Go through 8th Class Social Science Book Odia Medium Question Answer and Class 8 Social Science Chapter 1 Question Answer Odia Medium ପ୍ରାକୃତିକ ସମ୍ବଳ ଓ ତା’ର ବ୍ୟବହାର to understand textbook questions more clearly.
8th Class Social Science Chapter 1 Question Answer Odia Medium
Class 8 Social Science Chapter 1 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ଆମେ ଆଜି ଯାହାକୁ ନବୀକରଣଯୋଗ୍ୟ ସମ୍ବଳ ବୋଲି ଭାବୁଛେ, ତାହା ଆସନ୍ତାକାଲିକୁ କିପରି ନବୀକରଣ ଅଯୋଗ୍ୟ ହୋଇଯିବ ? ଏହି ଘଟଣାକୁ ରୋକିବାପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇପାରିବ ଲେଖ ।
Answer:
(i) ସାଧାରଣତଃ ଆମେ ପ୍ରକୃତିରୁ ଦୁଇ ପ୍ରକାର ସମ୍ବଳ ପାଇଥାଉ, ଯଥା- ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ସମ୍ବଳ ।
(ii) ଆମ୍ଭମାନଙ୍କର ଧାରଣା ଯେ ଆମେ ନବୀକରଣ ଯୋଗ୍ୟ ‘ସମ୍ବଳକୁ ଅଧିକ ବ୍ୟବହାର କରିବା ଓ ନବୀକରଣ ଅଯୋଗ୍ୟ ସମ୍ବଳକୁ କମ୍ ବ୍ୟବହାର କରିବା ।
(iii) କିନ୍ତୁ ଆଜିକାଲି ଦେଖାଗଲାଣି ଯେ ନବୀକରଣ ଯୋଗ୍ଯ ସମ୍ବଳ ଯଥା- ଭୂତଳ ଜଳ ଅନେକ ରାଜ୍ୟରେ ଅଧ୍ୟକ ପରିମାଣରେ ଉତ୍ତୋଳନ ହେବା କାରଣରୁ ଭୂତଳ ଜଳସ୍ତର ପୁନଃ ଭରଣ ତୁଳନାରେ ନିମ୍ନଗାମୀ ହେଉଛି ।
(iv) ସମୟାନୁକ୍ରମେ ଭୂତଳ ଜଳର ଅଭାବ ବୃଦ୍ଧି ପାଇବାରେ ଲାଗିଛି । ଆମ ଦେଶର ପଞ୍ଜାବ ଏହାର ଜ୍ଵଳନ୍ତ ଉଦାହରଣ । ଭୂତଳ ଜଳର ଉପଲବ୍ଧତା ହ୍ରାସ ଯୋଗୁଁ ଜଳ ଉତ୍ତୋଳନ ଏବେ ବ୍ୟୟବହୁଳ ହେଉଛି ।
(v) ସୁତରାଂ ଭୂଳତ ଜଳସ୍ତର ବୃଦ୍ଧି ନିମନ୍ତେ ଅନେକ ପ୍ରତିକାରମୂଳକ ପଦକ୍ଷେପ ନିଆଯାଇଛି । ଯଥା- ଜଳ ଅମଳର ବିଭିନ୍ନ ପାରମ୍ପରିକ ପଦ୍ଧତି, ପୋଖରୀ, ବିଭିନ୍ନ ଜଳାଶୟଗୁଡ଼ିକର ପୁନରୁଦ୍ଧାର, ପାଣିର ଅପଚୟ ହ୍ରାସ, ପ୍ରକ୍ରିୟାକରଣ ଏବଂ ପୁନଃ ବ୍ୟବହାର ଭଳି କିଛି ରଣନୀତି ଗ୍ରହଣ କରାଯାଉଛି ।
![]()
Question 2.
ମନୁଷ୍ୟ ସେବାରେ ଆସୁଥିବା ପାଞ୍ଚଟି ପରିସଂସ୍ଥା କାର୍ଯ୍ୟାବଳୀର (Ecosystem function) ନାମ କୁହ ।
Answer:
(i) ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ମଣିଷର କଲ୍ୟାଣ ପାଇଁ ଯେତେବେଳେ କାର୍ଯ୍ୟ କରିଥାଏ, ସେତେବେଳେ ଆମେ ତାହାକୁ ‘ପରିସଂସ୍ଥା ସେବା’ କହିଥାଉ’ ।
(ii) ଉଦାହରଣ ସ୍ଵରୂପ, ଯଥା (କ) ଜଙ୍ଗଲ ପ୍ରାକୃତିକ ଭାବରେ ଜଳକୁ ସ୍ୱଚ୍ଛ କରିବା, (ଖ) ମୃତ୍ତିକା କ୍ଷୟକୁ ରୋକିବା, (ଗ) ପ୍ରାଣୀମାନଙ୍କ ପାଇଁ ବାସସ୍ଥାନ ଯୋଗାଇବା, (ଘ) ଚାଷଜମିକୁ ଉର୍ବର କରିବା, (ଙ) ପରିଶେଷରେ ବହୁ ମୂଲ୍ୟବାନ ଅମ୍ଳଜାନ ଯୋଗାଇବା କାର୍ଯ୍ୟ କରିଥାଏ ।
Question 3.
ନବୀକରଣ ଯୋଗ୍ୟ ସମ୍ବଳଗୁଡ଼ିକ କ’ଣ ? ସେଗୁଡ଼ିକ ନବୀକରଣ ଅଯୋଗ୍ୟ ସମ୍ବଳଠାରୁ କିପରି ଭିନ୍ନ ? ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ନିମନ୍ତେ ନବୀକରଣ ଯୋଗ୍ୟ ସମ୍ବଳର ଉପଲବ୍ଧ ନିଶ୍ଚିତ କରିବାପାଇଁ ଲୋକମାନେ କ’ଣ କରିପାରିବେ ଏହାର ଦୁଇଟି ଉଦାହରଣ ଦିଅ ।
Answer:
(i) ଯେଉଁ ସମ୍ବଳଗୁଡ଼କ ପ୍ରକୃତିରେ ପ୍ରଚୁର ପରିମାଣରେ ଉପଲବ୍ଧ ହେବା ସହିତ ମୁକ୍ତ ଭାବରେ ମିଳିଥାଏ, ଏବଂ ଯେତେ ପରିମାଣରେ ବ୍ୟବହାର କଲେ ମଧ୍ୟ ସହଜରେ ଶେଷ ହୋଇନଥାଏ, ସେଗୁଡ଼ିକୁ ଆମେ ନବୀକରଣ ଯୋଗ୍ଯ ସମ୍ବଳ ବୋଲି କହିଥାଉ । ଉଦାହରଣ ଭାବରେ ସୌରଶକ୍ତିକୁ ବିଚାରକୁ ନିଆଯାଇପାରେ ।
(ii) କିନ୍ତୁ ନବୀକରଣ ଅଯୋଗ୍ୟ ସମ୍ବଳ ସମ୍ପୂର୍ଣ୍ଣ ଭିନ୍ନ । ଏହାକୁ ଥରେ ବ୍ୟବହାର କଲାପରେ ଏହାର ପୁନଃ ଭରଣ ସମ୍ଭବ ନୁହେଁ । ଏଗୁଡ଼ିକ ପ୍ରାକୃତିକ ଉପାୟରେ ଭରଣା ହେବାପାଇଁ ଅନେକ ବର୍ଷ ଲାଗିଯାଇଥାଏ । ମନୁଷ୍ୟଦ୍ଵାରା ଏହାର ଭରଣ ସମ୍ଭବ ନୁହେଁ । ଉଦାହରଣ ଭାବରେ ଜୀବାଶ୍ମ ଇନ୍ଧନ କୋଇଲାକୁ ବିଚାରକୁ ନିଆଯାଇପାରେ ।
(iii) ବର୍ଭମାନ ଏବଂ ଭବିଷ୍ୟତ ପିଢ଼ି ନିମନ୍ତେ ପ୍ରାକୃତିକ ସମ୍ବଳର ସୁବ୍ୟବସ୍ଥିତ ଉପଯୋଗଦ୍ଵାରା ନବୀକରଣ ଯୋଗ୍ୟ ସମ୍ବଳର ପୁନରୁଦ୍ଧାର ଓ ପୁନଃ ସୃଷ୍ଟି କରିବା କୌଶଳ ଅବଲମ୍ବନ କରିବା ଆବଶ୍ୟକ ।
(iv) ଉଦାହରଣ ସ୍ଵରୂପ ଭୂତଳ ଜଳକୁ ବିଚାରକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇପାରେ । ଭୂତଳ ଜଳର ବହୁଳ ବ୍ୟବହାର ଫଳରେ ଭୂତଳ ଜଳସ୍ତର କ୍ରମାଗତ ଭାବରେ ନିମ୍ନଗାମୀ ହେଉଛି । ସେଥିପାଇଁ ଭବିଷ୍ୟତର ବଂଶଧରମାନଙ୍କ ପାଇଁ ଆମେ ଜଳ ଅମଳର ପାରମ୍ପରିକ ପଦ୍ଧତି, ଜଳାଶୟଗୁଡ଼ିକର ପୁନରୁଦ୍ଧାର ଓ ପାଣିର ଅପଚୟ ହ୍ରାସ ଇତ୍ୟାଦି ପଦକ୍ଷେପ ନେଇପାରିବା ।
(v) ଦ୍ଵିତୀୟତଃ ମୃତ୍ତିକା ଅବକ୍ଷୟ ରୋକିବାପାଇଁ ଆମେ କମ୍ ପରିମାଣର ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରିବା, ତା’ସହିତ ପାରମ୍ପରିକ ଗୋବର ଓ ଅନ୍ୟାନ୍ୟ ପ୍ରାକୃତିକ ସାରର ବ୍ୟବହାର, ମୃତ୍ତିକା ଆଚ୍ଛାଦନ, ବହୁ ଫସଲଭିଭିକ କୃଷି ପଦ୍ଧତିକୁ ଆପଣେଇ ନେବା ଉଚିତ ହେବ ।
Question 4.
ତୁମ ଘର ଏବଂ ଆଖପାଖରେ ପ୍ରାକୃତିକ ସମ୍ବଳର ବ୍ୟବହାର ସମ୍ପର୍କିତ ସଚେତନତାକୁ ସୂଚାଉଥବା ସାଂସ୍କୃତିକ ଅଭ୍ୟାସଗୁଡ଼ିକ ଚିହ୍ନଟ କର ।
Answer:
(i) ପ୍ରକୃତିର ଉପହାରରୁ ମନୁଷ୍ୟ ଭୌତିକ ବସ୍ତତ ସୃଷ୍ଟି କରିଥାଏ । ଆମେ ସେଗୁଡ଼ିକୁ ଆମର ଉପଯୋଗିତା ପାଇଁ କିମ୍ବା ସୌନ୍ଦର୍ଯ୍ୟ ସାମଗ୍ରୀ ତିଆରି ପାଇଁ ବ୍ୟବହାର କରିଥାଉ ।
(ii) ଏଗୁଡ଼ିକ ଆମ ଜୀବନ ତଥା ଅନ୍ୟମାନଙ୍କ ଜୀବନକୁ ସମୃଦ୍ଧ କରିଥାଏ ।
(iii) ଉଦାହରଣ ସ୍ୱରୂପ ଗୋଟିଏ କାଠଖଣ୍ଡକୁ ମନୁଷ୍ୟ ତା’ର କାରିଗରୀ ଜ୍ଞାନକୌଶଳ ବଳରେ ଏକ ଚଉକିରେ ରୂପାନ୍ତରିତ କରିଥାଏ ଏବଂ ଏହାକୁ ମଧ୍ୟ ଖୋଦିତ କରାଯାଇ ସୌନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଏ ।
(iv) ଭାରତର ଭୌଗୋଳିକ ବିବିଧତାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଆମ ଦେଶରେ କାଠଠାରୁ ଆରମ୍ଭ କରି ମାର୍ବଲ ଓ କୋଇଲାଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ରାକୃତିକ ସମ୍ବଳ ଭରପୂର ହୋଇ ରହିଛି ।
(v) ବର୍ତ୍ତମାନ ଅନେକ ଅଦରକାରୀ ପ୍ରାକୃତିକ ବସ୍ତୁରୁ ମଧ୍ଯ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଦ୍ରବ୍ୟମାନ ପ୍ରସ୍ତୁତ କରାଯାଉଛି, ଯଥା- ନଡ଼ିଆର କତା କାମ, ସିଙ୍ଗକାମ, କାଇଁଚ କାମ, ମାଟି ମୂର୍ତ୍ତି ଓ ସୋଲ କାମ ଇତ୍ୟାଦି ।
![]()
Question 5.
ଆମର ଆବଶ୍ୟକ ସାମଗ୍ରୀ ଉତ୍ପାଦନ ସମୟରେ କେଉଁ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ ?
Answer:
(i) ପ୍ରକୃତିର ମିଳିଥିବା ସାମଗ୍ରି ଓ ପଦାର୍ଥଗୁଡ଼ିକ ପ୍ରାକୃତିକ ସମ୍ବଳ ଅଟେ ଓ ଏଗୁଡ଼ିକ ମାନବ ଜାତି ପାଇଁ ଅତ୍ୟନ୍ତ ମୂଲ୍ୟବାନ୍ ।
(ii) ସେହି ପ୍ରାକୃତିକ ସମ୍ବଳ ବ୍ୟବହାର କରି ଆମେ ବିଭିନ୍ନ ବ୍ୟବହାର ଉପଯୋଗୀ ଭୌତିକ ବସ୍ତୁ ତିଆରି କରିଥାଉ । କିନ୍ତୁ କେତେକ ପ୍ରାକୃତିକ ସମ୍ବଳ ନବୀକରଣ ଅଯୋଗ୍ୟ ହୋଇଥିବାରୁ ବହୁଳ ବ୍ୟବହାର ଏହାର ପରିମାଣକୁ ହ୍ରାସ କରିପାରେ କିମ୍ବା ଶେଷ କରିଦେଇପାରେ ।
(iii) ସେଥିପାଇଁ ପ୍ରକୃତିର ବିଭିନ୍ନ ସାମଗ୍ରୀ ଉତ୍ପାଦନ ସମୟରେ ଆମକୁ ଯବାନ୍ ହେବାକୁ ହେବ । ଉଦାହରଣ ସ୍ଵରୂପ ଆମେ କାଠରୁ ସୌଖୀନ ସାମଗ୍ରୀ ତିଆରି କରୁଥିବାରୁ ବହୁ ପରିମାଣରେ ଗଛ କଟା ହେଉଛି । ତେଣୁ ଏହାର ଭରଣା ପାଇଁ ଆମକୁ ବୃକ୍ଷରୋପଣ କରିବାକୁ ହେବ ଓ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ
ହେବ ।
(iv) ବିଭିନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ଏକ ବହୁ କଳକାରଖାନା ପ୍ରତିଷ୍ଠା କରାଯାଉଛି । ଏଗୁଡ଼ିକ ଯୋଗୁଁ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣ ହେଉଛି । ତେଣୁ ବର୍ଜ୍ୟ ପରିଚାଳନା ଉପରେ ଧ୍ୟାନ ଦେବାକୁ ପଡ଼ିବ । କାରଣ ପ୍ରାକୃତିକ ସନ୍ତୁଳନ ନଷ୍ଟ ହେଲେ ଏହାର ସିଧାସଳଖ ପ୍ରଭାବ ଜୀବଜଗତ ଉପରେ ପଡ଼ିବ ।
(v) ପୁନଶ୍ଚ ସାମଗ୍ରୀ ଉତ୍ପାଦନ ପାଇଁ ସମ୍ବଳ ଯେପରି ପୁନଃଭରଣ ଅପେକ୍ଷା ଅଧିକ ମାତ୍ରାରେ ବ୍ୟବହାର ନ ହୁଏ ସେଥିପାଇଁ ଯବାନ ହେବାକୁ ହେବ । ପରବର୍ତ୍ତୀ ପିଢ଼ି ପାଇଁ ସମ୍ବଳର ସଂରକ୍ଷଣ କରିବାକୁ ହେବ ।
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧) :
Question 1.
ପ୍ରାକୃତିକ ସମ୍ବଳକୁ ଆମେ କିପରି ଶ୍ରେଣୀଭୁକ୍ତ କରିବା ?
Answer:
(i) ପ୍ରାକୃତିକ ସମ୍ବଳକୁ ବିଭିନ୍ନ ଆଧାରରେ ଶ୍ରେଣୀଭୁକ୍ତ କରାଯାଇପାରେ ଯଥା- ବଞ୍ଚିବାପାଇଁ ଆବଶ୍ୟକତା, ପଦାର୍ଥର ଉତ୍ସ ଓ ଶକ୍ତିର ଉତ୍ସ ଆଦି ଆଧାରକୁ ବିଚାରକୁ ନିଆଯାଇପାରେ ।
(ii) ପୁନଃ ସୃଷ୍ଟିକୁ ଆଧାର କରି ସମ୍ବଳକୁ ଦୁଇ ଶ୍ରେଣୀରେ ଭାଗ କରାଯାଇପାରେ, ଯଥା ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ।
(iii) ନବୀକରଣ ଯୋଗ୍ୟ ସମ୍ବଳ ହିସାବରେ ସୌରଶକ୍ତିକୁ ଉଦାହରଣ ଭାବେ ନିଆଯାଇପାଏ । ଠିକ୍ ସେହିପରି ନବୀକରଣ ଅଯୋଗ୍ୟ ସମ୍ବଳ ଭାବରେ ଜୀବାଶ୍ମ ଇନ୍ଧନ କୋଇଲାକୁ ଗଣନା କଲ୍ଗାଯାଇପାଏ ।
(iv) ଆହୁରି ମଧ୍ୟ ସମ୍ବଳକୁ ସଜୀବ ଓ ନିର୍ଜୀବ ଭାବରେ ମଧ୍ଯ ବିବେଚନା କରାଯାଇଥାଏ ।
(v) ପୃଥିବୀ ସମ୍ବଳର ଏକ ଭଣ୍ଡାର । ମାତ୍ର କିଛି ସମ୍ବଳ ସହଜରେ ଉପଲବ୍ଧ ହୋଇଥାଏ, ଯଥା- ଜଳ, ବାୟୁ ଓ ମୃତ୍ତିକା ଓ ସହଜରେ ଉପଲବ୍ଧ ହେଉନଥିବା ସମ୍ବଳଗୁଡ଼ିକ ହେଲା କୋଇଲା, ପେଟ୍ରୋଲ, ମୂଲ୍ୟବାନ ପଥର, ଧାତବ ଖଣିଜ ଓ କାଠ ଇତ୍ୟାଦି । ପ୍ରକୃତିରୁ ମିଳୁଥିବା ଓ ମନୁଷ୍ୟ ପାଇଁ ଉପଯୋଗୀ ସମସ୍ତ ମୂଲ୍ୟବାନ ସାମଗ୍ରୀ ବା ପଦାର୍ଥକୁ ‘ପ୍ରାକୃତିକ ସମ୍ବଳ’ ମଧ୍ୟ କୁହାଯାଇଥାଏ ।
Question 2.
ପ୍ରାକୃତିକ ସମ୍ବଳର ବଣ୍ଟନ ଓ ଜୀବନର ବିଭିନ୍ନ ଦିଗ ମଧ୍ଯରେ କି ସମ୍ପର୍କ ରହିଛି ?
Answer:
(i) ପ୍ରାକୃତିକ ସମ୍ବଳଗୁଡ଼ିକ ପୃଥିବୀର ବିଭିନ୍ନ ପ୍ରାନ୍ତରେ କିମ୍ବା କୌଣସି ଦେଶ ଭିତରେ ସମାନ ଭାବରେ ବଣ୍ଟନ ହୋଇନଥାଏ ।
(ii) ଏହି ଅସମାନ ବଣ୍ଟନ ମାନବବସତି, ବାଣିଜ୍ୟର ପ୍ରକାରଭେଦ, ଆନ୍ତର୍ଜାତୀୟ ସମ୍ପର୍କ ଓ ସଂଘର୍ଷକୁ ରୂପ ଦେଇଥାଏ ।
(iii) ଏହି ପ୍ରାକୃତିକ ସମ୍ବଳ ଉପରେ ଅଧିକାର ସାବ୍ୟସ୍ତ କରିବାପାଇଁ ଅତୀତରେ ଅନେକ ଯୁଦ୍ଧ ହୋଇଛି ଏବଂ ଏବେ ମଧ୍ୟ ଅନେକ ଯୁଦ୍ଧ ଜାରି ରହିଛି ।
(iv) ପ୍ରାକୃତିକ ସମ୍ବଳ ମିଳୁଥିବା ସ୍ଥାନରେ ସ୍ଥାପିତ ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଥାଏ । ଏହାର ଚତୁଃପାର୍ଶ୍ଵରେ ଅନେକ ସହର ଗଢ଼ି ଉଠିଥାଏ, ଯାହାକି ଅନ୍ୟମାନଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରିଥାଏ ।
(v) ଆଧୁନିକ ସୁବିଧା ସୁଯୋଗଦ୍ଵାରା ଜୀବନଶୈଳୀ ଉନ୍ନତ ହୋଇଥାଏ । ଶିଳ୍ପାୟନ ତଥା ମାନବ ଦକ୍ଷତାର ସମନ୍ୱୟ ଯୋଗୁ ଅତି ଉଚ୍ଚମାନର ଉତ୍ପାଦନ ସୃଷ୍ଟି ସମ୍ଭବପର ହୋଇଥାଏ । ପ୍ରାକୃତିକ ସମ୍ବଳର ଭୌଗୋଳିକ ସ୍ଥିତି ଉପରେ ନିର୍ଭର କରି ଜାତୀୟ ଓ ଆନ୍ତର୍ଜାତୀୟ ବାଣିଜ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ ।
![]()
Question 3.
ପ୍ରାକୃତିକ ସମ୍ବଳର ଅପବ୍ୟବହାର, ମାତ୍ରାତ୍ଵିକ ବ୍ୟବହାରର ପ୍ରଭାବଗୁଡ଼ିକ କ’ଣ ?
Answer:
(i) ମନୁଷ୍ୟ ତାହାର ସ୍ଵାର୍ଥର ଚରିତାର୍ଥ ପାଇଁ ପ୍ରାକୃତିକ ସମ୍ବଳକୁ ଯଥେଚ୍ଛାରିତ ଭାବେ ବ୍ୟବହାର କରିଚାଲିଛି ।
(ii) ଏହାର ମାତ୍ରାଧିକ ବ୍ୟବହାର ଫଳରେ ପରିବେଶରେ ଅସନ୍ତୁଳନ ସୃଷ୍ଟି ହେବାରେ ଲାଗିଛି ।
(iii) ପ୍ରାକୃତିକ ସମ୍ବଳର ଅପବ୍ୟବହାର ଫଳରେ ପରିବେଶରେ ତାପମାତ୍ରା ବୃଦ୍ଧି ପାଇଥାଏ । ଏହାର ଦୁଇଗୋଟି କାରଣ ହେଲା– ଜୀବାଶ୍ମ ଇନ୍ଧନଭିତ୍ତିକ ଶିଳ୍ପାୟନ ଏବଂ କୃଷି ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଜଙ୍ଗଲ କ୍ଷୟ ।
(iv) ତାପମାତ୍ରା ବୃଦ୍ଧି କାରଣରୁ ହିମାଳୟର କେତେକ ସ୍ଥାନରେ ହିମବାହର ଗଳନ ପୁନଃଭରଣାଠାରୁ ଅଧିକ ରହୁଛି । ଏହାର ପ୍ରଭାବ ହିମାଳୟ ଉପରେ ନିର୍ଭର କରୁଥିବା ସମସ୍ତ ବାସିନ୍ଦାଙ୍କ ଉପରେ ପଡୁଛି ।
(v) ଭୂତଳ ଜଳର ବହୁଳ ମାତ୍ରାରେ ବ୍ୟବହାର ଫଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି । ଅଧୂକ କଳକାରଖାନା ସ୍ଥାପନ ଫଳରେ ବାୟୁମଣ୍ଡଳ ପ୍ରଦୂଷିତ ହୋଇ ଅନେକ ଶ୍ଵାସଜନିତ ରୋଗ ସୃଷ୍ଟି ହେଉଅଛି ।
ଆସ ଅନୁସନ୍ଧାନ କରିବା :
Question 1.
ତୁମ ଚତୁଃପାର୍ଶ୍ୱସ୍ଥ ପରିବେଶରେ ପ୍ରକୃତି ନିଜସ୍ଵ ପୁନରୁଦ୍ଧାର ଓ ପୁନଃସୃଷ୍ଟି କ୍ଷମତା ହରାଇବା ପାଇଁ ଦାୟୀ ମାନବୀୟ କାର୍ଯ୍ୟକଳାପଗୁଡ଼ିକୁ ଚିହ୍ନଟ କର ।
Answer:
(i) ଆମ ଚତୁଃପାର୍ଶ୍ଵରେ ପରିବେଶ ସମସ୍ତ ପ୍ରକାର ବସ୍ତୁ ପ୍ରଦାନ କରିଥାଏ । ସେଗୁଡ଼ିକୁ ଆମେ ସୁବ୍ୟବସ୍ଥିତ ଢଙ୍ଗରେ ବ୍ୟବହାର କଲେ ସେଥୁରୁ ଦୀର୍ଘଦିନ ପାଇଁ ଉପକାର ପାଇପାରିବା ।
(ii) କେତେକ ପ୍ରାକୃତିକ ସମ୍ବଳର ପୁନରୁଦ୍ଧାର ଓ ପୁନଃ ସୃଷ୍ଟି କରିବାର କ୍ଷମତା ପ୍ରକୃତିର ଅଛି । କିନ୍ତୁ ମନୁଷ୍ୟ ବିକଶିତ ହେବାପାଇଁ ସେଗୁଡ଼ିକୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରି ପରିବେଶକୁ ନଷ୍ଟ କରି ଦେଇଥାଏ ।
(iii) ଭୂତଳ ଜଳ ଉତ୍ତୋଳନ ସମସ୍ୟାକୁ ବିଚାରକୁ ନିଆଯାଇପାରେ । ଆମ ଦେଶର ଅନେକ ଚାଷୀ ଜଳସେଚନ ପାଇଁ ଅଧ୍ୟକ ପରିମାଣରେ ଭୂତଳ ଜଳ ଉତ୍ତୋଳନ କରିବା କାରଣରୁ ଭୂତଳ ଜଳସ୍ତର ପୁନଃଭରଣ ତୁଳନାରେ ଅଧିକ ନିମ୍ନଗାମୀ ହେଉଅଛି ।
(iv) ପୂର୍ବାନୁମାନ କରାଯାଇଛି ଯେ, ଆମର ବର୍ଦ୍ଧିଷ୍ଠ ସହରଗୁଡ଼ିକରେ ଭୂତଳ ଜଳ ଶୀଘ୍ର ଶେଷ ହୋଇଯିବ ।
(v) ସେହିପରି, ରାସାୟନିକ ସାର ଏବଂ କୀଟନାଶକର ଅନୁପଯୁକ୍ତ ବ୍ୟବହାରଦ୍ଵାରା ମୃତ୍ତିକା ଅବକ୍ଷୟ ହେଉଅଛି । ଅନ୍ୟପକ୍ଷରେ ସିମେଣ୍ଟ ଉତ୍ପାଦନ ପ୍ରକ୍ରିୟାରେ କାରଖାନାରୁ ନିର୍ଗତ ସୂକ୍ଷ୍ମ ଧୂଳି ଆମର ତଥା ପଶୁମାନଙ୍କ ଫୁସ୍ଫୁସ୍ରେ ପ୍ରବେଶ କରି କ୍ଷତି ପହଞ୍ଚାଉଛି ।
Question 2.
ପ୍ରକୃତି ଚକ୍ରକୁ ପୁନରୁଦ୍ଧାର କରିବାପାଇଁ କି? କି’ ପଦକ୍ଷେପ ନିଆଯାଇପାରିବ ?
Answer:
(i) ପ୍ରାକୃତିକ ସମ୍ବଳର ଦାୟିତ୍ୱହୀନ ବ୍ୟବହାରଦ୍ଵାରା ପ୍ରଦୂଷଣ, ଜୈବବିବିଧତା କ୍ଷତି ଏବଂ ଜଳବାୟୁରେ ପରିବର୍ତ୍ତନ ଅନବରତ ଘଟିଚାଲିଛି ।
(ii) ବର୍ତ୍ତମାନ ସମୟ ଆସିଛି ଆମେ ପ୍ରାକୃତିକ ସମ୍ବଳଗୁଡ଼ିକର କିପରି ପୁନରୁଦ୍ଧାର କରାଯାଇପାରିବ ସେଥିପାଇଁ ସୁଚିନ୍ତିତ ପଦକ୍ଷେପମାନ ଗ୍ରହଣ କରିବା ।
(iii) ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ଅନେକ ପ୍ରତିକାରମୂଳକ ପଦକ୍ଷେପ ନିଆଯାଇପାରିବ । ଯଥା- ଜଳ ଅମଳର ବିଭିନ୍ନ ପାରମ୍ପରିକ ପଦ୍ଧତି, ପୋଖରୀ ଓ ବିଭିନ୍ନ ଜଳାଶୟଗୁଡ଼ିକର ପୁନରୁଦ୍ଧାର, ପାଣିର ଅପଚୟ ହ୍ରାସ, ପ୍ରକ୍ରିୟାକରଣ ଏବଂ ପୁନଃ ବ୍ୟବହାର ଭଳି ଅନେକ କିଛି ଉପାୟ ଗ୍ରହଣ କରାଯାଇପାରିବ ।
(iv) ମୃତ୍ତିକା ଅବକ୍ଷୟ ରୋକିବାପାଇଁ ପାରମ୍ପରିକ କୃଷି ପଦ୍ଧତି ଆପଣେଇବାକୁ ପଡ଼ିବ । କୃଷି କ୍ଷେତ୍ରରେ ଗୋବର ଓ ଅନ୍ୟାନ୍ୟ ପ୍ରାକୃତିକ ସାରର ବ୍ୟବହାର, ମୃତ୍ତିକା ଆଚ୍ଛାଦନ, ବହୁ ଫସଲଭିଭିକ କୃଷି ପଦ୍ଧତିକୁ କାର୍ଯ୍ୟକାରୀ କରାଇଲେ ଆମେ ପ୍ରକୃତି ଚକ୍ରକୁ ପୁନରୁଦ୍ଧାର କରିପାରିବା ।
(v) ବର୍ତ୍ତମାନ ସମୟରେ ଆମକୁ ପୁନଶ୍ଚ ଏହି ପଦ୍ଧତିଗୁଡ଼ିକୁ ଶିଖୁବାକୁ ହେବ ଏବଂ ପ୍ରୟୋଗ କରିବାକୁ ହେବ, ଯାହା ଫଳରେ ମୃତ୍ତିକାର ପୁନଃଭରଣ ଓ ପୁନଃର୍ଜୀବିତ କରି ଅବକ୍ଷୟ ରୋକାଯାଇପାରିବ ।
ସ୍ଵରୂପ, ବୃକ୍ଷମାନେ ପ୍ରାକୃତିକ ଭାବରେ ଯେତେବେଳେ ଏହିଭଳି ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ମଣିଷ କଲ୍ୟାଣ କରେ, ମେ ଡାକ ‘ପରିସଂସ୍ଥା ସେବା’ କହିଥାଉ । ଆମେ ଏହାକୁ ଏପରି ଭାବରେ ଭାବିପାରିବା ଅମ୍ଳଜାନ ଉତ୍ପାଦନ ସେତେବେଳେ ଆମେ ତାକୁ– ଜଙ୍ଗଲ ପ୍ରାକୃତିକ ଭାବରେ ଜଳକୁ ସ୍ୱଚ୍ଛ କରିବା, ମୃତ୍ତିକା କ୍ଷୟକୁ ରୋକିବା, ପ୍ରାଣୀମାନଙ୍କୁ ବାସସ୍ଥାନ ଯୋଗାଇବାକୁ ଆମେ ‘ପରିସଂସ୍ଥା କାର୍ଯ୍ୟ’ ବୋଲି କହିଥାଉ । ଯେତେବେଳେ ଆମେ ସେହି ଜଙ୍ଗଲ ଯୋଗୁଁ ସ୍ଵଚ୍ଛ ଜଳ, ଉର୍ବର ଚାଷଜମି ଏବଂ ପରାଗୀକୃତ ଫସଲରୁ ଉପକୃତ ହେଉ, ସେତେବେଳେ ଆମେ ପ୍ରକୃତିରୁ ‘ପରିସଂସ୍ଥା ସେବା’ ପାଇଥାଉ ।
ଗୋଟିଏ ପରିପକ୍ଵ ବୃକ୍ଷ ଦୈନିକ ପ୍ରାୟ ୨୭୫ ଲିଟର ଅମ୍ଳଜାନ ଉତ୍ପାଦନ କରିଥାଏ (ଏହି ଉତ୍ପାଦନ ବୃକ୍ଷର ପ୍ରକାର ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇଥାଏ) । ଜଣେ ମନୁଷ୍ୟ ଦୈନିକ ପ୍ରାୟ ୩୫୦ ଲିଟର ଅମ୍ଳଜାନ ଆବଶ୍ୟକ କରିଥାଏ (ଏହି ଆବଶ୍ୟକତା ମନୁଷ୍ୟର ପରିଶ୍ରମ, ଉଚ୍ଚତା ଓ ଓଜନ ଭିତ୍ତିରେ ଅଲଗା ହୋଇଥାଏ) ।
![]()
Question 3.
ତୁମ ଅଞ୍ଚଳର ବିଭିନ୍ନ ନବୀକରଣ ଯୋଗ୍ୟ ସମ୍ବଳର ମୂଲ୍ୟାୟନ କରିବାପାଇଁ ଗୋଟିଏ ଛୋଟ ଗବେଷଣାତ୍ମକ ଅନୁଧ୍ୟାନ କର : ତୁମ ଅଧ୍ୟୟନର ଭୌଗୋଳିକ କ୍ଷେତ୍ର ଏବଂ ତୁମକୁ ଆବଶ୍ୟକ ସୂଚନାର ଉତ୍ସ ସମ୍ବନ୍ଧରେ ଶିକ୍ଷକଙ୍କ ସହ ଆଲୋଚନା କରିପାରିବ । ସମୟ ସହିତ ଏହି ସମ୍ବଳଗୁଡ଼ିକର ସ୍ଥିତିରେ କ’ଣ ପରିବର୍ତ୍ତନ ଆସିଛି ? ପରିବର୍ତ୍ତନର କାରଣ ସବୁକୁ ଚିହ୍ନଟ କର ଓ ଏକ ନିରାକରଣ କ’ଣ କରିହେବ, ଏହାର ସମ୍ବନ୍ଧରେ ଏକ ଛୋଟ ରିପୋର୍ଟ ପ୍ରସ୍ତୁତ କର ।
Answer:
ମୋ ଅଞ୍ଚଳ ବାଲେଶ୍ଵରରେ । ପ୍ରାଥମିକ ନବୀକଣଯୋଗ୍ୟ ସମ୍ବଳଗୁଡ଼ିକ ହେଉଛି ସୌରଶକ୍ତି, ପବନଶକ୍ତି ଏବଂ ଜୈବ ଇନ୍ଧନ । ସରକାରୀ ପ୍ରୋତ୍ସାହନଦ୍ଵାରା ସୌରଶକ୍ତି ଅଭିବୃଦ୍ଧି ହେଉଛି ମାତ୍ର ଏହା ଖୁବ୍ କମ୍ ଲୋକ ବ୍ୟବହାର କରୁଛନ୍ତି କାରଣ ଏହା ବ୍ୟୟବହୁଳ ଏବଂ ଏଥିପାଇଁ ସ୍ଥାନ ଦରକାର । ପବନ ଶକ୍ତି ଏଠାରେ ଅଣବିକଶିତ କାରଣ ସହରଟିର ଭୂମିରୂପ ଚେପ୍ଟା ଅଟେ ଏବଂ ଦକ୍ଷତାହୀନ ବର୍ଜ୍ୟବସ୍ତୁ ପରିଚାଳନା ଯୋଗୁଁ ଜୈବ ଇନ୍ଧନ ମଧ୍ୟ ବିକଶିତ ହୋଇପାରୁନାହିଁ ।
ମୋ ଅଞ୍ଚଳ ବାଲେଶ୍ଵର ବର୍ତ୍ତମାନ ନବୀକରଣଯୋଗ୍ୟ ସମ୍ବଳଗୁଡ଼ିକର ଶକ୍ତି କ୍ଷମତାକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି । ବିଭିନ୍ନ ପଦକ୍ଷେପ ଯଥା— ଛାତ୍ର ଉପରେ ସୌର ପ୍ୟାନେଲ୍, ୧୦୦୦ ମେଗାୱାଟ୍ ବିଶିଷ୍ଟ ସୌର ପ୍ଲାଣ୍ଟ ଏବଂ ୧୧୧ ମେଗାଓ୍ବାଟ ପବନ ଶକ୍ତି ପ୍ଲାଣ୍ଟ୍ ଇତ୍ୟାଦି ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି ।
ଏହି ସମ୍ବଳଗୁଡ଼ିକର ସ୍ଥିତି ସହରୀକରଣ ଏବଂ ଶକ୍ତିର କ୍ରବର୍ଦ୍ଧିଷ୍ଠ ଚାହିଦା ଯୋଗୁଁ ପରିବର୍ତ୍ତନ ହୋଇଯାଇଛି । ପବନଶକ୍ତି ପ୍ରକଳ୍ପ ଆଗେଇପାରି ନାହିଁ । ଏ ଜୈବ ଇନ୍ଧନର ବିଭବ ଅବ୍ୟବହୃତ ରହିଅଛି । ଏଥିରେ ଉନ୍ନତ ଆଣିବା ପାଇଁ ବାଲେଶ୍ଵର ପାଇଁ ଶକ୍ତିଶାଳୀ ନୀତି ନିୟମ ଆବଶ୍ୟକ ।
ନବୀକରଣ ଅଯୋଗ୍ୟ ସମ୍ବଳ :
ଯେଉଁ ସମ୍ବଳଗୁଡ଼ିକ ସହଜରେ ସୃଷ୍ଟି ହୋଇନଥାଏ ବା ସୃଷ୍ଟି ପାଇଁ ବହୁବର୍ଷ ଲାଗିଥାଏ, ସେହି ପ୍ରକାର ସମ୍ବଳଗୁଡ଼ିକୁ ଆମେ ନବୀକରଣ ଅଯୋଗ୍ୟ ସମ୍ବଳ କହିଥାଉ । ଉଦାହରଣ– ଜୀବାଶ୍ମ ଇନ୍ଧନ (କୋଇଲା ଓ ପେଟ୍ରୋଲିୟମ୍), ଲୁହା, ତମ୍ବା ଓ ସୁନା ଭଳି ଖଣିଜ ଏବଂ ଧାତବ ପଦାର୍ଥ ।
ଭାରତରେ ଗଚ୍ଛିତ ଥିବା କୋଇଲା ଭଣ୍ଡାର ଆଉ ୫୦ ବର୍ଷ ପର୍ଯ୍ୟନ୍ତ ରହିପାରିବ ବୋଲି ଆକଳନ କରାଯାଉଛି ।
Question 4.
ତୁମେ ପ୍ରତିଦିନ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବ୍ୟବହାର କରୁଥିବା ନବୀକରଣ ଅଯୋଗ୍ୟ ସମ୍ବଳଗୁଡ଼ିକ କ’ଣ ? ଏହି ସମ୍ବଳଗୁଡ଼ିକର ସମ୍ଭାବ୍ୟ ନବୀକରଣ ଯୋଗ୍ୟ ବିକଳ୍ପଗୁଡ଼ିକ କ’ଣ ? କେଉଁସବୁ ପଦକ୍ଷେପଦ୍ଵାରା ଏଗୁଡ଼ିକୁ ନବୀକରଣଯୋଗ୍ୟ ସମ୍ବଳରେ ରୂପାନ୍ତରିତ ହୋଇପାରିବ ?
Answer:
(i) ଆମେ ପ୍ରତିଦିନ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅନେକଗୁଡ଼ିଏ ନବୀକରଣ ଅଯୋଗ୍ୟ ସମ୍ବଳ ବ୍ୟବହାର କରିଥାଉ । ସେଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜୀବାଶ୍ମ ଇନ୍ଧନ (କୋଇଲା ପେଟ୍ରୋଲିୟମ), ଲୁହା, ତମ୍ବା ଓ ସୁନା ଭଳି ଖଣିଜ ଅନ୍ତର୍ଭୁକ୍ତ ।
(ii) ନବୀକରଣ ଅଯୋଗ୍ୟ ସମ୍ବଳ ସୃଷ୍ଟି ପାଇଁ ବହୁ ବର୍ଷ ଲାଗିଥାଏ । ଆମ୍ଭେମାନେ ଯେଉଁ ହାରରେ ସେଗୁଡ଼ିକୁ ବ୍ୟବହାର କରୁଛୁ, ସେଗୁଡ଼ିକର ସେହି ହାରରେ ପୁନଃଭରଣ ସମ୍ଭବ ନୁହେଁ ।
(iii) କ୍ରମାଗତ ଜନସଂଖ୍ୟା ବୃଦ୍ଧି ଓ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିବାପାଇଁ ଦିନକୁ ଦିନ ବିଦ୍ୟୁତ୍ ଶକ୍ତିର ଚାହିଦା ଅଧିକ ବୃଦ୍ଧି ପାଇବାରେ ଲାଗିଛି । କୋଇଲା ଭଣ୍ଡାର ଆଉ ମାତ୍ର ୫୦ ବର୍ଷ ପର୍ଯ୍ୟନ୍ତ ରହିପାରେ ବୋଲି ଗବେଷକମାନେ ମତପୋଷଣ କଲେଣି ।
(iv) ତେଣୁ ଏବେ ସମୟ ଆସିଛି, ଆମେ କୋଇଲାର ବିକଳ୍ପ ଭାବରେ ସୌରଶକ୍ତି, ଜଳବିଦ୍ୟୁତ୍ ଶକ୍ତି, ଭୂ-. ତାପଜ ଶକ୍ତି ଓ ଜୁଆର ଶକ୍ତି ବ୍ୟବହାର କରିବାପାଇଁ ଆଜିଠାରୁ ଯୋଜନାମାନ ଗ୍ରହଣ କରିବା ଆବଶ୍ୟକ । ଉନ୍ନତ କାରିଗରି ଜ୍ଞାନକୌଶଳ ଓ ସୁଚିନ୍ତିତ ଯୋଜନା ମାଧ୍ୟମରେ ଆମେ ଏହି ନବୀକରଣ ଯୋଗ୍ୟ ସମ୍ବଳକୁ ବ୍ୟବହାର କରିପାରିବା ।
(v) ଅଧ୍ୟରୁ ଅଧୂକ ସୌରଶକ୍ତି କେନ୍ଦ୍ରମାନ ସ୍ଥାପନ କରିବା, ସ୍ଥାନୀୟ ନଦୀମାନଙ୍କରେ ଡ୍ୟାମ୍ ନିର୍ମାଣ କରି ସେଥୁରୁ ଆମେ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରିବା, ଯାହାଦ୍ଵାରା କି ନବୀକରଣ ଅଯୋଗ୍ୟ ସମ୍ବଳ ଚାହିଦାକୁ ପୁରଣ କରିପାରିବା ।
ପ୍ରାକୃତିକ ସମ୍ବଳଗୁଡ଼ିକର ବଣ୍ଟନ ଓ ଏହାର ପ୍ରଭାବ :
ପ୍ରାକୃତିକ ସମ୍ବଳଗୁଡ଼ିକ ପୃଥିବୀର ବିଭିନ୍ନ ସ୍ଥାନରେ କିମ୍ବା କୌଣସି ଦେଶ ଭିତରେ ସମାନ ଭାବରେ ବଣ୍ଟନ ହୋଇନଥାଏ ।

ଏହି ଅସମାନ ବଣ୍ଟନ ମାନ ବବସତି, ବାଣିଜ୍ୟର ପ୍ରକାର ଭେଦ, ଆନ୍ତର୍ଜାତୀୟ ସମ୍ପର୍କ ଓ ସଂଘର୍ଷକୁ ରୂପ ଦେଇଥାଏ । ପ୍ରାକୃତିକ ସମ୍ବଳ ଉପରେ ଅଧିକାର ସାବ୍ୟସ୍ତ ପାଇଁ ବିବାଦ ହୋଇଥାଏ ।
ପ୍ରାକୃତିକ ସମ୍ବଳ ମିଳୁଥିବା ସ୍ଥାନରେ ସ୍ଥାପିତ ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଥାଏ । ଏଗୁଡ଼ିକର ଚତୁଃପାର୍ଶ୍ଵରେ ସହର ଗଢ଼ି ଉଠିବା ସହିତ ଲୋକମାନଙ୍କର ଆର୍ଥିକ ଅବସ୍ଥା ଓ ଜୀବନଶୈଳୀ ଉନ୍ନତ ହୋଇଥାଏ ।
ଏପରିକି ବିକାଶ ନିମନ୍ତେ, ପୃଥିବୀର ସମ୍ବଳ ସମୃଦ୍ଧ ଅଞ୍ଚଳରୁ ଲୋକମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥାଏ । ଶିଳ୍ପାୟନ ତଥା ମାନବ ଜ୍ଞାନ ଦକ୍ଷତାର ସମନ୍ୱୟ ଯୋଗୁଁ ଅତି ଉଚ୍ଚ ମାନର ଇସ୍ପାତ ସୃଷ୍ଟି ହୋଇଥାଏ, ଯଥା ଉଷ୍ଟିଲ୍ (Wootz Steel) ।

ଆମେ ଜାଣୁ ଯେ, ଭାରତରେ ବୃହତ୍ ସାମ୍ରାଜ୍ୟର ବିକାଶକୁ ଅତୀତରେ ବାଣିଜ୍ୟ ହିଁ ଇନ୍ଧନ ଯୋଗାଇଥିଲା ।
ଆମ ଦେଶର କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ପୁଦୁଚେରୀ ରାଜ୍ୟମାନଙ୍କ ମଧ୍ୟରେ ଆଲୋଚନା ଓ ଦକ୍ଷତାପୂର୍ଣ୍ଣ ପରିଚାଳନାଦ୍ୱାରା କାବେରୀ ନଦୀର ଜଳକୁ ସୁଷମ ଭାବରେ ବର୍ଣ୍ଣନା କରାଯାଇପାରିଛି ।
Question 5.
ଚିତ୍ରରେ (ମୁଖ୍ୟ ଖଣିଜ ଦ୍ରବ୍ୟର ବଣ୍ଟନ) ଥିବା ମାନଚିତ୍ରକୁ ଅନୁଧ୍ୟାନ କର । ଗୁରୁତ୍ଵପୂର୍ଣ୍ଣ ଖଣିଜ ପଦାର୍ଥର ଅସମାନ ବଣ୍ଟନକୁ ଲକ୍ଷ୍ୟ କର । ତୁମ ଅଞ୍ଚଳରେ କେଉଁ ପ୍ରକାର ସମ୍ବଳ ଉପଲବ୍ଧ ? ସେଗୁଡ଼ିକ ବଣ୍ଟନ କିପରି ଭାବରେ ହୋଇଅଛି ?
Answer:
ମାନଚିତ୍ରରେ ଜଣାପଡୁଛି ଯେ ଭାରତରେ ଖଣିଜ ପଦାର୍ଥଗୁଡ଼ିକର ଅସମାନ ବଣ୍ଟନ ହୋଇଛି । ଦେଶର ପୂର୍ବ, ଦକ୍ଷିଣ ଏବଂ କେନ୍ଦ୍ରାଞ୍ଚଳରେ ମୁଖ୍ୟତଃ କୋଇଲା ଖଣି, ଯଥା- ଝରିଆ, ରାଣୀଗଞ୍ଜ, କୋର୍ବା, ନେଭେଲି ଏବଂ ସିଙ୍ଗରେଣିଠାରେ ରହିଛି । ଦେଶର କେନ୍ଦ୍ର, ପୂର୍ବ ଏବଂ ଦକ୍ଷିଣ ଭାଗରେ ଲୌହପିଣ୍ଡ ଗଚ୍ଛିତ ରହିଛି । କେନ୍ଦ୍ର ଏବଂ ପୂର୍ବ ଭାରତର କଟନୀ ଓ କୋରାପୁଟଠାରେ ବକ୍ସାଇଟ୍ ଗଚ୍ଛିତ ଅଛି । ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରଗୁଡ଼ିକ ପଶ୍ଚିମ ଉପକୂଳରେ ମୁମ୍ବାଇ ହାଇ, ଅଙ୍କଲେଶ୍ଵର ଏବଂ ଉତ୍ତର-ପୂର୍ବ (ଆସାମ)ର ଦିଗ୍ବୋଇଠାରେ ରହିଛି । ଏପରି ଅସମାନ ବଣ୍ଟନ ଭାରତରେ ଭୂତାତ୍ତ୍ଵିକ ବିଭିନ୍ନତାକୁ ସୂଚାଏ ।
ଓଡ଼ିଶାରେ ଅନେକ ଗୁରୁତ୍ଵପୂର୍ଣ୍ଣ ଖଣିଜ ଦେଖାଯାଏ । ଆମ ରାଜ୍ୟରେ କୋଇଲା, ଲୌହପିଣ୍ଡ ଓ ବକ୍ସାଇଟ୍ ବହୁ ପରିମାଣରେ ଗଚ୍ଛିତ ଅଛି । ଓଡ଼ିଶାର କେଉଁଝର ଓ ମୟୂରଭଞ୍ଜରେ ଲୌହପିଣ୍ଡ ଥିବାବେଳେ ତାଳଚେରଠାରେ କୋଇଲା ଏବଂ କୋରାପୁଟରେ ବକ୍ସାଇଟ୍ ଖଣି ରହିଛି ।
![]()
Question 6.
ଯେକୌଣସି ଦୁଇଟି ପ୍ରାକୃତିକ ସମ୍ବଳ ଚୟନ କର । ଭାରତର ବିଭିନ୍ନ ସ୍ଥାନରେ ସେଗୁଡ଼ିକର ଉପଲବ୍ଧତା ବିଷୟରେ ସୂଚନା ସଂଗ୍ରହ କରି, ଗୋଟିଏ ମାନଚିତ୍ରରେ ଚିହ୍ନିତ କର । ସେଗୁଡ଼ିକର ବଣ୍ଟନ ବିଷୟରେ କ’ଣ ଲକ୍ଷ୍ୟ କରୁଛ ? ଏଗୁଡ଼ିକ ସହିତ କେଉଁ ପ୍ରକାରର ଆର୍ଥିକ କାର୍ଯ୍ୟକଳାପ ଜଡ଼ିତ ?
Answer:

ଭାରତର ବିଭିନ୍ନ ଅଞ୍ଚଳରେ ଦେଖାଯାଉଥିବା ଦୁଇଟି ଗୁରୁତ୍ଵପୂର୍ଣ୍ଣ ପ୍ରାକୃତିକ ସମ୍ବଳ ହେଉଛି କୋଇଲା ଓ ଲୌହପିଣ୍ଡ । କୋଇଲା ମୁଖ୍ୟତଃ ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଦେଖାଯାଏ । ଲୌହପିଣ୍ଡ ମୁଖ୍ୟତଃ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ଏବଂ ଗୋଆରେ ଦେଖାଯାଇଥାଏ । ସେଗୁଡ଼ିକର ବଣ୍ଟନ ଅସମାନ ଏବଂ ସେଗୁଡ଼ିକ ବ ହୁଳ ପରିମାଣରେ ପୂର୍ବ ଏବଂ ଦକ୍ଷିଣ ଭାରତରେ ଗଚ୍ଛିତ ରହିଛି । ଏହାଫଳରେ ସେହି ସବୁ ଅଞ୍ଚଳରେ ଖଣି ଓ ତତ୍ ସମ୍ପର୍କିତ ଶିଳ୍ପଗୁଡ଼ିକ ଗଢ଼ି ଉଠିଛି ।
Question 7.
ସେସବୁ ସ୍ଥାନରୁ ପ୍ରାକୃତିକ ସମ୍ବଳର ଉତ୍ତୋଳନ, ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ଉପରେ କିପରି ପ୍ରଭାବ ପକାଇବ ଆଲୋଚନା କର । ପ୍ରକୃତିର ଏହି ଉପହାରକୁ ଆମେ କିପରି ଦାୟିତ୍ଵପୂର୍ଣଭାବେ ବ୍ୟବହାର କରିପାରିବା, ସେ ବିଷୟରେ ନିଜର ପ୍ରସ୍ତାବ ଦିଅ ।
Answer:
ପ୍ରାକୃତିକ ସମ୍ପଦଗୁଡ଼ିକର ଉତ୍ତୋଳନଦ୍ଵାରା ଆର୍ଥିକ ଲାଭ ହୋଇଥାଏ । କିନ୍ତୁ ଅଧିକାଂଶ ସ୍ଥଳେ ସ୍ଥାନୀୟ ଲୋକମାନଙ୍କୁ ବିସ୍ଥାପିତ କରିଥାଏ, ସାଂସ୍କୃତିକ ଐତିହ୍ୟ ନଷ୍ଟ କରିଥାଏ ଏବଂ ପରିବେଶର କ୍ଷତି କରିଥାଏ । ସମୟକ୍ରମେ ଏହାଦ୍ଵାରା ସମ୍ବଳ ଶେଷ ହୋଇଥାଏ, ପରିସଂସ୍ଥାକୁ କ୍ଷତି ପହଞ୍ଚେ ଏବଂ ଭବିଷ୍ୟତ ବଂଶଧରଙ୍କ ପାଇଁ ସମସ୍ୟା ସୃଷ୍ଟି କରେ ।
ପ୍ରକୃତିର ଏହି ଉପହାରକୁ ଦାୟିତ୍ଵପୂର୍ଣ୍ଣଭାବେ ବ୍ୟବହାର କରିବା ପାଇଁ ଧାରଣୀୟ ଉତ୍ତୋଳନ ପ୍ରଣାଳୀ, ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ବଳର ବ୍ୟବହାର ଉପରେ ଗୁରୁତ୍ୱ ଆରୋପ ଏବଂ ପ୍ରଭାବଶାଳୀ ସମ୍ବଳ ପରିଚାଳନା ଉପରେ ଗୁରୁତ୍ବ ଆରୋପ କରାଯିବାର ଆବଶ୍ୟକତା ରହିଛି । ସଂରକ୍ଷଣ ନୀତିକୁ ସମର୍ଥନ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କର ଅଧିକାରକୁ ସମ୍ମାନ ଦେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ବର୍ଜ୍ୟବସ୍ତୁର ପରିମାଣକୁ କମ୍ କରି ସମ୍ବଳର ପୁନର୍ବିନିଯୋଗ ଏବଂ ଚକ୍ରୀକରଣ ଦୀର୍ଘକାଳୀନ ଧାରଣୀୟତାକୁ ସାହାଯ୍ୟ କରିଥାଏ । ଭବିଷ୍ୟତରେ ପୃଥିବୀକୁ ନିରାପଦ ରଖିବାପାଇଁ ଭବିଷ୍ୟତ ବଂଶଧରମାନଙ୍କୁ ପ୍ରାକୃତିକ ସମ୍ବଳକୁ ସଂରକ୍ଷଣ କରିବାର ଗୁରୁତ୍ଵ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ।
Question 8.
ଆନ୍ତର୍ଜାତୀୟ ସ୍ତରରେ ନଦୀଜଳ ବଣ୍ଟନକୁ ନେଇ ଦେଖାଯାଇଥିବା ବିବାଦ ଖୋଜି ବାହାର କର, ଏହାର ନିଷ୍କର୍ଷ ତୁମ ଶ୍ରେଣୀରେ ଆଲୋଚନା କର ।
Answer:
(i) ବର୍ତ୍ତମାନ ବିଭିନ୍ନ ଦେଶ ଓ ରାଜ୍ୟ ମଧ୍ୟରେ ପ୍ରାକୃତିକ ସମ୍ବଳରେ ଅଂଶୀଦାରୀ ପାଇଁ ଉତ୍ତେଜନା ଦେଖାଯାଉଛି ।
(ii) ଅଧୁନା ଆମ ଦେଶର କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ପଡୁଚେରୀ ରାଜ୍ୟମାନଙ୍କ ମଧ୍ୟରେ କାବେରୀ ନଦୀର ଜଳବଣ୍ଟନକୁ ନେଇ ସମସ୍ୟା ଦେଖାଯାଇଛି ।
(iii) ଏହି ରାଜ୍ୟମାନଙ୍କ ମଧ୍ୟରେ ଆଲୋଚନା ଓ ଦକ୍ଷତାପୂର୍ଣ୍ଣ ପରିଚାଳନାଦ୍ଵାରା ଶାନ୍ତି ବଜାୟ ରଖୁବା ସହ ନ୍ୟାୟସଂଗତ ଜଳ ବଣ୍ଟନର ଆବଶ୍ୟକତା ରହିଛି ।
(iv) ଏହି ନଦୀଜଳ ବଣ୍ଟନ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସ୍ତରରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଗଙ୍ଗାନଦୀର ଜଳବଣ୍ଟନକୁ ନେଇ ସମସ୍ୟା ଦେଖାଯାଇଥିଲା । ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ଏହି ସମସ୍ୟାକୁ ସମାଧାନ କରାଯାଇ ପାରିଛି ।
(v) ଆମ ରାଜ୍ୟର ମହାନଦୀ ଜଳକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଜଳବିବାଦ ଦେଖାଦେଇଛି । ଏହି ବିବାଦକୁ ସମାଧାନ କରିବା ପାଇଁ ଦୁଇ ରାଜ୍ୟ ମଧ୍ୟରେ ଆପୋଷ କଥାବାର୍ତ୍ତା ଜାରି ରହିଛି । ନିକଟ ଭବିଷ୍ୟତରେ ଏହାର ଏକ ସୁସମାଧାନର ବାଟ ଫିଟି ପାରିବ ବୋଲି ଆଶା କରାଯାଉଛି ।

ପ୍ରାକୃତିକ ସମ୍ବଳର ବିଲକ୍ଷଣ :
କେତେକ ଅଞ୍ଚଳ ପ୍ରାକୃତିକ ସମ୍ବଳରେ ସମୃଦ୍ଧ ଥିବା ସତ୍ତ୍ବେ ସେଠାରେ ଆର୍ଥିକ ଅଭିବୃଦ୍ଧି ଓ ବିକାଶର ଧାରା ମନ୍ଥର ହୋଇଥାଏ । ଫଳତଃ ଦେଶରେ ଅନେକ ସାମାଜିକ ଓ ଆର୍ଥିକ ସମସ୍ୟାମାନ ସୃଷ୍ଟି ହୋଇଥାଏ । ଏହି ପରିସ୍ଥିତିକୁ ଅର୍ଥନୀତିଜ୍ଞମାନେ ପ୍ରାକୃତିକ ସମ୍ବଳର ବିଲକ୍ଷଣ (Natural Resource Curse) କିମ୍ବା ପ୍ରଚୁରତାର ବିରୋଧାଭାସ (Paradox of Plenty) ବୋଲି କହିଥା’ନ୍ତି ।
ସମ୍ବଳର ସଂଗ୍ରହଣ ଓ ଏହାର ଧାରଣୀୟତା (Substainability) ମଧ୍ୟରେ ସନ୍ତୁଳନ ରକ୍ଷା ତଥାପି ଏକ ଆହ୍ୱାନ ହୋଇ ରହିଛି । ପ୍ରାକୃତିକ ସମ୍ବଳ ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଓ ଏହାର ସୁପରିଚାଳନା ବିଷୟରେ ଆମେ ପ୍ରଥମେ ଜାଣିବା ଦରକାର ।
![]()
Question 9.
ଆନ୍ତର୍ଜାତୀୟ ସ୍ତରରେ ସୃଷ୍ଟ ଏହିଭଳି ଏକ ବିବାଦକୁ ଖୋଜି ବାହାର କର । ଏହାର ନିଷ୍କର୍ସ ତୁମ ଶ୍ରେଣୀରେ ଆଲୋଚନା କର ।
Answer:
ଉ- ଆନ୍ତର୍ଜାତୀୟ ସ୍ତରରେ ସୃଷ୍ଟ ଏହିଭଳି ଏକ ବିବାଦ ହେଉଛି ନୀଳନଦୀକୁ କେନ୍ଦ୍ର କରି ଇଥ୍ଓପିଆ, ସୁଦାନ ଓ ମିଶର ମଧ୍ୟରେ ଚାଲିଥିବା ବିବାଦ । ଇଥୁଓପିଆ ନୀଳନଦୀର ଉପର ମୁଣ୍ଡରେ ଗ୍ରାଣ୍ଡ୍ ଇଥ୍ଓପିଆନ୍ ରିନାସାଁ ଡ୍ୟାମ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ ନିର୍ମାଣ କଲା । କିନ୍ତୁ ମିଶର ଓ ସୁଦାନ ନୀଳନଦୀର ତଳମୁଣ୍ଡିରେ ଅବସ୍ଥିତ ଥିବାରୁ ଆବଶ୍ୟକୀୟ ପରିମାଣଠାରୁ କମ୍ ଜଳ ପାଇବାର ସମ୍ଭାବନା ଦେଖାଦେଲା । ମିଶର ନୀଳନଦୀର ଶତକଡ଼ା ନଭେଭାଗ ଜଳ ବ୍ୟବହାର କରିଥାଏ । ଅନେକ ଥର କଥାବାର୍ତ୍ତା ପରେ ମଧ୍ୟ କୌଣସି ସ୍ଥାୟୀ ସମାଧାନର ଉପାୟ ମିଳିଲା ନାହିଁ । ଏଥୁରୁ ଜଣାଯାଏ ଯେ ନଦୀ ଭଳି ପ୍ରାକୃତିକ ସମ୍ବଳର ବଣ୍ଟନକୁ ନେଇ ଦେଶ ଦେଶ ମଧ୍ୟରେ ଦ୍ଵନ୍ଦ ଦେଖାଦେଇପାରେ ।
Question 10.
ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଉପଲବ୍ଧ ପ୍ରାକୃତିକ ସମ୍ବଳକୁ ବ୍ୟବହାରକ୍ଷମ କରିବାପାଇଁ କେଉଁସବୁ ନିବେଶ (Input) ଆବଶ୍ୟକ ବୋଲି ତୁମେ ଭାବୁଛ ?
Answer:
(i) ଭୌଗୋଳିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ପ୍ରାକୃତିକ ସମ୍ବଳ ଉପଲବ୍ଧ ହୋଇଥାଏ । ସମସ୍ତ ପ୍ରାକୃତିକ ସମ୍ବଳଗୁଡ଼ିକୁ ସଠିକ୍ ଭାବରେ ବ୍ୟବହାର କରାଯାଇ ପାରୁନାହିଁ । ଯେଉଁ କେତେକ ସମ୍ବଳକୁ ବ୍ୟବହାର ଉପଯୋଗୀ କରାଯାଇପାରୁଛି ତାହା ଯଥେଷ୍ଟ ନୁହେଁ ।
(ii) ତେଣୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରାକୃତିକ ସମ୍ବଳକୁ ବ୍ୟବହାରକ୍ଷମ କରିବାପାଇଁ ବୈଦେଶିକ ପୁଞ୍ଜି ଓ ଜ୍ଞାନକୌଶଳର ଆବଶ୍ୟକତା ରହିଛି ।
(iii) ଆମ ରାଜ୍ୟର ରାଉରକେଲାଠାରେ ଥିବା ଲୌହଇସ୍ପାତ କାରଖାନ ଜର୍ମାନୀ ଦେଶର ପୁଞ୍ଜି ଓ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ନିର୍ମିତ ହୋଇଅଛି । ଠିକ୍ ସେହିପରି ଆମ ଦେଶରେ ଭିଲାଇ, ବୋକାରୋଠାରେ ମଧ୍ୟ ଲୌହଇସ୍ପାତ କାରଖାନା ସ୍ଥାପନ ପାଇଁ ରୁଷିଆ ସହାୟତା ପ୍ରଦାନ କରିଅଛି ।
(iv) ତଥାପି ମଧ୍ୟ ସମ୍ବଳ ସଂଗ୍ରହଣ ଓ ଏହାର ଧାରଣୀୟତା (Substainability) ମଧ୍ୟରେ ସନ୍ତୁଳନ ରକ୍ଷା ଏକ ଆହ୍ୱାନ ହୋଇ ରହିଛି । ପ୍ରାକୃତିକ ସମ୍ବଳ ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଓ ଏହାର ସୁପରିଚାଳନା ବିଷୟରେ ସମସ୍ତେ ଅବଗତ ହେବା ଆବଶ୍ୟକ ।
(v) ତେବେ ମଣିଷର ବୋଧଶକ୍ତି, ସୁଶାସନ ଏବଂ ଉପଯୁକ୍ତ ଯୋଜନା ଉପରେ ଏହାର ସ୍ଥାୟୀ ଲାଭ ବା ତତ୍କାଳ ଲାଭ ନିର୍ଭର କରିଥାଏ ।
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ଆମ ଦେଶରେ ଦୁସାଗର ଜଳପ୍ରପାତ କେଉଁଠାରେ ଅବସ୍ଥିତ ?
Answer:
ଗୋଆ
Question 2.
ପ୍ରକୃତିରୁ ମିଳୁଥିବା ଓ ମନୁଷ୍ୟ ପାଇଁ ଉପଯୋଗୀ ସମସ୍ତ ମୂଲ୍ୟବାନ ସାମଗ୍ରୀ ବା ପଦାର୍ଥକୁ କ’ଣ କୁହାଯାଇଥାଏ ?
Answer:
ପ୍ରାକୃତିକ ସମ୍ବଳ
Question 3.
ଆଧୁନିକ ଜୀବନଶୈଳୀର ଆଧାରଶିଳା କାହାକୁ କୁହାଯାଇଥାଏ ?
Answer:
ଶକ୍ତି
Question 4.
କୌଣସି ଦ୍ରବ୍ୟ ଯଦି ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଥାଏ, ଏହାକୁ ପ୍ରାରମ୍ଭିକ ଅବସ୍ଥାକୁ ଫେରାଇ ଆଣିବାକୁ କ’ଣ କୁହାଯାଇଥାଏ ?
Answer:
ପୁନରୁଦ୍ଧାର ପ୍ରକ୍ରିୟା
![]()
Question 5.
କୃତଜ୍ଞତା ସ୍ଵରୂପ ସୂର୍ଯ୍ୟଦେବଙ୍କୁ କ’ଣ ଅର୍ପଣ କରାଯାଏ ?
Answer:
ଅର୍ଘ୍ୟ
Question 6.
ଆମର ମୁଖ୍ୟ ଜୀବାଶ୍ମ ଇନ୍ଧନ କ’ଣ ?
Answer:
କୋଇଲା
Question 7.
ଗୋଟିଏ ପରିପକ୍ଵ ବୃକ୍ଷ ଦୈନିକ ପ୍ରାୟ କେତେ ଲିଟର ଅମ୍ଳଜାନ ଉତ୍ପାଦନ କରିଥାଏ ?
Answer:
୨୭୫ ଲିଟର
Question 8.
ଜଣେ ମନୁଷ୍ୟ ଦୈନିକ ପ୍ରାୟ କେତେ ଲିଟର ଅମ୍ଳଜାନ ଆବଶ୍ୟକ କରିଥାଏ ?
Answer:
୩୫୦ ଲିଟର
Question 9.
ଓଡ଼ିଶାର ମୁଖ୍ୟ କୋଇଲା ଖଣି ଅଞ୍ଚଳ କେଉଁଠାରେ ଅବସ୍ଥିତ ?
Answer:
ତାଳଚେର
![]()
Answer:10.
କାବେରୀ ନଦୀର ଜଳବଣ୍ଟନକୁ ନେଇ ମୁଖ୍ୟତଃ କେଉଁ ଦୁଇଟି ରାଜ୍ୟ ମଧ୍ୟରେ ବିବାଦ ଦେଖାଯାଇଛି ?
Answer:
କର୍ଣ୍ଣାଟକ ଓ କେରଳ
Question 11.
ଆମ ଦେଶର କେଉଁ ରାଜ୍ୟରେ ଭୂତଳ ଜଳର ସଙ୍କଟ ଦେଖାଦେଇଛି ?
Answer:
ପଞ୍ଜାବ
Question 12.
ପଞ୍ଜାବର କେତେ ପ୍ରତିଶତ ଅଞ୍ଚଳକୁ ଅତ୍ୟଧିକ ଶୋଷିତ ଅଞ୍ଚଳ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି ?
Answer:
ପ୍ରାୟ ୮୦ ପ୍ରତିଶତ
Question 13.
ଭାରତର କେଉଁ କେନ୍ଦ୍ରଶାସିତ ଅଞ୍ଚଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି ?
Answer:
ଚଣ୍ଡିଗଡ଼
Question 14.
ସମେଣ୍ଟ ଶିଳ୍ପରୁ ନିର୍ଗତ ସୂକ୍ଷ୍ମ ଧୂଳି ଆମ ଶରୀରରେ କେଉଁ ଅଙ୍ଗରେ ରୋଗ ସୃଷ୍ଟି କରିଥାଏ ?
Answer:
ଫୁସ୍ଫୁସ୍
![]()
Question 15.
ଆରୋଭିଲ୍ ଆର୍ଥ ଇନ୍ଷ୍ଟିଚ୍ୟୁଟ୍ ଭାରତର କେଉଁ ସ୍ଥାନରେ ଅବସ୍ଥିତ ?
Answer:
ପୁଦୁଚେରୀ
Question 16
ବୃକ୍ଷାୟୁର୍ବେଦ ଶବ୍ଦଟି କେଉଁ ଭାଷାରୁ ଆସିଅଛି ?
Answer:
ସଂସ୍କୃତ
Question 17.
ଆମ ଦେଶର କେଉଁ ରାଜ୍ୟ ଜୈବିକ କୃଷି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛି ?
Answer:
ସିକିମ୍
Question 18.
ବିଶ୍ଵର ସର୍ବବୃହତ୍ ସୌର ପାର୍କ କେଉଁଠାରେ ଦେଖିବାକୁ ମିଳେ ?
Answer:
ରାଜସ୍ଥାନ
Question 19.
ଭାଡ଼ଲା ସୌରପ୍ରକଳ୍ପ କେଉଁ ଦେଶରେ ଅବସ୍ଥିତ ?
Answer:
ଭାରତ
![]()
Question 20.
ମାନବ କଲ୍ୟାଣ ପାଇଁ ପ୍ରତ୍ୟେକ ନିଜର ବ୍ୟକ୍ତିଗତ ଇଚ୍ଛାକୁ ଅତିକ୍ରମ କରି ସମସ୍ତଙ୍କର ମଙ୍ଗଳ କରିବାର ଆବଶ୍ୟକତା ରହିଛି, ଏକଥା କେଉଁ ଶାସ୍ତ୍ରରେ କୁହାଯାଇଛି ?
Answer:
ଭଗବଦ୍ଗୀତା
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ପ୍ରକୃତି ସହିତ ସମନ୍ଵୟ ରକ୍ଷା କରି ଆମକୁ ପୁନଃ ସୃଷ୍ଟିକାରୀ ଅର୍ଥନୀତି ଦିଗରେ ଅଗ୍ରସର ହେବାପାଇଁ କେଉଁମାନେ ମତାମତ ପ୍ରଦାନ କରିଥା’ନ୍ତି ?
(i) ସମାଜବିଜ୍ଞାନୀ
(ii) ପରିବେଶବିତ୍
(iii) ପଦାର୍ଥ ବିଜ୍ଞାନୀ
(iv) ରସାୟନବିତ୍
Answer:
(i) ସମାଜବିଜ୍ଞାନୀ
Question 2.
ସମୁଦ୍ର ଶଯ୍ୟାର ବହୁତଳେ କେଉଁ ଖଣିଜ ପଦାର୍ଥ ସଞ୍ଚିତ ହୋଇ ରହିଛି ?
(i) କୋଇଲା
(ii) ପେଟ୍ରୋଲିୟମ୍
(iii) ସୁନା
(iv) ଚୂନପଥର
Answer:
(ii) ପେଟ୍ରୋଲିୟମ୍
Question 3.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ସହଜରେ ଉପଲବ୍ଧ ହୋଇନଥାଏ ?
(i) ମୁଭିକା
(ii) ବାୟୁ
(iii) ପେଟ୍ରୋଲ
(iv) କାଠ
Answer:
(iii) ପେଟ୍ରୋଲ
![]()
Question 4.
ମନୁଷ୍ୟ ତା’ର ସୁଖ ଓ ସମୃଦ୍ଧି ପାଇଁ କେଉଁ ଗଛକୁ ପୂଜା କରିଥାଏ ?
(i) କର ଞ୍ଜ
(ii) ନିମ୍ବ
(iii) ଆମ୍ବ
(iv) ତୁଳସୀ
Answer:
(iv) ତୁଳସୀ
Question 5.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାକୃତିକ ସମ୍ବଳର ଶ୍ରେଣୀଭୁକ୍ତ ନୁହେଁ ?
(i) ଶକ୍ତି ପାଇଁ ସମ୍ବଳ
(ii) ବିଭିନ୍ନ ସାମଗ୍ରୀ ପାଇଁ ସମ୍ବଳ
(iii) ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ସମ୍ବଳ
(iv) କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ସମ୍ବଳ
Answer:
(iv) କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ସମ୍ବଳ
Question 6.
ପ୍ରାକୃତିକ ଭାବରେ ଅମ୍ଳଜାନ ଉତ୍ପାଦନ ଶକ୍ତି କାହାର ଅଛି ?
(i) ମନୁଷ୍ଯ
(ii) ଜୀବଜନ୍ତୁ
(iii) ବୃକ୍ଷ
(iv) ଜଳସ୍ରୋତ
Answer:
(iii) ବୃକ୍ଷ
![]()
Question 7.
ନେୟଭେଲି କୋଇଲା ଖଣି କେଉଁ ରାଜ୍ୟରେ ଅବସ୍ଥିତ ?
(i) କେରଳ
(ii) କର୍ଣ୍ଣାଟକ
(iii) ମହାରାଷ୍ଟ୍ର
(iv) ତାମିଲନାଡୁ
Answer:
(iv) ତାମିଲନାଡୁ
Question 8.
ଦିଗ୍ବୋଇ ଖଣିଜ ତୈଳ ଉତ୍ପାଦନ କେନ୍ଦ୍ର କେଉଁଠାରେ ଦେଖାଯାଏ ?
(i) ନାଗାଲାଣ୍ଡ
(ii) ଗୁଜୁରାଟ
(iii) ବମ୍ବେ ହାଇ
(iv) ଆସାମ
Answer:
(iv) ଆସାମ
Question 9.
ଆମର କେଉଁ ପଡ଼ୋଶୀ ଦେଶ ସହିତ ଗଙ୍ଗା ନଦୀର ଜଳ ବଣ୍ଟନକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା ?
(i) ପାକିସ୍ତାନ
(ii) ବାଙ୍ଗଲାଦେଶ
(iii) ଭୁଟାନ
(iv) ନେପାଳ
Answer:
(ii) ବାଙ୍ଗଲାଦେଶ
Question 10.
ମେଟୁର ନଦୀବନ୍ଧ ଯୋଜନା କେଉଁ ନଦୀ ଉପରେ ନିର୍ମାଣ କରାଯାଇଛି ?
(i) ଗୋଦାବରୀ
(ii) ମହାନଦୀ
(iii) କାବେରୀ
(iv) ଡୁଙ୍ଗଭଦ୍ରା
Answer:
(iii) କାବେରୀ
![]()
Question 11.
ପ୍ରାକୃତିକ ସମ୍ବଳର ବିଲକ୍ଷଣ କହିଲେ, ନିମ୍ନୋକ୍ତ କେଉଁ ଉକ୍ତିଟି ଠିକ୍ ବୋଲି ତୁମେ ଭାବୁଛ ?
(i) ପ୍ରାକୃତିକ ସମ୍ବଳ ଅଧୁକ ଥିଲେ ବିକାଶର ଧାରା ବୃଦ୍ଧି ପାଇଥାଏ ।
(ii) ପ୍ରାକୃତିକ ସମ୍ବଳ ଅଧିକ ଥିଲେ ବିକାଶର ଧାରା ମନ୍ଥର ହୋଇଥାଏ ।
(iii) ପ୍ରାକୃତିକ ସମ୍ବଳ ଅଧିକ ଥିଲେ ବିକାଶର ଧାରା ଆଦୌ ସୃଷ୍ଟି ହୋଇପାରେ ନାହିଁ
(iv) ପ୍ରାକୃତିକ ସମ୍ବଳ ଅଧୁକ ଥିଲେ ବିକାଶର ଧାରା ସ୍ଥିର ହୋଇଯାଇଥାଏ ।
Answer:
(ii) ପ୍ରାକୃତିକ ସମ୍ବଳ ଅଧିକ ଥିଲେ ବିକାଶର ଧାରା ମନ୍ଥର ହୋଇଥାଏ ।
Question 12.
ସବୁଜ ବିପ୍ଳବର ଏନ୍ତୁଡ଼ିଶାଳା କାହାକୁ କୁହାଯାଇଥାଏ ?
(i) ଉତ୍ତର ପ୍ରଦେଶ
(ii) ପଞ୍ଜାବ
(iii) ମହାରାଷ୍ଟ୍ର
(iv) ହିମାଚଳ ପ୍ରଦେଶ
Answer:
(ii) ପଞ୍ଜାବ
Question 13.
_______ ଦଶକରେ ପଞ୍ଜାବର ଚାଷୀମାନେ କୃଷିକ୍ଷେତ୍ରରେ ଉଚ୍ଚ ଅମଳକ୍ଷମ ବିହନ, ବ୍ୟବହାର କରିଥିଲେ ।
(i) ୧୯୬୦
(ii) ୧୯୭୦
(iii) ୧୯୮୦
(iv) ୧୯୯୦
Answer:
(i) ୧୯୬୦
Question 14.
ପଞ୍ଜାବର ପ୍ରାୟ _________ ପ୍ରତିଶତ ଅଞ୍ଚଳକୁ ‘ଅତ୍ୟଧିକ ଶୋଷିତ’ ଅଞ୍ଚଳର ଶ୍ରେଣୀଭୁକ୍ତ କରାଯାଇଛି ।.
(i) ୮୦
(ii) 90
(iii) ୬୦
(iv) ୫୦
Answer:
(i) ୮୦
![]()
Question 15.
ରାଜସ୍ଥାନର ଜୟସାଲମେର ଦୁର୍ଗ __________ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା ।
(i) ଏକାଦଶ
(ii) ଦ୍ଵାଦଶ
(iii) ତ୍ରୟୋଦଶ
(iv) ଦଶମ
Answer:
(ii) ଦ୍ଵାଦଶ
Question 16.
________ ଶିଳ୍ପକୁ ସବୁଠାରୁ ପ୍ରଦୂଷଣକାରୀ ଶିଳ୍ପ ଭାବରେ ଗଣାଯାଇଥାଏ ।
(i) ରଙ୍ଗ
(ii) ସାବୁନ୍
(iii) ସିମେଣ୍ଟ
(iv) କାଗଜ
Answer:
(iii) ସିମେଣ୍ଟ
Question 17.
ସିମେଣ୍ଟ ଶିଳ୍ପର ମୁଖ୍ୟ କଞ୍ଚାମାଲ୍ ________ ଅଟେ ।
(i) କୋଇଲା
(ii) ଚୂନପଥର
(iii) କଳାମାଟି
(iv) ଅଙ୍ଗାର
Answer:
(ii) ଚୂନପଥର
Question 18.
ମାଟି ନିର୍ମିତ ଆଧୁନିକ କୋଠା ___________ ଠାରେ ଦେଖିବାକୁ ମିଳିଥାଏ ।
(i) କର୍ଣ୍ଣାଟକ
(ii) ହିମାଚଳ ପ୍ରଦେଶ
(iii) ପୁଦୁଚେରୀ
(iv) ଚଣ୍ଡିଗଡ଼
Answer:
(iii) ପୁଦୁଚେରୀ
![]()
Question 19.
_________ ଏକ ପ୍ରାଚୀନ ଭାରତୀୟ ଉଦ୍ଭିଦ ବିଜ୍ଞାନ ।
(i) ଋକ୍ ବେଦ
(ii) ଆୟୁର୍ବେଦ
(iii) ଯଜୁର୍ବେଦ
(iv) ବୃକ୍ଷାୟୁର୍ବେଦ
Answer:
(iv) ବୃକ୍ଷାୟୁର୍ବେଦ
Question 20.
ବୃକ୍ଷାୟୁର୍ବେଦ ଶବ୍ଦଟି __________ ଭାଷାରୁ ଆସିଅଛି ।
(i) ପାର୍ଶି
(ii) ବଙ୍ଗଳା
(iii) ସଂସ୍କୃତ
(iv) ମରାଠୀ
Answer:
(iii) ସଂସ୍କୃତ
Question 21.
ପେମାଙ୍କ ପରିବାର __________ ରାଜ୍ୟରେ ଜୈବିକ କୃଷି ପ୍ରଣାଳୀରେ କୃଷିକାର୍ଯ୍ୟ ଆରମ୍ଭ କରିଥିଲେ ।
(i) ଆସାମ
(ii) ମେଘାଳୟ
(iii) ମଣିପୁର
(iv) ସିକିମ୍
Answer:
(iv) ସିକିମ୍
![]()
Question 22.
________ ମସିହାରେ ସିକିମ୍ ଶତ ପ୍ରତିଶତ ଜୈବିକ କୃଷି ରାଜ୍ୟରେ ପରିଣତ ହୋଇଥିଲା ।
(i) ୨୦୧୪
(ii) ୨୦୧୬
(iii) ୨୦୧୭
(iv) ୨୦୧୮
Answer:
(ii) ୨୦୧୬
Question 23.
ଏକ ଆଦର୍ଶ କୃଷି ରାଜ୍ୟର ମାନ୍ୟତା ପାଇବାରେ ବିଶ୍ଵରେ _______ ରାଜ୍ୟ ଅନ୍ୟତମ ।
(i) ମହାରାଷ୍ଟ୍ର
(ii) ଓଡ଼ିଶା
(iii) କେରଳ
(iv) ସିକିମ୍
Answer:
(iv) ସିକିମ୍
Question 24.
ରାଜସ୍ଥାନର ସୌର ପାର୍କ ରାଜ୍ୟର ଆବଶ୍ୟକତାର ପ୍ରାୟ _________ ଭାଗ ବିଦ୍ୟୁତ୍ ଉତ୍ପାଦନ ପାଇଁ ସକ୍ଷମ ହୋଇପାରିଛି ।
(i) ୧୦ ଭାଗ
(ii) ୧୫ ଭାଗ
(iii) ୨୦ ଭାଗ
(iv) ୨୧ ଭାଗ
Answer:
(ii) ୧୫ ଭାଗ
Question 25.
କର୍ଣ୍ଣାଟକର ________ ନିକଟରେ ଏକ ସୌର ଫାର୍ମ ନିର୍ମାଣ କରାଯାଇଛି ।
(i) ରାଇଚୁର
(ii) ରଣପୁର
(iii) ଗୁଣୁପୁର
(iv) ବେଲାରୀ
Answer:
(i) ରାଇଚୁର
![]()
Question 26.
________ ସୌର ପ୍ରକଳ୍ପ ଭାରତର ସୌର ମହତ୍ତ୍ୱକାଂକ୍ଷର ଏକ ଜ୍ଵଳନ୍ତ ପ୍ରତୀକ ।
(i) ଉଲ୍ଲାର
(ii) ଭାରିକଳ୍ପ
(iii) ଭାଡ଼ଲା
(iv) ଭାଲିଡ଼ା
Answer:
(iii) ଭାଡ଼ଲା
ସ୍ତମ୍ଭ ମିଳନ କର ।
Question 1.
| ‘ଖ’ ସ୍ତମ୍ଭ | ‘ଖ’ ସ୍ତମ୍ଭ | |
| ମେଟୁର ଯୋଜନା | ସିକିମ୍ | |
| ଅରୋଭିଲ୍ | ରାଜସ୍ଥାନ | |
| ସୌର ପାର୍କ | ପଞ୍ଜାବ | |
| ଭୂତଳ ଜଳ ସଙ୍କଟ | ପୁଦ୍ଧଚେରୀ | |
| ଆଦର୍ଶ କୃଷିରାଜ୍ୟ | ତାମିଲନାଡୁ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ମେଟୁର ଯୋଜନା | ତାମିଲନାଡୁ |
| ଅରୋଭିଲ୍ | ପୁଦୁଚେରୀ |
| ସୌରପାର୍କ | ରାଜସ୍ଥାନ |
| ଭୂତଳଜଳ ସଙ୍କଟ | ପଞ୍ଜାବ |
| ଆଦର୍ଶ କୃଷିରାଜ୍ୟ | ସିକିମ୍ |
Question 2.
| ‘ଖ’ ସ୍ତମ୍ଭ | ‘କ’ ସ୍ତମ୍ଭ |
| କୁଡ୍ରମୁଖ | କୋଇଲା |
| ରାଣୀଗଞ୍ଜ | ତୈଳ ବିଶୋଧନାଗାର |
| କେନ୍ଦୁଝର | ତୈଳଖଣି |
| ଦିଗ୍ ବୋଇ | ବକ୍ସାଇଟ୍ |
| ଆଙ୍କଲେ ଶ୍ୱ ର | ଲୁହାପଥର |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| କୁଡ୍ରମୁଖ | ଲୁହାପଥର |
| ରାଣୀଗଞ୍ଜ | କୋଇଲା |
| କେନ୍ଦୁଝର | ବକ୍ସାଇଟ୍ |
| ଦିଗ୍ ବୋଇ | ତୈଳଖଣି |
| ଆଙ୍କ ଲେଶ୍ୱର | ତୈଳ ବିଶୋଧନାଗାର |
Question 3.
|
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| ମୃଦୁ କର୍ଷଣ | କାଷ୍ଠ ସଂଗ୍ରହ |
| ତୁଳସୀ ପୂଜା | ମାଟିର ଆର୍ଦ୍ରତା |
| ପୁନଃ ବନୀକରଣ | ସୁଖ ସମୃଦ୍ଧି |
| ଜୟସଲମେର ଦୁର୍ଗ | ମାଟିର ସ୍ଥାପତ୍ୟ |
| ଅରୋଭିଲ୍ | ବାଲି ପଥର |
Answer:
|
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| ମୃଦୁ କର୍ଷଣ | ମାଟିର ଆର୍ଦ୍ରତା |
| ତୁଳସୀ ପୂଜା | ସୁଖ ସମୃଦ୍ଧି |
| ପୁନଃ ବନୀକରଣ | କାଷ୍ଠ ସଂଗ୍ରହ |
| ଜୟସଲମେର ଦୁର୍ଗ – ବାଲିପଥର | ବାଲିପଥର |
| ଅରୋଭିଲ୍ | ମାଟିର ସ୍ଥାପତ୍ୟ |
![]()
Question 4.
|
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ | ୧୯୪୫ |
| ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ | ୨୦୧୫ |
| ଆନ୍ତର୍ଜାତୀୟ ସୌରଶକ୍ତି ମେଣ୍ଟ | ୧୯୩୯ |
| ସିକିମ୍ ଶତ ପ୍ରତିଶତ ଜୈବିକ କୃଷିରାଜ୍ୟ | ୧୯୬୦ ଦଶକ |
| ପଞ୍ଜାବରେ ଭୂତଳ ଜଳର ସଙ୍କଟ | ୨୦୧୬ |
Answer:
|
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ | ୧୯୩୯ |
| ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ | ୧୯୪୫ |
| ଆନ୍ତର୍ଜାତୀୟ ସୌରଶକ୍ତି ମେଣ୍ଟ | ୨୦୧୫ |
| ସିକିମ୍ ଶତ ପ୍ରତିଶତ ଜୈବିକ କୃଷି ରାଜ୍ୟ | ୨୦୧୬ |
| ପଞ୍ଜାବରେ ଭୂତଳ ଜଳର ସଙ୍କଟ | ୧୯୬୦ ଦଶକ |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଆମେ ଅନୁଭବ କରୁଥିବା ଅତ୍ୟଧିକ ତାପମାତ୍ରା ବୃଦ୍ଧିର ଦୁଇଟି କାରଣ ଦର୍ଶାଅ ।
Answer:
(i) ଅତ୍ୟଧିକ ତାପମାତ୍ରା ବୃଦ୍ଧିର ଅନେକ କାରଣ ମଧ୍ୟରୁ ଦୁଇଟି ପ୍ରମୁଖ କାରଣ ହେଉଛି, ଜୀବାଶ୍ମ ଇନ୍ଧନ ଭିତ୍ତିକ ଶିଳ୍ପାୟନ ଓ ଜଙ୍ଗଲ କ୍ଷୟ ।
(ii) ତାପମାତ୍ରା ବୃଦ୍ଧି କାରଣରୁ ହିମାଳୟର କେତେକ ସ୍ଥାନରେ ହିମବାହର ଗଳନ ହାର ବର୍ଷଣ ଦ୍ଵାରା ପୁନଃ ଭରଣାଠାରୁ ଅଧିକ ହେଇଥାଏ । ଏହାର ପ୍ରଭାବ ହିମାଳୟ ଜଳଉତ୍ସ ଉପରେ ନିର୍ଭର କରୁଥିବା ସମତଳ ବାସିନ୍ଦାଙ୍କ ଉପରେ ପଡ଼ିଥାଏ ।
Question 2.
ପ୍ରକୃତିର ପୁନରୁଦ୍ଧାର ଏବଂ ପୁନଃ ସୃଷ୍ଟି ଚକ୍ରରେ ବ୍ୟାଘାତ କେଉଁମାନେ ସୃଷ୍ଟି କରିଥା’ନ୍ତି ?
Answer:
(i) ଶିଳ୍ପାୟନରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ ମୁଖ୍ୟତଃ ନଦୀ ଓ ଅନ୍ୟାନ୍ୟ ଜଳାଶୟକୁ ନିଷ୍କାସିତ ହୋଇଥାଏ ।
(ii) ଅଧିକାଂଶ ସମୟରେ ଏହି ବର୍ଜ୍ୟବସ୍ତୁ ଅପଘଟିତ ହୋଇ ନ ପାରିବାରୁ କୌଣସି ଜୀବର ଖାଦ୍ୟାଭାବେ ବ୍ୟବହୃତ ହୋଇନଥାଏ । ତେଣୁ ଏହା ନଦୀ ତଥା ଜଳାଶୟକୁ ପ୍ରଦୂଷିତ କରିଥାଏ ଓ ଜୀବନ ପାଇଁ ହାନିକାରକ ହୋଇଥାଏ ।
Question 3.
ସଂକ୍ଷପ୍ତ ଟିପ୍ପଣୀ ଲେଖ । ବୃକ୍ଷାୟୁର୍ବେଦ
Answer:
(i) ଏହା ଏକ ପ୍ରାଚୀନ ଭାରତୀୟ ଉଭିଦ ବିଜ୍ଞାନ । ଏଥିରେ ବୃକ୍ଷ ଓ ଉଭିଦ ସମ୍ବନ୍ଧରେ ଅଧ୍ୟୟନ ଓ ଯନ୍ତ୍ର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ଶବ୍ଦଟି ସଂସ୍କୃତରୁ ଆସିଅଛି ।
(ii) ଏହି ଗ୍ରନ୍ଥଟି ପ୍ରାୟ ଦଶମ ଶତାବ୍ଦୀରେ ସୁରପାଳଙ୍କଦ୍ଵାରା ପ୍ରକାଶିତ ହୋଇଥିଲା । ଏଥିରେ ମୁଭିକା ଭିଭିରେ ଗଛ ଲଗାଇବା ପ୍ରଣାଳୀ, ବିହନ ସଂଗ୍ରହ ଓ ସଂରକ୍ଷଣ ଏବଂ ପ୍ରାକ୍ ଚାରାରୋପଣର ଯନ୍ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଅଛି ।
![]()
Question 4.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ | ୧୯୪୫ |
| ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ | ୨୦୧୫ |
| ଆନ୍ତର୍ଜାତୀୟ ସୌରଶକ୍ତି ମେଣ୍ଟ | ୧୯୩୯ |
| ସିକିମ୍ ଶତ ପ୍ରତିଶତ ଜୈବିକ କୃଷିରାଜ୍ୟ | ୧୯୬୦ ଦଶକ |
| ପଞ୍ଜାବରେ ଭୂତଳ ଜଳର ସଙ୍କଟ | ୨୦୧୬ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ | ୧୯୩୯ |
| ଦ୍ଵିତୀୟ ବିଶ୍ଵଯୁଦ୍ଧ ଶେଷ | ୧୯୪୫ |
| ଆନ୍ତର୍ଜାତୀୟ ସୌରଶକ୍ତି ମେଣ୍ଟ | ୨୦୧୫ |
| ସିକିମ୍ ଶତ ପ୍ରତିଶତ ଜୈବିକ କୃଷି ରାଜ୍ୟ | ୨୦୧୬ |
| ପଞ୍ଜାବରେ ଭୂତଳ ଜଳର ସଙ୍କଟ | ୧୯୬୦ ଦଶକ |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଆମେ ଅନୁଭବ କରୁଥିବା ଅତ୍ୟଧିକ ତାପମାତ୍ରା ବୃଦ୍ଧିର ଦୁଇଟି କାରଣ ଦର୍ଶାଅ ।
Answer:
(i) ଅତ୍ୟଧିକ ତାପମାତ୍ରା ବୃଦ୍ଧିର ଅନେକ କାରଣ ମଧ୍ୟରୁ ଦୁଇଟି ପ୍ରମୁଖ କାରଣ ହେଉଛି, ଜୀବାଶ୍ମ ଇନ୍ଧନ ଭିଭିକ ଶିଳ୍ପାୟନ ଓ ଜଙ୍ଗଲ କ୍ଷୟ ।
(ii) ତାପମାତ୍ରା ବୃଦ୍ଧି କାରଣରୁ ହିମାଳୟର କେତେକ ସ୍ଥାନରେ ହିମବାହର ଗଳନ ହାର ବର୍ଷଣ ଦ୍ଵାରା ପୁନଃ ଭରଣାଠାରୁ ଅଧିକ ହେଇଥାଏ । ଏହାର ପ୍ରଭାବ ହିମାଳୟ ଜଳଉତ୍ସ ଉପରେ ନିର୍ଭର କରୁଥିବା ସମତଳ ବାସିନ୍ଦାଙ୍କ ଉପରେ ପଡ଼ିଥାଏ ।
![]()
Question 2.
ପ୍ରକୃତିର ପୁନରୁଦ୍ଧାର ଏବଂ ପୁନଃ ସୃଷ୍ଟି ଚକ୍ରରେ ବ୍ୟାଘାତ କେଉଁମାନେ ସୃଷ୍ଟି କରିଥା’ଛି ?
Answer:
(i) ଶିଳ୍ପାୟନରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ ମୁଖ୍ୟତଃ ନଦୀ ଓ ଅନ୍ୟାନ୍ୟ ଜଳାଶୟକୁ ନିଷ୍କାସିତ ହୋଇଥାଏ ।
(ii) ଅଧିକାଂଶ ସମୟରେ ଏହି ବର୍ଜ୍ୟବସ୍ତୁ ଅପଘଟିତ ହୋଇ ନ ପାରିବାରୁ କୌଣସି ଜୀବର ଖାଦ୍ୟାଭାବେ ବ୍ୟବହୃତ ହୋଇନଥାଏ । ତେଣୁ ଏହା ନଦୀ ତଥା ଜଳାଶୟକୁ ପ୍ରଦୂଷିତ କରିଥାଏ ଓ ଜୀବନ ପାଇଁ ହାନିକାରକ ହୋଇଥାଏ ।
Question 3.
ସଂକ୍ଷପ୍ତ ଟିପ୍ପଣୀ ଲେଖ : ବୃକ୍ଷାୟୁର୍ବେଦ
Answer:
(i) ଏହା ଏକ ପ୍ରାଚୀନ ଭାରତୀୟ ଉଭିଦ ବିଜ୍ଞାନ । ଏଥୁରେ ବୃକ୍ଷ ଓ ଉଭିଦ ସମ୍ବନ୍ଧରେ ଅଧ୍ୟୟନ ଓ ଯନ୍ତ୍ର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ଶବ୍ଦଟି ସଂସ୍କୃତରୁ ଆସିଅଛି ।
(ii) ଏହି ଗ୍ରନ୍ଥଟି ପ୍ରାୟ ଦଶମ ଶତାବ୍ଦୀରେ ସୁରପାଳଙ୍କଦ୍ଵାରା ପ୍ରକାଶିତ ହୋଇଥିଲା । ଏଥିରେ ମୁଭିକା ଭିଭିରେ ଗଛ ଲଗାଇବା ପ୍ରଣାଳୀ, ବିହନ ସଂଗ୍ରହ ଓ ସଂରକ୍ଷଣ ଏବଂ ପ୍ରାକ୍ ଚାରାରୋପଣର ଯନ୍ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଅଛି ।
Question 4.
ସଂକ୍ଷପ୍ତ ଟିପ୍ପଣୀ ଲେଖ : ଆନ୍ତର୍ଜାତୀୟ ସୌରମେଣ୍ଟ :
Answer:
(i) ୨୦୧୫ ମସିହାରେ ଭାରତ ଓ ଫ୍ରାନ୍ସ ମିଳିତ ଭାବେ ସୌରଶକ୍ତି ପାଇଁ ଏହି ମେଣ୍ଟ ଗଠନ କରିଥିଲେ । ଏହାକୁ IASE – International Alliance for Solar Energy ମଧ୍ଯ କୁହାଁଯାଇଥାଏ ।
(ii) ସୌର ରଶ୍ମିରେ ସମୃଦ୍ଧ ଦେଶଗୁଡ଼ିକର ସୌରଶକ୍ତି ବ୍ୟବହାର ପାଇଁ ପ୍ରତିବଦ୍ଧତା ଏହି ମେଣ୍ଟର ଉଦ୍ଦେଶ୍ୟ ଥିଲା ।
![]()
Question 5.
ପରିସଂସ୍ଥା କାର୍ଯ୍ୟ ଓ ପରିସଂସ୍ଥା ସେବା ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।.
Answer:
| ପରିସଂସ୍ଥା କାର୍ଯ୍ୟ : | ପରିସଂସ୍ଥା ସେବା : |
| (i) ଯେତେବେଳେ ପ୍ରାକୃତିକ ସମ୍ବଳଗୁଡ଼ିକ ମଣିଷର କାର୍ଯ୍ୟରେ ଲାଗିଥାଏ, ସେତେବେଳେ ଆମେ ତାହାକୁ ‘ପରିସଂସ୍ଥା କାର୍ଯ୍ୟ’ କହିଥାଉ । | (i) ଯେତେବେଳେ ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ମଣିଷର କଲ୍ୟାଣ ସାଧନ କରି ଥାଏ, ସେତେବେଳେ ଆମେ ତାହାକୁ ‘ପରିସଂସ୍ଥା ସେବା’ କହିଥାଉ । |
| (ii) ଉଦାହରଣ – ଜଙ୍ଗଲ ପ୍ରାକୃତିକ ଭାବରେ ଜଳକୁ ସ୍ୱଚ୍ଛ କରିବା, ମୃର୍ତ୍ତିକା କ୍ଷୟକୁ ରୋକିବା ।, ପ୍ରାଣୀମାନଙ୍କୁ ବାସସ୍ଥାନ ଯୋଗାଇବା ଇତ୍ୟାଦି । | ଉଦାହରଣ : ବୃକ୍ଷମାନେ ପ୍ରାକୃତିକ ଭାବରେ ଅମ୍ଳଜାନ ଉତ୍ପାଦନ କରିବା । |
Question 6.
ନବୀକରଣ ଅଯୋଗ୍ୟ ସମ୍ବଳ ଓ ନବୀକରଣ ଯୋଗ୍ଯ ସମ୍ବଳ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
| ନବୀକରଣ ଅଯୋଗ୍ୟ ସମ୍ବଳ | ନବୀକରଣ ଯୋଗ୍ୟ ସମ୍ବଳ : |
| (i) ଯେଉଁ ସମ୍ବଳଗୁଡ଼ିକ ସୃଷ୍ଟି ହେବାପାଇଁ ବହୁବର୍ଷ ଲାଗିଥାଏ ଓ ସେଗୁଡ଼ିକ ସହଜରେ ଭରଣ ହୋଇ ପାରି ନଥାଏ, ତାହାକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଇଥାଏ । | (ii) ଉଦାହରଣ – କୋଇଲା, ପେଟ୍ରୋଲିୟମ୍, ଲୁହା, ତମ୍ବା ଓ ସୁନା ଭଳି ଧାତବ ଖଣିଜ ଏବଂ ଧାତୁ । |
| (i) ଯେଉଁ ସମ୍ବଳଗୁଡ଼ିକ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥାଏ, ଯେତେ ପରିମାଣରେ ବ୍ୟବହାର କଲେ ମଧ୍ୟ ଏହା ସହଜରେ ପୁନଃ ଭ ର ଣ ହୋଇଥାଏ, ତାହାକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ । | (ii) ଉଦାହରଣ :- ସୌରଶକ୍ତି, ପବନ ଶକ୍ତି ଓ ଜୁଆର ଶକ୍ତି ଇତ୍ୟାଦି । |
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ସମାଜବିଜ୍ଞାନୀମାନେ ଆମକୁ ପ୍ରକୃତିର ଅନ୍ତର୍ନିହିତ ଜ୍ଞାନକୁ ଫେରିଯିବାକୁ ପଡ଼ିବ ବୋଲି କାହିଁକି ପରାମର୍ଶ ଦେଇଛନ୍ତି ?
Answer:
- ପ୍ରକୃତି ସହିତ ସମନ୍ଵୟ ରକ୍ଷା କରି ଆମକୁ ଏକ ପୁନଃ ସୃଷ୍ଟିକାରୀ ଅର୍ଥନୀତି (Regenerative Economy) ଦିଗରେ ଅଗ୍ରସର ହେବାପାଇଁ ସମାଜବିଜ୍ଞାନୀମାନେ ସ୍ପଷ୍ଟ ମତ ଦେଇଛନ୍ତି ।
- ଏ ପ୍ରକାର ଅର୍ଥନୀତି ବ୍ୟବହୃତ ସମ୍ବଳଗୁଡ଼ିକର ପୁନଃ ଉପଯୋଗ, ଅପଚୟ ହ୍ରାସ ଏବଂ କ୍ଷୟପ୍ରାପ୍ତ ସମ୍ବଳଗୁଡ଼ିକର ପୁନଃ ଭରଣାରେ ସହାୟକ ହୋଇଥାଏ ।
- ଏହିସବୁ କାରଣ ପାଇଁ ଆମକୁ ପ୍ରକୃତିର ଅନ୍ତର୍ନିହିତ ଜ୍ଞାନକୁ ଫେରିଯିବାକୁ ପଡ଼ିବ ବୋଲି କୁହାଯାଇଛି ।
Question 2.
ତୁମ ଜାଣିବାରେ ପ୍ରକୃତି କେତେବେଳେ ସମ୍ବଳରେ ପରିଣତ ହୋଇଥାଏ ?
Answer:
- ମନୁଷ୍ୟଦ୍ଵାରା ସୃଷ୍ଟି ହୋଇନଥୁବା ପରିବେଶ ଅନ୍ତର୍ଗତ ସମସ୍ତ ସଜୀବ ଓ ନିର୍ଜୀବ ପ୍ରରୂପଗୁଡ଼ିକର ସମାହାର ହିଁ ପ୍ରକୃତିର ଅନ୍ୟତମ ଅର୍ଥ ।
- ପ୍ରକୃତି ସେତେବେଳେ ‘ସମ୍ବଳ’ର ରୂପ ନିଏ, ଯେତେବେଳେ ମନୁଷ୍ୟ ବଞ୍ଚିବା ପାଇଁ ପ୍ରକୃଭିରୁ ଦ୍ରବ୍ୟ ସୃଷ୍ଟି କରେ ଓ ତାହାର ଉପଯୋଗ କରେ ।
- ଏହାର ଉଦାହରଣ ହେଉଛି “ଆମେ ଗଛକୁ କାଟି ତା’ର କାଠକୁ ବିଭିନ୍ନ ଗୃହ ଉପକରଣରେ ପରିଣତ କଲେ ହିଁ ଏହା ସମ୍ବଳରେ ପରିଣତ ହୁଏ ।
![]()
Question 3.
କେଉଁସବୁ ଅତ୍ୟାବଶ୍ୟକ ସମ୍ବଳ ପାଇଁ ଆମେ ବଞ୍ଚିବା ସମ୍ଭବପର ହୋଇପାରୁଛି ?
Answer:
- ଆମେ ବଞ୍ଚିବା ପାଇଁ ନିଶ୍ଵାସ ପ୍ରଶ୍ଵାସ ପାଇଁ ବାୟୁ, ପିଇବା ପାଇଁ ପାଣି ଓ ଖାଇବା ପାଇଁ ଖାଦ୍ୟ ନିହାତି ଜରୁରୀ, ନଚେତ ଆମେ ପୃଥିବୀରେ ବଞ୍ଚିରହିବା ସମ୍ଭବପର ହୋଇପାରିବ ନାହିଁ ।
- ଆମେ ଏସବୁକୁ ବୟୁମଣ୍ଡଳ, ନଦୀ ଓ ପୋଖରୀ ଏବଂ କୃଷି କାର୍ଯ୍ୟ ତଥା ଅନ୍ୟାନ୍ୟ ପ୍ରାଣୀମାନଙ୍କଠାରୁ ପାଇଥାଉ ।
- ଆମେ ପ୍ରଶ୍ଵାସରେ ନେଉଥିବା ବାୟୁ, ପିଉଥିବା ପାଣି ଓ ଆମକୁ ଖାଦ୍ୟ ଯୋଗାଉଥିବା ମୃରିକାକୁ ଆମେ ତିଆରି କରିପାରିବା ନାହିଁ ।
Question 4.
ଶକ୍ତିକୁ ଆଧୁନିକ ଜୀବନଶୈଳୀର ଆଧାରଶିଳା କୁହାଯାଇଥାଏ କାହିଁକି ?
Answer:
- ମନୁଷ୍ୟ ସମାଜ ଯେତେ ବିକଶିତ ହେବାରେ ଲାଗିଛି, ଶକ୍ତି ସମ୍ବଳର ଉପଯୋଗ ସେତେ ବଢ଼ିବାରେ ଲାଗିଛି ।
- ଆମ ଗୃହ, ପରିବହନ ଓ ବିଭିନ୍ନ ପ୍ରକାର ଉତ୍ପାଦନ ପ୍ରକ୍ରିୟା ପାଇଁ ବିଦ୍ୟୁତ୍ ଶକ୍ତି ଆବଶ୍ୟକ ପଡ଼ିଥାଏ ।
- ମୁଖ୍ୟତଃ ଶକ୍ତି ଆମେ କୋଇଲା, ଜଳ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ସୂର୍ଯ୍ୟକିରଣ, ପବନ ଆଦି ବିଭିନ୍ନ ପ୍ରାକୃତିକ ଉତ୍ସରୁ ପାଇଥାଉ ।
Question 5.
ପ୍ରକୃତିର ଚକ୍ରାକାର ଗତି କୌଣସି ଅପଚୟ ଘଟିବାକୁ ଦେଇନଥାଏ କାହିଁକି ?
Answer:
- ଆମ ପ୍ରକୃତି ଏପରି ଏକ ଚକ୍ରାକାର ଆକାରରେ ଗତି କରେ ଯେ ସେ କୌଣସି ଅପଚୟ ଘଟିବାକୁ ଦେଇନଥାଏ ।
- ଧରାଯାଉ ଜଙ୍ଗଲରେ ଏକ ଗଛ ମରିପଡ଼ିଛି । ଏହା କିଛିଦିନ ପରେ ବ୍ୟାକ୍ଟେରିଆ, କବକ, ଓ କୀଟପତଙ୍ଗମାନଙ୍କଦ୍ଵାରା ବିଘଟିତ ହୋଇ ମାଟିର ଏକ ଅଂଶ ହୋଇଯାଇଥାଏ ଓ ଏହା ମୃତ୍ତିକାକୁ ସମୃଦ୍ଧ କରିଥାଏ ।
- ପୁଣି ମଞ୍ଜିରୁ ନୂତନ ଗଛ ସୃଷ୍ଟି ହୁଏ ଓ ବଡ଼ ହୁଏ, ଶେଷରେ କିଛି ଗଛ ପଡ଼ିଯାଏ ଓ ଚକ୍ରଗତି ପୁନର୍ବାର ଆରମ୍ଭ ହୋଇଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ପ୍ରାକୃତିକ ସମ୍ବଳ ମନୁଷ୍ୟମାନଙ୍କ ପାଇଁ କେଉଁସବୁ ସୁଯୋଗ ସୃଷ୍ଟି କରିଥାଏ, ଆଲୋଚନା କର ।
Answer:
(i) ପ୍ରାକୃତିକ ସମ୍ବଳଗୁଡ଼ିକ ପୃଥିବୀର ବିଭିନ୍ନ ପ୍ରାନ୍ତରେ କିମ୍ବା କୌଣସି ଦେଶ ଭିତରେ ସମାନ ଭାବରେ ବଣ୍ଟନ ହୋଇନଥାଏ ।
(ii) ଏହି ଅସମାନ ବଣ୍ଟନ ମାନବବସତି, ବାଣିଜ୍ୟର ପ୍ରକାରଭେଦ, ଆନ୍ତର୍ଜାତୀୟ ସମ୍ପର୍କ ଓ ସଂଘର୍ଷକୁ ରୂପ ଦେଇଥାଏ ।
(iii) ପ୍ରାକୃତିକ ସମ୍ବଳ ମିଳୁଥିବା ସ୍ଥାନମାନଙ୍କରେ ସ୍ଥାପିତ ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଏଗୁଡ଼ିକର ଚତୁଃପାର୍ଶ୍ଵରେ ସହର ଗଢ଼ି ଉଠିଥାଏ, ଯାହାକି ଅନ୍ୟମାନଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରେ ।
(iv) ଆଧୁନିକ ସୁବିଧା ସୁଯୋଗଦ୍ଵାରା ଜୀବନଶୈଳୀ ଉନ୍ନତ ହୋଇଥାଏ ।
(v) ପ୍ରାକୃତିକ ସମ୍ବଳର ବିକାଶ ନିମନ୍ତେ, ପୃଥିବୀର ସମ୍ବଳ ସମୃଦ୍ଧ ଅଞ୍ଚଳରୁ ଲୋକମାନଙ୍କୁ ବିସ୍ଥାପିତ ହେବାକୁ ମଧ୍ୟ ପଡ଼ିଥାଏ ।
![]()
Question 2.
ପ୍ରାକୃତିକ ସମ୍ବଳର ବିଲକ୍ଷଣ (The Natural Resource Curse) କହିଲେ କ’ଣ ବୁଝ ?
Answer:
(i) ପ୍ରାକୃତିକ ସମ୍ବଳର ପ୍ରାଚୁର୍ଯ୍ୟ ଅର୍ଥନୈତିକ ସମୃଦ୍ଧିକୁ ସୁନିଶ୍ଚିତ କରିନଥାଏ ।
(ii) କେତେକ ଅଞ୍ଚଳ ପ୍ରାକୃତିକ ସମ୍ବଳରେ ସମୃଦ୍ଧ ଥିବା ସତ୍ତ୍ବେ ସେଠାରେ ଆର୍ଥିକ ଅଭିବୃଦ୍ଧି ଓ ବିକାଶର ଧାରା ମନ୍ଥର ହୋଇଥାଏ ।
(iii) ଫଳତଃ ଦେଶରେ ଅନେକ ସାମାଜିକ ଓ ଆର୍ଥିକ ସମସ୍ୟାମାନ ସୃଷ୍ଟି ହୋଇଥାଏ । ଏହି ପରିସ୍ଥିତିକୁ ଅର୍ଥନୀତିଜ୍ଞମାନେ ‘ପ୍ରାକୃତିକ ସମ୍ବଳର ବିଲକ୍ଷଣ’ କିମ୍ବା ‘ପ୍ରଚୁରତାର ବିରୋଧାଭାସ’ (Paradox of Plenty) ବୋଲି ମତବ୍ୟକ୍ତ କରିଥା’ନ୍ତି ।
(iv) ସରଳ ଭାବେ କହିଲେ, ପ୍ରଚୁର ପ୍ରାକୃତିକ ସମ୍ବଳ ରହିଥିବା ଦେଶକୁ ଧନୀ କୁହାଯାଇପାରିବ ନାହିଁ ।
(v) ବହୁ କ୍ଷେତ୍ରରେ ସମ୍ବଳକୁ ଉଚ୍ଚ ମୂଲ୍ୟର ଉତ୍ପାଦନରେ ପରିଣତ କରିବାକୁ ଆବଶ୍ୟକ ଶିଳ୍ପ ବିକାଶ ଦେଶର ଆର୍ଥିକ ପରିସ୍ଥିତି ଯୋଗୁଁ ସମ୍ଭବ ହୋଇନଥାଏ ।
Question 3.
ଦାୟିତ୍ଵସମ୍ପନ୍ନ ଭାବରେ ପ୍ରାକୃତିକ ସମ୍ବଳର କିପରି ସୁବିନିଯୋଗ ହୋଇପାରିବ, ସେଥିପାଇଁ ତୁମେ ତୁମର ସୁଚିନ୍ତିତ ମତାମତ ପ୍ରଦାନ କର ।
Answer:
(i) ପ୍ରଥମତଃ ମୋ ମତରେ ପୃଥିବୀ ପୃଷ୍ଠରେ ଜୀବନ ତିଷ୍ଠି ରହିବାପାଇଁ ହେଲେ, ଆମକୁ ପ୍ରକୃତିକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ ।
(ii) ଦ୍ଵିତୀୟତଃ ପ୍ରାକୃତିକ ସମ୍ବଳର ସୁବ୍ୟବସ୍ଥିତ ଉପଗଦ୍ଵାର ନବୀକରଣ ଯୋଗ୍ୟ ସମ୍ବଳ ଯଥା- ସୌରଶକ୍ତି, ପବନ ଶକ୍ତି ଓ ଜୁଆର ଶକ୍ତିର ଭରପୂର ଉପଯୋଗ ହେବା ଉଚିତ ।
(iii) ତୃତୀୟତଃ ପ୍ରାକୃତିକ ସମ୍ବଳର ଦାୟିତ୍ୱହୀନ ବ୍ୟବହାରଦ୍ଵାରା ପ୍ରଦୂଷଣ ଦ୍ରୁତଗତିରେ ବଢ଼ିଚାଲିଛି । ଏହାକୁ ନିୟନ୍ତ୍ରଣ କରିବାପାଇଁ ସରକାରୀ ସ୍ତରରେ ନିୟମ ଓ କଟକଣା କଡ଼ାକଡ଼ି ହେବା ଆବଶ୍ୟକ ।
(iv) ଚତୁର୍ଥତଃ ଯେପରି ଜୈବ ବିବିଧତାର କ୍ଷତି ନ ହୁଏ ସେଥୁପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ।
(v) ଶେଷରେ ଜଳବାୟୁକୁ କିପରି ପ୍ରଦୂଷଣମୁକ୍ତ ରଖାଯାଇ ପାରିବ ତା’ ପାଇଁ ମିଳିତ ଭାବରେ ସରକାରୀ ଓ ବେସରକାରୀ ସ୍ତରରେ ଯୋଜନାମାନ ପ୍ରସ୍ତୁତ କରିବା ଆବଶ୍ୟକ ।
Question 4.
୧୯୬୦ ଦଶକରୁ ପଞ୍ଜାବରେ ଭୂତଳ ଜଳର ସଙ୍କଟ ସମ୍ପର୍କରେ ତୁମର ବିଚାରଶକ୍ତିରେ ଏହାର ମୂଳ କାରଣ କ’ଣସବୁ ହୋଇଥାଇପାରେ ବୋଲି ଭାବୁଛ ?
Answer:
(i) ଆମ ଦେଶରେ ପଞ୍ଜାବ ଏକ ଉର୍ବର ସମତଳ ଭୂମି । ଭାରତକୁ ଖାଦ୍ୟ ସ୍ଵାବଲମ୍ବୀ କରିବାରେ ଏହି ରାଜ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପଞ୍ଜାବ ହେଉଛି ସବୁଜ ବିପ୍ଳବର ଅନ୍ତୁଡ଼ିଶାଳ ।
(ii) ୧୯୬୦ ଦଶକରେ ପଞ୍ଜାବର ଚାଷୀମାନେ ଧାନ ଓ ଗହମର ଉଚ୍ଚ ଅମଳକ୍ଷମ ବିହନ ବ୍ୟବହାର କରୁଥିଲେ, ଯେଉଁଥିପାଇଁ ପାରମ୍ପରିକ ବିହନ ତୁଳନାରେ ଅଧିକ ଜଳ ଆବଶ୍ୟକ ପଡ଼ୁଥିଲା ।
(iii) ଏହା ସହିତ ମାଗଣା ବିଦ୍ୟୁତ୍ ଯୋଗାଣ ଓ ମଟର ପମ୍ପର ବ୍ୟବହାର ଭୂତଳ ଜଳର ଅତ୍ୟଧିକ ଉତ୍ତୋଳନକୁ ତ୍ଵରାନ୍ଵିତ କରିଥିଲା ।
(iv) ଆଧୁନିକ କୃଷିକୌଶଳ ପାଇଁ ଅଧୂକରୁ ଅଧିକ କୀଟନାଶକ ଓ ରାସାୟନିକ ସାରର ବ୍ୟବହାର ଫଳରେ ଜଳପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇଲା ।
(v) ୧୯୬୦ ଦଶକରୁ ପଞ୍ଜାବରେ ଭୂତଳ ଜଳର ସଙ୍କଟ ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଭୂତଳ ଜଳସ୍ତର ପ୍ରାୟ ୩୦ ମିଟର ତଳକୁ ଚାଲିଗଲାଣି ।
![]()
Question 5.
ସିମେଣ୍ଟ ଶିଳ୍ପକୁ ସବୁଠାରୁ ପ୍ରଦୂଷଣକାରୀ ଶିଳ୍ପ ବୋଲି ତାଲିକାଭୁକ୍ତ କରାଯିବାର କାରଣ ସବୁ କ’ଣ ହୋଇପାରେ ? ଏହାର ବିକଳ୍ପ ଭାବରେ କାହାକୁ ବ୍ୟବହାର କରାଯାଇପାରେ ?
Answer:
(i) ବର୍ତ୍ତମାନ ଯୁଗରେ ସିମେଣ୍ଟର ବ୍ୟବହାର ବହୁଳ ଭାବରେ ପ୍ରତ୍ୟେକ ନିର୍ମାଣ କ୍ଷେତ୍ରରେ କରାଯାଉଛି ସିମେଣ୍ଟ ବିନା ଜୀବନ ଅକଳ୍ପନୀୟ ମନେ ହେଉଛି ।
(ii) ସିମେଣ୍ଟ ଉତ୍ପାଦନ ପ୍ରକ୍ରିୟାରେ କାରଖାନାରୁ ନିର୍ଗତ ସୂକ୍ଷ୍ମ ଧୂଳି ଆମର ତଥା ପଶୁମାନଙ୍କ ଫୁସ୍ଫୁସ୍ରେ ପ୍ରବେଶ କରି କ୍ଷତି ପହଞ୍ଚାଇଥାଏ ।
(iii) ଏହା ମଧ୍ୟ ଗଛର ପତ୍ର ଉପରେ ଜମା ହୋଇ ସେମାନଙ୍କର ଉତ୍ପାଦନ ହ୍ରାସ କରେ, ମୃରିକା ଓ ଜଳ ପ୍ରଦୂଷଣ କରିଥାଏ । ଏଥିପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସିମେଣ୍ଟ କାରଖାନା ନିମନ୍ତେ ଅନେକ ନିର୍ଦ୍ଦେଶାବଳୀ ଜାରି କରିଛି ।
(iv) ସିମେଣ୍ଟର ବିକଳ୍ପ ସାମଗ୍ରୀ ବ୍ୟବହାର ମାଧ୍ୟମରେ ପ୍ରଦୂଷଣ ହ୍ରାସ କରିବାପାଇଁ ପଦକ୍ଷେପ ମାନ ନିଆଯାଉଛି, କିନ୍ତୁ ଏହା ସେତେ ଆଖୁ ଦୃଶିଆ ନୁହେଁ ।
(v) ଏଥର ସିମେଣ୍ଟ ବଦଳରେ ପଥର ଓ ମାଟି ବା କର୍ଦ୍ଦମ ପରି ପାରମ୍ପରିକ ସାମଗ୍ରୀ, ଉଭିଦ ଆଧାରିତ ନୂତନ ସାମଗ୍ରୀ ଏବଂ ବର୍ଜ୍ୟ ପ୍ଲାଷ୍ଟିକରୁ ସୃଷ୍ଟ ନୂତନ ସାମଗ୍ରୀର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି ।
Question 6.
ଆନ୍ତର୍ଜାତୀୟ ସୌର ମେଣ୍ଟ ଭାରତର ପରିବେଶଗତ ଓ ଦାୟିତ୍ଵ ଓ ଆର୍ଥିକ ସୁଯୋଗକୁ କିପରି ପ୍ରତିନିଧୁତ୍ଵ କରୁଛି, ତାହାର ଏକ ସୂଚନା ପ୍ରଦାନ କର ।
Answer:
(i) ଭାରତ ଓ ଫ୍ରାନ୍ସ ମିଶି ୨୦୧୫ ମସିହାରେ ସୌର ଶକ୍ତି ପାଇଁ ଏକ ଆନ୍ତର୍ଜାତୀୟ ମେଣ୍ଟ ଯଥା- (IASE – International Alliance for Solar Energy) ଗଠନ କରିଥିଲେ ।
(ii) ଏହାର ଉଦ୍ଦେଶ୍ୟ ଥିଲା ଯେ ସୌର ରଶ୍ମିରେ ସମୃଦ୍ଧ ଦେଶଗୁଡ଼ିକର ସୌରଶକ୍ତି ବ୍ୟବହାର ପାଇଁ ପ୍ରତିବଦ୍ଧତା ସୃଷ୍ଟି କରିବା ।
(iii) ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସୌର ପ୍ରକଳ୍ପ ଉନ୍ନତି ନିମନ୍ତେ ଭାରତ କୋଟି କୋଟି ଡଲାର ନିବେଶ ସହିତ ବୈଷୟିକ ସହାୟତା ପ୍ରଦାନ କରିଆସୁଛି ଏହାଦ୍ଵାରା ସୁଲଭ ଆର୍ଥିକ ବିକଳ୍ପ ସୃଷ୍ଟି କରାଯାଇପାରୁଛି ।
(iv) ଭାଡ଼ଲା ସୌର ପ୍ରକଳ୍ପ (Bhadla Solar Park) ଭାରତର ସୌର ମହତ୍ତ୍ୱାକାଂକ୍ଷାର ଏକ ଉଜ୍ଜ୍ଵଳ ପ୍ରତୀକ ।
(v) ଭାରତୀୟମାନଙ୍କ ପାଇଁ ଏହି ମେଣ୍ଟ ଉଭୟ ପରିବେଶଗତ ଦାୟିତ୍ଵ ଓ ଆର୍ଥିକ ସୁଯୋଗକୁ ପ୍ରତିନିଧ୍ୱ କରୁଅଛି ।