Students can use Class 4 Math Solution Odia Medium and Class 4 Maths Chapter 9 Question Answer Odia Medium ହାତୀ, ହରିଣ, ମାଙ୍କଡ ମେଳି to check their answers after solving exercises.
4th Class Maths Chapter 9 Question Answer Odia Medium
Class 4 Maths Chapter 9 Odia Medium
ସଂଖ୍ୟା ଖେଳ
Page No. (୧୨୮)
ଖରା ଛୁଟି ହୋଇଥାଏ । ପ୍ରବଳ ଖରାରେ ହାତୀ, ହରିଣ ଓ ମାଙ୍କଡ଼ ପରସ୍ପର କଥାବାର୍ତ୍ତା ହେଲେ । ହାତୀକୁ ବିଚାରକ ଆସନରେ ବସାଇ ହରିଣ ଓ ମାଙ୍କଡ଼ ମଧ୍ୟରେ ଏକ ସଂଖ୍ୟା ପ୍ରତିଯୋଗିତା ଚାଲିଲା, ଶେଷରେ ମାଙ୍କଡ଼ ଭାଇ ଖେଳଟି ଜିତିଗଲେ ।
ପିଲାମାନେ ତୁମେମାନେ ଖରା ଛୁଟିରେ ସାଙ୍ଗମାନଙ୍କ ସହ ବିଭିନ୍ନ ଖେଳ ଖେଳୁଛ । ଆଜି ଆମେ ହରିଣ, ମାଙ୍କଡ଼ ମଧ୍ୟରେ ହୋଇଥିବା ସଂଖ୍ୟା ଖେଳଟିକୁ ଖେଳିବା । ପ୍ରଥମେ ଚିକି ଓ ଚିଷ୍ଣୁ ମଧ୍ୟରେ ଖେଳଟି ହେବ ।

ଖେଳର ସୂଚନା :
୧। ପ୍ରଥମେ ଚିକି ଖେଳ ଆରମ୍ଭ କରିବ, ସେ କଳାପଟାରେ ୧ ଓ ୨ ସଂଖ୍ୟା ମଧ୍ୟରୁ ଯେ କୌଣସି ଗୋଟିଏ ସଂଖ୍ୟା ଲେଖୁବ ।
୨। ଦ୍ଵିତୀୟ ଖେଳାଳି ଚିଷ୍ଣୁ କଳାପଟାରେ ୧ ଓ ୨ ସଂଖ୍ୟା ମଧ୍ୟରୁ ଯେ କୌଣସି ଗୋଟିଏ ସଂଖ୍ୟା ଲେଖୁ ପ୍ରଥମ ଖେଳାଳି ଚିକି ଲେଖୁଥିବା ସଂଖ୍ୟା ସହ ମିଶାଇ, ଯୋଗଫଳ ଲେଖୁବ ।
୩। ଏହି ଭଳି ଜଣକ ପରେ ଜଣେ ୧ ବା ୨ ମଧ୍ୟରୁ ଗୋଟିଏ ସଂଖ୍ୟା ଲେଖୁବେ ଏବଂ ପୂର୍ବ ମୋଟ ସହ ତଳକୁ ତଳ ମିଶାଇ ଖେଳ ଆଗକୁ ନେବେ ।
୪। ଯେଉଁ ଖେଳାଳି ପ୍ରଥମେ ୧୦ରେ ପହଞ୍ଚିବ, ସେ ଜିତିବ ।
୫। ଏହିଭଳି ଏକାଧ୍ଵକ ଥର ଖେଳ ଖେଳାଯିବ ।
Question 1.
ଏହି ଖେଳରେ ପ୍ରତ୍ୟେକ ପାଳିରେ କିଏ ଜିତୁଛି ।
Solution:
ଏହି ଖେଳରେ ପ୍ରଥମ ଓ ୩ୟ ପାଳିରେ ୧ମ ଖେଳାଳୀ ଏବଂ ୨ୟ ପାଳିରେ ୨ୟ ଖେଳାଳୀ ଜିତୁଛି ।
ଶିକ୍ଷକଙ୍କ ପାଇଁ ସୂଚନା : ବିଭିନ୍ନ ସ୍ଥିରୀକୃତ ସଂଖ୍ୟା ନେଇ ଏହି ଖେଳ ଖେଳିବାକୁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରନ୍ତୁ । ଶିକ୍ଷାର୍ଥୀମାନେ ବିଶ୍ଳେଷଣ କରିବା ପାଇଁ ସଂଖ୍ୟା ଏବଂ ଫଳାଫଳକୁ ଲେଖିବାରେ ମଧ୍ୟ ସାହାଯ୍ୟ କରିପାରିବେ ।
Question 2.
ତୁମେ ଖେଳ ଜିତି ପାରିବ କି ?
(କ) ଅନ୍ୟ ଖେଳାଳି ମୋଟ ୬ରେ ପହଞ୍ଚୁଛନ୍ତି ଏବଂ ଏବେ ତୁମ ପାଳି ।
Solution:
୧ (କାରଣ ୬ + ୧ = ୭ ହେବ, ଯାହା ଜିତିବା ପାଇଁ ଦରକାର । ୭ ପରେ ବିପକ୍ଷ ଖେଳାଳି ଯାହା ବି କହିଲେ ତୁମେ ୧୦ କରି ଜିତିପାରିବ ।)
(ଖ) ତୁମେ ଖେଳିଲା ପରେ ଯୋଗଫଳ ୭ ହେଲା, ତା’ପରେ ପ୍ରଥମ ଖେଳାଳିର ପାଳି ପଡ଼ିଲା ?
Solution:
ହଁ (କାରଣ ତୁମେ ଖେଳିବା ପରେ ପାଳି ବଦଳିଥାଏ ।)
(ଗ) ଅନ୍ୟ ଖେଳାଳି ଖେଳିଲା ପରେ ଯୋଗଫଳ ୮ ହେଲା, ତାପରେ ତୁମର ଦ୍ଵିତୀୟ ପାଳି ପଡ଼ିଲା ?
Solution:
ହଁ (ଏବେ ତୁମେ ୨ ଯୋଗ କରି ୧୦ କରି ଜିତିପାରିବ ।)
ପ୍ରତ୍ୟେକ ଥର ୧ କିମ୍ବା ୨ ଯୋଗକରି ଅନ୍ୟ ସ୍ଥିରୀକୃତ ସଂଖ୍ୟା ଚୟନ କରି ଖେଳାଯାଇପାରେ (ଯେପରିକି ଅନ୍ତିମ ଯୋଗଫଳ ୧୦ ବଦଳରେ ୧୧ କିମ୍ବା ୧୨ ନିଆଯାଇପାରେ) ପ୍ରତ୍ୟେକ କ୍ଷେତ୍ରରେ ତୁମେ କେଉଁ ସଂଖ୍ୟା ପାଇଲେ ତୁମର ଜିତିବା ସୁନିଶ୍ଚିତ ହେବ ।
![]()
ମିଶାଣ ଚାର୍ଟ
Page No. (୧୨୯ to ୧୩୦)
ନିମ୍ନରେ ଦିଆଯାଇଥିବା ସାରଣୀକୁ ଦେଖ୍ ଏହା କିପରି ତିଆରି ହୋଇଛି ସେ ବିଷୟରେ ଆଲୋଚନା କର ।

Question 1.
ସଂଖ୍ୟାଚାର୍ଟରେ ସଂଖ୍ୟା ‘୯’ ଥିବା କୋଠରିକୁ (ନୀଳ ରଙ୍ଗର) ଦେଖ । ଏଥିରେ ‘୯’କୁ ତୁମେ କେତେ ଥର ଦେଖିଲ ? ସେହିପରି ଅନ୍ୟ ସଂଖ୍ୟାଗୁଡ଼ିକୁ ଲକ୍ଷ୍ୟ କର ।
Solution:
୮ ଥର (୧+୮, ୨+୭, ୩+୬, ୪+୫, ୫+୪, ୬+୩, ୭+୨, ୮+୧) ।
Question 2.
ସଂଖ୍ୟା ଚାର୍ଟରେ ଏପରି କୌଣସି ଧାଡ଼ି ବା ସ୍ତମ୍ଭ ଅଛି କି ଯେଉଁଥିରେ କେବଳ ଯୁଗ୍ମ ବା କେବଳ ଅଯୁଗ୍ମ ସଂଖ୍ୟା ଅଛି ? ତୁମେ ଯାହା ଲକ୍ଷ୍ୟ କରୁଛ, ତାହାକୁ ବର୍ଣନା କର ।
Solution:
ହଁ, କୋଣକୁ କୋଣ ଧାଡ଼ିରେ କେବଳ ଯୁଗ୍ମ ସଂଖ୍ୟା ଅଛି (ଯେପରିକି ୨, ୪, ୬, ୮, ୧୦…) ।
Question 3.
ସଂଖ୍ୟା ଚାର୍ଟରେ ଲାଲ ରଙ୍ଗରେ ଚିହ୍ନିତ ହୋଇଥିବା ସାରଣୀକୁ ଲକ୍ଷ୍ୟକର ।
(କ) ପ୍ରତ୍ୟେକ ଧାଡ଼ିରେ ଦୁଇଟି ସଂଖ୍ୟାର ସମଷ୍ଟିକୁ ଖୋଜ ।
Solution:
୨୧ ଓ ୨୩
(ଖ) ପ୍ରତ୍ୟେକ ସ୍ତମ୍ଭରେ ଦୁଇଟି ସଂଖ୍ୟାର ସମଷ୍ଟି ଖୋଜ । ତୁମେ କ’ଣ ଲକ୍ଷ୍ୟ କରୁଛ ?
Solution:
୨୧ ଓ ୨୩ ଏଠାରେ ଆମେ ଉଭୟ ସମଷ୍ଟିରେ ସମାନ ସଂଖ୍ୟା ଓ ୨ ଅଧିକ ଥିବା ଲକ୍ଷ୍ୟ କରୁଛୁ ।
(ଗ) ଏବେ ସାରଣୀରେ କୋଣକୁ କୋଣ ଥିବା ଦୁଇଯୋଡ଼ା ସଂଖ୍ୟାର ସମଷ୍ଟି ବାହାର କର । ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ କର । ତୁମେ କ’ଣ ଲକ୍ଷ୍ୟ କରୁଛ ?
Solution:
କୋଣକୁ କୋଣ ଥିବା ଦୁଇଯୋଡ଼ା ସଂଖ୍ୟାର ସମଷ୍ଟି ସମାନ । କାରଣ ୦ + ୨ = ୧ + ୧ = ୨, ୧ + ୩ = ୨ + ୨ = ୪, ୨ + ୪ = ୩ + ୩ = ୬, ୩ + ୫ = ୪ + ୪ = ୮, ୪ + ୬ = ୫ + ୫ = ୧୦
ସଂଖ୍ୟାକୁ ଓଲଟାଅ ଓ ମିଶାଅ।
Page No. (୧୩୦)
(କ) ଗୋଟିଏ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ନେବା, ମନେକର ୨୭, ଏହାକୁ ଓଲଟାଇ ଲେଖିଲେ ୭୨ । ଉଭୟ ସଂଖ୍ୟାକୁ ଯୋଗ କଲେ ୯୯ । ଏହିପରି ଭିନ୍ନ ଭିନ୍ନ ଦୁଇ ଅଙ୍କବିଶିଷ୍ଟ ସଂଖ୍ୟା ନେଇ କାର୍ଯ୍ୟଟିର ପୁନରାବୃତ୍ତି କର ।
Solution:
୧୨ = ୧ + ୨, ୨ + ୧ = ୩
୨୧ = ୨ + ୧, ୧ + ୨ = ୩
ଏଠାରେ ଉଭୟ ସଂଖ୍ୟାକୁ ଯୋଗ କଲେ ୩୩ ହେବ।
(ଖ) ଆମେ ଗୋଟିଏ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ନେଇ ସେହି ସଂଖ୍ୟାରେ ତା’ର ଓଲଟା ସଂଖ୍ୟାକୁ ମିଶାଇଲେ, କେଉଁ ସଂଖ୍ୟା ପାଇବା ?
Solution:
ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ନେଇ ସେହି ସଂଖ୍ୟାରେ ତା’ର ଓଲଟା ସଂଖ୍ୟାକୁ ମିଶାଇଲେ ସଂଖ୍ୟା ଦ୍ବୟର ସମଷ୍ଟି ସମାନ ପାଇବା ।
(ଗ) ଯେଉଁ ସଂଖ୍ୟାଗୁଡ଼ିକକୁ ଓଲଟାଇ ପରସ୍ପର ସହ ମିଶାଇଲେ (i) ୫୫, (ii) ୮୮ ହେବ, ସେହି ସଂଖ୍ୟାଗୁଡ଼ିକ ତାଲିକା କର ।
Solution:
(i) ୫୫ (୧୪ + ୪୧, ୨୩ + ୩୨)
(ii) ୮୮ (୧୭ + ୭୧, ୨୬ + ୬୨, ୩୫ + ୫୩, ୪୪ + ୪୪)
(ଘ) ଆମେ ତିନି ଅଙ୍କ ବିଶିଷ୍ଟ ମିଶାଣଫଳ ପାଇପାରିବା କି ? ଆମେ କେଉଁ କ୍ଷୁଦ୍ରତ୍ତମ ତିନି ଅଙ୍କ ବିଶିଷ୍ଟ ମିଶାଣଫଳ ପାଇବା ?
Solution:
ହଁ, ଆମେ କ୍ରମିକ କ୍ଷୁଦ୍ରତମ ତିନିଅଙ୍କ ବିଶିଷ୍ଟ ମିଶାଣଫଳ ପାଇବା । ଯେପରି ୧୨୩ କୁ ଓଲଟାଇଲେ ୩୨୧ ଓ ସମଷ୍ଟି = ୪୪୪ ହେବ ।
![]()
ଉପଯୁକ୍ତ ସଂଖ୍ୟା ଲେଖୁ ଶୂନ୍ୟସ୍ଥାନ ପୂରଣ କର ।
Question 1.

Solution:


କେତୋଟି ଜୀବଳବ
Page No. (୧୩୧ to ୧୩୩)
ଆମ ଓଡ଼ିଶା ଜୈବ ବିବିଧତାରେ ପରିପୂର୍ଣ୍ଣ । ଏହା ହାତୀ, ହରିଣ, ମାଙ୍କଡ଼ ପରି ଅନେକ ବନ୍ୟଜନ୍ତୁର ବାସସ୍ଥାନ ।
ଆମ ରାଜ୍ୟରେ ବର୍ତ୍ତମାନ ହାତୀ ସଂଖ୍ୟା ଭାରତର ମୋଟ ହାତୀ ସଂଖ୍ୟାର \(\frac{୩}{୨୦}\) ଅଂଶ ।
ସେହିପରି ଆମ ରାଜ୍ୟର ହରିଣ ସଂଖ୍ୟା, ଦେଶର ମୋଟ ହରିଣ ସଂଖ୍ୟାର \(\frac{୧}{୫୦}\) ଅଂଶ ।

Question 1.
ଓଡ଼ିଶାର ହାତୀ ସଂଖ୍ୟା ୩୦୫୪ ଏବଂ କର୍ଣ୍ଣାଟକର ହାତୀ ସଂଖ୍ୟା ୬୦୪୯ । ଉପରୋକ୍ତ ଦୁଇଟି ରାଜ୍ୟର ମୋଟ ହାତୀ ସଂଖ୍ୟା କେତେ ?

Solution:

Question 2.
ଆମ ରାଜ୍ୟର ତିନୋଟି ଜିଲ୍ଲାରେ ଥିବା ମାଙ୍କଡ଼ ସଂଖ୍ୟା ଦିଆଯାଇଛି । କୋରାପୁଟରେ ୧୧୩୧, ବାଲେଶ୍ଵରରେ ୧୩୫୫ ଓ ପୁରୀରେ ୧୮୧୭ଟି ମାଙ୍କଡ଼ ଅଛନ୍ତି । ତିନୋଟି ଜିଲ୍ଲାର ମାଙ୍କଡ଼ମାନଙ୍କ ସଂଖ୍ୟା ମିଶି କେତେ ?

Solution:

ତିନୋଟି ଜିଲ୍ଲାରେ ମୋଟ ୪୩୦୩ଟି ମାଙ୍କଡ଼ ଅଛନ୍ତି ।
Question 3.
କଟକ ଜିଲ୍ଲାରେ ୪୪୪ ହାତୀ ଅଛନ୍ତି । ଅନୁଗୁଳ ଜିଲ୍ଲାରେ କଟକ ଜିଲ୍ଲାଠାରୁ ୩୪୧ ଅଧିକ ହାତୀ ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ କଟକ ଜିଲ୍ଲାଠାରୁ ୧୧୬ ଅଧିକ ହାତୀ ଅଛନ୍ତି ।
| ମନେରଖ ୧୦ ଏକ = ୧ ଦଶ ୧୦ ଦଶ = ୧ ଶହ ୧୦ ଶହ = ୧ ହଜାର |

Solution:


ଶିକ୍ଷକଙ୍କ ପାଇଁ ସୂଚନା : ସଂଖ୍ୟା କାର୍ଡ଼ ବ୍ୟବହାର କରି ଅନେକଗୁଡ଼ିଏ ଉଦାହରଣ ନେଇ ଶିକ୍ଷାର୍ଥୀମାନଙ୍କୁ ସହାୟତା କରନ୍ତୁ, ଯେ ପର୍ଯ୍ୟନ୍ତ ସେମାନେ ବିନା ସାମଗ୍ରୀରେ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ସ୍ଵାଧୀନ ଭାବରେ କରିପାରିନାହାନ୍ତି । ପୂର୍ବ ଅଧ୍ୟାୟରେ ପ୍ରସ୍ତାବିତ କାର୍ଯ୍ୟ ପରି ବାକ୍ସ ଚିତ୍ର ମାଧ୍ୟମରେ ଉକ୍ତିଭିତ୍ତିକ ସମସ୍ୟାଗୁଡ଼ିକର ସମାଧାନ କରିବାରେ ଆପଣ ମଧ୍ୟ ସହାୟତା କରନ୍ତୁ ।
![]()
ବେଶୀ ନା କମ୍ ?
Page No. (୧୩୪ to ୧୪୨)
Question 1.
ଓଡ଼ିଶାର ଯାଜପୁର ଜିଲ୍ଲାର ମାଙ୍କଡ଼ ସଂଖ୍ୟା ୫୭୧୯ । ଏହା କଳାହାଣ୍ଡି ଜିଲ୍ଲାର ମାଙ୍କଡ ସଂଖ୍ୟାଠାରୁ ୩୯୬୫ ଅଧିକ । ତେବେ କଳାହାଣ୍ଡିର ମାଙ୍କଡ଼ ସଂଖ୍ୟା କେତେ ନିର୍ଣ୍ଣୟ କର ।

Solution:

କଳାହାଣ୍ଡିରେ ୧୭୫୪ଟି ମାଙ୍କଡ଼ ଅଛନ୍ତି ।
Question 2.
୨୦୨୨ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ୮୮୨୦ଟି ହରିଣ ଥିଲେ । ଏହା ୨୦୧୮ ମସିହା ବନ୍ୟପ୍ରାଣୀ ଗଣନାର ସଂଖ୍ୟାଠାରୁ ୭୪୯ଟି ଅଧିକ । ୨୦୧୮ ମସିହାରେ ଉକ୍ତ ଜିଲ୍ଲାରେ କେତେ ସଂଖ୍ୟକ ହରିଣ ଥିଲେ ?


୨୦୧୮ ମସିହା ବନ୍ୟପ୍ରାଣୀ ଗଣନାରେ __________________________ ସଂଖ୍ୟକ ହରିଣ ଥିଲେ ।
Solution:

୨୦୧୮ ମସିହା ବନ୍ୟପ୍ରାଣୀ ଗଣନାରେ ୮୦୭୧ ସଂଖ୍ୟକ ହରିଣ ଥିଲେ ।
ପୂର୍ବ ପୃଷ୍ଠାମାନଙ୍କରେ ବିଭିନ୍ନ ପ୍ରଶ୍ନରେ ଦିଆଯାଇଥିବା ପ୍ରାଣୀମାନଙ୍କ ସଂଖ୍ୟା ନିମ୍ନ ମାନଚିତ୍ରରେ ଦର୍ଶାଅ । ଜିଲ୍ଲା ଉପରେ ପ୍ରାଣୀମାନଙ୍କ ନାମ ଓ ସଂଖ୍ୟା ଲେଖ ।

Solution:

ଆସ ସମାଧାନ କରିବା
Question 1.
ନନ୍ଦନକାନନ ପ୍ରାଣୀ ଉଦ୍ୟାନର କାର୍ଯ୍ୟାଳୟର ସୂଚନା ଫଳକରେ ବିକ୍ରୀ ହୋଇଥିବା ଟିକେଟ୍ ସଂଖ୍ୟା ଲେଖାଯାଇଛି :

(କ) ନଭେମ୍ବର ମାସରେ ଆସିଥିବା ଦର୍ଶକଙ୍କ ସଂଖ୍ୟାଠାରୁ ଡିସେମ୍ବର ମାସରେ ଆସିଥିବା ଦର୍ଶକଙ୍କ ସଂଖ୍ୟା କେତେ ଅଧିକ ?
Solution:
୮୫୯୧ – ୬୪୧୫ = ୨୧୭୬
(ଖ) ନଭେମ୍ବର ମାସର ଦର୍ଶକ ସଂଖ୍ୟା, ଅକ୍ଟୋବର ମାସର ଦର୍ଶକଙ୍କ ସଂଖ୍ୟାଠାରୁ ୧୫୮୭ ଅଧିକ ଥିଲେ, ଅକ୍ଟୋବର ମାସରେ କେତେ ଦର୍ଶକ ନନ୍ଦନକାନକୁ ଆସିଥିଲେ ?
ସୂଚନା : ପ୍ରଶ୍ନର ଭାଷା ଅନୁଯାୟୀ ଯଦି ନଭେମ୍ବର (୬୪୧୫) ସଂଖ୍ୟାଟି ଅକ୍ଟୋବର ଠାରୁ ୧୫୮୭ ଅଧିକ ହୁଏ, ତେବେ ଯଦି ପ୍ରଶ୍ନଟି “ଅକ୍ଟୋବର ସଂଖ୍ୟା ନଭେମ୍ବର ଠାରୁ ୧୫୮୭ ଅଧିକ” ବୋଲି ଧରାଯାଏ ।
Solution:
୬୪୧୫ – ୧୫୮୭ = ୪୮୨୮
Question 2.
ଗୋଟିଏ ଜୁସ୍ ତିଆରି କାରଖାନାରେ ମହିଳାମାନେ ବିଭିନ୍ନ ପ୍ରକାରର ଜୁସ୍ ତିଆରି କରୁଛନ୍ତି ଯାହା ନିମ୍ନରେ ଦିଆଯାଇଛି ।

Solution:

(କ) ସପୁରୀ ଜୁସ୍ ବୋତଲ ସଂଖ୍ୟାଠାରୁ ୭୫୯ ବୋତଲ ଅଧ୍ଵ ପିଜୁଳି ଜୁସ୍ ବୋତଲ ଅଛି । ତେବେ ପିଜୁଳି ଜୁସ୍ ବୋତଲ ସଂଖ୍ୟା! ନିର୍ଣ୍ଣୟ କର ।
Solution:
୧୩୪୮ + ୭୫୯ = ୨୧୦୭
(ଖ) ପିଜୁଳି ଜୁସ୍ ବୋତଲ ସଂଖ୍ୟାଠାରୁ ୧୨୫୭ ବୋତଲ ଅଧିକ କମଳା ଜୁସ୍ ବୋତଲ ଅଛି ଓ କମଳା ବୋତଲ ସଂଖ୍ୟା ଲିଚୁ ଜୁସ୍ ବୋତଲ ଠାରୁ ୧୪୧୭ କମ୍ । ତେବେ ଗୋଟିଏ ମାସରେ କେତେ ବୋତଲ କମଳା ଜୁସ୍ ତିଆରି ହୋଇଛି ?
Solution:
୨୧୦୭ + ୧୨୫୭ = ୩୩୬୪
(ଗ) ପିଜୁଳି ଜୁସ୍ ଓ କମଳା ଜୁସ୍ ବୋତଲ ସଂଖ୍ୟା ମିଶି ଲିଚୁ ଜୁସ୍ ବୋତଲ ସଂଖ୍ୟାଠାରୁ ଅଧିକ ନା କମ୍ ସ୍ଥିର କର ? କେତେ ଅଧିକ ବା କମ୍ ନିର୍ଣ୍ଣୟ କର ?
Solution:
ପିଜୁଳି (୨୧୦୭) + କମଳା (୩୩୬୪) = ୫୪୭୧, ୫୪୭୧ – ୪୭୮୧ = ୬୯୦ ଉତ୍ତର: ୬୯୦ ବୋତଲ ଅଧିକ ।
Question 3.
ଗୋଟିଏ ଛୋଟ ସହରରେ, ୨୦୨୨ ମସିହାରେ ଗାଡ଼ିଗୁଡ଼ିକ ପଞ୍ଜିକୃତ ହୋଇଥିଲା । ନିମ୍ନଲିଖତ ଆଧାରରେ ଗାଡ଼ିଗୁଡ଼ିକର ସଂଖ୍ୟା ନିର୍ଣ୍ଣୟ କର ।
(କ) ଜିପ୍ ସଂଖ୍ୟାଠାରୁ ବସ୍ ସଂଖ୍ୟା ୨୫୩ ଅଧିକ । ଉକ୍ତ ସହରରେ କେତୋଟି ବସ୍ ଅଛି ?
Solution:
୬୩୦୪ + ୨୫୩ = ୬୫୫୭
(ଖ) ବସ୍ ସଂଖ୍ୟାଠାରୁ ଟ୍ରାକ୍ଟର ସଂଖ୍ୟା ୫୨୪୭ କମ୍ ଅଟେ । ସହରରେ କେତେଟି ଟ୍ରାକ୍ଟର ଅଛି ?
Solution:
୬୫୫୭ – ୫୨୪୭ = ୧୩୧୦
(ଗ) ଟ୍ରାକ୍ଟର ସଂଖ୍ୟାଠାରୁ କାର ସଂଖ୍ୟା ୧୫୭୯ ଅଧିକ ଅଟେ । ସେଠାରେ କେତୋଟି କାର ଅଛି ?
Solution:
୧୩୧୦ + ୧୫୭୯ = ୨୮୮୯
(ଘ) ବିଭିନ୍ନ ଗାଡ଼ି ସଂଖ୍ୟାକୁ ସାନରୁ ବଡ଼ କ୍ରମରେ ସଜାଡ଼ି ଲେଖ ।
Solution:
୧୩୧୦ (ଟ୍ରାକ୍ଟର) < ୨୮୮୯ (କାର) < ୬୩୦୪ (ଜିପ୍) < ୬୫୫୭ (ବସ୍)

Question 4.
ସମାଧାନ କର :
(କ) ୧୪୫୯ + ୪୭୬
(ଖ) ୩୮୬୩ + ୪୧୮୮
(ଗ) ୫୦୧୭ + ୮୯୯
(ଘ) ୪୨୮୫ + ୨୧୩୨
(ଙ) ୩୧୫୮ + ୧୦୫୨
(ଚ) ୭୨୯୩ – ୨୮୧୯
(ଛ) ୩୧୦୫ – ୧୨୨୩
(କ) ୮୦୦୬ – ୫୫୬୭
(ଝ) ୫୦୦୦ – ୪୧୨୪
(ଅ) ୧୯୦୧୮ – ୪୮୭
Solution:
(କ) ୧୪୫୯ + ୪୭୬ = ୧୯୩୫
(ଖ) ୩୮୬୩ + ୪୧୮୮ = ୮୦୫୧
(ଗ) ୫୦୧୭ + ୮୯୯ = ୫୯୧୬
(ଘ) ୪୨୮୫ + ୨୧୩୨ = ୬୪୧୭
(ଙ) ୩୧୫୮ + ୧୦୫୨ = ୪୨୧୦
(ଚ) ୭୨୯୩ – ୨୮୧୯ = ୪୪୭୪
(ଛ) ୩୧୦୫ – ୧୨୨୩ = ୧୮୮୨
(କ) ୮୦୦୬ – ୫୫୬୭ = ୨୪୩୯
(ଝ) ୫୦୦୦ – ୪୧୨୪ = ୮୭୬
(ଅ) ୧୯୦୧୮ – ୪୮୭ = ୯୦୫୩୧
![]()
Question 5.
ନୂଆପଡ଼ାର ଏକ ବିଦ୍ୟାଳୟର ପିଲାମାନେ ସେମାନଙ୍କ ବିଦ୍ୟାଳୟରେ ଶିଶୁମେଳା ଆୟୋଜନ କରିବାକୁ ଯୋଜନା କଲେ । ଦିବ୍ୟ, ଦିପିକା ଓ ଦିଶା ମେଳା ପାଇଁ ବ୍ୟବସ୍ଥା କରିବା ନିମିତ୍ତ କିଛି ଟଙ୍କା ଜମା କରିବାକୁ ନିଷ୍ପତ୍ତି ନେଲେ । ଏହି ଟଙ୍କା ୫୦୦, ୧୦୦, ୫୦, ୧୦ ଟଙ୍କିଆ ନୋଟ୍ ଏବଂ ୫, ୨ ଓ ୧ ଟଙ୍କିଆ ମୁଦ୍ରା ଆକାରରେ ଉପଲବ୍ଧ ଥିଲା । ସେମାନେ ଏହି ଟଙ୍କା ସ୍କୁଲ ପଞ୍ଚାୟତ ବ୍ୟାଙ୍କରେ ରଖିବାକୁ ନିଷ୍ପତ୍ତି ନେଲେ ।

ନିମ୍ନରେ ଦିଆଯାଇଥିବା କମା ସୁପ୍ ପ୍ରକ୍ଷଣ କରିବାକୁ ପ୍ରତ୍ୟେକ ପିଲାଙ୍କୁ ସାହାଯ୍ୟ କରନ୍ତୁ ।
ବିଭିନ୍ନ କିସମର ନୋଟ ପରିମାଣକୁ ମିଶାଇଲେ ଏକ ନିର୍ଦ୍ଦିଷ୍ଟ ପରିମାଣ ମିଳିପାରେ । ନୋଟ୍ ଗୁଡ଼ିକର ଏକ ସାମ୍ଭାବ୍ୟ ମିଶ୍ରଣକୁ ତୁମେ ଅନୁମାନ କରିପାରିବ କି ? ତଳ ଜମାସ୍ଥିପ୍ରେ ଉପଯୁକ୍ତ ପରିମାଣ ପୂରଣ କର ।


Solution:
ହଁ



Question 6.
ସମାଧାନ କର

Solution:

Question 7.
ନିମ୍ନରେ ଦିଆଯାଇଥିବା ସଂଖ୍ୟାଗୁଡ଼ିକୁ ସ୍ତମ୍ଭରେ ସଜାଇ ତୁମ ଖାତାରେ ସମାଧାନ କର ।

Solution:

Question 8.
ନିମ୍ନଲିଖିତ ସମସ୍ୟାର ସମାଧାନ ପାଇଁ ସହଜ ଉପାୟ ନିର୍ଣ୍ଣୟ କର । ଦିଆଯାଇଥିବା ଖାଲି ସ୍ଥାନରେ ଉତ୍ତର ଲେଖ । ତୁମେ କାହିଁକି ଏପରି ଉତ୍ତର ସ୍ଥିର କରିଛ ତାହା ଶ୍ରେଣୀରେ ତୁମର ସହପାଠୀମାନଙ୍କ ସହ ଆଲୋଚନା କର ।

Solution:

Question 9.
ମନେମନେ ହିସାବ କରି ତୁଳନା କରିବା ପାଇଁ (< = >) ଚିହ୍ନଗୁଡ଼ିକ ବ୍ୟବହାର କର । ଏହାର କାରଣକୁ ଶ୍ରେଣୀରେ ଆଲୋଚନା କର ।

Solution:

Question 10.
ଦିଆଯାଇଥିବା ସୂଚନା ଅନୁଯାୟୀ ମାନ ନିର୍ଣ୍ଣୟ କର । ଶ୍ରେଣୀ କକ୍ଷରେ ତୁମ ଉତ୍ତର ସପକ୍ଷରେ ଯୁକ୍ତିର ଉପସ୍ଥାପନ କର ।

Solution:

ଶିକ୍ଷକଙ୍କ ପାଇଁ ସୂଚନା : ସୋପାନ ଭିତ୍ତିକ ପଦ୍ଧତି (ଆଲଗୋରିଦିମ୍) ଉପାୟ ବ୍ୟବହାର ନ କରି ଅନ୍ୟ ଉପାୟରେ ଯେକୌଣସି ସମସ୍ୟାର ସମାଧାନ କରିବାପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରନ୍ତୁ । ଉଭୟ ପାର୍ଶ୍ବରେ ସଂଖ୍ୟା ବୃଦ୍ଧି ଓ ହ୍ରାସ ଏବଂ ଫଳାଫଳ ଗୁଡ଼ିକୁ ଲକ୍ଷ୍ୟ କରନ୍ତୁ । ଦଶ ସଂଖ୍ୟାକାର୍ଡ଼ ଆଧାର ବ୍ଲକ୍ କିମ୍ବା, ଏହିପରି କିଛି ସାମଗ୍ରୀକୁ ଆପଣ ମଡେଲ୍ ଭାବେ ବ୍ୟବହାର କରିପାରିବେ । ଆପଣ ପିଲାମାନଙ୍କୁ ଏହିପରି ଅଧିକ ସମସ୍ୟା ଦେଇପାରନ୍ତି ।
Question 11.
ଯୋଗ କର :
(କ) ୨୭୮୩ + ୩୭୮
(ଖ) ୮୯୪୮ + ୯୭
(ଗ) ୭୦୦୬ + ୩୬୭
(ଘ) ୮୦୦୯ + ୪୮୫
(ଙ) ୬୦୬୨ + ୩୮୦୯
(ଚ) ୩୭୯୨ + ୨୬୮୮
(ଛ) ୪୯୯୯ + ୩୮୮୮
(କ) ୫୦୦୫ + ୪୮୯୫
(ଖ) ୫୭୬୮ + ୪୦୫୩
(ଅ) ୩୪୮୦ + ୪୭୯
Solution:
(କ) ୨୭୮୩ + ୩୭୮ = ୩୧୬୧
(ଖ) ୮୯୪୮ + ୯୭ = ୯୦୪୫
(ଗ) ୭୦୦୬ + ୩୬୭ = ୭୩୭୩
(ଘ) ୮୦୦୯ + ୪୮୫ = ୮୪୯୪
(ଙ) ୬୦୬୨ + ୩୮୦୯ = ୯୮୭୧
(ଚ) ୩୭୯୨ + ୨୬୮୮ = ୬୪୮୦
(ଛ) ୪୯୯୯ + ୩୮୮୮ = ୮୮୮୭
(କ) ୫୦୦୫ + ୪୮୯୫ = ୯୯୦୦
(ଖ) ୫୭୬୮ + ୪୦୫୩ = ୯୮୨୧
(ଅ) ୩୪୮୦ + ୪୭୯ = ୩୯୫୯
![]()
Question 12.
ବିୟୋଗ କର :
(କ) ୪୪୫୬ – ୨୭୬୮
(ଖ) ୫୩୦୦ – ୪୬୭
(ଗ) ୮୦୬୭ – ୪୫୪୬
(ଘ) ୫୩୦୨ – ୧୦୩୪
(ଙ) ୮୦୦୪ – ୩୧୦୭
(ଚ) ୩୪୦୦ – ୮୯୭
(ଛ) ୯୩୮୨ – ୪୮୫୭
(ଜ) ୭୫୬୧ – ୨୯୩୩
(ଖ) ୬୪୭୮ – ୫୯୮୬
(ଅ) ୩୪୪୪ – ୨୫୫୫
Solution:
(କ) ୪୪୫୬ – ୨୭୬୮ = ୧୬୮୮
(ଖ) ୫୩୦୦ – ୪୬୭ = ୪୮୩୩
(ଗ) ୮୦୬୭ – ୪୫୪୬ = ୩୫୨୧
(ଘ) ୫୩୦୨ – ୧୦୩୪ = ୪୨୬୮
(ଙ) ୮୦୦୪ – ୩୧୦୭ = ୪୮୯୭
(ଚ) ୩୪୦୦ – ୮୯୭ = ୨୫୦୩
(ଛ) ୯୩୮୨ – ୪୮୫୭ = ୪୫୨୫
(ଜ) ୭୫୬୧ – ୨୯୩୩ = ୪୬୨୮
(ଖ) ୬୪୭୮ – ୫୯୮୬ = ୫୯୨
(ଅ) ୩୪୪୪ – ୨୫୫୫ = ୮୮୯
Question 13.
୧ – ୯ ସଂଖ୍ୟାଗୁଡ଼ିକୁ ନେଇ ବର୍ଗ କୋଠରିଗୁଡ଼ିକୁ ପୂରଣ କର । ଯେ କୌଣସି ଦୁଇଟି ପାଖାପାଖି କୋଠରି ମଧ୍ୟରେ (ଏକ ରେଖା ଦ୍ଵାରା ସଂଯୁକ୍ତ) ସଂଖ୍ୟାର ବିୟୋଗଫଳ ଏକ ଅଯୁଗ୍ମ ସଂଖ୍ୟା ହେବ ।

Solution:

ତୁମେ ସେହିଭଳି ଉପାୟ ବ୍ୟବହାର କରି ଦୁଇଟି ପାଖାପାଖୁ ବର୍ଗ ମଧ୍ୟରେ ଥିବା ସଂଖ୍ୟାମାନଙ୍କର ଅନ୍ତର ଯୁଗ୍ମସଂଖ୍ୟା ପାଇପାରିବ କି ?
Solution:
ହଁ
ବର୍ଗଗୁଡ଼ିକ ପୂରଣ କରିବା ପାଇଁ ଅନ୍ୟ କୌଣସି ଉପାୟ ଅଛି କି ?
Solution:
ହଁ