Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Go through BSE Odisha Class 8 Social Science Notes Odia Medium Chapter 6 ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା to understand important topics more clearly.

8th Class Social Science Chapter 6 Notes Odia Medium

BSE Odisha Class 8 Social Science Chapter 6 Notes Odia Medium

‘‘ସମ୍ବିଧାନ କେବଳ କେତେକ ଆଇନଜୀବିଙ୍କଦ୍ଵାରା ପ୍ରସ୍ତୁତ ଏକ ଦସ୍ତାବିଜ ନୁହେଁ, ଏହା ଜୀବନର ସ୍ରୋତ ଏବଂ ସମୟର ଆଭିମୁଖ୍ୟ ହିଁ ଏହାର ଆଭିମୁଖ୍ୟ ।”
– ଆଲ୍ଲାଦି କୃଷ୍ଣସ୍ଵାମୀ ଆୟାର (ନଭେମ୍ବର ୧୯୪୯, ସମ୍ବିଧାନ ପ୍ରଣୟନ ସଭା ବିତର୍କ)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଭାରତର ନୂତନ ସଂସଦ ସୌଧ ନୂଆଦିଲ୍ଲୀରେ ନିର୍ବାଣ କରାଯାଇଛି । ଏହାର ଆକାର ଦେଖୁବାପାଇଁ ଗୋଲାକାର କି ଚତୁର୍ଭୁଜାକାର ନ ହୋଇ ତ୍ରିଭୁଜାକାର ହୋଇଛି ।

ଏହାର ତିନିଗୋଟି ପାର୍ଶ୍ଵ ସମତୁଲତା, ସମାବେଶିତା ଏବଂ ଉଦ୍ଦେଶ୍ୟକୁ ଦର୍ଶାଉଅଛି ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-1
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-2
ସବୁଜ ନିର୍ମାଣ ଶୈଳୀରେ ନିର୍ମିତ ଏହି ସୌଧ ବିଦ୍ୟୁତ ଶକ୍ତିର ବ୍ୟବହାର ୩୦ ପ୍ରତିଶତ କମାଇବାର ବ୍ୟବସ୍ଥା କରାଯାଇଛି ।

ଏହାର କାନ୍ଥରେ ମୟୂର, ଜନଜାତି କଳା, ମନ୍ଦିର ଏବଂ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଗାଥା ବର୍ଣ୍ଣନା କରାଯାଇଛି ।

ଏହି ନୂତନ ସୌଧରେ ଅନେକ ପ୍ରାଚୀନ କଳାରେ ଭରପୂର ହେବା ସହିତ ଅଶୋକ ସ୍ତମ୍ଭକୁ ସ୍ଥାନ ଦିଆଯାଇଅଛି । ଏହା ଭାରତର ଏକ ସଂଗ୍ରାହଳୟ ପରି ମନେ ହୋଇଥାଏ ।

ଉପକ୍ରମ :
ଇଂରେଜ ଶାସନ ବିରୋଧରେ ଦୀର୍ଘଦିନ ଧରି ସଂଗ୍ରାମ କରି ଭାରତ ସ୍ଵାଧୀନ ହୋଇଥିଲା । ସେଥ୍ ରେ ଅନେକ ଲୋକ ବଳିଦ। ନ ଦେଇଥିଲେ ।

ନୂତନ ଯୁଗର ପ୍ରଥମ ପଦକ୍ଷେପ ସ୍ୱରୂପ ସ୍ଵାଧୀନ ଭାରତ ନିମନ୍ତେ ଏକ ନିଜସ୍ଵ ସମ୍ବିଧାନ ପ୍ରସ୍ତୁତ କରିବା ଥିଲା ଏକ ଗୁରୁତ୍ଵପୂର୍ଣ୍ଣ ଆହ୍ଵାନ ।

ସମ୍ବିଧାନରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଏବଂ ସାମାଜିକ ଓ ଆଧ୍ୟାତ୍ମିକ ପୃଷ୍ଠଭୂମି ନିର୍ବିଶେଷରେ ସମସ୍ତ ନାଗରିକମାନଙ୍କୁ ସାର୍ବଜନୀନ ସାବାଳକ ମତଦାନ ସୁନିଶ୍ଚିତ କରାଗଲା ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-3
ଭାରତର ନାଗରିକ ମାନେ ଲୋକ ସଭାକୁ ସେମାନଙ୍କର ପ୍ରତିନିଧୁମାନଙ୍କୁ ପ୍ରତ୍ୟକ୍ଷଭାବେ ନିର୍ବାଚିତ କରିଥା’ନ୍ତି । ସଂସଦ ହେଉଛି ଆମ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା ।

୧୯୫୨ ମସିହାର ପ୍ରଥମ ଲୋକସଭାଠାରୁ ୨୦୨୪ ପର୍ଯ୍ୟନ୍ତ ମୋଟ ୧୮ ଥର ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇସାରିଛି ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-4

ଭାରତର ସଂସଦର ଗଠନ :
ଭାରତର ସଂସଦ ରାଷ୍ଟ୍ରପତି, ଲୋକସଭା ଓ ରାଜ୍ୟସଭାକୁ ନେଇ ଗଠିତ ହୋଇଥାଏ ।

ଆମ ସଂସଦ ଦୁଇଟି ଗୃହ ଯଥା ଲୋକସଭା ଓ ରାଜ୍ୟସଭା ଥିବାରୁ ଏହାକୁ ଦ୍ୱି-ସଦନୀୟ କୁହାଯାଇଥାଏ ।

କେନ୍ଦ୍ର ଓ ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳ ଭିଭିରେ କ୍ଷମତା ବଣ୍ଟନ ଭିତ୍ତିକ ସଂଘୀୟ ବ୍ୟବସ୍ଥା ଭାରତ ଗ୍ରହଣ କରିଅଛ । ଏହାଦ୍ଵାରା ଜାତୀୟ ଏକତା ଓ ସ୍ଥାନୀୟ ସ୍ଵାର୍ଥ ମଧ୍ଯରେ ଏକ ଉତ୍ତମ ବୁଝାମଣା ସମ୍ଭବ ହୋଇ ପାରୁଛି ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-5

ପ୍ରତ୍ୟକ୍ଷ ନିର୍ବାଚନ (ସାର୍ବଜନୀନ ସାବାଳକ ମତଦାନ) ମାଧ୍ୟମରେ ଭାରତର ନାଗରିକମାନେ ଲୋକସଭାକୁ ସେମାନଙ୍କ ପ୍ରତିନିଧୁ ନିର୍ବାଚିତ କରିଥା’ନ୍ତି । ଲୋକସଭାର ସର୍ବାଧ‌ିକ ସଂଖ୍ୟା ୫୫୦ ବୋଲି ସମ୍ବିଧାନରେ ସ୍ଥିରିକୃତ ହୋଇଅଛି । ଏହାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ଲୋକମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି । ରାଜ୍ୟସଭାର ସର୍ବାଧ‌ିକ ସଭ୍ୟ ସଂଖ୍ୟା ୨୫୦ । କିନ୍ତୁ ଏହି ସଭ୍ୟମାନେ ପରୋକ୍ଷ ଭାବରେ ନିର୍ବାଚିତ ହୋଇଥାନ୍ତି ।

ଆମ ଭାରତର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ବ୍ରିଟେନ ଦେଶର ସମ୍ବିଧାନରୁ ଅନୁକରଣ ହୋଇଛି । ତଥାପି ଏହା ସ୍ପଷ୍ଟ ଯେ ଆମ ସ୍ଵାଧୀନତା ସଂଗ୍ରାମୀଗଣ ଏବଂ ସମ୍ବିଧାନ ପ୍ରଣେତାମାନେ ପୂର୍ବରୁ କେତେକ ଅନୁଭବକୁ ହାସଲ କରିଥିଲେ । ସାମାନ୍ୟ ଅଂଶରେ ହେଲେ ମଧ୍ୟ ବ୍ରିଟିଶ ଶାସନ ପରିଚାଳାନଗତ କେତେକ ପ୍ରତ୍ୟକ୍ଷ ଅନୁଭୂତି ଆମ ସଂସଦୀୟ ବ୍ୟବସ୍ଥା ସହିତ ପରିଚିତ କରାଇଥିଲା । ବୟସ୍କ ବ୍ୟକ୍ତିମାନେ ମିଳିତ ଭାବେ ନିଷ୍ପତ୍ତି ନେଉଥ‌ିବା ପ୍ରାଚୀନ ଭାରତର ସାଧାରଣତନ୍ତ୍ର (ମହାଜନପଦ) ଓ ଗ୍ରାମ ପଞ୍ଚାୟତ ଆମ ସଂସଦୀୟ ବ୍ୟବସ୍ଥାରେ ମଧ୍ୟ ପ୍ରତିଫଳିତ ହୋଇଛି ।

କାର୍ଯ୍ୟକାରିତା :
ସଂସଦରେ ବିତର୍କ ଓ ଆଲୋଚନାଗୁଡ଼ିକୁ ଏକ ନିର୍ଦ୍ଧାରିତ ପଦ୍ଧତିରେ ପରିଚାଳନା ନିମନ୍ତେ ଲୋକସଭାର ସଭ୍ୟମାନେ ଜଣେ ବାଚସ୍ପତିଙ୍କୁ ନିର୍ବାଚିତ କରିଥା’ନ୍ତି ।

ସେ ସଦନ ପରିଚାଳନା ସହ ଶୃଙ୍ଖଳା ରକ୍ଷା କରିବା ଓ ସଦସ୍ୟମାନଙ୍କୁ ସଦନରେ ଆଲୋଚନା କରିବାକୁ ସୁଯୋଗ ଦେବା ସୁନିଶ୍ଚିତ କରିଥା’ନ୍ତି ।

Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ରାଜ୍ୟସଭା ବୈଠକରେ ଭାରତର ଉପରାଷ୍ଟ୍ରପତି ଅଧ୍ୟକ୍ଷତା କରିଥା’ନ୍ତି ।

ସଂସଦର ଆଲୋଚନାଗୁଡ଼ିକ ସମସ୍ତଙ୍କ ବୋଧଗମ୍ୟ ହେବା ନିମନ୍ତେ ସେଗୁଡ଼ିକ ଭାରତୀୟ ଭାଷାରେ ଉପଲବ୍ଧ କରାଯାଇଥାଏ । ପ୍ରଥମେ ୧୨ଟି ଭାରତୀୟ ଭାଷାରେ ଉପଲବ୍ଧ ହେଉଥିଲା । ଯଥା- ହିନ୍ଦୀ, ଇଂରାଜୀ, ଆସାମୀ, ବଙ୍ଗାଳୀ, ଗୁଜରାଟୀ, କନ୍ନଡ଼, ମାଲାୟାଲମ, ମରାଠୀ, ଓଡ଼ିଆ, ତାମିଲ, ପଞ୍ଜାବୀ ଏବଂ ତେଲୁଗୁ । ଏବେ ଆଉ ୬ଟି ଭାଷା ଯୋଡ଼ାଯାଇଛି ଯଥା– ବୋଡ଼ୋ, ଡୋଗରୀ, ମୈଥୁଳୀ, ମଣିପୁରୀ, ଉର୍ଦୁ ଏବଂ ସଂସ୍କୃତ ।

କେନ୍ଦ୍ର କାର୍ଯ୍ୟପାଳିକାର ଶୀର୍ଷରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀପରିଷଦ ରହିଥାଏ । ଏହି ମନ୍ତ୍ରୀଗଣ ନିଜ କାର୍ଯ୍ୟ ନିମନ୍ତେ ବ୍ୟକ୍ତିଗତ ଓ ମିଳିତ ଭାବେ ଲୋକସଭା ନିକଟରେ ଉତ୍ତରଦାୟୀ ଅଟନ୍ତି ।

ରାଜଦଣ୍ଡ (Sceptre) : କ୍ଷମତା ଆଧାରରେ ବିଭିନ୍ନ ଉତ୍ସବରେ ରାଜା ବା ରାଣୀ ଧରୁଥିବା ଏକ ସୁସଜ୍ଜିତ ଲମ୍ବା ଦଣ୍ଡ | ବାଡ଼ି ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-6
ଭାରତର ସ୍ଵାଧୀନତା ପରେ କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ଏକ ସ୍ଵର୍ଣ୍ଣାଚ୍ଛାଦିତ ରୂପାଦଣ୍ଡ-ସିଙ୍ଗୋଲ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଏହା ଲୋକସଭାର ବାଚସ୍ପତିଙ୍କ ଆସ୍ଥାନ ନିକଟରେ ସ୍ଥାନିତ କରାଯାଇଅଛି । ଏହା ନ୍ୟାୟିକତା ଓ ଧାର୍ମିକତାକୁ ପ୍ରତିପାଦନ କରୁଅଛି । ଚୋଳ ରାଜବଂଶ ରାଜତ୍ଵ ସମୟରୁ ଶାସନରେ ନ୍ୟାୟିକତା ଓ ଧାର୍ମିକତାକୁ ନିଶ୍ଚିତରୂପେ ପାଳନ କରିବାର ପ୍ରତୀକ ରୂପେ ଏହା ଶାସକଙ୍କୁ ହସ୍ତାନ୍ତର କରାଯାଇଥାଏ । ଏହାର ଅଗ୍ରଭାଗରେ ନ୍ୟାୟର ପ୍ରତୀକ ରୂପେ ନନ୍ଦୀ (ବୃଷଭ)ଙ୍କ ପ୍ରତିଛବି ରହିଥାଏ ।

ସଂସଦର ବ୍ୟବସ୍ଥାପକ କାର୍ଯ୍ୟ :
ସଂସଦ କରିବାକୁ ଥ‌ିବା ସମସ୍ତ ବ୍ୟବସ୍ଥାକ କାର୍ଯ୍ୟ ସମ୍ବିଧାନଦ୍ଵାରା ସ୍ଥିରୀକୃତ ହୋଇଥାଏ, ଯଥା –
(୧) ସାମ୍ବିଧାନିକ କାର୍ଯ୍ୟ,
(୨) ଆଇନ ପ୍ରଣୟନ,
(୩) କାର୍ଯ୍ୟପାଳିକା ଉତ୍ତର ଦାୟିତ୍ଵ ଓ
(୪) ଆର୍ଥିକ ଉତ୍ତର ଦାୟିତ୍ଵ ।

(୧) ସାମ୍ବିଧାନିକ କାର୍ଯ୍ୟ :
ସମ୍ବିଧାନର ମୂଳତତ୍ତ୍ୱ ଏବଂ ମୂଲ୍ୟବୋଧ ରକ୍ଷା କରିବା ନିମନ୍ତେ ସଦସ୍ୟକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି ।
ଯଥା –
(କ) ସାର୍ବଜନୀନ ସାବାଳକ ମତବାଦ ବ୍ୟବସ୍ଥା ମାଧ୍ୟମରେ ସଂସଦୀୟ ଗଣତନ୍ତ୍ର ସୁନିଶ୍ଚିତ କରିବା ।
(ଖ) ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ମଧ୍ଯରେ କ୍ଷମତା ପୃଥକୀକରଣ ଅନୁସୃତ କରିବା ।
(ଗ) ସଂଘୀୟ ବ୍ୟବସ୍ଥା ସୁନିଶ୍ଚିତ କରିବା ।
(ଘ) ଆଇନ ଓ ନୀତି ପ୍ରଣୟନ ମାଧ୍ୟମରେ ମୌଳିକ ଅଧ୍ବକାର ଏବଂ ରାଷ୍ଟ୍ରନୀତି (ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି)ର ଆଦର୍ଶ ବଜାୟ ରଖୁବା ।

(୨) ଆଇନ ପ୍ରଣୟନ :
ଆଇନ ପ୍ରଣୟନ ହେଉଛି ସଂସଦର ମୁଖ୍ୟ କାର୍ଯ୍ୟ । ସାଧାରଣ ଭାବରେ ଅଧ୍ଵନିୟମ (Act) ମାଧ୍ୟମରେ ଆଇନକୁ କାର୍ଯ୍ୟକାରୀ କରାଯାଇଥାଏ । ଅଧ୍ଵନିୟମ ରୂପାନ୍ତର ପୂର୍ବରୁ ବିଧେୟକ (ବିଲ୍)ର ପ୍ରସ୍ତୁତ ସଂସଦରେ ଉପସ୍ଥାପିତ ହୋଇଥାଏ । ଦୀର୍ଘ ଏବଂ ପ୍ରଭାବୀ ଆଲୋଚନାରେ ଗୃହୀତ ହେବାପରେ ଏହା ଆଇନରେ ପରିଣତ ହୁଏ ।

ଉଦାହରଣ :
ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମାଗଣା ଏବଂ ବାଧ୍ୟତରାମୂଳକ ଶିକ୍ଷାଦାନ ବ୍ୟବସ୍ଥା ଅଧିନିୟମ ୨୦୦୯ (RTE) ଆଇନରେ ପରଣିତ ହୋଇଛି ।

୨୦୦୨ ମସିହାରେ ସମ୍ବିଧାନର ୮୬ତମ ସଂଶୋଧନ ପ୍ରସ୍ତାବ ମାଧ୍ୟମରେ ଧାରା ୨୧(କ) ଯୋଗ କରାଯାଇ ୬ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ବଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ଆଇନ କରାଯାଇଛି ।

ସ୍ଥାୟୀ ସମିତି (Standing Committee) : ସାଂସଦମାନଙ୍କୁ ନେଇ ଗଠିତ ଏକ ସ୍ଥାୟୀ ସମିତି (ସାଂସଦ ପରିବର୍ତ୍ତନ ହୋଇପାରିବେ କିନ୍ତୁ ସମିତି ଏକ ଢାଞ୍ଚାଭାବେ ସ୍ଥିର ରହିବ) । ଏହା ସରକାରୀ କାର୍ଯ୍ୟକଳାପ ତଦାରଖ କରି ଆବଶ୍ୟକୀୟ ସୁପାରିଶ କରିଥାଏ ଓ କେଉଁ ପଦକ୍ଷେପ ନିଆଗଲା ସେ ସମ୍ପର୍କିତ ପ୍ରଶ୍ନ ମଧ୍ୟ ପଚାରିଥାଏ ।

ବିଧେୟକ (ବିଲ୍)ରୁ ଅଧୁନିୟମ (ଆକ୍ଟ) – ସଂସଦରେ ଆଇନ ପ୍ରଣୟନ ପଦ୍ଧତି :
ପଠନ (Reading) – ସଂସଦରେ ବି ଧେୟକର ବି ଷୟବସ୍ତୁ ପାଠ କ ର । ଯାଏ । ଏହା ଉପରେ ସାଂସଦ ମାନେ ପୁ ଙ୍ଖା । ନୁ ପୁ ଙ୍ଖ ଭାବ ରେ ଆଲୋଚ ନ । ପର୍ଯ୍ୟାଲୋଚନା କରନ୍ତି ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-7
ଖଣ୍ଡବାକ୍ଯ (clause) – ବିଧେୟକରେ ବର୍ଣ୍ଣିତ କେତେକ ବାକ୍ୟାଶ ଯାହା ବିଧେୟକକୁ ଅଧ୍ଵକ ସରଳ ରୂପେ ବ୍ୟାଖ୍ୟା କରିଥାଏ ।

ରାଜପତ୍ର (Gazette) – ଏହା ଏକ ସରକାରୀ ପ୍ରଶାସନ ଯାହା ଆଇନ ଗତ ଦସ୍ତ ବି ଜ ଏ କ ସରକାରୀ ସୂଚନା ସମ୍ପର୍କିତ ସମସ୍ତ ଦସ୍ତାବିଜ ଘୋଷଣା କରିଥାଏ ।

ଯଦି ଏହା ଲୋକସଭାରେ ଆଲୋଚନା କରାଯାଇଥାନ୍ତା ତେବେ ନିମ୍ନଲିଖ ପଦ୍ଧତି ସବୁ ଅନୁସରଣ କରାଯାଇଥାନ୍ତା । ମନ୍ତ୍ରୀଙ୍କ ଦ୍ଵାରା ପରିଚୟ (ପ୍ରଥମ ପାଠ) → ଆଲୋଚନା ଏବଂ ବିତର୍କ → କମିଟି ଯାଞ୍ଚ → ଧାରାଦ୍ଵାରା ବିଚାର → ଭୋଟଦାନ (ଦ୍ଵିତୀୟ ପାଠ) → ଉଭୟ ଗୃହରେ ପାସ୍ → ରାଷ୍ଟ୍ରପତିଙ୍କ ଅନୁମୋଦନ → ଆଇନରେ ପରିଣତ ।

କେତେକ ବିଧେୟକ, କେବଳ ଲୋକସଭାରେ ହିଁ ଉପସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି । ଅର୍ଥ ସମ୍ବନ୍ଧୀୟ (ଟିକସ ପ୍ରଣାଳୀ, ସରକାରୀ ଋଣ ଗ୍ରହଣ ଆଦି) ଅର୍ଥବିଧେୟକ ଏହାର ଏକ ଉଦାହରଣ ଅଟେ । ଏହା ଏକ ଚିଠା ପ୍ରସ୍ତାବ ଭାବରେ କେବଳ ଲୋକସଭାରେ ଉପସ୍ଥାପିତ ହୋଇଥାଏ । ଅବଶ୍ୟ ଏହାର ଉପସ୍ଥାପନ ରାଷ୍ଟ୍ରପତିଙ୍କ ପୂର୍ବ ଅନୁମତି ବିନା ଅସମ୍ଭବ ।

(୩) କାର୍ଯ୍ୟପାଳିକା ଉତ୍ତର ଦାୟିତ୍ଵ :
ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ ହେଉଛନ୍ତି କେନ୍ଦ୍ର କାର୍ଯ୍ୟପାଳିକାର ଅଂଶବିଶେଷ । ସେମାନେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ ଆଇନର ପ୍ରବର୍ତ୍ତନ ଓ ବାସ୍ତବ କାର୍ଯ୍ୟକାରିତା ଏବଂ ସରକାରର ସଫଳ ପରିଚାଳନା ନିମନ୍ତେ ଦାୟୀ ରୁହନ୍ତି ।

ସମ୍ବିଧାନ ଓ ଏହାର ଆଇନଗତ ନୀତି ଆଧାରରେ ଦୈନନ୍ଦିନ ସରକାରୀ କାର୍ଯ୍ୟ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣ କରିଥା’ନ୍ତି ।

ପ୍ରଶ୍ନକାଳ ସମୟରେ ମନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ଓ ନିଷ୍ପଭିର ଯଥାର୍ଥତା ପ୍ରତିପାଦନ ନିମନ୍ତେ ଲୋକସଭାରେ ଉତ୍ତରଦାୟୀ ରହନ୍ତି । ସାଂସଦମାନେ ମନ୍ତ୍ରୀମାନଙ୍କୁ ବିଭିନ୍ନ ନୀତି ଓ ନିଷ୍ପତ୍ତି ବିଷୟରେ ପ୍ରଶ୍ନପଚାରିଥାନ୍ତି ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-8
ଏତଦ୍ଭିନ୍ନ ସ୍ଵତନ୍ତ୍ର ସମିତି ଦ୍ଵାରା ଆହୂତ ଆଲୋଚନା ସଭାରେ ମନ୍ତ୍ରୀମାନେ ଗ୍ରହଣ କରିଥିବା ନୀତି ସମ୍ପର୍କୀୟ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ହେଇଥାନ୍ତି । ଏହି ସମିତି ବିଭିନ୍ନ ଦଳର ସାଂସମାନଙ୍କୁ ନେଇ ଗଠନ କରାଯାଇଥାଏ ।

୧.୨ : ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମି କ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆୟୁଷ ଚିକିତ୍ସା ସୁବିଧା ସୁଯୋଗ ସହାବସ୍ଥାନସମ୍ପର୍କିତ ।

ସୁପାରିଶ : ୧.୨୧. ଏହି ସନ୍ଧିକ୍ଷଣରେ, କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଵତନ୍ତ୍ର ଆୟୁଷ ବିଭାଗ ଖୋଲାଯାଇନାହିଁ ବୋଲି ସମିତିର ଦୃଷ୍ଟିକୁ ଆସିଛି । ଆୟୁଷ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ତଥା ଆୟୁଷ ଚିକିତ୍ସାରେ ଅଧିକ ସମନ୍ଵୟ ପାଇଁ ଆୟୁଷ ମନ୍ତ୍ରଣାଳୟ ନଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବୁଝେଇମନେଇ ନୂତନ ଆୟୁଷ ମନ୍ତ୍ରଣାଳୟ ଖୋଲିବାକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଉଛି, ଯଦ୍ଵାରା ଆୟୁଷ ଚିକିତ୍ସାକ୍ଷେତ୍ର ଓ ଯୋଜନାଗୁଡ଼ିକର ତ୍ଵରିତ୍ ବିକାଶ (ବିବରଣୀର ୨.୧୩ ଅନୁଚ୍ଛେଦ)

Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

କାର୍ଯ୍ୟାନ୍ବୟନ : ୧.୨୨ : ଜନସ୍ୱାସ୍ଥ୍ୟ ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିବାରୁ ଆୟୁଷ ବିଭାଗର ସୃଷ୍ଟି ସମ୍ପୃକ୍ତ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାର ଉପରେ ନିର୍ଭର କରେ । ତଥାପି ବିଭିନ୍ନ ସମାବେଶରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ସୃଷ୍ଟି କରିବା ସପକ୍ଷରେ ମତ ଦେଇଥିଲେ । ଏଥିସହିତ ଷ୍ଟେଟ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (SPMU) ଏବଂ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (DPMU)ରେ ଅଧ୍ବକ କର୍ମଚାରୀ ନିୟୋଜନ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନାମ୍ ଯୋଜନାର କ୍ଷିପ୍ର ବିକାଶ ଓ କାର୍ଯ୍ୟାନ୍ଵୟନ ନିମନ୍ତେ ମତାମତ ଦେଇଥିଲେ । ଆଜି ପର୍ଯ୍ୟନ୍ତ ସର୍ବମୋଟ ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।
(ବିବରଣୀରେ ୨.୨୩ ଅନୁଚ୍ଛେଦ)

ଆର୍ଥିକ ଉତ୍ତର ଦାୟିତ୍ଵ :

  1. ସଂସଦ ସରକାରଙ୍କର ବାର୍ଷିକ ବଜେଟ୍‌କୁ ଅନୁମୋଦନ କରିଥାଏ ।
  2. ଏହା ବିଭିନ୍ନ ମନ୍ତ୍ରଣାଳୟ ନିମନ୍ତେ ଖର୍ଚ୍ଚକୁ ଅନୁମୋଦନ କରିବାସହିତ ନିୟନ୍ତ୍ରଣ ମଧ୍ୟ କରିଥାଏ ।
  3. ସରକାର ନିର୍ଦ୍ଦିଷ୍ଟ ସମୟ ଏବଂ ସମସ୍ତ ସଠିକ୍ ତଥ୍ୟ ଓ ସୂଚନା ସଂସଦକୁ ପ୍ରଦାନ କରିଥାଏ ।

ସଂସଦର କାର୍ଯ୍ୟପାଳିକା କ୍ଷମତା :
ସମ୍ବିଧାନର ପଞ୍ଚମ ଭାଗର ପ୍ରଥମ ଅଧ୍ୟାୟ କାର୍ଯ୍ୟପାଳିକାରୁ ଆରମ୍ଭ ହୁଏ । ଅନ୍ୟାନ୍ୟ ବିଷୟ ସହିତ ଏହା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପତି ଏବଂ ମନ୍ତ୍ରୀପରିଷଦର ଭୂମିକା ଓ ଦାୟିତ୍ଵ ଆଲୋଚନା କରିଥାଏ । ଦ୍ଵିତୀୟ ଅଧ୍ୟାୟରେ ସଂସଦର ଭୂମିକା ଓ କାର୍ଯ୍ୟାବଳୀର ତାଲିକା ରହିଅଛି ।

(୧) ଭାରତର ରାଷ୍ଟ୍ରପତି :
ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଏବଂ ସେ ନାମକୁମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି । ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀପରିଷଦ ସରକାର ଚଳାଇବା ଦାୟିତ୍ଵରେ ରହିଥା’ନ୍ତି ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିଥା’ନ୍ତି, ସଂସଦର ବୈଠକ ଆହ୍ଵାନ କରିଥା’ନ୍ତି ଏବଂ ବିଧେୟକକୁ ଅନୁମୋଦନ କରି ଆଇନ ପ୍ରଣୟନ କରିଥା’ନ୍ତି ।

ମନ୍ତ୍ରୀପରିଷଦ ରାଷ୍ଟ୍ରପତିଙ୍କୁ ସାହାଯ୍ୟ ଓ ପରାମର୍ଶ ପ୍ରଦାନ କରିଥା’ନ୍ତି ।

ଲୋକସଭା ନିର୍ବାଚନରେ ଯଦି କୌଣସି ସଂଖ୍ୟାଗରିଷ୍ଠତା ହାସଲ କରି ନଥାଏ, ତେବେ ସରକାର ଗଠନ ନିମନ୍ତେ କୌଣସି ଦଳ ବା ମେଣ୍ଟଭୁକ୍ତ ଦଳକୁ ସରକାର ଗଠନ ସୁଯୋଗ ଦେବା ରାଷ୍ଟ୍ରପତିଙ୍କର ଇଚ୍ଛାଧୀନ କ୍ଷମତା ଅଟେ ।

(୨) ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀପରିଷଦ :
ଭାରତୀୟ ସଂସଦୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ବାସ୍ତବ କାର୍ଯ୍ୟନିର୍ବାହିକା ଅଧିକାରୀ ।

ନିର୍ବାଚନରେ ସଂଖ୍ୟାଗରିଷ୍ଠ ଦଳ କିମ୍ବା ମେଣ୍ଟର ନେତାଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତି ପ୍ରଦାନ କରିଥା’ନ୍ତି ।

ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀପରିଷଦ ସମସ୍ତ ନିଷ୍ପତ୍ତି ଗ୍ରହଣ କରି ସରକାର ଚଳାଇଥା’ନ୍ତି । ସେମାନେ ମିଳିତ ଭାବରେ ଲୋକସଭା ନିକଟରେ ଉତ୍ତରଦାୟୀ ଅଟନ୍ତି ।

ସଂସଦରେ ଆଲୋଚନା ନିମନ୍ତେ ସମସ୍ତ ବିଧେୟକ ସରକାରଙ୍କଦ୍ଵାରା ଉପସ୍ଥାପିତ ହୋଇଥାଏ ।

ସାଧାରଣଭାବେ ପ୍ରଶାସନ ବା ଅମଲା ନାମରେ ପରିଚିତ ଅଧ୍ୟାକାରୀଗଣ ବିଭିନ୍ନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥା’ନ୍ତି ଏବଂ ସରକାରୀ ବିଭାଗ କାର୍ଯ୍ୟର ସୁଚାରୁ ସମ୍ପାଦନ ସୁନିଶ୍ଚିତ କରିଥା’ନ୍ତି ।

୧୯୫୬ ମସିହାରେ ଲାଲବାହାଦୂର ଶାସ୍ତ୍ରୀ ଏକ ରେଳ ଦୁର୍ଘଟଣା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦୁର୍ଘଟଣା ନିମନ୍ତେ ତାଙ୍କୁ କେହି ଦାୟୀ କରି ନଥିଲେ ମଧ୍ୟ ସେ ବିଶ୍ଵାସ କରୁଥିଲେ ଯେ ନିଜ ମନ୍ତ୍ରଣାଳୟର ସମସ୍ତ ତ୍ରୁଟି ବିଚ୍ୟୁତି ନିମନ୍ତେ ମନ୍ତ୍ରୀ ନିଜେ ନୈତିକ ଦାୟିତ୍ଵ ନେବା ଉଚିତ । ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବ । ହ ର ଲ। ଲ ନେହେରୁଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ । ପ୍ରଥମେ ନେହେରୁ ଅନିଚ୍ଛା ପ୍ରକାଶ କରିଥିଲେ, ମାତ୍ର ଶାସ୍ତ୍ରୀ ବାଧ୍ୟ କରିବାରୁ ଶେଷରେ ତାଙ୍କ ଇସ୍ତଫାପତ୍ର ଗୃହୀତ ହୋଇଥିଲା ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-9
ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମଧ୍ୟରେ ପାର୍ଥକ୍ୟ :
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-10
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-11

ନ୍ୟୟପାଳିକା – ନିୟନ୍ତ୍ରଣ ଓ ସନ୍ତୁଳନର ଭୂମିକା:
ନ୍ୟାୟପାଳିକା ସରକାରଙ୍କ ଏକ ଅଙ୍ଗ । ଏହା ସରକାରଙ୍କୁ ଆଇନର ତର୍ଜମା ଓ ପ୍ରଣୟନରେ ସହାୟତା ପ୍ରଦାନ କରିଥାଏ ।

ଗଣତାନ୍ତ୍ରିକ ସମାଜ ଓ ଶାସନ ପ୍ରକ୍ରିୟାରେ ନ୍ୟାୟାଳୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

ନ୍ୟାୟପାଳିକା ସମ୍ବିଧାନର ରକ୍ଷାକର୍ତ୍ତା ଭାବେ କାର୍ଯ୍ୟ କରିବା ସହିତ ସରକାରଙ୍କ ସବୁ ବିଭାଗ ସମ୍ବିଧାନର ସିଦ୍ଧାନ୍ତ ଓ ମାପଦଣ୍ଡ ମଧ୍ୟରେ ରହି କାର୍ଯ୍ୟ କରିବା ସୁନିଶ୍ଚିତ କରିଥାଏ ।

ଆଇନର ବ୍ୟାଖ୍ୟା, ବିଭିନ୍ନ ବିବାଦର ସମାଧାନ ଓ ମୌଳିକ ଅଧ୍ୟାକାରର ସୁରକ୍ଷା ମାଧ୍ୟମରେ ଏହା ସମାଜ ତଥା ସରକାରୀ ଅନୁଷ୍ଠାନଗୁଡ଼ିକର ସଫଳ କାର୍ଯ୍ୟନ୍ଵୟନ ନିମନ୍ତେ ଆବଶ୍ୟକ ନିୟନ୍ତ୍ରଣ ଲାଗୁ କରିଥାଏ ।

ବିଧ୍ଵବଦ୍ଧ ଓ ଦାୟିତ୍ଵସମ୍ପନ୍ନ ଭାବେ ବ୍ୟବସ୍ଥାପିକା କ୍ଷମତାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ନ୍ୟାୟପାଳିକାକୁ ଏକ ଅଦ୍ଵିତୀୟ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରାଯାଇଛି ।

ସଂସଦଦ୍ୱାରା ପାରିତ ଆଇନ ଯେପରି ସାମ୍ବିଧାନିକ ଢାଞ୍ଚା ଅତିକ୍ରମ କରେ, ନ୍ୟାୟପାଳିକା ତା’ର ଯାଞ୍ଚ କରିଥାଏ ।

ଯେପରି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମାଧ୍ୟମରେ ସଂସଦ ତାହାର କାର୍ଯ୍ୟ ସମ୍ପାଦନ କରିଥାଏ, ସେହିପରି ନ୍ୟାୟାଳୟ ମାଧ୍ୟମରେ ନ୍ୟାୟପାଳିକା କାର୍ଯ୍ୟ କରିଥାଏ ।

ଏହା ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ଯରେ କ୍ଷମତା ବିଭାଜନ ତଥା ପ୍ରଣାଳୀର ଏକ ଉଦାହରଣ । କୌଣସି ଏକ ସଂସ୍ଥା ଯେପରି ଅଧିକ କ୍ଷମତାଶାଳୀ କରିଥାଏ ।

ରାଜ୍ୟସ୍ତରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର କାର୍ଯ୍ୟଧାରା :
ଭାରତର ପ୍ରତ୍ୟେକ ରାଜ୍ୟରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ପାଇଁ ଗୋଟିଏ ଲେଖାଁ ‘ରାଜ୍ୟ ବିଧାନସଭା’ ରହିଅଛି ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-12
କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା – କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ପ୍ରଣୟନ ସୀମା ସ୍ପଷ୍ଟ କରିବା ନିମନ୍ତେ ସମ୍ବିଧାନରେ ‘କେନ୍ଦ୍ର ତାଲିକା’ ଓ ‘ରାଜ୍ୟ ତାଲିକା’ ସୂଚୀ ରହିଛି ।

ଯୁଗ୍ମ ତାଲିକାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିବାର ବ୍ୟବସ୍ଥା ରହିଛି ।

ଶିକ୍ଷା ଯୁଗ୍ମ ତାଲିକାଭୁକ୍ତ ବିଷୟବସ୍ତୁ ହୋଇଥିଲେ ମଧ୍ୟ ଆରଟିଇ (RTE) କ୍ଷେତ୍ରରେ ଗୃହୀତ ଅଧ୍ଵନିୟମ (ACT) ସମଗ୍ର ଭାରତରେ କାର୍ଯ୍ୟକାରୀ କରାଯାଇଥିଲା ।

Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେତେକ ସମାନ୍ତରାଳ ସଂରଚନା :
ରାଜ୍ୟ ସ୍ତରର ଶାସନଢାଞ୍ଚା କେନ୍ଦ୍ର ସରକାରର ଏକ ନକଲ ଅଟେ । ନିମ୍ନ ସାରଣୀରେ ତୁମେ ଏହି ସଂରଚନା ବୁଝିପାରିବ :
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-13
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-14

ରାଜ୍ୟ ବ୍ୟବସ୍ଥାପିକାର ସଂରଚନା :
ରାଜ୍ୟ ବ୍ୟବସ୍ଥାପିକା ଏକ ସଦନୀୟ କିମ୍ବା ଦ୍ଵି– ସଦନୀୟ ହୋଇଥାଏ ।

ଏହାର ବ୍ୟବସ୍ଥାପିକା ସଦନ ‘ବିଧାନସଭା’ ନାମରେ ନାମିତ ଓ ଦ୍ଵିସଦନ ବିଶିଷ୍ଟ ରାଜ୍ୟରେ ଦ୍ଵିତୀୟ ସଦନକୁ ‘ବିଧାନ ପରିଷଦ ’ କୁହାଯାଇଥାଏ ।

ଦୁଇଟି ସଦନ ଥ‌ିବା ବ୍ୟବସ୍ଥାପିକା ରାଜ୍ୟଗୁଡ଼ିକ ହେଲା- ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶ ।

ଏହି ଛଅଗୋଟି ରାଜ୍ୟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକ ଏକ ସଦନୀୟ ଅଟେ । ଆମ ରାଜ୍ୟ ଓଡ଼ିଶାର ବ୍ୟବସ୍ଥାପିକା। ଏକ ସଦନୀୟ ଯାହା ‘ବିଧାନସଭା’ ନାମରେ ପରିଚିତ । ଏହା ଆମର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ

ଓଡ଼ିଶା ବିଧାନସୌଧ ନିର୍ମାଣ ନିମନ୍ତ ୧୯୫୮ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଶୁଭ ପ୍ରଦାନ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ସରିବା ପରେ ୧୯୬୧ ମସିହା ଫେବୃଆରୀ ୧୨ ତାରିଖ ଦିନ ଭାରତର ତତ୍କାଳୀନ ଉପରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । ସେହି ସମୟରେ ଏହା ୨୫ ଲକ୍ଷ ଟଙ୍କାରେ ୪୭ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଥିଲା ।

ବ୍ୟବସ୍ଥାପିକାର ସଫଳ କାର୍ଯ୍ୟାନ୍ଵୟନ ପ୍ରତି ଆହ୍ୱାନ :
ଭାରତର ବ୍ୟବସ୍ଥାପିକା କହିଲେ କେନ୍ଦ୍ର ସଂସଦ ଓ ରାଜ୍ୟ ବିଧାନସଭାକୁ ବୁଝାଇଥାଏ ।

ବ୍ୟବସ୍ଥାପିକା ସାଧାରଣଭାବେ ଆଇନ ପ୍ରଣୟନ, ପ୍ରଶାସନିକ କାର୍ଯ୍ୟ ତଦାରଖ କରିବା ସହିତ ବଜେଟ୍‌କୁ ଅନୁମୋଦନ କରିଥାଏ । ଏତଦ୍‌ଭିନ୍ନ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ମଧ୍ୟ କରିଥାଏ ।

ଏହା ଜାତୀୟ ନୀତି, ବିକାଶମୂଳକ ଯୋଜନା ପ୍ରସ୍ତୁତି, ଆନ୍ତର୍ଜାତୀୟ ସମ୍ପର୍କ ଏବଂ ଜନଅଭିଯୋଗ ଶୁଣାଣି ଆଦିର ଆଲୋଚନା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିଥାଏ

ବ୍ୟବସ୍ଥାପିକା ଅନେକ ସମସ୍ୟାର ସାମନା କରିଥାଏ, ଯଥା- ସଦସ୍ୟମାନଙ୍କର ଲଗାତର ଅନୁପସ୍ଥିତି, ଅସହଯୋଗ ମନୋବୃତ୍ତି, ମୁଖ୍ୟ ବିତର୍କରେ ଗୁଣାତ୍ମକତା ହ୍ରାସ ଏବଂ ପ୍ରଶ୍ନକାଳର ବାରମ୍ବାର ବ୍ୟାଘାତ ସୃଷ୍ଟି ଇତ୍ୟାଦି ।

ସାଧାରଣତଃ ଭାରତର ସଂସଦର ବୈଠକ ବର୍ଷରେ ତିନିଥର ବସିଥାଏ ଯଥା- ବଜେଟ ଅଧୂବେଶନ, ମୌସୁମୀ ଅଧୁବେଶନ ଏବଂ ଶୀତକାଳୀନ ଅଧିବେଶନ ।

ପ୍ରତ୍ୟେକ ଅଧିବେଶନରେ ପ୍ରସ୍ତାବିତ ଆଇନର ବିଚାର ବିମର୍ଶ, ମୁଖ୍ୟ ଶାସନ ବିଷୟକ ଆଲୋଚନା ଏବଂ କାର୍ଯ୍ୟପାଳିକାଠାରୁ ତାଙ୍କର ନିଷ୍ପତ୍ତି ଓ କାର୍ଯ୍ୟଧାରା ଉପରେ ସଂସଦ ସ୍ପଷ୍ଟୀକରଣ ମାଗିଥାଏ ।

ସାଧାରଣତଃ ସଂସଦ ଦୈନିକ ପ୍ରାୟ ୬ ଘଣ୍ଟା କାର୍ଯ୍ୟ କରିଥାଏ । ଆବଶ୍ୟକସ୍ଥଳେ, କେତେକ ବିଶେଷ କ୍ଷେତ୍ରରେ କିମ୍ବା, ଜରୁରୀ ଆଲୋଚନାର ପୂର୍ଣ୍ଣତା ନିମନ୍ତେ ଦୈନିକ କାର୍ଯ୍ୟ ସୀମା ବୃଦ୍ଧି କରାଯାଇଥାଏ । ରାଜ୍ୟ ବିଧାନସଭାଗୁଡ଼ିକ ମଧ୍ୟ ସମାନ ଧରଣରେ କାର୍ଯ୍ୟ କରିଥାଏ ।

ଉତ୍ପାଦିକତା (Productivity) : ଲୋକସଭା କିମ୍ବା ରାଜ୍ୟସଭାର ସ୍ଥିରୀକୃତ ସମୟ ନିର୍ଘଣ୍ଟ ମଧ୍ୟରୁ ବାସ୍ତବରେ କେତେ ଘଣ୍ଟା ଆଲେଚାନାରେ ଅତିବାହିତ ହୋଇଛି, ତାହାହିଁ ସଂସଦ ପ୍ରସଙ୍ଗରେ ଉତ୍ପାଦିକତାର ମାପକ ।

ସମାଜର କେତେକ ବର୍ଗର ଲୋକମାନେ ଚିନ୍ତା ପ୍ରକଟ କରୁଛନ୍ତି ଯେ, ସେମାନଙ୍କ ପ୍ରତିନିଧୁମାନଙ୍କ ଏକ ପ୍ରମୁଖ ଭାଗ ବିଭିନ୍ନ ଅପରାଧ୍ୟକ ମାମଲାରେ ଅଭିଯୁକ୍ତ ଅଟନ୍ତି ।
Class 8 Social Science Chapter 6 Notes Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-15
ମତଦାତାଙ୍କ ଆବଶ୍ୟକତାଗୁଡ଼ିକୁ ପହଞ୍ଚାଇବାରେ ଗଣମାଧ୍ୟମଗୁଡ଼ିକ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯାହାଫଳରେ ବ୍ୟବସ୍ଥାପିକା ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି ।

ବର୍ତ୍ତମାନ ଅଧ‌ିକ ଯୁବଗୋଷ୍ଠୀ ଏଥ‌ିରେ ଭାଗନେଇ ଜନସାଧାରଣଙ୍କର ଅସୁବିଧାଗୁଡ଼ିକୁ ଉପସ୍ଥାପନା କରିବାରେ ସମର୍ଥ ହୋଇପାରୁଛନ୍ତି ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲୋକସଭାରେ ଏକ ବକ୍ତବ୍ୟ ସମୟରେ କହିଥିଲେ : ‘ସରକାର ଆସିବେ ଓ ଯିବେ, ରାଜନୈତିକ ଦଳ ଗଢ଼ା ହେବେ ନଷ୍ଟ ମଧ୍ୟ ହେବେ । କିନ୍ତୁ ଆମ ଦେଶ ରହିବା ଉଚିତ, ଏ ଦେଶର ଲୋକତନ୍ତ୍ର ଅମର ରହିବା ଉଚିତ ।’’

ଆମେ ଯାହା ଜାଣିଲୁ
କ୍ଷମତାର ବଣ୍ଟନ, ତର୍କଭିଭିକ ନିଷ୍ପତ୍ତି ଓ ନେତାମାନେ ଉତ୍ତରଦାୟୀ ରହିବା ଭାରତୀୟ ସଂସଦୀୟ ବ୍ୟବସ୍ଥା ସୁନିଶ୍ଚିତ କରେ ।

ବ୍ୟବସ୍ଥାପିକା ଆଇନ ପ୍ରଣୟନ କରେ, କାର୍ଯ୍ୟପାଳିକା ସେଗୁଡ଼ିକୁ କାର୍ଯ୍ୟକାରୀ କରେ ଏବଂ ସେମାନେ ସମ୍ବିଧାନ ଅନୁପାଳନ କରୁଛନ୍ତି ବୋଲି ନ୍ୟାୟପାଳିକା ସୁନିଶ୍ଚିତ କରେ ।

ସଂସଦ ଲୋକଙ୍କ ମତକୁ ପ୍ରତିନିଧ୍ଵତ୍ଵ କରେ ଏବଂ ଆମ ଗଣତନ୍ତ୍ର ସଂଘୀୟ ଭାବନା ପ୍ରତିଫଳନ କରେ ।

ପ୍ରତିନି, ଦାୟିତ୍ଵ ଓ ସମନ୍ଵୟ ମଧ୍ଯରେ ସନ୍ତୁଳନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସଂସ୍ଥାମାନ ଗଢ଼ାଯାଇଛି । ସଂସ୍ଥାଗତ ନିୟନ୍ତ୍ରଣ ଓ ସନ୍ତୁଳନ, ନାଗରିକ ଅଧିକାର ସୁରକ୍ଷା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା କରିବାରେ ସହାୟତା କରେ ।

ଦେଶର ଉନ୍ନତି ଅବ୍ୟାହତ ରଖିବା ପାଇଁ ସଂସଦର କାର୍ଯ୍ୟାବଳୀ ଅଧିକ ଦକ୍ଷ ଓ ଫଳପ୍ରସୂ ହେବା ଆବଶ୍ୟକ ।