CHSE Odisha Class 11 Logic Unit 3 Objective Questions in Odia Medium

Odisha State Board CHSE Odisha Class 11 Logic Solutions Unit 3 ଆରୋହାନୁମାନର ପ୍ରକୃତି, ସମସ୍ୟା ଓ ପଦ୍ଧତି ଆରୋହାନୁମାନ ଏବଂ ସମ୍ଭାବନା Objective Questions

CHSE Odisha Class 11 Logic Unit 3 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ବିକଳ୍ପ ଉତ୍ତରଭିଭିକ ପ୍ରଶ୍ନୋତ୍ତର

୧. ଆରିଷ୍ଟୋଟଲ୍‌ଙ୍କ ମତରେ ପ୍ରତ୍ୟେକ ଘଟଣାର ପର୍ଯ୍ୟବେକ୍ଷଣ କରି କେଉଁ ତର୍କବାକ୍ୟ ଜରିଆରେ ସେଗୁଡ଼ିକର ସାରାଂଶ ପ୍ରଦାନକୁ ଆରୋହାନୁମାନ କୁହାଯାଏ ?
(କ) ସାମାନ୍ୟ
(ଖ) ବିଶେଷ
(ଗ) ଏକକ
(ଘ) ସଦର୍ଥକ
Answer:
(କ) ସାମାନ୍ୟ

୨. କେଉଁ ତାର୍କିକଙ୍କ ମତରେ, ‘‘ସାମାନ୍ୟ ତର୍କବାକ୍ୟମାନଙ୍କର ଆବିଷ୍କାର ଓ ପ୍ରମାଣ ହିଁ ଆରୋହାନୁମାନ’’ ?
(କ) ଆରିଷ୍ଟୋଟଲ୍
(ଖ) ମିଲ୍
(ଗ) ବେନ୍
(ଘ) ଜେଭନ୍
Answer:
(ଖ) ମିଲ୍

୩. ସ୍କଲାଷ୍ଟିକ୍ ତାର୍କିକଙ୍କ ମତରେ, ଆରୋହାନୁମାନ ଗୋଟିଏ କେଉଁ ଅନୁମାନ ଅଟେ ?
(କ) ସମ୍ପୂର୍ଣ୍ଣ ଗଣନାଭିଭିକ
(ଖ) ଅସମ୍ପୂର୍ଣ୍ଣ ଗଣନାଭିଭିକ
(ଗ) ସରଳ ଗଣନାଭିଭିକ
(ଘ) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
Answer:
(ଖ) ଅସମ୍ପୂର୍ଣ୍ଣ ଗଣନାଭିଭିକ

୪. ‘‘ଯେଉଁ ମାନସିକ କ୍ରିୟାଦ୍ବାରା ଏକଜାତୀୟ କେତେକ ବସ୍ତୁଠାରେ କୌଣସି ଗୁଣ ବା ସ୍ଵଭାବ ଲକ୍ଷ୍ୟକରି ସେହି ଜାତୀୟ ସମସ୍ତ ବସ୍ତୁଠାରେ ସେହି ଗୁଣ ବା ସ୍ଵଭାବ ଥ‌ିବାର ଅନୁମାନ କରାଯାଏ ତାହାକୁ କ’ଣ କୁହାଯାଏ ?
(କ) ଆରୋହାନୁମାନ
(ଖ) ଅବରୋହାନୁମାନ
(ଗ) ଅବ୍ୟବହିତାନୁମାନ
(ଘ) ବ୍ୟବହିତାନୁମାନ
Answer:
(କ) ଆରୋହାନୁମାନ

CHSE Odisha Class 11 Logic Unit 3 Objective Questions in Odia Medium

୫. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘ବିଶେଷ ଦୃଷ୍ଟାନ୍ତମାନଙ୍କରୁ ସକଳ ଦୃଷ୍ଟାନ୍ତର ଅଥବା ଅଳ୍ପ ସାର୍ବିକରୁ ସମଗ୍ର ସାର୍ବିକର ଅନୁମାନକୁ ଆରୋହାନୁମାନ କୁହାଯାଏ ?’’
(କ) ମିଲ୍
(ଖ) ଆରିଷ୍ଟୋଟଲ୍
(ଗ) ଫାଉଲର
(ଘ) କାର୍ପେଥ ରୀଡ୍
Answer:
(ଗ) ଫାଉଲର

୬. କେତେକ ଦୃଷ୍ଟାନ୍ତକୁ ପର୍ଯ୍ୟବେକ୍ଷଣ କରି ଗୋଟିଏ ବସ୍ତୁପରକ ସାର୍ବିକ ତର୍କବାକ୍ୟର ପ୍ରତିପାଦନକୁ କେଉଁ ଆରୋହାନୁମାନ କୁହାଯାଏ ?
(କ) ପ୍ରାଥମିକ
(ଖ) ଗୌଣ
(ଗ) ତଥାକଥ୍ତ
(ଘ) କୌଣସିଟି ନୁହେଁ
Answer:
(କ) ପ୍ରାଥମିକ

୭. ଯେତେବେଳେ ପ୍ରତ୍ୟକ୍ଷଭାବେ ପର୍ଯ୍ୟବେକ୍ଷିତ କୌଣସି ଦୃଷ୍ଟାନ୍ତର ଆଶ୍ରୟ ନ ଦେଇ ଗୋଟିଏ ସାମାନ୍ୟ ତର୍କବାକ୍ୟ ପ୍ରତିପାଦନ କରାଯାଏ, ସେତେବେଳେ ଏହାକୁ କେଉଁ ଆରୋହାନୁମାନ କୁହାଯାଏ ?
(କ) ପ୍ରାଥମିକ
(ଖ) ଗୌଣ
(ଗ) ଯଥାର୍ଥ
(ଘ) ତଥାକଥ୍ତ
Answer:
(ଖ) ଗୌଣ

୮. କେଉଁ ତର୍କଶାସ୍ତ୍ରବିଦ୍ ଆରୋହ ସମସ୍ୟାର ସମାଧାନ କାର୍ଯ୍ୟକାରଣ ନିୟମ ଏବଂ ପ୍ରକୃତିର ଏକରୂପତା ନିୟମଦ୍ୱାରା ସମ୍ଭବ ବୋଲି ଅଭିହିତ କରିଛନ୍ତି ?
(କ) ପ୍ଲାଟୋ ଏବଂ ଆରିଷ୍ଟୋଟଲ୍
(ଖ) ସକ୍ରେଟିସ୍ ଓ କାର୍ପେଥଚ ରୀଡ୍
(ଖ) ମିଲ୍ ଏବଂ ବେନ୍
(ଘ) ଜେଭନ୍ ଓ ପି.କେ. ରାୟ
Answer:
(ଗ) ମିଲ୍ ଏବଂ ବେନ୍

୯. କେଉଁ ତର୍କଶାସ୍ତ୍ରବିଦ୍ ଆରୋହ ଲମ୍ଫନକୁ ଯଥାର୍ଥ ଆରୋହାନୁମାନର ଏକ ବିଶେଷ ଅଂଶ ବୋଲି ଅଭିହିତ କରିଛନ୍ତି ?
(କ) ପ୍ଲାଟୋ ଏବଂ ଆରିଷ୍ଟୋଟଲ୍
(ଖ) ସକ୍ରେଟିସ୍ ଓ କାର୍ପେଥ ରୀଡ୍
(ଗ) ମିଲ୍ ଏବଂ ବେନ୍
(ଘ) ଜେଭନ୍ ଓ ପି.କେ. ରାୟ
Answer:
(ଗ) ମିଲ୍ ଏବଂ ବେନ୍

୧୦. କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରୁ କାର୍ଯ୍ୟକାରଣ ଏବଂ ପ୍ରକୃତିର ଏକରୂପତା ନିୟମ ଦ୍ଵୟରେ ଆସ୍ଥା ସ୍ଥାପନ କରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟର ବାସ୍ତବ ସତ୍ୟତା ପ୍ରତିପାଦନକୁ କେଉଁ ଆରୋହାନୁମାନ କୁହାଯାଏ ?
(କ) ବୈଜ୍ଞାନିକ ଆରୋହାନୁମାନ
(ଖ) ଅବୈଜ୍ଞାନିକ ଆରୋହାନୁମାନ
(ଗ) ସାଦୃଶ୍ଯଭିଭିକାନୁମାନ
(ଘ) ଯୁକ୍ତି ସାଦୃଶ୍ଯଭିରିକାନୁମାନ
Answer:
(କ) ବୈଜ୍ଞାନିକ ଆରୋହାନୁମାନ

୧୧. କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରେ ବ୍ୟତିକ୍ରମଶୂନ୍ୟତା ହେତୁ ପ୍ରକୃତିର ଏକରୂପତା ନିୟମରେ ଆସ୍ଥା ସ୍ଥାପନ କରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟର ବାସ୍ତବ ସତ୍ୟତା ପ୍ରତିପାଦନକୁ କେଉଁ ଆରୋହାନୁମାନ କୁହାଯାଏ ?
(କ) ବୈଜ୍ଞାନିକ ଆରୋହାନୁମାନ
(ଖ) ଅବୈଜ୍ଞାନିକ ଆରୋହାନୁମାନ
(ଗ) ସାଦୃଶ୍ଯଭିଭିକାନୁମାନ
(ଘ) ଯୁକ୍ତି ସାଦୃଶ୍ଯଭିରିକାନୁମାନ
Answer:
(ଖ) ଅବୈଜ୍ଞାନିକ ଆରୋହାନୁମାନ

CHSE Odisha Class 11 Logic Unit 3 Objective Questions in Odia Medium

୧୨. ଅବୈଜ୍ଞାନିକ ଆରୋହାନୁମାନରେ କେଉଁ ମୁଖ୍ୟ ବୈଶିଷ୍ଟ୍ୟର ଅଭାବ ଥାଏ ?
(କ) ପ୍ରକୃତିର ଏକରୂପତା ନିୟମ
(ଖ ) କାର୍ଯ୍ୟକାରଣ ନିୟମ
(ଗ) ଆରୋହ ଲମ୍ଫନ
(ଘ) ଏଗୁଡ଼ିକ ମଧ୍ୟରୁ କୌଣସିଟି ନୁହେଁ
Answer:
(ଖ ) କାର୍ଯ୍ୟକାରଣ ନିୟମ

୧୩. ଦୁଇଟି ବସ୍ତୁ ବା ସମ୍ବନ୍ଧର ସାଦୃଶ୍ୟକୁ ଭିଭିକରି କୌଣସି ଏକ ଅନଧୂତ ବିଷୟରେ ଜ୍ଞାନଲାଭ କରିବାକୁ କେଉଁ ଅନୁମାନ କୁହାଯାଏ ?
(କ) ବୈଜ୍ଞାନିକ ଆରୋହାନୁମାନ
(ଖ) ଅବୈଜ୍ଞାନିକ ଆରୋହାନୁମାନ
(ଗ) ସାଦୃଶ୍ଯଭିଭିକାନୁମାନ
(ଘ) ଯୁକ୍ତି ସାଦୃଶ୍ଯଭିରିକାନୁମାନ
Answer:
(ଗ) ସାଦୃଶ୍ଯଭିଭିକାନୁମାନ

୧୪. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘‘ପ୍ରକୃତି ରାଜ୍ୟରେ କେବଳ ଏକରୂପତା ନାହିଁ, ବିଭିନ୍ନ ପ୍ରକାରର ଏକରୂପତା ରହିଅଛି?
(କ) ଆରିଷ୍ଟୋଟଲ୍
(ଖ) ସକ୍ରେଟିସ୍
(ଗ) ମିଲ୍
(ଘ) ବେନ୍
Answer:
(ଘ) ବେନ୍

୧୫, କେଉଁ ତର୍କ ଶାସ୍ତ୍ରବିଦ୍‌ଙ୍କ ମତରେ, ‘‘ପ୍ରକୃତିର ଏକରୂପତ ନିୟମର ଜ୍ଞାନ ଗଣନାମାତ୍ର ଭିଭିକ ଆରୋହାନୁମାନଦ୍ୱାରା ଲାଭ କରାଯାଏ’’ ?
(କ) ମିଲ୍
(ଖ) ବେନ୍
(ଗ) ସକ୍ରେଟିସ୍
(ଘ) ଆରିଷ୍ଟୋଟଲ୍
Answer:
(କ) ମିଲ୍

୧୬. କେଉଁ ଦାର୍ଶନିକଙ୍କ ମତରେ, ‘‘ଆମ୍ଭମାନଙ୍କ ମନରେ ଏପରି କେତେଗୁଡ଼ିଏ ଧାରଣା ଥାଏ, ଯାହା ପ୍ରତ୍ୟକ୍ଷ
ନିରପେକ୍ଷ, କିନ୍ତୁ ପ୍ରତ୍ୟକ୍ଷଦ୍ବାରା ହିଁ ପରିସ୍ଫୁଟ ହୁଏ’’ ?
(କ) ମିଲ୍
(ଖ) ବେନ୍
(ଗ) କାଣ୍ଟ୍
(ଘ) ଆରିଷ୍ଟୋଟଲ୍
Answer:
(ଗ) କାଣ୍ଟ୍

୧୭. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ପୂର୍ଣ୍ଣ ଗଣନା ଭିଭିକ ଆରୋହାନୁମାନକୁ ସଂକ୍ଷିପ୍ତ ଆରୋହାନୁମାନ କହନ୍ତି ?
(କ) ଆରିଷ୍ଟୋଟଲ
(ଖ) ଡ. ବେନ୍
(ଗ) ବେକନ୍
(ଘ) ଜୋହନ୍‌ସନ୍
Answer:
(ଘ) ଜୋହନ୍‌ସନ୍

୧୮. ଆରୋହାନୁପଦ୍ଧତିର କେତୋଟି ସୋପାନ ରହିଛି ।
(କ) ୨
(ଖ) ଡ. ବେନ୍
(ଗ) ୪
(ଘ) ୮
Answer:
(ଗ) ୪

୧୯. କେଉଁ ତର୍କଶାସ୍ତ୍ରବିଦ୍‌ ମତରେ ଆରୋହାନୁମାନ ଏକ ପ୍ରମାଣ ପଦ୍ଧତି ଅଟେ ?
(କ) ମିଲ୍
(ଖ) ବେକନ୍
(ଗ) ଆରିଷ୍ଟୋଟଲ୍
(ଘ) ଡ. ବେନ୍
Answer:
(କ) ମିଲ୍

୨୦. କେଉଁ ତର୍କଶାସ୍ତ୍ରବିଦ୍ ଆରୋହାନୁମାନକୁ ଅବରୋହାନୁମାନର ବିପରୀତ ପ୍ରକ୍ରିୟା ବୋଲି ବର୍ଣ୍ଣନା କରିଛନ୍ତି।
(କ) ମିଲ୍
(ଖ) ଜେଭନସ୍
(ଗ) ପ୍ଲାଟୋ
(ଘ) ମିଲ୍
Answer:
(ଖ) ଜେଭନସ୍

CHSE Odisha Class 11 Logic Unit 3 Objective Questions in Odia Medium

୨୧. କେଉଁ ତର୍କ ଶାସ୍ତ୍ରବିଦ୍ ଆରୋହାନୁମାନର ଗତି କାର୍ଯ୍ୟରୁ କାରଣ ଏବଂ ଅବରୋହାନୁମାନର ଗତି କାରଣରୁ କାର୍ଯ୍ୟ ଦିଗରେ ହୋଇଥାଏ ବୋଲି ବର୍ଣ୍ଣନା କରିଛନ୍ତି ।
(କ) ଆରିଷ୍ଟୋଟଲ୍
(ଖ) ଫାଉଲ୍‌ର
(ଗ) ପ୍ଲାଟୋ
(ଘ) ମିଲ୍
Answer:
(ଖ) ଫାଉଲ୍‌ର

୨୨. କେଉଁ ତର୍କଶାସ୍ତ୍ରବିଦ୍ ମତରେ ଅବରୋହାନୁମାନ ଓ ଆରୋହାନୁମାନ ମଧ୍ୟରେ କୌଣସି ବିରୁଦ୍ଧତା ନାହିଁ ?
(କ) ଫାଉଲର୍
(ଖ) ୱେଲଟନ୍
(ଗ) ମିଲ୍
(ଘ) ଆରିଷ୍ଟୋଟଲ୍
Answer:
(କ) ଫାଉଲର୍

୨୩. ଆରୋହମାନ ପଦ୍ଧତିର ପ୍ରାରମ୍ଭିକ ସୋପାନକୁ କ’ଣ କୁହାଯାଏ ?
(କ) ପର୍ଯ୍ୟବେକ୍ଷଣ
(ଖ) ପ୍ରକଳ୍ପ ଗଠନ
(ଗ) ସାମାନ୍ଯକରଣ
(ଘ) ସତ୍ୟାପନ ବା ସମର୍ଥନ
Answer:
(କ) ପର୍ଯ୍ୟବେକ୍ଷଣ

୨୪. ଆରୋହମାନ ପଦ୍ଧତିର ଶେଷ ସୋପାନ କ’ଣ ଅଟେ ?
(କ) ପର୍ଯ୍ୟବେକ୍ଷଣ
(ଖ) ପ୍ରକଳ୍ପ ଗଠନ
(ଗ) ସାମାନ୍ଯକରଣ
(ଘ) ସତ୍ୟାପନ ବା ସମର୍ଥନ
Answer:
(ଘ) ସତ୍ୟାପନ ବା ସମର୍ଥନ

୨୫. ଆରୋହାନୁମାନର ଦୁଇଟି ମୌଳିକ ନିୟମ ଅଛି । ସେଗୁଡ଼ିକ ହେଲା –
(କ) ଆରୋହାନୁମାନ ଓ ଅବରୋହାନୁମାନ
(ଖ) ପ୍ରକୃତିର ଏକ ରୂପତା ନିୟମ ଓ କାର୍ଯ୍ୟକାରଣ ନିୟମ
(ଗ) ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ
(ଘ) ଉପରୋକ୍ତ ମଧ୍ୟରୁ କୌଣସିଟି ଠିକ୍ ନୁହେଁ
Answer:
(ଖ) ପ୍ରକୃତିର ଏକ ରୂପତା ନିୟମ ଓ କାର୍ଯ୍ୟକାରଣ ନିୟମ

୨୬. କେଉଁ ଗ୍ରୀକ୍ ଦାର୍ଶନିକଙ୍କ ମତରେ Analogy ଶବ୍ଦଟି Analogia ରୁ ଆସିଅଛି ?
(କ) ମିଲ୍
(ଖ) ପ୍ରକଳ୍ପ ଗଠନ
(ଗ) କାର୍ଭେଅରୀଡ୍
(ଘ) ଆରିଷ୍ଟୋଟଲ
Answer:
(ଘ) ଆରିଷ୍ଟୋଟଲ

୨୭. ‘ପୃଥ‌ିବୀ ପରି ମଙ୍ଗଳ ଗ୍ରହରେ ଜୀବନ୍ତ ପ୍ରାଣୀ ଅଛି’’ । ଏହା କି ପ୍ରକାର ଉପମା ଅନ୍ତର୍ଭୁକ୍ତ ଅଟେ ?
(କ) ସବଳ
(ଖ) ଦୁର୍ବଳ
(ଗ) ସବଳ ଓ ଦୁର୍ବଳ
(ଘ) ଉପରୋକ୍ତ ମଧ୍ୟରୁ କୌଣସିଟି ଠିକ୍ ନୁହେଁ
Answer:
(କ) ସବଳ

୨୮. ଗୋଟିଏ ମହାନଗରୀର କେନ୍ଦ୍ରସ୍ଥଳ ମନୁଷ୍ୟର ହୃତ୍‌ପିଣ୍ଡ ସହିତ ତୁଳନୀୟ ହୃତ୍‌ପିଣ୍ଡ ବୃଦ୍ଧି ହେଲେ ମନୁଷ୍ୟ ରୋଗଗ୍ରସ୍ତ ହୁଏ । ସେହିପରି କେନ୍ଦ୍ରସ୍ଥଳ ବୃଦ୍ଧି ହେଲେ ମହାନଗରୀଟି ରୋଗଗ୍ରସ୍ତ ହୁଏ । ଏହା କେଉଁ ଉପମା ଅନ୍ତର୍ଭୁକ୍ତ ଅଟେ ?
(କ) ସବଳ
(ଖ) ଦୁର୍ବଳ
(ଗ) ସବଳ ଓ ଦୁର୍ବଳ
(ଘ) ଉପରୋକ୍ତ ମଧ୍ୟରୁ କୌଣସିଟି ଠିକ୍ ନୁହେଁ
Answer:
(ଖ) ଦୁର୍ବଳ

୨୯. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ବୈଜ୍ଞାନିକ ଆରୋହାନୁମାନ ଗୋଟିଏ ସଦୋଷ ଶୃଙ୍ଖଳିତ ଆରୋହାନୁମାନ ଅଟେ ।
(କ) ଆରିଷ୍ଟୋଟଲ୍
(ଖ) କାର୍ପେଥ୍ରୀଡ଼
(ଗ) ମିଲ୍
(ଘ) ପ୍ଲାଟୋ
Answer:
(ଖ) କାର୍ପେଥ୍ରୀଡ଼

୩୦. କେଉଁ ତର୍କଶାସ୍ତ୍ରବିଦ୍ ବୈଜ୍ଞାନିକ ଆରୋହାନୁମାନକୁ ସର୍ବଶ୍ରେଷ୍ଠ ଆରୋହାନୁମାନ ବୋଲି ଅଭିହିତ କରିଛନ୍ତି ?
(କ) ମିଲ୍ ଓ ବେନ୍
(ଖ) ଆରିଷ୍ଟୋଟଲ୍ ଓ ମିଲ୍
(ଗ) ପ୍ଲାଟୋ ଓ ଫାଉଲର୍
(ଘ) କାର୍ପେଥରୀଡ୍ ଓ ମିଲ୍
Answer:
(କ) ମିଲ୍ ଓ ବେନ୍

୩୨. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ଅବୈଜ୍ଞାନିକ ଆରୋହାନୁମାନରେ କୌଣସି ବିଶେଷତା ନାହିଁ ବୋଲି ମତ ବ୍ୟକ୍ତ କରିଛନ୍ତି ?
(କ) ମିଲ୍
(ଖ) ବେନ୍
(ଗ) ପ୍ଲାଟୋ
(ଘ) କାର୍ପେଥରୀଡ୍ ଓ ମିଲ୍
Answer:
(ଖ) ବେନ୍

୩୨. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ଅବୈଜ୍ଞାନିକ ଆରୋହାନୁମାନରେ କୌଣସି ବିଶେଷତା ନାହିଁ ବୋଲି ମତ ବ୍ୟକ୍ତ କରିଛନ୍ତି ?
(କ) ମିଲ୍
(ଖ) ଫାଉଲାର୍
(ଗ) ଡ. ବେନ୍
(ଘ) ବେକନ୍
Answer:
(ଘ) ବେକନ୍

୩୩. କେଉଁ ଆରୋହାନୁମାନଙ୍କୁ ବୈଜ୍ଞାନିକ ଆରୋହାନୁମାନର ପ୍ରଥମ ସୋପାନ କୁହାଯାଏ ?
(କ) ଉପମାନ
(ଖ) ଅବୈଜ୍ଞାନିକ ଆରୋହାନୁମାନ
(ଗ) ଉପମାନ
(ଘ) ଏମାନଙ୍କ ମଧ୍ୟରୁ କୌଣସି ଉତ୍ତର ଠିକ୍ ନୁହେଁ
Answer:
(ଖ) ଅବୈଜ୍ଞାନିକ ଆରୋହାନୁମାନ

CHSE Odisha Class 11 Logic Unit 3 Objective Questions in Odia Medium

୩୪. କିଏ ଅବୈଜ୍ଞାନିକ ଆରୋହାନୁମାନଙ୍କୁ ବାଳ ସୁଲଭ ବୋଲି ମତ ପ୍ରକାଶ କରିଛନ୍ତି ?
(କ) ଆରିଷ୍ଟୋଟଲ୍
(ଖ) ଫାଉଲାର୍
(ଗ) ମିଲ୍
(ଘ) ବେକନ୍
Answer:
(ଘ) ବେକନ୍

୩୫. କେଉଁ ତର୍କଶାସ୍ତ୍ରବିଦ୍ ‘ସାଦୃଶ୍ୟ ପରିସ୍ଥିତିରେ ସାଦୃଶ୍ୟ ବସ୍ତୁ ବା ଘଟଣା ବିଷୟରେ ଏକ ପ୍ରକାରର କଥନ ସତ୍ୟ ଅଟେ’’ ବୋଲି ମତ ବ୍ୟକ୍ତ କରିଛନ୍ତି ?
(କ) ଦ୍ବେଟଲି
(ଖ) ଆରିଷ୍ଟୋଟଲ୍
(ଗ) ଲୋଜ୍
(ଘ) କାର୍ପେଥରୀଡ୍ ଓ ମିଲ୍
Answer:
(ଗ) ଲୋଜ୍

୩୬. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ସମ୍ଭାବ୍ୟତାର ଭିଭି ହେଉଛି ବିଷୟନିଷ୍ଠ ?
(କ) କାର୍ପେଥ୍ରୀଡ୍
(ଖ) ଆରିଷ୍ଟୋଟଲ୍
(ଗ) ଲୋଜ୍
(ଘ) କାର୍ପେଥରୀଡ୍ ଓ ମିଲ୍
Answer:
କାଭେଥ୍ରୀଡ୍

୩୭. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ଆରୋହାନୁମାନର ସିଦ୍ଧାନ୍ତ ନିଶ୍ଚିତମୂଳକ ହୋଇଥାଏ ?
(କ) କାର୍ପେଥ୍ରୀଡ୍
(ଖ) ଆରିଷ୍ଟୋଟଲ୍
(ଗ) ଲୋଜ୍
(ଘ) କାର୍ପେଥରୀଡ୍ ଓ ମିଲ୍
Answer:
(କ) କାର୍ପେଥ୍ରୀଡ୍

୩୮. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ‘ଆରୋହାନୁମାନ ସମ୍ଭାବ୍ୟତା ଉପରେ ନିର୍ଭର କରେ ?
(କ) ମିଲ୍
(ଖ) ଜେଉନ୍ସ
(ଗ ) ଫାଉଲର୍
(ଘ) କାର୍ପେଥରୀଡ୍ ଓ ମିଲ୍
Answer:
(ଖ) ଜେଉନ୍ସ

୩୯. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ‘ସମ୍ଭାବ୍ୟତା ଜୀବନର ପଥ ପ୍ରଦର୍ଶକ ଅଟେ ?
(କ) ଜେଉସ୍
(ଖ) ଫାଉଲର୍
(ଗ) ବଟ୍‌ଲର୍
(ଘ) ମିଲ୍
Answer:
(ଗ) ବଟ୍‌ଲର୍

୪୦. ବୈଜ୍ଞାନିକ ଦୃଷ୍ଟିରୁ ଗୋଟିଏ ଘଟଣାକୁ ସମ୍ଭବପର କୁହାଯାଏ ଯଦି-
(କ) ତାହା ସମ୍ଭାବ୍ୟ ଥାଏ
(ଖ) ତାହା ନିଶ୍ଚିତ ଥାଏ
(ଗ) ତାହା ନିଶ୍ଚିତ ନଥାଏ
(ଘ) ତାହା ଅସମ୍ଭାବ୍ୟ ନୁହେଁ କି ନିଶ୍ଚିତ ନୁହେଁ
Answer:
(ଘ) ତାହା ଅସମ୍ଭାବ୍ୟ ନୁହେଁ କି ନିଶ୍ଚିତ ନୁହେଁ

B. ଶୂନ୍ୟସ୍ଥାନ ପୂରଣ କର

୧. ତାର୍କିକମାନଙ୍କ ମତରେ ସାଦୃଶ୍ଯଭିଭିକ ଅନୁମାନ _________ ଉପରେ ପ୍ରତିଷ୍ଠିତ ।
Answer:
ସମ୍ବନ୍ଧର ସାଦୃଶ୍ୟ

୨. ବିଞାନସମ୍ମତ ଆରୋହାନୁମାନର ସିଦ୍ଧାନ୍ତ ___________ ଅଟେ ।
Answer:
ଅଧିକ ସମ୍ଭାବନାମୂଳକ ବା ବିଶ୍ୱସନୀୟ

CHSE Odisha Class 11 Logic Unit 3 Objective Questions in Odia Medium

୩. ଯଥାର୍ଥରେ କହିଲେ ଆରୋହ ଏବଂ ଅବରୋହ ହେଉଛି ____________ ପ୍ରଣାଳୀ ।
Answer:
ପରସ୍ପର ପରିପୂରକ

୪. ଆରୋହାନୁମାନ ଗୋଟିଏ ସାର୍ବିକ ___________ ତର୍କବାକ୍ୟ ପ୍ରତିପାଦନ କର ।
Answer:
ବାସ୍ତବ ସତ୍ୟତାବିଶିଷ୍ଟ

୫. ତାକିକମାନଙ୍କ ମତରେ ____________ ଆରୋହାନୁମାନ ଏକ ଉତ୍କୃଷ୍ଟ ଧରଣର ଆରୋହାନୁମାନ ଅଟେ ।
Answer:
ବିଞାନସମ୍ମତ

୬. ___________ ଆରୋହାନୁମାନକୁ ସରଳ ଗଣନାଭିଭିକ ଆରୋହାନୁମାନ କୁହାଯାଏ ।
Answer:
ଅବୈଜ୍ଞାନିକ

୭. ଅବୈଜ୍ଞାନିକ ଆରୋହାନୁମାନର ସିଦ୍ଧାନ୍ତ _____________ ଅଟେ ।
Answer:
ସମ୍ଭାବନାମୂଳକ

୮. ସୀମିତ ଜ୍ଞାନରୁ ଅସୀମ ଜ୍ଞାନକୁ ଗତି କରିବା ପ୍ରକ୍ରିୟାକୁ ___________ କୁହାଯାଏ ।
Answer:
ଆରୋହଲମ୍ଫନ

୯. ____________ ଙ୍କ ମତରେ ଆରୋହାନୁମାନ ଜରିଆରେ ଲକ୍ଷ୍ୟ କରିହୁଏ ଯେ ବିଶେଷ ଘଟଣାମାନଙ୍କରେ ସାର୍ବିକ ସତ୍ୟ ନିହିତ ଥାଏ ।
Answer:
ଆରିଷ୍ଟୋଟଲ୍

୧୦. ପ୍ରଖ୍ୟାତ ଦାର୍ଶନିକ ___________ ଙ୍କ ମତରେ ବସ୍ତୁମାନଙ୍କର ନିର୍ଯ୍ୟାସ ବା ଆକାରଗତ ସତ୍ୟ ନିରୂପଣ କରିବା ଆରୋହାନୁମାନର ଆଭିମୁଖ୍ୟ ଅଟେ ।
Answer:
ବେକନ୍

୧୧. ____________ ଙ୍କ ଭାଷାରେ, ‘‘ଗୋଟିଏ ଶ୍ରେଣୀ ଅନ୍ତର୍ଗତ କେତେକ ଦୃଷ୍ଟାନ୍ତଠାରେ ଉପଲବ୍‌ଧ ହେଉଥ‌ିବା କୌଣସି ସତ୍ୟକୁ ସେହି ଶ୍ରେଣୀ ଅନ୍ତର୍ଗତ ସକଳ ଦୃଷ୍ଟାନ୍ତଠାରେ ପ୍ରତିପାଦନ କରିବାର ଧାରାକୁ ଆରୋହାନୁମାନ କୁହାଯାଏ ।’’
Answer:
ମିଲ୍

୧୨. __________ ଙ୍କ ମତରେ, ‘ବିଶେଷ ଦୃଷ୍ଟାନ୍ତମାନଙ୍କରୁ ସକଳ ଦୃଷ୍ଟାନ୍ତର ଅଥବା ଅଳ୍ପ ସାବିକରୁ ସମଗ୍ର ସାବିକର ଅନୁମାନକୁ ଆରୋହାନୁମାନ କୁହାଯାଏ ।’’
Answer:
ଫାଭଲର

୧୩. ଆଧୁନିକ ତର୍କଶାସ୍ତ୍ରବିଦ୍‌ମାନେ ___________ ଓ ___________ ପ୍ରକାରର ଆରୋହାନୁମାନ କଥା କହିଛନ୍ତି ।
Answer:
ପ୍ରାଥମିକ, ଗୌଣ

୧୪. କେତେକ ଦୃଷ୍ଟାନ୍ତକୁ ପର୍ଯ୍ୟବେକ୍ଷଣ କରି ଗୋଟିଏ ବସ୍ତୁପରକ ସାର୍ବିକ ତର୍କବାକ୍ୟର ପ୍ରତିପାଦନକୁ _____________ ଆରୋହାନୁମାନ କୁହାଯାଏ ।
Answer:
ପ୍ରାଥମିକ

୧୫. ___________ ଓ _____________ ଙ୍କ ମତରେ, ଆରୋହ ଲମ୍ଫନ ହେଉଛି ବାସ୍ତବ ଆରୋହ ପଦ୍ଧତିର ଅପରିହାର୍ଯ୍ୟ ଲକ୍ଷଣ ।
Answer:
ମିଲ୍, ବେନ୍

CHSE Odisha Class 11 Logic Unit 3 Objective Questions in Odia Medium

୧୬. ପ୍ରାଥମିକ ଆରୋହାନୁମାନ ଏକ __________ ତର୍କବାକ୍ୟ ପ୍ରତିପାଦନ କରେ ।
Answer:
ବସ୍ତୁପରକ ସାର୍ବିକ

୧୭. ପ୍ରାଥମିକ ଆରୋହାନୁମାନର ସିଦ୍ଧାନ୍ତ ସର୍ବଦା ______________ ଅଟେ ।
Answer:
ସମ୍ଭାବନାମୂଳକ

୧୮. ଯେତେବେଳେ ପ୍ରତ୍ୟକ୍ଷଭାବେ ପର୍ଯ୍ୟବେକ୍ଷିତ କୌଣସି ଦୃଷ୍ଟାନ୍ତର ଆଶ୍ରୟ ନ ନେଇ ଗୋଟିଏ ସାମାନ୍ୟ ତର୍କବାକ୍ୟ ପ୍ରତିପାଦନ କରାଯାଏ, ସେତେବେଳେ ଏହାକୁ ____________ ଆରୋହାନୁମାନ କୁହାଯାଏ ।
Answer:
ଗୌଣ

୧୯. ବ୍ୟାପକ ଦୃଷ୍ଟିରେ ଆରୋହାନୁମାନକୁ ___________ ଓ _________ ଭାବରେ ବିଭକ୍ତ କରାଯାଇଥାଏ ।
Answer:
ଯଥାର୍ଥ ଆରୋହାନୁମାନ, ତଥାକଥ୍ତ ଆରୋହାନୁମାନ

୨୦. ସମ୍ଭାବନା __________ ଓ ___________ ଭାବରେ ବିଭକ୍ତ ହୋଇଥାଏ ।
Answer:
ପ୍ରାକ୍ ଅଭିଜ୍ଞତା, ଆପେକ୍ଷିକ ପୁନଃ ମୌଳିକତା

୨୧. ପରିସଂଖ୍ୟାନର ସିଦ୍ଧାନ୍ତ ସର୍ବଦା __________ ଅଟେ ।
Answer:
ସମ୍ଭାବନାମୂଳକ

୨୨. କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରୁ କାର୍ଯ୍ୟକାରଣ ଏବଂ ପ୍ରକୃତିର ଏକରୂପତା ନିୟମ ଦ୍ଵୟରେ ଆସ୍ଥା ସ୍ଥାପନ କରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟର ବାସ୍ତବ ସତ୍ୟତା ପ୍ରତିପାଦନ କରିବାକୁ ____________ ଆରୋହାନୁମାନ କୁହାଯାଏ ।
Answer:
ବିଜ୍ଞାନସମ୍ମତ ବା ବୈଜ୍ଞାନିକ

୨୩. ପ୍ରକୃତିର ଏକରୂପତା ନିୟମ ଉପରେ ଆସ୍ଥାସ୍ଥାପନପୂର୍ବକ ଅବିଧୂତ ଭାବରେ ଗୋଟିଏ ଦୃଷ୍ଟାନ୍ତକୁ କେତେକ କ୍ଷେତ୍ରରେ ପର୍ଯ୍ୟବେକ୍ଷଣ କରି ଗୋଟିଏ ସଂଶ୍ଳେଷଣାତ୍ମକ ତର୍କବାକ୍ୟର ପ୍ରତିପାଦନ କରିବାକୁ ______________ ଆରୋହାନୁମାନ କୁହାଯାଏ ।
Answer:
ଅବୈଜ୍ଞାନିକ

୨୪. ବୈଜ୍ଞାନିକ ଆରୋହାନୁମାନ ____________ ଗଣନାଭିଭିକ ଆରୋହାନୁମାନ ଅଟେ ।
Answer:
ସରଳ

CHSE Odisha Class 11 Logic Unit 3 Objective Questions in Odia Medium

୨୫. ଅବୈଜ୍ଞାନିକ ଆରୋହାନୁମାନର ___________ ସମ୍ବନ୍ଧ ଅଭାବ ଥାଏ ।
Answer:
କାର୍ଯ୍ୟକାରଶ

୨୬. ସମର୍ଥନ __________ ଓ ___________ ହୋଇପାରେ ।
Answer:
ପ୍ରତ୍ୟକ୍ଷ, ପରୋକ୍ଷ

୨୭. ଦୁଇଟି ବସ୍ତୁ ବା ସମ୍ବନ୍ଧର ସାଦୃଶ୍ୟକୁ ଭିଭିକରି କୌଣସି ଏକ ଅନଧୂତ ବିଷୟରେ ଜ୍ଞାନ ଲାଭକରିବାକୁ __________ କୁହାଯାଏ ।
Answer:
ସାଦୃଶ୍ଯଭିଭିକାନୁମାନ

୨୮. ସାଦୃଶ୍ଯଭିଭିକାନୁମାନକୁ __________ ମଧ୍ୟ କୁହାଯାଏ ।
Answer:
ଭପମାନୁମାନ

୨୯. ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, Analogy ଶବ୍ଦଟି __________ ରୁ ଆସିଅଛି ।
Answer:
Analogia

୩୦. ପୃଥ‌ିବୀପରି ମଙ୍ଗଳ ଗ୍ରହରେ ଜୀବନ୍ତ ପ୍ରାଣୀ ଅଛନ୍ତି । ଏହା __________ ଉପମାର ଉଦାହରଣ ଅଟେ ।
Answer:
ସରଳ

୩୧. କମ୍ପ୍ୟୁଟର ମନୁଷ୍ୟଭଳି ସ୍ନେହ ସହାନୁଭୂତି ପ୍ରଦର୍ଶନ କରେ । ଏହା __________ ଉପମାର ଉଦାହରଣ ଅଟେ ।
Answer:
ଦୁର୍ବଳ

୩୨. ଯେଉଁ ସିଦ୍ଧାନ୍ତ ସତ୍ୟ ଅଥବା ମିଥ୍ୟା ହେବାର ସମ୍ଭାବନା ପ୍ରାୟ ସମାନ, ତାହାକୁ ‘ମଧ୍ୟକ’ ବୋଲି ଗ୍ରହଣକରି ତହିଁରୁ ଅଧ୍ଵ ସମ୍ଭାବନା ଥୁବା କ୍ଷେତ୍ରରେ ସାଦୃଶ୍ଯଭିଭିକାନୁମାନକୁ ____________ ଉପମା କୁହାଯାଏ ।
Answer:
ସବଳ ବା ସାଧୁ

CHSE Odisha Class 11 Logic Unit 3 Objective Questions in Odia Medium

୩୩. ମଧ୍ୟକରୁ ଅଳ୍ପ ସମ୍ଭାବନା ଥିବା କ୍ଷେତ୍ରରେ ସାଦୃଶ୍ୟ ଭିଭିକାନୁମାନକୁ ____________ ଉପମା କୁହାଯାଏ ।
Answer:
ଦୁର୍ବଳ ବା ଦୁଷ୍ଟ

୩୪. ଜବାହରଲାଲ ଏବଂ ଲାଲବାହାଦୁର ଉଭୟ ପ୍ରଧାନମନ୍ତ୍ରୀଙ୍କ ନାମରେ ‘ଲାଲ’ ଶବ୍ଦ ରହିଛି । ତେଣୁ ଲାଲବାହାଦୁର ଜବାହରଲାଲଙ୍କ ତୁଲ୍ୟ ଭାବପ୍ରବଣ । ଏହା ___________ ଉପମାର ଉଦାହରଣ ଅଟେ।
Answer:
ଦୁର୍ବଳ ବା ଦୁଷ୍ଟ

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧. କେଉଁ ଅନୁମାନ ଜରିଆରେ ଲକ୍ଷ୍ୟ କରିହୁଏ ଯେ ବିଶେଷ ଘଟଣାମାନଙ୍କର ସାର୍ବିକ ସତ୍ୟ ନିହିତ ଥାଏ ?
Answer:
ଆରୋହାନୁମାନ

୨. କେତେକ ଦୃଷ୍ଟାନ୍ତକୁ ପର୍ଯ୍ୟବେକ୍ଷଣ କରି ଗୋଟିଏ ବସ୍ତୁପରକ ସାର୍ବିକ ତର୍କବାକ୍ୟ ଗଠନ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ପ୍ରାଥମିକ ଆରୋହାନୁମାନ

୩. ଯେତେବେଳେ ପ୍ରତ୍ୟକ୍ଷଭାବେ ପର୍ଯ୍ୟବେକ୍ଷିତ କୌଣସି ଦୃଷ୍ଟାନ୍ତର ଆଶ୍ରୟ ନ ନେଇ ଗୋଟିଏ ସାମାନ୍ୟ ତର୍କବାକ୍ୟ ପ୍ରତିପାଦନ କରାଯାଏ, ତାକୁ କ’ଣ କୁହାଯାଏ ?
Answer:
ଗୌଣ ଆରୋହାନୁମାନ

୪. କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରୁ କାର୍ଯ୍ୟକାରଣ ଏବଂ ପ୍ରକୃତିର ଏକରୂପତା ନିୟମଦ୍ଵୟରେ ଆସ୍ଥା ସ୍ଥାପନ କରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟର ବାସ୍ତବ ସତ୍ୟତା ପ୍ରତିପାଦନ କରିବାକୁ କ’ଣ କୁହାଯାଏ?
Answer:
ବୈଜ୍ଞାନିକ ଆରୋହାନୁମାନ

୫. ଅଧୂତ ଜ୍ଞାନରୁ ଅନଧୂତ ଜ୍ଞାନଲାଭ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ଆରୋହ ଲମ୍ଫନ

୬. କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରେ ବ୍ୟତିକ୍ରମଶୂନ୍ୟତା ହେତୁ ପ୍ରକୃତିର ଏକରୂପତା ନିୟମରେ ଆସ୍ଥା ସ୍ଥାପନ କରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟର ବାସ୍ତବ ସତ୍ୟତା ପ୍ରତିପାଦନ କରିବାକୁ କ’ଣ କୁହାଯାଏ ?
Answer:
ଅବୈଜ୍ଞାନିକ ଆରୋହାନୁମାନ

୭. ଦୁଇଟି ବସ୍ତୁ ବା ସମ୍ବନ୍ଧର ସାଦୃଶ୍ୟକୁ ଭିଭିକରି କୌଣସି ଏକ ଅନଧୂତ ବିଷୟରେ ଜ୍ଞାନଲାଭ କରିବାକୁ କ’ଣ କୁହାଯାଏ ?
Answer:
ସାଦୃଶ୍ୟ ଭିଭିକାନୁମାନ

CHSE Odisha Class 11 Logic Unit 3 Objective Questions in Odia Medium

୮. ଯେଉଁ ସିଦ୍ଧାନ୍ତ ସତ୍ୟ ଅଥବା ମିଥ୍ୟା ହେବାର ସମ୍ଭାବନା ପ୍ରାୟ ସମାନ, ତାହାକୁ ‘ମଧ୍ୟକ’ ବୋଲି ଗ୍ରହଣ କରି ତହିଁରୁ ଅଧୂକ କୁହାଯାଏ ?
Answer:
ସବଳ ବା ସାଧୁ ଉପମା

୯. ଯେଉଁ ସିଦ୍ଧାନ୍ତ ସତ୍ୟ ଅଥବା ମିଥ୍ୟା ହେବାର ସମ୍ଭାବନା ପ୍ରାୟ ସମାନ, ତାହାକୁ ମଧ୍ୟକ ବୋଲି ଗ୍ରହଣ କରି ତହିଁରୁ ଅଳ୍ପ ସମ୍ଭାବନା ଥିବା କ୍ଷେତ୍ରରେ ସାଦୃଶ୍ୟଭିତ୍ତିକ ଅନୁମାନକୁ କ’ଣ କୁହାଯାଏ ?
Answer:
ଦୁର୍ବଳ ବା ଦୁଷ୍ଟ ଉପମା

୧୦. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ‘ଆରୋହାନୁମାନ ଜରିଆରେ ଲକ୍ଷ୍ୟ କରିହୁଏ ଯେ ବିଶେଷ ଘଟଣାମାନଙ୍କରେ ସାବିକ ସତ୍ୟ ନିହିତ ଥାଏ’’ ?
Answer:
ଆରିଷ୍ଟୋଟଲ୍

୧୧. କିଏ ଆରୋହାନୁମାନକୁ ଏକ ସାରାଂଶମୂଳକ ଆରୋହାନୁମାନ ବୋଲି ବ୍ୟକ୍ତ କରିଛନ୍ତି ?
Answer:
ଡ. ଜନ୍‌ସନ୍

୧୨. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘ବିଶେଷ ଦୃଷ୍ଟାନ୍ତମାନଙ୍କରୁ ସକଳ ଦୃଷ୍ଟାନ୍ତର ଅଥବା ଅଳ୍ପ ସାର୍ବିକରୁ ସମଗ୍ର ସାବିକର ଅନୁମାନକୁ ଆରୋହାନୁମାନ କୁହାଯାଏ’’ ?
Answer:
ଫାଭଲର

୧୩. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘ଆରୋହ ପଦ୍ଧତି ଅବରୋହ ପଦ୍ଧତିର ବିପରୀତ ଅଟେ’’ ?
Answer:
ଜେଭନ୍ସ
୧୪. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘ଅବରୋହ ଏକ ଅବତରଣ ପଦ୍ଧତି ମାତ୍ର ଆରୋହ ପଦ୍ଧତି ଏକ ଆରୋହଣ ପଦ୍ଧତି ଅଟେ”?
Answer:
ବେକନ୍

୧୫. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘ଆରୋହ ପଦ୍ଧତିରେ କାର୍ଯ୍ୟରୁ କାରଣକୁ ଗତି ହୋଇଥିବା ବେଳେ ଅବରୋହ ପଦ୍ଧତିରେ କାରଣରୁ କାର୍ଯ୍ୟକୁ ଅନୁମାନ କରାଯାଇଥାଏ’’ ?
Answer:
ଫାଉଲର୍

୧୬. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘ଆରୋହ ପଦ୍ଧତି ଅବରୋହ ପଦ୍ଧତିର ପୂର୍ବ ଅଟେ’’ ?
Answer:
ମିଲ୍

୧୭. Analogy ଶବ୍ଦଟି କେଉଁ ଗ୍ରୀକ୍ ଶବ୍ଦରୁ ଆସିଅଛି ?
Answer:
Analogia

୧୮. Induction ଶବ୍ଦଟି କେଉଁ ଗ୍ରୀକ୍ ଶବ୍ଦରୁ ଆସିଅଛି ?
Answer:
Epagoge

CHSE Odisha Class 11 Logic Unit 3 Objective Questions in Odia Medium

୧୯. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘ବିଷୟବସ୍ତୁର ଆଂଶିକ ତାଦାତ୍ମ୍ୟରୁ ଅନ୍ୟ ବିଷୟକ ତାଦାତ୍ମ୍ୟର ଅନୁମାନକୁ ସାଦୃଶ୍ଯଭିଭିକ ଅନୁମାନ କୁହାଯାଏ’’ ?
Answer:
ୱେଲଟନ୍

D. ଭୁଲ୍ ଥିଲେ ଠିକ୍ କରି ଲେଖ

୧. ଆରିଷ୍ଟୋଟଲ୍‌ଙ୍କ ମତରେ, ‘ସାମାନ୍ୟ ତର୍କବାକ୍ୟମାନଙ୍କର ଆବିଷ୍କାର ଓ ପ୍ରମାଣହିଁ ଆରୋହାନୁମାନ ।’’ (ଭୁଲ୍)
Answer:
ମିଲ୍‌ଙ୍କ ମିତରେ, ‘ସାମାନ୍ୟ ତର୍କବାକ୍ୟମାନଙ୍କର ଆବିଷ୍କାର ଓ ପ୍ରମାଣହିଁ ଆରୋହାନୁମାନ ।’’ (ଠିକ୍)

୨. ଆଂଶିକ ସତ୍ୟରୁ ଆଂଶିକ ସତ୍ୟକୁ ଲମ୍ଫ ପ୍ରଦାନ କରିବାକୁ ଆରୋହ ଲମ୍ଫନ କୁହାଯାଏ । (ଭୁଲ୍)
Answer:
ଆଂଶିକ ସତ୍ୟରୁ ସାମାନ୍ୟ ବା ସାର୍ବିକ ସତ୍ୟକୁ ଲମ୍ଫ ପ୍ରଦାନ କରିବାକୁ ଆରୋହ ଲମ୍ଫନ କୁହାଯାଏ । (ଠିକ୍)

୩. ପ୍ରାଥମିକ ଆରୋହାନୁମାନର ସିଦ୍ଧାନ୍ତ ସର୍ବଦା ବାସ୍ତବ ସତ୍ୟ ଉପରେ ଆଧାରିତ । (ଭୁଲ୍)
Answer:
ପ୍ରାଥମିକ ଆରୋହାନୁମାନର ସିଦ୍ଧାନ୍ତ ସର୍ବଦା ସମ୍ଭାବନାମୂଳକ ଅଟେ । (ଠିକ୍)

୪. ପ୍ରତ୍ୟକ୍ଷଭାବେ ପର୍ଯ୍ୟବେକ୍ଷିତ କୌଣସି ଦୃଷ୍ଟାନ୍ତର ଆଶ୍ରୟ ନେଇ ଗୋଟିଏ ସାମାନ୍ୟ ତର୍କବାକ୍ୟ ପ୍ରତିପାଦନ କରିବାକୁ ଗୌଣ ଆରୋହାନୁମାନ କୁହାଯାଏ । (ଭୁଲ୍)
Answer:
ପ୍ରତ୍ୟକ୍ଷଭାବେ ପର୍ଯ୍ୟବେକ୍ଷିତ କୌଣସି ଦୃଷ୍ଟାନ୍ତର ଆଶ୍ରୟ ନ ନେଇ ଗୋଟିଏ ସାମାନ୍ୟ ତର୍କବାକ୍ୟ ପ୍ରତିପାଦନ କରିବାକୁ ଗୌଣ ଆରୋହାନୁମାନ କୁହାଯାଏ । (ଠିକ୍)

୫. ଯେକୌଣସି ବିଷୟର କେତେକ ବିଶିଷ୍ଟ ଦୃଷ୍ଟାନ୍ତର ସୀମିତ ଜ୍ଞାନରୁ ଅସୀମ ବାତ୍ୟାର୍ଥ ବିଶିଷ୍ଟ ଗୋଟଏ ସାମାନ୍ୟ ତର୍କବାକ୍ୟ ଗଠନ କରିବାକୁ ଆରୋହାନୁମାନର ସମସ୍ୟା କୁହାଯାଏ । (ଭୁଲ୍)
Answer:
ଯେକୌଣସି ବିଷୟର କେତେକ ବିଶିଷ୍ଟ ଦୃଷ୍ଟାନ୍ତର ସୀମିତ ଜ୍ଞାନରୁ ଅସୀମ ବାତ୍ୟାର୍ଥ ବିଶିଷ୍ଟ ଗୋଟଏ ସାମାନ୍ୟ ତର୍କବାକ୍ୟ ଗଠନ କରିବା ସମ୍ଭବ ହୁଏ କିପରି ? ଏହାହିଁ ଆରୋହାନୁମାନର ସମସ୍ୟା । (ଠିକ୍)

୬. ଆରୋହାନୁମାନ ଦୁଇଟି ମୌଳିକ ବିଷୟ ଧାରା ଉପରେ ପର୍ଯ୍ୟବସିତ; ଯଥା – (୧) ପର୍ଯ୍ୟବେକ୍ଷଣ (୨) ପରୀକ୍ଷଣ । (ଭୁଲ୍)
Answer:
ଆରୋହାନୁମାନ ଦୁଇଟି ମୌଳିକ ବିଷୟ ଧାରା ଉପରେ ପର୍ଯ୍ୟବସିତ; ଯଥା – (୧) ପ୍ରକୃତିର ଏକରୂପତା ନିୟମ (୨) କାର୍ଯ୍ୟକାରଣ ନିୟମ । (ଠିକ୍)

୭. ଯଥାର୍ଥ ଆରୋହାନୁମାନ ତିନି ପ୍ରକାରର; ଯଥା- ପୂର୍ଣ୍ଣ ଗଣନାଭିଭିକ ଆରୋହାନୁମାନ, ଯୁକ୍ତି ସାଦୃଶ୍ୟମୂଳକ ଆରୋହାନୁମାନ, ତଥ୍ୟ ସମ୍ବନ୍ଧନମୂଳକ ଆରୋହାନୁମାନ । (ଭୁଲ୍)
Answer:
ଯଥାର୍ଥ ଆରୋହାନୁମାନ ତିନି ପ୍ରକାରର; ଯଥା- ବୈଜ୍ଞାନିକ ବା ବିଜ୍ଞାନସମ୍ମତ ଆରୋହାନୁମାନ, ଅବୈଜ୍ଞାନିକ ଆରୋହାନୁମାନ ଓ ସାଦୃଶ୍ୟ ଭିତ୍ତିକାନୁମାନ ବା ଉପମାନ । (ଠିକ୍)

୯. ବୈଜ୍ଞାନିକ ଆରୋହାନୁମାନର ଆରୋହ ଲମ୍ଫନ ନାହିଁ । (ଭୁଲ୍)
Answer:
ବୈଜ୍ଞାନିକ ଆରୋହାନୁମାନର ଆରୋହ ଲମ୍ଫନ ଅଛି । (ଠିକ୍)

CHSE Odisha Class 11 Logic Unit 3 Objective Questions in Odia Medium

୧୦. ବୈଜ୍ଞାନିକ ଆରୋହାନୁମାନର ପ୍ରକୃତିର ଏକରୂପତା ନିୟମ ଅଛି, ମାତ୍ର କାର୍ଯ୍ୟକାରଣ ନିୟମ ନାହିଁ । (ଭୁଲ୍)
Answer:
ବୈଜ୍ଞାନିକ ଆରୋହାନୁମାନର ପ୍ରକୃତିର ଏକରୂପତା ନିୟମ ଓ କାର୍ଯ୍ୟକାରଣ ନିୟମ ଉଭୟ ରହିଛି । (ଠିକ୍)

୧୧. ଅ-ବୈଜ୍ଞାନିକ ଆରୋହାନୁମାନର କାର୍ଯ୍ୟକାରଣ ନିୟମ ଅଛି । (ଭୁଲ୍)
Answer:
ଅ-ବୈଜ୍ଞାନିକ ଆରୋହାନୁମାନର କାର୍ଯ୍ୟକାରଣ ନିୟମ ନାହିଁ । (ଠିକ୍)

୧୨. ଅ-ବୈଜ୍ଞାନିକ ଆରୋହାନୁମାନର ସିଦ୍ଧାନ୍ତ ବାସ୍ତବ ସତ୍ୟତାମୂଳକ ଅଟେ । (ଭୁଲ୍)
Answer:
ଅ-ବୈଜ୍ଞାନିକ ଆରୋହାନୁମାନର ସିଦ୍ଧାନ୍ତ ସମ୍ଭାବନାମୂଳକ ଅଟେ । (ଠିକ୍)

୧୩. ପୃଥ‌ିବୀ ତୁଲ୍ୟ ମଙ୍ଗଳଗ୍ରହ ମଧ୍ଯ ପ୍ରାଣୀ-ଅତ୍ୟୁଷିତ – ଏହା ଏକ ଦୁର୍ବଳ ଉପମା । (ଭୁଲ୍)
Answer:
ପୃଥ‌ିବୀ ତୁଲ୍ୟ ମଙ୍ଗଳଗ୍ରହ ମଧ୍ଯ ପ୍ରାଣୀ-ଅଭ୍ୟୁଷିତ – ଏହା ଏକ ସବଳ ଉପମା । (ଠିକ୍)

୧୪. ମଣିଷ ତୁଲ୍ୟ ଶୁଆ କଥା କହିପାରେ । ତେଣୁ ମନୁଷ୍ୟ ତୁଲ୍ୟ ତାହାର ବୃଦ୍ଧି, ବିବେକ ରହିଅଛି । ଏହା ଏକ ସବଳ ଉପମା । (ଭୁଲ୍)
Answer:
ମନୁଷ୍ୟ ତୁଲ୍ୟ ଶୁଆ କଥା କହିପାରେ । ତେଣୁ ମନୁଷ୍ୟ ତୁଲ୍ୟ ତାହାର ବୃଦ୍ଧି, ବିବେକ ରହିଛି । ଏହା ଏକ ଦୁର୍ବଳ ଉପମା । (ଠିକ୍)

Leave a Comment