CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

Odisha State Board CHSE Odisha Class 12 Foundation of Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ Questions and Answers.

CHSE Odisha 12th Class Education Solutions Chapter 1 Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ସତ୍ୟବାଦୀ ବନବିଦ୍ୟାଳୟ କେଉଁ ମସିହାରେ ଜାତୀୟ ବିଦ୍ୟାଳୟ ରୂପେ ଘୋଷିତ ହେଲା ?
(i) ୧୯୨୦
(ii) ୧୯୨୧
(iii) ୧୯୨୨
(iv) ୧୯୨୩
Answer:
(ii) ୧୯୨୧

2. ବନ ବିଦ୍ୟାଳୟ ପ୍ରଥମେ କେତେ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା ?
(i) ୧୯
(ii) ୨୦
(iii) ୨୧
(iv) ୨୨
Answer:
(i) ୧୯

3. ସତ୍ୟବାଦୀ ବନ ବିଦ୍ୟାଳୟ କେଉଁ ମସିହାରେ ପ୍ରତିଷ୍ଠା ହୋଇଥିଲା ?
(i) ୧୮୯୯
(ii) ୧୯୦୯
(iii) ୧୯୧୯
(iv) ୧୯୧୧
Answer:
(ii) ୧୯୦୯

4. ଗୋପବନ୍ଧୁଙ୍କଦ୍ଵାରା ପ୍ରତିଷ୍ଠିତ ସମ୍ବାଦପତ୍ରର ନାମ କ’ଣ ?
(i) ପ୍ରଗତିବାଦୀ
(ii) ଧରିତ୍ରୀ
(iii) ପ୍ରଜାତନ୍ତ୍ର
(iv) ସମାଜ
Answer:
(iv) ସମାଜ

5. ବନବିଦ୍ୟାଳୟକୁ ଗୋପବନ୍ଧୁ କ’ଣ ବୋଲି ଆଖ୍ୟାୟିତ କରିଥିଲେ ?
(i) ବିଦ୍ୟାମନ୍ଦିର
(ii) ସରସ୍ଵତୀ ମନ୍ଦିର
(iii) ମଣିଷ ତିଆରି କାରଖାନା
(iv) ବୃତ୍ତିଶିକ୍ଷା ବିଦ୍ୟାଳୟ
Answer:
(iii) ମଣିଷ ତିଆରି କାରଖାନା

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

6. ସତ୍ୟବାଦୀ ଶିକ୍ଷାର ପ୍ରବର୍ତ୍ତକ କିଏ ?
(i) ରବୀନ୍ଦ୍ରନାଥ
(ii) ଶ୍ରୀଅରବିନ୍ଦ
(iii) ଗୋପବନ୍ଧୁ
(iv) ଗାନ୍ଧିଜୀ
Answer:
(iii) ଗୋପବନ୍ଧୁ

7. ନିମ୍ନୋକ୍ତ କିଏ ପଞ୍ଚସଖାମାନଙ୍କ ମଧ୍ୟରୁ ଜଣେ ନ ଥିଲେ ?
(i) ଆଚାର୍ଯ୍ୟ ହରିହର
(ii) ପଣ୍ଡିତ ନୀଳକଣ୍ଠ ଦାସ
(iii) ଗୋଦାବରୀଶ ମହାପାତ୍ର
(iv) ପଣ୍ଡିତ କୃପାସିନ୍ଧୁ ମିଶ୍ର
Answer:
(iii) ଗୋଦାବରୀଶ ମହାପାତ୍ର

8. କେବେ ସତ୍ୟବାଦୀ ବନବିଦ୍ୟାଳୟ ବନ୍ଦ ହୋଇଗଲା ?
(i) ୧୯୨୫
(ii) ୧୯୨୦
(iii) ୧୯୨୬
(iv) ୧୯୨୨
Answer:
(iii) ୧୯୨୬

9. କେଉଁଟି ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ?
(i) ଅହିଂସା ମାଧ୍ୟମରେ ଶିକ୍ଷା
(ii) ପୂର୍ଣାଙ୍ଗ ଶିକ୍ଷା
(iii) ଆନ୍ତର୍ଜାତିକ ମୂଲ୍ୟବୋଧ ଶିକ୍ଷା
(iv) ନାଗରିକତା ଶିକ୍ଷା
Answer:
(iv) ନାଗରିକତା ଶିକ୍ଷା

10. କିଏ ସତ୍ୟବାଦୀ ଶିକ୍ଷାକୁ ପ୍ରଶଂସା କରି ଏହା ମୁକ୍ତାକାଶ ଶିକ୍ଷାର ଏକ ସଫଳ ପରୀକ୍ଷଣ ବୋଲି ମତବ୍ୟକ୍ତ କରିଥିଲେ ?
(i) ରାଧାନାଥ
(ii) ମହାତ୍ମା ଗାନ୍ଧି
(iii) ରବୀନ୍ଦ୍ରନାଥ
(iv) ମଧୁସୂଦନ
Answer:
(iii) ରବୀନ୍ଦ୍ରନାଥ

11. କେଉଁଟି ସତ୍ୟବାଦୀ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଥିଲା ?
(i) ସଙ୍ଗ‍।ତ ଣିକ୍ଷ।
(ii) ସମାଜସେବା
(iii) ଭାଷାଜ୍ଞାନ ବୃଦ୍ଧି
(iv) ଚାକିରି
Answer:
(ii) ସମାଜସେବା

12. ଗୋପବନ୍ଧୁ କିଏ ‘ଉତ୍କଳମଣି’ ରୂପେ ସମ୍ବୋଧନ କରିଥିଲେ ?
(i) ମହାତ୍ମା ଗାନ୍ଧି
(ii) ରବୀନ୍ଦ୍ରନାଥ ଟାଗୋର
(iii) ସୁଭାଷଚନ୍ଦ୍ର ବୋଷ
(iv) ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ
Answer:
(iv) ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ

13. କେଉଁଟି ଗୋପବନ୍ଧୁଙ୍କର ଏକ ସାହିତ୍ୟ କୃତି ?
(i) ଗାତାଞ୍ଜଳି
(ii) ଚିଲିକା
(iii) କାରାକବିତା
(iv) ସାବିତ୍ରୀ
Answer:
(iii) କାରାକବିତା

14. କରାଯାଉଥିଲା ?
(i) ପଞ୍ଚମିତ୍ର
(ii) ପଞ୍ଚପଣ୍ଡିତ
(iii) ପଞ୍ଚସଖା
(iv) କୌଣସିଟି ବି ନୁହେଁ
Answer:
(iii) ପଞ୍ଚସଖା

15. ନିମ୍ନଲିଖ୍ ମଧ୍ୟରୁ କେଉଁଟି ସତ୍ୟବାଦୀ ବନବିଦ୍ୟାଳୟ ଅବନତିର କାରଣ ନୁହେଁ ?
(i) ଗୋପବନ୍ଧୁ ସ୍ବାଧୀନତା ସଂଗ୍ରାମରେ ଯୋଗଦାନ
(ii) ଉପଯୁକ୍ତ ଶିକ୍ଷକଙ୍କ ଅଭାବ
(iii) ଆର୍ଥିକ ସମସ୍ୟା
(iv) ସ୍ଥାନୀୟ ଲୋକଙ୍କ ସହଯୋଗୀ ମନୋଭାବ
Answer:
(iv) ସ୍ଥାନୀୟ ଲୋକଙ୍କ ସହଯୋଗୀ ମନୋଭାବ

B. ଶୂନ୍ୟସ୍ଥାନ ପୂରଣ କର ।

1. ଗୋପବନ୍ଧୁ ସତ୍ୟବାଦୀରେ ଏକ ମଧ୍ୟଇଂରାଜୀ ବିଦ୍ୟାଳୟ _________ ମସିହାରେ ପ୍ରତିଷ୍ଠା କରିଥିଲେ ।
Answer:
୧୯୦୯

2. ‘ବନ୍ଦୀର ଆତ୍ମକଥା’ କବିତା _____________ ଙ୍କ ଦ୍ବାରା ଲେଖାଯାଇଥିଲା ।
Answer:
ଗୋପବନ୍ଧୁ

3. ସତ୍ୟବାଦୀ ବନବିଦ୍ୟାଳୟର ପତନ _____________ ମସିହାରେ ଘଟିଥିଲା ।
Answer:
୧୯୨୬

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

4. ଗୁପ୍ତ ବୃନ୍ଦାବନ_____________ କୁ କୁହାଯାଏ ।
Answer:
ସତ୍ୟବାଦୀ ବନବିଦ୍ୟାଳୟ

5. ସତ୍ୟବାଦୀ ବନବିଦ୍ୟାଳୟ ପ୍ରଥମେ______________ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିଲା ।
Answer:
୧୯

6. ଉପଯୁକ୍ତ ଶିକ୍ଷକଙ୍କ ଅଭାବ ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ___________ ର ଏକ କାରଣ ଥିଲା ।
Answer:
ଅବନତି

7. ଗୋପବନ୍ଧୁ ____________ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
ମୁକୁ‍।କାଣ

8. ସତ୍ୟବାଦୀ ବନବିଦ୍ୟାଳୟ______________ ମସିହାରେ ଜାତୀୟ ସ୍ୱୀକୃତି ଲାଭ କରିଥିଲା ।
Answer:
୧୯୨୧

9. ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିବା ପାଞ୍ଚଜଣ ଆଦର୍ଶ ଶିକ୍ଷକଙ୍କୁ __________ ବୋଲି ସମ୍ବୋଧନ କରାଯାଉଥିଲା ।
Answer:
ପାଞ୍ଚସଖା

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ୧୯୨୧ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟକୁ ପୋଡ଼ି ଦିଆଯାଇଥିଲା ।
Answer:
୧୯୧୩ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟକୁ ପୋଡ଼ି ଦିଆଯାଇଥିଲା ।

2. ସତ୍ୟବାଦୀ ବନବିଦ୍ୟାଳୟକୁ ଛୁରୀଅନା ବନବିଦ୍ୟାଳୟ କୁହାଯାଉଥିଲା ।
Answer:
ସତ୍ୟବାଦୀ ବନବିଦ୍ୟାଳୟକୁ ବକୁଳ ବନବିଦ୍ୟାଳୟ କୁହାଯାଉଥିଲା ।

3. ଗୋଦାବରୀଶ ମହାପାତ୍ର ପଞ୍ଚସଖାମାନଙ୍କ ମଧ୍ୟରୁ ଜଣେ ଥିଲେ ।
Answer:
ଗୋଦାବରୀଶ ମିଶ୍ର ପଞ୍ଚସଖାମାନଙ୍କ ମଧ୍ୟରୁ ଜଣେ ଥିଲେ ।

4. ମୁକ୍ତାକାଶ ବିଦ୍ୟାଳୟ ମହାତ୍ମା ଗାନ୍ଧି ପ୍ରତିଷ୍ଠା କରିଥିଲେ ।
Answer:
ମୁକ୍ତାକାଶ ବିଦ୍ୟାଳୟ ଗୋପବନ୍ଧୁ ପ୍ରତିଷ୍ଠା କରିଥିଲେ ।

5. ଗୋପବନ୍ଧୁ ସୁଆଣ୍ଡୋଠାରେ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
ଗୋପବନ୍ଧୁ ସାକ୍ଷୀଗୋପାଳଠାରେ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।

6. ୩୦ ଜଣ ଛାତ୍ରଙ୍କୁ ନେଇ ପ୍ରଥମେ ସତ୍ୟବାଦୀ ବନବିଦ୍ୟାଳୟ ଗଢ଼ି ଉଠିଥିଲା ।
Answer:
୧୯ ଜଣ ଛାତ୍ରଙ୍କୁ ନେଇ ପ୍ରଥମେ ସତ୍ୟବାଦୀ ବନବିଦ୍ୟାଳୟ ଗଢ଼ି ଉଠିଥିଲା ।

7. ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ ଗୋଦାବରୀଶ ମିଶ୍ର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ ନୀଳକଣ୍ଠ ଦାସ ।

8. ବନବିଦ୍ୟାଳୟକୁ ଗୋପବନ୍ଧୁ ବିଦ୍ୟାମନ୍ଦିର ବୋଲି ଆଖ୍ୟାୟିତ କରିଥିଲେ ।
Answer:
ବନବିଦ୍ୟାଳୟକୁ ଗୋପବନ୍ଧୁ ମଣିଷ ତିଆରି କାରଖାନା ବୋଲି ଆଖ୍ୟାୟିତ କରିଥିଲେ ।

9. ଗୋପବନ୍ଧୁଙ୍କର ପ୍ରତିଷ୍ଠିତ ସମ୍ବାଦପତ୍ରର ନାମ ଥିଲା ‘ଧରିତ୍ରୀ’ ।
Answer:
ଗୋପବନ୍ଧୁଙ୍କର ପ୍ରତିଷ୍ଠିତ ସମ୍ବାଦପତ୍ରର ନାମ ଥିଲା ‘ସମାଜ’ ।

10. ଅହିଂସାଭିତ୍ତିକ ଶିକ୍ଷା ଉପରେ ଗୋପବନ୍ଧୁ ଅଧିକ ଗୁରୁତ୍ଵ ଦେଉଥିଲେ ।
Answer:
ସହ-ପାଠ୍ୟକ୍ରମ କାର୍ଯ୍ୟାବଳୀ ଉପରେ ଗୋପବନ୍ଧୁ ଅଧିକ ଗୁରୁତ୍ଵ ଦେଉଥିଲେ ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

11. ମହାତ୍ମା ଗାନ୍ଧି କହିଥିଲେ – ‘ବିଦ୍ୟାଳୟରେ ଦିଆଯାଉଥ‌ିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେ କରୁନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଉଥିବା ଶିକ୍ଷା ହିଁ ବାସ୍ତବ ଶିକ୍ଷା ଅଟେ ।’’
Answer:
ଗୋପବନ୍ଧୁ କହିଥିଲେ – ‘ବିଦ୍ୟାଳୟରେ ଦିଆଯାଇଥିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେକରୁ ନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଉଥ‌ିବା ଶିକ୍ଷା ହିଁ ବାସ୍ତବ ଶିକ୍ଷା ଅଟେ ।’’

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. କେଉଁ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ଗୋଟିଏ ଜାତୀୟ ବିଦ୍ୟାଳୟରୂପେ ଘୋଷିତ ହେଲା ?
Answer:
୧୯୨୧ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ଗୋଟିଏ ଜାତୀୟ ବିଦ୍ୟାଳୟରୂପେ ଘୋଷିତ ହେଲା ।

2. “ସୂର୍ଯ୍ୟାଲୋକ, ପାଣି, ପବନ ପରି ଶିକ୍ଷା ପ୍ରତ୍ୟେକର ଅଧିକାର’’ ବୋଲି କିଏ କହିଥିଲେ ?
Answer:
ଏହି ଉକ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସ କହିଥିଲେ ।

3. ସତ୍ୟବାଦୀ ବନବିଦ୍ୟାଳୟ କିଏ ସ୍ଥାପନ କରିଥିଲେ ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରିଥିଲେ ।

4. ସତ୍ୟବାଦୀ ବନବିଦ୍ୟାଳୟ କେବେ ସ୍ଥାପନ କରାଯାଇଥିଲା ?
Answer:
୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରାଯାଇଥିଲା ।

5. ସତ୍ୟବାଦୀ ବନବିଦ୍ୟାଳୟର ପତନର ଗୋଟିଏ କାରଣ ଦର୍ଶାଅ।
Answer:
ଗୋପବନ୍ଧୁଙ୍କ ଅକାଳ ବିୟୋଗ ପରେ ବନବିଦ୍ୟାଳୟର ଦାୟିତ୍ୱ ବହନ କରିବା ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କର ଅଭାବ ହେତୁ ସତ୍ୟବାଦୀ ବନବିଦ୍ୟାଳୟର ପତନ ଘଟିଥିଲା ।

6. ଗୋପବନ୍ଧୁଙ୍କ ସହ ବନବିଦ୍ୟାଳୟରେ ସାମିଲ ହୋଇଥିବା ସହଚରମାନଙ୍କ ନାମ କ’ଣ ଥିଲା ?
Answer:
ଗୋପବନ୍ଧୁଙ୍କ ସହଚର ଭାବେ ବନବିଦ୍ୟାଳୟରେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ଏବଂବାସୁଦେବ ମହାପାତ୍ର ଇତ୍ୟାଦି ସାମିଲ ହୋଇଥିଲେ ।

7. ଗୋପବନ୍ଧୁଙ୍କ ମତରେ ଶିକ୍ଷା କହିଲେ କ’ଣ ବୁଝ ?
Answer:
ଗୋପବନ୍ଧୁଙ୍କ ମତରେ ବିଦ୍ୟାଳୟରେ ଦିଆଯାଉଥ‌ିବା ଶିକ୍ଷା ପ୍ରକୃତ ଶିକ୍ଷା ନୁହେଁ, ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଉଥ‌ିବା ଶିକ୍ଷା ହିଁ ବାସ୍ତବ ଶିକ୍ଷା ।

8. ମୁକ୍ତାକାଶ ବିଦ୍ୟାଳୟର ଉଦ୍ଦେଶ୍ୟ କ’ଣ ?
Answer:
କୋଠରିବିହୀନ ଏକ ମୁକ୍ତ ପରିବେଶରେ ଶିକ୍ଷାଦାନ ମୁକ୍ତାକାଶ ବିଦ୍ୟାଳୟର ଉଦ୍ଦେଶ୍ୟ ଥିଲା ।

9. ଗୁପ୍ତ ବୃନ୍ଦାବନ କ’ଣ ?
Answer:
ବକୁଳ ବନବିଦ୍ୟାଳୟର ସୁରମ୍ୟ ପରିବେଶକୁ ଗୁପ୍ତ ବୃନ୍ଦାବନ କୁହାଯାଉଥିଲା ।

10. ସତ୍ୟବାଦୀ ଶିକ୍ଷାର ଆଭିମୁଖ୍ୟ କ’ଣ ?
Answer:
ସତ୍ୟବାଦୀ ଶିକ୍ଷାର ଆଭିମୁଖ୍ୟ ଥିଲା ଜାତୀୟତାବାଦ ଜାଗରଣ ଓ ସାମାଜିକ କୁସଂସ୍କାରର ବିରୋଧ ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

11. ଗୋପବନ୍ଧୁଙ୍କଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ନାମ କ’ଣ ଥିଲା ?
Answer:
ଗୋପବନ୍ଧୁଙ୍କଦ୍ୱାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ନାମ ବକୁଳ ବନବିଦ୍ୟାଳୟ ବା ସତ୍ୟବାଦୀ ବନବିଦ୍ୟାଳୟ ଥିଲା ।

12. ବକୁଳ ବନବିଦ୍ୟାଳୟର ଶିକ୍ଷାରେ ଥ‌ିବା ସହପାଠ୍ୟକ୍ରମ ମଧ୍ୟରୁ ଯେ କୌଣସି ଗୋଟିକର ନାମ ଉଲ୍ଲେଖ କର ।
Answer:
ସମାଜସେବା ବକୁଳ ବନବିଦ୍ୟାଳୟର ଏକ ମୁଖ୍ୟ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ଥିଲା ।

13. ସତ୍ୟବାଦୀ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ କ’ଣ ଥିଲା ?
Answer:
ସତ୍ୟବାଦୀ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ ଥିଲା ସମାଜସେବା ।

14. ଗୋପବନ୍ଧୁଙ୍କ ମତ ଅନୁସାରେ ଶିକ୍ଷାର ଗୋଟିଏ ଲକ୍ଷ୍ୟ ଲେଖ ।
Answer:
ଗୋପବନ୍ଧୁଙ୍କ ମତାନୁସାରେ ଶିକ୍ଷାର ଲକ୍ଷ୍ୟ ଉତ୍ତମ ଚରିତ୍ର ଗଠନ ଏବଂ ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ ସାଧନ ହେବା ଉଚିତ ।

15. ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଶିକ୍ଷକଙ୍କର ନାମ ଲେଖ ।
Answer:
ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ପଣ୍ଡିତ କୃପାସିନ୍ଧୁ ଇତ୍ୟାଦି ଶିକ୍ଷକମାନେ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷ।ଦୀନ କରୁଥ୍ ଲେ।

16. ସତ୍ୟବାଦୀ ବନବିଦ୍ୟାଳୟର ଅଧଃପତନର ଗୋଟିଏ କାରଣ ଲେଖ ।
Answer:
ବିଦ୍ୟାଳୟଟି ବ୍ରାହ୍ମଣଙ୍କର ବାସସ୍ଥଳୀ ନିକଟରେ ସ୍ଥାପିତ ହୋଇଥିବାରୁ ଓ ସେମାନଙ୍କର ସମର୍ଥନ ନ ପାଇବାରୁ ଅଧୋପତନର ସମ୍ମୁଖୀନ ହୋଇଥିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଗୋପବନ୍ଧୁ ଶିକ୍ଷା ସମ୍ପର୍କରେ ମତ ଦେଇ କ’ଣ କହିଥିଲେ ?
Answer:
‘ବିଦ୍ୟାଳୟରେ ଦିଆଯାଇଥିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେ କରୁନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଇଥିବା ଶିକ୍ଷାହିଁ ବାସ୍ତବ ଶିକ୍ଷା ଅଟେ ।’’ ଶିକ୍ଷା ସମ୍ପର୍କରେ ଗୋପବନ୍ଧୁ ଏହି ମତ ଦେଇଥିଲେ ।

2. ସତ୍ୟବାଦୀ ଶିକ୍ଷାର ଦୁଇଟି ଉଦ୍ଦେଶ୍ୟ ଲେଖ ।
Answer:
(i) ସତ୍ୟବାଦୀ ଶିକ୍ଷାର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜାତୀୟ ଜୀବନ ଗଠନ କରିବା ।
(ii) ପୂର୍ଣାଙ୍ଗ ମାନବ ଗଠନ ଥିଲା ସତ୍ୟବାଦୀ ଶିକ୍ଷାର ଅନ୍ୟତମ ଉଦ୍ଦେଶ୍ୟ ।

3. ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ଦୁଇଟି ସହପାଠ୍ୟକ୍ରମ କାର୍ଯ୍ୟାବଳୀ ଲେଖ ।
Answer:
(i) ଛାତ୍ରଛାତ୍ରୀମାନଙ୍କୁ ଚାଷ ଓ ବଗିଚା କାମ ଶିକ୍ଷାଦେବା ।
(ii) ଛାତ୍ରଛାତ୍ରୀମାନଙ୍କୁ ଲୁଗାବୁଣା ଓ କାଠକାମ ଶିକ୍ଷାଦେବା ।

4. ସତ୍ୟବାଦୀ ବନବିଦ୍ୟାଳୟର ବିଶେଷ ବିଭାବଗୁଡ଼ିକ ଉଲ୍ଲେଖ କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ଏକ ବିଶେଷ ବିଭାବ ହେଲା- ଉପଯୁକ୍ତ ମଣିଷ ସୃଷ୍ଟି କରିବାପାଇଁ ଶିକ୍ଷାର ଲକ୍ଷ୍ୟଧାର୍ଯ୍ୟ କରିବା । ଆଲୋଚନା ମାଧ୍ୟମରେ ଶିକ୍ଷାଦାନ ଏହାର ଅନ୍ୟ ଏକ ବିଭାବ । ଶିକ୍ଷାର୍ଥୀମାନଙ୍କର ସୃଜନଶୀଳ ଶକ୍ତିର ବିକାଶ ପାଇଁ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରାଯାଉଥିଲା । ଏହି ଶିକ୍ଷା ପ୍ରଣାଳୀରେ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଉଥିଲା । ଉତ୍ତମ ଛାତ୍ର-ଶିକ୍ଷକ ସମ୍ପର୍କ ସତ୍ୟବାଦୀ ବନବିଦ୍ୟାଳୟ ଶୈକ୍ଷିକ ଉନ୍ନତିରେ ବିଶେଷ ସହାୟକ ହୋଇଥିଲା

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

5. ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କର ସମ୍ପର୍କ ବିଷୟରେ ଆଲୋଚନା କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟ ଭାରତୀୟ ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ଉପରେ ପର୍ଯ୍ୟବସିତ ଥିଲା । ସେହି ନିୟମ ଅନୁସାରେ ଏହି ବିଦ୍ୟାଳୟରେ ଛାତ୍ର ଓ ଶିକ୍ଷକ ଏକତ୍ର ବାସ କରୁଥିଲେ । ଶିକ୍ଷକମାନଙ୍କ ଆଦର୍ଶ ଜୀବନ ଶିକ୍ଷାର୍ଥୀମାନଙ୍କୁ ପ୍ରତି ମୁହୂର୍ତ୍ତରେ ପ୍ରଭାବିତ କରୁଥିଲା । ଛାତ୍ର-ଶିକ୍ଷକ ସମ୍ପର୍କ ଠିକ୍ ପିତା-ପୁତ୍ରର ସମ୍ପର୍କ ପରି ଥିଲା । ଏହି ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଥିଲେ ଗଙ୍ଗା ଏବଂ ଶିକ୍ଷାର୍ଥୀମାନେ ଥିଲେ ଯମୁନା ଭଳି।

6. ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ନୀତିଗୁଡ଼ିକ ଉଲ୍ଲେଖ କର ।
Answer:
ଗୋପବନ୍ଧୁ ସତ୍ୟବାଦୀ ଶିକ୍ଷାପ୍ରଣାଳୀର ଜନ୍ମଦାତା ଥିଲେ । ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଚରିତ୍ର ଗଠନ ଓ ସର୍ବାଙ୍ଗୀନ ବିକାଶ ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରେ ଦେଶାତ୍ମବୋଧ, ସ୍ଵାଧୀନ ଚିନ୍ତାଧାରା, ବିଶ୍ଵପ୍ରୀତି ଓ ସମାଜସେବା ଇତ୍ୟାଦି ଗୁଣଗୁଡ଼ିକର ବିକାଶ କରାଇବା ଥିଲା ଏହି ଶିକ୍ଷା ପ୍ରଣାଳୀର ମୂଳନୀତି । ମଣିଷର ଶରୀର ଓ ମନର ବିକାଶ ସଙ୍ଗେ ସଙ୍ଗେ ଏକ ପୂର୍ଣ୍ଣାଙ୍ଗ ମାନବ ଗଠନ ମଧ୍ୟ ଏହି ଶିକ୍ଷା ପ୍ରଣାଳୀର ଅନ୍ୟତମ ପ୍ରଧାନ ନୀତି ଥିଲା । ଗୋପବନ୍ଧୁ ଶିକ୍ଷାର ବ୍ୟାପକ ଲକ୍ଷ୍ୟର ବିକାଶ ନିମନ୍ତେ ଚେଷ୍ଟିତ ଥିଲେ । ତେଣୁ ତାଙ୍କ ମତରେ, ଛାତ୍ରଛାତ୍ରୀମାନଙ୍କର କେବଳ ବ୍ୟକ୍ତିଗତ ବିକାଶ ନ ହୋଇ ତତ୍‌ସହିତ ସାମାଜିକ ବିକାଶ ହେବା ଉଚିତ ।

7. ଗୋପବନ୍ଧୁଙ୍କଦ୍ୱାରା ପ୍ରସ୍ତାବିତ ଶିକ୍ଷାର ଦୁଇଟି ଲକ୍ଷ୍ୟ ଉଲ୍ଲେଖ କର ।
Answer:
(କ) ଚରିତ୍ରର ବିକାଶ
(ଖ) ସାର୍ବଜନୀନ ମାନବିକ ମୂଲ୍ୟବୋଧର ବିକାଶ
(ଗ) ଶିକ୍ଷାର ସର୍ବାଙ୍ଗୀନ ବିକାଶ
(ଘ) ସମାଜ ସେବାପାଇଁ ଆଗ୍ରହର ବିକାଶ (ଯେକୌଣସି ଦୁଇଟି)

8. ଶିକ୍ଷାର୍ଥୀମାନଙ୍କର ଜାତୀୟତା ଭାବର ବିକାଶ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କ ମତାମତ ସଂକ୍ଷେପରେ ଲେଖ ।
Answer:
ଜନ୍ମଭୂମିକୁ ପରାଧୀନତା ଶୃଙ୍ଖଳାରୁ ମୁକ୍ତ କରିବା ଗୋପବନ୍ଧୁଙ୍କର ଇଚ୍ଛା ଥିଲା । ଏଥୁଁନିମନ୍ତେ ସେ ସତ୍ୟବାଦୀ ବନବିଦ୍ୟାଳୟକୁ ଏକ ବତୀଖୁଣ୍ଟ ରୂପେ ବ୍ୟବହାର କରିଥିଲେ । ସତ୍ୟବାଦୀ ବନବିଦ୍ୟାଳୟରେ ଜାତୀୟ ଚେତନା, ଦେଶାତ୍ମବୋଧ ବିକାଶ କରିବାପାଇଁ ସେ ବିଶେଷ ଗୁରୁତ୍ଵ ଦେଇଥିଲେ ।

9. ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ପତନର ଯେକୌଣସି ଦୁଇଟି କାରଣ ଲେଖ ।
Answer:
ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ପତନ ନିମନ୍ତେ ମୁଖ୍ୟତଃ ସ୍ଥାନୀୟ ଲୋକଙ୍କର ବିରୋଧ, ସରକାରଙ୍କର ବିଷଦୃଷ୍ଟି, ଆର୍ଥିକ ଦୁର୍ବଳତା, ସ୍ଵାଧୀନତା ସଂଗ୍ରାମରେ ଗୋପବନ୍ଧୁଙ୍କର ସକ୍ରିୟ ଅଂଶଗ୍ରହଣ ଓ ଗୋପବନ୍ଧୁଙ୍କର ଅକାଳ ବିୟୋଗ ଦାୟୀ ଥିଲା ।

10. ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ଅନୁଶାସନର ରୂପରେଖ କ’ଣ ଥିଲା ?
Answer:
ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାର ଅନୁଶାସନ ଅନୁଯାୟୀ ଶାରୀରିକ ଦଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଥିଲା । କେବଳ ଛାତ୍ରଛାତ୍ରୀମାନଙ୍କର ଆଭ୍ୟନ୍ତରୀଣ ଓ ସ୍ବତଃ-ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ଵ ଦିଆଯାଉଥିଲା । ଏହା ଆଦର୍ଶବାଦୀ ଶୃଙ୍ଖଳା ନୀତି ଉପରେ ପର୍ଯ୍ୟବସିତ ଥିଲା ।

11. ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିବା ‘ପଞ୍ଚସଖା’ଙ୍କ ନାମ କ’ଣ ଲେଖ ।
Answer:
ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିବା ‘ପଞ୍ଚସଖା’ଙ୍କ ନାମ :
(୧) ଗୋପବନ୍ଧୁ ଦାସ
(୨) ଆଚାର୍ଯ୍ୟ ହରିହର
(୩) କୃପାସିନ୍ଧୁ ମିଶ୍ର
(୪) ନୀଳକଣ୍ଠ ଦାସ
(୫) ଗୋଦାବରୀଶ ମିଶ୍ର

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ‘ସତ୍ୟବାଦୀ ବନବିଦ୍ୟାଳୟ’ ସମ୍ପର୍କରେ ପାଞ୍ଚଟି ବାକ୍ୟରେ ଲେଖ ।
Answer:
(i) ଶିକ୍ଷା ସମ୍ପର୍କରେ ମତାମତ ଦେଇ ଗୋପବନ୍ଧୁ କହିଥିଲେ, ‘ବିଦ୍ୟାଳୟରେ ଦିଆଯାଇଥିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେ କରୁନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମ କେନ୍ଦ୍ରରେ ଦିଆଯାଉଥ‌ିବା ଶିକ୍ଷାହିଁ ବାସ୍ତବ ଶିକ୍ଷା ଅଟେ ।’’
(ii) ଉକ୍ତ ଉକ୍ତିକୁ ଆଖ୍ ଆଗରେ ରଖ୍ ସେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ପୁରୀଠାରୁ ୧୨ ମାଇଲ ଦୂର ସ୍ଥିତ ସତ୍ୟବାଦୀର ବକୁଳ ଓ ଛୁରିଅନା କୁଞ୍ଜରେ ମୁକ୍ତ ଆକାଶ ତଳେ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରିଥିଲେ ।
(iii) ସତ୍ୟବାଦୀ ବନବିଦ୍ୟାଳୟର ମୁଖ୍ୟ ବିଭାବଗୁଡ଼ିକ ହେଲା – ମୁକ୍ତାକାଶ ବିଦ୍ୟାଳୟ ଏବଂ ମଣିଷ ତିଆରି କାରଖାନା ।
(iv) ମୁକ୍ତାକାଶ ବିଦ୍ୟାଳୟ (Open air school) ପ୍ରାକୃତିକ ପରିବେଶରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ଵ ଆରୋପ କରିଥିଲା ।
(v) ଶିକ୍ଷାଦ୍ୱାରା ଶିକ୍ଷାର୍ଥୀର ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିଲା; ଯଥା – ଖେଳ, କସରତ, ଉତ୍ତମ ପାଠ୍ୟକ୍ରମ, ତର୍କ ସଭା, ଭ୍ରମଣ, ସମାଜସେବା, ଅଭିନୟ, ନୈତିକ ଶିକ୍ଷା, ବୃତ୍ତିଗତ ଶିକ୍ଷା ଇତ୍ୟାଦି ।

2. ସତ୍ୟବାଦୀ ବନବିଦ୍ୟାଳୟର ପାଞ୍ଚୋଟି ମୁଖ୍ୟ ବିଭାବ ଲେଖ।
Answer:
ଶିକ୍ଷା ମାଧ୍ୟମରେ ଛାତ୍ରମାନଙ୍କର ବ୍ୟକ୍ତିତ୍ଵର ବିକାଶ ସହିତ ସାମାଜିକ ବିକାଶସାଧନ କରିବା ସତ୍ୟବାଦୀ ବନବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ ଥିଲା । ଏହାର କେତୋଟି ମୁଖ୍ୟ ବିଭାବ ହେଲା –
(i) ଛାତ୍ରମାନଙ୍କର ଉତ୍ତମ ଚରିତ୍ର ଗଠନ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ସର୍ବାଙ୍ଗୀନ ବିକାଶ ସାଧନ କରିବା ।
(ii) ଶିକ୍ଷାର୍ଥୀମାନଙ୍କ ମନରେ ଦେଶାତ୍ମବୋଧ ଓ ସ୍ବଦେଶପ୍ରୀତି ଜାଗ୍ରତ କରାଇବା ।
(iii) ବିଦ୍ୟାର୍ଥୀମାନଙ୍କ ମନରେ ଈଶ୍ବର ବିଶ୍ଵାସ ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରାଇବା
(iv) ଗ୍ରାମ୍ୟ କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ଶାସନ ପ୍ରଭୃତିର ଉନ୍ନତି ସାଧନ କରିବା ।
(v) ଦେଶର ସ୍ବାଧୀନତା ହାସଲ ପାଇଁ ପ୍ରତ୍ୟେକ ଆତ୍ମବଳି ଦେବା ଓ ସ୍ୱାର୍ଥତ୍ୟାଗ କରିବା ।

3. ମୁକ୍ତାକାଶ ବିଦ୍ୟାଳୟ (Open air school) କହିଲେ କ’ଣ ବୁଝ ?
(i) ଗୋପବନ୍ଧୁ ମୁକ୍ତ ଆକାଶ ଶିକ୍ଷାର ଜଣେ ବିଶିଷ୍ଟ ପୃଷ୍ଠପୋଷକ ଥିଲେ ।
(ii) ତାଙ୍କ ମତରେ କୋଠରିରେ ପାଠଦାନ ଅପେକ୍ଷା ମୁକ୍ତ ଆକାଶ ତଳେ ପ୍ରାକୃତିକ ପରିବେଶରେ ପାଠଦାନ ଶିଶୁ ମନରେ ଅଧିକ ପ୍ରଭାବ ପକାଇଥାଏ ।
(iii) ସୂକ୍ଷ୍ମ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ, ଏହି ଶିକ୍ଷା ବ୍ୟବସ୍ଥା ଶିଶୁର ପୂର୍ଣାଙ୍ଗ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ ।
(iv) ଶିକ୍ଷା ଗ୍ରହଣ ପାଇଁ ଏହା ଏକ ସୁସ୍ଥ ମାନସିକ ଅବସ୍ଥା ସୃଷ୍ଟି କରେ ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

4. ସତ୍ୟବାଦୀ ବନବିଦ୍ୟାଳୟରେ ଛାତ୍ର-ଶିକ୍ଷକ ସମ୍ପର୍କ କିପରି ଥିଲା ?
Answer:
(i) ସତ୍ୟବାଦୀ ବନବିଦ୍ୟାଳୟରେ ଛାତ୍ର-ଶିକ୍ଷକ ସମ୍ପର୍କ ଅତି ନିବିଡ଼ ଥିଲା ।
(ii) ଏହି ସମ୍ପର୍କ ଅତୀତର ଗୁରୁକୁଳ ଆଶ୍ରମରେ ଗୁରୁ-ଶିଷ୍ୟ ସମ୍ପର୍କ ଭଳି ଅତି ଘନିଷ୍ଠ ଥିଲା ।
(iii) ଶିକ୍ଷକ-ଛାତ୍ର ସମ୍ପର୍କ ପିତାପୁତ୍ରର ସମ୍ପର୍କ ସହିତ ତୁଳନୀୟ ଥିଲା ।
(iv) ପରସ୍ପରର ସୁଖଦୁଃଖରେ ଭାଗୀ ହେବା ସେମାନଙ୍କର ଏକ ପ୍ରଧାନ କର୍ତ୍ତବ୍ୟ
(v) ପାଠ୍ୟକ୍ରମ ଓ ସହପାଠ୍ୟକ୍ରମ କାର୍ଯ୍ୟାବଳୀଗୁଡ଼ିକର ସମ୍ପାଦନ ପାଇଁ ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟେ ମିଳିମିଶି ଅଂଶଗ୍ରହଣ କରୁଥିଲେ । ଫଳରେ ଶିକ୍ଷକମାନଙ୍କର ବଳିଷ୍ଠ ବ୍ୟକ୍ତିତ୍ଵଦ୍ୱାରା ଶିକ୍ଷାର୍ଥୀମାନେ ପ୍ରଭାବିତ ହେଉଥିଲେ ।

5. ବୃତ୍ତିଗତ ଶିକ୍ଷା (Vocational Education) ଉପରେ ଗୋପବନ୍ଧୁଙ୍କର ମତାମତ କ’ଣ ? ଆଲୋଚନା କର ।
Answer:
(i) ବନବିଦ୍ୟାଳୟରେ ଧନ୍ଦାଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
(ii) ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ଚେଷ୍ଟା କରାଯାଇଥିଲା ।
(iii) ବନବିଦ୍ୟାଳୟ ପାଠ୍ୟକ୍ରମରେ କେତେଗୁଡିଏ ବୈଷୟିକ ଶିକ୍ଷା; ଯଥା – ହସ୍ତକର୍ମ, କୃଷି, କାଠକାମ, ଲୁଗାବୁଣା ଓ ସୂତାକଟା ଇତ୍ୟାଦି ବ୍ୟବସ୍ଥା ରହିଥିଲା । କୃଷି ପାଇଁ 25 ଏକର ଜମି ଥିଲା । ସୂତାକଟା ଏବଂ ଲୁଗାବୁଣା ପାଇଁ 16 ଟି ତନ୍ତ ଥିଲା ।
(iv) ତେଣୁ ଧନ୍ଦା ଶିକ୍ଷା ବନବିଦ୍ୟାଳୟ ଶିକ୍ଷାର ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା ।

6. ସତ୍ୟବାଦୀ ବନବିଦ୍ୟାଳୟର ପତନର ୫ଟି କାରଣ ଲେଖ ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ପତନର ୫ଟି କାରଣ ହେଲା –
(i) ଗୋପବନ୍ଧୁଙ୍କ ଅକାଳମୃତ୍ୟୁ
(ii) ଅର୍ଥନୈତିକ ସମସ୍ୟା
(iii) ଗୋପବନ୍ଧୁଙ୍କ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ
(iv) ସ୍ଥାନୀୟ ଲୋକଙ୍କର ବିରୋଧୀ ମନୋଭାବ
(v) ସରକାରୀ ସହଯୋଗର ଅଭାବ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଆଧୁନିକ ଭାରତର ଶିକ୍ଷା ପ୍ରତି ଗୋପବନ୍ଧୁଙ୍କର ଅବଦାନ ବୁଝାଇ ଦିଅ ।
Answer:
ନୂତନ ଭାରତରେ ରାଜନୈତିକ, ସାମାଜିକ ଓ ଶିକ୍ଷାର ବିପର୍ଯ୍ୟୟବେଳେ ଯେଉଁ କେତେଜଣ ମହାପୁରୁଷ ସେମାନଙ୍କର ନୀତି ଓ ଆଦର୍ଶର ଦିଗ୍‌ଦର୍ଶନ ଦେଇଯାଇଛନ୍ତି ସେମାନଙ୍କ ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଅନ୍ୟତମ । ତାଙ୍କର ଶିକ୍ଷାନୀତି ସମଗ୍ର ବିଶ୍ବ ଶିକ୍ଷାକ୍ଷେତ୍ରକୁ ଏକ ଅତୁଳନୀୟ ଅବଦାନ ଭାବେ ସର୍ବଜନ ସ୍ଵୀକୃତ ।

ଗୋପବନ୍ଧୁଙ୍କର ଶିକ୍ଷା-ଦର୍ଶନ ତାଙ୍କଦ୍ବାରା ପ୍ରତିଷ୍ଠିତ ବନବିଦ୍ୟାଳୟରେ ପ୍ରଦର୍ଶିତ ହୋଇଥିଲା । ଗୋପବନ୍ଧୁ ମନୁଷ୍ୟ ଜାତି ଓ ସମାଜର ସେବା ମଧ୍ୟରେ ଦେଶାତ୍ମବୋଧ, ସ୍ବାଧୀନ ଚିନ୍ତାର ଉଦ୍ରେକ, ଉତ୍ତମ ଚରିତ୍ର ଗଠନ, ବିଶ୍ୱପ୍ରୀତି ପ୍ରଭୃତି ଲକ୍ଷ୍ୟଗୁଡ଼ିକର ପରିପୂରଣ ନିମିତ୍ତ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀ ବକୁଳବନରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ନିଜ ଜୀବନର ଉତ୍ସର୍ଗୀକୃତ ଭିତ୍ତିଭୂମି ଉପରେ ଓଡ଼ିଆ ଜାତିର ଉନ୍ନତି ପାଇଁ ଅହିଂସା ଅସ୍ତ୍ରର ପ୍ରୟୋଗକୁ ନେଇ ଏହି ଶିକ୍ଷାଦର୍ଶ ଗଢ଼ିଉଠିଥିଲା । ଭାରତର ବୈଦିକ ଧର୍ମଶାସ୍ତ୍ର, ଜଗନ୍ନାଥ ଦାସଙ୍କଦ୍ୱାରା ରଚିତ ଭାଗବତଦ୍ବାରା ଏହା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା ।

ଗୋପବନ୍ଧୁଙ୍କର ଶିକ୍ଷାର ପ୍ରଥମ ଲକ୍ଷ୍ୟ ଥିଲା ମଣିଷକୁ ମାନବିକ ଗୁଣରେ ବିମଣ୍ଡିତ କରି ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ବିନିଯୋଗ କରାଇବା । ଶିକ୍ଷାର୍ଥୀ ମଧ୍ୟରେ ଉତ୍ତମ ବ୍ୟକ୍ତିତ୍ଵର ବିକାଶ ସଙ୍ଗେ ସଙ୍ଗେ ସାମାଜିକ ବିକାଶ ସାଧନ କରିବା ଥିଲା ଗୋପବନ୍ଧୁଙ୍କର ଶିକ୍ଷାର ଲକ୍ଷ୍ୟ । ମଣିଷର ଶାରୀରିକ ତଥା ମାନସିକ ବିକାଶ ହୋଇପାରିଲେ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ଗୋପବନ୍ଧୁ ବିଶ୍ଵାସ କରୁଥିଲେ ।

ଜନସେବା ଓ ମଣିଷ ମଣିଷକୁ ସ୍ନେହସୂତ୍ରରେ ବାନ୍ଧିରଖ୍ ପ୍ରକୃତ ଶିକ୍ଷାନୀତି ବୋଲି ସେ ମତପ୍ରଦାନ କରିଥିଲେ । ତାଙ୍କ ମତରେ, ଶିକ୍ଷା ମଣିଷକୁ ବ୍ୟବହାର ଶିକ୍ଷା ଦିଏ । ରୋଗୀର ସେବାଶ୍ରୁଶ୍ରୂଷା, ଦୁର୍ଭିକ୍ଷ ପୀଡ଼ିତଙ୍କୁ ଅନ୍ନଦାନ, ଆକୁଳକୁ ସହାୟତା ଆଦିଦ୍ୱାରା ଏହି ବ୍ୟବହାର ବାସ୍ତବରୂପ ଗ୍ରହଣ କରେ । ଉଚ୍ଚନୀଚ ଭେଦଭାବ ନ ରଖ୍ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁବାପାଇଁ ଗୋପବନ୍ଧୁ ଆହ୍ବାନ କରୁଥିଲେ । ଗୋପବନ୍ଧୁଙ୍କ ଶିକ୍ଷାନୀତିର ବୈଶିଷ୍ଟ୍ୟ ନିମ୍ନରେ ଆଲୋଚନା କରାଯାଇଅଛି

(i) ପୁସ୍ତକଗତ ଶିକ୍ଷା ଅପେକ୍ଷା ସହଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ଵ ପ୍ରଦାନ- ଗୋପବନ୍ଧୁଙ୍କ ମତରେ, କେବଳ ପୁସ୍ତକଗତ ଶିକ୍ଷାଲାଭଦ୍ବାରା ମଣିଷର ଉନ୍ନତି ହୁଏ ନାହିଁ । ଗୋପବନ୍ଧୁ ପୁସ୍ତକ ଶିକ୍ଷା ସହ ଶ୍ରମ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ପୁସ୍ତକ ଶିକ୍ଷା ସହିତ ଗୋପବନ୍ଧୁ ଛାତ୍ରଛାତ୍ରୀମାନଙ୍କୁ ଚାଷ, ବଗିଚା କାମ, ଲୁଗାବୁଣିବା, କାଠକାମ ପ୍ରଭୃତି ପାଇଁ ଉତ୍ସାହିତ କରୁଥିଲେ । ଗୋପବନ୍ଧୁ ଭ୍ରମଣ ଶିକ୍ଷା ଉପରେ ବିଶେଷ ଗୁରୁତ୍ଵ ଦେଉଥିଲେ । ଭ୍ରମଣଦ୍ୱାରା ଛାତ୍ରମାନେ ପ୍ରକୃତ ଜ୍ଞାନ ଆହରଣ କରିପାରିବେ ବୋଲି ଗୋପବନ୍ଧୁ ବିଶ୍ୱାସ କରୁଥିଲେ । ସେଥ‌ିପାଇଁ ନିଜେ ପଦବ୍ରଜରେ ଖଣ୍ଡଗିରି, ଉଦୟଗିରି, କୋଣାର୍କ ପ୍ରଭୃତି ଦର୍ଶନୀୟ ସ୍ଥାନମାନ ପରିଭ୍ରମଣ କରୁଥିଲେ ।

(ii) ଶୃଙ୍ଖଳା ଜ୍ଞାନ – ଶୃଙ୍ଖଳା ଜ୍ଞାନ ଗୋପବନ୍ଧୁଙ୍କର ଶିକ୍ଷାର ଅନ୍ୟ ଏକ ଲକ୍ଷ୍ୟ ଥିଲା । ଆତ୍ମଶୃଙ୍ଖଳାଦ୍ୱାରା ମଣିଷ ସମାଜର ଉନ୍ନତି ହୋଇପାରିବ ବୋଲି ଗୋପବନ୍ଧୁଙ୍କର ବିଶ୍ଵାସ ଥିଲା । ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରମାନେ ପ୍ରାକୃତିକ ପରିବେଶ ମଧ୍ୟରେ ସେମାନଙ୍କ ଜୀବନକୁ ଶୃଙ୍ଖଳାର ସହିତ ବିତାଉଥିଲେ । ନିଜ କର୍ତ୍ତବ୍ୟରେ ହେଳା କରୁ ନ ଥିଲେ । ସତ୍ୟବାଦୀ ବନବିଦ୍ୟାଳୟର ଶୃଙ୍ଖଳା ସମଗ୍ର ଓଡ଼ିଶାର ଦୃଷ୍ଟି ଆକର୍ଷଣ କରୁଥିଲା । ଅନୁଶାସନ ଥିଲା ଏହାର ଅନ୍ୟ ଏକ ଆକର୍ଷଣ ।

କୌଣସି ଛାତ୍ରର ଦୁର୍ନୀତି, ଦୋଷ-ଦୁର୍ଗୁଣ ଦେଖୁଲେ ତାକୁ ସୁଧାରିବାପାଇଁ କୌଣସି କଠିନ ଦଣ୍ଡବିଧାନ ନ କରି ତାକୁ ଉତ୍ତମ ବାଳକମାନଙ୍କ ମଧ୍ୟରେ ରଖ୍ ସ୍ନେହ-ସହାନୁଭୂତିଦ୍ୱାରା ଶାସନ କରି ତାହାର ଦୋଷକୁ ସେ ନିଜେ ନିଜେ ସୁଧାରି ନେବାପାଇଁ ସୁଯୋଗ ଦେବା ଏହି ବନବିଦ୍ୟାଳୟର ଆଦର୍ଶ ଥିଲା । ପୂର୍ଣ୍ଣ ସ୍ୱାଧୀନତା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଉଥିଲା । ତାଙ୍କ ମତରେ, ସ୍ଵାଧୀନତାକୁ ସଙ୍କୁଚିତ କଲେ ଆତ୍ମାନୁଶାସନ ସୃଷ୍ଟି ହୁଏ ନାହିଁ । ବାହ୍ୟଶୃଙ୍ଖଳା ଅପେକ୍ଷା ଆଭ୍ୟନ୍ତରୀଣ ଶୃଙ୍ଖଳାରେ ଗୋପବନ୍ଧୁ ବିଶ୍ଵାସ କରୁଥିଲେ।

(iii) ଆଜ୍ଞାନୁବର୍ତ୍ତିତା – ପରିବର୍ତ୍ତନଶୀଳ ଦୁନିଆରେ ମଣିଷ ଏକ ପରିବର୍ତ୍ତନଶୀଳ ପ୍ରାଣୀ । ଶୈଶବରୁ ମୃତ୍ୟୁ ପର୍ଯ୍ୟନ୍ତ ତା’ର ଅନ୍ୟମାନଙ୍କ ପାଇଁ କିଛି ନା କିଛି କରିବା ନିହାତି ପ୍ରୟୋଜନ । ସ୍ଵଇଚ୍ଛାରେ ପରିଚାଳିତ ହେବାର ଅଧିକାର କେବଳ ମଣିଷରଅଛି; ତଥାପି ତା’ର ଚତୁଃପାର୍ଶ୍ଵରେ ଘେରିରହିଥ‌ିବା ଆଜ୍ଞା, ଆଦେଶମାନଙ୍କୁ ମାନି ନିଜର କର୍ତ୍ତବ୍ୟ ପଥରେ ଆଗେଇବା ଉଚିତ । କିନ୍ତୁ ମଣିଷ ବେଳେବେଳେ ସେସବୁକୁ ଭୁଲି ଅସୁବିଧାର ସମ୍ମୁଖୀନ ହୁଏ ।

ତେଣୁ ‘ଆଜ୍ଞାନୁବର୍ତ୍ତିତା’ ଗୁଣର ଉପଲବ୍‌ ଓ ଅଭ୍ୟାସ ଶିକ୍ଷାର୍ଥୀ ପାଇଁ ଅତ୍ୟନ୍ତ ଆବଶ୍ୟକ । ଆମେ ଆମର ପିତା, ମାତା, ଗୁରୁଜନମାନଙ୍କର ଆଦେଶ ଓ ଅନୁରୋଧ ନ ମାନି କାର୍ଯ୍ୟକଲେ ଅସୁବିଧାର ସମ୍ମୁଖୀନ ହେଉ । ତେଣୁ ଗୋପବନ୍ଧୁଙ୍କର ଶିକ୍ଷାନୀତିରେ ‘ଆଜ୍ଞାନୁବର୍ତ୍ତିତା’ ଉପରେ ପ୍ରାଧାନ୍ୟ ଦିଆଯାଉଥିଲା । ବିଦ୍ୟାଳୟରେ ଶିକ୍ଷକ ଏବଂ ଗୃହରେ ଗୁରୁଜନମାନଙ୍କର ଆଜ୍ଞା ପାଳନଦ୍ୱାରା ମନୁଷ୍ୟର ଆତ୍ମସନ୍ତୋଷ ଲାଭ ହୋଇଥାଏ ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

(iv) ଶାରୀରିକ ବିକାଶ – ଶ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରୁଥିଲେ ହେଁ ଗୋପବନ୍ଧୁ କ୍ରୀଡ଼ା ଉପରେ ବିଶେଷ ଦୃଷ୍ଟି ଦେଉଥିଲେ । ବିଦ୍ୟାଳୟରେ ଛାତ୍ରମାନଙ୍କର ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ପ୍ରକାର କ୍ରୀଡ଼ା ଶିକ୍ଷାର ବ୍ୟବସ୍ଥା ଥିଲା । କ୍ରୀଡ଼ା ଓ ବ୍ୟାୟାମଦ୍ୱାରା ଶିକ୍ଷାର୍ଥୀମାନଙ୍କର ଶାରୀରିକ ବିକାଶ ସାଧନ ହୋଇଥାଏ ବୋଲି ଗୋପବନ୍ଧୁଙ୍କର ବିଶ୍ଵାସ ଥିଲା ।

(v) ସହ-ପାଠ୍ୟକ୍ରମ – ପୁସ୍ତକ ଶିକ୍ଷା ବ୍ୟତୀତ ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମରେ ଗୁରୁତ୍ୱ ପ୍ରଦାନ ଗୋପବନ୍ଧୁଙ୍କ ଶିକ୍ଷାନୀତିର ଅନ୍ତର୍ଭୁକ୍ତ ଥିଲା । ଛାତ୍ରମାନଙ୍କର ବିଭିନ୍ନ ବିଷୟରେ ଜ୍ଞାନବୃଦ୍ଧି କରିବାପାଇଁ ବିଦ୍ୟାଳୟରେ ପାଠାଗାରର ବ୍ୟବସ୍ଥା ଓ ବିଭିନ୍ନ ପ୍ରକାର ମାଗାଜିନର ସଂରକ୍ଷଣ ବ୍ୟବସ୍ଥା ଥିଲା ! ବାର୍ଷିକ ମାଗାଜିନ୍‌ରେ ପିଲାମାନଙ୍କଦ୍ଵାରା ଲିଖ୍ ବିଭିନ୍ନ ଗଳ୍ପ, କବିତା ପ୍ରଭୃତି ସ୍ଥାନ ପାଉଥିଲା । ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମରେ ବକ୍ତୃତା ପ୍ରତିଯୋଗିତା ଥିଲା ମୁଖ୍ୟ କାର୍ଯ୍ୟ । ପ୍ରତି ଶନିବାର ଦିନ ଏହି ପ୍ରତିଯୋଗିତା କରାଯାଇ ବିଭିନ୍ନ ଆଲୋଚନା କରାଯାଉଥିଲା ।

(vi) ସମାଜସେବା – ସମାଜସେବା ଥିଲା ଗୋପବନ୍ଧୁଙ୍କର ଶିକ୍ଷାର ଅନ୍ୟ ଏକ ଲକ୍ଷ୍ୟ । ସମାଜରେ ପଡ଼ିରହିଥ‌ିବା ଦୁଃଖୀ-ଦରିଦ୍ରମାନଙ୍କର ସେବା କରିବା, ବିପଦବେଳେ ପଡ଼ୋଶୀ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଗୋପବନ୍ଧୁ ଛାତ୍ରମାନଙ୍କୁ ଆହ୍ବାନ କରୁଥିଲେ । ଛାତ୍ରମାନଙ୍କର ନୈତିକ ମାନର ଉନ୍ନତି ପାଇଁ ଗୋପବନ୍ଧୁ ଆପ୍ରାଣ ଚେଷ୍ଟା କରିଥିଲେ । ଉତ୍ତମ ସମାଜ ଗଠନ ପାଇଁ ଉତ୍ତମ ଚରିତ୍ରର ଆବଶ୍ୟକତାକୁ ଗୋପବନ୍ଧୁ ଉପଲବ୍ଧ କରିଥିଲେ । ବିଭିନ୍ନ ନୀତିବାଣୀ ଓ ହିତୋପଦେଶଦ୍ବାରା ଛାତ୍ରମାନଙ୍କର ନୈତିକତା ବୃଦ୍ଧି ପାଇଁ ଗୋପବନ୍ଧୁଙ୍କଦ୍ଵାରା ଅନୁସୃତ ଶିକ୍ଷା ପଦ୍ଧତି ସଫଳ ପ୍ରୟାସ କରିଥିଲେ ।

(vii) ସମୟାନୁବର୍ତ୍ତିତା- ସମୟାନୁବର୍ତ୍ତିତା ଗୋପବନ୍ଧୁଙ୍କର ଶିକ୍ଷାର ଏକ ଲକ୍ଷ୍ୟ ଥିଲା । ଠିକ୍ ସମୟରେ ନିଜର କର୍ତ୍ତବ୍ୟ ପାଳନ କରିବାପାଇଁ ଗୋପବନ୍ଧୁ ଛାତ୍ରମାନଙ୍କୁ ଆହ୍ଵାନ କରୁଥିଲେ । ଏହାଦ୍ୱାରା ଶିକ୍ଷାର୍ଥୀମାନଙ୍କୁ ଏକ ଶୃଙ୍ଖଳିତ ଜୀବନ ଯାପନପାଇଁ ଶିକ୍ଷା ପ୍ରଦାନ କରାଯାଉଥିଲା । ପିଲାମାନଙ୍କର ସାଂସ୍କୃତିକ ଓ ସୌନ୍ଦର୍ଯ୍ୟଜ୍ଞାନ ବୃଦ୍ଧି ପାଇଁ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ ବିଦ୍ୟାଳୟ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

(vii) ବୈଷୟିକ ଶିକ୍ଷା – ଜୀବନର ଉନ୍ନତି ପାଇଁ ଗୋପବନ୍ଧୁ ତାଙ୍କର ଶିକ୍ଷା ପ୍ରଣାଳୀର ପାଠ୍ୟକ୍ରମରେ ବୈଷୟିକ ଶିକ୍ଷାର ପ୍ରଚଳନ କରାଇଥିଲେ । ଏହାଦ୍ୱାରା ଛାତ୍ରମାନେ ନିଜ ପାଇଁ କିଛି ଉପାର୍ଜନ କରିରୁଥିଲେ । ପାଠ୍ୟପୁସ୍ତକଦ୍ୱାରା ଛାତ୍ରମାନଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ନାହିଁ ବୋଲି ଗୋପବନ୍ଧୁ ଭାବୁଥିଲେ । ଗୋପବନ୍ଧୁଙ୍କ ମତରେ, ଛାତ୍ରମାନଙ୍କୁ ଏପରି ଶିକ୍ଷା ଦିଆଯିବା ଉଚିତ ଯାହାଦ୍ଵାରା ଛାତ୍ରମାନେ ଏହି ପ୍ରଗତିଶୀଳ ରାଷ୍ଟ୍ରରେ ନିଜକୁ ଆତ୍ମନିର୍ଭରଶୀଳ କରାଇବାକୁ ଚେଷ୍ଟା କରିବେ ।

ହସ୍ତକର୍ମ, କୃଷି, କାଠକାମ, ଲୁଗାବୁଣା, ସୂତାକଟା ଇତ୍ୟାଦି କାର୍ଯ୍ୟକ୍ରମ ବିଦ୍ୟାଳୟରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇ ଥିଲା । ଗାନ୍ଧିଜୀଙ୍କ ପରି ଗୋପବନ୍ଧୁ ମଧ ଥିଲେ ଜଣେ ବିଖ୍ୟାତ ରାଜନୈତିକ ନେତା ଓ ଶିକ୍ଷାବିତ୍ । ଗୋପବନ୍ଧୁଙ୍କର ଶିକ୍ଷାନୀତି ଗାନ୍ଧୀଙ୍କ ମୌଳିକ ଶିକ୍ଷା ଏବଂ ଟାଗୋରଙ୍କର ଶାନ୍ତିନିକେତନ ଶିକ୍ଷା ପ୍ରଣାଳୀର ସମସାମୟିକ ଥିଲା । ଆଜି କେତେକାଂଶରେ ଏହି ଅନୁଷ୍ଠାନର ପତନ ଘଟିଲାଣି ସତ; ହେଲେ ଜନନାୟକ ଉତ୍କଳମଣି ଗୋପବନ୍ଧୁଙ୍କର ଶିକ୍ଷାନୀତି ଏଇ ମାନବ ସମାଜକୁ ନୂତନ ଆଲୋକର ସନ୍ଧାନ ଦେଇଛି ।

ତାଙ୍କର ଆମ୍ବିକ ଶକ୍ତି, ଦୃଢ଼ ନିଷ୍ଠା ଓ ପ୍ରଗାଢ଼ ଉତ୍ସର୍ଗୀକୃତ ମନୋଭାବ ଏହି ବନବିଦ୍ୟାଳୟ ମାଧ୍ୟମରେ ଥିଲା । ଗୋପବନ୍ଧୁଙ୍କ ଶିକ୍ଷାପ୍ରଣାଳୀ ସ୍ଵାଧୀନ ମୁକ୍ତ ଆକାଶ ତଳେ ଗଠିତ ବିଦ୍ୟାଳୟ ବ୍ୟବସ୍ଥା ଉପରେ ଏକ ପ୍ରୟୋଗାତ୍ମକ ଗବେଷଣା ଥୁଲା । ଗୋପବନ୍ଧୁଙ୍କ ସତ୍ୟବାଦୀ ଶିକ୍ଷା ପ୍ରଣାଳୀ ଟାଗୋରଙ୍କ ‘ଶାନ୍ତିନିକେତନ’ ଓ ଗାନ୍ଧୀଙ୍କର ମୌଳିକ ଶିକ୍ଷା ସହ ତୁଳନୀୟ ଅଟେ ।

2. ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷାର ଲକ୍ଷ୍ୟ ଓ ଶିକ୍ଷାଦାନ ପଦ୍ଧତି ବିଷୟରେ ଆଲୋଚନା କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ସଂକ୍ଷିପ୍ତ ଇତିହାସ- ବହୁ ଚିନ୍ତା ଓ ଆଲୋଚନା ପରେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ୧୯ ଜଣ ପିଲାଙ୍କୁ ନେଇ ସତ୍ୟବାଦୀର ବକୁଳବନର ଛୁରିଅନା କୁଞ୍ଜରେ ଏକ ବିଦ୍ୟାଳୟ ପ୍ରତିଷ୍ଠିତ ହେଲା । ଉତ୍କଳମଣି ଗୋପବନ୍ଧୁ ଦାସ ଏହି ବିଦ୍ୟାଳୟର ସଂପାଦକରୂପେ କାର୍ଯ୍ୟ କରୁଥିଲେ । ତାଙ୍କରି ପ୍ରଚେଷ୍ଟାରେ ବିଦ୍ୟାଳୟ ନିମନ୍ତେ ଏକ ଲମ୍ବା ଘର ତିଆରି ହେଲା । ୧୯୧୧ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସ ଏମ୍. ଏ. ପାସ୍ କରି ସେହି ବିଦ୍ୟାଳୟରେ ଯୋଗଦାନ କରିଥିଲେ ।

ଏହାପରେ ଚତୁର୍ଥ ଶ୍ରେଣୀ ଖୋଲା ହେଲା । କ୍ରମେ ଆଚାର୍ଯ୍ୟ ହରିହର, ଗୋଦାବରୀଶ ମିଶ୍ର, ରାମଚନ୍ଦ୍ର ରଥ, ରଘୁନାଥ ମିଶ୍ର, ବାସୁଦେବ ମହାପାତ୍ର, ହଳଧର ମହାପାତ୍ର, ମାଗୁଣି ମିଶ୍ର, କୃପାସିନ୍ଧୁ ମିଶ୍ର ପ୍ରଭୃତି ଶିକ୍ଷକଭାବରେ ଯୋଗ ଦେଇଥିଲେ ।ସତ୍ୟବାଦୀ ଶିକ୍ଷାର ଲକ୍ଷ୍ୟ- ନିମ୍ନରେ ସତ୍ୟବାଦୀ ଶିକ୍ଷାର କେତୋଟି ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି ।

(i) ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ସାଧନ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଉତ୍ତମ ଚରିତ୍ର ଗଠନ ନିମନ୍ତେ ଧ୍ୟାନ ଦେବା ।
(ii) ଶିକ୍ଷାର୍ଥୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ।
(iii) ସେମାନଙ୍କ ମନ ମଧ୍ଯରେ ସ୍ଵଦେଶପ୍ରୀତି ଓ ଦେଶପ୍ରୀତି ଜାଗ୍ରତ କରିବା ।
(iv) ସମାଜସେବା ପ୍ରତି ଶିକ୍ଷାର୍ଥୀମାନଙ୍କୁ ଆକୃଷ୍ଟ କରାଇବା ।
(v) କଳା, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ, ସାହିତ୍ୟ, ସଂସ୍କୃତି ପ୍ରତି ଶିକ୍ଷାର୍ଥୀମାନଙ୍କ ମନରେ ଆଗ୍ରହ ସୃଷ୍ଟି କରାଇବା ।
(vi) ଶିକ୍ଷାର୍ଥୀମାନଙ୍କୁ ମାତୃଭାଷା ପ୍ରତି ଆକୃଷ୍ଟ କରି ଏହି ଭାଷା ପ୍ରତି ଅନୁରାଗୀ କରାଇବା ।
(vii) ସେମାନଙ୍କୁ ବୃତ୍ତିଗତ ଶିକ୍ଷା ଓ କର୍ମକୁଶଳତା ପ୍ରଦର୍ଶନ ଶିକ୍ଷା ଦେବା ।
(viii) ଖେଳକୁଦ, ବ୍ୟାୟାମ, କସରତ ଓ କ୍ରୀଡ଼ାଦ୍ଵାରା ଶିଶୁର ଶାରୀରିକ ବିକାଶ ସାଧନ କରାଇବା ।
(ix) ଦେଶ ଓ ଜାତି ପାଇଁ ଆତ୍ମବଳି, ଆମ୍ବୋତ୍ସର୍ଗ, ନିଭୀକ ମତପୋଷଣ ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ।
(x) ଶିକ୍ଷାର୍ଥୀମାନଙ୍କର ବାଲ୍ମିତା ଗୁଣର ବିକାଶ କରିବା ।
(xi) ଗ୍ରାମ୍ୟ କୃଷି, ଶିଳ୍ପ, ସ୍ବାସ୍ଥ୍ୟ, ଶିକ୍ଷା, ଶାସନ ପ୍ରଭୃତିର ଉନ୍ନତି ସାଧନ କରାଇବା ।

ବନବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି – ବୈଦିକ ଯୁଗର ଶିକ୍ଷା ପଦ୍ଧତି ପରି ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ଏକ ଆବାସିକ ଅନୁଷ୍ଠାନ ଥିଲା । ସେଠାରେ ଶିକ୍ଷକ ଓ ଶିକ୍ଷାର୍ଥୀ ଏକାଠି ରହୁଥିଲେ । ଏହି ଅନୁଷ୍ଠାନର ପ୍ରଧାନଶିକ୍ଷକ ମୁଖ୍ୟ ପରିଚାଳକ ଥିଲେ । ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ସହକର୍ମୀ ଶିକ୍ଷକଙ୍କ ବଳିଷ୍ଠ ବ୍ୟକ୍ତିତ୍ବଦ୍ୱାରା ଶିକ୍ଷାର୍ଥୀମାନେ ପ୍ରଭାବିତ ହୋଇ ତାଙ୍କର ଶିକ୍ଷା କାର୍ଯ୍ୟ ସମାହିତ କରୁଥିଲେ । ଦିନର ଦୁଇ ସମୟ; ଯଥା- ସକାଳବେଳା ଓ ସନ୍ଧ୍ୟାବେଳା ସେମାନେ ଅଧ୍ୟୟନ କରୁଥିଲେ । ଏହି ସମୟରେ ଶିକ୍ଷକମାନେ ପୂର୍ବପାଠର ଆଲୋଚନା କରୁଥିଲେ ଓ ଗୃହକର୍ମକୁ ତଦାରଖ କରୁଥିଲେ ।

ସାଧାରଣ ବିଷୟ; ଯଥା- ଇତିହାସ, ଭୂଗୋଳ, ଗଣିତ, ମାତୃଭାଷା ଓ ସ୍ୱାସ୍ଥ୍ୟରକ୍ଷା ସହିତ କର୍ମଶିକ୍ଷାର ବ୍ୟବସ୍ଥା ମଧ୍ୟ ଥିଲା । ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ସହକାରୀ ଶିକ୍ଷକମାନେ ନିରନ୍ତର ଶିକ୍ଷାର୍ଥୀମାନଙ୍କର ଉନ୍ନତି କଥା ଚିନ୍ତା କରୁଥିଲେ । ପ୍ରତ୍ୟେକ ଦିନ ଶିକ୍ଷକମାନେ ଛାତ୍ରାବାସ ପରିଦର୍ଶନ କରୁଥିଲେ ଓ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରୁଥିଲେ । ବାଧ୍ୟତାମୂଳକ ପାଠ୍ୟକ୍ରମ ସହିତ ସହ-ପାଠ୍ୟକ୍ରମର ମଧ୍ୟ ବ୍ୟବସ୍ଥା ଥିଲା ।

ବନବିଦ୍ୟାଳୟର ପାଠ୍ୟକ୍ରମ- ଶିକ୍ଷାର୍ଥୀମାନଙ୍କୁ ସାଧାରଣ ବିଷୟ; ଯଥା- ସାହିତ୍ୟ, ଗଣିତ, ଇତିହାସ, ଭୂଗୋଳ, ନଗରବିଜ୍ଞାନ ଓ ବିଜ୍ଞାନ ବ୍ୟତୀତ କର୍ମଶିକ୍ଷାର ବ୍ୟବସ୍ଥା ମଧ୍ୟ ରହିଥିଲା । ସୂତାକଟା, ଲୁଗାବୁଣା, ସିଲାଇ, ହସ୍ତକର୍ମ ଇତ୍ୟାଦିକୁ ପାଠ୍ୟକ୍ରମର ପରିସରଭୁକ୍ତ କରାଯାଇଥିଲା । ଏହି ପାଠ୍ୟକ୍ରମ ଗାନ୍ଧିଙ୍କର ମୌଳିକ ଶିକ୍ଷା ପରି ଧନ୍ଦାକୈନ୍ଦ୍ରିକ ଥିଲା ।

(i) ତର୍କସଭା ଶିକ୍ଷାର୍ଥୀମାନଙ୍କର ବାଲ୍ମିତା ତଥା ତାର୍କିକ ମନୋଭାବର ବିକାଶ ନିମନ୍ତେ ଗୋପବନ୍ଧୁ ସାପ୍ତାହିକ ତର୍କସଭାମାନ ଆୟୋଜନ କରୁଥିଲେ ।
(ii) ସାହିତ୍ୟିକ କାର୍ଯ୍ୟାବଳୀ- ସାହିତ୍ୟିକ ପ୍ରତିଭାର ପୁଷ୍ଟିସାଧନ ନିମନ୍ତେ ବିଦ୍ୟାଳୟ ଏକ ପତ୍ରିକା ପ୍ରକାଶ କରୁଥିଲା । ସେହି ପତ୍ରିକାରେ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କର ବହୁ ଉଚ୍ଚକୋଟୀର ଲେଖା ପ୍ରକାଶ ପାଉଥିଲା ।
(iii) କ୍ରୀଡ଼ା ଓ କସରତ – ଶିକ୍ଷାର୍ଥୀମାନଙ୍କର ଶାରୀରିକ ବିକାଶ ନିମନ୍ତେ କ୍ରୀଡ଼ା ଓ କସରତର ବ୍ୟବସ୍ଥା ଥିଲା ।
(iv) ଭ୍ରମଣ – ଭ୍ରମଣଦ୍ୱାରା ଶିକ୍ଷାର୍ଥୀମାନେ ନୂତନ ଜ୍ଞାନର ଅଧିକାରୀ ହୋଇପାରୁଥିଲେ ।
(v) ସମାଜସେବା- ସମାଜସେବା ବନବିଦ୍ୟାଳୟ ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀ ବିଭିନ୍ନ ଗ୍ରାମକୁ ଯାଇ ଗରିବ, ଅସହାୟ ଓ ବିପନ୍ନ ଲୋକମାନଙ୍କର ସେବା କରୁଥିଲେ ।
(vi) ବୃତ୍ତିଭିତ୍ତିକ ଶିକ୍ଷା – ଶିକ୍ଷାର୍ଥୀମାନେ କିପରି ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥୁନିମନ୍ତେ ବୃତ୍ତିଭିତ୍ତିକ ଶିକ୍ଷାର ବ୍ୟବସ୍ଥା ରହିଥିଲା ।
(vii) ସଙ୍ଗୀତ – ଶିକ୍ଷାର୍ଥୀମାନଙ୍କର କଳା ଓ ସଙ୍ଗୀତ ଗୁଣାବଳୀର ପରିପ୍ରକାଶ ତଥା ବିକାଶ ନିମନ୍ତେ ସଙ୍ଗୀତ ଶିକ୍ଷାର ବ୍ୟବସ୍ଥା ରହିଥିଲା ।
(viii) ନୈତିକ ଶିକ୍ଷା – ଶିକ୍ଷାର୍ଥୀମାନଙ୍କର ନୈତିକ ବିକାଶ ନିମନ୍ତେ ନିୟମିତ ପ୍ରାର୍ଥନା, ମହାମନୀଷୀଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଆଲୋଚନା, ଆଦର୍ଶବାଦୀୟ ଦୃଷ୍ଟାନ୍ତ ନୈତିକ ଓ ମାନବିକ ଶିକ୍ଷା ମାଧ୍ୟମରେ ଶିକ୍ଷାଦାନ କରାଯାଉଥିଲା ।
(ix) ଶୃଙ୍ଖଳା – ଆତ୍ମଶୃଙ୍ଖଳା ହେଉଛି ଛାତ୍ରମାନଙ୍କର ପ୍ରଧାନ ଶୃଙ୍ଖଳା । ଆତ୍ମସଂଯମ ଗୁଣ ଓ ଆଜ୍ଞାନୁବର୍ତ୍ତିତା ବଳରେ ଶିକ୍ଷାର୍ଥୀମାନେ ଶୃଙ୍ଖଳିତ ହୋଇପାରିବେ ବୋଲି ଗୋପବନ୍ଧୁ ବିଶ୍ବାସ କରୁଥିଲେ ।

ସତ୍ୟବାଦୀ ବନବିଦ୍ୟାଳୟ ସମ୍ପର୍କରେ ଆଶୁତୋଷ ମୁଖାର୍ଜୀଙ୍କର ମନ୍ତବ୍ୟ- ସେ ଏହି ବିଦ୍ୟାଳୟ ସମ୍ପର୍କରେ ମନ୍ତବ୍ୟ ପ୍ରକାଶ କରି ତା ୨.୬.୧୯୧୭ ମସିହାରେ ଲେଖିଥିଲେ –
‘ମୁଁ ବିଶେଷ ଆଗ୍ରହ ସହକାରେ ସତ୍ୟବାଦୀ ବିଦ୍ୟାଳୟ ପରିଦର୍ଶନ କରିଅଛି । ବିଦ୍ୟାଳୟଟିର ଅନେକ ଅସାଧାରଣ ବୈଶିଷ୍ଟ୍ୟ ଅଛି । ଏହା ସୁଶିକ୍ଷିତ ଓଡ଼ିଶାବାସୀମାନଙ୍କଦ୍ୱାରା ପରିଚାଳିତ ହେଉଅଛି । ସେମାନେ ଏହି ନିରାଟ ସତ୍ୟ ଉପଲବ୍‌

କରିଛନ୍ତି ଯେ, ଜନସାଧାରଣଙ୍କ ମଧ୍ୟରେ ପ୍ରକୃତ ଶିକ୍ଷା ବିସ୍ତାର କେବଳ ସେହିମାନଙ୍କଦ୍ୱାରା ସମ୍ଭବ ହେବ, ଯେଉଁମାନେ ତ୍ୟାଗ ସ୍ଵୀକାର କରିବାକୁ ପ୍ରସ୍ତୁତ । ଏହା ମୋର ହୃଦୟଙ୍ଗମ ହୋଇଛି ଯେ, ଏହି ବିଦ୍ୟାଳୟ ପଛରେ ଅନେକ ଆଗ୍ରହାନ୍ବିତ ତଥା ଉତ୍ସାହୀ ଯୁବକମାନଙ୍କର ସମର୍ଥନ ରହିଛି । ଅଧୂକନ୍ତୁ, ସେମାନେ ଉପଲ୍‌ବଧ୍ କରିପାରିଛନ୍ତି ଯେ, ଯଥାର୍ଥ ଶିକ୍ଷା ବ୍ୟୟସାଧ୍ୟ ଓ ବିଳାସଯୋଗ୍ୟ ଯନ୍ତ୍ରପାତି ବିନା ସାଧୁତ ହୋଇପାରିବ । ବାସ୍ତବିକ, ଏପରି ଯନ୍ତ୍ରପାତି ଦରିଦ୍ର ଜନସାଧାରଣଙ୍କ ମଧ୍ୟରେ ଶିକ୍ଷା ବିସ୍ତାର କରିବାରେ ସହାୟକ ହେବା ପରିବର୍ତ୍ତେ ପ୍ରତିବନ୍ଧକ ହୋଇଥାଏ ।’’

3. ଗୋପବନ୍ଧୁଙ୍କ ଶିକ୍ଷାର ଅର୍ଥ ଓ ଶିକ୍ଷାଦର୍ଶନର ବୈଶିଷ୍ଟ୍ୟଗୁଡ଼ିକ ଲେଖ ।
Answer:
ଗୋପବନ୍ଧୁଙ୍କ ଶିକ୍ଷାଦର୍ଶନକୁ ଆଲୋଚନା କରିବାକୁ ହେଲେ ତାଙ୍କ ମତରେ ଶିକ୍ଷାର ଅର୍ଥ, ଲକ୍ଷ୍ୟ, ତାଙ୍କଦ୍ୱାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟ ଓ ଅନ୍ୟାନ୍ୟ କେତେକ ଦିଗ ଉପରେ ଆଲୋକପାତ କରାଯିବା ନିହାତି ଆବଶ୍ୟକ । ସେସବୁ ନିମ୍ନରେ ଆଲୋଚନା କରାଗଲା ।

ଶିକ୍ଷାର ଅର୍ଥ – ଗୋପବନ୍ଧୁ ଶିକ୍ଷାର ସଂଜ୍ଞା ଦେବାକୁ ଯାଇ କହିଥିଲେ- ‘ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷାକୁ ମୁଁ ପ୍ରକୃତ ଶିକ୍ଷା ବୋଲି ମନେକରୁ ନାହିଁ । ପ୍ରାଚୀନ ଭାରତରେ ଶିକ୍ଷାନୁଷ୍ଠାନ ଓ ଧର୍ମକେନ୍ଦ୍ରରେ ଦିଆଯାଉଥ‌ିବା ଶିକ୍ଷା ହିଁ ବାସ୍ତବ ଶିକ୍ଷା ଅଟେ ।’’

ଶିକ୍ଷାର ଉଦ୍ଦେଶ୍ୟ – ଗୋପବନ୍ଧୁଙ୍କ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେଉଛି ‘ମଣିଷ ପରି ମଣିଷ ଗଢ଼ିବା ।’ ତେଣୁ ସେ ବିଦ୍ୟାଳୟକୁ ‘ବାସ୍ତବ ମଣିଷ ତିଆରି କାରଖାନା’ ବୋଲି କହିଥିଲେ । ଗୋପବନ୍ଧୁଙ୍କ ମତରେ, ଶିକ୍ଷାର ଲକ୍ଷ୍ୟ କିପରି ହେବା ଉଚିତ ତାହା ନିମ୍ନରେ ଉଲ୍ଲେଖ କରାଗଲା ।

  • ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରାଯିବ ।
  • ଭାରତର ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଶିଶୁ କିପରି ହୃଦୟଙ୍ଗମ କରିପାରିବ, ସେଥୁନିମନ୍ତେ ଶିକ୍ଷା ସାହାଯ୍ୟ କରିବା ବିଧେୟ ।
  • ମାନବର ଚରିତ୍ର ଗଠନ, ଶୃଙ୍ଖଳା, କର୍ତ୍ତବ୍ୟପରାୟଣତା ଓ ଆୟୋତ୍ସର୍ଗ ନିମନ୍ତେ ପ୍ରେରଣାକୁ ଅଗ୍ରାଧ୍ୟାକାର ଦିଆଯିବା ଦରକାର ।
  • ଜାତୀୟ ଐକ୍ୟ ଓ ବିଶ୍ୱଭ୍ରାତୃଭାବାପନ୍ନ ମନୋଭାବ ଜାଗ୍ରତ କରିବା ।
  • କର୍ମଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ଵ ଦେବା ।
  • ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ ଓ ଅବୈତନିକ କରିବା ।
  • ଶିକ୍ଷାକୁ ସମାଜକୈନ୍ଦ୍ରିକ କରିବା ଦରକାର ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

ଗୋପବନ୍ଧୁଙ୍କ ଶିକ୍ଷାଦର୍ଶନର ବୈଶିଷ୍ଟ୍ୟ :
(i) ସମାଜସେବା – ପ୍ରକୃତ ସମାଜସେବା ହିଁ ମାନବସେବା ବୋଲି ଗୋପବନ୍ଧୁ ଚିନ୍ତା କରିଥିଲେ । ସେ ସର୍ବଦା ଚିନ୍ତା କରୁଥୁଲେ ଯେ, କିପରି ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ହୃଦୟରେ ଏହି ସମାଜସେବା ମନୋଭାବ ଉଦ୍ରେକ କରାଯାଇପାରିବ । ଦୁଃଖୀଦରିଦ୍ରଙ୍କ ପାଇଁ ଗୋପବନ୍ଧୁ ଥିଲେ ଈଶ୍ବରଙ୍କର ଦ୍ୱିତୀୟ ଅବତାର । ସେ ସମୟରେ ଓଡ଼ିଶାରେ ହଇଜା, ବସନ୍ତ, ମହାମାରୀ, ଦୁଃଖୀଦରିଦ୍ରଙ୍କ ପାଇଁ ଗୋପବନ୍ଧୁ ଥିଲେ ଈଶ୍ବରଙ୍କର ଦ୍ବିତୀୟ ଅବତାର ।

ସେ ସମୟରେ ଓଡ଼ିଶାରେ ହଇଜା, ବସନ୍ତ, ମହାମାରୀ, ବନ୍ୟା, ବାତ୍ୟା, ମରୁଡ଼ି, ଅନାବୃଷ୍ଟି ଓ ଘରପୋଡ଼ି ପ୍ରଭୃତି ଅକାଳ ଦୁର୍ବିପାକ ଘଟୁଥିଲା । ତେଣୁ ଦୁଃଖୀ, ରଙ୍ଗୀ ଓ ପ୍ରପୀଡ଼ିତ ଜନସାଧାରଣଙ୍କର ଅମୂଲ୍ୟ ଜୀବନର ରକ୍ଷା ନିମନ୍ତେ ଗୋପବନ୍ଧୁ ତାଙ୍କର ସହକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ସେହି ବିପନ୍ନ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ ।

(ii) ନୈତିକତା – ଆଦର୍ଶ ବ୍ୟକ୍ତିତ୍ଵର ନୈତିକତା ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶିକ୍ଷାର୍ଥୀମାନଙ୍କର କିପରି ନୈତିକ ବିକାଶ ହୋଇପାରିବ ଗୋପବନ୍ଧୁ ସେ କଥା ସର୍ବଦା ଚିନ୍ତା କରୁଥିଲେ । ସେଥ‌ିପାଇଁ ସେ ପ୍ରତ୍ୟହ ପ୍ରାର୍ଥନାସଭାରେ ମହାପୁରୁଷମାନଙ୍କର ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋଚନା କରୁଥିଲେ । ନୈତିକ ଶିକ୍ଷା ନିମନ୍ତେ ତାଙ୍କ ପ୍ରସ୍ତୁତ ପାଠ୍ୟକ୍ରମରେ ସମୟ-ନିର୍ଘଣ୍ଟ ହେଉଥିଲେ ।

(iii) ମାନବିକତା – ଗୋପବନ୍ଧୁ ସର୍ବଦା ଚେଷ୍ଟା କରୁଥିଲେ ଯେ, କିପରି ମାନବ ମଧ୍ୟରେ ସ୍ନେହ, ଭ୍ରାତୃଭାବ, ଦୟା, କ୍ଷମା, ସହନଶୀଳତାର ଭାବ ତଥା ଗୁଣାବଳୀଗୁଡ଼ିକର ଯଥାଯଥ ବିକାଶ କରାଯାଇପାରିବ । ସେ ଦୁଃଖୀ ଲୋକମାନଙ୍କର ଦୁଃଖରେ ବିଚଳିତ ହେବା ସଙ୍ଗେ ସଙ୍ଗେ ସମଦୁଃଖୀ ମଧ୍ୟ ହେଉଥିଲେ ।

(iv) ଆଧ୍ୟାମ୍ବିକତା ଆମ୍ଭମାନଙ୍କର ଜୀବନର ଲକ୍ଷ୍ୟ ଈଶ୍ଵରପ୍ରାପ୍ତି ହେବା ଆବଶ୍ୟକ । ତେଣୁ ସମସ୍ତଙ୍କଠାରେ ଆଧ୍ୟାତ୍ମିକତାର ଭାବ ଉଦ୍ରେକ ହେବା ଉଚିତ ବୋଲି ଗୋପବନ୍ଧୁ ଅନୁଭବ କରିଥିଲେ । ସମସ୍ତ ଶିକ୍ଷାର୍ଥୀ କିପରି ଆଦର୍ଶବାଦ ଓ ଆଧ୍ୟାତ୍ମିକବାଦଦ୍ୱାରା ପ୍ରଭାବିତ ହେବେ, ସେଥୁନିମନ୍ତେ ଗୋପବନ୍ଧୁ ଆଧ୍ୟାତ୍ମିକ ଶିକ୍ଷା ପ୍ରବର୍ତ୍ତନ କରିଥିଲେ।

(v) କର୍ମଦକ୍ଷତା – ଗୋପବନ୍ଧୁ ଉପଲବ୍‌ଧ କରିଥିଲେ ଯେ, ଭାରତ ପରି ଗରିବ ଓ କୃଷିପ୍ରଧାନ ଦେଶରେ ପ୍ରତ୍ୟେକ ବ୍ୟକ୍ତିକୁ କର୍ମଶୀଳ ହେବାକୁ ପଡ଼ିବ । ଗୋପବନ୍ଧୁ ଶିକ୍ଷାର୍ଥୀମାନଙ୍କୁ କୃଷିକାମ, କାଠକାମ, ବେତକାମ, ତନ୍ତକାମ, ହସ୍ତକର୍ମ ଶିକ୍ଷାରେ ସର୍ବଦା ଲିପ୍ତ ରଖୁବାକୁ ପ୍ରଚେଷ୍ଟା କରିଥିଲେ ।

(vi) ଜାତୀୟତା – ଗୋପବନ୍ଧୁଙ୍କ ଶିକ୍ଷା-ଦର୍ଶନର ଏକ ପ୍ରଧାନ ବୈଶିଷ୍ଟ୍ୟ ହେଉଛି ଜାତିପ୍ରୀତି ବା ସ୍ୱଦେଶପ୍ରୀତି । ଗୋପବନ୍ଧୁ ଉତ୍କଳୀୟ ତଥା ଭାରତୀୟ ଯୁବଗୋଷ୍ଠୀଙ୍କ ମନରେ ସ୍ବଦେଶପ୍ରୀତି ଭାବ ଜାଗ୍ରତ କରାଇବା ନିମନ୍ତେ ନିରନ୍ତର ଚେଷ୍ଟା କରୁଥିଲେ ।

(vii) ପାଠ୍ୟକ୍ରମ- ସେ ସାଧାରଣ ପାଠ୍ୟବିଷୟ; ଯଥା- ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଇତ୍ୟାଦି ବ୍ୟତୀତ ଲୁଗାବୁଣା, ତନ୍ତକାମ, ସିଲାଇ, ବେତକାମ, ହସ୍ତକାମ, କାଠକାମ ପ୍ରଭୃତି ଉପରେ ମଧ୍ୟ ଗୁରୁତ୍ବ ଆରୋପ କରିଥିଲେ । ଏହି ପାଠ୍ୟକ୍ରମ ସହିତ ସହ-ପାଠ୍ୟକ୍ରମ; ଯଥା- ଖେଳକୁଦ, କସରତ, ଭ୍ରମଣ, ନାଟକ, ସମାଜସେବା ପ୍ରଭୃତି କାର୍ଯ୍ୟକ୍ରମକୁ ପାଠ୍ୟକ୍ରମର ଅନ୍ତର୍ଗତ କରିଥିଲେ ।

(viii) ଶିକ୍ଷାଦାନ ପ୍ରଣାଳୀ – ଗୋପବନ୍ଧୁ ଆଧୁନିକ ଯୁଗର ପ୍ରଚଳିତ ଶିକ୍ଷାଦାନ ପଦ୍ଧତି ଉପରେ ଆଦୌ ସନ୍ତୁଷ୍ଟ ନ ଥିଲେ । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କର ଉତ୍ତମ ସମ୍ବନ୍ଧ ଓ ସହଯୋଗ ମାଧ୍ୟମରେ ଶିକ୍ଷାଦାନ କରାଯିବାକୁ ଗୋପବନ୍ଧୁ ଉଚିତ ମଣୁଥିଲେ । ଶିକ୍ଷାଦାନକୁ ସରସ, ସୁନ୍ଦର କରିବାକୁ ହେଲେ ବକ୍ତୃତା ପ୍ରଣାଳୀ ଯେ ଉପଯୁକ୍ତ ତାହା ସେ ମାନି ନ ଥିଲେ । ସେ ପ୍ରଶ୍ନୋତ୍ତର ପ୍ରଣାଳୀକୁ ବିଶେଷଭାବରେ ଗୁରୁତ୍ଵ ଦେଇଥିଲେ । ସେ କହୁଥିଲେ – କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବାକୁ ହେଲେ କ୍ରୀଡ଼ା ବା ଗଳ୍ପକଥନ ପ୍ରଣାଳୀ ଏକାନ୍ତ ପ୍ରୟୋଜନ ।

(ix) ଶିକ୍ଷକ – ଗୋପବନ୍ଧୁ ଶିକ୍ଷା-ଦର୍ଶନରେ ଶିକ୍ଷକଙ୍କର ସ୍ଥାନ ଥିଲା ବହୁ ଊର୍ଦ୍ଧ୍ବରେ । ସେ ବିଦ୍ୟାଳୟର ଶିକ୍ଷାକୁ ‘ତ୍ରିବେଣୀ ସଙ୍ଗମ’ ବା ‘ପ୍ରୟାଗ’ ସହିତ ତୁଳନା କରିଛନ୍ତି । ସେ ଶିକ୍ଷକଙ୍କୁ ‘ଗଙ୍ଗା’, ଶିକ୍ଷାର୍ଥୀଙ୍କୁ ‘ଯମୁନା’ ଓ ଶିକ୍ଷାନୁଷ୍ଠାନକୁ ‘ସରସ୍ବତୀ’ ସହ ତୁଳନା କରିଛନ୍ତି । ଗୋପବନ୍ଧୁଙ୍କ ମତରେ, ଶିକ୍ଷକ ଗଙ୍ଗା ପରି ପବିତ୍ର, ଶୁଦ୍ଧ, ମହାନ୍ ଓ ବ୍ୟାପକ ହେବା ବିଧେୟ ।

(x) ନାରୀ ଶିକ୍ଷା – ଗୃହକର୍ତ୍ତୀଭାବେ ନାରୀକୁ ଘରର ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ପଡ଼ିଥାଏ । ଏ ସବୁକୁ ଠିକ୍‌ଭାବରେ ତୁଲାଇବା ପାଇଁ ନାରୀ-ଶିକ୍ଷାର ନିଶ୍ଚିତ ଆବଶ୍ୟକତା ରହିଛି ବୋଲି ଗୋପବନ୍ଧୁ କହୁଥିଲେ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଗୋପବନ୍ଧୁଙ୍କ ଜୀବନୀ :
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ସୁଆଣ୍ଡୋ ଗ୍ରାମରେ ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୈତାରୀ ଦାଶ ଓ ମାତାଙ୍କ ନାମ ସ୍ଵର୍ଣ୍ଣମୟୀ ଦେବୀ । ସେ ୧୯୦୪ ମସିହାରେ ବି.ଏ. ଡିଗ୍ରୀ ହାସଲ କରିବା ସହିତ ୧୯୦୬ ମସିହାରେ ଓକିଲାତିର ଏକ ଡିଗ୍ରୀ ହାସଲ ମଧ୍ୟ କରିଥିଲେ । ସେ ଥିଲେ ଏକାଧାରରେ ସମାଜସେବକ, ସ୍ଵାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ଶିକ୍ଷାବିତ୍ ଓ ରାଷ୍ଟ୍ରନିର୍ମାତା ।

ମୁକ୍ତ ଆକାଶର ଖୋଲାସ୍ଥାନର ସୁନ୍ଦର ପରିବେଶରେ ଶିକ୍ଷାଦାନ ଉପରେ ଗୁରୁତ୍ଵ ଦେଇ ସେ ଓଡ଼ିଶାର ସାକ୍ଷିଗୋପାଳ ନିକଟରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ରବୀନ୍ଦ୍ରନାଥଙ୍କ ଶିକ୍ଷାଦର୍ଶନ ତାଙ୍କୁ ଅନୁପ୍ରାଣିତ କରିଥିଲା । ତାଙ୍କର ଜୀବନ ଦର୍ଶନରେ ଈଶ୍ବର ଥିଲେ ଦିଗ୍‌ଦର୍ଶକ । ମାନବପ୍ରୀତି ଥିଲା ତାଙ୍କର ଜୀବନ ଦର୍ଶନର ଅନ୍ୟ ଏକ ଦିଗ ।

ଶିକ୍ଷାଦର୍ଶନ, ଶିକ୍ଷାର, ଅର୍ଥ, ଲକ୍ଷ୍ୟ ଓ ବୈଶିଷ୍ଟ୍ୟ: ଗୋପବନ୍ଧୁଙ୍କ ଶିକ୍ଷାଦର୍ଶନ ସତ୍ୟବାଦୀସ୍ଥିତ ବକୁଳ ବନ ବିଦ୍ୟାଳୟର ଜୀବନଦର୍ଶନରୁ ଅତି ସହଜରେ ଅନୁମାନ କରିହୁଏ । ତାଙ୍କର ଚିନ୍ତାଧାରା ଓ ଆଦର୍ଶ ମଧ୍ୟରେ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହେଉନଥିଲା । ମଣିଷ ପରି ମଣିଷ ତିଆରି କରିବା ଥିଲା ତାଙ୍କ ଶିକ୍ଷାର ଲକ୍ଷ୍ୟ ।

ତାଙ୍କ ଶିକ୍ଷାର ବୈଶିଷ୍ଟ୍ୟଗୁଡ଼ିକ ହେଲା- ସାର୍ବଜନୀନ ଶିକ୍ଷା, ମାତୃଭାଷା ମାଧ୍ୟମରେ ଶିକ୍ଷା, ସମାଜସେବା, ମାନବିକତା, ମୁକ୍ତାକାଶ ବିଦ୍ୟାଳୟ, ବୃତ୍ତିଭିତ୍ତିକ ଶିକ୍ଷା, ଆଧ୍ୟାତ୍ମିକତା ଇତ୍ୟାଦି ।
ଜୀବନ ଦର୍ଶନ :
(i) ଭଗବତ୍ ପ୍ରୀତି : ଗୋପବନ୍ଧୁଙ୍କର ଅତୁଟ ଈଶ୍ବର ବିଶ୍ଵାସ ଥିଲା । ତାଙ୍କ ମତରେ ଏ ସଂସାରର ନିୟନ୍ତା ହେଉଛନ୍ତି ସର୍ବଶକ୍ତିମନ୍ ଈଶ୍ବର ।

(ii) ଜାତି-ପ୍ରୀତି : ଗୋପବନ୍ଧୁଙ୍କ ହୃଦୟରେ ଯେଉଁ ଭଗବତ୍ ପ୍ରେମ ପ୍ରବାହିତ ହେଉଥିଲା, ତାହା ରୂପାନ୍ତରିତ ହୋଇଥିଲା ଜାତିପ୍ରେମରେ । ତତ୍କାଳୀନ ଓଡ଼ିଆ ଜାତିର ଅଧଃପତନ ଦେଖୁ ତାଙ୍କ ପ୍ରାଣ କାନ୍ଦି ଉଠିଥିଲା । ଜାତି ପ୍ରାଣରେ ନୂତନ ଉନ୍ମାଦନ ଓ ନୂତନ ଚେତନା ପ୍ରଦାନ ନିମିତ୍ତ ସେ ଦୃଢ଼ପରିକର ହୋଇଥିଲେ ।

(iii) ମାନବ ପ୍ରୀତି : ସମଗ୍ର ମାନବ ସମାଜ ଏକ ପରିବାର- ଏ ପ୍ରକାର ବିଶ୍ବମୈତ୍ରୀ ଓ ବିଶ୍ବଭ୍ରାତୃତ୍ବର ଭାବନା ତାଙ୍କ ହୃଦୟରେ ଖେଳୁଥିଲା । ମାନବ ସେବା ତାଙ୍କ ଜୀବନଦର୍ଶନର ଏକ ପ୍ରଧାନ ଦିଗ ଥିଲା ।
ଉତ୍କଳର ଉଜ୍ଜଳ ମଣି ହିସାବରେ ଓଡ଼ିଶାବାସୀଙ୍କ ଦୁଃଖରେ ଗୋପବନ୍ଧୁଙ୍କ ପ୍ରାଣ ସତିତ କାନ୍ଦୁଥିଲା । ଶିକ୍ଷାର ଅଭାବ ଉତ୍କଳବାସୀଙ୍କର ଦୁଃଖର କାରଣ ବୋଲି ସେ ହୃଦୟଙ୍ଗମ କରିଥିଲେ । ତେଣୁ ଉପଯୁକ୍ତ ଶିକ୍ଷା ହିଁ ଦାରିଦ୍ର୍ୟ ଦୂରୀକରଣ ଏବଂ ଦେଶ ତଥା ଜାତିର ଉନ୍ନତି କ୍ଷେତ୍ରରେ ପ୍ରଧାନ ଅସ୍ତ୍ର ବୋଲି ସେ ଭାବିଥିଲେ ।

ତେଣୁ ସେ ତାଙ୍କ ଶିକ୍ଷାଦର୍ଶନକୁ ଆଧାର କରି ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୯୦୯ ଖ୍ରୀ.ଅ. ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀର ବକୁଳବନର ଛୁରିଅନା ଆମ୍ରକୁଞ୍ଜର ମୁକ୍ତାକାଶ ତଳେ ପ୍ରତିଷ୍ଠିତ ଉକ୍ତ ବନବିଦ୍ୟାଳୟଦ୍ବାରା ମନୁଷ୍ୟ ଜାତି ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଯାଇଥିଲା ।

୧୯୦୯ ଅଗଷ୍ଟ ୧୨ ତାରିଖରେ ୧୯ ଜଣ ପିଲାଙ୍କୁ ନେଇ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ୧୯୧୪ ମସିହାରେ ଏହା ଏକ ଉଚ୍ଚ ବିଦ୍ୟାଳୟରେ ପରିଣତ ହେଲା । ୧୯୨୧ ମସିହାରେ ଏହାକୁ ଜାତୀୟ ସ୍ତରର ମାନ୍ୟତା ମିଳିଲା । ୧୯୨୬ ମସିହାରେ ଏହା ଅନେକ ତ୍ରୁଟି ଏବଂ ସହଯୋଗର ଅଭାବରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

ସତ୍ୟବାଦୀ ବନବିଦ୍ୟାଳୟର ଲକ୍ଷ୍ୟ :
(i) ଗୁରୁକୁଳ ଶିକ୍ଷା ପରମ୍ପରା ସୃଷ୍ଟି : ଗୋପବନ୍ଧୁ ଆର୍ଯ୍ୟ ପରମ୍ପରା ସମ୍ବଳିତ ଗୁରୁକୁଳ ଶିକ୍ଷାଦ୍ଵାରା ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ । ତେଣୁ ଭାରତବର୍ଷରେ ସେ ହିଁ ଗୁରୁକୁଳ ଶିକ୍ଷା ପରମ୍ପରା ଉଜ୍ଜୀବିତ କରିବାର ପ୍ରୟାସ କରିଥିଲେ ।

(ii) ଦେଶାତ୍ମବୋଧ : ଦେଶାତ୍ମବୋଧ ଥିଲା ଏହି ସାରସ୍ବତ ପୀଠର ଅନ୍ୟତମ ଲକ୍ଷ୍ୟ । ଜନନୀ ଜନ୍ମଭୂମିଙ୍କ ମୁକ୍ତିର ସ୍ବପ୍ନ ଦେଖୁଥିଲେ ଗୋପବନ୍ଧୁ । ଜନ୍ମଭୂମିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ଥିଲା ତାଙ୍କ ଜୀବନର କୃଚ୍ଛ୍ରସାଧନା ।

(iii) ସ୍ଵାଧୀନ ଚିନ୍ତା : ସ୍ଵାଧୀନତା ସୃଜନଶୀଳତାର ପରିଚାୟକ, ତେଣୁ ବିଦ୍ୟାଳୟରେ ବିଦ୍ୟାର୍ଥୀ ଅଧ୍ଵ ସ୍ଵାଧୀନ ଚିନ୍ତା ଓ ସ୍ଵାଧୀନ ମତ ପ୍ରକାଶ କରିବାର ସୁବିଧା ପାଇବେ ।
(iv) ମାନବ ପ୍ରୀତି : ବନବିଦ୍ୟାଳୟ ଥିଲା ଗୋପବନ୍ଧୁଙ୍କର ମାନବପ୍ରୀତିର ଏକ ତାଲିମ ଶିବିର ।
(v) ଭଗବତ୍ ପ୍ରୀତି : ‘ସା ବିଦ୍ୟା ଯା ବିମୁକ୍ତୟେ’’ର ଭାବଧାରା ଗୋପବନ୍ଧୁଙ୍କ ବନବିଦ୍ୟାଳୟରେ ପ୍ରତିଫଳିତ ହେଉ– ଏହା ସେ ଚିନ୍ତା କରିଥିଲେ ।
(vi) କର୍ମଭିଭିକ ଶିକ୍ଷା : କର୍ମଯୋଗୀ ଗୋପବନ୍ଧୁଙ୍କ ଶିକ୍ଷାଦର୍ଶନର ଏକ ମୁଖ୍ୟ ବିଭାବ ଥିଲା- ‘କର୍ମ ହିଁ ଧର୍ମ’’ । ତେଣୁ
(vii) ମୁକ୍ତାକାଶ ଶିକ୍ଷା : ଶାନ୍ତିନିକେତନର ମୁକ୍ତାକାଶ ଶିକ୍ଷାଭଳି ଗୋପବନ୍ଧୁ ବନବିଦ୍ୟାଳୟର ଶିକ୍ଷାୟତନକୁ ଅନୁରୂପଭାବେ ଗଠନ କରିଥିଲେ । ବକୁଳ ଛୁରିଅନାର ମନୋରମ ପ୍ରକୃତି କ୍ରୋଡ଼ରେ ଏହା ଗଢ଼ି ଉଠିଥିଲା ।

CHSE Odisha Class 12 Education Solutions Chapter 2 ପଣ୍ଡିତ ଗୋପବନ୍ଧୁ ଦାସ

(viii) ନାରୀଶିକ୍ଷା : ସମାଜରେ ନାରୀ ଓ ପୁରୁଷ ଗୋଟିଏ ବୃନ୍ତର ଦୁଇଟି ପୁଷ୍ପ । ତେଣୁ ନାରୀ ଓ ପୁରୁଷ ଉଭୟେ ଶିକ୍ଷିତ ହେବା ଦରକାର । ଗୋପବନ୍ଧୁଙ୍କ ଦୃଷ୍ଟିରେ ନାରୀର ସ୍ଥାନ ଖୁବ୍ ଉଚ୍ଚରେ ଥିଲା ।
ସତ୍ୟବାଦୀ ବନବିଦ୍ୟାଳୟ ଶିକ୍ଷାର ମୁଖ୍ୟ ବୈଶିଷ୍ଟ୍ୟ :
(1) ମୁକୁ।କାଣରେ ଶିକ୍ଷା
(2) ସାର୍ବଜନୀନ ପ୍ରାଥମିକ ଶିକ୍ଷା
(3) ମାତୃଭାଷା ହିଁ ଶିକ୍ଷାର ମୁଖ୍ୟ ମାଧ୍ୟମ
(4) ସମାଜସେବା ହିଁ ଶିକ୍ଷାର ପ୍ରାଣକେନ୍ଦ୍ର
(5) ଶିକ୍ଷା ମାଧ୍ୟମରେ ମାନବିକତାର ମୁଲ୍ୟ।ୟନ
(6) ବିଭିନ୍ନ ଧନ୍ଦା ଓ ବୃତ୍ତି ମାଧ୍ୟମରେ ଶିକ୍ଷା
(7) ଶିକ୍ଷାଦ୍ବାରା ଦେଶପ୍ରୀତି ଓ ଆଧ୍ୟାତ୍ମିକତାର ପରିପ୍ରକାଶ
(8) ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ମାଧ୍ୟମରେ ଶିଶୁର ସାମଗ୍ରିକ ବିକାଶ ସାଧନ
(9) ଶିକ୍ଷାଦ୍ବାରା ନୈତିକ ଓ ଚାରିତ୍ରିକ ବିକାଶ ସାଧନ
(10) ସ୍ଵଦେଶପ୍ରୀତି ଓ ଦେଶ ଗଠନ ପାଇଁ ଶିକ୍ଷାର୍ଥୀମାନଙ୍କ ପ୍ରସ୍ତୁତି ।
(11) ନାରୀ ଶିକ୍ଷା ଓ ନାରୀ ଜାଗରଣ ସୃଷ୍ଟି

ସହ-ପାଠ୍ୟକ୍ରମର କାର୍ଯ୍ୟ- କେବଳ ପୁସ୍ତକଗତ ଶିକ୍ଷାଲାଭଦ୍ବାରା ମଣିଷର ଉନ୍ନତି ହୁଏ ନାହିଁ । ଗୋପବନ୍ଧୁ ଶିକ୍ଷା ସହ ଛାତ୍ରଛାତ୍ରୀମାନଙ୍କୁ ଚାଷ, ବଗିଚାକାମ, ଲୁଗାବୁଣିବା, କାଠକାମ ପ୍ରଭୃତି ପାଇଁ ଉତ୍ସାହିତ କରୁଥିଲେ । ବିଶେଷ କରି ଗୋପବନ୍ଧୁ ବିଦ୍ୟାଳୟରେ ସାହିତ୍ୟିକ କାର୍ଯ୍ୟାବଳୀ, ତର୍କ, ଖେଳକୁଦ, ପରିଭ୍ରମଣ ଓ ସମାଜସେବା ଉପରେ ଗୁରୁତ୍ଵ ଦେଉଥିଲେ ।

କ୍ରୀଡ଼ା ଓ ପାଠାଗାର- ଶାରୀରିକ ବିକାଶ ନିମନ୍ତେ କ୍ରୀଡ଼ା ବିଶେଷ ଉପଯୋଗୀ । ସତ୍ୟବାଦୀ ବନବିଦ୍ୟାଳୟରେ କ୍ରୀଡ଼ାର ସ୍ଥାନ ପାଠ୍ୟକ୍ରମର ପ୍ରଧାନ ବିଭାଗ ଥିଲା । ବନବିଦ୍ୟାଳୟର ପାଠାଗାରରେ ବିଭିନ୍ନ ପୁସ୍ତକ ରଖାଯାଉଥିଲା ।

ସମାଜସେବା- ସମାଜର ସେବା ହିଁ ଭଗବାନଙ୍କର ସେବା । ସମାଜରେ ଅଭାବ ଅନଟନ ମଧ୍ୟରେ କାଳ କାଟୁଥିବା କରୁଥିଲେ । ଗୋପବନ୍ଧୁ ବୈଷୟିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ଵ ଦେଉଥିଲେ ।

ଶୃଙ୍ଖଳା- ଶୃଙ୍ଖଳା ମନୋଭାବ ଗୋପବନ୍ଧୁଙ୍କ ଶିକ୍ଷାର ଅନ୍ୟ ଏକ ଲକ୍ଷ୍ୟ ଥିଲା । ଆତ୍ମଶୃଙ୍ଖଳା ଥିଲା ଶିକ୍ଷାର୍ଥୀମାନଙ୍କର ପ୍ରଧାନ ଶୃଙ୍ଖଳା । ସ୍ନେହ, ସହାନୁଭୂତି ଓ ଶାସନ ବଳରେ ଛାତ୍ରଛାତ୍ରୀମାନଙ୍କ ଖରାପ

ଆଚରଣର ପରିବର୍ତ୍ତନ କରାଯାଉଥିଲା । ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥାର ଅବନତିର ମୁଖ୍ୟ କାରଣ :
(1) ଅର୍ଥନୈତିକ ସମସ୍ୟା ଓ ଅନୁଦାନର ଅଭାବ
(2) ଗୋପବନ୍ଧୁଙ୍କ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ
(3) ଉପଯୁକ୍ତ ଶିକ୍ଷକଙ୍କ ଅଭାବ
(4) ସ୍ଥାନୀୟ ମୁଷ୍ଟିମେୟ ଲୋକଙ୍କ ବିରୋଧୀ ମନୋଭାବ
(5) ଗୋପବନ୍ଧୁଙ୍କ ଅକାଳ ମୃତ୍ୟୁ ପରେ ଶିକ୍ଷା ବ୍ୟବସ୍ଥା ଚଳାଇବାପାଇଁ ଉପଯୁକ୍ତ ନେତୃତ୍ବର ଅଭାବ ।

ତଥାପି ସତ୍ୟବାଦୀ ବନବିଦ୍ୟାଳୟ ଜାତୀୟ ଶିକ୍ଷା ଓ ଜାଗରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟି ସଦୃଶ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Leave a Comment