Go through 6th Class Science Book Odia Medium Question Answer and Class 6 Science Chapter 11 Question Answer Odia Medium ପ୍ରାକୃତିକ ସମ୍ପଦ to understand textbook questions more clearly.
6th Class Science Chapter 11 Question Answer Odia Medium
Class 6 Science Chapter 11 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ପ୍ରାକୃତିକ ସମ୍ପଦ ସହ ଜଡ଼ିତ ଜିନିଷଗୁଡ଼ିକ ଚିତ୍ରରେ ଦର୍ଶାଯାଇଛି । ଏହି ସମ୍ବଳଗୁଡ଼ିକର ନାମ ଲେଖୁ ଏହା ନବୀକରଣଯୋଗ୍ୟ କିମ୍ବା ନବୀକରଣଅଯୋଗ୍ୟ ଶ୍ରେଣୀଭୁକ୍ତ କର । (ପ୍ରଶ୍ନ ସହିତ ଉତ୍ତର)

Answer:

![]()
Question 2.
ନିମ୍ନଲିଖତ ଉକ୍ତିଗୁଡ଼ିକ ଠିକ୍ ବା ଭୁଲ୍ ଚିହ୍ନାଅ । ଭୁଲ ଉକ୍ତିଗୁଡ଼ିକୁ ସଂଶୋଧନ କର । (ପ୍ରଶ୍ନ ସହିତ ଉତ୍ତର)
(କ) ମନୁଷ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରକୃତି ପାଖରେ ସମସ୍ତ ସମ୍ବଳ ରହିଛି ।
Answer:
(✓)
(ଖ) ମେସିନ୍ ହେଉଛି ପ୍ରକୃତିରେ ମିଳୁଥିବା ଏକ ସମ୍ପଦ ।
Answer:
(✗)
ଠିକ୍ ଉକ୍ତି – ମେସିନ୍ ହେଉଛି ମାନବକୃତ ଏକ ସମ୍ପଦ ।
Answer:
(✓)
(ବା) ଜଳ ହେଉଛି ପ୍ରକୃତିରେ ମିଳୁଥିବା ଏକ ସମ୍ପଦ ।
Answer:
(✓)
(ଗ) ପ୍ରାକୃତିକ ଗ୍ୟାସ୍ ହେଉଛି ଏକ ନବୀକରଣ ଅଯୋଗ୍ୟ ସମ୍ବଳ ।
Answer:
(✓)
(ଘ) ବାୟୁ ହେଉଛି ଏକ ନବୀକରଣଯୋଗ୍ୟ ସମ୍ବଳ ।
Answer:
(✓)
![]()
Question 3.
ସବୁଠାରୁ ଉପଯୁକ୍ତ ବିକଳ୍ପ ବ୍ୟବହାର କରି ଖାଲି ସ୍ଥାନଗୁଡ଼ିକ ପୂରଣ କର ।
(i) ସାଧାରଣତଃ ସ୍କୁଟର କିମ୍ବା ବାଇକ୍ ଭଳି ଦୁଇ ଚକିଆ ଯାନରେ ବ୍ୟବହୃତ ହେଉଥିବା ଇନ୍ଧନ ହେଉଛି _____ ।
(କ) କିରୋସିନ୍
(ଖ) ପେଟ୍ରୋଲ
(ଗ) ଡିଜେଲ
(ଘ) ଏଲ୍.ପି.ଜି.
Answer:
(ଖ) ପେଟ୍ରୋଲ
(ii) ନବୀକରଣଯୋଗ୍ୟ ସମ୍ବଳର ଏକ ଉଦାହରଣ ହେଉଛି ______ ।
(କ) କୋଇଲା
(ଖ) ପାଣି
(ଗ) ପ୍ରାକୃତିକ ଗ୍ୟାସ
(ଙ) ପେଟ୍ରୋଲ
Answer:
(ଖ) ପାଣି
Question 4.
କୋଇଲା, ପ୍ରାକୃତିକ ଗ୍ୟାସ୍, ଜଙ୍ଗଲ ଏବଂ ଖଣିଜ ପଦାର୍ଥ – ନବୀକରଣଯୋଗ୍ୟ କିମ୍ବା ନବୀକରଣ ଅଯୋଗ୍ୟ ସମ୍ପଦ ଭାବରେ ଶ୍ରେଣୀଭୁକ୍ତ କର ।
Answer:
| ନବୀକରଣ ଯୋଗ୍ୟ | ନବୀକରଣ ଅଯୋଗ୍ୟ |
| ଜଙ୍ଗଲ | କୋଇଲା, ପ୍ରାକୃତିକ ଗ୍ୟାସ, ଖଣିଜ ପଦାର୍ଥ |
Question 5.
ପେଟ୍ରୋଲିୟମ ଏକ ନବୀକରଣ ଅଯୋଗ୍ୟ ସମ୍ବଳ କାହିଁକି ?
Answer:
ପେଟ୍ରୋଲିୟମ [Petroleum = Petra (ପଥର ) + Oleum(ତେଲ)]
- ପେଟ୍ରୋଲିୟମ୍ ହେଉଛି, ଲକ୍ଷ ଏକ ପ୍ରାକୃତିକ ମିଶ୍ରଣ ଯାହା ଲକ୍ଷ ବର୍ଷ ଧରି ତାପ ଏବଂ ଚାପରେ ଜୈବ ପଦାର୍ଥରୁ ଗଠିତ ହାଇଡ୍ରୋକାର୍ବନର ନବୀକରଣ ଅଯୋଗ୍ୟ ସମ୍ବଳ ଅଟେ ।
- ପୃଥିବୀରେ ପେଟ୍ରୋଲିୟମ୍ର ପରିମାଣ ସୀମିତ, ଏଗୁଡ଼ିକ ଯେଉଁ ପରିମାଣରେ ବ୍ୟବହୃତ ହେଉଛି ସେହି ପରିମାଣରେ ଭରଣା ହୋଇପାରେ ନାହିଁ ।
![]()
Question 6.
‘ଜଙ୍ଗଲ ପୁନରୁଦ୍ଧାର କରିବା କଷ୍ଟକର’ । ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
Answer:
ଜଙ୍ଗଲ ପୁନରୁଦ୍ଧାର କରିବା କଷ୍ଟକର କାରଣ :
- ଚାରା ଗଛ ବଢ଼ି ପରିପକ୍ଵ ବୃକ୍ଷରେ ପରିଣତ ହେବାକୁ ଦୀର୍ଘ ବର୍ଷ ଲାଗିଥାଏ
- ଅରଣ୍ୟ ଧ୍ୱଂସ ହେଲେ ମୃତ୍ତିକା ନଷ୍ଟ ହୁଏ ଓ ଉର୍ବରତା ହରାଏ, ନୂଆ ଚାରାଗଛ ବଢ଼ି ସହଜରେ ଜଙ୍ଗଲ ସୃଷ୍ଟି ହୋଇପାରେ ନାହିଁ । ସହରୀକରଣ ଓ କୃଷି ପାଇଁ ଜଙ୍ଗଲ ନଷ୍ଟ ଜଙ୍ଗଲ ପୁନରୁଦ୍ଧାର କ୍ଷେତ୍ରରେ ପ୍ରଧାନ ପ୍ରତିବନ୍ଧକ ।
Question 7.
ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ୫ଟି ପ୍ରାକୃତିକ ସମ୍ବଳର ନାମ ଲେଖ ।
Answer:
ଦୈନନ୍ଦିନ ଜୀବନରେ ବ୍ୟବହୃତ 5 ଟି ପ୍ରାକୃତିକ ସମ୍ବଳ :
(i) ଜଳ (ଖାଦ୍ୟ ପ୍ରସ୍ତୁତି)
(ii) ବାୟୁ (ଶ୍ଵାସକ୍ରିୟା )
(iii) ମୃତ୍ତିକା (ଚାଷ)
(iv) ସୌରଶକ୍ତି (ବିଦ୍ୟୁତ୍ ଶକ୍ତି)
(v) ଉଭିଦ ସମ୍ପଦ (ଖାଦ୍ୟ ପ୍ରସ୍ତୁତି/କାଗଜ ତିଆରି)
Question 8.
ବାୟୁର ଉପସ୍ଥିତି ଯୋଗୁଁ ସମ୍ଭବ ହେଉଥୁବା ଚାରୋଟି କାର୍ଯ୍ୟର ତାଲିକା କର ।
Answer:
(i) ଶ୍ଵାସକ୍ରିୟା
(ii) ଦହନ
(iii) ଶବ୍ଦ ଶୁଣିବା
(iv) ଉଭିଦର ଅଙ୍କୁରଣ ଓ ପରାଗଣ
Question 9.
ତୁମ ଅଞ୍ଚଳର ସବୁଜିମା ବୃଦ୍ଧି କରିବାକୁ ତୁମେ କି କି ପଦକ୍ଷେପ ନେଇପାରିବ । ତା’ର ଏକ ତାଲିକା ପ୍ରସ୍ତୁତ କର ।
Answer:
(i) ରାସ୍ତାର ଦୁଇପାର୍ଶ୍ଵରେ ବୃକ୍ଷରୋପଣ କରିବା
(ii) ନିକଟସ୍ଥ ଜଙ୍ଗଲର ରକ୍ଷଣାବେକ୍ଷଣ କରିବା
(iii) ଜନ ସଚେତନତା ସୃଷ୍ଟିକରିବା
(iv) ଗଛ କାଟିବାକୁ ବାରଣ କରିବା
(v) ବିଦ୍ୟାଳୟ, ମହାବିଦ୍ୟାଳୟ ହତାରେ ବଗିଚା ସୃଷ୍ଟି କରିବା
![]()
Question 10.
ଦିଆଯାଇଥିବା ଚିତ୍ରରେ ଖାଦ୍ୟ ରନ୍ଧାଯିବାର ଦେଖୁଛ ।

ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ –
(କ) ରୋଷେଇ ପାଇଁ କେଉଁ ପ୍ରକାର ଶକ୍ତି ବ୍ୟବହାର କରାଯାଉଛି ?
Answer:
ସୌର ଶକ୍ତି
(ଖ) ରୋଷେଇ ପାଇଁ ଏହି ପ୍ରକାର ଶକ୍ତି ବ୍ୟବହାର କରିବାର ଗୋଟିଏ ସୁବିଧା ଏବଂ ଗୋଟିଏ ଅସୁବିଧା ଲେଖ ।
Answer:
ସୁବିଧା – ଏହା ଏକ ନବୀକରଣଯୋଗ୍ୟ ସମ୍ବଳ ଓ ଏଥିରେ ରୋଷେଇ କଲେ ବାସନ କଳାହୁଏ ନାହିଁ ।
ଅସୁବିଧା – ବର୍ଷାଦିନେ କିମ୍ବା ମେଘୁଆ ପାଗରେ ଏଥୁରେ ହୋଇପାରିବ ନାହିଁ ।
Question 11.
ବହୁ ପରିମାଣରେ ଗଛ କାଟିବାଦ୍ଵାରା ମାଟିର ଗୁଣବତ୍ତା ଉପରେ ପ୍ରଭାବ ପଡ଼େ ବୋଲି ତୁମେ କାହିଁକି ଭାବୁଛ ?
Answer:
ହଁ, କାରଣ ଗଛର ଚେର ମାଟିକୁ ଧରି ରଖେ । ଚେରର ଅନୁପସ୍ଥିତିରେ ମୃତ୍ତିକା କ୍ଷୟ ହୁଏ ଏବଂ ଏହାଦ୍ଵାରା ମୃତ୍ତିକାର ବା ଉର୍ବରତା ଗୁଣ ହ୍ରାସ ପାଇବ । ଏହାଛଡ଼ା ଗଛରୁ ପତ୍ରପଡ଼ି ମାଟିରେ ମିଶି ମଧ୍ୟ ମୃତ୍ତିକାକୁ ଉର୍ବର କରେ । ତେଣୁ ଗଛ କାଟିବାଦ୍ଵାରା ମାଟିର ଗୁଣବତ୍ତା କମିଯାଏ ।
Question 12.
ମନୁଷ୍ୟର କେଉଁ କେଉଁ ଦୁଇଟି କାର୍ଯ୍ୟଦ୍ଵାରା ବାୟୁ ପ୍ରଦୁଷିତ ହୁଏ ଲେଖ । ବାୟୁ ପ୍ରଦୂଷଣ ହ୍ରାସ କରିବାରେ ସାହାଯ୍ୟ କରିପାରୁଥିବା ଗୋଟିଏ ଉପାୟ ଲେଖ ।
Answer:
ମାନବିକ କାର୍ଯ୍ୟ :
- ଶିଳ୍ପ ସଂଖ୍ୟା ବୃଦ୍ଧି
- ଯାନବାହନ ସଂଖ୍ୟା ବୃଦ୍ଧି
- ଜଙ୍ଗଲ କ୍ଷୟ
- ଜୀବାଶ୍ମ ଜାଳେଣି ଜାଳିବା
ବାୟୁ ପ୍ରଦୂଷଣ ହ୍ରାସର ଉପାୟ :
- ପ୍ରଚୁର ବୃକ୍ଷରୋପଣ
- ଜୀବାଶ୍ମ ଜାଳେଣି ବଦଳରେ ଅକ୍ଷୟ ଶକ୍ତିର ବ୍ୟବହାର
![]()
Question 13.
ଗୋଟିଏ ପରିବାର ବିଦ୍ୟୁତ୍ ଉତ୍ପାଦନ ପାଇଁ ସୌର ପ୍ୟାନେଲ, ଖାଦ୍ୟ ରୋଷେଇ ପାଇଁ ଗ୍ୟାସ୍ ଚୁଲା ଏବଂ କୂଅରୁ ପାଣି ଉଠାଇବା ପାଇଁ ପବନକଳ ବ୍ୟବହାର କରନ୍ତି । ସପ୍ତାହେ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ନଥୁଲେ କ’ଣ ହେବ ?
Answer:
- ସୌର ପ୍ୟାନେଲ୍ଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇପାରିବ ନାହିଁ ।
- ପରିବାରକୁ ଶକ୍ତି ପାଇଁ ବିକଳ୍ପ ଉତ୍ସ ଉପରେ ନିର୍ଭର କରିବାକୁ ପଡ଼ିବ ।
- ବଗିଚାରେ ଲାଗିଥିବା ଚାରାଗଛ ସୂର୍ଯ୍ୟକିରଣ ଅଭାବରେ ଖାଦ୍ୟପ୍ରସ୍ତୁତ କରିପାରିବେ ନାହିଁ, ବୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି ହେବ ।
Question 14.
ନିମ୍ନଲିଖତ ଶବ୍ଦ ବ୍ୟବହାର କରି ଖାଲି ସ୍ଥାନଗୁଡ଼ିକ ପୂରଣ କର । (ପ୍ରଶ୍ନ ସହିତ ଉତ୍ତର) (ଜୀବାଶ୍ମ ଇନ୍ଧନ, ଜଙ୍ଗଲ, ବାୟୁ ପେଟ୍ରୋଲିୟମ, କୋଇଲା, ଜଳ ଏବଂ ନବୀକରଣ ଅଯୋଗ୍ୟ ସମ୍ବଳ)

Answer:

![]()
Question 15.
ଶିଳ୍ପର ଆବଶ୍ୟକତା ପୂରଣ ଏବଂ ବାସଗୃହ ନିର୍ମାଣ ପାଇଁ ଗଛର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଗଛ କଟାଯାଉଛି । ଏହା ଯୁକ୍ତିଯୁକ୍ତ କି ? ଆଲୋଚନା କରି ଏକ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କର ।
Answer:
ଶିଳ୍ପର ଆବଶ୍ୟକତା ଏବଂ ବାସଗୃହ ନିର୍ମାଣ ପାଇଁ ଗଛକାଟିବା ଯୁକ୍ତିଯୁକ୍ତ ନୁହେଁ କାରଣ –
- ବିକାଶ ସହିତ ଉଭିଦ ସମ୍ପଦର ମଧ୍ୟ ଆବଶ୍ୟକତା ରହିଛି କାରଣ ବୃକ୍ଷ ଅମ୍ଳଜାନ ଯୋଗାଏ, ବନ୍ୟପ୍ରାଣୀଙ୍କୁ ସୁରକ୍ଷାଦିଏ, ମୃଭିକା କ୍ଷୟର ପ୍ରତିରୋଧ କରେ ।
- ଅଧିକ ସଂଖ୍ୟକ ଗଛ କଟାଗଲେ ଜୈବବିବିଧତା ହ୍ରାସ ଘଟିବା ସହ ଜଳବାୟୁ ପରିବର୍ତ୍ତନ ହେବ ଓ ଜଳଚକ୍ରରେ ବାଧା ଉପୁଜିବ ।
- ମନୁଷ୍ୟ ନିଜ ଜୀବନ ଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବା ସହିତ ନିଜର ସର୍ବନିମ୍ନ ଆବଶ୍ୟକତାକୁ ଦୃଷିରେ ରଖ୍ ପ୍ରାକୃତିକ ସମ୍ପଦର’ ସମୁଚିତ ବ୍ୟବହାର କରିବା ବାଞ୍ଚନୀୟ ଅଟେ ।
- ଜଙ୍ଗଲ ନଷ୍ଟ ହେଲେ ଜଙ୍ଗଲ ଅଧିବାସୀମାନଙ୍କର ଜୀବିକା ହରାଇ ବସିବେ । କେତେକ ଉଭିଦ ବିଲୁପ୍ତ ବା ଲୁପ୍ତପ୍ରାୟ ହେବାର ସମ୍ଭାବନା ସୃଷ୍ଟିହେବ ।
Question 16.
ତୁମ ବିଦ୍ୟାଳୟରେ କମ୍ ପାଣି ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କର । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତୁମେ କି କି ପଦକ୍ଷେପ ନେବ ଏବଂ ଏହା ପରିବେଶକୁ କିପରି ସାହାଯ୍ୟ କରିବ ?
Answer:
କମ୍ ଜଳ ବ୍ୟବହାର ପାଇଁ ଯୋଜନା :
- ବ୍ୟବହୃତ ଜଳକୁ ବଗିଚାରେ ବ୍ୟବହାର କରିବା ।
- ବର୍ଷାଜଳ ଅମଳ ପ୍ରଣାଳୀ କାର୍ଯ୍ୟକାରୀ କରିବା ।
- ଜଳ ସଞ୍ଚୟକାରୀ ନଳ, ଟ୍ୟାପ୍ ଓ ଶୌଚାଳୟ ବସାଇବା ।
ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ :
- ପାଣି ବ୍ୟବହାର ନିମିତ୍ତ ତଦାରଖ କରିବା ଓ କମାଇବାର ଲକ୍ଷ୍ୟ ସ୍ଥିର କରିବା ।
- ଛାତ୍ରଛାତ୍ରୀଙ୍କୁ ଜଳ ସଂରକ୍ଷଣ ପାଇଁ ଉତ୍ସାହିତ କରିବା ।
- ଜଳ ସଞ୍ଚୟକାରୀ ଯନ୍ତ୍ର ଲଗାଇବା ପାଇଁ ବିଶାରଦଙ୍କ ସହ ଆଲୋଚନା କରିବା ।
ପାରିବେଶିକ ହିତକର ପ୍ରଭାବ :
- ଗୋଷ୍ଠୀ ମଧ୍ୟରେ ଜଳର ଦାୟିତ୍ଵପୂର୍ଣ୍ଣ ପୋଷଣୀୟ ବ୍ୟବହାରକୁ ପ୍ରୋତ୍ସାହିତ କରିବା ।
- ଜଳ ପ୍ରକ୍ରିୟାକରଣ ଓ ବଣ୍ଟନ ପାଇଁ ଆବଶ୍ୟକ ଶକ୍ତି ହ୍ରାସ ପାଇବା ।
![]()
ଅଧ୍ବକ ଶିଖ୍
Question 1.
ଭାରତରେ ବର୍ଷା ଜଳ ସଂରକ୍ଷଣ ଏକ ପୁରୁଣା ପ୍ରଥା । ତୁମ ରାଜ୍ୟରେ କିମ୍ବା ଦେଶରେ ଅନ୍ୟାନ୍ୟ ସ୍ଥାନରେ ବ୍ୟବହୃତ ହେଉଥିବା କିଛି ପାରମ୍ପରିକ ବର୍ଷା ଜଳ ସଂରକ୍ଷଣର କୌଶଳ ବିଷୟରେ ତଥ୍ୟ ସଂଗ୍ରହ କର ।
Answer:
ପାରମ୍ପରିକ ବର୍ଷାଜଳ ସଂରକ୍ଷଣ କୌଶଳ :
- ଆମ ଦେଶରେ ବୃଷ୍ଟିଜଳକୁ ସଂରକ୍ଷଣ କରି ଆବଶ୍ୟକ ସମୟରେ ବ୍ୟବହାର କରିବା ଏକ ଚିରାଚରିତ ପ୍ରଥା ଅଟେ ।
- ଏଥିପାଇଁ ସବୁ ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଗଡ଼ିଆ ଓ ପୋଖରୀରେ ଜଳ ସଞ୍ଚୟ ହେବାଦ୍ଵାରା ଏହି ଜଳ ଆସ୍ତେ ଆସ୍ତେ ଭୂତଳକୁ ପ୍ରବେଶ କରି ଭୂତଳ ଜଳର
- ପରିମାଣ ବୃଦ୍ଧି କରାଇଥାଏ ।
- ଏହି ଭୂତଳ ଜଳ ମାଟିତଳେ ଗତିକରି କୂଅ ଓ ନଳକୂଅ ଜରିଆରେ ପିଇବା ପାଣି ଆକାରରେ ଘରେ ଘରେ ଉପଲବ୍ଧ ହୋଇଥାଏ ।
- ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ଵାରା ମାଟିର ଆର୍ଦ୍ରତା ବୃଦ୍ଧିପାଏ ଓ ମାଟିରୁ ଗଛପତ୍ର ତଥା ଫସଲକୁ ଜଳ ମିଳିଥାଏ ।
- ଅନେକ ବନ୍ଧ ବା ଆଡ଼ିବନ୍ଧ ନିର୍ମାଣଦ୍ଵାରା ବର୍ଷାଜଳକୁ ସଂରକ୍ଷିତ ରଖି କାର୍ଯ୍ୟରେ ଲଗାଯାଇ ପାରୁଛି ।
Question 2.
ବୟସ୍କ କିମ୍ବା ତୁମ ଅଞ୍ଚଳର ଗୋଷ୍ଠୀ ସଦସ୍ୟଙ୍କ ସହ ଯୋଗାଯୋଗ କରି ମାନବ ସ୍ଵାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଅନୁସନ୍ଧାନ କର ଏବଂ ତୁମ ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସଗୁଡ଼ିକୁ ଚିହ୍ନଟ କର । ତୁମ ଅନୁସନ୍ଧାନ ଆଧାରରେ, ବାୟୁ ପ୍ରଦୂଷଣ ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ ତୁମ ବିଦ୍ୟାଳୟ କିମ୍ବା ଗୋଷ୍ଠୀ ଗ୍ରହଣ କରିପାରୁଥିବା ଦୁଇଟି ବ୍ୟବହାରିକ ପଦକ୍ଷେପ ବିଷୟରେ ପରାମର୍ଶ ଦିଅ ।
Answer:
(i) ମାନବ ସ୍ଵାସ୍ଥ୍ୟ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ :
- ଖଣି ଅଞ୍ଚଳର ପ୍ରଦୂଷଣ ଯୋଗୁଁ ‘ସିଲିକୋସିସ୍’ ରୋଗ ହୋଇଥାଏ ।
- ଆଜ୍ବେଷ୍ଟସ୍ କଣିକା ଯୋଗୁଁ ‘ଆଜ୍ବେଷ୍ଟୋସିସ୍’ ରୋଗ ହୋଇଥାଏ ।
- କୋଇଲା ଗୁଣ୍ଡ କଣିକା ଯୋଗୁଁ ‘ଆନ୍ତଃକୋସିସ୍’ ରୋଗ ହୋଇଥାଏ ।
- ତୁଳା କଣିକା ଯୋଗୁଁ ‘ବିସିନୋସିସ୍’ ରୋଗ ହୋଇଥାଏ ।
- ଆଖୁ କଣିକା ଯୋଗୁଁ ‘ବ୍ୟାଗସ୍ସିସ୍’ ରୋଗ ହୋଇଥାଏ ।
(ii) ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସ :
- ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ ବିବିଧ ପ୍ରକ୍ରିୟା
- ଜୀବାଶ୍ମ ଇନ୍ଧନର ଦହନ
- ମୋଟରଯାନରୁ ନିର୍ଗତ ଧୂଆଁ
- ଆଗ୍ନେୟଗିରି ଉଦ୍ଗିରଣ
- ଧୂମ କୁହୁଡ଼ି ଓ ପ୍ୟାନ (PAN) ର ଉପସ୍ଥିତି
(iii) ବାୟୁ ପ୍ରଦୂଷଣ ହ୍ରାସ କରିବାର ଉପାୟ :
- ପ୍ରଦୂଷଣ ସୃଷ୍ଟି ହେଉଥିବା ସ୍ଥାନରୁ ସେଗୁଡ଼ିକର ନିଷ୍କାସନ ନିବାରଣ
- ଉପଯୋଗୀ ନିୟମ ପ୍ରଣୟନ
- ଘରୋଇ ବ୍ୟବହାରରେ ଧୂମ ବିହୀନ ଚୁଲ୍ଲା ବ୍ୟବହାର କରିବା
- ସବୁଜ ବଳୟ ସୃଷ୍ଟି କରିବା
- କୀଟନାଶକ ଓ ପୀଡ଼କମାରୀ କମ୍ ବ୍ୟବହାର କରିବା ।
![]()
Question 3.
ତୁମ ଗ୍ରାମ /ସହରରେ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ମୁଖ୍ୟ ଖଣିଜ ପଦାର୍ଥ ଏବଂ ପଥରର ନାମ ଓ ବ୍ୟବହାରର ଏକ ତାଲିକା ପ୍ରସ୍ତୁତ କର ।
Answer:
| କ୍ରମାଙ୍କ | ମୁଖ୍ୟ ଖଣିଜର ନାମ | ବ୍ୟବହାର |
| 1. | ବକ୍ସାଇଟ | ଆଲୁମିନିୟମ ନିର୍ମିତ ଉପକରଣ |
| 2. | ହେମାଟାଇଟ୍ | ଲୌହ ନିର୍ମିତ ଉପକରଣ |
| 3. | ମ୍ୟାଗ୍ନେସାଇଟ୍ | ମ୍ୟାଗ୍ନେସିୟମ୍ ଉତ୍ପାଦାନ |
| 4. | ଗ୍ରୀନୋସାଇଟ୍ | କ୍ୟାଡ଼ମିୟମ୍ ଉତ୍ପାଦାନ |
| 5. | ଗାଲେନା | ଲିଡ୍ ଉତ୍ପାଦାନ |
| 6. | କାଲାଭୋରାଇଟ୍ | ସୁନା ଉତ୍ପାଦାନ |
Question 4.
ତୁମେ ଏକ ଇକୋ-କ୍ଲବ୍ର ମନିଟର । ଶିକ୍ଷକଙ୍କ ସହାୟତାରେ ନିଜ ବିଦ୍ୟାଳୟରେ ବୃକ୍ଷରୋପଣ ଅଭିଯାନ ଆୟୋଜନ କର । ଏହି କାର୍ଯ୍ୟ ସଂଗଠିତ କରିବା ପାଇଁ ଆବଶ୍ୟକ ପଦକ୍ଷେପଗୁଡ଼ିକୁ ତାଲିକାଭୁକ୍ତ କର । ଲଗାଯାଇଥିବା ଗଛଗୁଡ଼ିକର ନାମ ଏବଂ ଏହାର ଗୁରୁତ୍ଵ ବିଷୟରେ ଉଲ୍ଲେଖ କରି ଏକ ବିବରଣୀ ପ୍ରସ୍ତୁତ କର ।
Answer:
ଇକୋ କ୍ଲବ :
- ଇକୋ କ୍ଲବ ବା ପରିବେଶ କ୍ଲବ ହେଉଛି, ଆଗ୍ରହୀ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ଵେଚ୍ଛାସେବୀମାନଙ୍କୁ ନେଇ ଗଠନ କରାଯାଇଥିବା ଏକ ଦଳ, ଯେଉଁମାନେ ପରିବେଶଗତ ସମସ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥା’ନ୍ତି ।
- ବିଦ୍ୟାଳୟମାନଙ୍କରେ ଏହି କ୍ଲବ ମାଧ୍ୟମରେ ଉଦ୍ୟାନର ଉନ୍ନତି, ଜଳ ଅପଚୟ ହ୍ରାସ, ପୁନଃଚକ୍ରଣ ପଦକ୍ଷେପ, ଜଳ ଏବଂ ଶକ୍ତି ସଂରକ୍ଷଣ ଅଭିଯାନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଥାଏ ।
- ଏହି କ୍ଲବ ସ୍ଥାନୀୟ ସଫେଇ ଭଳି କାର୍ଯ୍ୟ, ସାମଗ୍ରୀରୁ ହସ୍ତ ଶିଳ୍ପରେ ପରିଣତ କରିବା ଭଳି ସୃଜନଶୀଳ ପ୍ରସାର ମଧ୍ୟ କରାଯାଇଥାଏ ।
- ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟରେ ଏହି କ୍ଲବ୍ କାର୍ଯ୍ୟ କରୁଅଛି । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପାଣ୍ଠି ପ୍ରଦାନ କରୁଛନ୍ତି ।
| କ୍ରମାଙ୍କ | ଲଗାଯାଇଥିବା ଗଛର ନାମ | ଗୁରୁତ୍ବ |
| 1. | ଗହମ, ଧାନ, ମକା, ମାଣ୍ଡିଆ | ଶସ୍ୟ ପ୍ରଦାନକାରୀ ଉଭିଦ |
| 2. | ବୁଟ, ମୁଗ, ହରଡ଼, ମଶୁର | ଡାଲିଜାତୀୟ ଉଦ୍ଭିଦ |
| 3. | ଆମ୍ବ, ପଣସ, ପିଜୁଳି, ଡାଳିମ୍ବ | ଫଳ ଜାତୀୟ ଉଦ୍ଭିଦ |
| 4. | ଶାଗ, ପନିପରିବା | ସୁରକ୍ଷା ପ୍ରଦାନକାରୀ ଖାଦ୍ୟ |
| 5. | କଦଳୀ, ଆଖୁ | ଶ୍ଵେତସାର ପ୍ରଦାନକାରୀ ଉଭିଦ |
| 6. | ଶାଗ, ଗାଜର, କଖାରୁ, ଭଣ୍ଡା | ଭିଟାମିନ୍ A ର ଉତ୍ସ |
| 7. | ବନ୍ଧାକୋବି, ଫୁଲକୋବି, ବିଲାତି | ଭିଟାମିନ୍ K ର ଉତ୍ସ |
| 8. | ଲେମ୍ବୁ, କମଳା, ସପୁରି, ଆମ୍ବ | ଭିଟାମିନ୍ C ର ଉତ୍ସ |
| 9. | ତୁଳସୀ, ୟୁକାଲିପଟାସ୍, ନିମ୍ବ | ଔଷଧୀୟ ବୃକ୍ଷ |
| 10. | ଗେଣ୍ଡୁ, ମନ୍ଦାର, ମଲ୍ଲୀ | ସୌନ୍ଦର୍ଯ୍ୟ ପ୍ରଦାନକାରୀ ଉଭିଦ |
![]()
ଶୂନ୍ୟସ୍ଥାନ ପୂରଣ କର ।
[ଜୀବାଶ୍ମ, ବ୍ରାହ୍ମଣଭେଲ୍, ମୃତ୍ତିକା, ସୂର୍ଯ୍ୟ, ଖଣିଜ]
(a) ମହାରାଷ୍ଟ୍ରର _______ ଠାରେ ପବନକଳ ଫାର୍ମ ଅଛି ।
Answer:
ବ୍ରାହ୍ମଣ ଭେଲ
(b) ପୃଥିବୀରେ ଶକ୍ତିର ମୁଖ୍ୟ ଉତ୍ସ ____ ଅଟେ ।
Answer:
ସୂର୍ଯ୍ୟ
(c) ଜୈବ ବିବିଧତା ପାଇଁ _____ ସହାୟକ ହୋଇଥାଏ ।
Answer:
ମୃର୍ତ୍ତିକ ।
(d) କୋବାଲଟ୍ ଏକ ______ ପଦାର୍ଥ ।
Answer:
ଖଣିଜ
(e) ପେଟ୍ରୋଲିୟମ୍କୁ ______ ଇନ୍ଧନ କୁହାଯାଏ ।
Answer:
ଜୀବାଶ୍ମ
ଶୂନ୍ୟସ୍ଥାନ ପୂରଣ କର ।
[୨/୩, ୧୯୭୦, ଜୀବାଶ୍ମ ଇନ୍ଧନ, ମାର୍ଚ୍ଚ ୨୨, ୧%]
(a) ବାୟୁରେ ଅନ୍ୟାନ୍ୟ ଗ୍ୟାସର ପରିମାଣ ______ ।
Answer:
୧%
(b) ପୃଥିବୀପୃଷ୍ଠର ________ ଭାଗ ଜଳ ଅଟେ ।
Answer:
୨/୩
![]()
(c) ବିଶ୍ଵ ଜଳ ଦିବସ _______ ତାରିଖରେ ପାଳିତ ହୁଏ ।
Answer:
ମାର୍ଚ୍ଚ ୨୨
(d) ଚିପ୍। ଆନ୍ଦୋଳନ ______ ଦ ଶ କ ର ପ୍ରାରମ୍ଭରେ ହୋଇଥିଲା ।
Answer:
୧୯୭୦
(e) ________ ତିଆରି ହେବାକୁ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ ।
Answer:
ଜୀବାଶ୍ମ ଇନ୍ଧନ
ଶୂନ୍ୟସ୍ଥାନ ପୂରଣ କର ।
[ଚେର, ହାଲୁକା ଓ କୋହଳ, କୋଇଲା, LPG, ଅମ୍ଳଜାନ ]
(a) ଆମର ବଞ୍ଚିବା ପାଇଁ _____ ଗ୍ୟାସ ର ଆବଶ୍ୟକତା ଅଛି ।
Answer:
ଅମ୍ଳଜାନ
(b) ଗଛର ___ ଅଂଶ ମାଟିକୁ ଧୋଇଯିବାରୁ ରକ୍ଷା କରେ ।
Answer:
ଚେର
(c) ଜିଆ ମାଟିକୁ ______ କରିବାରେ ସାହାଯ୍ୟ କରେ ।
Answer:
ହାଲୁକା ଓ କୋହଳ
(d) _____ ମୁଖ୍ୟତଃ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୁଏ ।
Answer:
କୋଇଲା
![]()
(e) ତରଳ ପେଟ୍ରୋଲିୟମ୍ ଗ୍ୟାସ୍କୁ ______ କୁହାଯାଏ ।
Answer:
LPG
ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହିତ ଉତ୍ତର)
(a) ନିଃଶ୍ଵାସ ବାୟୁରେ ଅଙ୍ଗାରକାମ୍ଳ ଗ୍ୟାସ୍ ରହିଥାଏ ।
Answer:
(✓)
(b) ପବନଦ୍ଵାରା ପବନ କଳର ଡେଣା ବୁଲିଥାଏ ।
Answer:
(✓)
(c) ପୃଥିବୀ ପୃଷ୍ଠର ମଧୁର ଜଳର ଉତ୍ସ ଅସୀମିତ ।
Answer:
(✗)
(d) ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲ ଏକ ପ୍ରାକୃତିକ ବାସସ୍ଥଳୀ ।
Answer:
(✓)
(e) ଜୀବଜଗତର ବିବିଧତା ପ୍ରତ୍ୟେକ ଜୀବ ପାଇଁ ଖାଦ୍ୟ ସୁନିଶ୍ଚିତ କରେ ।
Answer:
(✓)
ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହିତ ଉତ୍ତର)
(a) ପ୍ରଶ୍ଵାସ ବାୟୁରେ ଅମ୍ଳଜାନ ଥାଏ ।
Answer:
(✓)
(b) ବାୟୁ ହେଉଛି ଅନେକ ଗ୍ୟାସ୍ର ଏକ ମିଶ୍ରଣ ।
Answer:
(✓)
![]()
(c) ବାୟୁ ଓ ଜଳ ଆମ ପାଇଁ ଅତ୍ୟାବଶ୍ୟକ ନୁହେଁ ।
(✗)
(d) ପ୍ରଦୂଷିତ ଜଳ ଜୀବଜନ୍ତୁଙ୍କ ପାଇଁ ଉପଯୋଗୀ ଅଟେ ।
(✗)
(e) ସୂର୍ଯ୍ୟ ପୃଥିବୀର ଶକ୍ତିର ମୁଖ୍ୟ ଉତ୍ସ ଅଟନ୍ତି ।
Answer:
(✓)
ଉକ୍ତିଟି ଭୁଲ ଥିଲେ (✗) ଓ ଠିକ୍ ଥିଲେ (✓) ଚିହ୍ନ ଦିଅ । (ପ୍ରଶ୍ନ ସହିତ ଉତ୍ତର)
(a) ଆମେ ସମସ୍ତେ ପ୍ରକୃତି ଉପରେ ନିର୍ଭରଶୀଳ ।
Answer:
(✓)
(b) ଆମେ ନିଃଶ୍ଵାସ ନେଇ ପ୍ରଶ୍ଵାସ ଛାଡ଼ିଥାଉ ।
Answer:
(✓)
(c) ଗତିଶୀଳ ବାୟୁକୁ ପବନ କୁହାଯାଏ ।
Answer:
(✓)
(d) କେବଳ ପୁନଃ ବ୍ୟବହାର ଜଳ ସଞ୍ଚୟରେ ସାହାଯ୍ୟ କରେ ।
Answer:
(✗)
![]()
(e) ସମସ୍ତ ପ୍ରାଣୀ ଓ ଉଦ୍ଭିଦ ସୂର୍ଯ୍ୟ ଉପରେ ନିର୍ଭରଶୀଳ ନୁହଁନ୍ତି ।
Answer:
(✗)
‘କ’ ଓ ‘ଖ’ ସ୍ତମ୍ଭ ମଧ୍ୟରେ ସମ୍ପର୍କ ସ୍ଥାପନ କର । (ପ୍ରଶ୍ନ ସହିତ ଉତ୍ତର)
| କ | ଖ |
| (a) ତାମିଲନାଡୁ | ଗ୍ରାନାଇଟ୍ |
| (b) ରାଜସ୍ଥାନ | ଜୀବାଶ୍ମ ଇନ୍ଧନ |
| (c) ମହାରାଷ୍ଟ୍ର | ମୁପାଣ୍ଡଲ |
| (d) ଗୁରୁତ୍ଵପୂର୍ଣ୍ଣ ପଥର | ଜୈସଲମେର |
| (e) ପରି ବହନ | ବ୍ରାହ୍ମଣ ଭେଲର |
Answer:
| କ | ଖ |
| (a) ତାମିଲନାଡୁ | ମୁପାଣ୍ଡଲ |
| (b) ରାଜସ୍ଥାନ | ଜୈସଲମେର |
| (c) ମହାରାଷ୍ଟ୍ର | ବ୍ରାହ୍ମଣ ଭେଲର |
| (d) ଗୁରୁତ୍ଵପୂର୍ଣ୍ଣ ପଥର | ଗ୍ରାନାଇଟ୍ |
| (e) ପରି ବହନ | ଜୀବାଶ୍ମ ଇନ୍ଧନ |
![]()
ଶୂନ୍ୟସ୍ଥାନ ପୂରଣ କର ।
(a) ଯବକ୍ଷାରଜାନ : ୭୮% :: ଅମ୍ଳଜାନ : ______
Answer:
୨୧%
(b) ପ୍ରଶ୍ଵାସ : ଅମ୍ଳଜାନ :: ନିଃଶ୍ଵାସ : ______
Answer:
ଅଙ୍ଗାରକାମ୍ଳ
(c) ତାମିଲନାଡୁ : ମୁପାଣ୍ଡଲ :: ରାଜସ୍ଥାନ_____
Answer:
ଜୈସଲମେର
(d) ସୌର ପ୍ୟାନେଲ : ବିଜୁଳି ଉତ୍ପାଦନ :: ସୌର ହିଟର : ______
Answer:
ପାଣି ଗରମ
(e) ବନ ମହୋତ୍ସବ ସପ୍ତାହ : ଜୁଲାଇ ମାସ ବିଶ୍ଵ ଜଳ ଦିବସ : _____
Answer:
ମାର୍ଚ୍ଚ ୨୨
ଶୂନ୍ୟସ୍ଥାନ ପୂରଣ କର ।
(a) CNG : Compressed Natural Gas :: LPG : _____
Answer:
Liquified Petroleum Gas
(b) ବସ : ଡିଜେଲ :: ଉଡ଼ାଜାହାଜ : ______
Answer:
ଗ୍ୟାସୋଲିନ
![]()
(c) ସୌର ଶକ୍ତି : ଅସୀମିତ :: ଜୀବାଶ୍ମ ଇନ୍ଧନ : ______
Answer:
ସୀମିତ
(d) ଜଳ : ନବୀକରଣ ଯୋଗ୍ୟ :: କୋଇଲା : ______
Answer:
ନବୀକରଣ ଅଯୋଗ୍ୟ
(e) ଜଙ୍ଗଲ : ପ୍ରାକୃତିକ ସମ୍ପଦ :: କ ଠ ଚଉକି : ______
Answer:
ମନୁଷ୍ୟକୃତ ସମ୍ବଳ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
କାହାକୁ କୁହନ୍ତି ସଂକ୍ଷେପରେ ଲେଖ । (ପ୍ରଶ୍ନ ସହ ଉତ୍ତର)
(a) ପ୍ରାକୃତିକ ସମ୍ପଦ : ପ୍ରକୃତିରେ ଥିବା ଯେଉଁ ବିଭିନ୍ନ ଉପାଦାନଗୁଡ଼ିକଦ୍ଵାରା ଜୀବଜଗତ ଓ ବିଶେଷତଃ ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉପକୃତ ହୋଇଥାଏ, ସେଗୁଡ଼ିକୁ ପ୍ରାକୃତିକ ସମ୍ପଦ କୁହାଯାଏ ।
(b) ବାୟୁମଣ୍ଡଳ : ପୃଥିବୀପୃଷ୍ଠକୁ ଘେରି ରହିଥିବା ବାୟୁର ଆସ୍ତରଣକୁ ବାୟୁମଣ୍ଡଳ କୁହାଯାଏ । ବାୟୁ ବିଭିନ୍ନ ଗ୍ୟାସର ମିଶ୍ରଣ ଅଟେ । ଏଥୁରେ ଯବକ୍ଷାରଜାନ ୭୮%, ଅମ୍ଳଜାନ ୨୧% ଓ ଅନ୍ୟାନ୍ୟ ଗ୍ୟାସ୍ ୧% ରହିଥାଏ ।
(e) ପବନ କଳ : ଯେଉଁ ଉପ କ ର ଣ ସହାୟତାରେ ବାୟୁର ଗତି ଜ ଶକ୍ତି କୁ ଉପଯୋଗ କରି ଜେନେରେଟର ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ, ତାହାକୁ ପବନ କଳ କୁହାଯାଏ ।
(d) ପବନ କଳ ଫାର୍ମ : ଏହା ହେଉଛି ଏକ ଅଞ୍ଚଳ ଯେଉଁଠାରେ ବହୁସଂଖ୍ୟକ ପବନ କଳମାନ ରହିଥାଏ । ଏଠାରେ ବିଜୁଳି ଉତ୍ପାଦନ ପାଇଁ ପବନର ଶକ୍ତି ବ୍ୟବ ହାର କରାଯାଏ । ତାମିଲ ନାଡୁର ମୁପାଣ୍ଡଳ ଓ ରାଜସ୍ଥାନର ଜୈସଲମେରଠାରେ ପବନକଳ ଫାର୍ମ ଅଛି ।
(e) ଜଳ ମଣ୍ଡଳ : ପୃଥିବୀରେ ଥିବା ସମସ୍ତ ଜଳ ଭାଗକୁ ନେଇ ଜଳମଣ୍ଡଳ ଗଠିତ । ଭୂପୃଷ୍ଠର ପ୍ରାୟ ତିନି ଚତୁର୍ଥାଂଶ ଜଳଦ୍ଵାରା ଆଚ୍ଛାଦିତ ହୋଇଥାଏ । ସମୁଦାୟ ଜଳର ୯୭.୫ ଶତାଂଶ ଲୁଣିଜଳ ଓ ୨.୫ ଶତାଂଶ ମଧୁର ଜଳ ଅଟେ ।
![]()
(f) ଜଳ ପ୍ରଦୂଷଣ : ବଞ୍ଚିବା ପାଇଁ ଜଳ ଅପରିହାର୍ଯ୍ୟ । ଏହା ଉଭୟ ଦ୍ରବ ଓ ଦ୍ରାବକ ଭାବେ କାର୍ଯ୍ୟ କରିଥାଏ । ଘର ଓ ଶିଳ୍ପରୁ ବାହାରୁ ଥିବା ବର୍ଜ୍ୟବସ୍ତଦ୍ୱାରା ଜଳ ଦୂଷିତ
ହୋ ଇଥାଏ, ଏହାକୁ ଜଳ ପ୍ରଦୂଷଣ କୁହାଯାଏ । ଏହି ପ୍ରଦୂଷିତ ଜଳ ଜୀବମାନଙ୍କ ବ୍ୟବହାର ପାଇଁ ଉପଯୋଗୀ ନୁହେଁ ।
(g) ଜଳର ପୁନଃ ବ୍ୟବହାର : ଏହି ପ୍ରଣାଳୀ ଅବଲମ୍ବନରେ ପ୍ରଥମେ ବିଭିନ୍ନ ଉତ୍ସରୁ ଜଳ ସଂଗ୍ରହ କରାଯାଇ ଆବଶ୍ୟକ ବିଶୋଧନ କରାଯାଏ । ଏହି ବିଶୋଧ ପୁନଃପ୍ରାପ୍ତ ଜଳକୁ ବିଭିନ୍ନ ଲାଭଦାୟକ ଉଦ୍ଦେଶ୍ୟରେ ବଣ୍ଟନ କରାଯାଏ ।
(h) ଜଳ ସଂରକ୍ଷଣ : ବୃଷ୍ଟି ଜଳ ଓ ନଦୀରେ ପ୍ରବାହିତ ଜଳକୁ ବିଭିନ୍ନ ଉପାୟ ଯଥା ପୋଖରୀ ଓ ଗଡ଼ିଆ ନିର୍ମାଣ ସହିତ ଆଡ଼ିବନ୍ଧ ବ। ଅଟକ ବନ୍ଧ ଦ୍ଵାର। ଜଳ ସଂରକ୍ଷଣ କରାଯାଇଥାଏ । ଜଳ ସଂରକ୍ଷଣ ଭାରତର ଏକ ପୁରୁଣା ପ୍ରଥା ଅଟେ ।
(i) ବର୍ଷାଜଳ ଅମଳ : ଏହା ଭାରତରେ ଏକ ପୁରୁଣା ପ୍ରଥା । ଅନେକ କୋଠାରେ ବର୍ଷାଜଳକୁ ସଂଗ୍ରହ କରାଯାଇ ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ବିପୁଳ ପରିମାଣରେ ସଂରକ୍ଷଣ କରାଯାଏ । ଏହା ଏକ ପାରମ୍ପରିକ ଜଳ ସଂରକ୍ଷଣ ଉପାୟ ଅଟେ ।
(j) ବିଶ୍ଵ ଜଳ ଦିବସ : ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୨ ତାରିଖରେ ବିଶ୍ଵ ଜଳ ଦିବସ ପାଳନ କରାଯାଏ । ମଧୁର ଜଳର ଗୁରୁତ୍ଵ ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ଜଳ ସମ୍ପଦର ସ୍ଥାୟୀ ପରିଚାଳନା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
(k) ସୌର ରନ୍ଧକ : ଯେଉଁ ଉପକରଣଦ୍ୱାରା ସୌରତାପରେ ରୋଷେଇ କାର୍ଯ୍ୟ କରାଯାଏ, ତାହାକୁ ସୌର ରନ୍ଧକ ବା ସୌର ଚୁଲା ବା ସୌର କୁ କର କୁହାଯାଏ । ଏଥିରେ ସୌରତାପ ସିଧାସଲଖ ରୋଷେଇ ଦ୍ରବ୍ୟକୁ ଗରମ କରିଥାଏ ।
(l) ସୌର ସେଲ : ଏହି ଉପକ ର ଣ ଦ୍ଵା । ର। ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରାଯାଇ ବିଭିନ୍ନ କାର୍ଯ୍ୟରେ ଉପଯୋଗ ଜରାଯାଏ । ସୌର ସେଲ୍ରେ ସୌରଶକ୍ତିର ସିଧାସଳଖ ବିନଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି କରେ । ଏଥରେ ଆଲୋକ ପଡୁଥିବା ପର୍ଯ୍ୟନ୍ତ ବିଦ୍ୟୁତ୍ ପ୍ରବାହ ଚାଲୁରୁ ହେ । ସୌର ହିଟରରେ ପାଣି ଗରମ କାର୍ଯ୍ୟ କରାଯାଏ ।
(m) ବନମହୋତ୍ସବ ସପ୍ତାହ : ଜୁଲାଇ ମାସରେ – ସାରା ଦେଶରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଏ । ଏହା ଏକ କାର୍ଯ୍ୟକ୍ରମ, ଯେଉଁଥରେ ନୂତନ ଗଛ ଲଗାଯାଏ ଏବଂ ଜଙ୍ଗ ଲ ର ସୁ ର କ୍ଷା ଓ ସଂର କ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯାଏ ।
(n) ଚିପ୍ ଆନ୍ଦୋଳନ : ୧୯୭୦ ଦଶକର ପ୍ରାରମ୍ଭରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏଥିରେ ଉତ୍ତରାଖଣ୍ଡର ସ୍ଥାନୀୟ ମହିଳାମାନେ ଗଛ କଟାଯିବାକୁ ବିରୋଧ କରି ଗଛଗୁଡ଼ିକୁ କୁଣ୍ଢାଇ ଧରିଥିଲେ ।
(o) ପ୍ରାକୃତିକ ବନୀକରଣ : ଗଛର ଚେର ମାଟିକୁ ଧରି ରଖୁବା ଏବଂ ଏହାକୁ ଧୋଇଯିବାରୁ ରକ୍ଷାକରେ । ଗଛରୁ ପଡୁଥୁବା ପତ୍ର ବିଘଟିତ ହୋଇ ମାଟିର ଉର୍ବରତା ବଢ଼ାଇଥାଏ । ଏହି ମାଟିରେ ନୂତନ ଚାରାଗଛ ଭଲ ଭାବରେ ବଢ଼ିଥାଏ ।
![]()
(p) ଖଣିଜ ପଦାର୍ଥ : ଏଗୁ ଡ଼ିକ ମାଟି ତଳୁ ବାହାରୁଥିବା ପ୍ରାକୃତିକ ସମ୍ପଦ ଯାହାର ପରି ମାଣ ସୀମିତ ଅଟେ । ଏଗୁଡ଼ିକର ସଂରକ୍ଷଣ ପାଇଁ ସଂଯମ ଆଚର ଣ ର ଆ ବ ଶ୍ୟ କ ତ । ର ହିଛି । ପୁ ନଃ ଚ କ୍ର ଣ ମାଧ୍ୟମରେ ଏଗୁଡ଼ିକୁ ପୁନର୍ବାର ବ୍ୟବହାର କରାଯାଇପାରିବ ।
(j) ଜୀବ ଶ୍ମ ଇନ୍ଧନ : ଜୀ ବ ମା ନ ଙ୍କ ର ଅଂଶବିଶେଷକୁ ଜୀବାଶ୍ମ କୁହାଯାଏ । ପ୍ରାକୃତିକ ଗ୍ୟାସ୍, କୋଇଲା ଓ ପେଟ୍ରୋଲିୟମ୍ ଏହାର ଉଦାହରଣ ଅଟେ । ଏ ପ୍ରକାର ଇନ୍ଧନ ସୃଷ୍ଟି ହେବାପାଇଁ ଲକ୍ଷ ଲକ୍ଷ ବର୍ଷ ଲାଗିଥାଏ ।
(r) CNG : ସଂପୀଡ଼ିତ ପ୍ରାକୃତିକ ଗ୍ୟାସକୁ ସଂକ୍ଷେପରେ CNG କୁହାଯାଏ । ଏହାକୁ ଯାନ ବାହ ନ ରେ ଇନ୍ଧନ ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏହା ପେଟ୍ରୋଲ ଓ ଡିଜେଲ ତୁଳନାରେ ଅଧିକ ସ୍ଵଚ୍ଛ ଅଟେ ।
(s) LPG : ତରଳୀକୃତ ପେଟ୍ରୋଲିୟମ ଗ୍ୟାସକୁ LPG କୁହାଯାଏ । ଏହାକୁ ଛୋଟ ଛୋଟ ଲାଲ ସିଲିଣ୍ଡରରେ ଭର୍ତ୍ତିକରି ଘରୋଇ ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ବିତରଣ କରାଯାଇଥାଏ ।
(t) ପ୍ରାକୃତିକ ସମ୍ପଦ : ପ୍ରକୃତିରୁ ଆମେ ଯେଉଁ ସମ୍ପଦ ପାଇଥାଉ, ତାହାକୁ ପ୍ରାକୃତିକ ସମ୍ପଦ କୁହାଯାଏ । ପୃଥିବୀର ସମସ୍ତ ଜୀବଜଗତକୁ ବଞ୍ଚାଇ ରଖୁବା ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ସମ୍ବଳ ଅଟନ୍ତି ।
(u) ମନୁଷ୍ୟକୃତ ସମ୍ବଳ : ପ୍ରାକୃତିକ ସମ୍ପଦକୁ ଆମେ ନି ଜ ସୁବିଧା ପାଇଁ ଅନେକ ଉପଯୋଗୀ ଜିନିଷ ତିଆରି କରିବାରେ ବ୍ୟବହାର କରିଥାଉ । ମନୁଷ୍ୟ ଦ୍ଵାରା ସୃଷ୍ଟି ହୋଇଥିବା ଏପରି ସମ୍ବଳକୁ ମନୁଷ୍ୟକୃତ ସମ୍ବଳ କୁହାଯାଏ ।
(v) ନବୀକରଣ ଯୋଗ୍ୟ ସମ୍ବଳ : ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନବୀକରଣ ପ୍ରକ୍ରିୟାରେ ପୁନରୁଦ୍ଧାର ହେଉଥିବା ସମ୍ବଳକୁ ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ । ଭଉଦାହରଣ : ଜୀବଜଗତ
(w) ନବୀକରଣ ଅଯୋଗ୍ୟ ସମ୍ବଳ : ଯେଉଁ ପ୍ରାକୃତିକ ସମ୍ବଳଗୁଡ଼ିକୁ ଉପଯୁକ୍ତ ସମୟ ମଧ୍ୟରେ ନୂତନଭାବେ ଉତ୍ପନ୍ନ ବା ପୁନରୁଦ୍ଧାର କରାଯାଇ ପାରିବ ନାହିଁ, ତାହାକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ ।
ଉ ଦ। ହ ର ଣ : ପ୍ରାକ୍ ତି କ ଗ୍ୟାସ୍ , ପେଟ୍ରୋଲିୟମ, କୋଇଲା ଇତ୍ୟାଦି ।
![]()
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ଆମର ବଞ୍ଚିବା ପାଇଁ ଅମ୍ଳଜାନ ଏକାନ୍ତ ଆବଶ୍ୟକ ଅଟେ, ଏହାକୁ କିପରି ପରୀକ୍ଷା କରିବା ?
Answer:
- ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶ୍ଵାସକୁ ଅଟକାଇବା କଷ୍ଟକର ଅଟେ । ଆମେ ଯେଉଁ ବାୟୁକୁ ପ୍ରଶ୍ଵାସରେ ନେଉଛୁ, ସେଥୁରେ ଅମ୍ଳଜାନ ରହିଥାଏ ।
- ଆମ ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅମ୍ଳଜାନର ଆବଶ୍ୟକତା ରହିଥାଏ ।
- ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶ୍ଵାସ ବାୟୁକୁ ଅଟକାଇ ରଖିଲେ ଆମ ଶରୀରର କାର୍ଯ୍ୟ ସମ୍ପାଦନ ପାଇଁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳି ନଥାଏ, ସୁତରାଂ ଆମର ବଞ୍ଚିବା ପାଇଁ ଅମ୍ଳଜାନର ଆବଶ୍ୟକତା ରହିଛି ।
Question 2.
କେଉଁ କାରଣରୁ ବାୟୁ ଏକ ମିଶ୍ରଣ ଅଟେ ?
Answer:
- ବାୟୁରେ ଯବକ୍ଷାରଜାନ, ଅମ୍ଳଜାନ ସହିତ ଅନ୍ୟାନ୍ୟ ଗ୍ୟାସ୍ ଯଥା – ଆର୍ଶନ, ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ଗ୍ୟାସ୍ କମ୍ ମାତ୍ରାରେ ରହିଥାଏ ।
- ବାୟୁରେ ଯବକ୍ଷାରଜାନର ପରିମାଣ ୭୮%, ଅମ୍ଳଜାନର ପରି ମାଣ ୨୧%, ଆର୍ଶନ, ଅଙ୍ଗାରକାମ୍ଳ ଗ୍ୟାସ୍ ଏବଂ ଅନ୍ୟାନ୍ୟ ଗ୍ୟାସର ପରିମାଣ ୧% ଥିବାରୁ ବାୟୁ ଏକ ମିଶ୍ରଣ ଅଟେ ।
![]()
Question 3.
ଗୋଟିଏ ପବନ ଚକ୍ରି ତିଆରି କରିବାର ଆବଶ୍ୟକ ସୋପାନଗୁଡ଼ିକୁ ଚିତ୍ରରେ ଦର୍ଶାଅ । (ବର୍ଣ୍ଣନା ଅନାବଶ୍ୟକ)
Answer:

Question 4.
ପବନ କଳ କିପରି କାର୍ଯ୍ୟ କରେ ?
Answer:
(i) ଗତି ଶୀଳ ବାୟୁକୁ ପବନ କୁହାଯାଏ । ବେଳେବେଳେ ଏହା ଦ୍ରୁତ ଗତିରେ ବହିଥାଏ । ପବନଦ୍ଵାରା ପବନ କଳର ଡେଣା ବୁଲିଥାଏ ।
(ii) ପବନ କଳରେ ଅକ୍ଷ ସହ ଜେନେରେଟର ନାମକ ଏକ ଉପକରଣକୁ ସଂଯୋଗ କରି ବିଦ୍ୟୁତ୍ ଉତ୍ପାଦନ କରାଯାଏ ।
(iii) ଏହାଦ୍ଵାରା ଅଟାକଳ ଚଳାଇବା, କୂଅରୁ ପାଣି ଉଠାଇବା, କିମ୍ବା ବିଦ୍ୟୁତ୍ ଉତ୍ପାଦନ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ ।
Question 5.
ପବନକଳ ଫାର୍ମ କାହାକୁ କୁହାଯାଏ ?
Answer:
- ପବନ କଳ ଫାର୍ମ ହେଉଛି ଏକ ଅଞ୍ଚଳ ଯେଉଁଠାରେ ବହୁସଂଖ୍ୟକ ପବନକଳମାନ ରହିଥାଏ । ଏଠାରେ ବିଜୁଳି ଉତ୍ପାଦନ ପାଇଁ ପବନର ଗତିଜ ଶକ୍ତିକୁ ବ୍ୟବହାର କରାଯାଏ।
- ତାମିଲନାଡୁର ମୁପାଣ୍ଡଲ ପବନକଳ ଫାର୍ମ, ରାଜସ୍ଥାନର ଜୈସେଲମେର ପବନକଳ ଫାର୍ମ ଏବଂ ମହାରାଷ୍ଟ୍ରର ବ୍ରାହ୍ମଣ ଭେଲର ପବନକଳ ଫାର୍ମ ଆମ ଦେଶର କେତେକ ଅଗ୍ରଣୀ ପବନକଳ ଫାର୍ମର ଉଦାହରଣ ।
Question 6.
ଦୈନନ୍ଦିନ ଜୀବନରେ ଜଳର କେତେକ ବ୍ୟବହାର ସମ୍ବନ୍ଧରେ ଲେଖ ।
Answer:
(i) ପିଇବା, ରୋଷେଇ କରିବା, ଗାଧୋଇବା, ଲୁଗା ସଫା କରିବା କାର୍ଯ୍ୟରେ ଜଳର ବ୍ୟବହାର ହୋଇଥାଏ ।
(ii) ଜଳସେଚନ, ପଶୁପାଳନ ଓ ଶିଳ୍ପରେ ଏହାର ବ୍ୟବହାର ହୋଇଥାଏ ।
(iii) ଗୃହନିର୍ମାଣ, ମତ୍ସ୍ୟ ଉତ୍ପାଦନ, ଲୁଣଚାଷ ପାଇଁ ଜଳ ଆବଶ୍ୟକ ହୋଇଥାଏ ।
![]()
Question 7.
ଜଳର ବିଭିନ୍ନ ଉତ୍ସଗୁଡ଼ିକର ନାମ ଲେଖ ।
Answer:
(i) ପୃଥିବୀପୃଷ୍ଠର ପ୍ରାୟ ଦୁଇତୃତୀୟାଂଶ ଜଳ ଦ୍ଵାରା ଆବୃତ ହୋଇଅଛି ।
(ii) ଅଧିକାଂଶ ଜଳ ସମୁଦ୍ର ଓ ମହାସାଗରରେ ମିଶିଥାଏ ।
(iii) ସମୁଦ୍ର ଓ ମହାସାଗରର ଜଳ ଲବଣାକ୍ତ ଅଟେ ।
(iv) ବରଫ, ନଦୀ, ହ୍ରଦ ଓ ଭୂତଳ ଜଳ ମଧୁର ଅଟେ ।
Question 8.
ଜଳ ଅପଚୟ ହ୍ରାସ କରିବାର ଉପାୟ ସମ୍ବନ୍ଧରେ ସୂଚନା ପ୍ରଦାନ କର ।
Answer:
(i) ବ୍ୟବହାର କରୁ ନଥିବା ସମୟରେ ପାଣି ଟ୍ୟାପ୍ ବନ୍ଦ ରଖୁ ।
(ii) ପାଇପ୍ ପାଣିର ଲିକେଜ୍ ସର୍ବଦା
(iii) ଜଳର ପୁନଃବ୍ୟବହାର କରିବା କରିବା ।
(iv) ଜଳ ସଂରକ୍ଷଣ କରିବା !
Question 9.
ଜଳ ସଂରକ୍ଷଣ ପାଇଁ କେତେକ ସ୍ଲୋଗାନ୍ ଲେଖ ।
Answer:
(i) ଜଳ ବଞ୍ଚାଅ ଜୀବନ ବଞ୍ଚାଅ’ ।
(ii) କାଲିର ଉନ୍ନତି ପାଇଁ ଆଜି ଜଳ ସଂରକ୍ଷଣ କରନ୍ତୁ ।
(iii) ‘ପ୍ରତ୍ୟେକ ବୁନ୍ଦା ମୂଲ୍ୟବାନ’ ।
(iv) ଜଳ ହିଁ ଜୀବନ ।
(v) ପାଣି ବିଷୟରେ ବୁଦ୍ଧିମାନ ହୁଅନ୍ତୁ !
(vi) ପାଣି ବଞ୍ଚାନ୍ତୁ, ଜୀବନକୁ ସୁରକ୍ଷିତ ରଖନ୍ତୁ ।
(vii) ଏକ ସ୍ଥାୟୀ ଆସନ୍ତା କାଲି ପାଇଁ ଆଜିଠୁ ଜଳ ସଂରକ୍ଷଣ କରନ୍ତୁ ।
(viii) ଜଳକୁ ବୁଦ୍ଧିମାନର ସହ ବ୍ୟବହାର କରନ୍ତୁ ।
(ix) ଜଳ ହିଁ ଜୀବନ, ଏହାକୁ ସଂରକ୍ଷଣ କର ।
(x) ଜଳ ସଞ୍ଚୟ କର — ଏହା ଜୀବନର ସର୍ବୋତ୍ତମ ନିବେଶ ।
![]()
Question 10.
ପାରମ୍ପରିକ ପଦ୍ଧତିରେ ଜଳ ସଂରକ୍ଷଣର ବିଭିନ୍ନ ଉପାୟଗୁଡ଼ିକ ସମ୍ବନ୍ଧରେ ଆଲୋକପାତ କର ।
Answer:
(i) ଛାତ ଉପରେ ବର୍ଷାଜଳ ସଂରକ୍ଷଣ !
(ii) କୁଣ୍ଡଭଳି ଟାଙ୍କି ନିର୍ମାଣ
(iii) ଆଡ଼ିବନ୍ଧ ନିର୍ମାଣ
(iv) ମାଟି ବନ୍ଧ ନିର୍ମାଣ
(v) ପୋଖରୀ, ହ୍ରଦ, କେନାଲ ନିର୍ମାଣ
(vi) ଭୂମିଗତ ଟାଙ୍କି ନିର୍ମାଣ
Question 11.
ବିଶ୍ୱ ଜଳ ଦିବସ ପାଳନର ତାତ୍ପର୍ଯ୍ୟ କ’ଣ ?
Answer:
ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ଵ ଜଳ ଦିବସ ଭାବେ ପାଳନ କରା ଯାଇ ଥାଏ । ଏହାର ତାତ୍ପର୍ଯ୍ୟଗୁଡ଼ିକ ହେଉଛି :
(i) ଜଳ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ।
(ii) ସ୍ଥାୟୀ ପରିଚାଳନାକୁ ପ୍ରୋତ୍ସାହିତ କରିବା ।
(iii) ସ୍ୱେଚ୍ଛାକୃତ ପ୍ରତିବଦ୍ଧତାକୁ ଉତ୍ସାହିତ କରିବା !
(iv) ଜଳପ୍ରତି ରହିଥି ବିପଦ ପ୍ରତି ସଚେତନ ହେବା ।
(v) ଜଳ ସଂକଟ ସମ୍ବନ୍ଧରେ ସଚେତନତା ବୃଦ୍ଧି କରିବା ।
(vi) ଜଳ ସମ୍ପଦର ସ୍ଥାୟୀ ପରିଚାଳନା ପାଇଁ ଉପାୟ ସ୍ଥିର କରିବା ।
Question 12.
ସୌରଶକ୍ତିର କେତେକ ବ୍ୟବହାର ସମ୍ବନ୍ଧରେ ଲେଖ ।
Answer:
(i) ଦିନବେଳେ ଓଦା ଦ୍ରବ୍ୟ ଶୁଖାଇବା ।
(ii) ସୌର ରନ୍ଧକଦ୍ଵାରା ଖାଦ୍ୟ ପ୍ରସ୍ତୁତ କରିବା ।
(iii) ସୌର ତାପକଦ୍ଵାରା ପାଣି ଗରମ କରିବା ।
(iv) ସୌର ସେଲ୍ର ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ।
(v) ସୌର ଶକ୍ତିଦ୍ଵାରା ଉଭିଦ ଖାଦ୍ୟ ପ୍ରସ୍ତୁତ କରିଥାଏ ।
(vi) ସୌର ଶକ୍ତି ଯୋଗୁଁ ବାୟୁ ପ୍ରବାହ ସମ୍ଭବପର ହୋଇଥାଏ ।
![]()
Question 13.
ଯଦି କିଛିଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଦୃଶ୍ୟମାନ ନ ହୁଅନ୍ତି ତେବେ କ’ଣ ହେବ ?
Answer:
(i) ଦିନବେଳେ ଆମକୁ କୃତ୍ରିମ ଆଲୋ।କ ବ୍ୟବହାର କରିବାକୁ ପଡ଼ିବ ।
(ii) ଦିନବେଳେ ଆକାଶରେ ତାରାମାନ ଦେଖାଯିବେ ।
(iii) ସୌର ରନ୍ଧକ, ସୌର ହିଟର, ସୌର ସେଲ୍ କାର୍ଯ୍ୟ କରିପାରିବ ନାହିଁ ।
(iv) ସବୁଜ ଉଭିଦମାନେ ନିଜ ଖାଦ୍ୟ ପ୍ରସ୍ତୁତି କରି ନପାରି ମରିଯିବେ ।
(y) ବାୟୁ ପ୍ରବାହ ହେବନାହିଁ ।
(vi) ବର୍ଷା ମଧ୍ୟ ହେବନାହିଁ ।
Question 14.
ବନ ମହୋତ୍ସବ ପାଳନର ତାତ୍ପର୍ଯ୍ୟ କ’ଣ ?
Answer:
(i) ଜଙ୍ଗଲ କ୍ଷୟ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ।
(ii) ବୃକ୍ଷରୋପଣ ଓ ସଂରକ୍ଷଣକୁ ପ୍ରୋତ୍ସାହି ତ କରିବା ।
(iii) ମୃତ୍ତିକା କ୍ଷୟକୁ ବନ୍ଦ କରିବା ।
(iv) ପରିବେଶକୁ ସୁରକ୍ଷିତ ରଖୁବା ।
(v) ଜଳବାୟୁ ପରିବର୍ତ୍ତନକୁ ପ୍ରଶମିତ କରିବା ।
(vi) ଜୈବ ବିବିଧତାକୁ ସୁରକ୍ଷା ପ୍ରଦାନ କରିବା ।
(vii) ଜଳଚକ୍ରକୁ ନିୟନ୍ତ୍ରଣ କରିବା ।