Go through BSE Odisha Class 7 Social Science Notes Odia Medium Chapter 7 ଗୁପ୍ତଯୁଗ : ନିରନ୍ତର ସୃଜନଶୀଳତାର ଏକ ନିଦର୍ଶନ to understand important topics more clearly.
7th Class Social Science Chapter 7 Notes Odia Medium
BSE Odisha Class 7 Social Science Chapter 7 Notes Odia Medium
‘‘କେବଳ ଶକ୍ତି କିମ୍ବା କୂଟନୀତି ମନ୍ଦକୁ ଦୂର କରିପାରିବ ନାହିଁ ଯେପରି ଚାଟୁକାରିତାଦ୍ୱାରା ସଜୋଟତାକୁ ବଜାୟ ରଖାଯାଇପାରିବ ନାହିଁ । ଏହା ହେଉଛି ପ୍ରଜ୍ଞା ଏବଂ ଜ୍ଞାନ, ଯାହା ପ୍ରକୃତରେ ଏକ ରାଜ୍ୟକୁ ଶକ୍ତିଶାଳୀ କରିଥାଏ– ବିଳାସପୂର୍ଣ୍ଣ ଜୀବନ ଶୈଳୀ ନୁହେଁ ।’
– କାଳିଦାସଙ୍କ ରଘୁବଂଶ
ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ


ଦିଲ୍ଲୀର ମେହେରୋଉଲିରେ ଅବସ୍ଥିତ ଲୌହସ୍ତମ୍ଭ ଆଜକୁ ୧୬୦୦ ବର୍ଷରୁ ଅଧିକ ପୁରାତନ ହେଲେ ମଧ୍ୟ କଳଙ୍କହୀନ ଭାବେ ଛିଡ଼ା ହୋଇଛି । ପ୍ରାଚୀନ ଭାରତର ଉନ୍ନତ ମାନର ଧାତବ ଏବଂ ନି ପୁଣ କାରିଗରୀ କଳାର ଏହା ଜ୍ଵଳନ୍ତ ପ୍ରମାଣ ।
ଗୁପ୍ତ ରାଜବଂଶର ତୃତୀୟ ଶାସକ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ ସମୟରେ ଛଅଶହ ଟନରେ ଏହି ଲୌହସ୍ତମ୍ଭ ନିର୍ମାଣ କରାଯାଇଥିଲା । ଏହି ସ୍ତମ୍ଭ ପ୍ରଥମେ ମଧ୍ୟପ୍ରଦେଶର ଉଦୟଗିରି ଗୁମ୍ଫା ସମ୍ମୁଖରେ ନିର୍ମାଣ କରାଯାଇଥିଲା ଏବଂ କିଛି ଶତାବ୍ଦୀପରେ ଏହାକୁ ଦିଲ୍ଲୀକୁ ଅଣାଯାଇଥିଲା ।

ଏହି ସ୍ତମ୍ଭଟି ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଥିଲା ଏବଂ ଏଥିରେ ଥିବା ଲିପିଗୁଡ଼ିକ ରାଜାଙ୍କ ସଫଳତାକୁ ଦର୍ଶାଉଥିଲା ।
ଗୋଟିଏ ସାଇକେଲକୁ ଏକ ବର୍ଷ ପାଇଁ ଖରାବର୍ଷାରେ ରଖୁଦେଲେ ଏଥରେ ଶୀଘ୍ର କଳଙ୍କି ଲାଗିଯିବ । କିନ୍ତୁ
ଶତାବ୍ଦୀ ଧରି ଖୋଲା ଆକାଶରେ ଠିଆ ହୋଇଥିବା ଏହି ପ୍ରାଚୀନ ସ୍ତମ୍ଭଟି ଅପରିବର୍ତ୍ତିତ ରହିଛି । ବୈଜ୍ଞାନିକ ତଥା ଐତିହାସିକମାନେ ବିଶ୍ଵାସ କରନ୍ତି ଯେ, ଏହି ସ୍ତମ୍ଭ ଉପରେ ବ୍ୟବହୃତ ହୋଇଥିବା ଏକ ସ୍ଵତନ୍ତ୍ର ପତଳା ସ୍ତର ବାୟୁରୁ ଅମ୍ଳଜାନ ଗ୍ରହଣ କରି ଏହାକୁ ଅବକ୍ଷୟରୁ ରକ୍ଷା କରୁଛି ।
ଏକ ନୂତନ ଶକ୍ତିର ଅଭ୍ୟୁଦୟ :
ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ବେଳକୁ ଭାରତୀୟ ଉପମହାଦେଶର ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ବ୍ୟାପିଥିବା କୁଶାଣ ସାମ୍ରାଜ୍ୟ ଦୁର୍ବଳ ହେବାକୁ ଲାଗିଥିଲା ଏବଂ ନୂତନ ରାଜ୍ୟଗୁଡ଼ିକର ଉଦ୍ଭବ ହୋଇଥିଲା । ଏହି ସମୟରେ ନୂତନ ରାଜ୍ୟଗୁଡ଼ିକ ମଧ୍ୟରେ ଗୁପ୍ତ ରାଜବଂଶ ପ୍ରସିଦ୍ଧି ଲାଭ କରିଥିଲା ।
ଗୁପ୍ତ ସାମ୍ରାଜ୍ୟ ବର୍ତ୍ତମାନର ଉତ୍ତରପ୍ରଦେଶ ନିକଟରେ ଥିବା ଏକ ଅଞ୍ଚଳରେ ଆଞ୍ଚଳିକ ଶାସକ ଭାବେ ଉଦ୍ଭା ହୋଇଥୁବାର ବିଶ୍ଵାସ କରାଯାଏ । ସମୟ ସହିତ ତାଳ ଦେଇ ସେମାନେ ପ୍ରତିଷ୍ଠିତ ହୋଇ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।
ଭାରତ ଇତିହାସରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ପାଇଁ ଗୁପ୍ତ ସାମ୍ରାଜ୍ୟ ପ୍ରସିଦ୍ଧିଲାଭ କରିଥିଲା । କଳା, ସ୍ଥାପତ୍ୟ, ସାହିତ୍ୟ ଏବଂ ବିଜ୍ଞାନ କ୍ଷେତ୍ରରେ ଗୁପ୍ତ ସାମ୍ରାଜ୍ୟ ବିଶେଷ କରି ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ବିଶେଷ ବୃଦ୍ଧି ପାଇଥିଲା, ଯାହାର ବିଶେଷତା ଆଜି ମଧ୍ୟ ବଜାୟ ରହିଛି ।
ଦିଲ୍ଲୀର ଲୌହସ୍ତମ୍ଭରେ ‘ଚନ୍ଦ୍ର’ ନାମକ ଜଣେ ରାଜାଙ୍କ ବିଷୟରେ କୁହାଯାଇଛି ଯିଏକି ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କୁ ସୂଚିତ କରିଥାଏ । ଦ୍ଵିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟ ଗୁପ୍ତ ରାଜ ବଂଶର ଜଣେ ପ୍ରସିଦ୍ଧ ଶାସକ ଥିଲେ । ସେ ବିଷ୍ଣଙ୍କର ଜଣେ ଭକ୍ତ ଥିଲେ ଏବଂ ତାହାଙ୍କ ବାହନ ଗରୁଡ଼ଙ୍କ ସମ୍ପର୍କରେ ଅନେକ ସ୍ଥାନରେ ଓ ଅନେକ ଅଭିଲେଖରେ ବର୍ଣ୍ଣନା କରାଯାଇଛି ।
ଦିଲ୍ଲୀରେ ଦ୍ଵା ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ନାମରେ ଥିବା ‘ଦ୍ଵିତୀୟ’ ଶବ୍ଦଟିକୁ ଐତିହାସିକମାନେ ତାଙ୍କ ନାମରେ ଯୋଡ଼ିଥିଲେ, କାରଣ ତାଙ୍କ ପୂର୍ବରୁ ଆଉ ଜଣେ ଚନ୍ଦ୍ରଗୁପ୍ତ ଥିଲେ । ସେ ଥିଲେ ତାଙ୍କ ଜେଜେବାପା ପ୍ରଥମ ଚନ୍ଦ୍ରଗୁପ୍ତ (ପ୍ରଥମ ପୁତ୍ରର ନାମକରଣ କରିବାର ପରମ୍ପରା ଆଜି ମଧ୍ୟ କିଛି ରାଜକୀୟ ପରିବାର ଅନୁକରଣ କରିଥାଏ) ସେ ଗୁପ୍ତ ସାମ୍ରାଜ୍ୟକୁ ବିସ୍ତାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୁଦ୍ରା ଏବଂ ରଣନୀତି ପାଇଁ ତାଙ୍କୁ ସ୍ମରଣ କରାଯାଏ । ଯାହା ତାଙ୍କୁ ତାଙ୍କର ଶକ୍ତି ବୃଦ୍ଧିକରି ଏକ ଶକ୍ତିଶାଳୀ ସାମ୍ରାଜ୍ୟର ମୂଳଦୁଆ ପକାଇବାରେ ସାହାଯ୍ୟ କରିଥିଲା ।

ଦିଗବିଜୟୀ ରାଜା :
ପ୍ରୟାଗରାଜଠାରେ ଥିବା ପ୍ରୟାଗ ପ୍ରଶସ୍ତିରେ ଦ୍ଵିତୀୟ ଚନ୍ଦ୍ର ଗୁପ୍ତଙ୍କ ପିତା ସମୁଦ୍ରଗୁପ୍ତଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ଉକ୍ତ ପ୍ରଶସ୍ତିର ଲେଖକ ରାଜକବି ହରିସେନଙ୍କ ଅନୁସାରେ ରାଜାଙ୍କ ଅଭିଳାଷ ଥିଲା ଯେ ‘ଧରଣୀବନ୍ଧ’ ବା ପୃଥିବୀକୁ ଏକଭୂତ କରିବା । ଏଥିପାଇଁ ସେ ଯୁଦ୍ଧ କରି ଅନେକ ରାଜାଙ୍କୁ ପରାସ୍ତ କରିଥିଲେ ।
ଅନେକ ରାଜା ତାଙ୍କୁ ତାଙ୍କ ରାଜ୍ୟ ପ୍ରଦାନ କଲେ ଏବଂ ତାଙ୍କ ବଶ୍ୟତା ସ୍ୱୀକାର କଲେ । ଅନେକ ପରାଜିତ ରାଜା ନିଜର ରାଜ୍ୟ ଫେରିପାଇ ପୁନଃସ୍ଥାପିତ ହେଲେ ଏବଂ ସମୁଦ୍ରଗୁପ୍ତଙ୍କୁ କର ଦେବା ସହ ନିଜର ସହାୟତା ପ୍ରଦାନ କରିଥିଲେ । ଅନ୍ୟ କେତେକ ରାଜା ଭୟ କରି ବିନା ବିରୋଧରେ ତାଙ୍କ ପାଖରେ ନିଜକୁ ସମର୍ପଣ କରିଥିଲେ ।

ରାଜକବି ହରିସେନ ଲେଖୁଛନ୍ତି – ରାଜା କିପରି କଳା, ଶିକ୍ଷା ବାଣିଜ୍ୟକୁ ପରିଚାଳନା କରି ତାଙ୍କ ରାଜ୍ୟକୁ ଧନଶାଳୀ ଓ ସଫଳତା ଆଡ଼କୁ ଅଗ୍ରସର କରାଇଥିଲେ । ସମୁଦ୍ରଗୁପ୍ତ ନିଜେ ବୀଣା ବଜାଉଥିବାର ଏକ ଛବି ତାଙ୍କର ଏକ ମୁଦ୍ରାରେ ଚିତ୍ରିତ ହୋଇଛି ।
କେତେକ ସାହିତ୍ୟିକ ଉପାଦାନ ଆମକୁ ଶାସକ, ରାଜ୍ୟ ଏବଂ ଲୋକଙ୍କ ବିଭିନ୍ନ ତଥ୍ୟ ବିଷୟରେ ସୂଚନା ଦେଇଥା’ନ୍ତି । ଉଦାହରଣ ସ୍ଵରୂପ – ବିଷ୍ଣୁ ପୁରାଣ ସାମ୍ରାଜ୍ୟର ପ୍ରମୁଖ ଅଞ୍ଚଳଗୁଡ଼ିକୁ ଚିହ୍ନିତ କରିଥାଏ ।
ଗୁପ୍ତ ରାଜଂବଶ ଅନୁଗଙ୍ଗା (ମଧ୍ଯ ଗାଙ୍ଗେୟ ସମତଳ ଅଞ୍ଚଳ), ପ୍ରୟାଗ (ବର୍ତ୍ତମାନର ପ୍ରୟାଗରାଜ), ସକେତ (ଅଯୋଧ୍ୟା), ମଗଧ (ବିହାର) ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ ।
ବେଳେବେଳେ ଉଚ୍ଚାଭିଳାଷୀ ରାଜାମାନେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଗଠନ ସହିତ ଭବିଷ୍ୟତ ପାଇଁ ଏକ ରାଜକୀୟ ପରମ୍ପରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅଷ୍ଟ ମେଧ ଯଜ୍ଞର ଆୟୋଜନ କରୁଥିଲେ । ଏହି ମହତ୍ତ୍ଵପୂର୍ଣ୍ଣ ଘଟଣାର ଚିତ୍ର ଏକ ସ୍ୱତନ୍ତ୍ର ମୁଦ୍ରାରେ ଖୋଦିତ ହୋଇଛି ।

ଜଣେ ପରିବ୍ରାଜକଙ୍କ ବର୍ଣ୍ଣନାରେ ଗୁପ୍ତଯୁଗର ଭାରତୀୟ ସମାଜ :
ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ଆରମ୍ଭରେ ଚୀନ୍ ପରିବ୍ରାଜକ ଫା–ହିୟାନ (Fa-hien) ଭାରତ ଭ୍ରମଣରେ ଆସିଥିଲେ । ତାଙ୍କର ଦୀର୍ଘ ଓ କଷ୍ଟଦାୟକ ଭାରତ ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା– ପବିତ୍ର ବୌଦ୍ଧସ୍ଥଳ ପରିଦର୍ଶନ, ପ୍ରଖ୍ଯାତ ଭାରତୀୟ ପଣ୍ଡିତମାନଙ୍କଠାରୁ ଶିକ୍ଷା ଗ୍ରହଣ ଏବଂ ବୌଦ୍ଧଗ୍ରନ୍ଥର ପାଣ୍ଡୁଲିପି ସଂଗ୍ରହ କରି ସେଗୁଡ଼ିକୁ ନିଜ ଦେଶ ଚୀନ୍କୁ ନେଇଯିବା ।
![]()
ଫାହିୟାନ ଭାରତ ସାରା ଭ୍ରମଣ କରିଥିଲେ ଏବଂ ଭାରତୀୟ ସଂସ୍କୃତି, ଶାସନ ଓ ସମାଜକୁ ଅନୁଧ୍ୟାନ କରିଥିଲେ । ସେସବୁ ଅନୁଭୂତିକୁ ନିଜ ମାତୃଭୂମିର ଲୋକଙ୍କ ପାଇଁ ଏବଂ ଆମ ପାଇଁ ସାଇତି ରଖୁଥିଲେ ।
ଫାହିୟାନ ତାଙ୍କ ଭ୍ରମଣର ଏକ ଉଦ୍ଧୃତାଂଶ ରହିଛି, ଯେଉଁଥିରେ ସେ ଗୁପ୍ତଯୁଗର ସମାଜ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି ।
‘‘ଲୋକମାନେ ବହୁତ ଖୁସି ଓ ଆନନ୍ଦରେ ଥିଲେ । ସେମାନଙ୍କ ଗୃହଗୁଡ଼ିକ କୌଣସି କାର୍ଯ୍ୟାଳୟରେ ପଞ୍ଜିକରଣ କରିବାକୁ ପଡୁନଥିଲା । ଯେଉଁମାନେ ରାଜାଙ୍କ ଦତ୍ତ ଜମିରେ କୃଷି କରୁଥିଲେ ସେମାନେ ତାଙ୍କ ଆୟର କିଛି ଅଂଶ ଶସ୍ୟ ଆକାରରେ ପ୍ରଦାନ କରୁଥିଲେ । ରାଜକର୍ମଚାରୀ ଓ ଲୋକମାନଙ୍କୁ ବେତନ ପ୍ରଦାନ କରାଯାଉଥିଲା । ରାଜ୍ୟର ମଧ୍ୟଭାଗ (ଗାଙ୍ଗେୟ ସମତଳ)ରେ ଥିବା ସହରଗୁଡ଼ିକ ବୃହଦାକାର ଥିଲା ଏବଂ ଏହାର ଅଧିବାସୀମାନେ ଧନୀ, ସମୃଦ୍ଧ, ଦୟାଳୁ ଏବଂ ସଟ ଥିଲେ I ବୈଶ୍ୟ (ବ୍ୟବସାୟୀ) ପରିବାରର ମୁଖ୍ୟମାନେ ଦାନ ଓ ଔଷଧ ବିତରଣ କେନ୍ଦ୍ର ସ୍ଥାପନ କରିଥିଲେ । ଗରିବ, ଅନାଥ ଓ ରୋଗୀଙ୍କ ଯନ୍ ନିଆଯାଉଥିଲା । ଚିକିତ୍ସକମାନେ ଚିକତ୍ସା ଯୋଗାଉଥିଲେ ଏବଂ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଔଷଧ ବିତରଣ କରାଯାଉଥିଲା । ସହରର ମନୋରମ ଗୃହରେ ଧନୀ, ବୈଶ୍ୟ ଏବଂ ବିଦେଶୀ ବ୍ୟବସାୟୀମାନେ ବାସ କରୁଥିଲେ । ରାସ୍ତାଗୁଡ଼ିକୁ ସୁନ୍ଦର ଓ ପରିଷ୍କାର ରଖାଯାଇଥିଲା ।
–ବୌଦ୍ଧ ରାଜ୍ୟଗୁଡ଼ିକ ଦସ୍ତାବିଜ (ଖ୍ରୀ.ଅ. ୩୯୯ରୁ ଖ୍ରୀ.ଅ. ୪୧୪) କେ.ଲେଗେଙ୍କଦ୍ଵାରା ଅନୁବାଦିତ ।
କରି ଜାତି ବହିର୍ଭୁତ (Outcastes) : ଯାହାକୁ ସମାଜର କୌଣସି ସାମାଜିକ ଓ ସାଂସ୍କୃତିକ ଗୋଷ୍ଠୀରୁ ଦିଆଯାଇଥାଏ । ସେହି କ୍ଷେତ୍ରରେ ଗୋଟିଏ ବର୍ଗର ଲୋକଙ୍କୁ ବର୍ଣ୍ଣ ବ୍ୟବସ୍ଥାରେ ସମାଜର ସବୁଠାରୁ ନିମ୍ନ ବର୍ଗର ବିବେଚନା କରାଯାଇଥାଏ ।
ରାଜ ପ୍ରତିନିଧୁ ଶାସକ (Reget Ruler) : ଜଣେ ରାଜପ୍ରତିନିଧ୍ବ ଅସ୍ଥାୟୀ ଭାବରେ ଏକ ରାଜ୍ୟ ଶାସନ କରିଥା’ନ୍ତି, ଯେତେବେଳେ ପ୍ରତ୍ୟକ୍ଷ ଭାବରେ ରାଜା ଭକ୍ତ ରାଜ୍ୟକୁ ଶାସନ କରିବାକୁ ସକ୍ଷମ ହୋଇନଥା’ଛି ।
ଗୁପ୍ତ ସାମ୍ରାଜ୍ୟର ବିବରଣୀ – ଶାସନ ଓ ପ୍ରଶାସନ :
ନୂତନ ରାଜ୍ୟ ….. ନୂତନ ଉପାଧ୍ : ଅଭିଲେଖ ଏବଂ ମୁଦ୍ରା ଗୁପ୍ତଶାସକମାନଙ୍କଦ୍ୱାରା ଗ୍ରହଣ କରାଯାଇଥିବା ‘ମହାରାଜାଧରାଜ’, ‘ସମ୍ରାଟ’ ଏବଂ ‘ଚକ୍ରବର୍ତ୍ତୀ’ ଭଳି ଉପାଧ୍ଵଗୁଡ଼ିକ ବିଷୟରେ ମୂଲ୍ୟବାନ ଅନ୍ତଦୃଷ୍ଟି ପ୍ରଦାନ କରିଥାଏ । ଏହି ଉପାଧୁଗୁଡ଼ିକ ସର୍ବୋଚ୍ଚ କର୍ତ୍ତୃତ୍ଵ ଉପରେ ନିଜ ଦାବୀ ପ୍ରତିଫଳନ କରିଥିଲା ଏବଂ ‘ରାଜନ’ ଓ ‘ମହାରାଜା’ ଭଳି ସରଳ ଉପାଧ୍ ଧାରଣ କରୁଥିବା ପୂର୍ବ ରାଜାମାନଙ୍କ ତୁଳନାରେ ସେମାନଙ୍କ ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରୁଥିଲା ।
ରାଜ୍ୟ ଶାସନର ‘ସପ୍ତାଙ୍ଗ’ ଆଧାର ମଧ୍ୟରୁ ମିତ୍ର ବା ମେଣ୍ଟ ଗଠନ ଗୋଟିଏ ବୋଲି ଶାସକମାନଙ୍କୁ କୌଟିଲ୍ୟ ପରାମର୍ଶ ଦେଇଥିଲେ ।
ଗୁପ୍ତଶାସକମାନେ ସେମାନଙ୍କ ବିସ୍ତୃତ ସାମ୍ରାଜ୍ୟକୁ ବିସ୍ତାରିତ ଏବଂ ଏକୀଭୂତ କରିବା ପାଇଁ ସାମରିକ ଅଭିଯାନ, କୂଟନୀତି ଏବଂ ମୈତ୍ରୀ ସମେତ ବିଭିନ୍ନ କୌଶଳ ବ୍ୟବହାର କରୁଥିଲେ । ଶେଷାକ୍ତ ପଦ୍ଧତିରେ ବୈବାହିକ ସମ୍ପର୍କ ଅନ୍ତର୍ଭୁକ୍ତ ଥିଲା । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ କନ୍ୟା ପ୍ରଭାବତୀ ଗୁପ୍ତ, ଯିଏ କି ଭକତକ ରାଜ୍ୟର ଜଣେ ରାଜକୁମାରଙ୍କୁ ବିବାହ କରିଥିଲେ ।

ଭକତକ ରାଜ୍ୟ ଗୁପ୍ତ ସାମ୍ରାଜ୍ୟର ଦକ୍ଷିଣ ନରସିଂହଙ୍କୁ ଉତ୍ସର୍ଗୀକୃତ କେବଳ ନରସିଂହ ମନ୍ଦିର ବିଷ୍ଣଙ୍କ ଅବତାର ମଧ୍ୟରୁ ଗୋଟିଏ । କେତେକ ଐତିହାସିକଙ୍କ ମତାନୁଯାୟୀ ଏହି ମନ୍ଦିରଟି ପ୍ରଭାବତୀ ଗୁପ୍ତଙ୍କ ଝିଅଙ୍କ ସ୍ମୃତିରେ ନିର୍ମିତ ହୋଇଥିଲା ।
ଭାଗରେ ଏକ ପଡ଼ୋଶୀ ରାଜ୍ୟ ଥିଲା । ଭକତିକ ରାଜକୁମାରଙ୍କ ଅକାଳ ବିୟୋଗ ଯୋଗୁ ସେହି ରାଜ୍ୟର ଶାସକଙ୍କ ପ୍ରତିନିଧ୍ ଭାବରେ ତାଙ୍କର ପତ୍ନୀକୁ ଗ୍ରହଣ କରାଯାଇଥିଲା । ଫଳରେ ଭକତକ ଓ ଗୁପ୍ତ ସାମ୍ରାଜ୍ୟ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିଥିଲା ।
ପିତାଙ୍କ ପରି ପ୍ରଭାବତୀ ବିଷ୍ଣଙ୍କର ଭକ୍ତ ଥିଲେ ଏବଂ ବିଷ୍ଣୁ ଓ ତାଙ୍କର ଅବତାରମାନଙ୍କୁ ଉତ୍ସର୍ଗୀକୃତ ସାତଟି ମନ୍ଦିରର ନିର୍ମାଣ କରାଇଥିଲେ । ଏହି ମନ୍ଦିର ମଧ୍ୟରୁ କେତେକ ବର୍ତ୍ତମାନର ମହାରାଷ୍ଟ୍ରର ରାମଗିରି (ରମଟେକ ପର୍ବତ)ରେ ଅବସ୍ଥିତ ।
ଗୁପ୍ତ ସାମ୍ରାଜ୍ୟରେ ଏକ ସୁସଂଗଠିତ ପ୍ରଶାସନିକ ବ୍ୟବସ୍ଥା ଥିଲା । କେନ୍ଦ୍ରୀୟ ଅଧିକାରୀଙ୍କଠାରୁ ସମସ୍ତ ନିୟନ୍ତ୍ରଣ ପରିବର୍ତ୍ତେ ସେମାନେ ସାମ୍ରାଜ୍ୟକୁ କେତୋଟି ପ୍ରଦେଶରେ ବିଭକ୍ତ କରିଥିଲେ ଏବଂ ଶାସକ, ପୁରୋହିତ ଏବଂ ସାମନ୍ତମାନଙ୍କୁ ଜମି ପ୍ରଦାନ କରାଯାଉଥିଲା ।
ଏହି ବ୍ୟବସ୍ଥା ଉପଯୁକ୍ତ ଟିକସ ସଂଗ୍ରହରେ ଅନେକ ସାହାଯ୍ୟ କଲା ଏବଂ ଗୁପ୍ତ ଶାସକମାନଙ୍କୁ ଦକ୍ଷତାର ସହ ଶାସନ ପରିଚାଳନା କରିବାରେ ସହାୟକ ହେଲା ।
ସ୍ଥାନୀୟ ଅଧିକାରୀଙ୍କୁ ସେମାନଙ୍କ ଅଞ୍ଚଳ ଉପରେ ଶାସନ କରିବାକୁ ଅନୁମତି ଦେବାବେଳେ ସେମାନଙ୍କୁ ନିୟନ୍ତ୍ରଣରେ ରଖିବାରେ ସୁଯୋଗ ରହିଲା ।
ବାଣିଜ୍ୟିକ ଅଭିବୃଦ୍ଧି :
ଗୁପ୍ତ ସାମ୍ରାଜ୍ୟରେ ରାଜସ୍ଵର ମୂଳ ଉତ୍ସ ଥୁଲା ଭୂମିକର । ଅନ୍ୟ ଉତ୍ସ ମଧ୍ୟରେ ଜରିମାନା, ଖଣିକର, ଜଳସେଚନ, ବାଣିଜ୍ୟ ଓ ହସ୍ତଶିଳ୍ପ କର ଅନ୍ତର୍ଭୁକ୍ତ ଥିଲା । ଏହି ରାଜସ୍ୱ ଆୟ ଶାସନ କାର୍ଯ୍ୟ, ସୈନ୍ୟବାହିନୀର ରକ୍ଷଣାବେକ୍ଷଣ, ମନ୍ଦିର ଓ ଭିଭିଭୂମି ନିର୍ମାଣ ଏବଂ ପଣ୍ଡିତ ଓ କଳାକାରମାନଙ୍କୁ ସହାୟତା ପାଇଁ ଉପଯୋଗ ହେଉଥିଲା ।
ଗୁପ୍ତଯୁଗରେ ଭାରତ ଭୂମଧ୍ଯସାଗରୀୟ, ଦକ୍ଷିଣ-ପୂର୍ବ ଏସିଆ ଏବଂ ଚୀନ ସହିତ ବାଣିଜ୍ୟ କାରବାରରେ ବସ୍ତ୍ର, ମସଲା, ହାତୀଦାନ୍ତ ଏବଂ ରଥର ଆଦି ରପ୍ତାନି କରୁଥିଲା । ଭାରତ ମହାସାଗର ପଥରେ ବାଣିଜ୍ୟ କାରବାରରେ ଭାରତୀୟ ବନ୍ଦର ସମୂହ ଦୂର ବଜାର ସହିତ ସଂଯୁକ୍ତ ହୋଇଥିଲା ।
ଭୂମଧ୍ଯସାଗରୀୟ ବଜାରକୁ ଯିବାପାଇଁ ଜଳପଥରେ ସୋକୋଟ୍ରା ଦ୍ଵୀପ ଏକ ପ୍ରମୁଖ ବିଶ୍ରାମାଗାର ଥିଲା, ଯାହା ଆରବସାଗରରେ ଅବସ୍ଥିତ ।
ନୂତନ ଚିନ୍ତାଧାରା ଏବଂ ବିସ୍ମୟ : ପ୍ରାଚୀନ ଯୁଗ :
ଗୁପ୍ତ ଶାସକମାନେ ପ୍ରସିଦ୍ଧ ନାଳନ୍ଦା ବିଶ୍ଵବିଦ୍ୟାଳୟ ଓ ବୌଦ୍ଧ ବିହାର (ମଠ) ସମେତ ଅନ୍ୟାନ୍ୟ ବୌଦ୍ଧ ଅନୁ ଷ୍ଠାନ ଗୁ ଡ଼ି କ ର ପୃଷ୍ଠପୋଷକତା କରିଥିଲେ ।
ଏତିହାସିକମାନେ ଗୁପ୍ତ ଶାସନ ସମୟକୁ ଭାରତର ପ୍ରାଚୀନ ଯୁଗ ବା କ୍ଲାସିକ୍ ଯୁଗ ଭାବରେ ନାମିତ କରିଛନ୍ତି ।

କାଳିଦାସଙ୍କ ରଚନା ସମେତ ଅନେକ ପୁରାଣ ଓ ପୁସ୍ତକ ସଂସ୍କୃତ ସାହିତ୍ୟକୁ ସମୃଦ୍ଧ କରିଥିଲା । ଆର୍ଯ୍ୟଭଟ୍ଟ ଓ ବର। ହମିହିର ଗଣିତ ଓ ଜ୍ୟୋତି ବିଜ୍ଞାନ ରେ ଅନେକ ଅଗ୍ର ଗତି କରିପାରିଥିଲେ ।
ଏହି ସମୟରେ ଧାତୁ ଶିଳ୍ପର ପ୍ରସାର ଘଟିଥିଲା ।
ଶାସନର ସ୍ଥିରତା ଅର୍ଥନୀତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ବିଦ୍ଵାନ, କଳାକାର ବୈଜ୍ଞାନିକମାନଙ୍କ ସାଂସ୍କୃତିକ ଓ ବୌଦ୍ଧିକ ବିକାଶ ବୃଦ୍ଧି କରିବାରେ ସହାୟତା ପ୍ରଦାନ କରିଥିଲା ।

ଦ୍ଵିତୀୟ ଚନ୍ଦ୍ରଗୁପ୍ତ ନିଜକୁ ଅନେକ ଜ୍ଞାନୀ ବ୍ୟକ୍ତି, କବି ଏବଂ କଳାକାରଙ୍କଦ୍ଵାରା ପରିବେଷ୍ଟିତ କରି ରଖୁଥିଲେ ଏବଂ ଏପରି ବିବିଧ ପ୍ରତିଭାଙ୍କ ପୃଷ୍ଠପୋଷକତା ତାଙ୍କ ରାଜସଭାକୁ ବହୁଗୁଣରେ ସମୃଦ୍ଧ କରିଥିଲା ।
ଆର୍ଯ୍ୟଭଟ୍ଟ :
ପ୍ରାୟ ୫୦୦ ଖ୍ରୀଷ୍ଟାବ୍ଦରେ ଆର୍ଯ୍ୟଭଟ୍ଟ କୁସୁମପୁର (ଆଧୁନିକ ପାଟଣା ନିକଟ)ରେ ବାସ କରୁଥିଲେ ଏବଂ ସେ ‘ଆର୍ଯ୍ୟଭଟ୍ରୀୟ’ ନାମକ ଏକ ଗଣିତ ଓ ଜ୍ୟୋତିର୍ବିଜ୍ଞାନ ବିଷୟରେ ସଂକ୍ଷିପ୍ତ ପୁସ୍ତକ ରଚନା କରିଥିଲେ ।
ସେ ସୂର୍ଯ୍ୟ, ଚନ୍ଦ୍ର ଏବଂ ଗ୍ରହମାନଙ୍କର ଗତି, ଗଣନା କରିବା ପାଇଁ ସୂତ୍ର ପ୍ରଦାନ କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ପୃଥିବୀ ନିଜର ଅକ୍ଷ ଚାରିପଟେ ଘୂର୍ଶନ କରିଥାଏ, ଯାହାଦ୍ଵାରା ଦିନ ଓ ରାତି ପରିବର୍ତ୍ତନ ସମ୍ଭବ ହୋଇଥାଏ ।

ସେ ଏକ ବର୍ଷର ସମୟ ୩୬୫ ଦିନ ୬ ଘଣ୍ଟା ୧୨ ମିନିଟ୍ ଏବଂ ୩୦ ସେକେଣ୍ଡ ବୋଲି ସୂଚିତ କରିଥିଲେ, ଯାହା ବର୍ତ୍ତମାନର ୩୬୫ ଦିନ ୫ ଘଣ୍ଟା ୪୮ ମିନିଟ୍ ଏବଂ ୪୫ ସେକେଣ୍ଡଠାରୁ କିଛି ମିନିଟ୍ କମ୍ ଅଟେ ।
ନେ ଆର୍ଯ୍ୟଭଟ୍ଟ ଗଣନା ଓ ସମୀକରଣ ସମାଧାନ କରିବାର ଅନେକ କୌଶଳ ବର୍ଣ୍ଣନା କରିଥିଲେ ।
ବରାହମିହିର :
ଏହି ସମୟରେ ବରାହମିହିର ଜଣେ ଗଣିତଜ୍ଞ, ଜ୍ୟୋତିର୍ବିଦ୍ ଏବଂ ଜ୍ୟୋତିଷୀ ଥିଲେ । ସେ ଉଜ୍ଜୟିନୀରେ ବାସ କରୁଥିଲେ । ଏହି ସହର ଶିକ୍ଷା ଓ ବୃତ୍ତିଗତ ଜ୍ଞାନ ପାଇଁ ପ୍ରସିଦ୍ଧ ଥିଲା ।

ତାଙ୍କର ଶ୍ରେଷ୍ଠ କୃତି ‘ବୃହତ ସଂହିତା’ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷରୁ ଆରମ୍ଭ କରି ପାଣିପାଗର ପୂର୍ବାନୁମାନ, ସ୍ଥାପତ୍ୟ, ନଗର ପରିକଳ୍ପନା ଏବଂ କୃଷିକାର୍ଯ୍ୟ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଅନ୍ତର୍ଭୁକ୍ତ ଥିଲା ।
ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର :
ଓଡ଼ିଶାର ଗଣିତ ଓ ଜ୍ୟୋତିର୍ବିଜ୍ଞାନ ପରମ୍ପରାରର ବିଶିଷ୍ଟ ଗବେଷକ ଓ ଜ୍ୟୋତିର୍ବିଜ୍ଞାନୀ ଥିଲେ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ । ସେ ଓଡ଼ିଶାର ଘରେ ଘରେ ପଠାଣି ସାମନ୍ତ ନାମରେ ପରିଚିତ ।

ମାତ୍ର ୧୦ ବର୍ଷ ବୟସରୁ ସେ ତାଙ୍କର ପିତା ସାମନ୍ତ ଶ୍ୟାମବନ୍ଧୁ ସିଂହଙ୍କଠାରୁ ଗଣିତ ଓ ଜ୍ୟୋତିର୍ବିଦ୍ୟା ଶିକ୍ଷାଲାଭ କରିଥିଲେ । ତାଙ୍କୁ ୩୪ ବର୍ଷ ବୟସ ହେବାବେଳକୁ ସେ ତାଙ୍କର ଅମରକୃତି ‘ସିଦ୍ଧାନ୍ତ ଦର୍ପଣ’ ପୁସ୍ତକ ରଚନା କରିଥିଲେ । ସେ ମାନଯନ୍ତ୍ର, ଗୋଲ ଯନ୍ତ୍ର, ଶଙ୍କୁ ଯନ୍ତ୍ର ଇତ୍ୟାଦି ଉଦ୍ଭାବନ କରିଥିଲେ ।
ଦୁଇ ଖଣ୍ଡ ବାଉଁଶ କାଠିର ସହଯୋଗରେ ପଠାଣି ସାମନ୍ତ ଦୂରରେ ଥିବା ପାହାଡ଼ର ଉଚ୍ଚତା ମାପିବାରେ ସକ୍ଷମ ହୋଇପାରିଥିଲେ । ତାଙ୍କ ନାମରେ ପ୍ରଚଳିତ ‘ସାମନ୍ତ ପଞ୍ଜିକା’ ଆଜି ଓଡ଼ିଶାର ଘରେଘରେ ପରିଚିତ ।
ପୁରୀ ଗଜପତି ମହାରାଜାଙ୍କଠାରୁ ସେ ‘ହରିଚନ୍ଦନ ମହାପାତ୍ର’ ଓ ବ୍ରିଟିଶ ସରକାରଙ୍କଠାରୁ ‘ମହାମହୋପାଧ୍ୟାୟ’ ଉପାଧ୍ ପାଇଥିଲେ ।
ତାଙ୍କ ସ୍ମୃତିରେ ଓଡ଼ିଶା ସରକାର ତାଙ୍କ ନାମରେ ଭୁବନେଶ୍ଵରଠାରେ ‘ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ’ ପ୍ରତିଷ୍ଠା କରିଛନ୍ତି ।
କାଳିଦାସ :
ସଂସ୍କୃତ ସାହିତ୍ୟ ପ୍ରତି ତାଙ୍କ ଅବଦାନ ଓ ସଂସ୍କୃତରେ ସୁନ୍ଦର କବିତା ରଚନା ପାଇଁ ସେ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କର ଅନ୍ୟତମ ପ୍ରସିଦ୍ଧ ରଚନା ହେଉଛି ‘ମେଘଦୂତମ୍’ ବା ‘ମେଘର ସନ୍ଦେଶ’ । ଏହା ଏକ ଯକ୍ଷ (କ୍ଷୁଦ୍ର ଦେବତା)ଙ୍କର କାହାଣୀ ଉପରେ ବର୍ଣ୍ଣନା କରାଯାଇଛି ଯିଏ ତାଙ୍କର ମୁନୀବ ବା ମାଲିକଙ୍କଦ୍ୱାରା ତାଙ୍କ ଘରୁ ବାହାର ହେବାପରେ, ବହିଯାଉଥିବା ମେଘଖଣ୍ଡଦ୍ୱାରା ନିଜ ପ୍ରିୟତମାକୁ ଏକ ପ୍ରେମଭରା ବାର୍ତ୍ତା ପଠାଇଛନ୍ତି ।
ସଂହିତାକରଣ (Codification) : ସୁବ୍ୟବସ୍ଥିତ ଏବଂ ନିର୍ଦିଷ୍ଟ ପ୍ରଣାଳୀରେ ଲେଖା ସ୍ଥାନିତ କରିବା ।
ଗୁପ୍ତ ସମୟରେ ଆୟୁର୍ବେଦ ସଂହିତାକରଣ ହୋଇଥିଲା । ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତିର ବହୁ ପ୍ରାଚୀନ ଉତ୍ପତ୍ତି ରହିଛି, ଯାହା ଖ୍ରୀଷ୍ଟପୂର୍ବ ସମୟରୁ ଅନେକ ଶତାବ୍ଦୀ ଧରି ଲମ୍ବି ଆସିଛି । ଚରକ ସିଂହିତା ଓ ଶୁଶ୍ରୁତ ସଂହିତା ପରେ ଆଜି ମଧ୍ୟ ବ୍ୟବହୃତ ହେଉଥିବା ଗ୍ରନ୍ଥ ଆୟୁର୍ବେଦ ପଦ୍ଧତିର ଭିତ୍ତି ସ୍ଥାପନ କରିଆସିଛି । ଏସବୁ ଗ୍ରନ୍ଥ ଗୁପ୍ତ ସମୟରେ ସଂକଳିତ ହୋଇ ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା । ସେଗୁଡ଼ିକ ବିଭିନ୍ନ ପ୍ରକାରର ବିଷୟ ସହିତ ଜଡ଼ିତ । ଏଥିରେ ବିଭିନ୍ନ ରୋଗଗୁଡ଼ିକର ତାଲିକା ଏବଂ ତା’ର କାରଣ ନିରୂପଣ, ଚିକିତ୍ସା ପ୍ରଣାଳୀ, ଉତ୍ତମ ସ୍ଵାସ୍ଥ୍ୟ ବଜାୟ ରଖୁବାରେ ଖାଦ୍ୟର ଗୁରୁତ୍ଵ, ଔଷଧ ପ୍ରସ୍ତତ ଏବଂ ଉନ୍ନତ ଅସ୍ତ୍ରୋପଚାର କୌଶଳ ଆଦି ରହିଛି । ବିଶେଷ ଭାବରେ ଆୟୁର୍ବେଦ ସାମଗ୍ରିକ ଆରୋଗ୍ୟ ଏବଂ ମନ, ଶରୀର ଓ ପ୍ରକୃତି ମଧ୍ଯରେ ଏକ ଗଭୀର ସଂଯୋଗର ସେତୁ ନିର୍ମାଣ କରିଥାଏ ।
ସୌନ୍ଦର୍ଯ୍ୟର ସନ୍ଧାନ :
ଗୁପ୍ତ ଶାସନ ସମୟରେ ଅନେକ ଗୁରୁତ୍ଵପୂର୍ଣ୍ଣ କଳାତ୍ମକ କେନ୍ଦ୍ରମାନ ସୃଷ୍ଟି କରାଯାଇଥିଲା । ସାରନାଥଠାରେ ( ବର୍ତ୍ତମାନ ଉତ୍ତରପ୍ରଦେଶର ବାରାଣସୀ ନିକଟରେ) ବୁଦ୍ଧଙ୍କର ଚମତ୍କାର ପ୍ରତିମୂର୍ତ୍ତି ଏବଂ ଚମତ୍କୃତ ଅଜନ୍ତା ଗୁମ୍ଫା (ବର୍ତ୍ତମାନର ମହାରାଷ୍ଟ୍ର) ଏହାର ଅନ୍ତର୍ଭୁକ୍ତ ।
ଉଦୟଗିରିଠାରେ (ମଧ୍ୟପ୍ରଦେଶ) ଥିବା ପଥର ଖୋଦିତ ଗୁମ୍ଫା ଏବଂ ଦେବଦେବୀଙ୍କ ବିସ୍ତୃତ ପଥର ଖୋଦିତ ମୂର୍ତ୍ତି ଆଦିରେ କଳାତ୍ମକ ପ୍ରଦର୍ଶନର ଅନ୍ୟ ଏକ ଉଦାହରଣ ‘ଗୁପ୍ତକଳା’ ଯାହାକି ସୌନ୍ଦର୍ଯ୍ୟରେ ପରିପୂର୍ଣ ଏବଂ କଳା ଓ ସ୍ଥାପତ୍ୟର ଶୀର୍ଷସ୍ଥାନ ଗ୍ରହଣ କରିଥିଲା । ଯାହାର ଚିରସ୍ଥାୟୀ ପ୍ରଭାବ ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି ।
ଗୁପ୍ତ ସାମ୍ରାଜ୍ୟର ପତନ :
ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀ ବେଳକୁ ଗୁପ୍ତ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଥିଲା ।
ଗୁପ୍ତ ଯୁଗର ପରବର୍ତ୍ତୀ ଶାସକମାନେ ବାହ୍ୟ ଆକ୍ରମଣ ଆହ୍ୱାନର ସମ୍ମୁଖୀନ ହେଲେ । ମଧ୍ଯ ଏସିଆରୁ ଆସିଥିବା ଦୁଷ ହୁଣ ଜନଜାତି ବାରମ୍ବାର ଗୁପ୍ତ ସାମ୍ରାଜ୍ୟ ଉପରେ ଆକ୍ରମଣ କରିଥିଲେ ।
ଏହି ସମୟରେ ଶକ୍ତିଶାଳୀ ଆଞ୍ଚଳିକ ଶାସକମାନଙ୍କର ଅଭ୍ୟୁଦୟ ହେବାରୁ ଆଭ୍ୟନ୍ତରୀଣ ସଂଘର୍ଷ ମଧ୍ଯ ଦେଖାଦେଲା ।

ଦକ୍ଷିଣ ଓ ଉତ୍ତର-ପୂର୍ବ ଭାଗର ଅବସ୍ଥା :
ଉତ୍ତର ଭାଗରେ ଗୁପ୍ତମାନେ ଶାସନ କରୁଥିବା ସମୟରେ ଦକ୍ଷିଣରେ ପଲ୍ଲବମାନଙ୍କର ଏକ ଶକ୍ତିଶାଳୀ ରାଜବଂଶର ଉତ୍ପତ୍ତି ଘଟିଲା, ଯାହାକି ବର୍ତ୍ତମାନ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି ଅଂଶରେ ନିଜର ଶକ୍ତିକୁ ଧୀରେଧୀରେ ମଜବୁତ୍ କରିଥିଲା ।
ପଲ୍ଲବମାନେ କଳା ଓ ସ୍ଥାପତ୍ୟର ମହାନ ପୃଷ୍ଠପୋଷକ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିବଙ୍କ ଉପାସକ ଥିଲେ । ସେମାନଙ୍କୁ ଭବ୍ୟ ମନ୍ଦିର ଏବଂ ପଥର କଟା ଗୁମ୍ଫା ନିର୍ମାଣ କରିବାକର ଶ୍ରେୟ ଦିଆଯାଇଥାଏ ।
ପଲ୍ଲବମାନଙ୍କର ରାଜଧାନୀ କାଞ୍ଚୁପୁରମ୍ (ବର୍ତ୍ତମାନର ତାମିଲନାଡୁ) ଯାହାକୁ ‘ହଜାର ମନ୍ଦିର ସହର’ ବୋଲି କୁହାଯାଉଥିଲା, ଦକ୍ଷିଣ ଭାରତରେ ଏକ ପ୍ରମୁଖ ଶିକ୍ଷାକେନ୍ଦ୍ର ଭାବେ ବିକଶିତ ହୋଇଥିଲା ।
![]()
ସାତବାହନମାନଙ୍କ ଶାସନ କାଳରେ ‘ଘଟିକା’ ରୂପରେ ଉଭା ହୋଇଥିବା ଶିକ୍ଷାକେନ୍ଦ୍ର ଓ ବୌଦ୍ଧିକ ବିକାଶ ପାଇଁ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା ।
ଉତ୍ତର ପୂର୍ବାଞ୍ଚଳରେ ବର୍ମନ ରାଜବଂଶଦ୍ଵାରା ଶାସିତ କାମରୂପ ରାଜ୍ୟ ବ୍ରହ୍ମପୁତ୍ର ଉପତ୍ୟକା (ବ୍ୟାପକ ଭାବେ ବର୍ତ୍ତମାନର ଆସାମ) ଏବଂ ବର୍ତ୍ତମାନର ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉତ୍ତର ଭାଗରେ ବିସ୍ତାର ଲାଭ କରିଥିଲା । ଆସାମର ବ୍ରହ୍ମପୁତ୍ର ଉପତ୍ୟକାର ଏକ ପ୍ରାଚୀନ ନାମ ହେଉଛି ପ୍ରାକ୍ ଜ୍ୟୋତିଷା ଯାହା ରାମାୟଣ ଏବଂ ମହାଭାରତରେ ଉଲ୍ଲେଖ ରହିଛି । ପରବର୍ତ୍ତୀ ଗ୍ରନ୍ଥମାନଙ୍କରେ ଭଗଦତ୍ତଙ୍କୁ ଏହି ଅଞ୍ଚଳର ରାଜା ବୋଲି ଉଲ୍ଲେଖ କରାଯାଇଛି ।
ପ୍ରାକ୍ ଜ୍ୟୋତିଷା (ବର୍ତ୍ତମାନର ଆସାମ) ମହାଭାରତ ଯୁଦ୍ଧରେ କୌରବମାନଙ୍କ ସପକ୍ଷରେ ଯୁଦ୍ଧ କରିଥିଲା । କେତେକ ଐତିହାସିକ ଶାସକ ତାଙ୍କୁ ନିଜ ପୂର୍ବପୁରୁଷ ବୋଲି ଦାବି କରନ୍ତି । କାମରୂପ (ଆସାମ) ରାଜ୍ୟ ଏକ ପ୍ରମୁଖ ସାଂସ୍କୃତିକ ଏବଂ ରାଜନୈତିକ କେନ୍ଦ୍ର ଥିଲା ।
ସମୁଦ୍ରଗୁପ୍ତ ତାଙ୍କ ଦାକ୍ଷିଣାତ୍ୟ ଅଭିଯାନରେ ଜଣେ ପଲ୍ଲବ ଶାସକଙ୍କୁ ପରାସ୍ତ କରିଥିଲେ ମଧ୍ୟ ସେ ଅଞ୍ଚଳକୁ ନିଜ ସାମ୍ରାଜ୍ୟରେ ମିଶାଇ ନଥିଲେ । ଯେପର୍ଯ୍ୟନ୍ତ ସେମାନେ ତାଙ୍କର ଶାସନକୁ ସ୍ଵୀକାର କରିବା ସହିତ ରାଜସ୍ଵ ପ୍ରଦାନ କରୁଥିଲେ, ସେ ପର୍ଯ୍ୟନ୍ତ ସେମାନଙ୍କ ସିଂହାସନ ବଜାୟ ରହିଥିଲା ।
ଉତ୍ତରପୂର୍ବ ଅଞ୍ଚଳରେ ସମୁଦ୍ରଗୁପ୍ତ କାମରୂପର ଶାସକଙ୍କୁ ପରାସ୍ତ କରିଥିଲେ ମଧ୍ୟ ତାଙ୍କର ରାଜ୍ୟକୁ ସିଧାସଳଖ ନିୟନ୍ତ୍ରଣକୁ ନେଇ ନଥିଲେ ।
ଗୁପ୍ତମାନେ ଏକ ସ୍ଥିର ଏବଂ ସମୃଦ୍ଧ ସମାଜ ସୃଷ୍ଟି କରିଥିଲେ, ଯାହା ପରବର୍ତ୍ତୀ ଶାସକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଥିଲା । ଭାରତର ସଂସ୍କୃତି, ପରମ୍ପରା ଏବଂ ଜୀବନ ଶୈଳୀରେ ସେମାନଙ୍କର ଐତିହ୍ୟ ଆଜି ମଧ୍ୟ ଜୀବନ୍ତ ରହିଛି । ଏହି ଯୁଗକୁ ଭାରତ ଇତିହାସରେ ଏକ ‘ସ୍ଵତନ୍ତ୍ର ଯୁଗ’ ରୂପେ ଅବିହିତ କରାଯାଇଛି ।
ଓଡ଼ିଶାର ପ୍ରମୁଖ ରାଜବଂଶ କଳିଙ୍ଗ ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରୁ ଜଣାଯାଏ ଯେ ନନ୍ଦରାଜା ମହାପଦ୍ମନନ୍ଦ କଳିଙ୍ଗ ଜୟକରି ଏଠାରେ ନନ୍ଦରାଜତ୍ଵ ପ୍ରତିଷ୍ଠା କରିଥିଲେ । କେତେକ ଐତିହାସିକ ମତ ଦିଅନ୍ତି ଯେ ଏହି ନନ୍ଦରାଜା ହେଉଛନ୍ତି ସମ୍ରାଟ ଅଶୋକ ।
କଳିଙ୍ଗ ଯୁଦ୍ଧ ପୂର୍ବରୁ ଅର୍ଥାତ୍ ଖ୍ରୀ.ପୂ. ୨୬୧ ପୂର୍ବରୁ ଓଡ଼ିଶାର ଇତିହାସ ସମ୍ପର୍କରେ କୌଣସି ଆବଶ୍ୟକୀୟ ତଥ୍ୟ ନ ଥିବାରୁ କଳିଙ୍ଗ ଯୁଦ୍ଧ ପରଠାରୁ କଳିଙ୍ଗ ବା ଓଡ଼ିଶାର ଇତିହାସ ରଚନା ଆରମ୍ଭ କରାଯାଇଛି ।
ଚେଦି ରାଜବଂଶର ସମ୍ରାଟ ଖାରବେଳ ଅନେକ ରାଜ୍ୟ ଜୟକରି ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ପରବର୍ତୀ ସମୟରେ ଶୈଳୋଦ୍ଭବ, ଭୌମକର, ସୋମବଂଶୀ, ଗଙ୍ଗବଂଶୀ, ସୂର୍ଯ୍ୟବଂଶୀ ଏବଂ ଭୋଇ ରାଜବଂଶର ଶାସକମାନେ ଓଡ଼ିଶାରେ ଶାସନ କରିଛନ୍ତି ।
(୧) ଚେଦି ରାଜବଂଶ :
ମୌର୍ଯ୍ୟ ସମ୍ରାଟ ଅଶୋକଙ୍କର ମୃତ୍ୟୁ ପରେ କଳିଙ୍ଗ ସମ୍ରାଟ ମଗଧ ସାମ୍ରାଜ୍ୟରୁ ବିଚ୍ଛିନ୍ନ ହୋଇ ନିଜର ସ୍ଵାଧୀନତା ଘୋଷଣା କରିଥିଲେ । ଏହି ସ୍ଵାଧୀନତା ହାସଲରେ ଚେଦି ରାଜବଂଶର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ।
ଚେଦି ବଂଶର ସବୁଠାରୁ ଶକ୍ତିଶାଳୀ ରାଜା ଥିଲେ ସମ୍ରାଟ ଖାରବେଳ । ଭୁବନେଶ୍ଵର ନିକଟବର୍ତ୍ତୀ ଖଣ୍ଡଗିରି ଓ ଉଦୟଗିରି ପାହାଡରେ ଖୋଦିତ ହାତୀଗୁମ୍ଫା ଶିଳାଲେଖରେ ସମ୍ରାଟ ଖାରବେଳଙ୍କ ଶାସନ ସମ୍ପର୍କରେ ବର୍ଣ୍ଣିତ ଅଛି ।
ଖାରବେଳ ଥିଲେ ଚେଦି ରାଜବଂଶର ତୃତୀୟ ରାଜା । ଅନେକଗୁଡ଼ିକଏ ରାଜ୍ୟ ଜୟ କରିଥିବାରୁ ତାଙ୍କୁ ରାଜାମାନଙ୍କର ରାଜା ବା ସମ୍ରାଟ ବୋଲି କୁହାଯାଉଥିଲା । ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ମହାମେଘବାହନ ଐର ଖାରବେଳ ।
(୨) ଶୈଳୋଦ୍ଭବ ରାଜବଂଶ :
ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀ ଆରମ୍ଭରେ ଓଡ଼ିଶାରେ ଶୈଳୋଦ୍ଭବ ରାଜବଂଶର ଶାସନ ଆରମ୍ଭ ହୋଇଥିଲା । ଉତ୍ତରର ମହାନଦୀଠାରୁ ଦକ୍ଷିଣରେ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୈଳୋଦ୍ଭବମାନେ ସେମାନଙ୍କର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲା । ଶୈଳୋଦ୍ଭବର ଅର୍ଥ ଶିଳା ବା ପର୍ବତରୁ ଜାତ ।
ଶୈଳୋଦ୍ଭବମାନେ ଗଙ୍ଗ ରାଜବଂଶର ବଂଶଧର ଥିଲେ ବୋଲି କେତେକ ଐତିହାସିକ ବିଶ୍ଵାସ କରୁଥିବାବେଳେ ଅନ୍ୟ କେତେକ ବିଶ୍ଵାସ କରନ୍ତି ଯେ ସେମାନେ ହେଉଛନ୍ତି ମଧ୍ୟପ୍ରଦେଶର ଶିଳା ରାଜବଂଶର ଦାୟାଦ ।
ମହେନ୍ଦ୍ରଗିରି ଶୈଳୋଦ୍ଭବ ରାଜବଂଶର ପ୍ରଥମ ରାଜଧାନୀ ଥିଲା ଏବଂ ଧର୍ମରାଜ ଏହି ବଂଶର ଶ୍ରେଷ୍ଠ ରାଜା ଥିଲେ ।
ଗଞ୍ଜାମ ଫଳକରୁ ଜଣାଯାଏ ଯେ ଶୈଳୋଦ୍ଭବ ରାଜା ମାଧବରାଜ ତାଙ୍କ ରାଜତ୍ଵ ସମୟରେ ନିଜକୁ ସ୍ଵାଧୀନ ବୋଲି ଘୋଷଣା କରିଥିଲେ ।
(୩) ଭୌମକର ରାଜବଂଶ :
ଭୌମକର ରାଜବଂଶ ଓଡ଼ିଶାରେ ଖ୍ରୀ.ଅ. ୭୩୬ରୁ ରାଜତ୍ଵ ଆରମ୍ଭ କରିଥିଲେ ବୋଲି ଜଣାଯାଏ । କେତେକ ଐତିହାସିକଙ୍କ ମତରେ ଏହି ବଂଶର ରାଜାମାନେ ସେମାନଙ୍କ ନାମ ପଛରେ ‘କର’ ଶବ୍ଦ ବ୍ୟବହାର କରୁଥିବାରୁ ଏହି ରାଜବଂଶକୁ ଭୌମକର ରାଜବଂଶ ବୋଲି କୁହାଯାଇଥାଏ ।
ଉତ୍ତରରେ ମେଦିନୀପୁରଠାରୁ ଦକ୍ଷିଣରେ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଭୌମକର ସାମ୍ରାଜ୍ୟ ପରିବ୍ୟାପ୍ତ ଥିଲା । ବୈତରଣୀ ନଦୀକୂଳସ୍ଥ ଗୁହଦେବ ପାଟକ ବା ଗୁହେଶ୍ଵର ପାଟକ ଭୌମକର ସାମ୍ରାଜ୍ୟର ରାଜଧାନୀ ଥିଲା ।
ଭୁବନେଶ୍ଵରରେ ଥିବା ଶିଶିରେଶ୍ଵର, ତୁଳେଶ୍ଵର ଏବଂ ବୋଇତାଳ ମନ୍ଦିରଗୁଡ଼ିକ ଭୌମକର ରାଜବଂଶର କୀର୍ତ୍ତି ।
ଧର୍ମ ମହାଦେବୀ ଭୌମକର ରାଜବଂଶର ଶେଷ ସାମ୍ରାଜ୍ଞୀ ଥିଲେ । ତାଙ୍କ ପରେ ସୋମବଂଶୀ ରାଜାମାନେ ଓଡ଼ିଶା ଅଧୂକାର କରିଥିଲେ ।
(୪) ସୋମବଂଶୀ ରାଜବଂଶ :
ସପ୍ତମ ଶତାବ୍ଦୀ ଶେଷ ବେଳକୁ ଓଡ଼ିଶାରେ ସୋମବଂଶୀ ରାଜବଂଶର ଶାସନ ଚାଲିଥିଲା ! ଏକ ସୁଦୃଢ଼ ଶସାନ ପ୍ରତିଷ୍ଠା କରି ଓଡ଼ିଶାରେ ରାଜନୈତିକ ଏକତା ଆଣିବାରେ ସୋମବଂଶୀ ରାଜାମାନେ ସଫଳତା ଅର୍ଜନ କରିଥିଲେ ।
ସୋମବଂଶୀ ରାଜାମାନେ ଓଡ଼ିଶାରେ ଲିଙ୍ଗରାଜ ମନ୍ଦିର ଓ ରାଜାରାଣୀ ମନ୍ଦିର ନିର୍ମାଣ କରିଥିଲେ ।
ଦକ୍ଷିଣ କୋଶଳର ସୋମବଂଶୀ ରାଜାମାନେ ପରବର୍ତ୍ତୀ ସମୟରେ ଓଡ଼ିଶାରେ ସେମାନଙ୍କର ରାଜତ୍ଵ ପ୍ରତିଷ୍ଠା କରି ‘ମହାଶିବଗୁପ୍ତ’ ଓ ‘ମହାଭବଗୁପ୍ତ’ ରୂପକ ଅଭିଷେକ ନାମ ଗ୍ରହଣ କରିଥିଲେ ।
ମହାଭବଗୁପ୍ତ ପ୍ରଥମ ଜନ୍ମେଜୟ (ଖ୍ରୀ.ଅ. ୮୮୨ ୯୨୨ ଖ୍ରୀ.ଅ.) :
ନବମ ଶତାବ୍ଦୀର ଶେଷ ଭାଗରେ ମହାଭବଗୁପ୍ତ ପ୍ରଥମ ଜନ୍ମେଜୟ ସିଂହାସନ ଆରୋହଣ କରିଥିଲେ ଏବଂ ସେ ଓଡ଼ିଶାରେ ସୋମବଂଶୀ ଶାସନ ପ୍ରତିଷ୍ଠା କରିଥିଲେ ।
ଭୌମକର ରାଜା ଚତୁର୍ଥ ଶୁଭାଂକର ଦେବଙ୍କ ସହିତ ନିଜର କନ୍ୟା ପୃଥ୍ବୀ ମହାଦେବୀଙ୍କୁ ପ୍ରଥମ ଜନ୍ମେଜୟ ବିବାହ ଦେଇଥିଲେ । ଜନ୍ମେଜୟ ତାଙ୍କର ରାଜଧାନୀ ସୁବର୍ଣ୍ଣପୁରଠାରେ ପ୍ରତିଷ୍ଠା କରିଥିଲେ ।
ସୋମବଂଶୀ ସାମ୍ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ ନିମିତ୍ତ ସେ ସମସ୍ତ ପ୍ରକାର ପଦକ୍ଷେପ ନେଇଥିଲେ । ଏହି ବଂଶର ରାଜାମାନେ କେଶରୀ ଉପାଧ୍ ଧାରଣ କରିଥିବାରୁ ଏହି ରାଜବଂଶକୁ କେଶରୀ ବଂଶ ମଧ୍ୟ କୁହାଯାଏ ।
ମହାଶିବଗୁପ୍ତ ପ୍ରଥମ ଯାଯାତି (ଖ୍ରୀ.ଅ. ୯୨୨ – ୯୫୫ ଖ୍ରୀ.ଅ.) :
ପ୍ରଥମ ଯଯାତିଙ୍କୁ ଯଯାତି କେଶରୀ ବୋଲି କୁହାଯାଏ । ୯୨୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିବା ପରେ ପ୍ରଥମ ଯଯାତି ନିଜ ରାଜଧାନୀକୁ ସୁବର୍ଣ୍ଣପୁରରୁ ମହାନଦୀ କୂଳରେ ଥିବା ବିନୀତପୁର (ଆଧୁନିକ ବିନିକା )କୁ ସ୍ଥାନାନ୍ତରିତ କରିଥିଲେ ।
ରାଜତ୍ଵର ଷୋଡଶ ବର୍ଷରେ ସେ ଯଯାତି ନଗର ନାମରେ ନୂତନ ରାଜଧାନୀ ପ୍ରତିଷ୍ଠା କରିଥିଲେ ।
ପ୍ରଥମ ଯଯାତିଙ୍କ ପୁତ୍ର ଭୀମରଥଙ୍କ ଘୋଷଣାନାମାରେ ବର୍ଣ୍ଣନା କରାଯାଇଛି ଯେ ତାଙ୍କର ପ୍ରଥମ ରାଜ୍ୟ କୋଶଳ ଦେଶ ଏବଂ ଦ୍ଵିତୀୟ ରାଜ୍ୟ ଥିଲା ଓଡ୍ର ।
୯୪୪ ଖ୍ରୀଷ୍ଟାବ୍ଦ ବେଳକୁ ପ୍ରଥମ ଯଯାତି ତୋଷାଳୀ ଉପରେ ସମ୍ପୂର୍ଣ କର୍ତ୍ତୃତ୍ଵ ଜାହିର କରିଥିଲେ ।
ମହାଭବଗୁପ୍ତ ଉଦ୍ୟୋତ କେଶରୀ (ଖ୍ରୀ.ଅ. ୧୦୪୦ – ୧୦୬୫ ଖ୍ରୀ.ଅ.) :
ଦ୍ଵିତୀୟ ଯଯାତିଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଉଦ୍ୟୋତ କେଶରୀ ୧୦୪୦ ଖ୍ରୀ.ଅ.ରେ ସିଂହାସନ ଆରୋହଣ କରିଥିଲେ । ଧର୍ମ ଓ କଳା କ୍ଷେତ୍ରରେ ଉଦ୍ୟୋତ କେଶରୀଙ୍କ ଶାସନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା ।
ଶିବଙ୍କର ଉପାସକ ଥିଲେ ବି ସେ ଜୈନମାନଙ୍କର ପୃଷ୍ଠପୋଷକତା କରିଥିଲେ । କୁମାର ପର୍ବତ ଉପରେ ଉଦ୍ୟୋତ କେଶରୀ ୨୪ ଜଣ ଜୈନ ତୀର୍ଥଙ୍କରଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ତାଙ୍କର ମାତା କୋଳାବତୀ ଦେବୀ ଭୁବନେଶ୍ଵରରେ ବ୍ରହ୍ମେଶ୍ଵର ମନ୍ଦିର ନିର୍ମାଣ କରିଥିଲେ ।
ଉଦ୍ୟୋତ କେଶରୀଙ୍କ ପୁତ୍ର ଦ୍ଵିତୀୟ ଜନ୍ମଜେୟ ୧୦୬୫ ଖ୍ରୀ.ଅ.ରେ ସିଂହାସନ ଆରୋହଣ କରିଥିଲେ । ତାଙ୍କ ସମୟରେ ଓଡ଼ିଶାରେ ସୋମବଂଶୀ ଶାସନର ପତନ ଆରମ୍ଭ ହୋଇଥିଲା ଏବଂ ଓଡ଼ିଶାର ରାଜନୈତିକ ପ୍ରାଧାନ୍ୟ ହ୍ରାସ ପାଇଥିଲା ।
ମହାଶିବଗୁପ୍ତ କଣ୍ଠଦେବ (ଖ୍ରୀ.ଅ. ୧୧୦୦-୧୧୧୦) ସୋମବଂଶର ଶେଷ ରାଜା ଥିଲେ । କର୍ଣ୍ଣଦେବ ଜଣେ ଦୁର୍ବଳ ରାଜା ଥିବାରୁ ଗଙ୍ଗରାଜା ଚୋଳଗଙ୍ଗଦେବ ତାଙ୍କୁ ବିତାଡ଼ିତ କରି ନିଜକୁ ଓଡ଼ିଶାର ରାଜା ଘୋଷଣା କଲେ ଏବଂ ୧୧୦୦ ଖ୍ରୀ.ଅ,ରେ ସୋମବଂଶୀ ରାଜ୍ୟକୁ କଳିଙ୍ଗ ସହିତ ମିଶାଇ ଦେଇଥିଲେ ।
୧୧୧୮ ଖ୍ରୀ.ଅ. ବେଳକୁ ଓଡ଼ିଶା ପ୍ରତ୍ୟକ୍ଷ ଭାବରେ ଗଙ୍ଗମାନଙ୍କର ଶାସନାଧୀନ ହୋଇଥିଲା ।
(୫) ଗଙ୍ଗ ରାଜବଂଶ
ଓଡ଼ିଶାର ଗଙ୍ଗବଂଶର ପ୍ରଥମ ରାଜା କାମାଣ୍ଡିବ ମହୀଶୂର ଗଙ୍ଗବଂଶର ଥିଲେ । ଗଙ୍ଗବଂଶର ରାଜାମାନଙ୍କୁ ମୁଖ୍ୟତଃ ଦୁଇ ଭାଗରେ ଯଥା- ମହୀଶୂର ଗଙ୍ଗବଂଶ ଓ ଓଡ଼ିଶା ତ୍ରିକଳିଙ୍ଗରେ ଶାସନ କରୁଥିବା ଗଙ୍ଗବଂଶରେ ବିଭକ୍ତ କରାଯାଇଛି ।
ଓଡ଼ିଶାର ଗଙ୍ଗବଂଶକୁ ପୂର୍ବଗଙ୍ଗ କୁହାଯାଏ ଓ ସେମାନେ ୫୦୦ ବର୍ଷଧରି ତ୍ରିକଳିଙ୍ଗରେ ଶାସନ କରିଥିଲେ ।
କାମାଣ୍ଡବଙ୍କ ପରେ ତାଙ୍କର ପୁତ୍ର ବଜ୍ରହସ୍ତ ୧୦୩୮ ଖ୍ରୀଷ୍ଟାବ୍ଦରେ କଳିଙ୍ଗନଗରଠାରେ ମହାରାଜାଧ୍ଵରାଜ ଉପାଧ୍ ଗ୍ରହଣ କରି ସିଂହାସନ ଆରୋହଣ କରିଥିଲେ । ତାଙ୍କ ପରେ ରାଜରାଜଦେବ ୧୦୭୦ ଖ୍ରୀଷ୍ଟାବ୍ଦରୁ ୧୦୭୬ ପର୍ଯ୍ୟନ୍ତ ଶାସନ କରିଥିଲେ ।
ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ଦୁଇବର୍ଷ ବୟସରେ ୧୦୭୬ ଖ୍ରୀଷ୍ଟାବ୍ଦରେ କଳିଙ୍ଗନଗରଠାରେ ସିଂହାସନ ଆରୋହଣ କରିଥିଲେ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ତାଙ୍କର ରାଜ୍ୟ ପରିବ୍ୟାପ୍ତ ଥିଲା । ଉତ୍କଳ ସହିତ ନିଜର ସାମ୍ରାଜ୍ୟ ମିଶ୍ରଣ କରାଇବା ପରେ ଚୋଡ଼ଗଙ୍ଗଦେବ ନିଜର ରାଜଧାନୀ କଟକଠାରେ ପ୍ରତିଷ୍ଠା କରିଥିଲେ ।
ଚୋଡ଼ଗଙ୍ଗଦେବ ପ୍ରଥମେ ଶିବଙ୍କର ପରମ ଭକ୍ତ ଥିଲେ କିନ୍ତୁ ଓଡ଼ିଶା ଅଧିକାର କରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଭାବରେ ପରିଚିତ ହୋଇଥିଲେ । ପୁରୀର ଜଗନ୍ନାଥ ମନ୍ଦିର ଚୋଡ଼ଗଙ୍ଗଦେବ ନିର୍ମାଣ କରିଥିଲେ ।
ଚୋଡ଼ଗଙ୍ଗ ଦେବଙ୍କ ମୃତ୍ୟୁପରେ କ୍ରମାଗତ ଭାବରେ ତାଙ୍କର ଚାରିପୁତ୍ର ସିଂହାସନ ଆରୋହଣ କରିଥିଲେ । ତୃତୀୟ ରାଜରାଜ ଦେବଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ତୃତୀୟ ଅନଙ୍ଗ ଭୀମଦେବ ୧୨୧୧ ଖ୍ରୀଷ୍ଟାବ୍ଦରେ ଗଙ୍ଗ ସିଂହାସନ ଆରୋହଣ କରିଥିଲେ ।
ତୃତୀୟ ଅନଙ୍ଗଭୀମଦେବଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ପ୍ରଥମ ନରସିଂହ ଦେବ ୧୨୩୮ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କଲେ ଏବଂ ପ୍ରାୟ ଦୁଇ ଦଶନ୍ଧି ଧରି ସୁଶାସନ କରିଥିଲେ । ସେ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ ।
ନରସିଂହଦେବଙ୍କ ପରେ ପ୍ରଥମ ଭାନୁଦେବ (୧୨୬୪-୧୨୭୮ ଖ୍ରୀଷ୍ଟାବ୍ଦ), ଦ୍ଵିତୀୟ ନରସିଂହ ଦେବ (୧୨୭୮- ୧୩୦୬ ଖ୍ରୀଷ୍ଟାବ୍ଦ), ଦ୍ୱିତୀୟ ଭାନୁଦେବ (୧୩୦୬–୧୩୨୮ ଖ୍ରୀଷ୍ଟାବ୍ଦ), ତୃତୀୟ ଭାନୁଦେବ (୧୩୫୨–୧୩୭୮ ଖ୍ରୀଷ୍ଟାବ୍ଦ), ଚତୁର୍ଥ ନରସିଂହ ଦେବ (୧୩୭୮-୧୪୧୪ ଖ୍ରୀଷ୍ଟାବ୍ଦ) ଏବଂ ଚତୁର୍ଥ ଭାନୁଦେବ (୧୪୧୪-୧୪୩୪ ଖ୍ରୀଷ୍ଟାବ୍ଦ) ପର୍ଯ୍ୟନ୍ତ ଶାସନ କରିଥିଲେ ।
ଗଙ୍ଗ ବଂଶର ରାଜାମାନେ ପ୍ରାୟ ୩୫୦ ବର୍ଷ ଧରି ଓଡ଼ିଶାରେ ଶାସନ କରିଥିଲେ । ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟ ଭାଗରୁ ଗଙ୍ଗରାଜାମାନେ ସାମରିକ ଶକ୍ତି ଦ୍ରୁତ ଗତିରେ ହ୍ରାସ ପାଇଲା । ବହିଶତ୍ରୁ ଆକ୍ରମଣ, ଆଭ୍ୟନ୍ତରୀଣ ବିଶୃଙ୍ଖଳା ଓ ରାଜାମାନଙ୍କର ଭୀରୁତା ତଥା ରାଜକର୍ମଚାରୀମାନଙ୍କ ବିଶ୍ୱାସଘାତକତା ଯୋଗୁଁ ଗଙ୍ଗ ସାମ୍ରାଜ୍ୟର ପତନ ଘଟିଥିଲା ।
ଗଙ୍ଗରାଜବଂଶର ଶାସନ ପ୍ରଣାଳୀ :
ରାଜାମାନେ ଗଙ୍ଗରାଜବଂଶର ଶାସନ ମୁଖ୍ୟ ଥିଲେ । ମନ୍ତ୍ରୀମାନଙ୍କର ପରାମର୍ଶ ଅନୁସାରେ ସେମାନେ ରାଜ୍ୟ ଶାସନ କରୁଥିଲେ । ମନ୍ତ୍ରୀମାନଙ୍କୁ ପାତ୍ର ସାମନ୍ତ ବୋଲି କୁହାଯାଉଥିଲା ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଥିଲା ।
ସମଗ୍ର ସାମ୍ରାଜ୍ୟକୁ ମହାମଣ୍ଡଳରେ, ମହାମଣ୍ଡଳକୁ ମଣ୍ଡଳରେ, ମଣ୍ଡଳକୁ ବିଷୟରେ ଏବଂ ବିଷୟକୁ କେତେକ ଗ୍ରାମରେ ବିଭକ୍ତ କରାଯାଇଥିଲା । ଏହିସବୁ ବିଭାଗରେ ଶାସନ ପରିଚାଳନା ପାଇଁ ମାଣ୍ଡଳିକ ଓ ମହାମାଣ୍ଡଳିକ ଆଦି କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ।
![]()
ସମାଜରେ ବର୍ଣ୍ଣ ବ୍ୟବସ୍ଥା ରହିଥିଲା ।
ଚୋଡ଼ଗଙ୍ଗଦେବଙ୍କ ପର୍ଯ୍ୟନ୍ତ ରାଜାମାନେ ଶୈବ ଧର୍ମାବଲମ୍ବୀ ଥିଲେ । କିନ୍ତୁ ସାମ୍ରାଜ୍ୟ ପ୍ରତିଷ୍ଠା କଲାପରେ ସେମାନେ ବୈଷ୍ଣବ ଧର୍ମ ପ୍ରତି ଅନୁରକ୍ତି ପ୍ରକାଶ କରିଥିଲେ ।
ଶ୍ରୀଜଗନ୍ନାଥଙ୍କୁ ଗଙ୍ଗ ସମ୍ରାଟମାନେ ରାଷ୍ଟ୍ର ଦେବତା ଭାବରେ ଗ୍ରହଣ କରିଥିଲେ ।
ଗଙ୍ଗ ରାଜତ୍ଵ ସମୟରେ ବିଦ୍ୟାଧର ‘ଏକାବଳୀ’, ଜୟଦେବ ‘ଗୀତଗୋବିନ୍ଦ’, ବିଶ୍ଵନାଥ କବିରାଜଙ୍କ ‘ସାହିତ୍ୟ ଦର୍ପଣ’ ଏବଂ ସତ୍ୟାନନ୍ଦ ‘ସୂର୍ଯ୍ୟସିଦ୍ଧାନ୍ତ’ ଆଦି ପୁସ୍ତକ ରଚନା କରିଥିଲେ ।
(୬) ସୂର୍ଯ୍ୟବଂଶ :
ଗଙ୍ଗ ରାଜବଂଶର ପତନ ପରେ ଓଡ଼ିଶାରେ ଯେଉଁ ନୂତନ ରାଜବଂଶ ଶାସନ ଆରମ୍ଭ କଲା, ତାହା ସୂର୍ଯ୍ୟ ରାଜବଂଶ ବା ସୂର୍ଯ୍ୟବଂଶ ନାମରେ ପ୍ରସିଦ୍ଧି ଲାଭ କଲା । ଗଙ୍ଗ ବଂଶର ରାଜା ଚତୁର୍ଥ ଭାନୁଦେବଙ୍କ ପତନ ପରେ କପିଳେନ୍ଦ୍ର ଦେବ ଗଙ୍ଗ ସିଂହାସନ ଅଧୁକାର କରି ନିଜକୁ ସୂର୍ଯ୍ୟବଂଶର ବଂଶଧର ବୋଲି ଦାବି କରିଥିଲେ ।
ସୂର୍ଯ୍ୟବଂଶୀ ରାଜାମାନଙ୍କର ସୈନ୍ୟବାହିନୀରେ ବହୁ ସଂଖ୍ୟକ ଗଜ ବ୍ୟବହୃତ ହେଉଥିବାରୁ ଏହି ବଂଶର ରାଜାମାନଙ୍କୁ ‘ଗଜପତି’ ବୋଲି କୁହାଯାଉଥିଲା ।
କପିଳେନ୍ଦ୍ରଦେବ (୧୪୩୫-୧୪୬୭ ଖ୍ରୀ.ଅ.) :
ସୂର୍ଯ୍ୟବଂଶର ପ୍ରଥମ ଗଜପତି କପିଳେନ୍ଦ୍ର ଦେବ ୧୪୩୫ ଖ୍ରୀଷ୍ଟାବ୍ଦରେ ଭୁବନେଶ୍ଵରଠାରେ ସିଂହାସନ ଆରୋହଣ କରିଥିଲେ । କପିଳେନ୍ଦ୍ର ଦେବ ଗଙ୍ଗ ସୈନ୍ୟବାହିନୀରେ ଜଣେ ସୈନିକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଶେଷ ଗଙ୍ଗରାଜା ଚତୁର୍ଥ ଭାନୁଦେବଙ୍କର ସେ ମନ୍ତ୍ରୀ ଥିଲେ ।
ସେ ସମ୍ରାଟ ହେବାପରେ ଓଡ଼ିଶାର ସାମନ୍ତ ରାଜାମାନେ ତାଙ୍କର ସାର୍ବଭୌମତ୍ବ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । କପିଳେନ୍ଦ୍ର ଦେବ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ ।
ଦକ୍ଷିଣ ଭାରତର ରେଡ଼ୁଡ଼ି ରାଜା, ବିଜୟନଗରର ଶକ୍ତିଶାଳୀ ସମ୍ରାଟ ଦ୍ଵିତୀୟ ଦେବରାୟ, ତେଲିଙ୍ଗାନା ଅଞ୍ଚଳର ପ୍ରଭାବଶାଳୀ କାକତୀୟ ରାଜାଙ୍କୁ ପରାସ୍ତ କରି ସେ ଦକ୍ଷିଣ ଭାରତର ଅନେକ ଅଞ୍ଚଳ ଦଖଲ କରିଥିଲେ ।
ବାହାମନୀ ରାଜ୍ୟର ରାଜଧାନୀ କଳବର୍ଗା ବା କୁଲବର୍ଗ ଅଧିକାର କରି କଳବର୍ଗେଶ୍ଵର ଉପାଧ୍ ଧାରଣ କରିଥିଲେ । ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ଏକ ବିଶାଳ ସାମ୍ରାଜ୍ୟ ଗଠନ କରିପାରିଥିଲେ କପିଳେନ୍ଦ୍ରଦେବ ।
୧୪୬୮ ଖ୍ରୀଷ୍ଟାବ୍ଦରେ କୃଷ୍ଣା ନଦୀ କୂଳରେ ପ୍ରାଣତ୍ୟାଗ କରିବା ପୂର୍ବରୁ ନିଜର କନିଷ୍ଠ ପୁତ୍ର ପୁରୁଷୋତ୍ତମ ଦେବଙ୍କୁ ନିଜର ଉତ୍ତରାଧ୍ୟାକାରୀ ଭାବରେ ମନୋନୀତ କରିଥିଲେ । କପିଳେନ୍ଦ୍ରଦେବ ଏକାଧାରରେ ଥିଲେ ଜଣେ ଦକ୍ଷ ସମ୍ରାଟ, ଉଚ୍ଚକୋଟୀର ସେନାଧ୍ୟକ୍ଷ, ପ୍ରଜାବତ୍ସଳ, ସାହିତ୍ୟ ପ୍ରେମୀ ଏବଂ ଜଣେ ଧାର୍ମିକ ରାଜା ।
ପୁରୁଷୋତ୍ତମଦେବ (୧୪୬୮-୧୪୯୭ ଖ୍ରୀ.ଅ.) :
କପିଳେନ୍ଦ୍ରଦେବ ନିଜର କନିଷ୍ଠ ପୁତ୍ର ପୁରୁଷୋତ୍ତମଦେବଙ୍କୁ ନିଜର ଉତ୍ତରାଧିକାରୀ ରୂପେ ଚୟନ କରିବାରୁ ଜ୍ୟେଷ୍ଠପୁତ୍ର ହମ୍ବାରଦେବ ବିଦ୍ରୋହ କରିଥିଲେ । ପରବର୍ତ୍ତୀ ସମୟରେ ପୁରୁଷୋତ୍ତମ ୧୪୭୨ ଖ୍ରୀ.ଅ.ରୁ ୧୪୭୬ ଖ୍ରୀ.ଅ. ପର୍ଯ୍ୟନ୍ତ ରାଜମହେନ୍ଦ୍ରୀ ଶାସନ କରିବା ପାଇଁ ହସ୍ପିରଦେବଙ୍କୁ ସୁଯୋଗ ଦେଇଥିଲେ ।
ପୁରୁଷୋତ୍ତମଦେବ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କରିପାରିଥିଲେ । ସେ ଦକ୍ଷିଣରେ ବାହାମନୀ ସୁଲତାନ, ବିଜୟନଗରର ସାଲ୍ସ ନରସିଂହ ଦେବ ଏବଂ ତେଲେଙ୍ଗାନା ଅଞ୍ଚଳର ଅନେକ ରାଜାଙ୍କୁ ପରାସ୍ତ କରିଥିଲେ ।
ସାଲ୍ସ ନରସିଂହଦେବଙ୍କୁ ପରାସ୍ତ କରିବା ପରେ ତାଙ୍କ କନ୍ୟା ପଦ୍ମାବତୀଙ୍କୁ ଅପହରଣ କରି ନେଇ ଆସିଥିଲେ । ପରବର୍ତୀ ସମୟରେ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ସେ ପଦ୍ମାବତୀଙ୍କୁ ରାଣୀରୂପେ ଗ୍ରହଣ କରିଥିଲେ ।
୧୪୮୯ ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମଦେବ କାଞ୍ଚି ଅଧିକାର କରିଥିଲା । ସେ ଏକାଧାରରେ ଜଣେ ପରାକ୍ରମୀ ଯୋଦ୍ଧା, ଉଚ୍ଚକୋଟୀର କବି ଓ ପଣ୍ଡିତ ଥିଲେ ।
ପ୍ରତାପରୁଦ୍ରଦେବ (୧୪୯୭-୧୫୩୩ ଖ୍ରୀ.ଅ.) :
୧୪୯୭ ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମଦେବଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ପ୍ରତାପରୁଦ୍ରଦେବ ସିଂହାସନ ଆରୋହଣ କଲେ । ତାଙ୍କ ସମୟ ବେଳକୁ ସୂର୍ଯ୍ୟବଂଶର ସାମରିକ ଶକ୍ତି ବହୁଗୁଣକୁ ହ୍ରାସ ପାଇଥିଲା ।
ପ୍ରତାପରୁଦ୍ରଦେବ ଗୌଡ଼ର ସୁଲତାନଙ୍କୁ ପରାସ୍ତ କରି ମଣ୍ଡାରଣ ଦୁର୍ଗକୁ ଅଧିକାର କରିଥିଲେ ବି ନିଜର ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ବିଶ୍ୱାସଘାତକତା ପାଇଁ ସେ ଦୁର୍ଗକୁ ହରାଇଥିଲେ ।
୧୫୦୬-୦୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଦୁର୍ଭିକ୍ଷ ପଡ଼ିବାରୁ ପ୍ରତାପରୁଦ୍ରଦେବ ବିଜୟନଗର ରାଜ୍ୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିନଥିଲେ । କିନ୍ତୁ ପରବର୍ତୀ ସମୟରେ ୧୫୧୨ ଖ୍ରୀଷ୍ଟାବ୍ଦରେ ପ୍ରତାପରୁଦ୍ରଦେବ ଓ କୃଷ୍ଣଦେବରାୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଦୀର୍ଘ ସାତବର୍ଷକାଳ ଲାଗି ରହିଥିଲା ।
୧୫୧୪ ଖ୍ରୀଷ୍ଟାବ୍ଦରେ ଯୁଦ୍ଧରେ ଜୟଯୁକ୍ତ ହୋଇ କୃଷ୍ଣଦେବ ରାୟ ଗଜପତିଙ୍କ ରାଜ୍ୟକୁ ଖଣ୍ଡବିଖଣ୍ଡିତ କରିଦେଇଥିଲେ ଏବଂ ଉଦୟଗିରି ଦୁର୍ଗକୁ ଅଧିକାର କରିଥିଲେ । ୧୫୧୯ ଖ୍ରୀଷ୍ଟାବ୍ଦରେ କୃଷ୍ଣଦେବରାୟ ପ୍ରତାପରୁଦ୍ରଦେବଙ୍କ ରାଜଧାନୀ କଟକ ଆକ୍ରମଣ କରିଥିଲେ । ପ୍ରତାପରୁଦ୍ର ଦେବ ଅନ୍ୟ ଉପାୟ ନପାଇ କୃଷ୍ଣଦେବରାୟଙ୍କ ସହିତ ୧୫୧୯ ଖ୍ରୀଷ୍ଟାବ୍ଦରେ ସନ୍ଧି କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିଥିଲେ ।
ସନ୍ଧିର ସର୍ଭେ ଅନୁସାରେ ବିଜୟ ନଗର ସମ୍ରାଟ ପ୍ରତାପରୁଦ୍ରଦେବଙ୍କ ଆଧ୍ୟତ୍ୟକୁ କୃଷ୍ଣା ନଦୀ ପର୍ଯ୍ୟନ୍ତ ସ୍ଵୀକାର କରିଥିଲେ । ଏହା ସହିତ ପ୍ରତାପରୁଦ୍ରଦେବ ତାଙ୍କର କନ୍ୟାକୁ କୃଷ୍ଣଦେବରାୟଙ୍କ ସହିତ ବିବାହ ଦେଇଥିଲେ । ୧୫୪୦ ଖ୍ରୀଷ୍ଟାବ୍ଦରେ ପ୍ରତାପରୁଦ୍ରଦେବ ମୃତ୍ୟୁବରଣ କରିଥିଲେ ।
ସେ ଧବଳେଶ୍ଵର ମନ୍ଦିର ନିର୍ମାଣ କରିଥିଲେ । ବୈଷ୍ଣବଧର୍ମ ପ୍ରଚାରକ ଶ୍ରୀଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଭ୍ରମଣରେ ଆସି ୧୫୧୬ ଖ୍ରୀଷ୍ଟାବ୍ଦରେ ପୁରୀରେ ପହଞ୍ଚିଥିଲେ ଏବଂ ୧୫୩୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏଠାରେ ବୈଷ୍ଣବଧର୍ମ ପ୍ରଚାର କରିଥିଲେ ।
ଗଜପତି ପ୍ରତାପରୁଦ୍ର ଦେବ ଏବଂ ତାଙ୍କର ଅନେକ ପାତ୍ରମନ୍ତ୍ରୀ ଶ୍ରୀଚୈତନ୍ୟଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।
ପ୍ରତାପରୁଦ୍ର ଦେବଙ୍କ ମୃତ୍ୟୁପରେ ଓଡ଼ିଶାରେ ଗୃହଯୁଦ୍ଧ ଲାଗି ରହିଥିବାରୁ ସୂର୍ଯ୍ୟବଂଶ ଶାସନର ଅବସାନ ଘଟିଲା । ଆଭ୍ୟନ୍ତରୀଣ ଦୁର୍ବଳତା, ସାମରିକ ତଥା ରାଜନୈତିକ ଶକ୍ତିର ଅଧୋଗତି ଏବଂ ବୈଷ୍ଣବ ଧର୍ମର ପ୍ରଚାର ଓ ପ୍ରସାର ଫଳରେ ଓଡ଼ିଶାର ରାଜନୈତିକ ଅଧପତନ ଘଟିଥିଲା ।
ସୂର୍ଯ୍ୟବଂଶୀ ରାଜାଙ୍କ ରାଜସଭାରେ ମନ୍ତ୍ରୀ, ଯୁବରାଜ, ଅନ୍ୟାନ୍ୟ ରାଜପୁତ୍ର, ପୁରୋହିତ ବା ରାଜଗୁରୁ, ସାମରିକ କର୍ମଚାରୀ, କବି, ଜ୍ୟୋତିଷ ଏବଂ ପଣ୍ଡିତମାନେ ସ୍ଥାନ ପାଇଥିଲେ ।
ସୂର୍ଯ୍ୟବଂଶ ଶାସନ ସମୟରେ ନାରୀମାନେ ସାମାଜିକ ସ୍ତରରେ ଉଚ୍ଚସ୍ଥାନରେ ନଥିଲେ । ସମାଜରେ ପର୍ଦାପ୍ରଥା ପ୍ରଚଳିତ ଥିଲା । ମନ୍ଦିରମାନଙ୍କରେ ଦେବଦାସୀମାନଙ୍କୁ ନିଯୁକ୍ତି କରାଯାଇଥିଲା ।
ସେମାନେ ଅନେକ ମନ୍ଦିର ନିର୍ମାଣ କରିଥିଲେ । ଲୋକମାନେ ବସ୍ତ ଆକାରରେ ଭୂମିକର ପ୍ରଦାନ କରୁଥିଲେ । ସୂର୍ଯ୍ୟବଂଶ ଶାସନ ସମୟରେ ଓଡ଼ିଶାର ଅର୍ଥନୈତିକ ଅବସ୍ଥା ସ୍ଵଚ୍ଛଳ ଥିଲା ।
ସ୍ଵତନ୍ତ୍ର ପ୍ରଦେଶ ଗଠନ
୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ଓଡ଼ିଶାର କୋର୍ଟ କଚେରୀରେ ପାର୍ଶୀ ଭାଷାର ପ୍ରଚଳନ ହେଲା ଏବଂ ପରବର୍ତ୍ତୀ ସମୟରେ ବଙ୍ଗଳାକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରାଯାଇଥିଲା ।
୧୮୦୩ ରୁ ୧୯୦୩ ମସିହା ପର୍ଯ୍ୟନ୍ତ ଦୀର୍ଘ ଶହେ ବର୍ଷ ଧରି ଓଡ଼ିଆ ଭାଷା କ୍ରମଶଃ ଅବକ୍ଷୟ ପଥରେ ଗତି କରିଥିଲା ।
୧୮୬୬ ମସିହାରେ ବିଚିତ୍ରାନନ୍ଦ ଦାସଙ୍କଦ୍ଵାରା କଟକରେ ପ୍ରଥମ ଛାପାଖାନା ବା ପ୍ରିଣ୍ଟିଂ ପ୍ରେସ୍ ସ୍ଥାପନ କରାଗଲା । ପରବର୍ତୀ ସମୟରେ କଟକ, ପୁରୀ, ବାଲେଶ୍ଵର, ଗଞ୍ଜାମ ଏବଂ ସମ୍ବଲପୁର ଆଦି ସ୍ଥାନରେ ଓଡ଼ିଆ ଭାଷା ଆନ୍ଦୋଳନର ସୂତ୍ରପାତ ହେଲା ।
ଊନ୍ନବିଂଶ ଶତାବ୍ଦୀର ଶେଷବେଳକୁ ଓଡ଼ିଆ ଭାଷା ପ୍ରଚଳିତ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମାନ୍ଦ୍ରାଜ ଏବଂ ବଙ୍ଗ ସହିତ ମିଶାଇ ଦିଆଯାଇଥିଲା । ଏହି ଖଣ୍ଡବିଖଣ୍ଡିତ ଓଡ଼ିଶାକୁ ଏକତ୍ରିତ କରିବା ପାଇଁ ପ୍ରୟାସ କରିଥିବା ବୁଦ୍ଧିଜୀବୀମାନଙ୍କର ନିଷ୍ଠାପର ଉଦ୍ୟମ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ସହାୟକ ହୋଇଥିଲା, ଯାହାର ଫଳସ୍ଵରୂପ ୧୯୩୬ ମସିହା ଅପ୍ରେଲ୍ ୧ ତାରିଖରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାର କ୍ରମବିକାଶ :
୧୮୮୨ ମସିହାରେ ବଙ୍ଗର ଲେଫ୍ଟନାଣ୍ଟ ଗଭର୍ଣ୍ଣର ରିଚାର୍ଡ଼ ଥମ୍ସନ୍ଙ୍କ ଓଡ଼ିଶା ଗ୍ରସ୍ତ ସମୟରେ କଟକର ‘ଉତ୍କଳ ସଭା’ ପକ୍ଷରୁ ଗଞ୍ଜାମ, ଜୟପୁର ଏବଂ ସମ୍ବଲପୁରକୁ ଓଡ଼ିଶା ସହିତ ମିଶାଇ ଦେବାପାଇଁ ନିବେଦନ କରାଯାଇଥିଲା ।
ପୁନର୍ବାର ୧୮୮୮ ମସିହାରେ ବଙ୍ଗର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏସ୍.ସି.ବେଲେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ମଧ୍ୟପ୍ରଦେଶ, ମାନ୍ଦ୍ରାଜ ଏବଂ ବଙ୍ଗରେ ମିଶି ରହିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ପୃଥକ୍ କରି ଓଡ଼ିଶା ସହିତ ମିଶାଇ ଦେବା ପାଇଁ ଉତ୍କଳସଭା ପକ୍ଷରୁ ଦାବୀପତ୍ର ପ୍ରଦାନ କରାଗଲା ।
ଏଥିସହିତ ମଧୁସୂଦନ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ଫକୀରମୋହନ ସେନାପତି, ଗୌରୀଶଙ୍କର ରାୟ ଏବଂ ନୀଳମଣି ବିଦ୍ୟାରନ୍ ଆଦିଙ୍କର ଜାତୀୟତାବାଦୀ ଲେଖାଗୁଡ଼ିକ ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଲା ।
(୧) ସମ୍ବଲପୁର ସମ୍ମିଶ୍ରଣ : ସମ୍ବଲପୁରର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ମଦନମୋହନ ମିଶ୍ର, ବଜ୍ରମୋହନ ପଟ୍ଟନାୟକ, ବଳଭଗଦ୍ର ସୁପକାର, ବିହାରୀ ଦାସ ମହନ୍ତ ଏବଂ ଧରଣୀଧର ମିଶ୍ର ପ୍ରମୁଖ ସମ୍ବଲପୁରର କୋର୍ଟ କଚେରୀରୁ ହିନ୍ଦୀ ଭାଷାକୁ ଉଠାଇ ଓଡ଼ିଆ ଭାଷା ପ୍ରଚଳନ କରିବା ପାଇଁ ଦାବୀ କରିଥିଲେ । ୩ ଡିସେମ୍ବର ୧୯୦୩ ମସିହାରେ ଇଂରେଜ ସରକାର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସ୍ୱୀକୃତି ପ୍ରଦାନ କଲେ । ଫଳରେ ୧୯ ଜୁଲାଇ ୧୯୦୫ ମସିହାରେ ସମ୍ବଲପୁରକୁ ମଧ୍ୟପ୍ରଦେଶରୁ ଅଲଗା କରାଯାଇ ଓଡ଼ିଶା ଡିଭିଜନ ସହିତ ରଖାଗଲା । ଏହା ଥିଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ସଫଳ ପଦକ୍ଷେପ ।
(୨) ମଧୁସୂଦନ ଦାସ ଓ ଉତ୍କଳ ସମ୍ମିଳନୀ :୧୯୦୩ ମସିହାରେ ମଧୁବାବୁ ଉତ୍କଳ ସମ୍ମିଳନୀ ଗଠନ କରିବା ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଆହ୍ୱାନ ଜଣାଇ ମଧୁବାବୁ କହିଥିଲେ–
‘‘ଏହି ସମ୍ମିଳନୀ ଜାଣି ପ୍ରାଣ ସିନ୍ଧୁ, କୋଟି ପ୍ରାଣବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇଦେ ଭାଇ, ଡେଇଁପଡ଼ି ସିନ୍ଧୁ ନୀରେ ।’’
ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ମଧୁବାବୁ ଇଂଲଣ୍ଡ ଯାତ୍ରାକରି ସେଠାରେ ସମ୍ପୃକ୍ତ ଇଂରେଜ କର୍ମକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ । ବିହାର-ଓଡ଼ିଶା ପ୍ରାଦେଶିକ ବିଧାନ ପରିଷଦର ସଭ୍ୟ ଥିବାବେଳେ ସାଇମନ୍ କମିଶନକୁ ସ୍ଵାଗତ କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ଯୁକ୍ତି ଦର୍ଶାଇଥିଲେ ।
(୩) ବିହାର – ଓଡ଼ିଶା ପ୍ରଦେଶ ଗଠନ : ବଡ଼ଲାଟ୍ ଲର୍ଡ ହାର୍ଡ଼ଞ୍ଜଙ୍କର ସମ୍ମତି ଓ ମଧୁବାବୁଙ୍କର ଉଦ୍ୟମ ଫଳରେ ୧ ଏପ୍ରିଲ୍ ୧୯୧୨ ମସିହାରେ ସୃଷ୍ଟି ହେଲା ବିହାର-ଓଡ଼ିଶା ପ୍ରଦେଶ । କିନ୍ତୁ ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳକୁ ଏକତ୍ରୀକରଣ ପ୍ରଶ୍ନକୁ ଇଂରେଜ ସରକାର ଏଡ଼ାଇ ଦେଇଥିଲେ ।
(୪) ମଣ୍ଟେଗୁ-ଚେମ୍ସଫୋର୍ଡ଼ ଖସଡ଼ା : ୧୯୧୮ ମସିହାରେ ମଧୁବାବୁ ଉତ୍କଳ ସମ୍ମିଳନୀ ଅଧିବେଶନରେ ମଣ୍ଟେଗୁ ଚେମ୍ସଫୋର୍ଡ଼ ଖସଡ଼ାକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କଲେ । ଏହି ସମୟରେ ମଧୁବାବୁ ଲେଜିସ୍ ଲେଟିଭ୍ କାଉନ୍ସିଲ୍ରୁ ଇସ୍ତଫା ପ୍ରଦାନ କରିଥିବାରୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟା ଅଗ୍ରଗତି କରିପାରି ନଥିଲା ।
(୫) ସିନ୍ଦା ପ୍ରସ୍ତାବ : ଯେଉଁ ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳ ବଙ୍ଗ, ମାନ୍ଦ୍ରାଜ ଏବଂ ମଧ୍ୟପ୍ରଦେଶରେ ରହିଛି ସେସବୁ ଅଞ୍ଚଳକୁ ବିହାର-ଓଡ଼ିଶା ଡିଭିଜନରେ ମିଶାଇଦେବା ଆବଶ୍ୟକ ବୋଲି ୧୯୨୦ ମସିହାରେ ସଚ୍ଚିଦାନନ୍ଦ ସିହା ଉତ୍କଳ ସମ୍ମିଳନୀ ଅନୁରୋଧ କ୍ରମେ କାଉନ୍ସିଲରେ ପ୍ରସ୍ତାବ ଦେଲେ । ସିହାଙ୍କର ଏହି ପ୍ରସ୍ତାବକୁ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଦୃଢ଼ ଭାବରେ ସମର୍ଥନ କରିଥିଲେ ।
(୬) ସାଇମନ୍ କମିଶନ : ‘ସାଇମନ୍ କମିଶନ’କୁ ୧୯୨୮ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ ବିରୋଧ କରିଥିଲେ । କିନ୍ତୁ ଉତ୍କଳ ସମ୍ମିଳନୀ ସାଇମନ୍ କମିଶନକୁ ଅଭିନନ୍ଦନ ଜଣାଇ ଓଡ଼ିଶା ଗଠନର ଦାବୀକୁ ଉତ୍ଥାପନ କରିଥିଲେ ଏବଂ ସାଇମନ୍ କମିଶନ୍ ଏହି ଦାବୀପତ୍ରକୁ ସହାନୁଭୂତିର ସହିତ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୧୭ ମେ ୧୯୩୦ରେ ସାଇମନ୍ କମିଶନର ରିପୋର୍ଟ ପ୍ରକାଶ ପାଇଲା ଯେଉଁଥୁରେ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ନେଇ ପ୍ରସ୍ତାବ ଦିଆଯାଇଥିଲା ।
(୭) ଅଟ୍ଲି ସବ୍କମିଟି : ସାଇମନ୍ କମିଶନ୍ର ସୁପାରିଶ ଆଧାରରେ ଓଡ଼ିଶାର ସୀମା ନିର୍ଦ୍ଧାରଣ କରିବା ନିମନ୍ତେ ସି.ଆର୍.ଅଟଲିଙ୍କ ଅଧ୍ୟକ୍ଷମତାରେ ଏକ କମିଟି ଗଠନ କରାଗଲା ଯାହାକୁ ‘ଅଟଲି ସବ୍କମିଟି’ ବୋଲି କୁହାଯାଏ । ଅନୁଗୁଳ, ବଙ୍ଗ ପ୍ରଦେଶର ମର୍ଦ୍ଦିନାପୁର ଆଦି ଅଞ୍ଚଳ, ମାନ୍ଦ୍ରାଜ ପ୍ରେସିଡେନ୍ସିର ଗଞ୍ଜାମ ଓ ମଧ୍ୟପ୍ରଦେଶ ସରକାରଙ୍କ ଅଧୀନସ୍ଥ ଖଡ଼ିଆଳ ଆଦି ଅଞ୍ଚଳକୁ ଓଡ଼ିଶା ସହିତ ମିଶାଇବା ପାଇଁ ଏହି କମିଟି ଇଂରେଜ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ।
(୮) ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି : ବଡ଼ଲାଟ୍ ଲର୍ଡ ଲିନ୍ଲିଷ୍ଟୋଙ୍କ ଅଧ୍ୟକ୍ଷତାରେ ଗଠିତ ‘ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି’ ୧୯୩୪ ମସିହାରେ ଏହାର ରିପୋର୍ଟ ପ୍ରଦାନ କରିଥିଲା । ଏଥିରେ ଅନୁଗୁଳ, ପଦ୍ମପୁର, ଖଡ଼ିଆଳ, ଗଞ୍ଜାମ, ବ୍ରହ୍ମପୁର, ଜୟପୁର, ପାରଳାଖେମୁଣ୍ଡିର ମହିଳାସ ଓ ଜଳନ୍ତର ପୂର୍ବତନ ଓଡ଼ିଶା ଡିଭିଜନ ସହ ମିଶି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାର ବ୍ୟବସ୍ଥା ରହିଲା ।
(୯) ହବାକ୍ କମିଟି : ସାର୍ ଜନ୍ ଅଷ୍ଟିନ୍ ହବାକ୍ଙ୍କ ନେତୃତ୍ଵରେ ୧୯୩୩ ମସିହାର ଶେଷ ଭାଗରେ ଓଡ଼ିଶା ପ୍ରଶାସନିକ କମିଟି ବା ହବାକ୍ କମିଟି ଗଠିତ ହୋଇଥିଲା । ଏହି କମିଟିର ନିଷ୍ପତ୍ତି ଅନୁସାରେ କଟକକୁ ଓଡ଼ିଶାର ରାଜଧାନୀ ଓ ପୁରୀକୁ ଗ୍ରୀଷ୍ମନିବାସ ରୂପେ ଘୋଷଣା କରାଗଲା । ଓଡ଼ିଶାରେ ଏକ ହାଇକୋର୍ଟ ଏବଂ ବିଶ୍ଵବିଦ୍ୟାଳୟର ସ୍ଥାପନର ପ୍ରସ୍ତାବ ରହିଲା । ଶିକ୍ଷା ନିର୍ଦ୍ଦେଶକ, ପୋଲିସ୍ ଇନିସ୍ପେକ୍ଟର ଜେନେରାଲ ଏବଂ ରେଭେନ୍ୟୁ କମିଶନର ଆଦି ବଡ଼ ବଡ଼ ପଦବୀ ସୃଷ୍ଟି କରାଯିବାର ବ୍ୟବସ୍ଥା କରାଗଲା ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଜନ୍ମ :
୧୯୩୫ ମସିହାରେ ପ୍ରଣୟନ ହୋଇଥିବା ଭାରତ ଶାସନ ଆଇନର ୨୮୯ ଧାରାରେ ଓଡ଼ିଶା ଏବଂ ସିନ୍ଧୁପ୍ରଦେଶକୁ ଦୁଇଟି ନୂତନ ପ୍ରଦେଶ ଭା। ବ ରେ ସ୍ୱୀ କୃ ତି ପ୍ର ଦା । ନ କରାଯାଉଥିଲା ।

୩ ମାର୍ଚ୍ଚ ୧୯୩୬ରେ ଓଡ଼ିଶା ପ୍ରଦେଶ ଗଠନ ଆଇନ ଇଂରେଜ ସମ୍ରାଟଙ୍କ ଅନୁମୋଦନ ଲାଭ କଲା । ଏହି ଅନୁମୋଦନ ଆଧାରରେ ଏପ୍ରିଲ ୧, ୧୯୩୬ରେ ସୃଷ୍ଟି ହେଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ।
କଟକ, ପୁରୀ, ବାଲେଶ୍ଵର, ସମ୍ବଲ ପୁର, ଗଞ୍ଜାମ ଏବଂ କୋରାପୁଟ ଏହି ଛଅଟି ଜିଲ୍ଲା ଏହି ସ୍ଵତନ୍ତ୍ର ପ୍ରଦେଶରେ ସ୍ଥାନ ପାଇଥିଲା । ଓଡ଼ିଶାର ଆୟତନ ଥିଲା ୩୨, ୬୯୫ ବର୍ଗମାଇଲ ଓ ଲୋକ ସଂଖ୍ୟା ଥ୍ ଲ । ୮,୦୪୩,୬୮୧ ।

ରେ ଭେ ନ୍ ସା କ ଲେ ଜର ଐତିହାସିକ ହଲ୍ରେ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ବା ରାଜ୍ୟପାଳ ସାର୍ ଜନ୍ ଅଷ୍ଟିନ୍ ହବାବଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବ ରେ ଶପଥପାଠ କରାଇଥିଲେ ।
ସେହିଦିନ ସନ୍ଧ୍ୟାରେ କଟକର ବାରବାଟୀ ଦୁର୍ଗ ମଧ୍ୟରେ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ନାରାୟଣ ଦେଓ ଏକ ବିଶାଳ ଭୋଜିରେ ଆପ୍ୟାୟିତ କରିଥିଲେ ।
କିନ୍ତୁ ବଡ଼ ଦୁଃଖର କଥା ଏହି ସଫଳତା ଦେଖିବା ପୂର୍ବରୁ ୧୯୩୪ରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କର ମହାପ୍ରୟାଣ ଘଟିଥିଲା ।
ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କେତେଜଣ ପ୍ରମୁଖ ବରପୁତ୍ର :
ପ୍ରଚାର କରି ଦେଶକୁ ସ୍ଵାଧୀନ ଅକ୍ଳାନ୍ତ ପରିଶ୍ରମ ତଥା ଉଦ୍ୟମ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ଓଡ଼ିଶାରେ ଜାତୀୟ କଂଗ୍ରେସର ବାର୍ତ୍ତା କରିବାରେ ଓଡ଼ିଶାର ଯେଉଁ କେତେଜଣ ମହାନ୍ ଜନନାୟକ ଓ ଦେଶପ୍ରେମୀ ଜାରି ରଖୁଥିଲେ ସେମାନଙ୍କ ମଧ୍ୟରେ ଥିଲେ ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ, ରମା ଦେବୀ, ସରଳା ଦେବୀ ଓ ମାଳତୀ ଦେବୀଙ୍କ ପରି ଅନେକ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ।
ମଧୁସୂଦନ ଦାସ (୧୮୪୮-୧୯୩୪) :
ଓଡ଼ିଶାର ପୁରପୁପଲ୍ଲୀରେ ମଧୁସୂଦନ ଦାସ ‘ମଧୁ ବାରିଷ୍ଟର’ ନାମରେ ବେଶ୍ ପରିଚିତ । ସେ ଥିଲେ ଅସାଧାରଣ ଜ୍ଞାନୀ, ଗୁଣୀ, ଜନନେତା, ସଂସ୍କାରକ ଏବଂ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭଗୀରଥ ।
![]()
୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ମଧୁବାବୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ରଘୁନାଥ ଦାସ ଏବଂ ମାତା ଥିଲେ ପାର୍ବତୀ ଦେବୀ ।
ସେ ରେଭେନ୍ସା କଲିଜିଏଟ୍ ସ୍କୁଲରୁ ମାଟ୍ରିକ୍ ପାଶ୍ କରିଥିଲେ ।
ବାଲେଶ୍ଵରରେ କିଛିଦିନ ଶିକ୍ଷକତା କରିବା ସହିତ କିରାଣୀ ଚାକିରି କରିଥିଲେ । ପରବର୍ତୀ ସମୟରେ କଲିକତାର ବେଥୁନ୍ କଲେଜରୁ ଏଫ୍.ଏ.(ଆଇ.ଏ) ଏବଂ କଲିକତା ବିଶ୍ଵବିଦ୍ୟାଳୟରୁ ୧୮୭୩ରେ ଏମ୍.ଏ ଏବଂ ୧୮୭୮ରେ ବି.ଏଲ୍. ପାଶ୍ କରିଥିଲେ । ଏଭଳି ଶିକ୍ଷାଲାଭ କରିବାରେ ମଧୁବାବୁ ଥିଲେ ପ୍ରଥମ ଓଡ଼ିଆ ।

ଇଂରାଜୀ ଶିକ୍ଷାପ୍ରତି ଆଗ୍ରହ ତଥା ବନ୍ଧୁ ଅମ୍ବିକା ପ୍ରସାଦ ହାଜରାଙ୍କ ପ୍ରେରଣାରେ ମଧୁବାବୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହୋଇଥିଲେ । ସୌଦାମିନୀ ନାମକ ଜଣେ ବଙ୍ଗୀୟ ଖ୍ରୀଷ୍ଟିୟାନଙ୍କୁ ସେ ବିବାହ କରିଥିଲେ ।
ମାତ୍ର ଛଅ ବର୍ଷ ପରେ ପନ୍ଥୀ ସୌଦାମିନୀଙ୍କର ମୃତ୍ୟୁ ଘଟିଥିଲା । ଅମ୍ବିକା ପ୍ରସାଦଙ୍କ ମୃତ୍ୟୁପରେ ତାଙ୍କର ଦୁଇ କନ୍ୟା ଶୈଳବାଳା ଓ ସୁଧାଂଶୁବାଳା ଏବଂ ଏକମାତ୍ର ପୁତ୍ରକୁ ମଧୁବାବୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲେ ।
ପରବର୍ତୀ ସମୟରେ ମଧୁବାବୁ କଟକକୁ ଫେରିଆସି ଜଣେ ବିଖ୍ୟାତ ବାରିଷ୍ଟର ରୂପେ ପରିଗଣିତ ହେଲେ ।
୪ ଫେବୃୟାରୀ ୧୯୩୪ ମସିହାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।
ମଧୁସୂଦନ ଦାସଙ୍କ କର୍ମମୟ ଜୀବନ :
କର୍ମବୀର ଗୌରୀଶଙ୍କର ରାୟଙ୍କଦ୍ଵାରା ଅନୁପ୍ରାଣିତ ହୋଇ ୧୮୭୮ ମସିହାରେ ମଧୁବାବୁ ‘ଉତ୍କଳସଭା’ ନାମକ ଏକ ଅଣରାଜନୈତିକ ସଂଗଠନର ସଭ୍ୟ ହୋଇଥିଲେ । ୧୮୮୮ରେ ଜାତୀୟ କଂଗ୍ରେସର ମାନ୍ଦ୍ରାଜ ଅଧୂବେଶନରେ ଗୌରୀଶଙ୍କର ରାୟଙ୍କ ସହିତ ଓଡ଼ିଶାର ପ୍ରତିନିଧ୍ୟ କରିଥିଲେ । ମଧୁବାବୁ, ଗୌରୀଶଙ୍କର ରାୟ ଏବଂ ବୈକୁଣ୍ଠନାଥ ଦେ ଆଦିଙ୍କ ଉଦ୍ୟମରେ ଜାତୀୟ କଂଗ୍ରେସର ଚରମ ପନ୍ଥୀ ବିଚାରଧାରା ଓଡ଼ିଶାରେ ପ୍ରସାରିତ ହୋଇଥିଲା ।
୧୯୦୩ ମସିହାରେ ମଧୁବାବୁ ‘ଉତ୍କଳ ସମ୍ମିଳନୀ’ ପ୍ରତିଷ୍ଠା କରିଥିଲେ ଏବଂ ଉକ୍ତ ବର୍ଷ କଟକଠାରେ ଏହାର ପ୍ରଥମ ଅଧ୍ଵବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ତିରିଶ ଜଣ ଦେଶୀୟ ରାଜା, ଜମିଦାର ଓ ବହୁ ପ୍ରତିନିଧୂ ଯୋଗ ଦେଇଥିଲେ । ଏଥିରେ ସଭାପତିତ୍ୱ କରିଥିଲେ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ଏହି ସମ୍ମିଳନୀରେ ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ଓଡ଼ିଶା ସହିତ ମିଶାଇ ଦେବାପାଇଁ ଦାବୀ କରାଯାଇଥିଲା ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରୀକରଣ ଦାବିକୁ ଜାତୀୟ କଂଗ୍ରେସ ସମର୍ଥନ ନକରିବାକୁ ୧୯୦୩ରେ ମଧୁବାବୁ କଂଗ୍ରେସ ସହିତ ସମସ୍ତ ସମ୍ପର୍କକୁ ଚ୍ଛିନ୍ନ କରିଥିଲେ । ଉତ୍କଳ ସମ୍ମିଳନୀର ଦାବୀ ଯୋଗୁଁ ୧୯୧୨ ମସିହାରେ ‘ବିହାର ଏବଂ ଓଡ଼ିଶା ପ୍ରଦେଶ’ ଗଠିତ ହୋଇଥିଲା ।
୧୮୯୬ ମସିହାର ମଧୁବାବୁ ‘ଓଡ଼ିଶା ଏବଂ ଛୋଟନାଗପୁର ମ୍ୟୁନିସିପାଲିଟି ପ୍ରତିନିଧ୍ବ ରୂପେ ନିର୍ବାଚିତ ହୋଇଥିଲେ । ୧୯୦୨ ଓ ୧୯୦୯ରେ ମଧୁବାବୁ ବଙ୍ଗ ବ୍ୟବସ୍ଥାପିକା ସଭାର ପ୍ରତିନିଧୂପେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ଓଡ଼ିଶାରେ ଏକ ଆଇନ ବିଦ୍ୟାଳୟ ଓ ନାରୀ ଶିକ୍ଷାର ବିକାଶ ପାଇଁ ଏକ ମହିଳା ଖୋଲିବା ପାଇଁ ଦାବି କରିଥିଲେ । ଜେଲ୍ରେ ଥିବା ବାଳ ଅପରାଧୀମାନଙ୍କୁ ଶାରୀରିକ ଶିକ୍ଷା ପରାମର୍ଶ ଦେଇଥିଲେ ।
ତାଙ୍କର ଉଦ୍ୟମରେ ୧୯୦୭ ମସିହାରେ ପ୍ରତିଷ୍ଠିତ ଏକମାତ୍ର ବାଳିକା ବିଦ୍ୟାଳୟ ପରବର୍ତ୍ତୀ ସମୟରେ ଶୈଳବାଳା ମହିଳା ମହାବିଦ୍ୟାଳୟ ରୂପେ ପ୍ରତିଷ୍ଠା ଅର୍ଜନ କରିଥିଲା ।
ଓଡ଼ିଶାରେ କୁଟୀରଶିଳ୍ପ ତଥା ପାରମ୍ପରିକ ‘ତାରକସୀ ଶିଳ୍ପ’ର ବିକାଶ ନିମନ୍ତେ ସେ ଉଦ୍ୟମ କରିଥିଲେ । ଓଡ଼ିଶାରେ ଚମଡ଼ା ଶିଳ୍ପର ପ୍ରସାର ପାଇଁ ସେ କଟକରେ ‘ଉତ୍କଳ ଟ୍ୟାନେରୀ’ ନାମକ ଏକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ ଏବଂ ତାଙ୍କରି ଉଦ୍ୟମରେ ‘ତାଳଗୁଡ଼ କାରଖାନା’ ସ୍ଥାପିତ ହୋଇଥିଲା ।
୧୯୦୨ ମସିହାରେ ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଇଂରେଜ ସରକାର ଜଣେ ଡେପୁଟି ମାଜିଷ୍ଟ୍ରେଟ୍ଙ୍କୁ ନିଯୁକ୍ତି କରିଥିଲେ । ଏହା ବିରୁଦ୍ଧରେ ହାଇକୋର୍ଟରେ ପୁରୀ ରାଜାଙ୍କ ସପକ୍ଷରେ ଲଢ଼ି ମଧୁବାବୁ ପୁନର୍ବାର ପୁରୀ ରାଜାଙ୍କ ହାତକୁ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ଵ ଫେରାଇ ଆଣିଥିଲେ ।
ଓଡ଼ିଶାର ସ୍ୱନାମଧନ୍ୟ ବରପୁତ୍ର ତଥା ଉତ୍କଳ ଗୌରବ ମଧୁସୂଦନ ଦାସ ୪ ଫେବୃଆରୀ ୧୯୩୪ ମସିହାରେ ଇହଲୀଳା ସମ୍ବରଣ କଲେ ।
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ (୧୮୯୨-୧୯୪୭) :
ପାରଳାଖେମୁଣ୍ଡି ରାଜପ୍ରସାଦରେ ୧୮୯୨ ମସିହା ମେ ୨୬ ତାରିଖରେ କୃଷ୍ଣଚନ୍ଦ୍ର ପଜପତି ନାରାୟଣ ଦେବ ଜନ୍ମଲାଭ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ମାତାଙ୍କ ନାମ ଥିଲା ବିଷ୍ଣୁପ୍ରିୟା ଦେବୀ ।
ରାଜନଅରରେ ପ୍ରାଥମିକ ଶିକ୍ଷା ସମାନ୍ତ ପରେ କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡି ‘ମହାରାଜା ଉଚ୍ଚବାଳକ ବିଦ୍ୟାଳୟ’ରୁ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତା’ରେ ସେ ମାନ୍ଦ୍ରାଜର ନି ଉଞ୍ଛି ଙ୍ଗଟନ୍ ଆବାସିକ କଲେଜରୁ ଶିକ୍ଷାଲାଭ କରି ୧୯୧୨ ମସିହାରେ ପାରାଳାଖେମୁଣ୍ଡିକୁ ଫେରି ଆସିଥିଲେ ।

୧୯୧୩ରେ ସିଂହାସନ ଆରୋହଣ କରି ସେ ଇଂରେଜମାନଙ୍କଦ୍ଵାରା ‘ମେହେରବାନି-ଇ-ଦୋସ୍ତାନ’ ଉପାଧ୍ଧରେ ଭୂଷିତ ହୋଇଥିଲେ । ଏଥ୍ସହିତ ସେ ନିଜର ପାରମ୍ପରିକ ଉପାଧ୍ ‘ବୀରଶ୍ରୀ ବିରାଧର’ ଶ୍ରୀଶ୍ରୀ ଗଜପତି ଶ୍ରୀଶ୍ରୀଶ୍ରୀ କ୍ଷେତ୍ରପତି ଶ୍ରୀଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ନାରାୟଣ ଦେବ’ ମଧ୍ୟ ଧାରଣ କରିଥିଲେ ।
୧୯୧୪ ମସିହାରେ ପାରଳାଖେମୁଣ୍ଡିଠାରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ଆୟୋଜନ କରିଥିଲେ । ଗୋପବନ୍ଧୁ ଙ୍କଦ୍ୱାରା ପ୍ରତିଷ୍ଠିତ ‘ସତ୍ୟବାଦୀ ବନ ବିଦ୍ୟାଳୟ’ର ଉନ୍ନତି ନିମେନ୍ତ କୃଷ୍ଣଚନ୍ଦ୍ର ଅର୍ଥ ପ୍ରଦାନ କରି ଥ୍ ଲେ
ସାଇମନ୍ କମିଶନକୁ ପ୍ରଭାବିତ କରିବା ସହିତ ଦୁଇ ଦୁଇ ଥର ଇଂଲଣ୍ଡ ଯାତ୍ରା କରି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଉଦ୍ୟମ କରିଥିଲେ ।
ତାଙ୍କରି ଉଦ୍ୟମ ଯୋଗୁଁ ୧ ଏପ୍ରିଲ ୧୯୩୬ରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେବାର ଗୌରବ ଲାଭ କରିଥିଲା । ପ୍ରଥମେ ୧୯୩୭ରେ ଏବଂ ପରେ ୧୯୪୧ରୁ ୧୯୪୪ ପର୍ଯ୍ୟନ୍ତ ସେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହେବାର ଗୌରବ ଲାଭ କରିଥିଲେ ।
୨୫ ମେ ୧୯୪୭ ମସିହାରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଇହଲୀଳା ସମ୍ବରଣ କରିଥିଲେ
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ କର୍ମମୟ ଜୀବନ :
ଉତ୍କଳ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ କରି କୃଷ୍ଣଚନ୍ଦ୍ର ୧୯୧୪ ମସିହା ଡିସେମ୍ବର ୨୬ ଓ ୨୭ ତାରିଖରେ ପାରଳାଖେମୁଣ୍ଡିଠାରେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନର ଆୟୋଜନ କରିଥିଲେ । ତାଙ୍କରି ଉଦ୍ୟମରେ କେନ୍ଦ୍ର ତଥା ବିହାର, ମାନ୍ଦ୍ରାଜ ଏବଂ ମଧ୍ୟପ୍ରଦେଶ ବିଧାନସଭାରେ” ଓଡ଼ିଆମାଟୁଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିଲେ ।
୧୯୨୪ରେ ଗଠିତ ହୋଇଥିବା ‘ଫିଲିପ୍-ଡଫ୍’ କମିଟି ସମ୍ମୁଖରେ କୃଷ୍ଣଚନ୍ଦ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ନିମିତ୍ତ ଦାବି ଉପସ୍ଥାପନ କରିଥିଲେ ।
୧୯୨୮ ମସିହାରେ ‘ସାଇମନ୍ କମିଶନ୍’କୁ ଭାରତୀୟମାନେ ‘ସାଇମନ୍ ଫେରିଯାଅ’ ଧ୍ୱନି ଦେଇ ବର୍ଜନ କରିଥିବାବେଳେ ଓଡ଼ିଶାର ସ୍ଵାର୍ଥ ପାଇଁ ଗଜପତିଙ୍କ ଉଦ୍ୟମରେ ‘ସ୍ଵାଗତଂ ସାଇମନ୍’ କହି ସ୍ଵାଗତ କରାଯାଇଥିଲା । ଫଳରେ ସାଇମନ୍ କମିଶନ ଓଡ଼ିଆମାନଙ୍କ ଦାବି ପ୍ରତି ସମର୍ଥନ ଜଣାଇଥିଲେ ।
୧୯୩୦ ମସିହାରେ ଇଂଲଣ୍ଡରେ ଅନୁଷ୍ଠିତ ‘ପ୍ରଥମ ଗୋଲଟେବୁଲ୍ ବୈଠକ’କୁ ଜାତୀୟ କଂଗ୍ରେସ ବର୍ଜନ କରିଥିବାବେଳେ କୃଷ୍ଣଚନ୍ଦ୍ର ଗଜପତି ଇଂଲଣ୍ଡ ଯାତ୍ରାକରି ବୈଠକରେ ଯୋଗଦେଇଥିଲେ ଓ ଓଡ଼ିଆମାନଙ୍କର ଦାବିକୁ ଦୃଢ଼ ଭାବରେ ଉପସ୍ଥାପିତ କରିଥିଲେ । କୃଷ୍ଣଚନ୍ଦ୍ରଙ୍କର ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବାପରେ ଓଡ଼ିଆ ସୀମା ନିର୍ଦ୍ଧାରଣ ପାଇଁ ବିଭିନ୍ନ କମିଟି ଗଠିତ ହୋଇଥିଲା ।
୧୯୩୫ ‘ଭାରତ ଶାସନ ଆଇନ’ର ୨୮୯ ଧାରାରେ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶ ରୂପେ ସ୍ୱୀକୃତି ପ୍ରଦାନ କରାଯାଇଥିଲା, ଯାହାର ଫଳସ୍ଵରୂପ ୧ ଏପ୍ରିଲ ୧୯୩୬ ମସିହାରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ରୂପେ ଜନ୍ମ ନେଇଥିଲା ।
ଓଡ଼ିଶାର ପ୍ରଥମ ରାଜ୍ୟପାଳ ସାର୍ ଜନ୍ ଅଷ୍ଟିନ୍ ହବାକ୍ଙ୍କ ନିମନ୍ତ୍ରଣ କ୍ରମେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ୧ ଏପ୍ରିଲ୍ ୧୯୩୭ରୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ଏବଂ ୧୯୪୧ ନଭେମ୍ବରରୁ ୧୯୪୪ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ଵ ବହନ କରିଥିଲେ ।
ଓଡ଼ିଶାର ହାଇକୋର୍ଟ, କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, ଉତ୍କଳ ବିଶ୍ଵବିଦ୍ୟାଳୟ, କଟକର ବିଦ୍ୟାଧରପୁରଠାରେ ଥିବା ଏସିଆର ବିଖ୍ୟାତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ତାଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଥିଲା ।
ଉତ୍କଳ ବିଶ୍ଵବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ‘ଡକ୍ଟରେଟ୍’ ଉପାଧ୍ ପ୍ରଦାନ କରିଛନ୍ତି । ତାଙ୍କର ଅବଦାନକୁ ସମ୍ମାନ ଜଣାଇ ତାଙ୍କ ନାମରେ ‘ଗଜପତି’ ଜିଲ୍ଲା ଏବଂ ବ୍ରହ୍ମପୁର ମେଡ଼ିକାଲ କଲେଜ ନାମିତ କରାଯାଇଛି.।
ଗୋପବନ୍ଧୁ ଦାସ (୧୮୭୭-୧୯୨୮) :
ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ ‘ଉତ୍କଳମଣି’ ନାମରେ ପରିଚିତ । ତାଙ୍କର ସତ୍ୟବାଦୀ ବନବିଦ୍ୟାଳୟ ଏବଂ ପ୍ରମୁଖ ସମ୍ବାଦପତ୍ର ‘ସମାଜ’ ଆଜି ମଧ୍ୟ ଓଡ଼ିଶାର ଜନମାନସକୁ ସତେଜ କରି ରଖୁଛି ।
୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ ପୁରୀ ଜିଲ୍ଲାର ଭାର୍ଗବୀ ନଦୀକୂଳସ୍ଥ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଦୈତାରୀ ଦାସ ଏବଂ ମାତାଙ୍କ ନାମ ଥିଲା ସ୍ଵର୍ଣ୍ଣମୟୀ ଦେବୀ ।

ଗୋପବନ୍ଧୁ ରୂପଦେଇପୁର ବିଦ୍ୟାଳୟ ଓ ପୁରୀ ଜିଲ୍ଲା ସ୍କୁଲରୁ ଶିକ୍ଷା ସମାପ୍ତ କରି ୧୮୯୯ରେ କଟକର ରେଭେନ୍ସା କଲେଜରେ ଉଚ୍ଚଶିକ୍ଷା , ଲାଭ କରିଥିଲେ । ୧୯୦୪ ମସିହାରେ ବି.ଏ. ପାଶ୍ କରି ୧୯୦୭ ମସିହାରେ କଲିକତା ବିଶ୍ଵବିଦ୍ୟାଳୟରୁ ବି.ଏଲ୍. ଡିଗ୍ରୀ ହାସଲ କରିଥିଲେ ।
ମଧୁବାବୁ ଓ ଗୋକୁଳାନନ୍ଦ ଚୌଧୁରୀଙ୍କ ସଂସ୍ପର୍ଶରେ ଗୋପବନ୍ଧୁ ଆସିଥିଲେ ଏବଂ ଉତ୍କଳ ସମ୍ମିଳନୀରେ ଯୋଗଦେଇଥିଲେ ।
କିଛିଦିନ ମୟୂରଭଞ୍ଜର ରାଜସେବାରେ ଯୋଗ ଦେଇଥିଲେ ଏବଂ ୧୯୧୨ରେ କଟକ ପ୍ରତ୍ୟାବର୍ତ୍ତନ କରି ଓକିଲାତି ଆରମ୍ଭ କରିଥିଲେ ।
ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମମୟ ଜୀବନ :
୧୯୦୯ ମସିହାରେ ସତ୍ୟବାଦୀଠାରେ ସାକ୍ଷୀଗୋପାଳ ମନ୍ଦିରର ପଛପାଖରେ ଥିବା ବକୁଳ ବନର ପ୍ରାକୃତିକ ପରିବେଶରେ ଆରମ୍ଭ ହୋଇଥିଲା ଏକ ଆଦର୍ଶ ବିଦ୍ୟାଳୟ ।
ଗୋପବନ୍ଧୁଙ୍କ ଆହ୍ୱାନ କ୍ରମେ ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହି ବିଦ୍ୟାଳୟରେ ଶିକ୍ଷକ ରୂପେ ଯୋଗ ଦେଇଥିଲା । ଏହି ପାଞ୍ଚଜଣଙ୍କୁ ‘ଆଧୁନିକ ଓଡ଼ିଶାର ପଞ୍ଚସଖା’ ବୋଲି କୁହାଯାଏ ।
୧୯୨୧ ମସିହାରେ ଏହି ବନବିଦ୍ୟାଳୟ ଜାତୀୟ ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ସ୍ଥାନ ରୂପେ ପରିଗଣିତ ହୋଇଥିଲା ।
୧୯୧୩ ମସିହାରେ ବ୍ରହ୍ମପୁରରୁ ପ୍ରକାଶିତ ସମ୍ବାଦପତ୍ର ‘ଆଶା’ର ସମ୍ପାଦନା ଦାୟିତ୍ଵ ନେଇଥିଲେ ଗୋପବନ୍ଧୁ । ୧୯୧୫ରେ ଗୋପବନ୍ଧୁ ସାକ୍ଷୀଗୋପାଳଠାରେ ପ୍ରତିଷ୍ଠିତ ସତ୍ୟବାଦୀ ପ୍ରେସ୍ରୁ ପ୍ରକାଶ କରିଥିଲେ ‘ସତ୍ୟବାଦୀ’ ନାମକ ଏକ ମାସିକ ପତ୍ରିକା । ୧୯୧୯ ମସିହାରେ ଏହି ପ୍ରେସ୍ରୁ ଆତ୍ମପ୍ରକାଶ କଲା ସାପ୍ତାହିକ ସମ୍ବାଦପତ୍ର ‘ସମାଜ’ । ୧୯୩୦ ମସିହାରୁ ଏହା ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶିତ ହୋଇଥିଲା ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ସେ ଉଦ୍ୟମ କରିବା ସହିତ ମଧୁବାବୁଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ ।
ଗୋପବନ୍ଧୁ ଚାହିଁଥିଲେ ଉତ୍କଳ ସମ୍ମିଳନୀକୁ ଜାତୀୟ କଂଗ୍ରେସ ସହିତ ମିଶାଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣଦାବୀକୁ ଅଧିକ ତୀବ୍ରତର କରିବା ପାଇଁ କିନ୍ତୁ ମଧୁବାବୁ ଏହାକୁ ବିରୋଧ କରିବାରୁ ଗୋପବନ୍ଧୁ ଉତ୍କଳ ସମ୍ମିଳନୀ ତ୍ୟାଗ କରିଥିଲେ ।
୧୯୧୯ରେ ଉତ୍କଳ ସମ୍ମିଳନୀର ଏକ ଅଧ୍ଵବେଶନରେ ଯୋଗଦେଇ ଓଡ଼ିଶା ପ୍ରତି ନିଜର ଗଭୀର ସ୍ନେହ ଓ ଅନୁରକ୍ତି ବ୍ୟକ୍ତ କରି ଗୋପବନ୍ଧୁ କହିଥିଲେ ‘ଓଡ଼ିଶାର ନଦୀ ହେଉଛି ମହାନଦୀ, ଓଡ଼ିଶାର ପର୍ବତ ମହେନ୍ଦ୍ର, ଓଡ଼ିଶାର ବୃକ୍ଷ କଳ୍ପବଟ, ଓଡ଼ିଶାର ଠାକୁର ଜଗନ୍ନାଥ ଏବଂ ଓଡ଼ିଶାର ଶ୍ମଶାନ ସ୍ଵର୍ଗଦ୍ଵାର… ।’’
୧୯୧୭ ମସିହାରେ ଗୋପବନ୍ଧୁ ବିହାର-ଓଡ଼ିଶାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ବିଭିନ୍ନ ସମସ୍ୟାକୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
୧୯୨୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ହୋଇଥିଲେ ଗୋପବନ୍ଧୁ । ୧୯୨୧ରେ ଗାନ୍ଧିଜୀଙ୍କର ଓଡ଼ିଶାରେ ପଦଯାତ୍ରା ସମୟରେ ଗାନ୍ଧୀଙ୍କ ଭାଷଣକୁ ପ୍ରାଞ୍ଜଳ ଭାବରେ ଅନୁବାଦ କରି ଲୋକ ସମ୍ମୁଖରେ ପ୍ରକାଶ କରୁଥିଲେ, ଗୋପବନ୍ଧୁ ।
କଂଗ୍ରେସର ପାଣ୍ଠି ସଂଗ୍ରହ ନିମିତ୍ତ ଗଠିତ ‘ତିଳକ ସ୍ଵରାଜ ପାଣ୍ଠି’ ପାଇଁ ଚାନ୍ଦା ‘ସଂଗ୍ରହ କରୁଥିଲେ ଗୋପବନ୍ଧୁ ।
୧୯୨୪ ମସିହା ଜୁନ୍ ମାସରେ ଉତ୍କଳ ପ୍ରଦେଶ କମିଟିର ଅଧ୍ଵବେଶନରେ ସଭାପତିତ୍ଵ କରୁଥିବା ପ୍ରସିଦ୍ଧ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଗୋପବନ୍ଧୁଙ୍କୁ ‘ଉତ୍କଳମଣି’ ଉପାଧ୍ ପ୍ରଦାନ କରିଥିଲେ ।
୧୯୨୬ରେ କଲିକତାରେ ଲାଲା ଲଜପତି ରାୟଙ୍କୁ ଭେଟିଥିଲେ ଏବଂ ତାଙ୍କ ଅନୁରୋଧରେ କଟକଠାରେ ଲୋକସେବକ ମଣ୍ଡଳର ଏକ ଶାଖା ଖୋଲିଥିଲେ ।
୧୯୨୮ ମସିହାରେ ଗୋପବନ୍ଧୁଙ୍କ ଅକାଳ ବିୟୋଗ ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଦେଇଥିଲା ।
ଈଶ୍ଵର ସେବା, ବିଶ୍ଵସେବା, ଦେଶସେବା ଓ ଦେଶବାସୀଙ୍କ ସେବାକୁ ଗୋପବନ୍ଧୁ ଜୀବନକାଳ ମଧ୍ୟରେ ଅତି ନିବିଡ଼ ଭାବରେ ପ୍ରତିପାଦନ କରି ପାରିଛନ୍ତି ।
ଆମେ ଯାହା ଜାଣିଲୁ
- ଗୁପ୍ତ ରାଜାମାନେ ସାମରିକ ଅଭିଯାନ, ଭୂମିଦାନ ଏବଂ ବୈବାହିକ ସମ୍ପର୍କ ମାଧ୍ୟମରେ ନିଜର ଶକ୍ତିକୁ ଏକତ୍ରିତ କରି ସାମ୍ରାଜ୍ୟରେ ସ୍ଥିରତା ଆଣିବାରେ ସକ୍ଷମ ହୋଇପାରିଥିଲେ ।
- ଏହି ସମୟ କଳା, ସାହିତ୍ୟ, ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରିଥିଲା ।
- ଗୁପ୍ତମାନଙ୍କ ବ୍ୟତୀତ ଭକତକ, ପଲ୍ଲବ ଏବଂ ବର୍ମନଙ୍କ ଭଳି ରାଜବଂଶମାନେ ସେମାନଙ୍କର ଅଞ୍ଚଳରେ ଶାସନ କରି ଏହି ସମୟରେ ସାଂସ୍କୃତିକ ଓ ବୌଦ୍ଧିକ ଜ୍ଞାନର ପରିପୂର୍ଣ୍ଣତା ଆଣିଥିଲେ
- ଭାରତର ଅନ୍ୟ ରାଜ୍ୟମାନଙ୍କ ପରି ଓଡ଼ିଶାରେ ବିଭିନ୍ନ ରାଜବଂଶର ରାଜାମାନେ ଶାସନ କରୁଥିଲେ ।
- ରାଜାମାନଙ୍କର ଶାସନକୁ ରାଜତନ୍ତ୍ର କୁହାଯାଉଥିଲା ।
- ‘ରାଜାମାନଙ୍କର ରାଜା’ ବା ଏକାଧ୍ଵକ ରାଜ୍ୟ ଜୟ କରିଥିବା ରାଜାଙ୍କୁ ‘ସମ୍ରାଟ୍’ ବୋଲି କୁହାଯାଉଥିଲା ।
- ନିଜର ସାର୍ବଭୌମତ୍ୱ ଓ ଶକ୍ତି ପ୍ରଦର୍ଶନ ନିମିତ୍ତ ରାଜାମାନେ ଅଶ୍ଵମେଧ ଯଜ୍ଞ କରୁଥିଲେ, ଯେଉଁଥିରେ ଏକ ଅଶ୍ଵ ବା ଘୋଡ଼ାକୁ ସମର୍ପଣ ବା ବଳି ଦିଆଯାଉଥିଲା ।
- ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶରେ ପରିଣତ ହେଲା ।