CHSE Odisha Class 12 Economics Chapter 10 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 10 ବଜାର Long Answer Questions.

CHSE Odisha 12th Class Economics Chapter 10 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପୂର୍ଣ ପ୍ରତିହିତାମୂଳକ ବଜାର କାହାକୁ କୁହାଯାଏ ? ଏହାର ବୈଶିଷ୍ଟ୍ୟ ଆଲୋଚନା କରି ବିଶୁଦ୍ଧ ପ୍ରତିଯୋଗିତାଠାରୁ ଏହା କିପରି ଭିନ୍ନ ଦର୍ଶାଅ ।
Answer:
ଯେଉଁ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ ବିକ୍ରୟରେ ଅଂଶଗ୍ରହଣ କରିଥା’ନ୍ତି, ସେହି ବଜାରକୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ପୂର୍ଣ୍ଣ ପ୍ରତିଯୋଗିତା ବିଦ୍ୟମାନ ଥିଲେ ଜଣେ କ୍ରେତା ବା ବିକ୍ରେତା ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବଜାରରେ ଦ୍ରବ୍ୟର ଦର ମୋଟ ଚାହିଦା ଓ ଯୋଗାଣ ଉପରେ ନିର୍ଭର କରେ । କୌଣସି ଉତ୍ପାଦନକାରୀ ପ୍ରଚଳିତ ବଜାର ଦରକୁ ମାନିନିଅନ୍ତି । ତାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । କୌଣସି ଏକ ପ୍ରତିଷ୍ଠାନ ସମ୍ମୁଖୀନ ହେଉଥିବା ଚାହିଦାରେଖା ଆନୁଭୂମିକ ସରଳରେଖାଟିଏ ହୋଇଥାଏ । ବଜାରରେ କ୍ରେତା ବିକ୍ରେତାଙ୍କ ପ୍ରବେଶ ବା ପ୍ରସ୍ଥାନ ଉପରେ କଟକଣା ନଥାଏ । କ୍ରେତା ଓ ବିକ୍ରେତାମାନେ ପ୍ରଚଳିତ ବଜାରର ପ୍ରଚଳିତ ଅବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ।

ପୂର୍ଣ୍ଣ ପ୍ରତିଯୋଗିତା ବୈଶିଷ୍ଟ୍ୟ :
(1) ଅସଂଖ୍ୟ କ୍ରେତା ଓ ବିକ୍ରେତା – ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ବହୁସଂଖ୍ୟକ କ୍ରେତା ଓ ବିକ୍ରେତା ଥାଆନ୍ତି । ଅସଂଖ୍ୟ କ୍ରେତା ଥିବାରୁ ପ୍ରତ୍ୟେକ କ୍ରେତା ଯେଉଁ ପରିମାଣ କ୍ରୟ କରନ୍ତି ତାହା ଦ୍ରବ୍ୟଟିର ମୋଟ ଯୋଗାଣର ଏକ ସାମାନ୍ୟ ଅଂଶ ମାତ୍ର । ତେଣୁ ନିଜ କ୍ରୟର ପରିମାଣକୁ ହ୍ରାସ-ବୃଦ୍ଧି କରି ସେ ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବଜାରରେ ପ୍ରଚଳିତ ଦରକୁ ଗ୍ରହଣ କରି ସେ କ୍ରୟର ପରିମାଣ ସ୍ଥିର କରିଥା’ନ୍ତି ।

ସେହିପରି ବହୁସଂଖ୍ୟକ ବିକ୍ରେତାଙ୍କ ଉପସ୍ଥିତି ଯୋଗୁଁ ଜଣେ ବିକ୍ରେତା ଅଧିକ ବିକ୍ରୟ କରି ବା କମ୍ କ୍ରୟ କରି ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ଜଣେ ବିକ୍ରେତାର ବିକ୍ରୟ ପରିମାଣ ମୋଟ ଯୋଗାଣର ଏକ କ୍ଷୁଦ୍ର ଅଂଶ ମାତ୍ର । ତେଣୁ ପ୍ରଚଳିତ ବଜାର ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡ଼ିଥାଏ । ସମସ୍ତ କ୍ରେତା ଓ ବିକ୍ରେତାଙ୍କ ସମ୍ମିଳିତ ଚାହିଦା ଓ ଯୋଗାଣର ପ୍ରଭାବଦ୍ଵାରା ବଜାର ଦର ନିରୂପିତ ହୋଇଥାଏ ।

(2) ସମଜାତୀୟ ଦ୍ରବ୍ୟ – ସମ୍ପୃକ୍ତ ଦ୍ରବ୍ୟଟି ସମଜାତୀୟ ହେବା ଦରକାର । ଏହାର ବିଭିନ୍ନ ଏକକ ମଧ୍ୟରେ କୌଣସି ଗୁଣାତ୍ମକ, ଆକାରଗତ ବା ଶ୍ରେଣୀଗତ ପାର୍ଥକ୍ୟ ରହିବା ଉଚିତ ନୁହେଁ । ଦ୍ରବ୍ୟଟି ସମଜାତୀୟ ହେଲେ କ୍ରେତାମାନେ ଯେକୌଣସି ବିକ୍ରେତାଙ୍କ ନିକଟରୁ ଦ୍ରବ୍ୟଟି କ୍ରୟ କରିପାରନ୍ତି । କୌଣସି କ୍ରେତା ଦ୍ରବ୍ୟଟି ପାଇଁ ପ୍ରଚଳିତ ବଜାର ଦରଠାରୁ ଅଧିକ ଦେବାକୁ ରାଜି ହୁଅନ୍ତି ନାହିଁ ।

(3) ଅବାଧ ପ୍ରବେଶ ଓ ପ୍ରସ୍ଥାନ ଅଧିକାର – ପୂର୍ଣ୍ଣାଙ୍ଗ ପ୍ରତିଯୋଗିତାରେ ପ୍ରତିଷ୍ଠାନମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କୌଣସି ପ୍ରତିବନ୍ଧକ ନଥାଏ । ଯଦି ଉପସ୍ଥିତ ପ୍ରତିଷ୍ଠାନମାନଙ୍କୁ ଅସ୍ଵାଭାବିକ ଲାଭ ମିଳୁଥାଏ ତେବେ ନୂତନ ପ୍ରତିଷ୍ଠାନ ଉତ୍ପାଦନ କ୍ଷେତ୍ରରେ ଅବତରଣ କରିବାରେ କୌଣସି ପ୍ରତିବନ୍ଧକ ନଥାଏ । ଉପସ୍ଥିତ ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ଯଦି କାହାକୁ କ୍ଷତି ସହିବାକୁ ହେଉଥାଏ ତେବେ ସେ ପ୍ରତିଷ୍ଠାନ ଉତ୍ପାଦନ କ୍ଷେତ୍ରରୁ ଅପସରି ଯାଇପାରନ୍ତି । ଏହା ଫଳରେ ପ୍ରତିଷ୍ଠାନମାନଙ୍କୁ ଦୀର୍ଘକାଳରେ କେବଳ ସ୍ଵାଭାବିକ ଲାଭ ମିଳିଥାଏ ।

(4) ବଜାର ସମ୍ପର୍କରେ ପୂର୍ବ ଜ୍ଞାନ – ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ, କ୍ରେତା ଓ ବିକ୍ରେତାମାନଙ୍କ ବଜାରର ବିଭିନ୍ନ ଅଂଶରେ-ପ୍ରଚଳିତ ଥିବା ଅବସ୍ଥା ସମ୍ପର୍କରେ ପୂର୍ଣ୍ଣ ଜ୍ଞାନ ଥାଏ । ଜଣେ ବିକ୍ରେତା ପ୍ରଚଳିତ ଦରଠାରୁ ଅଧିକ ଦରରେ ଦ୍ରବ୍ୟଟି ବିକ୍ରୟ କରିବାକୁ ଚେଷ୍ଟାକଲେ କୌଣସି କ୍ରେତା ତାଙ୍କ ପାଖକୁ ଯାଆନ୍ତି ନାହିଁ । ତେଣୁ ସେ ପରିଶେଷରେ ଅନ୍ୟାନ୍ୟ ବିକ୍ରେତାମାନେ ଧାର୍ଯ୍ୟ କରିଥିବା ଦରରେ ବିକ୍ରୟ କରିବାକୁ ବାଧ୍ୟ ହୁଅନ୍ତି । ସେହିପରି ବିକ୍ରେତା ମଧ୍ୟ ପ୍ରଚଳିତ ବଜାର ଦର ବିଷୟରେ ଜାଣିଥୁଲେ ତାହାଠାରୁ କମ୍ ଦରରେ ଦ୍ରବ୍ୟ ବିକ୍ରୟ କରନ୍ତି ନାହିଁ ।

(5) ଉତ୍ପାଦନ ସାଧନମାନଙ୍କ ପୂର୍ଣ୍ଣ ଗତିଶୀଳତା – ଉତ୍ପାଦନ ସାଧନର ଏକକଗୁଡ଼ିକର ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଏବଂ ଗୋଟିଏ ବୃତ୍ତିରୁ ଅନ୍ୟ ବୃତ୍ତିକୁ ଗତି କରିବାରେ କୌଣସି ବାଧା ନଥାଏ । ଏହାଫଳରେ ପ୍ରତ୍ୟେକ ସାଧନର ପ୍ରତ୍ୟେକ ଏକକକୁ ସମାନ ପାରିତୋଷିକ ମିଳିଥାଏ ।

CHSE Odisha Class 12 Economics Chapter 10 Long Answer Questions in Odia Medium

(6) ପରିବହନ ପରିବ୍ୟୟର ଅନୁପସ୍ଥିତି – ପୂର୍ଣ୍ଣାଙ୍ଗ ବଜାରର ଅନ୍ୟ ଏକ ସର୍ଭ ହେଲା ପରିବହନ ପରିବ୍ୟୟର ଅନୁପସ୍ଥିତି । ବଜାରର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଦ୍ରବ୍ୟକୁ ସ୍ଥାନାନ୍ତରିତ କରିବାପାଇଁ କୌଣସି ପରିବହନ ଖର୍ଚ୍ଚ ଲାଗେନାହିଁ । ଏହା କ୍ରେତା ଓ ବିକ୍ରେତାଙ୍କ ସାମୀପ୍ୟ ଓ ନିବିଡ଼ ସମ୍ପର୍କ ଯୋଗୁଁ ସମ୍ଭବପର ହୁଏ । ଏହା ହେଲେ କ୍ରେତାମାନେ ବଜାରର ଯେକୌଣସି ଅଂଶରୁ ଦ୍ରବ୍ୟ କ୍ରୟ କରିପାରନ୍ତି ଏବଂ ନିର୍ଦ୍ଦିଷ୍ଟ ଦ୍ରବ୍ୟ ପାଇଁ ଗୋଟିଏ ମାତ୍ର ଦର ପ୍ରଚଳିତ ହୋଇଥାଏ ।

ଅର୍ଥଶାସ୍ତ୍ରରେ ଅନେକ ସମୟରେ ବିଶୁଦ୍ଧ ପ୍ରତିଯୋଗିତା ଓ ପୂର୍ଣ୍ଣ ପ୍ରତିଯୋଗିତା ମଧ୍ଯରେ ପାର୍ଥକ୍ୟ ଆଲୋଚିତ ହୋଇଥାଏ । ବଜାରରେ ପ୍ରଥମ ତିନୋଟି ବୈଶିଷ୍ଟ୍ୟ ବିଦ୍ୟମାନ ଥିଲେ ତାହାକୁ ବିଶୁଦ୍ଧ ପ୍ରତିଯୋଗିତା କୁହାଯାଏ । ପ୍ରଥମ ତିନୋଟି ବ୍ୟତୀତ ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପସ୍ଥିତ ଥିଲେ ଯାଇ ପୂର୍ଣ ପ୍ରତିଯୋଗିତାମୂଳକ ଅବସ୍ଥା ସୃଷ୍ଟି ହୁଏ । ତେଣୁ ବିଶୁଦ୍ଧ ପ୍ରତିଯୋଗିତା ଅପେକ୍ଷା ପୂର୍ଣ୍ଣ ପ୍ରତିଯୋଗିତା ଅଧ୍ବକ ବ୍ୟାପକ ଅଟେ ।

କୃଷିକାର୍ଯ୍ୟରେ କିଛି ପରିମାଣରେ ବିଶୁଦ୍ଧ ପ୍ରତିଯୋଗିତାମୂଳକ ଅବସ୍ଥା ଦୃଷ୍ଟିଗୋଚର ହୁଏ । କୃଷକମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାର, IR-8 ଧାନ ଚାଷ କରି ତାହାକୁ ବଜାରରେ ପ୍ରଚଳିତ ଦରରେ ବିକ୍ରୟ କରିଥା’ନ୍ତି । କିନ୍ତୁ ପ୍ରକୃତ ବଜାରରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ଅବସ୍ଥା କ୍ଵଚିତ୍ର ଦେଖିବାକୁ ମିଳେ । ତଥାପି ଧାରଣାଟିର ତାତ୍ତ୍ଵିକ ତାତ୍ପର୍ଯ୍ୟ ରହିଛି ।

2. ଏକାଧିକାର ବ୍ୟବସାୟ (ବଜାର) କହିଲେ କ’ଣ ବୁଝାଯାଏ ? ଏହାର ବୈଶିଷ୍ଟ୍ୟଗୁଡ଼ିକ କ’ଣ ? ଏହା କିପରି ପୂର୍ଣ୍ଣାଙ୍ଗ ବଜାରଠାରୁ ପୃଥକ୍ ?
Answer:
ଏକଚାଟିଆ ବ୍ୟବସାୟ ଅନ୍ୟ ଏକପ୍ରକାର ଅପୂର୍ଣ୍ଣ ପ୍ରତିଯୋଗିତା । ଯେଉଁ ବଜାରରେ ଜଣେମାତ୍ର ବିକ୍ରେତା ବା ଉତ୍ପାଦନକାରୀ ସମସ୍ତ ବଜାରଟିକୁ ନିୟନ୍ତ୍ରଣ କରିଥା’ନ୍ତି, ତାହାକୁ ଏକଚାଟିଆ ବଜାର କୁହାଯାଏ । ଏକଚାଟିଆ ବଜାରରେ ବିକ୍ରେତା ଏପରି ଏକ ଦ୍ରବ୍ୟ ବିକ୍ରୟ କରନ୍ତି ଯାହାର କୌଣସି ନିକଟ ବିକଳ୍ପ ନଥାଏ । ଫଗୁଁସନ୍‌ଙ୍କ ଭାଷାରେ, ‘‘ଯେତେବେଳେ ବଜାରରେ ଜଣେମାତ୍ର ଉତ୍ପାଦନକାରୀ ଥା’ନ୍ତି ଏବଂ ପ୍ରତ୍ୟକ୍ଷ ପ୍ରତିଯୋଗିତା ନଥାଏ, ସେତେବେଳେ ବିଶୁଦ୍ଧ ଏକାଧ୍ୟାକାର ବ୍ୟବସାୟର ଆତ୍ମପ୍ରକାଶ ହୁଏ ।

ଉପରୋକ୍ତ ସଂଜ୍ଞାର ଅନୁଶୀଳନରୁ ଜଣାଯାଏ ଯେ, ବଜାରରେ କୌଣସି ଗୋଟିଏ ଦ୍ରବ୍ୟର ଜଣେ ବିକ୍ରେତା ଥିବା ଅନୁଷ୍ଠାନକୁ ଏକାଧିକାର ବ୍ୟବସାୟ କୁହାଯାଏ । ଉତ୍ପାଦିତ ଦ୍ରବ୍ୟର କୌଣସି ପ୍ରତିସ୍ଥାପକ ଦ୍ରବ୍ୟ ନଥାଏ ଏବଂ ସେପ୍ରକାର ବଜାରକୁ ଅନ୍ୟ କେହି ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଥାଏ । ଦ୍ରବ୍ୟ ଯୋଗାଣ ବିକ୍ରେତାଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥାଏ । ଉତ୍ପାଦନକାରୀ ଅନ୍ୟ ଉତ୍ପାଦନକାରୀଙ୍କ ପ୍ରତିକ୍ରିୟାକୁ ନନେଇ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କରିଥା’ନ୍ତି । ଏହି କାରଣରୁ ଏକାଧିକାରୀ ବ୍ୟବସାୟୀଙ୍କୁ ଦାମ୍ ସର୍ଜନକାରୀ କୁହାଯାଏ ।

(1) ଜଣେ ମାତ୍ର ବିକ୍ରେତା – ଏକଚାଟିଆ ବଜାରରେ ଜଣେ ମାତ୍ର ବିକ୍ରେତା ବା ଉତ୍ପାଦନକାରୀ ଅଂଶଗ୍ରହଣ କରିଥା’ନ୍ତି । ସମସ୍ତ ବଜାର ଉପରେ ତାଙ୍କର ନିୟନ୍ତ୍ରଣ ଥାଏ । ସେ ଯେଉଁ ଦ୍ରବ୍ୟ ବା ସେବା ବିକ୍ରୟ କରନ୍ତି ତାହାର ଯୋଗାଣ ଉପରେ ତାଙ୍କର ପ୍ରଭୃତ ନିୟନ୍ତ୍ରଣ ଥାଏ । ଏକଚାଟିଆ ବ୍ୟବସ୍ଥାରେ ଉତ୍ପାଦନକାରୀ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ କୌଣସି ପ୍ରଭେଦ ନଥାଏ । ଗୋଟିଏ ମାତ୍ର ଉତ୍ପାଦନ ସଂସ୍ଥା ସମଗ୍ର ଶିଳ୍ପର ଆକାର ପରିଗ୍ରହଣ କରେ ।

(2) ପ୍ରତିସ୍ଥାପକ ଦ୍ରବ୍ୟର ଅନୁପସ୍ଥିତି – ଜଣେ ବିଶୁଦ୍ଧ ଏକାଧିକାରୀ ପ୍ରତିଷ୍ଠାନ ଉତ୍ପାଦନ କରୁଥିବା ଦ୍ରବ୍ୟର କୌଣସି ଫଳପ୍ରଦ ପ୍ରତିବଦଳ ଦ୍ରବ୍ୟ ନ ଥିବାରୁ ଉତ୍ପାଦନକାରୀ ଦ୍ରବ୍ୟର ଦାମ୍ ନିର୍ଦ୍ଦରେ ସ୍ଥିର କରିଥା’ନ୍ତି । ତଥାପି ଦାମ୍ ସ୍ଥିର କରିବାରେ ସେ ମନମୁଖୀ ହୋଇ କାର୍ଯ୍ୟକରନ୍ତି ନାହିଁ । ସୁତରାଂ ତାଙ୍କୁ ଜଣେ ମୁକୁଟବିହୀନ ରାଜ୍ୟର ମାନ୍ୟତା ମିଳିଥାଏ ।

(3) ପ୍ରବେଶ ପଥରେ ପ୍ରତିବନ୍ଧକ – ଏକାଧ୍ୟାକାର ବଜାରକୁ ନୂତନ ପ୍ରତିଷ୍ଠାନମାନେ ଅବାଧରେ ପ୍ରବେଶ କରିପାରନ୍ତି ନାହିଁ । ତାଙ୍କୁ ପ୍ରତିଯୋଗିତାରୁ ସୁରକ୍ଷା ଦେବାପାଇଁ କେତେକ ଆଇନଗତ ବ୍ୟବସ୍ଥା ରହିଥାଏ । ସୁତରାଂ ଏକାଧିକାରୀ ଉତ୍ପାଦନକାରୀଙ୍କର କୌଣସି ପ୍ରତିଦ୍ବନ୍ଦୀ ନଥିବା କୁହାଯାଏ ।

(4) ବିକ୍ରୟ ବାବଦ ଖର୍ଜ – ଏକାଧିକାରୀ ବ୍ୟବସାୟୀ ନିଜ ଉତ୍ପାଦିତ ଦ୍ରବ୍ୟର ବଜାରକୁ ବ୍ୟାପକ ଲୋକପ୍ରିୟ କରିବାପାଇଁ ପ୍ରଚାର ଓ ବିଜ୍ଞାପନ ବାବଦରେ କିଛି ଖର୍ଚ୍ଚ କରନ୍ତି । ଏପରି ଖର୍ଚ୍ଚକୁ ବିକ୍ରୟ ବାବଦ ଖର୍ଚ୍ଚ କୁହାଯାଏ ଯାହାର ଅନ୍ୟନାମ ହେଉଛି ଶିକ୍ଷାମୂଳକ ବିକ୍ରୟ ପରିବ୍ୟୟ ।

(5) ଅବାଧ ଦାମ୍ ନିର୍ଦ୍ଧାରଣ- ଏକାଧିକାରୀ ବ୍ୟବସାୟୀ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କରିବାରେ ଅନ୍ୟାନ୍ୟ ପ୍ରତିବନ୍ଧକରୁ ମୁକ୍ତ ରହିଥା’ନ୍ତି । ସେ ହେଉଛନ୍ତି ତାଙ୍କ ଦ୍ରବ୍ୟର ଦାମ୍‌ନିୟନ୍ତା । ଉପଭୋକ୍ତା ଓ କ୍ରେତାଗଣ ବିକଳ୍ପ ପନ୍ଥାରହିତ ହୋଇ ସେହି ନିର୍ଦ୍ଧାରିତ ଦାମ୍ଭିକୁ ଗ୍ରହଣ କରିଥା’ନ୍ତି । ଦାମ୍ ନିର୍ଦ୍ଧାରଣ କଲାବେଳେ କମ୍ ଦାମ୍‌ରେ ଅଧ‌ିକ ବିକ୍ରୟ କରିପାରିବା ଏବଂ ଦାମ୍ ବୃଦ୍ଧିକରି ଦ୍ରବ୍ୟ ଯୋଗାଣ ସଂକୋଚନ କରିବା ବିଷୟରେ ଏକାଧିକାରୀ ବ୍ୟବସାୟୀ ସଚେତନ ଥା’ନ୍ତି ।

(6) ବିଭେଦମୂଳକ ଦାମ୍ – ବିଭେଦମୂଳକ ଦାମ୍ ପ୍ରଚଳନ କେବଳ ଏକାଧିକାରୀ ବ୍ୟବସାୟ କ୍ଷେତ୍ରରେ ସମ୍ଭବ ହୋଇଥାଏ । ବିଭେଦମୂଳକ ଦାମ୍ କହିଲେ ଭିନ୍ନ ଭିନ୍ନ କ୍ରେତାଙ୍କଠାରୁ ସମାନ ଦ୍ରବ୍ୟ ପାଇଁ ଭିନ୍ନ ଭିନ୍ନ ଦାମ୍ ନେବା ଅଥବା ଭିନ୍ନ ଭିନ୍ନ ଦ୍ରବ୍ୟ ପାଇଁ ଏକପ୍ରକାର ଦାମ୍ ନେବା । ବିଭେଦମୂଳକ ଦାମ୍ ପ୍ରଚଳନ କରିବା ଉଦ୍ଦେଶ୍ୟ ହେଉଛି ଲାଭାଂଶକୁ ସର୍ବାଧ‌ିକ କରିବା ।

(7) ସମଜାତୀୟ ଚାହିଦା ରେଖା – ଏକାଧିକାର ବ୍ୟବସାୟରେ ଜଣେ ମାତ୍ର ବିକ୍ରେତା ଥିବା କାରଣରୁ ସବୁ କ୍ରେତାଙ୍କର ଚାହିଦା ରେଖା ମିଶ୍ରଣରେ ଯେଉଁ ମୋଟ ଚାହିଦା ରେଖା ସୃଷ୍ଟି ହୁଏ ତାହାକୁ ଏକାଧିକାରୀଙ୍କ ଚାହିଦା ରେଖା କୁହାଯାଏ । ଏକ ସ୍ଵାଭାବିକ ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନୋବନତ ହୋଇଥାଏ ଯେଉଁଥୁରୁ ସୂଚନା ମିଳେ ଯେ, ଜଣେ ବିକ୍ରେତା ଦାମ୍ ହ୍ରାସ କରି ଅଧ୍ବକ ବିକ୍ରୟ କରିପାରନ୍ତି ଏବଂ ଦାମ୍ ବୃଦ୍ଧି କରି କମ୍ ବିକ୍ରୟ କରିବାକୁ ଚାହାଁନ୍ତି । ଚାହିଦା ରେଖା ଏକାଧିକାରୀ ବ୍ୟବସାୟୀଙ୍କ ପାଇଁ ହାରାହାରି ଆୟରେଖା ସ୍ଵରୂପ ଉପସ୍ଥାପନ ହୋଇଥାଏ ।

ଏକାଧିକାର ବଜାର ଓ ପୂର୍ବପ୍ରତିଯୋଗିତାମୂଳକ ବଜାର ମଧ୍ଯରେ ନିମ୍ନ ପାର୍ଥକ୍ୟଗୁଡ଼ିକ ପରିଲକ୍ଷିତ ହୋଇଥାଏ ।

ଏକାଧିକାର ବଜାର ପୂର୍ଣ ପ୍ରତିଯୋଗିତାମୂଳକ ବଜାର
(1) ବଜାରରେ ବିକ୍ରୟ ହେଉଥିବା ଦ୍ରବ୍ୟର ଯୋଗାଣ ଜଣେ  ବ୍ୟକ୍ତିଙ୍କଦ୍ବାରା ନିୟନ୍ତ୍ରିତ ହୋଇଥାଏ । (1) ଦ୍ରବ୍ୟ ଯୋଗାଣ ଶିଳ୍ପ ଅନ୍ତର୍ଗତ ବହୁ ପ୍ରତିଷ୍ଠାନଦ୍ଵାରା ନିୟନ୍ତ୍ରିତ
ହୋଇଥାଏ ।
(2) ଏକାଧିକାରୀ ବ୍ୟବସାୟୀ ଦାମ୍‌ର ନିୟନ୍ତା ହୋଇଥିବାରୁ ଦ୍ରବ୍ୟର ଦାମ୍ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇଥାଏ । (2) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଦାମ୍ ସ୍ଥିର ରହିଥାଏ । କାରଣ କୌଣସି ବିକ୍ରେତା ବ୍ୟକ୍ତିଗତ ପ୍ରଚେଷ୍ଟାରେ ଦାମ୍ ପରିବର୍ତ୍ତନ କରିବାକୁ ଅକ୍ଷମ ହୋଇଥା’ନ୍ତି । ବଜାରରେ ପ୍ରଚଳିତ ଦାମ୍‌ କୁ ପ୍ରତିଷ୍ଠାନମାନେ ଅନୁସରଣ କରିଥା’ନ୍ତି ।
(3) ଦାମ୍ ହ୍ରାସ – ବୃଦ୍ଧି କରି ବିକ୍ରେତା ଯୋଗାଣକୁ ପ୍ରଭାବିତ କରନ୍ତି । (3) ବିକ୍ରେତା ଯୋଗାଣ ବୃଦ୍ଧି କରି ପ୍ରଚଳିତ ଦାମ୍‌ କୁ କରନ୍ତି ।
(4) ଏକପ୍ରକାର ବଜାରରେ ଭିନ୍ନ କ୍ରେତାଙ୍କଠାରୁ ଭିନ୍ନ ଭିନ୍ନ ଦାମ୍ ନିଆଯାଇପାରେ । (4) ସମସ୍ତଙ୍କ ପାଇଁ ଗୋଟିଏ ଦାମ୍ ପ୍ରଚଳନ ହେଉଥିବାରୁ ବିଭେଦମୂଳକ ଦାମ୍ ଆଦାୟ କରିବା ସମ୍ଭବପର ନୁହେଁ ।
(5) ଦ୍ରବ୍ୟର ପ୍ରତି ସ୍ଥାପନ ଦ୍ରବ୍ୟ ନ ଥିବାରୁ ଚାହିଦା ସ୍ଥିତିସ୍ଥାପକତା ବଜାରରେ ଶୂନ୍ୟ ବିବେଚିତ ହୁଏ । (5) ନିକଟ ପ୍ରତିବଦଳ ଦ୍ରବ୍ୟର ଉପସ୍ଥିତି ଯୋଗୁଁ ବଜାରରେ ଦ୍ରବ୍ୟର ଚାହିଦା ସ୍ଥିତିସ୍ଥାପକତା ଅସୀମ ହୋଇଥାଏ ।
(6) ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ ପାର୍ଥକ୍ୟ ନ ଥାଏ । (6) ଏକ ଶିଳ୍ପରେ ଅନେକଗୁଡ଼ିଏ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ ହୋଇଥିବାରୁ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ ପାର୍ଥକ୍ୟ ବିଚାର ରହିଥାଏ ।
(7) ପ୍ରଚଳିତ ଦାମ୍ ଉତ୍ପାଦନ ପରିବ୍ୟୟଠାରୁ ଅଧିକ ହୋଇପାରେ, ଯାହାଫଳରେ ପ୍ରତିଷ୍ଠାନକୁ ଦୀର୍ଘକାଳୀନ ଅସ୍ଵାଭାବିକ ଲାଭ ମିଳିପାରେ । (7) ଦାମ୍ ଉତ୍ପାଦନ ପରିବ୍ୟୟ ସହିତ ସମାନ ହୋଇଥୁବାରୁ ପ୍ରତିଷ୍ଠାନମାନକୁ ଦୀର୍ଘକାଳରେ କେବଳ ସ୍ଵାଭାବିକ ଲାଭ ମିଳିଥାଏ ।

CHSE Odisha Class 12 Economics Chapter 10 Long Answer Questions in Odia Medium

3. ପୂର୍ଣ୍ଣାଙ୍ଗ ପ୍ରତିଯୋଗିତାରେ କିପରି ଦାମ୍ ନିର୍ଦ୍ଧାରଣ କରାଯାଏ ?
Answer:
ଯେଉଁ ବଜାରରେ ଅସଂଖ୍ଯ କ୍ରେତା-ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ-ବିକ୍ରୟରେ ଅଂଶଗ୍ରହଣ କରିଥା’ନ୍ତି, ସେହି ବଜାରକୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ପୂର୍ଣ୍ଣ ପ୍ରତିଯୋଗିତା ବିଦ୍ୟମାନ ଥିଲେ, ଜଣେ କ୍ରେତା ବା ବିକ୍ରେତା ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବଜାରରେ ଦ୍ରବ୍ୟର ଦର ମୋଟ ଚାହିଦା ଓ ଯୋଗାଣ ଉପରେ ନିର୍ଭର କରେ । କୌଣସି ଉତ୍ପାଦନକାରୀ ପ୍ରଚଳିତ ବଜାର ଦରକୁ ମାନି ନିଅନ୍ତି । ତାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । କୌଣସି ଏକ ପ୍ରତିଷ୍ଠାନ ସମ୍ମୁଖୀନ ହେଉଥ‌ିବା ଚାହିଦା ରେଖା ଆନୁଭୂମିକ ସରଳରେଖାଟିଏ ହୋଇଥାଏ । ବଜାରରେ କ୍ରେତା-ବିକ୍ରେତାଙ୍କ ପ୍ରବେଶ ବା ପ୍ରସ୍ଥାନ ଉପରେ କଟକଣା ନଥାଏ । କ୍ରେତା ଓ ବିକ୍ରେତାମାନେ ପ୍ରଚଳିତ ବଜାରର ପ୍ରଚଳିତ ଅବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ।

ପ୍ରତ୍ୟେକ କ୍ରେତା କ୍ରୟ କରୁଥିବା ପରିମାଣ ଏବଂ ବିକ୍ରେତା ବିକ୍ରି କରୁଥିବା ପରିମାଣ ଏତେ କମ୍ ହୋଇଥାଏ ଯେ ସେମାନଙ୍କ ମଧ୍ୟରୁ କେହି ହେଲେ ବ୍ୟକ୍ତିଗତଭାବେ ବଜାରରେ ପ୍ରଚଳିତ ଦାମ୍କୁ ପ୍ରଭାବିତ କରିପାରନ୍ତି ନାହିଁ । କାରଣ ପ୍ରଚଳିତ ଦାମ୍ ବଜାରର ସାମଗ୍ରିକ ଚାହିଦା ଏବଂ ଯୋଗାଣର ପାରସ୍ପରିକ କ୍ରିୟାଦ୍ବାରା ନିରୂପିତ ହୋଇଥାଏ । ଏହିପରି ଭାବରେ ସ୍ଥିରୀକୃତ ଦାମ୍ ସହିତ ପ୍ରତ୍ୟେକ ବିକ୍ରେତା ତାଙ୍କ ଉତ୍ପାଦର ତାଳମେଳ କରିଥା’ନ୍ତି ଏବଂ ପ୍ରତ୍ୟେକ କ୍ରେତା ତାଙ୍କର କ୍ରୟ ପରିମାଣ ମେଳ କରିଥା’ନ୍ତି । ବିଭିନ୍ନ ପ୍ରତିଷ୍ଠାନ ବିକ୍ରି କରୁଥିବା ଦ୍ରବ୍ୟ ସଦୃଶ ଏବଂ ସମଜାତୀୟ ହୋଇଥାଏ । ପୂର୍ଣ୍ଣାଙ୍ଗ ପ୍ରତିଯୋଗିତାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଯେ, ପ୍ରତିଷ୍ଠାନମାନଙ୍କର ବଜାରକୁ ପ୍ରବେଶ କରିବା ଏବଂ ବଜାରରୁ ପ୍ରସ୍ଥାନ ହେବା ଅବାଧ ହୋଇଥାଏ । ବଜାର ସମ୍ପର୍କରେ କ୍ରେତା ଓ ବିକ୍ରେତାଙ୍କର ପୂର୍ଣଜ୍ଞାନ ଥାଏ । ଏହି ପ୍ରକାର ବଜାର ବ୍ୟବସ୍ଥାରେ ପରିବହନ ବାବଦ ଖର୍ଚ୍ଚ ଏବଂ ବିଜ୍ଞାପନ ବାବଦ ଖର୍ଚ୍ଚ କରିବାକୁ ପଡ଼ି ନ ଥାଏ ।

ଦ୍ରବ୍ୟର ଦାମ୍ କିପରି ନିର୍ଦ୍ଧାରିତ ହୁଏ, ସେ ବିଷୟରେ ଅର୍ଥଶାସ୍ତ୍ରୀମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଯାଇଥିଲା । କେତେକଙ୍କ ମତରେ, ଦ୍ରବ୍ୟର ଦାମ୍ ଦ୍ରବ୍ୟର ଉପାଦେୟତା ଉପରେ ନିର୍ଭର କରେ । ଜେଭେନ୍ସ ଏବଂ ଅଷ୍ଟ୍ରିଆର କେତେକ ଅର୍ଥଶାସ୍ତ୍ରୀ ମତପୋଷଣ କରିଥିଲେ ଯେ ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା ଓ ଦାମ୍ ସମାନ ହେଲା ପର୍ଯ୍ୟନ୍ତ ଉପଭୋକ୍ତା ଦ୍ରବ୍ୟ କ୍ରୟ କରୁଥା’ନ୍ତି । ସମସ୍ତ ଉପଭୋକ୍ତାଙ୍କର ଚାହିଦାର ସମଷ୍ଟି ଉକ୍ତ ଦାମ୍‌ରେ ମୋଟ ଚାହିଦା ସୂଚିତ କରେ । ଅତଏବ ଦ୍ରବ୍ୟର ଦାମ୍ ଦ୍ରବ୍ୟର ଉପାଦେୟତାଦ୍ୱାରା ନିରୂପଣ କରାଯାଏ ।

ଅନ୍ୟ କେତେକଙ୍କ ମତରେ, ଦ୍ରବ୍ୟର ଦାମ୍ ଉତ୍ପାଦନ ପରିବ୍ୟୟଦ୍ୱାରା ନିରୂପିତ ହୁଏ । ପ୍ରାନ୍ତୀୟ ପରିବ୍ୟୟ ଓ ଦାମ୍ ସମାନ ହେବା ଅବସ୍ଥାରେ ଉତ୍ପାଦନକାରୀ ସର୍ବାଧିକ ଲାଭ ପାଇଥାଆନ୍ତି ! କାରଣ ଯେଉଁ ପରିମାଣ ଦ୍ରବ୍ୟ ଉତ୍ପନ୍ନ କଲେ ପ୍ରାନ୍ତୀୟ ପରିବ୍ୟୟ ଦାମ୍ ସହିତ ସମାନ ହୁଏ, ଉତ୍ପାଦନକାରୀ ସେହି ପରିମାଣ ଦ୍ରବ୍ୟ ଉତ୍ପନ୍ନ କରନ୍ତି ।

ଅଧ୍ୟାପକ ମାର୍ଶାଲ୍ ଏହି ଦୁଇ ମତବାଦ ମଧ୍ୟରେ ସମନ୍ଵୟ ସ୍ଥାପନ କରି ମତ ଦେଇଛନ୍ତି ଯେ ଦାମ୍ ନିର୍ଦ୍ଧାରଣରେ ଚାହିଦା ଓ ଯୋଗାଣ ଉଭୟର ଗୁରୁତ୍ଵ ରହିଛି । ଚାହିଦା ଓ ଯୋଗାଣ ଉଭୟଙ୍କର ସହଯୋଗରେ ଦାମ୍ ନିର୍ଦ୍ଧାରିତ ହୁଏ ଏବଂ ଯେପର୍ଯ୍ୟନ୍ତ ସେମାନେ ଅପରିବର୍ତ୍ତିତ ରହନ୍ତି, ସେତେବେଳ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦାମ୍ ପ୍ରଚଳିତ ହୋଇଥାଏ ।

ବର୍ତ୍ତମାନ ଚାହିଦା ଓ ଯୋଗାଣ ସାହାଯ୍ୟରେ କିପରି ଦାମ୍ ନିର୍ଦ୍ଧାରଣ ହୁଏ ଏହା ନିମ୍ନରେ ଆଲୋଚନା କରାଯାଇଛି । ଚାହିଦା ପାର୍ଶ୍ବ – କ୍ରେତାମାନଙ୍କ ତରଫରୁ ଚାହିଦାର ପରିପ୍ରକାଶ ହୁଏ । ଦ୍ରବ୍ୟର ଉପଯୋଗିତା ଥିବାରୁ ତାହାର ଚାହିଦା ସୃଷ୍ଟି ହୁଏ । କ୍ରେତାଗଣ ଦ୍ରବ୍ୟଟି ପାଇଁ କେଉଁ ଦାମ୍ ଅର୍ପଣ କରିବେ, ତାହା ଦ୍ରବ୍ୟରୁ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତା ସୂତ୍ରରୁ ଜଣାପଡ଼େ । ଗୋଟିଏ ଦ୍ରବ୍ୟ ଅଧ୍ଵକରୁ ଅଧ୍ଵ ଲାଭ କଲେ ଅତିରିକ୍ତ ଏକକରୁ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତା ହ୍ରାସ ହୁଏ । ତେଣୁ କ୍ରେତା ଦ୍ରବ୍ୟର ଦାମ୍ କମ୍ ହେଲେ ଅଧ‌ିକ କ୍ରୟ କରିଥା’ନ୍ତି । ଏହା ହେଉଛି ଚାହିଦା ସୂତ୍ରର ମୂଳଭିଭି । ଏହି ସୂତ୍ର ଉପରେ ଭିଭିକରି ବିଭିନ୍ନ ଦାମ୍‌ରେ କ୍ରୟ ହେଉଥ‌ିବା ଦ୍ରବ୍ୟ ପରିମାଣକୁ ସୂଚାଇବାପାଇଁ ଏକ ଚାହିଦା ସୂଚୀ ପ୍ରସ୍ତୁତ କରାଯାଇପାରେ ।

ନିମ୍ନଲିଖୂତ ସାରଣୀରେ ବିଭିନ୍ନ ଦାମ୍‌ରେ ଆମ୍ବର ଚାହିଦା ଦର୍ଶାଯାଇଛି ।
ଚାହିଦା ସୂଚୀ

ଆମ୍ବର କି.ଗ୍ରା.ପ୍ରତି ଦାମ୍ (ଟଙ୍କାରେ) ଆମ୍ବର ଚାହିଦା ପରିମାଣ (କି.ଗ୍ରା.ରେ)
5.00 200
4.00 300
3.00 400
2.00 500

ଉପରୋକ୍ତ ସାରଣୀରୁ ପ୍ରତୀୟମାନ ହୁଏ ଯେ ଆମ୍ବର କିଲୋଗ୍ରାମ୍ ପ୍ରତି ଦାମ୍ ହ୍ରାସ ପାଇବାରୁ ଏହାର ଚାହିଦାର ପରିମାଣ ବୃଦ୍ଧି ପାଇଛି । ଦାମ୍ ଓ ଚାହିଦାର ପରିମାଣ ମଧ୍ଯରେ ଥ‌ିବା ବିପରୀତମୁଖୀ ସମ୍ପର୍କ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇପାରେ ।

CHSE Odisha Class 12 Economics Chapter 10 Long Answer Questions in Odia Medium 1

ଉପରୋକ୍ତ ଚିତ୍ରରେ ‘DD’ ଚାହିଦା ଲେଖା ଅଟେ ଯାହା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଛି । ତେଣୁ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦାର ପରିମାଣ ମଧ୍ଯରେ ଥିବା ବିପରୀତମୁଖୀ ସମ୍ପର୍କ ସୂଚିତ ହୋଇଛି ।

ଯୋଗାଣ ପାର୍ଶ୍ବ – ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଦାମ୍‌ରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ କୌଣସି ଏକ ଦ୍ରବ୍ୟର ପରିମାଣକୁ ଯୋଗାଣ କୁହାଯାଏ । ଦ୍ରବ୍ୟର ଯୋଗାଣ ଏହାର ପରିବ୍ୟୟ ଉପରେ ନିର୍ଭର କରେ । ତେଣୁ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଏହାର ଯୋଗାଣ ବୃଦ୍ଧି ପାଏ, କାରଣ ଯୋଗାଣ ବୃଦ୍ଧିଜନିତ ପରିବ୍ୟୟ ବୃଦ୍ଧି ଦାମ୍ ବୃଦ୍ଧିଦ୍ୱାରା ଭରଣା କରାଯାଇପାରେ । ଯୋଗାଣ ସୂତ୍ର, ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣର ପରିମାଣ ମଧ୍ଯରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ସୂଚିତ କରେ ଅର୍ଥାତ୍ ଉଚ୍ଚ ଦାମ୍‌ରେ ଯୋଗାଣ ଅଧିକ ହୋଇଥିବାବେଳେ କମ୍ ଦାମ୍‌ରେ ଯୋଗାଣ ସ୍ଵଳ୍ପ ହୋଇଥାଏ । ଏହା ନିମ୍ନୋକ୍ତ ଯୋଗାଣ ସୂଚୀଦ୍ଵାରା ପ୍ରତିଫଳିତ ହୋଇଥାଏ ।

ଯୋଗାଣ ସୂଚୀ

ଆମ୍ବର କିଲୋପ୍ରତି
ଦାମ୍ (ଟଙ୍କାରେ)
ଆମ୍ବର ଯୋଗାଣ
ପରିମାଣ (କି.ଗ୍ରା.ରେ)
5.00 600
4.00 500
3.00 400
2.00 200

CHSE Odisha Class 12 Economics Chapter 10 Long Answer Questions in Odia Medium 2

ଉପରୋକ୍ତ ସୂଚୀରୁ ପ୍ରତୀୟମାନ ହୁଏ ଯେ, ଆମ୍ବର କିଲୋଗ୍ରାମ୍ ପ୍ରତି ଦାମ୍ ଟ. 5.00 ରୁ ଟ.2.00 କୁ କ୍ରମାଗତଭାବେ ହ୍ରାସ ପାଉଥ‌ିବାରୁ ଏହାର ଯୋଗାଣ 600 କି.ଗ୍ରା.ରୁ 200 କି.ଗ୍ରା.କୁ ହ୍ରାସ ପାଇଛି । ଏହି ଅଭିଧାରଣା ରେଖାଚିତ୍ର ସାହାଯ୍ୟରେ ଦର୍ଶାଯାଇପାରେ ।

ଉପରୋକ୍ତ ଚିତ୍ରରେ ଯୋଗାଣ ସୂଚୀର ଜ୍ୟାମିତିକ ପରିପ୍ରକାଶ କରାଯାଇଛି । ଦ୍ରବ୍ୟର ଦାମ୍‌ର ହ୍ରାସ ସହ ଏହାର ପରିମାଣ ହ୍ରାସ ପାଇଛି । ‘SS’ ଯୋଗାଣ ରେଖାର ବାମରୁ ଡାହାଣକୁ ଉର୍ଦ୍ଧ୍ୱଗତି ହୋଇଛି ଯାହା ଦାମ୍ ଓ ଯୋଗାଣର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ଧନାତ୍ମକ ସମ୍ପର୍କ ସୂଚିତ କରୁଅଛି ।

CHSE Odisha Class 12 Economics Chapter 10 Long Answer Questions in Odia Medium

ଚାହିଦା ଓ ଯୋଗାଣର ପାରସ୍ପରିକ କ୍ରିୟା

ଆମ୍ବର କି.ଗ୍ରା. ପ୍ରତି ଦାମ୍
(ଟଙ୍କାରେ)
ଆମ୍ବର ଚାହିଦା
(କି.ଗ୍ରା.ରେ)
ଆମ୍ବର ଯୋଗାଣର
(କି.ଗ୍ରା.ରେ)
5.00 200 600
4.00 300 500
3.00 400 400
2.00 500 200

ଉପରୋକ୍ତ ସାରଣୀରୁ ଜଣାଯାଏ ଯେ, ଦାମ୍ ଓ ଚାହିଦା ବିପରୀତମୁଖୀ ହୋଇଥିଲାବେଳେ ଦାମ୍ ଓ ଯୋଗାଣ ଏକ ଦିଗରେ ଗତି କରନ୍ତି । ଅର୍ଥାତ୍ ଦାମ୍ ବୃଦ୍ଧି ହେଲେ ଚାହିଦା ହ୍ରାସ ହୁଏ, ମାତ୍ର ଯୋଗାଣ ବୃଦ୍ଧି ହୁଏ । ବଜାରରେ ଆମ୍ବର ଦାମ୍ କି.ଗ୍ରା. ପ୍ରତି ଟ. 5.00 ବେଳେ ଚାହିଦା ପରିମାଣ 200 କି.ଗ୍ରା. ଏବଂ ଯୋଗାଣ ପରିମାଣ 600 କି.ଗ୍ରା. ।

ସେହିପରି ଦାମ୍ ଟ.2.00 ବେଳେ ଚାହିଦା ପରିମାଣ 500 କି.ଗ୍ରା. ମାତ୍ର ଯୋଗାଣ ପରିମାଣ 200 କି.ଗ୍ରା. । ଏହିପରି ଭାବରେ ଆମ୍ବର ଦାମ୍ ଯେତେବେଳେ କି.ଗ୍ରା. ପ୍ରତି ଟ.3.00 ହୁଏ, ସେତେବେଳେ ବଜାରରେ ଚାହିଦା ଓ ଯୋଗାଣ ପରସ୍ପର ସହିତ ସମାନ ହୋଇଥା’ନ୍ତି । ଏହି ଅବସ୍ଥାକୁ ସନ୍ତୁଳନ ଅବସ୍ଥା ଏବଂ ସେହି ଅବସ୍ଥାରେ ପ୍ରଚଳିତ ଦାମ୍ବୁକୁ ସନ୍ତୁଳନ ଦାମ୍ କୁହାଯାଏ । ଏହାକୁ ନିମ୍ନୋକ୍ତ ରେଖାଚିତ୍ର ସାହାଯ୍ୟରେ ଦର୍ଶାଯାଇଛି ।

CHSE Odisha Class 12 Economics Chapter 10 Long Answer Questions in Odia Medium 3

ରେଖାଚିତ୍ରରେ ଚାହିଦା ରେଖା ଓ ଯୋଗାଣ ରେଖା ପରସ୍ପରକୁ Q ବିନ୍ଦୁରେ ଛେଦ କରୁଛନ୍ତି । ଏହି ଅବସ୍ଥାରେ ଚାହିଦା ଓ ଯୋଗାଣ ପରସ୍ପର ସମାନ ହେଉଥ‌ିବାରୁ ଏହି ଅବସ୍ଥାକୁ ସନ୍ତୁଳନ ଅବସ୍ଥା କୁହାଯାଏ । ସନ୍ତୁଳନ ଦାମ୍ ଓ ସନ୍ତୁଳନ ଉତ୍ପାଦ ଯଥାକ୍ରମେ QM ଏବଂ OM ସନ୍ତୁଳନ ଅବସ୍ଥା ହୋଇଥାଏ ଅଥବା ଚାହିଦା ଯୋଗାଣଠାରୁ କମ୍ ହୋଇଥାଏ ।

4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ‘ବଜାର ଦର’ କିପରି ନିର୍ଦ୍ଧାରିତ ହୁଏ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବଜାରରେ ପ୍ରଚଳିତ ହେଉଥିବା କୌଣସି ଦ୍ରବ୍ୟର ଦାମ୍ଭିକୁ ‘ବଜାର ଦାମ୍’ କୁହାଯାଏ । ଏହାହିଁ ଦ୍ରବ୍ୟଟିର ଉପସ୍ଥିତ ଦର ଏବଂ ଏହା ସ୍ଵଳ୍ପକାଳରେ ପ୍ରଚଳିତ ଥାଏ । ତେଣୁ ଦ୍ରବ୍ୟର ଯୋଗାଣ ଦ୍ରବ୍ଯଭଣ୍ଡାର ମଧ୍ୟରେ ସୀମିତ ରହିଥାଏ । ଏହି ସ୍ଵଳ୍ପକାଳରେ ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ଚାହିଦା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଯୋଗାଣ ସ୍ଵଳ୍ପକାଳରେ ଅପେକ୍ଷାକୃତ ସ୍ଥିର ରହିଥିବାରୁ ଚାହିଦାର ପରିବର୍ତନ ହେଲେ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ହୋଇଥାଏ । ଚାହିଦାର ସ୍ବତଃ ପରିବର୍ତ୍ତନ ବାରମ୍ବାର ହେଉଥିବାରୁ ‘ବଜାର ଦର’ ବାରମ୍ବାର ପରିବର୍ତ୍ତିତ ହୋଇଥାଏ । ବଜାର ଦର ନିର୍ଦ୍ଧାରଣ ପ୍ରକ୍ରିୟା ଦୁଇପ୍ରକାର ଦ୍ରବ୍ୟ ସଂକ୍ରାନ୍ତରେ ବିଶ୍ଳେଷଣ କରାଯାଇଥାଏ, ଯଥା – କ୍ଷୟଶୀଳ ବା ନଷ୍ଟଶୀଳ ଦ୍ରବ୍ୟ ଓ ଦୀର୍ଘସ୍ଥାୟୀ ଦ୍ରବ୍ୟ ।

ପଚନଶୀଳ ଓ ନଷ୍ଟଶୀଳ ଦ୍ରବ୍ୟର ବଜାର ଦର :
ବଜାରକାଳ ଅତ୍ୟନ୍ତ ସ୍ଵଳ୍ପ ହୋଇଥିବାରୁ ଏହି ସମୟକାଳ ମଧ୍ୟରେ ଦ୍ରବ୍ୟର ଯୋଗାଣ ଅପେକ୍ଷାକୃତ ସ୍ଥିର ବା ସୀମିତ । ତେଣୁ ଦ୍ରବ୍ୟଭଣ୍ଡାରର ସମସ୍ତ ପରି ମାଣ ବିକ୍ରୟ ନିମନ୍ତେ ଅର୍ପିତ ହୋଇଥାଏ । କାରଣ ନଷ୍ଟଶୀଳ ଦ୍ରବ୍ୟକୁ ଭବିଷ୍ୟତ ପାଇଁ ଗଚ୍ଛିତ କରି ରଖୁବା ସମ୍ଭବ ହୁଏ ନାହିଁ । ତେଣୁ ବଜାର ଦାମ୍ ଯେତେ ସ୍ଵଳ୍ପ ହେଲେହେଁ ଏବଂ ତାହା ଉତ୍ପାଦନ ପରିବ୍ୟୟଠାରୁ କମ୍ ହେଲେ ସୁଦ୍ଧା ବିକ୍ରେତା ସମସ୍ତ ପରିମାଣକୁ ବିକ୍ରୟ କରିବାକୁ ବାଧ୍ୟ ହୋଇଥାଏ ।

କାରଣ ଏହି ଦ୍ରବ୍ୟଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ । ତେଣୁ ନଷ୍ଟଶୀଳ ଦ୍ରବ୍ୟର ଯୋଗାଣ ସଂପୂର୍ଣ୍ଣ ଅସ୍ଥିତିସ୍ଥାପକ ହୋଇଥାଏ ଓ ଏହାର ଯୋଗାଣ ରେଖା ଉଲ୍ଲମ୍ବାକୃତି (Vertical) ହୋଇଥାଏ । ଯଦି କୌଣସି କାରଣରୁ ଚାହିଦା ହଠାତ୍ ବୃଦ୍ଧି ହୁଏ ତେବେ, ନଷ୍ଟଶୀଳ ଦ୍ରବ୍ୟ ଅଧିକ ଦାମରେ ବିକ୍ରି ହୋଇଥାଏ ଏବଂ ଚାହିଦା ହ୍ରାସ ହେଲେ କମ୍ ଦାମ୍‌ରେ ବିକ୍ରୟ ହୁଏ ।

ଏହି ଅବସ୍ଥାକୁ ରେଖାଚିତ୍ର ସାହାଯ୍ୟରେ ଉପସ୍ଥାପନ କରାଯାଇପାରେ ।

CHSE Odisha Class 12 Economics Chapter 10 Long Answer Questions in Odia Medium 4

ଉପରୋକ୍ତ ରେଖାଚିତ୍ରରେ ଯୋଗାଣର ପରିମାଣ OM ଦ୍ୱାରା ଦର୍ଶାଯାଇଛି । ଯୋଗାଣ ଅପରିବର୍ତ୍ତନୀୟ ହୋଇଥିବାରୁ ଯୋଗାଣ ରେଖା ଉଲ୍ଲମ୍ବ ରେଖା MPS ଦ୍ବାରା ସୂଚିତ ହୋଇଛି । ‘DD’ ମୂଳ ଚହିବା ରେଖା ବୋଲି ଦର୍ଶାଯାଇଛି । ଚାହିଦା ଓ ଯୋଗାଣର ସନ୍ତୁଳନଦ୍ୱାରା (Q ବିନ୍ଦୁରେ), OP ଦାମ୍ ନିର୍ଦ୍ଧାରିତ ହୋଇଛି । ତେଣୁ ‘OP’ କୁ ସନ୍ତୁଳନ ବଜାର ଦାମ୍ କୁହାଯାଏ ।

ମାତ୍ର ଯଦି ଚାହିଦା D1D1 କୁ ବୃଦ୍ଧି ହୁଏ, ତେବେ ସନ୍ତୁଳନ ଦାମ୍ OP1 କୁ ବୃଦ୍ଧି ପାଏ । ଅପରପକ୍ଷରେ ଚାହିଦା D2D2 କୁ ହ୍ରାସହେଲେ ବଜାର ଦାମ୍ OP2 କୁ ହ୍ରାସ ହୋଇଥାଏ । ଏହିପରି ଚାହିଦା ବଜାର ଦାମ୍‌କୁ ପ୍ରଭାବିତ କରେ ।

ଦୀର୍ଘସ୍ଥାୟୀ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ :

CHSE Odisha Class 12 Economics Chapter 10 Long Answer Questions in Odia Medium 5

ଦବ୍ୟଟି ଯଦି ସ୍ଥାୟୀ ଦ୍ରବ୍ୟ ହୋଇଥାଏ ଓ ତାହାକ ଗଳିତ ରଖୁବାର ସମ୍ଭାବନା ଥାଏ, ତେବେ ଦାମ୍ ହ୍ରାସ ପାଇବା ଅବସ୍ଥାରେ ବିକ୍ରେତା ଏହି ଦ୍ରବ୍ୟକୁ ବିକ୍ରୟ ନକରି ଭବିଷ୍ୟତରେ ବିକ୍ରି ପାଇଁ ଗଚ୍ଛିତ ରଖୁଥାଆନ୍ତି । ସୁତରାଂ ଏହି ଦ୍ରବ୍ୟ କ୍ଷେତ୍ରରେ ଦୁଇପ୍ରକାର ଦାମ୍ ଓ ଅନ୍ୟଟି ସଂରକ୍ଷଣ ଦାମ୍ (Reservation Price) । ବଜାର ଦାମ୍ ଯଦି ସଂରକ୍ଷିତ ଦାମ୍‌ଠାରୁ କମ୍ ହୁଏ, ତେବେ ବିକ୍ରେତା କିଛି ଦ୍ରବ୍ୟ ଭବିଷ୍ୟତରେ ଉଚ୍ଚ ଦାମ୍‌ରେ ବିକ୍ରୟ କରିବାପାଇଁ ଗଚ୍ଛିତ ରଖନ୍ତି ।

CHSE Odisha Class 12 Economics Chapter 10 Long Answer Questions in Odia Medium

ସଂରକ୍ଷିତ ଦାମ୍ ହେଉଛି ବିକ୍ରେତା ପାଇଁ ସର୍ବନିମ୍ନ ଗ୍ରହଣୀୟ ଦାମ୍ । ବିକ୍ରେତା ଯଦି ଅନୁମାନ କରନ୍ତି ଯେ ସଂରକ୍ଷିତ ଦାମ୍ ଭବିଷ୍ୟତରେ ପ୍ରଚଳିତ ଦାମ୍‌ଠାରୁ କମ୍ ହେବ ତେବେ ସେ ସଂରକ୍ଷିତ ଦାମ୍ଭିକୁ ନିମ୍ନସ୍ତରରେ ଧାର୍ଯ୍ୟ କରନ୍ତି । ବିପରୀତ ଅବସ୍ଥାରେ ସଂରକ୍ଷିତ ଦାମ୍ ଅଧିକ ହୋଇଥାଏ । ଏହି କାରଣରୁ ଦୀର୍ଘସ୍ଥାୟୀ ଦ୍ରବ୍ୟର ଯୋଗାଣ ରେଖା କିଛିକାଳପାଇଁ ଊର୍ଦ୍ଧ୍ୱଗାମୀ ହୋଇ ପୁନଶ୍ଚ ଉଲ୍ଲମ୍ବାକୃତି ହୋଇଥାଏ ।

ଉପରୋକ୍ତ ରେଖାଚିତ୍ରରେ ଦୀର୍ଘସ୍ଥାୟୀ ଦ୍ରବ୍ୟର ଯୋଗାଣ ବକ୍ରରେଖା TRS ଦ୍ୱାରା ସୂଚିତ ହୋଇଛି ଏବଂ ଦ୍ରବ୍ୟ ପରିମାଣ ସ୍ଥିର ବୋଲି OM ଦ୍ଵାରା ଦର୍ଶାଯାଇଛି । ଦ୍ରବ୍ୟର ଚାହିଦା DD ରେଖାଦ୍ୱାରା ସୂଚିତ ହୋଇଛି । DD ରେଖା TRS ରେଖାକୁ L ବିନ୍ଦୁରେ ଛେଦ କରୁଥିବାରୁ OP ଦାମ୍ ନିର୍ଦ୍ଧାରିତ ହୋଇଛି । ଏ କ୍ଷେତ୍ରରେ ଦ୍ରବ୍ୟ ବିକ୍ରିର ପରିମାଣ ON ହୋଇଛି । ଅବଶିଷ୍ଟ NM ପରିମାଣ ଦ୍ରବ୍ୟ ବିକ୍ରେତା ନିଜ ପାଖରେ ଗଚ୍ଛିତ ରଖୁ’ନ୍ତି ।

ଯଦି ଚାହିଦା ବୃଦ୍ଧି ହୋଇ D1D1 ହୁଏ ତେବେ ନୂତନ ସନ୍ତୁଳନ ଅବସ୍ଥା R ବିନ୍ଦୁରେ ହୋଇଥାଏ ଏବଂ ବଜାର ଦାମ୍ OP1 ହୋଇଥାଏ । OP1 ଦାମ୍‌ରେ ସମସ୍ତ ଦ୍ରବ୍ୟ (OM) ବଜାରରେ ବିକ୍ରି ହୋଇଥାଏ । OT ହେଉଛି ସଂରକ୍ଷିତ ଦାମ୍ ଯେଉଁ ଦାମ୍‌ରେ କୌଣସି ଦ୍ରବ୍ୟ ବିକ୍ରି ନ ହୋଇ ବିକ୍ରେତାଙ୍କ ପାଖରେ ଗଚ୍ଛିତ ହୋଇ ରହିଥାଏ ।

ବଜାରରେ ଦାମ୍ OT ଠାରୁ ଯେତେ ଅଧ୍ଵ ହେଲେ ବିକ୍ରେତା ସେତେ ଅଧ୍ବକ ପରିମାଣରେ ବିକ୍ରୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ମାତ୍ର ଦ୍ରବ୍ୟର ସର୍ବାଧ‌ିକ ଯୋଗାଣ OM ରେ ସୀମିତ ରହିଥାଏ ।

ଉପରୋକ୍ତ ବିଶ୍ଳେଷଣରୁ ଅନୁମିତ ହୁଏ ଯେ ବଜାର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ଚାହିଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

5. ସ୍ଵାଭାବିକ ଦର କିପରି ନିର୍ଦ୍ଧାରଣ କରାଯାଏ ?
Answer:
ସ୍ଵାଭାବିକ ଦର ବଜାରରେ ଦୀର୍ଘକାଳରେ ପ୍ରତିଷ୍ଠିତ ହୋଇଥାଏ । ସ୍ଵାଭାବିକ ଦର ଅଧିକ ସ୍ଥାୟୀ ଓ ଅବିଚଳିତ କାରଣଦ୍ଵାରା ପ୍ରଭାବିତ ହୁଏ ଓ ସ୍ଥିର ରହେ । ଏହା ବଜାରର ଅସ୍ଥିରତାଦ୍ୱାରା ପ୍ରଭାବିତ ହୁଏ ନାହିଁ ।

ସ୍ଵାଭାବିକ ଦର ନିର୍ଦ୍ଧାରଣରେ ଉତ୍ପାଦନ ପରିବ୍ୟୟ ବା ଯୋଗାଣ ଅଧ‌ିକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରେ । ବଜାର କାଳରେ ଚାହିଦା ବଢ଼ିପାରେ ବା କମିପାରେ । କିନ୍ତୁ ଏହି ସମୟ ଅତିଶୟ ସ୍ଵଳ୍ପ ହୋଇଥିବାରୁ ଯୋଗାଣ ଚାହିଦା ସହିତ ସାମଞ୍ଜସ୍ୟ ଆଣିପାରେ ନାହିଁ । କିନ୍ତୁ ଦୀର୍ଘକାଳରେ ଚାହିଦାର ପରିବର୍ତ୍ତନ ଯଦି ସ୍ଥାୟୀ ହୁଏ, ତେବେ ଯୋଗାଣ ମଧ୍ୟ ନୂତନ ଚାହିଦା ସହିତ ଆବଶ୍ୟକୀୟ ପରିବର୍ତ୍ତନ ଆଣିପାରେ ।

ଯଦି ଚାହିଦା ବୃଦ୍ଧି ପାଏ ତେବେ ସେହି ଅନୁପାତରେ ଯୋଗାଣ ମଧ୍ୟ ବୃଦ୍ଧିପାଇବ । ଯଦି ଚାହିଦା ହ୍ରାସ ହୁଏ, ତେବେ ଯୋଗାଣରେ ମଧ୍ୟ ଅନୁରୂପ ପରିବର୍ତ୍ତନ ହେବ । ଫଳରେ କୌଣସି ଅସ୍ବାଭାବିକ ଲାଭ ବା କ୍ଷତିର ସମ୍ଭାବନା ନଥାଏ । ଦର ସର୍ବଦା ଉତ୍ପାଦନ ପରିବ୍ୟୟ ସହିତ ସମାନ ହୁଏ ଯେଉଁଠି ସ୍ବାଭାବିକ ଲାଭ ମଧ୍ଯ ନିହିତ ଥାଏ ।

ସ୍ଵାଭାବିକ ଦର ଏକ ହାରାହାରି ଦର ନୁହେଁ । ଏହା ଦୀର୍ଘକାଳୀନ ଦର ଏବଂ ଏହା ସମସ୍ତ ପ୍ରକାର ଆଲୋଡ଼ନରୁ ମୁକ୍ତ ଥାଏ । ତେଣୁ ସ୍ବାଭାବିକ ଦର ଦୀର୍ଘକାଳୀନ ସମୟରେ ପ୍ରତିଷ୍ଠିତ ହୋଇଥାଏ, ଯେତେବେଳେ ଯୋଗାଣ ସମ୍ପୂର୍ଣ୍ଣରୂପେ ଚାହିଦା ସହିତ ସମଯୋଜିତ ହୁଏ । ଏହି ସମୟରେ ଏହି ଦୁଇଟି ଶକ୍ତି ମଧ୍ୟରେ ଉପଯୁକ୍ତ ସମନ୍ବୟ ସାଧୂତ ହୋଇଥାଏ ।

ସ୍ବାଭାବିକ ଦର ନିର୍ଦ୍ଧାରଣ :
ସ୍ଵାଭାବିକ ଦର କିପରି ନିର୍ଦ୍ଧାରିତ ହୁଏ, ତାହା ଏବେ ଲକ୍ଷ୍ୟ କରାଯାଉ । ସ୍ବାଭାବିକ ଦର ନିର୍ଦ୍ଧାରଣ ପ୍ରକ୍ରିୟାକୁ ଏକ ରେଖାଚିତ୍ର ସାହାଯ୍ୟରେ ବର୍ଣ୍ଣନା କରାଯାଇପାରେ ।

CHSE Odisha Class 12 Economics Chapter 10 Long Answer Questions in Odia Medium 6

ନିର୍ଦ୍ଧାରଣ ସୂଚିତ ହୋଇଛି । କ୍ଷୀରର ଦର ମୂଳ ବଜାରକାଳୀନ ଯୋଗାଣ ପରିମାଣ OM ଦ୍ଵାରା ସୂଚିତ ହୁଏ । DD ଚାହିଦା ରେଖା ବଜାରକାଳୀନ ଯୋଗାଣ ରେଖା MS କୁ ଠୁ ବିନ୍ଦୁରେ ଛେଦ କରେ । OP ହେଲା ବଜାର ଦର । ମନେକରାଯାଉ, କ୍ଷୀରର ଚାହିଦାରେ ହଠାତ୍ ସ୍ଥାୟୀ ପରିବର୍ତ୍ତନ ଘଟିଲା । ବଜାର କାଳ ଖୁବ୍ ସ୍ଵଳ୍ପ ହୋଇଥିବାରୁ କ୍ଷୀରର ଯୋଗାଣକୁ ତାହାର ବଦ୍ଧିତ ଚାହିଦା ସହିତ ସମ୍ପୂର୍ଣ୍ଣଭାବରେ ସମଯୋଜିତ କରିବା ସମ୍ଭବ ହୁଏ ନାହିଁ ।

ଏହି ଯୋଗାଣ ସମ୍ପୂର୍ଣ୍ଣ ଭାବରେ ଅପରିବର୍ତ୍ତନୀୟ । ଏହା ଏକ ଉଲ୍ଲମ୍ବ ଯୋଗାଣ ରେଖାଦ୍ୱାରା ସୂଚିତ ହେଉଛି । ଚାହିଦାର ଏହି ବୃଦ୍ଧି ଫଳରେ ବଜାର ଦର OP2 କୁ ବୃଦ୍ଧି ପାଏ ।

କିନ୍ତୁ ଦୀର୍ଘକାଳରେ ଯୋଗାଣ ସମ୍ପୂର୍ଣ୍ଣଭାବରେ ଏହି ବର୍ଦ୍ଧିତ ଚାହିଦା ସହିତ ସମଯୋଜିତ ହେବ । ଦୀର୍ଘକାଳରେ ଲୋକମାନେ ଅଧିକ ସଂଖ୍ୟାରେ ଗାଈ ପାଳିବା ଆରମ୍ଭ କରିବେ । କ୍ଷୀର ଉତ୍ପାଦନ ନିମନ୍ତେ ଅଧୂକ ସମ୍ପଦ ବିନିଯୁକ୍ତ ହେବ । ଫଳରେ କ୍ଷୀର ଉତ୍ପାଦନ ବିଶେଷଭାବରେ ବୃଦ୍ଧି ପାଇବ । ଦତ୍ତ ରେଖାଚିତ୍ରରେ SS ହେଉଛି ଦୀର୍ଘକାଳୀନ ଯୋଗାଣ ରେଖା । ଯାହା ନୂତନ ଚାହିଦା ରେଖା D1D1 କୁ । ବିନ୍ଦୁରେ ଛେଦ କରୁଛି ।

OP ହେଉଛି ଦୀର୍ଘକାଳୀନ ସ୍ଵାଭାବିକ ଦର ଯାହା OP2 ଅପେକ୍ଷା କମ୍ । ଦୀର୍ଘକାଳୀନ ଯୋଗାଣର ପରିମାଣ OM1 ଦ୍ଵାରା ସୂଚିତ ହେଉଛି । ଏହା ବଜାରକାଳୀନ ଯୋଗାଣର ପରିମାଣ OM ଅପେକ୍ଷା ବେଶୀ । ଏହି ରେଖାଚିତ୍ରରେ ଲକ୍ଷ୍ୟ କରାଯାଇପାରେ ଯେ ଦୀର୍ଘକାଳୀନ ଦର OP1 ମୂଳ ଦର OP ଅପେକ୍ଷା ଅଧିକ । କାରଣ ଦୀର୍ଘକାଳରେ କ୍ଷୀରର ଉତ୍ପାଦନ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଅଧୀନ ବୋଲି ଧରାଯାଇଛି ।

6. ସ୍ଵାଭାବିକ ଦାମ୍ ଓ ବଜାର ଦାମ୍ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବଜାରରେ ପ୍ରଚଳିତ କୌଣସି ଦ୍ରବ୍ୟର ଦାମ୍ଭିକୁ ବଜାର ଦାମ୍ କୁହାଯାଏ । ଏହି ସମୟସୀମା ଅତ୍ୟନ୍ତ ସ୍ଵଳ୍ପ ହୋଇଥିବାରୁ ବଜାରରେ ଦ୍ରବ୍ୟର ଯୋଗାଣ ସୀମିତ ହୋଇଥାଏ । ମାତ୍ର ସ୍ଵାଭାବିକ ଦାମ୍ ଦୀର୍ଘକାଳୀନ ଦାମ୍ଭିକୁ ବୁଝାଏ ।

ନିମ୍ନରେ ବଜାର ଦାମ୍ ଓ ସ୍ଵାଭାବିକ ଦାମ୍ ମଧ୍ୟରେ ଥିବା ପାର୍ଥକ୍ୟ ଆଲୋଚନା କରାଯାଇଛି ।

  • ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ଉଭୟ ଚାହିଦା ଓ ଯୋଗାଣର ପାରସ୍ପରିକ କ୍ରିୟା ଅତ୍ୟନ୍ତ ଅପରିହାର୍ଯ୍ୟ । ମାତ୍ର ବଜାର ଦାମ୍ ବିଶେଷଭାବେ ଦ୍ରବ୍ୟର ଚାହିଦାଦ୍ୱାରା ନିରୂପିତ ହୋଇଥାଏ । ଅନ୍ୟପକ୍ଷରେ ସ୍ୱାଭାବିକ ଦାମ୍ ମୁଖ୍ୟତଃ ଯୋଗାଣ ବା ଉତ୍ପାଦନ ପରିବ୍ୟୟଦ୍ଵାରା ଅଧିକ ପ୍ରଭାବିତ ହୋଇଥାଏ ।
  • ବଜାର ଦାମ୍ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରଚଳିତ ଥାଏ । ଏଣୁ ଏହା ସ୍ବଳ୍ପକାଳୀନ ଦାମ୍ ଏବଂ କ୍ଷଣସ୍ଥାୟୀ । ଏହି ଦାମ୍ ସର୍ବଦା ଦୋଳାୟମାନ ଅବସ୍ଥାରେ ରହିଥାଏ । ଚାହିଦାର ପରିବର୍ତ୍ତନ ଏହି ଦାମ୍ଭିକୁ ବାରମ୍ବାର ପ୍ରଭାବିତ କରିଥାଏ । ତେଣୁ ବଢାର ଦାମ୍ ସାମୟିକ ଅର୍ଥନୈତିକ ଶକ୍ତିଦ୍ଵାରା ପ୍ରତିଷ୍ଠିତ ହୋଇଥାଏ । ଅନ୍ୟପକ୍ଷରେ ସ୍ଵାଭାବିକ ଦାମ୍ ହେଉଛି ଦୀର୍ଘକାଳୀନ ଦାମ୍ । ଏହା ସ୍ଥାୟୀ ସନ୍ତୁଳନ ଦାମ୍ । ଏହା ଚାହିଦା ଓ ଯୋଗାଣର ପୂର୍ଣ୍ଣ କ୍ଷମତା ବା ସ୍ଥାୟୀ ସନ୍ତୁଳନଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।
  • ବଜାର ଦାମ୍ ସାଧାରଣତଃ ସାମୟିକ କାରଣଦ୍ବାରା ପ୍ରଭାବିତ ହୋଇଥାଏ । ଚାହିଦାର ସାମୟିକ ପରିବର୍ତ୍ତନ ଯୋଗୁଁ ବଜାର ଦାମ୍ ଅସ୍ଥିର ହୋଇଥାଏ । ମାତ୍ର ସ୍ଵାଭାବିକ ଦାମ୍ ଅଧିକ ସ୍ଥାୟୀ କାରଣଦ୍ୱାରା ପ୍ରଭାବିତ ହୋଇଥାଏ । ତେଣୁ ଏହା ବଜାର ଦାମଠାରୁ ଅଧିକ ସ୍ଥାୟୀ ।
  • ବାସ୍ତବରେ ବଜାର ଦାମ୍ ବଜାରରେ ପ୍ରଚଳିତ ଦାମ୍ । ଏହାହିଁ ପ୍ରକୃତ ଦର । କ୍ରେତା ଓ ବିକ୍ରେତା ଏହି ପ୍ରଚଳିତ ଦାମ୍‌ରେ କ୍ରୟବିକ୍ରୟ ସଂପାଦନ କରିଥା’ନ୍ତି । କିନ୍ତୁ ସ୍ବାଭାବିକ ଦାମ୍ ଏକ କାଳ୍ପନିକ ଓ ଅବାସ୍ତବ ଧାରଣା । ଏହା ଏକ ଆଦର୍ଶ ଦାମ୍ । ଏହା ଦୀର୍ଘକାଳରେ ପ୍ରତିଷ୍ଠିତ ହେବାର ଆଶା କରାଯାଏ । ବଜାର ଦାମ୍ ସ୍ବାଭାବିକ ଦାମ୍‌କୁ କେନ୍ଦ୍ରକରି ଘୂରି ବୁଲୁଥାଏ ।
  • ବଜାର ଦର ଉତ୍ପାଦନ ପରିବ୍ୟୟରୁ ବେଶି ବା କମ୍ ହୋଇପାରେ । ତେଣୁ କେତେବେଳେ ହୁଏତ ଅସ୍ଵାଭାବିକ ଲାଭ ଉପୁଜିଥାଏ କିମ୍ବା ଅସ୍ଵାଭାବିକ କ୍ଷତି ମଧ୍ଯ ହୋଇଥାଏ । କିନ୍ତୁ ସ୍ବାଭାବିକ ଦାମ୍‌ରେ କେବଳ ସ୍ଵାଭାବିକ ଲାଭ ହିଁ ନିହିତ ଥାଏ ।
  • ସମସ୍ତ ପ୍ରକାର ଦ୍ରବ୍ୟ କ୍ଷେତ୍ରରେ ବଜାର ଦାମ୍ ଦେଖାଯାଏ । କିନ୍ତୁ ସମସ୍ତ ଦ୍ରବ୍ୟ କ୍ଷେତ୍ରରେ ସ୍ଵାଭାବିକ ଦାମ୍ ସମ୍ଭବ ନୁହେଁ । କେବଳ ପୁନରୁତ୍ପାଦନ ଦ୍ରବ୍ୟର ସ୍ବାଭାବିକ ଦାମ୍ ହିଁ ରହିଥାଏ । ଦୁଷ୍ପାପ୍ୟ ଦ୍ରବ୍ୟ, ପୁରୁଣା ଚିତ୍ରକଳା, ପୁରୁଣା ଡାକଟିକଟ ଆଦିର ସ୍ଵାଭାବିକ ଦାମ୍ ନଥାଏ ।

CHSE Odisha Class 12 Economics Chapter 10 Long Answer Questions in Odia Medium

7. ଏକାଧିକାରମୂଳକ ପ୍ରତିଯୋଗିତାର ସଂଜ୍ଞା ପ୍ରକରଣ କରି ତା’ର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ଅଧ୍ୟାପକ ଚାମ୍ବରଲିନ୍ ସର୍ବପ୍ରଥମେ ୧୯୩୩ ମସିହାରେ ଏକାଧ୍ୟାକାରୀ ପ୍ରତିଯୋଗିତା ତତ୍ତ୍ଵର ବିଶଦ ବ୍ୟାଖ୍ୟା କରିଥିଲେ । ତାଙ୍କ ମତରେ ଏକ ନିର୍ଦ୍ଦିଷ୍ଟ ବଜାର ପରିସ୍ଥିତିରେ ପ୍ରତ୍ୟେକ ବିକ୍ରୟକାରୀ ଏକପ୍ରକାର ଏକାଧିକାରୀ ଏବଂ ଏହି ଶ୍ରେଣୀର ଏକାଧିକାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଥାଏ । ଅର୍ଥାତ୍ ଏକାଧ୍ୟାକାରୀ ପ୍ରତିଯୋଗିତା ଏପରି ଏକ ବଜାର ବ୍ୟବସ୍ଥା ଯେଉଁଥୁରେ ଉଭୟ ଏକାଧିକାର ଓ ପ୍ରତିଯୋଗିତାର ଉପାଦାନମାନଙ୍କର ସହାବସ୍ଥାନ ଦେଖାଯାଏ ।

ଏହି ବଜାରରେ ଅନେକ କ୍ରେତା ଓ ବିକ୍ରେତା ଥିବାରୁ ଏହା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ନିକଟତର । ଅର୍ଥାତ୍‌ ଏହା ଏପରି ଏକ ବଜାର ସ୍ଥିତିକୁ ବୁଝାଏ, ଯେଉଁଠିକି ଅନେକ ବିକ୍ରେତା ନିକଟତମ ବିକଳ୍ପ ଥିବା ଏକ ଦ୍ରବ୍ୟର ବିକ୍ରୟ ପାଇଁ ପରସ୍ପର ସହିତ ପ୍ରତିତ୍ୱହିତା କରୁଥା’ନ୍ତି ।

ଯେଉଁଠାରେ ନାନା ମାର୍କ, ଆକାର, ବ୍ୟାବସାୟିକ ଚିହ୍ନ ଭିଭିରେ ଗୋଟିଏ ଦ୍ରବ୍ୟକୁ ଅଳ୍ପ କେତେକ ଉତ୍ପାଦନକାରୀ ଉତ୍ପାଦନ କରି ପ୍ରତିଯୋଗିତାକୁ ସେମାନଙ୍କ ମଧ୍ୟରେ ସୀମିତ ରଖନ୍ତି, ତାହାକୁ ଏକାଧ୍ୱକାରମୂଳକ ପ୍ରତିଯୋଗିତା ବଜାର କୁହାଯାଏ ।

ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ ବୈଶିଷ୍ଟ୍ୟ :

ଏହି ପ୍ରକାର ବଜାରରେ ନିମ୍ନଲିଖୁତ ବୈଶିଷ୍ଟ୍ୟମାନ ଦେଖାଯାଏ
(i) ବହୁସଂଖ୍ୟକ କ୍ରେତା ଓ ବିକ୍ରେତା – ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ ପ୍ରତ୍ୟେକ ଶିଳ୍ପସଂସ୍ଥାରେ ବହୁସଂଖ୍ୟକ ପ୍ରତିଷ୍ଠାନ ରହିଥାଆନ୍ତି । ପ୍ରତ୍ୟେକ ପ୍ରତିଷ୍ଠାନର ଦାମ୍ ଓ ଉତ୍ପାଦ ଉପରେ ନିଜସ୍ଵ ନିୟନ୍ତ୍ରଣ ରହିଥାଏ । ପ୍ରତ୍ୟେକ ପ୍ରତିଷ୍ଠାନ ସ୍ବାଧୀନ ଭାବରେ କାର୍ଯ୍ୟ କରନ୍ତି ।

ଦୀର୍ଘକାଳରେ ନୂତନ ପ୍ରତିଷ୍ଠାନମାନଙ୍କର ଅବାଧ ପ୍ରବେଶର ସୁଯୋଗ ଥିବା ଯୋଗୁଁ ବିକ୍ରେତାଙ୍କ ସଂଖ୍ୟା ବୃଦ୍ଧି ପାଏ । ଏକାଧ୍ୟାକାର ପ୍ରତିଯୋଗିତାରେ ବିକ୍ରେତାର ଦାମ୍ ଉପରେ ପ୍ରଭାବ ଥାଏ । ଅନ୍ୟ ବଜାର ପରି ଏଠାରେ କ୍ରେତାମାନଙ୍କର ସଂଖ୍ୟା ମଧ୍ୟ ବହୁତ ।

(ii) ଅବାଧ ପ୍ରବେଶ ଓ ପ୍ରସ୍ଥାନ – ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ କୌଣସି ଏକ ଶିଳ୍ପସଂସ୍ଥାକୁ ପ୍ରତିଷ୍ଠାନଗୁଡ଼ିକ ଅବାଧରେ ପ୍ରବେଶ କରନ୍ତି ଓ ଅବାଧରେ ପ୍ରସ୍ଥାନ କରନ୍ତି । ବର୍ତ୍ତମାନର ପ୍ରତିଷ୍ଠାନଗୁଡ଼ିକ ଅତ୍ୟଧ୍ଵ ଲାଭ ଅର୍ଜନ କରନ୍ତି । ସେତେବେଳେ ଏହି ଲାଭଦ୍ବାରା ଆକୃଷ୍ଟ ହୋଇ ନୂତନ ପ୍ରତିଷ୍ଠାନମାନ ଶିଳ୍ପରେ ଯୋଗ ଦିଅନ୍ତି । ସେହିଭଳି ବର୍ତ୍ତମାନର କିଛି ପ୍ରତିଷ୍ଠାନ କ୍ଷତି ବହନ କରୁଥା’ନ୍ତି । ସେହି ପ୍ରତିଷ୍ଠାନଗୁଡ଼ିକ ଶିଳ୍ପସଂସ୍ଥାରୁ ପ୍ରସ୍ଥାନ କରନ୍ତି ।

(iii) ଦ୍ରବ୍ୟ ବିଭେଦୀକରଣ – ଦ୍ରବ୍ୟର ବିଭେଦୀକରଣ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର ଏକ ବିଶେଷ ବୈଶିଷ୍ଟ୍ୟ । ଏହି ବଜାର ବ୍ୟବସ୍ଥାରେ ପ୍ରତ୍ୟେକ ଉତ୍ପାଦନ ପ୍ରତିଷ୍ଠାନଦ୍ବାରା ଉତ୍ପାଦିତ ଦ୍ରବ୍ୟର ସ୍ଵାତନ୍ତ୍ର୍ୟତା ରହିଥାଏ । ଦ୍ରବ୍ୟର ବିଭେଦୀକରଣ ଅର୍ଥ ଦ୍ରବ୍ୟ କ୍ରେତା ଗୋଟିଏ ଦ୍ରବ୍ୟକୁ ଅନ୍ୟ ଦ୍ରବ୍ୟଠାରୁ ବିଭେଦୀକୃତ କରିଥାଏ । ବିଭିନ୍ନ ଦ୍ରବ୍ୟ ମଧ୍ୟରେ ଆକାର, ପ୍ରକାର, ରଙ୍ଗ, ଗନ୍ଧ, ସ୍ଵାଦ ଅନ୍ୟାନ୍ୟ ପ୍ରକାର ପାର୍ଥକ୍ୟମାନ ଦେଖାଯାଏ ।

ଉଦାହରସ୍ୱରୂପ, ବିଭିନ୍ନ ରେଡ଼ିଓ ସେଟ୍‌, ମଟରକାର, ସାବନ, ଟେଲିଭିଜନ୍ ସେଟ୍ ଇତ୍ୟାଦି କ୍ଷେତ୍ରରେ ଏ ପ୍ରକାର ଦ୍ରବ୍ୟ ବିଭେଦନ ଦେଖାଯାଏ । ତେଣୁ, ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର କ୍ରେତାମାନେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଦ୍ରବ୍ୟକୁ ଏପରିକି ବେଶୀ ଦାମ୍‌ରେ ମଧ୍ଯ କିଣିବାକୁ ପସନ୍ଦ କରିଥାଆନ୍ତି ।

(iv) ବିକ୍ରୟ ପରିବ୍ୟୟ – ପ୍ରତ୍ୟେକ ପ୍ରତିଷ୍ଠାନ ନିଜର ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ବୃଦ୍ଧି ଘଟାଇବାପାଇଁ ଏକ ଭିନ୍ନ ପ୍ରକାରର ବ୍ୟୟ କରିଥାଆନ୍ତି । ବିକ୍ରୟ ପରିବ୍ୟୟର ଏକ ବିଶେଷ ଉପାଦାନ ହେଉଛି ବିଜ୍ଞାପନ ଖର୍ଚ୍ଚ । ଏହା ଉଭୟ ଚାହିଦା ଓ ଉତ୍ପାଦିତ ଦ୍ରବ୍ୟର ପରିବ୍ୟୟକୁ ପ୍ରଭାବିତ କରିଥାଏ । ଏଠାରେ ପ୍ରତିଷ୍ଠାନର ମୁଖ୍ୟ ଲକ୍ଷ୍ୟ ହେଲା ଅଧ୍ବକ ଲାଭ ଅର୍ଜନ କରିବା । ସେଥ୍ପାଇଁ ପ୍ରତିଷ୍ଠାନ ବିଜ୍ଞାପନ ଜନିତ ଖର୍ଚ୍ଚ ଯଥାଯଥ ବିଚାରକୁ ନେଇଥାଆନ୍ତି ।

(v) ଅପୂର୍ଣ୍ଣାଙ୍ଗ ଜ୍ଞାନ – ଏକାଧିକାରମୂଳକ ପ୍ରତିଯୋଗିତା କ୍ରେତାମାନଙ୍କର ଅପୂର୍ଣ୍ଣାଙ୍ଗ ଜ୍ଞାନ ବା ଅବଗତି ଉପରେ ନିର୍ଭର କରେ । ଗ୍ରାହକମାନଙ୍କ ମନରେ ଦ୍ରବ୍ୟଗୁଡ଼ିକର କାଳ୍ପନିକ ଉତ୍କର୍ଷତା ସ୍ଥାପନ କରିବାରେ ପ୍ରତିଷ୍ଠାନଗୁଡ଼ିକ ଅଧ୍ବକ ବ୍ୟୟ କରିଥା’ନ୍ତି । ଏହାଦ୍ଵାରା ଦ୍ରବ୍ୟଟି ବାସ୍ତବରେ ଯାହା ତାହା ଥାଇ ମଧ୍ୟ କ୍ରେତା ତାହାକୁ ଅନ୍ୟ ଦ୍ରବ୍ୟ ଅପେକ୍ଷା ଅଧିକ ଭଲ ଓ ଅଧିକ ଗୁଣାତ୍ମକ ବୋଲି ବିବେଚନା କରିଥା’ନ୍ତି । ଏହା ସମ୍ପୂର୍ଣ୍ଣ ବଜାରକୁ ଅନେକ ଉପ-ବଜାରରେ ବିଭକ୍ତ କରିଥାଆନ୍ତି, ଯାହାପାଇଁ ସ୍ବତନ୍ତ୍ର ପ୍ରତିଷ୍ଠାନଗୁଡ଼ିକର ମଧ୍ୟ ଏକାଧିକାର ଅବସ୍ଥା ରହିଥାଏ ।

(vi) ଦାମ୍-ରହିତ ପ୍ରତିଯୋଗିତା – ଏକାଧ୍ୟାକାରମୂଳକ ପ୍ରତିଯୋଗିତାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଦାମ୍-ରହିତ ପ୍ରତିଯୋଗିତା ଯଦ୍ବାରା ବଜାରରେ ପ୍ରତିଷ୍ଠାନଗୁଡ଼ିକ ଗ୍ରାହକମାନଙ୍କୁ ଜିଣିବାକୁ ଚେଷ୍ଟା କରିଥା’ନ୍ତି । ଦାମ୍ ହ୍ରାସ କରିବା ବ୍ୟତୀତ ପ୍ରତିଯୋଗୀମାନଙ୍କ ସହିତ ଅନ୍ୟାନ୍ୟ ପଦ୍ଧତିଦ୍ୱାରା ପ୍ରତିଯୋଗିତା କରିବା ସମ୍ଭବ ହୋଇପାରିବ ।

ସେଗୁଡ଼ିକ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦ୍ରବ୍ୟର ମରାମତି କରିବାର ପ୍ରତିଶ୍ରୁତି, ବିକ୍ରୟ ପରେ ସେବା, ରିହାତି କିମ୍ବା ପରିବହନ ଖର୍ଚ୍ଚ ଛାଡ଼ ଇତ୍ୟାଦି ଅନ୍ତର୍ଭୁକ୍ତ । ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ବିକ୍ରୟ ପାଇଁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାର ଏଗୁଡ଼ିକ ଗୁପ୍ତ ଅବଲମ୍ବନ ଅଟେ ।

(vii) ଚାହିଦାରେଖାର ଆକୃତି – ଏ ପ୍ରକାର ବଜାରରେ, ପ୍ରତିଷ୍ଠାନ ଏକ ନିମ୍ନଗାମୀ ଚାହିଦା ରେଖାର ସମ୍ମୁଖୀନ ହୋଇଥା’ନ୍ତି । କାରଣ ପ୍ରତିଷ୍ଠାନ ବଜାରକୁ କିଛି ମାତ୍ରାରେ ପ୍ରଭାବିତ କରିପାରେ, ଯେହେତୁ ଦ୍ରବ୍ୟ ବିଭେଦନ ଏ ପ୍ରକାର ବଜାରର ଏକ ବୈଶିଷ୍ଟ୍ୟ । ମାତ୍ର କେତେ ମାତ୍ରାରେ ପ୍ରତିଷ୍ଠାନ ବଜାରକୁ ପ୍ରଭାବିତ କରି ନିଜ ଲାଭରେ ରଖୂପାରିବ ତାହା ଦ୍ରବ୍ୟ ପ୍ରତି ଉପଭୋକ୍ତାମାନଙ୍କର ପସନ୍ଦ ବା ରୁଚି ଉପରେ ନିର୍ଭର କରେ ।

ଦ୍ଵିତୀୟରେ, ସେହି ଏକା ଦ୍ରବ୍ୟକୁ ଅନ୍ୟ ପ୍ରତିଯୋଗୀମାନେ ଉତ୍ପାଦନ କରି ଯୋଗାଣ କରନ୍ତି । ନିକଟତମ ବିକଳ୍ପ ଦ୍ରବ୍ୟ ଯୋଗାଣ କରୁଥିବା ପ୍ରତିଦ୍ବନ୍ଦୀମାନଙ୍କର ଆଡୁ ଆସୁଥୁବା ପ୍ରତିଯୋଗିତାକୁ ପ୍ରଥମ ପ୍ରତିଷ୍ଠାନ କେତେଦୂର ପ୍ରତିହତ କରିପାରୁଛି, ତାହା ଉପରେ ମଧ୍ୟ ପ୍ରଥମ ପ୍ରତିଷ୍ଠାନର ବଜାର ପ୍ରଭାବ ନିର୍ଭର କରେ ।

ଏଣୁ ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ, ଏକ ପ୍ରତିଷ୍ଠାନର ଚାହିଦା ରେଖ ଏକାଧ୍ଵରା ପ୍ରତିଷ୍ଠାନର ଚାହିଦା ରେଖା ଅପେକ୍ଷା ଅଧୂକ ସ୍ଥିତିସ୍ଥାପକ ବା ନମନୀୟ ।

ଏହାର କାରଣ ହେଲା ଏକାଧିକାରୀ ପ୍ରତିଯୋଗିତା ଉତ୍ପାଦିତ ହେଉଥିବା ଦ୍ରବ୍ୟର ବହୁତ ନିକଟତମ ବିକଳ୍ପ ଦ୍ରବ୍ୟ ବଜାରରେ ମିଳୁଥିବା ସମୟରେ ଏକାଧିକାରୀଙ୍କ ପ୍ରତିଷ୍ଠାନର ଦ୍ରବ୍ୟ ନିକଟତମ ବିକଳ୍ପ ବଜାରରେ ମିଳେ ନାହିଁ ।

CHSE Odisha Class 12 Economics Chapter 10 Long Answer Questions in Odia Medium 7

ଚିତ୍ରରେ ଦର OP ରୁ OP କୁ ହ୍ରାସ ହେଲେ ବିକ୍ରୟ ପରିମାଣ OQ ରୁ OQ1 କୁ ବୃଦ୍ଧି ପାଉଛି ।

8. ଅଧିକାର କହିଲେ କ’ଣ ବୁଝ ? ତାହାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ଅଚ୍ଛାଧିକାର ଅସମ୍ପୂର୍ଣ୍ଣ ପ୍ରତିଯୋଗିତା ବଜାରର ଏକ ଉଦାହରଣ । ଅଚ୍ଛାଧିକାର ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ । ଏକାଧିକାର ବଜାରରେ ପ୍ରତିଦ୍ବନ୍ଦିତା ନଥାଏ । ଏକାଧ୍ୟାକାରମୂଳକ ପ୍ରତିଯୋଗିତାରେ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଥାଏ, କାରଣ ଏହି ପ୍ରତିଷ୍ଠାନମାନେ ନିକଟତମ ବିକଳ୍ପ ଥିବା ଦ୍ରବ୍ୟ ସବୁ ଉତ୍ପାଦନ କରନ୍ତି ।

ଅଳ୍ପାତ୍‌ର ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ବନ୍ଦିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି । ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି, ସେ ଦର ଓ ଉତ୍ପାଦ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି ।

CHSE Odisha Class 12 Economics Chapter 10 Long Answer Questions in Odia Medium

ଅଚ୍ଛାଧିକାର ବଜାରର ଲକ୍ଷଣ – ଅଳ୍ପାକାର ବଜାରରେ ନିମ୍ନଲିଖିତ ବୈଶିଷ୍ଟ୍ୟମାନ ଦେଖିବାକୁ ମିଳେ ।
(i) ପରସ୍ପର ନିର୍ଭରଶୀଳତା – ପରସ୍ପର ନିର୍ଭରଶୀଳତା ଏହି ବଜାରର ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ ଅଟେ । ଅଛ କେତେକ ପ୍ରତିଷ୍ଠାନ ଉତ୍ପାଦନରତ ଥିବାରୁ କୌଣସି ଗୋଟିଏ ପ୍ରତିଷ୍ଠାନ ସ୍ଵାଧୀନ ଭାବରେ ଦର ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ନାହିଁ ।

ପ୍ରତ୍ୟେକ ପ୍ରତିଷ୍ଠାନ ଦ୍ରବ୍ୟର ଦାମ୍ ଓ ଉତ୍ପାଦନର ପରିମାଣ ସ୍ଥିର କଲାବେଳେ ଅନ୍ୟ ପ୍ରତିଦ୍ବନ୍ଦୀ ପ୍ରତିଷ୍ଠାନମାନଙ୍କର ପ୍ରତିକ୍ରିୟାକୁ ବିଚାରକୁ ନେଇଥା’ନ୍ତି । ଏହାଦ୍ୱାରା ପ୍ରତିଷ୍ଠାନଗୁଡ଼ିକର ବ୍ୟାବସାୟିକ ନିଷ୍ପତ୍ତି ସ୍ଵାଧୀନ ନ ହୋଇ ପ୍ରତିଯୋଗୀମାନଙ୍କ ଉପରେ ନିର୍ଭରଶୀଳ ହୋଇଥାଏ । ତେଣୁ ଅନ୍ଧାଧିକାର ବଜାରରେ ଦର ନିର୍ଦ୍ଧାରଣ ପଦ୍ଧତି ଅତ୍ୟନ୍ତ ଜଟିଳ ହୋଇଥାଏ ।

(ii) ଅସଂଖ୍ୟକ ବିକ୍ରେତା – ଅଚ୍ଛାଧ୍ୟାର ବଜାରରେ ଅଳ୍ପସଂଖ୍ୟକ ବିକ୍ରେତା ଓ ଅନେକ କ୍ରେତା ଥାଆନ୍ତି । ବିକ୍ରେତାଙ୍କ ସଂଖ୍ୟା ଅଳ୍ପ ହୋଇଥିବାରୁ, ପ୍ରତ୍ୟେକ ବିକ୍ରେତା ଉତ୍ପାଦନର ଏକ ଉଲ୍ଲେଖନୀୟ ଅଂଶକୁ ନିୟନ୍ତ୍ରଣ କରନ୍ତି ଓ ଦରକୁ ପ୍ରଭାବିତ କରିପାରନ୍ତି । ଜଣେ ବିକ୍ରେତା ତାଙ୍କ ଦ୍ରବ୍ୟର ଦର ହ୍ରାସ କରି ବିକ୍ରୟ ବୃଦ୍ଧି କରିପାରନ୍ତି । ଏହା ଅନ୍ୟ ବିକ୍ରେତାମାନଙ୍କର ଲାଭକୁ ପ୍ରଭାବିତ କରେ । ପ୍ରତ୍ୟେକ ବିକ୍ରେତାଙ୍କର ଅନ୍ୟ ବିକ୍ରେତାମାନଙ୍କ ଉପରେ ସିଧାସଳଖ ପ୍ରଭାବ ରହେ ।

(iii) ବିକ୍ରୟ ପରିବ୍ୟୟ ଓ ବିଜ୍ଞାପନ – ଅଚ୍ଛାଧ୍ୟାର ବଜାରରେ ଦ୍ରବ୍ୟର ଦାମ୍ ହ୍ରାସ ଘଟାଇ ବିକ୍ରୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥାଏ । ଏହା ଫଳରେ ପ୍ରତିଯୋଗୀ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ଦାମ୍-ଯୁଦ୍ଧ ଦେଖାଦେଇଥାଏ । ଏହାସହିତ, ଏହି ବଜାରରେ ପ୍ରତିଷ୍ଠାନଗୁଡ଼ିକ ନିଜ ନିଜର ବିକ୍ରିକୁ ପ୍ରୋତ୍ସାହିତ କରିବାପାଇଁ ବିଜ୍ଞାପନ ବାବଦରେ ବହୁ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହୋଇଥାଆନ୍ତି । ତେଣୁ ଅଚ୍ଛାଧିକାର ବଜାରରେ ବିଜ୍ଞାପନ ଏକ ଜୀବନ-ମରଣ ଘଟଣା ହୋଇଥାଏ ।

(iv) ଗୋଷ୍ଠୀଗତ ବ୍ୟବହାର – ଅଳ୍ପାତ୍‌ର ବଜାରରେ ପ୍ରତିଷ୍ଠାନଗୁଡ଼ିକ ପରସ୍ପର ନିର୍ଭରଶୀଳ ହୋଇଥିବାରୁ ସେମାନେ ମିଳିତ ହୋଇ ସେମାନଙ୍କର ସାଧାରଣ ହିତ ସାଧନ ପାଇଁ କାର୍ଯ୍ୟ କରିଥାଆନ୍ତି । ପରସ୍ପର ମଧ୍ୟରେ ପ୍ରତିଦ୍ଵନ୍ଦିତା ଥାଇ ମଧ୍ୟ କେବଳ ବ୍ୟକ୍ତିଗତ ଲାଭ ସାଧନ ପାଇଁ ସମସ୍ତେ ଏକତ୍ରିତ ଭାବେ କାର୍ଯ୍ୟ କରନ୍ତି ।

(v) ଅନିଶ୍ଚିତତା – ଅନିଶ୍ଚିତତା ଅଧିକାର ବଜାରର ଅନ୍ୟ ଏକ ଲକ୍ଷଣ । ଅନ୍ଧାଧିକାର ବଜାରରେ ଜଣେ ବିକ୍ରେତା ଦର ପରିବର୍ତ୍ତନ କଲେ ଅନ୍ୟ ବିକ୍ରେତାମାନେ ତାଙ୍କୁ ଅନୁସରଣ କରିବେ କି ନାହିଁ, ତାହା ହେଉଛି ଅନିଶ୍ଚିତତା ତେଣୁ କ୍ଷତି ସହିବାର ଯଥେଷ୍ଟ ସମ୍ଭାବନା ଥାଏ ।

(vi) ଚାହିଦା। ରେଖାର ଅନିଶ୍ଚିତତା – ଅଚ୍ଛାଧ୍ୟାର ବଜାରରେ ଚାହିଦା ଲେଖା ଅନିଶ୍ଚିତ ତଥା ଅନିର୍ଦ୍ଧାରିତ ହୋଇଥାଏ । ଏଠାରେ ପ୍ରତିଷ୍ଠାନଗୁଡ଼ିକ ନିଷ୍ପତ୍ତି ଗ୍ରହଣ କରିବାରେ ପରସ୍ପର ଉପରେ ନିର୍ଭରଶୀଳ ହୋଇଥିବାରୁ ଗୋଟିଏ ପ୍ରତିଷ୍ଠାନ ତା’ର ଦର ପରିବର୍ତ୍ତନ କଲେ ତାହା ଅନ୍ୟ ପ୍ରତିଦ୍ଧହୀ ପ୍ରତିଷ୍ଠାନମାନଙ୍କର ବିକ୍ରିକୁ ପ୍ରଭାବିତ କରିଥାଏ । ଫଳରେ କ୍ଷତିଗ୍ରସ୍ତ ପ୍ରତିଷ୍ଠାନଟି ସେହି ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହୋଇଥାଆନ୍ତି ।

ଅର୍ଥାତ୍ ଜଣେ ଦର ପରିବର୍ତ୍ତନ କଲେ ଅନ୍ୟମାନେ ମଧ୍ୟ ସେହି ପନ୍ଥା ଗ୍ରହଣ କରିଥାଆନ୍ତି । ଏହାଦ୍ଵାରା ଚାହିଦା ରେଖା ଅନିଶ୍ଚିତ ହେବା ସଙ୍ଗେ ସଙ୍ଗେ ପରିବର୍ତ୍ତନଶୀଳ ମଧ୍ୟ ହୋଇଥାଏ ।

Leave a Comment