BSE Odisha 7th Class History Important Questions Chapter 6 ମୋଗଲ ସାମ୍ରାଜ୍ୟର ପତନ

Odisha State Board BSE Odisha 7th Class History Important Questions Chapter 6 ମୋଗଲ ସାମ୍ରାଜ୍ୟର ପତନ Important Questions and Answers.

BSE Odisha Class 7 History Important Questions Chapter 6 ମୋଗଲ ସାମ୍ରାଜ୍ୟର ପତନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ମୋଗଲ ସାମ୍ରାଜ୍ୟର ପତନ ପଛରେ କେଉଁ ଅର୍ଥନୈତିକ କାରଣମାନ ଦାୟୀ ଥିଲା ?

  • ପ୍ରସିଦ୍ଧ ମୋଗଲ ସମ୍ରାଟ ଆକବର ଏକ ସୁଚିନ୍ତିତ ଶାସନ ପ୍ରଣାଳୀ ପ୍ରବର୍ତ୍ତନ କରି ମୋଗଲ ସାମ୍ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିପାରିଥିଲେ ।
  • ମାତ୍ର ପରବର୍ତ୍ତୀ ମୋଗଲ ସମ୍ରାଟମାନଙ୍କ ସମୟରେ ଶାସନ ପ୍ରଣାଳୀରେ ପରିବର୍ତ୍ତନ ସହ ଅନେକ ସମସ୍ୟା ଦେଖାଦେଇଥିଲା ।
  • ଜାହାଙ୍ଗୀରଙ୍କ ଶାସନରେ ତାଙ୍କର ପତ୍ନୀ ନୁର୍‌ଜାହାନ ପ୍ରକୃତ ଶାସନଭାର ଗ୍ରହଣ କରି ଅର୍ଥନୀତି ପ୍ରତି ଦୃଷ୍ଟି ଦେଲେ ନାହିଁ ।
  • ମୋଗଲ ସମ୍ରାଟ ଶାହାଜାହାନ୍‌ଙ୍କ ସମୟରେ ଅନେକ ରାଜପ୍ରାସାଦ ଓ ସୌଧ ନିର୍ମାଣରେ ଅଜସ୍ର ଅର୍ଥ ଖର୍ଚ୍ଚ – ହୋଇଥିଲା ।
  • ଏପରିକି ତାଙ୍କର ରାଜତ୍ଵ କାଳରେ ଭୂରାଜସ୍ୱ ଶତକଡ଼ା ୫୦ ଭାଗକୁ ବୃଦ୍ଧି ପାଇଥିଲା ।
  • ଏତଦ୍‌ବ୍ୟତୀତ ମୋଗଲ ସମ୍ରାଟମାନେ ବିଭିନ୍ନ ବାହ୍ୟ ଶତ୍ରୁମାନଙ୍କର ଆକ୍ରମଣରୁ ନିଜ ଦେଶକୁ ରକ୍ଷା କରିବାପାଇଁ କ୍ରମାଗତ ଯୁଦ୍ଧ କରିବା ଫଳରେ ରାଜକୋଷ ଶୂନ୍ୟ ହୋଇଗଲା । ଫଳରେ ମୋଗଲ ସାମ୍ରାଜ୍ୟର ପତନ ନିମନ୍ତେ ମାର୍ଗ ପରିଷ୍କାର ହୋଇଗଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ତୃତୀୟ ପାନିପଥ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ? ଏହି ଯୁଦ୍ଧରେ କିଏ ପରାଜିତ ହୋଇଥିଲେ ?
(i) ତୃତୀୟ ପାନିପଥ ଯୁଦ୍ଧ ଆଫଗାନିସ୍ଥାନର ଶାସକ ଅହମ୍ମଦଶାହ ଅବଦଲୀ ଓ ମରହଟ୍ଟାମାନଙ୍କ ମଧ୍ୟରେ ହୋଇଥିଲା ।
(ii) ଏହି ଯୁଦ୍ଧରେ ମରହଟ୍ଟାମାନେ ପରାଜିତ ହୋଇଥିଲେ ।

୨। ନାଦିର ଶାହ କେବେ ଭାରତ ଆକ୍ରମଣ କରିଥିଲେ ଓ ଭାରତରୁ କ’ଣ ସବୁ ଲୁଣ୍ଠନ କରି ଇରାକୁ ନେଇଥିଲେ ?
(i) ନାଦିର ଶାହ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ ।
(ii) ସେ ଭାରତରୁ (୧) ମୟୂର ସିଂହାସନ ଓ (୨) ବିଶ୍ୱବିଖ୍ୟାତ କୋହିନୁର ହୀରା ସହ ପ୍ରଚୁର ଧନରତ୍ନ ଲୁଣ୍ଠନ କରି ଇରାକୁ ନେଇଥିଲେ ।

୩। କେଉଁ ଇରାନ୍ (ପାରସ୍ୟ) ସମ୍ରାଟ ୧୭୩୯ ଖ୍ରୀ.ଅ.ରେ ଭାରତ ଆକ୍ରମଣ କରିଥିଲେ ? ତାଙ୍କଦ୍ୱାରା ଅଧିକୃତ ଦୁଇଟି ଭାରତୀୟ ରାଜ୍ୟର ନାମ ଲେଖ ।
(i)ଇରାନ୍ (ପାରସ୍ୟ) ସମ୍ରାଟ ନାଦିର ଶାହ ୧୭୩୯ ଖ୍ରୀ.ଅ.ରେ ଭାରତ ଆକ୍ରମଣ କରିଥିଲେ ।
(ii) ତାଙ୍କଦ୍ୱାରା ଅଧିକୃତ ଦୁଇଟି ଭାରତୀୟ ରାଜ୍ୟ ହେଲା ସିନ୍ଧୁପ୍ରଦେଶ ଓ ଲାହୋର ।

BSE Odisha 7th Class History Important Questions Chapter 6 ମୋଗଲ ସାମ୍ରାଜ୍ୟର ପତନ

୪। କେଉଁ କେଉଁ ଇଉରୋପୀୟ ବଣିକମାନେ ବାଣିଜ୍ୟ ଉଦ୍ଦେଶ୍ୟରେ ଭାରତ ଆସିଥିଲେ ? ସେମାନଙ୍କ ମଧ୍ୟରୁ କେଉଁମାନେ ଭାରତରେ ରାଜ୍ୟବିସ୍ତାର କଲେ ?
(i) ପର୍ତ୍ତୁଗୀଜ୍, ଓଲନ୍ଦାଜ, ଦିନାମାର, ଇଂରେଜ ଓ ଫରାସୀ ବଣିକମାନେ ବାଣିଜ୍ୟ ଉଦ୍ଦେଶ୍ୟରେ ଭାରତ ଆସିଥିଲେ ।
(ii) ସେମାନଙ୍କ ମଧ୍ୟରୁ ଇଂରେଜମାନେ ଶକ୍ତିଶାଳୀ ହୋଇ ଭାରତରେ ରାଜ୍ୟବିସ୍ତାର କରିଥିଲେ ।

୫। ଶାହାଜାହାନଙ୍କ ଶାସନ କାଳରେ ଭୂରାଜସ୍ଵ କାହିଁକି ଓ କେତେ ବୃଦ୍ଧି ଘଟିଥିଲା ?
(i) ଶାହାଜାହାନଙ୍କ ଶାସନକାଳରେ ଅନେକ ରାଜପ୍ରାସାଦ ଓ ସୌଧ ନିର୍ମାଣ ନିମିତ୍ତ ବହୁ ଅର୍ଥ ବ୍ୟୟ ହେତୁ ଭୂରାଜସ୍ବ ବୃଦ୍ଧି ପାଇଥିଲା ।
(ii) ତାଙ୍କ ରାଜତ୍ଵ କାଳରେ ଭୂରାଜସ୍ୱ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା ।

୬। ବୈଦେଶିକ ଶତ୍ରୁମାନେ କାହିଁକି ଭାରତ ଆକ୍ରମଣ କରିଥିଲେ ?
(i) ଭାରତ ଧନରତ୍ନରେ ପରିପୂର୍ଣ୍ଣ ବୋଲି ବିଶ୍ଵାସ କରାଯାଉଥ‌ିବାରୁ ଅନେକ ବୈଦେଶିକ ଶତ୍ରୁ ଧନ ଲୁଣ୍ଠନ ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରୁଥିଲେ ।
(ii) ଅନ୍ୟ କେତେକ ଭାରତକୁ ସାମ୍ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଆକ୍ରମଣ କରୁଥିଲେ ।

୭ । କେଉଁମାନେ ଓ କାହିଁକି ଔରଙ୍ଗଜେବ୍‌ଙ୍କର ଶତ୍ରୁ ହୋଇପଡ଼ିଥିଲେ ?
(i) ହିନ୍ଦୁ, ରାଜପୁତ୍, ଶିଖ୍, ଜାଠ ଓ ମରହଟ୍ଟାମାନେ ଔରଙ୍ଗଜେବ୍‌ଙ୍କ ଶତ୍ରୁ ହୋଇପଡ଼ିଥିଲେ ।
(ii) କାରଣ ସେ ହିନ୍ଦୁମାନଙ୍କ ଉପରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ଏବଂ ସେମାନଙ୍କୁ ରାଜକାର୍ଯ୍ୟରୁ ଅନ୍ତର କରିଥିଲେ । ସେ ରାଜପୁତ୍, ଶିଖ୍, ଜାଠ, ମରହଟ୍ଟାମାନଙ୍କ ପ୍ରତି ଭଲ ବ୍ୟବହାର ଦେଖାଉନଥିଲେ ।

BSE Odisha 7th Class History Important Questions Chapter 6 ମୋଗଲ ସାମ୍ରାଜ୍ୟର ପତନ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 

Class 7 History Chapter 6 Questions And Answers ୧। ମୋଗଲମାନେ ଭାରତବର୍ଷକୁ କେତେ ବର୍ଷ ଶାସନ କରିଥିଲେ ?
Answer:
ମୋଗଲମାନେ ଭାରତବର୍ଷକୁ ଦୁଇଶହରୁ ଅଧ‌ିକ ବର୍ଷ ଶାସନ କରିଥିଲେ ।

Class 7 History Chapter 6 Extra Questions And Answers ୨। ମୋଗଲ ସାମ୍ରାଜ୍ୟ ପତନର ମୁଖ୍ୟ କାରଣ କ’ଣ ଥିଲା ?
Answer:
ଔରଙ୍ଗଜେବଙ୍କ ହିନ୍ଦୁ ବିଦ୍ବେଷ ନୀତି ମୋଗଲ ସାମ୍ରାଜ୍ୟର ପତନର ମୁଖ୍ୟ କାରଣ ଥିଲା ।

Chapter 6 History Class 7 Pdf Question Answer ୩ । ଔରଙ୍ଗଜେବ୍ ହିନ୍ଦୁମାନଙ୍କ ଉପରେ କେଉଁ କେଉଁ କର ବସାଇଥିଲେ ?
Answer:
ଔରଙ୍ଗଜେବ୍ ହିନ୍ଦୁମାନଙ୍କ ଉପରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ।

୪। ନାଦିର ଶାହ କିଏ ଥିଲେ ?
Answer:
ନାଦିର ଶାହ ପାରସ୍ୟର ସମ୍ରାଟ ଥିଲେ ।

୫। ନାଦିର ଶାହ କେତେ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ ?
Answer:
ନାଦିର ଶାହ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ ।

BSE Odisha 7th Class History Important Questions Chapter 6 ମୋଗଲ ସାମ୍ରାଜ୍ୟର ପତନ

୬। ମୟୂର ସିଂହାସନ କିଏ ନିର୍ମାଣ କରିଥିଲେ ?
Answer:
ମୋଗଲ ସମ୍ରାଟ ଶାହାଜାହାନ୍ ମୟୂର ସିଂହାସନ ନିର୍ମାଣ କରିଥିଲେ ।

୭ । ତୃତୀୟ ପାନିପଥ ଯୁଦ୍ଧ କେବେ ହୋଇଥିଲା ?
Answer:
ତୃତୀୟ ପାନିପଥ ଯୁଦ୍ଧ ୧୭୬୧ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।

୮। ତୃତୀୟ ପାନିପଥ ଯୁଦ୍ଧର ଫଳାଫଳ କ’ଣ ହେଲା ?
Answer:
ତୃତୀୟ ପାନିପଥ ଯୁଦ୍ଧରେ ଆଫଗାନିସ୍ଥାନର ଶାସକ ଅହମ୍ମଦଶାହ ଅବଦଲୀ ମରହଟ୍ଟାମାନଙ୍କୁ ପରାସ୍ତ କରିଥିଲେ ।

୯। ପର୍ତ୍ତୁଗୀଜ୍‌ମାନଙ୍କ ପରେ ଭାରତକୁ କିଏ ଆସିଥିଲେ ?
Answer:
ପର୍ତ୍ତୁଗୀଜମାନଙ୍କ ପରେ ଓଲନ୍ଦାଜ୍, ଦିନାମାର, ଇଂରେଜ ଓ ଫରାସୀମାନେ ଭାରତକୁ ଆସିଥିଲେ ।

୧୦ । ମୋଗଲ ସାମ୍ରାଜ୍ୟର ପତନ କେବେ ଘଟିଥିଲା ?
Answer:
ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟ ଭାଗରେ ମୋଗଲ ସାମ୍ରାଜ୍ୟର ପତନ ଘଟିଥିଲା ।

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର
(କ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ବାକ୍ୟାଶ ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ମୋଗଲ ସାମ୍ରାଜ୍ୟର ପତନ ପାଇଁ କିଏ ଦାୟୀ ?
(i) ଶାହାଜାହାନ
(ii) ଆକବର
(iii) ଔରଙ୍ଗଜେବ୍
(iv) ବାହାଦୂରଶାହ
Answer:
(iii) ଔରଙ୍ଗଜେବ୍

୨। ନାଦିର ଶାହ ଭାରତର କେଉଁ ଅଞ୍ଚଳ ଆକ୍ରମଣ କରି ହତ୍ୟା ଓ ଲୁଣ୍ଠନ କରିଥିଲେ ?
(i) ବମେ୍ୱ
(ii) ଲାହୋର
(iii) ଦିଲ୍ଲୀ
(iv) ସିନ୍ଧୁପ୍ରଦେଶ
Answer:
(iii) ଦିଲ୍ଲୀ

BSE Odisha 7th Class History Important Questions Chapter 6 ମୋଗଲ ସାମ୍ରାଜ୍ୟର ପତନ

୩ । ନାଦିର ଶାହଙ୍କ ଭାରତ ଆକ୍ରମଣ ଫଳରେ କେଉଁଟି ତାଙ୍କ ସାମ୍ରାଜ୍ୟଭୁକ୍ତ ହୋଇନଥିଲା ?
(i) ସିନ୍ଧୁପ୍ରଦେଶ
(ii) ବଙ୍ଗ
(iii) ଲାହୋର
(iv) କାବୁଲ
Answer:
(ii) ବଙ୍ଗ

୪। ଅହମ୍ମଦଶାହ ଅଲୀ ଓ ମରହଟ୍ଟାମାନଙ୍କ ମଧ୍ୟରେ ୧୭୬୧ ଖ୍ରୀଷ୍ଟାବ୍ଦରେ କେଉଁଠାରେ ଯୁଦ୍ଧ ହୋଇଥିଲା ?
(i) ହଳଦୀଘାଶ
(ii) ପାନିପଥ
(iii) ତାଲିକୋଟା
(iv) କାବୁଲ
Answer:
(ii) ପାନିପଥ

୫। ମୟୂର ମୟୂର ସିଂହାସନ ଭାରତରୁ କେଉଁଠାକୁ ଅପହୃତ ହୋଇଥିଲା ?
(i) କାବୁଲ
(ii) ଇରାକ୍
(iii) ପାରସ୍ଯ
(iv) ଆଫଗାନିସ୍ଥାନ
Answer:
(iii) ପାରସ୍ଯ

(ଖ) ଶୂନ୍ୟସ୍ଥାନ ପୂରଣ କର ।
୧। ______________ ଙ୍କ ଉଦାରନୀତି ଓ ସୁଶାସନ ମୋଗଲ ଶାସନର ଭିଭିକୁ ସୁଦୃଢ଼ କରିଥିଲା ।
Answer:
ଆକବର

୨ । ପ୍ରଥମେ _________________ଦେଶର ବଣିକମାନେ ନିଜର ବାଣିଜ୍ୟ କମ୍ପାନୀ ସହ ଭାରତ ଆସିଥିଲେ ।
Answer:
ପର୍ତ୍ତୁଗାଲ

୩। ________________ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଇଂରେଜମାନେ ଅଧୂକ ଶକ୍ତିଶାଳୀ ହୋଇ ଭାରତରେ ରାଜ୍ୟବିସ୍ତାର କଲେ ।
Answer:
ଅଷ୍ଟାଦଶ

୪। _______________ଙ୍କ ନେତୃତ୍ଵରେ ମରହଟ୍ଟାମାନେ ଦାକ୍ଷିଣାତ୍ୟରେ କ୍ଷମତା ବିସ୍ତାର କରିଥିଲେ ।
Answer:
ଶିବାଜୀ

BSE Odisha 7th Class History Important Questions Chapter 6 ମୋଗଲ ସାମ୍ରାଜ୍ୟର ପତନ

୫। ବଙ୍ଗଳାର ଶାସକ ବଙ୍ଗ ସହିତ ଓଡ଼ିଶା ଓ _________________ କୁ ମିଶାଇ ଏକ ବିରାଟ ଅଞ୍ଚଳ ଉପରେ ନିଜର ସ୍ଵାଧୀନତା ଘୋଷଣା କରିଥିଲେ ।
Answer:
ବିହାର

୬। ମରହଟ୍ଟାମାନେ ଦାକ୍ଷିଣାତ୍ୟର ଅହମ୍ମଦନଗର, ବିଜାପୁର ଓ ___________________ ର କେତେକ ଦୁର୍ଗ ଅଧିକାର କରିଥିଲେ ।
Answer:
ଗୋଲକୁଣ୍ଡା

୭। ଜାହାଙ୍ଗୀରଙ୍କ ଶାସନ ସମୟରେ ତାଙ୍କର ______________________ ରଜାହାନ ପ୍ରକୃତ ଶାସନଭାର ଗ୍ରହଣ କରିଥିଲେ ।
Answer:
ପତ୍ନୀ

୮। ମୋଗଲ ସମ୍ରାଟ __________________ ଙ୍କ ରାଜତ୍ଵ କାଳରେ ଭୂରାଜସ୍ୱ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା ।
Answer:
ଶାହାଜାହାନ୍

Leave a Comment