Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ

Go through BSE Odisha Class 7 Social Science Notes Odia Medium Chapter 11 ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ to understand important topics more clearly.

7th Class Social Science Chapter 11 Notes Odia Medium

BSE Odisha Class 7 Social Science Chapter 11 Notes Odia Medium

‘ଅର୍ଥ; ବର୍ତ୍ତମାନ ଓ ଭବିଷ୍ୟତ ମଧ୍ଯରେ ଯୋଗସୂତ୍ରର ଭୂମିକା ଗ୍ରହଣ କରିଥାଏ ।’
– ଜନ୍ ମେନାର୍ଡ଼ କେନସ୍ (ବିଂଶ ଶତାବ୍ଦୀର ପ୍ରସିଦ୍ଧ ଅର୍ଥନୀତିଜ୍ଞ)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଲୋକମାନେ ବିଭିନ୍ନ ଦ୍ରବ୍ୟ ଓ ସେବା ପାଇବା ପାଇଁ ଅନ୍ୟ ଦ୍ରବ୍ୟ ଓ ସେବା ବିନିମୟ କରୁଥିଲେ । ଏହାକୁ ବଦଳ ବ୍ୟବସ୍ଥା ବା ଦ୍ରବ୍ୟ ବିନିମୟ ବ୍ୟବସ୍ଥା କୁହାଯାଏ ।

ଆଜିକାଲି ଆମେ ମୁଦ୍ରା ବା ଟଙ୍କା ମାଧ୍ୟମରେ ଦ୍ରବ୍ୟ କିଣାବିକା କରୁଛେ । ଏହି କାରବାର ପାଇଁ ଲୋକମାନେ ମଧ୍ୟ ମୋବାଇଲ ଫୋନ୍ ଓ କମ୍ପ୍ୟୁଟରର ସାହାଯ୍ୟ ନେଉଛନ୍ତି ।

ବଦଳ ବ୍ୟବସ୍ଥା ବିନିମୟର ସର୍ବପୁରାତନ ମାଧ୍ୟମ ପ୍ରମାଣ ମିଳିଥାଏ । ଲୋକମାନେ ବିନିମୟ ଦ୍ରବ୍ୟ ପଶୁ (ଗାଈ, ଛେଳି, ମେଣ୍ଢା, ଘୋଡ଼ା ଆଦି) ତଥା । ପୃଥ‌ିବୀର ବିଭିନ୍ନ ଅଞ୍ଚଳରୁ ଏ ସମ୍ବନ୍ଧରେ ତଥ୍ୟଭିଭିକ ଭାବେ କଉଡ଼ି, ଲୁଣ, ଚା’, ଧୂଆଁପତ୍ର, ବସ୍ତ୍ର, ଗୃହପାଳିତ ମଞ୍ଜି ଆଦିକୁ ବ୍ୟବହାର କରୁଥିଲେ ।

ବିନିମୟ ପଦ୍ଧତି (Bater System) : ଟଙ୍କା / ମୁଦ୍ରା ବ୍ୟବହାର ନକରି ଦ୍ରବ୍ୟ ଓ ସେବା ବିନିମୟ କରିବାର ଉପାୟ ।

ଟଙ୍କା (Money) : ଦ୍ରବ୍ୟ ଏବଂ ସେବା ବିନିମୟରେ ଦେୟ କିମ୍ବା ଗ୍ରହଣ କରିବା ପାଇଁ ସମସ୍ତଙ୍କ ଦ୍ଵାରା ସାଧାରଣ ଭାବେ ଗ୍ରହଣ କରାଯାଉଥିବା ଉପକରଣ ବା ସାଧନ

କାରବାର (Transaction) : ଏକ ପ୍ରକାର ବ୍ୟବସାୟ ଯାହାଦ୍ଵାରା ଲୋକଙ୍କ ମଧ୍ୟରେ କ୍ରୟ କିମ୍ବା ବିକ୍ରୟ ଭଳି କରାଯାଉଥିବା କାର୍ଯ୍ୟ ।

ଦ୍ରବ୍ୟ (Commodities) : ସାମଗ୍ରୀ କିମ୍ବା ଉତ୍ପାଦ ଯାହା ବାଣିଜ୍ୟରେ କ୍ରୟ ଏବଂ ବିକ୍ରୟ କରାଯାଇପାରିବ ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-1

ଆମେ ଟଙ୍କା କାହିଁକି ଆବଶ୍ୟକ କରୁଛୁ ? :
ସୋଲୋମନ୍ ଦ୍ଵୀପପୁଞ୍ଜରେ ଟଙ୍କା ଭାବରେ ବ୍ୟବହୃତ ଟେଭାଉ (ପକ୍ଷୀଙ୍କ ପରରୁ ତିଆରି ଲାଲ ପରିର କୁଣ୍ଡଳୀ) ।

ଏପରି ସ୍ଥଳରେ ଅଦଳବଦଳ ପାଇଁ ଉଦ୍ଦିଷ୍ଟ ସାମ୍ରଗୀ ଉଭୟ ପକ୍ଷର ବ୍ୟକ୍ତିଙ୍କ ଆବଶ୍ୟକତା ପୂରଣ କରୁଥିବା ଜରୁରୀ । ଏହାକୁ ‘ଚାହିଦାର ଦ୍ଵିତ ସଂଯୋଗ’ (Double coincidence of wants) କୁହାଯାଇଥାଏ ।

ଦୁଇଟି ଦ୍ରବ୍ୟ ମଧ୍ଯରେ ଅଦଳବଦଳ ହେବାପାଇଁ ଅନେକ ସମସ୍ୟା ଦେଖାଦେଇଥାଏ । ଦୁଇଟି ସାମଗ୍ରୀର ମୂଲ୍ୟ ସମାନ ହେବା ଦରକାର । ଉଭୟ ପକ୍ଷଙ୍କର ସେହି ସବୁ ଦ୍ରବ୍ୟର ଆବଶ୍ୟକତା ଥ‌ିବା ଦରକାର ।

ସେତେବେଳେ ବିଭିନ୍ନ ଦ୍ରବ୍ୟ ମୂଲ୍ୟର କୌଣସି ସାଧାରଣ ମାପକ ନଥ‌ିବାରୁ ଟଙ୍କାର ଆବଶ୍ୟକତା ପଡ଼ିଥିଲା ।

ଚାହିଦାର ଦ୍ଵୈତ ସଂଯୋଗ (Double Coincidence of Wants) : ଏହା ଏପରି ଏକ ପରିସ୍ଥିତି ଯେଉଁଠାରେ ଦୁଇଜଣ ବ୍ୟକ୍ତିଙ୍କ ପାଖରେ ପରସ୍ପର ଚାହୁଁଥିବା ଜିନିଷ ଅଛି ଏବଂ ସେମାନେ ସିଧାସଳଖ ସେଗୁଡ଼ିକୁ ବିନିୟମ କରିପାରିବେ । ଏହା ଏକ ଅର୍ଥନୈତିକ ଧାରଣା ।

ମୂଲ୍ୟର ସାଧାରଣ ମାନକ ମାପ (Common Standard Measure of Value) : କାରବାର ପାଇଁ ଏହା ଏକ ସହମତ ମୂଲ୍ୟ ଯାହା ଅର୍ଥନୀତିରେ ଦ୍ରବ୍ୟ ଏବଂ ସେବାର ମୂଲ୍ୟ ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ ।

ବିଭାଜନ (Divisibility): ଏକ ଦ୍ରବ୍ୟ କିମ୍ବା ସାମଗ୍ରୀର କ୍ଷମତା ଯାହା ଖଣ୍ଡ ବା ଅଂଶରେ ଭାଗ ହୋଇପାରେ ।

ବହନ ଯୋଗ୍ୟତା (Portability) : ଏକ ଦ୍ରବ୍ୟ କିମ୍ବା ସାମଗ୍ରୀର ଦକ୍ଷତା ଯାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ବା ବହନ ହୋଇପାରେ ।

ସ୍ଥାୟୀତ୍ଵ (Durability) : ଏକ ବସ୍ତୁ କିମ୍ବା ଦ୍ରବ୍ୟର ଗୁଣ ଯାହା ଏହାର ସ୍ଥାୟୀତ୍ୱ ଏବଂ କ୍ଷତି ସହିବାର କ୍ଷମତାକୁ ସୂଚିତ କରେ ଯାହାଦ୍ଵାରା ଏହାକୁ ଅଧିକ ସମୟ ପାଇଁ ସଂରକ୍ଷଣ କରାଯାଇପାରିବ ।

ସମଗ୍ର ପୃଥ‌ିବୀରେ ଆଧୁନିକ ଅର୍ଥବ୍ୟବସ୍ଥା ପାରମ୍ପରିକ ଦ୍ରବ୍ୟ ବିନିମୟ ପଦ୍ଧତିର ସ୍ଥାନ ଅଧୁକାର କରିଅଛି ।

Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ

କେତେକ ସ୍ଥାନରେ ଏହି ଦ୍ରବ୍ୟ ବିନିମୟ ବ୍ୟବସ୍ଥା ଏବେବି ତିଷ୍ଠି ରହିଛି । ଯଥା- ଆସାମର ମୋରିଗାଓଁ ଜିଲ୍ଲାର ଜୁନବିଲ୍ (ଅସମୀୟ ଭାଷାରେ ଜୁନ୍ ଅର୍ଥ ଚନ୍ଦ୍ର ବିଲ୍ ଅର୍ଥ ଆର୍ଦ୍ରଭୂମିକୁ ବୁଝାଇଥାଏ) । ଏଠାରେ ଅନୁଷ୍ଠିତ ତିନିଦିନିଆ ସାମାଜିକ ସାଂସ୍କୃତିକ ମେଳାରେ ଏହି ବ୍ୟବସ୍ଥା ଦେଖାଯାଇଥାଏ ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-2
ଏହି ମେଳାରେ ପ୍ରାରମ୍ଭରେ ଅଗ୍ନିପୂଜା ସହ ସମଗ୍ର ବିଶ୍ଵ କଲ୍ୟାଣ ନିମନ୍ତେ ଏଠାରେ ପ୍ରାର୍ଥନା କରାଯାଇଥାଏ ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-3
ପଞ୍ଚଦଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଏହି ମେଳା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଏଥ‌ିରେ ଆସାମ ଓ ମେଘାଳୟର ତିଓ୍ବା, କାର୍ସୀ, ଖାସି ଓ ଜୟନ୍ତିଆ ଆଦି ଜନଜାତି ସଂପ୍ରଦାୟର ମୁଖ୍ୟମାନେ ମିଳିତ ହୋଇ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ଓ ସୌହାର୍ଘ୍ୟପୂର୍ଣ୍ଣ ସମ୍ପର୍କ ରଖୁବା ନିମନ୍ତେ ଆଲୋଚନା କରିଥା’ନ୍ତି । କାଳକ୍ରମେ ଏହିସବୁ ଜନଜାତିର ଲୋକମାନେ ଏଠାରେ ଏକତ୍ରିତ ହେବାକୁ ଲାଗିଲେ ଏବଂ ଏହା ଏକ ମେଳାରେ ପରିଣତ ହେଲା ।

ସେହି ମେଳାରେ ଜନଜାତିର ଲୋକମାନେ ଏକତ୍ରିତ ହୋଇ ସେମାନଙ୍କର ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟକୁ ସାଥ୍‌ରେ ଧରି ଆସିଲେ ଏବଂ ପରସ୍ପର ମଧ୍ୟରେ ବିନିମୟ କଲେ ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-4

ଆଜି ପର୍ଯ୍ୟନ୍ତ ଏହା ଏକ ପ୍ରମୁଖ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ଚାଲି ଆସୁଅଛି ।

ପଣ୍ୟ ବା ଦ୍ରବ୍ୟ ବିନିମୟ ବଢ଼ି ଭୋରରୁ ଆରମ୍ଭ ହୁଏ । ବିଭିନ୍ନ ଉଭିଦର ଚେର, ପନିପରିବା, ଫଳ, ଔଷଧୀୟ ଗୁଳ୍ମ ଓ ବିଭିନ୍ନ ମସଲା ଆଦିର କିଣାବିକା ସହ ଏହି ମେଳା ଆରମ୍ଭ ହୁଏ ।

ପାହାଡ଼ ଜଙ୍ଗଲରେ ମିଳୁଥିବା ପ୍ରାକୃତିକ ସାମଗ୍ରୀ ବ୍ୟବହାରରେ ପ୍ରସ୍ତୁତ ବିଭିନ୍ନ ହାତ ତିଆରି ସାମଗ୍ରୀ ଓ କାରୁକାର୍ଯ୍ୟ ଆଦି ମେଳାର ଶୋଭାବର୍ଦ୍ଧନ କରିଥା’ନ୍ତି । ସମତଳ ଅଞ୍ଚଳର ଅଧୂବାସୀଙ୍କ ପ୍ରସ୍ତୁତ ଚାଉଳ ପିଠା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସହ ଉପରୋକ୍ତ ସାମଗ୍ରୀଗୁଡ଼ିକର ଦେଣନେଣ ହୋଇଥାଏ ।

ପାହାଡିଆ ଅଞ୍ଚଳରେ ଅନ୍ୟାନ୍ୟ ଚାଷ ସମ୍ଭବ ହେଉ ନଥିବାରୁ ଚାଉଳ ପିଠା ସହ ଏପରି ବିନିମୟ କରିବାହିଁ ଏହାର ମୁଖ୍ୟ କାରଣ ।

ପୁସ୍ତକ ବିନିମୟ :
ଅନେକ ସମୟରେ ବନ୍ଧୁ ଓ ସାଙ୍ଗସାଥ୍‌ମାନଙ୍କ ମଧ୍ୟରେ ରହସ୍ୟମୟ ପୁସ୍ତକ ଅଦଳବଦଳ ହୋଇଥାଏ । ଏହା ବିନା ଖର୍ଚ୍ଚରେ ଅପୂର୍ବ ଅନୁଭବ ପାଇବାର ଏକ ସରଳ ଉପାୟ ।

ବର୍ତ୍ତମାନ ସୁଦ୍ଧାବି ବୁଲା ବିକାଳୀମାନେ ଘରକୁ ଘର ବୁଲି ପୁରୁଣା ଲୁଗାପଟା ବଦଳରେ ନୂଆ ବାସନକୁସନ ବା ଘରକରଣା ସାମଗ୍ରୀ ଦେଇଥା’ନ୍ତି । ଏହି ବିନିମୟ ଉଭୟ ପକ୍ଷ ପାଇଁ ଲାଭପ୍ରଦ ହୋଇଥାଏ ।

ବ୍ୟକ୍ତିମାନେ ସେମାନଙ୍କର ପୁରୁଣା ବ୍ୟବହାର ଅଯୋଗ୍ୟ ଏସବୁ ଜିନିଷର ପୁନଃବିକ୍ରୀ, ପୁନଃପ୍ରକ୍ରିୟାକରଣ ବା ହୋଇଥାଏ ।

ଟଙ୍କା ବା ମୁଦ୍ରାର ମୌଳିକ କାର୍ଯ୍ୟ :
କଥାରେ ଅଛି ‘ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ’’ ସାମଗ୍ରୀଗୁଡ଼ିକର ପ୍ରକାର ଓ ପରିମାଣ ବୃଦ୍ଧି ସହ ବିନିମୟର ସ୍ଥାନଗୁଡ଼ିକ ମଧ୍ୟରେ ଦୂରତା ବୃଦ୍ଧି ପାଇଲା । ପଣ୍ୟ ବା ଦ୍ରବ୍ୟ ବିନିମୟ ପରିବର୍ତ୍ତେ ଏକ ବିକଳ୍ପ ବ୍ୟବସ୍ଥାର ଆବଶ୍ୟକତା ଅନୁଭବ ହେଲା ।

ବିନିମୟର ଏକ ସାଧାରଣ ମାଧ୍ୟମ ହିଁ କିଣାବିକାକୁ ସହଜ କରିପାରିବ, ଏହାର ଆବଶ୍ୟକତା ପଡ଼ିଲା ଓ ଏହି କାରଣରୁ ‘ମୁଦ୍ରା’ର ଉଦ୍ଭବ ହେଲା ।

ଦେଣ ନେଣ କାରବାରରେ ଅଧ‌ିକରୁ ଅଧିକ ଲୋକ ମୁଦ୍ରା ବ୍ୟବହାର କରିବାରୁ ଏହା ଦେୟ ପ୍ରଦାନ ପ୍ରକ୍ରିୟା ଭାବେ ସ୍ଵୀକୃତି ଲାଭ କଲା ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-5
ମୁଦ୍ରା, ମୂଲ୍ୟକୁ ସଞ୍ଚୟ କରିବାରେ ସହାୟକ ହୁଏ, ଯାହା ପରବର୍ତ୍ତୀ ସମୟରେ ବ୍ୟବହାର କରାଯାଇପାରିବ ।

ବିଭିନ୍ନ ଦ୍ରବ୍ୟ ଏବଂ ସେବାର ମୂଲ୍ୟ ନିର୍ଦ୍ଧାରଣରେ ମୁଦ୍ରା ଏକ ସାଧାରଣ ପରିମାପକ ଭାବେ କାର୍ଯ୍ୟ କରିଥାଏ । ଏହାଦ୍ଵାରା ଦ୍ରବ୍ୟ ଓ ସେବାକୁ ସେମାନଙ୍କ ମୂଲ୍ୟ ଭିଭିରେ ତୁଳନା କରିବା ସମ୍ଭବ ହୁଏ । ଉଦାହରଣ ସ୍ଵରୂପ ତୁମ ପିତାମାତା ଦୋକାନୀଠାରୁ ବିଭିନ୍ନ ସାମଗ୍ରୀ କିଣିବା ପ୍ରତିବଦଳରେ ଟଙ୍କା ଦେଇଥା’ନ୍ତି । ଏହି ଟଙ୍କା ଦୋକାନୀ ନିଜ କର୍ମଚାରୀମାନଙ୍କୁ ଦରମା ଆକାରରେ ଦେଇଥାନ୍ତି । କର୍ମଚାରୀ ସେହି ଟଙ୍କାକୁ ନିତ୍ୟ ଆବଶ୍ୟକ ସାମଗ୍ରୀ, ଅନ୍ୟାନ୍ୟ ଦ୍ରବ୍ୟ ଓ ପିଲାଙ୍କ ସ୍କୁଲ ଦରମା ଆଦି ଦେବାରେ ବ୍ୟୟ କରିଥାନ୍ତି ।

ବାକି ଦେୟପ୍ରଦାନରେ ଅର୍ଥକୁ ଗ୍ରହଣ କରାଯାଇଥିବାରୁ ତାହାକୁ ସ୍ଥଗିତ ବା ବାକି ଦେୟର ଏକ ମାନଙ୍କ (Standard of differred Payment) ଭାବେ ବିବେଚନା କରାଯାଏ ।

ମୁଦ୍ରା ବା ଟଙ୍କାର ଯାତ୍ରା :
ପୁରାତନ କାଳରେ ଧାତବ ମୁଦ୍ରାଗୁଡ଼ିକ (Coins) ଟଙ୍କାର ଏକ ପ୍ରାରମ୍ଭିକ ପ୍ରରୂପ ଥିଲା।

ସେହି ସମୟରେ ବିଭିନ୍ନ ରାଜ୍ୟର ଶାସକମାନେ ନିଜ ରାଜ୍ୟର ନାଗିରିକମାନଙ୍କ ପାଇଁ ମୁଦ୍ରା ପ୍ରଚଳନ କରୁଥିଲେ । ସେହି ମୁଦ୍ରାର ବ୍ୟବହାର ସେମାନଙ୍କ ରାଜ୍ୟ ମଧ୍ୟରେ ସୀମିତ ଥିଲା ।

ମୁଦ୍ରା ପ୍ରସ୍ତୁତି ଓ ପ୍ରଚଳନ ଶାସକମାନଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିଲା । ଶାସକମାନଙ୍କଦ୍ଵାରା ପ୍ରଚଳିତ ମୁଦ୍ରା ନିଜ ରାଜ୍ୟ ବ୍ୟତୀତ ଅନ୍ୟାନ୍ୟ ରାଜ୍ୟରେ ସ୍ଵୀକୃତ ହୋଇଥିଲା । ଏହା ଯୋଗୁଁ ବିସ୍ତୀର୍ଣ୍ଣ ଭୌଗୋଳିକ କ୍ଷେତ୍ରରେ ବାଣିଜ୍ୟ କାରବାର ସହଜ ହୋଇଥିଲା ।

ସେହି ମୁଦ୍ରାଗୁଡ଼ିକ ସୁନା, ରୂପା ଏବଂ ତମ୍ବା ପରି ମୂଲ୍ୟବାନ ଧାତୁ କିମ୍ବା ମିଶ୍ରଧାତୁରୁ ତିଆରି ହୋଇଥିଲା ।

ସେଗୁଡ଼ିକୁ ‘କାର୍ଷାପଣ’ ବା ସଂକ୍ଷେପରେ ‘ପଣ’ କୁହାଯାଉଥିଲା । ସେହି ମୁଦ୍ରାଗୁଡ଼ିକ ଉପରେ ବିଭିନ୍ନ ପ୍ରତୀକ ଖୋଦିତ ହୋଇଥିଲା ଏବଂ ସେଗୁଡ଼ିକୁ ‘ରୂପ’ କୁହାଯାଉଥିଲା ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-6

ମୁଦ୍ରା ତିଆରି (Minting) : ମୁଦ୍ରା ପ୍ରସ୍ତୁତ ପ୍ରକ୍ରିୟା । ଏହି ପ୍ରକ୍ରିୟା ମୁଦ୍ରା ଉତ୍ପାଦନ ସୁବିଧାକୁ ବୁଝାଏ, ଯାହା ଧାତବ ମୁଦ୍ରା ଉତ୍ପାଦନ କରେ ଏବଂ ଏହା ଦେଶର ମୁଦ୍ରା ଭାବେ ବ୍ୟବହୃତ ହୁଏ ।

ମିଶ୍ରଧାତୁ (Alloy) : ଦୁଇ ବା ତତୋଧ୍ଵ ଧାତୁ ମିଶ୍ରଣରେ ତିଆରି ହୋଇଥିବା ଏକ ଧାତୁ । ଏହା ମୁଦ୍ରାକୁ ଶକ୍ତିଶାଳୀ କରିଥାଏ ।

ତାମିଲ, ତେଲୁଗୁ ଓ ମାଲାୟାଲମରେ ‘ପଣ’ ଶବ୍ଦକୁ ‘ପଣମ୍’ ଓ କନ୍ନଡ଼ରେ ‘ହଣ’ ଭାବେ ଏବେବି ବ୍ୟବହାର କରାଯାଉଛି ।

ଆଗେ ମୁଦ୍ରା (Mint Coin) ପ୍ରସ୍ତୁତିରେ ରୂପା ଓ ତମ୍ବାର ମିଶ୍ରଧାତୁ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ମୁଦ୍ରାଗୁଡ଼ିକ ମୁଖ୍ୟତଃ ଲୌହମିଶ୍ରିତ ଧାତୁରେ ତିଆରି । ଏଥିରେ କ୍ରୋମିୟମ୍, ସିଲିକନ୍ ଓ କାର୍ବନ ଭଳି ସାମଗ୍ରୀ ସଠିକ୍ ଅନୁପାତରେ ମିଶିଥାଏ ।

ପ୍ରାଚୀନ ଧାତବ ମୁଦ୍ରାର ଦୁଇପାର୍ଶ୍ଵ ଯଥା ସୁପ୍ତ (Head abverse) ଓ ଲାଞ୍ଜ (Tail-reverse) ପଟେ ଭିନ୍ନଭିନ୍ନ ପ୍ରତୀକ ତଥା ରୂପ ଖୋଦିତ ହେଉଥିଲା । ଏଥିରେ ପ୍ରାଣୀ, ଗଛ ଓ ପାହାଡ଼ ପରି ପ୍ରକୃତି ରୂପ ଏବଂ ରାଜା, ରାଣୀ କିମ୍ବା ଦେବତାଙ୍କ ରୂପ ଅନ୍ତର୍ଭୁକ୍ତ ଥିଲା ।

ଉଦାହରଣ ସ୍ଵରୂପ ଚାଲୁକ୍ୟ ରାଜାଙ୍କ ମୁଦ୍ରାଗୁଡ଼ିକରେ ଗୋଟିଏ ପାର୍ଶ୍ଵରେ ବରାହଙ୍କ ପ୍ରତିଛବି (ବିଷ୍ଣଙ୍କ ତୃତୀୟ ଅବତାର) ଏବଂ ଅନ୍ୟ ପାର୍ଶ୍ଵରେ ତ୍ରିସ୍ତରୀୟ ଛତ୍ରୀ (Parasol) ରହିଥିଲା ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-7

ଧାତବ ମୁଦ୍ରାର ବ୍ୟବହାର ଭାରତର ସାମୁଦ୍ରିକ ବାଣିଜ୍ୟକୁ ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ପ୍ରସାରଣରେ ସାହାଯ୍ୟ କରିଥିଲା । ଏହାର ସୂଚନା କେରଳ ଓ ତାମିଲ ନାଡୁ ରୁ ମିଳି ଥ‌ିବ। ବୈଦେଶିକ ମୁଦ୍ର । ଜଣାପଡ଼େ । ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ସହ ଦକ୍ଷିଣ ଭାତର ବାଣିଜ୍ୟିକ ସମ୍ପର୍କ ଥିବାର ପ୍ରମାଣ ମିଳିଥାଏ ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-8

ମୁଦ୍ରାର ଆଖପାଖ (Obverse) : ମୁଦ୍ରା କିମ୍ବା ପଦକର ମୁଣ୍ଡ କିମ୍ବା ମୁଖ୍ଯ ଖୋଦିତ (ଡିଜାଇନ୍) ବହନ କରିଥିବା ପାଈଁ ।

ଏକ ଅଣା କହିଲେ ଏକ ଟଙ୍କାର ୧/୧୬ ଭାଗ ସମାନ, ଅର୍ଥାତ୍ ୧୬ ଅଣା ଏକ ଟଙ୍କା ସହ ସମାନ । ପ୍ରଦତ୍ତ ଚିତ୍ରରେ ବିଭିନ୍ନ ଆକାର ଓ ମୂଲ୍ୟ ବହନ କରୁଥିବା ଧାତବ ମୁଦ୍ରା ଦିଆଯାଇଛି ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-9

ଟଙ୍କାର ଏହି ସଂକେତକୁ ୨୦୧୦ ମସିହାରେ ଭାରତ ସରକାର ସ୍ଵୀକୃତି ପ୍ରଦାନ କରିଛନ୍ତି । ଭାରତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ (IIT), ବମ୍ବେ (ମୁମ୍ବାଇ)ର ଶ୍ରୀ ଉଦୟ କୁମାର ଏହାର ଡି ଜାଇନ୍ କରିଛନ୍ତି । ଏହି ସଙ୍କେତଗୁଡ଼ିକ ଦେବନାଗରୀ ଲିପି ‘ରା’ ଓ ରୋମାନ ଲିପିର ‘R’ ର ମିଶ୍ରଣ । ଏଥରେ ଦୁଇଟି ପରସ୍ପର ସଂଯୁକ୍ତ ସମାନ୍ତରାଳ ରେଖା ଉପରେ ରହିଛି । ଏହି ସମାନତାର ପଟି ଜାତୀୟ ପତାକା ଓ ସମାନ (=) ଚିହ୍ନକୁ ପ୍ରତିନିଧ୍ଵ କରୁଛି ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-10

Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ

କାଗଜ ମୁଦ୍ରା :
ଧାତବ ମୁଦ୍ରାଗୁଡ଼ିକୁ ନେବା ଆଣିବା କରିବା କଷ୍ଟକର ଓ ସେଗୁଡ଼ିକୁ ସଞ୍ଚୟ କରି ରଖୁବା ସମସ୍ୟାଯୁକ୍ତ ହେବାରୁ ଏହାର ବିକଳ୍ପ ଅନୁସନ୍ଧାନ କରାଯାଇ କାଗଜ ମୁ ଦ୍ରା ର ପ୍ର ଚ ଳ ନ କରାଯାଇଥିଲା ।
Class 7 Social Science Chapter 11 Notes Odia Medium ଦ୍ରବ୍ୟ ବିନିମୟରୁ ମୁଦ୍ରା ପର୍ଯ୍ୟନ୍ତ-11
କାଗଜ ମୁଦ୍ରା ବା ଟଙ୍କାର ବ୍ୟବହାର ପ୍ରଥମେ ଚୀନ୍‌ରେ ହୋଇଥିଲା ।

ଭାରତ ରେ ଏହାର ପ୍ର ଚ ଳ ନ ଅଷ୍ଟାଦଶ ଶତାବ୍ଦୀ ଆଡ଼କୁ ହୋଇଥିଲା । କମ୍ ମୂଲ୍ୟ ବିଶିଷ୍ଟ ମୁଦ୍ରାଗୁଡ଼ିକ ପାଇଁ ଧାତବ ମୁଦ୍ରା ଓ ଅଧିକ ମୂଲ୍ୟପାଇଁ କାଗଜ ମୁଦ୍ରା ବା ନୋଟ୍ ବ୍ୟବହାର କରାଯାଇଥିଲା ।

ପ୍ରାଚୀନ କାଳରେ ରାଜା ତଥା ଶାସକମାନେ ମୁଦ୍ରା ଜାରି କରୁଥିଲେ ।

ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI) ଭଳି କେନ୍ଦ୍ରୀୟ କର୍ତ୍ତୃପକ୍ଷ ମୁଦ୍ରା ଜାରିକୁ ନିୟନ୍ତ୍ରଣ କରୁଛନ୍ତି । ରିଜର୍ଭ ବ୍ୟାଙ୍କ ବ୍ୟତୀତ ଅନ୍ୟ କେହି ମୁଦ୍ରା ପ୍ରଚଳନ କରିବା ଆଇନସମ୍ମତ ନୁହେଁ ।

ମୁଦ୍ରା (Currency) : ଏକ ନିର୍ଦ୍ଦିଷ୍ଟ ଦେଶରେ ବ୍ୟବହୃତ ମୁଦ୍ରା ପ୍ରଣାଳୀ । ଉଦାହରଣ ସ୍ୱରୂପ, ଭାରତରେ ଟଙ୍କା ନାମରେ ବ୍ୟବହୃତ ଧାତବ ମୁଦ୍ରା ଏବଂ କାରକ ନୋଟ୍ ହେଉଛି ଭାରତୀୟ ମୁଦ୍ରା ।

ମୁଦ୍ରାର ସ୍ଵରୂପ (Denominations) : ଯେଉଁ ସଂଖ୍ୟା ମାଧ୍ୟମରେ ମୁଦ୍ରା ଏବଂ କାରକ ନୋଟ୍ ବର୍ଗକୃତ ହୋଇଛି । ଉଦାହରଣ ସ୍ଵରୂପ ଭାରତୀୟ ମୁଦ୍ରା ମୂଲ୍ୟରେ 50 ପଇସା, 50, 100, 200, 500ର କାଗଜ ନୋଟ ଅନ୍ତର୍ଭୁକ୍ତ ।

ମୁଦ୍ରାର ନୂତନ ପ୍ରରୂପ :
ସମୟର ଅଗ୍ରଗତି ଓ ପ୍ରଯୁକ୍ତିବିଦ୍ୟାର ବିକାଶ ସହ ଆଜିକାଲି ମୁଦ୍ରାକୁ ବିଭିନ୍ନ ରୂପରେ ବ୍ୟବହାର କରାଯାଉଛି ।

ସିକ୍‌ (କଏନ୍) ଓ କାଗଜ ନୋଟ୍ ଭଳି ଦୃଶ୍ୟମାନ ରୂପ ବ୍ୟତୀତ ମୁଦ୍ରାର ଅଦୃଶ୍ୟରୂପ ମଧ୍ୟ ରହିଛି । ଏପରି କ୍ଷେତ୍ରରେ ମୁଦ୍ରାକୁ ଛୁଇଁବା ବା ଅନୁଭବ କରିବା ସମ୍ଭବ ହୋଇ ନଥାଏ । ଇଲେକ୍ଟ୍ରୋନିକ୍ସ ରୂପରେ ଉପଲବ୍ଧ ଏହି ମୁଦ୍ରାକୁ ଡିଜିଟାଲ ମୁଦ୍ରା କୁହାଯାଏ ।

ବର୍ତ୍ତମାନ କାଗଜ ନୋଟ୍ ପରିବର୍ତ୍ତେ ଡେବିଟ୍ କାର୍ଡ଼, କ୍ରେଡ଼ିଟ୍ କାର୍ଡ଼, ନେଟ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ (UPI – United Payments Interface) ଆଦି ଅର୍ଥ କାରବାରରେ ବ୍ୟବହୃତ ହୋଇଥାଏ ।

ଏହା ମାଧ୍ୟମରେ ଜଣକର ବ୍ୟାଙ୍କ୍ ଆକାଉଣ୍ଟରୁ ଅନ୍ୟ ଜଣକ ବ୍ୟାଙ୍କ୍ ଆକାଉଣ୍ଟକୁ ଅର୍ଥ ସିଧାସଳଖ ଚାଲିଯାଇଥାଏ ।

ଆମେ ଯାହା ଜାଣିଲୁ

  1. ମୁଦ୍ରା ପ୍ରଚଳନ ପୂର୍ବରୁ ଦ୍ରବ୍ୟ ବିନିମୟ | ବଦଳ ପଦ୍ଧତି ପ୍ରଚଳିତ ହେଉଥିଲା । ଦେଣନେଣରେ ଅନେକଗୁଡ଼ିଏ ସାମଗ୍ରୀ ବ୍ୟବହୃତ ହେଉଥିଲା ।
  2. ବଦଳ ପଦ୍ଧତିର ସୀମିତତା ଯୋଗୁଁ ମୁଦ୍ରାକୁ ଦେଣନେଣ ମାଧ୍ୟମ ଦ୍ଵାରା ମୁଦ୍ରାର ବିକାଶ ଘଟିଲା ।
  3. ସମୟାନୁକ୍ରମେ ମୁଦ୍ରାର ବିଭିନ୍ନ ପ୍ରରୂପ ଯଥା- କଉଡ଼ି, ସିକ୍କା ଓ କାଗଜନୋଟ୍ ପ୍ରଚଳିତ ହେଲା । ମୁଦ୍ରାର ବିବର୍ତ୍ତନ ପ୍ରକ୍ରିୟା ଜାରି ରହିଛି । ଆମ୍ଭେମାନେ ନୂତନ ତଥା ସହଜ ଉପାୟରେ ମୁଦ୍ରା ବିନିମୟର ଉପାୟମାନ ବାହାର କରିବାରେ ଲାଗିଛେ । ପୂର୍ବରୁ ଆଲୋଚିତ QR କୋଡ଼୍ ଏହାର ଉଦାହରଣ ।