CHSE Odisha Class 12 Political Science Chapter 3 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 3 ଭାରତରେ ସଂଘୀୟବାଦ Long Answer Questions.

CHSE Odisha 12th Class Political Science Chapter 3 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବ୍ୟବସ୍ଥାପିକା ସଂପର୍କ (Legislative Relationship) ଆଲୋଚନା କର ।
Answer:
ସମ୍ବିଧାନର ନବମ ଖଣ୍ଡର ସପ୍ତମ ଅନୁସୂଚୀରେ କେନ୍ଦ୍ର ଓ ରାଜ୍ୟମାନଙ୍କର କ୍ଷମତା ବଣ୍ଟନକୁ ତିନିଗୋଟି ତାଲିକା ମାଧ୍ୟମର ବର୍ଣ୍ଣନା କରାଯାଇଛି; ଯଥା – କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା । କେନ୍ଦ୍ର ତାଲିକାରେ ୯୯ଟି ବିଷୟ ରହିଛି; ଯଥା – ପ୍ରତିରକ୍ଷା, କେନ୍ଦ୍ର ପୋଲିସ ଏବଂ ପରମାଣୁ ଶକ୍ତି ଇତ୍ୟାଦି ଯେଉଁଥରେ କେନ୍ଦ୍ର ସରକାର ନିର୍ବିଘ୍ନରେ କ୍ଷମତା ପ୍ରୟୋଗ କରିପାରିବେ । ଏହି କ୍ଷେତ୍ରରେ ଦେଶସାରା ଏକପ୍ରକାର ଆଇନର ଆବଶ୍ୟକତା ରହିଛି ।

  • ରାଜ୍ୟ ତାଲିକା – ଏହି ତାଲିକାରେ ସମୁଦାୟ ୬୧ଟି ବିଷୟ ଅଛି; ଯଥା – ପୋଲିସ, ଜେଲ, ଶାସନ ଏବଂ ସ୍ଥାନୀୟ ଶାସନ ଇତ୍ୟାଦି ଯେଉଁଥ‌ିରେ କି ରାଜ୍ୟ ସରକାର ଆଇନ ପ୍ରଣୟନ କରିପାରିବେ ।
  • ଯୁଗ୍ଧ ତାଲିକା – ଯୁଗ୍ମ ତାଲିକାରେ ୫୨ଟି ବିଷୟ ରହିଛି । ଏଗୁଡ଼ିକ ମଧ୍ୟରେ ପ୍ରଧାନ ବିଷୟ ହେଲା ବିବାହ ଓ ଛାଡ଼ପତ୍ର, ଯୋଜନା, ଶ୍ରମିକ ସଙ୍ଗଠନ ଓ କଲ୍ୟାଣ ଏବଂ ସମ୍ବାଦପତ୍ର ଇତ୍ୟାଦି ବିଷୟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିପାରିବେ । କିନ୍ତୁ ଉଭୟ ଆଇନ ମଧ୍ୟରେ ସଂଘର୍ଷ ଦେଖାଦେଲେ କେନ୍ଦ୍ରୀୟ ଆଇନ ବଳବତ୍ତର ରହିବ ।
  • ଅବଶିଷ୍ଟ କ୍ଷମତା – କେନ୍ଦ୍ର, ରାଜ୍ୟ ଓ ଯୁଗ୍ମ ତାଲିକା ଅର୍ନ୍ତଭୁକ୍ତ ହୋଇନଥୁବା ବିଷୟଗୁଡ଼ିକୁ ଅବଶିଷ୍ଟ କ୍ଷମତା କୁହାଯାଏ । ୨୪୮ ଧାରା ଅନୁଯାୟୀ ଏପରି କୌଣସି ବିଷୟରେ ଆଇନ ପ୍ରଣୟନ କରିବାର ଆବଶ୍ୟକତା ଅନୁଭୂତ ହେଲେ, ସେ ଆଇନ ପାର୍ଲିଆମେଣ୍ଟ ହିଁ ପ୍ରଣୟନ କରିପାରିବ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

ରାଜ୍ୟ ତାଲିକାଭୂକ୍ତ ବିଷୟ ଉପରେ ସଂସଦର ଆଇନ ପ୍ରଣୟନ ବ୍ୟବସ୍ଥା :

  • ରାଜ୍ୟସଭାର ପ୍ରସ୍ତାବ – ୨୪୯ ଧାରାରେ ବର୍ଣ୍ଣିତ ଅଛି ଯେ ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟ ଉପରେ ଆଇନ ପ୍ରଣୟନ କରିବାର ଆବଶ୍ୟକତା ଅନୁଭୂତ ହେଲେ ରାଜ୍ୟସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଏକ ପ୍ରସ୍ତାବଦ୍ଵାରା ପାର୍ଲିଆମେଣ୍ଟ ଏହି ଆଇନ ପ୍ରଣୟନ କରିବାର କ୍ଷମତା ପାଏ ।
  • ଜରୁରୀ ପରିସ୍ଥିତି – ସମ୍ବିଧାନର ୨୫୦ ଧାରାରେ ଲେଖାଅଛି ଯେ ଦେଶରେ ଜରୁରିକାଳୀନ ବ୍ୟବସ୍ଥା ଘୋଷିତ ହୋଇଥିଲେ ପାର୍ଲିଆମେଣ୍ଟ ରାଜ୍ୟ ତାଳିକାଭୁକ୍ତ ଯେକୌଣସି ବିଷୟରେ ଆଇନ କରିପାରିବେ । ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ରାଜ୍ୟ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ ।
  • କେନ୍ଦ୍ର ଆଇନର ଗୁରୁତ୍ବ – ୨୫୧ ଧାରା ଅନୁସାରେ ରାଜ୍ୟର ଆଇନ ପ୍ରଣୟନ କ୍ଷମତାକୁ ସଙ୍କୁଚିତ କରା ନ ଯାଇ କେନ୍ଦ୍ର ଓ ରାଜ୍ୟ ପ୍ରଣୀତ ଆଇନ ମଧ୍ୟରେ ବିରୋଧ ଦେଖାଦେଲେ କେନ୍ଦ୍ର ଆଇନ ବଳବତ୍ତର ରହିବାର ବ୍ୟବସ୍ଥା ଅଛି।
  • ରାଜ୍ୟର ଅନୁରୋଧ – ୨୫୨ ଧାରା ଅନୁସାରେ ଦୁଇ ବା ତତୋଽଧ୍ଵକ ରାଜ୍ୟ ରାଜ୍ୟ ତାଲିକାରେ ଥ‌ିବା କୌଣସି ବିଷୟରେ ଆଇନ କରିବାକୁ ପାର୍ଲିଆମେଣ୍ଟକୁ ଅନୁରୋଧ କରି ପ୍ରସ୍ତାବ ଗ୍ରହଣ କଲେ ସେହି ରାଜ୍ୟମାନଙ୍କ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ ।
  • ଆନ୍ତର୍ଜାତିକ ଚୁକ୍ତି – ୨୫୩ ଧାରାରେ ବର୍ଣ୍ଣିତ ଅଛି ଯେ କୌଣସି ଆନ୍ତର୍ଜାତିକ ସନ୍ଧି, ଚୁକ୍ତି ପାଳନ କରିବାପାଇଁ ଆବଶ୍ୟକ ହେଲେ ପାର୍ଲିଆମେଣ୍ଟ ଯେକୌଣସି ବିଷୟରେ ଆଇନ ପ୍ରଣୟନ କରେ ।
  • ରାଷ୍ଟ୍ରପତିଙ୍କ ସ୍ବୀକୃତି – ସମ୍ବିଧାନର ୨୦୦ ଧାରା ଅନୁଯାୟୀ ରାଜ୍ୟର ବିଧାନମଣ୍ଡଳଦ୍ଵାରା ଗୃହୀତ କୌଣସି ବିଲ୍‌କୁ ରାଜ୍ୟପାଳ ସ୍ଵୀକୃତି ନ ଦେଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଇ ପାରନ୍ତି । ରାଷ୍ଟ୍ରପତି ୨୦୧ ଧାରା ଅନୁସାରେ ଏହି ବିଲ୍ ଉପରେ ସ୍ବୀକୃତି ଦେଇପାରନ୍ତି କିମ୍ବା ନାସ୍ତି କରିପାରନ୍ତି । ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ହୁଏ ଯେ ବ୍ୟବସ୍ଥାପିକା ସମ୍ପର୍କ କ୍ଷେତ୍ରରେ କେନ୍ଦ୍ରର ପ୍ରାଧାନ୍ୟ ଅଧିକ ଓ ଜାତୀୟ ସଂହତି ଦୃଷ୍ଟିରୁ ଏହା ଆବଶ୍ୟକ ଅଟେ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୨ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରଶାସନିକ ସମ୍ପର୍କ (Administrative Relationship) ଆଲୋଚନା କର ।
Answer:
ସଂଘୀୟ ରାଷ୍ଟ୍ରରେ କ୍ଷମତା ବଣ୍ଟନ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ଵୟ ଆଣିବା କଷ୍ଟକର ବ୍ୟାପାର । ଆମ ସମ୍ବିଧାନ ଅନୁସାରେ କେନ୍ଦ୍ର ସରକାର ଅଧିକ କ୍ଷମତାର ଅଧିକାରୀ ଅଟେ । କାରଣ ଏହା କେନ୍ଦ୍ରାପସାରୀ ସଂଘୀୟ ରାଷ୍ଟ୍ରର ଅଧିକାରୀ ଅଟେ । ବାସ୍ତବରେ ଏହାଦ୍ଵାରା ରାଜ୍ୟମାନଙ୍କର ସ୍ଵାତନ୍ତ୍ର୍ୟ କ୍ଷୁଣ୍ଣ ହେଉଅଛି । କେନ୍ଦ୍ର-ରାଜ୍ୟ ପ୍ରଶାସନିକ ସମ୍ପର୍କ ସମ୍ବିଧାନର ଏକାଦଶ ଖଣ୍ଡରେ ଆଲୋଚିତ ହୋଇଛି ।

  • କେନ୍ଦ୍ରୀୟ ଆଧୂପତ୍ୟ – ଧାରା ୨୫୬ ଅନୁସାରେ କେନ୍ଦ୍ର ରାଜ୍ୟ ଉପରେ ଆଧୂପତ୍ୟ ବିସ୍ତାର କରେ । ପାର୍ଲିଆମେଣ୍ଟ ଦ୍ଵାରା ପ୍ରଣୀତ ଆଇନକୁ ମାନିବାକୁ ରାଜ୍ୟମାନେ ବାଧ୍ୟ । ବିଭିନ୍ନ ସମୟରେ କେନ୍ଦ୍ର ରାଜ୍ୟମାନଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ଦିଏ । ଏହି ନିର୍ଦ୍ଦେଶ ନ ମାନିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇପାରେ ।
  • କେନ୍ଦ୍ରର ନିର୍ବିଘ୍ନ କ୍ଷମତା – ୨୫୭ ଧାରା ଅନୁଯାୟୀ କେନ୍ଦ୍ରୀୟ ପ୍ରଶାସନିକ କ୍ଷମତାର ବ୍ୟବହାର ସମୟରେ ରାଜ୍ୟ ପ୍ରଶାସନିକ କ୍ଷମତା କୌଣସି ବାଧା ସୃଷ୍ଟି କରିବା ଉଚିତ ନୁହେଁ ।
  • ରାଜ୍ୟକୁ କ୍ଷମତା – ସମ୍ବାଦ ସରବରାହ, ଜାତୀୟ ପଥ, ରେଳପଥ ଆଦିର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସରକାର ରାଜ୍ୟର କର୍ମଚାରୀଙ୍କୁ ଅର୍ଥ, ନିର୍ଦ୍ଦେଶ ଓ ଦାୟିତ୍ଵ ଦେଇପାରେ ।
  • ବିକ୍ରିକର ଆଦାୟ – ୨୫୮ ଧାରା ଅନୁସାରେ ଆନ୍ତଃରାଜ୍ୟ ବିକ୍ରିକର ଆଦାୟ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ରାଜ୍ୟପାଳ କ୍ଷମତା ପ୍ରଦାନ କରିଛନ୍ତି ।
  • କେନ୍ଦ୍ରର ପ୍ରତିନିଧ୍ଵ – ରାଜ୍ୟପାଳ ରାଜ୍ୟର ଶାସନ ମୁଖ୍ୟ । ସେ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ହୁଅନ୍ତି ଓ ରାଷ୍ଟ୍ରପତିଙ୍କ ପ୍ରତିନିଧୁ ହିସାବରେ ଶାସନ କାର୍ଯ୍ୟ କରନ୍ତି । ରାଜ୍ୟପାଳ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂଯୋଜକର ଭୂମିକା ଗ୍ରହଣ କରିଥାଆନ୍ତି ।
  • ନଦୀଜଳ ବଣ୍ଟନ – ୨୬୨ ଧାରା ଅନୁଯାୟୀ ଆନ୍ତଃରାଜ୍ୟ ନଦୀଜଳ ବ୍ୟବହାର, ବଣ୍ଟନ ଓ ନିୟନ୍ତ୍ରଣ କ୍ଷେତ୍ରରେ ଦ୍ବନ୍ଦ୍ବ ଉପୁଜିଲେ ତାହାର ସମାଧାନ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ । ଏହା ସୁପ୍ରିମ୍‌କୋର୍ଟ, ହାଇକୋର୍ଟ କିମ୍ବା ନ୍ୟାୟାଳୟରେ ଉପସ୍ଥାପିତ ହେବ ନାହିଁ ।
  • ସରକାରୀ ନଥୁପତ୍ରକୁ ସମ୍ମାନ ପ୍ରଦର୍ଶନ ଭାରତ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟର ସରକାରୀ କାର୍ଯ୍ୟ ନଥୁପତ୍ର ଏବଂ ନ୍ୟାୟାଳୟର ବିବରଣୀ ସମସ୍ତଙ୍କଦ୍ବାରା ସ୍ବୀକୃତ ଓ ସମ୍ମାନିତ ହେବ ବୋଲି ସମ୍ବିଧାନରେ ବ୍ୟବସ୍ଥା ରହିଛି ।
  • ଆନ୍ତଃ-ରାଜ୍ୟ ପରିଷଦ – ୨୬୩ ଧାରା ଅନୁସାରେ ସର୍ବସାଧାରଣ ସ୍ଵାର୍ଥ ସଂରକ୍ଷଣ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଆନ୍ତଃରାଜ୍ୟ ପରିଷଦ ଗଠନ କରିପାରିବେ । ଏହା ନିମ୍ନଲିଖତ ମୁଖ୍ୟ କାର୍ଯ୍ୟ ସଂପାଦନ କରିପାରେ –
    1. ରାଜ୍ୟ-ରାଜ୍ୟ ମଧ୍ୟରେ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ସାଧାରଣ ସ୍ଵାର୍ଥକୁ କେନ୍ଦ୍ରକରି ବିବାଦ ଉପୁଜିଲେ ସେ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ।
    2. ଏହି ବିଷୟରେ ନୀତି ଓ କାର୍ଯ୍ୟ ମଧ୍ୟରେ ସମନ୍ଵୟ ସ୍ଥାପନ ପାଇଁ ସୁପାରିସ କରିବା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ସର୍ବଭାରତୀୟ ଚାକିରି – ୩୧୨ ଧାରା ଅନୁଯାୟୀ ସର୍ବଭାରତୀୟ ଚାକିରି ପାର୍ଲିଆମେଣ୍ଟଦ୍ଵାରା ସୃଷ୍ଟି କରାଯାଏ । ଏହି କର୍ମଚାରୀମାନଙ୍କଦ୍ୱାରା ରାଜ୍ୟ ଶାସନ ପରିଚାଳିତ ହୁଏ । ସେମାନଙ୍କର ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ଭ କେନ୍ଦ୍ରଦ୍ଵାରା ନିୟନ୍ତ୍ରିତ ହୁଏ ।
  • ଜରୁରୀ ପରିସ୍ଥିତି – ରାଜ୍ୟରେ ସମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲେ କିମ୍ବା ରାଜ୍ୟ କେନ୍ଦ୍ରର ନିର୍ଦ୍ଦେଶ ନ ମାନିଲେ ସମ୍ବିଧାନର ୩୫୬ ଧାରା ଅନୁସାରେ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୁଏ । ଏହାଦ୍ଵାରା ପାର୍ଲିଆମେଣ୍ଟ ରାଜ୍ୟ ପାଇଁ ଆଇନ ପ୍ରଣୟନ କରେ ଓ ବସ୍ତୁତଃ ରାଜ୍ୟରେ କେନ୍ଦ୍ରର ଶାସନ ଚାଲେ । ଏତଦ୍‌ଭିନ୍ନ କେନ୍ଦ୍ରର ଆହ୍ବାନକ୍ରମେ ରାଜ୍ୟରୁ ବିଭିନ୍ନ ବିଭାଗରେ ନିଯୁକ୍ତ କର୍ମଚାରୀମାନେ ବିଭିନ୍ନ ସମୟରେ ସମ୍ମିଳନୀମାନଙ୍କରେ ମିଳିତ ହୋଇ ରାଜ୍ୟରେ କେନ୍ଦ୍ରୀୟ ନୀତିନିୟମ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରନ୍ତି । ଏକ ସଂଘୀୟ ବ୍ୟବସ୍ଥାରେ ଐକ୍ୟ ଓ ସଂହତି ପ୍ରତିଷ୍ଠା ପାଇଁ କେନ୍ଦ୍ରର ରାଜ୍ୟ ପ୍ରଶାସନ ଉପରେ କର୍ତ୍ତୃତ୍ଵ ରହିବା ବାଞ୍ଛନୀୟ ।

୩ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥିକ ସମ୍ପର୍କ (Financial Relationship) ଆଲୋଚନା କର ।
Answer:
କେନ୍ଦ୍ର ତାଲିକାଭୁକ୍ତ ବିଷୟ ସମ୍ବନ୍ଧୀୟ ଟିକସ ବସାଇବା ଓ ଆଦାୟ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ଵ । ସେହିପରି ରାଜ୍ୟ ତାଲିକାଭୁକ୍ତ ବିଷୟ ସମ୍ପର୍କରେ ଟିକସ ବସାଇବା ଓ ଆଦାୟ କରିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥକ ସମ୍ପର୍କ ନିର୍ଦ୍ଧାରଣ କରିବାପାଇଁ ସମ୍ବିଧାନର ଦ୍ବାଦଶ ଖଣ୍ଡରେ ଥିବା ବ୍ୟବସ୍ଥାଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

  • ରାଜ୍ୟର ରାଜସ୍ବ – କେତେଗୁଡ଼ିଏ ଟିକସ ରାଜ୍ୟ ଧାର୍ଯ୍ୟ କରେ, ଆଦାୟ ଓ ଖର୍ଚ୍ଚ କରେ । ସେଗୁଡ଼ିକ ହେଲା ଭୂରାଜସ୍ଵ, ରାଜ୍ୟ ଅବକାରୀ ଶୁଳ୍‌କ, ବିକ୍ରିକର ଏବଂ ପଣ୍ୟକର ପ୍ରଭୃତି ।
  • କେନ୍ଦ୍ରର ରାଜସ୍ବ – କେତେଗୁଡ଼ିଏ ଟିକସ କେନ୍ଦ୍ର ସରକାରଙ୍କଦ୍ବାରା ଧାର୍ଯ୍ୟ, ଆଦାୟ ଓ ଖର୍ଚ୍ଚ କରାଯାଏ । ସେଗୁଡ଼ିକ ହେଲା – ରେଳପଥ, ଡାକ, ତାର ଓ ଟେଲିଫୋନ୍, ଆକାଶବାଣୀ, ଦୂରଦର୍ଶନ, ଡାକଘର ଏବଂ ତମାଖୁ ଶୁଳ୍‌କ ଇତ୍ୟାଦି ।
  • କେନ୍ଦ୍ରଦ୍ବାରା ଧୀର୍ଯ୍ୟ ଓ ଆଦାୟ ରାଜସ୍ବ ରାଜ୍ୟ ବ୍ୟୟ କରେ – ୨୬୯ ଧାରା ଅନୁସାରେ କେତେଗୁଡ଼ିଏ ଟିକସ କେନ୍ଦ୍ରଦ୍ବାରା ଧାର୍ଯ୍ୟ ଓ ଆଦାୟ ହୋଇ ରାଜ୍ୟମାନଙ୍କୁ ଖର୍ଚ୍ଚ କରିବାକୁ ଦିଆଯାଏ । ଏଗୁଡ଼ିକ ହେଲା – ମୃତ୍ୟୁ କର, ଉତ୍ତରାଧୁକାର ସମ୍ପଭି କର, ରେଳଭଡ଼ା ଓ ମାଲ ଉପରେ ଟିକସ ଇତ୍ୟାଦି ।
  • କେନ୍ଦ୍ରଦ୍ବାରା ଧାର୍ଯ୍ୟ ଓ ଆଦାୟ ରାଜସ୍ୱ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଣ୍ଟନ କେନ୍ଦ୍ରଦ୍ଵାରା ଧାର୍ଯ୍ୟ ଓ ଆଦାୟ ହେଉଥିବା କେତେକ ଟିକସର ଆଦାୟ ପରିମାଣରୁ କିଛି ଅଂଶ କେନ୍ଦ୍ର ନିଏ ଓ ଅନ୍ୟ କିଛି ଅଂଶ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଏ । କେନ୍ଦ୍ର ଅବକାରୀ କର ଓ ଆୟ କର ଏହାର ଅନ୍ତର୍ଭୁକ୍ତ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ସହାୟକ ଅନୁଦାନ – ୨୭୩ ଧାରାର ବ୍ୟବସ୍ଥା ଅନୁଯାୟୀ ରାଜ୍ୟମାନେ ବିଭିନ୍ନ କାରଣରୁ କେନ୍ଦ୍ରଠାରୁ ଆର୍ଥିକ ସାହାଯ୍ୟ ପାଆନ୍ତି । ଆସାମ, ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ଝୋଟ ରପ୍ତାନୀ କର ପରିବର୍ତ୍ତେ କେନ୍ଦ୍ରଠାରୁ ସହାୟକ ଅନୁଦାନ ପାଆନ୍ତି । ରାଜ୍ୟର ଅନୁସୂଚିତ ଜାତି, ଉପଜାତି ଓ ଦୁର୍ବଳ ଶ୍ରେଣୀ ଲୋକମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ବାବଦରେ କେନ୍ଦ୍ର ଆର୍ଥିକ ସାହାଯ୍ୟ ଦିଅନ୍ତି ।
  • ଅର୍ଥ ଆୟୋଗ – ୨୮୦ ଧାରା ଅନୁଯାୟୀ ପ୍ରତି ପାଞ୍ଚ ବର୍ଷରେ ଥରେ ରାଷ୍ଟ୍ରପତି ଜଣେ ଚେୟାରମ୍ୟାନ୍ ଓ ଅନ୍ୟ ଚାରିଜଣ ସଭ୍ୟବିଶିଷ୍ଟ ଏକ ଅର୍ଥ ଆୟୋଗ ନିଯୁକ୍ତ କରନ୍ତି । ଏହି ଆୟୋଗ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥନୀତିକ ସମ୍ପର୍କର ସମୀକ୍ଷା କରେ । ଏହି ଆୟୋଗ ବାସ୍ତବ ପକ୍ଷେ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣ କରେ ।
  • ଆର୍ଥିକ ଜରୁରିକାଳୀନ ପରିସ୍ଥିତି – ସମ୍ବିଧାନର ୩୬୦ ଧାରା ଅନୁସାରେ ରାଷ୍ଟ୍ରପତି ସମଗ୍ର ଦେଶରେ ବା କେତେକ ଅଞ୍ଚଳରେ ଆର୍ଥକ ଜରୁରିକାଳୀନ ବ୍ୟବସ୍ଥା ଘୋଷଣା କରନ୍ତି । ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟକୁ ଆର୍ଥନୀତିକ ନିର୍ଦ୍ଦେଶ ଦିଅନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜସ୍ବ ବଣ୍ଟନ ନୀତିର ସମୀକ୍ଷା କରନ୍ତି । ଆର୍ଥିକ କ୍ଷେତ୍ରରେ ମଧ୍ୟ କେନ୍ଦ୍ରର ପ୍ରାଧାନ୍ୟ ରହିଛି । ରାଜମାନ୍ନାର କମିଟି ଓ ଜ୍ୟୋତିବସୁଙ୍କ ସୁପାରିସ ଗ୍ରହଣ କରାଯାଇନାହିଁ; କିନ୍ତୁ ଦେଶର ଐକ୍ୟ ଦୃଷ୍ଟିରୁ ଏହା ଯଥାର୍ଥ ଅଟେ ।

୪ । ଭାରତର ସମ୍ବିଧାନର କେନ୍ଦ୍ରୀକରଣ ଉପାଦାନ (Centralising Features) ବା ଐକିକ ଲକ୍ଷଣଗୁଡ଼ିକ ଦର୍ଶାଅ ।
Answer:
ଭାରତ ଏକ ସଂଘୀୟ ବା ଐକିକ ରାଷ୍ଟ୍ର ଏ ବିଷୟରେ ସମ୍ବିଧାନରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନାହିଁ । ତଥାପି ଭାରତ ସମ୍ବିଧାନରେ ସଂଘୀୟ ଉପାଦାନର ଉପସ୍ଥିତି ସହ ଐକିକ ଲକ୍ଷଣମାନ ମଧ୍ୟ ପରିଦୃଷ୍ଟ ହୁଏ ।
ସମ୍ବିଧାନର ୧ ଧାରାରେ ଭାରତକୁ ଏକ ରାଜ୍ୟସଂଘ ବୋଲି ଘୋଷଣା କରାଯାଇଛି । K.C. Wheareଙ୍କ ମତ ଅନୁସାରେ ଭାରତ ଏକ ଅର୍ଥସଂଘୀୟ ରାଷ୍ଟ୍ର ଅଟେ । ସଂଘୀୟ ଶାସନର ସମସ୍ତ ଲକ୍ଷଣ ଆମ ସମ୍ବିଧାନରେ ଥିଲେ ମଧ୍ୟ ଏହା ଯେ ଐକିକ ଶାସନ ପ୍ରଣାଳୀଦ୍ଵାରା ପ୍ରଭାବିତ ଏଥ‌ିରେ ସନ୍ଦେହ ନାହିଁ ।

  • ଏକକ ସମ୍ବିଧାନ – ସଂଘୀୟ ରାଷ୍ଟ୍ରରେ ରାଷ୍ଟ୍ରସଂଘ ଏବଂ ରାଜ୍ୟମାନଙ୍କ ପାଇଁ ଅଲଗା ଅଲଗା ସମ୍ବିଧାନ ଥାଏ । ମାତ୍ର ଭାରତରେ ଗୋଟିଏ ସମ୍ବିଧାନଦ୍ଵାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ଶାସନ ପରିଚାଳିତ ହେଉଛି ।
  • ରାଜ୍ୟର ଭୂଚିତ୍ର ପରିବର୍ତ୍ତନ – ସମ୍ବିଧାନର ୩ ଧାର ଅନୁସାରେ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରି ନୂତନ ରାଜ୍ୟ ସୃଷ୍ଟି କରିପାରେ, ସୀମା ପରିବର୍ତ୍ତନ କରିପାରେ, ରାଜ୍ୟର ନାମ ବଦଳାଇ ପାରେ ଓ ଆୟତନ ହ୍ରାସ ଓ ବୃଦ୍ଧି କରିପାରେ ।
  • ଏକକ ନାଗରିକତ୍ବ – ସଂଘୀୟ ରାଷ୍ଟ୍ରରେ ଦ୍ୱୈତନାଗରିକତ୍ବ ପ୍ରଥା ପ୍ରଚଳିତ ଥିଲେ ମଧ୍ୟ ଭାରତରେ ଏକକ ନାଗରିକତ୍ବ ପ୍ରଚଳିତ ।
  • ଅସମାନ ପ୍ରତିନିଧ୍ବ – ସଂଘୀୟ ରାଷ୍ଟ୍ରର ପାର୍ଲିଆମେଣ୍ଟରେ ଦ୍ଵିତୀୟ କକ୍ଷ ରାଜ୍ୟମାନଙ୍କରୁ ସମାନସଂଖ୍ୟକ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠିତ ହୋଇଥାଏ । ମାତ୍ର ଭାରତରେ ରାଜ୍ୟଗୁଡ଼ିକ ରାଜ୍ୟସଭାକୁ ସମାନସଂଖ୍ୟକ ପ୍ରତିନିଧ୍ ପଠାନ୍ତି ନାହିଁ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ସମ୍ବିଧାନର ସୁରକ୍ଷା – ଭାରତ ସମ୍ବିଧାନର ସୁରକ୍ଷା ଦାୟିତ୍ଵ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ । କୌଣସି ରାଜ୍ୟରେ ସାମ୍ବିଧାନିକ ସ୍ଥିତି ଭାଙ୍ଗିପଡ଼ିଲେ କିମ୍ବା ଭାଙ୍ଗି ପଡ଼ିବାର ଦେଖାଗଲେ ୩୫୬ ଧାରା ଅନୁସାରେ କେନ୍ଦ୍ର ସରକାର ସେହି ରାଜ୍ୟର ଶାସନ ଦାୟିତ୍ଵ ହାତକୁ ନିଅନ୍ତି ।
  • ଏକକ ବିଚାର ବ୍ୟବସ୍ଥା – ଆମେରିକା ପ୍ରଭୃତି ସଂଘୀୟ ରାଷ୍ଟ୍ରରେ ରାଜ୍ୟ ଏବଂ ସଂଘ ପାଇଁ ସ୍ବତନ୍ତ୍ର ବିଚାର ବ୍ୟବସ୍ଥା ଥିବା ସ୍ଥଳେ ଭାରତରେ ଏକକ ବିଚାର ବ୍ୟବସ୍ଥା ଅଛି ।
  • ଯୋଜନା କମିଶନ – ଭାରତର ଦ୍ରୁତ ଆର୍ଥନୀତିକ ଅଭିବୃଦ୍ଧି ପାଇଁ ଏକ ‘ଯୋଜନା କମିଶନ’ ଅଛି । ଏହା ସାମ୍ବିଧାନିକ ଅନୁଷ୍ଠାନ ନୁହେଁ । ପାର୍ଲିଆମେଣ୍ଟ ଆଇନଦ୍ଵାରା ଏହା ସଂଗଠିତ । ରାଜ୍ୟର ଉନ୍ନୟନମୂଳକ ଯୋଜନା, ଯୋଜନା କମିଶନଦ୍ଵାରା ଅନୁମୋଦିତ ନ ହେଲେ କାର୍ଯ୍ୟକାରୀ ହୁଏ ନାହିଁ ।
  • ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧୁ – ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ପ୍ରତିନିଧୁରୂପେ କାର୍ଯ୍ୟ କରନ୍ତି ଏବଂ ତାଙ୍କର-କାର୍ଯ୍ୟକାଳ ରାଷ୍ଟ୍ରପତିଙ୍କ ଆନନ୍ଦ ବା ମର୍ଜି ଉପରେ ନିର୍ଭର କରେ । ରାଜ୍ୟପାଳ ପ୍ରତି ୧୫ ଦିନରେ ଥରେ ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟ ଶାସନ ବିଷୟରେ ବିବରଣୀ ପଠାନ୍ତି । ବିଧାନସଭାଦ୍ଵାରା ଗୃହୀତ ବିଲ୍‌କୁ ସମ୍ବିଧାନର ୨୦୦ ଧାରା ଅନୁସାରେ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ସଂରକ୍ଷଣ କରନ୍ତି । ଉପରୋକ୍ତ ଲକ୍ଷଣଗୁଡ଼ିକ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି । ଏଥୁରୁ ପ୍ରମାଣ ମିଳୁଛି ଯେ ଭାରତର ଶାସନ ବ୍ୟବସ୍ଥା ସଂଘୀୟାକୃତି; ମାତ୍ର ଐକିକ ଆତ୍ମାସଦୃଶ କାର୍ଯ୍ୟ କରୁଛି । ଏହା ଫଳରେ ରାଜ୍ୟମାନଙ୍କର ସ୍ବାତନ୍ତ୍ର୍ୟ କ୍ଷୁଣ୍ଣ ହେଉଛି ।

୫ । ଭାରତୀୟ ସଂଘୀୟ ଶାସନର ସ୍ବରୂପ ସମ୍ବନ୍ଧରେ ଆଲୋଚନା କର ।
କିମ୍ବା, ‘ଭାରତ ଆକାରରେ ସଂଘୀୟ, ମାତ୍ର ପ୍ରକୃତିରେ ଐକିକ’ – ଏହି ଉକ୍ତିର ସତ୍ୟତା ପରୀକ୍ଷା କର ।
Answer:
ଭାରତର ଶାସନ ବ୍ୟବସ୍ଥା ଏକ ସଂଘୀୟ ରାଷ୍ଟ୍ରର ସ୍ବରୂପ ପ୍ରତିଫଳନ କରୁଥିଲେ ମଧ୍ୟ ‘ସଂଘୀୟ’ ଶବ୍ଦ ଏହାର ସମ୍ବିଧାନର କୌଣସିଠାରେ ବ୍ୟବହୃତ ହୋଇନାହିଁ । ବରଂ ଭାରତ ସମ୍ବିଧାନର ୧ ଧାରାରେ ଭାରତକୁ ‘ରାଜ୍ୟମାନଙ୍କର ଏକ ସମ୍ମଳନ’ ବୋଲି ଘୋଷଣା କରାଯାଇଛି । ଆମେରିକାର ସଂଘୀୟ ବ୍ୟବସ୍ଥାର ପ୍ରଭାବ ଭାରତୀୟ ସମ୍ବିଧାନ ପ୍ରଣେତାମାନଙ୍କ ଉପରେ ପଡ଼ିଥିଲା । ଆମେରିକାରେ ଏକ ଦୃଢ଼ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ କ୍ଷୁଦ୍ର ରାଜ୍ୟମାନେ ପରସ୍ପର ମଧ୍ୟରେ ଚୁକ୍ତି ସମ୍ପାଦନ କରି ଏହି ସଂଘୀୟ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ଏହି ପ୍ରକାର ରାଷ୍ଟ୍ରକୁ ‘କେନ୍ଦ୍ରାଭିମୁଖୀ ରାଷ୍ଟ୍ରସଂଘ’ (Centripetal Federation) କୁହାଯାଏ । କିନ୍ତୁ ଭାରତରେ ଏକ ସ୍ଵାଧୀନ ରାଷ୍ଟ୍ରକୁ ଶାସନର ସୁବିଧା ଦୃଷ୍ଟିରୁ ସ୍ଵତନ୍ତ୍ର ପ୍ରଶାସନିକ କ୍ଷମତା ସହ କେତେକ କ୍ଷୁଦ୍ର ରାଜ୍ୟରେ ପରିଣତ କରାଯାଇଛି ।

ତେଣୁ ଭାରତକୁ ‘କେନ୍ଦ୍ରାପସାରୀ ରାଷ୍ଟ୍ରସଂଘ’ (Centrifugal Federation) କୁହାଯାଏ । ଭାରତୀୟ ସଂଘୀୟ ବ୍ୟବସ୍ଥାର ଇତିହାସ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଆସିଛି । ୧୯୧୯ ମସିହାରେ ମଣ୍ଟେଗୁ- ଚେମସ୍ଫୋର୍ଡଙ୍କ ରିପୋର୍ଟରେ ପ୍ରଥମଥର ପାଇଁ ଏକ ସର୍ବଭାରତୀୟ ରାଷ୍ଟ୍ରସଂଘର ପରିକଳ୍ପନା କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା । ଏହାପରେ ୧୯୩୫ ମସିହାରେ ଭାରତ ଶାସନ ଆଇନରେ ବ୍ରିଟିଶ୍ କର୍ତ୍ତୃତ୍ବାଧୀନ ଭାରତ ଓ କେତେକ ଭାରତୀୟ ରାଜ୍ୟକୁ ନେଇ ରାଷ୍ଟ୍ରସଂଘ ଗଠନ କରାଯାଇଥିଲେ ମଧ୍ୟ ତା’ର ପ୍ରକୃତ ରୂପରେଖ ଭାରତ ସ୍ଵାଧୀନତାପ୍ରାପ୍ତି ପରେ ପ୍ରକାଶ ପାଇଥିଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

ଏକ ସଂଘୀୟ ରାଷ୍ଟ୍ରରେ ୪ଟି ମୁଖ୍ୟ ଉପାଦାନ ରହିଥାଏ । ସେଗୁଡ଼ିକ ହେଲା –

  • ଲିଖ୍ ଓ ଅନମନୀୟ ସମ୍ବିଧାନ,
  • ଦ୍ଵୈତ ଶାସନ ବ୍ୟବସ୍ଥା ଓ କ୍ଷମତାର ସାମ୍ବିଧାନିକ ବଣ୍ଟନ,
  • ଏକ ସ୍ବାଧୀନ ଓ ନିରପେକ୍ଷ ନ୍ୟାୟାଳୟ ଓ
  • ଦ୍ବିସଦନୀୟତା । ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଉପରୋକ୍ତ ସଂଘୀୟ ଲକ୍ଷଣଗୁଡ଼ିକ ପୂର୍ଣ୍ଣମାତ୍ରାରେ ପରିଦୃଷ୍ଟ ହେଉଥ‌ିବାରୁ ଭାରତ ନିଃସନ୍ଦେହରେ ଏକ ସଂଘୀୟ ରାଷ୍ଟ୍ର ଅଟେ । ଭାରତ ସମ୍ବିଧାନ ଲିଖ୍ ଓ ଅନମନୀୟ ଅଟେ । ଏଠାରେ ଶାସନ କ୍ଷମତା ସମ୍ବିଧାନଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ଉଚ୍ଚତମ ନ୍ୟାୟାଳୟ ନିରପେକ୍ଷ ଭାବେ ସଂଘୀୟ ଅଦାଲତ ହିସାବରେ କାର୍ଯ୍ୟ କରୁଛି । ଭାରତର ସଂସଦ ଲୋକସଭା ଓ ରାଜ୍ୟସଭା ପରି ଦୁଇ ସଦନବିଶିଷ୍ଟ ଅଟେ । ଲୋକସଭା ଲୋକମାନଙ୍କୁ ଓ ରାଜ୍ୟସଭା ସହଯୋଗୀ ରାଜ୍ୟମାନଙ୍କୁ ପ୍ରତିନିଧୁତ୍ଵର ସୁଯୋଗ ଦେଉଛି ।

ଭାରତରେ ସଂଘୀୟ ବ୍ୟବସ୍ଥାର ପ୍ରଚଳନ ପାଇଁ ସମ୍ବିଧାନ ପ୍ରଣେତାମାନେ ନିମ୍ନଲିଖୁତ ଦୃଷ୍ଟିକୋଣରୁ ବାଧ୍ୟ ହୋଇଥିଲେ । ପ୍ରଥମତଃ, ଭାରତରେ ପ୍ରଗତିର ବିଭିନ୍ନ ସ୍ତରରେ ଥିବା ରାଜ୍ୟମାନଙ୍କୁ ଜାତୀୟ ମହାସ୍ରୋତରେ ସାମିଲ ହେବାପାଇଁ ରାଜ୍ୟ ସରକାରଙ୍କର ସଙ୍ଗଠନ ମାଧ୍ୟମରେ ସୁଯୋଗ ଦେବା; ଦ୍ବିତୀୟତଃ, ଭାରତର ଭୌଗୋଳିକ ବିଶାଳତା ଦୃଷ୍ଟିରୁ ଏହାକୁ ଗୋଟିଏ କେନ୍ଦ୍ର ସରକାରଦ୍ଵାରା ଶାସନ କରିବା ସମ୍ଭବପର ହେଉ ନଥିବାରୁ; ତୃତୀୟତଃ, ସଂଖ୍ୟାଲଘୁ ଗୋଷ୍ଠୀଙ୍କର ସ୍ଵାର୍ଥର ସଂରକ୍ଷଣ ଓ ପରିବର୍ତ୍ତନ ଏବଂ ଚତୁର୍ଥତଃ, ୧୯୩୫ ମସିହାର ଭାରତ ଶାସନ ଆଇନରେ ସଂଘୀୟ ବ୍ୟବସ୍ଥାର ପ୍ରଚଳନ କରାଯାଇଥିବାରୁ ସମ୍ବିଧାନ ପ୍ରଣେତାମାନେ ସଂଘୀୟ ବ୍ୟବସ୍ଥାର ପ୍ରଚଳନ ସପକ୍ଷରେ ମତ ଦେଇଥିଲେ ।

ଭାରତ ସମ୍ବିଧାନର ସ୍ଵରୂପ ସଂଘୀୟ ହୋଇଥିଲେ ମଧ୍ୟ ପ୍ରଫେସର ଜେନିଙ୍ଗ୍‌ସ, ପ୍ରଫେସର ହେୟାର, କେ. ସାନ୍ମାନାମ୍‌ ଇତ୍ୟାଦି ଏକ ଐକିକ ରାଷ୍ଟ୍ରର ପ୍ରତିଷ୍ଠା ଏଠାରେ କରାଯାଇଛି ବୋଲି ମତ ଦେଇଥା’ନ୍ତି । କେନ୍ଦ୍ର ସରକାର ବନାମ୍ ପଶ୍ଚିମବଙ୍ଗ ରାଜ୍ୟ ମୋକଦ୍ଦମାରେ ଉଚ୍ଚତମ ନ୍ୟାୟାଳୟ ମଧ୍ଯ ଭାରତରେ କୌଣସି ପ୍ରାଚୀନ ସଂଘୀୟ ବ୍ୟବସ୍ଥାର ପ୍ରଚଳନ ନାହିଁ ବୋଲି ମତ ଦେଇଛନ୍ତି । ଡ.ପି.ପି. ଗଜେନ୍ଦ୍ର ଗଡ଼କରଙ୍କ ମତରେ, “ ଭାରତର ସମ୍ବିଧାନରେ କେତେକ ସଂଘୀୟ ଲକ୍ଷଣ ରହିଥିଲେ ମଧ୍ୟ ଏହା ପ୍ରକୃତପକ୍ଷେ ଏକ ସଂଘୀୟ ରାଷ୍ଟ୍ର ନୁହେଁ ।” ଡଃ. ବି.ଆର୍.ଆମ୍ବେଦକରଙ୍କ ମତାନୁଯାୟୀ ସମୟ ଓ ପରିସ୍ଥିତି ଦୃଷ୍ଟିରୁ ଭାରତ ଉଭୟ ସଂଘୀୟ ଓ ଐକିକି ପ୍ରକୃତି ଗ୍ରହଣ କରିଛି ।

ଭାରତୀୟ ସଂଘୀୟ ବ୍ୟବସ୍ଥାର ଐକିକ ଲକ୍ଷଣ – ନିମ୍ନଲିଖତ ଐକିକ ଲକ୍ଷଣ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ପରିଦୃଷ୍ଟ ହୁଏ ।

  • ସମ୍ବିଧାନର ୧ ଧାରାରେ ଭାରତକୁ ‘ରାଜ୍ୟମାନଙ୍କର ସମ୍ମଳନ’ ବୋଲି ଘୋଷଣା କରାଯାଇଛି ।
  • ସମ୍ବିଧାନର ୩ ଧାରା ଅନୁସାରେ ରାଜ୍ୟମାନଙ୍କର ନାମ ଓ ସୀମାରେଖାରେ ପରିବର୍ତ୍ତନ ଏକ ସାଧାରଣ ସଂଖ୍ୟାଗରିଷ୍ଠତା ସହ କେନ୍ଦ୍ରୀୟ ସଂସଦ କରିପାରିବ ।
  • ରାଜ୍ୟ ଶାସନର ମୁଖ୍ୟ ରାଜ୍ୟପାଳ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ହୋଇ କେନ୍ଦ୍ରର ପ୍ରତିନିଧ୍ବ ରୂପେ କାର୍ଯ୍ୟ କରନ୍ତି ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ଜରୁରୀ ପରିସ୍ଥିତିରେ ଏପରିକି ସାଧାରଣ ପରିସ୍ଥିତିରେ ମଧ୍ୟ ରାଜ୍ୟସଭାର ଦୁଇ-ତୃତୀୟାଂଶ ସମର୍ଥନ ସହ ଗୃହୀତ ପ୍ରସ୍ତାବ ବଳରେ କିମ୍ବା ଆନ୍ତର୍ଜାତିକ ଚୁକ୍ତିର କାର୍ଯ୍ୟକାରିତା ପାଇଁ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରିବ ।
  • ଜରୁରୀ ପରିସ୍ଥିତି ଘୋଷିତ ହୋଇଥିବା ସମୟରେ ବିଶେଷତଃ ରାଷ୍ଟ୍ରପତି ଶାସନ ସମୟରେ ରାଜ୍ୟ ଶାସନ କେନ୍ଦ୍ରର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥାଏ ।
  • ଭାରତର ରାଜ୍ୟମାନେ ଆର୍ଥିକ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭରଶୀଳ ଅଟନ୍ତି ।
  • ଭାରତରେ ଏକ ସମ୍ବିଧାନ ଓ ଏକକ ନାଗରିକତା ନୀତିର ପ୍ରଚଳନ ଅଛି ।
  • ଏକ ସର୍ବଭାରତୀୟ ପ୍ରଶାସନିକ ସେବାସଂସ୍ଥା ଜରିଆରେ ଶାସନକାର୍ଯ୍ୟ, ପରିଚାଳିତ ହେଉଛି ।
  • ସମ୍ବିଧାନ ସଂଶୋଧନ କରିବାର କ୍ଷମତା କେବଳ କେନ୍ଦ୍ର ସରକାରଙ୍କର ଥିଲେ ମଧ୍ୟ ଏହି ସମ୍ବିଧାନ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ପ୍ରଯୁଜ୍ୟ ଅଟେ ।
  • ଯୋଜନା କମିଶନ, ଅର୍ଥକମିଶନ, ମହା ହିସାବରକ୍ଷକ ଓ ସମୀକ୍ଷକ, ନିର୍ବାଚନ କମିଶନ ଇତ୍ୟାଦି ଭାରତରେ କ୍ଷମତା କେନ୍ଦ୍ରୀକରଣ ପାଇଁ ଦାୟୀ ଅଟନ୍ତି ।

ଉପରୋକ୍ତ ଲକ୍ଷଣଗୁଡ଼ିକୁ ବିଚାରକୁ ନେଇ ସମାଲୋଚକମାନେ ଭାରତକୁ ଏକ ଐକିକ ରାଷ୍ଟ୍ର ରୂପେ ଘୋଷଣା କରିଥା’ନ୍ତି । ପି.ଟି. ବ୍ୟାକୋଙ୍କ ମତରେ, ଶାସନ ବିଧାୟକ ସଭା ଯେଉଁ ବ୍ୟବସ୍ଥା ସୃଷ୍ଟି କରିଛି, ତାହା ଆକୃତିରେ ସଂଘୀୟ ହୋଇଥିଲେ ମଧ୍ୟ ବସ୍ତୁତଃ ଐକିକ ଅଟେ ।” କେ.ଏମ୍. ମୁନ୍ସୀ ଏହାକୁ ଏକ ଅର୍ଥସଂଘୀୟ (Quasi-Federal) ବ୍ୟବସ୍ଥା ରୂପେ ଅଭିହିତ କରି ମତ ଦେଇଥିଲେ ଯେ ଏଠାରେ ଅନେକଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ଐକିକ ଲକ୍ଷଣ ସ୍ଥାନ ପାଇଛି ।

  • କେନ୍ଦ୍ର ଶକ୍ତିଶାଳୀ ହେବାର କାରଣ – ଭାରତରେ କେନ୍ଦ୍ରକୁ ସୁଦୃଢ଼ କରିବାପାଇଁ ଦେଶର ନିରାପତ୍ତା, ବିଚ୍ଛିନ୍ନତାବାଦୀ ଶକ୍ତିର ଉପସ୍ଥିତ, ଜାତୀୟ ସଂହତି ରକ୍ଷାଜନିତ ସମସ୍ୟା, ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା, ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରକୃତ ସ୍ଥାନ, ଐତିହାସିକ ପୃଷ୍ଠଭୂମି ତଥା ବର୍ତ୍ତମାନ ପୃଥିବୀରେ କେନ୍ଦ୍ରାଭିମୁଖୀ ଚିନ୍ତାଧାରାର ଦ୍ରୁତ ପ୍ରବାହ ଇତ୍ୟାଦି ପରିସ୍ଥିତି ଦାୟୀ ଅଟେ ।
    ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ ଭାରତ ଏକ ସଂଘୀୟ ରାଷ୍ଟ୍ର ଅଟେ ।

କିନ୍ତୁ ଜବାହାରଲାଲ ନେହେରୁଙ୍କ ମତାନୁଯାୟୀ ଶାନ୍ତିର ସଂରକ୍ଷଣ, ସାଧାରଣ ସ୍ଵାର୍ଥଜନିତ ବିଷୟ ମଧ୍ଯରେ ସଂଯୋଗ ରକ୍ଷା, ଆନ୍ତର୍ଜାତିକ ସ୍ତରରେ ସମଗ୍ର ଭାରତବର୍ଷର ମର୍ଯ୍ୟାଦା ବୃଦ୍ଧି ଇତ୍ୟାଦି ଦୃଷ୍ଟିକୋଣରୁ ଭାରତରେ କେନ୍ଦ୍ରକୁ କ୍ଷମତାଶାଳୀ ଓ ଦୃଢ଼ କରାଯାଇଛି । ତେଣୁ ଯେଉଁମାନେ ଭାରତକୁ ‘ଅର୍ଥ-ସଂଘୀୟ’ ବା ‘ଐକ୍ୟ-ସଂଘୀୟ’ (Fedro-Unitary) ରାଷ୍ଟ୍ରରୂପେ ଅଭିହିତ କରିଛନ୍ତି, ସେମାନେ ସାଧାରଣତଃ ଡାଇସି, ଫ୍ରିମ୍ୟାନ୍ ଇତ୍ୟାଦିଙ୍କ ସଂଘବାଦ ସମ୍ପର୍କୀୟ ସଂଜ୍ଞାକୁ ବିଚାରକୁ ନେଇଥା’ନ୍ତି; କିନ୍ତୁ ଗୋପାଳସ୍ଵାମୀ ଆୟାଙ୍ଗୀରଙ୍କ ମତରେ ପୃଥବୀର କୌଣସି ସଂଘୀୟ ବ୍ୟବସ୍ଥା ପ୍ରକୃତ ବା ଶୁଦ୍ଧ ସଂଘୀୟ ବ୍ୟବସ୍ଥା ନୁହେଁ । ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ପରି ପୁରାତନ ସଂଘୀୟ ରାଷ୍ଟ୍ରରେ ମଧ୍ୟ କ୍ଷମତାର ଏହି କେନ୍ଦ୍ରାଭିମୁଖୀ ନୀତି ଅନୁସୃତ ହେଉଛି । ପ୍ରକୃତପକ୍ଷେ ଭାରତ ସାଧାରଣ ପରିସ୍ଥିତିରେ ଏକ ସଂଘୀୟ ରାଷ୍ଟ୍ର ଅଟେ, ମାତ୍ର ଜରୁରୀ ପରିସ୍ଥିତିରେ ଏହା ଐକିକ ରାଷ୍ଟ୍ରର ଭୂମିକା ଗ୍ରହଣ କରିଥାଏ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୬ । ଭାରତୀୟ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସାତନ୍ତ୍ର୍ୟ ଦାବିର ସରର ମୂଲ୍ୟାଙ୍କନ କର ।
Answer:
ବ୍ରିଟିଶ୍ ରାଜତ୍ଵ କାଳରେ ଭାରତୀୟମାନେ ଆନ୍ଦୋଳନ ମାଧ୍ୟମରେ ରାଜ୍ୟମାନଙ୍କ ପାଇଁ ସାତନ୍ତ୍ର୍ୟ ଦାବି କରୁଥିଲେ । ୧୯୩୫ ମସିହାର ଭାରତ ଶାସନ ଆଇ ଏହି ଦାବିର କିଛି ଅଂଶ ପୂରଣ କରିଥିଲେ ମଧ୍ୟ ଭାରତୀୟମାନଙ୍କ ମନରେ ଆଞ୍ଚଳିକ ସାତନ୍ତ୍ର୍ୟର ମୋହ ସୃଷ୍ଟି କରିଥିଲା । ସ୍ଵାଧୀନତା ପ୍ରାପ୍ତିପରେ ନୂତନ ସମ୍ବିଧାନ ପ୍ରଣୟନ ସମୟରେ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦେବାକୁ ବହୁ ରାଜନୀତିଜ୍ଞ ମତପ୍ରକାଶ କରିଥିଲେ । ପଣ୍ଡିତ ନେହେରୁ, ଡକ୍ତର ଆମ୍ବେଦକର ଓ ସର୍ଦାର ପଟେଲ ପ୍ରଭୃତି ଜାତୀୟ ନେତାମାନେ ଏହି ଦାବିକୁ ଗ୍ରହଣ କରିନଥିଲେ । ସେମାନେ ସେତେବେଳେ ଯେଉଁ କାରଣରୁ କେନ୍ଦ୍ରରୁ ଅଧିକ କ୍ଷମତା ଦେଇ ରାଜ୍ୟମାନଙ୍କର ଭୂମିକାକୁ ଗୌଣ ମନେକରିଥିଲେ, ସାଧୀନତାର ୪୩ ବର୍ଷ ପରେ ମଧ୍ୟ କେନ୍ଦ୍ର ସରକାର ସେହି ଆଳରେ ରାଜ୍ୟର ସାତନ୍ତ୍ର୍ୟ ଦାବିକୁ ଅଗ୍ରହ୍ୟ କରିଚାଲିଛି ।

କ୍ରମଶଃ ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହେଉଛି ଏବଂ ରାଜ୍ୟମାନେ ଅଧିକରୁ ଅଧିକ ସାତନ୍ତ୍ର୍ୟ ଦାବି କରୁଛନ୍ତି । ପଣ୍ଡିତ ନେହେରୁ ଓ ଶାସ୍ତ୍ରୀଜୀଙ୍କ ମୃତ୍ୟୁପରେ କଂଗ୍ରେସ ଦଳର ସାଙ୍ଗଠନିକ ସ୍ଥିତି ଓ ଆଭ୍ୟନ୍ତରୀଣ ଶୃଙ୍ଖଳା ବ୍ୟାହତ ହେବାରୁ ଦଳ ମଧ୍ୟରେ ଯେଉଁ ବକ୍ତିଗତ ବିରୋଧ ଦେଖାଗଲା, ତାହା କେବଳ ଯେ କଂଗ୍ରେସକୁ ଭାଗ ଭାଗ କଲା, ସେତିକି ନୁହେଁ, ଦେଶର ଐକ୍ୟ ଓ ସଂହତି ପ୍ରତି ବିପଦ ସୃଷ୍ଟି କଲା । ୧୯୬୭ ମସିହା ପରେ ଅନେକ ରାଜ୍ୟ କଂଗ୍ରେସ ହାତରୁ ଖସିଗଲା ଓ ସେଠାରେ ଅଣକଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା, ଏହିଠାରୁ ଆରମ୍ଭ ହେଲା ରାଜ୍ୟମାନଙ୍କ ସାତନ୍ତ୍ର୍ୟ ଦାବିର ଘର । ଦ୍ବିତୀୟ ସାଧାରଣ ନିର୍ବାଚନ, ୧୯୫୭ ମସିହାରେ କେରଳରେ କମ୍ୟୁନିଷ୍ଟ ମନ୍ତ୍ରୀମଣ୍ଡଳ ଇ.ଏସ୍.ଏସ୍ ନମ୍ବୁଦ୍ରପଦଙ୍କ ମୁଖ୍ୟ ମନ୍ତ୍ରୀତ୍ଵରେ ଗଠିତ ହେଲା ।

ଏହା କେନ୍ଦ୍ରର କଂଗ୍ରେସ ସରକାରକୁ ଅନେକ କ୍ଷେତ୍ରରେ ବିରୋଧ କଲା । ୧୯୫୯ ମସିହାରେ କେରଳ ସରକାରଙ୍କୁ ଭାଙ୍ଗି ରାଷ୍ଟ୍ରପତି ଶାସନ ଜାରି କରାଗଲା । କେନ୍ଦ୍ରର ଏହି ଅଗଣତାନ୍ତ୍ରିକ ପଦକ୍ଷେପ ବିରୁଦ୍ଧରେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ୧୯୬୦ ମସିହାରେ ମାଡ୍ରାସ୍ଠାରେ ଦ୍ରାବିଡ଼ ମୁନେତ୍ରା କାଜାଗମ୍ ଓ ନବତାମିଲ ଦଳ, ମିଳିତଭାବେ ସାର୍ବଭୌମ ତାମିଲନାଡୁ ଗଠନ ପାଇଁ ଆନ୍ଦୋଳନ କଲେ । ସେମାନେ ଭାରତର ସମ୍ବିଧାନ ଓ ଜାତୀୟ ପତାକାକୁ ମଧ୍ୟ ବିରୋଧ କଲେ । ୧୯୬୨ ମସିହାରେ ସି.ଏମ୍. ଅନ୍ଧାଦୁରାଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ପୂଟକ ଓ କେରଳ ପ୍ରଭୃତି ରାଜ୍ୟକୁ ନେଇ ଏକ ‘ସାଧୀନ ଦ୍ରାବିଡ଼ରାଜ୍ୟ’ ଗଠନ ପାଇଁ ଦାବି କରିଥିଲେ । ଚୀନ୍‌ର ଭାରତ ଆକ୍ରମଣ ପରେ ଏହି ଘର ୧୯୬୩ ବେଳକୁ ନରମିଯାଇଥିଲେ ମଧ୍ୟ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କୁ ଅଧିକ ସାତନ୍ତ୍ର୍ୟ ତାଙ୍କର ଦାବି ଥିଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୧୯୬୭ ମସିହାରେ କେରଳରେ ମାର୍କସ୍ଵାଦୀ ନେତା ନମ୍ବୁଦ୍ରାପଦ ମୁଖ୍ୟମନ୍ତ୍ରୀ ହେଲେ । ସେ କେରଳ ପାଇଁ ଅଧୁକ ଖାଦ୍ୟଶସ୍ୟ କେନ୍ଦ୍ରଠାରୁ ଦାବି କଲେ । କେନ୍ଦ୍ର ସରକାରଙ୍କ ପାତର ଅନ୍ତର ମନୋଭାବକୁ ସମାଲୋଚନା କରି ଖାଦ୍ୟଯୋଗାଣ ପାଇଁ ଚୀନ୍ ସହ ପ୍ରତ୍ୟକ୍ଷ ରାଜିନାମା କରିବାର କ୍ଷମତା କେରଳକୁ ଦିଆଯାଉ ବୋଲି ସେ କହିଥିଲେ । ଏପରିକି ବୈଦେଶିକ ମୁଦ୍ରାର କେରଳ ଅଂଶ ତାଙ୍କ ରାଜ୍ୟକୁ ଦେବାପାଇଁ ତାଙ୍କର ଦାବି ଥିଲା । ୧୯୬୭ ମସିହା ଏପ୍ରିଲ ୮ ତାରିଖରେ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଅନ୍ନଦୁରାଇ କେନ୍ଦ୍ରର କ୍ଷମତା ହ୍ରାସ ଓ ରାଜ୍ୟର କ୍ଷମତା ବୃଦ୍ଧି ପାଇଁ ଯୁକ୍ତି ବାଢ଼ିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ପାଟିଲ ୧୯୬୬ ମସିହାରେ କେନ୍ଦ୍ରର କଂଗ୍ରେସ ସରକାର ବିରୁଦ୍ଧରେ ସର ଉତ୍ତୋଳନ କଲେ ।

ରାଜ୍ୟରେ ଅଣକଂଗ୍ରେସ ସରକାର ଥିବାରୁ କେନ୍ଦ୍ର ରାଜ୍ୟ ପ୍ରତି ଉଚିତ ଧ୍ୟାନ ଦେଉନାହିଁ କେନ୍ଦ୍ର ମନ୍ତ୍ରୀମାନେ ରାଜ୍ୟଠାରୁ ଉପଯୁକ୍ତ ଆତିଥ୍ୟ ପାଉଥିଲେ ମଧ୍ୟ ରାଜ୍ୟ ମନ୍ତ୍ରୀମାନଙ୍କୁ ଦିଲ୍ଲୀରେ ସାକ୍ଷାତ ଦେଉନାହାନ୍ତି ତଥା ରାଜ୍ୟ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବାର ସବୁପ୍ରକାର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ୧୯୬୯ ମସିହା ଜୁନ୍ ୨୮ ତାରିଖ ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଗରୁମାନ ସିଂହ କେନ୍ଦ୍ରକୁ ସମାଲୋଚନା କରି କହିଥିଲେ ଯେ କେନ୍ଦ୍ର ସରକାର ଜାଣିଶୁଣି ଚଣ୍ଡିଗଡ଼ର ଭବିଷ୍ୟତ ଓ ପଞ୍ଜାବର ସୀମା ନିର୍ଦ୍ଧାରଣ କରୁନାହାନ୍ତି । ୧୯୬୯ ମସିହା ସେପ୍ଟେମ୍ବର ୨୨ ତାରିଖରେ ତାମିଲନାଡୁ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଡକ୍ଟର ପି.ଭି. ରାଜରମାତ୍ମାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ରାଜ୍ୟ ସମ୍ପର୍କ ବିଷୟରେ ଅନୁଧ୍ୟାନ ରିପୋର୍ଟ ଦେବାକୁ ଏକ କମିଟି ଗଠନ କଲେ । ଏହି କମିଟି କେତେକ ଉପାଦେୟ ପରାମର୍ଶ ଦେଇଥିଲା ।

  • ରାଜ୍ୟପାଳ ରାଜ୍ୟ ମନ୍ତ୍ରୀମଣ୍ଡଳର ପରାମର୍ଶକ୍ରମେ ନିଯୁକ୍ତି ହେବା ଉଚିତ ।
  • କେବଳ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି କାରଣରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ । ଏ ବିଷୟରେ ବିଧାନସଭାରେ ଆଲୋଚନା ମଧ୍ୟ ହେବ ।
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଆନ୍ତଃରାଜ୍ୟ ପରିଷଦ ଗଠିତ ହେବ ଏବଂ ତାହା ପ୍ରତିରକ୍ଷା ଓ ବୈଦେଶିକ ସମ୍ପର୍କ ଭିନ୍ନ ଅନ୍ୟ ସମସ୍ତ ବିଷୟ ଆଲୋଚନା କରିବେ ।
  • ରାଜ୍ୟ ତାଲିକାର ବିଷୟ ସଂଖ୍ୟା ବୃଦ୍ଧି କରାଯିବ ଓ ରାଜ୍ୟସଭାରେ ପ୍ରତ୍ୟେକ ରାଜ୍ୟକୁ ସମାନ ପ୍ରତିନିଧୁତ୍ଵ ମିଳିବ ।
  • ଅର୍ଥ ଆୟୋଗ ଏକ ସ୍ଥାୟୀ ସଂସ୍ଥା ହେବ ।
  • ଆନ୍ତଃରାଜ୍ୟ ନଦୀଜଳ ବଣ୍ଟନ ବିବାଦ କେବଳ ସୁପ୍ରିମ୍ କୋର୍ଟରେ ହିଁ ଶେଷହେବ ଓ ହାଇକୋର୍ଟର ବିଚାରପତିମାନଙ୍କ ବହିଷ୍କାରରେ ରାଜ୍ୟ ବିଧାନସଭାକୁ ଅଂଶୀଦାର କରାହେବ ।
  • ଅନ୍ତର୍ଭୁକ୍ତ ହେବ । କେନ୍ଦ୍ର ସରକାର ଏହି ପରାମର୍ଶ ଗ୍ରହଣ କରିନଥିଲେ । ୧୯୬୯ ମସିହାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଧର୍ମବୀର ବର୍ଷୀୟାନ ନେତା ଅଜୟ ମୁଖାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀତ୍ଵରୁ ବହିଷ୍କାର କରି ଏକ କୁପରମ୍ପରା ସୃଷ୍ଟିକଲେ । ଏହାଫଳରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ବ୍ୟାହତ ହେଲା । ମାର୍କସବାଦୀ କମ୍ୟୁନିଷ୍ଟପାର୍ଟି ଧର୍ମବୀରଙ୍କ ପ୍ରତ୍ୟାହାର ଦାବିକଲା ଓ ତତ୍‌ସହିତ ରାଜ୍ୟର ଅଧ‌ିକ ସାତନ୍ତ୍ର୍ୟପାଇଁ ସର ଉତ୍ତୋଳନ କଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୧୯୭୦ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ମହାମାୟା ପ୍ରସାଦ ସିହ୍ନା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ସିହଦେଓ ରାଜ୍ୟମାନଙ୍କ ପାଇଁ ଅଧିକ କ୍ଷମତା ଦାବି କଲେ । ଓଡ଼ିଶାର ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ ପାଇଁ ଦ୍ଵିତୀୟ ଇସ୍ପାତ କାରଖାନା ଓ ରେଳପଥର ସମ୍ପ୍ରସାରଣ ଦାବିରେ ସରକାରୀ ଦଳ ପୃଷ୍ଠପୋଷକତାରେ ଓଡ଼ିଶାରେ ବନ୍ଦ ପାଳନ କରାଯାଇଥିଲା । ୧୯୭୩ ମସିହା ଅକ୍ଟୋବର ମାସରେ ପଞ୍ଜାବର ଆନନ୍ଦପୁର ସାହିବଠାରେ ଶିରେମଣି ଆକାଳୀଦଳଦ୍ଵାରା କେନ୍ଦ୍ର ରାଜ୍ୟ ସମ୍ପର୍କକୁ ନୂତନ ରୂପ ଦେବାପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ଆନନ୍ଦପୁର ସାହିବ ପ୍ରସ୍ତାବ ଭାବେ ପରିଚିତ । ରାଜ୍ୟରୁ ଅଧ‌ିକ କ୍ଷମତା ଦେବା, ସଂଘୀୟ ବ୍ୟବସ୍ଥାର ଢାଞ୍ଚା ବଦଳାଇବା ଓ ରାଜ୍ୟର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାପାଇଁ କେତେକ ପ୍ରସ୍ତାବ ଏହାର ଅନ୍ତର୍ଭୁକ୍ତ ।

କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ବିହାର ଓ ଅନ୍ୟ କେତେକ ରାଜ୍ୟର ପରିସ୍ଥିତିରେ ସମବେଦନା ପ୍ରକାଶକରି ଜୟପ୍ରକାଶ ନାରାୟଣ ୧୯୭୧ ମସିହାରେ ଏକ ନୂତନ କ୍ରାନ୍ତି ଆରମ୍ଭ କଲେ । ଏହା ସଂପୂର୍ଣ୍ଣ ବିପ୍ଳବ ନାମରେ ନାମିତ । ଏହାର ଲକ୍ଷ୍ୟ ଥିଲା କ୍ଷମତାର ବିକନ୍ଦ୍ରୀକରଣ ଓ ଆଞ୍ଚଳିକ ବୈଷମ୍ୟର ଅବସାନ । ୧୯୭୭ ମସିହା ନିର୍ବାଚନରେ ଭାରତୀୟମାନେ ଏକ ଐତିହାସିକ ରାୟ ଦେଲେ, ଯାହାଫଳରେ କେନ୍ଦ୍ରରେ କଂଗ୍ରେସ ପରିବର୍ତ୍ତେ ଜନତା ଦଳ ଶାସନକୁ ଆସିଲା । ୯ଟି ରାଜ୍ୟର କଂଗ୍ରେସ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେଇ ଜନତା ଦଳ କେନ୍ଦ୍ର-ରାଜ୍ୟ ସମ୍ପର୍କରେ କ୍ଷତି ଘଟାଇଥଲା । ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଦେବରାଜ ଉର୍ଷ ରାଜ୍ୟ ପାଇଁ ଅଧିକ କ୍ଷମତା ଦାବି କରିଥିଲେ ।

୧୯୭୮ ମସିହାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶସିଂହ ବାଦଲ, ଆସାମ ମୁଖ୍ୟମନ୍ତ୍ରୀ ଗୋଲାବ ବାରବରା, ଲୋକସଭା ସଭ୍ୟ ଶ୍ରୀ ଧନିକଲାଲ ମଣ୍ଡଳ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀ ଜ୍ୟୋତିବସୁ ପ୍ରଭୃତି ରାଜ୍ୟପାଇଁ ଅଧିକ କ୍ଷମତା ଦାବି କରିଥିଲେ ମଧ୍ୟ ମୋରାର୍‌ଜୀ ସରକାର ସେମାନଙ୍କ ସହିତ ଏକମତ ହୋଇନଥିଲେ । ଜନତା ମନ୍ତ୍ରୀମଣ୍ଡଳର ପତନ ଘଟିବାରୁ ୧୯୮୦ ମସିହାରେ କଂଗ୍ରେସ ପୁଣି କ୍ଷମତାକୁ ଆସିଲା । ଶ୍ରୀମତୀ ଇନ୍ଦିରା ଗାନ୍ଧି ୯ଟି ରାଜ୍ୟର ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେଇ ଜନତା ସରକାରଙ୍କ କାର୍ଯ୍ୟର ପୁନରାବୃତ୍ତି କଲେ । ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କକୁ କ୍ଷୁଣ୍ଣ କଲା । ୧୯୮୨ ମସିହା ବେଳକୁ ପଞ୍ଜାବ ପରିସ୍ଥିତି ଆୟତ୍ତ ବାହାରକୁ ଚାଲିଯାଇଥିଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

ଶ୍ରୀମତୀ ଗାନ୍ଧି ସ୍ଵର୍ଣ୍ଣମନ୍ଦିରରେ ଭାରତୀୟ ସୈନ୍ୟବାହିନୀଦ୍ଵାରା ଯେଉଁ ବୃଷ୍ଟାର ଅପରେସନ କଲେ ତା’ ବିରୁଦ୍ଧରେ ଅକାଳୀ ଦଳର କର୍ମୀମାନେ ସଙ୍ଗଠିତ ହୋଇ ରାଜ୍ୟ ପାଇଁ ଅଧୁକ କ୍ଷମତା ତଥା ଖାଲିସ୍ଥାନ ଦାବିକଲେ । ସେହିବର୍ଷ ହରିୟାନାର ଭିୱାନୀଠାରେ ମୁଖ୍ୟ ବିରୋଧୀ ଦଳଙ୍କ ନେତୃମଣ୍ଡଳର ବୈଠକ ବସିଲା ଓ କେନ୍ଦ୍ରର କଂଗ୍ରେସ ଶାସନର ସମାପ୍ତି ତଥା ରାଜ୍ୟମାନଙ୍କ ପାଇଁ ଅଧିକ କ୍ଷମତା ସଂକ୍ରାନ୍ତରେ କେତେକ ନିଷ୍ପତ୍ତି ନିଆଗଲା । ୧୯୮୩ ମସିହା ମାର୍ଚ୍ଚ ୨୦ ତାରିଖରେ ତାମିଲନାଡୁ, କର୍ନେଟକ, ଆନ୍ଧ୍ରପ୍ରଦେଶ ଓ ପଣ୍ଡିଚେରୀର ମୁଖ୍ୟମନ୍ତ୍ରୀମାନେ ବାଙ୍ଗାଲୋରଠାରେ ମିଳିତ ହୋଇ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ଓ ବିରୋଧୀଦଳର ନେତାମାନେ କେନ୍ଦ୍ର-ରାଜ୍ୟ ସମ୍ପର୍କ, ରାଜ୍ୟର ସ୍ୱାତନ୍ତ୍ର୍ୟ, ଆଞ୍ଚଳିକ ବିକାଶ ଓ କେନ୍ଦ୍ର ସରକାରଙ୍କ ମନୋମୁଖୀ ତଥା ପକ୍ଷପାତୀ ଦୃଷ୍ଟିଭଙ୍ଗୀ ବିଷୟରେ ଆଲୋଚନା କରିବାପାଇଁ ଏବଂ ସମୁଚିତ ପନ୍ଥା ଗ୍ରହଣ ପାଇଁ ବିଭିନ୍ନ ସ୍ଥାନରେ ମିଳିତ ହେବାପାଇଁ ଯୋଜନା କଲେ ।

୧୯୮୩ ମସିହା ମେ ମାସ ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ, ୧୯୮୩ ମସିହା ଅକ୍ଟୋବର ମାସ ୭ ତାରିଖରେ ଶ୍ରୀନଗରଠାରେ ଓ ୧୯୮୪ ମସିହା ଜାନୁୟାରୀ ୧୩ ତାରିଖ ଦିନ କଲିକତାଠାରେ ଏହି ପ୍ରକାର ସମ୍ମିଳନୀ ସଙ୍ଗଠିତ ହୋଇଥିଲା । ୧୯୮୪ ମସିହାରେ କେନ୍ଦ୍ରୀୟ ନିର୍ଦ୍ଦେଶରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀରାମଲାଲ ଅପକୌଶଳ ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓଙ୍କୁ କ୍ଷମତାଚ୍ୟୁତ କଲେ ଓ ଶ୍ରୀ ଭାସ୍କର ରାଓଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାସୀନ କଲେ । ଏହା କେନ୍ଦ୍ର ସରକାରର ରାଜ୍ୟ ଉପରେ ଅଯଥା ହସ୍ତକ୍ଷେପ ବୋଲି କହି ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ । ଅବଶ୍ୟ ଖୁବ୍ କମ୍ ଦିନପରେ ଭାସ୍କର ରାଓଙ୍କୁ ବହିଷ୍କାର କରି ରାମାରାଓଙ୍କୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ କରାଗଲା ।

୧୯୮୯ ମସିହାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ.ଆର.ବୋମାଲଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷାର ସାମାନ୍ୟତମ ସୁଯୋଗ ନଦେଇ ରାଜ୍ୟପାଳ ଭେଙ୍କଟସୁବେୟା ମୁଖ୍ୟମନ୍ତ୍ରୀତ୍ବରୁ ବରଖାସ୍ତ କଲେ । ଏହାଦ୍ଵାରା କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ନାନା ପ୍ରକାର ସମାଲୋଚନା ହେଲା । ରାଜ୍ୟପାଳ ଅଗଣତାନ୍ତ୍ରିକ, ଉଦ୍ଦେଶ୍ୟମୂଳକ ଓ ଦଳୀୟ ସମର୍ଥକଭାବେ କାର୍ଯ୍ୟ କରୁଥିବାରୁ ରାଜ୍ୟପାଳ ପଦବୀକୁ ଉଠାଇ ଦେବାପାଇଁ ବିଭିନ୍ନ ସ୍ତରରେ ଦାବି କରାଯାଇଥିଲା । ସେହିପରି କେରଳର ନାୟନାର ମନ୍ତ୍ରୀମଣ୍ଡଳ ସହିତ ରାଜ୍ୟପାଳ ଶ୍ରୀମତୀ ରାମଦୁଲାରୀ ସିହ୍ନାଙ୍କ ବିଶ୍ଵବିଦ୍ୟାଳୟ ବ୍ୟାପାର ସଂକ୍ରାନ୍ତରେ ୧୯୮୮ ମସିହାରେ ବ୍ୟାପକ ମତଭେଦ ଘଟିବାକୁ କେରଳ ସରକାର ତାଙ୍କର ପ୍ରତ୍ୟାହାର ଦାବି କରିଥିଲେ ।

କେନ୍ଦ୍ର-ରାଜ୍ୟ ସମ୍ପର୍କରେ ପୁନର୍ବିନ୍ୟାସ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟମାନଙ୍କ ମଧ୍ୟରେ ସମ୍ବଳର ସମବଣ୍ଟନ କରିବା ଏବଂ ରାଜ୍ୟମାନଙ୍କୁ ଅଧିକ ସମ୍ବଳ ଯୋଗାଇବାପାଇଁ ମଧ୍ୟ ସେଠାରେ ଦାବି ହୋଇଥିଲା । ରାମକୃଷ୍ଣ ହେଗେଡ୍‌ଙ୍କ ଯୁକ୍ତି ଏପରି ଅକାଟ୍ୟ ଥିଲା ଯେ, ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧି କେନ୍ଦ୍ର ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ କମିଶନ ବସାଇବାକୁ ବାଧ୍ୟ ହୋଇଥିଲେ । ୧୯୮୩ ମାର୍ଚ୍ଚ ୨୪ ତାରିଖରେ ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜିତ ସିଂହ ସରକାରଙ୍କ ଅଧ୍ୟକ୍ଷତାରେ କମିଶନ ଗଠିତ ହେଲା । ପାଞ୍ଚବର୍ଷରୁ ଅଧିକ କାଳ ଅନୁଧ୍ୟାନ କରିବା ପରେ ସରକାରିଆ କମିଶନ ୧୫୭୯ ପୃଷ୍ଠା ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ୧୯୮୮ ମସିହାରେ ଦେଲେ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ଯୋଗସୂତ୍ର ଓ ସହଯୋଗ ପ୍ରତିଷ୍ଠା ପାଇଁ ଏକ ଅନ୍ତଃ ସରକାର ପରିଷଦ ପ୍ରତିଷ୍ଠା ହେବା ଉଚିତ ଓ ଏହାର ନାମ ଜାତୀୟ ଆର୍ଥନୀତିକ ଓ ଉନ୍ନୟନ ପରିଷଦ ରଖାଯିବା
  • ଆଞ୍ଚଳିକ ପରିଷଦଗୁଡ଼ିକର ସ୍ଥାୟୀ ସଚିବାଳୟ ରହିବା ଆବଶ୍ୟକ ଓ କେନ୍ଦ୍ର ସରାଷ୍ଟ୍ରମନ୍ତ୍ରୀଙ୍କ ପରିବର୍ତ୍ତେ ପରିଷଦ ଅନ୍ତର୍ଭୁକ୍ତ ମୁଖ୍ୟମନ୍ତ୍ରୀମାନେ କ୍ରମାନ୍ୱୟରେ ଏହାର ଅଧ୍ୟକ୍ଷ ହେବା ଉଚିତ ।
  • ଯୋଜନା ପ୍ରଣୟନ ସମୟରେ ଯୋଜନା କମିଶନ ରାଜ୍ୟ ସରକାରଙ୍କୁ ଅଧିକ ଗୁରୁତ୍ଵ ଦେବା ଉଚିତ ।
  • ରାଜ୍ୟରେ ୩୫୬ ଧାରାର ଅପପ୍ରୟୋଗ ହୋଇ ରାଷ୍ଟ୍ରପତି ଶାସନ ଜାରି ସପକ୍ଷରେ କମିଶନ ମତ ଦେଇ ନାହାନ୍ତି ।
  • ରାଜ୍ୟପାଳଙ୍କ ନିଯୁକ୍ତି ସମୟରେ ସଂପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ମତ ନିଆଯିବା ଉଚିତ ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ବଦଳି କରିବା ଉଚିତ ନୁହେଁ । ମୋଟ ଉପରେ ସରକାରିଆ କମିଶନ ରାଜ୍ୟକୁ ଅଧ‌ିକ କ୍ଷମତା ଦେବା ସପକ୍ଷରେ ମତ ଦେଇ ନାହାନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କକୁ କେନ୍ଦ୍ରକରି ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ଯେଉଁ ପ୍ରଶ୍ନମାନ ଉଠିଛି, ତାହାର ଜରୁରୀ ସମାଧାନ ହେବା ଆବଶ୍ୟକ । ଦେଶର ପ୍ରତିରକ୍ଷା, ଅଖଣ୍ଡତା, ଐକ୍ୟ ଓ ସଂହତି ଯେତେବେଳେ ବିପନ୍ନ ହୋଇଛି, ରାଜ୍ୟମାନେ ବିନା ଦ୍ବିଧାରେ କେନ୍ଦ୍ରପ୍ରତି ନିସର୍ଭ ସମର୍ଥନ ଜ୍ଞାପନ କରିଛନ୍ତି । ସ୍ଵାଭାବିକ ସମୟରେ ରାଜ୍ୟମାନେ ଯେଉଁ ସାତନ୍ତ୍ର୍ୟ ଚାହୁଁଛନ୍ତି, କେନ୍ଦ୍ର ସରକାର ସେଥୁପ୍ରତି ସହାନୁଭୁତିଶୀଳ ଦୃଷ୍ଟି ଦେବା ଉଚିତ । ଉଭୟେ କେନ୍ଦ୍ର ଏବଂ ରାଜ୍ୟ ଜାତୀୟ ଅଖଣ୍ଡତାକୁ ରାଜନୀତିର ଊର୍ଦ୍ଧ୍ବରେ ରଖୁବା ଉଚିତ । ଏଥିପାଇଁ ଆବଶ୍ୟକ ପରସ୍ପର ମଧ୍ୟରେ ଶ୍ରଦ୍ଧା ଓ ସହଯୋଗ ।

Leave a Comment