Odisha State Board BSE Odisha 6th Class Geography Solutions Chapter 6(b) ଆଫ୍ରିକା Textbook Exercise Questions and Answers.
BSE Odisha Class 6 Geography Solutions Chapter 6(b) ଆଫ୍ରିକା
୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।
(କ) ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ କେଉଁ ପର୍ବତ ଅବସ୍ଥିତ ?
Answer:
ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ ଆଟ୍ଲାସ ପର୍ବତମାଳା ଅବସ୍ଥିତ।
(ଖ) ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ଲେଖ।
Answer
ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ହେଲା – ନୀଳନଦୀ ଓ ଜାଇରେ।
(ଗ) ପୃଥିବୀର ବୃହତ୍ତମ ମରୁଭୂମିର ନାମ କ’ଣ ?
Answer:
ପୃଥିବୀର ବୃହତ୍ତମ ମରୁଭୂମିର ନାମ ହେଲା ସାହାରା।
(ଘ) କେଉଁମାନେ ଆଫ୍ରିକାର ମୂଳ ଅଧିବାସୀ ?
Answer:
ନିଟ୍ରୋମାନେ ଆଫ୍ରିକାର ମୂଳ ଅଧିବାସୀ।
(ଇ) ପୃଥିବୀର ଦୀର୍ଘତମ ନଦୀର ନାମ ଲେଖ। ଏହା କେଉଁ ସାଗରରେ ପଡ଼ିଅଛି ?
Answer:
ପୃଥିବୀର ଦୀର୍ଘତମ ନଦୀର ନାମ ହେଲା ନୀଳନଦୀ। ଏହା ଭୂମଧ୍ୟ ସାଗରରେ ପଡ଼ିଅଛି।
(ଚ) ମରୁଦ୍ୟାନ କେଉଁଠି ଦେଖାଯାଏ ?
Answer:
ମରୁଭୂମିରେ ଯେଉଁଠି ଝରଣା ରହିଥାଏ ସେହିଠାରେ ହିଁ ମରୂଦ୍ୟାନ ଦେଖାଯାଏ।
(ଛ) ପିରାମିଡ୍ କେଉଁ ଦେଶରେ ଦେଖିବାକୁ ମିଳେ ?
Answer:
ମିଶର ଦେଶରେ ପିରାମିଡ୍ ଦେଖିବାକୁ ମିଳେ।
୨। ଆଫ୍ରିକାର ଅଧ୍ୟାବାସୀଙ୍କର ପ୍ରଧାନ ଜୀବିକାଗୁଡ଼ିକ କ’ଣ କ’ଣ ବର୍ଣ୍ଣନା କର।
Answer:
(୧) ନୀଳନଦୀର ଉପତ୍ୟକା ଏବଂ ତା’ର ତ୍ରିକୋଣଭୂମି ଅଞ୍ଚଳରେ ମୁଭିକା ଉର୍ବର ଓ ଜଳସେଚନର ସୁବିଧା ଥିବା ଯୋଗୁଁ ଲୋକମାନେ କୃଷିକାର୍ଯ୍ୟ ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି।
(୨) ଭୂମଧ୍ଯସାଗର ତୀରବର୍ତ୍ତୀ ଅଞ୍ଚଳର ଲୋକେ ଅଙ୍ଗୁର,କମଳାଲେମ୍ବୁ ଇତ୍ୟାଦି ଫଳଚାଷ କରି ଜୀବିକା ନିର୍ବାହ କରନ୍ତି।
(୩) ତୃଣଭୂମିମାନଙ୍କରେ ଗୋରୁ, ମେଷ ଇତ୍ୟାଦି ପଶୁପାଳନ କରାଯାଏ।
(୪) ସୁନା, ହୀରା ଇତ୍ୟାଦି ଖଣି; ରବର, ଫଳ ଆଦି କୃଷି; ଶିଳ୍ପ, ବାଣିଜ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଅନେକ ଲୋକ ନିଯୁକ୍ତି ପାଇ ଜୀବିକା ନିର୍ବାହ କରନ୍ତି।
BSE Odisha 6th Class Geography Notes Chapter 6(b) ଆଫ୍ରିକା
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା
- ଆଫ୍ରିକା ମହାଦେଶ ପୃଥିବୀର ଦ୍ଵିତୀୟ ବୃହତ୍ତମ ମହାଦେଶ। ଏହା ୩୫° ଦକ୍ଷିଣ ଅକ୍ଷାଂଶରୁ ୩୭° ଉତ୍ତର ଅକ୍ଷାଂଶ ଏବଂ ୫୧° ପୂର୍ବ ଦ୍ରାଘିମାରୁ ୨୦° ପଶ୍ଚିମ ଦ୍ରାଘିମା ମଧ୍ଯରେ ଅବସ୍ଥିତ।
- ଆଫ୍ରିକା ମହାଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ଆଟ୍ଲାସ ପର୍ବତମାଳା, ଉତ୍ତରରେ ସାହାରା ମରୁଭୂମି ଏବଂ ଉପକୂଳବର୍ତୀ ଓ ନଦୀ ଉପତ୍ୟକା ଅଞ୍ଚଳରେ ସମତଳଭୂମି ଦେଖାଯାଏ।
- ଆଫ୍ରିକା ମହାଦେଶରେ ପ୍ରବାହିତ ନୀଳନଦୀ ପୃଥିବୀର ଦୀର୍ଘତମ ନଦୀ। ଅନ୍ୟାନ୍ୟ ନଦୀ ମଧ୍ୟରେ ଜାଇରେ, ନାଇଜର, ଜାମ୍ବେଜୀ ଓ ଅରେଞ୍ଜ ଆଦି ମୁଖ୍ୟ।
- ଆଫ୍ରିକାର ଜଳବାୟୁ ଉଷ୍ମ ଓ ବର୍ଷସାରା ଅଧିକ ତାପମାତ୍ରା ଅନୁଭୂତ ହୁଏ। ଆଲ ଆଜିଜିୟାଠାରେ ପୃଥିବୀର ସର୍ବୋଚ୍ଚ ତାପମାତ୍ରା ୫୮ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।
- ଆଫ୍ରିକାର ଅରଣ୍ୟରେ ସିମ୍ପାଞ୍ଜି, ମାଙ୍କଡ଼, ହସ୍ତୀ, ଜଳହସ୍ତୀ, ଗଣ୍ଡା, କୁମ୍ଭୀର, ବିଭିନ୍ନ ପ୍ରକାର ସାପ ଓ ପକ୍ଷୀ ବାସ କରନ୍ତି।
- ଦକ୍ଷିଣ ଆଫ୍ରିକା, ଜାଇରେ, ନାଇଜେରିଆ, ସୁଦାନ, ତାଞ୍ଜାନିଆ, ଘାନା, ଜାମ୍ବିଆ, ଆଲଜେରିଆ, ମରକୋ, ଇଜିପ୍ଟ, ଇଥ୍ଓପିଆ ଆଦି ଏହି ମହାଦେଶର ପ୍ରଧାନ ରାଷ୍ଟ୍ର।
- ଆଫ୍ରିକା ମହାଦେଶର ପ୍ରଧାନ ସହରଗୁଡ଼ିକ ହେଉଛି ଜୋହାନସ୍ବର୍ଗ, ଆଲେକ୍ଜାଣ୍ଡ୍ରିଆ, ଆଦିସଆବାବା, ପ୍ରିଟୋରିଆ, କାଇରୋ, ତ୍ରିପୋଲି, ଖାଋତୁମ, ଲାଗୋସ୍ ଇତ୍ୟାଦି । କାଇରୋ ମିଶରର ରାଜଧାନୀ ଓ ଆଫ୍ରିକା ମହାଦେଶର ବୃହତ୍ତମ ସହର।
- ଏହି ମହାଦେଶରେ ସାଧାରଣତଃ ଆଫ୍ରିକୀୟ ଏବଂ ଅଣଆଫ୍ରିକୀୟ ଅଧ୍ବବାସୀ ବାସ କରନ୍ତି। ନିଗ୍ରୋମାନେ ଆଫ୍ରିକାର ପ୍ରାଚୀନ ଅଧ୍ଵସୀ। ଏହି ଅଧ୍ବବାସୀମାନେ କୃଷି, ଶିଳ୍ପ, ବାଣିଜ୍ୟ ଓ ଗମନାଗମନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଥା’ଛି।