BSE Odisha 6th Class Science Solutions Chapter 11 ଗତି

Odisha State Board BSE Odisha 6th Class Science Solutions Chapter 11 ଗତି Textbook Exercise Questions and Answers.

BSE Odisha Class 6 Science Solutions Chapter 11 ଗତି

Question 1.
ତଳେ ଦିଆଯାଇଥ‌ିବା ବାକ୍ୟଗୁଡ଼ିକୁ ଅନୁଧ୍ୟାନ କର ଏବଂ ଭୁଲ୍ ଥିଲେ ଠିକ୍ କରି ଖାତାରେ ଲେଖ ।
(କ) ସମୟ ସହ ଦୂରତ୍ବର ପରିବର୍ତ୍ତନକୁ ଗତି କୁହାଯାଏ ।
(ଖ) ଗୋଟିଏ ଗତିଶୀଳ ସ୍କୁଟର ଚକର ଗତି କେବଳ ସରଳରେଖ୍ୟ ଗତି ।
(ଗ) ତୁମେ ଗୋଟିଏ ଟ୍ରେନ୍‌ର ପ୍ରଥମ ଡବାରେ ବସିଛ ଓ ତୁମର ବନ୍ଧୁ ଟ୍ରେନ୍‌ର ଶେଷ ଡବାରେ ବସିଛନ୍ତି । ତେଣୁ ତୁମ ବନ୍ଧୁ ତୁମପାଇଁ ଗତିଶୀଳ ଅଟନ୍ତି ।
(ଘ) ତୁମ ପାଇଁ ସୂର୍ଯ୍ୟ ଗତିଶୀଳ ଅଟନ୍ତି ।
(ଙ) ଅଗ୍ନି ସଂଯୋଗ କରିବା ପରେ ଚକ୍ରବାଣ କେବଳ ବୃତ୍ତୀୟ ଗତି କରେ ।
ଉ –
(କ) ସମୟ ସହ ବସ୍ତୁର ବା ତାହାର ଅଂଶଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ଗତି କୁହାଯାଏ ।
(ଖ) ଏହା ଠିକ୍ ଅଛି ।
(ଗ) ତୁମେ ଗୋଟିଏ ଟ୍ରେନ୍‌ର ପ୍ରଥମ ଡବାରେ ବସିଛ ଓ ତୁମର ବନ୍ଧୁ ଟ୍ରେନ୍‌ର ଶେଷ ଡବାରେ ବସିଛନ୍ତି । ତେଣୁ ତୁମ ବନ୍ଧୁ ତୁମପାଇଁ ଗତିଶୀଳ ନୁହଁନ୍ତି । କାରଣ ଉଭୟ ଟ୍ରେନ ସହ ଗତିଶୀଳ ହେଉଛନ୍ତି ।
(ଘ) ଏହା ଠିକ୍ ଅଛି ।
(ଙ) ଏହା ଠିକ୍ ଅଛି ।

Question 2.
ସାଇକେଲ୍ଟି ଗତିଶୀଳ ଥିବାବେଳେ ସେଥୁରେ କି କି ପ୍ରକାର ଗତି ଦେଖାଯାଏ ?
ଉ –
ସାଇକେଲ୍ ଗତିଶୀଳ ଥିବାବେଳେ ସେଥ‌ିରେ ସରଳରେଖ ଗତି, ଆବର୍ଜୀ ଗତି ଓ ବୃତ୍ତୀୟ ଗତି ଦେଖାଯାଏ ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 3.
ବୃତ୍ତୀୟ ଗତି ଓ ଆବର୍ତୀ ଗତି ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟ ଲେଖ । ପ୍ରତ୍ୟେକ ଗତି ପାଇଁ ଦୁଇଟି ଉଦାହରଣ ଦିଅ ।
ଉ –
ସାମଞ୍ଜସ୍ୟ : ଉଭୟ ପ୍ରକାର ଗତିପାଇଁ ଗୋଟିଏ କେନ୍ଦ୍ରର ଆବଶ୍ୟକତା ରହିଥାଏ ।
ପାର୍ଥକ୍ୟ – ବସ୍ତୁଟି ବୃତ୍ତାକାର ପଥରେ ଘୁରି ବୁଲିବା ପ୍ରକ୍ରିୟାକୁ ବୃତ୍ତୀୟ ଗତି କୁହାଯାଏ କିନ୍ତୁ ବୃତ୍ତାକାର ପଥରେ ବସ୍ତୁଟି ଏକ ନିର୍ଦ୍ଦିଷ୍ଟ ସମୟ ପରେ ତାହାର ଗତିକୁ ପୁନରାବୃତ୍ତି କଲେ ତାହାକୁ ଦୋଳନ ଗତି କୁହାଯାଏ ।
ଉଦାହରଣ : ବୃତ୍ତୀୟ ଗତି – ବିଦ୍ୟୁତ୍ ପଙ୍ଖାର ବ୍ଲେଡ୍‌ର ଗତି, ବେଙ୍ଗଳାରେ ବଳଦମାନଙ୍କର ଗତି
ଆବର୍ତୀ ଗତି – ପୃଥ‌ିବୀର ନିଜ ଅକ୍ଷର ଚାରିପାଖରେ ଗତି, ଚନ୍ଦ୍ରର ନିଜ ଅକ୍ଷର ଚାରିପାଖରେ ଗତି

Question 4.
କେଉଁ ସ୍ଥିରବସ୍ତୁ ରାସ୍ତାରେ ଦୁର୍ଘଟଣା ରୋକିବାରେ ସାହାଯ୍ୟ କରେ ?
ଉ –
(i) ଜେବ୍ରା କ୍ରସିଂ
(ii) ଗ୍ରାଫିକ ଲାଇଟ୍
(iii) ରାସ୍ତାର ସଙ୍କେତ

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

Question 5.
ତୁମେ ଗୋଟିଏ ଗତିଶୀଳ ବସ୍ ଭିତରେ ବସିଥିବାବେଳେ
(i) ବସ୍‌ ତୁମପାଇଁ ଗତିଶୀଳ କି ?
(ii) ରାସ୍ତାକଡ଼ରେ ଥ‌ିବା ଗଛ ତୁମ ପାଇଁ ଗତିଶୀଳ କି ?
ଉ –
(i) ଗତିଶୀଳ ବସ୍ ଭିତରେ ବସିଥିବାବେଳେ ବସ୍‌ ଆମପାଇଁ ଗତିଶୀଳ ନୁହେଁ ।
(ii) ଗତିଶୀଳ ବସ୍ ଭିତରେ ବସିଥିବାବେଳେ ରାସ୍ତାକଡ଼ରେ ଥିବା ଗଛ ଆମ ପାଇଁ ଗତିଶୀଳ ।

Question 6.
କେଉଁ ଉପାୟରେ ତୁମେ ଗୋଟିଏ ପର୍ବତକୁ ତୁମପାଇଁ ଗତିଶୀଳ କରିଦେଇ ପାରିବ ଲେଖ ।
ଉ –
ଆମେ ଟ୍ରେନ୍‌ର ବସି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତିକଲାବେଳେ ଟ୍ରେନ୍ ଧାରର ପାର୍ଶ୍ଵରେ ପର୍ବତ ଥିଲେ, ତାହା ଆମପାଇଁ ଗତିଶୀଳ ହୋଇଥାଏ ।

Question 7.
ଉଦାହରଣ ଦେଖୁ ସାରଣୀଟି ପୂରଣ କର । ପ୍ରଶ୍ନସହ ଉତ୍ତର ।
ଉ –
BSE Odisha 6th Class Science Solutiona Chapter 11 ଗତି - 1

ଗତି Notes :

→ ଆମ ଚତୁଃପାର୍ଶ୍ବର ଗତିଶୀଳ ବସ୍ତୁ :

Question 1.
ଗତିଶୀଳ ଓ ସ୍ଥିର ବସ୍ତୁଗୁଡ଼ିକର ଏକ ତାଲିକା କର ।
ଉ –
BSE Odisha 6th Class Science Solutiona Chapter 11 ଗତି - 2
(i)ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ, ତାହାକୁ ଗତିଶୀଳ ବସ୍ତୁ କୁହାଯାଏ ।
(ii) ଯେଉଁ ବସ୍ତୁ ସମୟ ସହ ସ୍ଥାନ ପରିବର୍ତ୍ତନ କରେ ନାହିଁ, ତାହାକୁ ସ୍ଥିରବସ୍ତୁ କୁହାଯାଏ ।
ସମୟ ଅନୁସାରେ ବସ୍ତୁର ବା ତାହାର ଅଂଶଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ଗତି କୁହାଯାଏ ।

Question 2.
ତୁମ ଚାରିପାଖରେ ଯେତେ ଗତିଶୀଳ ବସ୍ତୁ ଦେଖୁଛ, ତାହାର ଏକ ତାଲିକା କର ।
ଉ –

  • ରାସ୍ତାଘାଟରେ ଯା’ଆସ କରୁଥିବା ବିଭିନ୍ନ ଯାନବାହାନ,
  • ନଦୀ, ନାଳ, ଝରଣାରେ ବହିଯାଉଥ‌ିବା ପାଣି,
  • ପାଣିରେ ପହଁରୁଥିବା ମାଛ,
  • ଆକାଶରେ ଉଡ଼ୁଥ‌ିବା ପକ୍ଷୀ
  • ପଡ଼ିଆରେ ବୁଲୁଥିବା ଗାଈ, ଗୋରୁ, ଛେଳି, ମେଣ୍ଢା,
  • ଏବଂ (vi) ଘଣ୍ଟାରେ ବୁଲୁଥିବା ସେକେଣ୍ଡ, ମିନିଟ୍ ଓ ଘଣ୍ଟାକଣ୍ଟା

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

→ ଗତିର ପ୍ରକାର ଭେଦ :

  • ଗୋଟିଏ ଘର ଚଟାଣରେ ବାଲ୍ଟିର ଗତି ଏକ ସରଳରେଖ୍ୟ ଗତିର ଉଦାହରଣ ।
  • ବିଦ୍ୟୁତ୍ ପଙ୍ଖାର ବ୍ଲେଡ୍‌ର ଗତି ଏକ ବୃତ୍ତୀୟ ଗତିର ଉଦାହରଣ ।
  • ଝୁଲୁଥିବାବେଳେ ଦୋଳିର ଗତି ଏକ ଦୋଳନ ଗତିର ଉଦାହରଣ ।
  • ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀ ଘୁର୍ଶନ କରିବା ବୃତ୍ତୀୟ ଗତିର ଉଦାହରଣ ହୋଇଥିଲାବେଳେ ପୃଥ‌ିବୀ ନିଜ ଅକ୍ଷ ଚାରିପାଖରେ କରୁଥିବା ଗତି ଆବର୍ତୀ ଅଟେ ।

→ 11.3.ଗୋଟିଏ ବସ୍ତୁରେ ଏକାତ୍ମକ ଗତି :
ଚିତ୍ର ‘କ’ରେ କ’ଣ ଦେଖୁଛ ?
ସିଲେଇ ମେସିଟିଏ ଗୋଟିଏ ସ୍ଥାନରେ ଅଛି । ଦରଜିର ପାଦର ଚାଳନା ଫଳରେ ମେସିନ୍ ଚକ ଏକ ବୃତ୍ତାକାର ପଥରେ ଘୂରେ ଏବଂ ମେସିନ୍‌ର ଛୁଞ୍ଚ୍ ଉପର ତଳ ହୋଇ ସରଳରୈଖ୍ୟ ଗତି କରିଥାଏ ।

ଚିତ୍ର ‘ଖ’ କୁ ଦେଖ୍ ଏଠାରେ କି କି ପ୍ରକାର ଗତି ହେଉଥ‌ିବାର ଦେଖାଯାଉଛି ତୁମ ଖାତାରେ ଲେଖ ।
ଉ –
ଏଠାରେ ଜଣେ ବ୍ୟକ୍ତି ସାଇକେଲ୍ ଚଳାଉଛନ୍ତି । ସାଇକେଲ୍ ଟି ସରଳ ରେଖ୍ ଗତି ପେଡ଼ାଲ୍ଟି ବୃତ୍ତୀୟ ଗତି କରିଥାଏ ।

ତୁମ ଚତୁଃପାର୍ଶ୍ଵରେ ବା ପୂର୍ବରୁ ଦେଖୁଥ‌ିବା ସରଳରେଖକ ଗତିରେ ଗତି କରୁଥିବା ବସ୍ତୁର ଏକ ତାଲିକା ପ୍ରସ୍ତୁତ କର ।
ଉ –
(i) ଚଟାଣରେ ବଲ୍‌ର ଗତି,
(ii) ଗଛରୁ ପଡ଼ୁଥ‌ିବା ଫଳର ଗତି,
(iii) ବନ୍ଧୁକର ଗୁଳିର ଗତି,
(iv) ଧନୁର ତୀରର ଗତି,
(v) ବସ୍, ଟ୍ରକ, ସ୍କୁଟର, ମଟର ସାଇକେଲର ଗତି କେତେକ ବୃତ୍ତୀୟ ଗତିର ଏକ ତାଲିକା ପ୍ରସ୍ତୁତ କର ।
ଏବଂ (vi) ଦୌଡ଼ାଳିର ଗତି ।

BSE Odisha 6th Class Science Solutions Chapter 10 ଦୈର୍ଘ୍ୟ ଓ ଦୂରତାର ମାପନ

କେତେକ ବୃତ୍ତୀୟ ଗତିର ଏକ ତାଲିକା ପ୍ରସ୍ତୁତ କର ।
ଉ –
(i) ବିଦ୍ୟୁତ୍ ପଙ୍ଖାର ବ୍ଲେଡ୍‌ର ଗତି,
(iii) ଚକ୍ରି ଦୋଳିର ଗତି,
(ii) ବେଙ୍ଗଳାରେ ବଳଦର ଗତି,
(iv) ସିଲେଇ ମେସିନ୍‌ ଗତି
ଏବଂ (v) ଚନ୍ଦ୍ରର ଗତି ।

କେତେକ ଦୋଳନ ଗତିର ଉଦାହରଣ ଦିଅ ।
ଉ –
(i) କାନ୍ଥଘଣ୍ଟାରେ ପେଣ୍ଡୁଲମ୍‌ର ଗତି,
(ii) ସମସ୍ୱରକର ଭୁଜ
ଏବଂ (iii) ଦୋଳିର ଗତି ।

କେଉଁସବୁ ବସ୍ତୁ ଏକାଧ୍ଵ ଗତି କରିଥାନ୍ତି ଖାତାରେ ଲେଖ ।
ଉ –
(i) ଦରଜି ପାଦରେ ଟେଲର୍ ମେସିନ୍ ଚଲାଇବାର ଗତି,
(ii) କାନ୍ଥଘଣ୍ଟାର ଗତି,
(iii) ଚନ୍ଦ୍ରର
ଏବଂ (iv) ସୂର୍ଯ୍ୟ ଚାରିପାଖରେ ପୃଥ‌ିବୀର ଗତି ।

→ ବିଷୟ ମୁଖ୍ୟଶ :

  • ସମୟ ଅନୁସାରେ ବସ୍ତୁ ବା ତାହାର ଅଂଶଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ଗତି କୁହାଯାଏ ।
  • ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ତାହାକୁ ଗତିଶୀଳ ବସ୍ତୁ କୁହାଯାଏ ।
  • ଯେଉଁ ବସ୍ତୁ ସମୟ ସହ ନିଜର ସ୍ଥାନ ପରିବର୍ତ୍ତନ କରେ ନାହିଁ ତାହାକୁ ସ୍ଥିରବସ୍ତୁ କୁହାଯାଏ ।

Leave a Comment