Go through BSE Odisha Class 6 Social Science Notes Odia Medium Chapter 8 ବିବିଧତା ମଧ୍ୟରେ ଏକତା, ବା ‘ଅନେକରେ ଏକ’ to understand important topics more clearly.
6th Class Social Science Chapter 8 Notes Odia Medium
BSE Odisha Class 6 Social Science Chapter 8 Notes Odia Medium
‘ହେ ବନ୍ଧୁ, ମୋ ପ୍ରାର୍ଥନା ସ୍ଵୀକାର କର, ଯେପରି ମୁଁ ଅନେକଙ୍କ ମଧ୍ୟରେ ମଧ୍ୟ ଜଣଙ୍କ ସ୍ପର୍ଶର ଆନନ୍ଦ କେବେବି ହରାଇବି ନାହିଁ ।”
ରବୀନ୍ଦ୍ରନାଥ ଠାକୁର
‘ବିବିଧତା ମଧ୍ୟରେ ଏକତାର ନୀତି ଯାହା ଭାରତ ପାଇଁ ସର୍ବଦା ସ୍ଵାଭାବିକ ରହି ଆସିଛି ଏବଂ ଏହାକୁ ଚରିତାର୍ଥ କରିବା ଭାରତର ଅସ୍ତିତ୍ଵର ମୌଳିକ ଗତିପଥ ଏବଂ ଏହାର ପ୍ରକୃତି, ଅନେକରେ ଏକ, ଏହା ଭାରତକୁ ତାହାର ସ୍ଵଭାବ ଓ ସ୍ଵଧର୍ମର ନିଶ୍ଚିତ ଭିତ୍ତିଭୂମିରେ ସ୍ଥାପନ କରିବା ।’’
ଶ୍ରୀ ଅରବିନ୍ଦ
ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ
ଏକ ସମୃଦ୍ଧ ବିବିଧତା :
ଆମ ଦେଶ ଭାରତବର୍ଷ ପ୍ରାୟ ପୃଥିବୀରେ ଅନ୍ୟ ଦେଶମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ଦେଶରେ ଭରି ରହିଛି । ଏକ ବିବିଧତା ଯାହାକୁ ଆମେ ଖାଦ୍ୟ, ପୋଷାକ, ଭାଷା, ଧର୍ମ, ଲିଖନ ପ୍ରଣାଳୀ ଇତ୍ୟାଦି କ୍ଷେତ୍ରରେ ଦେଖିବାକୁ ପାଇଥାଉ । ଏତଦ୍ବ୍ୟତୀତ ଭାରତୀୟ ସଂସ୍କୃତିରେ ବିଭିନ୍ନ ପ୍ରଥା ପରମ୍ପରା, ଧାର୍ମିକ ରୀତିନୀତିରେ ମଧ୍ୟ ଅନେକ ବିବିଧତା ପରିଲକ୍ଷିତ ହୁଏ ।
ବିଂଶ ଶତାବ୍ଦୀର ଶେଷ ଭାଗରେ ଜାତୀୟ ସଂଗଠନ ଆଷ୍ଟ୍ରୋପୋଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଭାରତୀୟ ନୃତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା) ନାମକ ଏକ ଜାତୀୟ ସଂଗଠନ ଦେଶର ପ୍ରାୟ ୪୬୩୫ ଗୋଷ୍ଠୀକୁ ନେଇ ଏକ ‘ପିପୁଲ ଅଫ୍ ଇଣ୍ଡିଆ ପ୍ରୋଜେକ୍ଟ’ ନାମକ ଏକ ସର୍ଭେ କରାଯାଇଥିଲା । ଏଥୁରୁ ଜଣାପଡ଼ିଲା ଯେ ସମଗ୍ର ଭାରତବର୍ଷରେ ୩୨୫ଟି ଭାଷା, ୨୫ଟି ଲିପି ପ୍ରଚଳିତ ଅଛି ଏବଂ ଅଧିକାଂଶ ଲୋକ ନିଜ ଜନ୍ମସ୍ଥାନରେ ବାସ କରୁନାହାଁନ୍ତି । ସେମାନେ ମୂଳ ସମ୍ପ୍ରଦାୟଠାରୁ ଭିନ୍ନ ହୋଇ ଭାରତର ବିଭିନ୍ନ ଅଂଶରେ ନିଜ ବୃଦ୍ଧିକୁ ନେଇ ବସବାସ କରୁଛନ୍ତି ।
ବିବିଧତା ପ୍ରକୃତରେ ସୁନ୍ଦର ହୋଇଥିଲେ ମଧ୍ୟ ଏହାକୁ ବୁଝିବା ଏତେ ସହଜ ନୁହେଁ । ଏକ ଶତାବ୍ଦୀ ତଳେ ବ୍ରିଟିଶ ଐତିହାସିକ୍ ଭିନ୍ସେଣ୍ଟ ସ୍ମିଥ୍ ଆଶ୍ଚର୍ଯ୍ୟ ହୋଇଥିଲେ ।
ସମସ୍ତଙ୍କ ପାଇଁ ଖାଦ୍ୟ :
ସମଗ୍ର ଦେଶରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଏହି ଖାଦ୍ୟ ସାଧାରଣତଃ ଚାଉଳ, ବାର୍ଲି, ଗହମ, ବାଜରା, ଜୁଆର, ମାଣ୍ଡିଆ ପରି ଶସ୍ୟରୁ ପ୍ରସ୍ତୁତ ହୋଇଥାଏ । ଏତଦ୍ବ୍ୟତୀତ ବିଭିନ୍ନ ପ୍ରକାରର ଡାଲି, ଚଣା ଆଦି ଖାଦ୍ୟସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ହୁଏ ।
ଏସବୁକୁ ‘ମୁଖ୍ୟ ଶସ୍ୟ’ କୁହାଯାଏ । କାରଣ ଏହା ଅଧିକାଂଶ ଭାରତୀୟଙ୍କ ପାଇଁ ମୌଳିକ ଖାଦ୍ୟ ।
ସେହିଭଳି ହଳଦୀ, ଜିରା, ଅଳେଇଚ, ଅଦା ଭଳି କିଛି ସାଧାରଣ ମସଲା ମଧ୍ୟ ସାରା ଦେଶରେ ବ୍ୟବହୃତ ହୋଇଥାଏ । କିଛି ସାଧାରଣ ପନିପରିବା, ସାଧାରଣ ତେଲ ଇତ୍ୟାଦି ସହିତ ଆମେ ଏହି ମସଲା ତାଲିକା ଜାରି କରିପାରିବା ।
ବୟନ ଏବଂ ପୋଷାକ :

ଭାରତର ପ୍ରତ୍ୟେକ ଅଞ୍ଚଳ ଏବଂ ଗୋଷ୍ଠୀ ନିଜର ପୋଷାକ ଏବଂ ପୋଷାକ ପରିଧାନ ଶୈଳୀ ବିକଶିତ କରିଛନ୍ତି । ତଥାପି ଆମେ କିଛି ପାରମ୍ପରିକ ଭାରତୀୟ ପୋଷାକରେ ସମାନତା ଦେଖିବାକୁ ପାଇଥାଉ । ଏହାର ଏକ ସ୍ପଷ୍ଟ ଉଦାହରଣ ହେଉଛି ଶାଢ଼ି, ଯାହାକୁ ଭାରତର ଅଧିକାଂଶ ସ୍ଥାନରେ ସ୍ତ୍ରୀ ଲୋକମାନେ ପିନ୍ଧୁଥୁବାର ପ୍ରମାଣ ମିଳେ ।
ଅଧିକାଂଶ ଶାଢ଼ୀ କପା କିମ୍ବା ରେଶମ ସୂତାରେ ପ୍ରସ୍ତୁତ ହୁଏ କିନ୍ତୁ ଆଜିକାଲି ସିନ୍ଥେଟିକ୍ କପଡ଼ାରେ ଶାଢ଼ି ଅଧୂକ ସଂଖ୍ୟାରେ ଉପଲବ୍ଧ ହେଲାଣି । ବିଭିନ୍ନ କିସମର ଶାଢ଼ି ମଧ୍ୟରେ ବନାରସୀ, କାଞ୍ଜିବରମ୍, ପାଇଥାନୀ, ପାଟଣା ପୋଟେଲା, ମୁଗା କିମ୍ବା ମହୀଶୂର ଇତ୍ୟାଦି ପ୍ରସିଦ୍ଧି ଲାଭ କରିଛି ଯାହା ରେଶମ ଶାଢ଼ି ଅଟେ । ଆହୁରି ଅନେକ ପ୍ରକାର ସୂତା ଶାଢ଼ି ମଧ୍ୟ ରହିଛି ।
ବିଭିନ୍ନ ସ୍ଥାନର ପ୍ରସିଦ୍ଧ ଶାଢ଼ୀର ନାମ – (୧) ସମ୍ବଲପୁରୀ (୨) ବ୍ରହ୍ମପୁରୀ (୩) ବମକେଇ ପାଟ (୪) ମିରଗାନ୍ ଶାଢ଼ି (କୋଟପାଡ଼) (୫) ପଟ୍ଟଚିତ୍ର ଶାଢ଼ୀ (ରଘୁରାଜପୁର) (୬) ମାଣିଆବନ୍ଧ ପାଟ ।

ଶାଢ଼ି ବିଭିନ୍ନ ପ୍ରକାରର ହୋଇଥାଏ । ସେଗୁଡ଼ିକ ବୁଣିବା ଚିତ୍ର ୮.୩ : ରଙ୍ଗୀନ ପାରମ୍ପରିକ ଭାରତୀୟ ବସ୍ତ୍ରର କିଛି ନମୁନା ଏବଂ ବିଭିନ୍ନ ଡିଜାଇନ୍ କରି ପିନ୍ଧିବା ପାଇଁ ପ୍ରସ୍ତୁତ କରାଯାଏ । କିଛି ଡିଜାଇନ୍ କପଡ଼ାର ଅଂଶ ହୋଇଥିଲାବେଳେ ଆଉ କିଛି କପଡ଼ା ବୁଣିଲାପରେ ଚିତ୍ର ଆକାରରେ ଛପା ଯାଇଥାଏ । ଶାଢ଼ିଗୁଡ଼ିକର ରଙ୍ଗରେ ମଧ୍ୟ ଭିନ୍ନତା ରହିଛି, ଯାହା ଅନେକ ପ୍ରକାର ରଙ୍ଗରୁ ଉତ୍ପାଦିତ ହୁଏ ।
![]()
ଶାଢ଼ିର ଏକ ଲମ୍ବା ଇତିହାସ ରହିଛି । ବୈଶାଳୀ (ବର୍ତ୍ତମାନ ବିହାର)ର ଏହି ପଥର କାର୍ଯ୍ୟ ବା ରିଲିଫ ଖ୍ରୀଷ୍ଟପୂର୍ବ କିଛି ଶତାବ୍ଦୀ ପୁରୁଣା ଅଟେ ।
ଦୀର୍ଘଦିନ ଧରି ଭାରତ ବିଶ୍ଵରେ ସବୁଠାରୁ ଭଲ କପା ଉତ୍ପାଦନ କରୁଥିଲା ଏବଂ ଭାରତୀୟ ବସ୍ତ୍ର ୟୁରୋପ ପର୍ଯ୍ୟନ୍ତ ରପ୍ତାନି କରାଯାଉଥିଲା । ସପ୍ତଦଶ ଶତାବ୍ଦୀର ୟୁରୋପରେ ଛିଟ ଲୁଗା (Chintz) ନାମକ ଏକ ପ୍ରକାର ସୁନ୍ଦର ଚିତ୍ର ଥବା କପଡ଼ା ଏତେ ଲୋକପ୍ରିୟ ହୋଇଥିଲା ଯେ କିଛି ୟୁରୋପୀୟ ପୋଷାକର ବିକ୍ରି ଦ୍ରୁତ ଗତିରେ ହ୍ରାସ ପାଇଥିଲା । ଶେଷରେ ନିଜ ଉତ୍ପାଦକୁ ସୁରକ୍ଷିତ ରଖୁବାପାଇଁ ଇଂଲଣ୍ଡ ଓ ଫ୍ରାନ୍ସ ଭାରତରୁ ଛିଟ ଲୁଗା (Chintz) ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ।

ବିଭିନ୍ନ ପ୍ରକାର ପର୍ବପର୍ବାଣି :
ଭାରତରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳିତ ହୁଏ । ନିମ୍ନୋକ୍ତ ଚିତ୍ରରୁ ଏହା ସ୍ପଷ୍ଟ ଭାବରେ ବୁଝିହୁଏ ।

ସାଧାରଣ ଭାବରେ ସମଗ୍ର ଦେଶରେ ପାଳନ ହେଉଥିବା ଏକ କୃଷିଭିତ୍ତିକ ପର୍ବ ହେଉଛି ମକର ସଂକ୍ରାନ୍ତି । କିନ୍ତୁ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଏହାର ନାମ ଅଲଗା ଅଲଗା ଥାଏ । ଏହା ବିଶେଷତଃ ପ୍ରତି ବର୍ଷ ଜାନୁୟାରୀ ୧୪ ତାରିଖରେ ପଡ଼େ ଏବଂ ଏହା ଶସ୍ୟ ଅମଳ ଋତୁର ଆରମ୍ଭକୁ ସୂଚିତ କରେ ।
ଅକ୍ଟୋବର, ନଭେମ୍ବର ମାସରେ ଅନେକ ପର୍ବ ପାଳନ କରାଯାଏ । ସେଗୁଡ଼ିକ ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା, ଦୀପାବଳୀ ଇତ୍ୟାଦି ପ୍ରଧାନ ।
ମକର ସଂକ୍ରାନ୍ତି ପର୍ବ ତାମିଲନାଡୁରେ ପୋଙ୍ଗଲ, ଆସାମରେ ବିହୁ, ପଞ୍ଜାବରେ ଲୋହରୀ, ଗୁଜରାଟରେ ଉତ୍ତରାୟନ ପର୍ବ ଭାବରେ ପାଳନ କରାଯାଏ ।
ମହାକାବ୍ୟର ପ୍ରସାର :
ସାହିତ୍ୟ ହେଉଛି ବିବିଧତା ମଧ୍ୟରେ ଏକତାର ଏକ ମୁଖ୍ୟ ଅଂଶ, ଭାରତୀୟ ସାହିତ୍ୟରେ ବହୁଳ ବିବିଧତା ଦେଖାଯାଏ ।
ପଞ୍ଚତନ୍ତ୍ର ହେଉଛି ବିଭିନ୍ନ ପ୍ରକାରର ମଜାଦାୟକ ଗଳ୍ପ, ଯେଉଁଥିରେ ପଶୁମାନଙ୍କୁ ମୁଖ୍ୟ ଚରିତ୍ର ରୂପେ ବର୍ଣ୍ଣନା କରାଯାଇଥାଏ । ଏହି ଗଳ୍ପଗୁଡ଼ିକ ଆବଶ୍ୟକୀୟ ଜୀବନ ଦକ୍ଷତା ଏବଂ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଇଥାଏ । ପଞ୍ଚତନ୍ତ୍ରର ପାଖାପାଖୁ ୨୦୦ଟି ରୂପାନ୍ତର ୫୦ରୁ ଅଧିକ ଭାଷାରେ ଅଛି ।
ରାମାୟଣ, ମହାଭାରତ – ଏହି ଦୁଇଟି ମହାକାବ୍ୟ ଭାରତୀୟ ସାହିତ୍ୟର ମୁଖ୍ୟ ଆଧାର ସ୍ୱରୂପ । ଏହି ଦୁଇଟି ମହାକାବ୍ୟକୁ ଭାରତର ବିଭିନ୍ନ ଭାଷାରେ ଅନୁବାଦ କରାଯାଇଛି । ସାଧାରଣ ନିରକ୍ଷର ଲୋକେ ବି ଏହାକୁ ଶୁଣି ଏବଂ ବୁଝି ବିଭିନ୍ନ ପ୍ରସଙ୍ଗରେ ଉତ୍ପନ କରି ଜୀବନ ଦର୍ଶନର ମାର୍ଗ ଦର୍ଶାଇଥା’ନ୍ତି ।
ଏହି ଦୁଇଟି ସଂସ୍କୃତ ମହାକାବ୍ୟର ମୂଳ ସଂସ୍କୃରଣ ପ୍ରାୟତଃ ୭୦୦୦ ପୃଷ୍ଠା ବିଶିଷ୍ଟ ଅଟେ, ଯେଉଁଥରେ କି ଏହି ମହାକାବ୍ୟର ନାୟକ ଧର୍ମ ସଂସ୍ଥାପନ ପାଇଁ ତଥା ପାପ ବିନାଶନ ପାଇଁ ଯୁଦ୍ଧ କରିଥିଲେ । ମହାଭାରତରେ ପାଣ୍ଡବମାନେ, ଶ୍ରୀକୃଷ୍ଣଙ୍କ ସାହାଯ୍ୟରେ ନିଜ ସମ୍ପର୍କୀୟ ଭାଇ କୌରବମାନଙ୍କ ସହିତ, ସେମାନେ ହରାଇଥୁବା ତାଙ୍କ ପ୍ରାପ୍ୟ ରାଜ୍ୟ ପାଇଁ ଯୁଦ୍ଧ କରିଥିଲେ । ରାମାୟଣରେ ପ୍ରଭୁ ଶ୍ରୀରାମ ତାଙ୍କ ଭାଇ ଲକ୍ଷ୍ମଣ ଓ ପରମଭକ୍ତ ହନୁମାନ ସହାୟତାରେ, ପନ୍ଥୀ ସୀତାଙ୍କୁ ଅପହରଣ କରିଥିବା ରାକ୍ଷସ ରାବଣକୁ ଯୁଦ୍ଧରେ ପରାସ୍ତ ଓ ନିହତ କରିଥିଲେ ।
ଉପରୋକ୍ତ କାହାଣୀଗୁଡ଼ିକରେ ଅନେକ ଛୋଟ ଛୋଟ କାହାଣୀ ରହିଛି ଯାହା ମାନବିକ ମୂଲ୍ୟବୋଧ ଉପରେ ଆଧାରିତ ହୋଇଥାଏ । ଭାରତୀୟ ସଂସ୍କୃତି ବିବିଧତାକୁ ଗ୍ରହଣ କରି ଦେଶର ଏକତ୍ଵ ପ୍ରତିଷ୍ଠା ଦିଗରେ ଏକ ସନ୍ତୁଳନ ସୃଷ୍ଟି କରିଛି ।
ମହାକାବ୍ୟ (Epic) : ସାଧାରଣତଃ ନାୟକ ଏବଂ ଅତୀତର ଅନ୍ୟ ମହାନ୍ ବ୍ୟକ୍ତିତ୍ୱଙ୍କ ଦୁଃସାହସିକ କାହାଣୀ ବର୍ଣ୍ଣନା କରୁଥିବା ଏକ ଲମ୍ବା କବିତା ।
କାଶ୍ମୀର ସମେତ ଭାରତର ଉତ୍ତର – ପୂର୍ବ ଏବଂ ହିମାଳୟ ଅଞ୍ଚଳର ଅଧିକାଂଶ ଜନଜାତି ଙ୍କର ଏ ଦୁଇ ମହାକାବ୍ୟ ମଧ୍ୟରୁ ଗୋଟିଏ କିମ୍ବା ଅନ୍ୟଟି କିମ୍ବା ଉଭୟର ନିଜସ୍ଵ ସଂସ୍କରଣ ରହିଛି । ଏହି ଜନଜାତି ସଂସ୍କ ର ଣ ରୁ ଡ଼ି କ ମୌଖ୍ୟକ ଭାବରେ ପ୍ରଚାରିତ ଏବଂ କିମ୍ବଦନ୍ତୀ ଅନୁସାରେ ରାମାୟଣ ମ ହା। ଭାର ତ ର ନ । ୟ କ ମା ନେ (ସାଧାରଣତଃ ପଞ୍ଚ-ପାଣ୍ଡବଙ୍କ ମଧ୍ୟରୁ ଯେକୌଣସି ପାଣ୍ଡ ବ କି ମ୍ବା ସେମାନଙ୍କର ପତ୍ନୀ ଦ୍ରୌପଦୀ ସହିତ ସେମାନଙ୍କର ସମ୍ପର୍କୀୟ ଭାଇ ତଥା ଶତ୍ରୁ ଦୁର୍ଯ୍ୟୋଧନ ) କି ପରି ଜନ ଜାତି ମାନଙ୍କର ଅଞ୍ଚଳ ଗୁ ଡ଼ି କ ପରିଦର୍ଶନ କରିଥିଲେ ତାହା ବର୍ଣ୍ଣନା କରେ ।

ନୃତତ୍ତ୍ୱବିତ୍ ଜେ.ଏସ୍.ସିଂହ ‘ପିପୁଲ ଅଫ୍ ଇଣ୍ଡି ଆ’ ପ୍ର କ ଳ୍ପ ର ନିର୍ଦ୍ଦେଶ ନ। ଦେଇଥିଲେ । ସେ ମହାଭାରତ କ୍ଷେତ୍ରରେ ଅନୁଧ୍ୟାନ ପୂର୍ବକ କହିଥିଲେ, ଲୋକକଥା ଅନୁସାରେ ଦେଶରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ପାଣ୍ଡବଙ୍କ ଭଳି ବୀରମାନେ ପରିଦର୍ଶନ କରିନାହାନ୍ତି । ରାମାୟଣ ବିଷୟରେ ମଧ୍ୟ ସମାନ କଥା କୁହାଯାଇପାରେ ।
![]()
ବିଷୟ ସାରାଂଶ
- ଭାରତ ଏହାର ପ୍ରାକୃତିକ ଦୃଶ୍ୟ, ଲୋକ, ଭାଷା, ପୋଷାକ, ଖାଦ୍ୟ, ପର୍ବପର୍ବାଣୀ ଏବଂ ରୀତିନୀତିରେ ବିବିଧତା ପ୍ରଦାନ କରେ ।
- ବିବିଧତା ଅନେକ କ୍ଷେତ୍ରରେ ସହଜରେ ଅନୁଭବ କରାଯାଏ, କିନ୍ତୁ ଏଥିରେ ଅନ୍ତର୍ନିହିତ ଏକତା ମଧ୍ୟ ରହିଛି ।
- ଭାରତର ଏକତା ବିବିଧତାକୁ ପାଳନ କରେ କାରଣ ବିବିଧତା ବିଭାଜନ କରେ ନାହିଁ – ଏହା ସମୃଦ୍ଧ କରେ ।