Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Go through 7th Class Science Book Odia Medium Question Answer and Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ to understand textbook questions more clearly.

7th Class Science Chapter 7 Question Answer Odia Medium

Class 7 Science Chapter 7 Odia Medium

ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା

Question 1.
ପ୍ରତ୍ୟେକ କ୍ଷେତ୍ରରେ ଠିକ୍ ବାଛ ।
ଚିତ୍ରରେ ଦେଖାଯାଇଥ‌ିବା ତୁମ ବାପା ଓ ‘ଖ’ ଦୁଇଟି ଭିନ୍ନ ପଦାର୍ଥରେ ତିଆରି ଏକ ପାତ୍ର କିଣିଥିଲେ ।
ପଦାର୍ଥ ‘କ’ ଏବଂ ପଦାର୍ଥ ‘ଖ’ ର ନିମ୍ନଲିଖତ କେଉଁ ଗୁଣଗୁଡ଼ିକ ଅଛି ?
Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 1
(i) କି ଏବଂ ଖ ଉଭୟ ତାପର ସୁପରିବାହୀ ।
(ii) କ ଏବଂ ଖ ଉଭୟ ତାପର କୁପରିବାହୀ ।
(iii) ‘କ’ ହେଉଛି ତାପର ସୁପରିବାହୀ ଏବଂ ‘ଖ’ ହେଉଛି ତାପର କୁପରିବାହୀ ।
(iv) ‘କ’ ହେଉଛି ତାପର କୁପରିବାହୀ ଏବଂ ‘ଖ’ ହେଉଛି ତାପର ସୁପରିବାହୀ ।
Answer:
(iii) ‘କ’ ହେଉଛି ତାପର ସୁପରିବାହୀ ଏବଂ ‘ଖ’ ହେଉଛି ତାପର କୁପରିବାହୀ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 2.
ଧାତବ ପାତରେ ଲାଗିଥିବା ମହମରେ ପିନ୍‌ଗୁଡ଼ିକ ଲଗାଯାଇଛି । ଚିତ୍ରରେ ଦେଖାଯାଇଥ‌ିବା ପରି ମହମବତୀକୁ ରଡ୍ ତଳେ ରଖାଯାଇଛି । ନିମ୍ନଲିଖିତ ମଧ୍ୟରୁ କ’ଣ ଘଟିବ ?
Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 2
(କ) ସମସ୍ତ ପିନ୍ ପ୍ରାୟ ଏକା ସମୟରେ ପଡ଼ିଯିବ ।
(ଖ) ପିନ୍ I ପିନ୍ II ପିନ୍ III ପିନ୍ IV ଅପେକ୍ଷା ଶୀଘ୍ର ପଡ଼ିଯିବ ।
(ଗ) ପିନ୍ I ଓ II; ପିନ୍ III ଓ IV ର ପରେ ପଡ଼ିବ ।
(ଘ) ପିନ୍ II ଏବଂ III ପ୍ରାୟ ସମାନ ସମୟରେ ପଡ଼ିଯିବ ।
Answer:
(ଘ) ପିନ୍ II ଏବଂ III ପ୍ରାୟ ସମାନ ସମୟରେ ପଡ଼ିଯିବ ।

Question 3.
ଧୂଆଁ ଚିହ୍ନଟକାରୀ ଏକ ଉପକରଣ ଯାହା ଧୂଆଁ ଚିହ୍ନଟ କରେ ଏବଂ ଆଲାରାମ ବଜାଏ । ତୁମ ଘରେ ଏଥିପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ କେଉଁଠି ହେବ :
(କ) ଚଟାଣ ନିକଟରେ
(ଗ) ଛାତ ଉପରେ
(ଖ) କାନ୍ଥର ମଝିରେ
(ଘ) କୋଠରିରେ ଯେକୌଣସି ସ୍ଥାନରେ
Answer:
(ଗ) ଛାତ ଉପରେ

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 4.
ଜଣେ ଦୋକାନୀ ତୁମକୁ ଗୋଟିଏ ଗ୍ଲାସରେ ଥଣ୍ଡା ଲସି ପରିବେଷଣ କରିଥିଲେ । ଘଟଣାକ୍ରମେ, ଗ୍ଲାସ୍‌ଟିରେ ଛୋଟ ଛିତ୍ର ଥିଲା । ଦୋକାନୀ ଛିଦ୍ରଯୁକ୍ତ ଗ୍ଲାସକୁ ରଖିବା ପାଇଁ ତୁମକୁ ଆଉ ଗୋଟିଏ ପାତ୍ର ହେଇଥଲେ । ଏହା କ’ଣ ଲସିକୁ ଅଧୁକ ସମୟ ପାଇଁ ଥଣ୍ଡା ରଖୁବାରେ ସାହାଯ୍ୟ କରିପାରିବ ? ବାଖ୍ୟା କର ।
Answer:
ଏହି ପ୍ରକ୍ରିୟା ଲସିକୁ ଅଧ‌ିକ ସମୟ ଥଣ୍ଡା ରଖୁପାରିବ କାରଣ

  1. ଦୁଇଟି କାନ୍ଥ ମଧ୍ଯରେ ବାୟୁ ଅଟକି ରହିଯାଏ ।
  2. ବାୟୁ ତାପର କୁପରିବାହୀ ଅଟେ ।
  3. ଅଟକିଥିବା ବାୟୁ ବାହାର ବାୟୁର ସଂସ୍ପର୍ଶରେ ଆସିପାରେ ନାହିଁ ।
  4. ଏହି କାରଣରୁ ଲସି ଅଧ‌ିକ ସମୟ ଥଣ୍ଡା ରହିଥାଏ ।

Question 5.
ନିମ୍ନଲିଖତ ବକ୍ତବ୍ୟଗୁଡ଼ିକ ସତ୍ୟ [T] କିମ୍ବା ମିଥ୍ୟା [F] କାରଣ ସହିତ କୁହ ।
(i) କଠିନ ପଦାର୍ଥରେ ପରିଚଳନଦ୍ୱାରା ତାପ ସ୍ଥାନାନ୍ତର ହୁଏ ।
Answer:
(F) କାରଣ, କଠିନ ପଦାର୍ଥରେ ପରିବହନଦ୍ୱାରା ତାପ ସ୍ଥାନାନ୍ତର ହୋଇଥାଏ । କଣିକାରୁ କଣିକାକୁ ତାପ ସ୍ଥାନାନ୍ତର ହୁଏ, କଣିକାଗୁଡ଼ିକ ଗତି କରି ନଥାନ୍ତି ।

(ii) ପରିଚଳନରେ କଣିକାଗୁଡ଼ିକର ଗତି ମାଧ୍ୟମରେ ତାପ ସ୍ଥାନାନ୍ତରଣ ହୁଏ ।
Answer:
(T) କାରଣ, କଣିକାଦ୍ଵାରା ତାପ ସ୍ଥାନାନ୍ତରଣ ଗରମ ସ୍ଥାନରୁ ଥଣ୍ଡା ସ୍ଥାନକୁ ଯାଇଥାଏ ।

(iii) କାଦୁଅ ଥ‌ିବା ଅଞ୍ଚଳଗୁଡ଼ିକ ବାଲିଆ ଅଞ୍ଚଳ ଅପେକ୍ଷା ଅଧିକ ଜଳ ଅନ୍ତଃଶୋଷଣ କରିଥାଏ ।
Answer:
(F) କାରଣ, କାଦୁଆ ମୃତ୍ତିକାରେ କଣିକା ମଧ୍ଯରେ ଅଳ୍ପ ଫାଙ୍କା ସ୍ଥାନ ଥାଏ ଓ ବାଲି କଣିକା ମଧ୍ଯରେ କାଦୁଅ ଅପେକ୍ଷା ସ୍ଥାନ ଅଧୁକ ରହିଥାଏ ।

(iv) ସ୍ଥଳଭାଗରୁ ସମୁଦ୍ରକୁ ଶୀତଳ ବାୟୁର ପ୍ରବାହକୁ ସମୁଦ୍ର ବାୟୁ କୁହାଯାଏ ।
Answer:
(T) କାରଣ, ରାତିରେ ସ୍ଥଳଭାଗ, ଜଳଭାଗ ଅପେକ୍ଷା ଶୀଘ୍ର ଶୀତଳ ହୁଏ ଓ ସ୍ଥଳଭାଗରୁ ଥଣ୍ଡା ବାୟୁ ସମୁଦ୍ର ଆଡ଼କୁ ପ୍ରବାହିତ ହୁଏ । ତେଣୁ ଏହାକୁ ସ୍ଥଳ ବାୟୁ କୁହାଯାଏ ।

Question 6.
ଏକ ପାତ୍ରରେ ରଖାଯାଇଥିବା କିଛି ବରଫ ଖଣ୍ଡ କେବେ କେବେ ପାଣିରେ ତରଳିଯାଏ । ଏଥପାଇଁ ବରଫ ଖଣ୍ଡଗୁଡ଼ିକ କେଉଁଠାରୁ ଉତ୍ତାପ ପାଆନ୍ତି ?
Answer:

  • ଏଠାରେ ବରଫ ଖଣ୍ଡଗୁଡ଼ିକ ତାପ ପାର୍ଶ୍ଵବର୍ତୀ ବାୟୁରୁ ଏବଂ ଯେଉଁ ପାତ୍ରରେ ରହିଥାଏ, ସେହି ପାତ୍ରର ପୃଷ୍ଠଦେଶରୁ ପାଇଥାଏ ।
  • ଫଳରେ ବରଫ ଖଣ୍ଡଗୁଡ଼ିକ ତାପ ଶୋଷଣ କରି କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତିତ ହୋଇଥାନ୍ତି ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 7.
ଏକ ଜଳନ୍ତା ଧୂପକାଠି ତଳ ମୁହାଁ କରି ଲଗାଯାଇଛି । ଧୂପକାଠିରୁ ଧୂଆଁ କେଉଁ ଦିଗରେ ବାହାରିବ ? ଏକ ଚିତ୍ର ସାହାଯ୍ୟରେ ଧୂଆଁର ଗତି ଦେଖାଅ ।
Answer:

  • ଜଳନ୍ତା ଧୂପକାଠିକୁ ତଳମୁହାଁ କରି ରଖୁଲେ ମଧ୍ଯ ଧୂପକାଠିରୁ ଧୂଆଁ ଉପରକୁ ଉଠିଥାଏ ।
  • ଧୂପକାଠିରୁ ନିର୍ଗତ ଧୂଆଁ ଗରମ ହୋଇଥିବାରୁ ପାର୍ଶ୍ଵରେ ଥ‌ିବା ବାୟୁଠାରୁ ହାଲୁକା ହୋଇଥାଏ, ତେଣୁ ଉପରକୁ ଉଠିଯାଏ ।

Question 8.
ପାଣି ଥ‌ିବା ଦୁଇଟି ଟେଷ୍ଟଟ୍ୟୁବ୍ ଏକ ମହମବତୀର ନିଆଁଦ୍ଵାରା ଗରମ କରାଯାଇଛି ଚିତ୍ରରେ ଦେଖାଯାଇଛି । କେଉଁ ଥର୍ମୋମିଟର (ଚିତ୍ର ‘କ’ କିମ୍ବା ଚିତ୍ର ‘ଖ’) କେଉଁ ଟେଷ୍ଟଟ୍ୟୁବ୍‌ରେ ଅଧିକ ତାପମାତ୍ରା ରେକର୍ଡ଼ କରିବ ?
Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 10
ଦୁଇଟି ଟେଷ୍ଟ ଟ୍ୟୁବ୍‌ରେ ବୁଡ଼ାଯାଇଥବା ଦୁଇଟି ଥର୍ମୋମିଟର
Answer:

  1. ଚିତ୍ର (କ) ରେ ଦର୍ଶାଯାଇଥ‌ିବା ଅବସ୍ଥାରେ ଥର୍ମୋମିଟର ଅଧ‌ିକ ତାପମାତ୍ରା ସଂଗ୍ରହ କରିଥାଏ କାରଣ
  2. ଟେଷ୍ଟଟ୍ୟୁବ୍‌ର ତଳ ଅଂଶରେ ଥିବା ଜଳ ମହମବତୀଦ୍ଵାରା ଉତ୍ତପ୍ତ ହୋଇ ଉପରକୁ ଉଠିଥାଏ ଓ ଉପରେ ଥ‌ିବା ଥଣ୍ଡାପାଣି ପରିଚଳନ ଦ୍ଵାରା ନିମ୍ନମୁଖୀ ହୋଇଥାଏ ।

Question 9.
ଅତ୍ୟଧ‌ିକ ଗରମ ଅଞ୍ଚଳରେ ବାହ୍ୟ
Answer:
ଅତ୍ୟଧ‌ିକ ଗରମ ଅଞ୍ଚଳରେ ବାହ୍ୟ ନିର୍ମାଣ ପାଇଁ କାହିଁକି ଫମ୍ପା ଇଟା ବ୍ୟବହାର କରାଯାଏ ? ନିର୍ମାଣ ପାଇଁ ଫମ୍ପା ଇଟା ବ୍ୟବହାର କରାଯାଏ କାରଣ ଇଟା ଭିତରେ ଆବଦ୍ଧ ହୋଇ ରହିଥ‌ିବା ବାୟୁ ତାପ କୁପରିବାହୀ ଅଟେ । ଫଳରେ ବାହାରର ତାପମାତ୍ରା ଏହାକୁ ଭେଦ କରି ଘର ଭିତରକୁ ଆସିପାରେ ନାହିଁ ଓ ଘର ଥଣ୍ଡା ରହିଥାଏ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 10.
ବଡ଼ ଜଳାଶୟଗୁଡ଼ିକ କିପରି ତା’ର ଚତୁଃପାର୍ଶ୍ଵର ଅତ୍ୟଧ୍ବକ ତାପମାତ୍ରାକୁ ଅବରୋଧ କରିଥାଏ, ତାହା ବ୍ୟାଖ୍ୟା କର ।
‍Answer:

  1. କାରଣ ସ୍ଥଳଭାଗଠାରୁ ଜଳଭାଗ ବିଳମ୍ବରେ ଉତ୍ତପ୍ତ ଓ ଥଣ୍ଡା ହୋଇଥାଏ । ଦିନବେଳେ ସ୍ଥଳଭାଗ ଅଞ୍ଚଳର ବାୟୁ ଶୀଘ୍ର ଉତ୍ତପ୍ତ ହୋଇ ହାଲୁକା ହୁଏ ଓ ଉପରକୁ ଉଠିଥାଏ । ଏହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଜଳାଶୟ ଉପରିସ୍ଥ ଶୀତଳ ବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ ।
  2. ସେହିପରି ରାତିହେଲେ ସ୍ଥଳଭାଗ ଅଞ୍ଚଳ ଶୀଘ୍ର ଶୀତଳ ହୁଏ । ଜଳାଶୟ ଉପରେ ଥ‌ିବା ବାୟୁ ଗରମ ହୋଇ ଉପରକୁ ଉଠିଯାଏ ଏବଂ ସେହି ସ୍ଥାନ ପୂରଣ କରିବା ପାଇଁ ସ୍ଥଳଭାଗରୁ ଶୀତଳ ବାୟୁ ଜଳାଶୟ ଆଡ଼କୁ ପ୍ରବାହିତ ହୁଏ । ଏହି ପ୍ରକ୍ରିୟାରେ ବୃହତ୍ ଜଳାଶୟଗୁଡ଼ିକ ତା’ର ଚତୁଃପାର୍ଶ୍ଵର ଅତ୍ୟଧୂକ ତାପମାତ୍ରାକୁ ଅବରୋଧ କରିଥାଏ ।

Question 11.
ପୃଥ‌ିବୀ ପୃଷ୍ଠ ଦେଇ ଜଳ କିପରି ଅନ୍ତଃପ୍ରବେଶ କରି ଭୂତଳ ଜଳ ଭାବରେ ସଂରକ୍ଷିତ ହୁଏ ତାହା ବ୍ୟାଖ୍ୟା କର ।
Answer:

  • ବର୍ଷାହେଲେ ବର୍ଷା ଜଳ ପୃଥ‌ିବୀ ପୃଷ୍ଠରେ ପଡ଼େ । କିଛି ଜଳ ନଦୀ, ହ୍ରଦ ଓ ପୁଷ୍କରିଣୀକୁ ବହିଯାଏ ଏବଂ ଅବଶିଷ୍ଟ ଜଳ ମୃତ୍ତିକାଦ୍ଵାରା ଅବଶୋଷିତ ହୋଇଥାଏ । ଏହି ପ୍ରକ୍ରିୟାକୁ ଅବଶୋଷଣ କୁହାଯାଏ ।
  • ମୃତ୍ତିକାର ଛିଦ୍ର ଏକ ପଥର ମଧ୍ୟଦେଇ ଜଳ ଭୂପୃଷ୍ଠ ମଧ୍ୟକୁ ପ୍ରବେଶ କରେ । ଭୂପୃଷ୍ଠ ତଳେ ଥିବା ପଥରଗୁଡ଼ିକର ଅବଶିଷ୍ଟାଶ ଏବଂ ଖୋଲାସ୍ଥାନଗୁଡ଼ିକରେ ସଂଗୃହୀତ ହୋଇ ରହେ । ଏହି ଜଳକୁ ଭୂତଳ ଜଳ କୁହାଯାଏ ।

Question 12.
ଜଳଚକ୍ର ପୃଥ‌ିବୀର ଜଳ ପରିମାଣକୁ ପୁନଃବଣ୍ଟନ ଏବଂ ପୁନଃଭରଣରେ ସାହାଯ୍ୟ କରେ । ଉକ୍ତିର ଯଥାର୍ଥତା ଦର୍ଶାଅ ।
Answer:

  • ଜଳର ନିରନ୍ତର ଗତି ଜଳୀୟ ବାଷ୍ପ ଭାବରେ ଉପରକୁ ଉଠିବା ଏବଂ ବୃଷ୍ଟିପାତ ମାଧ୍ୟମରେ ତଳକୁ ଆସି ମାଟି, ପଥର ଓ ଉଭିଦ ଦେଇ ଗତିକରି ଶେଷରେ ଜଳଉତ୍ସକୁ ଫେରିଯିବା ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ ।
  • ଜଳଚକ୍ର ପ୍ରକ୍ରିୟା ସମୁଦ୍ର, ହ୍ରଦ ଓ ନଦୀର ଜଳ ସୂର୍ଯ୍ୟକିରଣରେ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳରେ ମିଶିଯାଏ । ଏହା ବ୍ୟତୀତ ଉସ୍ପେଦନ ପ୍ରକ୍ରିୟାର ଉଭିଦ ବାୟୁମଣ୍ଡଳକୁ ଜଳୀୟବାଷ୍ପ ଛାଡ଼ିଥାଏ । ଏହି ଜଳୀୟ ବାଷ୍ପ ବାୟୁମଣ୍ଡଳର ଉପରସ୍ତରକୁ ଯାଇ ଥଣ୍ଡା ହୋଇ ଜଳକଣାରେ ପରିଣତ ହେବାପରେ ଓଜନିଆ ହୋଇ ଭୂପୃଷ୍ଠକୁ ବର୍ଷା କିମ୍ବା ତୁଷାରପାତ ରୂପେ ଫେରିଆସେ ।
  • ପୃଥ‌ିବୀ ପୃଷ୍ଠରେ ପଡ଼ୁଥୁବା ବର୍ଷାଜଳ ପୋଖରୀ, ହ୍ରଦ, ନଦୀ ଓ ପରିଶେଷରେ ସମୁଦ୍ରରେ ମିଶିଯାଏ କିମ୍ବା ଭୂମି ଭିତରକୁ ପ୍ରବେଶ କରିଥାଏ ।
  • ଏହା ଜଳର ପୁନଃଭରଣରେ ସାହାଯ୍ୟ କରେ ଏବଂ ନଦୀ, ହ୍ରଦ ଓ ସମୁଦ୍ରରେ ଜଳ ପୂରଣ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଏହି ପ୍ରକ୍ରିୟା ଦ୍ଵାରା ପୃଥିବୀରେ ଥିବା ମୋଟ ଜଳର ପରିମାଣ ସଂରକ୍ଷିତ ରୁହେ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ଅନୁସନ୍ଧାନମୂଳକ ପ୍ରକଳ୍ପ

Question 1.
ସମାଜ : ଜଳ ଅମଳ ସ୍ଥାନ କିମ୍ବା ପୁନଃଭରଣ ପିଟ୍ ପରିଦର୍ଶନ କର ।
ଲୋକଙ୍କଠାରୁ ଜାଣ ଯେ ସେଗୁଡ଼ିକ କେଉଁଥ‌ିରେ ନିର୍ମିତ ଏବଂ କିପରି କାମ କରନ୍ତି । ଚିତ୍ର ସହିତ ଏକ ରିପୋର୍ଟ ପ୍ରସ୍ତୁତ କର ।
Answer:
(a) ଜଙ୍ଗଲ କ୍ଷୟଦ୍ଵାରା ପାହାଡ଼ିଆ ଅଞ୍ଚଳରେ ବୃଷ୍ଟିଜଳ ଭୂଜଳକୁ ଗତି ନକରି କ୍ଷିପ୍ର ଗତିରେ ଭୂପୃଷ୍ଠରେ ବହିଯିବା ଫଳରେ ମୃତ୍ତିକା କ୍ଷୟ ହେବା ସହିତ ଭୂତଳ ଜଳର ପରିମାଣ ହ୍ରାସ ପାଇଥାଏ ।
(b) ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରାଗଲେ ଓ ପଥର ଅଟକ ବନ୍ଧ ଦେଇ ଜଳପ୍ରବାହର କ୍ଷିପ୍ରତାକୁ ହ୍ରାସ କରାଇଲେ, ଜଳ ଭୂତଳକୁ ପ୍ରବେଶ କରିବାର ମାତ୍ରା ବୃଦ୍ଧି ପାଇଥାଏ ।
(c) ଏହି ପ୍ରକ୍ରିୟାକୁ ଜଳଛାୟା ପରିଚାଳନା କୁହାଯାଏ ଓ ପାହାଡ଼ର ଗଡ଼ାଣିଆ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନଲିଖୁ ପଦକ୍ଷେପମାନ ଗ୍ରହଣ କରାଯାଏ ।

(i) ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ କ୍ଷୟକୁ ରୋକିବା ଏବଂ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ।
(ii) ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ଛୋଟ ଛୋଟ ପଥର ବନ୍ଧ ନିର୍ମାଣ କରାଯାଇ ବର୍ଷାଜଳକୁ ଅଟକାଇ ରଖାଯାଏ ।
(iii) ଜଳଛାୟା ଅଞ୍ଚଳରେ କୃଷିକାର୍ଯ୍ୟକୁ ତ୍ୱରାନ୍ଵିତ କରି ସ୍ଥାନୀୟ ଅସ୍ଵାସୀମାନଙ୍କ ଆୟବୃଦ୍ଧି କରାଯାଏ, ଫଳରେ ସେମାନେ ଜଙ୍ଗଲ କାଟିବାରୁ ନିବୃତ୍ତ ରୁହନ୍ତି ଓ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଅନୁପ୍ରେରିତ ହୋଇଥା’ନ୍ତି ।

Question 2.
କାର୍ଯ୍ୟ : ଏକ ଧାତୁ ଚାରିପାଖରେ ଏକ ପତଳା କାଗଜ ଫିତାକୁ ଜୋରରେ ଗୁଡ଼ାଅ ।
ଏହାର ଘୂର୍ଣ୍ଣନ ସମୟରେ ଏକ ମହମବତୀ ସାହାଯ୍ୟରେ କାଗଜକୁ ଜାଳିବାକୁ ଚେଷ୍ଟା କର । କାଗଜ ଜଳୁଛି କି ?
ତୁମର ପର୍ଯ୍ୟବେକ୍ଷଣକୁ ବ୍ୟାଖ୍ୟା କର ।
Answer:
କାଗଜ ଜଳିବ ନାହିଁ କାରଣ ଧାତୁର ଘୂର୍ଣ୍ଣନ ସମୟରେ ସେଠାରେ ଥିବା ହୋଇଥାଏ ଓ ଏହି ସ୍ଥାନକୁ ଶୀତଳ ବାୟୁ ଆସୁଥିବା କାରଣରୁ ଓ କାଗଜଫିତା ବାୟୁ ଦୂର ସ୍ଥାନକୁ ପ୍ରବାହିତ ପ୍ରଜ୍ଜ୍ୱଳନ ତାପମାତ୍ରା ପାଇବାରୁ ବଞ୍ଚିତ ହେବା କାରଣରୁ ଏହା ଜଳିବ ନାହିଁ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 3.
କାର୍ଯ୍ୟ : ଏକ କାଗଜ ନିଅ । ଏଥ‌ିରେ ଦେଖାଯାଇଥିବା ପରି ଏକ ଅଙ୍କାବଙ୍କା ଚିତ୍ର ଆଙ୍କ (ଚିତ୍ର ‘କ’) ଅଙ୍କାବଙ୍କା ଚିତ୍ର ସହିତ କାଗଜକୁ କାଟି ଏହି କାଗଜକୁ ଏକ ଜଳନ୍ତା ମହମବତୀ ଉପରେ ଝୁଲାଇ ଦିଏ । ତୁମର ପର୍ଯ୍ୟବେକ୍ଷଣକୁ ବ୍ୟାଖ୍ୟା କର । (ଚିତ୍ର ‘ଖ’)
Answer:
ଦେଖାଯିବ ଯେ କୁଣ୍ଡଳାକାର କାଗଜଟି ଘୂରିବାକୁ ଲାଗୁଛି କାରଣ ମହମବତୀଟି ଜଳୁଥିବାରୁ ଏହାର ଶିଖା ପାଖରେ ଥ‌ିବା ବାୟୁ ଉତ୍ତପ୍ତ ହୋଇ ହାଲୁକା ହୁଏ ଓ ଊର୍ଦ୍ଧ୍ୱଗାମୀ ହୋଇଥାଏ । କାଗଜଟିକୁ ଗୋଲାକାର (କୁଣ୍ଡଳାକୃତି) ଭାବରେ କଟାଯାଇଥିବାରୁ ହାଲୁକା ଓ ଊର୍ଦ୍ଧ୍ୱଗାମୀ ବାୟୁପ୍ରବାହଦ୍ଵାରା ଏହା ବୁଲିବାକୁ ଲାଗିଥାଏ ।
Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 3

ଶୂନ୍ୟସ୍ଥାନ ପୂରଣ କର ।

(i) ଖରା । ଦି ନେ ଜଳ ର _______ ପ୍ରକ୍ରିୟା ଦ୍ରୁତ ହୋଇଥାଏ ।
Answer:
ବାଷ୍ପୀଭବନ

(ii) ପଶମ କପଡ଼ାରେ ଥ‌ିବା ଛିଦ୍ର ______ ଧରିରଖେ ।
Answer:
ବାୟୁ

(iii) ଜଳ, ବାୟୁ ପରି _______ ପ୍ରକ୍ରିୟା ଦ୍ଵାରା ଗରମ ହୋଇଥାଏ ।
Answer:
ପରିଚଳନ

(iv) ପୃଥିବୀରେ ଥ‌ିବା ମୋଟ ଜଳର ପରିମାଣ _______ ଯୋଗୁ ସ୍ଥିର ରୁହେ ।
Answer:
ଜଳଚକ୍ର

(v) ଲଦାଖରେ ବସନ୍ତ ଋତୁରେ ________ ଧୀରେ ତରଳି ଯାଏ ।
Answer:
ବରଫ ସ୍ତୂପ

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

(vi) ଧୂଆଁ ହେଉଛି କ୍ଷୁଦ୍ର କଣିକାର _________ ।
Answer:
ମିଶ୍ରଣ

(vii) କଣିକାଗୁଡ଼ିକର ଗତିଦ୍ୱାରା ତାପ ସ୍ଥାନାନ୍ତରଣକୁ ________ କୁହାଯାଏ ।
Answer:
ପରିଚଳନ

(viii) ତାପ ସ୍ଥାନାନ୍ତରଣ ପାଇଁ, _______ ପ୍ରକ୍ରିୟାରେ ମାଧ୍ୟମ ଅନାବଶ୍ୟକ ।
Answer:
ବିକିରଣ

(ix) ତାପ ନିକଟସ୍ଥ କଣିକାକୁ _______ ପ୍ରକ୍ରିୟାରେ ସଞ୍ଚରିତ ହୋଇଥାଏ ।
Answer:
ପରିବହନ

(x) ହିମାଳୟ ଅଞ୍ଚଳରେ ଘରକୁ ଗରମ ରଖୁବା ପାଇଁ ______ ନାମକ ପାରମ୍ପରିକ ଉପକରଣ ବ୍ୟବହାର କରାଯାଏ ।
Answer:
ବୁଖାରି

(xi) ପାଣି ଗରମ ହେଲେ ________ ହୋଇଥାଏ ।
Answer:
ବିସ୍ତାରିତ

(xii) ବାଷ୍ପୀଭବନରେ ସୂର୍ଯ୍ୟର _______ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
Answer:
ଉତ୍ତାପ

(xiii) ଭୂଗର୍ଭ ଜଳର ସ୍ଥାୟୀ ଯୋଗାଣ _______ ଦ୍ଵାରା ନିଶ୍ଚିତ ହୁଏ ।
Answer:
ଜଳଚକ୍ର

(xiv)ପରିବେଶର ଜଳବାୟୁ ________ ଦ୍ଵାରା ନିୟନ୍ତ୍ରିତ ହୁଏ ।
Answer:
ସୂର୍ଯ୍ୟ

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

(xv) ଲଦାଖରେ _______ ଦ୍ଵାରା ଜଳ ସଂଗ୍ର ହ କରାଯାଏ ।
Answer:
ବରଫ ସ୍ତପ

ଉକ୍ତିଟି ଭୁଲ ଥିଲେ (✗) ଓ (✓) ଠିକ୍ ଥିଲେ ( ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

(i) ମାଟି, ପାଣି ଅପେକ୍ଷା ଦ୍ରୁତ ଗତିରେ ଗରମ ହୋଇଥାଏ ।
Answer:
(✓)

(ii) ବାୟୁ ଗରମ ହେଲେ ବିସ୍ତାରିତ ହୁଏ ।
Answer:
(✓)

(iii) କମ୍ବଳ ଅପେକ୍ଷା ଦୁଇଟି ପତଳା ଚାଦର ଅଧିକ ଉପଯୋଗୀ ।
Answer:
(✓)

(iv) ଅଧାତବ ପଦାର୍ଥଗୁଡ଼ିକ ତାପର ସୁପରିବାହୀ ।
Answer:
(✗)

(v) ଶୀତ ଦିନରେ, ସ୍ଥଳଭାଗରେ ବାଲି କିମ୍ବା ମାଟି ସମୁଦ୍ର ଜଳ ଅପେକ୍ଷା ଗରମ ଅଟେ ।
Answer:
(✓)

(vi) ବାୟୁ ଗରମ ହେଲେ ଅଧ‌ିକ ସ୍ଥାନ ଅଧିକାର କରେ ।
Answer:
(✓)

(vii) ମାଟି ଓ ଚିନାମାଟି ତାପ ସୁପରିବାହୀ ଅଟନ୍ତି ।
Answer:
(✗)

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

(viii) ଧାତୁ ଭଳି ପଦାର୍ଥ ମଧ୍ୟଦେଇ ତାପ ସହଜରେ ଗତି ପରିପାରେ ।
Answer:
(✓)

(ix) ବି ଷୁ ବ ରେ ଖା ଅ ଞ୍ଚଳ ରେ ଜଳ ବ ୟୁ ସାଧାରଣତଃ ଉଷ୍ଣ ।
Answer:
(✓)

(x) ଶୀତଦିନେ ରାତିରେ ସ୍ଥଳଭାଗର ବାଲି କିମ୍ବା ମାଟି ସମୁଦ୍ରଜଳ ଅପେକ୍ଷା ଗରମ ।
Answer:
(✗)

(xi) ଧୂଆଁ ସର୍ବଦା ଉପରକୁ ଉଠିଥାଏ।
Answer:
(✓)

(xii) କାଚ ଓ କାଠ କୁପରିବାହୀ ଅଟନ୍ତି ।
Answer:
(✗)

(xiii) ତାପ ପରିବହନ ବେଳେ କଣିକାଗୁଡ଼ିକର ସ୍ଥିତି ସ୍ଥିର ନଥାଏ ।
Answer:
(✓)

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

(xiv) ପୃଥ‌ିବୀରେ ଆମ ପାଇଁ ସୂର୍ଯ୍ୟ ହେଉଛି ତାପ ଓ ଆଲୋକର ମୁଖ୍ୟ ଉତ୍ସ ।
Answer:
(✓)

(xv) ବାୟୁ ଗରମ ହେଲେ ହାଲୁକା ହୋଇ ଉପରକୁ ଡଠୋ
Answer:
(✓)

ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ବାୟୁ ସୁପରି ବାହୀ
(b) ପାରଦ ସ୍ଥଳବାୟୁ
(c) ଦିନବେଳେ କୁପରିବାହୀ
(d) ରାତିବେଳେ ଦିନ ଓ ରାତିରେ ବିପରୀତ ବାୟୁ ପ୍ରବାହ
(e) ଉପକୂଳ ଅଞ୍ଚଳ ସମୁଦ୍ର ପବନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ବାୟୁ ସୁପରି ବାହୀ
(b) ପାରଦ କୁପରିବାହୀ
(c) ଦିନବେଳେ ସମୁଦ୍ର ପବନ
(d) ରାତିବେଳେ ସ୍ଥଳବାୟୁ
(e) ଉପକୂଳ ଅଞ୍ଚଳ ଦିନ ଓ ରାତିରେ ବିପରୀତ ବାୟୁ ପ୍ରବାହ

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଖରାଦିନ ନିଆଁ ଓ ପାତ୍ରରୁ ଉଷ୍ମତା ଅନୁଭବ
(b) ଶୀତଦିନ ପାତ୍ରରେ ପାଣି ଗରମ
(c) ପରିବହନ ଧଳା କିମ୍ବା ହାଲୁକା ରଙ୍ଗର ପୋଷାକ
(d) ପରିଚଳନ ଗାଢ଼ ରଙ୍ଗର ପୋଷାକ
(e) ବିକିରଣ ତାପ ନିଆଁରୁ ପାତ୍ରକୁ ସ୍ଥାନାନ୍ତରଣ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଖରାଦିନ ଧଳା କିମ୍ବା ହାଲୁକା ରଙ୍ଗର ପୋଷାକ
(b) ଶୀତଦିନ ଗାଢ଼ ରଙ୍ଗର ପୋଷାକ
(c) ପରିବହନ ତାପ ନିଆଁରୁ ପାତ୍ରକୁ ସ୍ଥାନାନ୍ତରଣ
(d) ପରିଚଳନ ପାତ୍ରରେ ପାଣି ଗରମ
(e) ବିକିରଣ ନିଆଁ ଓ ପାତ୍ରରୁ ଉଷ୍ମତା ଅନୁଭବ

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଘର ଗରମ ଓ ରୋଷେଇ ତୁଷାର, ବରଫ
(b) ବାୟୁମଣ୍ଡଳ ବୁଖାରି
(c) ମେରୁ ଅଞ୍ଚଳ ମେଘ
(d) ଉଦ୍ଭଦ ଜଳୀୟ ବାଷ୍ପ
(e) ଘନୀଭବନ ପ୍ରକ୍ରିୟା ଉସ୍ବେଦନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଘର ଗରମ ଓ ରୋଷେଇ ବୁଖାରି
(b) ବାୟୁମଣ୍ଡଳ ଜଳୀୟ ବାଷ୍ପ
(c) ମେରୁ ଅଞ୍ଚଳ ତୁଷାର, ବରଫ
(d) ଉଦ୍ଭଦ ଉସ୍ବେଦନ
(e) ଘନୀଭବନ ପ୍ରକ୍ରିୟା ମେଘ

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ସଂକ୍ଷେପରେ ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(i) ଜଳର ନିରନ୍ତର ଗତିକୁ କ’ଣ କୁହାଯାଏ ?
Answer:
ଜଳଚକ୍ର

(ii) ବରାହମିହିରଙ୍କ ଦ୍ଵାରା ରଚିତ ପୁସ୍ତକର ନାମ କ’ଣ ?
Answer:
ବୃହତ୍ ସଂହିତା

(iii) ପୃଥ‌ିବୀପୃଷ୍ଠରୁ ତଳକୁ ଜଳର ପ୍ରବାହ ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ଅବଶୋଷଣ

(iv) ମାଟିତଳେ ପଥର ମଧ୍ଯରେ ଜମି ରହୁଥ‌ିବା ଜଳକୁ କ’ଣ କୁହାଯାଏ ?
Answer:
ଭୂତଳ ଜଳସ୍ତର

(v) କେଉଁ ଉପାୟରେ ତାପ ସ୍ଥାନାନ୍ତରଣ ପାଇଁ ମାଧ୍ୟମ ଅନାବଶ୍ୟକ ?
Answer:
ବିକିରଣ

(vi) କେଉଁ ଜଳ ଅସୀମ ନୁହେଁ ?
Answer:
ଭୂତଳ ଜଳ

(vii) କେଉଁ ଉପାୟରେ ତାପ ସ୍ଥାନାନ୍ତରଣ ପାଇଁ ମାଧ୍ୟମ ଆବଶ୍ୟକ ?
Answer:
ପରିବହନ ଓ ପରିଚଳନ

(viii) କଠିନ ପଦାର୍ଥରେ ତାପ ସ୍ଥାନାନ୍ତରଣ କେଉଁ ପ୍ରକ୍ରିୟାଦ୍ଵାରା ହୋଇଥାଏ ?
Answer:
ପରିବହନ

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

(ix) କ’ଣ ହ୍ରାସ ପାଉଥିବାରୁ ଭୂତଳ ଜଳର ପରିମାଣ କମି ଯାଉଛି ?
Answer:
ଉଦ୍ଭଦ ଆଚ୍ଛାଦନ

(x) କେଉଁ ପ୍ରକ୍ରିୟାରେ ତାପର ସ୍ଥାନାନ୍ତରଣ କଣିକାଗୁଡ଼ିକର ଗତି ଦ୍ଵାରା ସମ୍ଭବ ହୋଇଥାଏ ?
Answer:
ପରିଚଳନ

(xi) ଜଳର ପୁନଃଭରଣ କାହାଦ୍ଵାରା ସମ୍ପାଦିତ ହୁଏ ?
Answer:
ଜଳଚକ୍ର

(xii) ସୂର୍ଯ୍ୟର ଉତ୍ତାପ କେଉଁ ପ୍ରକ୍ରିୟାରେ ପୃଥ‌ିବୀକୁ ଆସିଥାଏ ?
Answer:
ବିକିରଣ

(xiii) ଘର ଓ ପୋଷାକ ପ୍ରସ୍ତୁତିରେ କେଉଁ ନୀତି ବ୍ୟବହାର କରାଯାଏ ?
Answer:
ତାପ ସ୍ଥାନାନ୍ତରଣ

(xiv)ଭୂତଳ ସ୍ତର ଏବଂ ପଥର ଛିଦ୍ର ସ୍ଥାନରେ ଗଚ୍ଛିତ ଥ‌ିବା ଜଳକୁ କ’ଣ କୁହାଯାଏ ?
Answer:
ଭୂଗର୍ଭ ଜଳସ୍ତର

(xv) ଭୂତଳ ଜଳ ହ୍ରାସର ସମାଧାନ ପାଇଁ କ’ଣ ନିର୍ମାଣ କରାଯାଇପାରିବ ?
Answer:
ବର୍ଷାଜଳ ଅମଳ ପ୍ରକଳ୍ପ ଓ ପୁନଃଭରଣ ପିଟ୍

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 2.
କାହାକୁ କୁହନ୍ତି ସଂକ୍ଷେପରେ ଲେଖ । (ପ୍ରଶ୍ନ ସହ ଉତ୍ତର)
(a) ତାପ ପରିବହନ (Heat transfers : ଗ ର ମ ଅଂଶରୁ ଥଣ୍ଡା ଅଂଶକୁ ତାପର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତାପ ପରିବହନ କୁହାଯାଏ । ଏହି ପ୍ରକ୍ରିୟାରେ ଯେଉଁ କଣିକା ଉତ୍ତପ୍ତ ହୁଏ, ସେଥୁରୁ ତାପ ଅନ୍ୟ ଏକ କଣିକା ପାଖକୁ ସଂଚରିତ ହୁଏ । ଏଠାରେ କଣିକାଗୁଡ଼ିକ ନିଜେ ଗତି କରନ୍ତି ନାହିଁ, ସେମାନଙ୍କର ସ୍ଥିତି ସ୍ଥିର ରହିଥାଏ ।

(b) ତାପ ସୁପରିବାହୀ (Conductor) : ଯେଉଁ ପଦାର୍ଥ ମଧ୍ୟଦେଇ ତାପ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରବାହିତ ହୋଇଥାଏ, ତାହାକୁ ତାପ ସୁପରିବାହୀ କୁହାଯାଏ । ଧାତୁଗୁଡ଼ିକ ତାପର ସୁପରିବାହୀ ଅଟନ୍ତି ।
ଉଦାହରଣ : ଇସ୍ପାତ, ତମ୍ବା, ଆଲୁମିନିୟମ ଇତ୍ୟାଦି ।

(c) ତାପ କୁପରିବାହୀ (Insulator) : ଯେଉଁ ପଦାର୍ଥ ମଧ୍ୟଦେଇ ତାପ ସହଜରେ ପରିବହନ ହୋଇପାରେ ନାହିଁ ତାହାକୁ ତାପ କୁପରିବାହୀ କୁହାଯାଏ । ଅଧାତୁ ଗୁଡ଼ିକ ତାପର କୁପରିବାହୀ ଅଟନ୍ତି ।
ଉଦାହରଣ : ବାୟୁ, କାଠ, କାଚ, ଜଳ, ରବର ଇତ୍ୟାଦି ।

(d) ପରିବହନ (Conduction) : ଯେତେବେଳେ ଗୋଟିଏ କଣିକା ତାପ ଗ୍ରହଣ କରି ଗରମ ହୁଏ, ସେତେବେଳେ ନିକଟସ୍ଥ କଣିକାକୁ ତାପ ସଂଚରଣ କରିଥାଏ । ଏହି ପ୍ରକ୍ରିୟାରେ କଣିକାଗୁଡ଼ିକ ନିଜେ ନିଜେ ସେମାନଙ୍କ ସ୍ଥାନରୁ ଦୂରେଇ ଯାଇ ନଥାନ୍ତି । କଠିନ ପଦାର୍ଥମାନଙ୍କରେ ତାପ ଏହି ପ୍ରକ୍ରିୟାରେ ସ୍ଥାନାନ୍ତର ହୋଇଥାଏ ।

(e) ପରିଚଳନ . (Convection) : ଯେତେବେଳେ ଗୋଟିଏ କଣିକା ତାପ ଗ୍ରହଣକରି ଗରମ ହୁଏ, ସେତେବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରକୃତ ଗତିଦ୍ଵାରା ସ୍ଥାନାନ୍ତରିତ ହୋଇଥାଏ । ଜଳ ଏବଂ ବାୟୁରେ ତାପର ସ୍ଥାନାନ୍ତରଣ ଏହି ପ୍ରକ୍ରି ୟାରେ ହୋଇଥାଏ । ପରିବହନ ଓ ପରିଚଳନ ପାଇଁ ଏକ ମାଧ୍ୟମ ରହିବା ଆବଶ୍ୟକ ।

(f) ବିକିରଣ (Radiation) : ଏହି ପ୍ରକ୍ରିୟାରେ ବିନା ମାଧ୍ୟମରେ ତାପ ସ୍ଥାନାନ୍ତର ଣ ହୋଇଥାଏ । ବାୟୁ ନଥ‌ିବା କୋଠରିରେ ମଧ୍ଯ ବି କି ରଣ ସମ୍ଭବ ହୋଇଥାଏ । ସୂର୍ଯ୍ୟଙ୍କଠାରୁ ତାପ ବିକିରଣ ପ୍ରକ୍ରିୟାରେ ପୃଥ‌ିବୀକୁ ଆସିଥାଏ । ପରମାଣୁ ବୋମା ବିସ୍ଫୋରିତ ହେଲେ ପ୍ରଚଣ୍ଡ ତାପ ବିକିରଣ ଦ୍ଵାରା କ୍ଷତିସାଧନ କରିଥାଏ ।

(g) ବୁଖାରି (Bukhari) : ହିମାଳୟ ଭଳି ଅତ୍ୟଧି ଶୀତ ଅଞ୍ଚଳରେ ଶୀତଦିନେ ଘରକୁ ଗରମ ରଖିବା ପାଇଁ ପାରମ୍ପରିକ ‘ବୁଖାରି’ ବ୍ୟବହାର କରାଯାଏ । ଏହା ଘରକୁ ଗରମ ରଖୁବା ଓ ରୋଷେଇ କରିବା ପାଇଁ ବ୍ୟବହାର ହୋଇଥାଏ । ଏହି ସମୟରେ ତାପ ସ୍ଥାନାନ୍ତରର ୩ ଟି ଯାକ ପ୍ରକ୍ରିୟାକୁ ପ୍ରଦର୍ଶନ କରିଥାଏ ।

(i) ଜଳଚକ୍ର (Water cycle) : ଜଳର ନିରନ୍ତର ଗତି ଯଥା ଜଳୀୟ ବାଷ୍ପ ଭାବରେ ବୃଷ୍ଟିପାତ ମାଧ୍ୟମରେ ଉପରକୁ ଉଠିବା ଏବଂ ତଳକୁ ଆସି ମାଟି, ପଥର ଓ ଉଭିଦ ଦେଇ ଗତିକରି ଶେଷରେ ଜଳଉତ୍ସକୁ ଫେରିଯିବା ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ । ଏହି ପ୍ରକ୍ରିୟା ଦ୍ଵାରା ପୃଥ‌ିବୀରେ ଥ‌ିବା ମୋଟ ଜଳ ପରିମାଣ ସଂରକ୍ଷିତ ରୁହେ ।

(j) ବାଷ୍ପୀଭବନ (Evaporation) : ଯେଉଁ ପ୍ରକ୍ରିୟାରେ ସୂର୍ଯ୍ୟଙ୍କ ତାପଦ୍ଵାରା ସମୁଦ୍ର, ନଦୀ, ହ୍ରଦ ଇତ୍ୟାଦିରୁ ଜଳ ବାଷ୍ପୀଭୂତ ହୋଇ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଇଥାଏ, ତାହାକୁ ବା ଷ୍ପୀଭ ବ ନ କୁହାଯାଏ । ବାଷ୍ପୀଭୂତ ଜଳକଣା ଆକାଶରେ ଥଣ୍ଡା ହୋଇ ମେଘରେ ପରି ଣତ ହୋଇଥାଏ ।

(k) ଉଲ୍ଲେଦନ (Transpiration) : ଯେଉଁ ପ୍ରକ୍ରିୟାରେ ଉଭିଦର ବାୟବୀୟ ଅଂଶରୁ ବଳକା ଜଳ ବାଷ୍ପୀଭୂତ ହୋଇ ଆକାଶକୁ “ଯାଇଥାଏ, ତାହାକୁ ଉତ୍ସଦନ କୁହାଯାଏ । ଏହି ପ୍ରକ୍ରିୟା ହେତୁ ପତ୍ରରୁ ବହୁ ପରିମାଣରେ ଜଳ କ୍ଷୟ ହୋଇଥାଏ । ପତ୍ରରେ ଥିବା ଛିଦ୍ର ମଧ୍ୟ ଦେଇ ଏହି ଜଳକଣା ଜଳୀୟବାଷ୍ପ ବାୟୁମଣ୍ଡଳକୁ ନିର୍ଗତ ହୋଇଥାଏ ।

(I) ଅବଶୋଷଣ (Infiltration) : ପୃଥ‌ିବୀ ପୃଷ୍ଠରୁ ଜଳକୁ ମାଟିର ଗୁଣ ଅନୁଯାୟୀ ତଳକୁ ତଳକୁ ପ୍ରବାହିତ ହୋଇଥାଏ । ଏହି ପ୍ରକ୍ରିୟାକୁ ଅବଶୋଷଣ କୁହାଯାଏ । ଯଦି ମାଟି ଓ ପଥର ମଧ୍ଯରେ ଖାଲିସ୍ଥାନ ରହିଥାଏ, ତେବେ ଅଧିକ ସହଜରେ ଜଳ ଭୂପୃଷ୍ଠ ମଧ୍ୟକୁ ପ୍ରବାହିତ ହୋଇଥାଏ ।

(m) ଭୂତଳ ଜଳ (Underground water) : ଅବଶୋଷଣ ପ୍ରକ୍ରିୟାରେ ଯେଉଁ ପାଣି ଛିଦ୍ର ଦେଇ ପ୍ରବେଶ କରେ ତାହା ଛିଦ୍ର ସ୍ଥାନରେ ସଂରକ୍ଷିତ ହୋଇଥାଏ । ପୃଷ୍ଠତଳେ ଥିବା ଖୋଲା ସ୍ଥାନଗୁଡ଼ିକରେ ଏହା ଭୂତଳ ଜଳ ଭାବରେ ସଂଗୃହୀତ ହୋଇ ରହିଯାଏ । ଏହି ଜଳକୁ ଆମେ ନଳକୂପ ଖନନ ଦ୍ଵାରା ଭୂପୃଷ୍ଠକୁ ଆଣି ବ୍ୟବହାର କରିଥାଉ ।

(n) ବରଫ ସ୍ତୂପ (Ice pile) : ଲୋକମାନେ ଜଳ ସରକ୍ଷଣ ପାଇଁ ବିଭିନ୍ନ ଉପାୟମାନ ବିକଶିତ କରିଛନ୍ତି । ଲଦାଖର ଲୋକମାନେ ଜଳ ସଂରକ୍ଷଣ ପାଇଁ ଶୀତଦିନେ ଉପରେ ଥ‌ିବା ପର୍ବତରୁ ପାଣି ଝରଣା ଆକାରରେ ପାଇପ୍ ଦେଇ ତଳକୁ ଅଣାଯାଏ ଓ ଏହି ପାଣି ଉପରେ ଶୀତଳ ବାୟୁ ସିଞ୍ଚନ କରାଯାଏ । ଯେତେବେଳେ ଥଣ୍ଡା ପବନ ଏହା ଉପରେ ପଡ଼େ ଏହା ସ୍ତୂପ ହୁଏ ଓ ବସନ୍ତ ଋତୁରେ ଏହା ତରଳିଯାଇ ଏଥୁରୁ ପାଣି ମିଳେ ।

(o) ସ୍ଥଳବାୟୁ (Land Breeze) : ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଅର୍ଥାତ ରାତି ବେଳେ ସ୍ଥଳଭାଗ, ଜଳଭାଗ ଅପେକ୍ଷା ଶୀଘ୍ର ଥଣ୍ଡା ହୁଏ, ମାତ୍ର ଏହି ସମୟରେ ଜଳଭାଗର ବାୟୁ ଉତ୍ତପ୍ତହୋଇ ଉପରକୁ ଉଠିଥାଏ ଏବଂ ସ୍ଥଳ ଭାଗ ର ଥଣ୍ଡାବାୟୁ ସମୁଦ୍ର ଆଡ଼କୁ ବହିଥାଏ । ଏହାକୁ ସ୍ଥଳ ବାୟୁ କୁହାଯାଏ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

(p) ସମୁଦ୍ର ପବନ (Sea Breeze) : ସୂର୍ଯ୍ୟଙ୍କ ଉପସ୍ଥିତିରେ ଅର୍ଥାତ୍ ଦିନବେଳା ଜଳଭାଗ ଅପେକ୍ଷା ସ୍ଥଳଭାଗ ଶୀଘ୍ର ଗରମ ହୁଏ ଓ ଏହା ଉପରିସ୍ଥ ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ । ତେଣୁ ଜଳଭାଗର ଶୀତଳ ବାୟୁ ସ୍ଥଳ ଭାଗ ଆଡ଼କୁ ପ୍ରବାହିତ ହୁଏ ଏହାକୁ ସମୁଦ୍ର ବାୟୁ କୁହାଯାଏ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
କେଉଁ କାରଣରୁ ଶୀତଦିନେ କୋରାପୁଟ ତୁଳନାରେ ପୁରୀରେ ଶୀତ କମ୍ ହୋଇଥାଏ ?
Answer:

  • ପୁରୀ ସମୁଦ୍ରର ନିକଟତର ଏବଂ ଏହାର ଏକ ଲମ୍ବା ଉପକୂଳ ଅଛି, ଯାହା ଫଳରେ ସେଠାରେ ଗରମ ହୁଏ ଏବଂ ଅଧ‌ିକ ଆର୍ଦ୍ର ଅନୁଭବ ହୋଇଥାଏ ।
  • ଅପରପକ୍ଷରେ କୋରାପୁଟ ସମୁଦ୍ରଠାରୁ ବହୁତ ଦୂରରେ ଅବସ୍ଥିତ । ସେଠାରେ ସାମୁଦ୍ରିକ ପ୍ରଭାବ ପଡ଼ିନଥାଏ । ତେଣୁ କୋରାପୁଟରେ ଶୀତଦିନେ ଅଧ୍ବକ ଶୀତ ହୋଇଥାଏ ।

Question 2.
କେଉଁ କାରଣରୁ ରୋଷେଇ ପାତ୍ରଗୁଡ଼ିକ ଧାତବ ପଦାର୍ଥରେ ତିଆରି ହୋଇଥାଏ ?
Answer:

  • ତାପ ପ୍ରୟୋଗ କରି ରୋଷେଇ କାର୍ଯ୍ୟ ସମ୍ପାଦିତ କରାଯାଇଥାଏ ।
  • ଧାତବ ପଦାର୍ଥଗୁଡ଼ିକ ତାପର ସୁପରିବାହୀ ଅଟନ୍ତି, ଏହି କାରଣରୁ ରନ୍ଧନ ପାତ୍ରଗୁଡ଼ିକ ଧାତବ ପଦାର୍ଥରେ କରାଯାଇଥାଏ ।
  • ଲୁହା, ଆଲୁମିନିୟମ୍, ଷ୍ଟିଲ ଇତ୍ୟାଦି ପାତ୍ର ରୋଷେଇ ପାଇଁ ଉପଯୁକ୍ତ ହୋଇଥିବା ବେଳେ ମାଟି ହାଣ୍ଡିରେ ରୋଷେଇ ପାଇଁ ଅଧ‌ିକ ସମୟ ଲାଗିଥାଏ, କାରଣ ମାଟି ତାପର କୁପରିବାହୀ ଅଟେ ।

Question 3.
ଧାତବ ପାତ୍ରରେ ତାପର ସ୍ଥାନାନ୍ତରଣ ଦର୍ଶାଇବା ପାଇଁ ଏକ ସରଳ ପରୀକ୍ଷଣ ବର୍ଣ୍ଣନା କର ।
Answer:
(i) ଚିତ୍ରରେ ଦର୍ଶାଯାଇଥିବା ଭଳି ଆଲୁମିନିୟମ ଧାତୁର ପାତରେ ୨ ସେ.ମି. ବ୍ୟବଧାନରେ ୪ ଟି ପିନ୍‌କୁ ମହମ ଦ୍ଵାରା ଲଗାଯାଇଛି ।
Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 4
(ii) ମହମବତୀ ଦ୍ଵାରା ପାତର ଶେଷ ଭାଗକୁ ଗରମ କଲେ ନିକଟରେ ଥ‌ିବା ପିନ୍ କଣ୍ଟା ଆଗ ଖସିପଡ଼ିଥାଏ ।
(iii) ଏଠାରେ ମହମବଦୀ ଶିଖାରୁ ଉତ୍ପନ୍ନ ତାପ ପାତ ଦେଇ ସଂଚରିତ ହେବା କାରଣରୁ ନିକଟରେ ଥ‌ିବା ପିନ୍ କଣ୍ଟାଟି ମହମରୁ ଆଗ ଖସି ପଡ଼ିଥାଏ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 4.
ତାପ ସୁପରିବାହୀ ଓ ତାପ କୁପରିବାହୀ ପଦାର୍ଥ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:

ତାପ କୁପରିବାହୀ ତାପ ସୁପରିବାହୀ
(a) ଏହି ପଦ।ର୍ଥ ମଧ୍ୟ ଦେ ଇ ତାପ ସହଜରେ ଗତି କରିଥାଏ । (a) ଏହି ପଦାର୍ଥ ମଧ୍ଯ ଦେ ଇ ତାପ ସହଜରେ ଗତି କରି ପାରେ ନାହିଁ ।
(b) ଧାତବ ପଦାର୍ଥଗୁଡ଼ିକ ତାପ ସ୍ତୁ ପରି ବାହୀ ଅଟନ୍ତି । (b) ଅ ଧ । ତ ବ ପଦାର୍ଥ ଗୁଡ଼ିକ ତାପ କୁପରିବାହୀ ଅଟନ୍ତି ।
(c) ଉଦାହରଣ : ଲୁହା, ତମ୍ବା, ଆଲୁମିନିୟମ୍ ଇତ୍ୟାଦି । (c) ଉଦାହରଣ : କାଠ, ମାଟି, ବାୟୁ, ଇତ୍ୟାଦି ।

Question 5.
‘‘ଶୀତଦିନେ ଆମେ ପଶମ ପୋଷାକ ପିନ୍ଧିବାକୁ ଭଲ ପାଇଥାଉ?? – କାରଣ ଦର୍ଶାଅ ।
Answer:

  1. ପଶମ ପୋଷାକ ଦେହକୁ ଉଷ୍ଣ ରଖିବାରେ ସାହାଯ୍ୟ କରେ ।
  2. ପଶମ ପୋଷାକରେ ଥିବା ଛିଦ୍ର ବାୟୁକୁ ଧରି ରଖେ ଏବଂ ବାୟୁ ତାପର କୁପରି ବାହୀ ହୋଇଥିବା କାରଣରୁ ଏହା ଆମ ଶରୀରର ତାପକୁ ବାହାର ପରିବେଶକୁ ଯିବାକୁ ଦିଏ ନାହିଁ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 6.
ଧୂଆଁ କିପରି ଉପରକୁ ଉଠିଥାଏ, ଏହା ଦର୍ଶାଇବା ପାଇଁ ଏକ ସରଳ ପରୀକ୍ଷଣ ବର୍ଣ୍ଣନା କର ।
Answer:
Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 6
(କ) ପ୍ରାରମ୍ଭିକ ସ୍ଥିତି

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 5
(ଖ) ଗରମ ପବନ

  • ଉପରୋକ୍ତ ‘କ’ ଚିତ୍ରରେ ଦର୍ଶାଯାଇଥିବା ଭଳି ଦୁଇଟି କାଗଜ କପ୍‌କୁ ଓଲଟା ସ୍ଥିତିରେ କାଠର ଦୁଇ ମୁଣ୍ଡରେ ଝୁଲାଇ ଦିଆଯାଇଛି ।
  • ଗୋଟିଏ କପ୍ ତଳେ ମହମବତୀ ଜାଳିଲେ ସେହି କପଟି ଉପରକୁ ଉଠିଥାଏ ଓ କାଠଟି ଭୂସମାନ୍ତର ଅବସ୍ଥାରୁ ଅସମାନ୍ତର ଅବସ୍ଥା ପ୍ରାପ୍ତ ହୁଏ ।
  • କପ୍‌ତଳେ ମହମବତୀ ଜାଳିଲେ ସେଠାରେ ବାୟୁ ଗରମ ହୋଇ ବିସ୍ତାରିତ ହୁଏ ଓ ହାଲୁକା ହୋଇ ଉପରକୁ ଉଠିଥାଏ । ସେହି ଉପରକୁ ଉଠୁଥ‌ିବା ବାୟୁ ପ୍ରବାହରେ କପ୍‌ଟି ମଧ୍ୟ ଉପରକୁ ଉଠିଯାଏ ।

Question 7.
ପରିଚଳନ ପ୍ରକ୍ରିୟା ଦର୍ଶାଇବା ପାଇଁ ଏକ ସରଳ ପରୀକ୍ଷଣ ବର୍ଣ୍ଣନା କର ।
Answer:
Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 7
(କ) ପ୍ରାରମ୍ଭିକ ସେଟ୍‌ଅପ୍

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 8
(ଖ) ଗରମ ପାଣିରେ ପରିଚଳନ ପ୍ରଦର୍ଶନ

  • ଉପରୋକ୍ତ ‘କ’ ଚିତ୍ରରେ ଦର୍ଶାଯାଉଥ‌ିବା ଭଳି କାଚ ବିକରରେ ପାଣିନେଇ ସେଥ‌ିରେ ଏକ କାଠି ସାହାଯ୍ୟରେ ପରମାଙ୍ଗାନେଟର ଏକ ଦାନା ପୋଟାସି ୟମ୍ ପାଣିରେ ରଖୁ ଏହାକୁ ଉତ୍ତପ୍ତ କରାଯାଉ ।
  • ବିକର ଭିତରେ ରଙ୍ଗୀନ ପାଣିର ଧାର ଉପରକୁ ଉଠିଥାଏ ଓ ପାର୍ଶ୍ଵଦେଇ ତଳକୁ ଖସିଆସେ । ଏଠାରେ ଜଳକଣା ଗୁଡ଼ିକର ଗତିଦ୍ଵାରା ଜଳ ସମ୍ପୂର୍ଣ୍ଣ ଗରମ ହୋଇଥାଏ ।
  • ପରିଚଳନ ପ୍ରକ୍ରିୟା ଯୋଗୁଁ ଆମେ ବିକର ଭିତର ରଙ୍ଗୀନ ଜଳର ଧାରା ଦେଖିବାକୁ ପାଇଥାଉ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 8.
‘‘ମାଟି ପାଣି ଅପେକ୍ଷା ଦ୍ରୁତ ଗତିରେ ଗରମ ହୁଏ’?. ଏହା ଦର୍ଶାଇବା ପାଇଁ ଏକ ସରଳ ପରୀକ୍ଷଣ ବର୍ଣ୍ଣନା କର ।
Answer:
Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ 9
ମାଟି ଓ ପାଣିର ତାପମାତ୍ରା ମାପିବା

  • ଉପରୋକ୍ତ ଚିତ୍ରରେ ଦର୍ଶାଯାଇଥିବା ଭଳି ଦୁଇଟି ସମାନ ଆକୃତିର ପାତ୍ରରେ ଅର୍ଦ୍ଧେକ ପର୍ଯ୍ୟନ୍ତ ମାଟି ଓ ପାଣି ନିଆଯାଉ ସେଥ‌ିରେ ଥର୍ମୋମିଟର ଲଗାଯାଇଛି ଓ ଉପକରଣ ଗୁଡ଼ିକୁ ସୂର୍ଯ୍ୟାଲୋକରେ ରଖ୍ ତାପମାତ୍ରାକୁ ଲିପିବଦ୍ଧ କରାଯାଉଛି ।
  • ଦେଖାଯିବ ଯେ, ମାଟି ଓ ପାଣି ମଧ୍ୟରୁ ମାଟିର ତାପମାତ୍ରା ଶୀଘ୍ର ବୃଦ୍ଧି ପାଇଥାଏ । ଏହି ଉପକରଣକୁ ଘର ଭିତରକୁ ଆଣି ତାପମାତ୍ରାକୁ ଲିପିବଦ୍ଧ କଲେ ଦେଖାଯିବ ଯେ ପାଣି ମାଟି ଅପେକ୍ଷା ଶୀଘ୍ର ଥଣ୍ଡା ହେଉଅଛି ।

Question 9.
ସମୁଦ୍ର ବାୟୁ ଓ ସ୍ଥଳବାୟୁ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:

ସମୁଦ୍ର ବାୟୁ ସ୍ଥଳ ବାୟୁ
(i) ଦିନବେଳେ ଜଳଭାଗ ସ୍ଥଳଭାଗ ଜଳଭାଗ ଶୀଘ୍ର ଗ ର ମ ହୋଇଥାଏ । (i) ର . । ତ ହ ଲ ଅପେକ୍ଷା ଶୀଘ୍ର ଥଣ୍ଡା ହୋଇଥାଏ ।
(ii) ଫଳରେ ସ୍ଥଳଭାଗର ବାୟୁ ଉଷ୍ଣ ହୋଇ ଉପରକୁ ଉଠିଥାଏ । (ii) ଜଳଭାଗର ବାୟୁ ଡତ୍ତସ୍ତ ହୋଇ ଉପରକୁ ଉଠିଯାଏ ।
(iii) ତେଣୁ ଜଳଭାଗର ଶୀତ ଳ ବାୟୁ ସ୍ଥଳଭାଗକୁ ପ୍ରବାହିତ ହୁଏ । (iii) ସ୍ଥଳ ଭ। ଗ ର ଥଣ୍ଡା ବାୟୁ ସମୁଦ୍ର ଆଡ଼କୁ ପ୍ର ବା ତ ତ ହୋଇଥାଏ ।
(iv) ଏହି ଶୀତଳ ବାୟୁକୁ ସମୁଦ୍ର ପବନ ବା ସ ମ ଦ_ ବ । ୟ କୁହାଯାଏ । (iv) ଏହି ବାୟୁକୁ ସ୍ଥଳ ବାୟୁ କୁହାଯାଏ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 10.
କେଉଁ ପ୍ରକ୍ରିୟାମାନଙ୍କଦ୍ୱାରା ତାପ ସ୍ଥାନାନ୍ତରିତ ହୋଇଥାଏ ? ସେମାନଙ୍କ ସମ୍ବନ୍ଧରେ ସଂକ୍ଷେପରେ ଲେଖ ।
Answer:

  • ପରିବହନ, ପରିଚଳନ ଓ ବିକିରଣ ପ୍ରକ୍ରିୟାରେ ତାପ ସ୍ଥାନାନ୍ତରିତ ହୋଇଥାଏ ।
  • ପରିବହନ ପ୍ରକ୍ରିୟାରେ ଗୋଟିଏ କଣିକା ତାପ ଗ୍ରହଣ କରି ଗରମ ହୁଏ ଓ ନିକଟସ୍ଥ କଣିକାକୁ ତାପ ସଂଚାରଣ କରିଥାଏ ।
  • ପରିଚଳନ ପ୍ରକ୍ରିୟାରେ ତାପର ସ୍ଥାନାନ୍ତରଣ କଣିକାଗୁଡ଼ିକର ପ୍ରକୃତ ଗତିଦ୍ଵାରା ସମ୍ପାଦିତ ହୋଇଥାଏ ।
  • ବିକିରଣ ପ୍ରକ୍ରିୟାରେ ତାପ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରେ ଏବଂ ଏଥ‌ିରେ ସ୍ଥାନାନ୍ତର ପାଇଁ କୌଣସି ମାଧ୍ଯମ ଆବଶ୍ୟକ ନ ଥାଏ ।

Question 11.
‘ବୁଖାରି’ର ବ୍ୟବହାର କେଉଁ କାରଣରୁ ଅନନ୍ୟ ହୋଇଥାଏ ?
Answer:

  • ହିମାଳୟ ଭଳି ଅତ୍ୟକ ଶୀତ ଅଞ୍ଚଳରେ ଘରକୁ ଗରମ ରଖୁବା ପାଇଁ ବୁଖାରି ଭଳି ଏକ ପାର ମ୍ପରି କ ଉପ କ ର ଣ ବ୍ୟ ବ ହ। ର କରାଯାଇଥାଏ ।
  • ଏଥିରେ ଏକ ଲମ୍ବା ପାଇପ୍ ଯୋଡ଼ି ହୋଇ ରହିଥାଏ ଓ ଏହାଦ୍ଵାରା ନିର୍ଗତ ଧୂଆଁ ବାହାରକୁ ଯାଇଥାଏ ।
  • ଏହା ରୋଷେଇ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ ଓ ଏହାର ଉପର ପାର୍ଶ୍ଵ ଟି ଚଟାଣ ଭଳି ହୋଇଥିବାରୁ ବାନସକୁସନ ରହୁଏ ।
  • ଏହା ଘରକୁ ଗରମ ରଖୁବା ଓ ରୋଷେଇ କରିବା ସମୟରେ ପରିବହନ, ପରିଚଳନ ବିକିରଣ ପ୍ରକ୍ରିୟା ପ୍ରଦର୍ଶନ କରିଥାଏ ।

Question 12.
କେଉଁ କାରଣରୁ ଖରାବେଳେ ଓଦା ପୋଷାକ ଶୀଘ୍ର ଶୁଖୁଯାଏ ?
Answer:

  1. ପୃଥ‌ିବୀ ପାଉଥ‌ିବା ତାପର ମୁଖ୍ୟ ଉତ୍ସ ହେଉଛି ସୂର୍ଯ୍ୟ । ସୂର୍ଯ୍ୟ ରଶ୍ମି ଜଳର ବାଷ୍ପୀଭବନ ପ୍ରକ୍ରିୟାକୁ ଦ୍ରୁତ କରାଇଥାଏ ।
  2. ବାଷ୍ପୀଭବନ ପ୍ରକ୍ରିୟାରେ ଓଦା ଲୁଗାରେ ଥିବା ଜଳ ଜଳୀୟବାଷ୍ପ ଆକାରରେ ପୃଥ୍ବୀର ବାୟୁମଣ୍ଡଳକୁ ନିର୍ଗତ ହୋଇଥାଏ ।
  3. ତେଣୁ ଖରାବେଳେ ଓଦା ପୋଷାକ ଶୀଘ୍ର ଶୁଖ୍ଯାଏ ।

Class 7 Science Chapter 7 Question Answer Odia Medium ପ୍ରକୃତିରେ ତାପ ସ୍ଥାନାନ୍ତରଣ

Question 13.
ପ୍ରକୃତିରେ ଜଳଚକ୍ର କିପରି ସମ୍ପାଦିତ ହୁଏ ଚିତ୍ର ସହ ବୁଝାଅ ।
Answer:

  • ପୃଥିବୀରେ ଥିବା ମହାସାଗର, ନଦୀ, ହ୍ରଦ ଓ ଜଳାଶୟଗୁଡ଼ିକରେ ଜଳ ତରଳ ଭାବରେ ରହିଥାଏ । ସୂର୍ଯ୍ୟଙ୍କ ତାପଦ୍ଵାରା ଏହା ଜଳୀୟ ବାଷ୍ପ ଆକାରରେ ବାୟୁ ମଣ୍ଡଳକୁ ଯାଇଥାଏ ।
  • ଜଳୀୟବାଷ୍ପ ଉପରକୁ ଯାଇ ଥଣ୍ଡା ହୁଏ ଓ ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ । ବୃଷ୍ଟିପାତଦ୍ୱାରା ମେଘରୁ ଜଳ ପୁନଶ୍ଚ ପୃଥ‌ିବୀ ପୃଷ୍ଠକୁ ଫେରି ଆସିଥାଏ ।
  • ଜଳର ଏହି ନିରନ୍ତର ଗତି ଜଳୀୟବାଷ୍ପ ଭାବେ ଉପରକୁ ଉଠିବା ଏବଂ ବୃଷ୍ଟିପାତ ମାଧ୍ୟମରେ ଜଳଭଣ୍ଡାରକୁ ଫେରିଯିବା ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ ।
  • ଏହା ଜଳର ପୁନଃଭରଣରେ ସାହାଯ୍ୟ କରେ । ଏହାଦ୍ଵାରା ପୃଥ‌ିବୀରେ ଥ‌ିବା ମୋଟ ଜଳର ପରିମାଣ ସଂରକ୍ଷିତ ହୋଇ ରହିଥାଏ ।

Leave a Comment