Odisha State Board BSE Odisha 8th Class Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର Textbook Exercise Questions and Answers.
BSE Odisha Class 8 Odia Solutions Chapter 5 ବଶିଷ୍ଠ ଓ ବିଶ୍ଵାମିତ୍ର
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର
Question ୧।
ଆସ, କଥାବାର୍ତ୍ତା ହେବା ।
(କ) ଏହି କବିତାରେ ବର୍ଣ୍ଣିତ ଘଟଣାଟି କେଉଁଠାରେ ଘଟିଥିଲା ?
Answer:
ଏହି କବିତାରେ ବର୍ଣ୍ଣିତ ଘଟଣାଟି ତାପସ ବଶିଷ୍ଠଙ୍କ ଆଶ୍ରମରେ ଘଟିଥିଲା ।
(ଖ) ଅରୁନ୍ଧତୀ କାହାକୁ ଲକ୍ଷ୍ୟକରି ‘ଆତତାୟୀ’ ବୋଲି କହିଛନ୍ତି ?
Answer:
ଅରୁନ୍ଧତୀ ବିଶ୍ୱାମିତ୍ରଙ୍କୁ ଲକ୍ଷ୍ୟକରି ‘ଆତତାୟୀ’ ବୋଲି କହିଛନ୍ତି ।
(ଗ) ବଶିଷ୍ଠ ଓ ଅରୁନ୍ଧତୀ କଥାବାର୍ତ୍ତା ବଶିଷ୍ଠ ଓ ଅରୁନ୍ଧତୀ କଥାବାର୍ତ୍ତା ହେଉଥିବା ବେଳେ କି ଘଟଣା ଘଟିଲା ?
Answer:
ବଶିଷ୍ଠ ଓ ଅରୁନ୍ଧତୀ କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ବିଶ୍ଵାମିତ୍ର ବାତ୍ୟାରେ ଉପୁଡ଼ି ପଡ଼ିଥିବା ଶାଳଗଛ ପରି ବଶିଷ୍ଠଙ୍କ ପାଦ ଉପରେ କଚାଡ଼ି ହୋଇ ପଡ଼ିଲେ । ସେ କରିଥିବା ପାଶବ ପାଶବ ପ୍ରୟାସ ପାଇଁ କ୍ଷମା କରିଦେବାକୁ କହିଲେ ।
(ଘ) ଅନୁତପ୍ତ ବିଶ୍ୱାମିତ୍ରଙ୍କୁ ଆଲିଙ୍ଗନ କରି ବଶିଷ୍ଠ କ’ଣ କହିଲେ ?
Answer:
ଅନୁତପ୍ତ ବିଶ୍ୱାମିତ୍ରଙ୍କୁ ଆଲିଙ୍ଗନ କରି ବଶିଷ୍ଠ ‘ଉଠ ଏବେ ଉଠ ହେ ମହର୍ଷି’ ବୋଲି କହିଲେ ।
(ଙ) ବଶିଷ୍ଠଙ୍କୁ ଅରୁନ୍ଧତୀ ‘ମହୀୟାନ୍ ଦେବତା’ ବୋଲି କହିବାର କାରଣ କ’ଣ ?
Answer:
ବଶିଷ୍ଠଙ୍କୁ ଅରୁନ୍ଧତୀ ‘ମହୀୟାନ୍ ଦେବତା’ ବୋଲି କହିଲେ; କାରଣ ଯେତେ ଅପରାଧ କରିଥିଲେ ମଧ୍ୟ ବଶିଷ୍ଠ ବିଶ୍ୱାମିତ୍ରଙ୍କୁ କ୍ଷମା କରିଦେଇଥିଲେ ।
(ଚ) ‘‘ନାଶ ମୋର ପାଶବ-ପ୍ରୟାସ’’- କିଏ କାହାକୁ କହିଥିଲେ ?
Answer:
‘‘ ନାଶ ମୋର ପାଶବ-ପ୍ରୟାସ ’ – ଏକଥା ବିଶ୍ୱାମିତ୍ର ବଶିଷ୍ଠଙ୍କୁ କହିଥିଲେ ।
(ଛ) କେଉଁ କଥାକୁ ଏଠାରେ ପାଶବ-ପ୍ରୟାସ ବୋଲି କୁହାଯାଇଛି ?
Answer:
ପଶୁ ଯେପରି ବିନା ବିଚାରରେ ଅନ୍ୟକୁ ଆକ୍ରମଣ କରିଥାଏ, ଠିକ୍ ସେହଜିପରି ବିଶ୍ୱାମିତ୍ର, ବଶିଷ୍ଠଙ୍କ ପୁତ୍ରକୁ ମାରିବା ପରେ, ତାଙ୍କୁ ମଧ୍ୟ ମାରିବାର ଚେଷ୍ଟା କରିଥିବାରୁ ଏଠାରେ ପାଶବ-ପ୍ରୟାସ ବୋଲି କୁହାଯାଇଛି ।
Question ୨ ।
ଆସ, ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ।
(କ) ବିଶ୍ଵାମିତ୍ରଙ୍କୁ ‘ଆତତାୟୀ’ ବୋଲି କହିବାର କାରଣ କ’ଣ ?
Answer:
ବିଶ୍ଵାମିତ୍ର ବଶିଷ୍ଠଙ୍କର ପୁତ୍ରମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିବାରୁ ତାଙ୍କୁ ବଶିଷ୍ଠଙ୍କ ପତ୍ନୀ ଅରୁନ୍ଧତୀ ଆତତାୟୀ ବୋଲି କହିଛନ୍ତି ।
(ଖ) ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କରିନଥିଲେ କାହିଁକି ?
Answer:
ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କରିନଥିଲେ; କାରଣ ବିଶ୍ଵାମିତ୍ରଙ୍କ ଅନ୍ତର ମଧ୍ଯରେ ହିଂସା, ଦ୍ବେଷ ଆଦି କୁପ୍ରବୃତ୍ତି ଥିଲା । ଯାହା ମନରେ ହିଂସା ଓ ଅହଂକାର ରହିଥାଏ, ସେ କେବେହେଲେ ମହର୍ଷି ପଦବାଚ୍ୟ ହୋଇ ନଥାଏ ।
(ଗ) ଅରୁନ୍ଧତୀ ଚମକି ପଡ଼ିବାର କାରଣ କ’ଣ ?
Answer:
ଅଚାନକଭାବେ ଭୀଷଣ ଶବ୍ଦ କରି ବିଶ୍ଵାମିତ୍ରଙ୍କ ହାତରୁ ଖଡ୍ଗ ତଳେ ପଡ଼ିଯିବାର ଶବ୍ଦ ଶୁଣି ଓ ବିଶ୍ଵାମିତ୍ର ବଶିଷ୍ଠଙ୍କ ପାଦତଳେ କଚାଡ଼ି ହୋଇ ପଡ଼ିବା ଦେଖୁ ଅରୁନ୍ଧତୀ ଚମକି ପଡ଼ିଲେ ।
(ଘ) ବିଶ୍ଵାମିତ୍ରଙ୍କ ମନରେ ଅନୁତାପ ଜାତ ହେଲା କାହିଁକି ?
ବିଶ୍ଵାମିତ୍ର ବଶିଷ୍ଠଙ୍କ ପୁତ୍ରମାନଙ୍କୁ ଗୋଟି ଗୋଟି ହତ୍ୟା କରିଥିଲେ ମଧ୍ୟ ବଶିଷ୍ଠ ନିଜର ପୁତ୍ରହନ୍ତା ବିଶ୍ଵାମିତ୍ରଙ୍କୁ ଅନ୍ତରରେ ଭଲ ପାଉଥିଲେ । ବଶିଷ୍ଠଙ୍କର ମହାନୁଭବତା ଅନୁଭବ କରି ବିଶ୍ଵାମିତ୍ରଙ୍କ ମନରେ ଅନୁତାପ ଜାତ ହୋଇଥିଲା ।
(ଙ) ବଶିଷ୍ଠଙ୍କ କଥାକୁ ବିଶ୍ଵାମିତ୍ର ଋତ-ପରିହାସ ବୋଲି ଭାବିଲେ କାହିଁକି ?
Answer:
ବଶିଷ୍ଠଙ୍କ କଥାକୁ ବିଶ୍ଵାମିତ୍ର ଋତ-ପରିହାସ ବୋଲି ଭାବିଲେ; କାରଣ ତାଙ୍କ ପରି ଜଣେ ପୁତ୍ରହନ୍ତାକୁ ପୁତ୍ରଶୋକାତୁର ପିତା କେବେହେଲେ ଭଲପାଇବା ସମ୍ଭବପର ନୁହେଁ ।
(ଚ) ଶେଷରେ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କଲେ କାହିଁକି ?
Answer:
ଶେଷରେ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କଲେ; କାରଣ ସେତେବେଳକୁ ଅନୁତାପାନଳରେ ଦଗ୍ଧ ହୋଇଥ୍ ବା ଶ୍ୱାମିତ୍ରଙ୍କ ମନରୁ ଈର୍ଷାପ୍ରଶୋଦିତ ମନେ।ଭାବ ଦୂର ହୋଇଯାଇଥ୍ ଲା ହୋଇଯାଇଥିଲା ।
(ଛ) ବିଶ୍ଵାମିତ୍ରଙ୍କ ଘରକୁ ଲୁଣ ମାଗିଯିବାକୁ ଅରୁନ୍ଧତୀ ଆପରି କରିଥିଲେ କାହିଁକି ?
Answer:
ବିଶ୍ଵାମିତ୍ର ହିଂସ୍ର ଆଚରଣ କରି ଅରୁନ୍ଧତୀଙ୍କ ପୁଅମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥ୍ ବାରୁ ଜଣେ ପୁତ୍ରହନ୍ତା ଆତତାୟୀର ଘରକୁ ଅରୁନ୍ଧତୀ ଲୁଣ ମାଗିଯିବାକୁ ଆପରି କରିଥିଲେ ।
(ଜ) ବଶିଷ୍ଠଙ୍କ ଆଗରେ କିଛି କହିବାବେଳେ ବିଶ୍ଵାମିତ୍ରଙ୍କ ଆଖୁ ଲୁହ ଝରିଯାଉଥ୍ଲା କାହିଁକି ?
ବିଶ୍ଵାମିତ୍ର ହିଂସାର ବଶବର୍ତ୍ତୀ ହୋଇ ବଶିଷ୍ଠଙ୍କର ପୁତ୍ରମାନଙ୍କୁ ହତ୍ୟା କରିଥିଲେ ମଧ୍ୟ ବଶିଷ୍ଠ ଅରୁନ୍ଧତୀଙ୍କ ଆଗରେ ସେ ବିଶ୍ଵାମିତ୍ରଙ୍କୁ ଖୁବ୍ ଭଲପାଆନ୍ତି ବୋଲି କହିଥିଲେ । ଏହା ଶୁଣିବାପରେ ବିଶ୍ଵାମିତ୍ର ବଶିଷ୍ଠଙ୍କ ମହନୀୟତା ଅନୁଭବ କରିଥିଲେ, ତେଣୁ ତାଙ୍କ ଆଗରେ କିଛି କହିବାବେଳେ ବିଶ୍ଵାମିତ୍ରଙ୍କ ଆଖୁ ଲୁହ ଝରିଯାଉଥିଲା ।
Question ୩ ।
ସରଳ ଭାଷାରେ ବୁଝାଇ ଲେଖୁ
(କ) ‘‘ମୋ ଆଖରେ ନୁହେଁ ଆତତାୟୀ
ଭଲ ପାଏ, ଡାକୁ ଭଲ ପାଏ।”
Answer:
ମୋ ଆଖ ରେ ……………………. ଭଲ ପାଏ,
ଉକ୍ତ ପଦ୍ୟାଶଟି ଆମ ପଠିତ ସାହିତ୍ୟ ପୁସ୍ତକର ‘ବଶିଷ୍ଠ ଓ ବିଶ୍ଵାମିତ୍ର’ କବିତାରୁ ଉଦ୍ଧାର କରାଯାଇଛି । ଏଠାରେ କବି ଅନନ୍ତ ପଟ୍ଟନାୟକ ପୁତ୍ରଶୋକାତୁରା ଜନନୀ ଅରୁନ୍ଧତୀଙ୍କ ପ୍ରଶ୍ନରେ ସ୍ଵାମୀ ବଶିଷ୍ଠଙ୍କ ମାନସିକ ପ୍ରତିକ୍ରିୟାର ସୂଚନା ଦେଇ ତାଙ୍କର ମହାନତାର ଗୁଣକୀର୍ତ୍ତନ କରିଛନ୍ତି ।
ଅରୁନ୍ଧତୀ ବଶିଷ୍ଠଙ୍କୁ ଘରେ ରନ୍ଧନ କାର୍ଯ୍ୟ ପାଇଁ ଲବଣ ନ ଥିବା କଥା ଜଣାଇଥିଲେ । ନିକଟସ୍ଥ ବିଶ୍ଵାମିତ୍ରଙ୍କ ଆଶ୍ରମରୁ ଲବଣ ଧାର ଆଣି କାମ ଚଳାଇନେବାକୁ ବଶିଷ୍ଠ ପତ୍ନୀଙ୍କୁ ଆଦେଶ ଦେଇଥିଲେ । ଏଥିରେ ପ୍ରତିବାଦ ଜଣାଇଥିଲା ଅରୁନ୍ଧତୀଙ୍କ ମାତୃହୃଦୟ; କାରଣ ଆତତାୟୀ ନିଷ୍ଠୁର ବିଶ୍ଵାମିତ୍ର ତାଙ୍କର ପୁତ୍ରମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିଲେ । ଜଣେ ପୁତ୍ର ଦୃଷ୍ଟିରେ ଦେଖୁପାରିବ ନାହିଁ । ସେପରି ଏକ ବ୍ୟକ୍ତିର ଆଶ୍ରମରୁ ଦୃଷ୍ଟିରେ ଦେଖୁପାରିବ ନାହିଁ । ସେପରି ଏକ ବ୍ୟକ୍ତିର ଆଶ୍ରମରୁ ଲୁଣ ଧାର ମାଗିବାକୁ ଯିବା ତାଙ୍କ ପକ୍ଷେ କେବେ ସମ୍ଭବପର ନୁହେଁ ।
ପ୍ରତ୍ୟୁତ୍ତରରେ ବଶିଷ୍ଠ ପତ୍ନୀଙ୍କୁ ଅବଗତ କରାଇଥିଲେ ଯେ ତାଙ୍କ ଆଦେଶ କେବେ ଭାଗ୍ୟର ଉପହାସ ନୁହେଁ; କାରଣ ବିଶ୍ଵାମିତ୍ର ତାଙ୍କର ପୁତ୍ରହନ୍ତା ବୋଲି ଜାଣି ସୁଦ୍ଧା ସେ ତାଙ୍କୁ ଆଦୌ ଘୃଣାଚକ୍ଷୁରେ ଦେଖନ୍ତି ନାହିଁ । ଏବେ ବି ସେ ଆନ୍ତରିକ ଭାବରେ ତାଙ୍କୁ ପୂର୍ବପରି ଭଲପାଉଛନ୍ତି । ବିଶ୍ୱାମିତ୍ରଙ୍କ ପରି ଅପରିଣାମଦର୍ଶୀ ପ୍ରତିଶୋଧପରାୟଣ ହେବାକୁ ବଶିଷ୍ଠ ଜମା ମସନ୍ଦ କରିନାହାନ୍ତି। ଏଠ।ରେ ଅପରାଧା – ନିରପରାଧ ସମସ୍ତ୍ରଙ୍କୁ ଭଲପାଇବାର ସ୍ନେହ – କରୁଣା ବନ୍ଧନରେ ବାନ୍ଧି ରଖିବାକୁ କବି ଆହ୍ବାନ ଜଣାଇଛନ୍ତିା
(ଖ) ‘‘ମହୀୟାନ୍ ଦେବତାରେ ଭଲା
ଜାଣିଥାନ୍ତି ମୁହିଁ କେଉଁପରି ।’’
Answer:
“ମହାୟାନ୍ ……………….. କେଉଁପରି।”
ଉକ୍ତ ପଦ୍ୟାଶଟି କବି ଅନନ୍ତ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ବଶିଷ୍ଠ ଓ ବିଶ୍ୱାମିତ୍ର’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ ଋଷି-ପତ୍ନୀ ଅରୁନ୍ଧତୀ ସ୍ବାମୀ ବଶିଷ୍ଠଙ୍କ ମହାନ୍ ହୃଦୟବତ୍ତାର ପରିଚୟ ପାଇଥବା କଥା ବର୍ଣ୍ଣନା କରିଛନ୍ତି ।
ବିଶ୍ଵାମିତ୍ର ଥିଲେ କ୍ରୋଧ ଓ ପ୍ରତିହିଂସାର ଅବତାର । ମହର୍ଷି ବଶିଷ୍ଠ ଥିଲେ ସ୍ନେହ ଓ ସଦିଚ୍ଛାର ବାର୍ଭାବହ । ବିଶ୍ୱାମିତ୍ର ନିଜର ନିଷ୍ଠୁର ସ୍ଵଭାବର ପରିଚୟ ଦେଇ ବଶିଷ୍ଠଙ୍କ ପୁତ୍ରମାନଙ୍କୁ ଅତି ନିଷ୍ଠୁର ଭାବରେ ହତ୍ୟା କରିଥିଲେ; ତଥାପି କ୍ଷମାସ୍ନିଗ୍ଧ ଅନ୍ତରର ଭାବୋଚ୍ଛାସ ନେଇ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ଅତି ଭଲ ପାଉଥିଲେ ବୋଲି ପତ୍ନୀ ଅରୁନ୍ଧତୀଙ୍କ ନିକଟରେ ପ୍ରକାଶ କରିଥିଲେ । ସ୍ଵାମୀଙ୍କର ଏହି ଅଦ୍ଭୁତ ଅପୂର୍ବ ମନୋଭାବକୁ ପୁତ୍ରଶୋକାତୁରା ଜନନା ଅରୁନ୍ଧତା ବୁଝିନପାରି ଚକିତ ହୋଇଯାଇଥିଲେ । ଜଣେ ପୁତ୍ରହନ୍ତା ପ୍ରତି ପୁତ୍ରହରା ପିତାର ଏହି ଅନୁକମ୍ପା ଅରୁନ୍ଧତୀଙ୍କ ପାଇଁ ସମ୍ପୂର୍ଣ୍ଣ ଅସ୍ଵାଭାବିକ ଥିଲା ।
ଇତ୍ୟବସରରେ ବଶିଷ୍ଠଙ୍କୁ ହତ୍ୟା କରିବାକୁ ଆସିଥିବା ବିଶ୍ୱାମିତ୍ର ବିଶିଷ୍ଠଙ୍କର ଅନାବିଳ ହୃଦୟୁର ମହାନତାର ପରିଚୟ ପାଇ ଅନୁତାପ କରିଥିଲେ ଓ ତାଙ୍କ ପାଦ ଧରି କ୍ଷମାଭିକ୍ଷା କରିଥିଲେ । ପ୍ରତିହିଂସାର ଅଶୁବିନ୍ଦୁ ତାଙ୍କ ଆଖୁ ଲୁହ ହୋଇ ଝରିଯାଇଥିଲା । ବଶିଷ୍ଠ ତାଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କରି ଆଲିଙ୍ଗନ କରିଥିଲେ । ଏଥର ପତିଦେବତାଙ୍କର ଦେବୋପମ ହୃଦୟର ପରିଚୟ ପାଇପାରିଥିଲେ ପତ୍ନୀ ଅରୁନ୍ଧତୀ । ତାଙ୍କ ନୟନରୁ ଆନନ୍ଦାଶୁ ନିଗିଡ଼ି ପଡ଼ିଥିଲା । ଏଠାରେ ସମାଜରୁ ପାଶବ ପ୍ରବୃତ୍ତିକୁ ବିଲୋପ କରି ସ୍ନେହ ଓ ସଦ୍ଭାବନା ପ୍ରତିଷ୍ଠା କରିବାକୁ କବି ଆହ୍ୱାନ ଜଣାଇଛନ୍ତି ।
(ଗ) “କ୍ଷମାକରେ, କ୍ଷମାକର ମୋତେ
ନାଶ ମୋର ପାଶବ – ପ୍ରୟାସ”
Answer:
“କ୍ଷମାକରେ ………………. ପାଶବ – ପ୍ରୟାସ।
ଉକ୍ତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘ବଶିଷ୍ଠ ଓ ବିଶ୍ଵାମିତ୍ର’ କବିତାରୁ ଉଦ୍ଧାର କରାଯାଇଛି । ଏଠାରେ କବି ଅନନ୍ତ ପଟ୍ଟନାୟକ ଅନୁତାପ ଅନଳରେ ଦଗ୍ଧଭୂତ ହୋଇଥିବା ବିଶ୍ଵାମିତ୍ରଙ୍କ ମନୋଭାବକୁ ପରିପ୍ରକାଶ କରିଛନ୍ତି । ବଶିଷ୍ଠ ପନ୍ତ୍ର ଅରୁନ୍ଧତୀଙ୍କୁ ଜଣାଇଛନ୍ତି, ସେ କେବେବି ବିଶ୍ଵାମିତ୍ରଙ୍କୁ ହୀନ ଦୃଷ୍ଟିରେ ଦେଖୁ ନାହାନ୍ତି । ତାଙ୍କ ମନରେ ଏବେବି ବିଶ୍ୱାମିତ୍ରଙ୍କ ପ୍ରତି ରହିଛି ଅମାପ ଭଲ ପାଇବା । ଆତତାୟୀ ଭାବେ ଲୁଚି ରହିଥିବା ବିଶ୍ଵାମିତ୍ର, ବଶିଷ୍ଠଙ୍କ କଥା ଶୁଣିଛନ୍ତି । ତାଙ୍କ ମନରେ ଥିବା ହିଂସା ଓ ଅହଙ୍କାର ଭାବ ଦୂରେଇ ଯାଇଛି । ହଠାତ୍ ଝଡ଼ ବେଗରେ ଶାଳତରୁ ଭୂଲୁଣ୍ଠିତ ହେବାପରି ବଶିଷ୍ଠଙ୍କ ପଦଯୁଗଳରେ ବିଶ୍ଵାମିତ୍ର ଲୋଟି ପଡ଼ିଛନ୍ତି ।
ତାଙ୍କ ହସ୍ତରୁ ଖଡ୍ଗ ଭୂପତିତ ହୋଇଛି । ଏ ଦୃଶ୍ୟ ଦେଖୁ ହତଚକିତ ହୋଇ ଯାଇଛନ୍ତି ଅରୁନ୍ଧତୀ । ବିଶ୍ୱାମିତ୍ରଙ୍କ ନୟନ ଯୁଗଳ ଅନୁତାପର ଅଶ୍ରୁଜ୍ବାଳାରେ ବଶିଷ୍ଠଙ୍କ ପଦଧୌତ କରିଛି । ବାଞ୍ଛାୟିତ କଣ୍ଠରେ ସେ କ୍ଷମାପ୍ରାର୍ଥନା କରିଛନ୍ତି । ତାଙ୍କ ମନରେ ରହିଥିବା ପାଶବିକ ଭାବକୁ ଦୂରେଇ ଦେବାକୁ ସେ କରିଛି । ବାଞ୍ଛାୟିତ କଣ୍ଠରେ ସେ କ୍ଷମାପ୍ରାର୍ଥନା କରିଛନ୍ତି । ତାଙ୍କ ମନରେ ରହିଥିବା ପାଶବିକ ଭାବକୁ ଦୂରେଇ ଦେବାକୁ ସେ ଅନୁରୋଧ କରିଛନ୍ତି ।
Question ୪।
ଆସ, ୧୦୦ରୁ ୧୨୦ ଶବ୍ଦ ମଧ୍ଯରେ ତଳ ପ୍ରଶ୍ନଗୁଡିକର ଉତ୍ତର ଲେଖୁବା ।
(କ) ପଠିତ କବିତା ଆଧାରରେ ବଶିଷ୍ଠଙ୍କ ଚରିତ୍ରର ମହନୀୟତା ବର୍ଶନ କର ।
Answer:
ପ୍ରକାଶ କରିଥିଲେ ବି ଅନେକ ସମୟରେ ମାନବବାଦୀ ଆବେଦନ ସୃଷ୍ଟି କରିଥା’ନ୍ତି । ତାଙ୍କର କବିତା ପୁସ୍ତକଗୁଡ଼ିକ ମଧ୍ୟରେ କବି ଅନନ୍ତ ପଟ୍ଟନାୟକ ଜଣେ ପ୍ରଗତିଶୀଳ କବି । ସେ ତାଙ୍କର କବିତାରେ ସମାଜବାଦୀ ଚିନ୍ତାଧାରାକୁ ‘ରକ୍ତଶିଖା’, ‘ଶାନ୍ତଶିଖା’, ‘ତର୍ପଣ କରେ ଆର୍ଜି, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ ପ୍ରଧାନ । ଏହି କବିତା ସଙ୍କଳନଗୁଡ଼ିକରେ ସେ ଯେଉଁ କବିତା ସଂଯୋଜିତ କରିଛନ୍ତି, ସେଥିରେ ସେ ନିଜର ସମାଜସଚେତନ ଦୃଷ୍ଟିଭଙ୍ଗୀକୁ ପ୍ରକାଶ କରିଛନ୍ତି । ଆଲୋଚ୍ୟ କବିତାଟି ଏକ ପୌରାଣିକ ଆଖ୍ୟାୟିକ ଉପରେ ଆଧାରିତ । ଏଥରେ କବି ହିଂସା, କ୍ରୋଧ, ଅସହିଷ୍ଣୁତା ଉପରେ ସଦ୍ଭାବ, ପ୍ରେମ ଓ କ୍ଷମାର ବିଜୟ ଘୋଷଣା କରିଛନ୍ତି । ପାରସ୍ପରିକ ବୁଝାମଣାଦ୍ୱାରା ଯେ ମାନବିକ ସଂପ୍ରୀତି ସୃଷ୍ଟି ହୋଇପାରେ, ତାହା କବି ବଶିଷ୍ଠ ଓ ବିଶ୍ଵାମିତ୍ର ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ।
ସାହିତ୍ୟରେ ଚରିତ୍ର ଚିତ୍ରଣ ଏକ ଅପୂର୍ବ କଳା । ଚରିତ୍ରମାନେ କବି ବା ସାହିତ୍ୟିକ ହୃଦୟର ଯଥାର୍ଥ ପ୍ରତିନିଧୂ । କବି ଯାହା ଚାହେଁ ତାହା ସିଧାସଳଖ ପ୍ରକାଶ ନକରି, ତାହା ତାଙ୍କ ଉପସ୍ଥାପିତ ଚରିତ୍ର ମାଧ୍ୟମରେ ପ୍ରକାଶ କରିଥା’ନ୍ତି । ଏଠାରେ କବି ବିଶିଷ୍ଠ ଚରିତ୍ର ମାଧ୍ୟମରେ ଦୃଢ଼ ମାନବିକ ଭାବର ପରିପ୍ରକାଶ କରିଛନ୍ତି । କବିତାରେ ବଶିଷ୍ଠଙ୍କୁ ଜଣେ ସହିଷ୍ଣୁ, କ୍ଷମାଶୀଳ, ଅକ୍ରୋଧୀ ଭାବରେ କବି ବର୍ଣ୍ଣନା କରିଛନ୍ତି ।
କବିତାର ଆରମ୍ଭରେ କବି ତାଙ୍କୁ ଜଣେ ସାଧାରଣ ସାଂସାରିକ ମଣିଷ ଭାବରେ ବର୍ଣ୍ଣନା କରିଛନ୍ତି । ବଶିଷ୍ଠ ସାଧାରଣ ସଂସାରୀ ଭାବରେ ଅଭାବ ଅସୁବିଧା, ଥିଲା ନଥିଲାର ସମସ୍ୟା ଦେଇ ଆଶ୍ରମିକ ଜୀବନଯାପନ କରିଛନ୍ତି । କୌଣସି ଏକ ବର୍ଷଣମୁଖର ସନ୍ଧ୍ୟାରେ ପତ୍ନୀ ଅରୁନ୍ଧତୀ ବଶିଷ୍ଠଙ୍କୁ ଜଣାଇଛନ୍ତି ଯେ ରୋଷେଇ ପାଇଁ ଲବଣ ନାହିଁ । ବଶିଷ୍ଠ ଏହି ସମସ୍ୟା ପାଇଁ ସାମାନ୍ୟ ବ୍ୟସ୍ତ ହୋଇନାହାଁନ୍ତି । ବରଂ ସହଜ ସମାଧାନର ସୂତ୍ର ବାହାର କରି ଋଷିପତ୍ନୀଙ୍କୁ ସେ ପାଖରେ ଥିବା ବିଶ୍ଵାମିତ୍ର ଆଶ୍ରମରୁ କିଛି ଲବଣ ମାଗି ଆଣିବାପାଇଁ କହିଛନ୍ତି ।
ପତ୍ନୀ ଅରୁନ୍ଧତୀ ସ୍ଵାମୀ ବଶିଷ୍ଠଙ୍କ କଥାକୁ ଠିକ୍ ରୂପେ ଗ୍ରହଣ କରି ନାହାଁନ୍ତି I ପୁତ୍ର ହତ୍ୟାକାରୀ ବିଶ୍ଵାମିତ୍ରଙ୍କ ଆଶ୍ରମକୁ ଯିବାକୁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି । ବଶିଷ୍ଠ ଅରୁନ୍ଧତୀଙ୍କୁ ବୁଝାଇ କହିଛନ୍ତି ଯେ ସେ ଏବେ ମଧ୍ୟ ବିଶ୍ଵାମିତ୍ରଙ୍କ ପ୍ରତି ଶୁଭଦୃଷ୍ଟି ରଖୁଛନ୍ତି । ବିଶ୍ୱାମିତ୍ରଙ୍କ ପ୍ରତି ତାଙ୍କ ଭଲପାଇବା ଏବେ ମଧ୍ୟ ପୂର୍ବ ପରି ରହିଛି । କ୍ଷମାଶୀଳ ବଶିଷ୍ଠ କହିଛନ୍ତି-
“ଭାଗ୍ୟରେ ଏ ନୁହେଁ ଉପହାସ
ତା’ ର ଧର୍ମେ କଲ୍ୟାଣ ମୁଁ ଗାହେଁ,
ମୋ ଆଖିରେ ନୁହେଁ ଆତତାୟା
ଭଲ ପାଏ, ତାକୁ ଭଲ ପାଏ।”
ଏଭଳି ବକ୍ତବ୍ୟରୁ ବଶିଷ୍ଠଙ୍କର ଉଦାର ମାନବିକ ଚିନ୍ତାଧାରାର ପରିପ୍ରକାଶ ହୋଇଥାଏ । ପୁତ୍ର ହତ୍ୟାକାରୀକୁ ସେ ସହଜ ସୁଲଭ ଗୁଣରେ ଗ୍ରହଣ କରି ନେଇଛନ୍ତି । ପତ୍ନୀଙ୍କର ଅଭିମାନରେ ସେ କୌଣସି ପ୍ରକାରେ ପ୍ରଭାବିତ ହୋଇନାହାଁନ୍ତି । ବିଶ୍ୱାମିତ୍ରଙ୍କ ପାଶବିକ ବ୍ୟବହାର କୌଣସି ପ୍ରକାରେ ତାଙ୍କୁ ନିଜ ସ୍ଥିତିରୁ ବିଚ୍ୟୁତ କରିପାରି ନାହିଁ ।
ଅରୁନ୍ଧତୀ ବଶିଷ୍ଠଙ୍କ ନିକଟରେ ଅଭିଯୋଗ କରିବା ଶୈଳୀରେ କହିଛନ୍ତି, ‘ପ୍ରକୃତରେ ତୁମେ ଯଦି ବିଶ୍ୱାମିତ୍ରଙ୍କୁ ଭଲ ପାଅ, ତାହାଙ୍କୁ ମହର୍ଷି ବୋଲି କାହିଁକି ଡାକିଲ ନାହିଁ ।’ ନିଜ ପତ୍ନୀ ଅରୁନ୍ଧତୀଙ୍କୁ ବୁଝାଇବାକୁ ଯାଇ ବଶିଷ୍ଠ କହିଛନ୍ତି, ‘ଯେହେତୁ ମୁଁ ବିଶ୍ଵାମିତ୍ରର ପ୍ରକୃତ ଉନ୍ନତି ଚାହେଁ ଓ ତାହାକୁ ପ୍ରାଣର ସହ ଭଲପାଏ, ସେଥିପାଇଁ ତାହାକୁ ମହର୍ଷି ବୋଲି ଡାକିପାରି ନାହିଁ ।’
ବଶିଷ୍ଠ ଧୈର୍ଯ୍ୟର ସହିତ ବିଶ୍ୱାମିତ୍ରଙ୍କର ହୃଦୟ ପରିବର୍ତ୍ତନକୁ ଅପେକ୍ଷା କରି ରହିଥିଲେ । ବିଶ୍ୱାମିତ୍ରଙ୍କ ହୃଦୟରେ ଥିବା ଅହଂଭାବ ଓ ଆତତାୟୀ ମନୋଭାବକୁ ସେ ବଦଳାଇ ଦେବାକୁ ଚାହିଁଥିଲେ । ବିଶ୍ୱାମିତ୍ର ତାଙ୍କର ଯେତେ କ୍ଷତି କଲେ ମଧ୍ୟ ସେ କୌଣସି ପ୍ରକାରେ କ୍ରୋଧ ପ୍ରକାଶ କରିନଥିଲେ । ବରଂ ଅକ୍ରୋଧୀ ଭାବରେ ସେ ବିଶ୍ୱାମିତ୍ରଙ୍କ ପ୍ରତି ଶୁଭ ଭାବନା ରଖୁଥିଲେ । ବଶିଷ୍ଠଙ୍କର ଏହି ଭାବ ବିଶ୍ଵାମିତ୍ରଙ୍କ ହୃଦୟରେ ଆଣିଥିଲା ପରିବର୍ତ୍ତନ । ବଶିଷ୍ଠଙ୍କ ହୃଦୟର ଗଭୀରତାକୁ ବିଶ୍ଵାମିତ୍ର ବୁଝିପାରିଥିଲେ । ସେ ଆତତାୟୀ ଭାବରେ ଆସିଥିଲେ ବି ଜଣେ ଅସହାୟ ମଣିଷ ଭାବରେ ବଶିଷ୍ଠଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥିଲେ । ବିଶ୍ୱାମିତ୍ରଙ୍କର ହୃଦୟ ପରିବର୍ତ୍ତନରେ ବଶିଷ୍ଠ ବିମୋହିତ ହୋଇଥିଲେ । ସେ ଆନନ୍ଦ ମନରେ କ୍ଷମାପ୍ରାର୍ଥନା କରୁଥିବା ବିଶ୍ଵାମିତ୍ରଙ୍କୁ କୋଳେଇ ନେଇଥିଲେ । ତାଙ୍କୁ ‘ମହର୍ଷି’ ଭାବରେ ସମ୍ବୋଧନ କରିଥିଲେ । କବିଙ୍କ ଭାଷାରେ
“ଚିଶ୍ୱାମିତ୍ରେ ତୋଳି ଭୂମିତଳୁ
ସତେ ଅବା ଅମୃତ ବରଷି,
ସ୍ନେହଭରେ କହିଲେ ବଶିଷ୍ଠ,
‘ଉଠ ଏବେ ଉଠ ହେ ମହର୍ଷା”
ବାସ୍ତବରେ ବଶିଷ୍ଠଙ୍କର ଧୈର୍ଯ୍ୟ, ଉଦାର ମାନବିକ ଭାବ ଓ କ୍ଷମାଶୀଳତାକୁ କବି ସୁନ୍ଦର ଭାବରେ ପ୍ରକାଶ କରି ତାଙ୍କ ଚରିତ୍ରର ମହତ୍ତ୍ବ ପ୍ରତିପାଦନ କରିଛନ୍ତି ।
(ଖ) ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ସମ୍ବୋଧନ କରିବାପାଇଁ ବଶିଷ୍ଠ ଏତେ ବିଳମ୍ବ କଲେ କାହିଁକି ?
Answer:
ଶୌର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ଗାଥା ଗାଇ ସାମାଜିକ ଅସଙ୍ଗତି ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ସୈନିକକବି ଅନନ୍ତ ପଟ୍ଟନାୟକ । ତାଙ୍କ ଶାଣିତ ଲେଖନୀର ମୁଖ୍ୟ ସ୍ଵର ଥିଲା ମାନବବାଦର ଜୟଗାନ କରିବା । ନୂତନ ଛନ୍ଦ, ଚେତନଶୀଳ ଦୃଷ୍ଟିଭଙ୍ଗୀ ଓ ମଧୁର ଭାଷା-ଶୈଳୀ ନେଇ କବି ରଚନା କରିଛନ୍ତି ‘ଶାନ୍ତଶିଖା’, ‘ତର୍ପଣ କରେ ଆର୍ଜି, ‘ଅଲୋଡ଼ା ଲୋଡ଼ା’, ‘ଛାଇର ଛିଟା’, ‘କିଞ୍ଚିତ୍’, ‘ ଅବାନ୍ତର’ ଇତ୍ୟାଦି ବହୁଜନପ୍ରିୟ କବିତା ସଞ୍ଚୟନ । ଆଲୋଚ୍ୟ କବିତା ‘ବଶିଷ୍ଠ ଓ ବିଶ୍ଵାମିତ୍ର’ ମାନବତାର ମାନ୍ୟତା ନେଇ ଏକ ପୌରାଣିକ ଆଖ୍ୟାୟିକା ଉପରେ ଆଧାରିତ । ତପସିଦ୍ଧ ହୋଇ ପ୍ରଚଣ୍ଡ ମନ୍ତ୍ରଶକ୍ତିର ଅଧିକାରୀ ହେଲେ ବି ଜଣେ ଅହଂକାରୀ, କ୍ରୋଧୀ ଓ ହିଂସ୍ର ପାଶବ ସ୍ଵଭାବର ଉଗ୍ରତପା ବ୍ୟକ୍ତି କେବେହେଲେ ‘ମହର୍ଷି’ ପଦବାଚ୍ୟ ନୁହେଁ ବୋଲି କବି ଏଠାରେ ଉଲ୍ଲେଖ କରିଛନ୍ତି ।
ଏକ କ୍ଷମାସ୍ନିଗ୍ଧ ହୃଦୟରୁ ମହତ୍ତର ସୁଗନ୍ଧି ବିଚ୍ଛୁରିତ ହୋଇଥାଏ । ଜଣେ ଶ୍ରେଷ୍ଠ ସାଧକ ହୋଇପାରେ; କିନ୍ତୁ ଲୋକପ୍ରୀତିପ୍ରଣୋଦିତ କିଛି ତ୍ୟାଗ ନ ଥିଲେ, ସଂପ୍ରୀତି ଓ ପାରସ୍ପରିକ ବୁଝାମଣା ନ ଥିଲେ ସେହି ବ୍ୟକ୍ତି କେବେ ମହାନ୍ ହୃଦୟବତ୍ତାର ଅଧିକାରୀ ହୋଇପାରିବ ନାହିଁ । ହିଂସା, କ୍ରୋଧ, ଅସହିଷ୍ଣୁତା ଉପରେ ସଦ୍ଭାବ, ପ୍ରେମ ଓ କ୍ଷମାର ବିଜୟ ଘୋଷଣା କରିପାରିଥିବା ବ୍ୟକ୍ତି ପ୍ରକୃତରେ ସ୍ମରଣୀୟ ଓ ବରଣୀୟ । ଉପରୋକ୍ତ ଦୁଇଟି ଭିନ୍ନ ସ୍ବଭାବର ବ୍ୟକ୍ତି ଥିଲେ ବିଶ୍ଵାମିତ୍ର ଓ ବଶିଷ୍ଠ ।
ଉଗ୍ରତପା ବିଶ୍ଵାମିତ୍ର ପ୍ରଚଣ୍ଡ ମନ୍ତ୍ରଶକ୍ତିର ଅଧିକାରୀ ହୋଇଥିଲେ । ତପସିଦ୍ଧି ପରେ ସେ ନିଜକୁ ‘ମହର୍ଷି’ ରୂପରେ ବିବେଚନା କରିଥିଲେ । ମହର୍ଷି ବଶିଷ୍ଠଙ୍କଦ୍ୱାରା ସେ ‘ମହର୍ଷି’ ବୋଲି ସମ୍ବୋଧ ହେବାକୁ କାମନା କରିଥିଲେ । ତାଙ୍କ ତପ- ବଳରେ ପ୍ରୀତ ହୋଇ ବଶିଷ୍ଠ ତାଙ୍କୁ ‘ବିଶ୍ୱସ୍ୟ ମିତ୍ର’ ଓ ‘ରାଜର୍ଷି’ ବୋଲି ସମ୍ବୋଧନ କରିଥିଲେ; କିନ୍ତୁ ‘ମହର୍ଷି’ କହି ନଥିଲେ । ଏଥିରେ କ୍ଷୁବ୍ଧ ହୋଇଥିଲେ ବିଶ୍ଵାମିତ୍ର । ନିଜର ପାଶବ-ପ୍ରବୃତ୍ତି ନେଇ କ୍ରୋଧାନ୍ଧ ବିଶ୍ଵାମିତ୍ର ବଶିଷ୍ଠ ଓ ଅରୁନ୍ଧତୀଙ୍କ ପୁତ୍ରମାନଙ୍କୁ ଗୋଟି ଗୋଟି କରି ଆତତାୟୀରୂପେ ହତ୍ୟା କରିଥିଲେ । ସ୍ଥିତପ୍ରଜ୍ଞ ବଶିଷ୍ଠ ଏଥିରେ କିନ୍ତୁ ଅବିଚଳିତ ରହିଥିଲେ;
ମାତ୍ର ଶୋକାକୁଳିତ ହୋଇ ପଡ଼ିଥିଲେ ପୁତ୍ରବିରହବିଧୁରା ଜନନୀ ଅରୁନ୍ଧତୀ । ଦିନେ ବଶିଷ୍ଠ ଅରୁନ୍ଧତୀଙ୍କୁ ବିଶ୍ଵାମିତ୍ରଙ୍କ ଆଶ୍ରମରୁ ଲବଣ ଧାର ଆଣିବାପାଇଁ କହିବାରୁ ନିଜର ପୁତ୍ରହନ୍ତାଙ୍କ ଘରକୁ ଯିବାପାଇଁ ସେ ଅନିଚ୍ଛା ପ୍ରକାଶ କରିଥିଲେ । ପ୍ରତ୍ୟୁତ୍ତରରେ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ ପୂର୍ବବତ୍ ଭଲ ପାଉଛନ୍ତି ବୋଲି କହିଥିଲେ । କବିଙ୍କ ଭାଷାରେ –
‘ମହର୍ଷି ମୁଁ ଡାକି ନାହିଁ ତାକୁ
ପ୍ରାଣେ ପ୍ରାଣେ ଭଲ ପାଏ ବୋଲି ।’’
ବଶିଷ୍ଠଙ୍କୁ ହତ୍ୟା କରିବାକୁ ଯାଇଥିବା ବିଶ୍ଵାମିତ୍ର ବଶିଷ୍ଠ ଓ ଅରୁନ୍ଧତୀଙ୍କ କଥୋପକଥନରୁ କ୍ଷମାଶୀଳ ବଶିଷ୍ଠଙ୍କ ମହାନ୍ ହୃଦୟବତ୍ତାର ପରିଚୟ ପାଇପାରିଛନ୍ତିା ଅନୁତାପାନକରେ ତାଙ୍କର କ୍ରେ।ଧଜର୍ଜରିତ ହୃଦୟ ଶୁର୍ଦ୍ଧ ସୁବର୍ଣ୍ଣପରି ପପିତ୍ର – ତ୍ତଜ୍ଣକ ହୋଇଯାଇଛି । ତାଙ୍କ ହାତରେ ଥିବା ଶାଣିତ କରବାଳ ଭୂଲୁଣ୍ଠିତ ହୋଇଛି । ସେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି । ତାଙ୍କ ମନରେ ଭାବାନ୍ତର ସୃଷ୍ଟି ହୋଇଛି । ହିଂସ୍ରତା, କ୍ରୂରତା, କ୍ରୋଧ, ପ୍ରତିହିଂସା ପ୍ରଭୃତି ପାଶବ ପ୍ରବୃତ୍ତି ମନ-ଅଙ୍ଗନରୁ ଅପସରି ଯାଇଛି । ବଶିଷ୍ଠଙ୍କ ପାଦଧରି ସେ କ୍ଷମା ମାଗିଛନ୍ତି । ବିଶ୍ୱାମିତ୍ରଙ୍କୁ ଆଲିଙ୍ଗନାବଦ୍ଧ କରିଛନ୍ତି ବଶିଷ୍ଠ । ସ୍ନେହରେ, ମଧୁରବିନୟ ସ୍ଵରରେ ସେ ବିଶ୍ଵାମିତ୍ରଙ୍କୁ ‘ମହର୍ଷି’ ବୋଲି ସମ୍ବୋଧନ କରିଛନ୍ତି । କବିଙ୍କ ଭାଷାରେ –
‘ବିଶ୍ୱାମିତ୍ରେ ତୋଳି ଭୂମିତଳୁ
ସତେ ଅବା ଅମୃତ ବରଷି,
ସ୍ନେହଭରେ କହିଲେ ବଶିଷ୍ଠ
‘ଉଠ ଏବେ ଉଠ ହେ ମହର୍ଷି’ ।’’
ସୁତରାଂ, ବର୍ତ୍ତମାନ ବିଶ୍ଵାମିତ୍ର ଅହଂକାର, ପ୍ରତିହିଂସା ଓ କ୍ରୋଧାଦି ପଶୁ ପ୍ରବୃତ୍ତିରୁ ନିଷ୍କୃତି ଲାଭ କରି ନିଜ ହୃଦୟକୁ ଅନାବିଳ କରିପାରିଥିବାରୁ ସେ ‘ମହର୍ଷି’ ପଦବାଚ୍ୟ ହୋଇଗଲେ । ପୂର୍ବରୁ ସେ ମହର୍ଷିର ନିଜସ୍ବ ଗୁଣରେ ବିଭୂଷିତ ହୋଇ ନ ଥିବାରୁ ବିଶ୍ୱାମିତ୍ରଙ୍କୁ ‘ମହର୍ଷି’ ସମ୍ବୋଧନ କରିବାପାଇଁ ବଶିଷ୍ଠ ବିଳମ୍ବ କରିଥିଲେ ।
Question ୫।
ଅସଂପୃକ୍ତ ଶବ୍ଦଟିକୁ ବାଛି ପାଖ କୋଠରିରେ ରଖୁବା ।
(କ) ମାଧବ, କେଶବ, ବାସବ, ପାଶବ
(ଖ) ଉତ୍ତରିଲେ, ସଞ୍ଚରିଲେ, ପଚାରିଲେ, ଉଚ୍ଚାରିଲେ
(ଘ) ମହାମତି, ମହାଭୀତ, ମହାସତୀ, ମହାଯତି
Answer:
(କ) ପାଶବ,
(ଖ) ସଞ୍ଚରିଲେ,
(ଗ) ମହାଭୀତ
Question ୬ ।
ନିମ୍ନଲିଖ ଦିଆଯାଇଥିବା ଅସଜଡ଼ା ଶବ୍ଦଗୁଡ଼ିକୁ ଠିକ୍ ଭାବରେ ଲେଖୁବା ।
(କ) ଦେବତାରେ ଭଲା ମହୀୟାନ୍ କେଉଁପରି ମୁହିଁ ଜାଣିଥାନ୍ତି
(ଖ) ବିଶ୍ଵାମିତ୍ର ଯାଇ ପାଶେ କିଞ୍ଚିତ୍ ଲବଣ ମାଗିଆଣ ଘରେ
(ଗ) କରବାଳ କରେ ଏ ଶାଣିତ ଜାଣି ମୁଁ ଆଜି ଆସିଥିଲି ଯେ
Answer:
(କ) ମହୀୟାନ୍ ଦେବତାରେ ଭଲା ଜାଣିଥାନ୍ତି ମୁହିଁ କେଉଁପରି ।
(ଖ) ମାଗିଆଣ କିଞ୍ଚ୍ ଲବଣ ପାଶେ ଯାଇ ବିଶ୍ୱାମିତ୍ର ଘରେ ।
(ଗ) ଶାଣିତ ଏ କରବାଳ କରେ ଜାଣି ମୁଁ ଯେ ଆସିଥିଲି ଆଜି ।
Question ୭ ।
ଯେପରି ଉତ୍ + ତରଳ = ଉତ୍ତରଳ ହୁଏ, ସେପରି ‘ଉତ୍’ ପୂର୍ବରେ ବ୍ୟବହାର କରି ଆଉ ଦୁଇଟି ଶବ୍ଦ ଲେଖ ।
Answer:
ଉତ୍ + ତପ୍ତ = ଉତ୍ତପ୍ତ, ଉତ୍ + ଲାସ = ଉଲ୍ଲାସ ।
Question ୮।
‘ଅରୁନ୍ଧତୀ ନେତ୍ରୁ ଅଜାଣତେ ଶ୍ରାବଣର ବର୍ଷା ଗଲା ଝରି’ – ଏହି ପଂକ୍ତିରେ ଶ୍ରାବଣର ବର୍ଷା କେଉଁ ଭାବକୁ ସୂଚାଉଛି, ତାହା ନିମ୍ନରୁ ବାଛି ଲେଖୁବା ।
(କ) ଅରୁନ୍ଧତୀଙ୍କ ଆନନ୍ଦ
(ଖ) ଅରୁନ୍ଧତାଙ୍କ ଦୁଃଖ
(ଗ) ଅରୁନ୍ଧତୀଙ୍କ ଅନୁତାପ
(ଘ) ଶ୍ରାବଣ ମାସର ବର୍ଷା
Answer:
(କ) ଅରୁନ୍ଧତୀଙ୍କ ଆନନ୍ଦ
Question ୯ ।
ଆସ, ନିମ୍ନରେ ଦିଆଯାଇଥିବା ପଦଗୁଡିକୁ ଗଦ୍ୟରେ ଲେଖୁ ।
(କ) ନିର୍ଝରର ରୁଦ୍ଧ ଘୋଷ ସମ ଜଣାଇଲେ ଆବେଗ ଉଲ୍ଲାସ ।
(ଖ) ଅଦ୍ଭୁତ ଏ ଆଦେଶ ମହର୍ଷି, ଭାଗ୍ୟର ଏକ ଉପହାସ ପରି ।
(ଗ) ବାତ୍ୟା ନିକି ଶାଳବୃକ୍ଷ କାହୁଁ ପଦପ୍ରାନ୍ତେ ପିଟିଦେଲା ଆଣି ।
(ଘ) ନୁହଁ ତ ଏ ଋତୁ ପରିହାସ ଝିଙ୍ଗାସି ତ କହୁ ନାହିଁ ଛଳି ?
Answer:
(କ) ରୁଦ୍ଧ ନିର୍ଝରର ଘୋଷପରି ଆବେଗ ଉଲ୍ଲାସ ଜଣାଇଲେ ।
(ଖ) ମହର୍ଷିଙ୍କର ଅଦ୍ଭୁତ ଆଦେଶ ଭାଗ୍ୟର ଉପହାସ ଭଳି ଥିଲା ।
(ଗ) ବାତ୍ୟାରେ ଶାଳତରୁ ପିଟି ହୋଇ ପଡ଼ିଗଲା ପରି, ସେ ପାଦ ପାଖରେ ପଡ଼ିଗଲେ ।
(ଘ) ସତରେ ପରିହାସ ଓ ଛଳନା କରି ଏଭଳି ଝିଙ୍ଗାସି କହୁ ନାହଁ ତ ?
Question ୧୦ ।
‘ପାଶବ – ପ୍ରୟାସ’ କହିଲେ କେଉଁ ଅର୍ଥକୁ ବୁଝାଏ, ତାହା ତଳେ ଥିବା ଉତ୍ତରରୁ ବାଛି ଲେଖୁବା ।
(କ) ଜୀବନରୁ ମାରିଦେବା
(ଖ) ଖଣ୍ଡାରେ ହାଣିବା
(ଗ) ହତ୍ୟା କରିବା
(ଘ) ପଶୁତୁଲ୍ୟ ଚେଷ୍ଟା
Answer:
(ଘ) ପଶୁତୁଲ୍ୟ ଚେଷ୍ଟା
Question ୧୦ ।
‘ପାଶବ – ପ୍ରୟାସ’ କହିଲେ କେଉଁ ଅର୍ଥକୁ ବୁଝାଏ, ତାହା ତଳେ ଥିବା ଉତ୍ତରରୁ ବାଛି ଲେଖୁବା ।
(କ)ଜାବନରୁ ମାରିଦେବା
(ଖ) ଖଣ୍ଡାରେ ହାଣିବା
(ଗ) ବାଣ୍ୟା କରିବା
(ଘ) ପଶୁତ୍ନୁଲ୍ୟ ଚେଷ୍ଟା
Answer:
(ଘ) ପଶୁତ୍ନୁଲ୍ୟ ଚେଷ୍ଟା
Question ୧୧ ।
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର କେଉଁ ଶବ୍ଦର ଉପଯୁକ୍ତ ସମ୍ପର୍କ ରହିଛି ଯୋଡ଼ି ଲେଖ ।
‘କ’ ସ୍ତମ୍ଭ |
‘ଖ’ |
ମଧୁମୟ |
ଅଧର |
ତିମିରିତ |
ଜନନା |
ସ୍କୁରିତ |
ପ୍ରୟାସ |
ଗୋକାତୁରା |
ଲବଣ |
ଉତ୍ତରକ |
ଅଶ୍ରୁ |
ପାଶବ |
ଘର |
|
ସୁର |
Answer:
‘କ’ ସ୍ତମ୍ଭ |
‘ଖ’ |
ମଧୁମୟ |
ସୁର |
ତିମିରିତ |
ଘର |
ସ୍କୁରିତ |
ଅଧର |
ଗୋକାତୁରା |
ଜନନା |
ଉତ୍ତରକ |
ଅଶ୍ରୁ |
ପାଶବ |
ପ୍ରୟାସ |
Question ୧୨ ।
କ୍ଷମାର ମହତ୍ତ୍ବ ସମ୍ପର୍କରେ ବର୍ଣନା କରି ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁ ।
Answer:
କ୍ଷମାର ମହତ୍ତ୍ଵ : କ୍ଷମାର ମହତ୍ତ୍ବ ସ୍ଵର୍ଗୀୟ । ଏହି ଅନୁଚିନ୍ତା ଅସାଧାରଣ । କ୍ଷମାଦ୍ୱାରା ମଣିଷ ମନରେ ପରିବର୍ତ୍ତନ ଆସେ । କ୍ଷମା ପାଇଥିବା ବ୍ୟକ୍ତି ମନରେ ପ୍ରତିହିଂସା ସୃଷ୍ଟି ହୁଏ ନାହିଁ । ବରଂ ନିଜର ଭୁଲ ପାଇଁ ସେ ଅନୁତପ୍ତ ହୁଏ । କ୍ଷମା କରି ଦେଇଥିବା ବ୍ୟକ୍ତି ପ୍ରତି ସେ ଆନୁଗତ୍ୟ ପ୍ରକାଶ କରେ । ଦଣ୍ଡଦେଲେ ମଣିଷ ମନ ବଦଳିଯାଏ ନାହିଁ । ମାତ୍ର କ୍ଷମା କଲେ ମଣିଷ ମନରେ ସୁହୃଦ ଭାବ ସୃଷ୍ଟି ହୁଏ । ଆମେ ସମସ୍ତେ ଜାଣିଛେ, ମଣିଷ କେବେ ଜାଣିଶୁଣି ଭୁ ଲ କରେ ନାହିଁ । ଭୁଲ ପାଇଁ ଅନେକ ସମୟରେ ଅଶିକ୍ଷା, ପରିବେଶ ଓ ପରିସ୍ଥିତି ଦାୟୀ ହୋଇଥାଏ । ସୁତରାଂ, ଦୋଷୀକୁ ଦଣ୍ଡ ନଦେଇ, କ୍ଷମା କରିଦେଲେ ଦୋଷ କରିଥିବା ବ୍ୟକ୍ତିଠାରେ ଦେବଭାବ ସୃଷ୍ଟି ହୋଇଥାଏ ।
Question ୧୩ ।
ତଳେ ଦିଆଯାଇଥିବା ଶବ୍ଦଗୁଡିକର ଅର୍ଥକୁ ପାଖ କୋଠରିରୁ ଖୋଜି ସେହି ଶବ୍ଦ ପାଖରେ ଲେଖୁବା ।
ଆବେଗେ, ଝିଙ୍ଗାସି, ରତ, ଉପରକ, କୃପାଣ, ଗତ୍ଵର,
Answer:
ଆବେଗେ – ଦୃଦୟର ଏକ ଭାବ
ଝିଙ୍ଗାସି – ଭତ୍ସନା କରି
ରତ – ସତ୍ୟ
ଉପରକ – ଅତି ଚଞ୍ଚଳ
କୃପାଣ – ଖଡ୍ ଗ
ଗତ୍ଵର – ଅଗଣା
Question ୧୪ ।
ଠିକ୍ ଭକ୍ତି ପାଖରେ ‘✓’ ଚିହ୍ନ ଓ ଭୁଲ୍ ଭକ୍ତି ପାଖରେ ‘x’ ଚିହ୍ନ ଦେବା ।
(କ) ଅନ୍ଧାର ଯୋଗୁଁ ଅରୁନ୍ଧତୀଙ୍କୁ ରନ୍ଧନ କରିବାରେ ଅସୁବିଧା ହେଉଥିଲା ।
(ଖ) ବଶିଷ୍ଠଙ୍କ ମହାନତା ଦେଖ୍ ବିଶ୍ଵାମିତ୍ର ଅନୁତାପ କରିଥିଲେ ।
(ଗ) ବିଶ୍ଵାମିତ୍ରଙ୍କ ଆଶ୍ରମକୁ ଯିବାଲାଗି ଅରୁନ୍ଧତୀଙ୍କ ଇଚ୍ଛା ନଥିଲା ।
(ଘ) ବଶିଷ୍ଠଙ୍କ ଆଶ୍ରମରେ ବିଶ୍ଵାମିତ୍ର ନିଆଁ ଲଗାଇ ଦେଇଥିଲେ ।
Answer:
(କ) ଅନ୍ଧାର ଯୋଗୁଁ ଅରୁନ୍ଧତୀଙ୍କୁ ରନ୍ଧନ କରିବାରେ ଅସୁବିଧା ହେଉଥିଲା । (✗)
(ଖ) ବଶିଷ୍ଠଙ୍କ ମହାନତା ଦେଖ୍ ବିଶ୍ଵାମିତ୍ର ଅନୁତାପ କରିଥିଲେ । (✓)
(ଗ) ବିଶ୍ଵାମିତ୍ରଙ୍କ ଆଶ୍ରମକୁ ଯିବାଲାଗି ଅରୁନ୍ଧତୀଙ୍କ ଇଚ୍ଛା ନଥିଲା । (✓)
(ଘ) ବଶିଷ୍ଠଙ୍କ ଆଶ୍ରମରେ ବିଶ୍ଵାମିତ୍ର ନିଆଁ ଲଗାଇ ଦେଇଥିଲେ । (✗)
Question ୧୫ ।
ନିମ୍ନଲିଖତ କବିତାଂଶଟିକୁ ମନେ ପକାଇ ପୂରଣ କରିବା ଓ ତାକୁ ଆବୃତ୍ତି କରିବା ।
(କ) ଜାବନ ଏ ରକ୍ତେ ଅରୁଣିତ
_____________________॥
(ଖ) _________________
ଋଷିପନ୍ା ସତୀ ଅରୁନ୍ଧିତା ॥
(ଗ) ଗୋଟି ଗୋଟି ପୁତ୍ରଗଣ
___________________॥
Answer:
ଜାବନ ଏ ରକ୍ତେ ଅରୁଣିତ
ନୋହିଥାନ୍ତ୍ରା ଆର୍ତ୍ତ ହାହାକାରେ॥
(ଖ) ମୁଦୁ ଭାଷେ ସୁଚାଇଲେ ଆସି
ଋଷିପନ୍ା ସତୀ ଅରୁନ୍ଧିତା ॥
(ଗ) ଗୋଟି ଗୋଟି ପୁତ୍ରଗଣ
ହତ୍ୟାକଲା ଯେଉଁ ଆତତାୟା ।
ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର:
Question ୧ ।
ନିମ୍ନଲିଖ କବିତାଂଶଟିକୁ ମନେ ପକାଇ ପୂରଣ କରିବା ଓ ତାକୁ ଆବୃତ୍ତି କରିବା ।
(କ) ଅରୁନ୍ଧତୀଙ୍କୁ ହତ୍ୟା କରିବାପାଇଁ ବିଶ୍ଵାମିତ୍ରଙ୍କ ଅଭିଳାଷ ଥିଲା । (ଭୁଲ୍/ଠିକ୍)
(ଖ) ବିଶ୍ଵାମିତ୍ରଙ୍କ ପ୍ରତି ବଶିଷ୍ଠଙ୍କ ଅନ୍ତରରେ ସ୍ନେହ ଥିଲା । (ଭୁଲ୍/ଠିକ୍)
(ଗ ) ଯେତେ ଅପରାଧ କରୁଥିଲେ ମଧ୍ୟ ବଶିଷ୍ଠ ବିଶ୍ଵାମିତ୍ରଙ୍କୁ କ୍ଷମା କରିଦେଉଥିଲେ । (ଭୁଲ୍/ଠିକ୍)
Answer:
(କ) ଭୁଲ୍, (ଖ) ଠିକ୍, (ଗ) ଠିକ୍ ।
Question ୨।
କବିତାଟିରେ ବିଶ୍ଵାମିତ୍ରଙ୍କୁ ଆତତାୟୀ କୁହାଯିବାର କାରଣ କ’ଣ ?
(କ) ବଶିଷ୍ଠଙ୍କ ଆଶ୍ରମରେ ବିଶ୍ଵାମିତ୍ର ନିଆଁ ଲଗାଇ ଦେଇଥିଲେ ।
(ଖ) ବିଶ୍ଵାମିତ୍ର ବଶିଷ୍ଠଙ୍କ ଭୂସମ୍ପତ୍ତି ଜବରଦସ୍ତ ଦଖଲ କରିଥିଲେ ।
(ଗ) ବଶିଷ୍ଠଙ୍କ ପୁତ୍ରମାନଙ୍କୁ ବିଶ୍ଵାମିତ୍ର ହତ୍ୟା କରିଥିଲେ ।
(ଘ) ବିଶ୍ୱାମିତ୍ର ଅରୁନ୍ଧତୀଙ୍କୁ ଅପମାନିତ କରିଥିଲେ ।
Answer:
(ଗ) ବଶିଷ୍ଠଙ୍କ ପୁତ୍ରମାନଙ୍କୁ ବିଶ୍ଵାମିତ୍ର ହତ୍ୟା କରିଥିଲେ ।
ସଂକ୍ଷିପ୍ତ ତ୍ତରମୂଳକ ପ୍ରଶ୍ନୋତ୍ତର :
Question ୧।
ଅରୁନ୍ଧତୀ ବ୍ୟଞ୍ଜନ ପ୍ରସ୍ତୁତି ନିମନ୍ତେ ନିଜର ଅକ୍ଷମତା ପ୍ରକାଶ କଲେ କାହିଁକି ? ତାଙ୍କୁ ସ୍ଵାମୀ ବଶିଷ୍ଠ କି ପରାମର୍ଶ ଦେଲେ ?
Answer:
ଘରେ ଲବଣ ନଥିବାରୁ ଅରୁନ୍ଧତୀ ବ୍ୟଞ୍ଜନ ପ୍ରସ୍ତୁତି ନିମନ୍ତେ ନିଜର ଅକ୍ଷମତା ପ୍ରକାଶ କଲେ । ପ୍ରଶାନ୍ତ ମଧୁମୟ କଣ୍ଠରେ ବଶିଷ୍ଠ ତାଙ୍କୁ ନିକଟସ୍ଥ ବିଶ୍ଵାମିତ୍ରଙ୍କ ଆଶ୍ରମରୁ କିଛି ଲବଣ ଧାର ଆଣିବାକୁ ପରାମର୍ଶ ଦେଲେ ।
Question ୨ ।
‘ବଶିଷ୍ଠ ଓ ବିଶ୍ୱାମିତ୍ର’ କବିତାର କବି କିଏ ? ତାଙ୍କର ଦୁଇଟି ସାହିତ୍ୟକୃତିର ନାମ ଲେଖ ।
Answer:
‘ବଶିଷ୍ଠ ଓ ବିଶ୍ଵାମିତ୍ର’ କବିତାର କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ । ‘ଆଲୋଡ଼ା ଲୋଡ଼ା’ ଓ ‘ଅବାନ୍ତର’ ଦୁଇଟି ବହୁ ଜନପ୍ରିୟ ସାହିତ୍ୟକୃତି ।
Question ୩ ।
କବିତାଟିରେ କେଉଁ ଆଶ୍ରମ ବିଷୟରେ ବର୍ଣ୍ଣନା କରାଯାଇଛି ? ସେତେବେଳର ପରିବେଶ କିପରି ଥିଲା ?
Answer:
କବିତାଟିରେ ବଶିଷ୍ଠ ଋଷିଙ୍କର ଆଶ୍ରମ ବିଷୟରେ ବର୍ଣ୍ଣନା କରାଯାଇଛି । ସେଦିନ ଥିଲା ଶ୍ରାବଣୀ ପରିବେଶର ଏକ ବର୍ଷଣମୁଖର ରାତ୍ରି । ଆଶ୍ରମର ତରୁ ତୃଣ ବର୍ଷାସ୍ନାତ ଏବଂ ପୋଲାଙ୍ଗ ତେଲ ସ୍ତମିତ ଦୀପଶିଖା ତିମିରିତ ଆଶ୍ରମକୁ ଆଲେ।କିତ କରୁଥ୍ ଲା
Question ୪ ।
ପନ୍ତ୍ରୀ ଅରୁନ୍ଧତୀଙ୍କ ଅଭିଯୋଗ ଶୁଣି ବଶିଷ୍ଠ କ’ଣ କଲେ ?
Answer:
ପନ୍ଥୀ ଅରୁନ୍ଧତୀଙ୍କ ଅଭିଯୋଗ ଶୁଣି ବଶିଷ୍ଠଙ୍କ ବଦନମଣ୍ଡଳରେ ସ୍ମିତ ହାସ୍ୟରେଖା ଖେଳିଗଲା । ପତ୍ନୀଙ୍କୁ ସେ ହୃଦ୍ବୋଧ କରାଇଲେ ଯେ ସେ ବିଶ୍ଵାମିତ୍ରଙ୍କୁ ବହୁତ ଆଦର କରନ୍ତି ବୋଲି ତାଙ୍କ ଘରୁ ଲୁଣ ମାଗି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସରଳ ଭାଷାରେ ବୁଝାଇ ଲେଖ :
Question ୧।
” ବାତ୍ୟା ନିକି ଶାଳବୃକ୍ଷ କାର୍ହି
ପଦପ୍ର।ନ୍ତେ ପିଟିଦେଲା ଆଣି”
Answer:
ବାତ୍ୟା ନିକି …………………… ହେଲା ଆଣି ।
ଉକ୍ତ ପଦ୍ୟାଶଟି ଆମ ପଠିତ ସାହିତ୍ୟ ବହିର ‘ବଶିଷ୍ଠ ଓ ବିଶ୍ଵାମିତ୍ର କବିତାରୁ ଆନୀତ । ଏଠାରେ କବି ଅନନ୍ତ ପଟ୍ଟନାୟକ ଈର୍ଷାଜର୍ଜର ପ୍ରତିଶୋଧ ପରାୟଣ ବିଶ୍ଵାମିତ୍ର କିପରି ଅନୁତାପ ଦଗ୍ଧ ହୋଇ ଉଠିଛନ୍ତି, ତାହା ବର୍ଣ୍ଣନା କରିଛନ୍ତି ।
ଅରୁନ୍ଧତୀ ବଶିଷ୍ଠଙ୍କୁ ଘରେ ରନ୍ଧନ କାର୍ଯ୍ୟ ପାଇଁ ଲୁଣ ନଥିବା କଥା ଜଣାଇଥିଲେ । ବଶିଷ୍ଠ ପଡ଼ୋଶୀ ବିଶ୍ଵାମିତ୍ର ଆଶ୍ରମରୁ ଲବଣ ଧାର ଆଣିବା ପାଇଁ ପରାମର୍ଶ ଦେଇଥିଲେ । ବଶିଷ୍ଠଙ୍କ ଏଭଳି ପରାମର୍ଶକୁ ଯଥାର୍ଥ ଭାବରେ ଅରୁନ୍ଧତୀ ଗ୍ରହଣ କରି ନଥିଲେ । ଆତତାୟୀ ମନୋଭାବଯୁକ୍ତ ନିଷ୍ଠୁର ବିଶ୍ଵାମିତ୍ର ତାଙ୍କର ପୁତ୍ରମାନଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିବାରୁ ଅରୁନ୍ଧତୀ ତାଙ୍କ ଆଶ୍ରମରୁ ଲୁଣ ମାଗିବାପାଇଁ ଯିବାକୁ ଚାହିଁ ନଥୁଲେ ।
ପତ୍ନୀ ଅରୁନ୍ଧତୀଙ୍କୁ ବଶିଷ୍ଠ ଜଣାଇଲେ ଯେ ପୁତ୍ରହନ୍ତା ବୋଲି ଜାଣି ସୁଦ୍ଧା ସେ ପୁତ୍ରଘାତକ ବିଶ୍ଵାମିତ୍ରଙ୍କୁ ଘୃଣାଚକ୍ଷୁରେ ଦେଖନ୍ତି ନାହିଁ । ଏବେ ବି ସେ ଆନ୍ତରିକ ଭାବରେ ତାଙ୍କୁ ପୂର୍ବପରି ଭଲ ପାଉଛନ୍ତି । ଏକଥା ଶ୍ରବଣ କରି ଲୁଚି ରହିଥିବା ବିଶ୍ଵାମିତ୍ରଙ୍କର ଅହଙ୍କାର ସେତୁବନ୍ଧ ଭାଙ୍ଗି ଯାଇଛି । ହଠାତ୍ ଝଡ଼ବେଗରେ ଶାଳତରୁ ଭୂଲୁଣ୍ଠିତ ହେଲାପରି ବଶିଷ୍ଠଙ୍କ ପଦଯୁଗଳରେ ବିଶ୍ଵାମିତ୍ର ଲେ।ଟି ପଢିଛନ୍ତି। ତାଙ୍କ ହସ୍ତରୁ ଖଘ୍ନ ଭୂପତିତ ହୋଇଛି। ହତଚକିତ ହୋଇ ଯାଇଛନ୍ତି ଅରୁନ୍ଧତୀ । ଶବ୍ଦାୟିତ ହୋଇଉଠିଛି ପକ୍ଷୀ ନୀଡ଼ । ଇଙ୍ଗୁଦୀର ଦୀପଶିଖା ତେଜୀୟାନ୍ ହୋଇଉଠିଛି । ବିଶ୍ଵାମିତ୍ରଙ୍କ ନୟନ ଯୁଗଳ ଅନୁତାପର ଅଶ୍ରୁଜଳରେ ବଶିଷ୍ଠଙ୍କ ପଦଧୌତ କରିଛି । ବାଞ୍ଛାୟିତ କଣ୍ଠରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।
ଶ୍ରାବଣୀ ପରିବେଶର ଏକ ବର୍ଷଣମୁଖର ରାତ୍ରି । ତାପସ ବଶିଷ୍ଠଙ୍କ ଆଶ୍ରମ । ଆଶ୍ରମର ତରୁତୃଣ ବର୍ଷାସ୍ନାତ । ଇଙ୍ଗୁଦୀ ତୈଳର ସ୍ତମିତ ଦୀପଶିଖା ତିମିରିତ ଆଶ୍ରମକୁ ଆଲୋକିତ କରୁଥାଏ । ବଶିଷ୍ଠଙ୍କ ପାଖରେ ପତ୍ନୀ ଅରୁନ୍ଧତୀ ଉପସ୍ଥିତ ହେଲେ । ଲବଣ ବିନା ବ୍ୟଞ୍ଜନ ପ୍ରସ୍ତୁତିରେ ସେ ନିଜର ଅକ୍ଷମତା ପ୍ରକାଶ କଲେ । ପ୍ରଶାନ୍ତ ମଧୁମୟ କଣ୍ଠରେ ଋଷିବର ପତ୍ନୀଙ୍କୁ ତାଙ୍କ ଆଶ୍ରମ ନିକଟସ୍ଥ ଋଷି ବିଶ୍ୱାମିତ୍ରଙ୍କ ଆଶ୍ରମରୁ କିଛି ଲବଣ ଧାର ଆଣିବାକୁ ସୁପରାମର୍ଶ ଦେଲେ । ସ୍ୱାମୀଙ୍କର ଏହି ବିଚିତ୍ର, ଅଭ ତ ଆଦେଶରେ ବିସ୍ମୟବିମୂଢ଼ା ହୋଇଗଲେ ପତ୍ନୀ ଅରୁନ୍ଧତୀ; କାରଣ ତାଙ୍କ ପାଇଁ ବିଶ୍ଵାମିତ୍ର ଥିଲେ ଆତତାୟୀ । ସେମାନଙ୍କ ପୁତ୍ରଗଣଙ୍କୁ ସେ ଗୋଟି ଗୋଟି କରି ସେ ହତ୍ୟା କରିଥିଲେ । ତେଣୁ ସ୍ଵାମୀଙ୍କର ଅପୂର୍ବ ନିର୍ବିକାର ମନ୍ତବ୍ୟରେ ସେ କହିଛନ୍ତି
‘ଜନନୀ ମୁଁ ଶୋକାତୁରା
ତା’ ଆଶ୍ରମେ ଯିବି କେଉଁପରି ?
ଅଦ୍ଭୁତ ଏ ଆଦେଶ ମହର୍ଷି,
ଭାଗ୍ୟର ଏ ଉପହାସ ପରି ।’’
ପତ୍ନୀଙ୍କୁ ବଶିଷ୍ଠ ହୃଦ୍ବୋଧ କରାଇଲେ ଯେ ସେ ବିଶ୍ଵାମିତ୍ରଙ୍କୁ ବହୁତ ଭଲପାଆନ୍ତି ବୋଲି ଲବଣ ସେଠାରୁ ଧାର ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥର ବି ପ୍ରତିବାଦ କଲେ ଅରୁନ୍ଧତୀ; କାରଣ ପ୍ରକୃତରେ ଯଦି ବିଶ୍ୱାମିତ୍ର ସ୍ୱାମୀଙ୍କର ଅତି ପ୍ରିୟ ତେବେ ଥରେମାତ୍ର ତାଙ୍କୁ ‘ମହର୍ଷି’ ବୋଲି ବଶିଷ୍ଠ ସମ୍ବୋଧନ କରିଥିଲେ ସେ ଆଜି ସନ୍ତାନହରା ହୋଇ ନଥାଆନ୍ତେ । ସେମାନଙ୍କ ପରିବାରର ରକ୍ତରଞ୍ଜିତ ଇତିହାସ ଲେଖ୍ବାକୁ ଉଗ୍ରତପା ବିଶ୍ୱ।ମିତ୍ର ଅଗ୍ରସର ହୋଇ ନଥାଆନ୍ତେ । ସାହାସ୍ୟ ଚଜନରେ, ନମ୍ର ନିର୍ବିକାର କଣ୍ଠସ୍ୱରରେ ମହାତପା ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ପ୍ରାଣଠାରୁ ଅଧିକ ଭଲପାଆନ୍ତି ଏବଂ ବିଶ୍ୱାମିତ୍ରଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ସେ ତାଙ୍କୁ ଆଜିଯାଏ ‘ମହର୍ଷି’ ବୋଲି ସମ୍ବୋଧନ କରିନାହାନ୍ତି ବୋଲି କହିଥିଲେ ।
ବଶିଷ୍ଠଙ୍କ ପଦଧୌତ ହେଲା । ବାଖାୟିତ କଣ୍ଠରେ କ୍ଷମା ଯାଚନା କଲେ ସେ । ଭୁଲିଗଲେ ଜୀବନର ବାଜି କଥା । ଅନୁତାପାନଳରେ ତାଙ୍କ କ୍ରୋଧ୍ ତ ହୃଦୟ ପବିତ୍ର – ଉତ୍ଵ୍ୱଳ ହୋଇଗଲା । ହଠାତ୍ ଝଡ଼ବେଗରେ ଶାଳତରୁ ଭୂଲୁଣ୍ଠିତ ହେଲାପରି ବଶିଷ୍ଠଙ୍କ ପଦଯୁଗଳରେ ଲୋଟିଗଲେ କ୍ରୋଧାନ୍ଧ ବିଶ୍ଵାମିତ୍ର। ତାଙ୍କ ହସ୍ତରୁ ଶାଣିତ କରବାଳ ଭୂପତିତ ହେଲା । ହତଚକିତ ହୋଇଗଲେ ଅରୁନ୍ଧତୀ । ଶବ୍ଦାୟିତ ହୋଇଉଠିଲା ପକ୍ଷୀନୀଡ଼ । ବିଶ୍ୱାମିତ୍ରଙ୍କ ନୟନଯୁଗଳର ଅନୁତାପର ଅଶ୍ରୁଜଳରେ ବଶିଷ୍ଠଙ୍କ ପଦଧୌତ ହେଲା । ବାଞ୍ଛାୟିତ କଣ୍ଠରେ କ୍ଷମା ଯାଚନା କଲେ ସେ । ଭୁଲିଗଲେ ଜୀବନର ବାଜି କଥା । ଆଲିଙ୍ଗନାବଦ୍ଧ କରି ତାଙ୍କୁ ସାଦରରେ ‘ମହର୍ଷି’ ବୋଲି ସମ୍ବୋଧନ କଲେ ବଶିଷ୍ଠ । ବଶିଷ୍ଠଙ୍କ ମହନୀୟ ଚରିତ୍ର ଉଦ୍ଦେଶ୍ୟରେ କବି ଗାଇଉଠିଲେ
“ଅରୁନ୍ଧତା ନେତ୍ରୁ ଆକାଶତେ
ଶ୍ରାବଣର ବର୍ଷା ଗଲା ଝରି,
‘ମହାୟାନ୍ ଦେବତାରେ ଭଲ ।
ଜାଣିଥାନ୍ତି ମୁର୍ହି କେଉଁପରି”
ଆଲୋଚ୍ୟ କବିତାର ନାଟକୀୟତା ମଧ୍ଯରେ କବି ଦର୍ଶାଇଛନ୍ତି ଯେ ଜଣେ ଆତତାୟୀ ବି ମହର୍ଷି ପାଲଟି ଯାଇପାରେ – ଜଣେ ପ୍ରତିଶୋଧପରାୟଣ କ୍ରୋଧଜର୍ଜର ବ୍ୟକ୍ତି ବି ମାନବିକ ଗୁଣରେ ବିଭୂଷିତ ହୋଇପାରେ ଜଣେ ଦୋଷଯୁକ୍ତ ବି କ୍ଷମାର ମହତ୍ତ୍ବ ସମ୍ପର୍କରେ ଗୋଟିଏ ଅନୁଚ୍ଛେଦ ଲେଖ ।
Question ୨ ।
କ୍ଷମାର ମହତ୍ତ୍ବ ସମ୍ପର୍କରେ ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
କ୍ଷମା ମାନବ ହୃଦୟର ଏକ ସ୍ବର୍ଗୀୟ ଭାବ । ମଣିଷ ଯେତେବେଳେ ଦେବଭାବାପନ୍ନ ହୁଏ, ସେ ସ୍ବତଃ କ୍ଷମାଶୀଳ ହୋଇଯାଏ । ସେ କାହାରି ଦୋଷ ବା ଭୁଲ୍କୁ ନିଜ ହୃଦୟରେ ବିଚାର ନକରି ଉଦାର ଭାବାପନ୍ନ ହୋଇଥାଏ । ମହାପୁରୁଷ ଓ ସାଧୁସନ୍ଥମାନେ ମନରେ କାହାରି ପ୍ରତି ବିଦ୍ବେଷଭାବ ରଖୁନଥା’ନ୍ତି, ବରଂ ସମସ୍ତଙ୍କୁ କ୍ଷମା ଦେଇ ସାଧାରଣ ମଣିଷକୁ ଅସାଧାରଣ କରିବାର ପ୍ରଚେଷ୍ଟା କରିଥା’ନ୍ତି । ମହାପୁରୁଷ ଯିଶୁ କ୍ଷମାଶୀଳ ହୋଇ ତାଙ୍କୁ ଯେଉଁମାନେ କ୍ରୁଶରେ ଚଢ଼ାଇ ତାଙ୍କ ଦେହରେ ଲୁହାକଣ୍ଟା ବାଡ଼େଇ ଦେଉଥିଲେ, ତାଙ୍କ ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
କ୍ଷମା ମଣିଷ ମନରେ ଦେବଭାବ ସୃଷ୍ଟି କରେ । ସଂସାରରେ କେହି ତା’ର ଶତ୍ରୁ ହୋଇ ରହିନଥା’ଛି । କ୍ଷମାଶୀଳ ବ୍ୟକ୍ତି ଅନ୍ୟର ଦୋଷ ନ ଦେଖ୍ ସେହି ଦୋଷକୁ କ୍ରୋଧରେ ରୂପାନ୍ତରିତ ନକରି ଦୋଷୀକୁ କ୍ଷମା କରିଦିଏ । ପରିସ୍ଥିତିକୁ ଦୋଷ ଦେଇ ସେ ଅନ୍ୟ ପ୍ରତି ଉଦାରଭାବାପନ୍ନ ହୁଏ, ଫଳରେ ଦୋଷ କରିଥିବା ଲୋକର ହୃଦୟ ବଦଳିଯାଏ । ସେ ତା’ର ଭୁଲକୁ
ବୁଝିପାରେ । ଶତ୍ରୁତା ମିତ୍ରତାରେ ପରିଣତ ହୁଏ । ଏହାଦ୍ଵାରା ଉଭୟଙ୍କର ଉପକାର ହୋଇଥାଏ । କ୍ଷମାଦାତା ଅନ୍ୟର ପରିବର୍ତ୍ତନ କରିଥିବାରୁ ଆତ୍ମସନ୍ତୋଷ ଲାଭକରେ । ସେହିପରି କ୍ଷମାର ଗ୍ରହୀତା ସେଭଳି ମନ୍ଦ ବ୍ୟବହାର ଆଉ କାହାରି ପ୍ରତି କରିବାକୁ ଚେଷ୍ଟାକରି ନଥାଏ । କ୍ଷମାର ମହତ୍ତ୍ବ ଅସୀମ। ସେଥିପାଇଁ ପଲ୍ଲୀକବି ନନ୍ଦକିଶୋର ବଳ କ୍ଷମାର ମହତ୍ତ୍ଵ ବୁଝାଇବାକୁ ଯାଇ କହିଛନ୍ତି
“କ୍ଷମା ତ ମିଳଇ କ୍ଷମା ତ ମିଳଇ
କ୍ଷମାର ନ ମିଳେ ଅନ୍ତ,
ଷମାର ଗ୍ରହାତା କ୍ଷମା ଦାତା ଦୁହେଁ
ଏ ଭୁବନେ ଭାଗ୍ୟବନ୍ତ ।’’
କ୍ଷମାଦାତାର ମହତ୍ତ୍ବ କେବେହେଲେ ବ୍ୟର୍ଥ ଯାଏନା । ସେ ଯଦି ଅନ୍ୟ ପ୍ରତି କ୍ଷମାଶୀଳ ହୁଏ, ତା’ହେଲେ ଦିନେନା ଦିନେ ସେ କାହାରିଦ୍ଵାରା କ୍ଷମା ଲାଭ କରିଥାଏ । ଅଜାଣତରେ କୌଣସି ଭୁଲ୍ କଲେ ମଧ୍ୟ ସେ ଅନ୍ୟଦ୍ୱାରା କ୍ଷମା ପାଇଥାଏ । ମଣିଷର ସ୍ଵାଭାବିକ ଭୁଲ୍କୁ ଉଦାର ମନରେ ଗ୍ରହଣ କରି କ୍ଷମ କରିବାପାଇଁ ବହୁ ଧାର୍ମିକ ପୁସ୍ତକରେ ମାନବ ସମାଜକୁ ଉପଦେଶ ଦିଆଯାଇଛି । ଏପରିକି ଦଣ୍ଡ ଦେଉଥିବା ବ୍ୟକ୍ତି ଯେ ପରିସ୍ଥିତିର ତାଡ଼ନାରେ ଦିନେ କ୍ଷମାଶୀଳ ମଣିଷର ରୂପାନ୍ତରିତ ହୋଇଥାଏ, ତାହାର ଜ୍ଵଳନ୍ତ ଉଦାହରଣ ହେଉଛି ମଗଧ ସମ୍ରାଟ ଅଶୋକ ଧର୍ମାଶୋକରେ ପରିଣତ ହେବା । ଏଥିପାଇଁ ଜଗନ୍ନାଥ ଦାସ ‘ଭାଗବତ’ରେ କହିଛନ୍ତି –
“ଦଶ୍ରିବା ଶକ୍ତି ଯା’ର ଥାଇ,
ସେ ପୁଣି କ୍ଷମା ଆଚରଇ।”
ବାସ୍ତବରେ କ୍ଷମା ପାଇଁ ହିଁ ଏ ସୃଷ୍ଟି ତଷ୍ଠି ରହିଛି । କ୍ଷମାଭାବ ନଥିଲେ ଏ ସୃଷ୍ଟି କ୍ରୋଧ ଅଗ୍ନିରେ ଧ୍ୱଂସ ପାଇଯାଇଥା’ନ୍ତ୍ରୀ ।
Question ୩ ।
ତୁମେ ତୁମ ସାଙ୍ଗ ନିକଟରେ ଏକ ଭୁଲ୍ କରିଦେଲ । ସେଥିପାଇଁ ଅନୁତାପ କରୁଛ ବୋଲି ଜଣାଇ ସାଙ୍ଗ ନିକଟକୁ ଏକ ପତ୍ର ଲେଖ ।
Answer:
ତା ୧୫-୫-୨୦୧୯
ବିବେକାନନ୍ଦ ବିଦ୍ୟାପୀଠ, ବହୁଗ୍ରାମ
ପ୍ରିୟବନ୍ଧୁ ପ୍ରଦାସ୍ତ,
ମୋର ଶୁଭେଚ୍ଛା ନେବ । ମଉସା ମାଉସୀଙ୍କୁ ମୋର ପ୍ରଣାମ ଜଣାଇଦେବ । ବାବୁନି ଓ ମୀନାକୁ ମୋର ସ୍ନେହ ଦେବ । ମୁଁ ତୁମର ଚିଠି ପା, ଠିକ୍ ସମୟରେ ତୁମ ପାଖରେ ପହଞ୍ଚି ପାରିନଥୁଲି । ତୁମେ ଅସୁବିଧାରେ ପଡ଼ି ଡାକ୍ତରଖାନାରେ ମାଉସୀଙ୍କ ପାଖରେ ରହିଥିଲ । ମୋତେ ତୁମ ପାଖକୁ ଯାଇ ତୁମକୁ ସାହାଯ୍ୟ କରିବାପାଇଁ ଅନୁରୋଧ କରିଥିଲେ । ମାତ୍ର ମୁଁ ସେହି ସମୟରେ ଅନ୍ୟ କାମରେ ବ୍ୟସ୍ତ ରହି ତୁମ ନିକଟରେ ପହଞ୍ଚିପାରି ନଥୁଲି । ପରେ ଶୁଣିଲି ସେଥିପାଇଁ ତୁମକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା । ମୁଁ ସେସବୁ ଶୁଣିଲା ପରେ ନିଜକୁ ଖୁବ୍ ଦୋଷୀ ମନେକରୁଛି । ତୁମ ପାଖରେ ମୁଁ ଥିଲେ, ତୁମକୁ ଏତେ କଷ୍ଟ କରିବାକୁ ପଡ଼ିନଥା’ନ୍ତା ବୋଲି ଅନୁଭବ କରୁଛି ।
ମୋ ଅସୁବିଧା ସମୟରେ ତୁମେ ସବୁବେଳେ ସାହାଯ୍ୟ କରି ଆସିଛ । ଯେତେବେଳେ ମୁଁ ତୁମକୁ ଚାହିଁଛି, ସେତେବେଳେ ତୁମେ ମୋ ନିକଟରେ ପହଞ୍ଚିଛି । ମାତ୍ର ତୁମ ଅସୁବିଧା ସମୟରେ ତୁମ ନିକଟରେ ମୁଁ ପହଞ୍ଚିପାରି ନଥିବାରୁ ମୋତେ କ୍ଷମା କରିଦେବ । ମୁଁ ଯେ କେଉଁ ପରିସ୍ଥିତିରେ ପଡ଼ି ତୁମକୁ ସାହାଯ୍ୟ କରିପାରି ନଥିଲି, ସେ ବିଷୟରେ ଦେଖାହେଲେ କହିବି । ଦୟାକରି ମୋତେ ଭୁଲ ବୁଝିବ ନାହିଁ । କାରଣ ତୁମେ ମୋତେ ଭୁଲ୍ ବୁଝିଲେ, ଏ ଦୁଃଖ ମୁଁ ଆଉ କାହା ଆଗରେ ପ୍ରକାଶ କରିପାରିବି ନାହିଁ । ଆସନ୍ତା ମାସର ଶେଷ ରବିବାର ମୁଁ ତୁମ ଘରେ ପହଞ୍ଚି । ପୁଣି ଥରେ କ୍ଷମା ମାଗି ନେଉଛି। ଜଗନ୍ନାଥଙ୍କ ଅପାର କରୁଣାରୁ ତୁମେ ପରିବାର ସହିତ ଭଲରେ ଥାଅ ।
॥ ଇତି॥
ତୁମର ବନ୍ଧୁ
ମାନସ
କବି ପରିଚୟ :
ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ଜଣେ ସାମ୍ୟ-ଶାନ୍ତି-ସଂଗ୍ରାମର ସୈନିକ ଥିଲେ କବି ଅନନ୍ତ ପଟ୍ଟନାୟକ । ଶ୍ରେଣୀ- ଶୋଷଣହୀନ ସମାଜ ପ୍ରତିଷ୍ଠା ତାଙ୍କର ଏକାନ୍ତ କାମନା ଥିଲା । ଅନ୍ଧବିଶ୍ବାସର କୁପରିଣାମକୁ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ସୂଚେଇଦେବା ତାଙ୍କର ବାସନା ଥିଲା । ତାଙ୍କ ଶାଣିତ ଲେଖନୀର ମୁଖ୍ୟ ସ୍ଵର ଥିଲା ମାନବବାଦର ଜୟଗାନ କରିବା । ମାର୍କସୀୟ ଦର୍ଶନ ଆଧାରିତ ତାଙ୍କ କବିତାଗୁଡ଼ିକ ନୂତନ ଛନ୍ଦ, ଚେତନଶୀଳ ଦୃଷ୍ଟିଭଙ୍ଗୀ, ଭାଷାଗତ ଭିନ୍ନତା, ମଧୁର ଶୈଳୀ ଓ ସଂପୂର୍ଣ୍ଣ ନୂତନ ରୂପରଙ୍ଗରେ ରୂପାୟିତ ଥିଲା । ତାଙ୍କର ଅଧିକାଂଶ କବିତାରେ ନୂତନ ଯୁଗ ଓ ନୂତନ ସମାଜ ପାଇଁ ସଶ୍ରଦ୍ଧ ଆହ୍ବାନ ଦୃଷ୍ଟିଗୋଚର ହୁଏ ।
କବି ଓ କବିତା :
ଶୌର୍ଯ୍ୟ ଓ ଗାମ୍ଭୀର୍ଯ୍ୟର ଗାଥା ଗାଇ ଏବଂ ସାମାଜିକ ଅସଙ୍ଗତି ବିରୋଧରେ ସ୍ବର ଉତ୍ତୋଳନ କରି କବି ରଚନା କରିଥିଲେ ‘ଶାନ୍ତଶିଖା (୧୯୫୨), ‘ତର୍ପଣ କରେ ଆଜି (୧୯୪୮), ‘ଅଲୋଡ଼ା ଲୋଡ଼ା’, ‘ଛାଇର ଛିଟା’, ‘କିଞ୍ଚିତ୍’, ‘ଅବାନ୍ତର ’ ଇତ୍ୟାଦି ବହୁଜନପ୍ରିୟ କବିତା ସଞ୍ଚୟନ । ଆଲୋଚ୍ୟ କବିତା ‘ବଶିଷ୍ଠ ଓ ବିଶ୍ଵାମିତ୍ର ମାନବତାର ମାନ୍ୟତା ନେଇ ପୌରାଣିକ ଆଖ୍ୟାୟିକା ଉପରେ ଆଧାରିତ । ଏହି କବିତାର ପ୍ରତିଟି ପଂକ୍ତିରେ ହିଂସା, କ୍ରୋଧ, ଅସହିଷ୍ଣୁତା ଉପରେ ସଦ୍ଭାବ, ପ୍ରେମ ଓ କ୍ଷମାର ବିଜୟ ଘୋଷଣା ଅନୁରଣିତ ହୋଇଉଠିଛି । କବିତାଟିର ଅନ୍ତର୍ନିହିତ ବାର୍ତ୍ତାରୂପେ ଅଭିମନ୍ତ୍ରିତ ହୋଇଉଠିଛି ପାରସ୍ପରିକ ବୁଝାମଣା, ସଂପ୍ରୀତି ଏବଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ନିବିଡ଼ ଆତ୍ମୀୟତା ।
କବିତାର ସାରକଥା :
(୧) ତାପସ ବଶିଷ୍ଠଙ୍କ ସୁପରାମର୍ଶରେ ବିସ୍ମୟ-ବିଧୁରା ପତ୍ନୀ ଅରୁନ୍ଧତୀ : ଶ୍ରାବଣୀ ପରିବେଶର ଏକ ବର୍ଷଣମୁଖର ରାତ୍ରି । ତାପସ ବଶିଷ୍ଠଙ୍କ ଆଶ୍ରମ । ଆଶ୍ରମର ତରୁତୃଣ ବର୍ଷାସ୍ନାତ । ପୋଲାଙ୍ଗ ତୈଳର ସ୍ତମିତ ଦୀପଶିଖା ତିମିରିତ ଆଶ୍ରମକୁ ଆଲୋକିତ କରୁଥାଏ । ଶାନ୍ତ ଅବିଚଳିତଭାବେ ଉପବେଶନ କରିଥାଆନ୍ତି ମହର୍ଷି ବଶିଷ୍ଠ । ସେଠାରେ ପତ୍ନୀ ଅରୁନ୍ଧତୀ ଉପସ୍ଥିତ ହେଲେ । ଲବଣ ବିନା ବ୍ୟଞ୍ଜନ ପ୍ରସ୍ତୁତିରେ ନିଜର ଅକ୍ଷମତା ପ୍ରକାଶ କଲେ । ପ୍ରଶାନ୍ତ ମଧୁମୟ କଣ୍ଠରେ ଋଷିବର ପତ୍ନୀଙ୍କୁ ତାଙ୍କ ଆଶ୍ରମ ନିକଟସ୍ଥ ଋଷି ବିଶ୍ଵାମିତ୍ରଙ୍କ ଆଶ୍ରମରୁ କିଛି ଲବଣ ଧାର ଆଣିବାକୁ ସୁପରାମର୍ଶ ଦେଲେ । ବଶିଷ୍ଠଙ୍କର ଏହି ବିଚିତ୍ର, ଅଦ୍ଭୁତ ଆଦେଶରେ ବିସ୍ମୟବିମୂଢ଼ା ହୋଇଗଲେ ଅରୁନ୍ଧତୀ; କାରଣ ତାଙ୍କ ପାଇଁ ବିଶ୍ଵାମିତ୍ର ଆତତାୟୀ ଥିଲେ । ବିଶ୍ୱାମିତ୍ର ସେମାନଙ୍କ ପୁତ୍ରଗଣଙ୍କୁ ଗୋଟି ଗୋଟି କରି ହତ୍ୟା କରିଥିଲେ । ତେଣୁ ଅବିଚଳିତ ସ୍ଵାମୀଙ୍କର ଅପୂର୍ବ ମନ୍ତବ୍ୟରେ ଶୋକାତୁରା ପତ୍ନୀଙ୍କର ଭୁକୁଞ୍ଚନ ସୃଷ୍ଟିହେଲା । ନିଜ ସ୍ଵାମୀ-ଦେବତାଙ୍କଦ୍ୱାରା ସେ ଉପହସିତ ହେଉଛନ୍ତି ବୋଲି ଭାବିଲେ ।
(୨) ପୁତ୍ରହନ୍ତା ହେଲେ ବି ବିଶ୍ୱାମିତ୍ର ବଶିଷ୍ଠଙ୍କର ଅତି ଆଦରର : ପତ୍ନୀ ଅରୁନ୍ଧତୀଙ୍କ ଅଭିଯୋଗ ଶୁଣି ମହାମୁନି ବଶିଷ୍ଠଙ୍କ ଅବିଚଳିତ ବଦନମଣ୍ଡଳରେ ସ୍ମିତ ହାସ୍ୟରେଖା ଖେଳିଗଲା । ପତ୍ନୀଙ୍କୁ ସେ ହୃଦ୍ବୋଧ କରାଇଲେ ଯେ ସେ ବିଶ୍ୱାମିତ୍ରଙ୍କୁ ବହୁତ ଭଲପାଆନ୍ତି ବୋଲି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥର ବି ପ୍ରତିବାଦ କଲେ ଅରୁନ୍ଧତୀ; କାରଣ ପ୍ରକୃତରେ ଯଦି ବିଶ୍ଵାମିତ୍ର ସ୍ଵାମୀଙ୍କର ଅତି ପ୍ରିୟ ତେବେ ଥରେମାତ୍ର ତାଙ୍କୁ ‘ମହର୍ଷି’ ବୋଲି ବଶିଷ୍ଠ ସମ୍ବୋଧନ କରିଥିଲେ ସେ ଆଜି ସନ୍ତାନହରା ହୋଇ ନ ଥାଆନ୍ତେ । ସେମାନଙ୍କର ପରିବାରରେ ରକ୍ତରଞ୍ଜିତ ଇତିହାସ ଲେଖୁବାକୁ ଉଗ୍ରତପା ବିଶ୍ଵାମିତ୍ର ଅଗ୍ରସର ହୋଇ ନ ଥାଆନ୍ତେ । ଏଥର ମଧ୍ୟ ପୂର୍ବ ପରି ସହାସ୍ୟ ବଦନରେ ନମ୍ର ନିର୍ବିକାର କଣ୍ଠରେ ମହାତପା ବିଶ୍ଵାମିତ୍ରଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ତାଙ୍କୁ ‘ମହର୍ଷି’ ସମ୍ବୋଧନ କରି ନଥିଲେ ବୋଲି କହିଲେ ।
(୩) କୃଦ୍ଧ ବିଶ୍ଵାମିତ୍ର ଅନୁତାପାନଳରେ ଜଳିଗଲେ : ବିଶ୍ୱାମିତ୍ର ବଶିଷ୍ଠ ଓ ଅରୁନ୍ଧତୀଙ୍କ ଉକ୍ତି -ପ୍ରତ୍ୟୁକ୍ତି ଶୁଣିପାରିଥିଲେ । ଅନୁତାପାନଳରେ ଜଳିଗଲେ ସେ । ହଠାତ୍ ଝଡ଼ବେଗରେ ଶାଳତରୁ ଭୂଲୁଣ୍ଠିତ ହେଲାପରି ବଶିଷ୍ଠଙ୍କ ପଦଯୁଗଳରେ ଲୋଟିଗଲେ କ୍ରୋଧାନ୍ଧ ବିଶ୍ଵାମିତ୍ର । ତାଙ୍କ ହସ୍ତର ଖଡ୍ଗ ଭୂପତିତ ହେଲା । ହତଚକିତ ହୋଇଗଲେ ଅରୁନ୍ଧତୀ । ଶବ୍ଦାୟିତ ହୋଇଉଠିଲା ପକ୍ଷୀନୀଡ଼ । ଇଟ୍ଟଦୀର ଦୀପଶିଖା ତେଜୀୟାନ୍ ହୋଇଉଠିଲା । ବିଶ୍ୱାମିତ୍ରଙ୍କ ନୟନଯୁଗଳର ଅନୁତାପଜନିତ ଅଶ୍ରୁଜଳରେ ବଶିଷ୍ଠଙ୍କ ପଦଧୌତ ହେଲା । ବାଞ୍ଛାୟିତ କଣ୍ଠରେ କ୍ଷମା ଯାଚନା କଲେ ସେ ।
(୪) ବିଶ୍ଵାମିତ୍ରଙ୍କ ଦୁରଭିସନ୍ଧି ପଦାରେ ପଡ଼ିଲା : ବଶିଷ୍ଠଙ୍କ ପୁତ୍ରବତ୍ ସ୍ନେହ ବିଶ୍ଵାମିତ୍ରଙ୍କୁ ପରିହାସ ପରି ମନେହେଲା । ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ସେ ମହର୍ଷିଙ୍କ ଆଶ୍ରମକୁ ଆସିଥିଲେ । ତାଙ୍କ ସ୍ୱହସ୍ତର କରବାଳ ଆଜି ବଶିଷ୍ଠଙ୍କର ମସ୍ତକ ଛିନ୍ନ କରିଥା’ନ୍ତା । ଜୀବନର ବାଜି ଆଜି ତାଙ୍କର ସଫଳ ହୋଇଥା’ନ୍ତା ।
(୫) ଈର୍ଷାରହିତ ହୋଇ ଋଷି ବିଶ୍ଵାମିତ୍ର ମହର୍ଷି ହେଲେ : ବସୁଧାରୁ ବିଶ୍ଵାମିତ୍ରଙ୍କୁ ତୋଳି ଧରିଲେ ବଶିଷ୍ଠ । ଆଲିଙ୍ଗନାବଦ୍ଧ କରି ତାଙ୍କୁ ସାଦରରେ ‘ମହର୍ଷି’ ବୋଲି ସମ୍ବୋଧନ କଲେ । ଅରୁନ୍ଧତୀଙ୍କ ନେତ୍ରଯୁଗଳରୁ ଅଜାଣତରେ ଆନନ୍ଦାଶୁ ଝରିଗଲା । ତାଙ୍କ ଅନ୍ତରରୁ ପୁଞ୍ଜୀଭୂତ ଆତ୍ମଗ୍ଲାନି ଓ ଅସନ୍ତୋଷ ଦୂରୀଭୂତ ହେଲା । ତାଙ୍କ ସ୍ବାମୀଦେବତାଙ୍କର ମହୀୟାନ୍ ହୃଦୟର ସ୍ୱର୍ଗୀୟ ଦିବ୍ୟ ଭାବାନ୍ତର ତାଙ୍କର ହୃଦ୍ବୋଧ ହେଲା ।
ସୂଚନା ଓ କଠିନ ଶବ୍ଦାର୍ଥ
- ବିଶ୍ଵାମିତ୍ର – ରାମଚନ୍ଦ୍ରଙ୍କ ବାଲ୍ୟଗୁରୁ ।
- ବଶିଷ୍ଠ – ବଶିନ୍ + ଇଷ୍ଠ ।
- ତରୁ – ଗଛ / ପାଦପ ।
- ଇଙ୍ଗୁଦା – ( ଇଙ୍ଗୁ + ଉ + ଦା + ଅ + ଈ) ତାପସ ତରୁ / ଫୁଟିଫୁଟିକିଆ ଗଛ । ଏହି ଗଛର ଫଳରୁ ତେଲ ବାହାର କରାଯାଏ । ଏହାର ତୈଳ ମୁନି ମାନେ ଜଟାରେ ବ୍ୟବହାର କରୁଥିବାରୁ ଏହାକୁ ତାପସ ତରୁ କୁହାଯାଏ ।
- ଭାଷେ – ବଚନରୋ
- ମୃଦୁ – ଧାରୋ
- ଆତତାୟା – ଆକ୍ରମଣକାରା / ହତ୍ୟାକାରା / ଅଗ୍ନି ସଂଯୋଗ, ହତ୍ୟା ଓ ଗ୍ଠହଦାହ ପରି ୬ର୍ଟି ହିଂସାକାଣ୍ଡରେ ଜଡ଼ିତ ଥିବା
- ଶୋକାତୁରା – ଦୁଃଖରେ ଆତୁରା ।
- ସ୍ମିତ – ମଧୁର ହସା
- କୃତାନ୍ତ୍ର – ଯମା
- କୃପାଣ – ଅଣା / ଖଣ୍ତା
- ପାଣବ – ପ୍ରୟାସ – ପଶୁସୁଲଭ ଉଦ୍ୟମ। (ବିନା ବିଚାରରେ କରୁଥ୍ ବା ଭୁଲ
- ପଦପ୍ରାନ୍ତ୍ରେ – ପାଦତଳୋ
- ନାଢ଼ – ବସା
- ଚତ୍ଵର – ଅଗଣା
- ଉତ୍ତରକ – (ଉତ୍ – ତରଳ) ଅତି ଚଞ୍ଚଳା
- ନିର୍ଝର – ଝରଣା, ସ୍ରୋତସ୍ୱିନୀ
- ଘୋଷ – ଶବ୍ଦା
- ଚଳି – ଅଧ୍ କା
- ନାଢ଼ – ବସା ।
- ଚତ୍ଵର – ଅଗଣା
- ଉତ୍ତରଳ – (ଉତ୍ – ତରଳ) ଅତି ଚଞ୍ଚଳା
- ନିର୍ଝର – ଝରଣା, ସ୍ରୋତସ୍ଵିନୀ
- ଆବେଗ – ହୃଦୟର ଭାବା
- ଉ ୍ପି।ସ – (ଉତ୍ – ଖ୍ୱସ୍ – ଅ) ଗୋକ ହେତୁ ଦୀର୍ଘଶ୍ଚାସ୍ ।
କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ :
- ତୃଶ – ଘ।ସା
- ତିମିରିତ – ଅନ୍ଧlରା
- ମହାମତି – ମହାଜ୍ଞାନା
- ଉତ୍ତରିଲେ – ଉତ୍ତର ଦେଲେ ।
- ପ୍ରଶାନ୍ତି – ସ୍ଥିର ଚିତ୍ତରୋ
- ରୋଷ – ଆସନ୍ତେଷା
- ସୁଚିତ – କମ୍ପିତା
- ଅରୁଶିତ – ରକ୍ତବର୍ଣ୍ଣ / ଲାଲ୍ ରଇଂ।
- ଆର୍ତ୍ତ – ଦୁଃଖରରେ ଅଧାରା
- ଶ୍ନଶ୍ରୁ – ବାତି ।
- ନିକି – ପରି / ଭଳି / ସଦୃଶ।
- ଶାଣିତ – ଧାରୁଆ ।