Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି?

Go through BSE Odisha Class 7 Social Science Notes Odia Medium Chapter 8 ଭୂମି ପବିତ୍ର ହୁଏ କିପରି? to understand important topics more clearly.

7th Class Social Science Chapter 8 Notes Odia Medium

BSE Odisha Class 7 Social Science Chapter 8 Notes Odia Medium

‘ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ, ଗ୍ରହ, ନକ୍ଷତ୍ର, ସମସ୍ତ ଜୀବଜନ୍ତୁ, ଦଶଦିଗ, ବୃକ୍ଷଲତା, ନଦୀ, ସମୁଦ୍ର ସମସ୍ତ ବସ୍ତୁ ଈଶ୍ବରଙ୍କ ସୃଷ୍ଟି
ଭାଗବତ ପୁରାଣ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-1

ପବିତ୍ରତା କ’ଣ ?
ପବିତ୍ରତା ହେଉଛି ଗଭୀର ଧାର୍ମିକ ବା ଆଧ୍ୟାତ୍ମିକ ମହତ୍ତ୍ୱ, ସମ୍ମାନ ଓ ଭକ୍ତିର ମହନତା ଓ ପବିତ୍ରତା ।

ଏହା ଏକ ବିଶେଷ ସ୍ଥାନ ବା ମନ୍ଦିର ହୋଇପାରେ ଯାହା ଏପରି ଗଭୀର ଭାବନା, ଉଚ୍ଚ ଚିନ୍ତାଧାରା କିମ୍ବା ଅନୁଭୂତିକୁ ସୃଷ୍ଟି କରିଥାଏ । ଏହା ଯାତ୍ରାପଥ କିମ୍ବା ଏହା ଉପରେ ଆଧାରିତ ଭୂମି ମଧ୍ଯ ହୋଇପାରେ ।

ତେଣୁ ପବିତ୍ର ତ। କେବଳ ଧର୍ମ ଏବଂ ଆଧ୍ୟାତ୍ମିକତା ସହ ଜଡ଼ିତ ନୁହେଁ, ବରଂ ଭୂଗୋଳ, ସମସ୍ତ ପ୍ରକାରର ପରମ୍ପରା ଏବଂ ଭାରତର ଅନେକ କ୍ଷେତ୍ରରେ ଏହା ସହିତ ଜଡ଼ିତ ।
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-2
ବୌଦ୍ଧ ଧର୍ମର ପବିତ୍ର ସ୍ଥାନସବୁ ପ୍ରାୟତଃ ବୁଦ୍ଧଙ୍କ ଦ୍ଵାରା ପରିଦର୍ଶିତ ବା ସେଠାରେ ତାଙ୍କର ଅବଶେଷାଶ ରଖାଯାଇଥାଏ । ବିହାର ର ବୋଧଗୟାଠାରେ ଥ‌ିବା ମହାବୋଧ ସ୍ତୁପ, ଯେଉଁଠାରେ ବୌଦ୍ଧ ପରମ୍ପରା ଅନୁସାରେ ବୁଦ୍ଧଙ୍କର ଜ୍ଞାନ ପ୍ରାପ୍ତି ହୋଇଥିଲା ।
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-3
ଶିଖ ଧର୍ମରେ ତଖତ୍ ଗୁଡ଼ିକ ଆଧ୍ୟାତ୍ମିକତାର ସ୍ଥାନ ବା କେନ୍ଦ୍ର ଥିଲା । ସେଥିମଧ୍ୟରୁ ଶ୍ରୀପାଟଣା ସାବେହ ତଖତ୍ ପାଟଣାରେ ଥିବାବେଳେ, ଅକାଳ ତଖତ୍ ଅମୃତସର ସ୍ଵର୍ଣ୍ଣମନ୍ଦିରର ଏକ ଅଂଶ ଅଟେ ।

ତୀର୍ଥ (Tirtha) : ଆକ୍ଷରିକ ଅର୍ଥରେ ଏକ ସ୍ଥାନ, ଯେଉଁଠାରେ ଜଣେ ନଦୀ କିମ୍ବା ଅନ୍ୟ ଜଳାଶୟ ପାରି ହୋଇଥାଏ । ସାଙ୍କେତିକ ଭାଷାରେ ଏହା ଏପରି ଏକ ସ୍ଥାନ, ଯେଉଁଠାରେ ଜଣେ ସାଂସାରିକ ଜୀବନରୁ ଏକ ଉଚ୍ଚ ଆଧ୍ୟାତ୍ମିକ ଜୀବନକୁ ଅତିକ୍ରମ କରିପାରିବ । ଏହିପରି ସ୍ଥାନଗୁଡ଼ିକୁ ଅତ୍ୟନ୍ତ ସମ୍ମାନ ଦିଆଯିବା ସହିତ ପବିତ୍ର ବିବେଚନା କରାଯାଇଥାଏ ।

ତୀର୍ଥଙ୍କର (Tirthankara) : ଏହି ଶବ୍ଦର ଅର୍ଥ ଯିଏ ତୀର୍ଥ ନିର୍ମାଣ କରନ୍ତି । ଯିଏ ସାଧାରଣ ଜୀବନରୁ ଉଚ୍ଚମାନର ଜୀବନକୁ ପରିବର୍ତ୍ତନ କରିବାରେ ମାର୍ଗଦର୍ଶନ କରିଥାନ୍ତି । ଜୈନଧର୍ମରେ ତୀର୍ଥଙ୍କର ଅର୍ଥ ହେଉଛି- ଧର୍ମର ସର୍ବୋଚ୍ଚ ପ୍ରଚାରକ ।

ତୀର୍ଥଯାତ୍ରା :
ଭାରତୀୟମାନେ ନିଜ ନିଜର ଜୀବନକାଳ ମଧ୍ୟରେ ବିଭିନ୍ନ ପବିତ୍ର ସ୍ଥାନକୁ ତୀର୍ଥଯାତ୍ରା କରିଥା’ନ୍ତି ।

ତୀର୍ଥଯାତ୍ରାର ଏହି ପ୍ରାଚୀନ ଏବଂ ଅବିରତ ପରମ୍ପରା କେବଳ ଏକ ଶାରୀରିକ ଯାତ୍ରା ନୁହେଁ, ବରଂ ଏହା ଏକ ଅନ୍ତରର ଯାତ୍ରା ଯେଉଁଥ‌ିରେ ଏକ ନିର୍ଦ୍ଦିଷ୍ଟ ଆଚରଣ ବିଧ୍ ନିହିତ ଥାଏ ।

ଜୈନ ପ ର ମ୍ପରା । ଅନୁସାରେ ସର୍ବଦା ତୀର୍ଥଙ୍କରମାନେ ମୋକ୍ଷ ଲାଭ କରିଥିବା ସ୍ଥାନ ବା ସେମାନଙ୍କଦ୍ୱାରା କୌଣସି ଗୁରୁତ୍ଵପୂର୍ଣ୍ଣ ଘଟଣା ଘଟିଥିବା ସ୍ଥାନ ସହିତ ସଂପୃକ୍ତ ଥିଲା ।
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-4
ଆୟାପ୍ସା ଦେବତାଙ୍କୁ ସମର୍ପିତ କେରଳର ସାବରିମାଳା ମନ୍ଦିରକୁ ପ୍ରତିବର୍ଷ ୧୦ ଲକ୍ଷରୁ ଅଧ‌ିକ ଭକ୍ତ ଆକର୍ଷିତ ହୋଇଆସିଥାନ୍ତି ।

ଅଧ୍ବକ ପବିତ୍ର ସ୍ଥାନ :
ହିନ୍ଦୁ ଓ ଅନେକ ଲୋକ ଏବଂ ଆଦିବାସୀମାନେ ମଧ୍ୟ କେତେକ ପବିତ୍ର ନଦୀ ଓ ଜଙ୍ଗଲକୁ ପବିତ୍ର ସ୍ଥାନ ଭାବରେ ମାନ୍ୟତା ପ୍ରଦାନ କରିଥା’ନ୍ତି ।

ହିନ୍ଦୁମାନେ ଅନେକ ନଦୀକୁ ଦେବୀ ଭାବରେ ବିବେଚନା କରୁଥିବାବେଳେ କିଛି ପ୍ରଜାତିର ବୃକ୍ଷ, ପଶୁ ଏବଂ ଉଭିଦକୁ ପବିତ୍ର ବୋଲି ମନେ କରିଥା’ନ୍ତି ।

ଏହି ପରମ୍ପରା ପ୍ରକୃତିର ସମସ୍ତ ବସ୍ତର ଐଶ୍ଵରୀକ ସତ୍ତାର ଉପସ୍ଥିତିର ଭାବନାରୁ ଆସିଛନ୍ତି । ସେଥିପାଇଁ ସମଗ୍ର ପୃଥ‌ିବୀକୁ ପବିତ୍ର ବିବେଚନା କରାଯିବା ସହିତ ପୃଥ‌ିବୀକୁ ପୃଥୁବୀ ମାଆ ବା ଭୂଦେବୀ ବୋଲି କୁହାଯାଇଥାଏ ।
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-5

ଏହି ପରମ୍ପରାର କିଛି ଉଦାହରଣ :
ଝାଡ଼ଖଣ୍ଡର ନିୟମଗିରି ପର୍ବତମାଳାର ନିୟମ ଡୋଙ୍ଗର ପାହାଡ଼ ଡୋଙ୍ଗରିଆ କନ୍ଧ ଜନଜାତିଙ୍କ ପାଇଁ ପବିତ୍ର ସ୍ଥାନ ଅଟେ । ସେମାନେ ବିଶ୍ଵାସ କରନ୍ତି ଯେ ପାହାଡ଼ ହେଉଛି ନିୟମ ରାଜାଙ୍କ ବାସସ୍ଥାନ, ଯିଏ କି ସର୍ବୋଚ୍ଚ ଦେବତା ଏବଂ ସେମାନଙ୍କ ଜୀବନ ଧାରଣ ପାଇଁ ଆବଶ୍ୟକ ସମସ୍ତ ବସ୍ତୁ ପ୍ରଦାନ କରିଥା’ନ୍ତି । ଏଠାରେ ଗଛ କାଟିବା ନିଷେଧ ଏବଂ ପ୍ରତି ଅସମ୍ମାନ ବୋଲି ବିବେଚନା ଏପରି କାର୍ଯ୍ୟକୁ ଦେବତାଙ୍କ କରାଯାଇଥାଏ ।

Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି?

୨୦୦୦ ମସିହା ପ୍ରାରମ୍ଭରେ ସିକିମ୍ ସରକାର ଅନେକ ପବିତ୍ର ପର୍ବତ, ଗୁମ୍ଫା, ହ୍ରଦ, ପଥର ଏବଂ ଉଷ୍ଣଝରଣା (ଉଷ୍ଣ ପ୍ରସବଣ)କୁ ଚିହ୍ନଟ କରି ସେଗୁଡ଼ିକୁ ସମସ୍ତ ପ୍ରକାର କ୍ଷୟକ୍ଷତିରୁ ସୁରକ୍ଷିତ ରଖୁଥିଲେ ।

ତାମିଲନାଡୁର ନୀଳଗିରିରେ ଥ‌ିବା ଟୋଡ଼ା ଜନଜାତି ଅନେକ ପର୍ବତ ଶିଖରକୁ ପବିତ୍ର ବୋଲି ମାନି ସେମାନଙ୍କର ଦେବତାମାନଙ୍କ ସହିତ ଯୋଡ଼ିଥା’ନ୍ତି । ସେମାନେ ସେମାନଙ୍କର ପରମ୍ପରା ସହିତ ସଂପୃକ୍ତ ଅନେକ ଗଛଲତାକୁ ପବିତ୍ର ବୋଲି ମନେ କରିଥା’ନ୍ତି । ସୋଲା ଜଙ୍ଗଲ, ଆର୍ଦ୍ରଭୂମି, କେତେକ ନିର୍ଦ୍ଦିଷ୍ଟ ପଥର ଏବଂ ବୃକ୍ଷ ଏହାର ଅନ୍ତର୍ଭୁକ୍ତ ।

ପବିତ୍ର ଭୂଗୋଳ ସମ୍ପର୍କରେ ସଚେତନ ହେବା :
ଭାରତରେ ଥ‌ିବା ପବି ତ୍ର ସ୍ଥାନମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଆମର ଚାରି ଧାମ । ଏହା ଭାର ତ ର ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚି ମ କୋଣରେ ଅବସ୍ଥିତ ।

ଆମ ଦେଶରେ ଥ‌ିବା ୧୨ଟି ଜ୍ୟୋତିର୍ଲିଙ୍ଗକୁ ମଧ୍ଯ ପବିତ୍ର ସ୍ଥାନ ବୋଲି ମନେ କରାଯାଇଥାଏ ।

ସେହିପରି ୫୧ଟି ଶକ୍ତି ପୀଠ ମଧ୍ୟ ସମଗ୍ର ଭାର ତ ମାନ ଚି ତ୍ର ରେ ସ୍ଥାନ ପାଇଛି ।
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-6
ସମଗ୍ର ୧୨ଟି ଜ୍ୟୋତିର୍ଲିଙ୍ଗ ହିନ୍ଦୁ ଦେବତା ଶିବଙ୍କୁ ଉତ୍ସର୍ଗୀକୃତ ହୋଇଥାଏ । ପ୍ରତ୍ୟେକ ପୀଠର ନିଜସ୍ଵ ସ୍ଵତନ୍ତ୍ର ପୌରାଣିକ କଥାବସ୍ତ ଓ ନାମ ରହିଛି ।

ଯେତେବେଳେ ତୀର୍ଥଯାତ୍ରୀମାନେ ତାଙ୍କ ନିଜର ଧର୍ମ ବା ବିଶ୍ଵାସ ସହ ସଂପୃକ୍ତ ପବିତ୍ର ସ୍ଥାନସବୁ ପରିଦର୍ଶନ କରୁଥିଲେ, ସ୍ଵାଭାବିକ ଭାବରେ ଭାରତର ସମଗ୍ର ଭୂଖଣ୍ଡକୁ ଗମନ କରିବାର ସୁଯୋଗ ପାଉଥିଲେ ।

ସେମାନେ ବିଭିନ୍ନ ଭାଷା, ରୀତିନୀତି, ପୋଷାକ ଏବଂ ଖାଦ୍ୟ ଆଦିର ସଂସ୍ପର୍ଶରେ ଆସୁଥ‌ିବା ସହିତ ବିଭିନ୍ନ ସମାନତାକୁ ମଧ୍ୟ ଅବଲୋକନ କରୁଥିଲେ ।

ପବିତ୍ର ପରିବେଶ :
ସାଧାରଣତଃ ତୀର୍ଥସ୍ଥାନଗୁଡ଼ିକ ହ୍ରଦ ବା ନଦୀକୂଳରେ, ଅରଣ୍ୟ ବା ପର୍ବତ ଉପରେ ଅବସ୍ଥିତ ଥିଲା । ସାଧାରଣତଃ ପ୍ରାକୃତିକ ଭୂକ୍ଷେତ୍ର ସବୁକୁ ପବିତ୍ର ବା ପୁଣ୍ୟକ୍ଷେତ୍ର ଭାବରେ ଗ୍ରହଣ କରାଯାଇଛି । ଏହିସବୁ କାରଣରୁ ଆମେ ଆମେ ପ୍ରାକୃତିକୁ ସୁରକ୍ଷା ଓ ସଂରକ୍ଷଣ କରିବାରେ ଗୁରୁତ୍ୱ ପ୍ରଦାନ କରୁଅଛୁ । ତେଣୁ ଏହିସବୁ କାରଣରୁ ଭୂଗୋଳ, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ସମ୍ମଳନ ଘଟିଛି ।

ନଦୀ ଓ ସଙ୍ଗମ (ନଦୀମାନଙ୍କର ମିଳନସ୍ଥଳ) :
ବୈଦିକ କାଳରୁ ଭାରତରେ ନଦୀମାନଙ୍କୁ ପୂଜା କରାଯାଇ ଆସୁଅଛି । ଋଗ୍‌ବେଦରେ ‘ନଦୀସ୍ମ ତିମୁକ୍ତ’’ ହେଉଛି ନଦୀମାନଙ୍କର ପ୍ରଶଂସାରେ ଲିଷ୍କୃତ ଏକ ସ୍ତୋତ୍ର (ସୁକ୍ତ) ଯେଉଁଠାରେ ଉତ୍ତର-ପଶ୍ଚିମ ଭାରତର ପ୍ରାଚୀନ ୧୯ଟି ମୁଖ୍ୟ ନଦୀକୁ ଆବାହନ କରାଯାଇଥାଏ ।

ନଦୀମାନଙ୍କୁ ଆବାହନର ମନ୍ତ୍ର ହେଉଛି – ‘ଗଙ୍ଗେଚ-ଯମୁନବ ଗୋଦାବରୀ ସରସ୍ଵତୀ/ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ ସନ୍ନିଧୂମ କୁରୁ’’ ।

ଏହି ମନ୍ତ୍ରରେ ୭ଗୋଟି ନଦୀ ଯଥା- ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ଵତୀ, ନର୍ମଦା, ସିନ୍ଧୁ ଏବଂ କାବେରୀକୁ ଆବାହନ କରାଯାଇଥାଏ । ଏହି ନଦୀଗୁଡ଼ିକ ପବିତ୍ର ସ୍ଥାନ ବୋଲି ମନେ କରାଯାଇ ପୂଜା କରାଯାଇଥାଏ ।

ବହୁ ତୀର୍ଥଯାତ୍ରୀ ଏହିସବୁ ପବିତ୍ର ସ୍ଥାନମାନଙ୍କୁ ପରିଦର୍ଶନ କରିବାକୁ ଯାଇଥା’ନ୍ତି ।

ପ୍ରୟାଗରାଜଠାରେ ପ୍ରତି ଛଅବର୍ଷରେ ଥରେ କୁମ୍ଭମେଳାର ଆୟୋଜନ କରାଯାଇଥାଏ । ଗଙ୍ଗା, ଯମୁନା ଏବଂ ଦୃଷ୍ଟିଗୋଚର ହେଉ ନଥିବା ସରସ୍ଵତୀର ସଙ୍ଗମ ସ୍ଥଳରେ ପ୍ରୟାଗରାଜ ଅବସ୍ଥିତ । କିଛି ବର୍ଷ ପୂର୍ବେ UNESCO କୁମ୍ଭମେଳାକୁ ବିଶ୍ଵର ଏକ ମହାନ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି ।

୨୦୨୫ ମସିହାର କୁମ୍ଭମେଳାରେ ଆନୁମାନିକ ୬୬୦ ନିୟୁତ ଲୋକ ଅଂଶଗ୍ରହଣ କରିଥିଲେ । ସମୁଦାୟ ଭାରତର ଜନସଂଖ୍ୟାର ଏହା ପ୍ରାୟ ୫୦ ପ୍ରତିଶତ ।

କୁମ୍ଭମେଳା :
ଅମୃତ ମନ୍ଥନର କିମ୍ବଦନ୍ତୀରୁ କୁମ୍ଭମେଳାର ସୃଷ୍ଟି ବୋଲି ଅନୁମାନ କରାଯାଇଥାଏ ।

ସମୁଦ୍ର ମନ୍ଥନବେଳେ କେତେଗୋଟି ଅମୃତ ବିନ୍ଦୁ ହରିଦ୍ଵାର, ପ୍ରୟୋଗରାଜ, ନାସିକ୍ ଏବଂ ଉଜ୍ଜୟିନୀ ଏହି ଚାରୋଟି ସ୍ଥାନରେ ପଡ଼ିଥିଲା । ତେଣୁ ଏହି ସ୍ଥାନ ମାନ ଙ୍କ ରେ କୁମ୍ଭମେଳା। ଅନୁ ଷ୍ଠି ତ ହୋଇଥାଏ ।
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-7
ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନଦୀରେ ବୁଡ଼ ପକାଇଲେ ଅତ୍ୟନ୍ତ ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ କରାଯାଏ ।

ପର୍ବତ ଏବଂ ଜଙ୍ଗଲ :
ସାରା ବିଶ୍ଵରେ ପର୍ବତଗୁଡ଼ିକ କୌଣସି ନା କୌଣସି କିମ୍ବଦନ୍ତୀ, ଦେବତା ଏବଂ ମହାପୁରୁଷମାନଙ୍କ ସହିତ ସଂପୃକ୍ତ ହୋଇଥା’ନ୍ତି ।
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-8
ସେମାନଙ୍କର ଭାବନା ଦୃଷ୍ଟିରୁ ପର୍ବତଗୁଡ଼ିକୁ ପୃଥ‌ିବୀ ଓ ସ୍ୱର୍ଗ ମଧ୍ୟରେ ସାଙ୍କେତିକ ଦ୍ଵାର ଭାବ ରେ ବ ର୍ୟ ନ । କରାଯାଇଥାଏ ।

ଅନେକ ତୀର୍ଥସ୍ଥାନ ଉଚ୍ଚ ପର୍ବତ ଶିଖର ଉପରେ ନିର୍ମିତ ହୋଇଛି । ପର୍ବତାରୋହଣ ସହିତ ଦେବତାମାନଙ୍କ ପାଖକୁ କିଛି ସ୍ଵର୍ଗକୁ ଯାତ୍ରା କରିବାର ଅନୁଭୂତି ମିଳିଥାଏ ବୋଲି ବିଶ୍ଵାସ କରାଯାଏ ।

ଲୋକମାନେ ସେହି ସ୍ଥାନ ବା ମନ୍ଦିରକୁ ପର୍ବତ ରାସ୍ତା ଦେଇ କଷ୍ଟଦାୟକ ଯାତ୍ରା କରୁଥିଲେ, ଯାହା କେବଳ ସେମାନଙ୍କର ଶାରୀରିକ ଦକ୍ଷତା ନୁହେଁ, ମାନସିକ ଶକ୍ତିର ପରୀକ୍ଷା ମଧ୍ୟ ହୋଇଥିଲା ।

ବୃକ୍ଷ, ଜଙ୍ଗଲ ଏବଂ ପବିତ୍ର କାନନ :
ଭାର ତ ରେ ଅନେ କ ସ୍ଥାନରେ ବୃକ୍ଷଗୁଡ଼ିକ ହଳଦୀ ଏବଂ କୁଙ୍କୁମ ପରି ଦ୍ରବ୍ୟ ଅର୍ପଣ କରାଯାଇ ସଜ୍ଜିତ କରାଯାଇଥାଏ ।

ଡିମ୍ବିରି ପ୍ରଜାତିର ଏକ ବୃକ୍ଷ ହେଉଛି ‘ଅଶ୍ଵତ୍‌’ ଯାହାକୁ ବେ । ଧୂ ବୃ କ୍ଷ କୁହାଯାଇଥାଏ ।

ତାହା ହିନ୍ଦୁ, ବୌଦ୍ଧ, ଶିଖ୍ ଏବଂ ଜୈନମାନଙ୍କର ଏକ ପବିତ୍ର ବୃକ୍ଷ ।
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-9

ପ୍ରକୃତରେ ଏହି ବୃକ୍ଷ ର ବୈଜ୍ଞାନିକ ନାମ ହେଉଛି ‘ଫି କ ସ୍ ରେ ଲି ଜି ଓ ସ’ ଯାହାର ଲାଟିନ୍ ଅର୍ଥ ହେଉଛି ଧାର୍ମିକ ବୃକ୍ଷ ବା ପବିତ୍ର ଡିମ୍ବିରି ବୃକ୍ଷ ।

କେତେକ ସ୍ଥାନରେ ଜଙ୍ଗଲଗୁଡ଼ିକୁ ଦେବତାମାନଙ୍କ ବାସସ୍ଥାନ ବୋଲି ମନେକରାଯାଏ । ଉଦାହରଣ ସ୍ୱରୂପ ମେଘାଳୟର ରିଙ୍ଗ୍‌ଇ ବା ବାସା ।

ସ୍ୱତନ୍ତ୍ର ଜଙ୍ଗଲଗୁଡ଼ିକୁ ଇଂରାଜୀରେ ସାକ୍ରେଡ ଗ୍ରୋଭସ୍ ବା ପବିତ୍ର କାନନ ବୋଲି କୁହାଯାଇଥାଏ ।

ଭାରତରେ ଏପରି ହଜାର ହଜାର ସଂଖ୍ୟକ ପବିତ୍ର ବନାନୀ ଥିଲା କିନ୍ତୁ କୃଷି ଓ ଶିଳ୍ପ ପାଇଁ ଏଗୁଡ଼ିକୁ କଟାଯିବା ଫଳରେ ଏହାର ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତଥାପି ମଧ୍ଯ ଭାରତରେ ଅନେକ ଅଞ୍ଚଳରେ ପବିତ୍ର ବନାନୀଗୁଡ଼ିକ ସୁରକ୍ଷିତ ହୋଇରହିଛି ।

ତାମିଲନାଡୁର ସ୍ଥାନୀୟ ଇତିହାସଗୁଡ଼ିକ ପବିତ୍ରବନ, ପ୍ରକୃତି ଏବଂ ମଣିଷମାନଙ୍କ ମଧ୍ୟରେ ଥ‌ିବା ସମ୍ପର୍କକୁ ଉଜାଗର କରିଥାନ୍ତି ।

ତାଞ୍ଜାଭୁର ଜିଲ୍ଲାର ଏକ ଇତିହାସରେ ଉଲ୍ଲେଖ ଅଛି ଯେ, ବନର ଦେବତାମାନେ ଫଳ ବାଦୁଡ଼ିମାନଙ୍କୁ ରକ୍ଷା କରନ୍ତି । ଯାହାକୁ ପବିତ୍ର ବୋଲି ବିବେଚନା କରାଯାଇଥାଏ । ସେଥ‌ିମଧ୍ୟରୁ ଗୋଟିକୁ ଦେଖୁଦେବା ମଧ୍ୟ ଶୁଭ ବୋଲି ମନେକରାଯାଇଥାଏ ।

ଏହା ବ୍ୟତୀତ ବନର ବାଦୁଡ଼ିମାନେ ଫୁଲର ପରାଗ ସଙ୍ଗମ ଏବଂ ବୀଜ ବିକ୍ଷେପଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି ।

ଏହିପରି ଭାବରେ ପବିତ୍ର ଅରଣ୍ୟ ସବୁ ଦେବତା, ପରିବେଶ ଏବଂ ମଣିଷମାନଙ୍କ ମଧ୍ୟରେ ଏକ ସୁସହାବସ୍ଥାନ ସୃଷ୍ଟି କରିଥା’ନ୍ତି ।

ଆଞ୍ଚଳିକ ଭାଷାରେ ଭାରତର କେତେକ ପବିତ୍ର ବନାନୀର ନାମ ନିମ୍ନରେ ଦିଆଯାଇଛି ।

ମାଲାୟଲମ୍ କାଭୁ ତାମିଲ କୋଭି ଲକାଡ଼ୁ
କନ୍ନଡ଼ ଦେବାରେ କାଡ଼ୁ ମରାଠୀ ଦେବରାଇ
ଖାସି (ମେଘାଳୟ) ଖା କ୍ୟାଣ୍ଟଙ୍ଗ ହିନ୍ଦୀ (ହିମାଚଳ ପ୍ରଦେଶ ) ଦେବଭାନ
ଝାରଖଣ୍ଡ ସରନା ଛତିଶଗଡ଼ ଦେବଗୁଡ଼ି
ରାଜସ୍ଥାନ ଓରାନ ଓଡ଼ିଶା ଜାହେରା
ଆନ୍ଧ୍ରପ୍ରଦେଶ ପବିତ୍ରବନ ପଶ୍ଚିମବଙ୍ଗ ଗରମଥାନ

Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-10

ତୀର୍ଥଯାତ୍ରାରୁ ବାଣିଜ୍ୟ ପର୍ଯ୍ୟନ୍ତ :
ତୀର୍ଥଯାତ୍ରୀମାନେ ତୀର୍ଥଯାତ୍ରା ସମୟରେ ବ୍ୟବସାୟୀ ଓ ବଣିକମାନଙ୍କ ସଂସ୍ପର୍ଶରେ ଆସିଥା’ନ୍ତି । ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ସହିତ ବିଭିନ୍ନ ସାମଗ୍ରୀ ବ୍ୟବସାୟୀମାନେ ସେମାନଙ୍କୁ ଯୋଗାଇ ଦେଇଥା’ନ୍ତି ।

Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି?

ଫଳସ୍ଵରୂପ ତୀର୍ଥଯାତ୍ରା ପଥ ଓ ବାଣିଜ୍ୟପଥ ଅନେକ ସମୟରେ ପରସ୍ପର ସହିତ ମିଶି ଯାଇଥା’ନ୍ତି ।

କେତେକ ବ୍ୟବସାୟୀ ତୀର୍ଥସ୍ଥାନ ପରିଦର୍ଶନ କରିବା ସହିତ ଦୂର ସହର ଏବଂ ନଗରକୁ ନିଜର ଜିନିଷପତ୍ର ବୋହି ନେଇ ଯାଇଥା’ନ୍ତି ।
Class 7 Social Science Chapter 8 Notes Odia Medium ଭୂମି ପବିତ୍ର ହୁଏ କିପରି-11
ଉତ୍ତରାପଥ–ଏହା ଉପମହାଦେଶର ଉତ୍ତର-ପଶ୍ଚିମ ଏବଂ ପୂର୍ବ ଭାଗକୁ ସଂଯୋଗ କରୁଥିବା ଏକ ମୁଖ୍ୟ ବାଣିଜ୍ୟ ପଥ ଥିଲା ।

ଦକ୍ଷିଣାପଥ– ଏହା ଉଜ୍ଜୟିନୀ (ଉଜୈନ) ଦେଇ କୌଶାସ୍ତ୍ରୀ ପ୍ରତିଷ୍ଠାନ (ପାଇଥନ) ପର୍ଯ୍ୟନ୍ତ ଯାଇଥିଲା ।

ଏହିସବୁ ପଥଦେଇ ସାମୁଦ୍ରିକ ଶଙ୍ଖ, ମୋତି, ମୁଦ୍ରା, ସୁନା ଓ ହୀରା ସହିତ କପା, ମସଲା ଏବଂ ଚନ୍ଦନ କାଠ ପ୍ରଭୃତି ବହୁମୂଲ୍ୟ ଦ୍ରବ୍ୟ ଓ ପଥର କାରବାର ହେଉଥିଲା ।

ଭାରତ ବାହାରେ ପବିତ୍ର ସ୍ଥାନ :
ପ୍ରାଚୀନ ଗ୍ରୀସ୍‌ରେ ଅନେକ ପବିତ୍ର ଭୂମିରୂପ ସହିତ ପବିତ୍ର ବୃକ୍ଷଲତା ପର୍ଯ୍ୟନ୍ତ ଅନେକ ପବିତ୍ର ସ୍ଥାନ ରହିଥିଲା ।

ଆମେରିକାର ମୂଳବାସିମାନେ ପ୍ରକୃତି ସହିତ ଏକ ସ୍ଵତନ୍ତ୍ର ସମ୍ପର୍କ ରଖୁଥିଲେ, ଯାହାକୁ ସେମାନେ ପବିତ୍ର ବୋଲି ମନେକରୁଥିଲେ ।

ନ୍ୟୁଜିଲାଣ୍ଡର ମାଓରି ଆଦିବାସୀମାନେ ତାରାନାକି ମାଉଙ୍ଗା ପର୍ବତକୁ ସେମାନଙ୍କର ପୂର୍ବପୁରୁଷ ବୋଲି ଭାବି ପବିତ୍ର ମନେ କରୁଥିଲେ ।

ମାଓରିଙ୍କ ଅନେକ ପ୍ରତିନିଧ୍ଵ ପରେ ସମ୍ପତି ଭକ୍ତ ପର୍ବତକୁ ମଣିଷ ପରି ଅଧିକାର ଓ ଦାୟିତ୍ଵ ପ୍ରଦାନ କରାଯାଇଛି ।

ଏହି ସମ୍ପ୍ରଦାୟର ବୟୋଜ୍ୟେଷ୍ଠମାନେ ଧ୍ୱଂସ ହେବାର ଆଶଙ୍କା ଥିବା ପର୍ବତ ଓ ନଦୀର ସ୍ଵରକୁ ପ୍ରତିନିଧ୍ୱ କରିଥା’ନ୍ତି । ଯାହାଫଳରେ ପବିତ୍ର ସ୍ଥାନଗୁଡ଼ିକ ଶୋଷିତ ଏବଂ ଅବକ୍ଷୟରୁ ରକ୍ଷା ପାଇପାରିବ ।

ପବିତ୍ରତାର ପୁନରୁଦ୍ଧାର ଏବଂ ସଂରକ୍ଷଣ :
ଯୁଗ ଯୁଗ ଧରି ଭାରତୀୟ ଅସ୍ଵାସୀ ଓ ପବିତ୍ର ଭୌଗୋଳିକ ସ୍ଥିତି ମଧ୍ୟରେ ଯେଉଁ ସୁସମ୍ପର୍କ ବିରାଜମାନ କରିଥିଲା, ତାହାର ମୂଲ୍ୟବୋଧ ସମଗ୍ର ଭାରତବର୍ଷରେ ଅନୁଭୂତ ହେଉଥିଲା । କିନ୍ତୁ ଆଜି ତାହା ବିପଦର ସମ୍ମୁଖୀନ ହୋଇଛି ।

ଯେତେବେଳେ ପ୍ରକୃତି ସହିତ ଆମ ସମସ୍ତଙ୍କର ବାଧା ଉପୁଜିଥାଏ, ସେତେବେଳେ ସମସ୍ୟା ଦେଖାଦେଇଥାଏ ।

ପ୍ରତିଯୋଗିତାରେ ପର୍ବତଟିର ଅସ୍ତିତ୍ଵ ଯେତେବେଳେ ଲୋପ ପାଇବାକୁ ବସେ, ସେତେବେଳେ ଲୋକମାନେ ସେମାନଙ୍କର ପରିବେଶ, ଦେବଦେବୀ ଏବଂ ମୂଲ୍ୟବୋଧକୁ ସୁରକ୍ଷା ଦେବାକୁ ଆଗେଇ ଆସିଥାନ୍ତି ।

ପ୍ରକୃତିର ସ୍ଥିରତା ଯେତେବେଳେ ପୃଥ‌ିବୀରେ ମୁଖ୍ୟତଃ ପ୍ରସଙ୍ଗ ରୂପେ ଦେଖାଦେଲା, ପବିତ୍ର ଭୂଗୋଳର ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତା କରିବାକୁ ଧ୍ୟାନ ଦେବାକୁ ଲାଗିଲେ ।

ଆମେ ଯାହା ଜାଣିଲୁ

  1. ଭାରତରେ ସମସ୍ତ ଧର୍ମର ଲୋକମାନଙ୍କର ପବିତ୍ର ଧର୍ମ ସ୍ଥାନ ଅଛି । ବୌଦ୍ଧ, ଜୈନ, ଶିଖ ଧର୍ମରେ ଏଭଳି ପବିତ୍ର ସ୍ଥାନଗୁଡ଼ିକ ସାଧାରଣତଃ ସେହି ବିଶ୍ଵାସର କୌଣସି ମହାନ ବ୍ୟକ୍ତିଙ୍କ ସହ ଜଡ଼ିତ ଥାଏ । ହିନ୍ଦୁ ଧର୍ମରେ ଭାରତର ସମଗ୍ର ଭୂଗୋଳକୁ ଆବୃତ କରି ତୀର୍ଥଯାତ୍ରାର ବହୁ ନେଟୱାର୍କ ରହିଛି । ତୀର୍ଥଯାତ୍ରାର ଅଭ୍ୟାସ ଲୋକଙ୍କ ଜୀବନ ସହିତ ଜଡ଼ିତ । କାରଣ ଏହା ବ୍ୟକ୍ତିଗତ ବିକାଶ ଓ ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିଥାଏ । କିନ୍ତୁ ବାଣିଜ୍ୟ ବିସ୍ତାର ଏବଂ ସର୍ବଭାରତୀୟ ସାଂସ୍କୃତିକ ସମନ୍ୱୟରେ ସାମାଜିକ ଓ ଅର୍ଥନୈତିକ ଉଦ୍ଦେଶ୍ୟ ମଧ୍ଯ ପୂରଣ ହୋଇଥାଏ ।
  2. ଅନେକ ହିନ୍ଦୁ ଜନଜାତି ଏବଂ ଲୋକ ପରମ୍ପରାରେ ଭୂମିକୁ ପବିତ୍ର ବୋଲି ବିବେଚନା କରାଯାଇଥାଏ ।
  3. ବ୍ୟାପକ ଅବହେଳା ଓ ଅଦୂରଦର୍ଶିତା ଦୃଷ୍ଟିକୋଣ ପାଇଁ ଆମର ଅନେକ ପବିତ୍ର ସ୍ଥାନ ଦୂଷିତ ହେବାରେ ଲାଗିଛି । ଆମ ଜାତୀୟ ଐତିହ୍ୟକୁ ରକ୍ଷା କରିବା ଆମର କର୍ତ୍ତବ୍ୟ । ଆମର ସମ୍ବିଧାନ ମଧ୍ୟ ଆମକୁ ଏହା ମନେ ପକାଇ ଦେଇଥାଏ ।