Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Go through Class 8 Social Science Solutions Odia Medium and Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା to understand textbook questions more clearly.

8th Class Social Science Chapter 5 Question Answer Odia Medium

Class 8 Social Science Chapter 5 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଏକ ସୁସ୍ଥ ଗଣତନ୍ତ୍ର ନିମନ୍ତେ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
(i) ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥାକୁ ଭାରତୀୟ ଗଣତନ୍ତ୍ରରେ ଏକ ଉପାଦାନ ଭାବରେ ବିବେଚନା କରାଯାଏ । ଏହା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଦୁଆ ।

(ii) ଏହି ମତଦାନ ବ୍ୟବସ୍ଥାରେ ୧୮ ବର୍ଷ ତଦୁର୍ଦ୍ଧ୍ଵ ପ୍ରତ୍ୟେକ ଭାରତୀୟ ନାଗରିକ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ଥିତି ଇତ୍ୟାଦି ନିର୍ବିଶେଷରେ ମତଦାନ କରିଥାନ୍ତି ।

(iii) ଏକ ସୁସ୍ଥ ଗଣତନ୍ତ୍ର ନିମନ୍ତେ ଏହା ଜରୁରୀ । ଏଥୁରେ ପ୍ରତ୍ୟେକ ନାଗରିକମାନଙ୍କୁ ସମାନ ଦୃଷ୍ଟିରେ ଦେଖାଯାଇଥାଏ ।

(iv) ଏହା ଆମ ସମ୍ବିଧାନରେ ୩୨୬ ‘ଧାରା ସେ ଉଲ୍ଲେଖ କରାଯାଇଛି । ସମ୍ବିଧାନର ପ୍ରଣେତାମାନେ ପ୍ରଥମରୁ ଏହା ଉପରେ ଗୁରୁତ୍ଵ ପ୍ରଦାନ କରିଆସିଛନ୍ତି ।

Question 2.
ଗୁପ୍ତ ମତଦାନର ଅର୍ଥ କ’ଣ ? ଏହା ଗଣତନ୍ତ୍ର ନିମନ୍ତେ କାହିଁକି ଆବଶ୍ୟକ ?
Answer:
(i) ସମସ୍ତ ମତଦାତାମାନଙ୍କୁ ସେମାନଙ୍କ ମତଦାନକୁ ଗୁପ୍ତ ରଖୁବାପାଇଁ ପରାମର୍ଶ ଦିଆଯାଇଥାଏ ।
(ii) ଯାହାଫଳରେ ନିର୍ବାଚନ ପ୍ରକ୍ରିୟା ସ୍ଵଚ୍ଛ ହୋଇପାରିବ । ଏହା ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ।

(iii) ସେଥ‌ିପାଇଁ ପ୍ରତ୍ୟେକ ମତଦାନ କେନ୍ଦ୍ରମାନଙ୍କରେ ଗୋଟିଏ ଗୋଟିଏ ଆବଦ୍ଧ ମତଦାନ ଗୃହର ବ୍ୟବସ୍ଥା କରାଯାଇଥାଏ । କିଏ କେଉଁ ପ୍ରାର୍ଥୀଙ୍କୁ ମତଦାନ କଲେ ତାହା ଅନ୍ୟମାନେ ଜାଣିପାରିବେ ନାହିଁ ।

(iv) ଏହି ବ୍ୟବସ୍ଥାଦ୍ଵାରା ଗଣତନ୍ତ୍ର ଗୁପ୍ତ ଓ ସ୍ୱଚ୍ଛଳ ହୋଇପାରିବ । ମତଦାତାମାନେ ନିର୍ଭୟରେ ଭୋଟ ଦେଇପାରିବେ ।

Question 3.
ପ୍ରତ୍ୟକ୍ଷ ଓ ପରୋକ୍ଷ ମତଦାନର ଉଦାହରଣ ଦିଅ ।
Answer:
(i) ନିର୍ବାଚନ ସାଧାରଣତଃ ଦୁଇପ୍ରକାର ଯଥା- ପ୍ରତ୍ୟକ୍ଷ ଓ ପରୋକ୍ଷ ।

(ii) ଯେଉଁ ନିର୍ବାଚନରେ ଜନସାଧାରଣ ସିଧାସଳଖ ପ୍ରତିନିଧିମାନଙ୍କୁ ଭୋଟ ଦେଇ ନିର୍ବାଚିତ କରନ୍ତି । ସେ ବ୍ୟବସ୍ତାକୁ ପ୍ରତ୍ୟକ୍ଷ ନିର୍ବାଚନ କୁହାଯାଏ । ଏହି ବ୍ୟବସ୍ଥା ଅନୁସାରେ ଆମ ଦେଶରେ ଲୋକସଭା ଓ ରାଜ୍ୟ ବିଧାନସଭା, ଗ୍ରାମପଞ୍ଚାୟତ ଓ ସହରାଞ୍ଚଳ ମୁନିସିପାଲ କର୍ପୋରେସନର ସଦସ୍ୟମାନେ ନିର୍ବାଚିତ ହୁଅନ୍ତି ।

(iii) ପରୋକ୍ଷ ନିର୍ବାଚନରେ ନିର୍ବାଚିତ ପ୍ରତିନିଧୂମାନେ ଭୋଟ ଦେଇ ଅନ୍ୟମାନଙ୍କୁ ବାଛିବାର ବ୍ୟବସ୍ଥା ରହିଅଛି, ଯଥା- ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ସଦସ୍ୟ ଏହି ପ୍ରଣାଳୀରେ ନିର୍ବାଚିତ ହୁଅନ୍ତି ।

(iv) ପରୋକ୍ଷ ନିର୍ବାଚନରେ ସାଂସଦ ଓ ବିଧାୟକମାନେ ଲୋକମାନଙ୍କ ତରଫରୁ ଭୋଟ ଦେଇଥାନ୍ତି ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 4.
ଲୋକସଭା ସାଂସଦ ନିର୍ବାଚନ । ରାଜ୍ୟସଭା ସାଂସଦ ନିର୍ବାଚନଠାରୁ କିପରି ଭିନ୍ନ ?
Answer:
(i) ଲୋକସଭା ସାଂସଦ ନିର୍ବାଚନ – ଲୋକସଭାର ସାଂସଦମାନେ ସିଧାସଳକ ଲୋକମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

(ii) ସମସ୍ତ ୧୮ ବର୍ଷ ବା ତଦୂର୍ଖ ବ୍ୟକ୍ତିମାନେ ଭୋଟଦେଇ ସେମାନଙ୍କର ମନପସନ୍ଦର ପ୍ରାର୍ଥୀମାନଙ୍କୁ ଚୟନ କରିଥା’ନ୍ତି । ସେମାନଙ୍କୁ ଏମ୍.ପି. (M.P.) ଅର୍ଥାତ୍ Member of Parliament କୁହାଯାଏ ।

(iii) ରାଜ୍ୟସଭା ସାଂସଦ – ରାଜ୍ୟସଭାର ସାଂସଦମାନେ ସାଧାରଣତଃ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି । ସେମାନେ ରାଜ୍ୟ ବିଧାନସଭାର ନିର୍ବାଚିତ ପ୍ରାର୍ଥୀ ବା MLA (Member of Legislative Assembly) ଙ୍କଦ୍ଵାରା ନିର୍ବାଚନ ହୋଇଥାନ୍ତି । କିନ୍ତୁ ସେମାନେ ଲୋକମାନଙ୍କଦ୍ୱାରା ସିଧାଳନକ ଭୋଟରେ ନିର୍ବାଚିତ ହୁଅନ୍ତି ନାହିଁ ।

(iv) ଆହୁରି ମଧ୍ୟ ଆମ ଦେଶର ରାଷ୍ଟ୍ରପତି ୧୨ ଜଣଙ୍କୁ ସାହିତ୍ୟ, ବିଜ୍ଞାନ, କଳା ଓ ସାମାଜ ସେବା କ୍ଷେତ୍ରରେ କୃତିତ୍ୱ ହାସଲ କରିବା ବ୍ୟକ୍ତିମାନଙ୍କ ମଧ୍ୟରୁ ମନୋନୀତ କରିଥା’ନ୍ତି ।

Question 5.
ତୁମ ମତରେ କାଗଜ ବାଲଟ୍‌ଠାରୁ ଇଭିଏମ୍ କାହିଁକି ଅଧୁକ ଗ୍ରହଣୀୟ ?
Answer:
(i) କାଗଜ ବାଲାଙ୍‌ଠାରୁ ଇଭିଏମ୍ ଅଧୂକ ସୁବିଧାଜନ ଅଟେ । ଏହାର କାରଣ ନିମ୍ନରେ ବର୍ଣ୍ଣନା କରାଗଲା- ଶୀଘ୍ର ଗଣତି – ଏହି ବ୍ୟବସ୍ତାରେ EVM (Electronic (i) voting machine) ରେ ନିର୍ବାଚନ ଫଳାଫଳ ଅତିଶୀଘ୍ର ଜଣାପଡ଼ିଥାଏ । ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିନଥାଏ ।

(ii) କମ୍ ଖର୍ଚ୍ଚ – ଇ.ଭି.ମ୍ ଦ୍ଵାରା ଭୋଟ କରାଗଲେ ଖର୍ଚ୍ଚ କମ୍ ହୋଇଥାଏ । ଏଥିରେ କାଗଜ, ଛପା ଖର୍ଚ୍ଚ ଏବଂ ଯାନବାହନରେ ନେବା ଆଣିବା ପ୍ରକ୍ରିୟା ଖର୍ଚ୍ଚ କମ୍ ହୋଇଥାଏ ।

(iii) ବହୁଳାର ବ୍ୟବହାର – ଏହି ମେସିନ୍‌ଗୁଡ଼ିକୁ ଅନେକ ଥର ବ୍ୟବହାର କରାଯାଇପାରିବ । ସବୁପ୍ରକାର ନିର୍ବାଚନ ସମୟରେ ଏହାକୁ କାର୍ଯ୍ୟରେ ଲଗାଯାଇପାରିବ ।

(iv) ତ୍ରୁଟିଶୂନ୍ୟ – ଲୋକମାନଙ୍କଦ୍ଵାରା ଭୋଟ ଗଣତି ସମୟରେ ଅନେକ ଭୁଲ୍ ହୋଇଥାଏ । କିନ୍ତୁ ଏଥୁରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୋଇ ନଥାଏ ।

(v) ପରିବେଶ ଅନୁକୂଳ – ଏଥୁରେ ବିଶେଷ କାଗଜ ଦରକାର ପଡ଼ିନଥାଏ କି ଅଧ‌ିକ ଗଛ କାଟି ସେଥୁରୁ କାଗଜ ପ୍ରସ୍ତୁତ କରିବାକୁ ପଡ଼ି ନଥାଏ ।

(vi) ନାକଚ ଭୋଟ ଏହି ବ୍ୟବସ୍ଥାରେ ଭୋଟ୍ ନାକଚ ବା କ୍ୟାନସେଲ ହେବାର ଆଶଙ୍କା ନଥାଏ । କୌଣସି ପ୍ରକାରରେ ଏଥରେ ଭୋଟରର ଭୋଟ୍ ନଷ୍ଟ ହେବାର ନଥାଏ ।

Question 6.
ଭାରତର କେତେକ ସହରାଞ୍ଚଳରେ ମତଦାତାଙ୍କ ଉପସ୍ଥିତ କମିବାରେ ଲାଗିଛି । ଏହାର କାରଣ କ’ଣ ହୋଇପାରେ ? ଅଧ‌ିକ ମତଦାତାଙ୍କୁ ଉତ୍ସାହିତ କରିବାକୁ କେଉଁସବୁ ପଦକ୍ଷେପ ନେବାକୁ ପଡ଼ିବ ?
Answer:
(i) ଭାରତରେ କେତେକ ସହରାଞ୍ଚଳରେ ମତଦାତାଙ୍କ ଉପସ୍ଥିତ କମିବାର ଅନେକ କାରଣ ରହିଅଛି । ସେଥୁମଧ୍ୟରୁ ଅନ୍ୟତମ ହେଉଛି ମତଦାତାଙ୍କ ବୀତସ୍ଵ ହ ମନୋଭାବ ।

(ii) ସହରାଞ୍ଚଳରେ ମତଦାନ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ପରିଲକ୍ଷିତ ହୋଇଥାଏ ।

(iii) ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ଯରେ ସେମାନେ ମତଦାନ କରିବାକୁ ଭୁଲିଯାଇଥାନ୍ତି । ଦେଖାଯାଇଥାଏ ଯେ ସେମାନେ କାମରେ ଏତେ ବ୍ୟସ୍ତଥାନ୍ତି ଭୋଟ ଦେବାପାଇଁ ସମୟ ବାହାର କରିପାରନ୍ତି ନାହିଁ ।

(iv) ସେମାନେ ଭାବନ୍ତି ଯେ ମୋର ଖଣ୍ଡିଏ ଭୋଟ କ’ଣ ସରକାର ବଦଳାଇ ଦେଇ ପାରିବ, ମୋର ଅସୁବିଧାକୁ ଦୂର କରିପାରିବ । ଦେଖାଯାଇଛି ଅନେକ ଲୋକ ରାଜନୀତିରୁ ମୁହଁ ଫେରାଇ ନେଉଛନ୍ତି ।

(v) ଅଧିକରୁ ଅଧ‌ିକ ମତଦାତାଙ୍କୁ ଉତ୍ସାହିତ କରିବାପାଇଁ ହେଲେ ସେଭଳି କିଛି ଆଦୃଶିଆ ପଦକ୍ଷେପ ନେବାକୁ ପଡ଼ିବ, ଯଥା— ଭୋଟଗ୍ରହଣ କେନ୍ଦ୍ରମାନ ଅତି ନିକଟରେ ହେବା ଆବଶ୍ୟକ ଓ କେନ୍ଦ୍ରଗୁଡ଼ିକର ସଂଖ୍ୟା କଢ଼ାଇବାକୁ ପଡ଼ିବ ।

(vi) ଭୋଟଗ୍ରହଣ କେନ୍ଦ୍ରମାନଙ୍କରେ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ଯେପରି ପଡ଼ିବାକୁ ନପଡ଼େ ତା’ର ବ୍ୟବସ୍ଥା କରିବାକୁ ହେବ । ଅନ୍‌ଲାଇନ ଭୋଟିଙ୍ଗ୍ ବ୍ୟବସ୍ଥା କରିବା ଦରକାର । ଯୁବକମାନଙ୍କୁ ଅଧ୍ଵକମାତ୍ରାରେ ଏଥରେ ଶଂଶ୍ଳିଷ୍ଟ କରିବାକୁ ପଡ଼ିବ । ମତବାନ ପ୍ରତି ଲୋକମାନଙ୍କର ମନରେ ଆଗ୍ରହ ସୃଷ୍ଟି ପାଇଁ ରାଜନୈତିକ ସନ୍ତୋଟତା ଓ ସାଧୁତାଭାବ ଆଣିବାକୁ ପଡ଼ିବ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 7.
ଲୋକସଭା ସଦସ୍ୟ ସଂଖ୍ୟାର ଏକ ନିର୍ଦ୍ଦିଷ୍ଟ ଅଂଶ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତି ନିମନ୍ତେ କାହିଁକି ସଂରକ୍ଷିତ ରହିବ ବୋଲି ତୁମେ ଭାବୁଛ ? ସଂକ୍ଷେପରେ ଲେଖ ।
Answer:
(i) ଆମ ସମ୍ବିଧାନର ୩୩୦ ଧାରାରେ ଲୋକସଭାରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିଙ୍କ ନିମନ୍ତେ ଆସନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି ।

(ii) ସେଥୁମଧ୍ୟରୁ ୮୪ଟି ଆସନ ତଫସିଲଭୁକ୍ତ ଜାତି ଏବଂ ୪୭ଟି ଆସନ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।

(iii) ସେମାନଙ୍କୁ ରାଜନୀତିରେ ଓ ଦେଶର ନୀତିନିୟମ ପ୍ରଣୟନରେ ଅଧ୍ବକ ମାତ୍ରାରେ ସଂଶ୍ଳିଷ୍ଟ କରିବା ପାଇଁ ସେମାନଙ୍କର ସମ୍ପ୍ରଦାୟକୁ ଉପଯୁକ୍ତ ମାନ୍ୟତା ପ୍ରଦାନ କରିବା ପାଇଁ ସେମାନଙ୍କ ନିମନ୍ତେ ଆସନ ସଂରକ୍ଷଣ କରାଯାଇଛି ।

(iv) ସେମାନଙ୍କ ମଧ୍ୟରେ ଥ‌ିବା ଅନ୍ଧବିଶ୍ଵାସ ହୀନମନ୍ୟତାକୁ ଦୂର କରିବା ଓ ସେମାନଙ୍କୁ ଦେଶର ମୁଖ୍ୟ ଏହାର ଉଦ୍ଦେଶ୍ୟ । ସ୍ରୋତରେ ସାମିଲ କରିବା

(v) ସେମାନେ ନିଜକୁ ପଛୁଆ ବୋଲି ଯେପରି ନ ଭାବନ୍ତି, ସେଥ‌ିପାଇଁ ଲୋକସଭା ଓ ବିଧାନସଭାମାନଙ୍କରେ ସେମାନଙ୍କ ପାଇଁ ଆସନ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି ।

(vi) ଆସନ ସଂରକ୍ଷଣ ବ୍ୟବସ୍ଥାଦ୍ୱାରା ସେମାନଙ୍କୁ ଅନ୍ୟ ଜାତିର ଲୋକମାନଙ୍କ ସହିତ ସମାନ କରିବାପାଇଁ ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ସେମାନେ ଅନ୍ୟମାନଙ୍କ ସହ ସମାନ ମର୍ଯ୍ୟାଦା ପାଇପାରୁଛନ୍ତି ।

Question 8.
ଆମେ ଅନୁଭବ କରୁଥ‌ିବା ନିର୍ବାଚନକୁ ସାମାଜିକ ଗଣମାଧ୍ୟମ କେତେକାଂଶରେ ପରିବର୍ତ୍ତନ କରୁଛି । ହୃଦୟଗ୍ରାହୀ ନିର୍ବାଚନ ପ୍ରଚାର ରିଲ୍ ଏବଂ ଭାଷଣଠାରୁ ଇନଷ୍ଟାଗ୍ରାମ୍ ଓ ଟୁଇଟର୍‌ର ରାଜନୈତିକ ତର୍କ ପର୍ଯ୍ୟନ୍ତ । ମାତ୍ର ଏହା କ’ଣ ଗଣତନ୍ତ୍ରକୁ ସମୃଦ୍ଧ କରୁଛି ନା ଅଧ୍ବକ ଗୋଳମାଳିଆ କରୁଛି ? ତୁମ ମଧ୍ଯରେ ଦୁଇଜଣିଆ ଦଳ ହୋଇ ଆଲୋଚନା କର । ଆଜିର ଡିଜିଟାଲ ଦୁନିଆରେ ନିର୍ବାଚନ ବ୍ୟବସ୍ଥାର ସୁଫଳ ସବୁ କ’ଣ ? ଏସବୁର କ’ଣ ପ୍ରତିବନ୍ଧକ ରହିଛି ଏବଂ ଏହାର ଭବିଷ୍ୟତ କିପରି ରହିବ ?
Answer:
ସାମାଜିକ ଗଣମାଧ୍ୟମ ଦ୍ଵାରା ନିର୍ବାଚନ ସମୟରେ ମିଳୁଥିବା ସୁବିଧା ଓ ସୁଯୋଗ ବିଷୟରେ ପ୍ରଥମେ ଆଲୋଚନା କରିବା –
(କ) ଦ୍ରୁତ ପ୍ରଚାର – ସାମାଜିକ ଗଣମାଧ୍ୟମଗୁଡ଼ିକ ଅତି ସହଜରେ ଓ କମ୍ ସମୟ ମଧ୍ୟରେ ସାରା ଦେଶରେ ବାର୍ତ୍ତା ପହଞ୍ଚାଇ ଦେଇଥାଏ । ଏହା ମଧ୍ଯ ଅତି କମ୍ ଖର୍ଚ୍ଚରେ ହୋଇପାରିଥାଏ ।

(ଖ) ରାଜନୀତିରେ ଅଂଶଗ୍ରହଣ – ଗଣମାଧ୍ୟମ ଯଥା ଇନଷ୍ଟାଗ୍ରାମ ଓ ଟୁଇଟ୍‌ର ମାଧ୍ୟମରେ ଅନେକ ଯୁବଗୋଷ୍ଠୀ ଭାଗନେଇ ପାରିବାର ସୁବିଧା ସୁଯୋଗ ଥାଏ । ରାଜନୈତିକ ଆଲୋଚନା ଓ ପର୍ଯ୍ୟାଲୋଚନାରେ ମଧ୍ୟ ଭାଗ ନେଇ ପାରନ୍ତି ।

(ଗ) ରିଲ୍ସ ପ୍ରଚାର – ରିଲ୍‌ ମାଧ୍ୟମରେ ରାଜନେତାମାନେ ସିଧାସଳକ ଜନସାଧାରଣଙ୍କ ସହିତ ବାର୍ତ୍ତାଳାପ କରିଥା’ନ୍ତି, ଯାହାଫଳରେ ସେମାନଙ୍କର ସୁବିଧା ଓ ଅସୁବିଧା ବିଷୟରେ ଅବଗତ ହୋଇଥା’ନ୍ତି । ଏହା ପୁରାତନ ପ୍ରଚାର ମାଧ୍ୟମଠାରୁ ଖୁବ୍ ଉନ୍ନତ ଅଟେ ।

(ଘ) ସ୍ଵଚ୍ଛତା ଓ ସାଧୁତା – ଗଣମାଧ୍ୟମଗୁଡ଼ିକ ସେମାନଙ୍କର ତଥ୍ୟ ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଓ ସାଧୁତା ପ୍ରତି ଧ୍ୟାନ ଦେଇଥା’ନ୍ତି । ସମାଜରେ ଘଟୁଥ‌ିବା ଦୁର୍ନୀତି ବିଷୟରେ ଲୋକମାନଙ୍କୁ ଅବଗତ କରାଇଥାନ୍ତି ।

(ii) ଗଣମାଧ୍ୟମର ଅସୁବିଧା ଓ ପ୍ରତିବନ୍ଧକ ବିଷୟରେ ଆଲୋଚନା କରିବା

(କ) ଭ୍ରମାତ୍ମକ ସୂଚନା ପ୍ରଦାନ ଗଣମାଧ୍ୟମଗୁଡ଼ିକରେ ବେଳେବେଳେ ଅନେକ ଭ୍ରମାତ୍ମକ ସୂଚନା ଦେଇ ଲୋକମାନଙ୍କ ମଧ୍ୟରେ ଭୟ ସଞ୍ଚାର କରିଥାଏ । ଏହା ଖୁବ୍ କମ୍ ସମୟରେ ଅନେକ ବାର୍ତ୍ତାକୁ ବା ଘଟଣାକୁ ଅତିରଂଜିତ କରିଥାଏ ।

(ଖ) ହତାଶ ଓ ନିରାଶଭାବ ସୃଷ୍ଟି କରିବା – ଏହି ଗଣମାଧ୍ୟମଗୁଡ଼ିକରୁ ସମ୍ବାଦ ଶୁଣିଲାପରେ ଅନେକଙ୍କ ମଧ୍ୟରେ ହତାଶ ଓ ନିରାଶଭାବ ଜାଗ୍ରତ ହୋଇଥାଏ । କାରଣ ସେଥ‌ିରେ କେତେକ ଭୁଲ୍ ତଥ୍ୟ ପ୍ରଦାନ କରି ଲୋକମାନଙ୍କୁ ଆକର୍ଷିତ କରାଯାଇଥାଏ ।

(iii) ଗଣମାଧ୍ୟମଗୁଡ଼ିକର ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା –

(କ) ଅନ୍‌ଲାଇନ୍‌ରେ ଭୋଟଦାନ ବ୍ୟବସ୍ଥା – ଅନ୍‌ଲାଇନ୍‌ରେ ଭୋଟଦାନ ବ୍ୟବସ୍ଥା କରାଗଲେ ବର୍ତ୍ତମାନ ଡିଜିଟାଲ ଯୁଗରେ ନିର୍ବାଚନ ଅତି ସୁଗମ ଓ ସ୍ୱଚ୍ଛ ହୋଇପାରିବ ।

(ଖ) ଅଧିକ ପ୍ରଭାବଶାଳୀ କରିବା – ଡିଜିଟାଲ ମାଧ୍ୟମଗୁଡ଼ିକୁ ଅତି ପ୍ରଭାବଶାଳୀ ହୋଇପାରିଲେ ଲୋକମାନେ ସହଜରେ ଏହାକୁ ବ୍ୟବହାର କରିପାରିବେ ।

(ଗ) ନିର୍ବାଚନରେ ନୂତନ ପଦ୍ଧତି ଅବଲମ୍ବନ – ଯୁଗ ବଦଳିବା ସହିତ ନିର୍ବାଚନର ମାଧ୍ୟମ ମଧ୍ଯ ବଦଳିବା ଜରୁରୀ, ବାଲଟ୍‌ରୁ ଇ.ଭି.ଏମ୍ ଯେପରି କରାଯାଇଛି, ଠିକ୍ ସେହିପରି ଇ.ଭି.ଏମ୍. ରୁ ଡିଜିଟାଲ ଭୋଟିଙ୍ଗ୍ ବ୍ୟବସ୍ଥା କରାଗଲେ ନିର୍ବାଚନରେ ସ୍ୱଚ୍ଛତା, ସାଧୁତା ଓ ସଟ୍ଟତା ବଜାୟ ରହିପାରିବ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 9.
https/www.indiavotes.com ୱେବସାଇଟ୍ ଖୋଜି ତନ୍ମଧ୍ୟରେ ଏକ ସଂସଦୀୟ କ୍ଷେତ୍ର ମଣ୍ଡଳୀର କୌଣସି ଏକ ନିର୍ବାଚନ ବାଛ, ତାହାକୁ ଅନୁସନ୍ଧାନକର । ସେହିପରି ତୁମ ରାଜ୍ୟର ଏକ ବିଧାନସଭା କ୍ଷେତ୍ର/ ମଣ୍ଡଳୀର ତଥ୍ୟ ସଂଗ୍ରହ କରି ଅନୁସନ୍ଧାନ କର ।
Answer:
(i) https/www.indiavotes.com ୱେବସାଇଟ୍ ଖୋଜି ମୁଁ ଏକ ସଂସଦୀୟ କ୍ଷେତ୍ର/ମଣ୍ଡଳୀ ଏବଂ ରାଜା ବିଧାନସଭା ମଣ୍ଡଳୀ ବାଛିଅଛି । ତାହା ହେଉଛି ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ, ଯାହାର ଗତ ୨୦୨୪ ମସିହା ନିର୍ବାଚନର ଫଳାଫଳ ନିମ୍ନପ୍ରକାର ଅଟେ ।

(ii) ଏହି ନିର୍ବାଚନ ମଣ୍ଡଳୀରୁ ସଙ୍ଗୀତା କୁମାରୀ ସିଂହଦେଓ ବିଜେପି ପ୍ରାର୍ଥୀ ହିସାବରେ ବିଜୟଲାଭ କରିଥିଲେ । ସେ ତାଙ୍କର ବିପକ୍ଷ ଦଳର ପାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କୁ (ବି.ଜେ.ଡ଼ି.) ହରାଇ ସେ ନିର୍ବାଚନରେ ଜୟଯୁକ୍ତ ହୋଇଥିଲେ ।

(iii) ୨୦୨୧ ମସିହାର ପଶ୍ଚିମବଙ୍ଗର ଭାବନଗର ରାଜ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ପ୍ରାର୍ଥୀ (TMC) ଭାବରେ ବିଜୟଲାଭ କରିଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତାଇବଇୱାଲଙ୍କୁ ଅଧିକ ଭୋଟରେ ହରାଇ ଦେଇଥିଲେ । ପରବର୍ତୀ ସମୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ ।

(iv) ଏହି ନିର୍ବାଚନ ଫଳାଫଳଗୁଡ଼ିକ ମଧ୍ୟରୁ ଆମେ ଜାଣିପାରୁଛୁ ଯେ ଆମର ଗଣତନ୍ତ୍ରରେ ନାଗରିକମାନେ କେତେ ସଚେତନ ଅଛନ୍ତି, ସେ କେନ୍ଦ୍ର ନିର୍ବାଚନ ହେଉ ବା ରାଜ୍ୟ ନିର୍ବାଚନ ହେଉ । ଏହା ଆମ ଗଣତନ୍ତ୍ର ବ୍ୟବସ୍ଥାର ସିଧାସଳଖ ମତଦାନର ମହତ୍ତ୍ଵ ଓ ଗୁରୁତ୍ଵ ପ୍ରତିପାଦନ କରୁଅଛି । ଆମ ଦେଶ ସାରା ବିଶ୍ଵରେ ଏକ ମହାନ୍ ଗଣତାନ୍ତ୍ରିକ ରାଷ୍ଟ୍ରଭାବରେ ଉଭା ହୋଇଅଛି ।

(v) ଗତ ୨୦୨୪ ନିର୍ବାଚନରେ ଆମ ରାଜ୍ୟର ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ଜଣେ ସ୍ଵାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ଅନେକ ଭୋଟରେ ହରାଇ ଦେଇଥିଲେ ଯାହାକି ସେ ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟିକରିଥିଲା ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୨୩) :

Question 1.
ସାର୍ବଜନୀନ ସାବାଳକ ମତଦାନ କ’ଣ ?
Answer:

  1. ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି ଇତ୍ୟାଦି ନିର୍ବିଶେଷରେ ସମସ୍ତ ନାଗରିକ ମତଦାନ କରିବାରେ ଅଧୁକାର ପ୍ରାପ୍ତ ହେବାକୁ ସାର୍ବଜନୀନ ସାବାଳକ ମତଦାନ କୁହାଯାଏ ।
  2. ଏହାର ଅର୍ଥ ହେଉଛି ନିର୍ବାଚନ ସମୟରେ ସମସ୍ତ ସାବାଳକ ମତଦାତା ବା ନାଗରିକ ନିଜର ଗୋଟିଏ ମତ ପ୍ରଦାନ ପରିପାରିବେ ଏବଂ ସମସ୍ତ ମତଦାନର ମୂଲ୍ୟ ସମାନ ଅଟେ ।
  3. ଭାରତରେ ୧୮ ବର୍ଷ ବା ତଦୂର୍ଣ୍ଣ ପ୍ରତ୍ୟେକ ନାଗରିକ ମତଦାନ କରିବାର ଅଧୂକାର ପାଇଥାନ୍ତି ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
ନିର୍ବାଚନ ବ୍ୟବସ୍ଥା କ’ଣ ?
Answer:

  1. ଗଣତନ୍ତ୍ରରେ ପ୍ରତିନିଧୁମାନଙ୍କୁ ଚୟନ କରିବା ପାଇଁ ଏକ ପଦ୍ଧତି ହେଉଛି ନିର୍ବାଚନ ବ୍ୟବସ୍ଥା ।
  2. ଲୋକମାନେ କିପରି ମତଦାନ କରନ୍ତି, ଭୋଟ କିପରି ଗଣନା କରାଯାଏ, ବିଜେତାମାନଙ୍କୁ କିପରି ଚୟନ କରାଯାଏ ତାହା ନିର୍ବାଚନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ।
  3. ନିର୍ବାଚନ ଲୋକମାନଙ୍କୁ ସେମାନଙ୍କର ନେତା ବାଛିବାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଏ ।

Question 3.
ଭାରତର ନିର୍ବାଚନ ବ୍ୟବସ୍ଥା କିପରି କାର୍ଯ୍ୟ କରେ ?
Answer:

  1. ଭାରତରେ ନିର୍ବାଚନ ବ୍ୟବସ୍ଥା ମୁକ୍ତ ଏବଂ ନିରପେକ୍ଷ ଅଟେ । ଏଠାରେ ଜନସାଧାରଣ ଗୁପ୍ତ ମତଦାନ ବ୍ୟବସ୍ଥାକୁ ବ୍ୟବହାର କରି ପ୍ରତିନିଧୂମାନଙ୍କୁ ନିର୍ବାଚିତ କରନ୍ତି ।
  2. ଭାରତରେ ନିର୍ବାଚନ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ଉପରେ ଆଧାରିତ ଅର୍ଥାତ୍ ପ୍ରତ୍ୟେକ ବୟସ୍କ ନାଗରିକର ଭୋଟ ଦେବାର ଅଧିକାର ଅଛି । ଏହି ପ୍ରଣାଳୀ ନିଶ୍ଚିତ କରେ ଯେ ନିର୍ବାଚନ ନିରପେକ୍ଷ ଏବଂ ସମସ୍ତଙ୍କ ମତଦାନକୁ ଗୁପ୍ତ ରଖାଯାଏ ।

ଆସ ଅନୁସନ୍ଧାନ କରିବା :

Question 1.
୧୯୮୮ ମସିହାରେ ଭାରତରେ ସର୍ବନିମ୍ନ ମତଦାନ ବୟସକୁ ୨୧ ବର୍ଷରୁ କମାଇ ୧୮ ବର୍ଷ କରାଯାଇଥିଲା । ଏହା ଭଲ ପଦକ୍ଷେପ ଥିଲା ନା ନୁହେଁ ଆଲୋଚନା କର ।
Answer:
(i) ୧୯୮୮ ମସିହାରେ ଭାରତରେ ସର୍ବନିମ୍ନ ମତଦାନ ବୟସକୁ ୨୧ ବର୍ଷରୁ କମାଇ ୧୮ ବର୍ଷ କରିବାର ପଦକ୍ଷେପ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା । ଏହା ଯୁବପିଢ଼ିକୁ ନିର୍ବାଚନରେ ଅଂଶଗ୍ରହଣ କରିବାର ଅଧିକାର ପ୍ରଦାନ କରିଥିଲା ।

(ii) ଏହା ସେମାନଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଥିବା ନିଷ୍ପତ୍ତି ନେବାକୁ ସ୍ୱୀକୃତି ପ୍ରଦାନ କରିଥିଲା । ଶିକ୍ଷା, ନିଯୁକ୍ତି ଆଦି କ୍ଷେତ୍ରରେ ଗ୍ରହଣ କରାଯାଉଥ‌ିବା ନୀତି ପ୍ରସ୍ତୁତ କରିବାରେ ଏହା ଯୁବବର୍ଗଙ୍କ ମତାମତକୁ ଗ୍ରହଣ କରିବାର ମାର୍ଗ ଉନ୍ମୁକ୍ତ କରିଥିଲା ।

(iii) ଯଦିଓ ରାଜନୈତିକ ପରିପକ୍ଵତାକୁ ନେଇ ପ୍ରଶ୍ନ ଉଠିଥିଲା, ଦୀର୍ଘକାଳୀନ ଭିତ୍ତିରେ ଏହାର ଲାଭ ଏହି ପ୍ରଶ୍ନକୁ ପଛରେ ପକାଇ ଦେଇଥିଲା । ତେଣୁ ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ ସାକାରାତ୍ମକ ପରିବର୍ତ୍ତନ ଆଣିଥିଲା ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
୧୯୪୭ ମସିହାରେ ଭାରତର ସାକ୍ଷରତା ହାର ପାଖାପାଖୁ ୧୪ ପ୍ରତିଶତ ଥିଲା, ତନ୍ମଧ୍ୟରୁ ମହିଳା ସାକ୍ଷରତା ହାର ସଂଖ୍ୟା ମାତ୍ର ୮ ପ୍ରତିଶତ ଥିଲା । କେତେକ ମତ ଦିଅନ୍ତି ଯେ, ମତଦାନ ଅଧିକାର କେବଳ ଶିକ୍ଷିତ ଲୋକଙ୍କୁ ଦେବା ଉଚିତ । ଆମ ସମ୍ବିଧାନ ପ୍ରଣେତାମାନେ ସ୍ଵାଧୀନତା ସମୟରୁ ହିଁ କାହିଁକି ସାର୍ବଜନୀନ ମତଦାନ ବ୍ୟବସ୍ଥା ସପକ୍ଷରେ ମତ ରଖୁଥୁଲେ ତୁମ ଦଳ ମଧ୍ୟରେ ଆଲୋଚନା କର ।
Answer:
ସ୍ଵାଧୀନତା ସମୟରୁ ଆମ ସମ୍ବିଧାନ ପ୍ରଣେତାମାନେ ସାର୍ବଜନୀନ ମତଦାନ ବ୍ୟବସ୍ଥା ସପକ୍ଷରେ ମତ ରଖୁଥିଲେ ।
କାରଣ-
(i) ସେମାନେ ଜାତି, ଲିଙ୍ଗ, ଧର୍ମ, ବର୍ଣ୍ଣ, ଆୟ କିମ୍ବା ଶିକ୍ଷା ନିର୍ବିଶେଷରେ ପ୍ରତ୍ୟେକ ବୟସ୍କ ନାଗରିକଙ୍କୁ ମତଦାନ କରିବାର ଅଧୁକାର ଦେଇ ସମାନତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବାକୁ ଚାହୁଁଥିଲେ ।

(ii) ସେମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସମସ୍ତ ନାଗରିକଙ୍କୁ ସାମିଲ କରି ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ଚାହୁଁ ଥିଲେ ।

(iii) ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶରେ ସେମାନେ ସାମାଜିକ ସ୍ତରୀକୃତ ବ୍ୟବସ୍ଥାକୁ ଭାଙ୍ଗି ସାମାଜିକ ନ୍ୟାୟ ପ୍ରଦାନ କରିବା ଏବଂ ଏକ ଅନ୍ତର୍ଭୁକ୍ତିମୂଳକ ଓ ଭାଗିଦାରୀ ଗଣତନ୍ତ୍ରରେ ଭାରତ ବିଶ୍ଵାସ କରେ ବୋଲି ସେମାନେ ପ୍ରତିପାଦନ କରିବାକୁ ଚାହୁଁଥିଲେ ।

Question 3.
ସାର୍ବଜନୀନ ମତଦାନ କାହିଁକି ଏତେ ଗୁରୁତ୍ଵପୂର୍ଣ୍ଣ ତାହାର ଅନେକ କାରଣମାନ ରହିଛି । ତନ୍ମଧ୍ୟରୁ କେତେକ ନିମ୍ନରେ ଦର୍ଶାଗଲା । ତୁମେ ଅନ୍ୟ କିଛି ଚିନ୍ତା କରିପାରିବ କି ?
Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-1
Answer:
ଖାଲିଥିବା ସ୍ଥାନରେ ଅନ୍ୟ ଦୁଇଟି କାରଣ

  1. ସମସ୍ତଙ୍କୁ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିବାର ଅଧିକାର ଥାଏ ।
  2. ଚାକିରୀ କ୍ଷେତ୍ରରେ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ଦିଆଯାଏ ।

Question 4.
ଦଳଗତ ଭାବରେ ଆଲୋଚନା କର – ଏହି ପ୍ରଣାଳୀଗୁଡ଼ିକ ଗଣତନ୍ତ୍ରରେ କିପରି ଭୂମିକା ନିର୍ବାହ କରେ ? ଏହି ଉନ୍ନତ ସୁବିଧାଗୁଡ଼ିକର ସୁଯୋଗ କେହି ଉପଲବ୍ଧ କରିଥିବା ତୁମେ ଜାଣିଛ କି ? ଏହା ତୁମ ଅଞ୍ଚଳର ନିର୍ବାଚନ (ଭୋଟର) ଅଂଶଗ୍ରହଣରେ ବୃଦ୍ଧି ଘଟାଇପାରିଛ କି ? ବୈଷିୟକ ଜ୍ଞାନକୌଶଳ ଏଠାରେ କିପରି ହାଯ୍ୟ କରିବ ? ଯଦି ତୁମ ପାଖରେ ଇଣ୍ଟରନେଟ୍ ଯୋଗାଯୋଗ ସୁବିଧା ଥିବା ଇସିଆଇ ୱେବ୍‌ସାଇଟ୍ (https://www.eci.gov.in/persons with disabilities) ସର୍ଜ କର । ଇସିଆଇ ଗ୍ରହଣ କରିଥିବା ଅନେକ ସୁବିଧା ଯାହା ଭିନ୍ନକ୍ଷମଙ୍କୁ ସୁବିଧା ପ୍ରଦାନ କରେ ତାହା ପଢ଼ ଏବଂ ଚିହ୍ନଟ କର ।
Answer:
(i) ଏହି ପଦକ୍ଷେପ ନିଶ୍ଚିତ କରେ ଯେ ପ୍ରତ୍ୟେକ ଯୋଗ୍ୟ ନାଗରିକ, ବୟସ୍କ, ଦିବ୍ୟାଙ୍ଗ ଏବଂ ଦୁର୍ଗମ ଅଞ୍ଚଳର ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ଏହା ସାର୍ବଜନୀନ ସାବାଳକ ମତାଧ୍ଵର ନୀତିକୁ ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରେ ।

(ii) ହଁ, ମୁଁ ଜଣେ ବୟସ୍କ ପଡ଼ୋଶୀଙ୍କୁ ଜାଣେ ଯିଏ ୨୦୨୪ ସାଧାରଣ ନିର୍ବାଚନରେ ପୋଷ୍ଟାଲ ଭୋଟିଂ ବିକଳ୍ପ ବ୍ୟବହାର କରି ଘରୁ ଭୋଟ ଦେଇପାରିଥିଲେ ।

(iii) ଏହି ପଦକ୍ଷେପଗୁଡ଼ିକ ପ୍ରକ୍ରିୟାକୁ ସହଜ ଏବଂ ସୁଲଭ କରି ଅଧିକ ଲୋକଙ୍କୁ ବିଶେଷ କରି ଶାରୀରିକ ଦିବ୍ୟାଙ୍ଗ କିମ୍ବା ଯାତାୟାତ କରିପାରୁ ନଥିବା ଲୋକଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିପାରିଛି ।

(iv) ବୈଷୟିକ ଜ୍ଞାନକୌଶଳ, ଯଥା- ବ୍ରେଲି–ସକ୍ଷମ ଭୋଟର କାର୍ଡ଼, ସହାୟତା ଅନୁରୋଧ ପାଇଁ ମୋବାଇଲ୍ ଆପ୍ ପ୍ରଦାନ କରି ଏବଂ ମତଦାନ କେନ୍ଦ୍ରଗୁଡ଼ିକରେ ରାମ୍ପ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସହାୟତା ଭଳି ଉପକରଣ ସହିତ ସଜ୍ଜିତ ନିଶ୍ଚିତ କରି ସହାୟତା କରିପାରିବ । ଏହି ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରେ ଏବଂ ଅଧ‌ିକ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରି ଅଂଶଗ୍ରହଣକୁ ସକ୍ଷମ କରିପାରେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 5.
ପାଖାପାଖୁ ୩୪ ପ୍ରତିଶତ ଯୋଗ୍ୟ ମତଦାନା ୨୦୨୪ ମସିହା ନିର୍ବାଚନରେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରି ନଥିଲେ । ଏପରି ଘଟିବାର କାରଣ କ’ଣ ବୋଲି ତୁମେ ଅନୁମାନ କରୁଛ ? ନିଜ ଅଧୁକାର ସାବ୍ୟସ୍ତ ନିମନ୍ତେ ଲୋକମାନେ କେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ? ତୁମ ପରିବାର ଓ ପାଖ ପଡ଼ୋଶୀରେ ଥିବା ସାବାଳକମାନଙ୍କୁ ନେଇ ଏକ (ଅନୁସନ୍ଧାନ) ସର୍ଭେ କର । ଗୃହୀତ ତଥ୍ୟକୁ ଅନୁଶୀଳନ କରି ଏକ ରିପୋର୍ଟ ଲେଖ ଏବଂ ସମସ୍ତଙ୍କ ମତଦାନ କିପରି ସୁନିଶ୍ଚିତ ହୋଇପାରିବ ମତାମତ ଦିଅ ।
Answer:
(i) ଭୋଟ ଦେଇ ନଥିବା ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୩୪ ପ୍ରତିଶତ ସଚେତନତାର ଅଭାବ, ରାଜନୀତି ପ୍ରତି ଅନାଗ୍ରହ କିମ୍ବା ସେମାନଙ୍କ ଭୋଟ କୌଣସି ପରିବର୍ତ୍ତନ ଆଣିବ ନାହିଁ ବୋଲି ବିଶ୍ଵାସ ହେତୁ ଉଦାସୀନତାର ସମ୍ମୁଖୀନ ହୋଇପାରିଥାନ୍ତି ।

(ii) ଏହା ସହିତ ମତଦାନ କେନ୍ଦ୍ରର ଦୀର୍ଘ ଦୂରତା, ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଉପଯୁକ୍ତ ପରିଚୟପତ୍ରର ଅଭାବ ଭଳି ବ୍ୟବହାରିକ ଅସୁବିଧା ମଧ୍ୟ ସେମାନଙ୍କୁ ଭୋଟ ଦେବାକୁ ବାଧା ଦେଇପାରିଥାଏ ।

(iii) ଲୋକମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ ନିମନ୍ତେ ସମ୍ମୁଖୀନ ହେଉଥ‌ିବା ସମସ୍ୟାଗୁଡ଼ିକ ହେଲା- ଶାରୀରିକ ଅକ୍ଷମତା କିମ୍ବା ବାର୍ଦ୍ଧକ୍ୟ, ଅପହଞ୍ଚ ଭୋଟଗ୍ରହଣ କେନ୍ଦ୍ର, ଭୋଟର ପରିଚୟ ପତ୍ରର ଅଭାବ, ଭୋଟଦାନ ପ୍ରକ୍ରିୟା ବିଷୟରେ କମ୍ ସଚେତନତା, ଦୁର୍ଗମ ଅଞ୍ଚଳରେ ଖରାପ ପରିବହନ ବ୍ୟବସ୍ଥା, ଭୋଟଦାନ ଦିନ ଅନ୍ୟ କୌଣସି କାମ କିମ୍ବା ପ୍ରତିବଦ୍ଧତା ।

(iv) ସର୍ଭେରୁ ଜଣାଯାଇଛି ଯେ ଅନେକ ମତଦାତାଙ୍କୁ ପରିବହନ ସମସ୍ୟା ଏବଂ ଭୋଟଗ୍ରହଣ କେନ୍ଦ୍ରରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ।

(v) କେତେକଙ୍କ ପାଖରେ ପ୍ରାର୍ଥୀ ଏବଂ ମତଦାନ ପ୍ରକ୍ରିୟା ସମ୍ବନ୍ଧରେ ପର୍ଯ୍ୟାପ୍ତ ସୂଚନାର ଅଭାବ ଥିଲା । ଏହାକୁ ଆଧାର କରି ଦୂରଦୂରାନ୍ତ ଅଞ୍ଚଳ ପାଇଁ ମୋବାଇଲ ମତଦାନ କେନ୍ଦ୍ର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଛି ।

Question 6.
ଏହି ନିର୍ବାଚନ ବ୍ୟବସ୍ଥାର ଗୁରୁତ୍ଵପୂର୍ଣ୍ଣ ବିଷୟଗୁଡ଼ିକ କ’ଣ ଥିଲା ?
Answer:
ଏହି ନିର୍ବାଚନ ବ୍ୟବସ୍ଥାର ଗୁରୁତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଥିଲା –

  1. କୌଣସି ପ୍ରଭାବ କିମ୍ବା ଚାପ ବିନା ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ,
  2. ଭୋଟରଙ୍କ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଗୁପ୍ତ ମତଦାନ
  3. ନିର୍ବାଚନ ପରିଚାଳନା ଓ ତଦାରଖ କରିବା ପାଇଁ ସ୍ଵାଧୀନ ନିର୍ବାଚନ ଅଧିକାରୀ
  4. ଭୋଟର ସଚେତନତା ଏବଂ ଅଂଶଗ୍ରହଣ ।

Question 7.
ଗୁପ୍ତ ମତଦାନର ଆବଶ୍ୟକତା କ’ଣ ?
Answer:
ଗୁପ୍ତମତଦାନ ନିଶ୍ଚିତ କରେ ଯେ ଭୋଟରମାନେ ସେମାନଙ୍କର ଭୟ, ଚାପ କିମ୍ବା ପ୍ରଭାବ ବିନା ସ୍ଵାଧୀନ ଭାବରେ ନିଜର ପ୍ରାର୍ଥୀ ପସନ୍ଦ କରିପାରିବେ । ଏହା ଭୋଟରଙ୍କ ଗୋନୀୟତାକୁ ସୁରକ୍ଷା ପ୍ରଦାନ କରେ ,ବଂ ନିର୍ବାଚନର ନିରପେକ୍ଷତା ଓ ଅଖଣ୍ଡତା ବଜାୟ ରଖିବାରେ ସାହାଯ୍ୟ କରେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 8.
ନିଜ ମତଦାନ ସମୟରେ ଛାତ୍ରୀମାନେ କେଉଁ ସବୁଦିଗଗୁଡ଼ିକୁ ଗୁରୁତ୍ଵ ଦେଇଥ‌ିବେ ?
Answer:
ନିଜ ମତଦାନ ସମୟରେ ଛାତ୍ରୀମାନେ ଯେଉଁସବୁ ଦିଗଗୁଡ଼ିକୁ ଗୁରୁତ୍ୱ ଦେଇଥ‌ିବେ, ସେଗୁଡ଼ିକ ହେଲା- (୧) ପ୍ରାର୍ଥୀଙ୍କ ପୃଷ୍ଠଭୂମି ଏବଂ ସନ୍ତୋଟତା (୨) ପ୍ରାର୍ଥୀମାନେ କେଉଁସବୁ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ (୩) ବ୍ୟକ୍ତିଗତ ବିଶ୍ଵାସ କିମ୍ବା ମୂଲ୍ୟବୋଧ ।

Question 9.
ତୁମେ ଭାବୁଛ କି ପୂଜା ନିର୍ବାଚିତ ହେବା ପରେ ମଧ୍ୟ ଅନ୍ୟ ଛାତ୍ରୀମାନଙ୍କର ଅନେକ ଦାୟିତ୍ଵ ରହିଛି ? ଯଦି ହଁ ସେଗୁଡ଼ିକ କ’ଣ ?
Answer:
ହଁ, ପୂଜା ନିର୍ବାଚିତ ହେବା ପରେ ମଧ୍ୟ ଅନ୍ୟ ଛାତ୍ରୀମାନଙ୍କର ଅନେକ ଦାୟିତ୍ଵ ଅଛି । ସେମାନେ ତାଙ୍କ ପ୍ରଚାର ସମୟରେ ଦେଇଥ‌ିବା ପ୍ରତିଶ୍ରୁତି ପୂରଣ କରିବାରେ ତାଙ୍କୁ ସହଯୋଗ କରିବା ଉଚିତ ଯଦିଓ ସେମାନେ ତାଙ୍କଚ୍ଛ ଭୋଟ ଦେଇ ନଥିଲେ । ପୂଜାଙ୍କୁ ସମର୍ଥନ କରିଥିବା ନିର୍ଦ୍ଦିଷ୍ଟ ଛାତ୍ରୀମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଛାତ୍ରୀମାନଙ୍କୁ ଲାଭ ଦେବା ପାଇଁ ସେ ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲେ ।

Question 10.
ଉଷା କୁମାରୀ କେଉଁ ଭୂମିକା ତୁଲାଇ ଥିଲେ ? ତାହା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
ଶ୍ରେଣୀ ପ୍ରତିନିଧୁ ନିର୍ବାଚନ ସମୟରେ ଉଷା କୁମାରୀଙ୍କୁ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା । ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ, ସ୍ଵଚ୍ଛ ଏବଂ କୌଣସି ପକ୍ଷପାତିତା ବିନା ନିୟମ ଅନୁଯାୟୀ କଡ଼ାକଡ଼ି ଭାବରେ ପରିଚାଳିତ ହେବା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 11.
ନେହା ପାଇଁ ବ୍ରେଲି ବାଲାଟ କାଗଜ ପ୍ରସ୍ତୁତ କରିବା ଉଷା କୁମାରୀଙ୍କ ପାଇଁ କାହିଁକି ଗୁରୁତ୍ଵପୂର୍ଣ୍ଣ ଥିଲା ?
Answer:
ଉଷାକୁମାରୀଙ୍କ ପାଇଁ ନେହାର ବ୍ରେଲି ବାଲାଟ କାଗଜ ପ୍ରସ୍ତୁତ କରିବା ଗୁରୁତ୍ଵପୂର୍ଣ୍ଣ ଥିଲା କାରଣ ନେହା ଦୃଷ୍ଟିହୀନ ଥିଲେ । ଏହା ବିନା ନେହା ତାଙ୍କର ଭୋଟ ଦେଇପାରି ନଥାନ୍ତେ । ଗଣତନ୍ତ୍ରରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କର ମତଦାନର ଅଧିକାର ଅଛି । ଯେହେତୁ ନେହା ଶ୍ରେଣୀର ଜଣେ ଛାତ୍ରୀ ଥିଲେ ଏବଂ ମାନଦଣ୍ଡ ପୂରଣ କରିଥିଲେ, ସେ ମତଦାନର ଯୋଗ୍ୟତା ହାସଲ କରିଥିଲେ । ଯଦି ଉଷାକୁମାରୀ ଆବଶ୍ୟକୀୟ ବ୍ୟବସ୍ଥା କରି ନଥାନ୍ତେ, ତେବେ ନେହାଙ୍କୁ ମତଦାନ ପ୍ରକ୍ରିୟାରୁ ଅନ୍ୟାୟ ଭାବେ ବଞ୍ଚିତ କରାଯାଇଥାନ୍ତା ।

Question 12.
ଯଦି ଅନେକ ଛାତ୍ରୀ କାହାକୁ ବାଛି ନଥା’ନ୍ତେ କ’ଣ ହୋଇଥା’ନ୍ତା ?
Answer:
ଯଦି ଅନେକ ଛାତ୍ରୀ କାହାକୁ ବାଛି ନଥାନ୍ତେ ତେବେ ବୈଧ ଭୋଟସଂଖ୍ୟା ହ୍ରାସ ପାଇଥାନ୍ତା, ଯାହା ନିର୍ବାଚନର ଫଳାଫଳର ବିଶ୍ଵସନୀୟତାକୁ କ୍ଷୁଣ୍ଣ କରିଥା’ନ୍ତା । ନିର୍ବାଚିତ ପ୍ରତିନିଧ୍ ଏକ ସଂକୀର୍ଣ୍ଣ ବ୍ୟବଧାନରେ ବିଜୟୀ ହୋଇଥାନ୍ତେ ଯାହା ସଂଖ୍ୟାଗରିଷ୍ଠତା ପସନ୍ଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତା ।

Question 13.
ତୁମ ବିଦ୍ୟାଳୟରେ କିମ୍ବା ଆଖପାଖ ଅଞ୍ଚଳରେ ଥ‌ିବା ସେହି ଶିକ୍ଷକମାନଙ୍କୁ ଠାକବ କର ଯେଉଁମାନେ ନିର୍ବାଚନ ଦାୟିତ୍ଵରେ ନିୟୋଜିତ ଥିଲେ । ସେମାନଙ୍କୁ ତୁମ ଶ୍ରେଣୀକୁ ନିମନ୍ତ୍ରଣ କରି ତାଙ୍କ ଅନୁଭୂତି ସବୁ ଶୁଣିବା ସହିତ ନିଜ ଜ୍ଞାନ ପରିସର ବୃଦ୍ଧି କର ।
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ କରିବେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 14.
ଭାରତରେ ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭିଭିପାଟ୍ ବ୍ୟବସ୍ଥା ନାମିବିୟା ଏବଂ ଭୁଟାନ ଆଦି ଦେଶରେ ଆମ ନିର୍ବାଚନ ଆୟୋଗଙ୍କ ସହଯୋଗରେ ବ୍ୟବହୃତ ହେଉଛି । ଅନ୍ୟ କେତେକ ଦେଶ ମଧ୍ୟ ଆମର ଏହି ବୈଷୟିକ ଜ୍ଞାନକୌଶଳ ଅଧ୍ୟୟନ କରିବାକୁ ଭାରତ ଆସି ତାଲିମ୍ ନେବାପାରେ ତାଙ୍କ ଦେଶରେ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି ।
Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା-2
ଭିଭିପାଟ୍ (Voter verifiable paper audit trail) ହେଉଛି ଏକ କାଗଜ ଦସ୍ତାବିଜ୍ ମୁଦ୍ରଣ କରୁଥ‌ିବା ମାଧ୍ୟମ ଯାହା ମତଦାତାଙ୍କ ସେ ଇଭିଏମ୍‌ରେ ପ୍ରଦାନ କରିଥିବା ମତ ସହିତ ମିଳାଇଥାଏ । ମତଦାତା ପ୍ରଦାନ କରିଥିବା ମତର ସଙ୍କେତ ସହିତ ଭିଭିପାଟ୍‌ରୁ ସଂଗୃହୀତ ମତ ମେଳ ଖାଇବା ନିତାନ୍ତ ଆବଶ୍ୟକ । ଏହା ମଧ୍ୟ ଆବଶ୍ୟକସ୍ଥଳେ ପରବର୍ତ୍ତୀ ସମୟରେ ସତ୍ୟ ଉନ୍ମୋଚନ କିମ୍ବା ପୁନଃଗଣନା ସମୟରେ ସହାୟକ ହୋଇଥାଏ ।

Question 15.
ନିର୍ବାଚନ ଆୟୋଗ ବିବେଚନା କରିଥିବା କେତେକ ଅଭିଯୋଗ ଏଠାରେ ଦିଆଯାଇଛି ।

  • ମହିଳା ମତତାତାଙ୍କୁ ଶାଢ଼ୀ ଓ ଘରୋଇ ଉପକରଣ ବାଣ୍ଟୁଥିବା ଜଣେ ପ୍ରାର୍ଥୀ ।
  • ଅନ୍ୟ ଦଳ ପ୍ରାର୍ଥୀ ବିରୋଧରେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିବା ଜଣେ ପ୍ରାର୍ଥୀ ।
  • ଶାସକ ଦଳ ସପକ୍ଷରେ ନିର୍ବାଚନ ପ୍ରଚାର କରୁଥିବା ସରକାରୀ କର୍ମଚାରୀ ।
  • ନିରୀକ୍ଷଣ ସମୟରେ ଜଣେ ପ୍ରାର୍ଥୀଙ୍କ କାରରୁ ଉଦ୍ଧାର କରାଯାଇଥିବା ୫୦୦ ଟଙ୍କା ବିଡ଼ା ।

ତୁମେ କାହିଁକି ଅନୁଭବ କରୁଛ ଯେ ଏସବୁ ଆଦର୍ଶ ନିୟମାବଳୀ ବା ଆଚରଣବିଧ ଉଲ୍ଲଙ୍ଘନ କରୁଛି ବୋଲି ?
Answer:
ଏହି କାର୍ଯ୍ୟଗୁଡ଼ିକ ଆଦର୍ଶ ନିୟମାବଳୀ ବା ଆଚରଣବିଧ୍ଵ ଉଲ୍ଲଙ୍ଘନ କରୁଛି । କାରଣ-

(i) ବଣ୍ଟାଯାଉଥ‌ିବା ଶାଢ଼ୀ : ଭୋଟରମାନଙ୍କୁ ଉପହାର ଦେବା ଲାଞ୍ଜ ଭାବରେ ବିବେଚନା କରାଯାଏ । ଏହା ଅନ୍ୟାୟ ଏବଂ ଭୋଟରଙ୍କ ପସନ୍ଦକୁ ପ୍ରଭାବିତ କରେ ।

(ii) ଅନ୍ୟ ଦଳ ପ୍ରାର୍ଥୀଙ୍କ ବିରୋଧରେ ଅଶାଳୀନ ଶବ୍ଦ ପ୍ରୟୋଗ : ଖରାପ କିମ୍ବା ଅସମ୍ମାନଜନକ ଭାଷା ବ୍ୟବହାର କରିବା ସମ୍ମାନଜନକ ପ୍ରଚାର ନୀତି ବିରୁଦ୍ଧ ଏବଂ ଏହା ଘୃଣା କିମ୍ବା ହିଂସାକୁ ପ୍ରୋତ୍ସାହିତ କରିପାରେ ।

(iii) ଶାସକ ଦଳ ସପକ୍ଷରେ ନିର୍ବାଚନ ପ୍ରଚାର କରୁଥିବା ସରକାରୀ କର୍ମଚାରୀ : ନିର୍ବାଚନ ସମୟରେ ସରକାରୀ କର୍ମଚାରୀମାନେ ନିରପେକ୍ଷତା ରହିବା ଉଚିତ । ସେମାନଙ୍କ ସମ୍ପୃକ୍ତି ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ଦୁର୍ବଳ କରେ ।

(iv) କାରରୁ ମିଳିଥିବା ୫୦୦ ଟଙ୍କା ବିଡ଼ା : ନିର୍ବାଚନ ସମୟରେ ବିପୁଳ ପରିମାଣର ଟଙ୍କା ମିଳିବା ଭୋଟ କିଣିବାର ପ୍ରୟାସକୁ ସୂଚାଇଥାଏ ଯାହା ବେଆଇନ ଏବଂ ଅନୈତିକ ।

ଏହି କାର୍ଯ୍ୟଗୁଡ଼ିକ ନିରପେକ୍ଷତା, ସ୍ଵଚ୍ଛତା ଏବଂ ସମାନତାର ଭାବନା ବିରୁଦ୍ଧ ଏବଂ ଗଣତନ୍ତ୍ରରେ ନିର୍ବାଚନ ଆଚରଣ ବିଧ୍ଵ ଉଲ୍ଲଙ୍ଘନର ଉଦାହରଣ |

Question 16.
ତୁମେ ବାସ କରୁଥିବା ଅଞ୍ଚଳରେ ପରବର୍ତ୍ତୀ ନିର୍ବାଚନ କେବେ ଅନୁଷ୍ଠିତ ହେବ ? ଏହା ରାଜ୍ୟ, ସହରାଞ୍ଚଳ ସ୍ଥାନୀୟ ଶାସନ କିମ୍ବା ପଞ୍ଚାୟତ ନିର୍ବାଚନ ମଧ୍ୟରୁ କେଉଁଟି ?
Answer:
ମୁଁ ବାସ କରୁଥିବା କଟକ ଅଞ୍ଚଳରେ ପରବର୍ତ୍ତୀ ନିର୍ବାଚନ ୨୦୨୯ ମସିହାରେ ଅନୁଷ୍ଠିତ ହେବ । ଏହା ରାଜ୍ୟ ବିଧାନସଭା ନିର୍ବାଚନ ଅଟେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 17.
ଆଞ୍ଚଳିକ ଭାଷାରେ ବ୍ୟବସ୍ଥାପିକା ସଭା ଅନେକ ନାମରେ ପରିଚିତ ହୋଇଥାଏ, ଯେପରି ବିଧାନସଭା କିମ୍ବା ନିୟମ ପ୍ରଣୟନ ସଭା ଆଦି । ଆମ ରାଜ୍ୟରେ ଏହାକୁ କ’ଣ କୁହାଯାଏ ?
Answer:
ଆମ ରାଜ୍ୟରେ ଏହାକୁ ‘ବିଧାନସଭା’ କିମ୍ବା ‘ରାଜ୍ୟ ବିଧାନସଭା’ କିମ୍ବା ‘ଶାସନ ସଭା’ କୁହାଯାଏ ।

ନିର୍ବାଚନ ପ୍ରକ୍ରିୟା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏକାକୀ କିମ୍ବା ମେଣ୍ଟ ଭାବରେ ଜୟଯୁକ୍ତ ରାଜନୈତିକ ଦଳ ସରକାର ଗଠନ କରିଥାନ୍ତି । ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳର ନେତା ପ୍ରଧାନମନ୍ତ୍ରୀ ହୋଇଥାନ୍ତି । ସେହିପରି ରାଜ୍ୟ ସ୍ତରରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ରାଜନୈତିକ ଦଳର ନେତା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ।

ସାଂସଦ ଓ ବିଧାୟକଙ୍କ ମଧ୍ୟରେ ପାର୍ଥକ୍ୟ : ସାଂସଦମାନେ ଆମ ଜାତୀୟ ସଂସଦରେ ଆମ ପ୍ରତିନିଧ୍ଵ ଅଟନ୍ତି, ମାତ୍ର ବିଧାୟକମାନେ ଆମର ବିଧାନସଭା ନିମନ୍ତେ ପ୍ରତିନିଧୂ ଅଟନ୍ତି । ଉଭୟେ ସମାନ ପଦ୍ଧତିରେ ନିର୍ବାଚିତ ହେଲେ ମଧ୍ୟ ଭିନ୍ନ ଭିନ୍ନ ସ୍ତରରେ ଶାସନ କରିଥା’ନ୍ତି ।

Question 18.
ତୁମେ ବାସ କରୁଥିବା ଅଞ୍ଚଳର ସାସଂଦ ବା ବିଧାୟକ/ବିଧାୟିକା କେଉଁମାନେ ଅଛନ୍ତି ? (ଏକ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ଯରେ ଅନେକ ବିଧାନସଭା ନିର୍ବାଚିତ ମଣ୍ଡଳୀ ରହିଥାଏ)
Answer:
ମୁଁ ବାସ କରୁଥିବା କଟକ ଲୋକସଭା ନିର୍ବାଚନମଣ୍ଡଳୀ ସାଂସଦ ଭର୍ତ୍ତୃହରି ମହତାବ ଅଛନ୍ତି ଏବଂ ବାରବାଟୀ – କଟକ ନିର୍ବାଚନ ମଣ୍ଡଳୀର ବିଧାୟିକା ସୋଫିଆ ଫିଦୋଷ ଅଛନ୍ତି ।

Question 19.
ସେମାନେ ସମସ୍ତେ କେଉଁ ଦଳର ସଦସ୍ୟ ଅଛନ୍ତି ?
Answer:
ସାଂସଦ ଭର୍ତ୍ତୃହରି ହତବା ଭାରତୀୟ ଜନତା ପାର୍ଟିର ସଦସ୍ୟ ଏବଂ ବିଧାୟିକା ସୋଫିଆ ଫିଘୋଷ ଜାତୀୟ କଂଗ୍ରେସ ଦଳର ସଦସ୍ୟା ଅଟନ୍ତି ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 20.
ସାଂସଦ ଓ ବିଧାୟକଙ୍କ କାର୍ଯ୍ୟ ସବୁ କ’ଣ ?
Answer:
ସାଂସଦ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ୟାଗୁଡ଼ିକୁ ସଂସଦ ଗୃହରେ ଉପସ୍ଥାପନ କରନ୍ତି । ଜାତୀୟ ସ୍ତରର ନିୟମ ପ୍ରଣୟନରେ ଅଂଶଗ୍ରହଣ କରନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଜନହିତକର ପ୍ରକଳ୍ପ କାର୍ଯ୍ୟକାରୀ କରନ୍ତି । ଦେଶର ଜାତୀୟ ବଜେଟ୍‌ର ବିତର୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି । ବିଧାୟକ ରାଜ୍ୟ ପାଇଁ ଆଇନ ତିଆରିରେ ଅଂଶଗ୍ରହଣ କରନ୍ତି । ରାଜ୍ୟ ବଜେଟ୍ ଅନୁମୋଦନ ପ୍ରକ୍ରିୟାରେ ଭାଗ ନିଅନ୍ତି । ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ବିଧାନସଭାରେ ଉପସ୍ଥାପନ କରନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଜନହିତକର କାର୍ଯ୍ୟ ନିମନ୍ତେ ସରକାର ଉପରେ ଚାପ ପକାନ୍ତି । ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ଅଭାବ ଅସୁବିଧା ଦୂର କରିବାକୁ ଉଦ୍ୟମ କରନ୍ତି ।

ଏହା ବିଷୟରେ ଚିନ୍ତା କର :

Question 1.
ଉପର ବର୍ଦ୍ଧିତ ପ୍ରତିନିଧୁଗଣ କେଉଁ କାରଣ ପାଇଁ ରାଷ୍ଟ୍ରପତିଙ୍କ ନିର୍ବାଚନରେ ଭାଗ ନିଅନ୍ତି ନାହିଁ ବୋଲି ତୁମେ ଭାବୁଛ ? ଭାରତର ସାଧାରଣ ନାଗରିକ କାହିଁକି ଏହି ନିର୍ବାଚନରେ ଭାଗ ନେଇ ନଥାନ୍ତି ?
Answer:
ଏହା ସୁନିଶ୍ଚିତ କରେ ଯେ, କେବଳ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପ୍ରତିନିଧ୍ଵ ହିଁ ଭୋଟ ଦେବାକୁ ଯୋଗ୍ୟ । ଏହା ଗଣତାନ୍ତ୍ରିକ ଅଙ୍ଗୀକାରତା ବଜାୟ ରଖେ, ଯେହେତୁ ରାଷ୍ଟ୍ରପତି ଲୋକଙ୍କ ଇଚ୍ଛାର ପ୍ରତିନିଧ୍ଵ କରନ୍ତି ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ଭାରତର କେଉଁ ସର୍ବୋଚ୍ଚ ପଦାସୀନ ବ୍ୟକ୍ତି ଦେଶର ସାଧାରଣ ମତଦାତାଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି ନାହିଁ ?
Answer:
ରାଷ୍ଟ୍ରପତି

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
ଦିଲ୍ଲୀ ଓ ପଣ୍ଡିଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ କେଉଁ ସ୍ଵତନ୍ତ୍ର ବ୍ୟବସ୍ଥା ରଖାଯାଇଛି ?
Answer:
ବିଧାନସଭା ରହିବାର ବ୍ୟବସ୍ଥା କରାଯାଇଛି

Question 3.
ଭାରତର ଉପରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ କେତେ ବର୍ଷ ହୋଇଥାଏ ?
Answer:
୬ ବର୍ଷ

Question 4.
ଆମ ସଂସଦର ଉଚ୍ଚ ସଦନରେ କିଏ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥା’ନ୍ତି ?
Answer:
ଉପରାଷ୍ଟ୍ରପତି

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 5.
ଲୋକସଭା ଓ ରାଜ୍ୟସଭାର କେଉଁ ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ ?
Answer:
ଉଭୟ ଗୃହର ମନୋନୀତ ସଦସ୍ୟମାନେ

Question 6.
ଭାରତର କେଉଁ ରାଜ୍ୟରୁ ସବୁଠାରୁ ଅଧିକ ସଭ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥା’ନ୍ତି ?
Answer:
ଉତ୍ତରପ୍ରଦେଶ

Question 7.
ରାଜ୍ୟସଭାରେ ପ୍ରତି ଦୁଇବର୍ଷରେ କେତେ ସଦସ୍ୟ ଅବସର ନିଅନ୍ତି ?
Answer:
ଏକ ତୃତୀୟାଂଶ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 8.
ସାରା ଭାରତବର୍ଷକୁ କେତେଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଭାଗ କରାଯାଇଛି ?
Answer:
୫୪୩ଟି

Question 9.
ଲୋକସଭାକୁ ନିର୍ବାଚିତ ହେଉଥ‌ିବା ବ୍ୟକ୍ତିଙ୍କୁ କ’ଣ କୁହାଯାଇଥାଏ ?
Answer:
ସାଂସଦ/ ସଂସଦ ସଦସ୍ୟ

Question 10.
ବିଧାନ ସଭାକୁ ନିର୍ବାଚିତ ହେଉଥ‌ିବା ବ୍ୟକ୍ତିମାନଙ୍କୁ କ’ଣ କୁହାଯାଇଥାଏ ?
Answer:
ବିଧାୟକ/ବିଧାନସଭା ସଦସ୍ୟ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 11.
ନିର୍ବାଚନରେ ସର୍ବାଧ‌ିକ ମତ ପାଇଥିବା ପ୍ରାର୍ଥୀ ଜୟଯୁକ୍ତ ଘୋଷିତ ହେବାକୁ ଇଂରାଜୀରେ କ’ଣ କୁହାଯାଇଥାଏ ?
Answer:
‘ଫାଷ୍ଟ-ପାଷ୍ଟ-ଦି-ପୋଷ୍ଟ

Question 12.
ଭାରତର କେଉଁ ନିର୍ବାଚନ ଆୟୁକ୍ତ ପ୍ରଥମ କରି ନିର୍ବାଚନ ପରିଚୟ ପତ୍ର ବ୍ୟବସ୍ଥା ପ୍ରଚଳନ କରିଥିଲେ ।
Answer:
ଶ୍ରୀଯୁକ୍ତ ଟି.ଏନ୍.ଶେଷାନ୍

Question 13.
ନିର୍ବାଚନ ସମୟରେ ନିର୍ବାଚନ କମିଶନ କାହିଁକି ଆଦର୍ଶ ଆଚରଣ ବିଧ୍ଵ ଲାଗୁ କରିଥା’ନ୍ତି ?
Answer:
ନିର୍ବାଚନକୁ ସ୍ଵାଧୀନ ଓ ସ୍ୱଚ୍ଛ ରଖୁବା ନିମନ୍ତେ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 14.
ଭିଭିପାଟ୍‌ ଇଂରାଜୀରେ ପୂର୍ଣ୍ଣନାମ କ’ଣ ?
Answer:
Voter verifiable paper audit trail

Question 15.
କେଉଁ ଦେଶ ଆମର ଇଭିଏମ୍ ଓ ଭିଭିପାଟ୍ ବ୍ୟବସ୍ଥାକୁ ଆପଣେଇ ନେଇଛନ୍ତି ?
Answer:
ଭୁଟାନ ଓ ନାମିବିୟା

Question 16.
ଭାରତରେ ନିର୍ବାଚନ ସମୟରେ କେଉଁ ଆଙ୍ଗୁଠିରେ କାଳି ଲଗାଯାଇଥାଏ ?
Answer:
ବାମହାତର ବିଶି ଆଙ୍ଗୁଳିରେ ।

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଭାରତର ନିର୍ବାଚନ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ କାହା ଉପରେ ନିର୍ଭର କରିଥାଏ ?
(i) ସାର୍ବଜନୀନ ମତଦାନ
(ii) ରାଜନୈତିକ ଦଳ
(iii) ନିର୍ବାଚନ ଆୟୋଗ
(iv) ରାଜନୈତିକ ନେତୃବୃନ୍ଦ
Answer:
(i) ସାର୍ବଜନୀନ ମତଦାନ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
ନିମ୍ନୋକ୍ତ ମଧ୍ଯରୁ କେଉଁ ନିର୍ବାଚନରେ ସାର୍ବଜନୀନ ମତଦାନ ବ୍ୟବସ୍ଥା ଗ୍ରହଣ କରାଯାଏ ନାହିଁ ?
(i) ଲୋକସଭା
(ii) ରାଜ୍ୟସଭା
(iii) ରାଜ୍ୟ ବିଧାନସଭା
(iv) ସ୍ଵାୟତ୍ତ ଶାସନ ନିର୍ବାଚନ
Answer:
(ii) ରାଜ୍ୟସଭା

Question 3.
ତୁମକୁ କେତେବର୍ଷ ହେଲେ, ତୁମେ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହେବ ?
(i) ୨୦
(ii) ୨୧
(iii) ୧୮
(iv) ୧୯
Answer:
(iii) ୧୮

Question 4.
ଭାରତୀୟ ଗଣତନ୍ତ୍ରର ମୁଳଦୁଆ ଭାବରେ କାହାକୁ ଅଧ‌ିକ ଗୁରୁତ୍ଵ ପ୍ରଦାନ କରାଯାଇଥାଏ ?
(i) ରାଜନୈତିକ ଗୋଷ୍ଠୀ
(ii) ଦକ୍ଷ ପ୍ରଶାସନ
(iii) ସାର୍ବଜନୀନ ମତଦାନ
(iv) ଜନସାଧାରଣଙ୍କ ଅଂଶଗ୍ରହଣ
Answer:
(iii) ସାର୍ବଜନୀନ ମତଦାନ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 5.
ତୁମେ କହିପାରିବ କି ୨୦୨୪ ମସିହା ଭାରତର ସାଧାରଣ ନିର୍ବାଚନ ସମୟରେ କେଉଁ ଋତୁ ହେଉଥିଲା ?
(i) ଗ୍ରୀଷ୍ମ
(ii) ବର୍ଷା
(iii) ଶୀତ
(iv) ଶରତ
Answer:
(i) ଗ୍ରୀଷ୍ମ

Question 6.
ଆମ ସମ୍ବିଧାନରେ ମତଦାନ ଅଧିକାରକୁ କେଉଁ ପ୍ରକାରର ଅଧିକାର ଭାବରେ ଗଣାଯାଇଥାଏ ?
(i) ସାମାଜିକ ଅସ୍ଵୀକାର
(ii) ଅର୍ଥନୈତିକ ଅସ୍ଵୀକାର
(iii) ମୌଳିକ ଅଧ୍ୟାର
(iv) ରାଜନୈତିକ ଅଧିକାର
Answer:
(iii) ମୌଳିକ ଅଧ୍ୟାର

Question 7.
ଭାରତର ଆୟତନ କେଉଁ ଦେଶର ଆୟତନର ଛ’ଗୁଣ ଅଟେ ?
(i) ଇଟାଲୀ
(ii) ଫ୍ରାନ୍ସ
(iii) ନରୱେ
(iv) ସୁଇଜରଲ୍ୟାଣ୍ଡ
Answer:
(ii) ଫ୍ରାନ୍ସ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 8.
ବ୍ରେଲିଯୁକ୍ତ ଭୋଟର କାର୍ଡ଼ରେ କେଉଁମାନେ ମତଦାନ କରିଥା’ନ୍ତି ?
(i) ଅନ୍ଧ
(ii) ମୁକ
(iii) ବଧୂର
(iv) ପଙ୍ଗୁ
Answer:
(i) ଅନ୍ଧ

Question 9.
୨୦୨୪ ମସିହାର ଗଣତନ୍ତ୍ର ମହାପର୍ବରେ ଶତକଡ଼ା କେତେ ପ୍ରତିଶତ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିପାରି ନଥିଲେ ?
(i) ୩୦
(ii) ୩୨
(iii) ୩୪
(iv) ୩୬
Answer:
(iii) ୩୪

Question 10.
ରେଭେନ୍ସା ବାଳିକା ବିଦ୍ୟାଳୟ ଶ୍ରେଣୀ ପ୍ରତିନିଧୁ ନିର୍ବାଚନରେ କିଏ ନିର୍ବାଚନ ଅଧିକାରୀ ରୂପେ କାର୍ଯ୍ୟ କରିଥିଲେ ?
(i) ମିସ୍ ଉମା
(ii) ମିସ୍ ରିନା
(iii) ମିସ୍ ଉଷା
(iv) ମିସ୍ ଶିବା କୁମାରୀ
Answer:
(iii) ମିସ୍ ଉଷା

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 11.
ସ୍ଵାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ କେଉଁ ମସିହାରେ ଅନୁଷ୍ଠିତ ହୋଇଥିଲା ?
(i) ୧୯୫୦-୫୧
(ii) ୧୯୫୧–୫୨
(iii) ୧୯୫୨-୫୩
(iv) ୧୯୫୩-୫୪
Answer:
(ii) ୧୯୫୧–୫୨

Question 12.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ନିର୍ବାଚନ ଆୟୋଗର ପ୍ରମୁଖ କାର୍ଯ୍ୟ ନୁହେଁ ?
(i) ନିର୍ବାଚନ ତାରିଖ ଘୋଷଣା
(ii) ନିର୍ବାଚନ ଖର୍ଚ୍ଚର ବ୍ୟୟ ବରାଦ
(iii) ନିର୍ବାଚନ ମଣ୍ଡଳୀ ସ୍ଥିର କରିବା
(iv) ମତଦାତା ତାଲିକା ପ୍ରସ୍ତୁତ କରିବା
Answer:
(ii) ନିର୍ବାଚନ ଖର୍ଚ୍ଚର ବ୍ୟୟ ବରାଦ

Question 13.
ଲୋକସଭାରେ ମୋଟ କେତେଗୋଟି ଆସନରେ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷିତ କରାଯାଇଛି ?
(i) ୧୩୦
(ii) ୧୩୧
(iii) ୧୩୨
(iv) ୧୨୦
Answer:
(ii) ୧୩୧

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 14.
‘ଏକକ ହସ୍ତାନରୀୟ ମତଦାନ’ ପଦ୍ଧତି କେଉଁ ନିର୍ବାଚନରେ ବ୍ୟବହୃତ ହୋଇଥାଏ ?
(i) ଲୋକସଭା
(ii) ରାଜ୍ୟସଭା
(iii) ରାଜ୍ୟ ବିଧାନସଭା
(iv) ଗ୍ରାମପଞ୍ଚାୟତ
Answer:
(ii) ରାଜ୍ୟସଭା

Question 15.
ସଂସଦରେ ମୋଟ ମନୋନୀତ ସଭ୍ୟମାନଙ୍କ ସଂଖ୍ୟା କେତେ ବୋଲି ତୁମେ ଅନୁମାନ କରୁଛ ?
(i) ୧୦
(ii) ୧୨
(iii) ୧୪
(iv) ୧୬
Answer:
(iii) ୧୪

Question 16.
ରାଜ୍ୟ ସଭାରେ କିଏ ସଭାପତିତ୍ଵ କରିଥାନ୍ତି ?
(i) ରାଷ୍ଟ୍ରପତି
(ii) ଉପରାଷ୍ଟ୍ରପତି
(iii) ବରିଷ୍ଠ ସାଂସଦ
(iv) ଗୃହମନ୍ତ୍ରୀ
Answer:
(ii) ଉପରାଷ୍ଟ୍ରପତି

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 17.
ଭାରତରେ ଜଣେ ଲୋକ ___________ ବର୍ଷରେ ସାବାଳକ ହୋଇଥାଏ ।
(i) ୧୮
(ii) ୧୯
(iii) ୨୦
(iv) ୨୧
Answer:
(i) ୧୮

Question 18.
___________ ମସିହାରେ ଭାରତରେ ସର୍ବନିମ୍ନ ମତଦାନ ବୟସକୁ ୨୧ ବର୍ଷରୁ ୧୮ ବର୍ଷ କରାଯାଇଥିଲା ।
(i) ୧୯୭୫
(ii) ୧୯୮୮
(iii) ୧୯୯୮
(iv) ୨୦୧୪
Answer:
(ii) ୧୯୮୮

Question 19.
ସାବାଳକ ମତଦାନ ବ୍ୟବସ୍ଥା ସମ୍ବିଧାନର ____________ ଧାରାରେ ଉଲ୍ଲେଖ କରାଯାଇଛି ।
(i) ୩୩୦
(ii) ୩୩୨
(iii) ୩୨୪
(iv) ୩୨୬
Answer:
(iv) ୩୨୬

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 20.
୨୦୨୪ ନିର୍ବାଚନରେ ଲୋକସଭାର ___________ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯାଇଥିଲା ।
(i) ୫୪୩
(ii) ୫୪୪
(iii) ୫୪୫
(iv) ୫୪୬
Answer:
(i) ୫୪୩

Question 21.
ସୁଇଜରଲ୍ୟାଣ୍ଡରେ _____________ ମସିହାରେ ପ୍ରଥମେ ମହିଳାମାନଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା ।
(i) ୧୯୭୦
(ii) ୧୯୭୧
(iii) ୧୯୭୨
(iv) ୧୯୭୩
Answer:
(ii) ୧୯୭୧

Question 22.
୧୯୪୭ ମସିହାରେ ଭାରତରେ ସାକ୍ଷରତା ହାର ପାଖାପାଖୁ ______________ ପ୍ରତିଶତ ଥିଲା ।
(i) ୧୩
(ii) ୧୫
(iii) ୧୪
(iv) ୧୬
Answer:
(iii) ୧୪

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 23.
ଭାରତରେ ନିର୍ବାଚନ ଆୟୋଗ __________ ମସିହାରେ ସ୍ଥାପିତ ହୋଇଥିଲା ।
(i) ୧୯୪୭
(ii) ୧୯୪୮
(iii) ୧୯୫୦
(iv) ୧୯୫୧
Answer:
(iii) ୧୯୫୦

Question 24.
ଲୋକସଭାରେ ___________ ଗୋଟି ଆସନ ତଫସିଲଭୁକ୍ତ ଜାତି ପାଇଁ ସ୍ଥାନ ସଂରକ୍ଷିତ ରଖାଯାଇଛି ।
(i) ୪୭
(ii) ୪୮
(iii) ୪୯
(iv) ୮୪
Answer:
(ii) ୪୮

Question 25.
୧୯୯୦ ମସିହାରେ __________ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବରେ ନିଯୁକ୍ତ ହୋଇଥିଲେ ।
(i) ଏନ୍.ଟି. ଶେଷାନ
(ii) ଟି.ଏନ୍.ଶେଷାନ
(iii) ଟି.ପି. ଆଚାର୍ଯ୍ୟା
(iv) ପି. ରାଜୀବ୍ କୁମାର
Answer:
(ii) ଟି.ଏନ୍.ଶେଷାନ

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 26.
ଆମ ଓଡ଼ିଶା ବିଧାନ ସଭାର ଆସନ ସଂଖ୍ୟା _________ ଅଟେ ।
(i) ୧୪୫
(ii) ୧୪୬
(iii) ୧୪୭
(iv) ୧୪୮
Answer:
(iii) ୧୪୭

ଠିକ୍ ଉକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ସ୍କୁଲ୍ ଉକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ଭାରତରେ କେବଳ ୨୧ ବର୍ଷର ବା ତଦୂର୍ଣ୍ଣ ବୟସର ବ୍ୟକ୍ତିମାନେ ଭୋଟ ଦେବାର ଅଧିକାର ପାଇଥାନ୍ତି ।
Answer:
✗

Question 2.
ମୁକ୍ତ ଅବାଧ ଓ ସ୍ଵଚ୍ଛ ନିର୍ବାଚନ ପରିଚାଳନା କରିବା ଦାୟିତ୍ଵ ନିର୍ବାଚନ ଆୟୋଗର ।
Answer:
✓

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 3.
ଲୋକସଭାକୁ ଉଚ୍ଚ ସଦନ କୁହାଯାଏ, କାରଣ ଏହାର ସଭ୍ୟ ସଂଖ୍ୟା ୫୪୩ ଅଟେ ।
Answer:
✗

Question 4.
ଭାରତୀୟ ମହିଳାମାନେ ୧୯୭୧ ମସିହାଠାରୁ ଭୋଟ ଦେବାର ଅଧିକାର ପାଇଥିଲେ ।
Answer:
✗

Question 5.
ଭାରତର ଉପରାଷ୍ଟ୍ରପତି ସିଧାସଳକ ଲୋକମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।
Answer:
✗

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 6.
ରାଜ୍ୟସଭାର ସଦସ୍ୟମାନେ ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଥା’ନ୍ତି ।
Answer:
✓

Question 7.
ଆଦର୍ଶ ଆଚରଣ ବିଧୂ ନିର୍ବାଚନ ପରେ ଲାଗୁ କରାଯାଇଥାଏ ।
Answer:
✗

Question 8.
ଭୋଟଦାନ ଅଧିକାର ଆମ ସମ୍ବିଧାନର ୩୨୪ ଧାରାରେ ଉଲ୍ଲେଖ କରାଯାଇଛି ।
Answer:
✗

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 9.
୧୯୮୦ ମସିହାରେ ଶ୍ରୀଯୁକ୍ତ ଟି.ଏନ୍.ଶେଷାନ୍ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବରେ ନିଯୁକ୍ତ ହୋଇଥିଲେ ।
Answer:
✗

Question 10.
ବିଧାନସଭାକୁ ନିର୍ବାଚିତ ହୋଇଥ‌ିବା ସଦସ୍ୟମାନଙ୍କୁ ବିଧାୟକ କୁହାଯାଇଥାଏ ।
Answer:
✓

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲୋକସଭା ଉପରାଷ୍ଟ୍ରପତି
ବିଧାନସଭା ସରପଞ୍ଚ
ରାଜ୍ୟସଭା ପ୍ରଧାନମନ୍ତ୍ରୀ
ମୁନିସିପାଲ କର୍ପୋରେସନ ମୁଖ୍ୟମନ୍ତ୍ରୀ
ଗ୍ରାମପଞ୍ଚାୟତ ମେୟର

Answer:

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

ଲୋକସଭା ପ୍ରଧାନମନ୍ତ୍ରୀ
ବିଧାନସଭା ମୁଖ୍ୟମନ୍ତ୍ରୀ
ରାଜ୍ୟସଭା ଉପରାଷ୍ଟ୍ରପତି
ମୁନିସିପାଲ କର୍ପୋରେସନ ମେୟର
ଗ୍ରାମପଞ୍ଚାୟତ ସରପଞ୍ଚ

 

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

ରାଜ୍ୟସଭାରେ ମନୋନୀତ ସଦସ୍ୟ ୧୦ ଜଣ
ଲୋକସଭାରେ ମନୋନୀତ ସଦସ୍ୟ ୨୧ ଜଣ
ଲୋକସଭାରେ ଓଡ଼ିଶାର ସଭ୍ୟସଂଖ୍ୟା ୧୪୭ ଜଣ
ରାଜ୍ୟସଭାରେ ଓଡ଼ିଶାରୁ ସଭ୍ୟସଂଖ୍ୟା ୧୨ ଜଣ
ଆମ ରାଜ୍ୟ ବିଧାନସଭାର ଆସନସଂଖ୍ୟା ୦୨ ଜଣ

Answer:

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

ରାଜ୍ୟସଭାରେ ମନୋନୀତ ସଦସ୍ୟ ୧୨ ଜଣ
ଲୋକସଭାରେ ମନୋନୀତ ସଦସ୍ୟ ୦୨ ଜଣ
ଲୋକସଭାରେ ଓଡ଼ିଶାର ସଭ୍ୟସଂଖ୍ୟା ୨୧ ଜଣ
ରାଜ୍ୟସଭାରେ ଓଡ଼ିଶାରୁ ସଭ୍ୟସଂଖ୍ୟା ୧୦ ଜଣ
ଆମ ରାଜ୍ୟ ବିଧାନସଭାର ଆସନସଂଖ୍ୟା ୧୪୭ ଜଣ

 

Question 3.

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

୧୯୫୦ ମସିହା ଟି.ଏନ୍. ଶେଷାନ ନିର୍ବାଚନ ଆୟୁକ୍ତ ହେଲେ
୧୯୮୮ ମସିହା ଭାରତରେ ନିର୍ବାଚନ ଆୟୋଗର ପ୍ରତିଷ୍ଠା
୧୯୭୧ ମସିହା ଭୋଟଦେବା ବୟସ ୧୮ ହେଲା
୧୯୯୦ ମସିହା ଗୃହ ମତଦାନ ବ୍ୟବସ୍ଥା ପ୍ରଚଳନ
୨୦୨୪ ମସିହା ସୁଇଜରଲ୍ୟାଣ୍ଡର ମହିଳାମାନେ ଭୋଟ ଦେବାର ଅଧିକାର ପାଇଲେ

Answer:

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ

୧୯୫୦ ମସିହା ଭାରତରେ ନିର୍ବାଚନ ଆୟୋଗର ପ୍ରତିଷ୍ଠା
୧୯୮୮ ମସିହା ଭୋଟଦେବା ବୟସ ୧୮ ହେଲା
୧୯୭୧ ମସିହା ସୁଇଜର ଲ୍ୟାଣ୍ଡର ମହିଳାମାନେ ଭୋଟଦେବାର ଅଧିକାର ପାଇଲେ
୧୯୯୦ ମସିହା ଟି.ଏନ୍. ଶେଷାନ ନିର୍ବାଚନ ଆୟୁକ୍ତ ହେଲେ
୨୦୨୪ ମସିହା ଗୃହ ମତଦାନ ବ୍ୟବସ୍ଥା ପ୍ରଚଳନ

 

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସାର୍ବଜନୀନ ସାବାଳକ ମତଦାନର ଅର୍ଥ କ’ଣ ? ଏହାକୁ କେଉଁମାନେ ନିର୍ବାଚନ ବ୍ୟବସ୍ଥାରେ ସ୍ଥାନିତ କରିଥିଲେ ?
Answer:

  1. ସାର୍ବଜନୀନ ସାବାଳକ ମତଦାନର ଅର୍ଥ ହେଉଛି, ନିର୍ବାଚନ ସମୟରେ ସମସ୍ତ ସାବାଳକ ମତଦାତା ବା ନାଗରିକ ନିଜର ଗୋଟିଏ ମତ ପ୍ରଦାନ କରିପାରିବେ ଏବଂ ସମସ୍ତ ମତଦାନର ମୂଲ୍ୟ ସମାନ ରହିବ ।
  2. ଭାରତର ସମ୍ବିଧାନ ପ୍ରଣେତାମାନେ ଏହି ବ୍ୟବସ୍ଥାକୁ ଭାରତୀୟ ଗଣତନ୍ତ୍ରରେ ଏକ ଉପାଦାନ ବା ବୈଶିଷ୍ଟ୍ୟ ରୂପେ ବିବେଚନା କରି ନିର୍ବାଚନରେ ସ୍ଥାନିତ କରିଥିଲେ ।

Question 2.
ଗତ ୨୦୨୪ ମସିହା ସାଧାରଣ ନିର୍ବାଚନର ଦୁଇଟି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କର ।
Answer:

  1. ଗତ ୨୦୨୪ ମସିହା ସାଧାରଣ ନିର୍ବାଚନ ଭାରତରେ ଗ୍ରୀଷ୍ମକାଳରେ ଅନୁଷ୍ଠିତ ହୋଇଥିବା ସମୟରେ ଏଥ‌ିରେ ୯୮୦ ନିୟୁତ ମତଦାତା କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।
  2. ଏମାନେ ଆମ ଲୋକସଭାର ୫୪୩ ଗୋଟି ନିର୍ବାଚନମଣ୍ଡଳୀ ନିମନ୍ତେ ମତଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

Question 3.
ଭାରତକୁ ଏକ ବିବିଧତା ଓ ଜଟିଳତା ଭରା ବୃହତ୍ ଦେଶ କୁହାଯାଏ ନାହିଁକି ?
Answer:

  1. ଭାରତକୁ ଏକ ବିବିଧତା ଓ ଜଟିଳତା ଭରା ବୃହତ ଦେଶ କୁହାଯିବାର ଦୁଇଟି ଯଥାର୍ଥତା ରହିଛି । ପ୍ରଥମତଃ ଆୟତନରେ ଭାରତ ଫ୍ରାନ୍ସ ଦେଶର ଆୟତନର ଛ’ଗୁଣ ଅଟେ ।
  2. ଦ୍ଵିତୀୟତଃ ଏହାର ମତଦାତାଙ୍କ ସଂଖ୍ୟା ଯୁକ୍ତରାଜ୍ୟ ଜନସଂଖ୍ୟାର ପ୍ରାୟ ୧୫ ଗୁଣ ଅଟେ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 4.
ଭାରତରେ ନିର୍ବାଚନ ଆୟୋଗ କେବେଠାରୁ ଓ କ’ଣପାଇଁ ଗଠନ କରାଯାଇଛି ?
Answer:

  1. ଭାରତର ନିର୍ବାଚନ ଆୟୋଗ ବା ଇ.ସି.ଆଇ ଏକ ସ୍ଵାଧୀନ ସାମ୍ବିଧାନିକ ଅନୁଷ୍ଠାନ । ଏହା ଆମ ଦେଶରେ ସ୍ଵାଧୀନ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳନା ଭାର ବହନ କରିଥା’ନ୍ତି ।
  2. ଏହା ୧୯୫୦ ମସିହାରେ ଗଠନ ହେବାପରେ କାର୍ଯ୍ୟ କରି ଆସୁଅଛି ।

Question 5.
ନିର୍ବାଚନର ଆଦର୍ଶ ନିୟମାବଳୀ ବା ଆଚରଣ ବିଧୁର ଦୁଇଟି ଗୁରୁତ୍ଵ ଉଲ୍ଲେଖ କର ।
Answer:

  1. ପ୍ରଥମତଃ– ଭାରତର ନିର୍ବାଚନକୁ ସ୍ଵାଧୀନ ଓ ସ୍ୱଚ୍ଛ ରଖୁବା ଆଦର୍ଶ ଆଚରଣ ବିଧୂର ମୁଖ୍ୟ ଉଦ୍ଦେଶ୍ୟ ।
  2. ଦ୍ଵିତୀୟତଃ ଏହା ନେତା, ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ କେତେକ କାର୍ଯ୍ୟରୁ ବାରଣ କରିବା ସହିତ ଅନ୍ୟ କେତକେ ଗ୍ରହଣଯୋଗ୍ୟ ପଦକ୍ଷେପ ନେବାକୁ ଉତ୍ସାହିତ କରିଥାଏ ।

Question 6.
୧୯୯୦ ମସିହାର ଜଣେ ନିର୍ବାଚନ ଆୟୁକ୍ତଙ୍କୁ ଭାରତୀୟମାନେ ଏବେ ସୁଦ୍ଧା ମନେରଖୁଛନ୍ତି କାହିଁକି ?
Answer:
(i) ୧୯୯୦ ମସିହାରେ ଶ୍ରୀଯୁକ୍ତ ଟି.ଏନ୍. ଶେଷାନ୍ ନିର୍ବାଚନ ଆୟୁକ୍ତ ଭାବରେ ନିଯୁକ୍ତ ହେବାପରେ ସେ ନିର୍ବାଚନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ । ପ୍ରଥମତଃ ସେ ସମସ୍ତ ମତବାଦପାଇଁ ଗୋଟିଏ ଲେଖାଁ ନିର୍ବାଚନ ପରିଚୟ ପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା କରିଥିଲେ ।

(ii) ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଅନେକ କଟକଣା ଲାଗୁ କରିଥିଲେ । ସେ ଭାରତୀୟ ନିର୍ବାଚନକୁ ଅବାଧ, ଭୟଶୂନ୍ଯ ଓ ସ୍ୱଚ୍ଛ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଥିବାରୁ ଭାରତୀୟମାନେ ତାଙ୍କୁ ଏବେ ସୁଦ୍ଧା ମନେ ରଖୁଛନ୍ତି ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 7.
ଭାରତର ଲୋକସଭା ଓ ଓଡ଼ିଶା ବିଧାନସଭାର ଦୁଇଟି ତୁଳନାତ୍ମକ ପରିଚୟ ପ୍ରଦାନ କର ।
Answer:

  1. ଭାରତର ଲୋକସଭାକୁ ୫୪୩ ଗୋଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଅଛି । ଏହାର ସଦସ୍ୟମାନଙ୍କୁ ସାଂସଦ (MP) କୁହାଯାଇଥାଏ ।
  2. ଓଡ଼ିଶାକୁ ୧୪୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଛି । ଏହାର ନିର୍ବାଚିତ ସଦସ୍ୟମାନଙ୍କୁ ବିଧାୟକ ବା (MLA) କୁହାଯାଇଥାଏ ।

Question 8.
ଲୋକସଭା ଓ ରାଜ୍ୟସଭା ମଧ୍ୟରେ ସାଧାରଣତଃ କ’ଣ ପାର୍ଥକ୍ୟ ତୁମେ ଅନୁଭବ କରିଥାଅ ?
Answer:

  1. ଲୋକସଭା ଏକ ଅସ୍ଥାୟୀ ସଭା । ଏହାର ସଦସ୍ୟମାନେ ସିଧାସଳଖ ଲୋକମାନଙ୍କଦ୍ୱାରା ନିର୍ବାଚିତ ହୋଇଥା’ନ୍ତି । ଏମାନଙ୍କୁ ସାଂସଦ କୁହାଯାଇଥାଏ । ଏହାକୁ ଅନ୍ୟଭାବରେ ନିମ୍ନ ସଦନ କୁହାଯାଇଥାଏ । ଏହାର ସଭ୍ୟମାନଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥାଏ ।
  2. ରାଜ୍ୟସଭା ଏକ ସ୍ଥାୟୀ ଗୃହ । ଏହାର ସଦସ୍ୟମାନେ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି । ଏହାକୁ ଉଚ୍ଚ ସଦନ କୁହାଯାଇଥାଏ । ଏହାର ସଦସ୍ୟମାନଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାରତର ନିର୍ବାଚନ ଆୟୋଗ ୨୦୨୪ ମସିହା ନିର୍ବାଚନରେ ଗ୍ରହଣ କରିଥିବା ନୂତନ ପଦକ୍ଷେପମାନ ଉଲ୍ଲେଖ କର ।
Answer:

  1. ୨୦୨୪ ମସିହା ନିର୍ବାଚନରେ ପ୍ରଥମଥର ନିମନ୍ତେ ବୟସ୍କ ଓ ଦିବ୍ୟାଙ୍ଗ ନାଗରିକମାନେ ନିଜ ଘରେ ବସି ମତଦାନ ସାବ୍ୟସ୍ତ କରିବାର ସୁଯୋଗ ପାଇଥିଲେ ।
  2. ଏଥୁ ସହିତ କେତେକ ବିଶେଷ ବର୍ଗ ମତଦାତାଙ୍କ ନିମନ୍ତେ ଡାକଦ୍ଵାରା ମଧ୍ୟ ମତଦାନ ବ୍ୟବସ୍ଥା କରାଯାଇଥିଲା ।
  3. ସହାୟକ ଯନ୍ତ୍ର ଭାବରେ ବ୍ରେଲିଯୁକ୍ତ ଭୋଟର କାର୍ଡ଼, ଆପ୍‌ଯୁକ୍ତ ସହାୟତା ଅନୁରୋଧ, ସ୍କିଲ୍ ବା ଚକଲଗା ଚୌକି ଓ ରାମ୍ ବା ଖସଡ଼ା ଆଦି ଅନେକ ସୁବିଧା ପ୍ରଦାନ କରାଯାଇଥିଲା ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 2.
ନିର୍ବାଚନର ଆଦର୍ଶ ଆଚରଣ ବିଧରେ କେଉଁସବୁ କାର୍ଯ୍ୟ କରିବାପାଇଁ କଟକଣା ଲାଗୁ କରାଯାଇଥାଏ ।
Answer:

  1. ନିର୍ବାଚନ ତାରିଖ ଘୋଷଣା ପରେ ସରକାର ମତଦାତାଙ୍କୁ ପ୍ରଲୋଭିତ କରିବାପାଇଁ କୌଣସି ନୂତନ ଯୋଜନା କିମ୍ବା ପ୍ରକଳ୍ପ ଘୋଷଣା କରିପାରିବେ ନାହିଁ ।
  2. ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ପାର୍ଥୀ କେତେକ ସୁବିଧା ହାସଲ କରିବା ସହିତ କେତେକ କଟକଣାକୁ ମାନିବାକୁ କୁହାଯାଇଥାଏ ।
  3. ଉପହାର ପ୍ରଦାନ ମାଧ୍ୟମରେ ମତଦାତାଙ୍କୁ ପ୍ରଭାବିତ କରିବାକୁ ଦଣ୍ଡନୀୟ ବିବେଚନା କରାଯାଇଥାଏ ।

Question 3.
ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ରାଜ୍ୟସଭା ନିର୍ବାଚନ ପରୋକ୍ଷ ଭାବରେ କରାଯାଇଥାଏ । ଏହି ସଭାର ସର୍ବାଧୂକ ୨୫୦ଜଣ ସାଂସଦ ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ବାସ୍ତବରେ ୨୪୫ ଜଣ ସାଂସଦ ରହିଛନ୍ତି ।

(ii) ସେମାନଙ୍କ ମଧ୍ୟରୁ ୨୩୩ ଜଣ ରାଜ୍ୟ ବିଧାନସଭାର ବିଧାୟକମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ଏବଂ ୧୨ ଜଣ ସାଂସଦ ରାଷ୍ଟ୍ରପତିଙ୍କଦ୍ଵାରା ମନୋନୀତ ହୋଇଥାନ୍ତି ।

(iii) ଜନସଂଖ୍ୟା ଭିଭିରେ ପ୍ରତ୍ୟେକ ରାଜ୍ୟ ଭିନ୍ନ ଭିନ୍ନ ସଂଖ୍ୟକ ସାଂସଦ ରାଜ୍ୟସଭାକୁ ନିର୍ବାଚିତ କରିଥା’ନ୍ତି । ଉତ୍ତର ପ୍ରଦେଶରେ ସର୍ବାଧ‌ିକ ଓ ଅରୁଣାଚଳ ପ୍ରଦେଶରେ ସର୍ବନିମ୍ନ ସାଂସଦ ନିର୍ବାଚିତ ହୋଇଥା’ନ୍ତି ।

Question 4.
ଭାରତର ରଷ୍ଟପତିଙ୍କ ନିର୍ବାଚନ ପଦ୍ଧତି ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କର ।
Answer:
(i) ଭାରତର ରାଷ୍ଟ୍ରପତି ଦେଶର ସାଧାରଣ ମତଦାତାଙ୍କଦ୍ୱାରା ନିର୍ବାଚିତ ହୋଇନଥା’ନ୍ତି । ସେ ପରୋକ୍ଷ ଭାବରେ ଏକ ନିର୍ବାଚନ ମଣ୍ଡଳୀ (Electoral College) ଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

(ii) ତାଙ୍କ ନିର୍ବାଚନରେ ସଂସଦର ଉଭୟ ଗୃହ ଯଥା ରାଜ୍ୟସଭା ଓ ଲୋକସଭାର ନିର୍ବାଚିତ ପ୍ରତିନିଧୁ ବା ସାଂସଦମାନେ ଅଂଶ ଗ୍ରହଣ କରିଥା’ନ୍ତି ।

(iii) ଭାରତର ସମସ୍ତ ରାଜ୍ୟ ବିଧାନସଭା ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭା ନିର୍ବାଚିତ ସଦସ୍ୟମାନେ ଏହି ନିର୍ବାଚନରେ ଭାଗ ନେଇଥା’ନ୍ତି ।

(iv) ଏହି ନିର୍ବାଚନରେ ଏକକ ହସ୍ତାନ୍ତରୀୟ ମତଦାନ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

Class 8 Social Science Chapter 5 Question Answer Odia Medium ସାର୍ବଜନୀନ ମତଦାନ ଏବଂ ଭାରତର ନିର୍ବାଚନ ବ୍ୟବସ୍ଥା

Question 5.
ବର୍ତ୍ତମାନ ନିର୍ବାଚନ ଇଭିଏମ୍ରେ ନୋଟା (NOTA – None of the above) ବ୍ୟବହାର କରାଯିବାର ଉଦ୍ଦେଶ୍ୟ କି ପ୍ରକାର ସୂଚନା ପ୍ରଦାନ କରିଥାଏ ?
Answer:

  1. ଇଭିଏମ୍‌ରେ ନୋଟା ଶବ୍ଦ ବ୍ୟବହାର ଉଦ୍ଦେଶ୍ୟ ହେଉଛି ‘କେହି ପସନ୍ଦ ନୁହନ୍ତି’ ବୋଲି ଏକ ବିକଳ୍ପ ବ୍ୟବସ୍ଥା ରଖାଯାଇଛି ।
  2. ଏହା ସମସ୍ତ ପ୍ରତିଦ୍ଵନ୍ଦୀଙ୍କୁ ତ୍ୟାଗ କରିବାକୁ ମତଦାତାଙ୍କୁ ସୁଯୋଗ ପ୍ରଦାନ କରିଥାଏ ।
  3. ଯଦିଓ ଏହା ଫଳାଫଳକୁ ପ୍ରଭାବିତ କରିନଥାଏ, ତଥାପି ଏକ ବାର୍ତ୍ତା ଦେଇଥାଏ ଯେ ମତଦାତା ଅଧିକ ବିକଳ୍ପ ଚାହାଁନ୍ତି ।
  4. ‘ନୋଟା’ ବା ‘କେହି ପସନ୍ଦ ନୁହନ୍ତି’ ଭାରତୀୟ ଗଣତନ୍ତ୍ରର ଏକ ଶକ୍ତିଶାଳୀ ଚିନ୍ତନ ଅଟେ ।

Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Go through BSE Odisha Class 8 Science Notes Odia Medium and Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା to understand important concepts and topics more clearly.

8th Class Science Chapter 6 Notes Odia Medium

BSE Odisha Class 8 Science Chapter 6 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ଚାପ (pressure):
ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳର ପରିମାଣକୁ ଚାପ କହନ୍ତି ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 1
ଏହି ବଳ ପୃଷ୍ଠତଳ ଉପରେ ଲମ୍ବ ଭାବରେ କାର୍ଯ୍ୟକରିଥାଏ ।

ଏକକ:
ବଳର ଆନ୍ତର୍ଜାତୀୟ ମାନକ (SI) ଏକକ ନିଉଟନ ବା N
ଏବଂ କ୍ଷେତ୍ରଫଳର ଆନ୍ତର୍ଜାତୀୟ ମାନକ (SI) ଏକକ ବର୍ଗ ମିଟର ବା m2
ଏଣୁ ଚାପର ଆନ୍ତର୍ଜାତୀୟ ମାନକ (SI) ଏକକ ନିଉଟନ/ବର୍ଗମିଟର ବା \(\frac{\mathrm{N}}{\mathrm{~m}^2}\)
ବୈଜ୍ଞାନିକ ବ୍ଲାଇଜ୍ ପାସକେଲ୍‌ଙ୍କ ନାମ ଅନୁସାରେ ଚାପର SI ଏକକ ପାସକେଲ ବା Pa ହୋଇପାରିବ ।
ଏଣୁ \(\frac{\mathrm{N}}{\mathrm{~m}^2}\) = Pa

ଯଦି 100 N ବଳ ଗୋଟିଏ 2m2 କାର୍ଡ଼ବୋର୍ଡ଼ ଉପରେ ପ୍ରୟୋଗ କରାଯାଏ ।
ତେବେ ଉକ୍ତ କାର୍ଡ଼ବୋହୂ ଉପରେ ଚାପର ପରିମାଣ = \(\frac{100 \mathrm{~N}}{2 \mathrm{~m}^2}\) = 50\(\frac{\mathrm{N}}{\mathrm{~m}^2}\)ବା 50 Pa ହେବ ।
କଠିନ, ତରଳ ଓ ଗ୍ୟାସିୟ ପଦାର୍ଥ ସମସ୍ତେ ଚାପ ପ୍ରଦାନ କରିବାକୁ ସକ୍ଷମ ।

  • ବଳ ସମାନ ଥାଇ କ୍ଷେତ୍ରଫଳ ବୃଦ୍ଧିପାଇଲେ ଚାପ କମିଯାଏ ।
  • ଅନ୍ୟପକ୍ଷରେ ସମାନ ବଳ ଥାଇ କ୍ଷେତ୍ରଫଳ ହ୍ରାସ ପାଇଲେ ଚାପ ବୃଦ୍ଧିପାଏ ।
  • କ୍ଷେତ୍ରଫଳ ସମାନ ଥାଇ ବଳ ବୃଦ୍ଧି ପାଇଲେ, ଚାପ ବୃଦ୍ଧିପାଏ ।
  • କ୍ଷେତ୍ରଫଳ ସମାନ ଥାଇ ବଳ ହ୍ରାସ ପାଇଲେ, ଚାପ ହ୍ରାସପାଏ ।
  • ଏଣୁ ଚାପର ପରିମାଣ ବଳର ପରିମାଣ ସହ ସମାନୁପାତି ଏବଂ କ୍ଷେତ୍ରଫଳର ପରିମାଣ ସହ ପ୍ରତିଲୋମାନୁପାତି

ସମାନ ପରିମାଣର ବଳ ଅଧୁକ କ୍ଷେତ୍ରଫଳ ଉପରେ ପ୍ରୟୋଗ କରାଗଲେ ଚାପ କମିଯାଏ ଏବଂ କମ୍ କ୍ଷେତ୍ରଫଳ ଉପରେ ବଳ ପ୍ରୟୋଗ କଲେ ଚାପ ବୃଦ୍ଧିପାଏ, ଏହାର ବିଭିନ୍ନ ଦୃଷ୍ଟାନ୍ତ ଦିଆଯାଇଛି
(i) ଛାତ୍ରଛାତ୍ରୀମାନେ ବହିପତ୍ର ଓ ବିଦ୍ୟାଳୟ ସରଞ୍ଜାମ କୌଣସି ଏକ ବ୍ୟାଗ ଭିତରେ ରଖୁ, ବ୍ୟାଗଟିକୁ କାନ୍ଧରେ ଝୁଲାଇ ବିଦ୍ୟାଳୟକୁ ଯାଆନ୍ତି । ବ୍ୟାଗ ଓ ଏହା ମଧ୍ୟରେ ଥିବା ସମସ୍ତ ପଦାର୍ଥର ଓଜନ ଯୋଗୁ ନିଦ୍ଦିଷ୍ଟ ବଳ ପିଲାଟିର କାନ୍ଧ ଉପରେ ପ୍ରୟୋଗ ହୋଇଥାଏ । ବ୍ୟାଗ୍ ସହ ଲାଗିଥିବା ଫିତାଟି କାନ୍ଧ ଉପରେ ରହୁଥ‌ିବାରୁ ଫିତାର କ୍ଷେତ୍ରଫଳ ସହ ସମାନ କାନ୍ଧର ଅଞ୍ଚଳ ଉପରେ ଏହି ବଳ କାର୍ଯ୍ୟକାରି ହୁଏ । ଯଦି ଫିତାଟି ଅତି ସରୁ ହୋଇଥାଏ ତେବେ ବଳ, କାନ୍ଧର ଅତିଅଳ୍ପ କ୍ଷେତ୍ରଫଳ ଉପରେ ପ୍ରୟୋଗ ହୁଏ । ଏହି କ୍ଷେତ୍ରରେ ଚାପ ଅଧିକ ହେବାରୁ ପିଲାଟି କଷ୍ଟ ଅନୁଭବ କରେ ଏବଂ ତାର କାନ୍ଧରେ ଆଘାତ ଲାଗିପାରେ ।
ଅନ୍ୟପକ୍ଷରେ ଫିତାଟି ଓସାରିଆ ହୋଇଥିଲେ ସମାନ ବଳ, କାନ୍ଧର ଅଧୂକ କ୍ଷେତ୍ରଫଳ ଅଞ୍ଚଳରେ ପ୍ରୟୋଗ ହୁଏ । ଏଠାରେ ଚାପ କମ୍ ହୁଏ । ଫଳରେ ପିଲାଟିକୁ ଆଦୌ କଷ୍ଟ ହୁଏନାହିଁ । ଏଣୁ ସମାନ ପରିମାଣର ବଳ ଅଧ୍ଵକ କ୍ଷେତ୍ରଫଳ ଉପରେ ପ୍ରୟୋଗ ହେଲେ ଚାପ ବୃଦ୍ଧିପାଏ ।

(ii) ପାଣିଥୁବା ବାଲଟିକୁ ବୋହିନେବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥାଏ । ବାଲଟିର ହ୍ୟାଣ୍ଡଲକୁ ହାତରେ ଧରିବାଦ୍ଵାରା ଆମ ହାତ ଉପରେ ଜଳପୂର୍ଣ୍ଣ ବାଲଟିର ଓଜନ ଜନିତ ବଳ କାର୍ଯ୍ୟକାରି ହୁଏ । ହ୍ୟାଣ୍ଡଲରଚଉଡ଼ା ଅଧିକ ଥିଲେ, ସ୍ଥାନର କ୍ଷେତ୍ରଫଳ ବୃଦ୍ଧିହୁଏ ଏବଂ ଚାପକମ୍ ହୁଏ । ଫଳରେ ହାତକୁ କଷ୍ଟଲାଗେନାହିଁ । ଅନ୍ୟ ପକ୍ଷରେ ହ୍ୟାଣ୍ଡଲଟି ସରୁଆ ହୋଇଥଲେ କ୍ଷେତ୍ରଫଳ କମିଯାଏ, ଫଳରେ ଚାପ ବୃଦ୍ଧିପାଏ ଏବଂ ହାତକୁ କଷ୍ଟଲାଗେ । ଏଣୁ ଚାପହ୍ରାସ କରିବାପାଇଁ ଓସାରିଆ ହ୍ୟାଣ୍ଡଲ ସୁବିଧା ଜନକ ହୋଇଥାଏ ।

(iii) ପନିକିରେ ପରିବା କଟାଯାଏ । ପନିକିର ଧାର ସୁକ୍ଷ୍ମ ହୋଇଥଲେ ଚାପ ଅଧିକ ହୁଏ, ଏଣୁ କମ୍ ବଳ ପ୍ରୟୋଗରେ କାର୍ଯ୍ୟ ହୋଇଥାଏ । ପନିକିର ଧାର ମୋଟା ଥିଲେ ଅଧ‌ିକ କ୍ଷେତ୍ରଫଳ ଉପରେ ଆବଶ୍ୟକ ଚାପ ପକାଇବାକୁ ଅଧିକ ବଳ ଦରକାର ହୁଏ । ଏଣୁ ଧାରୁଆ ପନିକିରେ ଚାପ ଅଧ୍ବକ ଅନୁଭୂତ ହେଉଥ‌ିବାରୁ ଏଥ‌ିରେ ପରିବା କାଟିବା ସହଜ ହୁଏ ।

(iv) ଆମେ କାନ୍ଥରେ ଫଟୋ ଟାଙ୍ଗିବାପାଇଁ ଲୁହାକଣ୍ଟା କାନ୍ଥ ମଧ୍ୟକୁ ପ୍ରବେଶ କରାଇଥାଉ । କଣ୍ଟାର ମୁନିଆ ଅଗ୍ରକାନ୍ଥ ଆଡ଼କୁ ରଖ୍ ହାତୁଡ଼ିରେ ପିଟିଲେ କଣ୍ଟାଟି ଚାପ ଅଧିକ ହେତୁ କାନ୍ଥ ମଧ୍ଯକୁ ସହଜରେ ପଶିଯାଏ । କଣ୍ଟାର ଅପରପାର୍ଶ୍ଵ କାନ୍ଥରେ ରଖ୍ ହାତୁଡ଼ିରେ ପିଟିଲେ, କଣ୍ଟା କାନ୍ଥ ଭିତରକୁ ଯାଏନାହିଁ । କାରଣ କ୍ଷେତ୍ରଫଳ ଅଧିକ ହେତୁ ଚାପ କମିଯାଏ ।

Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

ତରଳ ପଦାର୍ଥର ଚାପ :
କଠିନ ବସ୍ତର ଓଜନ ଓ ପ୍ରକୃତି ଯୋଗୁ ଏହା କେବଳ ନିମ୍ନଚାପ ବା ବଳଦିଗରେ ଚାପ ପ୍ରୟୋଗ କରେ । କିନ୍ତୁ ତରଳ ପଦାର୍ଥ ତାର ଓଜନ ଓ ପ୍ରକୃତି ଯୋଗୁଁ ସର୍ବଦିଗ ଉପରେ ଚାପ ପ୍ରୟୋଗ କରିଥାଏ ।
ଗୋଟିଏ ତରଳ ପଦାର୍ଥର ନିମ୍ନଚାପ ଏହା ଧାରଣ କରିଥିବା ପାତ୍ରର ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳ ଉପରେ ନିର୍ଭର ନକରି ତରଳ ସ୍ତରର ଉଚ୍ଚତା ଉପରେ ନିର୍ଭର କରେ ।
ଏଣୁ ଜଳସ୍ତରର ଉଚ୍ଚତା ଅଧିକ ହେଲେ, ଏହାର ଚାପ ଅଧ୍ବକ ହୁଏ । ନିମ୍ନୋକ୍ତ, ପରୀକ୍ଷାରୁ ଏହା ପ୍ରମାଣିତ ହୋଇପାରିବ ।

କାର୍ଯ୍ୟ – ୧ : ଆସ ଜାଣିବାକୁ ଚେଷ୍ଟା କରିବା
ଶିକ୍ଷଣ ଲକ୍ଷ୍ୟ :
ଜଳସ୍ତମ୍ଭଦ୍ଵାରା ଚାପ ପ୍ରୟୋଗ କଲେ ଏହି ଚାପ ଜଳସ୍ତମ୍ଭର ଉଚ୍ଚତା ଉପରେ ନିର୍ଭର କଲେ ତାହା ପରୀକ୍ଷା କରି ଦେଖ୍ ।

କାର୍ଯ୍ୟ ପ୍ରଣାଳୀ :
(i) ଚିତ୍ରରେ ଦେଖାଯାଇଥ‌ିବା ପରି ସମାନ ଲମ୍ବ (ପ୍ରାୟ ୨୫ ସେ.ମି.) କିନ୍ତୁ ଭିନ୍ନ ବ୍ୟାସର ଦୁଇଟି ସ୍ଵଚ୍ଛ କାଚ କିମ୍ବା ପ୍ଲାଷ୍ଟିକ୍ ନଳୀ ନିଆଯାଉ ।
(ii) ଦୁଇଟି ଭଲ ରବର ବେଲୁନ୍ ନିଆଯାଉ । ପ୍ରତ୍ୟେକ ନଳୀର ଗୋଟିଏ ମୁଣ୍ଡରେ ସ୍ତଣ୍ଡ ସେଗୁଡ଼ିକୁ ଲଗାଯାଉ ।
(iii) ଚିତ୍ରରେ ଦେଖାଯାଉଥବାପରି ଏକ ଷ୍ଟାଣ୍ଡରେ ନଳୀଗୁଡ଼ିକୁ ସଜାଇ ରଖାଯାଉ ।
(iv) ବର୍ତ୍ତମାନ, ଉଭୟ ନଳୀକୁ ସମାନ ସ୍ତର ପୂର୍ଣ୍ଣ କରାଯାଉ ।
(v) ପ୍ରାୟ ଅଧା ଉଚ୍ଚତା ପର୍ଯ୍ୟନ୍ତ ପାଣିରେ ଦୁଇଟି ବେଲୁନ୍ ସମାନ ପରିମାଣରେ ଫୁଲିବାର ଦେଖାଯିବ ।
(vi) ଭିନ୍ନ ବ୍ୟାସ ହେତୁ, ଦୁଇଟି ନଳୀରେ ପାଣିର ଓଜନ ଭିନ୍ନ । ତଥାପି, ଉଭୟ ବେଲ୍‌ ନ୍ ସମାନ ଭାବରେ ଫୁଲି ଯାଆନ୍ତି ।
(vii) ଏହାର ଅର୍ଥ ହେଉଛି ନଳୀରେ ପାଣିର ଓଜନ ବେଲୁନ୍‌ର ଫୁଲିବାପାଇଁ ଦାୟୀ ହୋଇପାରିବ ନାହିଁ । ଜଳସ୍ତମ୍ଭ ଦ୍ଵାରା ପଡୁଥିବା ଚାପ ହିଁ ବେଲୁନ ଫୁଲିବାପାଇଁ ଦାୟୀ । ସେଥ‌ିପାଇଁ ସେମାନଙ୍କରର ବ୍ୟାସ ଭିନ୍ନ ହୋଇଥିଲେ ମଧ୍ୟ ସମାନ ଜଳସ୍ତମ୍ଭ ଉଚ୍ଚତା ବେଲୁନ୍‌ଗୁଡ଼ିକରେ ସମାନ ଭାବରେ ଫୁଲାଏ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 2
ଚିତ୍ର ଜଳ ସ୍ତମ୍ଭର ସମାନ ଉଚ୍ଚତା ହଁ ସମାନ ବେଲୁନ୍ ଫୁଲାଏ

(viii) ଚିତ୍ରରେ ଦେଖାଯାଇଥିବା ପରି ଯେକୌଣସି ନଳୀରେ ଅଧ୍ବକ ପାଣି ଢଳାଯାଉ । ବେଲୁନ୍‌ର ଫୁଲିବା ଦେଖାଯାଉ । ଏହି ପ୍ରକ୍ରିୟାକୁ କିଛିଥର ପୁନରାବୃତ୍ତି କରି, ପ୍ରତ୍ୟେକ ଥର ଅଧ‌ିକ ପାଣି ଢାଳ ଏବଂ ଚିତ୍ରରେ ଦେଖାଯାଇଥ‌ିବା ପରି ଫୁଲିବାର ପରିମାଣ ଲକ୍ଷ୍ୟ କରାଯାଉ ।
(ix) ଜଳସ୍ତରର ଉଚ୍ଚତା ବୃଦ୍ଧି ପାଇବା ସହିତ ବେଲୁନ୍ ଅଧ୍ଵ ଫୁଲିଯାଏ ।
(x) ତେଣୁ ନଳୀର ଜଳସ୍ତମ୍ଭର ଉଚ୍ଚତା ବୃଦ୍ଧି ପାଇବା ସହିତ, ନଳୀର ତଳ ଭାଗରେ ଚାପ ମଧ୍ଯ ବୃଦ୍ଧିପାଏ, ଯାହା ଫଳରେ ବେଲୁନ୍‌ ଅଧ୍ୟକ ଫୁଲେ । ତେଣୁ ଆମେ କହିପାରିବା ଯେ ପାତ୍ରରେ ତରଳ ପଦାର୍ଥ ଦ୍ଵାରା ପ୍ରଦତ୍ତ ଚାପ ଏହାର ସ୍ତମ୍ଭର ଉଚ୍ଚତା ଉପରେ ନିର୍ଭର କରେ । ଏହି କାରଣରୁ ଛାତ ଉପରେ ପାଣିଟାଙ୍କିଗୁଡ଼ିକୁ ଉଚ୍ଚତାରେ ରଖାଯାଏ ଯାହା ଫଳରେ ଟ୍ୟାପ୍‌ରେ ଚାପ ବୃଦ୍ଧିପାଏ ଓ ଜଳ ଭଲ ଭାବରେ ପ୍ରବାହିତ ହୁଏ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 3
ଚିତ୍ର : ଅଧ୍ବକ ଉଚ୍ଚତା ବିଶିଷ୍ଟ ଜଳସ୍ତର ବେଲୁନ୍‌କୁ ଅଧିକ ଫୁଲାଇ ଥାଏ

ତରଳ ପଦାର୍ଥର ପାର୍ଶ୍ଵଚାପ :
ତରଳ ପଦାର୍ଥ ଥିବା ପାତ୍ରର ପାର୍ଶ୍ଵ ଉପରେ ମଧ୍ୟ ଚାପ ପକାଇଥାଏ । ଏହାକୁ ପାର୍ଶ୍ଵଚାପ କହନ୍ତି । ପାର୍ଶ୍ବଚାପ ଜାଣିବାପାଇଁ ଆମେ ନମ୍ନ ପରୀକ୍ଷାଟି କରିପାରିବା ।

କାର୍ଯ୍ୟ – ୨ : ଆସ ଜାଣିବା
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 4
ଚିତ୍ର ତରଳ ପଦାର୍ଥ ପାତ୍ରର ପାର୍ଶ୍ଵରେ

ପରୀକ୍ଷା :
(i) ଏକ ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ନିଆଯାଉ ଏବଂ ଏହାର ଠିପି କାଢ଼ି ଦିଆଯାଉ । ଏକ ଛୁଞ୍ଚ୍ କିମ୍ବା କଣ୍ଟା ବ୍ୟବହାର କରି ଏହାର ଚାରିପାଖରେ ଚାରୋଟି ଛୋଟ ଛୋଟ ଛିଦ୍ର କରାଯାଉ ଯେପରି ଛିଦ୍ରଗୁଡ଼ିକ ତଳଠାରୁ ସମାନ ଉଚ୍ଚତାରେ ରହିବ ।
(ii) ଛିଦ୍ରଗୁଡ଼ିକୁ ଏକ ଟେପ୍‌ଦ୍ଵାରା ବନ୍ଦ କରି ବୋତଲରେ ପାଣି ଭର୍ତ୍ତି କରାଯାଉ ।
(iii) ବର୍ତ୍ତମାନ ଏକା ସମୟରେ ସମସ୍ତ ଛିଦ୍ରରୁ ଟେପ୍ ବାହାର କରାଯାଉ ।
ଚାପ ପ୍ରୟୋଗ କରେ
(iv) ବୋତଲର ପାର୍ଶ୍ଵରେ ଥିବା ଛିଦ୍ର ଦେଇ ପାଣି ବାହାରକୁ ପ୍ରବାହିତ ହେଉଥ‌ିବାର ଦେଖାଯିବ ।
(v) ଆମେ ଜାଣିଲୁ ପ୍ରକୃତରେ ତରଳ ପଦାର୍ଥ ସବୁ ଦିଗରେ ଚାପ ପ୍ରୟୋଗ କରେ ।

ନଦୀବନ୍ଧର ତଳଦେଶ ଆଧାର ଉପର ଭାଗ ଅପେକ୍ଷା ଅଧ୍ବକ ପ୍ରଶସ୍ତ କାହିଁକି ?
ଆମେ ଜାଣୁ ଯେ, ଜଳର ନିମ୍ନ ଚାପ ବ୍ୟତିତ ପାର୍ଶ୍ଵଚାପ ବା ଆନୁଭୂମିକ ଚାପ (horizontal pressure) ମଧ୍ଯ ରହିଛି । ନଦୀବନ୍ଧର ପ୍ରଶସ୍ତ ଆଧାର କେବଳ ବନ୍ଧର ନିର୍ମାଣକୁ ଶକ୍ତ କରେନାହିଁ । ଏହା ତଳଭାଗରେ ପଢୁଥିବା ଆନୁଭୂମିକ ଚାପକୁ ସହ୍ୟକରେ । ସଂରକ୍ଷିତଜଳ, ଜଳସ୍ତରର ଉଚ୍ଚତା ଯୋଗୁ ପାର୍ଶ୍ଵକାନ୍ଥରେ ଆନୁଭୂମିକ ଚାପ ପ୍ରୟୋଗ କରେ । ଏହାକୁ ସହ୍ୟ କରିବାପାଇଁ ବନ୍ଧର ଆଧାର ଉପରିଭାଗ ତୁଳନାରେ ଅଧିକ ପ୍ରଶସ୍ତ କରାଯାଇଥାଏ ।

ଚାୟୁ ଚାପ (Air Pressure) :
ବାୟୁ ବିଭିନ୍ନ ଗ୍ୟାସର ଏକ ସାଧାରଣ ମିଶ୍ରଣ । ଏହା ଭୂପୃଷ୍ଠରୁ ବହୁ ଉଚ୍ଚ (ପ୍ରାୟ 450 କି.ମି.) ପର୍ଯ୍ୟନ୍ତ ବିସ୍ତୃତ । ବାୟୁସ୍ତମ୍ଭ ତା’ର ଓଜନ ହେତୁ କ୍ଷେତ୍ରଫଳ ଉପରେ ବଳ ପ୍ରୟୋଗ କଲେ । ଏହାକୁ ବାୟୁ ଚାପ କହନ୍ତି । ବାୟୁଚାପ ସବୁ ଦିଗରେ ଅନୁଭୂତ ହୁଏ । ସମୁଦ୍ର ପତନରେ ବାୟୁଚାପ ସର୍ବାଧ‌ିକ ସ୍ଥାନରେ ଉଚ୍ଚତା ଯେତେ ଅଧ‌ିକ, ବାୟୁଚାପ ସେତେ କମ୍ ହୋଇଥାଏ । ବାୟୁ ଚାପର ବ୍ୟବହାରିକ ଏକକ ମିଲିବାର (mb) । ଏହା ଏକ ହେକ୍ଟୋପାସକେଲ ବା 100 ପାସ୍କେଲ ସଙ୍ଗେ ସମାନ ।
1 ମିଲିବାର (mb) = 1 ହେକ୍ଟୋପାସ୍କେଲ (hpa) 100 ପାସ୍କେଲ (pa)
ଏକ 15 ସେ.ମି. × 15 ସେ.ମି. କ୍ଷେତ୍ରଫଳ ଉପରେ ବାୟୁର ପ୍ରଯୁକ୍ତ ବଳ ପ୍ରାୟ 225 କି.ଗ୍ରା. । ବସ୍ତ ଉପରେ ପ୍ରଯୁକ୍ତ ମାଧ୍ୟାକର୍ଷଣ ବଳ ବା 2250 N ସହିତ ସମାନ ।

କାର୍ଯ୍ୟ ୩ : ଆସ ଅନ୍ଵେଷଣ କରିବା
ବାୟୁ ତାର ଓଜନ ହେତୁ କ୍ଷେତ୍ରଫଳ ଉପରେ ବଳ ପ୍ରୟୋଗ କରେ ।
କ୍ଷେତ୍ରଫଳ ଅଧ‌ିକ ହେଲେ, ବାୟୁର ଓଜନ ଜନିତ ବଳର ପରିମାଣ ବୃଦ୍ଧିପାଏ । ମାତ୍ର ଚାପ ଅପରିବର୍ତ୍ତିତ ରହେ । ଏକ ପରୀକ୍ଷା ଦ୍ଵାରା କ୍ଷେତ୍ରଫଳ ବୃଦ୍ଧିରେ ବାୟୁଦ୍ଵାରା ପ୍ରଦତ୍ତ ବଳ ବୃଦ୍ଧି ପରୀକ୍ଷା କରିହେବ ।
ପରୀକ୍ଷା :
(i) ଏକ କାଗଜ ପ୍ଲେଟ ନିଆଯାଉ । ଏହାକୁ ଓଲଟା କରି ଚିତ୍ର (କ)ରେ ଦେଖାଯାଉଥ‌ିବା ପରି ଏଥ‌ିରେ ଏକ କାଠି ଲଗାଯାଉ । ଏହାକୁ ଏକ ସମତଳ ପୃଷ୍ଠାରେ ରଖାଯାଉ ।
(ii) ଏହା 70 ସେ.ମି. × 56 ସେ.ମି. ଆକାରର ଦୁଇଟି ସମାନ ଚାର୍ଟ କାଗଜ ନିଆଯାଉ । ଗୋଟିଏ ସିଟ୍ କାଗଜକୁ ଦୁଇଥର ଭାଙ୍ଗି ଏହାର କେନ୍ଦ୍ରରେ ଏକ ଛିଦ୍ର କରାଯାଉ । ଯେପରି ଏହା ମଧ୍ୟଦେଇ କାଠିଟି ବାହାରି ପାରିବ ।
(iii) ଚିତ୍ର (ଖ)ରେ ଦେଖାଯାଇଥିବା ପରି ଓଲଟା କାଗଜ ପ୍ଲେଟ ଉପରେ ଦ୍ଵିଭାଙ୍ଗ ସିଟ୍ ରଖାଯାଉ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 5
ଓଲଟା କାଗଜ ପ୍ଲେଟ୍ ବ୍ୟବସ୍ଥା
(iv) ବର୍ଭମାନ, କାଠିଟି ବ୍ୟବହାର କରି ଦ୍ଵିଭାଙ୍ଗ ସିଟ୍ ସହିତ ଆଚ୍ଛାଦିତ କାଗଜ ପ୍ଲେଟ୍ ଉଠାଇବାକୁ ଚେଷ୍ଟା କରାଯାଉ ।
(v) ଏହା ଉଠାଇବାପାଇଁ ବଳର ଆବଶ୍ୟକ ହେବ ।
(vi) ଏବେ, ଦ୍ଵିଭାଙ୍ଗ ସିଟ୍ ସ୍ଥାନରେ ଦ୍ଵିତୀୟ ଖୋଲା ଚାର୍ଟ ପେପର ସିଟ୍ ରଖାଯାଉ । କାଠି ବାହାରି ଯିବା ପାଇଁ ଏହି ଚାର୍ଟ ପେପରର କେନ୍ଦ୍ରରେ ଏକ ଛିଦ୍ର କରାଯାଉ । ଚିତ୍ର (ଗ)ରେ ଦେଖାଯାଇଥିବା ପରି ଖୋଲା ଚାର୍ଟ ପେପର ସହିତ କାଗଜ ପ୍ଲେଟ ଘୋଡ଼ାଯାଉ ।
(vii) ପୁଣି ଥରେ କାଗଜ ପ୍ଲେଟ୍ ଉଠାଅ ଏବଂ ଏହା କରିବାରେ ଆବଶ୍ୟକ ବଳ ଅନୁଭବ କରାଯିବ ।
(viii) ଦ୍ଵିଭାଙ୍ଗ ଚାର୍ଟ ପେପର ଅପେକ୍ଷା ଖୋଲା ଚାର୍ଟ ପେପର ଦ୍ଵାରା ଆଚ୍ଛାଦିତ କାଗଜ ପ୍ଲେଟ୍ ଉଠାଇବା ପାଇଁ ଅଧିକ
ବଳ ଆବଶ୍ୟକ ।
(ix) ଯେତେବେଳେ ଆମେ କାଗଜ ପ୍ଲେଟକୁ ଖୋଲା ଚାର୍ଟ ପେପରରେ ଘୋଡ଼ାଉ, ସେତେବେଳେ ଆବରଣ ସିଟିର କ୍ଷେତ୍ରଫଳ ବୃଦ୍ଧିପାଏ । କାଗଜ ପ୍ଲେଟକୁ ଉଠାଇବାପାଇଁ ଆବଶ୍ୟକ ବଳ ବୃଦ୍ଧିପାଏ । ଆବରଣ ସିଟିର ଓଜନ ପରିବର୍ତ୍ତନ ହୋଇନାହିଁ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 6
ଚିତ୍ର (ଖ) ଦୁଇ ଭାଙ୍ଗ ହୋଇଥିବା ଓଲଟା ଚାର୍ଟ ପେପର ସହିତ ଓଲଟା କାଗଜ ପ୍ଲେଟ
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 7
ଚିତ୍ର : (ଗ) ଖୋଲା ଚାର୍ଟ ପେପର ସହିତ ଓଲଟା କାଗଜ ପ୍ଲେଟ୍
(x) ଏହି ପର୍ଯ୍ୟବେକ୍ଷଣରୁ ଆମେ ଅନୁମାନ କରିପାରିବା ଯେ ବାୟୁ ଆବରଣ ସିଟି ଉପରେ ବଳ ପ୍ରୟୋଗ କରେ, ଯାହା କାଗଜ ପ୍ଲେଟକୁ ଉଠାଇବା କଷ୍ଟକର କରିଥାଏ । ଅଧୂକନ୍ତୁ, ଆବରଣ ସିଟିର କ୍ଷେତ୍ରଫଳ ବୃଦ୍ଧି ସହିତ ଏହି ବଳ ବୃଦ୍ଧିପାଏ । ଏହାର ଅର୍ଥ ହେଉଛି ବାୟୁ କାଗଜ ପ୍ଲେଟ ଉପରେ ଏକ ବଳ ପ୍ରୟୋଗ କରୁଛି, ଯାହା ଏହାକୁ ଆବଣ କରୁଥିବା ସିଟ୍‌ର କ୍ଷେତ୍ରଫଳ ବୃଦ୍ଧି ପାଇବା ସହିତ ବୃଦ୍ଧିପାଏ ।
(xi) ଯେହେତୁ ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟକରୁଥିବା ବଳ ହେଉଛି ଚାପ, ଆମେ ସିଦ୍ଧାନ୍ତ ନେଇପାରିବା ଯେ, ବାୟୁ କାଗଜ ସିଟ୍ ଉପରେ ଚାପ ପ୍ରୟୋଗ କରେ । ପ୍ରକୃତରେ, ବାୟୁ ସମସ୍ତ ବସ୍ତ ଉପରେ ଚାପ ପ୍ରୟୋଗ କରେ । ଆମ ଚାରିପାଖରେ ଥ‌ିବା ବାୟୁଦ୍ଵାରା ପ୍ରଯୁକ୍ତ ଚାପକୁ ବାୟୁମଣ୍ଡଳୀୟ ଚାପ (atmospheric pressure) କୁହାଯାଏ ।

Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

ବାୟୁର ସର୍ବଦିଗ ଚାପ :
(i) ତରଳ ପଦାର୍ଥ ପରି ବାୟୁର ସର୍ବଦିଗ ଚାପ ଅଛି । ଏହି ଚାପଗୁଡ଼ିକ ନିମ୍ନ ଚାପ, ପାର୍ଶ୍ଵଚାପ ଏବଂ ଉର୍ଦୁଚାପ ।
(ii) ଏକ ବେଲୁନ୍‌କୁ ଫୁଙ୍କିଲେ ଏହା ଫୁଲିଯାଏ । ବେଲୁନ୍ ଭିତରକୁ ପ୍ରବେଶ କରୁଥିବା ସର୍ବଦିଗ ଚାପ ଯୋଗୁ ଏହା ଫୁଲିଯାଏ ।
(iii) ଫୁଲା ଯାଇଥିବା ବେଲୁନର ମୁହଁ ଖୋଲିଦେଲେ ବାୟୁସବୁ ଦିଗକୁ ବାହାରି ଚାଲିଯାଏ ।

ପବନ :
ଗତିଶୀଳ ବୟୁକୁ ପବନ କହନ୍ତି । ବାୟୁ ମାଧ୍ୟମରେ ଗୋଟିଏ ସ୍ଥାନରେ ଅପ ଅଧ‌ିକ ଥିବା ସ୍ଥଳେ ଅନ୍ୟ ଏକ ସ୍ଥାନରେ ଚାପ କମ୍ବିଥାଏ । ପୃଷ୍ଠତଳର ସମତା ରକ୍ଷା କରିବା ଯେପରି ଜଳର ଧର୍ମ, ବାୟୁର ଧର୍ମ ହେଉଛି ଚାପର ସମତା ରକ୍ଷା କରିବା । ଫଳରେ ଅଧିକ ଚାପଥୁବା ସ୍ଥାନରୁ ବାୟୁ କମ୍ ଚାପଥିବା ସ୍ଥାନକୁ ପ୍ରବାହିତ ହୁଏ ।
ଗୋଟିଏ ଫୁଲିଯାଇଥିବା ବେଲୁନର ମୁହଁ ଖୋଲିଦେଲେ, ବେଲୁନ ଭିତରୁ ବାୟୁ ବାହାରକୁ ଚାଲିଯାଏ । ସାଇକେଲ ଟ୍ୟୁବ୍‌ରେ ଛିଦ୍ର ହେଲେ ବାୟୁ ବାହାରକୁ ଚାଲିଯିବାର ମଧ୍ୟ ଦେଖାଯାଏ, ଉଭୟ କ୍ଷେତ୍ରରେ ଚାପଥିବା ସ୍ଥାନକୁ ପ୍ରବାହିତ ହୁଏ । ଏହା ନିମ୍ନ ପରୀକ୍ଷାରୁ ପର୍ଯ୍ୟବେକ୍ଷଣ କରିହୁଏ ।

କାର୍ଯ୍ୟ – ୪ : ଆସ ପ୍ରଦର୍ଶନ କରିବା
(i) ଏକ ଭଲ ଗୁଣବତ୍ତାର ରବର ଶୋଷକ ନିଆଯାଉ । ଏହାକୁ ଏକ ମସୃଣ ସମତଳ ପୃଷ୍ଠ ଉପରେ ଦୃଢ଼ଭାବରେ ଚାପି ଦିଆଯାଉ ।
(ii) ଏବେ ଏହାକୁ ଟାଣିବାକୁ ଚେଷ୍ଟା କରାଯାଉ । ଏହାକୁ ଟାଣିବାରେ କଷ୍ଟ ହେଉଛି ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 8
ଚିତ୍ର : ଏକ ରବର ଶୋଷକ

ଯେତେବେଳେ ଆମେ ଶୋଷକକୁ ଚାପି ଦେଉ, ତା’ର କପ୍ ଏବଂ ଏହାକୁ ରଖାଯାଇଥିବା ପୃଷ୍ଠ ମଧ୍ୟରେ ଥିବା ଅଧିକାଂଶ ବାୟୁ ବାହାରକୁ ଠେଲି ହୋଇଯାଏ ଏବଂ ତା’ ଭିତରେ ଥ‌ିବା ବାୟୁଚାପ ହ୍ରାସ ପାଏ । ଶୋଷକଟି ପୃଷ୍ଠ ସହିତ ଲାଗି ରହିଥାଏ, କାରଣ ଶୋଷକଟିକୁ ଘେରି ରହିଥ‌ିବା ବାୟୁର ଚାପ ଶୋଷକ ଭିତରେ ଥିବା ବାୟୁର ଚାପ ଅପେକ୍ଷା ଅଧ‌ିକ ଥାଏ । ଶୋଷକଟିକୁ ପୃଷ୍ଠରୁ ଟାଣି ବାହାର କରିବା ନିମିତ୍ତ ଶୋଷକ ବାହାରେ ଏବଂ ଶୋଷକ ଭିତରେ ଥୁବା ଚାପ ପାର୍ଥକ୍ୟକୁ ଅତିକ୍ରମ କରିବା ପାଇଁ ଯଥେଷ୍ଟ ବଳ ପ୍ରୟୋଗ ହେବା ଆବଶ୍ୟକ ।

କାର୍ଯ୍ୟ – ୫ : ଆସ ପର୍ଯ୍ୟବେକ୍ଷଣ କରିବା
(i) ପତଳା ରବରରେ ତିଆରି ଦୁଇଟି ସମାନ ବେଲୁନ ଏବଂ ଏକ ସରୁ ପାନୀୟ ନଳୀ ନିଆଯାଉ ।
(ii) ସରୁ ନଳୀର ଗୋଟିଏ ମୁଣ୍ଡକୁ ଗୋଟିଏ ବେଲୁନ୍‌ରେ ଭର୍ତ୍ତି କରାଯାଉ ଏବଂ ଏହାକୁ ଏକ ରବର ବ୍ୟାଣ୍ଡ କିମ୍ବା ସୂତା ସାହାଯ୍ୟରେ ବାନ୍ଧି ରଖାଯାଉ ।
(iii) ଏବେ ଦ୍ଵିତୀୟ ବେଲୁନ୍‌କୁ ଫୁଲାଯାଉ ଏବଂ ଆଙ୍ଗୁଠିରେ ଏହାର ମୁହଁକୁ ଧରି ରଖୁବା, ଯେପରି ବାୟୁ ବାହାରକୁ ନଯାଏ । ଫୁଲିଥୁବା ବେଲୁନର ବେକରେ ସରୁ ନଳୀର ଅନ୍ୟ ମୁକ୍ତ ମୁଣ୍ଡକୁ ଭର୍ତ୍ତି କରି ଏହାକୁ ଏକ ରବର ବ୍ୟାଣ୍ଡ କିମ୍ବା ସୂଚୀ ସାହାଯ୍ୟରେ ବାନ୍ଧି ରଖାଯାଉ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 9
ଚିତ୍ର : ବାୟୁ ଏକ ଉଚ୍ଚ ଚାପ ଅଞ୍ଚଳରୁ ଏକ ନିମ୍ନ ଚାପ ଅଞ୍ଚଳକୁ ଗତି କରେ
(iv) ନିଶ୍ଚିତ କର ଯେ, ବେଲୁନରେ ନଳୀ ଭର୍ତ୍ତି ହେବା ସମୟରେ ବାୟୁ ବାହାରକୁ ବାହାରି ନଯାଏ । ବର୍ତ୍ତମାନ ସରୁ ନଳୀର ଗୋଟିଏ ମୁଣ୍ଡ ଫୁଲାଯାଇଥିବା
ବେଲୁନ ଭିତରେ ଅଛି । ବେଲୁନର ଆକାରରେ ପରିବର୍ତ୍ତନ ଦେଖାଯିବ ।
(v) ବେଲୁନ ଭିତରେ ଏବଂ ଅନ୍ୟଟି ଫୁଲି ନଥୁବା
(vi) ଫୁଲିଥୁବା ବେଲୁନରେ ବାୟୁ ଚାପ ଫୁଲି ନ ଥ‌ିବା ବେଲୁନର ବାୟୁଚାପ ଅପେକ୍ଷା ଅଧିକ । ଫଳସ୍ଵରୂପ, ଫୁଲିଯାଇଥିବା ବେଲୁନରୁ କିଛି ବାୟୁ ଫୁଲି ନ ଥ‌ିବା ବେଲୁନକୁ ଗତି କରେ, ଯାହା ଫଳରେ ଉଭୟ ବେଲୁନର ଆକାରରେ ପରିବର୍ତ୍ତନ ହୁଏ ।
(vii) କିଛି ସମୟ ପରେ ଉଭୟ ବେଲୁନ ପ୍ରାୟ ସମାନ ଆରରେ ପହଞ୍ଚିଯାଏ ଏବଂ ବାୟୁ ପ୍ରବାହ ବନ୍ଦ ହୋଇଯାଏ ।
(viii) ଫୁଲିଯାଇଥିବା ବେଲୁନରେ ବାୟୁ ଚାପ ଫୁଲି ନଥୁବା ବେଲୁନର ବାୟୁଚାପ ଅପେକ୍ଷା ଅଧ‌ିକ ରହିଥ‌ିବା ପର୍ଯ୍ୟନ୍ତ ବାୟୁ ପ୍ରବାହ ଜାରି ରହେ । ଯେତେବେଳେ ଉଭୟ ବେଲୁନରେ ଚାପ ସମାନ ହୋଇଯାଏ ସେତେବେଳେ ବାୟୁ ପ୍ରବାହ ବନ୍ଦ ହୋଇଯାଏ । ଏହି ପର୍ଯ୍ୟାୟରେ, ଉଭୟ ବେଲୁନ ପ୍ରାୟ ସମାନ ଆକାରର ହୋଇଥାଏ ।
(ix) ତେଣୁ, ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଉଚ୍ଚ ବାୟୁଚାପ ଅଞ୍ଚଳରୁ ବାୟୁ କମ୍ ବାୟୁଚାପ ଅଞ୍ଚଳକୁ ଗତି କରେ ।

ସମୁଦ୍ରବାୟୁ ଓ ସ୍ଥଳବାୟୁ (Sea breeze and Land breeze) :
ଆମେ ଜାଣୁ ଯେ, ବାୟୁମଣ୍ଡଳରେ ଦୁଇଟି ସ୍ଥାନ ମଧ୍ୟରେ ଚାପର ପାର୍ଥକ୍ୟ ଘଟିଲେ ବାୟୁ ପ୍ରବାହିତ ହୁଏ । ବାୟୁ ସାଧାରଣତଃ ଅଧିକ ଚାପଥୁବା ସ୍ଥାନରୁ କମ୍ ଚାପ ଥ‌ିବା ସ୍ଥାନକୁ ପ୍ରବାହିତ ହୁଏ । ଦିନବେଳା ସମୁଦ୍ର ଉପକୂଳସ୍ଥ ସ୍ଥଳଭାଗ, ଜଳଭାଗ ତୁଳନାରେ ଶିଘ୍ର ଉତ୍ତପ୍ତ ହୁଏ । ଫଳରେ ଜଳଭାଗ ଉପରେ ବାୟୁର ଚାପ ସ୍ଥଳଭାଗ ଉପରେ ବାୟୁସ୍ତରର ଚାପ ତୁଳନାରେ ଅଧ୍ଵ ହୁଏ । ଏହି ସମୟରେ ସମୁଦ୍ରଆଡୁ ବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହେଲେ ଏହାକୁ ସମୁଦ୍ରବାୟୁ କହନ୍ତି । ରାତି ସମୟରେ ଓଲଟା ପରିସ୍ଥିତି ଘଟେ । ସ୍ଥଳଭାଗ ଶିଘ୍ର ତାପ ବିକିରଣ କରି ଥଣ୍ଡାହୁଏ । ଜଳଭାଗ ଏତେଶୀଘ୍ର ଥଣ୍ଡା ହୁଏନାହିଁ । ଏହି ସମୟରେ ସ୍ଥଳଭାଗ ଉପରେ ବାୟୁର ଚାପ ଜଳଭାଗ ତୁଳନାରେ ଅଧ‌ିକ । ଏଣୁ ରାତିରେ ବାୟୁ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ । ସମୁଦ୍ର ଉପରେ ଚାପର ପାର୍ଥକ୍ୟ ହେତୁ ସମୁଦ୍ର ବାୟୁ ଓ ସ୍ଥଳ ବାୟୁ ସୃଷ୍ଟି ଏହାକୁ ସ୍ଥଳବାୟୁ କହନ୍ତି । ସ୍ଥଳଭାଗ ହୋଇଥାଏ ।

କାର୍ଯ୍ୟ – ୬ : ଚାଲ ଦେଖିବା
ଉଚ୍ଚ–ବେଗ ପବନ ବାୟୁର ଚାପ ହ୍ରାସ କରେ । ଏହା ନିମ୍ନ ପର୍ଯ୍ୟବେକ୍ଷଣରୁ ଜାଣିହୁଏ ।
(i) ସମାନ ଆକାରର ଦୁଇଟି ବେଲୁନ୍ ନିଆଯାଉ ।
(ii) ଉଭୟ ବେଲୁନ୍କୁ ଫୁଙ୍କି ସେମାନଙ୍କୁ ସୂତାରେ ବାନ୍ଧି ଦିଆଯାଉ ।
(iii) ଦୁଇଟି ବେଲୁନ୍‌କୁ 6-10 ସେ.ମି. ବ୍ୟବଧାନ ଛାଡ଼ି ଏକ ବାଡ଼ି ଦ୍ଵାରା ଟଙ୍ଗାଯାଉ ।
(iv) ବର୍ତ୍ତମାନ, ଦୁଇ ବେଲୁନ୍ ମଧ୍ୟସ୍ଥ ସଂକୀର୍ଣ୍ଣ ସ୍ଥାନକୁ ଫୁଙ୍କ ଦ୍ଵାରା ବାୟୁ ପ୍ରବାହ କରାଯାଉ । ବେଲୁନ୍ ସହିତ କ’ଣ ହୁଏ ? ପର୍ଯ୍ୟବେକ୍ଷଣ କରାଯାଉ ।
(v) ବର୍ତ୍ତମାନ ଜୋର୍‌ରେ ଫୁଙ୍କି ଏବଂ ଅନୁଧ୍ୟାନ କରାଯାଉ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 10
ଚିତ୍ର : ଦୁଇଟି ବେଲୁନ ମଧ୍ୟରେ ଫୁଙ୍କିବା
(vi) ଯେତେବେଳେ ଆମେ ଦୁଇଟି ବେଲୁନ୍ ମଧ୍ୟରେ ଫୁଙ୍କିବା ଦେଖ‌ିବା ଯେ ସେମାନେ ପରସ୍ପର ଆଡ଼କୁ ଗତି କରନ୍ତି । ଏହାର କାରଣ ଯେତେବେଳେ ଆମେ ବେଲୁନ୍ ମଧ୍ୟରେ ବାୟୁକୁ ଫୁଙ୍କୁ, ସେମାନଙ୍କ ମଧ୍ୟରେ କମ୍ ଚାପ କ୍ଷେତ୍ର ସୃଷ୍ଟି ହୁଏ । ବେଲୁନ୍ ଚାରିପାଖରେ ଥିବା ଉଚ୍ଚ ବାୟୁ ଚାପ ଉଭୟ ବେଲୁନ୍‌କୁ ପରସ୍ପର ଆଡ଼କୁ ଠେଲିଦିଏ ।
(vii) ଯଦି ଦୁଇଟି ବେଲୁନ୍ ମଧ୍ଯରେ ଅଧ‌ିକ ଜୋରରେ ଫୁଙ୍କାଯାଏ, ଦେଖୁଛି । ଯେ ସେମାନେ ପରସ୍ପର ଆଡ଼କୁ . ଅଧ‌ିକ ବେଗରେ ଗତି କରନ୍ତି ।
(viii) ଉଚ୍ଚ ଗତି ପବନ ଏକ ନିମ୍ନ ବାୟୁ ଚାପ ସୃଷ୍ଟି କରିଥାଏ, ଏହା ପର୍ଯ୍ୟବେକ୍ଷଣରୁ ଜଣାପଡ଼ିବ ।

ପବନ ଜୋର୍‌ରେ ବହିବା ସମୟରେ ଘରର କବାଟ, ଝରକା ଖୋଲାରଖୁବା ଉଚିତ କାହିଁକି ?
ଘର ଉପରେ ଖୁବ୍ ଜୋର୍‌ରେ ପବନ ବହିବା ସମୟରେ ଘର ଉପରେ ଏକ ନିମ୍ନ-ଚାପ କ୍ଷେତ୍ର ସୃଷ୍ଟିହୁଏ । ଜୋର୍‌ରେ ପବନ ବହିଲେ ବାୟୁ ଚାପ ହ୍ରାସପାଏ । ଘରର ଛାତ ଉପର ଚାପ, ଘରର ନିମ୍ନ ଅଂଶରେ ଥିବା ଚାପଠାରୁ ଯଥେଷ୍ଟ କମ୍ ହୁଏ । ଚାପରେ ପ୍ରାର୍ଥକ୍ୟ ଅଧିକ ହେଲେ ଏବଂ ଘରର ଛାତ ଦୁର୍ବଳ ଥିଲେ, ଛାତ ଉଡ଼ିଯିବାର ସମ୍ଭାବନା ରହେ । ପବନ ସମୟରେ ଘରର କବାଟ, ଝରକା ଖୋଲା ରଖ‌ିଲେ ସମାନ ପବନ ଘରର ଛାତ ଓ ଘର ଭିତରେ ପ୍ରବାହିତ ହୁଏ । ଘରର ଛାତ ଓ ନିମ୍ନଅଂଶ ମଧ୍ଯରେ ଚାପ ପ୍ରାର୍ଥକ୍ୟ କମିଯାଏ । ଫଳରେ ଘରର ଛାତ ଉଡ଼ିଯିବାରେ ବାଧା ସୃଷ୍ଟିହୁଏ ଏବଂ ଏହା ବିପଦକୁ ରୋକିହୁଏ ।

ଝଡ଼ର ସୃଷ୍ଟି (Creation of Storm) :
(i) ଯେତେବେଳେ ସ୍ଥଳଭାଗରୁ ଉଷ୍ମ ଏବଂ ଆର୍ଦ୍ର ବାୟୁ ହାଲୁକା ହୋଇ ଉପରକୁ ଉଠେ, ଏହା ଏକ ନିମ୍ନଚାପ କ୍ଷେତ୍ର ସୃଷ୍ଟି କରେ ।
(ii) ଆଖପାଖର ଉଚ୍ଚ–ଚାପ କ୍ଷେତ୍ରରୁ ଶୀତଳ ବାୟୁ ଏହାର ସ୍ଥାନ ନେବାକୁ ପ୍ରବାହିତ ହୁଏ ।
(iii) ଏହି ବାୟୁ ସମୟ କ୍ରମେ ପୁଣି ଗରମ ହୋଇଉଠେ । ଏହା ପବନ ପ୍ରବାହର ଏକ ନିରନ୍ତର ପ୍ରକ୍ରିୟାରେ ପରିଣତ ହୁଏ ।
(iv) ଉପରକୁ ଉଠୁଥ‌ିବା ବାୟୁ ବିସ୍ତାର ଲାଭ କରେ, ଏହା ଘନୀଭୂତ ହୋଇ ଥଣ୍ଡା ହୋଇଥାଏ ଏବଂ ଏଥ‌ିରେ ଥ‌ିବା ଜଳୀୟ ବାଷ୍ପ ଶୀତଳୀକୃତ ହୋଇ ଜଳ ବିନ୍ଦୁରେ ପରିଣତ ହୁଏ ଏବଂ ମେଘ ସୃଷ୍ଟି ହୁଏ ।
(v) ଜଳବୁନ୍ଦା ମିଶି ବଡ଼ ଠୋପା ଆକାରରେ ବର୍ଷା, କୁଆପଥର, କିମ୍ବା ବରଫ ପରି ଭୂମିରେ ପଡ଼େ । ବର୍ଷା ସହିତ ଆସିଥିବା ପ୍ରବଳ ପବନକୁ ଝଡ଼ କୁହାଯାଏ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 11
ଚିତ୍ର : ପ୍ରବଳ ପବନ ଉପରକୁ ଏବଂ ତଳକୁ ଯାଉଛି
(vi) ଭାରତ ଭଳି ଉଷ୍ଣ, ଆର୍ଦ୍ର ଏବଂ ଉଷ୍ଣମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଝଡ଼ବାତ୍ୟା ଅଧ‌ିକ ଏବଂ ବାରମ୍ବାର ଅନୁଭୂତ ହୁଏ ।
(vii) ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଉଷ୍ଣ ବାୟୁ ଅଧିକ ଉଚ୍ଚକୁ ଉଠି ପରିବ୍ୟାପ୍ତ ହେଲାବେଳେ ତାପମାତ୍ରା ହ୍ରାସ ଯୋଗୁଁ ଜଳ ବୁନ୍ଦାଗୁଡ଼ିକୁ ବରଫ କଣିକାରେ ପରିଣତ କରେ ।

ବିଦ୍ୟୁତ ଝଡ଼ (Thunderstorm)ର ସୃଷ୍ଟି :
ଭାରତ ଭଳି ଉଷ୍ଣମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଝଡ଼ବର୍ଷା ବାରମ୍ବାର ହେବାର ଦେଖାଯାଏ । ଉଷ୍ଣବାୟୁ ଅଧିକ ଉଚ୍ଚକୁ ଉଠି ପରିବ୍ୟାପ୍ତ ହେଲାବେଳେ ତାପମାତ୍ରା ହ୍ରାସଯୋଗୁ ଜଳବୁନ୍ଦାଗୁଡ଼ିକ ବରଫ କଣିକାରେ ପରିଣତ ହୁଏ । ଉପର ଏବଂ ତଳକୁ ପ୍ରବାହିତ ପ୍ରବଳ ପବନଯୋଗୁ ଜଳବୁନ୍ଦା ଓ ବରଫ ମଧ୍ଯରେ ଘର୍ଷଣ ହେବା ଫଳରେ ବୀପରୀତ ଚାର୍ଜ ସୃଷ୍ଟିହୁଏ ।
(i) ଯେତେବେଳେ ଦୁଇଟି ବସ୍ତ ପରସ୍ପର ସହିତ ଘଷିହୁଏ, ସେତେବେଳେ ଚାର୍ଜିତ ହୋଇଯାଆନ୍ତି । ଏହି କ୍ଷେତ୍ରରେ ଉପରକୁ ଏବଂ ତଳକୁ ପ୍ରବଳ ପବନ ବହି ପରସ୍ପର ସହିତ ଘଷି ହେବା ଫଳରେ ମେଘ ମଧ୍ଯରେ ସ୍ଥିର ବୈଦ୍ୟୁତିକ ଚାର୍ଜ ସୃଷ୍ଟି ହୁଏ ।
(ii) ଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ହାଲୁକା ବରଫ କଣିକା ଉପର ଆଡ଼କୁ ଗତି କରେ ଏବଂ ମେଘର ଉପର ଅଂଶକୁ ଅଧିକାର କରେ ।
(iii) ବିଯୁକ୍ତାତ୍ମକ ଚାର୍ଜଯୁକ୍ତ ଭାରୀ ଜଳ ବିନ୍ଦୁ ମେଘର ନିମ୍ନ ଅଂଶକୁ ଅଧିକାର କରେ ।
(iv) ଏହିପରି ମେଘ ମଧ୍ଯରେ ଏକ ଚାର୍ଜ ପୃଥକୀକରଣ ଘଟେ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 12
ଚିତ୍ର : ବିଜୁଳି
(v) ଏହା ସହିତ ଯେତେବେଳେ ମେଘର ବିଯୁକ୍ତାତ୍ମକ ଚାର୍ଜଯୁକ୍ତ ନିମ୍ନ ଅଂଶ ଭୂମି ନିକଟକୁ ଆସେ, ଏହା ଭୂମି ଏବଂ ନିକଟବର୍ତ୍ତୀ ବସ୍ତୁଗୁଡ଼ିକୁ ଯେପରିକି ଗଛ କିମ୍ବା କୋଠାମାନଙ୍କୁ ଯୁକ୍ତାତ୍ମକ ଚାର୍ଜଯୁକ୍ତ କରିଥାଏ ।
(vi) ସାଧାରଣତଃ, ବାୟୁ ଏକ ବୈଦ୍ୟୁତିକ କୁପରିବାହୀ ଭାବରେ କାର୍ଯ୍ୟ କରେ ଏବଂ ବିପରୀତ ଚାର୍ଜଗୁଡ଼ିକୁ ଏକାଠି ହେବାକୁ ଦିଏ ନାହିଁ, କିନ୍ତୁ ଯେତେବେଳେ ପୁଞ୍ଜିଭୂତ ଚାର୍ଜର ପରିମାଣ ବହୁତ ଅଧିକ ହୋଇଯାଏ, ବାୟୁରେ ଅନ୍ତର୍ନିହିତ ବିଦ୍ୟୁତ ବିରୋଧୀ ଗୁଣ ଲୋପ ପାଇଯାଏ । ହଠାତ୍ ବହୁ ମାତ୍ରାରେ ଚାର୍ଜ ପ୍ରବାହ ହୁଏ । ଏକ ଉଜ୍ଜ୍ଵଳ ଆଲୋକର ଝଲକ ସୃଷ୍ଟି ହୁଏ, ଯାହାକୁ ବିଜୁଳି କୁହାଯାଏ ।
(vii) ମେଘ ମଧ୍ଯରେ ବିପରୀତ ଚାର୍ଜ ଧକ୍କା ହେବା ସମୟରେ ବଜ୍ରପାତ ହୋଇପାରେ । ଏହା ମେଘ-ମେଘ ମଧ୍ୟରେ କିମ୍ବା ମେଘ ଏବଂ ଭୂମି ମଧ୍ଯରେ ହୋଇପାରେ । ବିଜୁଳି ଏହା ଚାରିପାଖରେ ଥିବା ବାୟୁକୁ ଦ୍ରୁତ ଗତିରେ ଗରମ କରିଦିଏ, ଯାହା ଫଳରେ ବାୟୁ ବିସ୍ତାରିତ ହୁଏ ଏବଂ ଏକ ଉଚ୍ଚ ଶବ୍ଦ ସୃଷ୍ଟି କରେ ଯାହା ଘଡ଼ଘଡ଼ି ନାମରେ ପରିଚିତ । ବିଜୁଳି ଏବଂ ଘଡ଼ଘଡ଼ି ସହିତ ଏକ ଝଡ଼କୁ ବଜ୍ର ବିଦ୍ୟୁତ ଝଡ଼
(Thunderstorm) କୁହାଯାଏ ।

Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

ଝଡ଼ବର୍ଷାର ସ୍ଥାନୀୟମାନ – ମୌସୁମୀ ଋତୁ ଆସିବା ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହୋଇଥାଏ । ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ଏହାକୁ କାଳବୈଶାଖ୍ ଏବଂ ଆସାମରେ ବୋର୍ଡ଼ଇସିଲା କହନ୍ତି । କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଏଗୁଡ଼ିକୁ ଆମ୍ବବର୍ଷା କହନ୍ତି । ତେଣୁ ବଜ୍ରପାତରୁ ରକ୍ଷା ପାଇବାପାଇଁ ଆମକୁ ନିମ୍ନ ସତର୍କତା ନେବା ଉଚିତ ।
ବିଜୁଳି ଓ ବଜ୍ରପାତ ବିପଦପୂର୍ଣ୍ଣ । ଏହା ନିଆଁ ଲଗାଇପାରେ, କୋଠାଘରକୁ କ୍ଷତି ପହଞ୍ଚାଇ ଏବଂ ମନୁଷ୍ୟ, ପଶୁମାନଙ୍କର ଗୁରୁତର ଦାହଜନି ଓ କ୍ଷତି ବା ମୃତ୍ୟୁର କାରଣ ହୋଇପାରେ ।

(i) ବଜ୍ରପାତ ସମୟରେ ଉଚ୍ଚ ବସ୍ତୁଗୁଡ଼ିକଠାରୁ ଦୂରରେ ରହିବା ଆବଶ୍ୟକ ।
(ii) ନିମ୍ନ ଓ ଖୋଲା ଅଞ୍ଚଳ ଏହି ସମୟରେ ନିରାପଦ ସ୍ଥାନ । ତେଣୁ ନିମ୍ନ ଓ ଖୋଲା ସ୍ଥାନରେ ରହିବା ଉଚିତ୍ ।
(iii) ଛାତିଆଡ଼କୁ ଆଣ୍ଠୁ ଭାଙ୍ଗି ନଇଁପଡ଼ି ଭୂମି ସହିତ ସମ୍ପର୍କ କମ୍ କରିବା ଆବଶ୍ୟକ ।
(iv) ସିଧାହୋଇ ଶୋଇବା ଅନୁଚିତ ।
(v) ଧାତୁର‍ଥିବା ଛତା ବ୍ୟବହାର କରିବା ଅନୁଚିତ ।
(vi) ପାଣିରେ ଥିଲେ ବାହାରି ଆସିବା ଉଚିତ ।
(vii) ବସ୍ ବା କାର ଭିତରେ ଥିଲେ ଅପେକ୍ଷାକୃତ ନିରାପଦ ଅଟେ ।
(viii) ଘରର ଛାତ ଉପରେ ବିଜୁଳି ପରିବାହି ସ୍ଥାପନ କରିବା ନିରାପଦ ।

ବିଜୁଳି ପରିବାହି (Lightening Conductor) :
ବିଜୁଳି ପରିବାହି ଏକ ଧାତବ ଦଣ୍ଡ । କୋଠାଘର ନିର୍ମାଣ ସମୟରେ ଏହାକୁ କାନ୍ଥ ସହ ସ୍ଥାପିତ କରାଯାଏ । ଦଣ୍ଡର ଗୋଟିଏ ପ୍ରାନ୍ତ ମୁନିଆ । ଏହି ପ୍ରାନ୍ତ କୋଠାଘରର ସର୍ବୋଚ୍ଚ ବିନ୍ଦୁଠାରୁ ଅଧ‌ିକ ଉଚ୍ଚରେ ରଖାଯାଏ । ଅନ୍ୟ ପ୍ରାନ୍ତକୁ ଭୂମିରେ ଗଭିର ଭାବରେ ପୋତି ଦିଆଯାଏ । ଦଣ୍ଡଟି ବିଦ୍ୟୁତ ଚାର୍ଜକୁ ଭୂମିକୁ ସ୍ଥାନାନ୍ତର କରେ ।

ଘୂର୍ଣ୍ଣିବାତ୍ୟାର ସୃଷ୍ଟି :
(i) ଘୂର୍ଣ୍ଣିବାତ୍ୟା ହେଉଛି ଏକ ପ୍ରବଳ ଝଡ଼ ଯାହା ଉଷ୍ମ ସମୁଦ୍ର ଜଳ ଉପରେ ସୃଷ୍ଟିହୁଏ ।
(ii) ସମୁଦ୍ର ଜଳ ଗରମ ହୋଇ ଏହା ଉପରେ ଥ‌ିବା ଉଷ୍ଣ ଏବଂ ଆର୍ଦ୍ର ବାୟୁ ଉପରକୁ ଉଠିବା ସହିତ ଜଳୀୟ ବାଷ୍ପ ଘନୀଭୂତ ହୋଇ ବର୍ଷାବିନ୍ଦୁ ସୃଷ୍ଟି କରେ ।
(iii) ଆମେ ଜାଣୁ ଯେ ବାଷ୍ପୀଭବନ ସମୟରେ ଜଳ ବାଷ୍ପରେ ପରିଣତ ହେବାପାଇଁ ତାପ ନେଇଥାଏ ।
(iv) ଯେତେବେଳେ ଏହି ଜଳୀୟବାଷ୍ପ ବର୍ଷା ବିନ୍ଦୁରେ ଘନୀଭୂତ ହୁଏ, ତାପ ପୁନର୍ବାର ବାୟୁମଣ୍ଡଳକୁ ମୁକ୍ତ ହୁଏ ।
(v) ଏହା ଊର୍ଦ୍ଧ୍ୱଗାମୀ ବାୟୁର ଉଷ୍ଣତା ବୃଦ୍ଧି ଉଚ୍ଚ/ଚାପ ନିମ୍ନ ଚାପ ଉଚ୍ଚ ବାପ କରେ ଯାହା ଏହାକୁ ଅଧିକ ଉପରକୁ ନେଇଯାଏ ଏବଂ ଆହୁରି ନିମ୍ନଚାପ ସୃଷ୍ଟିକରେ । ଚତୁଃପାର୍ଶ୍ୱସ୍ଥ ବାୟୁ ଏହି ନିମ୍ନ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ଏବଂ ଏହା ମଧ୍ୟ ଉପରକୁ ଉଠିବାକୁ ଆରମ୍ଭ କରେ । ଉଚ୍ଚ ଚାପ କ୍ଷେତ୍ରରୁ ନିମ୍ନ ଚାପ କ୍ଷେତ୍ରକୁ ପବନ ପ୍ରବାହିତ ହୁଏ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 13

(vi) ପୃଥ‌ିବୀର ଘୂର୍ଣ୍ଣନ ଯୋଗୁଁ ଗତିଶୀଳ ବାୟୁ ଘୂର୍ଣ୍ଣନ କରେ । ଏହି ଚକ୍ରର ପୁନରାବୃତ୍ତି ହୁଏ, ଫଳସ୍ଵରୂପ ଏକ ଅତି ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୁଏ – ବେଗରେ ପବନ ଘୂର୍ଣ୍ଣନ କରିଥାଏ । ଯାହାର ଚାରିପାଖରେ ଉଚ୍ଚ ମେଘ, ପବନ ଏବଂ ବର୍ଷାର ଏହି ଘୂର୍ଣ୍ଣନଶୀଳ ଅବସ୍ଥାକୁ ଘୂର୍ଣ୍ଣିବାତ୍ୟା କୁହାଯାଏ ।
(vii) ଏକ ଘୂଷ୍ଠିବାତ୍ୟାରେ ସର୍ବନିମ୍ନ ଚାପର ଅଞ୍ଚଳ କେନ୍ଦ୍ରରେ ଥାଏ ଯାହାକୁ ବାତ୍ୟାର ଆଖୁ କୁହାଯାଏ । ଘୂର୍ଣ୍ଣିବାତ୍ୟାର ଆଖରେ ପବନ ଶାନ୍ତ ଥାଏ କିନ୍ତୁ ଆଖପାଖ ଅଞ୍ଚଳରେ ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ହୋଇଥାଏ ।
(viii) ଘୂର୍ଣ୍ଣିବାତ୍ୟା ସମୁଦ୍ରରୁ ଭୂମି ଆଡ଼କୁ ଗତି କରେ ।
(ix) ଏହା ସାଧାରଣତଃ ବଜ୍ରପାତ ଦ୍ଵାରା ଉତ୍ପନ୍ନ ପବନ ବେଗ ତୁଳନାରେ ଅଧ୍ଵ ପବନ ବେଗ ସୃଷ୍ଟି କରେ ।
(x) ଘୂର୍ଣ୍ଣିବାତ୍ୟା ସ୍ଥଳଭାଗରେ ପହଞ୍ଚିବା ପରେ ଆର୍ଦ୍ର ବାୟୁର ଉତ୍ସ ବିଚ୍ଛିନ୍ନ ହୋଇଥାଏ ଏବଂ ଏହା ଧୀରେ ଧୀରେ ତାର ଶକ୍ତି ହରାଇଥାଏ ।

ଭାରତୀୟ ପାଣିପାଗ ବିଭାଗ (Indian-Meteorogical Department) ର କାର୍ଯ୍ୟ :
(i) ଭାରତୀୟ ପାଣିପାଗ ବିଭାଗ ଘୂର୍ଣ୍ଣିବାତ୍ୟାର ପୂର୍ବାନୁମାନ କରେ ।
(ii) ପାଣିପାଗ ରିପୋର୍ଟ, ନିୟମିତ ସତର୍କତା ଓ ଚେତାବନୀ ବିଷୟରେ ଏହା ସଦ୍ୟତମ ଖବର ଦେଇଥାନ୍ତି ।
(iii) ଏହି ସଂସ୍ଥା ପାଣିପାଗ ପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ର ସାହାଯ୍ୟ ନିଅନ୍ତି ।
(iv) ଏହି ସଂସ୍ଥାର ସାହାଯ୍ୟ ନେଇ ସରକାର ଓ ଜନସାଧାରଣ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବାପାଇଁ ପ୍ରସ୍ତତ ହୁଅନ୍ତି ଏବଂ ଏଥିପାଇଁ ସରକାରି କଳ ବିଶେଷ ସଜାଗ ହୋଇଥାଏ ।
(v) ବିଭାଗର କଳନା ଓ ପୂର୍ବାନୁମାନ ଧନଜୀବନ ରକ୍ଷା କରେ ।

ଆମେ ଯାହା ଜାଣିଲୁ

  • ଚାପ (Pressure) – ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳର ପରିମାଣକୁ ଚାପ କହନ୍ତି । ଚାପର SI ଏକକ ନିଉଟନ ପ୍ରତି ବର୍ଗମିଟର ବା \(\frac{\mathrm{N}}{\mathrm{~m}^2}\)। ଏହି ଏକକକୁ ‘ପାସ୍କେଲ’ ମଧ୍ୟ କୁହାଯାଏ ।
  • ବଳର ପରିମାଣ ସମାନ ଥାଇ କ୍ଷେତ୍ରଫଳ ବୃଦ୍ଧି ପାଇଲେ, ଚାପ କମିଯାଏ । ଅନ୍ୟପକ୍ଷରେ କ୍ଷେତ୍ରଫଳ କମିଗଲେ, ଚାପର ପରିମାଣ ବୃଦ୍ଧିପାଏ ।
  • ତରଳ ପଦାର୍ଥର ନିମ୍ନ ଚାପ ବ୍ୟତିତ ପାର୍ଶ୍ଵଚାପ ଥାଏ । ଏହାର ସର୍ବଦିଗଚାପ ରହିଛି ।
  • ଜଳସ୍ତରର ଚାପ, ଏହାର ଉଚ୍ଚତା ଉପରେ ନିର୍ଭର କରେ ଜଳସ୍ତରର ଉଚ୍ଚତା ଅଧ‌ିକ ହେଲେ, ଚାପ ଅଧ୍ଵକ ହୁଏ । ଜଳସ୍ତରର ଉଚ୍ଚତା ସମାନ ହେଲେ ଭୂମିର କ୍ଷେତ୍ରଫଳର ଭିନ୍ନତା ସତ୍ତ୍ଵେ ଚାପ ସମାନ ହୋଇଥାଏ ।
  • ଭୂସମାନ୍ତର ଭାବରେ କାର୍ଯ୍ୟ କରୁଥିବା ଚାପ ଏହାର ତଳ ପାର୍ଶ୍ଵରେ ଅଧୂକ ହୁଏ । ଏହି କାରଣରୁ ଜଳଭଣ୍ଡାରର ବନ୍ଧର ତଳଦେଶକୁ ପ୍ରଶସ୍ତ କରାଯାଇଥାଏ ।
  • ବାୟୁର ସର୍ବଦିଗ ଚାପ ଥାଏ । ବାୟୁଚାପର ବ୍ୟବହାରିକ ଏକକ ମିଲିବାର (mb), 1 ମିଲିବାର = 1 ହେକ୍ଟୋପାସାଲ = 100 ପାସକେଲ୍ ବାୟୁସ୍ତମ୍ଭ ତାର ଓଜନ ହେତୁ କ୍ଷେତ୍ରଫଳ ଉପରେ ଯେଉଁ ବଳ ପ୍ରଦାନ କରେ ତାହାକୁ ବାୟୁଚାପ କହନ୍ତି । ସମୁଦ୍ର ପତନରେ ବାୟୁଚାପ ସର୍ବାଧ୍ଵ । ସ୍ଥାନର ଉଚ୍ଚତା ବୃଦ୍ଧିରେ ବାୟୁଚାପ କମିଯାଏ । ଗତିଶୀଳ ବାୟୁକୁ ପବନ କହନ୍ତି । ବାୟୁମଣ୍ଡଳରେ ଚାପର ପ୍ରାର୍ଥକ୍ୟ ହେତୁ ପବନ ସୃଷ୍ଟି ହୁଏ ।
  • ଦିନବେଳା ସ୍ଥଳଭାଗ ଜଳଭାଗ ଅପେକ୍ଷା ଶିଘ୍ର ଉତ୍ତପ୍ତ ହୁଏ । ଏଣୁ ସ୍ଥଳଭାଗ ଉପରେ ନିମ୍ନଶ୍ୟପ ଓ ଜଳଭାଗ ଉପରେ ଗୁରୁଚାପ ଦେଖାଯାଏ । ଫଳରେ ଦିନବେଳା ସମୁଦ୍ରବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ । ରାତ୍ରିସମୟରେ ସ୍ଥଳଭାଗ ତାପ ବିକିରଣ କରି ଶିଘ୍ର ଥଣ୍ଡାହୁଏ । ଜଳଭାଗ ଅପେକ୍ଷାକୃତ ଉଷ୍ଣଥାଏ । ସ୍ଥଳଭାଗର ବାୟୁଚାପ ଅଧ‌ିକ ହେତୁ ରାତିରେ ସ୍ଥଳବାୟୁ ସମୁଦ୍ରଆଡ଼କୁ ପ୍ରବାହିତ ହୁଏ ।
  • ବର୍ଷାସହିତ ଆସିଥ‌ିବା ପ୍ରବଳ ପଦନକୁ ଝଡ଼ କୁହାଯାଏ ।
  • ମେଘ ମଧ୍ଯରେ ବିପରିତ ଚାର୍ଜ ଧକ୍କାହେବା ସମୟରେ ବଜ୍ରପାତ ହୋଇପାରେ । ଏହା ମେଘ-ମେଘ ମଧ୍ଯରେ କିମ୍ବା ମେଘ ଓ ଭୂମି ମଧ୍ଯରେ ହୋଇପାରେ । ଏହାକୁ ଘଡ଼ଘଡ଼ି କହନ୍ତି । ବିଜୁଳି ଏବଂ ଘଡ଼ଘଡ଼ି ସହିତ ଏକ ଝଡ଼କୁ ‘ବଜ୍ର ବିଦ୍ୟୁତ ଝଡ଼’ କୁହାଯାଏ ।
  • ଘଡ଼ଘଡ଼ି ସହ ଝଡ଼ବର୍ଷାକୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାରେ କାଳବୈଶାଖୀ ଏବଂ ଆସାମରେ ବୋର୍ଡ଼ଇସିଲା କହନ୍ତି । କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଏହାକୁ ‘ଆମ୍ବ ବର୍ଷା’ କହନ୍ତି ।
  • ଘଡ଼ଘଡ଼ିରୁ ରକ୍ଷାପାଇବାପାଇଁ ଘରର ଛାତରେ ବିଜୁଳି ପରିବାହି ଲଗା ଯାଇଥାଏ ।
  • ଘୂର୍ଣ୍ଣିବାତ୍ୟା ହେଉଛି ଏକ ପ୍ରବଳ ଝଡ଼ ଯାହା ଉଷ୍ଣ ସମୁଦ୍ର ଜଳ ଉପରେ ସୃଷ୍ଟିହୁଏ । ଏହାର କେନ୍ଦ୍ରରେ ଲଘୁଚାପ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁରୁଚାପ ସୃଷ୍ଟିହୁଏ ।
  • ଭାରତୀୟ ପାଣିପାଗ ବିଭାଗ, ଝଡ଼ବର୍ଷା, ଘୂର୍ଣ୍ଣିବାତ୍ୟାର ପୂର୍ବାଭାସ କରାଇ ପୂର୍ବରୁ ସତର୍କ କରାଇଥାନ୍ତି । ଏହାଦ୍ଵାରା ଅନେକ ଧନଜୀବନ ରକ୍ଷାହୁଏ ।
  • ଆମେ ବେଳେବେଳେ ଦେଖିଥାଉ ଶୁଖୁଲା ପତ୍ରଗୁଡ଼ିକ ପବନରେ ଉଡ଼ଇଥାନ୍ତି । ଜୋରରେ ପବନ ବହିଲେ ବଡ଼ ବଡ଼ ଗଛ ଭାଙ୍ଗିପଡ଼େ । ତାହା ବଳର କ୍ରିୟାଦ୍ଵାରା ସମ୍ଭବ ହୋଇଥାଏ । ଯେତେବେଳେ ବଳ ଏକ କ୍ଷେତ୍ର ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଭାବରେ ଗତି କରେ, ତାହାକୁ ଚାପ କୁହାଯାଏ ।

Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

Go through BSE Odisha Class 8 Science Notes Odia Medium and Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ to understand important concepts and topics more clearly.

8th Class Science Chapter 4 Notes Odia Medium

BSE Odisha Class 8 Science Chapter 4 Notes Odia Medium

ବିଷୟବସ୍ତ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :

ଉପକ୍ରମ :
ବିଦ୍ୟୁତ୍ ଏକ ଶକ୍ତି । ଏହା ଆଧୁନିକ ବିଜ୍ଞାନର ମାନବ ସମାଜକୁ ଏକ ଅବଦାନ । 1800 ମସିହାରେ ଇଟାଲୀର ବୈଜ୍ଞାନିକ ଭୋଲ୍‌ଟା ଏକ ସରଳ ଭୋଲ୍‌ଟୀୟ ସେଲ୍ ତିଆରି କରିଥିଲେ । ଏହା ଥିଲା ବିଦ୍ୟୁତ୍ ସ୍ରୋତର ପ୍ରଥମ ମନୁଷ୍ୟକୃତ ଉତ୍ସ । ଏହାର ବହୁତ ବର୍ଷ ପୂର୍ବରୁ ଚୁମ୍ବକର ଆବିଷ୍କାର ହୋଇ ସାରିଥିଲା । ମାତ୍ର ଚୁମ୍ବକ ସହ ବିଦ୍ୟୁତ୍ ପ୍ରବାହର କିଛି ସମ୍ପର୍କ ଥାଇପାରେ ବୋଲି କେହି ଭାବୁ ନଥିଲେ । 1820 ମସିହାରେ ଡେନ୍‌ମାର୍କର ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିଆନ ଓରଷ୍ଟେଡ଼ ସର୍ବପ୍ରଥମେ ବିଦ୍ୟୁତ୍ ପ୍ରବାହ ସହିତ ଚୁମ୍ବକତ୍ଵର ସମ୍ପର୍କ ସ୍ଥାପନ କରିଥିଲେ ।

ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ :
ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଜାଣିବାପାଇଁ ଏକ ସରଳ ପରୀକ୍ଷା :

କାର୍ଯ୍ୟ –୧ : ଆସ ଅନୁସନ୍ଧାନ କରିବା
ଆବଶ୍ୟକୀୟ ଉପକରଣ ଓ ପ୍ରଣାଳୀ :
(i) ଏକ ଚୁମ୍ବକୀୟ କମ୍ପାସ୍, ଏକ ବିଦ୍ୟୁତ୍ କୋଷ (Electric Cell), ଏକ କୋଷ ଧାରକ (Cell holder), ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେପ୍ଟି ପିନ୍, ଦୁଇଟି କଣ୍ଟା, ଦୁଇ ଖଣ୍ଡ ସଂଯୋକାରୀ ତାର (ଗୋଟିଏ ଲମ୍ବା ଓ ଗୋଟିଏ ଛୋଟ), ଆଉ ଦୁଇ ଖଣ୍ଡ ଛୋଟ କାର୍ଡ଼ବୋର୍ଡ଼ ସଂଗ୍ରହ କରାଯାଉ ।
(ii) ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେଫ୍‌ଟି ପିନ୍ ଏବଂ ଗୋଟିଏ କାର୍ଡ଼ବୋର୍ଡ଼ ଖଣ୍ଡ ବ୍ୟବହାର କରି ଗୋଟିଏ ସୁଇଚ୍ ତିଆରି କରାଯାଉ । ଯାହାର ବ୍ୟାଟେରୀ (କୋଷ)କୁ ଧାରକରେ ରଖାଯାଉ ।
(iii) ଦୁଇଟି କଣ୍ଟା ଗୋଟିଏ କାର୍ଡ଼ବୋର୍ଡ଼ ଖଣ୍ଡରେ ଲଗାଯାଉ । ଲମ୍ବା ତାରର ମଧ୍ୟ ଭାଗକୁ ଦୁଇ କଣ୍ଟା ମଧ୍ୟରେ ଟାଣି ରଖ, ଯାହା କାର୍ଡ଼ବୋର୍ଡ଼ ପୃଷ୍ଠରୁ ଟିକେ ଉପରେ ରହିବ । ସେହି ତାରର ଗୋଟିଏ ମୁଣ୍ଡକୁ କୋଷ ଧାରକ ସହିତ ଓ ଅନ୍ୟ ମୁଣ୍ଡକୁ ସୁଇଚ୍ ସହିତ ସଂଯୋଗ କରାଯାଉ ।
(iv) ଦ୍ଵିତୀୟ ତାରକୁ କୋଷ ଧାରକ ଓ ସୁଇଚ୍ ମଧ୍ଯରେ ସଂଯୋଗ କରାଯାଉ । ଚୁମ୍ବକୀୟ କମ୍ପାସକୁ ଦୁଇ କଣ୍ଟା ମଧ୍ୟରେ ଥିବା ତାର ତଳେ ରଖାଯାଉ ।
(v) କମ୍ପାସ ସୂଚୀକୁ ଦେଖୁଥ‌ିବା ସମୟରେ, ତାରରେ ବିଦ୍ୟୁତ୍ ପ୍ରବାହ ହେବାପାଇଁ ସୁଇଟ୍‌କୁ ଅନ୍ (ON) କରାଯାଉ । (ଚିତ୍ର-(ଖ) । ବର୍ତ୍ତମାନ ଆଉ ଥରେ କମ୍ପାସ୍ ସୂଚୀକୁ ଲକ୍ଷ୍ୟକରି ସୁଇଟ୍‌କୁ ଅଫ୍ (OFF) କରାଯାଉ । ସୁଇଟ୍‌କୁ ଅନ୍ ଏବଂ ଅଫ୍ ସ୍ଥିତି ମଧ୍ୟରେ କିଛି ଥର ଚଳାଅ । ପ୍ରତ୍ୟେକ ଥର କମ୍ପାସ୍ ସୂଚୀ କିପରି କାର୍ଯ୍ୟ କରୁଛି ତାହା ଭଲ ଭାବେ ପର୍ଯ୍ୟବେକ୍ଷଣ କର ।

ପର୍ଯ୍ୟବେକ୍ଷଣ :
ଯେତେବେଳେ ପରିପଥ ମଧ୍ଯରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, କମ୍ପାସ୍ ସୂଚୀ ତାର ମୂଳ ସ୍ଥାନରୁ ବିକ୍ଷେପିତ ହୋଇଯାଏ । ଯେତେବେଳେ ବିଦ୍ୟୁତ୍ ପ୍ରବାହ ବନ୍ଦ ହୋଇଯାଏ, ସୂଚୀ ତାର ମୂଳ ସ୍ଥାନକୁ ଫେରିଯାଏ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 1
ସିଦ୍ଧାନ୍ତ :
(i) କମ୍ପାସ୍ ସୂଚୀ ଏକ କ୍ଷୁଦ୍ର ଚୁମ୍ବକ ଯାହା ଅନ୍ୟ ଏକ ଚୁମ୍ବକକୁ ପାଖକୁ ଆଣିଲେ ଏହାର ସୂଚୀ ବିକ୍ଷେପିତ ହୁଏ । ମଝିରେ ଅଣଚୁମ୍ବକୀୟ ପଦାର୍ଥ ରହିଲେ ମଧ୍ୟ ଏହି ଚୁମ୍ବକୀୟ ପ୍ରଭାବ କାର୍ଯ୍ୟ କରେ ! କିନ୍ତୁ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ପାଖରେ ଥିବା କମ୍ପାସ ସୂଚୀ ବିକ୍ଷେପିତ ହୋଇଥାଏ ।
(ii) ଏହି ବିକ୍ଷେପଣରୁ ଜଣାଯାଏ ଯେ, ବିଦ୍ୟୁତ୍ ସ୍ରୋତବାହୀ ତାରର ଚୁମ୍ବକୀୟ ପ୍ରଭାବ ଅଛି ଯାହା କମ୍ପାସ ସୂଚୀ ଉପରେ ପଡୁଛି । ଯେତେବେଳେ ବିଦ୍ୟୁତ୍ ସ୍ରୋତ ବନ୍ଦ ହୋଇଯାଇଛି, ଏହି ଚୁମ୍ବକୀୟ ପ୍ରଭାବ ଆଉ ରହେ ନାହିଁ, ତେଣୁ କମ୍ପାସ ସୂଚୀ ପୂର୍ବ ଅବସ୍ଥାକୁ ଫେରି ଆସିଥାଏ ।
ଏକ ଚୁମ୍ବକ ବା ବିଦ୍ୟୁସ୍ରୋତ ବହନକାରୀ ତାର ନିକଟସ୍ଥ ଅଞ୍ଚଳରେ ଚୁମ୍ବକୀୟ କ୍ଷେତ୍ର (Magnetic Field) ଥାଏ ଯେଉଁଠାରେ ଚୁମ୍ବକୀୟ ପ୍ରଭାବ ଅନୁଭୂତ ହୁଏ । ଏହି ତତ୍ତ୍ଵକୁ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ କୁହାଯାଏ ।

Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

ଓଷ୍ଟ୍ରେଡ୍‌ଙ୍କ ଆବିଷ୍କାର :
(i) 1820 ମସିହାରେ ଡେନ୍‌ମାର୍କର ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିଆନ୍ ଓର୍ଷେଡ୍ ବିଦ୍ୟୁତ୍ ପ୍ରବାହ ସହିତ ଚୁମ୍ବକତ୍ଵର ସମ୍ପର୍କ ସ୍ଥାପନ କରିଥିଲେ । ସେ ଡେନ୍‌ମାର୍କର ଗୋଟିଏ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର ଥିଲେ ।
(ii) ସେ ଦିନେ ଶ୍ରେଣୀରେ ବିଦ୍ୟୁତ୍ ବିଷୟରେ ପଢ଼ାଇଲା ସମୟରେ ଗୋଟିଏ କମ୍ପାସ ସୂଚୀର ନିକଟରେ ଥିବା ଧାତବ ତାରରେ ବିଦ୍ୟୁତ୍ ପ୍ରବାହ କରିବାରୁ କମ୍ପାସ୍ ସୂଚୀଟି ବିକ୍ଷେପିତ ହେଲା ।
(iii) ଏହି ପର୍ଯ୍ୟବେକ୍ଷଣରୁ ସେ ନିଶ୍ଚିତ ହେଲେ ଯେ ତାରରେ ତାଙ୍କ ବିଦ୍ୟୁତ୍ ପ୍ରବାହ ହେବାରୁ, ତାରଟି ଗୋଟିଏ ଚୁମ୍ବକ ଭଳି କାର୍ଯ୍ୟ କରୁଛି । ଅର୍ଥାତ୍, ବିଦ୍ୟୁତ୍ ସ୍ରୋତ ପ୍ରଭାବରେ ହାନ୍ସ ଖ୍ରୀଷ୍ଟିଆନ୍ ଓଷ୍ଟେଡ୍ ପ୍ରକୃତରେ କମ୍ପାସ୍ ସୂଚୀଟି ବିକ୍ଷେପିତ ହେଉଥାଏ ।

ବିଦ୍ୟୁତ୍ ଶକ୍ତିର ଚୁମ୍ବକୀୟ ପ୍ରଭାବକୁ ବିନିଯୋଗ କରି ବ୍ୟବହାରିକ କ୍ଷେତ୍ରରେ ବିଦ୍ୟୁତ୍ ଚୁମ୍ବକ, ବିଦ୍ୟୁତ୍ ଘଣ୍ଟି, ବୈଦ୍ୟୁତିକ ମୋଟର, ପଙ୍ଖା (Fan) ମାଇକ୍ ଓ ଡାକବାଜି ଯନ୍ତ୍ର (ମାଇକ୍ରୋଫୋନ୍) ଆଦି ନିର୍ମାଣ କରାଯାଇଛି ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 2
ବିଦ୍ୟୁତ୍ ଚୁମ୍ବକ :
ଯେତେବେଳେ ବିଦ୍ୟୁତ୍ ଶକ୍ତି ଏକ ତାର କୁଣ୍ଡଳୀ ମଧ୍ୟରେ ପ୍ରବେଶ କରେ, ଏହାର ଚାରି ପାଖରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ, ଏହାକୁ ବିଦ୍ୟୁତ୍ ଚୁମ୍ବକ କୁହାଯାଏ ।

କାର୍ଯ୍ୟ -୨ : ଆସ ଅନ୍ଵେଷଣ କରିବା
ପ୍ରାୟ 50 ସେ.ମି. ଦୈର୍ଘ୍ୟର ନମନୀୟ ବିଦ୍ୟୁତ୍ ପ୍ରତିରୋଧ ଆବୃତ୍ତ ପରିବାହୀ ତାର, ଏକ ଲୁହା କଣ୍ଟା, ଏକ ବିଦ୍ୟୁତ୍ କୋଷ ଏବଂ କିଛି ଲୁହା କାଗଜ କ୍ଲିପ୍ ନି ଆଯାଉ ।
ପରିବାହୀର ତାରଟିକୁ କଣ୍ଟା ଚାରିପାଖରେ ଦୃଢ଼ ଭାବେ ଗୁଡ଼ାଇ କୁଣ୍ଡଳୀ (coil) ପ୍ରସ୍ତୁତ କର ଏବଂ ଏହାକୁ ଅଠା ଫିତା ଦ୍ଵାରା ବାନ୍ଧି ରଖାଯାଉ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 3
କୋଷ ସହିତ ସଂଯୁକ୍ତ ତାର କୁଣ୍ଡଳୀ

ତାରର ମୁଣ୍ଡଗୁଡ଼ିକ ବ୍ୟାଟେରୀ ସହ ସଂଯୋଗ କରାଯାଉ । ଯେପରି ତାରଗୁଡ଼ିକୁ ବ୍ୟାଟେରୀ ସହ କିଛି ସେକେଣ୍ଡରୁ ଅଧ‌ିକ ସମୟ ଯୋଡ଼ି ହୋଇ ନ ରୁହେ, ନହେଲେ ବ୍ୟାଟେରୀ ଶୀଘ୍ର ଦୁର୍ବଳ ହୋଇଯିବ ।

ଲୁହା କଣ୍ଟାକୁ କାଗଜ କ୍ଲିପ୍ ଗୁଡ଼ିକ ନିକଟକୁ ଆଣି ଉପରକୁ ଉଠାଇଲେ । ଲୁହା କଣ୍ଟାର ଅଗ୍ରଭାଗରେ କ୍ଲିପ୍‌ଗୁଡ଼ିକ ଝୁଲି ହୋଇ ରହିବ । ତାରରେ ବିଦ୍ୟୁତ୍ ସ୍ରୋତ ବନ୍ଦ କରିବା ପାଇଁ ବ୍ୟାଟେରୀରୁ ତାର ଅଲଗା କଲେ, କ୍ଲିପ୍‌ଗୁଡ଼ିକ ତଳକୁ ଖସିଯାଉଛି ।

ସିଦ୍ଧାନ୍ତ :
ଯେତେବେଳେ ବିଦ୍ୟୁତ୍ ସ୍ରୋତ ପରିବାହୀ ତାରକୁଣ୍ଡଳୀ ମଧ୍ୟରେ ପ୍ରବାହିତ ହୁଏ, ସେତେବେଳେ କ୍ଲିପ୍‌ଗୁଡ଼ିକ ଏଠାରେ ଲାଗିଯାଏ । କିନ୍ତୁ ଯେତେବେଳେ ସ୍ରୋତ ବନ୍ଦ ହୋଇଯାଏ, କ୍ଲିପ୍‌ଗୁଡ଼ିକ ଆଉ ଏଠାରେ ଲାଗି ରହେ ନାହିଁ । ତଳକୁ ଖସି ଯାଇଥାଏ ।

କାର୍ଯ୍ୟ –୩ : ଆସ ପରୀକ୍ଷା କରିବା
ବିଦ୍ୟୁତ୍ ଚୁମ୍ବକର ପ୍ରସ୍ତୁତି ପ୍ରଣାଳୀ :
ପ୍ରାୟ 100 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ନମନୀୟ ବିଦ୍ୟୁତ୍ ରୋଧ ଆବୃତ ତାର, ଏକ ଚାର୍ଟ କାଗଜ ଖଣ୍ଡ, ଏକ ଲୁହା କଣ୍ଟା, ଏକ ବିଦ୍ୟୁତ୍ କୋଷ, ଦୁଇଟି ଚୁମ୍ବକୀୟ କମ୍ପାସ ଏବଂ କିଛି ଲୁହା ଇସ୍ପାତ କାଗଜ କ୍ଲିପ୍ ନିଆଯାଉ । ଚାର୍ଟ କାଗଜର ଗୋଟିଏ ଖଣ୍ଡକୁ ଗୁଡ଼େଇ ପେନସିଲ୍ ବ୍ୟାସ ସହ ସମାନ ବ୍ୟାସର ଏକ ସିଲିଣ୍ଡର ତିଆରି କରି ଏହାକୁ ଅଠା ଫିତା ସହ ବାନ୍ଧି ରଖାଯାଉ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 4
(କ) ବିଦ୍ୟୁତ୍ରରୋଧ ଆବୃତ ତାର କୁଣ୍ଡଳୀ

ନମନୀୟ ବିଦ୍ୟୁତ୍ ପ୍ରତିରୋଧ ଆବୃତ ତାର ସିଲିଣ୍ଡର ଉପରେ ପ୍ରାୟ ୫୦ ଘେରା ଶକ୍ତ ଭାବେ ଗୁଡ଼ାଇ ଏକ ସିଲିଣ୍ଡର ଆକୃତିର କୁଣ୍ଡଳୀ ତିଆରି କର । ତାରକୁ ଅଠା ଫିତା ସହ ବାନ୍ଧି ରଖାଯାଉ ।
ସିଲିଣ୍ଡର ଆକୃତିର କୁଣ୍ଡଳୀର ଦୁଇ ମୁଣ୍ଡ ନିକଟରେ କମ୍ପାସଗୁଡ଼ିକୁ ରଖାଯାଉ କୁଣ୍ଡଳୀର ଦୁଇ ମୁଣ୍ଡକୁ ବ୍ୟାଟେରୀ ଦୁଇ ମୁଣ୍ଡ ସହ ଯୋଡ଼ ଏବଂ ଚୁମ୍ବକୀୟ କମ୍ପାସଗୁଡ଼ିକୁ ସୂଚୀ ବିକ୍ଷେପିତ ହେବ ।
କୋଷର ଦୁଇ ମେରୁରୁ ତାରକୁ ବିଚ୍ଛିନ୍ନ କଲେ କମ୍ପାସର ସୂଚୀଗୁଡ଼ିକ ନିଜ ମୂଳ ସ୍ଥାନକୁ ଫେରିଯାଉଛି । କାଗଜ ସିଲିଣ୍ଡରରେ ଗୋଟିଏ ଲୁହା କଣ୍ଟା ଭର୍ତ୍ତି କର ଏବଂ ଉପରୋକ୍ତ କାର୍ଯ୍ୟଗୁଡ଼ିକ ପୁନରାବୃତ୍ତି କର । କମ୍ପାସ ସୂଚୀଗୁଡ଼ିକର ବିକ୍ଷେପଣ ଅଧ‌ିକ ହେବ ।
ଲୁହା କଣ୍ଟାର ଦୁଇ ମୁଣ୍ଡ ନିକଟରେ କିଛି ଲୁହା, କାଗଜ କ୍ଲିପ୍ ରଖିଲେ । କ୍ଲିପ୍‌ଗୁଡ଼ିକ ଲୁହା କଣ୍ଟାର ମୁଣ୍ଡ ଆଡ଼କୁ ଆକର୍ଷିତ ହେବ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 5
ସିଦ୍ଧାନ୍ତ :
(i) ଏହା ଦେଖାଯାଏ ଯେ, ଯେତେବେଳେ ବିଦ୍ୟୁତ୍ ସ୍ରୋତ ସିଲିଣ୍ଡର ଆକୃତିର କୁଣ୍ଡଳୀ ମଧ୍ୟରେ ପ୍ରବାହିତ ହୁଏ, ଏହା ଚୁମ୍ବକ ପରି ଆଚରଣ କରେ ଏବଂ କମ୍ପାସ ଭିତରେ ଥିବା ସୂଚୀକୁ ବିକ୍ଷେପିତ କରେ ।
(ii) କୁଣ୍ଡଳୀର ମଧ୍ୟ ଭାଗକୁ ଗୋଟିଏ ଲୁହାକଣ୍ଟା ଭର୍ତ୍ତି କରାଇଲେ, ତେବେ କୁଣ୍ଡଳୀ ପରିଣତ ହୁଏ ଏବଂ ଚୁମ୍ବକୀୟ କମ୍ପାସ ସୂଚୀର ବିକ୍ଷେପଣ ଅଧିକ ହୁଏ । ଏହା ଲୁହା କରେ । ଯେତେବେଳେ ବିଦ୍ୟୁତ୍ ସ୍ରୋତ ବନ୍ଦ ହୋଇଯାଏ, ସିଲିଣ୍ଡର ଆକୃତିର କୁଣ୍ଡଳୀ ହରାଇ ଥାଏ ।

ବିଦ୍ୟୁତ୍ ଚୁମ୍ବକ କ’ଣ :
ଗୋଟିଏ ବିଦ୍ୟୁତ୍ ସ୍ରୋତ ବହନକାରୀ କୁଣ୍ଡଳୀ ଏକ ଚୁମ୍ବକ ପରି ଆଚରଣ ପ୍ରଦର୍ଶନ କରିଥାଏ । ତାହାକୁ ବିଦ୍ୟୁତ୍ ଚୁମ୍ବକ (electromagnet) କୁହାଯାଏ । ବ୍ୟବହାରିକ ପ୍ରୟୋଗ ପାଇଁ, ଅଧିକାଂଶ ବିଦ୍ୟୁତ୍ ଚୁମ୍ବକର ଭିତରେ ଏକ ଲୌହ କୁଣ୍ଡଳୀ (core) ଥାଏ ଯାହା ଏହାକୁ ଏକ ଶକ୍ତିଶାଳୀ ଚୁମ୍ବକରେ ପରିଣତ କରେ ।

କାର୍ଯ୍ୟ –୪ : ଆସ ଅନୁସନ୍ଧାନ କରିବା
ବିଦ୍ୟୁତ୍ ଚୁମ୍ବକର ମେରୁ ନିର୍ଣ୍ଣୟ :
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 6
(i) ଦଣ୍ଡ ଚୁମ୍ବକ ପରି ବିଦ୍ୟୁତ୍ ଚୁମ୍ବକର ଦୁଇଟି ମେରୁ ଅଛି ଯଥା : ଉତ୍ତର ମେରୁ ଓ ଦକ୍ଷିଣ ମେରୁ ।
(ii) ଯେତେବେଳେ ଦୁଇଟି ଚୁମ୍ବକ ପରସ୍ପର ନିକଟବର୍ତ୍ତୀ ହୁଅନ୍ତି ବିଷମ ମେରୁ (ଉତ୍ତର-ଦକ୍ଷିଣ) ପରସ୍ପରକୁ ଆକର୍ଷଣ କରିଥାନ୍ତି । ଏଣୁ ଯଦି କମ୍ପାସ–ଚୁମ୍ବକର ଉତ୍ତର ମେରୁ ବିଦ୍ୟୁତ୍ ଚୁମ୍ବକର ‘A” ପ୍ରାନ୍ତକୁ ଆକର୍ଷଣ କରେ, ତେବେ ବିଦ୍ୟୁତ୍ ଚୁମ୍ବକର ‘A’ ପ୍ରାନ୍ତ ହେଉଛି ଦକ୍ଷିଣ ମେରୁ ।
(iii) ଏହି ପଦ୍ଧତିକୁ ଅନୁସରଣ କରି ଆମ ଜାଣି ପାରିବା ଯେ ବିଦ୍ୟୁତ୍ ଚୁମ୍ବକର ‘B’ ପ୍ରାନ୍ତଟି ‘A’ ପ୍ରାନ୍ତର ବିପରୀତ ମେରୁ ହେବ ଅର୍ଥାତ୍ ବିଦ୍ୟୁତ୍ ଚୁମ୍ବକର ‘B’ ପ୍ରାନ୍ତ ହେଉଛି ଉତ୍ତରମେରୁ ।

ଭାର ଉତ୍ତୋଳନକାରୀ ବିଦ୍ୟୁତ୍ ଚୁମ୍ବକ :
(i) ବିଦ୍ୟୁତ୍ ଚୁମ୍ବକ ହେଉଛି ଏକ ଶକ୍ତିଶାଳୀ ଚୁମ୍ବକ, ଯାହା କ୍ରେନ୍ ସହ ଝୁଲାଯାଇ ଭାରୀ ବସ୍ତୁକୁ ଉପରକୁ ଉଠାଇଥାଏ ।
(ii) ଏଥୁରେ କ୍ରେନଚାଳକ ବିଦ୍ୟୁତସ୍ରୋତ ଚାଲୁ (ON) କିମ୍ବା ବନ୍ଦ (OFF) କରି ଚୁମ୍ବକକୁ ନିୟନ୍ତ୍ରଣ କରେ ।
(iii) ଯେତେବେଳେ ବିଦ୍ୟୁତ ଶକ୍ତି ଚାଲୁ କରାଯାଏ, ସେତେବେଳେ ବିଦ୍ୟୁତ୍ ଚୁମ୍ବକ ଲୌହ ବସ୍ତଗୁଡ଼ିକୁ ଉପରକୁ ଉଠାଇଥାଏ ଏବଂ ବିଦ୍ୟୁସ୍ରୋତ ବନ୍ଦ କରାଗଲେ ଚୁମ୍ବକୀୟ କ୍ଷେତ୍ର ଅପସରି ଯାଏ ଏବଂ ବସ୍ତୁଗୁଡ଼ିକୁ ଛାଡ଼ିଦିଏ ।
(iv) ଭାର – ଉତ୍ତୋଳନ ବିଦ୍ୟୁତ୍ ଚୁମ୍ବକ ଗୁଡ଼ିକ କାରଖାନା, କବାଡ଼ିଖାନା (Scrap Yard) ରେ ଭାରୀ ଧାତୁର ଦ୍ରବ୍ୟଗୁଡ଼ିକ ଦକ୍ଷତାର ସହିତ ଘୂଞ୍ଚାଇବା, ଉଠାଇବା ଏବଂ ସଜାଇ ରଖିବା ପାଇଁ ବ୍ୟାପକ ଭାବରେ ବ୍ୟବହୃତ ହୁଏ ।

ବିଦ୍ୟୁତ୍ ଓ ଚୁମ୍ବକତ୍ଵ ମଧ୍ୟରେ ସମ୍ପର୍କ :
ଏକ ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ, ଏହାର ଚାରିପାଖରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଥାଏ । ଯେପରି ବିଦ୍ୟୁତ ଯୋଗୁଁ ଚୁମ୍ବକତ୍ଵ ସୃଷ୍ଟି ହୁଏ, ସେହିପରି ଗତିଶୀଳ ଚୁମ୍ବକ ମଧ୍ୟ ବିଦ୍ୟୁତ୍ ସ୍ରୋତ ସୃଷ୍ଟି କରେ । ଏଣୁ ବୈଦ୍ୟୁତିକ କ୍ଷେତ୍ର ଏବଂ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଅଦ୍ଭୁତ ସମ୍ପର୍କ ରହିଛି । ଏହା ଆମର ଦୈନନ୍ଦିନ ଜୀବନ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ, କାରଣ ବିଦ୍ୟୁତ୍ ମୋଟରଠାରୁ ଆରମ୍ଭ କରି ବିନତ୍ ଶକ୍ତି ଉତ୍ପାଦକ (Generator) ପର୍ଯ୍ୟନ୍ତ ଅନେକ ଯନ୍ତ୍ରର ଅଧାର ରୂପେ କାର୍ଯ୍ୟ କରିଥାଏ ।

ବିଦ୍ୟୁତ୍ ସ୍ରୋତ ପ୍ରବାହ ତାରରେ ତାପଶକ୍ତି ଉତ୍ପନ୍ନ :
କୌଣସି ପରିବାହୀରେ ବିଦ୍ୟୁତ ପ୍ରବାହିତ ହେଲେ ପରିବାହିଟି ଉତ୍ତପ୍ତ ହୁଏ । ଏହାକୁ ବିଦ୍ୟୁତଶକ୍ତିର ତାପୀୟ ପ୍ରଭାବ କହନ୍ତି, କାରଣ ଏଠାରେ ବିଦ୍ଯୁକ୍ତି ତାପଶକ୍ତିରେ ପରିଣତ ହୁଏ । ବିଦ୍ୟୁତ୍‌କ୍ତିର ତାପୀୟ ପ୍ରଭାବ ପରିବାହିର ପ୍ରତିରୋଧ (Resistance) ଉପରେ ନିର୍ଭର କରେ । ଯେଉଁ ପରିବାହିର ପ୍ରତିରୋଧ ଅଧିକ ହୋଇଥାଏ ସେଥ‌ିରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ଅଧ‌ିକ ତାପ ଉତ୍ପନ୍ନ ହୋଇଥାଏ ।

କାର୍ଯ୍ୟ –୫ : ଆସ ପର୍ଯ୍ୟବେକ୍ଷଣ କରିବା
ବିଦ୍ୟୁତ୍ ଶକ୍ତିର ତାପୀୟ ପ୍ରଭାବ ପାଇଁ ପରୀକ୍ଷା :
ଆବଶ୍ୟକୀୟ ଉପକରଣ ଓ ପ୍ରଣାଳୀ :
(i) ପ୍ରାୟ 10 ସେ.ମି. ଲମ୍ବ ଏବଂ 10 ସେ.ମି. ଚଉଡ଼ାର ଏକ କାର୍ଡ଼ବୋର୍ଡ଼ ଖଣ୍ଡ, ଦୁଇଟି କଣ୍ଟା, ପ୍ରାୟ 0.3 ମି.ମି. ମୋଟେଇ (26-28 ଗେଜ) ଏବଂ 10 ସେ.ମି. ଲମ୍ବର ନିକ୍ରୋମ ତାର, ଏକ ବିଦ୍ୟୁତ୍ କୋଷ, ଏକ କୋଷ ଧାରକ, ଏକ ସୁଡ୍ ଏବଂ ସଂଯୋଗ ତାର ନିଆଯାଉ ।

(ii) କାର୍ଡ଼ବୋର୍ଡ଼ରେ ପ୍ରାୟ 5 ସେ.ମି. ଦୂରରେ କଣ୍ଟାଗୁଡ଼ିକୁ ସ୍ଥାପନ କରାଯାଉ ।

(iii) ଏହି କଣ୍ଟାଗୁଡ଼ିକ ମଧ୍ୟରେ ନିକ୍ରୋମ ତାରକୁ ବାନ୍ଧି ଏବଂ ସୁଇଚ୍ ବନ୍ଦ (OFF) ଅବସ୍ଥାରେ ସଂଯୋଗ କରାଯାଉ ।

(iv) ନିକ୍ରୋମ ତାରକୁ ସ୍ପର୍ଶ କଲେ ଆମେ ତାପ ଅନୁଭବ କରିଥାଉ ।

(v) ସୁଇଟ୍‌କୁ ପ୍ରାୟ 30 ସେକେଣ୍ଡ ପାଇଁ ଚାଲୁ (ON) ଅବସ୍ଥାକୁ ନେଇ ଏବଂ ତାପରେ ସୁଇକୁ ବନ୍ଦ କରାଯାଉ । ନିକ୍ରୋମ ତାରକୁ କିଛି ସମୟ ପାଇଁ ସ୍ପର୍ଶ କଲେ (ନିକ୍ରୋମ ତାରକୁ ଧରି ରଖ ନାହିଁ), ଆମେ ତାରଟି ଉତ୍ତପ୍ତ ହେବା ଅନୁଭବ କରିଥାଉ ।

(vi) ନିକ୍ରୋମ ତାର ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଏହା ଗରମ ଲାଗେ । କାରଣ, ଯେତେବେଳେ ଯେକୌଣସି ପରିବାହୀ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ଏହା କିଛି ପ୍ରତିରୋଧର ସମ୍ମୁଖୀନ ହୁଏ । ବିଭିନ୍ନ ପରିବାହୀ ବିଦ୍ୟୁତ୍ ପ୍ରବାହ ପାଇଁ ବିଭିନ୍ନ ସ୍ତରର ପ୍ରତିରୋଧ ପ୍ରଦାନ କରିଥାନ୍ତି ।

(vii) ଉଦାହରଣସ୍ୱରୂପ, ସମାନ ଆକାର ଏବଂ ଲମ୍ବର ଏକ ନିକ୍ରୋମ ତାର ତମ୍ବା ତାର ତୁଳନାରେ ଅଧ‌ିକ ପ୍ରତିରୋଧ ପ୍ରଦାନ କରେ । ଏହି ପ୍ରତିରୋଧ କିଛି ବିଦ୍ୟୁତ୍ ଶକ୍ତିକୁ ତାପ ଶକ୍ତିରେ ରୂପାନ୍ତରିତ କରାଇଥାଏ ।

(viii) ଯେତେବେଳେ ଏକ ପରିବାହୀ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ଏହା ଗରମ ହୋଇଯାଏ । ଏହିପରି ଗରମ ହେବାକୁ ବିଦ୍ୟୁତର ତାପୀୟ ପ୍ରଭାବ କୁହାଯାଏ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 7

ବୈଦ୍ୟୁତିକ ତାପନ କେଉଁ କେଉଁ କାରକ (Factor) ଉପରେ ନିର୍ଭର କରେ :
ପରିବାହିରେ ବିଦ୍ୟୁତ୍ ପ୍ରଭାବ ଦ୍ଵାରା ଉତ୍ପନ୍ନ ତାପଶକ୍ତିକୁ ବୈଦ୍ୟୁତିକ ତାପନ କୁହାଯାଏ । ଏହାର ପରିମାଣ ପରିବାହିର ପ୍ରକୃତି, ମୋଟେଇ, ଲମ୍ବ, ବିଦ୍ୟୁତ୍ ସ୍ରୋତର ପରିମାଣ ଏବଂ ବିଦ୍ୟୁତ୍ ପ୍ରବାହ ସମୟ ଉପରେ ନିର୍ଭର କରେ ।

Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

ବିଦ୍ୟୁତ୍ ପ୍ରବାହ ଦ୍ଵାରା ତାପଶକ୍ତି ଉତ୍ପନ୍ନ କରୁଥିବା । ଯକରଣ :
(i) ବିଭିନ୍ନ ଘରୋଇ ଉପକରଣ ଯଥା- ବିଦ୍ୟୁତ୍ ରୁମ୍ ହିଟର, ବିଦ୍ୟୁତ୍ ଚୁଲା, ଇସ୍ତ୍ରୀ, ବୁଡ଼ିରହିବା ଦଣ୍ଡ (Immersion Rod), ୱାଟର ହିଟର, କେଟଲୀ ଏବଂ ହେୟାର ଡ୍ରାୟର ଇତ୍ୟାଦି ବିଦ୍ୟୁତର ତାପୀୟ ପ୍ରଭାବ ଦ୍ଵାରା କାମକରିଥାଏ । ଏହି ସମସ୍ତ ଉପକରଣରେ ଏକ ଦଣ୍ଡ ବା ତାର କୁଣ୍ଡଳୀ ଥାଏ, ଯାହାକୁ ତାପ ଉତ୍ପାଦନକାରୀ ଉପାଦାନ କୁହାଯାଏ । କିଛି ଉପକରଣରେ ଏହି ଉପାଦାନ ଗରମ ହୋଇ ଉଜ୍ଜ୍ଵଳ ଓ ଲାଲ୍ ଦେଖାଯାଏ ।
(ii) ଦିପ୍ତିମାନ ବତୀ (Incandescent Lamp) ରେ ଥିବା ଫିଲାମେଣ୍ଟ ବିଦ୍ୟୁତ୍ ଦ୍ଵାରା ଉତ୍ତପ୍ତ ହୋଇ ଆଲୋକ ପ୍ରଦାନ କରେ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 8
ସାଧାରଣ ବୈଦ୍ୟୁତିକ ତାପନ ଭିଭିକ ଘରୋଇ ଉପକରଣଗୁଡ଼ିକ (କ) ରୁମ୍ ହିଟର; (ଖ) ବୈଦ୍ୟୁତିକ ଚୁଲା; (ଗ) ବୈଦ୍ୟୁତିକ କେଟଲୀ (ଘ) ବୈଦ୍ୟୁତିକ ଇସ୍ତ୍ରୀ; (ଙ) ପାଣି ଗରମ କରୁଥିବା ଇମର୍ସନ କୁଣ୍ଡଳୀ; (ଚ) ହେୟାର ଡ୍ରାୟର (କେଶ ଶୁଖାଇବା ଯନ୍ତ୍ର)

ଶିଳ୍ପକ୍ଷେତ୍ରରେ ବିଦ୍ୟୁତ୍ ପ୍ରବାହର ତାପନ ପ୍ରଭାବର ବ୍ୟବହାର :
ଲୌହ ଇସ୍ପାତ ଶିଳ୍ପରେ ଏକ ସ୍ଵତନ୍ତ୍ର ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥିବା ଉଚ୍ଚ ତାପମାତ୍ରା ଚୁଲା (Blast Furnace) ବିଦ୍ୟୁତ୍ ସ୍ରୋତ ବ୍ୟବହାର କରି ତାପ ଉତ୍ପାଦନ କରେ । ଏହା ବ୍ୟବହାର କରି ପୁରୁଣା ଇସ୍ପାତକୁ ତରଳାଇ ପୁନଃ ଚକ୍ରଣ ପଦ୍ଧତିରେ ବ୍ୟବହାରଯୋଗୀ ଇସ୍ପାତ ପ୍ରସ୍ତୁତ କରାଯାଏ ।

ଭୋଲ୍ଟାଇକ ବିଦ୍ୟୁତ୍‌ଷ Voltaic Cell
ଭୋଲ୍ଟାଇକ୍ କିମ୍ବା ଗାଲ୍‌ଭାନିକ ବିଦ୍ୟୁତ୍‌ଷ ଇଟାଲୀର ଦୁଇଜଣ ବୈଜ୍ଞାନିକ ଆଲସାର୍ଥେ ଭୋଲ୍‌ଟା ଏବଂ ଲୁଇଗାଲଭାନି ଉଦ୍ଭାବନ କରିଥିଲେ । ଏହା ଏକ ବ୍ୟବସ୍ଥା ଯାହାଦ୍ଵାରା ରାସାୟନିକ ଶକ୍ତି ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତରିତ ହୁଏ । ଏହା ଏକ ପ୍ରାଥମିକ ବିଦ୍ୟୁତକୋଷ ଯାହା ଧାତୁ ଏବଂ ତରଳ ପଦାର୍ଥର ସମ୍ମିଶ୍ରଣ ରେ ଲେ ବିଦ୍ୟୁସ୍ରୋତ ସୃଷ୍ଟିହେବାର ପ୍ରମାଣ ଦେଲା ଏବଂ ପ୍ରଥମ ବ୍ୟାଟେରୀ ଉଦ୍ଭାବନର ପଥ ଦେଖାଇଲା ।

ଗଠନ ପ୍ରକ୍ରିୟା :
(i) ଭୋଲ୍ଟାଇକ କୋଷ ତିଆରି ପାଇଁ ଦୁଇଟି ଧାତବ ଫଳକ ଯଥା ତମ୍ବା ଓ ଦସ୍ତା ଏବଂ ଗୋଟିଏ ଇଲେକ୍ଟ୍ରୋଲାଇଟ୍ (Electrolyte) ଆବଶ୍ୟକ ହୋଇଥାଏ ।
(ii) ବିଦ୍ୟୁତ୍ ବତୀ ବିଦ୍ୟୁତ୍ । ସ୍ରୋତ ଗୋଟିଏ କାଚ କିମ୍ବା ପ୍ଲାଷ୍ଟିକ୍ ପାତ୍ରରେ ଇଲେକ୍ଟ୍ରୋଲାଇଟ୍ ରଖାଯାଏ ।
im-9
(iii) ଏହି ଧାତବ ଫଳକ ଦୁଇଟିକୁ ବିଦ୍ୟୁତ-ଅଗ୍ର (Electrode) କୁହାଯାଏ । ଇଲେକ୍ଟ୍ରୋଡ୍ ଦୁଇଟିକୁ ଆଂଶିକ ଭାବରେ ଇଲେକ୍ଟ୍ରୋଲାଇଟ୍‌ରେ ବୁଡ଼ାଇ ରଖାଯାଏ ।
(iv) ଫଳକ ଓ ଇଲେକ୍ଟ୍ରୋଲାଇଟ୍ ମଧ୍ଯରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । (v) ସେଲ୍‌ରେ ଦସ୍ତା ବିଯୁକ୍ତ ବିଦ୍ୟୁତ୍ଵଗ୍ର ଓ ତମ୍ବାଯୁକ୍ତ ଅଗ୍ରଭାବରେ କାର୍ଯ୍ୟକରିଥାଏ ।
(vi) ସାଧାରଣତଃ ଲଘୁ ଗନ୍ଧକାମ୍ଳକୁ ଇଲେକ୍ଟ୍ରୋଲାଇଟ୍ ଭାବେ ନିଆଯାଏ ।
(vii) ଫଳକ ଦୁଇଟିକୁ ଏକ ପରିପଥ ଦ୍ଵାରା ସଂଯୁକ୍ତ କଲେ ଇଲେକ୍ଟ୍ରୋନ୍ ଗୁଡ଼ିକ ଦସ୍ତାରୁ ତମ୍ବା ଫଳକ ଆଡକୁ ଗତି କରିବେ କିନ୍ତୁ ବିଦ୍ୟୁତ ତମ୍ବାଫଳକରୁ ଦସ୍ତାଫଳକ ଦିଗରେ ପ୍ରବାହିତ ହେବ ।
(viii) କିଛି ସମୟ ପରେ ମିଶ୍ରଣରେ ଥିବା ଇଲେକ୍ଟ୍ରୋଲାଇଟ୍ ବ୍ୟବହୃତ ହୋଇ ଶେଷ ହୋଇଯାଏ ଏବଂ ବିଦ୍ୟୁତକୋଷ କାର୍ଯ୍ୟ କରିବା ବନ୍ଦ ହୋଇଯାଏ ।
(ix) ବିଦ୍ୟୁବାହ ବନ୍ଦ ହେବାପରେ ଏହାକୁ ମୃତ ବା ଅକାମୀ କୋଷବୋଲି କୁହାଯାଏ କାରଣ ଏହାର କୌଣସି ବିଦ୍ୟୁତ୍ ଉତ୍ପାଦନ କ୍ଷମତା ନଥାଏ ।
(x) ଦସ୍ତା ଫଳକଠାରେ,
Zn → Zn2+ + 2e–
Zn2+ + SO42- → ZnSO4
ତମ୍ବା ଫଳକଠାରେ, 2H+ + 2e– → H2
ସେଲ୍‌ରେ ଉପରୋକ୍ତ ରାସାୟନିକ ପ୍ରତିକ୍ରିୟାଗୁଡ଼ିକ ଦେଖାଯାଏ ।
(xi) ଫଳକ ଦୁଇଟି ମଧ୍ୟରେ ବିଦ୍ୟୁତ ବିଭବ ପାର୍ଥକ୍ୟ (1.08 ଭୋଲ୍‌ଟ) ରହୁଥ‌ିବା ଯୋଗୁ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ ।

କାର୍ଯ୍ୟ –୬ : ଆସ ତିଆରି କରିବା
ଭୋଲ୍ଟେଇକ୍ ବିଦ୍ୟୁଷ ପାଇଁ ଆବଶ୍ୟକ ଧାତୁଯୋଡ଼ି (Metal Pair) :
ଭୋଲ୍ଟାଇକ୍ ବିଦ୍ୟୁଷ ନିର୍ମାଣ କରିବା ପାଇଁ ଯଥା ଦସ୍ତା ଓ ତମ୍ବା, ଦସ୍ତା ଓ ରୂପା, ଏଲୁମିନିୟମ୍ ଓ ତମ୍ବା, ଲୁହା ଓ ତମ୍ବା, ମାଗ୍ନେସିୟମ୍ ଓ ତମ୍ବା ଏବଂ ସୀସା ଓ ତମ୍ବା ଧାତୁଯୋଡ଼ି ଗୁଡ଼ିକ ବ୍ୟବହାର କରାଯାଇପାରିବ । ଧାତୁଗୁଡ଼ିକର ରାସାୟନିକ ଗୁଣ ଦୃଷ୍ଟିକୋଣରୁ ଧାତୁ ଯୋଡ଼ି ମଧ୍ୟରୁ ଗୋଟିଏ ଯୁକ୍ତ ଅଗ୍ର ଏବଂ ଅନ୍ୟଟି ବିଯୁକ୍ତ ଅଗ୍ର ଭାବେ କାର୍ଯ୍ୟ କରେ ।

ଆମେ କିପରି ଗୋଟିଏ ବିଦ୍ୟୁତ୍‌ଷ ତିଆରି କରିପାରିବା :
(i) ପାଞ୍ଚ କିମ୍ବା ଛଅଟି ରସାଳ ଲେମ୍ବୁ, ତମ୍ବା ତାରଖଣ୍ଡ (1-2 ମିମି ମୋଟା) ଏବଂ ଲୁହା କଣ୍ଟା ନିଆଯାଉ । ଏକ LED (ଏଲ୍.ଇ.ଡ଼ି.) Light Emitting Diode ଏବଂ କିଛି ସଂଯୋଗକାରୀ ତାର ମଧ୍ଯ ନିଆଯାଉ ।
(ii) ଗୋଟିଏ ଲେମ୍ବୁରେ ତମ୍ବା ତାର ଏବଂ ଲୁହା କଣ୍ଟାକୁ ଅଳ୍ପ ଦୂରତାରେ ରଖ୍ ପୋତି ଦିଆଯାଉ ।
(iii) ବାକି ସମସ୍ତ ଲେମ୍ବ ପାଇଁ ଉପରୋକ୍ତ ପଦ୍ଧତିର ପୁନରାବୃତ୍ତି କରାଯାଉ ।
(iv) ତମ୍ବା ତାର ଏବଂ କଣ୍ଟାଗୁଡ଼ିକୁ ଯୋଡ଼ାଯାଉ ।
(v) ସଂଯୋଗ କ। ର ତାର ବ୍ୟବ ହାର କରି ପ୍ର ଥମ ଲେମ୍ବୁର ତମ୍ବା ତାର ଏବଂ ଶେଷ ଲେମ୍ବୁର ଲୁହା କଣ୍ଟା |ଲେମ୍ବୁ ମଧ୍ୟରେ LED ସଂଯୋଗ କରାଇଲେ LED ଟି ଜଳି ଉଠିବ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 10
(କ) ଲେମ୍ବୁ ବ୍ୟବହାର କରି ପ୍ରସ୍ତୁତ ବିଦ୍ୟୁତ୍ କୋଷ (ଖ) ଲେମ୍ବୁ କୋଷରେ ସଂଯୋଗ
ଲୁହା
କଣ୍ଟା
(vi) ଯଦି LED ଜଳୁ ନାହିଁ, ଏହାର ସଂଯୋଗ ଓଲଟା କରାଯାଉ । ଏବେ LED ଜଳି ଉଠିବ । ଜାଣିଛୁ କେବଳ LED ର ଯୁକ୍ତାତ୍ମକ ଅଗ୍ର (ତମ୍ବା ତାର) ବ୍ୟାଟେରୀର ଯୁକ୍ତ ଅଗ୍ର ସହ ଏବଂ LEDର ବିଯୁକ୍ତାତ୍ମକ ଅଗ୍ର (ଛୋଟ ତାର) ବ୍ୟାଟେରିର ବିଯୁକ୍ତାତ୍ମକ ଅଗ୍ର ସହିତ ସଂଯୁକ୍ତ LED ଦେଇ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ । (vii) ଜଳୁଥିବା LED ସୂଚାଏ ଯେ ଆମର ବିଦ୍ୟୁତ କୋଷ କାମ କରୁଛି । ଏହି ବିଦ୍ୟୁତ କୋଷରେ ଧାତୁ ଅଗ୍ରଗୁଡ଼ିକ ହେଉଛି ତମ୍ବା ତାର ଏବଂ ଲୁହା କଣ୍ଟା । ଇଲେକ୍ଟ୍ରୋଲାଇଟ୍‌ ହେଉଛି ଲେମ୍ବୁ ରସ, ଯାହା ବିଦ୍ୟୁତ୍ ପରିବହନରେ ସାହାଯ୍ୟ କରେ । ଆମେ ଲେମ୍ବୁ ରସ ବଦଳରେ ଲୁଣ ଦ୍ରବଣ ମଧ୍ୟ ବ୍ୟବହାର କରିପାରିବା ।

ଶୁଷ୍କ ବିଦ୍ୟୁତକୋଷ Dry Cell :
ଭୋଲ୍ଟାଇକ୍ ବିଦ୍ୟୁତକୋଷରେ ପଦାର୍ଥ ବ୍ୟବହୃତ ଇଲେକ୍ଟ୍ରୋଲାଇଟ୍ ତରଳହୋଇଥିବାରୁ, ସେଲ୍‌କୁ ବ୍ୟବହାର କରିବା ସୁବିଧାଜନକ ନୁହେଁ । ଏହା ବଦଳରେ ଶୁଷ୍କ ବିଦ୍ୟୁତକୋଷ ବର୍ତ୍ତମାନ ସମୟରେ ସର୍ବାଧ‌ିକ ବ୍ୟବହୃତ ବିଦ୍ୟୁତ୍‌ଷ ମଧ୍ୟରୁ ଅନ୍ୟତମ ।
(i) ଶୁଷ୍କ ବିଦ୍ୟୁତ୍‌ଷରେ ଭୋଲ୍ହାଇକ୍ କୋଷପରି ରାସାୟନିକ ଶକ୍ତି ବିଦ୍ୟୁତଶକ୍ତିରେ ପରିଣତ ହୁଏ ।
(ii) ଏଥ୍ ରେ ବ୍ୟବହୃତ ଇଲେକେ । ଲ। ଇ ଟ୍ (ଏମୋନିୟମ କ୍ଲୋରାଇଡ୍ ଓ ଜିଙ୍କ୍ କ୍ଲୋରାଇଡ୍‌ର ମିଶ୍ରଣ) ତରଳ ନହୋଇ ଏକ ବହଳିଆ ମଣ୍ଡ ପରି ପଦାର୍ଥ ହୋଇଥାଏ ।
(iii) ଏଥୁରେ ସିଲିଣ୍ଡର ଆକୃତିର ଏକ ଜିକ୍ ପାତ୍ର ଥାଏ, ଯାହା ସେଲ୍‌ର ବିଦ୍ୟୁତ୍ ଅଗ୍ର ଭାବେ କାର୍ଯ୍ୟ କରେ ।
(iv) ସେଲ୍ ଭିତରେ ଏକ କାର୍ବନ ଦଣ୍ଡଥାଏ ଯାହା ଧାତୁ ଟୋପି ସହ ସଂଯୁକ୍ତ ହୋଇଥାଏ, ତାହାକୁ ସେଲ୍‌ର ଯୁକ୍ତ ଅଗ୍ର କହନ୍ତି ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 11
(କ) ଶୁଷ୍କ ବିଦ୍ୟୁତ୍ କୋଷ;
(ଖ) ଏହାର ଆଭ୍ୟନ୍ତରୀଣ ଗଠନ

(v) କାର୍ବନ ଦଣ୍ଡ ଚାରିପଟେ ମାଙ୍ଗାନିଜ ଡାଇଅକ୍‌ସାଇଡ୍‌ର ଏକ ମଣ୍ଡ ଦିଆଯାଏ ।
(vi) ଏହା ସେଲ୍‌ର ଯୁକ୍ତ ଅଗ୍ର ଅଟେ । ସେଲ୍ ଭିତରେ ଇଲେକ୍ଟ୍ରୋଲାଇଟରୁ ଜଳ ବାଷ୍ପିକରଣ ନହେବା ପାଇଁ ବ୍ୟବସ୍ଥା ଥାଏ ।
(vii) ଯୁକ୍ତ ଓ ବିଯୁକ୍ତ ଅଗ୍ର ସଂଯୁକ୍ତ ହେଲେ ସେଲ୍‌ରେ ବିଦ୍ୟୁତ୍ ପ୍ରବାହିତ ହୁଏ ।
(viii) ସେଲ୍‌କୁ ନେବା ଆଣିବା କରିବା ଏବଂ ବ୍ୟବହାର କରିବା ସ୍ରୋତ ନିରାପଦ ଅଟେ ।
(ix) ସେଲ୍‌ରେ ରାସାୟନିକ ପ୍ରତିକ୍ରିୟା ଚାଲିଥିବା ପର୍ଯ୍ୟନ୍ତ ବିଦ୍ୟୁତ୍ ପ୍ରବାହିତ ହୁଏ । ପ୍ରତିକ୍ରିୟା ବନ୍ଦ ହୋଇଗଲେ ସେଲ୍‌ ଅନୁପଯୋଗୀ ହୋଇଥାଏ ।
(x) ଶୁଷ୍କ ବିଦ୍ୟୁତ୍ ସେଲ୍ ଟର୍ଚ୍ଚିଲାଇଟ୍, କାନ୍ଥଘଣ୍ଟା, ରିମୋଟ୍ ଏବଂ କଣ୍ଢେଇ ଆଦି ପଦାର୍ଥରେ ଏହା ବ୍ୟବହାର
କରାଯାଏ ।

ଦୁଇ ବା ତହିଁରୁ ଅଧ‌ିକ ଶୁଷ୍କକୋଷର ସଂଯୋଗକୁ ବ୍ୟାଟେରୀ କହନ୍ତି ।

ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରୀ (Rechargeable batteries)
ଯେଉଁ ବ୍ୟାଟେରିକୁ ରିଚାର୍ଜ କରି ଅନେକଥର ପୁନଃ ବ୍ୟବହାର କରାଯାଇପାରେ, ସେଗୁଡ଼ିକୁ ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରି କହନ୍ତି । ଏହା ସମୟ ସହିତ ଅର୍ଥ ଅପଚୟ ରୋକିବାରେ ସାହାଯ୍ୟ କରେ ।
(i) ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ପାଇଁ ଅନେକ ପ୍ରକାରର ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରି ବ୍ୟବହାର କରାଯାଏ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 12
ବିଭିନ୍ନ ସ୍ଥାନରେ ବ୍ୟବହୃତ ସାଧାରଣ ପୁନଃଚାର୍ଜଯୋଗ୍ୟ ବ୍ୟାଟେରି (କ) ଲ୍ୟାପଟପ୍; (ଖ) ମୋବାଇଲ୍‌ଫୋନ୍; (ଗ) କ୍ୟାମେରା; (ଘ) ଇନଭର୍ଟର; (ଙ) ଯାନବାହନ; (ଚ) ମୋବାଇଲ୍ ଫୋନ୍ ଚାର୍ଜ କରିବା
ଫୋନ୍‌ରେ ବ୍ୟବହୃତ ବ୍ୟାଟେରୀ, ଲ୍ୟାପଟପ୍ ଓ ଟ୍ୟାବଲେଟ୍‌ରେ ବ୍ୟବହୃତ ବ୍ୟାଟେରୀ, ଇନ୍‌ଭଟର୍ ଚଳାଇବା ପାଇଁ ଆବଶ୍ୟକ ବଡ଼ ବ୍ୟାଟେରୀ ଗୁଡ଼ିକ ଏକାଧ‌ିକ ଥର ଚାର୍ଜ କରାଯାଇ ବ୍ୟବହାର ଉପଯୋଗୀ କରାଯାଏ ।
(iii) ପୁନଃ ଚାର୍ଜଯୋଗୀ ବ୍ୟାଟେରି ମଧ୍ୟ ସ୍ଥାୟୀ ନୁହେଁ । ଅନେକଥର ଚାର୍ଜ ଏବଂ ବ୍ୟବହାର କରିବା ଫଳରେ ସେଗୁଡ଼ିକ ଧୀରେଧୀରେ କ୍ଷୟ ହୋଇ ଅବ୍ୟବହୃତ ହୋଇଯାଏ ।
(iv) ପ୍ରାୟ ସମସ୍ତ ଉପକରଣରେ ଲିଥୁମ୍-ଆୟନ୍ (Li-ion) ବ୍ୟାଟେରୀ ପୁନଃଚାର୍ଜଯୋଗ୍ୟ ବ୍ୟାଟେରି ରୂପେ ବ୍ୟବହାର କରାଯାଏ ।
(v) ଲିଥ୍ୟମ୍ ଓ କୋବାଲ୍ଟ ପରି ଧାତୁ ଗୁଡ଼ିକର ପରିମାଣ ବିଶ୍ଵରେ ସୀମିତ ସ୍ଥାନରେ ମିଳୁଥିବାରୁ ବିଭିନ୍ନ ଦେଶ ବ୍ୟାଟେରୀ ଯୋଗାଣ ସୁରକ୍ଷିତ କରିବା, ପୁର୍ନବ୍ୟବହାର କରିବା ଓ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରିବାପାଇଁ ଧ୍ୟାନ ଦେଉଛନ୍ତି ।
(vi) ବୈଜ୍ଞାନିକମାନେ ‘କଠିନାବସ୍ଥା ବ୍ୟାଟେରୀ’’ (Solid State battery) ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି । ଏଥ‌ିରେ କଠିନ ପଦାର୍ଥକୁ ଇଲେକ୍ଟ୍ରୋଲାଇଟ୍‌ ରୂପେ ବ୍ୟବହାର କରାଯାଏ । ଏହା ଅଧିକ ସୁରକ୍ଷିତ, ଦ୍ରୁତ ଚାର୍ଜ ଓ ଅଧିକ ସ୍ଥାୟୀହେବା ସଙ୍ଗେ ସଙ୍ଗେ ପରିବେଶ ଅନୁକୂଳ ହେବାର ସଙ୍କେତ ଦେଉଛି ।

ଆମେ ଯାହା ଜାଣିଲୁ

  • ଯେତେବେଳେ ବିଦ୍ୟୁତ୍ ସ୍ରୋତ ଏକ ପରିବାହୀ (ଯେପରିକି ତାର) ଦେଇ ପ୍ରବାହିତ ହୁଏ, ଏହା ତାହାର ଚାରିପାଖରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରେ । ଏହି ଘଟଣାକୁ ବିଦ୍ୟୁତ୍ ପ୍ରବାହର ଚୁମ୍ବକୀୟ ପ୍ରଭାବ କୁହାଯାଏ । ବିଦ୍ୟୁତ୍ ସ୍ରୋତ ବହନ ତାର କରୁଥିବା କୁଣ୍ଡଳୀ ଯାହା ଚୁମ୍ବକ ପରି ବ୍ୟବହାର ହୁଏ ତାକୁ ବିଦ୍ୟୁତ– ଚୁମ୍ବକ କୁହାଯାଏ । ବ୍ୟବହାରିକ ପ୍ରୟୋଗ ପାଇଁ, ଅଧିକାଂଶ ବିଦ୍ୟୁତ୍ ଚୁମ୍ବକରେ ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବାପାଇଁ ଅନ୍ତସ୍ଥଳରେ ଲୁହା ରଖାଯାଇଥାଏ ।
  • ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଥ‌ିବା ପରିବାହୀରେ ତାପ ଉତ୍ପନ୍ନ ହେବାକୁ ବିଦ୍ୟୁତ୍ ପ୍ରବାହର ତାପାୟ ପ୍ରଭାବ କୁହାଯାଏ ।
  • ବିଦ୍ୟୁତ୍ କୋଷ କିମ୍ବା ବ୍ୟାଟେରି ହେଉଛି ଏକ ଉପକରଣ ଯାହା ଭିତରେ ଘଟୁଥ‌ିବା ରାସାୟନିକ ପ୍ରତିକ୍ରିୟା କାରଣରୁ ବିଦ୍ୟୁତ୍ ଉତ୍ପନ୍ନ ହୁଏ ।
  • ପୁନଃଚାର୍ଜଯୋଗ୍ୟ ବ୍ୟାଟେରିକୁ ରିଚାର୍ଜ କରି ଅନେକଥର ପୁନଃବ୍ୟବହାର କରାଯାଇପାରେ ।

Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ

Go through BSE Odisha Class 8 Science Notes Odia Medium and Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ to understand important concepts and topics more clearly.

8th Class Science Chapter 5 Notes Odia Medium

BSE Odisha Class 8 Science Chapter 5 Notes Odia Medium

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :

କାର୍ଯ୍ୟ – ୧ : ଆସ ଅନ୍ଵେଷଣ କରିବା
ବଳ ସବୁକିଛି କରିପାରେ, ଯଥା- କାମ କରିବା, ଚାଲିବା ଓ ସାଇକେଲ ଚଳାଇବା ଇତ୍ୟାଦି ।
ଏହା ବସ୍ତକୁ ଗତିକରାଇବାରେ, ସ୍ଥିର କରିବାରେ, ଦିଗର ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ ।

ଠେଲା ବଳ ଏବଂ ଟଣା ବଳ ଅନୁଭବର ଦୃଷ୍ଟାନ୍ତ :-
(i) ଏକ ବଡ଼ କାର୍ଡବୋର୍ଡ ବାକ୍‌ସ ନିଆଯାଉ ।
(ii) ବିଭିନ୍ନ ଉପାୟରେ ବାକ୍‌ସକୁ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 1
(iii) ବାକ୍ସକୁ ଘୁଞ୍ଚାଇବା ପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରିବା, ତାହା ହେଲା ବାକ୍ସକୁ ଠେଲିବା କିମ୍ବା ଟାଣିବା । ସାଧାରଣତଃ ଏକ ବସ୍ତ ଉପରେ ପ୍ରୟୋଗ ହେଉଥ‌ିବା ଟଣାବଳ ଓ ଠେଲାବଳକୁ ବିଜ୍ଞାନରେ ‘ବଳ’’ (force) କୁହାଯାଏ ।

ବସ୍ତୁ ଉପରେ ପ୍ରାୟୋଗିତ ବଳର ପ୍ରଭାବ :
ନିମ୍ନଲିଖତ ପରିସ୍ଥିତିକୁ ବିଶ୍ଳେଷଣ କଲେ ଟଣାବଳ ଓ ଠେଲାବଳର ପ୍ରଭାବ ଅନୁଭୂତ ହୋଇଥାଏ ।

କାର୍ଯ୍ୟ-୨ ବିଭିନ୍ନ କାର୍ଯ୍ୟ ଏବଂ ସେଗୁଡ଼ିକର ପ୍ରଭାବ ।

କ୍ର. ନଂ. କାର୍ଯ୍ୟ ଠେଲା | ଟାଣିବା ପ୍ରଭାବ
୧. ତୁମର ବନ୍ଧୁ ତୁମର ଗତିଶୀଳ ସାଇକେଲର ଗତିକୁ ବନ୍ଦ କରିବା ପାଇଁ ଏହାକୁ ପଛକୁ ଧରିଛନ୍ତି । ଟାଣିବା ସାଇକେଲ୍ସକୁ ବନ୍ଦ କରିବା କିମ୍ବା ବେଗ ହ୍ରାସ କରିବା
୨. ବ୍ୟାଟ୍ ଦ୍ଵାରା ଏକ ଗତିଶୀଳ ବଲ୍‌କୁ ମାରିବା ଠେଲା କୂପରୁ ବାଲ୍ଟିରେ ପାଣି କାଢ଼ିବା ଟାଣିବା
୩. ଫୁଲିଥିବା ବେଲୁନ୍‌କୁ ଦବାଇବା ଠେଲା ବେଲୁନ୍‌ର ଆକାରରେ ପରିବର୍ତ୍ତନ ପତାକା
୪. ପତାକା ଉତ୍ତୋଳନ କରିବା ଟାଣିବା ସମ୍ପୂର୍ଣ୍ଣ ଖୋଲିଯାଏ
୫. ବଳ ପ୍ରୟୋଗ ହେଉଥ‌ିବା ଟାଣିବା ପାଣି ବାଲ୍ଟି ଉପରକୁ ଆସିଯାଏ
୬. ଛୋଟ ପିଲାଙ୍କୁ ଦୋଳିରେ ଝୁଲାଇବା ଠେଲା ଓ ଟଣା ଦୋଳିଟି ଆଗପଛ ହୁଏ

ଗତିଶୀଳ ବଲ୍‌ର ଦୁଗ୍ଧ ପରିବର୍ତ୍ତନ କରିବା ବିଭିନ୍ନ ପରିସ୍ଥିତିର ଉଦାହରଣ :
ଡ୍ରୟର ଖୋଲିବା, ରବର ବ୍ୟାଣ୍ଡ ଟାଣି ଲମ୍ବା କରିବା, ଜଣେ ଫିଲ୍ଡର ଏକ କ୍ରିକେଟ୍ ବଲ୍‌କୁ ଅଟକାଇବା, ଫୁଲ୍‌କୁ ଗୋଡ଼ରେ ମାରିବା, ଚଳନ୍ତା ସାଇକେଲ୍‌ରେ ବ୍ରେକ୍ ଦେବା, ରୁଟି ବେଲିବା କିମ୍ବା ଅଟୋରିକ୍ସାର ଷ୍ଟିୟରିଂ ବୁଲାଇବା ଇତ୍ୟାଦିରେ ବଳ ପ୍ରୟୋଗ କରାଯାଇଥାଏ ।

ବସ୍ତୁ ଉପରେ ପ୍ରୟୋଗ କରାଯାଉଥିବା ବଳର ପ୍ରଭାବ :
(i) ଏକ ବସ୍ତକୁ ସ୍ଥିରାବସ୍ଥାରୁ ଘୁଞ୍ଚାଇ ଦେଇଥାଏ ।
(ii) ଯଦି ଏକ ବସ୍ତୁ ଗତି କରୁଛି, ତେବେ ତାହାର ବେଗର ପରିବର୍ତ୍ତନ କରିପାରେ ।
(iii) ଏକ ବସ୍ତର ଗତିର ଦିଗ ପରିବର୍ତ୍ତନ କରିପାରେ ।
(iv) ଏକ ବସ୍ତର ଆକାରରେ ପରିବର୍ତ୍ତନ ଆଣିପାରେ ।
(v) ଏହି ପ୍ରଭାବଗୁଡ଼ିକ ମଧ୍ୟରୁ କେତେକ କିମ୍ବା ସମସ୍ତ ଘଟିପାରେ ।

ସନ୍ତୁଳିତ ବଳ (Balanced Force)
ଏକ ସ୍ଥିର ବସ୍ତୁ ଉପରେ କୌଣସି ବଳ କାର୍ଯ୍ୟ କରୁନାହିଁ ବୋଲି ଭାବିବା ଠିକ୍ ନୁହେଁ, କାରଣ ଏହା ଉପରେ କାର୍ଯ୍ୟ କରୁଥିବା ବଳଗୁଡ଼ିକ ପରସ୍ପରକୁ ସନ୍ତୁଳିତ କରୁଛନ୍ତି । ଏହାକୁ ସନ୍ତୁଳିତ ବଳ କହନ୍ତି ।

ବଳ ଦୁଇ କିମ୍ବା ଅଧିକ ବସ୍ତ ମଧ୍ଯରେ ଏକ ପାରସ୍ପରିକ କ୍ରିୟା :
ବଳ ସୃଷ୍ଟିର କାରଣ ହେଲା ଦୁଇ କିମ୍ବା ଅଧିକ ବସ୍ତ ମଧ୍ୟରେ ପାରସ୍ପରିକ କ୍ରିୟାର ଅନୁଭବ ହେବା । ଯେତେବେଳେ ଆମେ ଏକ ଟେବୁଲକୁ ଠେଲି ଥାଉ, ଆମର ହାତ ଗୋଟିଏ ବସ୍ତ ଯାହା ଅନ୍ୟ ଏକ ବସ୍ତ ଟେବୁଲ୍ ଉପରେ ବଳ ପ୍ରୟୋଗ କରେ । ସେହି ସମୟରେ ଟେବୁଲ୍ ମଧ୍ୟ ଆମ ହାତ ଉପରେ ସେହି ପରିମାଣର ବଳ ପ୍ରୟୋଗ କରିଥାଏ । ଏଠାରେ ଆମର ହାତ ଓ ଟେବୁଲ ହେଉଛି ଦୁଇଟି ବସ୍ତୁ ଯାହା ପରସ୍ପର ସହିତ ପ୍ରତିକ୍ରିୟା କରନ୍ତି ।

ଯେତେବେଳେ ଦୁଇଟି ବସ୍ତ୍ର କୌଣସି ନା କୌଣସି ଉପାୟରେ ପାରସ୍ପରିକ କ୍ରିୟା କରନ୍ତି ବଳ ସେହି ସମୟରେ ପ୍ରଭାବଶାଳୀ ହୁଏ । ଏଣୁ ବଳ କାର୍ଯ୍ୟକାରୀ ହେବାପାଇଁ ଅତି କମ୍‌ରେ ଦୁଇଟି ବସ୍ତୁକୁ ପାରସ୍ପରି କ କ୍ରିୟା କରିବାକୁ ପଡ଼େ ।

ବଳ ହେଉଛି ଗୋଟିଏ ବସ୍ତର ଅନ୍ୟ ଏକ ବସ୍ତ ସହିତ ପାରସ୍ପରିକ କ୍ରିୟାରୁ ଏହା ଉପରେ ସୃଷ୍ଟି ହୋଇଥିବା ଏକ ଠେଲା କିମ୍ବା ଟଣା କ୍ରିୟା ।
ବଳର SI ଏକକ ହେଉଛି ନ୍ୟୁଟନ୍ (Newton ଛୋଟ ‘n’ ସହିତ ଲେଖାଯାଏ) ଏବଂ ଏହାର ପ୍ରତୀକ ହେଉଛି N।

ବିଭିନ୍ନ ପ୍ରକାର ବଳ :
ସଂସ୍ପର୍ଶ ବଳ : (Contact Force) :
କୌଣସି ବସ୍ତୁ ଉପରେ ବଳ ପ୍ରୟୋଗ କରିବା ଆବଶ୍ୟକ ହୋଇଥାଏ । ଏହି ସଂସ୍ପର୍ଶ ପ୍ରତ୍ୟକ୍ଷ କିମ୍ବା ଅନ୍ୟ ଅଙ୍ଗ ବ୍ୟବହାର କରି, ପ୍ରତ୍ୟେକ୍ଷରେ ବାଡ଼ି ବା ବସ୍ତ ମଧ୍ଯରେ ଶାରୀରିକ ସଂସ୍ପର୍ଶ ଥିବା ବେଳେ କାର୍ଯ୍ୟ ପାଇଁ ଆମ ଶରୀର ଏବଂ ବସ୍ତୁ ମଧ୍ୟରେ ଶାରୀରିକ ସଂସ୍ପର୍ଶ ପରୋକ୍ଷ ଭାବରେ ହୋଇପାରେ । ଆମର ହାତ କିମ୍ବା ଶରୀରର ଦଉଡ଼ି ବ୍ୟବହାର କରି ପରୋକ୍ଷରେ ଏହି ପ୍ରକାର ବଳ କେବଳ କରିଥାଏ, ତାହାକୁ ସଂସ୍ପର୍ଶ ବଳ (Contact force) କୁହାଯାଏ ।

Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ

ମାଂସପେଶୀୟ ବଳ : (Muscular Force) :
(i) ସଂସ୍ପର୍ଶ ବଳର ଏକ ଉଦାହରଣ ହେଉଛି ମାଂସପେଶୀୟ ବଳ ।
(ii) ଆମ୍ଭେମାନେ ଚାଲି ବା, ଦୌଡ଼ିବା, କିଛି ପଦ । ର୍ଥ ଉଠାଇବା, ଡେଇଁବା, ପହଁରିବା ପ୍ରଭୃତି ଅଙ୍ଗ ଚାଳନ। ଭଳି ଶାରୀରିକ କାର୍ଯ୍ୟ କରିବ। ସମୟରେ ଆମ ଶରୀର ର ମାଂସପେଶୀର କାର୍ଯ୍ୟଯୋଗୁ ବଳ ସୃଷ୍ଟି ହୁଏ ।
(iii) ଆମ ଶରୀରରେ ମାଂସପେଶୀର ସଂକୋଚନ ଓ ପ୍ରସାରଣ ଯୋଗୁ ମାଂସପେଶୀ ବଳ ସୃଷ୍ଟି ହୁଏ । ଜୀବନ୍ତ ପ୍ରାଣୀମାନଙ୍କ ଦ୍ଵାରା ମାଂସପେଶୀୟ ବଳ ବ୍ୟବହାର
(iv) ପଶୁ, ପକ୍ଷୀ, ମାଛ ଏବଂ କୀଟପତଙ୍ଗ ପ୍ରଭୃତି ଗମନାଗମନ କରିବା ଏବଂ ବଞ୍ଚିବା ପାଇଁ ମାଂସପେଶୀୟ ବଳ ବ୍ୟବହାର କରିଥା’ନ୍ତି ।
(v) ମନୁଷ୍ୟ ଦୀର୍ଘଦିନ ଧରି ବିଭିନ୍ନ କାର୍ଯ୍ୟ କରିବା ପାଇଁ ଅନ୍ୟ କେତେକ ଯଥା ବଳଦ, ଘୋଡ଼ା, ଓଟ ଏବଂ ଗଧ ପ୍ରଭୃତି ପ୍ରାଣୀମାନଙ୍କର ମାଂସପେଶୀୟ ବଳ ବ୍ୟବହାର କରିଥା’ନ୍ତି ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 2

ମଣିଷ କାର୍ଯ୍ୟରେ ସହାୟତା କରିବା ପାଇଁ ପ୍ରାଣୀଙ୍କ ମାଂସପେଶୀୟ ବଳର ବ୍ୟବହାର – ଆମ ଶରୀରରେ ଖାଦ୍ୟ ମନୁଷ୍ୟ ଶରୀର ମଧ୍ୟରେ ମାଂସପେଶୀୟ ବଳର କାର୍ଯ୍ୟ ଚୋବାଇବା ଏବଂ ପାଚନ ପ୍ରକ୍ରିୟା ହେଉଥ‌ିବା ସମୟରେ ଖାଦ୍ୟନଳୀ ଦେଇ ଖାଦ୍ୟକୁ ଠେଲିବା, ରକ୍ତ ସଞ୍ଚାଳନ ପ୍ରକ୍ରିୟାରେ ମାଂସପେଶୀର ପ୍ରସାରଣ ଓ ସଂକୋଚନ ଘଟିବାପାଇଁ ମାଂସପେଶୀୟ ବଳ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଘର୍ଷଣ ବଳ (Frictional Force) :
ଏକ ସମତଳ ଭୂମିରେ ଗଡ଼ିଯାଉଥିବା ଏକ ବଲ୍‌ କିଛି ସମୟ ପରେ ଅଟକିଯାଏ । ଯଦି ଆମେ ଏକ ସମତଳ ରାସ୍ତାରେ ସାଇକେଲ ପେଡ଼ାଲ୍ ମାରିବା ବନ୍ଦ କରିଦେଉ ଏହା ଧୀର ହୋଇଯାଏ ଏବଂ କିଛି ସମୟ ପରେ ଅଟକି ଯାଏ । ଯଦି ରାସ୍ତା ବନ୍ଧୁର ବା ଅମସୃଣ ହୋଇଥାଏ, ତେବେ ସାଇକେଲ୍‌ ଏକ ମସୃଣ ରାସ୍ତା ଅପେକ୍ଷା ଶୀଘ୍ର ଅଟକି ଯାଇଥାଏ । ବସ୍ତର ଗତିର ପରିବର୍ତ୍ତନ କରିବା ପାଇଁ ଏକ ବଳ ଆବଶ୍ୟକ । କିନ୍ତୁ, ଏହି ପରିସ୍ଥିତିରେ ବସ୍ତଗୁଡ଼ିକ ଉପରେ କୌଣସି ବଳ କାର୍ଯ୍ୟକାରୀ ହେଉ ନଥାଏ । ସେମାନଙ୍କର ଗତି ଧୀରେ ଧୀରେ ହ୍ରାସ ପାଇ କିଛି ସମୟ ପରେ ବନ୍ଦ ହୋଇଯାଏ । ଏହା କେବଳ ଘର୍ଷଣ ବଳ ଯୋଗୁ ସମ୍ଭବ ହୋଇଥାଏ ।

କାର୍ଯ୍ୟ ୩ : ଆସ ଅନୁସନ୍ଧାନ କରିବା
ଘର୍ଷଣ ବଳ ଜାଣିବାପାଇଁ ଏକ ସରଳ ପରୀକ୍ଷା :
(i) ସମତଳ ଆଧାର ବିଶିଷ୍ଟ ଏକ ବସ୍ତୁ ନିଆଯାଉ ଏବଂ ଏହାକୁ ଏକ ଟେବୁଲ୍ କିମ୍ବା ସମତଳ ପୃଷ୍ଠରେ ରଖାଯାଉ ।
(ii) ଏହାକୁ ଧୀରେ ଠେଲି ଦିଆଯାଉ ଓ ପର୍ଯ୍ୟବେକ୍ଷଣ କରାଯାଉ । କିଛି ଦୂର ଗତି କରିବା ପରେ ଏହା ବନ୍ଦ ହୋଇଯାଏ ? ଏହା ଉପରେ କୌଣସି ବଳ କାର୍ଯ୍ୟ କରୁଛି ଯାହା ଫଳରେ ବସ୍ତ ସ୍ଥିର ହୋଇଯାଏ ।
(iii) ବର୍ତ୍ତମାନ ବସ୍ତକୁ ବିପରୀତ ଦିଗରେ ଠେଲିଲେ ଏହା କିଛି ଦୂର ଗତି କରିବା ପରେ ପୁଣି ବନ୍ଦ ହୋଇଯାଏ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 3
ଘର୍ଷଣ ଦୁଇଟି ପୃଷ୍ଠ ମଧ୍ୟରେ କାର୍ଯ୍ୟ କରେ ଏବଂ ବସ୍ତୁର ଗତିକୁ ପ୍ରତିରୋଧ କରେ ।
(iv) ଠେଲିବା ସମୟରେ, ବସ୍ତୁଟି ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଗତି କରିବା ଖସିବା ବସ୍ତୁର ପୃଷ୍ଠ ଏବଂ ଟେବୁଲ କିମ୍ବା ସମତଳ ପୃଷ୍ଠା ମଧ୍ଯରେ କାର୍ଯ୍ୟ
ପରେ ବନ୍ଦ ହୋଇଯାଏ । ଏହା ଉପରେ କରୁଥିବା ଏକ ବଳ ଯୋଗୁଁ ହୋଇଥାଏ ଏହି ବଳ ବସ୍ତୁ ଉପରେ ଏହାର ଗତିର ବିପରୀତ ଦିଗରେ କାର୍ଯ୍ୟ କରିଥାଏ । ଏହି ବଳ ହିଁ ବସ୍ତକୁ ଅଟକାଇଥାଏ । ଏହା ଉପରେ ଯେତେବେଳେ ଏକ ବସ୍ତ ଅନ୍ୟ ପୃଷ୍ଠ ଉପରେ ଗତି କରେ କିମ୍ବା ଗତି କରିବାକୁ ଚେଷ୍ଟା କରେ ସେତେବେଳେ ଯେଉଁ ବଳ କାର୍ଯ୍ୟକାରୀ ହୁଏ, ତାହାକୁ ‘ଘର୍ଷଣ ବଳ’ (force of friction) ବା ‘ଘର୍ଷଣ’ (friction) କୁହାଯାଏ । ବସ୍ତୁ ଯେଉଁ ଦିଗରେ ଗତି କରେ ଘର୍ଷଣ ସର୍ବଦା ତା’ର ବିପରୀତ ଦିଗରେ କାର୍ଯ୍ୟ କରେ । ଘର୍ଷଣ ବଳ ଦୁଇଟି ପୃଷ୍ଠର ସଂସ୍ପର୍ଶ ଯୋଗୁଁ ଉତ୍ପନ୍ନ ହୋଇଥିବାରୁ ଏହାକୁ ସଂସ୍ପର୍ଶ ବଳ କୁହାଯାଏ ।

ଘର୍ଷଣ ବଳ ସୃଷ୍ଟି ହେବାର କାରଣ :
ଘର୍ଷଣ ସଂସ୍ପର୍ଶରେ ଆସୁଥ‌ିବା ଦୁଇଟି ପୃଷ୍ଠରେ ଗଠନ ଗତ ଅନିୟମିତତା। (irregularities) ବା ଅସମାନତା ଯୋଗୁଁ ଘର୍ଷଣ ବଳ ସୃଷ୍ଟି ହୁଏ । ଯେଉଁ ପୃଷ୍ଠଗୁଡ଼ିକ ମସୃଣ ଦେଖାଯାଏ, ସେଥ‌ିରେ ମଧ୍ୟ ବହୁ ସଂଖ୍ୟକ ଅନିୟମିତତା ଥାଏ । ସେଗୁଡ଼ିକ ସଂସ୍ପର୍ଶରେ ଆସିବା ସମୟରେ, ଦୁଇଟି ପୃଷ୍ଠରେ ଅନିୟମିତତା ପରସ୍ପର ସହିତ ଛନ୍ଦି ହୋଇଯାଏ ଏବଂ ଗୋଟିଏ ପୃଷ୍ଠକୁ ଅନ୍ୟ ଏକ ପୃଷ୍ଠ ଉପରେ ଘୁଞ୍ଚାଇବା ପାଇଁ ଯେକୌଣସି ପ୍ରୟାସକୁ ବିରୋଧ କରେ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 4
ଚିତ୍ର ଅନିୟମିତତା ଯୋଗୁଁ ଦୁଇଟି ପୃଷ୍ଠ ମଧ୍ୟରେ ସଂଘର୍ଷ

ଘର୍ଷଣ ବଳ ବସ୍ତର ପୃଷ୍ଠଦେଶର ଗଠନଗତ ଅନିୟମିତତା (irregularities) ଉପରେ ନିର୍ଭର କରେ । ଏକ ସମତଳ ଆଧାର ବିଶିଷ୍ଟ ବସ୍ତକୁ କାଠ, କପଡ଼ା, ସେରାମିକ୍ ଟାଇଲ ଏବଂ ବାଲି ପ୍ରଭୃତି ବିଭିନ୍ନ ପୃଷ୍ଠରେ ଠେଲି ଗତି କରାଇଲେ ସମତଳ ବସ୍ତର ବିଭିନ୍ନ ପୃଷ୍ଠରେ ଭିନ୍ନ ଭିନ୍ନ ଦୂରତା ଅତିକ୍ରମ କରି ସ୍ଥିର ହୁଏ । କାରଣ ଏହି ପୃଷ୍ଠଗୁଡ଼ିକର ଅନିୟମିତତା ଭିନ୍ନ ଭିନ୍ନ ଅଟେ । କାଚ ପୃଷ୍ଠ ଉପରେ ସର୍ବାଧ‌ିକ ଦୂରତା ଅତିକ୍ରମ କରୁଥିବା ସମୟରେ ବାଲିପୃଷ୍ଠ ଉପରେ ସର୍ବନିମ୍ନ ଦୂରତା ଅତିକ୍ରମ କରେ । ଏଣୁ ଅମସୃଣ ବା ରୁକ୍ଷ ପୃଷ୍ଠରେ ଘର୍ଷଣ ଅଧ‌ିକ ହୋଇଥାଏ ।

ଘର୍ଷଣବଳ ପ୍ରତିରୋଧ କରିବାପାଇଁ ଯାନବାହାନ ଗୁଡ଼ିକର ଆକୃତିରେ ବିଶେଷ ପରିବର୍ତ୍ତନ– ଘର୍ଷଣ ବଳ କେବଳ ବସ୍ତୁ କଠିନ ପୃଷ୍ଠ ଉପରେ ଗତି କରୁଥିବା ସମୟରେ କାର୍ଯ୍ୟ କରେ ନାହିଁ । ବାୟୁ, ଜଳ କିମ୍ବା ଅନ୍ୟାନ୍ୟ ତରଳ ପଦାର୍ଥର ପୃଷ୍ଠଭୂମି ଉପରେ ବସ୍ତୁ ଗତି କରିବା ସମୟରେ ମଧ୍ୟ ଘର୍ଷଣବଳ ଅନୁଭୂତ ହୋଇଥାଏ । ବିମାନ, ଜାହାଜ, ଡଙ୍ଗା କିମ୍ବା ଦ୍ରୁତଗାମୀ ଟ୍ରେନଭଳି ବସ୍ତୁଗୁଡ଼ିକୁ ସେମାନଙ୍କ ଚାରିପଟେ ଥିବା ବାୟୁ ଜଳଯୋଗୁ ସୃଷ୍ଟି ଘର୍ଷଣ ବଳକୁ ହ୍ରାସ କରିବାପାଇଁ ନିର୍ଦ୍ଦିଷ୍ଟ ଆକାରରେ ପ୍ରସ୍ତୁତ କରାଯାଇଥାଏ ।

କାର୍ଯ୍ୟ ୪ : ଅଣ-ସଂସ୍ପର୍ଶ ବଳ (Non-Contact Forces)
ଯେଉଁ ପ୍ରକାର ବଳ ବସ୍ତୁଗୁଡ଼ିକ ସଂସ୍ପର୍ଶରେ ନଥିଲେ ମଧ୍ୟ ଅନୁଭବ କରାଯାଇଥାଏ । ଏହି ବଳଗୁଡ଼ିକୁ ଅଣ- ସଂସ୍ପର୍ଶ ବଳ (non-contact forces) କୁହାଯାଏ । ଉଦାହରଣ : ଚୁମ୍ବକୀୟ ବଳ (Magnetic Force), ସ୍ଥିର ବିଦ୍ୟୁତ ବଳ (Electrostatic Force) ଏବଂ ମହାକର୍ଷଣ ବଳ (Gravitational Force) ପ୍ରଭୃତି ଅଣ-ସଂସ୍ପର୍ଶ ବଳ ।

ଚୁମ୍ବକୀୟ ବଳ (Magnetic Force)
(i) ଏକ ଚୁମ୍ବକ ଲୁହା, ନିକେଲ ଓ କୋବାଲଟ୍ ଆଦି ଚୁମ୍ବକୀୟ ସାମଗ୍ରୀରେ ତିଆରି ବସ୍ତୁଗୁଡ଼ିକୁ ଆକର୍ଷଣ କରେ ।
(ii) ଯେତେବେଳେ ଦୁଇଟି ଚୁମ୍ବକ ପରସ୍ପର ନିକଟତର ହୁଏ, ସମମେରୁ (ଉତ୍ତର-ଉତ୍ତର, ଦକ୍ଷିଣ–ଦକ୍ଷିଣ) ପରସ୍ପରକୁ ବିକର୍ଷଣ କରନ୍ତି ଏବଂ ବିଷମମେରୁ (ଉତ୍ତର-ଦକ୍ଷିଣ) ପରସ୍ପରକୁ ଆକର୍ଷଣ କରନ୍ତି ।
(iii) ବସ୍ତୁ ମଧ୍ୟରେ ଆକର୍ଷଣ ଏବଂ ବିକର୍ଷଣ ମଧ୍ଯ ଠେଲିବା ଏବଂ ଟାଣିବା ପରି ଏକ ପ୍ରକାର ବଳ ।
(iv) ସଂସ୍ପର୍ଶରେ ନ ଆସି, ଏକ ଚୁମ୍ବକ ଅନ୍ୟ ଏକ ଚୁମ୍ବକ କିମ୍ବା ଏକ ଚୁମ୍ବକୀୟ ପଦାର୍ଥ ଉପରେ ବଳ ପ୍ରୟୋଗ କରିପାରିଥାଏ ।
(v) ଏଣୁ ଚୁମ୍ବକୀୟ ବଳ ଏକ ଅଣ-ସଂସ୍ପର୍ଶ ବଳ ଏବଂ ଏହା ଆକର୍ଷଣ ବଳ ବା ବିକର୍ଷଣ ବଳ ହୋଇପାରେ ।
(vi) ଚୁମ୍ବକୀୟ ବଳର ଉତ୍ସ ହେଉଛି ଚୁମ୍ବକର ମେରୁ ।

କାର୍ଯ୍ୟ ୫ : ଆସ ପରୀକ୍ଷା କରିବା
ଚୁମ୍ବକୀୟ ବଳ ଏକ ଅଣ-ସଂସ୍ପର୍ଶ ବଳ, ଏହା ଜାଣିବା ପାଇଁ ଏକ ପରୀକ୍ଷା :
(i) ଦୁଇଟି ବଳୟ ଚୁମ୍ବକ (ring magnet) ଏବଂ କାଠ ଦଣ୍ଡ ନିଆଯାଉ ।
(ii) କାଠ ଟେବୁଲ୍ ଉପରେ ଉଲୁମ୍ବ ଭାବରେ କାଠଦଣ୍ଡକୁ ଧରି ରଖ୍ ତା’ ଉପରେ ଗୋଟିଏ ବଳୟ ଚୁମ୍ବକ ଭର୍ତ୍ତି କରାଯାଉ ।
(iii) ଦ୍ଵିତୀୟ ବଳୟ ଚୁମ୍ବକକୁ ଏହା ଉପରେ ଭର୍ତ୍ତି କରାଯାଉ ଯେପରି ଦୁଇଟି ଚୁମ୍ବକର ସମାନ ମେରୁ ପରସ୍ପରକୁ ମୁହାଁଇ ରହିବ । ଦ୍ଵିତୀୟ ଚୁମ୍ବକ ପ୍ରଥମ ଚୁମ୍ବକ ସହ ଲାଗି ନ ରହି, ଭାସମାନ ଅବସ୍ଥାରେ ରହିବା ଆବଶ୍ୟକ ।
(iv) ଦ୍ଵିତୀୟ ଚୁମ୍ବକକୁ ଧୀରେ ଧୀରେ ତଳକୁ ଠେଲିଲେ ଆମେ ଏଥରେ ଦୁଇଟି ବଳୟ ଚୁମ୍ବକ ମଧ୍ୟରେ ବଳ
(v) ଉଭୟ ଚୁମ୍ବକର ମେରୁକୁ ଓଲଟା ରଖାଯାଉ । ଦ୍ଵିତୀୟ ଚୁମ୍ବକ ଭାସମାନ ଅବସ୍ଥାରେ ରହିବ ।
(vi) ଆମେ ଜାଣିଲୁ ଯେ ଏକ ଚୁମ୍ବକ ଅନ୍ୟ ଏକ ଚୁମ୍ବକୀୟ ପଦାର୍ଥ ଉପରେ ପ୍ରୟୋଗ କରୁଥିବା ବଳକୁ ଚୁମ୍ବକୀୟ
ବଳ (magnetic force) କୁହାଯାଏ । ଯେହେତୁ ଦୁଇଟି ଚୁମ୍ବକ ସଂସ୍ପର୍ଶରେ ଆସି ଦୂରରୁ ପରସ୍ପର ବଳ ପ୍ରୟୋଗ କରିପାରିବେ ଏହାକୁ ଏକ ଅଣ-ସଂସ୍ପର୍ଶ ବଳ କୁହାଯାଏ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 5

ସ୍ଥିର-ବୈଦ୍ୟୁତିକ ବଳ (Electrostatic Force)
ଦୁଇଟି ବସ୍ତକୁ ଗୋଟିଏ ପୃଷ୍ଠରେ ଏକାଠି ଘଷିଲେ, ଘଷାଯାଇଥିବା ପୃଷ୍ଠରେ ବୈଦ୍ୟୁତିକ ଚାର୍ଜ ଉତ୍ପନ୍ନ ହୁଏ । ଏହି ଚାର୍ଜଗୁଡ଼ିକୁ ସ୍ଥିରଚାର୍ଜ (Static charge) କୁହାଯାଏ । ସେମାନେ ଗତି କରନ୍ତି ନାହିଁ । ସ୍ଥିର ଚାର୍ଜ ଗ୍ରହଣ କରୁଥିବା ବସ୍ତୁକୁ ଏକ ଚାର୍ଜିତ ବସ୍ତୁ କୁହାଯାଏ । ଏକ ଚାର୍ଜିତ ବସ୍ତୁ ଅନ୍ୟ ଚାର୍ଜ ନଥିବା ବସ୍ତୁ ଯଥା ଛୋଟ କାଗଜ ଖଣ୍ଡ ଉପରେ ବଳ ପ୍ରୟୋଗ କରି ସେଗୁଡ଼ିକୁ ଆକର୍ଷଣ କରେ । ବସ୍ତୁଗୁଡ଼ିକ ସଂସ୍ପର୍ଶରେ ଆସି ମଧ୍ଯ ଏହି ବଳ କାର୍ଯ୍ୟକାରୀ ହେଉଥ‌ିବାରୁ ସ୍ଥିର ବୈଦ୍ୟୁତିକ ବଳକୁ ଏକ ଅଣ-ସଂସ୍ପର୍ଶୀ ବଳ କୁହାଯାଏ । ଏହି ବଳ ଆକର୍ଷଣ ବଳ କିମ୍ବା ବିକର୍ଷଣ ବଳ ହୋଇପାରେ । ଏହାର ଉତ୍ସ ହେଉଛି ଚାର୍ଜ ।

ଉଦାହରଣ :
(i) ଗୋଟିଏ ପାନିଆକୁ ମୁଣ୍ଡ ଚୁଟିରେ ଘଷିଲେ ଚୁଟି ଯୁକ୍ତ ଚାର୍ଜ ଓ ପାନିଆ ବିଯୁକ୍ତ ଚାର୍ଜ ପ୍ରାପ୍ତ ହୁଏ ।
(ii) ଗୋଟିଏ କାଚରଡ଼କୁ ରେଶମ କପଡ଼ାରେ ଘଷିଲେ କାଚଦଣ୍ଡ ଯୁକ୍ତ ଚାର୍ଜ ଓ ରେଶମ ବିଯୁକ୍ତ ଚାର୍ଜ ବହନ କରେ ।
(iii) ବେଲୁକୁ ପଶମ କପଡ଼ାରେ ଘଷିଲେ ପଶମ କପଡ଼ା ଯୁକ୍ତ ଚାର୍ଜ ଓ ବେଲୁନ୍ ବିଯୁକ୍ତ ଚାର୍ଜ ବହନ କରେ ।
(iv) ଦୁଇଟି ସମଚାର୍ଜ ପରସ୍ପରକୁ ବିକର୍ଷଣ କରନ୍ତି ଏବଂ ପରସ୍ପର ବିପରୀତ ଚାର୍ଜ ପରସ୍ପରକୁ ଆକର୍ଷଣ କରନ୍ତି ।

Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ

କାର୍ଯ୍ୟ ୬ : ଆସ ପରୀକ୍ଷଣ କରିବା
ସ୍ଥିର ବୈଦ୍ୟୁତିକ ବଳ ପାଇଁ ପରୀକ୍ଷା :
(i) ଏକ ପ୍ଲାଷ୍ଟିକ୍ ସ୍କେଲ୍ କିମ୍ବା ଏକ ସରୁ ପ୍ଲାଷ୍ଟିକ୍ ନଳୀ (straw), ପଲିଥୁନ୍ ଖଣ୍ଡ ଏବଂ ଛୋଟ କାଗଜ ଖଣ୍ଡ ନିଆଯାଉ ।
(ii) ପଲି ଥ୍ ନ୍ ସହିତ ପ୍ଲାଷ୍ଟିକ୍ ନଳୀ ବା ସ୍କେଲ୍ କୁ ଜୋର୍ ରେ ଘଷାଯାଉ । ଘଷି ହୋଇଥ‌ିବା ଅଂଶକୁ ହାତରେ କିମ୍ବା କୌଣସି ଧାତୁ ବସ୍ତରେ ସ୍ପର୍ଶ କରାନଯାଉ ।
(iii) ଏବେ, ଏହାକୁ ଟେବୁଲରେ ରଖାଯାଇଥିବା ଛୋଟ କାଗଜ ଖଣ୍ଡ ପାଖକୁ ଅଣାଯାଉ । କାଗଜ ଖଣ୍ଡକୁ ସ୍ପର୍ଶ ନକରିବା ପାଇଁ ସତର୍କ ରହିବା ଉଚିତ ।
ଛୋଟ କାଗଜ ଖଣ୍ଡକୁ ଆକର୍ଷିତ କରୁଥିବା ଚାର୍ଜିତ ପ୍ଲାଷ୍ଟିକ୍ ସ୍କେଲ୍
(iv) ପ୍ଲାଷ୍ଟିକ୍ ସ୍କେଲ୍‌ ବା ନଳୀ କାଗଜଖଣ୍ଡ ଆଡ଼କୁ ଆଣିଲେ ସେଗୁଡ଼ିକ ଟାଣି ହୋଇଯାଏ ଏବଂ ସ୍କେଲ୍/ନଳୀ ସହିତ ଲାଗିଯାଏ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 6

କାର୍ଯ୍ୟ – ୭ : ଆସ ଆମେ ପରୀକ୍ଷଣ କରିବା
ଦୁଇଟି ସମଚାର୍ଜ ମଧ୍ଯରେ ବିକର୍ଷଣ ଏବଂ ପରସ୍ପର ବିପରୀତ ଚାର୍ଜ ମଧ୍ଯରେ ଆକର୍ଷଣ ଜାଣିବାପାଇଁ ପରୀକ୍ଷା :
(i) ଦୁଇଟି ବେଲୁନ୍, ଏକ ଲମ୍ବା ସୂତା ଏବଂ ପଶମ କପଡ଼ା ନି ଆଯାଉ ।
(ii) ଦୁଇଟି ବେଲୁନ୍ ଫୁଲାଇ ଏପରି ଭାବରେ ଟଣାଯାଉ ଯେ (ଚିତ୍ର (କ)ରେ ଦେଖାଯାଇଥିବା ପରି) ସେମାନେ ପରସ୍ପରକୁ ସ୍ପର୍ଶ କରିବେ ନାହିଁ ।
(iii) ପଶମ କପଡ଼ାରେ ଉଭୟ ବେଲୁନ୍ ଘଷି ସେଗୁଡ଼ିକୁ ଛାଡ଼ି ଦିଆଯାଉ । ଘଷି ହୋଇଥିବା ବେଲୁନ୍ ଆଙ୍ଗୁଠିରେ ସ୍ପର୍ଶ ନ କରିବା ଆବଶ୍ୟକ ଦେଖାଯିବ ଯେ ବେଲୁନ୍ ଦୁଇଟି ପରସ୍ପରଠାରୁ ଦୂରକୁ ଚାଲିଯାଉଛନ୍ତି ଯେପରି ସେମାନେ ପରସ୍ପରକୁ ବିକର୍ଷଣ କରୁଛନ୍ତି ।
(iv) ଏବେ ବେଲୁନ୍ ଘଷିବାପାଇଁ ବ୍ୟବହୃତ ପଶମ କପଡ଼ାକୁ ଘଷି ହୋଇଥବା ଗୋଟିଏ ବେଲୁନ୍ ପାଖକୁ ଅଣାଯାଉ । ସେମାନେ ପରସ୍ପର ଆଡ଼କୁ ଗତି କରୁଛନ୍ତି, ଯେପରି ସେମାନେ ପରସ୍ପରକୁ ଆକର୍ଷିତ କରୁଛନ୍ତି ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 7
(କ) ଦୁଇଟି ଚାର୍ଜ ହୋଇନଥିବା ବେଲୁନ (ଖ) ଦୁଇଟି ଚାର୍ଜ ହୋଇଥିବା ବେଲୁନ୍

ଏହି ପରୀକ୍ଷାରୁ ଜଣାଗଲା ଯେ, ବେଲୁନ୍ ଦୁଇଟି ସମଚାର୍ଜ (ବିଯୁକ୍ତ ଚାର୍ଜ) ପ୍ରାପ୍ତ ହୋଇଥିବାରୁ ସେମାନେ ବିକର୍ଷିତ ହୋଇ ପରସ୍ପର ଦୂରେଇ ଗଲେ । ଅନ୍ୟପକ୍ଷରେ ଚାର୍ଜଯୁକ୍ତ ବେଲୁନ୍ ଓ ଅଶମ କପଡ଼ା ପରସ୍ପରକୁ ଆକର୍ଷଣ କରିବେ । ଏଠାରେ ବେଲୁନ୍ ବିଯୁକ୍ତ ଚାର୍ଜ ଓ ପଶମ କପଡ଼ା ଯୁକ୍ତ ଚାର୍ଜ ବହନ କରିଥାନ୍ତି । ଏଣୁ ସ୍ଥିର ଚାର୍ଜ ଦୁଇ ପ୍ରକାର ହୋଇଥାଏ, ଯଥା— ଗୋଟିଏ ଯୁକ୍ତାତ୍ମକ (positive) ଚାର୍ଜ ଓ ଅନ୍ୟଟି ବିଯୁକ୍ତାତ୍ମକ ଚାର୍ଜ (Negative) ।

ପରିପଥରେ ବିଦ୍ୟୁତ୍ ସ୍ରୋତ – ଚାର୍ଜଗୁଡ଼ିକ ବୈଦ୍ୟୁତିକ ପରିପଥରେ ଗତି କରିବା ସମୟରେ ବିଦ୍ୟୁତ ପ୍ରବାହିତ ହୁଏ । ଏହି ସ୍ରୋତ ବତୀକୁ ଆଲୋକିତ କରେ ତାପ ଉତ୍ପନ୍ନକରେ ଏବଂ ଚୁମ୍ବକୀୟ ପ୍ରଭାବ ସୃଷ୍ଟି କରେ ।

ମାଧ୍ୟାକର୍ଷଣ ବଳ (Gravitational Force)
ମାଧ୍ୟାକର୍ଷଣ ବଳ ହେଉଛି ମହାକର୍ଷଣ ବଳର ଏକ ରୂପ । ବିଶ୍ଵରେ ଯେ କୌଣସି ଦୁଇଟି ଅଲଗା ଅଲଗା ବସ୍ତତ୍ଵ ଯୋଗୁ ପରସ୍ପରକୁ ଆକର୍ଷଣ କରନ୍ତି । ଏହାକୁ ମହାକର୍ଷଣ ବଳ କୁହାଯାଏ । ମହାକର୍ଷଣ ବଳ ଏକ ଆକର୍ଷଣ ବଳ ଏବଂ ଏହାର ଉତ୍ସ ହେଉଛି ବସ୍ତୁତ୍ଵ । ଯେଉଁ ବଳ ସାହାଯ୍ୟରେ ପୃଥ୍ବୀ ତାର କେନ୍ଦ୍ର ଆଡ଼କୁ ସମସ୍ତ ବସ୍ତୁକୁ ଆକର୍ଷଣ କରେ, ତାହାକୁ ମାଧ୍ୟାକର୍ଷଣ ବଳ କହନ୍ତି । ବିନା ସଂସ୍ପର୍ଶରେ ଏହି ବଳ କାର୍ଯ୍ୟ କରୁଥିବାରୁ ଏହା ଏକ ଅଣ-ସଂସ୍ପର୍ଶୀ ବଳ ଅଟେ ।

ଯେତେବେଳେ କୌଣସି ବସ୍ତୁକୁ ପୃଥ‌ିବୀ ପୃଷ୍ଠରୁ ସିଧା ଉପରକୁ ଫିଙ୍ଗି ଦିଆଯାଏ, ଏହା ଭୂଲମ୍ବ ଦିଗରେ ଉପରକୁ ଗତି କରେ । ଉଚ୍ଚତମ ବିନ୍ଦୁରେ କ୍ଷଣିକ ପାଇଁ ଏହା ଅଟକି ଯାଏ, ତା’ପରେ ସିଧା ଭୁଲମ୍ବ ପଥରେ ପୃଥିବୀ ପୃଷ୍ଠକୁ ଫେରିଆସେ । ଉପରକୁ ଉଠିବା ସମୟରେ ବସ୍ତର ବେଗ କ୍ରମଶଃ ହ୍ରାସପାଏ । ସେହିପରି ତଳକୁ ଖସିବା ସମୟରେ ଏହାର ବେଗ କ୍ରମଶଃ ବୃଦ୍ଧିପାଏ ଏବଂ ଭୂପୃଷ୍ଠରେ ପହଞ୍ଚିବା ସମୟରେ ବେଗ ସର୍ବାଧ୍ଯକ ହୁଏ । ଏହାକୁ ବସ୍ତର ଭୂଲମ୍ବଗତି (Vertical motion) କୁହାଯାଏ ।

କାର୍ଯ୍ୟ – ୮ : ଆସ ପର୍ଯ୍ୟବେକ୍ଷଣ କରିବା
ମାଧ୍ୟାକର୍ଷଣ ବଳ ପାଇଁ ଏକ ପର୍ଯ୍ୟବେକ୍ଷଣ :
(i) ଏକ ବଲ୍‌ ନିଆଯାଉ ଏବଂ ଏହାକୁ ଭୂଲମ୍ବ ଭାବରେ ଉପରକୁ ଫିଙ୍ଗି ଦିଆଯାଉ । କିଛି ଉପରକୁ ଯାଇ ଏହା ତଳକୁ ପଡ଼ିଯିବ ।
(ii) ଏବେ ଏହାକୁ ପୁଣି ଥରେ ଅଧ‌ିକ ଜୋର୍‌ରେ ଫିଙ୍ଗି ଦିଅ । ଏହା କ’ଣ ପୁଣି ତଳକୁ ଖସି ଭୂମିରେ ପଡ଼ିବ ।
(iii) ଆମ ଚାରିପାଖରେ ଥ‌ିବା ବିଭିନ୍ନ ପରିସ୍ଥିତି ବିଷୟରେ ଚିନ୍ତା କରାଯାଉ, ଯେଉଁଠାରେ ଯେକୌଣସି ଦିଗରେ ଫିଙ୍ଗା ଯାଇଥବା ଯେକୌଣସି ବସ୍ତୁ ଶେଷରେ ଭୂମିରେ ପଡ଼ିଯାଏ ।
(iv) ଯେହେତୁ ସମସ୍ତ ବସ୍ତୁ ପୃଥ‌ିବୀ ଆଡ଼କୁ ପଡ଼େ, ଏହାର ଅର୍ଥ ହେଉଛି ପୃଥ‌ିବୀ ସେମାନଙ୍କୁ ଆକର୍ଷଣ କରେ (ଟାଣିଥାଏ) । ଯେଉଁ ବଳ ସାହାଯ୍ୟରେ କୌଣସି ବସ୍ତୁ ସ୍ଵ ସ୍ଵ ବସ୍ତୁତ୍ଵ ଯୋଗୁଁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷିତ କରେ ତାହାକୁ ମହାକର୍ଷଣ ବଳ (gravitational force) ବା ଗୁରୁତ୍ୱାକର୍ଷଣ ବଳ କୁହାଯାଏ । ପୃଥ‌ିବୀ ଦ୍ଵାରା ଅନ୍ୟ ବସ୍ତ ଉପରେ ପ୍ରୟୋଗ କରାଯାଇଥିବା ମହାକର୍ଷଣ ବଳକୁ ମାଧ୍ୟାକର୍ଷଣ ବଳ (force of gravity) କିମ୍ବା କେବଳ ମାଧ୍ୟାକର୍ଷଣ (gravity) କୁହାଯାଏ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 8
ଚିତ୍ର-ପୃଥ‌ିବୀ ଆଡ଼କୁ ପଢୁଥ‌ିବା କିଛି ବସ୍ତ

ଓଜନ ଏବଂ ଏହାର ମାପ (Weight and its measurement)
(i) ପୃଥ‌ିବୀ ଯେଉଁ ବଳ ସହିତ ଏକ ବସ୍ତୁକୁ ନିଜ ଆଡ଼କୁ ଟାଣେ ତାହାକୁ ବସ୍ତୁର ଓଜନ (Weight) କୁହାଯାଏ ।
(ii) ପୃଥ‌ିବୀ ଏକ ବସ୍ତୁକୁ କେତେ ଜୋରରେ ନିଜ ଆଡକୁ ଟାଣିଥାଏ, ତାହାର ଓଜନ ହିଁ ଏହାର ପରିମାପକ ।
(iii) ଯେହେତୁ ଓଜନ ଏକ ବଳ, ଏହାକୁ ବଳ ସହିତ ସମାନ ଏକକରେ ମାପ କରାଯାଏ । ତେଣୁ, ଓଜନର SI ଏକକ ମଧ୍ୟ ନ୍ୟୁଟନ୍ (Newton (N) ଅଟେ ।

କାର୍ଯ୍ୟ – ୯ : ଆସ ଅନ୍ଵେଷଣ କରିବା
ବିଭିନ୍ନ ବସ୍ତର ଓଜନ ଭିନ୍ନଭିନ୍ନ, ଏହାର ଏକ ଅନ୍ଵେଷଣ :
(i) ଏକ ସ୍ପ୍ରିଙ୍ଗ୍ ଏବଂ ବିଭିନ୍ନ ଓଜନର କିଛି ବସ୍ତୁ ନିଆଯାଉ, ଯେପରିକି ଏକ ପେନ୍‌ସିଲ୍ ବାକ୍ସ, ଏକ ଟିଫିନ୍ ବାକ୍ସ ଏବଂ ଏକ ଛୋଟ ପଥର ।
(ii) ସ୍ପ୍ରିଙ୍ଗ୍‌ର ଗୋଟିଏ ମୁଣ୍ଡକୁ ଏକ କଣ୍ଟାରୁ ଟଙ୍ଗାଯାଉ । ଅନ୍ୟ ମୁଣ୍ଡରୁ ଏକ ବସ୍ତକୁ ଝୁଲାଯାଉ ଏବଂ ସ୍ପ୍ରିଙ୍ଗ୍ ପର୍ଯ୍ୟବେକ୍ଷଣ କରାଯାଉ । ସ୍ପିଙ୍ଗ୍ କ’ଣ ପ୍ରସାରିତ ହେବ ।
(iii) ବର୍ତ୍ତମାନ ଅନ୍ୟ ବସ୍ତଗୁଡ଼ିକୁ ଗୋଟିଏ ଗୋଟିଏ କରି ଝୁଲାଯାଉ ଏବଂ ପ୍ରତ୍ୟେକ ଥର ସ୍ପ୍ରିଙ୍ଗର ବିସ୍ତାର ଲକ୍ଷ୍ୟ କରାଯାଉ । ପ୍ରତ୍ୟେକ ବସ୍ତଦ୍ୱାରା ସୃଷ୍ଟି ହୋଇଥିବା ବିସ୍ତାର କ’ଣ ସମାନ ହେବନାହିଁ ।
(iv) ସେତେ ବେଳେ ଏକ ବସ୍ତୁକୁ ସ୍ପ୍ରିଙ୍ଗ୍ରୁ ଝୁଲାଇ ଦି ଆଯାଏ, ସେତେବେଳେ ପୃଥବୀ ଦ୍ଵାରା ବସ୍ତୁ ଉପରେ ପ୍ରୟୋଗ ହୋଇଥୁବା ବଳ ଯୋଗୁଁ ସ୍ପ୍ରିଙ୍ଗ୍ ବିସ୍ତାରିତ ହୁଏ । ଆମେ ଦେଖୁ ଯେ ସ୍ପ୍ରିଙ୍ଗ୍‌ର ସୃଷ୍ଟି ହୋଇଥୁବା ବିସ୍ତାର ବିଭିନ୍ନ ବସ୍ତ ପାଇଁ ଭିନ୍ନ । ଏହା ସୂଚିତ କରେ ଯେ ପୃଥ‌ିବୀ ବିଭିନ୍ନ ବସ୍ତକୁ ବିଭିନ୍ନ ବଳରେ ଟାଣେ, ଅର୍ଥାତ୍‌, ବିଭିନ୍ନ ବସ୍ତୁର ଓଜନ ଭିନ୍ନ ଭିନ୍ନ ଅଟେ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 9
(କ) ଝୁଲନ୍ତା ସ୍ପ୍ରିଙ୍ଗ୍
(ଖ) ସ୍ପ୍ରିଙ୍ଗ୍ରୁ ଦୁଇଟି ଝୁଲନ୍ତା ବସ୍ତୁ

ସ୍ପ୍ରିଙ୍ଗ୍ ନିକିତି (Spring Balance)
(i) ସ୍ପ୍ରିଙ୍ଗ୍ ନିକିତି (balance) ହେଉଛି ଓଜନ (ବଳ) ମାପ କରିବାପାଇଁ ବ୍ୟବହୃତ ଏକ ସରଳ ଉପକରଣ ।
(ii) ଏଥ‌ିରେ ଗୋଟିଏ ମୁଣ୍ଡରେ ଦୃଢ଼ ଭାବରେ ସଂଲଗ୍ନ ହୋଇଥିବା ଏକ ସ୍ପ୍ରିଙ୍ଗ ଥାଏ, ଅନ୍ୟ ମୁଣ୍ଡରେ ଏକ ହୁକ ଲାଗିଥାଏ ।
(iii) ଯେତେବେଳେ ଆମେ ହୁକରୁ ଏକ ବସ୍ତକୁ ଝୁଲାଇ ଦେଇ, ସ୍ପ୍ରିଙ୍ଗ୍ ବିସ୍ତାରିତ ହୁଏ ଏବଂ ବିସ୍ତାର ପରିମାଣ ବସ୍ତର ଓଜନ ସୂଚାଏ ।
(iv) ଏହାର ନିକିତି ଉପରେ ଏକ ସ୍କେଲ୍ ଅଛି ଯାହା ନ୍ୟୁଟନ (N) ଏକକରେ ଓଜନ (ବଳ) ଦେଖାଇବା ପାଇଁ ଚିହ୍ନିତ ହୋଇଥାଏ ।
(v) ସାଧାରଣତଃ, ବସ୍ତୁତ୍ଵର ଅନୁରୂପ ମୂଲ୍ୟ ଗ୍ରାମ (g)ରେ ଦେଖାଇବାପାଇଁ ଆଉ ଏକ ସ୍କେଲ୍ ମଧ୍ୟ ଅଛି ।
(vi) ଏହି ମୂଲ୍ୟଗୁଡ଼ିକୁ ଏହି ଧାରଣା ସହିତ ଚିହ୍ନିତ କରାଯାଇଛି ଯେ ସ୍ପ୍ରିଙ୍ଗ୍ ନିକିତି ପୃଥ‌ିବୀରେ ବ୍ୟବହୃତ ହୁଏ ଏବଂ ପୃଥ‌ିବୀର ମାଧ୍ୟାକର୍ଷଣ ବଳ ନିକଟବର୍ତ୍ତୀ ବସ୍ତୁକୁ ଆକର୍ଷିତ କରେ ।

କାର୍ଯ୍ୟ – ୧୦ : ଆସ ପର୍ଯ୍ୟବେକ୍ଷଣ କରିବା

ସ୍ପ୍ରିଙ୍ଗ ବାଲାନ୍ସ ମାପ କରିପାରୁଥିବା କ୍ଷୁଦ୍ରତ୍ତମ ମାନ :
(i) ସ୍ପ୍ରିଙ୍ଗ୍ ବାଲାନ୍ସ ଏକ ମାପକ ଯନ୍ତ୍ର ।
(ii) ଏହାର ମାପିବାର ସର୍ବାଧ‌ିକ ଓଜନ ହେଉଛି 10 N । ତେଣୁ, ଏହି ସ୍କେଲର ପରିସର 0 ରୁ 10 N ମଧ୍ୟରେ ହୋଇଥାଏ ।
(iii) ଦୁଇଟି ବଡ଼ ଚିହ୍ନ ମଧ୍ଯରେ ଓଜନ ପାର୍ଥକ୍ୟ ହୋଇଛି ? ) ଏବଂ 01 N ମଧ୍ଯରେ କିମ୍ବା କେତେ ସୂଚିତ 01 N ଏବଂ 02 N ମଧ୍ୟରେ ସୂଚିତ ଓଜନ ପାର୍ଥକ୍ୟ 1 N ଅଟେ ।
(iv) ଗୋଟିଏ ଛୋଟ ଭାଗ 1N/5 = 0.2N ସୂଚିତ କରୁଛି ।
(v) ତେଣୁ ସ୍ପ୍ରିଙ୍ଗ୍ ବାଲାନ୍ସ ପଢ଼ିପାରୁଥିବା ସବୁଠାରୁ ଛୋଟ ମୂଲ୍ୟ ହେଉଛି 0.2N ।

ସ୍ପ୍ରିଙ୍ଗ ବାଲାନ୍ସ ବ୍ୟବହାର କରି ବସ୍ତର ଓଜନ ନିର୍ଣ୍ଣୟ :
(i) ସ୍ପ୍ରିଙ୍ଗ୍ ବାଲାନ୍ସ ମାପ କରିପାରୁଥିବା ସର୍ବାଧ‌ିକ ଓଜନ ମୂଲ୍ୟ ଅପେକ୍ଷା କମ୍ ଓଜନର ବସ୍ତୁକୁ ଏଥିରେ ମାପ କରାଯାଏ । ଅଧିକ ଓଜନର ବସ୍ତର ଓଜନ ମାପକରିବାଦ୍ୱାରା ସ୍ପ୍ରିଙ୍ଗ୍ ବାଲାନ୍ସ କ୍ଷତିଗ୍ରସ୍ତ ହୋଇପାରେ ।
(ii) ସ୍ପ୍ରିଙ୍ଗ୍ ବାଲାନ୍ସର ହୁକରୁ ବସ୍ତୁଟିକୁ ଝୁଲାଇ ରଖାଯାଏ ।
(iii) ବସ୍ତର ବାମ ପାର୍ଶ୍ଵରେ ଦେଖାଯାଉଥିବା ସ୍କେଲରୁ ସ୍ପ୍ରିଙ୍ଗର ସର୍ବୋଚ୍ଚ ପ୍ରସାରଣ ସ୍ଥାନାଙ୍କ ଦେଖୁ ବସ୍ତୁଟିର ଓଜନ ନିରୂପଣ କରାଯାଏ ।

ବସ୍ତୁର ଓଜନରୁ ଏହାର ବସ୍ତୁତ୍ଵ ନିରୂପଣ :
(i) ସ୍ପ୍ରିଙ୍ଗ ବାଲାନ୍ସ ରେ ବସ୍ତୁର ଓଜନରୁ ଏହାର ବସ୍ତୁତ୍ଵକୁ ପରୋକ୍ଷରେ ମାପ କରାଯାଇପାରେ । ଏଠାରେ
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 10
(ii) ଅନ୍ୟ କୌଣସି ଜଣା ବସ୍ତତ୍ଵ ବିଶିଷ୍ଟ ବସ୍ତର ଓଜନ ସହିତ ଉକ୍ତ ବସ୍ତର ଓଜନକୁ ବିମ୍ ବାଲାନ୍ସଦ୍ୱାରା ତୁଳନା କରି ବସ୍ତର ନିର୍ଣ୍ଣୟ କରାଯାଇପାରେ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 11

Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ

ବସ୍ତୁତ୍ଵ ଓ ଓଜନ ମଧ୍ୟରେ ପାର୍ଥକ୍ୟ :

ବସ୍ତତ୍ଵ (Mass) ଓଜନ (Weight)
(i) ବସ୍ତରେ ଥ‌ିବା ପଦାର୍ଥର ପରି ମାଣକୁ ବସ୍ତତ୍ଵ କହନ୍ତି । (i) ବସ୍ତଠାରେ କାର୍ଯ୍ୟକାରୀ ହେଉଥ‌ିବା ପୃଥ‌ିବୀର ମାଧ୍ୟାକର୍ଷଣ ବଳକୁ ବସ୍ତୁର ଓଜନ କହନ୍ତି ।
(ii) ବିଶ୍ଵର ବିଭିନ୍ନ ସ୍ଥାନରେ ବସ୍ତର ବସ୍ତୁତ୍ଵ ସମାନ । (ii) ବିଶ୍ୱର ବିଭିନ୍ନ ସ୍ଥାନରେ ବସ୍ତର ଓଜନ ଭିନ୍ନ ଭିନ୍ନ ।
(iii) ବସ୍ତୁତ୍ଵ ସାଧାରଣ ନିକିତିରେ ମାପ କରାଯାଏ । (iii) ଓଜନ କମାନୀ ନିକିତିରେ ମାପ କରାଯାଏ ।
(iv) ବସ୍ତତ୍ଵର ଏକକ ଗ୍ରାମ ବା କି.ଗ୍ରା. (iv) ଓଜନର ଏକକ ନିଉଟନ ।

ଗୋଟିଏ ବସ୍ତର ଓଜନ ବିଭିନ୍ନ ଗ୍ରହ/ଉପଗ୍ରହମାନଙ୍କରେ ଭିନ୍ନ ଭିନ୍ନ :
ବସ୍ତୁର ବସ୍ତୁତ୍ଵ ବିଶ୍ଵର ସବୁ ସ୍ଥାନରେ ସମାନ ହେଲେ ମଧ୍ୟ ସେହି ବସ୍ତର ଓଜନ ଭିନ୍ନ ଭିନ୍ନ ଗ୍ରହରେ ଭିନ୍ନଭିନ୍ନ । ଏହାର କାରଣ ହେଉଛି ଗୋଟିଏ ବସ୍ତ` ଉପରେ ବିଭିନ୍ନ ଗ୍ରହର ମାଧ୍ୟାକର୍ଷଣ ବଳ ଭିନ୍ନ ଭିନ୍ନ ଅଟେ ।
ଚନ୍ଦ୍ରର ମାଧ୍ୟାକର୍ଷଣବଳ ପୃଥ‌ିବୀର ମାଧ୍ୟାକର୍ଷଣ ବଳର \(\frac{1}{6}\) ଗୁଣ ଯୋଗୁଁ ଗୋଟିଏ ବସ୍ତର ଓଜନ ପୃଥ‌ିବୀ ପୃଷ୍ଠରେ ଯାହାହେବ ଚନ୍ଦ୍ରପୃଷ୍ଠରେ ଏହାର \(\frac{1}{6}\) ଗୁଣ ହେବ ।

ନିମ୍ନ ସାରଣୀରେ ଗୋଟିଏ ୧ କି.ଗ୍ରା. ବସ୍ତର ଓଜନ ବିଭିନ୍ନ ଗ୍ରହରେ କେତେହେବ ସେଗୁଡ଼ିକ ପ୍ରଦତ୍ତ ହେଲା ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 12
ବୃହସ୍ପତି ଗ୍ରହର ମାଧ୍ୟାକର୍ଷଣବଳ ସର୍ବାଧ‌ିକ ଏବଂ ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ସର୍ବନିମ୍ନ ।

ପ୍ଳବନ ବଳ (Buoyant Force)
କେତେକ ବସ୍ତୁ ଜଳରେ ବୁଡ଼ିଯାଆନ୍ତି ଏବଂ ଅନ୍ୟ କେତେକ ଜଳ ଉପରେ ଭାସିରହନ୍ତି । ପୃଥ‌ିବୀର ମାଧ୍ୟାକର୍ଷଣ ବଳ ପ୍ରତ୍ୟେକ ବସ୍ତ ଉପରେ କାର୍ଯ୍ୟକାରି ହେଲେ ମଧ୍ୟ କେତେକ ପଦାର୍ଥ ଜଳରେ ବୁଡ଼ିଯାଆନ୍ତି ନାହିଁ । ଠିପି ବନ୍ଦଥ‌ିବା ଗୋଟିଏ ଖାଲି ପ୍ଲାଷ୍ଟିକ୍ ବୋତଲକୁ ପାଣି ଭିତରକୁ ଠେଲିଲେ ବି ତାହା ଉପରକୁ ବା ଜଳପୃଷ୍ଠଦେଶ ଆଡ଼କୁ ଉଠିଆସେ । କାରଣ ଜଳ ବା ତରଳ ପଦାର୍ଥ ନିମଜ୍ଜିତ ବସ୍ତୁ ଉପରେ ସର୍ବଦା ଏକ ଉର୍ଦୁମୁଖୀ ବଳ ପ୍ରଦାନ କରେ । ଏହାକୁ ପ୍ଳବନ ବଳ ବା ପ୍ଲବତା କହନ୍ତି । ଏହି ପ୍ଲବନ ବଳ ଜଳ, ଅନ୍ୟାନ୍ୟ ତରଳ ଏପରିକି ବାୟୁର ମଧ୍ଯ ଥାଏ । ଏହା ଏକ ସଂସ୍ପର୍ଶୀ ବଳ ଅଟେ । ପ୍ଲବନବଳର ନିମ୍ନଲିଖ୍ ଲକ୍ଷଣଗୁଡ଼ିକ ଥାଏ ।

  • ପ୍ଲାବନ ବଳ ଏକ ଉର୍ଦୁମୁଖୁ ବଳ । ଏହା ଜଳ, ତରଳପଦାର୍ଥ ଓ ବାୟୁରେ ଥାଏ
  • ପ୍ଲବନ ବଳ ମାଧ୍ୟାକର୍ଷଣ ବଳର ବୀପରିତ ଦିଗରେ କାର୍ଯ୍ୟକରେ ।
  • ବସ୍ତ୍ର ଜଳ ବା ତରଳରେ ଯେତେ ଅଧିକ ନିମଜ୍ଜିତ ହୁଏ, ପ୍ଲାବନ ବଳ ଅନୁରୁପମାତ୍ରାରେ ବୃଦ୍ଧିପାଏ ।
  • ବସ୍ତୁ ଜଳରେ ସଂପୂର୍ଣ୍ଣ ନିମଜ୍ଜିତ ହେଲେ ପ୍ଲାବନ ବଳ ସ୍ଥିର ରହେ ।
  • ପ୍ଲବନ ବଳର ପରିମାଣ ବସ୍ତଠାରେ କାର୍ଯ୍ୟକାରି ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧ‌ିକ ହେଲେ ବା ସମାନ ହେଲେ ବସ୍ତୁଟି ଜଳ ବା ତରଳରେ ଭାସିବାକୁ ଲାଗେ ।
  • ପ୍ଲବନ ବଳର ପରିମାଣ ମାଧ୍ୟାପର୍ଷଣ ବଳ ଅପେକ୍ଷା କମ୍ ହେଲେ ବସ୍ତୁଟି ଜଳରେ ବୁଡ଼ିଯାଏ ।
  • ପ୍ଳବନ ବଳ ଜଳ ବା ତରଳର ଘନତା ଉପରେ ନିର୍ଭର କରେ । ଘନତା ଯେତେ ଅଧ୍ଵ ହୁଏ, ପ୍ଲବନ ବଳ ସେତେ ବୃଦ୍ଧିପାଏ ।

ଆର୍କିମିଡ଼ିସ୍‌ଙ୍କ ନୀତି (Archamedes Principle)
ପ୍ରସିଦ୍ଧ ଗ୍ରୀକ୍ ବୈଜ୍ଞାନିକ ଆର୍କିମିଡ଼ିସ୍‌ ଜଳ ବା ତରଳ ପଦାର୍ଥର କ୍ଲବନ ବଳ ଆବିଷ୍କାର କରିଥିଲେ । ‘‘ଯେତେବେଳେ କୌଣସି ବସ୍ତୁକୁ ଜଳ ବା କୌଣସି ତରଳ ପଦାର୍ଥରେ ଆଂଶିକ ବା ସଂପୂର୍ଣ୍ଣ ଭାବେ ବୁଡ଼ାଯାଏ, ସେତେବେଳେ ବସ୍ତଟି ଏକ ଉର୍ଦ୍ଧ୍ୱମୁଖୀ ବଳ ଅନୁଭବ କରେ ଏବଂ ଏହାର ଓଜନ ହ୍ରାସ ପାଇବା ପରି ଅନୁଭୂତ ହୁଏ । ଏହି ଉର୍ଦ୍ଧ୍ୱମୁଖୀ ବଳର ପରିମାଣ ବା ଆଭାସୀ ହ୍ରାସପ୍ରାପ୍ତ ଓଜନ ବସ୍ତୁଦ୍ଵାରା ବିସ୍ଥାପିତ ଜଳ ବା ତରଳର ଓଜନ ସହ ସମାନ । ଏହାକୁ ଆର୍କିମିଡ଼ିସ୍‌ଙ୍କ ନୀତି କହନ୍ତି । ଆର୍କିମିଡ଼ିସ୍‌ଙ୍କ ନୀତି ବସ୍ତର ଜଳ ବା ତରଳରେ ଭାସିବା ବା ବୁଡ଼ିବାର କାରଣ ଦର୍ଶାଇଥାଏ ।
ଏହି ନୀତିକୁ ଅନୁସରଣ କରି ହାଇଡ୍ରୋମିଟର ଓ ଲାକ୍ଟୋମିଟର ଯନ୍ତ୍ର କାର୍ଯ୍ୟକରେ । ବସ୍ତର ଆପେକ୍ଷିକ ସାନ୍ଦ୍ରତା ନିର୍ଣ୍ଣୟ କରିବା ପାଇଁ ଆକିମିଡ଼ିସ୍‌ଙ୍କ ସୂତ୍ର ପ୍ରୟୋଗ କରିବା ହୁଏ ।
ହାଇଡ୍ରୋମିଟର ତରଳର ଆପେକ୍ଷିକ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।
ଲାକ୍ଟୋମିଟର – କ୍ଷୀରର ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।

ଜଳରେ ଭାସୁଥ‌ିବା ପଥର :
ହ୍ୟୁମିସ୍ (Pumice) ଏକ ପ୍ରକାର ପଥର ଯାହା ଆଗ୍ନେୟଗିରି ଉଦ୍‌ଗୀରଣ ସମୟରେ ସୃଷ୍ଟିହୁଏ । ଯେତେବେଳେ ପ୍ରଚୁର ଗ୍ୟାସ ଏବଂ ଜଳିୟ ବାଷ୍ପ ସହ ଲାଭା ଶିଘ୍ର ଥଣ୍ଡାହୁଏ । ଏହି ପଥର ମଧ୍ଯରେ ଗ୍ୟାସର ଛୋଟ ଫୋଟକା ଫସିଯାଇ ପଥରକୁ ହାଲୁକା ଓ ଛିଦ୍ରଯୁକ୍ତ କରାଇଥାଏ । ଏହି ଛିଦ୍ରରେ ବାୟୁ ପୂର୍ଣ୍ଣଥାଏ । ଏହି ପଥରର ଘନତା ଜଳର ଘନତାଠାରୁ କମ୍ ଯୋଗୁଁ ଏହା ଜଳରେ ଭାସେ ।

ଆମେ ଯାହା ଜାଣିଲୁ

  • ବଳ ଏକ ଭୌତିକ ପଦାର୍ଥ ଓ ବାକ୍ୟକାରକ ଯାହାକୁ କୌଣସି ବସ୍ତୁ ଉପରେ ପ୍ରୟୋଗ କଲେ’, ବସ୍ତୁଟିର ଅବସ୍ଥା (ସ୍ଥିରାବସ୍ଥା ଓ ଗତିଶୀଳ ଅବସ୍ଥା)ର ପରିବର୍ତ୍ତନ ଘଟିପାରେ । ବସ୍ତୁ ଉପରେ ପ୍ରୟୋଗ ହେଉଥିବା ଟଣା ଓ ଠେଲାକୁ ବିଜ୍ଞାନରେ ‘ବଳ’’ (Force) କୁହାଯାଏ ।
  • ଗୋଟିଏ ବସ୍ତର ଅନ୍ୟ ଏକ ବା ଏକାଧିକ ବସ୍ତର ପାରସ୍ପରିକ କ୍ରିୟାରୁ ବଳ ସୃଷ୍ଟି ହୁଏ । ଏହାର ଏକକ ହେଉଛି ନିଉଟନ୍ (Newton) ଓ ଡାଇନ୍ (Dyne).
    କୌଣସି ବସ୍ତୁ ଉପରେ ବଳ ପ୍ରୟୋଗ କରିବାପାଇଁ ଆମ ଶରୀର ଏବଂ ଭାବରେ ଶାରୀରିକ ସଂସ୍ପର୍ଶ ଆବଶ୍ୟକ ହେଲେ ଏହାକୁ ସଂସ୍ପର୍ଶ ବସ୍ତୁ ମଧ୍ୟରେ ପ୍ରତ୍ୟକ୍ଷରେ ବା ପରୋକ୍ଷ ବଳ କହନ୍ତି । ଠେଲାବଳ ଓ ଟଣାବଳ (push and pull), ମାଂସପେଶୀୟ ବଳ, ଘର୍ଷଣ ବଳ (Force of Friction) ପ୍ରଭୃତି ସଂସ୍ପର୍ଶ ବଳ କହନ୍ତି । ପ୍ଲବନ ବଳ ମଧ୍ଯ ଏକ ପ୍ରକାର ସଂସ୍ପର୍ଶ ବଳ ଅଟେ ।
  • ବସ୍ତୁ ସଂସ୍ପର୍ଶରେ ନଥିଲେ ମଧ୍ୟ ଯଦି ବସ୍ତୁ ଉପରେ ଯେଉଁ ବଳ ପ୍ରୟୋଗ କରାଯାଏ, ତାହାକୁ ଅଣ-ସଂସ୍ପର୍ଶ ବଳ (Non-Contact Force) କହନ୍ତି । ଚୁମ୍ବକୀୟ ବଳ (Magnetic Force), ସ୍ଥିର-ବୈଦ୍ୟୁତିକ ବଳ (Electrostatic Force), ମହାକର୍ଷଣ ବଳ (Gravitational Force) ଇତ୍ୟାଦି ଏହାର ଉଦାହରଣ ଅଟେ ।
    ପୃଥ‌ିବୀ ଯେଉଁ ବଳ ସହିତ ଏକ ବସ୍ତୁକୁ ନିଜ ଆଡକୁ ଆକର୍ଷଣ କରେ, ତାହାକୁ ବସ୍ତର ଓଜନ (weight) କହନ୍ତି । ଓଜନର ଏକକ ବଳର ଏକକ ସହ ସମାନ । ସ୍ପ୍ରିଙ୍ଗ ନିକିତିରେ ବସ୍ତର ଓଜନ ମାପ କରାଯାଏ ।
  • କୌଣସି ବସ୍ତୁକୁ ତରଳ ପଦାର୍ଥରେ ବୁଡ଼ାଇବା ସମୟରେ ତରଳ ପଦାର୍ଥ ବସ୍ତୁ ଉପରେ ଏକ ଉର୍ଦ୍ଧ୍ୱମୁଖୀ ବଳ ପ୍ରୟୋଗ କରେ । ଏହାକୁ ପ୍ଳବନ ବଳ (buoyant Force) କହନ୍ତି । ଏହା ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବିରୁଦ୍ଧରେ କାର୍ଯ୍ୟ କରେ ।
  • ପ୍ରସିଦ୍ଧ ଗ୍ରୀକ୍ ବୈଜ୍ଞାନିକ ଆର୍କିମିଡ଼ିସ୍‌ ପ୍ଲବନ ବଳର ଆବିଷ୍କାର କରିଥିଲେ ।
  • ବସ୍ତ କୌଣସି ତରଳ ପଦାର୍ଥରେ ନିମଜ୍ଜିତ ହେବା ସମୟରେ ଏହା ଉପରେ ଉଭୟ ପୃଥ‌ିବୀର ମାଧ୍ୟାକର୍ଷଣ ବଳ ଏବଂ ତରଳର ପ୍ଳବନ ବଳ କାର୍ଯ୍ୟକାରୀ ହୁଏ । ପ୍ରବନ ବଳ ମାଧ୍ୟାକର୍ଷଣ ବଳ ସହ ସମାନ ହେଲେ କିମ୍ବା ଅଧୂକ ହେଲେ ବସ୍ତୁଟି ତରଳ ପୃଷ୍ଠରେ ଭାସିଥାଏ, କିନ୍ତୁ ପ୍ଳବନବଳର ପରିମାଣ ମାଧ୍ୟାକର୍ଷଣ ବଳଠାରୁ କମ୍ ହେଲେ ବସ୍ତୁଟି ତରଳରେ ବୁଡ଼ିଯାଏ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

Go through BSE Odisha Class 8 Science Notes Odia Medium and Class 8 Science Chapter 2 Notes Odia Medium ଅଣୁଜୀବ ଜଗତ to understand important concepts and topics more clearly.

8th Class Science Chapter 2 Notes Odia Medium

BSE Odisha Class 8 Science Chapter 2 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ଯବକାଚ ବା ଲେନ୍ସ (Lens) :
ପୃଥ‌ିବୀର ଚତୁଃପାର୍ଶ୍ଵରେ ବିଭିନ୍ନ ଆକାର ଓ ଆକୃତିର ଜୀବ ଦେଖାଯାଆନ୍ତି । ସେମାନଙ୍କ ମଧ୍ୟରୁ କେତେକ ବଡ଼, କେତେକ ଛୋଟ ଓ ଆଉ କେତେକ ଅଛନ୍ତି ସେଗୁଡ଼ିକ ଅତି କ୍ଷୁଦ୍ର, ଯାହା ଖାଲି ଆସ୍‌ରେ ଦେଖାଯାଆନ୍ତି ନାହିଁ । ଏହି ଜୀବଗୁଡ଼ିକ ହେଲେ ଅଣୁଜୀବ ବା ଜୀବାଣୁ । ଏମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖୁହୁଏ । ବହୁବର୍ଷ ପୂର୍ବରୁ ଲୋକମାନେ ଆବିଷ୍କାର କରିଥିଲେ ଯେ ଏକ ବକ୍ରାକାର କାଚଖଣ୍ଡ ଛୋଟଛୋଟ ଜିନିଷଗୁଡ଼ିକୁ ବଡ଼ ଆକାରରେ ଦେଖାଇପାରେ ।

କାଚଖଣ୍ଡଟି ମସୁର ଡାଲି ଆକୃତି ଯାହାର ମଝି ଅଂଶ ମୋଟା ଏବଂ ଦୁଇ ଧାର ପତଳା । ତେଣୁ ସେମାନେ ଏହି କାଚଖଣ୍ଡକୁ ଯବକାଚ ବା ଲେନ୍ସ (Lens) ବୋଲି କହିଲେ ।
ସରଳ ବର୍ଷକ କାଚ (magnifying glass) ଠାରୁ ଆରମ୍ଭ କରି ଅଣୁବୀକ୍ଷଣ ଯନ୍ତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ନୂଆ ନୂଆ ଉପକରଣ ମଣିଷକୁ ସେହିସବୁ ଜିନିଷ ଦେଖୁବାରେ ସାହାଯ୍ୟ କଲା ଯାହା ସେମାନଙ୍କ ଖାଲି ଆଖ ସହଜରେ ଦେଖୁ ପାରୁ ନଥିଲେ ।

ଅଣୁବୀକ୍ଷଣ ଯନ୍ତ୍ରର ଉଦ୍ଭାବନ ଫଳରେ ସୂକ୍ଷ୍ମଜୀବରେ ପରିପୂର୍ଣ୍ଣ ଥିବା ଲୁକ୍କାୟିତ ବିଶ୍ଵକୁ ଦେଖାଇବାରେ ସାହାଯ୍ୟ କଲା । ଏହି ଅଧ୍ୟାୟରେ କିଛି ସୂକ୍ଷ୍ମ ଜୀବ ବିଷୟରେ ଅନୁସନ୍ଧାନ କରାଯାଇଛି ।

ଆମ ଚାରିପାଖରେ କେତେ ସୁନ୍ଦର ଉଭିଦ ଓ ପ୍ରାଣୀ ଅଛନ୍ତି ! କିଛି ଜୀବ ଅତି କ୍ଷୁଦ୍ର, ଆଉ କିଛି ବହୁତ ବଡ଼ । ସେମାନେ କେବଳ ସେମାନଙ୍କର ଦେହର ଗଠନରେ ନୁହେଁ ବରଂ ଅନେକ ବୈଶିଷ୍ଟ୍ୟରେ ମଧ୍ୟ ପରସ୍ପରଠାରୁ ଭିନ୍ନ । ଉଭିଦ ହେଉ କିମ୍ବା ପ୍ରାଣୀ, ଏହି ସମସ୍ତଙ୍କୁ ଜୀବ କୁହାଯାଏ ।

କାର୍ଯ୍ୟ – ୧ : ଆସ ପର୍ଯ୍ୟବେକ୍ଷଣ କରିବା :

(i) ଗୋଟିଏ ଗୋଲାକାର ତଳବିଶିଷ୍ଟ କାଚ ଫ୍ଲସ୍କ (Round-bottom flask) ନେଇ ଫ୍ଲସ୍କର ମୁହଁକୁ ଗୋଟିଏ ଠିପି (cork) ଦ୍ଵାରା ଭଲ ଭାବରେ ବନ୍ଦ କରି ଦିଆଯାଉ ।
(ii) ବର୍ତ୍ତମାନ ପ୍ଳାସ୍କକୁ ଏକ ଖୋଲା ବହି ଉପରେ ରଖ୍ ଫ୍ଲସ୍କ ମଧ୍ୟ ଦେଇ ବହିର ଅକ୍ଷରଗୁଡ଼ିକୁ ଦେଖ‌ିବାକୁ ଚେଷ୍ଟାକରାଯାଉ ।
(iii) ଆମେ ଜଳପୂର୍ଣ୍ଣ ଫ୍ଲାସ୍କ ମାଧ୍ୟମରେ ଦେଖୁଲେ ବହିରେ ଥ‌ିବା ଅକ୍ଷରଗୁଡ଼ିକ ବଡ଼ ଆକାରରେ ଦେଖାଯାଉଛି ! କାରଣ ଜଳପୂର୍ଣ ଫ୍ଲାସ୍କଟି ଏକ ବର୍ଷକ କାଚ ପରି କାର୍ଯ୍ୟ କରିଥାଏ ।
(iv) ଏବେ ଗୋଟିଏ ପ୍ରକୃତ ବର୍ଷକ କାଚ ବ୍ୟବହାର କରି ପିମ୍ପୁଡ଼ି ପରି ଛୋଟ ଜୀବକୁ ଦେଖ‌ିଲେ । ଏହାର ଶରୀରର ଅଂଶଗୁଡ଼ିକ ଅଧ‌ିକ ସ୍ପଷ୍ଟ ଭାବରେ ଦେଖୁହେବ । ବିଜ୍ଞାନର ଏହି ଆବିଷ୍କାର ଆମକୁ ପ୍ରଥମ ଥର ପାଇଁ ଏହି କ୍ଷୁଦ୍ର ଜଗତକୁ ଦେଖ‌ିବାରେ ସାହାଯ୍ୟ କଲା ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 1

୧୬୬୫ ମସିହାରେ ବୈଜ୍ଞାନିକ ରବର୍ଟ ହୁକ୍ (Robert Hooke) ମାଇକ୍ରୋଗ୍ରାଫିଆ ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ । ଏହି ପୁସ୍ତକରେ ଲୋକମାନେ ପୂର୍ବରୁ ଦେଖୁ ନଥ‌ିବା ଛୋଟ ଛୋଟ ଜିନିଷଗୁଡ଼ିକର ବିସ୍ତୃତ ଭାବରେ ବର୍ଣ୍ଣନା ଥିବା ଚିତ୍ର ସେ ଅଙ୍କନ କରିଥିଲେ । ଏହି ଜିନିଷଗୁଡ଼ିକୁ ଦେଖ‌ିବା ପାଇଁ ସେ ବ୍ୟବହାର କରୁଥିବା ଉପକରଣଟିକୁ ଅଣୁବୀକ୍ଷଣ ଯନ୍ତ୍ର (microscope) କୁହାଯାଏ ।

ଅଣୁବୀକ୍ଷଣ ଯନ୍ତ୍ରରେ ସାହାଯ୍ୟରେ ଜଣେ ବ୍ୟକ୍ତି ଏକ ବସ୍ତକୁ ଖାଲି ଆଖ୍ ତୁଳନାରେ ୨୦୦ ରୁ ୩୦୦ ଗୁଣ ବଡ଼ କରି ଦେଖିପାରେ । ଦିନେ ରବର୍ଟ ହୁକ୍ କର୍କର ଏକ ପତଳା ଖଣ୍ଡକୁ ଅଣୁବୀକ୍ଷଣ ଯନ୍ତ୍ର ତଳେ ରଖ୍ ଦେଖ‌ିଲେ ଯେ ସେଠାରେ ମହୁଫେଣାର କୋଠରୀ ପରି ଅନେକ ଛୋଟ ଖାଲି ସ୍ଥାନ ଅଛି । ପ୍ରତ୍ୟେକ ଛୋଟ ସ୍ଥାନକୁ ଏକ କୋଷ (Cell) ବୋଲି କହିଲେ ।

୧୬୬୦ ଦଶକରେ, ଡଚ୍ ବୈଜ୍ଞାନିକ ଆଣ୍ଟୋନି ଭାନ୍ ଲିଉୱିନହକ୍ (Antoni Van Leeuwenhock) ଉନ୍ନତ ଲେନ୍ସ ତିଆରି କରିଥିଲେ । ତାକୁ ବ୍ୟବହାର କରି ସେ ଅଧୂକ ଉପଯୋଗୀ ଅଣୁବୀକ୍ଷଣ ଯନ୍ତ୍ର ତିଆରି କରିବାକୁ ସକ୍ଷମ ହୋଇଥିଲେ । ସେ ବୀଜାଣୁ ଏବଂ ରକ୍ତକୋଷ ଭଳି କ୍ଷୁଦ୍ର ଜୀବନ୍ତ ଜିନିଷଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖୁବା ଏବଂ ବର୍ଣ୍ଣନା କରିବାରେ ପ୍ରଥମ ବ୍ୟକ୍ତି ଥିଲେ । ଏହି କାରଣରୁ ତାଙ୍କୁ ଅଣୁଜୀବ ବିଜ୍ଞାନର ଜନକ ଭାବରେ ପରିଚିତ ଥିଲେ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 2
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 3

କୋଷ (Cell) :
ସମସ୍ତ ଜୀବମାନଙ୍କର ଶରୀର କୋଷ ଦ୍ଵାରା ଗଠିତ । ଏହି କୋଷଗୁଡ଼ିକ ଖାଲି ଆସ୍‌ରେ ଦେଖୁହୁଏ ନାହିଁ । ଆମେ ଗୋଟିଏ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର କରି କୋଷର ଗଠନ ବିଷୟରେ ଜାଣିବା ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

କାର୍ଯ୍ୟ – ୨ : ଆସ ଗୋଟିଏ କୋଷ ଅଧ୍ୟୟନ କରିବା :
(i) ଏକ ପିଆଜ ନେଇ ଏହାକୁ ପାଣିରେ ଭଲ ଭାବରେ ଧୋଇ ଦିଆଯାଉ ।
(ii) ପିଆଜକୁ ଭୂଲମ୍ବ ଭାବରେ ଖଣ୍ଡ ଖଣ୍ଡ କରି କାଟି ଦିଆଯାଉ ।
(iii) କଟା ହୋଇଥିବା ପିଆଜରୁ ଖଣ୍ଡେ ନେଇ ଏବଂ ଫୋରସେପ (forcep) ସାହାଯ୍ୟରେ ଏହାର ଭିତର ପୃଷ୍ଠରୁ ପତଳା, ସ୍ଵଚ୍ଛ ସ୍ତର(ଅନ୍ତଃସ୍ତର)କୁ ବାହାର କରାଯାଉ । ଏହାକୁ କିଛି ବୁନ୍ଦା ସାଫ୍ରାନିନ୍ (ଲାଲ ରଙ୍ଗ) ଥିବା ଏକ ପେଟ୍ରିଡ଼ିସ୍‌ର ୩୦ ସେକେଣ୍ଡ ପାଇଁ ରଖାଯାଉ । ଏହା କୋଷଗୁଡ଼ିକୁ ଗୋଲାପୀ ରଙ୍ଗ କରିଦେବ ଏବଂ ଆମେ ଏହାକୁ ସ୍ପଷ୍ଟ ଭାବରେ ଦେଖୁପାରିବା ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 4
(iv) ପତଳା ବ୍ରଶ୍ ସାହାଯ୍ୟରେ ପିଆଜ ଅନ୍ତଃସ୍ତରକୁ ପାଣି ଥ‌ିବା ଅନ୍ୟ ଏକ ପେଟ୍ରି ଡି ସ୍‌ ରେ ରଖ୍, ଏହାକୁ ଧୋଇ ଦେଲେ ଏଥ‌ିରେ ଥ‌ିବା ଅତିରିକ୍ତ ରଙ୍ଗ ଛାଡ଼ିଯିବ ।
(v) ଏକ ପତଳା ବ୍ରଶ୍ ବ୍ୟବହାର କରି କାଚ ସ୍ଲାଇଡ଼ରେ ରଙ୍ଗ ହୋଇଥୁବ ପିଆଜ ଅନ୍ତଃସ୍ତରକୁ ସାବଧାନତାର ସହ ରଖାଯାଉ, ଯେପରି ଏହା ମାଡ଼ି ହୋଇ ନଯାଏ କିମ୍ବା ଛିଡ଼ି ନଯାଏ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 5
(ଖ) ଛୁଞ୍ଚି ବ୍ୟବହାର କରି ଗ୍ଲିସେରିନ୍‌ରେ ପିଆଜ ସ୍ତର ଲଗାଇବା
(ଗ) ମହାଇକ୍ରୋସ୍କୋପ୍ ତଳେ ପିଆଜ ସ୍ତରରେ ଗଠନ
(vi) ସ୍ଲାଇଡ଼ରେ ଏହା ଉପରେ ଗୋଟିଏ ବୁନ୍ଦା ଗ୍ଲି ସେରି ନ ପକାଯାଉ । ଗ୍ଲି ସେରି ନ କୋଷଗୁଡ଼ିକୁ ସହଜରେ ଶୁଖିବାକୁ ଦେବ ନାହିଁ ଫଳରେ କୋଷଗୁଡ଼ିକ ଭଲ ଭାବରେ ଦେଖ୍ ହେବ ।
(vii) ଏକ ଛୁଞ୍ଚି ଦ୍ଵାରା ଧୀରେ ଧୀରେ ଏହି ସ୍ତର ଉପରେ ଏକ କଭରସ୍କ୍ରିପ୍ (Cover slip) ରଖ, ଯେପରି ତା’ ତଳେ ପବନ ରହି ନଯାଏ ।
(viii) କଭର ସ୍କ୍ରିପ୍ ଚାରିପାଖକୁ ବାହାରି ଆସିଥ‌ିବା ଅତିରିକ୍ତ ଗ୍ଲିସେରିନକୁ ଖଣ୍ଡେ ବ୍ଲଟିଂ ପେପର ନେଇ ଧୀରେ ପୋଛି ଦିଆଯାଉ ।
ସାଫ୍ରାନିନ ପିଆଜଚୋପା
ଏକ ଅଣୁବୀକ୍ଷଣ ଯନ୍ତ୍ର ତଳେ ଇଟାକାନ୍ତ ପରି ପ୍ରାୟ ଆୟତାକାର କୋଠରୀ ଦେଖାଯିବ । ଏଗୁଡ଼ିକ ପିଆଜ ସ୍ତରର କୋଷ, କୋଷଗୁଡ଼ିକ ଲାଗିଲାଗି ରହିଛି ଓ ସେମାନଙ୍କ ମଧ୍ୟରେ କୌଣସି ଖାଲି ସ୍ଥାନ ନାହିଁ । ଏହି ପର୍ଯ୍ୟବେକ୍ଷଣରୁ ଆମେ ଜାଣିଲ ଯେ, ସମସ୍ତ ଉଭିଦ କୋଷରେ ଗଠିତ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 6
(ଘ) ଇଟାରେ ତିଆରି କାନ୍ଥ

କାର୍ଯ୍ୟ – ୩ : ଆସ ଅନୁସନ୍ଧାନ କରିବା :
(i) ସଫା ପାଣିରେ ତୁମ ମୁହଁକୁ ଧୋଇଦିଅ ।
(ii) ଗୋଟିଏ ସଫା ଦାନ୍ତଖୁଣ୍ଟାର ଦନ୍ଥରାମୁନ ସାହାଯ୍ୟରେ ଗାଲର ଭିତର ଭାଗକୁ ଧୀରେ ଧୀରେ ଘଷି ଦିଅ । ଗୋଟିଏ ସଫା କାଚ ସ୍ଲାଇଡ଼ରେ ପାଣି ବୁନ୍ଦାଏ ରଖୁ ସେହି ପାଣିରେ ଦାନ୍ତଖୁଣ୍ଟାରେ ଲାଗିଥିବା ଅଂଶକୁ ବୁଡ଼ାଇ ଖେଳାଇ ଦିଆଯାଉ ।
(iii) ସ୍ଲାଇଡ଼ ଉପରେ ଗୋଟିଏ ବୁନ୍ଦା ନୀଳ ମେଥୁଲିନ୍ (methylene) ପକାଇଲେ ଏହି ରଙ୍ଗ (ନୀଳ ରଙ୍ଗ) ଅଣୁବୀକ୍ଷଣ ଯନ୍ତ୍ର ତଳେ ବସ୍ତର ଦୃଶ୍ୟମାନତାକୁ ଉନ୍ନତ କରେ ।
(iv) ଗୋଟିଏ ମିନିଟ୍ ପରେ କୋଷଗୁଡ଼ିକ ନ ଶୁଖୁବା ପାଇଁ ସ୍ଲାଇଡ୍‌ରେ ଥ‌ିବା ସାମଗ୍ରୀ ଉପରେ ଗୋଟିଏ ବୁନ୍ଦା ଗ୍ଲିସେରିନ୍ ପକାଅ ।
(v) ଏବେ ସାମଗ୍ରୀ ଉପରେ ଏକ ସଫା କଭରକ୍ଲିପ୍ ରଖୁ, ବ୍ଲଟିଂ ପେପର ବ୍ୟବହାର କରି କଭରସ୍କ୍ରିପ୍‌ର ଧାରରୁ ବାହାରି ଆସିଥ‌ିବା ଅତିରିକ୍ତ ଗ୍ଲିସେରିନ୍ କୁ ପୋଛିଦିଆଯାଉ ।
ଏକ ବହୁଭୁଜ ଆକୃତିର ଚିତ୍ର ଆମେ ଦେଖୁବାକୁ ପାଇବା । । ଏଗୁଡ଼ିକ ହେଉଛି ଗାଲଭିତର କୋଷ, ଯାହା ମୁହଁର ଭିତର ପାଖ ଗଠନକୁ ସୂଚାଏ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 7

ଏଥୁରୁ ଆମେ ଜାଣିଲୁ ଯେ –
(କ) କୋଷଗୁଡ଼ିକର ତିନୋଟି ମୁଖ୍ୟ ଅଂଶ ରହିଛି – ଏକ ପତଳା ବାହ୍ୟ ଆସ୍ତରଣ, ଏକ କେନ୍ଦ୍ରୀୟ ଅଞ୍ଚଳ ଏବଂ ଏହା ଭିତରେ ଏକ ଗୋଲାକୃତି ଅଂଶ ରହିଛି । ବାହ୍ୟ ସ୍ତରକୁ ‘କୋଷଝିଲ୍ଲୀ’ (Cell membrane) କୁହାଯାଏ । ମଧ୍ୟଭାଗରେ ଥିବା ଗୋଲାକାର ଅଂଶକୁ ନ୍ୟଷ୍ଟି ବା ନ୍ୟୁକ୍ଲିୟସ୍ (Nucleus), ଯାହା ଏକ ପତଳା ଝିଲ୍ଲୀ ଦ୍ଵାରା ମଧ୍ୟ ଆଚ୍ଛାଦିତ । କୋଷ ଝିଲ୍ଲୀ ଏବଂ ନ୍ୟଷ୍ଟି ମଧ୍ୟରେ ଥ‌ିବା ସ୍ଥାନ କୋଷଜୀବକ ବା ସାଇଟୋପ୍ଲାଜମ୍ (cytoplasm) ରେ ପୂର୍ଣ୍ଣ ହୋଇଥାଏ ।

(ଖ) ଏହି ତିନୋଟି ଅଂଶ – କୋଷଝିଲ୍ଲୀ, ସାଇଟୋପ୍ଲାଜମ୍ ଏବଂ ନ୍ୟଷ୍ଟି ଏକ କୋଷର ମୌଳିକ ଅଂଶ । ପିଆଜ ସ୍ତର କୋଷ ପରି କିଛି କୋଷର ଏକ ଅତିରିକ୍ତ ବାହ୍ୟ ସ୍ତର ଥାଏ, ତାହାକୁ କୋଷଭିଭି (cell wall) କୁହାଯାଏ ।

(ଗ) କୋଷଝିଲ୍ଲୀ, ସାଇଟୋପ୍ଲାଜମ୍ ଏବଂ ନ୍ୟୁକ୍ଲିୟସ୍‌କୁ ଘେରି ରଖେ । କୋଷଝିଲ୍ଲୀ ଗୋଟିଏ କୋଷକୁ ଅନ୍ୟ କୋଷରୁ ପୃଥକ୍ କରେ । ଏହା ଛିଦ୍ରଯୁକ୍ତ ଏବଂ ଜୀବନ ପ୍ରକ୍ରିୟା ପାଇଁ ଆବଶ୍ୟକୀୟ ସାମଗ୍ରୀକୁ ପ୍ରବେଶ କରିବାରେ ସାହାଯ୍ୟ କରେ ଓ ଅଦରକାରୀ ପଦାର୍ଥକୁ ବାହାର କରିଦିଏ ।

(ଘ) ସାଇଟୋପ୍ଲାମ୍‌ରେ କୋଷର ଅନ୍ୟାନ୍ୟ ଉପାଦାନ ଏବଂ ଯୌଗିକଗୁଡ଼ିକ ଥାଏ, ଯଥା- ଶ୍ଵେତସାର ବା କାର୍ବୋହାଇଡ୍ରେଟ୍, ପୁଷ୍ଟିସାର ବା ପ୍ରୋଟିନ୍, ଚର୍ବି ଏବଂ ଖଣିଜ ଲବଣ । ଅଧିକାଂଶ ଜୀବନ ପ୍ରକ୍ରିୟା ସାଇଟୋପ୍ଲାଜମ୍ ମଧ୍ୟରେ ଘଟେ । ନ୍ୟୁକ୍ଲିୟସ୍ କୋଷ ମଧ୍ଯରେ ଘଟୁଥ‌ିବା ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ସହିତ ଏହା ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ ।

(ଙ) ଉଭିଦକୋଷରେ ଥ‌ିବା କୋଷଭିଭି ଉଭିଦଗୁଡ଼ିକୁ ଦୃଢ଼ତା ଏବଂ ଶକ୍ତି ପ୍ରଦାନ କରୁଥିବାରୁ ସମସ୍ତ କୋଷ ପରସ୍ପର ସହିତ ଘନିଷ୍ଠ ଓ ଦୃଢ଼ ଭାବରେ ଯୋଡ଼ି ହୋଇ ରହିଥିବାର ଦେଖାଯାଏ ।

ଉଭିଦର ପ୍ରତ୍ୟେକ ଅଂଶରେ ଥ‌ିବା କୋଷଗୁଡ଼ିକରେ ଏକ କ୍ଷୁଦ୍ର ରଡ଼୍ ଆକୃତିର ଅଙ୍ଗିକା (organelle) ରହିଥାଏ । ତାହାକୁ ଲବକ ବା ପ୍ଲାଷ୍ଟିଡ୍ (Plastid) କୁହାଯାଏ । କ୍ଲୋରୋପ୍ଲାଷ୍ଟ (ହରିତ୍‌ବକ) ପରି କେତେକ ପ୍ଲାଷ୍ଟିଡ୍‌ରେ ସବୁଜ କଣିକା ବା କ୍ଲୋରୋଫିଲ୍ (Chlorophyll) ଥାଏ, ଯାହା ସେମାନଙ୍କୁ ସବୁଜ କରିଥାଏ ଏବଂ ଆଲୋକ ସଂଶ୍ଳେଷଣରେ ସାହାଯ୍ୟ କରେ ।

ଉଭିଦ ଅଣୁ ସବୁଜ ଅଂଶରେ ପଦାର୍ଥ ସଂଚୟରେ ପ୍ଲାଷ୍ଟିଡ୍ ସାହାଯ୍ୟ କରେ । ଉଭିଦ କୋଷଗୁଡ଼ିକରେ ଏକ ବଡ଼ ଶୂନ୍ୟସ୍ଥାନ ରହି ଥାଏ, ଏହାକୁ ରସଧାନୀ (Vascular) କୁହାଯାଏ । ଏହା ଉଭିଦକୋଷକୁ ଗୁରୁତ୍ଵପୂର୍ଣ୍ଣ ପଦାର୍ଥ ସଂରକ୍ଷଣ କରିବାରେ, ଅଦରକାରୀ ପଦାର୍ଥଗୁଡ଼ିକୁ ବାହାର କରିବାରେ ଏବଂ କୋଷର ଆକୃତି ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଉଭିଦକୁ ଶକ୍ତି ଏବଂ ସାମର୍ଥ୍ୟ ପ୍ରଦାନ କରେ ।

ପ୍ରା । ଣ 1 କ । ଷ ର ସାଧାର ଣତଃ ର ସଧାନୀ ନଥାଏ । ଯଦି ରହିଥାଏ, ତେବେ ସେମାନେ ଅତି ଛୋଟ ଛୋଟ ହୋଇଥା’ନ୍ତି । ଏହି ଛୋଟ ର ସଧାନୀଗୁଡ଼ିକ ପାଣିରେ ଦ୍ରବୀଭୂତ କେତେକ ପଦାର୍ଥ ସଂଚୟ କରନ୍ତି । ତେଣୁ, ଗୋଟିଏ କୋଷ କେବଳ ତରଳ ପଦାର୍ଥର ଏକ ସରଳ ଥଳି ନୁହେଁ – ଏହା ବିଭିନ୍ନ ଅଂଶରେ ଗଠିତ ଏକ ଜଟିଳ ସଂରଚନା । ଏକ ଉଦ୍ଭିଦ କୋଷ ଓ ପ୍ରାଣୀ କୋଷ ଆକୃତି ଓ ଗଠନରେ ପରଷ୍ପରଠାରୁ ଭିନ୍ନ ଅଟନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 8
କୋଷଗୁଡ଼ିକର ଆକୃତି ଏବଂ ଗଠନରେ ଭିନ୍ନତା :
ମଣିଷର ମାଂସପେଶୀ କୋଷ ମାଂସପେଶୀ କୋଷ ଏକ ତାକୁଡ଼ି (spindle) ଆକୃତିର ହୋଇଥାଏ, କିନ୍ତୁ ସ୍ନାୟୁକୋଷ ବହୁତ ଲମ୍ବା ଏବଂ ପ୍ରଶାଖାଯୁକ୍ତ ହୋଇଥାଏ । କେତେକ କୋଷ ଗୋଲାକାର, କେତେକ ଲମ୍ବା ଏବଂ ପତଳା । ବିଭିନ୍ନ ଜୀବରେ କୋଷଗୁଡ଼ିକର ସଂଖ୍ୟା ମଧ୍ୟ ଅଲଗା ହୋଇଥାଏ ।
କୋଷଗୁଡ଼ିକର ଆକୃତି, ଆକାର ଏବଂ ଗଠନ ସେମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାରେ ସାହାଯ୍ୟ କରେ ।

ଗାଲ ଭିତରେ ଥ‌ିବା କୋଷଗୁଡ଼ିକ ପତଳା ଏବଂ ସମତଳ । ସେମାନେ ଗାଲ ଭିତର ପାଖରେ ଏକ ସୁରକ୍ଷା ଆସ୍ତରଣ ସୃଷ୍ଟି କରିଥାନ୍ତି । ଏହି ସ୍ନାୟୁକୋଷଗୁଡ଼ିକୁ ନ୍ୟୁରନ୍ (Neuron) କୁହାଯାଏ, ଏହି ସ୍ନାୟୁକୋଷ ଆମ ଶରୀରରେ ବାର୍ତ୍ତା ବହନ କରିଥାନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 9
ସ୍ନାୟୁକୋଷଗୁଡ଼ିକ ଲମ୍ବା ଆକୃତି ଏବଂ ଶାଖାପ୍ରଶାଖାଯୁକ୍ତ ହୋଇଥିବାରୁ ପରସ୍ପର ସମ୍ପର୍କଦ୍ଵାରା ଶରୀରର ବିଭିନ୍ନ ଅଂଶକୁ ଶୀଘ୍ର ବାର୍ତ୍ତା ପ୍ରଦାନ କରିବାରେ ସାହାଯ୍ୟ କରନ୍ତି ।
ପାଚନ ପ୍ରଣାଳୀର ବିଭିନ୍ନ ଅଂଶ ବିଭିନ୍ନ ପ୍ରକାରର କୋଷ ଦ୍ଵାରା ଗଠିତ ହୋଇଥାଏ । ଖାଦ୍ୟନଳୀରେ ମାଂସପେଶୀ କୋଷଗୁଡ଼ିକର ଏକ ଗୋଷ୍ଠୀ ତରଙ୍ଗ ପରି ସଙ୍କୁଚିତ ଏବଂ ପ୍ରସାରିତ ହୁଅନ୍ତ, ଫଳରେ ଖାଦ୍ୟ ପେଟ ଭିତରକୁ ଠେଲି ହୋଇଯାଏ ।
ମାଂସପେଶୀ କୋଷଗୁଡ଼ିକ ପତଳା, ନମନୀୟ ଏବଂ ତାକୁଡ଼ି ଆକୃତିର ହୋଇଥିବାରୁ ଏ ପ୍ରକାର ଗତି ସମ୍ଭବ ହୁଏ ।
ପାକସ୍ଥଳୀ ଭିତରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ବିଭିନ୍ନ ପ୍ରକାରର କୋଷ ରହି ଥାଏ । ପାକସ୍ଥଳୀରେ ଥିବା ମାଂସପେଶୀ କୋଷଗୁଡ଼ିକ ଖାଦ୍ୟକୁ ମନ୍ଥନ କରିବାରେ ସାହାଯ୍ୟ କରନ୍ତି ଏବଂ ଭିତର ଆସ୍ତରଣରେ ଥିବା ଅନ୍ୟ କୋଷଗୁଡ଼ିକ ପାଚକ ରସ ଏବଂ ଅମ୍ଳ ସୃଷ୍ଟି କରି ଖାଦ୍ୟକୁ ଭାଙ୍ଗିବାରେ ସାହାଯ୍ୟ କରନ୍ତି ।

ଜୀବ ଶରୀରରେ ସଂଗଠନର ସ୍ତରଗୁଡ଼ିକ କ’’ଣ ? :
ଜୀବ ଶରୀର ଏକ ଜଟିଳ ଉପାୟରେ ସଂଗଠିତ । କୋଷ ଜୀବନର ମୌଳିକ ଏକକ, ଯେପରି ଏକ ଇଟା ଘରକାନ୍ଥର ମୌଳିକ ଏକକ ।

ସମାନ କୋଷଗୁଡ଼ିକର ଏକ ଗୋଷ୍ଠୀ, ଏକ ପ୍ରକାରର ଟିସୁ (tissue) ବା ତନ୍ତୁ ଗଠନ କରେ । ଏକ ଅଙ୍ଗ (organ) ଗଠନ ପାଇଁ ବିଭିନ୍ନ ଟିସୁ ସଂଗଠିତ ହୋଇଥାଏ । ଅନେକ ଅଙ୍ଗ ଏକାଠି କାମ କରି ଏକ ଅଙ୍ଗସଂସ୍ଥା (organ system) ଗଠନ କରନ୍ତି ।

ସମସ୍ତ ଅଙ୍ଗ ସଂସ୍ଥା ଏକାଠି ହୋଇ ଏକ ଉଦ୍ଭିଦ କିମ୍ବା ଏକ ପ୍ରାଣୀ ପରି ଏକ ସମ୍ପୂର୍ଣ୍ଣ ଜୀବ ସୃଷ୍ଟି କରନ୍ତି ।

ଏହି ସଂଗଠନର ବିଭିନ୍ନ ସ୍ତରଗୁଡ଼ିକ ହେଉଛି :
କୋଷ → ଟିସୁ → ଅଙ୍ଗ।→ ଅଙ୍ଗ ସଂସ୍ଥା।→ ଜୀବ
ଜଟିଳ ଜୀବନ୍ତ ପ୍ରାଣୀର ଜୀବନ ଗୋଟିଏ କୋଷ– ‘ଡିମ୍ବ’ରୁ ଆରମ୍ଭ ହୋଇଥାଏ । କୌଣସି ଜୀବର ଡିମ୍ବକୋଷ ବାରମ୍ବାର ବିଭାଜିତ ହୋଇ ଅନେକ କୋଷ ଦ୍ଵାରା ଗଠିତ ଏକ ସମ୍ପୂର୍ଣ୍ଣ ବହୁକୋଷୀୟ ଜୀବ ସୃଷ୍ଟି କରେ । ମଣିଷ ସମେତ ପ୍ରାଣୀ ଏବଂ ଉଭିଦ ସମସ୍ତେ ବହୁକୋଷୀ ଜୀବଙ୍କ ଉଦାହରଣ ଅଟନ୍ତି ।

ଏକ ଓଟପକ୍ଷୀ ଅଣ୍ଡାର ହଳଦିଆ ଅଂଶ ବା ଡିମ୍ବ ହେଉଛି ଜୀବଜଗତର ଏକ ସର୍ବବୃହତ କୋଷ । ଏହାର ବ୍ୟାସ ପ୍ରାୟ ୧୩୦ ମିମି. ରୁ ୧୭୦ ମିମି. । ଅଣ୍ଡାରେ ଅତିରିକ୍ତ ଅଣକୋଷୀୟ ସାମଗ୍ରୀ ମଧ୍ୟ ଥାଏ ଯଥା ସୁରକ୍ଷା ପାଇଁ ଏକ ଶକ୍ତ ଆବରଣ ଏବଂ ନିରନ୍ତର ବିକାଶ ସମୟରେ ଏହାକୁ ପୋଷଣ ଯୋଗାଉଥିବା ଧଳା ତରଳ ପଦାର୍ଥ ।

ଅଣୁଜୀବ (MICRO ORGANISM) :
କେତେକ ଜୀବ ଗୋଟିଏ କିମ୍ବା ଅତି କମ୍ ସଂଖ୍ୟକ କୋଷଦ୍ଵାରା ଗଠିତ ହୋଇଥାଏ । ଏମାନେ ଅତି ଛୋଟ ହୋଇଥାନ୍ତି ଯେ ସେମାନଙ୍କୁ ଖାଲି ଆଖୁରେ ଦେଖ୍ ହୁଏ ନାହିଁ । ଏଗୁଡ଼ିକୁ ଅଣୁଜୀବ (microorganism) କୁହାଯାଏ ।

ଯେଉଁ ଅଣୁଜୀବ କେବଳ ଗୋଟିଏ କୋଷଦ୍ୱାରା ଗଠିତ ହୋଇଥାଏ । ସେମାନଙ୍କୁ ଏକକୋଷୀ କୁହାଯାଏ । ଯଥା – ବୀଜାଣୁ ଏବଂ ଏମିବା କବକ (fungi) ଏବଂ ଶୈବାଳ (algae) ଆଦି ଅନେକ କୋଷରେ ଗଠିତ ହୋଇଥାଆନ୍ତି – ଏମାନଙ୍କୁ ବହୁକୋଷୀ ପ୍ରାଣୀ କୁହାଯାଏ ।

ଏଗୁଡ଼ିକ ଆମ ଚାରିପାଖରେ ଥ‌ିବା ପାଣି, ମାଟି, ବାୟୁ ଏବଂ ଆମ ଶରୀର ଭିତରେ ଦେଖାଯାଆନ୍ତି । ଏକ ଅଣୁଜୀବର କୋଷକୁ ଦେଖିବା ପାଇଁ ଏକ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର ହୋଇଥାଏ । ଅଣୁବୀକ୍ଷଣ ଯନ୍ତ୍ରଦ୍ୱାରା ମାଧ୍ୟମରେ କୋଷର ଆକାର ବର୍ଦ୍ଧିତ ଓ ସ୍ପଷ୍ଟ ଭାବରେ ଦେଖାଯାଇଥାଏ ।

ବୈଜ୍ଞାନିକମାନେ ଏବେ କମ୍ ମୂଲ୍ୟରେ ଏବଂ ଭାଙ୍ଗି ହୋଇ ରଖାଯାଇପାରୁଥିବା କାଗଜ ମାଇକ୍ରୋସ୍କୋପ୍ ତିଆରି କରିଛନ୍ତି ଏହାକୁ ଫୋଲ୍ଡସ୍କୋପ୍ (foldscope) କୁହାଯାଏ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

କାର୍ଯ୍ୟ – ୪ : ଆମେ ପୋଖରୀ ଜଳ ବା କୌଣସି ସ୍ଥିର ଜଳ ପର୍ଯ୍ୟବେକ୍ଷଣ କରିବା :
ଏକ ପାତ୍ର ନେଇ ସେଥ‌ିରେ ପୋଖରୀ କିମ୍ବା ଅନ୍ୟ କୌଣସି ସ୍ଥାନର ସ୍ଥିର ଜଳ ସଂଗ୍ରହ କରାଯାଉ । ଗୋଟିଏ ମାଇକ୍ରୋସ୍କୋପ କିମ୍ବା ଫୋଲ୍ଡସ୍କୋପ୍ ସ୍ଲାଇଡ଼ରେ ଡ୍ରପର ଦ୍ଵାରା ଏହି ସଂଗୃହୀତ ଜଳର ଏକ ବୁନ୍ଦା ରଖାଯାଉ । ଏକ କଭରକ୍ଲିପ୍ ରଖ୍ ଏହାକୁ ମାଇକ୍ରୋସ୍କୋପ୍ କିମ୍ବା ଫୋଲ୍ଡସ୍କୋପ୍ ତଳେ ପର୍ଯ୍ୟବେକ୍ଷଣ କରାଯାଉ । ପୋଖରୀ ବା ସ୍ଥିର ଜଳରେ ଦେଖାଯାଉଥ‌ିବା କ୍ଷୁଦ୍ର ଜୀବଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଯାଉ ।
ପର୍ଯ୍ୟବେକ୍ଷଣ : ପୋଖରୀ ବା ସ୍ଥିର ଜଳରେ ଅନେକ କ୍ଷୁଦ୍ର ଗତିଶୀଳ ଜୀବଗୁଡ଼ିକ ଦେଖାଯାଆନ୍ତି । ସେଗୁଡ଼ିକ ଅଣୁଜୀବ ଅଟନ୍ତି ।

କାର୍ଯ୍ୟ – ୫ : ଆମେ ଜଳରେ ଭାସମାନ ମୃତ୍ତିକା କଣିକା (soil suspension) ପର୍ଯ୍ୟବେକ୍ଷଣ କରିବା

  • ଏକ ବିକର ନେଇ ପାଖରେ ଥିବା କ୍ଷେତ କିମ୍ବା ବଗିଚାରୁ ଏକ ଚାମଚ କିମ୍ବା ହାତମୋଜା (gloves) ବ୍ୟବହାର କରି କିଛି ଓଦା ମାଟି ସଂଗ୍ରହ କରାଯାଉ ।
  • ବିକରରେ କିଛି ପାଣି ରଖୁ ଏହାକୁ ଏକ କାଚ ରଡ଼ ସାହାଯ୍ୟରେ ଘାଣ୍ଟି ଦିଆଯାଉ । ସେଥ୍ରେ ମାଟିର ଅତି ସୂକ୍ଷ୍ମ କଣିକା ଥ‌ିବାରୁ ଏହି ମିଶ୍ରଣ ମଇଳା ଆକାରରେ ଦେଖାଯାଇଥାଏ । ଏହାକୁ ମାଟିର ଭାସମାନ (Suspension) କୁହାଯାଏ । ଏହାକୁ କିଛି ସମୟ ପାଇଁ ସେହିଭଳି ଅବସ୍ଥାରେ ରଖ୍ ମିଶ୍ରଣକୁ ସ୍ଥିର ହେବାକୁ ଦିଆଯାଉ ।
  • ଏକ ଡ୍ରପର ବ୍ୟବହାର କରି ଏବଂ ଉପର ସ୍ତର ତଳୁ ଜଳର ଏକ ବୁନ୍ଦା ନିଆଯାଉ । ଏକ ମାଇକ୍ରୋସ୍କୋପ୍‌ର ସ୍ଲାଇଡ୍ ଉପରେ ଏହି ଜଳ ବୁନ୍ଦା ରଖାଯାଉ ।
  • ଏହାକୁ ଏକ କଭରସ୍କ୍ରିପ୍ ସହିତ ଧୀରେ ଘୋଡ଼ାଇ ଦିଅ ଏବଂ ମାଇକ୍ରୋସ୍କୋପ୍ ତଳେ ରଖ୍ ଛୋଟ ଗତିଶୀଳ ଜୀବମାନେ ଦେଖାଯିବ ।
  • ଏଥୁରୁ ଆମେ ଜାଣିଲୁ, ମାଟିର ମିଶ୍ରଣରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ପ୍ରାଣୀ ଥାଆନ୍ତି ଯାହାକୁ ଖାଲି ଆଖୁରେ ଦେଖ୍ ହୁଏ ନାହିଁ, ସେମାନଙ୍କୁ ଅଣୁଜୀବ (microbe or microorganism) କୁହାଯାଏ । ଏହି ଅଣୁଜୀବଗୁଡ଼ିକ ଏମିଏବର୍ ପାରାମେସିୟମ ଶୈବାଳ ଅଟନ୍ତି ।

କାର୍ଯ୍ୟ – ୬ : ଆସ ଅଧ୍ୟୟନ କରିବା :
କେତେଜଣ ଶିକ୍ଷାର୍ଥୀ ଦଳଗତ ଭାବରେ ଉପରୋକ୍ତ କାର୍ଯ୍ୟ କରିଥିଲେ । ସେମାନେ ପୋଖରୀ ଜଳ ପର୍ଯ୍ୟବେକ୍ଷଣ ପରେ ପ୍ରାପ୍ତ ତଥ୍ୟ ଏବଂ ମୃଭିକାର ସସ୍ପେନ୍‌ସନ୍ ପର୍ଯ୍ୟବେକ୍ଷଣ ପରେ ପ୍ରାପ୍ତ ତଥ୍ୟ ଲେଖୁ ରଖୁଥିଲେ । ସେମାନେ ଅଣୁଜୀବଗୁଡ଼ିକୁ ପ୍ରୋଟୋଜୋଆ, ଶୈବାଳ, କବକ ଏବଂ ବୀଜାଣୁ (bacteria) ଭାବରେ ଚିହ୍ନଟ କରିଥିଲେ ।

ପୋଖରୀ ଜଳରେ ଥ‌ିବା ଅଣୁଜୀବ
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 10

ମୃତ୍ତିକାରେ ଥ‌ିବା ଅଣୁଜୀବ
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 11
ଅଣୁଜୀବଗୁଡ଼ିକ ସବୁଠାରେ ଜଳ ଓ ମାଟିପରି ସବୁଠାରେ ରହିଛନ୍ତି । ଏଗୁଡ଼ିକ କେବଳ ଅଣୁବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଏ । ଏମାନଙ୍କ ଆକାର 100 ରୁ 400 ଗୁଣ ବୃଦ୍ଧି ହୋଇପାରେ ।

ଅଣୁଜୀବଗୁଡ଼ିକ ଆକାରରେ ଛୋଟ ହେଲେ ମଧ୍ୟ ସେମାନେ ଆମ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।
ଭୂତାଣୁ (virus) ଗୁଡ଼ିକ ଅତି କ୍ଷୁଦ୍ର ଏବଂ ଅଣକୋଷୀୟ । ଭୂତାଣୁଗୁଡ଼ିକ ଜୀବନ୍ତ କୋଷରେ ପ୍ରବେଶ କଲେ ସଂଖ୍ୟାରେ ବହୁଗୁଣିତ ହୁଅନ୍ତି । ସେମାନେ ଉଭିଦ, ପ୍ରାଣୀ କିମ୍ବା ବୀଜାଣୁ କୋଷକୁ ସଂକ୍ରମିତ କରିପାରନ୍ତି ଏବଂ ରୋଗ ସୃଷ୍ଟି କରିପାରନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 12

ଆମେ ଅଣୁଜୀବମାନଙ୍କ ସହିତ କିପରି ଜଡ଼ିତ ? :
ଲେମ୍ବୁ, ଟମାଟୋ, କମଳା କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ କିଛି ସମୟ ପାଇଁ ବାହାରେ ରଖୁବା ପରେ ପଚିଯାଏ ।
ସେମାନଙ୍କ ଉପରେ ପାଉଡ଼ର କିମ୍ବା ତୁଳା ଭଳି କିଛି ସୃଷ୍ଟି ହୋଇଥ‌ିବାର ଦେଖାଯିବ । ସେମାନେ ଅଣୁଜୀବ ଦ୍ଵାରା ସଂକ୍ରମିତ ହୋଇଥିବାରୁ ଏପରି ଭାବରେ ଦେଖାଯାଆନ୍ତି । ଅଣୁଜୀବମାନେ ପାଣି, ମାଟି, ବାୟୁ ଏବଂ ଖାଦ୍ୟ ପଦାର୍ଥ ଇତ୍ୟାଦି ସବୁ ସ୍ଥାନରେ ରହିଥାନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 13
(କ) ଉଭିଦର ପତ୍ର, କାଣ୍ଡ, ମୂଳ କିମ୍ବା ଅନ୍ୟ କୌଣସି ଅଂଶର ପୃଷ୍ଠ ଅନୁସନ୍ଧାନ କରିବା ପାଇଁ ଏକ ଫୋଲ୍ଡସ୍କୋପ୍ କିମ୍ବା ଏକ ମାଇକ୍ରୋସ୍କୋପ୍ ବ୍ୟବହାର କରି ଏହି ଅଣୁଜୀବମାନଙ୍କୁ ଦେଖୁପାରିବ ।
(ଖ) ଉଦ୍ଭିଦ ଓ ପ୍ରାଣୀମାନଙ୍କ ପରି ଅଣୁଜୀବମାନଙ୍କର ମଧ୍ୟ ଅନେକ ବିବିଧତା ଅଛି । ସେମାନଙ୍କ ମଧ୍ୟରୁ କେତେକ ସାଧାରଣ ତାପମାତ୍ରାରେ ମିଳୁଥିବା ବେଳେ ଆଉ କେତେକ ଅତି ପ୍ରତିକୂଳ ଜଳବାୟୁରେ ଯଥା- ଉଷ୍ମପ୍ରସ୍ରବଣର ଉତ୍ତପ୍ତ ଜଳ ଏବଂ ତୁଷାରାଚ୍ଛନ୍ନ ମେରୁ ଅଞ୍ଚଳରେ ରହିଥାନ୍ତି ।
(ଗ) ଜୀବମାନଙ୍କ ମଧ୍ୟରୁ କିଛି ଆମ ଶରୀର ଭିତରେ ଅନ୍ତନଳୀରେ ବାସ କରିନ୍ତି, ଯେଉଁମାନେ ହଜମକ୍ରିୟାରେ ସାହାଯ୍ୟ କରନ୍ତି ।
ଉଭିଦ ଏବଂ ପ୍ରାଣୀମାନଙ୍କ ପରି ଅଣୁଜୀବମାନଙ୍କ ଆକାର, ଆକୃତି ଏବଂ ଗଠନରେ ଭିନ୍ନ ଭିନ୍ନ ଦେଖାଯାଏ ।

ପରିବେଶ ସ୍ଵଚ୍ଛ ରଖୁବାରେ ଅଣୁଜୀବମାନଙ୍କର ପ୍ରମୁଖ ଭୂମିକା
କାର୍ଯ୍ୟ ୭ : ଆସ କରିବା

  • ଏକ ଖାଲି ପାତ୍ର ନେଇ ଏହାର ଅଧା ପର୍ଯ୍ୟନ୍ତ ବଗିଚା ମାଟିରେ ପୂରଣ କରାଯାଉ ।
  • ପାତ୍ରରେ କିଛି ଫଳ ଏବଂ ପନିପରିବା ଚୋପା ମିଶାଅ । ତା’ପରେ ଏହା ଉପରେ ମାଟିର ଏକ ସ୍ତର ରଖୁ ଏହାକୁ ସେହିପରି କିଛିଦିନ ରଖାଯାଉ ।
  • ୨–୩ ସପ୍ତାହ ପରେ, ଘଟିଥିବା ପରିବର୍ତ୍ତନଗୁଡ଼ିକୁ ଲକ୍ଷ୍ୟକରାଯାଉ ।

(କ) ପାତ୍ରରେ ଥିବା ପଦାର୍ଥରେ କୌଣସି ପାର୍ଥକ୍ୟ ଦେଖୁଛ କି ?
ଉ-
ଫଳ ଏବଂ ପନିପରିବାର ଚୋପା ଏକ ଗାଢ଼ ରଙ୍ଗର ପଦାର୍ଥରେ ପରିଣତ ହୋଇଛି । ଏହା ହେଉଛି ପୋଷକ ପଦାର୍ଥରେ ଭରପୁର ଉର୍ବରକ ସାର (manure) ବା ଖତ ଯାହା ମାଟିର ଉର୍ବରତା ବୃଦ୍ଧି କରିବାରେ ସାହାଯ୍ୟ କରେ ।

(ଖ) ଫଳ ଏବଂ ପନିପରିବାର ଚୋପା କିପରି ଖତରେ ପରିଣତ ହେଲା ?
ଉ-
ମାଟିରେ ବିଭିନ୍ନ ପ୍ରକାରର ଅଣୁଜୀବ ରହିଥା’ନ୍ତି । ଏମାନଙ୍କ ମଧ୍ୟରୁ କିଛି କବକ ଏବଂ ବୀଜାଣୁ ପରି କେତେକ ଅଣୁଜୀବ ଉଭିଦର ବର୍ଜ୍ୟବସ୍ତୁ ଉପରେ କାର୍ଯ୍ୟ କରନ୍ତି ଏବଂ ଧୀରେ ଧୀରେ ଏହାକୁ ସରଳ, ପୋଷକତତ୍ତ୍ଵରେ ଭରପୂର ପଦାର୍ଥରେ ପରିଣତ କରନ୍ତି ।

ଆମର ବୈଜ୍ଞାନିକ ଐତିହ୍ୟ : ପ୍ରାଚୀନ ଭାରତୀୟ ଗ୍ରନ୍ଥ ଯଥା– ବେଦରେ ‘କୃମି’ ଶବ୍ଦର ଉଲ୍ଲେଖ ଅଛି ଯାହାର ଅର୍ଥ ଉଭୟ ଦୃଶ୍ୟମାନ ଏବଂ ଅଦୃଶ୍ୟ ବିଭିନ୍ନ କ୍ଷୁଦ୍ର ସଭାକୁ ବୁଝାଏ । ବିଭିନ୍ନ ବୈଦିକ ଗ୍ରନ୍ଥଗୁଡ଼ିକରେ ସେମାନଙ୍କର ଉପକାରୀ ଏବଂ ଅପକାରୀ ପ୍ରଭାବ ବିଷୟରେ ଉଲ୍ଲେଖ ଅଛି । ଅଥର୍ବ ବେଦରେ ମଧ୍ୟ ‘କୃମି’ ଶବ୍ଦ ଉଲ୍ଲେଖ ଅଛି ।

ତୁମେ ବଗିଚାରେ ପଡ଼ିଥିବା ଗଛ ଓ ପତ୍ରଗୁଡ଼ିକ ପଚିଯିବା ଓ କିଛିଦିନପରେ ଅଦୃଶ୍ୟ ହୋଇଯିବାର କାରଣ କ’ଣ ?
ଉ-
ବଗିଚାରେ ପଡ଼ିଥିବା ଗଛ ଓ ପତ୍ରଗୁଡ଼ିକ ପଚିଯାଇ କିଛିଦିନପରେ ଅଦୃଶ୍ୟ ହୋଇଯାଇଥାଏ, କାରଣ ତଳେ ପଡ଼ିରହିଥ‌ିବା ସେହି ଗଛ ଓ ପତ୍ରକୁ ଅଣୁଜୀବମାନେ ସରଳୀକରଣ କରି ପୋଷକ ପଦାର୍ଥରେ ପରିଣତ କରନ୍ତି । ଏହି ପୋଷକ ପଦାର୍ଥଗୁଡ଼ିକ କ୍ରମଶଃ ମାଟିରେ ମିଶିଯାଏ ଏବଂ ସେହି ମାଟି ଗଛଗୁଡ଼ିକୁ ଭଲ ଭାବରେ ବଢ଼ିବାରେ ସାହାଯ୍ୟ କରେ ।

ଅଣୁଜୀବମାନେ ମାଟିରେ ପଡ଼ିରହିଥ‌ିବା ମୃତ ପ୍ରାଣୀଙ୍କ ଶରୀରକୁ ମଧ୍ୟ ବିଘଟିତ କରନ୍ତି । ଅଣୁଜୀବମାନେ ବର୍ଜ୍ୟପଦାର୍ଥର ପୁନଃଚକ୍ରଣ କରିବାରେ ସାହାଯ୍ୟ କରନ୍ତି ଏବଂ ଗୁରୁତ୍ଵପୂର୍ଣ୍ଣ ପୋଷକ ତତ୍ତ୍ଵଗୁଡ଼ିକୁ ଖତ ରୂପରେ ପ୍ରକୃତିକୁ ଫେରାଇ ଦିଅନ୍ତି । ଉପଯୁକ୍ତ ତାପମାତ୍ରା ଏବଂ ଆର୍ଦ୍ର ପରିବେଶରେ ଖତ ତିଆରି ହୋଇଥାଏ । ଅଣୁଜୀବମାନେ କେବଳ ଉଭିଦର ବୃଦ୍ଧିରେ ସାହାଯ୍ୟ କରନ୍ତି ନାହିଁ, ବରଂ ବର୍ଜ୍ୟପଦାର୍ଥକୁ ଅପଘଟନ କରି ଓ ମାଟିରେ ମିଶାଇ ଆମର ପରିବେଶକୁ ମଧ୍ୟ ସ୍ଵଚ୍ଛ ରଖନ୍ତି ।

ଜୈବ ଗ୍ୟାସର ଉତ୍ସ ଭାବରେ ଅଣୁଜୀବ : ବୀଜାଣୁ ଏବଂ କବକ ପରି ଅନେକ ଅଣୁଜୀବ ଅମ୍ଳଜାନର ଅନୁପସ୍ଥିତିରେ ମଧ୍ୟ ରହିପାରନ୍ତି । ଏହି ଅଣୁଜୀବମାନଙ୍କ ମଧ୍ୟରୁ କେତେକ ବୀଜାଣୁ ପରିବେଶ କିମ୍ବା ଘରୁ ନିର୍ଗତ ଅପରିଷ୍କାର ଜଳରେ ଥ‌ିବା ଉଭିଦ ଏବଂ ପ୍ରାଣୀ ଜନିତ ବର୍ଜ୍ୟବସ୍ତୁକୁ ବିଘଟନ କରିଥା’ନ୍ତି । ଏହି ପ୍ରକ୍ରିୟା ସମୟରେ ସେମାନେ ଅଙ୍ଗାରକାମ୍ଳ ଓ ଆନୁପାତିକ ଭାବେ ଅତ୍ୟଧ୍ବକ ମିଥେନ ଗ୍ୟାସ୍‌ର ମିଶ୍ରଣ ନିର୍ଗତ କରାନ୍ତି । ଏହି ଗ୍ୟାସକୁ ରୋଷେଇ କାର୍ଯ୍ୟ, ଜଳ ଗରମ କରିବା ବିଦ୍ୟୁତ ଉତ୍ପାଦନ ଏବଂ ଯାନବାହନ ଚଳାଇବା ଆଦି କାର୍ଯ୍ୟ ପାଇଁ ଇନ୍ଧନର ଉତ୍ସ ଭାବରେ ବ୍ୟବହାର କରାଯାଏ ।

ବୈଜ୍ଞାନିକଙ୍କଠାରୁ ପ୍ରେରଣା : ବୈଜ୍ଞାନିକ ଡକ୍ଟର ଆନନ୍ଦ ମୋହନ ଚକ୍ରବର୍ତୀ (୧୯୩୮– ୨୦୨୦) ବୀଜାଣୁମାନଙ୍କ ସମ୍ପର୍କରେ ଗଭୀର ଅଧ୍ୟୟନ କରିଥିଲେ । ୧୯୭୧ ମସିହାରେ, ସେ ଏକ ସ୍ଵତନ୍ତ୍ର ବୀଜାଣୁ ବିକଶିତ କରିଥିଲେ ଜଳ ଉପରେ ଭାସୁଥିବା ତେଲକୁ ବିଘଟନ କରି ପରିବେଶକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିଥିଲେ । ତାଙ୍କ ଆବିଷ୍କାରକୁ ୧୯୮୦ ମସିହାରେ ପେଟେଣ୍ଟ ମିଳିଥିଲା । ପେଟେଣ୍ଟ (patent) ହେଉଛି ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଏକ କପିରାଇଟ୍ ଯାହା ଦ୍ଵାରା ଅନ୍ୟ କେହି ତାଙ୍କର ଉଦ୍ଭାବନକୁ ବିନା ଅନୁମତିରେ ନକଲ, ବ୍ୟବହାର କିମ୍ବା ବିକ୍ରୟ କରିପାରିବେ ନାହିଁ । ତାଙ୍କ କାର୍ଯ୍ୟ ଦେଖାଇଥିଲା ଯେ ପ୍ରଦୂଷଣ ଭଳି ପରିବେଶଗତ ସମସ୍ୟାର ସମାଧାନ ପାଇଁ କିପରି ଅଣୁଜୀବ ବ୍ୟବହାର କରାଯାଇପାରିବ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 14

ଅଣୁଜୀବ ଏବଂ ଖାଦ୍ୟ (Microorganism and Food) :
ଆସ ରୋଷେଇ ଘରେ କିଛି କାର୍ଯ୍ୟ କରିବା ।

କାର୍ଯ୍ୟ ୮ : ଆସ ପ୍ରଦର୍ଶନ କରିବା :
(i) ଦୁଇଟି ପାତ୍ର କ ଏବଂ ଖ ନେଇ ପ୍ରତ୍ୟେକ ପାତ୍ରରେ ୨୦୦ ଗ୍ରାମ ଅଟା କିମ୍ବା ମଇଦା ନିଆଯାଉ ଏବଂ ଚିମୁଟାଏ ଚିନି ମିଶାଇ ଦିଆଯାଉ ।
(ii) ଏବେ ପାତ୍ର ‘କ’ରେ, ଅଳ୍ପ ପରିମାଣରେ ଇଷ୍ଟ ପାଉଡ଼ର ପକାଇ ଏହାକୁ ମଇଦା ସହିତ ଭଲ ଭାବରେ ଫେଣ୍ଟି ଦିଆଯାଉ ।
(iii) ପାତ୍ର ‘ଖ’ରେ କୌଣସି ଇଷ୍ଟ ପକାଇବା ନାହିଁ, ଯାହା ଦ୍ଵାରା ଆମେ ଦୁଇଟି ପାତ୍ରର ଫଳାଫଳ ତୁଳନା କରିପାରିବା ।
(iv) ଦୁଇଟି ପାତ୍ରର ମଇଦାକୁ ଉଷୁମ ପାଣିରେ ଚକଟି ନରମ କରାଯାଉ ଏବଂ ମଇଦାକୁ ଖଣ୍ଡେ ଓଦା କପଡ଼ାରେ ଘୋଡ଼ାଇ ଅପେକ୍ଷାକୃତ ଉଷୁମ ସ୍ଥାନରେ ରଖାଯାଉ । ୪-୫ ଘଣ୍ଟା ପରେ ଉଭୟ ପାତ୍ରକୁ ପର୍ଯ୍ୟବେକ୍ଷଣ କରାଯାଉ ।
(v) ପର୍ଯ୍ୟବେକ୍ଷଣ : ପାତ୍ର ‘କ’ ରେ ଥିବା ମଇଦା, ଯେଉଁଥରେ ଇଷ୍ଟ ମିଶା ଯାଇଥିଲା, ଟିକେ ଉପରକୁ ଉଠିଛି, ଫୁଲିଯାଇଛି, ଏବଂ ଇଷ୍ଟ ମିଶାଯାଇ ନଥିବା ମଇଦା ତୁଳନାରେ ଏଥରେ ଏକ ଭିନ୍ନ ଗନ୍ଧ ବାହାରୁଛି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 15
ଇଷ୍ଟ ଏକ ପ୍ରକାର ଅଣୁଜୀବ । ଏହା କବକ ନାମକ ଅଣୁଜୀବଙ୍କ ଗୋଷ୍ଠୀର ଅନ୍ତର୍ଭୁକ୍ତ । ଉଷ୍ମ ପରିବେଶରେ ଇଷ୍ଟର ଉତ୍ତମ ବୃଦ୍ଧିହୁଏ ।
(vi) ଅନ୍ୟ ଜୀବମାନଙ୍କ ପରି ଇଷ୍ଟ ମଧ୍ୟ ଶ୍ଵାସକ୍ରିୟା କରେ ଏବଂ ଖାଦ୍ୟକୁ ଭାଙ୍ଗି ନିଜର ବୃଦ୍ଧି ପାଇଁ ଶକ୍ତି ନିର୍ଗତ କରେ ଏବଂ ବଂଶ ବୃଦ୍ଧି କରେ । ଏହି ପ୍ରକ୍ରିୟା ସମୟରେ, ଅଙ୍ଗାରକାମ୍ଳ ନିର୍ଗତ ହୋଇ ଏହାର ଫୋଟକା ଦ୍ଵାରା ଅଟାକୁ ନରମ ଏବଂ ହାଲୁକା କରିଥାଏ । ଇଷ୍ଟ ମଧ୍ୟ ଅଳ୍ପ ପରିମାଣର ସୁରାସାର ବା ଆଲକୋହଲ ଉତ୍ପାଦନ କରେ, ଯେଉଁଥ୍‌ପାଇଁ ଚକଟା ହୋଇଥିବା ମଇଦାରୁ ଟିକିଏ ଭିନ୍ନ ଗନ୍ଧ ଆସିଥାଏ ।

ଇଷ୍ଟ ବ୍ୟତୀତ କିଛି ଅଣୁଜୀବ, ଯଥା- ଲାକ୍ଟୋବାସିଲସ୍‌ର କିଣ୍ବନ (fermentation) ପ୍ରକ୍ରିୟାରୁ ପଖାଳ, ଦହି, ଇଡ଼ଲି, ଦୋସା ତିଆରି ପାଇଁ ପିଠଉ ପ୍ରସ୍ତୁତ ହୋଇଥାଏ । ସରସତିଆ ନାମକ ମିଠା ଗଞ୍ଜେଇ ନାମକ ଗଛର ଛାଲିର କିଣ୍ବତ ରସ ସହିତ ଚାଉଳଗୁଣ୍ଡ ମିଶାଇ ଏହି ଖାଦ୍ୟଟି ପ୍ରସ୍ତୁତ କରାଯାଏ ।

ଏହି ଜାତୀୟ ବୀଜାଣୁ ବାଉଁଶ ଗଜାରୁ କରଡ଼ି ପ୍ରସ୍ତୁତି ପାଇଁ କିଣ୍ବନ ପ୍ରକ୍ରିୟାରେ ମଧ୍ଯ ଅଂଶ ଗ୍ରହଣ କରିଥାନ୍ତି । ଏହି କରଡ଼ି ସୁସ୍ଵାଦୁବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହୃତ ହୁଏ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

କାର୍ଯ୍ୟ – ୯ : ଆସ ପ୍ରସ୍ତୁତ କରିବା :
(i) ଦୁଇଟି ଛୋଟ କାଚ ପାତ୍ର ନେଇ ସେଗୁଡ଼ିକୁ ‘କ’ ଓ ‘ଖ’ ଭାବରେ ନାମକରଣ କରାଯାଉ । ପାତ୍ର ‘କ’ ରେ ଉଷୁମ କ୍ଷୀର ଏବଂ ପାତ୍ର ‘ଖ’ ରେ ଥଣ୍ଡା କ୍ଷୀର ନିଆଯାଉ ।
(ii) ଏବେ ପ୍ରତ୍ୟେକ ପାତ୍ରରେ ଗୋଟିଏ ଛୋଟ ଚାମଚ ଦହି ମିଶାଇ ଅନ୍ୟ ଏକ ଚାମଚ ବ୍ୟବହାର କରି ଭଲ ଭାବରେ ଗୋଳାଇ ଦିଆଯାଉ ।
(iii) ଉଭୟ ପାତ୍ରକୁ ଘୋଡ଼ାଇ ଦିଆଯାଉ । ପାତ୍ର ‘କ’ କୁ ଗରମ ସ୍ଥାନରେ ଏବଂ ପାତ୍ର ‘ଖ’ କୁ ରେଫ୍ରିଜରେଟର ପରି ଏକ ଥଣ୍ଡା ସ୍ଥାନରେ କିଛି ଘଣ୍ଟା କିମ୍ବା ରାତିସାରା ରଖାଯାଉ ।

ପର୍ଯ୍ୟବେକ୍ଷଣ :
(1) ପାତ୍ର ‘କ’ ରେ, କିଛି ଘଣ୍ଟା ପରେ କ୍ଷୀର ଦହିରେ ପରିଣତ ହୋଇଛି ଏବଂ ଟିକେ ଖଟା ଲାଗୁଛି । ଯଦିଓ ପାତ୍ର ‘ଖ’ ରେ କ୍ଷୀର ଦହିରେ ପରିଣତ ହୋଇନାହିଁ, କିନ୍ତୁ ଏହା ମଧ୍ୟ ଟିକେ ଖଟା ଲାଗିପାରେ ।

(2) କ୍ଷୀରରେ ଅନେକ ପ୍ରକାର ଜୀବାଣୁ ରହିଥାଏ । ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଲାକ୍ଟୋବାସିଲସ୍ (lactobacilus) । ଏହି ବୀଜାଣୁ କ୍ଷୀରରେ ଥ‌ିବା ଶର୍କରା (ଲାଣ୍ଡୋଜ୍)କୁ ଖାଦ୍ୟରୂପେ ବ୍ୟବହାର କରି ନିଜର ସଂଖ୍ୟା ବୃଦ୍ଧି କରେ ଏବଂ ଦହି ତିଆରି କରିବା ପାଇଁ କ୍ଷୀରକୁ କିଣ୍ବନ କରେ । କିଣ୍ବନ ସମୟରେ ଇଷ୍ଟ୍ ପରି ଆଲକୋହଲ୍ ଉତ୍ପାଦନ କରିବା ପରିବର୍ତ୍ତେ, ଏହି ବୀଜାଣୁ ଲାକ୍ଟିକ୍ ଅମ୍ଳ (lactic acid) ନିର୍ଗତ କରିଥାଏ ଯାହା ଦହିକୁ ଖଟା କରିଥାଏ ।

  • ଆଦି ପ୍ରାଣୀ, କବକ, ବୀଜାଣୁ, ଶୈବାଳ ଇତ୍ୟାଦି ବର୍ଗରେ ଆମେ ଅଣୁଜୀମାନଙ୍କୁ ବର୍ଗୀକୃତ କରିପାରିବା ।
  • ର। ଇଜୋବି ୟମ୍ (Rhizobium) ପରି କେତେକ ବୀଜାଣୁ ରେ ଦେଖାଯାଇଥ‌ିବା ପରି ଚେରରେ ଗଣ୍ଠି ତିଆରି କରି ସେଥ‌ିରେ ବାସ କରନ୍ତି । ଏହି ଗଣ୍ଠିକୁ ନୋଡୁଲ (nodule) କୁହାଯାଏ ।
  • ଶିମ୍ବ, ମଟର ଏବଂ ମସୁର ପରି ଡାଲିଜାତୀୟ ଉଦ୍ଭଦମୂଳରେ ଏହିପରି ନୋଡୁଲରେ ରାଇଜୋବିୟମ୍ ବୀଜାଣୁ ଥାଏ । ଏହି ବୀଜାଣୁ ବାୟୁମଣ୍ଡଳୀୟ ଯବକ୍ଷାରଜାନକୁ ଉଭିଦ ଉପଯୋଗୀ କରାଏ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 16
ଝୁଡ଼ଙ୍ଗ ଗଛ ଚେ ର ର ଗଣ୍ଠି ଯେଉଁଥ୍ ରେ ରାଇଜୋବି ୟମ୍ ଥାଏ ।

ରାସାୟନିକ ସାର ପ୍ରୟୋଗ’ ବିନା ଏହା ଉଭିଦଗୁଡ଼ିକୁ ଭଲ ଭାବରେ ବୃଦ୍ଧି କରିବାରେ ସାହାଯ୍ୟ କରେ । ସେଥ‌ିପାଇଁ ଚାଷୀମାନେ ପର୍ଯ୍ୟାୟ କ୍ରମରେ ଅନ୍ୟ ଫସଲ ପରେ ମୁଗ ବା ବିରି ପରି ଡାଲିଜାତୀୟ ଫସଲ ଚାଷ କରନ୍ତି । ଏହା ପ୍ରାକୃତିକ ଭାବରେ ମାଟିରେ ଯବକ୍ଷାରଜାନ ବୃଦ୍ଧି କରେ ଏବଂ ପରବର୍ତ୍ତୀ ଫସଲ ପାଇଁ ମାଟିକୁ ଉପଯୋଗୀ କରିଥାଏ ।

ବିସ୍ମୟକର ସୂକ୍ଷ୍ମ-ଶୈବାଳ : ଜଳରେ ଥିବା କ୍ଷୁଦ୍ର ସହାୟକ :
ସୂକ୍ଷ୍ମଶୈବାଳ ହେଉଛି ଉଭିଦପରି ଏକ ଅଣୁଜୀବ ଯେଉଁମାନେ ପାଣି, ମାଟି, ବାୟୁ ଏବଂ ଗଛରେ ମଧ୍ଯ ରହିଥାନ୍ତି । ସେମାନେ ସୂର୍ଯ୍ୟ କିରଣ ବ୍ୟବହାର କରି ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି । ଏହି ପ୍ରକ୍ରିୟା ସମୟରେ ସେମାନେ ଅମ୍ଳଜାନ ନିର୍ଗତ କରନ୍ତି ଏବଂ ପୃଥ‌ିବୀର ଅମ୍ଳଜାନର ଅଧାରୁ ଅଧିକ ଉତ୍ପାଦନ କରନ୍ତି । ସୂକ୍ଷ୍ମ-ଶୈବାଳଗୁଡ଼ିକ ପୋଷକ ତତ୍ତ୍ଵରେ ପୂର୍ଣ ହୋଇଥବାରୁ ଅନେକ ଜଳଚର ପ୍ରାଣୀଙ୍କ ଖାଦ୍ୟ ଉତ୍ସ ଭାବରେ କାର୍ଯ୍ୟ କରନ୍ତି ।

ସ୍ପିରୁଲିନା (spirulina), କ୍ଲୋରେଲା (chlorella) ଏବଂ ଡାଏଟମ୍ (diatom) ପରି ସୂକ୍ଷ୍ମ-ଶୈବାଳଗୁଡ଼ିକ ମଣିଷ ଦ୍ଵାରା ସ୍ଵାସ୍ଥ୍ୟପ୍ରଦପୂରକ ଖାଦ୍ୟ (food-supplement) ତଥା ଔଷଧ ଭାବରେ ବ୍ୟବହୃତ ହୁଏ । ସୂକ୍ଷ୍ମ- ଶୈବାଳ ପାଣିକୁ ସଫା ରଖୁବାରେ ମଧ୍ୟ ସାହାଯ୍ୟ କରିବା ସହ ଜୈବ ଇନ୍ଧନ ତିଆରି କରିଥାଏ । ଏଣୁ ପରିବେଶକୁ ସୁରକ୍ଷା ଦେବା ଏବଂ ପୃଥ‌ିବୀରେ ଅମ୍ଳଜାନ ସନ୍ତୁଳନ ବଜାର ରଖିବା ପାଇଁ ଏହି କ୍ଷୁଦ୍ର ଜୀବମାନଙ୍କୁ ସଂରକ୍ଷଣ କରିବା ଗୁରୁତ୍ଵପୂର୍ଣ ।

‘ସ୍ପିରୁଲିନା’ ହେଉଛି ଏକ ପ୍ରକାର ନୀଳ-ସବୁଜ ଶୈବାଳ, ଯାହାକୁ ‘‘ସୁପର ଫୁଡ୍’’ ଭାବରେ ବିବେଚନା କରାଯାଏ । ଏହା ଆମ ଶରୀର ପାଇଁ ଅତ୍ୟାବଶ୍ୟକ ଭିଟାମିନ୍ ବି୧୨ ର ଏକ ଉତ୍ତମ ଖାଦ୍ୟ ଉତ୍ସ । ସିରିଲୁନାରେ ତା’ର ଶରୀର ଓଜନର ୬୦ ପ୍ରତିଶତରୁ ଅଧ‌ିକ ପ୍ରୋଟିନ୍ ଓ ସାମାନ୍ୟ ପରିମାଣରେ ଚର୍ବି ଏବଂ ଶର୍କରା ରହିଥାଏ ।
ଆଜିକାଲି ସ୍ପିରୁଲିନା ଚାଷ ଏକ ସମ୍ଭାବ୍ୟ ଜୀବିକା ଅର୍ଜନର ସୁଯୋଗ ପାଲଟଛି । ତୁମେ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରି ସହଜରେ ସ୍ପିରୁଲୁନା ଚାଷ କରିପାରିବ ।

୧. ସିଧାସଳଖ ସୂର୍ଯ୍ୟକିରଣ ପଡ଼ୁ ନଥିବା ଏକ ଉଜ୍ଜ୍ଵଳ ସ୍ଥାନରେ ଗୋଟିଏ ସ୍ଵଚ୍ଛ କାଚ ଟାଙ୍କି ରଖ ।
୨. ଟାଙ୍କିକୁ ଛାୟା-ଜାଲ (shadenet)ରେ ଢାଙ୍କିଦିଅ, କିମ୍ବା ଅଳ୍ପ ତାପ ପାଉଥିବା ଛାଇ ଜାଗାରେ ରଖ ।
୩. ଟାଙ୍କିକୁ ପୋଖରୀ ଜଳରେ ପୂର୍ଣ୍ଣ କର ।
୪. ଏହି ଜଳରେ ପୋଖରୀରୁ ସଂଗୃହୀତ ଜୀବନ୍ତ ସ୍ପିରୁଲିନା ମିଶାଅ ।
୫.ସପ୍ତାହରେ ଦୁଇଥର ବଢୁଥିବା ସ୍ପିରୁଲିନା ଘାଣ୍ଟିଦିଅ ।
୬.୩–୬ ସପ୍ତାହ ପରେ ଏକ ସୂକ୍ଷ୍ମ କପଡ଼ା ମାଧ୍ୟମରେ ଛାଣି ତୁମେ ସ୍ପିରିଲୁନା ଅମଳ କରିପାରିବ ।

ଖାଦ୍ୟ ସୁରକ୍ଷା ଏବଂ ଜୀବିକା ଅର୍ଜନ ସୁନିଶ୍ଚିତ କରିବା ପାଇଁ ସୂକ୍ଷ୍ମଶୈବାଳ ଉତ୍ପାଦନ ଓ ସଂରକ୍ଷଣ ଏକ ଭଲ ଅଭ୍ୟାସ ।

କୋଷକୁ ଜୀବନର ମୌଳିକ ଏକକ ବୋଲି କାହିଁକି ବିବେଚନା କରାଯାଏ ? :
(i) ସମସ୍ତ ଜୀବଙ୍କ ଶରୀର କୋଷ ନାମକ କ୍ଷୁଦ୍ର ଏକକରେ ଗଠିତ ଓ କୋଷରେ ଥ‌ିବ। ବିଭିନ୍ନ ଉପାଦାନ ଜୀବକୁ ବିଭିନ୍ନ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ସମସ୍ତ ଉଭିଦ ଏବଂ ପ୍ରାଣୀଙ୍କ ଶରୀର ଅନେକ କୋଷରେ ଗଠିତ । ତେଣୁ ସେମାନଙ୍କୁ ବହୁକୋଷୀ ଜୀବ କୁହାଯାଏ । ବହୁକୋଷୀ ଜୀବମାନଙ୍କରେ କୋଷଗୁଡ଼ିକ ପୃଥକ୍ ଭାବରେ ବିଶେଷ କାର୍ଯ୍ୟ କରନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 17
ନ୍ୟୁକ୍ଲିଅଏଡ଼୍ ଅଞ୍ଚଳ ଦେଖାଯାଉଥ‌ିବା ଏକ ବୀଜାଣୁ କୋଷ
(ii) କିଛି ଅଣୁଜୀବ, ଯେପରିକି ବୀଜାଣୁ ଏବଂ ପ୍ରୋଟୋଜୋଆ କେବଳ ଗୋଟିଏ କୋଷରେ ଗଠିତ । ଏମାନଙ୍କୁ ଏକକୋଷୀ ଜୀବ କୁହାଯାଏ । ସେମାନେ ଗୋଟିଏ କୋଷରେ ସେମାନଙ୍କର ବଞ୍ଚିବା ପାଇଁ ଆବଶ୍ୟକ ସମସ୍ତ କାର୍ଯ୍ୟ କରନ୍ତି ।

(iii) ଅନ୍ୟାନ୍ୟ ଅଣୁଜୀବ, ଯେପରିକି ଶୈବାଳ ଏବଂ କବକ, ଗୋଟିଏ କିମ୍ବା ଅଧ‌ିକ କୋଷରେ ଗଠିତ । ଉଦାହରଣ ସ୍ଵରୂପ, ଇଷ୍ଟ ଏକକୋଷୀ କବକ ହୋଇଥିବା ବେଳେ ଫିମ୍ପି ବହୁକୋଷୀ କବଳ ଅଟେ ।

(iv) ପ୍ରାଣୀ ଓ ଉଭିଦକୋଷ ପରି ଅଣୁଜୀବଙ୍କ କୋଷଗୁଡ଼ିକ ମଧ୍ୟ କୋଷଝୀଲ୍ଲୀ ଦ୍ଵାରା ଆବୃତ ହୋଇଥାଏ । କବକ କୋଷଗୁଡ଼ିକର ଅତିରିକ୍ତ ଭାବରେ ଏକ କୋଷଭିଭି ଥାଏ, କିନ୍ତୁ ସେମାନଙ୍କର କ୍ଲୋରୋପ୍ଲାଷ୍ଟ ନଥାଏ । ତେଣୁ ସେମାନେ ଆଲୋକ ସଂଶ୍ଳେଷଣ ମାଧ୍ୟମରେ ନିଜର ଖାଦ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ ।

(v) ବୀଜାଣୁର ସୁଗଠିତ ନ୍ୟଷ୍ଟି ଓ ନ୍ୟଷ୍ଟିଝିଲ୍ଲୀ ନ ଥାଏ ବରଂ ସେମାନଙ୍କର ଏକ ନ୍ୟୁକ୍ଲିଅଏଡ୍ (nucleoid) ଥାଏ । ଏହି ବୈଶିଷ୍ଟ୍ୟ ସେମାନଙ୍କୁ ଇଷ୍ଟ, ଆଦିପ୍ରାଣୀ, ଶୈବାଳ, କବଳ, ଉଭିଦ ଏବଂ ପ୍ରାଣୀଙ୍କ କୋଷଠାରୁ ପୃଥକ୍ କରେ ।

(vi) ବୀଜାଣୁମାନଙ୍କର ଉପକୋଷୀୟ (sub-cellular) ଉପାଦାନଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଆମକୁ ଉଚ୍ଚ ବର୍ଜନ କ୍ଷମତା ଥିବା ମାଇକ୍ରୋସ୍କୋପ୍ ଆବଶ୍ୟକ । ଏକ ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପ ବ୍ୟବହାର କରି କୋଷରେ ଥ‌ିବା ସୂକ୍ଷ୍ମ ସଂରଚନାକୁ ପ୍ରାୟ ୧୦,୦୦,୦୦୦ ଗୁଣ ବୃଦ୍ଧି କରି ଦେଖୁହୁଏ ।

(vii) ସମସ୍ତ ଜୀବ ଓ ଅଣୁଜୀବ ଗୋଟିଏ କିମ୍ବା ଏବଂ ଗଠନରେ ଭିନ୍ନ । ଉଦ୍ଭିଦ ଏବଂ ବୁଝିବା ଦ୍ଵାରା ଜୀବଗୁଡ଼ିକ କିପରି ଭିନ୍ନ
ଅଧିକ କୋଷ ଦ୍ଵାରା ଗଠିତ । ସେମାନଙ୍କର କୋଷ ଆକାର, ଆକୃତି ପ୍ରାଣୀକୋଷ ମଧ୍ୟରେ ବି କିଛି ପାର୍ଥକ୍ୟ ଅଛି । ଏହି ପାର୍ଥକ୍ୟଗୁଡ଼ିକୁ ଭାବରେ କାର୍ଯ୍ୟ କରନ୍ତି ।

ଆମେ ଯାହା ଜାଣିଲୁ

  • ଅଣୁଜୀବଗୁଡ଼ିକ ଅତି କ୍ଷୁଦ୍ର ହୋଇଥ‌ିବାରୁ ଅଣୁବିକ୍ଷଣ ଯନ୍ତ୍ର ବିନା ଆଖୁକୁ ଦୃଶ୍ୟମାନ ହୁଅନ୍ତି ନାହିଁ । ସେମାନେ ସବୁ ପରିବେଶରେ ଏବଂ ଉଭିଦ ଓ ପ୍ରାଣୀମାନଙ୍କ ଶରୀରରେ ମଧ୍ୟ ରହିପାରନ୍ତି । ଅଣୁଜୀବ ଏକକୋଷୀ କିମ୍ବା ବହୁକୋଷୀ ହୋଇଥାନ୍ତି । ବୀଜାଣୁ ଏବଂ ପ୍ରୋଟୋଜୋଆ ଏକକୋଷୀ; କବକ ଉଭୟ ଏକକୋଷୀ ବା ବହୁକୋଷୀ ହୋଇପାରେ, ଉଭିଦ ଏବଂ ପ୍ରାଣୀ ବହୁକୋଷୀ ।
  • କୋଷ ହେଉଛି ଜୀବନର ମୌଳିକ ଏକକ ।
  • ସମସ୍ତ ଜୀବଙ୍କ ଶରୀର କୋଷ ଦ୍ଵାରା ଗଠିତ । କୋଷରେ ଥ‌ିବା ବିଭିନ୍ନ ଉପାଦାନ ଜୀବମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବା ଏବଂ ବଞ୍ଚିବାରେ ସାହାଯ୍ୟ କରେ ।
    ଏକ ସାଧାରଣ କୋଷ କୋଷଝିଲ୍ଲୀ ଦ୍ଵାରା ଆବୃତ୍ତ ଓ ସାଇଟୋପ୍ଲାଜମ୍ରେ ପରିପୂର୍ଣ୍ଣ ଥାଏ । ଏଥିରେ ଏକ ନ୍ୟଷ୍ଟି ଥାଏ । ଉଭିଦ, କବକ ଏବଂ ବୀଜାଣୁ କୋଷର କୋଷଝିଲ୍ଲୀ ଚାରିପାଖରେ ଏକ ଅତିରିକ୍ତ ଆବରଣ ଥାଏ, ଯାହାକୁ କୋଷଭିଭି କୁହାଯାଏ । ବୀଜାଣୁରେ ଏକ ସୁଗଠିତ ନ୍ୟଷ୍ଟି ନ ଥାଏ ।
  • କୋଷଗୁଡ଼ିକର ଆକୃତି ଏବଂ ଆକାର ଭିନ୍ନ ଭିନ୍ନ । ସେମାନଙ୍କର ଆକୃତି ସେମାନଙ୍କ ଦ୍ଵାରା ସମ୍ପାଦିତ କାର୍ଯ୍ୟ ସହିତ ଜଡ଼ିତ ।
  • ବୀଜାଣୁ, କବକ ଏବଂ ଆଦିପ୍ରାଣୀ ବିଭିନ୍ନ ପ୍ରକାରର ଅଣୁଜୀବ ।
  • ଭୂତାଣୁ ମଧ୍ଯ ଆକାରରେ ଛୋଟ କିନ୍ତୁ ଅନ୍ୟ ଅଣୁଜୀବଠାରୁ ଭିନ୍ନ କାରଣ ସେମାନେ ପୋଷକ ଜୀବ ଶରୀରରେ ପ୍ରଜନନ କରନ୍ତି ।
  • ଅଣୁଜୀବ ଆମ ପାଇଁ ଉପକାରୀ କିମ୍ବା ଅପକାରୀ ହୋଇପାରେ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

Keywords:

  • କୋଷ – Cell
  • ବର୍ଦ୍ଧକ କାଚ – Magnifying glass
  • ଅଣୁବୀକ୍ଷଣ ଯନ୍ତ୍ର – Microscope
  • କୋଷଝିଲ୍ଲୀ – Plasma Membrane
  • କୋଷଜୀବକ – Cytoplasm
  • ନୀଳ ସବୁଜ ଶୈବାଳ – Spirulina
  • କେନ୍ଦ୍ର – Nucleus
  • ହରିତକ ଲବକ – Chloroplast
  • ବ୍ୟାକ୍ଟେରିଆ – Bacteria
  • ଭୂତାଣୁ – Virus
  • କବକ – Fungus

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Go through Class 8 Social Science Solutions Odia Medium and Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ to understand textbook questions more clearly.

8th Class Social Science Chapter 4 Question Answer Odia Medium

Class 8 Social Science Chapter 4 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଉପନିବେଶବାଦର ? ଏହି ଅଧ୍ୟାୟକୁ ଭିଭିକରି କିମ୍ବା ତୁମ ନିଜ ଜ୍ଞାନରୁ ଏ ସମ୍ପର୍କିତ ତିନୋଟି ସଂଜ୍ଞା ସ୍ଥାପନ କରି|
Answer:
(i) ଉପନିବେଶବାଦର ସଂଜ୍ଞା – ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାରଧାରାକୁ ପ୍ରୟୋଗ କରିବାକୁ ଉପନିବେଶବାଦ କୁହାଯାଏ ।

(ii) ଏହି ଉପନିବେଶବାଦ ସଂଜ୍ଞାଟିକୁ ଆମେ ତିନିଗୋଟି ଦୃଷ୍ଟିକୋଣରୁ ବିଚାର କରିପାରିବା, ଯଥା- ଐତିହାସିକ, ରାଜନୈତିକ ଓ ଅର୍ଥନୈତିକ ।

(iii) ଐତିହାସିକ ହିସାବରେ ଦେଖିବାକୁ ଗଲେ ଏକ ବିଦେଶୀ ଶକ୍ତି ଅନ୍ୟ ଏକ ଦେଶରେ ବସତି ସ୍ଥାପନ କରିବା ସହିତ ସେ ଦେଶର ପ୍ରାକୃତିକ ସମ୍ବଳଗୁଡ଼ିକୁ ନିଜ ଦେଶର ପ୍ରଗତି ପାଇଁ ବ୍ୟବହାର କରିଥାଏ । ସେଥ‌ିରେ ସେମାନେ ନିଜ ମାତୃଦେଶର ମଙ୍ଗଳ ବା ଲାଭ ଆଶାରେ କାର୍ଯ୍ୟ କରିବାରେ ଲାଗିପଡ଼ିଥା’ନ୍ତି ।

(iv) ରାଜନୈତିକ ଦୃଷ୍ଟିରେ ବିଚାର କଲେ ବିଦେଶୀ ଶକ୍ତିମାନେ ଅନ୍ୟ ଏକ ଦେଶରେ ରାଜନୈତିକ ବ୍ୟବସ୍ଥାରେ ହସ୍ତକ୍ଷେପ କରି ସେମାନଙ୍କ ରାଜ୍ୟକୁ ଦଖଲ କରି, ସେମାନଙ୍କୁ ଶୋଷଣ କରିବା ସହିତ ନିଜର ଆଧୂପତ୍ୟ ବିସ୍ତାର କରିବାରେ ଲାଗିପଡ଼ିଥା’ନ୍ତି ।

(v) ଅର୍ଥନୈତିକ ଚିନ୍ତାଧାରାରେ ଦେଖ‌ିଲେ ବିଦେଶୀ ଶାସକମାନେ ଉପନିବେଶମାନଙ୍କରୁ ପ୍ରାକୃତିକ ସମ୍ପଦ ଲୁଣ୍ଠନ କରିବା ସହିତ ସେମାନଙ୍କର ଅର୍ଥନୈତିକ ମାନଦଣ୍ଡକୁ ଦୁର୍ବଳ କରିଦେବାକୁ ପଛାଇ ନଥା’ନ୍ତି । ସେଠାରେ ସେମାନଙ୍କର ସୁବିଧା ପାଇଁ ଉପନିବେଶର ଭାଷା, ଶିକ୍ଷା ଓ ସଂସ୍କୃତିକୁ ନଷ୍ଟ କରିଦେଇଥା’ନ୍ତି । ମୋଟ ଉପରେ କହିବାକୁ ଗଲେ ସେମାନେ ନିଜ ମାତୃଦେଶର ମଙ୍ଗଳ କାମନାରେ ଲାଗି ପଡ଼ିଥା’ନ୍ତି ।

Question 2.
ଉପନିବେଶବାଦୀ ଶାସକମାନେ ପ୍ରାୟତଃ ଦାବି କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ‘ସଭ୍ୟ’ କରିବା ଆମର ଲକ୍ଷ୍ୟ । ଏହି ଅଧ୍ୟାୟ ଆଧାରରେ ତୁମେ ଚିନ୍ତାକର ଯେ ଏହି ଉକ୍ତି କ’ଣ ଭାରତ ପାଇଁ ଠିକ୍ ଥୁଲା ? କାହିଁକି ବା କାହିଁକି ନୁହେଁ ?
Answer:
(i) ଉପନିବେଶବାଦୀ ଶାସକମାନେ ଦାବି କରୁଥିଲେ ଯେ ଉପନିବେଶର ଶାସିତ ଲୋକମାନଙ୍କୁ ‘ସଭ୍ୟ’ କରିବା ଆମର ଲକ୍ଷ୍ୟ । ଏହା ଆଦୌ ଠିକ୍ ନଥିଲା । ଇଂରେଜମାନେ ଆମକୁ ସଭ୍ୟ କରିବା ମୂଳରେ ଯେଉଁ ନୂତନ ଶିକ୍ଷାବ୍ୟବସ୍ଥା ଓ ରେଳ ଚଳାଚଳ ପ୍ରଚଳନ କରିଥିଲେ, ତାହାର ମୂଳ ଉଦ୍ଦେଶ୍ୟ ଥିଲା ସେମାନଙ୍କଋର ଶାସନ ବ୍ୟବସ୍ଥାକୁ ମଜବୁତ୍ କରିବା ଓ ଭାରତକୁ ଶୋଷଣ କରିବା ।

(ii) ଏହି ଅଧ୍ୟାୟରେ ଅର୍ଥନୈତିକ ଶୋଷଣ ଆଧାରରେ ଦେଖିବାକୁ ଗଲେ ଇଂରେଜମାନେ ଆମ ଦେଶରୁ ତୁଳା, ନୀଳ ଓ ମସଲା ଇତ୍ୟାଦି ନେଇ ତାଙ୍କ ଦେଶରେ ଦ୍ରବ୍ୟ ଉତ୍ପାଦନ କରି ଆମକୁ ବିକ୍ରିକରି ଲାଭବାନ ହେଉଥିଲେ । ଯାହାଫଳରେ ଆମର କାର୍ପାସ ଶିଳ୍ପ ଧ୍ୱଂସାଭିମୁଖୀ ହୋଇପଡ଼ିଥିଲା ।

(iii) ଅତ୍ୟଧ‌ିକ କରବ୍ୟବସ୍ଥା ଓ ମହାଦୁର୍ଭିକ୍ଷ ଫଳରେ ଭାରତୀୟମାନଙ୍କର ଅର୍ଥନୈତିକ ମେରୁଦଣ୍ଡ ଦୋହଲି ଯାଇଥିଲା । ଆମର ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଲୋକମାନେ ପୋକମାଛି ପରି ଖାଦ୍ୟାଭାବରେ ମୃତ୍ୟୁବରଣ କଲେ ।

(iv) ଇଂରେଜମାନେ ଆମର ପ୍ରାଦେଶିକ ଶାସନ ବ୍ୟବସ୍ଥାରେ ହସ୍ତକ୍ଷେପ କରି ଶାସକମାନଙ୍କୁ ଦୁର୍ବଳ କରିଦେଇଥିଲେ । ବିଭିନ୍ନ ଆଳ ଦେଖାଇ ଗୋଟିଏ ଲେଖାଏଁ ରାଜ୍ୟ ନିଜର ଦଖଲଭୁକ୍ତ କରିବାରେ ଲାଗିପଡ଼ିଥିଲେ । ଯାହାଫଳରେ ଆମର ଦେଶର ଶାସନ ବ୍ୟବସ୍ଥା କ୍ରମଶଃ ଲୋପ ପାଇଯାଇଥିଲା ।

(v) ନୂତନ ଇଂରାଜୀ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରି ଭାରତୀୟ ସାଂସ୍କୃତିକ ପରମ୍ପରାଗୁଡ଼ିକୁ ନଷ୍ଟ କରିଦେଇଥିଲେ । ସେମାନଙ୍କର ଶାସନ ବ୍ୟବସ୍ଥାରେ ସାହାଯ୍ୟ କରିବାପାଇଁ ଆମ ଦେଶରେ ଇଂରାଜୀ ଶିକ୍ଷା ପ୍ରଚଳନ କରାଇଥିଲେ । ସର୍ବୋପରି ଦେଖିବାକୁ ଗଲେ ୟୁରୋପୀୟମାନେ ଆମକୁ ଶୋଷଣ କରିବା ସହିତ ତାଙ୍କର ରାଜନୈତିକ ସ୍ଵାର୍ଥକୁ ଚରିତାର୍ଥ କରିବାରେ ଲାଗିପଡ଼ିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 3.
ଭାରତକୁ ଉପନିବେଶ କରିବାରେ କିପରି ବ୍ରିଟିଶ ଆଭିମୁଖ୍ୟ, ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଭିନ୍ନ ଥିଲା ?
Answer:
(i) ଭାରତକୁ ଉପନିବେଶ କରିବାରେ ବ୍ରିଟିଶ ଆଭିମୁଖ୍ୟ ସମ୍ପୂର୍ଣ୍ଣରୂପେ ପର୍ତ୍ତୁଗୀଜ ଓ ଫରାସୀମାନଙ୍କଠାରୁ ଅଲଗା ଥିଲା । ବ୍ରିଟିଶମାନଙ୍କର ଉପନିବେଶ ସ୍ଥାପନ କରିବାର କଳା ଓ କୌଶଳ ଫରାସୀ ଓ ପର୍ତ୍ତୁଗୀଜମାନଙ୍କଠାରୁ ଉନ୍ନତ ଥିଲା । ବ୍ରିଟିଶରମାନେ ଉପକୂଳ ଅଞ୍ଚଳମାନଙ୍କରେ ବାଣିଜ୍ୟ କାରବାରକୁ ପ୍ରାଧାନ୍ୟ ଦେଉଥିଲେ ।

(ii) ପର୍ତ୍ତୁଗୀଜ ଓ ଫରାସୀ ଉପନିବେଶଗୁଡ଼ିକ ସୀମିତ ଅଞ୍ଚଳରେ ଥ‌ିବାବେଳେ ବ୍ରିଟିଶ ଉପନିବେଶଗୁଡ଼ିକ ବିଶାଳ ଅଞ୍ଚଳକୁ ବ୍ୟାପି ଯାଇଥିଲା ।

(iii) ବ୍ରିଟିଶରମାନେ ଉପନିବେଶମାନଙ୍କରେ ସ୍ଥିର ସରକାର ଗଠନ କରି ଶିକ୍ଷା, ଜମିଜମା ସଂକ୍ରାନ୍ତୀୟ ବିଷୟ ଉପରେ ଗୁରୁତ୍ଵ ପ୍ରଦାନ କରୁଥିଲେ । କିନ୍ତୁ ଫରାସୀ ଓ ପର୍ତ୍ତୁଗୀଜମାନେ ସାମାନ୍ୟ କେତେଗୋଟି ଦ୍ଵୀପ ବା ଅଞ୍ଚଳକୁ ଶାସନ କରିପାରିଥିଲେ ।

(iv) ଫରାସୀ ଓ ପର୍ତ୍ତୁଗୀଜମାନଙ୍କର ଶାସନ ବ୍ୟବସ୍ଥା ସେତେ ଦକ୍ଷ ବା ସୁଦୃଢ଼ ନଥିଲା । ସେମାନେ ଏକ ଛୋଟ ସୈନ୍ୟବାହିନୀ ଉପରେ ନିର୍ଭର କରୁଥିଲେ । ବ୍ରିଟିଶରମାନେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରି ବିରାଟ ସାମ୍ରାଜ୍ୟ ଗଠନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।

(v) ଫରାସୀ ଓ ପର୍ତ୍ତୁଗୀଜମାନେ ଏକ ଛୋଟ ଅଞ୍ଚଳରେ ଧାର୍ମିକ ପ୍ରଭାବ ବିସ୍ତାର କରିବାପାଇଁ ଚେଷ୍ଟା କରୁଥୁଲେ । ବିଶେଷକରି ସେମାନେ ଖ୍ରୀଷ୍ଟଧର୍ମ ପ୍ରଚାରରେ ବ୍ୟସ୍ତ ରହୁଥିଲେ । କିନ୍ତୁ ବ୍ରିଟିଶ ଉପନିବେଶବାଦୀମାନେ ସେମାନଙ୍କର ସାଂସ୍କୃତିକ ପ୍ରଭାବ ବିସ୍ତାର କରିବା ସହିତ ଅନେକ ରାଜ୍ୟରେ ଶିକ୍ଷା ଓ ରେଳପଥ ଓ ଡାକ ବ୍ୟବସ୍ଥାର ପ୍ରଚଳନ କରିବାରେ ସକ୍ଷମ ହୋଇଥିଲେ ।

Question 4.
ଭାରତୀୟମାନେ ସେମାନଙ୍କର ନିଜସ୍ଵ ପରାଧୀନତା ପାଇଁ ଇଂରେଜମାନଙ୍କୁ ପାଣ୍ଠି ଯୋଗାଇଥିଲେ । ବ୍ରିଟିଶମାନଙ୍କର ଭାରତରେ ରେଳ ଓ ଟେଲିଗ୍ରାଫ୍ ପରି ଭିତ୍ତିଭୂମି ଓ ପ୍ରକଳ୍ପର ଅର୍ଥ କ’ଣ ?
Answer:
(i) ବ୍ରିଟିଶରମାନେ ଭାରତରେ ଉପନିବେଶ ସ୍ଥାପନ କରି ଶାସନ କରୁଥିବା ସମୟରେ ଏଠାରେ ଅନେକ ବିଭାଗର ଭିତ୍ତିଭୂମି ସୁଦୃଢ଼ କରିଥିଲେ ଯଥା- ରେଳପଥ, ଟେଲିଗ୍ରାଫ ଏବଂ ଡାକ ବ୍ୟବସ୍ଥା । ଏହି ଭିଭିଭୂମି ସୁଦୃଢ଼ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାଙ୍କର ଶାସନ ଓ ସୈନ୍ୟବାହିନୀକୁ ସୁବ୍ୟବସ୍ଥିତ କରିବା । ସେମାନେ ଆମର ମଙ୍ଗଳ ପାଇଁ ଏହା କେବେବି କରିନଥିଲେ ।

(ii) ଆମ ଦେଶରେ ଭିଭିଭୂମିର ବିକାଶ ପାଇଁ ଗରିବ, ଖଟିଖ୍ ଓ କୃଷକମାନଙ୍କ ଉପରେ ଅତ୍ୟଧିକ କର ବସାଇବାକୁ ପଛାଉନଥିଲେ । କରଭାରରେ ଆକ୍ରାନ୍ତ ହୋଇ ଅନେକ ଜୀବନ ହରାଉଥିଲେ ।

(iii) ଭାରତରେ ରେଳପଥ ପ୍ରଚଳନ କରି ଆମ ଦେଶର କୋଣ ଅନୁକୋଣରୁ କଞ୍ଚାମାଲ ଯଥା- କପା, କୋଇଲା ଓ ନୀଳ ନେଇ ସେମାନଙ୍କର କଳକାରଖାନାକୁ ଯୋଗାଉଥିଲେ । ଏଥିରେ ଆମର ଅନେକ କ୍ଷତି ହେଉଥିଲା ।

(iv) ସେମାନେ ଆମ ଦେଶରେ ନୂତନ କରି ଟେଲିଗ୍ରାଫ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ, ଯାହାକି ସେମାନଙ୍କର ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବାପାଇଁ ଉଦ୍ଦିଷ୍ଟ ଥିଲା । ଭାରତୀୟମାନଙ୍କର ସଂଗ୍ରାମକୁ କିପରି ଦମନ କରିହେବ ଓ ସହଜରେ ଓ ଅତିଶୀଘ୍ର କିପରି ସୈନ୍ୟବାହିନୀ ସେଠାରେ ପହଞ୍ଚିପାରିବ ତାହା ନିଶ୍ଚିତ ହୋଇପାରୁଥିଲା ।

(v) ଭାରତର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ଵ ଦିଆନଯାଇ, ସେମାନେ ସେମାନଙ୍କର ବାଣିଜ୍ୟ କାରବାରପାଇଁ ଜମିଜମା କର ଓ ବାଣିଜ୍ୟ କର ଲାଗୁ କରିଥିଲେ । ଆମର ଅର୍ଥନୈତିକ ଅବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିଲା । ଆମ ଦେଶର ଅର୍ଥରେ ସେମାନଙ୍କର ଅର୍ଥନୈତିକ ବ୍ୟବସ୍ଥା ଓ ସୈନ୍ୟବାହିନୀ ଶକ୍ତିଶାଳୀ ହେବାରେ ଲାଗିଥିଲା । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତକୁ ଶୋଷଣ କରିବା ଓ ଇଂଲଣ୍ଡକୁ ମଜବୁତ୍ କରିବା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ବିଭାଜନ ଓ ଶାସନ ବାକ୍ୟାଶର ଅର୍ଥ କ’ଣ ? ଭାରତରେ ବ୍ରିଟିଶମାନେ କିପରି ଏହାର ବ୍ୟବହାର କରିଥିଲେ ଉଦାହରଣ ଦିଅ ।
Answer:
(i) ବିଭାଜନ ଓ ଶାସନ ଏକ ପ୍ରକାର କୁଟନୀତିକ ଶାସନ ପ୍ରଣାଳୀ ଯାହାକି ବ୍ରିଟିଶରମାନେ ଆମ ଦେଶରେ ପ୍ରୟୋଗ କରି ସଫଳତା ହାସଲ କରିପାରିଥିଲେ ।

(ii) ଆମ ଦେଶରେ ଜାତି, ଧର୍ମ ଓ ଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟିକରି ସେମାନେ ତାଙ୍କର ଶାସନ ଜାରି ରଖୁଥିଲେ । ଦେଶର ଲୋକମାନେ ଏକାଠି ହୋଇ ସେମାନଙ୍କର ନିରଙ୍କୁଶ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ଆନ୍ଦୋଳନମାନ କରିଥିଲେ ।

(iii) ବିଶେଷକରି ସେମାନେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିଥିଲେ ଶେଷରେ ଭାରତ ଓ ପାକିସ୍ତାନକୁ ଅଲଗା କରିଦେଇଗଲେ । ଯାହାର କୁପରିଣାମ ଆମକୁ ଏବେସୁଦ୍ଧା ଭୋଗିବାକୁ ପଡୁଛି । ଭାରତରେ ଦେଶୀୟ ରାଜାମାନଙ୍କୁ ପ୍ରୋତ୍ସାହିତ କରି ଆମର ଏକତ୍ରୀକରଣ ବ୍ୟବସ୍ଥାକୁ ପ୍ରତିହତ କରିଥିଲେ ।

(iv) ବ୍ରିଟିଶରମାନେ ଆମ୍ଭମାନଙ୍କ ମଧ୍ୟରେ ଧାର୍ମିକ, ସାମାଜିକ ଓ ରାଜନୈତିକ ବିଭେଦ ସୃଷ୍ଟିକରି ବିଭିନ୍ନ ଗୋଷ୍ଠୀକୁ ଅଲଗା କରି ରଖୁଥିଲେ । ଦେଶର ଲୋକମାନଙ୍କୁ ବିଭିନ୍ନ ଆଳରେ ଅଲଗାକରି ରଖ୍ ନିର୍ବିଘ୍ନନରେ ଏକ ବିରାଟ ଦେଶକୁ ବହୁଦିନ ଧରି ଶାସନ କରି ଚାଲିଥିଲେ ।

(v) ‘ବିଭାଜନ ଓ ଶାସନ’ ନୀତି ଅନୁସାରେ ନିଜର ଫାଇଦା ହାସଲ କରିବା କୌଶଳ ସେମାନଙ୍କୁ ଖୁବ୍ ଭଲଭାବରେ ଜଣାଥିଲା । ୧୭୫୭ ମସିହାର ଲର୍ଡ କ୍ଲାଇବ ପଲାସୀ ଯୁଦ୍ଧରେ ମିରଜାଫର୍‌ଙ୍କୁ ହାତ କରିବା, ଡେଲହାଇସୀଙ୍କର ‘ରାଜସ୍ଵତ୍ଵଲୋପନୀତି’ ଓ ୱେଲସେଲିଙ୍କ ‘ସାମନ୍ତ ସନ୍ଧି’ ଯାହାର ଗୋଟିଏ ଲେଖାଏଁ ଜ୍ଵଳନ୍ତ ଉଦାହରଣ ଥିଲା ।

Question 6.
କୃଷି, ଶିକ୍ଷା, ବାଣିଜ୍ୟ କିମ୍ବା ଗ୍ରାମୀଣ ଜୀବନ ମଧ୍ୟରୁ ଭାରତୀୟ ଜୀବନର ଯେକୌଣସି ଗୋଟିଏ କ୍ଷେତ୍ରକୁ ବାଛ । ଉପନିବେଶିକ ଶାସନଦ୍ୱାରା ଏହା କିପରି ଭାବରେ ପ୍ରଭାବିତ ହୋଇଥିଲା ? ସେହି ପରିବର୍ତ୍ତନ ଆଜି ମଧ୍ୟ ସମାଜରେ ଦେଖିପାରୁଛ କି ? ଗୋଟିଏ ଛୋଟ ପ୍ରବନ୍ଧ, କବିତା ବା ଚିତ୍ର ମଧ୍ୟରେ ତୁମ ମନର ଭାବ ପ୍ରକାଶ କର ।
Answer:
(i) ବ୍ରିଟିଶ ଉପନିବେଶିକ ଶାସନ କାଳରେ କୃଷିକ୍ଷେତ୍ରରେ ଭାରତରେ ଅନେକ ପରିବର୍ତ୍ତନ ଦେଖାଯାଇଥିଲା, ଯାହାକି ଭାରତୀୟ କୃଷକମାନଙ୍କର ମଙ୍ଗଳରେ ‍ଆସି ବ୍ରିଟିଶରମାନଙ୍କର ଶିଳ୍ପର ଅଭିବୃଦ୍ଧିରେ ସହାୟକ ହୋଇଥିଲା ।

(ii) ସେମାନେ ଆମର କୃଷକମାନଙ୍କୁ କପା, ଅଫିମ ଓ ନୀଳ ଚାଷ କରିବାପାଇଁ ବାଧ୍ୟ କରାଇଥିଲେ, କାରଣ ଏହାଦ୍ଵାରା ସେମାନଙ୍କର ଶିଳ୍ପକୁ କଞ୍ଚାମାଲ ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ । ଫଳରେ ଆମର କୃଷକମାନେ ଉତ୍ପାଦନ କରୁଥିବା ଖାଦ୍ୟ ପଦାର୍ଥ ସଠିକମାତ୍ରାରେ ଉତ୍ପାଦିତ କରିପାରି ନଥିଲେ । ଫଳରେ ଦୁର୍ଭିକ୍ଷର ଭୟଙ୍କର ରୂପ ଦେଖ‌ିବାକୁ ମିଳିଥିଲା ।

(iii) ବ୍ରିଟିଶରମାନେ ୧୭୯୩ ମସିହାରେ ଚିରସ୍ଥାୟୀ ବନ୍ଦୋବସ୍ତ ବ୍ୟବସ୍ଥା ପ୍ରଚଳନ କରି ଅତ୍ୟଧିକ କର ଆଦାୟ କରି କୃଷକମାନଙ୍କୁ ଶୋଷଣ କରିବାଫଳରେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବାରେ ଲାଗିଲା, ଫଳରେ ୧୭୭୦ ମସିହା ମହାଦୁର୍ଭିକ୍ଷରେ ଖାଦ୍ୟଭାବ ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ
କଲେ ।

(iv) ଆମ ଦେଶରେ ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ କରି ଉତ୍ପାଦିତ ହେଉଥ‌ିବା କଞ୍ଚାମାଲକୁ ବିଭିନ୍ନ ବନ୍ଦରଦେଇ ଇଂଲଣ୍ଡକୁ ରପ୍ତାନି କରାଗଲା । ଭାରତୀୟ କୃଷି ସମ୍ପୂର୍ଣ୍ଣରୂପେ ସେମାନଙ୍କରର ଅଧୀନକୁ ଚାଲି ଯାଇଥିଲା ।

(v) ବର୍ଭମାନ ସୁଦ୍ଧା କୃଷକମାନଙ୍କର ଅବସ୍ଥାରେ ସେପରି କିଛି ଆଦୃଶିଆ ପରିବର୍ତ୍ତନ ହେବାର ଲକ୍ଷ୍ୟ କରାଯାଉନାହିଁ । ଏବେବି କୃଷକମାନଙ୍କର ଅନେକ ସମସ୍ୟା ରହିଛି ଯାହାକି ସମାଧାନ କରିବାପାଇଁ ଅନେକ ସମୟ ଲାଗିବ । ଆମ ଦେଶର ପ୍ରତ୍ୟେକ କୃଷିକ୍ଷେତ୍ରକୁ ଜଳସେଚନର ସୁବିଧା ଏଯାଏ କରାଯାଇପାରିନାହିଁ । କୃଷକମାନେ ଋଣଯନ୍ତାରେ ପଡ଼ି ସେମାନଙ୍କର ଚାଷଜମି ବିକ୍ରି କରିବାପାଇଁ ବାଧ୍ୟ ହେଉଛନ୍ତି । ଅନ୍ୟ ଏକ ସମସ୍ୟା ରହିଛି ଅଭାବି ବିକ୍ରି ସମସ୍ୟା । ଉତ୍ପାଦିତ ଦ୍ରବ୍ୟକୁ ସରକାର ଉଚିତ ମୂଲ୍ୟରେ କୃଷକମାନଙ୍କଠାରୁ କ୍ରୟକରୁନାହାଁନ୍ତି । ଫଳରେ ସେମାନେ କୃଷିରୁ ଲାଭ ପାଇପାରୁ ନାହାଁନ୍ତି ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 7.
କଳ୍ପନା କର ଯେ ତୁମେ ୧୮୫୭ର ଜଣେ ସମ୍ବାଦଦାତା, ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିରୋଧ ସମ୍ପର୍କରେ ଏକ ଛୋଟ ସମ୍ବାଦ ଲେଖ । ମୁଖ୍ୟ ଘଟଣାବଳୀ ଏବଂ ନେତାମାନଙ୍କୁ ଗୁରୁତ୍ଵ ଦେଇ ବିଦ୍ରୋହ କିପରି ଆରମ୍ଭ, ପ୍ରସାରିତ ଓ ସମାପ୍ତ ହେଲା, ଏକ ସମୟରେଖା ବା ଷ୍ଟୋରି ବୋର୍ଡ଼ (ଗଳ୍ପ ଫଳକ) ମାଧ୍ୟମରେ ଦର୍ଶାଅ ।
Answer:
(i) ସମ୍ବାଦର ଶୀର୍ଷକ– ‘ଝାନ୍ସୀ ଝଲକ’ ତାରିଖ- ୧୮୫୮ ମସିହା ଜୁନ୍ ମାସ । ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କ ବୀରତ୍ୱର ଗାଥା- ‘ଉତ୍କଳ ପ୍ରସଙ୍ଗର’’ ସାମ୍ବାଦିକ ମନୋଜ ମିଶ୍ର । ୧୮୫୭ ଖ୍ରୀଷ୍ଟାବ୍ଦରେ ଘଟିଥିବା ଘଟଣାମାନଙ୍କ ମଧ୍ୟରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ଵର ଗାଥା ଇତିହାସ ପୃଷ୍ଠାରେ ସବୁଦିନପାଇଁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଛି । ଜଣେ ମହିଳା ହୋଇ ବିଶାଳ ଇଷ୍ଟଇଣ୍ଡିଆ କମ୍ପାନୀ ବିରୋଧରେ ସାହସର ସହିତ ଲଢ଼େଇ କରି ସେ ଆଜିବି ଅମର ହୋଇ ରହିଯାଇଛନ୍ତି ।

(ii) ସେତେବେଳେ ଇଂରେଜ ସରକାର ଝାନ୍ସୀକୁ ରାଜସ୍ଵତ୍ତ୍ଵ ଲୋପ ନୀତି ଅନୁସାରେ ଅଧିକାର କରି ତାଙ୍କର ପୋଷ୍ୟପୁତ୍ର ଦାମୋଦର ରାଓଙ୍କୁ ରାଜା ହେବାପାଇଁ ଦେଇନଥିଲେ । ଏହାର ପ୍ରତିବାଦ କରି ରାଣୀ ନିଜେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ ।

(iii) ଇଂରେଜ ସରକାରଙ୍କ ନିକଟରେ ସେ ମୁଣ୍ଡ ନୁଆଇଁ ନଥିଲେ । ସେ ଏକ ମହିଳା ସଶସ୍ତ୍ରବାହିନୀ ଗଠନ କରି ବିଦ୍ରୋହରେ ସାମିଲ ହୋଇ ଅନ୍ୟାୟକୁ ପ୍ରତିରୋଧ କରିବାକୁ ପଛାଇ ଯାଇନଥିଲେ । ଯୁଦ୍ଧକ୍ଷେତ୍ରରେ ତାଙ୍କର ଅଶୀଚାଳନା ଓ ରଣକୌଶଳ ସେତେବେଳେ ସମସ୍ତଙ୍କୁ ଚକିତ କରିଦେଇଥିଲା ।

(iv) ଯୁଦ୍ଧକ୍ଷେତ୍ରରେ ଇଂରେଜମାନଙ୍କର ପ୍ରବଳ ଆକ୍ରମଣକୁ ମୁକାବିଲା ନ କରିପାରି ସେ ବନ୍ଦୀ ହୋଇଯିବା ଭୟରେ ସେଠାରୁ ପଳାୟନକରି ତାନ୍ତିଆ ତେପେ ଓ ନାନାସାହେବଙ୍କ ସହିତ ଯୋଗ ଦେଇଥିଲେ । ସେଠାରେ ସେ ପୁନର୍ବାର ସଂଗ୍ରାମ କରିବାପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ।

(v) ଜୀବନର ଶେଷ ପର୍ଯ୍ୟନ୍ତ ସେ ଇଂରେଜମାନଙ୍କ ବିରୋଧରେ ଲଢ଼େଇ ଜାରି ରଖୁଥିଲେ । ୧୮୫୭ ମସିହାର ଏକ ଚର୍ଚ୍ଚିତ ଘଟଣାବଳୀ ମଧ୍ଯରେ ଏହା ସ୍ଥାନ ପାଇଅଛି ।

Question 8.
ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ୱାରା ଉପନିବେଶିତ ହୋଇନଥୁଲା ମନେକରି ଏକ ବିକଳ୍ପ ଇତିହାସ କଳ୍ପନା କର । ଭାରତ କିପରି ନିଜ ବାଟରେ ବିକଶିତ ହୋଇଥାଇ ପାରିଥା’ନ୍ତା, ସେ ସମ୍ପର୍କରେ ୩୦୦ ଶବ୍ଦ ମଧ୍ୟରେ ଏକ ସଂକ୍ଷିପ୍ତ କାହାଣୀ ଲେଖ ।
Answer:
‘‘ପଙ୍କରେ ପଦ୍ମ ଫୁଟିଥାଏ’’
(i) ଭାରତ କେବେ ୟୁରୋପୀୟ ଶକ୍ତିମାନଙ୍କଦ୍ଵାରା ଉପନିବେଶିତ ହୋଇନଥା’ନ୍ତା ଯଦି ୧୪୯୮ରେ ପର୍ତ୍ତୁଗୀଜ ଜାହାଜ ଭାରତର କାପଜ ବନ୍ଦରରେ ପହଞ୍ଚିନଥା’ନ୍ତା । ୟୁରୋପୀୟମାନେ ହୁଏତ ଅନ୍ୟ କେଉଁଠାରେ ସେମାନଙ୍କର ଉପନିବେଶ ସ୍ଥାପନ କରିପାରିଥାଆନ୍ତେ । ଭାରତ ଉପନିବେଶବାଦରୁ ରକ୍ଷାପାଇଥା’ନ୍ତା । ଆମର ସଭ୍ୟତା, ସଂସ୍କୃତି ଓ ବାଣିଜ୍ୟ ସିମୀତ ହୋଇ ରହିଯାଇଥା’ନ୍ତା ।

(ii) ୧୭୦୦ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ଭାରତରେ ମରହଟ୍ଟା ଶକ୍ତିର ଉତ୍ଥାନ, ରାଜପୁତ୍ମାମାନଙ୍କର ବିଶାଳ ସାମ୍ରାଜ୍ୟ ଧୀରେ ଧୀରେ ଅଗ୍ରଗତିର ଚରମସୀମାରେ ପହଞ୍ଚିପାରିଥା’ନ୍ତା । ସଂସ୍କୃତ ଓ ପର୍ସିଆନ ଭାଷାରେ ଆମେ ଅଧିକରୁ ଅଧିକ ଗବେଷଣା କରିପାରିଥା’ନ୍ତେ, ଭାରତ ସାଂସ୍କୃତିକ କ୍ଷେତ୍ରରେ ବିଶ୍ଵସ୍ତରରେ ଆହୁରି ଅଗ୍ରଗତି କରିପାରିଥା’ନ୍ତି । ୟୁରୋପୀୟମାନଙ୍କ ଉପନିବେଶ ସ୍ଥାପନ ହେବା ଫଳରେ ବିକାଶର ଧାରା ଯେଉଁ ଦିଗରେ ଗତି କରୁଥିଲା, ତାହା ଅନ୍ୟ ସମସ୍ତ ଦେଶ ତୁଳନାରେ ଖୁବ୍ ଅଧିକ ରଚନାତ୍ମକ ହୋଇପାରିଥା’ନ୍ତା ।

(iii) ଇଂରେଜମାନେ ଆମ ଦେଶରେ ରେଳ ଚଳାଚଳ ବ୍ୟବସ୍ଥା ପ୍ରଚଳନ କରି ଆମ ଦେଶରେ ଥିବା ଖଣିଜ ସମ୍ପଦକୁ ଲୁଟିନେଇ ସେମାନେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ଲାଭ କଲେ । ଭାରତରେ ଉତ୍ପାଦିତ ହେଉଥ‌ିବା କପା, ସିଲ୍କ ଓ ଧାତବ ପଦାର୍ଥ ୟୁରୋପକୁ ରପ୍ତାନି ହେବା ଫଳରେ ଭାରତୀୟ ଶିଳ୍ପ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା । ଏହା ନହୋଇଥିଲେ କ୍ଷେତ୍ରରେ ଆମ୍ଭେମାନେ ଉଚ୍ଚସ୍ତରରେ ମଧ୍ୟ ପହଞ୍ଚିପାରିଥା’ନ୍ତୁ । ଆମର ନାଳନ୍ଦା ଓ ତକ୍ଷଶିଳାରେ ଥ‌ିବା ବିଶ୍ଵବିଦ୍ୟାଳୟମାନଙ୍କରେ ପ୍ରାଚୀନ ସଂସ୍କୃତି ଓ ଆଧୁନିକ ବିଜ୍ଞାନର ବିଷୟରେ ଅଧ‌ିକ ଗବେଷଣା କରାଯାଇପାରିଥା’ନ୍ତା, କିନ୍ତୁ ତାହା ହୋଇପାରି ନଥିଲା ।

(iv) ଖ୍ରୀଷ୍ଟାବ୍ଦ ୧୯୦୦ ବେଳକୁ ଭାରତ ଜ୍ୟୋତିର୍ବିଜ୍ଞାନ, ଆୟୁର୍ବିଜ୍ଞାନ ଓ ଗଣିତ ଶାସ୍ତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଥିଲା । ସେତେବେଳକୁ ବାରଣାସୀକୁ ‘ପୂର୍ବର ଆଲୋକ ବର୍ତିକା’ ଭାବରେ ଆଖ୍ୟା ଦିଆଯାଇଥିଲା । ଆମ ଦେଶରେ ଜାତିପ୍ରଥାକୁ ସଂସ୍କାରବାଦୀ ନେତାମାନେ ପ୍ରତିରୋଧ କରିବା ସହିତ ଏକ ନୂତନ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରିଯାଇଛନ୍ତି । ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ଉଠାଇ ଦିଆଯାଇଥିଲା । ସେଥ‌ିରେ ସାବିତ୍ରୀବାଈ ହୋଲକର ଓ ମୌଲାନା ଆଜାଦ ଖାନ୍‌ଙ୍କର ସାର୍ବଜନୀନ ଶିକ୍ଷା ଓ ସମାନତା ବିଶେଷ ସହାୟକ ହୋଇଥିଲା ।

(v) ୧୯୪୭ ମସିହା ବେଳକୁ ସାରା ବିଶ୍ଵରେ ଯୁଦ୍ଧର ଘନଘଟା ଚାଲିଥିଲାବେଳେ ଭାରତୀୟମାନେ ଜାତୀୟ କଂଗ୍ରେସ ଗଠନ କରି ଦେଶକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିପାରିଥିଲେ । ଭାରତୀୟ ନେତୃବୃନ୍ଦ ୟୁରୋପୀୟମାନଙ୍କର ବିଶାଳ ଉପନିବେଶକୁ ଧୂଳିସାତ କରିଦେଇଥିଲେ । ଆମର ଜାତୀୟ ପତାକା ତାହାର ଏକ ଜ୍ଵଳନ୍ତ ପ୍ରତୀକ ଅଟେ । ଏଥ‌ିରେ ବିଭିନ୍ନତା ମଧ୍ୟରେ ଏକତାଭାବ ପରିସ୍ଫୁଟ ହୋଇପାରିଛି । ପଙ୍କରେ ଯେପରି ପଦ୍ମ ବିକଶିତ ହୋଇଥାଏ, ଠିକ୍ ସେହିପରି ଭାରତ ତା’ର ନିଜ ଗୋଡ଼ରେ ଠିଆ ହୋଇପାରିଥା’ନ୍ତା ଓ ବିଶ୍ଵଦରବାରରେ ଏକ ସ୍ଵତନ୍ତ୍ର ମର୍ଯ୍ୟାଦା ବଜାୟ ରଖ୍ଯାରିଥା’ନ୍ତା । ଏହା ନିଃସନ୍ଦେଗୃହରେ କୁହାଯାଇପାରେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 9.
ଅଭିନୟ ମାଧ୍ୟମରେ : ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ଉପରେ ଜଣେ ବ୍ରିଟିଶ ଅଧ୍ବକାରୀ ଏବଂ ଦାଦାଭାଇ ନାରୋଜୀଙ୍କ ପରି ଜଣେ ଭାରତୀୟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏକ ଐତିହାସିକ କଥୋପକଥନ ପ୍ରଦର୍ଶନ କରେ ।
Answer:
(i) ‘‘ଏକ ଐତିହାସିକ କଥୋପକଥନ’’ ଭାରତର ଦାଦାଭାଇ ନାରୋଦୀ ଓ ଇଂରେଜ ଅଧିକାରୀ ସାର୍ ଏଡଓ୍ୱାଡ଼ ହାରିଙ୍ଗଟନ୍‌ ମଧ୍ଯରେ କଥୋପକଥନ । ୧୮୯୦ ମସିହା ପରବର୍ତ୍ତୀ ସମୟର କଥା ।

(ii) ସାର୍ ଏଡଓ୍ୱାଡ଼ ହାରିଙ୍ଗ୍‌ଟନ – ମୁଁ ଭାରତୀୟମାନଙ୍କର ଜ୍ଞାନକୁ ଖୁବ୍ ସମ୍ମାନ କରେ । ତୁମର ‘ବିତ୍ତର ବହିଃ ପ୍ରବାହ’ ନୀତି ଅତିରଞ୍ଜିତ ଅଟେ । ଆମେ ତୁମ ଦେଶରେ ରେଳପଥ, ଶିକ୍ଷା ଓ ଟେଲିଗ୍ରାମ ପ୍ରଚଳନ କରି ତୁମର ଅନେକ ଉପକାର କରିଅଛୁ । ତା’ ବଦଳରେ ଆମେ ପାଇଛୁ କ’ଣ ?

(iii) ଦାନାଭାଇ ନାରୋଦୀ ମହାଶୟ, ମୁଁ ଆପଣଙ୍କୁ ସମ୍ମାନର ସହ ଜଣାଇଦେବାକୁ ଚାହେଁ ଯେ ଆପଣମାନେ ଆମ ଦେଶର ଖର୍ଚ୍ଚରେ ଯେଉଁସବୁ ନୂତନ ବ୍ୟବସ୍ଥାମାନ ପ୍ରଚଳନ କରିଛନ୍ତି ସେଥ‌ିରେ ଇଂଲଣ୍ଡର ଅଧ୍ୟକ ପରିମାଣରେ ହିତସାଧନ ହୋଇଅଛି । ଭାରତରେ ମହଜୁଦ୍ ଥ‌ିବା କଞ୍ଚାମାଲଗୁଡ଼ିକୁ ସହଜରେ ବନ୍ଦରଗୁଡ଼ିକ ସ୍ଥାନାନ୍ତରିତ ହୋଇପାରିଛି । ଯାହାଫଳରେ ଭାରତରୁ ଅନେକ ପରିମାଣର ଦ୍ରବ୍ୟ ଅର୍ଥ ବିଦେଶକୁ ଚାଲିଯାଇଛି ।

(iv) ହାରିଙ୍ଗଟନ୍‌ – ଯଦି ଆମ୍ଭେମାନେ ତୁମ ଦେଶକୁ ଆସି ନଥା’ନ୍ତୁ ତେବେ ତୁମ୍ଭେମାନେ ଅନେକ ନୂତନ ସୁଖସୁବିଧାରୁ ବଞ୍ଚିତ ହୋଇଥା’ନ୍ତ । ତୁମର ସଭ୍ୟତା ସାମାଜିକ ବିକାଶ ସେତେ ସହଜରେ ଉନ୍ନତ ହୋଇପାରିନଥା’ନ୍ତା । ଆମର ଉପନିବେଶବାଦ ତୁମ୍ଭମାନଙ୍କର ଆଖୁ ଖୋଲିଦେଇଛି ।

(v) ଦାଦାଭାଇ ନାରେଜୀ – ତୁମ୍ଭମାନଙ୍କର ସାହାଯ୍ୟ ଆମର ଉପକାର ନକରି ଅଯଥା ଶୋଷଣ କରିବାରେ ବ୍ୟସ୍ତ ରହିଛି । ରେଳ ଚଳାଚଳ କରାଇବା ଆମ ଦେଶ ପାଇଁ ନକରି ବରଂ ଆପଣ ଆମ ଦେଶରୁ କଞ୍ଚାମାଲ ବନ୍ଦରକୁ ପଠାଇବା ଓ ସୈନ୍ୟମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଇବାରେ ବ୍ୟବହାର କରିଛନ୍ତି । ଖାଦ୍ୟଶସ୍ୟ ଉତ୍ପାଦନ ବନ୍ଦ କରିଦେବା ଫଳରେ ଆମ ଦେଶରେ ଅନେକ ମହାଦୁର୍ଭିକ୍ଷକୁ ସାମନା କରିବାକୁ ପଡ଼ିଛି । ଏଥିପାଇଁ ଇଂରେଜ ସରକାର ହିଁ ଦାୟୀ ।

(vi) ହାରିଙ୍ଗଟନ୍‌ – ଏହା କିଛି ନୂଆ କଥା ନୁହେଁ । ଯେକୌଣସି ଶାସନ ବ୍ୟବସ୍ଥାରେ ଏହାହିଁ ଘଟିଥାଏ । ଯେଉଁମାନେ ଶାସନ କରିବେ ସେମାନେ ସେମାନଙ୍କର ସୁଖସୁବିଧା ପାଇଁ ସବୁକିଛି କରିଥା’ନ୍ତି ।

(vii) ଦାଦାଭାଇ ନାରୋଗୀ – ତାହାହେଲେ ଆମକୁ ଓ ଆମର ଶାସନ ବ୍ୟବସ୍ଥାକୁ କାବୁ କରିନେଇ ଆମର ଲୋକମାନଙ୍କୁ ଅକଥନୀୟ ଭାବରେ ଅତ୍ୟାଚାର କରିଛନ୍ତି । ଆମର କ୍ଷମତା, ପ୍ରତି ପଢି ମାଟିରେ ମିଶିଯାଇଛି ।

(viii) ହାରିଙ୍ଗଟନ୍ – ଇଂଲଣ୍ଡ ପାର୍ଲିଆମେଣ୍ଟରେ ତୁମ ସପକ୍ଷରେ କହିବାକୁ କେହି ଭାରତୀୟ ନଥିଲେ । ସେଥ‌ିପାଇଁ ତୁମର ଅସୁବିଧାଗୁଡ଼ିକୁ ଆମ ପାର୍ଲିଆମେଣ୍ଟରେ ଉପସ୍ଥାପନ କରାଯାଇ ପାରିନଥିଲା । କିନ୍ତୁ ବାସ୍ତବରେ ତୁମେ ତୁମର ଦେଶକୁ ଶାସନ କରିପାରିଥା’ନ୍ତ ।

(ix) ଦାଦାଭାଇ ନାରୋଜୀ – ବହୁ ପୂର୍ବରୁ ଭାରତୀୟମାନେ ଖୁବ୍ ଭଲଭାବରେ ସେମାନଙ୍କରର ଶାସନ ପଦ୍ଧତି ଠିକ୍ ଭାବରେ ବଜାୟ ରଖୁଥିଲେ । ସେମାନଙ୍କର ଜ୍ଞାନ ଓ ଗରିମା ଅନ୍ୟମାନଙ୍କ ତୁଳନାରେ କମ୍ ନଥିଲା । ଆମକୁ ଆମର ସ୍ଵାଧୀନତା ଫେରାଇଦେଲେ ଠିକ୍ ଭାବରେ ଆମେ ସ୍ଵର ଉତ୍ତୋଳନ କରିପାରିବୁ ଓ ଆମର ସମ୍ପଦକୁ ବିନିଯୋଗ କରିପାରିବୁ ।

Question 10.
ଉପନିବେଶବାଦୀ ଶାସନ ସମୟରେ ତୁମ ରାଜ୍ୟ ବା ଅଞ୍ଚଳର ଏକ ପ୍ରତିରୋଧ ଆନ୍ଦୋଳନ (ଆଦିବାସୀ, କୃଷକ କିମ୍ବା ରାଜକୀୟ) ବିଷୟରେ ଚିନ୍ତା କର । ନିମ୍ନଲିଖ ବିଷୟଗୁଡ଼ିକ ଉପରେ ବର୍ଣ୍ଣନା କରି ଏକ ବିବରଣୀ ପ୍ରସ୍ତୁତ କର ।

  • ପ୍ରମୁଖ କାରଣ କ’ଣ ଥିଲା (ଯଦି ଥାଏ) ?
  • ଆନ୍ଦୋଳନର ନେତୃତ୍ଵ କିଏ ନେଇଥିଲେ ?
  • ସେମାନଙ୍କର ଦାବୀ କ’ଣ ଥିଲା ?
  • ଏଥୁପ୍ରତି ବ୍ରିଟିଶମାନଙ୍କର ପ୍ରତିକ୍ରିୟା କିପରି ଥିଲା ?
  • ଆଜି ଏହି ଘଟଣାକୁ କିପରି ମନେରଖାଯାଇଛି । (ଯଥା- ସ୍ଥାନୀୟ ପର୍ବପର୍ବାଣି, ନୃତ୍ୟ, ଗୀତ ବା ସ୍ମାରକୀ ମାଧ୍ୟମରେ)

Answer:
(i) ବର୍ତ୍ତମାନ ଆମେ ଏଠାରେ ‘‘ସାନ୍ତାଳମାନଙ୍କର ବିଦ୍ରୋହ’? ସମ୍ପର୍କରେ ଆଲୋଚନା କରିବା । ୧୮୫୫ -୫୬ ମସିହାରେ ଏହି ବିଦ୍ରୋହଟି ବର୍ତ୍ତମାନର ଝାଡ଼ଖଣ୍ଡରେ ସଙ୍ଗଠିତ ହୋଇଥିଲା । ଏଥ‌ିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସାନ୍ତାଳମାନେ ।

(ii) ପ୍ରମୁଖ କାରଣ – ସାନ୍ତଳମାନେ ଅଧ୍ଵକମାତ୍ରାରେ ଜମିଦାର, ମହାଜନ ଓ ଇଂରେଜମାନନେ ରାଜସ୍ଵ ଅଧିକାରୀମାନଙ୍କଦ୍ୱାରା ବିଶେଷ ଭାବରେ ଅତ୍ୟାଚାରିତ ହେଉଥିଲେ । ଜମିଜମା ବିବାଦ ଓ ଅଧୂକ କର ପ୍ରଦାନ ଫଳରେ ସେମାନେ ଦିନକୁ ଦିନ ଦାରିଦ୍ର୍ୟର କଷାଘାତରେ ପ୍ରପୀଡ଼ିତ ହେବାକୁ ଲାଗିଲେ । ଶାନ୍ତଶୀତଳ ସାନ୍ତାଳମାନେ ଧୀରେ ଧୀରେ ବିଦ୍ରୋହ କରିବାପାଇଁ ଅଣ୍ଟା ଭିଡ଼ିଥିଲେ ।

(iii) ଆନ୍ଦୋଳନର ନେତୃତ୍ୱ – ୧୮୫୫ ମସିହା ଜୁନ୍ ମାସରେ ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁଙ୍କ ନେତୃତ୍ଵରେ ଏକ ସାନ୍ତାଳୀ ଦଳ ବିଦ୍ରୋହ କରିବା ଆରମ୍ଭ କରିଦେଇଥିଲେ । ହଜାର ହଜାର ସଂଖ୍ୟାରେ ସାନ୍ତାଳୀ ଜାତିର ଲୋକମାନେ ଏକତ୍ରିତ ହୋଇ ଇଂରେଜ ବିରୋଧୀ ସ୍ଲୋଗାନ ଦେବା ସହିତ ଇଂରେଜ ସରକାରଙ୍କ ନୀତି ଓ କର ବ୍ୟବସ୍ଥାକୁ ବିରୋଧ କରିଥିଲେ । ଏହା ସେତେବେଳେ ସେ ଅଞ୍ଚଳରେ ଏକ ପ୍ରମୁଖ ଘଟଣା ଥିଲା । ଇଂରେଜମାନଙ୍କର ମନୋମୁଖୀ ଶାସନ ବ୍ୟବସ୍ଥାକୁ ସେମାନେ ଖୋଲାଖୋଲି ଭାବରେ ବିରୋଧ କରିଥିଲେ ।

(iv) ସେମାନଙ୍କର ଦାବି – ବ୍ରିଟିଶ ସମର୍ଥନରେ ସେମାନଙ୍କ ପୈତୃକ ଜମି ଛଡ଼ାଇ ନେଉଥୁବା ମହାଜନ ଓ ଜମିଦାରଙ୍କ ବିରୋଧରେ ସାନ୍ତାଳମାନେ ସଂଗ୍ରାମ ଚାଲୁରଖୁଲେ । ସେମାନଙ୍କର ପୈତୃକ ଜମିକୁ ଫେରାଇବା ଓ ଅତ୍ୟଧିକ କରପ୍ରଦାନ ବ୍ୟବସ୍ଥାକୁ ରଦ୍ଦ କରିବାପାଇଁ ସେମାନେ ଦାବି କରିଥିଲେ ।

(v) ବ୍ରିଟିଶରମାନଙ୍କର ପ୍ରତିକ୍ରିୟା – ସାନ୍ତାଳମାନେ ଶେଷ ରକ୍ତ ବିନ୍ଦୁଥ‌ିବା ଯାଏ ସରକାରଙ୍କ ବିରୋଧରେ ସଂଗ୍ରାମ କରିବାକୁ ଶପଥ ନେଇଥିଲେ । କିନ୍ତୁ ବ୍ରିଟିଶରମାନଙ୍କର ପ୍ରତିକ୍ରିୟା ଥୁଲା ଅମାନୁଷିକ ଓ ପାଶବିକ । ସେମାନଙ୍କର ଗାଁଗୁଡ଼ିକୁ ପୋଡ଼ିଦିଆଗଲା ଓ ଅନେକ ସାନ୍ତଳୀ ନେତାମାନଙ୍କୁ ହତ୍ୟା କରିଦିଆଗଲା । ତଥାପି ସେମାନେ ହାରିଯାଇ ନଥିଲେ ।

ଏହି ଘଟଣାଟି ପରବର୍ତ୍ତୀ ସମୟରେ ଆଲୋକବର୍ତ୍ତିକା ସଦୃଶ ଅନେକ ଜନଜାତିର ଲୋକମାନଙ୍କୁ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଇଥିଲା । ଏହି ଘଟଣାପରେ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି କାରାବରଣ ମଧ୍ଯ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଫାସୀ ଖୁଣ୍ଟରେ ଝୁଲିବାକୁ ପଡ଼ିଥିଲା । ଉଦାହରଣ ସ୍ଵରୂପ ପ୍ରଥମ ସହିଦ ମଙ୍ଗଲ ପାଣ୍ଡେ ଥ୍ଲେ ଅନ୍ୟତମ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୮୫) :

Question 1.
ଉପନିବେଶବାଦ କ’ଣ ?
Answer:

  1. ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ନିଜର ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାରଧାରାକୁ ପ୍ରୟୋଗ କରିବାକୁ ଉପନିବେଶବାଦ କୁହାଯାଏ ।
  2. ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରୁ ଆରମ୍ଭ କରି ଖ୍ରୀଷ୍ଟୀୟ ପ୍ରଥମ ସହସ୍ରାବ୍ଦ ମଧ୍ୟରେ ଏହାର ପରିପ୍ରକାଶ ଦେଖିବାକୁ ମିଳିଥିଲା ।

Question 2.
କ’ଣ ଇଉରୋପୀୟ ଶକ୍ତିଗୁଡ଼ିକୁ ଭାରତକୁ ଆକର୍ଷିତ କରିଥିଲା ?
Answer:

  1. ଇଉରୋପୀୟମାନେ ଯେତେବେଳେ ଭାରତୀୟ ଉପମହାଦେଶକୁ ଜଳଯାତ୍ରା ଆରମ୍ଭ କଲେ, ସେତେବେଳେ ଭାତ ଏକ ସକ୍ରିୟ ଅର୍ଥନୈତିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଉଭା ହୋଇଥିଲା ।
  2. ସେତେବେଳେ ଭାରତ ଚୀନ ସହିତ ବିଶ୍ଵର ଦୁଇ ଅର୍ଥନୀତି ମଧ୍ୟରୁ ଗୋଟିଏ ଥିଲା । ଭାରତର ଉତ୍ପାଦନ କ୍ଷମତା, ବିବିଧ କୃଷି ଉତ୍ପାଦନ ଏବଂ ବ୍ୟାପକ ଅନ୍ତଃ ଓ ବହିର୍ବାଣିଜ୍ୟ ଯୋଗୁଁ ଏହା ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ଥିଲା ଯାହା ଇଉରୋପୀୟ ଶକ୍ତିଗୁଡ଼ିକୁ ଭାରତକୁ ଆକର୍ଷିତ କରିଥିଲା ।

Question 3.
ଔପନିବେଶିକ ଯୁଗ ସମୟରେ ଏବଂ ପୂର୍ବରୁ ଭାରତର ଅର୍ଥନୈତିକ ଓ ଭୌଗୋଳିକ ସ୍ଥିତି କ’ଣ ଥିଲା ?
Answer:
(i) ଔପନିବେଶିକ ଯୁଗ ପୂର୍ବରୁ ଭାରତ ରାଜ୍ୟ ଏବଂ ସାମ୍ରାଜ୍ୟର ଏକ ଗୋଷ୍ଠୀ ଥିଲା । ମୋଗଲ, ମରାଠା, ରାଜପୁତ ଏବଂ ଦକ୍ଷିଣ ରାଜ୍ୟ ଭଳି ସ୍ଥାନୀୟ ଶାସକଙ୍କ ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଥିଲା ।

(ii) ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମାର୍ଗରେ ଏକ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ର ଥିଲା । ମଣି, ବସ୍ତ୍ର ଏବଂ ମସଲା ପାଇଁ ଏହା ମଧ୍ୟପ୍ରାଚ୍ୟ, ଇଉରୋପ ଏବଂ ଦକ୍ଷିଣ-ପୂର୍ବ ଏସିଆର ବ୍ୟବସାୟୀମାନଙ୍କୁ ଆକର୍ଷିତ କରୁଥିଲା ।

(iii) ଏହାର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଉଚ୍ଚମାନର ଥିଲା ଏବଂ ଏହା ଚୀନ୍ ସହିତ ବିଶ୍ଵର ଦ୍ଵିତୀୟ ସର୍ବବୃହତ୍ ଅର୍ଥନୀତି ଥିଲା । ଉପନିବେଶ ସମୟରେ ବ୍ରିଟିଶ୍ଵାନେ ଭାରତର ଅର୍ଥନୀତିକୁ ଏପରି ରୂପ ଦେଲେ ଯାହା ବ୍ରିଟେନ୍‌କୁ କଞ୍ଚାମାଲ ଯୋଗାଇଥିଲା ଏବଂ ସ୍ଥାନୀୟ ଶିଳ୍ପ ଓ ହସ୍ତଶିଳ୍ପକୁ କ୍ଷତି ପହଞ୍ଚାଇଥିଲା ଏବଂ ଭାରତ ବ୍ରିଟିଶ୍ ସାମଗ୍ରୀ କିଣିବାକୁ ବାଧ୍ୟ ହୋଇଥିଲା ।

(iv) ଭାରତର ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ବ୍ରିଟିଶ୍ୟାମାନଙ୍କଦ୍ଵାରା ନିୟନ୍ତ୍ରିତ ହେଲା । ଭାରତୀୟ ଗଡ଼ଜାତ ରାଜ୍ୟଗୁଡ଼ିକ ସ୍ଵାଧୀନ ଥିଲେ କିନ୍ତୁ ସେମାନଙ୍କୁ ବୈଦେଶିକ ବ୍ୟାପାର ସମ୍ବନ୍ଧରେ କାର୍ଯ୍ୟ କରିବାକୁ ଅନୁମତି ନଥିଲା ।

(v) ଉପନିବେଶବାଦୀ ଆବଶ୍ୟକତା ଅନୁଯାୟୀ ଭାରତର ସୀମା ପରିବର୍ତ୍ତନ କରାଯାଇଥିଲା ଏବଂ ଏହାଦ୍ଵାରା ସାଂସ୍କୃତିକ ଏବଂ ଐତିହାସିକ ତଥ୍ୟକୁ ଅଣଦେଖା କରାଯାଇଥିଲା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.
ଭାରତର ବ୍ରିଟିଶ ଔପନିବେଶିକ ଆଧୂପତ୍ୟ କିପରି ଦେଶକୁ ପ୍ରଭାବିତ କରିଥିଲା ?
Answer:
(i) ଭାରତରେ ବ୍ରିଟିଶ୍ ଔପନିବେଶିକ ଆଧୂପତ୍ୟ ଦେଶ ଉପରେ ଗୁରୁତର ପ୍ରଭାବ ପକାଇଥିଲା । ଏହା ଭାରତର ସମ୍ପତ୍ତିକୁ ନଷ୍ଟ କରିଦେଇଥିଲା, ଭୟଙ୍କର ଦୁର୍ଭିକ୍ଷ ସୃଷ୍ଟି କରିଥିଲା ଏବଂ ସ୍ଥାନୀୟ ଶିଳ୍ପଗୁଡ଼ିକୁ ନଷ୍ଟ କରିଦେଇଥିଲା ।

(ii) ଏହା ପାରମ୍ପରିକ ଶାସନ ଏବଂ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗି ଦେଇଥିଲା ।

(iii) ବ୍ରିଟିଶ୍ ସ୍ଵାର୍ଥ ପୂରଣ କରିବା ପାଇଁ ଅର୍ଥନୀତିକୁ ପୁନଃଗଠିତ କରାଯାଇଥିଲା । ବ୍ରିଟିଶ୍ ବିରୋଧୀ ଆନ୍ଦୋଳନଗୁଡ଼ିକୁ ନିଷ୍ଠୁର ଭାବେ ଦମନ କରାଯାଇଥିଲା ।

(iv) ସ୍ଵାଧୀନତା ବେଳକୁ ଭାରତ ଦରିଦ୍ର ଏବଂ ଶୋଷିତ ହୋଇଯାଇଥିଲା । ଉପନିବେଶବାଦୀ ଶାସନ ମଧ୍ୟ ସ୍ଥାୟୀ ସାମାଜିକ ଏବଂ ଅର୍ଥନୈତିକ ବିଭାଜନ ସୃଷ୍ଟି କରିଥିଲା ।

ଆସ ଅନୁସନ୍ଧାନ କରିବା :

Question 1.
କାର୍ଟୁନ ଚିତ୍ରଟି କ’ଣ ପ୍ରକାଶ କରିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ? (ମନେରଖ, ଟେଲିଗ୍ରାଫ ପ୍ରଥମ ଥର ପାଇଁ ତୁରନ୍ତ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲା। ଏବଂ ସେତେବେଳର ସମୟ ପାଇଁ ତାହା ଏକ ନୂତନ ଉଦ୍ଭାବନ ଥିଲା ।) ଚିତ୍ରଟିର ବିଭିନ୍ନ ଉପାଦାନ ବିଷୟରେ ବିଶ୍ଳେଷଣ କର ।
Answer:
ଚିତ୍ରଟିର ବିଭିନ୍ନ ଉପାଦାନ :
(i) ଯୋଗାଯୋଗର ଗତି : ଟେଲିଗ୍ରାଫ୍ ଉଦ୍ଭାବନ ହେବା ପୂର୍ବରୁ ବାର୍ତ୍ତାଗୁଡ଼ିକ ସପ୍ତାହ କିମ୍ବା ମାସ ମଧ୍ୟରେ ବିଭିନ୍ନ ଦେଶ ମଧ୍ୟରେ ପହଞ୍ଚାଯାଇ ପାରୁଥିଲା । କାର୍ଟୁନ୍‌ରେ ଥିବା ଚରିତ୍ର ଏବେ ପବନ ଅପେକ୍ଷା ଦ୍ରୁତ ବାର୍ତ୍ତା ପଠାଇ ପାରିବେ ।

(ii) ପରିବର୍ତ୍ତନଶୀଳ ଶକ୍ତି : ଏହି କାର୍ଟୁନ୍ ଟେଲିଗ୍ରାଫ୍‌ ଏକ ଶକ୍ତିଶାଳୀ ପୁସ୍ତକ ବିଦ୍ୟା ଭାବରେ ଦର୍ଶାଉଛି ଯାହା ବିଶ୍ଵର ପୂର୍ବ ଦୂରବର୍ତ୍ତୀ କ୍ଷେତ୍ରଗୁଡ଼ିକୁ ସଂଯୋଗ କରି ଚାଲିଛି । ଏହା ଏକ ବିଶ୍ଵକୁ ସଂକୁଚିତ ହେଉଥୁବା ଚିତ୍ରଣ କରିପାରେ ।

(iii) ଉପନିବେଶବାଦୀ : ଉପନିବେଶବାଦ ଦୃଷ୍ଟିକୋଣରୁ ଟେଲିଗ୍ରାଫ୍ ବ୍ରିଟିଶ୍ ଏବଂ ଅନ୍ୟାନ୍ୟ ସାମ୍ରାଜ୍ୟଗୁଡ଼ିକ ଉପନିବେଶଗୁଡ଼ିକ ଉପରେ ସେମାନଙ୍କର ନିୟନ୍ତ୍ରନ୍ତ୍ରଣ ଜାହିର କରିବାକୁ ଅଧ‌ିକ ସହଜ କରିଥିଲା । ଏହି କାର୍ଟୁନ୍‌ରେ ଜଣେ ବ୍ରିଟିଶ୍ ଅଧିକାରୀଙ୍କୁ ଲଣ୍ଡନରୁ ଭାରତରେ ଥିବା ଅଧିକାରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ବିଷୟରେ ଚିତ୍ରଣ କରାଯାଇପାରେ, ଯେଉଁଥରେ କମାଣ୍ଡିଂ ଅଫିସର ହସିବାର ଅର୍ଥ ହେଉଛି ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ଭାରତର ଅଣବ୍ରିଟିଶ ଶାସନ ବୋଲି ଦାନାଭାଇ ନାରୋଜୀ କାହାକୁ ଲକ୍ଷ୍ୟକରି କହିଥିଲେ ବୋଲି ତୁମେ ଭାବୁଛ ? (ସୂଚନା ସେ ୧୮୯୨ ମସିହାରେ ଯୁକ୍ତରାଜ୍ୟର ହାଉସ୍ ଅଫ୍ କମନସ୍‌ର ସଦସ୍ୟ ଥିଲେ ।)
Answer:
(i) ଦାଦାଭାଇ ନାରୋଜୀ ‘ଭାରତରେ ଅଣବ୍ରିଟିଶ୍ ଶାସନ’ ବାକ୍ୟାଶ ବ୍ୟବହାର କରି ବ୍ରିଟିଶ୍ ଉପନିବେଶବାଦୀ ଶାସନ କିପରି ନ୍ୟାୟ ଏବଂ ଉଦାରବାଦର ନୀତିଗୁଡ଼ିକୁ ଉଲ୍ଲଙ୍ଘନ କରିଥିଲା ତାହା ଉପରେ ଆଲୋକପାତ କରିଥିଲେ ।

(ii) ସେ ଯୁକ୍ତି ବାଢ଼ିଥିଲେ ଯେ ଉପରୁ ବ୍ରିଟିଶ୍ ଶାସନ ନ୍ୟାୟବାନ ଏବଂ ପ୍ରଗତିଶୀଳ ଦେଖାଯାଉଥିଲେ ମଧ୍ୟ ଏହା ମୌଳିକ ଭାବରେ ଶୋଷଣମୂଳକ ଥିଲା ଏବଂ ଅନ୍ୟାୟ କାର୍ଯ୍ୟ କରୁଥିଲା ।

(iii) ହାଉସ୍ ଅଫ୍ କମନ୍ସରେ ଜଣେ ସଦସ୍ୟ ଭାବେ ସେ ବିଶ୍ୱାସ କରୁଥିଲେ ଯେ ବ୍ରିଟିଶ୍ମାନେ ଭାରତୀୟମାନଙ୍କୁ ବ୍ରିଟେନ୍‌ରେ ଲୋକଙ୍କୁ ଦିଆଯାଇଥ‌ିବା ସମାନ ସମ୍ମାନ ଓ ଅଧିକାର ଭାରତୀୟମାନଙ୍କୁ ପ୍ରଦାନ କରୁନାହାନ୍ତି ।

Question 3.
ଭାରତୀୟ ବୟନ ଶିଳ୍ପକୁ ବର୍ଣ୍ଣନା କରିବା ନିମନ୍ତେ ଉପରେ ବର୍ଣ୍ଣିତ ତାଲିକାଗୁଡ଼ିକୁ ତୁମେ ବୁଝି ପାରିଲ କି ? ଯଦି ନୁହେଁ, ତେବେ ଚାରି ବା ପାଞ୍ଚଟି ଦଳରେ ବିଭାଜିତ ହୋଇ ଏହାକୁ ଆଲୋଚନା କର ଏବଂ ପରସ୍ପରର ଆବିଷ୍କାରକୁ ତୁଳନା କର । ଦରକାର ପଡ଼ିଲେ ଶିକ୍ଷକଙ୍କ ସାହାଯ୍ୟ ନିଅ ।
Answer:
(i) କପା : କପା ଏକ ନରମ ଫୁଲିଥିବା ତନ୍ତୁ ଯାହା କପା ଫଳର ମଞ୍ଜି ଚାରିପାଖରେ ଥାଏ । ଏହାକୁ ପୋଷାକ ତିଆରି କରିବା ପାଇଁ ବ୍ୟବହାର କରାଯାଏ ।

(ii) ଝୋଟ : ଝୋଟ ଏକ ଦୃଢ଼ ତନ୍ତୁ ମାତ୍ର ଏହା ଅମସୃଣ । ଏଥିରୁ ବସ୍ତା, ରସି, ଗାଲିଚା ଏବଂ ମ୍ୟାଟ୍ ତିଆରି କରିବାରେ ବ୍ୟବହାର କରାଯାଏ ।

(iii) ରେଶମ ରେଶମ ଏକ ସୂକ୍ଷ୍ମ ଏବଂ ବିଳାସପୂର୍ଣ୍ଣ ତନ୍ତୁ ଯାହା ସାଧାରଣତଃ ଶାଢ଼ି, ସୁଟ୍, ସାଲୱାର ଏବଂ କୁର୍ତ୍ତା ଇତ୍ୟାଦି ତିଆରି କରିବାରେ ବ୍ୟବହୃତ ହୁଏ ।

(iv) ପଶମ : ପଶମ ହେଉଛି ମେଣ୍ଢା ଭଳି ପ୍ରାଣୀଙ୍କ ଲୋମରୁ ତିଆରି ଏକ ନରମ, ଉଷ୍ଣ ତନ୍ତୁ । ଏହାକୁ ଶୀତଦିନେ ପିନ୍ଧା ଯାଉଥ‌ିବା ବସ୍ତ୍ର, ଯଥା- ସ୍ଵେଟର, ଶାଲ୍, ମଫଲର ଇତ୍ୟାଦି ତିଆରି କରିବା ପାଇଁ ବ୍ୟବହାର କରାଯାଏ ।

(v) କତା : କତା ନଡ଼ିଆରୁ ବାହାରୁଥିବା ତନ୍ତୁ । ଏଥବରେ ରସି, ପାପୋଛ ଇତ୍ୟାଦି ତିଆରି କରାଯାଏ ।
(vi) ଛଣପଟ : ଛଣପଟ ଏକ ଅତ୍ୟନ୍ତ ଶକ୍ତିଶାଳୀ ପ୍ରାକୃତିକ ତନ୍ତୁ । ଏହାକୁ ବ୍ୟାଗ୍ ଏବଂ ରସି ତିଆରି କରିବାରେ ବ୍ୟବହାର କରାଯାଏ । .

Question 4.
ମାନଚିତ୍ରକୁ ଦେଖ । ସୀମା ଏବଂ ନାମ ଉଭୟ ଦୃଷ୍ଟିରୁ ଆଜିର ଭାରତର ମାନଚିତ୍ର ସହିତ ଏହି ମାନଚିତ୍ରର ମୁଖ୍ୟ ପାର୍ଥକ୍ୟ କ’ଣ ?
Answer:
(i) ଭାରତର ଏହି ଐତିହାସିକ ମାନଚିତ୍ର ଆଜିର ଭାରତର ମାନଚିତ୍ରଠାରୁ ଅନେକ ପାର୍ଥକ୍ୟ ଦର୍ଶାଉଛି । ସୀମା ଦୃଷ୍ଟିରୁ ବିଚାର କଲେ ୧୯୦୯ ମସିହାରେ ବ୍ରିଟିଶ୍ ଶସାନ ସମୟରେ ଭାରତରେ ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାର (ବର୍ମା) ମଧ୍ୟ ସାମିଲ ଥିଲା ।

(ii) ଏହି ଦେଶଗୁଡ଼ିକ ଏବେ ପୃଥକ୍ ରାଷ୍ଟ୍ର ହୋଇଗଲେଣି । ଉତ୍ତର-ପଶ୍ଚିମ ସୀମାରେ ବେଲୁଚିସ୍ତାନ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ବର୍ତ୍ତମାନ ପାକିସ୍ତାନରେ ଅନ୍ତର୍ଭୁକ୍ତ ।

(iii) ସେତେବେଳର ମାନଚିତ୍ରରେ ଥ‌ିବା କିଛି ସ୍ଥାନର ନାମ ବର୍ତ୍ତମାନ ଭିନ୍ନ ଅଟେ । ଉଦାହରଣ ସ୍ୱରୂପ – କଲିକତା ବର୍ତମାନ କୋଲକାତା, ବମ୍ବେ ବର୍ତ୍ତମାନ ମୁମ୍ବାଇ, ମାଡ୍ରାସ ବର୍ତ୍ତମାନ ଚେନ୍ନାଇ, ବର୍ମା ବର୍ତ୍ତମାନ ମିଆଁମାର । ବ୍ରିଟିଶ୍ ଶାସନ ସମୟରେ ଏହି ଅଞ୍ଚଳଗୁଡ଼ିକୁ ପ୍ରଦେଶ, ଏଜେନ୍ସି କିମ୍ବା ଦେଶୀୟ ରାଜ୍ୟ କୁହାଯାଉଥିଲା ।

(iv) ମାନଚିତ୍ରରେ ଗୋଲାପୀ ରଙ୍ଗରେ ‘ବ୍ରିଟିଶ୍ ଇନ୍’ (ସିଧାସଳଖ ବ୍ରିଟିଶ୍‌ଙ୍କଦ୍ଵାରା ଶାସନ) ଭାବରେ ଅଞ୍ଚଳଗୁଡ଼ିକୁ ଦର୍ଶାଯାଇଛି । ହଳଦିଆ ରଙ୍ଗର ଅଞ୍ଚଳଗୁଡ଼ିକ ବ୍ରିଟିଶ୍ ନିୟନ୍ତ୍ରଣରେ ଭାରତୀୟ ରାଜାମାନଙ୍କଦ୍ଵାରା ଶାସିତ ‘ସ୍ଥାନୀୟ ରାଜ୍ୟ’ ଥିଲା । ବର୍ତ୍ତମାନ ସମସ୍ତ ଅଞ୍ଚଳ ଭାରତୀୟ ଗଣରାଜ୍ୟର ଅଂଶ ।

(v) ପରେ ଗଠିତ ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏହି ମାନଚିତ୍ରରେ ରହିଥିଲା ଯାହା

(vi) ମାନଚିତ୍ରରେ ପରିବହନ ଓ ନିୟନ୍ତ୍ରଣ ପାଇଁ ବ୍ରିଟିଶ୍ ଶାସନ ସମୟରେ ଗୁରୁତ୍ଵପୂର୍ଣ୍ଣ ରେଳଲାଇନ୍‌ଗୁଡ଼ିକୁ ମଧ୍ଯ ଦର୍ଶାଯାଇଛି ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ଜଣେ କଳାକାରଙ୍କ କଳ୍ପନାରୁ ଉତ୍ପନ୍ନ ୧୫୮୬ ମସିହାର ଏକ ସ୍କେଚ୍‌ (ଚିତ୍ରରେ) ସାନ୍ତାଳମାନଙ୍କୁ କିପରି ଚିତ୍ରିତ କରାଯାଇଛି ତାହା ଲକ୍ଷ୍ୟକର । ସେମାନଙ୍କର ରଙ୍ଗ, ପୋଷାକ, ଅସ୍ତ୍ରଶସ୍ତ୍ରକୁ ପର୍ଯ୍ୟବେକ୍ଷଣ କର ଏବଂ ଏହି ଚିତ୍ରଟି ବ୍ରିଟେନ୍‌ର ଲୋକମାନଙ୍କ ମନରେ କି ପ୍ରକାର ପ୍ରତିଛବି ସୃଷ୍ଟି କରିଥବ, ତା’ର ନିଷ୍କର୍ଷ ଆଲୋଚନା କରି ପ୍ରକାଶ କର ।
Answer:
୧୮୫୬ ମସିହାର ଏହି ସ୍କେଟ୍‌ରେ ସାନ୍ତାଳମାନଙ୍କୁ କଳା ଚର୍ମ, ସର୍ବନିମ୍ନ ପୋଷାକ, ପାରମ୍ପରିକ ଧନୁ ଏବଂ ତୀର ସହିତ ଦର୍ଶାଯାଇଛି । ସେମାନେ ବଣୁଆ, ଆଦିମ ଏବଂ ହିଂସାତ୍ମକ ଦେଖାଯାଉଛନ୍ତି । ସେମାନଙ୍କର ହସ୍ତ ନିର୍ମିତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ବ୍ରିଟିଶ୍ ସୈନିକମାନେ ଲଢ଼େଇ କରୁଛନ୍ତି । ଏହି କାଳ୍ପନିକ ଚିତ୍ରଟି ସମ୍ଭବତଃ ବ୍ରିଟିଶ୍ ଜନସାଧାରଣଙ୍କ ମନରେ ଏକ ନକାରାତ୍ମକ ଏବଂ ଭୟଙ୍କର ଚିତ୍ର ସ୍ପଷ୍ଟ କରିଥିଲା । ଯେଉଁଥିରେ ସାନ୍ତାଳମାନଙ୍କୁ ଅନ୍ୟାୟ ପ୍ରତିରୋଧ କରିବା ପରିବର୍ତ୍ତେ ଅସଭ୍ୟ ଓ ନିଷ୍ଠର ଭାବରେ ଚିତ୍ରଣ କରାଯାଇଥିଲା । ଏହା ବ୍ରିଟିଶ୍ ଶାସନକୁ ଏକ ‘ସଭ୍ୟ ମିଶନ୍’ ଭାବରେ ପ୍ରମାଣିତ କରିବା ପାଇଁ ସାହାଯ୍ୟ କରିଥିଲା ଏବଂ ଜମି ହରାଇବା ଜନିତ କ୍ଷତି ଭଳି ଆଦିବାସୀ ବିଦ୍ରୋହର ପ୍ରକୃତ କାରଣଗୁଡ଼ିକୁ ଲୁଚାଇ ରଖୁଥଲା ।

Question 6.
ନୀଳ ହେଉଛି କପଡ଼ା ରଙ୍ଗାଇବାରେ ବ୍ୟବହୃତ ହେଉଥ‌ିବା ଏକ ଗାଢ଼ ନୀଳ ରଙ୍ଗର ଦ୍ରବ୍ୟ । ତୁମେ ଅନ୍ୟ ପ୍ରାକୃତିକ ପଦାର୍ଥ ବିଷୟରେ ଚିନ୍ତା କର ଯାହା ଭାରତର ପାରମ୍ପରିକ ଭାବରେ କପଡ଼ା ରଙ୍ଗ କରିବା ପାଇଁ ବ୍ୟବହୃତ ହୋଇ ଆସୁଛି ?
Answer:
(i) ଭାରତରେ ପାରମ୍ପରିକ ଭାବରେ ହଳଦୀ, ମେହେନ୍ଦି, ମଞ୍ଜିଷ୍ଠା ଚେର, ଡାଳିମ୍ବ ଚୋପା, ନୀଳ, ନିମପତ୍ର, ଗଛର ଛାଲ, ଲାଖ କୀଟ, ଝୁଣା ଇତ୍ୟାଦି ଅନେକ ପ୍ରାକୃତିକ ପଦାର୍ଥ ବ୍ୟବହାର କରାଯାଏ ଏବଂ ଏହି ପଦାର୍ଥଗୁଡ଼ିକ ହଳଦିଆ, ଲାଲ-ବାଦାମୀ, ଲାଲ, ଗୋଲାପୀ, ସବୁଜ, ଧୂସର, ବାଇଗଣୀ ଇତ୍ୟାଦି ବିଭିନ୍ନ ରଙ୍ଗ ଦେଇଥାଏ ।

(ii) ଏହି ରଙ୍ଗଗୁଡ଼ିକ ପରିବେଶ ଅନୁକୂଳ ଥିଲା ଏବଂ ବ୍ଲକ୍ ପ୍ରିଣ୍ଟିଂ, କଳାକାରି ଏବଂ ବନ୍ଧନୀଭଳି ପାରମ୍ପରିକ ବସ୍ତ୍ରକଳାରେ ବ୍ୟବହୃତ ହୋଇ ଆସୁଛି ।

Question 7.
ଭାରତ ସ୍ଵାଧୀନତା ଲାଭ କରିବା ପରେ ‘ସିପାହୀ ବିଦ୍ରୋହ’ ଶବ୍ଦକୁ କାହିଁକି ପ୍ରତ୍ୟାଖ୍ୟାନ କରାଯାଇଥିଲା ବୋଲି ତୁମେ ଭାବୁଛ ? ଏହାର କାରଣ ବ୍ୟାଖ୍ୟା କରି ତୁମେ ଏକ ଅନୁଚ୍ଛେଦ ଲେଖ ।
Answer:
(i) ଭାରତ ସ୍ଵାଧୀନତା ଲାଭ କରିବା ପରେ ଐତିହାସିକମାନେ ‘ସିପାହୀ ବିଦ୍ରୋହ’ ଶବ୍ଦଟିକୁ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ଏହା ଏକ ଭୁଲ୍ ଧାରଣା ପ୍ରଦାନ କରେ ଯେ କେବଳ କିଛି ଭାରତୀୟ ସୈନିକ ବ୍ୟକ୍ତିଗତ କିମ୍ବା ସାମରିକ କାରଣରୁ ବିଦ୍ରୋହ କରିଥିଲେ ।

(ii) ବାସ୍ତବରେ ୧୮୫୭ର ବିଦ୍ରୋହ ଏକ ବନ ଏବଂ ବ୍ୟାପକ ବିଦ୍ରୋହ ଥୁଲା ଯେଉଁଥ‌ିରେ କେବଳ ଭାରତୀୟ ସୈନିକମାନେ ନଥିଲେ, ବରଂ ଭାରତର ବିଭିନ୍ନ ସ୍ଥାନରୁ କୃଷକ, ଜମିଦାର, ଆଞ୍ଚଳିକ ରାଜା ଏବଂ ନାଗରିକମାନେ ମଧ୍ୟ ସାମିଲ ଥିଲେ ।

(iii) ଏହା ବ୍ରିଟିଶ୍ ଶାସନ ଏବଂ ଅତ୍ୟାଚାର ବିରୁଦ୍ଧରେ ଏକ ମିଳିତ ଲଢ଼େଇ ଥିଲା । ଏହାକୁ କେବଳ ଏକ ‘ବିଦ୍ରୋହ’ ବୋଲି କହିବାଦ୍ଵାରା ଏହାର ଜାତୀୟ ଚରିତ୍ର ଏବଂ ଏହା ପ୍ରତିନିଧ୍ଵ କରୁଥିବା ସ୍ଵାଧୀନତା ସଂଗ୍ରାମକୁ ଲୁଚାଇଦିଏ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 8.
ଏହା ଉନ୍ମୁକ୍ତ କଲା (ପୁନଃ ଉନ୍ମୁକ୍ତ କଲା) ଭାରତକୁ ବିଶ୍ଵ ପାଇଁ ଓ ବିଶ୍ୱକୁ ଭାରତ ପାଇଁ ବାକ୍ୟରେ ‘ପୁନଃ ଉନ୍ମୁକ୍ତ କଲା’ ଯୋଡ଼ିଛୁ ବୋଲି ତୁମେ କାହିଁକି ଭାବୁଛ ?
Answer:
(i) ‘ପୁନଃ ଉନ୍ମୁକ୍ତ କଲା’ ଶବ୍ଦଟି ବ୍ୟବହାର କରାଯାଇଥିଲା କାରଣ ଭାରତ ଉପନିବେଶବାଦର ବହୁ ପୂର୍ବରୁ ବାଣିଜ୍ୟ, ଏହାର ସାଂସ୍କୃତିକ ଐତିହ୍ୟ ଏବଂ ଦର୍ଶନ ମାଧ୍ଯମରେ ବିଶ୍ଵ ସହିତ ଯୋଡ଼ି ହୋଇସାରିଥିଲା ।

(ii) ଭାରତ ରେଶମ ମାର୍ଗ ମାଧ୍ୟମରେ ବାଣିଜ୍ୟରେ ଏକ ମୁଖ୍ୟ ଭାଗିଦାର ଥିଲା ଏବଂ ଏହାର ଏକ ସୁପ୍ରତିଷ୍ଠିତ ସାମୁଦ୍ରିକ ବନ୍ଦର ଏବଂ ବାଣିଜ୍ୟ ବ୍ୟବସ୍ଥା ଥିଲା, ଯାହା ମସଲା, ମଣି, କପା, ନୀଳ ଏବଂ ଆହୁରି ଅନେକ ଦ୍ରବ୍ୟ ରପ୍ତାନୀ କରୁଥିଲା ।

(iii) ବ୍ରିଟିଶ୍ମାନଙ୍କ ପୂର୍ବରୁ ବୌଦ୍ଧ ଓ ହିନ୍ଦୁଧର୍ମ ସାରା ବିଶ୍ଵରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିଲା । ତେଣୁ ବ୍ରିଟିଶ୍ମାନେ ଭାରତକୁ ବିଶ୍ଵ ସହିତ ଯୋଡ଼ି ନଥିଲେ କାରଣ ଏହା ପୂର୍ବରୁ ଭାରତ ବିଶ୍ଵ ସହିତ ଯୋଡ଼ି ହୋଇସାରିଥିଲା ।

Question 9.
କେତେକ ଯୁକ୍ତି କରନ୍ତି ଯେ ଅପହୃତ ବା ଚୋରି ହୋଇଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକ ଭାରତ ଅପେକ୍ଷା ବିଦେଶରେ ଭଲ ଭାବରେ ସୁରକ୍ଷିତ ରହିଛି । ଏଗୁଡ଼ିକର ପ୍ରତ୍ୟର୍ପଣ ସମ୍ପର୍କରେ ତୁମର ମତ କ’’ଣ ? ତୁମ ଦଳ ଭିତରେ ଆଲୋଚନା କର ।
Answer:
(i) କେତେକ ଯୁକ୍ତି କରନ୍ତି ଯେ ଅପହୃତ ବା ଚୋରି ହୋଇଥିବା ସାଂସ୍କୃତିକ ଐତିହ୍ୟଗୁଡ଼ିକ ଭାରତ ଅପେକ୍ଷା ବିଦେଶରେ ଭଲଭାବରେ ସୁରକ୍ଷିତ । ମୁଁ ଭାବୁଛି ଏହି ଚୋରି ହୋଇଥ‌ିବା ଜିନିଷଗୁଡ଼ିକ ଭାରତର ଏବଂ ସେଗୁଡ଼ିକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉଚିତ ।

(ii) ଏଗୁଡ଼ିକ ଆମର ଇତିହାସ, ପରିଚୟ ଏବଂ ଗର୍ବର ଏକ ଅଂଶ । ବିଦେଶୀ ସଂଗ୍ରହାଳୟରେ ସେଗୁଡ଼ିକ ରଖୁବାଦ୍ଵାରା ସେଗୁଡ଼ିକୁ କିପରି ଅପହରଣ କରାଯାଇଥିଲା ତାହାଯର ଅନ୍ୟାୟକୁ ଅଣଦେଖା କରାଯାଏ ।

(iii) ଭାରତ ଏବେ ସେଗୁଡ଼ିକୁ ସଠିକ୍ ଭାବେ ସଂରକ୍ଷଣ କରିବାକୁ ଏବଂ ଏହାର ଲୋକଙ୍କ ସହିତ ବାଣ୍ଟିବାକୁ ସକ୍ଷମ । ତେଣୁ ସେଗୁଡ଼ିକ ପ୍ରତ୍ୟର୍ପଣ କରାଯିବ।
ଆବଶ୍ୟକ ।

ଏହା ବିଷୟରେ ଚିନ୍ତା କର :

Question 1.
ଚିତ୍ରରେ ବ୍ରି ଟାନି ଆ କିପରି ନିଜ ବ୍ରିଟାନିଆ ଉପନିବେଶଠାରୁ ଉଚ୍ଚ ସ୍ଥାନରେ ବସିଅଛି । ଉପନିବେଶଗୁଡ଼ିକର ନିମ୍ନ ଅବସ୍ଥିତି ଓ ନଇଁବା ଅବସ୍ଥା ଦର୍ଶାଉଛି ଯେ ବ୍ରିଟାନିଆ
ଉଚ୍ଚ କ୍ଷମତାସମ୍ପନ୍ନ ଅଟେ । ସେମାନେ କ’ଣ ସତରେ ସେମାନଙ୍କର ସମ୍ପତ୍ତି ପ୍ରଦାନ କରି ଦେଉଥ୍ଲେ ? ଅଥବା ବ୍ରିଟେନ୍ ସେଗୁଡ଼ିକୁ ବଳପୂର୍ବକ ଅକ୍ତିଆର କରୁଛି ? ଆହୁରି ମଧ୍ୟ ଭାରତୀୟମାନଙ୍କ କଳା ଶରୀରକୁ ଦେଖ (ଯାହା ବ୍ରିଟାନିଆଠାରୁ ପୃଥକ) ଏହା ଗୋରା ଲୋକମାନଙ୍କର, କଳା ଲୋକମାନଙ୍କ ଅପେକ୍ଷା ଉତ୍କୃଷ୍ଟ ଅବସ୍ଥାର ବିଶ୍ଵାସ ଜନ୍ମାଉଛି ।
Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ-1
Answer:
(i) ନା, ଭାରତୀୟମାନେ ସ୍ଵେଚ୍ଛାକୃତ ଭାବେ ସେମାନଙ୍କର ସମ୍ପତ୍ତି ପ୍ରଦାନ କରି ନଥିଲେ । ଅଧିକାଂଶ କ୍ଷେତ୍ରରେ ବ୍ରିଟେନ୍ ଏହାକୁ ବଳପୂର୍ବକ, ବେଆଇନ, କିମ୍ବା ଅତ୍ୟାଚାରଦ୍ଵାରା ହଡ଼ପ କରିଥିଲା ।

(ii) ବ୍ରିଟିଶ୍ ମାନେ ଜମି, ସମ୍ପଦ ଏବଂ ଅର୍ଥକୁ ନିୟନ୍ତ୍ରଣରେ ରଖୁବା ପାଇଁ ଅତ୍ୟଧ୍ଵକ କର, ଅନୁଚିତ ବାଣିଜ୍ୟ ଆଇନ ଏବଂ ସାମରିକ ଶକ୍ତି ବ୍ୟବହାର କରିଥିଲେ ।

(iii) ଭାରତୀୟ କୃଷକ, କାରିଗର ଏବଂ ଶାସକମାନଙ୍କ ପାଖରେ ସେମାନଙ୍କର ସମ୍ପଭି ତ୍ୟାଗ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ତେଣୁ ଏହା ଏକ ଉପହାର ନଥିଲା ବରଂ ଏହାକୁ ଶୋଷଣ ଏବଂ ନିୟନ୍ତ୍ରଣ ମାଧ୍ୟମରେ ନିଆଯାଇଥିଲା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ସେ ଲେଖୁଥ‌ିବା ‘ୟୁରୋପର ଏକ ଭଲ ଲାଇବ୍ରେରୀର ଏକ ଥାକର ମହତ୍ତ୍ଵ ଭାରତ ଓ ଆରବୀୟ ସମସ୍ତ ଲେଖନକୃତୀ ସହିତ ସମାନ’ ମାଧ୍ୟମରେ ମାକଲେ କ’ଣ ଦର୍ଶାଇବାକୁ ଚାହୁଁଥିଲେ ? ସେ କାହିଁକି ଭାରତୀୟମାନଙ୍କୁ, ‘‘ଜ୍ଞାନ, ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜ ପରି’ ହେବାକୁ ଚାହୁଁ ନଥୁଲେ ? ଏହା କିପରି ସଭ୍ୟତା ମିଶନ୍ ସହିତ ଜଡ଼ିତ ହୋଇପାରିବ ? ତୁମ ଶ୍ରେଣୀ ଶିକ୍ଷକଙ୍କୁ କହି ଏକ ତର୍କର ଆୟୋଜନ କର ।
Answer:
(i) ମାକ୍‌ଙ୍କ ମତ ଥିଲା ଯେ ୟୁରୋପୀୟ ପୁସ୍ତକଗୁଡ଼ିକ ସମସ୍ତ ଭାରତୀୟ ଏବଂ ଆରବିକ୍ ପୁସ୍ତକ ଅପେକ୍ଷା ଭଲ । ସେ ଭାବୁଥିଲେ ଯେ ବ୍ରିଟିଶ୍ ଶିକ୍ଷା ତୁଳନାରେ ଭାରତୀୟ ଜ୍ଞାନ ଓ ବିଚାରଧାରର କୌଣସି ମୂଲ୍ୟ ନାହିଁ ।

(ii) ଏହା ତାଙ୍କର ଉପନିବେଶବାଦୀ ମାନସିକତାକୁ ଦର୍ଶାଏ । ସେ ଭାରତୀୟ ସଂସ୍କୃତି ଏବଂ ଶିକ୍ଷାକୁ କିପରି ତୁଚ୍ଛ ଦୃଷ୍ଟିରେ ଦେଖୁଥୁଲେ ତାହା ମଧ୍ୟ ଏଥିରୁ ଜଣାଯାଏ ।

(iii) ସେ ଚାହୁଁଥିଲେ ଯେ ଭାରତୀୟମାନଙ୍କର ଚିନ୍ତାଧାରା, ଜୀବନଧାରଣ ଶୈଳୀ ଏବଂ ସେମାନଙ୍କର ବିଶ୍ଵାସ ବ୍ରିଟିଶ୍ମାନଙ୍କ ଭଳି ହେଉ ଯଦ୍ଵାରା ସେମାନେ ବ୍ରିଟିଶ୍ୟାମାନଙ୍କୁ ଭାରତ ଶାସନ କରିବାରେ ସହଜରେ ସାହାଯ୍ୟ କରିପାରିବେ ।

(iv) ବ୍ରିଟିଶ୍ମାନେ ଦାବି କରିଥିଲେ ଯେ ଭାରତୀୟମାନଙ୍କୁ ଶିକ୍ଷିତ କରିବା ତଥା ସେମାନଙ୍କର ଉନ୍ନତି କରିବା ପାଇଁ ଆସିଥିଲେ । କିନ୍ତୁ ବାସ୍ତବରେ ଏହା ଭାରତୀୟମାନଙ୍କୁ ନିୟନ୍ତ୍ରଣ କରିବା ଏବଂ ସେମାନଙ୍କ ସଂସ୍କୃତି ଓ ପରିଚୟକୁ ଦୁର୍ବଳ କରିବାକୁ ଉଦ୍ଦିଷ୍ଟ ଥିଲା ।

Question 3.
‘‘ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ’’ର ଅର୍ଥ କ’ଣ ? ତୁମେ କ’ଣ ଭାବୁଛ ଏ ଉକ୍ତିଟି ଠିକ୍ ?
Answer:
‘ବ୍ରିଟିଶ୍ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ’’ ଅର୍ଥାତ୍ ସେମାନଙ୍କର ସାମ୍ରାଜ୍ୟ ଏତେ ବିଶାଳ ଥିଲା ଯେ ଏହା ସାରା ବିଶ୍ଵକୁ ବ୍ୟାପିଥିଲା । ସୂର୍ଯ୍ୟ ସର୍ବଦା ଅତି କମ୍‌ରେ ଏହାର ଗୋଟିଏ ଦେଶରେ ଦୃଶ୍ୟମାନ ହେଉଥିଲା । ହଁ, ମୁଁ ଭାବୁଛି ଏହି ଉକ୍ତିଟି ସେହି ସମୟରେ ସତ୍ୟ ଥିଲା କାରଣ ବ୍ରିଟେନ୍ ଏସିଆ, ଆଫ୍ରିକା, ୟୁରୋପ ଏବଂ ଆମେରିକାର ଅନେକ ଦେଶ ଉପରେ ଶାସନ କରିଥିଲା ।
Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ-2

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଭାସ୍କୋଡ଼ାଗାମା ଭାରତର କେଉଁ ବନ୍ଦରରେ ପ୍ରଥମେ ପଦାର୍ପଣ କରିଥିଲେ ?
(i) କାପଡ଼
(ii) କଲିକତା
(iii) ପାଣାଜୀ
(iv) ଚେନ୍ନାଇ
Answer:
(i) କାପଡ଼

Question 2.
ପର୍ତ୍ତୁଗୀଜମାନେ କେବେ ଗୋଆରେ ଉପନିବେଶୀକରଣର ମୂଳଦୁଆ ପକାଇଥିଲେ ?
(i) ୧୪୯୮
(ii) ୧୫୧୦
(iii) ୧୦୧୫
(iv) ୧୭୫୭
Answer:
(ii) ୧୫୧୦

Question 3.
କେଉଁ ଯୁଦ୍ଧରେ ଏକ ଏସୀୟ ଶକ୍ତି ସଫଳତାର ସହିତ ଏକ ୟୁରୋପୀୟ ଉପନିବେଶବାଦୀ ଶକ୍ତିକୁ ପ୍ରତିହତ କରି ପାରିଥିଲା ?
(i) ପଲାସୀ ଯୁଦ୍ଧ
(ii) ବକ୍‌ସାର ଯୁଦ୍ଧ
(iii) କୋଲାଚେଲ ଯୁଦ୍ଧ
(iv) ଇଣ୍ଡୋ ଡଚ୍ ଯୁଦ୍ଧ
Answer:
(iii) କୋଲାଚେଲ ଯୁଦ୍ଧ

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.
ଫରାସୀମାନେ ଭାରତର କେଉଁ ସ୍ଥାନକୁ ସାମ୍ରାଜ୍ୟ ଗଠନପାଇଁ ଉପଯୁକ୍ତ ବୋଲି ମନେକରିଥିଲେ ?
(i) ମାହେ
(ii) ଚନ୍ଦନ ନଗର
(iii) କରାଇକଲ
(iv) ପୁଦିଚେରୀ
Answer:
(iv) ପୁଦିଚେରୀ

Question 5.
‘ବିଭାଜନ ଓ ଶାସନ’ ନୀତି ପ୍ରୟୋଗକରି କେଉଁ ବିଦେଶୀ ଶକ୍ତି ଭାରତରେ ଶାସନ ଜାରି ରଖୁଥିଲେ ?
(i) ଡଚ୍
(ii) ଫରାସୀ
(iii) ଇଂରେଜ
(iv) ପର୍ତ୍ତୁଗୀଜ
Answer:
(iii) ଇଂରେଜ

Question 6.
ଭାରତ ଇତିହାସରେ କାହାକୁ ବିଶ୍ଵାସଘାତକ ପୁରୁଷ ଭାବରେ ଅଭିହିତ କରାଯାଇଛି ?
(i) ଲର୍ଡ଼କ୍ଲାଇବ
(ii) ସିରାଜଦୌଲା
(iii) ମିରଜାଫର
(iv) ମିରକାଶୀମ୍
Answer:
(iii) ମିରଜାଫର

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 7.
‘ଭାରତର ଅର୍ଥନୈତିକ ଇତିହାସ’ ନାମକ ଏକ ପୁସ୍ତକ କେଉଁ ଐତିହାସିକ ରଚନା କରିଥିଲେ ?
(i) ରମେଶ ଚନ୍ଦ୍ର ଦତ୍ତ
(ii) ଉମେଶ ଚନ୍ଦ୍ର ଦତ୍ତ
(iii) ଦାଦାଭାଇ ନାରୋଜୀ
(iv) ପି.ସି. ଦତ୍ତ
Answer:
(i) ରମେଶ ଚନ୍ଦ୍ର ଦତ୍ତ

Question 8.
କେଉଁ ଉପନ୍ୟାସରେ ‘ବନ୍ଦେ ମାତରମ୍’ ଗୀତ ରଚନା କରାଯାଇଥିଲା ?
(i) ଯାଜ୍ଞସେନୀ
(ii) ମାମୁ
(iii) ପ୍ରାୟଶ୍ଚିତ୍ତ
(iv) ଆନନ୍ଦମଠ
Answer:
(iv) ଆନନ୍ଦମଠ

Question 9.
ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ ଦୁଇ ଭାଇ କେଉଁ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
(i) କନ୍ଧ ବିଦ୍ରୋହ
(ii) ସାନ୍ତାଳୀ ବିଦ୍ରୋହ
(iii) କୋହ୍ଲ ବିଦ୍ରୋହ
(iv) ଜୁଆଙ୍ଗ ବିଦ୍ରୋହ
Answer:
(ii) ସାନ୍ତାଳୀ ବିଦ୍ରୋହ

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 10.
ଓଡ଼ିଶାରେ ଜନଜାତିର ରକ୍ତତୀର୍ଥ କାହାକୁ କୁହାଯାଇଥାଏ ?
(i) ଗୁଡ଼ହାଣ୍ଡି
(ii) ଚନ୍ଦାହାଣ୍ଡି
(iii) ପାପଡ଼ାହାଣ୍ଡି
(iv) ଝୁରୀ ନଦୀ
Answer:
(iii) ପାପଡ଼ାହାଣ୍ଡି

Question 11.
କଉଡ଼ି ବଦଳରେ ଟଙ୍କା ଆକାରରେ ଜମିର କର ଦେବାପାଇଁ କେଉଁ ଇଂରେଜ ଅଫିସର ବାଧ୍ୟ କରିଥିଲେ ?
(i) ଫ୍ଲେଚର
(ii) ହାର୍‌ କୋଟ
(iii) ଉଇଲିୟମ ଜୋନସ
(iv) ଲର୍ଡ଼ ହାଡ଼ିଙ୍ଗ୍‌ସ
Answer:
(i) ଫ୍ଲେଚର

Question 12.
ଇଂରେଜମାନେ କେବେ ଓଡ଼ିଶା ଅଧିକାର କରିଥିଲେ ?
(i) ୧୮୦୩
(ii) ୧୮୦୪
(iii) ୧୮୦୫
(iv) ୧୮୦୬
Answer:
(i) ୧୮୦୩

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 13.
ସିପାହୀ ବିଦ୍ରୋହର ପ୍ରଥମ ସହିଦ ଭାବରେ କାହାକୁ ବିବେଚନା କରାଯାଇଥାଏ ?
(i) ଲକ୍ଷ୍ମଣ ନାୟକ
(ii) ସୁରେନ୍ଦ୍ର ସାଏ
(iii) ମଙ୍ଗଳ ପାଣ୍ଡେ
(iv) ଜୟୀ ରାଜଗୁରୁ
Answer:
(iii) ମଙ୍ଗଳ ପାଣ୍ଡେ

Question 14.
ଭାରତର କେଉଁ ବୀରା ରମଣୀ ଇଂରେଜମାନଙ୍କ ସହିତ ଲଢ଼େଇକରି ଗ୍ଲାଲିୟର ଦୁର୍ଗକୁ ଅଧିକାର କରିଥିଲେ ?
(i) ରାଣୀ ଦୁର୍ଗାବତୀ
(ii) ରାଣୀ ପାର୍ବତୀବାଈ
(iii) ରାଣୀ ଲକ୍ଷ୍ମୀବାଈ
(iv) ବେଗମ୍ ହଜରତ ମହଲ
Answer:
(iii) ରାଣୀ ଲକ୍ଷ୍ମୀବାଈ

Question 15.
ଜର୍ଜ ହେଗେଲ କେଉଁ ଦେଶର ଦାର୍ଶନିକ ଥିଲେ ?
(i) ଇଂଲଣ୍ଡ
(ii) ଫ୍ରାନ୍ସ
(iii) ଜର୍ମାନୀ
(iv) ଇଟାଲୀ
Answer:
(i) ଇଂଲଣ୍ଡ

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 16.
୧୭୫୭ ମସିହା ପଲାସୀ ଯୁଦ୍ଧରେ _______________ ବିଜୟଲାଭ କରିଥିଲେ ।
(i) ଡେଲହାଉସି
(ii) ଲର୍ଡ଼ କ୍ଲାଇବ
(iii) ଇବ୍ରାହିମ ଲୋଦୀ
(iv) ମିରଜାଫର
Answer:
(ii) ଲର୍ଡ଼ କ୍ଲାଇବ

Question 17.
କର୍ଣ୍ଣାଟ ସମରଗୁଡ଼ିକ _______ ଓ __________ ଙ୍କ ମଧ୍ୟରେ ସଂଘଟିତ ହୋଇଥିଲା ।
(i) ବ୍ରିଟିଶ -ଫରାସୀ
(ii) ବ୍ରିଟିଶ -ପର୍ତ୍ତୁଗାଲ
(iii) ପର୍ତ୍ତୁଗାଲ-ସ୍ପେନ୍
(iv) ଫରାସୀ-ଇଣ୍ଡିଆ
Answer:
(i) ବ୍ରିଟିଶ -ଫରାସୀ

Question 18.
ଭାରତରେ ଉପନିବେଶୀକରଣର ମୂଳଦୁଆ __________ ପକାଇଥିଲେ ।
(i) ଲର୍ଡ଼ କ୍ଲାଇବ
(ii) ଭାସ୍କୋଡ଼ାଗାମା
(iii) ଡୁପ୍ଲେକ୍ସ
(iv) ଲର୍ଡ଼ ମାକଲେ
Answer:
(ii) ଭାସ୍କୋଡ଼ାଗାମା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 19.
ଫରାସୀମାନେ ଭାରତରେ ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ____________ ରେ ପ୍ରତିଷ୍ଠା କରିଥିଲେ ।
(i) ଭାରୁ ଚ
(ii) କୋଚିନ
(iii) ସୁରତ
(iv) ମାଲାବାର
Answer:
(iii) ସୁରତ

Question 20.
ବିଭାଜନ ଓ ଶାସନ ନୀତିରେ _________ ମାନେ ଭାରତରେ ନିଜର ଫାଇଦା ହାସଲ କରିଥିଲେ ।
(i) ଫରାସୀ
(ii) ବ୍ରିଟିଶ
(iii) ପର୍ତ୍ତୁଗୀଜ
(iv) ସ୍ପେନୀୟ
Answer:
(ii) ବ୍ରିଟିଶ

Question 21.
ବର୍ତ୍ତମାନର କଲିକତାଠାରୁ ________ କିଲୋମିଟର ଦୂରସ୍ଥ ପଲାସୀଠାରେ ଏକ ଯୁଦ୍ଧ ସଙ୍ଗଠିତ ହୋଇଥିଲା ।
(i) ୧୪୦
(ii) ୧୩୦
(iii) ୧୫୦
(iv) ୧୬୦
Answer:
(iii) ୧୫୦

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 22.
‘ରାଜସ୍ଵତ୍ଵ ଲୋପ ନୀତି’ ପ୍ରଚଳନ ମୂଳରେ _________ କୁ ଅଗ୍ରାଧ୍ୟାକାର ପ୍ରଦାନ କରାଯାଇଥିଲା ।
(i) ଆର୍ଥିକ ଅଭିବୃଦ୍ଧି
(ii) ସାମାଜିକ ନ୍ୟାୟ
(iii) ସାମ୍ରାଜ୍ୟ ବିସ୍ତାର
(iv) ପାରମ୍ପରିକ ଶାସନ
Answer:
(iii) ସାମ୍ରାଜ୍ୟ ବିସ୍ତାର

Question 23.
ଲର୍ଡ଼ କ୍ଲାଇବ ___________ କୁ ‘ପୃଥ‌ିବୀର ସ୍ଵର୍ଗ’ ଭାବରେ ବର୍ଣ୍ଣନା କରିଥିଲେ ।
(i) ସୁର ତ
(ii) ବମ୍ବେ
(iii) ବଙ୍ଗଳା
(iv) କାଶ୍ମୀର
Answer:
(iii) ବଙ୍ଗଳା

Question 24.
ବ୍ରୁକସ୍ ଆଡାମସ୍ __________ ର ଏକ ଐତିହାସିକ ଓ ରାଜନୀତି ବିଶାରଦ ଥିଲେ ।
(i) ଇଂଲଣ୍ଡ
(ii) ଆମେରିକା
(iii) ଫ୍ରାନ୍ସ
(iv) ଇଟାଲୀ
Answer:
(ii) ଆମେରିକା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 25.
ଆନନ୍ଦମଠ ଉପନ୍ୟାସ _____________ ମସିହାରେ ରଚନା କରାଯାଇଥିଲା ।
(i) ୧୮୮୦
(ii) ୧୮୮୧
(iii) ୧୮୮୨
(iv) ୧୮୮୩
Answer:
(iii) ୧୮୮୨

Question 26.
ବ୍ରିଟିଶମାନେ ଜନଜାତିର ଲୋକମାନଙ୍କୁ _________ ଭାବରେ ବର୍ଣ୍ଣନା କରିଥିଲେ ।
(i) ଅନ୍ତେବାସୀ
(ii) ପୂର୍ବପୁରୁଷ
(iii) ପୂର୍ବଜ
(iv) ଆଦିମ
Answer:
(iv) ଆଦିମ

Question 27.
ସୁରେନ୍ଦ୍ର ସାଏଙ୍କ ନେତୃତ୍ଵରେ ଜନଜାତିର ଲୋକମାନେ ଇଂରେଜମାନଙ୍କ ବିରୋଧରେ _____________ ଯୁଦ୍ଧ ଅନେକ ଦିନ ଯାଏଁ ଚାଲୁରଖୁଥିଲେ ।
(i) ଗରିଲା
(ii) ପ୍ରଚ୍ଛନ୍ନ
(iii) ରଇଂ
(iv) ଅସ୍ତ୍ରଶସ୍ତ୍ର
Answer:
(i) ଗରିଲା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 28.
‘ପାପଡ଼ାହାଣ୍ଡି ଗୁଳିକାଣ୍ଡ’ରେ ‘ ______________ ଜଣେ ପୁଲିସ ଗୁଳିରେ ଟଳିପଡ଼ିଥିଲେ ।
(i) ୧୦
(ii) ୧୧
(iii) ୧୨
(iv) ୧୩
Answer:
(ii) ୧୧

Question 29.
ଖୋର୍ଦ୍ଧା ରାଜ୍ୟ ଇଂରେଜ ଅଧୀନରେ ରହିଲାପରେ _______________ ଏହାର ସର୍ବେସର୍ବା ହୋଇଥିଲେ ।
(i) କ୍ୟାପ୍‌ଟେନ୍ ହିକ୍
(ii) କର୍ଣ୍ଣେଲେ ହାଇକୋର୍ଟ
(iii) ଫ୍ଲେଚର
(iv) ଫ୍ଲେମିଙ୍ଗ୍
Answer:
(iii) ଫ୍ଲେଚର

Question 30.
ବକ୍ସି ଜଗବନ୍ଧୁ ___________ ରାଜାଙ୍କର ପ୍ରଧାନ ସେନାପତି ଥିଲେ ।
(i) ଘୁମୁସୁର
(ii) ବଣାଇ
(iii) ଖୋର୍ଦ୍ଧା
(iv) ନେପାଳ
Answer:
(iii) ଖୋର୍ଦ୍ଧା

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

ଠିକ୍ ଉକ୍ତି ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ବ୍ରିଟିଶମାନେ ଆମ ଦେଶକୁ ଆଧୁନିକ ଶିଳ୍ପ ସ୍ଥାପନ କରିବାପାଇଁ ଆସିଥିଲେ ।
Answer:
✗

Question 2.
ପଲାସୀ ଯୁଦ୍ଧରେ ଭାରତରେ ବ୍ରିଟିଶ ଶାସନର ମୁଳଦୁଆ ପଡ଼ିଥିଲା ।
Answer:
✓

Question 3.
ରାଣୀ ଲକ୍ଷ୍ମୀବାଈ ଇଂରେଜମାନଙ୍କର ରାଜସ୍ଵତ୍ୱଲୋପନୀତିକୁ ସମର୍ଥନ କରିଥିଲେ ।
Answer:
✗

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.
ଭାରତୀୟ କୃଷକମାନଙ୍କର ମଙ୍ଗଳ ପାଇଁ ଇଂରେଜମାନେ ରେଳପଥ ପ୍ରଚଳନ କରିଥିଲେ ।
Answer:
✗

Question 5.
ଭାସ୍କୋଡ଼ାଗାମା ୟୁରୋପୀୟମାନଙ୍କର ଆଖୁ ଖୋଲିଦେଇଥିଲେ ।
Answer:
✓

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବାହାଦୁର ଶାହା ଜାଫର ଝାନ୍ସୀ ବିଦ୍ରୋହ
ରାଜସ୍ଵତ୍ଵ ଲୋପନୀତି ୱେଲ୍ ସେଲି
ରାଣୀ ଲକ୍ଷ୍ମୀବାଈ ଶେଷ ମୋଗଲ ସମ୍ରାଟ
ଭାସ୍କୋଡ଼ାଗାମା ଡେଲହାଉସୀ
ସାମନ୍ତସନ୍ଧି ଜଳପଥ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବାହାଦୁର ଶାହା ଜାଫର ଶେଷ ମୋଗଲ ସମ୍ରାଟ
ରାଜସ୍ଵତ୍ଵ ଲୋପନୀତି ଡେଲହାଉସୀ
ରାଣୀ ଲକ୍ଷ୍ମୀବାଈ ଝାନ୍ସୀ ବିଦ୍ରୋହ
ଭାସ୍କୋଡ଼ାଗାମା ଜଳପଥ
ସାମନ୍ତସନ୍ଧି ୱେଲ୍ ସେଲି

 

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲକ୍ଷ୍ମଣ ନାୟକ ନବରଙ୍ଗପୁର
ରନାକର ନାୟକ ମୟୂରଭଞ୍ଜ
ମାଧୋ ସିଂ କୋରାପୁଟ
ସୋନୁ ମାଝୀ କେଉଁଝର
ଦୟାନିଧ୍ଵ ଧାରୁଆ ସମ୍ବଲପୁର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଲକ୍ଷ୍ମଣ ନାୟକ କୋରାପୁଟ
ରନାକର ନାୟକ କେଉଁଝର
ମାଧୋ ସିଂ ସମ୍ବଲପୁର
ସୋନୁ ମାଝୀ ମୟୂର ଭଞ୍ଜ
ଦୟାନିଧ୍ଵ ଧାରୁଆ ନବରଙ୍ଗପୁର

 

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆଙ୍ଗସ୍ ମ୍ୟାଡିସନ ଐତିହାସିକ
ଭାସ୍କୋଡ଼ାଗାମା ସେନାପତି
ମିଜାଫର ରାଜନେତା
ବ୍ରୁକ୍‌ ଆଡ଼ାମସ୍ ଅର୍ଥନୀତିଜ୍ଞ
ଦାଦାଭାଇ ନାରୋଜୀ ଆବିଷ୍କାରକ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଆଙ୍ଗସ୍ ମ୍ୟାଡିସନ ଅର୍ଥନୀତିଜ୍ଞ
ଭାସ୍କୋଡ଼ାଗାମା ଆବିଷ୍କାରକ
ମିଜାଫର ସେନାପତି
ବ୍ରୁକ୍‌ ଆଡ଼ାମସ୍ ଐତିହାସିକ
ଦାଦାଭାଇ ନାରୋଜୀ ରାଜନେତା

 

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
୧୭୫୭ ମସିହା କୋଲାଚେଲ ଯୁଦ୍ଧ
୧୭୭୪ ମସିହା ଭାରତର ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ ଶେଷ
୧୭୪୧ ମସିହା ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ
୧୮୫୭ ମସିହା ପଲାସୀ ଯୁଦ୍ଧ
୧୮୫୮ ମସିହା ସିପାହୀ ବିଦ୍ରୋହ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
୧୭୫୭ ମସିହା ପଲାସୀ ଯୁଦ୍ଧ
୧୭୭୪ ମସିହା ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ
୧୭୪୧ ମସିହା କୋଲାଚେଲ ଯୁଦ୍ଧ
୧୮୫୭ ମସିହା ସିପାହୀ ବିଦ୍ରୋହ
୧୮୫୮ ମସିହା ଭାରତର ଇଷ୍ଟଇଣ୍ଡିଆ କମ୍ପାନୀ

 

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ କେବେ ଓ କେଉଁଠାରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲା ?
Answer:

  1. ୧୬୧୨ ମସିହାରୁ ୧୬୯୦ ମସିହା ପର୍ଯ୍ୟନ୍ତ ଇଷ୍ଟଇଣ୍ଡିଆ କମ୍ପାନୀର ନିର୍ମାଣ କାର୍ଯ୍ୟ ଚାଲୁରହିଥିଲା ।
  2. ଏହା ସୁରଟ, ମାଡ୍ରାସ, ବମ୍ବେ ଓ କଲିକତାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲା ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ଗୋଆକୁ ପର୍ତ୍ତୁଗୀଜମାନେ କେବେ ଆସିଥିଲେ ଓ ସେଠାରେ ସେମାନେ କ’ଣ କରିଥିଲେ ?
Answer:

  1. ଗୋଆକୁ ପର୍ତ୍ତୁଗୀଜମାନେ ୧୫୧୦ ମସିହାରେ ଆସିଥିଲେ ।
  2. ସେଠାରେ ସେମାନେ ରାଜଧାନୀ ସ୍ଥାପନ କରି ଉପନିବେଶ ଗଠନ ଆରମ୍ଭ କରିଥିଲେ |

Question 3.
ଡମାନେ କେବେ ଭାରତରେ ପଦାର୍ପଣ କରିଥିଲେ ? ସେମାନେ ମୁଖ୍ୟତଃ କେଉଁ ଅଞ୍ଚଳରେ ବାଣିଜ୍ୟ କରୁଥିଲେ ?
Answer:

  1. ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ଡମାନେ ଭାରତରେ ପଦାର୍ପଣ କରିଥିଲେ ।
  2. ସେମାନେ ମୁଖ୍ୟତଃ ପଶ୍ଚିମ ଉପକୂଳସ୍ଥ ସୁରତ, ଭାରୁଚ, କୋଚିନ ଓ ପୂର୍ବ ଉପକୂଳସ୍ଥ ନାଗାପଟ୍ଟନମ୍ ଓ ମାସୁଲପଟ୍ଟନମ୍ ଅଞ୍ଚଳରେ ବାଣିଜ୍ୟ କାରବାର ଆରମ୍ଭ କରିଥିଲେ ।

Question 4.
ଫରାସୀମାନେ କେବେ କେଉଁଠାରେ ସେମାନଙ୍କର ପ୍ରଥମ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ?
Answer:

  1. ଫରାସୀମାନେ ୧୬୬୮ ମସିହାରେ ଭାରତରେ ପ୍ରବେଶ କରିଥିଲେ ।
  2. ପ୍ରଥମେ ସେମାନେ ସୁରତଠାରେ ତାଙ୍କର ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ପଲାସୀ ଯୁଦ୍ଧ କେବେ ହୋଇଥିଲା ? ଏଥିରେ କାହାର ବିଶ୍ଵାସଘାତକତା ଯୋଗୁଁ ବଙ୍ଗଳା ଇଂରେଜ ଶାସନାଧୀନ ହୋଇଥିଲା ।
Answer:

  1. ପଲାସୀ ଯୁଦ୍ଧ ୧୭୫୭ ମସିହାରେ ଅନୁଷ୍ଠିତ ହୋଇଥିଲା ।
  2. ଏଥୁରେ ମିରଜାଫର୍‌ଙ୍କ ବିଶ୍ୱାସଘାତକତା ପାଇଁ ବଙ୍ଗଳା ଇଂରେଜ ଶାସନାଧୀନ ହୋଇଥିଲା ।

Question 6.
ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତ କେଉଁସବୁ ଦ୍ରବ୍ୟ ଉତ୍ପାଦନ କରାଯାଇ ପୃଥ‌ିବୀର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା ?
Answer:

  1. ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତରେ ମୁଖ୍ୟତଃ ସୂତା, ଶିକ, ଉଲ୍, ଝୋଟ ଓ କତା ପ୍ରସ୍ତୁତ ଦ୍ରବ୍ୟମାନ ଉତ୍ପାଦିତ ହେଉଥିଲା ।
  2. ସୃଦ୍ଧ ଓ ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଭାରତୀୟ ସୂତାବୁଣା ଲୁଗାର ବେଶ୍ ଚାହିଦାଥ୍‌ଲା ଓ ଏହାକୁ ବିଦେଶକୁ ପଠାଯାଉଥିଲା ।

Question 7.
ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ କିଏ ? ସେ କେଉଁ କାର୍ଯ୍ୟ ପାଇଁ ଲୋକଲୋଚନକୁ ଆସିପାରିଥିଲେ ?
Answer:

  1. ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ବଙ୍ଗଳାର ଜଣେ ପ୍ରସିଦ୍ଧ ଲେଖକ ।
  2. ସେ ‘ଆନନ୍ଦ ମଠ’ ଉପନ୍ୟାସ ଲେଖୁବା ସହିତ ସେଥ‌ିରେ ‘ବନ୍ଦେ ମାତରମ୍’ ସଙ୍ଗୀତ ଲେଖୁ ଲୋକଲୋଚନକୁ ଆସିପାରିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 8.
କୋରାପୁଟ ‘ପାପଡ଼ାହାଣ୍ଡି’କୁ ଇତିହାସରେ ସ୍ଥାନ ଦିଆଯାଇଛି କାହିଁକି ?
Answer:

  1. ‘ପାପଡ଼ାହାଣ୍ଡି’ କୋରାପୁଟ ଜନଜାତିଙ୍କରର ତ୍ୟାଗ ଓ ବୀରତ୍ଵର କାହାଣୀର ଗାଥା ପାଇଁ ଇତିହାସରେ ସ୍ଥାନ ପାଇଅଛି ।
  2. ଏଠାରେ ୧୯୪୨ ଅଗଷ୍ଟ ୨୪ରେ ହୋଇଥ‌ିବା ଗୁଳିକାଣ୍ଡରେ ୧୧ଜଣ ମୃତ୍ୟୁବରଣ କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଓଡ଼ିଶାର ପାଇକ ସଂଗ୍ରାମକୁ ଭାରତୀୟ ସ୍ଵାଧୀନତା ସଂଗ୍ରାମର ପ୍ରଥମ ବିଦ୍ରୋହ ବୋଲି ତୁମେ ଯଦି ମନେକରୁଥାଅ, ତେବେ ଏହା ସପକ୍ଷରେ ତୁମେ ତିନିଗୋଟି ଯୁକ୍ତି ଉପସ୍ଥାପନ କର ।
Answer:
(i) ଭାରତରେ ସ୍ଵାଧୀନତା ସଂଗ୍ରାମ ପୂର୍ବରୁ ଓଡ଼ିଶାରେ ପାଇକମାନେ ପୂର୍ବଭାରତ ଇଷ୍ଟଇଣ୍ଡିଆ କମ୍ପାନୀର ଅତ୍ୟାଚାରୀ ଶାସନ ବିରୋଧରେ ଏକ ସୁସଙ୍ଗଠିତ ସଂଘର୍ଷ କରିଥିଲେ ।

(ii) ୧୮୦୪ ଖ୍ରୀଷ୍ଟାବ୍ଦରେ ଇଂରେଜ ସେନାପତି ‘କ୍ୟାପଟେନ୍ ହିକ୍‌ଣ୍ଡ ଓ ଖୋର୍ଦ୍ଧାର ପାଇକମାନଙ୍କ ମଧ୍ୟରେ ତିନି ସପ୍ତାହ ଧରି ଯୁଦ୍ଧପରେ ସେମାନେ ବରୁଣେଇ ଦୁର୍ଗ ଅଧୁକାର କରିଥିଲେ ।

(iii) ଇଂରେଜମାନେ ପାଇକନେତା ଜୟୀ ରାଜଗୁରୁଙ୍କୁ ନିଷ୍ପରଭାବେ ଏକ ବରଗଛ ଡାଳରେ ସର୍ବସାଧାରଣରେ ଫାଶୀ ଦେବାପରେ ପାଇକମାନଙ୍କ ଭିତରେ ପ୍ରତିଶୋଧର ବହ୍ନି ପ୍ରଜ୍ଵଳିତ ହେବାକୁ ଲାଗିଥିଲା । ଫଳରେ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା । ଏହାଥିଲା ନିଜ ଭୂମିର ସ୍ଵାଧୀନତା ରକ୍ଷା ପାଇଁ ପ୍ରଥମ ଇଂରେଜ ବିରୋଧୀ ସଂଗ୍ରାମ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ରାଣୀ ଲକ୍ଷ୍ମୀବାଈଙ୍କୁ ତୁମ୍ଭେମାନେ ମନେ ରଖିବା ଉଚିତ ନା ଅନୁଚିତ ହେବ । ଯଦି ହିଁ ତାହାହେଲେ ତାଙ୍କର କେଉଁ କାର୍ଯ୍ୟଗୁଡ଼ିକ ତୁମର ମନରେ ଗଭୀର ରେଖାପାତ କରିଛି ଲେଖ ।
Answer:
(i) ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ନିଜ ରାଜ୍ୟକୁ ବ୍ରିଟିଶ କବଳରୁ ରକ୍ଷା କରିବାପାଇଁ ଅତି ସାହସର ସହିତ ଯୁଦ୍ଧ କରିଥିଲେ ଯାହା ଅବିସ୍ମରଣୀୟ ।

(ii) ନାନା ସାହେବଙ୍କ ସାମରିକ ପରାମର୍ଶଦାତା ତାନ୍ତିଆ ତୋପେଙ୍କ ସହାୟତାରେ ରାଣୀ ଲକ୍ଷ୍ମୀବାଈ ବ୍ରିଟିଶମାନଙ୍କ ଝାନ୍ସୀ ଘେରାବନ୍ଦୀରୁ ଖସିଯିବାକୁ ସକ୍ଷମ ହେବା ସଙ୍ଗେ ସଙ୍ଗେ ଗ୍ବାଲିୟର ‘ଦୁର୍ଗକୁ ଜୟ କରିଥିଲେ ଏବଂ ରାଜକୋଷ ଓ ଅସ୍ତ୍ରାଗାରକୁ ନିଜ ଅକ୍ତିଆରକୁ ନେଇ ପାରିଥିଲେ ।

(iii) ଇଂରେଜମାନେ ତାଙ୍କୁ ୧୮୫୮ ମସିହା ଜୁନ୍ ୧୮ ତାରିଖରେ ଯୁଦ୍ଧ କ୍ଷେତ୍ରରେ ହତ୍ୟା କରିଥିଲେ । ତାଙ୍କର ଅସାଧାରଣ ବୀରତ୍ଵ ଓ ଦେଶଭକ୍ତି ପାଇଁ ଆମେ ତାଙ୍କୁ ଚିରକାଳ ପାଇଁ ମନେ ରଖୁଛୁ ।

Question 3.
ଫରାସୀ ଶାସକ ଡୁପ୍ଲେକ୍ସଙ୍କର ଉପନିବେଶବାଦୀ ରଣକୌଶଳ ସମ୍ପର୍କରେ ସୂଚନା ପ୍ରଦାନ କର ।
Answer:

(i) ୧୭୪୨ ରୁ ୧୭୫୪ ମସିହା ପର୍ଯ୍ୟନ୍ତ ଡୁପ୍ଲେକ୍ସ ଫରାସୀ ଭାରତର ଗଭର୍ଣ୍ଣର ଜେନେରାଲ ଭାବରେ କାର୍ଯ୍ୟକରି ତାଙ୍କର ଉପନିବେଶବାଦୀ ରଣକୌଶଳର ଚମତ୍କାରିତା ପ୍ରଦର୍ଶନ କରିଥିଲେ ।

(ii) ବିଶେଷକରି ସେ ଭାରତୀୟ ସୈନ୍ୟମାନଙ୍କୁ ୟୁରୋପୀୟ ସାମରିକ ଢାଞ୍ଚାରେ ତାଲିମ ପ୍ରଦାନ କରିବା ଫଳରେ, ସିପାହୀ ନାମରେ ଜଣାଶୁଣା ଶୃଙ୍ଖଳିତ ପାଦାତିକ ସୈନ୍ୟମାନେ ସୃଷ୍ଟି ହୋଇପାରିଥିଲେ ।

(iii) ସ୍ଥାନୀୟ ଉତ୍ତରାଧିକାର ବିବାଦରେ ହସ୍ତକ୍ଷେପ ଦ୍ଵାରା ନିଯୁକ୍ତ ହୋଇଥ‌ିବା ନିୟନ୍ତ୍ରଣାଧୀନ ଶାସକମାନଙ୍କ ଜରିଆରେ ସେ ଏକ ପରୋକ୍ଷ ଶାସନ ନୀତି ପ୍ରୟୋଗ କରିଥିଲେ ।

Question 4.
ଶସ୍ତାରେ ଗୋଟିଏ ସାମ୍ରାଜ୍ୟଲାଭ କହିଲାବେଳେ ‘ସାମନ୍ତ ସନ୍ଧି’ କଥା ମନକୁ ଆସେ କାହିଁକି ?
Answer:
(i) ‘ସାମନ୍ତ ସନ୍ଧି’ ବ୍ରିଟିଶରମାନଙ୍କର ଏକ କପଟ ଉପାୟ ଥିଲା ଯେଉଁଥିରେ ଶସ୍ତାରେ ଗୋଟିଏ ସାମ୍ରାଜ୍ୟ ଲାଭ କରାଯାଇପାରୁଥିଲା ।

(ii) ଯେଉଁମାନେ ଏହି ସନ୍ଧିରେ ସ୍ଵାକ୍ଷର କରିବେ ତାଙ୍କ ରାଜ୍ୟରେ ଜଣେ ବ୍ରିଟିଶ ପ୍ରତିନିଧ୍ଵ ସୈନ୍ୟବାହିନୀ ନେଇ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦ ସମୟରେ ରାଜାଙ୍କୁ ସାହାଯ୍ୟ କରିବେ । ସୈନ୍ୟବାହିନୀର ସମସ୍ତ ଖର୍ଚ୍ଚ ରାଜା ବହନ କରିବେ । ଯଦି ରାଜା ଖର୍ଚ୍ଚ ତୁଲାଇ ନ ପାରିବେ ତେବେ ନିଜ ରାଜ୍ୟରୁ କିଛି ଅଂଶ ଇଂରେଜମାନଙ୍କୁ ପ୍ରଦାନ କରିବେ ।

(iii) ହାଇଦ୍ରାବାଦର ଶାସକ (ନିଜାମ) ପ୍ରଥମେ ୧୭୯୮ରେ ଏହି ସନ୍ଧିକୁ ଗ୍ରହଣ କରିଥିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 5.
ଇଂରେଜମାନେ ଭାରତୀୟ ଶିକ୍ଷାର ରୂପାନ୍ତରୀକରଣ କିପରି କରିଥିଲେ ?
Answer:
(i) ଶିକ୍ଷାକୁ ଏକ ବଳିଷ୍ଠ ମାଧ୍ୟମ ରୂପେ ବ୍ୟବହାର କରି ଇଂରେଜ ସରକାର ଭାରତୀୟମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ସୃଷ୍ଟିକରି ନିଜ ସ୍ଵାର୍ଥପୂରଣ କରିବାରେ ଲାଗିପଡ଼ିଥିଲେ ।

(ii) ନୂତନ ଶିକ୍ଷାନୀତିରେ ଭାରତୀୟ ସମାଜକୁ ଦୁଇ ଭାଗରେ ବିଭାଜିତ କରାଗଲା, ଯଥା- ଇଂରାଜୀ
ପାଠୁଆ ଉଚ୍ଚପଦାଧ୍ୟାକାରୀ ଓ ସାଧାରଣ ଜନତା । ଫଳରେ ଭାରତୀୟମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କିରାଣୀ ଓ କ୍ଷୁଦ୍ର କର୍ମଚାରୀ ଭାବରେ ସୃଷ୍ଟି କରାଯାଇଥିଲା । ପାରମ୍ପରିକ ଶିକ୍ଷାରୁ ଭାରତୀୟମାନଙ୍କୁ ଦୂରେଇ ରଖାଯାଇଥିଲା ।

(iii) ଇଂରେଜମାନଙ୍କ ଭାଷାରେ ‘ଭାରତୀୟଙ୍କ ମଧ୍ୟରେ ଏପରି ଏକ ଶ୍ରେଣୀ ସୃଷ୍ଟି କରାଯିବ ଯିଏ ରକ୍ତ ରଙ୍ଗରେ ଭାରତୀୟ ହୋଇଥ‌ିବେ, କିନ୍ତୁ ଜ୍ଞାନ, ମତାମତ, ନୈତିକତା ଓ ଗ୍ରହଣୀୟତାରେ ଇଂରେଜ ପରି ହୋଇଥ‌ିବେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଆର୍ଥିକ ଶୋଷଣ ବିରୋଧରେ କୃଷକମାନଙ୍କ ସଂଗ୍ରାମ ମଧ୍ୟରୁ ‘ନୀଳଚାଷ ବିଦ୍ରୋହ’ କାହିଁକି ଅନ୍ୟତମ ଥିଲା ?
Answer:
(i) ନୀଳଚାଷ ବିଦ୍ରୋହ ବା ଇଣ୍ଡିଗୋ ବିଦ୍ରୋହ ୧୮୫୯ରୁ ୧୮୬୨ ମସିହା ପର୍ଯ୍ୟନ୍ତ ଚାଷୀମାନଙ୍କୁ କରାଯାଇଥିବା ଶୋଷଣ ବିରୋଧରେ ସଂଘଟିତ ହୋଇଥିଲା । ୟୁରୋପୀୟ ବଗିଚାର ମାଲିକମାନେ ବଙ୍ଗର ଉତ୍ତର ଭାଗରେ ଚାଷୀମାନଙ୍କୁ ଖାଦ୍ୟଶସ୍ୟ ଚାଷ ପରିତ୍ୟାଗ କରି ଲାଭଜନକ ନୀଳ ଚାଷ କରିବାକୁ ବାଧ୍ୟ କରିଥିଲେ, କାରଣ ସେତେବେଳେ ୟୁରୋପରେ ନୀଳ ରଙ୍ଗର ବହୁତ ଚାହିଦା ଥିଲା ।

(ii) ଚାଷୀଠୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଚୁର ଲାଭ ପାଉଥିଲେ । କିନ୍ତୁ କୃଷକମାନେ ଏଥୁରୁ ବାଦ୍ ପଡ଼ିଥିଲେ ।

(iii) କେବଳ କିଛି ଅର୍ଥ ରୋଜଗାର କରୁ କରୁ ଋଣଯନ୍ତାରେ ସେମାନେ ଫସିଗଲେ, ଯେତେବେଳେ ସେମାନେ ନୀଳଚାଷ କରିବାକୁ ମନା କଲେ, ସେତେବେଳେ ସେମାନେ ଇଂରେଜମାନଙ୍କଦ୍ଵାରା ଜେଲଦଣ୍ଡ, ନିର୍ଯାତନା ଭୋଗିବା ସହ ନିଜ ଗୃହ ବାଡ଼ି ହରାଇଥିଲେ ।

(iv) ସେମାନଙ୍କ ସଂଗ୍ରାମ ମୁଖ୍ୟତଃ ବଗିଚା ମାଲିକଙ୍କ ବିରୋଧରେ ଥୁଲା, ମାଲିକମାନେ ସଂଗ୍ରାମକୁ ଦବାଇ ଦେବାକୁ ଚେଷ୍ଟା କରିଥିଲେ ।

(v) କୃଷକମାନଙ୍କ ଉପରେ ଆକ୍ରମଣ କରିବାପାଇଁ ଭଡ଼ାଟିଆ ସୈନିକମାନଙ୍କୁ ନିଯୁକ୍ତି ଦେଇ ପ୍ରତିଶୋଧ ନେଉଥ‌ିଲେ ।

Class 8 Social Science Chapter 4 Question Answer Odia Medium ଭାରତରେ ଔପନିବେଶିକ ଯୁଗ

Question 2.
ସିପାହୀ ବିଦ୍ରୋହ କେଉଁସବୁ କାରଣକୁ ନେଇ ସଙ୍ଗଠିତ ହୋଇଥିଲା ? ଏହାପରେ ଭାରତୀୟ ଶାସନ ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା ?
Answer:
(i) ଇଂରେଜ ସରକାରଙ୍କ ‘ରାଜସ୍ଵତ୍ଵ ଲୋପ ନୀତି’ ଭାରତୀୟ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହିତ ସିପାହୀ ବିଦ୍ରୋହର ସୂତ୍ରପାତ କରିଥିଲା । ଏହା ଥିଲା ସିପାହୀ ବିଦ୍ରୋହର ରାଜନୈତିକ କାରଣ ।

(ii) ଅର୍ଥନୈତିକ ଶୋଷଣ ବିଦ୍ରୋର ଅନ୍ୟ ଏକ କାରଣ ଥିଲା । ଇଂରେଜମାନେ ବିଭିନ୍ନ ଆଳରେ କୃଷକମାନଙ୍କଠାରୁ ଅନ୍ୟାୟ ଭାବରେ ଅନେକ କର ଆଦାୟ କରି ସେମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ଆମର ପାରମ୍ପରିକ ବୟନ ଶିଳ୍ପକୁ ସମ୍ପୂର୍ଣ୍ଣରୂପେ ବନ୍ଦ କରିଦେବା ଫଳରେ ଅନେକ ଲୋକ ସେମାନଙ୍କର ଜୀବିକା ହରାଇଥିଲେ । ପ୍ରତିହିଂସାର ବହ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ଜ୍ୱଳିତ ହେବାରେ ଲାଗିଥିଲା ।

(iii) ସାମାଜିକ ଓ ଧାର୍ମିକ କାରଣ ମଧ୍ଯ ବିଦ୍ରୋହର ସୂତ୍ରପାତ ନିମନ୍ତେ ଦାୟୀ ଥିଲା । ଭାରତର ସାମାଜିକ ପରମ୍ପରାକୁ ଜାଣିଶୁଣି ଭାଙ୍ଗି ଦିଆଯାଇଥିଲା । ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିଲା । ଏହା ଫଳରେ କୃଷକ ଓ କାରିଗରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

(iv) ସାମାରିକ କାରଣ ମଧ୍ୟରେ ଥିଲା ରୟାଲ ଏନ୍‌ଫଲ୍‌ ବନ୍ଧୁକର ଗୁଳିରେ ଥ‌ିବା ଘୁଷୁରି ଓ ଗୋରୁମାନଙ୍କର ଚର୍ବିର ବ୍ୟବହାର, ଯାହା ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କ ଧର୍ମରେ କୁଠାରଘାତ ହେଲାଭଳି ମନେ ହେଲା । ସେମାନଙ୍କ ମଧ୍ୟରେ ଧର୍ମ ନଷ୍ଟ ହେବାର ଆଶଙ୍କା ଜନ୍ମିଥିଲା ।

(v) ଉପରୋକ୍ତ କାରଣମାନଙ୍କୁ ନେଇ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଚରମ ସୀମାରେ ପହଞ୍ଚି ଯାଇଥିଲା । ଏହାପରେ ଭାରତୀୟ ଶାସନ ବ୍ୟବସ୍ଥା କମ୍ପାନୀ ହାତରୁ ବ୍ରିଟେନର ରାଣୀଙ୍କ ହାତକୁ ଚାଲିଯାଇଥିଲା । ମହାରାଣୀ ଭିକ୍ଟୋରିଆ ଭାରତ ଶାସନର ସର୍ବେସର୍ବା ହେଲେ ।

Question 3.
ମଧ୍ୟଯୁଗୀୟ ଓଡ଼ିଶାରେ ପାଇକମାନେ କିପରି ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ ତାହାର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ମଧ୍ୟଯୁଗୀୟ ଓଡ଼ିଶାରେ ପାଇକ ନାମରେ ଏକ କୃଷକ ସୈନିକ ଶ୍ରେଣୀ’ ରାଜାଙ୍କ ଶକ୍ତିବୃଦ୍ଧିରେ ସାହାଯ୍ୟ କରୁଥିଲେ ।

(ii) ରାଜା ବା ସାମନ୍ତଙ୍କ ଅଧୀନରେ ନିଷ୍କର ଜମି ବା ଜାଗିରୀ ଲାଭ କରି କୃଷିକାର୍ଯ୍ୟ ସହିତ ଯୁଦ୍ଧବେଳେ ଦକ୍ଷ ସୈନିକ ଭାବେ ଯୁଦ୍ଧକ୍ଷେତ୍ରରେ ନିଜ ପରାକ୍ରମ ପାଇଁ ସେମାନେ ପ୍ରସିଦ୍ଧି ଲାଭ କରିଥିଲେ ।

(iii) ଢାଲ ଧନୁଶର, ଖଣ୍ଡା, ପରେ ବନ୍ଧୁକ ଚାଳନାରେ ସେମାନେ ଦକ୍ଷ ଥିଲେ । ସେମାନଙ୍କ ଶରୀର ତେଲ ଓ ହଳଦୀ ରଞ୍ଜିତ, ବ୍ୟାଘ୍ରଚର୍ମ ପରିହିତ ବିଶାଳ ବପୁ, କପାଳରେ ସିନ୍ଦୂର ଟୋପା, ମସ୍ତକରେ ପଗଡ଼ି ଯୋଗୁଁ ଯୁଦ୍ଧଭୂମିରେ ଶତ୍ରୁସୈନିକ ଭିତରେ ଭୟ ସଞ୍ଚାର କରୁଥିଲା ।

(iv) ପାଇକମାନଙ୍କ ନେତା ଦଳାଇ, ଦଳବେହେରା ଓ ପାଇକରାୟ ଉପାଧ୍ ଧାରଣ କରୁଥିଲେ ।

(v) ସେମାନଙ୍କ ସର୍ବୋଚ୍ଚ ନେତାଙ୍କୁ ପ୍ରଧାନ ସେନାପତି ବା ବକ୍ସି କୁହାଯାଉଥିଲା । ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ । ଏହି ପଦବୀ ଥିଲା ବଂଶାନୁକ୍ରମିକ ।

Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

Go through BSE Odisha Class 8 Science Notes Odia Medium and Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ to understand important concepts and topics more clearly.

8th Class Science Chapter 3 Notes Odia Medium

BSE Odisha Class 8 Science Chapter 3 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ସ୍ଵାସ୍ଥ୍ୟ କ’ଣ କେବଳ ରୋଗରେ ନ ପଡ଼ିବାକୁ ବୁଝାଏ ? :
ଏହା ଆମ ପାଇଁ ଏକ ମୂଲ୍ୟବାନ ଯେ ଆମେ ଆମର ସ୍ଵାସ୍ଥ୍ୟକୁ ସବୁବେଳେ ଯନ୍ ନେବା ଉଚିତ । ସ୍ଵାସ୍ଥ୍ୟ କହିଲେ ଶାରୀରିକ ଭାବରେ ଠିକ୍ ଅନୁଭବ କରିବା, ସକାରାତ୍ମକ ଭାବରେ ରହିବା ଏବଂ ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବା । ଜଣେ ସୁସ୍ଥ ବ୍ୟକ୍ତି ନିଜ ଶରୀରର ଯନ୍ ନିଏ, ଏକ ସକାରାତ୍ମକ ରୂପରେ ମାନସିକତା ବଜାୟ ରଖେ, ଏବଂ ସାମାଜିକ ଜୀବନକୁ ସୁନ୍ଦର ଭାବରେ ଉପଭୋଗ କରେ ।

କାର୍ଯ୍ୟ ୧ : ଆସ ପଢ଼ିବା :
ଜଣେ ଛାତ୍ର ଅନ୍ୟ ସ୍ଥାନରେ ଥିବା ଏକ ନୂଆ ସ୍କୁଲକୁ ସ୍ଥାନାନ୍ତରିତ ହୋଇଥିଲା । ତା’ର ନୂତନ ପରିବେଶରେ କୌଣସି ବନ୍ଧୁ ନଥିଲେ ଏବଂ ପିତାମାତା ସର୍ବଦା ବ୍ୟସ୍ତ ରହୁଥ‌ିବାରୁ ସେ ନିଜକୁ ସର୍ବଦା ଏକୁଟିଆ ଅନୁଭବ କରୁଥିଲା । ତା’ର ଏହି ଏକୁଟିଆ ଜୀବନଯାପନ ପ୍ରଣାଳୀକୁ ଭୁଲିବା ପାଇଁ ସବୁବେଳେ ମୋବାଇଲ ଫୋନ୍‌ରେ ଏବଂ ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ବିତାଇଲା । ଫଳରେ ଏହା ତାକୁ ଅଧିକ ଖରାପ ଦିଗକୁ ପ୍ରେରିତ କଲା ।
ସେ କୌଣସି ନୂଆ ସାଙ୍ଗ କରିବାକୁ ଚେଷ୍ଟା କଲା ନାହିଁ, ଫଳରେ ତା’ର ମୁଣ୍ଡବିନ୍ଧା ଆରମ୍ଭ ହେଲା ଓ ଓଜନ କ୍ରମଶଃ ହ୍ରାସ ପାଇଲା, ତେଣୁ ସେ ଭଲ ଭାବରେ ଶୋଇ ପାରିଲା ନାହିଁ ।
ତା’ର ସ୍ଵାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଜଣେ ଡାକ୍ତର ତାଙ୍କୁ ଫୋନ୍ ଓ ଟେଲିଭିଜନ ନ ଦେଖ୍ ସାଙ୍ଗମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ପରାମର୍ଶ ଦେଲେ ।

ଆସ ଚିନ୍ତା କରିବା ::
ବାଳକର ସ୍ଵାସ୍ଥ୍ୟ ସମସ୍ୟାର କାରଣ କ’ଣ ଥିଲା ? ତା’ର ଅଭ୍ୟାସ ଏବଂ ପାରିପାର୍ଶ୍ବକ ଅବସ୍ଥା କିପରି ତାକୁ ଅସୁସ୍ଥ କଲା ?
ଉ-
ବାଳକର ସ୍ୱାସ୍ଥ୍ୟ ସମସ୍ୟାର କାରଣ ଥିଲା, ଏକୁଟିଆ ଜୀବନ ବିତାଇବା, ବାପା ଓ ମାଆଙ୍କ ଅନୁପସ୍ଥିତି, ସାମାଜିକ ସହଯୋଗ ତଥା ସାଙ୍ଗସାଥୁମାନଙ୍କ ଅଭାବ, ଅଧ‌ିକ ସମୟ ମୋବାଇଲ୍ ଓ ଟେଲିଭିଜନ ଦେଖୁବା । ଏହି କାରଣ ଯୋଗୁଁ ତା’ର ମୁଣ୍ଡ ବ୍ୟଥା ହେବା, ନିଦ ନ ହେବା ଫଳରେ ଓଜନର ହ୍ରାସହେବା ଇତ୍ୟାଦି ତାକୁ ଅସୁସ୍ଥ କଲା ।
(i) ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ସ୍ଵାସ୍ଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାର ଅବସ୍ଥା କୁହାଯାଏ ।
(ii) ସ୍ଵାସ୍ଥ୍ୟ କହିଲେ କେବଳ ରୋଗର ଅନୁପସ୍ଥିତି ନୁହେଁ ବରଂ ଜଣେ ସୁସ୍ଥ ବ୍ୟକ୍ତି ବିଭିନ୍ନ କାର୍ଯ୍ୟକୁ ଅଧିକ ଦକ୍ଷତାର ସହିତ କରିପାରିବ । ଭିନ୍ନ ଏବଂ କଷ୍ଟକର ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିବାକୁ ବୁଝାଏ । ଜଣେ ସୁସ୍ଥ ବ୍ୟକ୍ତି ସମକକ୍ଷ ଗୋଷ୍ଠୀ ଏବଂ ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଭଲ ଭାବରେ ନିଜକୁ ସାମିଲ କରିପାରି ଥାଏ ।

ଆମ ବୈଜ୍ଞାନିକ ଐତିହ୍ୟ :
ଆୟୁର୍ବେଦ ଆମକୁ ଶିକ୍ଷା ଦିଏ ଯେ, ପ୍ରକୃତ ସ୍ଵାସ୍ଥ୍ୟ ହେଉଛି ଶରୀର, ମନ ଏବଂ ପରିବେଶର ଏକ ସନ୍ତୁଳନ । ଦିନଚର୍ଯ୍ୟା ଏବଂ ଋତୁକାଳୀନ ଋତୁଚର୍ଯ୍ୟା ଅନୁସରଣ କଲେ ସନ୍ତୁଳନ ବଜାୟ ରହିଥାଏ । ବ୍ୟକ୍ତିର ଶରୀର ଗଠନ ପାଇଁ ଉପଯୁକ୍ତ ସତେଜ ଓ ସୁଷମ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ।
ନିୟମିତ ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ଗାଢ଼ ନିଦ୍ରା ଏବଂ ଶାନ୍ତ ମନ ସାମଗ୍ରିକ ସୁସ୍ଥତା ଦେଇଥାଏ । ଏହା ଏହି ସୁସ୍ଥତା ଯୋଗ ଧ୍ୟାନ ଭଳି ଅଭ୍ୟାସ ମାଧ୍ୟମରେ ମଧ୍ୟ ହାସଲ କରାଯାଇପାରିବ ।

ଆମେ କିପରି ସୁସ୍ଥ ରହିପାରିବା ?
ସୁସ୍ଥ ରହିବା ଅର୍ଥ ହେଉଛି ନିୟମିତ ପୁଷ୍ଟିକର ଖାଦ୍ୟ ଖାଇବା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁବା, ପରିଷ୍କାର ସ୍ଥାନରେ ବାସ କରିବା, ନିୟମିତ ବ୍ୟାୟାମ କରିବା, ଠିକ୍ ଭାବରେ ନିଦ୍ରା ଯିବା, ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁସିରେ ଅଧୁକ ସମୟ ଅତିବାହିତ କରିବା ଏବଂ ସକରାତ୍ମକ ମନୋଭାବ ପୋଷଣ କରିବା ।
ବିଭିନ୍ନ ରୋଗର ପ୍ରତିକାର ପାଇଁ ଏକାଧ୍ଯକ ବ୍ୟବସ୍ଥା (Prescription) ରହିଛି । ଏହି ବ୍ୟବସ୍ଥାଗୁଡ଼ିକ ବହୁ ପରୀକ୍ଷିତ ହୋଇଛି । ଋତୁ ପରିବର୍ତ୍ତନ ସମୟରେ ଜଳବାୟୁ ଏବଂ ଆମମାନଙ୍କର ଆହାର ବିହାର ଶରୀରର ଦୋଷସମୂହ ଯଥା- ବାତ, ପିତ୍ତ, କଫ୍ କ୍ଷୟ ବୃଦ୍ଧି ହୋଇଥାଏ । ତେଣୁ ଯେ କୌଣସି ଔଷଧ ମଧ୍ୟ ଖାଇଲେ ଶରୀରର ବାତ, ପିତ୍ତ, କଫ ଦୋଷମାନଙ୍କର ସମତା ଆସିଥାଏ, ସେହି ଔଷଧରେ ଶରୀର ରୋଗମୁକ୍ତ ହୁଏ ।

ସ୍ଵାସ୍ଥ୍ୟ ସଂପର୍କୀୟ ସୂଚନା ‘ଲକ୍ଷ୍ମଣ ମିଶ୍ର’ଙ୍କ ‘ଘର ବଇଦ’’ ପୁସ୍ତକରୁ ମିଳେ ।
ନିଜକୁ ସୁସ୍ଥ ରଖୁବା ପାଇଁ ଆମେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ ?

Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

କାର୍ଯ୍ୟ ୨ : ଆସ ତାଲିକା କରିବା
ତୁମର ପିତାମାତା ଶିକ୍ଷକ କିମ୍ବା ବୟସ୍କ ଲୋକମାନେ ତୁମକୁ ଯେଉଁ ଭଲ ଅଭ୍ୟାସଗୁଡ଼ିକୁ ପାଳନ କରିବାକୁ ଉତ୍ସାହିତ କରନ୍ତି ସେଗୁଡ଼ିକ ତାଲିକା କର । ଏଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ତୁମର ଦୈନନ୍ଦିନ କାର୍ଯ୍ୟର ଅଂଶ ? ତୁମେ ଆଉ କ’ଣ ଅନୁସରଣ କରିବାକୁ ଚାହୁଁଛ ନିମ୍ନରେ ଥିବା ତାଲିକାରେ ଯୋଡ଼ ।
(୧) ନିୟମିତ ନିଜକୁ ପରିଷ୍କାର ରଖୁବା ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖୁବା ।
(୨) ସବୁବେଳେ ସୁଷମ ଖାଦ୍ୟ ଖାଇବା ଉଚିତ୍ ।
(୩) ନିୟମିତ ବ୍ୟାୟାମ କରିବା ଉଚିତ୍ ।
(୪) ପ୍ରତିଦିନ କିଛି ସମୟ ଆରାମ କରିବା କିମ୍ବା ଯୋଗ କରିବା ପାଇଁ ସମୟ ବାହାର କରିବା ଉଚିତ୍ ।
ବର୍ତ୍ତମାନ ସେହି ଅଭ୍ୟାସଗୁଡ଼ିକ ବିଷୟରେ ଚିନ୍ତା କର ଯାହା ତୁମ ସ୍ଵାସ୍ଥ୍ୟ ପାଇଁ ଭଲ ନୁହେଁ ।

ଖରାପ ଅଭ୍ୟାସ :
(୧) ମୋବାଇଲ୍ ଫୋନ୍ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ପରଦାରେ ଅଧିକ ସମୟ ବିତାଇବା ।
(୨) ପ୍ରତିଦିନ ଫାଷ୍ଟଫୁଡ୍ ଏବଂ ଅନ୍ୟାନ୍ୟ ଜଫୁଡ୍ ଖାଇବା ।
(୩) ରାତିରେ ବହୁତ ଡେରିରେ ଶୋଇବା କିମ୍ବା ପର୍ଯ୍ୟାପ୍ତ ପରିମାଣରେ ନିଦ ହେବା ।
(୪) ସକାଳ ଜଳଖୁ ନଖାଇ ଉପାସ ରହିବା ।

ଆମ ଶରୀର ଏବଂ ମନର ଯନ ରେ ନିହାତି ଆବଶ୍ୟକ । ସୁସ୍ଥ ଅଭ୍ୟାସ ସୁସ୍ଥ ଶରୀର ସହ ମନକୁ ସୁସ୍ଥ ମଧ୍ୟ ରଖୁଥାଏ ।
ଆମର ସ୍ଵାସ୍ଥ୍ୟ ଅନେକ କାରଣ ଉପରେ ନିର୍ଭର କରେ । ଏହି କାରଣଗୁଡ଼ିକ ମଧ୍ୟରେ ଆମର ଜୀବନଶୈଳୀ ଅନ୍ତର୍ଭୁକ୍ତ ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 1
ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖ :
ପ୍ରଚୁର ଫଳ, ପନିପରିବା ଏବଂ ଶସ୍ୟ ଜାତୀୟ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ । ପ୍ରକ୍ରିୟାକୃତ, ଚର୍ବିଯୁକ୍ତ କିମ୍ବା ଚିନିଯୁକ୍ତ ଖାଦ୍ୟ ଏବଂ ପାନୀୟ ପରିହାର କରିବା
ଉଚିତ ।
ବାହାରେ ଖେଳିବା, ଚାଲିବା, ଦୌଡ଼ିବା, ସାଇକେଲ ଚଳାଇବା କିମ୍ବା ବ୍ୟାୟାମ କରି ଶାରୀରିକ ଭାବରେ ସକ୍ରିୟ ରହିବା ଉଚିତ ।
ଫୋନ ଓ ଟେଲିଭିଜନ ଦେଖୁବା ସମୟ ସୀମିତ କରି ପ୍ରକୃତି ସହ ଅଧିକ ସମୟ ବିତାଇବା ଉଚିତ ।
ଶରୀର ଏବଂ ମନକୁ ବିଶ୍ରାମ ଦେବା ସହ ସୁସ୍ଥ ହେବା ପାଇଁ ଠିକ୍ ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ ।
ନିୟମିତ ଭାବରେ ଯୋଗ କିମ୍ବା ପ୍ରାଣାୟମ ଭଳି ସରଳ ବ୍ୟାୟାମ ଅଭ୍ୟାସ କରିବା ଉଚିତ ଏବଂ ନିଶାଦ୍ରବ୍ୟକୁ ବର୍ଜନ କରିବା ଉଚିତ ।

ପରିବେଶକୁ ସଫା ରଖ :
କାର୍ଯ୍ୟ – ୩ : ଆସ ତୁଳନା କରିବା :
ଚିତ୍ରଗୁଡ଼ିକୁ ଦେଖ । ତୁମେ କେଉଁ ଖେଳପଡ଼ିଆରେ ଖେଳିବାକୁ ପସନ୍ଦ କରିବ ଏବଂ କାହିଁକି ?
ଉ-
ଆମ ମଧ୍ୟରୁ ଅଧିକାଂଶ ପ୍ରଥମ ଚି ତ୍ର ରେ ଦେଖାଯାଇଥ‌ିବା ଖେଳପଡ଼ିଆରେ ଖେଳିବାକୁ ପସନ୍ଦ କରିବା କାରଣ ଏହା ପରିଷ୍କାର ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଇ ସୁନ୍ଦର ଦେଖାଯାଉଛି ।
ଦ୍ଵିତୀୟ ଚିତ୍ରରେ ଥ‌ିବା ଖେଳପଡ଼ିଆ ପ୍ରଦୂଷିତ, ଅପରିଷ୍କାର ଏବଂ ମାଛି, ମଶା ଦ୍ଵାରା ପରିପୂର୍ଣ୍ଣ – ଏପରି ଅଞ୍ଚଳରେ ଖେଳିଲେ ରୋଗାକ୍ରାନ୍ତ ହୋଇଥା’ନ୍ତି ।
ଭଲ ଅଭ୍ୟାସ ଗ୍ରହଣ କରିବ। ଓ ସୁ ସ୍ଥ ଜୀବନଶୈଳୀ ପାଳନ ସହିତ ଆମେ ନିଜକୁ ଏବଂ ଆମର ଚାରିପାଖକୁ ସଫା ରଖୁବା ଉଚିତ ।
କୌଣସି ସମୟରେ ଧୂଆଁ କିମ୍ବା ଧୂଳି ଥ‌ିବା ସ୍ଥାନରେ ପ୍ରଶ୍ଵାସ ନେବାକୁ କଷ୍ଟ ଅନୁଭବ କରିଛ କି ? କାରଣ ସ୍ଵଚ୍ଛ ବାୟୁ ଏବଂ ଜଳ ଆମ ସ୍ଵାସ୍ଥ୍ୟ ପାଇଁ ଗୁରୁତ୍ଵପୂର୍ଣ୍ଣ । ସହରଗୁଡ଼ିକରେ ଯାନବାହନ ଏବଂ କାରଖାନା ଦ୍ଵାରା ହେଉଥ‌ିବା ବାୟୁ ପ୍ରଦୂଷଣ କାଶ କିମ୍ବା ଶ୍ଵାସରୋଗ ଭଳି ସମସ୍ୟା ସୃଷ୍ଟି କରିଥାଏ । ବାୟୁର ବିଶୁଦ୍ଧତା ଜାଣିବାରେ ଆମକୁ ବାୟୁ ଗୁଣବତ୍ତା ସୂଚକାଙ୍କ Air Quality Index (AQI) ର ସାହାଯ୍ୟ ନେବା ଉଚିତ ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 2
ଦୁଇଟି ଖେଳ ପଡ଼ିଆ
ଏକ ପରିଷ୍କାର ପରିବେଶ ଆମକୁ ସୁସ୍ଥ ରଖିବା ସହ ଉତ୍ତମ ଅନୁଭବ ଦେଇଥାଏ ।

ଆମେ ଅସୁସ୍ଥ ବୋଲି କିପରି ଜାଣିବା ?
ଆମ ଶରୀର ଭିତରେ କିଛି ବ୍ୟତିକ୍ରମ ଦେଖାଦେଲେ ଆମେ ଅସୁସ୍ଥ ଅନୁଭବ କରୁ । ଆମ ଶରୀରରେ ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା, କ୍ଳାନ୍ତି ପ୍ରଭୃତି ଲକ୍ଷଣ ଏବଂ ଜ୍ଵର, ଉଚ୍ଚ ରକ୍ତଚାପ, ଫୋଟକା କିମ୍ବା ଶରୀରରେ ଫୁଲା ଭଳି ସଂକେତ ଆଦି ସୂଚାଇ ଥାଏ ଯେ ଆମେ ଅସୁସ୍ଥ ଅଛୁ ବୋଲି ଜାଣିଥାଉ ।

ରୋଗ : କାରଣ ଓ ପ୍ରକାରଭେଦ
ରୋଗ କ’ଣ ?
ରୋଗ ହେଉଛି ଏକ ଅବସ୍ଥା ଯାହା ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ । ଯେତେବେଳେ ଗୋଟିଏ ବା ଏକାଧ୍ଵକ ଅଙ୍ଗ କିମ୍ବା ଅଙ୍ଗସଂସ୍ଥା ଠିକ୍ ଭାବରେ କାର୍ଯ୍ୟ କରିବା ବନ୍ଦ କରିଦିଅନ୍ତି ସେତେବେଳେ ଆମକୁ ରୋଗ ହୋଇଥାଏ ବୋଲି ଜାଣିବା ।

ରୋଗ କାରକ :
କିଛି ରୋଗ ବୀଜାଣୁ, ଭୂତାଣୁ କୃମି କିମ୍ବା ଆଦିପ୍ରାଣୀ, କବକ ଭଳି ଅଣୁଜୀବ (ଏକକୋଷୀ ପ୍ରାଣୀ)ମାନଙ୍କ ଦ୍ଵାରା ହୋଇଥାଏ । ଏହି ରୋଗ ସୃଷ୍ଟି କରୁଥିବା ଜୀବମାନଙ୍କୁ ରୋଗ କାରକ ବା ରୋଗାଣୁ ଅଣୁଜୀବ (Pathogens) କୁହାଯାଏ ।

ଅନ୍ୟ ରୋଗଗୁଡ଼ିକ ସଂକ୍ରମିତ ଖାଦ୍ୟ ବା ପୁଷ୍ଟିହୀନତା କିମ୍ବା ଅସ୍ଵାସ୍ଥ୍ୟକର ଜୀବନଶୈଳୀରୁ ହୋଇପାରେ । କିଛି ରୋଗ ଅଳ୍ପ ସମୟ ପାଇଁ ଶରୀରରେ ରହିଥାଏ ଏବଂ ଅନ୍ୟକେତେକ ଦୀର୍ଘ ସମୟ ପାଇଁ ଜାରି ରହିପାରେ ଏଥପାଇଁ ନିୟମିତ ଚିକିତ୍ସା ଓ ଯନ୍ତ୍ର ନେବା ଆବଶ୍ୟକ ହୋଇଥାଏ ।
ରୋଗଗୁଡ଼ିକୁ ସେମାନଙ୍କର କାରଣ ଏବଂ ବ୍ୟାପିବାର ପଦ୍ଧତି ଆଧାରରେ ଦୁଇ ଭାଗରେ ବିଭକ୍ତ କରାଯାଇପାରିବ ।
ଯଥା : (କ) ଅଣ-ସଂକ୍ରାମକ ରୋଗ
(ଖ) ସଂକ୍ରାମକ ରୋଗ
(କ) ଅଣ-ସଂକ୍ରାମକ ରୋଗ :
ପ୍ରତ୍ଯକ୍ଷ ସଂସ୍ପର୍ଶ
ବାୟୁ ଦ୍ବାରା
ପରୋକ୍ଷ ସଂସ୍ପର୍ଶ

(i) କିଛି ଅଣ-ସଂକ୍ରାମକ ରୋଗର ଉ ଦ। ହ ର ଣ ହେ ଉଛି ଶ୍ଵାସରୋଗ, ମଧୁମେହ, କର୍କଟ ଇତ୍ୟାଦି ।
(ii) ଏଗୁଡ଼ିକ ରେ।ଗକ।ରକ ଅଣୁ ଜୀବମାନଙ୍କ ଦ୍ଵାରା ହୁଏ ନାହିଁ ଏବଂ ଜଣେ ସଂକ୍ରମିତ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପୀ ନ ଥାଏ । ଏଗୁଡ଼ିକ ସାଧାରଣତଃ ଜୀବନଶୈଳୀ, ଖାଦ୍ୟ ଏବଂ ପରିବେଶ ସହିତ ଜଡ଼ିତ ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 3
(ଖ) ସଂକ୍ରାମକ ରୋଗ :
(i) ରୋଗକାରକ ଅଣୁଜୀବ ଦ୍ଵାରା ହେଉଥ‌ିବା ରୋଗଗୁଡ଼ିକୁ ସଂକ୍ରାମକ ରୋଗ କୁହାଯାଏ । ଏଗୁଡ଼ିକ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପିପାରେ ।
(ii) ସଂକ୍ରାମକ ରୋଗର କିଛି ଉଦାହରଣ ହେଉଛି ଟାଇଫଏଡ୍, ଡେଙ୍ଗୁ, ଫ୍ଲୁ (ଥଣ୍ଡା) ମିଳିମିଳା ଏବଂ କୋଭିଡ୍ – 19 ଇତ୍ୟାଦି ।
ସାମ୍ପ୍ରତିକ ସମୟରେ ଭାରତରେ ହୃଦରୋଗ, କର୍କଟ ଏବଂ ମଧୁମେହ ଭଳି ଅଣସଂକ୍ରାକମ ରୋଗ (Non Contaminated Disease) ଗୁଡ଼ିକ ବ୍ୟାପକ ହୋଇଛି । ଏହା ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଘଟୁଛି, ଯେପରିକି ଅଧୂକ ପ୍ରକ୍ରିୟାକୃତ ଖାଦ୍ୟ ଗ୍ରହଣ, କମ୍ ବ୍ୟାୟାମ କରିବା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିବା ଇତ୍ୟାଦି । ଆଜି ଭାରତରେ ଅଧିକାଂଶ ମୃତ୍ୟୁ ଅଣସଂକ୍ରମିତ ରୋଗ ଦ୍ଵାରା ହେଉଛି ।

ସଂକ୍ରାମକ ରୋଗ କିପରି ସୃଷ୍ଟି ହୁଏ ଏବଂ ବ୍ୟାପି ଥାଏ ?
ସମସ୍ତ ସଂକ୍ରାମକ ରୋଗ, ରୋଗ କାରକ ଅଣୁଜୀବ ଦ୍ଵାରା ସୃଷ୍ଟି ହୋଇଥାଏ । ଏହି ରୋଗଜୀବାଣୁ ଆମେ ପ୍ରଶ୍ଵାସ ନେବା ସମୟରେ ବାୟୁ ମାଧ୍ୟମରେ କିମ୍ବା ଦୂଷିତ ଖାଦ୍ୟ କିମ୍ବା ଜଳ ବ୍ୟବହାର କରିବା ସମୟରେ ଆମ ଶରୀରରେ ପ୍ରବେଶ କରିଥାଏ ।

ରୋଗଜୀବାଣୁ କିପରି ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବ୍ୟାପିଥାଏ ?
(i) ଏହା ସାଧାରଣତଃ ବାୟୁ ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିଙ୍କର କାଶ କିମ୍ବା ଛିଙ୍କ ଦ୍ଵାରା କିମ୍ବା ପ୍ରତ୍ୟକ୍ଷ ସଂସ୍ପର୍ଶ ଯଥା ହାତ ମିଳାଇବା, ଜିନିଷପତ୍ର ବ୍ୟବହାର ଦ୍ଵାରା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ବ୍ୟାପିଥାଏ ।
(ii) କିଛି ସଂକ୍ରାମକ ରୋଗ ଦୂଷିତ ପାନୀୟ ଜଳ କିମ୍ବା ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ । କିଛି ରୋଗକାରକ ଅଣୁଜୀବ ମଶା ଏବଂ ମାଛି ଭଳି କୀଟପତଙ୍ଗ ଦ୍ଵାରା ଜୀବ ଶରୀରରେ ରୋଗ ସୃଷ୍ଟି କରିଥାଏ । ଏହି କୀଟପତଙ୍ଗଗୁଡ଼ିକୁ ବାହାକ (vectors) କୁହାଯାଏ । ଯେପରି ମ୍ୟାଲେରିଆ ମାଈ ଏନୋଫିଲିସ୍ ମଶା ଦ୍ଵାରା ବ୍ୟାପିଥାଏ ।

Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

କାର୍ଯ୍ୟ – ୪ : ଆସ ଜାଣିବା
I. ଏକ ସାମୂହିକ ଅଭିଯାନ ଏବଂ ଏକ ପାଠାଗାର ସର୍ଭେ ସମୟରେ ପୂର୍ବରୁ କେତେଜଣ ଶିକ୍ଷାର୍ଥୀ ସାଧାରଣ ସଂକ୍ରାମକ ରୋଗକୁ ନିମ୍ନରେ ଥ‌ିବା ସାରଣୀରେ ତାଲିକାଭୁକ୍ତ କରିଛନ୍ତି । ପୁସ୍ତକ, ବିଶ୍ଵସ୍ତ ୱେବ୍‌ସାଇଟ୍ ଦେଖୁ କିମ୍ବା ତୁମ ବିଜ୍ଞାନ ଶିକ୍ଷକଙ୍କୁ ପଚାରି ତାଲିକାଭୁକ୍ତ ସୂଚନାକୁ ଯାଞ୍ଚ କର । ଯଦି କୌଣସି ବିବରଣୀ ଅନ୍ତର୍ଭୁକ୍ତ ହୋଇନାହିଁ, ତାକୁ ଯୋଡ଼ ।
II. ସାରଣୀଟି ଅଧ୍ୟୟନ କର ଏବଂ ପ୍ରତ୍ୟେକ ରୋଗକୁ ପ୍ରତିରୋଧ କରିବାରେ ଯେଉଁ ସରଳ ପଦକ୍ଷେପ ସାହାଯ୍ୟ କରିପାରିବ ସେ ବିଷୟରେ ଚିନ୍ତା କର ।

ସାରଣୀ : ମଣିଷକୁ ପ୍ରଭାବିତ କରୁଥିବା କିଛି ସାଧାରଣ ସଂକ୍ରାମକ ରୋଗ
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 4
ସଂକ୍ରାମକ ରୋଗ କିପରି ବ୍ୟାପିଥାଏ ଏବଂ ସେଗୁଡ଼ିକୁ କିପରି ରୋକାଯାଇ ପାରିବ । ନିମ୍ନରେ କିଛି ସରଳ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ସତର୍କତା ଦିଆଯାଇଛି :
(୧) ନିଜକୁ ଏବଂ ଆମର ଚତୁଃପାର୍ଶ୍ଵକୁ ସଫା ରଖୁବା ।
(୨) ପ୍ରତିଦିନ ମୌଳିକ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ କରିବା ।
(୩) ରୋଗ ଜୀବାଣୁମାନଙ୍କୁ ଦୂର କରିବା ପାଇଁ ସାବୁନ ଏବଂ ପାଣିରେ ହାତ ଧୋଇବା ।
(୪) କାଶିବା କିମ୍ବା ଛିଙ୍କିବା ସମୟରେ ଆମର ମୁହଁ ଏବଂ ନାକକୁ ଘୋଡ଼ାଇ ରଖୁବା ।
(୫) ଭିଡ଼ ସ୍ଥାନରେ ମାସ୍କ ପିନ୍ଧି ସୁରକ୍ଷିତ ରହିବା ।
(୬) ତଉଲିଆ ଏବଂ ରୁମାଲ ଭଳି ବ୍ୟକ୍ତିଗତ ଜିନିଷଗୁଡ଼ିକୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେବା ନାହିଁ ।
(୭) ଆମର ଘର, ଖାଦ୍ୟ ଏବଂ ପାଣିକୁ ପରିଷ୍କାର ରଖୁବା ।
(୮) ଆମେ ଅସୁସ୍ଥ ସମୟରେ ଘରେ ରହିବା ଏବଂ ବିଶ୍ରାମ ନେବା ଦ୍ଵାରା ଆମ ଶରୀର ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ରୋଗ ବ୍ୟାପିବାକୁ ଦିଏ ନାହିଁ ।

କିଛି ସଂକ୍ରାମକ ରୋଗ ଆମ ଶରୀର ଭିତରେ ରହୁଥ‌ିବା କୃମି ଦ୍ଵାରା ହୁଏ । ସେମାନେ ଶରୀରରୁ ପୋଷଣ ପଦାର୍ଥ ଗ୍ରହଣ କରି ପରଜୀବୀ ଭାବରେ ବଞ୍ଚନ୍ତି । ଯେଉଁମାନେ ଅନ୍ୟ ଜୀବ ଶରୀରରୁ ଖାଦ୍ୟ ଗ୍ରହଣ କରି ବଞ୍ଚନ୍ତି । ସେମାନଙ୍କୁ ପରଜିବୀ (Parasites) କୁହାଯାଏ ।

ଏହି କୃମିଗୁଡ଼ିକ ଦୂଷିତ ଖାଦ୍ୟ, ଜଳ, ମାଟି କିମ୍ବା ସଂକ୍ରମିତ ଲୋକ ଓ ପଶୁଙ୍କ ସଂସ୍ପର୍ଶ ଦ୍ଵାରା ବ୍ୟାପିଥାଏ ।

ଅଣସଂକ୍ରାମକ ରୋଗ କିପରି ସୃଷ୍ଟି ହୁଏ ?
କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ଭଳି ଅଣସଂକ୍ରମିତ ରୋଗଗୁଡ଼ିକ ଜୀବନଶୈଳୀ, ଖାଦ୍ୟ କିମ୍ବା ପରିବେଶ ସହିତ ଜଡ଼ିତ । ଏଗୁଡ଼ିକ ଭାରତରେ ମୃତ୍ୟୁର ସବୁଠାରୁ ସାଧାରଣ କାରଣ । କେତେକ ସ୍ଵତନ୍ତ୍ର ପୋଷକ ଅଭାବରେ ହେଉଥ‌ିବା ସ୍କର୍ଭି, ରକ୍ତହୀନତା ଏବଂ ଗଳଗଣ୍ଡ ଭଳି ରୋଗ ବିଷୟରେ ତୁମେ ପୂର୍ବ ଶ୍ରେଣୀରେ ଜାଣିଛ । ଏଗୁଡ଼ିକ ଖାଦ୍ୟ ଅଭାବଜନିତ ରୋଗ ମାତ୍ର ସଂକ୍ରାମକ ରୋଗ ନୁହେଁ ।
କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ଭଳି ରୋଗ ପ୍ରାୟତଃ ଦୀର୍ଘ ସମୟ (ତିନିମାସରୁ ଅଧ୍ବକ) ପର୍ଯ୍ୟନ୍ତ ରହିପାରେ ତେଣୁ ଏହାକୁ ଦୀର୍ଘକାଳୀନ (Chronic) ରୋଗ ବୋଲି କୁହାଯାଏ ।
ମଧୁମେହ ଏକ ସାଧାରଣ ରୋଗ ଯାହା ବୟସ୍କ ଏବଂ ପିଲାମାନଙ୍କୁ ଅଧିକ ହେଉଛି । ପ୍ରକୃତରେ ବର୍ତ୍ତମାନ ଭାରତରେ ବିଶ୍ଵର ସର୍ବାଧ‌ିକ ସଂଖ୍ୟକ ମଧୁମେହ ରୋଗୀ ଅଛନ୍ତି । ଏହା ପ୍ରାୟତଃ ହରମୋନ୍ ଅସନ୍ତୁଳନ, ଓଜନ ବୃଦ୍ଧି କିମ୍ବା ମେଦବହୁଳତା ଅସ୍ଵାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଏବଂ ଅନ୍ୟାନ୍ୟ କାରଣମାନଙ୍କର ସମାହାର ଯୋଗୁଁ ହୋଇଥାଏ ।

କାର୍ଯ୍ୟ – ୫ : ଆସ ସର୍ଭେ କରିବା
(୧) ତୁମ ପଡ଼ୋଶୀମାନଙ୍କଠାରେ ଦେଖାଯାଉଥ‌ିବା ଜୀବନଶୈଳୀ ସମ୍ବନ୍ଧୀୟ ତିନୋଟି ସାଧାରଣ ରୋଗର ତାଲିକା କରାଯାଉ ।
(୨) କି ପ୍ରକାରର ଜୀବନଶୈଳୀ ପରିବର୍ତ୍ତନ ଏହି ରୋଗଗୁଡ଼ିକୁ ପ୍ରତିରୋଧ କିମ୍ବା ପରିଚାଳନା କରିବାରେ ସାହାଯ୍ୟ କରିପାରିବ ବୁଝି ଲେଖୁବା । ଜଣେ ଡାକ୍ତର, ସ୍ଵାସ୍ଥ୍ୟକର୍ମୀ କିମ୍ବା ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ଥ‌ିବା ପରିବାରର ଜଣେ ସଦସ୍ୟ, ନର୍ସ ସହିତ କଥା ହେବ ।

ସାରଣୀକୁ ପୂରଣ କର ଏବଂ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ବିଷୟରେ ଅଧ‌ିକ ଜାଣ
ଅଣସଂକ୍ରାମକ ରୋଗ

କ୍ର.ନଂ ସାଧାରଣ ଜୀବନଶୈଳୀ ସମ୍ବନ୍ଧୀୟ ରୋଗଗୁଡ଼ିକର ନାମ ସଂକେତ ଏବଂ ଲକ୍ଷଣ ପ୍ରସ୍ତାବିତ ଜୀବନଶୈଳୀ ପରିବର୍ତ୍ତନ
1. ମେଦ ବହୁଳତା ଅଧୂକ ଓଜନ ଓ ମୋଟାପଣ ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା
2. ମଧୁମେହ
  • ବାରମ୍ବାର ପରିସ୍ରା
  • ଅତ୍ୟଧ‌ିକ ଶୋଷ
  • ଓଜନ ହ୍ରାସ
  • ଆରୋଗ୍ୟଲାଭରେ ମନ୍ଥରତା
ମିଠାର ପରିମାଣ କମାଇବା ପ୍ରତିଦିନ ଯୋଗ ଓ ବ୍ୟାୟାମ ଏକ ସନ୍ତୁଳିତ ଖାଦ୍ୟ
3. ଉଚ୍ଚ ରକ୍ତଚାପ ମୁଣ୍ଡ ବ୍ୟଥା ହେବା ଅଳ୍ପ ଲୁଣ ଖାଇବା
4. ମୁଣ୍ଡ ଘୂରାଇବା ଝାପ୍‌ସା ଦୃଷ୍ଟି ପ୍ରତିଦିନ ବ୍ୟାୟାମ କରିବା ଚାପ କମାଇବା

ବୈଜ୍ଞାନିକଙ୍କଠାରୁ ପ୍ରେରଣା :
ଡକ୍ଟର କମଲ ରାଣାଦିଭେ (୧୯୧୭-୨୦୦୧) ଜଣେ ଅଗ୍ରଣୀ ଜୈବ ଚିକିତ୍ସା ଗବେଷକ ଥିଲେ । ହରମୋନ୍ ଏବଂ କିଛି ଭୂତାଣୁ କର୍କଟରୋଗ ସହ କିପରି ସଂପୃକ୍ତ ସେ ତାହା ଅଧ୍ୟୟନ କରିଥିଲେ ଯାହା କର୍କଟରୋଗର ଚିକିତ୍ସା ଏବଂ ପ୍ରତିରୋଧକୁ ଉନ୍ନତ କରିବାରେ ସାହାଯ୍ୟ କରିଅଛି । ତାଙ୍କର କାର୍ଯ୍ୟ ଏହା ମଧ୍ୟ ଦର୍ଶାଇଥୁଲା ଯେ କିପରି ତମାଖୁ, ଖାଦ୍ୟ ଏବଂ ପ୍ରଦୂଷଣ ବିଶେଷ କରି କର୍କଟ ରୋଗର ବିପଦକୁ ବୃଦ୍ଧି କରିପାରେ । ସେ ସୁସ୍ଥ ଜୀବନଶୈଳୀର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ ।

ରୋଗକୁ କିପରି ପ୍ରତିରୋଧ ଏବଂ ନିୟନ୍ତ୍ରଣ କରିବ ?
ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗରୁ ନିଜକୁ ରକ୍ଷା କରିବା ଗୁରୁତ୍ଵପୂର୍ଣ୍ଣ ।

କାର୍ଯ୍ୟ – ୬ : ଆସ ପଢ଼ିବା
ଓଡ଼ିଶାରେ ଗୋଷ୍ଠୀ ନେତୃତ୍ୱାଧୀନ ପରିମଳ ଅଭିଯାନ :
ଏହାକୁ ଗୋଷ୍ଠୀ ପରିମଳ ଅଭିଯାନ ଦ୍ଵାରା ଅଧ୍ବକ ଲୋକଙ୍କୁ ଶୌଚାଳୟ ନିର୍ମାଣ ଏବଂ ବ୍ୟବହାର କରିବାରେ ସାହାଯ୍ୟ କରିଥାଏ । ଏହା ଖୋଲା ମଳତ୍ୟାଗକୁ ଯଥେଷ୍ଟ ହ୍ରାସ କରିବାସହ ତରଳ ଝାଡ଼ା ସଂକ୍ରମଣ ଘଟଣା ଏବଂ ଶିଶୁ ସ୍ଵାସ୍ଥ୍ୟରେ ଉନ୍ନତି ଆଣିଥାଏ ।

ଉତ୍ତମ ପରିମଳ ବ୍ୟବସ୍ଥା ଭଳି ସରଳ ପଦକ୍ଷେପଗୁଡ଼ିକ ସଂକ୍ରାମକ ରୋଗ ପ୍ରସାରକୁ ବହୁ ପରିମାଣରେ ହ୍ରାସ କରିଥାଏ ।

ରୋଗ ସହିତ ଲଢ଼ିବା ପାଇଁ ଶରୀରର କ୍ଷମତା :

  • ସମାନ ପରିବେଶରେ ରହି ମଧ୍ୟ କିଛି ଲୋକ ଅନ୍ୟମାନଙ୍କ ତୁଳନାରେ ଅଧ‌ିକ ଅସୁସ୍ଥ ହୋଇଥାନ୍ତି । ରୋଗ ସହିତ ଲଢ଼ିବା ପାଇଁ ଆମ ଶରୀରର ପ୍ରାକୃତିକ କ୍ଷମତାକୁ ରୋଗ ପ୍ରତିରୋଧକ (immunity) ଶକ୍ତି କୁହାଯାଏ । ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନାମକ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଅଛି, ଯାହା ଶରୀର ରୋଗ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରେ ।
  • ପିଲାମାନେ ପୋଲିଓ, ଟିଟାନସ, ମିଳିମିଳା ଏବଂ ହେପାଟାଇଟିସ୍ ଭଳି କିଛି ରୋଗରୁ ରକ୍ଷା କରିବା ପାଇଁ କିଛି ବୁନ୍ଦା କିମ୍ବା ଇଞ୍ଜେକ୍‌ସନ୍ ନେଇଥାନ୍ତି । ଏଗୁଡ଼ିକ ହେଉଛି ଟିକା (vaccines) ଯାହା ଭୂତାଣୁ ଏବଂ ବୀଜାଣୁ ଦ୍ଵାରା ହେଉଥ‌ିବା ଗୁରୁତର ସଂକ୍ରମଣକୁ ରୋକିଥାଏ ।
  • ଏକ ଟିକା ଆମ ଶରୀରର କ୍ଷତିକାରକ ବୀଜାଣୁକୁ ଚିହ୍ନିବା ତଥା ପ୍ରତିରୋଧ କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇ ଦେଇ କିଛି ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ । ଏକ ରୋଗ ପ୍ରତିରୋଧକ ଶକ୍ତି କିମ୍ବା ଟିକାର ସଂସ୍ପର୍ଶରେ ଆସିବା ପରେ ବିକଶିତ ହୋଇଥ‌ିବା ପ୍ରତିରୋଧକ ଶକ୍ତିକୁ ଅର୍ଜିତ ପ୍ରତିରକ୍ଷା ଶକ୍ତି (acqured immunity) କୁହାଯାଏ ।
  • ଦୁର୍ବଳ କିମ୍ବା ମୃତ ରୋଗକାରକ ଅଣୁଜୀବ (ଭୂତାଣୁ ଏବଂ ବୀଜାଣୁ) କିମ୍ବା ନିଷ୍କ୍ରିୟ ଓ ଅଣକ୍ଷତିକାରକ ରୋଗକାରକ ଅଣୁଜୀବର ଅଂଶକୁ ବିଭିନ୍ନ ଉପାୟରେ ଟୀକା ତିଆରି କରାଯାଇଥାଏ । କିଛି ନୂତନ ଟୀକା ଆମ ଶରୀରର କୋଷଗୁଡ଼ିକୁ ଜୀବାଣୁର ଅଣକ୍ଷତିକାରକ ଅଂଶ ତିଆରି କରିବାକୁ ନିର୍ଦ୍ଦେଶ ଦିଏ ଯାହା ସାହାଯ୍ୟରେ ଆମ ଶରୀର ରୋଗ ପ୍ରତିରକ୍ଷା ସଂସ୍ଥା ରୋଗ ବିରୁଦ୍ଧରେ ଲଢ଼ିବାକୁ ଶିଖେ ।
  • ଉଦାହରଣ ଆଘାତ ପରେ ଦିଆଯାଉଥ‌ିବା ଟିଟାନସ୍ ଟିକା ଟିଟାନାସ୍ ସୃଷ୍ଟିକାରୀ ଜୀବାଣୁ ଦ୍ଵାରା ସଂକ୍ରମଣରୁ ରକ୍ଷା କରେ । ଏଥିରେ ଏକ ନିଷ୍କ୍ରିୟ ଜୀବାଣୁ ପ୍ରତିଷେଧକ ଥାଏ, ଯାହା ରୋଗ ସୃଷ୍ଟି ନକରି ପ୍ରତିରକ୍ଷା ପ୍ରଣାଳୀକୁ ସୁରକ୍ଷା ପ୍ରଦାନ କରିଥାଏ ।

ଏଡୱାର୍ଡ଼ ଜେନର ଏବଂ ବସନ୍ତ ଟିକା :
ବସନ୍ତ ଏକ ମାରାତ୍ମକ ରୋଗ ଥିଲା, ଯାହା ଶରୀର ସାରା ଫୋଟକା ସୃଷ୍ଟି କରୁଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରି ମାରି ଦେଉଥିଲା । ଗାଈମାନଙ୍କଠାରେ ଦେଖାଯାଉଥ‌ିବା ଗୋବସନ୍ତ ନାମକ ଅପେକ୍ଷାକୃତ କମ୍ ମାରାତ୍ମକ ରୋଗ ମଧ୍ୟ ମଣିଷକୁ ସଂକ୍ରମିତ ହୋଇପାରେ । ୧୭୦୦ ଦଶକର ଶେଷ ଆଡ଼କୁ ଇଂରାଜୀ ଡାକ୍ତର ଏଡୱାର୍ଡ଼ ଜେନର ଆବିଷ୍କାର କରିଥିଲେ ଯେ ଯେଉଁମାନେ ଗୋବସନ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କୁ ବସନ୍ତ ହୁଏ ନାହିଁ । ଏହାହିଁ ପ୍ରଥମ ଟିକା ଉଦ୍ଭାବନ କରିବାର ମାର୍ଗ ଦେଖାଇଥିଲା ଏବଂ ଲୋକଙ୍କୁ ବସନ୍ତରୁ ରକ୍ଷା କରିଥିଲା ।

ଆମର ବୈଜ୍ଞାନିକ ଐତିହ୍ୟ :
ଆଧୁନିକ ଟୀକାକରଣ ପୂର୍ବରୁ ଭାରତରେ ବସନ୍ତ ରୋଗରୁ ରକ୍ଷା କରିବା ପାଇଁ ପ୍ରତିରୋଧ ସୃଷ୍ଟିକାରୀ ଭେରିଓଲେସନ (Variolation) ନାମକ ଏକ ପାରମ୍ପରିକ ପଦ୍ଧତି ଥିଲା । ଏଥିରେ ଚର୍ମକୁ ସାମାନ୍ୟ କ୍ଷତ କରି ସ୍ଵଳ୍ପ ସଂକ୍ରମଣ ସୃଷ୍ଟି କରିବା ପାଇଁ ବସନ୍ତଜନିତ ଘା’ର କିଛି ଅଂଶ (ରସ) ବ୍ୟବହାର କରାଯାଇ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଯାଉଥିଲା । ଏହି ପଦ୍ଧତି ପ୍ରୟୋଗ କରୁଥିବା ଲୋକଙ୍କୁ ଟୀକାଦାତା କୁହାଯାଏ ।

Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

ବିଜ୍ଞାନୀ ଭଳି ଚିନ୍ତା କର
ପର୍ଯ୍ୟବେକ୍ଷଣ :
ଜେନର ଦେଖ‌ିଲେ ଯେ ଗୋବସନ୍ତ ହୋଇଥ‌ିବା ଗୋପାଳକମାନଙ୍କୁ ବସନ୍ତ ହୋଇ ନଥୁଲା, କାରଣ ଗୋବସନ୍ତ ଭୂତାଣୁ ଓ ମଣିଷ ବସନ୍ତ ଭୂତାଣୁ ଦୁଇଟି ପ୍ରାୟ ଏକା ଭଳି ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 5

ଅନୁମାନ :
ଗୋବସନ୍ତ ଫୋଟକାରେ ଥିବା ରସ ଲୋକଙ୍କୁ ବସନ୍ତରୁ ରକ୍ଷା କରିପାରିବ ।

ପରୀକ୍ଷଣ :
ସେ ଏକ ବାଳକକୁ ଗୋବସନ୍ତ ରସ ଇଞ୍ଜେକ୍ସନ ଦେଇ ଏହା ପରୀକ୍ଷା କରିଥିଲେ ଯେ ପରେ ବସନ୍ତ ସଂସ୍ପର୍ଶରେ ଆସିଲେ ମଧ୍ୟ ତାକୁ କୌଣସି ପ୍ରକାରର ସଂକ୍ରମଣ ହୋଇ ନଥିଲା ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 6
ପରିଣାମ :
ସେ ଜାଣିପାରିଲେ ଯେ ଗୋବସନ୍ତ ରସ ଦ୍ଵାରା ସଂକ୍ରମିତ ଲୋକମାନେ ଏବେ ବସନ୍ତ ରୋଗକୁ ପ୍ରତିରୋଧ କରିପାରିଥିଲେ ।

ପ୍ରୟୋଗ :
ଶେଷରେ ସାମୂହିକ ଟୀକାକରଣ ସାରା ବିଶ୍ଵରେ ବସନ୍ତ ରୋଗର ନିପାତ କରିବାରେ ସାହାଯ୍ୟ କରିଥିଲା ।
ଟିକା ହେଉଛି ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନଙ୍କୁ ଅନେକ ଗୁରୁତର ରୋଗରୁ ରକ୍ଷା କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ମଧ୍ୟରୁ ଗୋଟିଏ ।
ଏହା ରୋଗକୁ ରୋକିବାରେ, ସଂକ୍ରମଣର ପ୍ରସାରକୁ ହ୍ରାସ କରିବାରେ ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ । ଏହା ମନେ ରଖୁବା ଗୁରୁତ୍ଵପୂର୍ଣ୍ଣ ଯେ ଟିକାଗୁଡ଼ିକ କେବଳ ରୋଗର ପ୍ରତିରୋଧକ କିନ୍ତୁ ତାର ଚିକିତ୍ସା ନୁହେଁ ।

ତଥ୍ୟ ପ୍ରଦାନକାରୀ ଦେଶ ସଂଖ୍ୟା
କୌଣସି ଏକ ଗୁରୁତର ରୋଗ ଆକ୍ରମଣ କରିବା ପୂର୍ବରୁ ଏହା ତା’ର ବିସ୍ତାରକୁ କମ୍ କରିବାରେ ସାହାଯ୍ୟ କରିପାରେ କିନ୍ତୁ କେହି ଅସୁସ୍ଥ ହୋଇଯାଇଥିଲେ ଟୀକା ଦ୍ଵାରା ଚିକିତ୍ସା କରାଯାଏ ନାହିଁ ।
କିଛି ଲୋକ ଟିକାଗୁଡ଼ିକୁ ଭୟ କରନ୍ତି, କିମ୍ବା ସନ୍ଦେହ କରନ୍ତି କିନ୍ତୁ ବୈଜ୍ଞାନିକ ଏବଂ ଡାକ୍ତରମାନେ ସୁରକ୍ଷା ପାଇଁ ସେଗୁଡ଼ିକୁ ସତର୍କତାର ସହ ପରୀକ୍ଷା କରିଥାନ୍ତି ।
ଟୀକାକରଣ କେବଳ ଆପଣଙ୍କୁ ନୁହେଁ ବରଂ ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କୁ ମଧ୍ୟ ସୁରକ୍ଷା ଦିଏ ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 7
ଟୀକା ଉତ୍ପାଦନରେ ଭାରତର ଭୂମିକା :
ଭାରତ ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ । ଆମ ଦେଶ ବିପୁଳ ପରିମାଣରେ ଟୀକା ପ୍ରସ୍ତୁତ କରେ ଏବଂ ଅନେକ ଦେଶକୁ ଯୋଗାଇଥାଏ । ଭାରତୀୟ ଟୀକା କମ୍ପାନୀ ମହାମାରୀ Covid-19 ସମୟରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ବିଶ୍ଵ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମକୁ ଆମ ଦେଶର ସମର୍ଥନ ଜାରି ରହିଛି ।

ବୈଜ୍ଞାନିକଙ୍କଠାରୁ ପ୍ରେରଣା :
ଡକ୍ଟର ମହାରାଜ କିଶନ ଭାନ ଜଣେ ପ୍ରସିଦ୍ଧ ଭାରତୀୟ ଡାକ୍ତର ଏବଂ ବୈଜ୍ଞାନିକ ଥିଲେ । ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଭାବରେ ସେ ଭାରତରେ ବିଜ୍ଞାନ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥିଲେ । ସେ ରୋଟାଭାଇରସ୍ ଟିକା ବିକଶିତ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଯାହା ପିଲାମାନଙ୍କୁ ହଇଜାରୁ ରକ୍ଷା କରେ । ସେ ସୁଲଭ ସ୍ଵାସ୍ଥ୍ୟ ସେବା ସୃଷ୍ଟି କରିବା ପାଇଁ ଗବେଷଣାକୁ ବ୍ୟବହାର କରିବାରେ ବିଶ୍ଵାସ କରୁଥିଲେ ଏବଂ ଭାରତର ସ୍ଵାସ୍ଥ୍ୟ ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲେ ।

ରୋଗର ଚିକିତ୍ସା
ଯଦି ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ ଏକ ସଂକ୍ରାମକ ରୋଗ ବିରୁଦ୍ଧରେ ସୁରକ୍ଷା ଦେବାରେ ବିଫଳ ହୁଏ, ତେବେ ଆମେ ଅସୁସ୍ଥ ହୋଇପଡୁ ଏବଂ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ । ଡାକ୍ତର ଆମକୁ ପ୍ରତିଜୀବକ (antibiotics) ନାମକ ଔଷଧ ଦେଇପାରନ୍ତି ଯାହା ରୋଗ ସୃଷ୍ଟି କରିଥିବା ଜୀବାଣୁକୁ ମାରିଦିଏ । ଆଣ୍ଟିବାୟୋଟିକ୍ସ କେବଳ ଜୀବାଣୁ ସଂକ୍ରମଣ ବିରୁଦ୍ଧରେ କାମ କରେ, କାରଣ ସେମାନେ ନିର୍ଦ୍ଦିଷ୍ଟ ଭାବରେ ବୀଜାଣୁ କୋଷର ଅଂଶଗୁଡ଼ିକୁ ନଷ୍ଟ କରନ୍ତି ଯାହା ମଣିଷ କିମ୍ବା ଅନ୍ୟ ପ୍ରାଣୀ କୋଷଠାରୁ ଭିନ୍ନ ।

ମନେରଖ – ଆଣ୍ଟିବାୟୋଟିକ୍ସ ଆଦିପ୍ରାଣୀ ଓ ଭୂତାଣୁଦ୍ଵାରା ହେଉଥ‌ିବା ସଂକ୍ରମଣ ବିରୁଦ୍ଧରେ କାମ କରେ ଭିନ୍ନ ।

ପ୍ରଥମ ଆବିଷ୍କୃତ ପ୍ରତିଜୀବକ (Antibiotic) – ପେନିସିଲିନ୍
ପେନିସିଲିନ୍ ଲଣ୍ଡନର ଜଣେ ବୀଜାଣୁବିତ୍ ଆଲେକ୍‌ଜାଣ୍ଡାର ଫ୍ଲେମିଂଙ୍କ ଦ୍ଵାରା ୧୯୨୮ ରେ ଆବିଷ୍କାର କରାଯାଇଥିଲା । କ୍ଷତିକାରକ ବୀଜାଣୁ ଅଧ୍ୟୟନ କରୁଥିବା ସମୟରେ ସେ ଦେଖୁଲେ ଯେ ଏକ ଫିମ୍ପି ପରିତ୍ୟକ୍ତ କାଚ ପାତ୍ର ଉପରେ ବୀଜାଣୁର ବୃଦ୍ଧିକୁ ବନ୍ଦ କରିଦେଇଥିଲା । ସେ ଅନୁଭବ କଲେ ଯେ ସେହି ଫିମ୍ପି ଏପରି ଏକ ପଦାର୍ଥ ନିର୍ଗତ କରେ ଯାହା ରୋଗକାରକ ବୀଜାଣୁକୁ ମାରି ଦେଇଥିଲା । ଏହି ଆକସ୍ମିକ ଆବିଷ୍କାର ହିଁ ପେନିସିଲିନ୍ ଭଳି ପ୍ରତିଜୀବକର ସୃଷ୍ଟି କଲା ଯାହା ବୀଜାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ପ୍ରଥମ ଆଣ୍ଟିବାୟୋଟିକ୍ ।

ସମ୍ପ୍ରଦାୟରେ ଆଣ୍ଟିବାୟୋଟିକ୍ ପ୍ରତିରୋଧକ କିପରି ବ୍ୟାପିଥାଏ ?
ଆବଶ୍ୟକ ନଥିବା ସମୟରେ ଆଣ୍ଟିବାୟୋଟିକ୍ ନେବା
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 8
ଚିତ୍ର (କ) : ସମାଜରେ ଆଣ୍ଟିବାୟୋଟିକ୍-ପ୍ରତିରୋଧ ବୀଜାଣୁ ବ୍ୟାପିବା
ଏହା ସାଧାରଣ ସଂକ୍ରମଣର ଚିକିତ୍ସା କରିବା କଷ୍ଟକର କରିଥାଏ ତଥା ରୋଗର ଜଟିଳତା ଓ ଦୀର୍ଘକାଳୀନ ଅସୁସ୍ଥତା ବୃଦ୍ଧି କରିବା ସହିତ ମୃତ୍ୟୁର କାରଣ ମଧ୍ୟ ହୋଇପାରେ ।

କାର୍ଯ୍ୟ – ୭ : ଆସ ସିଦ୍ଧାନ୍ତରେ ପହଞ୍ଚିବା
ରୋଗ ସୃଷ୍ଟିକାରୀ ବୀଜାଣୁରେ ଆଣ୍ଟିବାୟୋଟିକ୍ ପ୍ରତିରୋଧ କିପରି ବିକଶିତ ହୋଇଛି ବୋଲି ତୁମେ ଭାବୁଛ ? ଆଣ୍ଟିବାୟୋଟିକ୍ ପ୍ରତିରୋଧକୁ ହ୍ରାସ କରିବା ପାଇଁ ଆମେ କେଉଁ ସତର୍କତା ଅବଲମ୍ବନ କରିପାରିବା ?
ଆଣ୍ଟିବାୟୋଟିକ୍ ପ୍ରତିରୋଧ ସମସ୍ୟାର ମୁକାବିଲା କରିବା ପାଇଁ କେବଳ ଅନୁଭୂତିସମ୍ପନ୍ନ ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ମାତ୍ରା ଓ ନିର୍ଦ୍ଦେଶିତ ସମୟ ଅନୁସାରେ ବ୍ୟବହାର କରିବା। ପ୍ରତିଜୀବକ (antibiotic) ର ଅନାବଶ୍ୟକ ବ୍ୟବହାରକୁ ପ୍ରତିହତ କଲେ ଉପକାରୀ ଅଣୁଜୀବଙ୍କ ସଂଖ୍ୟା ବୃଦ୍ଧିପାଏ ଏବଂ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଏହା ଫଳପ୍ରଦ ହୁଏ ।
ସାଧାରଣ ସ୍ଵାସ୍ଥ୍ୟ ସମସ୍ୟା ପରିଚାଳନା ପାଇଁ ଆୟୁର୍ବେଦ, ସିଦ୍ଧ ଏବଂ ୟୁନାନି ଭଳି ପାରମ୍ପରିକ ଔଷଧ ପ୍ରଣାଳୀ ବହୁ ବର୍ଷ ଧରି ଭାରତର ବ୍ୟବହୃତ ହୋଇଆସୁଛି ରୋଗର ନିରାକରଣ ତଥା ସୁସ୍ଥ ଶରୀର ପାଇଁ ସେମାନେ ଉତ୍ତମ ଜୀବନଶୈଳୀ ଓ ସୁଷମ ଖାଦ୍ୟକୁ ପ୍ରୋତ୍ସାହିତ କରି ଚେରମୂଳି, ତେଲ ଓ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ପଦାର୍ଥ ବ୍ୟବହାର କରୁଥିଲେ ।

ଆଣ୍ଟିବାୟୋଟିକ୍ ପ୍ରତି ବ୍ୟାକ୍ଟେରିଆ କିପରି ପ୍ରତିରୋଧୀ ହୁଏ ?
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 9
ଆଣ୍ଟିବାୟୋଟିକ୍-ପ୍ରତିରୋଧୀ ବୀଜାଣୁର ବିକାଶ ଏବଂ ପ୍ରତିରୋଧକ ପଦକ୍ଷେପ
ଯଦିଓ ଏହି ବ୍ୟବସ୍ଥା କେତେକ ପରିସ୍ଥିତିରେ ଦୈନନ୍ଦିନ ସୁସ୍ଥତା ପାଇଁ ଉପଯୋଗୀ, କିନ୍ତୁ, ସେଗୁଡ଼ିକ ସମସ୍ତ ପ୍ରକାର ରୋଗ ଓ ରୋଗର ସବୁ ସ୍ତର ପାଇଁ ପ୍ରଭାବଶାଳୀ ହୋଇ ନପାରେ ।

ଅଣସଂକ୍ରମଣ ରୋଗ ପାଇଁ ଲକ୍ଷଣଗୁଡ଼ିକୁ ଠିକ୍ ଭାବରେ ପରିଚାଳନା କରି ଉପଯୁକ୍ତ ଔଷଧ ପ୍ରୟୋଗ ଓ ଜୀବନ ଶୈଳୀ ପରିବର୍ତ୍ତନ ଦ୍ଵାରା ଜୀବନର ଗୁଣବତ୍ତା ବୃଦ୍ଧିଭିତ୍ତିକ ଚିକିତ୍ସା ପଦ୍ଧତି ଉପରେ ଧ୍ୟାନ ଦିଆଯାଏ । ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ଏକ ନିରନ୍ତର ଯନ୍ତ୍ର ମାଧ୍ୟମରେ ରୋଗର ଅଗ୍ରଗତିକୁ ନିୟନ୍ତ୍ରଣ କରିବା ଓ ଜଟିଳତାକୁ ରୋକିବା ସମ୍ଭବ ହୋଇଥାଏ ।

ଆମେ ଯାହା ଜାଣିଲୁ ।

  • ସ୍ଵାସ୍ଥ୍ୟ କହିଲେ କେବଳ ରୋଗର ଅନୁପସ୍ଥିତି ନୁହେଁ ବରଂ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାକୁ ବୁଝାଇଥାଏ ।
    ଖୁସିରେ ରହିବା ଦ୍ଵାରା ଆମେ ସକ୍ରିୟ ଓ ସୁସ୍ଥ ରହିଥାଉ ଏବଂ ଉତ୍ତମ ସ୍ଵାସ୍ଥ୍ୟ ମଧ୍ଯ ଆମର ମନୋଭାବକୁ ଉନ୍ନତ କରେ । ଶାରୀରିକ ସ୍ଵାସ୍ଥ୍ୟ ଏବଂ ଖୁସି ଅନୁଭବ କରିବା ପରସ୍ପର ପରିପୂରକ ।
  • ଏକ ରୋଗ ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ ।
  • ଲକ୍ଷଣଗୁଡ଼ିକ ହେଉଛି ଯାହା ଆମେ ଅନୁଭବ କରୁ (ଯେପରିକି ଯନ୍ତ୍ରଣା କିମ୍ବା କ୍ଳାନ୍ତି), କିନ୍ତୁ ସଙ୍କେତଗୁଡ଼ିକ ଦେଖାଯାଇପାରେ କିମ୍ବା ମାପ କରାଯାଇପାରେ (ଯେପରିକି ଜ୍ଵର କିମ୍ବା ଶରୀରରେ ଦାଗ) ।
  • ମଧୁମେହ ଏବଂ ହୃଦରୋଗ ପରି ଅଣସଂକ୍ରମିତ ରୋଗଗୁଡ଼ିକ ବୀଜାଣୁ ଦ୍ଵାରା ନୁହେଁ ବରଂ ଜୀବନଶୈଳୀ ଏବଂ ପରିବେଶଗତ କାରଣ ଦ୍ଵାରା ହୋଇଥାଏ ।
    ସୁସ୍ଥ ଅଭ୍ୟାସ, ଜୀବନଶୈଳୀ ପରିବର୍ତ୍ତନ ଏବଂ ନିୟମିତ ବ୍ୟାୟାମ ଦ୍ଵାରା ଏଗୁଡ଼ିକୁ ପ୍ରାୟତଃ ରୋକାଯାଇପାରିବ । ସଂକ୍ରାମକ ରୋଗଗୁଡ଼ିକ ବୀଜାଣୁ, ଭୂତାଣୁ କିମ୍ବା କୃମି ଦ୍ଵାରା ସୃଷ୍ଟି ହୋଇଥାଏ ।
  • ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ କ୍ଷତିକାରକ ରୋଗଜୀବାଣୁଙ୍କଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଜୀବାଣୁର ମୃତ, ଦୁର୍ବଳ କିମ୍ବା ଅଣକ୍ଷତିକାରକ ଅଂଶ ବ୍ୟବହାର କରି, ଟୀକା ରୋଗକୁ ରୋକିବା ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ତାଲିମ ଦିଏ ।
  • ରୋଗର ପରିଚାଳନା ଏବଂ ନିରାକରଣ ପାଇଁ ରୋଗର ଚିହ୍ନଟ ଏବଂ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Go through Class 8 Social Science Solutions Odia Medium and Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ to understand textbook questions more clearly.

8th Class Social Science Chapter 3 Question Answer Odia Medium

Class 8 Social Science Chapter 3 Odia Medium

‘ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଭୂଗୋଳ (ବିଶେଷକରି ପର୍ବତ ଏବଂ ଉପକୂଳ) କିପରି ମରାଠା ସାମରିକ ରଣନୀତି ଏବଂ ରାଜ୍ୟ ଗଠର୍ନକୁ ମାର୍ଗଦର୍ଶନ କରିଥିଲା ଆଲୋଚନା କର ।
Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-1
Answer:
(i) ମରାଠାମାନଙ୍କର ସାମରିକ ରଣନୀତି ଏବଂ ରାଜ୍ୟ ଗଠନକୁ ବିଶେଷକରି ପଶ୍ଚିମଘାଟ ପର୍ବତମାଳା ଓ ପଶ୍ଚିମ ଉପକୂଳର ଖୁବ୍ ବେଶୀ ଉପଯୋଗୀ ହୋଇପାରିଥିଲା ।

(ii) ସେମାନେ ପାହାଡ଼ ଓ ପର୍ବତରେ ଦୁର୍ଗମାନ ନିର୍ମାଣ କରି ଶତ୍ରୁମାନଙ୍କୁ ଯୁଦ୍ଧରେ ପରାସ୍ତ କରିବାରେ ସିଦ୍ଧହସ୍ତ ଥିଲେ । ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ାଠାରେ ଶିବାଜୀଙ୍କର ରାଜ୍ୟାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

(iii) ଜଙ୍ଗଲ ମଧ୍ୟରେ ଥ‌ିବା ପ୍ରତାପଗଡ଼ ଦୁର୍ଗରେ ବିଜାପୁର ସୁଲତାନଙ୍କର ଦକ୍ଷ ସେନାପତି ଆଫ୍‌ଜଲ୍ ଖାଁଙ୍କୁ ବାଘନଖଦ୍ଵାରା ଶିବାଜୀ ହତ୍ୟା କରିବା ସହିତ ପାହାଡ଼ରେ ଲୁଚି ରହିଥ‌ିବା ସୈନ୍ୟମାନେ ଗରିଲା ଯୁଦ୍ଧକରି ଆଫଜଲ୍ ଖାଁଙ୍କ ସୈନ୍ୟବାହିନୀର ମୂଳୋତ୍ପାଟନ କରିଥିଲେ ।

(iv) ଶିବାଜୀଙ୍କର ରାଜ୍ୟ ଖୁବ୍ ଶୀଘ୍ର ଭାରତର ପଶ୍ଚିମ ଉପକୂଳ ଆଡ଼କୁ ପ୍ରସାରିତ ହେବାଫଳରେ ସେମାନଙ୍କର ଉପକୂଳକୁ ଶତ୍ରୁକବଳରୁ ରକ୍ଷା କରିବାପାଇଁ ସେ ଏକ ଶକ୍ତିଶାଳୀ ନୌସେନା ଗଠନ କରିଥିଲେ । ଏହାମଧ୍ଯ ସେମାନଙ୍କୁ ନୌବାଣିଜ୍ୟ କରିବାରେ ସାହାଯ୍ୟ କରିବା ସହିତ ଜଳଦସ୍ୟୁମାନଙ୍କର ସଠିକ୍ ମୁକାବିଲା କରିବାରେ ସାହାଯ୍ୟ କରିପାରିଥିଲା ।

(v) ଉପରୋକ୍ତ ଆଲୋଚନାରୁ ଆମେ ଯାହା ଜାଣିଲେ ମରଠାମାନଙ୍କୁ ସେମାନଙ୍କର ପର୍ବତ ଓ ଉପକୂଳ ଅଞ୍ଚଳ ଗରିଲା ଯୁଦ୍ଧକୌଶଳ ଆପଣେଇବା ପାଇଁ ବିଶେଷ ସହାୟକ ହେଉଥିଲା । ଶିବାଜୀଙ୍କର ରାତ୍ରିକାଳୀନ ଗରିଲା ଯୁଦ୍ଧକୁ ବର୍ତ୍ତମାନ ଯୁଗର ସର୍ଜିକାଲ ଷ୍ଟ୍ରାଇକ୍ ସହ ତୁଳନା କରାଯାଇପାରେ ।

Question 2.
ମନେକର ଯେ ତୁମେ ଛୋଟ ପିଲାମାନଙ୍କ ପାଇଁ ଜଣେ ମରାଠା ନେତାଙ୍କର ଏକ ସଂକ୍ଷିପ୍ତ ଜୀବନୀ ପ୍ରସ୍ତୁତ କରୁଛି । କାହୋଜୀ ଆଙ୍ଗୁ, ବାଜିରାଓ ପ୍ରଥମ, ମହାଦୀ ସିନ୍ଦେ, ଅହଲ୍ୟାବାଈ ହୋଲକାର କିମ୍ବା ତାରାବାଈଙ୍କ ମଧ୍ୟରୁ ଜଣଙ୍କୁ ବାଛ ଏବଂ କ’ଣ ସେମାନଙ୍କୁ ପ୍ରେରଣାଦାୟୀ କରିପାରିଛି, ତାହା ଉପରେ ଆଲୋକପାତ କରି ୩-୪ଟି ଅନୁଚ୍ଛେଦରେ ଲେଖ । ସେମାନେ ସମ୍ମୁଖୀନ ହେଉଥ‌ିବା ବିଭିନ୍ନ ଆହ୍ବାନ ମଧ୍ୟରୁ ଗୋଟିକ ବିଷୟରେ ଆଲୋଚନା କର ।
Answer:
(i) ଉପରୋକ୍ତ ମରାଠା ବୀର ଓ ବୀରାମାନଙ୍କ ମଧ୍ୟରେ ଆମେ ନୌବାହିନୀର ସେନାପତି କାହ୍ଵାଜୀ ଆଫ୍ରେଙ୍କ ବିଷୟରେ ଆଲୋକପାତ କରିବା ।

(ii) ଅଷ୍ଟାଦଶ ଶତାବ୍ଦୀରେ କାହ୍ନାଜୀ ଆଟ୍ରେଙ୍କ ମାର୍ଗଦର୍ଶନରେ ମରଠାମାନେ ପଶ୍ଚିମ ଉପକୂଳରେ ସୁରକ୍ଷିତ ରହିବା ସହିତ ଅନେକ ଯୁଦ୍ଧରେ ବିଜୟଲାଭ କରିଥିଲେ । ଇଂରେଜ ଓ ପର୍ତ୍ତୁଗୀଜ ପାଇଁ ଭାରତୀୟ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସୃଷ୍ଟି କରୁଥିବା ଅସୁବିଧାକୁ ଦୂର କରିପାରିଥିଲେ ।

(iii) ସେ ଆରବ ସାଗରରେ ଏକ ଶକ୍ତିଶାଳୀ ସାମୁଦ୍ରିକ ଦୁର୍ଗ ନିର୍ମାଣ କରି ଜଳଦସ୍ୟୁମାନଙ୍କର ଗତିବିଧ୍କୁ ଖୁବ୍ ନିକଟରୁ ଲକ୍ଷ୍ୟ କରି ପାରୁଥିଲେ । ଇଂରେଜମାନେ ସହଜରେ ସମୁଦ୍ର ପଥରେ ପ୍ରବେଶ କରି ପାରୁନଥିଲେ ।

(iv) ବ୍ରିଟିଶମାନଙ୍କର ଶକ୍ତିଶାଳୀ ନୌବାହିନୀକୁ ପରାସ୍ତ କରିବାପାଇଁ ସମସ୍ତ ପ୍ରକାର ସମର କୌଶଳମାନ ପ୍ରସ୍ତୁତ କରି ସୈନ୍ୟମାନଙ୍କୁ ତାଲିମ ପ୍ରଦାନ କରୁଥିଲେ ।

(v) ତାଙ୍କର ଅଦମ୍ୟ ସାହସ, ରଣକୌଶଳ ଅନେକ ଯୁଦ୍ଧରେ ତାଙ୍କୁ ସଫଳତା ପ୍ରଦାନ କରିଥିଲା । ଉପରୋକ୍ତ କାରଣପାଇଁ ବହୁଦିନ ପର୍ଯ୍ୟନ୍ତ ଇତିହାସ ତାଙ୍କୁ ମନେରଖୁଅଛି ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.
ଆଜିକାର ଗୋଟିଏ ମରାଠା ଦୁର୍ଗ (ଯେପରିକି ରାୟଗଡ଼ା, ସିନ୍ଧୁ ଦୁର୍ଗ, ଜିଙ୍ଗି କିମ୍ବା ପ୍ରତାପଗଡ଼) ଯଦି ତୁମେ ପରିଦର୍ଶନ କରିବ, ତେବେ କେଉଁଟିକୁ ତୁମେ ବାଛିବ ଓ କାହିଁକି ? ଏହାର ଇତିହାସ, ସ୍ଥାପତ୍ୟ ଏବଂ ରଣକୌଶଳ ଗୁରୁତ୍ଵ ଅନୁସନ୍ଧାନ କର । ଶ୍ରେଣୀରେ ଡିଜିଟାଲ ଉପସ୍ଥାପନା କିମ୍ବା ପୋଷ୍ଟର ମାଧ୍ୟମରେ ନିଷ୍କର୍ଷଗୁଡ଼ିକ ଉପସ୍ଥାପନ କର ।
Answer:
(i) ଯଦି ମୋତେ ମରାଠା ଦୁର୍ଗଗୁଡ଼ିକ ବୁଲିବାର ସୁଯୋଗ ମିଳେ, ତେବେ ମୁଁ ପ୍ରଥମେ ରାୟଗଡ଼ ଯିବାକୁ ପସନ୍ଦ କରିବୁ । କାରଣ ଏହାର ଇତିହାସ, ସ୍ଥାପତ୍ୟ ଏବଂ ରଣକୌଶଳ ଗରିଲା ଯୁଦ୍ଧକୌଶଳ ଜାଣିବାର ଇଚ୍ଛାକୁ ପୂରଣ କରିପାରିବି । ସେଥ‌ିରୁ କିଛି ଉପସ୍ଥାପନା କରୁଅଛି ।

(ii) ଛତ୍ରପତି ଶିବାଜୀଙ୍କ ମରାଠା ସାମ୍ରାଜ୍ୟର ରାଜଧାନୀ ଥିଲା ରାୟଗଡ଼ । ଏହା ମହାରାଷ୍ଟ୍ରର ଉଚ୍ଚ ପତିତମାଳାରେ ଅବସ୍ଥିତ ଥିଲା, ଯାହା ଫଳରେ ଶତ୍ରୁମାନେ ସହଜରେ ଏଠାକୁ ପ୍ରବେଶ କରି ପାରୁ ନଥିଲେ ।

(iii) ୧୬୭୪ ମସିହାରେ ବୈଦିକ ରୀତିନୀତି ଅନୁସାରେ ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ଠାରେ ଶିବାଜୀଙ୍କ ଅଭିଷେକ ଉତ୍ସବ ପାଳନ କରାଯିବା ସହିତ ସେ ପାରମ୍ପରିକ ପଦବୀ ଶ୍ରୀରାଜା ଶିବ ଛତ୍ରପତି ଉପାଧ୍ ଗ୍ରହଣ କରିଥିଲେ ।

(iv) ଏହି ଶକ୍ତିଶାଳୀ ଦୁର୍ଗଟି ଚତୁଃପାର୍ଶ୍ଵ ପଥର କାନ୍ଥଦ୍ଵାରା ବେଷ୍ଟିତ ଥିଲା । ଏଥ‌ିରେ ଗୁପ୍ତ ସୁଢ଼ଙ୍ଗ ସହିତ ସୁନ୍ଦର ଅଟ୍ଟାଳିକା ମଧ୍ୟ ଥିଲା ।

(v) ଏହା ମରାଠା ସାମ୍ରାଜ୍ୟର ପେଣ୍ଠସ୍ଥଳୀରେ ଅବସ୍ଥିତ ଥିଲା । ବିଭିନ୍ନ ସ୍ଥାନକୁ ଏଠାରୁ ସୈନ୍ୟପ୍ରେରଣ କରିବା ପାଇଁ ଗୁପ୍ତ ରାସ୍ତାମାନ ନିର୍ମାଣ କରାଯାଇଥିଲା । ଗରିଲା ଯୁଦ୍ଧପାଇଁ ବେଶ୍ ଜଣାଶୁଣା ଥିବା ମରାଠା ସେନାମାନଙ୍କୁ ଏଠାରେ ଶିକ୍ଷା ପ୍ରସିଦ୍ଧ ଶିବାଜୀଙ୍କ ଶାସନ ଓ ସାମ୍ରାଜ୍ୟ ପ୍ରଦାନ କରାଯାଉଥିଲା ।

Question 4.
ଏହି ଦୁର୍ଗ ବୁଲିବା ଫଳରେ ଇତିହାସ ବିଷୟରେ ଅଧ୍ବକ ଜ୍ଞାନ ଆହରଣ ହୋଇଥିଲା । ଏହି ଅଧ୍ୟାୟରେ କୁହାଯାଇଛି ଯେ ‘‘ବ୍ରିଟିଶମାନେ ମୋଗଲ କିମ୍ବା ଅନ୍ୟ କୌଣସି ଶକ୍ତି ଅପେକ୍ଷା ମରାଠାମାନଙ୍କଠାରୁ ଭାରତର ଅଧିକ ଅଂଶ ଅଧିକୃତ କରିଥିଲେ’’ । ତୁମେ ଏହାର ଅର୍ଥ କ’ଣ ଭାବୁଛ ? ଏହି ଅଧ୍ୟାୟର କେଉଁ ପ୍ରମାଣ ଏହି ଧାରଣାକୁ ସମର୍ଥନ କରୁଛି ?
Answer:
(i) ଇଂରେ ଜମାନେ ଯେତେବେଳେ ଭାରତକୁ ଶାସନ କରିବାକୁ ଆସିଲେ, ସେତେବେଳେ ମୋଗଲମାନଙ୍କଠାରୁ ମରାଠାମାନେ ଅଧିକ ଶକ୍ତିଶାଳୀ ଥିଲେ ।

(ii) ମୋଗଲର ଶାସନ ଦୁର୍ବଳ ହୋଇପଡ଼ିଥିଲା, କିନ୍ତୁ ମରାଠାମାନେ ଭାରତର ଦିଲ୍ଲୀ, ଗୁଜୁରାଟ ଓ ମାଲାୱାରେ ଶାସନ ଜାରି ରଖୁଲେ ।

(iii) ମରାଠାମାନେ ଇଂରେଜମାନଙ୍କ ସହିତ ତିନିଗୋଟି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ସେମାନେ ଶେଷ ପର୍ଯ୍ୟନ୍ତ ଇଂରେଜମାନଙ୍କ ସହିତ ଲଢ଼େଇ କରିଥିଲେ ।

(iv) ଇଂରେଜମାନେ ଅନୁଭବ କଲେ ମରାଠାମାନଙ୍କୁ ପରାସ୍ତ ନକଲେ ସେମାନେ ଭାରତରେ ଇଂରେଜ ଶାସନ ପ୍ରତିଷ୍ଠା କରିପାରିବେ ନାହିଁ ।

(v) ବ୍ରିଟିଶରମାନେ ପ୍ରଭାବ ବିସ୍ତାର କରିବାବେଳକୁ ମୋଗଲମାନେ ଶକ୍ତିହୀନ ହୋଇଯାଉଥିଲେ । ଉପରୋକ୍ତ ଘଟଣବଳୀରୁ ଯାହା ଜଣାପଡ଼େ ଯେ ମରାଠାମାନେ ମୋଗଲମାନଙ୍କ ତୁଳନାରେ ଅଧ୍ବକ ସକ୍ରିୟ ଥିଲେ ।

Question 5.
ଶିବାଜୀ ଏବଂ ପରବର୍ତ୍ତୀ ମରାଠାମାନେ ଧାର୍ମିକ ସ୍ଥାନ ଓ ବିଭିନ୍ନ ଧର୍ମର ଲୋକଙ୍କ ସହିତ କିପରି ବ୍ୟବହାର କରୁଥିଲେ ତୁଳନା କର । ଏହି ଅଧ୍ୟାୟରୁ କେଉଁ ପ୍ରମାଣ ଧାର୍ମିକ ବିବିଧତା ପ୍ରତି ସେମାନଙ୍କର ଆଭିମୁଖ୍ୟକୁ ଦର୍ଶାଉଛି ?
Answer:
(i) ଶିବାଜୀ ଏବଂ ପରବର୍ତ୍ତୀ ମରାଠାମାନେ ପ୍ରତ୍ୟେକ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁବା ସହିତ ସବୁ ଧର୍ମର ଲୋକମାନଙ୍କ ସହିତ ସମ୍ମାନର ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ ।

(ii) ଶିବାଜୀ ଜଣେ ନୈଷ୍ଠିକ ହିନ୍ଦୁ ଧର୍ମର ଲୋକ ଥିଲେ । ସେ କୌଣସି ମସଜିଦ୍ ଉପରେ କେତେ ଆକ୍ରମଣ କରିନଥିଲେ କି କୌଣସି ଧାର୍ମିକ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଅତ୍ୟାଚାର କରିନଥିଲେ ।

(iii) ଶିବାଜୀ ସୁରତରେ ଅନେକ ଧାର୍ମିକ ଅନୁଷ୍ଠାନ ସ୍ଥାପନ କରିବା ସହିତ ତାଙ୍କର ସୈନ୍ୟବାହିନୀରେ ମୁସଲମାନମାନଙ୍କୁ ବିଭିନ୍ନ ଗୁରୁତ୍ଵପୂର୍ଣ ପଦପଦବୀରେ ସ୍ଥାନିତ କରିଥିଲେ ।

(iv) ମରାଠାମାନେ ଦକ୍ଷ ପ୍ରଶାସନ ସହିତ ଶାସନ କରିବାର ଏକ ନୂତନ ଉପାୟ ସ୍ଥାପନ କରି ଧାର୍ମିକ ଭେଦଭାବ ବିନା ସ୍ଥାନୀୟ ହିନ୍ଦୁ ପରମ୍ପରାକୁ ପୁନର୍ଜୀବିତ କରିବାରେ ସକ୍ଷମ ହୋଇଥିଲେ ।

(v) ଶିବାଜୀ ତାଙ୍କ ଶାସନ କାଳରେ ଭଗବଦ୍ ଗୀତାକୁ ଖୁବ୍ ମର୍ଯ୍ୟାଦା ପ୍ରଦାନ କରୁଥିଲେ । ସେ ଏହାକୁ ମରାଠୀ ଭାଷାରେ ଅନୁବାଦ କରାଇ ଲୋକଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ସେ ଶାସନ କ୍ଷେତ୍ରରେ କଠୋର ନୀତି ଅବଲମ୍ବନ କରୁଥିଲାବେଳେ ଧାର୍ମିକ କ୍ଷେତ୍ରରେ କୋହଳ ମନୋବୃତ୍ତି ଆପଣେଇ ଥିଲେ । ସବୁ ଧର୍ମକୁ ସମ୍ମାନଦେବା ସହିତ ସେମାନଙ୍କ ସହିତ ମିଳିମିଶି ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରିବାପାଇଁ ସର୍ବଦା ଚେଷ୍ଟିତ ଥିଲେ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 6.
ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି ଯେ, ଦୁର୍ଗଗୁଡ଼କିକ କିପରି ମରାଠାମାନଙ୍କ ପାଇଁ ‘ରାଜ୍ୟର ମୂଳ’ ଥିଲା । ସେଗୁଡ଼ିକ କାହିଁକି ଏତେ ଗୁରୁତ୍ଵପୂର୍ଣ୍ଣ ଥିଲା ? ସେହି ଦୁର୍ଗଗୁଡ଼ିକ କିପରି ମରାଠାମାନଙ୍କୁ ବଡ଼ ବଡ଼ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବାରେ ସାହାଯ୍ୟ କରିଥିଲା ?
Answer:
(i) ମରାଠାମାନଙ୍କୁ ସମସ୍ତ କାର୍ଯ୍ୟପାଇଁ ସମ୍ପୂର୍ଣ୍ଣରୂପେ ଦୁର୍ଗଗୁଡ଼ିକ ଉପରେ ନିର୍ଭର କରିବାକୁ ପଡୁଥିଲା । ରାଜକାର୍ଯ୍ୟ, ସୈନ୍ୟ ପରିଚାଳନା, ଗୁପ୍ତମନ୍ତ୍ରଣା, ରାଜ୍ୟାଭିଷେକ ଓ ଏପରିକି ଗରିଲା ଯୁଦ୍ଧ ପାଇଁ ଦୁର୍ଗଗୁଡ଼ିକୁ ବ୍ୟବହାର କରାଯାଉଥିଲା ।

(ii) ସେଥ‌ିପାଇଁ ଦୁର୍ଗଗୁଡ଼ିକ ଖୁବ୍ ଶକ୍ତିଶାଳୀ ଭାବରେ ନିର୍ମାଣ କରାଯାଉଥୁଲା, ଯେପରିକି ଶତ୍ରୁମାନେ ସହଜରେ ସେଠାରେ ପ୍ରବେଶ କରିପାରିବେ ନାହିଁ । ଦୁର୍ଗକୁ ପ୍ରବେଶ କରିବା ଓ ପ୍ରସ୍ଥାନ କରିବାର ଅଭିନବ କୌଶଳମାନ ବ୍ୟବହାର କରାଯାଉଥିଲା । ଏଗୁଡ଼ିକ ସାଧାରଣତଃ ଉଚ୍ଚ ପର୍ବତ ଉପରେ ନିର୍ମାଣ କରାଯାଉଥିଲା ।

(iii) ଏପରିକି ମୋଗଲ ଆକ୍ରମଣ ସମୟରେ ମହାରାଜା ସେହି ଦୂର୍ଗମାନଙ୍କରେ ଆତ୍ମଗୋପନ କରିବା ସହିତ ରାତ୍ରିକାଳୀନ ଗରିଲା ଯୁଦ୍ଧରେ ଲିପ୍ତ ରହୁଥିଲେ । ଦୁର୍ଗ ମଧ୍ୟରେ ସମସ୍ତ ରହିବା, ଖାଇବାର ବନ୍ଦେୠବସ୍ତ କରାଯାଇଥିବାବେଳେ ଅସ୍ତ୍ରଶସ୍ତ୍ର ସେଠାରେ ମଧ୍ୟ ମହଜୁଦ୍ କରି ରଖାଯାଉଥିଲା ।

(iv) ସାଧାରଣ ଲୋକମାନଙ୍କୁ ସୁରକ୍ଷା ଦେବାରେ ମଧ୍ୟ ଦୁର୍ଗମାନଙ୍କୁ ବ୍ୟବହାର କରାଯାଉଥିଲା । ମୋଟାମୋଟି ଭାବରେ କହିବାକୁ ଗଲେ ଦୁର୍ଗ ଥିଲା ‘ରାଜ୍ୟର ମୂଳ’ । ଏଠାରେ ସବୁପ୍ରକାର କାର୍ଯ୍ୟ ସମ୍ପାଦନ କରାଯାଉଥିଲା ।

(v) ଯେତେ ଶକ୍ତିଶାଳୀ ଶତ୍ରୁ ଚାହିଁଲେ ବି ସେହି ଦୁର୍ଗମାନଙ୍କୁ ସହଜରେ ଭେଦ କରି ପାରୁନଥିଲେ, ଯାହାଫଳରେ ମରୀଠାମାନେ ଶତ୍ରୁମାନଙ୍କୁ ଦୁର୍ଗ ଭିତରେ ରହି ଅତି ନିକଟରୁ ଆକ୍ରମଣ କରିପାରୁଥିଲେ । ଏହାର ନିର୍ମାଣଶୈଳୀ ଅତୀବ ଚତୁର ଓ କୌଶଳପୂର୍ଣ୍ଣ ଥିଲା । ତେଣୁ ଏହି ଦୁର୍ଗଗୁଡ଼ିକୁ ରାଜ୍ୟର ମୂଳ ବୋଲି କହିବାରେ ଯଥାର୍ଥତା ରହିଛି ।

Question 7.
ମନେକର ତୁମକୁ ମରାଠା ମୁଦ୍ରାର ଡିଜାଇନର ଭାଳରେ ନିଯୁକ୍ତି କରାଯାଇଛି । ମରାଠା ସଫଳତା ଏବଂ ମୁଲ୍ୟବୋଧକୁ ପ୍ରତିନିଧ୍ଵତ୍ଵ କରୁଥିବା ଏକ ମୁଦ୍ରା ପ୍ରସ୍ତୁତ କର । ତୁମେ ବାଛିଥିବା ପ୍ରତୀକୁଗୁଡ଼ିକୁ ବ୍ୟାଖ୍ୟା କର ।
Answer:
(i) ମୋତେ ଯଦି ମରାଠା ମୁଦ୍ରାର ଡିଜାଇନ କରିବାପାଇଁ କୁହାଯାଏ, ତେବେ ମୁଁ ଏଥୁରେ ମରାଠାର ସଫଳତା ଓ ସେମାନଙ୍କର ମୂଲ୍ୟବୋଧଗୁଡ଼ିକୁ ସ୍ଥାନ ଦେବି ।

(ii) ଗୋଟିଏ ପାର୍ଶ୍ଵରେ ପ୍ରଥମେ ରଖୁବି ଶିବାଜୀଙ୍କ ଛବି ତା ପଛରେ ରଖୁବି ଗୋଟିଏ ଦୁର୍ଗ ଏବଂ ଖଣ୍ଡାଟିଏ ଏଥୁରୁ ତାଙ୍କର ସାହସିକତା ଓ ଦୁର୍ଗମାନଙ୍କର ଉପଯୋଗିତା ବିଷୟରେ ଲୋକମାନେ ସୂଚନା ପାଇପାରିବେ ।

(iii) ସେଥ‌ିରେ ଏକ ଗୈରିକ ପତାକା ରଖାଯିବ, ଯାହାକି ହିନ୍ଦୁ ସଂସ୍କୃତି ଓ ଏକତାର ପରିଚୟ ପ୍ରଦାନ କରିବ ।

(iv) ଅନ୍ୟ ଏକ ପାର୍ଶ୍ଵରେ ସଂସ୍କୃତରେ ଲେଖାଯିବ ଶିବାଜୀଙ୍କର ରାଜକୀୟ ମୁଦ୍ରା । ଏହାର ଚାରିପାଖରେ ରହିବ ଏକ ଜାହାଜ ଚିତ୍ର (ଯାହା ମରାଠା ନୌସେନାର ପ୍ରତୀକ), ଗୋଟିଏ ବହିର ଚିତ୍ର (ଯାହା ନ୍ୟାୟ ଓ ଶିକ୍ଷାର ପ୍ରତୀକ) ଓ ଦୁଇଜଣ ବ୍ୟକ୍ତି ହାତମିଳାଉଥିବାର ଚିତ୍ର । (ଯାହା ସବୁଧର୍ମ ପ୍ରତି ସମ୍ମାନବୋଧର ପ୍ରତୀକକୁ ସୂଚାଉଥ‌ିବ ।

(v) ଏହି ମୁଦ୍ରାରେ ପରିଷ୍କାର ଭାବରେ ପ୍ରସ୍ଫୁଟିତ ହେଉଥୁବ ମରାଠାର ସାହସ, ଧୈର୍ଯ୍ୟ ଓ ବିଜ୍ଞତା ଏବଂ ସବୁଧର୍ମକୁ ସମ୍ମାନ କରୁଥିବାର ଭାବନା । ଏହା ଏକ ଆଦର୍ଶ ମୁଦ୍ରା ଭାବରେ ଯେପରି ଯୁଗଯୁଗକୁ ଜାଜୁଲ୍ୟମାନ ହୋଇ ରହିଥ‌ିବ ।

Question 8.
ମରାଠାଯୁଗର ଏହି ପରିଚୟପରେ ତୁମେ କ’ଣ ଭାବୁଝ ଯେ ଭାରତୀୟ ଇତିହାସରେ ସେମାନଙ୍କର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅବଦାନ କ’ଣ ଥିଲା ? ଅଧ୍ୟାୟରୁ ଉଦାହରଣ ସହିତ ତୁମର ମତାମତକୁ ସମର୍ଥନ କରି ଏକ ଅନୁଚ୍ଛେଦ ଲେଖ । ଏହାପରେ ସହପାଠୀମାନଙ୍କ ସହିତ ତୁମର ଧାରଣାଗୁଡ଼ିକରୁ ଅଂଶୀଦାର କରି ଆଲୋଚନା କର ।
Answer:
(i) ମୁଁ ଭାବୁଛି ମରାଠାମାନେ ଭାରତ ଇତିହାସରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଯାଇଛନ୍ତି, ଯେଉଁଥ୍‌ପାଇଁ ଆମେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କୁ ମନେରଖୁଅଛୁ । ବିଶେଷକରି ୟୁରୋପୀୟ ଓ ମୋଗଲମାନଙ୍କର ଘନ ଘନ ଆକ୍ରମଣ ଓ ଲୁଣ୍ଠନ ଏବଂ ଭାରତରେ ସେମାନଙ୍କର ସାମ୍ରାଜ୍ୟ ବିସ୍ତାରକୁ ପ୍ରତିରୋଧ କିଛିମାତ୍ରାରେ ପ୍ରତିରୋଧ କରିପାରିଥ୍ଲେ ।

(ii) ମୁଖ୍ୟତଃ ସେମାନେ ଭାରତର ସଂସ୍କୃତି ଓ ସ୍ଵାଧୀନତା ଅକ୍ଷୁଣ୍ଣ ରଖୁବାରେ ଯଥାସମ୍ଭବ ପ୍ରୟାସ ଜାରି ରଖୁଥିଲେ ।

(iii) ମରାଠା ଶାସନ କାଳରେ ଶିବାଜୀ ନାମରେ ନୂତନ ଶାସନ ପ୍ରଣାଳୀ ସବୁଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ୱରାଜ୍ୟ ପ୍ରଚଳନ କରିଥିଲେ ।

(iv) ମରାଠାମାନଙ୍କର ଶକ୍ତିଶାଳୀ ସୈନ୍ୟବାହିନୀ ସାହାସର ସହିତ ଅନେକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ଶତ୍ରୁମାନଙ୍କୁ ପରାହତ କରିବାରେ ସକ୍ଷମ ହୋଇଥିଲେ । ଶିବାଜୀଙ୍କର ମୃତ୍ୟୁପରେ ବି ସେମାନେ ମରାଠା ଗୌରବକୁ ଅକ୍ଷୁଣ୍ଣ ରଖୁଥିଲେ । ସେମାନଙ୍କର ବୀରା ରମଣୀମାନଙ୍କ ଅବଦାନ ବି କମ୍ ନଥିଲା । ସେମାନଙ୍କ ମଧ୍ୟରୁ ବୀରା ନାରୀ ତାରାବାଈ ଓ ଅହଲ୍ୟାବାଈ ହୋଲକର ପ୍ରସିଦ୍ଧ ଥିଲେ ।

(v) ମରାଠାମାନେ ଭାରତର ଅନେକ ଅଞ୍ଚଳ ଜୟକରି ସେମାନଙ୍କ ଅଧୀନରେ ବହୁତଦିନ ପର୍ଯ୍ୟନ୍ତ ରଞ୍ଝାପାରିଥିଲେ । ତା ସହିତ ଆମର କଳା, ସାହିତ୍ୟ ଓ ପରମ୍ପରାକୁ ମଧ୍ୟ ଜୀବନ୍ତ କରି ଗଢ଼ିତୋଳିଥିଲେ । ତେଣୁ ଆମେ ତାଙ୍କର ଅମୂଲ୍ୟ ଓ ଗୁରୁତ୍ଵପୂର୍ଣ୍ଣ ଅବଦାନଗୁଡ଼ିକୁ ମନେରଖୁବା ସହିତ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ବାଞ୍ଛନୀୟ ଅଟେ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୬୩) :

Question 1.
କେଉଁମାନେ ମରାଠା ଥିଲେ ? ବ୍ରିଟିଶମାନେ କ୍ଷମତା ଦଖଲ କରିବା ପୂର୍ବରୁ ସେମାନେ କିପରି ବିଶାଳ ଅଞ୍ଚଳରେ ନିଜର ପ୍ରଭୁତ୍ଵ ଜାହିର କରିପାରିଥିଲେ ?
Answer:
(i) ଦାକ୍ଷିଣାତ୍ୟ ଅଞ୍ଚଳର ମହାରାଷ୍ଟ୍ର ରାଜ୍ୟର ମରାଠାମାନେ ଏକ ସାହସୀ ଏବଂ ଶକ୍ତିଶାଳୀ ଜାତି ଥିଲେ । ସେମାନେ ମରାଠା ଭାଷାଭାଷୀ ଥିଲେ ଏବଂ ହିନ୍ଦୁ ପରମ୍ପରା ଅନୁସରଣ କରୁଥିଲେ ।

(ii) ଶିବାଜୀଙ୍କ ଭଳି ନେତାଙ୍କ ଅଧୀନରେ ସେମାନେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଗଠନ କରି ମୋଗଲମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ଭାରତୀୟ ସଂସ୍କୃତିର ରକ୍ଷା କରିବା ସହିତ ବ୍ରିଟିଶ୍ ଶାସନ ପୂର୍ବରୁ ଭାରତର ଏକ ବିଶାଳ ଅଞ୍ଚଳରେ ଶାସନ କରିଥିଲେ ।

(iii) ପରବର୍ତୀ ସମୟରେ ସେମାନେ ବ୍ରିଟିଶ୍‌ମାନଙ୍କ ସହିତ ତିନୋଟି ଯୁଦ୍ଧ କରିଥିଲେ ଏବଂ ବ୍ରିଟିଶ୍ ଶାସନ ଆରମ୍ଭ ହେବା ପୂର୍ବରୁ ଭାରତର ସବୁଠାରୁ ଅଧୂକ ଶକ୍ତିଶାଳୀ ଶାସକ ଥିଲେ ।

(iv) ମରାଠାମାନେ ଜନମଙ୍ଗଳ କାର୍ଯ୍ୟ କରିବା ସହିତ କଳା ଓ ସଂସ୍କୃତିର ପୃଷ୍ଠପୋଷକତା କରିଥିଲେ ।

(v) ସେମାନେ ଏକ ଉନ୍ନତ ପରିବହନ ବ୍ୟବସ୍ଥା ପ୍ରଚଳନ କରି ବାଣିଜ୍ୟ ବ୍ୟବସାୟର ଉନ୍ନତି କରିଥିଲେ ।

Question 2.
ସେମାନଙ୍କର ଶାସନର ବୈଶିଷ୍ଟ୍ୟ କ’ଣ ଥିଲା ?
Answer:
(i) ମରାଠାମାନେ ଏକ କେନ୍ଦ୍ରୀୟ ଶାସନ ପ୍ରତିଷ୍ଠା କରିଥିଲେ । ସୁଲତାନ୍ ମୋଗଲମାନଙ୍କଦ୍ଵାରା ପ୍ରଚଳିତ ବଂଶାନୁକ୍ରମିକ ସରକାରୀ ପଦବୀ ବ୍ୟବସ୍ଥାକୁ ଉଚ୍ଛେଦ କରି ରାଜକୋଷରୁ କର୍ମଚାରୀମାନଙ୍କୁ ବେତନ ଦେବାର ବ୍ୟବସ୍ଥା କରାଯାଇଥିଲା ।

(ii) ଶାସନକାର୍ଯ୍ୟରେ ସହଯୋଗ କରିବାପାଇଁ ଶିବାଜୀ ତାଙ୍କ ମନ୍ତ୍ରିମଣ୍ଡଳରେ ଆଠଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ, ଯାହାଙ୍କୁ ‘ଅଷ୍ଟପ୍ରଧାନମଣ୍ଡଳ’ ବା ‘ଅଷ୍ଟମନ୍ତ୍ରୀପରିଷଦ’ ବୋଲି କୁହାଯାଉଥିଲା ।

(iii) ସେମାନେ ଚୌଥ ଏବଂ ସରଦେଶମୁଖ ନାମକ ଦୁଇ ପ୍ରକାର କର ଆଦାୟ କରୁଥିଲେ । ମରାଠା ସାମରିକ ବାହିନୀକୁ ତିନିଭାଗରେ, ଯଥା- ପଦାତିକ ବାହିନୀ, ଅଶ୍ଵବାହିନୀ ଓ ନୌବାହିନୀରେ ବିଭକ୍ତ କରାଯାଇଥିଲା ।

(iv) ସେମାନେ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ଦୁର୍ଗ ନିର୍ମାଣ କରିଥିଲେ ।

Question 3.
ଭାରତ ଇତିହାସରେ ମରାଠାମାନେ କି ପ୍ରକାର ପ୍ରଭାବ ପକାଇ ପାରିଥିଲେ ?
Answer:
(i) ମରାଠାମାନେ ଭାରତ ଇତିହାସରେ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ଛାଡ଼ିଯାଇଛନ୍ତି । ସେମାନେ ମୋଗଲମାନଙ୍କ ଆଧ୍ଵପତ୍ୟ ବିରୋଧରେ ଆହ୍ଵାନ ସୃଷ୍ଟି କରିଥିଲେ ଏବଂ ଏକ ବିଶାଳ ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।

(ii) ସେମାନେ ଭାରତୀୟ ସଂସ୍କୃତିର ପୁନରୁତ୍ଥାନ କରିବା ସହିତ ଆଞ୍ଚଳିକ ପରମ୍ପରାର ପ୍ରସାର କରିଥିଲେ | ଏବଂ ଭବିଷ୍ୟତର ସ୍ଵାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇଥିଲେ ।

(iii) ସେମାନଙ୍କର ଦକ୍ଷ ଶାସନ ବ୍ୟବସ୍ଥା, ଶକ୍ତିଶାଳୀ ସାମରିକ ଯୋଜନା ଏବଂ ନୌଶକ୍ତି ସ୍ୱାୟତ୍ତ ଶାସନ ପାଇଁ ମାର୍ଗ ପ୍ରଶସ୍ତ କରିଥିଲା ।

(iv) ମରାଠାମାନେ କର୍ଣ୍ଣାଟକ ସଙ୍ଗୀତ ଏବଂ ଭାରତନାଟ୍ୟମ୍ ଭଳି କଳାତ୍ମକ ବିକାଶ କରି ସଂସ୍କୃତିର ପରିପୁଷ୍ଟ କରିଥିଲେ । ବିଦେଶୀ ଶକ୍ତି ବିରୁଦ୍ଧରେ ସେମାନଙ୍କର ପ୍ରତିରୋଧ ଭାରତର ସ୍ଵାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇଥିଲା ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ଆସ ଅନୁସନ୍ଧାନ କରିବା :

Question 1.
ତୁମେ କେବେ ଭକ୍ତି ଶବ୍ଦ ସମ୍ପର୍କରେ ଶୁଣିଛ ? ତୁମେ ଏହାର ଅର୍ଥ କ’ଣ ବୁଝୁଛ ? ଭାରତର ଯେକୌଣସି ଅଂଶର ଜଣେ ଭକ୍ତି ସନ୍ଥକୁ ଚୟନ କର । ତାଙ୍କର ଜୀବନୀ, ବାଣୀ ଓ ସେ ସମାଜକୁ ଦେଇଥବା ବାର୍ତ୍ତା ସମ୍ପର୍କରେ ଅନୁଧ୍ୟାନ କର । ତାଙ୍କର କବିତା ବା ଭଜନଗୁଡ଼ିକ ମଧ୍ୟରୁ ଗୋଟିଏକୁ ବାଛ ଓ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
Answer:
(i) ହଁ, ମୁଁ ଭକ୍ତି ଶବ୍ଦ ସମ୍ପର୍କରେ ଶୁଣିଛି । ଏହାଯର ଅର୍ଥ ହେଉଛି ଈଶ୍ଵରଙ୍କ ଉପରେ ଗଭୀର ବିଶ୍ଵାସ ଏବଂ ଈଶ୍ଵରଙ୍କୁ ସମ୍ମାନ କରିବା ।

(ii) ମୀରାବାଈ ଜଣେ ପ୍ରସିଦ୍ଧ ଭକ୍ତି ସନ୍ଥ ଥିଲେ । ସେ ରାଜସ୍ଥାନର ଅଧିବାସୀ ଥିଲେ । ଭଗବାନ କୃଷ୍ଣଙ୍କ ଉପରେ ତାଙ୍କର ଗଭୀର ବିବାସ ଥିଲା । ସେ ନିଜର ବିଳାସବ୍ୟସନପୂର୍ଣ୍ଣ ଜୀବନକୁ ପରିତ୍ୟାଗ କରି ଅବଶିଷ୍ଟ ଜୀବନ ପାଇଁ ଭଗବାନ କୃଷ୍ଣଙ୍କୁ ଉପାସନା କରି ତାଙ୍କ ସମ୍ବନ୍ଧୀୟ ସଙ୍ଗୀତ ଗାନ କରିବା ପାଇଁ ମନସ୍ଥ କରିଥିଲେ ।

(ii) ତାଙ୍କର ଭଜନଗୁଡ଼ିକ ବାସ୍ତବରେ ପ୍ରେରଣାଦାୟୀ ଅଟେ । ଈଶ୍ଵରଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରି ହୃଦୟର ସହିତ ତାଙ୍କୁ ଭଲ ପାଇବାପାଇଁ ତାଙ୍କର ସଙ୍ଗୀତ ଶିକ୍ଷା ଦିଏ ।

(iv) ତାଙ୍କର ଏକ ପ୍ରସିଦ୍ଧ ଭଜନ ହେଉଛି ‘ରାମ ରତନ ଧନ ପାୟୋ’ । ଯାହାର ଅର୍ଥ ହେଉଛି ‘ମୁଁ ରାମଙ୍କ ମୂଲ୍ୟବାନ ରନ୍ ପାଇଅଛି ଯାହା ଅନ୍ୟ ସମ୍ପତ୍ତିଠାରୁ ଧିକ ମୂଲ୍ୟବାନ ଏବଂ ମୁଁ ଯାହାକୁ ଅତ୍ୟନ୍ତ ଆନନ୍ଦ ଓ ପ୍ରେମ ସହିତ ଧରି ରଖୁ ।’’

Question 2.
ଗରିଲା ଯୁଦ୍ଧ କୌଶଳ ସମ୍ପର୍କରେ ଅଧିକ ଜାଣିବାକୁ ଚେଷ୍ଟାକର । ପୃଥିବୀର ଅନ୍ୟ କେଉଁ ଦେଶ ଏ ପ୍ରକାର ଯୁଦ୍ଧ କୌଶଳ ଅନୁସରଣ କରିଛନ୍ତି ? ଏହି ଯୁଦ୍ଧ କୌଶଳ ଅନୁସରଣ କରିବା ପାଇଁ କେଉଁ ପ୍ରକାର ଭୌଗୋଳିକ ଅବସ୍ଥା ବିଶେଷ ଫଳପ୍ରଦ ? ତୁମର ଚିନ୍ତାଧାରା ଦଳ ଭିତରେ ଆଲୋଚନା କର ।
Answer:
(i) ଶକ୍ତିଶାଳୀ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବା ପାଇଁ ଗରିଲା ଯୁଦ୍ଧ ଏକ ବିଖ୍ୟାତ ପ୍ରାଚୀନ ଯୁଦ୍ଧ ବ୍ୟବସ୍ଥା ଅଟେ । ଏହି ଯୁଦ୍ଧରେ ସୈନ୍ୟମାନେ ନିଜକୁ ଛୋଟ ଛୋଟ ଦଳରେ ବିଭକ୍ତ କରି ଅକସ୍ମାତ୍ ଲୁଚିଛପି ଆକ୍ରମଣ କରନ୍ତି ।

(ii) ଶତ୍ରୁ ସୈନ୍ୟ ଯିବା ରାସ୍ତାରେ ଲୁକ୍‌କାୟିତ ଖାଲମାନ ଖୋଳିଥା’ନ୍ତି ଏବଂ ଯୁଦ୍ଧ କରିବା ସମୟରେ ଖୁବ୍ ବେଗରେ ଗତି କରନ୍ତି ।

(iii) ଅନେକ ଦେଶ, ଯଥା – ଆଫଗାନିସ୍ଥାନ, ଭିଏତ୍ନାମ ଏବଂ କ୍ୟୁବା ଏହି ରଣକୌଶଳ ଅବଲମ୍ବନ କରୁଥିଲେ ।

(iv) ସୈନ୍ୟମାନେ ଏହି ଯୁଦ୍ଧ ପାଇଁ ଘଞ୍ଚ ଜଙ୍ଗଲ, ପର୍ବତ ଏବଂ ବନ୍ଧୁର ପାହାଡ ଓ ଗୁମ୍ଫାକୁ ବିନିଯୋଗ କରି ଶତ୍ରୁ ଧରାଶୟୀ କରିଥା’ନ୍ତି ।

Question 3.
ଶିବାଜୀଙ୍କ ଜୀବନର କୌଣସି ଏକ ଘଟଣାକୁ ନିଅ ଏବଂ ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ଏହାକୁ ଅଭିନୟକର ।
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ ଶ୍ରେଣୀଗୃହରେ ଏହି କାର୍ଯ୍ୟ କରିବେ ।

ଏହା ବିଷୟରେ ଚିନ୍ତା କର :

Question 1.
ଯଦି ତୁମେ ସମୟ ଯାତ୍ରା କରି ଶିବାଜୀଙ୍କ ସହିତ ସାକ୍ଷାତ କର, ତେବେ କେଉଁ ତିନୋଟି ପ୍ରଶ୍ନ ତୁମେ ତାଙ୍କୁ ପଚାରିବ ଓ କାହିଁକି ?
Answer:
ଯଦି ମୁଁ ସମୟ ଯାତ୍ରା କରି ଶିବାଜୀଙ୍କ ସହିତ ସାକ୍ଷାତ କରନ୍ତି ମୁଁ ତାଙ୍କୁ ନିମ୍ନ ତିନୋଟି ପ୍ରଶ୍ନ ପଚାରନ୍ତି ।
(i) ଆପଣଙ୍କ ଶତ୍ରୁ ସୈନ୍ୟଙ୍କ ସଂଖ୍ୟା ତୁଳନାରେ ଆପଣଙ୍କ ସୈନ୍ୟ ସଂଖ୍ୟା ଯଥେଷ୍ଟ କମ୍ ଥିବା ସତ୍ତ୍ଵେ ଆପ । କିପରି ଏତେଗୁଡ଼ିଏ ଯୁଦ୍ଧରେ ବିଜୟଲାଭ କଲେ ? ଏହା ପଛର ରହସ୍ୟ କ’ଣ ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ ତାଙ୍କର ଏକତା ସମ୍ବନ୍ଧୀୟ ଧାରଣା ବିଷୟରେ ମୁଁ ଜାଣିପାରିବି ।

(ii) ଧର୍ମ ସହିଷ୍ଣୁତା ନିମନ୍ତେ ଆପଣଙ୍କୁ କ’ଣ ଉତ୍ସାହିତ କରିଥିଲା ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ ମୁଁ ତାଙ୍କର ସହନଶୀଳତା ବିଷୟରେ ଜାଣିପାରିବି ।

(iii) ଆପଣ କେବେ ଏବଂ କେଉଁଠାରେ ସ୍ଵରାଜ୍ୟର ଧାରଣା ପାଇଲେ ? ଏଥିପାଇଁ ସଂଗ୍ରାମ କରିବା ପାଇଁ କ’ଣ ପ୍ରେରଣା ଦେଇଥୁଲା ? ଏହି ପ୍ରଶ୍ନର ଉତ୍ତର ମାଧ୍ୟମରେ ମୁଁ ତାଙ୍କର ଲକ୍ଷ୍ୟ ଓ ପ୍ରେରଣା ବିଷୟରେ ଜାଣିପାରିବି ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 2.
ରାଜ୍ୟର କୌଣସି ପ୍ରକାଙ୍କୁ ଖରାପ ବ୍ୟବହାର କରିବା କିମ୍ବା ବଳପୂର୍ବକ କାହାଠାରୁ ତୃଣ ପତ୍ରଟିଏ ମଧ୍ଯ ନ ନେବା ପାଇଁ ଶିବାଜୀ ସରକାରୀ କର୍ମଚାରୀମାନଙ୍କୁ କଠୋର ଭାବରେ ନିର୍ଦେଶ ଦେଇଥିଲେ । ତାଙ୍କର ରାଜକର୍ମଚାରୀମାନଙ୍କୁ ଏକ ପତ୍ରରେ ଶିବାଜୀ ନିର୍ଦ୍ଦେଶ ଦେଇଥିଲେ ।
Answer:
‘‘ନୌସେନା ପାଇଁ ସାଗୁଆନ ପରି ବଡ଼ ବଡ଼ ବୃକ୍ଷର ଆବଶ୍ୟକତା ରହିଛି । ଯଦି ଆବଶ୍ୟକ ପଡ଼େ ତେବେ ଜଙ୍ଗଲ ବିଭାଗର ଅନୁମତି ନେବାପରେ ଏପରି ବୃକ୍ଷ କାଟିବାକୁ ହେବ । ଆମ୍ଭ ଓ ପଣସ ପରି ଗଛଗୁଡ଼ିକ ମଧ୍ଯ ଅତ୍ୟନ୍ତ ଦରକାରୀ କିନ୍ତୁ ସେସବୁକୁ ଆଦୌ ହାତ ଦେବା ଠିକ୍ ନୁହେଁ । କାରଣ ଏହିସବୁ ବୃକ୍ଷ ପରିପକ୍ବ ବା ପୂର୍ବ ବିକଶିତ ହେବାପାଇଁ ବହୁତ ବର୍ଷ ଲାଗିଯାଇଥାଏ ଏବଂ ଲୋକମାନେ ନିଜ ସନ୍ତାନମାନଙ୍କ ପରି ତାହାର ଯନ୍ ନେଇଥା’ନ୍ତି । ଯଦି ତୁମେ ସେଗୁଡ଼ିକୁ କାଟିଦିଅ, ତେବେ ସେହି ଲୋକମାନଙ୍କର ଦୁଃଖ କ’ଣ ସବୁଦିନ ପାଇଁ ଦୂର ହୋଇଯିବ ? କାହାକୁ ଦମନ କରି ବା ଦୁଃଖ ଦେଇ ଯେଉଁ ସଫଳତା ହାସଲ କରାଯାଇଥାଏ, ତାହା ଦମନକାରୀ ସହିତ ସେହି ସଫଳତାର ଶୀଘ୍ର ବିଲୟ ଘଟିଥାଏ । ଠିକ୍ ସେହିପରି ଏହିସବୁ ବୃକ୍ଷର ଅନୁପସ୍ଥିତିରେ ଭୟଙ୍କର ପରିଣାମ ଘଟିଥାଏ । ତେଣୁକରି କୌଣସି ପରିସ୍ଥିତିରେ କେବେହେଲେ ବଳ ପ୍ରୟୋଗ କରିବା ଉଚିତ ନୁହେଁ ।’’

Question 3.
ଶିବାଜୀଙ୍କ ପତ୍ରକୁ ଭିତ୍ତିକରି ତାଙ୍କର ମୂଲ୍ୟବୋଧ ଉପରେ ଜଣେ ଶାସକ ଭାବରେ ତୁମେ କ’ଣ କହିପାରିବ ?
Answer:
(i) ଉପରୋକ୍ତ ପତ୍ରକୁ ଭିଭିକରି ଆମେ ଏହି ସିଦ୍ଧାନ୍ତରେ ଉପନୀତ ହୋଇପାରିବା ଯେ ଶିବାଜୀ ଅନୁକମ୍ପା, ନ୍ୟାୟ ଏବଂ ପରିବେଶ ସମ୍ବନ୍ଧୀୟ ଦାୟିତ୍ୱବୋଧ ଇତ୍ୟାଦି ମୂଲ୍ୟବୋଧର ପ୍ରବର୍ତ୍ତକ ଥିଲେ ।

(ii) ସେ ନିଜର ପ୍ରଜାମାନଙ୍କୁ ଦାୟିତ୍ଵ ସହକାରେ ସୁରକ୍ଷା ପ୍ରଦାନ କରୁଥିଲେ । ସେ ପ୍ରଜାମାନଙ୍କର ଭାବାବେଗକୁ ସମ୍ମାନ ଦେଉଥିଲେ ଏବଂ ସେମାନଙ୍କ ଅଭିବୃଦ୍ଧିକୁ ସମର୍ଥନ କରୁଥିଲେ । ସେ ମାନବିକତା, ସହନଶୀଳତା ଏବଂ ନୀତିଗତ ନେତୃତ୍ଵର ପ୍ରସାର କରିବା ପାଇଁ ଯବାନ ଥିଲେ ।

(iii) ଏହି ଚିଠିରୁ ଜଣାଯାଏ ଯେ ତାଙ୍କର ପ୍ରକୃତି ପ୍ରତି ଗଭୀର ଭାବେ ଶ୍ରଦ୍ଧା ଥିଲା ଓ ସେ କଳା ଓ ସାହିତ୍ୟପ୍ରେମୀ ଥିଲେ ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
କେଉଁମାନଙ୍କୁ ମରାଠା କୁହାଯାଇଥାଏ ?
Answer:
ବର୍ତ୍ତମାନର ମହାରାଷ୍ଟ୍ର ତଥା ଦାକ୍ଷିଣାତ୍ୟ ମାଳଭୂମିରେ ବସବାସ କରୁଥିବା ଏକ ଜନସମୂହ ବା ଲୋକମାନଙ୍କୁ

Question 2.
ଶିବାଜୀ କେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ ?
Answer:
ଭୋସଲେ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.
ନିଜର ଲୋକମାନଙ୍କୁ ଶତ୍ରୁ କବଳରୁ ରକ୍ଷା କରିବାପାଇଁ ଶିବାଜୀ କେଉଁ ଅଭିନବ ଯୁଦ୍ଧ ବିଦ୍ୟା ବା ରଣକୌଶଳ ଆରମ୍ଭ କରିଥିଲେ ?
Answer:
ଗରିଲା

Question 4.
ଶିବାଜୀଙ୍କର ଶତ୍ରୁ ଉପରେ ରାତ୍ରିକାଳୀନ ଆକ୍ରମଣ ବ୍ୟବସ୍ଥାକୁ ବର୍ତ୍ତମାନ କ’ଣ କୁହାଯାଇଛି ?
Answer:
ସର୍ଜିକାଲ ଷ୍ଟ୍ରାଇକ୍

Question 5.
କେତେବର୍ଷ ବୟସରେ ଶିବାଜୀ ମୃତ୍ୟୁବରଣ କରିଥିଲେ ?
Answer:
ପଚାଶ ବର୍ଷ

Question 6.
ବଙ୍ଗଳାରେ ମରାଠାମାନେ କେତେ ବର୍ଷ ଧରି ଯୁଦ୍ଧ ଚାଲୁ ରଖୁଥିଲେ ?
Answer:
ଦଶ ବର୍ଷ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 7.
ଶାସନ କାର୍ଯ୍ୟରେ ସହଯୋଗ କରିବାପାଇଁ ଶିବାଜୀ ତାଙ୍କ ମନ୍ତ୍ରିମଣ୍ଡଳରେ ନିଯୁକ୍ତି ଦେଇଥ‌ିବା ଆଠଜଣ ମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ?
Answer:
ଅଷ୍ଟପ୍ରଧାନ ମଣ୍ଡଳ

Question 8
ମରାଠାମାନଙ୍କର ଅତିପ୍ରିୟ ଅସ୍ତ୍ର କ’ଣ ଥିଲା ?
Answer:
ଖଣ୍ଡା ଓ ବର୍ଚ୍ଛା

Question 9.
ଅନେକ ବୈଦେଶିକ ଆକ୍ରମଣ ସତ୍ତ୍ଵେ କେଉଁ କାରଣ ପାଇଁ ମରାଠା ରାଜ୍ୟ ତିଷ୍ଠି ରହିପାରିଥିଲା ?
Answer:
କେବଳ ଦୁର୍ଗଗୁଡ଼ିକ ପାଇଁ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 10.
ପଶ୍ଚିମ ଉପକୂଳରେ ନୌବାହିନୀ ଗଠନ କରିବାପାଇଁ ମରାଠାମାନଙ୍କୁ କିଏ ମାର୍ଗଦର୍ଶନ କରିଥିଲେ ?
Answer:
କାହୋଜୀ ଆଙ୍ଗେ

Question 11.
ମାଲେସିଆର କେଉଁ ବନ୍ଦର ସହିତ ମରାଠାମାନେ ବାଣିଜ୍ୟ କାରବାର କରୁଥିଲେ ?
Answer:
ମାଲାକା

Question 12.
ଶିବାଜୀଙ୍କର ‘ସ୍ଵରାଜ୍ୟ’ ସମ୍ପର୍କିତ ଚିନ୍ତାଧାରା ଶିବାଜୀଙ୍କ କେଉଁ ଅଭିଲେଖରେ ପ୍ରକଟିତ ହୋଇଥିଲା ?
Answer:
ସଂସ୍କୃତରେ ଲିଖ୍ ଏକ ପର୍ସିଆନ୍ ସିଲ୍

Question 13.
‘‘ରାଜ୍ୟ–ବ୍ୟବହାର କୋଷ’’ ନାମକ ଏକ ଗ୍ରନ୍ଥ କିଏ ରଚନା କରିଥିଲେ ?
Answer:
ଶିବାଜୀ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 14.
ମରାଠାର କେଉଁ ବୀରା ନାରୀ ଆଉରେଙ୍ଗଜେବ୍‌ଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷିତ ରହିପାରିଥିଲେ ?
Answer:
ତାରାବାଈ

Question 15.
କେଉଁ ମରାଠା ବୀରା ରମଣୀ ଉତ୍ତରରେ କେଦାନାଥଠାରୁ ଦକ୍ଷିଣରେ ରାମେଶ୍ଵରମ୍ ପର୍ଯ୍ୟନ୍ତ ଶହଶହ ମନ୍ଦିର ନିର୍ମାଣ ଓ ପୁନରୁଦ୍ଧାର କରିଥିଲେ ?
Answer:
ଅହଲ୍ୟାବାଇ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ହିସାବରେ ତୁମେ କାହାକୁ ବିବେଚନା କରିବ ?
(i) ସାମ୍ଭାଜୀ
(ii) ଶିବାଜୀ
(iii) ବାଜିରାଓ ପ୍ରଥମ
(iv) ତାରାବାଈ
Answer:
(ii) ଶିବାଜୀ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 2.
ସପ୍ତମରୁ ସପ୍ତଦଶ ଶତାବ୍ଦୀ ମଧ୍ଯରେ ଆଧ୍ୟାତ୍ମିକ ବିକାଶ ନିମନ୍ତେ ସାଧୁସନ୍ଥମାନେ କେଉଁ ମାର୍ଗକୁ ସର୍ବଶ୍ରେଷ୍ଠ ମାର୍ଗ ଭାବରେ ଅଭିହିତ କରିଥିଲେ ?
(i) ଭକ୍ତିମାର୍ଗ
(ii) କର୍ମମାର୍ଗ
(iii) ଜ୍ଞାନମାର୍ଗ
(iv) ଯୋଗମାର୍ଗ
Answer:
(i) ଭକ୍ତିମାର୍ଗ

Question 3.
ମହାରାଷ୍ଟ୍ର-ଗୋଆ ସୀମାନ୍ତରେ ମାରାଠାମାନେ କେଉଁ ଦୁର୍ଗ ନିର୍ମାଣ କରିଥିଲେ ?
(i) ରାୟଗଡ଼ ଦୁର୍ଗ
(ii) ସିନ୍ଧୁ ଦୁର୍ଗ
(iii) ଚିତୋର ଦୁର୍ଗ
(iv) ପ୍ରତାପଗଡ଼ ଦୁର୍ଗ
Answer:
(ii) ସିନ୍ଧୁ ଦୁର୍ଗ

Question 4.
ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଲୁଚି ରହି ଅତର୍କିତ ଭାବରେ ଖୁବ୍ ଦ୍ରୁତ ଗତିରେ ଶତ୍ରୁ ଉପରେ ଆକ୍ରମଣ କରିବାକୁ କେଉଁ ଯୁଦ୍ଧ କୁହାଯାଇଥାଏ ?
(i) ଆତଙ୍କବାଦ
(ii) ଆତ୍ମଘାତୀ ଯୁଦ୍ଧ
(iii) ଗରିଲା ଯୁଦ୍ଧ
(iv) ଶତ୍ରୁହନ୍ତା ଯୁଦ୍ଧ
Answer:
(iii) ଗରିଲା ଯୁଦ୍ଧ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 5.
ଶିବାଜୀ କେଉଁ ଅସ୍ତ୍ରରେ ଆଫଜଲ୍ ହତ୍ୟା କରିଥିଲେ ?
(i) ଗୁପ୍ତଅସ୍ତ୍ର
(ii) ବର୍ଚ୍ଛା
(iii) ତେଣ୍ଟା
(iv) ବାଘନଖ
Answer:
(iv) ବାଘନଖ

Question 6.
କେଉଁ ଦୁର୍ଗରେ ଶିବାଜୀ ଓ ଜୟସିଂହଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ?
(i) ପୁରନ୍ଦର ଦୁର୍ଗ
(ii) ପ୍ରତାପଗଡ଼ ଦୁର୍ଗ
(iii) କରବାଟୀ ଦୁର୍ଗ
(iv) ସିନ୍ଧୁ ଦୁର୍ଗ
Answer:
(i) ପୁରନ୍ଦର ଦୁର୍ଗ

Question 7.
ଶିବାଜୀ ଦକ୍ଷିଣ ଭାରତରେ ଡଚମାନଙ୍କରର କେଉଁ ବ୍ୟବସାୟକୁ ବନ୍ଦକରି ଦେଇଥିଲେ ?
(i) ମାନବ ଚାଲାଣ
(ii) କ୍ରୀତଦାସ
(iii) ଗୋତି ପ୍ରଥା
(iv) ବାଣିଜ୍ୟ କର
Answer:
(ii) କ୍ରୀତଦାସ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 8.
ଶିବାଜୀଙ୍କ ମୃତ୍ୟୁପରେ ମରାଠାର ଛତ୍ରପତି କିଏ ହୋଇଥିଲେ ?
(i) ଅହଲ୍ଯାବାଈ
(ii) ତାରାବାଈ
(iii) ରାଜାରାମ
(iv) ସାମ୍ଭାଜୀ
Answer:
(iv) ସାମ୍ଭାଜୀ

Question 9.
ମରାଠା ଶାସନ କାଳରେ ପେଶ ଶବ୍ଦ କେଉଁ ପଦ ପାଇଁ ବ୍ୟବହୃତ ହେଉଥିଲା ?
(i) ପ୍ରଧାନ ସବୁବ
(ii) ସେନାପତି
(iii) ପ୍ରଧାନମନ୍ତ୍ରୀ
(iv) ପଦାତିକ ବାହିନୀର ମୁଖ୍ୟ
Answer:
(iii) ପ୍ରଧାନମନ୍ତ୍ରୀ

Question 10.
ଶିବାଜୀଙ୍କ ଶାସନ କାଳରେ ଯେଉଁ ମୁଦ୍ରା ପ୍ରଚଳନ କରିଥିଲେ, ତା’ଉପରେ କେଉଁ ଲିପିରେ ତାଙ୍କର ବୈଶିଷ୍ଟ୍ୟ ଲେଖାଯାଇଥିଲା ?
(i) ଦେବନାଗରୀ ଲିପି
(ii) ବ୍ରାହ୍ମୀଲିପି
(iii) ମରାଠାଲିପି
(iv) ମୁଦ୍ରାଲିପି
Answer:
(i) ଦେବନାଗରୀ ଲିପି

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 11.
‘‘ଅଷ୍ଟମନ୍ତ୍ରୀ ପରିଷଦ’’ରେ ଆମାତ୍ୟଙ୍କୁ କେଉଁ ବିଭାଗ ପ୍ରଦାନ କରାଯାଇଥିଲା ?
(i) ଭୂରାଜସ୍ୱ ବିଭାଗ
(ii) ବୈଦେଶିକ ବିଭାଗ
(iii) ଧାର୍ମିକ କ୍ରିୟାକଳାପ ବିଭାଗ
(iv) ଅର୍ଥ ବିଭାଗ
Answer:
(iv) ଅର୍ଥ ବିଭାଗ

Question 12.
ଶିବାଜୀଙ୍କର ଅର୍ଥମନ୍ତ୍ରୀ କିଏ ଥିଲେ ?
(i) ତୋଡ଼ର ମଲ୍ଲ
(ii) ରାମଚନ୍ଦ୍ର ପନ୍ତ
(iii) ମହାଦ୍‌ଜୀ ସିନ୍ଦେ
(iv) ଗଣପତି ପନ୍ତ
Answer:
(ii) ରାମଚନ୍ଦ୍ର ପନ୍ତ

Question 13.
କେଉଁ ସୈନ୍ୟବାହିନୀ ଗଠନ କରିବାରେ ଶିବାଜୀଙ୍କୁ କାହୋଜୀ ଆଙ୍ଗେ ମାର୍ଗ ପ୍ରଦର୍ଶନ କରିଥିଲେ ?
(i) ପଦାତିକ ବାହିନୀ
(ii) ସ୍ଥଳବାହିନୀ
(iii) ନୌବାହିନୀ
(iv) ଆକାଶବାହିନୀ
Answer:
(iii) ନୌବାହିନୀ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 14.
ମରାଠାମାନଙ୍କର ବିଚାର ବ୍ୟବସ୍ଥାରେ ସର୍ବୋଚ୍ଚ ଦଣ୍ଡବ୍ୟବସ୍ଥା କ’ଣ ଥିଲା ?
(i) ଆଜୀବନ କାରାଦଣ୍ଡ
(ii) ଅଙ୍ଗଚ୍ଛେଦନ
(iii) ଜୋରିମାନା ପ୍ରଦାନ
(iv) ମୃତ୍ୟୁଦଣ୍ଡ
Answer:
(iv) ମୃତ୍ୟୁଦଣ୍ଡ

Question 15.
ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ କାହା ସାହାଯ୍ୟରେ ଜଳପଥରେ ବାଣିଜ୍ୟ କାରବାର ହେଉଥିଲା ?
(i) ଫେରି
(ii) ଅଶ୍ଵ
(iii) ହସ୍ତୀ
(iv) ଓଟ
Answer:
(i) ଫେରି

Question 16.
ଶିବାଜୀଙ୍କର ଶାସନରେ ପ୍ରଚଳିତ ପର୍ସିଆନ ସିଲ୍ କେଉଁ ଭାଷାରେ ଲେଖାଯାଇଥିଲା ?
(i) ମରାଠୀ
(ii) ହିନ୍ଦୀ
(iii) ସଂସ୍କୃତ
(iv) ପାର୍ସି
Answer:
(iii) ସଂସ୍କୃତ

Question 17.
ମରାଠାର ସମସ୍ତ ଶାସକ କେଉଁ ରଙ୍ଗର ଧ୍ଵଜା ବା ପତାକା ବ୍ୟବହାର କରୁଥିଲେ ?
(i) କେଶର
(ii) ଲାଲ
(iii) ହଳଦି
(iv) ଗୋଲାପୀ
Answer:
(i) କେଶର

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 18.
ଅହଲ୍ୟାବାଈ ହୋଲ୍‌କାର କେଉଁ ମନ୍ଦିରର ପୁନଃ ନିର୍ମାଣ କରାଇଥିଲେ ?
(i) ପୁରୀ ମନ୍ଦିର
(ii) ଲିଙ୍ଗରାଜ ମନ୍ଦିର
(iii) କାଶୀବିଶ୍ଵନାଥ ମନ୍ଦିର
(iv) ସ୍ଵର୍ଣ୍ଣମନ୍ଦିର
Answer:
(iii) କାଶୀବିଶ୍ଵନାଥ ମନ୍ଦିର

Question 19.
ତାଞ୍ଜାଭୁରଠାରେ ଲୋକମାନଙ୍କର ଚିକିତ୍ସାପାଇଁ ଧନ୍ଵନ୍ତରୀ ମହଲ କିଏ ପ୍ରତିଷ୍ଠା କରିଥିଲେ ?
(i) ସେରଫୋଜୀ
(ii) ରାମଚନ୍ଦ୍ର ପନ୍ତ
(iii) ରାଜାରାମ
(iv) ଅହଲ୍ୟାବାଈ
Answer:
(i) ସେରଫୋଜୀ

Question 20.
ଭୋନ୍ସଲେ ପରିବାରର ଇତିହାସ ତାଞ୍ଜାଭୁରର କେଉଁ ମନ୍ଦିରର କାନ୍ଥରେ ଲିପିବଦ୍ଧ କରାଯାଇଥିଲା ।
(i) କାଶୀବିଶ୍ଵନାଥ
(ii) ରାମେଶ୍ଵର ମନ୍ଦିର
(iii) ବୃହଦିଶ୍ଵର ମନ୍ଦିର
(iv) ଧନ୍ଵନ୍ତରୀ ମହଲ
Answer:
(iii) ବୃହଦିଶ୍ଵର ମନ୍ଦିର

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 21.
ଭାରତର ଶାସନ କରିଥିବା ବୈଦେଶିକ ଶାସକମାନଙ୍କର ମୂଳ ଲକ୍ଷ୍ୟ __________ ଥିଲା ।
(i) ବାଣିଜ୍ୟ ବ୍ୟବସାୟ
(ii) ଧର୍ମପ୍ରଚାର
(iii) ସାମ୍ରାଜ୍ୟ ବିସ୍ତାର
(iv) ଧନରନ୍ ଲୁଣ୍ଠନ
Answer:
(ii) ଧର୍ମପ୍ରଚାର

Question 22.
____________ ଖ୍ରୀଷ୍ଟାବ୍ଦରେ ରାୟଗଡ଼ ଦୁର୍ଗରେ ଶିବାଜୀଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
(i) ୧୬୭୪
(ii) ୧୬୭୫
(iii) ୧୬୭୬
(iv) ୧୬୭୭
Answer:
(i) ୧୬୭୪

Question 23.
୧୬୩୦ ଖ୍ରୀଷ୍ଟାବ୍ଦରେ ଶିବାଜୀ __________ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
(i) ସିନ୍ଧିଆ
(ii) ଦୁବେ
(iii) ଭୋନ୍ସଲେ
(iv) ବ୍ରାହ୍ମଣ
Answer:
(iii) ଭୋନ୍ସଲେ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 24.
ଶିବାଜୀ ତାଙ୍କର ସାମରିକ ଅଭିଯାନ ___________ ବର୍ଷ ବୟସରେ ଆରମ୍ଭ କରିଥିଲେ ।
(i) ୧୪
(ii) ୧୫
(iii) ୧୬
(iv) ୧୭
Answer:
(iii) ୧୬

Question 25.
ଶତ୍ରୁ କବଳରୁ ଲୋକମାନଙ୍କୁ ରକ୍ଷାକରିବାପାଇଁ ଏକ ଅଭିନବ ଯୁଦ୍ଧବିଦ୍ୟାର ରଣକୌଶଳ ଆରମ୍ଭ କରିଥିଲେ, ତାହା କ’ଣ ଥିଲା ?
(i) ଖଣ୍ଡାଯୁଦ୍ଧ
(ii) ବର୍ହାଯୁଦ୍ଧ
(iii) ଗରିଲା ଯୁଦ୍ଧ
(iv) ପ୍ରଚ୍ଛଦପଟ୍ଟ ଯୁଦ୍ଧ
Answer:
(iii) ଗରିଲା ଯୁଦ୍ଧ

Question 26.
ବିଜାପୁରର ଦକ୍ଷ ସେନାପତି ଆଫଜଲ ଖାଁ ଓ ଶିବାଜୀ ___________ ଦୁର୍ଗରେ ପରସ୍ପରକୁ ସାମନା କରିଥିଲେ ।
(i) ରାୟଗଡ଼
(ii) ସିନ୍ଧୁଦୁର୍ଗ
(iii) ପ୍ରାତପଗଡ଼ ଦୁର୍ଗ
(iv) ମେବାର ଦୁର୍ଗ
Answer:
(iii) ପ୍ରାତପଗଡ଼ ଦୁର୍ଗ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 27.
ବାଘନଖ ଦ୍ଵାରା ଶିବାଜୀ ___________ ଙ୍କୁ ହତ୍ୟା କରିଥିଲେ ।
(i) ଆଫଜଲ ଖାଁ
(ii) ବୈରାମ ଖାଁ
(iii) ସାୟସ୍ତ ଖାଁ
(iv) ବିସ୍‌ମିଲା ଖାଁ
Answer:
(i) ଆଫଜଲ ଖାଁ

Question 28.
ଆଉରେଙ୍ଗଜେବ୍ ଶିବାଜୀଙ୍କୁ ପରାସ୍ତ କରିବାପାଇଁ ବିଶିଷ୍ଟ ରାଜପୁତ୍ ସେନାପତି ______________ ଙ୍କୁ ପଠାଇଥିଲେ ।
(i) ସାୟସ୍ତ ଖାଁ
(ii) ଆଫଜଲ ଖାଁ
(iii) ଜୟ ସିଂହ
(iv) ଅର୍ଜୁନ ସିଂହ
Answer:
(iii) ଜୟ ସିଂହ

Question 29.
୧୬୭୪ ମସିହାରେ ____________ ଦୁର୍ଗରେ ଶିବାଜୀଙ୍କର ଅଭିଷେକ ଉତ୍ସବ ପାଳନ କରାଯାଇଥିଲା ।
(i) ପ୍ରତାପଗଡ଼
(ii) ରାୟଗଡ଼
(iii) ନଲାରଗଡ଼
(iv) ସିନ୍ଧୁଗଡ଼
Answer:
(ii) ରାୟଗଡ଼

Question 30.
_________ ମାନେ ଶିବାଜୀଙ୍କୁ ପ୍ରାଚୀନ ଯୋଦ୍ଧା ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସହିତ ତୁଳନା କରିଥିଲେ ।
(i) ଫରାସୀ
(ii) ୟୁରୋପୀୟ
(iii) ଡଚ
(iv) ମୋଗଲ
Answer:
(ii) ୟୁରୋପୀୟ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 31.
ଶିବାଜୀଙ୍କର ପୁତ୍ର ରାଜାରାମଙ୍କର ରାଣୀ ଥିଲେ _________ |
(i) ଅହଲ୍ଯାବାଈ
(ii) ଶକୁନ୍ତଳାବାଈ
(iii) ତାରାବାଈ
(iv) କୁନ୍ତଳବାଈ
Answer:
(iii) ତାରାବାଈ

Question 32.
ଶିବାଜୀଙ୍କର ଅଷ୍ଟମନ୍ତ୍ରିପରିଷଦରେ ବୈଦେଶିକ ମନ୍ତ୍ରୀଙ୍କୁ ________ କୁହାଯାଉଥିଲା ।
(i) ଆମାତ୍ଯ
(ii) ପ୍ରଧାନମନ୍ତ୍ରୀ
(iii) ସୁମନ୍ତ
(iv) ମୁଖ୍ୟସଚିବ
Answer:
(iii) ସୁମନ୍ତ

Question 33.
__________ ୟୁରୋପୀୟ ଢାଞ୍ଚାରେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରିଥିଲେ ।
(i) ମହାଦ୍‌ଜୀ ସିନ୍ଦେ
(ii) ମୁଦ୍ରା ପଟ୍ଟବର୍ଣନ
(iii) ମୀରାବାଈ
(iv) ସାମ୍ଭାଜୀ
Answer:
(i) ମହାଦ୍‌ଜୀ ସିନ୍ଦେ

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 34.
ମରାଠା ଶାସନ କାଳରେ କୋଲମାନେ __________ ବ୍ୟବସ୍ଥାର ତଦାରଖ କରୁଥିଲେ ।
(i) ଅର୍ଥ
(ii) ଆଇନ
(iii) ଶିକ୍ଷା
(iv) ସ୍ଵାସ୍ଥ୍ୟ
Answer:
(ii) ଆଇନ

Question 35.
‘‘ରାଜ୍ୟ–ବ୍ୟବହାର କୋଷ’ ଗ୍ରନ୍ଥରେ ___________ ଭାଷାକୁ ପ୍ରୋତ୍ସାହିତ କରାଯାଇଥିଲା ।
(i) ହିନ୍ଦୀ
(ii) ଗୁଜୁରାଟୀ
(iii) ମରାଠୀ
(iv) ପାର୍ଶି
Answer:
(iii) ମରାଠୀ

ଠିକ୍ ଉକ୍ତି ପାଖରେ ଠିକ୍ (✓ ) ଚିହ୍ନ ଓ ଭୁଲ୍ ଉକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ଶିବାଜୀ ୧୬୩୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।
Answer:
✓

Question 2.
ପିତା ସାହଜୀ ଓ ମୀରାବାଈଙ୍କଠାରୁ ଶିବାଜୀ ଜନ୍ମଗ୍ରହଣ କରିଥିଲେ ।
Answer:
✗

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.
ମରାଠାର ଦୁର୍ଗଗୁଡ଼ିକ ସାଧାରଣତଃ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ନିର୍ମାଣ କରାଯାଇଥିଲା
Answer:
✗

Question 4.
ମୋଗଲ ସେନାପତି ସାୟସ୍ତ ଖାଁ ଦୀର୍ଘ ତିନି ବର୍ଷକାଳ ଶିବାଜୀଙ୍କ ରାଜ୍ୟକୁ ଆକ୍ରମଣ କରିଥିଲେ ।
Answer:
✓

Question 5.
ମୋହନ ଦାସ ପାରେଖ ଜଣେ ଦାନୀ ବ୍ୟକ୍ତି ଥିଲେ ।
Answer:
✓

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 6.
୧୬୬୫ ଖ୍ରୀଷ୍ଟାବ୍ଦରେ ପୁନେ ନିକଟବର୍ତ୍ତୀ ଦୁର୍ଗରେ ଶିବାଜୀ, ଜୟସିଂହଙ୍କ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ।
Answer:
✓

Question 7.
ପ୍ରଖ୍ୟାତ ହିନ୍ଦୀ କବି ଭୂଷଣ ବିଶେଷକରି ତାରାବାଈଙ୍କୁ ଦେଖାକରିବାକୁ ମହାରାଷ୍ଟ୍ର ଆସିଥିଲେ ।
Answer:
✗

Question 8.
ଶିବାଜୀଙ୍କର ଦୁଇ ପୁତ୍ର ଥିଲେ ଯଥା ସାମ୍ଭାଜୀ ଓ ରାଜାରାମ ।
Answer:
✓

Question 9.
ବିଶେଷକରି ପେଷା ଏକ ଲାଟିନ୍ ଶବ୍ଦ ।
Answer:
✗

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 10.
ବଙ୍ଗଳାରେ ମରାଠାମାନଙ୍କର ଦଶବର୍ଷର ଯୁଦ୍ଧ ଅଭିଯାନରେ ସାଧାରଣ ଜନତାଙ୍କ ଉପରେ ବର୍ବରତା ଓ ଧ୍ୱଂସର ଦମନଲୀଳା ଦେଖିବାକୁ ମିଳିଥିଲା ।
Answer:
✓

Question 11.
ଆଫଗାନ୍‌ମାନଙ୍କ ସହିତ ମରାଠାମାନେ ୧୭୭୧ରେ ପାନିପଥ ଯୁଦ୍ଧରେ ଶୋଚନୀୟ ଭାବରେ ପରାଜୟ ବରଣ କରିଥିଲେ ।
Answer:
✗

Question 12.
୧୭୭୫ ରୁ ୧୮୧୮ ଖ୍ରୀ.ଅ. ମଧ୍ଯରେ ତିନିଗୋଟି ଆ-ମରାଠା ଯୁଦ୍ଧ ସଂଘଟିତ ହୋଇଥିଲା ।
Answer:
✓

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 13.
ହାଇଦର ଅଲ୍ଲୀ ହାଇଦ୍ରାବାଦର ଶାସକ ଥିଲେ ।
Answer:
✗

Question 14.
ମରାଠା ସଶସ୍ତ୍ର ବାହିନୀକୁ ତିନି ଭାଗରେ ଯଥା- ଅଶ୍ୱାରୋହୀ, ଗଜାରୋହୀ, ପଦାତିକ ବାହିନୀରେ ବିଭକ୍ତ କରାଯାଇଥିଲା ।
Answer:
✗

Question 15.
ଗୁଜୁରାଟର ସୋମନାଥ ମନ୍ଦିରକୁ ଆଉରେ ଜେବ୍ ଧ୍ୱଂସ କରିଦେଇଥିଲେ ।
Answer:
✗

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 16.
ମଧ୍ୟପ୍ରଦେଶର ମହେଶ୍ଵର ବୟନ ଶିଳ୍ପକୁ ତାରାବାଈ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।
Answer:
✗

Question 17.
କାଶୀ ବିଶ୍ଵନାଥ ମନ୍ଦିରକୁ ଆଉରଙ୍ଗଜେବ ଧ୍ୱଂସ କରିଦେଇଥିଲେ ।
Answer:
✓

Question 18.
ବୀରା ରମଣୀ ତାରାବାଈଙ୍କର ସ୍ଵାମୀ ଥିଲେ ସାମ୍ଭାଜୀ ।
Answer:
✗

Question 19.
ପଞ୍ଜାଭୁଗର ସମସ୍ତ ମରାଠା ଶାସକମାନଙ୍କ ମଧ୍ୟରୁ ସେରପୋଜୀ ଦ୍ଵିତୀୟଙ୍କର ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥଲା ।
Answer:
✓

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ତୁ କାରାମ ଜଣେ ଦାନୀ ବ୍ୟକ୍ତି
ତାରାବାଈ ଜଣେ ଶାସିକା
ସାୟସ୍ତ ଖା ରାଜପୁତ୍ ସେନାପତି
ମୋହନଦାସ ପାରେଖ ଜଣେ ସନ୍ଥ
ଜୟ ସିଂହ ମୋଗଲ ସେନାପତି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ତୁ କାରାମ ଜଣେ ସନ୍ଥ
ତାରାବାଈ ଜଣେ ଶାସିକା
ସାୟସ୍ତ ଖା ମୋଗଲ ସେନାପତି
ମୋହନଦାସ ପାରେଖ ଜଣେ ଦାନୀ ବ୍ୟକ୍ତି
ଜୟ ସିଂହ ରାଜପୁତ୍ ସେନାପତି

 

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସୁମନ୍ତ ଅର୍ଥମନ୍ତ୍ରୀ
ପଣ୍ଡିତରାଓ ସର୍ବଭୌମ ରାଜା
ଅମାତ୍ଯ ବୈଦେଶିକ ମନ୍ତ୍ରୀ
ସଚିବ ଧାର୍ମିକ ପ୍ରମୁଖ
ଛତ୍ରପତି ଭୂରାଜସ୍ୱ ମନ୍ତ୍ରୀ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସୁମନ୍ତ ବୈଦେଶିକ ମନ୍ତ୍ରୀ
ପଣ୍ଡିତରାଓ ଧାର୍ମିକ ପ୍ରମୁଖ
ଅମାତ୍ଯ ଅର୍ଥମନ୍ତ୍ରୀ
ସଚିବ ଭୂରାଜସ୍ୱ ମନ୍ତ୍ରୀ
ଛତ୍ରପତି ସର୍ବଭୌମ ରାଜା

 

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କହ୍ନେଜୀ ଆଙ୍ଗେ ସନ୍ଥ
କୋଟୱାଲ ସେନାପତି
ସେରଫୋଜୀ ଆଇନ ବ୍ୟବସ୍ଥା
ଜୟ ସିଂହ ନୌସେନା
ରାମଦାସ ଚିକିତ୍ସାବ୍ୟବସ୍ଥା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କହ୍ନେଜୀ ଆଙ୍ଗେ ନୌସେନା
କୋଟୱାଲ ଆଇନ ବ୍ୟବସ୍ଥା
ସେରଫୋଜୀ ଚିକିତ୍ସାବ୍ୟବସ୍ଥା
ଜୟ ସିଂହ ନୌସେନା
ରାମଦାସ ସନ୍ଥ

 

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶିବାଜୀଙ୍କ ଜନ୍ମ ୧୬୮୦ ଖ୍ରୀ.ଅ.
ଆଗ୍ରା ଜେଲରେ ଶିବାଜୀଙ୍କ ବନ୍ଦୀ କରି ରଖୁବା ୧୬୭୪ ଖ୍ରୀ.ଅ.
ମରାଠା ସୈନ୍ୟବାହିନୀର ପ୍ରତିଷ୍ଠା ୧୬୫୭ ଖ୍ରୀ.ଅ.
ଶିବାଜୀଙ୍କର ମୃତ୍ୟୁ ୧୬୩୦ ଖ୍ରୀ.ଅ.
ଶିବାଜୀଙ୍କର ଅଭିଷେକ ଉତ୍ସବ ୧୬୬୬ ଖ୍ରୀ.ଅ.

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶିବାଜୀଙ୍କ ଜନ୍ମ ୧୬୩୦ ଖ୍ରୀ.ଅ
ଆଗ୍ରା ଜେଲରେ ଶିବାଜୀଙ୍କ ବନ୍ଦୀ କରି ରଖୁବା ୧୬୬୬ ଖ୍ରୀ.ଅ.
ମରାଠା ସୈନ୍ୟବାହିନୀର ପ୍ରତିଷ୍ଠା ୧୬୫୭ ଖ୍ରୀ.ଅ.
ଶିବାଜୀଙ୍କର ମୃତ୍ୟୁ ୧୬୮୦ ଖ୍ରୀ.ଅ.
ଶିବାଜୀଙ୍କର ଅଭିଷେକ ଉତ୍ସବ ୧୬୭୪ ଖ୍ରୀ.ଅ.

 

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ମରାଠୀ ଭାଷା କେବେଠାରୁ କିପରି ଆରମ୍ଭ ହୋଇଥିଲା ?
Answer:

  1. ଦାକ୍ଷିଣାତ୍ୟ ମାଳଭୂମିରେ ବସବାସ କରୁଥିବା ଲୋକମାନଙ୍କୁ ମରାଠା କୁହାଯାଉଥିବାବେଳେ ସେମାନଙ୍କର ଭାଷାକୁ ମରାଠୀ କୁହାଯାଉଥିଲା । ତାଙ୍କ ଭାଷା ପାଇଁ ସେମାନେ ବେଶ ପରିଚିତ ଥିଲେ ।
  2. ଦ୍ଵାଦଶ ଶତାବ୍ଦୀରୁ ଏହି ଭାଷାର ସାହିତ୍ୟିକ ଇତିହାସ ଖୁବ୍ ସମୃଦ୍ଧ ହୋଇଆସିଥିଲା ।

Question 2.
ଶିବାଜୀ କେବେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ମାତାପିତାଙ୍କ ନାମ କ’ଣ ଥିଲା ?
Answer:

  1. ୧୬୩୦ ଖ୍ରୀଷ୍ଟାବ୍ଦରେ ଶିବାଜୀ ଭୋସଲେ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  2. ତାଙ୍କ ପିତାଙ୍କର ନାମ ଥିଲା ସାହଜୀ ଓ ମାତା ଥିଲେ ଜୀଜାବାଈ ।

Question 3.
‘ଗରିଲା’ ରଣକୌଶଳ କହିଲେ କ’ଣ ବୁଝ ?
Answer:

  1. ନିଜର ଲୋକମାନଙ୍କୁ ଶତ୍ରୁକବଳରୁ ରକ୍ଷା କରିବାପାଇଁ ଶିବାଜୀଙ୍କର ଏକ ନୂଆ ଯୁଦ୍ଧ ବିଦ୍ୟାକୁ ‘ଗରିଲା’ ରଣ କୌଶଳ କୁହାଯାଉଥିଲା ।
  2. ଏଥ‌ିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୁଚି ରହି ଅତର୍କିତ ଭାବରେ ଖୁବ୍ ଦ୍ରୁତ ଗତିରେ ଶତ୍ରୁ ଉପରେ ଆକ୍ରମଣ କରି ପରାସ୍ତ’କରାଯାଇଥାଏ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 4.
ଜୟସିଂହ କିଏ ? ସେ ଶିବାଜୀଙ୍କୁ କେଉଁଠାରେ ଭେଟିଥିଲେ ?
Answer:

  1. ଆଉରେଙ୍ଗଜେବଙ୍କର ବିଶିଷ୍ଟ ରାଜପୁତ୍ ସେନାପତି ଥିଲେ ଜୟସିଂହ ।
  2. ଶିବାଜୀ ତାଙ୍କ ସହ ଯୁଦ୍ଧରେ ପରାଜିତ ହେବାପରେ ୧୬୬୫ରେ ପୁନେ ନିକଟବର୍ତ୍ତୀ ପୁରନ୍ଦର ଦୁର୍ଗରେ ଜୟସିଂହଙ୍କୁ ସାକ୍ଷାତ କରିଥିଲେ ।

Question 5.
ପାରମ୍ପରିକ ପଦବୀ ‘ଶ୍ରୀରାଜା ଶିବ ଛତ୍ରପତି’ ଶିବାଜୀ କେବେ କେଉଁଠାରେ ଗ୍ରହଣ କରିଥିଲେ ?
Answer:

  1. ୧୬୭୪ ମସିହାରେ ବୈଦିକ ରୀତିନୀତି ଅନୁସାରେ ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ଠାରେ ଶିବାଜୀଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
  2. ଅଭିଷେକ ପରେ ଶିବାଜୀ ପାରମ୍ପରିକ ପଦବୀ ‘ଶ୍ରୀରାଜା ଶିବ ଛତ୍ରପତି’ ଉପାଧ୍ ଗ୍ରହଣ କରିଥିଲେ ।

Question 6.
ଶିବାଜୀଙ୍କ ପରେ ମରାଠାର ଛତ୍ରପତି କିଏ, କେବେ ହୋଇଥିଲେ ?
Answer:

  1. ୧୬୮୦ ଖ୍ରୀଷ୍ଟାବ୍ଦରେ ଶିବାଜୀଙ୍କର ମୃତ୍ୟୁ ହୋଇଥିଲା ।
  2. ସାମ୍ଭାଜୀ ଓ ରାଜାରାମ ନାମରେ ତାଙ୍କର ଦୁଇ ପୁତ୍ର ଥିଲେ । ଶିବାଜୀଙ୍କ ପରେ ସାମ୍ଭାଜୀ ‘ଛତ୍ରପତି’ ଉପାଧ୍ ଧାରଣ କରିଥିଲେ ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 7.
ମରାଠାମାନେ କେଉଁ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ?
Answer:

  1. ମରାଠାମାନେ ଏକ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।
  2. ସୁଲତାନ ଓ ମୋଗଲମାନଙ୍କଦ୍ଵାରା ପ୍ରଚଳିତ ବଂଶାନୁକ୍ରମିକ ସରକାରୀ ପଦବୀ ତଥା ଜାଗିର ବ୍ୟବସ୍ଥାକୁ ଉଚ୍ଛେଦ କରି ସେମାନେ ରାଜକୋଷରୁ କର୍ମଚାରୀମାନଙ୍କୁ ବେତନ ଦେବାର ବ୍ୟବସ୍ଥା କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1
ମରାଠାମାନଙ୍କ କର ଆଦାୟ ପ୍ରଣାଳୀ କିପରି ଥୁଲା ?
Answer:
(i) ମରାଠାମାନେ ଅନେକ ସମୟରେ ଚୌଥ (ଶହେ ଭାଗରୁ ପଚିଶ ଭାଗ) ଏବଂ ସରଦେଶମୁଖୀ ଅର୍ଥାତ୍ (ଚୌଥରୁ ଛାଡ଼ି ଅତିରିକ୍ତ ଦଶଭାଗ) ନାମକ ଦୁଇ ପ୍ରକାର କର ଆଦାୟ କରୁଥିଲେ ।

(ii) ଦକ୍ଷିଣ ଓ ଉତ୍ତରର କେତେକ ଅଞ୍ଚଳ ସହିତ, ଯେଉଁସବୁ ପ୍ରଦେଶ ବା ରାଜ୍ୟ ମରାଠା ସାମ୍ରାଜ୍ୟ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ନଥିଲା, ସେହି ରାଜ୍ୟର ପ୍ରଜାମାନଙ୍କଠାରୁ ଏହି ପ୍ରକାର କର ଆଦାୟ କରାଯାଉଥିଲା ।

(iii) ତା’ ବଦଳରେ ସେହିସବୁ ରାଜ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହିତ, ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁନଥିଲେ ।

Question 2.
ମରାଠା ଶାସନରେ ଦୁର୍ଗଗୁଡ଼ିକର ଭୂମିକା କ’ଣ ଥିଲା ?
Answer:
(i) ଦୁର୍ଗଗୁଡ଼ିକ ରାଜ୍ୟର ମୂଳ ଭାଗ ବା କେନ୍ଦ୍ର ଥିଲା ।

(ii) ଦୁର୍ଗଗୁଡ଼ିକ ନଥିଲେ ସାମରିକ ଅଭିଯାନର ପ୍ରବେଶ ପଥରେ ସ୍ଥଳଭାଗ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଥାନ୍ତା ।

(iii) ତେଣୁକରି ପୂର୍ବ ରାଜାମାନେ ନିଜ ଦେଶକୁ ସୁରକ୍ଷିତ ରଖିବା ନିମନ୍ତେ ଅଧିକରୁ ଅଧୂକ ଦୁର୍ଗ ନିର୍ମାଣକୁ ଗୁରୁତ୍ଵ ଦେଉଥିଲେ । ମରାଠା ଶାସନ କାଳରେ ଦୁର୍ଗଗୁଡ଼ିକର ଭିଭିଭୂମି ସୁଦୃଢ଼ ହେବା ସହିତ ସାମରିକ କ୍ଷେତ୍ରରେ ଅନେକ ସୁରକ୍ଷା ପ୍ରଦାନ କରିଥିଲା ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 3.
ଶିବାଜୀ ଶାସନ କାଳର ବାଣିଜ୍ୟିକ ସମ୍ପର୍କ ବିଷୟରେ ଆଲୋଚନା କର ।
Answer:
(i) ଶିବାଜୀ ବ୍ୟବସାୟ ବାଣିଜ୍ୟକୁ ଉତ୍ସାହିତ କରିବା ସହିତ ବୈଦେଶିକ ସାମୁଦ୍ରିକ ବାଣିଜ୍ୟକୁ ପ୍ରୋତ୍ସାହିତ କରୁଥିଲେ ।

(ii) ତାଙ୍କର ନିଜର ଜାହାଜସବୁ ନିୟମିତ ଭାବରେ ୟେମେନ୍‌ର ମୋଚା, ଓମାନର ମୁସକାଟ ଓ ମାଲେସିଆର ମାଲାକା ବନ୍ଦରକୁ ନିୟମିତ ଯାତାୟାତ କରୁଥିଲା ।

(iii) ସେମାନେ ଜାହାଜରେ ମୂଲ୍ୟବାନ ବସ୍ତ୍ର ଓ ସ୍ଵର୍ଣ୍ଣ ଇତ୍ୟାଦି ଦ୍ରବ୍ୟ ନେଇ ଯାତ୍ରା ଶତାବ୍ଦୀରେ ଓଡ଼ିଶାରେ ଫେରି ସାହାଯ୍ୟରେ ଜଳ ପଥରେ ବାଣିଜ୍ୟ କାରବାର ହେଉଥିଲା ।

Question 4.
ତାରାବାଈଙ୍କ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
(i) ତାରାବାଈ ଥିଲେ ଜଣେ ନିର୍ଭୟା ମରାଠା ବୀର ରମଣୀ, ଯିଏ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭରେ ନିଜର ସ୍ଵାମୀ ରାଜାରାମଙ୍କର ମୃତ୍ୟୁପରେ ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ।

(ii) ସେ ନିଜର ବିଶାଳ ମରାଠା ବାହିନୀକୁ ସଙ୍ଗଠିତ କରି ଉତ୍ତରରେ ଥ‌ିବା ମୋଗଲ ଅଞ୍ଚଳଗୁଡ଼ିକୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

(iii) ତାଙ୍କର ରଣନୀତି ଓ ଦୃଢ଼ ମନୋବଳ ମୋଗଲ ସାମ୍ରାଜ୍ୟକୁ ପ୍ରତିହତ କରିବା ସହିତ ଗୁରୁତ୍ଵପୂର୍ଣ୍ଣ ସମୟରେ ମରାଠା ସ୍ଵାଧୀନତାକୁ ସୁରକ୍ଷିତ ରଙ୍ଖାରିଥିଲା ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 5.
ମରାଠା ଐତିହ୍ୟ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
(i) ଇଂରେଜମାନେ ଭାରତ ଉପମହାଦେଶ ଅଧିକାର କରିବା ପୂର୍ବରୁ ମରାଠା ଶାସନ, ମୋଗଲ ପ୍ରାଧାନ୍ୟକୁ ପ୍ରତିହତ କରିବା ସହିତ ସର୍ବବୃହତ୍ ଭାରତୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଥିଲା ।

(ii) କେନ୍ଦ୍ରୀୟ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ନିଜ ନିୟନ୍ତ୍ରଣରେ ରଖୁବା ସହିତ ସେମାନେ ସୁଶାସନ ବ୍ୟବସ୍ଥା ପ୍ରଦାନ କରିବାରେ ଦୀର୍ଘଦିନ ଧରି ସକ୍ଷମ ହୋଇଥିଲେ ।

(iii) ସେମାନେ ଏକ ଦକ୍ଷ ପ୍ରଶାସନ ସହିତ ଶାସନ କରିବାର ଏକ ନୂତନ ଉପାୟ ନିରୂପଣ କରି ଧାର୍ମିକ ଭେଦଭାବ ବିନା ସ୍ଥାନୀୟ ହିନ୍ଦୁ ପରମ୍ପରାକୁ ପୁନର୍ଜୀବିତ କରିଥିଲେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାରତର ସାଂସ୍କୃତିକ ବିକାଶ କ୍ଷେତ୍ରରେ ଶିବାଜୀଙ୍କ ଅବଦାନଗୁଡ଼ିକ ଉଲ୍ଲେଖ କର ।
Answer:
(i) ଭାରତର ସାଂସ୍କୃତିକ ବିକାଶରେ ଶିବାଜୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା । ସଂସ୍କୃତରେ ଲିଖୁ ଏକ ପ୍ରଚଳିତ ପର୍ସିଆନ ସିଲ ଅଭିଲେଖରେ ତାଙ୍କର ‘ସ୍ୱରାଜ୍ୟ’ ସମ୍ପର୍କିତ ଚିନ୍ତାଧାରା ପ୍ରକଟିତ ହୋଇଥିଲା ।

(ii) ଶିବାଜୀ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ଅନ୍ୟ ସମସ୍ତ ଧର୍ମକୁ ସମ୍ମାନ ଜଣାଉଥିଲେ । ତାଙ୍କର କେଶରୀ ରଙ୍ଗର ଧ୍ଵଜା ବା ପତାକାକୁ ସମସ୍ତ ମରାଠା ଶାସକମାନେ ଗ୍ରହଣ କରିଥେଲେ ।

(iii) ସେ ଅନେକ ଭଗ୍ନ ମନ୍ଦିରଗୁଡ଼ିକର ପୁନଃ ନିର୍ମାଣ କରାଇଥିବାବେଳେ ସଂସ୍କୃତ ଓ ମରାଠୀ ସାହିତ୍ୟ, ବିଭିନ୍ନ ଧର୍ମାନୁଷ୍ଠାନ ଏବଂ ପାରମ୍ପରିକ ଚିତ୍ରକଳାର ପୃଷ୍ଠପୋଷକତା ମଧ୍ୟ କରିଥିଲେ ।

(iv) ପ୍ରାଚୀନ ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧର ପୁନରୁତ୍ଥାନ ପାଇଁ ତାଙ୍କ ଅବଦାନ ସର୍ବୋକୃଷ୍ଣ ଥିଲା ।

(v) ସେ ବିଭିନ୍ନ ପ୍ରଦର୍ଶନ ମାଧ୍ୟମରେ ଲୋକମାନଙ୍କୁ ବୁଝାଉଥିଲେ ଯେ ଶକ୍ତିଶାଳୀ ରାଜ୍ୟ ବା ସାମ୍ରାଜ୍ୟଗୁଡ଼ିକ ପରାଜିତ ହୋଇପାରନ୍ତି କିନ୍ତୁ ମରାଠାମାନେ ସେମାନଙ୍କ ନିଜ ସାମ୍ରାଜ୍ୟର ପରିଚାଳନା, ପ୍ରସାର ଓ ଶାସନ କରିବାରେ ନିଜେହିଁ କୌଣସି ଗୁଣରେ କମ୍ ନୁହଁନ୍ତି ।

Class 8 Social Science Chapter 3 Question Answer Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Question 2.
ଶିବାଜୀ ବାସ୍ତବରେ ଜଣେ ପ୍ରକୃତ ଦୂରଦ୍ରଷ୍ଟା ଓ ଦକ୍ଷ ରଣନୀତିଜ୍ଞ ଥିଲେ । ଏହା ସପକ୍ଷରେ ତୁମେ କେଉଁ ଯୁକ୍ତି ବାଢ଼ିବ ସଂକ୍ଷେପରେ ଲେଖ ।
Answer:
(i) ଆମେ ଯାହା ଇତିହାସରୁ ଜାଣୁ ଯେ ଛତ୍ରପତି ଶିବାଜୀ ବାସ୍ତବରେ ଜଣେ ପ୍ରକୃତ ଦୂରଦ୍ରଷ୍ଟା ଓ ଦକ୍ଷ ରଣନୀତିଜ୍ଞ ଥିଲେ । ଜୀବନକାଳ ମଧ୍ୟରେ ତାଙ୍କର କାର୍ଯ୍ୟକଳାପ ଆଜି ଭାରତ ତଥା ଭାରତ ବାହାରେ କିମ୍ବଦନ୍ତୀର ରୂପ ନେଇଛି ।

(ii) ୟୁରୋପୀୟମାନେ ଶିବାଜୀଙ୍କୁ ପ୍ରାଚୀନ ଯୋଦ୍ଧା ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସହିତ ତୁଳନା କରିଥା’ନ୍ତି ।

(iii) ବୁନ୍ଦେଲ ରାଜକୁମାର ଛତ୍ରଶାଲ୍ ମୋଗଲମାନଙ୍କ ବିରୁଦ୍ଧରେ ଶିବାଜୀଙ୍କ ରଣନୀତିଦ୍ଵାରା ଏପରି ଭାବରେ ପ୍ରଭାବିତ ହୋଇଥିଲେ ଯେ ପରବର୍ତ୍ତୀ ସମୟରେ ଏକ ସ୍ଵାଧୀନ ବୁନ୍ଦେଲଖଣ୍ଡ ରାଜ୍ୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲେ ।

(iv) ପ୍ରଖ୍ୟାତ ହିନ୍ଦୀ କବି ଭୂଷଣ ବିଶେଷକରି ଶିବାଜୀଙ୍କୁ ଦେଖାକରିବାକୁ ମହାରାଷ୍ଟ୍ର ଆସିଥିଲେ ଏବଂ ତାଙ୍କୁ ପ୍ରଶଂସା କରି ଅନେକ କବିତା ରଚନା କରିଥିଲେ ତାହା ଆଜି ମଧ୍ୟ ଲୋକପ୍ରିୟ ହୋଇପାରିଛି ।

Question 3.
ଚାଞ୍ଜାଭୁରର ଶାସକ ସେରଫୋଜୀ ଦ୍ଵିତୀୟଙ୍କର ଅବଦାନଗୁଡ଼ିକ ଉଲ୍ଲେଖ କର ।
Answer:
(i) ଚାଞ୍ଜାଭୁରର ସମସ୍ତ ମରାଠା ଶାସକମାନଙ୍କ ମଧ୍ୟରୁ ସେରଫୋଦୀ ଦ୍ଵିତୀୟଙ୍କ ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥିଲା । ଅନେକ ୟୁରୋପୀୟ ଭାଷାରେ ତାଙ୍କର ଜ୍ଞାନଥିଲା । ସେ ନିଜେ ‘ଦେବେନ୍ଦ୍ର କୁରଭାଞ୍ଜି’ ନାମରେ ଏକ ମରାଠୀ ନାଟକ ରଚନା କରିଥିଲେ ।

(ii) ସେ ତାଙ୍କ ସମୟରେ ଅନେକ ସଙ୍ଗୀତମାନଙ୍କର ପୃଷ୍ଠପୋଷକତା କରିଥିଲେ ଯଥା- କର୍ଣ୍ଣାଟକୀ ସଙ୍ଗୀତ ଏକ ସ୍ଵତନ୍ତ୍ର ରୂପ ନେଇଥିଲା ଓ ଏହା ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ ରୂପେ ହୋଇଥିଲା ।

(iii) ତାଙ୍କର ଔଷଧପତ୍ର ପ୍ରତି ବହୁତ ଆଗ୍ରହୀ ଥିଲା । ତେଣୁ ସେ ଧନ୍ଵନ୍ତରୀ ମହଲ ପ୍ରତିଷ୍ଠା କରିଥିଲେ, ଯାହା ଏକ ଚିକିତ୍ସା କେନ୍ଦ୍ରଥିଲା । ସେଠାରେ ଉଭୟ ଭାରତୀୟ ଓ ପାଶ୍ଚାତ୍ୟ ଔଷଧ ବ୍ୟବହାର କରାଯାଇ ମାଗଣାରେ ଚିକିତ୍ସା ପ୍ରଦାନ କରାଯାଇଥିଲା ।

(iv) ସେ ଏକ ମୁଦ୍ରଣାଳୟ ମଧ୍ୟ ଆରମ୍ଭ କରିଥିଲେ ଯାହା ଜଣେ ସ୍ଵଦେଶୀ ଶାସକଙ୍କଦ୍ଵାରା ଭାରତରେ ଥିଲା ପ୍ରଥମ । ତାଞ୍ଜାଭୁରର ବୃହଦିଶ୍ଵର ମନ୍ଦିର କାନ୍ଥରେ ଭୋନ୍ସଲେ ପରିବାରର ଇତିହାସ ଲିପିବଦ୍ଧ କରିଥିଲେ ଯାହା ଭାରତର ସବୁଠାରୁ ବଡ଼ ଏକକ ଶିଳାଲେଖ ଥିଲା ।

(v) ତାଞ୍ଜାଭୁରର ସାଂସ୍କୃତିକ ପରିବେଶ ବିଭିନ୍ନ ଭାଷାର ମିଶ୍ରଣରେ ବହୁଭାଷୀ ଥିଲା । ସ୍ଥାନୀୟ ତାମିଲ ସଂସ୍କୃତି, ପୂର୍ବତନ ଶାସକଙ୍କ ତେଲୁଗୁ ସଂସ୍କୃତି ଏବଂ ବର୍ତ୍ତମାନର ଶାସକଙ୍କର ମରାଠା ସଂସ୍କୃତି ପରସ୍ପର ସହିତ ମୁକ୍ତ ଭାବରେ କାର୍ଯ୍ୟ କରୁଥିଲେ ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Go through Class 8 Social Science Solutions Odia Medium and Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ to understand textbook questions more clearly.

8th Class Social Science Chapter 2 Question Answer Odia Medium

Class 8 Social Science Chapter 2 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଦିଲ୍ଲୀ ସୁଲତାନୀ ଶାସନ ଏବଂ ମୋଗଲମାନଙ୍କର ରାଜନୈତିକ ରଣନୀତି ତୁଳନା କର । ସେମାନଙ୍କ ମଧ୍ୟରେ କ’ଣ ସମାନତା ଏବଂ ପାର୍ଥକ୍ୟ ଥିଲା ?
Answer:
(i) ଉଭୟ ଦିଲ୍ଲୀ ସୁଲତାନୀ ଶାସନ ଏବଂ ମୋଗଲ ସାମ୍ରାଜ୍ୟ ନିଜର ଶାସନକୁ ବିସ୍ତାର କରିବା ପାଇଁ ସାମରିକ ଶକ୍ତି ବ୍ୟବହାର କରୁଥିଲେ । ସେମାନେ ଯୁଦ୍ଧ କରୁଥିଲେ, ସହରଗୁଡ଼ିକୁ ଆକ୍ରମଣ କରୁଥିଲେ ଏବଂ ସୈନ୍ୟବାହିନୀର ଖର୍ଚ୍ଚ ପାଇଁ ଜିଜିୟା କର ଓ ଭୂ-ରାଜସ୍ୱ ଆଦାୟ କରୁଥିଲେ ।

(ii) ସେମାନଙ୍କ ଶାସନ ପ୍ରଣାଳୀ ସଂପୂର୍ଣ୍ଣ ଭିନ୍ନ ଥିଲା । ଦିଲ୍ଲୀର ସୁଲତାନମାନେ ମୁଖ୍ୟତଃ ସାମରିକ ଶକ୍ତି ଉପରେ ନିର୍ଭର କରୁଥ‌ିବା ଯୋଗୁଁ ଇକ୍ତା ପ୍ରଥା ପ୍ରଚଳନ କରି ସାମରିକ ସେବା ପ୍ରତିବଦଳରେ ସମ୍ଭ୍ରାନ୍ତମାନଙ୍କୁ ଜମି ଦେଉଥିଲେ । ଏହା ଅଧିକାଂଶ ସମୟରେ ଅସ୍ଥିରତା ସୃଷ୍ଟି କରୁଥିଲା ଏବଂ ବାରମ୍ବାର କ୍ଷମତା ପାଇଁ ସଂଗ୍ରାମ ହେଉଥିଲା । ଏହା ଫଳରେ ସୁଲତାନମାନଙ୍କଜ୍ଞର ହାରାହାରି ଶାସନକାଳ ସ୍ଵଳ୍ପକାଳ ଅର୍ଥାତ୍ ପାଖାପାଖୁ ୯ ବର୍ଷ ଥିଲା ।

(iii) ମୋଗଲମାନେ ବିଶେଷତଃ ସମ୍ରାଟ ଆକବର ଏକ ସ୍ଥିର ଏବଂ ଚିର୍ତ୍ତୀଶୀଳ ମନୋଭାବ ପୋଷଣ କରିଥିଲେ । ସେମାନେ କୂଟନୀତି, ବୈବାହିକ ସମ୍ପର୍କ, ଧର୍ମୀୟ ସହନଶୀଳତା ଅବଲମ୍ବନ କରିଥିଲେ ।

(iv) ସେମାନେ ନିଜର ଅଧିକାରୀ ଏବଂ ସୈନ୍ୟବାହିନୀର ସୁପରିଚାଳନା ପାଇଁ ମନସଦାରୀ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଏହା ତାଙ୍କର ଶାସନକୁ ଦୀର୍ଘ ତଥା ଶାନ୍ତିପୂର୍ଣ୍ଣ କରିପାରିଥିଲା ।

(v) ମୋଗଲ ଶାସକମାନେ ଆଉରଙ୍ଗଜେବ୍‌ଙ୍କ ଶାସନ ପର୍ଯ୍ୟନ୍ତ ହାରାହାରି ୨୭ ବର୍ଷ ଶାସନ କରିଥିଲେ । ତେଣୁ ଉଭୟ ଦିଲ୍ଲୀ ସୁଲତାନୀ ଶାସନ ଓ ମୋଗଲ ଶାସନ ଯୁଦ୍ଧ ଓ କର ଆଦାୟ ଉପରେ ନିର୍ଭର କରୁଥିଲେ ମଧ୍ୟ ମୋଗଲମାନଙ୍କର ଏକ ସୁଚିନ୍ତିତ ଓ ସୁଦୃଢ଼ ଶାସନ ବ୍ୟବସ୍ଥା ଥିଲା ।

Question 2.
ବିଜୟନଗର ସାମ୍ରାଜ୍ୟ, ଅହୋମ ରାଜ୍ୟ ଓ କଳିଙ୍ଗ ସାମ୍ରାଜ୍ୟ ଭଳି ରାଜ୍ୟ ଅନ୍ୟମାନଙ୍କ ତୁଳନାରେ କାହିଁକି ଦୀର୍ଘ ସମୟଧରି ବିଜୟକୁ ରକ୍ଷା କରିପାରିଥିଲେ ? ସେମାନଙ୍କ ସଫଳତାରେ କେଉଁ ଭୌଗୋଳିକ, ସାମରିକ ଏବଂ ସାମାଜିକ କାରଣ ଯୋଗଦାନ ଦେଇଥିଲା ?
Answer:
(i) ବିଜୟନଗର ସାମ୍ରାଜ୍ୟ, ଅହୋମ ରାଜ୍ୟ କଳିଙ୍ଗ ସାମ୍ରାଜ୍ୟ ଭଳି ରାଜ୍ୟର ଶାସକମାନେ ଦୀର୍ଘଦିନ ଧରି ଶାସନ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରୁଥିଲେ । ସେମାନେ ଭୌଗୋଳିକ ସୁବିଧା ସୁଯୋଗକୁ ବ୍ୟବହାର କରିବା ସହିତ ଶକ୍ତିଶାଳୀ ସୈନ୍ୟବାହିନୀ ରଖୁଥିଲେ ଓ ସ୍ଵତନ୍ତ୍ର ସାମାଜିକ ସୁବ୍ୟବସ୍ଥାମାନ ପ୍ରଚଳନ କରିଥିଲେ ।

(ii) ଶାସକମାନଙ୍କ ମଧ୍ୟରୁ ବିଜୟନଗର ସମ୍ରାଟ କୃଷ୍ଣଦେବରାୟ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କରିବା ସହିତ ବିଭିନ୍ନ ମଠ ଓ ମନ୍ଦିରମାନ ନିର୍ମାଣ କରି ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ଏକତା ବଜାୟ ରଖୁପାରିଥିଲେ । ହାମ୍ପି ପର୍ବତମାଳା ସେମାନଙ୍କୁ ବହିଃଶତ୍ରୁ ଆକ୍ରମଣରୁ ଅନେକାଂଶରେ ସାହାଯ୍ୟ
କରୁଥିଲା ।

(iii) ଆସାମରେ ପ୍ରତିଷ୍ଠା କରାଯାଇଥିବା ଅହୋମ ରାଜ୍ୟର ଘଞ୍ଚ ଜଙ୍ଗଲ, ନଦୀନାଳ ଏବଂ ପାହାଡ଼ ସେମାନଙ୍କୁ ସୁରକ୍ଷା ଦେବାରେ ବହୁତ ସାହାଯ୍ୟ କରୁଥିଲା । ସେମାନେ ଗରିଲା ଯୁଦ୍ଧ କରିବାରେ ସିଦ୍ଧହସ୍ତ ଥିଲେ । ୧୬୭୧ ଖ୍ରୀ.ଅ. ହୋଇଥିବା ସରାଇଘାଟ ଯୁଦ୍ଧରେ ସେମାନେ ଜିତିବାକୁ ସକ୍ଷମ ହୋଇଥିଲେ ।

(iv) ସେମାନଙ୍କର ପାଇକ ବ୍ୟବସ୍ଥାରେ ସାଧାରଣ ଲୋକମାନଙ୍କୁ ମଧ୍ଯ ସୈନ୍ୟବାହିନୀ ଯୋଗଦେବାର ବ୍ୟବସ୍ଥା କରାଯାଇଥିଲା । କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ଠିକ୍ ସେହି ନୀତିରେ ଶାସନକରି ଦୀର୍ଘଦିନ ଧରି ସ୍ଥାୟୀ ଶାସନ ବ୍ୟବସ୍ଥା ପ୍ରଦାନ କରିବାରେ କୃତକାର୍ଯ୍ୟ ହୋଇପାରିଥିଲେ ।

(v) ଉପରୋକ୍ତ ତିନି ଗୋଟି ସାମ୍ରାଜ୍ୟରେ ସେମାନଙ୍କର ଭୌଗୋଳିକ ଅବସ୍ଥିତି, ଶାସକ ତଥା ସେନାପତିମାନଙ୍କର ସୈନ୍ୟ ପରିଚାଳନା କୌଶଳ ଏବଂ ଦୃଢ଼ ସାମାଜିକ ସୁବ୍ୟବସ୍ଥା ସେମାନଙ୍କୁ ବହୁତ କ୍ଷେତ୍ରରେ ସହଯୋଗ ପ୍ରଦାନ କରିଥିଲା । ଯାହାଫଳରେ ସେମାନେ ଅନେକଦିନ ଧରି ଏହି ରାଜ୍ୟମାନଙ୍କରେ ଶାସନ କରିବାକୁ ସକ୍ଷମ ହୋଇପାରିଥିଲେ ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 3.
କଳ୍ପନା କର ଯେ ତୁମେ ଆକବର କିମ୍ବା କୃଷ୍ଣଦେବରାୟଙ୍କ ଦରବାରରେ ଜଣେ ବିଦ୍ଵାନ । ତୁମେ ଦେଖୁଥିବା, ରାଜନୀତି, ବାଣିଜ୍ୟ, ସଂସ୍କୃତି ଏବଂ ସମାଜ ବିଷୟରେ ବର୍ଣ୍ଣନା କରି ଜଣେ ବନ୍ଧୁଙ୍କୁ ଏକ ଚିଠି ଲେଖ ।
Answer:
(i) ପ୍ରିୟ ସାଙ୍ଗ ଅରୁଣ,
ଆଶା କରୁଛି ତୁମେ ଭଲରେ ଥ‌ିବ । ମୁଁ ଆଜି ତୁମ ସହିତ ଅତୀତର କୃଷ୍ଣଦେବ ରାୟଙ୍କ ସାମ୍ରାଜ୍ୟ ଦରବାରରେ ଚାଲୁଥିବା ରାଜନୀତି, ବାଣିଜ୍ୟ, ସଂସ୍କୃତି ଏବଂ ଶାସନ ବିଷୟରେ କିଛି କଥା ତୁମ ସହିତ ବାଣ୍ଟିବାକୁ ଚାହୁଁଛି ।

(ii) ପ୍ରଥମେ କୃଷ୍ଣଦେବ ରାୟଙ୍କ ବିଷୟରେ କିଛି ଜାଣିବା କଥା ତୁମକୁ କହୁଛି । ତାଙ୍କର ଶାସନ ଅତୀବ ଦୃଢ଼ ଓ ଶକ୍ତିଶାଳୀ ଥିଲା । ସେ ଜଣେ ସାହସୀ ଶାସକ ନଥିଲେ, ତା’ ସହିତ କଳା, ସାହିତ୍ୟ ପ୍ରତି ତାଙ୍କର ଅନୁରକ୍ତି ଥିଲା । ସେ କବି, ଲେଖକ ଓ ବିଦ୍ଵାନମାନଙ୍କୁ ତାଙ୍କ ରାଜଦରବାରରେ ସମ୍ମାନ ପ୍ରଦାନ କରୁଥିଲେ । ସେ ନିଜେ ମଧ୍ୟ ଜଣେ ସୁଲେଖକ ଥିଲେ । ତାଙ୍କର ମହାକାବ୍ୟ ‘ଆମୁକ୍ତ ମାଲ୍ୟଦା’ ଅନ୍ୟତମ ରଚନା ଅଟେ ।

(iii) ପଡ଼ୋଶୀ ରାଜ୍ୟ ବିରୋଧରେ ବହୁ ଯୁଦ୍ଧରେ ଜୟଲାଭ କରିବାପରେ ୧୫୨୯ ଖ୍ରୀଷ୍ଟାବ୍ଦରେ ସେ ମୃତ୍ୟୁବରଣ କରିଥିଲେ । ୧୫୬୫ରେ ଦାକ୍ଷିଣାତ୍ୟର ସୁଲତାନମାନେ ରାମାରାୟଙ୍କୁ ‘ତାଲିକୋଟା’ ଯୁଦ୍ଧରେ ପରାସ୍ତ କରିବାରୁ ବିଜୟନଗର ରାଜ୍ୟ ଛୋଟ ଛୋଟ ପ୍ରଦେଶରେ ପରିଣତ ହେଲା ଓ ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ସାମ୍ରାଜ୍ୟ ବିଜୟନଗରର ବିଲୟ ଘଟିଥିଲା ।

(iv) ତାଲିକୋଟା ଯୁଦ୍ଧ ପରେ ସୁଲତାନମାନେ ସହରଗୁଡ଼ିକୁ ମାସ ମାସ ଧରି ଲୁଣ୍ଠନ କରିବା ସହିତ ଘର, ଦୋକାନ, ମହଲ, ପ୍ରାସାଦ ଏବଂ ମନ୍ଦିରଗୁଡ଼ିକୁ ଧ୍ୱଂସ କରିଦେଇଥିଲେ ।

(v) ଅନେକ ସାଧାରଣ ଜନତାଙ୍କୁ ଗଣହତ୍ୟା କରିବାକୁ ବି ପଛାଇ ନଥିଲେ । ପରେ ରାଜ୍ୟଗୁଡ଼ିକ ନାୟକମାନଙ୍କଦ୍ଵାରା ଶାସିତ ହୋଇଥିଲା । ସେଥ‌ିରେ ପୂର୍ବତନ ସାମରିକ ଶାସନକର୍ତ୍ତାମାନେ ମଧ୍ୟ ସାମିଲ ହୋଇଥିଲେ । ତାଙ୍କର ଶାସନକାଳ ଏପର୍ଯ୍ୟନ୍ତ ଆମ ସମସ୍ତଙ୍କ ମନରୁ ହଜିଯାଇନାହିଁ । ଆଶା କରୁଛି ତୁମେ ସେଠାରେ ଭଲରେ ଥବ, ଚିଠି ପାଇ ଚିଠିଦେବ ।
ଇତି, ତୁମର ପ୍ରିୟ ସାଙ୍ଗ ବରୁଣ

Question 4.
ଯୁବାବସ୍ଥାରେ ଜଣେ ନିଷ୍ଠୁର ବିଜେତା ଆକବର କିଛି ବର୍ଷ ପରେ କିପରି ସହନଶୀଳ ଏବଂ ଦୟାଳୁ ହୋଇଗଲେ ? ଏହି ପରିବର୍ତ୍ତନର କାରଣ କ’ଣ ହୋଇପାରେ ?
Answer:
(i) ହୁମାୟୁନଙ୍କ ଅକସ୍ମାତ ମୃତ୍ୟୁପରେ ମାତ୍ର ୧୩ ବର୍ଷ ବୟସରେ ଆକବର ନିଜକୁ ଦିଲ୍ଲୀର ସମ୍ରାଟ ଭାବରେ ଘୋଷଣା କରି ଭାରତୀୟ ଉପମହାଦେଶକୁ ଏକ ମୋଗଲ ଶାସନାଧୀନ କରିବାପାଇଁ ନିଷ୍ଠର ଶାସକ ପାଲଟି ଯାଇଥିଲେ । ସେ ଜଣେ ଉଚ୍ଚାଭିଳାଶୀ ଓ ରଣକୌଶଳ ନିପୁଣ ବ୍ୟକ୍ତି ଥିଲେ ।

(ii) ତାଙ୍କର ଶାସନର ପ୍ରଥମାର୍ଦ୍ଧରେ ସେ ରାଜସ୍ଥାନର ଚିତୋରଗଡ଼ ଦୁର୍ଗ ଆକ୍ରମଣ କରି ଅନେକ ରାଜପୁତ୍ ସୈନ୍ୟମାନଙ୍କୁ ମୃତ୍ୟୁଶର୍ଯ୍ୟାରେ ଶୋଇଦେଇଥିଲେ । ଶତାଧ୍ଵ ରାଜପୁତ୍ ରମଣୀ ଏଥିପାଇଁ ‘ଜହରବ୍ରତ’ ପାଳନ କରିଥିଲେ । ଏହାପରେ ତାଙ୍କ ମନୋଭାବରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା

(iii) ନିଜ ସାମ୍ରାଜ୍ୟର ସ୍ଥିରତା ବଜାୟ ରଖୁବାପାଇଁ ଅନେକ ରାଜନୈତିକ କୌଶଳ ଅବଲମ୍ବନ କରିଥିଲେ । ସେ ସମସ୍ତଙ୍କ ସହ ଶାନ୍ତି ଓ ସବୁ ଧର୍ମବିଶ୍ଵାସ ପ୍ରତି ସହନଶୀଳତା ପ୍ରଦର୍ଶନ କରିବା ନିମନ୍ତେ ଅଣମୁସଲମାନଙ୍କ ଉପରେ ଲାଗୁ ହୋଇଥିବା ‘ଜିଜିଆ କର’ ଉଚ୍ଛେଦ କଲେ ଓ ସ୍କୁଲହ-ଇ-ସ୍କୁଲ (Sulh-e-kul) · ମତବାଦ ପ୍ରଚଳନ କରି ଲୋକମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ ।

(iv) ଆକବର ଉଚ୍ଚ ରାଜକାର୍ଯ୍ୟରେ ହିନ୍ଦୁମାନଙ୍କୁ ନିଯୁକ୍ତି ଦେବା ସହିତ ଅନେକ ରାଜପୁତ୍ମାମାନଙ୍କର ସମର୍ଥନ ହାସଲ କରିବାରେ ସଫଳ ହୋଇଥିଲେ । ତାଙ୍କ ପାରିଷଦରେ ଥିବା ଐତିହାସିକ ଓ ଜୀବନୀଲେଖକ ଆବୁଲ ଫାଜଲ ତାଙ୍କ ‘ଆଇନ୍-ଆକବରୀ’ ପୁସ୍ତକରେ ଏହା ଲିପିବଦ୍ଧ କରି ଯାଇଛନ୍ତି ।

(v) ଆକବରଙ୍କ ଶାସନ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । ସେ ୧୫୫୬ ରୁ ୧୬୦୫ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଶାସନ କରି ଇତିହାସରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲେ । ସେ ତାଙ୍କର ନିଷ୍ପରତା ଗୁଣ ପରିହାର କରି ଜଣେ ଜନହିତୈଷୀ ଶାସକ ଭାବରେ ଶେଷ ଅବସ୍ଥାରେ ଇହଲୀଳା ସମ୍ବରଣ କରିଥିଲେ । ଏବେବି ଲୋକେ ତାଙ୍କ ଶାସନକାଳକୁ ଝୁରିହେଉଛନ୍ତି । ଆକବର ଦି ଗ୍ରେଟ୍ କଥା ମନେ ରଖୁଛନ୍ତି ।

Question 5.
ଯଦି ବିଜୟନଗର ସାମ୍ରାଜ୍ୟ ତାଲିକୋଟା ଯୁଦ୍ଧରେ ବିଜୟୀ ହୋଇଥା’ନ୍ତା ତେବେ ଫଳାଫଳ କ’ଣ ହୋଇଥା’ନ୍ତା ? କଳ୍ପନା କର ଏବଂ ବର୍ଣ୍ଣନା କର ଯେ ଏହା ଦକ୍ଷିଣ ଭାରତର ରାଜନୈତିକ ଏବଂ ସାଂସ୍କୃତିକ ଇତିହାସକୁ କିପରି ପରିବର୍ତ୍ତନ କରିଥା’ନ୍ତା ?
Answer:
(i) ଯଦି ବିଜୟନଗର ସାମ୍ରାଜ୍ୟ ୧୫୬୫ ମସିହାରେ ହୋଇଥିବା ତାଲିକୋଟା ଯୁଦ୍ଧରେ ବିଜୟୀ ହୋଇଥା’ନ୍ତା । ତେବେ ଏହାର ଭାଗ୍ୟ ବିଭିନ୍ନ କ୍ଷେତ୍ରରେ ବଦଳିଯାଇଥା’ନ୍ତା । ଏହା ଦକ୍ଷିଣ ଭାରତରେ ଏକ ଦୃଢ଼ ସାମ୍ରାଜ୍ୟ ଗଠନ ହୋଇ ପାରିଥା’ନ୍ତା ।

(ii) ଏହା ଛୋଟ ଛୋଟ ଖଣ୍ଡରେ ବିଭକ୍ତ ନ ହୋଇ ଏକ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇ ଅନେକଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିଥା’ନ୍ତା । ରାଜନୀତି କ୍ଷେତ୍ରରେ ବିଜୟନଗର ସୁଲତାନମାନଙ୍କର ଅଭିଯାନକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇ ଏକ ସ୍ଥିର, ସୁଦୃଢ଼ ସାମ୍ରାଜ୍ୟରେ ପରିଣତ ହୋଇଥାନ୍ତା ।

(iii) ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଏହା ଖୁବ୍ ଅଗ୍ରଗତି କରିପାରିଥା’ନ୍ତା । କୃଷ୍ଣଦେବରାୟଙ୍କ ଶାସନକାଳକୁ ଏକ ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା । ସେ ଅନେକ ଭାଷାର କବି ଓ ଲେଖକମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିବା ସହିତ ‘ତିରୁପତି ମନ୍ଦିର’ ଓ ‘ବିଠଲ ମନ୍ଦିର’କୁ ଅନେକ ଅର୍ଥ ଦାନ କରିଥିଲେ ।

(iv) କୃଷ୍ଣଦେବରାୟ ଯଦି ଅଧୁକ ଦିନ ଆଉ ଶାସନ କରିଥା’ନ୍ତେ ତେବେ ସେ ତାଙ୍କର ସାମରିକ କ୍ଷମତା ବୃଦ୍ଧି ସହିତ ସାଂସ୍କୃତିକ ନବଜାଗରଣ ସୃଷ୍ଟି କରିପାରିଥା’ନ୍ତେ ।

(v) ଶେଷରେ ଏତିକି କୁହାଯାଇପାରେ ଯଦି ତାଲିକୋଟା ଯୁଦ୍ଧରେ ବିଜୟନଗର ବିଜୟୀ ହୋଇପାରିଥା’ନ୍ତା, ତେବେ ଦକ୍ଷିଣଭାରତରେ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ବଞ୍ଚୁ ରହିପାରିଥା’ନ୍ତା । ଗୋଟିଏ ଯୁଦ୍ଧ ଏକ ରାଜ୍ୟର ଗତିପଥକୁ ବଦଳାଇବାରେ ସକ୍ଷମ ହୋଇଥିଲା ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 6.
ସମାନତା, ସେବା ଓ ନ୍ୟାୟ ସମେତ ପ୍ରାରମ୍ଭିକ ଶିଖ୍ ଧର୍ମଦ୍ଵାରା ପ୍ରୋତ୍ସାହିତ ଅନେକ ମୂଲ୍ୟବୋଧର ବି ପ୍ରାସଙ୍ଗିକତା ରହିଛି । ଏହି ମୂଲ୍ୟବୋଧଗୁଡ଼ିକ ମଧ୍ୟରୁ ଗୋଟିଏ ବାଛ ଏବଂ ସମସାମୟିକ ସମାଜରେ ଏହା କିପରି ପ୍ରାସଙ୍ଗିକ ରହିଛି ତାହା ଆଲୋଚନା କର ।
Answer:
(i) ପଞ୍ଚଦଶ ଶତାବ୍ଦୀରେସମାନତା, ସେବା ଓ ନ୍ୟାୟ ଭଳି ଅନେକ ମୂଲ୍ୟବୋଧକୁ ଶିଖ୍ ଧର୍ମ ପ୍ରୋତ୍ସାହିତ କରିଥିଲା । ସେଥୁମଧ୍ୟରୁ ସମାନତା ଭଳି ମୂଲ୍ୟବୋଧର ଆଜିବି ସମାଜରେ ଅନେକ ପ୍ରାସଙ୍ଗିକତା ରହିଅଛି, ଯାହାକି ଶିଖ୍ ଧର୍ମ ବହୁବର୍ଷ ପୂର୍ବରୁ ଏକଥା ଆମକୁ ସୂଚିତ କରିଥିଲା ।

(ii) ଗୁରୁ ନାନକ ସମାନତା, କରୁଣା ଏବଂ ଏକ ଈଶ୍ଵରବାଦ୍ (ଇକ୍ ଓଙ୍କାର)ର ବାର୍ତ୍ତା ପ୍ରଚାର କରିଥିଲେ । ତା’ସହିତ ସମାଜରେ କିପରି ସବୁବର୍ଗର ଲୋକମାନେ ସମାନ ଭାବରେ ବଞ୍ଚିପାରିବେ ଓ ସମାଜରୁ ଜାତିପ୍ରଥା, ଧର୍ମାନ୍ଧତା କିପରି ଦୂର କରାଯାଇପାରିବ ସେଥୁପ୍ରତି ଧ୍ୟାନ ଦେଇଥିଲେ ।

(iii) ଶିଖ୍ ମାନଙ୍କ ନବମ ଗୁରୁ ତେଗ୍ ବାହାଦୁର ୧୬୭୫ ମସିହାରେ କାଶ୍ମୀର ପଣ୍ଡିତମାନଙ୍କପାଇଁ ଧାର୍ମିକ ନିର୍ଯାତନାରୁ ସୁରକ୍ଷା ଦେବାପାଇଁ ତାଙ୍କ ଜୀବନକୁ ବଳିଦାନ କରିଦେଇଥିଲେ । ଏଥୁରୁ ଯାହା ଜଣାପଡ଼େ ଯେ ଶିଖ୍ ମାନେ ସବୁବେଳେ ସମାନତା ଉପରେ ଗୁରୁତ୍ଵ ପ୍ରଦାନ କରିଆସୁଥିଲେ ।

(iv) ବର୍ତ୍ତମାନ ଯୁଗରେ ଆମ ସମାଜରେ ଏହାର ବହୁତ ପ୍ରାସଙ୍ଗିକତା ରହିଛି । ସବୁଲୋକ ମାନେ କିପରି ନ୍ୟାୟ ଓ ସେବା ପାଇପାରିବେ ସେଥୁପ୍ରତି ଗୁରୁତ୍ଵ ପ୍ରଦାନ କରାଯାଉଛି । ସମସ୍ତଙ୍କ ଭିତରେ କିପରି ସମାନତା, ସମ୍ମାନବୋଧ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇପାରିବ ଏଥୁପ୍ରତି ସମସ୍ତେ ଚେଷ୍ଟିତ ।

(v) ଏବେବି ଶିଖ୍ ଧର୍ମର ନୀତିବାଣୀଗୁଡ଼ିକ ଆମକୁ ପ୍ରୋତ୍ସାହିତ କରିଆସୁଛି, କିପରି ଆମ ସମାଜରେ ସାମାଜିକ ନ୍ୟାୟ, ନ୍ୟାୟିକ ମୂଲ୍ୟବୋଧ ଓ ସମାନତା ଭଳି ଭବ୍ୟ ପରମ୍ପରା ସୃଷ୍ଟି ହୋଇପାରିବ । ଏ ବିଷୟରେ ବର୍ତ୍ତମାନ ସ୍କୁଲ ଓ କଲେଜମାନଙ୍କରେ ଚର୍ଚ୍ଚା ହେବାର ଆବଶ୍ୟକତା ରହିଛି । ବିଭିନ୍ନ ସଭାସମିତି ଗଠନ କରାଯାଇ ଲୋକମାନଙ୍କୁ ଏ ବିଷୟରେ ଅବଗତ କରାଗଲେ ଆମ ସମାଜରେ ଏକ ସୁସ୍ଥ, ସୁନ୍ଦର ଓ ସରଳ ବାତାବରଣ ପ୍ରତିଷ୍ଠା ହୋଇପାରିବ ।

Question 7.
କଳ୍ପନା କର ଯେ ତୁମେ ଏକ ବନ୍ଦର ନଗରୀ (ସୁରତ, କାଲିକଟ୍ କିମ୍ବା ହୁଗୁଳି)ର ବ୍ୟବସାୟୀ । ତୁମ ସାମଗ୍ରୀ, ତୁମେ ଯେଉଁ ଲୋକଙ୍କ ସହ ବାଣିଜ୍ୟ କରୁଛ ଓ ଜାହାଜର ଗତିବିଧ ଇତ୍ୟାଦିର ଦୃଶ୍ୟଗୁଡ଼ିକ ବର୍ଣ୍ଣନା କର ।
Answer:
(i) ଆମ ଦେଶର ପ୍ରମୁଖ ବନ୍ଦର ନଗରୀ ଭାବରେ ଗୁଜରାଟର ସୁରତ ବନ୍ଦର ତାହାର ବାଣିଜ୍ୟ ଓ ବହିଃବାଣିଜ୍ୟ ପାଇଁ ଅନେକ ଖ୍ୟାତି ଅର୍ଜନ କରିଛି । ସେହି ବନ୍ଦର ବିଷୟରେ ଆଲୋଚନା କଲେ ପ୍ରସଙ୍ଗଟି ଅଧ୍ୟକ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପାରିବ ବୋଲି ମୁଁ ଭାବୁଛି ।

(ii) ସୁରତର ଜଣେ ବ୍ୟବସାୟୀ ହିସାବରେ ମୁଁ ଯାହାକିଛି ଦେଖୁଅଛି, ତାହାକୁ ଏଠାରେ ଅବତାରଣା କରୁଅଛି । ଏହି ବନ୍ଦରକୁ ପାରସ୍ୟ, ଆରବ ଏବଂ ମଧ୍ୟ ଏସିଆରୁ ବ୍ୟବସାୟୀମାନେ ଜାହାଜରେ ଆସନ୍ତି । ସେମାନେ ସାଥ୍‌ରେ ସିଲକ୍, ଘୋଡ଼ା ଏବଂ ମୂଲ୍ୟବାନ ଧାତବ ପଦାର୍ଥ ନେଇ ଆସିଥା’ନ୍ତି ।

(iii) ଆମ ଦେଶରେ ଉତ୍ପାଦିତ ହେଉଥ‌ିବା କପାବସ୍ତ୍ର, ମସଲା, ମୂଲ୍ୟବାନ ଗହଣା ଓ ହାତତିଆରି ଅନେକ ସୌଖ୍ନୀ ଦ୍ରବ୍ୟ ସେମାନେ କ୍ରୟ କରିଥା’ନ୍ତି । ସେତେବେଳେ ରପ୍ତାନି ତୁଳନାରେ ଆମଦାନି କମ୍ ହେଉଥିଲା । ବନ୍ଦରଟି ସର୍ବଦା ଜନଗହଳିପୂର୍ଣ୍ଣ ହୋଇ ରହିଥାଏ । ଅନେକ ବ୍ୟବସାୟୀ ଓ ବନ୍ଦର ଶ୍ରମିକମାନେ କାର୍ଯ୍ୟବ୍ୟସ୍ତ ଥାଆନ୍ତି ।

(iv) ବ୍ୟବସାୟକୁ ସରଳ ଓ ସୁଗମ କରିବାପାଇଁ ‘ହୁଣ୍ଡି’ ବ୍ୟବସ୍ଥାର ପ୍ରଚଳନ ଥିଲା । ଫଳରେ ବାଣିଜ୍ୟପଥରେ ଲୁଣ୍ଠନ କରିବା ଏତେ ସହଜ ନଥିଲା ।

(v) ସେହି ସମୟରେ ମନ୍ଦିରଗୁଡ଼ିକ ବ୍ୟବସାୟୀମାନଙ୍କୁ ଋଣ ପ୍ରଦାନ କରୁଥିଲା ଏବଂ ଅଭ୍ୟନ୍ତରୀଣ ଓ ସାମଗ୍ରିକ ବାଣିଜ୍ୟ ପାଇଁ ପାଣ୍ଠି ଯୋଗାଉଥିଲା । ଏଠାରେ ଅନେକ ରାଜନୈତିକ ପରିବର୍ତ୍ତନ ସତ୍ତ୍ଵେ ଏହି ଅଞ୍ଚଳରେ ଅର୍ଥାତ୍ ସୁରତ୍‌ରେ ବ୍ୟବସାୟ ବାଣିଜ୍ୟ କାରବାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି । ଅଧିକରୁ ଅଧିକ ବୈଦେଶିକମାନେ ଏଠାକୁ ବାଣିଜ୍ୟ କରିବାପାଇଁ ଆସୁଛନ୍ତି । ଏଠାରେ ଏକ ବାଣିଜ୍ୟିକ ବାତାବରଣ ସୃଷ୍ଟି ହୋଇପାରିଛି ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୨୧) :

Question 1.
ଏହି ସମୟରେ ବିଦେଶୀ ଆକ୍ରମଣ ଓ ନୂତନ ରାଜବଂଶର ଅଭ୍ୟୁଦୟ କିପରି ରାଜନୈତିକ ସୀମାରେଖାର ପୁନର୍ଗଠନ କରିଥିଲା ?
Answer:

  1. ବିଦେଶୀ ଆକ୍ରମଣ ଓ ନୂତନ ରାଜବଂଶର ଅଭ୍ୟୁଦୟ ଏହି ସମୟରେ ଭାରତର ରାଜନୈତିକ ସୀମାରେଖାକୁ ବିଶେଷଭାବେ ପୁନର୍ଗଠନ କରିଥିଲା ।
  2. ତୁର୍କ, ଆଫଗାନ ଏବଂ ମୋଗଲ ଭଳି ଶକ୍ତିମାନେ ଶକ୍ତିଶାଳୀ ସାମ୍ରାଜ୍ୟ, ଯଥା- ଦିଲ୍ଲୀ ସୁଲତାନୀ ସାମ୍ରାଜ୍ୟ ଓ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଏବଂ ପୁରାତନ ରାଜ୍ୟଗୁଡ଼ିକୁ ହଟାଇ ଦେଇଥିଲେ ।
  3. ବିଦେଶୀ ଶାସନକୁ ପ୍ରତିହତ କରି ବିଜୟନଗର ସାମ୍ରାଜ୍ୟ ଓ ଅହୋମ୍ ରାଜ୍ୟ ଭଳି ଆଞ୍ଚଳିକ ରାଜ୍ୟଗୁଡ଼ିକର ଅଭ୍ୟୁଦୟ ଏହି ସମୟରେ ହୋଇଥିଲା ।
  4. ଏପରି ପରିବର୍ତ୍ତନ ଯୋଗୁଁ ଆଞ୍ଚଳିକ ନିୟନ୍ତ୍ରଣର ବାରମ୍ବାର ସ୍ଥାନାନ୍ତର, ସାଂସ୍କୃତିକ ମିଶ୍ରଣ ଏବଂ ନୂତନ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଭାରତର ରାଜନୈତିକ ସୀମାରେଖାର ପୁନର୍ଗଠନ ହୋଇଥିଲା ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 2.
ଭାରତୀୟ ସମାଜ ଏହି ଆକ୍ରମଣକୁ କିପରି ଗ୍ରହଣ କରିଥିଲା ଭାରତୀୟ ଅର୍ଥନୀତି ଏହି ରାଜନୈତିକ ଅସ୍ଥିରତା ସମୟରେ କିପରି ଉପଯୋଜିତ ହୋଇଥିଲା ?
Answer:

  1. ଭାରତୀୟ ସମାଜ ଏହି ଆକ୍ରମଣର ଦୃଢ଼ ପ୍ରତିରୋଧ କରିଥିଲା । ବିଜୟନଗର ସାମ୍ରାଜ୍ୟ ୧୬୭୧ରେ ସରାଇଘାଟ ଯୁଦ୍ଧରେ ଅହୋମ୍‌ମାନେ ଏବଂ ୧୫୭୬ ଖ୍ରୀଷ୍ଟାବ୍ଦରେ ହଳଦୀଘାଟ ଯୁଦ୍ଧରେ ରାଜପୁତ୍ରମାନେ ନିଜର ଦୃଢ଼ତା ପ୍ରଦର୍ଶନ କରି ନିଜ ନିଜର ଆଞ୍ଚଳିକ ପରିଚୟକୁ ସଂରକ୍ଷିତ କରିଥିଲେ ।
  2. ୧୬୯୯ ଖ୍ରୀଷ୍ଟାବ୍ଦରେ ଗଠିତ ଶିଖ୍ ଖାଲସା ମଧ୍ୟ ମୋଗଲ ଶକ୍ତିକୁ ବେଖାତିର କରିଥିଲେ । ବିଭିନ୍ନ ଗୋଷ୍ଠୀ ନିଜ ନିଜ ମନ୍ଦିର ନିର୍ମାଣ କରି ବିଭିନ୍ନ ସଂସ୍କୃତିକୁ ଏକତ୍ରିତ କରିଥିଲେ ।
  3. ରାଜନୈତିକ ଅସ୍ଥିରତା ସତ୍ତ୍ଵେ ଭାରତୀୟ ଅର୍ଥନୀତି ବିଭିନ୍ନ କାରଣରୁ ସମୃଦ୍ଧ ହେବାରେ ଲାଗିଥିଲା । ଉତ୍ତମ ଜଳସେଚନ ବ୍ୟବସ୍ଥାଦ୍ଵାରା କୃଷି ବ୍ୟବସ୍ଥା ଶକ୍ତିଶାଳୀ ଥିଲା ।
  4. କାଲିକଟ ଓ ସୁରତ ଭଳି ବନ୍ଦର ମାଧ୍ଯମରେ ବାଣିଜ୍ୟ କାରବାର ‘ସୁଚାରୁ ରୂପେ ଚାଲିଥିଲା । ହୁଣ୍ଡି ବ୍ୟବସ୍ଥାଦ୍ୱାରା ନିରାପଦରେ ଅର୍ଥ ସ୍ଥାନାନ୍ତର ହୋଇପାରୁଥିଲା । ମନ୍ଦିରଗୁଡ଼ିକ ସ୍ଥାନୀୟ ଅର୍ଥନୀତିକୁ ଚଳାଉଥିଲେ ।
  5. ଶିଳ୍ପୀମାନେ ବସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ । ଉଚ୍ଚହାରର କରି କୃଷକମାନଙ୍କୁ ପୀଡା ଦେବା ସତ୍ତ୍ଵେ ଅର୍ଥନୀତି ସ୍ଥିର ଥିଲା ।

Question 3.
ଏହି ସମୟ ଲୋକଙ୍କ ଜୀବନ ଉପରେ କେଉଁ ସବୁ ପ୍ରଭାବ ପକାଇଥିଲା ?
Answer:

  1. ଏହି ସମୟ ଲୋକଙ୍କ ଜୀବନରେ ଉଭୟ ଅସୁବିଧା ଓ ଆଶ୍ଵସ୍ତି ଆଣି ଦେଇଥିଲା । ବାରମ୍ବାର ଯୁଦ୍ଧ ଏବଂ ଆକ୍ରମଣ ଅନେକ ଧ୍ୱଂସ, ବିସ୍ଥାପନ’ ଏବଂ ଅତ୍ୟଧିକ କରବୃଦ୍ଧି କରିଥିଲା, ମାତ୍ର କୃଷି ବାଣିଜ୍ୟ ଏବଂ ଶିଳ୍ପର ଉନ୍ନତି ଚାଲୁ ରହିଥିଲା ।
  2. ହୁଣ୍ଡି ବ୍ୟବସ୍ଥା ମାଧ୍ୟମରେ ନିରାପଦ ଦେଣନେଣ, ବାଣିଜ୍ୟ ପାଇଁ ନିଗମ ଏବଂ ମନ୍ଦିରଭିଭିକ ଅର୍ଥନୀତି ବିଭିନ୍ନ ଗୋଷ୍ଠୀକୁ ସହାୟତା ପ୍ରଦାନ କରିଥିଲା ।
  3. ରାଜନୈତିକ ଅସ୍ଥିରତା ସତ୍ତ୍ଵେ ଉନ୍ନତ କୃଷି ଏବଂ କୁଶଳୀ କାରିଗରମାନଙ୍କ ଯୋଗୁଁ ଭାରତ ସମୃଦ୍ଧ ହୋଇଥିଲା ମାତ୍ର ଶାସକ ଓ ବଣିକମାନଙ୍କ ହାତରେ ଧନ ଠୁଳ ହେବାରୁ କୃଷକ ଏବଂ ଶ୍ରମିକମାନଙ୍କୁ ବଞ୍ଚିବା ପାଇଁ କଠୋର ସଂଗ୍ରାମ କରିବାକୁ ପଡୁଥିଲା ।
  4. ସାଂସ୍କୃତିକ ପରମ୍ପରା ଏହି ସମୟରେ ତିଷ୍ଠି ରହିଥିଲା ଏବଂ ଏହା ଉଭୟ ବିଦେଶୀ ଏବଂ ସ୍ଥାନୀୟ ସଂସ୍କୃତିର ମିଶ୍ରଣ ଘଟାଇଥିଲା ।

ଆସ ଅନୁସନ୍ଧାନ କରିବା :

Question 1.
ଆଲ୍ଲାଉଦ୍ଦିନ୍ ଖଲିଜୀ ନିଜକୁ ଦ୍ଵିତୀୟ ଆଲେକଜାଣ୍ଡାର ବୋଲି ମନେ କରିବା କାରଣ କ’ଣ ବୋଲି ତୁମେ ଭାବୁଛ ?
Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ-1
Answer:
(i) ଆଲ୍ଲାଉଦ୍ଦିନ୍ ଖୁଜୀଙ୍କ ମନରେ ସାମରିକ ଅଭିଯାନ ମାଧ୍ୟମରେ ବିଭିନ୍ନ ରାଜ୍ୟଜୟ କରିବାର ପ୍ରବଳ ଆକ୍ଷାଂକ୍ଷା ଥିଲା ।

(ii) ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ସେ ଯୁଦ୍ଧାଭିଯାନ ଚଳାଇ ଅନେକଗୁଡ଼ିଏ ରାଜ୍ୟ ଜୟ କରିଥିଲେ ।

(iii) ସେଥ‌ିପାଇଁ ସେ ନିଜ ସୈନ୍ୟବାହିନୀକୁ ସୁଦୃଢ଼ କରିଥିଲେ ଓ ମଙ୍ଗୋଲ ଆକ୍ରମଣକୁ ପ୍ରତିହତ କରିଥିଲେ ।

(iv) ଗ୍ରୀକ୍ ବୀର ଆଲେକ୍‌ଜାଣ୍ଡାରଙ୍କପରି ସେ ସମଗ୍ର ପୃଥ‌ିବୀ ଜୟ କରିବାକୁ ଇଚ୍ଛା କରିଥିଲେ । ଏ ଦିଗରେ ସଫଳତା ହାସଲ ନିମନ୍ତେ ସେ ଅନେକଗୁଡ଼ିଏ ପଦକ୍ଷେପ ନେଇଥିଲେ । ସେଥ‌ିପାଇଁ ସେ ନିଜକୁ ଦ୍ଵିତୀୟ ଆଳେକ୍‌ଜାଣ୍ଡାର ବୋଲି ମନେ କରୁଥିଲେ ।

ଚତୁର୍ଦ୍ଦଶ ଶତାବ୍ଦୀର ଶେଷବେଳକୁ ଆଲ୍ଲାଉଦ୍ଦିନ୍ ଖୁଜୀ ସାମରିକ ଅଭିଯାନ ଆରମ୍ଭ କରି ଅନେକ ସହରକୁ ଲୁଣ୍ଠନ ଓ ଧ୍ୱଂସ କରି ଭାରତକୁ ଶାସନାଧୀନ କରିବାକୁ ଚାହୁଁଥିଲେ । ସେ ତାଙ୍କର ଦାସ ଜେନେରାଲ ମାଲିକ କାପୁରଙ୍କୁ ଦାକ୍ଷିଣାତ୍ୟ ଯୁଦ୍ଧାଭିଯାନରେ ପଠାଇଥିଲେ । ସେ ବହୁ ହିନ୍ଦୁ ଧର୍ମସ୍ଥାନ/ ଯଥା— ଶ୍ରୀରଙ୍ଗମ୍, ମଦୁରାଇ, ଚିଦାମ୍ବରମ୍ ଓ ରାମଶ୍ୱରମ୍ଭକୁ ଆକ୍ରମଣ କରିଥିଲେ ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 2.
ସେହି ସମୟରେ ଏକ ସୈନ୍ୟବାହିନୀ ପରିଚାଳନା ଓ ଯୁଦ୍ଧ ଅଭିଯାନ ପାଇଁ କେଉଁ କେଉଁ ପ୍ରକାର ସମ୍ବଳର ଆବଶ୍ୟକତା ଥାଏ ବୋଲି ତୁମେ ଭାବୁଛ ? ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ସୈନ୍ୟ ତଥା ପଶୁଙ୍କ ଲାଗି ଖାଦ୍ୟ ପଦାର୍ଥ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଖର୍ଚ୍ଚ ସମ୍ପର୍କରେ ନିଜ ଦଳ ଭିତରେ ଆଲୋଚନା କର ।
Answer:
ସେହି ସମୟରେ ଏକ ସୈନ୍ୟବାହିନୀ ପରିଚାଳନା ପାଇଁ ବିଭିନ୍ନ ପ୍ରକାରର ସମ୍ବଳ ଆବଶ୍ୟକ ଥିଲା । ଖଣ୍ଡା, ଧନୁ ଏବଂ ପରବର୍ତ୍ତୀ ସମୟରେ ବାରୁଦ, ତୋପ ଯୁଦ୍ଧ ଅଭିଯାନ ପାଇଁ ଆବଶ୍ୟକ ହେଉଥିଲା । ଘୋଡା, ହାତୀ ଏବଂ ଓଟ ଉଭୟ ଯୁଦ୍ଧ ଏବଂ ପରିବହନ ପାଇଁ ଆବଶ୍ୟକ ହେଉଥିଲା । ସୈନ୍ୟମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସଡ଼କ, ପୋଲ ଆଦି ଭଳି ଭିଭିଭୂମିର ଆବଶ୍ୟକତା ଥିଲା । ସାଧାରଣ ଲୋକଙ୍କଠାରୁ ଆଦାୟ କରାଯାଉଥିବା କର ଏବଂ ସାମରିକ ଅଭିଯାନରୁ ଲୁଣ୍ଠିତ ଧନକୁ ସୈନ୍ୟଙ୍କ ଦରମା, ବିଭିନ୍ନ ଉପକରଣ ଏବଂ ଦୁର୍ଗ ନିର୍ମାଣ ପାଇଁ ବ୍ୟୟ କରାଯାଉଥିଲା । ଏହା ବ୍ୟତୀତ ଅସ୍ତ୍ର ତିଆରି କରିବା ପାଇଁ କୁଶୀଳ କାରିଗର ଓ ଯୋଗାଣ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମିକମାନଙ୍କର ଆବଶ୍ୟକତା ଥିଲା ।

Question 3.
ମଧ୍ୟଯୁଗରେ ଦୁର୍ଗ ନିର୍ମାଣ ପାଇଁ ଏଭଳି ସ୍ଥାନ କାହିଁକି ନିରୂପଣ ହେଉଥିଲା ବୋଲି ତୁମେ ଭାବୁଛ ? ଏହାର ବିଭିନ୍ନ ଦିଗ ଆଲୋଚନା କର । (ସୂଚନା : ସମସ୍ୟା, ରଣକୌଶଳ, ନିରାପତ୍ତା, ଭେଦ୍ୟ ରହସ୍ୟ ଇତ୍ୟାଦି)
Answer:
ମଧ୍ୟଯୁଗରେ ଦୁର୍ଗଗୁଡ଼ିକ ପର୍ବତ ଉପରେ ନିର୍ମାଣ କରାଯିବାର ଅନେକଗୁଡ଼ିଏ କାରଣ ଥିଲା । ସେଗୁଡ଼ିକ ହେଲା-

(i) ତୀଖ ପାହାଡ଼ର ଉପରି ଭାଗରେ ଥ‌ିବା ଦୁର୍ଗ ଶତ୍ରୁମାନଙ୍କ ପାଇଁ ଅପହଞ୍ଚ ଥିଲା । ଗଡ଼ାଣିଆ ତୀଖ ପାହାଡ ଆରୋହଣ କରି ଦୁର୍ଗ ଉପରେ ବିଜୟଲାଭ କରିବା ଏକରକମ ଅସମ୍ଭବ ଥିଲା । ତେଣୁ ଏପରି ସ୍ଥାନରେ ନିର୍ମିତ ଦୁର୍ଗ ନିରାପଦ ଥିଲା ।

(ii) ପର୍ବତ ବା ପାହାଡ ଉପରୁ ରହି ଶତ୍ରୁ ସୈନ୍ୟ ଉପରକୁ ତୀର ଚାଳନା କରିବା ଓ ବଡ଼ ବଡ଼ ପଥର ଗଡ଼ାଇ ଶତ୍ରୁ ସୈନ୍ୟଙ୍କୁ ମାରିବା କିମ୍ବା ଘାଇଲା କରିବା ସହଜ ଥିଲା ।

(iii) ପର୍ବତ ଉପରେ ରହି ଶତ୍ରୁ ସୈନ୍ୟ ଉପରେ ନଜର ରଖୁବା ଏପରିକି ରାଜ୍ୟ, ବାଣିଜ୍ୟପଥ ଉପରେ ନଜର ରଖୁବା ସହଜ ଥିଲା ।

(iv) ପର୍ବତ ବା ପାହାଡ଼ ଉପରେ ନିର୍ମିତ ବିଶାଳ ଦୁର୍ଗ ବହୁଦୂର ଯାଏ ଦୃଷ୍ଟିଗୋଚର ହେଉଥ‌ିବାରୁ ଏହା ଅନ୍ୟମାନଙ୍କ ମନରେ ଭିଭି ସଂଚାର କରୁଥିଲା । ଏହା କ୍ଷମତା କେନ୍ଦ୍ର ଭାବରେ କାର୍ଯ୍ୟ

(v) ସର୍ବଶେଷରେ ପାର୍ବତ୍ୟ ଅଞ୍ଚଳର ଜଳବାୟୁ ସ୍ଵାସ୍ଥ୍ୟକର ଥିଲା । ଜଳ ଅବରୋଧ କିମ୍ବା ନଥିଲା । ତେଣୁ ଏପରି ସ୍ଥାନରେ ହିଁ ଦୁର୍ଗ ନିର୍ମାଣ ପାଇଁ ଉପଯୁକ୍ତ ଥିଲା ।

Question 4.
ଉପରୋକ୍ତ ଚିତ୍ର ରେ ତୁମେ କେଉଁ ଉପାଦାନଗୁଡ଼ିକ ଦେଖୁଛ ? ସେଗୁଡ଼ିକ ତୁମକୁ ସେ ସମୟର ଜୀବନ ବିଷୟରେ କ’ଣ କହେ ? (ସଙ୍କେତ : ଅସ୍ତ୍ରଶସ୍ତ୍ର, ପ୍ରାଣୀ ଓ କ୍ରିୟା କଳାପକୁ ନିରୀକ୍ଷଣ କରଽ ।
Answer:
ଚିତ୍ରରେ ଆମେ ଯୋଦ୍ଧାମାନଙ୍କର ଖଣ୍ଡା, ବର୍ଚ୍ଛା ଏବଂ ଢାଲ ଦେଖିବାକୁ ପାଉଛୁ । ସେଥ୍‌ସହିତ ଅଶ୍ଵ ଏବଂ ଯୁଦ୍ଧର ଦୃଶ୍ୟ ମଧ୍ୟ ରହିଛି । ଏହି ଉପାଦାନଗୁଡ଼ିକରୁ ଜଣାଯାଏ ଯେ ସମାଜରେ ସେତେବେଳେ ଯୁଦ୍ଧ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଉଥିଲା ଏବଂ ଯୁଦ୍ଧରେ ପଶୁମାନେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ । ସେମାନଙ୍କର ଯୁଦ୍ଧ ତଥା ପରିବହନରେ ଏକ ପ୍ରଧାନ ଭୂମିକା ଥିଲା ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 5.
ଆଉରଙ୍ଗଜେବ୍ ତାଙ୍କ ଶେଷ ଚିଠିରେ ତାଙ୍କ ଦୁଇପୁଅଙ୍କୁ ଲେଖିଥିଲେ, ‘ମୁଁ ଏକା ଆସିଥୁଲି ଏବଂ ଏକା ଯାଉଛି । ମୁଁ ଜାଣିନାହିଁ ମୁଁ କିଏ ଏବଂ ମୁଁ କ’ଣ କରୁଛି ।….. ମୁଁ ଦେଶ ଓ ଲୋକଙ୍କ ପାଇଁ ଭଲ କରିନାହିଁ ଏବଂ ଭବିଷ୍ୟତର କୌଣସି ଆଶା ନାହିଁ । ମୁଁ ଜୀବନରେ ଅସହାୟ ଥୁଲି ଏବଂ ମୁଁ ଅସହାୟ ହୋଇଯାଉଛି ।?? ଏହି ଶବ୍ଦଗୁଡ଼ିକ ଆମକୁ ଆଉରଙ୍ଗଜେବଙ୍କ ବିଷୟରେ କ’ଣ କୁହନ୍ତି ? ସେମାନଙ୍କ ବିଷୟରେ ତୁମେ କ’ଣ ଅନୁଭବ କର ?
Answer:
ଆଉରଙ୍ଗଜେବ୍‌ଙ୍କ ଚିଠିରୁ ତାଙ୍କର ପଶ୍ଚାତାପ ପ୍ରକାଶିତ ହୁଏ ଯେହେତୁ ସେ ନିଜର ପିତାଙ୍କୁ ବନ୍ଦୀ କରି ଏବଂ ଭାଇମାନଙ୍କୁ ହତ୍ୟାକରି ସିଂହାସନ ଲାଭ କରିଥିଲେ ଏବଂ ନିଜର ପାଶବିକ ଶାସନ ସମୟରେ ହଜାର ହଜାର ନିରୀହ ଜନତାଙ୍କୁ ହତ୍ୟା କରିଥିଲେ । ତାଙ୍କ ଶେଷ ଜୀବନରେ ବିଦ୍ୟାଳୟ ଧ୍ୱଂସ, ମନ୍ଦିର ଭଙ୍ଗା ଏବଂ ଲୁଣ୍ଠନ କାର୍ଯ୍ୟ ଭଳି ଭୁଲ ପଦକ୍ଷେପ ବିଷୟରେ ସେ ଚିନ୍ତା କରିଥିବେ ଯେଉଁଥିପାଇଁ ସେ ଉଲ୍ଲେଖ କରିଥିଲେ ଯେ, ସେ ଦେଶ ଓ ଲୋକଙ୍କ ପାଇଁ ଭଲ କରି ନଥିଲେ । ଏହାଛଡ଼ା ଶେଷ ଜୀବନରେ ତାଙ୍କର ନିଃସଙ୍ଗତା ଏବଂ ସମାଜ ଉପରେ ତାଙ୍କ କାର୍ଯ୍ୟଗୁଡ଼ିକର ନାସ୍ତିସୂଚକ ପ୍ରଭାବ ମଧ୍ୟ ତାଙ୍କ ଜଚିଠିରେ ପ୍ରତିଫଳିତ ହୁଏ ।

Question 6.
ଅହୋମ୍ ରାଜ୍ୟର ଲୋକମାନେ ଦୈନନ୍ଦିନ ଜୀବନକୁ ପାଇକ ବ୍ୟବସ୍ଥା ଆହ୍ବାନ ଓ ସୁଫଳ ଦୃଷ୍ଟିରୁ କିପରି ପ୍ରଭାବିତ କରିଥିଲା ଏବଂ ରାଜାଙ୍କୁ ସେବା ଏବଂ ଅର୍ଥନୀତି ଉଭୟ ପରିଚାଳନା କରିବାରେ କିପରି ସାହାଯ୍ୟ କରିଥିଲା ତାହା ଶ୍ରେଣୀରେ ଆଲୋଚନା କର ।
Answer:
ପାଇକ ବ୍ୟବସ୍ଥା ପ୍ରତ୍ୟେକ ବ୍ୟକ୍ତିକୁ ଶ୍ରମ କିମ୍ବା ସାମରିକ ସେବା ପ୍ରତିବଦଳରେ ଭୂମି ଉପରେ ଅଧିକାର ପ୍ରଦାନ କରିଥିଲା । ଏହା ଆର୍ଥିକ ସ୍ଥିରତା ଯୋଗାଇବା ସହିତ କମ୍ ଖର୍ଚ୍ଚରେ ରାଜାଙ୍କର ପ୍ରସ୍ତୁତ ଶ୍ରମଶକ୍ତି ଏବଂ ସୈନ୍ୟବାହିନୀର ଉପସ୍ଥିତିକୁ ସୁନିଶ୍ଚିତ କରୁଥିଲା । ରାଜା କୌଣସି ସ୍ଥାୟୀ ସୈନ୍ୟବାହିନୀ ରଖୁବାର ଆବଶ୍ୟକତା କରୁ ନଥିଲେ । ମାତ୍ର ଏପରି ବାଧ୍ୟତାମୂଳକ ସେବା ଦୈନନ୍ଦିନ ଜୀବନକୁ ବ୍ୟାହତ କରୁଥିଲା ଏବଂ ଏହା ଶ୍ରମିକ ପରିବାର ଉପରେ ବହୁପରିମାଣର ଚାପ ପକାଉଥିଲା । ଏହାସତ୍ତ୍ବେ ପାଇକ ବ୍ୟବସ୍ଥା ରାସ୍ତା ଓ କେନାଲ ଭଳି ଗୁରୁତ୍ଵପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କରିବା ଏବଂ ଶକ୍ତିଶାଳୀ ପ୍ରତିରକ୍ଷା ବାହିନୀ ହୋଇଥିଲା । ଏହାର ପ୍ରମାଣ ଆମେ ୧୬୭୧ ଖ୍ରୀଷ୍ଟାବ୍ଦରେ ସରାଇଘାଟ ଯୁଦ୍ଧରେ ଦେଖୁପାରିବା । ଏହି ବ୍ୟବସ୍ଥା ଅହୋମ୍ ରାଜ୍ୟର ଅର୍ଥନୀତି ଓ ସାମରିକ ଶକ୍ତିକୁ ଅଧିକ ଦକ୍ଷ କରିପାରିଥିଲା ।

Question 7.
ଅହୋମାନେ କିପରି ଆସାମର ନଦୀ, ପାହାଡ ଓ ଜଙ୍ଗଲକୁ ନିଜ ସୁବିଧା ପାଇଁ ବ୍ୟବହାର କରିଥିଲେ ? ତୁମେ କ’ଣ ଭାବୁଛ ଯେ ଭୌଗୋଳିକ ସ୍ଥିତି ସେମାନଙ୍କ ପ୍ରତିରକ୍ଷା ପ୍ରସ୍ତୁତି ଯୁଦ୍ଧ ଲଢ଼ିବାରେ ସାହାଯ୍ୟ କରିଥିଲା ?
Answer:
ଅହୋମ୍‌ମାନେ ଆସାମର ଘଞ୍ଚ ଜଙ୍ଗଲ, ପାହାଡ ଏବଂ ନଦୀ (ବ୍ରହ୍ମପୁତ୍ର) ଆଦିକୁ ଗରିଲା ରଣକୌଶଳ ପାଇଁ ବ୍ୟବହାର କରିଥିଲେ । ସେମାନେ ଲୁଚିଛପି ଶତ୍ରୁପକ୍ଷର ସୈନ୍ୟମାନଙ୍କ ଉପରେ ପଛରୁ ଆକ୍ରମଣ କରୁଥିଲେ । ବିଶେଷକରି ୧୬୭୧ ଖ୍ରୀଷ୍ଟାବ୍ଦର ସରେଇଘାଟ ଯୁଦ୍ଧରେ ଏହା ଦେଖ‌ିବାକୁ ମିଳିଥିଲା । ସେଠାକାର ଭୌଗୋଳିକ ଅବସ୍ଥା ଅହୋମ୍ ସୈନ୍ୟବାହିନୀ ପାଇଁ ପ୍ରାକୃତିକ ପ୍ରତିବନ୍ଧକ ତଥା ଲୁଚିବା ପାଇଁ ଉପଯୁକ୍ତ ସ୍ଥାନ ଥିଲା ଏବଂ ନଦୀପଥଗୁଡ଼ିକ ପ୍ରତିରକ୍ଷାରେ ସହାୟକ ହୋଇଥିଲା । ଏହା ଶତ୍ରୁ ସୈନ୍ୟମାନଙ୍କ ଆକ୍ରମଣ ତଥା ବିଭିନ୍ନ ସାମଗ୍ରୀ ଯୋଗାଣରେ ବାଧା ସୃଷ୍ଟି କରିଥିଲା ।

ଏହା ବିଷୟରେ ଚିନ୍ତା କର :

Question 1.
ଭାରତ ସମ୍ପର୍କରେ ବାବରଙ୍କ ଧାରଣା ତୁମ ମନକୁ କେମିତି ଛୁଇଁଛି ? ଦଳ ଭିତରେ ଆଲୋଚନା କର ।
Answer:
ଭାରତ ସମ୍ପର୍କରେ ବାବରଙ୍କ ଧାରଣାରୁ ଜଣାଯାଏ ଯେ ଭାରତ ଭଳି ଏକ ନୂତନ ଦେଶରେ ରହି ସେ ନିଜ ଦେଶ ବାହାରେ ରହିବା ଭଳି ଅନୁଭବ କରୁଥିଲେ । ସେ କେନ୍ଦ୍ର ଏସିଆର ସଂସ୍କୃତି ଏବଂ ଶୀତଳ ଜଳବାୟୁକୁ ହରାଇଥିଲେ ଏବଂ ସେଠାକୁ ଫେରିଯିବା ପାଇଁ ତାଙ୍କର ଇଚ୍ଛା ଥିଲେ ମଧ୍ୟ ଭାରତର ପ୍ରଚୁର ସମ୍ବଳ, ଯଥା- ସୁନା, ରୁପା, ଗହଳ ବଜାର ଏବଂ କୁଶଳୀ ହସ୍ତଶିଳ୍ପୀଙ୍କ ମୋହରେ ପଡ଼ିଯାଇ ଭାରତରେ ଅଟକି ଯାଇଥିଲେ । ସେ ଭାରତର ଅପରିଚିତ ଖାଦ୍ୟ ଓ ଜୀବନଶୈଳୀକୁ ସମାଲୋଚନା କରିଥିଲେ ମଧ୍ୟ ଏ ଦେଶର ସୌନ୍ଦର୍ଯ୍ୟ ଓ ଧନ ପ୍ରତି ଆକର୍ଷିତ ହୋଇଥିଲେ । ତାଙ୍କର ଦୃଷ୍ଟିଭଙ୍ଗୀରୁ ପ୍ରତିଫଳିତ ହୁଏ ଯେ ତାଙ୍କର ନିଜ ଦେଶ ପ୍ରତି ଦୁର୍ବଳତା ଥୁଲା, କିନ୍ତୁ ଭାରତର ଶକ୍ତି ପ୍ରତି ଆକର୍ଷିତ ହୋଇଥିଲେ ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 2.
ପୂର୍ବ ଶାସକମାନେ ଯେତେବେଳେ ରାଜ୍ୟ ବିସ୍ତାର ଲାଗି ମୁଖ୍ୟତଃ ସାମରିକ ଶକ୍ତିକୁ ଗୁରୁତ୍ଵ ଦେଉଥିଲେ, ଆକବର ସାମ୍ରାଜ୍ୟ ବିସ୍ତାର ପାଇଁ କାହିଁକି ବିଭିନ୍ନ ପ୍ରକାର ରଣକୌଶଳ ବ୍ୟବହାର କରୁଥିଲେ ?
Answer:
ଆକବର କୂଟନୀତି, ବୈବାହିକ ସମ୍ପର୍କ ଏବଂ ସ୍କୁଲହ-ଇ-କୁଲ (ଧର୍ମୀୟ ସହନଶୀଳତା) ଆଦି ନୀତି ଅବଲମ୍ବନ କରି ରାଜ୍ୟବିସ୍ତାର କରିଥିଲେ, କାରଣ ସେ ହୃଦୟଙ୍ଗମ କରିଥିଲେ ଯେ ବିଭିନ୍ନ ପ୍ରକାରର ଲୋକମାନେ ବସବାସ କରୁଥିବା ଭଳି ଏକ ସାମ୍ରାଜ୍ୟକୁ ଶାସନ କରିବା ପାଇଁ ସାମରିକ ଶକ୍ତି ଯଥେଷ୍ଟ ନୁହେଁ । ସେ ମଧ୍ୟ ଅନୁଧ୍ୟାନ କରିଥବଲେ ଯେ ପୂର୍ବରୁ ଦିଲ୍ଲୀର ସୁଲତାନମାନେ ସାମରିକ ଶକ୍ତି ଉପରେ ନିର୍ଭର କରୁଥିବାରୁ ସର୍ବଦା ଅସ୍ଥିରତା ଏବଂ ବିଦ୍ରୋହ ଦେଖାଦେଉଥିଲା । ଆକବର ଏହି ଶିକ୍ଷାଲାଭ କରି ରାଜପୁତ୍ ଭଳି ଗୋଷ୍ଠୀଙ୍କ ଆନୁଗତ୍ୟ ଲାଭ କରିବା ପାଇଁ ତଥା ସାମ୍ରାଜ୍ୟରେ ସ୍ଥିରତା ଆଣିବା ପାଇଁ ବିଭିନ୍ନ ପ୍ରଣାଳୀ ଅବଲମ୍ବନ କରିଥିଲେ ।

Question 3.
ପୂର୍ବରୁ ଦିଆଯାଇଥବା ମାନଚିତ୍ର ଦୁଇଟିକୁ ତୁଳନା କର । ତୁମେ କେଉଁ ପାର୍ଥକ୍ୟ ସବୁ ଲକ୍ଷ୍ୟ କରୁଛ ? ମାନଚିତ୍ରରେ ଘଟିଥୁବା ପୁନଃରୂପ ଗୁଡ଼ିକ କ’ଣ ? (ପାଠ୍ୟପୁସ୍ତକସ୍ଥ ପୃଷ୍ଠା- ୨୪, ୩୩ ଓ ୩୯ ଅନୁସରଣ କର)
Answer:
ମାନଚିତ୍ରଗୁଡ଼ିକ ସମୟକ୍ରମେ ସ୍ପଷ୍ଟ ପାର୍ଥକ୍ୟ ଦର୍ଶାଉଛି । ଚିତ୍ର ୨.୩ ସୂଚାଉଛି ଯେ ୧୩ଶହ ସ ୧୫ଶ ଶତାବ୍ଦୀ ମଧ୍ୟରେ ଦିଲ୍ଲୀରେ ସୁଲତାନୀ ଶାସନ ମୁଖ୍ୟତଃ ଉତ୍ତର ଭାରତ ଉପରେ ନିଜର ନିୟନ୍ତ୍ରଣ ଜାହିର କରିଥିଲା ଏବଂ ସେହି ସମୟରେ ଦକ୍ଷିଣ ଓ ପୂର୍ବ ଭାରତର ହୟଶାଳ ଓ ପୂର୍ବ ଗଙ୍ଗ ବଂଶର ରାଜାମାନେ ସ୍ଵାଧୀନ ରାଜ୍ୟ ପ୍ରତିଷ୍ଠା କରିଥିଲେ । ଚିତ୍ର ୨.୧୨ରୁ ଜଣାଯାଏ ଯେ ଦକ୍ଷିଣରେ ବିଜୟନଗର ସାମ୍ରାଜ୍ୟ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ଦାକ୍ଷିଣାତ୍ୟରେ ବାହମନୀ ରାଜ୍ୟର ସୁଲତାନମାନେ, ପୂର୍ବରେ ଗଜପତି ଶାସନ କରୁଥିଲେ ଯାହା ଆଞ୍ଚଳିକ ବିଖଣ୍ଡିକରଣକୁ ପ୍ରତିଫଳିତ କରୁଥିଲା ।

ଚିତ୍ର ୨.୧୬ରୁ ଜଣାଯାଏ ଯେ ଆକବର ଓ ଆଉରଙ୍ଗଜେବ୍‌ଙ୍କ ଶାସନ ସମୟରେ ମୋଗଲ ସାମ୍ରାଜ୍ୟ ଭାରତର ଅଧିକାଂଶ ସ୍ଥାନରେ ବିସ୍ତାର ଲାଭ କରିଥିଲା ଯଦିଓ ଉତ୍ତର-ପଶ୍ଚିମ ସୀମାରେ ଶିଙ୍ଖାମାନେ ଓ ରାଜପୁତ୍ମାମାନେ ସାମ୍ରାଜ୍ୟର ପ୍ରତିରୋଧ ଜାରି ରଖୁଥିଲେ । ତେଣୁ ଯେଉଁ ପୁନଃରୂପ ହୋଇଥିଲା ତାହା ଥିଲା ଦିଲ୍ଲୀ ସୁଲତାନୀ ଶାସନ ଉତ୍ତର ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ଅନ୍ୟସ୍ଥାନରେ ସ୍ଵାଧୀନ ରାଜ୍ୟମାନଙ୍କର ଅବସ୍ଥିତି ଥୁଲା, ମାତ୍ର ମୋଗଲମାନଙ୍କ ସମୟରେ ଭାରତର ଅଧିକାଂଶ ଅଞ୍ଚଳ ମୋଗଲ ଶାସନାଧୀନ ହୋଇଥିଲା ।

Question 4.
ଆମେ ଦେଖୁଲେ ଯେ, ଦିଲ୍ଲୀ ସୁଲତାନଙ୍କର ହାରାହାରି ରାଜତ୍ଵକାଳ ପ୍ରାୟ ୯ ବର୍ଷ । ଏହା ମୋଗଲ ସମ୍ରାଟମାନଙ୍କ କ୍ଷେତ୍ରରେ ୨୭ ବର୍ଷ, ଆଉରଙ୍ଗଜେବ୍ ପର୍ଯ୍ୟନ୍ତ ଏବଂ ଆମେ ଯଦି ସବୁ ମୋଗଲ ଶାସକଙ୍କ ବିଷୟରେ ବିଚାର କରିବା ତେବେ ଏହା ୧୬ ବର୍ଷ । ଊନବିଂଶ ଶତାବ୍ଦୀର ଶେଷ ଯାଏଁ ତୁମେ ଏହି ରାଜତ୍ଵ କାଳର ବର୍ଷଗୁଡ଼ିକ ବିଷୟରେ କ’ଣ ଭାବୁଛ ?
Answer:
ଦିଲ୍ଲୀ ସୁଲତାନଙ୍କ ହାରାହାରି ରାଜତ୍ଵ ପ୍ରାୟ ୯ ବର୍ଷରୁ ଏହା ପ୍ରତିଫଳିତ ହୁଏ ଯେ ସେମାନଙ୍କ ସମୟରେ ଓ ରକ୍ତପାତ ବାରମ୍ବାର ଘଟୁଥିଲା । ଅନ୍ୟପକ୍ଷରେ ରାଜନୈତିକ ଅସ୍ଥିରତା ଏବଂ ସିଂହାସନ ଆରୋହଣଜିନିତ ହିଂସା ମୋଗଲ ଶାସକମାନେ ଆରଙ୍ଗଜେବ୍ଲଙ୍କ ପର୍ଯ୍ୟନ୍ତ ହାରାହାରି ୨୭ ବର୍ଷ ଶାସନ କରିଥିଲେ ଯେଉଁଥୁରୁ ସୂଚିତ ହୁଏ ଯେ ସେମାନଙ୍କର ଉନ୍ନତ ପ୍ରଶାସନିକ ବ୍ୟବସ୍ଥା, ଯୋଜନା ଏବଂ ଚୁକ୍ତି ବ୍ୟବସ୍ଥା ଥିଲା । କିନ୍ତୁ ପରବର୍ତ୍ତୀ ମୋଗଲମାନଙ୍କ ସମୟରେ ଶାସକମାନଙ୍କର ହାରାହାରି ରାଜତ୍ଵ ୧୬ ବର୍ଷକୁ ଖସି ଆସିଥିଲା । ଏଥିରୁ ଜଣାଯାଏ ଯେ ସେତେବେଳକୁ ସାମ୍ରାଜ୍ୟ ଦୁର୍ବଳ ହୋଇଯାଇଥିଲା ଏବଂ ସମୟକ୍ରମେ ସ୍ଥିରତା ମଧ୍ଯ କମିଯାଇଥିଲା ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 5.
ତୁମେ କାହିଁକି ଭାବୁଛ ଯେ ତେର୍‌ବାହାଦୁର ଧର୍ମ ପ୍ରତିବଦଳ କରିବା ପରିବର୍ତ୍ତେ ନିର୍ଯ୍ୟାତନା ସହିଥିଲେ ? ସେ କାହିଁକି ଭାବୁଥିଲେ ଯେ ତାଙ୍କ ବଳିଦାନ ନିଶ୍ଚିତ କିଛି ପରିବର୍ତ୍ତନ ଆଣିବ ?
Answer:
ଗୁରୁ ତେଗ୍ ବାହାଦୁର ଧର୍ମଗତ ସ୍ଵାଧୀନତାର ଟେକ ରଖୁବା ତଥା କାଶ୍ମିରି ପଣ୍ଡିତମାନଙ୍କୁ ସୁରକ୍ଷା ଦେବାପାଇଁ ନିର୍ଯାତନା ସହିଥିଲେ । ସେ ବିଶ୍ଵାସ କରୁଥିଲେ ଯେ ତାଙ୍କ ବଳିଦାନ ମୋଗଲ ଅତ୍ୟାଚାରୀଙ୍କୁ ପ୍ରତିରୋଧ କରିବା ପାଇଁ ଲୋକମାନଙ୍କୁ ପ୍ରେରଣା ଯୋଗାଇବ ।

Question 6.
ଶିଖଗୁରୁ ଏବଂ ଖାଲସା କେଉଁ ମୂଲ୍ୟବୋଧକୁ ଗ୍ରହଣ କରିଥିଲେ ?
Answer:
ଶିଖ୍ଗୁରୁ ଏବଂ ଖାଲସା ସାହସିକତା, ନ୍ୟାୟ, ସମାନତା ଏବଂ ନିଃସ୍ୱାର୍ଥପର ସେବା ଆଦି ମୂଲ୍ୟବୋଧକୁ ଗ୍ରହଣ କରିଥିଲେ । ସେମାନେ ଧର୍ମୀୟ ସ୍ଵାଧୀନତା ରକ୍ଷା କରିବା ପାଇଁ ବଦ୍ଧ ପରିକର ଥିଲେ । ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ, ଦୁର୍ବଳକୁ ସୁରକ୍ଷା ଦେବା ସହ ନିଜର ଅନୁଚରମାନଙ୍କ ମଧ୍ୟରେ ଏକତା ଓ ନୈତିକ ଶକ୍ତିର ପ୍ରସାର କରିବା ସେମାନଙ୍କର ଲକ୍ଷ୍ୟ ‘ଥିଲା ।

Question 7.
ଆଜିର ଦିନରେ ସେମାନେ କେତେ ପ୍ରାସଙ୍ଗିକ ?
Answer:
ଏହି ମୂଲ୍ୟବୋଧଗୁଡ଼ିକର ଗୁରୁତ୍ଵ ଆଜି ମଧ୍ୟ ରହିଅଛି, କାରଣ ସେଗୁଡ଼ିକୁ ସମସ୍ତଙ୍କୁ ନ୍ୟାୟୋଚିତ ଭାବରେ ବ୍ୟବହାର କରିବା, ମତଭେଦକୁ ସମ୍ମାନ କରିବା, ଅନ୍ୟମାନଙ୍କୁ ସାହାଯ୍ୟ କରିବାପାଇଁ ଶିକ୍ଷାଦିଏ ଯାହା ଏକ ଅପେକ୍ଷାକୃତ ଭଲ ଏବଂ ଶାନ୍ତିପୂର୍ଣ୍ଣ ବିଶ୍ଵ ପ୍ରତିଷ୍ଠା କରିବାରେ ସାହାଯ୍ୟ କରେ ।

Question 8.
ଉନବିଂଶ ଶତାବ୍ଦୀର ଆରମ୍ଭରେ ମହାରାଜା ରଣଜିତ ସିଂହଙ୍କ ପ୍ରୟାସରେ ନିଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଶିଖ୍ ମାନେ ଏକଜୁଟ ହୋଇଥିଲେ । ତାଙ୍କର ସାମରିକ ତୀକ୍ଷଣ ବୁଦ୍ଧି, କୂଟନୈତିକ ଦକ୍ଷତା ଏବଂ ଧାର୍ମିକ ସହିଷ୍ଠତା ତାଙ୍କୁ ଏକ ଦୃଢ଼ କେନ୍ଦ୍ରୀୟ ଶିଖ୍ ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା ।
Answer:
ଉନବିଂଶ ଶତାବ୍ଦୀର ମଧ୍ୟଭାଗଯାଏଁ ଏହି ସାମ୍ରାଜ୍ୟ ଉଭୟ ମୋଗଲ ସାମ୍ରାଜ୍ୟର ଅବଶେଷ ଓ ପରବର୍ତ୍ତୀ ଇଂରେଜ ସାମ୍ରାଜ୍ୟ ବିସ୍ତାରକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇଥିଲା ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1
ଦିଲ୍ଲୀକୁ କ୍ରମାଗତ ଭାବେ କେତେଗୋଟି ବୈଦେଶିକ ରାଜବଂଶ ଶାସନ କରିଥିଲେ ?
Answer:
୫ ଗୋଟି

Question 2.
କିଏ ନିଜକୁ ଦ୍ଵିତୀୟ ଆଲେକଜାଣ୍ଡାର ବୋଲି ମନେ କରୁଥିଲେ ?
Answer:
ଆଲ୍ଲାଉଦ୍ଦିନ ଖୁଲିଜୀ

Question 3.
ଦିଲ୍ଲୀରୁ ଦୌଲତାବାଦର ଦୂରତା କେତେ କିଲୋମିଟର ଥିଲା ?
Answer:
୧୦୦୦ କି.ମି.

Question 4.
ଅଣମୁସଲମାନ୍ ଲୋକମାନଙ୍କ ଉପରେ ସୁଲତାନମାନେ କେଉଁ କର ବସାଇଥିଲେ ?
Answer:
ଜିଜିୟା କର

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 5.
‘କୁମ୍ଭାଲଗଡ଼’ ଦୁର୍ଗ କିଏ ନିର୍ମାଣ କରିଥିଲେ ?
Answer:
ମେଣ୍ଢାର ଶାସକ ରାଣାକୁମ୍ଭ

Question 6.
ବର୍ତ୍ତମାନର ଯାଜପୁର ପୂର୍ବେ କେଉଁ ନାମରେ ପରିଚିତ ଥିଲା ?
Answer:
ଯାଜନଗର

Question 7.
କୃଷ୍ଣଦେବ ରାୟ ରାଜଧାନୀ ବିଜୟନଗରଠାରେ କେଉଁ ମନ୍ଦିର ନିର୍ମାଣ କରିଥିଲେ ?
Answer:
ବିଠଲ ମନ୍ଦିର

Question 8.
ଚିତ୍ତୋରଗଡ଼ କେଉଁ ରାଜ୍ୟରେ ଅବସ୍ଥିତ ?
Answer:
ରାଜସ୍ଥାନ

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 9.
‘ସମସ୍ତଙ୍କ ସହ ଶାନ୍ତି’ କିମ୍ବା ସବୁ ଧର୍ମ ବିଶ୍ବାସ ପ୍ରତି ସହନଶୀଳତା ପ୍ରକାଶ କରିବାକୁ ମୋଗଲ ଯୁଗରେ କ’ଣ କୁହାଯାଉଥିଲା ?
Answer:
ସୁଲହ-ଇ-କୁଲ

Question 10.
ପଞ୍ଚମହଲା ବିଶିଷ୍ଟ ‘ପଞ୍ଚ ମହଲ’ ଫତେପୁର ସିକ୍ରିଠାରେ କିଏ ନିର୍ମାଣ କରିଥିଲେ ?
Answer:
ଆକବର

Question 11.
ଶାହାଜାହାନଙ୍କର ଜ୍ୟେଷ୍ଠପୁତ୍ର କିଏ ଥିଲେ ?
Answer:
ଦାରା ଶିଖୋ

Question 12.
ଆଉରେଙ୍ଗଜେବ୍‌ଙ୍କର ମୃତ୍ୟୁ କେବେ ହୋଇଥିଲା ?
Answer:
୧୭୦୭ ମସିହା

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 13.
ଗଣ୍ଡ ରାଜ୍ୟର କେଉଁ ବୀରା ରାଣୀ ଯୁଦ୍ଧରେ ବନ୍ଦୀହେବା ପୂର୍ବରୁ ନିଜକୁ ନିଜେ ହତ୍ୟାକରି ପ୍ରାଣ ହରାଇଥିଲେ ?
Answer:
ରାଣୀ ଦୁର୍ଗାବତୀ

Question 14.
ମହାରାଣା ପ୍ରତାପ କେଉଁଠିକାର ଶାସକ ଥିଲେ ?
Answer:
ମେଣ୍ଢାର

Question 15.
ତ୍ରୟୋଦଶ ଶତାବ୍ଦୀରେ ଅହୋମ ରାଜ୍ୟ କେଉଁଠାରେ ମୁଗଠନ କରାଯାଇଥିଲା ?
Answer:
ମିଆଁମାର

Question 16.
‘ଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଭାବେ କିଏ ଖ୍ୟାତି ଅର୍ଜନ କରିଥିଲେ ।
Answer:
କପିଳେନ୍ଦ୍ରଦେବ

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 17.
୧୬୭୧ ମସିହାର ସରେଇଘାଟ ଯୁଦ୍ଧରେ ଅହୋମ୍‌ର ସାମରିକ ସେନାପତି କିଏ ଥିଲେ ?
Answer:
ଲଚିତ ବୋରଫୁକନ

Question 18.
ପଞ୍ଚଦଶ ଶତାବ୍ଦୀରେ କିଏ ପଞ୍ଜାବରେ ସମାନତା, କରୁଣା ଏବଂ ଏକ ଈଶ୍ୱରବାଦର ବାର୍ତ୍ତା ପ୍ରଚାର କରିଥିଲେ ?
Answer:
ଗୁରୁ ନାନକ

Question 19.
ଆକବରଙ୍କର ଅର୍ଥମନ୍ତ୍ରୀ କିଏ ଥିଲେ ?
Answer:
ତୋଡ଼ରମଲ୍ଲ

Question 20.
ମୋଗଲ ଯୁଗରେ ଜଣେ ବ୍ୟକ୍ତିକୁ ଦେୟ ଦେବାପାଇଁ ଥିବା ଏକ ଲିଖ୍ତ ନିର୍ଦ୍ଦେଶନାମାକୁ କ’ଣ କୁହାଯାଉଥିଲା ?
Answer:
ହୁଣ୍ଡି ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଏକାଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଥ‌ିବା ସମୟକୁ କେଉଁ ଯୁଗ କୁହାଯାଇଥାଏ ?
(i) କଳିଯୁଗ
(ii) ଆଦିଯୁଗ
(iii) ମଧ୍ୟଯୁଗ
(iv) ଆଧୁନିକ ଯୁଗ
Answer:
(iii) ମଧ୍ୟଯୁଗ

Question 2.
91 କେଉଁ ମୋଗଲ ଶାସନ କାଳରେ ଦିଲ୍ଲୀରୁ ଦୌଲତାବାଦ ‘ରାଜଧାନୀ ସ୍ଥାନାନ୍ତର’ ହୋଇଥିଲା ?
(i) ମୋଗଲ ସମ୍ରାଟ ଆକବର
(ii) ଜାହାଙ୍ଗୀର
(iii) ମହମ୍ମଦ–ବିନ୍-ତୁଗଲକ୍
(iv) ଆଉରେଇଦେବ
Answer:
(iii) ମହମ୍ମଦ–ବିନ୍-ତୁଗଲକ୍

Question 3.
‘ଜିଜିୟା’ କର ବ୍ୟବସ୍ଥା କେଉଁ ଶାସନ କାଳରେ ପ୍ରଚଳିତ ଥିଲା ?
(i) ଇଂରେଜ
(ii) ଫରାସୀ
(iii) ମୋଗଲ
(iv) ସୁଲତାନ
Answer:
(iv) ସୁଲତାନ

Question 4.
ଦିଲ୍ଲୀରେ ଶେଷ ସୁଲତାନ ରାଜବଂଶର ଶାସନକର୍ତ୍ତା କିଏ ଥିଲେ ?
(i) ତୈମୁର
(ii) ମହମ୍ମଦ–ବିନ୍-ତୁଗଲକ୍
(iii) ବାହମନୀର ସୁଲତାନ
(iv) ଆଲୁଉଦ୍ଦିନ୍ ଖ୍ଲିଜୀ
Answer:
(i) ତୈମୁର

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 5.
କୋଣାର୍କର ବିଖ୍ୟାତ ସୂର୍ଯ୍ୟମନ୍ଦିର କେଉଁ ଶତାବ୍ଦୀର ମଧ୍ୟଭାଗରେ ନିର୍ମାଣ କରାଯାଇଥିଲା ?
(i) ଦ୍ଵାଦଶ
(ii) ତ୍ରୟୋଦଶ
(iii) ଚତୁର୍ଦ୍ଦଶ
(iv) ପଞ୍ଚଦଶ
Answer:
(ii) ତ୍ରୟୋଦଶ

Question 6.
‘କୁମ୍ଭାଲଗଡ଼ ଦୁର୍ଗ’ ମେଣ୍ଢାରର ଶାସକ କେଉଁ ପର୍ବତ ଉପରେ ନିର୍ମାଣ କରିଥିଲେ ?
(i) ବିନ୍ଧ୍ୟ ପର୍ବତ
(ii) ସାତପୁରା
(iii) ଆରାବଳି
(iv) ହିନ୍ଦୁକୁଶ
Answer:
(iii) ଆରାବଳି

Question 7.
କେଉଁ ରାଜ୍ୟର ଶାସକଙ୍କୁ ‘ଅଶ୍ଵପତି’ କୁହାଯାଇଥିଲା
(i) ବିଜୟନଗରର ରାଜା
(ii) ବାହାମନୀ ରାଜ୍ୟର ସୁଲତାନ
(iii) ମରାଠାର ଶାସକ
(iv) କଳିଙ୍ଗର ଶାସକ
Answer:
(ii) ବାହାମନୀ ରାଜ୍ୟର ସୁଲତାନ

Question 8
‘ଆମୁକ୍ତ ମାଲ୍ୟଦା’ ମହାକାବ୍ୟ କେଉଁ ଭାଷାରେ ରଚନା କରାଯାଇଥିଲା ?
(i) ସଂସ୍କୃତ
(ii) ତେଲୁ ଗୁ
(iii) କନ୍ନଡ଼
(iv) ତାମିଲ
Answer:
(ii) ତେଲୁ ଗୁ

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 9.
କୃଷ୍ଣଦେବ ରାୟ କେଉଁଠାରେ ‘ତିରୁପତି ମନ୍ଦିର’ ନିର୍ମାଣ କରିଥିଲେ ?
(i) ତାମିଲନାଡୁ
(ii) କେରଳ
(iii) ଆନ୍ଧ୍ରପ୍ରଦେଶ
(iv) ବିଜୟ ନଗର
Answer:
(iii) ଆନ୍ଧ୍ରପ୍ରଦେଶ

Question 10.
କେଉଁ ଯୁଦ୍ଧରେ କୃଷ୍ଣଦେବରାୟଙ୍କ ସାମ୍ରାଜ୍ୟ ଧ୍ୱଂସ ସ୍ତୂପରେ ପରିଣତ ହୋଇଥିଲା
(i) ହଳଦୀଘାଟ
(ii) ତାଲିକୋଟା
(iii) ଜାଲିକଟୁ
(iv) କଳିଙ୍ଗର ଯୁଦ୍ଧ
Answer:
(ii) ତାଲିକୋଟା

Question 11.
ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠାତା ହିସାବରେ କାହାକୁ ବିବେଚନା କରାଯାଇଥାଏ ?
(i) ଆଉରେଙ୍ଗଜେବ୍‌
(ii) ଆକବର
(iii) ବାବର
(iv) ହୁମାୟୁନ
Answer:
(iii) ବାବର

Question 12.
ରାଜସ୍ଥାନରେ ଚିତୋରଗଡ଼ର ରାଜପୁତ ସୈନିକଙ୍କ ମୃତ୍ୟୁରେ ସେମାନଙ୍କର ରମଣୀମାନେ କେଉଁ ବ୍ରତ ପାଳନ କରିଥିଲେ ?
(i) ରମଣୀବ୍ରତ
(ii) କୁମାରୀବ୍ରତ
(iii) ଜହର ବ୍ରତ
(iv) ଅମୃତବ୍ରତ
Answer:
(iii) ଜହର ବ୍ରତ

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 13.
ଆକବରଙ୍କ ରାଜଦରକାରରେ ଜଣେ ଐତିହାସିକ ଓ ଜୀବନୀଲେଖକ ଭାବରେ କିଏ ସ୍ଥାନ ପାଇଥିଲେ ?
(i) ବୀରବଲ
(ii) ତାନସେନ
(iii) ଆବୁଲ ଫାଜଲ
(iv) ଅବଦୁଲ୍ କାଲାମ୍
Answer:
(iii) ଆବୁଲ ଫାଜଲ

Question 14.
ମୋଗଲ ସାମ୍ରାଜ୍ୟ ପତନର ମୁଖ୍ୟ ନାୟକ ଭାବରେ କାହାକୁ ଅଭିହିତ କରାଯାଇଥାଏ ?
(i) ବାବର
(ii) ହୁମାୟୁନ
(iii) ଆକବର
(iv) ଆଉରେଙ୍ଗ ଜେବ୍
Answer:
(iv) ଆଉରେଙ୍ଗ ଜେବ୍

Question 15.
ଅହୋମ୍ ରାଜ୍ୟ ବ୍ରହ୍ମପୁତ୍ର ନଦୀ ଉପତ୍ୟାକାରେ କେଉଁ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିଲା ?
(i) ତ୍ରୟୋଦଶ
(ii) ଚର୍ତୁଦଶ
(iii) ପଞ୍ଚଦଶ
(iv) ଦ୍ଵାଦଶ
Answer:
(i) ତ୍ରୟୋଦଶ

Question 16.
ତୁମକୁ ଓଡ଼ିଶାର ‘ମେଘେଶ୍ଵର ମନ୍ଦିର’ ଦେଖିବାପାଇଁ ହେଲେ ତୁମକୁ ବାପାଙ୍କ ସାଙ୍ଗରେ କେଉଁ ସ୍ଥାନକୁ ଯିବାକୁ ପଡ଼ିବ ?
(i) ବାରିପଦା
(ii) ଛତ୍ରପୁର
(iii) ଭୁବନେଶ୍ଵର
(iv) କଟକ
Answer:
(iii) ଭୁବନେଶ୍ଵର

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 17.
ତୁମକୁ କେହି ଉତ୍କଳ ଇତିହାସର ‘ସୁବର୍ଣ୍ଣ ଯୁଗ’ ବିଷୟରେ ପଚାରିଲେ ତୁମେ କାହାର ଶାସନ କାଳକୁ ସ୍ପଷ୍ଟଭାବରେ ଇଙ୍ଗିତ କରିପାରିବ ?
(i) ଲାଙ୍ଗୁଲା ନରସିଂହଦେବ
(ii) କପିଳେନ୍ଦ୍ର ଦେବ
(iii) ତୃତୀୟ ଅନଙ୍ଗଭୀମଦେବ
(iv) ପଞ୍ଚମ ଅନଙ୍ଗଭୀମଦେବ
Answer:
(ii) କପିଳେନ୍ଦ୍ର ଦେବ

Question 18.
‘ସରେଇଘାଟ ଯୁଦ୍ଧ’ କେଉଁ ମସିହାରେ ସଙ୍ଗଠିତ ହୋଇଥିଲା ?
(i) ୧୬୭୧
(ii) ୧୬୭୨
(iii) ୧୬୭୩
(iv) ୧୬୭୪
Answer:
(i) ୧୬୭୧

Question 19.
‘ଗୁରୁଗ୍ରନ୍ଥ ସାହେବ’ ପଢ଼ିଲେ ତୁମେ କେଉଁ ଧର୍ମ ବିଷୟରେ ସୂଚନା ପାଇପାରିବ ?
(i) ବୌଦ୍ଧ
(ii) ଶିଖ୍
(iii) ଜୈନ
(iv) ହିନ୍ଦୁ
Answer:
(ii) ଶିଖ୍

Question 20.
ଦିଲ୍ଲୀର ସୁଲତାନୀ ଶାସନକାଳରେ ‘ଇକ୍ତା’ ବ୍ୟବସ୍ଥା କେଉଁ କାର୍ଯ୍ୟ ପାଇଁ ପ୍ରଚଳନ କରାଯାଇଥିଲା ?
(i) ମୁକ୍ତହସ୍ତରେ ଦାନ କରିବା
(ii) ଗରିବଙ୍କୁ ଜମିବଣ୍ଟନ
(iii) କରସଂଗ୍ରହ
(iv) କରମୁକ୍ତ କରିବା ବ୍ୟବସ୍ଥା
Answer:
(iii) କରସଂଗ୍ରହ

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 21.
କେଉଁ ମୋଗଲ ଐତିହାସିକ ଆଇନ-ଇ-ଆକବରୀ ଗ୍ରନ୍ଥ ରଚନା କରିଥିଲେ ?
(i) ଅବଦୁଲ କାଲାମ୍
(ii) ଆବୁଲ ଫଜଲ
(iii) ଖାନ୍ ଅବଦୁଲ୍
(iv) ତୋଡ଼ର ମଲ୍ଲ
Answer:
(ii) ଆବୁଲ ଫଜଲ

Question 22.
ମୋଗଲ ଶାସନକାଳରେ ଜଣେ ବ୍ୟକ୍ତିକୁ ଦେୟ ଦେବାପାଇଁ ଥିବା ଏକ ଲିଖ୍ତ ନିର୍ଦ୍ଦେଶନାମାକୁ କ’ଶ୍ କୁହାଯାଉଥିଲ ?
(i) ଚେକ୍ ବ୍ୟବସ୍ଥା
(ii) ହେଣ୍ଡନୋଟ
(iii) ଜାଗିରପଟ୍ଟା
(iv) ହୁଣ୍ଡି
Answer:
(iv) ହୁଣ୍ଡି

Question 23.
ଭାବିଲ ଦେଖୁ ପ୍ରାଚୀନ ଭାରତରେ କେଉଁ ବିଶ୍ଵବିଦ୍ୟାଳୟରେ ବୌଦ୍ଧ ଧର୍ମ ଓ ସଂସ୍କୃତିର ଏକ ମୁଖ୍ୟ ଶିକ୍ଷଣ କେନ୍ଦ୍ର ହୋଇଥ‌ିବ ?
(i) ରଗିରି ବିଶ୍ଵବିଦ୍ୟାଳୟ
(ii) ଲଳିତଗିରି ବିଶ୍ଵବିଦ୍ୟାଳୟ
(iii) ପୁଷ୍ପଗିରି ବିଶ୍ଵବିଦ୍ୟାଳୟ
(iv) କନିଷ୍ଠପୁର ବିଶ୍ଵବିଦ୍ୟାଳୟ
Answer:
(iii) ପୁଷ୍ପଗିରି ବିଶ୍ଵବିଦ୍ୟାଳୟ

Question 24.
ବିଶାଳ କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ କେଉଁଠାରେ ଅବସ୍ଥିତ ଥିଲା ?
(i) ଫତେଗଡ଼
(ii) ରାଜଗଡ଼
(iii) କେରଡ଼ାଗଡ଼
(iv) ଜଉଗଡ଼
Answer:
(iv) ଜଉଗଡ଼

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 25.
ତୁମେ ବାଲେଶ୍ଵର ଜିଲ୍ଲାକୁ ପିକ୍‌ନିକ୍ ଗଲେ ସେଠାରେ କେଉଁ ଗୋପୀନାଥ ମନ୍ଦିର ଦେଖୁପାରିବ ?
(i) ଚିତ୍ତଚୋରା
(ii) ଗାଈଚରା
(iii) ଲବଣୀଚୋରା
(iv) କ୍ଷୀରଚୋରା
Answer:
(iv) କ୍ଷୀରଚୋରା

Question 26.
କଟକରୁ ବାଙ୍କୀ ଗଲାବେଳେ ବାଟରେ ଏକ ଐତିହ୍ୟସମ୍ପନ୍ନ ଗାଁ ପଡ଼ିଥାଏ, ତାହାର ନାମ କ’ଣ ହୋଇପାରେ ବୋଲି ତୁମେ ଭାବୁଛ ?
(i) ଗରଦିପୁର
(ii) ରାଣିଆବନ୍ଧ
(iii) ମାଣିଆବନ୍ଧ
(iv) କଜଳବନ୍ଧ
Answer:
(iii) ମାଣିଆବନ୍ଧ

Question 27.
ତୁମେ କେବେ ତାରାତାରୀଣୀ ପୀଠକୁ ଗଲେ ସେଠାରୁ ୫ କି.ମି. ଦୂରରେ ଋଷିକୂଲ୍ୟା ନଦୀ ମୁହାଣ ନିକଟରେ ଏକ ଐତିହ୍ୟ ପର୍ଯ୍ୟଟନ ଗଡ଼ ତୁମେ ଦେଖୁପାରିବ । ସେହି ଗଡ଼ଟିର ନାମ କ’ଣ ହୋଇପାରେ ?
(i) ଜଉଗଡ଼
(ii) ପୋତାଗଡ଼
(iii) ପାଟଣାଗଡ଼
(iv) ରତାଗଡ଼
Answer:
(ii) ପୋତାଗଡ଼

Question 28.
_________ ଯୁଦ୍ଧରେ ବିଜୟନଗର ସହର ଧ୍ୱଂସ ହୋଇଯାଇଥିଲା ।
(i) ସରାଇଘାଟ
(ii) ହଳଦୀଘାଟ
(iii) ତାଲିକୋଟା
(iv) ପାନିପଥ
Answer:
(iii) ତାଲିକୋଟା

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 29.
‘ଖାଇସା’ ସମ୍ପଦ୍ରଦାୟ ________ ଙ୍କ ଦ୍ଵାରା ଗଠନ କରାଯାଇଥିଲା ।
(i) ଗୁରୁ ଗୋବିନ୍ଦସିଂହ
(ii) ଗୁରୁ ଅର୍ଜୁନ ସିଂହ
(iii) ଗୁରୁ ତେଗ୍ ବାହାଦୂର
(iv) ଗୁରୁ ସ୍ଵରଣ ସିଂହ
Answer:
(i) ଗୁରୁ ଗୋବିନ୍ଦସିଂହ

Question 30.
ଦିଲ୍ଲୀକୁ କ୍ରମାଗତ ଭାବେ _________ ଗୋଟି ବୈଦେଶିକ ରାଜବଂଶ ଶାସନ କରିଥିଲେ ।
(i) 9
(ii) ୩
(iii) ୪
(iv) ୫
Answer:
(iv) ୫

Question 31.
‘କୁମ୍ଭାଲଗଡ଼ ଦୁର୍ଗ’ ________ ନିର୍ମାଣ କରିଥିଲେ ।
(i) ରାଣାକୁମ୍ଭ
(ii) ରାଣାଷଣ୍ଢ
(iii) ପୃଥ୍ୱୀରାଜ
(iv) ଜୟଚନ୍ଦ୍ର
Answer:
(i) ରାଣାକୁମ୍ଭ

Question 32.
ବିଜୟନଗରର ରାଜାମାନଙ୍କୁ __________ କୁହାଯାଉଥିଲା ।
(i) ଅଶ୍ଵପତି
(ii) ଛତ୍ରପତି
(iii) ନରପତି
(iv) ଗଜପତି
Answer:
(iii) ନରପତି

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 33.
କୃଷ୍ଣଦେବ ରାୟ _____________ ରେ ଥ‌ିବା ‘ତିରୁପତି ମନ୍ଦିର’କୁ ବହୁ ଅର୍ଥ ଦାନ କରିଥିଲେ ।
(i) ହାମ୍ପି
(ii) ଆନ୍ଧ୍ରପ୍ରଦେଶ
(iii) ଉତ୍ତର ପ୍ରଦେଶ
(iv) କେରଳ
Answer:
(ii) ଆନ୍ଧ୍ରପ୍ରଦେଶ

Question 34.
________ ମସିହାରେ କୃଷ୍ଣଦେବରାୟ ମୃତ୍ୟୁବରଣ କରିଥିଲେ ।
(i) ୧୫୨୯
(ii) ୧୫୩୦
(iii) ୧୫୬୫
(iv) ୧୫୬୮
Answer:
(i) ୧୫୨୯

Question 35.
ମୋଗଲ ଶାସକ ବାବର ______ ଯୁଦ୍ଧରେ ଇବ୍ରାହିମ ଲୋଦୀଙ୍କୁ ପରାସ୍ତ କରିଥିଲେ ।
(i) ତାଲିକୋଟା
(ii) ସରେଇଘାଟ
(iii) ହଳଦୀଘାଟ
(iv) ପାନିପଥ
Answer:
(iv) ପାନିପଥ

Question 36.
ବାବରଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର _________ ଶାସନଭାର ଗ୍ରହଣ କରିଥିଲେ ।
(i) ଆକବର
(ii) ଆଉରେଙ୍ଗଜେବ୍
(iii) ହୁମାୟୁନ
(iv) ଶେରଶାହା
Answer:
(iii) ହୁମାୟୁନ

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 37.
ବାବରଙ୍କ ନାତି ଆକବର ଓ ହିମୁଙ୍କ ମଧ୍ୟରେ _________ ଯୁଦ୍ଧ ସଙ୍ଗଠିତ ହୋଇଥିଲା ।
(i) ପ୍ରଥମ ପାନିପଥ
(ii) ଦ୍ଵିତୀୟ ପାନିପଥ
(iii) ତୃତୀୟ ପାନିପଥ
(iv) ଶେଷ ପାନିପଥ
Answer:
(ii) ଦ୍ଵିତୀୟ ପାନିପଥ

Question 38.
_________ ଙ୍କର ଅକସ୍ମାତ୍ ମୃତ୍ୟୁପରେ ମାତ୍ର ୧୩ ବର୍ଷ ବୟସରେ ଆକବର ସିଂହାସନ ଆରୋହଣ କରିଥିଲେ ।
(i) ହୁମାୟୁନ
(ii) ଆଉରେଙ୍ଗ୍‌
(iii) ଶେରଶାହ
(iv) ଇବ୍ରାହିମ ଲୋଦୀ
Answer:
(i) ହୁମାୟୁନ

Question 39.
ରାଜପୁତ୍ ରମଣୀମାନେ ଅଗ୍ନିକୁ ଡେଇଁ ଆତ୍ମହତ୍ୟା କରିବାକୁ ________ କୁହାଯାଉଥିଲା ।
(i) ସତୀଦାହ
(ii) ପ୍ରାଣ ଉତ୍ସର୍ଗ
(iii) ଜହର
(iv) ବଳିଦାନ
Answer:
(iii) ଜହର

Question 40.
ଆକବର ପ୍ରଚଳନ କରିଥିବା ‘ସୁଲହ-ଇ-କୁଲ’ର ଆକ୍ଷରିକ ଅର୍ଥ __________ ଥିଲା ।
(i) ସମସ୍ତଙ୍କ ସହ କଳହ କରିବା
(ii) ସମସ୍ତଙ୍କ ସହ ଶାନ୍ତି
(iii) ସମସ୍ତଙ୍କୁ ଘୃଣା କରିବା
(iv) ସମସ୍ତଙ୍କୁ ସମ୍ମାନ କରିବା
Answer:
(ii) ସମସ୍ତଙ୍କ ସହ ଶାନ୍ତି

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 41.
ଫତେପୁର ସିକ୍ରିଠାରେ ଆକବର __________ ସଦନ ପ୍ରତିଷ୍ଠା କରିଥିଲେ ।
(i) ସେବା
(ii) ସ୍ଵାଗତ
(iii) ଧନ୍ୟବାଦ
(iv) ଅନୁବାଦ
Answer:
(iv) ଅନୁବାଦ

Question 42.
ଆଉରେଙ୍ଗଦେବ ____________ ମସିହାରେ ନିଜକୁ ‘ଆଲମ୍‌ଗିର୍’ ବା ‘ବିଶ୍ୱବିଜେତା’ ଭାବେ ଘୋଷଣା କରିଥିଲେ ।
(i) ୧୬୫୬
(ii) ୧୬୫୭
(iii) ୧୬୫୮
(iv) ୧୬୫୫
Answer:
(iii) ୧୬୫୮

Question 43.
ଅଣମୁସଲମାନଙ୍କ ଉପରେ __________ କର ଆଉରେଙ୍ଗଜେବ ପୁନଃ ଲାଗୁ କରିଥିଲେ ।
(i) ନିର୍ବାଚନ
(ii) ଜମିଜମା
(iii) ଜିଜିଆ
(iv) ବାଣିଜ୍ୟ
Answer:
(iii) ଜିଜିଆ

Question 44.
ରାଣା ସଂଘ ______________ ଯୁଦ୍ଧରେ ବାବରଙ୍କ ବିରୋଧରେ ଯୁଦ୍ଧକରି ପରାଜୟ ବରଣ କରିଥିଲେ ।
(i) ପ୍ରଥମ ପାନିପଥ
(ii) ତାଲିକୋଟା
(iii) ସରେଇଘାଟ
(iv) ଖାନଓ୍ବା
Answer:
(iv) ଖାନଓ୍ବା

ଠିକ୍ ଉକ୍ତି ପାଖରେ ଠିକ୍ (✓ ) ଚିହ୍ନ ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ତ୍ରୟୋଦଶ ଶତାବ୍ଦୀରେ ତୃତୀୟ ଅନଙ୍ଗଭୀମଦେବ ‘ମେଘେଶ୍ଵର ମନ୍ଦିର’ ନିର୍ମାଣ କରିଥିଲେ ।
Answer:
✓

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 2.
କୃଷ୍ଣଚନ୍ଦ୍ର ଗଜପତି କୋଣାର୍କଠାରେ ବିଶ୍ୱବିଖ୍ୟାତ ‘ସୂର୍ଯ୍ୟମନ୍ଦିର’ ନିର୍ମାଣ କରିଥିଲେ ।
Answer:
✗

Question 3.
ସାରଳାଦାସଙ୍କ ବିଶାଳ ମହାଭାରତ ଗ୍ରନ୍ଥ କପିଳେନ୍ଦ୍ରଦେବଙ୍କ ଶାସନ କାଳରେ ରଚନା କରାଯାଇଥିଲା ।
Answer:
✓

Question 4.
ନରସିଂହଦେବ ନିଜକୁ ‘ନକକୋଟି କର୍ଣ୍ଣାଟ କଳବଗେଶ୍ଵର’ ଭାବରେ ଘୋଷଣା କରିଥିଲେ ।
Answer:
✗

Question 5.
ପ୍ରଥମ ନରସିଂହଦେବ ପ୍ରଥମେ ‘ଗଜପତି ଉପାଧ୍’ ଧାରଣ କରିଥିଲେ ।
Answer:
✓

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 6.
‘ସରେଇଘାଟ ଯୁଦ୍ଧ’ ୧୬୭୧ ମସିହାରେ ସଂଘଟିତ ହୋଇଥିଲା ।
Answer:
✓

Question 7.
ଏକାଦଶ ଶତାବ୍ଦୀରେ ’ପଞ୍ଜାବରେ ଶିଖ୍ ଧର୍ମର ଉତ୍‌ଥାନ ହୋଇଥିଲା ।
Answer:
✗

Question 8.
ଦିଲ୍ଲୀର ଚାନ୍ଦିନୀଚୌକଠାରେ ଗୁରୁଦ୍ଵାରା ସିସ୍‌ଗୁଞ୍ଜ ସାହିବ ଏକ ପୂଜାସ୍ଥଳ ।
Answer:
✓

Question 9.
୧୬୭୫ ମସିହାରେ ଆକବର ନବମ ଶିଖ୍ ଗୁରୁ ତେଗ୍ ବାହାଦୁରଙ୍କ ମୁଣ୍ଡ କାଟି ଦେଇଥିଲେ ।
Answer:
✗

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 10.
ଆକବରଙ୍କ ଅର୍ଥମନ୍ତ୍ରୀ ଥିଲେ ତୋଡ଼ରମଲ୍ଲ ।
Answer:
✓

Question 11.
ଆଇନ-ଇ-ଆକବରୀ ଗ୍ରନ୍ଥରେ ଆକବରଙ୍କ ଶାସନ ପ୍ରଣାଳୀ ବର୍ଣ୍ଣନା କରାଯାଇଥିଲା ।
Answer:
✓

Question 12.
ଭାରତ ରପ୍ତାନି ତୁଳନାରେ ବହୁତ କମ୍ ଦ୍ରବ୍ୟ ଆମଦାନୀ କରୁଥିଲା
Answer:
✓

Question 13.
ଖ୍ରୀଷ୍ଟାବ୍ଦ ୬୩୯ରେ ଚୀନ ପରିବ୍ରାଜକ ହୁଏନ୍‌ସାଂ ଭାରତ ଭ୍ରମଣରେ ଆସିଥିଲେ ।
Answer:
✓

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 14.
ଜଉଗଡ଼ ସମ୍ରାଟ ଅଶୋକଙ୍କ ଶିଳା ଅନୁଶାସନର ଏକ ସ୍ମୃତିପୀଠ ଥିଲା ।
Answer:
✓

Question 15.
ବାଲେଶ୍ଵର ଜିଲ୍ଲାର ଆରଡ଼ିଠାରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ଅବସ୍ଥିତ ।
Answer:
✓

Question 16.
ମାଣିଆବନ୍ଧ ପାଟଶାଢ଼ି ପାଇଁ ପ୍ରସିଦ୍ଧ ଲାଭ କରିଥିଲା ।
Answer:
✓

Question 17.
‘ପୋତାଗଡ଼’ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ।
Answer:
✗

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 18.
ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ହେଉଅଛି ।
Answer:
✓

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଜଉଗଡ଼ କଳା ମୁଗୁନି ପଥର
ପୋତାଗଡ଼ ରାଜଧାନୀ
ପୁଷ୍ପଗିରି କ୍ଷୁଦ୍ର ଗ୍ରାମ
କ୍ଷୀରଚୋରା ଗୋପୀନାଥ ବିଶ୍ଵବିଦ୍ୟାଳୟ
ମାଣିଆବନ୍ଧ ପର୍ଯ୍ୟଟନ କ୍ଷେତ୍ର

Answer:

‘ଖ’ ସ୍ତମ୍ଭ ‘କ’ ସ୍ତମ୍ଭ
ଜଉଗଡ଼ ରାଜଧାନୀ
ପୋତାଗଡ଼ ପର୍ଯ୍ୟଟନ କ୍ଷେତ୍ର
ପୁଷ୍କଗିରି ବିଶ୍ବବିଦ୍ୟାଳୟ
କ୍ଷୀରଚୋରା ଗୋପୀନାଥ କଳା ମୁଗୁନି ପଥର
ମାଣି ଆବନ୍ଧକ୍ଷୁଦ୍ର ଗ୍ରାମ କ୍ଷୁଦ୍ର ଗ୍ରାମ

 

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବିଜୟନଗର ରାଜା କୃଷ୍ଣଦେବ ରାୟ
ବାହମନୀର ସୁଲତାନ ଗଜପତି
ମରାଠାର ଶାସକ ଅଶ୍ବପତି
କଳିଙ୍ଗର ଶାସକ ଛତ୍ରପତି
ଆମୁକ୍ତ ମାଲ୍ୟଦା ନରପତି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବିଜୟନଗରର ରାଜା ନରପତି
ବାହମନୀର ସୁଲତାନ ଅଶ୍ବପତି
ମରାଠାର ଶାସକ ଛତ୍ରପତି
କଳିଙ୍ଗର ଶାସକ ଗଜପତି
ଆମୁକ୍ତ ମାଲ୍ୟଦା କୃଷ୍ଣଦେବ ରାୟ

 

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସାରଳାଦାସ ଆମୁକ୍ତ ମାଲ୍ୟଦା
ଆବୁଲ ଫାଜଲ୍ ଗୁରୁଗ୍ରନ୍ଥ ସାହେବ
କୃଷ୍ଣଦେବ ରାୟ ମହାଭାରତ
ଗୁରୁ ଅର୍ଜୁନ ସିଂହ ଆଇନ-ଇ-ଆକବରୀ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସାରଳାଦାସ ମହାଭାରତ
ଆବୁଲ ଫାଜଲ୍ ଆଇନ-ଇ-ଆକବରୀ
କୃଷ୍ଣଦେବ ରାୟ ଆମୁକ୍ତ ମାଲ୍ୟଦା
ଗୁରୁ ଅର୍ଜୁନ ସିଂହ ଗୁରୁଗ୍ରନ୍ଥ ସାହେବ

 

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପର୍ତ୍ତୁଗାଲମାନଙ୍କର ଭାରତରେ ପ୍ରବେଶ ୧୩୯୮ ଖ୍ରୀ.ଅ.
ତୈମୁରଙ୍କର ଦିଲ୍ଲୀ ଆକ୍ରମଣ ୧୪୯୮ ଖ୍ରୀ.ଅ.
ବିଜୟନଗର ସାମ୍ରାଜ୍ୟ ସ୍ଥାପନ ୧୩୩୬ ଖ୍ରୀ.ଅ.
ମେବାର ରାଜ୍ୟର ପୁନଃ ପ୍ରତିଷ୍ଠା ୧୨୦୬ ଖ୍ରୀ.ଅ.
ଦିଲ୍ଲୀ ସୁଲତାନୀ ବଂଶର ଶାସନ ୧୩୨୬ ଖ୍ରୀ.ଅ.

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପର୍ତ୍ତୁଗାଲମାନଙ୍କର ଭାରତରେ ପ୍ରବେଶ ୧୪୯୮ ଖ୍ରୀ.ଅ.
ତୈମୁରଙ୍କର ଦିଲ୍ଲୀ ଆକ୍ରମଣ ୧୩୯୮ ଖ୍ରୀ.ଅ.
ବିଜୟନଗର ସାମ୍ରାଜ୍ୟ ସ୍ଥାପନ ୧୩୩୬ ଖ୍ରୀ.ଅ.
ମେବାର ରାଜ୍ୟର ପୁନଃ ପ୍ରତିଷ୍ଠା ୧୩୨୬ ଖ୍ରୀ.ଅ.
ଦିଲ୍ଲୀ ସୁଲତାନୀ ବଂଶର ଶାସନ ୧୨୦୬ ଖ୍ରୀ.ଅ.

 

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 5.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଦ୍ଵିତୀୟ ପାନିପଥ ଯୁଦ୍ଧ ବାବରଙ୍କ ମୋଗଲ ସାମ୍ରାଜ୍ୟ ସ୍ଥାପନ
ହଳଦୀଘାଟ ଯୁଦ୍ଧ ଅହୋମଙ୍କଦ୍ଵାରା ମୋଗଲ ପରାଜୟ
ସରେଇଘାଟ ଯୁଦ୍ଧ ବିଜୟନଗର ସହର ଧ୍ୱଂସ
ପ୍ରଥମ ପାନିପଥ ଯୁଦ୍ଧ ଆକବରଙ୍କ ନିର୍ଣ୍ଣୟକ ବିଜୟ
ତାଲିକୋଟା ଯୁଦ୍ଧ ମହାରଣା ପ୍ରତାପଙ୍କ ପଛଘୁଞ୍ଚା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଦ୍ଵିତୀୟ ପାନିପଥ ଯୁଦ୍ଧ ଆକବରଙ୍କ ନିର୍ଣ୍ଣୟକ ବିଜୟ
ହଳଦୀଘାଟ ଯୁଦ୍ଧ ମହାରଣା ପ୍ରତାପଙ୍କ ପଛଘୁଞ୍ଚା
ସରେଇଘାଟ ଯୁଦ୍ଧ ଅହୋମଙ୍କଦ୍ଵାରା ମୋଗଲ ପରାଜୟ
ପ୍ରଥମ ପାନିପଥ ଯୁଦ୍ଧ ବାବରଙ୍କ ମୋଗଲ ସାମ୍ରାଜ୍ୟ ସ୍ଥାପନ
ତାଲିକୋଟା ଯୁଦ୍ଧ ବିଜୟନଗର ସହର ଧ୍ୱଂସ

 

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1
ହୁଏନ୍‌ସାଂ କିଏ ? ସେ କେବେ ପୁଷ୍ପଗିରି ବିଶ୍ଵବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ?
Answer:

  1. ହୁଏନ୍‌ସା ଥିଲେ ଚୀନର ଜଣେ ପରିବ୍ରାଜକ ।
  2. ଖ୍ରୀ.ଅ. ୬୩୯ରେ ସେ ଯାଜପୁରରେ ଥିବା ପୁଷ୍ପଗିରି ବିଶ୍ଵବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ।

Question 2.
ଜଉଗଡ଼ର ଅବସ୍ଥିତି କେଉଁଠି ? ଏହାର କ’ଣ ଗୁରୁତ୍ଵ ଥିଲା ?
Answer:

  1. ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଋଷିକୁଲ୍ୟା ନଦୀ ତଟରେ ଜଉଗଡ଼ ଅବସ୍ଥିତ ।
  2. ଏହା ସମ୍ରାଟ ଅଶୋକଙ୍କ ଶିଳା ଅନୁଶାସନର ଏକ ସ୍ମୃତିପୀଠ ଅଟେ ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 3.
କ୍ଷୀରଚୋରା ଗୋପୀନାଥ ମନ୍ଦିରର ଦୁଇଟି ବିଶେଷତ୍ଵ କ’ଣ ଥିଲା ?
Answer:

  1. ଏହି ମନ୍ଦିରରେ ପୂଜା ପାଉଥିବା ଗୋପୀନାଥ କଳା ମୁଗୁନି ପଥରରେ ନିର୍ମିତ ହୋଇଥିବାରୁ ଅତୀବ ରମଣୀୟ ଦେଖାଯାଆନ୍ତି ।
  2. ଏହି ମୂର୍ତ୍ତିକୁ ‘ଉତ୍ତର ଭାରତର ଚିତ୍ରକୁଟ ପର୍ବତରୁ ଅଣାଯାଇଥିଲା ।

Question 4.
ପ୍ରତିବର୍ଷ ମାଣିଆବନ୍ଧରେ କେଉଁ ଉତ୍ସବ ପାଳନ କରାଯାଏ ? ଏଥରେ କେଉଁ ଦେଶର ପର୍ଯ୍ୟଟକମାନେ ଯୋଗ ନେଇଥାନ୍ତି ?
Answer:

  1. ପ୍ରତିବର୍ଷ ମାଣିଆବନ୍ଧ ଗ୍ରାମରେ ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥାଏ ।
  2. ଏଠାକୁ ଚୀନ, ଜାପାନ, କୋରିଆ, ତିବ୍ବତ ଓ ଇଣ୍ଡୋନେସିଆରୁ ବହୁ ପର୍ଯ୍ୟଟକ ଆସିଥା’ନ୍ତି ।

Question 5.
ଗଞ୍ଜାମ ଜିଲ୍ଲାର ପୋତାଗଢ଼କୁ ଇଂରେଜମାନେ କେବେ ଅଧିକାର କରିଥିଲେ ଓ ଏହାକୁ ସେ କେଉଁ କାର୍ଯ୍ୟରେ ବ୍ୟବହାର କରିଥିଲେ ?
Answer:

  1. ୧୭୬୫ ଖ୍ରୀ.ଅ.ରେ ଇଂରେଜମାନେ ଗଞ୍ଜାମ ଜିଲ୍ଲାର ପୋତାଗଡ଼କୁ ଅଧିକାର କରିଥିଲେ ।
  2. ସେମାନେ ଏହାକୁ ଗଞ୍ଜାମ ଜିଲ୍ଲାର ପ୍ରଥମ ଜିଲ୍ଲାପାଳଙ୍କ ପ୍ରଶାସନିକ କୋଠି ଭାବରେ ବ୍ୟବହାର କରିଥିଲେ ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 6.
ଦିଲ୍ଲୀରେ ସୁଲତାନୀ ଶାସନ କେବେ ଓ କିପରି ଆରମ୍ଭ ହୋଇଥିଲା ?
Answer:

  1. ୧୧୯୨ ଖ୍ରୀଷ୍ଟାବ୍ଦରେ ଭାରତର ଉତ୍ତର ପଶ୍ଚିମରେ ସୁଲତାନୀ ଶାସନ ଆରମ୍ଭ ହୋଇଥିଲା ।
  2. ସେଠାରେ ଶାସନ କରୁଥିବା ପୃଥ୍ୱୀରାଜ ଚୌହାନଙ୍କୁ ମହମ୍ମଦ ଘୋରୀ ପରାସ୍ତ କରିବା ପରେ ସୁଲତାନୀ ଶାସନ ଆରମ୍ଭ ହୋଇଥିଲା ।

Question 7.
ଦକ୍ଷିଣ ଭାରତରେ ବିଜୟନଗର ସାମ୍ରାଜ୍ୟ କେବେ ପ୍ରତିଷ୍ଠା କରାଯାଇଥିଲା ? ଏହାର ମୁଖ୍ୟ ପ୍ରତିଦ୍ଵନ୍ଦୀ ରାଜ୍ୟ କିଏ ଥିଲା ?
Answer:

  1. ଚତୁର୍ଦ୍ଦଶ ଶତାବ୍ଦୀରେ ବିଜୟନଗର ସାମ୍ରାଜ୍ୟ ପ୍ରତିଷ୍ଠା ହୋଇଥିଲା ।
  2. ଏହାର ମୁଖ୍ୟ ପ୍ରତିଦ୍ଵନ୍ଦୀ ରାଜ୍ୟ ଥିଲା ବାହମନୀ ।

Question 8.
‘ବାବରନାମା’ କ’ଣ ? ଏଥରେ କ’ଣ ବର୍ଣ୍ଣନା କରାଯାଇଥିଲା ?
Answer:

  1. ‘ବାବରନାମା’ ମୋଗଲ ଶାସନର ପ୍ରତିଷ୍ଠାତା ବାବରଙ୍କ ଆତ୍ମଜୀବନୀ ।
  2. ସେଥୁରେ ସେ ନିଜକୁ ଜଣେ ସଂସ୍କୃତିସମ୍ପନ୍ନ, ବୃଦ୍ଧିମାନ, କୌତୁହଳୀ ମଣିଷ ଭାବରେ ବର୍ଣ୍ଣନା କରିଯାଇଛନ୍ତି ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 9.
ଆକବର ଖୁବ୍ କମ୍ ବୟସରେ କିପରି ଦିଲ୍ଲୀର ସମ୍ରାଟ ହୋଇପାରିଥିଲେ ?
Answer:

  1. ହୁମାୟୁନଙ୍କ ଅକସ୍ମାତ ମୃତ୍ୟୁପରେ ମାତ୍ର ୧୩ ବର୍ଷ ବୟସରେ ଆକବର ଦିଲ୍ଲୀର ସମ୍ରାଟ ହୋଇଥିଲେ ।
  2.  ନିଜର ଉଚ୍ଚାଭିଳାଷ ଓ ରଣକୌଶଳ ଦକ୍ଷତା ବଳରେ ଏକ ବିଶାଳ ସାମ୍ରାଜ୍ୟ ଗଠନ କରିପାରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଆକବର ଜଣେ ସାହିତ୍ୟନୁରାଗୀ ବ୍ୟକ୍ତି ଥିଲେ, ତାଙ୍କର କେଉଁ କାର୍ଯ୍ୟରୁ ଏହା ପ୍ରତୀୟମାନ ହୋଇଥାଏ ?
Answer:

  1. ଆକବର ନିରକ୍ଷର ସତ୍ତ୍ଵେ ପାରସିକ ଓ ଭାରତୀୟ ଗ୍ରନ୍ଥଗୁଡ଼ିକୁ ଜାଣିବାପାଇଁ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରିଥିଲେ ।
  2. ଅନେକ ସମୟରେ ତାଙ୍କ ଦରବାରକୁ ପଣ୍ଡିତମାନଙ୍କୁ ଡକାଇ ସାହିତ୍ୟ ଆଲୋଚନା କରୁଥିଲେ ।
  3. ସେ ଫତେପୁର ସିକ୍ରିଠାରେ ‘ଅନୁବାଦ ସଦନ’ (House of Translation) ପ୍ରତିଷ୍ଠା କରି ବହୁ ଗୁରୁତ୍ଵପୂର୍ଣ୍ଣ ସଂସ୍କୃତ ଗ୍ରନ୍ଥଗୁଡ଼ିକୁ ପାର୍ସି ଭାଷାରେ ଅନୁବାଦ କରାଇଥିଲେ ।

Question 2.
ଆଉରେଙ୍ଗଜେବ୍‌ ଧର୍ମ ଭାବନା କିପରି ଥୁଲା ?
Answer:

  1. ଆଉରେଙ୍ଗଜେବ୍ ଇସ୍‌ଲାମ ସୁନ୍ନି ସଂପ୍ରଦାୟର ଥିଲେ । ସେ ଥିଲେ କଠୋର ଧାର୍ମିକ ବ୍ୟକ୍ତି ।
  2. ସଙ୍ଗୀତ, ନୃତ୍ୟ ଭଳି ଅଣଇସଲାମିକ୍ ଅଭ୍ୟାସଗୁଡ଼ିକୁ କ୍ରମେ ତାଙ୍କ ଦରବାରରେ ନିଷିଦ୍ଧ କରିଦେଇଥିଲେ ।
  3. ଅଣମୁସଲମାନଙ୍କ ଉପରେ ‘ଜିଜିଆ କର’ ଏବଂ ହିନ୍ଦୁମାନଙ୍କର ପବିତ୍ର ତୀର୍ଥ ସ୍ଥାନଗୁଡ଼ିକୁ ଯାତ୍ରା କରିବା ଉପରେ ‘ତୀର୍ଥଯାତ୍ରା କର’ ପୁନଃ ଲାଗୁ କରିଥିଲେ ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 3.
ମହାରାଣା ପ୍ରତାପ କେଉଁଠିକାର ଶାସକ ଥିଲେ ? ସେ ମୋଗଲମାନଙ୍କୁ କିପରି ପ୍ରତିରୋଧ କରିଥିଲେ ।
Answer:

  1. ମହାରାଣା ପ୍ରତାପ ମେରର ଶାସକ ଥିଲେ । ସେ ମୋଗଲ ଆତ୍ମପତ୍ୟ ଗ୍ରହଣ କରିବାକୁ ମନା କରି ଦେଇଥିଲେ ।
  2. ୧୫୭୬ରେ ଆରାବଳୀର ଗିରିପଥରେ ମୋଗଲ ସେନାଙ୍କ ସହ ସେ ମୁକାବିଲା କରିଥିଲେ ।
  3. ମୋଗଲ ସେନା ଶକ୍ତିଶାଳୀ ଥିବାରୁ ସେମାନଙ୍କୁ ମୁକାବିଲା କରି ନପାରି ଖସି ପଳାଇଯାଇ ତାଙ୍କ ବିରୋଧରେ ଗରିଲା ଯୁଦ୍ଧ ଆରମ୍ଭ କରିଥିଲେ ।

Question 4.
କପିଳେନ୍ଦ୍ରଦେବ କେଉଁ ବଂଶର ପ୍ରତିଷ୍ଠାତା ଥିଲେ ? ସେ ଜଗନ୍ନାଥ ପାଇଁ କରିଥିବା କାର୍ଯ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
(i) ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଥିଲେ କପିଳେନ୍ଦ୍ରଦେବ । ସେ ପାଇକସେନାକୁ ଶକ୍ତିଶାଳୀ କରି ଶ୍ରୀଜଗନ୍ନାଥଙ୍କ ସମ୍ମାନର୍ଥେ ରାଜ୍ୟ ପରେ ରାଜ୍ୟ ଜୟ କରିପାରିଥିଲେ ।

(ii) ଉତ୍ତରରେ ଝାଡ଼ଖଣ୍ଡଠାରୁ ଦକ୍ଷିଣରେ ରାମେଶ୍ୱର, ପଶ୍ଚିମରେ ମହାରାଷ୍ଟ୍ରର କିଛି ଅଂଶ ଓ ସମଗ୍ର ତେଲେଙ୍ଗାନା ସହ ବାହାମନୀର ରାଜଧାନୀ ବିଦାର ବିଜୟନଗର ରାଜଧାନୀ ହାମ୍ପିକୁ ଜୟକରି ପ୍ରଚୁର ଧନଦୌଲତ ଆଣି ଶ୍ରୀଜଗନ୍ନାଥଙ୍କ ରନ୍ ଭଣ୍ଡାରକୁ ଦାନ କରିଥିଲେ ।

(iii) ସେ ନିଜକୁ ସୂର୍ଯ୍ୟବଂଶୀ ‘ଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଭାବେ ଘୋଷଣା କରିଥିଲେ ।

Question 5.
ଶିଖ୍ମାନଙ୍କର ଉତ୍ଥାନ କେବେ, କିପରି ହୋଇଥିଲା ? ସେମାନେ କାହା ବିରୋଧରେ ପ୍ରତିକ୍ରିୟା ପ୍ରକାଶ’ କରିଥିଲେ ?
Answer:
(i) ପଞ୍ଚଦଶ ଶତାବ୍ଦୀରେ ପଞ୍ଜାବରେ ଗୁରୁ ନାନକ ସମାନତା, କରୁଣା ଏବଂ ଏକ ଈଶ୍ୱରବାଦର ବାତ୍ତ’ ପ୍ରଚାର କରିଥିଲେ । ତାଙ୍କ ଅନୁଗାମୀମାନେ ଶିଖ୍ ଭାବରେ ପରିଚିତ ହୋଇଥିଲେ ।

(ii) ପରବର୍ତୀ ସମୟରେ ଶିଖ୍ ଗୁରୁମାନଙ୍କୁ କିଛି ମୋଗଲ ଶାସକଙ୍କ ଅଧ୍ଵନରେ ବଢୁଥ‌ିବା ଅସହିଷ୍ଣୁତା ଓଁ ନିର୍ଯାତନା ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ପଡ଼ିଥିଲା ।

(iii) ସେମାନେ ପରେ ଏକ ଶିଖ୍ ସେନା ଗଠନ କରି ସେମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଓ ମୋଗଲ ବାହିନୀ ବିରୋଧରେ ଅନେକ ଯୁଦ୍ଧରେ ଲଢ଼େଇ କରିଥିଲେ ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
କୃଷ୍ଣଦେବ ରାୟଙ୍କ କେଉଁସବୁ କୃତିତ୍ଵ ପାଇଁ ବିଜୟନଗର ରାଜ୍ୟ ବିକାଶର ଶୀର୍ଷରେ ପହଞ୍ଚି ପାରିଥିଲା ?
Answer:
(i) ଷୋଡ଼ଶ ଶତାବ୍ଦୀରେ, ବିଖ୍ୟାତ ଶାସକ କୃଷ୍ଣଦେବ ରାୟଙ୍କ ସମୟରେ ବିଜୟ ନଗର ରାଜ୍ୟ ଦାକ୍ଷିଣାତ୍ୟରେ ବିକାଶର ଶୀର୍ଷରେ ପହଞ୍ଚିପାରିଥିଲା ।

(ii) ତାଙ୍କ ଶାସନ କାଳରେ ସାମରିକ କ୍ଷମତା ଓ ସାଂସ୍କୃତିକ ନବଜାଗରଣରେ ବିଶେଷ ଭାବରେ ଉନ୍ନତି ଘଟିଥିଲା । ସେ ସେଠାରେ ଏକ ସୁରକ୍ଷିତ ସାମ୍ରାଜ୍ୟ ଗଠନ କରି ପ୍ରଭୁତ୍ୱ ବିସ୍ତାର କରିପାରିଥିଲେ ।

(iii) ସେ ସଂସ୍କୃତ, ତେଲୁଗୁ ଓ କନ୍ନଡ଼ ଭାଷାର କବି ଓ ପଣ୍ଡିତମାନଙ୍କର ପୃଷ୍ଠପୋଷକତା କରିବା ସହିତ ନିଜେ ତେଲୁଗୁ ଭାଷାରେ ଏକ ମହାକାବ୍ୟ ‘ଆମୁକ୍ତ ମାଲ୍ୟଦା’ ରଚନା କରିବାରେ ସକ୍ଷମ ହୋଇଥିଲେ ।

(iv) ଏହା ତାମିଲ ସନ୍ଥକବି ଆନ୍ଦାଲାଙ୍କ ଜୀବନୀ ଉପରେ ଆଧାରିତ ଥିଲା । ଏହାର ଗୋଟିଏ ଅଂଶ ଥିଲା ‘ରାଜନୀତି’ ଯେଉଁଥରେ ଉତ୍ତମ ଶାସନ ନୀତି ବିଷୟରେ କୁହାଯାଇଥିଲା । ସେ ଅନେକ ମନ୍ଦିରମାନଙ୍କୁ ଅର୍ଥ ପ୍ରଦାନ କରିବା ସହିତ ଆନ୍ଧ୍ରରେ ‘ତିରୁପତି ମନ୍ଦିର’ ଓ ବିଜୟନଗରଠାରେ ‘ବିଠଲ ମନ୍ଦିର’ର ବହୁ ଉନ୍ନତି ସାଧନ କରିଥିଲେ ।

Question 2.
ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ବାବର କିପରି ସକ୍ଷମ ହୋଇପାରିଥିଲେ, ଏହାର ରହସ୍ୟ କ’ଣ ଥିଲା ?
Answer:
(i) ଦିଲ୍ଲୀ ସୁଲତାନୀ ଶାସନ ସମୟକ୍ରମେ ଦୁର୍ବଳ ହୋଇପଡ଼ିଥିଲା । ବାବର ଜଣେ ତୁର୍କୀ ମୋଗଲ ସାମରିକ ଶାସକ ଓ ରଣକୌଶଳ ଧୂରୀଣ ବ୍ୟକ୍ତି ଥିଲେ । ସେ ନିଜ ଭୂଖଣ୍ଡ ସମରକନ୍ଦ (ଆଧୁନିକ ଉଦ୍‌ବେକିସ୍ଥାନ)ରୁ ବିତାଡ଼ିତ ହୋଇ ଭାରତକୁ ପଳାଇ ଆସିଥିଲେ ।

(ii) ତିମୁର (ତୈମୁର)ଙ୍କର ଉତ୍ତରାଧ୍ୟାକାରୀ ଭାବରେ ବାବର ୧୫୨୬ ଖ୍ରୀଷ୍ଟାବ୍ଦରେ ପାନିପଥଠାରେ ଇବ୍ରାହିମ ଲୋଦୀଙ୍କୁ ପରାସ୍ତ କରିଥିଲେ । ଏହି ଯୁଦ୍ଧରେ ବହୁମାତ୍ରାରେ ବନ୍ଧୁକ, ତୋପ, ଗୋଳାବାରୁଦ ବ୍ୟବହାର କରାଯାଇଥିଲା ।

(iii) ଏହି ପାନିପଥ ଯୁଦ୍ଧ ଦିଲ୍ଲୀ ସୁଲତାନୀ ଶାସନର ଅଧୋପତନ ଘଟାଇ ମୋଗଲ ସାମ୍ରାଜ୍ୟର ଭିଭି ପ୍ରସ୍ତର ସ୍ଥାପନ କରିଥିଲା ଏବଂ ଏହାପରେ ବାବର ଦିଲ୍ଲୀ ସିଂହାସନର ସର୍ବମୟକର୍ତ୍ତା ହୋଇପାରିଥିଲେ ।

(iv) ବିରାଟ ହିନ୍ଦୁସ୍ଥାନକୁ ସେ ସୁନା ଓ ରୂପାର ଏକ ଦେଶ ବୋଲି ଭାବୁଥିଲେ । ଏହାର ‘ଧନଦୌଲତ’ ତାଙ୍କୁ କେନ୍ଦ୍ର ଏସିଆକୁ ଫେରି ନଯାଇ ସବୁଦିନପାଇଁ ଏଠାରେ ରହିବାକୁ ବାଧ୍ୟ କରିଥିଲା ।

Class 8 Social Science Chapter 2 Question Answer Odia Medium ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ

Question 3.
ପୂର୍ବକାଳରେ ମନ୍ଦିରଗୁଡ଼ିକର କେଉଁସବୁ ଅର୍ଥନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଥୁଲା ? ଏହା ସମାଜ ପାଇଁ ହିତସାଧନ କରୁଥିଲା ନା ଅହିତସାଧନ କରୁଥିଲା ?
Answer:
(i) ପୂର୍ବକାଳରେ ଅନେକ ମନ୍ଦିର ଉପାସନା, ଅତିରିକ୍ତ ଶିକ୍ଷା, ସାମାଜିକ, ପାରସ୍ପରିକ କ୍ରିୟାକଳାପ, ପ୍ରଦର୍ଶନ କଳାର କେନ୍ଦ୍ର ଥିଲା । ମନ୍ଦିରଗୁଡ଼ିକ ବ୍ୟସ୍ତବହୁଳ ବଜାର ସହିତ ସାମାଜିକ ‘ପରିସଂସ୍ଥା’ ସୃଷ୍ଟି କରିପାରୁଥିଲେ ।

(ii) ସେତେବେଳର ଶାସକମାନେ ମନ୍ଦିର ଦେବଦେବୀଙ୍କୁ ଜମି ଓ ଧନ ଦାନ କରୁଥିଲେ ଯାହା ମନ୍ଦିର ପରିଚାଳକମାନଙ୍କଦ୍ଵାରା ବିଶ୍ଵାସରେ ରଖାଯାଉଥିଲା । ସେମାନେ ତୀର୍ଥଯାତ୍ରୀମାନଙ୍କ ପାଇଁ ଆଶ୍ରୟସ୍ଥଳ (ଧର୍ମଶାଳା) ନିର୍ମାଣ କରୁଥିଲେ ।

(iii) ଏହି ମନ୍ଦିରଗୁଡ଼ିକ ବ୍ୟବସାୟୀମାନଙ୍କୁ ଋଣ ପ୍ରଦାନ କରିବା ସହିତ ଅଭ୍ୟନ୍ତରୀଣ ଓ ସାମଗ୍ରିକ ବାଣିଜ୍ୟ ପାଇଁ ପାଣ୍ଠି ଯୋଗାଉଥିଲେ ।

(iv) ମୋଟାମୋଟି ଭାବରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନେ ପରସ୍ପର ଉପରେ ଆର୍ଥିକ ଭାବରେ ନିର୍ଭରଶୀଳ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ସହାବସ୍ଥାନ କରୁଥିଲେ ।

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Students can use Class 8 Math Solution Odia Medium and Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ to check their answers after solving exercises.

8th Class Maths Chapter 7 Question Answer Odia Medium

Class 8 Maths Chapter 7 Odia Medium

7.1 ପରିବର୍ତ୍ତନରେ ସମାନତାକୁ ଲକ୍ଷ୍ୟ କରିବା (Observing Similarity in Change)

Page No. 159

Question 1.
କେଉଁ ଚିତ୍ରଗୁଡ଼ିକ ଏକାପରି ଦେଖାଯାଉଛି ଏବଂ କେଉଁଗୁଡ଼ିକ ଭିନ୍ନ ପ୍ରକାର ଦେଖାଯାଉଛି?
Solution:
ଚିତ୍ର A, C ଓ D ଆକାରରେ ଭିନ୍ନ ହେଲେ ମଧ୍ୟ ଦେଖୁବାକୁ ଏକାପରି। ଚିତ୍ର B ଓ E ଭିନ୍ନ ପ୍ରକାର ଦେଖାଯାଉଛି।

Page No. 160

Question 1.
ଚିତ୍ର B ଓ E ଅନ୍ୟ ତିନୋଟି ଚିତ୍ରପରି ଦେଖାଯାଉଛି କି?
Solution:
ନା, B ଚିତ୍ରଟି ଆୟତାକୃତି, ତେଣୁ ସେଗୁଡ଼ିକ ସାମାନ୍ୟ ଅଲଗା। ଚିତ୍ର B ର ବାଘଟି ଲମ୍ବାଳିଆ ଏବଂ ଚିତ୍ର E ର ବାଘଟି ସଙ୍କୁଚିତ ଓ ମୋଟା ଦେଖାଯାଉଛି।

Question 2.
କାହିଁକି ଚିତ୍ର A, C ଓ D ଦେଖିବାକୁ ଏକାପରି?
Solution:
ଯେତେବେଳେ ଆମେ ଚିତ୍ର A କୁ ଚିତ୍ର C ସହିତ ତୁଳନା କରିବା, ଚିତ୍ର Cର ପ୍ରସ୍ଥ, ଚିତ୍ର ସ୍ପର ପ୍ରସ୍ଥର ଅଧା । ଚିତ୍ର Cର ଉଚ୍ଚତା ମଧ୍ୟ ଚିତ୍ର A ଉଚ୍ଚତାର ଅଧା। ଏହି କ୍ଷେତ୍ରରେ ଉଭୟ ପ୍ରସ୍ଥ ଓ ଉଚ୍ଚତା ସମାନ ଆନୁପାତିକ ହାରରେ ପରିବର୍ତ୍ତିତ ହୋଇଅଛି। ଉଭୟ ପ୍ରସ୍ଥ ଓ ଉଚ୍ଚତାରେ \(\frac {1}{2}\) ଗୁଣାଯାଇଛି । ଯେହେତୁ ପ୍ରସ୍ଥ ଓ ଉଚ୍ଚତା ସମାନ ଗୁଣନୀୟକଦ୍ଵାରା ପରିବର୍ତ୍ତିତ ହୋଇଛି ତେଣୁ ଚିତ୍ରଗୁଡ଼ିକ ଏକାଭଳି ଦେଖାଯାଉଛି।

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 3.
କାହିଁକି ଚିତ୍ର B ଓ E ଭିନ୍ନ ପ୍ରକାରର?
Solution:
ଯେତେବେଳେ ଆମେ ଚିତ୍ର A କୁ ଚିତ୍ର B ସହିତ ତୁଳନା କରିବା, ଚିତ୍ର Bର ପ୍ରସ୍ଥ ଚିତ୍ର A ପ୍ରସ୍ଥ ଅପେକ୍ଷା 20 ମିଲିମିଟର (ମି.ମି.) କମ୍। B ଉଚ୍ଚତା ମଧ୍ୟ Aର ଉଚ୍ଚତା ଠାରୁ 20 ମିଲିମିଟର (ମି.ମି.) କମ୍। ଯଦିଓ ପ୍ରସ୍ଥରେ ପାର୍ଥକ୍ୟ ସମାନ ଅଛି ମାତ୍ର ଚିତ୍ରଗୁଡ଼ି ଭିନ୍ନ ଦେଖାଯାଉଛନ୍ତି। ଉଭୟ ପ୍ରସ୍ଥ ଓ ଉଚ୍ଚତା ସମାନ ହାରରେ ପରିବର୍ତ୍ତିତ ହୋଇଛି କି? ନା, କାରଣ B ର ଉଚ୍ଚତା Aର ଉଚ୍ଚତାର ଅଧା କିନ୍ତୁ Bର ପ୍ରସ୍ଥ, A ପ୍ରସ୍ଥର ଅଧା ନୁହେଁ। ଯେହେତୁ ପ୍ରସ୍ଥ ଓ ଉଚ୍ଚତା ସମାନ ହାରରେ ପରିବର୍ତ୍ତିତ ହୋଇନାହିଁ, ତେଣୁ ଚିତ୍ରଗୁଡ଼ିକ ଭିନ୍ନ ଦେଖାଯାଉଛି।

7.2 ଅନୁପାତ (Ratio)

Page No. 161

Question 1.
60 : 40 ଅନୁପାତକୁ କେଉଁ ସଂଖ୍ୟାଦ୍ଵାରା ଗୁଣନ କଲେ ଆମେ 90 : 60 (ଚିତ୍ର D) ଅନୁପାତ ପାଇବା?
Solution:
ଦୁଇଟି ସଂଖ୍ୟାର ଅନୁପାତକୁ ଅନ୍ୟ ଦୁଇଟି ସଂଖ୍ୟାର ଅନୁପାତ ସହ ତୁଳନା କରିବା।
90: 60 = \(\frac {90}{60}\) = \(\frac {3}{2}\) [90, 60 ର ଗ.ସା.ଗୁ. = 30]
60 : 40 = \(\frac {60}{40}\) = \(\frac {3}{2}\) [60, 40 ର ଗ.ସା.ଗୁ. = 20]
∴ ଅନୁପାତଗୁଡ଼ିକ ସମାନୁପାତୀ କି ନାହିଁ, ତୁଳନା କରିବାର ଉପାୟ ହେଉଛି, ସେମାନଙ୍କୁ ଲଘିଷ୍ଟ ଆକାରରେ ପ୍ରକାଶ କରିବା।

7.3 ଅନୁପାତର ଲଘିଷ୍ଠ ରୂପ (Ratios in their Simplest Form)

Page No. 161

Question 1.
ଚିତ୍ର B ଏବଂ ଟ୍ରରେ ଅନୁପାତର ଲଘିଷ୍ଠ ରୂପ କେତେ?
Solution:
ଚିତ୍ର B ରେ ଅନୁପାତ ହେଉଛି 40 : 20
ଏହାର ଲଘିଷ୍ଠ ରୂପ = \(\frac {40}{20}\) = \(\frac {2}{1}\) ବା 2 : 1 ଅଟେ।
ଚିତ୍ର E ରେ ଅନୁପାତ ହେଉଛି 60 : 60
ଏହାର ଲଘିଷ୍ଠ ରୂପ = \(\frac {60}{60}\) = \(\frac {1}{1}\) ବା 1 : 1 ଅଟେ।

7.4 ସମାନୁପାତୀ ଯୁକ୍ତି ବ୍ୟବହାର କରି ସମସ୍ୟା ସମାଧାନ (Problems Solving with Proportional Reasoning)

Page No. 162

Question 1.
ଉଦାହରଣ 1 : 3 : 4 ଏବଂ 72 : 96 ଅନୁପାତ ଦୁଇଟି ସମାନୁପାତୀ ଅଟନ୍ତି କି?
Solution:
3 : 4 ଲଘିଷ୍ଠ ରୂପରେ ଅଛି। 72 : 96ରେ ଗ.ସା.ଗୁ. 24
ଅନୁପାତର ଉଭୟ ପଦକୁ 24 ଦ୍ଵାରା ଭାଗକଲେ = \(\frac {72}{96}\) = \(\frac {3}{4}\) ବା 3 : 4 ପାଉ।
ଯେହେତୁ ଉଭୟ ଅନୁପାତର ଲଘିଷ୍ଠ ରୂପ ସମାନ, ତେଣୁ 3 : 4 ଏବଂ 72 : 96 ସମାନୁପାତୀ ଅଟନ୍ତି।

Question 2.
ଉଦାହରଣ-2: ରଶ୍ମୀ ଏକ ଉତ୍ସବ ପାଇଁ ଲେମ୍ବୁପାଣି ତିଆରି କରିବାକୁ ଚାହିଁଲା। ସେ ଏକ ପାତ୍ରରେ 6 ଗ୍ଲାସ୍ ଲେମ୍ବୁପାଣି ତିଆରି କଲା ଏବଂ ସେଥିରେ 10 ଚାମଚ ଚିନି ମିଶାଇଲା। ତାଙ୍କ ବାପା ଭାବୁଥିଲେ ଉତ୍ସବରେ ଅଧିକ ଲୋକ ଯୋଗ ଦେବେ। ତେଣୁ ସେ ତାଙ୍କୁ ଆଉ 18 ଗ୍ଲାସ୍ ଅଧିକ ଲେମ୍ବୁପାଣି ତିଆରି କରିବାକୁ କହିଲେ? ସମାନ ମିଠାଗୁଣ ବଜାୟ ରଖିବା ପାଇଁ ରଶ୍ମୀ ଆଉ କେତେ ଚାମଚ ଚିନି ମିଶାଇବା ଉଚିତ?
Solution:
ସମାନ ମିଠାଗୁଣ ବଜାୟ ରଖୁବା ପାଇଁ ଲେମ୍ବୁପାଣିର ଗ୍ଲାସ୍ ସଂଖ୍ୟା ଏବଂ ଚିନିର ଚାମଚ ସଂଖ୍ୟାର ଅନୁପାତ, ସମାନୁପାତୀ ହେବା ଉଚିତ।
6 ଗ୍ଲାସ୍ ଲେମ୍ବୁପାଣି ପାଇଁ ସେ 10 ଚାମଚ ଚିନି ମିଶାଇଥିଲା।
ଲେମ୍ବୁପାଣିର ଗ୍ଲାସ୍ ସଂଖ୍ୟା ଏବଂ ଚିନିର ଚାମଚ ସଂଖ୍ୟାର ଅନୁପାତ ହେଉଛି 6 : 10
ତାଙ୍କୁ ଆଉ ଅଧିକ ଲେମ୍ବୁପାଣି କରିବାକୁ ଅଛି = 18 ଗ୍ଲାସ୍।
ଆମକୁ ପାଇବାକୁ ହେବ 6 : 10 : 18 : ?
ଅନୁପାତର ପ୍ରଥମ ପଦ 6 ରୁ 18କୁ ବୃଦ୍ଧି ପାଇଛି।
ପରିବର୍ତ୍ତନର ଗୁଣନୀୟକ ଜାଣିବା ପାଇଁ ଆମେ 18କୁ 6 ଦ୍ଵାରା ଭାଗକରି 3 ପାଇବା।
ଦ୍ଵିତୀୟ ଅନୁପାତର ଦ୍ଵିତୀୟ ପଦ (ପର ପଦ) ମଧ୍ୟ ସମାନ ଗୁଣନୀୟକଦ୍ଵାରା ପରିବର୍ତ୍ତିତ ହେବା ଉଚିତ।
10 କୁ 3 ଦ୍ଵାରା ଗୁଣିଲେ 30 ହେବ। ସୁତରାଂ 6 : 10 : : 18 : 30
ତେଣୁ ପୂର୍ବ ମିଠାଗୁଣକୁ ସମାନ ରଖ୍ 18 କ୍ଲାସ୍ ଲେମ୍ବୁପାଣି ତିଆରି କରିବା ପାଇଁ ସେ 30) ଚାମଚ ଚିନି ବ୍ୟବହାର କରିବା ଉଚିତ।

Page No. 163

Question 1.
ଉଦାହରଣ-3: ନୀତିନ୍ ଏବଂ ହରି ସେମାନଙ୍କ ଘର ଚାରିପାଖରେ ଏକ ପାଚେରୀ ନିର୍ମାଣ କରୁଥିଲେ। ନୀତିନ୍ 60 ମିଟର ଲମ୍ବା ପାର୍ଶ୍ୱଟିକୁ ନିର୍ମାଣ କରୁଥିଲେ ଏବଂ ହରି 40 ମିଟର ଲମ୍ବା ପାର୍ଶ୍ଵଟିକୁ ନିର୍ମାଣ କରୁଥିଲେ। ନୀତିନ୍ 3 ବ୍ୟାଗ୍ ସିମେଣ୍ଟ ବ୍ୟବହାର କରିଥିଲେ କିନ୍ତୁ ହରି 2 ବ୍ୟାଗ୍ ସିମେଣ୍ଟ ବ୍ୟବହାର କରିଥିଲେ। ନୀତିନ୍ ଭାବୁଥୁଲେ ହରିଦ୍ଵାରା ନିର୍ମିତ ପାଚେରୀରେ କମ୍ ପରିମାଣର ସିମେଣ୍ଟର ବ୍ୟବହାର ହେତୁ ତାଙ୍କ (ନୀତିନ୍)ଦ୍ଵାରା ନିର୍ମିତ ପାଚେରୀ ଭଳି ମଜବୁତ୍ ହେବ ନାହିଁ। ନୀତିନ୍ ଯାହା ଭାବୁଥୁଲେ ତାହା ଠିକ୍ କି?
Solution:
ନୀତିନ୍ ଏବଂ ହରିଙ୍କ କ୍ଷେତ୍ରରେ, ଆମେ ପାଚେରୀର ଲମ୍ବ ଏବଂ ସେମାନଙ୍କଦ୍ଵାରା ବ୍ୟବହୃତ ସିମେଣ୍ଟ ବ୍ୟାଗ୍ର ଅନୁପାତ ତୁଳନା କରି ଅନୁପାତ ଦୁଇଟି ସମାନୁପାତୀ କି ନାହିଁ ଦେଖୁବା।
ନୀତିନ୍‌ଙ୍କ କ୍ଷେତ୍ରରେ ଅନୁପାତ ହେଉଛି 60 : 3 ଅର୍ଥାତ୍‌ 20 : 1 (ଲଘିଷ୍ଠ ରୂପ)।
ହରିଙ୍କ କ୍ଷେତ୍ରରେ ଅନୁପାତ ହେଉଛି 40 : 2 ଅର୍ଥାତ୍ 20 : 1 (ଲଘିଷ୍ଟ ରୂପ)।
ତେଣୁ ନୀତିନ୍ ଓ ହରିର ଅନୁପାତ ସମାନ ବା ସମାନୁପାତ। ତେଣୁ ଉଭୟଙ୍କ ପାଚେରୀ ସମାନ ଭାବରେ ମଜବୁତ୍ ହେବ। ତେଣୁ ନୀତିନ୍ ବ୍ୟସ୍ତ ହେବା କଥା ନୁହେଁ।

Question 2.
ଉଦାହରଣ-4: ମୋ ବିଦ୍ୟାଳୟରେ 5 ଜଣ ଶିକ୍ଷକ ଏବଂ 170 ଜଣ ଶିକ୍ଷାର୍ଥୀ ଅଛନ୍ତି। ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ଅନୁପାତ 5 : 170। ତୁମ ବିଦ୍ୟାଳୟରେ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ଅନୁପାତ କେତେ ଲେଖ।
Solution:
ଛାତ୍ରଛାତ୍ରୀମାନେ ନିଜେ କରିବେ।

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 3.
ଉଦାହରଣ-5: ତୁମ ଶ୍ରେଣୀଗୃହରେ ଥିବା କଳାପଟାର ଦୈର୍ଘ୍ୟ ଓ ପ୍ରସ୍ଥକୁ ସେଣ୍ଟିମିଟର ଏକକରେ ମାପ। କଳାପଟାର ଦୈର୍ଘ୍ୟ ଓ ପ୍ରସ୍ଥର ଅନୁପାତ କେତେ?
Solution:
ନିଜେ ଅଭ୍ୟାସ କର।

Question 4.
କଳାପଟାର ଦୈର୍ଘ୍ୟ ଓ ପ୍ରସ୍ଥର ଅନୁପାତକୁ ନେଇ ତୁମେ ତୁମ ଖାତାରେ ଏକ ଆୟତଚିତ୍ର ଅଙ୍କନ କରିପାରିବ କି?
Solution:
ନିଜେ ଅଭ୍ୟାସ କର।

Question 5.
ତୁମେ ଅଙ୍କନ କରିଥିବା ଆୟତଚିତ୍ର ତୁମର ସହପାଠୀମାନେ ଅଙ୍କନ କରିଥିବା ଆୟତଚିତ୍ର ସହିତ ତୁଳନା କରି ଦେଖ। ସମସ୍ତଙ୍କର ଚିତ୍ର ସମାନ ଦେଖାଯାଉଛି କି?
Solution:
ନିଜେ ଅଭ୍ୟାସ କର।

Page No. 164-165

Question 1.
ଉଦାହରଣ-6: ଯେତେବେଳେ ନୀଳିମାଙ୍କୁ 3 ବର୍ଷ ହୋଇଥିଲା, ତାଙ୍କ ମା’ଙ୍କ ବୟସ ତା’ ବୟସର 10ଗୁଣ ଥିଲା। ସେତେବେଳେ ନୀଳିମାର ବୟସ ଓ ତାଙ୍କ ମା’ଙ୍କ ବୟସର ଅନୁପାତ କେତେ? ଯେତେବେଳେ ନୀଳିମାଙ୍କୁ 12 ବର୍ଷ ହେବ ସେମାନଙ୍କ ବୟସର ଅନୁପାତ କେତେ ହେବ? ଏହା ସମାନ ହେବ କି?
Solution:
ଯେତେବେଳେ ନୀଳିମାଙ୍କୁ 3 ବର୍ଷ ହୋଇଥୁଲା, ନୀଳିମାଙ୍କ ବୟସ ଓ ତାଙ୍କ ମା’ଙ୍କ ବୟସର ଅନୁପାତ 3 : 30 (ମା’ଙ୍କ ବୟସ ନୀଳିମାଙ୍କ ବୟସ 10 ଗୁଣ)। ଲଘିଷ୍ଠ ରୂପେ ଏହା 1 : 10
ଯେତେବେଳେ ନୀଳିମାକୁ 12 ବର୍ଷ ହେବ (ଅର୍ଥାତ୍‌ ୨ ବର୍ଷ ପରେ), ସେମାନଙ୍କ ବୟସର ଅନୁପାତ 12 : 39 (9 ବର୍ଷ ପରେ ନୀଳିମାଙ୍କ ମା’ଙ୍କ ବୟସ 39 ବର୍ଷ ହେବ)।
ଲଘିଷ୍ଠ ରୂପେ ଏହା 4 : 13 ଅଟେ। ତେଣୁ ଏହା ମୂଳ ଅନୁପାତ ସହ ସମାନ ନୁହେଁ।
ଯେତେବେଳେ ଆମେ ଏକ ଅନୁପାତର ପଦଗୁଡ଼ିକରେ ସମାନ ସଂଖ୍ୟା ଯୋଗ (ବା ବିୟୋଗ) କନ୍ତୁ, ଅନୁପାତ ପରିବର୍ତ୍ତିତ ହୋଇଥାଏ ଏବଂ ମୂଳ ଅନୁପାତ ସହିତ ସମାନୁପାତୀ ହୋଇନଥାଏ।

Question 2.
ଉଦାହରଣ-7: ନିମ୍ନଲିଖତ ଅନୁପାତଗୁଡ଼ିକରେ ଖାଲିଥିବା ସ୍ଥାନରେ ସଂଖ୍ୟାଗୁଡ଼ିକୁ ପୂରଣ କର, ଯାହା 14 : 21 ସହିତ ସମାନୁପାତୀ ହେବ । ………….. : 42, 6 : ………… 2 : ………………
Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ Page 164 Q2
Solution:
ପ୍ରଥମ ଅନୁପାତରେ ଆମେ ପୂର୍ବପଦ ଜାଣିନାହୁଁ, କିନ୍ତୁ ପର ପଦ 42। ଏହା 14: 21 ଅନୁପାତର ପର ପଦର 2 ଗୁଣ। ତେଣୁ ପୂର୍ବ ପଦ ମଧ୍ୟ 14 (ପୂର୍ବ ପଦ)ର 2 ଗୁଣ ହେବ। ତେଣୁ ସମାନୁପାତୀ ଅନୁପାତଟି 28 : 42 ହେବ। ଦ୍ଵିତୀୟ ଅନୁପାତପାଇଁ, ପୂର୍ବପଦ 6।
ଆମେ ଲେଖୁପାରିବା 14y = 6
ତେଣୁ y = \(\frac {6}{14}\) = \(\frac {3}{7}\)
ଆମକୁ 21 କୁ (14 : 21ର ପର ପଦ) ସମାନ ଗୁଣନୀୟକ \(\frac {3}{7}\) ଦ୍ଵାରା ଗୁଣନ କରିବାକୁ ପଡ଼ିବ।
21 × \(\frac {3}{7}\) = 9 ତେଣୁ ଅନୁପାତଟି ହେଉଛି 6 : 9
ତୃତୀୟ ଅନୁପାତରେ ପୂର୍ବପଦ 2। ଆମେ ଦେଖୁଛେ, 14କୁ 14 : 21 ଅନୁପାତରେ ପୂର୍ବପଦ 14କୁ 14 ଓ 21ର ଗ.ସା.ଗୁ.
7 ଦ୍ଵାରା (14 : 21ର ପ୍ରଥମ ପଦ) 7 (14 ଓ 21ର ଗ.ସା.ଗୁ.)ଦ୍ଵାରା ଭାଗକଲେ ଭାଗଫଳ 2 ମିଳିବ।
ଯଦି ଆମେ ଅନୁପାତର ପଦ ପଦ 21 କୁ 7 ଦ୍ଵାରା ଭାଗକରୁ ଆମକୁ 3 ମିଳିବ।
ତେଣୁ ଅନୁପାତଟି 2 : 3 ହେବ।

Question 3.
କଫି ଦୋକାନୀ ଏକ କପ ଫିଲଟର କଫି ପ୍ରସ୍ତୁତିରେ ପ୍ରାୟ 15 ମିଲିମିଟର କଫି ପାଉଡ଼ର କାଢ଼ାକୁ 35 ମିଲିଲିଟର କ୍ଷୀର ସହିତ ମିଶାନ୍ତ। କଫିର ପାଉଡ଼ର କାଢ଼ା ପରିମାଣ ଓ କ୍ଷୀରର ଅନୁପାତ 15 : 35.
(i) ଯଦି ଗ୍ରାହକମାନେ ଅଧିକ କଢ଼ା ଫିଲ୍ମର କଫି ଚାହାନ୍ତି, ତେବେ ଦୋକାନୀ 20 ମିଲିମିଟର ପାଉଡ଼ର କାଢ଼ାକୁ 30 ମିଲିମିଟର କ୍ଷୀର ସହିତ ମିଶାନ୍ତି। ଏଠାରେ କଫି ପାଢ଼ତ୍ତର କାଢ଼ା ଓ କ୍ଷୀର ପରିମାଣର ଅନୁପାତ 20 : 30 ହେବ। ଏହି କଫି ଅଧ୍ବକ କଢ଼ା କାହିଁକି?
(ii) ଯେତେବେଳେ ସେମାନେ କମ୍ କଡ଼ା ଫିଲ୍ମର କଫି ଆବଶ୍ୟକ କରନ୍ତି ସେ 10 ମିଲିମିଟର କଫି ପାଢ଼ତ୍ତର କାଢ଼ା’ ସହିତ 40 ମିଲିମିଟର କ୍ଷୀର ମିଶାନ୍ତି, ଏହାର ଅନୁପାତ 10 : 40। ଏହି କଫି କାହିଁକି କମ୍ କଡ଼ା?
Solution:
(i) ଦତ୍ତ ଅଛି କଫି ପାଉଡ଼ର କାଢ଼ା ଓ କ୍ଷୀରର ପରିମାଣର ଅନୁପାତ 20 : 30 = 2 : 3 [20, 30 ର ଗ.ସା.ଗୁ = 10]
∴ 2 ଭାଗ କଫି ସହିତ 3 ଭାଗ କ୍ଷୀର ମିଶାଯାଏ। ତେଣୁ କଫି କଢ଼ା ଲାଗେ।

(ii) ଦତ୍ତ ଅଛି କଫି ପାଉଡ଼ର କାଢ଼ା ଓ କ୍ଷୀରର ପରିମାଣର ଅନୁପାତ 10 : 40 = 1 : 4 [10, 40 ର ଗ.ସା.ଗୁ = 10]
∴ 1 ଭାଗ କଫି ସହିତ 4 ଭାଗ କ୍ଷୀର ମିଶାଯାଏ। ତେଣୁ କଫି କମ୍ କଡ଼ା ଲାଗେ।

Question 4.
ନିମ୍ନଲିଖତ ସାରଣୀରେ ତାପସ ବିଭିନ୍ନ ଅନୁପାତରେ କଫି ପାଉଡ଼ର କାଢ଼ାକୁ କ୍ଷୀର ସହିତ ମିଶାଯାଇଥବାର ଦର୍ଶାଯାଇଛି। ଶେଷ ସ୍ତମ୍ଭରେ କଫି ସାଧାରଣ କଫିଠାରୁ ବେଶୀ କଢ଼ା ନା କମ୍ କଢ଼ା ଲେଖ। (ପ୍ରଶ୍ନ ସହିତ ଉତ୍ତର)
Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ Page 165 Q4
Solution:
ବିସ୍ତୃତ ଉତ୍ତର:
1. 300 ମି.ଲି. କଫି କାଢ଼ା ସହିତ 600 ମି.ଲି. କ୍ଷୀରର ଅନୁପାତ = \(\frac{300}{600}=\frac{300 \div 300}{600 \div 300}=\frac{1}{2}\) = 0.5 [∵ 300, 600 ର ଗ.ସା.ଗୁ = 300]
∴ ବେଶୀ କଡ଼ା କଫି।

2. 150 ମି.ଲି. କଫି କାଢ଼ା ସହିତ 500 ମି.ଲି. କ୍ଷୀରର ଅନୁପାତ = \(\frac{150}{500}=\frac{150 \div 50}{500 \div 50}=\frac{3}{10}\) = 0.3 [∵ 150, 500 ର ଗ.ସା.ଗୁ = 50]
0.3 < 0.5
∴ କମ୍ କଡ଼ା କଫି।

3. 200 ମି.ଲି. କଫି କାଢ଼ା ସହିତ 400 ମି.ଲି. କ୍ଷୀରର ଅନୁପାତ = \(\frac{200}{400}=\frac{200 \div 200}{400 \div 200}=\frac{1}{2}\) = 0.5 [∵ 200, 400 ର ଗ.ସା.ଗୁ = 200]
∴ ବେଶୀ କଡ଼ା କଫି।

4. 24 ମି.ଲି. କଫି କାଢ଼ା ସହିତ 56 ମି.ଲି. କ୍ଷୀରର ଅନୁପାତ = \(\frac{24}{56}=\frac{24 \div 8}{56 \div 8}=\frac{3}{7}\) = 0.4285 [∵ 24, 560 ର ଗ.ସା.ଗୁ = 8]
0.4285 < 0.5
∴ କମ୍ କଡ଼ା କଫି।

5. 100 ମି.ଲି. କଫି କାଢ଼ା ସହିତ 300 ମି.ଲି. କ୍ଷୀର = \(\frac{100}{300}=\frac{100 \div 100}{300 \div 100}=\frac{1}{3}\) = 0.333 [∵ 100, 300 ର ଗ.ସା.ଗୁ = 100]
0.333 < 0.5
∴ କମ୍ କଡ଼ା କଫି।
Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ Page 165 Q4.1

ନିଜେ କରି ଦେଖ: (Page No. 165-167)

Question 1.
ନିମ୍ନଲିଖତ ସମାନୁପାଚୀ ସମ୍ବନ୍ଧୀୟ ଠିକ୍ ଉକ୍ତିଗୁଡ଼ିକରେ ଗୋଲ ବୁଲାଅ।
(i) 4: 7 :: 12 : 21
(ii) 8 : 3 :: 24 : 6
(iii) 7 : 12 :: 12 : 7
(iv) 21 : 6 :: 35 : 10
(v) 12 : 18 :: 28 : 12
(vi) 24 : 8 :: 9 : 3
Solution:
(i) 4 : 7 :: 12 : 21
⇒ \(\frac{4}{7}=\frac{12}{21}\)
⇒ \(\frac{4}{7}=\frac{12 \div 3}{21 \div 3}\) [∵ 12, 21 ର ଗ.ସା.ଗୁ = 3]
⇒ \(\frac{4}{7}=\frac{4}{7}\)
∴ ସମାନୁପାତୀଟି ଠିକ୍ ଅଛି।

(ii) 8 : 3 :: 24 : 6
⇒ \(\frac{8}{3}=\frac{24}{6}\)
⇒ \(\frac{8}{3}=\frac{24 \div 6}{6 \div 6}\) [∵ 24, 6 ର ଗ.ସା.ଗୁ = 6]
⇒ \(\frac{8}{3}=\frac{4}{1}\) (ଯାହା ଉଭୟ ଅନୁପାତର ଲଘିଷ୍ଠ ରୂପ ସମାନ ନୁହେଁ।)
∴ ସମାନୁପାତୀଟି ଭୁଲ୍ ଅଛି।

(iii) 7 : 12 :: 12 : 7
⇒ \(\frac{7}{12}=\frac{12}{7}\), ଯାହା ସମାନୁପାତୀ ନୁହେଁ।
∴ ସମାନୁପାତୀଟି ଭୁଲ୍ ଅଛି।

(iv) 21 : 6 :: 35 : 10
⇒ \(\frac{21}{6}=\frac{35}{10}\)
⇒ \(\frac{21 \div 3}{6 \div 3}=\frac{35 \div 5}{10 \div 5}\) [∵ 21, 6 ର ଗ.ସା.ଗୁ = 3 ଏବଂ 35, 10 ର ଗ.ସା.ଗୁ = 5]
⇒ \(\frac{7}{2}=\frac{7}{2}\)
∴ ସମାନୁପାତୀଟି ଠିକ୍ ଅଛି।

(v) 12 : 18 :: 28 : 12
⇒ \(\frac{12}{18}=\frac{28}{12}\)
⇒ \(\frac{12 \div 6}{18 \div 6}=\frac{28 \div 4}{12 \div 4}\)
[∵ 12, 18 ର ଗ.ସା.ଗୁ = 6 ଏବଂ 28, 12 ର ଗ.ସା.ଗୁ = 4], ଯାହା ସମାନୁପାତୀ ନୁହେଁ।
⇒ \(\frac{2}{3}=\frac{7}{3}\)
∴ ସମାନୁପାତୀଟି ଭୁଲ୍ ଅଛି।

(vi) 24 : 8 :: 9 : 3
⇒ \(\frac{24}{8}=\frac{9}{3}\)
⇒ \(\frac{24 \div 8}{8 \div 8}=\frac{9 \div 3}{3 \div 3}\)
[∵ 24, 8 ର ଗ.ସା.ଗୁ = 8 ଓ 9, 3 ର ଗ.ସା.ଗୁ = 3]
⇒ \(\frac{3}{1}=\frac{3}{1}\)
∴ ସମାନୁପାତୀଟି ଠିକ୍ ଅଛି।

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 2.
4 : 9 ସହିତ ସମାନୁପାତୀ ହେଉଥୁବା 3ଟି ଅନୁପାତ ଲେଖ।
Solution:
ଦର ଅଛି 4 : 9
⇒ \(\frac{4}{9}=\frac{4 \times 2}{9 \times 2}=\frac{4 \times 3}{9 \times 3}=\frac{4 \times 4}{9 \times 4}\)
⇒ \(\frac{4}{9}=\frac{8}{18}=\frac{12}{27}=\frac{16}{36}\)
∴ 4 : 98 :: 8 : 18, 4 : 9 :: 12 : 27, ଏବଂ 4 : 9 :: 16 : 36
4 : 9 ସହିତ ସମାନୁପାତୀ ହେଉଥ‌ିବା 3ଟି ଅନୁପାତ ଯଥା- 8 : 18, 12 : 27 ଓ 16 : 36

Question 3.
18 : 24 ସହିତ ସମାନୁପାତୀ ହେଉଥ‌ିବା ନିମ୍ନ ଅନୁପାତଗୁଡ଼ିକର ପରପଦକୁ ଶୂନ୍ୟସ୍ଥାନରେ ଲେଖ।
(i) 3 : ______________
(ii) 12 : ______________
(iii) 20 : ______________
(iv) 27 : ______________
Solution:
(i) ଦତ୍ତ ଅନୁପାତ 18 : 24
ମନେକର 18 : 24 : : 3 : x
∴ \(\frac{18}{24}=\frac{3}{x}\)
⇒ \(\frac{3}{4}=\frac{3}{x}\)
⇒ x = 4
∴ 18 : 24 :: 3 : 4

(ii) 18 : 24
ଦତ୍ତ ଅନୁପାତ 18 : 24
ମନେକର 18 : 24 : : 12 : x
∴ \(\frac{18}{24}=\frac{12}{x}\)
⇒ \(\frac{3}{4}=\frac{12}{x}\)
⇒ 3x = 48
⇒ x = 16
∴ 18 : 24 : : 12 : 16

(iii) ଦତ୍ତ ଅନୁପାତ 18 : 24
ମନେକର 18 : 24 : : 20 : x
∴ \(\frac{18}{24}=\frac{20}{x}\)
⇒ \(\frac{3}{4}=\frac{20}{x}\)
⇒ 3x = 80
⇒ x = \(\frac {80}{3}\)
∴ 18 : 24 : : 20 : \(\frac {80}{3}\)

(iv) ଦତ୍ତ ଅନୁପାତ 18 : 24
ମନେକର 18 : 24 : : 27 : x
∴ \(\frac{18}{24}=\frac{27}{x}\)
⇒ \(\frac{3}{4}=\frac{27}{x}\)
⇒ 3x = 108
⇒ x = 36
∴ 18 : 24 : : 27 : 36

Question 4.
ନିମ୍ନଲିଖୁତ ଆୟତଚିତ୍ରଗୁଡ଼ିକୁ ଦେଖ। କେଉଁ ଆୟତଚିତ୍ରଗୁଡ଼ିକ ପରସ୍ପର ସହିତ ସମାନ? ତୁମ ଉତ୍ତର ଠିକ୍ କି ନାହିଁ ଜାଣିବା ପାଇଁ ସେମାନଙ୍କର ଦୈର୍ଘ୍ୟ ଓ ପ୍ରସ୍ଥକୁ ମାପି ଅନୁପାତଗୁଡ଼ିକୁ ତୁଳନା କର।
Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ Page 166 Q4
Solution:
ନିଜେ ଅଭ୍ୟାସ କର ପିଲାମାନେ ପ୍ରତ୍ୟେକ ଆୟତଚିତ୍ରର ଦୈର୍ଘ୍ୟ ଓ ପ୍ରସ୍ଥକୁ କମ୍ପାସ ଏବଂ ରୁଲର ବ୍ୟବହାର କରି ମାପି ଅନୁପାତ ଗୁଡ଼ିକୁ ତୁଳନା କରିବେ।

Question 5.
ପାର୍ଶ୍ୱସ୍ଥ ଆୟତଚିତ୍ରକୁ ଦେଖ । ତୁମେ ତୁମର ଖାତାରେ ଦୈର୍ଘ୍ୟ ଓ ପ୍ରସ୍ଥର ସମାନ ଅନୁପାତ ଥାଇ ଏକ ଅପେକ୍ଷାକୃତ ଛୋଟ ଆୟତଚିତ୍ର ଏବଂ ବଡ଼ ଆୟତଚିତ୍ର ଅଙ୍କନ କରିପାରିବ କି? ତୁମେ ଆଙ୍କିଥିବା ଆୟତଚିତ୍ରକୁ ତୁମ ସହପାଠୀ ଆଙ୍କିଥିବା ଆୟତଚିତ୍ର ସହ ତୁଳନା କର। ସେମାନେ ଆଙ୍କିଥିବା ଚିତ୍ରଗୁଡ଼ିକ ତୁମ ଚିତ୍ର ସହ ସମାନ କି? ଯଦି ସେମାନଙ୍କର ଚିତ୍ର ତୁମଠାରୁ ଭିନ୍ନ, ଏହିପରି କାହିଁକି ହେଉଛି କହିପାରିବ କି? ସେମାନେ ଆଙ୍କିଥ‌ିବା ଚିତ୍ର ଭୁଲ୍ କି?
Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ Page 166 Q5
Solution:
ନିଜେ ଅଭ୍ୟାସ କର।

Question 6.
ନିମ୍ନଲିଖୁତ ଚିତ୍ରରେ ଏକ ଲମ୍ବା ଇଟା-କାନ୍ଥର ଏକ ଛୋଟ ଅଂଶକୁ ଦର୍ଶାଯାଉଛି, ଯେଉଁଥରେ ରଙ୍ଗୀନ୍ ଇଟାଗୁଡ଼ିକର ସଂରଚନା କରାଯାଇଛି। ଏହି ସଂରଚନା ପ୍ରତ୍ୟେକ କାନ୍ଥରେ କରାଯାଇଛି। ଉଭୟ କ୍ଷେତ୍ରରେ ଧୂସର ଇଟା ଓ ରଙ୍ଗୀନ ଇଟାର ସଂଖ୍ୟାର ଅନୁପାତ କେତେ? ଏହି ଅନୁପାତକୁ ଲଘିଷ୍ଠ ରୂପରେ ପ୍ରକାଶ କର।
Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ Page 166 Q6
Solution:
(a) ଧୂସର ଇଟା ସଂଖ୍ୟା = 33, ରଙ୍ଗୀନ ଇଟା ସଂଖ୍ୟା = 18
∴ ଧୂସର ଇଟା ଓ ରଙ୍ଗୀନ ଇଟାର ସଂଖ୍ୟାର ଅନୁପାତ = 33 : 18
= \(\frac{33 \div 3}{18 \div 3}\) [∵ 33, 18 ର ଗ.ସା.ଗୁ = 3]
= 11 : 6

(b) ଧୂସର ଇଟା ସଂଖ୍ୟା = 71, ରଙ୍ଗୀନ ଇଟା ସଂଖ୍ୟା = 48
∴ ଧୂସର ଇଟା ଓ ରଙ୍ଗୀନ ଇଟାର ସଂଖ୍ୟାର ଅନୁପାତ = 71 : 48

Question 7.
ଆସ, କିଛି ମଣିଷଙ୍କ ଚିତ୍ର ଆଙ୍କିବା। ତୁମ ସାଙ୍ଗର ଶରୀରକୁ ମାପ, ଅର୍ଥାତ୍ ସେମାନଙ୍କର ମୁଣ୍ଡ, ଶରୀରର ମଧ୍ୟଭାଗ, ବାହୁ ଏବଂ ଗୋଡ଼ର ଲମ୍ବାକୁ ମାପ। ନିମ୍ନରେ ଉଲ୍ଲେଖ କରାଯାଇଥିବା ଅନୁପାତରେ ଲେଖ।
ମୁଣ୍ଡ: ଶରୀରର ମଧ୍ୟଭାଗ ______________ : ______________
ଶରୀରର ମଧ୍ୟଭାଗ : ବାହୁ ______________ : ______________
ଶରୀରର ମଧ୍ୟଭାଗ : ଗୋଡ଼ ______________ : ______________
ବର୍ତ୍ତମାନ ଉପରୋକ୍ତ ଅନୁପାତ ସହିତ ସମାନ କରି ମୁଣ୍ଡ, ଶରୀରର ମଧ୍ୟଭାଗ, ବାହୁ, ଗୋଡ଼ ଥାଇ ଏକ ଶରୀରର ଚିତ୍ର ଅଙ୍କନ କର।
Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ Page 166 Q7
Solution:
ନିଜେ ଅଭ୍ୟାସ କର।

Page No. 167

Question 1.
ଯଦି ଅନୁପାତଗୁଡ଼ିକ ସମାନ ଥାଏ, ତେବେ ଚିତ୍ରଟି ଅଧିକ ବାସ୍ତବ ଦେଖାଯିବ କି? କାହିଁକି? କାହିଁକି ନୁହେଁ?
Solution:
ହଁ। ଯେତେବେଳେ ଏକ ଚିତ୍ର ମଧ୍ୟରେ ଥ‌ିବା ବିଭିନ୍ନ ଅଂଶର ଅନୁପାତ ସମାନୁପାତୀ ହୁଏ, ଏହାର ଅର୍ଥ ହେଉଛି ସେମାନେ ବାସ୍ତବରେ ଯେପରି ଆପେକ୍ଷିକ ଆକାର ଓ ସମ୍ପର୍କ ଥାଏ ସେହିପରି ଆପେକ୍ଷିକ ଆକାର ଓ ସମ୍ପର୍କ ବଜାୟ ରଖେ।

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 2.
ଉଦାହରଣ-8: ଗୋଟିଏ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ 120 ଜଣ ଶିକ୍ଷାର୍ଥୀଙ୍କ ନିମନ୍ତେ ପାଚିକା ପ୍ରତ୍ୟେହ 15 କି.ଗ୍ରା. ଚାଉଳ ନିଅନ୍ତି। ଗୋଟିଏ ଦିନ ବର୍ଷା ଯୋଗୁ କେବଳ 80 ଜଣ ଶିକ୍ଷାର୍ଥୀ ବିଦ୍ୟାଳୟକୁ ଆସିଥିଲେ। ଖାଦ୍ୟ ନଷ୍ଟ ନ ହେବା ପାଇଁ ପାଚିକା କେତେ କି.ଗ୍ରା. ଚାଉଳ ରୋଷେଇ କରିବା ଉଚିତ? ଶିକ୍ଷାର୍ଥୀମାନଙ୍କ ସଂଖ୍ୟା ଏବଂ ଚାଉଳର ପରିମାଣ ଦୁଇଟି ସମାନ ହେବା ଆବଶ୍ୟକ ବା ସମାନୁପାତି ହେବା ଆବଶ୍ୟକ। ତେଣୁ 120 : 15 : : 80 : ______________?
Solution:
80 ଓ 120 ପଦଦ୍ଵୟକୁ ଭାଗ କରି ଆମେ ପାଇବା
\(\frac{80}{120}=\frac{2}{3}\)
ଶିକ୍ଷାର୍ଥୀମାନଙ୍କ ସଂଖ୍ୟା ଗୁଣନୀୟକ \(\frac {2}{3}\) ଦ୍ଵାରା ହ୍ରାସ ପାଇଛି।
ଚାଉଳର ଓଜନକୁ ସମାନ ଗୁଣନୀୟକଦ୍ଵାରା ଗୁଣିବାଦ୍ଵାରା ଆମେ 15 × \(\frac {2}{3}\) = 10 ପାଇବା।
ତେଣୁ, ସେହିଦିନ ପାଚିକା 10 କି.ଗ୍ରା. ଚାଉଳ ନେବା ଉଚିତ୍‌।

Page No. 169

Question 1.
ଉଦାହରଣ-9: ଗୋଟିଏ କାର୍ 150 ମିନିଟ୍‌ରେ 90 କି.ମି. ଦୂରତା ଅତିକ୍ରମ କରେ। ଯଦି ଏହା ସମାନ ବେଗରେ ଗତି କରେ, ତେବେ 4 ଘଣ୍ଟାରେ କେତେ ଦୂରତା ଅତିକ୍ରମ କରିବ?
Solution:
ଯଦି ଏହା ସମାନ ବେଗରେ ଗତିକରେ ତେବେ ସମୟର ଅନୁପାତ, ଅତିକ୍ରମ କରିଥିବା ଦୂରତାର ଅନୁପାତ ସହିତ ସମାନୁପାତୀ ହେବ।
4 ଘଣ୍ଟା = 240 ମିନିଟ୍।
ତେଣୁ ସଠିକ୍ ଉପସ୍ଥାପନଟି ହେଉଛି 150 : 90 : : 240 : ?
ଏହି ସମାନୁପାତକୁ ଏହିପରି ଲେଖୁପାରିବା: 150 : 90 : : 240 : x
ବଜ୍ରଗୁଣନଦ୍ଵାରା ଆମେ ପାଇବା, 150 × x = 240 × 90
ତେଣୁ x = 144 କି.ମି.।
∴ 4 ଘଣ୍ଟାରେ କାର୍‌ଟି 144 କି.ମି. ଦୂରତା ଅତିକ୍ରମ କରିବ।

Question 2.
ଉଦାହରଣ-10: ହିମାଚଳ ପ୍ରଦେଶରେ ଜଣେ କ୍ଷୁଦ୍ରଚାଷୀ ପ୍ରତ୍ୟେକ 200 ଗ୍ରାମ୍ ଚା’ ପ୍ୟାକେଟ୍‌କୁ ₹ 200 ଟଙ୍କାରେ ବିକ୍ରି କରନ୍ତି। ମେଘାଳୟର ଏକ ବୃହତ୍ ସଂସ୍ଥା ପ୍ରତ୍ୟେକ 1 କି.ଗ୍ରା. ଚା’ ପ୍ୟାକେଟ୍‌କୁ ₹ 800 ଟଙ୍କାରେ ବିକ୍ରି କରନ୍ତି। ଉଭୟ ସ୍ଥାନରେ ଓଜନ ଓ ମୂଲ୍ୟର ଅନୁପାତ ସମାନ ଅଛି କି? କେଉଁ ସ୍ଥାନରେ ଚା’ ଅଧିକ ମହଙ୍ଗା?
Solution:
ହିମାଚଳ ଚା’ର ଓଜନ ଓ ମୂଲ୍ୟର ଅନୁପାତ = 200 : 200
ମେଘାଳୟର ଚା’ ପ୍ୟାକେଟ୍ = 1 କି.ଗ୍ରା. = 1000 ଗ୍ରାମ୍।
ମେଘାଳୟ ଚା’ର ଓଜନ ଓ ମୂଲ୍ୟର ଅନୁପାତ = 1000 : 800
ହିମାଚଳ ଚା’ର ଓଜନ ଓ ମୂଲ୍ୟର ଅନୁପାତର ଲଘିଷ୍ଠ ରୂପ = 1 : 1
ମେଘାଳୟ ଚା’ର ଓଜନ ଓ ମୂଲ୍ୟର ଅନୁପାତର ଲଘିଷ୍ଠ ରୂପ = 5 : 4
∴ ତେଣୁ ଉଭୟ ସ୍ଥାନର ଓଜନ ଓ ମୂଲ୍ୟର ଅନୁପାତଗୁଡ଼ିକ ସମାନୁପାଢୀ ନୁହଁନ୍ତି।
ମେଘାଳୟର 1 କି.ଗ୍ରା. ଚା’ର ଦାମ୍ = 800 ଟଙ୍କା।
ହିମାଚଳ ପ୍ରଦେଶରେ ଯଦି 200 ଗ୍ରାମ୍ ଚା’ର ମୂଲ୍ୟ = 200 ଟଙ୍କା।
ମନେକର 1 ଗ୍ରାମ୍ ଚା’ର ଦାମ୍ = x ଟଙ୍କା।
200 ଗ୍ରାମ୍ ହେଉଛି 1 କି.ଗ୍ରା.ର \(\frac {1}{5}\)।
ତେଣୁ \(\frac {1}{5}\) × x = 200
ଉଭୟ ପାର୍ଶ୍ଵକୁ 5 ଦ୍ଵାରା ଗୁଣିଲେ, ଆମେ ପାଇବା
\(\frac {1}{5}\) × x × 5 = 200 × 5
⇒ x = 1000
ତେଣୁ 1 କି.ଗ୍ରା. ଚା’ର ଦାମ୍ ମେଘାଳୟରେ 800 ଟଙ୍କା ଏବଂ ହିମାଚଳ ପ୍ରଦେଶରେ 1000 ଟଙ୍କା ଅଟେ।
ତେଣୁ ହିମାଚଳ ପ୍ରଦେଶରେ ଚା’ ମେଘାଳୟ ତୁଳନାରେ ମହଙ୍ଗା।

ନିଜେ କରି ଦେଖ: (Page No. 170-171)

Question 1.
ପୃଥ‌ିବୀ ଏକ ବର୍ଷରେ ସୂର୍ଯ୍ୟ ଚାରିପଟେ ପ୍ରାୟ 940 ନିୟୁତ କିଲୋମିଟର ଦୂରତା ଅତିକ୍ରମ କରେ। ଏହା ଏକ ସପ୍ତାହରେ କେତେ କିଲୋମିଟର ଦୂରତା ଅତିକ୍ରମ କରିବ?
Solution:
1 ବର୍ଷ = 365 ଦିନ।
ମନେକର ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ଅତିକ୍ରମ କରୁଥିବା ଦୂରତା = 940 ନିୟୁତ କିଲୋମିଟର
= 940 × 1000000 କି.ମି.
= 940000000 କି.ମି.।
ପୃଥ‌ିବୀ ଏକ ସପ୍ତାହରେ ଅତିକ୍ରମ କରିବ = x କି.ମି.।
ଏହି ସମାନୁପାତକୁ ଏହିପରି ଲେଖୁପାରିବା
940000000 : 365 : : x : 7
⇒ x = 1,80,27,397.26 କି.ମି.
∴ ପୃଥ‌ିବୀ ଏକ ସପ୍ତାହରେ 18027397.26 କି.ମି. ଦୂରତା ଅତିକ୍ରମ କରିବ।

Question 2.
ଜଣେ ମିସ୍ତ୍ରୀ ଚିତ୍ରରେ ଦିଆଯାଇଥିବା ନକ୍ସା ଅନୁସାରେ ଗୋଟିଏ ଘର ତିଆରି କରୁଛନ୍ତି। ଦୁଇଟି କୋଠରିକୁ ପୃଥକ କରିବା ପାଇଁ ତାଙ୍କୁ ଉଭୟ ବାହାର ଓ ଭିତର କାନ୍ଥ ତିଆରି କରିବାକୁ ପଡ଼ିବ। 10 ଫୁଟର କାନ୍ଥ ତିଆରି କରିବା ପାଇଁ ମିସ୍ତ୍ରୀ ଜଣକୁ ପ୍ରାୟ 1450 ଖଣ୍ଡ ଇଟା ଆବଶ୍ୟକ ପଡ଼େ। ଘର ତିଆରି କରିବା ପାଇଁ କେତେ ଖଣ୍ଡ ଇଟାର ଆବଶ୍ୟକତା ପଡ଼ିବ? (ସମସ୍ତ କାନ୍ଥର ଉଚ୍ଚତା ଓ ମୋଟେଇ ସମାନ ବୋଲି ଧରି ନିଆଯିବ।)
Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ Page 171 Q2
Solution:
ସମୁଦାୟ କାନ୍ଥର ଦୂରତା = 12 + 9 + 15 + 12 + 9 + 6 + 9 + 9 + 6 + 9 + 12 = 108 ଫୁଟ।
ମନେକର ସମୁଦାୟ ଇଟା ସଂଖ୍ୟା = x
10 ଫୁଟର କାନ୍ଥ ତିଆରି ପାଇଁ ଇଟା ଦରକାର = 1450 ଖଣ୍ଡ
108 ଫୁଟର କାନ୍ଥ ତିଆରି ପାଇଁ ଇଟା ଦରକାର ହେବାର ଅନୁପାତ = 10 : 1450 : : 108 : x
⇒ \(\frac{10}{1450}=\frac{108}{x}\)
⇒ x = \(\frac{108 \times 1450}{10}\)
⇒ x = 108 × 145 = 15660 ଖଣ୍ଡ ଇଟା।
∴ ଘର ତିଆରି କରିବା ପାଇଁ 15660 ଖଣ୍ଡ ଇଟାର ଆବଶ୍ୟକତା ପଡ଼ିବ।

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 3.
ପୁନୀତଙ୍କ ବାପା ତାଙ୍କ ମୋଟର ପାଇକେଲ୍‌ରେ 50 କି.ମି./ଘଣ୍ଟା ବେଗରେ ଗତି କରି ଲକ୍ଷ୍ନୌରୁ କାନପୁରକୁ ଯିବାପାଇଁ 2 ଘଣ୍ଟା ସମୟ ନେଲେ। ଯଦି ସେ 75 କି.ମି./ଘଣ୍ଟା ବେଗରେ ମୋଟର ସାଇକେଲରେ ଯାଆନ୍ତି ତେବେ କାନପୁରରେ ପହଞ୍ଚିବାକୁ ତାଙ୍କୁ କେତେ ସମୟ ଲାଗିବ?
Solution:
ଘଣ୍ଟା ପ୍ରତି 50 କି.ମି. ବେଗରେ ଗତିକଲେ ସମୟ ଲାଗେ = 2 ଘଣ୍ଟା।
ମୋଟ୍ ଦୂରତା = ବେଗ × ସମୟ
= 50 × 2
= 100 କି.ମି.
75 କି.ମି./ଘଣ୍ଟା ବେଗରେ ଗଲେ ଦୂରତା ଅତିକ୍ରମ କରିବାକୁ ନେଉଥୁବା ସମୟ = \(\frac{100}{75}=\frac{4}{3}\) ଘଣ୍ଟା
ଉଭୟ କ୍ଷେତ୍ରରେ ବେଗ ଓ ସମୟର ଅନୁପାତ ହେଉଛି 50 : 2 ଏବଂ 75 : \(\frac {4}{3}\)
⇒ \(\frac {50}{2}\) = 25 ଏବଂ \(\frac{75}{4 / 3}=\frac{75 \times 3}{4}=\frac{225}{4}\) ≠ 25
∴ 50 : 2 ଏବଂ 75 : \(\frac {4}{3}\) ଅନୁପାତଗୁଡ଼ିକ ସମାନୁପାତୀ ନୁହଁନ୍ତି।
ତେଣୁ ଏହି ସମସ୍ୟାକୁ 50 : 2 : : 75 : \(\frac {4}{3}\) ସମାନୁପାତରେ ପ୍ରକାଶ କରିପାରିବା ନାହିଁ।
ପୁନୀତ୍‌ଙ୍କ ବାପା 75 କି.ମି./ଘଣ୍ଟା ବେଗରେ ଗତିକଲେ କାନପୁରରେ ପହଞ୍ଚିବାକୁ \(\frac {4}{3}\) ଯାହା 2 ଘଣ୍ଟା ସମୟରୁ କମ୍ ହେବ।

7.5 ଅସମାନ ଭାବରେ ବାଣ୍ଟିବା (Sharing, but not Equally)

Page No. 174

Question 1.
ଉଦାହରଣ-11: ପ୍ରଶାନ୍ତ ଏବଂ ଭୁବନ ସେମାନଙ୍କ ବିଦ୍ୟାଳୟ ନିକଟରେ ଏକ ଠେଲାଗାଡ଼ିରେ ଖାଦ୍ୟଦ୍ରବ୍ୟ ବ୍ୟବସାୟ ଆରମ୍ଭ କଲେ । ବ୍ୟବସାୟ ପାଇଁ ପ୍ରଶାନ୍ତ ₹ 75,000 ଓ ଭୁବନ ₹ 25,000 ବିନିଯୋଗ କଲେ। ପ୍ରଥମ ମାସ ଶେଷରେ ସେମାନେ ₹ 4,000 ଲାଭ କଲେ। ସେମାନେ ନିଷ୍ପରି ନେଲେ ଯେ, ଉଭୟ ସେମାନଙ୍କ ବିନିଯୋଗ ଅର୍ଥ ଅନୁପାତରେ ଲାଭ ଅର୍ଥ ବାଣ୍ଟିନେବେ। ପ୍ରତ୍ୟେକ ବ୍ୟକ୍ତିଙ୍କର ଲାଭର ପରିମାଣ କେତେ ହେବ?
Solution:
ସେମାନଙ୍କ ଅର୍ଥ ବିନିଯୋଗର ଅନୁପାତ = 75,000: 25,000
ଏହି ଅନୁପାତର ଲଘିଷ୍ଠ ରୂପ ହେଉଛି 3 : 1
3 + 1 ହେଉଛି 4 ଏବଂ 4000 ଲାଭକୁ 4 ସମାନ ଭାଗ କଲେ ଆମେ ପ୍ରତ୍ୟେକ ଭାଗ ₹ 1000 ପାଇବା।
ତେଣୁ ପ୍ରଶାନ୍ତଙ୍କ ଲାଭର ପରିମାଣ = 3 × ₹ 1000 = ₹ 3000 ଏବଂ
ଭୁବନଙ୍କ ଭାଗର ପରିମାଣ 1 × ₹ 1000 = ₹ 1000 ଲାଭ ଅର୍ଥ ପାଇବେ।

Page No. 175

Question 1.
ଉଦାହରଣ-12: ଏକ 40 କି.ଗ୍ରା. ମିଶ୍ରଣରେ 3 : 1 ଅନୁପାତରେ ବାଲି ଏବଂ ସିମେଣ୍ଟ ଅଛି। ବାଲି ଏବଂ ସିମେଣ୍ଟର ଅନୁପାତକୁ 5 : 2 କରିବା ପାଇଁ ସେହି ମିଶ୍ରଣରେ ଆଉ କେତେ ସିମେଣ୍ଟ ମିଶାଇବା ଉଚିତ?
Solution:
ମିଶ୍ରଣର ମୋଟ ଓଜନ = 40 କିଲୋଗ୍ରାମ୍ ଏବଂ ଅନୁପାତଟି = 3 : 1
ତେଣୁ ବାଲିର ଓଜନ = \(\frac{3}{(3+1)} \times 40\) = 30 କି.ଗ୍ରା.
ସିମେଣ୍ଟର ଓଜନ = \(\frac{1}{(3+1)} \times 40\) = 10 କି.ଗ୍ରା.
ନୂତନ ମିଶ୍ରଣରେ ବାଲିର ଓଜନ 30 କି.ଗ୍ରା. ରହିଛି।
କିନ୍ତୁ ବାଲି ଓ ସିମେଣ୍ଟର ନୂତନ ଅନୁପାତ 5 : 2 ହେବ।
ତେଣୁ ପ୍ରଶ୍ନ ହେଉଛି 5 : 2 : : 30 : ?
ଯଦି ଅନୁପାତ 5 : 2 ତେବେ ଏହାର ପର ପଦ, ପୂର୍ବ ପଦର \(\frac {2}{5}\) ଗୁଣ।
ଯେହେତୁ ନୂତନ ଅନୁପାତ 5 : 2 ସହିତ ସମାନ, ତେଣୁ ନୂତନ ଅନୁପଳ୍ପରେ ପରପଦ ମଧ୍ୟ 30ର \(\frac {2}{5}\) ଗୁଣ ହେବ।
\(\frac {2}{5}\) × 30 = 12
ନୂତନ ମିଶ୍ରଣରେ ବାଲି ଓ ସିମେଣ୍ଟର ଅନୁପାତ 5 : 2 ହେବାପାଇଁ 12 କି.ଗ୍ରା. ସିମେଣ୍ଟ ରହିବା ଉଚିତ୍।
ପୂର୍ବରୁ 10 କି.ଗ୍ରା. ସିମେଣ୍ଟ ଅଛି।
ତେଣୁ ଆମକୁ ମୂଳ ମିଶ୍ରଣରେ ଅଧୂକ 2 କି.ଗ୍ରା. ସିମେଣ୍ଟ ମିଶାଇବାକୁ ପଡ଼ିବ।

ନିଜେ କରି ଦେଖ: (Page No. 175)

Question 1.
4500 ଟଙ୍କାକୁ 2 : 3 ଅନୁପାତରେ ଦୁଇ ଭାଗରେ ବିଭକ୍ତ କର।
Solution:
ଟଙ୍କା = 4500, ଅନୁପାତ = 2 : 3
ପ୍ରଥମ ଭାଗ = 4500 × \(\frac{2}{2+3}\)
= 4500 × \(\frac {2}{5}\)
= 900 × 2
= 1800 ଟଙ୍କା।
ଦ୍ଵିତୀୟ ଭାଗ = 4500 × \(\frac{3}{2+3}\)
= 4500 × \(\frac {3}{5}\)
= 900 × 3
= 2700 ଟଙ୍କା।

Question 2.
ଗୋଟିଏ ବିଜ୍ଞାନାଗାରରେ ଏକ ଦ୍ରବଣ ତିଆରି କରିବା ପାଇଁ ଅମ୍ଳ ଓ ଜଳକୁ 1 : 5 ଅନୁପାତରେ ମିଶାଗଲା। ଏକ ବୋଡ଼ଲରେ 240 ମିଲିଲିଟର ଦ୍ରବଣ ରହେ, ତେବେ ସେଥ‌ିରେ ଅମ୍ଳ ଓ ଜଳର ପରିମାଣ କେତେ?
Solution:
ବୋତଲରେ ଦ୍ରବଣ = 240 ମିଲିଲିଟର।
ଅମ୍ଳ ଓ ଜଳର ଅନୁପାତ = 1 : 5
ଅମ୍ଳର ପରିମାଣ = 240 × \(\frac{1}{1+5}\)
= 240 × \(\frac {1}{6}\)
= 40 ମିଲିଲିଟର।
ଜଳର ପରିମାଣ = 240 × \(\frac{5}{1+5}\)
= 240 × \(\frac {5}{6}\)
= 200 ମିଲିଲିଟର।
∴ ଅମ୍ଳର ପରିମାଣ 40 ମିଲିଲିଟର ଓ ଜଳର ପରିମାଣ 200 ମିଲିଲିଟର।

Question 3.
ସବୁଜ ରଙ୍ଗ ପ୍ରସ୍ତୁତ କରିବା ପାଇଁ ନୀଳ ଏବଂ ହଳଦିଆ ରଙ୍ଗକୁ 3 : 5 ଅନୁପାତରେ ମିଶାଗଲା। 40 ମିଲିଲିଟର ସବୁଜ ରଙ୍ଗ ପ୍ରସ୍ତୁତ କରିବା ପାଇଁ ଏହି ଦୁଇଟି ରଙ୍ଗର କେତେ ପରିମାଣ ଆବଶ୍ୟକ? ସବୁଜ ରଙ୍ଗକୁ ଫିକା କରିବା ପାଇଁ, ମୁଁ ମିଶ୍ରଣରେ 20 ମିଲିଲିଟର ହଳଦିଆ ରଙ୍ଗ ମିଶାଇଲି। ନୂଆ ରଙ୍ଗରେ ନୀଳରଙ୍ଗ ଏବଂ ହଳଦିଆ ରଙ୍ଗର ଅନୁପାତ କେତେ ହେବ?
Solution:
ସବୁଜ ରଙ୍ଗ ପରିମାଣ = 40 ମିଲିଲିଟର। ନୀଳ ଓ ହଳଦିଆ ରଙ୍ଗର ଅନୁପାତ = 3 : 5
ନୀଳ ରଙ୍ଗର ପରିମାଣ = 40 × \(\frac{3}{3+5}\)
= 40 × \(\frac {3}{8}\)
= 5 × 3
= 15 ମିଲିଲିଟର।
ହଳଦିଆ ରଙ୍ଗର ପରିମାଣ = 40 × \(\frac{5}{3+5}\)
= 40 × \(\frac {5}{8}\)
= 5 × 5
= 25 ମିଲିଲିଟର।
ବର୍ତ୍ତମାନ ସବୁଜ ରଙ୍ଗରେ 20 ମିଲିଲିଟର ହଳଦିଆ ରଙ୍ଗ ମିଶାଗଲା, ତେବେ ନୂତନ ହଳଦିଆ ରଙ୍ଗର ପରିମାଣ = 25 + 20 = 45 ମିଲିଲିଟର।
ନୂଆ ରଙ୍ଗରେ ନୀଳରଙ୍ଗ ଓ ହଳଦିଆ ରଙ୍ଗର ଅନୁପାତ = 15 : 45
= \(\frac{15 \div 15}{45 \div 15}\) [∵ 15, 45ର ଗ.ସା.ଗୁ. = 15]
= 1 : 3
∴ ନୂଆ ରଙ୍ଗରେ ନୀଳରଙ୍ଗ ଏବଂ ହଳଦିଆ ରଙ୍ଗର ଅନୁପାତ 1 : 3 ହେବ।

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 4.
ନରମ ଇଡ଼ଲି ତିଆରି କରିବା ପାଇଁ, ତୁମକୁ ଚାଉଳ ଏବଂ ବିରି ଡ଼ାଲିକୁ 2 : 1 ଅନୁପାତରେ ମିଶାଇବାକୁ ପଡ଼ିବ। ଯଦି ଆସନ୍ତାକାଲି ସକାଳେ ଇଡ଼୍‌ଲି ତିଆରି କରିବା ପାଇଁ 6 କପ୍ ମିଶ୍ରଣରେ ଆବଶ୍ୟକ ହୁଏ, ତେବେ ତୁମେ ଚାଉଳ ଏବଂ ଡାଲିରୁ କେତେ ଲେଖାଏଁ କପ୍ ନେବ?
Solution:
ଚାଉଳ ଓ ବିରିଡ଼ାଲିର ଅନୁପାତ = 2 : 1
ଇଡ୍‌ଲିର ପ୍ରସ୍ତୁତି ପାଇଁ ମିଶ୍ରଣ = 6 କପ୍।
ଚାଉଳର ପରିମାଣ = 6 × \(\frac{2}{2+1}\)
= 6 × \(\frac {2}{3}\)
= 4 କପ୍।
ବିରିଡ଼ାଲିର ପରିମାଣ = 6 × \(\frac{1}{2+1}\)
= 6 × \(\frac {1}{3}\)
= 2 କପ୍।
∴ ଇଡ୍‌ଲି ତିଆରି ପାଇଁ ଚାଉଳ 4 କପ୍ ଓ ଡାଲି 2 କପ୍ ନିଆଯିବ।

Question 5.
ମୋ ପାଖରେ ବାଲ୍‌ଟିଏ କମଳା ରଙ୍ଗ ଅଛି ଯାହାକୁ ମୁଁ ଲାଲ୍ ଏବଂ ହଳଦିଆ ରଙ୍ଗକୁ 3 : 5 ଅନୁପାତରେ ମିଶାଇ ପ୍ରସ୍ତୁତ କରିଛି। ମୁଁ ମିଶ୍ରଣରେ ଆଉ ଏକ ବାଲ୍‌ ହଳଦିଆ ରଙ୍ଗ ମିଶାଇଲି। ନୂତନ ମିଶ୍ରଣରେ ଲାଲ୍ ରଙ୍ଗ ଏବଂ ହଳଦିଆ ରଙ୍ଗର ଅନୁପାତ କେତେ?
Solution:
ମନେକର ବାଲ୍‌ଟିଏ ରଙ୍ଗର ପରିମାଣ = x
ଲାଲ୍ ଓ ହଳଦିଆ ରଙ୍ଗର ଅନୁପାତ = 3 : 5
ଲାଲ ରଙ୍ଗର ପରିମାଣ = \(\frac{3}{3+5} \times x=\frac{3 x}{8}\)
ହଳଦିଆ ରଙ୍ଗର ପରିମାଣ = \(\frac{5}{3+5} \times x=\frac{5 x}{8}\)
ମିଶ୍ରଣରେ ଆଉ ଏକ ବାଲ୍‌ ହଳଦିଆ ରଙ୍ଗ ମିଶାଗଲା।
ନୂତନ ମିଶ୍ରଣରେ ଲାଲ୍ ରଙ୍ଗର ପରିମାଣ = \(\frac {3x}{8}\)
ନୂତନ ମିଶ୍ରଣରେ ହଳଦିଆ ରଙ୍ଗର ପରିମାଣ = \(\frac{5 x}{8}+x=\frac{5 x+8 x}{8}=\frac{13 x}{8}\)
ନୂତନ ମିଶ୍ରଣରେ ଲାଲ ରଙ୍ଗ ଓ ହଳଦିଆ ରଙ୍ଗର ଅନୁପାତ = \(\frac{3 x}{8}: \frac{13 x}{8}\)
= \(\frac{3 x}{8} \times \frac{8}{x}: \frac{13 x}{8} \times \frac{8}{x}\)
= 3 : 13
∴ ନୂତନ ମିଶ୍ରଣରେ ଲାଲ୍ ରଙ୍ଗ ଏବଂ ହଳଦିଆ ରଙ୍ଗର ଅନୁପାତ 3 : 13

7.6 ଏକକ ପରିବର୍ତ୍ତନ (Unit Conversions)

ନିଜେ କରି ଦେଖ: (Page No. 176-177)

Question 1.
ହରି 600 ମିଲିଲିଟର କମଳାରସ ସହିତ 900 ମିଲିଲିଟର ସେଓ ରସ ମିଶାଇ ଫଳରସର ପାନୀୟ ତିଆରି କଲା। କମଳା ରସ ଓ ସେଓ ରସର ଅନୁପାତକୁ ଲଘିଷ୍ଠ ରୂପରେ ଲେଖ।
Solution:
କମଳା ରସର ପରିମାଣ = 600 ମିଲିଲିଟର।
ସେଓ ରସର ପରିମାଣ = 900 ମିଲିଲିଟର।
କମଳା ରସ ଓ ସେଓ ରସର ଅନୁପାତ = 600 : 900
କମଳା’ ରସ ଓ ସେଓ ରସର ଅନୁପାତକୁ ଲଘିଷ୍ଠ ଆକାରରେ ଲେଖୁଲେ = \(\frac{600}{900}=\frac{6}{9}=\frac{2}{3}\) = 2 : 3
∴ କମଳା ରସ ଓ ସେଓ ରସର ଅନୁପାତ 2 : 3

Question 2.
ଗତବର୍ଷ ଆମେ ବିଦ୍ୟାଳୟ ତରଫରୁ ପରିଭ୍ରମଣ ପାଇଁ 3ଟି ବସ୍ ଭଡ଼ାରେ ଆଣିଥିଲୁ। ତିନୋଟିଯାକ ବସ୍‌ରେ ମୋଟ 162 ଜଣ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ପାଇଁ ବ୍ୟବସ୍ଥା ହୋଇପାରିଲା। ଏହି ବର୍ଷ ଆମର 204 ଜଣ ଶିକ୍ଷାର୍ଥୀ ଓ ଶିକ୍ଷକ ଅଛନ୍ତି । ଆମ ପାଇଁ କେତୋଟି ବସ୍‌ର ଆବଶ୍ୟକତା ପଡ଼ିବ?
Solution:
162 ଜଣ ଶିକ୍ଷାର୍ଥୀ ଓ ଶିକ୍ଷକ ଯିବାପାଇଁ ବସ୍ ସଂଖ୍ୟା = 3
3 ବସ୍‌ରେ ବସିଲେ = 162 ଜଣ।
1 ଟି ବସ୍‌ରେ ବସିଲେ = 162 ÷ 3 = 54 ଜଣ।
∴ ବସ୍‌ର ସିସଂଖ୍ୟା ସହିତ ବସ୍ ସଂଖ୍ୟାର ଅନୁପାତ 54 : 1
54 : 1 = 2(54) : 2(1) = 108 : 2
54 : 1 = 3(54) : 3(1) = 162 : 3
54 : 1 = 4(54) : 4(1) = 216 : 4
∴ 4 ଟି ବସ୍‌ର ସିଟ୍ ସଂଖ୍ୟା = 216
204 ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ପାଇଁ 4 ଟି ବସ୍ ଦରକାର ହେବ।
ଯେହେତୁ 216 – 204 = 12ଟି ସିଟ୍ ବସ୍‌ରେ ଫାଙ୍କା ରହିବ।
∴ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ପାଇଁ 4 ଟି ବସ୍ ଦରକାର ହେବ।

Question 3.
ଦିଲ୍ଲୀର କ୍ଷେତ୍ରଫଳ 1484 ବର୍ଗ କିଲୋମିଟର ଏବଂ ମୁମ୍ବାଇର କ୍ଷେତ୍ରଫଳ 550 ବର୍ଗ କିଲୋମିଟର। ଦିଲ୍ଲୀର ଜନସଂଖ୍ୟା ପ୍ରାୟ 30 ନିୟୁତ ଏବଂ ମୁମ୍ବାଇର ଜନସଂଖ୍ୟା 20 ନିୟୁତ। କେଉଁ ସହର ଅଧ୍ବକ ଜନଗହଳିପୂର୍ଣ? ଏହା କିପରି ଜାଣିବ?
Solution:
ଦିଲ୍ଲୀର କ୍ଷେତ୍ରଫଳ = 1484 ବର୍ଗ କିଲୋମିଟର।
ଦିଲ୍ଲୀର ଜନସଂଖ୍ୟା = 30 ନିୟୁତ।
ମୁମ୍ବାଇର କ୍ଷେତ୍ରଫଳ = 550 ବର୍ଗ କିଲୋମିଟର।
ମୁମ୍ବାଇର ଜନସଂଖ୍ୟା = 20 ନିୟୁତ।
ଦିଲ୍ଲୀର କ୍ଷେତ୍ରଫଳ ସହିତ ଜନସଂଖ୍ୟାର ଅନୁପାତ = 1484 : 30
ମୁମ୍ବାଇର କ୍ଷେତ୍ରଫଳ ସହିତ ଜନସଂଖ୍ୟାର ଅନୁପାତ = 550 : 20
କ୍ଷେତ୍ରଫଳର ପରିବର୍ତ୍ତନ = \(\frac {550}{1484}\) = 0.371
ଲୋକସଂଖ୍ୟାର ପରିବର୍ତ୍ତନ = \(\frac {20}{30}\) = 0.667
ଯେହେତୁ 0.667 > 0.371
∴ ମୁମ୍ବାଇ ଦିଲ୍ଲୀଠାରୁ ଅଧ‌ିକ ଜନଗହଳିପୂର୍ଣ୍ଣ।

Question 4.
155 ସେ.ମି. ଉଚ୍ଚତାର ଏକ ସାରସ (ଏକପ୍ରକାର ବର୍ଗ)ର ବେକ ଏବଂ ତା’ର ଶରୀରର ଅବଶିଷ୍ଟ ଅଂଶର ଅନୁପାତ 4 : 6 ଅଟେ। ଯଦି ତୁମ ବେକ ଓ ଶରୀରର ଅବଶିଷ୍ଟ ଅଂଶ ମଧ୍ୟ ଏହି ଅନୁପାତରେ ଥାଆନ୍ତି, ତେବେ ତୁମ ବେକର ଲମ୍ବା କେତେ ହେବ?
Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧ Page 176 Q4
Solution:
155 ସେ.ମି. ଉଚ୍ଚତାର ଏକ ସାରସ (ଏକପ୍ରକାର ବଗ)ର ବେକ ଏବଂ ତା’ର ଶରୀରର ଅବଶିଷ୍ଟ ଅଂଶର ଅନୁପାତ 4 : 6 ଅଟେ।
ମନେକର ମୋର ଉଚ୍ଚତା = 65 ଇଞ୍ଚ = 165 ସେ.ମି.।
ମୋର 165 ସେ.ମି. ଉଚ୍ଚତାର ବେକ ଏବଂ ଶରୀରର ଅବଶିଷ୍ଟ ଅଂଶର ଅନୁପାତ 4 : 6 ଅଟେ।
ବେକର ଉଚ୍ଚତା (\(\frac{4}{4+6}\) × 165) ସେ.ମି.
= \(\frac {660}{10}\) ସେ.ମି.
= 66 ସେ.ମି.।
∴ ମୋ ବେକର ଲମ୍ବା 66 ସେ.ମି. ହେବ।

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 5.
ଆସ, ଲୀଳାବତୀରୁ ଏକ ପ୍ରାଚୀନ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା। ସେହି ସମୟରେ ଓଜନକୁ “ପଳା’’ ନାମକ ଏକ ଏକକରେ ମପାଯାଉଥିଲା ଏବଂ “ନିସ୍କାସ୍’’ ଟଙ୍କାର ଏକକ ଥିଲା । ଯଦି 2\(\frac {1}{2}\) ପଳା କେସ୍‌ରର (Saffron)ର ମୂଲ୍ୟ \(\frac {3}{7}\) ନିସ୍କାସ୍ ହୁଏ, ତେବେ 9 ନିସ୍କାସ୍‌ରେ କେତେ ଓଜନର କେସର କିଣାଯାଇପାରିବ?
Solution:
ଏଠାରେ ଓଜନକୁ ‘‘ପଳା’’ ଏକକରେ ମପାଯାଉଥିଲା ଏବଂ ‘‘ନିସ୍କାସ୍’’ ଟଙ୍କାର ଏକକ ଥିଲା।
2\(\frac {1}{2}\) ପଳା କେସରର ମୂଲ୍ୟ = \(\frac {3}{7}\) ନିସ୍କାସ୍‌।
ଓଜନ ସହିତ ମୂଲ୍ୟର ଅନୁପାତ = \(2 \frac{1}{2}: \frac{3}{7}=\frac{5}{2}: \frac{3}{7}=\frac{5}{2} \times 14: \frac{3}{7} \times 14=35: 6\)
ମନେକର 9 ନିସ୍କାସ୍‌ରେ କେସର ଓଜନ = x
ଓଜନ ସହିତ ମୂଲ୍ୟର ଅନୁପାତ = x : 9
ଏଗୁଡ଼ିକ ସମାନୁପାତରେ ପ୍ରକାଶ କଲେ. = 35 : 6 : : x : 9
⇒ \(\frac{35}{6}=\frac{x}{9}\)
⇒ 6x = 35 × 9
⇒ x = \(\frac {315}{6}\)
⇒ x = 52.5
9 ନିସ୍କାସ୍‌ରେ 52.5 ପଳା କେସର କିଣାଯାଇପାରିବ।

Question 6.
ଲିମାର ବୟସ ଏକ ବର୍ଷ। ତା’ ବଡ଼ଭାଇର ବୟସ 5 ବର୍ଷ। ଲିମାର ବୟସ କେତେ ହେଲେ, ତା’ର ବୟସ ଓ ତା’ ଭାଇର ବୟସର ଅନୁପାତ 1 : 2 ହେବ?
Solution:
ଲିମାର ବୟସ = 1 ବର୍ଷ।
ତା’ ବଡ଼ଭାଇର ବୟସ = 5 ବର୍ଷ।
ମନେକର ଲିମାର ବୟସ x ହେଲେ, ତା’ର ବୟସ ଓ ତା’ ଭାଇର ବୟସର ଅନୁପାତ 1 : 2 ହେବ।
ତା’ ବଡ଼ଭାଇର ବୟସ = x + 4
ପ୍ରଶାନୁସାରେ \(\frac{x}{x+4}=\frac{1}{2}\)
⇒ 2x = x + 4
⇒ 2x – x = 4
⇒ x = 4 ବର୍ଷ।
∴ ଲିମାର ବୟସ = 4 ବର୍ଷ।

Question 7.
ସମାନ ଆୟତନର ସୁନା ଏବଂ ପାଣିର ବସ୍ତୁତ୍ଵର ଅନୁପାତ 37 : 2 ଅଟେ। ଯଦି 1 ଲିଟର ପାଣିର ବସ୍ତୁତ୍ଵ 5 କି.ଗ୍ରା. ହୁଏ, ତେବେ 1 ଲିଟର ସୁନାର ବସ୍ତୁତ୍ଵ କେତେ ହେବ?
Solution:
ସମାନ ଆୟତନର ସୁନା ଏବଂ ପାଣିର ବସ୍ତୁତ୍ଵର ଅନୁପାତ = 37 : 2
1 ଲିଟର ପାଣିର ବସ୍ତୁତ୍ଵ = 1 କି.ଗ୍ରା.।
1 ଲିଟର ସୁନା = x କି.ଗ୍ରା.।
ମନେକର ସୁନା ଓ ପାଣିର ବସ୍ତୁତ୍ଵର ଅନୁପାତ = x : 5
ଏହି ଅନୁପାତଟି ସମାନୁପାତ ହେଲେ, 37 : 2 : : x : 5
⇒ \(\frac{37}{2}=\frac{x}{5}\)
⇒ x = \(\frac {185}{2}\)
⇒ x = 92.5 କି.ଗ୍ରା.।
∴ 1 ଲିଟର ସୁନାର ବସ୍ତୁତ୍ଵ 92.5 କି.ଗ୍ରା.।

Question 8.
1 ଏକର ଜମି ପାଇଁ 10 ଟନ୍ ଖତ ପ୍ରୟୋଗ କରିବା ଗୋଟିଏ ଆଦର୍ଶ କୃଷି ଅଭ୍ୟାସ ଅଟେ। ଜଣେ ଚାଷୀ 500 ଫୁଟ ଦୈର୍ଘ୍ୟ ଓ 200 ଫୁଟ ପ୍ରସ୍ଥ ବିଶିଷ୍ଟ କମିରେ ଟମାଟୋ ଚାଷ କରିବାକୁ ଯୋଜନା କଲେ। ସେ କେତେ ପରିମାଣର ଖତ କିଣିବେ? (ଏହି ଅଧ୍ୟାୟରେ ପୂର୍ବରୁ ଦିଆଯାଇଥବା ଏକକ ପରିବର୍ତ୍ତନ ବିଭାଗକୁ ଦେଖ।)
Solution:
ଦର ଅଛି ଜମିର ଦୈର୍ଘ୍ୟ = 500 ଫୁଟ।
ଜମିର ପ୍ରସ୍ଥ = 200 ଫୁଟ।
ଜମିର କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ
= (500 × 200) ବର୍ଗଫୁଟ
= 1,00,000 ବର୍ଗଫୁଟ।
= \(\left(\frac{1,00,000}{43,560}\right)\) ଏକର [∵ 1 ଏକର = 43,560 ବର୍ଗଫୁଟ]
= 2.295 ଏକର।
1 ଏକର ଜମିପାଇଁ ଆବଶ୍ୟକ ଖତର ପରିମାଣ = 10 ଟନ୍।
2.295 ଏକର ପାଇଁ ଖତର ପରିମାଣ = 2.295 × 10 = 22.950 ଟନ୍।
∴ ସେ 22.950 ଟନ୍ ଖତ କିଣିବେ।

Question 9.
ଗୋଟିଏ ନଳରୁ ଏକ ମର୍ ପାଣି ଭର୍ତ୍ତି ହେବାକୁ 15 ସେକେଣ୍ଡ ସମୟ ଲାଗେ। ମୟୂର ଆୟତନ 500 ମିଲିଲିଟର ଅଟେ। ସେହି ନଳରୁ ଗୋଟିଏ 10 ଲିଟର ଆୟତନ ବିଶିଷ୍ଟ ବାଲ୍ଟି ଜଳପୂର୍ଣ୍ଣ ହେବାପାଇଁ କେତେ ସମୟ ଲାଗିବ?
Solution:
ମଗର ଆୟତନ = 500 ମିଲିଲିଟର।
1 ଲିଟର = 1000 ମିଲିଲିଟର।
10 ଲିଟର = 1000 × 10 = 10000 ମିଲିଲିଟର।
ମନେକର ବାଲ୍ଟି ଜଳପୂର୍ଣ୍ଣ ହେବାପାଇଁ ସମୟ ଲାଗିବ = x ସେକେଣ୍ଡ।
ମଗର ଆୟତନ ସମୟର ଅନୁପାତ ସମାନୁପାତ ହେବା ଆବଶ୍ୟକ।
∴ 15 : 500 : : x : 10000
⇒ \(\frac{15}{500}=\frac{x}{10000}\)
⇒ x = \(\frac{15 \times 10000}{500}\)
⇒ x = 15 × 20
⇒ x = 300 ସେକେଣ୍ଡ।
∴ ଗୋଟିଏ 10 ଲିଟର ଆୟତନ ବିଶିଷ୍ଟ ବାଲ୍ଟି ଜଳପୂର୍ଣ୍ଣ ହେବାପାଇଁ 300 ସେକେଣ୍ଡ ଲାଗିବ।

Question 10.
ଏକ ଏକର ଜମିର ମୂଲ୍ୟ 15,00,000 ଟଙ୍କା, ସେହି ଜମିର 2,400 ବର୍ଗଫୁଟର ମୂଲ୍ୟ କେତେ ହେବ?
Solution:
1 ଏକର = 43,560 ବର୍ଗଫୁଟ।
ମନେକର ଜମିର ମୂଲ୍ୟ = x ଟଙ୍କା।
ଜମିର ପରିମାଣ ସହିତ ଜମିର ମୂଲ୍ୟ ସମାନୁପାତରେ ପ୍ରକାଶ କଲେ,
43650 : 1500000 : : 2400 : x
⇒ \(\frac{43560}{1500000}=\frac{2400}{x}\)
⇒ x = \(\frac{2400 \times 1500000}{43560}\)
⇒ x = \(\frac{3600000000}{43560}\)
⇒ x = 82644.62 ଟଙ୍କା।
∴ ଜମିର 2,400 ବର୍ଗଫୁଟର ମୂଲ୍ୟ 82644.62 ଟଙ୍କା ହେବ।

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 11.
ସମାନ କ୍ଷେତ୍ରଫଳ ବିଶିଷ୍ଟ ଚାଷ ଜମିକୁ ଏକ ହଳ ବଳଦ ତୁଳନାରେ ଗୋଟିଏ ଟ୍ରାକ୍ଟର 4 ଗୁଣ ଶୀଘ୍ର ହଳ କରିପାରେ। ଜଣେ ଚାଷୀ ତା’ର 20 ଏକର ଜମିକୁ ଚାଷ କରିବେ। ଏକ ହଳବଳଦଦ୍ଵାରା ଏକ ଏକର ଜମିକୁ ହଳ କରିବା ପାଇଁ 6 ଘଣ୍ଟା ସମୟ ଲାଗୁଥିଲେ, ଏହି ଜମିକୁ ହଳ କରିବା ପାଇଁ କେତେ ସମୟ ଲାଗିବ? ବଳଦ ପରିବର୍ଭେ ଟ୍ରାକ୍ଟରଦ୍ଵାରା ହଳକଲେ କେତେ ସମୟ ଲାଗିବ?
Solution:
ଏକ ହଳବଳଦଦ୍ଵାରା ଏକ ଏକର ଜମିକୁ ହଳ କରିବା ପାଇଁ ସମୟ ଲାଗେ = 6 ଘଣ୍ଟା।
ମନେକର ଜଣେ ଚାଷୀ ତା’ର 20 ଏକର ଜମିକୁ ଚାଷ କରିବା ପାଇଁ ସମୟ ନେବ = x ଘଣ୍ଟା।
ଚାଷ ଜମିର କ୍ଷେତ୍ରଫଳ ସହିତ ସମୟ ହଳବଳଦଦ୍ୱାରା ଚାଷ କରିବା ସମାନୁପାତ ହେଲେ,
1 : 6 : : 20 : x
⇒ \(\frac{1}{6}=\frac{20}{x}\)
⇒ x = 120 ଘଣ୍ଟା।
20 ଏକର ଜମିକୁ ହଳବଳଦଦ୍ଵାରା ଚାଷ କଲେ 120 ଘଣ୍ଟା ସମୟ ଲାଗିବ।
ଏକ ହଳବଳଦ ତୁଳନାରେ ଗୋଟିଏ ଟ୍ରାକ୍ଟର 4 ଗୁଣ ଶୀଘ୍ର ହଳ କରିପାରିବେ।
ବଳଦ ପରିବର୍ତ୍ତେ ଟ୍ରାକ୍ଟରଦ୍ଵାରା ହଳକଲେ ସମୟ ଲାଗିବ = \(\frac {120}{4}\) = 30 ଘଣ୍ଟା।
∴ ବଳଦ ପରିବର୍ତ୍ତେ ଟ୍ରାକ୍ଟରଦ୍ଵାରା ହଳକଲେ 30 ଘଣ୍ଟା ଲାଗିବ।

Question 12.
10 ଟଙ୍କିଆ ମୁଦ୍ରା ହେଉଛି, ତମ୍ବା ଏବଂ ନିକେଲର ଏକ ମିଶ୍ରଧାତୁ। ଏହାକୁ ‘‘କୁପ୍ରୋ-ନିକେଲ୍‌’’ କୁହାଯାଏ। ଏହି ମିଶ୍ରଧାତୁ ପାଇବାପାଇଁ ତମ୍ବା ଏବଂ ନିକେଲକୁ 3 : 1 ଅନୁପାତରେ ମିଶାଯାଏ। ମୁଦ୍ରାର ବସ୍ତୁତ୍ୱ 7.74 ଗ୍ରାମ୍ ଅଟେ। ଯଦି ତମ୍ବାର ମୂଲ୍ୟ କିଲୋଗ୍ରାମ୍ ପ୍ରତି 906 ଟଙ୍କା ଓ ନିକେଲ୍ସର ମୂଲ୍ୟ କିଲୋଗ୍ରାମ୍ ପ୍ରତି 1341 ଟଙ୍କା ହୁଏ । ତେବେ ଏକ 10 ଟଙ୍କିଆ ମୁଦ୍ରାରେ ଥିବା ଏହି ଧାତୁଗୁଡ଼ିକର ମୂଲ୍ୟ କେତେ ହେବ?
Solution:
ଭଲ ମୁଦ୍ରାର ଓଜନ = 7.74 ଗ୍ରାମ୍।
10 ଟଙ୍କିଆ ମୁଦ୍ରାରେ ତମ୍ବା ଓ ନିକେଲର ଅନୁପାତ = 3 : 1
ତମ୍ବାର ବସ୍ତୁତ୍ଵ = 7.74 × \(\frac{3}{3+1}\)
= 7.74 × \(\frac {3}{4}\)
= 1.935 × 3 ଗ୍ରାମ୍
= 5.805 ଗ୍ରାମ୍
= \(\left(\frac{5.805}{1000}\right)\) କି.ଗ୍ରା. (∵ 1 ଗ୍ରାମ୍ = \(\frac {1}{1000}\) କି.ଗ୍ରା.)
= 0.005805 କି.ଗ୍ରା.
ନିକେଲର ବସ୍ତୁତ୍ଵ = 7.74 × \(\frac{1}{3+1}\)
= 7.74 × \(\frac {1}{4}\)
= 1.935 ଗ୍ରାମ୍
= \(\left(\frac{1.935}{1000}\right)\) କି.ଗ୍ରା. (∵ 1 ଗ୍ରାମ୍ = \(\frac {1}{1000}\) କି.ଗ୍ରା.)
= 0.001935 କି.ଗ୍ରା.
1 କି.ଗ୍ରା. ତମ୍ବାର ମୂଲ୍ୟ = 906 ଟଙ୍କା।
0.005805 କି.ଗ୍ରା. ତମ୍ବାର ମୂଲ୍ୟ = 906 × 0.005805 = 5.25933 ଟଙ୍କା।
1 କି.ଗ୍ରା. ନିକେଲର ମୂଲ୍ୟ = 1341 ଟଙ୍କା।
0.001935 କି.ଗ୍ରା. ନିକେଲର ମୂଲ୍ୟ = 1341 × 0.001935 = 2.594835 ଟଙ୍କା।
∴ ସମୁଦାୟ ଧାତୁଗୁଡ଼ିକର ମୂଲ୍ୟ = ତମ୍ବାର ମୂଲ୍ୟ + ନିକେଲ୍‌ର ମୂଲ୍ୟ
= 5.25933 ଟଙ୍କା + 2.594835 ଟଙ୍କା
= 7.854165 ଟଙ୍କା।
∴ ଏକ 10 ଟଙ୍କିଆ ମୁଦ୍ରାରେ ଥ‌ିବା ଏହି ଧାତୁଗୁଡ଼ିକର ମୂଲ୍ୟ 7.854165 ଟଙ୍କା ହେବ।

Class 8 Maths Chapter 7 MCQ Odia Medium

ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

Question 1.
65 ମିନିଟ୍ ଓ 104 ମିନିଟ୍‌ର ଅନୁପାତ କେତେ?
(a) 8 : 5
(b) 3 : 2
(c) 5 : 8
(d) 2 : 3
Answer:
(c) 5 : 8

Question 2.
ଯଦି \(\frac{x}{y}=\frac{5}{6}\) ତେବେ \(\frac{6 x+4 y}{6 x-4 y}\) ର ମାନ କେତେ?
(a) 6
(b) 9
(c) 8
(d) 7
Answer:
(b) 9

Question 3.
ଯଦି ଏକ ସମବାହୁ ତ୍ରି ଭୁଜର ବାହୁ ଏକ ବର୍ଗ କ୍ଷେତ୍ରର ବାହୁ ସହ ସମାନ ହେଲେ, ସେମାନଙ୍କର ପରିସୀମାର ଅନୁପାତ କେତେ?
(a) 3 : 4
(b) 4 : 3
(c) 1 : 1
(d) 3 : 2
Answer:
(a) 3 : 4

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 4.
ଯଦି 26x = 65y, ତେବେ \(\frac {x}{y}\) କେତେ?
(a) 2 : 13
(b) 2 : 5
(c) 13 : 5
(d) 5 : 2
Answer:
(d) 5 : 2

Question 5.
ଯଦି \(\frac{3 a+2 b}{5 a+3 b}=\frac{18}{29}\) ତେବେ \(\frac {a}{b}\) ବିସ୍ତାରିତ ରୂପଟି କିଏ?
(a) 3 : 4
(b) 4 : 3
(c) 2 : 3
(d) 3 : 2
Answer:
(b) 4 : 3

Question 6.
ଦୁଇଟି ସଂଖ୍ୟାର ଅନୁପାତ 5 : 3, ଯଦି ସଂଖ୍ୟାଦ୍ଵୟର ସମଷ୍ଟି 128, ତେବେ ସାନ ସଂଖ୍ୟାଟି କେତେ?
(a) 80
(b) 48
(c) 45
(d) କୌଣସିଟି ନୁହେଁ
Answer:
(b) 48

Question 7.
8 ଲି ଓ 1 ଲି 600 ମିଲି ଲି. ର ଅନୁପାତ କେତେ?
(a) 1 : 5
(b) 5 : 2
(c) 5 : 1
(d) 2 : 5
Answer:
(c) 5 : 1

Question 8.
କେଉଁ ଅନୁପାତର ସମାନୁପାତ 17 : 21?
(a) 153 : 189
(b) 289 : 441
(c) 136 : 147
(d) 119 : 126
Answer:
(a) 153 : 189

Question 9.
ଯଦି 7 : 28 = 5 : a, ତେବେ ‘a’ ର ମୂଲ୍ୟ କେତେ?
(a) 10
(b) 20
(c) 15
(d) 30
Answer:
(b) 20

Question 10.
ଯଦି a, b, c, d ସମାନୁପାତି ହୁଅନ୍ତି, ତେବେ \(\frac{a+b}{a-b}\) ର ମାନ କେତେ?
(a) \(\frac {c}{d}\)
(b) \(\frac{c-d}{c+d}\)
(c) \(\frac {d}{c}\)
(d) \(\frac{c+d}{c-d}\)
Answer:
(d) \(\frac{c+d}{c-d}\)

Class 8 Maths Chapter 7 Question Answer Odia Medium ସମାନୁପାତିକ ଯୁକ୍ତି-୧

Question 11.
5, 13, 6 ଓ 15 ରେ କେଉଁ ସଂଖ୍ୟା ଯୋଗକଲେ ସେମାନେ ସମାନୁପାତି ହେବେ?
(a) 2
(b) 3
(c) 1
(d) 4
Answer:
(b) 3

Question 12.
9 ଟି ଖେଳନାର ଦାମ 333 ଟଙ୍କା ହେଲେ ସେହିପରି 16 ଟି ଖେଳନାର ଦାମ କେତେ?
(a) ₹ 508
(b) ₹ 602
(c) ₹ 596
(d) ₹ 592
Answer:
(d) ₹ 592

Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ

Go through BSE Odisha Class 8 Science Notes Odia Medium and Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ to understand important concepts and topics more clearly.

8th Class Science Chapter 1 Notes Odia Medium

BSE Odisha Class 8 Science Chapter 1 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

କିପରି ଆମେ ଜଣେ ବୈଜ୍ଞାନିକପରି ଭାବିବା:

  • ପୂର୍ବ ଶ୍ରେଣୀରେ ଆମ ଚତୁଃପାର୍ଶ୍ଵରେ ଥ‌ିବା ପ୍ରାଣୀ, ଉଭିଦ ଓ ପ୍ରାକୃତିକ ପଦାର୍ଥ ମଧ୍ୟରେ ଥ‌ିବା ବିବିଧତା ବିଷୟରେ ଜାଣିଲେ । ସେମାନଙ୍କୁ କିପରି ବିଭିନ୍ନ ନୂଆ ପ୍ରଶ୍ନ ମାଧ୍ୟମରେ ଉତ୍ତର ଦେବା ।
  • ଜଳରେ ଛାଇ ଆକୃତିର ପରିବର୍ତ୍ତନ ହେବା, ଲୁଗା ଶୀଘ୍ର ଶୁଝିଯିବା, ହାତରେ ବରଫ ଧରିଲେ ତରଳିବା ଇତ୍ୟାଦି । ସମସ୍ତ ପ୍ରଶ୍ନର ଉତ୍ତରଗୁଡ଼ିକୁ ସମାଧାନ କରି ଶେଷରେ ସିଦ୍ଧାନ୍ତରେ ପହଞ୍ଚିଥାଉ ।
  • ଦେଖୁବା ଅପେକ୍ଷା ବିଜ୍ଞାନରେ ଉଦ୍ଭାବନ କରିବା ଅଧ୍ୟକ ହୋଇଥାଏ । ଆମେ ଏ ବିଷୟରେ ଅଧ୍ବକ ପ୍ରଶ୍ନ ପଚାରିବା ପାଇଁ ଆବଶ୍ୟକ କରିଥାଉ ଏବଂ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଚିନ୍ତା କରିଥାଉ ।
  • ପ୍ରତ୍ୟେକ ବଡ଼ ବଡ଼ ଜିନିଷର ଆବିଷ୍କାରରେ ଆମ ମନରେ କାହିଁକି ଓ କିପରି ବୋଲି ପ୍ରଶ୍ନ ଆସିଥାଏ । ପ୍ରତ୍ୟେକ ଅଧ୍ୟାୟ ଆରମ୍ଭରେ କେତେଗୁଡ଼ିଏ ପ୍ରଶ୍ନ ଦିଆଯାଇଥାଏ । ଏଗୁଡ଼ିକ କେବଳ ବିଜ୍ଞାନ ଜଗତକୁ ଅନୁସନ୍ଧାନ କରିବା ପାଇଁ ଏକାନ୍ତ ଆବଶ୍ୟକ ।

ବିଜ୍ଞାନ ଜଗତକୁ ଯାତ୍ରା :

  • ବିଜ୍ଞାନ–ଜଗତ ବିଷୟରେ ଜାଣିବା ପାଇଁ ଆମର ଜିଜ୍ଞାସା ରହିଛି । ଦୁଃସାହସିକ ଓ ଅନୁସନ୍ଧାନ ମୂଳକ କାର୍ଯ୍ୟ ଦ୍ଵାରା ଏହା ସମ୍ଭବ ହୋଇପାରିବ । ପୂର୍ବରୁ ‘କିପରି ଓ କାହିଁକି ?’ ପ୍ରଶ୍ନ ମାଧ୍ୟମରେ ଆମ ଚତୁଃପାର୍ଶ୍ଵରେ ଥ‌ିବା ଆଶ୍ଚର୍ଯ୍ୟ ଜନକ ଘଟଣା ବିଜ୍ଞାନକୁ କିପରି ଆବିଷ୍କାର କରିଥିଲେ ତାହା ଆମେ ଜାଣିଛୁ ।
  • ବିଜ୍ଞାନର ବିକାଶ ଫଳରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏକ ନୂଆ ରୂପରେ ଆଉ ଏକ ପ୍ରଶ୍ନ ତିଆରି କରି ଏହାର ଗଭୀର ଅନୁସନ୍ଧାନ ସହିତ ଆମର ଧାରଣାକୁ ଧୀରେ ଧୀରେ ପରିବର୍ତ୍ତନ କରିଥାଏ । ବର୍ତ୍ତମାନ ଏଠାରେ ଆମେ ବିଜ୍ଞାନ–ଜଗତ ବିଷୟରେ ଅଧ୍ବକ ଅନ୍ଵେଷଣ କରି ଜାଣିବା ଯେ, ବିସ୍ମୟ ଓ ବିବର୍ତ୍ତନ ଏକତ୍ରିତ ଭାବରେ ବିଜ୍ଞାନର କାର୍ଯ୍ୟକଳାପକୁ ବିକାଶର ଆଧାର ହୋଇଥାଏ ।
  • ନୂତନ ତଥ୍ୟକୁ ଖୋଜି ବାହାର କରିବା ଆମର ପ୍ରଥମ ଉଦ୍ଦେଶ୍ୟ । ବିଜ୍ଞାନରେ ଅନୁସନ୍ଧାନର ଅର୍ଥ ଅଧ୍ୟା ସୁଚିନ୍ତିତ ପ୍ରଶ୍ନ ପଚାରି ସେହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ସରଳ ପରୀକ୍ଷଣ କରିବାର ଉପାୟ ପ୍ରସ୍ତୁତ କରିପାରିବା ଏବଂ ବୋଧ ଗମ୍ୟତାର ଉନ୍ନତି କରିବା ପାଇଁ ପର୍ଯ୍ୟବେକ୍ଷଣ କରିପାରିବ ।
  • ପର୍ଯ୍ୟାୟକ୍ରମେ ଆମେ କିପରି ଏହି ନୂଆ ପ୍ରଶ୍ନଗୁଡ଼ିକର ପର୍ଯ୍ୟବେକ୍ଷଣ କରିପାରିବା, ଚିନ୍ତନ ସହ ପରୀକ୍ଷଣ କରିବା ଏବଂ ଆମେ ଯାହା ଦେଖୁଛୁ ତାହାକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିବା । ଏହାଦ୍ଵାରା କେବଳ ଶିକ୍ଷାର୍ଥୀ
  • ନୁହେଁ ବରଂ ଅନୁସନ୍ଧାନକାରୀ କୁନି ବୈଜ୍ଞାନିକ ହେବ ଏବଂ ବାସ୍ତବରେ ବିଶ୍ଵରେ ଥ‌ିବା ଦ୍ଵନ୍ଦ ଗୁଡ଼ିକର ଅନୁସନ୍ଧାନ କରିବେ । ଏହି ଯାତ୍ରା ଦୈନନ୍ଦିନ ଜୀବନରୁ ଆରମ୍ଭ ହୋଇ ବିଶ୍ଵର ବଡ଼ବଡ଼ ରହସ୍ୟକୁ ଭେଦ କରିପାରିବ ।

ବିଜ୍ଞାନର ମୁଖ୍ୟ ପ୍ରତୀକ :
ବହିର ପ୍ରତ୍ୟେକ ପୃଷ୍ଠାରେ ଆମେ ଆକର୍ଷଣୀୟ ଡିଜାଇନ୍‌କୁ ଦେଖ୍ ବିଜ୍ଞାନ ଶିଖୁବାର ଦୁଇଟି ଦିଗକୁ ଜାଣିପାରିବା । ପୁସ୍ତକର ବାମପୃଷ୍ଠାର ତଳେ ଏକ ମୂଳର ପ୍ରତିଛବି ଅଛି, ଯାହା ଗଭୀରଜ୍ଞାନ, ଦୃଢ଼ ଭିତ୍ତିଭୂମିର ପ୍ରତୀକ ଅଟେ ଓ ଏହା ଆମକୁ ଆମର ପରିବେଶ, ପରମ୍ପରା, ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ସହିତ ଯୋଡ଼ି ରଖୁଥାଏ ।

Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ

ଗୁଡ଼ି (Kite) :
ପୁସ୍ତକର ଡାହାଣ ପୃଷ୍ଠାର ଉପର କୋଣରେ ଥ‌ିବା ଗୁଡ଼ିର ଚିତ୍ରକୁ ଦେଖ‌ିଲେ ଆମକୁ ମନେ ପକାଇଦିଏ ଅଜଣାକୁ ଅନୁସନ୍ଧାନ କରିବାକୁ ହେଲେ, ଜିଜ୍ଞାସାର ସହ ଉଡ଼ିବାକୁ ପ୍ରେରଣା ଦିଏ । ଏକତ୍ରିତ ଭାବରେ ଏହି ଦୁଇଟି ପ୍ରତୀକ – ମୂଳ ଏବଂ ଗୁଡ଼ି – ପ୍ରକୃତ ପର୍ଯ୍ୟବେକ୍ଷଣ କରିବାକୁ ଉତ୍ସାହିତ କରିବ, ଯାହା ଆମର ଧାରଣାଗୁଡ଼ିକୁ ନୂତନ ଦିଗନ୍ତ ଆଡ଼କୁ ଯିବାକୁ ମାର୍ଗ ଦେଖାଇବ |
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 1

ବିଜ୍ଞାନରେ ଅନୁସନ୍ଧାନ ସେତେବେଳେ ସର୍ବୋତ୍ତମ ଫଳପ୍ରଦାନ କରେ ଯେତେବେଳେ ଆମେ ସ୍ଵାଧୀନ ଭାବରେ ସୃଜନଶୀଳ ଚିନ୍ତାଧାରା ସହିତ ସତର୍କ ପର୍ଯ୍ୟବେକ୍ଷଣ କରିଥାଉ ।

ଜଳର ଏକ କ୍ଷୁଦ୍ର କଣିକାର ପରୀକ୍ଷାରୁ ଆମେ ଏହା ଆରମ୍ଭ କରିବା । ଆମ ସହିତ ଗଭୀର ଭାବରେ ଜଡ଼ିତ କିନ୍ତୁ ଅଦୃଶ୍ୟ ସୂକ୍ଷ୍ମ ଜୀବମାନଙ୍କର ଏକ ଲୁକ୍କାୟିତ ଦୁନିଆକୁ ଉନ୍ମୋଚନ କରିବା । ଏମାନଙ୍କ ମଧ୍ୟରୁ କିଛି ଅଦୃଶ୍ୟ ଜୀବ, ଯାହା ଆମକୁ ଆମର ଖାଦ୍ୟ ହଜମ କରିବାରେ କିମ୍ବା ଔଷଧ ଉତ୍ପାଦନ କରିବାରେ ସାହାଯ୍ୟ କରେ ଏବଂ ଅନ୍ୟଗୁଡ଼ିକ କ୍ଷତିକାରକ ହୋଇପାରେ, ଯାହା ରୋଗ ସଂକ୍ରମଣ ସୃଷ୍ଟି କରିପାରେ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 2
ପୁଷ୍ଟିକର ଖାଦ୍ୟ, ବ୍ୟାୟାମ୍ ଔଷଧ ଏବଂ ଟିକା ଆମକୁ ସୁସ୍ଥ ରଖ୍ ସହିତ ସଂକ୍ରମଣରୁ ରକ୍ଷା କରି ବାରେ ସାହାଯ୍ୟ କରେ । ଆଜିର ଦୁନିଆରେ ବିଜ୍ଞାନ ଆମର ଜୀବନକୁ ଉନ୍ନତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 3
ବିଦ୍ୟୁତ ଶକ୍ତି (Electric Current) :
ଜୀବନକୁ ସହଜ କରିବା ପାଇଁ ଆମେ ବିଭିନ୍ନ କ୍ଷେତ୍ରରେ ବିଦ୍ୟୁତ ଶକ୍ତିକୁ ବ୍ୟବହାର କରିଥାଉ । ବୈଦ୍ୟୁତିକ ତାପନ ଆମ ଘରକୁ ଉଷ୍ଣ ରଖିବା ସମୟରେ ତା’ର ଚୁମ୍ବକୀୟ ପ୍ରଭାବ ମୋଟର ଓ ଯନ୍ତ୍ରପାତିଗୁଡ଼ିକୁ କାର୍ଯ୍ୟ କରିବାରେ ସାହାଯ୍ୟ କରେ ।

ଏହି ଘଟଣାଗୁଡ଼ିକ ବଳ ଉପରେ ନିର୍ଭର କରିଥାଏ । ତେଣୁ ବିଦ୍ୟୁତ୍ ଶକ୍ତିର କାର୍ଯ୍ୟକାରିତାକୁ ଜାଣିବା ପରେ, ଆମେ ବଳ ସମୂହକୁ ନିଜେ ଅଧ୍ୟୟନ କରିବାକୁ ଅଗ୍ରସର ହେବା । ଏହି ବଳ ବସ୍ତଗୁଡ଼ିକର ଗତିକୁ ବୃଦ୍ଧି କରେ, ମନ୍ଥର କରିପାରେ କିମ୍ବା ଦିଗ ପରିବର୍ତ୍ତନ କରିପାରେ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 4
ବଳ ବିଷୟରେ ବୁଝିବା ଫଳରେ ଉପରକୁ ଫିଙ୍ଗାଯାଇଥିବା ଏକ ବଲ କାହିଁକି ତଳକୁ ଫେରିଆସେ କିମ୍ବା ବ୍ରେକ୍ ଲଗାଇଲେ ଏକ କାର କାହିଁକି ଅଟକି ଯାଏ, ତାହା ସହଜରେ ବ୍ୟାଖ୍ୟା କରିହୁଏ ।

ବଳ ଓ ଚାପ (Force and Pressure) :
ବଳ ଏବଂ ଚାପ ସମ୍ବନ୍ଧରେ ଏହି ଧାରଣା ଆମକୁ ଦିଏ ଯେ, ଏକ ବସ୍ତର ପୃଷ୍ଠ ଉପରେ ବଳ କିପରି ବିସ୍ତାରିତ ହୋଇ ପ୍ର ଯୁକ୍ତ ହୁଏ । ଏହାସହ ବାୟୁର ଗତି ବି ଷୟରେ ବୁଝାଇବାରେ ସାହାଯ୍ୟ କରେ । ଚାପରେ ଅଳ୍ପ ପାର୍ଥକ୍ୟରେ ମୃତ୍ୟୁ ପବନ ଏବଂ ବୃହତ୍ ପାର୍ଥକ୍ୟ ଯୋଗୁଁ ଘୂଣ୍ଠିବାତ୍ୟ ସୃଷ୍ଟି କରିପାରେ ତାହା ଆମେ ଜାଣିପାରୁ ।
ବଳ ଘୂର୍ଣ୍ଣିଝଡ଼ ପରି ପ୍ରାକୃତିକ ଘଟଣା ସହ ସମ୍ପୃକ୍ତ ଯାହାର ପ୍ରଭାବ କୃଷି ଓ ଆମର ସୁରକ୍ଷା ଭଳି ଦୈନନ୍ଦିନ ଜୀବନ ଉପରେ ପଡ଼ିଥାଏ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 5

ପଦାର୍ଥ ଓ ଏହାର ପ୍ରକୃତି (Matter and its nature) :
ଆମ ଚାରିପାଖରେ ଥ‌ିବା ପଦାର୍ଥଗୁଡ଼ିକୁ ବର୍ଗୀକରଣ କରିବା ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ । ପଦାର୍ଥଗୁଡ଼ିକ ଯଥାକ୍ରମେ ତିନୋଟି ପ୍ରକାରରେ ବିଭକ୍ତ କରାଯାଇପାରିବ । ଯଥା- (୧) ମୌଳିକ (ବିଶୁଦ୍ଧ ପଦାର୍ଥ) (୨) ଯୌଗିକ (ଦୁଇ କିମ୍ବା ଅଧିକ ଉପାଦାନ ଯାହା ଏକତ୍ର ବାନ୍ଧି ହୋଇ ରହିଥ‌ିବ) ଏବଂ (୩) ମିଶ୍ର ଣ (ଉଦନ।ନ ଗୁଡ଼ିକୁ ଭୌତିକ ଭାବରେ ପୃଥକ କରିପାରିବ) ।

କଣିକାଗୁଡ଼ିକ କିପରି ଏକାଠି ହୋଇ ମିଶ୍ରଣ ସୃଷ୍ଟି କରନ୍ତି, ତାହା ଜାଣିବା ପରେ, ଆମେ ଦ୍ରବଣଗୁଡ଼ିକୁ ବୁଝିପାରିବା । ଉଦାହରଣ ଚିନି ଚା’ରେ ଦ୍ରବୀଭୂତ ହୋଇ ମିଠା କରାଏ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 6

ଆଲୋକ (Light) :
ଆଲୋକ ରଶ୍ମି ସମତଳ ଏବଂ ବକ୍ର ଦର୍ପଣରୁ ପ୍ରତିଫଳିତ ହୁଏ ଏବଂ ଲେନ୍ସ ମଧ୍ୟଦେଇ ଯିବା ସମୟରେ ଏହାର ଗତିପଥରୁ ବଙ୍କେଇ ଯାଏ । ଏକ ଚିକ୍କଣ ଧାତୁ ଚାମଚରେ ଏକ ପ୍ରତିଛବି ଦେଖୁବାବେଳେ କିମ୍ବା ଚଷମାଦ୍ଵାରା ସ୍ପଷ୍ଟ ଭାବରେ ଦେଖୁବା ପାଇଁ ଆଲୋକର ଦିଗ ପରିବର୍ତ୍ତନ ପ୍ରକ୍ରିୟା ସାହାଯ୍ୟ କରିଥାଏ । କେବଳ ଏକ ଚିକ୍କଣ ଦର୍ପଣ ଆଲୋକକୁ ପ୍ରତିଫଳିତ କରେ ନାହିଁ ବରଂ ଏକ ଅମସୃଣ ଏପରିକି ଚନ୍ଦ୍ରପୃଷ୍ଠ ମଧ୍ଯ ଆଲୋକକୁ ପ୍ରତିଫଳିତ କରେ ।

ମହାକାଶ ଓ ଚନ୍ଦ୍ରକଳା :
ପୃଥ‌ିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟର ଆପେକ୍ଷିକ ସ୍ଥିତ ଉପରେ ନିର୍ଭର କରି, ପ୍ରତ୍ୟେକ ରାତିରେ ଚନ୍ଦ୍ରର କିଛି ଭିନ୍ନ ଅଂଶ ଆଲୋକିତ ହୁଏ, ଯାହା ଆକାଶରେ ଆମେ ଦେଖୁଥ‌ିବା ଆମେ ଦେଖୁଥ‌ିବା ସୁନ୍ଦର ଚନ୍ଦ୍ରକଳା ସୃଷ୍ଟି କରିଥାଏ ।

ଚନ୍ଦ୍ରକଳାର ହ୍ରାସବୃଦ୍ଧି ଦେଖୁବା ପରେ ମଣିଷ ପ୍ରଥମ କ୍ୟାଲେଣ୍ଡର ତିଆରି କରିବାରେ ସକ୍ଷମ ହୋଇପାରିଲା । ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଏବଂ ଚନ୍ଦ୍ରକଳାକୁ ପର୍ଯ୍ୟବେକ୍ଷଣ କରି ବିଭିନ୍ନ କ୍ୟାଲେଣ୍ଡର ସୃଷ୍ଟି ହେଲା । ଆମ ଗ୍ରହରେ ଥୁବା ବସ୍ତୁଗୁଡ଼ିକର ଗତି ସହିତ ପୃଥ‌ିବୀରେ ଆମର ଦିନଚର୍ଯ୍ୟା ନିର୍ଣ୍ଣୟ କରୁଥିବା କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 7
କ୍ୟାଲେଣ୍ଡର କେବଳ ସୂର୍ଯ୍ୟ ଏବଂ ଚନ୍ଦ୍ରର ଗତିବିଧ‌ି ସହିତ ଜଡ଼ିତ ନୁହେଁ । ପୃଥ‌ିବୀରେ ପ୍ରାଣୀ ଏବଂ ସେମାନଙ୍କର ପରିବେଶ ମଧ୍ୟ ରେ ଆଶ୍ଚର୍ଯ୍ୟଜନକ ଏବଂ ଜଟିଳ ସମ୍ପର୍କ ରହିଛି । ଛୋଟ କୀଟପତଙ୍ଗଠାରୁ ଆରମ୍ଭ କରି ବଡ଼ ତିମି ପର୍ଯ୍ୟନ୍ତ, ଛୋଟ ଘାସଠାରୁ ଆରମ୍ଭ କରି ମହାଦ୍ରୁମ ପର୍ଯ୍ୟନ୍ତ ପ୍ରତ୍ୟେକ ଜୀବ ଆମ ଗ୍ରହରେ ପରିସଂସ୍ଥା ଗଠନ କରୁଥିବା ବାୟୁ, ଜଳ, ସୂର୍ଯ୍ୟକିରଣ ଏବଂ ଅନ୍ୟାନ୍ୟ ଜୀବ ଉପରେ ନିର୍ଭରଶୀଳ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 8

ପରିବେଶ (Environment) :
ପୃଥ‌ିବୀ ସୂର୍ଯ୍ୟଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ଅବସ୍ଥିତ, ଯେଉଁଠାରେ ପାଣି ତରଳ ଅବସ୍ଥାରେ ରହିଥାଏ ଏବଂ ଏହାର ଏକ ବାୟୁମଣ୍ଡଳ ଅଛି, ଯାହା ଆମକୁ କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରିବା ସହିତ ଆମ ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ଯୋଗାଇଥାଏ । କିନ୍ତୁ ମାନବକୃତ କାର୍ଯ୍ୟ ଯୋଗୁଁ ପୃଥ‌ିବୀର ତାପମାତ୍ରାରେ ହେଉଥ‌ିବା ପରିବର୍ତ୍ତନ ଯୋଗୁଁ ଜଳବାୟୁ ସ୍ଥିତିକୁ ପ୍ରଭାବିତ କରି ଆମକୁ ବିପଜ୍ଜନକ ପରିସ୍ଥିତି ଆଡକୁ ନେଇଯାଇପାରେ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 9
ଜଳବାୟୁର ପରିବର୍ତ୍ତନ :
ଆମେ ପୃଥ‌ିବୀର ଜଳବାୟୁକୁ ପ୍ରଭାବିତ କରୁଛୁ । ଆମେ ମଧ୍ୟ ସେହି ପ୍ରାଣୀ ଯେଉଁମାନେ ଏହି ପରି ବର୍ଷ ନ ଗୁଡ଼ିକୁ ବୁଝିବା ଏବଂ ଆମର କାର୍ଯ୍ୟଗୁଡ଼ିକୁ ପରିମାର୍ଜନା କରିବା ପାଇଁ ବିଜ୍ଞାନକୁ ଏହା ଆମକୁ ହିଁ କରିବାକୁ ଆଧାର କରିପାରିବା

ପର୍ଯ୍ୟବେକ୍ଷଣ, ମାପନ, ପରୀକ୍ଷଣ – ଏଗୁଡ଼ିକ ଜୀବନ ନିର୍ଭର କରୁଥିବା ସୂକ୍ଷ୍ମ ସନ୍ତୁଳନକୁ ସୁରକ୍ଷା ଦେବାରେ ଆମକୁ ବିଶେଷ ଭାବରେ ସାହାଯ୍ୟ କରିବ ।
ବିଜ୍ଞାନ ସବୁଠାରେ ରହିଛି । ଏକ ସରଳ ପରୀକ୍ଷଣ କରିବା ପାଇଁ ଏକ ସୁନ୍ଦର ପ୍ରୟୋଗଶାଳାର ଆବଶ୍ୟକତା ନାହିଁ । ଘରେ ରୋଷଇ ଘର ମଧ୍ଯ ପର୍ଯ୍ୟବେକ୍ଷଣ ଏବଂ ପ୍ରଶ୍ନ ପଚାରିବା ପାଇଁ ଏକ ସୁନ୍ଦର ସ୍ଥାନ ।’

ବୈଜ୍ଞାନିକ ଚିନ୍ତନର ଏକ ଉଦାହରଣ :
ଗରମ ତେଲରେ ପୁରି କିମ୍ବା ପରଟା ରଖୁଲେ ଫୁଲିଯାଏ । ଗରମ ରୁଟି ସିଧାସଳଖ ଶିଖା ଉପରେ ରଖୁଲେ ଫୁଲିଯାଏ ।

ସମସ୍ୟା/ପ୍ରଶ୍ନ :
କେଉଁ କେଉଁ କାରଣ ଯୋଗୁଁ ପୁରି ବେଲୁନ୍ ଭଳି ଫୁଲିଉଠେ ? ଏହାର ଉତ୍ତର ଦେବା ପାଇଁ ଆମେ କିଛି ସରଳ ପରୀକ୍ଷଣ କରିବା ।
ଏହାର ଉତ୍ତର ପାଇଁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯାଇପାରେ ।

Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ

ପରୀକ୍ଷଣ ପ୍ରଣାଳୀ (ପରିବର୍ତ୍ତନୀୟ କାରକ) :
ଆମେ ଚକଟା ଯାଇଥିବା ଅଟାର ମୋଟେଇ ଏବଂ ଆକାର ପରିବର୍ତ୍ତନ କରିବା ବିଷୟରେ ଚିନ୍ତା କରିବା । ଆମେ ବିଭିନ୍ନ ପ୍ରକାରର ଚୁନା (ଅଟା, ମଇଦା ଇତ୍ୟାଦି) ବ୍ୟବହାର କରିପାରିବା । ଛାଣିବା ସମୟରେ ଗରମ ତେଲର ତାପମାତ୍ରା ପରିବର୍ତ୍ତନ କରିପାରିବା କିମ୍ବା ମଇଦା ଗୁଳାଗୁଡ଼ିକୁ ଏହି ତେଲ ଭିତରେ ବିଭିନ୍ନ ଉପାୟରେ ଯଥା ଲମ୍ବ ଭାବରେ କିମ୍ବା କରେଇର ଏକ ପାର୍ଶ୍ଵରୁ ଖସାଇ କିମ୍ବା ଧୀରେଧୀରେ ପକାଇ ପାରିବା ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 10
ପରିବର୍ତ୍ତନଗୁଡ଼ିକୁ ବୁଝିବା ପାଇଁ ଆମକୁ ଏହା ମଧ୍ୟ ଚିନ୍ତା କରିବାକୁ ପଡ଼ିବ ଯେ ଆମେ କ’ଣ କ’ଣ ପର୍ଯ୍ୟବେକ୍ଷଣ କରିପାରିବୁ କିମ୍ବା ମାପି ପାରିବୁ । କେତେକ କ୍ଷେତ୍ରରେ ମାପିବା ପାଇଁ ଏକ ସଂଖ୍ୟା ଥାଇପାରେ । ହୁଏତ ଆମ ପୁରି ଫୁଲୁଛି କି ନାହିଁ କିମ୍ବା ଫୁଲିବାକୁ ଲାଗୁଥୁବା ସମୟ ମାପପାରିବୁ ଏହିଭଳି ପରୀକ୍ଷଣ ଆରମ୍ଭ କରିପାରିବା । ଆମେ ଦେଖିପାରିବା ଯେ ଅଟାର ଏକ ମୋଟା ସ୍ତର ଏବେ ବି ପୁରିକୁ ପତଳା ପାର୍ଶ୍ୱ ଦେଉଛି କି ନାହିଁ । ଏହା ବ୍ୟତୀତ ଏପରି ପରୀକ୍ଷଣ କରିବା ସମୟରେ ଅନ୍ୟ ଅବସ୍ଥାଗୁଡ଼ିକୁ ସମାନ ରଖ୍ ଗୋଟିଏ ସମୟରେ କେବଳ ଗୋଟିଏ ଜିନିଷ ପରିବର୍ତ୍ତନ କରିବା ଭଲ । ଉଦାହରଣ – ଆମେ ଅତ୍ୟଧୂକ ଗରମ କିମ୍ବା କମ୍ ଗରମ ଥିବା ତେଲର ପ୍ରଭାବ ଦେଖିବାକୁ ଚାହୁଁ, ତେବେ ଆମେ ସମାନ ମୋଟେଇର ଅଟା ଗୁଳା ବ୍ୟବହାର କରିବା ଏବଂ ସେଗୁଡ଼ିକୁ ସମାନ ଭାବରେ ପକାଇବା ।

ପରୀକ୍ଷଣ କରିବା ସମୟରେ ଯାହା ଦେଖ‌ିବା ଓ ଅନୁଭବ କରିବା ଏବଂ ତାହା ସବୁକିଛି ଲେଖୁ ରଖୁବା ମଧ୍ୟ ଏକ ଭଲ ଅଭ୍ୟାସ । ରୋଷେଇ କଲାବେଳେ ତେଲ ବ୍ୟବହାର କଲେ ଗନ୍ଧ ବା ଧୂଆଁ ବାହାରିଲା କି ? ଏହି ପରୀକ୍ଷଣର ଗୋଟିଏ ପର୍ଯ୍ୟାୟ କରିବା ପରେ, ତୁମେ ଅଧିକ ପ୍ରଶ୍ନ ଭାବିପାର । ଜଳଖ୍ୟାର ପୁରିଗୁଡ଼ିକ ସତେଜ କିମ୍ବା ବାସି ଅଟାରୁ ତିଆରି ହେଲେ ଭଲ ଫୁଲି ଥାଏ ।

ସରଳରୁ ଜଟିଳ ପର୍ଯ୍ୟନ୍ତ ସମସ୍ତ ବୈଜ୍ଞାନିକ ପରୀକ୍ଷଣ ଠିକ୍ ଏହିପରି କରାଯାଏ । ଏହା ହେଉଛି ବ୍ୟବସ୍ଥିତ ନିରୀକ୍ଷଣର ଚିନ୍ତାଧାରା । ଆମେ ଜାଣିପାରିବା ଯେ ପୁରି ଫୁଲିବାର ଏହି ସରଳ ଦୈନନ୍ଦିନ ପରୀକ୍ଷଣ ଆଜି ମଧ୍ୟ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ଭାବରେ ବୁଝିନାହାନ୍ତି ।

ତେଣୁ ପୁରିର ଫୁଲା ହେଉ କିମ୍ବା ପୂର୍ଣ୍ଣିମା ପରେ ଚନ୍ଦ୍ରର ସଙ୍କୁଚିତ ଉଜ୍ଜ୍ଵଳ ଅଂଶ ହେଉ, ତୁମର ସତର୍କ ନିରୀକ୍ଷଣ ହିଁ ସଠିକ୍ ମାର୍ଗଦର୍ଶନ କରାଇ ତୁମକୁ ବିଜ୍ଞାନର ଅନୁସନ୍ଧାନ ଜଗତରେ ଆଗେଇ ନେଉ ।