Go through Class 6 Social Science Solutions Odia Medium and Class 6 Social Science Chapter 1 Question Answer Odia Medium ପୃଥିବୀରେ ସ୍ଥାନ ଚିହ୍ନଟ କରିବା to understand textbook questions more clearly.
6th Class Social Science Chapter 1 Question Answer Odia Medium
Class 6 Social Science Chapter 1 Odia Medium
ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :
Question 1.
୧୮ ୨.୫ ସେ.ମି. = ୫୦୦ କି.ମି. ଏହି ମାପକୁ ଆଧାର କରି ପଞ୍ଚମ ଅଧ୍ୟାୟରେ ଚିତ୍ର ୫.୨ରେ ଥିବା ମାନଚିତ୍ରର ପୃଷ୍ଠା ୭୮ ଅନୁସାରେ ନର୍ମଦା ନଦୀର ମୁହାଣରୁ ଗଙ୍ଗାନଦୀର ମୁହାଣ ପର୍ଯ୍ୟନ୍ତ ପ୍ରକୃତ ଦୂରତା ନିର୍ଣ୍ଣୟ କର । (ସୂଚନା : ତୁମ ମାପଟିକୁ ଏକ ପୂର୍ଣ୍ଣ ସଂଖ୍ୟାରେ ପ୍ରକାଶ କର ।)
Answer:
ପ୍ରଦତ୍ତ ମାନଚିତ୍ରର ମାପରୁ ଜଣାପଡ଼େ ଯେ ନର୍ମଦା ନଦୀର ମୁହାଣଠାରୁ ଗଙ୍ଗାନଦୀର ମୁହାଣ ପର୍ଯ୍ୟନ୍ତ ଦୂରତା ୧୦ ସେ.ମି. ଅଟେ ।
ସୁତରାଂ ଯଦି ୨.୫ ସେ.ମି. = ୫୦୦ କି.ମି.
ତେବେ ୧୦ ସେ.ମି. = 800 × 8 = ୨୦୦୦ କି.ମି.
ତେଣୁ ନର୍ମଦା ନଦୀର ମୁହାଣଠାରୁ ଗଙ୍ଗା ନଦୀର ମୁହାଣର ଦୂରତା ୨୦୦୦ କି.ମି. ଅଟେ ।
Question 2.
ଲଣ୍ଡନରେ ମଧ୍ୟାହ୍ନ ୧୨ଟା ବାଜିଥିବାବେଳେ ଭାରତର ଅପରାହ୍ଣ ସାଢ଼େ ୫ଟା କାହିଁକି ?
Answer:
ଲଣ୍ଡନରେ ମଧ୍ୟାହ୍ନ ୧୨ଟା ସମୟବେଳେ ଭାରତରେ ଅପରାହ୍ନ ୫.୩୦ ହୋଇଥାଏ । ଏହାର କାରଣ
ଲଣ୍ଡନ ଗ୍ରୀନୱିଚ ମିନ୍ ଟାଇମ (GMT) ଅନୁସାରେ ୦° ଦ୍ରାଘିମା ଥିବାବେଳେ ଭାରତର ଷ୍ଟାଣ୍ଡାର୍ଡ଼ ମେରିତିଆନ
82% E ଦ୍ରାଘିମା ଅଟେ ।
ତେଣୁ ୧° = ୪ ମିନିଟ୍

୩୩୦ ମିନିଟ୍ ÷ ୬୦ = ୫ ଘଣ୍ଟା ୩୦ ମିନିଟ୍
ସୁତରାଂ ଭାରତୀୟ ଷ୍ଟାଣ୍ଡାର୍ଡ଼ ଟାଇମ୍ ଲଣ୍ଡନ ସମୟଠାରୁ ଘ୫.୩୦ମିନିଟ ଆଗୁଆ । ତେଣୁ ଲଣ୍ଡନର ସମୟ ମଧ୍ୟାହ୍ନ ୧୨ଟା ସମୟରେ ଭାରତରେ ଷ୍ଟାଣ୍ଡାର୍ଡ଼ ସମୟ ୫ ଘଣ୍ଟା ୩୦ ମିନିଟ୍ ଆଗୁଆ ହେତୁ ସେତେବେଳେ ଭାରତରେ ଅପରାହ୍ନ ୫.୩୦ ହୋଇଥାଏ ।
Question 3.
ଆମେ ମାନଚିତ୍ରରେ କାହିଁକି ସଙ୍କେତ ଓ ରଙ୍ଗର ବ୍ୟବହାର କରୁ ?
Answer:
ସଙ୍କେତ ଏବଂ ରଙ୍ଗ ମାନଚିତ୍ରର ମୁଖ୍ୟ ଅଂଶ ଅଟେ । ଏହା ମାଧ୍ୟମରେ ମାନଚିତ୍ରର ସ୍ୱଳ୍ପ ସ୍ଥାନ ମଧ୍ୟରେ ଆମେ ଅନେକ ପାହାଡ଼, ନଦୀ, ସହର, କୋଠାଘର, ମନ୍ଦିର, ରାସ୍ତା ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଦେଖାଇଥାଉ ।
ସଙ୍କେତ ଏବଂ ରଙ୍ଗଦ୍ଵାରା ପାଠକ ସହଜରେ ବିଭିନ୍ନ ସ୍ଥାନକୁ ବୁଝିପାରେ ଏବଂ ଅନ୍ୟକୁ ବୁଝାଇପାରେ ।
ଭାରତ ସରକାରଙ୍କ ସର୍ଭେ ଅଫ୍ ଇଣ୍ଡିଆଦ୍ଵାରା ଏକ ପ୍ରକାର ନିର୍ଦ୍ଦିଷ୍ଟ ସଙ୍କେତ ଓ ରଙ୍ଗ ନିର୍ଦ୍ଦିଷ୍ଟ ସ୍ଥାନ ଦର୍ଶାଇବା ପାଇଁ ବ୍ୟବହାର ହୋଇଥାଏ ।
Question 4.
ତୁମ ଘର କିମ୍ବା ବିଦ୍ୟାଳୟର ଆଠଟି ଦିଗରେ କ’ଣ ଅଛି ତାହାର ଏକ ତାଲିକା ପ୍ରସ୍ତୁତ କର ।
Answer:
ପ୍ରଥମେ ତୁମେ ତୁମ ଘରକୁ କେନ୍ଦ୍ରକରି ଭାବି ଦେଖ ଯେ ଯେଉଁ ଆଠଟି ଦିଗ ଉପରେ ଦର୍ଶାଯାଇଛି ତା’ର ପ୍ରତିଟି ଦିଗରେ କ’ଣ ଅଛି । ସେଗୁଡ଼ିକୁ ଉଲ୍ଲେଖ କର ।

(୧) ଉତ୍ତର ପୋଖରୀ
(୨) ଉତ୍ତର ପୂର୍ବ – ବିଦ୍ୟାଳୟ
(୩) ପୂର୍ବ ପଞ୍ଚାୟତ ଅଫିସ
(୪) ଦକ୍ଷିଣ ପୂର୍ବ – କଲ୍ୟାଣ ମଣ୍ଡପ
(୫) ଦକ୍ଷିଣ ଯାତ୍ରା ପଡ଼ିଆ
(୬) ଦକ୍ଷିଣ ପଶ୍ଚିମ – ପାଣି ଟାଙ୍କି
(୭) ପଶ୍ଚିମ – ହାଟ
(୮) ଉତ୍ତର ପଶ୍ଚିମ – ମୁଣ୍ଡିଆ ପାହାଡ଼
(ଉପରୋକ୍ତ ଉତ୍ତରଟି ଉଦାହରଣ ଭାବେ ଦିଆଯାଇଛି । ପିଲାମାନେ ନିଜ ଘର କିମ୍ବା ବିଦ୍ୟାଳୟର ଅବସ୍ଥିତି ଅନୁସାରେ କେଉଁ ଦିଗରେ କ’ଣ ଅଛି ଲେଖୁବେ ।)
Question 5.
ସ୍ଥାନୀୟ ସମୟ ଏବଂ ପ୍ରମାଣ ସମୟ ମଧ୍ୟରେ ପାର୍ଥକ୍ୟ କ’ଣ ? ଏହାକୁ ଦଳରେ ଆଲୋଚନା କରି ପ୍ରତ୍ୟେକ ଦଳ ୧୦୦ ରୁ ୧୫୦ ଶବ୍ଦରେ ଏକ ଉତ୍ତର ଲେଖ ? ଉତ୍ତରଗୁଡ଼ିକୁ ତୁଳନା କର ।
Answer:
ଉଭୟ ସ୍ଥାନୀୟ ସମୟ ଏବଂ ପ୍ରମାଣ ସମୟ ସେମାନଙ୍କ ମଧ୍ୟନ୍ଦିନ ରେଖା (ମେରିଡ଼ିଆନ) ଉପରେ ପର୍ଯ୍ୟବସିତ । ବିଦ୍ୟାଳୟରେ ଏକ ଶ୍ରେଣୀ କାର୍ଯ୍ୟକ୍ରମଭାବେ ଛାତ୍ରଛାତ୍ରୀମାନେ କେତେକ ଦଳରେ ବିଭକ୍ତ ହୋଇ ଏହା ସମ୍ପର୍କରେ ଆଲୋଚନା କରିପାରିବେ ।
ଦଳ ‘କ’, ‘ଖ’ ଓ ‘ଗ’ରେ ବିଭକ୍ତ ହୋଇ ପ୍ରତ୍ୟେକ ଦଳରେ ପ୍ରାୟ ୧୨ ଜଣ ଲେଖାଏଁ ପିଲା ରହିପାରନ୍ତି । ଦଳ ‘କ’ ଆମ ଦେଶ ଭାରତକୁ ଉଦାହରଣ ରୂପେ ନେଇ ଆଲୋଚନା କରି କହିଲା, ମୂଳ ମଧ୍ୟଦିନ (ପ୍ରାଇମ୍ ମେରିଡ଼ିଆନ୍)ଠାରୁ ଯେଉଁ ସ୍ଥାନ ଯେତେ ପୂର୍ବକୁ ରହିବ ସେହି ସ୍ଥାନର ସ୍ଥାନୀୟ ସମୟ ୧°କୁ ୪ମିନିଟ୍ ହିସାବରେ ବଢ଼ି ବଢ଼ି ଯିବ ଏବଂ ଯେଉଁ ସ୍ଥାନ ପ୍ରାଇମ୍ ମେରିଡିଆନ୍ଠାରୁ ଯେଉଁ ସ୍ଥାନ ଯେତେ ପଶ୍ଚିମକୁ ରହିବ ତାହାର ସ୍ଥାନୀୟ ସମୟ ୧° କୁ ୪ ମିନିଟ୍ ହିସାବରେ କମି କମି ଯିବ ।
ଅର୍ଥାତ୍ ମୂଳ ମଧ୍ୟଦିନ ପାଖରେ ଯଦି ମଧ୍ୟାହ୍ନ ୧୨ଟା ୧୨.୦୪ ହୋଇଥିବାବେଳେ ୧° ପଶ୍ଚିମକୁ ସମୟ ହୋଇଥବ ତେବେ ତା’ର ୧° ପୂର୍ବକୁ ସମୟ ୧୧.୫୬ ମିନିଟ୍ ହୋଇଥିବ ।
ଗୋଟିଏ ଦେଶ ମଧ୍ୟରେ ଅନେକଗୁଡ଼ିକଏ ମଧ୍ୟନ୍ଦିନ ରେଖା ଥିଲେ ମଧ୍ୟ ଗୋଟିଏ ମଧ୍ୟନ୍ଦିନରେଖା ଉପରିସ୍ଥ ସମୟକୁ ଦେଶର ପ୍ରମାଣ ସମୟ ରୂପେ ଗ୍ରହଣ କରାଯାଏ । ଯେପରି
ପୂର୍ବ ମଧ୍ୟନ୍ଦିନ ରେଖାର ସ୍ଥାନୀୟ ସମୟକୁ ଭାରତର ପ୍ରମାଣ ସମୟ ରୂପେ ଗ୍ରହଣ କରାଯାଇଛି । ଏହି ମଧ୍ୟନ୍ଦିନ ରେଖାର ସ୍ଥାନୀୟ ସମୟକୁ ସାରା ଦେଶରେ ବ୍ୟବହାର କରାଯାଏ ।
ଏହି କାରଣରୁ ଅପରାହ୍ନ ଘ ୪.୦୦ ସମୟରେ ଭାରତର ପୂର୍ବରେ ଥିବା ଆସାମର ତିନିସୁକିଆଠାରେ ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିବାବେଳେ ପଶ୍ଚିମରେ ଥିବା ପୋରବନ୍ଦରଠାରୁ ସୂର୍ଯ୍ୟ ଅସ୍ତ ହେବାକୁ ୨ ଘଣ୍ଟା ବାଜିଥାଏ ।
ଭାରତର ପୂର୍ବ ପ୍ରାନ୍ତ ଓ ପଶ୍ଚିମ ପ୍ରାନ୍ତ ମଧ୍ୟରେ ସ୍ଥାନୀୟ ସମୟରେ ପ୍ରାୟ ୨ ଘଣ୍ଟା ପାର୍ଥକ୍ୟ ଥିବାବେଳେ ପ୍ରମାଣ ସମୟ ଏକା ରହିଥାଏ ।
Question 6.
ଦିଲ୍ଲୀ ଓ ବେଙ୍ଗାଲୁରୁର ଅକ୍ଷାଂଶ ଯଥାକ୍ରମେ ୨୯° ଉତ୍ତର ଓ ୧୩° ଉତ୍ତର ଏବଂ ସେମାନଙ୍କର ଦ୍ରାଘିମା ପ୍ରାୟ ୭୭° ପୂର୍ବ । ଦୁଇ ସହର ମଧ୍ୟରେ ସ୍ଥାନୀୟ ସମୟର ପାର୍ଥକ୍ୟ କେତେ ରହିବ ?
Answer:
ଦିଲ୍ଲୀ ଓ ବେଙ୍ଗାଲୁର ସହର ମଧ୍ୟରେ ସ୍ଥାନୀୟ ସମୟକୁ ନେଇ କୌଣସି ପାର୍ଥକ୍ୟ ରହିବ ନାହିଁ । ଯେହେତୁ ଉଭୟ ସହର ଦ୍ରାଘିମାର ଗୋଟିଏ ମଧ୍ୟନ୍ଦିନ ରେଖାରେ ଅନ୍ତର୍ଗତ । ସମୟ ନିର୍ଦ୍ଧାରଣ କ୍ଷେତ୍ରରେ ଅକ୍ଷାଂଶର କିଛି ଭୂମିକା ନଥାଏ, ଏହା କେବଳ ଦ୍ରାଘିମା ଉପରେ ନିର୍ଭର କରେ ।
Question 7.
ନିମ୍ନଲିଖତ ଭକ୍ତିଗୁଡ଼ିକୁ ମଧ୍ୟରୁ ଭୁଲ୍ କିମ୍ବା ଠିକ୍ ଚିହ୍ନଟ କରି ତୁମ ଉତ୍ତରକୁ ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ପ୍ରକାଶ କର ।
(କ) ସମସ୍ତ ସମାକ୍ଷରେଖାର ଦୈର୍ଘ୍ୟ ସମାନ ।
(ଖ) ଏକ ଦ୍ରାଘିମାର ଦୈର୍ଘ୍ୟ, ବିଷୁବ ବୃତ୍ତର ପ୍ରାୟ ଅଧା ଅଟେ ।
(ଗ) ଦକ୍ଷିଣ ମେରୁର ଅକ୍ଷାଂଶ ୯୦° ଦକ୍ଷିଣ ଅଟେ ।
(ଘ) ଆସାମରେ ସ୍ଥାନୀୟ ସମୟ ଏବଂ ଭାରତର ପ୍ରମାଣ ସମୟ (IST) ସମାନ ।
(ଙ) ସମସ୍ତ ମଣ୍ଡଳକୁ ଅଲଗା କରୁଥିବା ରେଖାଗୁଡ଼ିକ ମଧ୍ୟନ୍ଦିନ ରେଖା ।
(୦) ବିଷୁବରେଖା ଏକ ସମାକ୍ଷରେଖା ଅଟେ ।
Answer:
(କ) ଏହା ଭୁଲ୍ । ସମସ୍ତ ସମାକ୍ଷରେଖାର ଦୈର୍ଘ୍ୟ ସମାନ ନୁହେଁ । କାରଣ ଆମ ପୃଥିବୀ ଏକ ପୂର୍ଣ୍ଣ ଗୋଲାକାର ନ ହୋଇ ଉଭୟ ମେରୁ ଅଞ୍ଚଳରେ ଚେପ୍ଟା ହୋଇଅଛି । ସୁତରାଂ ସମାକ୍ଷରେଖା ବିଷୁବ ବୃତ୍ତଠାରେ ଦୀର୍ଘତମ ହୋଇଥିବାବେଳେ ଉଭୟ ମେରୁଆଡ଼କୁ ଏହାର ଦୈର୍ଘ୍ୟ କମି କମି ଯାଏ ।
(ଖ) ହଁ, ଏହା ସତ୍ୟ । ସମସ୍ତ ମଧ୍ୟନ୍ଦିନ ରେଖା ମେରୁ ନିକଟରେ ପହଞ୍ଚିବାରୁ ସମାନ ଉତ୍ତର-ଦକ୍ଷିଣ ରେଖା ସୃଷ୍ଟି କରିଥା’ନ୍ତି ।
(ଗ) ହଁ, ଠିକ୍ । ଇକ୍ଟେଟର ବା ବିଷୁବ ବୃତ୍ତର ୦° ଠାରୁ ୯୦° ଉତ୍ତର ଏବଂ ୯୦° ଦକ୍ଷିଣକୁ ଅକ୍ଷାଂଶ ରହିଛି ଯାହାକି ଉଭୟ ଉତ୍ତର ମେରୁ ଓ ଦକ୍ଷିଣ ମେରୁକୁ ସ୍ପର୍ଶ କରିଅଛି । ସୁତରାଂ ଦକ୍ଷିଣ ମେରୁର ଅକ୍ଷାଂଶ ୯୦° ଦକ୍ଷିଣ ଅଟେ ।
(ଘ) ଏହା ଭୁଲ୍ । ଭାରତର ଷ୍ଟାଣ୍ଡାର୍ଡ଼ ଟାଇମ୍ (IST) ବା ପ୍ରମାଣ ସମୟକୁ ୮୨ କରାଯାଇଛି । ଆସାମ କିନ୍ତୁ ୮୨ ଠାରୁ ଅଧିକ ପୂର୍ବକୁ ଅଛି । ତେଣୁ ଆସାମର ସ୍ଥାନୀୟ ସମୟ ଏବଂ ଭାରତର ପ୍ରମାଣ ସମୟ ସମାନ ନୁହେଁ । କିନ୍ତୁ ଆସାମ ଭାରତର ପ୍ରମାଣ ସମୟକୁ ଗ୍ରହଣ କରିନେଇଛି କାରଣ ସମଗ୍ର ଦେଶରେ ଏପରିକି ସମଗ୍ର କେନ୍ଦ୍ରାଞ୍ଚଳରେ ମଧ୍ୟ ଭାରତୀୟ ପ୍ରମାଣ ସମୟ (IST) କାର୍ଯ୍ୟକାରୀ ହୋଇଅଛି ।
(ଙ) ହଁ ଏହା ଠିକ୍ । ସମସ୍ତ ମଣ୍ଡଳଗୁଡ଼ିକ ପ୍ରତି ୧୫° ଦ୍ରାଘିମାରେ ସ୍ଥାନୀୟ ସମୟ ଅନୁସାରେ ପ୍ରତି ୧ ଘଣ୍ଟାରେ ପରିବର୍ତ୍ତନ ହୋଇଥାଏ । ଯେହେତୁ ବୃତ୍ତଟି ୩୬୦° ତେଣୁ ପୃଥିବୀ ୨୪ ଘଣ୍ଟାରେ ଏକ ପୂର୍ଣ୍ଣ ପୂର୍ବକ କରିଥାଏ । ତେଣୁ ଦିନକୁ ୨୪ ଘଣ୍ଟା ଧରାଯାଏ । ସବୁ ସମୟ ମଣ୍ଡଳ ଏକାପରି ହୋଇଥିବା ହେତୁ ସେମାନଙ୍କ ମଧ୍ୟନ୍ଦିନ ରେଖା ଉଭୟ ପୂର୍ବ ଏବଂ ପଶ୍ଚିମକୁ ୦°, ୧୫°, ୩୦°, ୪୫°, ୬୦°, ୫୫°……. ୧୮୦° ପର୍ଯ୍ୟନ୍ତ ଯାଇଥାଏ ।
(ଚ) ହଁ, ଏହା ଠିକ୍ । ବିଷୁବ ରେଖା ହେଉଛି ସବୁଠାରୁ ମୁଖ୍ୟ ସମାନ୍ତରାଳ ରେଖା ଯାହା ୦° ଅକ୍ଷାଂଶରେ ପୃଥିବୀର ମଧ୍ୟଦେଇ ଗତିକରି ପୃଥିବୀକୁ ସମାନ ଦୁଇଭାଗରେ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବିଭକ୍ତ କରିଅଛି । ସୁତାରଂ ବିଷୁବ ବୃତ୍ତ ହେଉଛି ସବୁଠାରୁ ବଡ଼ ସମାକ୍ଷ ବୃତ୍ତ । ବିଷୁବ ବୃତ୍ତଠାରୁ ସମାନ୍ତରାଳ ଅକ୍ଷାଂଶଗୁଡ଼ିକର ଦୈର୍ଘ୍ୟ ଉଭୟ ଉତ୍ତର ଓ ଦକ୍ଷିଣକୁ କମି କମି ଯାଇଥାଏ ।
![]()
Question 8.
ନିମ୍ନରେ ଦିଆଯାଇଥିବା ତଥ୍ୟଅନୁସାରେ ଗ୍ରୀଡକୁ ବନ୍ଧନୀ ମଧ୍ଯରେ ଦିଆଯାଇଥବା ଇଂରାଜୀ ଶବ୍ଦକୁ ବ୍ୟବହାର କରି ପୂରଣ କର ।
(LATITUDE, POLE, GLOBE, ATLAS, LONGITUDE, EQUATOR, COORDINATES, GREENWICH, IST, MAP, IDL)


Answer:
୧. ATLAS
୨.LONGITUDE
୩. COORDINATES
୪. GLOBE
୫. EQUATOR
୬. GREENWICH
୭. IST
୮. MAP
୯. POLE
୧୦. LATTITUDE
୧୧. IDL

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ମାନଚିତ୍ର କହିଲେ କ’ଣ ବୁଝ ଏବଂ ଆମେ ଏହାକୁ କିପରି ବ୍ୟବହାର କରୁ ? ଏହାର ମୁଖ୍ୟ ଉପାଦାନ ସବୁ କ’ଣ ?
Answer:
ମାନଚିତ୍ର ହେଉଛି ପୃଥିବୀର କୌଣସି ସ୍ଥାନର ଚିତ୍ର ଯାହାକୁ ଆମେ ଚିତ୍ରିତ ଉପସ୍ଥାପନା କରିଥାଉ । ସେ ଚିତ୍ର ଯେକୌଣସି ଛୋଟ କିମ୍ବା ବଡ଼ ଅଞ୍ଚଳ ହୋଇଥାଇପାରେ । ଏପରିକି ଦେଶ, ରାଜ୍ୟ କିମ୍ବା ପୃଥିବୀର ମଧ୍ଯ ହୋଇପାରେ ।
ଗୋଟିଏ ମାନଚିତ୍ରରୁ ଅନେକ ତଥ୍ୟ ମିଳିଥାଏ ।
ବିଭିନ୍ନ ମାନଚିତ୍ରମାନଙ୍କର ଏକ ସମନ୍ବିତ ପୁସ୍ତକକୁ ଭୂଚିତ୍ରାବଳୀ (ATLAS) କୁହାଯାଏ । ମାନଚିତ୍ର ସାଧାରଣତଃ ତିନି ପ୍ରକାରର ଥାଏ, ଯଥା-
(୧) ଭୌତିକ ବା ପ୍ରାକୃତିକ ମାନଚିତ୍ର
(୨) ରାଜନୈତିକ ମାନଚିତ୍ର
(୩) ତଥ୍ୟଭିଭିକ ମାନଚିତ୍ର ।
(୧) ଭୌତିକ ବା ପ୍ରାକୃତିକ ମାନଚିତ୍ର – ଏହି ମାନଚିତ୍ରରେ ପୃଥିବୀର ପ୍ରାକୃତିକ ବୈଶିଷ୍ଟ୍ୟ ଯଥା ପର୍ବତ, ଜଙ୍ଗଲ, ମହାସାଗର ଏବଂ ନଦୀ ଓ ଝରଣା ଇତ୍ୟାଦି ପ୍ରଦର୍ଶିତ ହୋଇଥାଏ ।
(୨) ରାଜନୈତିକ ମାନଚିତ୍ର – ଏହି ମାନଚିତ୍ରରେ ବିଭିନ୍ନ ଦେଶ, ସେମାନଙ୍କର ସୀମା ଓ ରାଜଧାନୀ, ବୃହତ୍ ସହର ଓ ବାଣିଜ୍ୟ କେନ୍ଦ୍ର ଇତ୍ୟାଦି ପ୍ରଦର୍ଶିତ ହୋଇଥାଏ । ଆମ ଦେଶ ଭାରତର ମାନଚିତ୍ରରେ ଆମେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଦେଶ ଓ ରାଜ୍ୟର ରାଜଧାନୀମାନ ଦେଖିବାକୁ ପାଉ ।
(୩) ତଥ୍ୟଭିତ୍ତିକ ମାନଚିତ୍ର – ଏହି ମାନଚିତ୍ରରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ସୂଚନା ସହିତ ତଥ୍ୟଭିଭିକ ବା ପ୍ରାସଙ୍ଗିକ ଶୀର୍ଷକ ସ୍ଥାନ ପାଇଥାଏ । ଉଦାହରଣ ସ୍ୱରୂପ କୋଇଲା ଖଣି, ଜନସଂଖ୍ୟା ଓ ଖଣିଜ ମାନଚିତ୍ର ଇତ୍ୟାଦି ଅଟେ ।
ମାନଚିତ୍ରର ଉପାଦାନ – ପ୍ରତ୍ୟେକ ମାନଚିତ୍ରର ତିନୋଟି ମୌଳିକ ଉପାଦାନ ଥାଏ । ସେଗୁଡ଼ିକ ମୁଖ୍ୟତଃ ତିନୋଟି ଯଥା ଦୂରତା, ଦିଗ ଓ ସଙ୍କେତ ।
ଦୂରତା – ମାନଚିତ୍ରରେ ପ୍ର୧୦ ସେଣ୍ଟିମିଟର, ଭୂମିରେ ଏକ ନିର୍ଦ୍ଦିଷ୍ଟ ଦୂରତା ଦେଖାଇଥାଏ । ଏହା ମାନଚିତ୍ର ନିମ୍ନ ବାମ କୋଣରେ ରୁଲରେ ଦର୍ଶାଯାଇଥାଏ । ଯଦି ମାନଚିତ୍ରର ମାନ ୧ ସେ.ମି. = ୨ କି.ମି. ହୁଏ, ଏହାର ଅର୍ଥ ମାନଚିତ୍ରରେ ୧ ସେ.ମି. ଦୂରତା ଭୂମି ଉପରେ ୨ କିଲୋମିଟର ଦୂରତା ସହ ସମାନ ହୋଇଥାଏ । ସମଗ୍ର ଦେଶର ମାନଚିତ୍ର ଏକ କାଗଜ ଉପରେ ଅଙ୍କନ କଲାବେଳେ ଏହି ମାନ ଉପରେ ଗୁରୁତ୍ଵ ଦିଆଯାଏ ।
ଦୂରତା – ମାନଚିତ୍ରର ଉପର ଡାହାଣ କୋଣରେ ଦିଗସୂଚକ ରେଖା ଥାଏ । ସାଧାରଣତଃ ମାନଚିତ୍ରର ଉପରଭାଗ ଉତ୍ତରଦିଗ, ତଳ ଭାଗ ଦକ୍ଷିଣ ଦିଗ, ଡାହାଣ ପାର୍ଶ୍ଵ ପୂର୍ବ ଦିଗ ଓ ବାମ ପାର୍ଶ୍ଵ ପଶ୍ଚିମ ଦିଗ ସୂଚାଇଥାଏ ।
ସଙ୍କେତ – ବୃହତ୍ ସହର ବା ଦେଶ ଅଙ୍କନ କରିବା ପାଇଁ ମାନଚିତ୍ରରେ ପର୍ଯ୍ୟାପ୍ତ ସ୍ଥାନ ନଥାଏ । ବିଭିନ୍ନ ପ୍ରକାର କୋଠା (ରେଳଷ୍ଟେସନ, ବିଦ୍ୟାଳୟ, ଡାକଘର), ରାସ୍ତା ଏବଂ ରେଳ ଲାଇନ ଏବଂ ନଦୀ ପୋଖରୀ କିମ୍ବା ଜଙ୍ଗଲ ପରି ପ୍ରାକୃତିକ ଉପାଦାନ ପାଇଁ ସ୍ଵତନ୍ତ୍ର ସଙ୍କେତ ବ୍ୟବହୃତ ହୁଏ । ମାନଚିତ୍ରକୁ ବ୍ୟବହାରକାରୀମାନଙ୍କଦ୍ଵାରା ଅଧ୍ବକ ସହଜରେ ବୁଝିବା ପାଇଁ ମାନଚିତ୍ରର ପ୍ରସ୍ତୁତକାରୀ (cartographer) ନିର୍ଦ୍ଦିଷ୍ଟ ସଙ୍କେତ ବ୍ୟବହାର କରନ୍ତି । ବିଭିନ୍ନ ଦେଶ ଭିନ୍ନଭିନ୍ନ ସଙ୍କେତ ବ୍ୟବହାର କରନ୍ତି । ଭାରତୀୟ ସର୍ବେକ୍ଷଣ ସଂସ୍ଥା (Survey of India), ଏକ ସରକାରୀ ସଂସ୍ଥା, ଏହା ଭାରତର ମାନଚିତ୍ର (ଭାରତର କିଛି ଅଂଶ) ପାଇଁ ଏକ ସଙ୍କେତ ସେଟ୍ ସ୍ଥିର କରିଛି ।
Question 2.
ଯୋଡ଼ିସ୍ଥାନାଙ୍କ (coordinate) କ’ଣ ? ଅକ୍ଷାଂଶ ଓ ଦ୍ରାଘିମାର ବ୍ୟବହାର କରି ଆମେ ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥିତି କିପରି ନିରୂପଣ କରିପାରିବା ?
Answer:
ପୃଥିବୀ ମାନଚିତ୍ରରେ ଯେକୌଣସି ସ୍ଥାନକୁ ଚିହ୍ନଟ କରିବାପାଇଁ ଯୋଡ଼ିସ୍ଥାନାଙ୍କକୁ ବ୍ୟବହାର କରାଯାଏ । ଏହି ଯୋଡ଼ିସ୍ଥାନାଙ୍କ ହେଉଛି ଅକ୍ଷାଂଶ ଏବଂ ଦ୍ରାଘିମା ଯାହାକୁ ବ୍ୟବହାର କରି ଆମେ ପୃଥିବୀ ମାନଚିତ୍ରରେ ବିଭିନ୍ନ ସ୍ଥାନର ଅବସ୍ଥିତି ନିରୁପଣ କରିଥାଉ । ଆମ ଗ୍ଲୋବ୍ ଉପରେ ଏହି ଦୁଇଟି ରେଖା ଯଦିଓ କାଳ୍ପନିକ ଅଟେ ତଥାପି ଏହାକୁ ବ୍ୟବହାର କରି ସ୍ଥାନଗୁଡ଼ିକୁ ସ୍ଥିର କରାଯାଏ ।
ଅକ୍ଷାଂଶଗୁଡ଼ିକ ହେଉଛି ସମାନ୍ତର ବୃତ୍ତ ଯାହାଦ୍ଵାରା ବିଷୁବରେଖାଠାରୁ ଉତ୍ତର ଓ ଦକ୍ଷିଣକୁ ଦୂରତା ମାପ କରାଯାଇଥାଏ । ଅକ୍ଷାଂଶଦ୍ଵାରା ବିଷୁବରେଖାଠାରୁ କୌଣିକ ଦୂରତା ମାପ କରାଯାଏ । ଦ୍ରାଘିମାଗୁଡ଼ିକ ହେଉଛି ଅର୍ଥବୃତ୍ତ ଯାହା ଉତ୍ତର ମେରୁ ସହ ଦକ୍ଷିଣ ମେରୁକୁ ସଂଯୋଗ କରିଥାଏ । ଲଣ୍ଡନ ନିକଟବର୍ତ୍ତୀ ଗ୍ରୀନ୍ୱିଚ୍ ସହର ଦେଇ ଯାଇଥିବା ମୂଳ ମଧ୍ୟଦିନ ରେଖାଠାରୁ କେଉଁ ସ୍ଥାନ କେତେକ ପୂର୍ବ ବା ପଶ୍ଚିମକୁ ଅବସ୍ଥିତ ତାହା ଦ୍ରାଘିମାଦ୍ଵାରା ମପାଯାଏ । ଏହା ମଧ୍ୟ ଏକ କୌଣିକ ଦୂରତା ।
ଅକ୍ଷାଂଶ ଓ ଦ୍ରାଘିମାଗୁଡ଼ିକ ପରସ୍ପରକୁ ଛେଦ କରିଥାନ୍ତି । ଏହି ଛେଦ ବିନ୍ଦୁର ଉଭୟ ଅକ୍ଷାଂଶ ସ୍ଥାନାଙ୍କ ଓ ଦ୍ରାଘିମା ସ୍ଥାନାଙ୍କ ଥାଏ । ଏହାକୁ ଯୋଡ଼ି ସ୍ଥାନାଙ୍କ କୁହାଯାଏ । ଏହି ଯୋଡ଼ି ସ୍ଥାନାଙ୍କରୁ ପୃଥିବୀ ପୃଷ୍ଠରେ କୌଣସି ସ୍ଥାନ କେଉଁଠାରେ ଅବସ୍ଥିତ ତାହା ଜାଣିହୁଏ ।
Question 3.
ଦ୍ରାଘିମା ସହିତ ସ୍ଥାନୀୟ ସମୟ ଏବଂ ପ୍ରମାଣ ସମୟ କିପରି ସଂଶ୍ଳିଷ୍ଟ ?
Answer:
ସ୍ଥାନୀୟ ସମୟ ଓ ପ୍ରମାଣ ସମୟ ଦ୍ରାଘିମା ସହ ସମ୍ପର୍କିତ । କାରଣ ଦ୍ରାଘିମା ସମୟ ଗଣନା କରିବାରେ ସାହାଯ୍ୟ କରେ ।
ପୃଥିବୀର ଗତିକୁ ନେଇ ସମୟ କଳନା କରାଯାଏ । ପୃଥିବୀ ଏହାର ଅକ୍ଷ ଚାରିପଟେ ୨୪ ଘଣ୍ଟାରେ ୩୬୦° ଘୂର୍ଣ୍ଣନ କରିଥାଏ । ଅର୍ଥାତ୍ ପୃଥିବୀ ପ୍ରତି ଘଣ୍ଟାରେ ୧୫° ଅଥବା ପ୍ରତି ୪ ମିନିଟ୍ରେ ଏକ ଡିଗ୍ରୀ ଦ୍ରାଘିମା ଅତିକ୍ରମ କରେ ।
ପ୍ରତି ୧୫° କୁ ଗୋଟିଏ ସମୟମଣ୍ଡଳ ଭାବେ ପୃଥିବୀକୁ ୨୪ଟି ସମୟମଣ୍ଡଳରେ ଭାଗ କରାଯାଇଛି ।
ମୂଳ ଦ୍ରାଘିମାଠାରୁ ପୂର୍ବ ଦିଗକୁ ପ୍ରତି ୧୫° ବ୍ୟବଧାନରେ ୧୨ଟି ସମୟମଣ୍ଡଳ, ସେହିପରି ପଶ୍ଚିମକୁ ୧୨ଟି ସମୟ ମଣ୍ଡଳ ରହିଛି ।
ପ୍ରତ୍ୟେକ ସ୍ଥାନର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟ ଭିନ୍ନ ଭିନ୍ନ ହୋଇଥାଏ ।
ଗ୍ରୀନିଚ୍ ବା ମୂଳ ଦ୍ରାଘିମାର ପୂର୍ବକୁ ସୂର୍ଯ୍ୟୋଦୟର ସମୟ ଆଗୁଆ ଏବଂ ପଶ୍ଚିମକୁ ପଛୁଆ ହୋଇଥାଏ ।
ସ୍ଥାନୀୟ ସମୟ ହେଉଛି ସ୍ଥାନଟି ଅବସ୍ଥିତ ଥିବା ମଧ୍ୟଦିନ ରେଖାର ସମୟ ଏବଂ ପ୍ରମାଣ ସମୟ ହେଉଛି ଦେଶର ମଧ୍ୟଭାଗ ଦେଇ ଯାଇଥିବା ମଧ୍ୟଦିନ ରେଖାର ସମୟ ଯାହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥାଏ ।
ଆମ ଦେଶ ଭାରତରେ ପ୍ରମାଣ ସମୟ
ପୂ. ଦ୍ରାଘିମାର ସମୟ ଅଟେ, ଯାହାକି ଦେଶର ସର୍ବତ୍ର ଗ୍ରହଣୀୟ, ମାତ୍ର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବିଭିନ୍ନ ଅଞ୍ଚଳର ଭିନ୍ନଭିନ୍ନ ସମୟରେ ହୋଇଥାଏ ।
Question 4.
୧୮୦° ଦ୍ରାଘିମା କ୍ଷେତ୍ରରେ ‘ପ କିମ୍ବା ପୂ’ ବ୍ୟବହାରର ଆବଶ୍ୟକତା ନାହିଁ କାହିଁକି ? ଏହି ୧୮୦° ଦ୍ରାଘିମାର ଗୁରୁତ୍ଵ କ’ଣ ?
Answer:
ହଁ, ଏହାର ଆବଶ୍ୟକତା ନାହିଁ, କାରଣ ପଶ୍ଚିମ କିମ୍ବା ପୂର୍ବରେ ଅନ୍ୟ ଦ୍ରାଘିମାଗୁଡ଼ିକର ମୂଳ ଦ୍ରାଘିମା (୦°) ଅଟେ ।
ମୂଳ ଦ୍ରାଘିମାର ବିପରୀତ ଥିବା ୧୮୦° ଦ୍ରାଘିମାକୁ ଆନ୍ତର୍ଜାତିକ ତାରିଖ ରେଖା (IDL) କୁହାଯାଏ ।
ଆନ୍ତର୍ଜାତିକ ତାରିଖ ରେଖା (IDL) କୁ ଅତିକ୍ରମ କଲେ ଗୋଟିଏ ଦିନ ତାରିଖ ବଦଳିଯାଏ ।
ଯଦି ତୁମେ ଆନ୍ତର୍ଜାତିକ ତାରିଖ ରେଖାର (180°E) ପୂର୍ବକୁ ପୂର୍ବକୁ ଅତିକ୍ରମ କର ତେବେ ତୁମେ ଗୋଟିଏ ଦିନ ତାରିଖରେ ଯୋଗ କରିବ ।
ଯଦି ତୁମେ ପଶ୍ଚିମକୁ ଅତିକ୍ରମ କର ତେବେ ତୁମେ ଗୋଟିଏ ଦିନ ବିଯୁକ୍ତ କରିବ ।
ତୁମେ ଲୋକମାନେ କହୁଥିବାର ଶୁଣିଥିବ ଯେ ସେ ଭାରତରୁ ଉଡ଼ାଜାହାଜରେ ଯାତ୍ରା ଆରମ୍ଭ କରି ସେହିଦିନ ଆମେରିକାରେ ପହଞ୍ଚିଗଲେ । ବାସ୍ତବରେ ତାହା ସେପରି ଜଣାପଡ଼େ କାହିଁକି ଭାରତ ଆନ୍ତର୍ଜାତିକ ତାରିଖ ରେଖା (IDL)ର ପୂର୍ବରେ ଅବସ୍ଥିତ ମାତ୍ର ଆମେରିକା ଭକ୍ତରେଖାର ପଶ୍ଚିମରେ ଅବସ୍ଥିତ ।
ଆସ ଅନୁସନ୍ଧାନ କରିବା
Question 1.
ଚିତ୍ର ୧.୧ରେ ଥିବା ରେଖାଚିତ୍ର ବା ସ୍କେଚ୍ରେ–

Question (୧).
ଡାକ୍ତରଖାନାକୁ ଚିହ୍ନିତ କର ।
Answer:
ଚିତ୍ରକୁ ଦେଖିଲେ ଜାଣିବ ଯେ ଡାକ୍ତରଖାନା
ସହରର ମଧ୍ୟଭାଗରେ ଅଛି ଯାହାଉପରେ ‘+’ ଚିହ୍ନ ଲଗାଯାଇଛି ।
![]()
Question (ଖ).
ନୀଳ ରଙ୍ଗ ଚିହ୍ନିତ ଅଞ୍ଚଳର ଅର୍ଥ କ’ଣ ?
Answer:
ନୀଳ ରଙ୍ଗ ଚିହ୍ନିତ ଅଞ୍ଚଳଗୁଡ଼ିକ ଜଳାଶୟ ଅଟେ, ଯଥା – ପୋଖରୀ, ଝରଣା ।
Question (ଗ).
କେଉଁଟି ରେଳଷ୍ଟେସନଠାରୁ ବହୁତ ଦୂରରେ ରହିଛି ? (ବିଦ୍ୟାଳୟ, ନଗର ପଞ୍ଚାୟତ କିମ୍ବା ସର୍ବସାଧାରଣ ବଗିଚା) ।
Answer:
ସର୍ବସାଧାରଣ ବଗିଚା ।
Question 2.
ଏକ ଶ୍ରେଣୀ ଶିକ୍ଷଣକାର୍ଯ୍ୟ ଭାବରେ, ତିନି କିମ୍ବା ଚାରି ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଦଳ ଗଠନ କର । ପ୍ରତ୍ୟେକ ଦଳକୁ ତୁମ ବିଦ୍ୟାଳୟ ଏବଂ ଏହାକୁ ଯାଉଥିବା କିଛି ରାସ୍ତା ଏବଂ ଆଖପାଖରୁ କିଛି ଘରର ଏକ ରେଖଚିତ୍ର ବା ସ୍କେଚ୍ ଆଙ୍କିବାକୁ ଦିଅ । ଶେଷରେ, ସମସ୍ତ ରେଖାଚିତ୍ର ବା ସ୍କର୍ ତୁଳନା କରି ଆଲୋଚନା କର ।
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ କରିବେ ।
Question 3.
ତୁମ ବିଦ୍ୟାଳୟର ଖେଳପଡ଼ିଆର ଏକ ସରଳ ମାନଚିତ୍ର ପ୍ରସ୍ତୁତ କର । ଆସ ଅନୁମାନ କରିବା ଯେ ଏହାର ଆକାର ଯଥା ଦୈର୍ଘ୍ୟ ୪୦ ମିଟର ଏବଂ ପ୍ରସ୍ଥ ୩୦ ମିଟର । ୧ ସେ.ମି. = ୧୦ ମିଟର ମାନ ବା ସ୍କେଲରେ ତୁମେ ରୁଲରଦ୍ଵାରା ଏହାକୁ ଠିକ୍ ଭାବରେ ଅଙ୍କନ କର ।
Answer:

୧ ସେ.ମି. = ୧୦ ମିଟର
ତେଣୁ ଖେଳପଡ଼ିଆର ଲମ୍ବ ୪୦ ମିଟର ଓ ଓସାର ୩୦ ମିଟରକୁ ଯଥାକ୍ରମେ ୪ ସେ.ମି. ଏବଂ ୩ ସେ.ମି. ଧରାଯାଇ ତା’ର ମାନଚିତ୍ର ଅଙ୍କାଯିବ ।
Question 4.
ଏହି ଅଙ୍କିତ ଆୟତଚିତ୍ରର କର୍ତ୍ତକୁ ମାପ କର । ତୁମେ କେତେ ସେଣ୍ଟିମିଟର ପାଇଲ ? ସ୍କେଲ ବ୍ୟବହାର କରି, ଖେଳପଡ଼ିଆର କର୍ଣ୍ଣର ଦୈର୍ଘ୍ୟ, ମିଟରରେ ଗଣନା କର ।
Answer:
ଉକ୍ତ ଖେଳପଡ଼ିଆର ଚିତ୍ରର କର୍ଣ୍ଣକୁ ସ୍କେଲରେ ମାପ କଲେ ତାହା ୫ ସେ.ମି. ହେବ ।
ଯେହେତୁ ୧ ସେ.ମି. = ୧୦ ମିଟର ଧରାଯାଇଛି
ତେଣୁ ୫ ସେ.ମି. = ୧୦ × ୫ = ୫୦ ମିଟର
ଅତଏବ ଖେଳପଡ଼ିଆର କର୍ଣ୍ଣର ଲମ୍ବ ବାସ୍ତବରେ ୫୦ ମିଟର ଅଟେ ।
Question 5.
ପୁଣି ଥରେ ଛୋଟ ସହରର ରେଖାଚିତ୍ର ବା ସ୍କେଚ୍ ଉପରେ ବିଚାର କର । ନିମ୍ନ ତାଲିକାରେ ଠିକ୍ (✓) ଏବଂ ଭୁଲ୍ (✗) ଉକ୍ତିଗୁଡ଼ିକୁ ଚିହ୍ନଟ କର ।
୧। ଡାକ୍ତରଖାନାର ଉତ୍ତରରେ ବଜାର ରହିଛି ।
୨। ସଂଗ୍ରହାଳୟଟି ବ୍ୟାଙ୍କର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ।
୩ । ରେଳଷ୍ଟେସନ ହସ୍ପିଟାଲର ଉତ୍ତର-ପଶ୍ଚିମରେ ରହିଛି ।
୪। ଜଳାଶୟ ଆପାର୍ଟମେଣ୍ଟ ବ୍ଲକଠାରୁ ଉତ୍ତର-ପଶ୍ଚିମରେ ଅବସ୍ଥିତ ।
Answer:
(କ) (✗)
(ଖ) (✓)
(ଗ) (✓)
(ଘ) (✗)
Question 6.
ତୁମ ବିଦ୍ୟାଳୟକୁ ମୂଳବିନ୍ଦୁ ଭାବରେ ଗ୍ରହଣ କରି ତୁମେ କହିପାରିବ କି ତୁମ ଘର କେଉଁ ଦିଗରେ ଅବସ୍ଥିତ ? ଶିକ୍ଷକ ଓ ପିତାମାତାଙ୍କ ସହ ଆଲୋଚନା କର ।
Answer:
ଶିକ୍ଷକ ଓ ପିତାମାତାଙ୍କ ସହ ଆଲୋଚନା କରି ପିଲାମାନେ ନିଜ ଘରର ଦିଗ ନିର୍ଣ୍ଣୟ କରିବେ ।- ମାନଚିତ୍ରର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ହେଉଛି ସଙ୍କେତ ।
Question 7.
ତୁମ ଘର, ବିଦ୍ୟାଳୟ ଏବଂ ଅନ୍ୟ କେତେକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ସମେତ ତୁମ ଅଞ୍ଚଳ କିମ୍ବା ତୁମ ଗାଁର ଏକ ମାନଚିତ୍ର ବା ରେଖାଚିତ୍ର ପ୍ରସ୍ତୁତ କର । ମୁଖ୍ୟ ଦିଗଗୁଡ଼ିକୁ ଦର୍ଶାଅ ଏବଂ କିଛି ଗୁରୁତ୍ଵପୂର୍ଣ୍ଣ ସଙ୍କେତ ବ୍ୟବହାର କରିବାପାଇଁ ଚିତ୍ର ୧.୨ ରେ ଦର୍ଶାଯାଇଥିବା କିଛି ସଙ୍କେତଗୁଡ଼ିକୁ ବ୍ୟବହାର କର ।
Answer:
ପିଲାମାନେ ଶିକ୍ଷକଙ୍କ ସହାୟତା ନେଇ ମାନଚିତ୍ର ଅଙ୍କନ କରିବେ ।

Question 8.
ସମାନ ସର୍ତ୍ତାବଳୀ ବ୍ୟବହାର କରି, ଯଦି ତୁମେ କଳା ଦଳ ହୋଇ ଖେଳ ତେବେ ତୁମ ଗତିବିଧଗୁଡ଼ିକୁ ଯୋଡ଼ିସ୍ଥାନାଙ୍କ (co-ordinate) ଅନୁସାରେ ଲେଖ ।
Answer:
ଚେସ୍ରେ ‘କଳା ପକ୍ଷ’ ଖେଳ ଆରମ୍ଭ କରି ରାଣୀ ସମ୍ମୁଖରେ ଥିବା ସୈନ୍ୟକୁ ମଧ୍ଯ ଦୁଇପାଦ ଆଗକୁ ନେଇପାରିବେ ସେହି ସୈନ୍ୟଟି ଘ୭ରୁ ଘକୁ ଯିବ ।
Question 9.
ଯଦି ତୁମ ଶ୍ରେଣୀରେ ଥିବା ଗ୍ଲୋବ୍ କିମ୍ବା ଆଟଲାସ୍ରେ ଅକ୍ଷାଂଶ ଏବଂ ଦ୍ରାଘିମା ଭଲ ଭାବରେ ଚିହ୍ନିତ ଅଛି, ତେବେ (୧) ମୁମ୍ବାଇ (୨) କୋଲକାତା (୩) ସିଙ୍ଗାପୁର (୪) ପ୍ୟାରିସ୍ର ଅକ୍ଷାଂଶ ଓ ଦ୍ରାଘିମା ପାଇଁ ଆନୁମାନିକ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଚେଷ୍ଟା କର ।
Answer:
ନିମ୍ନଲିଖୂତ ସହରମାନଙ୍କର ଆନୁମାନିକ ଅକ୍ଷାଂଶ ଓ ଦ୍ରାଘିମା
(କ) ମୁମ୍ବାଇ 19° N ଅକ୍ଷାଂଶ 72 E ଦ୍ରାଘିମା
(ଖ) କୋଲକତା 22° N ଅକ୍ଷାଂଶ 88° E ଦ୍ରାଘିମା
(ଗ) ସିଙ୍ଗାପୁର 1 N ଅକ୍ଷାଂଶ 103° E ଦ୍ରାଘିମା
(ଘ) ପ୍ୟାରିସ୍ 48° N ଅକ୍ଷାଂଶ 2 E ଦ୍ରାଘିମା

Question 10.
ଜଣେ ପୋର ବନ୍ଦର (ଗୁଜରାଟ) ଏବଂ ଅନ୍ୟ ଜଣେ ତିନସୁକିଆ (ଆସାମ)ରେ ବସିଥିବା ଦୁଇ ସାଙ୍ଗ ଅପରାହ୍ନରେ ଫୋନରେ କଥା ହେଉଛନ୍ତି । ତିନିସୁକିଆରେ ଥିବା ସାଙ୍ଗ କହୁଛି ଯେ ଆସାମରେ ସୂର୍ଯ୍ୟ ଅସ୍ତ ହେଲାଣି ଏବଂ ବର୍ତ୍ତମାନ ଅନ୍ଧାର ହୋଇଛି । ପୋରବନ୍ଦରରେ ଥିବା ସାଙ୍ଗ ଆଶ୍ଚର୍ଯ୍ୟ ହୋଇ କହିଲେ, “‘କିନ୍ତୁ ଏଠାରେ ଏବେବି ପୂରା ଦିନ ଅଛି ।’’ ଏହାର କାରଣ ବର୍ଣ୍ଣନା କର ଏବଂ ଶିକ୍ଷଣ କାର୍ଯ୍ୟଭାବରେ ଆଲୋଚନା କରି ନିରୂପଣ କର ଯେ ସେହି ଦୁଇଟି ସହର ମଧ୍ୟରେ ସ୍ଥାନୀୟ ସମୟର ପାର୍ଥକ୍ୟ କେତେ ? (ସୂଚନା : ପୋର ବନ୍ଦର ଏବଂ ତିନସୁକିଆ ମଧ୍ୟରେ ଦ୍ରାଘିମାରେ ପାର୍ଥକ୍ୟ ୩୦° ବୋଲି ବିଚାର କରି ଠିକ୍ ମୂଲ୍ୟ ନିରୂପଣ କର ।)
Answer:
ପୋର ବନ୍ଦର (ଗୁଜରାଟ) ଏବଂ ତିନସୁକିଆ (ଆସାମ) ମଧ୍ୟରେ ୩୦°ର ପାର୍ଥକ୍ୟ ଦର୍ଶାଯାଇଛି ।
ତେଣୁ ସ୍ଥାନୀୟ ସମୟର ବ୍ୟବଧାନ ୧° = ୪ ମିନିଟ୍ ହିସାବରେ ଧରାଗଲେ
୧° = ୪ ମିନିଟ୍, ୩୦° = ୪ × ୩୦ = ୧୨୦ ମିନିଟ୍ ଅର୍ଥାତ୍ ୨ ଘଣ୍ଟା
ଆମ ଦେଶ ଭାରତ ଗ୍ରୀନ୍ୱିଚ୍ ସମୟ ଅନୁସାରେ 82% E ଷ୍ଟାଣ୍ଡାର୍ଡ ଟାଇମ୍ ରେଖାଯାଇଥିବାରୁ ଏହାର ସମସ୍ତ ସ୍ଥାନ ସ୍ଥାନୀୟ ସମୟ ଅନୁସାରେ ଚାଲିବ । ସୁତରାଂ ସ୍ଥାନୀୟ ସମୟ ଅନୁସାରେ ପୋରବନ୍ଦର ଏବଂ ତିନସୁକିଆ ମଧ୍ୟରେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ କ୍ଷେତ୍ରରେ ସବୁବେଳେ ୨ ଘଣ୍ଟା ପାର୍ଥକ୍ୟ ରହିବ ।
ପୃଥିବୀର ଯେକୌଣସି ସ୍ଥାନର ସ୍ଥାନୀୟ ଗଣନା କରିବା ପାଇଁ ସମାନ ପଦ୍ଧତି ବ୍ୟବହାର କରାଯାଇଥାଏ । କିନ୍ତୁ ଏକ ଦେଶ ପାଇଁ ଅନେକ ସ୍ଥାନୀୟ ସମୟ ବ୍ୟବହାର କରିବା ସୁବିଧାଜନକ ହେବ ନାହିଁ । ସେଥ୍ପାଇଁ ଅଧିକାଂଶ ଦେଶ ସେମାନଙ୍କ ମଧ୍ୟଦେଇ ଯାଉଥିବା ମଧ୍ୟଦିନ ରେଖା ଆଧାରରେ ଏକ ପ୍ରମାଣ ସମୟ ଗ୍ରହଣ କରନ୍ତି । ଗ୍ରୀନ୍ ୱିଚ୍ (Greenwich Mean Time ବା GMT)ର ସ୍ତାନୀୟ ସମୟଠାରୁ ଭାରତୀୟ ମାନକ ସମୟ (IST) ୫ ଘଣ୍ଟା ୩୦ ମିନିଟ୍ ଆଗୁଆ ।
![]()
Question 11.
ଗୁଜରାଟ ଏବଂ ଆସାମରେ ବସିଥିବା ଦୁଇ ବନ୍ଧୁଙ୍କ କଥାବାର୍ତ୍ତା ଉଦାହରଣକୁ ନେଇ ସ୍ଥାନୀୟ ସମୟ ଏବଂ ପ୍ରମାଣ ସମୟ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଅ ।
Answer:
ଦ୍ରାଘିମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଯଦିଓ ସ୍ଥାନୀୟ ସମୟରେ ତାରତମ୍ୟ ଦେଖାଯାଏ କିନ୍ତୁ ସମଗ୍ର ଦେଶ (ଭାରତ) ପାଇଁ ଷ୍ଟାଣ୍ଡାର୍ଡ଼ ଟାଇମ୍ ସବୁବେଳେ ସମାନ ଥାଏ । ଏହା ଭାରତର ମଧ୍ଵନ୍ଦିନ ରେଖା ଆଧାରରେ କରାଯାଇଛି ।
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ମାନଚିତ୍ର କ’ଣ ?
Answer:
ମାନଚିତ୍ର ହେଉଛି କୌଣସି ଅଞ୍ଚଳର ଏକ ଚିତ୍ରିତ ଉପସ୍ଥାପନା ।
Question 2.
ଭୂଚିତ୍ରାବଳୀ କ’ଣ ?
Answer:
ଭୂଚିତ୍ରାବଳୀ (ATLAS) ହେଉଛି ଅନେକଗୁଡ଼ିଏ ମାନଚିତ୍ରର ଏକ ସମନ୍ଵିତ ପୁସ୍ତକ ।
Question 3.
ପ୍ରତ୍ୟେକ ମାନଚିତ୍ରର କେତୋଟି ମୌଳିକ ଉପାଦାନ ଥାଏ । ସେଗୁଡ଼ିକ କ’ଣ ?
Answer:
ପ୍ରତ୍ୟେକ ମାନଚିତ୍ରର ତିନୋଟି ମୌଳିକ ଉପାଦାନ ଥାଏ । ସେଗୁଡ଼ିକ ହେଉଛି – ଦୂରତା, ଦିଗ ଓ ସଙ୍କେତ ।
Question 4.
ଦୂରତାକୁ ମାନଚିତ୍ରରେ କିପରି ଦର୍ଶାଯାଇଥାଏ ?
Answer:
ଦୂରତାକୁ ମାନଚିତ୍ରରେ ସାଧାରଣ ମାନ (Scale) ମାଧ୍ୟମରେ ଦର୍ଶାଯାଇଥାଏ ।
Question 5.
କାର୍ଡ଼ିନାଲ କ’ଣ ?
Answer:
ଯେକୌଣସି ମାନଚିତ୍ରରେ ଚାରିଗୋଟି ଦିଗ ପ୍ରଦର୍ଶିତ ହୋଇଥାଏ । ସେଗୁଡ଼ିକ ହେଲା- ଉତ୍ତର, ପୂର୍ବ, ଦକ୍ଷିଣ ଓ ପଶ୍ଚିମ । ଏଗୁଡ଼ିକୁ କାର୍ଡ଼ନାଲ ବା ଚତୁଃଦିଗ କୁହାଯାଏ ।
Question 6.
ମାନଚିତ୍ରରେ ସଙ୍କେତ କାହିଁକି ବ୍ୟବହାର କରାଯାଇଥାଏ ?
Answer:
ମାନଚିତ୍ରରେ କମ୍ ସ୍ଥାନ ମଧ୍ୟରେ ଅନେକ ସ୍ଥାନ ପ୍ରଦର୍ଶନ ସମ୍ଭବପର ନୁହେଁ । ତେଣୁ ବିଭିନ୍ନ ପ୍ରକାରର କୋଠା ଯଥା ରେଳଷ୍ଟେସନ, ଡାକଘର, ବିଦ୍ୟାଳୟ, ନଦୀ, ବ୍ରିଜ, ରେଳଲାଇନ୍ ଇତ୍ୟାଦିର ସୂଚନାପାଇଁ କେତେକ ସଙ୍କେତ ବ୍ୟବହାର କରାଯାଏ ।
Question 7.
ଭାରତର କେଉଁ ସଂସ୍ଥା ରେଳଲାଇନ୍, ରେଳଷ୍ଟେସନ, ରାସ୍ତା, ନଦୀ, ପୋଲ, ମନ୍ଦିର, ଅଫିସ, ଡାକଘର ଇତ୍ୟାଦିର ସଙ୍କେତ ମାନଚିତ୍ରରେ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଅନ୍ତି ?
Answer:
ଭାରତ ସରକାରଙ୍କ ସର୍ଭେ ଅଫ୍ ଇଣ୍ଡିଆ ।
Question 8.
ଅକ୍ଷାଂଶ କ’ଣ ?
Answer:
ଅକ୍ଷାଂଶ ଏକ କୌଣିକ ଦୂରତ୍ୱ । ଭୂପୃଷ୍ଠରେ ଅବସ୍ଥିତ ଯେକୌଣସି ସ୍ଥାନ ପୃଥିବୀର କେନ୍ଦ୍ରଠାରୁ ବିଷୁବ ସମତଳ ସହ, ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଣ ସୃଷ୍ଟି କରେ ତାହାକୁ ସେହି ସ୍ଥାନର ଅକ୍ଷାଂଶ କୁହାଯାଏ ।
Question 9.
ସମଶୀତୋଷ୍ଣ ମଣ୍ଡଳ (Temperature zone) କ’ଣ ?
Answer:
ବିଷୁବରେଖାଠାରୁ ଉଭୟ ମେରୁ ଆଡ଼କୁ ଉଷ୍ଣତା କମି କମି ଯାଏ । ତେଣୁ ବିଷୁବରେଖା ଓ ମେରୁ ମଧ୍ୟବର୍ତୀ ଅଞ୍ଚଳରେ ଅଧ୍ଵ ଗରମ କିମ୍ବା ଅଧିକ ଥଣ୍ଡା ଅନୁଭୂତ ହୋଇନଥାଏ । ତେଣୁ ସେହି ସ୍ଥାନରେ ସମଶୀତୋଷ୍ଣ ଜଳବାୟୁ ଅନୁଭୂତ ହୁଏ ।
Question 10.
ଉଷ୍ଣମଣ୍ଡଳ କାହାକୁ କୁହାଯାଏ ?
Answer:
ବିଷୁବରେଖା ନିକଟରେ ଜଳବାୟୁ ସାଧାରଣତଃ ଗରମ ହୋଇଥାଏ । ଏହାକୁ ଉଷ୍ଣମଣ୍ଡଳ (Torrid zone) କୁହାଯାଏ ।
Question 11.
ହିମମଣ୍ଡଳ କାହାକୁ କୁହାଯାଏ ?
Answer:
ବିଷୁବ ବୃତ୍ତଠାରୁ ମେରୁଆଡ଼କୁ ଗଲେ ଉଷ୍ଣତା କମି କମି ଯାଏ । ସୁତାରଂ ଉଭୟ ମେରୁ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ, ଯାହାକୁ ହିମ ମଣ୍ଡଳ (Frigid zone) କୁହାଯାଏ । ଅକ୍ଷାଂଶ ବଢ଼ିଲେ ତାପମାତ୍ରା କମେ ।
Question 12.
ବିଷୁବରେଖା କ’ଣ ?
Answer:
ପୃଥିବୀର ମଧ୍ୟଭାଗରେ ଅର୍ଥାତ୍ ଉଭୟ ମେରୁଠାରୁ ସମାନ ଦୂରତାରେ ଯେଉଁ ରେଖା ପୃଥିବୀକୁ ଦୁଇ ସମାନ ଭାଗରେ ବିଭକ୍ତ କରିଥାଏ ତାକୁ ବିଷୁବରେଖା କୁହାଯାଏ ।
![]()
Question 13.
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ସବୁ ଦେଶର କ’ଣ ଗୋଟିଏ (ଷ୍ଟାଣ୍ଡାର୍ଡ଼ ଟାଇମ୍) ପ୍ରମାଣ ସମୟ ଅଛି ?
(ଖ) ଯେକୌଣସି ଦୁଇଟି ଦେଶର ଉଦାହରଣ ଦିଅ ଯେଉଁମାନଙ୍କର ଏକାଧୁକ ସମୟ ମଣ୍ଡଳ (Time zone) ଅଛି ।
(ଗ) କାହିଁକି ଏହି ଦେଶଗୁଡ଼ିକର ଅଧିକ ସମୟ ମଣ୍ଡଳ (Time zone) ଅଛି ?
Answer:
(ଳ) ନା, ସବୁ ଦେଶରେ ଗୋଟିଏ (ଷ୍ଟାଣ୍ଡାର୍ଡ଼ ଟାଇମ୍) ପ୍ରମାଣ ସମୟ ନାହିଁ, କେତେକ ଦେଶରେ ଏକାଧିକ ପ୍ରମାଣ ସମୟ ଅଛି ।
(ଖ) ରଷିଆର ୧୧ଟି ସମୟମଣ୍ଡଳ ଏବଂ ଆମେରିକାର ୬ଟି ସମୟ ମଣ୍ଡଳ ଅଛି ।
(ଗ) ଏହି ଦେଶମାନଙ୍କର ପୂର୍ବରୁ ପଶ୍ଚିମ ଦ୍ରାଘିମା ବିସ୍ତୃତି ଅଧିକ ହେତୁ ଏଠାରେ ଅଧିକ ସମୟ ମଣ୍ଡଳ (Time zone) ଅଛି ।
Question 14.
କେବଳ ଉତ୍ତର ଲେଖ ।
(କ) ଗ୍ରୀକ୍ ପ୍ରଥମ ମୂଳ ମଧ୍ୟଦିନ କି ?
(ଖ) ପୁରାତନ ଯୁଗରେ ଭାରତର ପ୍ରମୁଖ ମଧ୍ୟନ୍ଦିନ (ମୈରଡ଼ିଆନ) କ’ଣ ଥିଲା ?
(ଗ) ପ୍ରାଚୀନ ଭାରତର ନିଜସ୍ଵ ମଧ୍ୟରେଖା କେଉଁ ପୁରାତନ ସହର ଦେଇ ଅତିକ୍ରମ କରିଥିଲା ?
(ଘ) ସେହି ମଧ୍ୟରେଖା କାହିଁକି ପ୍ରସିଦ୍ଧ ଥିଲା ?
(ଙ) ୧୫୦୦ ବର୍ଷ ପୂର୍ବେ ସେହି ସହରର କେଉଁ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ବାସ କରୁଥିଲେ ?
Answer:
(କ) ନା,
(ଖ) ମଧ୍ୟରେଖା,
(ଗ) ଉଜ୍ଜୟିନୀ,
(ଘ) ସେହି ମଧ୍ଯରେଖା ଭାରତର ସମସ୍ତ ଜ୍ୟୋତିର୍ବିଦ୍ୟାର ଗଣନାରେ ସହାୟକ ହେଉଥୁଲା,
(ଙ) ବରାହ ମିହିର ।