Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ

Go through BSE Odisha Class 8 Social Science Notes Odia Medium Chapter 7 ଉତ୍ପାଦନର କାରକ to understand important topics more clearly.

8th Class Social Science Chapter 7 Notes Odia Medium

BSE Odisha Class 8 Social Science Chapter 7Notes Odia Medium

‘‘ଭୂମି, ଶ୍ରମ ଓ ପୁଞ୍ଜିର ଅଧିକ କୁଶଳ ବ୍ୟବହାରଦ୍ୱାରା ହିଁ ଭାରତ ପରି ଏକ ଦେଶରେ ଅଭିବୃଦ୍ଧି ଓ ଉତ୍ପାଦିକତାର ସର୍ବୋତ୍ତମ ଅବଦାନ ସମ୍ଭବ, ସୁତରାଂ ଏହି କାରକଗୁଡ଼ିକୁ ଅଧିକ କୁଶଳତାର ସହ ବ୍ୟବହାର କରାଯିବା ଉଚିତ୍ ।”
– ବିବେକ ଦେବରାୟ,
ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (୨୦୧୭-୨୦୨୪)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ଉପକ୍ରମ :
ଉତ୍ପାଦନ ପ୍ରକ୍ରିୟାରେ ଚୂଡ଼ାନ୍ତ ଉତ୍ପାଦ ପାଇଁ ଅନେକ ସମ୍ବଳ ବା ସାଧନ ଆବଶ୍ୟକ ପଡ଼ିଥାଏ । ଦ୍ରବ୍ୟ ଓ ସେବା ଉତ୍ପାଦନରେ ବ୍ୟବହୃତ ସମ୍ବଳ ବା ସାଧନଗୁଡ଼ିକୁ ଉତ୍ପାଦନର କାରକ (Factors of production) ବୋଲି କୁହାଯାଇଥାଏ ।

ବ୍ୟବସାୟଗୁଡ଼ିକ ଦ୍ରବ୍ୟ ଓ ସେବା ସୃଷ୍ଟି କରିବା ପାଇଁ ବିଭିନ୍ନ ସାଧନ କିମ୍ବା ଉତ୍ପାଦନର କାରକଗୁଡ଼ିକୁ ଏକାଠି କରନ୍ତି । ଏହା ଲୋକଙ୍କୁ ଆର୍ଥିକ କାର୍ଯ୍ୟକଳାପରେ ନିୟୋଜିତ ହେବାର ସୁଯୋଗ ପ୍ରଦାନ କରିଥାଏ ।

ଉତ୍ପାଦନର କାରକ – ଭୂମି (ପ୍ରାକୃତିକ ସମ୍ବଳ)
ଅର୍ଥଶାସ୍ତ୍ରରେ ‘ଭୂମି’ ଶବ୍ଦଟି କେବଳ ପୃଥ‌ିବୀଗତ ଭୂମିକୁ ବୁଝାଏ ନାହିଁ ବରଂ ଏହା ମୃଭିକା, ଜଙ୍ଗଲ, ଜଳ, ବାୟୁ, ସୂର୍ଯ୍ୟକିରଣ, ଖଣିଜ ପଦାର୍ଥ, ତୈଳ ଏବଂ ପ୍ରାକୃତିକ ଗ୍ୟାସ ଭଳି ପ୍ରାକୃତିକ ସମ୍ବଳକୁ ଅନ୍ତର୍ଭୁକ୍ତ କରିଥାଏ ।

ଶ୍ରମ (ମାନବ ସମ୍ବଳ) :
ଉତ୍ପାଦନ ପାଇଁ ଶ୍ରମ ଅତ୍ୟାବଶ୍ୟକ । ଏଥିରେ ଶାରୀରିକ ଓ ମାନସିକ ପ୍ରୟାସ ଅନ୍ତର୍ଭୁକ୍ତ ।

ବଢ଼େଇ, କୃଷକ, ନିର୍ମାଣ ଶ୍ରମିକ, ଶିକ୍ଷକ ଏବଂ ଡାକ୍ତର ବିଭିନ୍ନ ସ୍ତରରେ ନିଜ ନିଜର ଶାରୀରିକ ଶକ୍ତି, ଜ୍ଞାନ ଓ ଦକ୍ଷତା ବ୍ୟବହାର କରିଥା’ନ୍ତି ।

ସମସ୍ତେ ସେମାନଙ୍କର ଅନେକ ଅବ ଦ। ନ ମାଧ୍ୟମରେ ସମାଜର ଆବଶ୍ୟକତା ପାଇଁ ଦ୍ରବ୍ୟ ଏବଂ ସେବ। ସୃଷ୍ଟି କରିବାରେ ସାହାଯ୍ୟ କରିଥା’ନ୍ତି ।
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-1

ମାନବ ହିଁ ସମ୍ବଳ :
ମନୁଷ୍ୟ ନିଜର ଜ୍ଞାନ, ଦକ୍ଷତା ଓ ନିଷ୍ପତ୍ତି ନେବାର କ୍ଷମତା ପ୍ରୟୋଗଦ୍ଵାରର। ଅର୍ଥ ନୈତିକ କାର୍ଯ୍ୟକଳାପ ଏବଂ ଉତ୍ପାଦନ ପ୍ରକ୍ରିୟାରେ ଦ୍ରବ୍ୟ, ସେବ। ସୃଷ୍ଟି ରେ ପ୍ରମୁଖ ଭୂମିକ। ଗ୍ରହଣ କରିଥାଏ । ତେଣୁ ମନୁଷ୍ୟକୁ ମାନବ ସମ୍ବଳ କୁହାଯାଇଥାଏ ।

‘ମାନବ ପୁଞ୍ଜି’ କହିଲେ ଶ୍ରମ କରିବାପାଇଁ ଆବଶ୍ୟକୀୟ ବିଶେଷ ଦକ୍ଷତା, ଜ୍ଞାନ, କ୍ଷମତା ଏବଂ ପ୍ରବୀଣତାକୁ ବୁଝାଇଥାଏ । ତେଣୁ ମାନବ ପୁଞ୍ଜି କେବଳ ଶ୍ରମର ମୌଳିକ ପ୍ରୟାସ ନୁହେଁ, ବରଂ ଏହା ସେହି ଶ୍ରମର ଗୁଣବତ୍ତା ଓ ଦକ୍ଷତାକୁ ବୁଝାଇଥାଏ ।

ମାନବ ପୁଞ୍ଜିର ସହାୟତା – ଶିକ୍ଷା ଏବଂ ତାଲିମ :
ଶିକ୍ଷା ବ୍ୟକ୍ତି ବିଶେଷଙ୍କୁ ଜ୍ଞାନହାସଲ କରିବାରେ ସାହାଯ୍ୟ କରିବା ସହିତ ମୌଳିକ ସାକ୍ଷରତାଠାରୁ ଆରମ୍ଭ କରି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ସହାୟତା କରିଥାଏ ।
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-2
ସ୍ଥାୟୀ, ସୁଲଭ ଓ ପରିବେଶ ଅନୁକୂଳ ସମାଧାନ ହାସଲ କରିବା ଏକ ଆହ୍ୱାନ ।

ନିର୍ମାଣ ସ୍ଥଳଗୁଡ଼ିକର ପର୍ଯ୍ୟବେକ୍ଷଣ, ବିଭିନ୍ନ ସାମଗ୍ରୀର ପରୀକ୍ଷଣ, ନିରାପତ୍ତା ଜନିତ ପ୍ରକ୍ରିୟା ଓ ପ୍ରତ୍ୟକ୍ଷ ପ୍ରୟୋଗ ତଥା ଶିକ୍ଷଣ ଆଦିର ତାଲିମ ମାଧ୍ୟମରେ ଏହା ହାସଲ କରିବା ସମ୍ଭବ ହୋଇଥାଏ ।

ଶିକ୍ଷା ଓ ତାଲିମ ମାଧ୍ୟମରେ ମନୁଷ୍ୟ ନିଜ ଜୀବନରେ ଉତ୍କର୍ଷତା ଲାଭ କରିଥାଏ ।

ସ୍ଵାସ୍ଥ୍ୟସେବା :
ଉତ୍ତମ ସ୍ୱାସ୍ଥ୍ୟ, ବୁଦ୍ଧି, ଜ୍ଞାନ ବିକାଶର ମୂଳଦୁଆ ।

Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ

ଶ୍ରମିକମାନେ ସ୍ଵାସ୍ଥ୍ୟବାନ ହେଲେ ଶାରୀରିକ ଓ ମାନସିକ ଭାବରେ ସର୍ବୋତ୍ତମ ଅବଦାନ ଦେଇପାରିବେ । ସେମାନେ କମ୍ ସମୟ ମଧ୍ୟରେ ଅଧ‌ିକ କାମ କରିପାରିବେ ଓ ସୃଜନଶୀଳ ହୋଇ ପାରିବେ । ଅସୁସ୍ଥତା ଯୋଗୁଁ ସେମାନଙ୍କୁ କାମରୁ ଦୂରେଇ ରହିବାକୁ ପଡ଼ିବ ନାହିଁ ।

ସାମାଜିକ ଓ ସାଂସ୍କୃତିକ ପ୍ରଭାବ :
କଠିନ ପରିଶ୍ରମ, ନିରନ୍ତର ଉନ୍ନତି ପାଇଁ ପ୍ରୟାସ, ଭଲ ଭାବରେ କାମ କରିବାପାଇଁ ପ୍ରଚେଷ୍ଟା ଭଳି ସଂସ୍କୃତି ଦେଶମାନଙ୍କର ପ୍ରଗତିରେ ସାହାଯ୍ୟ କରିଥାଏ ।

କାଇଜେନ (Kaizen) ନାମକ ଏକ ଜାପାନୀ ତତ୍ତ୍ଵ ରହିଛି, ଯାହାର ଅର୍ଥ ‘ନିରନ୍ତର ଉନ୍ନତି’’ । ଏହି ତତ୍ତ୍ଵ ୧୯୪୦ ଦଶକର ମଧ୍ୟଭାଗରୁ ଜାପାନରେ ପ୍ରୟୋଗ ହୋଇଆସୁଛି ଓ ଏହା ଜାପାନୀମାନଙ୍କର ଉଚ୍ଚ ଜୀବନ ଧାରଣ ମାନ ହାସଲ କରିବାରେ ସାହାଯ୍ୟ କରିଛି ।

ଇତିହାସରେ ଗଭୀର ଛାପ ପକାଇଥିବା ଜର୍ମାନୀର ‘ପେଶାଗତ ନୀତି (Work ethics)କୁ ଆମେ ଉଦାହରଣ ଭାବରେ ନେଇପାରିବା ।

ଜର୍ମାନୀ ନିଜର ଉଚ୍ଚ-ଗୁଣବତ୍ତା ଶିଳ୍ପ ଉତ୍ପାଦ ପାଇଁ ପ୍ରସିଦ୍ଧ । ସେମାନେ ସମୟାନୁବର୍ତ୍ତିତା, ଗୁଣବତ୍ତା ଓ ଟିକିନିଖ୍ ଅନୁଧ୍ୟାନ ଉପରେ ଗୁରୁତ୍ଵ ପ୍ରଦାନ କରିଥା’ନ୍ତି ।

ମାନବ ପୁଞ୍ଜିର ଏହି ଗୁଣଗୁଡ଼ିକ ପ୍ରଯୁକ୍ତିବିଦ୍ୟା ଓ ଉତ୍ପାଦନ କ୍ଷେତ୍ରରେ ସେମାନଙ୍କୁ ବିଶ୍ଵ ଦରବାରରେ ନେତୃତ୍ୱ ନେବାରେ ସହାୟକ ହୋଇଛି ।

ପ୍ରଶିକ୍ଷଣ ବା ତାଲିମ (Training) : ନିର୍ଦ୍ଦିଷ୍ଟ କାମ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ହାସଲ କରିବାର ପ୍ରକ୍ରିୟା ।

ଜ୍ଞାନାତ୍ମକ (Cognitive) : ଏହା ଶିଖୁବା, ଜାଣିବା ଏବଂ ବୁଝିବାର ପ୍ରକ୍ରିୟାକୁ ବୁଝାଏ ।

ଉତ୍ପାଦନଶୀଳତା (Productivity) : ଏକ ନିର୍ଦ୍ଦିଷ୍ଟ ସମୟ ଅବଧ୍ୟରେ ଅଧ‌ିକ କାର୍ଯ୍ୟ କରିବାର କ୍ଷମତା ।

ପୌଢ଼ଶିକ୍ଷା ହାର (Adult Literacy Rate) : ଦୈନନ୍ଦିନ ଜୀବନରେ ଆବଶ୍ୟକ ସରଳ ବିବୃତି ପଢ଼ି, ଲେଖ ବୁଝିପାରୁଥିବା ୧୫ ବର୍ଷ ବା ତଦୂର୍ଷ ବୟସର ଲୋକଙ୍କ ଶତକଡ଼ା ସଂଖ୍ୟା ।

ମାନବ ପୁଞ୍ଜି ପ୍ରତି ଆହ୍ଵାନ :
ବିଭିନ୍ନ ଦୃଷ୍ଟିକୋଣରୁ ସ୍ଵାଧୀନତା ପରଠାରୁ ମାନବ ପୁଞ୍ଜିର ବିକାଶ କ୍ଷେତ୍ରରେ ଆମ ଦେଶ ବହୁତ ଆଗକୁ ବଢ଼ିଛି ।

ସାକ୍ଷରତା ଓ ଜନସଂଖ୍ୟା ’ମାନବ ପୁଞ୍ଜିର ଦକ୍ଷତା ଏବଂ ଉତ୍ପାଦିକତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ବିଶ୍ଵବ୍ୟାଙ୍କ ଆକଳନ ଅନୁସାରେ ୨୦୨୩ ମସିହା ପୁରୁଷ ସାକ୍ଷରତା ହାର ୮୫ ପ୍ରତିଶତ ଓ ମହିଳା ସାକ୍ଷରତା ହାର ଭାରତରେ ୭୦ ପ୍ରତିଶତ ରହିଛି । ବହୁ କ୍ଷେତ୍ରରେ ପ୍ରଗତି ହାସଲ ସତ୍ତ୍ଵେ ଭାରତ ମାନବ ପୁଞ୍ଜି ବିକାଶ କରିବାରେ ଅନେକ ଆହ୍ଵାନର ସମ୍ମୁଖୀନ ହେଉଛି ।

ଭାରତର ଅର୍ଥନୈତିକ ସତ୍ତ୍ୱେ ୨୦୨୪ ଅନୁସାରେ ଆମ ଦେଶରେ ୩୫ ବର୍ଷରୁ କମ୍ ବୟସର ଲୋକସଂଖ୍ୟା ୬-୫ ଶତକଡ଼ା ଅଟେ । ଯାହା ଆମପାଇଁ ଶୁଭଙ୍କର ଅଟେ । ଯାହାକୁ ଜନସାଂଖ୍ୟକୀୟ ଲାଭାଂଶ କୁହାଯାଏ ।

ବହୁ ସଂଖ୍ୟକ ଯୁବ ଓ କର୍ମଜୀବୀ ବିଶିଷ୍ଟ ଜନସଂଖ୍ୟାର ଦେଶର ଉନ୍ନତିରେ ଯୋଗଦାନକୁ ଜନସାଂଖ୍ୟ ଲାଭାଂଶ ବା (Demographic divident) କୁହାଯାଏ ।

ଏହି ଯୁବ ଓ କର୍ମଜୀବୀ ବ୍ୟକ୍ତି ବିଶେଷଙ୍କ ପାଖରେ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ, ତାଲିମ ଓ ଦକ୍ଷତାର ସୁଯୋଗ ରହିବା ଆବଶ୍ୟକ ।

ଭାରତର ପ୍ରାଚୀନ କୁଶଳତା ଐତିହ୍ୟ :
ପ୍ରାଚୀନ ଭାରତୀୟମାନେ ସେମାନଙ୍କର କାର୍ଯ୍ୟରେ ସିଦ୍ଧିଲାଭ କରିବାପାଇଁ ନିଜ ସ୍ଵଭାବର ପରିପ୍ରକାଶ ଓ ସମ୍ପୂର୍ଣ୍ଣତା ପାଇଁ ଯନ୍ତ୍ରଶୀଳ ଥିଲେ । ସ୍ଥଳ ବିଶେଷରେ ଏହା ଦେବତାମାନଙ୍କ ପାଇଁ ଏକ ସମର୍ପଣ ଥିଲା ।

କୌଣସି ଦ୍ରବ୍ୟ ନିର୍ମାଣ କାର୍ଯ୍ୟପ୍ରତି ସେମାନଙ୍କର ଶ୍ରଦ୍ଧା ଓ ଭକ୍ତି ଥିଲା ଓ ନିର୍ମାଣ କାର୍ଯ୍ୟରେ ବ୍ୟବସ୍ଥିତ ସାଧନ ସାମଗ୍ରୀକୁ ପୂଜା କରାଯାଉଥିଲା ।

ପୁରାତନ ଗ୍ରନ୍ଥ ଶିଳ୍ପ ଶାସ୍ତ୍ରରେ ମୂର୍ତ୍ତି ନିର୍ମାଣ, ଚିତ୍ରକଳା, ଗୃହନିର୍ମାଣ, କାଠ ସାମଗ୍ରୀ ଓ ଅଳଙ୍କାରର ପ୍ରସ୍ତୁତି ବର୍ଣ୍ଣନା ରହିଛି ।

ସ୍ଥାପତ୍ୟ ନିର୍ମାଣ ସମ୍ପର୍କିତ ଲେଖାଗୁଡ଼ିକରେ ମୂର୍ତ୍ତିର ଶୈଳୀ, ରଙ୍ଗ, ମାପ ଓ ଅନୁପାତ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ।

ଅନେକ ଶତାବ୍ଦୀ ଧରି ସ୍ଥପତିମାନେ ପିଢ଼ି ପରେ ପିଢ଼ି ଭାରତରେ ମନ୍ଦିରଗୁଡ଼ିକ ନିର୍ମାଣ କରି ଆସିଛନ୍ତି । ସେମାନେ ଅନ୍ତିମ କୃତି ଦେଖୁବା ଆଶା ନକରି ନିଜସ୍ଵ ଦକ୍ଷତା ପ୍ରଦର୍ଶନ କରୁଥିଲେ । ସେମାନେ ନିୟମିତ ଅଭ୍ୟାସ ବଳରେ ନୂତନ କୌଶଳ ଶିଖ୍ ‘କର୍ମ ହିଁ ପୂଜା’ ବିଚାର ଦ୍ଵାରା ଉତ୍କୃଷ୍ଟତା ଲାଭ କରୁଥିଲେ ।

ସିଲେଇ ବୋଇତ ନିର୍ମାଣ :
ଭାରତୀୟମାନେ ଜାହାଜ ଏବଂ ଡଙ୍ଗା ତିଆରି କରିବାପାଇଁ ୨୦୦୦ ବର୍ଷରୁ ଅଧିକ ପୁରୁଣା ଏକ ଅନନ୍ୟ ସିଲେଇ କୌଶଳର ବ୍ୟବହାର କରୁଥିଲେ । ଏହାକୁ ସାମୁଦ୍ରିକ ବାଣିଜ୍ୟରେ ବ୍ୟବହାର କରାଯାଉଥିଲା ।
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-3

ଏହି ବୋଇତଗୁଡ଼ିକ ନିର୍ମାଣରେ ଲୁହାକଣ୍ଟା ବଦଳରେ ରଶି ବା ଦଉଡ଼ି ବ୍ୟବହାର କରି କାଠ ପଟାଗୁଡ଼ିକୁ ଏକାଠି ସିଲେଇ କରାଯାଉଥିଲା । ଫଳତଃ, ବୋଇତ ପଟାଗୁଡ଼ିକ ନମନୀୟ ହୋଇପାରୁଥିଲା ଏବଂ ଭାରତ ମହାସାଗରରେ ସହଜ ନୌଚାଳନାରେ ସହାୟକ ହେଉଥିଲା ।

ପୁଞ୍ଜି :
ଉତ୍ପାଦନର ଚାରି ଗୋଟି ଉପାଦାନ ମଧ୍ୟରୁ ପୁଞ୍ଜି ଏକ ମୁଖ୍ୟ ଉପାଦାନ । ବ୍ୟବସାୟ କରିବାପାଇଁ ପ୍ରଥମେ ପୁଞ୍ଜି ବିନିଯୋଗ କରିବାକୁ ପଡ଼ିଥାଏ ।

ଦ୍ରବ୍ୟ ଓ ସେବା ଉତ୍ପାଦନପାଇଁ ବ୍ୟବହୃତ ଅର୍ଥ ଓ ମାନବକୃତ ସମ୍ବଳ ହିଁ ପୁଞ୍ଜି ଅଟେ । ଉତ୍ପାଦନ ବା କ୍ଷେତ୍ର ପାଇଁ ପୁଣି ଅତ୍ୟାବଶ୍ୟକ ଅଟେ ।
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-4
ବଡ଼ ବଡ଼ କମ୍ପାନୀମାନେ ସେମାନଙ୍କର ବ୍ୟବସାୟ ବିସ୍ତାର କରିବାପାଇଁ ପ୍ରଚୁର ଅର୍ଥ ଆବଶ୍ୟକ କରିଥା’ନ୍ତି । ସେହି ଅର୍ଥ ସେମାନେ ପୁଞ୍ଜି ବଜାର (Stock market) ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ସଂଗ୍ରହ କରିଥାନ୍ତି ।

ଯେଉଁ ବିଶେଷ ପ୍ରକାରର ବଜାରରେ ଅଂଶଧନ କିଣାବିକା ହୋଇଥାଏ, ତାକୁ ପୁଞ୍ଜିବଜାର କୁହାଯାଏ ।

ବଡ଼ ବଡ଼ କମ୍ପାନୀଗୁଡ଼ିକ ଜନସାଧାରଣଙ୍କଠାରୁ ଅର୍ଥ ସଂଗ୍ରହ କରିଥା’ନ୍ତି ଓ ସେମାନଙ୍କୁ ଲାଭାଂଶର (Dividend) ଭାଗ ପ୍ରଦାନ କରିଥା’ନ୍ତି ।

ବଡ଼ ବଡ଼ ବ୍ୟବସାୟ ସଂସ୍ଥାଗୁଡ଼ିକ ପୁଞ୍ଜି ବଜାର ମାଧ୍ୟମରେ ଅର୍ଥ ସଂଗ୍ରହ କରିଥାନ୍ତି ଏବଂ ସେମାନଙ୍କ ବ୍ୟବସାୟର ଅଂଶଧନ (Share) ବିକ୍ରି କରିଥା’ନ୍ତି ।

ପୁଞ୍ଜି (Capital) : ଅର୍ଥନୀତିରେ ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ବ୍ୟବହୃତ ଯେକୌଣସି ଭୌତିକ କିମ୍ବା ଆର୍ଥିକ ସମ୍ପତ୍ତି ।

ସୁଧ (Interest) : ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଋଣଦାତାଠାରୁ ଆଣିଥିବା ଟଙ୍କାର ବିନିଯୋଗ ଦୃଷ୍ଟିରୁ ଋଣଦାତାଙ୍କୁ ପରିଶୋଧ କରୁଥିବା ଅଧ‌ିକ ଅର୍ଥର ପରିମାଣ

ଲାଭାଂଶ (Dividend) : କମ୍ପାନୀଦ୍ଵାରା ଅଂଶଧନକାରୀମାନଙ୍କୁ ପ୍ରଦତ୍ତ ନିଜ ଲାଭାଂଶର ଅର୍ଥ ବା ଟଙ୍କା ।

ଶୁଭାରମ୍ଭ (Start up) : ଏହା ସୀମିତ ସମ୍ବଳ ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଦ୍ରୁତ ଅଭିବୃଦ୍ଧି ଓ ବିସ୍ତାର ପାଇଁ ଉଦ୍ୟୋଗପତିଙ୍କଦ୍ୱାରା ଆରମ୍ଭ ହୋଇଥିବା ବ୍ୟବସାୟ ।

ଔଦ୍ୟୋଗିକୀ
ନିଜର ବ୍ୟବସାୟ ଆରମ୍ଭ କରିବା କିମ୍ବା କୌଣସି ସମସ୍ୟାର ସମାଧାନ ପାଇଁ ନୂଆ ସର୍ଜନା କରିବାକୁ ଔଦ୍ୟୋଗିକୀ କୁହାଯାଏ ।

ଜଣେ ଉଦ୍ୟୋଗପତି ନୂତନ ଧାରଣାକୁ ଆପଣେଇଥା’ନ୍ତି ଓ ବିଭିନ୍ନ ଆହ୍ଵାନ ବା ଆଶଙ୍କାର ସମ୍ମୁଖୀନ ହେବାପାଇଁ ସଦା ପ୍ରସ୍ତୁତ ଥାଆନ୍ତି ।

ସେ ଉତ୍ପାଦନର ବିଭିନ୍ନ କାରଣ ଗୁଡ଼ିକୁ ସଂଗ୍ରହ କରନ୍ତି ଓ କଠିନ ପରିଶ୍ରମ କରି ନ୍ ଅ ବ୍ୟବ ସାୟର ସଫଳତାର ସହ କରିଥାନ୍ତି ।
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-5
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-6
ଜଣେ ଉଦ୍ୟୋଗପତି ଙ୍କ ଦୂର ଦୃଷ୍ଟି ବଜାରକୁ ଅଭିନବ ଉତ୍ପାଦ ଓ ସେବା ଆଣିବାରେ ସାହାଯ୍ୟ କରିଥାଏ ଓ ଏହା ସମାଜ ତଥା ଦେଶପାଇଁ ଲାଭଦାୟକ ହୋଇଥାଏ ।
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-7
ସେମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି ଓ ଜୀବିକାକୁ ସହାୟତା କରନ୍ତି । ପ୍ରତିବଦଳରେ ଉଦ୍ୟୋଗପତିମାନେ ନିଜର ସ୍ଵପ୍ନ ସାକାର ହେବା ଓ ଲୋକଙ୍କୁ ସେବା ଯୋଗାଇ ଦେବା ଯୋଗୁ ଆତ୍ମସନ୍ତୋଷ ଲାଭ କରିଥାନ୍ତି ।

ଭାରତ ପାଇଁ ବୃହତ୍ ସ୍ଵପ୍ନ ଦେଖୁଥ‌ିବା ବ୍ୟକ୍ତି :
ଜେ.ଆର୍.ଡି.ଟାଟା – ଉଦ୍ୟୋଗପତି, ଶିଳ୍ପପତି ଓ ସମାଜସେବୀ ।

ଜେହାଙ୍ଗୀର ରତନ୍‌ ଦାଦାଭୋୟ (ଜେ.ଆର୍.ଡି) ଟାଟା ଭାରତର ଜଣେ ମହାନ୍ ଉଦ୍ୟୋଗପତି ଥିଲେ ଏବଂ ଆଧୁନିକ ଭାରତ ନିର୍ମାଣରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ ।

୧୯୦୪ ମସିହାରେ ଜନ୍ମିତ ଜେ.ଆର.ଡ଼ି. ଟାଟା ଦେଶର ବୃହତ୍ ବ୍ୟବସାୟିକ ଗୋଷ୍ଠୀ ମଧ୍ୟରୁ ଅନ୍ୟତମ ଟାଟା ଗ୍ରୁପ୍‌ର ମୁଖ୍ୟ ଥିଲେ । ବ୍ୟବସାୟ ସଂସ୍ଥାଗୁଡ଼ିକ ଅର୍ଥସର୍ବସ୍ଵ ନ ହୋଇ ସମାଜ କଲ୍ୟାଣରେ ବ୍ରତୀ ହେବା ଉଚିତ ବୋଲି ସେ ବିଶ୍ଵାସ କରୁଥିଲେ ।
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-8
ସେ ୧୯୩୨ ମସିହାରେ ଭାରତର ପ୍ରଥମ ବିମାନ କମ୍ପାନୀ ‘ଟାଟା ଏୟାରଲାଇନ୍ସ’’ ଆରମ୍ଭ କରିଥିଲେ । ଏହା ପରେ ‘ଏୟାର ଇଣ୍ଡିଆ’ ନାମରେ ନାମିତ ହେଲା ।

ତାଙ୍କ ନେତୃତ୍ଵରେ ଇସ୍ପାତ, କାର୍, ବିଦ୍ୟୁତ୍ ଏବଂ ରାସାୟନିକ ଆଦି କ୍ଷେତ୍ରରେ ଟାଟା ଗ୍ରୁପ୍ ବିସ୍ତାର ଲାଭ କରିଥିଲା । ସେ ତାଙ୍କ କର୍ମଚାରୀମାନଙ୍କ ପ୍ରତି ଯବାନ ହେବା ସହ, କର୍ମକ୍ଷେତ୍ରରେ ସେମାନଙ୍କୁ ଉପଯୁକ୍ତ ବାତାବରଣ ପ୍ରଦାନ କରିବାରେ ବିଶ୍ଵାସ କରୁଥିଲେ ।

ତାଙ୍କୁ ୧୯୯୨ ମସିହାରେ ଦେଶ ପ୍ରତି ମହାନ ସେବା ପାଇଁ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର, ‘ଭାରତ ରନ୍’ ପ୍ରଦାନ କରାଯାଇଥିଲା ।

ପ୍ରଯୁକ୍ତିବିଦ୍ୟା : ଉତ୍ପାଦନର ଏକ ସାହାଯ୍ୟକାରୀ ଉପାଦାନ :
ପ୍ରଯୁକ୍ତିବିଦ୍ୟା ହେଉଛି ବୈଜ୍ଞାନିକ ଜ୍ଞାନର ପ୍ରୟୋଗ ଉଦାହରଣ ସ୍ୱ ରୂ ପ , ଏ କ କ୍ୟାମେର ଡିଜିଟାଲ ପ୍ରତି ଛବି ସୃଷ୍ଟି କ ରି ବା ପାଇଁ ଆଲେ। କ କୁ ବୈଦ୍ଧତି କ ସଙ୍କେତ ରେ ରୂପାନ୍ତରିତ କରେ ।

ଯେକୌଣସି ଉତ୍ପାଦନ ସମ୍ପର୍କିତ କାର୍ଯ୍ୟକଳାପରେ କିଛି ନା କିଛି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହୋଇଥାଏ ।
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-9
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-10

ଆଜି ବିଭିନ୍ନ କ୍ଷେତ୍ରରେ ନୂତନ ତଥା ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ ପ୍ରୟୋଗ ଦ୍ଵାରା ଆମର ଜୀବନ ସହଜ ହେଉଛି । ଉଦାହରଣ ସ୍ଵରୂପ ସ୍ପର୍ଶ (Touch Screan) କରି ୟୁ.ପି.ଆ.ଇ ଆଙ୍ଗୁଠି (UPI-United Payment Interface) ମାଧ୍ୟମରେ ଦେୟ ପୈଠ କରାଯାଇ ପାରୁଛି ।

ଚାଷୀମାନେ ମଧ୍ୟ ଆଗୁଆ ପାଣିପାଗର ସଦ୍ୟତମ ସୂଚନା ପାଇପାରୁଛନ୍ତି ।

ବିଶ୍ବ ସ୍ଥାନ ନିର୍ଦ୍ଧାରଣ ପଦ୍ଧତି (GPS- Global-Positioning System) ଦ୍ଵାରା ସାମଗ୍ରୀ ପରିବହନର ନ୍ୟୁନତମ ଦୂରତା ନିର୍ଣ୍ଣୟ କରାଯାଇ ପାରୁଛି ।

ଡାକଦ୍ଵାରା ଚିଠି ପଠାଇବା ପରିବର୍ଭେ, ଲୋକମାନଙ୍କ ସହିତ ଶୀଘ୍ର କମ୍ ଖର୍ଚ୍ଚରେ ଯୋଗାଯୋଗ କରିବାପାଇଁ ଆମେ ଇ-ମେଲ୍ (e-mail) ବ୍ୟବହାର କରୁଛୁ ।

ଜ୍ଞାନ, ଦକ୍ଷତା ଓ ନିଯୁକ୍ତି ସୁଯୋଗ ପାଇଁ ପଥ ପ୍ରସ୍ତୁତ କରୁଥିବା ପ୍ରଯୁକ୍ତିବିଦ୍ୟା :
ସ୍ୱୟମ (Swayam) : Study webs of Active Learning for Young Aspiring Minds ଭଳି ଅନେକ ସରକାରୀ ମଞ୍ଚ (Platform) ଆଭାସୀ ପାଠ୍ୟକ୍ରମ (Online Cource) ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ପାଇଁ ପଢ଼ିବାର ସୁଯୋଗ ସୃଷ୍ଟି କରିଛି । ଏହି ସ୍ଵୟମ୍ ମଞ୍ଚ (Platform) ନବମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପାଠ୍ୟକ୍ରମ ପ୍ରସ୍ତୁତ କରିଛି ।

ଏହି ବ୍ୟାପକ ମୁକ୍ତ ଆଭାସୀ ପାଠ୍ୟକ୍ରମ (MOOC-Massive Open Online Course) ମାଧ୍ୟମରେ ଶିକ୍ଷାର୍ଥୀମାନେ ରୋବୋଟିକ୍ସ (Robotics), ଜଳୀୟ କୃଷି (Aquaculture), ବୟନ ଛାପ (Textile Printing) ଆଦି ବିଷୟଗୁଡ଼ିକୁ ଅଧ୍ୟୟନ କରିପାରୁଛନ୍ତି ।

Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ

ସରକାରଙ୍କ ଜାତୀୟ ବୃଦ୍ଧି ସେବା (National Career Service) ପରି ଆଭାସୀ କ୍ଷେତ୍ରଗଜୁଡ଼ିକ ବିଭିନ୍ନ କ୍ଷେତ୍ରରେ ଚାକିରି ସୁଯୋଗ ଖୋଜିବାରେ ଲୋକଙ୍କୁ ସାହାଯ୍ୟ କରୁଛି । ପାଇପ୍ ମିସ୍ତ୍ରୀ କାମ (Plumbing)ଠାରୁ ଆରମ୍ଭ କରି ହିସାବ ପତ୍ର କରିବା କାମ (Accounting) ଏହାର ଅନ୍ତର୍ଭୁକ୍ତ ।

ଏହିପରି ଭାବରେ ପ୍ରଯୁକ୍ତିବିଦ୍ୟା ଭୌଗୋଳିକ ପ୍ରତିବନ୍ଧକକୁ ଦୂର କରି ଲୋକମାନଙ୍କର ଜ୍ଞାନ ଓ ଦକ୍ଷତାର ବିକାଶ ତଥା ଭାରତ ତଥା ବିଦେଶରେ ନିଯୁକ୍ତି ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଆଭାସୀ ପୋର୍ଟାଲ (Online Portal) ସେବାଗୁଡ଼ିକର ଉପଲବ୍ଧତା ନିମ୍ନଲିଖୁତ ଆଭାସୀ ସଂଯୋଗରେ (Online link)ରେ ମିଳିପାରିବ । http://swayam.gov.in/, http://www.ncs.gov.in/

ଉତ୍ପାଦନର କାରକଗୁଡ଼ିକ କିପରି ପରସ୍ପର ସହ ସଂଯୁକ୍ତ ? :
ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ଭୂମି, ଶ୍ରମ, ପୁଞ୍ଜି, ଉଦ୍ୟୋଗ ଏବଂ ପ୍ରଯୁକ୍ତିବିଦ୍ୟା କାରକଗୁଡ଼ିକର ମିଳିତ ଆବଶ୍ୟକତା ରହିଛି । ଉତ୍ପାଦର ପ୍ରକାର ଉପରେ ବ୍ୟବହୃତ ପ୍ରତ୍ୟେକ କାରକର ଅନୁପାତ ନିର୍ଭର କରେ ।

କୃଷି, ନିର୍ମାଣ ଏବଂ ହସ୍ତଶିଳ୍ପ କ୍ଷେତ୍ରରୁ ଉତ୍ପାଦନ, ଶ୍ରମ ଉପରେ ଅଧିକ ନିର୍ଭରଶୀଳ । ତେଣୁ ସେଗୁଡ଼ିକୁ ଶ୍ରମ- ପ୍ରଧାନ (Labour Intensive) ଉତ୍ପାଦନ କ୍ଷେତ୍ର କୁହାଯାଏ ।

ତେବେ ଅର୍ଦ୍ଧ ପରିବାହୀ ଚିପ୍ସ (Semi’Conductor Chips) ବା ଉପଗ୍ରହ ଆଦିର ଉତ୍ପାଦନ ପାଇଁ ଅଧିକ ପୁଞ୍ଜି ଓ ସ୍ଵତନ୍ତ୍ର ଯନ୍ତ୍ରପାତି ଆବଶ୍ୟକ ହେଉଥିବାରୁ, ଏହାକୁ ପୁଞ୍ଜି ପ୍ରଧାନ (capital intensive) କ୍ଷେତ୍ର ବୋଲି କୁହାଯାଏ

ତ୍ରିମାତ୍ରିକ (3-D) ଛାପା ପଦ୍ଧତି, ହସ୍ତତନ୍ତ କ୍ଷେତ୍ରରେ ବହୁଳ ଉତ୍ପାଦନ ସହ ବୟନ ଶିଳ୍ପ ଜଗତରେ ରଙ୍ଗଦେବା କଳାକୁ ପୁନର୍ଗଠନ କରିବାରେ ସାହାଯ୍ୟ କରୁଅଛି ।

ସ୍ଥାନୀୟ ଉତ୍ସ ପରିବର୍ତ୍ତେ ଦୂର ସ୍ଥାନରେ ଉତ୍ସ ଉପରେ ନିର୍ଭର କରିବାଯୋଗୁଁ ଯୋଗାଣ – ଶୃଙ୍ଖଳରେ ବାଧା ସୃଷ୍ଟି ହୁଏ ଓ ଉତ୍ପାଦନ ପ୍ରକ୍ରିୟା ବନ୍ଦ ହୋଇଯାଏ । ଏଭଳି ପରିସ୍ଥିତି କୋଭିଚ୍‌-୧୯ (Covid-19) ମହାମାରୀ ସମୟରେ ଦେଖାଦେଇଥିଲା ।

ପ୍ରକଳ୍ପ ପରିଚାଳକ (Project Manager) ମାନଙ୍କ ସହିତ ସଫ୍ଟୱେର୍‌, ବୈଦ୍ୟୁତିକ ଏବଂ ଯାନ୍ତ୍ରିକ ଇଞ୍ଜିନିୟରମାନେ ମିଳିତ ହୋଇ ଉତ୍ପାଦନ ପାଇଁ, ସେମାନଙ୍କର ହକ୍ଷତାକୁ ବ୍ୟବହାର କରିଥାନ୍ତି ।

ସମ୍ବଳଗୁଡ଼ିକୁ କିପରି ବ୍ୟବହାର କରାଯିବ ସେ ସମ୍ବନ୍ଧରେ ଉଦ୍ୟୋଗପତିମାନେ ମାର୍ଗଦର୍ଶନ କରାଇଥାନ୍ତି ।

୨୦୨୫ ମସିହାରେ ଚୀନ ପରେ ବୃହତ୍ତମ ମୋବାଇଲ ଫୋନ ନିର୍ମାତା
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-11

ଉତ୍ପାଦନର କାରକ ପ୍ରତି ଦାୟିତ୍ଵ :
ଦ୍ରବ୍ୟ ଉତ୍ପାଦନ କଲାବେଳେ ଆମେ ଭୂମି, ଜଳ ଏବଂ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ବଳଗୁଡ଼ିକୁ ବ୍ୟବହାର କରୁ । ଏହି ସମ୍ବଳଗୁଡ଼ିକ ସୀମିତ ଏବଂ ଆମେ ସତର୍କ ନ ରହିଲେ ଏଗୁଡ଼ିକ କ୍ଷତିଗ୍ରସ୍ତ ହୋଇପାରେ ।

ଉଦାହରଣ ସ୍ଵରୂପ, ତାମିଲନାଡୁରେ ଅନେକ ଲୋକ ଚମଡ଼ା କାରଖାନାରେ କାମ କରି ଅର୍ଥ ଉପାର୍ଜନ କରନ୍ତି । କିନ୍ତୁ କାରଖାନାରୁ ବାହାରୁଥିବା ଆବର୍ଜନା ନଦୀ ଓ ମୃତ୍ତିକାକୁ ପ୍ରଦୂଷିତ କରିଥାଏ ।

ଯଦି ପୁରୁଣା ସ୍ମାର୍ଟଫୋନ୍ (Smart Phone) ଗୁଡ଼ିକୁ ସଠିକ୍ ଭାବରେ ପୁନଃଚକ୍ରଣ କରାନଯାଏ, ସେଥୁରେ ଥ‌ିବା ସୀସା ଓ ପାରଦ ଭଳି କ୍ଷତିକାରକ ପଦାର୍ଥ ଭୂମି ଓ ଜଳରେ ମିଶିଯାଏ । ଏହା ମନୁଷ୍ୟ, ପଶୁପକ୍ଷୀ ଓ ଉଭିଦ ଜଗତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ ।

ଏଥ‌ିପାଇଁ ଉତ୍ପାଦନକାରୀମାନଙ୍କ ପାଇଁ ପ୍ରାକୃତିକ ସମ୍ବଳର ଦାୟିତ୍ଵପୂର୍ଣ୍ଣ ବ୍ୟବହାର ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ଏହାଦ୍ଵାରା ଆମେ ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣକୁ ସୁଗମ କରିବା ସହିତ ଆଜିର ଆବଶ୍ୟକତାକୁ ମଧ୍ୟ ପୂର ଣ କରିପାରିବା ।
Class 8 Social Science Chapter 7 Notes Odia Medium ଉତ୍ପାଦନର କାରକ-12
ତେଣୁ ଉତ୍ପାଦନକାରୀମାନେ ଭବିଷ୍ୟତ ବ୍ୟବହାରପାଇଁ ପ୍ରାକୃତିକ ସମ୍ବଳଗୁଡ଼ିକର ପୁନଃଚକ୍ରଣ ନିମନ୍ତେ ଧାରଣୀୟ ଅଭ୍ୟାସ (Sustainable practic) ନିଶ୍ଚିତ କରିବା ଗୁରୁତ୍ଵପୂର୍ଣ ।

କମ୍ପାନୀମାନଙ୍କରେ କାମ କରୁଥିବା ଲୋକମାନଙ୍କୁ ଯଥୋଚିତ ଦରମାଦେବା ସହିତ ସେମାନେ କାମ କରୁଥିବା ପରିବେଶକୁ ସୁରକ୍ଷିତ ରଖୁବା ଉଚିତ ।

ଭୂମି ଏବଂ ପ୍ରାକୃତିକ ସମ୍ବଳକୁ ଛାଡ଼ି, ବ୍ୟବସାୟ ସଂସ୍ଥାଗୁଡ଼ିକର ସେମାନଙ୍କ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ମଧ୍ୟ ଦାୟିତ୍ଵ ଅଛି । ଏ ବିଷୟରେ ନିମ୍ନରେ ସଂକ୍ଷେପରେ ଆଲୋଚନା କରାଯାଇଛି ।

ନ୍ୟାୟୋଚିତ କ୍ଷତିପୂରଣ ଏବଂ କାର୍ଯ୍ୟ ପରିବେଶ : ନିଯୁକ୍ତିଦାତାମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଶ୍ରମିକମାନଙ୍କୁ ସେମାନଙ୍କ ଶ୍ରମ ପାଇଁ ଯଥୋଚିତ ଦରମା ଦିଆଯାଇଛି ଓ ସେମାନେ ସୁରକ୍ଷିତ ପରିବେଶରେ କାମ କରୁଛନ୍ତି ।

ଦକ୍ଷତା ବିକାଶ ଓ ତାଲିମ : ପ୍ରତିଯୋଗିତାପୂର୍ଣ୍ଣ ଶ୍ରମ ବଜାରରେ ତିଷ୍ଠି ରହିବା ପାଇଁ ଶ୍ରମିକମାନଙ୍କୁ ଦକ୍ଷତା ବିକାଶ ସହିତ ଉଚିତ ତାଲିମ ସୁନିଶ୍ଚିତ କରିବା ଉଦ୍ୟୋଗ ସଂସ୍ଥାଗୁଡ଼ିକର ଦାୟିତ୍ଵ ।

କର୍ମକ୍ଷେତ୍ର ଅଧୁକାର ଏବଂ ସୁରକ୍ଷା : ନ୍ୟାୟପୂର୍ଣ୍ଣ ତଥା ଭେଦଭାବଶୂନ୍ୟ ବ୍ୟବହାର, ସ୍ଵାସ୍ଥ୍ୟ ସେବା ପ୍ରଦାନ, ସବେତନ ଛୁଟି ପ୍ରଦାନ ସହ ଶ୍ରମିକଙ୍କ ଅଧିକାର ପାଇଁ ଆଇନ ଏବଂ ନିୟମ ପାଳନ କରାଯିବା ଉଚିତ ।

ସଙ୍ଗଠିତ ସାମାଜିକ ଦାୟିତ୍ୱବୋଧ (Corporate Social Responsibility) ମାଧ୍ୟମରେ ସମାନ ଓ ଜୈବ ବିବିଧତାର କଲ୍ୟାଣ ନିମନ୍ତେ ବିଭିନ୍ନ ସାମାଜିକ ତଥା ପରିବେଶଗତ କାର୍ଯ୍ୟକ୍ରମ ପ୍ରତି ସମ୍ବେଦନଶୀଳ ହେବାପାଇଁ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ପ୍ରେରଣା ଦିଆଯାଉଛି ।

ଏଥ‌ିରେ ପ୍ରଦୂଷଣକାରୀ କାର୍ଯ୍ୟକଳାପ ହ୍ରାସ, ସ୍ଥାନୀୟ ବାସିନ୍ଦାଙ୍କ କଲ୍ୟାଣକୁ ଗୁରୁତ୍ଵ, କର୍ମଚାରୀଙ୍କ ପ୍ରତି ଉତ୍ତମ ବ୍ୟବହାର ଆଦି ଅନ୍ତର୍ଭୁକ୍ତ କରାଯାଇଛି ।

ଭାରତ ବିଶ୍ବର ପ୍ରଥମ ରାଷ୍ଟ୍ରଭାବେ ୨୦୧୪ ମସିହାରେ ସଙ୍ଗଠିତ ସାମାଜିକ ବାର୍ଷିକ (CSR-Corporate Social Reportsibility) ଆଇନ ପ୍ରଣୟନ କରିଥିଲା । ଏଥିରେ ଜମ୍ପାନୀଗୁଡ଼ିକ ତିନିବର୍ଷ ଧରି ସେମାନଙ୍କର ହରାହାରି ଲାଭର ଶତକଡ଼ା ୨ ଭାଗ ଅର୍ଥ ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ଖଚ୍ଚ କରିବାକୁ ବାଧ୍ୟ ବୋଲି ଉଲ୍ଲେଖ କରାଯାଇଛି ।

ଆମେ ଯାହା ଜାଣିଲୁ

  1. ଭୂମି, ଶ୍ରମ, ପୁଞ୍ଜି ଓ ଉଦ୍ୟୋଗ ହେଉଛି ଉତ୍ପାଦନର କାରକ । ଏଗୁଡ଼ିକ ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ଭିନ୍ନ ଭିନ୍ନ ଅନୁପାତରେ ବ୍ୟବହୃତ ହୁଏ । ଏହି କାରକଗୁଡ଼ିକ ପରସ୍ପରର ପରିପୂରକ ଓ ସମ୍ପର୍କିତ ।
  2. ବ୍ୟକ୍ତିବିଶେଷଙ୍କ ଜ୍ଞାନ, ଦକ୍ଷତା, ଅଭିଜ୍ଞତାକୁ ମାନବ ପୁଞ୍ଜି କୁହାଯାଏ । ମାନବ ପୁଞ୍ଜିଦ୍ଵାରା ବିଭିନ୍ନ କାର୍ଯ୍ୟ ସମ୍ପାଦନ ଏବଂ ଆର୍ଥିକ ମୂଲ୍ୟ ସୃଷ୍ଟି ହୋଇଥାଏ । ଏହା ଶିକ୍ଷା, ତାଲିମ, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଓ ସାମାଜିକ ପରିସ୍ଥିତିଦ୍ଵାରା ପ୍ରଭାବିତ ହୋଇଥାଏ, ଯଦ୍ଵାରା କର୍ମକ୍ଷେତ୍ରରେ ଉତ୍ପାଦନଶୀଳତା ବୃଦ୍ଧି ପାଏ ।
  3. ସମ୍ବଳଗୁଡ଼ିକ ଦ୍ରବ୍ୟ ଓ ସେବା ଉତ୍ପାଦନରେ ସାହାଯ୍ୟ କରେ ଏବଂ ସମାଜର ସେବାରେ ଲାଗେ । ତେଣୁ ଏହାର ଯଥୋଚିତ ବ୍ୟବହାରର ଆବଶ୍ୟକତା ରହିଛି ।