ ରହିଛି । ଗ୍ରାମପଞ୍ଚାୟତର କାର୍ଯ୍ୟଧାରା ଦ୍ବିବିଧ, ଯଥା –

  • ବାଧ୍ୟତାମୂଳକ ଓ
  • ଇଚ୍ଛାଧୀନ ।

ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ, ପ୍ରାଥମିକ ଓ ପ୍ରୌଢ଼ଶିକ୍ଷା, ଯାତ୍ରା, ପର୍ବ, ହାଟ, ମେଳା ଆଦି ନିୟନ୍ତ୍ରଣ, କୃଷି, ଭୂସଂରକ୍ଷଣ, ବିଭିନ୍ନ ମହାମାରୀ ରୋଗ ପାଇଁ ପ୍ରତିଷେଧକ ବ୍ୟବସ୍ଥା, ପାଇଖାନା, ନର୍ଦ୍ଦମା ଇତ୍ୟାଦି ନିର୍ମାଣ ଓ ମରାମତି ଇତ୍ୟାଦି ଏହାର ବାଧ୍ୟତାମୂଳକ କାର୍ଯ୍ୟର ଅଧୀନ ହୋଇଥିବାବେଳେ ସରକାରଙ୍କର ଅନୁମୋଦନ ସହ ବୃକ୍ଷରୋପଣ, ପଶୁପାଳନ, ସମବାୟ ପ୍ରସାର, କୁଟୀରଶିଳ୍ପ ପ୍ରସାର, କ୍ଲବ୍ ଓ ଆମୋଦପ୍ରମୋଦ ବ୍ୟବସ୍ଥା, ଗ୍ରାମ୍ୟ ପାଠଶାଳାର ପରିଚାଳନା ଇତ୍ୟାଦିକୁ ଇଚ୍ଛାଧୀନ କାର୍ଯ୍ୟରୂପେ ଏହା ସମ୍ପାଦନ କରିଥାଏ ।

ଏହାର ପାଣ୍ଠି ବା ଆୟ ମୁଖ୍ୟତଃ ଟିକସ ଆଦାୟ, କାଞ୍ଜିଆହୁଦା, ହାଟ ଇତ୍ୟାଦିରୁ ଆୟ, ପଞ୍ଚାୟତସ୍ଥ ପୋଖରୀ, କେନାଲ, ଜଙ୍ଗଲ ଇତ୍ୟାଦିରୁ ଆୟ, ସରକାରୀ ଅନୁଦାନ ଓ ଜନସାଧାରଣଙ୍କଠାରୁ ମିଳିଥିବା ଦାନ ଇତ୍ୟାଦି ଉପରେ ନିର୍ଭର କରିଥାଏ । ସରକାରଙ୍କର ପଞ୍ଚାୟତ ଉପରେ ନିୟନ୍ତ୍ରଣ ରହିଛି । ସରକାର ପଞ୍ଚାୟତକୁ ଭାଙ୍ଗି ଦେଇପାରିବେ ବା ନୂଆ ପଞ୍ଚାୟତ ଗଠନକୁ ସ୍ଥଗିତ ରଖୂପାରିବେ । ଜିଲ୍ଲାପାଳଙ୍କ ଆଦେଶରେ ଓ ବିଭାଗୀୟ ଅଧିକାରୀଙ୍କ ସୁପାରିସ କ୍ରମେ ସରପଞ୍ଚ ପଦଚ୍ୟୁତ ହୋଇଥା’ନ୍ତି । ଏହି ସ୍ତର ଗାନ୍ଧିଜୀଙ୍କର ଗ୍ରାମ୍ୟ ସ୍ଵରାଜ୍ୟ ପ୍ରତିଷ୍ଠାର ଲକ୍ଷ୍ୟ ପୂରଣ କରିବ ବୋଲି ମେହେଟ୍ଟା ସମିତି ଆଶୀ ପ୍ରକାଶ କରିଥିଲେ ।

2. ପଞ୍ଚାୟତ ସମିତି – ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସମ୍ପର୍କୀୟ ତ୍ରି-ସ୍ତରୀୟ ବ୍ୟବସ୍ଥାର ଏହା ମଧ୍ୟବର୍ତ୍ତୀ ସୋପାନରେ ଅବସ୍ଥିତ । ଏହାର ସ୍ଥିତି ଓ କାର୍ଯ୍ୟକାରିତା ଉପରେ ମେହେଟ୍ଟା ସମିତି ଯଥେଷ୍ଟ ଗୁରୁତ୍ବ ଆରୋପ କରିଥିଲେ । ଗୋଟିଏ ଜିଲ୍ଲାକୁ କେତେଗୁଡ଼ିଏ ପଞ୍ଚାୟତ ସମିତିରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ପଞ୍ଚାୟତ ସମିତି କେତେଗୁଡ଼ିଏ ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥାଏ । ପଞ୍ଚାୟତ ସମିତିର ଅଧ୍ୟକ୍ଷ ସାବାଳକ ଭୋଟଦ୍ଵାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ତାଙ୍କୁ କାର୍ଯ୍ୟରେ ସହାୟତା କରିବାପାଇଁ ଜଣେ ଉପାଧ୍ୟକ୍ଷ ବା ଭାଇସ୍-ଚେୟାରମ୍ୟାନ୍ ରହିଥା’ନ୍ତି । ଅଧ୍ଯକ୍ଷ ପଞ୍ଚାୟତ ସମିତିର ମୁଖ୍ୟ ପରିଚାଳକ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ (B.D.O.) ଏହାର ମୁଖ୍ୟ ନିର୍ବାହୀ ଅଧିକାରୀ (Executive Officer) ଅଟନ୍ତି । ଏହା ନିଜ ଅଧୀନରେ ଥ‌ିବା ପଞ୍ଚାୟତଗୁଡ଼ିକର କାର୍ଯ୍ୟ ତଦାରଖ କରିଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଏହା ପଞ୍ଚାୟତ ବଜେଟ୍‌କୁ ଅନୁମୋଦନ କରିବା, ନିଜର ବଜେଟ୍ ଗୃହୀତ କରିବା, ପ୍ରାଥମିକ ଶିକ୍ଷାର ନିୟନ୍ତ୍ରଣ, ବିଭିନ୍ନ ରୋଗ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା, ରାସ୍ତାଘାଟ, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ସର୍ବାଙ୍ଗୀନ ଉନ୍ନତି କରିବା ତଥା ସରକାରଙ୍କର ନିର୍ଦ୍ଧାରିତ ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରିଥାଏ । ସରକାରୀ ସାହାଯ୍ୟ, ଗ୍ରାମଗୋଷ୍ଠୀ ଯୋଜନାଜନିତ ସାହାଯ୍ୟ, ପଞ୍ଚାୟତରୁ ଆଦାୟ କରାଯାଉଥିବା ଟିକସର ଅଂଶବିଶେଷ, ବ୍ୟବସାୟ ଓ ଟ୍ରଷ୍ଟ ସମ୍ପଭିରୁ ଆୟ, ଜନସାଧାରଣଙ୍କଠାରୁ ମିଳୁଥିବା ଦାନ ଇତ୍ୟାଦି ଆୟସୂତ୍ର ପଞ୍ଚାୟତ ସମିତିର ରହିଛି । ଏହା ଉପରେ ସରକାରୀ ନିୟନ୍ତ୍ରଣ ରହିଛି । ଏହାଦ୍ଵାରା ପ୍ରଣୀତ ଆଇନ ରାଜ୍ୟ ସାଧାରଣ ଆଇନର ବିରୋଧ କଲେ ସରକାର ଏହାକୁ ନାକଚ କରିଦେଇପାରିବେ । କ୍ଷମତା ଅପବ୍ୟବହାର ହେତୁ ଅଧ୍ୟକ୍ଷଙ୍କୁ ପଦଚ୍ୟୁତ କରାଯାଇପାରେ ଏବଂ ଏପରିକି ସମିତିକୁ ଭାଙ୍ଗି ଦେଇ ସରକାର ନିଜ ହାତକୁ କ୍ଷମତା ମଧ୍ୟ ନେଇ ଯାଇପାରନ୍ତି ।

3. ଜିଲ୍ଲା ପରିଷଦ – ଏହା କ୍ଷମତା ବିକେନ୍ଦ୍ରୀକରଣ ନୀତିଦ୍ଵାରା ସୂଚିତ ତ୍ରି-ସ୍ତରୀୟ ବ୍ୟବସ୍ଥାର ସର୍ବୋଚ୍ଚ ଶିଖରରେ ଦଣ୍ଡାୟମାନ । ଏହାର ସଭ୍ୟପଦ ପାଇଁ ସ୍ଵତନ୍ତ୍ର ନିର୍ବାଚନ କରାଯାଏ ନାହିଁ । ନିଜ ନିଜ ପଦମର୍ଯ୍ୟାଦା ବଳରେ ଏହାର ସଭ୍ୟମାନେ ଉକ୍ତ ପଦ ଗ୍ରହଣ କରିଥା’ନ୍ତି । ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଜିଲ୍ଲାର ପ୍ରତ୍ୟେକ ରାଜ୍ୟ ବ୍ୟବସ୍ଥାପକ ସଭାର ଓ କେନ୍ଦ୍ରୀୟ ସଂସଦର ସଦସ୍ୟ, ପ୍ରତ୍ୟେକ ଜିଲ୍ଲାସ୍ତରୀୟ ବୈଷୟିକ ମୁଖ୍ୟ ଇତ୍ୟାଦି ଏହାର ସଦସ୍ୟରୂପେ ରହିଥା’ନ୍ତି । ଜିଲ୍ଲାପାଳ ଉକ୍ତ ପରିଷଦର ଅଧ୍ୟକ୍ଷ ଓ ତାଙ୍କ ଅଧୀନସ୍ଥ ଜଣେ ଅଧିକାରୀ ଏହାର ସମ୍ପାଦକ ରୂପେ ଦାୟିତ୍ଵ ସମ୍ପାଦନ କରନ୍ତି । ମେହେଟ୍ଟା ସମିତି ଏହି ସଙ୍ଗଠନକୁ କୌଣସି ପ୍ରଶାସନିକ କାର୍ଯ୍ୟ ଦେଇନାହାନ୍ତି । ଜିଲ୍ଲାର ବିଭିନ୍ନ ସଙ୍ଗଠନ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ଏହାର ମୁଖ୍ୟ ଅଟେ ।

ଜିଲ୍ଲା ପରିଷଦ ଲୋକମାନଙ୍କ ସହ ସମ୍ପର୍କ ପ୍ରତିଷ୍ଠା ନ କରି ସରକାରୀ କର୍ମଚାରୀ ଓ ସରକାରଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି । ଏହା ପଞ୍ଚାୟତ ସମିତିର ବଜେଟ୍‌କୁ ଅନୁମୋଦନ କରେ, ସରକାରଙ୍କଠାରୁ ବିଭିନ୍ନ ଯୋଜନା ବାବଦରେ ପ୍ରାପ୍ୟ ଅନୁଦାନକୁ ବିଭିନ୍ନ ପଞ୍ଚାୟତ ସମିତି ମଧ୍ୟରେ ବଣ୍ଟନ କରେ । ପଞ୍ଚାୟତ ସମିତିର ଯୋଜନାଗୁଡ଼ିକୁ ଏହା ବିଶ୍ଳେଷଣ କରି ଜିଲ୍ଲା ଯୋଜନା ପ୍ରଣୟନ କରିଥାଏ । ଏତଦ୍‌ବ୍ୟତୀତ ସମିତିର କର୍ମଚାରୀଙ୍କ ପ୍ରତି ଦଣ୍ଡବିଧାନ ଓ ସମିତି କାର୍ଯ୍ୟର ତତ୍ତ୍ଵାବଧାନ ମଧ୍ୟ ଏହାର କାର୍ଯ୍ୟ ପରିସରଭୁକ୍ତ ଅଟେ । ଜିଲ୍ଲା ପରିଷଦର କୌଣସି ଉନ୍ନତିମୂଳକ କାର୍ଯ୍ୟ ପ୍ରତ୍ୟକ୍ଷଭାବେ ସମ୍ପାଦନ କରିବାର ଦାୟିତ୍ଵ ନ ଥିବାରୁ ଏହାର କୌଣସି ପାଣ୍ଠି ବା ଆୟପନ୍ଥା ନାହିଁ ଓ ମେହେଟ୍ଟା ସମିତିର ସୁପାରିସ ଏ ସମ୍ପର୍କରେ ସେଥ‌ିପାଇଁ ସମ୍ପୂର୍ଣ ନୀରବ ଅଟେ ।

ଅନ୍ୟାନ୍ୟ ବିବିଧ ସୁପାରିସ – ମେହେଟ୍ଟା ସମିତି ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନରେ ରାଜନୈତିକ ଦଳମାନଙ୍କର ଅଂଶଗ୍ରହଣକୁ ନାପସନ୍ଦ କରିଥିଲେ । ଏହାର କୁପ୍ରଭାବ ଓ ଜାତିଆଣ ଭାବ, ଦଳୀୟ ମନୋଭାବ ଇତ୍ୟାଦି ଲୋକମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରୁଥିବାରୁ ଏହାର ପ୍ରଭାବରୁ ମୁକ୍ତ ହେବାପାଇଁ ସେ ସର୍ବସମ୍ମତ ମତ ଭିଭିରେ ନିର୍ବାଚନ କରିବାପାଇଁ କିମ୍ବା ଅନ୍ୟ କୌଣସି ଗଣତାନ୍ତ୍ରିକ ସମାଧାନ ସୂତ୍ର ବାହାର କରିବାପାଇଁ ଏହା ସରକାରଙ୍କୁ ସୁପାରିସ କରିଥିଲା । ଦ୍ଵିତୀୟତଃ, ପଞ୍ଚାୟତଦ୍ବାରା ଧାର୍ଯ୍ୟ ଟିକସ ଲୋକମାନେ ଦେଉ ନଥିବାରୁ ଉକ୍ତ ସଙ୍ଗଠନଗୁଡ଼ିକ ଆର୍ଥିକ ଦୂରବସ୍ଥାର ଶିକାର ହୋଇଥା’ନ୍ତି । ଏହି ସମସ୍ୟାର ସମାଧାନ ପାଇଁ ମେହେଟ୍ଟା ସମିତି ସୁପାରିସ କରିଥିଲା

ଯେ ଯେଉଁ ବ୍ୟକ୍ତି ନିର୍ଦ୍ଧାରିତ ଟିକସ ଦେବ ନାହିଁ ଉକ୍ତ ବ୍ୟକ୍ତିଙ୍କର ଭୋଟଦାନ କ୍ଷମତା କିମ୍ବା ସଙ୍ଗଠନର ସଭ୍ୟ ହୋଇ ରହିବାର କ୍ଷମତାକୁ ରଦ୍ଦ କରିବାପାଇଁ ସ୍ଵତନ୍ତ୍ର ଆଇନ ସରକାର ପ୍ରଣୟନ କରିବା ଉଚିତ । ତୃତୀୟତଃ, ଗ୍ରାମ୍ୟ ପ୍ରଶାସନ ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଓ ଏହାର ସଫଳତା ଉପରେ ଶାସନର ସଫଳତା, ସ୍ଥିରତା ଓ ଦୃଢ଼ତା ନିର୍ଭର କରୁଥିବାରୁ ଏହି ସଙ୍ଗଠନ ସହ ସମ୍ପୃକ୍ତ ପ୍ରତ୍ୟେକ ସଭ୍ୟଙ୍କ ପାଇଁ ବିଶେଷତଃ ନିର୍ବାଚିତ ପ୍ରତିନିଧୁମାନଙ୍କ ପାଇଁ ସ୍ବତନ୍ତ୍ର ତାଲିମର ବ୍ୟବସ୍ଥା ପ୍ରଣୀତ ହେବା ଉଚିତ । ଏହା ଫଳରେ ନିର୍ବାଚିତ ପ୍ରତିନିଧୁମାନେ ସଫଳତା ଓ ଦକ୍ଷତାର ସହ ନିଜର କାର୍ଯ୍ୟ ସମ୍ପାଦନ କରିପାରିବେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ମେହେଟ୍ଟା ସମିତି ସୁପାରିସର ମୂଲ୍ୟାଙ୍କନ – ଭାରତରେ ଗ୍ରାମ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କ୍ଷେତ୍ରରେ ମେହେଟ୍ଟା ଯୋଜନାର ଏକ ଐତିହାସିକ ଗୁରୁତ୍ଵ ରହିଛି । ଗ୍ରାମ୍ୟ ଗଣତନ୍ତ୍ର ଓ ଉନ୍ନତିର ଭାରତୀୟ ଚିନ୍ତାଧାରା କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ମହତ୍ତ୍ଵପୂର୍ଣ୍ଣ ଅଟେ । ଏହାକୁ ପଞ୍ଚାୟତିରାଜ ସଙ୍ଗଠନର ‘ବ୍ଲୁ-ପ୍ରିଣ୍ଟ’ ବା ‘ବାଇବେଲ’ କୁହାଯାଇଥାଏ । ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ ବ୍ୟବସ୍ଥାର ସରଳୀକୃତ ନାମକରଣ କରିବାକୁ ଯାଇ ଜବାହରଲାଲ ନେହେରୁ ଏହାକୁ ‘ପଞ୍ଚାୟତିରାଜ’ ରୂପେ ନାମିତ କରିଥିଲେ । ଏହାର ଉପାଦେୟତାଗୁଡ଼ିକୁ ନିମ୍ନମତେ ଆଲୋଚନା କରାଯାଇପାରେ । ପ୍ରଥମତଃ, ଏହା ଏକ ଗଣତାନ୍ତ୍ରିକ ଚିନ୍ତାଧାରା ଅଟେ । ଗ୍ରାମ୍ୟ ଲୋକମାନଙ୍କର ରାଜନୈତିକ ଦକ୍ଷତା, ଗଣତାନ୍ତ୍ରିକ ସ୍ଵୟଂଶାସନ ପାଇଁ ଆବଶ୍ୟକୀୟ ସାମର୍ଥ୍ୟ ଇତ୍ୟାଦି ଉପରେ ଏହା ଯଥେଷ୍ଟ ଗୁରୁତ୍ଵ ସ୍ଥାପନ କରିଛି ।

ଡକ୍ଟର ଆମ୍ବେଦକର ଭାରତୀୟ ଗ୍ରାମ୍ୟ ବ୍ୟବସ୍ଥାକୁ ଆଞ୍ଚଳିକତାବାଦ, ଅଜ୍ଞତା, ସଂକୀର୍ଣ୍ଣତା ଓ ସାଂପ୍ରଦାୟିକତାର ମହାମାରୀର ଶିକାର ହୋଇଥିବା ଅନୁଷ୍ଠାନ ରୂପେ ଚିତ୍ରିତ କରିଥିଲେ । ମାତ୍ର ଏହି ଚିନ୍ତାଧାରା ସମ୍ପୂର୍ଣ୍ଣ ଭ୍ରାନ୍ତ ବୋଲି ମେହେଟ୍ଟା ସମିତି ପ୍ରମାଣିତ କରିଛନ୍ତି । ଗ୍ରାମ୍ୟ ପ୍ରଗତିର ସମସ୍ତ ଦାୟିତ୍ଵ ଏହା ଗ୍ରାମ୍ୟ ଅଧ୍ଵବାସୀ, ସଙ୍ଗଠନ ଓ ପ୍ରତିନିଧୁମାନଙ୍କ ଉପରେ ନ୍ୟସ୍ତ କରିଛି । ଦ୍ଵିତୀୟତଃ, ଏହା ସମ୍ବିଧାନର ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ଵର ୪୦ ଧାରାରେ ସୂଚିତ ଗ୍ରାମପଞ୍ଚାୟତର ସଙ୍ଗଠନ ରୂପକ ଲକ୍ଷ୍ୟକୁ ସ୍ଵୀକାର କରିଛି ବା ବାସ୍ତବତାର ସ୍ପର୍ଶ ଦେଇଛି । ତୃତୀୟତଃ, ଭାରତ ଭଳି ଏକ ବିକାଶଶୀଳ ଦେଶରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟ କରିବାର ସୁଯୋଗ ଦେବାପାଇଁ ଏହା ବୈପ୍ଳବିକ ପଦକ୍ଷେପ ନେଇଛି ।

ଏହା ବିକାଶଶୀଳ ଦେଶମାନଙ୍କରେ ଜାତି- ଗଠନ (Nation-building) ର ତତ୍ତ୍ବ ଓ ବାସ୍ତବ କାର୍ଯ୍ୟକାରିତା କ୍ଷେତ୍ରରେ ତଥା ଗ୍ରାମ୍ୟ ଅର୍ଥନୈତିକ ପ୍ରଗତି ପାଇଁ ଏକ ଅସ୍ତିସୂଚକ ପଦକ୍ଷେପ ରୂପେ କାର୍ଯ୍ୟ କରୁଛି । ଚତୁର୍ଥତଃ, ଏହା କେବଳ ଆଦର୍ଶକୁ ସୂଚିତ କରେ ନାହିଁ ବରଂ ଏହି ଆଦର୍ଶର ସଫଳ କାର୍ଯ୍ୟକାରିତା ପାଇଁ ଉଚିତ ପଦକ୍ଷେପର ପଥପ୍ରଦର୍ଶକ ମଧ୍ୟ ଅଟେ । ଏହା ଏକ ପ୍ରଗତିଶୀଳ, ବାସ୍ତବ, ଯୁଗୋପଯୋଗୀ ସିଦ୍ଧାନ୍ତ ଅଟେ ଓ ଏହାର ସଫଳ ବିନ୍ୟାସ ଉପରେ ରାଜନୈତିକ ବ୍ୟବସ୍ଥାର ସଫଳତା ଓ ଗଣତାନ୍ତ୍ରିକ ଶାସନର ଭବିଷ୍ୟତ ନିର୍ଭର କରେ । ଉପରୋକ୍ତ ସୁଗୁଣର ଅଧିକାରୀ ଏହି ସୁପାରିସସମୂହ ମଧ୍ୟ କେତେକ ଦୃଷ୍ଟିରୁ ସମାଲୋଚନାର ଶିକାର ହୋଇଥାନ୍ତି ।

ପ୍ରଥମତଃ, ଏକ ମଧ୍ୟବର୍ତ୍ତୀ ସୋପାନ ରୂପେ ପଞ୍ଚାୟତ ସମିତିକୁ ମର୍ଯ୍ୟାଦା ପ୍ରଦାନ ଯୁକ୍ତିଯୁକ୍ତ ନୁହେଁ, କାରଣ ଏହା ଗ୍ରାମପଞ୍ଚାୟତର କ୍ଷମତାକୁ ଅଯଥା ସଙ୍କୁଚିତ କରିଥାଏ । ଦ୍ଵିତୀୟତଃ, ପରୋକ୍ଷ ନିର୍ବାଚନ ପଦ୍ଧତିରେ ପଞ୍ଚାୟତ ସମିତିର ଗଠନ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣର ମୂଳ ଲକ୍ଷ୍ୟକୁ ନଷ୍ଟ କରିଥାଏ । ଏହି ସଙ୍ଗଠନର ସର୍ବୋଚ୍ଚ ଶିଖରରେ ଅବସ୍ଥିତ ଜିଲ୍ଲା ପରିଷଦର ଗଠନ, କାର୍ଯ୍ୟ ପରିସର ତଥା ପ୍ରଥମ ଦୁଇବର୍ଷ ପାଇଁ ପଞ୍ଚାୟତ ସମିତିର ଅଧ୍ଯକ୍ଷ ହିସାବରେ ଉପ-ମଣ୍ଡଳୀୟ ଅଧିକାରୀ (Sub-Divisional Officer) ଙ୍କ କାର୍ଯ୍ୟ ଇତ୍ୟାଦି ଅଗଣତାନ୍ତ୍ରିକ ଉପାଦାନ ଅଟନ୍ତି । ତୃତୀୟତଃ, ଉକ୍ତ ତ୍ରି- ସ୍ତରୀୟ ବ୍ୟବସ୍ଥାରେ ପାରସ୍ପରିକ ସମ୍ପର୍କର ଭିତ୍ତିଭୂମି ଦୁର୍ବଳ ଅଟେ । ଜିଲ୍ଲା ପରିଷଦରୁ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ନିମ୍ନାଭିମୁଖୀ ସମ୍ପର୍କର ଗତି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତିର ପରିପନ୍ଥୀ ଅଟେ ।

ଏହା ଗ୍ରାମପଞ୍ଚାୟତଠାରୁ ଜିଲ୍ଲା ପରିଷଦ ଦିଗରେ ଊର୍ଦ୍ଧ୍ୱମୁଖୀ ଗତି କରିବା ଉଚିତ ଥିଲା । ଚତୁର୍ଥତଃ, ଏହି ସଙ୍ଗଠନର ସରକାରୀ କର୍ମଚାରୀଙ୍କ ଉପରେ ରାଜନୈତିକ ନିୟନ୍ତ୍ରଣ ନାହିଁ । ପଞ୍ଚାୟତ ସମିତି ସ୍ତରରେ ଥିବା ପ୍ରଶାସନିକ ଓ ବୈଷୟିକ କର୍ମଚାରୀମାନେ ସରକାରୀ କଳର ନିୟନ୍ତ୍ରଣରେ ରହିଥା’ନ୍ତି । ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତିର ରୂପାୟନ ପାଇଁ ଅଭିପ୍ରେତ ଏକ ସଙ୍ଗଠନରେ କର୍ମଚାରୀ ଓ ଲୋକ ରହିଥା’ନ୍ତି । ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତିର ରୂପାୟନ ପାଇଁ ଅଭିପ୍ରେତ ଏକ ସଙ୍ଗଠନରେ କର୍ମଚାରୀ ଓ ଲୋକ ପ୍ରତିନିଧୁମାନଙ୍କ ମଧ୍ୟରେ ଏ ପ୍ରକାର ସମ୍ପର୍କ ନିଶ୍ଚିତ ଭାବରେ ଗଣତାନ୍ତ୍ରିକ ଓ ଯୁକ୍ତିଯୁକ୍ତ ନୁହେଁ । ଏହାଫଳରେ କର୍ମଚାରୀମାନେ ଦାୟିତ୍ଵସମ୍ପନ୍ନ ଭାବେ ସେମାନଙ୍କର କାର୍ଯ୍ୟ ସମାପନ କରନ୍ତି ନାହିଁ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ପଞ୍ଚମତଃ, ଏହି ସଙ୍ଗଠନର ବିଭିନ୍ନ ସ୍ତରର କ୍ଷମତା ପରିସର ଯୁକ୍ତିଯୁକ୍ତ ଓ ଯଥାର୍ଥ ଭାବେ ନିର୍ଦ୍ଧାରିତ ହୋଇନାହିଁ । ଏହି ଯୋଜନାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ କାର୍ଯ୍ୟ ସହ ଉନ୍ନୟନ କାର୍ଯ୍ୟକୁ ଏକାଠି ମିଶାଇ ଦିଆଯାଇଛି, ଯାହାକି ଯଥାର୍ଥ ନୁହେଁ । ଆର୍ଥିକ ସ୍ଵଚ୍ଛଳତାକୁ ବିଚାରକୁ ନ ନେଇ ଏହି କାର୍ଯ୍ୟ ବଣ୍ଟନ କରାଯାଇଛି । ନ୍ୟାୟ – ପଞ୍ଚାୟତର ଗଠନ କାର୍ଯ୍ୟକାରିତା ମଧ୍ଯ ତ୍ରୁଟିଯୁକ୍ତ ଅଟେ । ଜିଲ୍ଲା ପରିଷଦକୁ ସଂଯୋଜନାର ଦାୟିତ୍ଵ ଦିଆଯାଇଥିଲେ ମଧ୍ୟ ଏହାର ପ୍ରଶାସନିକ କ୍ଷମତା ନାହିଁ ବୋଲି କୁହାଯିବା ଯୁକ୍ତିଯୁକ୍ତ ନୁହେଁ ।

ଷଷ୍ଠତଃ, ସରକାର ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଭାଙ୍ଗି ଦେଇ ଏହାର କାର୍ଯ୍ୟ ନିଜେ ସମ୍ପାଦନ କରିବାର ବ୍ୟବସ୍ଥା ନିଶ୍ଚିତ ଭାବରେ ଗଣତାନ୍ତ୍ରିକ ନୁହେଁ ଓ ମେହେଟ୍ଟା ସୁପାରିସର ବିରୁଦ୍ଧାଚରଣ କରୁଛି । ଉପରୋକ୍ତ ସମାଲୋଚନା ଭିତ୍ତିହୀନ ନୁହେଁ । ଏହାର ଯଥାର୍ଥତା ପଞ୍ଚାୟତିରାଜ ବ୍ୟବସ୍ଥାର ମୂଲ୍ୟାଙ୍କନରୁ ହିଁ ସ୍ପଷ୍ଟ ହୋଇଥାଏ । ମାତ୍ର ଗଣତନ୍ତ୍ରକୁ ବାସ୍ତବ ଓ ବଳିଷ୍ଠ କରିବା ଦିଗରେ ଏହା ଏକ ବଳିଷ୍ଠ ବୈପ୍ଳବିକ ପଦକ୍ଷେପ ଅଟେ । ଏହାକୁ ଦକ୍ଷତା ଓ ସାଧୁତାର ସହ ପ୍ରୟୋଗ କରାଗଲେ ଗ୍ରାମ୍ୟ ପ୍ରଗତି ଦିଗରେ ଏକ ନୂତନ ଯୁଗର ଅୟମାରମ୍ଭ ହେବା ଅନସ୍ବୀକାର୍ଯ୍ୟ ।

୪ । ଗ୍ରାମପଞ୍ଚାୟତର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ପଞ୍ଚାୟତିରାଜ ସଂସ୍କାର ନିମ୍ନ ସୋପାନରେ ଗ୍ରାମପଞ୍ଚାୟତ ଅବସ୍ଥିତ । ଗ୍ରାମପଞ୍ଚାୟତରେ ଗଣତନ୍ତ୍ର ଖୁବ୍ ପ୍ରତ୍ୟକ୍ଷଭାବରେ କାର୍ଯ୍ୟକାରୀ ହୋଇଥାଏ । ପ୍ରତ୍ୟକ୍ଷ ଗଣତନ୍ତ୍ରର ଏହା ଏକ ନିଚ୍ଛକ ନିଦର୍ଶନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେକ ଗ୍ରାମକୁ ନେଇ ଗ୍ରାମ ଶାସନ ଗଠିତ । ଗୋଟିଏ ଗ୍ରାମପଞ୍ଚାୟତ ସାଧାରଣତଃ ଏକାଧ୍ଵ ୱାର୍ଡ଼ରେ ବିଭକ୍ତ ହୋଇଥାଏ । ଗୋଟିଏ ଗ୍ରାମ ଶାସନରେ ୧୧ରୁ ୨୫ ପର୍ଯ୍ୟନ୍ତ ୱାର୍ଡ଼ ରହିପାରେ । ଅନ୍ୟ ଭାଷାରେ କହିବାକୁ ଗଲେ କୌଣସି ଗ୍ରାମ ଶାସନ ୧୧ଟି ୱାର୍ଡ଼ରୁ କମ୍ କିମ୍ବା ୨୫ଟି ୱାର୍ଡ଼ରୁ ଅର୍ଥିକ ହୋଇପାରିବ ନାହି । ସାଧାରଣତଃ ଗୋଟିଏ ଗ୍ରାମ ଶାସନର ଜନସଂଖ୍ୟା ଦୁଇ ହଜାରରୁ ଛ’ ହଜାର । ଗ୍ରାମପଞ୍ଚାୟତ ଗ୍ରାମ ଶାସନର କାର୍ଯ୍ୟପାଳିକା । ଗ୍ରାମ ଶାସନରେ ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ୱାର୍ଡ଼ମେମ୍ବରମାନଙ୍କୁ ନେଇ ଗ୍ରାମପଞ୍ଚାୟତ ଗଠିତ । ୱାର୍ଡ଼ମେମ୍ବରଙ୍କୁ ପଞ୍ଚ ମଧ୍ୟ କୁହାଯାଏ ।

ପଞ୍ଚ, ନାଏବ ସରପଞ୍ଚ ଓ ସରପଞ୍ଚଙ୍କୁ ନେଇ ଗ୍ରାମପଞ୍ଚାୟତ ଗଠିତ । ଓଡ଼ିଶାରେ ୬,୨୩୪ଟି ଗ୍ରାମପଞ୍ଚାୟତ ଓ ୮୭,୫୫୨ଟି ୱାର୍ଡ ରହିଛି । ସରପଞ୍ଚ ଗ୍ରାମପଞ୍ଚାୟତର ମୁଖ୍ୟ । ତାଙ୍କୁ ସହାୟତା କରିବାପାଇଁ ଜଣେ ନାଏବ ସରପଞ୍ଚ ଓ ସମ୍ପାଦକ ରହନ୍ତି । ସରପଞ୍ଚଙ୍କ ଅନୁପସ୍ଥିତିରେ ନାଏବ ସରପଞ୍ଚ ତାଙ୍କର କାର୍ଯ୍ୟ ତୁଲାଇଥା’ନ୍ତି । ସରପଞ୍ଚ ପ୍ରତ୍ୟକ୍ଷଭାବେ ପଞ୍ଚାୟତ ଭୋଟରଙ୍କଦ୍ଵାରା ନିର୍ବାଚିତ ହୁଅନ୍ତି । ନାଏବ ସରପଞ୍ଚ ୱାର୍ଡ଼ମେମ୍ବରଙ୍କଦ୍ବାରା ସେମାନଙ୍କ ମଧ୍ୟରୁ ନିର୍ବାଚିତ ହୋଇଥା’ନ୍ତି । ସମ୍ବିଧାନର ୭୩ତମ ସମ୍ବିଧାନ ସଂଶୋଧନ ଅନୁସାରେ ଶତକଡ଼ା ୩୦ ଭାଗ ସ୍ଥାନ ମହିଳା ଓ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଆଦିବାସୀ ଓ ହରିଜନମାନଙ୍କ ପାଇଁ ସ୍ଥାନ ସଂରକ୍ଷିତ ଥାଏ । ସରପଞ୍ଚ ପୁରୁଷ ହେଲେ ନାଏବ ସରପଞ୍ଚ ମହିଳା ହୋଇଥା’ନ୍ତି ।

ସରପଞ୍ଚଙ୍କ ଯୋଗ୍ୟତା :

  • ତାଙ୍କୁ ଅନ୍ତତଃ ୨୧ ବର୍ଷ ହୋଇଥିବ ।
  • ପଞ୍ଚାୟତ ଭୋଟ ତାଲିକାରେ ତାଙ୍କର ନାମ ଧ୍ରୁବ ।
  • ନିର୍ବାଚନ ଆଇନଦ୍ଵାରା ସେ ଦଣ୍ଡିତ ହୋଇ ନ ଥିବେ ।
  • ସେ କୁଷ୍ଠ କିମ୍ବା ଯକ୍ଷ୍ମାଦ୍ବାରା ଆକ୍ରାନ୍ତ ହୋଇ ନ ଥ‌ିବେ |
  • ସେ ଦେବାଳିଆ ହୋଇ ନ ଥିବେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

  • ନୈତିକ ବିଚ୍ୟୁତି ପାଇଁ ଅଦାଲତ ତାଙ୍କୁ ଅପରାଧୀ ବୋଲି ଘୋଷଣା କରି ନ ଥିବେ ଏବଂ ଛ’ ମାସରୁ ଅଧିକ କାଳ କାରାଦଣ୍ଡ ଦେଇ ନ ଥ‌ିବେ ।
  • ସେ ପଞ୍ଚାୟତର ୱାର୍ଡମେମ୍ବର ହୋଇ ନ ଥିବେ ।
  • ସରକାରଙ୍କ ବେତନଭୋଗୀ କର୍ମଚାରୀ ହୋଇ ନ ଥିବେ
  • ପଞ୍ଚାୟତର ସମସ୍ତ ପ୍ରାପ୍ୟ ସେ ପୈଠ କରିଥିବେ ।
  • ସେ ଲେଖୁପଢ଼ି ପାରୁଥିବେ ।

ସରପଞ୍ଚଙ୍କ କାର୍ଯ୍ୟାବଳୀ – ସରପଞ୍ଚ ଗ୍ରାମପଞ୍ଚାୟତର ବୈଠକ ଆହ୍ବାନ କରନ୍ତି ଓ ସେଥୁରେ ଅଧ୍ଯକ୍ଷତା କରନ୍ତି । ଗ୍ରାମସଭାକୁ ସେ ପରିଚାଳନା କରନ୍ତି । ପଞ୍ଚାୟତ ଆଇନକୁ ସେ କାର୍ଯ୍ୟକାରୀ କରନ୍ତି । ପଞ୍ଚାୟତ କର୍ମଚାରୀଙ୍କୁ ସେ ନିୟନ୍ତ୍ରଣ କରନ୍ତି । ତାଙ୍କ ନିଷ୍ପଭିଦ୍ଵାରା ଯଦି ପଞ୍ଚାୟତରେ ଆଇନଶୃଙ୍ଖଳାର ଜଟିଳ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥାଏ, ତେବେ ସେ ଏହି ବିଷୟଟି ସର୍‌କଲେକ୍ଟରଙ୍କୁ ଜଣାଇବା ଉଚିତ । ସେ ପଞ୍ଚାୟତର ସମ୍ପତ୍ତି ଓ ନଥପତ୍ର ରକ୍ଷଣାବେକ୍ଷଣ କରନ୍ତି ।

ବହିଷ୍କାର – ସରପଞ୍ଚ ଓ ନାଏବ ସରପଞ୍ଚ ୫ ବର୍ଷ ପାଇଁ ନିର୍ବାଚିତ ହୋଇଥା’ନ୍ତି । କିନ୍ତୁ କାର୍ଯ୍ୟକାଳ ସରିବା ପୂର୍ବରୁ ଯଦି ଗ୍ରାମପଞ୍ଚାୟତର ଦୁଇ-ତୃତୀୟାଂଶ ସଭ୍ୟଙ୍କଦ୍ବାରା ସେମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହୁଏ, ସେମାନେ ତାଙ୍କର ପଦତ୍ୟାଗ କରିବାପାଇଁ ବାଧ୍ୟ ହୁଅନ୍ତି । ଯଦି ୱାର୍ଡ଼ମେମ୍ବରମାନେ ଭାବନ୍ତି ଯେ ସରପଞ୍ଚ ବା ନାଏବ ସରପଞ୍ଚ ଦୁର୍ନୀତିଗ୍ରସ୍ତ ବା ଅପାରଗ ଅଟନ୍ତି ତେବେ ସେମାନେ ସରପଞ୍ଚ ବା ନାଏବ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରିବେ ।

କାର୍ଯ୍ୟାବଳୀ – ଗ୍ରାମପଞ୍ଚାୟତର କାର୍ଯ୍ୟାବଳୀଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । କେତେକ କାର୍ଯ୍ୟ ବାଧ୍ୟତାମୂଳକ ଓ ଅନ୍ୟ କେତେକ କାର୍ଯ୍ୟକୁ ଇଚ୍ଛାଧୀନ କୁହାଯାଏ । ଗ୍ରାମପଞ୍ଚାୟତ ଆଇନ ଅନୁସାରେ ୨୨ଟି ବାଧ୍ୟତାମୂଳକ ଓ ୨୫ଟି ଇଚ୍ଛାଧୀନ କାର୍ଯ୍ୟ ରହିଛି ।

ବାଧ୍ୟତାମୂଳକ କାର୍ଯ୍ୟ :

  • ଗ୍ରାମ୍ୟ ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ ।
  • ଗ୍ରାମରେ ପୋଖରୀ ଓ ନଳକୂପ ଖନନ ।
  • ପଞ୍ଚାୟତ ସମ୍ପତ୍ତିର ରକ୍ଷଣାବେକ୍ଷଣ ।
  • ଗ୍ରାମ୍ୟ ପରିମଳ ବ୍ୟବସ୍ଥାର ସୁପରିଚାଳନା ।
  • ହାଟ ବଜାରର ନିୟନ୍ତ୍ରଣ ।
  • କୃଷିର ଉନ୍ନତି ଓ ମୃତ୍ତିକା ସଂରକ୍ଷଣ ବ୍ୟବସ୍ଥା ଇତ୍ୟାଦି ।
  • ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଇତ୍ୟାଦି ।
  • ‘ଜବାହାର ରୋଜଗାର ଯୋଜନା’, ‘ନିଶ୍ଚିତ କର୍ମନିଯୁକ୍ତି ଯୋଜନା’, ‘ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା’ ଆଦି କାର୍ଯ୍ୟକାରୀ କରାଇବା ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଇଚ୍ଛାଧୀନ କାର୍ଯ୍ୟ :

  • ଗ୍ରାମ ରାସ୍ତା କଡ଼ରେ ବୃକ୍ଷରୋପଣ
  • ଗାଁରେ ପାଠାଗାର ପ୍ରତିଷ୍ଠା
  • ଗ୍ରାମ୍ୟ ମାତୃମଙ୍ଗଳ ସମିତି ପ୍ରତିଷ୍ଠା
  • ସମବାୟ ସମିତିର ବିକାଶ
  • ଗୋଶାଳା ଓ ଗୋ-ଫାର୍ମ ପ୍ରତିଷ୍ଠା
  • ଚିତ୍ତବିନୋଦନ କେନ୍ଦ୍ର ପ୍ରତିଷ୍ଠା

ଗ୍ରାମପଞ୍ଚାୟତ ଏକ ଅଦାଲତ ପଞ୍ଚାୟତ ବା ନ୍ୟାୟ ପଞ୍ଚାୟତ ପ୍ରତିଷ୍ଠା କରି ଛୋଟ ଛୋଟ ମାମଲାଗୁଡ଼ିକୁ ବିଚାର କରିପାରିବ । ଅଦାଲତ ପଞ୍ଚାୟତରୁ ଗ୍ରାମବାସୀମାନେ ବିନା ଖର୍ଚ୍ଚରେ ଶୀଘ୍ର ନ୍ୟାୟ ପାଇପାରିବେ । ଛୋଟ ଛୋଟ ଫୌଜଦାରୀ ମୋକଦ୍ଦମା ମଧ୍ୟ ବିଚାର କରି ଅପରାଧୀକୁ ଏକଶହ ଟଙ୍କା ଜୋରିମାନା ପକାଇବା ପାଇଁ ଏହି ସଂସ୍ଥାର କ୍ଷମତା ଅଛି । ମାତ୍ର ଏପର୍ଯ୍ୟନ୍ତ ଏହା ଓଡ଼ିଶାରେ ପ୍ରତିଷ୍ଠା ହୋଇନାହିଁ ।

ଗ୍ରାମ ପଞ୍ଚାୟତର ଆୟର ଉତ୍ସ :

  • ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଦାନ ।
  • ନିଜସ୍ଵ ସୂତ୍ରରୁ ବିଭିନ୍ନ ଟିକସ ଓ ଜୋରିମାନା ଆଦାୟ ।
  • ହାଟ ଓ ଘାଟର ନିଲାମରୁ ଆଦାୟ ଅର୍ଥ ।
  • ଗ୍ରାମପଞ୍ଚାୟତ ନିୟନ୍ତ୍ରଣାଧୀନ ସଂପଭିରୁ ପ୍ରାପ୍ତ ଆୟ ।
  • ସରକାରଙ୍କ ଅନୁମତି ସହ ଋଣ ଉଠାଣ ।

ଗ୍ରାମପଞ୍ଚାୟତ ସ୍ଵାୟତ୍ତ ଶାସନ ସଂସ୍ଥାର ସର୍ବନିମ୍ନ ସୋପାନ ଅଟେ । ଗ୍ରାମ୍ୟ ଗଣତନ୍ତ୍ରର ଚରମ ପରିପ୍ରକାଶ ଏହି ସଂସ୍ଥା ମାଧ୍ୟମରେ ସମ୍ଭବ ହୋଇଥାଏ । ଗ୍ରାମ୍ୟ ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ କରିବାର ଲକ୍ଷ୍ୟ ନେଇ ଗୋଷ୍ଠୀ ଉନ୍ନୟନ ଯୋଜନା ଆରମ୍ଭ କରାଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଅର୍ଥାତ୍ ପଞ୍ଚାୟତିରାଜର ସଂଶୋଧ ନୂତନ ସଂସ୍କରଣରେ ମଧ୍ୟ ଏହି ଲକ୍ଷ୍ୟ ସାଧ୍ୟ ହୋଇପାରିନାହିଁ । ଗ୍ରାମର ଲୋକଙ୍କର ନିରକ୍ଷରତା ଓ ଦାରିଦ୍ର୍ୟ ଏବଂ ଗ୍ରାମପଞ୍ଚାୟତର ପାଣ୍ଡିର ସ୍ଵଚ୍ଛତା ଓ ରାଜନୈତିକ ଦଳ ଓ ରାଜନୀତିର କୁପ୍ରଭାବ, ହସ୍ତକ୍ଷେପ, ସରକାରୀ କର୍ମଚାରୀ ଓ ନିର୍ବାଚିତ ଲୋକପ୍ରତିନିଧୁମାନଙ୍କ ମଧ୍ୟରେ କନ୍ଦଳ ଇତ୍ୟାଦି ଏହାର ଲକ୍ଷ୍ୟ ହାସଲ ପଥରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମର ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀ ସଚେତନତା ପୂର୍ଣ୍ଣମାତ୍ରାରେ ବିକାଶ ଲାଭ କରିପାରିନାହିଁ ।

CHSE Odisha Class 12 Political Science Chapter 4 Long Answer Questions in Odia Medium

ଗ୍ରାମପଞ୍ଚାୟତକୁ ଦେଶର ଗଣତାନ୍ତ୍ରିକ ଜୀବନରେ ପ୍ରାଥମିକ ବିଦ୍ୟାଳୟରୂପେ ଗଣନା କରାଯାଇଥାଏ । ୭୩ତମ ସମ୍ବିଧାନ ସଂଶୋଧନ ଆଇନ ମାଧ୍ୟମରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତ ସଂଗଠନର ସ୍ଥିତି ଓ ମର୍ଯ୍ୟାଦା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି । ଏହାର ନିର୍ବାଚନ ରାଜ୍ୟ ନିର୍ବାଚନ ଆୟୋଗ ଦ୍ବାରା ପ୍ରତି ପାଞ୍ଚବର୍ଷରେ ଥରେ ନିୟମିତ ଭାବେ ହେବାର ଓ ଏହାର ଅନୁଦାନ ବ୍ୟବସ୍ଥା ରାଜ୍ୟ ଅର୍ଥ ଆୟୋଗଦ୍ଵାରା ସ୍ଥିରୀକୃତ ହେବାର ବ୍ୟବସ୍ଥା ରହିଛି । ଗ୍ରାମପଞ୍ଚାୟତର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ଉପରେ ପଞ୍ଚାୟତିରାଜ ବ୍ୟବସ୍ଥା ଓ ସର୍ବୋପରି ଭାରତରେ ଗଣତନ୍ତ୍ରର ସଫଳତା ନିର୍ଭର କରେ ।

CHSE Odisha Class 12 Economics Chapter 5 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 5 ଚାହିଦା Long Answer Questions.

CHSE Odisha 12th Class Economics Chapter 5 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଚାହିଦାର ସଂଜ୍ଞା ନିରୂପଣ କର । ଏହାକୁ ପ୍ରଭାବିତ କରୁଥିବା ଉପାଦାନସମୂହ କ’ଣ ?
Answer:
ସାଧାରଣତଃ କୌଣସି ଦ୍ରବ୍ୟର ଚାହିଦାର ପରିପ୍ରକାଶ କରିବା ସମୟରେ ସେହି ଦ୍ରବ୍ୟ ପ୍ରତି ଥ‌ିବା କ୍ରେତା ବା ଉପଭୋକ୍ତାଙ୍କ ଅଭିଳାଷକୁ ସୂଚାଇ ଦିଆଯାଇଥାଏ । ସାଧାରଣ ଅର୍ଥରେ ଚାହିଦା ଓ ଅଭିଳାଷ ଏକାର୍ଥବୋଧକ ଶବ୍ଦରୂପେ ବିଚାର କରାଯାଇଥିଲେ ହେଁ ଅର୍ଥଶାସ୍ତ୍ରରେ ଏଥିରେ ବିଶେଷ ବ୍ୟତିକ୍ରମ ଦେଖାଯାଇଥାଏ ।

ଅର୍ଥଶାସ୍ତ୍ରରେ ଚାହିଦାର ପରିଭାଷା ସାଧାରଣ ଅଭିଳାଷ ସହ ସଂପୃକ୍ତ ନୁହେଁ; ମାତ୍ର ଏ ଅର୍ଥରେ କୌଣସି ଦ୍ରବ୍ୟର ଚାହିଦା କହିଲେ ଦ୍ରବ୍ୟଟି ଲାଭ କରିବାପାଇଁ ଅଭିଳାଷ, ଆବଶ୍ୟକୀୟ କ୍ରୟ କ୍ଷମତା ଏବଂ ଅର୍ଥବ୍ୟୟ କରିବାପାଇଁ ଇଚ୍ଛାକୁ ବୁଝାଇଥାଏ । ତେଣୁ ସାଧାରଣ ଅଭିଳାଷ ଚାହିଦାର ରୂପ ନେବାକୁ ହେଲେ ଉପରୋକ୍ତ ତିନୋଟି ସର୍ଭ ପୂରଣ ହେବା ଆବଶ୍ୟକ ।

ସଂଜ୍ଞା – Prof. Benham ଚାହିଦାର ସଂଜ୍ଞା ନିରୂପଣ କରି ମତପ୍ରକାଶ କରିଛନ୍ତି ଯେ, “The demand for anything at a given price is the amount of it which will be bought per unit of time at that price.” ଅର୍ଥାତ୍ କୌଣସି ଦ୍ରବ୍ୟ ପାଇଁ ଚାହିଦା କହିଲେ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଓ ଏକ ନିର୍ଦ୍ଦିଷ୍ଟ ସମୟରେ କ୍ରୟ କରାଯାଉଥ‌ିବା ଦ୍ରବ୍ୟର ପରିମାଣକୁ ହ‍ି‍ଁ ବୁଝାଏ| Alvin Hansen ମତରେ, “By demand, we mean the quantity of a commodity that will be purchased at a particular price and not merely the desire of a thing.

” ଅର୍ଥାତ୍ ଚାହିଦା କହିଲେ ଦ୍ରବ୍ୟ ଲାଭ କରିବାର ଅଭିଳାଷ ନୁହେଁ, ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ହିଁ ବୁଝାଇଥାଏ । Prof. Hibsonଙ୍କ ମତରେ “Demand means the various quantities of a good that would be purchased per time period at a different price in a given market.” u qi mê6m 68161 â ବଜାରରେ ଓ ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ କ୍ରୟ କରାଯାଉଥିବା ଦ୍ରବ୍ୟଟିର ପରିମାଣକୁ ହିଁ ବୁଝାଇଥାଏ ।

ବୈଶିଷ୍ଟ୍ୟ – ଉପରୋକ୍ତ ସଂଜ୍ଞାଗୁଡ଼ିକୁ ଅନୁଧ୍ୟାନ କଲେ ପ୍ରତୀୟମାନ ହୁଏ ଯେ ଚାହିଦା ଓ ଅଭିଳାଷ ଦୁଇଟି ଭିନ୍ନାର୍ଥବୋଧକ ଶବ୍ଦ । ଚାହିଦା ସର୍ବଦା ଏକ ନିର୍ଦ୍ଦିଷ୍ଟ ସମୟ ଓ ନିର୍ଦ୍ଦିଷ୍ଟ ଦାମ୍ ଭିଭିରେ ପରିପ୍ରକାଶ କରାଯାଇଥାଏ ଯାହା ଦ୍ରବ୍ୟର ଅଭିଳାଷ କ୍ଷେତ୍ରରେ ଦୃଷ୍ଟିଗୋଚର ହୁଏ ନାହିଁ । ଚାହିଦାର ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କରାଗଲେ ନିମ୍ନୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ଦୃଷ୍ଟିକୁ ଆସିଥାଏ ।

(1) ଚାହିଦା ଓ ଅଭିଳାଷ ଭିନ୍ନାର୍ଥବୋଧକ ଅଟନ୍ତି – ଦ୍ରବ୍ୟର ଚାହିଦା ଓ ଅଭିଳାଷ ମଧ୍ୟରେ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଅଭିଳାଷ ଅର୍ଥରେ ଏହା ଦ୍ରବ୍ୟ ଲାଭ ନିମନ୍ତେ ସାଧାରଣ ଇଚ୍ଛା ପ୍ରତିପାଦିତ କରୁଥିବାବେଳେ ଦ୍ରବ୍ୟର ଚାହିଦା କହିଲେ ଦ୍ରବ୍ୟ ପାଇଁ ଇଚ୍ଛା ଓ ଦ୍ରବ୍ୟ କ୍ରୟ ନିମନ୍ତେ ନିର୍ଦ୍ଦିଷ୍ଟ ଦାମ୍ ଦେବାର ସାମର୍ଥ୍ୟକୁ ହିଁ ଦର୍ଶାଇଥାଏ ।

(2) ଚାହିଦା ଓ ଦାମ୍ ମଧ୍ୟରେ ସମ୍ପର୍କ – କୌଣସି ଦ୍ରବ୍ୟର ଚାହିଦା ଏହାର ଦାମ୍ ମାଧ୍ୟମରେ ପ୍ରକାଶ କରାଯାଇଥାଏ । ଦ୍ରବ୍ୟର ଦାମ୍ ଓ ଚାହିଦା ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଦାମ୍ ବ୍ୟତିରେକେ ଚାହିଦାର ପରିପ୍ରକାଶ ଅର୍ଥହୀନ ହୋଇଥାଏ । ତେଣୁ ଚାହିଦାର ପରିପ୍ରକାଶ ଓ ଦାମ୍‌ର ପରିପ୍ରକାଶ ଉଭୟେ ସମକାଳୀନ ହୋଇଥା’ନ୍ତି ।

(3) ନିର୍ଦ୍ଦିଷ୍ଟ ସମୟ ଓ ଚାହିଦା – ଚାହିଦା ସର୍ବଦା ନିର୍ଦ୍ଦିଷ୍ଟ ସମୟ ପରିପ୍ରେକ୍ଷୀରେ ପ୍ରକାଶ କରାଯାଏ । ଦ୍ରବ୍ୟର ଚାହିଦାର ପରିପ୍ରକାଶ ନିର୍ଦ୍ଦିଷ୍ଟ ସମୟକୁ ଉଲ୍ଲେଖ କରିଥାଏ ନଚେତ୍ ଏହା ସମ୍ପୂର୍ଣ ଭାବପ୍ରକାଶ କରିପାରେ ନାହିଁ ।

ଚାହିଦା ଫଳନ – ଉପରୋକ୍ତ ଉପସ୍ଥାପନାରୁ ପ୍ରତୀୟମାନ ହୁଏ ଯେ ଦ୍ରବ୍ୟର ଚାହିଦା ଓ ଦାମ୍ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଚାହିଦା ଓ ଦାମ୍ ମଧ୍ଯରେ ଥିବା ସମ୍ପର୍କକୁ ‘ଚାହିଦା ଫଳନ’ କୁହାଯାଏ ।
Dx = f (Px) Dx → x ଦ୍ରବ୍ୟର ଚାହିଦା
Px → x ଦ୍ରବ୍ୟର ଦାମ୍
f → ଫଳନ
ଏହି ଚାହିଦା ଫଳନ ଅନୁଯାୟୀ, ଦ୍ରବ୍ୟର ଚାହିଦା ଏହାର ଦାମ୍ ଉପରେ ନିର୍ଭରଶୀଳ । ମାତ୍ର ଏହି ଚାହିଦା ଫଳନ ‘ଦାମ୍ ଚାହିଦା’ କ୍ଷେତ୍ରରେ ପ୍ରଯୁଜ୍ୟ । ଏତଦ୍‌ବ୍ୟତୀତ ଆୟ ଚାହିଦା, କ୍ରସ୍ ଚାହିଦା, ବ୍ୟୁତ୍ପନ୍ନ ଚାହିଦା ଆଦି ଅର୍ଥନୀତିରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ।

ଚାହିଦାକୁ ପ୍ରଭାବିତ କରୁଥ‌ିବା ଉପାଦାନସମୂହ – କୌଣସି ଦ୍ରବ୍ୟର ଚାହିଦା ବହୁବିଧ; ଯଥା- ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଉପାଦାନଦ୍ୱାରା ବିଶେଷଭାବରେ ପ୍ରଭାବିତ । ନିମ୍ନଲିଖ୍ ଉପାଦାନଗୁଡ଼ିକ ଚାହିଦାକୁ ବିଶେଷଭାବରେ ପ୍ରଭାବିତ କରିଥା’ ନ୍ତି ।

CHSE Odisha Class 12 Economics Chapter 5 Long Answer Questions in Odia Medium

(1) ଦ୍ରବ୍ୟର ଦାମ୍ – ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଦ୍ରବ୍ୟର ଦାମ୍ ଏକ ବିଶେଷ ଗୁରୁତ୍ୱପୂର୍ଣ ଉପାଦାନଭାବେ ଗ୍ରହଣ କରାଯାଏ । ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଏହାର ଚାହିଦାର ପରିମାଣ ସଂପ୍ରସାରଣ ଓ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ସଂକୁଚିତ ହୋଇଥାଏ । ଅପରିବର୍ତ୍ତନୀୟ ପରିସ୍ଥିତିରେ ଚାହିଦାର ଏହି ସଂପ୍ରସାରଣ ଓ ସଂକୋଚନ ଦାମ୍‌ର ପରିବର୍ତ୍ତନଜନିତ ହୋଇଥ‌ିବାରୁ ଚାହିଦାର ପରିବର୍ତ୍ତନ କ୍ଷେତ୍ରରେ ଦ୍ରବ୍ୟର ଦାମ୍ଭିକୁ ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନରୂପେ ବିବେଚନା କରାଯାଏ ।

(2) ସମ୍ପର୍କିତ ଦ୍ରବ୍ୟର ଦାମ୍ – ଦ୍ରବ୍ୟର ଚାହିଦା ସେହି ଦ୍ରବ୍ୟର ସମ୍ପର୍କିତ ଦ୍ରବ୍ୟ; ଯଥା – ଅନୁପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟଦ୍ଵାରା ପ୍ରଭାବିତ ହୋଇଥାଏ । କାରଣ ଦ୍ରବ୍ୟଟିର ଦାମ୍ ପରିବର୍ତ୍ତନ ହେଲେ ସେହି ଦ୍ରବ୍ୟର ଅନୁପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟର ଚାହିଦା ପ୍ରଭାବିତ ହୋଇଥାଏ । କୌଣସି ଦ୍ରବ୍ୟର ଅନୁପୂରକ ଦ୍ରବ୍ୟର ଦାମ୍ ବୃଦ୍ଧି ବା ହ୍ରାସ ହେଲେ ସେହି ଦ୍ରବ୍ୟର ଚାହିଦାର ପରିମାଣ ଯଥାକ୍ରମେ ହ୍ରାସ ଓ ବୃଦ୍ଧି ଘଟିଥାଏ । ସେହିପରି କୌଣସି ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟର ଦାମ୍ ହ୍ରାସ ଓ ବୃଦ୍ଧି ହେଲେ ସେହି ଦ୍ରବ୍ୟର ଚାହିଦାର ପରିମାଣ ଯଥାକ୍ରମେ ହ୍ରାସ ଓ ବୃଦ୍ଧି ହୋଇଥାଏ ।

(3) ଉପଭୋକ୍ତାଙ୍କ ଆୟ – ଉପଭୋକ୍ତାଙ୍କ ଆୟ ଓ ଚାହିଦା ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହୁଥ‌ିବାରୁ ଏହା ଚାହିଦାକୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରିଥାଏ । ସାଧାରଣ ଦ୍ରବ୍ୟ କ୍ଷେତ୍ରରେ ଅପରିବର୍ତ୍ତନୀୟ ପରିସ୍ଥିତିରେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ପାଇଲେ ତାଙ୍କର ଦ୍ରବ୍ୟର ଚାହିଦାରେ ବୃଦ୍ଧି ପରିଲକ୍ଷିତ ହୁଏ ଏବଂ ଆୟ ହ୍ରାସ ପାଇଲେ ତାଙ୍କର ଦ୍ରବ୍ୟର ଚାହିଦାର ହ୍ରାସ ଘଟିଥାଏ । ମାତ୍ର ନିକୃଷ୍ଟ ଦ୍ରବ୍ୟ ବା ଗିଫେନ୍ ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ସହ ଏହି ଦ୍ରବ୍ୟର ଚାହିଦା ହ୍ରାସ ପାଇଥାଏ ।

(4) ଜନସଂଖ୍ୟା ଜନସଂଖ୍ୟା ବୃଦ୍ଧି ବିଭିନ୍ନ ଦ୍ରବ୍ୟର ଚାହିଦା ସୃଷ୍ଟି ଓ ବୃଦ୍ଧି କରିଥାଏ । ଜନସଂଖ୍ୟା ହ୍ରାସ ହେଲେ ଚାହିଦାର ହ୍ରାସ ମଧ୍ୟ ଘଟିଥାଏ । ଦ୍ବିତୀୟତଃ, ଜନସଂଖ୍ୟାର ବଣ୍ଟନ ଓ ଗଠନ ମଧ୍ୟ ଦ୍ରବ୍ୟ ଓ ସେବାର ଚାହିଦାକୁ ପ୍ରଭାବିତ କରିଥାଏ । ଜନସଂଖ୍ୟାର ବହୁଳାଶ ଯଦି ଶିଶୁ ହୋଇଥା’ନ୍ତି ତେବେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ, ଖେଳନା ଆଦିର ଚାହିଦା ବୃଦ୍ଧି ପାଇଥାଏ । ସେହିପରି ଜନସଂଖ୍ୟାର ବଳିଷ୍ଠ ଅଂଶ ଦରିଦ୍ର ହୋଇଥିଲେ, ସେମାନଙ୍କପାଇଁ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ । ତେଣୁ ଜନସଂଖ୍ୟାକୁ ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନ ଭାବେ ବିଚାର କରାଯାଇଥାଏ ।

(5) ରୁଚି ଓ ଅଭ୍ୟାସ – ଉପଭୋକ୍ତାଙ୍କ ରୁଚି, ରୀତି ଓ ଅଭ୍ୟାସ ଦ୍ରବ୍ୟ କ୍ରୟ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ମନୁଷ୍ୟର ରୁଚି ଓ ଅଭ୍ୟାସ ପରିବେଷ୍ଟନୀର ପ୍ରଭାବଦ୍ଵାରା ପରିବର୍ତ୍ତିତ ହୋଇଥାଏ । ଏତଦ୍‌ବ୍ୟତୀତ ସାମାଜିକ ଚଳଣି, ଫେସନ ମଧ୍ଯ ଦ୍ରବ୍ୟ କ୍ରୟକୁ ପ୍ରଭାବିତ କରିଥାଏ । କୌଣସି ନୂତନ ଦ୍ରବ୍ୟ ବିଜ୍ଞାପନଦ୍ୱାରା ପ୍ରଚାରିତ ବା ପ୍ରସାରିତ ହେଲେ ଉପଭୋକ୍ତା ସେ ଦ୍ରବ୍ୟ ପ୍ରତି ଅହେତୁକ ଆଗ୍ରହ ପ୍ରକାଶ କରିଥା’ନ୍ତି, ଯଦ୍ବାରା ସେ ଦ୍ରବ୍ୟର ଚାହିଦା ବହୁଗୁଣିତ ହୋଇଥାଏ ।

(6) ଆୟର ବଣ୍ଟନ – ଆୟର ବଣ୍ଟନ ଦ୍ରବ୍ୟର ଚାହିଦାକୁ ବିଶେଷଭାବେ ପ୍ରଭାବିତ କରେ । ଆୟର ବଣ୍ଟନ ସୁଷମ ହେଲେ କେତେକ ଦ୍ରବ୍ୟର ଚାହିଦା ହ୍ରାସ ହେଲାବେଳେ ଅନ୍ୟ କେତେକ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ । ଆୟର ବୈଷମ୍ୟ ଦୂରୀକରଣ ହେଲେ ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ ଓ ବିଳାସମୂଳକ ଚାହିଦା ଦ୍ରବ୍ୟର ହ୍ରାସ ପାଇଥାଏ ।

(7) କର ବ୍ୟବସ୍ଥା – ସରକାର ରାଜସ୍ୱ ବୃଦ୍ଧି ନିମନ୍ତେ ଅନେକ ଦ୍ରବ୍ୟ ଉପରେ କର ଧାର୍ଯ୍ୟ କରନ୍ତି, ଯଦ୍ବାରା ସେହି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଥାଏ । ଏତଦ୍‌ଦ୍ୱାରା ଉଚ୍ଚ ଦାମ୍ଵନିତ ପରିସ୍ଥିତି ଯୋଗୁଁ ସେହି ଦ୍ରବ୍ୟର ଚାହିଦା ହ୍ରାସ ପାଇଥାଏ । ଏହି ପରିବର୍ତ୍ତନ କେବଳ ସରକାରୀ କର ବ୍ୟବସ୍ଥା ଯୋଗୁଁ ହିଁ ଘଟିଥାଏ । ଉପରୋକ୍ତ ଉପାଦାନଗୁଡ଼ିକ ଦ୍ରବ୍ୟର ଚାହିଦାକୁ ଅନେକାଂଶରେ ପ୍ରଭାବିତ କରିଥାଏ । କୌଣସି ଦ୍ରବ୍ୟର ଚାହିଦା ଦାମ୍ ଉପରେ ନିର୍ଭରଶୀଳ ହେଲେ ହେଁ ଦାମ୍ ଅପରିବର୍ତ୍ତିତ ରହି ଉକ୍ତ ଉପାଦାନ ପରିବର୍ତ୍ତିତ ହେଲେ ଦ୍ରବ୍ୟ ଚାହିଦାର ହ୍ରାସ ବା ବୃଦ୍ଧି ଘଟିଥାଏ । ଏ କ୍ଷେତ୍ରରେ ଚାହିଦା ବକ୍ର ସ୍ଥିର ନ ରହି ଊର୍ଦ୍ଧ୍ବ କିମ୍ବା ନିମ୍ନକୁ ସ୍ଥାନାନ୍ତର ହୋଇଥାଏ ।

2. ଚାହିଦା କହିଲେ କ’ଣ ବୁଝାଯାଏ ? ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ଏବଂ ନିର୍ଦ୍ଦିଷ୍ଟ ଦାମ୍‌ରେ କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ଚାହିଦା ଆଖ୍ୟା ଦିଆଯାଇଥାଏ । ଚାହିଦାର ଏହି ଅର୍ଥକୁ ଅନୁଧ୍ୟାନ କଲେ ଚାହିଦାର ସ୍ବାତନ୍ତ୍ର୍ୟ ପ୍ରତୀୟମାନ ହୋଇଥାଏ । ପ୍ରଥମତଃ, କୌଣସି ଦ୍ରବ୍ୟର ଚାହିଦା ସେହି ଦ୍ରବ୍ୟର ଦାମ୍ ସହ ଅତି ନିବିଡ଼ଭାବେ ସଂଶ୍ଳିଷ୍ଟ । ଦ୍ରବ୍ୟର ଚାହିଦା ଓ ଦାମ୍ରର ପରିପ୍ରକାଶ ସମକାଳୀନ ହୋଇଥାଏ । ଦାମ୍ ବ୍ୟତିରେକ ଚାହିଦାର ଅର୍ଥ ପ୍ରକାଶ ପାଏନାହିଁ । ଅର୍ଥାତ୍ ଦାମ୍ ଉଲ୍ଲେଖୁ ନ ଥିଲେ ଚାହିଦାର ସଂପୂର୍ଣ୍ଣ ଅର୍ଥ ପ୍ରକାଶ ପାଏନାହିଁ । ଏହା ନିରର୍ଥକ । ଦ୍ଵିତୀୟତଃ, ଚାହିଦା ସର୍ବଦା ନିର୍ଦ୍ଦିଷ୍ଟ ସମୟ ପରିପ୍ରେକ୍ଷୀରେ ପ୍ରକାଶ କରାଯାଇଥାଏ । ଏହି ସମୟସୀମା । ଦିନ, 1 ସପ୍ତାହ, 1 ମାସ ବା ।

ବର୍ଷ ହୋଇପାରେ; ମାତ୍ର ଚାହିଦାର ପୂର୍ଣ୍ଣ ଅର୍ଥ ପ୍ରକାଶ ନିମନ୍ତେ ସମୟର ଉଲ୍ଲେଖ ଅପରିହାର୍ଯ୍ୟ । ତୃତୀୟତଃ, ଚାହିଦା ଏକ ଦ୍ରବ୍ୟ ବା ସେବା କ୍ଷେତ୍ରରେ ଉଦ୍ଦିଷ୍ଟ ଯାହାର ପରିମାଣ ଉଲ୍ଲେଖ କରାଯାଇଥାଏ । ଅର୍ଥାତ୍ ଚାହିଦାର ପରିମାଣ ସର୍ବଦା କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ସୂଚାଇଥାଏ । ଏହି ମର୍ମରେ Prof. Benham ଙ୍କ ମତ ପ୍ରଣିଧାନଯୋଗ୍ୟ । ତାଙ୍କ ମତରେ, ‘କୌଣସି ଦ୍ରବ୍ୟ ବା ସେବା ପାଇଁ ଚାହିଦା କହିଲେ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଏବଂ ନିର୍ଦ୍ଦିଷ୍ଟ ସମୟରେ କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ବୁଝାଇଥାଏ ।’

ଏହି ପରିପ୍ରେକ୍ଷୀରେ ଚାହିଦା ଓ ଅଭିଳାଷ ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଦ୍ରବ୍ୟର ଚାହିଦା ଦ୍ରବ୍ୟର ଅଭିଳାଷଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଅଭିଳାଷ ସାଧାରଣତଃ କୌଣସି ଦ୍ରବ୍ୟ ଲାଭ କରିବାର ପ୍ରତ୍ୟାଶାକୁ ପ୍ରଦର୍ଶିତ କରେ । ମାତ୍ର କୌଣସି ଦ୍ରବ୍ୟର ଚାହିଦା କହିଲେ ସେ ଦ୍ରବ୍ୟ ପ୍ରତି ଥ‌ିବା ଅଭିଳାଷ, ପ୍ରାପ୍ୟ (ଦାମ୍) ପ୍ରଦାନ କରିବାର ସାମର୍ଥ୍ୟ ତଥା ବ୍ୟୟ କରିବାର ଇଚ୍ଛାକୁ ସୂଚାଇଥାଏ । ଏଣୁ ଚାହିଦାକୁ ଫଳପ୍ରଦ ଇଚ୍ଛା (Effective Desire) କୁହାଯାଇଥାଏ ।

ସେର୍‌ମାନ୍‌ଙ୍କ ଭାଷାରେ, ‘ମୂଲ୍ୟ ବିଷୟ ଉଲ୍ଲେଖ ନ କରି କେବଳ କ୍ରୟ ପରିମାଣ ଉଲ୍ଲେଖ କରାଗଲେ ଚାହିଦା ସମ୍ପର୍କରେ ସମ୍ୟକ୍ ଧାରଣା ପାଇହୁଏ ନାହିଁ ।’’ ତେଣୁ ଚାହିଦାର ପରିପ୍ରକାଶ ସମୟରେ ଦ୍ରବ୍ୟର ଦାମ୍‌ର ପରିପ୍ରକାଶ ଏକାନ୍ତ ଆବଶ୍ୟକ ।

ଚାହିଦା ଓ ଦାମ୍ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ସୂଚୀ ବା ସାରଣୀ ବା ତାଲିକା ମାଧ୍ୟମରେ ପ୍ରକାଶ କରାଯାଇପାରେ । ଏହାକୁ ‘ଚାହିଦା ସୂଚୀ’ କୁହଯାଏ । ବିଭିନ୍ନ ଦାମ୍‌ରେ କ୍ରୟ କରାଯାଉଥିବା କୌଣସି ଦ୍ରବ୍ୟର ବିଭିନ୍ନ ପରିମାଣକୁ ତାଲିକା ବା ସାରଣୀ ବା ସୂଚୀ ମାଧ୍ୟମରେ ପ୍ରକାଶ କରାଗଲେ ତାହାକୁ ‘ଚାହିଦା ସୂଚୀ’ କୁହାଯାଏ । ଚାହିଦା ସୂଚୀ ସାଧାରଣତଃ ଦୁଇପ୍ରକାର ହୋଇପାରେ –
(1) ବ୍ୟକ୍ତିଗତ ଚାହିଦା ସୂଚୀ ଓ
(2) ବଜାର ଚାହିଦା ସୂଚୀ

(1) ବ୍ୟକ୍ତିଗତ ଚାହିଦା ସୂଚୀ – ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକା ବା ସାରଣୀକୁ ‘ବ୍ୟକ୍ତିଗତ ଚାହିଦା ସୂଚୀ’ କୁହାଯାଏ । ସର୍ବୋପରି ଏହି ସାରଣୀ ଏକ ଉପଭୋକ୍ତା ବିଭିନ୍ନ ଦାମ୍‌ରେ କ୍ରୟ କରୁଥିବା ଏକ ଦ୍ରବ୍ୟର ବିଭିନ୍ନ ପରିମାଣକୁ ପରିପ୍ରକାଶ କରିଥାଏ । ମନେକର, ଏକ ଉପଭୋକ୍ତା ବିଭିନ୍ନ ଦାମ୍‌ରେ A ଦ୍ରବ୍ୟର ବିଭିନ୍ନ ପରିମାଣ କ୍ରୟ କରିଛନ୍ତି । ଏହି ବିଭିନ୍ନ ଦାମ୍ ଏହାର ତଦ୍ଵଜନିତ ବିଭିନ୍ନ ପରିମାଣ ଏକ ସାରଣୀ ମାଧ୍ୟମରେ ପ୍ରକାଶ କରାଗଲେ ତାହା ହିଁ ବ୍ୟକ୍ତିଗତ ଚାହିଦା ସୂଚୀର ମାନ୍ୟତା ପାଇଥାଏ ।

A ଦ୍ରବ୍ୟ ପାଇଁ ବ୍ୟକ୍ତିଗତ ଚାହିଦା ସୂଚୀ

A ଦ୍ରବ୍ୟର ଏକକ ପ୍ରତି ଦାମ୍ (ଟଙ୍କାରେ) A ଦ୍ରବ୍ୟର ପରିମାଣ (ଏକକ)
7.00 10
6.00 15
5.00 20
4.00 25
3.00 30

ଉପରୋକ୍ତ ସାରଣୀରେ ଦର୍ଶାଇ ଦିଆଯାଇଛି ଯେ ଉପରୋକ୍ତ ବ୍ୟକ୍ତି ଜଣକ A ଦ୍ରବ୍ୟର ଦାମ୍ ଟ.7.00 ସମୟରେ 10 ଏକକ କ୍ରୟ କରିଛନ୍ତି । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ A ଦ୍ରବ୍ୟର ଦାମ୍ ଟ.6.00 କୁ ହ୍ରାସ ପାଇବାରୁ ଉପଭୋକ୍ତା 15 ଏକକ କ୍ରୟ କରିଛନ୍ତି । ଅର୍ଥାତ୍ A ଦ୍ରବ୍ୟର ଦାମ୍ ହ୍ରାସ ପାଇଥିବା ସମୟରେ ଏହାର ଚାହିଦାରୁ ପରିମାଣ ବୃଦ୍ଧି ପାଇଅଛି । ଉପରୋକ୍ତ ସାରଣୀରେ A ଦ୍ରବ୍ୟର ଦାମ୍ କ୍ରମାଗତ ହ୍ରାସ ପାଇଥିବାରୁ ଏହାର ପରିଣତି ସ୍ୱରୂପ ଦ୍ରବ୍ୟର କ୍ରୟର ପରିମାଣ କ୍ରମାଗତ ବୃଦ୍ଧି ପାଇଚାଲିଛି । ଏଥୁରୁ ପ୍ରତୀୟମାନ ହଏ ଯେ, ଦାମ୍‌ର ହ୍ରାସ ପାଇଲେ ଚାହିଦାର ପରିମାଣ ବୃଦ୍ଧି ଓ ଦାମ୍‌ର ବୃଦ୍ଧି ହେଲେ ଚାହିଦାର ପରିମାଣ ହ୍ରାସ ପାଇଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

ବ୍ୟକ୍ତିଗତ ଚାହିଦା ରେଖା – ଉପରୋକ୍ତ ଚାହିଦା ବୃଦ୍ଧି ଓ ସୂଚୀକୁ ଭିଭିକରି ଚାହିଦା ରେଖା ଅଙ୍କନ କରାଯାଇପାରେ ।
CHSE Odisha Class 12 Economics Chapter 5 Long Answer Questions in Odia Medium
ଉପରୋକ୍ତ ଚିତ୍ରରେ OX- ଅକ୍ଷରେ ଦ୍ରବ୍ୟର ଚାହିଦାର ପରିମାଣ ଓ OY- ଅକ୍ଷରେ ଦ୍ରବ୍ୟର ଦାମ୍ ପ୍ରତିଫଳିତ ହୋଇଛି । A, B, C, D ଓ E ବିନ୍ଦୁଗୁଡ଼ିକ ବିଭିନ୍ନ ଦାମ୍‌ରେ ଚାହିଦାର ବିଭିନ୍ନ ପରିମାଣ ଉପସ୍ଥାପନ କରୁଛି । ଏହି ବିନ୍ଦୁ ଗୁଡ଼ିକ ସଂଯୋଗ କରାଯାଇ DD ଚାହିଦାରେଖା ଅଙ୍କନ କରାଯାଇଛି । DD ଏକ ବ୍ୟକ୍ତିଗତ ଚାହିଦା ରେଖା ।

(2) ବଜାର ଚାହିଦା ସୂଚୀ – ବଜାର ଚାହିଦା ସୂଚୀ, ବ୍ୟକ୍ତିଗତ ଚାହିଦା ସୂଚୀର ଏକ ପରିବର୍ଦ୍ଧିତ ପରିପ୍ରକାଶ । କାରଣ ବଜାରରେ ଅସଂଖ୍ୟ କ୍ରେତାଙ୍କର ସମାବେଶ ଘଟିଥାଏ । ବଜାରରେ ପ୍ରତ୍ୟେକ କ୍ରେତା ନିଜର ଆର୍ଥିକ ସାମର୍ଥ୍ୟକୁ ଭିତ୍ତିକରି ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଭିନ୍ନ ଭିନ୍ନ ପରିମାଣର ଦ୍ରବ୍ୟ କ୍ରୟ କରଥା’ନ୍ତି । ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିଭିନ୍ନ କ୍ରେତାଙ୍କର ଚାହିଦାର ପରିମାଣ ଭିନ୍ନ ହୋଇଥାଏ । ପ୍ରତ୍ୟେକ କ୍ରେତାଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ ।

ବିଭିନ୍ନ ଦାମ୍ରେ ବିଭିନ୍ନ କ୍ରେତାଙ୍କଦ୍ୱାରା ବଜାରରେ କ୍ରୟ ହେଉଥିବା ଦ୍ରବ୍ୟର ବିଭିନ୍ନ ପରିମାଣକୁ ବଜାର ଚାହିଦା ସୂଚୀ କୁହାଯାଏ । ମନେକର ‘A” ଦ୍ରବ୍ୟ ପାଇଁ ବଜାରରେ X, Y ଓ Z ନାମକ ତିନିଜଣ କ୍ରେତା ଅଛନ୍ତି । ବଜାରରେ A ଦ୍ରବ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ଦାମ୍ ପାଇଁ X, Y ଓ Z ଉପଭୋକ୍ତା ବିଭିନ୍ନ ପରିମାଣର ଦ୍ରବ୍ୟ କ୍ରୟ କରିଥା’ନ୍ତି । ସେହି ନିର୍ଦ୍ଦିଷ୍ଟ ଦାମ୍‌ରେ ତିନିଜଣ ଉପଭୋକ୍ତା ଦ୍ରବ୍ୟ କ୍ରୟର ମୋଟ ପରିମାଣକୁ ସେହି ନିର୍ଦ୍ଦିଷ୍ଟ ଦାମ୍‌ରେ ବଜାର ଚାହିଦା କୁହାଯାଇଥାଏ । ନିମ୍ନୋକ୍ତ ସାରଣୀରେ ଏହି ତତ୍ତ୍ବ ପ୍ରାଞ୍ଜଳ ଭାବରେ ବର୍ଣ୍ଣିତ ହୋଇଛି ।

‘A’ ଦ୍ରବ୍ୟ ପାଇଁ ବଜାର ଚାହିଦା ସୂଚୀ

A ଦ୍ରବ୍ୟର ଏକକ ପ୍ରତି ଦାମ୍ (ଟଙ୍କାରେ) ‘X’ କ୍ରେତାଙ୍କ ଚାହିଦା (ଏକକ) ‘Y’ କ୍ରେତାଙ୍କ ଚାହିଦା (ଏକକ) ‘Z’  କ୍ରେତାଙ୍କ ଚାହିଦା (ଏକକ) ମୋଟ ବଜାର ଚାହିଦା(ଏକକ)
7.00 3 2 5 3+2+5=10
6.00 5 4 6 5+4+6=15
5.00 6 5 9 6+5+9=20
4.00 8 7 10 8+7+10=25
3.00 9 9 12 9+9+12=30

ଉପରୋକ୍ତ ତାଲିକାରୁ ଏହା ସୂଚିତ ହୋଇଛି ଯେ, A ଦ୍ରବ୍ୟର ଦାମ୍ ଟ. 7.00 ବେଳେ ଉପଭୋକ୍ତା ତ୍ରୟ (X, Y ଓ Z) ଯଥାକ୍ରମେ 3 ଏକକ, 2 ଏକକ ଓ 5 ଏକକ କ୍ରୟ କରିଛନ୍ତି । ଏ କ୍ଷେତ୍ରରେ ମୋଟ ବଜାର ଚାହିଦାର ପରମାଣ 10 ଏକକ (3 + 2+ 5) । ସେହିପରି A ଦ୍ରବ୍ୟର ଦାମ୍ ଟ. 6.00, ଟ. 5.00, ଟ. 4.00, ଟ. 3.00 ହେଲାବେଳେ ଉପଭୋକ୍ତା

X, Y ଓ Z ସେମାନଙ୍କର ଦ୍ରବ୍ୟକ୍ରୟର ପରିମାଣ ବୃଦ୍ଧି କରିଛନ୍ତି ଯଦ୍ବାରା ମୋଟ ବଜାର ଚାହିଦାର ପରିମାଣ ଯଥାକ୍ରମେ 15, 20, 25 ଓ 30 ଏକକକୁ ବୃଦ୍ଧି ପାଇଛି । ଦ୍ରବ୍ୟର ବିଭିନ୍ନ ଦାମ୍ ଓ ଉପଭୋକ୍ତାମାନଙ୍କର ବିଭିନ୍ନ ଦ୍ରବ୍ୟକ୍ରୟର ପରିମାଣ ବଜାର ଚାହିଦା ସୂଚୀରେ ପ୍ରତିଫଳିତ ହୋଇଛି । ଏହା ନିଃସନ୍ଦେହରେ କୁହାଯାଏ ଯେ ବଜାର ଚାହିଦା ସୂଚୀ, ବ୍ୟକ୍ତିଗତ ଚାହିଦା ସୂଚୀର ସମାହାର ।

ବଜାର ଚାହିଦା ରେଖା – ଉପରୋକ୍ତ ତାଲିକାରେ ପ୍ରଦତ୍ତ ଦ୍ରବ୍ୟର ବିଭିନ୍ନ ଦାମ୍ ଓ ଉପଭୋକ୍ତାମାନେ ଏହି ଦାମ୍‌ରେ କ୍ରୟ କରୁଥିବା ବିଭିନ୍ନ ପରିମାଣକୁ ରେଖାଚିତ୍ର ସାହାଯ୍ୟରେ ପ୍ରକାଶ କଲେ ବଜାର ଚାହିଦା ରେଖା ମିଳିଥାଏ । ଅନ୍ୟ ଅର୍ଥରେ ବଜାର ଚାହିଦା ରେଖା, ବଜାର ଚାହିଦା ସୂଚୀର ଜ୍ୟାମିତିକ ବା ରୈଖ୍ୟକ ପରିପ୍ରକାଶ ।
ନିମ୍ନରେ ବଜାର ଚାହିଦା ସୂଚୀର ଜ୍ୟାମିତିକ ବିଶ୍ଳେଷଣ ଉପସ୍ଥାପନ କରାଯାଇଛି ।
CHSE Odisha Class 12 Economics Chapter 5 Long Answer Questions in Odia Medium 1
ଉପରୋକ୍ତ ଚିତ୍ରରେ OX ଅକ୍ଷରେ ଦ୍ରବ୍ୟର ପରିମାଣ ଓ OY ଅକ୍ଷରେ ଦ୍ରବ୍ୟର ଦାମ୍ ପ୍ରତିଫଳିତ ହୋଇଛି । A ଦ୍ରବ୍ୟର ଦାମ୍ ଟ. 3.00 ବେଳେ, X, Y ଓ Z ଉପଭୋକ୍ତାଗଣ ମୋଟ 10 ଏକକ ଦ୍ରବ୍ୟ କ୍ରୟ କରିଛନ୍ତି ଯାହା ବଜାର ଚାହିଦା ପରିମାଣ । ଏହା ଚିତ୍ରରେ P ବିନ୍ଦୁରେ ଦର୍ଶାଯାଇଛି । ସେହିପରି ଦ୍ରବ୍ୟର ଦାମ୍ ଟ. 6.00, ଟ. 5.00, ଟ. 4.00 ଓ ଟ. 3.00 ଥିବା ସମୟରେ ମୋଟ ବଜାର ଚାହିଦାର ପରିମାଣ ଯଥାକ୍ରମେ 15, 20, 25 ଓ 30 ଏକକକୁ ବୃଦ୍ଧି ପାଇଛି ଏବଂ ଏହା ଯଥାକ୍ରମେ Q, R, S ଓ T ବିନ୍ଦୁରେ ଦର୍ଶାଯାଇଛି । ବର୍ତ୍ତମାନ P, Q, R, S, T ବିନ୍ଦୁକୁ ସଂଯୋଗ କରାଗଲେ MN ବଜାର ଚାହିଦା ରେଖା ଅଙ୍କନ କରାଯାଇପାରିବ । ‘MN’ କୁ ବଜାର ଚାହିଦା ରେଖା କୁହାଯାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ ଦ୍ରବ୍ୟର ଦାମ୍ ଓ ଚାହିଦାର ପରିମାଣ ବିପରୀତମୁଖୀ ହୋଇଥିବାରୁ ବ୍ୟକ୍ତିଗତ ଚାହିଦା ରେଖା ଓ ବଜାର ଚାହିଦା ଲେଖା ବାମରୁ ଡାହାଣକୁ କ୍ରମାବନତ ହୋଇଥାଏ । ଏହାକୁ ଅର୍ଥଶାସ୍ତ୍ରରେ ଋଣାତ୍ମକ ଅଧୋଗତି କୁହାଯାଇଥାଏ । ଏହି ଉପସ୍ଥାପନାରୁ ସୂଚନା ମିଳେ ଯେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ହେଲେ, ସେହି ଦ୍ରବ୍ୟର କ୍ରୟର ପରିମାଣ (ଚାହିଦାର ପରିମାଣ) ବୃଦ୍ଧି ହୋଇଥାଏ ଓ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଦ୍ରବ୍ୟର କ୍ରୟର ପରିମାଣ (ଚାହିଦାର ପରିମାଣ) ହ୍ରାସ ହୋଇଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

3. ଚାହିଦା ସୂତ୍ରର ବର୍ଣ୍ଣନା ଓ ବ୍ୟାଖ୍ୟା କର । କେଉଁ ସର୍ଭରେ ଚାହିଦା ସୂତ୍ର କାର୍ଯ୍ୟ କରିଥାଏ? ଏହାର ସୀମାବଦ୍ଧତାଗୁଡ଼ିକ ଉଲ୍ଲେଖ କର।
Answer:
ଚାହିଦା ସର୍ବଦା ଫଳପ୍ରଦ ଇଚ୍ଛାକୁ ବୁଝାଏ, ଯାହାର ପ୍ରକୃତ ଅର୍ଥ ହେଲା ଦ୍ରବ୍ୟପ୍ରାପ୍ତିର ଇଚ୍ଛା ପଛରେ ଦ୍ରବ୍ୟ ଲାଗି ଉଦ୍ଦିଷ୍ଟ ଦାମ ଦେବାର ସାମର୍ଥ୍ୟ ସହିତ ଅର୍ଥତ୍ୟାଗ ଲାଗି ସମ୍ମତ ରହିବା ଦରକାର । ତେଣୁ ଚାହିଦା ବା ସାମର୍ଥ୍ୟ ଓ ସମ୍ମତିର ସହ ଦ୍ରବ୍ୟପ୍ରାପ୍ତିର ଇଚ୍ଛା, ଦ୍ରବ୍ୟର ଏକ ପରିମାଣକୁ ବୁଝାଏ ଓ ଏହି ପରିମାଣର ନିର୍ଣ୍ଣୟ କରିବା ଲାଗି ଦାମ୍ ଗୁରୁତ୍ଵପୂର୍ଣ ଭୂମିକା ବହନ କରେ । ତେଣୁ ଚାହିଦା ଓ ଦାମ୍ ଅଙ୍ଗାଙ୍ଗୀଭାବେ ଜଡ଼ିତ ।

ଚାହିଦା ସୂତ୍ର :
ଦ୍ରବ୍ୟର ଦାମ୍ ଓ ଏହାର ପରିମାଣ ମଧ୍ଯରେ ଥିବା ବିପରୀତମୁଖୀ ସଂପର୍କ ବିଷୟରେ ମାର୍ଶାଲ୍ ମତ ଦେଇଛନ୍ତି ଯେ, ‘ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହି, କୌଣସି ଦ୍ରବ୍ୟର ଦାମ୍ ହ୍ରାସ ସଙ୍ଗେ ସଙ୍ଗେ ଦ୍ରବ୍ୟର ଚାହିଦାର ପରିମାଣ ବୃଦ୍ଧି ହୁଏ ଏବଂ ଦାମ ବୃଦ୍ଧି ସହିତ ସେହି ଦ୍ରବ୍ୟର ଚାହିଦାର ପରିମାଣ ହ୍ରାସ ହୁଏ ।

’’ପ୍ରକାରନ୍ତରେ, ଅପରିବର୍ତ୍ତନୀୟ ପରିସ୍ଥିତିରେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ, ଏହାର ଚାହିଦାର ପରିମାଣ ସଂପ୍ରସାରିତ ହୁଏ ଓ ଦାମ୍ ବୃଦ୍ଧି ହେଲେ ଦ୍ରବ୍ୟର ଚାହିଦାର ପରିମାଣ ସଙ୍କୁଚିତ ହୁଏ । ଦ୍ରବ୍ୟର ଦାମ୍ ହ୍ରାସ ଓ ବୃଦ୍ଧିଜନିତ ପରିସ୍ଥିତିରେ ଦ୍ରବ୍ୟର ଚାହିଦାର ପରିମାଣରେ ସଂପ୍ରସାରଣ ଓ ସଙ୍କୋଚନ ହିଁ ଚାହିଦା ସୂତ୍ରର ମୂଳଭିଭି । ଅଧ୍ୟାପକ ମେୟରଙ୍କ ମତରେ, ‘ଲୋକମାନେ ଉଚ୍ଚ ଦାମ୍ ଅପେକ୍ଷା କମ୍ ଦାମ୍‌ରେ ଅଧିକ ପରିମାଣର ଦ୍ରବ୍ୟ ଓ ସେବା କ୍ରୟ କରନ୍ତି ।’’

ଦ୍ରବ୍ୟର ଦାମ୍ ଓ ଏହାର ଚାହିଦା ମଧ୍ୟରେ ଥ‌ିବା ସଂପର୍କ ‘ଚାହିଦା ଫଳନ’ ମାଧ୍ୟମରେ ପ୍ରକାଶ କରାଯାଇପାରେ ।
Dx = f(Px) ଅପରିବର୍ତ୍ତନୀୟ ପରିସ୍ଥିତିରେ ।
Dx → ‘x’ ଦ୍ରବ୍ୟର ଚାହିଦା ;
Px→ ‘x’ ଦ୍ରବ୍ୟର ଦାମ୍;
f → ଫଳନ ।
ଏହି ଚାହିଦା ଫଳନରୁ ପ୍ରକଟିତ ହୁଏ ଯେ କୌଣସି ଦ୍ରବ୍ୟର ଚାହିଦା ଏହାର ଦାମ୍ ଉପରେ ନିର୍ଭରଶୀଳ । ଚାହିଦା ସୂତ୍ରରେ ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ‘କାରଣ’ ଓ ଚାହିଦା ପରିମାଣରେ ପରିବର୍ତ୍ତନ ଏହାର ‘ଫଳାଫଳ’ ରୂପେ ବିବେଚିତ ହୋଇଥାଏ ।

ଉପସ୍ଥାପନା :
ଚାହିଦା ସୂତ୍ର ଚାହିଦା ଓ ଦାମ୍ ମଧ୍ଯରେ ଯେଉଁ ବିପରୀତ ସମ୍ପର୍କ ଦର୍ଶାଏ, ତାହାକୁ ସାଧାରଣତଃ ଦୁଇ ପ୍ରକାରରେ ଉପସ୍ଥାପନ କରାଯାଏ । ପ୍ରଥମତଃ ସାରଣୀକ ଉପସ୍ଥାପନା ବା ଚାହିଦା ଅନୁସୂଚୀ ଓ ଦ୍ବିତୀୟତଃ ରେଖାଚିତ୍ର ସହାୟତାରେ ଉପସ୍ଥାପନ ।

(i) ଚାହିଦା ଅନୁସୂଚୀ : ଚାହିଦା ଅନୁସୂଚୀ କହିଲେ ଏହା ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ୟରେ କୌଣସି ବ୍ୟକ୍ତି ବା ବଜାରର ବିଭିନ୍ନ ଦାମ୍‌ରେ ଚାହିଦା ପରିମାଣକୁ ସାରଣୀ ସାହାଯ୍ୟରେ ଉପସ୍ଥାପନ କରେ । ମାତ୍ର ଏହି ଉପସ୍ଥାପନ ସେହି ସମ୍ପର୍କ ସ୍ଥାପନ କରେ ଯାହା ଚାହିଦା ସୂତ୍ର ଚାହିଦା ଓ ଦାମ୍ ମଧ୍ଯରେ ଦର୍ଶାଏ । ତେଣୁ ଚାହିଦା ଅନୁସୂଚୀ ଦର୍ଶାଏ କି ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ୟରେ ବ୍ୟକ୍ତି ବା ବଜାରସ୍ଥଳେ ଦାମ୍ କମ୍ ବେଳେ ଚାହିଦା ବେଶୀ ଓ ଦାମ୍ ବେଶୀ ବେଳେ ଚାହିଦା କମ୍ ହୁଏ । ଚାହିଦା ଅନୁସୂଚୀକୁ ବ୍ୟକ୍ତି ସ୍ଥଳେ ବ୍ୟକ୍ତିଗତ ଚାହିଦା ଅନୁସୂଚୀ ଓ ବଜାରସ୍ଥଳେ ବଜାର ଚାହିଦା ଅନୁସୂଚୀ କୁହାଯାଏ । ନିମ୍ନରେ ଏକ ବ୍ୟକ୍ତିଗତ ଚାହିଦା ଅନୁସୂଚୀର ଉପସ୍ଥାପନା କରାଗଲା ।

ଚାହିଦା ଅନୁସୂଚୀ:

ଏକକ ପ୍ରତି ଦାମ୍ ( ଟଙ୍କାରେ ) ଚାହିଦା ପରିମାଣ
15 25
25 20
37 16
50 10
60 5
75 2

ଉପରୋକ୍ତ ସାରଣୀରୁ ସ୍ପଷ୍ଟ ପ୍ରତୀୟମାନ ଯେ ଦ୍ରବ୍ୟର 15 ଟଙ୍କା ଥିଲେ ଚାହିଦାର ପରିମାଣ 25 ଅଛି । ଠିକ୍ ସେହିପରି ଦ୍ରବ୍ୟର ଦାମ 15 ଟଙ୍କାରୁ ବୃଦ୍ଧି ପାଇ 25 ଟଙ୍କା ହେଲା ଏଠାରେ ଚାହିଦାର ପରିମାଣ 25 ରୁ ହ୍ରାସ ପାଇଁ 20 କୁ ଖସି ଆସିଛି । କୁ ପରିଶେଷରେ ଦ୍ରବ୍ୟର ଦାମ 75 ଟଙ୍କା ଥିଲାବେଳେ ଚାହିଦାର ପରିମାଣ 2 ଅଛି । ଏହା ଦର୍ଶାଅ ଯେ, ଦାମ୍ ବୃଦ୍ଧି ପାଉଥିଲାବେଳେ ଚାହିଦା ପରିମାଣରେ ହ୍ରାସ ଘଟୁଛି ।

(ii) ରେଖାଚିତ୍ର ଉପସ୍ଥାପନ : ଚାହିଦା ଅନୁସୂଚୀକୁ ରେଖାଚିତ୍ରରେ ଉପସ୍ଥାପନ କରିବାକୁ ଚାହିଦା ସୂତ୍ରରେ ରେଖାଚିତ୍ର ଉପସ୍ଥାପନ କୁହାଯାଏ । ପ୍ରଥମେ ପ୍ରତ୍ୟେକ ଦାମ୍‌ରେ ଦର୍ଶିତ ଚାହିଦା ପରିମାଣକୁ ଏକ ବିନ୍ଦୁରେ ଚିହ୍ନଟ କରାଯାଏ ଓ ପରେ ସେଗଡ଼ିକୁ ଯୋଗ କରି ଏକ ରେଖା ଟଣାଯାଏ । ସେହି ରେଖାକୁ ଚାହିଦା ରେଖା କୁହାଯାଏ, ଯାହା ଚାହିଦା ଓ ଦାମ୍ ମଧ୍ୟରେ ଥବା ସମ୍ପର୍କକୁ ରେଖାଚିତ୍ର ସାହାଯ୍ୟରେ ଉପସ୍ଥାପନ କରେ । ଚାହିଦା ଅନୁସୂଚୀ ପରି ବ୍ୟକ୍ତିବିଶେଷ ବା ବଜାରସ୍ଥଳେ ମଧ୍ୟ ଚାହିଦା ସମ୍ପର୍କକୁ ରେଖାଚିତ୍ରରେ ଉପସ୍ଥାପନ କରାଯାଇପାରେ ଓ ଏହା ବ୍ୟକ୍ତି ଚାହିଦା ରେଖା ବା ବଜାର ଚାହିଦା ଦର୍ଶାଏ । ଉପରୋକ୍ତ ବ୍ୟକ୍ତି ଚାହିଦା ଅନୁସୂଚୀକୁ ନିମ୍ନରେ ରେଖାଚିତ୍ର ସହାୟତାରେ ଉପସ୍ଥାପନା କରାଗଲା ।

ଉକ୍ତ ରେଖାଚିତ୍ରରେ ‘A’ ବିନ୍ଦୁ ଦର୍ଶାଏ ଯେ ଦାମ 15 ବେଳେ ଚାହିଦା ପରିମାଣ 25 । ‘B’ ବିନ୍ଦୁରେ 25 ଦାମ୍ରେ ଚାହିଦା ପରିମାଣ 20 । ତେଣୁ ଦାମ୍‌ରେ ବୃଦ୍ଧି ଘଟି ଚାହିଦା ପରିମାଣ ହ୍ରାସ ଘଟିଅଛି । ଏହିଭଳି A, B, C, D ଓ E ବିନ୍ଦୁଗୁଡ଼ିକୁ ଯୋଗକଲେ ଚାହିଦା ରେଖା ମିଳିଥାଏ ।
CHSE Odisha Class 12 Economics Chapter 5 Long Answer Questions in Odia Medium 2
ଚାହିଦା ରେଖା ବାମରୁ ଦକ୍ଷିଣକୁ ଓ ଊର୍ଦ୍ଧ୍ବରୁ ନିମ୍ନକୁ ଗତି କରିଥାଏ । ଚାହିଦା ସୂତ୍ରର ସାରଣୀକ ବା ରେଖାଚିତ୍ର ଉପସ୍ଥାପନ ହେଉ, ଏହା ସର୍ବଦା ଦର୍ଶାଏ ଯେ ଦାମ୍‌ରେ ଚାହିଦା ପରିମାଣ ବୃଦ୍ଧି ଘଟେ ଓ ଦାମ୍ ବୃଦ୍ଧି ଘଟିଲେ ଚାହିଦାର ହ୍ରାସ ଘଟେ । ଏହା ଚାହିଦା ସୂତ୍ର ଅଟେ ।

ସର୍ତ୍ତାବଳୀ :
ଚାହିଦା ସୂତ୍ରର କାର୍ଯ୍ୟକାରିତା କେତେକ ସର୍ଭ ଉପରେ ନିର୍ଭର କରେ । ଚାହିଦାର ସୂତ୍ର ଓ ଚାହିଦା ପରିମାଣ ମଧ୍ଯରେ ଥ‌ିବା ଏହି ବିପରୀତମୁଖ୍ ସମ୍ପର୍କକୁ ବ୍ୟାଖ୍ୟା କଲାବେଳେ ‘ଅପରିବର୍ତ୍ତନୀୟ ପରିସ୍ଥିତି’ ଉପରେ ଗୁରୁତ୍ବ ଆରୋପ କରାଯାଇଛି । 

  • ଖାଉଟିଙ୍କ ଆୟ – ଚାହିଦା ସୂତ୍ରର କାର୍ଯ୍ୟକାରିତା ପାଇଁ ଖାଉଟିଙ୍କ ଆୟ ଅପରିବର୍ତ୍ତିତ ରହିବା ଉଚିତ୍ । ଆୟର ପରିବର୍ତ୍ତନ ହେଲେ ଚାହିଦାର ପରିମାଣରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇଉଠେ ।
  • ରୁଚି, ଅଭ୍ୟାସ ଓ ଫେସନ – ଉପଭୋକ୍ତାଙ୍କ ରୁଚି, ଅଭ୍ୟାସ ଓ ଫେସନରେ କୌଣସି ପରିବର୍ତ୍ତନ ହେବା ଉଚିତ ନୁହେଁ । ଏହି ଉପାଦାନଗୁଡ଼ିକରେ କୌଣସି ପରିବର୍ତ୍ତନ ହେଲେ ଦାମ୍‌ର ପରିବର୍ତ୍ତନ ନ ହୋଇ ମଧ୍ୟ ଚାହିଦାର ପରିମାଣରେ ପରିବର୍ତ୍ତନ ଘଟିଥାଏ ।
  • ସମ୍ପର୍କିତ ଦ୍ରବ୍ୟର ଦାମ୍ – ଚାହିଦା ସୂତ୍ରର ସଫଳତା ନିମନ୍ତେ ଅନୁପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟର ଦାମ୍ ସ୍ଥିର ରହିବା ଆବଶ୍ୟକ । ଯଦି ଏହି ଦ୍ରବ୍ୟମାନଙ୍କ ଦାମ୍‌ରେ ପରିବର୍ତ୍ତନ ଘଟେ, ତେବେ ଦାମ୍ ଅପରିବର୍ତ୍ତନୀୟ ରହି ସୁଦ୍ଧା ଚାହିଦାରେ ପରିବର୍ତ୍ତନ ଘଟିଥାଏ।
  • ଜନସଂଖ୍ୟାକୌଣସି ଦ୍ରବ୍ୟର ଚାହିଦାର ପରିମାଣ ଜନସଂଖ୍ୟାର ଆକାର ଓ ଗଠନ ଉପରେ ନିର୍ଭରଶୀଳ । ତେଣୁ ଚାହିଦା ସୂତ୍ରର କାର୍ଯ୍ୟକାରିତା ପାଇଁ ଜନସଂଖ୍ୟାର ଆକାର ଓ ଗଠନ ଅପରିବର୍ତିତ ରହିବା ଉଚିତ।
  • ଅର୍ଥନୀତିର ଅବସ୍ଥା – ଅର୍ଥନୀତିର ଅବସ୍ଥାରେ କୌଣସି ବିଶେଷ ପରିବର୍ତ୍ତନ ଘଟିଲେ ଏହା ଚାହିଦାର ପରିମାଣକୁ

4. ଚାହିଦା ରେଖାର ସ୍ଥାନାନ୍ତର କିପରି ଓ କେଉଁ ପରିସ୍ଥିତିରେ ଘଟିଥାଏ – ଚିତ୍ର ସାହାଯ୍ୟରେ ବର୍ଣ୍ଣନା କର । କିମ୍ବା, ଚାହିଦା ରେଖାର ସ୍ଥାନାନ୍ତରଣ କିପରି ଓ କେଉଁ ପରିସ୍ଥିତିରେ ଘଟିଥାଏ, ଚିତ୍ର ସାହାଯ୍ୟରେ ଦର୍ଶାଅ । କିମ୍ବା, ‘ଚାହିଦାର ପରିବର୍ତ୍ତନ’ (Change in Demand) ଏବଂ ‘ଚାହିଦାର ପରିମାଣରେ ପରିବର୍ତ୍ତନ’ ମଧ୍ଯରେ ପାର୍ଥକ୍ୟ ଚିତ୍ର ସାହାଯ୍ୟରେ ଦର୍ଶାଅ । ଏହାର କାରଣ ଉଲ୍ଲେଖ କର ।
Answer:
ସାଧାରଣ ଅର୍ଥରେ ‘ଚାହିଦାର ପରିବର୍ତ୍ତନ’ ଓ ‘ଚାହିଦାର ପରିମାଣରେ ପରିବର୍ତ୍ତନ’ ସମାର୍ଥବୋଧକ ଶବ୍ଦଭାବେ ବ୍ୟବହୃତ ହୋଇଥିଲେ ହେଁ ଅର୍ଥଶାସ୍ତ୍ରରେ ଏହା ଦୁଇଟି ଭିନ୍ନ ଭିନ୍ନ ଅଭିଧାରଣ । ଚାହିଦା ସୂତ୍ର ଅନୁସାରେ ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ରହି କୌଣସି ଦ୍ରବ୍ୟର ଦରବୃଦ୍ଧି ଘଟିଲେ ଏହାର ଚାହିଦାର ପରିମାଣ ହ୍ରାସ ପାଏ ଏବଂ ଦରହ୍ରାସ ଘଟିଲେ ଚାହିଦାର ପରିମାଣ ବୃଦ୍ଧି ପାଏ । ଏହାକୁ ଚାହିଦାର ସଂପ୍ରସାରଣ ଓ ସଂକୋଚନର ଆଖ୍ୟା ଦିଆଯାଇଥାଏ । ଚାହିଦାର ସଂପ୍ରସାରଣ (Expansion of demand) 3 11 °6 (Contraction of demand) ଚାହିଦା ସଂକୋଚନ ପ୍ରତିକ୍ରିୟା । ଏହି ପରିସ୍ଥିତିରେ ଅନ୍ୟାନ୍ୟ ବିଷୟ; ଯଥା – ଉପଭୋକ୍ତାଙ୍କ ଆୟ, ଅଭ୍ୟାସ, ରୁଚି, ପସନ୍ଦ ସମ୍ପର୍କିତ ଦ୍ରବ୍ୟର ଦାମ୍ ଆଦି ଅପରିବର୍ତିତ ରହିଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

ଏ ପରିପ୍ରେକ୍ଷୀରେ ଏହା ଉଲ୍ଲେଖଯୋଗ୍ୟ ଯେ ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହି କେବଳ ମାତ୍ର ଦାମ୍‌ ପରିବର୍ତ୍ତନ ପ୍ରଭାବରୁ ଚାହିଦାର ସଂପ୍ରସାରଣ କିମ୍ବା ସଂକୋଚନ ଘଟିଥାଏ । ଅପରିବର୍ତ୍ତନୀୟ ପରିସ୍ଥିତିରେ ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଚାହିଦାର ପରିମାଣ ବୃଦ୍ଧି ପାଇଥାଏ । ଏହାକୁ ଚାହିଦାର ସଂପ୍ରସାରଣ କୁହାଯାଇଥାଏ । ଅନ୍ୟପକ୍ଷରେ କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ହ୍ରାସ ପାଇଥାଏ ଯାହାକୁ ଚାହିଦାର ସଂକୋଚନ କୁହାଯାଏ । ଏ କ୍ଷେତ୍ରରେ ଉପଭୋକ୍ତା ଦର ପରିବର୍ତ୍ତନ ଯୋଗୁଁ ମୂଳ ଚାହିଦା ରେଖାକୁ ପରିତ୍ୟାଗ କରନ୍ତି ନାହିଁ, ମାତ୍ର ଏହି ଚାହିଦାରେଖାରେ ଅବସ୍ଥାନ କରି ଦାମ୍ ପରିବର୍ତ୍ତନ ଯୋଗୁଁ ଊର୍ଦ୍ଧ୍ବ ବା ନିମ୍ନ ବିନ୍ଦୁକୁ ଗତି କରିଥା’ନ୍ତି ।

ଏହି ଭାବଧାରା ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇପାରେ । ମନେକର କୌଣସି ଦ୍ରବ୍ୟର ଦାମ୍ ଟ 2.00 ଥିଲାବେଳେ ଏହାର ଚାହିଦାର ପରିମାଣ 10 ଏକକ ଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଦାମ୍ ଟ. 1.00 ହ୍ରାସ ପାଇଥିଲା ସମୟରେ ଏହି ଦ୍ରବ୍ୟର ଚାହିଦାର ପରମାଣ 20 ଏକକୁ ବୃଦ୍ଧି ପାଇଲା । ଏହାହିଁ ଚାହିଦାର ସଂପ୍ରସାରଣ । ଏହାହିଁ ରେଖାଚିତ୍ରରେ ପ୍ରତିଫଳିତ ହୋଇଛି ।
CHSE Odisha Class 12 Economics Chapter 5 Long Answer Questions in Odia Medium 3
ଉପରୋକ୍ତ ଚିତ୍ରରେ ‘DD’ ‘ଚାହିଦା ବକ୍ର’ । ଦ୍ରବ୍ୟର Y- ଅକ୍ଷରେ ପ୍ରଦର୍ଶିତ ଦାମ୍ ଟ. 1.00 ଥିବାବେଳେ ଚାହିଦାର ପରିମାଣ 20 ଏକକ ଯାହା OX ଅକ୍ଷରେ ଦର୍ଶାଯାଇଛି । ସେହିପରି ଦାମ୍ ଦୁଇଟଙ୍କା (2.00) କୁ ବୃଦ୍ଧିପାଇଥିବା ସମୟରେ ପରିମାଣ 10 ଏକକକୁ ହ୍ରାସ ପାଇଛି । ଏହାକୁ ଚାହିଦାର ସଂକୋଚନ କୁହାଯାଇଥାଏ ।

ଏଥୁରୁ ପ୍ରତିଫଳିତ ହୁଏ ଯେ, ଦାମ୍ ପରିବର୍ତ୍ତନଜନିତ ପ୍ରତିକ୍ରିୟା ଯୋଗୁଁ ଉପଭୋକ୍ତା ଦ୍ରବ୍ୟର ଚାହିଦା ପରିବର୍ତ୍ତନ କରନ୍ତି । ଏକ୍ଷେତ୍ରରେ ଚାହିଦାର ସଂପ୍ରସାରଣ ବେଳେ (ଦାମ୍ ହ୍ରାସ ପରିସ୍ଥିତି) ଉପଭୋକ୍ତା ନିର୍ଦ୍ଦିଷ୍ଟ ଚାହିଦା ବକ୍ରରେ ଅବସ୍ଥାନ କରି ବାମରୁ ଡାହାଣକୁ ଏବଂ ଊର୍ଦ୍ଧ୍ବରୁ ନିମ୍ନକୁ ଗତି କରନ୍ତି । ଅନ୍ୟପକ୍ଷରେ ଚାହିଦାର ସଂକୋଚନ ସମୟରେ ଉପଭୋକ୍ତା ସେହି ନିର୍ଦ୍ଦିଷ୍ଟ ଚାହିଦା ବକ୍ରରେ ଡାହାଣରୁ ବାମକୁ ଏବଂ ନିମ୍ନରୁ ଊର୍ଦ୍ଧ୍ବକୁ ଗତି କରନ୍ତି ।

ଏହା ଉଲ୍ଲେଖଯୋଗ୍ୟ ଯେ ଚାହିଦାର ପରିମାଣରେ ପରିବର୍ତ୍ତନ କିମ୍ବା ଚାହିଦାର ସଂପ୍ରସାରଣ କିମ୍ବା ସଂକୋଚନ କେବଳ ମାତ୍ର ଦାମ୍ ପରିବର୍ତ୍ତନଜନିତ ପ୍ରତିକ୍ରିୟାର ପ୍ରତିଫଳନ ।

ଚାହିଦାର ପରିବର୍ତ୍ତନ (Change in Demand) :
ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ନହୋଇ ଉପଭୋକ୍ତାଙ୍କର ଆୟ, ଜନସଂଖ୍ୟା, ରୁଚି, ଅଭ୍ୟାସ, ପସନ୍ଦ, ଅନ୍ୟାନ୍ୟ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ଘଟି ଦ୍ରବ୍ୟଟିର ଚାହିଦାର ବୃଦ୍ଧି ବା ହ୍ରାସ ଘଟିଲେ ତାହାକୁ ଚାହିଦାର ପରିବର୍ତ୍ତନ (Change in Demand) କୁହାଯାଏ । ଚାହିଦାର ପରିବର୍ତ୍ତନ ଦୁଇଟି ଦୃଷ୍ଟିକୋଣରୁ; ଯଥା – ଚାହିଦାର ବୃଦ୍ଧି (Increase in Demand) ଓ – g ଚାହିଦାର ହ୍ରାସ (Decrease in Demand) ଦିଗରୁ ବିଚାର କରାଯାଇଥାଏ । ଚାହିଦାର ପରିବର୍ତ୍ତନ ଯୋଗୁଁ ସମୁଦାୟ ଚାହିଦା ସୂଚୀରେ ପରିବର୍ତ୍ତନ ଘଟେ ।

(କ) ଚାହିଦାର ବୃଦ୍ଧି (Increase in Demand) – ଚାହିଦାର ବୃଦ୍ଧି ଘଟିଲେ, ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ନ ହୋଇ ଉପଭୋକ୍ତା ପୂର୍ବାପେକ୍ଷା ଅଧିକ ପରିମାଣ କ୍ରୟ କରିଥା’ନ୍ତି କିମ୍ବା ସେତିକି ପରିମାଣ ଦ୍ରବ୍ୟ ପାଇଁ ପୂର୍ବାପେକ୍ଷା ଅଧିକ ଦର ଦେବାକୁ ପ୍ରସ୍ତୁତ ଥା’ନ୍ତି ଅର୍ଥାତ୍ ଚାହିଦାର ବୃଦ୍ଧି ମୁଖ୍ୟତଃ ଦୁଇଟି କାରଣରୁ ଘଟିଥାଏ ।
(1) ଏକ ଦାମ୍‌ରେ ଅଧ୍ଵକ ଚାହିଦା
(2) ଅଧୀକ ଦାମ୍‌ରେ ଅପରିବର୍ତ୍ତିତ ଚାହିଦା

ଚାହିଦାର ବୃଦ୍ଧି ଅବସ୍ଥା ନିମ୍ନଲିଖ ରେଖାଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇପାରେ ।
CHSE Odisha Class 12 Economics Chapter 5 Long Answer Questions in Odia Medium 4
ଉପରୋକ୍ତ ରେଖାଚିତ୍ରରେ ଦ୍ରବ୍ୟର ଦାମ୍ ଟ. 1.00 ଥ‌ିବାବେଳେ ଉପଭୋକ୍ତା 10 ଏକକ ଦ୍ରବ୍ୟ ପ୍ରାଥମିକ ଅବସ୍ଥାରେ କ୍ରୟ କରୁଛି । ଯଦି ଦାମ୍ (ଟ. 1.00) ଅପରିବର୍ତିତ ରହି ‘ଅନ୍ୟାନ୍ୟ ବିଷୟ’ରେ ବୃଦ୍ଧିଜନିତ ଅବସ୍ଥା ସୃଷ୍ଟି ହୁଏ, ତେବେ ଉପଭୋକ୍ତା ସେହି ପ୍ରଚଳିତ ଦାମ୍‌ରେ ଅଧିକ ଦ୍ରବ୍ୟ (20 ଏକକ) କ୍ରୟ କରିଥାଏ । ଏ କ୍ଷେତ୍ରରେ ଉପଭୋକ୍ତା ପୂର୍ବର ଚାହିଦା ବକ୍ର DD ରେ ଅବସ୍ଥାନ ନ କରି ଏହାର ଦକ୍ଷିଣର ଊର୍ଦ୍ଧ୍ବସ୍ତରରେ ଥ‌ିବା D1D1 ଚାହିଦା ବକ୍ରରେ ଅବସ୍ଥାନ କରିଥାଏ । ପୁନଶ୍ଚ ଯେତେବେଳେ ଦାମ୍ ଟ. 2.00 କୁ ବୃଦ୍ଧି ପାଏ, ସେ କ୍ଷେତ୍ରରେ ଚାହିଦାର ପରିମାଣ ହ୍ରାସ ନ ଘଟି ସେହି ପୂର୍ବ ପରିମାଣ (10 ଏକକ) କ୍ରୟ କରିଥାଏ । ଏ କ୍ଷେତ୍ରରେ ମଧ୍ୟ ଉପଭୋକ୍ତା ନୂତନ ଚାହିଦା ବଜ୍ର (D,D,) ରେ ଅବସ୍ଥାନ କରିଥା’ନ୍ତି । ଚାହିଦାର ଏହି ପରିବର୍ତ୍ତନକୁ ଚାହିଦାର ବୃଦ୍ଧି କୁହାଯାଏ ।

ଚାହିଦାର ହ୍ରାସ (Decrease in Demand) :
ଚାହିଦାର ହ୍ରାସ ହେଲେ, ଦରରେ ପରିବର୍ତ୍ତନ ନ ଘଟି ଉପଭୋକ୍ତା ପୂର୍ବାପେକ୍ଷା କମ୍ ପରିମାଣ ଦ୍ରବ୍ୟ କ୍ରୟ କରିଥା’ନ୍ତି କିମ୍ବା ସେତିକି ପରିମାଣ ଦ୍ରବ୍ୟ ପାଇଁ ପୂର୍ବାପେକ୍ଷା କମ୍ ଦାମ୍ ହେବାକୁ ପ୍ରସ୍ତୁତ ଥା’ନ୍ତି । ତେଣୁ ଚାହିଦାର ହ୍ରାସ ଦୁଇପ୍ରକାରେ ସଂଘଟିତ ହୋଇଥାଏ; ଯଥା –
(1) ଏକ ଦାମ୍‌ରେ କମ୍ ଚାହିଦା
(2) କମ୍ ଦାମ୍‌ରେ ଅପରିବର୍ତ୍ତିତ ଚାହିଦା
ଏହି ଚାହିଦାର ହ୍ରାସଜନିତ ପରିସ୍ଥିତି ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇପାରେ ।
CHSE Odisha Class 12 Economics Chapter 5 Long Answer Questions in Odia Medium 5
ଦ୍ରବ୍ୟର ଦାମ୍ ଟ. 2.00 ଥ‌ିବାବେଳେ ଦ୍ରବ୍ୟର ଚାହିଦା 20 ଏକକ ହୋଇଛି । ଯଦି ଅନ୍ୟାନ୍ୟ ବିଷୟରେ ହ୍ରାସଜନିତ ପରିସ୍ଥିତି ସୃଷ୍ଟି ହୁଏ, ସେହି ଏକା ଦାମ୍‌ରେ (ଟ. 2.00)ରେ ଚାହିଦା 10 ଏକକକୁ ହ୍ରାସ ପାଇବା କିମ୍ବା ଦାମ୍ ହ୍ରାସଜନିତ ପରିସ୍ଥିତି (ଟ. 1.00) ରେ ଅନ୍ୟାନ୍ୟ ବିଷୟର ପରିବର୍ତ୍ତନର ପ୍ରଭାବ ଯୋଗୁଁ ଉପଭୋକ୍ତା ପୂର୍ବ ଦ୍ରବ୍ୟର ପରିମାଣ (20 ଏକକ) କ୍ରୟ କରିପାରିଥାଏ । ଏ ଉଭୟ କ୍ଷେତ୍ରରେ ଉପଭୋକ୍ତା ମୂଳ ଚାହିଦା ରେଖା (DD) ରେ ଅବସ୍ଥାନ ନକରି ଏହାର ବାମ୍‌ରେ ନିମ୍ନସ୍ତରରେ ଥିବା (D1D1) ଚାହିଦା ବକ୍ରରେ ଅବସ୍ଥାନ କରିଥାଏ । ଅର୍ଥାତ୍ ଚାହିଦାର ହ୍ରାସ ନିମ୍ନଗାମୀ ଚାହିଦା ରେଖାଦ୍ଵାରା ଉପସ୍ଥାପନ କରାଯାଇଥାଏ ।

ଉପରୋକ୍ତ ଆଲୋଚନାରୁ ଉପଲବଧୂ ହୁଏ ଯେ, ଚାହିଦାର ସଂପ୍ରସାରଣ ଓ ସଂକୋଚନକୁ ଚାହିଦା ପରିମାଣରେ ପରିବର୍ତ୍ତନ କୁହାଯାଏ । ଏହା କେବଳ ଦାମ୍ଜନିତ ପରିବର୍ତ୍ତନ ଯୋଗୁଁ ସଂଗଠିତ ହୁଏ । ଅନ୍ୟ ପକ୍ଷରେ ଚାହିଦାର ହ୍ରାସ ଓ ବୃଦ୍ଧିକୁ ଚାହିଦାର ପରିବର୍ତ୍ତନ କୁହାଯାଏ ଯାହା ଅନ୍ୟାନ୍ୟ ବିଷୟର ପରିବର୍ତ୍ତନ ଯୋଗୁଁ ସମ୍ଭବ ହୋଇଥାଏ ।

ଚାହିଦା ପରିବର୍ତ୍ତନକୁ ପ୍ରଭାବିତ କରୁଥ‌ିବା ଉପାଦାନ :
ଚାହିଦାର ପରିବର୍ତ୍ତନକୁ ପ୍ରଭାବିତ କରୁଥ‌ିବା ଉପାଦାନଗୁଡ଼ିକ ହେଲେ ଉପଭୋକ୍ତାଙ୍କ ଆୟ, ରୁଚି, ପସନ୍ଦ, ଜନସଂଖ୍ୟା, ସମ୍ପର୍କିତ ଦ୍ରବ୍ୟର ଦାମ୍, ବ୍ୟବସାୟିକ ଅବସ୍ଥା ଇତ୍ୟାଦି । ଉକ୍ତ ଉପାଦାନଗୁଡ଼ିକର କୌଣସି ବୃଦ୍ଧିଜନିତ ଓ ହ୍ରାସଜନିତ ପରିବର୍ତନ ଘଟିଲେ ଏହାର ପ୍ରତିକ୍ରିୟାର ପ୍ରଭାବରେ ଚାହିଦାର ପରିବର୍ତ୍ତନ; ଯଥା – ଚାହିଦାର ବୃଦ୍ଧି କିମ୍ବା ଚାହିଦାର ହ୍ରାସ ଘଟିଥାଏ । ଏ କ୍ଷେତ୍ରରେ ଦ୍ରବ୍ୟର ଦାମ୍ ଗୌଣ ଭୂମିକା ଗ୍ରହଣ କରିଥାଏ ।

5. ଚାହିଦା ବକ୍ରରେଖା କାହିଁକି ନିମ୍ନାଭିମୁଖୀ ହୁଏ – ଆଲୋଚନା କର ।
Answer:
ଚାହିଦା ସୂତ୍ର ତଥା ଚାହିଦା ଫଳନରୁ ଏହା ସୁସ୍ପଷ୍ଟ ଯେ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦାର ପରିମାଣ ମଧ୍ଯରେ ବିପରୀତମୁଖୀ ସମ୍ପର୍କ ରହିଛି । ଅର୍ଥାତ୍ ଅପରିବର୍ତ୍ତନୀୟ ପରିସ୍ଥିତିରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଏହାର ଚାହିଦାର ପରିମାଣ ବୃଦ୍ଧି ଏବଂ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଏହାର ଚାହିଦାର ପରିମାଣ ହ୍ରାସ ପାଇଥାଏ । ଏହା ଯଥାର୍ଥରେ ଚାହିଦା ରେଖାର ଋଣାତ୍ମକ ଅଧୋଗତି ସମ୍ପର୍କରେ ଦର୍ଶାଇଥାଏ । ନିମ୍ନୋକ୍ତ ଉପସ୍ଥାପନା ଚାହିଦା ବକ୍ରରେଖାର ନିମ୍ନଗାମୀ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରେ 

(1) କ୍ରମହ୍ରାସମାନ ସୂତ୍ରର ପ୍ରଭାବ – କ୍ରମହ୍ରାସମାନ ଉପଯୋଗିତା ସୂତ୍ର ଅନୁସାରେ ଜଣେ ଉପଭୋକ୍ତା କୌଣସି ଦ୍ରବ୍ୟ ଅଧିକରୁ ଅଧ‌ିକ ଉପଭୋଗ କଲେ ସେ ଅତିରିକ୍ତ ଏକକରୁ ମିଳୁଥିବା ଉପଯୋଗିତା କ୍ରମାଗତଭାବେ ହ୍ରାସ ପାଏ । ପ୍ରତ୍ୟେକ ବିଚାରବନ୍ତ ଉପଭୋକ୍ତା ଦ୍ରବ୍ୟ କ୍ରୟ ସମୟରେ ଉପଭୋଗରୁ ସର୍ବାଧ‌ିକ ପରିତୃପ୍ତି ଲାଭ ଉଦ୍ଦେଶ୍ୟରେ ମୁଦ୍ରା ଆକାରରେ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତାକୁ ଦ୍ରବ୍ୟର ଦାମ୍ ସହ ତୁଳନା କରିଥା’ନ୍ତି ।

ପ୍ରତ୍ୟେକ ଅତିରିକ୍ତ ଏକକରୁ ଲାଭ ହେଉଥିବା କମ୍ କମ୍ ଉପଯୋଗିତା ଯୋଗୁଁ ଉପଭୋକ୍ତା ପ୍ରତ୍ୟେକ ଏକକ ପାଇଁ ଏକପ୍ରକାର ଦାମ୍ ଦେବାକୁ ଦ୍ବିଧାବୋଧ କରିଥା’ନ୍ତି । କାରଣ ଉପଭୋକ୍ତା ଅତିରିକ୍ତ ଏକକଗୁଡ଼ିକୁ କମ୍ ଗୁରୁତ୍ଵପୂର୍ଣ ବିବେଚନା କରିଥା’ନ୍ତି । ଉଦାହରଣସ୍ୱରୂପ, ଦ୍ୱିତୀୟ ଏକକରେ ଦେଉଥ‌ିବା ଦାମ୍ ଅପେକ୍ଷା ତୃତୀୟ ଏକକରେ ଦେବାକୁ ଥିବା ଦାମ୍ ନିଶ୍ଚିତଭାବେ ଅଧ୍ବକ ଉପଲବ୍‌ଧ ହୁଏ । ସେଥିପାଇଁ ତୃତୀୟ ଏକକ ପାଇଁ ସେ ଦ୍ୱିତୀୟ ଏକକଠାରୁ କମ୍ ଦାମ୍ ଦେବାକୁ ଇଚ୍ଛା ପ୍ରକାଶ କରେ ।

ପ୍ରକାରାନ୍ତରେ ପ୍ରକାଶ କଲେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଉପଭୋକ୍ତା ଅଧୂକ କ୍ରୟ କରିବାକୁ ପସନ୍ଦ କରନ୍ତି । ଦାମ୍ ବୃଦ୍ଧି କ୍ଷେତ୍ରରେ ଏହାର ବିପରୀତ ପ୍ରତିକ୍ରିୟା ଦୃଶ୍ୟମାନ ହୁଏ । ସୁତରାଂ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ପରିମାଣ ବୃଦ୍ଧି ପାଏ ଓ ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ହ୍ରାସ ପାଏ । ଏହି ପ୍ରତିଷ୍ଠିତ ଚାହିଦା ସୂତ୍ର ଉପଭୋଗର ଏହି ମୌଳିକ ସୂତ୍ରର ପ୍ରଭାବରୁ ସଂଗଠିତ ହୋଇଥାଏ ।

(2) ଦାମ୍ ପ୍ରଭାବ – ଦ୍ରବ୍ୟର ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ କେତେକ ନିର୍ଦ୍ଦିଷ୍ଟ ଉପଭୋକ୍ତା ଉଚ୍ଚ ଦାମ୍ ଯୋଗୁଁ ସେହି ଦ୍ରବ୍ୟ କ୍ରୟରୁ ବଞ୍ଚିତ ହୁଅନ୍ତି । ମାତ୍ର ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ପୂର୍ବରୁ କ୍ରୟ କରୁନଥିବା ଉପଭୋକ୍ତାଙ୍କର ବଜାରରେ ଆବିର୍ଭାବ ଘଟେ । ଏହି ନୂତନ କ୍ରେତାଙ୍କ ଉପସ୍ଥିତି ଯୋଗୁଁ ବଜାରରେ ସେହି ଦ୍ରବ୍ୟର ଚାହିଦାର ପରିମାଣ ବୃଦ୍ଧି ହୁଏ । ଦ୍ବିତୀୟତଃ, ପୂର୍ବରୁ ଉଚ୍ଚ ଦାମ୍‌ରେ କ୍ରୟ କରୁଥୁବା ଉପଭୋକ୍ତା ଦାମ୍ ହ୍ରାସଜନିତ ପରିସ୍ଥିତିରେ ଅଧିକ ଦ୍ରବ୍ୟ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଯଦ୍ବାରା ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ଅଧ‌ିକ ଦ୍ରବ୍ୟ କ୍ରୟ କରାଯାଏ । ଅର୍ଥାତ୍ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଦ୍ରବ୍ୟର ଚାହିଦାର ପରିମାଣ ବୃଦ୍ଧି ହୋଇଥାଏ । ଅନ୍ୟପକ୍ଷରେ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଏହାର ବିପରୀତ ପ୍ରକ୍ରିୟା ଘଟିଥାଏ ।

(3) ଆୟ ପ୍ରଭାବ – ଉପଭୋକ୍ତାଙ୍କ ଆୟକୁ ସାଧାରଣତଃ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଏ; ଯଥା – ମୌଦ୍ରିକ ଆୟ ଓ ବାସ୍ତବ ଆୟ । ଦ୍ରବ୍ୟର ଦାମ୍ ପରିବର୍ତ୍ତନ ହେଲେ କ୍ରେତାଙ୍କର ବାସ୍ତବ ଆୟରେ ପରିବର୍ତ୍ତନ ଘଟେ । ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଉପଭୋକ୍ତାଙ୍କୁ ପୂର୍ବାପେକ୍ଷା କମ୍ ବ୍ୟୟ କରିବାକୁ ପଡ଼େ ଅର୍ଥାତ୍ ଉପଭୋକ୍ତାଙ୍କ ବାସ୍ତବ ଆୟ ବା କ୍ରୟଶକ୍ତି ବୃଦ୍ଧି ପାଏ । ଦାମ୍ ହ୍ରାସ ହେଲେ କ୍ରେତାଙ୍କର ଯେଉଁ କ୍ରୟଶକ୍ତି ଦ୍ରବ୍ୟ କ୍ରୟରୁ ମୁକ୍ତ ହୁଏ, ତାହାକୁ ସେ ସେହି ଦ୍ରବ୍ୟ ବା ଅନ୍ୟଦ୍ରବ୍ୟ କ୍ରୟରେ ବିନିଯୋଗ କରିଥା’ନ୍ତି ।

ଅର୍ଥାତ୍ ତାଙ୍କର ଆୟ ବୃଦ୍ଧି ଘଟିଲେ ଯାହା କରିପାରନ୍ତେ, ବର୍ତ୍ତମାନ ତାହା କରିବାକୁ ସମର୍ଥ ହୋଇଥା’ନ୍ତି । ମଥାର୍ଥରେ ଉଲ୍ଲେଖ କରାଯାଇପାରେ ଯେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ବାସ୍ତବ ଆୟ ବୃଦ୍ଧି ସହିତ ଚାହିଦା ପରିମାଣରେ ବୃଦ୍ଧି ପାଏ ଓ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ବାସ୍ତବ ଆୟ ହ୍ରାସ ସହ ଚାହିଦା ପରିମାଣରେ ହ୍ରାସ ପରିଲକ୍ଷିତ ହୁଏ । ଅତଏବ ଚାହିଦା ବକ୍ରରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୁଏ ।

(4) ପ୍ରତିସ୍ଥାପନ ପ୍ରଭାବ – ଦ୍ରବ୍ୟର ଦର ହ୍ରାସ କିମ୍ବା ବୃଦ୍ଧି ପାଇଲେ ପ୍ରତିସ୍ଥାପନ ପ୍ରଭାବ ପରିଲକ୍ଷିତ ହୋଇଥାଏ । କୌଣସି ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଉପଭୋକ୍ତା ଅଧ୍ଵକ ଦାମ୍‌ରେ ମିଳୁଥିବା ଏହି ଦ୍ରବ୍ୟର ପ୍ରତିବଦଳ ଦ୍ରବ୍ୟ ପରିବର୍ତ୍ତେ ଉପଭୋଗ ବା କ୍ରୟ କରିଥା’ନ୍ତି । ଦ୍ରବ୍ୟର ଏହି ପ୍ରତିସ୍ଥାପନ ଯୋଗୁଁ ଦାମ୍ ହ୍ରାସ ପାଇଥିବା ଦ୍ରବ୍ୟର କ୍ରୟ ପରିମାଣ ବୃଦ୍ଧି ପାଇଥାଏ । ଏଣୁ କମ୍ ଦାମ୍‌ରେ ଅଧିକ କ୍ରୟ କରାଯାଇପାରେ । ଉଦାହରଣସ୍ୱରୂପ, ଥଣ୍ଡା ପାନୀୟର ଦାମ୍ ହ୍ରାସ ଯୋଗୁଁ ଉପଭୋକ୍ତା ଏହାଠାରୁ ଅଧ୍ଵ ଦାମ୍‌ରେ ମିଳୁଥ‌ିବା ପ୍ରତିବଦଳ ଦ୍ରବ୍ୟ ଆଇସ୍‌କ୍ରିମ ବଦଳରେ ଅଧ୍ଵକ କ୍ରୟ କରନ୍ତି । ଯଦ୍ବାରା ଥଣ୍ଡାପାନୀୟର ଉପଭୋଗ ବୃଦ୍ଧି ପାଏ ।

ଏଣୁ ଚାହିଦା ସୂତ୍ରର ପ୍ରୟୋଗ ଉପଲବ୍‌ଧ ହୁଏ । ଅନ୍ୟପକ୍ଷରେ ଦ୍ରବ୍ୟର ଦର ବୃଦ୍ଧି ହେଲେ ଏହି ଉଚ୍ଚ ଦାମ୍ ଦ୍ରବ୍ୟ ପରିବର୍ତ୍ତେ ସ୍ଵଳ୍ପ ଦାମ୍‌ରେ ମିଳୁଥିବା ଏହାର ପ୍ରତିବଦଳ ଦ୍ରବ୍ୟ ଉପଭୋଗ କରନ୍ତି । ଫଳରେ ଉଚ୍ଚ ଦାମ୍‌ଯୁକ୍ତ ଦ୍ରବ୍ୟର ଚାହିଦା ବିଶେଷଭାବେ ହ୍ରାସ ପାଏ । ଚାହିଦା ସୂତ୍ର ଏ କ୍ଷେତ୍ରରେ ପ୍ରତିସ୍ଥାପନ ପ୍ରଭାବ ଯୋଗୁଁ କାର୍ଯ୍ୟକାରୀ ହୋଇଥାଏ ଓ ଚାହିଦା ବକ୍ରରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ ।

(5) ବହୁବିଧ ବ୍ୟବହାର – କେତେକ ଦ୍ରବ୍ୟର ଅନେକ ବିକଳ୍ପ ତଥା ବହୁବିଧ ବ୍ୟବହାର ରହିଥାଏ । ଏପ୍ରକାର ଦ୍ରବ୍ୟ କ୍ଷେତ୍ରରେ ଦାମ୍ ହ୍ରାସ ହେଲେ ଏହା କମ୍ ଗୁରୁତ୍ଵପୂର୍ଣ୍ଣ ବ୍ୟବହାରରେ ଲଗାଯାଇଥାଏ । ଯଦ୍ବାରା ଏହାର ଦ୍ରବ୍ୟ କ୍ରୟର ପରିମାଣ ବୃଦ୍ଧି ପାଏ । ଉଦାହରଣସ୍ୱରୂପ, ବିଦ୍ୟୁତ୍ ଶକ୍ତିର ଦାମ୍ ହ୍ରାସ ହେଲେ ଏହା ରନ୍ଧନ କାର୍ଯ୍ୟରେ ବ୍ୟବହାର କରାଯାଏ ଯଦ୍ବାର ଏହାର ମୋଟ ଚାହିଦା ବୃଦ୍ଧି ପାଏ । ଏଣୁ ଦ୍ରବ୍ୟର ଏହି ବିକଳ୍ପ ବ୍ୟବହାରକ୍ଷମ ପ୍ରକୃତି ଯୋଗୁଁ ସ୍ଵଳ୍ପ ଦାମ୍‌ରେ ଅଧିକ ଚାହିଦା ଓ ଉଚ୍ଚ ଦାମ୍‌ରେ ସ୍ଵଳ୍ପ ଚାହିଦା ହୋଇଥାଏ । ତେଣୁ ଚାହିଦା ବକ୍ର ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

6. ‘ଚାହିଦାର ସ୍ଥିତିସ୍ଥାପକତା’ ଅଭିଧାରଣାର ବ୍ୟାଖ୍ୟା କର । ଏହାକୁ ପ୍ରଭାବିତ କରୁଥ‌ିବା ଉପାଦାନସମୂହର ଗୁରୁତ୍ଵ ଆଲୋଚନା କର ।
Answer:
ସ୍ଵାଭାବିକ ଅବସ୍ଥାରେ ଦ୍ରବ୍ୟର ଚାହିଦାର ପରିମାଣ ଓ ଏହାର ଦାମ୍ ମଧ୍ଯରେ ଏକ ବିପରୀତମୁଖୀ ସମ୍ପର୍କ ରହିଛି ଯାହା ଚାହିଦା ସୂତ୍ରରେ ଉତ୍ତମଭାବେ ପ୍ରତିଫଳିତ । ଚାହିଦା ସୂତ୍ର ଅନୁସାରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସଜନିତ ପରିସ୍ଥିତିରେ ଏହାର ଚାହିଦାର ପରିମାଣ ବୃଦ୍ଧିପ୍ରାପ୍ତ ହୁଏ ଓ ଦାମ୍ ବୃଦ୍ଧିଜନିତ ପରିସ୍ଥିତିରେ ଚାହିଦାର ପରିମାଣ ହ୍ରାସପ୍ରାପ୍ତ ହୁଏ । ଦାମର ଏହି ପରିବର୍ତ୍ତନଜନିତ ପରିଣାମ ସ୍ବରୂପ ଦ୍ରବ୍ୟର ଚାହିଦାର ପରିମାଣରେ ସମ୍ପ୍ରସାରଣ ଓ ସଙ୍କୋଚନ ହିଁ ଚାହିଦା ସୂତ୍ରର ବିଷୟବସ୍ତୁରେ ପ୍ରତିଫଳିତ । 

କିନ୍ତୁ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ଯେଉଁ ପରିବର୍ତ୍ତନ ହୁଏ ତାହା ସମସ୍ତ ଦ୍ରବ୍ୟ ପ୍ରତି ଅଭିନ୍ନ ନୁହେଁ । ଆବଶ୍ୟକୀୟ ଦ୍ରବ୍ୟାଦି କ୍ଷେତ୍ରରେ ଦାମ୍‌ର ବିଶେଷ ପରିବର୍ଭନ ହେଲେ ମଧ୍ୟ ଚାହିଦାର ପରିମାଣ ସେହି ଅନୁପାତରେ ନାହିଁ । ଅନ୍ୟପକ୍ଷରେ ଆରାମଦାୟକ ଓ ବିଳାସମୂଳକ ଦ୍ରବ୍ୟ କ୍ଷେତ୍ରରେ ଦାମ୍‌ର ସାମାନ୍ୟ ପରିବର୍ତ୍ତନ ଫଳରେ ଚାହିଦାର ପରିମାଣରେ ବ୍ୟାପ୍ତିକ ପରିବର୍ତ୍ତନ ଘଟେ । ଦାମ୍‌ର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିବର୍ତ୍ତନ ହାର ବିଭିନ୍ନ ଦ୍ରବ୍ୟ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ । ଚାହିଦାର ସ୍ଥିତିସ୍ଥାପକତା ବ୍ୟକ୍ତି, ସ୍ଥାନ, କାଳ ଭେଦରେ ଭିନ୍ନ ହୋଇଥାଏ । ତେଣୁ ଏହା ସୁସ୍ପଷ୍ଟ ଯେ ଚାହିଦାର ସ୍ଥିତିସ୍ଥାପକତା ବିଭିନ୍ନ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ ।

(1) ଦ୍ରବ୍ୟର ପ୍ରକୃତି – ଚାହିଦାର ସ୍ଥିତିସ୍ଥାପକତା ଦ୍ରବ୍ୟର ପ୍ରକୃତିଦ୍ୱାରା ବିଶେଷଭାବରେ ପ୍ରଭାବିତ ହୋଇଥାଏ । ବ୍ୟକ୍ତିବିଶେଷଙ୍କ ପାଇଁ କୌଣସି ଦ୍ରବ୍ୟ ଅତ୍ୟାବଶ୍ୟକ ବିବେଚିତ ହେଉଥ‌ିବାବେଳେ କେତେକଙ୍କ ପାଇଁ ତାହା ଆରାମଦାୟକ ବା ବିଳାସମୂଳକ ଦ୍ରବ୍ୟ ବୋଲି ବିବେଚିତ ହୋଇଥାଏ । ଦ୍ରବ୍ୟର ପ୍ରକୃତି ଅନୁଯାୟୀ ସେମାନଙ୍କର ଚାହିଦାର ସ୍ଥିତିସ୍ଥାପକତା ନିର୍ଦ୍ଧାରିତ ହୋଇଥାଏ । ଅତ୍ୟାବଶ୍ୟକ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୋଇଥାଏ କାରଣ ଦାମ୍ ପରିବର୍ତ୍ତନ ହେଲେହେଁ ଏସବୁ ଦ୍ରବ୍ୟର ଚାହିଦାରେ ବିଶେଷ ପରିବର୍ତ୍ତନ ଅନୁଭୂତ ହୋଇନଥାଏ ।

ତେଣୁ ଏ କ୍ଷେତ୍ରରେ ଚାହିଦା ଅସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ । ଅନ୍ୟପକ୍ଷରେ ଆରାମଦାୟକ ଓ ବିଳାସମୂଳକ ଦ୍ରବ୍ୟ; ଯଥା – TV, ରେଫ୍ରିଜିରେଟର, ଏୟାରକଣ୍ଡିସନର, କାର୍ ଆଦି କ୍ଷେତ୍ରରେ ଚାହିଦା ଅଧ୍ଵ ସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ । କାରଣ ଏସବୁ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ଏମାନଙ୍କର ଚାହିଦାକୁ ବିଶେଷଭାବେ ପ୍ରଭାବିତ କରିଥାଏ ।

(2) ପ୍ରତିସ୍ଥାପକ ଦ୍ରବ୍ୟର ଉପସ୍ଥିତି – ଯଦି କୌଣସି ଦ୍ରବ୍ୟର ପୂର୍ଣ୍ଣ ବା ଉତ୍ତମ ପ୍ରତିସ୍ଥାପକ ଦ୍ରବ୍ୟ ରହିଥାଏ; ତାହାର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୋଇଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ଅଭାବକୁ ଏକାଧ୍ଯକ ଦ୍ରବ୍ୟ ସାହାଯ୍ୟରେ ପରିତୃପ୍ତ କରିବା ସମ୍ଭବ ହେଲେ, ସେହି ଦ୍ରବ୍ୟଗୁଡ଼ିକୁ ପ୍ରତିସ୍ଥାପକ ଦ୍ରବ୍ୟ କୁହାଯାଇଥାଏ । ତେଣୁ ଗୋଟିଏ ଦ୍ରବ୍ୟର ଦାମ୍ ବୃଦ୍ଧି ବା ହ୍ରାସ ପାଇଲେ ଏହାର ପ୍ରତିସ୍ଥାପକ ଦ୍ରବ୍ୟର ଚାହିଦା ଯଥାକ୍ରମେ ବୃଦ୍ଧି ବା ହ୍ରାସ ପାଇଥାଏ । ତେଣୁ ଏ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଚାହିଦା ଅଧ୍ଵ ସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ ।

ଉଦାହରଣସ୍ୱରୂପ, ଚା’ ଓ କଫି । ଚା’ର ଦର ବୃଦ୍ଧି ଘଟିଲେ, ଉପଭୋକ୍ତା ଚା’ ବଦଳରେ କଫି ବ୍ୟବହାରରେ ମନୋନିବେଶ କରନ୍ତି ଯଦ୍ବାରା ଚା’ର ଉପଭୋଗ ହ୍ରାସ ପାଏ ଓ କଫିର ଉପଭୋଗ ବୃଦ୍ଧି ପାଏ । ଏଣୁ ପ୍ରତିସ୍ଥାପକ ଦ୍ରବ୍ୟ ଥିବା ଦ୍ରବ୍ୟମାନଙ୍କର ଚାହିଦା ଅଧିକ ସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ ।

(3) ବିକଳ୍ପ ବ୍ୟବହାର – କୌଣସି ଦ୍ରବ୍ୟର ବିକଳ୍ପ ବ୍ୟବହାର ରହିଥୁଲେ ତାହାର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୋଇଥାଏ । ଉଦାହରଣସ୍ୱରୂପ, ପେଟ୍ରୋଲ ଓ ଡିଜେଲର ବିକଳ୍ପ ବ୍ୟବହାର ରହିଛି । ଯଦି ଏସବୁ ଦ୍ରବ୍ୟର ଦର ହ୍ରାସ ପାଏ, ତେବେ ଉପଭୋକ୍ତା ଏସବୁକୁ କମ୍ ଗୁରୁତ୍ବପୂର୍ଣ୍ଣ ବ୍ୟବହାରରେ ଲଗାଇଥା’ନ୍ତି, ଯଦ୍ବାରା ଉପଭୋଗ ବା ଚାହିଦା ପରିମାଣ ବିଶେଷ ବୃଦ୍ଧି ପାଏ । ଅନ୍ୟପକ୍ଷରେ ଦର ବୃଦ୍ଧି ଘଟିଲେ ଉପଭୋକ୍ତା ଏସବୁକୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଉଦ୍ଦେଶ୍ୟରେ ବ୍ୟବହାର କରିଥା’ନ୍ତି, ଯଦ୍ବାରା ଚାହିଦା ହ୍ରାସ ଘଟେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୌଣସି ଦ୍ରବ୍ୟର ଚାହିଦା ଗୋଟିଏ ବ୍ୟବହାର ପାଇଁ ସ୍ଥିତିସ୍ଥାପକ ହେଲେ ମଧ୍ୟ ଅନ୍ୟ ବ୍ୟବହାର ପାଇଁ ଅସ୍ଥିତିସ୍ଥାପକ ହୋଇପାରେ ।

(4) ବ୍ୟୟିତ ହେଉଥ‌ିବା ଆୟର ଅନୁପାତ – ଦ୍ରବ୍ୟର ଚାହିଦାର ସ୍ଥିତିସ୍ଥାପକତା ଏହାର ଉପଭୋଗ ନିମନ୍ତେ ଉପଭୋକ୍ତା ବ୍ୟୟ କରୁଥିବା ଆୟର ଅନୁପାତ ଉପରେ ନିର୍ଭର କରେ । ଯଦି କୌଣସି ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତା ନିଜ ଆୟର ଏକ ସ୍ୱଳ୍ପ ବା ନଗଣ୍ୟ ଅନୁପାତ ବ୍ୟୟ କରନ୍ତି, ତେବେ ସେସବୁ ଦ୍ରବ୍ୟର ଦାମ୍ ପରିବର୍ତ୍ତନ ହେଲେ ଉପଭୋକ୍ତା ଉପଭୋଗକୁ ସେପରି ପରିବର୍ତ୍ତନ କରିନଥା’ନ୍ତି । ଉଦାହରଣସ୍ୱରୂପ, ଲୁଣ ଓ ଦିଆସିଲି କ୍ଷେତ୍ରରେ ଉପଭୋକ୍ତା ନିଜ ଆୟର ଏକ ଅତି କ୍ଷୁଦ୍ର ଅଂଶ ବ୍ୟୟ କରୁଥିବାରୁ, ସେମାନଙ୍କର ଦର ବୃଦ୍ଧି କିମ୍ବା ହ୍ରାସ ଘଟିଲେ ଉପଭୋଗର ପରିମାଣରେ ସେପରି ବୃଦ୍ଧି ବା ହ୍ରାସ । ନାହିଁ । ଏଣୁ ଏସବୁ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ବା ଚାହିଦା ଅସ୍ଥିତିସ୍ଥାପକ ହୋଇଥାଏ । 

(5) ଦ୍ରବ୍ୟର ଦାମ୍ ସ୍ତର – କୌଣସି ଦ୍ରବ୍ୟର ଚାହିଦାର ସ୍ଥିତିସ୍ଥାପକତା ଏହାର ଦାମ୍‌ର ସ୍ତର ଉପରେ କେତେକାଂଶରେ ନିର୍ଭର କରିଥାଏ । ଉଚ୍ଚ ଦାମ୍ଯୁକ୍ତ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅଧ୍ଵ ହୋଇଥାଏ, କାରଣ ଉଚ୍ଚ ଦାମ୍‌ଯୋଗୁଁ ବହୁ କ୍ରେତା ଏହି ଦ୍ରବ୍ୟ କ୍ରୟରୁ ବଞ୍ଚତ ହୋଇଥା’ନ୍ତି । ଯଦି ଏପ୍ରକାର ଦ୍ରବ୍ୟର ଦାମ୍ ହ୍ରାସ ହୁଏ, ତେବେ ଅଧିକାଂଶ ଉପଭୋକ୍ତା ଦ୍ରବ୍ୟ କ୍ରୟ କରିବାକୁ ସକ୍ଷମ ହେବେ, ଯଦ୍ବାରା ଚାହିଦାର ପରିମାଣ ବୃଦ୍ଧି ପାଇବ । ଏଣୁ ଏସବୁ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅଧିକ ହୁଏ । ମାତ୍ର କମ୍ ଦାମ୍ଯୁକ୍ତ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୁଏ, କାରଣ ଏହାର ଦାମ୍ ହ୍ରାସ ହେଲେ ଚାହିଦା ବିଶେଷ ବୃଦ୍ଧି ପାଏ ନାହିଁ ।

(6) ଉପଭୋଗ ସ୍ଥଗିତ ରଖୁବାର ସମ୍ଭାବନା – ଯଦି କୌଣସି ଦ୍ରବ୍ୟର ଉପଭୋଗ ସ୍ଥଗିତ ରଖାଯାଇପାରେ, ତେବେ ଏହାର ଚାହିଦା ସ୍ଥିତିସ୍ଥାପକ ହୁଏ । କାରଣ ଏସବୁ ଦ୍ରବ୍ୟର ଦରବୃଦ୍ଧି ଘଟିଲେ ଉପଭୋକ୍ତା ନିଜର ଉପଭୋଗକୁ ସ୍ଥଗିତ ରଖୁ’ନ୍ତି । ତେଣୁ ଏହାର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୋଇଥାଏ ।

(7) ଦ୍ରବ୍ୟର ସ୍ଥାୟିତ୍ୱ – ସ୍ଥାୟିତ୍ୱ ଭିଭିରେ ଦ୍ରବ୍ୟକୁ ଦୀର୍ଘସ୍ଥାୟୀ ଓ କ୍ଷଣସ୍ଥାୟୀ ଦ୍ରବ୍ୟରେ ଶ୍ରେଣୀବିଭାଗ କରାଯାଇଥାଏ । ଦୀର୍ଘସ୍ଥାୟୀ ଦ୍ରବ୍ୟ କ୍ଷେତ୍ରରେ ଚାହିଦା କମ୍ ସ୍ଥିତିସ୍ଥାପକ ହୁଏ, କାରଣ ଏହାକୁ ଥରେ କ୍ରୟକଲେ ଦୀର୍ଘଦିନ ଧରି ବ୍ୟବହାର କରାଯାଇଥାଏ ଓ ନିର୍ଦ୍ଦିଷ୍ଟ ଅଭାବଟି ଦୀର୍ଘଦିନଧରି ପରିତୃପ୍ତ ହୋଇଥାଏ । ତେଣୁ ଏସବୁ ଦ୍ରବ୍ୟ କ୍ଷେତ୍ରରେ ଦାମ୍‌ର ପରିବର୍ତ୍ତନ ଚାହିଦାକୁ ବିଶେଷ ପ୍ରଭାବିତ କରିପାରେ ନାହିଁ । ତେଣୁ ଦୀର୍ଘସ୍ଥାୟୀ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୋଇଥାଏ । 

7. ଚାହିଦାର ସ୍ଥିତିସ୍ଥାପକତା ବ୍ୟାଖ୍ୟା କର । ଅର୍ଥଶାସ୍ତ୍ରରେ ଏହାର ପ୍ରକାରଭେଦ ନିଷ୍କ୍ରିୟ କରି ଏହାର ଗୁରୁତ୍ଵ ଆଲୋଚନା କର ।
Answer:
ଚାହିଦା ସୂତ୍ରରୁ ଉପଲବ୍‌ଧ ହୁଏ ଯେ ଅପରିବର୍ତ୍ତନୀୟ ପରିସ୍ଥିତିରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ପରିମାଣ ବୃଦ୍ଧି ପାଏ ଏବଂ ଦାମ୍ ବୃଦ୍ଧି ହେଲେ ଚାହିଦାର ପରିମାଣ ହ୍ରାସ ପାଏ । ମାତ୍ର କୌଣସି ଦ୍ରବ୍ୟର ଦାମ୍‌ରେ ହ୍ରାସ ଘଟିଲେ, ଏହାର ଚାହିଦାର ପରିମାଣରେ କେତେ ପରିବର୍ଭନ ହେଲା ସେ ସମ୍ପର୍କରେ ଚାହିଦା ସୂତ୍ର କୌଣସି ସୂଚନା ପ୍ରଦାନ କରେ ନାହିଁ । ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ଫଳରେ ଚାହିଦାର ସମ୍ବେଦନଶୀଳତାର ପରିମାପ ଚାହିଦାର ସ୍ଥିତିସ୍ଥାପକତା ଧାରଣାଦ୍ୱାରା ହିଁ ସମ୍ଭବ ହୋଇଥାଏ ।

କୌଣସି ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ହେଉଥ‌ିବା ପରିବର୍ତ୍ତନ ହାରକୁ ଚାହିଦାର ସ୍ଥିତିସ୍ଥାପକତା କୁହାଯାଏ । ଅର୍ଥାତ୍ ଦାମ୍ ପରିବର୍ତ୍ତନ ଯୋଗୁଁ ଚାହିଦାରେ ହେଉଥ‌ିବା ପ୍ରତିକ୍ରିୟା ବା ସମ୍ବେଦନଶୀଳତାର ମାତ୍ରା ସମ୍ପର୍କରେ ଚାହିଦାର ସ୍ଥିତିସ୍ଥାପକତା ସୂଚନା ଦେଇଥାଏ ।

ଅଧ୍ୟାପକ ମାର୍ଶାଲ୍‌ଙ୍କ ମତରେ, ‘ଦରରେ ଏକ ନିର୍ଦ୍ଦିଷ୍ଟ ହ୍ରାସ ହେଲେ ଚାହିଦାର ପରିମାଣ ଅଧ୍ବକ ବୃଦ୍ଧି ପାଏ ନା କମ୍ ବୃଦ୍ଧି ପାଏ ବା ଏକ ନିର୍ଦ୍ଦିଷ୍ଟ ବୃଦ୍ଧି ଫଳରେ ତାହା ଅଧ୍ବକ ହ୍ରାସ ପାଏ ନା କମ୍ ହ୍ରାସ ପାଏ, ସେହି ଅନୁସାରେ ବଜାରରେ ଚାହିଦାର ସ୍ଥିତିସ୍ଥାପକତା ଅଧ୍ବକ ବା କମ୍ ହୋଇଥାଏ ।’’ ଅର୍ଥାତ୍ କୌଣସି ଦ୍ରବ୍ୟର ଦାମ୍ ପରିବର୍ତ୍ତନ ଯୋଗୁଁ ତାହାର ଚାହିଦାରେ ଯେଉଁ ସମ୍ବେଦନଶୀଳତା ପରିଲକ୍ଷିତ ହୁଏ ତାହାକୁ ଚାହିଦାର ସ୍ଥିତିସ୍ଥାପକତା କୁହାଯାଏ । ଚାହିଦାର ସ୍ଥିତିସ୍ଥାପକତା ସୂତ୍ର ଅନୁସାରେ ଦାମ୍‌ର ଏକ ନିର୍ଦ୍ଦିଷ୍ଟ ଶତକଡ଼ା ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ଯେଉଁ ଶତକଡ଼ା ପରିବର୍ତ୍ତନ ହୁଏ ତାହାର ହାରକୁ ଚାହିଦାର ସ୍ଥିତିସ୍ଥାପକତା କୁହାଯାଏ; ଯଥା –
CHSE Odisha Class 12 Economics Chapter 5 Long Answer Questions in Odia Medium 6
ସ୍ଥିତିସ୍ଥାପକତାର ପ୍ରକାରଭେଦ :
ଦ୍ରବ୍ୟର ଚାହିଦାର ପରିମାଣରେ ପରିବର୍ତ୍ତନ ସମ୍ପୂର୍ଣ୍ଣଭାବେ ଦାମ୍ ପରିବର୍ତ୍ତନଜନିତ । ମାତ୍ର ସବୁଦ୍ରବ୍ୟ କ୍ଷେତ୍ରରେ ଏହା ସମାନ ନୁହେଁ କି ସବୁଦ୍ରବ୍ୟ କ୍ଷେତ୍ରରେ ପରିବର୍ତ୍ତନର ମାତ୍ରା ସମାନ ନୁହେଁ । ଦାମ୍ ପରିବର୍ତ୍ତନ ଫଳରେ ଚାହିଦାର ପରିମାଣରେ ସମ୍ବେଦନଶୀଳତା ଉପରେ ନିର୍ଭର କରି ଅର୍ଥଶାସ୍ତ୍ରୀମାନେ ପାଞ୍ଚପ୍ରକାର ସ୍ଥିତିସ୍ଥାପକତା ବିଷୟ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା –

(1) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା
(2) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା
(3) ଅପେକ୍ଷାକୃତ ଅଧ୍ଵ ସ୍ଥିତିସ୍ଥାପକ ଚାହିଦା
(4) ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା
(5) ଏକକ ସ୍ଥିତିସ୍ଥାପକ ଚାହିଦା

(1) ସମ୍ପୂର୍ଣ ସ୍ଥିତିସ୍ଥାପକ ଚାହିଦା – ଯଦି କୌଣସି ଦ୍ରବ୍ୟର ଦାମ୍ରେ
ଅସୀମ ପରିବର୍ତ୍ତନ ଘଟେ, ତେବେ ଚାହିଦାକୁ ସମ୍ପୂର୍ଣ ସ୍ଥିତିସ୍ଥାପକ କୁହାଯାଏ । ଅନ୍ୟ ଅର୍ଥରେ ଦାମ୍‌ର ଅତ୍ୟନ୍ତ ନଗଣ୍ୟ ହ୍ରାସ ଯୋଗୁଁ ଯଦି ଚାହିଦାରେ ଅସୀମ ବୃଦ୍ଧି ଘଟେ ବା ଦାମ୍‌ରେ ଅତ୍ୟନ୍ତ ନଗଣ୍ୟ ବୃଦ୍ଧି ଯୋଗୁଁ ଯଦି ଚାହିଦା ‘ଶୂନ୍ୟ’ ହୁଏ ତେବେ ସେ କ୍ଷେତ୍ରରେ ଚାହିଦା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ହୋଇଥାଏ ।
ଏ କ୍ଷେତ୍ରରେ ଚାହିଦା ଲେଖା ଆନୁଭୂମିକ ଓ ଏହା OX ଅକ୍ଷ ସହ ସମାନ୍ତର । ଗାଣିତିକ ଭାଷାରେ Ed = ∞ ବା ଅସୀମ ।
CHSE Odisha Class 12 Economics Chapter 5 Long Answer Questions in Odia Medium 7

(2) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା – କୌଣସି ଦ୍ରବ୍ୟର ଦାମ୍‌ରେ ବିଶେଷ ଉଲ୍ଲେଖନୀୟ ପରିବର୍ତ୍ତନ ସତ୍ତ୍ବେ ଚାହିଦାର ପରିମାଣରେ ଯଦି କୌଣସି ପରିବର୍ତ୍ତନ ହୁଏ ନାହିଁ; ତେବେ ସେହି ଅବସ୍ଥାକୁ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କୁହାଯାଏ । ଏ କ୍ଷେତ୍ରରେ ଦାମ୍‌ର ଯେକୌଣସି ପରିବର୍ତ୍ତନ ଚାହିଦାକୁ ପ୍ରଭାବିତ କରିପାରେ ନାହିଁ ।
ଏ କ୍ଷେତ୍ରରେ ଚାହିଦା ରେଖା OY ଅକ୍ଷ ସହ ସମାନ୍ତର । ଗାଣିତିକ ଭାଷାରେ Ed = 0।
CHSE Odisha Class 12 Economics Chapter 5 Long Answer Questions in Odia Medium 8

(3) ଅପେକ୍ଷାକୃତ ଅଧୂକ ସ୍ଥିତିସ୍ଥାପକ ଚାହିଦା – କୌଣସି ଦ୍ରବ୍ୟର ଦାମ୍‌ରେ ଯଦି ସାମାନ୍ୟ ପରିବର୍ତ୍ତନ ଏହାର ଚାହିଦାରେ ବ୍ୟାପକ ପରିବର୍ତ୍ତନ ଘଟାଏ, ତେବେ ଚାହିଦାକୁ ଅପେକ୍ଷାକୃତ ଅଧ୍ଵ ସ୍ଥିତିସ୍ଥାପକ ଚାହିଦା କୁହାଯାଏ । ଏ କ୍ଷେତ୍ରରେ ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦାର ପରିମାଣରେ ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ ଅଧିକ ହୁଏ ।
ଏ କ୍ଷେତ୍ରରେ ଦାମ୍‌ରେ ପରିବର୍ତ୍ତନ (PP1) ହେଲେ ଚାହିଦାର ପରିବର୍ତ୍ତନ (QQ1) ହେଉଛି ।
∴ QQ1 > PP1 ଗାଣିତିକ ଭାଷାରେ Ed = 1।
CHSE Odisha Class 12 Economics Chapter 5 Long Answer Questions in Odia Medium 9

(4) ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା – ଦ୍ରବ୍ୟର ଦାମ୍‌ରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ସତ୍ତ୍ବେ ଯଦି ଚାହିଦାର ପରିମାଣରେ କମ୍ ଆନୁପାତିକ ପରିବର୍ତ୍ତନ ଘଟେ, ତେବେ ଚାହିଦାକୁ ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା କୁହାଯାଏ ।
ଏ କ୍ଷେତ୍ରରେ ଦାମ୍ର ପରିବର୍ତ୍ତନ (PP1) ଚାହିଦାର ପରିମାଣର ପରିବର୍ତ୍ତନ (QQ1) ଠାରୁ ଅଧ୍ବକ ।
PP1 > QQ1
ଗାଣିତିକ ଭାଷାରେ Ed > 1 
CHSE Odisha Class 12 Economics Chapter 5 Long Answer Questions in Odia Medium 10

(5) ଏକକ ସ୍ଥିତିସ୍ଥାପକ ଚାହିଦା – କୌଣସି ଦ୍ରବ୍ୟର ଦାମ୍‌ରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁଁ ଯଦି ଚାହିଦାର ସମଆନୁପାତିକ ପରିବର୍ତ୍ତନ ହୁଏ, ତେବେ ତାହାକୁ ଏକକ ସ୍ଥିତିସ୍ଥାପକ ଚାହିଦା କୁହାଯାଏ ।
ଏ କ୍ଷେତ୍ରରେ ଦାମ୍ରେ ପରିବର୍ତ୍ତନ (PP1) ଚାହିଦାର ପରିବର୍ତ୍ତନ (QQ1)
PP1 = QQ1
ଗାଣିତିକ ଭାଷାରେ Ed = 1
CHSE Odisha Class 12 Economics Chapter 5 Long Answer Questions in Odia Medium 11

ଗୁରୁତ୍ବ – ସ୍ଥିତିସ୍ଥାପକତା ଅଭିଧାରଣା ସାହାଯ୍ୟରେ ଦାମ୍ର ପରିବର୍ତ୍ତନ ଚାହିଦାକୁ କିପରି ପ୍ରଭାବିତ କରେ ସେ ସମ୍ପର୍କରେ ଧାରଣା ସୃଷ୍ଟି ହୁଏ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଚାହିଦା ସ୍ଥିତିସ୍ଥାପକର ଗୁରୁତ୍ଵ ବିଶେଷଭାବେ ଉପଲବ୍‌ଧ ହୋଇଥାଏ । ଦେଶର ଆର୍ଥିକ ପ୍ରଶାସନ କ୍ଷେତ୍ରରେ; ଯଥା – ସମ୍ବଳ ସଂଗ୍ରହ, କରଧାର୍ଯ୍ୟ କ୍ଷେତ୍ରରେ ସ୍ଥିତିସ୍ଥାପକତା ଅଭିଧାରଣାର ପ୍ରଭୃତ ଗରୁତ୍ଵ ରହିଛି । ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ସ୍ଥିତିସ୍ଥାପକତା ଧାରଣାର ଗୁରୁତ୍ଵ ମଧ୍ୟ ବିଶେଷ ଉପଲବ୍ଧଧ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 6 ଉତ୍ପାଦନ Short & Long Answer Questions

CHSE Odisha 12th Class Economics Chapter 6 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଉତ୍ପାଦନ କ’ଣ ?
Answer:
ଏକ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକ ଉତ୍ପାଦରେ ପରିଣତ ହେବାର ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ । ଅର୍ଥନୀତିଜ୍ଞ କେଉଁକ୍ରସ୍‌ଙ୍କ ଭାଷାରେ ବିକ୍ରୟ ପାଇଁ ଦ୍ରବ୍ୟ ପ୍ରସ୍ତୁତ କରିବା କିମ୍ବା ପାରିଶ୍ରମିକଯୁକ୍ତ ସେବା ପ୍ରଦାନକୁ ଉତ୍ପାଦନ କୁହାଯାଏ । ସଂସ୍ଥାପିତ ଅର୍ଥଶାସ୍ତ୍ରୀଙ୍କ ମତରେ ଉତ୍ପାଦନ କହିଲେ ଭୌତିକ ଓ ଅଭୌତିକ ଦ୍ରବ୍ୟର ପ୍ରସ୍ତୁତିକୁ ବୁଝାଏ । ତେଣୁ ବିନିମୟକ୍ଷମ ଉପଯୋଗିତାର ସୃଷ୍ଟି ନିମିତ୍ତ ଅର୍ଥନୈତିକ ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ ।

2. ଉତ୍ପାଦନ ଫଳନ କ’ଣ ?
Answer:
କୌଣସି ଉତ୍ପାଦନକାରୀ ସଂସ୍ଥାର ଭୌତିକ ନିବେଶ ଏବଂ ଭୌତିକ ନିଗମ ମଧ୍ୟରେ ଥ‌ିବା ସମ୍ପର୍କକୁ ଏକ ଗାଣିତିକ ପରିମାଣରେ ପ୍ରକାଶ କଲେ ତାକୁ ଉତ୍ପାଦନ ଫଳନ କୁହାଯାଏ । ଅର୍ଥାତ୍ ଉପାଦାନ ଓ ଉତ୍ପାଦ ମଧ୍ୟରେ ଥ‌ିବା ପ୍ରାବିଧ‌ି ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ । ଏହା ଏକ ଗାଣିତିକ ସମ୍ପର୍କ ।

3. ମୋଟ ଉତ୍ପାଦନ କ’ଣ ?
Answer:
ଉତ୍ପାଦନର ଉପାଦାନଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ଦ୍ରବ୍ୟର ସାମଗ୍ରିକ ପରିମାଣକୁ ମୋଟ ଉତ୍ପାଦନ କୁହାଯାଏ । ଅର୍ଥାତ୍ ଉତ୍ପାଦନଗୁଡ଼ିକରେ ପ୍ରତି ଏକକ ମିଶ୍ରଣରୁ ଯେଉଁ ପରିମାଣର ମୋଟ ଭୌତିକ ଦ୍ରବ୍ୟ ଓ ସେବା ଉତ୍ପାଦିତ ହୁଏ, ତାହାକୁ ମୋଟ ଉତ୍ପାଦନ କୁହାଯାଏ । ମୋଟ ଉତ୍ପାଦନ ଏକ ପରିମାଣାତ୍ମକ ଧାରଣା ।

4. ଉତ୍ପାଦନର ବିଭିନ୍ନ ଉପାଦାନଗୁଡ଼ିକର ନାମ ଲେଖ ।
Answer:
ବିନିମୟ ମୂଲ୍ୟ ଥ‌ିବା ଉପଯୋଗିତା ସୃଷ୍ଟି ଆଧୁନିକ ମତରେ ଉତ୍ପାଦନ ପଦବାଚ୍ୟ । ତେଣୁ ଉତ୍ପାଦନର ଉପାଦାନ କହିଲେ ଦ୍ରବ୍ୟ ଓ ସେବା ଉତ୍ପନ୍ନରେ ସାହାଯ୍ୟ କରୁଥିବା ସମସ୍ତ ବସ୍ତୁକୁ ବୁଝାଏ । ଉତ୍ପାଦନର ଉପାଦାନଗୁଡ଼ିକ ହେଲା– ଭୂମି, ଶ୍ରମ, ପୁଞ୍ଜି ଓ ଉଦ୍ୟୋକ୍ତା । ଏହି ଚାରିଗୋଟି ଉପାଦାନର ସମ୍ମିଶ୍ରଣରେ ଉତ୍ପାଦନ ସମ୍ଭବ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

5. ନୀତି ପରିବର୍ତ୍ତନ ବିନ୍ଦୁ କ’ଣ ?
Answer:
ଯେଉଁ ବିନ୍ଦୁରେ ମୋଟ ଉତ୍ପନ୍ନ ବଦ୍ଧିତ ହାରରେ ବୃଦ୍ଧି ପାଇବା ବନ୍ଦ କରେ ଓ ହ୍ରାସମାନ ହାରରେ ବୃଦ୍ଧି ପାଇବା ଆରମ୍ଭ କରେ, ତାହାକୁ ନୀତି ପରିବର୍ତ୍ତନ ବିନ୍ଦୁ କୁହାଯାଏ । ହାରାହାରି ଉତ୍ପନ୍ନ ବଢ଼ି ବଢ଼ି ଚାଲେ । ସୁତରାଂ, ଏହାକୁ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସ୍ତର ବୋଲି କୁହାଯାଏ । ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚିଲେ ଏହି ସ୍ତରର ସମାପ୍ତି ଘଟେ ।

6. ବର୍ତମାନ ଉତ୍ପାଦନ ନିୟମ କ’ଣ ?
Answer:
ଯଦି ପରିବର୍ତ୍ତନଶୀଳ ଉପାଦାନର ଅଧିକ ବିନିଯୋଗ ଏକ ନିର୍ଦ୍ଦିଷ୍ଟ ପରିମାଣର ସ୍ଥିର ଉପାଦାନ ସହିତ ହେବା ଫଳରେ ପ୍ରତି ଅଧ‌ିକ ପରିବର୍ତ୍ତନଶୀଳ ଉପାଦାନର ବିନିଯୋଗରୁ ବର୍ଦ୍ଧିଷ୍ଣୁ ହାରରେ ପ୍ରାନ୍ତୀୟ ଉତ୍ପାଦନ ମିଳିଥାଏ, ତେବେ ଏ କ୍ଷେତ୍ରରେ ବର୍ଦ୍ଧମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହେଉଛି ବୋଲି କୁହାଯାଏ । ଏ କ୍ଷେତ୍ରରେ ମୋଟ ଉତ୍ପାଦନ ବଦ୍ଧିତ ଅନୁପାତରେ ବୃଦ୍ଧି ପାଏ । ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚିଲେ ପ୍ରଥମ ସ୍ତରର ସମାପ୍ତି ଘଟେ ।

7. ହ୍ରାସମାନ ଉତ୍ପାଦନ ନିୟମ କ’ଣ ?
Answer:
ଯେତେବେଳେ ଅଧିକ ଉତ୍ପାଦନ ଆଶାରେ ଅଧିକ ଶ୍ରମ ଓ ପୁଞ୍ଜି ଗୋଟିଏ ଭୂମିରେ ବିନିଯୋଗ କରାଯାଏ, ଉତ୍ପାଦନ ପ୍ରକ୍ରିୟା ଏକ ସ୍ତର ବା ଅବସ୍ଥାରେ ଆସି ପହଞ୍ଚେ, ସେତେବେଳେ ଅଧିକଭାବେ ବିନିଯୋଗ କରାଯାଇଥିବା ଶ୍ରମ ଓ ପୁଞ୍ଜିର ଉତ୍ପାଦନ ବା ଶ୍ରମ ଓ ପୁଞ୍ଜିର ପ୍ରାନ୍ତୀୟ ଉତ୍ପାଦନ କମିବାକୁ ଲାଗେ । ଏହି ସ୍ତରରେ ହ୍ରାସମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୁଏ ଓ ଉଭୟ ପ୍ରାନ୍ତୀୟ ଉତ୍ପାଦନ ଏବଂ ହାରାହାରି ଉତ୍ପାଦନ ନିମ୍ନଗାମୀ ହୁଅନ୍ତି । ସୀମାନ୍ତ ଉତ୍ପନ୍ନ ଶୂନ୍ୟ ହେଲେ ଏହି ସ୍ତର ଶେଷ ହୁଏ ।

8. ସ୍ଥିର ଉତ୍ପାଦନ ନିୟମ କ’ଣ ?
Answer:
ସ୍ଥିର ଉତ୍ପାଦନ ନିୟମ ହେଲା, ଯେତେବେଳେ ପରିବର୍ତ୍ତିତ ଉପାଦାନମାନଙ୍କୁ ଅଧିକ ପରିମାଣରେ ସ୍ଥିର ଉପାଦାନ ସହିତ ନିବେଶ କଲେ, ମୋଟ ଉତ୍ପାଦନ ଗୋଟିଏ ନିର୍ଦ୍ଦିଷ୍ଟ ଓ ସମାନ ପରିମାଣରେ ବୃଦ୍ଧି ହୁଏ । ଅର୍ଥାତ୍ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ପରିବର୍ତ୍ତିତ ଉପାଦାନଗୁଡ଼ିକର ବୃଦ୍ଧି ଘଟେ, ସେତେବେଳେ ଏହି ସ୍ଥିର ଉତ୍ପାଦନ ନିୟମ କାର୍ଯ୍ୟକାରୀ ହେବାର ବୁଝାଯାଏ । ଯଦି ଉପାଦାନର ୫ ପ୍ରତିଶତ ବୃଦ୍ଧି କରାଯାଏ ଏବଂ ମୋଟ ଉତ୍ପାଦନରେ ମଧ୍ୟ ୫ ପ୍ରତିଶତ ବୃଦ୍ଧି ଘଟେ, ତେବେ ତାହାକୁ ସ୍ଥିର ଉତ୍ପାଦନ ନିୟମ କୁହାଯାଏ ।

9. ଉତ୍ପାଦନର ଋଣାତ୍ମକ ପର୍ଯ୍ୟାୟ କ’ଣ ?
Answer:
ଉତ୍ପାଦନର ଋଣାତ୍ମକ ପର୍ଯ୍ୟାୟରେ ସମୁଦାୟ ଉତ୍ପାଦନର ହ୍ରାସ ଘଟେ । ଏହା ଋଣାତ୍ମକ ସୀମାନ୍ତ ଉତ୍ପାଦନ ପାଇଁ ସମ୍ଭବ ହୋଇଥାଏ । ଏହି ସ୍ତରରେ ମୋଟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ମଧ୍ୟ ହ୍ରାସ ପାଆନ୍ତି ।

10. ଉତ୍ପାଦନର ହ୍ରାସମାନ ପର୍ଯ୍ୟାୟ କ’ଣ.?
Answer:
ଉତ୍ପାଦନର ହ୍ରାସମାନ ପର୍ଯ୍ୟାୟ କହିଲେ ଉତ୍ପାଦନର ସମୁଦାୟ ପରିମାଣ ହ୍ରାସମାନ ହାରରେ ବୃଦ୍ଧି ପାଇବାକୁ ବୁଝାଇଥାଏ । ଏହି ସମୟରେ ଉଭୟ ସୀମାନ୍ତ ଓ ହାରାହାରି ଉତ୍ପାଦନ କ୍ରମାଗତ ହ୍ରାସ ପାଇଥାଏ । କିନ୍ତୁ ଉଭୟ ଧନାତ୍ମକ ହୋଇଥା’ନ୍ତି । ସୀମାନ୍ତ ଉତ୍ପନ୍ନ ଶୂନ୍ୟ ହେଲେ ଏହି ସ୍ତର ଶେଷ ହୁଏ ।

11. ଉତ୍ପାଦନକାରୀ ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରକୁ ମନୋନୟନ କରିବେ ?
Answer:
ପରିବର୍ତ୍ତନୀୟ ଅନୁପାତ ସୂତ୍ରର ପ୍ରଥମ ଏବଂ ତୃତୀୟ ସ୍ତର ଲାଭଦାୟକ ନୁହେଁ । କାରଣ, ପ୍ରଥମ ସ୍ତରରେ ଯଦି ଉତ୍ପାଦନକାରୀ ଉତ୍ପାଦନ କରେ ସେ ସ୍ଥିର ଉପାଦାନର ଇଷ୍ଟତମ ସଦୁପଯୋଗ କରିପାରିବେ ନାହିଁ । ପୁନଶ୍ଚ ତୃତୀୟ ସ୍ତରରେ ମୋଟ ଉତ୍ପାଦ ହ୍ରାସ ପାଉଥ‌ିବାରୁ ଏହି ସ୍ତରରେ ଉତ୍ପାଦନ ଅଯୌକ୍ତିକ । ତେଣୁ ଉତ୍ପାଦନ ସମ୍ବନ୍ଧୀୟ ନିଷ୍ପତ୍ତି ଦ୍ବିତୀୟ ସ୍ତରରେ ହିଁ ନେବା ଉଚିତ, ତେଣୁ ଉତ୍ପାଦନକାରୀ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଦ୍ବିତୀୟ ସ୍ତରକୁ ମନୋନୟନ କରିବେ । ଏହି ସ୍ତରକୁ ବିବେକୀ ଉତ୍ପାଦନ ନିଷ୍ପତ୍ତି ସ୍ତର କୁହାଯାଏ ।

12. ପରିବର୍ତ୍ତନୀୟ ଅନୁପାତ ସୂତ୍ରର ପ୍ରଥମ ଅବସ୍ଥା କ’ଣ ?
Answer:
ଏହି ଅବସ୍ଥାରେ ଶ୍ରମର ପ୍ରତ୍ୟେକ ଅତିରିକ୍ତ ଏକକ ନିୟୋଜିତ ହେଲେ ମୋଟ ଉତ୍ପାଦ ଆନୁପାତିକ ହାରରୁ ଅଧ୍ଵ ବୃଦ୍ଧି ପାଉଥ‌ିବାବେଳେ ପ୍ରାନ୍ତୀୟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ମଧ୍ୟ ବୃଦ୍ଧି ପାଏ । ଅର୍ଥାତ୍ ଯେଉଁ ସ୍ତରରେ ପ୍ରାନ୍ତୀୟ ଉତ୍ପାଦ ରେଖା ହାରାହାରି ଉତ୍ପାଦ ରେଖାର ସର୍ବାଧ‌ିକ ବିନ୍ଦୁରେ ଛେଦ କରେ, ସେହି ସ୍ତରରେ ପ୍ରଥମ ଅବସ୍ଥାର ପରିସମାପ୍ତି ଘଟେ । ଅର୍ଥାତ୍‌, ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚିଲେ ଏହି ଅବସ୍ଥାର ଅନ୍ତ ଘଟେ ।

13. ହାରାହାରି ଉତ୍ପାଦନ କ’ଣ ?
Answer:
ପରିବର୍ତ୍ତନୀୟ ଉପାଦାନର ଏକକ ପ୍ରତି ଉତ୍ପାଦନକୁ ହାରାହାରି ଉତ୍ପାଦନ କୁହାଯାଏ । ମୋଟ ଉତ୍ପାଦନର ପରିମାଣକୁ ପରିବର୍ତୀ ଉପାଦାନର ପରିମାଣଦ୍ବାରା ଭାଗକଲେ ହାରାହାରି ଉତ୍ପାଦନ ପ୍ରାପ୍ତ ହୁଏ ।
ହାରାହାରି ଉତ୍ପାଦନ = \(\frac{ମୋଟ ଉତ୍ପାଦନ}{ପରିବର୍ତୀ ଉପାଦାନର ପରିମାଣ}\)

14. ସୀମାନ୍ତ ଉତ୍ପାଦନ କ’ଣ ?
Answer:
ଉପାଦାନର ଗୋଟିଏ ଏକକ ବୃଦ୍ଧିଦ୍ୱାରା ମୋଟ ଉତ୍ପାଦନରେ ଯେଉଁ ପରିବର୍ତ୍ତନ ଦେଖାଯାଏ, ତାହାକୁ ସୀମାନ୍ତ ଉତ୍ପାଦନ କୁହାଯାଏ । ଏହାକୁ ମଧ୍ୟ ପ୍ରାନ୍ତୀୟ ଉତ୍ପାଦନ କୁହାଯାଏ ।
ସୀମାନ୍ତ ଉତ୍ପାଦନ = (ମୋଟ ଉତ୍ପାଦନ) – (ମୋଟ ଉତ୍ପାଦନ)କ-1

15. ପରିବର୍ଭନୀୟ ଅନୁପାତ ନିୟମର ସଂଜ୍ଞା ଲେଖ ।
Answer:
କୃଷିକାର୍ଯ୍ୟରେ ବିନିଯୁକ୍ତ ହେଉଥ‌ିବା ଶ୍ରମ ଓ ପୁଞ୍ଜି ସହିତ କୃଷିକଳାର ଅଭିବୃଦ୍ଧି ଯଦି ସମତାଳ ରକ୍ଷା କରି ଗତି ନ କରେ, ତାହାହେଲେ ସାଧାରଣତଃ ଉତ୍ପନ୍ନ ଦ୍ରବ୍ୟର ପରିମାଣ ଆନୁପାତିକ ଭାବେ ଅଳ୍ପ ମାତ୍ରାରେ ବୃଦ୍ଧିପ୍ରାପ୍ତ ହୁଏ । ତେଣୁ ଏହା ପ୍ରତୀୟମାନ ହୁଏ ଯେ, କେତେକ ଉପାଦାନର ପରିମାଣ ସ୍ଥିର ରଖୁ ଅନ୍ୟ ଏକ ଉପାଦାନର ପରିମାଣ ବୃଦ୍ଧି କଲେ, ଉପାଦାନ ଯୋଗୁଁ ଉତ୍ପନ୍ନ ବୃଦ୍ଧି ହୋଇ ଶେଷରେ ହ୍ରାସ ପାଇଥାଏ । ଏହା ପରିବର୍ତ୍ତନୀୟ ଅନୁପାତ ସୂତ୍ର ପ୍ରତିପାଦନ କରେ ।

16. ପରିବର୍ତ୍ତନୀୟ ଅନୁପାତ ନିୟମର ତିନୋଟି ସର୍ତ୍ତ ଲେଖ ।
Answer:
ପରିବର୍ତ୍ତନୀୟ ଅନୁପାତ ନିୟମର ସର୍ଭଗୁଡ଼ିକ ହେଲା- (i) ଉତ୍ପାଦନର ପ୍ରବିଧ୍ ବା କୌଶଳ ଅପରିବର୍ତ୍ତିତ ରହିବା ଆବଶ୍ୟକ । (ii) ବ୍ୟବହୃତ ଉପାଦାନଗୁଡ଼ିକର ଏକକଗୁଡ଼ିକ ସମଜାତୀୟ ହେବା ଆବଶ୍ୟକ । (iii) ଉତ୍ପାଦନ କ୍ଷେତ୍ରରେ ଉପାଦାନମାନଙ୍କର ଅନୁପାତ ପରିବର୍ତ୍ତନଶୀଳ ହେବା ଉଚିତ ।

17. ପରିବର୍ତ୍ତନୀୟ ଅନୁପାତ ନିୟମର ତିନିଗୋଟି ସ୍ତରର ନାମ ଲେଖ ।
Answer:
ପ୍ରଥମ ସ୍ତରରେ, ଶ୍ରମର ପ୍ରତ୍ୟେକ ଅତିରିକ୍ତ ଏକକ ନିୟୋଜିତ ହେଲେ ମୋଟ ଉତ୍ପାଦନ ଆନୁପାତିକ ହାରଠାରୁ ଅଧିକ ବୃଦ୍ଧି ପାଏ । ଦ୍ବିତୀୟ ସ୍ତରରେ, ଯଦିଓ ମୋଟ ଉତ୍ପାଦନ ବୃଦ୍ଧି ପାଇଥାଏ, ତେବେ ଏହା ହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ତେଣୁ ଉଭୟ ହାରାହାରି ଉତ୍ପନ୍ନ ଓ ସୀମାନ୍ତ ଉତ୍ପନ୍ନର ହ୍ରାସ ଘଟେ । ତୃତୀୟ ସ୍ତରରେ ମୋଟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ହ୍ରାସ ପାଆନ୍ତି ଏବଂ ସୀମାନ୍ତ ଉତ୍ପନ୍ନ ଋଣାତ୍ମକ ହୁଏ ।

18. ପରିବର୍ତ୍ତନୀୟ ଅନୁପାତ ନିୟମର ତିନୋଟି ସୀମାବଦ୍ଧତା ଲେଖ ।
Answer:
ପରିବର୍ତ୍ତନୀୟ ଅନୁପାତ ନିୟମର ସୀମାବଦ୍ଧତାଗୁଡ଼ିକ ହେଲା– (i) ଏକ ଉତ୍ପାଦନ କୌଶଳର ଉନ୍ନତି ହେଲେ ପରିବର୍ତ୍ତନୀୟ ଅନୁପାତ ନିୟମ କାର୍ଯ୍ୟ କରେ ନାହିଁ । (ii) ଯଦି ଉପାଦାନଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ବିନିଯୋଗ ହୁଅନ୍ତି, ତେବେ ଏହି ନିୟମ କାର୍ଯ୍ୟ କରେ ନାହିଁ । (iii) ଯଦି ସମସ୍ତ ନିବେଶକୁ ପରିବର୍ତ୍ତନ କରାଯାଏ ତେବେ ଏହି ନିୟମ ଦେଖିବାକୁ ମିଳେ ନାହିଁ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

19. ବର୍ଷମାନ ଉତ୍ପାଦନର ତିନୋଟି କାରଣ ଲେଖ ।
Answer:
(i) ବର୍ତମାନ ଉତ୍ପାଦନର ପ୍ରଥମ କାରଣ ହେଲା, ଉପାଦାନଗୁଡ଼ିକର ଅବିଭାଜ୍ୟତା । (ii) ଯେତେବେଳେ ଗୋଟିଏ ଉତ୍ପାଦନ ସଂସ୍ଥାର ମୋଟ ଉତ୍ପାଦନ ପରିମାଣ ବୃଦ୍ଧି ହୁଏ, ପରିବର୍ତ୍ତନଶୀଳ ଉପାଦାନଗୁଡ଼ିକର ଦକ୍ଷତା ବୃଦ୍ଧିପାଏ; ସେତେବେଳେ ବର୍ତ୍ତମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୁଏ । (iii) ଉତ୍ପାଦନ ପ୍ରକ୍ରିୟାରେ କେତେକ କାରଣବଶତଃ ମିଳୁଥିବା ଆଭ୍ୟନ୍ତରୀଣ ସୁଲାଭ ଓ ବହିରାଗତ ସୁଲାଭ ଫଳରେ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ବର୍ତ୍ତମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୋଇଥାଏ ।

20. ହ୍ରାସମାନ ଉତ୍ପାଦନର ତିନୋଟି କାରଣ ଲେଖ ।
Answer:
(i) ହ୍ରାସମାନ ଉତ୍ପାଦନର ପ୍ରଥମ କାରଣ ହେଲା, ସ୍ଥିର ଉପାଦାନର ଅତ୍ୟଧିକ ବ୍ୟବହାର ଫଳରେ ହ୍ରାସମାନ ଉତ୍ପାଦନ ସ୍ତର ଦେଖାଯାଏ । (ii) ଉପାଦାନ ମଧ୍ୟରେ ପ୍ରତିସ୍ଥାପନର ଅସମ୍ପୂର୍ଣ ସ୍ଥିତିସ୍ଥାପକତା ଯୋଗୁଁ ହ୍ରାସମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୋଇଥାଏ । (iii) ସ୍ଥିର ଉପାଦାନ ସହିତ ପରିବର୍ତ୍ତନୀୟ ଉପାଦାନକୁ ଅଧିକ ପରିମାଣରେ ସମ୍ମିଶ୍ରଣ କଲେ ହ୍ରାସମାନ ଉତ୍ପାଦନ ସୂତ୍ର କାର୍ଯ୍ୟକାରୀ ହୁଏ ।

21. ମୋଟ ଉତ୍ପାଦନ, ହାରାହାରି ଉତ୍ପାଦନ ଓ ପ୍ରାନ୍ତୀୟ ଉତ୍ପାଦନ ମଧ୍ୟରେ ଥ‌ିବା ସମ୍ପର୍କକୁ ଉଲ୍ଲେଖ କର ।
Answer:

  • ପ୍ରାନ୍ତୀୟ ଉତ୍ପାଦନ ହାରାହାରି ଉତ୍ପାଦନଠାରୁ କମ୍ ହେଲେ ହାରାହାରି ଉତ୍ପାଦନ ହ୍ରାସ ପାଏ ।
  • ପ୍ରାନ୍ତୀୟ ଉତ୍ପାଦନ ଶୂନ୍ୟ ହେଲେ, ମୋଟ ଉତ୍ପାଦନ ସର୍ବାଧ‌ିକ ହୋଇଥାଏ ।
  • ପ୍ରାନ୍ତୀୟ ଉତ୍ପାଦନ ଋଣାତ୍ମକ ହେଲେ ମୋଟ ଉତ୍ପାଦନ ହ୍ରାସ ପାଏ ।

B ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

1. ଉତ୍ପାଦନ ଫଳନ କ’ଣ?
Answer:
ଉପାଦାନ ଓ ଉତ୍ପାଦ ମଧ୍ୟରେ ଥିବା ପ୍ରାବିଧ‌ି ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ । ଉତ୍ପାଦନ ଫଳନ ଉପାଦାନ ଓ ଉତ୍ପାଦ ମଧ୍ୟରେ ଏକ ଫଳନୀୟ ସମ୍ବନ୍ଧ ପ୍ରକାଶ କରେ । ଏହା ଏକ ଅନୁସୂଚୀ, ଯେଉଁଥରେ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକର ବିଭିନ୍ନ ସମ୍ମିଶ୍ରଣରୁ ସୃଷ୍ଟ ଉତ୍ପାଦର ପରିମାଣକୁ ସୂଚାଇଥାଏ । ଉତ୍ପାଦନ ଫଳନକୁ ସାଙ୍କେତିକ ଭାଷାରେ ନିମ୍ନମତେ ପ୍ରକାଶ କରାଯାଇଥାଏ ।

Q = + (A, B, C, D)
ଉପରୋକ୍ତ ସମୀକରଣରେ Q = ଉତ୍ପାଦକୁ ବୁଝାଏ । A, B, C ଓ D ଉପାଦାନକୁ ବୁଝାଏ । ପ୍ରଫେସର କ୍ଲେନ୍‌ଙ୍କ ଭାଷାରେ, ଉପାଦାନ ଓ ଉତ୍ପାଦ ମଧ୍ୟରେ ଥ‌ିବା ପ୍ରାବିଧ‌ିକ ବା ଯାନ୍ତ୍ରିକ ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ । ଉତ୍ପାଦନ ଫଳନ ସ୍ଵଳ୍ପକାଳୀନ ବା ଦୀର୍ଘକାଳୀନ ହୋଇପାରେ ।

2. ସ୍ଵଳ୍ପକାଳୀନ ଉତ୍ପାଦନ ଫଳନ କ’ଣ ?
Answer:
ସ୍ବଳ୍ପକାଳରେ ସବୁଯାକ ଉପାଦାନର ପରିମାଣ ପରିବର୍ତ୍ତନ କରାଯାଇପାରେ ନାହିଁ । ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରିହୁଏ ନାହିଁ, ସେଗୁଡ଼ିକୁ ସ୍ଥିର ଉପାଦାନ କୁହାଯାଏ । ଅନ୍ୟପକ୍ଷରେ କେତେଗୁଡ଼ିଏ ଉପାଦାନର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରାଯାଇପାରେ, ଯାହାକୁ ପରିବର୍ତୀ ଉପାଦାନ କୁହାଯାଏ । ସ୍ୱଳ୍ପକାଳରେ କେବଳ ପରିବର୍ତୀ ଉପାଦାନର ପରିମାଣ ବର୍ଣ୍ଣିତ କରି ଉତ୍ପାଦନ ବୃଦ୍ଧି କରାଯାଏ । ଉପାଦାନ ମିଶ୍ରଣର ଅନୁପାତ ପରିବର୍ତ୍ତନ ଯୋଗୁଁ ଉତ୍ପାଦର ପରିମାଣ ବୃଦ୍ଧି ହୁଏ । ତେଣୁ କେତେଗୁଡ଼ିଏ ଉପାଦାନର ପରିମାଣ ଅପରିବର୍ତ୍ତିତ ରଖ୍ କେତେଗୁଡ଼ିଏ ଉପାଦାନର ପରିମାଣ ବୃଦ୍ଧି କରାଯାଏ ଓ ଏହାଦ୍ବାରା ଉତ୍ପାଦର ପରିମାଣ ବୃଦ୍ଧି ହୁଏ । ସ୍ଵଳ୍ପକାଳୀନ ଉତ୍ପାଦନ ଫଳନକୁ ପରିବର୍ତ୍ତନୀୟ ଅନୁପାତ ନିୟମ କୁହାଯାଏ ।

3. ଦୀର୍ଘକାଳୀନ ଉତ୍ପାଦନ ଫଳନ କ’ଣ ?
Answer:
ଦୀର୍ଘକାଳରେ ସବୁଯାକ ଉପାଦାନର ପରିମାଣ ପରିବର୍ତ୍ତନ କରାଯାଇପାରେ । ତେଣୁ ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ ଉପାଦାନ ଅଟନ୍ତି । ଦୀର୍ଘକାଳରେ ସମସ୍ତ ଉପାଦାନର ପରିମାଣ ଏକ ସଙ୍ଗେ ବୃଦ୍ଧି କରାଯାଇପାରେ । ତେଣୁ ଉପାଦାନ ମିଶ୍ରଣର ଅନୁପାତ ପରିବର୍ତ୍ତନ କରିବାର ଆବଶ୍ୟକତା ନଥାଏ । ସମସ୍ତ ଉପାଦାନର ପରିମାଣ ସମାନୁପାତରେ ବୃଦ୍ଧି କରି ଉତ୍ପାଦର ପରିମାଣ ବୃଦ୍ଧି କରାଯାଏ । ଦୀର୍ଘକାଳୀନ ଉତ୍ପାଦନ ଫଳନକୁ ଆୟତନ ଉତ୍ପନ୍ନ ନିୟମ କୁହାଯାଏ ।

4. ପରିବର୍ତ୍ତନୀୟ ଅନୁପାତ ସୂତ୍ର କ’ଣ ?
Answer:
ପରିବର୍ତ୍ତନୀୟ ଅନୁପାତ ସୂତ୍ର ଉତ୍ପାଦନର ଏକ ମୌଳିକ ସୂତ୍ର ଅଟେ । ଏହା ସ୍ଵଳ୍ପକାଳୀନ ଉତ୍ପାଦନ ଫଳନର ବ୍ୟବହାର ଅନୁଧ୍ୟାନ କରିଥାଏ । ସ୍ପଳ୍ପକାଳରେ ଅଧ‌ିକ ଉତ୍ପାଦନ କରିବାକୁ ହେଲେ ସ୍ଥିର ଉପାଦାନକୁ ଅପରିବର୍ତ୍ତନୀୟ ରଖ୍ ଅଧୂକ ପରିମାଣରେ ପରିବର୍ତ୍ତନୀୟ ଉପାଦାନ ବ୍ୟବହାର କରିବାକୁ ପଡ଼ିଥାଏ । ସ୍ଥିର ଉପାଦାନମାନଙ୍କୁ ଅପରିବର୍ତ୍ତନୀୟ ରଖ୍ ଯେତେବେଳେ ଗୋଟିଏ ଉପାଦାନର ପରିମାଣ ପରିବର୍ତ୍ତିତ ହୁଏ, ସେତେବେଳେ ଉପାଦାନମାନଙ୍କର ଅନୁପାତରେ ପରିବର୍ତ୍ତନ ହୁଏ । ଉପାଦାନ ଅନୁପାତର ପରିବର୍ତ୍ତନ ଫଳରେ ଉତ୍ପାଦନ ହାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ପରିବର୍ତ୍ତନ ହାର ଅନୁସାରେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ତିନି ପର୍ଯ୍ୟାୟ ବିଶିଷ୍ଟ ହୁଏ; ଯଥା – (1) ବର୍ତମାନ ଉତ୍ପନ୍ନ ପର୍ଯ୍ୟାୟ (2) ହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟ ଓ (3) ଋଣାତ୍ମକ ଉତ୍ପନ୍ନ ପର୍ଯ୍ୟାୟ ।

5. ସ୍ଥିର ଉପାଦାନ କ’’ଣ?
Answer:
ସ୍ବଳ୍ପକାଳରେ ସମସ୍ତ ସାଧନର ପରିମାଣରେ ପରିବର୍ତ୍ତନ କରି ଉତ୍ପାଦନ ବୃଦ୍ଧି କରିବା ଉଦ୍ୟୋକ୍ତାଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ । ସେଥ‌ିପାଇଁ ସେ କେତେକ ସାଧନକୁ ସ୍ଥିର ରଖ୍ ଅନ୍ୟଗୁଡ଼ିକର ପରିମାଣରେ ପରିବର୍ତ୍ତନ କରି ଉତ୍ପାଦନ ପରିମାଣ ବୃଦ୍ଧି କରିବାକୁ ଚେଷ୍ଟା କରିଥା’ନ୍ତି । ସ୍ଵଳ୍ପକାଳରେ ଯେଉଁ ସାଧନଗୁଡ଼ିକର ପରିମାଣ ଅପରିବର୍ତ୍ତନୀୟ ରୁହେ ସେଗୁଡ଼ିକୁ ସ୍ଥିର ଉପାଦାନ କୁହାଯାଏ । ଉଦାହରଣ ସ୍ଵରୂପ, ସ୍ଵଳ୍ପକାଳରେ ଗହମ ଅଧିକ ଉତ୍ପାଦନ କରିବାପାଇଁ ଉଦ୍ୟୋକ୍ତା ଭୂମିକୁ ସ୍ଥିର ରଖୁ ସହିତ ଶ୍ରମ ଓ ପୁଞ୍ଜିର ପରିମାଣ ବୃଦ୍ଧି କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ସ୍ଵଳ୍ପକାଳରେ ଭୂମିକୁ ସ୍ଥିର ସାଧନ ବୋଲି କୁହାଯାଏ । ସେହିପରି କାରଖାନା ଗୃହ, ମେସିନ୍, କୋଠାବାଡ଼ି, ସ୍ଥାୟୀ କର୍ମଚାରୀ ଇତ୍ୟାଦି ସ୍ଥିର ସାଧନର ଉଦାହରଣ ଅଟେ ।

6. ପରିବର୍ତ୍ତନୀୟ ଉପାଦାନ କ’ଣ?
Answer:
ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଦୁଇଟି ମୁଖ୍ୟ ଉପାଦାନ ମଧ୍ଯରୁ ପରିବର୍ତ୍ତନୀୟ ଉପାଦାନ ଅନ୍ୟତମ । ଦୀର୍ଘକାଳରେ ଉତ୍ପାଦନର ସମସ୍ତ ସାଧନର ପରିମାଣରେ ପରିବର୍ତ୍ତନ କରିବାପାଇଁ ଉଦ୍ୟୋକ୍ତା ପର୍ଯ୍ୟାପ୍ତ ସମୟ ପାଇଥାଏ । ଦୀର୍ଘକାଳରେ ସମସ୍ତ ସାଧନର ପରିମାଣରେ ବୃଦ୍ଧି କରାଯାଇ ଉତ୍ପାଦନ ପରିମାଣ ବୃଦ୍ଧି କରାଯାଉଥିବାରୁ ଉକ୍ତ ସାଧନଗୁଡ଼ିକୁ ପରିବର୍ତୀ ସାଧନ କୁହାଯାଏ । ଅର୍ଥାତ୍ ଉତ୍ପାଦନର ବୃଦ୍ଧି ବା ହ୍ରାସ ସହିତ ଏହି ଉପାଦାନର ପରିମାଣ ଯଥାକ୍ରମେ ବୃଦ୍ଧି ବା ହ୍ରାସ କରାଯାଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ସାଧାରଣତଃ ଏହି ଉପାଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶ୍ରମ, କଞ୍ଚାମାଲ, ବିଜୁଳିଶକ୍ତି ଇତ୍ୟାଦି ପରିବର୍ତ୍ତୀ ସାଧନର ଉଦାହରଣ ଅଟେ । ଦୀର୍ଘକାଳରେ ମଧ୍ୟ ଭୂମି, ମେସିନ୍, ପୁଞ୍ଜିକୁ ପରିବର୍ତୀ ସାଧନର ମାନ୍ୟତା ଦିଆଯାଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

7. ଉତ୍ପାଦନର ଉପାଦାନ କ’ଣ?
Answer:
ଉତ୍ପାଦନ କହିଲେ ଉପଯୋଗିତାର ସୃଷ୍ଟିକୁ ବୁଝାଇଥାଏ । ଉପଯୋଗିତାର ସୃଷ୍ଟି ଉତ୍ପାଦନର ଚାରିଗୋଟି ଉପାଦାନର ସମ୍ମିଶ୍ରଣରେ ହୋଇଥାଏ । ତେଣୁ ଯେକୌଣସି ଉପାଦାନ ପଦାର୍ଥ ବା ସେବା ଉତ୍ପାଦନରେ ସହାୟକ ହୁଏ, ତାହାକୁ ଉତ୍ପାଦନର ଉପାଦାନ ବା ସାଧନ କହନ୍ତି । ତେଣୁ ଉତ୍ପାଦନର ଉପାଦାନକୁ ନିବେଶ ଏବଂ ଉତ୍ପାଦିତ ଦ୍ରବ୍ୟକୁ ଉତ୍ପାଦ କହନ୍ତି । ତେଣୁ ଉତ୍ପାଦନର ଉପାଦାନ କହିଲେ ଦ୍ରବ୍ୟ ବା ସେବା ଉତ୍ପନ୍ନରେ ସାହାଯ୍ୟ କରୁଥିବା ସମସ୍ତ ବସ୍ତୁକୁ ବୁଝାଏ । ଉତ୍ପାଦନର ଉପାଦାନସମୂହକୁ ମୁଖ୍ୟତଃ ଚାରିଗୋଟି ଶ୍ରେଣରେ ଅନ୍ତର୍ଭୁକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା- ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ସ୍ଥିର ସାଧନ ଓ ପରିବର୍ତୀ ସାଧନ :
Answer:
ସ୍ଵଳ୍ପକାଳରେ ଯେଉଁ ସାଧନଗୁଡ଼ିକର ପରିମାଣ ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ରହେ, ସେଗୁଡ଼ିକୁ ସ୍ଥିର ସାଧନ ବୋଲି କୁହାଯାଏ । ମେସିନ୍, ଭୂମି, କାରଖାନା ଗୃହ, ସ୍ଥାୟୀ କର୍ମଚାରୀ ଇତ୍ୟାଦି ସ୍ଥିର ସାଧନର ଉଦାହରଣ । ଉତ୍ପାଦନ ପରିମାଣର ପରିବର୍ତ୍ତନ ସହ ଏହାର କୌଣସି ସମ୍ପର୍କ ନାହିଁ । ଉତ୍ପାଦନ ଶୂନ୍ୟ ହେଲେ ମଧ୍ୟ ଏହା ଅପରିବର୍ତ୍ତିତ ଥାଏ, ତେଣୁ ଏହା ସ୍ଵାଧୀନ ଭୂମିକା ଗ୍ରହଣ କରିଥାଏ ।
ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳରେ ଯେଉଁ ଉପାଦାନର ପରିମାଣକୁ ପରିବର୍ତ୍ତନ କରାଯାଇ ଉତ୍ପାଦନର ପରିମାଣକୁ ପରିବର୍ତ୍ତନ କରାଯାଏ ତାହାକୁ ପରିବର୍ତୀ ସାଧନ କୁହାଯାଏ । ଶ୍ରମ, କଞ୍ଚାମାଲ ଇତ୍ୟାଦି ପରିବର୍ତ୍ତୀ ସାଧନର ଉଦାହରଣ । ଉତ୍ପାଦନର ପରିମାଣରେ ପରିବର୍ତ୍ତନ ହେଲେ ଏହା ପରିବର୍ତ୍ତିତ ହୋଇଥାଏ । ଉତ୍ପାଦନ ଶୂନ୍ୟ ହେଲେ ଏହି ସାଧନର ପରିମାଣ ଶୂନ୍ୟ ହୋଇଥାଏ, ତେଣୁ ଏହା ସାପେକ୍ଷ ଭୂମିକା ଗ୍ରହଣ କରିଥାଏ ।

2. ହାରାହାରି ଉତ୍ପାଦ ଓ ପ୍ରାନ୍ତୀୟ ଉତ୍ପାଦ :
Answer:
ସ୍ୱଳ୍ପକାଳରେ କେତେକ ଉତ୍ପାଦନ ସାଧନ ସ୍ଥିର ହୋଇଥିଲାବେଳେ କେତେକ ଉତ୍ପାଦନ ସାଧନ ପରିବର୍ତ୍ତନୀୟ ହୋଇଥା’ନ୍ତି । କିଛି ସ୍ଥିର ଉପାଦାନରେ ଅଧ୍ବକ ପରିବର୍ତ୍ତନୀୟ ଉପାଦାନ ଉପଯୋଗ କଲେ ଉତ୍ପାଦ ପରିମାଣ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଏ । ପ୍ରତ୍ୟେକ ପରିବର୍ତ୍ତନୀୟ ଉପାଦାନ ମୋଟ ଉତ୍ପାଦରେ ଯେଉଁ ଅତିରିକ୍ତ ପରିମାଣ ଯୋଗ କରେ ତାହାକୁ ସୀମାନ୍ତ ବା ପ୍ରାନ୍ତୀୟ ଉତ୍ପାଦ କୁହାଯାଏ । ଅନ୍ୟ ପକ୍ଷରେ ମୋଟ ଉତ୍ପାଦକୁ ପରିବର୍ତ୍ତନୀୟ ସାଧନ ପରିମାଣଦ୍ୱାରା ଭାଗ କଲେ ହାରାହାରି ଉତ୍ପାଦ ମିଳେ । ପ୍ରଥମେ ପ୍ରାନ୍ତୀୟ ଉତ୍ପାଦର ବୃଦ୍ଧି ହାର ହାରାହାରି ଉତ୍ପାଦର ବୃଦ୍ଧି ହାରଠାରୁ ଅଧିକ ହୁଏ । ତା’ପରେ ପ୍ରାନ୍ତୀୟ ଉତ୍ପାଦର ହ୍ରାସ ହାର ହାରାହାରି ଉତ୍ପାଦର ହ୍ରାସ ହାରଠାରୁ ଅଧିକ ହୁଏ । ତେଣୁ ହାରାହାରି ଉତ୍ପାଦ ରେଖା, ପ୍ରାନ୍ତୀୟ ଉତ୍ପାଦ ରେଖାର ଅନୁଧାବନ କରେ ।

3. ସଘନ ଚାଷ ଓ ସମ୍ପ୍ରସାରଣ ଚାଷ :
Answer:
ଚାଷଜମିର ପରିମାଣକୁ ସ୍ଥିର ରଖ୍ ବା ସୀମିତ ରଖ୍ ଅଧ‌ିକ ପରିମାଣର ଶ୍ରମ ଓ ପୁଞ୍ଜି ବିନିଯୋଗ କରି କୃଷି ଉତ୍ପାଦନ ବୃଦ୍ଧି ପ୍ରଣାଳୀକୁ ସଘନ ଚାଷ ପ୍ରଣାଳୀ କୁହାଯାଏ । ଏହି ପ୍ରଣାଳୀ ଅନୁସାରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଚାଷଜମି ଉପରେ ଅଧ୍ଵ ପରିମାଣର ସାର, ଉନ୍ନତ ଅମଳକ୍ଷମ ବିହନ, ବିଭିନ୍ନ କୃଷି ଯନ୍ତ୍ରପାତି, ପୋକମରା ଔଷଧ ପ୍ରୟୋଗ କରି ଅଧିକ ଶସ୍ୟ ଉତ୍ପାଦନ କରିବା ନିମନ୍ତେ ଚେଷ୍ଟା କରାଯାଏ ।
ସମ୍ପ୍ରସାରିତ ଚାଷ ପ୍ରଣାଳୀରେ ଅଧିକ ଶସ୍ୟ ଉତ୍ପାଦନ ପାଇଁ ଅଧୂକ ପରିମାଣର ଭୂମିକୁ ଚାଷଯୋଗ୍ୟ କରାଯାଇଥାଏ । ଭୂମିର ଯୋଗାଣ ପ୍ରଚୁର ଥିଲେ ଏ ଧରଣର ଚାଷ ସମ୍ଭବ ହୋଇଥାଏ । ଏପରି କ୍ଷେତ୍ରରେ କୃଷକ ନିଜର ସମ୍ବଳ ଏକ ସୀମିତ ପରିମାଣର ଭୂମିରେ ବିନିଯୋଗ ନ କରି କମ୍ ଉର୍ବରତା ବିଶିଷ୍ଟ ଭୂମିକୁ ଚାଷ କରି ମୋଟ ଉତ୍ପାଦନ ବୃଦ୍ଧି କରିଥାଏ । ବିକଶିତ ଦେଶରେ ସଘନ ଚାଷପ୍ରଣାଳୀ ଅନୁସୃତ ହେଉଥ‌ିବାବେଳେ ସ୍ଵଚ୍ଛ ବିକଶିତ ଦେଶରେ ସମ୍ପ୍ରସାରିତ ଚାଷପ୍ରଣାଳୀ ଅନୁସୃତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପରିବର୍ତ୍ତନୀୟ ଅନୁପାତ ସୂତ୍ର ବ୍ୟାଖ୍ୟା କର । ଏହି ସୂତ୍ରଟି କାହିଁକି କାର୍ଯ୍ୟକାରୀ ହୁଏ କାରଣ ଦର୍ଶାଅ ।
Answer:
ଅର୍ଥଶାସ୍ତ୍ରରେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ଏକ ମୌଳିକ ତଥା ଗୁରୁତ୍ୱପୂର୍ଣ୍ଣ ସୂତ୍ରଭାବେ ବିବେଚିତ ହୁଏ । ସ୍ବଳ୍ପକାଳୀନ ଉତ୍ପାଦନ ଫଳନ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଅନୁବର୍ତୀ ହୋଇଥାଏ । ସମୟର ଅବଧୂ ବହୁତ ସ୍ଵଳ୍ପ ହୋଇଥିବାରୁ ଏହି ସମୟକାଳ ମଧ୍ୟରେ ଉତ୍ପାଦର ପରିମାଣ ବୃଦ୍ଧି କରିବାର ଆବଶ୍ୟକତା ଅନୁଭୂତ ହେଲେ, ପ୍ରତିଷ୍ଠାନ ସ୍ଥିର ସାଧନଗୁଡ଼ିକ ଅପରିବର୍ତିତ ରଖ୍ କେବଳ ପରିବର୍ତୀ ସାଧନଗୁଡ଼ିକ ଅଧ୍ଵରୁ ଅଧିକ ପ୍ରୟୋଗ କରିଥାଏ । ଅତଏବ, ସ୍ଵଳ୍ପକାଳରେ ପରିବର୍ତୀ ସାଧନର (ଶ୍ରମ ଓ କଞ୍ଚାମାଲ) ପରିବର୍ତ୍ତନ ଫଳରେ ଉତ୍ପାଦର ପରିମାଣର କିଭଳି ପରିବର୍ତ୍ତନ ସଂଘଟିତ ହୋଇଥାଏ, ତାହା ହିଁ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ବିଷୟବସ୍ତୁ । ପରିବର୍ତ୍ତନୀୟ ଅନୁପାତ ସୂତ୍ରକୁ ଅର୍ଥଶାସ୍ତ୍ରୀମାନେ ହ୍ରାସମାନ ଉତ୍ପନ୍ନ ସୂତ୍ରର ଏକ ନୂତନ ସଂସ୍କରଣ ବୋଲି ଅଭିହିତ କରିଥା’ନ୍ତି ।

ସଂଜ୍ଞା :
ପ୍ରଫେସର୍ ଆଲଫ୍ରେଡ୍‌ ମାର୍ଶାଲଙ୍କ ମତରେ ‘କୃଷିକଳାର ଅଭିବୃଦ୍ଧି ନ ଘଟି ଏକ ନିର୍ଦ୍ଦିଷ୍ଟ ଜମିରେ ଶ୍ରମ ଓ ପୁଞ୍ଜିର ପରିମାଣ ବୃଦ୍ଧି କଲେ ଉତ୍ପାଦନ ତଦନୁସାରେ କମ୍ ଅନୁପାତରେ ବୃଦ୍ଧିହୁଏ ।’’
ଅଧ୍ୟାପକ ଷ୍ଟିଗ୍‌ରଙ୍କ ଭାଷାରେ ‘‘ଅନ୍ୟାନ୍ୟ ଉତ୍ପାଦନକ୍ଷମ ଉପାଦାନଗୁଡିକୁ ସ୍ଥିର ରଖ୍ ଏକ ନିର୍ଦ୍ଦିଷ୍ଟ ଉପାଦାନ ସମପରିମାଣ ଏହା ସହ ଯୋଗ କଲେ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ, ଉତ୍ପାଦର ଫଳିତ ଅଭିବୃଦ୍ଧି ହ୍ରାସ ପାଏ, ଅର୍ଥାତ୍ ସୀମାନ୍ତ ଉତ୍ପାଦ ହ୍ରାସ ପାଏ ।

ଉପରୋକ୍ତ ସଂଜ୍ଞାରୁ ଏହା ସ୍ପଷ୍ଟ ହୁଏ ଯେ, କେତେକ ଉତ୍ପାଦନର ଉପାଦାନ ପରିମାଣ ସ୍ଥିର ରଖ୍ ଅନ୍ୟ ଏକ ଉପାଦାନର ପରିମାଣ ବୃଦ୍ଧି କଲେ, ପରିବର୍ତ୍ତନୀୟ ଉତ୍ପାଦନଜନିତ ଉତ୍ପନ୍ନ ବୃଦ୍ଧି ହୋଇ ପରିଶେଷରେ ହ୍ରାସ ପାଇଥାଏ ।

ସର୍ତ୍ତାବଳୀ :
ପରିବର୍ତ୍ତନୀୟ ଅନୁପାତ ସୂତ୍ରର କାର୍ଯ୍ୟକାରିତା ପାଇଁ ନିମ୍ନଲିଖ୍ ସର୍ଭର ପରିପୂରଣ ଆବଶ୍ୟକ ହୋଇଥାଏ ।
(1) ଉତ୍ପାଦନ କୌଶଳ ଅପରିବର୍ତିତ ରହିବ ।
(2) କେତେଗୁଡିଏ ଉପାଦାନର ପରିମାଣ ସ୍ଥିର ରହିବା ଆବଶ୍ୟକ ।
(3) ପରିବର୍ତୀ ସାଧନଗୁଡ଼ିକର ଏକକ ସର୍ବତୋଭାବେ ସମାନ ହେବା ବିଧେୟ । ଅର୍ଥାତ୍ ବର୍ଷିତ ସାଧନର ଏକକଗୁଡ଼ିକ ସମଦକ୍ଷତା ସମ୍ପନ୍ନ ହେବା ଉଚିତ ।
(4) ସୂତ୍ରଟି କେବଳ ଏକ ସ୍ଵଳ୍ପକାଳୀନ ଧାରା ଭାବରେ ହିଁ କାର୍ଯ୍ୟ କରିଥାଏ ।

ସୂତ୍ରର ବ୍ୟାଖ୍ୟା : .
ଏହି ସୂତ୍ରର ବିଶ୍ଳେଷଣ ଏକ କାଳ୍ପନିକ ଗାଣିତିକ ସାରଣୀ ଓ ଜ୍ୟାମିତିକ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇପାରେ ।

ସ୍ଥିର ସାଧନର  ପରିମାଣ

(ଜମି ଏକରରେ)

ପରବର୍ତ୍ତୀ  ସାଧନ

(ଶ୍ରମ)

ମୋଟ ଉତ୍ପାଦ ହାରାହାରି ଉତ୍ପାଦ ସୀମାନ୍ତ ଉତ୍ପାଦ ଉତ୍ପାଦନର ସ୍ତର
1 1 10 10 10  

ପ୍ରଥମ ସ୍ତର

1 2 25 12.5 15
1 3 45 15 20
1 4 60 15 15  

ଦ୍ଵିତୀୟ  ସ୍ତର

1 5 72 14.4 12
1 6 78 13 6
1 7 80 11.4 2
1 8 80 10 0
1 9 78 8.7 -2 ଦ୍ଵତୀୟ ସ୍ତର

ଉପରୋକ୍ତ ସାରଣୀରୁ ପ୍ରତୀୟମାନ ହେଉଛି ଯେ ଶ୍ରମିକ ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମୋଟ ଉତ୍ପାଦ କ୍ରମାଗତଭାବେ ବୃଦ୍ଧି ହୋଇ ଅଷ୍ଟମ ଶ୍ରମିକ ନିଯୁକ୍ତ ହେଲାବେଳେ ସର୍ବାଧ‌ିକ ହୋଇଛି । ଏହା ପରବର୍ତ୍ତୀ ଅବସ୍ଥାରେ ହ୍ରାସ ପାଇଛି । ସୀମାନ୍ତ ଓ ହାରାହାରି ଉତ୍ପାଦର ସ୍ତମ୍ଭକୁ ଅନୁସରଣ କଲେ ଜଣାଯାଏ ଯେ ତୃତୀୟ ଶ୍ରମିକ ନିୟୋଜିତ ହେବା ପର୍ଯ୍ୟନ୍ତ ସୀମାନ୍ତ ଓ ହାରାହାରି ଉତ୍ପାଦ ବୃଦ୍ଧି ହୋଇ ପରବର୍ତ୍ତୀ ସ୍ତରରେ କ୍ରମାଗତଭାବେ ହ୍ରାସ ପାଉଛି । ଅଷ୍ଟମ ଶ୍ରମିକ ନିୟୋଜିତ ହେଲେ ସୀମାନ୍ତ ଉତ୍ପାଦ ଶୂନ୍ୟ ଏବଂ ମୋଟ ଉତ୍ପାଦ ସର୍ବାଧ‌ିକ ହୋଇଛି ।

ତୃତୀୟ ଶ୍ରମିକ ନିୟୋଜିତ ହେବା ପର୍ଯ୍ୟନ୍ତ ମୋଟ ଉତ୍ପାଦ କ୍ରମବର୍ଦ୍ଧିଷ୍ଣୁ ହାରରେ ବୃଦ୍ଧି ପାଇଛି ଓ ପରବର୍ତ୍ତୀ ସ୍ତରରେ ଏହା କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଛି । ଅଷ୍ଟମ ଶ୍ରମିକ ନିୟୋଜନ ପରବର୍ତ୍ତୀ ସ୍ତରରେ ଅତିରିକ୍ତ ଶ୍ରମିକ ନିୟୋଜନ ଫଳରେ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୋଇଛି ଓ ମୋଟ ଉତ୍ପାଦ ହ୍ରାସ ହୋଇଛି । ଏହି ସାରଣୀକୁ ବିଶ୍ଲେଷଣ କରାଗଲେ ସୀମାନ୍ତ ଉତ୍ପାଦର ତିନୋଟି ସ୍ତର ଦୃଶ୍ୟମାନ ହୋଇଥାଏ । ପ୍ରଥମ ସ୍ତରରେ ସୀମାନ୍ତ ଉତ୍ପାଦ ବୃଦ୍ଧି, ଦ୍ଵିତୀୟ ସ୍ତରରେ ହ୍ରାସ ଓ ତୃତୀୟ ସ୍ତରରେ ଋଣାତ୍ମକ ହେଉଥିବା ଲକ୍ଷ୍ୟ କରାଯାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

ପରିବର୍ତ୍ତନୀୟ ଉତ୍ପାଦନ ସୂତ୍ରକୁ ନିମ୍ନଚିତ୍ର ମାଧ୍ୟମରେ ଉପସ୍ଥାପନ କରାଗଲା ।
CHSE Odisha Class 12 Economics Chapter 6 Short & Long Answer Questions in Odia Medium
ଉପରୋକ୍ତ ରେଖାଚିତ୍ରରେ ପରିବର୍ଭନୀୟ ଉପାଦାନର ପରିମାଣକୁ OX ଅକ୍ଷରେ ପରିମାପ କରାଯାଇଛି ଏବଂ OY ଅକ୍ଷରେ ଉତ୍ପାଦର ପରିମାପ କରାଯାଇଛି । ପରିବର୍ତ୍ତନୀୟ ଉପାଦାନ ଓ ସ୍ଥିର ଉପାଦାନ ସମ୍ମିଶ୍ରଣରେ ଅନୁପାତ ପରିବର୍ତ୍ତନର ପ୍ରଭାବ ଏହି ରେଖାଚିତ୍ରରେ ପ୍ରଦର୍ଶିତ କରାଯାଇଛି । ଏହି ରେଖାଚିତ୍ରରେ ତିନୋଟି ସ୍ତର ରହିଛି ଯାହାର ବୈଶିଷ୍ଟ୍ୟ ନିମ୍ନରେ ଆଲୋଚିତ ହୋଇଛି ।

ପ୍ରଥମ ସ୍ତର – ଏହି ସ୍ତରରେ ପରିବର୍ତ୍ତନୀୟ ଉପାଦାନ (ଶ୍ରମିକ) ସଂଖ୍ୟା ବୃଦ୍ଧି କରାଗଲେ ମୋଟ ଉତ୍ପାଦ ବୃଦ୍ଧି ଘଟିଛି; ମାତ୍ର ଏହି ବୃଦ୍ଧି ହାରରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ ସୀମାନ୍ତ ଉତ୍ପାଦରେ ବୃଦ୍ଧି ପରିଲକ୍ଷିତ ହୋଇଛି ଯାହା ପ୍ରାରମ୍ଭିକ ବକ୍ରରେଖା ‘P’ ପର୍ଯ୍ୟନ୍ତ ଘଟିଛି । ଅର୍ଥାତ୍ ଅତିରିକ୍ତ ଶ୍ରମିକର ନିୟୋଜନ ଯୋଗୁଁ ସୀମାନ୍ତ ଉତ୍ପାଦ ‘P’ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଓ ‘P’ ବିନ୍ଦୁରେ ଏହା ସର୍ବାଧ‌ିକ । ତେଣୁ ମୋଟ ଉତ୍ପାଦ କ୍ରମବର୍ଦ୍ଧିଷ୍ଣୁ ହାରରେ ‘F” ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

‘P’ ବିନ୍ଦୁର ପରବର୍ତ୍ତୀ ସ୍ତରରେ ସୀମାନ୍ତ ଉତ୍ପାଦନ ହ୍ରାସମାନ ହୋଇଛି । ତେଣୁ ମୋଟ ଉତ୍ପାଦ ‘F” ବିନ୍ଦୁଠାରୁ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଛି । ମାତ୍ର ହାରାହାରି ଉତ୍ପାଦ କ୍ରମାଗତଭାବେ ଏହି ସ୍ତରରେ ବୃଦ୍ଧି ପାଇଛି ଓ ‘Q’ ବିନ୍ଦୁରେ ଏହା ସର୍ବାଧ‌ିକ । ଯେଉଁ ସ୍ତରରେ ସୀମାନ୍ତ ଉତ୍ପାଦ ବକ୍ର ହାରାହାରି ଉତ୍ପାଦ ବକ୍ରକୁ ସର୍ବାଧ‌ିକ ବିନ୍ଦୁରେ ଛେଦ କରେ, ସେହି ସ୍ତରରେ ପ୍ରଥମ ସ୍ତରର ପରିସମାପ୍ତି ଘଟେ । ତେଣୁ ‘Q’ ବିନ୍ଦୁ ହିଁ ପ୍ରଥମ ସ୍ତରର ପରିସମାପ୍ତି ବିନ୍ଦୁ । ଏହି ସ୍ତରରେ ମୋଟ ଉତ୍ପାଦ, ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ ଧନାତ୍ମକ ଅଟନ୍ତି ।-

ଦ୍ଵିତୀୟ ସ୍ତର – ଏହି ସ୍ତରରେ ସୀମାନ୍ତ ଉତ୍ପାଦ ହ୍ରାସ ପାଇଛି ଏବଂ ପରିଶେଷରେ ଏହା ‘ଶୂନ୍ୟ’ ହୋଇଛି ‘M’ ବିନ୍ଦୁରେ । ମୋଟ ଉତ୍ପାଦ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଛି ଓ ‘H” ବିନ୍ଦୁରେ ଏହା ସର୍ବାଧ୍ଵ । ହାରାହାରି ଉତ୍ପାଦ ମଧ୍ଯ ଏହି ସ୍ତରରେ କ୍ରମାଗତଭାବେ ହ୍ରାସ ପାଇଛି । ଏହି ସ୍ତରରେ ମୋଟ ଉତ୍ପାଦ,ହାରାହାରି ଉତ୍ପାଦ ଓ ପ୍ରାନ୍ତୀୟ ଉତ୍ପାଦ ଧନାତ୍ମକ ଅଟନ୍ତି । ମାତ୍ର ପ୍ରାନ୍ତୀୟ ଉତ୍ପାଦ ଓ ହାରାହାରି ଉତ୍ପାଦ କ୍ରମାଗତଭାବେ ହ୍ରାସ ପାଉଥ‌ିବାରୁ ଏହି ସ୍ତରକୁ ‘କ୍ରମହ୍ରାସମାନ ଉତ୍ପନ୍ନ ସ୍ତର’ କୁହାଯାଏ ।

ତୃତୀୟ ସ୍ତର– ଏହି ସ୍ତରରେ ପ୍ରାନ୍ତୀୟ ଉତ୍ପାଦ ଋଣାତ୍ମକ ହୋଇଛି, ତେଣୁ ମୋଟ ଉତ୍ପାଦରେ ହ୍ରାସ ପରିଲକ୍ଷିତ ହୋଇଛି । ହାରାହାରି ଉତ୍ପାଦରେ ମଧ୍ଯ ହ୍ରାସ ପରିଲକ୍ଷିତ ହୋଇଛି । ମୋଟ ଉତ୍ପାଦ ହ୍ରାସ ପାଉଥିବାରୁ ଏବଂ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୋଇଥ‌ିବାରୁ ଏହି ସ୍ତରକୁ ‘ଋଣାତ୍ମକ ଉତ୍ପନ୍ନ ସ୍ତର’ କୁହାଯାଏ ।
ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ତିନୋଟି ସ୍ତରର ସମାହାର ।

ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ରର କାରଣ :
ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର ଅନୁସାରେ ଯଦି ଉପାଦାନମାନଙ୍କ ସମ୍ମିଶ୍ରଣରେ ଗୋଟିଏ ଉପାଦାନ ଅନୁପାତ ବୃଦ୍ଧି କରାଯାଏ, ତେବେ ଏହି ବୃଦ୍ଧିପ୍ରାପ୍ତ ଉପାଦାନର ସୀମାନ୍ତ ଉତ୍ପନ୍ନ କିଛି ସମୟ ପାଇଁ ବୃଦ୍ଧି ପାଏ । ଏହି ସୂତ୍ରର ତିନୋଟି କାରଣ ରହିଛି ।

(1) ପ୍ରାରମ୍ଭିକ ଅବସ୍ଥାରେ ପରିବର୍ତ୍ତନୀୟ ଉପାଦାନ ତୁଳନାରେ ସ୍ଥିର ଉପାଦାନର ପରିମାଣ ଅଧିକ ହୋଇଥାଏ । ତେଣୁ ଅଧ୍ୟରୁ ଅଧ୍ଵ ପରିବର୍ତ୍ତନୀୟ ଉପାଦାନର ନିୟୋଜନ ଫଳରେ ଅବିଭାଜ୍ୟ ସ୍ଥିର ଉପାଦାନର ଫଳପ୍ରଦ ଓ ପୂର୍ଣ ବିନିଯୋଗ ସମ୍ଭବ ହୋଇଥାଏ, ଯଦ୍ବାରା ସୀମାନ୍ତ ଉତ୍ପାଦ ବୃଦ୍ଧି ପାଇଥାଏ ।

(2) ଉତ୍ପାଦନର ସମ୍ପ୍ରସାରଣ ଫଳରେ ବୃହଦାୟତନ ଉତ୍ପାଦନର ମିତବ୍ୟୟିତା ଯୋଗୁଁ ପରିବ୍ୟୟ ହ୍ରାସ ହୁଏ । ଉତ୍ପାଦନର ସମ୍ପ୍ରସାରଣ ଯୋଗୁଁ ବୃହଦାୟତନ ଉତ୍ପାଦନର ମିତବ୍ୟୟିତା ଲାଭ ହୋଇଥାଏ । କାରଣ ପରିବର୍ତ୍ତନୀୟ ଉପାଦାନର ବୃଦ୍ଧି ଯୋଗୁଁ ସ୍ଥିର ଉପାଦାନ; ଯଥା— ଯନ୍ତ୍ରପାତି, କାରଖାନାଗୃହ, ପରିଚାଳକଙ୍କର ଦକ୍ଷତା ବୃଦ୍ଧି ପାଏ । ତେଣୁ ସୀମାନ୍ତ ଉତ୍ପାଦରେ ବୃଦ୍ଧି ପରିଲକ୍ଷିତ ହୁଏ । ପ୍ରତିଷ୍ଠାନ ଦକ୍ଷତାର ସୁବିନିଯୋଗ ହେବା ପର୍ଯ୍ୟନ୍ତ ବଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ ।

(3) ଉତ୍ପାଦ ଖର୍ଚ୍ଚର ମିତବ୍ୟୟିତା ଯୋଗୁଁ ବଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ । ଏହି ମିତବ୍ୟୟିତା ସାଧାରଣତଃ ଦୁଇ ପ୍ରକାରର; ଯଥା— ଆଭ୍ୟନ୍ତରୀଣ ମିତବ୍ୟୟିତା ଓ ବହିରାଗତ ମିତବ୍ୟୟିତା । ପରିବର୍ତ୍ତନୀୟ ସାଧନର ବୃଦ୍ଧି ଯୋଗୁଁ ଅବିଭାଜ୍ୟ ଉପାଦାନର ସଦୁପଯୋଗ ଓ ସୂକ୍ଷ୍ମ ର ଶ୍ରମ ବିଭାଜନ ସମ୍ଭବ ହୋଇଥାଏ । ଏହା ଫଳରେ ଆଭ୍ୟନ୍ତରୀଣ ମିତବ୍ୟୟିତା ଲାଭ ହୁଏ ଏବଂ ପରିବର୍ଭନୀୟ ଉପାଦାନ

ବଦ୍ଧିଷ୍ଣୁ ଉତ୍ପନ୍ନ କାର୍ଯ୍ୟକାରୀ ହୁଏ । କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର କାରଣ :
କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ନିମ୍ନଲିଖ କାରଣ ଯୋଗୁଁ କାର୍ଯ୍ୟକାରୀ ହୋଇଥାଏ ।

(i) ଉତ୍ପାଦନର ଅବିଭାଜ୍ୟତା ଓ ସ୍ଵଚ୍ଛତା– ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉପାଦାନଗୁଡ଼ିକ ମଧ୍ୟରୁ କେତେକ ପରିବର୍ଭନୀୟ ହୋଇଥବାବେଳେ କେତେକ ସ୍ଥିର ରହନ୍ତି । ସାଧନସମୂହ ମୁଖ୍ୟତଃ ଅବିଭାଜ୍ୟତା ଓ ଯୋଗାଣର ସ୍ଵଚ୍ଛତାଜନିତ କାରଣରୁ ଅପରିବର୍ତ୍ତନୀୟ ବିବେଚିତ ହୁଅନ୍ତି । ଏ କାରଣରୁ ପରିବର୍ତୀ ସାଧନର ବୃଦ୍ଧି ଯୋଗୁଁ ଉତ୍ପାଦନ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସୀମା ପରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରେ ।

(ii) ସାଧନର ପ୍ରତିସ୍ଥାପନ ଅସ୍ଥିତିସ୍ଥାପକତା- ଶ୍ରୀମତୀ ଜୋଆନ୍ ରବିସନଙ୍କ ମତରେ, ସାଧନଗୁଡ଼ିକ ଯଦି ପୂର୍ବ ପ୍ରତିସ୍ଥାପକ ହୁଅନ୍ତା, ତେବେ ଏହି ସୂତ୍ର କାର୍ଯ୍ୟକାରୀ ହୁଅନ୍ତା ନାହିଁ । ମାତ୍ର ସାଧନମାନଙ୍କ ମଧ୍ୟରେ ପ୍ରତିସ୍ଥାପକତା ଅସୀମ ନୁହେଁ । ତାହାର ଏକ ସୀମା ରହିଛି । ତେଣୁ ପରିବର୍ତୀ ସାଧନର କ୍ରମାଗତ ବୃଦ୍ଧି କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟ ସୃଷ୍ଟି କରେ । ପରିଶେଷରେ ସ୍ଥିର ସାଧନର ପୂର୍ଣ୍ଣ ଉପଯୋଗ ପରେ ପରିବର୍ତ୍ତନୀୟ ସାଧନର ପରବର୍ତ୍ତୀ ବୃଦ୍ଧି ସାଧନର ସୀମାନ୍ତ ଉତ୍ପାଦ ହ୍ରାସ କରିଥାଏ । କାରଣ ପରିବର୍ତ୍ତନୀୟ ସାଧନର ପରିମାଣ ତୁଳନାରେ ସ୍ଥିର ସାଧନର ଯୋଗାଣ ଯଥେଷ୍ଟ ହୋଇନଥାଏ । ଋଣାତ୍ମକ ଉତ୍ପନ୍ନ ସୂତ୍ର :

ଏହି ଋଣାତ୍ମକ ଉତ୍ପନ୍ନ ସ୍ତରଟି ମାତ୍ରାଧ‌ିକ ପରିବର୍ତ୍ତନୀୟ ଉପାଦାନର ବ୍ୟବହାର ଯୋଗୁ ହିଁ ଘଟିଥାଏ । ଆବଶ୍ୟକତାଠାରୁ ଅଧୂକ ପରିବର୍ତ୍ତନୀୟ ସାଧନ ନିୟୋଜନ ହେବାପରେ ଏହାର ଅତିରିକ୍ତ ସାଧନ ରଣାତ୍ମକ ହୁଏ ଯଦ୍ବାରା ମୋଟ ଉତ୍ପାଦ ହ୍ରାସ ପାଇଥାଏ ଓ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

2. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ବ୍ୟାଖ୍ୟା କର । ଏହି ସୂତ୍ରର ସର୍ତ୍ତାବଳୀ ଓ ସୀମାବଦ୍ଧତା ଆଲୋଚନା କର ।
Answer:
ଅର୍ଥଶାସ୍ତ୍ରରେ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ତିନୋଟି ପର୍ଯ୍ୟାୟ ମଧ୍ୟରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ସୂତ୍ରଭାବରେ ବିବେଚିତ ହୁଏ । କେତେକଙ୍କ ମତରେ, ପରିବର୍ତ୍ତନୀୟ ଅନୁପାତ ସୂତ୍ର ଅନ୍ୟନାମ ହେଉଛି କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ।

ଅଧ୍ୟାପକ ବୋଲଡିଂଙ୍କ ମତରେ, ‘ଅନ୍ୟାନ୍ୟ ଉପାଦାନର ଏକ ନିର୍ଦ୍ଦିଷ୍ଟ ପରିମାଣ ସହିତ ଆମେ ଯେତେବେଳେ ଗୋଟିଏ ଉପାଦାନର ପରିମାଣ ସମ୍ମିଶ୍ରଣରେ ବୃଦ୍ଧି କରୁ, ସେତେବେଳେ ପରିବର୍ତ୍ତନୀୟ ଉପାଦାନର ପ୍ରାନ୍ତୀୟ ଓ ଭୌତିକ ଉତ୍ପାଦନଶୀଳତା ନିଶ୍ଚିତଭାବରେ ହ୍ରାସ ପାଏ ।’’

ଅଧ୍ୟାପକ ମାର୍ଶାଲ୍‌ଙ୍କ ଭାଷାରେ, ‘କୃଷି ପଦ୍ଧତିରେ କୌଣସି ଉନ୍ନତି କରାନଯାଇ ଭୂମିରେ ଅଧ‌ିକ ପରିମାଣରେ ପୁଞ୍ଜି ଓ ଶ୍ରମ ନିୟୋଜିତ କରି କୃଷିକାର୍ଯ୍ୟ କରାଗଲେ ସାଧାରଣତଃ ଉତ୍ପାଦନ ଅଣଆନୁପାତିକ ହାରରେ ବୃଦ୍ଧି ହୋଇଥାଏ ।’’

ଅନ୍ୟତମ ଅର୍ଥଶାସ୍ତ୍ରୀ ଅଧ୍ୟାପକ ବେନହାତ୍ମାଙ୍କ ମତରେ, ‘କୌଣସି ଉପାଦାନସମୂହର ସମ୍ମିଶ୍ରଣରେ ଗୋଟିଏ ଉପାଦାନର ଅନୁପାତ ବୃଦ୍ଧି ହେଲେ ଏକ ନିର୍ଦ୍ଦିଷ୍ଟ ଅବସ୍ଥା ପରେ ସେହି ଉପାଦାନର ପ୍ରାନ୍ତୀୟ ଓ ହାରାହାରି ଉତ୍ପାଦ ହ୍ରାସ ହୁଏ ।’’

ଉପରୋକ୍ତ ସଂଜ୍ଞାଗୁଡ଼ିକୁ ପର୍ଯ୍ୟାଲୋଚନା କଲେ ଏହା ସୂଚିତ ହୁଏ ଯେ ପରିବର୍ଭନୀୟ ଉପାଦାନର ପରିମାଣ କ୍ରମାଗତ ବୃଦ୍ଧି କରାଗଲେ ଏକ ନିର୍ଦ୍ଦିଷ୍ଟ ସୀମା ପରେ ସେହି ଉପାଦାନର ପ୍ରାନ୍ତୀୟ ଉତ୍ପାଦ ହ୍ରାସ ପାଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ଉପାଦାନ ପରିମାଣ କ୍ରମାଗତ ବୃଦ୍ଧି ଫଳରେ ପ୍ରାନ୍ତୀୟ ଉତ୍ପନ୍ନର ଏହି ହ୍ରାସମାନ ପ୍ରବଣତା ଲକ୍ଷଣକୁ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କୁହାଯାଇଥାଏ । ଏହି ସୂତ୍ରର ବିଶ୍ଳେଷଣ ଗାଣିତିକ ସାରଣୀ ଓ ରୈକ ଉପସ୍ଥାପନଦ୍ୱାରା କରାଯାଇଥାଏ ।

ଗାଣିତିକ ବିଶ୍ଳେଷଣ :

ଶ୍ରମ ଓ ପୁଞ୍ଜିର ମାତ୍ରା ମୋଟ ଉତ୍ପାଦ(ଏକକ) ପ୍ରାନ୍ତୀୟ ଉତ୍ପାଦ(ଏକକ)
1 20 20
2 50 30
3 65 15
4 75 10
5 80 5

ଉପରୋକ୍ତ ସାରଣୀରେ ଦର୍ଶାଯାଇଛି ଯେ, କୌଣସି ଏକ ସ୍ଥିର ଉପାଦାନ ସହ ଶ୍ରମ ଓ ପୁଞ୍ଜିର ଅତିରିକ୍ତ ମାତ୍ରା ପ୍ରୟୋଗ କରାଗଲେ ଉତ୍ପାଦନ ପ୍ରକ୍ରିୟାର ପ୍ରାରମ୍ଭିକ ଅବସ୍ଥାରେ ପ୍ରାନ୍ତୀୟ ଉତ୍ପାଦ ବୃଦ୍ଧି ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ହ୍ରାସ ପାଇଛି । ପୁଞ୍ଜି ଓ ଶ୍ରମର ପ୍ରଥମ ମାତ୍ରା ନିୟୋଜନ ଫଳରେ ମୋଟ ଓ ପ୍ରାନ୍ତୀୟ ଉତ୍ପାଦ 20 ଏକକ ହୋଇଥିଲାବେଳେ ଦ୍ୱିତୀୟ ମାତ୍ରାର ପ୍ରୟୋଗ ଫଳରେ ମୋଟ ଉତ୍ପାଦ 50 ଏକକକୁ ବୃଦ୍ଧି ପାଇଛି ଓ ପ୍ରାନ୍ତୀୟ ଉତ୍ପାଦ 30 ଏକକକୁ ବୃଦ୍ଧି ପାଇଛି ।

ଏ କ୍ଷେତ୍ରରେ ମୋଟ ଉତ୍ପାଦ ସମାନୁପାତିକ ହାରଠାରୁ ଅଧ୍ଵ ହାରରେ ବୃଦ୍ଧିପାଇଛି । କିନ୍ତୁ ଶ୍ରମ ଓ ପୁଞ୍ଜିର ତୃତୀୟ ମାତ୍ରାର ପ୍ରୟୋଗ ଫଳରେ ମୋଟ ଉତ୍ପାଦ 65 ଏକକକୁ ବୃଦ୍ଧି ପାଇଛି ଅର୍ଥାତ୍ ମୋଟ ଉତ୍ପାଦ କ୍ରମହ୍ରାସମାନ ହାରରେ ବୃଦ୍ଧିପାଇଛି । ଏହିପରିଭାବରେ ଉତ୍ପାଦନ ପ୍ରକ୍ରିୟା ସ୍ଥିର ଉପାଦାନ ସହ ପରିବର୍ଭନୀୟ ଉପାଦାନ (ଶ୍ରମ ଓ ପୁଞ୍ଜି) ର ଅତିରିକ୍ତ ମାତ୍ରା ନିୟୋଜନଦ୍ୱାରା ପ୍ରାନ୍ତୀୟ ଉତ୍ପାଦ କ୍ରମାଗତଭାବେ ହ୍ରାସ ପାଏ ଅଥବା ମୋଟ ଉତ୍ପାଦ କ୍ରମାଗତଭାବେ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ଏହାହିଁ ହ୍ରାସମାନ ଉତ୍ପନ୍ନ ସୂତ୍ରର ଗାଣିତିକ ବିଶ୍ଳେଷଣ ।

ରୈଖ୍ୟକ ଉପସ୍ଥାପନା :
ପାର୍ଶ୍ୱସ୍ଥ ଚିତ୍ରରେ OX ଅକ୍ଷରେ ଶ୍ରମ ଓ ପୁଞ୍ଜିର ମାତ୍ରା ପରିମାପ କରାଯାଇଛି ଓ OY ଅକ୍ଷରେ ପ୍ରାନ୍ତୀୟ ଉତ୍ପାଦର ପରିମାପ କରାଯାଇଛି ।
ଶ୍ରମ ଓ ପୁଞ୍ଜି ପରି ପରିବର୍ତ୍ତନୀୟ ଉପାଦାନର ମାତ୍ରା ଏକ ସ୍ଥିର ଉପାଦାନର ସମ୍ମିଶ୍ରଣରେ ଉତ୍ପାଦନ ସୃଷ୍ଟି କରିଛି । ଏହି ଶ୍ରମ ଓ ପୁଞ୍ଜିର ଦ୍ଵିତୀୟ ଏକକ ପ୍ରୟୋଗ ପର୍ଯ୍ୟନ୍ତ ଏହାର ପ୍ରାନ୍ତୀୟ ଉତ୍ପାଦ ବୃଦ୍ଧିପ୍ରାପ୍ତ ହୋଇଛି । ମାତ୍ର ଏହାର ପରବର୍ତ୍ତୀ ଏକକ ପ୍ରୟୋଗ ଫଳରେ ପ୍ରାନ୍ତୀୟ ଉତ୍ପାଦ ହ୍ରାସ ପାଇଚାଲିଛି ।

ଏହା ସୂଚନାଯୋଗ୍ୟ ଯେ, ଶ୍ରମ ଓ ପୁଞ୍ଜିର ଦ୍ଵିତୀୟ ମାତ୍ରାର ପ୍ରୟୋଗର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାନ୍ତୀୟ ଉତ୍ପାଦନ ହ୍ରାସ ଯୋଗୁଁ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଅଛି ।
CHSE Odisha Class 12 Economics Chapter 6 Short & Long Answer Questions in Odia Medium 1
ସର୍ଭାବଳୀ– କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେତୋଟି ସର୍ଭ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା-

  • ଉତ୍ପାଦନ ପ୍ରକ୍ରିୟା କେତେକ ସ୍ଥିର ଉପାଦାନ ଓ ପରିବର୍ତ୍ତନୀୟ ଉପାଦାନ ସହାୟତାରେ ସଂଗଠିତ ହୋଇଥାଏ । ଅର୍ଥାତ୍ ଉତ୍ପାଦନ ପ୍ରକ୍ରିୟାରେ କେତେକ ଉପାଦାନ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ପରିବର୍ତ୍ତନଶୀଳ ହେବା ଆବଶ୍ୟକ ।
  • ପରିବର୍ଭନୀୟ ଉପାଦାନଗୁଡ଼ିକ ସମଜାତୀୟ ହେବା ଉଚିତ ।
  • ଉତ୍ପାଦନର ବୈଷୟିକ ଜ୍ଞାନକୌଶଳ ଅପରିବର୍ତ୍ତିତ ରହିବା ଉଚିତ ।
  • ଉପାଦାନଗୁଡ଼ିକର ଆନୁପାତିକ ପରିବର୍ତ୍ତନ ସମ୍ଭବ ହେବା ଉଚିତ ।

ସୀମାବଦ୍ଧତା :

  • ଉତ୍ପାଦନ ପ୍ରକ୍ରିୟାର ପ୍ରାରମ୍ଭିକ ଅବସ୍ଥାରେ ଏହି ସୂତ୍ର କାର୍ଯ୍ୟକାରୀ ହୋଇନଥାଏ, ବରଂ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରିଥାଏ । କୌଣସି ଏକ ଭୂମିରେ ପ୍ରାରମ୍ଭିକ ଅବସ୍ଥାରେ ଅଧ‌ିକ ପୁଞ୍ଜି ପ୍ରୟୋଗଦ୍ଵାରା ଉତ୍ପାଦନଶୀଳତା ବୃଦ୍ଧି ଯୋଗୁଁ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରିଥାଏ ।
  • କୃଷିର ଉନ୍ନତି ସାଧୁ ହେଲେ ଏହି ସୂତ୍ର ନିଜର ବ୍ୟାବହାରିକ ଗୁରୁତ୍ଵ ହରାଇଥାଏ । ଯଦି ଉତ୍ପାଦନ ପ୍ରକ୍ରିୟାରେ (କୃଷିକାର୍ଯ୍ୟରେ) ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଏ ତା’ହେଲେ ସୂତ୍ରଟି କାର୍ଯ୍ୟ କରିନଥାଏ ।
  • ଉପାଦାନମାନଙ୍କ ସମ୍ମିଶ୍ରଣରେ ଏକ ସର୍ବୋତ୍ତମ ଅନୁପାତ ରହିଥାଏ । ଏହି ସର୍ବୋତ୍ତମ ଅନୁପାତ ପ୍ରୟୋଗ ନହେବା ପର୍ଯ୍ୟନ୍ତ ଏହି ସୂତ୍ର କାର୍ଯ୍ୟକାରୀ ହୋଇନଥାଏ ।
    ଉପରୋକ୍ତ ସୀମାବଦ୍ଧତା ସତ୍ତ୍ଵେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ନିଜର ମୌଳିକତା ପ୍ରତିପାଦନ କରୁଥିବାରୁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସୂତ୍ରଭାବେ ବିବେଚିତ ହୋଇଥାଏ ।

3. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର କାର୍ଯ୍ୟକାରିତା କ୍ଷେତ୍ର ବ୍ୟାପକ – ଆଲୋଚନା କର । କିମ୍ବା, କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେବଳ କୃଷିକ୍ଷେତ୍ରରେ ପ୍ରଯୁଜ୍ୟ – ଆଲୋଚନା କର ।
Answer:
ଉତ୍ପାଦନ ପ୍ରକ୍ରିୟାରେ ସାଧାରଣତଃ ଭୂମି, ଶ୍ରମ, ପୁଞ୍ଜି, ସଂଗଠନ ସହାୟତାରେ ଉତ୍ପାଦନ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏମାନଙ୍କ ମଧ୍ୟରୁ ଭୂମି ସ୍ଥିର ଥିଲାବେଳେ ଶ୍ରମ ଓ ପୁଞ୍ଜିର ପରିବର୍ତ୍ତନ ଘଟିଥାଏ । ଭୂମିର ଯୋଗାଣ ସ୍ଥିର ଓ ସୀମିତ ହୋଇଥ‌ିବାରୁ ଉପାଦାନସମୂହର ସମ୍ମିଶ୍ରଣ ସମାନୁପାତିକ ହୋଇନଥାଏ । ଦ୍ଵିତୀୟତଃ, ବ୍ୟବହୃତ ଉପାଦାନସମୂହ ସଂପୂର୍ଣ୍ଣଭାବରେ ବିଭାଜ୍ୟ ନୁହନ୍ତି । ତୃତୀୟତଃ, ଭୂମିକୁ କେବେହେଲେ ଶ୍ରମ ଓ ପୁଞ୍ଜିର ପ୍ରତିସ୍ଥାପକ ଉପାଦାନରୂପେ ବ୍ୟବହାର କରାଯାଇ ପାରେନା ।

ପ୍ରାକ୍ତନ ଅର୍ଥଶାସ୍ତ୍ରୀଙ୍କ ମତରେ, କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେବଳ କୃଷିକ୍ଷେତ୍ରରେ ପ୍ରଯୁଜ୍ୟ । କାରଣ ଭୂମିର ଯୋଗାଣ ସ୍ଥିର ଓ ଏହାର ଉର୍ବରତାରେ ତାରତମ୍ୟ ଦେଖାଦିଏ । ବାସ୍ତବ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ନିମନ୍ତେ ନିର୍ଦ୍ଦିଷ୍ଟ ପରିମାଣର ଭୂମିକୁ ଅଧିକ ଶ୍ରମ ଓ ପୁଞ୍ଜି ପ୍ରୟୋଗକରି ଚାଷ କରାଯାଇପାରେ କିମ୍ବା ଅଧିକ ପରିମାଣ ଭୂମିକୁ ଚାଷ ପରିସରଭୁକ୍ତ କରାଯାଇପାରେ । ପ୍ରଥମ ପ୍ରକାର ଚାଷକୁ ସଘନ ଚାଷ ଓ ଦ୍ୱିତୀୟ ପ୍ରକାର ଚାଷକୁ ସଂପ୍ରସାରିତ ଚାଷ କୁହାଯାଏ । ଅଧ୍ବକ ଉତ୍ପାଦନ ଉଦ୍ଦେଶ୍ୟରେ ଅପେକ୍ଷାକୃତ କମ୍ ଉର୍ବର ଜମିକୁ ଚାଷର ପରିସରଭୁକ୍ତ କରାଯାଇଥାଏ । ମାତ୍ର ଉର୍ବରତା କମ୍ ଯୋଗୁଁ ସମପରିମାଣର ଶ୍ରମ ଓ ପୁଞ୍ଜି ବିନିଯୋଗ କରି ଉତ୍ପାଦନ ସମାନୁପାତରେ ବୃଦ୍ଧି କରାଯାଇ ପାରିନଥାଏ । ସୁତରାଂ ଉର୍ବରତା କମ୍ ହେତୁରୁ ଶ୍ରମ ଓ ପୁଞ୍ଜିର ପ୍ରାନ୍ତୀୟ ଉତ୍ପନ୍ନ ହ୍ରାସ ପାଇଥାଏ ।

ସେହିପରି ଭୂମିର ଯୋଗାଣ ସୀମିତ ଥିବାରୁ ଏକ ନିର୍ଦ୍ଦିଷ୍ଟ ଭୂମିରେ ଅଧୂକ ଉତ୍ପାଦନ ପାଇଁ ଅତିରିକ୍ତ ମାତ୍ରାର ଶ୍ରମ ଓ ପୁଞ୍ଜି ବିନିଯୋଗ କରାଯାଇଥାଏ, ମାତ୍ର ଉତ୍ପାଦନ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ଏହି କାରଣରୁ ସଘନ ଓ ସଂପ୍ରସାରଣ ଚାଷ କ୍ଷେତ୍ରରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରିଥାଏ । ପ୍ରାକ୍ତନ ଅର୍ଥଶାସ୍ତ୍ରୀଙ୍କ ଏହି ମତବାଦକୁ ଆଧୁନିକ ସମୟରେ ବିରୋଧ କରାଗଲା । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ବୋଲି ଯୁକ୍ତି କରାଗଲା । ଆଧୁନିକ ଅର୍ଥଶାସ୍ତ୍ରୀଙ୍କ ମତରେ, ହ୍ରାସମାନ ଉତ୍ପନ୍ନ ସୂତ୍ର ସମସ୍ତ ପ୍ରକାର ଉତ୍ପାଦନ କ୍ଷେତ୍ରରେ ପ୍ରଯୁଜ୍ୟ; କାରଣ ସ୍ଵଳ୍ପକାଳରେ କୌଣସି ନା କୌଣସି ଉପାଦାନ ଅପରିବର୍ତ୍ତନୀୟ ଓ ଅବିଭାଜ୍ୟ ରହିଥା’ନ୍ତି ।

ଏହି ସୂତ୍ର ଅନୁସାରେ ଉତ୍ପାଦନ ପ୍ରକ୍ରିୟାରେ କୌଣସି ଉପାଦାନର ପରିମାଣ ସ୍ଥିର ରଖୁ ଅନ୍ୟ ଉପାଦାନଗୁଡ଼ିକର ପରିମାଣ ବୃଦ୍ଧି କଲେ ଉତ୍ପାଦନ ଅଣ-ସମାନୁପାତିକ ହାରରେ ବୃଦ୍ଧିପାଏ । ଏପରି କ୍ଷେତ୍ରରେ ସୂତ୍ରଟି ଅନ୍ୟ ଅନେକ ପ୍ରକାର ଅର୍ଥନୈତିକ କ୍ରିୟାକଳାପ କ୍ଷେତ୍ରରେ ମଧ୍ୟ ସମାନଭାବରେ ପ୍ରଯୁଜ୍ୟ ହୋଇଥାଏ ଯେଉଁଠି ଅଭାବ ବା ସ୍ଵଳ୍ପତାର ସମସ୍ୟା ଜଡ଼ିତ ଥାଏ । ଏହି ଦୃଷ୍ଟିରୁ ମାଛଧରା, ଖଣିଜ ଦ୍ରବ୍ୟ ଉତ୍ତୋଳନ, ଭବନ ନିର୍ମାଣ ଏବଂ ଶିଳ୍ପାଦ୍ୟୋଗ ପ୍ରଭୃତି କ୍ଷେତ୍ରରେ ମଧ୍ୟ ସୂତ୍ରଟି କାର୍ଯ୍ୟକାରୀ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

ଖଣିଜଦ୍ରବ୍ୟ ଉତ୍ତୋଳନ – କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରଟି ଖଣିଜଦ୍ରବ୍ୟ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇଥାଏ । ଉପର ସ୍ତରରୁ ଖଣିଜଦ୍ରବ୍ୟ ଶେଷ ହୋଇଯିବା ପରେ କ୍ରମେ ଗଭୀରତର ସ୍ତରରୁ ଖଣିଜଦ୍ରବ୍ୟ ଉତ୍ତୋଳିତ କରିବାକୁ ପଡ଼େ । ଉପର ସ୍ତର ଅପେକ୍ଷା ଗଭୀରତର ସ୍ତରରୁ ଖଣିଜଦ୍ରବ୍ୟ ଉତ୍ତୋଳନ କରିବା ନିମନ୍ତେ ଉତ୍ପାଦନ ପରିବ୍ୟୟ ଅଧ‌ିକ ହୋଇଥାଏ । ଅର୍ଥାତ୍ ସମପରିମାଣ ମାତ୍ରାରେ ଶ୍ରମ ଓ ପୁଞ୍ଜି ଇତ୍ୟାଦି ବିନିଯୋଗ କଲେ ସୁଦ୍ଧା ଗଭୀରତର ସ୍ତରରୁ ଖଣିଜ ପଦାର୍ଥ ଉତ୍ତୋଳନ କଲେ ଉତ୍ପାଦନ ହାର କ୍ରମଶଃ ହ୍ରାସ ପାଏ । ତେଣୁ ଖଣିର ଆକାର ଅପରିବର୍ତ୍ତିତ ରଖ୍, ଉତ୍ତୋଳନ ପ୍ରକ୍ରିୟାର ଉନ୍ନତି ସାଧ ନକରି ସମ୍ବଳ ବିନିଯୋଗର ପରିମାଣ ବୃଦ୍ଧି ପାଇଲେ ଉତ୍ପାଦନ କ୍ରମଶଃ ହ୍ରାସ ପାଏ ।

ମାଛଧରା – ନଦୀ, ପୋଖରୀ ଆଦିରୁ ମାଛ ଧରିଲେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ । ପୋଖରୀ ବା ନଦୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଛର ପରିମାଣ ସୀମିତ ଥାଏ । ତେଣୁ ନଦୀ ବା ପୋଖରୀର ସେହି ସ୍ଥାନରେ ଯଦି ଅଧ୍ଵ ପରିମାଣରେ ଶ୍ରମ ଓ ପୁଞ୍ଜି ବିନିଯୋଗ କରାଯାଏ, ତେବେ ଅତିରିକ୍ତ ଉତ୍ପାଦ କ୍ରମଶଃ ହ୍ରାସ ପାଏ ।

ଭବନ ନିର୍ମାଣ – ସୂତ୍ରର ପ୍ରୟୋଗାତ୍ମକ ଦିଗଟି ଭବନ ନିର୍ମାଣ କ୍ଷେତ୍ରରେ ଉପଲବ୍‌ଧ ହୋଇଥାଏ । ବାସସ୍ଥାନର ସଂପ୍ରସାରଣ ନିମନ୍ତେ କୌଣସି ଭବନରେ ଅଧିକ ପୁଞ୍ଜି ବିନିଯୋଗ କରି ଅତିରିକ୍ତ ମହଲାମାନ ନିର୍ମାଣ କରାଯାଇପାରେ । କିନ୍ତୁ କାଳକ୍ରମେ ପ୍ରତ୍ୟେକ ଅତିରିକ୍ତ ମହଲା ପାଇଁ ନିର୍ମାଣ ପରିବ୍ୟୟ ବିଶେଷଭାବରେ ବୃଦ୍ଧି ପାଇଥାଏ । ଭବନ ଯେତେ ସୁଉଚ୍ଚ ହୁଏ ଅତିରିକ୍ତ ବ୍ୟୟ ସେତେ ଅଧ୍ଵ ହୁଏ । ତେଣୁ ବହୁତଳବିଶିଷ୍ଟ ଭବନରେ ଏକ ନିର୍ଦ୍ଦିଷ୍ଟ ଅବସ୍ଥା ପରେ ଅତିରିକ୍ତ ମହଲାମାନ ନିର୍ମାଣ କରିବା ଅଧ୍ଵତର ବ୍ୟୟସାପେକ୍ଷ ହୋଇପଡ଼େ । ତେଣୁ ଏହି ସୂତ୍ରର କାର୍ଯ୍ୟକାରିତା ଯୋଗୁଁ କୌଣସି ଭବନର ଉଚ୍ଚତାକୁ ଅନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ବୃଦ୍ଧିକରିବା ସମ୍ଭବ ନୁହେଁ ।

ଶିଳ୍ପ ଉତ୍ପାଦନ – ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏହି ସୂତ୍ରର କାର୍ଯ୍ୟକାରିତା ବିଶେଷ ଉପଲବ୍‌ଧ ହୋଇଥାଏ । ସ୍ୱଳ୍ପକାଳରେ ଯନ୍ତ୍ରପାତି ଓ କଳକାରଖାନାର ଯୋଗାଣ ସ୍ଥିର ରହିଥାଏ । ଏହି ସ୍ଥିର ଉପାଦାନ ସହ ଅଧ୍ଵ ପରିମାଣର ଶ୍ରମ ଓ ପୁଞ୍ଜି ବିନିଯୋଗ କରି ଉତ୍ପାଦନର ବୃଦ୍ଧି କରିବାକୁ ଚେଷ୍ଟା କରାଯାଇଥାଏ ଏକ ନିର୍ଦ୍ଦିଷ୍ଟ ସୀମା ପରେ ଉତ୍ପାଦନର ଆନୁପାତିକ ହାରରେ ବୃଦ୍ଧି ଘଟେ ନାହିଁ ଏବଂ କ୍ରମ ହ୍ରାସମାନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର କାର୍ଯ୍ୟକାରିତା କେବଳ କୃଷିକ୍ଷେତ୍ରରେ ସୀମାବଦ୍ଧ ନୁହେଁ, ବରଂ ଏହାର କାର୍ଯ୍ୟକାରିତା ବ୍ୟାପକ ।

CHSE Odisha Class 12 Political Science Chapter 6 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 6 ଭାରତୀୟ ରାଜନୀତିରେ ସାଂପ୍ରତିକ ପ୍ରସଙ୍ଗ-ଜନପ୍ରିୟ ଆନ୍ଦୋଳନ Long Answer Questions.

CHSE Odisha 12th Class Political Science Chapter 6 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଭାରତରେ ନାରୀ ଆନ୍ଦୋଳନ (Women Movement) ର ସ୍ବରୂପ, ଭିଭି, ବିକାଶ ଓ ସଫଳତା ଆଲୋଚନା କର । କିମ୍ବା, ଭାରତରେ ସ୍ତ୍ରୀ-ଜାତିବାଦ (Feminism) ର ବିକାଶ ସଂପର୍କରେ ତର୍ଜମା କର ।
Answer:
ସ୍ତ୍ରୀ-ଜାତିବାଦ (Feminism) ନାରୀ ଆନ୍ଦୋଳନକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିଥାଏ; ଯଥା –

  • ନାରୀ ସମାନତା ଆନ୍ଦୋଳନ ଓ
  • ନାରୀ ମୁକ୍ତି ଆନ୍ଦୋଳନ

ନାରୀ ସମାନତା ଆନ୍ଦୋଳନ ଲିଙ୍ଗଗତ ପାର୍ଥକ୍ୟ ଦୂର କରି ସାମାଜିକ ସ୍ତରୀକୃତ ବ୍ୟବସ୍ଥାରେ ନାରୀକୁ ପୁରୁଷ ସହ ସମାନ ସ୍ତର ଓ ମର୍ଯ୍ୟାଦା ଦେବାର ଲକ୍ଷ୍ୟ ରଖୁଥାଏ । କିନ୍ତୁ ଅନ୍ୟ ପକ୍ଷରେ ନାରୀ ମୁକ୍ତି ଆନ୍ଦୋଳନ ସ୍ତ୍ରୀ-ଜାତିବାଦର ଏକ ଚରମ ପ୍ରତିଫଳନ ଅଟେ ଓ ନାରୀର ନିରଙ୍କୁଶ ସ୍ଵାଧୀନତା ସପକ୍ଷରେ ଏହା ଯୁକ୍ତି ଉପସ୍ଥାପନ କରିଥାଏ । ଭାରତରେ ସ୍ତ୍ରୀ ଜାତିବାଦ ପାଶ୍ଚାତ୍ୟ ‘ଆମୂଳ ସଂସ୍କାରବାଦୀ ସ୍ତ୍ରୀ ଜାତିବାଦ’ (Radical Feminism)ରେ ବିଶ୍ଵାସ ନକରି ‘ନାରୀ ଜାଗରଣ’, ‘ନାରୀର ମର୍ଯ୍ୟାଦା ବୃଦ୍ଧି’, ‘ନାରୀ ସମାନତା’ ଆଦି ଉପାଦାନ ଉପରେ ଆଧାରିତ ସ୍ତ୍ରୀ ଜାତିଟାକୁ ସମର୍ଥନ କରିଥାଏ । ପୁରୁଷ ପ୍ରାଧାନ୍ୟ ହିନ୍ଦୁ ସମାଜରେ ନାରୀର ସ୍ଥିତିକୁ ସାମାଜିକ, ସାଂସ୍କୃତିକ, ଆଇନଗତ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସାବ୍ୟସ୍ତ କରିବାପାଇଁ ଏହା ଲକ୍ଷ୍ୟ ରଖୁଥାଏ ।

ଭାରତରେ ନାରୀ ଆନ୍ଦୋଳନକୁ ନିଜସ୍ଵ ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମିରେ ବ୍ୟବଚ୍ଛେଦ କରାଯିବା ଆବଶ୍ୟକ । ଭାରତୀୟ ସମାଜ ରକ୍ଷଣଶୀଳ, ସ୍ତରୀକୃତ, ବହୁବାଦୀ, ଧାର୍ମିକ ମୌଳବାଦୀ ପ୍ରକୃତିଯୁକ୍ତ ଅଟେ ଓ ଏହି ପ୍ରଚ୍ଛଦପଟ୍ଟରେ ନାରୀର ମର୍ଯ୍ୟାଦା ପୁରୁଷମାନଙ୍କ ତୁଳନାରେ ନ୍ୟୁନତର ଅଟେ | ପ୍ରାକ୍-ବୈଦିକ ସମାଜରେ ନାରୀ ପୁରୁଷ ସହ ସମାନ ମର୍ଯ୍ୟାଦା ଉପଭୋଗ କରୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସଂପରି ଆଦି କ୍ଷେତ୍ରରେ ନାରୀର ଅଧିକାରକୁ ସ୍ବୀକୃତି ଦିଆଗଲା ନାହିଁ । ବୌଦ୍ଧଧର୍ମର ପ୍ରସାର ସମୟରେ ନାରୀକୁ ଜ୍ଞାନ ଅର୍ଜନର ଅଧିକାର ଦିଆଯାଇଥିଲେ ମଧ୍ୟ ଗୁପ୍ତଯୁଗରେ ନାରୀର ମର୍ଯ୍ୟାଦା କ୍ଷେତ୍ରରେ ଦ୍ରୁତ ଅବନତି ପରିଲକ୍ଷିତ ହୋଇଥିଲା । ବିଧବା ବିବାହ ବନ୍ଦ, ଯୌତୁକପ୍ରଥାର ଗୁରୁତ୍ଵ ବୃଦ୍ଧି, ସତୀପ୍ରଥାର ପ୍ରସାର ଆଦି ନାରୀ ସମାନତା ଓ ମର୍ଯ୍ୟାଦା ବିରୋଧୀ ଥିଲା ।

ବାଲ୍ୟ ବିବାହ, ସତୀ, ଅନ୍ଧବିଶ୍ଵାସ, ରକ୍ଷଣଶୀଳତା, ପରଦାପ୍ରଥା ଆଦି ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତୀୟ ସମାଜରେ ନାରୀର ସ୍ଵତନ୍ତ୍ରତା ଓ ସ୍ଥିତିକୁ ସଙ୍କୁଚିତ ଓ ଅମର୍ଯ୍ୟାଦାଯୁକ୍ତ କରିଥିଲା । କିନ୍ତୁ ଉନବିଂଶ ଶତାବ୍ଦୀରେ ବିଭିନ୍ନ ସଂସ୍କାର ଆନ୍ଦୋଳନ କରାଯାଇ ଭାରତୀୟ ସମାଜରେ ନାରୀର ମର୍ଯ୍ୟାଦା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଥିଲା । ରାଜା ରାମମୋହନ ରାୟ 1828 ମସିହାରେ ସତୀ ନିରୋଧ ଆଇନକୁ ସମର୍ଥନ କରିଥିଲେ । ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ବିଧବା ବିବାହ ସପକ୍ଷରେ ଆନ୍ଦୋଳନ କରି 1856 ମସିହାରେ ହିନ୍ଦୁ ବିଧବା ବିବାହ ଆଇନ ଗୃହୀତ କରିବାରେ ସକ୍ଷମ ହୋଇଥିଲେ । 1861 ମସିହାରେ ବମ୍ବେଠାରେ ଗୋଟିଏ ବିଧବା ବିବାହ ସଂଘ ଗଠିତ ହୋଇଥିଲା। ଆର୍ଯ୍ୟସମାଜ ନାରୀ ସ୍ଵାଧୀନତା ଓ ମର୍ଯ୍ୟାଦା ସପକ୍ଷରେ କାର୍ଯ୍ୟ କରିଥିଲା ।

1927 ମସିହାରେ ସର୍ବଭାରତୀୟ ମହିଳା ସମ୍ମିଳନୀ ପ୍ରତିଷ୍ଠିତ ହୋଇଥିଲା । 1930- 1940 ମସିହାରେ ମଧ୍ୟବିତ୍ତ ଶ୍ରେଣୀର ମହିଳାମାନେ ଚାକିରିରେ ଯୋଗଦାନ କରିବା ଆରମ୍ଭ କଲେ | ବ୍ରିଟିଶ୍ ସରକାର 1829 ମସିହାରେ ସତୀନିରୋଧ ଆଇନ, 1856 ମସିହାରେ ବିଧବା ବିବାହ ଆଇନ, 1870 ମସିହାରେ ମହିଳା ଦୁଗ୍‌ଧପୋଷ୍ୟ ଶିଶୁ ହତ୍ୟା ନିରୋଧ ଆଇନ, 1872 ମସିହାରେ ଆନ୍ତଃ-ସଂପ୍ରଦାୟ ବିବାହ ଆଇନ, 1929 ମସିହାରେ ଶାରଦା ଆଇନ ବା ବାଲ୍ୟ ବିବାହ ନିରୋଧ ଆଇନ, ମାଡ୍ରାସ୍ ପ୍ରଦେଶରେ 1921 ମସିହାରେ ନାରୀ ଭୋଟଦାନ ଆଇନଗତ ବ୍ୟବସ୍ଥା ଗ୍ରହଣ କରିଥିଲେ । ସ୍ଵାଧୀନତା ପରେ ଭାରତ ସରକାର ନିମ୍ନଲିଖତ ବିବିଧ ପଦକ୍ଷେପ ନେଇ ନାରୀ ସ୍ଵାଧୀନତା ପାଇଁ ଅନୁକୂଳ ପରିବେଶ ସୃଷି କରିଛଜି ।

CHSE Odisha Class 12 Political Science Chapter 6 Long Answer Questions in Odia Medium

  • 1954 ମସିହାରେ ସ୍ଵତନ୍ତ୍ର ବିବାହ ଆଇନ ବଳରେ ଦେୱାନୀ ଆଦଲତରେ ବିବାହ ସମାପନ କରାଯିବା ସହ ଆନ୍ତଃ- ଜାତି ଓ ଆନ୍ତଃ-ସଂପ୍ରଦାୟ ବିବାହକୁ ଆଇନଗତ ସ୍ବୀକୃତି ଦିଆଯାଇଛି ।
  • 1955 ମସିହାରେ ହିନ୍ଦୁ ବିବାହ ଆଇନ ଛାଡ଼ପତ୍ର ଓ ଜୀବନଧାରଣ ଭତ୍ତା ପାଇବା କ୍ଷେତ୍ରରେ ନାରୀକୁ ପୁରୁଷ ସହ ସମାନ ସୁଯୋଗ ପ୍ରଦାନ କରିଛି ।
  • 1956 ମସିହା ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଆଇନକୁ ସୁସୁ ମସ୍ତିଷ୍କଯୁକ୍ତ ମହିଳା ନିଜର ପୁତ୍ର ଓ କନ୍ୟାରୂପେ ଜଣେ ବାଳକ ଓ ବାଳିକାକୁ ପୋଷ୍ୟସନ୍ତାନ ହିସାବରେ ଗ୍ରହଣ କରିପାରିବାର ଅଧିକାର ଦେଇଛି ।
  • 1956 ମସିହାରେ ହିନ୍ଦୁ ନାବାଳକ ଓ ଅଭିଭାବକ ଆଇନ ଜଣେ ମହିଳାଙ୍କୁ ତାଙ୍କର ନାବାଳକ ସନ୍ତାନର ପ୍ରାକୃତିକ ଅଭିଭାବକ ହେବାର ଅଧୁକାର ପ୍ରଦାନ କରିଛି ।
  • 1956 ମସିହାର ହିନ୍ଦୁ ଉତ୍ତରାଧ୍ୟାକାର ସଂପରି ଗ୍ରହଣ ଆଇନ ପାରିବାରିକ ସଂପରି ଉତ୍ତରାଧୁକାର କ୍ଷେତ୍ରରେ ନାରୀକୁ ସମାନ ଅଧିକାର ଦେଇଛି ।
  • 1961 ମସିହାର ଯୌତୁକ ନିରୋଧ ଆଇନ ନାରୀ ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହେଉଛି ।
  • 2001 ମସିହାରେ ନାରୀ ସଶକ୍ତିକରଣ ପାଇଁ ଜାତୀୟ ଯୋଜନା ପ୍ରଣୟନ କରାଯାଇଛି ।

ଭାରତରେ ଉନବିଂଶ ଶତାବ୍ଦୀରେ ସଂସ୍କାରବାଦୀ ଆନ୍ଦୋଳନଠାରୁ 2003 ମସିହାର ତାମିଲନାଡୁରେ ଜୟଲଳିତାଙ୍କ ନାରୀର ସ୍ଥିତିକୁ ଜାହିର କରିବାର ପ୍ରୟାସ ପର୍ଯ୍ୟନ୍ତ ଅଧିକାଂଶ କ୍ଷେତ୍ରରେ ବ୍ୟାପକ ନାରୀ ଅଂଶଗ୍ରହଣ ଅନୁପସ୍ଥିତି ଦେଖ‌ିବାକୁ ମିଳିଥାଏ । ସଂସ୍କାରବାଦୀ ଆନ୍ଦୋଳନଗୁଡ଼ିକ ପୁରୁଷମାନଙ୍କ ନେତୃତ୍ଵରେ ପରିଚାଳିତ ହେଉଥିଲା । ସଚେତନଶୀଳତା, ଶିକ୍ଷା ଆଦିର ଅଭାବ ଓ ରକ୍ଷଣଶୀଳ ସମାଜର ପ୍ରଚ୍ଛଦପଟ୍ଟ ନାରୀ ନେତୃତ୍ଵ ଓ ନାରୀ ଅଂଶଗ୍ରହଣଦ୍ଵାରା ନାରୀ ଆନ୍ଦୋଳନକୁ ସଫଳ କରିବାରେ ବାଧା ସୃଷ୍ଟି କରୁଛି । ତଥାପି ସ୍ଵାଧୀନତା ଆନ୍ଦୋଳନ ସମୟରେ ଆନିବେସାନ୍ତ, ମୋହିନୀ, ଡେରାବାଈ ଟାଟା, ସରୋଜିନୀ ନାଇଡୁ ଆଦି ନାରୀ ନେତୃତ୍ଵ ମାଧ୍ୟମରେ ସମାନ ରାଜନୈତିକ ଅଧିକାରପାଇଁ ନାରୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା ।

ସେ ସମୟରେ ନାରୀ ଆନ୍ଦୋଳନ ଜାତୀୟ ଆନ୍ଦୋଳନ ସହ ମିଶିଯାଇ ସ୍ଵାଧୀନତା ହାସଲ ଲକ୍ଷ୍ୟରେ କାର୍ଯ୍ୟ କରୁଥିଲା । ଏହା ଭାରତରେ ନାରୀ ନେତୃତ୍ଵ ସୃଷ୍ଟିର ପ୍ରାଥମିକ ପର୍ଯ୍ୟାୟ ଥିଲା । କିନ୍ତୁ ସ୍ଵାଧୀନତା ହାସଲ ପରେ ରାଷ୍ଟ୍ର ଓ ଜାତି ଗଠନର ସମସ୍ୟା ଭିତରେ ନାରୀ ଆନ୍ଦୋଳନର ସଫଳ ବିନ୍ୟାସ ଭାରତ ମାଟିରେ ସମ୍ଭବ ହୋଇପାରି ନଥିଲା । ତଥାପି ମହିଳାମାନଙ୍କର ସାମାଜିକ ଉନ୍ନତି ପାଇଁ ଉପରୋକ୍ତ ବିଭିନ୍ନ ଆଇନ ପ୍ରଣୟନ କରାଯାଇଥିଲା ।

1970 ମସିହାର ଆଦ୍ୟଭାଗରେ ସମସ୍ୟା ଜର୍ଜରିତ ବିହାରରେ ଜୟପ୍ରକାଶ ନାରାୟଣଙ୍କ ଛାତ୍ର ଯୁବ ସଂଘର୍ଷ ବାହିନୀ (CYSV) ମାଧ୍ୟମରେ ‘ସଂପୂର୍ଣ୍ଣ କ୍ରାନ୍ତି’ (Total Revolution) କାର୍ଯ୍ୟକ୍ରମର ରୂପାୟନ କରାଯାଇଥିଲା ଯାହା ବିଧ୍ଵବଦ୍ଧଭାବେ ମହିଳାମାନଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ଉପରେ ଗୁରୁତ୍ଵ ଦେଇ ପରିବାରରେ ଶ୍ରମ ବିଭାଜନ, ମହିଳାମାନଙ୍କ ପ୍ରତି ହିଂସା ଆଚରଣ, ସମ୍ବଳର ଉପଯୋଗ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅସାମ୍ୟ ନୀତି, ପୁରୁଷ-ମହିଳା ସଂପର୍କ ଆଦି ବିବିଧ ନାରୀ- ସଂପର୍କିତ ବିଷୟରେ ତର୍କ ଓ ସଚେତନଶୀଳତା ସୃଷ୍ଟି କଲା । ‘ବୋଧଗୟା ମଠ ଆନ୍ଦୋଳନ’ରେ ଗ୍ରାମ୍ୟ ମହିଳାମାନଙ୍କର ଯୋଗଦାନ ଭବିଷ୍ୟତ ଆନ୍ଦୋଳନ ପାଇଁ ଏକ ଅନୁକରଣୀୟ ଛାଞ୍ଚ ତିଆରି କଲା ।

1975 ମସିହା ବେଳକୁ ସହରାଞ୍ଚଳର ଅନେକ ଶିକ୍ଷିତ ଛାତ୍ରୀ ଓ ମହିଳା ରାଜନୈତିକ ଅସ୍ଥିରତା ଓ ଜରୁରୀ ପରିସ୍ଥିତିର ବିରୋଧରେ ସଂଗଠିତ ଆନ୍ଦୋଳନ କଲେ ।ମହିଳାମାନଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣ ଉପରେ ଗୁରୁତ୍ଵ ଦେଇ ପରିବାରରେ ଶ୍ରମ ବିଭାଜନ, ମହିଳାମାନଙ୍କ ପ୍ରତି ହିଂସା ଆଚରଣ, ସମ୍ବଳର ଉପଯୋଗ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅସାମ୍ୟ ନୀତି, ପୁରୁଷ-ମହିଳା ସଂପର୍କ ଆଦି ବିବିଧ ନାରୀ- ସଂପର୍କିତ ବିଷୟରେ ତର୍କ ଓ ସଚେତନଶୀଳତା ସୃଷ୍ଟି କଲା । ‘ବୋଧଗୟା ମଠ ଆନ୍ଦୋଳନ’ରେ ଗ୍ରାମ୍ୟ ମହିଳାମାନଙ୍କର ଯୋଗଦାନ ଭବିଷ୍ୟତ ଆନ୍ଦୋଳନ ପାଇଁ ଏକ ଅନୁକରଣୀୟ ଛାଞ୍ଚ ତିଆରି କଲା । 1975 ମସିହା ବେଳକୁ ସହରାଞ୍ଚଳର ଅନେକ ଶିକ୍ଷିତ ଛାତ୍ରୀ ଓ ମହିଳା ରାଜନୈତିକ ଅସ୍ଥିରତା ଓ ଜରୁରୀ ପରିସ୍ଥିତିର ବିରୋଧରେ ସଂଗଠିତ ଆନ୍ଦୋଳନ କଲେ ।

ଗରଓ୍ବାଲ ଅଞ୍ଚଳରେ ସଂଘଟିତ ‘ଟିପ୍‌ ଆନ୍ଦୋଳନ’ ପରିବେଶ ଅବକ୍ଷୟ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ । ଜଙ୍ଗଲ ସଂରକ୍ଷଣ ପାଇଁ ନାରୀମାନଙ୍କର ଭୂମିକାକୁ ଏହା ପ୍ରତିପାଦିତ କରିବା ସଙ୍ଗେ ସଙ୍ଗେ ସ୍ନେହୀ ପ୍ରକୃତିଧାରୀ ନାରୀକୁ ‘ପ୍ରକୃତି-ସ୍ନେହୀ’ ର ସ୍ଵରୂପ ମଧ୍ୟ ପ୍ରଦାନ କଲା । ଏହି ସମୟରେ ‘ସ୍ଵୟଂ-ନିଯୁକ୍ତି ନାରୀ ସଂଘ’ (Self-Employed Women’s Association – SEWA)ର ସ୍ଥାପନା ପ୍ରାଥମିକ ସ୍ତରରେ ଅହମ୍ମଦାବାଦର ବୟନଶିଳ୍ପ କ୍ଷେତ୍ରରେ ଘଟି ସମବାୟିକ ବ୍ୟବସ୍ଥା ମାଧ୍ୟମରେ ଗ୍ରାମ୍ୟ ମହିଳାମାନଙ୍କର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧିର କାର୍ଯ୍ୟକ୍ରମକୁ ତ୍ଵରାନ୍ଵିତ କରାଗଲା । କାରଣ ମହିଳାମାନେ ଆର୍ଥିକ ସ୍ଵାବଲମ୍ବନଶୀଳ ନହେଲେ ସମାନତା ଓ ମର୍ଯ୍ୟାଦାର ପରିସର ବୃଦ୍ଧି ଦାବିର କିଛିଭୂମି ଦୁର୍ବଳ ହୋଇଥାଏ ।

ମହିଳା ସଶକ୍ତିକରଣ ଦିଗରେ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ସଂଗଠିତ କରିବାର ଲକ୍ଷ୍ୟନେଇ ସୃଷ୍ଟ ଏହି ଆନ୍ଦୋଳନର ପ୍ରଭାବ ଅତ୍ୟନ୍ତ ଗଭୀର ଥିଲା । 1977 ମସିହାରେ ଛତିଶଗଡ଼ ଖଣି ଶ୍ରମିକ ସଂଘ (Chhatisgarh Mines Shramik Sangh – CMSS) ନାମରେ ଏକ ବିପ୍ଳବୀ ଶ୍ରମିକ ସଂଗଠନ ସ୍ଥାପିତ ହୋଇ ‘ ମହିଳାମାନଙ୍କର ସମାନ କାମପାଇଁ ସମାନ ମଜୁରି’ ଅଧିକାରକୁ ସ୍ବୀକୃତି ଦେଇଥିଲା । ଏହାପରଠାରୁ ପ୍ରତ୍ୟେକ ସଙ୍ଗଠନରେ ଏକ ‘ ସ୍ଵତନ୍ତ୍ର ମହିଳା କକ୍ଷ’ ସୃଷ୍ଟି ହେଲା ଯାହା ମୁଖ୍ୟ ସଂଗଠନ ସହ ତାଳଦେଇ ମହିଳା-ସ୍ଵାର୍ଥ ହାସଲପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିଆସୁଛି । ମହାରାଷ୍ଟ୍ରରେ ‘ସମଗ୍ର ମହିଳା ଅଗଦି’ (SMA) ନାମକ ଏକ ସଂଗଠନ 1990 ମସିହାରେ ସ୍ଥାପିତ ହୋଇ ସଂପୃକ୍ତ ରାଜ୍ୟ ରାଜନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ଓ ଭୂମିକାର ଗୁରୁତ୍ଵ ପ୍ରତିପାଦନ କରିଛି ।

‘ବମ୍ବେ ଫୋରମ୍’ ନାମରେ ଏକ ସଂଗଠନ 1981 ମସିହାରେ ସ୍ଥାପିତ ହୋଇ ମହିଳାମାନଙ୍କର ଧର୍ଷଣ, ବାଳିକା ଭ୍ରୂଣର ହତ୍ୟା ଆଦି ମାଧ୍ୟମରେ ହେଉଥ‌ିବା ବିଭିନ୍ନ ଅତ୍ୟାଚାର ବିରୋଧରେ ଜନଆନ୍ଦୋଳନ ଗଢ଼ି ଜନସଚେତନଶୀଳତା ସୃଷ୍ଟି କରିଥିଲା । ‘ମାନୁଷୀ’ ନାମକ ଏକ ଇଂରାଜୀ ପତ୍ରିକା ଦିଲ୍ଲୀଠାରୁ 1979 ମସିହାଠାରୁ ପ୍ରକାଶିତ ହୋଇ ମହିଳା ସମ୍ବଳ, ଆଇନଗତ ପରାମର୍ଶ, ବିଭିନ୍ନ ମହିଳା ସମସ୍ୟା ଆଦି ସଂପର୍କରେ ତଥ୍ୟଗତ ସମ୍ବାଦ ପ୍ରଦାନ କରିଆସୁଛି । ଏହାଛଡ଼ା ‘ ବଙ୍ଗଳା ଭାଷାରେ ‘ ଅହଲ୍ୟା’, ଇଂରାଜୀ ଭାଷାରେ, ‘ନାରୀସ୍ଵର’ (Women’s Voice), ହିନ୍ଦୀ ଭାଷାରେ ‘ସ୍ତ୍ରୀ ସଂଘର୍ଷ’ ଆଦି ପତ୍ରିକା ପ୍ରକାଶିତ ହୋଇ ନାରୀ ଆନ୍ଦୋଳନକୁ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରୁଛି ।

1980 ମସିହାର ମଧ୍ୟଭାଗରେ ରୂପ କନ୍‌ର ନାମକ ଏକ 17 ବର୍ଷିୟା ରାଜପୁତ୍ ମହିଳା ‘ସତୀ ବ୍ୟବସ୍ଥା’ର କ୍ରୂର ଶିକାର ହେବା ଜନିତ ପରିସ୍ଥିତିରେ ସଂଗଠିତ ମହିଳା ଆନ୍ଦୋଳନ ନାରୀ ସମାନତା, ମର୍ଯ୍ୟାଦା ପାଇଁ ଜନମତ ଜାଗରିତ କରିଥିଲା । ବିଭିନ୍ନ ସ୍ଵୟଂଶାସିତ ସଂଗଠନ ସାଧାରଣ ଦେୱାନୀ ଆଇନ (Uniform Civil Code) ପ୍ରଚଳନ ପାଇଁ ଦାବି କରିବା ମାଧ୍ୟମରେ ନାରୀ ଆନ୍ଦୋଳନକୁ ପ୍ରୋତ୍ସାହନ ଦେଇଆସୁଛନ୍ତି । ବିଭିନ୍ନ ଧାର୍ମିକ ବ୍ୟକ୍ତିଗତ ଆଇନ ନାରୀ ମର୍ଯ୍ୟାଦାର ଅବନତି ପାଇଁ ଦାୟୀ ହୋଇଥିବାରୁ ଏହା ବିରୋଧରେ ଜନସଚେତନଶୀଳତା ସୃଷ୍ଟି କରାଯାଉଛି । ଶାହାବାନୁ ମକଦ୍ଦମାରେ ସମ୍ବାଦ ସଂସ୍ଥାର ବ୍ୟାପକ ସମର୍ଥନ ସତ୍ତ୍ଵେ ମହିଳାମାନଙ୍କର ମର୍ଯ୍ୟାଦା ରକ୍ଷା ପରିପ୍ରେକ୍ଷୀରେ ବ୍ୟକ୍ତିଗତ ଆଇନକୁ ନୂତନ ଦିଗନ୍ତ ପ୍ରଦାନ କରାଯାଇ ପାରିନଥିଲା ।

ହାଇଦ୍ରାବାଦରେ ପ୍ରଗତିଶୀଳ ମହିଳା ସଂଗଠନ (Progressive Women’s Organisation – PWO) ଓସ୍‌ମାନିଆ ବିଶ୍ଵବିଦ୍ୟାଳୟ ପରିସରରେ 1970 ମସିହାର ଆଦ୍ୟ ଭାଗରେ ସ୍ଥାପିତ ହୋଇ ଖଟିଖୂଆ ସଂଖ୍ୟାତ୍ମକ ଶ୍ରମିକ ଆନ୍ଦୋଳନର ଦୃଢ଼ଭିଭି ଉପରେ ନାରୀ ମୁକ୍ତି ଆନ୍ଦୋଳନକୁ ପ୍ରତିଷ୍ଠିତ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲା । ଦରଦାମ୍ ବୃଦ୍ଧି,ଯୌତୁକପ୍ରଥା, ଯୌନ ବ୍ୟଭିଚାର, ପ୍ରଚାରରେ ନାରୀର ବ୍ୟାପକ କୁ-ଉପଯୋଗ ଆଦି ନାରୀ ସ୍ଵାର୍ଥବିରୋଧୀ ବିଭିନ୍ନ ବିଷୟ ସଂପର୍କରେ, ଜନମତ ସଂଗଠିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା । ‘ସ୍ତ୍ରୀ ଶକ୍ତି ସଂଗଠନ’ (SSS) ଓ ‘ଅନ୍ଵେଷୀ’ ନାମକ ସଂଗଠନ ମାଧ୍ୟମରେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ବ୍ୟବସ୍ଥା ଉପରେ ଚାପ ପକାଇ ମହିଳା ସ୍ଵାର୍ଥ ସଂପର୍କିତ ବିଷୟକୁ ସ୍ବୀକୃତି ଦିଆଯିବା କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି ।

CHSE Odisha Class 12 Political Science Chapter 6 Long Answer Questions in Odia Medium

ବିଭିନ୍ନ ରାଜନୈତିକ ଦଳ ନିଜସ୍ଵ ମହିଳା ସଂଗଠନ ମାଧ୍ୟମରେ ‘ମହିଳା ଭୋଟ’ ସଂଚାଳନର ବ୍ୟବସ୍ଥା କରିଛନ୍ତି ସରକାରଙ୍କ ମହିଳା ନୀତିକୁ ସମର୍ଥନ, ପ୍ରତିଫଳନ, ପ୍ରଭାବିତ ଓ ସମାଲୋଚନା କରିବା କ୍ଷେତ୍ରରେ ଏହି ସଂଗଠନଗୁଡ଼ିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ମହିଳା-ବିରୋଧୀ ବିଭିନ୍ନ କୁ-ସାମାଜିକ ବ୍ୟବସ୍ଥା ବିରୋଧରେ ବିଭିନ୍ନ ସମୟରେ ଆନ୍ଦୋଳନମାନ ସଂଗଠିତ କରିବା କ୍ଷେତ୍ରରେ ଏହାର ଭୂମିକା ସ୍ଵୀକାର୍ଯ୍ୟ | ସାଂପ୍ରଦାୟିକ ଦଙ୍ଗା ସମୟରେ ଉଦାହରଣସ୍ୱରୂପ ଦିଲ୍ଲୀରେ 1984 ମସିହାରେ ସଂଗଠିତ ଦଙ୍ଗା ସମୟରେ ସାଂପ୍ରଦାୟିକ ହିଂସା ବିରୋଧରେ ଆନ୍ଦୋଳନ ପାଇଁ ମହିଳା ଆନ୍ଦୋଳନ ସଫଳତାର ସହ କାର୍ଯ୍ୟ କରିଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରତିଷ୍ଠତ ‘ ମହିଳା କମିଶନ’ ଏହି ଆନ୍ଦୋଳନଗୁଡ଼ିକୁ ପ୍ରୋତ୍ସାହନ ଦେଇ ଅଧ‌ିକ ସମନ୍ବିତ କରୁଛି । 1975-1985 ମସିହାରେ ଜାତିସଂଘଦ୍ଵାରା ମହିଳା ଦଶନ୍ଧିରୂପେ ଘୋଷିତ ହୋଇ ପ୍ରଚୁର ଅର୍ଥ ଆଗମନ ଫଳରେ ବିଭିନ୍ନ ବେସରକାରୀ ସଂଗଠନଦ୍ଵାରା ଲିଙ୍ଗଗତ ପାର୍ଥକ୍ୟ ଦୂରୀକରଣ, ରାଜନୈତିକ ସଶକ୍ତିକରଣ ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ରୂପାୟନ କରାଯାଇଛି ।

ଭାରତରେ ନାରୀ ଆନ୍ଦୋଳନ ସମ୍ମୁଖରେ ମୁଖ୍ୟ ବିଷୟ ଓ କାର୍ଯ୍ୟକ୍ଷେତ୍ର :
ଜାତିସଂଘ ମହିଳା ଦଶନ୍ଧି ଓ ଆନ୍ତର୍ଜାତିକ ମହିଳା ବର୍ଷ ସମୟରେ ଭାରତରେ ସର୍ବପ୍ରଥମ ଥରପାଇଁ ଭାରତୀୟ ମହିଳାମାନଙ୍କର ସମସ୍ୟା ସଂପର୍କରେ ସାମାଜିକ ସଂଗଠନ, ବେସରକାରୀ ସଂଗଠନ ଆଦି ବ୍ୟାପକ ଆଲୋଚନା କଲେ ଏବଂ ନିମ୍ନଲିଖତ ବିଭିନ୍ନ ବିଷୟ କ୍ଷେତ୍ରରେ ଏହି ଆନ୍ଦୋଳନ ସଂଗଠିତ ହେବା ଉଚିତ ବୋଲି ସ୍ପଷ୍ଟଭାବେ ସୂଚିତ ହେଲା :

  • ଜନସଂଖ୍ୟାରେ ନାରୀ ଅନୁପାତ ହ୍ରାସ ଯୋଗୁଁ ନାରୀ-ଭ୍ରୂଣ ହତ୍ୟା ନିରୋଧ ପାଇଁ ଆଇନଗତ ବ୍ୟବସ୍ଥା ସହ ସାମାଜିକ ସଚେତନଶୀଳତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଆବଶ୍ୟକ ।
  • ଧାର୍ମିକ ମୌଳବାଦ ନାରୀ ସ୍ଵାଧୀନତା ଓ ମର୍ଯ୍ୟାଦା ବୃଦ୍ଧି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହି ବ୍ୟବସ୍ଥାର ସଂସ୍କାର ପାଇଁ ଜନସଚେତନଶୀଳତା ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟହେବା ଉଚିତ । ବାସ୍ତବରେ ହିନ୍ଦୁ ଧର୍ମର ପ୍ରକୃତ ବ୍ୟାଖ୍ୟା କଲେ ଏହା ସ୍ପଷ୍ଟ ହୁଏ ଯେ, ‘ଶିବ’ ଓ ‘ଶକ୍ତି’ ପ୍ରକୃତିର ଆଧାର ଅଟନ୍ତି ଏବଂ ଏହି ଦୃଷ୍ଟିରୁ ସମାଜରେ ପୁରୁଷ ଓ ସ୍ତ୍ରୀ ସମାନତାର ସୂତ୍ରରେ ଆବଦ୍ଧ ହେବା ଉଚିତ ।
  • ନାରୀ ଶିକ୍ଷାର ବିକାଶ, ନାରୀ ପାଇଁ ସୁଷମ ଖାଦ୍ୟ ଓ ଉତ୍ତମ ସ୍ଵାସ୍ଥ୍ୟରକ୍ଷାର କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଆବଶ୍ୟକ ।
  • ମହିଳାମାନଙ୍କ ବିରୋଧରେ ହିଂସା ଓ ଅପରାଧର ମାତ୍ରା କ୍ରମାଗତ ଓ ବିପଦଜନକଭାବେ ବୃଦ୍ଧି ପାଉଥ‌ିବାରୁ ଏହା ନିୟନ୍ତ୍ରିତ ହେବା ଉଚିତ ।
  • ଅଜ୍ଞତା ଓ ସାମାଜିକ ପ୍ରଥା ହେତୁ ମହିଳାମାନେ ସମାଜରେ ସଂପରିବିହୀନ ପ୍ରାଣୀରୂପେ ବର୍ଦ୍ଧିତ ହେଉଛନ୍ତି । ଏହି ଦୁର୍ବଳ ଆର୍ଥିକ ସ୍ଥିତି ବିରୋଧରେ ମହିଳା ଆନ୍ଦୋଳନ ସଂଘଟିତ ହେବା ଉଚିତ ।
  • ନାରୀଦ୍ଵାରା ସଂପାଦିତ ଗୃହକାର୍ଯ୍ୟର ଆର୍ଥିକ ମୂଲ୍ୟ ପ୍ରତିପାଦିତ ହେବା ଆବଶ୍ୟକ । ବେଜିଂରେ 1995 ମସିହାରେ ଭାରତ ସରକାର ସ୍ଵୀକାର କରିଛନ୍ତି ଯେ, ଶତକଡ଼ା 35 ଭାଗ ଗ୍ରାମ୍ୟ ଶିଳ୍ପ ମହିଳାମାନଙ୍କଦ୍ଵାରା ପରିଚାଳିତ ହେଉଥିଲେ ମଧ୍ୟ ସେମାନଙ୍କର ଆର୍ଥିକ ସ୍ଵାବଲମ୍ବନଶୀଳତା ଆଜିପର୍ଯ୍ୟନ୍ତ ହାସଲ ହୋଇପାରିନାହିଁ, କିମ୍ବା ଆର୍ଥିକ ବ୍ୟବସ୍ଥାକୁ ସେମାନଙ୍କର ଦାନ ସ୍ଵୀକୃତ ନୁହେଁ |
  • 1992 ମସିହାର 73 ତମ ସମ୍ବିଧାନ ସଂଶୋଧନ ଆଇନଦ୍ଵାରା ସ୍ଵାୟତ୍ତଶାସନ ସଂସ୍ଥାରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହେବା ଫଳରେ ମହିଳାମାନଙ୍କର ରାଜନୈତିକ ଅଂଶଗ୍ରହଣର ମାତ୍ରା ବୃଦ୍ଧି ପାଉଛି ସତ; କିନ୍ତୁ ପୁରୁଷ ପ୍ରାଧାନ୍ୟ ସମାଜରେ ଏହାର ସଫଳ ପ୍ରୟୋଗ ସମ୍ଭବ ହେଉନାହିଁ ବୋଲି ଅଭିଯୋଗ ହେଉଛି । ଏଣୁ ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ଅଧିକ ବାସ୍ତବମୁଖୀ କରାଯିବା ଆବଶ୍ୟକ ।

1980–1990 ମସିହାରେ ସଂଘଟିତ ବିଭିନ୍ନ ନାରୀ ଆନ୍ଦୋଳନ ନାରୀର ସାମାଜିକ ଓ ଆର୍ଥିକ ନିରାପତ୍ତା ଉପରେ ଗୁରୁତ୍ଵ ଦେଉଥିଲା । ଏହା ସତୀ, ଧର୍ଷଣ, ଯୌତୁକ ନିର୍ଯାତନା, ବଧୂହତ୍ୟା, ନାରୀ-ଭୃଣ ହତ୍ୟା, ସଂପରିଗତ ଅଧିକାରପ୍ରାପ୍ତି, ନିଯୁକ୍ତି କ୍ଷେତ୍ରରେ ସମାନତା ଆଦି ବିବିଧ ବିଷୟ ଉପରେ ଆଧାରିତ ଥିଲା । ସରକାର ବିଭିନ୍ନ ଆଇନ ପ୍ରଣୟନ ଏବଂ ଜାତୀୟ ମହିଳା ଆୟୋଗ ଓ ରାଜ୍ୟ ମହିଳା ଆୟୋଗ ସ୍ଥାପନଦ୍ଵାରା ବିଭିନ୍ନ ମହିଳା-ସ୍ଵାର୍ଥ ବ୍ୟବସ୍ଥାକୁ ସ୍ବୀକୃତି ପ୍ରଦାନ କରି କାର୍ଯ୍ୟକାରୀ କରୁଛନ୍ତି । କେନ୍ଦ୍ରର ଏନ୍.ଡି.ଏ. ସରକାର ବାରମ୍ବାର ମହିଳା ।

ବିଧେୟକକୁ ସଂସଦରେ ଗୃହୀତ କରିବାର ପ୍ରୟାସ କରି ବିଫଳ ହେଉଛନ୍ତି । ବର୍ତ୍ତମାନ ଭାରତରେ ନାରୀ ଆନ୍ଦୋଳନଗୁଡ଼ିକ ସଂଗଠନ ଓ କାର୍ଯ୍ୟକ୍ରମ ଦୃଷ୍ଟିରୁ ପୂର୍ବାପେକ୍ଷା ଅଧ୍ବକ ସୁସଂଯତ ଓ ସୁବ୍ୟବସ୍ଥିତ । ଏହା ଭୂମିକା ସମ୍ମିଶ୍ରଣ (Role Integration) ର ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିଛି | ନାରୀମାନଙ୍କର ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ 2001 ମସିହାର ଜାତୀୟ ଯୋଜନାର ଲକ୍ଷ୍ୟ ପୋଷଣ କରାଯାଇଛି । ଉଭୟ ଆଇନଗତ ଓ ବାସ୍ତବ ସ୍ଵାଧୀନତା ଉପଭୋଗ ମାଧ୍ୟମରେ ସମସ୍ତ ଅସମାନତାର ବିଲୋପ ଓ ମର୍ଯ୍ୟାଦା ପ୍ରତିଷ୍ଠା ସମ୍ଭବ ହୋଇପାରିବ ।

୨। ଉନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀର ଆରମ୍ଭରେ ନାରୀମାନଙ୍କ ପାଇଁ ସଂସ୍କାର ସମ୍ବନ୍ଧରେ ଆଲୋଚନା କର ।
Answer:
ଉନବିଂଶ ଶତାବ୍ଦୀକୁ ‘ନାରୀମାନଙ୍କ ପାଇଁ ଏକ ଯୁଗ’’ ରୂପେ କୁହାଯାଇପାରେ । ସେମାନଙ୍କ ପ୍ରତି କରାଯାଇଥିବା ଉଚିତ ଓ ଅନୁଚିତ ତଥା ସେମାନଙ୍କର କ୍ଷମତା ଓ ସାମର୍ଥ୍ୟ ଇଉରୋପ ଓ ଏପରିକି ଉପନିବେଶଗୁଡ଼ିକରେ ଉତ୍ତପ୍ତ ଆଲୋଚନାର ବିଷୟ ହେବାକୁ ଲାଗିଥିଲା । ଶତାବ୍ଦୀର ଶେଷ ବେଳକୁ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ ଓ ଏପରିକି ରୁଷିଆରେ ବୈପ୍ଳବିକ ସମ୍ପର୍କରେ ସାମାଜିକ ସଂସ୍କାରକମାନେ ଦଃଖ ପ୍ରକାଶ କରିବାକୁ ଲାଗିଲେ । ନାରୀ ନିମିତ୍ତ ନାରୀମାନଙ୍କଦ୍ୱାରା ଉକ୍ତ ଆନ୍ଦୋଳନ ବଙ୍ଗ ଓ ମହାରାଷ୍ଟ୍ରରେ ଉତ୍ପତ୍ତିଲାଭ କରିଥିଲା ।

ସତୀପ୍ରଥା ବିରୋଧରେ ଅଭିଯାନ:
ପାଶ୍ଚାତ୍ୟକରଣରୁ ଜନ୍ମଲାଭ କରିଥିବା ଭାରତୀୟ ମଧ୍ୟବିତ୍ତ ଶ୍ରେଣୀୟ (ବୁର୍ଜୁଆ) ଗୋଷ୍ଠୀ ସମାଜକୁ ସୁଧାରିବାକୁ (ଉନ୍ନତି ପଥରେ ନେବାକୁ) ଜାତି, ଏକେଶ୍ବରବାଦ, ମୂର୍ତ୍ତିପୂଜା, ଚୈତନ୍ୟବାଦ, ପରଦାପ୍ରଥା, ବାଲ୍ୟବିବାହ, ସତୀ ଏବଂ ଏହିପରି ଅନ୍ୟାନ୍ୟ କୁସଂସ୍କାର ବିରୋଧରେ ଅଭିଯାନ ଆରମ୍ଭ କରି ସମାଜକୁ ଉନ୍ନତି ପଥରେ ସୁଧାରିବାକୁ ଚେଷ୍ଟା କଲେ । ସେମାନଙ୍କ ପାଇଁ ଏହି ଉପାଦାନ ପ୍ରାକ୍-ଆଧୁନିକ ବା ଆଦିମ ସମାଜର ବିଦେଶୀ ଖ୍ରୀଷ୍ଟଧର୍ମ ପ୍ରଚାରକମାନେ ବିଭିନ୍ନ କୁସଂସ୍କାରକୁ ‘‘ହିନ୍ଦୁ ବର୍ବରବାଦ’’ର ଉଦାହରଣ ରୂପେ ଆରୋପିତ କରି ଯୋଗାଇ ଦେଇଥିଲେ ।

ତେଣୁ ସେମାନେ ଉପନିବେଶ ଶକ୍ତିମାନଙ୍କ ପାଇଁ ଶାସନ କରିବାକୁ ଯଥେଷ୍ଟ କାରଣ ସୃଷ୍ଟି କଲେ । ଏହି କାରଣ ଯୋଗୁଁ ରାମମୋହନ ରାୟ ଓ ବିଦ୍ୟାସାଗର ଆବଶ୍ୟକୀୟ ପ୍ରଶାସନିକ ତଥା ଆଇନଗତ ସମର୍ଥନ ପାଇବାକୁ ପ୍ରୟାସ କଲେ । ୧୮୧୭ରେ ପଣ୍ଡିତ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର ଘୋଷଣା କଲେ ଯେ, ସତୀପ୍ରଥାର କୌଣସି ‘ଶାସ୍ତ୍ରୀୟ ଅନୁମୋଦନ’ ନାହିଁ । ଏହାର ଏକ ବର୍ଷ ପରେ ଗଭର୍ଣ୍ଣର ବେଣ୍ଟିକ୍ ତାଙ୍କ ପ୍ରଦେଶ ବଙ୍ଗଳାରେ ସତୀପ୍ରଥା ନିଷେଧ କଲେ । ଏହା ସତୀ ଉଚ୍ଛେଦ ଆଇନ ୧୯୨୯ ରୂପେ ଭାରତରେ ଅନ୍ୟ ଅଂଶକୁ ପ୍ରସାରିତ ହେବାପାଇଁ ୧୧ ବର୍ଷ ସମୟ ଲାଗିଥିଲା ।

CHSE Odisha Class 12 Political Science Chapter 6 Long Answer Questions in Odia Medium

ବିଧବା ପୁନବିବାହ:
ପଣ୍ଡିତ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାରଙ୍କ ପରି ପଣ୍ଡିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ୧୮୫୦ ଦଶକରେ ଶାସ୍ତ୍ରଗୁଡ଼ିକୁ ଅଧ୍ୟୟନ କରି ପ୍ରମାଣ କଲେ ଯେ, ବିଧବାମାନଙ୍କର ପୁନଃ ବିବାହ ଗ୍ରହଣଯୋଗ୍ୟ । ତାଙ୍କର ଏହି ମତ ଥିଲା ଏକ ଦୀର୍ଘ କଷ୍ଟକର ଯାତ୍ରା, ଧର୍ମାନ୍ଧ, ପଣ୍ଡିତମାନଙ୍କ ସହିତ ବିତର୍କ ମାଧ୍ୟମରେ ଏବଂ ତତ୍କାଳୀନ ହିନ୍ଦୁ ସମାଜର କେତେକ ସ୍ତମ୍ଭରୂପେ ବିଦ୍ୟମାନ ହୋଇଥିବା ବ୍ୟକ୍ତିମାନଙ୍କଠାରୁ ବିଦୂପ । ଦେଶୀୟ ଭାଷା (ବଙ୍ଗଳା) ସମ୍ବାଦପତ୍ର ଏହାକୁ ଉଭୟ ସପକ୍ଷ କରି ଅନେକ କବିତା ଓ ବ୍ୟଙ୍ଗାତ୍ମକ ରଚନାରେ ପୂର୍ଣ କଲେ । ଉକ୍ତ ପଦଂଶ ରଚନାଗୁଡ଼ିକ ବୁଣା ହେଉଥ‌ିବା ଲୁଗାର ଅଙ୍କନଗୁଡ଼ିକରେ ଦେଖାଦେଲା । ସେଗୁଡ଼ିକ ସମାଜରେ ଆଲୋଡ଼ନ ସୃଷ୍ଟି କଲା ।

୧୮୫୫ରେ ତତ୍କାଳୀନ ଗଭର୍ଣ୍ଣରଙ୍କ ନିକଟରେ ବିଦ୍ୟାସାଗର ଏକ ଆବେଦନପତ୍ର ଉପସ୍ଥାପନ କଲେ ।୧୮୭୧ରେ ମାଡ୍ରାସ୍‌ରେ ଏକ ବିଧବା ପୁନର୍ବିବାହ ସଙ୍ଗଠନ ଗଢ଼ି ଉଠିଥିଲା, ମାତ୍ର ତାହା ଥିଲା କ୍ଷଣସ୍ଥାୟୀ । ୧୮୭୮ରେ ବିଧବା ପୁନର୍ବିବାହକୁ ମୁଖ୍ୟ ଆଧାର କରି ବିରେସାଲିଙ୍ଗମ୍ ‘ରାଜମହେନ୍ଦ୍ର ସାମାଜିକ ସଂସ୍କାର ସଂଘ’’ ଗଠନ କଲେ । ୧୮୯୨ରେ ୟଙ୍ଗ ମାଡ୍ରାସ୍ ପାର୍ଟି ବା ହିନ୍ଦୁ ସମାଜ ସଂସ୍କାର ସଙ୍ଗଠନ ଗଠିତ ହେଲା । ଆର୍ଯ୍ୟ ଭ୍ରାତୃତ୍ଵ ସମ୍ମିଳନୀ, ଯେଉଁଥରେ ରାନାଡ଼େ ଏବଂ ଏନ୍. ଏମ୍. ଜୋଷୀ ସଦସ୍ୟ ଥିଲେ, ଥରେ ଏହାର ଏକ ସଭାରେ ଘୋଷଣା କଲା ଯେ, ‘ଆସନ୍ତୁ, ଆମ୍ଭେମାନେ ଆଉ ଏକ ନିର୍ବୋଧର ସ୍ଵର୍ଗରେ ସେହି ବିଶ୍ଵାସକୁ ଭଲପାଇ ବାସ କରିବା ନାହିଁ କାରଣ ଅନେକ କାଳଧରି ଆମେ ସେଥୁରେ ତିଷ୍ଠି ରହିଅଛନ୍ତି ।

ଆମର ବର୍ତ୍ତମାନର ସାମାଜିକ ଆୟୋଜନ ଅନୁଯାୟୀ ସବୁଦିନ ପାଇଁ ଆମ୍ଭେମାନେ ତିଷ୍ଠି ରହିବାକୁ ସକ୍ଷମ ହେବା ।’’ ଆଇନ ପ୍ରଣୟନର ୪୦ରୁ ଊର୍ଦ୍ଧ୍ବ ବର୍ଷ ମଧ୍ୟରେ ଯଦିଓ ସମାଜ ସଂସ୍କାର ସଙ୍ଗଠନଗୁଡ଼ିକ ଏହି କାରଣକୁ ଏକ ମୁଖ୍ୟ ପ୍ରସଙ୍ଗ ରୂପେ ପ୍ରଚାର କରି ସମଗ୍ର ଭାରତବର୍ଷରେ ଛତୁ ଫୁଟିଲା ପରି ଗଢ଼ି ଉଠିଥିଲେ, ତଥାପି କେବଳ ମାତ୍ର ୫୦୦ ବିଧବା ପୁନର୍ବିବାହ ହୋଇଥିଲା । ସେମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଥିଲେ ବାଲ୍ୟ ବା କୁମାରୀ ବିଧବା । କୁମାରୀ ବିଧବା ପୁନର୍ବିବାହ କରିପାରିଲେ ନାହିଁ କି କଲେ ନାହିଁ ।

ରୂପଜୀବୀମାନଙ୍କ ଥଇଥାନ:
ନାରୀମାନଙ୍କ ଧର୍ମଗତ ପ୍ରଥା ବିରୋଧରେ ସଂସ୍କାର ପାଇଁ ଲଢ଼େଇ କରୁଥିବା ଅନ୍ୟ ଉଲ୍ଲେଖନୀୟ ବ୍ୟକ୍ତିତ୍ଵମାନେ ଥିଲେ ଜ୍ୟୋତିବା ଫୁଲେ, ଦୟାନନ୍ଦ ସରସ୍ଵତୀ, କାର୍ଭେ ଏବଂ ପଣ୍ଡିତ ରମାବାଈ, ଭଗିନୀ ନିବେଦିତା ଓ ଟାଗୋରଙ୍କ ଭଉଣୀ ସ୍ଵର୍ଣ୍ଣକୁମାରୀ ଦେବୀମାନଙ୍କ ପରି ମହିଳାମାନେ I ମଧୁସୂଦନ ଦତ୍ତ ଓ ହେନେରୀ ବେରେଜୀଙ୍କ ପରି ବିଦ୍ରୋହାତ୍ମକ ତେଜର ସାକ୍ଷୀ ଥିଲା ବଙ୍ଗ ପ୍ରଦେଶ । ସେ ଉଭୟ ଶକ୍ତିଶାଳୀ କବି ମଧ୍ୟ ଥିଲେ । ଏପରିକି ପୁରୁଷ ନୈତିକତାକୁ ଦମନ କରିବାଦ୍ଵାରା ସେମାନେ ସଂସ୍କାରକମାନଙ୍କର ପ୍ରକୋପକୁ ଆମନ୍ତ୍ରଣ କରିଥିଲେ । ମଧୁସୂଦନ ରୂପଜୀବୀମାନଙ୍କୁ ସଙ୍ଗଠିତ କରି ପ୍ରତିବଦଳରେ ଅଭିନୟକୁ ପେସା ରୂପେ ଗ୍ରହଣ କରିବାକୁ ସେମାନଙ୍କୁ ଅନୁପ୍ରେରିତ କରିଥିଲେ ।

୧୮୬୯ର ଅମୃତବଜାର ପତ୍ରିକାରେ ଏକ ବିବରଣୀ ଅନୁଯାୟୀ, କଲିକତାର ୯୦% ରୂପଜୀବୀ ଥିଲେ ବିଧବା, ଯେଉଁମାନଙ୍କ ମଧ୍ୟରୁ ବହୁସଂଖ୍ୟକ କଳୀନ ‘ବ୍ରାହ୍ମଣ’ ପରିବାରରୁ ଆସିଥିଲେ । ‘‘କୁଳୀନମାନେ’ ଥିଲେ ବ୍ରାହ୍ମଣମାନଙ୍କ ଗୋଷ୍ଠୀ ମଧ୍ୟରେ ଅତ୍ୟଧ‌ିକ ଘୃଣ୍ୟ, ଯେଉଁମାନଙ୍କର ସମାଜଗତ ଅନୁମୋଦିତ ଜୀବିକା ନିର୍ବାହ ଥିଲା ବିବାହ କରିବା ଓ ଯୌତୁକ ସଂଗ୍ରହ କରିବା । ସେମାନଙ୍କର ଦୈନନ୍ଦିନ ଜୀବନ ମଧ୍ୟ ଏପରି ସମ୍ପୂର୍ଣ୍ଣ ମୁକ୍ତ ଥିଲା ଯେ ସେମାନେ ସେମାନଙ୍କ ପତ୍ନୀମାନଙ୍କ ପୈତୃକ ଗୃହକୁ ଯାଇ ପତ୍ନୀଗ୍ରହଣ କରୁଥିଲେ । ଏହି ‘ବିବାହିତ’’ ନାରୀମାନେ ସେମାନଙ୍କ ପିତାଙ୍କ ଗୃହରେ ହିଁ ରହୁଥିଲେ । ଉକ୍ତ ସ୍ତ୍ରୀମାନଙ୍କ ସଂଖ୍ୟା ଭଲରୂପେ ୧୦୦ରୁ ଅତ୍ୟଧ୍ଵ ଥିଲା । ଜଣେ ସ୍ଵାମୀଙ୍କର ମୃତ୍ୟୁ ଫଳରେ ନିହାତି କମ୍‌ରେ ୧୦୦ ଜଣ ବିଧବା ବଜାରରେ ରୂପଜୀବୀ ଭାବେ ଉପଲବ୍‌ଧ ହେଉଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଧବା ପୁନର୍ବିବାହର ପ୍ରଥମ ଓ ପ୍ରଧାନ ସମର୍ଥକ ବିଦ୍ୟାସାଗର ରୂପଜୀବୀମାନଙ୍କର ଥଇଥାନରେ ଏହି ପରିକଳ୍ପନା ପ୍ରତି ନୈତିକ ବିରୋଧ ପ୍ରକଟ କଲେ । ମାତ୍ର ବହୁ ବିବାହର ଘୃଣ୍ୟପ୍ରଥାକୁ ବନ୍ଦ କରିବାକୁ ଚିନ୍ତା କଲେ ନାହିଁ । ସେ ଅନୁଭବ କରିପାରିଲେ ନାହିଁ ଯେ ଏତଦ୍ବାର ବିଧବାମାନଙ୍କର ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଯିବ ଏବଂ ଯଦି ବହୁ ବିବାହକୁ ବନ୍ଦ କରି ଦିଆଯାଏ, ତେବେ ସମସ୍ୟା କମ୍ ଭୟାବହ ହେବ ।

ଆଯ୍ୟ ସମାଜ:
ସ୍ଵାମୀ ଦୟାନନ୍ଦ ଥିଲେ ତାଙ୍କ ସମୟର ଜଣେ କ୍ରାନ୍ତିକାରୀ । ସେ ଜାତିପ୍ରଥାକୁ ଅସ୍ବୀକାର କଲେ ଏବଂ ଶାସ୍ତ୍ର ଅନୁଯାୟୀ ନାରୀମାନଙ୍କୁ ସମାନ ଆଚରଣ ପ୍ରଦର୍ଶନ କରିବାକୁ ଉପଦେଶ ଦେଲେ । ତାଙ୍କ ଆର୍ଯ୍ୟ ସମାଜ ନାରୀମାନଙ୍କ ଉପରେ କୌଣସି କର୍ତ୍ତବ୍ୟ ଓ ଦାୟିତ୍ଵ ନ୍ୟସ୍ତ କଲେ ନାହିଁ, ଯାହାକି ହିନ୍ଦୁ ଆଇନ ପ୍ରଣେତାମାନଙ୍କ ଅନୁସାରେ ପୁରୁଷମାନଙ୍କ ପ୍ରତି ପ୍ରୟୋଗ ହୋଇନପାରେ । ତାଙ୍କ ବର୍ଣ୍ଣନାମୂଳକ ପୁସ୍ତକ ‘ସତ୍ୟାର୍ଥ ପ୍ରକାଶ’ରେ ଦୟାନନ୍ଦ ଦୃଢ଼ଭାବେ କହିଛନ୍ତି ଯେ ଆର୍ଯ୍ୟ ଭାରତରେ ବହୁବିବାହ, ବାଲ୍ୟବିବାହ ଏବଂ ନାରୀର ନିର୍ଜନବାସ ଇତ୍ୟାଦି ନ ଥିଲା। ସେ ଉଭୟ ବାଳକ ଓ ବାଳିକାମାନଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା, ସଂସ୍କୃତ ଓ ଇଂରାଜୀର ବାଧ୍ୟତାମୂଳକ ଶିକ୍ଷା ମାଧ୍ୟମରେ ଆଧୁନିକତା ଓ ପରିସର ଉପରେ ସମାନ ଗୁରୁତ୍ଵ ରହିବା ଉଚିତ ବୋଲି ଆହ୍ଵାନ ଦେଇଥିଲେ ।

ସେ ବାଳିକା ଓ ବାଳକମାନଙ୍କ ପାଇଁ ବିବାହର ବୟସ ଯଥାକ୍ରମେ ୧୬ ଓ ୨୫ ବର୍ଷକୁ ବୃଦ୍ଧି କରିଥିଲେ । ମାତ୍ର ଲଜପତ୍ର ରାୟ ଓ ଲାଲଚାନ୍ଦଙ୍କ ପରି ଆର୍ଯ୍ୟସମାଜୀମାନେ ନାରୀମାନଙ୍କ ପାଇଁ ଉଚ୍ଚଶିକ୍ଷାର ବିରୋଧ କରିଥିଲେ ସେମାନେ ବିଶ୍ଵାସ କଲେ ଯେ ସର୍ବୋପରି ବାଳିକାମାନଙ୍କ ଶିକ୍ଷାର ସ୍ବରୂପ ଭିନ୍ନ ହେବା ଉଚିତ, କାରଣ ବାଳିକାମାନଙ୍କୁ ଆମେ ଦେଉଥ‌ିବା ଶିକ୍ଷା ସେମାନଙ୍କୁ ଯୌନବର୍ଜିତ ନ କରାଉ । ମୌଳିକ ସାକ୍ଷରତା ପାଇଁ ଅଙ୍କ ଏବଂ କେତେକ ପଦ୍ୟ ବ୍ୟତୀତ ଆର୍ଯ୍ୟ ସମାଜର ଧର୍ମଗତ ସାହିତ୍ୟ, ସିଲାଇ, ସୂଚୀକାର୍ଯ୍ୟ, ରନ୍ଧନ, ସ୍ଵାସ୍ଥ୍ୟରକ୍ଷା, ଚିତ୍ରାଙ୍କନ ଓ ସଙ୍ଗୀତ ବିଷୟ ଇତ୍ୟାଦି ପଢ଼ାଯାଉଥିଲା ।

ପ୍ରତିମାପୂଜା ଓ ବ୍ରାହ୍ମଣ ହିନ୍ଦୁତ୍ୱର ପଛଟଣା ରୀତି ଓ କ୍ରିୟାକର୍ମ ଇତ୍ୟାଦିର ବିରୋଧରେ ଏକ ପ୍ରତିବାଦ ରୂପେ ଗଢ଼ି ଉଠିଥିବା ବ୍ରାହ୍ମ ସମାଜ, ବାଳିକା ଓ ନାରୀମାନଙ୍କ ବିଷୟରେ ଏହି ଧରାବନ୍ଧା ରୀତିରୁ ମୁକ୍ତ ନ ଥିଲା । ଏହି ରୀତି ଆମର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଵାଧୀନତା ଆନ୍ଦୋଳନ ପର୍ଯ୍ୟନ୍ତ ଲାଗି ରହିଥିଲା । କେବଳ ସୁଭାଷଚନ୍ଦ୍ର ବୋଷଙ୍କର ଏକମାତ୍ର ଅସନ୍ତୋଷର ସ୍ଵର ଥିଲା । ନାରୀମାନଙ୍କଦ୍ୱାରା ଓ ନାରୀମାନଙ୍କ ପାଇଁ ଯୁଗର ବିଭାଜନ ପଛରେ ଯଥାର୍ଥତା ଏହିଠାରେ ରହିଛି । ସେ ସମୟରେ ପୁରୁଷମାନଙ୍କ ପ୍ରତି ପ୍ରଦତ୍ତ ବା ଅନୁମୋଦିତ ହୋଇଥିବା ସବୁକିଛି ଦାବି କରିବାକୁ ନାରୀମାନଙ୍କର ସମ୍ବେଦନଶୀଳତା ନ ଥିଲା କି ସଚେତନତା ନ ଥିଲା ।

ବାଲ୍ୟବିବାହ ନିଷେଧ:
ଏହାକୁ ସ୍ବୀକୃତି ଦେବାପାଇଁ ୧୦ ବର୍ଷ ବୟସକୁ କନ୍ୟାମାନଙ୍କ ବିବାହ ନିମନ୍ତେ ସ୍ଥିର କରି ୧୮୬୦ରେ ଏକ ଆଇନ ପ୍ରଣୀତ ହେଲା । ଶତାବ୍ଦୀର ଶେଷ ଭାଗରେ ନିଜେ ଜଣେ ହିନ୍ଦୁ ନ ଥ‌ିବା ବେହରମ ମାଦାରୀ (ଜଣେ ପାର୍ଶୀ) ଏହି ଆଇନକୁ ସମର୍ଥନ କରି ଏକ ପ୍ରଚାର ଯାତ୍ରା ଆରମ୍ଭ କଲେ । ସେ ବହୁସଂଖ୍ୟକ ଓକିଲ, ଠାକୁର, ଶିକ୍ଷକ ତଥା ସରକାରୀ କର୍ମଚାରୀଙ୍କୁ ପ୍ରବର୍ତ୍ତାଇବାରେ କୃତକାର୍ଯ୍ୟ ହୋଇ ପାରିଥିଲେ । ସେମାନେ ବିଶ୍ଵାସ କରୁଥିଲେ, ଯାହାକି ଜେସୋର୍ ଭାରତୀୟ ସଙ୍ଗଠନଦ୍ଵାରା ବକ୍ତବ୍ୟରେ ପ୍ରତିଧ୍ଵନିତ ହୋଇଥିଲା ଯେ, ଶୀଘ୍ର ବିବାହ ଏକ ରାଷ୍ଟ୍ରର ଶାରୀରିକ କ୍ଷମତାକୁ ଦୁର୍ବଳ କରାଏ । ଏହା ପୂର୍ଣ୍ଣ ବୃଦ୍ଧି ଓ ବିକାଶରେ ବାଧାଦିଏ । ଏହା ବ୍ୟକ୍ତିମାନଙ୍କ ଶକ୍ତି ଓ ସାହସକୁ କ୍ଷୁଣ୍ଣ କରେ ଓ ଏକ ଦୁର୍ବଳ କ୍ଷମତା ଓ ସଙ୍କଳ୍ପସମ୍ପନ୍ନ ଲୋକମାନଙ୍କର ଜାତିକୁ ଜନ୍ମଦିଏ। ୧୮୯୧ରେ ବାଲ୍ ଗଙ୍ଗାଧର ତିଲକ୍ ଏହି ଆଇନ ବିରୋଧରେ ଏକ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଏବଂ ଟାଗୋରଙ୍କ ଭଳି ଜଣେ ଆଧୁନିକ ଦିବ୍ୟଦ୍ରଷ୍ଟା ଏହାକୁ କଥା ଓ କର୍ମରେ ବିରୋଧ କଲେ।

ସଂସ୍କାର ଆନ୍ଦୋଳନଗୁଡ଼ିକ ବମ୍ବେ-ପୁନା ସାଂସ୍କୃତିକ ଅଞ୍ଚଳରେ ଏତେ ଶକ୍ତିଶାଳୀ ଥିଲା ଯେ, ଏପରିକି ହିନ୍ଦୁ ଧର୍ମର ଅସଲ ଭିଭି ବ୍ରାହ୍ମଣବାଦ ପ୍ରତି ପ୍ରଶ୍ନ କରିବାକୁ କିଛି ଲୋକଙ୍କର ସାହସ ଥିଲା । ଉଦାହରଣସ୍ୱରୂପ ଜି.ଏଚ୍. ଦେଶମୁଖ୍ୟଙ୍କ ପରି ଜଣେ ସମାଜ-ଧର୍ମୀୟ-ସଂସ୍କାରକ ୧୮୪୦ ଦଶକରେ ଯୁକ୍ତି ବାଢ଼ିଥିଲେ ଯେ ‘ବ୍ରାହ୍ମଣମାନେ ସେମାନଙ୍କ ମୂର୍ଖ ଧାରଣାକୁ ପରିତ୍ୟାଗ କରିବା ଉଚିତ । ସବୁ ମଣିଷ ସମାନ ଏବଂ ପ୍ରତ୍ୟେକ ବ୍ୟକ୍ତିର ଜ୍ଞାନ ଆହରଣ କରିବାକୁ ଏକ ଅଧିକାର ଅଛି ବୋଲି ସେମାନେ ଗ୍ରହଣ କରିବା ଉଚିତ । ମାତ୍ର ୧୮୭୧ରେ ତାଙ୍କୁ ଜାତିରୁ ବାସନ୍ଦ କରିଦେବା ଭୟରେ ସେ ମ୍ରିୟମାଣ ହୋଇପଡ଼ିଲେ । ଫଳସ୍ବରୂପ ଧୀରେ ଧୀରେ ସେ ନରମ ହୋଇପଡ଼ିଲେ ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୩ । ନାରୀମାନଙ୍କ ପାଇଁ ଶିକ୍ଷା ଏବଂ ଆତ୍ମପରିଚୟ ସୃଷ୍ଟି ତଥା ଉତ୍‌ଥାନ ପ୍ରସଙ୍ଗରେ ଭାରତରେ ସଂଘଟିତ ଆନ୍ଦୋଳନରେ ସମୀକ୍ଷା କର ।
Answer:
ସାହିତ୍ୟରେ ନାରୀ ଓ ନାରୀମାନଙ୍କଦ୍ବାରା ସାହିତ୍ୟ:
ଉନବିଂଶ ଶତାବ୍ଦୀର ଶେଷ ଭାଗରେ କେତେକ ନାରୀଙ୍କ କାର୍ଯ୍ୟ ଓ ଜୀବନରେ ଦୃଢ଼ ସଂକଳ୍ପ, ଆତ୍ମବିଶ୍ଵାସ ଓ ପ୍ରଭାବ ପ୍ରଦର୍ଶନ କରିବାକୁ ସମାଜ-ସଂସ୍କାର ଆନ୍ଦୋଳନଗୁଡ଼ିକ ଆରମ୍ଭ କରାଯାଇଥିଲା । ନିରୁପମା ଦେବୀ ଓ ଅନୁରୂପା ଦେବୀଙ୍କ ପରି ଔପନ୍ୟାସିକାମାନେ ବଙ୍ଗଳା ସାହିତ୍ୟିକ ମହଲରେ ପରିଚିତ ହେବାକୁ ଲାଗିଲେ ଏବଂ ସେମାନେ ପୁରୁଷମାନଙ୍କଦ୍ୱାରା ପ୍ରାଧାନ୍ୟ ଲାଭ କରିଥିବା ସାହିତ୍ୟିକ ଅନୁଷ୍ଠାନର ସଦସ୍ୟତା ପ୍ରଦତ୍ତ ହେଲେ । ନାରୀ ଚରିତ୍ରରେ ପରିପୂର୍ଣ୍ଣ ଟାଗୋରଙ୍କର ଉପନ୍ୟାସ ଓ କ୍ଷୁଦ୍ରଗଳ୍ପଗୁଡ଼ିକରେ ନାରୀମାନେ ସେମାନଙ୍କର ସ୍ଵାମୀ ତଥା ଅନ୍ୟ ପୁରୁଷ ପ୍ରଶଂସକ ଉପରେ ପ୍ରତିପତ୍ତି ଚଳାଇଥା’ନ୍ତି । କେତେକ ଉଦାହରଣ ହେଉଛି ଟାଗୋରଙ୍କଦ୍ଵାରା ଲିଖୁତ ‘ଗୋରା’ ଓ ‘ଘରେ ବାହାରେ’, ବଙ୍କିମଚନ୍ଦ୍ରଙ୍କଦ୍ବାରା ଲିଖ୍ ‘ଦେବୀ ଚୌଧୁରାଣୀ’ ଓ ‘ଆନନ୍ଦମଠ’ ଏବଂ ଶରତଚନ୍ଦ୍ରଙ୍କ ‘ପାଥେର ଦେବୀ’ ।

ଟାଗୋରଙ୍କର ‘ଚାର ଅଧ୍ୟାୟରେ’ ନିଜର ପରିଚୟ ଖୋଜୁଥ‌ିବା ଏକ ଜାତୀୟତାବାଦୀ ମହିଳା, ପୁରୁଷ ନେତୃତ୍ଵଦ୍ଵାରା ସମାଲୋଚିତ ଏପରିକି ଅତ୍ୟାଚାରିତ । ପ୍ରାୟତଃ ସମସ୍ତ ମହିଳା ସକ୍ରିୟବାଦୀମାନେ ଥିଲେ ସାହିତ୍ୟ ଲେଖୁ ! ସାହିତ୍ୟ ଓ ସାହିତ୍ୟିକ ସ୍ଵାଦରେ ଲେଖାଗୁଡ଼ିକ ମଧ୍ୟ ଅଧିକାଂଶ ପୁରୁଷ ସ୍ଵାଧୀନତା ସଂଗ୍ରାମୀମାନଙ୍କ ସହିତ ପାର୍ଶ୍ଵ ଅସ୍ତ୍ର ରୂପରେ ବ୍ୟବହୃତ ହେଉଥିଲା । ନାରୀମାନଙ୍କ ମଧ୍ୟରୁ କେତେକ ପ୍ରଖ୍ୟାତ ନାମ ହେଉଛି – ନଗେନ୍ଦ୍ରକଳା ମୁସ୍ତାଫି, ମନ କୁମାରୀ ବସୁ ଓ କାମିନୀ ରାୟ । କାଶିବାଈ କାନିତକର ଥିଲେ ମହାରାଷ୍ଟ୍ରର ସର୍ବପ୍ରଥମ ନାରୀ ଔପନ୍ୟାସିକ । ଅନ୍ୟମାନେ ହେଲେ ମେରିଭୋରୋ, ଗୋଦାବରୀ ବାଇ ସମାସକର, ପାର୍ବତୀ ବାଈ ଓ ରକ୍ମିଣୀବାଈ । ଦାକ୍ଷିଣାତ୍ୟରେ କମଳା ସାଥୀ ନନ୍ଦନ, ଭାରତୀୟ ମହିଳା ପତ୍ରିକାର ସମ୍ପାଦିକା ମଧ୍ୟ ଜଣେ ଲେଖୁକା ଥିଲେ । ସରଳା ଦେବୀ, କୁମୁଦିନୀ ମିତ୍ର ଏବଂ ମାଡ଼ାମ୍ କାମ ଆଦି ଆନ୍ଦୋଳନର ଘଟଣାକୁ ପ୍ରୋତ୍ସାହନ ଦେବାରେ ସାମ୍ବାଦିକତା କ୍ଷେତ୍ରରେ ସେମାନଙ୍କର ପରିଚୟ ଦେଉଥିଲେ ।

ଅଧିକାର ପାଇଁ ନାରୀ:
ମାଡ଼ାମ୍ କାମ! ‘ସ୍କଟଗାର୍ଡ଼ ଆନ୍ତର୍ଜାତୀୟ ସମାଜବାଦୀ (Socialist International)’’ର ୧୯୦୭ ସମ୍ମିଳନୀରେ ‘ବନ୍ଦେ ମାତରମ୍’’ ପତାକା ଉତ୍ତୋଳନ କରିବାର ସମ୍ମାନ ଲାଭ କରିଥିଲେ ଏବଂ ୧୯୧୩ରେ ଜଣେ ‘ଆତଙ୍କବାଦୀ’ ରୂପେ ଅଧ୍ଵକ ପରିଚିତ କୁମୁଦିନୀ ମିତ୍ର ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ନାରୀ ମତାଧିକାର ସମ୍ମିଳନୀକୁ ଆମନ୍ତ୍ରିତ ହୋଇଥିଲେ । ମଣ୍ଟେଗ ଓ ଲର୍ଡ ଚେମସଫୋର୍ଡଙ୍କ ନିକଟରେ ଭାରତୀୟ ନାରୀମାନଙ୍କ ଅବସ୍ଥାରେ କେତେକ ସଂସ୍କାର ପାଇଁ ଦାବି କରିବାକୁ ସରୋଜିନୀ ନାଇଡୁ ମଣ୍ଟେଗୁ ଓ ଲର୍ଡ଼ ଚେମସ୍ଫୋର୍ଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିକୁ ଚାହିଁ ରହିଥିଲେ । ଭାରତ ସ୍ତ୍ରୀ ମହାମଣ୍ଡଳ ତରଫରୁ ସରଳାଦେବୀ ଏହି ସମିତି ସମ୍ମୁଖରେ ନିଜର ମତ ଉପସ୍ଥାପନା କରିଥିଲେ ।

୧୮୯୨ରେ ଷଷ୍ଠ ରାଷ୍ଟ୍ରୀୟ ସାମାଜିକ ସମ୍ମିଳନୀରେ ଭାରତ ଭଗିନୀର ସମ୍ପାଦିକା ହରଦେବୀ ରୋଶନଲାଲ ଦୃଢୋକ୍ତି ପ୍ରକାଶ କଲେ ଯେ, ଏହି ମଞ୍ଚ କଂଗ୍ରେସଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କାରଣ ଏହି ମଞ୍ଚ ଅନୁଭବ କରିଛି ଯେ, ‘ନାରୀମାନଙ୍କ ସମସ୍ୟା ହିଁ ପୁରୁଷମାନଙ୍କର । ସେମାନେ ଏକତ୍ର ଉପରକୁ ଉଠିଥା’ନ୍ତି ବା ବୁଡ଼ିଥା’ନ୍ତି, ବାମନ ରୂପେ କିମ୍ବା ଦେବତା ରୂପେ, ବନ୍ଧନଗ୍ରସ୍ତ ଅବା ମୁକ୍ତ ।’’ ଆନନ୍ଦବାଈ ଯୋଶୀ ଥିଲେ ସର୍ବପ୍ରଥମ ମହିଳା ଡାକ୍ତର । ସେ ଓ ଶାନ୍ତିବାଈ ରାସ୍ତାରେ ଛତା ଧରି ଜୋତା ପିନ୍ଧି ଯିବାକୁ ସାହସ କରିବାରୁ ପଥର ମାଡ଼ ଖାଇଥିଲେ । ଏହିଗୁଡ଼ିକ ଥିଲା ପୁରୁଷ ତଥା ଜାତି ପ୍ରାଧାନ୍ୟର ଚିହ୍ନ । କମ୍ ନାରୀମାନଙ୍କର ଅବସ୍ଥା ବା ସ୍ଥିତି ନିମ୍ନ ଶ୍ରେଣୀର ଜାତି ଓ ଅସ୍ପୃଶ୍ୟମାନଙ୍କ ସ୍ଥିତିଠାରୁ ଭଲ ଥିଲା କି ? ୧୮୮୨ରେ ତାରାବାଈ ସିଦ୍ଧଙ୍କ ଲିଖ ପୁସ୍ତକ ‘ସ୍ତ୍ରୀ ପୁରୁଷ ତୁଳନା’ ସର୍ବତ୍ର ଜୋରଦାର୍ ଆଲୋଡ଼ନ ସୃଷ୍ଟି କଲା ।

ସେ ଦୃଢ଼ତାର ସହିତ ମତ ପ୍ରକାଶ କଲେ ଯେ ନାରୀମାନଙ୍କ ପ୍ରତି ସାଧାରଣଭାବେ ଆରୋପ ହୋଇଥ‌ିବା – ଅନ୍ଧବିଶ୍ୱାସ, ସନ୍ଦେହ, ବିଶ୍ବାସଘାତକତା ଓ ଉଦ୍ଧତ ପ୍ରକୃତି ପରି ଦୋଷଗୁଡ଼ିକ ମଧ୍ୟ ପୁରୁଷମାନଙ୍କଠାରୁ ମିଳିପାରିଥାଏ । ସେ ନାରୀମାନଙ୍କୁ ପ୍ରସ୍ତାବ ଦେଇଥିଲେ ଯେ, ସେମାନଙ୍କର ଦୃଢ଼ଇଚ୍ଛାର ଶକ୍ତିଦ୍ଵାରା, ବାହ୍ୟ ତଥା ଆଭ୍ୟନ୍ତରୀଣ ଭାବେ କଳଙ୍କଶୂନ୍ୟ ଓ ନିଆଁପରି ପବିତ୍ର ଭାବେ ସେମାନେ ସର୍ବଦା ରହିବେ । ତାରାବାଈ ମଧ୍ୟ ପ୍ରସ୍ତାବ ଦେଇଥିଲେ ଯେ, ପୁରୁଷମାନେ ଲଜ୍ଜାରେ ନିଜର ମଥାକୁ ତଳକୁ ଝୁଲାଇ ରଖିବେ । ଆର୍ଯ୍ୟ ସମାଜର ଜଣେ ‘ଉପଦେଶିକା’ ମାଈ ଭଗବତୀଙ୍କର ଏକ ବିଶାଳ ଜନସମାବେଶରେ ବକ୍ତୃତା ଦେବାକୁ ଆତ୍ମବିଶ୍ଵାସ ଥିଲା । ହରିୟାନାରେ ୧୮୮୧ରେ ନିଜର ସ୍ଵାମୀଙ୍କଦ୍ଵାରା ଘରେ ଶିକ୍ଷାଲାଭ କରିଥିବା ମନୋରମା ମଜୁମଦାରଙ୍କୁ ବରିମାଲ୍ ବ୍ରାହ୍ମ ସମାଜଦ୍ଵାରା ଧର୍ମପ୍ରଚାରକ ରୂପେ ନିଯୁକ୍ତି ଦିଆଯାଇଥିଲା । ଆଶାନୁରୂପେ ନାରୀମାନଙ୍କର ସମାନତାର ବିଷୟ ବହନ କରୁଥିବା ଜ୍ଞାନ ସମ୍ବଳିତ ପ୍ରଶ୍ନଗୁଡ଼ିକ ଜରିଆରେ ପ୍ରବଳ ଜୋରଦାର୍ ବିତର୍କ କିଛି ଦୂର ହୋଇଥିଲା ।

ଜାତୀୟତାବାଦୀ ପ୍ରଚାର ଅଭିଯାନ ଏବଂ ସଙ୍ଗଠନଗୁଡ଼ିକରେ ନିୟମିତ ଭାବେ ଅଂଶଗ୍ରହଣ ଏପରି ଏକ ଶକ୍ତି ସୃଷ୍ଟି କରିଥିଲା ଯେ ବ୍ରାହ୍ମଣ ସମାଜର ଦଳେ ନାରୀ କଲିକତାର ମୁକ୍ତ ରାସ୍ତା ଉପରେ ପରଦା ପ୍ରଥାର ଅସତ୍ଵକର୍ମ ବିରୋଧରେ ଗୀତ ଗାଇ ଏହା କହି କହି ଚାଲିଥିଲେ । ଏହିଗୁଡ଼ିକ ନାରୀମାନଙ୍କଦ୍ୱାରା ଆନ୍ଦୋଳନ ବା ସୂତ୍ରପାତର ନିର୍ବିବାଦ ଦୃଷ୍ଟାନ୍ତ ଅଟେ । ମାତ୍ର ଭାରତୀୟ ଜାତୀୟ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଏପର୍ଯ୍ୟନ୍ତ ନାରୀମାନଙ୍କ ମଧ୍ୟରେ ଥ‌ିବା ଶକ୍ତି ବିଷୟରେ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥିଲେ । ଯଦିଓ ନାରୀ ପ୍ରତିନିଧିମାନେ ଭାଷଣ ମଞ୍ଚରେ ବସିବାକୁ ଗ୍ରହଣୀୟ ହୋଇଥୁଲେ ତଥାପି ସେମାନେ ପ୍ରସ୍ତାବନା ଉପରେ ମତଦାନ କରିବାକୁ ତଥା କହିବାକୁ ଗ୍ରହଣୀୟ ହୋଇ ନଥିଲେ ।

ନାରୀ ପାଇଁ ନାରୀ:
ରବୀନ୍ଦ୍ରନାଥ ଠାକୁରଙ୍କ ଭଉଣୀ ସ୍ଵର୍ଣ୍ଣକୁମାରୀ ଦେବୀ ବିଧବା ନାରୀମାନଙ୍କୁ ଶିକ୍ଷା ଦେବା ଏବଂ ତାଲିମ ଦେବାର ଲକ୍ଷ୍ୟ ରଖ୍ ‘ସାକ୍ଷୀ ସମିତି’ ଗଠନ କରିଥିଲେ ଯାହା ନାରୀମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ଥିଲା । ସେ ନାରୀମାନଙ୍କ ମଧ୍ୟରେ ଆତ୍ମଶକ୍ତି ତଥା ଜାତୀୟତାବାଦର ବିକାଶ ପାଇଁ ନାରୀକୈନ୍ଦ୍ରିକ କୁଟୀର ଶିଳ୍ପ ଏବଂ ହସ୍ତଶିଳ୍ପ ମେଳା ଆୟୋଜନ କରିଥିଲେ । କଂଗ୍ରେସ ଏପ୍ରକାର ମେଳାର ମହତ୍ତ୍ଵ ଉପଲବ୍ଧ କଲେ । ମାତ୍ର ପୁରୁଷ ନେତାମାନେ ନାରୀମାନଙ୍କର ଏକ ପୃଥକ୍ ବିଭାଗ ସଙ୍ଗଠିତ କରିବା ବିଷୟରେ କେବେ ମଧ୍ୟ ଚିନ୍ତା କରି ନ ଥିଲେ ।

ସ୍ଵର୍ଣ୍ଣକୁମାରୀ ଦେବୀଙ୍କର କନ୍ୟା ସରଳାଦେବୀ ଜଣେ ଉଚ୍ଚକୋଟୀର ବିଦ୍ରୋହାତ୍ମକ ବ୍ୟକ୍ତି ଥିଲେ । ସେ ଜଣେ ପୁରୁଷ ଭଳି ଏକ ସ୍ଵାଧୀନ ଜୀବିକା ଅର୍ଜନ ପାଇଁ ନିଜର ଅଧିକାର ସ୍ଥାପନ କରିବାକୁ ଏବଂ ଗୃହର ‘ପଞ୍ଜୁରୀ ବା ବନ୍ଦୀଶାଳା’ ଫିଟାଇ ପଳାଇ ଯିବାକୁ ଚାହିଁଥିଲେ । ୧୯୦୨ରେ ସେ ଗୋଟିଏ କୁସ୍ତି ବା ଆଖଡ଼ାଶାଳ ଆରମ୍ଭ କଲେ, ଯେଉଁଠାରେ ନାରୀମାନେ ଖଣ୍ଡା ଏବଂ ଲାଠି ବ୍ୟବହାର କରିବାର ତାଲିମ ପାଇଥିଲେ । ତାଙ୍କୁ ‘ଉଗ୍ର ଜାତୀୟତାବାଦ’ ବା ଏପରିକି ବିପ୍ଳବାତ୍ମକ ସନ୍ତ୍ରାସବାଦର ସ୍ଥପତି ରୂପେ ଆଖ୍ୟା ଦିଆଯାଇପାରେ ।

CHSE Odisha Class 12 Political Science Chapter 6 Long Answer Questions in Odia Medium

ଜାତୀୟ ସଂଗ୍ରାମରେ ନାରୀ:
୧୯୦୫-୦୮ର ସ୍ବଦେଶୀ ଆନ୍ଦୋଳନ ବଙ୍ଗଳାରେ ଜାତୀୟତାବାଦୀ କାର୍ଯ୍ୟକଳାପରେ ନାରୀମାନଙ୍କ ଅଂଶଗ୍ରହଣର ଅୟମାରମ୍ଭ ବେଶ୍ ବଡ଼ ଆକାରରେ ପ୍ରତିଫଳିତ ହେଲା । ଅନେକଙ୍କର ସ୍ତ୍ରୀ, ଭଉଣୀ ଏବଂ କନ୍ୟାମାନେ ଏହି ଆନ୍ଦୋଳନ ପାଇଁ ସାମଗ୍ରିକ ଗୋଷ୍ଠୀ ଗଠନ କରିବାକୁ ଆରମ୍ଭ କଲେ । ମଧ୍ଯ ଶ୍ରେଣୀୟ ଜାତୀୟତାବାଦ ଅନୁପ୍ରାଣିତ ନାରୀ ଓ ବାଳିକା ଅଳଙ୍କାର ତଥା ଅର୍ଥ ମୁକ୍ତ ହସ୍ତରେ ଦାନ କଲେ । ଗ୍ରାମଗୁଡ଼ିକରୁ ଆଞ୍ଜୁଳା ଆଞ୍ଜୁଳା ଶସ୍ୟ ଦାନ ରୂପେ ଆସିଲା । ‘ସମିତି’ଗୁଡ଼ିକର ଯୁଦ୍ଧଖୋର ନୀତି ଏପରି ଏକ ବୈଶିଷ୍ଟ୍ୟରେ ପରିଣତ ହେଲା ଯେ ନାରୀମାନେ ସକ୍ରିୟ ଭାବେ ଜଡ଼ିତ ଥିବାରୁ ପୂର୍ବବଙ୍ଗରେ ୫ଟି ଉକ୍ତ ସମିତି ଯଥା ସ୍ଵଦେଶ ବାନ୍ଧବ, ବ୍ରତୀ, ଢାକା ଅନୁଶୀଳନ, ସୁହୃଦ ଓ ସାଧନା ଇତ୍ୟାଦିକୁ ୧୯୦୯ ଜାନୁୟାରୀରେ ନିଷିଦ୍ଧ କରାଗଲା ।

ପୁରାଣୀ ଆଦ୍ୟାବତୀ ନାମ୍ନୀ ହିସାର ଆର୍ଯ୍ୟ ସମାଜର ଜଣେ ସଦସ୍ୟା ପଞ୍ଜାବର ଘରେ ଘରେ ବୁଲି ମାଆମାନଙ୍କୁ ବୁଝାଇଥୁଲେ ଯେ ସେମାନେ ନିଜର ସନ୍ତାନକୁ ସରକାରୀ ଚାକିରି ପାଇଁ ନୁହେଁ ମାତ୍ର ‘ସ୍ବଦେଶୀ’ ଦ୍ରବ୍ୟର ସ୍ଵାଧୀନ ଉତ୍ପାଦନକାରୀ ବା ବାଣିଜ୍ୟକାରୀ ରୂପେ ଲାଳନପାଳନ କରନ୍ତୁ । ସେ ମଧ୍ୟ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ଜାତି, ରୀତିର କଡ଼ାକଡ଼ି ପାଳନ ମାଆମାନଙ୍କୁ ସେମାନଙ୍କର ମହାନ୍ ପୁତ୍ରଙ୍କୁ ରାଷ୍ଟ୍ର ପ୍ରତି ଅର୍ପଣ କରିବାକୁ ବାଧା ଦେବ । ଦିଲ୍ଲୀରେ ଆଗ୍ୟାବତୀ ବିଧବାମାନଙ୍କ ପ୍ରତି ଅତ୍ୟାଚାର ସେମାନଙ୍କର ଅଧିକାର ବିରୋଧରେ କେବଳ ନୁହେଁ ମାତ୍ର ସେମାନଙ୍କ ଉଗ୍ର ଜାତୀୟତାବାଦରେ ତାଲିମ ଦେବାକୁ ଏକ ବିଧବା ଆଶ୍ରମ ସଙ୍ଗଠିତ କରିଥିଲେ । ସେ ମଧ୍ୟ ସରକାରଙ୍କଦ୍ବାରା ଜଣେ ଅତ୍ୟନ୍ତ ସାହସୀ ନାରୀ ରୂପେ ବର୍ଣ୍ଣିତ ହୋଇଥିଲେ, ତାଙ୍କର କାର୍ଯ୍ୟକଳାପଦ୍ୱାରା ସରକାର ଅଧିକ ରୂପେ ଭୟଭୀତ ହୋଇଥିଲେ ।

ସମାନତା ପାଇଁ ନାରୀ:
୧୯୦୬ରେ କଲିକତାଠାରେ ଭାରତୀୟ ସାମାଜିକ-ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସରୋଜିନୀ ନାଇଡୁ କହିଲେ, ‘ନିର୍ଦ୍ଦେଶର ଅର୍ଥ ଜ୍ଞାନର ଏକତ୍ରୀକରଣ ହୋଇପାରେ, ମାତ୍ର ଶିକ୍ଷା ହେଉଛି ଏକ ଅପରିମେୟ, ସୁନ୍ଦର ତଥା ଅପରିହାର୍ଯ୍ୟ ପରିବେଶ ଯେଉଁଥରେ ଆମେ ବସବାସ କରୁ, ଚଲାବୁଲା କରୁ, ଜୀବନଧାରଣ କରୁ । ତେବେ ଜଣେ ମଣିଷ ଅନ୍ୟ ଏକ ମାନବ ଆତ୍ମାକୁ ଜୀବନ ଓ ସ୍ଵାଧୀନତାର ଏହାର ସ୍ମରଣାତୀତ ଦାୟାଧ୍ୟାକାରରୁ ବଞ୍ଚିତ କରିବାକୁ ସାହସ କରୁଛି କିପରି ? ତୁମମାନଙ୍କର ପିତାମାନେ ତୁମମାନଙ୍କ ମାଆଙ୍କୁ ତାଙ୍କର ଉକ୍ତ ଜନ୍ମଗତ ଅଧିକାରରୁ ବଞ୍ଚିତ କରି ସେମାନଙ୍କର ସନ୍ତାନ ଭାବେ ତୁମର ନ୍ୟାୟ ଦାୟାଧ୍ଵର ତୁମଠାରୁ ବଳପୂର୍ବକ ନେଇ ଯାଇଛନ୍ତି ।

ମୁଁ ତୁମମାନଙ୍କୁ ଆହ୍ୱାନ କରୁଛି ତୁମେ ତୁମର ନାରୀମାନଙ୍କୁ ସେମାନଙ୍କର ଅଧିକାର ଫେରାଇ ଦିଅ । ବାସ୍ତବ ରାଷ୍ଟ୍ରନିର୍ମାଣକାରୀ ତୁମ୍ଭେମାନେ ନୁହେଁ, ତୁମ ନାରୀମାନଙ୍କୁ ଶିକ୍ଷିତ କରାଅ, ଦେଖୁବ ରାଷ୍ଟ୍ର ତାହାର ନିଜର ଯତ୍ନ ନେବ ।’’ ସେତେବେଳେ ନାରୀମାନଙ୍କ ମଧ୍ୟରେ ଉଲ୍ଲେଖନୀୟ କୃତିତ୍ଵର ଧାରଣ ଏବଂ କେତେକ ସେମାନଙ୍କ ପାଇଁ ଖୋଲା ଯାଇନଥୁବା ଶୂନ୍ୟସ୍ଥାନ ତାମିଲ ଜାତୀୟତାବାଦୀ କବି ସୁବ୍ରମନ୍ୟମ୍ ଭାରତୀଙ୍କଦ୍ଵାରା ୧୯୨୦ରେ ତାଙ୍କ କବିତା ‘ମୁକ୍ତିର ନୃତ୍ୟ’’ରେ ସୁନ୍ଦରଭାବେ ବର୍ଣ୍ଣନା କରାଯାଇଥିଲା ।

‘‘ନୃତ୍ୟ କର, ଉଲ୍ଲସିତ ହୁଅ,
ଯେଉମାନେ କହୁଥ୍ ଲେ
ବହିକୁ ଛୁଇଁବା ନାରୀମାନଙ୍କ ପାଇଁ ଏକ ଅସତ୍ଵକର୍ମ
ସେମାନେ ମୃତ,
ସେମାନେ ପାଗଳ, ଯେଉଁମାନେ କହିଛନ୍ତି
ନାରୀମାନଙ୍କ ସେମାନଙ୍କ ଘର ଭିତରେ
ତାଲା ପକାଇ ରଖିବେ
ବର୍ତ୍ତମାନ ସେମାନେ ନିଜର ମୁଖ ଦେଖାଇ ପାରିବେ ନାହିଁ ।’

୧୯୧୦ ଏବଂ ୧୯୨୦ ଦଶକର ପରବର୍ତ୍ତୀ ସମୟରେ ନାରୀମାନଙ୍କ ମଧ୍ୟରେ ସମାନତା ଉପରେ ଏକ ଆଲୋଚନା ବିକଶିତ ହେବାକୁ ଆରମ୍ଭ ହେଲା । ଜଣେ ଉଗ୍ରବାଦୀ ନାରୀ ଉର୍ମିଳା ଦେବୀ ‘ସ୍ଵରାଜ’କୁ ସ୍ୱାୟତ୍ତ ଶାସନ ରୂପେ ଏବଂ ସ୍ଵାଧୀନତାକୁ ଜଣକ ଉପରେ ଶାସନ କରିବାର କ୍ଷମତା ଏବଂ ଶକ୍ତି ରୂପେ ବର୍ଣ୍ଣନା କଲେ । ଅମିୟ ଦେବୀ ପ୍ରକୃତରେ ଅନୁଭବ କଲେ ଯେ ସ୍ଵାଧୀନତା ଦିଆଯାଇ ନ ପାରେ, ଏହା ବଳପୂର୍ବକ ଆଣିବାକୁ ହୋଇଥାଏ । ଯଦି ଏହା ‘ଉପଯୁକ୍ତ ଚିନ୍ତାଧାରା’ସମ୍ପନ୍ନ ବ୍ୟକ୍ତିଙ୍କ ଉପରେ ଛାଡ଼ି ଦିଆଯାଏ ତେବେ ନାରୀର ଅଧୀନତା (ଅବଲମ୍ବନ) ସେମାନଙ୍କ ମଧ୍ୟରେ ଶକ୍ତିମାନ ହେବ । ରାଷ୍ଟ୍ରୀୟବାଦୀ ନେତାମାନେ ଯେଉଁମାନେ ନାରୀମାନଙ୍କୁ ଗୃହ ଓ ପରିବାର ବାହାରକୁ ପ୍ରଥମେ ଡାକିଥିଲେ ସେମାନେ ପରିପୂରକତାରେ ବିଶ୍ବାସ କରୁଥିଲେ ।

ସଂସ୍କାରକ ଏବଂ ‘ପ୍ରବର୍ତ୍ତକ’ମାନେ ବିଶ୍ଵାସ କଲେ ଯେ ନାରୀମାନଙ୍କର ଅଧିକାରଗୁଡ଼ିକ ସ୍ବୀକୃତି ପାଇବା ଉଚିତ, ଯେହେତୁ ସମାଜରେ ନାରୀମାନଙ୍କର ମାଆ ଭାବରେ ଅତ୍ୟାବଶ୍ୟକ ଭୂମିକା ରହିଛି । ନାରୀମାନେ ସମାଜ ଅଧିକାର ଦାବି କଲେ କାରଣ ପୁରୁଷମାନଙ୍କ ପରି ସେମାନଙ୍କର ସମାନ ଆବଶ୍ୟକତା, ସମାନ କାମନା ଓ ସମାନ କ୍ଷମତା ରହିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ‘ଭାରତ ଓ ଆୟଲ୍ୟାଣ୍ଡ ପାଇଁ ସ୍ଵାଧୀନତା’ ନାମରେ ଏକ ଗୋଷ୍ଠୀ ପାଇଁ ପ୍ରଭାବତୀ କାର୍ଯ୍ୟ କରୁଥିଲେ ଏବଂ ରେଣୁକା ରାୟ ଇଂଲଣ୍ଡରେ ‘ଇଂରେଜ ସାମ୍ରାଜ୍ୟବାଦ ବିରୁଦ୍ଧରେ ସଂଘ’’ ସହିତ ସମ୍ପୃକ୍ତ ଥିଲେ । ଭାରତରେ କମ୍ୟୁନିଷ୍ଟ ଆନ୍ଦୋଳନର ଅଗ୍ରଦୂତ ଏମ୍.ଏନ୍. ରାୟଙ୍କୁ ପ୍ରଭାବତୀ ବିବାହ କରିଥିଲେ ଏବଂ କମ୍ୟୁନିଷ୍ଟ ଓ ବିଦ୍ରୋହୀମାନଙ୍କ ସହିତ ସମାନ ରୂପେ ଜଡ଼ିତ ଥିଲେ । ଶ୍ରମିକ ଓ କୃଷକ ଦଳର ସଦସ୍ୟ ଭାବେ ଝାଡ଼ୁଦାର ବା ସଫେଇବାଲାମାନଙ୍କୁ ସଙ୍ଗଠିତ କରିବାକୁ ସେ ମୁଜାଫର ଅହମ୍ମଦ, କବି ନଜରୁଲ ଇସ୍‌ଲାମ ଏବଂ ହେମନ୍ତ କୁମାର ସରକାରଙ୍କ ସହିତ ହାତ ମିଳାଇଥିଲେ ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୪ । ନାରୀମାନଙ୍କର ସ୍ଵାଧୀନ ରାଜନୈତିକ ପରିଚୟ ସୃଷ୍ଟି ସମ୍ପର୍କରେ ତର୍ଜମା କର ।
Answer:
ରାଜନୀତିରେ ନାରୀ ବିରୋଧରେ ପକ୍ଷପାତ
ଦାଣ୍ଡି ଯାତ୍ରାରେ ୩୨ ଜଣ ପଦଯାତ୍ରୀଙ୍କର ଦୀର୍ଘ ତାଲିକାରେ ଗାନ୍ଧିଜୀଙ୍କଦ୍ବାରା କୌଣସି ନାରୀଙ୍କୁ ବଛାଯାଇ ନ ଥିଲା । ଖୁର୍‌ସିଦ୍ ନାରୋଜୀ ଏବଂ ମାର୍‌ଗାରେଟ୍ କଜିନ୍‌ସ୍‌ଙ୍କ ପରି ସୁପରିଚିତା ନାରୀମାନେ ଦୃଢ଼ ଭାବେ ଏହାର ବିରୋଧ କରିଥିଲେ । ମାତ୍ର ନେତା ନିଜର ନିଷ୍ପତ୍ତିରେ ଅଟଳ ରହି ଯୁକ୍ତି ଦର୍ଶାଇଥିଲେ ଯେ ସାଧାରଣ ଲବଣ ଆଇନ ଭଙ୍ଗ ତୁଳନାରେ ନାରୀମାନଙ୍କ ପ୍ରତି ଏକ ବୃହତ୍ତର ଭୂମିକା ବଣ୍ଟନ କରିଅଛନ୍ତି । ମାତ୍ର ସରୋଜିନୀ ନାଇଡୁ ଏକ ଚୂଡ଼ାନ୍ତ ପର୍ଯ୍ୟାୟରେ ଏହାର ଅବଜ୍ଞା କରିଥିଲେ ଏବଂ ଦାଣ୍ଡି ଯାତ୍ରାରେ ଯୋଗ ଦେଇଥିଲେ ଓ ସେହି ଆନ୍ଦୋଳନରେ ଗିରଫ ହୋଇଥିବା ସେ ଥିଲେ ପ୍ରଥମ ମହିଳା । ଥରକର ଅବଜ୍ଞା ରାସ୍ତା ପରିଷ୍କାର କରିଦେଲା ।

ହଜାର ହଜାର ନାରୀ ଲବଣ ସତ୍ୟାଗ୍ରହରେ ଯୋଗ ଦେଲେ । ସ୍ମରଣଯୋଗ୍ୟ ଯେ ପ୍ରଥମ ଥର ପାଇଁ ଭାରତୀୟ ନାରୀମାନେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ପତିମାନେ ବର୍ତ୍ତମାନ ସେମାନଙ୍କର ସ୍ତ୍ରୀମାନେ ଜେଲ୍‌ରେ ଥ‌ିବାରୁ ଗର୍ବ ଅନୁଭବ କରିବା ଆରମ୍ଭ କଲେ, ମାତ୍ର ସେମାନେ ଅସନ୍ତୋଷ ପ୍ରକାଶ କଲେ ଯେ, ସେମାନଙ୍କର ସ୍ତ୍ରୀମାନେ ପୂର୍ବରୁ ଅନୁମତି ନେଇନଥିଲେ । ଏହି ସ୍ତ୍ରୀମାନଙ୍କ ମଧ୍ୟରୁ ଉଲ୍ଲେଖନୀୟ ଥିଲେ କସ୍ତୁରବା ଗାନ୍ଧି, କମଳାଦେବୀ ଚଟୋପାଧ୍ୟାୟ, ନେଲିସେନ୍ ଗୁପ୍ତା, ବାସନ୍ତୀ ଦେବୀ (ରାୟ), ଦୁର୍ଗାବାଈ ଦେଶମୁଖ ଏବଂ ଅରୁଣା ଆସଫ୍ ଅଲ୍ଲୀ ।

ରାଜନୀତିରେ ନାରୀମାନଙ୍କର ପ୍ରାରମସୂଚକ ପଦଷେପ:
ବିଦ୍ୟାସାଗରଙ୍କୁ ସାହାଯ୍ୟ କରିଥିଲେ । ଇଲ୍‌ବର୍ଟ ଆଇନ ଆନ୍ଦୋଳନକୁ ସମର୍ଥନ କରି ବ୍ୟାବ୍‌ ପରିଧାନ କରିବା ଏବଂ ବୈଠକ କରିବାପାଇଁ ବେଥୁନ୍ ବିଦ୍ୟାଳୟଠାରେ ଝିଅମାନଙ୍କୁ ସଙ୍ଗଠିତ କରିବାରେ କାମିନୀ ରାୟ ସକ୍ରିୟ ଥିଲେ । ବଙ୍ଗ ମହିଳା ସମିତି ସହିତ ସେମାନଙ୍କର ସାମାଜିକ ସଂସ୍କାର ଯୋଜନା ଜରିଆରେ ସେ କାର୍ଯ୍ୟ କରୁଥିଲେ । ଚା ଗଛ ରୋପଣକାରୀଙ୍କଦ୍ବାରା ନାରୀ ଶ୍ରମିକମାନଙ୍କ ପ୍ରତି ଅସଦ୍ ଆଚରଣ ବିରୋଧରେ ‘ଅଘୋର କାମିନୀ ନାରୀ ସମିତି’’ ମନ୍ତବ୍ୟ ପ୍ରକାଶ କରିଥିଲେ । ପ୍ରଭାବତୀ ମିର୍‌ଜା, ଅରବିନ୍ଦଙ୍କର ଆତଙ୍କବାଦଦ୍ଵାରା ଅନୁପ୍ରାଣିତ ହୋଇଥିଲେ । ଦଶବର୍ଷ ବୟସରେ ସେ ଖୁଦିରାମଙ୍କର ଫାଶିଦଣ୍ଡ ବିରୋଧରେ ପ୍ରତିବାଦ କରି ଅନଶନ କରିଥିଲେ ଏବଂ ତା’ପରେ ୧୯୩୦ ଦଶକରେ ସେ ଏକ ଟ୍ରେଡ଼ ୟୁନିୟନ୍ କର୍ମୀ ହେଲେ ।

ନାରୀ ଆତଙ୍କବାଦୀ:
ଗୁପ୍ତରେ ଥ‌ିବା ବିପ୍ଳବୀମାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରୁଥିବା ଏକ ଶିକ୍ଷିତ ବ୍ରାହ୍ମଣ ନାରୀମାନଙ୍କର ଗୋଷ୍ଠୀକୁ କୁମୁଦିନୀ ମିତ୍ର ସଙ୍ଗଠିତ କରିଥିଲେ । ସର୍ବସାଧାରଣରେ ଆତଙ୍କବାଦୀ ଭାବରେ ପରିଚିତ ଏବଂ ସମ୍ମାନିତ ବିପ୍ଳବୀ ଗୋଷ୍ଠୀ ସହିତ ନାରୀମାନେ ବହୁସଂଖ୍ୟାରେ ସମ୍ପୃକ୍ତ ଥିଲେ । ୧୯୩୧ ମସିହା ଡିସେମ୍ବର ମାସରେ ଶାନ୍ତି ଘୋଷ ଏବଂ ସୁନୀତି ଚଉଧୁରୀ ଷ୍ଟିଭେନ୍ସ ନାମକ ଜଣେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଗୁଳି କଲେ, ଯେକି ନାରୀମାନଙ୍କୁ ଆଇନଗତ ବ୍ୟବସ୍ଥାଠାରୁ ଅନେକ ଅଧ୍ୟକ ପରିମାଣରେ ହଇରାଣ କରିଥିଲେ । ବଙ୍ଗର ଗଭର୍ଣ୍ଣର ଷ୍ଟାନ୍‌ଲି ଜାକ୍‌ସଙ୍କୁ ମିନା ଦାଶ ୧୯୨୨ରେ ଗୁଳି କରିବାକୁ ଉଦ୍ୟମ କରିଥିଲେ । ସେମାନେ ସମସ୍ତେ ନିଜ ଇଚ୍ଛା ଅନୁସାରେ ଏହି କାର୍ଯ୍ୟ କରିଥିଲେ ଏବଂ ସର୍ବପ୍ରଥମ ଦୁଇଜଣ ଆଜୀବନ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ ।

ପ୍ରୀତିଲତା ଔଦିନାର୍‌ ଇଉରୋପୀୟ ସଦସ୍ୟମାନଙ୍କର ଏକ କ୍ଲବ୍ ଉପରେ ଚଢ଼ାଉ କରିଥିଲେ ଓ ବୋମା ନିକ୍ଷେପ କରିଥିଲେ । ବୋମାଟି ଜଣକୁ ନିହତ ଓ ୪ ଜଣଙ୍କୁ ଆହତ କରିଥିଲା । ପ୍ରୀତିଲତା ନିଜେ ପୁରୁଷ ବସ୍ତ୍ର ପରିଧାନ କରି ଗିରଫ ଏଡ଼ାଇବାରୁ ସାଇନାଇଡ୍ ସାଥ୍‌ରେ ନେଇଥିଲେ । ଏକ ସମ୍ବାଦପତ୍ର ପ୍ରକାଶ କରିଥିଲା ଯେ ଉକ୍ତ ଆକ୍ରମଣ ଥିଲା ଏକ ‘ଯୁଦ୍ଧର ଆହ୍ଵାନ’’ । ସେହିଦିନ ଶିକ୍ଷକ, ଛାତ୍ର ଏବଂ ଜନସାଧାରଣଙ୍କୁ ଇଉରୋପର ବ୍ରିଟିଶ୍ ଶାସନ ବିରୋଧ ଅଭିଯାନରେ ଯୋଗଦାନ କରିବାପାଇଁ ଉଦ୍‌ବୋଧନ ଦେଇ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା । ସରଳାଦେବୀ ଓ ଭଗିନୀ ନିବେଦିତା ବଙ୍ଗ ଆତଙ୍କବାଦୀମାନଙ୍କଦ୍ଵାରା ଅନୁପ୍ରାଣିତ ହୋଇଥିଲେ ଏବଂ ତାହା ସହିତ ଘନିଷ୍ଠ ଭାବେ ମଧ୍ୟ ଜଡ଼ିତ ଥିଲେ ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୫ । ନାରୀମାନଙ୍କର ମିଳିତ ଆନ୍ଦୋଳନ ସମ୍ମୁଖୀନ ହୋଇଥିବା ମୁଖ୍ୟ ପ୍ରସଙ୍ଗସମୂହକୁ ଆଲୋଚନା କର ।
Answer:
ସାମ୍ପ୍ରଦାୟିକବାଦ ଓ ଜାତିବାଦ
୧୯୩୦ ଦଶକରେ ଅଶୂଳ ଭାରତୀୟ ନାରୀ ସମ୍ମିଳନୀରେ ସାମ୍ପ୍ରଦାୟିକବାଦ ପ୍ରସଙ୍ଗ ଉଠିଥିଲା । ୧୯୩୨ରେ ସେମାନଙ୍କର ଉଭୟ ଜିଲ୍ଲା ଶାଖାଗୁଡ଼ିକ ଓ ବାର୍ଷିକ ସମ୍ମିଳନୀ ସାମ୍ପ୍ରଦାୟିକତା ଆଧାରରେ ବିଧାନମଣ୍ଡଳଗୁଡ଼ିକରେ ନାରୀମାନଙ୍କ ପାଇଁ ପୃଥକ୍ ଆସନର ସଂରକ୍ଷଣ ବିରୋଧରେ ପ୍ରତିବାଦ କଲା । ଉଦାହରଣସ୍ୱରୂପ, ବମ୍ବେ ଶାଖା ଦଙ୍ଗା ସହାୟତାରେ ସମ୍ପୃକ୍ତ ହେଲା ଏବଂ ଆନ୍ଧ୍ର ଶାଖା ବିଦ୍ୟାଳୟମାନଙ୍କରେ ଧର୍ମଗତ ପ୍ରାର୍ଥନାଗୁଡ଼ିକ ବିରୋଧରେ ଏକ ଅଭିଯାନ ଆରମ୍ଭ କଲା । ଏହି ସଙ୍ଗଠନ ସମ୍ଭବତଃ ପ୍ରଥମ ଥୁଲା ଯିଏ ସମାନ ଆଇନର ପ୍ରଶ୍ନ ଉତ୍‌ଥାପନ କରିଥିଲା ଯେ ଏହି ନାରୀମାନେ ଯେପରି ଧର୍ମଗତ ଓ ଜାତିଗତ କର୍ତ୍ତବ୍ୟଦ୍ୱାରା ଅତ୍ୟାଚାରିତ ନ ହୁଅନ୍ତି । ସେମାନେ ଜାତି ଓ ଧର୍ମ ନିର୍ବିଶେଷରେ ଭାରତର ନାରୀମାନଙ୍କ ପାଇଁ ବାସ୍ତବରେ ସମାନ ଆଇନ ଦାବି କଲେ ।

ଦୁର୍ଭାଗ୍ୟବଶତଃ, ୧୯୬୦ ଦଶକରେ ମୁସଲିମ୍ ଲିଗ୍ ଓ କଂଗ୍ରେସ ମଧ୍ୟରେ ବଦ୍ଧିତ ଶତ୍ରୁତାପୂର୍ଣ୍ଣ ସମ୍ପର୍କର ଫଳସ୍ଵରୂପ ସାମ୍ପ୍ରଦାୟିକ ଉତ୍ତେଜନା ସଭ୍ୟମାନଙ୍କ ମଧ୍ୟରେ ଦୃଢ଼ୀଭୂତ ହେବାର ଦେଖାଗଲା । ୧୯୪୪ ମସିହା ସୁଦ୍ଧା ଅଧିକାଂଶ ମୁସଲମାନ ନାରୀ ଅଶୂଳ ଭାରତୀୟ ନାରୀ ସମ୍ମିଳନୀ ତ୍ୟାଗ କରିଦେଲେ । ବିଭାଜନ ଓ ପାକିସ୍ତାନକୁ ଦେଶାନ୍ତର ଗମନ ପରେ ସେମାନେ ଅଞ୍ଛଳ ପାକିସ୍ତାନ ନାରୀ ସମ୍ମିଳନୀ ଗଠନ କଲେ । ଫଳତଃ ଏହି ସଙ୍ଗଠନର ମୂଳ ଉଦ୍ଦେଶ୍ୟ ପୂରଣ ହୋଇନପାରି ପଡ଼ି ରହିଲା। ଅଞ୍ଛଳ ଭାରତୀୟ ନାରୀ ସମ୍ମିଳନୀ ଭାରତରେ ସାମ୍ପ୍ରଦାୟିକତା, ଜାତିବାଦ ଓ ପିତୃକୈନ୍ଦ୍ରିକ ଅତ୍ୟାଚାର ବିରୋଧରେ କାର୍ଯ୍ୟ କରି ଚାଲିଲା ଏବଂ ଯଦିଓ ହିନ୍ଦୁ ଓ ଦଳିତମାନଙ୍କର ସଂଖ୍ୟା ଅତ୍ୟଧ‌ିକ ଥିଲା ତଥାପି ସମଗ୍ର ଧର୍ମୀୟ ଗୋଷ୍ଠୀ ମଧ୍ୟରୁ ସଭ୍ୟ ପାଇବାକୁ ଲାଗିଲା । ଏପରିକି ସାମ୍ପ୍ରଦାୟିକ ଧାରାରେ ଦେଶ ବିଭକ୍ତ ହେବାଠାରୁ ସାମ୍ପ୍ରଦାୟିକମାନେ ଜାତିଗତ ଏକ ଭୟାବହ, ହିଂସ୍ର ଏବଂ କଦାକାର ରୂପ ଗ୍ରହଣ କରିଅଛି ।

ନିଜ ଶ୍ରେଣୀ, ଜାତି ଏବଂ ଧର୍ମଗତ ଓ ଜାତିଗତ ମଧ୍ୟରେ ପ୍ରସ୍ତୁତି ଅଧିକ ଦୃଢ଼ ଓ ପ୍ରଶସ୍ତ ହେବାରେ ଲାଗିଛି । ଅତ୍ୟାଚାରର ଅନ୍ୟ ପ୍ରଣାଳୀଗୁଡ଼ିକ ପିତୃକୈନ୍ଦ୍ରିକରୁ ସୃଷ୍ଟ ଏବଂ ସମୃଦ୍ଧ ଓ କେତେକ ମୁଷ୍ଟିମେୟ ଲୋକଙ୍କ ହାତରେ କ୍ଷମତା ଏବଂ ଅର୍ଥର ଏକତ୍ରୀକରଣ ଭାରତରେ ନାରୀମାନଙ୍କର ଆନ୍ଦୋଳନକୁ ମଧ୍ୟ ପ୍ରେରଣା ଯୋଗାଇଅଛି । ଉକ୍ତ ସଙ୍ଗଠନର ସଂଖ୍ୟା ଏତେ ବିରାଟ ଏବଂ ସେମାନଙ୍କର କାର୍ଯ୍ୟକଳାପର କ୍ଷେତ୍ର ଏତେ ବିଶାଳ ଯେ ଏହି ଅଧ୍ୟାୟର ଅତ୍ୟନ୍ତ ସୀମିତ ପରିସର ମଧ୍ୟରେ ସେମାନଙ୍କର ଟିପ୍ପଣୀ ସରଳଭାବେ ତିଆରି କରିବା ଅସମ୍ଭବ ଛାତ୍ରମାନେ ସେମାନଙ୍କର ସାଧାରଣ ଜ୍ଞାନ ଏବଂ ପ୍ରତ୍ୟହ ସମ୍ବାଦପତ୍ର ପଠନ ଉପରେ ନିର୍ଭର କରିବା ଉଚିତ ।

ପ୍ରତ୍ୟହ ଅତ୍ୟାଚାର ସହିତ ଲଢ଼େଇ:
(କ) ମଦ୍ୟପାନ ବିରୋଧରେ –
୧୯୭୨ରେ ମଦ୍ୟପାତ୍ରଗୁଡ଼ିକୁ ଭାଙ୍ଗିବାଦ୍ଵାରା ମଦ୍ୟପାନ ବିରୋଧରେ ସ୍ଵର ଉତ୍ତୋଳନ କରିବାପାଇଁ ଭିଲ୍ ଜାତିର ନାରୀମାନେ ସର୍ବପ୍ରଥମ ରୂପେ ଜଣାଶୁଣା । ତା’ପରେ ଆମ୍ଭେମାନେ ସେହି ବିଷୟରେ ଅନେକ ଜାଣିଥୁଲେ ମଧ୍ୟ ଆନ୍ଧ୍ରପ୍ରଦେଶରେ ନେଲୋରରେ ଦେଶୀମଦ ବିରୋଧୀ ଆନ୍ଦୋଳନ ସବୁଠାରୁ ଅଧ‌ିକ ଫଳପ୍ରଦ ହୋଇ ଆସିଅଛି । ନାରୀମାନଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରୁଥିବା ପୁରୁଷମାନଙ୍କଦ୍ୱାରା କୁହାଯାଏ ଯେ ନାରୀ-ପ୍ରହାର ଏବଂ ପରିବାର ହିଂସା ପଛରେ ଥ‌ିବା ମୁଖ୍ୟ କାରଣ ହେଉଛି ମଦ୍ୟପାନ । ଏକ ପରିବାରର ଅସରନ୍ତି ବା ବର୍ଦ୍ଧିତ ଦାରିଦ୍ର୍ୟର କାରଣ ମଧ୍ୟ ଏହ ମଦ୍ୟପାନରେ ନଷ୍ଟ ହେଉଥ‌ିବା ଆୟ । ସେଥ‌ିପାଇଁ ମହିଳାମାନଙ୍କ ଅନୁଷ୍ଠାନ ଯୌତୁକ ପ୍ରଥା ତଥା ଯୌନ ଅପବ୍ୟବହାର ବ୍ୟତୀତ ମଦ୍ୟପାନକୁ ଏକ ମୁଖ୍ୟ ବିଷୟ ରୂପେ ଗ୍ରହଣ କରିଥିଲେ ।

ବସ୍ତୁତଃ ସମଗ୍ର ମଦ୍ୟନିଶା ବିରୋଧୀ ଆନ୍ଦୋଳନଗୁଡ଼ିକ ଧୀରେ ଧୀରେ ନାରୀମାନେ ସମ୍ମୁଖୀନ ହେଉଥ‌ିବା ଅନ୍ୟ ସମସ୍ତ ସମସ୍ୟାଗୁଡ଼ିକ ସହିତ ଜଡ଼ିତ ଥିଲା । ଏପରିକି, ପରିବେଶ ମୂଳକ ସୁରକ୍ଷା ନିମିତ୍ତ ଆନ୍ଦୋଳନଗୁଡ଼ିକ ଯଥା – ଚିପକୋ ଆନ୍ଦୋଳନ, ସମାନ ଭୂ-ଅଧିକାର ପାଇଁ ଆନ୍ଦୋଳନ ଯଥା – ବୁଦ୍ଧଗୟା ଆନ୍ଦୋଳନ, ଉତ୍ତରାଞ୍ଚଳ ଆନ୍ଦୋଳନ ପରି ଏକ ପୃଥକ୍ ରାଜନୈତିକ ସତ୍ତା ପାଇଁ ଆନ୍ଦୋଳନ ଇତ୍ୟାଦି ନିଜକୁ ଚିରାଚରିତ ଦୈନନ୍ଦିନ ସମସ୍ୟାଗୁଡ଼ିକଠାରୁ ପୃଥକ୍ କରିପାରି ନ ଥୁଲା ଯାହାକି ନିର୍ଦ୍ଦିଷ୍ଟ ରୂପେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ଶ୍ରେଣୀ ନାରୀମାନଙ୍କୁ ସ୍ଵାଧୀନତାର ଆଲୋକ ଦେଖୁବାପାଇଁ ଅନୁମତି ଦେଇ ନାହିଁ ।

(ଖ) ଯୌତୁକ ବିରୋଧରେ – ହାଇଦ୍ରାବାଦର ମହିଳାମାନଙ୍କର ପ୍ରଗତିଶୀଳ ଅନୁଷ୍ଠାନ ୧୯୭୫ରେ ଯୌତୁକ ପ୍ରଥା ବିରୋଧରେ ସର୍ବପ୍ରଥମେ ଶକ୍ତିଶାଳୀ ଆନ୍ଦୋଳନ ସଙ୍ଗଠିତ କରିଥିଲା । ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନରେ ଏହା ୨୦୦ରୁ ଅଧିକ ପୁରୁଷ ଓ ନାରୀମାନଙ୍କୁ ଆକୃଷ୍ଟ କରିପାରିଥିଲା ଏବଂ ଏହି କ୍ରୋଧ ମହାରାଷ୍ଟ୍ର, କର୍ଣାଟକ, ମଧ୍ୟପ୍ରଦେଶ, ଗୁଜରାଟ ଏପରିକି ସହର ପଞ୍ଜାବ ଓ ବଙ୍ଗକ ବିସ୍ତୃତ ହୋଇଥିଲା । ମାତ୍ର ଆନ୍ଦୋଳନଟି ଦିଲ୍ଲୀରେ ସର୍ବତ୍ର ବିସ୍ତାର ଲାଭ କରିଥିଲା । କାରଣ ସମସ୍ୟାଟି ଏହି ସାଂସ୍କୃତିକ ଅଞ୍ଚଳରେ ଅତ୍ୟଧିକ ଭାବେ ଉତ୍କଟ ଓ ବୀଭତ୍ସ ଥିଲା ଓ ଅଛି ମଧ୍ୟ । ଏହି ପ୍ରସଙ୍ଗରେ ଦିଲ୍ଲୀର ମହିଳା ଦକ୍ଷତା ସମିତି ଥିଲା ଅଗ୍ରଗାମୀ ଅନୁଷ୍ଠାନ । ଅନ୍ୟାନ୍ୟ ସମଶ୍ରେଣୀୟ ଅନୁଷ୍ଠାନମାନଙ୍କ ପରି ବର୍ତ୍ତମାନ ଏହାର ପରିସର ମହିଳାମାନଙ୍କର ଉପୀଡ଼ନ ଓ ଅତ୍ୟାଚାର ସମ୍ପୃକ୍ତ ଅନ୍ୟାନ୍ୟ କ୍ଷେତ୍ରକୁ ବିସ୍ତାରିତ ହୋଇଛି ।

(ଗ) ଯୌନ ଦୁବ୍ୟବହାର ବିରୋଧରେ – ଧର୍ଷଣ ଓ ଯୌନ ଅପରାଧର ଅନ୍ୟ ରୂପଗୁଡ଼ିକ ନାରୀମାନଙ୍କ ବିରୋଧରେ ଅତ୍ୟନ୍ତ ସାଧାରଣ ତଥା ବାରମ୍ବାର ଘଟୁଥ‌ିବା ଅପରାଧ ଏବଂ ତଥାପି ଅଧୂକାଂଶ ଅଣବିବୃତିମୂଳକ । କେବଳମାତ୍ର ନାରୀମାନଙ୍କୁ ପୁରୁଷମାନେ କାବୁ କରିବାକୁ ନୁହେଁ, ମାତ୍ର ଏପରିକି ବଞ୍ଚତ ତଥା ଅବହେଳିତ ଗୋଷ୍ଠୀର ପୁରୁଷମାନଙ୍କୁ କାବୁ କରିବା ନିମିତ୍ତ ପୁରୁଷ ଶକ୍ତି ହାତରେ ଏହା ଏକ ଅତ୍ୟନ୍ତ ସହଜଲବ୍‌ଧ ଓ ଅହଂ ଚରିତାର୍ଥକାରୀ ଅସ୍ତ୍ର ଅଟେ । ପରିବାର ମଧ୍ୟରେ ଧର୍ଷଣ ବ୍ୟତୀତ ବା ବ୍ୟକ୍ତିଗତ ଲୋଭ ବା ଶତ୍ରୁତାବଶତଃ, ଧର୍ଷଣଗୁଡ଼ିକ ସାମ୍ପ୍ରଦାୟିକ ଓ ଜାତି ଉତ୍ତେଜନାରେ ଓ ପୁଲିସ୍ ହାଜତରେ ପୁରାପୁରି ସାଧାରଣ ଘଟଣା ହୋଇଯାଇଛି । ଧର୍ଷଣ ବିରୋଧରେ ଆନ୍ଦୋଳନ ସର୍ବପ୍ରଥମ ଥର ପାଇଁ ପୁଲିସ୍ ଧଷଣ ବିରୋଧରେ ହୋଇଥିଲା ।

ପୁଲିସ୍ ହାଜତରେ ରଲ୍‌ମି ଜାବିର ଧର୍ଷଣ ଏହାର ଏକ ପ୍ରତୀକ ହୋଇଥିଲା । ଆନ୍ଦୋଳନଟିର ପରିସର ଓ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଯଦିଓ ଏପରି ଘଟଣାର ଊର୍ଦ୍ଧ୍ୱଗାମୀ ଧାରାରେ ଏ ପର୍ଯ୍ୟନ୍ତ ଗତିରୋଧ ହୋଇପାରି ନାହିଁ । ଶକ୍ତିଶାଳିନୀ ଶସୱାଲା ମହିଳାସଂଘ, ଜନବାଦୀ ମହିଳା ସମିତି ଇତ୍ୟାଦି ଏ କ୍ଷେତ୍ରରେ ଉଲ୍ଲେଖନୀୟ । ଶେଷ ନାମିତ ଅନୁଷ୍ଠାନଟି ନାରୀମାନଙ୍କର ରାଜନୈତିକ ଯୁଦ୍ଧରେ ମଧ୍ୟ ସେମାନଙ୍କୁ ସଙ୍ଗଠିତ କରି ଆସିଅଛି । ସବୁ ବର୍ଗର ମହିଳାମାନଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା, ଦେଶର ଉଚ୍ଚତମ ନିଷ୍ପତ୍ତି ନିର୍ଦ୍ଧାରଣକାରୀ ସଂସ୍ଥାମାନଙ୍କରେ ଆସନର ସଂରକ୍ଷଣ, ସବୁ ପ୍ରକାରର ପୁରୁଷ ପ୍ରାଧାନ୍ୟ ବାସ୍ତବରେ ନାରୀମାନଙ୍କ ଆର୍ଥନୀତିକ ନିର୍ଭରଶୀଳତା ଉପରେ ଆଧାରିତ ଥିଲା । ନାରୀମାନଙ୍କ ଅତ୍ୟାଚାରର ଦୁଇଟି ପ୍ରାଥମିକ ସଂରଚନା

ଏହିଭଳି ଥିଲା, ସମଗ୍ର ଲିଙ୍ଗୀୟ ବିଭାଜନ ଓ ସଂସ୍କୃତି ଏବଂ ରାଜନୀତିଦ୍ଵାରା ଏହାକୁ ତର୍କସଙ୍ଗତ କରିବା । ଅନ୍ୟପକ୍ଷରେ ଅଧିକାଂଶ ଅନ୍ୟ ମହିଳା ସଙ୍ଗଠନଗୁଡ଼ିକ ପରି ମହିଳା ସମତା ସୈନିକ ଦଳ ବିଶ୍ବାସ କଲା ଯେ ଯୌନ ସମ୍ଭୋଗ ପାଇଁ ପୁରୁଷ ଲାଳସା ହିଁ ନାରୀକୁ କ୍ରୀତଦାସ କରିବାକୁ ସେମାନଙ୍କୁ ବାଟ ଦେଖାଉଥିଲା । ସବୁଠାରୁ କୌତୁହଳର ବିଷୟ ହେଉଛି ଯେ, ବିଭିନ୍ନ ପ୍ରକାର ହିଂସା ବିରୋଧରେ ନାରୀ ଆନ୍ଦୋଳନର ଉତ୍ପରି ମୂଳରେ ଅଛି – ନାରୀମାନଙ୍କ ପ୍ରତି ମନୋଭାବ ! ନାରୀ ଅଧିକାରବାଦରୁ ପିତୃକୈନ୍ଦ୍ରିକ, ପୁଞ୍ଜିବାଦୀ ବିରୋଧୀ ମନୋଭାବରୁ ସ୍ଵପ୍ନବାଦୀ ପିତୃକୈନ୍ଦ୍ରିକବାଦ ଜନ୍ମ । ଅଧିକାଂଶ ପୁରୁଷ ଅନୁଭବ କରନ୍ତି ଯେ ନାରୀମାନଙ୍କ ସୁରକ୍ଷା ଓ ଯତ୍ନ ନେବା ସେମାନଙ୍କର କର୍ତ୍ତବ୍ୟ ।

ନାରୀ ଅଧିକାରବାଦୀ ଆନ୍ଦୋଳନରେ ବ୍ୟକ୍ତିଗତ ସମ୍ପର୍କର ଏକ ପୂର୍ଣ୍ଣ ନୂତନ ଶ୍ରେଣୀ ବିକାଶ ଲାଭ କଲା, ଯାହାକି ସମସ୍ତ ଶ୍ରେଣୀ, ଜାତି ଏବଂ ସାଂସ୍କୃତିକ ବାଧାକୁ ଅତିକ୍ରମ କରି ଏପରିକି କେତେକ ମାତ୍ରାରେ ପଦ୍ଧତିଗତ ଅସମାନତା ମଧ୍ୟ ରହିଥିଲା । ସାଧାରଣତଃ ନେତା ବା ସଙ୍ଗଠନ ରୂପେ ଥ‌ିବା ମଧ୍ୟ ଶ୍ରେଣୀ ମହିଳାମାନେ ଏବଂ ସାହାଯ୍ୟହୀନତା ଓ କୃତଜ୍ଞତାର ଏକ ସ୍ଥିତିରୁ ଆସିଥ‌ିବା ଗରିବ ଶ୍ରେଣୀମାନେ ଏକ କର୍ତ୍ତବ୍ୟବୋଧଠାରୁ ଅଧ‌ିକ ମାତ୍ରାରେ କାର୍ଯ୍ୟ କରୁଥିଲେ । ତଥାପି, ‘ବ୍ୟକ୍ତିବାଦ’ର ଏକ ନୂତନ ଅର୍ଥବୋଧ ସ୍ପଷ୍ଟ ଭାବେ ଦୃଶ୍ୟମାନ ଥିଲା ।

ପରିବେଶ ଏବଂ ଜୀବିକା ଅର୍ଜନ:
ଏଞ୍ଜେଲ୍‌ସ୍‌ଙ୍କଦ୍ଵାରା ବର୍ଜିତ ହେବାଭଳି, ଭୂମି ଓ ଉତ୍ପାଦନ ପନ୍ଥାର ମାଲିକାନା ସ୍ଵତ୍ଵ ସମଗ୍ର ପ୍ରକାର ମାନବୀୟ ସମ୍ପର୍କକୁ ନିୟନ୍ତ୍ରଣ କରେ ଏବଂ ଅତଏବ ଏହା ପିତୃତନ୍ତ୍ରର ଆଧାର ଅଟେ । ବିଜ୍ଞାନ ଏବଂ ବୈଷୟିକ ବିଦ୍ୟାର ଉନ୍ନତି ସତ୍ତ୍ବେ ଖାଦ୍ୟ ଏବଂ ଅନ୍ୟ ଯାହା ମନୁଷ୍ୟ ଆବଶ୍ୟକ କରେ ଏହା ପ୍ରକୃତି ଓ ପରିବେଶରୁ ଆସିଥାଏ । ଆମେ ସମସ୍ତେ ଜାଣୁଛେ, ମାନବର ଅସ୍ତିତ୍ରର ସର୍ବପ୍ରଥମ ଦିନଠାରୁ ନାରୀମାନେ ଖାଦ୍ୟ ସଂଗ୍ରହକାରୀ ଏବଂ ଖାଦ୍ୟ ପ୍ରଦାନକାରୀ ରୂପେ ବିବେଚିତ ହୋଇ ଆସିଛନ୍ତି ଏବଂ ପ୍ରକୃତିର ବୈଷମ୍ୟହୀନ ଅପହରଣ ଏବଂ ଅବନତିର ଫଳସ୍ଵରୂପ ନାରୀମାନେ ଅତିମାତ୍ରାରେ ପ୍ରଭାବିତ ହୋଇଛନ୍ତି । ସେହି କାରଣରୁ ନାରୀମାନଙ୍କର ଆନ୍ଦୋଳନ ସେମାନଙ୍କର ତଥା ସେମାନଙ୍କ ପରିବାରର ଜୀବିକା ଅର୍ଜନ ଏବଂ ପ୍ରକୃତିର ସଂରକ୍ଷଣ ଦୃଷ୍ଟିରୁ ଅତ୍ୟଧ‌ିକ କ୍ଷମତାଶାଳୀ ହୋଇଅଛି ।

ଏହା ପ୍ରାୟ ସ୍ବାଧୀନ ଭାରତରେ ନାରୀମାନଙ୍କ ଜଙ୍ଗଲ ଆଇନର ଅବମାନନା ସହିତ ଆରମ୍ଭ ହୋଇଥିଲା । ଏହି ପ୍ରସଙ୍ଗରେ ଚିପ୍‌ ଏବଂ ନର୍ମଦା ବଞ୍ଚାଓ ଆନ୍ଦୋଳନଗୁଡ଼ିକ ଉତ୍ତମ ଉଦାହରଣ । ଆତ୍ମନିଯୁକ୍ତ ମହିଳା ସଙ୍ଗଠନ (Self-employed Women’s Association) ଦକ୍ଷିଣ-ପୂର୍ବ ଏସିଆ ଏବଂ ଭାରତରେ ପ୍ରଥମ ଜଣାଶୁଣା ଅନୁଷ୍ଠାନ ଯାହାକି ଅସଙ୍ଗଠିତ କ୍ଷେତ୍ରରେ ଥ‌ିବା ନାରୀ ଶ୍ରମିକମାନଙ୍କୁ ଏକତାବଦ୍ଧ କରିଥିଲା । ଏହା ‘ ‘ମହିଳାକୋଷ’’ ବା ମହିଳାମାନଙ୍କ ସହଯୋଗ ବ୍ୟାଙ୍କ ସହିତ ନିବିଡ଼ଭାବେ ନିବନ୍ଧିତ ହେବା ଯୋଗୁଁ ମହିଳା ଆନ୍ଦୋଳନ ଅତ୍ୟଧ୍ଵ କୃତକାର୍ଯ୍ୟ ହୋଇଛି ଏବଂ ତିଷ୍ଠି ରହିଅଛି । ବଙ୍ଗଳାଦେଶ, ନେପାଳ ଏବଂ ସୁଦୂର ଦକ୍ଷିଣ ଏସିଆର ଅନେକ ସମାନ ଧରଣର ଆନ୍ଦୋଳନକୁ ଏହା ଅନୁପ୍ରାଣିତ କରିଛି ।

ଦକ୍ଷିଣ ଆଫ୍ରିକାର ଆତ୍ମନିଯୁକ୍ତିମୂଳକ ମହିଳା ସଂଘ ସମ୍ପୂର୍ଣ ଭାବେ ଏହାର ନକଲ କରିଅଛି ଏବଂ ଏହି ଦୁଇଟି ଏକତ୍ର ଭାବେ ଆନ୍ତର୍ଜାତିକ ଆଇନ ପ୍ରଣୟନ, ସ୍ବୀକୃତି ପ୍ରଦାନ ଏବଂ ଘରୋଇ ଆଧାରିତ କ୍ଷେତ୍ରରେ ଶ୍ରମିକମାନଙ୍କ ସୁରକ୍ଷା ପ୍ରଦାନ ନିମନ୍ତେ ଆନ୍ତର୍ଜାତିକ ଶ୍ରମ ସଙ୍ଗଠନକ ପ୍ରଭାବିତ କରି ପାରିଛନ୍ତି | (ଯେଉଁମାନଙ୍କର ଅଧିକାଂଶ ଏକ ଅର୍ଥ ବ୍ୟବସ୍ଥାର ସବୁଠାରୁ ଅଧିକ ବଞ୍ଚତ ଶ୍ରେଣୀରୁ ଥିବା ନାରୀମାନେ) ବଙ୍ଗଳାଦେଶର ଗ୍ରାମୀଣ ବ୍ୟାଙ୍କ ନାରୀମାନଙ୍କ ଆର୍ଥିକ ସ୍ଵାଧୀନତା ନିମିତ୍ତ ଅନ୍ୟ ଏକ ସୁବିସ୍ତୃତ ସ୍ଵୀକୃତିପ୍ରାପ୍ତ ପ୍ରତିରୂପରେ ପରିଣତ ହୋଇଅଛି ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୬ । ରାଜନୀତିରେ ନାରୀ ବା ନାରୀମାନଙ୍କଦ୍ବାରା ରାଜନୀତି ପ୍ରସଙ୍ଗର ତର୍ଜମା କର ।
Answer:
ତେଲେଙ୍ଗାନା ଆନ୍ଦୋଳନ:
ଥିଲା । ପୁରୁଷମାନଙ୍କ ହାତରେ ଯଦିଓ ନେତୃତ୍ୱ ଥୁଲା, ନାରୀମାନଙ୍କଠାରୁ ଦୃଢ଼ ଓ ଦୀର୍ଘସ୍ଥାୟୀ ପ୍ରେରଣା ପାଇନଥିଲେ ଆନ୍ଦୋଳନ ପୂର୍ବରୁ ଶେଷ ହୋଇ ଯାଇଥା’ନ୍ତା । ବ୍ରିଟିଶରାଜ (୧୯୪୧)ର ଅନ୍ୟାୟ ବିରୋଧରେ ଏହା ଆରମ୍ଭ ହୋଇଥିଲା ଏବଂ ୧୯୫୨ ପର୍ଯ୍ୟନ୍ତ ସେମାନଙ୍କ ନିଜର ସରକାର ଅଧୀନରେ ଚାଲୁଥିବା ଅନ୍ୟାୟ ବିରୋଧରେ ଚାଲୁ ରହିଥିଲା ।

ବୁଦ୍ଧଗୟା ଆନ୍ଦୋଳନ:
ଭୂମି ପାଇଁ ଅନ୍ୟ ଏକ ବିଶିଷ୍ଟ ଆନ୍ଦୋଳନ ହେଉଛି ନାରୀମାନଙ୍କଦ୍ୱାରା କରାଯାଇଥିବା ଜୀବିକା ନିର୍ବାହ ବା ଅର୍ଥନୈତିକ ଅଧିକାର ନିମନ୍ତେ ଆନ୍ଦୋଳନ । ବୁଦ୍ଧଗୟା ଓ ଏହାର ଚତୁଃପାର୍ଶ୍ଵରେ କୃଷିଜୀବୀ ମହିଳାମାନେ ବଳପୂର୍ବକ ପଟ୍ଟା ସଂଗ୍ରହ କରିଥିଲେ । ମଦ୍ୟପାନ ଓ ଅନ୍ୟାନ୍ୟ ମନ୍ଦ ଅଭ୍ୟାସ ଯୋଗୁଁ ପୁରୁଷମାନେ ଜମିରେ ଅଧିକ ପ୍ରଚେଷ୍ଟା ବା ସମ୍ବଳ ପ୍ରୟୋଗ କରୁନଥିଲେ । ନାରୀମାନଙ୍କଦ୍ୱାରା ସମସ୍ତ ମିଳିତ ପ୍ରଚେଷ୍ଟା ନିମିତ୍ତ ଆଶାତୀତ ସଫଳତା ଏକ ଭୟଙ୍କର ପ୍ରେରଣାରେ ପରିଣତ ହେଲା । ମାତ୍ର ଏହି ସଫଳତା ଥିଲା ଅଦ୍ଵିତୀୟ ଏବଂ ଏକ ବ୍ୟତିକ୍ରମ, ଅଧିକାଂଶ ଅନ୍ୟ ଘଟଣାରେ ସଫଳତା ସେମାନଙ୍କର ଭାଗ୍ୟରେ ନ ଥିଲା ଏବଂ ନାରୀମାନଙ୍କ ପ୍ରତି ଅତ୍ୟାଚାର ଏବଂ ସାମାଜିକ ଅନ୍ୟାୟ ପ୍ରଦର୍ଶନ କରିବାରେ ବିହାର ରାଜ୍ୟ ନିଷ୍ପତ୍ତି ନେଇଥିଲେ ।

ଦଳିତ ନାରୀ ଆନ୍ଦୋଳନ:
ଦଳିତ ନାରୀମାନେ ସର୍ବପ୍ରଥମେ ଏକ ଆତ୍ମ ପ୍ରଶିକ୍ଷିତ ଦଳିତ ଫୁଲେ ଦମ୍ପତିଙ୍କଦ୍ୱାରା ମହାରାଷ୍ଟ୍ରରେ ସଙ୍ଗଠିତ ହୋଇଥିଲା ବୋଲି କହିବା ଭୁଲ୍ ହେବ ନାହିଁ । ସେମାନଙ୍କୁ (ଫୁଲେ ଦମ୍ପତି) ଉନବିଂଶ ଶତାବ୍ଦୀରେ ନାରୀମାନଙ୍କ ଅଧିକାର ସମ୍ପର୍କିତ ଆନ୍ଦୋଳନର ଜନ୍ମଦାତା ଆଖ୍ୟା ଦିଆଯାଇପାରେ । ସମ୍ପ୍ରତି ଜନବାଦୀ ମହିଳା ସମିତି ଏହି ଆନ୍ଦୋଳନର ସବୁଠାରୁ ଶକ୍ତିଶାଳୀ ସମର୍ଥକ । ଦଳିତ ନାରୀମାନେ ସେମାନଙ୍କୁ ପୁରୁଷ ଏବଂ ଅନ୍ୟ ନାରୀମାନଙ୍କଠାରୁ ପୃଥକ୍ ରୂପେ ସଙ୍ଗଠିତ ହେବାର ଆବଶ୍ୟକତା ଅନୁଭବ କଲେ । ମୁଖ୍ୟତଃ ଦୁଇଟି କାରଣ ଯୋଗୁଁ ସେମାନେ ଏପରି ନିଷ୍ପତ୍ତି ନେଇଥିଲେ ।

  • ଦଳିତ ପୁରୁଷମାନେ ଯେତେ ଅତ୍ୟାଚାରିତ ହେଉଥିଲେ ମଧ୍ୟ ନିଜ ନାରୀମାନଙ୍କ ପ୍ରତି ଅତ୍ୟାଚାର କରିବା ବନ୍ଦ କଲେ ନାହିଁ ।
  • ଅଣ-ଦଳିତ ନାରୀମାନେ ଯେତେ ନିଷ୍ପାବତୀ ହେଲେ ମଧ୍ୟ ଦୁଇପ୍ରକାର ଅତ୍ୟାଚାରର ଅର୍ଥ ବୁଝିପାରିଲେ ନାହିଁ ।

ଆଦିବାସୀ ନାରୀ ଆନ୍ଦୋଳନ:
ନାଗାଲାଣ୍ଡର ପାର୍ବତ୍ୟାଞ୍ଚଳରେ ଆଦରରେ ରାଣୀ ଭାବେ ପରିଚିତ ‘ଗୁଡ଼ିଆଲୋ’’ ଆଇନ ଅମାନ୍ୟ ଆନ୍ଦୋଳନରେ ନିଜର ଭୂମିକା ଯୋଗୁଁ ପ୍ରସିଦ୍ଧି ଲାଭ କରିଥିଲେ । ସେ ନିଜର ସମ୍ପର୍କୀୟ ଭାଇ ଯଦୁନାଙ୍ଗଙ୍କଦ୍ଵାରା ଅନୁପ୍ରାଣିତ ହୋଇ ୧୩ ବର୍ଷ ବୟସରୁ ମଣିପୁରର ଗ୍ରାମବାସୀମାନଙ୍କୁ ସକ୍ରିୟ ଭାବେ ସଜ୍ଜୀକରଣ କରିବାରେ ଜଡ଼ିତ ଥିଲେ । ୧୯୩୧-୩୨ରେ ଗୁଡ଼ିଆଲୋଙ୍କ ସମ୍ପର୍କୀୟ ଭାଇକୁ ଇଂରେଜ ଶାସକ ଫାଶୀ ଦେବାରୁ ତାଙ୍କଠାରୁ ନେତୃତ୍ବର ଦାୟିତ୍ଵ ନିଜ ହାତକୁ ନେଲେ । ଗୁଡ଼ିଆଲୋ ଏକ ଅଣ-ଟିକସ ପ୍ରଚାର ଅଭିଯାନ ଚଳାଇଥିଲେ । ଏହି ଗ୍ରାମବାସୀମାନେ କୁଲିଗିରି ଉପରେ ଧାର୍ଯ୍ୟ ହୋଇଥିବା ବାଧ୍ୟତାମୂଳକ ଟିକସ ଦେବାକୁ ବନ୍ଦ କରିଦେଲେ ଓ ବେଠି ଖଟିବାକୁ ମନା କରିଦେଲେ । ଏହା ଥିଲା ଅନେକଗୁଡ଼ିଏ ସ୍ବଦେଶୀ ଓ ସ୍ଵତଃସ୍ପର୍ଭ ଜନତାଙ୍କ ଆନ୍ଦୋଳନ ମଧ୍ୟରୁ ଗୋଟିଏ ଯାହାକି ଜାତୀୟ ‘ମୁଖ୍ୟସ୍ରୋତ’ଦ୍ଵାରା ଦୃଢ଼ ଭାବେ ନିରୁତ୍ସାହିତ ଓ ଅସ୍ଵୀକୃତ ହୋଇଥିଲା ।

ଅନ୍ୟ ପାଇଁ ବା ଅନ୍ୟମାନଙ୍କ ପାଇଁ କ’ଣ ଭଲ ଓ କ’ଣ ଦରକାର ନିର୍ଦ୍ଧାରଣର ଏହି ପ୍ରବୃତ୍ତି ଓ ମନୋବୃତ୍ତି ହେଉଛି ପିତୃତନ୍ତ୍ର ଓ ପୁଞ୍ଜିବାଦ (ଏବଂ ଅବଶ୍ୟ ସାମ୍ରାଜ୍ୟବାଦ)ର ମୂଳଦୁଆ ଏବଂ ଏପରିକି ସ୍ଵାଧୀନତା ପରେ ଆଜିକାଲି ମଧ୍ୟ ଚାଲୁ ରହିଛି । ଏପରିକି ଭାରତ ତା’ର ସ୍ଵାଧୀନତା ହାସଲ କରିବାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ଏହିସବୁ କାରଣରୁ ଆଦିବାସୀ, ଦଳିତ ଓ ନାରୀମାନେ ସେମାନଙ୍କର ସଂଗ୍ରାମ ଚାଲୁ ରଖୁଛନ୍ତି । ଅଧୁନା, ପରିବେଶଗତ ଅବକ୍ଷୟ ବିରୋଧରେ ଯୁଦ୍ଧ ମୁଖ୍ୟତଃ ଆଦିବାସୀ ବା ପ୍ରକୃତିର ସନ୍ତାନ ଓ ସନ୍ତତିମାନଙ୍କଦ୍ୱାରା ଲଢ଼ାଯାଉଅଛି, କାରଣ ପ୍ରକୃତିକୁ ଲୁଣ୍ଠନ କରିବା ଅର୍ଥ ସେମାନଙ୍କର ଜୀବିକା ଓ ସଂସ୍କୃତିର ଲୁଣ୍ଠନ ! ଆମର ଦେଶ ପୁନଶ୍ଚ ଥରେ ବିଶ୍ଵ ବଜାର ଶକ୍ତିଦ୍ୱାରା ଉପନିବେଶରେ ପରିଣତ ହେଉଥ‌ିବା କଥା ସ୍ଵାଧୀନ ଭାରତର ସରକାର ବୁଝି ପାରୁନାହାନ୍ତି ।

ସାହିତ୍ୟ, ରଙ୍ଗମଞ୍ଚ ତଥା ଅଭିବ୍ୟକ୍ତିର ଅନ୍ୟ ରୂପ ମାଧ୍ୟମରେ ଆନ୍ଦୋଳନ:
ପ୍ରାକ୍ ସ୍ଵାଧୀନତା ସମୟର ସାମାଜିକ ସଂସ୍କାର ଓ ରାଜନୈତିକ ଆନ୍ଦୋଳନ କାଳରେ ସାହିତ୍ୟ ମାଧ୍ୟମରେ ସେମାନଙ୍କର ନିଜ ଆନ୍ଦୋଳନ ପ୍ରତି ନାରୀମାନଙ୍କର ଅବଦାନ ବିଷୟରେ ସମସ୍ତେ ଊଣାଅଧ୍ଵ ଜାଣିଛନ୍ତି । ସ୍ଵାଧୀନତା ପରେ ପ୍ରଥମ କେତେକ ଦଶନ୍ଧିରେ କିଛିଟା ଶାନ୍ତ ବାତାବରଣ ଥିଲା । ନାରୀମାନେ ହୃଦ୍‌ବୋଧ କରିବାକୁ ହୁଏତ କିଛି ସମୟ ନେଇପାରନ୍ତି ଯେ ସେମାନଙ୍କ ପାଇଁ ୧୯୪୭ର ଭାରତ ସ୍ୱାଧୀନତା କୌଣସି ସ୍ଵାଧୀନତା ଆଣିଲା ନାହିଁ । ବିଳମ୍ବରେ ସମାନତା ପାଇଁ ନାରୀ ଆନ୍ଦୋଳନରେ ଉତ୍‌ଥୁତ ଶକ୍ତି ଯୋଗୁଁ ନାରୀମାନଙ୍କଦ୍ଵାରା ଏବଂ ନାରୀମାନଙ୍କ ଉପରେ ଲେଖନୀ ଚାଳନା କରାଯାଉଛି ।

ନାରୀମାନଙ୍କ ସମ୍ପର୍କରେ ନାଟକ ଓ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ଅରୁନ୍ଧତୀ ରାୟଙ୍କ ପରି ଶକ୍ତିଶାଳୀ ନାରୀ ଲେଖାମାନେ ‘କେବଳ ନାରୀମାନଙ୍କ’ ପାଇଁ କ୍ଷେତ୍ରକୁ ଅତିକ୍ରମ କରି ଏବଂ ପୁରୁଷମାନଙ୍କ ଅପେକ୍ଷା ଅଧିକ ବଳବାନ୍ ଭାବେ ମାନବବାଦ ବା ବିଶ୍ଵବ୍ୟାପୀ ମାନବ ଅଧିକାରକୁ ହାତକୁ ନେଇଛନ୍ତି । ନାରୀମାନଙ୍କ ମଙ୍ଗଳରେ ପୁରୁଷମାନଙ୍କର ମଙ୍ଗଳ ରହିଛି ଏବଂ ସେହି ନାରୀମାନଙ୍କ ମଙ୍ଗଳ ହିଁ ସମଗ୍ର ମାନବ ଜାତିର ମଙ୍ଗଳ ଏ ବିଷୟରେ ସେମାନେ ପୁରୁଷମାନଙ୍କର ହୃଦ୍‌ବୋଧ ହୋଇଅଛି ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୭| ବର୍ତ୍ତମାନର ପରିବେଶ ଆନ୍ଦୋଳନ (Environmental Movement) ର ବିକାଶ, ଲକ୍ଷ୍ୟ ଓ ଯଥାର୍ଥତାର ମୂଲ୍ୟାଙ୍କନ କର । କିମ୍ବା, ପରିବେଶବାଦ (Environmentalism) ର ସ୍ବରୂପ ଓ ଯଥାର୍ଥତା ଆଲୋଚନା କର ।
Answer:
ମଣିଷର ଚତୁଃପାର୍ଶ୍ଵରେ ଘେରି ରହିଥିବା ସାମାଜିକ, ଭୌତିକ, ରାସାୟନିକ, ଜୈବିକ ଉପାଦାନଗୁଡ଼ିକର ସାମଗ୍ରିକ ପରିପ୍ରକାଶକୁ ପରିବେଶ କୁହାଯାଏ । ପ୍ରାକୃତିକ ସଂପଦର ସଂରକ୍ଷଣ ଏହାର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ ଅଟେ । ଦତ ଶିଳ୍ପୀକରଣ ପରେ ମଣିଷ ପ୍ରାକୃତିକ ସଂପଦକ ନିଜ ସ୍ଵାର୍ଥଦୃଷ୍ଟିରୁ ବିନିଯୋଗ କରିବା ଫଳରେ ପ୍ରାକୃତିକ ପରିବେଶରେ ଅସନ୍ତଳନ ଦେଖାଦେଇଛି । ଜୀବଜଗତର ଉନ୍ନତି ଲକ୍ଷ୍ୟରେ ନିଜୀବ ଜଗତକ ଲଣ୍ଡନ ଓ ଅସଦ୍ ଉପଯୋଗ କରାଯାଉଛି । ଏଣୁ ଶିଳ୍ପୀକରଣ, ଦୂରଦୃଷ୍ଟିର ଅଭାବ ଓ ସୁଚିନ୍ତିତ ସହରାଞ୍ଚଳ ଯୋଜନାର ଅନୁପସ୍ଥିତି ପରିବେଶ ପ୍ରତି ଅତ୍ୟାଚାରର କାରଣରୂପେ ଦେଖାଦେଇ ପରିବେଶ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି ।

ସହରାଞ୍ଚଳ ସଭ୍ୟତାର ବିକାଶ ପରିବେଶ ପ୍ରଦୂଷଣର ଅନ୍ୟତମ କାରଣ ଅଟେ । ଏହା ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ ଉଚ୍ଛେଦ, ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା, ବ୍ୟାପକ ଯାନବାହନ ଚଳାଚଳ ଆଦି ମାଧ୍ୟମରେ ଜଳ, ମୃତ୍ତିକା, ବାୟୁ, ପାନୀୟ ଜଳ, ଶବ୍ଦ ଆଦିର ପ୍ରଦୂଷଣ କରୁଛି । ବିଜ୍ଞାପନର ଉନ୍ନତି, ବୈଷୟକ ଜ୍ଞାନର ବିକାଶ, ଯନ୍ତ୍ର ଓ ରାସାୟନିକ ଦ୍ରବ୍ୟର ବ୍ୟାପକ ବ୍ୟବହାର, ଅଣୁ ପରୀକ୍ଷା ଆଦି ଉଭୟ ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ମାନବଜାତି ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଏମାନଙ୍କର ପ୍ରତ୍ୟକ୍ଷ କୁପ୍ରଭାବ ପରିବେଶ ଉପରେ ପଡ଼ୁଛି | ଜନସଂଖ୍ୟାର ବୃଦ୍ଧି ହେତୁ ଅଧୁକ ବାସୋପଯୋଗୀ ଜମିର ଆବଶ୍ୟକତା ବୃକ୍ଷର ଯତ୍ନ ପ୍ରତି ବିପଦ ସୃଷ୍ଟି କରି ଋତୁ ପରିବର୍ତ୍ତନ ପ୍ରକ୍ରିୟା ଓ ଜଳବାୟୁ ଉପରେ କୁପ୍ରଭାବ ପକାଉଛି ।

ମାନବ ଜୀବନଧାରାରେ ଅସନ୍ତୁଳନ ପରିଦୃଷ୍ଟ ହେଉଛି । ସ୍ଵାସ୍ଥ୍ୟ ଓ ପରିମଳ ସମସ୍ୟା ତୀବ୍ର ହେଉଛି । ବିଶ୍ଵରେ ପାନୀୟ ଜଳର ପ୍ରଦୂଷଣ ମାନବକୁ ଚିନ୍ତାମଗ୍ନ କରିଛି । ବାୟୁ ପ୍ରଦୂଷଣ ଦ୍ରୁତ ଶିଳ୍ପୀକରଣ ଜନ୍ମିତ ସମସ୍ୟା ଅଟେ । ବାୟୁମଣ୍ଡଳରେ ‘ ଓଜୋନ ସ୍ତର’ (Ozone Layer) ର ଅବକ୍ଷୟ ମାନବ ଜାତି ପାଇଁ ବିପଦର କାରଣ ରୂପେ ଦେଖାଦେଇଛି । ବିଜ୍ଞାନର ଅଗ୍ରଗତି ପ୍ରଦୂଷଣର ବ୍ୟାପକତା ବୃଦ୍ଧିରେ ସହାୟକ ହେଉଛି । ପ୍ଲାଷ୍ଟିକ୍ ଶିଳ୍ପର ବିକାଶ, ତୈଳ ଓ କୋଇଲା ପରି ଇନ୍ଧନରୁ ସୃଷ୍ଟ ଗ୍ୟାସ୍ ଆଦି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି । ଏହି ପ୍ରଦୂଷଣ କାରଣରୁ ପରିବେଶ ସୁରକ୍ଷା ଆଜି ଗୁରୁତ୍ଵପୂର୍ଣ୍ଣ ବିଷୟରୂପେ ସ୍ବୀକୃତ ହୋଇଛି । ମାନବ ଜାତିର ସ୍ଥିତି ଓ ବିକାଶ ଦୃଷ୍ଟିରୁ ଏହାର ଉପାଦେୟତା ବୃଦ୍ଧି ପାଇଛି ।

‘ପତନରୁ ରକ୍ଷା କରିବା ଜନିତ ବିକାଶ’ (Sustainable Development) ପରିବେଶ ସୁରକ୍ଷାର ମୂଳ ଲକ୍ଷ୍ୟ ହୋଇ ମାନବ ଜାତିର ସ୍ଥିତି ବଜାୟ ରଖିବାପାଇଁ ମୁଖ୍ୟ ନିଦାନରୂପେ କାର୍ଯ୍ୟ କରୁଛି । ବିଭିନ୍ନ ଜାତୀୟ ସରକାର, ପରିବେଶ ସୁରକ୍ଷା ଗୋଷ୍ଠୀ ଓ ଜାତିସଂଘ ଏ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିକାଶଶୀଳ ରାଷ୍ଟ୍ରଗୁଡ଼ିକ କ୍ଷେତ୍ରରେ ପରିବେଶ ସଂରକ୍ଷଣ ଏକ ମୁଖ୍ୟ ସମସ୍ୟାରୂପେ ଦେଖାଦେଇଛି । ପରିବେଶ କରାଯାଉଛି, କାରଣ ଯୁଦ୍ଧଜନିତ କ୍ଷୟକ୍ଷତିର ପୁନଃନିର୍ମାଣ ଓ ଭରଣା କରଯାଇ ପାରୁଥିବାବେଳେ ପରିବେଶ ନଷ୍ଟଜନିତ ବ୍ୟବସାର ପନରଦ୍ଧାର ଅତ୍ୟନ୍ତ କଷ୍ଟକର ଅଟେ ଏବଂ ଏହାର କ-ପ୍ରଭାବ ମଧ୍ୟ ଅଧ‌ିକ ଗଭୀର ଓ ସୁଦୂରପ୍ରସାରୀ ଅଟେ ।

ପରିବେଶ ଅବକ୍ଷୟର ପ୍ରତିରୋଧ କରିବାପାଇଁ ପରିବେଶ ଶିକ୍ଷାର ଆବଶ୍ୟକତା ବୃଦ୍ଧି ପାଇଛି । ଏହି କ୍ଷେତ୍ରରେ ପ୍ରଥମ ପଦକ୍ଷେପ ଜାତିସଂଘର ମାନବିକ ପରିବେଶ ସମ୍ମିଳନୀଦ୍ଵାରା 1972 ମସିହାରେ ଷ୍ଟକ୍‌ହୋମ୍‌ଠାରେ ଅନୁଷ୍ଠିତ ଅଧୂବେଶନରେ ନିଆଯାଇଥିଲା । ଏହି ସମ୍ମିଳନୀ ଏକ ‘ ଆନ୍ତର୍ଜାତୀୟ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ’ (International Environment Education Programme) – IEEP) ପାଇଁ ସୁପାରିସ କରିଥିଲା । 1977 ମସିହାରେ ସୋଭିଏତ୍ ରୁଷର ଡିବିଲିସିଠାରେ ଅନୁଷ୍ଠିତ ‘ ଆନ୍ତଃ-ସରକାର ପରିବେଶ ଶିକ୍ଷା ସମ୍ମିଳନୀ’ (Inter-Government Conference on Environment Education) ରେ ଏହି କ୍ଷେତ୍ରରେ ଦ୍ଵିତୀୟ ପଦକ୍ଷେପ ନିଆଯାଇଥିଲା । ଏହି ସମ୍ମିଳନୀରେ ଗୃହୀତ ଘୋଷଣାନାମା ପରିବେଶ ଶିକ୍ଷା ନିମ୍ନଲିଖତ ବିଷୟ ଉପରେ ଗୁରୁତ୍ଵ ଦେବା ଉଚିତ ବୋଲି ନୀତି ନିର୍ଦ୍ଧାରଣ କରିଥିଲା

  • ଏହା ଆନ୍ତଃ-ବିଷୟକ (Inter-disciplinary) ଅଧ୍ୟୟନ ପଦ୍ଧତି ଗ୍ରହଣ କରିବା ଉଚିତ ।
  • ଏହା ଏକ ପବିତ୍ର ପରିବେଶ ତତ୍ତ୍ଵକୁ ପ୍ରୋତ୍ସାହନ ଦେବା ଆବଶ୍ୟକ ।
  • ଏହା ପ୍ରାକ୍-ବିଦ୍ୟାଳୟ ସ୍ତରରୁ ଆରମ୍ଭ ହୋଇ କ୍ରମାଗତ ଧାରାରେ ଉଭୟ ନିୟମସମ୍ମତ (Formal) ଓ ଅନିୟମିତ (Informal) ସ୍ତରରେ ପ୍ରଦାନ କରାଯିବା ଉଚିତ ।
  • ଏହା ମୁଖ୍ୟ ପରିବେଶ ସମସ୍ୟାଗୁଡ଼ିକୁ ସ୍ଥାନୀୟ, ଆଞ୍ଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ତର୍ଜମା କରିବା ଆବଶ୍ୟକ ।
  • ଏହା ବର୍ତ୍ତମାନ ଓ ଭବିଷ୍ୟତ ପରିବେଶ ପୃଷ୍ଠଭୂମି ଓ ଧାରାକୁ ଦୃଷ୍ଟିରେ ରଖ୍ କାର୍ଯ୍ୟପନ୍ଥା ସ୍ଥିର କରିବା ଆବଶ୍ୟକ ।
  • ପରିବେଶ ଶିକ୍ଷା ପାଇଁ ଏବଂ ପରିବେଶ ସମସ୍ୟାର ସମାଧାନ ନିମନ୍ତେ ଆଞ୍ଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ସହଯୋଗ ପ୍ରତିଷ୍ଠା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଉଚିତ ।
  • ପରିବେଶ ଶିକ୍ଷା ଓ ଯୋଜନାକୁ ବାସ୍ତବଧର୍ମୀ କରାଯିବା ଉଚିତ ।

ଜାତିସଂଘର ମାନବ ବସତି ସଂପର୍କିତ ଦ୍ଵିତୀୟ ଆନ୍ତର୍ଜାତିକ ସମ୍ମିଳନୀ (1996) ମସିହାରେ ତୁର୍କୀର ଇସ୍ତାନବୁଲ୍‌ଠାରେ ଅନୁଷ୍ଠିତ ହୋଇ ‘ ବାସଯୋଗ୍ୟତା କାର୍ଯ୍ୟସୂଚୀ’ (Habital Agenda) ନାମରେ ଏକ ଘୋଷଣାନାମା ଗ୍ରହଣ କରାଯାଇଥିଲା । ଏହି ସମ୍ମିଳନୀ ‘ ସିଟି ଶିଖର ସମ୍ମିଳନୀ’ (City Summit) ନାମରେ ପରିଚିତ । ଏହା ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ପରିବେଶ ସୁରକ୍ଷା ଓ ମାନବ ଜୀବନଧାରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସଂପର୍କରେ ଏକ ଆଚରଣବିଧ୍ଵ ପ୍ରଣୟନ କରିଥିଲା ।

ପରିବେଶ ଓ ଉନ୍ନୟନ ସଂପର୍କୀୟ ଜାତିସଂଘର ସମ୍ମିଳନୀ (UNCED) ‘ଧରିତ୍ରୀ ଶିଖର ସମ୍ମିଳନୀ’ (Earth Summit) ନାମରେ ପରିଚିତ ହୋଇ ବ୍ରାଜିଲ୍‌ର ରିଓ ଡି ଜାନେରୋଠାରେ 1922 ମସିହା ଜୁନ୍ 3 ରୁ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କାର୍ଯ୍ୟସୂଚୀ 21 ଏବଂ ପରିବେଶ ଉନ୍ନୟନ ସଂପର୍କୀୟ ରିଓ ଘୋଷଣାନାମା ଗୃହୀତ ହେବା ସଙ୍ଗେ ସଙ୍ଗେ ଜଙ୍ଗଲ ସୁରକ୍ଷା ପାଇଁ ଏକ ଆବେଦନପତ୍ର ମଧ୍ୟ ଗୃହୀତ କରାଯାଇଥିଲା । କିନ୍ତୁ 2002 ମସିହାରେ ଜୋହନସ୍‌ଗଠାରେ ଅନୁଷ୍ଠିତ ‘ଧରିତ୍ରୀ ସମ୍ମଳନୀ’ରେ ପରିବେଶ ସଂପକୀୟ ନୀତି ନିଦ୍ଧାରଣ ପାଇଁ ସହମତି ମିଳିପାରିଲା ନାହିଁ। ଏହି ସମ୍ମିଳନୀରେ ଉତ୍ତର-ଦକ୍ଷିଣ (North-South) ବିଭାଜନ ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା । ଆମେରିକା ଓ ଅଷ୍ଟ୍ରେଲିଆ ପରିବେଶ ସୁରକ୍ଷା ପାଇଁ ତୃତୀୟ ବିଶ୍ଵର ରାଷ୍ଟ୍ରମାନଙ୍କ ସହ ସହଯୋଗ କରିବାକୁ ଅନିଚ୍ଛୁକ ହୋଇଥିଲେ ।

ଭାରତରେ 1980 ମସିହାରେ କେନ୍ଦ୍ର ସ୍ତରରେ ପରିବେଶ ବିଭାଗ ଓ ମନ୍ତ୍ରଣାଳୟ ସ୍ଥାପନ କରାଯାଇଛି । ଏହା ପରିବେଶ ଶିକ୍ଷା ଓ ସଚେତନଶୀଳତା ବୃଦ୍ଧି ପାଇଁ ଆଲୋଚନାଚକ୍ର, କର୍ମଶାଳା, ଦଳଗତ ଆଲୋଚନା, ପ୍ରଚାରପତ୍ର ବଣ୍ଟନ, ଗଣମାଧମ ବିଜ୍ଞାପନ, ବିଦ୍ୟାଳୟରେ ଅନୁଷ୍ଠିତ ରଚନା ଓ ବକ୍ତୃତା ପ୍ରତିଯୋଗିକା ଆଦି ବିବିଧ ମାଧ୍ୟମ ଗ୍ରହଣ କରିଛି | ବେସରକାରୀ ସଂଗଠନ, ଗୋଷ୍ଠୀ ସେବା ଯୋଜନା ଆଦିକୁ ପ୍ରୋତ୍ସାହନ ଯୋଗାଇ ଦେଉଛି । ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ ସମୟରେ ଏହା ପରିବେଶ ଉପରେ ପକାଉଥବା ପ୍ରଭାବକୁ ବିଚାରକୁ ନେଇ ଯୋଜନା ଅନୁମୋଦନ କରାଯାଉଛି ।
ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ସ୍ତରରେ ‘ପରିବେଶ ଶିକ୍ଷା’ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଉତ୍ତମ ପରିବେଶ ଏକ ସ୍ବୀକୃତିପ୍ରାପ୍ତ ମାନବିକ ଅଧିକାର ଅଟେ । ଭାରତୀୟ ସମ୍ବିଧାନର ‘ମୌଳିକ କର୍ତ୍ତବ୍ୟ’ ରେ ଏହା ସ୍ଥାନିତ ହୋଇଛି ।

ମାନବଜାତିର ସ୍ଥିତି ଓ ପରିବେଶ ସଂରକ୍ଷଣ ପରସ୍ପର ସହ ଜଡ଼ିତ ଅଟନ୍ତି । ପ୍ରାକୃତିକ ସମ୍ବଳର ମାନବୋଚିତ ଯୁକ୍ତିଯୁକ୍ତ ଉପଯୋଗ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ପରିବେଶ ସୁରକ୍ଷା ପାଇଁ ଏକ ଆସ୍ତିସୂଚକ ପଦକ୍ଷେପ ଅଟେ। ଏହାକୁ ‘ପତନରୁ ରକ୍ଷାଜନିତ ବିକାଶ’ (Sustainable Development) କୁହାଯାଇଛି । ଯୋଜନା ପ୍ରଣୟନ ଓ ସରକାରୀ ଅନୁମତି ପ୍ରଦାନ କ୍ଷେତ୍ରରେ ଏକ ପରିବେଶ ପ୍ରଭାବ ବିଶ୍ଳେଷଣ (Environment Impact Analysis) ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରାଯାଇଛି । ଜଙ୍ଗଲର ସୁରକ୍ଷା ଏକ ମୁଖ୍ୟ କାର୍ଯ୍ୟକ୍ରମରୂପେ ଗୃହୀତ ହୋଇଛି । ୱାଶିଂଟନ୍‌ର ଏକ ବୁଦ୍ଧିଜୀବୀ ସଂଗଠନ ପରିବେଶ ସୁରକ୍ଷା ପାଇଁ ଏକ ‘ପରିବେଶ ଟିକସ’ ଧାର୍ଯ୍ୟ କରିବା ନିମନ୍ତେ ସୁପାରିସ କରିଛି । ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପରିବେଶ ସଂରକ୍ଷଣ ସହିତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିବିଧ କାର୍ଯ୍ୟକ୍ରମ ଗ୍ରହଣ କରିବା ଆବଶ୍ୟକ । ଉଭୟଙ୍କ ମଧ୍ୟରେ ସୁଷମ ସଂପର୍କ ଓ ସନ୍ତୁଳନ ନ ରହିଲେ ମାନବଜାତି କ୍ଷତିଗ୍ରସ୍ତ ହେବ ।

ବିଗତ ତିରିଶ ବର୍ଷ ଧରି ଉଭୟ ପରିବେଶ ଓ ଅର୍ଥନୈତିକ ସମୃଦ୍ଧି ମଧ୍ଯରେ ଆନ୍ତଃସମ୍ପର୍କକୁ ନେଇ ତର୍କ ଲାଗିରହିଛି । ବିଭିନ୍ନ ବିକଳ୍ପ ଛାଞ୍ଚ ଓ ବ୍ୟବସ୍ଥା ସୁପାରିସ ହେଉଛି ଓ କାର୍ଯ୍ୟକାରୀ କରାଯାଉଛି । ପରିବେଶ ନଷ୍ଟଜନିତ କ୍ଷୟକ୍ଷତିର ଭରଣା କରାଯାଇ ନପାରେ । ଏଣୁ ଏହା ସାମରିକ କ୍ଷୟକ୍ଷତିଠାରୁ ଅଧିକ ବିପଦଜନକ ବୋଲି ଗୃହୀତ ହୋଇଛି । ମାନବଜାତିର ସ୍ଥିତିର ପ୍ରଶ୍ନ ସହ ପରିବେଶ ସୁରକ୍ଷା ଜଡ଼ିତ ଅଟେ । ଏକ ଅନୁକୂଳ ମାନବୀୟ ପରିବେଶ ସୃଷ୍ଟି କେବଳ ସରକାରୀ ପ୍ରଚେଷ୍ଟାରେ ସମ୍ଭବପର ନୁହେଁ, ବରଂ ଏହା ଏକ ସମବାୟିକ ଉଦ୍ୟମର ଫଳ ଅଟେ । ଜନସଚେତନଶୀଳତାହିଁ ପରିବେଶ ସୁରକ୍ଷା କାର୍ଯ୍ୟକୁ ତ୍ଵରାନ୍ବିତ ଓ ସଫଳ କରିପାରିବ । ଆଜି ପରିବେଶ ଆନ୍ଦୋଳନ ନିଜସ୍ଵ ସ୍ଥିତି ଓ ଆବଶ୍ୟକତା ଦୃଷ୍ଟିରୁ ଏକ ଜନ ଆନ୍ଦୋଳନ ରୂପ ଗ୍ରହଣ କରିଛି ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୮ । ମାନବ ସମାଜ ଉପରେ ପରିବେଶ ପ୍ରଦୂଷଣର ପ୍ରଭାବ କ’ଣ ? ପରିବେଶ ସଚେତନଶୀଳତା କିପରି ଜାଗରିତ ହୋଇପାରିବ ?
Answer:
ବୈଜ୍ଞାନିକ ଅନୁସନ୍ଧାନ ସ୍ପଷ୍ଟଭାବରେ ପ୍ରମାଣ କରିପାରିଛି ଯେ କେବଳ ପୃଥିବୀ ଗ୍ରହରେ ଜୀବସତ୍ତାର ସମ୍ଭବ ଅଟେ । ଏଣୁ ଏହା ପ୍ରତ୍ୟେକ ଧୀ-ଶକ୍ତିସଂପନ୍ନ ମଣିଷର ନୈତିକ କର୍ତ୍ତବ୍ୟ ଯେ ସେ ଏପରି କିଛି କାର୍ଯ୍ୟ କରିବ ନାହିଁ ଯାହା ଫଳରେ ଏହାର ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେବ; ବରଂ ତା’ର ପ୍ରଚେଷ୍ଟା ଫଳରେ ଜୀବନପ୍ରକ୍ରିୟା ଅଧୂକ ସଜୀବ ଓ ଅର୍ଥପୂର୍ଣ୍ଣ ହେବ । ଏଣୁ ପ୍ରତ୍ୟେକ ଲୋକ ‘ଲାସେଜ ଫେୟାର’ ଦର୍ଶନର ସ୍ଵାର୍ଥପର ‘ଏକୁଟିଆ ଛାଡ଼ିଦେବା’ (Let alone) ତତ୍ତ୍ଵକୁ ପରିହାର କରି ‘ ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାର ସୁଯୋଗ ଦିଅ’ (Live and Let Live) ତତ୍ତ୍ଵକୁ ଆଦରି ନେବା ଆବଶ୍ୟକ । ବିଜ୍ଞାନର ପ୍ରଗତି ମନୁଷ୍ୟକୁ ସାହାଯ୍ୟ କରିଛି ଦୂରତ୍ନ ଓ ସମୟକୁ କବଳିତ କରିବାପାଇଁ; କୃଷି ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ନିମନ୍ତେ, କ୍ଷୁଧା, ବ୍ୟାଧ ଓ ଅଜ୍ଞତାକୁ ଦୂର କରିବାପାଇଁ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ମଣିଷକୁ ଜୀବନଧାରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ସଂପୂର୍ଣ ଯୋଗ୍ୟ କରିପାରି ନାହିଁ । ମଣିଷ ଓ ପ୍ରକୃତି ମଧ୍ୟରେ ଭାରସାମ୍ୟ ରକ୍ଷା କରାଯାଇପାରୁ ନାହିଁ । ମଣିଷର ଆଦିମ ପଶୁ ପ୍ରବୃତ୍ତି ଯୁଦ୍ଧର ଆକାର ପରିଣାମକୁ ଭୟଙ୍କର କରିଦେଇଛି ଯାହାକି ମଣିଷ ସମାଜର ସ୍ଥିତି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ଏହି ପୃଥ‌ିବୀକୁ ବଞ୍ଚି ରହିବାର ଏକ ଆଶ୍ରୟସ୍ଥଳୀ ରୂପେ ଗଢ଼ି ତୋଳିବାପାଇଁ ପ୍ରତ୍ୟେକ ମଣିଷ ଏକ ଉନ୍ନତ ଭୌତିକ, ସାମାଜିକ ଓ ରାଜନୈତିକ ପରିବେଶ ସୃଷ୍ଟିରେ ସହାୟତା ଦେବା ଆବଶ୍ୟକ । ଏହା ଦୂରଦୃଷ୍ଟିସଂପନ୍ନ ଜ୍ଞାନ, ସ୍ବାର୍ଥପର ଆବେଗର ନିୟନ୍ତ୍ରଣ, ମାନବାବାଦୀ ସଚେତନଶୀଳତା ଆଦିଦ୍ଵାରା ସମବାୟିକ ଉଦ୍ୟମରେ ହିଁ ସମ୍ଭବ ହୋଇପାରିବ |

ଦ୍ଵିତୀୟ ବିଶ୍ବଯୁଦ୍ଧର ପରବର୍ତ୍ତୀ ଅବସ୍ଥାରେ ଜାତୀୟ ନୀତି ହିସାବରେ ଯୁଦ୍ଧ ଗ୍ରହଣୀୟ ହେଉ ନଥିଲେ ମଧ୍ୟ ପ୍ରତିରକ୍ଷା ନାମରେ ପ୍ରତ୍ୟେକ ଦେଶ ଅଧିକ କ୍ଷତିଶାଳୀ ମାରଣାସ୍ତ୍ର ନିର୍ମାଣ ଓ ସଂଗ୍ରହ କରିଛନ୍ତି । ଏହା ଫଳରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ବାଧାପ୍ରାପ୍ତ ହେଉଛି ଓ ପରସ୍ପର ପ୍ରତି ଭୟ ସୃଷ୍ଟି ହେଉଛି । ତାରକା ଯୁଦ୍ଧର ଭୟ, ଲେଜର ରଶ୍ମିର ବୋମା, ରାସାୟନିକ ଅସ୍ତ୍ର, ଶକ୍ତିଶାଳୀ ଦୂର ନିୟନ୍ତ୍ରିତ ଅଣୁବୋମା ଆଦି ରାଜନୈତିକ ପରିବେଶ, ଆନ୍ତର୍ଜାତିକ ସମ୍ପର୍କ ଓ ସହଯୋଗିତାର ପରିବେଶକୁ ଦୂଷିତ କରିଦେଇଛି । ପରମାଣୁ ନିରସ୍ତ୍ରୀକରଣ ସମ୍ପର୍କିତ ସମସ୍ତ ଯୋଜନା ଓ ଚୁକ୍ତି ପରସ୍ପରର ଅବିଶ୍ଵାସର ଶିକାର ହୋଇ ତା’ର ଲକ୍ଷ୍ୟ ପୂରଣ କରିପାରୁ ନାହିଁ। ପରମାଣୁ ପରୀକ୍ଷଣ, ପୃଥିବୀର ବାହ୍ୟ ସ୍ତରକୁ ସାମରିକ ଉଦ୍ଦେଶ୍ୟରେ ବିନିଯୋଗ ଏବଂ ଦେଶ – ଦେଶ ମଧ୍ୟରେ ପରମାଣୁ ଶକ୍ତି ଆହରଣ ପାଇଁ ପାଗଳ ପ୍ରାୟ ପ୍ରତିଯୋଗିତା ମନୁଷ୍ୟ ସମାଜର ମାନବିକ ପରିବେଶକୁ ନଷ୍ଟ କରିଦେଇଛି ।

ଏଣୁ ଏକ ବିଶ୍ଵରାଷ୍ଟ୍ରର ସଂରାଷ୍ଟ୍ରୀୟ ପରିବେଶରେ ପରସ୍ପର ପ୍ରତି ବିଶ୍ଵାସ ସୃଷ୍ଟି ହେଲେ ପରସ୍ପର ପ୍ରେମ, ସହଯୋଗ ଫଳରେ ଏହି ଆନ୍ତର୍ଜାତୀୟ ଓ ରାଜନୈତିକ ପରିବେଶକୁ ସଂରକ୍ଷିତ କରାଯାଇପାରିବ ।
ମାଲ୍‌ଥସ୍ ଜନସଂଖ୍ୟା ଓ ପ୍ରାକୃତିକ ସମ୍ପଦ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ବେଲି ଚେତାଇ ଦେଇଥିଲେ ମଧ୍ୟ ପୃଥବୀରେ ଜନସଂଖ୍ୟା ବୃଦ୍ଧି ଜୈବିକ ଓ ସାମାଜିକ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି । ପୃଥିବୀରେ ଖାଦ୍ୟାଭାବ, କ୍ଷୁଧା, ନିରକ୍ଷରତା, ବାସହୀନତା, ବେରୋଜଗାରି ଆଦି ବୃଦ୍ଧି ଫଳରେ ସାମାଜିକ ସଦ୍‌ଭାବ, ସମ୍ପର୍କ, ପ୍ରୀତି କ୍ଷୟପ୍ରାପ୍ତ ହୋଇ ବଞ୍ଚି ରହିବାପାଇଁ ଅସ୍ଵାସ୍ଥ୍ୟକର ପ୍ରତିଯୋଗିତାର ପରିବେଶ ସୃଷ୍ଟି କରୁଛି । ଏଣୁ ପରିବାର ନିୟନ୍ତ୍ରଣ ଯୋଜନା ସହ ପରିବାର କଲ୍ୟାଣ ଯୋଜନାକୁ ସଂଯୋଜିତ କରି ଜନସଂଖ୍ୟାର ନିୟନ୍ତ୍ରଣ ପାଇଁ ଜନ ସଚେତନଶୀଳତା ସୃଷ୍ଟି କରା ନ ଗଲେ ସାମାଜିକ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ ନାହିଁ ।

ଶାନ୍ତି, ସାମାଜିକ ପ୍ରଗତି ସହ ଅର୍ଥନୈତିକ ସମୃଦ୍ଧି ଅଙ୍ଗାଙ୍ଗୀଭାବେ ଜଡ଼ିତ । ପୃଥ‌ିବୀରୁ ଅର୍ଥନୈତିକ ବିଶୃଙ୍ଖଳା, ବୈଷମ୍ୟ, ଶୋଷଣନୀତି ଦୂର ନ ହେଲେ ରାଜନୈତିକ ଓ ସାମାଜିକ ପରିବେଶ ନଷ୍ଟ ହୋଇଯାଇଥାଏ । ଏହା ଅର୍ଥନୈତିକ ସାମ୍ରାଜ୍ୟବାଦର ପରିବେଶ ସୃଷ୍ଟି କରୁଛି । ଏହା ଫଳରେ ଧନୀ ଓ ବିକାଶପ୍ରାପ୍ତ ରାଷ୍ଟ୍ରଗୁଡ଼ିକ ଗରିବ ଓ ବିକାଶଶୀଳ ତଥା ଅନୁନ୍ନତ ରାଷ୍ଟ୍ର ପାଇଁ ଅର୍ଥନୈତିକ ସ୍ଵାଧୀନତା ନଷ୍ଟର କାରଣ ହେଉଛନ୍ତି । ଦାରିଦ୍ର୍ୟ ପ୍ରଦୂଷଣର ମାତ୍ରା ବୃଦ୍ଧି କରେ । ଏଣୁ ସହଯୋଗଭିଭିକ ଉଦାରବାଦୀ ଆନ୍ତର୍ଜାତିକ ଅର୍ଥନୈତିକ ବ୍ୟବସ୍ଥା ଏକ ଅନୁକୂଳ ଅର୍ଥନୈତିକ ପରିବେଶ ସୃଷ୍ଟିରେ ସାହାଯ୍ୟ ହେବା ଉଚିତ ।

ପୃଥ‌ିବୀରେ ବଞ୍ଚି ରହିବାପାଇଁ ଏକ ସୁନ୍ଦର ଓ ଆନନ୍ଦଦାୟକ ପରିବେଶ ସେତେବେଳେ ସୃଷ୍ଟି କରାଯାଇପାରିବ ଯେତେବେଳେ ଉପନିବେଶବାଦ, ନବ୍ୟ-ଉପନିବେଶବାଦ, ବର୍ଣ୍ଣବୈଷମ୍ୟ ନୀତି ଆଦିର କରାଳ ପ୍ରଭାବରୁ ମଣିଷ ସମାଜ ମୁକ୍ତ ହୋଇ ଏକ ଉଦାରବାଦୀ ସାମାଜିକ ଶୃଙ୍ଖଳା ମଧ୍ୟରେ ମାନବୀୟ ଅଧିକାର ସାର୍ବଜନୀନ ରୂପରେ ସମ୍ମାନିତ ହୋଇପାରିବ । ମଣିଷ ତଥା ବିଶ୍ଵର ପରିବେଶ ବିଭିନ୍ନ ପ୍ରକାର ‘ଘୃଣା’ (Hatred) ର ବିଷରେ ଜର୍ଜରିତ ହୋଇଛି । ଧାର୍ମିକ ଦ୍ଵନ୍ଦୁଜନିତ ଘୃଣା, ରାଜନୈତିକ ପ୍ରଭୁତ୍ଵ ଓ ଶୋଷଣଜନିତ ଘୃଣା, ବର୍ଣ୍ଣଗତ ପାର୍ଥକ୍ୟଜନିତ ଘୃଣା, ମଣିଷ ତଥା ବିଶ୍ଵର ଶାନ୍ତ ପରିବେଶ ମଧ୍ୟରେ ବିଷର ଜ୍ଵଳନ ଆରମ୍ଭ କରିଥାଏ । ଏଣୁ ପ୍ରତ୍ୟେକ ଲୋକ କେବଳ ‘ବିଶ୍ଵ ସମୁଦାୟ’ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କଲେ ଏହି ଘୃଣାଦ୍ବାରା ସୃଷ୍ଟି ମାନବକୃତ ପରିବେଶ ପ୍ରଦୂଷଣରୁ ମାନବ ସମାଜ ମୁକ୍ତ ହୋଇପାରିବ । ମଣିଷ ମନ ମଧ୍ୟରେ ଅକଳୁଷିତ ସାମାଜିକ ପ୍ରବୃତ୍ତିର ବିକାଶ ହେବା ଉଚିତ ।

ଶିଳ୍ପୀକରଣ ମାନବ ସମାଜର ଉନ୍ନତିକୁ ତ୍ବରାନ୍ବିତ କରିଛି । କିନ୍ତୁ ଏହାର କୁ-ପ୍ରଭାବ ମାନବ ସମାଜର ପରିବେଶକୁ କଳୁଷିତ କରିଛି । ଏହା ସହରାଞ୍ଚଳ ସଭ୍ୟତାର ବିକାଶ କରିଛି ଏବଂ ଆଧୁନିକ ସହରଗୁଡ଼ିକ ଓ ସହରତଳି ଅଞ୍ଚଳରେ ଗଢ଼ି ଉଠୁଥ‌ିବା ବସ୍ତିଗୁଡ଼ିକ ଅସ୍ଵାସ୍ଥ୍ୟକର ପରିବେଶ ଓ କଳୁଷିତ ସାମାଜିକ ବ୍ୟବସ୍ଥାର ମୂର୍ତିମନ୍ତ ପ୍ରତୀକ ଅଟନ୍ତି । ମୁକ୍ତ ବାୟୁ ସେବନ ବା ଜୀବାଣୁମୁକ୍ତ ପାନୀୟ ଜଳପାନ, ବାସଗୃହର ତୀବ୍ର ଅଭାବ, ରେଡ଼ିଓ, ଦୂରଦର୍ଶନ, ଗାଡ଼ି, ମଟର, ଉଡ଼ାଜାହାଜ, ଡାକବାଜି ଯନ୍ତ୍ର ଆଦି ଆଧୁନିକ ବୈଜ୍ଞାନିକ ଉଦ୍ଭାବନଦ୍ଵାରା ସୃଷ୍ଟ ଶବ୍ଦ ପ୍ରଦୂଷଣ ମଣିଷର ସହର ରହଣିକୁ ବିଷମୟ କରିଦେଇଛି ।

ପ୍ରାକୃତିକ ସମ୍ପଦର ଅଯତ୍ନ ବ୍ୟବହାର ଓ ସଂରକ୍ଷଣ ମନୋବୃତ୍ତର ଅଭାବ ମାନବର ଜୈବିକ ତଥା ପ୍ରାକୃତିକ ପରିବେଶର ଅବକ୍ଷୟ ପାଇଁ ଦାୟୀ ଅଟେ । ଜଙ୍ଗଲ ସମ୍ପଦର ଲୋପ କ୍ଷେତ୍ରରେ ଅଧିକ ଉତ୍ପାଦନ ଆଶାରେ ବ୍ୟବହୃତ ମାତ୍ରାଧ୍ଵକ ରାସାୟନିକ ସାର, ନଦୀରେ ଶିଳ୍ପ ପ୍ରତିଷ୍ଠାନର ତ୍ୟଜ୍ୟ ରାସାୟନିକ ବସ୍ତୁର ନିଷ୍କାସନ ଆଦି ମାନବ ପାଇଁ ବିପଦ ସୃଷ୍ଟି କରୁଛି । ଏଣୁ ପ୍ରାକୃତିକ ସମ୍ପଦର ଉପଯୁକ୍ତ ସଂରକ୍ଷଣ ହୋଇ ନ ପାରିଲେ, ଖାଦ୍ୟଦ୍ରବ୍ୟ ଓ ପାନୀୟଜଳ ଜୀବାଣୁମୁକ୍ତ ନ ହେଲେ ମାନବ ସମାଜ କ୍ଷତିଗ୍ରସ୍ତ ହେବ । ଏଣୁ ଏକ ଆନ୍ତର୍ଜାତିକ ସହଯୋଗିତାର ଭିଭି ଉପରେ ଏହି ବିପଦରୁ ମୁକ୍ତ ହୋଇ ବଞ୍ଚିବାପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଦରକାର ।

ଷ୍ଟକ୍‌ହୋମ୍‌ଠାରେ ଅନୁଷ୍ଠିତ ଜାତିସଂଘର ମାନବିକ ପରିବେଶ ସମ୍ପର୍କୀୟ ସମ୍ମିଳନୀରେ ତତ୍‌କାଳୀନ ମହାସଚିବ ମିଷ୍ଟର ମଉରିସ୍ ଷ୍ଟ୍ରଙ୍ଗ୍ ମତ ଦେଇଥିଲେ ଯେ, “ ଆମର ଉନ୍ନୟନ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଂଶ ହେଉଛି ଆମର ପରିବେଶଗତ ସମସ୍ୟା ।” ‘ ଏକ ପୃଥିବୀ’ ତତ୍ତ୍ଵକୁ ଏହି ସମ୍ମିଳନୀରେ ଗୁରୁତ୍ବ ଆରୋପ କରାଯାଇଥିଲା । ଏହି ସମ୍ମିଳନୀରେ ବିଭିନ୍ନ ସ୍ଵଳ୍ପ ସମୟସାପେକ୍ଷ ଓ ଦୀର୍ଘ ସମୟସାପେକ୍ଷ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ବିଭିନ୍ନ ପରିବେଶଗତ ସମସ୍ୟାକୁ ଆନ୍ତର୍ଜାତିକ ଉଦ୍ୟମ ଓ ସହଯୋଗ କ୍ରମେ ସମାଧାନ କରିବାକୁ ଆହ୍ବାନ ଦିଆଯାଇଥିଲା । ପ୍ରତ୍ୟେକ ମଣିଷ ନିଜ ସହିତ, ନିଜର ପଡ଼ୋଶୀମାନଙ୍କ ସହିତ ଓ ପ୍ରକୃତି ସହିତ ଶାନ୍ତିରେ ସହାବସ୍ଥାନ କରିବା ନୀତିରେ ଦୀକ୍ଷତ ହେବା ଉଚିତ । ବନ୍ୟଜନ୍ତୁଙ୍କ ସଂରକ୍ଷଣ ଏକ ମାନବିକ ପ୍ରବୃତ୍ତି ନୁହେଁ, ବରଂ ଜୀବନଧାରାର ନିରବଚ୍ଛିନ୍ନ ପ୍ରବାହ ପାଇଁ ଏକ ପ୍ରାଥମିକ ସର୍ଭ ଅଟେ ।

ଏକ ଆନନ୍ଦଦାୟକ ସ୍ଵାସ୍ଥ୍ୟପ୍ରଦ ମାନବିକ ପରିବେଶ ସମବାୟିକ ପ୍ରଚେଷ୍ଟାର ଫଳ ଅଟେ । ପରିବେଶ ପ୍ରଦୂଷଣ ମାନବ ସମାଜ ପ୍ରତି ଏକ ଅପରାଧ ଅଟେ । ବୈଜ୍ଞାନିକ ଓ ରାଷ୍ଟ୍ରନାୟକମାନେ ମାନବଜାତି ପ୍ରତି ନିଜର ଜୈବିକ, ମନସ୍ତାତ୍ତ୍ଵିକ ତଥା ନୈତିକ ସମ୍ପର୍କ ବିଷୟରେ ଆତ୍ମସଚେତନଶୀଳ ହେବା ଉଚିତ । ମାନବିକ ପରିବେଶ ସମ୍ପର୍କିତ ପ୍ରଶ୍ନ ଓ ସମସ୍ୟାଗୁଡ଼ିକ ମାନବ ସମାଜର ଆର୍ଥିକ ସମର୍ଥନ ପାଇବା ଉଚିତ । ଏକ ସମାଜବାଦୀ ଗଣତାନ୍ତ୍ରିକ ଉଦାରବାଦୀ ରାଜନୈତିକ ବ୍ୟବସ୍ଥା ମାନବିକ ପରିବେଶ ସୃଷ୍ଟି ଓ ସଂରକ୍ଷଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିପାରିବ ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୯। ପରିବେଶ ଆନ୍ଦୋଳନର ପୃଷ୍ଠଭୂମି ଆଲୋଚନା କର ।
Answer:
ପୃଥ‌ିବୀ ଉପରେ ଜୀବନକୁ ପ୍ରଭାବିତ କରୁଥିବା ଭୌତିକ, ରାସାୟନିକ ଓ ଜୈବିକ ଅବସ୍ଥାଗୁଡ଼ିକୁ ନେଇ ପରିବେଶ ଗଠିତ । ପରିବେଶ ବାୟୁ, ଜଳ ଓ ଜଙ୍ଗଲ ଭଳି ପ୍ରାକୃତିକ ଉପାଦାନଗୁଡ଼ିକର ଏକ ନାମମାତ୍ର ସ୍ଥିତି ନୁହେଁ, ଏହା ଅପରିହାର୍ଯ୍ୟ ଭାବେ ଉଭୟ ପ୍ରକୃତି ଓ ମାନବ ସୃଷ୍ଟ ଅବସ୍ଥାଗୁଡ଼ିକୁ ନେଇ ଗଠିତ । ମନୁଷ୍ୟ ବା ପ୍ରକୃତିଦ୍ୱାରା ଘଟିତ ପରିବେଶରେ ଯେକୌଣସି ଅସନ୍ତୁଳନର ପୃଥ‌ିବୀପୃଷ୍ଠର ସମସ୍ତ ପ୍ରକାର ଜୀବନ ଉପରେ ଅସ୍ତିବାଚକ ବା ନାସ୍ତିବାଚକ ପ୍ରଭାବ ରହିଛି । ପରିବେଶର ପରିବର୍ତ୍ତନ କରିବାକୁ ମନୁଷ୍ୟର ସୀମାହୀନ ସାମର୍ଥ୍ୟର ଦୁଇଟି ମୁଖ୍ୟ ଫଳାଫଳ ରହିଛି । ଗୋଟିଏ ତା’ର ନିଜ ଉପରେ ଏବଂ ଅନ୍ୟଟି ପରିବେଶର ସମସ୍ତ ଅଣମାନବୀୟ ଉପାଦାନଗୁଡ଼ିକ ଉପରେ, ସେଗୁଡ଼ିକ ବାୟୁ, ଜଳ, ମୃତ୍ତିକା, ଜଙ୍ଗଲ ବା ପ୍ରାଣୀ ଯାହା କିଛି ହୋଇପାରନ୍ତି ।

ସମସ୍ତ ପ୍ରକାର ସମାଜରେ, ସେଗୁଡ଼ିକ ଗଣତାନ୍ତ୍ରିକ ହେଉ ଅଥବା ସ୍ଵେଚ୍ଛାଚାରତନ୍ତ୍ର, ପ୍ରଭୃତି ଉପରେ ମନୁଷ୍ୟର ଅବିବେକୀ ଓ ହୃଦୟହୀନ ବ୍ୟବହାର ଯୋଗୁଁ ପରିବେଶର ଗୁଣାତ୍ମକତାରେ ଏକ ଅବନତି ଘଟିଅଛି । ପ୍ରକୃତିର ଲୁଣ୍ଠନକାରୀ ଏବଂ ଏହାକୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ମୁଖ୍ୟ ସଂଘର୍ଷ ଦେଖାଦେଇଛି। ପ୍ରାକୃତିକ ଉତ୍ସର ଉଚିତ ବ୍ୟବହାର ନିମିତ୍ତ ବର୍ତ୍ତମାନ ଏକ ସ୍ଵର ଉତ୍ତୋଳିତ ହୋଇଛି, ଯେଉଁ ପଦ୍ଧତିରେ ଏହା ପରିବେଶକୁ ନଷ୍ଟ କରିବ ନାହିଁ, ବରଂ ସମକାଳୀନ ରୂପେ ଏହାକୁ ସଂରକ୍ଷଣ କରିବ । ବ୍ୟାପକଭାବେ କହିବାକୁ ଗଲେ, ବ୍ୟବସ୍ଥାପନା ( ଆଇନ) ବା ଅନ୍ୟ ମାଧ୍ୟମରେ ପରିବେଶକୁ ସୁରକ୍ଷିତ କରିବା ଦିଗରେ ସମସ୍ତ ପ୍ରକାର ପ୍ରଚେଷ୍ଟା ପରିବେଶ ଆନ୍ଦୋଳନ ପରିସର ମଧ୍ୟରେ ଆସେ । ଏହା ଏକ ବିରାଟ ଓ ଜଟିଳ କାର୍ଯ୍ୟ ରୂପେ ଦେଖାଯାଇପାରେ । ପରିବେଶ ଆନ୍ଦୋଳନ ପ୍ରଥମେ ଲୁଣ୍ଠନର ଶିକାରମାନଙ୍କୁ ସଚେତନ ଓ ବିବେକାନୁଗତ କରାଇବା ଏବଂ ପରେ ପ୍ରତିଷେଧାତ୍ମକ ଓ ରକ୍ଷଣମୂଳକ ସାମୂହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କୁ ପରିଚାଳିତ କରିବା ବିଷୟରେ ସମ୍ପୃକ୍ତ । ଏଥିରେ ସଫଳତା ଓ ବିଫଳତାର ମାତ୍ରା କେତେ ରହିବ ଏବଂ ଏହା କିପରି କରାଯିବ ତାହା ଏଠାରେ ଆଲୋଚିତ ହେଉଛି ।

ଭୂପୃଷ୍ଠରେ ଥ‌ିବା ଅନେକ ଜୀବମାନଙ୍କ ମଧ୍ୟରୁ ମନୁଷ୍ୟ ଗୋଟିଏ । ପରିବେଶରେ ସେ ହେଉଛି ଏକ ମୁଖ୍ୟ ଚରିତ୍ର ଓ ଉପାଦାନ । ବିଭିନ୍ନ ଉପାଦାନ ମଧ୍ୟରେ ଭାରସାମ୍ୟ ସୃଷ୍ଟି କରିବାକୁ ଏବଂ ତାକୁ ବଜାୟ ରଖିବାକୁ ପ୍ରକୃତିର ନିଜସ୍ବ ଉପାୟ ରହିଛି । ଯାହାହେଉ, ଉଦ୍ୟୋଗୀକରଣର ବୃଦ୍ଧି ସହିତ ବିଗତ ଶତାବ୍ଦୀଗୁଡ଼ିକରେ ସମୃଦ୍ଧି ସୃଷ୍ଟି ଓ ବିକାଶ ପାଇଁ ମନୁଷ୍ୟ ପ୍ରାକୃତିକ ସମ୍ବଳଗୁଡ଼ିକୁ ବେପରୁଆ ଭାବେ ଶୋଷଣ କରିଚାଲିଛି । ଏହା ଏକ ଅସନ୍ତୁଳନ ସୃଷ୍ଟି କରିଅଛି । ଅନ୍ୟ ଅର୍ଥରେ ଶିଳ୍ପବିପ୍ଳବଦ୍ଵାରା ଆନୀତ ବିକାଶ ପ୍ରକ୍ରିୟା ପରିବେଶର ପ୍ରାକୃତିକ ପୁନଃଭରଣ କ୍ଷମତାଠାରୁ ଦୃତ ଗତିରେ ସମ୍ବଳଗୁଡ଼ିକୁ ନିଃଶେଷ କରିଚାଲିଛି । ସୁତରାଂ ପରିବେଶରେ ଏପରି ସଙ୍କଟ ଉପୁଜିଛି । ଏହି ସୀମାବଦ୍ଧତାକୁ ଦୂର କରିବା ଉଦ୍ଦେଶ୍ୟରେ, ପରିବେଶ ଉପରେ ମଣିଷର ବିପରୀତଧର୍ମୀ ଫଳାଫଳ ରହିଛି । ଉଦାହରଣସ୍ୱରୂପ, ପରିବହନ ଓ ଯାତାୟାତର ବେଗ ବୃଦ୍ଧି କରିବାକୁ ବିଭିନ୍ନ ପ୍ରକାର ଯାନର ଉଦ୍ଭାବନ କରାଯାଇଛି । ଏହାର ବିପରୀତ ପରିଣତି ହେଉଛି, ଯାନଗୁଡ଼ିକରୁ ନିର୍ଗତ ବିଷାକ୍ତ ଦୂଷିତ ଗ୍ୟାସ୍ ଜୀବମଣ୍ଡଳରେ ସବୁଜ ଗୃହର ପ୍ରଭାବ ସୃଷ୍ଟି କରିଛି ।

ପରିବେଶ -ରାଜନୀତି ଶବ୍ଦଟି ଏକ ନୂତନ ଶବ୍ଦ । ପରିବେଶ -ରାଜନୀତି ହେଉଛି ପରିବେଶ ମୂଳକ ଏବଂ ରାଜନୈତିକ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ପାରସ୍ପରିକ ଯୋଗସୂତ୍ର ଓ ଆନ୍ତଃ ସମ୍ପର୍କ ବିଷୟରେ ଏକ ଅନୁଧ୍ୟାନ । ପୂର୍ବରୁ ଏହି ପରିବେଶମୂଳକ ପ୍ରସଙ୍ଗଗୁଡ଼ିକୁ ଧ୍ୟାନ ଦିଆଯାଉଥିଲା, ଯଦିଓ ସେଗୁଡ଼ିକ ପାରମାଣବିକ ବିଚ୍ୟୁତି ବା ତୈଳ ସ୍ଵଳ୍ପତା ଭଳି ଜାତୀୟ ପ୍ରତିରକ୍ଷା ବା ସାମୂହିକ ସୁରକ୍ଷା ସହିତ ସମ୍ପୃକ୍ତ ରହିଥିଲା। ବର୍ତ୍ତମାନ ସମୟରେ ସେଗୁଡ଼ିକ ବିକାଶର ପ୍ରସଙ୍ଗ ମଧ୍ୟକୁ ପ୍ରସାରିତ ହୋଇଅଛି । ପ୍ରାକୃତିକ ଉତ୍ସଗୁଡ଼ିକର ବ୍ୟବହାର ଏପରି ଢଙ୍ଗରେ ହେବା ଦରକାର ଯେ, ଏକପକ୍ଷରେ ଏହା ସଂକୀର୍ଣ୍ଣ ଏକପକ୍ଷୀୟ ଶୋଷଣକୁ ନିବାରଣ କରିବ ଏବଂ ଅନ୍ୟ ପକ୍ଷରେ ବିକାଶର ଫଳକୁ ପକ୍ଷପାତଶୂନ୍ୟ ଭାବରେ ବଣ୍ଟନ କରାଇବ ଏଥପାଇଁ ପରିବେଶ ରାଜନୀତି ଯୁକ୍ତି କରେ ।

ତୃତୀୟ ବିଶ୍ଵ ବା ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବିକାଶର ବିଷୟ ଉପରେ ବିବାଦ ଏକ ଭିନ୍ନ ରୂପ ଗ୍ରହଣ କରିଛି । ଯେକୌଣସି ଉପାୟରେ ପରିବେଶକୁ ରକ୍ଷା କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଓ ଯେକୌଣସି ଉପାୟରେ ବିକାଶ ନିମିତ୍ତ ପ୍ରତିଶ୍ରୁତିବଦ୍ଧ ଥ‌ିବା କେତେକଙ୍କ ମଧ୍ୟରେ ଏଠାରେ ବିଭାଜନ ହୋଇଛି । ଏହାର ଅର୍ଥ ଏହା ନୁହେଁ ଯେ ପରିବେଶବିଦ୍‌ମାନେ ବିକାଶର ବିରୋଧୀ, ମାତ୍ର ଏକ ପରିବେଶ ଅନୁକୂଳ ଉନ୍ନୟନ ନିମିତ୍ତ ମତପୋଷଣ କରନ୍ତି । ସେମାନେ ବିକଳ୍ପ ବା ନିରନ୍ତର ବିକାଶକୁ ଅଧ‌ିକ ପସନ୍ଦ କରନ୍ତି । ପରିବେଶ-ରାଜନୀତି ବିକାଶ ପସନ୍ଦଯୋଗ୍ୟ ଉପାୟ ନିର୍ଦ୍ଧାରଣ କରିବାର ପ୍ରକ୍ରିୟା ଉପରେ ଗୁରୁତ୍ଵ ଦିଏ ।
ଉନ୍ନୟନ ଓ ପୋଷଣୀୟତା ବିଷୟରେ ବିତର୍କ:
ଉନ୍ନୟନ ବା ବିକାଶ ଅତି ମାତ୍ରାରେ ଅସ୍ପଷ୍ଟ (କୁହେଳିକାପୂର୍ଣ୍ଣ), ପ୍ରତାରଣାତ୍ମକ ତେଣୁ ଏକ ଅନିଶ୍ଚିତ ଧାରଣା। ସାଧାରଣତଃ ଏହା ଆଧୁନିକୀକରଣ, ଉଦ୍ୟୋଗୀକରଣ, ସହରୀକରଣ, ବିଜ୍ଞାନ ଓ ପ୍ରଯୁକ୍ତିବଦ୍ୟା ସହିତ ସମ୍ପୃକ୍ତ । ଏହା ପରିବର୍ତ୍ତନ, ବୃଦ୍ଧି ଓ ଅଗ୍ରଗତିର ଅର୍ଥକୁ ମୌଳିକ ରୂପେ ପ୍ରକାଶ କରେ । ବିକାଶର ଏହି ଅର୍ଥକୁ ଶିଳ୍ପବିପ୍ଳବ ମୂର୍ତ୍ତିମନ୍ତ କରି ପରିବେଶଗତ ସ୍ଵାର୍ଥ ଦୃଷ୍ଟିରୁ ଏକ ଗୁରୁତର ତ୍ରୁଟିରେ ପରିଣତ କରିଛି । ତୃତୀୟ ବିଶ୍ଵଯୁଦ୍ଧରେ ଉପନିବେଶବାଦର ସମାପ୍ତି ଘଟିଲା ଏବଂ ନୂତନ ରାଷ୍ଟ୍ରଗୁଡ଼ିକ ଜନ୍ମ ହେଲା । ଉତ୍ପାଦନ ବୃଦ୍ଧି କରିବା ନିମିତ୍ତ ପୁଞ୍ଜି ଓ ସମ୍ବଳ-ସଘନ ପ୍ରଯୁକ୍ତି ବିଦ୍ୟା ନିୟୋଜିତ କରି ବୃହତ୍ ଶିଳ୍ପଗୁଡ଼ିକୁ ପ୍ରତିଷ୍ଠା କରାଗଲା । ଦୁର୍ଭାଗ୍ୟବଶତଃ ଏପ୍ରକାର ଆଭିମୁଖ୍ୟ ଅସମତା, ଦାରିଦ୍ର୍ୟ ତଥା ପରିବେଶମୂଳକ ସଙ୍କଟକୁ ବୃଦ୍ଧି କଲା ।

South Commission (୧୯୯୨ : ୩୮୧)ର ରିପୋର୍ଟ ଅନୁସାରେ ଅର୍ଥନୀତିର ଅଭିବୃଦ୍ଧି ଓ ଅଧ‌ିକ ଉଦ୍ୟୋଗୀକରଣ ଫଳରେ ଅସମାନତା ବ୍ୟାପକ ହେବାକୁ ଲାଗିଲା । ଆୟ, ଜ୍ଞାନ ଓ କ୍ଷମତା ଭିତରେ ବ୍ୟବଧାନ ବୃଦ୍ଧି ପାଇଲା ଏବଂ ଜନସଂଖ୍ୟାର ବିରାଟ ଅଂଶ ସେମାନଙ୍କ ଜୀବନ ଧାରଣ ମାନଦଣ୍ଡରେ ସେଭଳି କୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଉନ୍ନତି ଅନୁଭବ କରିନଥିଲେ । ଏହି ପ୍ରକାର ଉଦ୍ୟୋଗୀକରଣ ମାଧ୍ୟମରେ ବିକାଶର ଆଦର୍ଶ ଉପରେ ଅନ୍ଧବିଶ୍ଵାସ ବହୁ ପରିମାଣର ସମ୍ବଳକୁ ନିଃଶେଷ କଲା ଓ ପ୍ରଦୂଷଣ ଘଟାଇଲା । ମାନବ କଲ୍ୟାଣ ଓ ଲୋକମାନଙ୍କର ମୌଳିକ ଆବଶ୍ୟକତା ମେଣ୍ଟାଇବାର ଲକ୍ଷ୍ୟ ଏପ୍ରକାର ବିକାଶର ଗଠନ ରୀତିଦ୍ୱାରା ପ୍ରାପ୍ତ ହୋଇପାରିବ ନାହିଁ ।

ବିକାଶଶୀଳ ଦେଶଗୁଡ଼ିକ ଦରିଦ୍ର ଓ କ୍ଷମତାହୀନ ଲୋକଙ୍କୁ ନେଇ ଗଠିତ । ଏହି ଦେଶଗୁଡ଼ିକରେ ଉଦ୍ୟୋଗୀକରଣ ମାଧ୍ୟମରେ ଦ୍ରୁତ ଆର୍ଥିକ ବିକାଶ ପାଇଁ ସମସ୍ତ ପ୍ରଚେଷ୍ଟା ବିତ୍ତୀୟ ଓ ରାଜନୈତିକ ସର୍ବୋତ୍କୃଷ୍ଟ ଗୋଷ୍ଠୀମାନଙ୍କୁ ଅଧିକରୁ ଅଧିକ କ୍ଷମତା ପ୍ରଦାନ କରିଅଛି । ଉଭୟ ଦାରିଦ୍ର୍ୟ ଓ ଅସମତୁଲ ଉଦ୍ୟୋଗୀକରଣ ଯୋଗୁଁ ପରିବେଶର ଅଧୋପତନ ଘଟିଅଛି । ସାଧାରଣ ପରିସ୍ଥିତି ଏପରି ଯେ, ବିଶିଷ୍ଟ ବ୍ୟକ୍ତିମାନେ ପରିବେଶ ନୀତି ପ୍ରତି ଲୋକ ଦେଖାଣିଆ ଆନ୍ତରିକତା ପ୍ରଦର୍ଶନ କରି ବାସ୍ତବରେ ତାକୁ ନଷ୍ଟ କରିବାରେ ଲାଗିପଡ଼ନ୍ତି । ଏପରିକି ଯଦି ସେମାନେ ପରିବେଶକୁ ମୂଲ୍ୟ ଦିଅନ୍ତି, ତଥାପି ସେମାନେ କରିବାକୁ ବା ପରିଷ୍କାର ରଖୁବାକୁ ଆର୍ଥିକ ବ୍ୟବହାର୍ଯ୍ୟତାର ଅଭାବ ଏବଂ ବୈଷୟିକ କାର୍ଯ୍ୟନୁଷ୍ଠାନ ବ୍ୟବହାର୍ଯ୍ୟର ଅନୁପସ୍ଥିତି ଲାଭ ନିମିତ୍ତ ପରିବେଶ ବିଜ୍ଞାନର ମନଇଚ୍ଛା ଲୁଣ୍ଠନ ଉପରେ ବଣ୍ଟନଟି ବାସ୍ତବରେ କେନ୍ଦ୍ରିତ କରିବା ଉଚିତ । ବିତ୍ତୀୟ, ଶିଳ୍ପ ଏହି ବିତର୍କ ଅମୀମାଂସିତ ରହିଅଛି ।

ରାଜନୈତିକ ବ୍ୟବସ୍ଥା ସାଧାରଣତଃ ସାର୍ବଜନୀନ ବଣ୍ଟନମୂଳକ ଓ ନିର୍ଦ୍ଦିଷ୍ଟ ରୂପେ ପରିବେଶଗତ ଭିନ୍ନ ମତ ବା ଅସନ୍ତୋଷ ପ୍ରତି ଦମନମୂଳକ । ପରିବେଶ ସୁରକ୍ଷା ପ୍ରତି ପ୍ରତିବାଦଗୁଡ଼ିକ ଅନେକ ସମୟରେ ସର୍ବୋତ୍କୃଷ୍ଟ ଗୋଷ୍ଠୀଙ୍କ ସ୍ଵାର୍ଥଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଥାଏ । ତେଣୁ ବିକାଶଶୀଳ ଦେଶଗୁଡ଼ିକରେ ଏପ୍ରକାର ପରିସ୍ଥିତିଗୁଡ଼ିକ ସମ୍ବେଦନଶୀଳ ଓ ସଙ୍କଟମୟ । କଳକାରଖାନଦ୍ୱାରା ଭୂମି ଅବକ୍ଷୟ, ମରୁଭୂମିକରଣ, ଜଙ୍ଗଲ ନାଶ ଏବଂ ବାୟୁ, ଜଳ ଓ ମୃଭିକା ପ୍ରଦୂଷଣ ଭଳି ବିଷୟଗୁଡ଼ିକ ହୁଏତ ଉପେକ୍ଷିତ ହୋଇଥାଏ ବା ସେଥି ପ୍ରତି ନାମକୁ ମାତ୍ର ମନଯୋଗ ଦିଆଯାଇଥାଏ । ସର୍ବତୋଭାବେ ଦାରିଦ୍ର୍ୟ, ଅସମ୍ବେଦନଶୀଳ ରାଜନୈତିକ ବ୍ୟବସ୍ଥା ପରିସ୍ଥିତିର ଅଧ୍ଵ କ୍ଷତି କରିଥାଏ । ଇଉରୋପରେ ସବୁଜ ଦଳ ଏବଂ ଗୋଷ୍ଠୀଗୁଡ଼ିକଦ୍ବାରା ଅସ୍ତିବାଚକ ପରିବେଶ ରାଜନୀତି ଏବଂ ବିକାଶଶୀଳ ଦେଶଗୁଡ଼ିକରେ ପରିବେଶମୂଳକ ସଙ୍ଗଠନଗୁଡ଼ିକଦ୍ବାରା ସୂକ୍ଷ୍ମ ପରିବେଶ ଆନ୍ଦୋଳନଗୁଡ଼ିକର ଆବିର୍ଭାବରେ ଏକ ଆଶାର କିରଣ ରହିଛି । ନାଗରିକ ସମାଜ, ରାଷ୍ଟ୍ର ଓ ପରିବେଶ ରାଜନୀତି ମଧ୍ୟରେ ଥିବା ସମ୍ପର୍କକୁ ଅନ୍ଵେଷଣ କରିବାକୁ ଏହା ଆମକୁ ଆଇନତଃ ବାଟ ଦେଖାଏ ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୧୦ । ଭାରତରେ ପରିବେଶ ଆନ୍ଦୋଳନରେ ରାଷ୍ଟ୍ର ଓ ନ୍ୟାୟପାଳିକାର ଭୂମିକା ତର୍ଜମା କର ।
Answer:
ରାଷ୍ଟ୍ରର ଭୂମିକା:
ରାଷ୍ଟ୍ର କି ପ୍ରକାର ଭୂମିକା ଗ୍ରହଣ କରେ ସେ ବିଷୟରେ ଜ୍ଞାନ ଆହରଣ କରିବା ନିମନ୍ତେ ଆମକୁ ନିଶ୍ଚିତଭାବେ ରାଷ୍ଟ୍ରର ତାତ୍ତ୍ଵିକ ଧାରଣା ଏବଂ ସମସାମୟିକ ପ୍ରସଙ୍ଗ ବିଷୟ ବୁଝିବା ଆବଶ୍ୟକ । ରାଷ୍ଟ୍ର ବିଷୟରେ ଗୋଟିଏ ସର୍ବପ୍ରଥମ ଜାଣିବା ବିଷୟ ହେଉଛି ଯେ ନାଗରିକ ସମାଜ ତଥା ବଜାରରେ ଘଟୁଥ‌ିବା ସ୍ଵାର୍ଥମୂଳକ ଦ୍ବନ୍ଦର ସମାଧାନ କରିବା ନିମିତ୍ତ ରାଷ୍ଟ୍ର ଏକ ନିଷ୍ପକ୍ଷ ସଂସ୍ଥା ବା ନିରପେକ୍ଷ ସ୍ଥାନ । ଭାରତୀୟ ରାଷ୍ଟ୍ର ଏହି ଭୂମିକା ଗ୍ରହଣ କରିବାରେ ବିଫଳ ହୋଇଛି ଏବଂ ସୁତରାଂ ନାଗରିକ ସମାଜ ଶୂନ୍ୟସ୍ଥାନଗୁଡ଼ିକୁ ହିଁ ପୂରଣ କରିଛି । ଆସନ୍ତୁ, ଆମେମାନେ ରାଷ୍ଟ୍ରର ସମସାମୟିକ ସ୍ଥିତି ଉପରେ ଅନୁସନ୍ଧାନ କରିବା । ପ୍ରଗତିଶୀଳ ପୁଞ୍ଜିବାଦର ବିଜୟ, ସାମ୍ୟବାଦର ଅବସାନ ଏବଂ ଏପରିକି ଶୀତଳ ଯୁଦ୍ଧର ପରିସମାପ୍ତି ପରଠାରୁ ଅଧିକାଂଶ ରାଷ୍ଟ୍ର ରାଜ୍ୟଗୁଡ଼ିକ ନିର୍ଦ୍ଦୟଭାବେ ମାତି ଚାଲିଛନ୍ତି ।

ସାମ୍ୟବାଦର ଅବସାନର ପରିଣାମ ରୂପେ ବିଶ୍ଵ ଗଣତାନ୍ତ୍ରିକ ଆକାଂକ୍ଷାଗୁଡ଼ିକରେ ଏକ ଉଦ୍‌ବେଳନ ହୋଇ ଚାଲିଛି । ମୁକ୍ତ ବଜାରର ଶକ୍ତିଗୁଡ଼ିକ ଜାତୀୟ ଅର୍ଥବ୍ୟବସ୍ଥାର ବିଶ୍ଵ ଅର୍ଥନୈତିକ ପଦ୍ଧତିଗୁଡ଼ିକୁ ସଂଯୋଗ କରୁଅଛି । ଅର୍ଥନୀତି ଆବଦ୍ଧ ହୋଇଯାଇଛି ଏବଂ ଏହା ମଧ୍ୟରେ ଓ ଏହା ବାହାରେ ରାଷ୍ଟ୍ର ଚାପ ପରିଣତ କରିଛି । ଏହା ଦେଖାଯାଇଛି ଯେ, ଏକ ସ୍ଥାନୀୟ ନଗରପାଳିକା ସଂସ୍ଥା ରୂପରେ ରାଷ୍ଟ୍ର ବା ଏହାର ପ୍ରତିପକ୍ଷ ପରିବେଶ ପ୍ରଦୂଷଣ ବିଷୟରେ ପକ୍ଷପାତ ଢଙ୍ଗରେ କାର୍ଯ୍ୟ କରିଅଛି । ପରିବେଶ ସୁରକ୍ଷାର ବିଷୟ ଦୁଇଟି ଶିବିରରେ ବିଭାଜିତ ହୋଇଛି; ଏକ ପକ୍ଷରେ ଅମଲା ଗୋଷ୍ଠୀ-ଶିଳ୍ପପତି-ରାଜନେତା ରୂପେ ଶିଷ୍ଟଳନ ଗୋଷ୍ଠୀ ପ୍ରାଧାନ୍ୟର ଲୌହ ତ୍ରିଭୁଜ କ୍ଷେତ୍ର ଏବଂ ଅନ୍ୟ ପକ୍ଷରେ ପରିବେଶଗତ ଅବକ୍ଷୟ ଓ ପ୍ରଦୂଷଣର କ୍ଷମତାହୀନ (ନିରୀହ) ଶିକାରମାନେ ।

ଅଧ୍ୟୟନଗୁଡ଼ିକ ଦର୍ଶାଇଅଛି ଯେ କାର୍ଯ୍ୟ କରୁଛି । ପ୍ରଦୂଷଣ ଉପରେ ବ୍ୟବସ୍ଥାପନର ଇତିହାସକୁ ଦେଖୁଲେ ଆମେ ଜାଣିବା ଯେ ପ୍ରଥମେ ଏହି ବିଷୟର ସ୍ଥିତିକୁ କେହି ହେଲେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ବାୟୁ-ଜଳ ପ୍ରଦୂଷଣରେ ଶିକାର ହୋଇଥିବା ଲୋକମାନଙ୍କୁ ସେହିଭଳି ଛାଡ଼ି ଦିଆଯାଇଛି । ଏହା ଗାରୀ ଇଣ୍ଡିଆନାରେ US Steel Mill ହେଉ ବା ଗୁଜରାଟରେ, ବରୋଦା, ନନ୍ଦେଶ୍ୱରୀ, ଅଙ୍କଲେଶ୍ଵର ବା ଭାବରେ ଶିଳ୍ପ କାରଖାନାଗୁଡ଼ିକରେ ହେଉ, ଲୁଗାରେ ଏବଂ ରୋଷେଇଶାଳ ପାଣିପାତ୍ରରେ ଛିଦ୍ର ହେବା ବା ପ୍ରଦୂଷିତ ଜଳ ପିଇ ମଇଁଷି ବା ହାତୀମାନେ ମରିବା, ଲୁଚାଚୋରା ଭାବେ ପାର୍ଶ୍ଵବର୍ତୀ ଖୋଲା ସ୍ଥାନ, ଗ୍ରାମ ପୁଷ୍କରିଣୀ, ସଂକୀର୍ଣ୍ଣ ଗିରିପଥ ଏବଂ ନଦୀମାନଙ୍କରେ ନିର୍ଗତ ହେଉଥ‌ିବା ରୂପରେ ପ୍ରଦୂଷଣର ପ୍ରଭାବ ବିଷୟରେ ଲୋକମାନେ ଅଭିଯୋଗ କରିବାକୁ ଗଲାବେଳେ, ସେଠାରେ ସେପରି କୌଣସି ସମସ୍ୟା ନାହିଁ ବୋଲି ପ୍ରଦୂଷଣକାରୀ ଶିଳ୍ପମାନେ ସର୍ବପ୍ରଥମ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ଗୁଜୁରାଟର ବରୋଦା ଅଞ୍ଚଳରେ ଆଳୁ ଓ କଦଳୀ ଉତ୍ପାଦନକାରୀ ଚାଷୀମାନେ ବାୟୁ ପ୍ରଦୂଷଣଜନିତ ଶସ୍ୟ ନଷ୍ଟ ବିଷୟରେ ଅଭିଯୋଗ କରିବାରୁ, ପ୍ରଦୂଷଣକାରୀ ଶିଳ୍ପସଂସ୍ଥା ତତ୍‌କ୍ଷଣାତ୍‌ ସେ ସଂକ୍ରାନ୍ତୀୟ ଦାୟିତ୍ଵକୁ ଅସ୍ଵୀକାର କଲେ । ପ୍ରଦୂଷଣର ପ୍ରଭାବ ଲୋକମାନଙ୍କଦ୍ଵାରା ପ୍ରଥମେ ଅନୁଭୂତ ହେଉଛି ମାତ୍ର ‘ଲୌହ ତ୍ରିଭୁଜ କ୍ଷେତ୍ର’’ ଏପ୍ରକାର ସ୍ଥିତିକୁ ବିରୋଧ କରୁଛି । ଲୋକମାନେ ଅନ୍ୟ କୌଣସି ଉପାୟ ବିକଳ୍ପ ରୂପେ ପାଇଲେ ନାହିଁ କିନ୍ତୁ ଏ ସମସ୍ୟାକୁ ଏକ ପ୍ରସଙ୍ଗରେ ପରିଣତ କରିବାକୁ ଏକ ଆନ୍ଦୋଳନ ଚଳାଇଲେ । ଦୁର୍ଦ୍ଦଶାଗ୍ରସ୍ତ ଲୋକମାନେ ନିଜକୁ ଶକ୍ତିହୀନ ଓ ନିଃସହାୟ ମଣିଲେ । ରାଷ୍ଟ୍ର ଓ ଏହାର ସଂରଚନାଗୁଡ଼ିକ ରୂପରେ ସଙ୍ଗଠିତ ଜନଶକ୍ତି ସେମାନଙ୍କୁ ସାହାଯ୍ୟ କରିନାହିଁ ।

ସୁତରାଂ ପ୍ରଥମେ ପ୍ରସଙ୍ଗର ଉପସ୍ଥିତିକୁ ସ୍ବୀକୃତି ଦେବାକୁ ଏବଂ ତା’ପରେ ପ୍ରଦୂଷଣ ଉପରେ ନିରୋଧକ ଆଇନ ପ୍ରଣୟନ ଓ ପ୍ରବର୍ତ୍ତନ କରିବାକୁ ଏବଂ ଚଳାନ୍ତି । ଲୌହ ତ୍ରିଭୁଜ ଏତିକିରେ ସ୍ଥିର ରହେ ନାହିଁ, ପ୍ରଣୀତ ଆଇନକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ନିଜକୁ ନିୟୋଜିତ କରେ । ଲଘୁକରଣଦ୍ଵାରା ଏହାର ପ୍ରଭାବକୁ ଏହା ଦୁର୍ବଳ ଓ ବ୍ୟର୍ଥ କରିଦିଏ । ଏପରିକି ଏହି ସ୍ତରରେ ଜନତାଙ୍କର ସଂଗ୍ରାମ ଚାଲୁ ରହିଥାଏ । ପ୍ରାୟତଃ ଭୋପାଳ ଗ୍ୟାସ ଦୁର୍ଘଟଣା ପୂର୍ବରୁ ପ୍ରଦୂଷଣ ଆଇନର ଉଲ୍ଲଙ୍ଘନକୁ କୌଣସିମତେ ଦୃଢ଼ତାର ସହିତ ଦଣ୍ଡିତ କରାଯାଇ ନ ଥିଲା ।

CHSE Odisha Class 12 Political Science Chapter 6 Long Answer Questions in Odia Medium

ନ୍ୟାୟପାଳିକାର ଭୂମିକା:
ଭାରତରେ ପରିବେଶ ଆନ୍ଦୋଳନ ମୌଳିକ ଭାବରେ ତିନୋଟି ପର୍ଯ୍ୟାୟରେ ଗତି କରିଛି । ସବୁଠାରୁ ଦୀର୍ଘ ପର୍ଯ୍ୟାୟ, ପ୍ରଥମ ପର୍ଯ୍ୟାୟ ବୈଧାନିକ ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରିଛି । ପ୍ରଦୂଷଣ ଆଇନଗୁଡ଼ିକ ବିଧାନସଭାର ପ୍ରଣୀତ ହେବା ସମୟରେ ସେଗୁଡ଼ିକୁ ବିରୋଧ, ଅବରୋଧ ବା ବ୍ୟର୍ଥ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଏକ ପୂର୍ବ ପ୍ରସ୍ତୁତ ପ୍ରଦୂଷଣ ବିରୋଧୀ ଆଇନର କାର୍ଯ୍ୟକାରିତା ପ୍ରତି ବିରୋଧର ଶିକାର ହୋଇଥିବା ଲୋକଙ୍କ ସ୍ଵାର୍ଥର ରକ୍ଷା କରିନାହିଁ ବରଂ ପ୍ରଦୂଷଣକାରୀମାନଙ୍କ ସପକ୍ଷରେ କାର୍ଯ୍ୟ ସମ୍ପାଦନ କରିଛି। ଚଳନ୍ତି ପର୍ଯ୍ୟାୟରେ, ପ୍ରଦୂଷଣ ଏବଂ ସଙ୍କଟାପନ୍ନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ସେମାନଙ୍କ କ୍ଷୟକ୍ଷତିଜନିତ ଦୁଃଖର ପ୍ରତିକାର ବିଧାନ କରିବାକୁ ଏକ ଚୂଡ଼ାନ୍ତ ଆଶ୍ରୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ନ୍ୟାୟପାଳିକାର ଦ୍ଵାରଦେଶରେ ଆଘାତ କରାଗଲା ।

ପ୍ରବୀଣ ବିଧୂପଣ୍ଡିତ ଉପେନ୍ଦ୍ର ବକ୍ସ (୧୯୯୧) କହିଛନ୍ତି ଯେ, ‘‘ଭାରତରେ ପରିବେଶମୂଳକ ନ୍ୟାୟଶାସ୍ତ୍ର ଏକ ସାମ୍ପ୍ରତିକ ଚିନ୍ତାଧାରା ଏବଂ ଏପରିକି ଏହା ଅଳ୍ପସଂଖ୍ୟକ ସକ୍ରିୟ ନ୍ୟାୟାଧୀଶ, ଆଇନଜୀବୀ, ଆଇନଜ୍ଞ ତଥା ସକ୍ରିୟ ନାଗରିକମାନଙ୍କ ମଧ୍ୟରେ ସୀମାବଦ୍ଧ ।’’ ବକ୍ସି ଯୁକ୍ତି ବାଢ଼ିଛନ୍ତି ଯେ, ସମ୍ବିଧାନ ନିଜେ ହିଁ ପରିବେଶ ବିଷୟରେ ଅନ୍ଧ ହୋଇଥିବା ଯୋଗୁଁ ଏପରି ହୋଇଛି । ସମ୍ବିଧାନର ଅଧିକାର ବିଷୟକ ଅଧ୍ୟାୟ ସ୍ଵାଭାବିକ ନିବାସର ସ୍ଥାନାନ୍ତରଣ, ବଣ୍ୟ ଜୀବନ ଧ୍ବଂସ ଏବଂ ବାୟୁ ଓ ଜଳ ପ୍ରଦୂଷଣରୁ ନାଗରିକମାନଙ୍କୁ ରକ୍ଷା କରିବା ବିଷୟରେ ସୁସ୍ପଷ୍ଟ ଭାବରେ କିଛି ହେଲେ ବି କହିନାହିଁ । ପରେ ସମ୍ବିଧାନର ୪୨ତମ ସଂଶୋଧନର ଧାରା-୬୮ରେ ଏକ ଆଇନ ଧାରା ୪୮(କ) ବ୍ୟବସ୍ଥାରେ ଯୋଗ କରି ନିର୍ଦ୍ଦେଶ ଦେଇଛି ଯେ ବନ୍ୟ ଜୀବନ, ଜଙ୍ଗଲ ଏବଂ ପରିବେଶର ଉନ୍ନତି ଏବଂ ସୁରକ୍ଷା ନିମନ୍ତେ ରାଷ୍ଟ୍ର ଚେଷ୍ଟା କରିବା ଦରକାର । ଧାରା ୫୧(କ) ଅନୁସାରେ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ହେଉଛି ‘ଜଙ୍ଗଲ, ହ୍ରଦ, ନଦୀ ଓ ବଣ୍ୟଜନ୍ତୁ ସମେତ ପ୍ରାକୃତିକ ପରିବେଶର ସୁରକ୍ଷା ଓ ଉନ୍ନତି । ବିକାଶ ପ୍ରତି ଅତ୍ୟଧ‌ିକ ମୋହ ଯୋଗୁଁ ହିଁ ଏଥରେ ପରିବେଶ ପ୍ରତି ଉଦ୍‌ବେଗଜନକ ଅନୁପସ୍ଥିତି ଦେଖା ଦେଇଛି ।

ଏହି ବ୍ୟବସ୍ଥାଗୁଡ଼ିକ ନ୍ୟାୟିକ ହସ୍ତକ୍ଷେପର ସମ୍ଭାବନାକୁ ବିଚାରଣୀୟ ଭାବେ ଅଭିବୃଦ୍ଧି କରିଛି । ଏହା ପରିବେଶଗତ ଅବକ୍ଷୟ ଓ ପ୍ରଦୂଷଣର ଶିକାରମାନଙ୍କଦ୍ୱାରା ପରିବେଶଗତ ମକଦ୍ଦମାଗୁଡ଼ିକୁ ଉତ୍ସାହିତ କରିଛି। ଯାହାହେଉ, ୧୯୫୦ଠାରୁ ୮୪ ପର୍ଯ୍ୟନ୍ତ ରାଷ୍ଟ୍ର ବା ନାଗରିକ ସମାଜ କେହିହେଲେ ବହୁଳ ଉଦ୍ୟୋଗୀକରଣ ଯୋଗୁଁ ପରିବେଶର ଧ୍ଵଂସ ଓ ଅବକ୍ଷୟ ବିଷୟରେ ମୁଣ୍ଡ ଖେଳାଉ ନ ଥିଲେ । ଏହି ଅବହେଳାର ଜବାବ ଦେବା ନିମିତ୍ତ ନ୍ୟାୟିକ ସକ୍ରିୟତାବାଦର ଉତ୍‌ଥାନ ଘଟିଲା । ରତିଲମ୍ ପୌର ନିଗମ ମକଦ୍ଦମାରେ ନ୍ୟାୟାଧୀଶ ମହାଶୟ କ୍ରିଷ୍ଣା ଆୟର ଏକ ନୂତନ ପ୍ରଗତିଶୀଳ ଏବଂ ପରିବେଶ – ବନ୍ଧୁମୂଳକ ବ୍ୟାଖ୍ୟା ପ୍ରଦାନ କଲେ । ସେ ବକ୍ତବ୍ୟ ଦେଲେ ଯେ, ‘ସମ୍ବିଧାନ ହେଉଛି ବହୁବିଧ ବ୍ୟବହାରର ଏକ ପ୍ରତିକାରମୂଳକ ଅସ୍ତ୍ର’’ । ପୁନଶ୍ଚ ସେ ସ୍ଵୀକାର କଲେ ଯେ, ‘ପରିବେଶମୂଳକ ଅସ୍ତ୍ର’’ ନିମିତ୍ତ ଜନସାଧାରଣଙ୍କ ସଂଗ୍ରାମ ସେମାନଙ୍କୁ ନିଶ୍ଚିତ ପ୍ରାପ୍ତ ହେବା ଉଚିତ ।

୧୯୭୯ରେ ଭଙ୍ଗୁର ନିରବ ଉପତ୍ୟକା ପରିବେଶ ପଦ୍ଧତିର ସୁରକ୍ଷା ନିମିତ୍ତ କେରଳ ଶାସ୍ତ୍ର ସାହିତ୍ୟ ପରିଷଦଦ୍ଵାରା ଆୟୋଜିତ ଶକ୍ତି ଯୋଜନା ବିରୋଧୀ ନ୍ୟାୟାଧୀଶ ଆୟାରଙ୍କ ଯୁଗାନ୍ତକାରୀ ନ୍ୟାୟିକ ହସ୍ତକ୍ଷେପଦ୍ଵାରା ଆନ୍ଦୋଳନ ସୁବିଧା ପ୍ରାପ୍ତ ହୋଇଥିଲା । ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରେ ଉଚ୍ଚତମ ନ୍ୟାୟାଳୟ ପରିବେଶର ସୁରକ୍ଷା ପାଇଁ ଆବେଦନରେ ପୂର୍ଣ୍ଣ ହୋଇଗଲା । ନ୍ୟାୟିକ ପ୍ରକ୍ରିୟାର ଏହା ଏକ ପ୍ରମୁଖ କୃତିତ୍ଵ । ପରିବେଶମୂଳକ ନ୍ୟାୟ ବା କ୍ଷତିପୂରଣ ଚାହିଁଥିବା ବିଭିନ୍ନ ମକଦ୍ଦମାରେ ନ୍ୟାୟାଳୟଦ୍ବାରା ସୃଜନୀମୂଳକ ତର୍ଜମା ଓ ନିର୍ଣ୍ଣୟଗୁଡ଼ିକ ଏ କ୍ଷେତ୍ରରେ ନ୍ୟାୟପାଳିକାର ଭୂମିକା ଓ ପରିସରକୁ ସମ୍ପ୍ରସାରିତ କରିଅଛି । ଉଦାହରଣସ୍ୱରୂପ, ଶ୍ରୀରାମ ରାସାୟନିକ ସାର କ୍ଷେତ୍ରରେ କଞ୍ଚାମାଲ, ପ୍ରକ୍ରିୟା ବା ଉତ୍ପାଦନ, ଜନସାଧାରଣ ବା ଶ୍ରମିକମାନଙ୍କ ପ୍ରତି ଯେପରି କୌଣସି କ୍ଷତି ବା ଆଶଙ୍କାମୂଳକ ବିପଦ ସୃଷ୍ଟି ନ କରିବ ସେ ସମ୍ପର୍କରେ ପଦାର୍ଥର ଉତ୍ପାଦନକାରୀ ରୂପେ ‘ନିରଙ୍କୁଶ ଦାୟିତ୍ଵର ଏକ ଚିନ୍ତାଧାରା’’ ନ୍ୟାୟାଳୟ ସୃଷ୍ଟି କଲା ।

ପରିବେଶ ବନାମ ଜୀବିକା:
ଅଧିକାଂଶ ସମାଜରେ ପରିବେଶଗତ ଅବକ୍ଷୟ ହେଉଛି ଏକ କୁଚକ୍ରର ପରିଣତି । ଏହା ଯୁକ୍ତି କରାଯାଏ ଯେ, ଦାରିଦ୍ର୍ୟର ଦୂରୀକରଣ ଏବଂ ଲୋକମାନଙ୍କର ଜୀବନର ଗୁଣାତ୍ମକ ଉନ୍ନତି ପାଇଁ ବିକାଶ ବା ଉନ୍ନୟନ ହାତକୁ ନିଆଯାଏ । ମାତ୍ର ଗ୍ରହଣ କରାଯାଉଥବା ବିକାଶର ଢଙ୍ଗ ପରିବେଶର ବିନାଶକାରୀ ରୂପେ ପରିଣତ ହୋଇଛି । ଦାରିଦ୍ର୍ୟ ହ୍ରାସ କରିବା ପରିବର୍ତ୍ତେ, ଏହା ଅସମାନତା, ବଞ୍ଚକରଣ, ଉପାନ୍ତୀକରଣ ବୃଦ୍ଧି କରିଅଛି ଓ ବ୍ୟାପକ ପରିବେଶମୂଳକ ଅବକ୍ଷୟ ଘଟାଇଛି । ସାମ୍ୟବାଦୀ ହେଉ ବା ପୁଞ୍ଜିବାଦୀ ବଜାର ପରିଚାଳିତ ଉନ୍ନୟନ କୌଶଳର ଅଭିବୃଦ୍ଧି ଓ ସମ୍ପ୍ରସାରଣ, ‘ଏହା ସୃଷ୍ଟି କରୁଥିବା ମୂଳ ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ’’ ସକ୍ଷମ ନୁହେଁ (ଶିବ : ୧୯୯୧ : ୩୪୨) ।

ବନ ପରିଚାଳନା ହେଉଛି ଅନ୍ୟ ଏକ କ୍ଷେତ୍ର ଯେଉଁଠାରେ ମୌଳିକ ଆବଶ୍ୟକତା ଓ ବୃଦ୍ଧିର ପ୍ରାଥମିକତା ପରିବେଶଗତ ସମ୍ପୃକ୍ତିଗୁଡ଼ିକୁ ଅବମୂଲ୍ୟାୟନ କରେ । ଶିଳ୍ପପତି, ରାଜନେତା ଓ ବନ ଅଧିକାରୀମାନେ ବିନା ବାଧାରେ ଜଙ୍ଗଲର ଅବକ୍ଷୟ ପାଇଁ ଏକ ସହବନ୍ଧନରେ ଆବଦ୍ଧ । ଗୁରୁ ଉଦ୍ୟୋଗୀକରଣ ପ୍ରଦୂଷଣ ଏବଂ ପରିବେଶକୁ ଭୟଭୀତ କରୁଥିବା ଅନ୍ୟ ଏକ ଶକ୍ତିଶାଳୀ ଉତ୍ସ । ଅପ୍ରତିହତ ଉଦ୍ୟୋଗୀକରଣ ବାୟୁ, ଜଳ ଓ ମୃତ୍ତିକା ମଧ୍ୟରେ ବିଷାକ୍ତ ଗ୍ୟାସ, ରାସାୟନିକ ଦ୍ରବ୍ୟ, ନିର୍ଗତ ଦ୍ରବ୍ୟ ଓ ବିପଦପୂର୍ଣ୍ଣ ପଦାର୍ଥଗୁଡ଼ିକୁ ନିଷ୍କାଷିତ କରେ । ଏହି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଅନ୍ୟ ଏକ ଦିଗ ରାସାୟନିକ ସାର, କୀଟନାଶକ ଔଷଧ, ଭେଷଜ ଦ୍ରବ୍ୟ, ଖଣିଜ ତୈଳ ଓ ରାସାୟନିକ ଦ୍ରବ୍ୟ ଭଳି କେତେକ ନିର୍ଦ୍ଦିଷ୍ଟ ଶିଳ୍ପଗୁଡ଼ିକର ଶ୍ରମିକମାନଙ୍କର ସ୍ଵାସ୍ଥ୍ୟ ଓ ସୁରକ୍ଷା ପ୍ରତି ବୃତ୍ତିଗତ ସଙ୍କଟକୁ ବୁଝାଏ ।

ସ୍ଥାନୀୟ ଜନସାଧାରଣ ଓ ଶ୍ରମିକମାନେ, ନାସାରନ୍ଧ୍ର ପୃଥକକାରୀ ଅଂଶରେ ଛିଦ୍ର, ହାତପାଦର ଅଙ୍ଗୁଳିଗୁଡ଼ିକର କ୍ଷୟ, ପ୍ରଜନନ କ୍ଷମତା ହାନି, ଶ୍ଵାସରୋଗ ଏବଂ କର୍କଟ ରୋଗରେ ପୀଡ଼ିତ ହେବାର ଦେଖାଯାଇଛନ୍ତି । ମାଛମରା, କୃଷି ଏବଂ ଉଦ୍ୟାନ କୃଷି କାର୍ଯ୍ୟକଳାପରୁ ଜୀବିକାର୍ଜନ ଦିଗଗୁଡ଼ିକର ଅବନତି ଲକ୍ଷ୍ୟ କରାଯାଉଛି । ଏହାର ଏଭଳି ସୁଦୂରପ୍ରସାରୀ ପ୍ରଭାବ କ୍ଷତିଗ୍ରସ୍ତ ଲୋକମାନଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି ଏବଂ ଜନସାଧାରଣଙ୍କର ଆନ୍ଦୋଳନକୁ ଜନ୍ମ ଦେଇଛି । ଏହି ଆଲୋଚନା ସୂଚନା ଦିଏ ଯେ ବିକାଶଶୀଳ ସମାଜଗୁଡ଼ିକ ଏକପ୍ରକାର ବିକଳ୍ପହୀନ ଅସହାୟ ପରିସ୍ଥିତିରେ ଆବଦ୍ଧ । ବଜାର ଅର୍ଥନୀତି ତଥା ସମ୍ବେଦନଶୀଳ ଉନ୍ନୟନ କୌଶଳ କୌଣସି ସଂଶୋଧନ ପାଇଁ ପ୍ରଶସ୍ତ କ୍ଷେତ୍ର ରଖୁନାହିଁ । କୌଣସି ଗୋଟିକର ସୁରକ୍ଷା ଅନ୍ୟଟିର ବିନାଶର କାରଣ ହୋଇପାରେ । ଯଦି ଜୀବିକା ସୃଷ୍ଟି କରାଯାଏ ତେବେ ପରିବେଶ ସଙ୍କଟାପନ୍ନ ଏବଂ ଯଦି ପରିବେଶ ସୁରକ୍ଷିତ ରହେ ତେବେ ଜୀବିକା ସଙ୍କଟାପନ୍ନ । ଏହା ଏକ ଅଦ୍ଭୁତ ଅପ୍ରୀତିକର ବ୍ୟବସ୍ଥା । ଭାରତରେ ପରିବେଶ ଆନ୍ଦୋଳନ ଏହି ଅପ୍ରୀତିକର ଅବସ୍ଥା ଏବଂ ଦ୍ବନ୍ଦ୍ବକୁ ପର୍ଯ୍ୟାପ୍ତ ପରିମାଣରେ ପ୍ରତିଫଳିତ କରେ ।

ଆମେ ଦେଖ‌ିଲେ ଯେ ମାନବ-ପ୍ରକୃତି ସମ୍ପର୍କରେ ପରିବର୍ତ୍ତନ ପାଇଁ କାରଣଗୁଡ଼ିକୁ ଅଧ‌ିକ ମାତ୍ରାରେ ଗୁରୁତ୍ଵ ଦିଆଯାଇନାହିଁ । ଏହା ସ୍ପଷ୍ଟ ହୋଇଛି ଯେ, ପ୍ରାକୃତିକ ସମ୍ପଦର ଅବକ୍ଷୟ ହେଉଛି ପ୍ରକୃତିକୁ ତା’ର ସୀମା ଅତିରିକ୍ତ ବ୍ୟବହାର କରିବାର ପରିଣାମ । କିଛି ମାତ୍ରାରେ ଅରଣ୍ୟବାସୀ ଏବଂ ସାଧାରଣ ଭାବେ ଲୋକମାନେ, ପ୍ରାକୃତିକ ସମ୍ପଦଗୁଡ଼ିକର ଅତିରିକ୍ତ ପରିମାଣରେ ଶୋଷଣ କରି ଚାଲିଛନ୍ତି । ପର୍ବୋକ୍ତ ଲୋକମାନଙ୍କର ଅନ୍ୟ କୌଣସି ଉପାୟ ନାହିଁ । ପରିବେଶଗତ ଅବକ୍ଷୟ ଅବଧାରିତ ହୋଇଯାଇଛି । କାରଣ ହେଲା, ଜାଳେଣି ପାଇଁ, ଘର ତିଆରି ପାଇଁ ଗଛ କାଟିବା ପରିବେଶ ଅନୁକୂଳ କ୍ଷେତ୍ରରେ ମାତ୍ରାତ୍ମକ କୃଷି ଓ କାର୍ଯ୍ୟକଳାପ ଅପ୍ରତିହତ ଭାବେ ଚାଲିଛି । ଏଥ‌ିପାଇଁ ସଂଗ୍ରାମ ନିମିତ୍ତ କାରଣଗୁଡ଼ିକ ବହୁଗୁଣିତ ।

ହର୍ଷ ସେଠୀ ପରିବେଶମୂଳ ପ୍ରତିକ୍ରିୟାକୁ ତିନି ପ୍ରକାର ସଂଗ୍ରାମରେ ବିଭକ୍ତ କରିଛନ୍ତି । ପ୍ରଥମ ପ୍ରକାରରେ, ସମ୍ବଳଗୁଡ଼ିକୁ ଅତ୍ୟଧ‌ିକ ବ୍ୟବହାର କରୁଥିବା ସାମାଜିକ ଶ୍ରେଣୀ ଓ ସମ୍ପ୍ରଦାୟମାନଙ୍କର ଅଧିକାର ବିଷୟରେ ସଂଗ୍ରାମୀ ଏପ୍ରକାର ସଂଗ୍ରାମ, ବିକାଶର ଢାଞ୍ଚା ବା ମାନବ-ପ୍ରକୃତିର ସମ୍ପର୍କ କାର୍ଯ୍ୟ ଉପରେ ପ୍ରଶ୍ନ କରେ ନାହିଁ । ଦ୍ବିତୀୟ ପ୍ରକାରରେ ସମ୍ବଳ ବ୍ୟବହାରରେ ବିଧ୍ଵତ ସଂଶୋଧନ ଓ ନୀତି ସ୍ଥାନାନ୍ତରଣ ନିମିତ୍ତ ସଂଗ୍ରାମ କରୁଥିବା ପରିବେଶମୂଳକ ପ୍ରତ୍ୟୁତ୍ତର ଆମେ ପାଇଥାଉ । ନବୀକରଣୀୟ ବା ଅଣ-ନବୀକରଣୀୟ ସମ୍ବଳ ଗୁଡ଼ିକର ନିଃଶେଷ ଓ ଧ୍ଵଂସ ବିଷୟଟି କେନ୍ଦ୍ରରେ ରହିଛି । ଏହା ପ୍ରଭାବଶାଳୀ ଉନ୍ନୟନ ଢାଞ୍ଚା ଓ ପ୍ରକୃତି ସହିତ ମନୁଷ୍ୟର ସମ୍ପର୍କର ପୁନଃସଂଜ୍ଞାକୁ ଉପାଖ୍ୟାନ କରିବାକୁ ଲକ୍ଷ୍ୟ ରଖୁଥାଏ ।

ଯାହାହେଉ, ଏହା ନିଶ୍ଚିତ ଭାବେ ବ୍ୟକ୍ତ କରିଥାଏ ଯେ, ପରିବେଶ ସଂଗ୍ରାମଗୁଡ଼ିକ ଥରେ ଚାଲିଲା ପରେ ଏହା ଭୌଗୋଳିକ ଶୁଦ୍ଧତା ବଜାୟ ରଖେ ନାହିଁ । ବାୟୁ ଅପଚୟ, ଭୂମି, ଜଙ୍ଗଲ ବା ସମୁଦ୍ର ପରି ବିଭିନ୍ନ ପ୍ରାକୃତିକ ଉତ୍ସଗୁଡ଼ିକ ମଧ୍ୟରେ ଏହିସବୁ ସଂଗ୍ରାମଗୁଡ଼ିକର ଫଳାଫଳ କେନ୍ଦ୍ରିତ ହୋଇ ଅଛି । ତଦନୁସାରେ, ବନଭିଭିକ ସଂଗ୍ରାମ, ଭୂମି ଉପଯୋଗୀ ସଂଗ୍ରାମ, ବିରାଟ ବନ୍ଧ-ବିରୋଧୀ ସଂଗ୍ରାମ, ପ୍ରଦୂଷଣ-ବିରୋଧୀ ସଂଗ୍ରାମ ଓ ସାମୁଦ୍ରିକ ଉତ୍ସର ଧ୍ୱଂସ ବିରୋଧରେ ସଂଗ୍ରାମ ରୂପେ ସେଗୁଡ଼ିକୁ ଅଭିହିତ କରାଯାଇପାରେ ଏବଂ ବିକୋନୁ ମାଦନ, ହସ୍ତକ୍ଷେପର ରଣନୀତି ଏବଂ ସଂଘର୍ଷରେ ସଂଗ୍ରାମୀ ବା ଅଂଶଗ୍ରହଣକାରୀଙ୍କ ଉପରେ ଆଲୋକପାତ କରିବାଦ୍ଵାରା ଶ୍ରୀ ହର୍ଷ ସେଠୀ ଏହିସବୁ ସଂଘର୍ଷର ଏକ ବିଶ୍ଳେଷଣ କରିଛନ୍ତି ।

ଅନ୍ୟ ସଂଘର୍ଷଗୁଡ଼ିକ ପରି, ଏହା ଦେଖାଯାଏ ଯେ, ପରିବେ ଶମୂଳକ ସଂଘର୍ଷରେ ସମାଜର ନ୍ୟାୟସଙ୍ଗତ ପ୍ରତିନିଧୂ ଶ୍ରେଣୀ ଅଂଶଗ୍ରହଣକାରୀ ରୂପେ ସମ୍ପୃକ୍ତ ହୋଇଥାଏ । ଯାହାହେଲେ ବି, ଅତ୍ୟଧ୍ଵ ପ୍ରତିକୂଳ ଭାବେ ପ୍ରଭାବିତ ଲୋକମାନେ ସଂଘର୍ଷର ଭିତ୍ତି ଗଠନ କରିଥା’ନ୍ତି । ଉଦାହରଣସ୍ୱରୂପ, ଜାଳକାଠ ଓ ଜଳ ସଂଗ୍ରହ କ୍ଷେତ୍ରରେ ଜଙ୍ଗଲକ୍ଷୟ ନାରୀମାନଙ୍କର କାର୍ଯ୍ୟ ସୟମକୁ ଅଧିକ ଭାବେ ପ୍ରସାରିତ କରିଛି । ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟରୁ ପାଉଥ‌ିବା ଲାଭ ହରାନ୍ତି । ଗୋଆ ଓ କେରଳ ପ୍ରଦେଶର ମତ୍ସ୍ୟଜୀବୀମାନେ ମାଛଧରାର ଅତ୍ୟଧିକ କ୍ଷତିଗ୍ରସ୍ତ ହେଲେ । କ୍ଷତିଗ୍ରସ୍ତ ଲୋକମାନେ ଏପର ଭାବରେ ଦକ୍ଷପ୍ତ କ୍ଷୟକ୍ଷତିର ପ୍ରତିକାର ଓ ପ୍ରଭାବମୂଳକ ସ୍ବର-ଉତ୍ତୋଳନ କରିବା ନିମିତ୍ତ ସ୍ଵେଚ୍ଛାସେବୀ ସଙ୍ଗଠନ, ବୈଜ୍ଞାନିକ, ଗବେଷକ, ଚିକିତ୍ସକ, ଯନ୍ତ୍ରୀ, ଓକିଲ, ପ୍ରଯୁକ୍ତିବିଦ୍, ମାନବ ଅଧିକାର ଗୋଷ୍ଠୀ, ସହାନୁଭୂତିଶୀଳ ଓ ସମ୍ପୃକ୍ତ ନୀତି ନିର୍ମାତା ଓ ଅମଲାତନ୍ତ୍ରୀମାନଙ୍କ ପରି ଅଭିଜ୍ଞତାସମ୍ପନ୍ନ କ୍ଷେତ୍ରରୁ କର୍ମୀମାନଙ୍କ ସହଯୋଗ ସେମାନେ ଆବଶ୍ୟକ କରନ୍ତି । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ କର୍ମୀ ସଂଘର୍ଷ ପ୍ରତି ଶକ୍ତି, ସାମର୍ଥ୍ୟ ନିର୍ଦ୍ଦେଶନା ଯୋଗାଇ ଦିଅନ୍ତି ।

ସାଙ୍ଗଠନିକ ଓ ହସ୍ତକ୍ଷେପବାଦୀ ରଣନୀତିଦ୍ଵାରା ପରିବେଶ ଆନ୍ଦୋଳନ ପାଇଁ ଏହା ଆଦେଶାତ୍ମକ ହୋଇଅଛି ଯେ କେବଳ ଶକ୍ତିଶାଳୀ କରିବା ଏବଂ ‘ଉପୀଡ଼ିତ ଲୋକମାନଙ୍କୁ ଏକତ୍ଵରେ ଧରି ରଖୁବାକୁ ନୁହେଁ, ସାମୂହିକ ଅନିଷ୍ଟ ଓ ସେହିପରି କ୍ଷ ୟକ୍ଷତିଦ୍ୱାରା ଅପେକ୍ଷାକୃତ ଅଧିକ ଆକ୍ରାନ୍ତ ହେଉଥ‌ିବା ବିଷୟରେ କୌଶଳର ସହିତ ସନ୍ଦେହ ସୃଷ୍ଟି କରିବାଦ୍ୱାରା ବିପରୀତ ଶିବିରରେ ଛିଦ୍ର ସୃଷ୍ଟି କରିବା ମଧ୍ୟ ଉନ୍ନୟନ ଯୋଜନାଗୁଡ଼ିକର ଉଦ୍ଦେଶ୍ୟ । ସେଥୁପାଇଁ ସେଗୁଡ଼ିକୁ ଜନବିରୋଧୀ, ରାଷ୍ଟ୍ରବିରୋଧୀ, ଉ ନ୍ନୟନ ବିରୋଧୀ, ପ୍ରଗତି ବିରୋଧୀ ରୂପେ ପାଲଟା ଲଢ଼େଇ କରିବାକୁ ପଡ଼ୁଛି । ସମ୍ବଳର ବାସ୍ତବ ବ୍ୟବହାରରେ ତଥ୍ୟଭିତ୍ତିକ ଅ ଭିଯାନ ସାମଗ୍ରୀର ପ୍ରଚାର ଓ ସାବଧାନତାଦ୍ୱାରା ଏହାର ସାଧାରଣତଃ ବିରୋଧ କରାଯାଇଥାଏ ।

ରାଜନୀତିର ସୀମାବଦ୍ଧତା ହେଉଛି ଯେ ଯେତେବେଳେ ପ୍ରସଙ୍ଗଟି ସ୍ଥାନୀୟ ସୀମାର ବାହାରକୁ ଚାଲିଯାଏ ମୂଳ ଉପୀଡ଼ିତ ଭୂମିକା ପ୍ରଦର୍ଶକମାନେ ପଛରୁ ଛାଡ଼ି ପଳାନ୍ତି ଏବଂ ମଧ୍ୟଶ୍ରେଣୀ ବ୍ୟବସାୟୀ, ମାଧ୍ୟମ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ନେତାମାନେ ଆଗକୁ ଆସନ୍ତି । ନେତୃତ୍ୱ ଭୂମିକା ଓ କ୍ଷମତା ସ୍ଥାନୀୟ ହାତରୁ ମଧ୍ୟସ୍ଥତା ଭୂମିକା ପ୍ରଦର୍ଶିତମାନଙ୍କ ହାତରୁ ସ୍ଥାନାନ୍ତରିତ ହୁଏ । ଅଧିକାଂଶ ସଂଘର୍ଷ ସଂସ୍କାରବାଦୀ ପ୍ରକୃତିମୂଳକ । ଏହି ବିଷୟଗୁଡ଼ିକ ପରିବେଶ ଓ ନାରୀ ଅଧୂକାରବାଦ ତଥା ପରିବେଶ ଓ ମାନବ ଅଧିକାର ମଧ୍ୟରେ ସହଗାମୀ ଭାବେ ଚିତ୍ତାକର୍ଷକ ଅନୁସଂଯୋଗଗୁଡ଼ିକ ଉତ୍‌ଥାପନ କରିଥାଏ । ଆମମାନଙ୍କର ବୁଝାମଣା ବା ଜ୍ଞାନର ତତ୍ତ୍ଵ ବିଷୟରେ ଆନ୍ଦୋଳନଦ୍ୱାରା ଉତ୍‌ଥାପିତ ହୋଇଥିବା ବିଷୟ ହିଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥିତ ବିକାଶ ଢାଞ୍ଚା, ଉଦ୍ଦେଶ୍ୟମୂଳକ, ସାର୍ବଜନୀନ ମନଗଢ଼ା କଥା ଓ ବିଜ୍ଞାନର ମୂଲ୍ୟଯୁକ୍ତ ରୀତି ଉପରେ ପ୍ରତିପାଳିତ ।

ବହୁକାଳ ଧରି ଯଥାର୍ଥ ସାର୍ବଜନୀନ ଜ୍ଞାନ ରୂପେ ଯାହା ଧରି ରଖାଯାଇଥିଲା, ତାହା ଆଜି ପକ୍ଷପାତ, ସଂକୀର୍ଣ୍ଣ ବିଚାରଧାରା ରୂପେ ବିଜ୍ଞାନବର୍ଜିତ ଭାବେ ଚର୍ଚ୍ଚିତ । ଏହି ଆନ୍ଦୋଳନମାନ ମଧ୍ୟ ବଜାର, ସମାଜ, ରାଷ୍ଟ୍ର, ବିଜ୍ଞାନ ତଥା ପ୍ରକୃତିର ବୁଝାମଣା ସମ୍ପର୍କରେ ଆମର ବୁଝାମଣାକୁ ନୂତନ ରୂପ ଦେଇଛି । ସୁରକ୍ଷାର ବିବିଧତା ଏବଂ ସମାଜ ଓ ପ୍ରକୃତିର ବହୁଳତା ପ୍ରସଙ୍ଗ ପରିବେଶ ଆନ୍ଦୋଳନଦ୍ୱାରା ଭଲ ଭାବରେ ଉତ୍‌ଥାପିତ ହୋଇଛି । ଆନ୍ଦୋଳନର ପ୍ରଭାବକୁ ହୃଦୟଙ୍ଗମ ଓ ବିଶ୍ଳେଷଣ କରିବା ଫଳରେ ଅଧ୍ୟୟନର ତାତ୍ପର୍ଯ୍ୟପୂର୍ଣ୍ଣ ଦୃଷ୍ଟିକୋଣ ଗଠନ କରାଯାଏ । ପରିବେଶ ଆନ୍ଦୋଳନଗୁଡ଼ିକ ମୋଟାମୋଟି ବିଭିନ୍ନ ଏବଂ ବିକ୍ଷିପ୍ତ ଭାବେ ରହିଥାଏ। ସେଗୁଡ଼ିକର ସର୍ବୋପରି ପ୍ରଭାବ ଅସମାନ୍ତରାଳ । ଅସଫଳତାଗୁଡ଼ିକ ସହିତ ମଧ୍ୟ ଅନେକ ସଫଳତା ର ହିଅଛି ।

ନୀରବ ଉପତ୍ୟକାର ପ୍ରଭାବ ଥିଲା ଅସ୍ତିବାଚକ, ସଫଳତା ଏବଂ ପ୍ରବୃତ୍ତି ନିର୍ଦ୍ଧାରିତ । ଡୁନ୍ ଉପତ୍ୟକା ପରିବେଶ ଆନ୍ଦୋଳନର ଆଂଶିକ ସଫଳତା ଥୁଲା, ମାତ୍ର ଅନେକ ଅନ୍ୟ ସ୍ଥାନରେ ଯଦିଓ ଆନ୍ଦୋଳନଗୁଡ଼ିକ ଚାଲିଥିଲା ମାତ୍ର ସେସବୁ ସଫଳ ହୋଇ ନ ଥିଲା । ଭୋପାଳ ଗ୍ୟାସ୍ ଦୁର୍ଘଟଣା ଦେଶ ତଥା ବିଶ୍ଵର ଧ୍ୟାନ ସଫଳ ଭାବେ ଆକର୍ଷଣ କଲା, ମାତ୍ର ଏହା ବିପଦଜନକ ଉତ୍ପାଦନ ଓ ପ୍ରକ୍ରିୟାଗୁଡ଼ିକୁ ନିବାରଣ କରିବାରେ କୃତକାର୍ଯ୍ୟ ହୋଇନାହିଁ। (ITP, 1999) ସଂଘର୍ଷଗୁଡ଼ିକର ଅବିରତ ପ୍ରତିବାଦ ସତ୍ତ୍ଵେ ବୃହଦାକାର ବିକାଶ ଯୋଜନା ଯୋଗୁଁ ବାର୍ଷିକ ହଜାର ହଜାର ଲୋକ ସ୍ଥାନାନ୍ତରିତ ହେଉଛନ୍ତି । ଅନ୍ୟ ପକ୍ଷରେ, ପରିବେଶ ସୁରକ୍ଷାର କାରଣ ପ୍ରତି ସାର୍ବଜନୀନ ସ୍ଥାନ ଓ ଧ୍ୟାନ ଦେବାକୁ ଆନ୍ଦୋଳନ ଏକ ପ୍ରମୁଖ ଅବଦାନ ଦେଇଛି ।

ଏହା ହେଉଛି ପୂର୍ବରୁ ଦେଖାଯାଇନଥ‌ିବା ଅଧିକ ସମ୍ପୃକ୍ତ ସଚେତନତା ଓ ଅଂଶଗ୍ରହଣ ଇତ୍ୟାଦିର ଏକ ଐତିହାସିକ କୃତିତ୍ଵ । ଜଙ୍ଗଲ, ବଣ୍ୟଜନ୍ତୁ, ପତିତ ଜମି, ଜଳ, ବାୟୁ ଓ ମୃତ୍ତିକା ସଂରକ୍ଷଣ ଉପରେ ସରକାର ଅନେକଗୁଡ଼ିଏ ନୀତି ପ୍ରଣୟନ କରିଅଛନ୍ତି; ମାତ୍ର ରାଷ୍ଟ୍ରର ପ୍ରକୃତ କାର୍ଯ୍ୟାନୁଷ୍ଠାନ ସମ୍ପୃକ୍ତ ଆବଶ୍ୟକତା ମଧ୍ୟରେ ଏକ ବିସ୍ତୃତ ବ୍ୟବଧାନ ରହିଅଛି । କୌତୂହଳପୂର୍ଣ ଭାବେ, କୌଣ ସି ରାଜନୈତିକ ଦଳ, -ଶ୍ରମିକ ବା ବାଣିଜ୍ୟ ସଂଘ ବା କୃଷକ ସଙ୍ଗଠନ ଏହାକୁ ସେମାନଙ୍କର ପ୍ରସଙ୍ଗରେ ପରିଣତ କରିନାହାନ୍ତି: । ପରିବେଶ ଆନ୍ଦୋଳନ ସରକାର ଓ ନ୍ୟସ୍ତସ୍ଵାର୍ଥୀମାନଙ୍କ ଚିନ୍ତା ଓ କାର୍ଯ୍ୟାନୁଷ୍ଠାନ, କୂଟ କୌଶଳ ଓ ବିକୃତୀକରଣର ବ୍ୟବଧା ନ ମଧ୍ୟରେ ପତିତ ଓ ବିଖଣ୍ଡିତ ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୧୧ । ଭାରତରେ ପରିବେଶ ଆନ୍ଦୋଳନ ସହିତ ଜଡ଼ିତ ଦୁଇଟି ଘଟଣାର ତର୍ଜମା କର ।
Answer:
ପରିବେଶ ଆନ୍ଦୋଳନଗୁଡ଼ିକର ସଂରଚନାମୂଳକ ଓ ପ୍ରକାର୍ଯ୍ୟାତ୍ମକ (Structural and Functional) ଦୃଷ୍ଟିକୋଣଗୁଡ଼ିକୁ ବୁଝିବା ନିମନ୍ତେ ଏଠାରେ ଦୁଇଟି ଘଟଣା ଅଧ୍ୟୟନର ଉପସ୍ଥାପନ କରାଯାଇଛି । ଏହି ଘଟଣା ଅଧ୍ୟୟନ, ଭାରତରେ ପରିବେଶ ଆନ୍ଦୋଳନଗୁଡ଼ିକର ଉତ୍ପତ୍ତି, ପ୍ରସଙ୍ଗ, ସଙ୍ଗଠନ, ନୀତି ଓ ଆଦର୍ଶ, ନେତୃତ୍ଵ, ପ୍ରସ୍ତୁତୀକରଣ, ପ୍ରଭାବ ଓ ପରିମାଣର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବ ।

ନୀରବ ଉପତ୍ୟକା ଆନ୍ଦୋଳନ:
ଏହି ଆନ୍ଦୋଳନ କେରଳରେ ଜନ୍ମ ନେଉଥିଲା । ଭାରତରେ ଜନସାଧାରଣଙ୍କର ନିଜସ୍ଵ ସଂଘର୍ଷ ଓ ଆନ୍ଦୋଳନଦ୍ୱା ପରିବେଶ ସୁରକ୍ଷା କରିବା ଦିଗରେ ପରିବେଶ ଆନ୍ଦୋଳନର ସାମ୍ପ୍ରତିକ ଇତିହାସରେ ପୁରାତନ ଯୁଗାନ୍ତକାରୀ ଘଟଣାଗୁଡ଼ିନେ ମଧ୍ୟରୁ ଏହା ଗୋଟିଏ । ୧୯୭୦ ଦଶକ ଆରମ୍ଭରୁ କୁନ୍ତୀପୁଝା ନଦୀରେ ଏକ ବନ୍ଧ ନିର୍ମାଣ କରିବାକୁ କେରଳ ସରକାରଙ୍କ ପ୍ରସ୍ତାବରେ ଏହାର ଉପ୍‌ରିର କାରଣ ନିହିତ । ବର୍ଦ୍ଧିତ ଶିଳ୍ପାୟନ ମାଧ୍ୟମରେ ରାଜ୍ୟ ପାଇଁ ସମୃଦ୍ଧି ସୃଷ୍ଟି କରିବା ସରକାରଙ୍କର ଉଦ୍ଦେଶ୍ୟ ଥିଲା । ରାଜ୍ୟରେ ବିଦ୍ୟୁତ୍ ଶକ୍ତିର ଅଭାବ ଯୋଗୁଁ ଏହା ହେଉ ନ ଥିଲା । ଶିଳ୍ପଗୁଡ଼ିକ ନିମିତ୍ତ ଶକ୍ତିର ଉତ୍ପାଦନ କରିବାକୁ ବନ୍ଧ ନିର୍ମାଣ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଜଳ ଗ୍ରହଣ କ୍ଷେତ୍ର ରୂପେ ୭୭ ବର୍ଗ କିଲୋମିଟର ଅଞ୍ଚଳକୁ ଆବୃତ କରିବାକୁ ବନ୍ଧର ନିର୍ମାଣ ହୋଇଥିଲା ।

ପରିଣାମସ୍ଵରୂପ, ନୀରବ ଉପତ୍ୟକା (Silent Valey) ରୂପେ ପ୍ରସିଦ୍ଧ ଭାରତର ନିଘଞ୍ଚତମ ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟ ପ୍ଲାବିତ ଓ ନିମଜ୍ଜିତ ହେବାକୁ ଥିଲା । ସେଠାରେ ଲୋକମାନଙ୍କର ଥଇଥାନ ଓ ସ୍ଥାନାନ୍ତରଣର କୌଣସି ସମସ୍ୟା ନ ଥିଲା । କାରଣ ଯେଉଁଠାରେ ବନ୍ଧ ନିର୍ମାଣ ହେବାକୁ ଥିଲା ସେ ସ୍ଥାନରେ କୌଣସି ମାନବ ଜନବସତି ନ ଥିଲା । ଏହି ଅର୍ଥରେ ନୀରବ ଉପତ୍ୟକା ଆନ୍ଦୋଳନ ଥିଲା ବିଶୁଦ୍ଧ ଭାବେ ଓ ପ୍ରାଥମିକ ଭାବେ ପରିବେଶ ଆନ୍ଦୋଳନ ସର୍ବପ୍ରଥମ ସଂଗ୍ରାମ । ଏହି ପରିଯୋଜନାର ପୂର୍ଣ୍ଣ ସମର୍ଥନ ସରକାରଙ୍କ ପୃଷ୍ଠପୋଷକତାରେ ଥିବାରୁ ଉକ୍ତ ପ୍ରସଙ୍ଗଟିର ସମ୍ପୂର୍ଣ ନିୟନ୍ତ୍ରଣରେ କେରଳ ରାଜ୍ୟ ସରକାର ଥିଲା ।

କେରଳ ଶାସ୍ତ୍ର ସାହିତ୍ୟ ପରିଷଦ (KSSP) ପୂର୍ବରୁ ପ୍ରତିଷ୍ଠିତ, ସକ୍ରିୟ, ପ୍ରଗତିଶୀଳ ସ୍ଥାନୀୟ ଲୋକମାନଙ୍କର ବିଜ୍ଞ ବର୍ଗ ଏହି ଆହ୍ଵାନକୁ ଗ୍ରହଣ କଲା ଏବଂ ଆନ୍ଦୋଳନ ଶୈଶବ କାଳରୁ ଏକ ପୂର୍ଣ ବିକଶିତ ଶକ୍ତିଶାଳୀ ଜନସାଧାରଣଙ୍କର କ୍ଷମତାରେ ପରିଣତ ହେବାକୁ ଲାଗିଲା । ବନ୍ଧ ବିରୋଧରେ (KSSP) ସଫଳତାର ସହିତ ସ୍ଥାନୀୟ ମତ ପ୍ରସ୍ତୁତ କଲା ଏବଂ ସଲିମ ଅଲ୍ଲିଙ୍କ ପରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରାଣୀବିଜ୍ଞାନୀ, ଉଦ୍ଭଦବିଜ୍ଞାନୀ, ପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ଯନ୍ତ୍ରୀମାନଙ୍କ ପରି ପରିବେଶମୂଳକ ବିଶେଷଜ୍ଞମାନଙ୍କୁ ଏକତା ରଜ୍ଜୁରେ ଆବଦ୍ଧ କରିବାକୁ ସବୁପ୍ରକାର ଚେଷ୍ଟା ଚଳାଇଲା । ଏହି ପଦକ୍ଷେପ ସରକାରଙ୍କ ବୈଷୟିକ ଦଳ ତୁଳନାରେ KSSPର ଯୁକ୍ତି ଓ ସ୍ଥିତିକୁ ଦୃଢ଼ୀଭୂତ କଲା ।

ଏକ ବିରଳ ପରିବେଶ ବ୍ୟବସ୍ଥା ଜୈବିକ ତଥା ଆନ୍ତର୍ଦେଶୀକ ବିବିଧତା ଉପରେ ପ୍ରତିକୂଳ ପରିବେଶଗତ ଫଳାଫଳର କାରଣ ଉପରେ ପରିଯୋଜନା ବିରୁଦ୍ଧରେ ଏହାର ଯୁକ୍ତିକୁ ଉପସ୍ଥାପନ କଲା । ଏକ ରଣନୀତି ରୂପେ KSSP ଆଉ ଏକ ପାଦ ଆଗକୁ ଅଗ୍ରସର ହୋଇ ଯୁକ୍ତି ବାଢ଼ିଲା ଯେ ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ପଦ୍ଧତିର ଅଭିବୃଦ୍ଧିଦ୍ଵାରା ତଥା ବିଭିନ୍ନ ସ୍ଥାନଗୁଡ଼ିକରେ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରି ସହଜରେ ଆବଶ୍ୟକୀୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ । ଏହି ବିବାଦକୁ ରାଜ୍ୟ ବାହାରେ ମଧ୍ୟ ଏକ ଯଥାର୍ଥ ସାର୍ବଜନିକ ଆଲୋଚନାର ମର୍ଯ୍ୟାଦା ଦେବାକୁ KSPP ସକ୍ଷମ ହୋଇଥିଲା । ଏ ଦିଗରେ ରାଷ୍ଟ୍ରୀୟ ଧ୍ୟାନ ଆକର୍ଷଣ କରାଯାଇଥିଲା । ବିଶ୍ବ ବନ୍ୟଜନ୍ତୁ ପାଣ୍ଠି ଏବଂ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ଆନ୍ତର୍ଜାତିକ ସଂଘର ସମ୍ପୃକ୍ତିଦ୍ଵାରା ଏହାକୁ ଆନ୍ତର୍ଜାତିକ କ୍ଷେତ୍ର ପର୍ଯ୍ୟନ୍ତ ପ୍ରସାରିତ କରାଯାଇଥିଲା ।

ଏହି ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକ, ନୀରବ ଉପତ୍ୟକାର ନିବାସୀ ସିଂହ ଲାଞ୍ଜିଆ ମାଙ୍କଡ଼, ଯାହାକି ଏକ ବିରଳ ବଂଶୀୟ ମାଙ୍କଡ଼କୁ ରକ୍ଷା କରିବା କାରଣରୁ ଆନ୍ଦୋଳନ ପ୍ରସଙ୍ଗରେ ଏହି ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକ ଯୋଗ ଦେଇଥିଲେ । ଏହି ସଂଘର୍ଷ ବହୁଦିନ ଧରି ଚାଲିଲା । ଭୀଷଣ ରୂପରେ ବିତର୍କ, ଆଲୋଚନା, ଅବିରତ ପ୍ରଚାର ଅଭିଯାନ ଓ ଗଣମାଧ୍ୟମଦ୍ୱାରା ଅବିରତ ପ୍ରଚାର କରିବା ଫଳରେ ସଂସଦ ଓ ପ୍ରବୀଣ କମିଟି ନୀରବ ଉପତ୍ୟକାରେ ବନ୍ଧ ନିର୍ମାଣ ଧାରଣାକୁ ବନ୍ଦ କରିଦେଲ, ଏସବୁ ସତ୍ତ୍ବେ, ‘ଜାତୀୟ ଜୀବନ ମଣ୍ଡଳ’’ର ମର୍ଯ୍ୟାଦା ଦିଆଯିବା ଫଳରେ KSSP ବିଜୟଲାଭ କଲା । ଏହି ସଫଳ ଆନ୍ଦୋଳନର ପରିଣାମସ୍ବରୂପ ଅଣ-ଜୀବନ, ଅଣ-ଜୀବନକ୍ଷମ ଉନ୍ନୟନ ନୀତି, ପ୍ରକଳ୍ପ ଓ ପରିଯୋଜନାଗୁଡ଼ିକୁ ପ୍ରତିହତ କରିବାକୁ ଆହ୍ୱାନର ପରିସର ବୃଦ୍ଧି ହେଲା ।

ଏହି ଆନ୍ଦୋଳନ ଥିଲା ପ୍ରକୃତରେ ପ୍ରତିଷେଧମୂଳକ । ଅନେକ ଅନ୍ୟାନ୍ୟ ଘଟଣା ଭଳି ଏହା ପ୍ରକଳ୍ପ କାର୍ଯ୍ୟସମ୍ପନ୍ନ ଏବଂ ପରିବେଶ ଉପରେ ଏହାର ପ୍ରଭାବ ଅନୁଭୂତ ହେବାର ବହୁ ପୂର୍ବରୁ ଏହା ଚାଲିଥିଲା । ପ୍ରକଳ୍ପଟିକୁ ଏହାର ନିଜସ୍ଵ ତୃତୀୟ ସ୍ତରରୁ ସଫଳତାର ସହିତ ବିରୋଧ କରାଯାଇଥିଲା । ଏହା ସୂଚିତ କରାଏ ଯେ, KSSP ପରି ସୁସ୍ଥ ବିବେକାନୁମୋଦିତ ତଥା ସୂଚିତକାରୀ ଅଣ-ରାଜନୈତିକ ଅନୁଷ୍ଠାନର ଉପସ୍ଥିତି ପୂର୍ବରୁ ରହିଛି ଯାହାକି କ୍ଷୟକ୍ଷତି ଘଟିବାର ବହୁ ପୂର୍ବରୁ ସତତ ଜାଗ୍ରତ କରାଇପାରେ । ଏହି ଘଟଣାର ଅଧ୍ୟୟନ ମଧ୍ୟ ସୂଚାଏ ଯେ ପରିବେଶ ଆନ୍ଦୋଳନଗୁଡ଼ିକ ପ୍ରବାଣମାନଙ୍କଠାରୁ ସାଧାରଣ ଏବଂ ସ୍ଥାନୀୟଠାରୁ ବିଶ୍ୱସ୍ତରୀୟ ପର୍ଯ୍ୟନ୍ତ ବ୍ୟାପ୍ତ, ବିଭିନ୍ନ ଅଂଶଗ୍ରହଣକାରୀଙ୍କ ମିଶ୍ରଣ ସମ୍ପୃଢୀକରଣ ଓ ପ୍ରସ୍ତୁତୀକରଣ ଆବଶ୍ୟକ କରେ ।

ଚିପ୍ କୋ ଆଦୋଳନ:
ଏହି ଆନ୍ଦୋଳନର ମୌଳିକ ରୂପେ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ସହିତ ସମ୍ପୃକ୍ତ ଥିଲା । ଉତ୍ତର ପ୍ରଦେଶର ଉପ- ହିମାଳୟ ଅଞ୍ଚଳରେ ପରିବେଶଗତ ଭାରସାମ୍ୟ ବଜାୟ ରଖିବା ନିମିତ୍ତ ଏହା ଏକ ପରିବେଶମୂଳକ ଆନ୍ଦୋଳନ ଥିଲା । ଗଞ୍ଜୋଲ ଅଞ୍ଚଳରୁ ଉତ୍ତର କାଶୀ, ଚାମୋଲି, ତେହରି ଓ ଗୌରୀ ଇତ୍ୟାଦି ଚାରିଟି ଜିଲ୍ଲା ଏବଂ ଯାହାକି ସର୍ବମୋଟ ୨୭,୦୦୦ ବର୍ଗ କି.ମି. ଅଞ୍ଚଳ ଏବଂ ୧୪ ଲକ୍ଷ ଲୋକଙ୍କୁ ନେଇ ବ୍ୟାପ୍ତ । କୌତୂହଳର ବିଷୟ ଯେ, ଶ୍ରମର ଭ୍ରାମ୍ୟମାଣ ପ୍ରକୃତି ଯୋଗୁଁ ଏହି ଅଞ୍ଚଳରେ ପୁରୁଷଙ୍କ ଅପେକ୍ଷା ନାରୀମାନଙ୍କ ସଂଖ୍ୟା ଅଧିକ । ସେଠାରେ ଚାଷୀ ରୂପେ ଶତକଡ଼ା ୯୭ ନାରୀ ଥିଲାବେଳେ କେବଳ ୭୨ ଶତକଡ଼ା ପୁରୁଷ ଅଛନ୍ତି । ପୁରୁଷମାନେ ସୈନ୍ୟବାହିନୀରେ କାମ କରନ୍ତି ।

ସୁତରାଂ ଜମିବାଡ଼ି, ଗୋରୁଗାଈ, ଓ ଗୃହ ପରିଚାଳନା ପାଇଁ ସ୍ତ୍ରୀମାନଙ୍କୁ ଛାଡ଼ି ଦେଇଥା’ନ୍ତି । ଏଇଥପାଇଁ ଚିପ୍‌କୁ ମଧ୍ୟ ନାରୀ ଅଧିକାରବାଦୀ ଆନ୍ଦୋଳନ ରୂପେ ବ୍ୟାଖ୍ୟା କରାଯାଏ । ଏହି ଆନ୍ଦୋଳନ ଚାମୋଲି ଜିଲ୍ଲାର ଗୋପେଶ୍ଵରରେ ‘ବାସୋଳୀ ଗ୍ରାମ ସ୍ୱରାଜ୍ୟ ମଣ୍ଡଳ’’ରେ ଜନ୍ମ ନେଇଥିଲା । ଗାନ୍ଧିବାଦୀ ସର୍ବୋଦୟ କର୍ମୀଙ୍କଦ୍ୱାରା ଏହି ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏହି ଅଞ୍ଚଳରେ ପ୍ରାୟତଃ ୧୩ ବର୍ଷ ଧରି ବିଭିନ୍ନ ଗ୍ରାମ୍ୟ ନିର୍ମାଣ କାର୍ଯ୍ୟରେ ସର୍ବୋଦୟ କର୍ମୀମାନେ ସକ୍ରିୟ ଥିଲେ । ୧୯୭୩ ଏପ୍ରିଲ୍ ୨୪ ତାରିଖ ଦିନ ଏହି ଆନ୍ଦୋଳନ ଆରମ୍ଭ ହେଲା । ଏକ ପକ୍ଷରେ ସ୍ଥାନୀୟ ଗ୍ରାମବାସୀ ଓ ସର୍ବୋଦୟ କର୍ମୀମାନେ ଅନ୍ୟ ପକ୍ଷରେ କାଠ ଠିକାଦାର ଓ ଜଙ୍ଗଲ ଅଧିକାରୀମାନଙ୍କ ମଧ୍ୟରେ ଏହି ଅଞ୍ଚଳରେ ଜଙ୍ଗଲ ତଥା କାଠ ଅଧିକାର ସମ୍ବନ୍ଧିତ ସ୍ଵାର୍ଥର ଏକ ଐତିହାସିକ ବିବାଦ ରହିଥିଲା । ଠିକାଦାରମାନେ ଜଙ୍ଗଲଜାତ ସୁବିଧା ହାସଲ ପାଇଁ ଜଙ୍ଗଲ ଅଧିକାରୀ ଏବଂ ସ୍ଥାନୀୟ ରାଜନେତାଙ୍କ ଉପରେ ଅଧିକ ପ୍ରଭାବ ବିସ୍ତାର କରିପାରିଥିଲେ ।

ଚି ଆନ୍ଦୋଳନ ପୂର୍ବରୁ ସରକାରଙ୍କ ଜଙ୍ଗଲ ବିଭାଗ ଓ ଜଙ୍ଗଲ ନୀତି ବିରୁଦ୍ଧରେ ଏହି ଅଞ୍ଚଳରେ ଅସନ୍ତୋଷ ଦେଖା! ଦେଇଥିଲା । ଖଦୀ ଓ ଗ୍ରାମୋଦ୍ୟାଗ ଆୟୋଗଠାରୁ ସହାୟତା ସହିତ ଏହାର କୃଷିକ୍ଷେତ୍ର ଉପକରଣ କର୍ମଶାଳା ଗଠନ କରିବାପାଇଁ ବାର୍ଷିକ ୧୦ଟି ASH ନାମକ ବୃକ୍ଷ ପାଇଁ ସର୍ବୋଦୟ କର୍ମୀମାନଙ୍କ ଦାବିକୁ ଜଙ୍ଗଲ ବିଭାଗ ପ୍ରତ୍ୟାଖ୍ୟାନ କଲେ । ମାତ୍ର ଏହା ଟେନିସ୍‌ ରାକେଟ୍ ଇତ୍ୟାଦି ଖେଳ ସରଞ୍ଜାମ ତିଆରି କରିବାକୁ ସାଇମନ କମ୍ପାନୀ ପାଇଁ ୩୦୦ଟି ASH ନାମକ ବୃକ୍ଷ ଆବଣ୍ଟନ କଲେ । ଏଠାରେ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଗରିବ ଚାଷୀମାନଙ୍କର ଲଙ୍ଗଳ ଯାହାକି ସେମାନଙ୍କର ଜୀବିକା ନିର୍ବାହମୂଳକ ଆବଶ୍ୟକତା ତାହାକୁ ବଳି ଦେଇ ଟେନିସ୍ ରାକେଟ ଭଳି ଅମୋଦଦାୟକ ଦ୍ରବ୍ୟ ତିଆରି କରିବା ଲାଗି ପ୍ରାକୃତିକ ସମ୍ପଦର ବ୍ୟବହାର ପାଇଁ ଅନୁମତି ଦେବା ଜଙ୍ଗଲ ବିଭାଗର ଅମାନୁଷିକ ନୀତି ।

CHSE Odisha Class 12 Political Science Chapter 6 Long Answer Questions in Odia Medium

ଏହି ୩୦୦ ବୃକ୍ଷ କାଟିବା କାମ କମ୍ପାନୀ ଏଜେଣ୍ଟମାନଙ୍କଦ୍ଵାରା ୧୯୭୩ ମାର୍ଚ୍ଚ ମାସରେ ଆରମ୍ଭ ହେଲା । ସର୍ବୋପରି କର୍ମୀ ଓ ୧୦୦ ଜଣ ଅନ୍ୟାନ୍ୟ ଗ୍ରାମବାସୀ ନିକଟସ୍ଥ ଅଞ୍ଚଳରୁ ଗୋପେଶ୍ଵର ଆଡ଼କୁ ଅଗ୍ରସର ହେଲେ । ଗ୍ରାମବାସୀମାନଙ୍କର ଏହି ପ୍ରତିରୋଧର ପରିଣାମସ୍ୱରୂପ କମ୍ପାନୀର ଲୋକମାନେ ପଛଘୁଞ୍ଚା ଦେଲେ । ପ୍ରତିବାଦକାରୀମାନଙ୍କୁ ଖୁସି କରିବାକୁ ଜଙ୍ଗଲ ବିଭାଗ ସର୍ବୋଦୟ କର୍ମୀଙ୍କୁ ଗୋଟିଏ ଲେଖାଏଁ ASH ଗଛ ଦେବାକୁ ପ୍ରସ୍ତୁତ ହେଲେ ଯଦି ସେମାନେ ସାଇମନ କମ୍ପାନୀକୁ ତାଙ୍କ ପାଇଁ ସଂରକ୍ଷିତ ଗଛ କାଟିବାକୁ ଛାଡ଼ିଦେବେ । ଏହି ପ୍ରଲୋଭନକୁ ଦୁଇ, ତିନି, ପାଞ୍ଚ ଓ ଦଶ ପର୍ଯ୍ୟନ୍ତ ଗଛ ସଂଖ୍ୟାକୁ ବଢ଼ାଇ ଦିଆଗଲା । ମାତ୍ର ତାହା ପ୍ରତ୍ୟାଖ୍ୟାନ କରାଗଲା ।

ସାଇମନର ବଣ୍ଟନ ଭାଗ ରଦ୍ଦ ହେଲା, ମାତ୍ର ତାହାକୁ ଜିଲ୍ଲାର ଅନ୍ୟ ଅଂଶ, ପଟ୍ଟା ଜଙ୍ଗଲକୁ ପୁନର୍ବାର ଆବଣ୍ଟନ କରାଗଲା । ୧୯୭୩ ଜୁନ୍ ମାସରେ ଅନ୍ୟ ଜଣେ ସ୍ଥାନୀୟ ନେତା ଏହି ପ୍ରତିରୋଧ ସଙ୍ଗଠିତ କଲେ ଓ ଚିପ୍‌ ଆନ୍ଦୋଳନ ଚଳାଇଲେ । ଗଛଗୁଡ଼ିକ ଗ୍ରାମମାନଙ୍କଦ୍ଵାରା ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ଜଗାଗଲା, କମ୍ପାନୀକୁ ଯେ ପର୍ଯ୍ୟନ୍ତ ଦିଆଯାଇଥ‌ିବା ଅନୁମତିର ସମୟସୀମା ଅତିକ୍ରମ କରିଯିବ । ତେହେରି ଗରୱାଲରେ ବ୍ୟବସ୍ଥାପିତ ଉତ୍ତରାଖଣ୍ଡ ସର୍ବୋଦୟ ମଣ୍ଡଳର ସୁନ୍ଦରଲାଲ ବହୁଗୁଣା ହିମାଳୟର ସମଗ୍ର ଅଞ୍ଚଳକୁ ଚିପ୍‌ ଆନ୍ଦୋଳନର ନୀତି ଓ ଆଦର୍ଶକୁ ବିସ୍ତାର କରିବାକୁ ୧୨୦ ଦିନ ଧରି ପାଦରେ ଚାଲି ଚାଲି ତାଙ୍କ ଦୀର୍ଘ ଯାତ୍ରା ଆରମ୍ଭ କଲେ ।

ମୁହୂର୍ତ୍ତକ ମଧ୍ୟରେ ଏହି ଆନ୍ଦୋଳନ ଜନପ୍ରିୟ ହେବାର ମୂଳରେ ଥିଲା ଏହି ଅଞ୍ଚଳରେ ଏକ ଦଶନ୍ଧି ପୁରାତନ ଆକସ୍ମିକ ବନ୍ୟା ବିଭୀଷିକାର ଇତିହାସ । ବୃକ୍ଷଗୁଡ଼ିକୁ ସମ୍ପୂର୍ଣ ଭାବେ କାଟି ଦେବାଦ୍ଵାରା ଜଙ୍ଗଲ ଆଚ୍ଛାଦିତ ପର୍ବତ ଗଡ଼ାଣିଗୁଡ଼ିକ ଖାଲି ହୋଇଯିବାରୁ ବର୍ଷା ଜଳ ହଠାତ୍ ତଳଆଡ଼କୁ ମାଡ଼ିଆସିଲା । ଏହି ଅଞ୍ଚଳରେ ସଡ଼କ ନିର୍ମାଣ କାର୍ଯ୍ୟ ମଧ୍ୟ ଭୂସ୍ଖଳନ ସୃଷ୍ଟି କଲା । ଚିପ୍‌ ଆନ୍ଦୋଳନ ଚାଲିବା ପୂର୍ବରୁ କେତେକ ପ୍ରସ୍ତୁତୀକରଣ କାର୍ଯ୍ୟର ମଧ୍ଯ ସୂତ୍ରପାତ ହୋଇ ସାରିଥିଲା । ବନ୍ୟା ସାହାଯ୍ୟ କାର୍ଯ୍ୟ ସର୍ବୋଦୟ କର୍ମୀମାନଙ୍କୁ ଓ ପର୍ବତ ଅଞ୍ଚଳରେ ବାସ କରୁଥିବା ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କୁ ପରିବେଶ ଅବକ୍ଷୟ, ବିନାଶ ଓ ସଂରକ୍ଷଣ ସମ୍ବନ୍ଧୀୟ ପ୍ରସଙ୍ଗରେ ଏକ ଆଲୋଚନା ସମ୍ପର୍କରେ ଏକତ୍ରିତ କଲା । ଆନ୍ଦୋଳନର ପରିବେଶ କାର୍ଯ୍ୟସୂଚୀକୁ ଏହା ଶକ୍ତିଶାଳୀ କଲା ।

୧୯୭୪ରେ ସି.ପି.ଭଟ୍ଟ ରେନି ଜଙ୍ଗଲ ଅଞ୍ଚଳରେ ଚିପ୍‌ ସଂଘର୍ଷ ପୁନର୍ବାର ଚଳାଇଲେ । ସେ ନାରୀମାନଙ୍କୁ ଆବେଦନ କଲେ ଯେ ଗଛଗୁଡ଼ିକୁ କାଟିବା ସମୟରେ ସେମାନେ ତାକୁ କୁଣ୍ଢାଇ ଧରିବେ । ଅଳକା ନଦୀ ତୀରରେ ରେନି ଜଙ୍ଗଲରୁ ୨୫୦୦ ଗଛ କାଟିବା ପ୍ରଚେଷ୍ଟାକୁ ଲତା ଗ୍ରାମରେ ନାରୀନେତ୍ରୀ ଗୌରୀଦେବୀଙ୍କଦ୍ଵାରା ଅକାମୀ କରି ଦିଆଗଲା । ତାଙ୍କନେତୃତ୍ୱରେ ପ୍ରାୟ ୩୦ ଜଣ ମହିଳାଙ୍କର ଏକ ଦଳ ସେମାନଙ୍କୁ ଜୀବନକୁ ପାଣି ଛଡ଼ାଇ ଗଛଗୁଡ଼ିକୁ ରକ୍ଷା କଲେ । ଚିପ୍‌ କୋ ପ୍ରତିବାଦକାରୀମାନଙ୍କଦ୍ଵାରା ଏହି ଜିଦ୍‌ର ପରଣାମସ୍ଵରୁପ ଏଭଳି ଜଙ୍ଗଲରେ ୧୦ ବର୍ଷ ପାଇଁ ଗଛକଟା ଉପରେ ଏକ ସରକାରୀ ନିଷେଧାଜ୍ଞା ଜାରି କରାଗଲା ।

ଯେତେବେଳେ ଆବଶ୍ୟକ ପଡ଼ିଲା, ସବିରାମ ଭାବରେ ଏହି ନାରୀମାନେ ୧୯୭୫ରେ ଗୋପେଶ୍ଵର, ୧୯୭୮ ଜାନୁୟାରୀରେ ଭିନ୍ଦର ଉପତ୍ୟକାରେ, ୧୯୭୯ରେ ପର୍‌ସୋରୀଠାରେ ଓ ୧୯୮୦ ଫେବୃୟାରୀରେ ଆଡ଼େ ଡେଙ୍ଗୁ ପଇଁତାଳିଠାରେ ଗଛକୁ ରକ୍ଷା କରିବାକୁ ବାହାରି ଆସିଥିଲେ । ଅତଏବ, ଚିପ୍‌ ବିକ୍ଷୋଭ ପ୍ରଦର୍ଶନ, ପ୍ରତିବାଦ ଏବଂ ପ୍ରତିରୋଧମାନ ଏହି ଅଞ୍ଚଳରେ ବାରମ୍ବାର ହେବାକୁ ଲାଗିଲା ।
ଏହିପରି ଭାବରେ ଚିପ୍‌ ଆନ୍ଦୋଳନ ନ୍ୟସ୍ତସ୍ୱାର୍ଥବାଦୀମାନଙ୍କଦ୍ୱାରା ପରିବେଶ ଧ୍ଵଂସ ପ୍ରତି ଲୋକମାନଙ୍କର ଅହିଂସା ପ୍ରତିରୋଧର ଏକ ଉତ୍ତମ ଦୃଷ୍ଟାନ୍ତରେ ପରିଣତ ହେଲା । କୌଣସି କେନ୍ଦ୍ରୀଭୂତ ସଙ୍ଗଠନମୂଳକ ଉପକରଣରେ ବିନା ଦିଗ୍‌ଦର୍ଶନ, ସମର୍ଥନ ବା ସାଧାରଣ ନେତୃତ୍ଵରେ ସାଧାରଣ ନିରୀହ ପାହାଡ଼ିଆ ଲୋକମାନେ ବହୁସଂଖ୍ୟାରେ ବାହାରି ଆସିଥ‌ିବାରୁ ଏହି ଆନ୍ଦୋଳନ ଥିଲା ସ୍ଵତଃସ୍ଫୁର୍ଗ ।

ସାଧାରଣ ନିର୍ଭରଶୀଳ ଲୋକମାନଙ୍କର ଜୀବନରେ ମୃତ୍ତିକା, ଜଳ ଓ ବୃକ୍ଷ ପରି ନିର୍ଭରଶୀଳ ସମ୍ବଳଗଡିକର ପ୍ରସଙ୍ଗଗଡିକ ଏହି ଆନ୍ଦୋଳନ କେନ୍ଦ୍ରୀୟ ସ୍ଥିତି ପ୍ରଦାନ କଲା । ଦୁର ଅଞ୍ଚଳର ଚିପକୋର ସ୍ଵର ଉତ୍ତୋଳିତ ହେଲା । ଜୀବିକା ଏବଂ ଜୀବନ ସହିତ ସମ୍ପୃକ୍ତ ଏହି ଅଞ୍ଚଳର ପରିବେଶ ସହିତ ଘନିଷ୍ଠ ରୂପେ ଜଡ଼ିତ, ଆନ୍ଦୋଳନର ଗତିପଥକ ଦିଗଦର୍ଶନ ଦେଇଥଲା । ଠିକାଦାରମାନଙ୍କଦ୍ୱାରା ବ୍ୟବସାୟିକ ଶୋଷଣର ସ୍ଥାନୀୟ ଜଙ୍ଗଲ ସମ୍ବଳକୁ ରକ୍ଷା କରିବାରେ ଏବଂ ସ୍ଥାନୀୟ ଜଙ୍ଗଲ ସମ୍ପଦକୁ ସ୍ଥାନୀୟ ଗ୍ରାମ ସମ୍ପ୍ରଦାୟମାନଙ୍କ ନିୟନ୍ତ୍ରଣ ଅଧୀନକୁ ଆଣିବାରେ ଚିପ୍‌ କୃତକାର୍ଯ୍ୟ ହେଲା ।

ଯାହାହେଉ, ଏ ସଂଘର୍ଷ ‘ଜଙ୍ଗଲ ବ୍ୟାପ୍ତିର ଉଦ୍‌ବେଗଜନକ ନିଃଶେଷ’କୁ ନିବାରଣ କରିବାରେ, ଉକ୍ତ ଅଞ୍ଚଳରେ ସମ୍ପୂର୍ଣ କୃତକାର୍ଯ୍ୟ ହୋଇପାରି ନ ଥିଲା । ବନ୍ୟା, ଭୂସ୍ଖଳନ, ମୃତ୍ତିକା କ୍ଷୟ, ସ୍ଥାନୀୟ ଜଳସ୍ରୋତଗୁଡ଼ିକୁ ଶୁଷ୍କ କରିବା ଏବଂ ଜାଳେଣି ପଶୁ ଖାଦ୍ୟ, ଅନ୍ୟାନ୍ୟ ସମ୍ବଳର ସ୍ୱଳ୍ପତା ଘଟିବା ପାଇଁ ସେଗୁଡ଼ିକ ବାସ୍ତବରେ ଦାୟୀ ଥିଲା । ଏହି ଆନ୍ଦୋଳନରେ ପାହାଡ଼ିଆ ଜାତିର ନାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କଲେ ଏବଂ ପ୍ରକୃତରେ ଏହାକୁ ଜନସାଧାରଣଙ୍କର ପରିବେଶ ଆନ୍ଦୋଳନର ଚରିତ୍ର ପ୍ରଦାନ କରିଥିଲେ ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୧୨ । ବିଭିନ୍ନ ପ୍ରକଳ୍ପଦ୍ବାରା ପ୍ରଭାବିତ ଜନସାଧାରଣଙ୍କର ପୁନଃ ଅବସ୍ଥିତି ଓ ପୁନଃ ଥାଇଥାନ ବିଷୟରେ ଉଦାହରଣ ମାଧ୍ୟମରେ ବୁଝାଅ ।
Answer:
ଆମ ଦେଶରେ ତଥା ରାଜ୍ୟରେ ବିକାଶର ଧାରା ଅବଚ୍ଛିନ୍ନ ଭାବରେ ଲାଗି ରହିଛି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ବିକାଶର ପ୍ରଥମ ସୋପାନ କହିଲେ ଅତ୍ୟୁକ୍ତି ହେବନାହିଁ । ଭାରତ ଭଳି ଏକ ବିକାଶଶୀଳ ଦେଶରେ ଅନେକ ଜନସାଧାରଣ ଏବେ ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରିଥା’ନ୍ତି । ଏମାନଙ୍କର ପାଖରେ ନିଜର ଘରଟିଏ ନଥାଏ । ସେମାନେ ସେମାନଙ୍କର କର୍ମସଂସ୍ଥାନ ସନ୍ଧାନରେ ଘୂରିବୁଲନ୍ତି; ଯେଉଁଠି ଯେତେବେଳେ ରୋଜଗାରର ସନ୍ଧାନ ମିଳିଯାଏ ସେଠାରେ ସେମାନେ ଅସ୍ଥାୟୀ କୁଡ଼ିଆଟିଏ କରି ରହିଯା’ନ୍ତି । ଠିକ୍ ସେହି ସ୍ଥାନରେ ଯେତେବେଳେ ସରକାରଙ୍କର କୌଣସି ବିକାଶୋନ୍ମୁଖୀ କାର୍ଯ୍ୟ ଆରମ୍ଭହୁଏ ସେଠାରୁ ସେମାନଙ୍କୁ ହଟାଇ ଦିଆଯାଏ ।

ଏହି ବିସ୍ଥାପିତମାନଙ୍କର ଦୁଃଖଦୁର୍ଦ୍ଦଶା କମ୍ କରିବାକୁ ହେଲେ ପ୍ରଥମେ ଶିଳ୍ପକାରଖାନା ପ୍ରତିଷ୍ଠା ହେଲେ ବ୍ୟକ୍ତିଗତ ପୁଞ୍ଜିପତିମାନଙ୍କର ବା ସରକାରଙ୍କର କେତେ ଲାଭ ହେବ ବା ସରକାର କେତେ ରାଜସ ପାଇବେ କେବଳ ସେତିକି ହିସାବକୁ ନ ନେଇ ପ୍ରକଳ୍ପଦ୍ବାରା କ୍ଷତିଗ୍ରସ୍ତ ହେଉଥ‌ିବା ଜନସାଧାରଣ ଓ ପରିବେଶର କ୍ଷତିର ମଧ୍ୟ ଉଚିତ୍ ଆକଳନ କରାଯିବା ନିହାତି ଜରୁରୀ | ବିସ୍ଥାପିତମାନଙ୍କୁ ଯଥୋଚିତ ନିଯୁକ୍ତି ପ୍ରଦାନ କରାଯିବା ଆବଶ୍ୟକ । ପ୍ରତ୍ୟେକ ପରିବାରକୁ ଉଚିତ କ୍ଷତିପୂରଣ ଦିଆଯିବା ମଧ୍ୟ ଆବଶ୍ୟକ । ଆବଶ୍ୟକସ୍ଥଳେ ସରକାରୀ ଆଇନର ମଧ୍ୟ ପରିବର୍ତ୍ତନ କରାଯିବା ନିତାନ୍ତ ପ୍ରୟୋଜନ । ପ୍ରତ୍ୟେକ ବିସ୍ଥାପିତମାନଙ୍କର ପୁନଃ ଥଇଥାନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରାଯିବା ଉଚିତ । ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରି ବିସ୍ଥାପିତମାନଙ୍କର ଚଳଣି ଓ ଜୀବନଚର୍ଯ୍ୟାକୁ ଦୃଷ୍ଟିରେ ରଖୁ ସେମାନଙ୍କ ପାଇଁ ପୁନର୍ବାସ କଲୋନୀ ନିର୍ମାଣ କରାଗଲେ ସେମାନେ ସେଠାରେ ରହିବାର ଆଗ୍ରହ ପ୍ରକାଶ କରିବେ ।

ଉଦାହରଣ :
ଏହି ସମସ୍ୟା ଓ ଏହାର ସମାଧାନକୁ ସୂଚାଇବାକୁ ହେଲେ କେତୋଟି ଉଦାହରଣକୁ ବୁଝିବାକୁ ହେବ ଯେପରିକି,

  • ସର୍ଦାର ସରୋବର ପ୍ରକଳ୍ପ
  • ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା

(କ) ସର୍ଦାର ସରୋବର ପ୍ରକଳ୍ପ :
ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଜଳ ଯୋଗାଣ ଉଦ୍ଦେଶ୍ୟରେ ନର୍ମଦା ଓ ଏହାର ଉପନଦୀଗୁଡ଼ିକ ଉପରେ ୩୦ଟି ବଡ଼ ଓ ପ୍ରାୟ ୩୦୦ଟି ଛୋଟ ଓ ମଧ୍ୟମ ଧରଣର ବନ୍ଧ ନିର୍ମାଣ କରାଯାଉଛି ଯାହାର ମୁଖ୍ୟବନ୍ଧଟି ଗୁଜରାଟ ରାଜ୍ୟରେ ଅବସ୍ଥିତ । ଏହି ପ୍ରକଳ୍ପଦ୍ଵାରା ଇତି ମଧ୍ୟରେ ୧୨,୦୦୦ ହେକ୍ଟର ଚାଷଜମି, ୨୫,୦୦୦ ହେକ୍ଟର ଅକ୍ଷତ ଜଙ୍ଗଲ ଓ ଅନେକମାତ୍ରାରେ ଅନ୍ୟାନ୍ୟ ଧରଣର ଜମି ସହ ଅନେକ ଗ୍ରାମ ଓ ଲକ୍ଷ ଲକ୍ଷ ସ୍ଥାନୀୟ ଲୋକ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏତେମାତ୍ରାରେ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କ୍ଷତିପୂରଣ ପ୍ରଦାନରେ ସରକାରୀ ବିସ୍ଥାପିତମାନଙ୍କର ଦୁଃଖଯନ୍ତ୍ରଣାକୁ ଲାଘବ କରିବାପାଇଁ ସହାୟତାର ହାତ ବଢ଼ାଇବାହିଁ ପ୍ରକୃତ ମାନବିକତାର ପରିଚୟ ସୃଷ୍ଟି କରିବ ।

(ଖ) ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା :
ଭାରତର ସ୍ବାଧୀନତା ପ୍ରାପ୍ତି ପରେ ପରେ ମହାନଦୀ ଶଯ୍ୟାରେ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ହୀରାକୁଦଠାରେ ଏକ ବୃହତ୍ ବହୁମୁଖୀ ନଦୀବନ୍ଧ ଯୋଜନା ହାତକୁ ନିଆଯାଇଥିଲା । ଏହାର ମୁଖ୍ୟ ଆଭିମୁଖ୍ୟ ଥିଲା ମହାନଦୀ ଅବବାହିକାରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ବନ୍ୟାନିୟନ୍ତ୍ରଣ । ଏହି ଯୋଜନାଦ୍ଵାରା ନିକଟସ୍ଥ ଅଞ୍ଚଳର ପାଖାପାଖୁ ୧୫,୦୦୦ ହେକ୍ଟର ଜମି ଜଳମଗ୍ନ ହୋଇଥିଲା ଓ ୧୦୦ ରୁ ଅଧିକ ଗ୍ରାମର ଲୋକ କରିସାରିଲେଣି ।

ସେତେବେଳେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁ ବିସ୍ଥାପିତମାନଙ୍କ ପାଇଁ କର୍ମନିଯୁକ୍ତି ଓ ଯଥାଯଥ ଥଇଥାନର ବନ୍ଦୋବସ୍ତ ପାଇଁ ଘୋଷଣା କରିଥିଲେ ମଧ୍ୟ ଏଯାବତ୍ ତାହା ପ୍ରଶ୍ନବାଚୀ ହୋଇ ରହିଯାଇଛି । ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ଅମଲାତାନ୍ତ୍ରିକ ନାଲିଫିତା ଓ ସରକାରୀ ଉଦାସୀନତା ଫଳରେ ହଜାର ହଜାର ଲୋକ ଜମି ଖଣ୍ଡିଏ ବା ଚାକିରିଟିଏ ପାଇଁ ଆଶାବାଦୀ ଥାଇ ଅପେକ୍ଷାରେ ମୃତ୍ୟୁବରଣ କରିସାରିଲେଣି ।

CHSE Odisha Class 12 Political Science Chapter 6 Long Answer Questions in Odia Medium

୧୩ । ଭାରତବର୍ଷରେ ଦେଖାଦେଇଥ‌ିବା ବିକାଶ ବିସ୍ଥାପନ ଆନ୍ଦୋଳନ ସମ୍ବନ୍ଧରେ ଏକ ପ୍ରବନ୍ଧ ଲେଖ ।
Answer:
କାହିଁ କେଉଁ କାଳରୁ ମଣିଷ ଆନ୍ଦୋଳନକୁ ନିଜ ଅଧିକାର ସାବ୍ୟସ୍ତ ମାଧ୍ୟମ ରୂପେ ଗ୍ରହଣ କରିଆସିଛି । ପ୍ରଚଳିତ ବ୍ୟବସ୍ଥା ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବା ପ୍ରତି ପୃଷ୍ଠାରେ ବିରାଜିତ । ଏଥିପାଇଁ ରକ୍ତାକ୍ତ ସଂଘର୍ଷ ଓ ଜୀବନ ଉତ୍ସର୍ଗର କାହିଁ କେତେ ଉଦାହରଣ ମଧ୍ୟ ରହିଛି । ବର୍ତ୍ତମାନ ଗଣତନ୍ତ୍ରିକ ବିଧ‌ିବ୍ୟବସ୍ଥାରେ ଅସନ୍ତୋଷ ବ୍ୟକ୍ତ ଓ ପ୍ରତିବାଦ ଏକ ସାଧାରଣ କଥା । ଅସନ୍ତୋଷ, ପ୍ରତିବାଦକୁ ନେଇ ଗୋଷ୍ଠୀ ସଙ୍ଗଠିତ ହେଲେ ତାହା ଆନ୍ଦୋଳନର ରୂପ ନିଏ । ଆନ୍ଦୋଳନ ପାଇଁ ବଳିଷ୍ଠ ନେତୃତ୍ଵ, ପ୍ରୋତ୍ସାହନ ରାଜନୀତିକ ବାର୍ତ୍ତାଳାପ ମଧ୍ଯ ଜରୁରୀ । ଆନ୍ଦୋଳନ ଯୋଗୁଁ ସାମୂହିକ କାର୍ଯ୍ୟପନ୍ଥାର ସାହାଯ୍ୟ ନେଇ ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିହେବ ବା ସମ୍ବଳ ହେଲେ ସଂସ୍କାର ମଧ୍ୟ ପରିବର୍ତ୍ତନ ଅଣାଯାଇପାରେ ।

ପ୍ରତିରୋଧ ଆନ୍ଦୋଳନଗୁଡ଼ିକ ସାମାଜିକ, ଆର୍ଥନୀତିକ, ରାଜନୀତିକ ବା ସାଂସ୍କୃତିକ ସ୍ତରର ଅନ୍ୟାୟ ଓ ଅସମତା ବିରୋଧରେ ଜନମତ ସଙ୍ଗଠିତ କରେ । ଏହା କର୍ତ୍ତୃତ୍ଵ ଜାହି ର ଓ ପାତର ଅନ୍ତରକୁ ସହ୍ୟ କରେ ନାହିଁ । ମାନବର ଜୀବନ ଓ ଜୀବିକା ସମ୍ପର୍କିତ ଅନେକ ବିଷୟବସ୍ତୁ ଯେପରି ବିକାଶ ଓ ବିସ୍ଥାପନ ଏହାର କେନ୍ଦ୍ରବିନ୍ଦୁ ହେବ।’ରେ ଅସୁବିଧା ନାହିଁ । ବିକାଶ ଓ ବିସ୍ଥାପନକୁ ନେଇ ଆନ୍ଦୋଳନର ମୂଳରେ ରହିଛି; (କ) ସର୍ବସାଧାରଣ ସ୍ଵାର୍ଥରକ୍ଷା ଓ ସେବା ଯୋଗାଇବାରେ ରାଷ୍ଟ୍ରର ବିଫଳତା ଓ (ଖ) ବଳପ୍ରୟୋଗ, ଅତ୍ୟାଚାର ଓ ଦମନ ପ୍ରତି ସରକାରଙ୍କ ଆଭିମୁଖ୍ୟ । ପାଶ୍ଚାତ୍ୟ ବିକାଶ ଢାଞ୍ଚା ବହନଯୋଗ୍ୟ (sustainable) ନୁହେଁ । ଏହା ଫସିଲ୍ ଇନ୍ଧନ ଦହନ ଓ ପରିବେଶର ଶୋଷଣକୁ ଗୁରୁତ୍ବ ଦିଏ । ଫଳସ୍ୱରୂପ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ିବ, ଯାହା ସମଗ୍ର ବିଶ୍ଵରେ ଦୃଷ୍ଟିଗୋଚର ହେଉଛି ।

ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ, ନଦୀବନ୍ଧ ଯୋଜନା, ସାମରିକ ଘାଟି, ସତନ୍ତ୍ର ଆର୍ଥିକ ଅଞ୍ଚଳ ଆଦି ପ୍ରତିଷ୍ଠା ହେଉଥ‌ିବାରୁ ପ୍ରାକୃତିକ ସମ୍ପଦର ଯେଉଁ ବିନିଯୋଗ ହେଉଛି ତାହା ଭରଣା କରିବା କଷ୍ଟକର । ଏହିସବୁ କାର୍ଯ୍ୟକ୍ରମ ଯୋଗୁଁ ଲୋକମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଅଣାଯାଇପାରିବ ଯୁକ୍ତି ଅର୍ଦ୍ଧସତ୍ୟ ଉପରେ ଆଧାରିତ । ଅନେକ ଜାଗାରେ ଏହିସବୁ କାର୍ଯ୍ୟକ୍ରମ । ଯୋଗୁଁ ମାନବିକ ଦୁର୍ଦ୍ଦଶା ବଢ଼ିବାର ଦୃଷ୍ଟାନ୍ତ ଦେଖୁବାକୁ ମିଳୁଛି । ଅନେକ ସ୍ଥାନରେ ଯେପରି ହୀରାକୁଦ, ସିଙ୍ଗୁର ଅ’ଦି ସ୍ଥାନରେ ଲୋକମାନେ ନିଜର ପାରମ୍ପରିକ ବାସସ୍ଥାନ ହରାଇବା ସହ ପପରିବେଶଜନିତ ସେମାନଙ୍କର ପାରମ୍ପରିକ ଜ୍ଞାନ କୌଶଳର ଗ୍ରହଣୀୟତା ସବୁଦିନ ପାଇଁ ଲୋପ ପାଇଯାଉଛି ।

ନଦୀବନ୍ଧ ଯୋଜନା ଯେପରି ତେହେରି, ନର୍ମଦା, କୋଶୀ ଆଦି ଯୋଗୁଁ ପରିବେଶ ଉପରେ କୁପ୍ରଭାବ ପଡ଼ିବା ସହ ବିସ୍ଥାପନ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ନାଲ୍‌କୋ ପ୍ରତିଷ୍ଠା ଯୋଗୁଁ ଓ କୋଲାବ୍‌ ନଦୀ ବନ୍ଧ ଯୋଜନାରେ ୧୯୭୬ରୁ ୧୯୯୨ ମଧ୍ୟରେ ୧୪,୦୦୦ ଲୋକ ବିସ୍ଥାପନର ଶିକାର ହୋଇ ଛନ୍ତି । ଓଡ଼ିଶାର ଅନ୍ୟ ବୃହତ୍ ପ୍ରକଳ୍ପ ଯେପରି ଲୋଅର ସୁକ୍‌ଲ୍ ଡ୍ୟାମ୍ ବାଲିମେଳା ଜଳବିଦ୍ୟୁତ୍ ଯୋଜନା, ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ଯୋଜନା, କଳିଙ୍ଗ ନଗର ଶିଳ୍ପାଞ୍ଚଳ ଆଦି ପ୍ରତିଷ୍ଠା ଯୋଗୁଁ ଲୋକମାନେ ଅନେକ ସଂଖ୍ୟାରେ ବିସ୍ଥାପନ, ଜୀବିକା ହରାଇବା ଓ ସଂସ୍କୃତି ଅବକ୍ଷୟ ହେବାର ସମସ୍ୟାଗୁଡ଼ିକ ସହ ଏବେ ମଧ୍ୟ ସଂଘର୍ଷରତ । ନିମ୍ନରେ ନଦୀବନ୍ଧ ଯୋଜନା ଯୋଗୁଁ ଓ ଡ଼ିଶାରେ ବିସ୍ଥାପନର ଏକ ଚିତ୍ର ପ୍ରଦାନ କରାଯାଇଛି ।

ଭାରତବର୍ଷରେ ଦେଖାଦେଇଥ‌ିବା ବିକାଶ ବିସ୍ଥାପନ ଆନ୍ଦୋଳନ ସମ୍ବନ୍ଧରେ ଏକ ପ୍ରବନ୍ଧ ଲେଖ ।

ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ବେ ବିସ୍ଥାପିତ ଲୋକମାନଙ୍କୁ ସରକାରୀ ସାହାଯ୍ୟ ମିଳିବାରେ ଅସୁବିଧା ଦେଖିବାକୁ ମିଳୁଛି । ବିଂଶ ଶତାବ୍ଦୀର ସତୁରୀ ଦଶକରେ ପ୍ରତିଷ୍ଠିତ ହୀରାକୁଦ୍ ଡ୍ୟାମ ଯୋଗୁଁ ବିସ୍ଥାପିତ ଲୋକମାନେ ଆଜିଯାଏ ସଠିକ୍ ଆର୍ଥିକ ସାହାଯ୍ୟ ପାଇପାରିନାହାନ୍ତି । ଭାରତର ଅନ୍ୟ କେତେକ ପ୍ରମୁଖ ଶିଳ୍ପ ବିକାଶ ଯୋଜନା ଓ ତଜନିତ ମାନ ‘ବିକ ସମସ୍ୟା ସମ୍ପର୍କୀୟ ଆନ୍ଦୋଳନଗୁଡ଼ିକ ହେଲା କର୍ଣ୍ଣାଟକର ହରିହର ପଲିଫାୟାର ଫାକ୍ତି ବିରୋଧୀ ଆନ୍ଦୋଳନ, ମଧ୍ୟପ୍ର ଦେଶର ଗୋଆଲିୟର୍ ରେୟନ୍ ଫାକ୍ରି ବିରୋଧୀ ଆନ୍ଦୋଳନ, ଓଡ଼ିଶାର ରାୟଗଡ଼ା ସ୍ଥିତ ଜେ.କେ. ପେପର ପ୍ଲାଣ୍ଟ୍ ବିରୋଧୀ ଆନ୍ଦୋଳନ, ତେହେରି ବନ୍ଧ ବିରୋଧୀ ସମିତି, କୋୟନା ଯୋଜନା କ୍ଷତିଗ୍ରସ୍ତ କମିଟି, ଏନ୍‌ରନ୍ ବିରୋଧୀ ଢାବଲରି ଜନ ଆନ୍ଦୋଳନ, ଅମରାବତୀ ବଞ୍ଚାୟ ଆନ୍ଦୋଳନ, ବାଲିଆପାଳର କ୍ଷେପଣାସ୍ତ୍ର ଘାଟି ସ୍ଥାପନ ବିରୋଧୀ ଆନ୍ଦୋଳନ ଇତ୍ୟାଦି । ଉପରୋକ୍ତ ସମସ୍ତ ଆନ୍ଦୋଳନର ମୂଳରେ ରହିଛି ;

  • ଶିଳ୍ପ ପ୍ରତିଷ୍ଠାର ଅବିଚାରିତ ଉଦ୍ୟମରେ ବିରାମ ।
  • ଶିଳ୍ପ ପ୍ରତିଷ୍ଠା ଯୋଗୁଁ ପରିବେଶ ପ୍ରଦୂଷିତ ହେଉଥବାରୁ ସୁରକ୍ଷାଜନିତ ଆଇନ ସଠିକ୍ ଭାବେ କାର୍ଯ୍ୟକାରୀ କରବା ।
  • ବିସ୍ଥାପିତ ଜନଗଣଙ୍କର ଉପଯୁକ୍ତ ଭାବେ ଥଇଥାନ ଓ କ୍ଷତିପୂରଣ ପ୍ରଦାନ ।
  • ସହନୀୟ ବିକାଶ ଢାଞ୍ଚାର କାର୍ଯ୍ୟାନୁଷ୍ଠାନ ଓ ଆରିବେଶିକ ସନ୍ତୁଳନ ରକ୍ଷା ।
  • ଶିଳ୍ପ ପ୍ରତିଷ୍ଠା ଓ ନଦୀବନ୍ଧ ଯୋଜନା ଯୋଗୁଁ ଜୀବିକା ହରାଉଥିବା ଲୋକମାନଙ୍କୁ ବିକଳ୍ପ କର୍ମସଂସ୍ଥାନ ଉପଲବ୍ଧ କରାଇବା ।
  • ଶିଳ୍ପ କାରଖାନା ପାର୍ଶ୍ଵବର୍ତୀ ଅଞ୍ଚଳ ଓ ଗ୍ରାମରୁ ଡ଼ିକରେ ସାମାଜିକ ଓ ଆର୍ଥିକ ଉନ୍ନତିମୂଳକ କାର୍ଯ୍ୟପନ୍ଥାଗୁଡ଼ିକର କରାଇବା ।
  • ବିଦେଶୀ ପୁଞ୍ଜି ଓ ବୈଷୟିକ ଜ୍ଞାନକୌଶଳର ବିନା ତଦାରଖରେ ନିବେଶକୁ ବାରଣ ।
  • ଶିଳ୍ପାୟନରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା’ । ଓ ପରିବେଶ ଅନୁକୂଳ ଇନ୍ଧନର ବ୍ୟବହାର ।
  • ପରିବେଶଜନିତ ପାରମ୍ପରିକ ଜ୍ଞାନକୌ ଶଳ ଜୈବ ବିବିଧତାର ସୁରକ୍ଷା ।

ବିକାଶ ଓ ବିସ୍ଥାପନ ଆନ୍ଦୋଳନର ସମାଲୋଚନା :

  • ବିକାଶ ଓ ବିସ୍ଥାପନ ଦୁଇଟି ପରସ୍ପ। ଘନିଷ୍ଠ ବିଷୟ । ବିକାଶ ଯୋଗୁଁ ବିସ୍ଥାପନ ସାଧାରଣ କଥା ।
  • କ୍ରମବର୍ଦ୍ଧମାନ ଜନସଂଖ୍ୟା ଓ ଲୋକଙ୍କର ଜୀବନଧାରଣ ମାନର ଉନ୍ନତି ପାଇଁ ଶିଳ୍ପାୟ ନ ଅବସମ୍ଭାବୀ । ଶିଳ୍ପାୟନକୁ ବିରୋଧ କରିବା ଆତ୍ମ ହତ୍ୟା ସହ ସମାନ ।
  • ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ବାଦ୍ ଦେଇ ଦେଶ ଉନ୍ନତି କରିପାରିବ ନାହିଁ ।
  • ଶିଳ୍ପାୟନ ନ ହେଲେ ପ୍ରାକୃତିକ ସମ୍ପଦର ବିନିଯୋଗ ସମ୍ଭବ ନୁହେଁ ।
  • ଶିଳ୍ପାୟନ ଯୋଗୁଁ ବେକାରୀ ଦୂତ ହୁଏ ଓ ଦେଶର ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସେ ।
  • ନଦୀବନ୍ଧ ଯୋଜନାରୁ ଉତ୍ପନ୍ନ ବିଦ୍ୟୁତ୍ ଯୋଗୁଁ ପରିବେଶର କ୍ଷତି ହୁଏ ନାହିଁ ଓ କୃଷି ପାଇଁ ଜଳସେଚନ ବ୍ୟବସ୍ଥା ସମ୍ଭବ ହୁଏ ।
  • ଶିଳ୍ପ ପ୍ରତିଷ୍ଠା ବା ନଦୀବନ୍ଧ ଯୋଜନାରେ ବା ସହର ଜନସାଧାରଣଙ୍କ ପାଇଁ ସମୟ ଉପଯୋଗୀ କ୍ଷତିପୂରଣ ଓ ଥଇଥାନ ଯୋଜନା ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଉଛି ।

ବିକାଶ ଓ ବିସ୍ଥାପନ ଆନ୍ଦୋଳନ ଶିଳ୍ପ ପ୍ରତିଷ୍ଠା ତଥା ନଦୀବନ୍ଧ ଯୋଜନାଗୁଡ଼ିକ ନୀତିଗତ ଭାବେ ବିରୋଧ କରେ ନାହିଁ । ମାତ୍ର କ୍ଷତିଗ୍ରସ୍ତ ଜନସାଧାରଣଙ୍କ ମୁତି ମାନବବାଦୀ ଦୃଷ୍ଟିକୋଣର ଅଭାବ ଆମ ବ୍ୟବସ୍ଥାରେ ପ୍ରତିଫଳିତ ହେଉଥ‌ିବାରୁ ତାହା ଏହି ପ୍ରକାର ଆନ୍ଦୋଳନକୁ ପ୍ରୋତ୍ସ ହିତ କରୁଛି । ଭିଟାମାଟି ଓ ଉର୍ବର ଚାଷଜମି, ବାଡ଼ିବଗିଚା, ଘରଦ୍ବାରା ହରାଇବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୁଏ ତା’ କେବଳ ଅର୍ଥଦ୍ବାରା ଆକଳନ କରାଯାଇ ନପାରେ । ଆର୍ଥିକ ପ୍ୟାକେଜ୍ ଘୋଷଣା ଓ ସ୍ଥାବର ସମ୍ପଭିର ମୂଲ୍ୟାଙ୍କନ ବେଳେ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ମତାମତ ନେବା ଜରୁରୀ । ଦେଖାଯାଏ କେତେକ ଜାଗାରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଲୋକମାନଙ୍କୁ ଏକାଧିକ ଥର ବିସ୍ଥାପନ ହେବାକୁ ପଡ଼ୁଛି ।

ପୁଣି ଅଧୁଗୃହିତ ଜମିବାଡ଼ି ଅବ୍ୟବହୃତ ଭାବେ ପଡ଼ି ରହୁଛି । ବିକାଶ ଓ ବିସ୍ଥାପନ ଆନ୍ଦୋଳନ ବିଚାଚରିତ ଭାବେ ମନୁଷ୍ୟର ଅଧିକାର, ନ୍ୟାୟପ୍ରତିଷ୍ଠା ଓ ଭାଗୀଦାରୀ ବ୍ୟବସ୍ଥା ସପକ୍ଷରେ ସର ଉତ୍ତୋଳନ କରେ । ତ୍ଵରିତ ଲାଭ ଆଶାରେ ପ୍ରାକୃତିକ ସନ୍ତୁଳନକୁ କୁଠାରାଘାତ କରିବା ସପକ୍ଷରେ ଏହି ଆନ୍ଦୋଳନ ନୁହେଁ । ମାନବ ଜାତିର ଜୀବନ ଓ ମରଣ ପ୍ରଶ୍ନ ସହ ବିକାଶ ଓ ବିସ୍ଥାପନ ଜଡ଼ିତ । ବିକାଶ ଓ ବିସ୍ଥାପନ ଆନ୍ଦୋଳନ ମଧ୍ୟରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆନ୍ଦୋଳନ କେତୋଟି ହେଲା ଓଡ଼ିଶାର ପୋସ୍କୋ ବିରୋଧୀ ଆନ୍ଦୋଳନ, କୋଲ୍‌କାତାର ଟାଟା କମ୍ପାନୀଦ୍ଵାରା ସିଙ୍ଗୁର ଜମି ଅଧୁଗ୍ରହଣ ବିରୋଧୀ ଆନ୍ଦୋଳନ ଓ ନର୍ମଦା ବଚାଓ ଆନ୍ଦୋଳନ !

CHSE Odisha Class 12 Political Science Chapter 6 Long Answer Questions in Odia Medium

(କ) ପୋସ୍କୋ ବିରୋଧୀ ଆନ୍ଦୋଳନ:
ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଜଗତ୍‌ସିଂହପୁର ଜିଲ୍ଲାର କୁଜଙ୍ଗ ନିକଟରେ ପ୍ରସ୍ତାବିତ ପୋସ୍କୋ ଇସ୍ପାତ କାରଖାନାର ଜମି ଅଧୂଗ୍ରହଣକୁ ବିରୋଧ କରି ୨୦୦୫ ମସିହାରୁ ଆନ୍ଦୋଳନ କରି ଆସୁଛି । ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ଇସ୍ପାତ କ୍ଷେତ୍ରରେ ସବୁଠାରୁ ବୃହତ୍ ୫୨,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଇଚ୍ଛାପ୍ରକାଶ କରି ପାରାଦ୍ବୀପ ନିକଟରେ ପ୍ରସ୍ତାବିତ କାରଖାନା ପାଇଁ ଜମି ଅଧୁଗ୍ରହଣ କରିବାକୁ ସରକାରଙ୍କ ସାହାଯ୍ୟ ଭିକ୍ଷା କରିଥିଲା । ମାତ୍ର ପ୍ରସ୍ତାବିତ ଅଞ୍ଚଳ ଧାନ, ପାନ ଓ ମୀନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଲାଭ କରିଥିବାରୁ ସ୍ଥାନୀୟ ଅଧ୍ଵବାସୀମାନେ ନିଜ ଘରଦ୍ଵାର ଓ ଜମିବାଡ଼ି ଛାଡ଼ିବାକୁ ରାଜି ନୁହଁନ୍ତି । ସରକାର ସ୍ଥାନୀୟ ପୋଲିସ୍ ଓ ସୁରକ୍ଷାକର୍ମୀଙ୍କ ସାହାଯ୍ୟରେ ଜମି ଅଧୁଗ୍ରହଣକୁ ତ୍ବରାନ୍ବିତ କରିବାକୁ ଚେଷ୍ଟାକରି ବିଫଳ ହୋଇଛନ୍ତି ।

ଆଦିବାସୀ ସଂପ୍ରଦାୟର ଲୋକଙ୍କ ଭିଟାମାଟି ଓ ଜଙ୍ଗଲ ଜମି ପୋସ୍କୋ ଅଞ୍ଚଳରେ ଥିବାରୁ ସରକାରଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି । ପିପିଏସ୍ଏସ୍‌ର ସଭାପତି ଅଭୟ କୁମାର ସାହୁଙ୍କୁ ଗିରଫ କରାଯାଇ ଆନ୍ଦୋଳନକୁ ପ୍ରତିହତ କରିବାପାଇଁ ସରକାରଙ୍କ ଚେଷ୍ଟା ବିଫଳ ହୋଇଛି । ସରକାରଙ୍କ ପ୍ରରୋଚନାରେ ପୋସ୍କୋ ସପକ୍ଷବାଦୀ ସଂଗଠନ ମଧ୍ୟ ଗଠିତ ହୋଇଛି । ପୋସ୍କୋର ପ୍ରସ୍ତାବିତ ଅଞ୍ଚଳ ଜନାକୀର୍ଣ୍ଣ ଓ ପରିବେଶ ଦୃଷ୍ଟିରୁ ସମୁଦ୍ର କୂଳବର୍ତୀ ଏକ ସ୍ପର୍ଶକାତର ଅଞ୍ଚଳ । ବର୍ତ୍ତମାନଯାଏ ପ୍ରକଳ୍ପ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇନାହିଁ ।

(ଖ) ସିଙ୍ଗୁର ଜମି ଅଧୁଗ୍ରହଣ ବିରୋଧୀ ଆନ୍ଦୋଳନ:
ଟାଟା ନାନୋ ସିଙ୍ଗୁର ବିବାଦ ପଶ୍ଚିମବଙ୍ଗର ହୁଗୁଳୀ ଜିଲ୍ଲାରେ ଟାଟା ମୋଟର କମ୍ପାନୀର ନାନୋ କାର୍ ଫାକ୍ତି ପ୍ରତିଷ୍ଠାକୁ ନେଇ ସୃଷ୍ଟି ହୋଇଥିଲା । ପଶ୍ଚିମବଙ୍ଗର ତତ୍‌କାଳୀନ ସରକାର ୯୯୭ ଏକର ଉର୍ବର ଚାଷଜମି ଲୋକଙ୍କଠାରୁ ଅଧୁଗ୍ରହଣ କରି ଟାଟା କମ୍ପାନୀକୁ ଦେବାକୁ ୨୦୦୬ ମସିହାରେ କାର୍ଯ୍ୟାରମ୍ଭ କରିଥିଲେ । ଏହି ଜମି ଅଧ୍ଵଗ୍ରହଣକୁ ସ୍ଥାନୀୟ ଅଧିବାସୀ ଓ ବିରୋଧୀ ଦଳର ନେତାମାନେ ପ୍ରବଳଭାବେ ବିରୋଧ କଲେ । ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ଵରେ ସେତେବେଳେ ସଙ୍ଗଠିତ “Save Farmland” ଆନ୍ଦୋଳନ ସ୍ଥାନୀୟ କୃଷକମାନଙ୍କ ସମର୍ଥନରେ ବିରୋଧକୁ ତୀବ୍ର କଲା । ତାଙ୍କ ଆନ୍ଦୋଳନକୁ ପରିବେଶବିତ୍ ମେଧା ପାଟେକର, ଲେଖୁକା ଅରୁନ୍ଧତି ରାୟ, ବୁଦ୍ଧିଜିବୀ ଅପର୍ଣ୍ଣା ସେନ୍, ସାଲୋନୀ ମିତ୍ର, ଆଦି ଅନେକ ଜଣାଶୁଣା ବ୍ୟକ୍ତିତ୍ଵ ସମର୍ଥନ କଲେ । ଫଳରେ ଟାଟା କମ୍ପାନୀ ବାଧ୍ୟରେ ପ୍ରସ୍ତାବିତ କାରଖାନାକୁ ୨୦୦୮ ମସିହାରେ ଗୁଜରାଟକୁ ସ୍ଥାନାନ୍ତର କଲା । ନିକଟରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଅଧୁଗୃହୀତ ଜମି ଲୋକମାନଙ୍କୁ ଫେରସ୍ତ ଦେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

(ଗ) ନର୍ମଦା ବଚାଓ ଆନ୍ଦୋଳନ:
ଭାରତର ପଞ୍ଚମ ବୃହତ୍ ନଦୀ ନର୍ମଦା ତିନୋଟି ରାଜ୍ୟ ଯଥା ମଧ୍ୟପ୍ରଦେଶ, ଗୁଜରାଟ୍ ଓ ମହାରାଷ୍ଟ୍ର ଦେଇ ପ୍ରବାହିତ ହେଉଛି । ଏହି ନଦୀ ଉପରେ ନର୍ମଦା ନଦୀ ଉପତ୍ୟକା ଯୋଜନା ଆନୁକୂଲ୍ୟରେ ଦୁଇଟି ବୃହତ୍ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଉଛି ଯଥା ସର୍ଦ୍ଦାର ସାଗର ପ୍ରୋଜେକ୍ଟ ଓ ନର୍ମଦା ସାଗର ପ୍ରୋଜେକ୍ଟ । ଏହି ଦୁଇଟି ଯୋଜନାଦ୍ଵାରା ୩ଟି ରାଜ୍ୟର ଅନେକ ଚାଷଜମି ଓ ଜଙ୍ଗଲ, ଗ୍ରାମ ଜଳ ପ୍ଲାବିତ ହେବା ସହ ୨୪୮ ଗ୍ରାମର ଏକ ଲକ୍ଷ ଲୋକ ବିସ୍ଥାପିତ ହେବାର ଆକଳନ କରାଯାଇଛି । ନର୍ମଦାର ଜଳକୁ ଗଚ୍ଛିତ ରଖୁ ପିଇବା ପାଣି, କୃଷିକ୍ଷେତ୍ର, ଶିଳ୍ପ ଓ ବ୍ୟବସାୟିକ ଭାବେ ବ୍ୟବହାର କରିବାକୁ ଯୋଜନାରେ ଲକ୍ଷ୍ୟ ରଖାଯାଇଛି । ୧୯୮୧ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୧୯୮୫ ମସିହାରେ ବିଶ୍ଵବ୍ୟାଙ୍ଗ୍‌ ୪୫୦ ନିୟୁତ ଆମେରିକୀୟ ଡଲାର ଲୋନ୍ ଆକାରରେ ପାଇବା ପରେ କାର୍ଯ୍ୟକୁ ତ୍ବରାନ୍ବିତ କରାଗଲା ।

ମାତ୍ର ପ୍ରକୃତପକ୍ଷେ ନିର୍ମାଣକାର୍ଯ୍ୟ ୧୯୮୮ ମସିହାରେ ଆରମ୍ଭ କରାଗଲା । ମାତ୍ର ପୁନର୍ବସତି ଓ ଥଇଥାନକୁ ନେଇ ଅନେକ ଛୋଟବଡ଼ ସଙ୍ଗଠନ ପ୍ରକଳ୍ପ ଅଞ୍ଚଳରେ ମୁଣ୍ଡ ଟେକିଲା । ସମୟକ୍ରମେ ସମସ୍ତ ସଙ୍ଗଠନ ଏକତ୍ରଭାବେ ସାମାଜିକ କର୍ମୀ ମେଧା ପାଟେକରଙ୍କ ନେତୃତ୍ବରେ ନର୍ମଦା ବଚାଓ ଆନ୍ଦୋଳନ (NBA) ନାମରେ ଏକ ସଙ୍ଗଠନ ଗଢ଼ିଲେ । ବିସ୍ଥାପନ ଓ କ୍ଷୟକ୍ଷତିର ଆକଳନରେ ତାଳମେଳ ନଥିବା ଜଣାପଡ଼ିବା ପରେ NBA ନର୍ମଦା ନଦୀ ଉପତ୍ୟକା ପ୍ରକଳ୍ପର ବିକାଶ ଆଭିମୁଖ୍ୟକୁ ସମାଲୋଚନା କରିବା ସହ ନିର୍ମାଣ କାର୍ଯ୍ୟର ବୈଧତାକୁ ପ୍ରଶ୍ନ କଲା । ୧୯୮୮ ମସିହାରେ NBA ନିର୍ମାଣ କାର୍ଯ୍ୟ ବନ୍ଦ ରଖୁବା ଉଦ୍ଦେଶ୍ୟରେ ୫୦,୦୦୦ ଲୋକଙ୍କୁ ପ୍ରଭାବିତ ଅଞ୍ଚଳରେ ସଙ୍ଗଠିତ କରି ସଂଘବଦ୍ଧ ଭାବେ ଆନ୍ଦୋଳନ ଆରମ୍ଭ କଲା ।

ଘଟଣାର ଗୁରୁତ୍ଵକୁ ଉପଲବ୍ଧ କରି ବିଶ୍ବ ବ୍ୟାଙ୍କ୍ ଏକ ଅନୁସନ୍ଧାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଲା । ଏହି ଅନୁସନ୍ଧାନ କମିଟି NBA ଉଠାଇଥବା ସମସ୍ତ ଉଦ୍‌ବେଗକୁ ସ୍ଵୀକାର କଲା । ଦେଶ ଭିତରେ ଓ ଆନ୍ତର୍ଜାତିକ ସ୍ତରରେ ପ୍ରବଳ ବିରୋଧକୁ ଆଖୁଆଗରେ ରଖ୍ ବିଶ୍ବ ବ୍ୟାଙ୍କ୍ ଶେଷରେ ଏହି ପ୍ରକଳ୍ପରୁ ଓହରିଗଲା । ମାତ୍ର ଗୁଜରାଟ ସରକାର ଅନ୍ୟ ଉତ୍ସରୁ ଲୋଆଣି ପ୍ରକଳ୍ପ କାର୍ଯ୍ୟ ଚାଲୁ ରଖୁଛନ୍ତି । ନର୍ମଦା ବଚାଓ ଆନ୍ଦୋଳନକୁ ଭାରତରେ ସର୍ବବୃହତ୍ ଜନ ଆନ୍ଦୋଳନର ମାନ୍ୟତା ଦିଆଯାଏ । ଜନସମୁଦାୟକୁ ସଚେତନ କରି ଓ ସେମାନଙ୍କୁ ସଂଗଠିତ କରି ଏହି ଆନ୍ଦୋଳନ ସରକାରଙ୍କ ଉପରେ ପ୍ରବଳ ଚାପ ପକାଇ ପାରିଥିଲା । ଆଦିବାସୀ ସଂପ୍ରଦାୟର ଲୋକମାନେ ନିଜ ଭିଟାମାଟି ଓ ଜୀବିକାର ସୁରକ୍ଷା ପାଇଁ ଏହି ଆନ୍ଦୋଳନକୁ ସର୍ବତୋଭାବେ ସାହାଯ୍ୟ ଓ ସହଯୋଗ କରିଥିଲେ ।

ଗାନ୍ଧିବାଦୀ ପ୍ରତିରୋଧ ବ୍ୟବସ୍ଥା ଉପରେ ଏହି ଆନ୍ଦୋଳନ ଆସ୍ଥା ସ୍ଥାପନ କରିଥିଲା । ବିକାଶକୁ ନେଇ ବିକଳ୍ପ ଢାଞ୍ଚା ପ୍ରସ୍ତୁତ ସମ୍ପର୍କରେ ଚିନ୍ତା କରିବାକୁ ଯୋଜନା ପ୍ରଣୟନକାରୀମାନଙ୍କ ଉପରେ ଏହି ଆନ୍ଦୋଳନ ଚାପ ସୃଷ୍ଟି କରିପାରିଥିଲା । ସାରା ଦେଶରେ ସଭ୍ୟସମାଜ, ସାମାଜିକ କର୍ମୀମାନେ ଏହି ଆନ୍ଦୋଳନକୁ ଅକୁଣ୍ଠ ଚିତ୍ତରେ ସମର୍ଥନ କରିଥିଲେ । ଏବେ ମଧ୍ୟ ଏହି ଆନ୍ଦୋଳନ ନର୍ମଦା ନଦୀ ଉପତ୍ୟକା ଅଞ୍ଚଳର ସକ୍ରିୟ ରହିଛି । ବନ୍ୟ ସମ୍ପଦର ସୁରକ୍ଷା ଓ ବଡ଼ ବଡ଼ ନଦୀବନ୍ଧ ଯୋଜନା ଆଦି ବୃହତ୍ ପ୍ରକଳ୍ପର ବିରୋଧକୁ ଆନ୍ଦୋଳନର ରୂପ ଦେବାରେ ବେସରକାରୀ ସଙ୍ଗଠନ, ପରିବେଶ କାର୍ଯ୍ୟକର୍ତ୍ତା, ତୃଣମୂଳ ସ୍ତରରେ ସଂଗଠନଗୁଡ଼ିକର ବଡ଼ ବଳିଦାନ ରହିଛି । ଆଧୁନିକତା ଓ ବିକାଶର ଅନୁପ୍ରବେଶ ଯୋଗୁଁ ମାନବୀୟ ଦୁଃଖ ଦୁର୍ଦ୍ଦଶା ବୃଦ୍ଧି ବର୍ତ୍ତମାନର ପ୍ରମୁଖ ଚର୍ଚ୍ଚିତ ବିଷୟ ।

ଆନ୍ଦୋଳନକାରୀମାନେ ପ୍ରାକୃତିକ ସମ୍ପଦର ନ୍ୟାୟସଙ୍ଗତ ବ୍ୟବହାର ସହ ଆଗାମୀ ବଂଶଧରମାନଙ୍କ ପାଇଁ ଏହାର ସଂରକ୍ଷଣ ଓ ପାରମ୍ପରିକ ଜ୍ଞାନକୌଶଳର ସଂରକ୍ଷଣକୁ ଆନ୍ଦୋଳନର ବିଷୟ ଭାବେ ଗୁରୁତ୍ଵ ଦେଉଛନ୍ତି । ଏହି ସଂରକ୍ଷଣବାଦୀ ଆନ୍ଦୋଳନକୁ ବହୁଦେଶୀୟ କମ୍ପାନୀ କେତେକ ଶିଳ୍ପପତି, ବିଦେଶୀ ଅର୍ଥ ଲଗାଣକାରୀ ସଂସ୍ଥା ଯେପରି ବିଶ୍ୱ ବ୍ୟାଙ୍କ୍ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବିରୋଧ ମଧ୍ଯ କରୁଛନ୍ତି । ସରକାରଙ୍କ ଆଭିମୁଖ୍ୟ ଅନେକ ଘଟଣାରେ ସ୍ପଷ୍ଟ ପ୍ରତୀକ ହେଉ ନଥିବାରୁ ଜନସାଧାରଣ ଦ୍ଵନ୍ଦ୍ବ ମଧ୍ୟରେ କାଳାତିପାତ କରୁଥିବାରୁ ଦେଖାଯାଉଛି ।