Class 3 Maths Chapter 2 Question Answer Odia Medium ଖେଳନାର ମଜା

Students can use Class 3 Math Odia Medium Question Answer and Class 3 Maths Chapter 2 Odia Medium ଖେଳନାର ମଜା to check their answers after solving exercises.

3rd Class Maths Chapter 2 Question Answer Odia Medium

Class 3 Maths Chapter 2 Odia Medium

Page No. (୯ to ୧୫)

କିଛି ପିଲା ପୁରୁଣା ବାକ୍ସ, ଡବା ଓ କାଗଜରେ ପଶୁ ପକ୍ଷୀଙ୍କ ମୁହଁ ତିଆରି କରିଛନ୍ତି ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 1

ଆସ କାମଟି କରିବା

ପୁରୁଣା ବାକ୍ସକୁ ବ୍ୟବହାର କରି ସମଘନ ଓ ଆୟତଘନ, ପୁରୁଣା ବୋତଲରୁ ସିଲିଣ୍ଡର ପ୍ରସ୍ତୁତ କରି ଏହାର ପାର୍ଶ୍ଵରେ ବିଭିନ୍ନ ମୁହଁର ଚିତ୍ର ଅଙ୍କନ କର ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 2

Question 1.
ତୁମେ ସେଗୁଡ଼ିକର ପାର୍ଶ୍ଵରେ କ’ଣ ଆଙ୍କିଲ ?
Solution:
ମୁଁ ପୁରୁଣା ବାକ୍ସ ଓ ବୋତଲର ପାର୍ଶ୍ଵରେ ବିଭିନ୍ନ ପଶୁ (ଯଥା: କୁକୁର, ବିଲେଇ, ଘୁଷୁରି) ଏବଂ ପକ୍ଷୀମାନଙ୍କର ମୁହଁ ଆଙ୍କିଲି ।

Question 2..
ଜୟା ବିଭିନ୍ନ ଆକୃତିକୁ ନେଇ ଏକ ରକେଟ୍ ତିଆରି କରୁଛି । ସେ କେଉଁ ଆକୃତିଗୁଡ଼ିକୁ ବ୍ୟବହାର କରିଛି ?
Class 3 Maths Chapter 2 Question Answer Odia Medium ଖେଳନାର ମଜା 3
Solution:
ଜୟା ରକେଟ୍ ତିଆରି କରିବା ପାଇଁ ସିଲିଣ୍ଡର, କୋନ୍ ଏବଂ ଆୟତଘନ ଆକୃତିଗୁଡ଼ିକୁ ବ୍ୟବହାର କରିଛି ।

Question 3.
ପ୍ରତ୍ୟେକରୁ କେତୋଟି ଲେଖାଏଁ ନେଇଛି ?
ସମଘନ _______________
ଆୟତଘନ _______________
କୋନ୍‌ _______________
ସିଲିଣ୍ଡର _______________
Solution:
ସମଘନ ୨
ଆୟତଘନ ୪
କୋନ୍‌ ୧
ସିଲିଣ୍ଡର ୧

Question 4.
ଲାଲ ଏବଂ ହଳଦିଆ ରଙ୍ଗର ଆୟତଘନ ଆକୃତିର ବାକ୍ସ ମଧ୍ଯରେ କେଉଁ ଆକୃତି ରହିଛି ?
Class 3 Maths Chapter 2 Question Answer Odia Medium ଖେଳନାର ମଜା 4
Solution:
ଆୟତଘନ ଆକୃତିର ବାକ୍ସ ମଧ୍ୟରେ ସିଲିଣ୍ଡର ଆକୃତି ରହିଛି ।

Class 3 Maths Chapter 2 Question Answer Odia Medium ଖେଳନାର ମଜା

Question 5.
କମଳା ରଙ୍ଗର ସିଲିଣ୍ଡର ଶୀର୍ଷରେ କେଉଁ ଆକୃତି ରହିଛି ?
Solution:
କମଳା ରଙ୍ଗର ସିଲିଣ୍ଡର ଶୀର୍ଷରେ ସମଘନ ଆକୃତି ରହିଛି ।

Question 6.
ଗୋଲାପୀ ରଙ୍ଗର କୋନ ତଳେ କେଉଁ ଆକୃତି ରହିଛି ?
Solution:
ଗୋଲାପୀ ରଙ୍ଗର କୋନ ତଳେ ସମଘନ ଆକୃତି ରହିଛି ।

Question 7.
ଘର ତିଆରି କରିବାପାଇଁ ବିଭିନ୍ନ ଆକୃତିର ବସ୍ତୁ ସଂଗ୍ରହ କର । ଏଗୁଡ଼ିକର ନାମ ଦିଅ ଏବଂ ସେମାନଙ୍କ ପାର୍ଶ୍ବ ଏବଂ ଧାର ବିଷୟରେ କଥା ହୁଅ । କେଉଁଟି ସିଧା ଓ କେଉଁଟି ବଙ୍କା ?
Solution:
ଆୟତଘନ (ଇଟା) ଓ ସମଘନ (ବାକ୍ସ) ର ଧାର ଏବଂ ପାର୍ଶ୍ବ ସିଧା ଅଟେ, କିନ୍ତୁ ସିଲିଣ୍ଡର ଓ ଗୋଲକର ପାର୍ଶ୍ଵ ବଙ୍କା ବା ବକ୍ର ଅଟେ ।

Question 8.
ଆକୃତିଗୁଡ଼ିକୁ କିପରି ସଜା ଯାଇଛି ତାହା ମଧ୍ୟ ବର୍ଣ୍ଣନା କର ।
Solution:
ଆକୃତିଗୁଡ଼ିକୁ ଗୋଟିଏ ଉପରେ ଆଉ ଗୋଟିଏ ଥାକ କରି ସଜା ଯାଇଛି ।

Question 9.
ଆକୃତିର କେଉଁ ଅଂଶ ଆପଣ ଦୂରରୁ ଦେଖୁପାରିବେ ?
Solution:
ଆକୃତିର ବାହ୍ୟ ପାର୍ଶ୍ଵ ବା ବାହାର ଆବରଣ ଆମେ ଦୂରରୁ ଦେଖୁରିବା ।

Question 10.
ଦୀପିକା ଏକ ଦୋକାନରୁ ଖେଳନା ଇଞ୍ଜିନ କିଣିଥିଲା ।
ଏଠାରେ ଦୀପିକାର ଖେଳନା ଇଞ୍ଜିନ୍ ରହିଛି । ଏଥ‌ିରେ ଅନେକ ଅଂଶ ରହିଛି । ଏଗୁଡ଼ିକୁ ଗଣି ଶୂନ୍ୟସ୍ଥାନ ପୂରଣ କର ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 5
ଲାଲ୍ ସିଲିଣ୍ଡର ____________ ଟି, ହଳଦିଆ କୋନ୍ ____________ ଟି
ଧୂସର ଆୟତଘନ ____________ ଟି, ନୀଳ ରଙ୍ଗ ସମଘନ ____________ ଟି
Solution:
ଲାଲ୍ ସିଲିଣ୍ଡର (ଗୁଡ଼ିକ) ୧ ଟି, ହଳଦିଆ କୋନ୍ (ଗୁଡ଼ିକ) ୨ ଟି
ଧୂସର ଆୟତଘନ (ଗୁଡ଼ିକ) ୧ ଟି, ନୀଳ ରଙ୍ଗ ସମଘନ (ଗୁଡ଼ିକ) ୧ ଟି

Class 3 Maths Chapter 2 Question Answer Odia Medium ଖେଳନାର ମଜା

ଆସ ଆଲୋଚନା କରିବା

Question 1.
ଏଠାରେ ଖେଳନା ଦୋକାନର ଆଉ କିଛି ଖେଳନା ଅଛି । ସେଗୁଡ଼ିକ ବିଭିନ୍ନ ଆକୃତିକୁ ନେଇ ଗଠିତ ।
ଏହି ଖେଳନାରେ କେଉଁ ଆକୃତି ବ୍ୟବହାର କରାଯାଇଛି ?
Class 3 Maths Chapter 2 Question Answer Odia Medium ଖେଳନାର ମଜା 6
Solution:
ଏହି ଖେଳନାରେ ସିଲିଣ୍ଡର, କୋନ୍, ଗୋଲକ, ଆୟତଘନ ଏବଂ ସମଘନ ପରି ବିଭିନ୍ନ ଆକୃତି ବ୍ୟବହାର କରାଯାଇଛି ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 7

ଜୟା ଭିନ୍ନ ଭିନ୍ନ ଆକୃତି ବ୍ୟବହାର କରି କେତେଗୁଡିଏ ଘର ତିଆରି କରିଛି ।

Question 2.
ତୁମ ଚାରିପାଖରେ ଉପଲବ୍ଧ ବିଭିନ୍ନ ଆକୃତି ବ୍ୟବହାର କରି ଘର, ଟାୱାର, ରକେଟ୍ ଇତ୍ୟାଦି ତିଆରି କର ।
Solution:
ଆୟତଘନ ବାକ୍ସକୁ ମୂଳ କରି, ସିଲିଣ୍ଡର ଉପରେ ଲଗାଇ ଏବଂ କୋନ୍ କାଗଜକୁ ସବୁଠୁ ଉପରେ ରଖ୍ ଏକ ସୁନ୍ଦର ରକେଟ୍ ଓ ଟାୱାର ତିଆରି କରାଗଲା ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 8
ମନେରଖ ଯେ, ସମଘନ ଏକ ବିଶେଷ ପ୍ରକାରର ଆୟତଘନ ଅଟେ ।

ଆସ ଖେଳିବା

ତିଆରି କର ଓ ବୁଝାଅ
Question 1.
ଶିକ୍ଷାର୍ଥୀମାନଙ୍କୁ ଚାରି କିମ୍ବା ପାଞ୍ଚ ଜଣିଆ ଦଳରେ ବସିବାକୁ କୁହନ୍ତୁ । ପ୍ରତି ଦଳରେ ଜଣେ ଶିକ୍ଷାର୍ଥୀ ତିନୋଟି ଲେଖାଏଁ ଆକୃତି ଚୟନ କରି ଘର, ରକେଟ୍ ଇତ୍ୟାଦି ଭଳି ବସ୍ତୁ ତିଆରି କରିବେ । ଶିକ୍ଷାର୍ଥୀ ସଜେଇବାର କ୍ରମ ବର୍ଣ୍ଣନା କରିବେ (ନିମ୍ନ ଉଦାହରଣ ଭଳି) ଏବଂ ଅନ୍ୟ ଶିକ୍ଷାର୍ଥୀମାନେ ମୂଳଟିକୁ ନଦେଖ୍ ଏହାକୁ ସଜେଇବେ । ଏହିପରି ବିଭିନ୍ନ ଆକୃତି ନେଇ ସମସ୍ତ ଶିକ୍ଷାର୍ଥୀ ଜିନିଷ/ବସ୍ତୁ ତିଆରି କରିବେ ଓ ବୁଝେଇବେ ।
Solution:
ଉଦାହରଣ :
ଦେଖ, ସିଲିଣ୍ଡରଟି ଆୟତଘନ ଉପରେ ରହିଛି । ସିଲିଣ୍ଡର ଶୀର୍ଷରେ କୋନ୍ ଅଛି ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 9

ଆସ କାମଟି କରିବା

Question 1.
ତୁମେ ଶ୍ରେଣୀ କକ୍ଷରେ ଏହି ଆକୃତିର ବିଭିନ୍ନ ବସ୍ତୁ ଅଛି କି ? ଯଦି ହଁ, ତଳ ସାରଣୀରେ ସେଗୁଡ଼ିକର ନାମ ଲେଖ ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 10
Solution:
ହଁ, ଅଛି । ସିଲିଣ୍ଡର – ପାଣି ବୋତଲ, ଗୋଲକ – ଗ୍ଲୋବ୍, ସମଘନ – ଲୁଡୁ ଗୋଟି ଓ ଚକ୍ ଡବା, ଆୟତଘନ – ବହି ଓ ଡଷ୍ଟର, କୋନ୍ – ଜନ୍ମଦିନ ଟୋପି ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 11

(କ) କେଉଁ ଆକୃତିର ବସ୍ତୁ ଅଧିକ ପାଇଲ ? _____________
Solution:
ଆମେ ଆୟତଘନ ଆକୃତିର ବସ୍ତୁ ଅଧ‌ିକ ପାଇଲୁ (ଯଥା : ବହି, ଖାତା, ଜ୍ୟାମିତି ବାକ୍ସ, ଡଷ୍ଟର) ।

(ଖ) କେଉଁ ଆକୃତିର ବସ୍ତୁ ସବୁଠାରୁ କମ୍ ପାଇଲ ? _____________
Solution:
ଆମେ କୋନ୍ ଆକୃତିର ବସ୍ତୁ ସବୁଠାରୁ କମ୍ ପାଇଲୁ ।

(ଗ) କେଉଁ ବସ୍ତୁଗୁଡ଼ିକରେ ଏକାତ୍ମକ ଆକୃତି ଅଛି ? ______________
Solution:
ତୀକ୍ଷ୍ଣ ହୋଇଥିବା ପେନ୍‌ସିଲ୍ (ସିଲିଣ୍ଡର ଓ କୋନ୍) ଏବଂ ପାଣି ବୋତଲରେ (ସିଲିଣ୍ଡର ଏବଂ କୋନ୍/ଗୋଲକ) ଏକାତ୍ମକ ଆକୃତି ଅଛି ।

Question 2.
ଏହି ଆକୃତିଗୁଡ଼ିକୁ ଦେଖ ଏବଂ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 12
Solution:
Class 3 Maths Chapter 2 Question Answer Odia Medium ଖେଳନାର ମଜା 13

Question 3.
ଆକୃତିଗୁଡ଼ିକର ନାମ ଲେଖ ।

• ଯାହାର କୌଣସି ଧାର ନାହିଁ । ______________
Solution:
ଗୋଲକ ।

• ଯାହାର ପାର୍ଶ୍ଵଟି କେବଳ ସିଧା । ______________
Solution:
ଆୟତଘନ ଓ ସମଘନ । ______________

• ଯାହାର ପାର୍ଶ୍ଵଟି କେବଳ ବକ୍ର । ______________
Solution:
ଗୋଲକ ।

• ଯାହାର ଉଭୟ ସିଧା ଏବଂ ବକ୍ର ଧାର ଅଛି । ______________
Solution:
ସିଲିଣ୍ଡର ।

• ଯାହାର ଉଭୟ ସିଧା ଏବଂ ବକ୍ର ପାର୍ଶ୍ୱ ଅଛି । ______________
Solution:
ସିଲିଣ୍ଡର ଏବଂ କୋନ୍ ।

Question 4.
ତୁମେ କେଉଁ ଆକୃତି ତିଆରି କରିପାରିବ ?
Class 3 Maths Chapter 2 Question Answer Odia Medium ଖେଳନାର ମଜା 14
Solution:
ମୁଁ ମାଟି ଓ କାଠି ସାହାଯ୍ୟରେ ସମଘନ, ଆୟତଘନ ଓ ପିରାମିଡ୍ ଆକୃତି ତିଆରି କରିପାରିବି ।

Question 5.
ସମଘନଗୁଡ଼ିକୁ ବ୍ୟବହାର କରି ନିମ୍ନ ଆକୃତି ତିଆରି କର ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 15
Solution:
ଛୋଟ ଛୋଟ କାଠର ସମଘନ ଖଣ୍ଡ ବା ଲୁଡୁ ଗୋଟିକୁ ଯୋଡ଼ି ପୁସ୍ତକରେ ଥିବା ଚିତ୍ର ପରି ଟାୱାର କିମ୍ବା ସିଡ଼ି ତିଆରି କରାଯାଇପାରିବ ।

Class 3 Maths Chapter 2 Question Answer Odia Medium ଖେଳନାର ମଜା

ଆସ ଖେଳିବା

ଏହି ପୃଷ୍ଠାର ଚାରିପଟେ ଏକ ଖେଳ ଅଛି । ଏକ ଲୁଡୁ ଗୋଟିକୁ ଗଢ଼ାନ୍ତୁ, ଲୁଡୁରେ ଯେତେ ପଡ଼ିଲା, ତାହାସହ ସୂଚୀତ ଆକୃତି ସ୍ଥାନରେ ପହଞ୍ଚିବେ । ଆପଣଙ୍କ ସାଙ୍ଗମାନଙ୍କ ସହିତ ଏ ଖେଳଟି ଖେଳ । ଯିଏ ପ୍ରଥମେ ଶେଷ ସ୍ଥାନରେ ପହଞ୍ଚିବ ସେ ଏ ବାଜି ଜିତିବ । (ଉଦାହରଣ-ଲୁଡୁରେ ‘୨’ ପଡ଼ିଲା, ଏହା ଗୋଲାକାର, ତେଣୁ ଆରମ୍ଭରୁ ପ୍ରଥମେ ଗୋଲାକାର ଜିନିଷ ଯଥା ଗ୍ଲୋବରେ ପହଞ୍ଚିବେ ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 16

Question 6.
ନିମ୍ନ ଆକୃତିଗୁଡ଼ିକ ମଧ୍ୟରେ କ’ଣ ସମାନତା ଓ କ’ଣ ଭିନ୍ନତା ଅଛି ?
Class 3 Maths Chapter 2 Question Answer Odia Medium ଖେଳନାର ମଜା 17
Solution:
ସମାନତା : ଉଭୟ ଆୟତଘନ ଏବଂ ସମଘନର ୬ଟି ପାର୍ଶ୍ୱ, ୧୨ଟି ଧାର ଏବଂ ୮ଟି ଶୀର୍ଷ ଅଛି ।
ଭିନ୍ନତା : ସମଘନର ସମସ୍ତ ପାର୍ଶ୍ଵ ସମାନ ଥିବାବେଳେ, ଆୟତଘନର କେବଳ ବିପରୀତ ପାର୍ଶ୍ଵଗୁଡ଼ିକ ପରସ୍ପର ସହ ସମାନ ଅଟେ ।

Question 7.
ଏକ ଲୁଡୁ ଗୋଟିକୁ ଦେଖ । ଏହାର ପାର୍ଶ୍ଵରେ ୧ରୁ ୬ଟି ବିନ୍ଦୁ ରହିଛି ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 18
• ୬ ଟି ବିନ୍ଦୁ ସୂଚୀତ ପାର୍ଶ୍ଵର ବିପରୀତ ପାର୍ଶ୍ଵରେ କେତୋଟି ବିନ୍ଦୁ ଅଛି ? ______________
Solution:
୧ ଟି ବିନ୍ଦୁ ଅଛି ।

• ୫ ଟି ବିନ୍ଦୁ ସୂଚୀତ ପାର୍ଶ୍ବର ବିପରୀତ ପାର୍ଶ୍ବରେ କେତୋଟି ବିନ୍ଦୁ ଅଛି ? ______________
Solution:
୨ ଟି ବିନ୍ଦୁ ଅଛି ।

• ୩ ଟି ବିନ୍ଦୁ ସୂଚୀତ ପାର୍ଶ୍ବର ବିପରୀତ ପାର୍ଶ୍ବରେ କେତୋଟି ବିନ୍ଦୁ ଅଛି ? ______________
Solution:
୪ ଟି ବିନ୍ଦୁ ଅଛି ।

• ଏଠାରେ ତୁମେ କେଉଁ ସଂରଚନାଟିକୁ ଲକ୍ଷ୍ୟ କରୁଛ ? ______________
Solution:
ମୁଁ ଲକ୍ଷ୍ୟ କରୁଛି ଯେ ଲୁଡୁ ଗୋଟିର ଦୁଇ ବିପରୀତ ପାର୍ଶ୍ବରେ ଥିବା ବିନ୍ଦୁଗୁଡ଼ିକର ସମଷ୍ଟି ସର୍ବଦା ୭ ହେଉଛି (ଯଥା :
୬ + ୧ = ୭, ୫ + ୨ = ୭, ୩ + ୪ = ୭) ।

Question 8.
ଏହି ମଡେଲଟି କେଉଁ କ୍ରମରେ ନିର୍ମିତ ହୋଇଛି ?
Class 3 Maths Chapter 2 Question Answer Odia Medium ଖେଳନାର ମଜା 19
Solution:
ଏହି ମଡେଲଟି ଆୟତଘନଗୁଡ଼ିକୁ ଗୋଟିଏ ଉପରେ ଗୋଟିଏ ରଖ୍ ଏକ ସିଡ଼ି ବା ପିରାମିଡ୍ କ୍ରମରେ ନିର୍ମିତ ହୋଇଛି ।

Class 3 Maths Chapter 2 Question Answer Odia Medium ଖେଳନାର ମଜା 20
Solution:
ଯଦି ମୁଁ ଏକ ସମଘନ ଏବଂ ଏକ ଆୟତଘନକୁ ଯୋଡ଼ିବି, ତେବେ ମୁଁ ଏକ ବଡ଼ ଆୟତଘନ ବା ଏକ ନୂତନ ଯୌଗିକ ଆକୃତି ପାଇବି ।

Class 3 Maths Chapter 2 Question Answer Odia Medium ଖେଳନାର ମଜା 21
ତିନୋଟି ସମଘନକୁ ନେଇ ଭିନ୍ନଭିନ୍ନ ଆକୃତି ତିଆରି କର ।
Solution:
୨୧ଟି
= (୩ × ୩) + ୧ + (୩ × ୨) + ୧ + (୨ × ୨)
= ୯ + ୧ + ୬ + ୧ + ୪

Question 9.
ତିନୋଟି ସମଯନକୁ ଯେଉଁ କେତେ ପ୍ରକାରର ଆକୃତି ପାଇବ ?
Solution:
ତିନୋଟି ସମଘନକୁ ବ୍ୟବହାର କରି ଲମ୍ବା ଆୟତଘନ ବା ଇଂରାଜୀ ଅକ୍ଷର ‘L’ ପରି ଆକୃତି ତିଆରି କରାଯାଇପାରିବ ।

Class 3 Maths Chapter 2 Question Answer Odia Medium ଖେଳନାର ମଜା 22
Solution:
ତିନୋଟି ସମଘନକୁ ଯୋଡ଼ି ମୁଖ୍ୟତଃ ୨ ପ୍ରକାରର ଆକୃତି ପାଇପାରିବା (ଗୋଟିଏ ସିଧା ଧାଡ଼ିରେ ଏବଂ ଅନ୍ୟଟି କୋଣ ଆକାରରେ) ।

Question 10.
ତଳ ନମୁନା ଗୁଡ଼ିକରେ ବ୍ୟବହୃତ ଆକୃତିଗୁଡ଼ିକର ନାମ ଲେଖ । ସେଗୁଡ଼ିକ ତିଆରି କରିବା ପାଇଁ ଆକୃତିଗୁଡ଼ିକୁ କିପରି ସଜା ଯାଇଛି ତାହା ବର୍ଣ୍ଣନା କର ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 23
Solution:
ଏଥୁରେ ସମଘନ, ଆୟତଘନ ଓ ସିଲିଣ୍ଡର ବ୍ୟବହାର କରାଯାଇଛି । ଆକୃତିଗୁଡ଼ିକୁ ଗୋଟିଏ ଉପରେ ଗୋଟିଏ ଥାକ କରି ଏବଂ ପାଖାପାଖୁ ଲଗାଇ ସଜା ଯାଇଛି ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 24

Class 3 Maths Chapter 2 Question Answer Odia Medium ଖେଳନାର ମଜା

Question 11.
ଛଅଟି ଲୁଡୁ ଗୋଟି Class 3 Maths Chapter 2 Question Answer Odia Medium ଖେଳନାର ମଜା 25 ବ୍ୟବହାର କରି ନିମ୍ନ ଆକୃତି ଗୁଡ଼ିକ ତିଆରି କର ।
(କ) ଏକ ଆୟତଘନ
(ଖ) ଏକ ଟାୱାର
(ଗ) ତୁମ ପସନ୍ଦର ଅନ୍ୟ ଯେ କୌଣସି ଆକୃତି
Solution:
(କ) ୬ଟି ଲୁଡୁଗୋଟିକୁ ଗୋଟିଏ ସିଧା ଧାଡ଼ିରେ ଯୋଡ଼ି ଏକ ଆୟତଘନ ତିଆରି କଲି ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 26
(ଖ) ଗୋଟିଏ ଉପରେ ଗୋଟିଏ ଲୁଡୁ ଗୋଟି ରଖ୍ ଏକ ଉଚ୍ଚ ଟାୱାର ତିଆରି କଲି ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 27
(ଗ) ମୋ ପସନ୍ଦ ଅନୁସାରେ ଏକ ଛୋଟ ପାହାଚ ଆକୃତି ତିଆରି କଲି ।
Class 3 Maths Chapter 2 Question Answer Odia Medium ଖେଳନାର ମଜା 28