Go through BSE Odisha Class 6 Social Science Notes Odia Medium Chapter 3 ଭୂମିରୂପ ଏବଂ ଜୀବନ to understand important topics more clearly.
6th Class Social Science Chapter 3 Notes Odia Medium
BSE Odisha Class 6 Social Science Chapter 3 Notes Odia Medium
‘ମନୁଷ୍ୟର ଭାରରୁ ମୁକ୍ତ ହୋଇ, ଅନେକ ଉଚ୍ଚତା, ଢାଲୁ ଓ ବିଶାଳ ସମତଳଭୂମି ବିଶିଷ୍ଟ ପୃଥବୀ ବିବିଧ ଶକ୍ତିସମ୍ପନ୍ନ ଉଦ୍ଭଦ ଧାରଣ କରି ଆମ ପାଇଁ ବିସ୍ତାରିତ ହେଉ ଏବଂ ଆମକୁ ତା’ର ଧନଧାନ୍ୟ ଦେଖାଉ । …. ପୃଥିବୀ ମୋର ମା’ ଏବଂ ମୁଁ ତା’ର ସନ୍ତାନ ।’’
ଅଥର୍ବ ବେଦ, ଭୂମି ଶୁକ୍ତ (‘ପୃଥିବୀର ମନ୍ତ୍ର’)
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଉପକ୍ରମ :
ଭୂମିରୂପ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବହୁତ ବଦଳିଯାଏ । ମନେକର ଜଣେ ଝାଡ଼ଖଣ୍ଡର ଛୋଟନାଗପୁର ଅଞ୍ଚଳରୁ ସଡ଼କ ପଥରେ ଯାତ୍ରା କରି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଞ୍ଚିଛି ଏବଂ ସେଠାରୁ ଉତ୍ତରାଖଣ୍ଡର ଆଲମୋଡ଼ାକୁ ଯାଉଛି, ବାସ୍ତବରେ ସେ ତିନୋଟି ପ୍ରମୁଖ ଭୂମିରୂପ ସହ (Landscape) ସମ୍ମୁଖୀନ ହେବ ।
ଭୂମିରୂପ ପୃଥିବୀ ପୃଷ୍ଠରେ ଥିବା ଏକ ଭୌତିକ ଅଂଶ ଅଟେ । ଭୂମିରୂପ ଗଠନ ପାଇଁ ଲକ୍ଷ ଲକ୍ଷ ବର୍ଷ ନେଇଥାଏ ଏବଂ ଏହାର ପରିବେଶ ଓ ଜୀବନ ସହିତ ଏକ ଗୁରୁତ୍ଵପୂର୍ଣ୍ଣ ସମ୍ପର୍କ ରହିଛି ।
ଭୂମିରୂପକୁ ମୁଖ୍ୟତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ, ଯଥା- ପର୍ବତ, ମାଳଭୂମି ଏବଂ ସମତଳଭୂମି ।
ଭୂମିରୂପଗୁଡ଼ିକର ଜଳବାୟୁ ଭିନ୍ନ ଅଟେ ଏବଂ ଏଠାରେ ବିଭିନ୍ନ ପ୍ରକାରର ଉଭିଦ ଓ ଜୀବଜନ୍ତୁ ବାସ କରନ୍ତି ।
ମନୁଷ୍ୟ ସବୁପ୍ରକାର ଭୂମିରୂପ ସହ ନିଜକୁ ଖାପଖୁଆଇ ପାରିଛି । କେବଳ ଜନସଂଖ୍ୟା ବିଭିନ୍ନ ଭୂମିରୂପ ଅନୁଯାୟୀ କମ୍ ବେଶୀ ହୋଇଥାଏ ।
ପର୍ବତ :

ପୃଥିବୀ ପୃଷ୍ଠରେ ଆମେ ଦେଖୁଥିବା ବିଶାଳକାୟ ଏବଂ ଉଚ୍ଚ ଭୂମିରୂପକୁ ପର୍ବତ କୁହାଯାଏ । ଏ ଗୁ ଡ଼ି କ ର ଆଧାର-ଭୂମି ପ୍ରଶସ୍ତ ଏବଂ ଉଚ୍ଚତା ବଢ଼ିବା ସହ କ୍ରମଶଃ ସଂକୀର୍ଣ୍ଣ ହୋଇ ଶଙ୍କୁ ଆକାରରେ ହୋଇଥାଏ । ଉଚ୍ଚତା ଅନୁଯାୟୀ କେତେକ ପର୍ବତର ଶିଖର ବରଫରେ ଆଚ୍ଛାଦିତ ହୋଇରହିଥାଏ । ନିମ୍ନ ଉଚ୍ଚତାରେ (Low altitude) ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ବରଫ ତରଳି ଯାଇ ନଦୀଗୁଡ଼ିକୁ ଜଳ ପ୍ରବାହିତ ହୋଇଥାଏ ।
କେତେକ ପର୍ବତ ଲଗାଲଗି ହୋଇ ସୁଦୀର୍ଘ ଲମ୍ବି ଥିବାରୁ ସେମାନଙ୍କୁ ପର୍ବତଶ୍ରେଣୀ କୁହାଯାଏ, ଯଥା – ହିମାଳୟ ପର୍ବତଶ୍ରେଣୀ, ଆଲପସ୍ ପର୍ବତମାଳା ଇତ୍ୟାଦି ।
ଅତି ଉଚ୍ଚ ପର୍ବତଗୁଡ଼ିକରେ ତୁଷାର ତରଳି ନଥାଏ । ଯାହାଫଳରେ ଏହି ପର୍ବତଗୁଡ଼ିକରେ ତୁଷାର ସ୍ଥାୟୀଭାବେ ଆଚ୍ଛାଦିତ ହୋଇ ରହିଥାଏ ।
ଅଳ୍ପ ଉଚ୍ଚତା, ଅଳ୍ପ ଢାଲୁ ଏବଂ ଗୋଲାକାର ଶୀର୍ଷ ବିଶିଷ୍ଟ ଭୂମିରୂପକୁ ପାହାଡ଼ କୁହାଯାଏ ।
ଭାରତର ଅଧିକାଂଶ ଅଞ୍ଚଳରେ ବୃଷ୍ଟିପାତ ବର୍ଷା ଓ କୁଆପଥର ଆକାରରେ ହୋଇଥାଏ । କିନ୍ତୁ ଅଧ୍ଵକ ଉଚ୍ଚତାରେ, ଯଥେଷ୍ଟ ଥଣ୍ଡା ହୁଏ ଏବଂ ଏକ ନରମ ଓ ସୁନ୍ଦର ଧଳା କମ୍ବଳ ସଦୃଶ ତୁଷାରଗୁଡ଼ିକ ଜମାହୋଇ ସେଠାରେ ବରଫର ଏକ ଆବରଣ ସୃଷ୍ଟି କରି ତୁଷାରଜମାଟ (Snow cap) ଓ ପରବର୍ତୀ ସମୟରେ ବଡ଼ ବରଫଖଣ୍ଡ (Glacier)ରେ ପରିଣତ ହୋଇଥାଏ । ତୁଷାରପାତ (Snowfall) ଓ କରକାପାତ (Hailstone) ବୃଷ୍ଟିପାତର ଏକ କଠିନ ରୂପ ।
ପୃଥିବୀର ଅଧିକାଂଶ ପର୍ବତଗୁଡ଼ିକ ସଂଯୋଜିତ ହୋଇ ଏକାଠି ପର୍ବତମାଳା ଭାବରେ ରହିଥାନ୍ତି, ଯେପରିକି ଏସିଆର ହିମାଳୟ, ୟୁରୋପର ଆଲପସ୍ ଏବଂ ଦକ୍ଷିଣ ଆମେରିକାର ଆଣ୍ଡିଜ୍ । ଏଥୁମଧ୍ୟରୁ କିଛି ପର୍ବତଶ୍ରେଣୀ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ।
ଚିତ୍ର ୩.୨ ରେ ପୃଥିବୀର ୬ଟି ପର୍ବତର ଚିତ୍ର ଦର୍ଶାଯାଇଛି । ଚିତ୍ର ୩.୩ ସେମାନଙ୍କୁ ଏକାଠି କରି ଉପରରୁ ତଳ ପର୍ଯ୍ୟନ୍ତ ସେମାନଙ୍କର ଆପେକ୍ଷିକ ଉଚ୍ଚତାକୁ ଦର୍ଶାଯାଇଛି ।



ବୃଷ୍ଟିପାତ : ବାୟୁମଣ୍ଡଳର ଜଳ ଯେକୌଣସି ରୂପରେ ସ୍ଥଳଭାଗରେ ପହଞ୍ଚିଥାଏ, ତାହାକୁ ବୃଷ୍ଟିପାତ କୁହାଯାଏ । ବର୍ଷା, ତୁଷାରପାତ ଏବଂ କୁଆପଥର ଏହାର ସାଧାରଣ ରୂପ ।
ଏଭରେଷ୍ଟ୍ ଗିରିଶୃଙ୍ଗ, ତିବ୍ବତ (ଚୀନ୍) ଏବଂ ନେପାଳ ଏବଂ କାଞ୍ଚନଜଙ୍ଗା ଗିରିଶୃଙ୍ଗ (ନେପାଳ ଏବଂ ଭାରତୀୟ ରାଜ୍ୟ ସିକ୍କିମ୍ ମଧ୍ୟରେ ଅବସ୍ଥିତ) ହିମାଳୟ ପର୍ବତର ଦୁଇଟି ସର୍ବୋଚ୍ଚ ଗିରିଶୃଙ୍ଗ ଅଟେ । ଆକନକାଗୁଆ ଗିରିଶୃଙ୍ଗ (ଦକ୍ଷିଣ ଆମେରିକାରେ) ଆଣ୍ଡିଜ୍ ପର୍ବତମାଳାର ସର୍ବୋଚ୍ଚ ଗିରିଶୃଙ୍ଗ ଅଟେ ।
ପୂର୍ବ ଆଫ୍ରିକାର କିଲିମଞ୍ଜାରୋ ପର୍ବତ ଏକ ବିଚ୍ଛିନ୍ନ ପର୍ବତ ଯାହା କୌଣସି ପର୍ବତମାଳାର ଅଂଶ ନୁହେଁ । ପଶ୍ଚିମ ୟୁରୋପର ବ୍ଲାଙ୍କ୍ ଗିରିଶୃଙ୍ଗ ଆଲପସ୍ ପର୍ବତମାଳାର ସର୍ବୋଚ୍ଚ ଗିରିଶୃଙ୍ଗ ।
ଆନାମୁଡ଼ି (କେରଳରେ, ‘ଅନାଇ ଶିଖର’ ନାମରେ ପରିଚିତ) ଦକ୍ଷିଣ ଭାରତର ଉଚ୍ଚତମ ଗିରିଶୃଙ୍ଗ ଓ ଦେଓମାଳି ପର୍ବତ ଯାହା ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ଅଟେ ।

ହିମାଳୟ ପର୍ବତଶ୍ରେଣୀକୁ ତରୁଣ ଭଙ୍ଗିଳ ପର୍ବତ କୁହାଯାଏ, କାରଣ ଏହି ପର୍ବତଶ୍ରେଣୀର ଗଠନ ଭୂ-ତାତ୍ତ୍ୱିକ ଦୃଷ୍ଟିରୁ ୨୦-୩୦ ନିୟୁତ ବର୍ଷ ପୂର୍ବେ ହୋଇଛି । କିଛି ଛୋଟ ଓ ଗୋଲାକାର ପର୍ବତଶ୍ରେଣୀ ଯେପରି ଆରାବଳୀ ପର୍ବତଶ୍ରେଣୀ ବହୁତ ପୁରୁଣା ଅଟେ, ଯାହା କ୍ଷୟକାର୍ଯ୍ୟ (erosion) ଫଳରେ ବର୍ତ୍ତମାନ ସମୟରେ ଗୋଲାକାର ଆକୃତି ହୋଇଛି ।
- ପାର୍ବତୀୟ ଅରଣ୍ୟ (Mountane Forest): ଏକ ପ୍ରକାର ଜଙ୍ଗଲ ଯାହା ପାହାଡ଼ିଆ ଅଞ୍ଚଳରେ ବଢ଼ିଥାଏ ।
- ହିମଗୁଳ୍ମ (Moss) : ଫୁଲ କିମ୍ବା ଚେର ବିହୀନ ଏକ ଛୋଟ ସବୁଜ ଗଛ, ଯାହା ପ୍ରାୟତଃ କୁସନ ପରି ଆଚ୍ଛାଦନରେ ବ୍ୟାପିଥାଏ ।
- ଶୈବାଳ (lichen) : ଏକ ଉଦ୍ଭବ ପରି ଜୀବ ଯାହା ସାଧାରଣତଃ ପଥର, କାନ୍ଥ କିମ୍ବା ଗଛରେ ଚିପି ହୋଇ ରହିଥାଏ ।
ପାର୍ବତୀୟ ପରିବେଶ :
ପର୍ବତ ଢାଲୁକୁ ପ୍ରାୟତଃ ଏକ ପ୍ରକାର ଜଙ୍ଗଲ ଆଚ୍ଛାଦିତ କରିଥାଏ, ଯାହାକୁ ପାର୍ବତୀୟ ଅ ର ଣ୍ୟ ନ କୁ ହା ଯାଏ, ଯେଉଁ ଠାରେ ଇନ, ସିଲଭର, ଫର, ସେଦାର, ଦେବଦାରୁ ଏବଂ କୋନିଫର ଗଛ ଦେଖାଯାଏ । ଏହି କୋନିଫର ଗଛଗୁଡ଼ିକ ଲମ୍ବା ଆକୃତି ର ଏବଂ ଶ ଙ୍କୁ ହୋଇଥାଏ, ଯେଉଁ ଥ୍ ରେ ପତଳା, ମୁନିଆ ପତ୍ର ଥାଏ । ଅଧ୍ଵ ଉଚ୍ଚତାରେ ଏହି ଗଛ ଧୀରେ ଧୀରେ ଅଦୃଶ୍ୟ ହୋଇ, ଏହା ବ ଦ ଳ ରେ ଘାସ, ଶୈବାଳ ଓ ହିମଗୁଳ୍ମ ଆଦି ଦେଖାଯାଏ ।


ପର୍ବତର ଘନଜଙ୍ଗଲ, ପ୍ରବାହିତ ନଦୀ, ହ୍ରଦ, ତୃଣଭୂମି ଏବଂ ପର୍ବତରେ ଥିବା ଗୁମ୍ଫାଗୁଡ଼ିକ ବିଭିନ୍ନ ଜୀବଜନ୍ତୁଙ୍କ ବାସସ୍ଥାନ ଅଟେ । ଉଦାହରଣ ସ୍ଵରୂପ ଗୋଲ୍ଡେନ୍ ଇଗଲ୍, ପେରେରାଇନ୍ ଫାଲକନ୍, କାନାଡ଼ାର ଲିନକ୍ସ, ଧଳା ଚିତାବାଘ, ଆଇବେକ୍ସ, ହିମାଳୟର ତାହାର, ପର୍ବତ ଠେକୁଆ, ଚମରୀ ଗାଈ, ଧୂସର ଶିଆଳ ଏବଂ କଳାଭାଲୁ ପାର୍ବତୀୟ ଅଞ୍ଚଳରେ ବସବାସ କରନ୍ତି ।
ହିମାଳୟରୁ ଉତ୍ପନ୍ନ ହୋଇଥିବା ଭାରତୀୟ ନଦୀମାନଙ୍କ ଭିତରେ ଗଙ୍ଗା ବୃହତ୍ତମ ଅଟେ । ଏହାକୁ ‘Ganga’ ବା ଗଙ୍ଗେସ୍ କୁହାଯାଏ । ଏହା ପାଖାପାଖୁ ୨୫୦୦ କିଲୋମିଟର ଲମ୍ବା । ଏହି ନଦୀରେ ଅନେକ ଉପନଦୀ (tributaries) (ଏଥରେ ଆସି ମିଶିଥିବା ନଦୀ) ରହିଛି । ସେମାନଙ୍କ ମଧ୍ୟରୁ ଯମୁନା ଏବଂ ଘାଗରା ଭଳି କିଛି ନଦୀ ମଧ୍ୟ ହିମାଳୟରୁ ଉତ୍ପନ୍ନ । ସୋନ ଭଳି ଅନ୍ୟ କେତେଗୁଡ଼ିଏ ନଦୀ ଗଙ୍ଗା ସମତଳର ଦକ୍ଷିଣରେ ଥିବା ବିନ୍ଧ୍ୟ ପର୍ବତରୁ ଉତ୍ପନ୍ନ ।
ଅତିକମ୍ରେ ୧୫୦୦ ବର୍ଷ ପୂର୍ବେ ପ୍ରାଚୀନ ଭାରତର ସର୍ବଶ୍ରେଷ୍ଠ କବି ଭାବରେ ବିବେଚନା କରାଯାଉଥିବା କାଳିଦାସଙ୍କ ଏକ ଲମ୍ବା କବିତାର ଦୁଇଟି ଶ୍ଳୋକ ଏଠାରେ ଦିଆଯାଇଛି । କୁମାରସମ୍ଭବଂ ନାମକ ଏହି ମହାକାବ୍ୟ ହିମାଳୟର ବର୍ଣ୍ଣନାରୁ ଆରମ୍ଭ ହୋଇଛି । ଏହା ସଂସ୍କୃତର ଏକ ସରଳ ଅନୁବାଦ ।
![]()
ଭାରତବର୍ଷର ଉତ୍ତର ଭାଗରେ ଗିରିରାଜ ହିମାଳୟ,
ପଶ୍ଚିମରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ଅଟଇ ଯା ପରିଚୟ ।।
ଯାର ସଂଦର୍ଶନେ ମନର ଭାବନା ହୁଅଇ ଜାତ,
ସତେ ଏ ପର୍ବତ ମାପ ମାନଦଣ୍ଡ, ମାପିବାକୁ ଏ ଭାରତ ।।
ଗଙ୍ଗାନଦୀ ଝରେ ବକ୍ଷରୁ ଯାହାର ବୃକ୍ଷରାଜ ଦେବଦାରୁ
ଶାନ୍ତ ସୁଶୀଳେ ଯାହାର ଅନଳ ସତେ ଚନ୍ଦନ ଅଗୁରୁ ।।
ଶୁଭ୍ର ଅଭ୍ର ଖଣ୍ଡ ଧବଳ ଆଚ୍ଛନ୍ନ ଅଟଇ ଯା’ର ବଳୟ,
ପର୍ଯ୍ୟଟକଙ୍କର ହରେ ବିତ୍ତଚିତ୍ତ ପୁଣ୍ୟ ଗିରି ହିମାଳୟ ।।
ଏହି ଶ୍ଳୋକର ଆଧାରରେ ନିମ୍ନ ପ୍ରଶ୍ନର ଆଲୋଚନା କର ।
ପ୍ରାକୃତିକ ଭୂଭାଗ (Terrian) – ଭୌତିକ ବୈଶିଷ୍ଟ୍ୟ ଦୃଷ୍ଟିକୋଣରୁ ଭୂମିର ଏକ ଖଣ୍ଡ ବା ଜମିର ବିସ୍ତୃତି ।
ପାର୍ବତୀୟ ଜୀବନ :
ପାର୍ବତୀୟ ଜୀବନ କଷ୍ଟକର କିନ୍ତୁ ସୁଖଦାୟକ । ପର୍ବତ ଅଞ୍ଚଳ ର ଅଧ୍ୟାବାସୀ କୃଷି ସହିତ ପଶୁପାଳନ ମଧ୍ୟ କରନ୍ତି । ପାର୍ବତ୍ୟ ଅଞ୍ଚଳ ଢାଲୁପୂର୍ଣ୍ଣ ହେବା ସହିତ ଆବଢ଼ା ଖାବଡ଼ା କିମ୍ବା ଉଚ୍ଚ – ନୀଚ ହୋଇଥାଏ । ଢାଲୁ ଅଞ୍ଚଳର ପାଦଦେଶକୁ କାଟି ଚାଷ କରାଯାଏ । ଏହାକୁ ସୋପାନ କୃଷି (Terrace farming) କୁହାଯାଏ ।

ପାର୍ବତ୍ୟାଞ୍ଚଳରେ ଅନେକ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରାଯାଇଥିବାରୁ ହଜାର ହଜାର ପର୍ଯ୍ୟଟକ ପ୍ରତିବର୍ଷ ଏସବୁ ସ୍ଥାନକୁ ଆସିଥା’ନ୍ତି । ଏହା ସେଠାକାର ଅଧିବାସୀଙ୍କୁ ଉତ୍ତମ ରୋଜଗାର କରିବାର ସୁଯୋଗ ଦେଇଥାଏ ।
ପର୍ଯ୍ୟଟକମାନେ ଏହି ଅଞ୍ଚଳରେ ଏକ ମନୋରମ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହିତ କିଛି କ୍ରୀଡ଼ା ଯଥା ସ୍କାଇଂ (Sking), ହାଇପିଂ (Hiking), ପର୍ବତାରୋହଣ ଓ ପାରାସ୍ଲାଇଡିଂ ମଧ୍ୟ କରିଥା’ନ୍ତି ।
ବଚେନ୍ଦ୍ରୀ ପାଲ୍ ଛୋଟ ବେଳୁ ପର୍ବତ ଚଢ଼ିବା ଆରମ୍ଭ କରିଥିଲେ ଏବଂ ସେ ମହିଳାମାନଙ୍କ ପର୍ବତ ଆରୋହଣ ଅଭିଯାନର ନେତୃତ୍ୱ ନେଇଥିଲେ । ସେ ୧୯୮୪ ମସିହାରେ ଏଭରେଷ୍ଟ ଗିରିଶୃଙ୍ଗ ଆରୋହଣ କରିବାରେ ପ୍ରଥମ ଭାରତୀୟ ମହିଳା ଥିଲେ ଏବଂ ସେହି ବର୍ଷ ପଦ୍ମଶ୍ରୀ ଏବଂ ୨୦୧୯ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।
ଅରୁଣିମା ସିହ୍ନା ୩୧ ବର୍ଷ ବୟସରେ ଏକ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିଲେ । ବଚେନ୍ଦ୍ରୀ ପାଲଙ୍କ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ବଳରେ ସେ ୨୦୧୩ରେ ଏଭରେଷ୍ଟ ଗିରିଶୃଙ୍ଗ ଆରୋହଣ କରିବାରେ ସଫଳ ହୋଇଥିଲେ ଏବଂ ଆଣ୍ଟାର୍କଟିକାର ଭିନ୍ସନ୍ ଗିରିଶୃଙ୍ଗ ସମେତ ପ୍ରତ୍ୟେକ ମହାଦେଶର ସର୍ବୋଚ୍ଚ ଶିଖର ଆରୋହଣ କରିଥିଲେ । ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।
ଆକସ୍ମିକ ବନ୍ୟା (Flash Flood) – ହଠାତ୍ ସ୍ଥାନୀୟ ବନ୍ୟା ଆସିଥାଏ, ଯାହା ଅନେକ ସମୟରେ ବାଦଲଫଟା ବର୍ଷା କାରଣରୁ ହୋଇଥାଏ ।
ଭୂସ୍ଖଳନ (Landslide) – ହଠାତ୍ ପର୍ବତ ପାର୍ଶ୍ଵରୁ ମାଟି କିମ୍ବା ପଥରଖଣ୍ଡମାନ ଭୁଶୁଡ଼ି ପଡ଼େ ।
ହିମସ୍ଖଳନ (Avalanche) – ହଠାତ୍ ପାହାଡ଼ ପାର୍ଶ୍ଵରୁ ବରଫଖଣ୍ଡମାନ ଖସିଥାଏ ।
ବାଦଲଫଟା ବର୍ଷା (Cloud Blast) – ହଠାତ୍ ପ୍ରବଳ ବର୍ଷା ହୋଇଥାଏ ।
ପୃଥିବୀର ଅନେକ ପାରମ୍ପରିକ ସମ୍ପ୍ରଦାୟ ପର୍ବତକୁ ପବିତ୍ର ସ୍ଥାନ ଭାବରେ ବିବେଚନା କରନ୍ତି ଏବଂ ସେମାନଙ୍କୁ ପୂଜା କରନ୍ତି । ୮.୮୪୯ ମିଟର ଉଚ୍ଚତା ବିଶିଷ୍ଟ ବିଶ୍ଵର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟର ଅନେକ ନାମ ରହିଛି । ତିବ୍ବତୀୟମାନେ ଏହାକୁ ‘ଚୋମୋଲୁଙ୍ଗମା’ ବୋଲି କୁହନ୍ତି, ଯାହାର ଅର୍ଥ ହେଉଛି ‘ବିଶ୍ଵର ଦେବୀ’ ଏବଂ ପର୍ବତକୁ ଦେବୀ ମନେକରି ପୂଜା କରନ୍ତି । ନେପାଳୀମାନେ ଏହାକୁ ‘ସାଗରମଥା’ ଅର୍ଥାତ୍ ‘ଆକାଶର ଦେବୀ’ ବୋଲି କୁହନ୍ତି । ସେହିପରି ତିବ୍ବତର କୈଳାସ ପର୍ବତର ହିନ୍ଦୁ, ବୌଦ୍ଧ, ଜୈନ ଧର୍ମ ଏବଂ ବନ ସମ୍ପ୍ରଦାୟ (ଏକ ପ୍ରାଚୀନ ତିବ୍ବତୀୟ ଧର୍ମ)ର ଅନୁଗାମୀମାନେ ପବିତ୍ର ବୋଲି ବିବେଚନା କରନ୍ତି । ପର୍ବତ ଶିଖର ପ୍ରତି ଏପରି ଶ୍ରଦ୍ଧା ଭାରତ ତଥା ବିଶ୍ଵର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଦେଖିବାକୁ ମିଳେ ।
ସାଧାରଣତଃ ମାଳଭୂମିଗୁଡ଼ିକର ପାର୍ଶ୍ଵ ପର୍ବତଠାରୁ ଅଧିକ ଢାଲୁ ଓ ଏହାର ଉପରିଭାଗ ଟେବୁଲ ଭଳି ଦେଖାଯାଉଥିବାରୁ ମାଳଭୂମିକୁ ଟେବୁଲ ଲ୍ୟାଣ୍ଡ କୁହାଯାଏ ।
ମାଳଭୂମି :
ମାଳଭୂମି ହେଉଛି ଏକ ଭୂମିରୂପ ଯାହା ଚତୁଃପାର୍ଶ୍ୱସ୍ଥ ଭୂମିରୁ ତୀଖଭାବେ ଉପରକୁ ଉଠିଥାଏ । ଏହାର ଉଚ୍ଚତା କିଛି ଶହ ମିଟରରୁ ଅନେକ ହଜାର ମିଟର ପର୍ଯ୍ୟନ୍ତ ହୋଇପାରେ । ମାଳଭୂମିର ଦୁଇଟି ଉଦାହରଣ ହେଉଛି ତିବ୍ଦତୀୟ ମୂଳଭୂମି ଏବଂ ଡେକାନ ମାଳଭୂମି ।
ତିବ୍ବତୀୟ ମାଳଭୂମିର ହାରାହାରି ଉଚ୍ଚତା ୪,୫୦୦ ମିଟର, ଯେଉଁଥିପାଇଁ ଏହାକୁ ‘ବିଶ୍ଵର ଛାତ ନାମରେ ନାମିତ କରାଯାଇଛି । ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଏହା ପ୍ରାୟ ୨,୫୦୦ କିଲୋମିଟର ଲମ୍ବା – ଯାହାକି ଚଣ୍ଡିଗଡ଼ରୁ କୁମାରୀକା (କନ୍ୟାକୁମାରୀ) ପର୍ଯ୍ୟନ୍ତ ଦୂରତା ।
ମଧ୍ୟ ଏବଂ ଦକ୍ଷିଣ ଭାରତର ଡେକାନ୍ ମାଳଭୂମି ବିଶ୍ଵର ସବୁଠାରୁ ପୁରୁଣା ମାଳଭୂମି ମଧ୍ୟରୁ ଅନ୍ୟତମ, ଯାହା ଲକ୍ଷଲକ୍ଷ ବର୍ଷ ପୂର୍ବେ ଆଗ୍ନେୟ ଉଦ୍ଗୀରଣ ମାଧ୍ୟମରେ ଗଠିତ ହୋଇଥିଲା ।
ପର୍ବତ ଭଳି ମାଳଭୂମି ମଧ୍ଯ ଖଣିଜ ପଦାର୍ଥରେ ଭରପୂର । ଏଗୁଡ଼ିକୁ ‘ଖଣିଜ ପଦାର୍ଥର ଭଣ୍ଡାର’ ବୋଲି କୁହାଯାଏ ।
ଖଣି ଖନନ କାର୍ଯ୍ୟ ମାଳଭୂମିରେ ଏ କ ପ୍ର ମୁ ଖ ଘଟଣା । ଉଦାହରଣସ୍ୱରୂପ, ପୂର୍ବ ଆଫ୍ରିକୀୟ ମାଳଭୂମି ସୁନା ଏବଂ ହୀରା ଖନନ ପାଇଁ ପ୍ରସିଦ୍ଧ । ସେହିପରି ଭାରତର ଛୋଟ ନାଗପୁର ମାଳଭୂମିରେ ଲୁହା, କୋଇଲା ଏବଂ ମାଙ୍ଗାନିଜର ବିପୁଳ ଭଣ୍ଡାର ଦେଖିବାକୁ ମିଳେ ।

କିନ୍ତୁ ମାଳଭୂମିରେ ପଥୁରିଆ ମାଟି ଥାଏ, ଯାହା କୃଷି ଉପଯୋଗୀ ହୋଇନଥାଏ । ଅନ୍ୟ କେତେକ ମାଳଭୂମିରେ ଅଗ୍ନେୟଗିରି ଥିବାରୁ ସମୟ ସମୟରେ ଲାଭା ଉଦ୍ଗୀରଣ ହୋଇ ମାଳଭୂମିର ମାଟିକୁ ଉର୍ବର କରିଥାଏ, ଫଳରେ ଏହି ମୃର୍ତ୍ତିକା କପା ଚାଷ ପାଇଁ ବିଶେଷ ଉପଯୋଗୀ ହୋଇଥାଏ ।
ଏତଦ୍ବ୍ୟତୀତ ମାଳଭୂମିରେ ଅନେକ ଆକର୍ଷଣୀୟ ଜଳପ୍ରପାତ ମଧ୍ୟ ଦେଖିବାକୁ ମିଳିଥାଏ । ଦକ୍ଷିଣ ଆଫ୍ରିକାର ଜାମ୍ବେଜୀ ନଦୀ ଉପରେ ‘ଭିକ୍ଟୋରିଆ’’ ଜଳପ୍ରପାତ, ଛୋଟନାଗପୁର ମାଳଭୂମିରେ ସୁବର୍ଣ୍ଣରେଖା ନଦୀ ଉପରେ ‘‘ହିନ୍ଦୁ’’ ଜଳପ୍ରପାତ ଏବଂ ପଶ୍ଚିମଘାଟରେ ସରାବତୀ ନଦୀ ଉପରେ ‘ଯୋଗ’’ ଜଳପ୍ରପାତ, ଓଡ଼ିଶାର ମାଛକୁଣ୍ଡ ନଦୀରେ ‘ଡୁଡୁମା ଜଳପ୍ରପାତ’’ ରହିଅଛି । ‘ନହକାଲୀକାଇ ଜଳପ୍ରପାତ’’ ଚେରାପୁଞ୍ଜି ମାଳଭୂମିର (ମେଘାଳୟ)ରେ ଏକ ଜଳପ୍ରପାତ ୩୪୦ ମିଟର ଉଚ୍ଚତାରୁ ତଳକୁ ପଡ଼ିଛି ।
ସମୁଦ୍ର ପତ୍ତନ (Sea leavel) ସମୁଦ୍ର ପୃଷ୍ଠରେ ହାରାହାରି ସ୍ତର, ଯାହାକୁ ହାରାହାରି ସମୁଦ୍ର ପତ୍ତନ ମଧ୍ୟ କୁହାଯାଏ ।
ସମତଳ ଅଞ୍ଚଳ :
ସମୁଦ୍ର ପତ୍ତନରୁ (sea level) ୩୦୦ ମିଟର ବା କମ୍ ଉଚ୍ଚତାରେ ଥିବା ବିସ୍ତୀର୍ଣ୍ଣ ସମପ୍ରାୟ ଭୂମିକୁ ସମତଳ ଭୂମି କୁହାଯାଏ । ଏଗୁଡ଼ିକର ପୃଷ୍ଠଭୂମି ଚଟକା ଏବଂ ଅତି କମ୍ ଢାଲୁ ବିଶିଷ୍ଟ ଅଟେ ।
ସମତଳ ଅଞ୍ଚଳ ସାଧାରଣତଃ କୃଷି ଉପଯୋଗୀ ହୋଇଥାଏ, କାରଣ ଅନେକ ନଦୀ ଏହି ଅଞ୍ଚଳରେ ପ୍ରବାହିତ ହୋଇ ପଟୁମାଟିଦ୍ଵାରା ମାଟିକୁ ଉର୍ବର କରିବା ସହିତ କୃଷି ପାଇଁ ଜଳ ଯୋଗାଇଥାଏ । ଆମ ଦେଶ ଭାରତରେ ଅଧିକାଂଶ ସମତଳଭୂମି ଅଛି ।
ସମତଳ ଭୂମି ବିଭିନ୍ନ ପ୍ରକାରର ଉଭିଦ ଏବଂ ଜୀବଜନ୍ତୁଙ୍କ ବସତି ପାଇଁ ଉପଯୋଗୀ ଅଟେ ।
ସମତଳ ଅଞ୍ଚଳରେ ଜୀବନ :
ହଜାର ହଜାର ବର୍ଷ ପୂର୍ବେ ସମତଳ ଅଞ୍ଚଳରେ ନଦୀ କୂଳରେ ପ୍ରଥମେ ମାନବ ସଭ୍ୟତାମାନ ବିକଶିତ ହୋଇଥିଲା । ପୃଥିବୀ ଜଳସଂଖ୍ୟାର ଏକ ବଡ଼ ଅଂଶ ସମତଳ ଅଞ୍ଚଳରେ ବସବାସ କରନ୍ତି ।
ଭାରତର ଗଙ୍ଗାନଦୀର ଅବବାହିକାରେ ଗଢ଼ିଉଠିଥିବା ସମତଳ ଅଞ୍ଚଳରେ ପ୍ରାୟ ୪୦ କୋଟି ଲୋକ ବସବାସ କରୁଛନ୍ତି ।
ସମତଳ ଅଞ୍ଚଳର ଲୋକମାନଙ୍କର ପ୍ରମୁଖ ଜୀବିକା ହେଉଛି କୃଷି, ଗୋପାଳନ ଏବଂ ମାଛ ଧରିବା । ଏହି ଅଞ୍ଚଳମାନଙ୍କରେ ସାଧାରଣତଃ ଧାନ, ଗହମ, ମକା, ବାର୍ଲି ଓ ବାଜରା ଭଳି ଖାତ୍ୟଶସ୍ୟ ଚାଷ କରାଯାଏ । ଏତଦ୍ବ୍ୟତୀତ ଗାଙ୍ଗେୟ ସମତଳ ଅଞ୍ଚଳରେ କପା, ଝୋଟ, ଛଣପଟ ଇତ୍ୟାଦି ତନ୍ତୁଜାତୀୟ ଫସଲ ମଧ୍ଯ ଚାଷ କରାଯାଏ ।
ପାରମ୍ପରିକ ଚାଷ ମୁଖ୍ୟତଃ ବର୍ଷା ଉପରେ ନିର୍ଭରଶୀଳ, କିନ୍ତୁ ବିଗତ ଦଶନ୍ଧିରେ ଏହା ଜଳସେଚନ ଉପରେ ନିର୍ଭରଶୀଳ ହୋଇଛି । ଭାରତର ଗଙ୍ଗାନଦୀର ଅବବାହିକାରେ ବିଶେଷ କରି ଅନେକ ପର୍ବପର୍ବାଣି, ସମାରୋହ ଓ ରୀତିନୀତି ଆଦି ଅନୁଷ୍ଠିତ ହୋଇଥାଏ ।
ସମତଳ ଅଞ୍ଚଳ କମ୍ ଢାଲୁ ହୋଇଥିବାରୁ, ଏଠାରେ ନଦୀ ପରିବହନ ସହଜ ହୁଏ ଓ ଏହାଦ୍ଵାରା ଅର୍ଥନୈତିକ କାର୍ଯ୍ୟକଳାପ ସହଜ ଓ ସୁଗମ ହୋଇଥାଏ । ପୁରାତନ ଦିନମାନଙ୍କରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ନଦୀଗୁଡ଼ିକର ବହୁଳ ବ୍ୟବହାର କରୁଥିଲେ ।
ସଙ୍ଗମ (Confluence) – ଦୁଇ କିମ୍ବା ଅଧ୍ବକ ନଦୀର ମିଳନସ୍ଥଳକୁ ସଙ୍ଗମ କୁହାଯାଏ ।
ସହନଶୀଳତା( Resillence) – ଅସୁବିଧା ଓ କଠିନତାକୁ ସାମ୍ନାକରିବା, ସେଥୁରେ ଖାପ ଖୁଆଇବା କାର୍ଯ୍ୟ ।
ଓଡ଼ିଶାର ଭୂମିରୂପ :
ଭାରତର ଭୂମିରୂପ ଭଳି ଓଡ଼ିଶାର ଭୂମିରୂପ ମଧ୍ୟ ବୈଚିତ୍ରମୟ । ଏହାର ବିଭିନ୍ନ ସ୍ଥାନରେ ନଦୀ, ହ୍ରଦ, ପାହାଡ଼ପର୍ବତ, ବଣଜଙ୍ଗଲ, ସମତଳଭୂମି, ମାଳଭୂମି, ଉପକୂଳବର୍ତୀ ଅଞ୍ଚଳ, ଅଭୟାରଣ୍ୟ ଆଦି ଭିନ୍ନ ଭିନ୍ନ ଭୂମିରୂପ ଦେଖିବାକୁ ମିଳିଥାଏ ।
ସୁତରାଂ ଏହାର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଲୋକମାନଙ୍କର ଚଳଣି, ଜୀବିକା ଏବଂ ଜୀବନଶୈଳୀରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୋଇଥାଏ ।
![]()
୨୦୧୯ ମସିହାର ସର୍ଭେ ଅନୁସାରେ ଓଡ଼ିଶାର ରାଉରକେଲା ସହର ସ୍ଵଚ୍ଛତା ଭାରତର ୪୫ତମ ସ୍ଥାନରେ ରହିଛି ।
ବିଷୟ ସାରାଂଶ
ଭୂମିରୂପକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରାଯାଇଛି, ଯଥା- ପାର୍ବତ୍ୟଭୂମି, ମାଳଭୂମି ଏବଂ ସମତଳଭୂମି । ଏମାନଙ୍କର ଗଠନ ଶୈଳୀ ଏବଂ ପରିବେଶରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ।
ସମଗ୍ର ପୃଥିବୀରେ ଲୋକମାନେ କେଉଁ ପ୍ରକାରର ଭୂମିରୂପରେ ରହୁଛନ୍ତି ସେହି ଅନୁସାରେ ସେମାନଙ୍କ ଜୀବନ ଏବଂ କାର୍ଯ୍ୟକଳାପ ବହୁଳଭାବେ ପ୍ରଭାବିତ ହୋଇଥାଏ । ଏହି ଭୂମିରୂପ ସମଗ୍ର ବିଶ୍ଵରେ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ବିଶେଷ କରି ଭାରତୀୟ ସଂସ୍କୃତି ଏହାକୁ ବିଭିନ୍ନ ଉପାୟରେ ପାଳନ କରିଆସିଛି ।
ପ୍ରତ୍ୟେକ ଭୂମିରୂପ ଭିନ୍ନ ଭିନ୍ନ ସମସ୍ୟା ତଥା ସୁଯୋଗ ପ୍ରଦାନ କରିଥାଏ ।
ମୁଖ୍ୟ ଶତାଂଶ :
- ସମୁଦ୍ର ପତ୍ତନରୁ ଉଚ୍ଚତା (Altitude) – ସମୁଦ୍ର ପତ୍ତନଠାରୁ କୌଣସି ବସ୍ତର ଉଚ୍ଚତାକୁ ଆଲଟିଚ୍ଯୁଡ୍ କୁହାଯାଏ । ଉଦାହରଣ ସ୍ଵରୂପ – ପର୍ବତର ଉଚ୍ଚତା, ଏରୋପ୍ଲେନ ଉଡ଼ାଣ ମୟରେ ପକ୍ଷୀ କିମ୍ବା ବିମାନ ଉଡୁଥୁବାର ଉଚ୍ଚତା, ଉପଗ୍ରହର ଉଚ୍ଚତା । ଏହିସବୁ ଉଚ୍ଚତା ସମୁଦ୍ର ପତ୍ତନଠାରୁ ନିର୍ଣ୍ଣୟ କରାଯାଏ ।
- ବୃଷ୍ଟିପାତ (Precipitation) – ବାୟୁମଣ୍ଡଳର ଜଳ ଯେକୌଣସି ରୂପରେ ସ୍ଥଳଭାଗରେ ପହଞ୍ଚିଥାଏ, ତାହାକୁ ବୃଷ୍ଟିପାତ କୁହାଯାଏ । ବର୍ଷା, ତୁଷାରପାତ ଏବଂ କୁଆପଥର ଏହା ସାଧାରଣ ରୂପ ।
- ପାର୍ବତୀୟ ଅରଣ୍ୟ (Mountain Forest) – ଏକ ପ୍ରକାର ଜଙ୍ଗଲ ଯାହା ପାହାଡ଼ିଆ ଅଞ୍ଚଳରେ ବଢ଼ିଥାଏ ।
- ହିମଗୁଳ୍ମ (Moss) – ଫୁଲ କିମ୍ବା ଚେରବିହୀନ ଏକ ଛୋଟ ସବୁଜଗଛ, ଯାହା ପ୍ରାୟତଃ କୁସନପରି ଆଚ୍ଛାଦନରେ ବ୍ୟାପିଥାଏ ।
- ଶୈବାଳ (Lichen) ଏକ ଉଦ୍ଭଦ୍ର ପରି ଜୀବ ଯାହା ସାଧାରଣତଃ ପଥର, କାନ୍ଥ କିମ୍ବା ଗଛରେ ଚିପି ହୋଇ ରହିଥାଏ ।
- ପ୍ରାକୃତିକ ଭୂଭାଗ (Terrian) – ଭୌତିକ ବୈଶିଷ୍ଟ୍ୟ ଦୃଷ୍ଟିକୋଣରୁ ଭୂମିର ଏକ ଖଣ୍ଡ ବା ଜମିର ବିସ୍ତୃତି ।
- ଉପତ୍ୟକା (Valley) – ପାହାଡ଼ କିମ୍ବା ପର୍ବତ ମଧ୍ଯରେ ଏକ ନିମ୍ନ ଅଞ୍ଚଳ ପ୍ରାୟତଃ ଏହା ମଧ୍ୟଦେଇ ଏକ ନଦୀ କିମ୍ବା ଝରଣା ପ୍ରବାହିତ ହୁଏ ।
- ମାଳଭୂମି (Platteau) ମାଳଭୂମି ହେଉଛି ଏକ ଭୂମିରୂପ ଯାହା ଚତୁଃପାର୍ଶ୍ୱସ୍ଥ ଭୂମିରୁ ତୀଖଭାବେ ଉପରକୁ ଉଠିଥାଏ ।
- ଆକସ୍ମିକ ବନ୍ୟା (Flash Flood) – ହଠାତ୍ ସ୍ଥାନୀୟ ବନ୍ୟା ଆସିଥାଏ, ଯାହା ଅନେକ ସମୟରେ ବାଦଲଫଟା ବର୍ଷା କାରଣରୁ ହୋଇଥାଏ ।
- ଭୂସ୍ଖଳନ (Landslide) – ହଠାତ୍ ପର୍ବତ ପାର୍ଶ୍ବରୁ ମାଟି କିମ୍ବା ପଥରଖଣ୍ଡମାନ ଭୁଶୁଡ଼ି ପଡ଼େ ।
- ହିମସ୍ଖଳନ (Avalanche) – ହଠାତ୍ ପାହାଡ଼ ପାର୍ଶ୍ବରୁ ବରଫଖଣ୍ଡମାନ ଖସିଥାଏ ।
- ବାଦଲଫଟା ବର୍ଷା (Cloud Blast) – ହଠାତ୍ ପ୍ରବଳ ବର୍ଷା ହୋଇଥାଏ ।
- ଟେବୁଲ ଲ୍ୟାଣ୍ଡ (Table land) ସାଧାରଣତଃ ମାଳଭୂମିଗୁଡ଼ିକର ପାର୍ଶ୍ଵ ପର୍ବତଠାରୁ ଅଧ୍ଵକ ଢାଲୁ ଓ ଏହାର ଉପରିଭାଗ ଟେବୁଲ ଭଳି ଦେଖାଯାଉଥିବାରୁ ମାଳଭୂମିକୁ ଟେବୁଲ ଲ୍ୟାଣ୍ଡ କୁହାଯାଏ ।
- ସମୁଦ୍ର ପତ୍ତନ (Sea leavel) – ସମୁଦ୍ର ପୃଷ୍ଠରେ ହାରାହାରି ସ୍ତର, ଯାହାକୁ ହାରାହାରି ସମୁଦ୍ର ପତ୍ତନ ମଧ୍ଯ କୁହାଯାଏ ।
- ସଙ୍ଗମ୍ (Confluence) – ଦୁଇ କିମ୍ବା ଅଧିକ ନଦୀର ମିଳନସ୍ଥଳକୁ ସଙ୍ଗମ କୁହାଯାଏ ।
- ସହନଶୀଳତା (Resillence) – ଅସୁବିଧା ଓ କଠିନତାକୁ ସାମ୍ନାକରିବା, ସେଥୁରେ ଖାପ ଖୁଆଇବା କାର୍ଯ୍ୟ ।