BSE Odisha 10th Class Odia Grammar ବାକ୍ୟ ବିଚାର

Odisha State Board BSE Odisha 10th Class Odia Solutions ବାକ୍ୟ ବିଚାର Textbook Exercise Questions and Answers.

BSE Odisha Class 10 Odia Grammar ବାକ୍ୟ ବିଚାର

(A ) ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question 1.
ବାକ୍ୟ କାହାକୁ କୁହାଯାଏ ?
Answer:
ଏକ ବା ଏକାଧ୍ଵକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ, ତାହାକୁ ବାକ୍ୟ କୁହାଯାଏ ।

Question 2.
ଯୋଗ୍ୟତା କାହାକୁ କୁହାଯାଏ ?
Answer:
ବାକ୍ୟରେ ଥ‌ିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ ।

Question 3.
ଆକାଂକ୍ଷା କାହାକୁ କୁହାଯାଏ ?
Answer:
ବାକ୍ୟରେ ଥ‌ିବା ପଦଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସଭି ଏବଂ ଏହାଦ୍ଵାରା କାହା ପରେ କେଉଁ ପଦ ରହିଲେ ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବେ ପ୍ରକାଶ କରିବ ତାହା ବୁଝାଯାଏ ।

Question 4.
ଆସଭି କାହାକୁ କୁହାଯାଏ ?
Answer:
ବାକ୍ୟରେ ଥ‌ିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ ।

BSE Odisha 10th Class Odia Grammar ବାକ୍ୟ ବିଚାର

Question 5.
ଆସଭିକୁ କ’ଣ କୁହାଯାଏ ?
Answer:
ଆସଭିକୁ ପଦବିନ୍ୟାସ କୁହାଯାଏ ।

Question 6.
ବାକ୍ୟାଶ କାହାକୁ କୁହାଯାଏ ?
Answer:
ବାକ୍ୟର ବୁଝାପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦସଂହତିକୁ ବାକ୍ୟଶ କୁହାଯାଏ ।

Question 7.
ଖଣ୍ଡବାକ୍ୟ କାହାକୁ କୁହାଯାଏ ?
Answer:
ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ ଖଣ୍ଡବାକ୍ୟ କୁହାଯାଏ ।

Question 8.
ପଦବିନ୍ୟାସ କାହାକୁ କୁହାଯାଏ ?
Answer:
ଶୁଦ୍ଧ ବାକ୍ୟଗଠନ ନିମନ୍ତେ ଯେଉଁ କେତେଗୋଟି ବିଷୟ ପ୍ରତି ଯତ୍ନଶୀଳ ହେବାକୁ ସେଗୁଡ଼ିକୁ ବାକ୍ୟର ପଦବିନ୍ୟାସ କୁହାଯାଏ ।

Question 9.
ବାକ୍ୟର ଗଠନାତ୍ମକ ରୂପ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ବାକ୍ୟର ଗଠନାତ୍ମକ ରୂପ ଚାରିଭାଗରେ ବିଭକ୍ତ; ଯଥା- (୧) ସରଳ ବାକ୍ୟ, (୨) ଯୌଗିକ ବାକ୍ୟ, (୩) ଜଟିଳ ବାକ୍ୟ, (୪) ମିଶ୍ର ବାକ୍ୟ ।

Question 10.
ବାକ୍ୟର ପ୍ରକାର୍ଯ୍ୟାତ୍ମକ ରୂପ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ବାକ୍ୟର ପ୍ରକାର୍ଯ୍ୟାତ୍ମକ ରୂପ ପାଞ୍ଚ ଭାଗରେ ବିଭକ୍ତ; ଯଥା- (୧) ବିବୃତିସୂଚକ ବାକ୍ୟ, (୨) ଆଦେଶ |ଅନୁରୋଧ ସୂଚକ ବାକ୍ୟ, (୩) ପ୍ରଶ୍ନସୂଚକ ବାକ୍ୟ, (୪) ବିସ୍ମୟସୂଚକ ବାକ୍ୟ, (୫) ନାସ୍ତିସୂଚକ ବାକ୍ୟ ।

Question 11.
ସରଳ ବାକ୍ୟ କାହାକୁ କହନ୍ତି ?
Answer:
ଗୋଟିଏ ମାତ୍ର ସମାପିକା କ୍ରିୟା ଥ‌ିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ ।

BSE Odisha 10th Class Odia Grammar ବାକ୍ୟ ବିଚାର

Question 12.
ଯୌଗିକ ବାକ୍ୟ କାହାକୁ କହନ୍ତି ?
Answer:
ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଽଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ ।

Question 13.
ଜଟିଳ ବାକ୍ୟ କାହାକୁ କୁହାଯାଏ ?
Answer:
ଦୁଇ ବା ତତୋଽଧ୍ଵକ ପରସ୍ପର ସାପେକ୍ଷ ଖଣ୍ଡବାକ୍ୟର ସମନ୍ବୟରେ ଗଠିତ ବାକ୍ୟକୁ ଜଟିଳ ବାକ୍ୟ କୁହାଯାଏ ?

Question 14.
କେଉଁ କେଉଁ ବାକ୍ୟ ମିଶି ଜଟିଳ ବାକ୍ୟ ଗଠିତ ହୁଏ ?
Answer:
ଅପ୍ରଧାନ ବାକ୍ୟ ସହିତ ପ୍ରଧାନ ବାକ୍ୟ ମିଶି ଜଟିଳ ବାକ୍ୟ ଗଠିତ ହୁଏ ।

Question 15.
ମିଶ୍ରବାକ୍ୟ କାହାକୁ କହନ୍ତି ?
Answer:
ଯେକୌଣସି ପ୍ରକାର ବାକ୍ୟର ସମନ୍ବିତ ରୂପକୁ ମିଶ୍ରବାକ୍ୟ କୁହାଯାଏ ।

Question 16.
ବିବୃତିସୂଚକ ବାକ୍ୟ କାହାକୁ କହନ୍ତି ?
Answer:
ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ ବିବୃତିସୂଚକ ବାକ୍ୟ କୁହାଯାଏ ।

Question 17.
ପ୍ରଶ୍ନସୂଚକ ବାକ୍ୟ କାହାକୁ କହନ୍ତି ?
Answer:
କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ପ୍ରଶ୍ନସୂଚକ ବାକ୍ୟ କୁହାଯାଏ ।

Question 18.
ବିସ୍ମୟସୂଚକ ବାକ୍ୟ କାହାକୁ କହନ୍ତି ?
Answer:
ବିସ୍ମୟଭାବ ପ୍ରକାଶ କରୁଥିବା ବାକ୍ୟକୁ ବିସ୍ମୟସୂଚକ ବାକ୍ୟ କୁହାଯାଏ ।

Question 19.
ନାସ୍ତିସୂଚକ ବାକ୍ୟ କାହାକୁ କୁହାଯାଏ ?
Answer:
ନାସ୍ତିର ସୂଚନା ପ୍ରଦାନ କରୁଥିବା ବାକ୍ୟକୁ ନାସ୍ତିସୂଚକ ବାକ୍ୟ କୁହାଯାଏ ।

Question 20.
ଗଠନ କଳା ଦୃଷ୍ଟିରୁ ବାକ୍ୟ କେତେ ଭାଗରେ ବିଭକ୍ତ ?
Answer:
ଗଠନ କଳା ଦୃଷ୍ଟିରୁ ବାକ୍ୟ ଚାରି ଭାଗରେ ବିଭକ୍ତ ।

BSE Odisha 10th Class Odia Grammar ବାକ୍ୟ ବିଚାର

Question 21.
ବାକ୍ୟ ରୂପାନ୍ତର କାହାକୁ କୁହାଯାଏ ?
Answer:
କୌଣସି ପ୍ରକାରରେ ବାକ୍ୟକୁ ଅର୍ଥ ପରିବର୍ତ୍ତନ ନକରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟ

Question 22.
ବାକ୍ୟ ସଂକ୍ଷେପଣ କାହାକୁ କୁହାଯାଏ ?
Answer:
ଦୀର୍ଘ ବାକ୍ୟକୁ ସଂକ୍ଷେପରେ ପ୍ରକାଶ କରିବାକୁ ବାକ୍ୟ ସଂକ୍ଷେପଣ କୁହାଯାଏ ।

Question 23.
ବାକ୍ୟ ସଂକ୍ଷେପଣ କ୍ଷେତ୍ରରେ କେଉଁଗୁଡ଼ିକ ବିଶେଷ ଭାବରେ ସହାୟତା କରିଥା’ନ୍ତି ?
Answer:
ବାକ୍ୟ ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦଗୁଡ଼ିକ

(B) ଗୋଟିଏ ଶବ୍ଦ/ପଦରେ ଉତ୍ତର ଲେଖ ।

Question 1.
ବାକ୍ୟରେ ବ୍ୟବହୃତ ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ କ’ଣ କୁହାଯାଏ ?
Answer:
ଯୋଗ୍ୟତା

Question 2.
ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ କ’ଣ କୁହାଯାଏ ?
Answer:
ଖଣ୍ଡବାକ୍ୟ

Question 3.
ବାକ୍ୟରେ ଦ୍ବିକର୍ମକ କ୍ରିୟାର ମୁଖ୍ୟକର୍ମ କେଉଁଠାରେ ବ୍ୟବହାର କରାଯାଏ ?
Answer:
ଗୌଣ କର୍ମ ପରେ

Question 4.
ଏକ ବା ଏକାଧ୍ଵକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ କ’ଣ କୁହାଯାଏ ?
Answer:
ବାକ୍ୟ

Question 5.
ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଽଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ କି ବାକ୍ୟ କୁହାଯାଏ ?
Answer:
ଯୌଗିକ

BSE Odisha 10th Class Odia Grammar ବାକ୍ୟ ବିଚାର

Question 6.
ବାକ୍ୟରେ ‘ନାହିଁ’ ସଂଯୁକ୍ତ ପଦ କେଉଁଠାରେ ରହିବା ଉଚିତ ?
Answer:
କ୍ରିୟା ପରେ

Question 7.
ବାକ୍ୟରେ ଥ‌ିବା ପଦଯୋଜନା ବା ସୌନ୍ଦର୍ଯ୍ୟକୁ କ’ଣ କୁହାଯାଏ ?
Answer:
ଆସଭି

Question 8.
ବାକ୍ୟରେ ସମ୍ବୋଧନ ପଦ କେଉଁଠାରେ ରଖାଯାଏ ?
Answer:
ଆରମ୍ଭ ବା ଶେଷରେ

Question 9.
କହି ଜାଣିଲେ ……………………. ସୁନ୍ଦର । (ଶୂନ୍ୟସ୍ଥାନ ପୂରଣ କର)
Answer:
କଥା

Question 10.
ବାକ୍ୟରେ ଥ‌ିବା ପଦଯୋଜନା ବା ସୌନ୍ଦର୍ଯ୍ୟକୁ କ’ଣ କୁହାଯାଏ ?
Answer:
ଆସଭି

Question 11.
ବାକ୍ୟରେ କ୍ରିୟା ସକର୍ମକ ହୋଇଥିଲେ କର୍ମପଦଟି କେଉଁଠାରେ ବସେ ?
Answer:
କ୍ରିୟା ପୂର୍ବରୁ

Question 12.
ବାକ୍ୟରେ ବିଶେଷ୍ୟ ପଦ ପୂର୍ବରୁ କେଉଁ ପଦ ବସେ ?
Answer:
ବିଶେଷଣ ପଦ

Question 13.
ବାକ୍ୟରେ ସମ୍ବନ୍ଧିତ ପଦ ପୂର୍ବରୁ କେଉଁ ପଦ ବସେ ?
Answer:
ସମ୍ବନ୍ଧ ପଦ

BSE Odisha 10th Class Odia Grammar ବାକ୍ୟ ବିଚାର

Question 14.
ବାକ୍ୟରେ ଗୁରୁତ୍ବ ଆରୋପଣ ପାଇଁ ଥିବା ବାକ୍ୟାଶ କେଉଁଠାରେ ବସିପାରେ ?
Answer:
ବାକ୍ୟ ଆରମ୍ଭରେ

Question 15.
ବାକ୍ୟରେ ପଦାନ୍ବୟୀ ଅବ୍ୟୟ ପଦ କେଉଁଠାରେ ବସେ ?
Answer:
ସମ୍ବନ୍ଧିତ ପଦ ପରେ

Question 16.
ବାକ୍ୟରେ କରଣ କାରକ ପଦ କେଉଁଠାରେ ବସେ ?
Answer:
କର୍ମପଦ ପରେ ବା ପୂର୍ବରୁ

Question 17.
ବାକ୍ୟର ଗଠନାତ୍ମକ ରୂପ କେତେ ଭାଗରେ ବିଭକ୍ତ ?
Answer:
୪ ଭାଗରେ

Question 18.
ବାକ୍ୟର ପ୍ରକାର୍ଯ୍ୟାତ୍ମକ ରୂପ କେତେ ଭାଗରେ ବିଭକ୍ତ ?
Answer:
୫ ଭାଗରେ

(C) ନିର୍ଦ୍ଦେଶାନୁସାରେ ଉତ୍ତର ଲେଖ ।

Question 1.
ମାଆଙ୍କର ରନ୍ଧା ଚାଲିଛି । – ଏ ବାକ୍ୟଟି କେଉଁ ବାଚ୍ୟରେ ଲିଖୁ ?
Answer:
ଭାବବାଚ୍ୟ

Question 2.
କବିମାନଙ୍କ ମଧ୍ୟରେ ସାରଳା ଦାସ ଆଦିକବି ଅଟନ୍ତି । – ଏହା କି ପ୍ରକାର ବାକ୍ୟ ?
Answer:
ବିବୃତିସୂଚକ

Question 3.
କାଲିର କାମ ଯଦି ଆଜି କରୁଛ ତେବେ ଆଜିର କାମ ଏବେ କର । ଏହା କେଉଁ ପ୍ରକାର ବାକ୍ୟ ?
Answer:
ଜଟିଳ

Question 4.
ଆଜି କେତେ ତାରିଖ ? – ଏହା କେଉଁ ପ୍ରକାର ବାକ୍ୟ ?
Answer:
ପ୍ରଶ୍ନସୂଚକ

BSE Odisha 10th Class Odia Grammar ବାକ୍ୟ ବିଚାର

Question 5.
ବିଜୟର କଲିକତା ଯିବା ହେବ । ଏହି ବାକ୍ୟଟି କେଉଁ ବାଚ୍ୟରେ ଲିଖ୍ ?
Answer:
କର୍ମବାଚ୍ୟ

Question 6.
ପାନ ବେପାର କରୁଥିବା ଲୋକଟି ଅନ୍ୟ ଗ୍ରାମକୁ ଗଲା । – ରେଖାଙ୍କିତ ପ୍ରଦକୁ ସଂକ୍ଷେପ କଲେ କ’ଣ ହେବ ?
Answer:
ପାନରା

Question 7.
ରମେଶଙ୍କ ବିନା ଏ କାମ ହୋଇପାରିବ ନାହିଁ । ଏ ବାକ୍ୟରେ ‘ବିନା’ କି ପଦ ?
Answer:
ଅବ୍ୟୟ

Question 8.
ତମର ନିୟମ ମୁଁ ପାଳିପାରିବି ନାହିଁ । – ଏହା କି ପ୍ରକାର ବାକ୍ୟ ?
Answer:
ନାସ୍ତିସୂଚକ

Question 9.
ରାଧାଶ୍ୟାମ ଭଲ ଭାଷଣ ଦେଇପାରନ୍ତି। – ଏହା କି ପ୍ରକାର ବାଚ୍ୟ?
Answer:
କର୍ତ୍ତବାଚ୍ୟ

Question 10.
ସତରେ ତୁମେ ଆସିଛ ? ଏହା କେଉଁ ପ୍ରକାର ବାକ୍ୟ ?
Answer:
ପ୍ରଶ୍ନସୂଚକ

Question 11.
ଯାହା କରିବା ଉଚିତ ତାହା କର । ରେଖାଙ୍କିତ ପଦକୁ ସଂକ୍ଷେପଣ କଲେ କ’ଣ ହେବ ?
Answer:
କର୍ତ୍ତବ୍ୟ

Question 12.
ପୁଲିସ୍ – ଏହା କେଉଁ ପ୍ରକାର ଶବ୍ଦ ?
Answer:
ବୈଦେଶିକ

Question 13.
ଜାଣିବାକୁ ଇଚ୍ଛା କରୁଥିବା ଛାତ୍ର ବିଦ୍ୟାଲାଭ କରିବ । – ରେଖାଙ୍କିତ ପଦକୁ ସଂକ୍ଷେପ କଲେ କ’ଣ ହେବ ?
Answer:
ଜିଜ୍ଞାସୁ

BSE Odisha 10th Class Odia Grammar ବାକ୍ୟ ବିଚାର

Question 14.
ଆଜି କି ଟାଣ ଖରା ! – ଏହା କି ପ୍ରକାର ବାକ୍ୟ ?
Answer:
ବିସ୍ମୟସୂଚକ

Question 15.
ବିଜୟ କଲିକତା ଯିବ । ଏହା କି ପ୍ରକାର ବାକ୍ୟ ?
Answer:
କର୍ତ୍ତବାଚ୍ୟ

Question 16.
‘ବାପା ବଜାରକୁ ଯାଇ ମାଛ ଆଣିଲେ’ ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?
Answer:
ସରଳ ବାକ୍ୟ

Question 17.
‘ପୂଜା ବିଦ୍ୟାଳୟକୁ ଗଲା, ମାତ୍ର ଶ୍ରେଣୀରେ ବସିପାରିଲା ନାହିଁ’– ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?
Answer:
ଯୌଗିକ ବାକ୍ୟ

Question 18.
ଅଜା ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ଚନ୍ଦ୍ରକାନ୍ତ ଘରେ ନଥୁଲା ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?
Answer:
ଜଟିଳ ବାକ୍ୟ

Question 19.
ବାପା କେବେ ଆଶା କରିନଥୁଲେ ଯେ, ମାର୍ଶାଲିନ ଶ୍ରେଣୀରେ ପ୍ରଥମ ହେବ । ବାକ୍ୟରେ ଥ‌ିବା ରେଖାଙ୍କିତ ଅଂଶଟି କି ପ୍ରକାର ବାକ୍ୟ ?
Answer:
ପ୍ରଧାନ ବାକ୍ୟ

BSE Odisha 10th Class Odia Grammar ବାକ୍ୟ ବିଚାର

Question 20.
ଆଜ୍ଞା ! ମତେ ଟିକିଏ ସାହାଯ୍ୟ କରନ୍ତୁ । (ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?)
Answer:
ଅନୁରୋଧସୂଚକ

Question 21.
‘ବେଞ୍ଚ ଉପରେ ଛିଡ଼ାହୁଅ’– ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ?
Answer:
ଆଦେଶସୂଚକ

CHSE Odisha Class 12 History Chapter 12 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 12 ବ୍ରିଟିଶ୍ ଔପନିବେଶିକ ବିରୁଦ୍ଧରେ ବିଦ୍ରୋହ ସନ୍ନ୍ୟାସୀ ବିଦ୍ରୋହ, ଖୋର୍ଦ୍ଧା ବିଦ୍ରୋହ (୧୮୧୭), ସାନ୍ତାଳ ବିଦ୍ରୋହ (୧୮୫୬-୫୬), ମହାନ୍ ଭାରତୀୟ ବିଦ୍ରୋହ (୧୮୫୭) Short & Long Answer Questions

CHSE Odisha 12th Class History Chapter 12 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। କାନ୍‌ପୁରଠାରେ ବିଦ୍ରୋହର ନେତୃତ୍ଵ କିଏ ନେଇଥିଲେ ?
Answer:
କାନପୁରଠାରେ ବିଦ୍ରୋହର ନେତୃତ୍ଵ ନେଇଥିଲେ ଦ୍ଵିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ନାନାସାହେବ ଏବଂ ତାଙ୍କର ମନ୍ତ୍ରୀ ତାନ୍ତିଆଟୋପେ । ସେ ଦ୍ଵିତୀୟ ବାହାଦୂରଶାହାଙ୍କୁ ସମ୍ରାଟ୍ ରୂପେ ମାନି ତାଙ୍କ ଅଧୀନସ୍ଥ ଏକ ଶାସକ ବୋଲି ଘୋଷଣା କରିଥିଲେ । କାନପୁରର ଗୋରା ସୈନ୍ୟବାହିନୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ସେଠାରେ ଇଂରେଜମାନଙ୍କୁ ଗଣହତ୍ୟା କରାଯାଇଥିଲା ।

୨। ବକ୍ସି ଜଗବନ୍ଧୁଙ୍କର ପୂରାନାମ କ’ଣ ଥିଲା ? ସେ କେଉଁମାନଙ୍କର ନେତୃତ୍ଵ ନେଇଥିଲେ ?
Answer:
ବକ୍ସି ଜଗବନ୍ଧୁଙ୍କର ପୂରାନମ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର ଥିଲା । ସେ ପାଇକମାନଙ୍କର ନେତୃତ୍ୱ ନେଇଥିଲେ ।

୩ । ନାନାସାହେବ କାହିଁକି ବିଦ୍ରୋହୀ ସାଜିଥିଲେ ?
Answer:
ନାନାସାହେବ ପେଶବା ଦ୍ଵିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ଥିଲେ । ରାଜସ୍ଵତ୍ଵ ଲୋପ ନୀତି ଅନୁସାରେ ତାଙ୍କୁ ପୈତୃକ ଉପାଧ୍ ଓ ଆର୍ଥିକ ଭତ୍ତାରୁ ବଞ୍ଚିତ ହେବାକୁ ପଡ଼ିଥିଲା । ୧୮୫୭ର ମହାନ୍ ବିଦ୍ରୋହ ଆରମ୍ଭ ହେବା ପରେ ସେ କାନପୁରଠାରେ ବିଦ୍ରୋହୀମାନଙ୍କର ନେତୃତ୍ୱ ନେଇଥିଲେ । ଇଂରେଜମାନଙ୍କ ଦ୍ଵାରା ପରାସ୍ତ ହେବା ପରେ ସେ ଆତ୍ମରକ୍ଷା ପାଇଁ ନେପାଳର ଘଞ୍ଚ ଅରଣ୍ୟକୁ ପଳାୟନ କରିଥିଲେ ।

୪। ଝାନ୍ସୀର ରାଣୀ ଲକ୍ଷ୍ମୀବାଈ କାହିଁକି ବିଦ୍ରୋହୀ ସାଜିଥିଲେ ?
Answer:
ଲର୍ଡ଼ ଡେଲହାଉସୀଙ୍କ ରାଜସ୍ଵତ୍ଵ ଲୋପ ନୀତି ଦ୍ଵାରା ଝାନ୍ସୀ ରାଜ୍ୟ ବ୍ରିଟିଶ୍ ସାମ୍ରାଜ୍ୟଭୁକ୍ତ ହେଲା । ରାଣୀ ଲକ୍ଷ୍ମୀବାଈଙ୍କ ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କ ପୋଷ୍ୟପୁତ୍ରଙ୍କୁ ସିଂହାସନରେ ବସିବାକୁ ଅନୁମତି ପ୍ରଦାନ କରାଗଲା ନାହିଁ । ଏହାକୁ ବିରୋଧ କରି ରାଣୀ ଲକ୍ଷ୍ମୀବାଈ ୧୮୫୭ ବିଦ୍ରୋହରେ ଯୋଗ ଦେଇଥିଲେ ।

୫। ୧୮୫୭ର ବିଦ୍ରୋହକୁ କାହିଁକି ଭାରତୀୟ ଐତିହାସିକମାନେ ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି କହିଥାନ୍ତି ?
Answer:
ଭାରତୀୟ ଐତିହାସିକମାନଙ୍କ ମତରେ, ବିଦେଶୀ ଶାସନ ଉଠାଇ ଦେବାପାଇଁ ଏହି ବିଦ୍ରୋହ ଥୁଲା ଦେଶପ୍ରେମୀ ଭାରତୀୟମାନଙ୍କର ମହାନ୍ ଓ ବୀରତ୍ଵପୂର୍ଣ୍ଣ କାର୍ଯ୍ୟ । ଏହିପରି ଏକ ଗୌରବପୂର୍ଣ୍ଣ ଘଟଣାରେ ହିନ୍ଦୁ ଓ ମୁସଲମାନମାନେ ପାଦକୁ ପାଦ ମିଳାଇ ସେମାନଙ୍କୁ ଦୃଢ଼ ସ୍ଵାଧୀନତା ଫେରାଇ ଆଣିବାକୁ ଯୁଦ୍ଧ କରିଥିଲେ । ‘‘ହରହର ମହାଦେବ’’ ଏବଂ ‘ମାରେ ଫିରିଙ୍ଗିକୋ’’ ଧ୍ଵନିରେ ଭାରତ ପ୍ରକମ୍ପିତ ହୋଇଥିଲା ।

CHSE Odisha Class 12 History Chapter 12 Short & Long Answer Questions in Odia Medium

୬। ଦଶମୀ ନାଗ କିଏ ? ସେମାନଙ୍କୁ ଇଂରେଜମାନେ କେଉଁ ଆଖ୍ୟା ପ୍ରଦାନ କରିଥିଲେ ?
Answer:
ବେଙ୍ଗଲର ସନ୍ନ୍ୟାସୀମାନଙ୍କୁ ଦଶମୀ ନାଗ କୁହାଯାଏ । ସେମାନଙ୍କୁ ଇଂରେଜମାନେ ଲୁଟେରା ଆଖ୍ୟା ପ୍ରଦାନ କରିଥିଲେ ।

୭ । ଦ୍ଵିତୀୟ ବାହାଦୂର ଶାହାଙ୍କ ସମ୍ପର୍କରେ ଲେଖ ।
Answer:
ଦ୍ଵିତୀୟ ବାହାଦୂର ଶାହା ଥିଲେ ଶେଷ ମୋଗଲ ସମ୍ରାଟ । ସିପାହି ବିଦ୍ରୋହ କାଳରେ ତାଙ୍କୁ ଭାରତର ସମ୍ରାଟ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ଇଂରେଜ ସେନାଧ୍ୟକ୍ଷ ନିକୋଲସନ୍ ଦିଲ୍ଲୀ ଅଧିକାର କରିବା ପରେ ତାଙ୍କୁ ବନ୍ଦୀ କରାଯାଇ ରେଙ୍ଗୁକୁ ପଠାଯାଇଥିଲା ଏବଂ ତାଙ୍କର ଦୁଇ ପୁତ୍ରଙ୍କୁ ହତ୍ୟା କରାଯାଇଥିଲା । ୧୮୬୨ ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁ ହୋଇଥିଲା ।

୮। ସାନ୍ତାମାନଙ୍କର ଅନ୍ୟନାମ କ’ଣ ଥିଲା ? କେଉଁ ଇଂରେଜ ଅଫିସର ସାନ୍ତାଳମାନଙ୍କର ବିଦ୍ରୋହକୁ ଦମନ କରିଥିଲେ ?
Answer:
ସାନ୍ତାଳମାନଙ୍କର ଅନ୍ୟନାମ ଥିଲା ଖେରଓାର । ବ୍ରିଗେଡିୟର ଲିୟଙ୍କ ସାନ୍ତାଳମାନଙ୍କର ବିଦ୍ରୋହକୁ ଦମନ କରିଥିଲେ ।

୯। ସାନ୍ତାଳମାନଙ୍କୁ ତାଙ୍କ ଜମିରେ କ’ଣ ଚାଷ କରିବାକୁ ବାଧ୍ୟ କରାଯାଉଥିଲା ? ୧୮୩୩ ମସିହାରେ ପ୍ରଥମେ ଯେଉଁ ସାନ୍ତାଳ ବିଦ୍ରୋହ ହୋଇଥିଲା, ତା’ର ନାମ କ’ଣ ରଖାଯାଇଥିଲା ?
Answer:
ସାନ୍ତାଳମାନଙ୍କୁ ତାଙ୍କ ଜମିରେ ନୀଳ ଚାଷ କରିବାକୁ ବାଧ୍ୟ କରାଯାଉଥିଲା । ୧୮୩୩ ମସିହାରେ ପ୍ରଥମେ ଯେଉଁ ସାନ୍ତାଳ ବିଦ୍ରୋହ ହୋଇଥିଲା, ତା’ର ନାମ ଖେର ରଖାଯାଇଥିଲା ।

B. ପାଞ୍ଚଟି/ ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ | ଇଂରେଜ ସରକାରଙ୍କ ପାଇକ ବିରୋଧୀ ନୀତି ବିଷୟରେ ଲେଖ ।
Answer:
୧୮୦୫ ଖ୍ରୀ.ଅ.ରେ ଖୋର୍ଦ୍ଧା ରାଜ୍ୟ ଇଂରେଜମାନେ ଅଧିକାର କଲାପରେ ମେଜର ଫ୍ଲେଚର ସାହେବ ଏହାର ପ୍ରଥମ ଇଂରେଜ ପ୍ରଶାସକ ରୂପେ ନିଯୁକ୍ତ ହୋଇଥିଲେ । ସେ ଖୋର୍ଦ୍ଧାର ଶାସନଭାର ଗ୍ରହଣ କଲାପରେ ପାଇକମାନଙ୍କ ବିରୁଦ୍ଧରେ କେତେଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ । ପାଇକ ସୈନ୍ୟମାନେ ଇଂରେଜମାନଙ୍କର କୌଣସି ଦରକାରରେ ଆସିଲେ ନାହିଁ । ଅନ୍ୟ ପକ୍ଷରେ ସେମାନଙ୍କର ଦେଶପ୍ରାଣତା ବୈଦେଶିକ ଶାସନ ପାଇଁ ବିପଦ ବୋଲି ମନେକରାଗଲା । ତେଣୁ ଫ୍ଲେଚର ସାହେବ ପାଇକମାନଙ୍କ ପ୍ରତି କଠୋର ଓ ନିର୍ଭୟ ହେବା ସ୍ଵାଭାବିକ ଥିଲା । ପାଇକମାନଙ୍କର ନିଷ୍କର ଜାଗିରୀ ଛଡ଼ାଇ ନିଆଗଲା ଏବଂ ସେମାନଙ୍କ ଜମି ଉପରେ ଭୂ-ରାଜସ୍ୱ ଧାର୍ଯ୍ୟ କରାଗଲା । ରାଜସ୍ୱ ଆଦାୟ କ୍ଷେତ୍ରରେ ନିଯୁକ୍ତ ସରକାରୀ ରାଜସ୍ୱ କର୍ମଚାରୀମାନେ ପାଇକମାନଙ୍କ ଉପରେ ନାନା ଅତ୍ୟାଚାର କଲେ । ତା’ସାଙ୍ଗକୁ ପୋଲିସ୍ କର୍ମଚାରାଙ୍କର ଅକଥନୀୟ ଅତ୍ୟାଚାର ସେମାନଙ୍କୁ ସହିବାକୁ ପଡ଼ିଲା ।

ସେହି ସମୟରେ ଇଂରେଜ ସରକାରଙ୍କୁ ସାହାଯ୍ୟ କରିବାପାଇଁ ଯେଉଁ ବଙ୍ଗାଳୀମାନେ ଓଡ଼ିଶାରେ ନିଯୁକ୍ତ ଥିଲେ, ସେମାନେ ପାଇକମାନଙ୍କୁ ନାନା ଭାବରେ ଶୋଷଣ କରୁଥିଲେ ଏବଂ ନାନା କୌଶଳରେ ସେମାନଙ୍କର ଭୂ-ସମ୍ପତ୍ତି ଛଡ଼ାଇ ନେଉଥିଲେ । ଇଂରେଜମାନେ କଉଡ଼ି ପରିବର୍ତ୍ତେ ଟଙ୍କା ପଇସା ଆକାରରେ ରାଜସ୍ୱ ଆଦାୟ କଲେ । ଯେଉଁ ପାଇକମାନେ ରାଜସ୍ବ ଦେବାରେ ଆଦୌ ଅଭ୍ୟସ୍ତ ନଥିଲେ ସେମାନେ ରାଜସ୍ବ ପାଇଁ ଟଙ୍କା ଯୋଗାଡ଼ ସକାଶେ ମହାଜନମାନଙ୍କର ଦ୍ବାରସ୍ଥ ହେଲେ । ଇଂରେଜ ସରକାରଙ୍କ ଲବଣ ନୀତି ଫଳରେ ପାଇକମାନଙ୍କଠାରୁ ଲୁଣ ତିଆରି କରିବା ଅଧ୍ୟାର କାଢ଼ିନେଲେ । ଏହାଦ୍ୱାରା ପାଇକମାନେ ପୈତୃକ ଜୀବିକାରୁ ବଞ୍ଚିତ ହୋଇ ଦୁଃଖ ଓ ଅନଟନରେ ପଡ଼ିଲେ । ଏହିପରିଭାବେ ଇଂରେଜ ସରକାରଙ୍କ ପାଇକ ବିରୋଧୀ ନୀତି ଯୋଗୁଁ ପାଇକମାନେ ଦଳିତ ଓ ନିଷ୍ପେସିତ ହୋଇ ରହିଥିଲେ । ଇଂରେଜ ଶାସନ ବିରୁଦ୍ଧରେ ସେମାନେ ଅସନ୍ତୁଷ୍ଟ ଓ ଉତ୍ତେଜିତ ଥିଲେ ।

CHSE Odisha Class 12 History Chapter 12 Short & Long Answer Questions in Odia Medium

୨। ବକ୍ସି ଜଗବନ୍ଧୁ ରୋଡ଼ଙ୍ଗ ଜିଲ୍ଲାର ଜମିଦାରୀ କିପରି ହରାଇଥିଲେ ?
Answer:
ବକ୍ସି ଜଗବନ୍ଧୁ ରୋଡ଼ଙ୍ଗ ଜିଲ୍ଲାର ଅଧିକାରୀ ଥିଲେ ଏବଂ ୧୮୦୪-୧୮୦୫ ଖ୍ରୀ.ଅ.ରେ ଜଗବନ୍ଧୁ ରୋଡ଼ଙ୍ଗ ଜିଲ୍ଲାର ମାଲିକାନା ପାଇଁ ଇଷ୍ଟଇଣ୍ଡିଆ କମ୍ପାନୀ ସହିତ ବନ୍ଦୋବସ୍ତ କରି ନେଇଥିଲେ । ଇତିମଧ୍ୟରେ କୃଷ୍ଣପ୍ରସାଦ ସିଂହ ନାମକ ଜଣେ ପ୍ରଭାବଶାଳୀ ବଙ୍ଗାଳୀ ବ୍ୟକ୍ତି ବକ୍ସି ଜଗବନ୍ଧୁଙ୍କ ରୋଡ଼ଙ୍ଗ କିଲ୍ଲା ଅଧିକାର କରିନେବା ପାଇଁ ଉଦ୍ୟମ ଚଳାଇଥିଲେ । ତାଙ୍କର ଭାଇ ଗୌରହରି ସିଂହ ପୁରୀର ତହସିଲଦାର ରୂପେ ରାହଙ୍ଗ ସମେତ କେତେକ ପରଗଣାର ରାଜସ୍ୱ ଆଦାୟ ଦାୟିତ୍ଵରେ ଅବସ୍ଥାପିତ ଥିଲେ । ଏହି ଦୁଇ ସିଂହ ମିଳିତ ହୋଇ ବକ୍ସିଙ୍କ ରୋଡ଼ଙ୍ଗ କିଲ୍ଲା ଛଡ଼ାଇନେବାପାଇଁ ଷଡ଼ଯନ୍ତ୍ର କରୁଥିଲେ । ୧୮୦୭ ଖ୍ରୀ.ଅ.ରୁ ୧୮୦୯ ଖ୍ରୀ.ଅ. ମଧ୍ଯରେ ରାହଙ୍ଗ ପରଗଣାର ରାଜସ୍ୱ ଅଧିକାର ଜଣେ ବଙ୍ଗାଳୀ ବ୍ୟକ୍ତିଙ୍କୁ ନିଲାମରେ ଦିଆଗଲା ! କୃଷ୍ଣଚନ୍ଦ୍ର ସିଂହ ୧୮୧୦ ଖ୍ରୀ.ଅ.ରେ ସେହି ପରଗଣାକୁ କ୍ରୟ କରି ତାହାର ଜମିଦାର ହେଲେ ।

ସେହି ସମୟରେ ବକ୍ସି ଜଗବନ୍ଧୁ ତାଙ୍କର ରୋଡ଼ଙ୍ଗ ଜିଲ୍ଲାର ରାଜସ୍ୱ ପୁରୀ କଲେକ୍ଟରଙ୍କ ରାଜକୋଷରେ ସିଧାସଳଖ ଜମା କରୁଥିଲେ; ମାତ୍ର ବକ୍ସି ଜଗବନ୍ଧୁଙ୍କୁ ପ୍ରତାରଣା କରାଯାଇ ରାହଙ୍ଗର ତହସିଲଦାର ଗୌରହରି ସିଂହ ଆପଣାର ରାଜସ୍ୱ ବିବରଣୀରେ ରୋଡ଼ଙ୍ଗ ଜିଲ୍ଲା ରାହଙ୍ଗ ପରଗଣାର ଅନ୍ତର୍ଗତ ବୋଲି ଲେଖାଇ ନେଇଥିଲେ । ରୋଡ଼ଙ୍ଗ ରାହଙ୍ଗର ସନ୍ନିହିତ ହୋଇଥିବାରୁ ଏହା ଅସ୍ଵାଭାବିକ ଜଣାଗଲା ନାହିଁ; ମାତ୍ର ଏହାଦ୍ଵାରା ରାହଙ୍ଗର ଜମିଦାର କୃଷ୍ଣପ୍ରସାଦ ସିଂହଙ୍କ ଆଧୂପତ୍ୟ ରୋଡ଼ଙ୍ଗ ଉପରେ ପ୍ରତିଷ୍ଠିତ ହେଲା ଏବଂ ବକ୍ସି ଜଗବନ୍ଧୁ ରୋଡ଼ଙ୍ଗ ଜିଲ୍ଲାର ମାଲିକାନା ସ୍ୱତ୍ୱରୁ ବଞ୍ଚିତ ହେଲେ । ଏହିପରିଭାବେ ବକ୍ସି ଜଗବନ୍ଧୁ ରୋଡ଼ଙ୍ଗ ଜିଲ୍ଲା ହରାଇଥିଲେ ଏବଂ ଏହାକୁ ବଙ୍ଗାଳୀ ଜମିଦାରଙ୍କ କବଳରୁ ପୁନରୁଦ୍ଧାର ପାଇଁ ଅକ୍ଷମ ହେବାରୁ ୧୮୧୭ ଖ୍ରୀ.ଅ. ପାଇକ ବିଦ୍ରୋହର ନେତୃତ୍ୱ ନେଇଥିଲେ ।

୩ । ପାଇକ ବିଦ୍ରୋହ ବିଫଳ ହେବାର କାରଣ କ’ଣ ଥିଲା ?
Answer:
୧୮୧୭ ଖ୍ରୀ.ଅ.ରେ ପାଇକ ବିଦ୍ରୋହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିଲା ଏବଂ ଏହା ଇଂରେଜ ଶାସନ ବିରୁଦ୍ଧରେ ଖୋର୍ଦ୍ଧାର ପାଇକମାନଙ୍କର ପ୍ରଥମ ଗଣ ଆନ୍ଦୋଳନ ଥିଲା; ମାତ୍ର ଇଂରେଜ ସରକାରଙ୍କର କଠୋର ଦମନମୂଳକ ନୀତି ଫଳରେ ଏହି ବିଦ୍ରୋହ ବିଫଳ ହୋଇଥିଲା । ଇଂରେଜ ସରକାର ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନଦ୍ୱାରା ଅନେକ ବିଦ୍ରୋହୀଙ୍କୁ ଗିରଫ କରାଗଲା ଏବଂ ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଗଲା । ଏହାପରେ ଇଂରେଜ ସରକାର ଶାନ୍ତି ନୀତି ଅବଲମ୍ବନ କରି ଘୋଷଣାକଲେ ଯେ ବିଦ୍ରୋହୀମାନେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆତ୍ମସମର୍ପଣ କଲେ ସେମାନଙ୍କୁ କ୍ଷମା ପ୍ରଦାନ କରାଯିବ । ଏହାଦ୍ଵାରା ଅନେକ ବିଦ୍ରୋହୀ ପ୍ରଲୋଭିତ ହୋଇ ଇଂରେଜ ସରକାରଙ୍କ ନିକଟରେ ଆତ୍ମସମର୍ପଣ ପାଇଁ ରାଜି ହେଲେ ।

୧୮୨୩ ଖ୍ରୀ.ଅ.ରେ ନୟାଗଡ଼ ରାଜା ବିନାୟକ ସିଂହ ମାନ୍ଧାତାଙ୍କ ମୃତ୍ୟୁପରେ ବକ୍ସି ଜଗବନ୍ଧୁ ନୂତନ ନୟାଗଡ଼ ରାଜାଙ୍କ ସାହାଯ୍ୟ ଓ ସମର୍ଥନ ହରାଇଲେ । ନୟାଗଡ଼ର ନୂତନ ରାଜା ବ୍ରଜବନ୍ଧୁ ସିଂହ ମାନ୍ଧାତା ଇଂରେଜମାନଙ୍କ ସମ୍ପୂର୍ଣ୍ଣ ଆନୁଗତ୍ୟ ସ୍ବୀକାର କରି ବକ୍ସି ଜଗବନ୍ଧୁଙ୍କୁ ଧରାଇଦେବାପାଇଁ ଯଥାଶକ୍ତି ଉଦ୍ୟମ କଲେ । ପୁନଶ୍ଚ ଇଂରେଜ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅନେକ ଦେଶୀୟ ରାଜାମାନେ ଶଙ୍କିତ ହୋଇ ରହିଲେ । ବିଦ୍ରୋହୀମାନଙ୍କ ପ୍ରତି ଜନସାଧାରଣଙ୍କର ଗୁପ୍ତ ସମର୍ଥନ ମଧ୍ଯ କ୍ରମେ ହ୍ରାସପାଇଲା । ଏହାପରେ ବକ୍ସି ଜଗବନ୍ଧୁ ଅନଜ୍ୟୋପାୟ ହୋଇ ଆତ୍ମସମର୍ପଣ କଲେ ଏବଂ ୧୮୨୫ ଖ୍ରୀ.ଅ. ମେ ୨୭ ତାରିଖ ଦିନ କଟକ ଆସି ଇଂରେଜ ସରକାରଙ୍କ ସହିତ ଏକ ଚୁକ୍ତିନାମା ସ୍ବାକ୍ଷରିତ କଲେ । ବକ୍ସି ଜଗବନ୍ଧୁଙ୍କ ଆତ୍ମସମର୍ପଣ ସହ ପାଇକ ବିଦ୍ରୋହର ଅବସାନ ଘଟିଲା ।

୪ । ୧୮୫୭ ବିଦ୍ରୋହର ଫଳାଫଳଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
Answer:
୧୮୫୭ ଖ୍ରୀ.ଅ.ରେ ବିଦ୍ରୋହ ପରେ ଭାରତରୁ କମ୍ପାନୀ ଶାସନର ଅବସାନ ଘଟିଥିଲା । ଭାରତର ଶାସନଭାର ଇଂଲଣ୍ଡର ରାଜା ବା ରାଣୀଙ୍କ ହାତରେ ଅର୍ପଣ କରାଗଲା । ଇଂଲଣ୍ଡର ଶାସକ ତାଙ୍କ ମନ୍ତ୍ରୀପରିଷଦର ଜଣେ ସଦସ୍ୟଙ୍କୁ ଭାରତର ଶାସନମୁଖ୍ୟ କରି ପଠାଇଲେ । ତାଙ୍କୁ ଭାଇସ୍‌ୟ କୁହାଗଲା । ବ୍ରିଟିଶ ସୈନ୍ୟବାହିନୀର ପୁନର୍ଗଠନ କରାଗଲା । ବଙ୍ଗଳା ରେଜିମେଣ୍ଟକୁ ଉଚ୍ଛେଦ କରାଯାଇ ନୂତନ ଭାବରେ ଗୁର୍ଗା, ଶିଖ, ଜାଠ ଆଦି ରେଜିମେଣ୍ଟ ପ୍ରତିଷ୍ଠା କରାଗଲା । ରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ର ଅନୁସାରେ, ଇଂରେଜମାନେ ପୂର୍ବପରି ଭାରତୀୟମାନଙ୍କ ଧର୍ମ, ସଂସ୍କୃତି ଓ ସମାଜ ଉପରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସ୍ପଷ୍ଟ ହେଲା । ଏହି ବିଦ୍ରୋହ ପରେ ଭାରତୀୟମାନେ ଜାତୀୟ ଜାଗରଣରେ ଉଦବୃଦ୍ଧ ହୋଇ ପରବର୍ତ୍ତୀ ସମୟରେ ଭାରତର ସ୍ଵାଧୀନତା ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଥିଲେ ।

୫। ୧୮୫୭ ବିଦ୍ରୋହର ଅର୍ଥନୈତିକ କାରଣ ସମ୍ପର୍କରେ ଲେଖ ।
Answer:
ଉ- ଇଂରେଜମାନଙ୍କର ଭାରତ ଅଧିକାର କରିବାର ମୂଳ ଉଦ୍ଦେଶ୍ୟ ଥିଲା ଅର୍ଥନୈତିକ ଶୋଷଣ । ଏହି ଶୋଷଣ ନୀତି ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଥିଲା । ୧୭୫୭ ଖ୍ରୀ.ଅ.ର ପଲାସୀ ଯୁଦ୍ଧ ପରେ ବହୁ ଦେଶୀୟ ରାଜ୍ୟକୁ କ୍ରମଶଃ ବ୍ରିଟିଶ ସରକାର ଅଧିକାର କରିଥିଲେ । ଏହାଫଳରେ ରାଜା ଓ ରାଜକର୍ମଚାରୀଙ୍କଠାରୁ ଆରମ୍ଭକରି ରାଜାଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତି ବେକାର ହୋଇଯାଇଥିଲେ । ଅର୍ଥ ଓ ପ୍ରତିପତ୍ତି ହରାଇ ସେମାନେ ଅସହ୍ୟ ଦୁଃଖ ଭୋଗ କରିବାକୁ ଲାଗିଲେ । ଇଂରେଜମାନେ ଭାରତରୁ କଞ୍ଚାମାଲ ଶସ୍ତାରେ ନେଇ ସେଥୁରୁ ଉତ୍ପାଦିତ ଦ୍ରବ୍ୟକୁ ଚଢ଼ା ଦାମ୍ରେ ଏଠାରେ ବିକ୍ରି କରୁଥିଲେ । ଏହାଦ୍ଵାରା ଭାରତର ବ୍ୟବସାୟୀ ଗୋଷ୍ଠୀ କ୍ଷତି ସହିବା ସଙ୍ଗେ ସଙ୍ଗେ ଦେଶୀୟ ଶିଳ୍ପଗୁଡ଼ିକ ବନ୍ଦ ହୋଇଯାଇଥିଲା । ଇଂରେଜ ସରକାର ଜମିଦାରୀ ପ୍ରଥା ଉଚ୍ଛେଦ କରିବା ଫଳରେ ପ୍ରତିପତ୍ତିଶାଳୀ ଲୋକମାନେ ଦରିଦ୍ର ଓ ନିଃସ ହୋଇପଡିଥିଲେ । ଏହି ସମସ୍ତ କାରଣ ପାଇଁ ଅର୍ଥନୈତିକ ଅସନ୍ତୋଷ ବୃଦ୍ଧି ପାଇଥିଲା ।

୬। ସିପାହି ବିଦ୍ରୋହର ଆଶୁ କାରଣ କ’ଣ ଥିଲା ?
Answer:
ସିପାହିମାନଙ୍କ ପୁଞ୍ଜୀଭୂତ ଅସନ୍ତୋଷର ବାରୁଦଗଦାରେ ଅଗ୍ନିସଂଯୋଗ କରିଥିଲା ଏନ୍‌ଫିଲ୍ଡ ବନ୍ଧୁକର ପ୍ରଚଳନ । ଏହାହିଁ ଥିଲା ସିପାହି ବିଦ୍ରୋହର ଆଶୁ କାରଣ । ୧୮୫୬ରେ କମ୍ପାନୀର ସୈନ୍ୟବାହିନୀରୁ ‘ବ୍ରାଉନ୍ସେସ୍’ ନାମକ ପୁରାତନ ବନ୍ଧକ ପ୍ରତ୍ୟାହାର କରାଯାଇ ତା’ ସ୍ଥାନରେ ଏନ୍‌ଫିଲ୍‌ଡ ବନ୍ଧୁକର ପ୍ରଚଳନ କରାଯାଇଥିଲା । ଏହି ବନ୍ଧୁକରେ ଗୁଳି ଭଭି କରିବାକୁ ହେଲେ ଗୁଳିଥ‌ିବା ଟୋଟାର ଅଗ୍ରଭାଗକୁ ଦାନ୍ତରେ ଛିଡ଼ାଇ ଗୁଳିକୁ ବାହାର କରିବାକୁ ହେଉଥିଲା ଏବଂ ବନ୍ଧୁକରେ ଭର୍ତ୍ତି କରାଯାଇ ଫୁଟାଯାଉଥିଲା । ଏହି ସମୟରେ ଜନରବ ପ୍ରଚାରିତ ହୋଇଥିଲା ଯେ ଗୁଳିର ଟୋଟାରେ ଗାଈ ଓ ଘୁଷୁରି ଚର୍ବି ପ୍ରଲେପିତ ହୋଇଛି । ଏଣୁ ଏହାକୁ ବ୍ୟବହାର କଲେ ନିଜର ଧର୍ମ ନଷ୍ଟ ହେବ ବୋଲି ଜାଣି ହିନ୍ଦୁ ଓ ମୁସଲମାନମାନେ ଖୁବ୍ ଉତ୍ତେଜିତ ହୋଇପଡ଼ିଥିଲେ । ଯେଉଁ ସିପାହିମାନେ ଏହି ବନ୍ଧୁକ ବ୍ୟବହାର କରିବାକୁ ମନାକଲେ, ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଫଳରେ ମାର୍ଚ୍ଚ ୨୯ ତାରିଖ ୧୮୫୭ ମସିହାରେ ବିଦ୍ରୋହର ପ୍ରଥମ ସ୍ତଲିଙ୍ଗ ଦେଖାଦେଇଥିଲା ବଙ୍ଗଦେଶର ବାରାଜପୁର ସେନାଛାଉଣୀରେ ।

CHSE Odisha Class 12 History Chapter 12 Short & Long Answer Questions in Odia Medium

୭ | ସାନ୍ତାଳ ବିଦ୍ରୋହର ଫଳାଫଳମାନ ଲେଖ ।
Answer:
ସାନ୍ତାଳ ବିଦ୍ରୋହ ଇଂରେଜମାନଙ୍କ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆଣିଥିଲା । ସେମାନେ ସାନ୍ତାଳମାନଙ୍କୁ ଶୋଷଣରୁ ରକ୍ଷା କରିବାପାଇଁ ପ୍ରଚେଷ୍ଟା ଆରମ୍ଭ କରିଦେଲେ । ସାନ୍ତାଳ ପରଗଣା ସୃଷ୍ଟି କରାଯାଇ ତାହାର ଶାସନଭାର ସ୍ଥାନୀୟ କଲେକ ରଙ୍କ ଉପରେ ନ୍ୟସ୍ତ କରାଗଲା । ‘କାମାଉତି’ ବା ଗୋତି ପ୍ରଥାର ବିଲୋପ କରାଗଲା । ସାନ୍ତାଳମାନଙ୍କୁ ଦାରୋଗା କଲେକ ରଙ୍କ ଉପରେ ନ୍ୟସ୍ତ କରାଗଲା । ‘କାମାଭତି’ ବା ଗୋତି ପ୍ରଥାର ବିଲୋପ କରାଗଲା । ସାନ୍ତାଳମାନଙ୍କୁ ଦାରୋଗା ଇଂରେଜ ସରକାର ଆପତତଃ ମାନି ନେଇଥିଲେ । ସେମାନଙ୍କ ବନ୍ୟଜାତ ଦ୍ରବ୍ୟ ବିକ୍ରି କରିବାପାଇଁ ବଜାର ସୃଷ୍ଟି କରାଗଲା ଏବଂ ସେମାନଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ଆଣିବାପାଇଁ ପ୍ରୟାସ କରାଗଲା । ମୋଟ ଉପରେ ସାନ୍ତାଳମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଇଂରେଜ ସରକାର ଚେଷ୍ଟା କରିଥଲା ।

୮| ୧୮୫୭ ବିଦ୍ରୋହରେ ରାଣୀ ଲକ୍ଷ୍ମୀବାଈଙ୍କ ଭୂମିକା କ’ଣ ଥିଲା ?
Answer:
ରାଣୀ ଲକ୍ଷ୍ମୀବାଈ ଝାନ୍ସୀର ଶାସକ ଗଙ୍ଗାଧର ରାଓଙ୍କ ପତ୍ନୀ ଥିଲେ । ଅପୁତ୍ରିକ ଥିବାରୁ ସେ ଆନନ୍ଦ ରାଓଙ୍କୁ ପୋଷ୍ୟପୁତ୍ରଭାବେ ଗ୍ରହଣ କରିଥିଲେ । ମାତ୍ର ଗଙ୍ଗାଧର ରାଓଙ୍କ ମୃତ୍ୟୁପରେ ସିଂହାସନ ପାଇଁ ତାଙ୍କ ପୋଷ୍ୟପୁତ୍ରର ଦାବିକୁ ଲର୍ଡ ଡେଲ୍ହାଉସୀ ଅଗ୍ରାହ୍ୟ କରିଦେଇଥିଲେ । ସେ ରାଜ୍ୟସ୍ଵତ୍ଵ ଲୋପନୀତି ପ୍ରୟୋଗ କରି ଝାନ୍ସୀକୁ ଇଂରେଜି ସାମ୍ରାଜ୍ୟଭୁକ୍ତ କରିଥିଲେ । ଏହାର ପ୍ରତିବାଦରେ ଲକ୍ଷ୍ମୀବାଈ ସିପାହି ବିଦ୍ରୋହରେ ଯୋଗଦେଇ ଝାନ୍ସୀ ଠାରେ ସିପାହିମାନଙ୍କର ନେତୃତ୍ୱ ନେଇଥିଲେ । ତାନ୍ତିଆ ତୋପେ ଏ କ୍ଷେତ୍ରରେ ଲକ୍ଷ୍ମୀବାଈଙ୍କୁ ସହଯୋଗ କରିଥିଲେ । ଅସୀମ ବୀରତ୍ଵର ସହ ଯୁଦ୍ଧକରି ରାଣୀ ମୃତ୍ୟୁବରଣ କରିଥିଲେ । ବିଶେଷକରି ଜଣେ ବୀରା ରମଣୀଭାବେ ସେ ଇତିହାସ ପ୍ରସିଦ୍ଧ ।

୯। ସିପାହୀ ବିଦ୍ରୋହର ନାନାସାହେବଙ୍କ ଭୂମିକା କ’ଣ ଥିଲା ?
Answer:
୧୮୫୭ ମସିହାର ବିଦ୍ରୋହରେ ନାନାସାହେବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଥିଲେ ପେଶବା ଦ୍ଵିତୀୟ ବାଜିରାଓଙ୍କର ପୋଷ୍ୟପୁତ୍ର । ଲର୍ଡ ଡେଲ୍‌ହାଉସୀଙ୍କ ରାଜ୍ୟସ୍ଵତ୍ୱଲୋପ ନୀତିର ଶିକାର ହୋଇ ନାନାସାହେବ କାନପୁରରେ ବିଦ୍ରୋହର ନେତୃତ୍ବ ନେଇଥିଲେ । ନାନାସାହେବ ଦ୍ବିତୀୟ ବାହାଦୁରଶାହାଙ୍କୁ ସମ୍ରାଟ ରୂପେ ମାନି ତାଙ୍କ ଅଧୀନସ୍ଥ ଏକ ଶାସକ ବୋଲି ନିଜକୁ ଘୋଷଣା କରିଥିଲେ । ନାନାଙ୍କ ପ୍ରବଳ ପରାକ୍ରମ ଆଗରେ କାନପୁରର ଗୋରା ସୈନ୍ୟବାହିନୀ ଆତ୍ମସମର୍ପଣ କରିବାକୁ ବାଧ ହୋଇଥିଲେ । ଶେଷରେ ଇଂରେଜ ସେନାବାହିନୀ ହାତରେ ନାନାସାହେବ ପରାସ୍ତ ହୋଇ ନେପାଳର ଦୁର୍ଗମ ଅରଣ୍ୟକୁ ପଳାୟନ କରିଥିଲେ ।

୧୦ । ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ଲେଖ ।
Answer:
୧୮୫୭ ଖ୍ରୀ.ଅ. ବିଦ୍ରୋହର ପ୍ରତିଧ୍ଵନି ଓଡ଼ିଶାର ମାଟିରେ ଶୁଣାଯାଇଥିଲା । ଓଡ଼ିଶାରେ ଏହି ବିଦ୍ରୋହର ଅଗ୍ରସାରଥୀ ଥିଲେ ବୀର ସୁରେନ୍ଦ୍ର ସାଏ । ସେ ଇଂରେଜ ଶାସନ ବିରୁଦ୍ଧରେ ସମ୍ବଲପୁରଠାରେ ବିଦ୍ରୋହ ଘୋଷଣା କରିଥିଲେ । ସେ ବୃଦ୍ଧ ନାରାୟଣ ରାଓଙ୍କ ପୋଷ୍ୟପୁତ୍ର ଥିଲେ । ମାତ୍ର ଡେଲହାଉସୀ ରାଜ୍ୟସ୍ଵତ୍ଵ ଲୋପ ନୀତି ପ୍ରୟୋଗ କରି ସମ୍ବଲପୁରକୁ ଇଂରେଜ ସାମ୍ରାଜ୍ୟଭୁକ୍ତ କରିବାରୁ ସୁରେନ୍ଦ୍ର ସାଏ ନିଜର ପ୍ରତିପରି ଓ ପଦମର୍ଯ୍ୟାଦା ହରାଇଥିଲେ । ଏଥିରେ କ୍ଷୁବ୍‌ଧ ହୋଇ ସୁରେନ୍ଦ୍ର ସାଏ ବିଦ୍ରୋହରେ ଭାଗ ନେଇଥିଲେ ଏବଂ ଶେଷରେ ବନ୍ଦୀ ଅବସ୍ଥାରେ ଅସୁରଗଡ଼ ଦୁର୍ଗରେ ମୃତ୍ୟୁବରଣ କରିଥିଲେ ।

CHSE Odisha Class 12 History Chapter 12 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଅଷ୍ଟାଦଶ ଶତାବ୍ଦୀର ଅନ୍ତିମ ପର୍ଯ୍ୟାୟରେ ଭାରତର ଉତ୍ତର-ପୂର୍ବ ଭାଗରେ ହୋଇଥିବା ସନ୍ନ୍ୟାସୀ ଆନ୍ଦୋଳନ ସମ୍ପର୍କରେ ଉଲ୍ଲେଖ କର ।
Answer:
ଭାରତରେ ସନ୍ନ୍ୟାସୀ ଆନ୍ଦୋଳନ ଏକ ଉଲ୍ଲେଖନୀୟ ଏବଂ ସ୍ପର୍ଶକାତର ଘଟଣା ଅଟେ । ଆଧ୍ୟାତ୍ମିକ ମାର୍ଗରୁ ଓହରି ଆସି ସନ୍ନ୍ୟାସୀମାନେ ବିଦ୍ରୋହ କରିବା ଏକ ବିରଳ ଘଟଣା । ୧୭୬୪ ମସିହାର ବକ୍‌ସାର ଯୁଦ୍ଧରେ ବିଜୟଲାଭ କରି ବେଙ୍ଗଲ, ବିହାର ଓ ଓଡ଼ିଶାରୁ ରାଜସ୍ୱ ଆଦାୟ କରିବାର ଅଧ‌ିକାର ବ୍ରିଟିଶ୍ ପାଇଥିଲା । ଏପରି ଏକ ସମୟରେ ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ବେଙ୍ଗଲରେ ସନ୍ନ୍ୟାସୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଏହି ଆନ୍ଦୋଳନକୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଆଧ୍ୟାତ୍ମିକବାଦୀ ସାଧୁମାନେ ପର୍ଯ୍ୟାୟକ୍ରମେ ତୀବ୍ର କରିଥିଲେ । ଏହି ଆନ୍ଦୋଳନକୁ ମଧ୍ଯ ଫକୀର-ସନ୍ନ୍ୟାସୀ ଆନ୍ଦୋଳନ ମଧ୍ୟ କହାଯାଏ । ଏହି ଆନ୍ଦୋଳନ ମୁଖ୍ୟତଃ ଜଳପାଇଗୁଡ଼ିରୁ ମୁର୍ଶିଦାବାଦ ଏବଂ ବୈକୁଣ୍ଠପୁରର ନିକଟବର୍ତ୍ତୀ ଜଙ୍ଗଲରେ ସଂଘଟିତ ହୋଇଥିଲା ।

ଐତିହାସିକମାନେ ଏହି ଆନ୍ଦୋଳନର କାରଣକୁ ନେଇ କେବଳ ମତପାର୍ଥକ୍ୟ କରି ନଥିଲେ; ବରଂ ଭାରତ ଇତିହାସରେ ଏହିଭଳି ଆନ୍ଦୋଳନର ଗୁରୁତ୍ଵକୁ ନେଇ ମଧ୍ୟ ଭିନ୍ନ ମତ ପୋଷଣ କରିଥିଲେ । କେତେକ ଐତିହାସିକ ଏହି ଆନ୍ଦୋଳନକୁ ବୈଦେଶିକ ଶାସନ ବିରୁଦ୍ଧରେ ପ୍ରାରମ୍ଭିକ ସ୍ଵାଧୀନତା ସଂଗ୍ରାମଭାବେ ଅଭିହିତ କରିଥିଲେ । ଏହାର କାରଣ ଦର୍ଶାଇ ସେମାନେ ମତ ଦେଇଥିଲେ ଯେ ବକ୍‌ସାର ଯୁଦ୍ଧରେ ବିଜୟଲାଭ କରି କମ୍ପାନୀ ସରକାର ରାଜସ୍ୱ ଆଦାୟ କରିବାରୁ ତାହା ବିରୁଦ୍ଧରେ ସନ୍ନ୍ୟାସୀମାନେ ବିଦ୍ରୋହ କରିଥିଲେ । ୧୭୭୦ ମସିହାର ବେଙ୍ଗଲ ଦୁର୍ଭିକ୍ଷ ପରେ ଜନସଂଖ୍ୟା ହ୍ରାସ ଓ ମୃତ୍ୟୁକୁ ନେଇ କ୍ରୋଧୀ ଦସ୍ୟୁମାନେ ଏହି ଆନ୍ଦୋଳନ କରିଥିଲେ ବୋଲି କେତେକ ଐତିହାସିକ ମତଦେଇଥା’ନ୍ତି ।

ସନ୍ନ୍ୟାସୀ ଆନ୍ଦୋଳନ ତିନୋଟି ଅଲଗା ଅଲଗା ଘଟଣାକୁ ନେଇ ହୋଇଥିଲା । ପ୍ରଥମ ଘଟଣା ଥିଲା ଏକ ବୃହତ୍ ସନ୍ନ୍ୟାସୀ ଦଳକୁ ନେଇ ଏହି ଆନ୍ଦୋଳନ ଘଟିଥିଲା । ହିନ୍ଦୁ ସନ୍ନ୍ୟାସୀମାନେ ଉତ୍ତର ଭାରତରୁ ଆସି ବଙ୍ଗପ୍ରଦେଶର ବିଭିନ୍ନ ତୀର୍ଥସ୍ଥାନ ଏବଂ ମନ୍ଦିର ଭ୍ରମଣ କରୁଥିଲେ । ପ୍ରଚଳିତ ପ୍ରଥାନୁଯାୟୀ ଏହି ସନ୍ନ୍ୟାସୀମାନେ ବାଟରେ ଯିବାବେଳେ ଗାଁ ମୁଖୁଆ, ଜମିଦାର ଏବଂ ଧନୀ ବ୍ୟକ୍ତିଙ୍କଠାରୁ ଏକ ଧର୍ମ କର ସଂଗ୍ରହ କରୁଥିଲେ । ଭଲ ଆର୍ଥିକ ଥ‌ିବା ଗାଁ ମୁଖ୍ୟ ଏବଂ ଜମିଦାରମାନେ ସାଧାରଣତଃ କର ଦେଉଥିଲେ; କିନ୍ତୁ କମ୍ପାନୀ ଶାସନ ହେବାଦ୍ଵାରା ଇଂରେଜମାନେ ରାଜସ୍ବ ଆଦାୟ କରିନେଲେ । ଏହି ରାଜସ୍ବର ଭାର ବଢ଼ିଯିବାଦ୍ଵାରା ଉଭୟ କମ୍ପାନୀ ଓ ସନ୍ୟାସୀଙ୍କୁ ଦେବାପାଇଁ ସେମାନେ ଅସହାୟତା ପ୍ରକାଶ କରୁଥିଲେ । ପୁନଶ୍ଚ ମରୁଡ଼ି ଓ ଦୁର୍ଭିକ୍ଷଯୋଗୁଁ ହଜାର ହଜାର ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥିଲେ । ପ୍ରାୟ ଏକ ତୃତୀୟାଂଶ ଲୋକ ଜମି ପଡ଼ିଆ ଯୋଗୁଁ ଦ୍ବିଗୁଣିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

୧୭୭୧ ଖ୍ରୀଷ୍ଟାବ୍ଦରେ ବିନାକାରଣରେ ୧୫୦ ଜଣ ସନ୍ନ୍ୟାସୀଙ୍କୁ ହତ୍ୟା କରାଯାଇଥିଲା । ଏହି କାରଣରୁ ରଙ୍ଗପୁରର ବାଟୋଇ (ଆଧୁନିକ ବାଂଲାଦେଶ) ଠାରେ ସନ୍ନ୍ୟାସୀମାନେ ଆନ୍ଦୋଳନ କରିଥିଲେ; କିନ୍ତୁ କିଛି ଆଧୁନିକ ଐତିହାସିକମାନେ ମତଦେଇଛନ୍ତି ଯେ ଏହି ଘଟଣା ଆଦୌ ଜନପ୍ରିୟ ହୋଇପାରି ନଥିଲା । ଏହାବ୍ୟତୀତ ଅନ୍ୟ ଦୁଇଟି ଆନ୍ଦୋଳନ ଦଶମୀ ନାଗ ସନ୍ନ୍ୟାସୀଙ୍କଦ୍ବାରା ହୋଇଥିଲା । ଏହି ହିନ୍ଦୁ ସନ୍ନ୍ୟାସୀମାନେ ବଙ୍ଗ ପ୍ରଦେଶରେ ତୀର୍ଥଯାତ୍ରା କରିବା ସହିତ ସୁଧ କାରବାରର ସୁବିଧା ଲାଭକରୁଥିଲେ । ଇଂରେଜମାନେ ଏହି ସନ୍ନ୍ୟାସୀମାନଙ୍କୁ ଲୁଟେରା ଆଖ୍ୟା ଦେବାସହ ବଙ୍ଗ ପ୍ରଦେଶରେ ପ୍ରବେଶ କରାଇଦେଲେ ନାହିଁ । ଏହି ସନ୍ନ୍ୟାସୀମାନେ ଦଳବଦ୍ଧ ହୋଇ ଭ୍ରମଣ କରିବା ଏକ ସମ୍ଭାବ୍ୟ ବିପଦ ବୋଲି ଇଂରେଜ ସରକାର ମନେକଲା ।

କମ୍ପାନୀ ଏବଂ ସନ୍ନ୍ୟାସୀଙ୍କ ମଧ୍ୟରେ ସଂଘର୍ଷ :
ଅଷ୍ଟାଦଶ ଶତାବ୍ଦୀର ଶେଷ ତିନି ଦଶନ୍ଧି ଧରି ସନ୍ନ୍ୟାସୀ ଓ ଫକୀରମାନଙ୍କର ଇଂରେଜ କମ୍ପାନୀ ସହିତ ସଂଘର୍ଷ ଚାଲିଥିଲା । କମ୍ପାନୀ ସେମାନଙ୍କୁ ପ୍ରଦେଶ ଭିତରେ ପ୍ରବେଶ କରିବାକୁ ନଦେବା ଏବଂ ଟଙ୍କା ସୁଧ କାରବାର ନ କରାଇଦେବା ଦ୍ବାରା ଉଭୟଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷମାନ ଘଟୁଥିଲା । ବଙ୍ଗରେ ଧର୍ମପୀଠ ପରିଦର୍ଶନରେ ଲାଗୁକରାଯାଇଥିବା କଟକଣା ବିରୋଧରେ ପ୍ରତିବାଦ କରି ସନ୍ନ୍ୟାସୀମାନେ କମ୍ପାନୀର କାରଖାନା ଓ ରାଜ୍ୟ ଅର୍ଥାଗାର ଉପରେ ଆକ୍ରମଣ କରିବା ସହିତ କମ୍ପାନୀର ସଶସ୍ତ୍ର ବାହିନୀ ସହିତ ମଧ୍ୟ ଲଢ଼େଇ ଜାରୀ ରଖୁଥିଲେ । ୧୮୦୨ ଖ୍ରୀ.ଅ. ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା । କମ୍ପାନୀ ସରକାର ଏତେ ଶକ୍ତିଶାଳୀ ହୋଇ ମଧ୍ୟ ଏହି ବିସ୍ଫୋରକ ରୂପ ଧାରଣ କରିଥିବା ଭ୍ରମଣକାରୀ ସନ୍ନ୍ୟାସୀ ଦଳକୁ ନିୟନ୍ତ୍ରଣକୁ ଆଣିପାରି ନଥିଲା । ବୀରଭୂମି ଏବଂ ମିଦିନାପୁର ପାହାଡ଼ିଆ ଅଞ୍ଚଳରେ ରହି ସେମାନେ ଆନ୍ଦୋଳନ ଅବ୍ୟାହତ ରଖୁଥିଲେ । ଶେଷରେ, ଗଭର୍ଣ୍ଣର ଜେନେରାଲ୍ ୱାରେନ୍ ହେଟିଂସ୍ ଦୀର୍ଘଦିନ ଧରି ସନ୍ନ୍ୟାସୀମାନଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରୀ ରଖ୍ ଏହି ବିଦ୍ରୋହକୁ ଦମନ କରିଥିଲେ ।

CHSE Odisha Class 12 History Chapter 12 Short & Long Answer Questions in Odia Medium

୨। ୧୮୧୭ ଖ୍ରୀ.ଅ.ରେ ଖୋର୍ଦ୍ଧା ବିପ୍ଳବର କାରଣଗୁଡ଼ିକ ଆଲୋଚନା କର ।
Answer:
ଭୂଲୁଣ୍ଠିତ ହୋଇଥିଲା, ଯେତେବେଳେ ବ୍ରିଟିଶ୍ ସାମ୍ରାଜ୍ୟବାଦ ଏବଂ ଆର୍ଥନୀତିକ ଶୋଷଣ ତାଙ୍କୁ ଅକ୍ଟୋପସ୍ ପରି କବଳିତ କରିଥିଲା । କେବଳ ସେତିକିନୁହେଁ; ଇଂରେଜମାନଙ୍କର ଭୁଲ୍ ରାଜସ୍ୱ ଆଦାୟ ପ୍ରଥା, ଲୁଣ ଉପରେ ଏକଚାଟିଆ ଅଧିକାର, ସ୍ଥାନୀୟ ଲୋକମାନଙ୍କୁ ଚାକିରିରୁ ବଞ୍ଚତ କରିବା, କଉଡ଼ି ମୁଦ୍ରାର ପ୍ରଚଳନ ବନ୍ଦ ଆଦି କାର୍ଯ୍ୟମାନ ଓଡ଼ିଶାବାସୀଙ୍କର କ୍ରୋଧକୁ ବହୁଗୁଣିତ କରିଥିଲା । ବ୍ରିଟିଶ ସାମ୍ରାଜ୍ୟବାଦ ଉଗ୍ରରୂପ ଧାରଣ କରିଥିଲା, ଯେତେବେଳେ ଖୋର୍ଦାର ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କର ମନ୍ତ୍ରୀ ଜୟୀ ରାଜଗୁରୁଙ୍କୁ ଇଂରେଜମାନେ ଫାଶୀ ଦେଇଥିଲେ ଏବଂ ଖୋର୍ଦ୍ଧାର ଶାସନ ପ୍ରତ୍ୟକ୍ଷ ଭାବରେ ୧୮୦୫ ଖ୍ରୀ.ଅ.ରୁ ନିୟନ୍ତ୍ରଣ କରିଥିଲେ । ଶେଷରେ ଖୋଦ୍ଦାର ପାଇକମାନଙ୍କର ପୁଞ୍ଜୀଭୂତ ଅସନ୍ତୋଷର ପରିପ୍ରକାଶ ଘଟିଥିଲା ୧୮୧୭ ଖ୍ରୀ.ଅ.ରେ, ଯେତେବେଳେ ବକ୍ସି ଜଗବନ୍ଧୁ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ । ଏହା ଓଡ଼ିଶା ଇତିହାସରେ ‘ପାଇକ ବିଦ୍ରୋହ’ନାମରେ ପ୍ରସିଦ୍ଧ ।

ପାଇକ ବିଦ୍ରୋହର କାରଣ :
ପ୍ରଶାସନିକ ଶୋଷଣ – ପାଇକ ବିଦ୍ରୋହର କାରଣ ଥିଲା ଅନେକ । ପ୍ରଥମତଃ, ଖୋଦ୍ଦାର ରାଜାଙ୍କୁ ଗାଦିଚ୍ୟୁତ କରି ମେଜର୍ ଫ୍ଲେଚର୍ ଏହାର ଶାସନଭାର ଗ୍ରହଣ କରିଥିଲେ । ତାଙ୍କର ଶାସନ ସ୍ଥାନୀୟ ଲୋକମାନଙ୍କ ପକ୍ଷେ ଗ୍ରହଣ କରିବା ଏକ କଷ୍ଟକର ବ୍ୟାପାର ହୋଇପଡ଼ିଥିଲା । ସ୍ଥାନୀୟ ଲୋକମାନେ ଶାସନ ସମ୍ବନ୍ଧୀୟ ବ୍ରିଟିଶ ନିୟମମାନ ବୁଝିପାରିଲେ ନାହିଁ; କାରଣ, ସେ ସମସ୍ତ ପାର୍ସୀ ଏବଂ ବଙ୍ଗଳାରେ ଲେଖାଯାଇଥିଲା । ସ୍ଥାନୀୟ ଲୋକମାନଙ୍କର ଅଜ୍ଞତାର ସୁଯୋଗ ନେଇ ବଙ୍ଗାଳୀ କିରାଣୀମାନେ ଖୋର୍ଦ୍ଧାର ଜନସାଧାରଣଙ୍କୁ ଶୋଷଣ କରିବାପାଇଁ ଲାଗିଲେ । ରାଜସ୍ୱ ଆଦାୟ, କୋର୍ଟ-କଚେରୀରେ ମାମଲା ତଥା ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟରେ ଖୋଦ୍ଦାର ଓଡ଼ିଆମାନେ ବହୁ ଭାବରେ ହଇରାଣ ହୋଇଥିଲେ । କୋର୍ଟରେ ସଠିକ୍ ନ୍ୟାୟ ପାଇବା ସେଠାକାର ଲୋକମାନଙ୍କ ପାଇଁ ଦିବାସ୍ୱପ୍ନ ହୋଇଯାଇଥିଲା । ଏହି ସମସ୍ତ ପ୍ରଶାସନିକ କାରଣମାନ ଖୋଦ୍ଦାର ଲୋକମାନଙ୍କ ବ୍ୟସ୍ତ ଏବଂ ବିବ୍ରତ କରିଥିଲା ।

ସୂର୍ଯ୍ୟାସ୍ତ ନିୟମ ଇଂରେଜମାନେ ଏକ ତ୍ରୁଟିପୂର୍ଣ୍ଣ ରାଜସ୍ବ ପଦ୍ଧତି ଅବଲମ୍ବନ କରିଥିଲେ । ସ୍ଥାନୀୟ ଜମିଦାରମାନେ ନିର୍ଦ୍ଦିଷ୍ଟ ସମୟରେ ‘ସୂର୍ଯ୍ୟାସ୍ତ ନିୟମ’ ଅନୁସାରେ ଖଜଣା ଦେଇ ନ ପାରିଲେ ସେମାନଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପଭିମାନ ନିଲାମ ହୋଇଯାଉଥିଲା । ପ୍ରଜାମାନଙ୍କୁ ମଧ୍ୟ ବିଭିନ୍ନ ଦୈବ-ଦୁର୍ବିପାକ ସମୟରେ ଇଂରେଜମାନେ କର ଛାଡ଼ କରୁନଥିଲେ । କଳା ଲବଣ ଆଇନ ଲୁଣ ଉପରେ ଇଂରେଜମାନଙ୍କର ଏକଚାଟିଆ ଅଧିକାର ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ଲଦିବା ସଦୃଶ ହୋଇଥିଲା ।

ଆବହମାନକାଳରୁ ଏକ ପ୍ରକୃତି ପ୍ରଦତ୍ତ ଦ୍ରବ୍ୟ ହିସାବରେ ବ୍ୟବହୃତ ହେଉଥ‌ିବା ଲୁଣକୁ ଇଂରେଜମାନଙ୍କଠାରୁ କିଣିବା ଫଳରେ ଲୋକମାନଙ୍କର କ୍ରୋଧ ବହୁଗୁଣିତ ହୋଇଥିଲା । କେବଳ ସେତିକିନୁହେଁ, ଅମଲାମାନେ ଲୁଣକୁ ଲୁଚାଇ ବିକ୍ରି କରୁଥିଲେ ଏବଂ ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲେ । ଏହି ଚୋରା ଲୁଣ ଉପରେ ନିର୍ଭର କରି ଓଡ଼ିଶାର ଲୋକମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ୁଥିଲା । ସେମାନେ ଏହି କଳା ଲବଣ ଆଇନ ବିରୁଦ୍ଧରେ ସରକାରଙ୍କୁ ପତ୍ର ଲେଖୁ ଜଣାଇଥିଲେ ମଧ୍ୟ ଇଂରେଜ ସରକାର ଏଥୁଁପ୍ରତି କର୍ଣ୍ଣପାତ କରି ନ ଥିଲେ । ବ୍ରିଟିଶ୍ ସରକାରଙ୍କ ଏହି ଲବଣନୀତି ଖୋର୍ଦ୍ଧାର ଲୋକମାନଙ୍କୁ ବିଦ୍ରୋହୀ କରିଥିଲା ।

ଇଂରେଜମାନଙ୍କ ନୂତନ ମୁଦ୍ରାନୀତି – ଓଡ଼ିଶାରେ ଇଂରେଜମାନଙ୍କର ନୂତନ ମୁଦ୍ରାନୀତି ପାଇକ ବିଦ୍ରୋହର ଅନ୍ୟତମ କାରଣ ରୂପେ ଦେଖାଦେଇଥିଲା । ମରହଟ୍ଟା ଶାସନ ସମୟରେ କଉଡ଼ି ଓଡ଼ିଶାରେ ମୁଦ୍ରା ରୂପେ କାର୍ଯ୍ୟ କରୁଥିଲା । ରୁପା ଟଙ୍କା ସହିତ ଏହାର ବିନିମୟ ହାର ମଧ୍ୟ ଥିଲା । ଇଂରେଜମାନଙ୍କ ଶାସନ ସମୟରେ ଏହି କଉଡ଼ି ମୁଦ୍ରାର ଅଭାବ କିଛି ମାତ୍ରାରେ ଅନୁଭୂତ ହୋଇଥିଲା । ଇଂରେଜ ସୈନ୍ୟମାନଙ୍କ ପାଇଁ ଅଳ୍ପ ମୂଲ୍ୟର ଜିନିଷ ବଜାରରୁ କିଣିବା ଅସମ୍ଭବ ହୋଇପଡ଼ିଥିଲା । ତେଣୁ ୧୮୦୪ରେ ଇଂରେଜ ସରକାର ଓଡ଼ିଶାରେ ରୁପା ‘ସିକା’ ପ୍ରଚଳନ କରିଥିଲେ । ଏହା ଓଡ଼ିଶାର ଲୋକମାନଙ୍କ ପାଇଁ ‘ବିନା ମେଘେ ବଜ୍ରପାତ’ ପରି ଅବସ୍ଥା ସୃଷ୍ଟି କରିଥିଲା ।

ଖୋର୍ଦ୍ଧାପ୍ରତି ବୈମାତ୍ମକ ମନୋଭାବ – ଖୋର୍ଦ୍ଧା ଉପରେ ଇଂରେଜମାନଙ୍କର ଆକ୍ରୋଶ ମନୋଭାବ ଖୋର୍ଦ୍ଧାର ଲୋକମାନଙ୍କୁ ବିଦ୍ରୋହୀ କରିଥିଲା । ଦ୍ୱିତୀୟ ମୁକୁନ୍ଦଦେବଙ୍କୁ ରାଜ୍ୟରୁ ବହିଷ୍କାର, ଜୟୀ ରାଜଗୁରୁଙ୍କୁ ଫାଶୀ, ଖୋଦ୍ଦାରେ ନୂତନ ଶାସନ ପ୍ରଚଳନ ଆଦି ଖୋର୍ଦ୍ଧାବାସୀମାନଙ୍କୁ ବ୍ୟଥ୍‌ତ କରିଥିଲା । ମେଜର୍ ଫ୍ଲେଚରଙ୍କଦ୍ବାରା ଖୋର୍ଦ୍ଧାରେ ପ୍ରବର୍ତ୍ତିତ ଇଂରେଜ ଶାସନ ସେଠାକାର ଲୋକମାନଙ୍କୁ ସୁହାଇ ନ ଥିଲା । ତେଣୁ ସେମାନେ ଇଂରେଜମାନଙ୍କୁ ଖୋର୍ଦ୍ଧାରେ ପ୍ରତିରୋଧ କରିବାପାଇଁ ଚାହିଁଥିଲେ ।

ବକ୍ସି ଜଗବନ୍ଧୁଙ୍କର ଅସନ୍ତୋଷ – ବକ୍ସି ଜଗବନ୍ଧୁଙ୍କର ଅସନ୍ତୋଷ ପାଇକ ବିଦ୍ରୋହର ଅନ୍ୟତମ କାରଣରୂପେ ଦେଖାଦେଇଥିଲା । ସେ ଥିଲେ ଖୋର୍ଦ୍ଧା ରାଜାଙ୍କର ବକ୍ସି; ଅର୍ଥାତ୍‌ ମୁଖ୍ୟ ସେନାପତି । ତାଙ୍କର ପଦବୀ ଥିଲା ବଂଶାନୁକ୍ରମିକ । ତାଙ୍କର ଖ୍ୟାତି ଥିଲା ଅନନ୍ୟ । ସେ ରାହଙ୍ଗ, ଲେମ୍ବାଇ, ସରାଇ ଏବଂ ଛବିଶକୁଦ ଏହି ଚାରିଗୋଟି ପ୍ରଗଣା ଜାଗିରୀ ଆକାରରେ ପାଇଥିଲେ । ଏହା ସହିତ ମଧ୍ୟ ସେ ପାଇଥିଲେ ରୋଡ଼ଙ୍ଗ ଜିଲ୍ଲା । ଏହି ସବୁକୁ ମିଶାଇ ବଞ୍ଚିବାଦ କୁହାଯାଉଥିଲା ଏବଂ ଏ ବାବଦକୁ ସେ ଖଜଣା ମଧ୍ୟ ଦେଉ ନଥିଲେ; କାରଣ, ଏହା ଥିଲା ନିଷ୍କର ଜମି ଏବଂ ତାଙ୍କ କାର୍ଯ୍ୟ ପାଇଁ ଖୋର୍ଦ୍ଧା ରାଜା ଏହାକୁ କରମୁକ୍ତ କରିଥିଲେ । ମେଜର୍ ଫ୍ଲେଚର୍ ଖୋର୍ଦ୍ଧାର ଶାସନ ପରିଚାଳନା କଲାବେଳେ ବକ୍ସିଙ୍କୁ ରୋଡ଼ଙ୍ଗ ଜିଲ୍ଲାରୁ ହଟାଇ ଦେଇଥିଲେ । ଚନ୍ଦ୍ର ପ୍ରକାଶ ସିଂହଙ୍କ ଚକ୍ରାନ୍ତରେ ବକ୍ସିଙ୍କର ଚାରିଗୋଟି ପ୍ରଗଣା ଲକ୍ଷ୍ମୀନାରାୟଣଙ୍କୁ ବିକ୍ରି କରି ଦିଆଗଲା ଏବଂ ସେ କୃଷ୍ଣଚନ୍ଦ୍ର ସିଂହଙ୍କୁ ଏହା ବିକ୍ରି କରିଦେଲେ ।

ବକ୍ସି ଏହା ଜାଣିପାରି କମିଶନର୍ ରିଚାର୍ଡ଼ସନ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ । କୋର୍ଟରେ କୃଷ୍ଣଚନ୍ଦ୍ର ଏହାକୁ ବିରୋଧ କରିଥିଲେ ଏବଂ ବକ୍ସିଙ୍କ ନିଜ ପୁତୁରା ଗଦାଧର ବିଦ୍ୟାଧର ଏହି ସମ୍ପତ୍ତି ଉପରେ ତାଙ୍କର ଅଧିକାର ଅଛି ବୋଲି କୋର୍ଟରେ ଦାବି କରିଥିଲେ । ଫଳରେ କମିଶନ୍‌ର ବକ୍ସିଙ୍କୁ ଏହି ଚାରି ପ୍ରଗଣାର ମାଲିକ ରୂପେ ମାନି ନ ଥିଲେ । ଏହା ବକ୍ସିଙ୍କୁ ରାସ୍ତାର ଭିକାରୀ କରି ଦେଇଥିଲା । ପୁନଶ୍ଚ ସରବାକାର ଚରଣ ପଟ୍ଟନାୟକ ବକ୍ସି ଜଗବନ୍ଧୁ ପିଣ୍ଡାରୀମାନଙ୍କ ସହିତ ସମ୍ପର୍କ ରଖୁଥୁବାର ମିଥ୍ୟା ତଥ୍ୟ ଖୋର୍ଦ୍ଧାର ଦାରୋଗାଙ୍କୁ ଦେଇଥିଲେ ଏବଂ ଦାରୋଗା ବକ୍ସିଙ୍କୁ ଧରିବାପାଇଁ ପ୍ରସ୍ତୁତ ହୋଇଥିଲେ । ଏହି ସମସ୍ତ ପ୍ରତାରଣା ତଥା ମିଥ୍ୟା ଅଭିଯୋଗର ଶିକାର ହୋଇ ବକ୍ସ ପାଇକମାନଙ୍କ ସହଯୋଗରେ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ମନସ୍ଥ କରିଥିଲେ ।

CHSE Odisha Class 12 History Chapter 12 Short & Long Answer Questions in Odia Medium

୩ । ପାଇକ ବିଦ୍ରୋହର ସ୍ବରୂପ ଏବଂ ଫଳାଫଳ ସମ୍ବନ୍ଧରେ ଆଲୋଚନା କର ।
Answer:
ଭାରତରେ ଇଂରେଜ ସାମ୍ରାଜ୍ୟ ପ୍ରତିଷ୍ଠିତ ହେବା ଫଳରେ ପୂର୍ବରୁ ଚଳିଆସୁଥିବା ରାଜନୈତିକ, ପ୍ରଶାସନିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା । ଏହି ପରିବର୍ତ୍ତନ ଯୋଗୁଁ କେତେକ ଶ୍ରେଣୀର ଲୋକମାନଙ୍କର ସ୍ବାର୍ଥଉପରେ ଗୁରୁତର ଆଞ୍ଚ ଆସିଥିଲା; ଫଳରେ ଦେଶର ବିଭିନ୍ନ ସ୍ଥାନରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହମାନ ସଂଘଟିତ ହୋଇଥିଲା । ସେହି ବିଦ୍ରୋହଗୁଡ଼ିକରେ ଅନେକ କ୍ଷେତ୍ରରେ ଇଂରେଜ ଶାସନର ପୂର୍ବବର୍ତ୍ତୀ ଦେଶୀୟ ଶାସନର ସମ୍ଭ୍ରାନ୍ତ ବ୍ୟକ୍ତିମାନେ ନେତୃତ୍ୱ ପ୍ରଦାନ କରିଥିଲେ ।

୧୮୧୭ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ପାଇକ ବିଦ୍ରୋହ ଏହିଭଳି ଏକ ବିଦ୍ରୋହ । ଖୋଦ୍ଧାର ଗାଦିଚ୍ୟୁତ ରାଜାଙ୍କର ପାଇକମାନେ ଏହି ବିଦ୍ରୋହରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କର ସେନାପତି ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ରଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ । ଆପାତଦୃଷ୍ଟିରୁ ଜଗବନ୍ଧୁ ଏବଂ ପାଇକମାନଙ୍କର ଅସନ୍ତୋଷ ଯୋଗୁଁ ଏହି ବିଦ୍ରୋହ ସମ୍ଭବ ହୋଇଥିଲା; କିନ୍ତୁ ଇଂରେଜ ଶାସନର ବିଫଳତା ଏବଂ ତ୍ରୁଟି ତଥା ଇଂରେଜ ଶାସନ ବିରୋଧରେ ସାଧାରଣ ପ୍ରଜାମାନଙ୍କର ପୁଞ୍ଜୀଭୂତ ଅସନ୍ତୋଷ ଯେ ଏହି ବିଦ୍ରୋହର ମୌଳିକ କାରଣ ଥୁଲା ତାହା ଅସ୍ବୀକାର କରିହେବ ନାହିଁ ।
ବିଦ୍ରୋହର ସ୍ଵରୂପ – ନିମ୍ନଲିଖତ ଦୃଷ୍ଟିକୋଣମାନଙ୍କରୁ ପାଇକ ବିଦ୍ରୋହର ସ୍ଵରୂପ ନିର୍ଣ୍ଣୟ କରାଯାଇପାରେ; ଯଥା –

  • ବିଦ୍ରୋହର ବ୍ୟାପକତା ।
  • ବିଦ୍ରୋହ ପାଇଁ ପ୍ରସ୍ତୁତି ।
  • ବିଦ୍ରୋହରେ ଯୋଗଦେଇଥିବା ଲୋକମାନଙ୍କର ସାମାଜିକ ସ୍ଥିତି ଏବଂ ଉଦ୍ଦେଶ୍ୟ ।
  • ଇଂରେଜ ସରକାରଙ୍କ ପ୍ରତି ବିଦ୍ରୋହୀମାନଙ୍କର ମତିଗତି ।

ବିଦ୍ରୋହର ବ୍ୟାପକତା – ଖୋର୍ଦ୍ଧାରୁ ସୃଷ୍ଟି ହୋଇଥିଲେ ହେଁ ଏହା କୁଜଙ୍ଗ, ହରିଶପୁର ଓ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ବ୍ୟାପିଥିଲା । ଘୁମୁସରର ପ୍ରଜାମାନଙ୍କର ମଧ୍ୟ ବିଦ୍ରୋହ ପ୍ରତି ସମର୍ଥନ ଥିଲା, କାରଣ ଘୁମୁସରର ଖୋଣ୍ଡମାନେ ଏଥିରେ ଯୋଗଦେଇଥିଲେ । ଅଧିକନ୍ତୁ ଏହି ଅଞ୍ଚଳର ଜମିଦାରମାନେ ବିଦ୍ରୋହୀମାନଙ୍କ ସହ ମିଳିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଏହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ଥିଲା ବୋଲି କହିବା ଅଯୌକ୍ତିକ ହେବ ।

ବିଦ୍ରୋହ ପାଇଁ ପ୍ରସ୍ତୁତି — ବିଦ୍ରୋହ ପୂର୍ବରୁ ବିଦ୍ରୋହୀ ନେତା ଜଗବନ୍ଧୁ କିଛି ପରିମାଣରେ ପ୍ରସ୍ତୁତି କରିଥିବାର ସୂଚନା ମିଳେ । କାରଣ ରୋଡ଼ଙ୍ଗ ଜମିଦାରୀ ହରାଇବାର ଅବ୍ୟବହିତ ପରେ ସେ ବିଦ୍ରୋହ କରି ନଥିଲେ । ବିଦ୍ରୋହକାଳରେ ଓଡ଼ିଶା ଆକ୍ରମଣ କରିବାପାଇଁ ନାଗପୁରର ଭୋସଲା ରାଜାଙ୍କ ପାଖକୁ ଭୂପ ସିଂହଙ୍କୁ ଦୂତ ରୂପେ ପଠାଇଥିଲେ । ବିଦ୍ରୋହ ପାଇଁ ଜଗବନ୍ଧୁ କନିକା, କୁଜଙ୍ଗ, ନୟାଗଡ଼ ଏବଂ ଘୁମୁସରର ରାଜାମାନଙ୍କଠାରୁ ସମର୍ଥନ ସଂଗ୍ରହ କରିଥିଲେ । କନିକା ଏବଂ କୁଜଙ୍ଗର ରାଜାମାନଙ୍କର ଜଗବନ୍ଧୁଙ୍କ ପ୍ରତି ସମର୍ଥନ ଇୱାରଙ୍କର ନିମ୍ନଲିଖ୍ ବିବୃତ୍ତିରୁ ପ୍ରମାଣିତ ହୁଏ – ‘କୁଜଙ୍ଗରେ ବିଦ୍ରୋହ ପାଇଁ ପ୍ରଥମ ଡାକରା ଯେ ଜଗବନ୍ଧୁଙ୍କଠାରୁ ଆସିଥିବା ଏ ବିଷୟରେ ମୁଁ ନିଃସନ୍ଦେହ ଏବଂ ସେହିଭଳି ଏକ ଆହ୍ବାନରେ କନିକାର ରାଜା ମୁଖ୍ୟ ରୟତମାନଙ୍କୁ ଏକଜୁଟ କରି ଇଂରେଜ ସରକାରଙ୍କ ବିରୋଧରେ ଅସ୍ତ୍ରଧାରଣ କରିବାପାଇଁ ପ୍ରସ୍ତାବ ଦେଇଥିଲେ ବୋଲି ମୁଁ ନିର୍ଭରଯୋଗ୍ୟ ସୂତ୍ରରୁ ଶୁଣିଛି ।’’ ପଡ଼ୋଶୀ ଗଡ଼ଜାତମାନଙ୍କର ରାଜାମାନଙ୍କଠାରୁ ସମର୍ଥନ ଲାଭ କରି ନଥିଲେ ଜଗବନ୍ଧୁ ଦୀର୍ଘଦିନ ଧରି ଆତ୍ମଗୋପନ କରିବାରେ ସମର୍ଥ ହୋଇ ନଥା’ନ୍ତେ ।

ବିଦ୍ରୋହରେ ଯୋଗଦେଇଥିବା ଲୋକମାନଙ୍କର ସାମାଜିକ ସ୍ଥିତି ଏବଂ ଉଦ୍ଦେଶ୍ୟ – ମୁଖ୍ୟତଃ ୧୮୧୭ ମସିହାରେ ଖୋର୍ଦ୍ଧା ବିଦ୍ରୋହ ଜାଗିରୀ ଏବଂ ନିଷ୍କର ଭୂମି ହରାଇଥବା ଦଳାଇ, ଦଳବେହେରା ଏବଂ ପାଇକମାନଙ୍କର ଏକ ବିଦ୍ରୋହ । କିନ୍ତୁ ଜଗବନ୍ଧୁଙ୍କ ନେତୃତ୍ୱ ବିନା ଏହି ବିଦ୍ରୋହ ସମ୍ଭବ ହୋଇ ନଥାନ୍ତା । ଇୱାରଙ୍କ ମତରେ ଇଂରେଜ ଶାସନରେ ଲୋକେ ବହୁତ ଯନ୍ତ୍ରଣା ଭୋଗିଥିଲେ ମଧ୍ୟ ଜଗବନ୍ଧୁଙ୍କ ହତାଶା, ଘୃଣା ଏବଂ ପ୍ରତିହିଂସାମୂଳକ ମନୋଭାବ ବିନା ବିଦ୍ରୋହ ଘଟି ନଥା’ନ୍ତା । ନିଜର ସ୍ବାର୍ଥ ପାଇଁ ବିଦ୍ରୋହ କରିଥିଲେ ମଧ୍ୟ ଜଗବନ୍ଧୁ ଇଂରେଜ ଶାସନରେ ସାଧାରଣ ଲୋକଙ୍କ ଦୁରବସ୍ଥା ସମ୍ବନ୍ଧରେ ସଚେତନ ଥିଲେ । ଖୋର୍ଦ୍ଧା ରାଜାଙ୍କ ନିକଟକୁ ଲେଖିଥ‌ିବା ଜଗବନ୍ଧୁଙ୍କର ପତ୍ରରୁ ଏହା ସ୍ପଷ୍ଟ ପ୍ରତୀୟମାନ ହୁଏ ।

ବିଦ୍ରୋହ କେବଳ ଦଳାଇ, ଦଳବେହେରା ଏବଂ ପାଇକମାନଙ୍କ ମଧ୍ୟରେ ସୀମିତ ହୋଇ ନଥିଲା । ହରିଶପୁର, ମରିଚପୁର, ଗୋଲରା, ବଳରାମପୁର, ବୁଣାକେରା ଏବଂ ରୂପସାର ଜମିଦାରୀ ହରାଇଥିବା ଜମିଦାରମାନେ ବିଦ୍ରୋହୀ ପାଇକମାନଙ୍କ ସହିତ ଯୋଗଦାନ କରିଥିଲେ । କଟକର କଲେକ୍ଟର ଟ୍ରାୱାରଙ୍କ ମତରେ ଯଦି ଜଗବନ୍ଧୁଙ୍କ ବିଦ୍ରୋହ କିଛି ସମୟ ପାଇଁ ସଫଳ ହୋଇଛି; ତାହାହେଲେ ବହୁତ ଜମିଦାର ଏବଂ ଗଡ଼ଜାତ ରାଜାମାନଙ୍କର ଏଥିରେ ଯୋଗଦାନ ଯୋଗୁଁ । କେତେକ ସ୍ଥାନରେ, ବିଶେଷତଃ ଖୋର୍ଦ୍ଧାର ସାଧାରଣ ଲୋକେ ବିଦ୍ରୋହକୁ ସମର୍ଥନ କରିଥିଲେ । ଇଂରେଜ ସରକାରଙ୍କ ବିରୁଦ୍ଧରେ ଅସନ୍ତୋଷ ହେତୁ ତଥା ବିଦ୍ରୋହୀମାନଙ୍କୁ ଭୟ କରି ସେମାନେ ବିଦ୍ରୋହକୁ ସମର୍ଥନ ଜଣାଇଥିଲେ ।

ଇଂରେଜ ସରକାରଙ୍କ ପତି ବିଦ୍ରୋହୀମାନଙ୍କ ମତିଗତି – ଇଂରେଜ ସରକାରଙ୍କ ଭୂ-ରାଜସ୍ବ ନୀତି ତଥା ଅମଲାମାନଙ୍କ ଦୁର୍ନୀତି ଫଳରେ ଅତିଷ୍ଠ ହୋଇ ବିଭିନ୍ନ ଶ୍ରେଣୀର ଲୋକେ ୧୮୧୭ ଖ୍ରୀଷ୍ଟାବ୍ଦରେ ବିଦ୍ରୋହ କରିଥିଲେ । ବିଦ୍ରୋହୀମାନଙ୍କର କ୍ରୋଧର ମୁଖ୍ୟ ଶରବ୍ୟ ହୋଇଥିଲେ ଅତ୍ୟାଚାରୀ ଅମଲା ଜମିଦାର ଓ ଅମଲାତନ୍ତ୍ରର କୁଚକ୍ରରେ ପଡ଼ି ରୋଡ଼ଙ୍ଗ ଜମିଦାରୀ ହରାଇ ନଥିଲେ ବକ୍ସି ଜଗବନ୍ଧୁ ବିଦ୍ରୋହ କରି ନଥା’ନ୍ତେ । ୧୮୧୭ ଖ୍ରୀ.ଅ.ର ବିଦ୍ରୋହରେ ତତ୍କାଳୀନ ଅତ୍ୟାଚାରିତ ସମ୍ଭ୍ରାନ୍ତ ତଥା ସାଧାରଣ ଉଭୟ ଗୋଷ୍ଠୀର ଲୋକେ ଅଂଶଗ୍ରହଣ କରିଥିଲେ ।

ଫଳାଫଳ – ଇଂରେଜ ସରକାର ପାଇକମାନଙ୍କର ବିଦ୍ରୋହକୁ ଦମନ କରିପାରିବେ ଏହା ଅନିବାର୍ଯ୍ୟ ଥିଲା । କାରଣ ଇଂରେଜ ସରକାରଙ୍କ ଶକ୍ତି ଏବଂ କୂଟନୀତି ଆଗରେ ପାଇକମାନଙ୍କର ଶକ୍ତି ତୁଚ୍ଛ ଥିଲା । କିନ୍ତୁ ଏହି ବିଦ୍ରୋହ ଫଳରେ ଇଂରେଜ ସରକାର କେତେଗୁଡ଼ିଏ ପ୍ରଶାସନିକ ସଂସ୍କାରର ଆବଶ୍ୟକତା ଅନୁଭବ କରିଥିଲେ । ବିଦ୍ରୋହ ଦମନରେ ଇଂରେଜ ସରକାର ଅସନ୍ତୋଷର କାରଣ ଅନୁସନ୍ଧାନ କରିଥିଲେ ଏବଂ କେତେକ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିଥିଲେ । ସର୍କିଟ୍ କୋଟର ବିଚାରପତି ଇ-ଟ୍‌ସନ୍ ସରକାରଙ୍କୁ ତାଙ୍କର ବିବରଣୀର ବିଦ୍ରୋହର ନିମ୍ନଲିଖ୍ କାରଣମାନ ଉଲ୍ଲେଖ କରିଥିଲେ – କଲିକତାରେ ଓଡ଼ିଶାର ଜମିଦାରମାନଙ୍କଠାରୁ ନିୟମିତ ରାଜସ୍ୱ ସଂଗ୍ରହ ଲୋକମାନଙ୍କ ଆର୍ଥିକ ଦୁରବସ୍ଥାକୁ ବିଚାର କରି ରାଜସ୍ୱ ଛାଡ଼ ଦେବାରେ କିମ୍ବା ରାଜସ୍ୱ କମାଇବାରେ ସରକାରଙ୍କ ଅସମ୍ମତି ଏବଂ ଖୋର୍ଦ୍ଧା ରାଜାଙ୍କ ପ୍ରତି ଇଂରେଜ ସରକାର ଅପମାନଜନକ ବ୍ୟବହାର ।

୧୮୧୭ ଖ୍ରୀ.ଅ. ସେପ୍ଟେମ୍ବର ମାସର ବିଦ୍ରୋହ ମୂଳରେ ଥିବା ଜନଅସନ୍ତୋଷର କାରଣ ଅନୁସନ୍ଧାନ କରିବାପାଇଁ ତଥା ତାହାର ପ୍ରତିକାର ସମ୍ବନ୍ଧରେ ମତାମତ ଦେବାପାଇଁ ମେଜର ଜେନେରାଲ ଜି. ମାର୍ଟିନ୍‌ଡେଲ୍‌ ଏବଂ ୱାଲଟାର ଇୱାରଙ୍କୁ ନେଇ ଇଂରେଜ ସରକାର ଏକ ଦୁଇଜଣିଆ କମିଶନ୍ ବସାଇଥିଲେ । ବିଦ୍ରୋହ ଦମନ ପରେ ପରେ ମାର୍ଟିନ୍ ଡେଲ୍ ଓଡ଼ିଶା ତ୍ୟାଗ ବିବରଣୀରେ ଇୱାର ଇଂରେଜ ଶାସନରେ ନିମ୍ନଲିଖୁ ତ୍ରୁଟିମାନ ଦର୍ଶାଇଥିଲେ । ଶସ୍ୟହାନି ସତ୍ତ୍ବେ ରାଜସ୍ବ ଛାଡ଼ କରିବାପାଇଁ କିମ୍ବା ରାଜସ୍ୱ କମାଇବା ପାଇଁ ସରକାରଙ୍କ ଅସମ୍ମତି, ସ୍ୱଳ୍ପମିଆଦୀ ବନ୍ଦୋବସ୍ତ, ରାଜସ୍ଵ ଅଭିବୃଦ୍ଧି, ପାଇକମାନଙ୍କର ଜାଗିରୀ ଜମିକୁ ସରକାରଙ୍କ ଅଧୀନକୁ ନେବା, କଉଡ଼ି ମୁଦ୍ରାର ମୂଲ୍ୟ ହ୍ରାସ, ଲବଣର ଅଭାବ ତଥା ଏକଚାଟିଆ ପଦ୍ଧତିରେ ଲବଣର ଦରବୃଦ୍ଧି, ସରକାରୀ ଚାକିରିରେ ଓଡ଼ିଆଙ୍କୁ ବାବା, ସରକାରୀ ଆଇନ ସମ୍ପର୍କରେ ଓଡ଼ିଆମାନଙ୍କ ଅଜ୍ଞତା, ବଙ୍ଗାଳୀ ଅମଲାମାନଙ୍କର ପ୍ରତିପତ୍ତି ଏବଂ ଅତ୍ୟାଚାର ଏବଂ ପୋଲିସ୍ କର୍ମଚାରୀମାନଙ୍କର ଅତ୍ୟାଚାର ଏବଂ ଦୁର୍ନୀତି ।

ଜନଅସନ୍ତୋଷ ଦୂରକରିବା ପାଇଁ ନିମ୍ନଲିଖତ ପ୍ରତିକାରମୂଳକ ବ୍ୟବସ୍ଥାମାନ ଇୱାର ତାଙ୍କ ବିବରଣୀରେ ଦର୍ଶାଇଥିଲେ – ଦୀର୍ଘମିଆଦୀ ଭୂ-ବନ୍ଦୋବସ୍ତ (୯ରୁ ୧୧ ବର୍ଷ ପାଇଁ) ପ୍ରଚଳନ, ସରକାରୀ ଚାକିରିରେ ଓଡ଼ିଆମାନଙ୍କର ନିଯୁକ୍ତି ଏବଂ ସରକାର ଏବଂ ପ୍ରଜାମାନଙ୍କର ମଧ୍ୟରେ ସମ୍ପର୍କ ବୃଦ୍ଧି । ସରକାର ଏବଂ ପ୍ରଜାମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାପାଇଁ ଇୱାର ଦୁଇଟି ପନ୍ଥା ଦର୍ଶାଇଥିଲେ । ବିଚାରକମାନେ ବିଭିନ୍ନ ସ୍ଥାନ ଗସ୍ତ କରି ଲୋକମାନଙ୍କର ଆପରି ଅଭିଯୋଗ ସଂଗ୍ରହ କରିବେ ଏବଂ ଆପତ୍ତି ଅଭିଯୋଗ ସମ୍ବନ୍ଧରେ ଆବେଦନ କରିବାପାଇଁ ଲୋକମାନଙ୍କୁ ସୁଯୋଗ ଦିଆଯିବା ଉଚିତ । ସେ ପାଇକମାନଙ୍କୁ ସାଧାରଣ କୃଷକମାନଙ୍କ ସହିତ ସାମିଲ କରିବାପାଇଁ ମତ ଦେଇଥିଲେ । ପାଇକମାନଙ୍କୁ ଜାଗିରୀ ଜମି ଫେରାଇଦେବା ବିପକ୍ଷରେ ସେ ନିଜର ମତାମତ ଦେଇଥିଲେ ।

ବିଦ୍ରୋହ ଦମନ ପରେ ଇଂରେଜ ସରକାରଙ୍କ ପକ୍ଷରୁ କେତେଗୁଡ଼ିଏ ଲୋକପ୍ରିୟ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ରାଜସ୍ବର ହାର କମାଇବାପାଇଁ ବନ୍ଦୋବସ୍ତରେ ଜମାକୁ କମାଯାଇଥିଲା । ଅନେକ ମୂଳ ଜମିଦାରମାନଙ୍କୁ ସେମାନଙ୍କ ଜମିଦାରୀ ଫେରାଇ ଦିଆଯାଇଥିଲା ଏବଂ ସେମାନଙ୍କ ସହିତ ବନ୍ଦୋବସ୍ତ କମାଯାଇଥିଲା । ବଜାରରେ ଅଧିକ ପରିମାଣରେ ଲବଣ ବିକ୍ରି କରାଯାଇଥିଲା ଏବଂ ଲବଣର ଦର ହ୍ରାସ କରାଯାଇଥିଲା । ଖୋର୍ଦ୍ଧାର ରାଜାଙ୍କୁ ବାର୍ଷିକ ୨୪୦୦ ଟଙ୍କାର ଭତ୍ତା ଦିଆଯାଇଥିଲା । ମାଜିଷ୍ଟ୍ରେଟ୍ ଏବଂ କମିଶନର ବିଭିନ୍ନ ଅଞ୍ଚଳ ଗସ୍ତ କରି ପୋଲିସ୍ କର୍ମଚାରୀମାନଙ୍କ ଦୁର୍ନୀତି ଏବଂ ଅତ୍ୟାଚାର ସମ୍ବନ୍ଧରେ ଅନୁସନ୍ଧାନ କରିଥିଲେ ।

CHSE Odisha Class 12 History Chapter 12 Short & Long Answer Questions in Odia Medium

୪। ସାନ୍ତାଳ ବିଦ୍ରୋହର କାରଣ ଓ ଫଳାଫଳମାନ ବର୍ଣ୍ଣନା କର ।
Answer:
୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ଇଂରେଜମାନଙ୍କ ବିରୁଦ୍ଧରେ ସଂଘଟିତ ହୋଇଥିଲା ସାନ୍ତାଳ ବିଦ୍ରୋହ । ଆଧୁନିକ ଭାରତ ଇତିହାସରେ ଏହା ‘ହୁଲ୍’ ରୂପେ ପରିଚିତ । ମହାଜନ ତଥା ଇଂରେଜମାନଙ୍କ ଆର୍ଥନୀତିକ ଶୋଷଣ ସାନ୍ତାଳମାନଙ୍କୁ ବିଦ୍ରୋହୀ କରାଇଥିଲେ । ଗାନ୍ଧିଜୀଙ୍କ ନେତୃତ୍ୱତ୍ଵରେ ସ୍ଵାଧୀନତା ସଂଗ୍ରାମ ଚାଲିଥିଲାବେଳେ ମାଦାର ଜିତୁ ସାନ୍ତାଳ ଅଦମ୍ୟ ସାହସ ପ୍ରଦର୍ଶନ କରି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଏହିସବୁ ସାନ୍ତାଳ ବିଦ୍ରୋହମାନ ଇଂରେଜମାନଙ୍କଦ୍ଵାରା ଦୃଢ଼ ହସ୍ତରେ ଦମନ କରାଯାଇଥିଲା । ତଥାପି ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସନ୍ତାଳମାନେ ବିରାଟ ଇଂରେଜ ଶକ୍ତି ବିରୁଦ୍ଧରେ ଯେଉଁ ସଂଗ୍ରାମ କରିଥିଲେ, ତାହା ସେମାନଙ୍କୁ ଇତିହାସରେ ଚିରସ୍ମରଣୀୟ କରି ରଖୁଅଛି ।

ସାନ୍ତାଳ ବସତି :
ଇଂରେଜମାନେ ଭାରତରେ ଶାସନ କରିବା ପୂର୍ବରୁ ସାନ୍ତାଳମାନେ ମୁଖ୍ୟତଃ ଓଡ଼ିଶାର କଟକ; ଅବିଭକ୍ତ ବିହାରର ଦଲଭ୍ ମ, ମାନଭୂମ, ବରଭୂମ, ଛୋଟନାଗପୁର, ପାଲାମୁ, ହଜାରିବାଗ୍ ଏବଂ ପଶ୍ଚିମବଙ୍ଗର ମିନାପୁର, ବାଙ୍କୁଡ଼ା ଏବଂ ବୀରଭୂମରେ ବାସ କରୁଥିଲେ । ସେମାନେ ଜଙ୍ଗଲ ସଫା କରି ସେହି ଭୂମିରେ ଚାଷ କରୁଥିଲେ ଏବଂ ପୋଡୁଚାଷ ମଧ୍ୟ କରୁଥିଲେ । ସମୟକ୍ରମେ ସେମାନେ ରାଜମହଲ ପର୍ବତର ପାଦଦେଶରେ ଅବସ୍ଥାନ କରିବାକୁ ଲାଗିଲେ ଏବଂ ଏହି ଅଞ୍ଚଳକୁ ‘ଦାମିନ୍-ଇ- କୋହ’ ନାମରେ ନାମିତ କରାଗଲା । ୧୮୩୮ରୁ ୧୮୫୧ ମଧ୍ୟରେ ସେଠାରେ ୧,୪୭୩ଟି ସାନ୍ତାଳ ଗାଁ ଗଢ଼ିଉଠିଥିଲା ଏବଂ ସେମାନଙ୍କର ଜନସଂଖ୍ୟା ପାଖାପାଖ୍ ୮୨,୦୦୦ ହୋଇଥିଲା । ସମୟକ୍ରମେ ଇଂରେଜମାନେ ଏହି ସାନ୍ତାଳ ଜମି ଉପରେ ରାଜସ୍ବ ବସାଇଲେ ଏବଂ ଜମିଦାରମାନେ ସାନ୍ତାଳମାନଙ୍କୁ ଶୋଷଣ କରିବାକୁ ଲାଗିଲେ । ସେଥପାଇଁ ସଂଘଟିତ ହେଲା ସାନ୍ତାଳ ବିଦ୍ରୋହ ।

ସାନ୍ତାଳ ବିଦ୍ରୋହର କାରଣସମୂହ :
ସାନ୍ତାଳ ବିଦ୍ରୋହ ପାଇଁ ନିମ୍ନଲିଖ୍ କାରଣମାନ ଦାୟୀ ଥିଲା । ସେହିସବୁ କାରଣଗୁଡିକ ପାଇଁ ସାନ୍ତାଳମାନେ ଉତ୍ତେଜିତ ହୋଇଥିଲେ ଏବଂ ବିଦ୍ରୋହ କରିଥିଲେ ।

ଇଂରେଜମାନଙ୍କ ପ୍ରଶାସନିକ ନୀତି :
ଇଂରେଜମାନଙ୍କ ପ୍ରଶାସନିକ ନୀତି ସାନ୍ତାଳ ବିଦ୍ରୋହର ଅନ୍ୟତମ କାରଣ ରୂପେ ପରିଗଣିତ ହୋଇଥିଲା । ସାନ୍ତାଳମାନେ ଥିଲେ ସେମାନଙ୍କ ଜମିର ମାଲିକ । ମାତ୍ର ଇଂରେଜମାନେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ । ସେମାନେ ରାଜପୁତମାନଙ୍କୁ ସାନ୍ତାଳ ଅଞ୍ଚଳରେ ଜମିଦାର ରୂପେ ନିଯୁକ୍ତ କଲେ । ସେମାନଙ୍କୁ ସାନ୍ତାଳ ଜମିରୁ ଖଜଣା ଆଦାୟର ଅଧିକାର ମଧ୍ୟ ଦେଲେ । ସେହି ଜମିଦାରମାନଙ୍କୁ ସାନ୍ତାଳମାନେ ‘ଦିକୁ’ ରୂପେ ଆଖ୍ୟା ଦେଇଥିଲେ ଏବଂ ଶୋଷଣକାରୀ ରୂପେ ଜାଣିଥିଲେ । ସେମାନଙ୍କୁ ବାହାର ଲୋକ ରୂପେ ପରିଗଣିତ କରାଗଲା । ସାନ୍ତାଳମାନଙ୍କ ପରିଷଦକୁ ଭାଙ୍ଗି ଇଂରେଜମାନେ ‘ଜମିଦାର ପରିଷଦ’ ସୃଷ୍ଟି କରେ, ଯାହା ସାନ୍ତାଳମାନଙ୍କୁ କ୍ଷୁବ୍‌ଧ କରିଥିଲା ।

ସାନ୍ତାଳ ରମଣୀମାନଙ୍କ ଦୟନୀୟ ସ୍ଥିତି :
ପୂର୍ବରୁ ଆନନ୍ଦରେ ସମୟ ବିତାଉଥବା ସାନ୍ତାଳ ରମଣୀମାନଙ୍କ ଅବସ୍ଥା ଇଂରେଜ ଶାସନ ସମୟରେ ଦୟନୀୟ ହୋଇପଡ଼ିଲା । ଆର୍ଥିକ ଅନଟନ କାରଣରୁ ସେମାନଙ୍କୁ ଜମିଦାରଙ୍କ ଘରେ ବା ତାଙ୍କର ଗୃହ ନିର୍ମାଣ ଆଦି ବିଭିନ୍ନ ପ୍ରକଳ୍ପରେ କାମ କରିବାକୁ ପଡୁଥିଲା । ଅଧିକାଂଶ ସମୟରେ ଠିକାଦାରମାନେ ସେମାନଙ୍କୁ ନିର୍ଯାତନା ଦେବା ସହିତ ସେମାନଙ୍କୁ ଦୁବ୍ୟବହାର ମଧ୍ୟ କରୁଥିଲେ । ତେଣୁ ସମାଜ ସେମାନଙ୍କୁ ନୂନ ଦୃଷ୍ଟିରେ ଦେଖୁବାକୁ ଲାଗିଲା । ଏହା ସାନ୍ତାଳମାନଙ୍କର ସମ୍ମାନକୁ କ୍ଷୁଣ୍ଣ କରିଥିଲା ଏବଂ ସେମାନଙ୍କୁ ବିଦ୍ରୋହୀ ସଜାଇଥିଲା ।

ଆର୍ଥନୀତିକ ଶୋଷଣ :
ଇଂରେଜ ସରକାର ତଥା ଜମିଦାର ଏବଂ ବଣିଆମାନେ ସାନ୍ତାଳମାନଙ୍କୁ ଶୋଷଣ କରିବାକୁ ଲାଗିଲେ । ଇଂରେଜମାନଙ୍କୁ ଖଜଣା ଅର୍ଥ ଆକାରରେ ଦେବାକୁ ପଡ଼ୁଥିଲା । ତେଣୁ ସେମାନେ ଜମିଦାର ବା ବଣିଆ ପାଖରୁ ଅର୍ଥ ଆଣୁଥିଲେ ଏବଂ ଇଂରେଜମାନଙ୍କୁ କର ଦେଉଥିଲେ । ଏହି ଋଣକୁ ପରିଶୋଧ ନ କରି ପାରିଲେ ସେମାନେ ଆଜୀବନ ସେହି ଜମିଦାର ବା ବଣିଆ ଘରେ ପୁରୁଷାନୁକ୍ରମେ ଗୋତି ଖଟୁଥିଲେ । ଏହା ସେମାନଙ୍କର ଆର୍ଥନୀତିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା । କେବଳ ସେତିକି ନୁହେଁ, ସେମାନେ ଜମିଦାର ପାଖରେ ବନ୍ଧକ ରଖୁଥ‌ିବା ଜମିକୁ ଜୀବନକାଳ ଭିତରେ ମୁକୁଳାଇ ପାରିଲେ ନାହିଁ । ଏହା ସେମାନଙ୍କୁ ଜମିଦାର ଏବଂ ଇଂରେଜ ବିରୋଧୀ କରିଥିଲା ।

ପୋଲିସ ଜୁଲମ :
ସାନ୍ତାଳମାନେ ମଧ୍ୟ ପୁଲିସ ଜୁଲମର ଶିକାର ହୋଇଥିଲେ । ପୁଲିସମାନେ ସେମାନଙ୍କୁ ଭୟଭୀତ କରି ସେମାନଙ୍କର କୁକୁଡ଼ା, ଅଣ୍ଡା, ଛେଳି, ବନ୍ୟଜାତ ଦ୍ରବ୍ୟ; ଯଥା : ମହୁ, ଝୁଣା, ଲାଖ ଆଦି ଛଡାଇ ନେଇ ଯାଉଥିଲେ । ଏହା ସେମାନଙ୍କ ଅର୍ଥନୀତିକୁ ଆହୁରି ଦୁର୍ବଳ କରୁଥିଲା । ଯଦି କେହି ପ୍ରତିବାଦ କରୁଥିଲା, ତେବେ ତାକୁ ପୋଲିସ ମାଡ଼ ମାରିବା ସହିତ ଅପରାଧୀ ଭାବେ ଥାନାକୁ ନେଇଯାଇ ଅତ୍ୟାଚାର କରୁଥିଲା । ଏହା ସେମାନଙ୍କର ଜୀବନକୁ ଦୁର୍ବିସହ କରି ଦେଇଥିଲା ।

ନୀଳଚାଷ ପାଇଁ ବାଧ୍ୟ କରିବାର ଉଦ୍ୟମ :
ନୀଳ ରୋପଣକାରୀମାନେ ସାନ୍ତାଳମାନଙ୍କୁ ସେମାନଙ୍କୁ ଜମିରେ ନୀଳଚାଷ କରିବାପାଇଁ ବାଧ୍ୟ କରୁଥିଲେ । ଜମିଦାର ଏବଂ ପୋଲିସର ଭୟ ଦେଖାଇ ସେମାନେ ସାନ୍ତାଳମାନଙ୍କ ଜମିରେ ନୀଳଚାଷ କରୁଥିଲେ । ଏହା ଫଳରେ ସାନ୍ତାଳମାନେ ଚାହୁଁଥିବା ମକା, ବାଜରା, ଧାନ, ମାଣ୍ଡିଆ ଆଦି ଚାଷ ହୋଇପାରୁ ନଥିଲା । ଜମିର ଉର୍ବରତା କମିବା ସହିତ ସେମାନେ ବହୁ ଦୁଃଖର ସମ୍ମୁଖୀନ ହେଉଥିଲେ । ଯେଉଁମାନେ ନୀଳଚାଷ ପାଇଁ ଜମି ଦେଉ ନଥିଲେ, ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଥିଲା । ଏହା ସାନ୍ତାଳମାନଙ୍କୁ ଇଂରେଜ-ବିରୋଧୀ କରାଇଥିଲା ।

ସାନ୍ତାଳ ବିଦ୍ରୋହର ଫଳାଫଳ :
ସାନ୍ତାଳ ବିଦ୍ରୋହ ଇଂରେଜମାନଙ୍କ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଆଣିଥିଲା । ସେମାନେ ସାନ୍ତାଳମାନଙ୍କୁ ଶୋଷଣରୁ ରକ୍ଷା କରିବାପାଇଁ ପ୍ରଚେଷ୍ଟା ଆରମ୍ଭ କରିଦେଲେ । ସାନ୍ତାଳ ପରଗଣା ସୃଷ୍ଟି କରାଯାଇ ତାହାର ଶାସନଭାର ସ୍ଥାନୀୟ କଲେକ୍ଟର ଉପରେ ନ୍ୟସ୍ତ କରାଗଲା । ‘କାମାଭତି’ ବା ଗୋତି ପ୍ରଥାର ବିଲୋପ କରାଗଲା । ସାନ୍ତାଳମାନଙ୍କୁ ଦାରୋଗା ଏବଂ ମହାଜନମାନଙ୍କ କବଳର ରକ୍ଷା କରିବାପାଇଁ ଇଂରେଜମାନେ ପ୍ରଚେଷ୍ଟା କଲେ । ଜଙ୍ଗଲ ଉପରେ ସେମାନଙ୍କର ଅଧିକାରକୁ ଇଂରେଜ ସରକାର ଆପତତଃ ମାନି ନେଇଥିଲେ । ସେମାନଙ୍କ ବନ୍ୟଜାତ ଦ୍ରବ୍ୟ ବିକ୍ରି କରିବାପାଇଁ ବଜାର ସୃଷ୍ଟି କରାଗଲା ଏବଂ ସେମାନଙ୍କ ଆର୍ଥିକ ଅବସ୍ଥାନ ଉନ୍ନତି ଆଣିବାପାଇଁ ପ୍ରୟାସ କରାଗଲା ।

ମୋଟ ଉପରେ ସାନ୍ତାଳମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଇଂରେଜ ସରକାର ଚେଷ୍ଟା କରିଥିଲେ । ବାସ୍ତବିକ ସାନ୍ତାଳମାନଙ୍କ ବିଦ୍ରୋହ ଆଧୁନିକ ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିଥିଲା । ବନବାସୀ ହେଲେ ମଧ୍ୟ ସେମାନଙ୍କର ବିଦ୍ରୋହ ଇଂରେଜମାନଙ୍କୁ ଏକ ଶକ୍ତ ଧକ୍‌କା ଦେଇଥିଲା । ଏହି ବିଦ୍ରୋହ ପରେ ଇଂରେଜମାନେ ସାନ୍ତାଳମାନଙ୍କ ପ୍ରତି ଯନ ବାନ୍ ହୋଇଥିଲେ । ବହୁବିଧ ସଂସ୍କାରଦ୍ୱାରା ସେମାନେ ସାନ୍ତାମାନଙ୍କର ଉନ୍ନତି ଘଟାଇଥିଲେ ।

CHSE Odisha Class 12 History Chapter 12 Short & Long Answer Questions in Odia Medium

୫। ସିପାହୀ ବିଦ୍ରୋହର କାରଣମାନ ଆଲୋଚନା କର ।
Answer:
କମ୍ପାନୀର ଶହେବର୍ଷ ଯନ୍ତ୍ରଣାଦାୟକ ଶାସନରେ ଅଣନିଃଶ୍ୱାସୀ ହୋଇ ୧୮୫୭ ମସିହାରେ ଭାରତୀୟମାନ ନିଜ ପୁଞ୍ଜୀଭୂତ ଅଶାନ୍ତିର ପରିପ୍ରକାଶ କରିଥିଲେ, ଯାହାକୁ ଇଂରେଜମାନେ ସିପାହି ବିଦ୍ରୋହ ଭାବେ ନାମିତ କରିଥିଲେ । ଏହା ଥିଲା ଇଂରେଜମାନଙ୍କ ବିରୁଦ୍ଧରେ ଭାରତୀୟମାନଙ୍କର ପ୍ରଥମ ସଂଗଠିତ ବିଦ୍ରୋହ । କିଛିକ୍ଷଣ ପାଇଁ ଭାରତ ଭୂଇଁରେ ବ୍ରିଟିଶ୍ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିଲା ଏହି ମହାନ୍ ବିପ୍ଳବ । ଏହି ବିଦ୍ରୋହ ସମ୍ପର୍କରେ ଐତିହାସିକମାନେ ଭିନ୍ନ ମତପୋଷଣ କରିଥା’ନ୍ତି Sir Marshman, Sir John Lawrence, P.E.Roberts, Malleson, Holmes 2 ଏହି ବିଶିଷ୍ଟ ଘଟଣାକୁ ‘ସିପାହିମାନଙ୍କର ବିଦ୍ରୋହ’ ରୂପେ ବର୍ଣ୍ଣନା କରିଛନ୍ତି । ଅପରପକ୍ଷେ ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା Vinayak Damodar Savarkar ୧୮୫୭ର ଏହି ଘଟଣାକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ରୂପେ ବର୍ଣନା କରିଛନ୍ତି । କେତେଗୁଡ଼ିଏ କାରଣ ପାଇଁ ଏହି ବିଦ୍ରୋହ ଆରମ୍ଭ ହୋଇଥିଲା ।

(୧) ରାଜନୈତିକ କାରଣ :
ପଲାସୀ ଯୁଦ୍ଧ ପରଠାରୁ ଇଂରେଜମାନେ କ୍ରମାଗତଭାବେ ସେମାନଙ୍କର ନଗ୍ନ ସାମ୍ରାଜ୍ୟବାଦ ନୀତିକୁ ବିଭିନ୍ନ ଉପାୟରେ ପ୍ରତିଫଳିତ କରିବା ଫଳରେ ଜଣଙ୍କ ପରେ ଜଣେ ଦେଶୀୟ ରାଜା ଓ ରାଜ୍ୟ ସେମାନଙ୍କର ପ୍ରାଧାନ୍ୟ ସ୍ଵୀକାର କରିଥିଲେ । ଲର୍ଡ ଉଏଲ୍‌ଲୀ ସାମନ୍ତ ସନ୍ଧି ପ୍ରୟୋଗ କରି ଦେଶୀୟ ରାଜ୍ୟଗୁଡ଼ିକର ରାଜଧାନୀରେ ଜଣେ ଇଂରାଜୀ ପ୍ରତିନିସ୍ ଓ ଏକ ଇଂରେଜ ସେନାବାହିନୀ ଅବସ୍ଥାପିତ କରାଇଥିଲେ । ଫଳରେ ଦେଶୀୟ ରାଜାମାନଙ୍କର ପ୍ରଭାବ ହ୍ରାସ ପାଇଥିଲା ଏବଂ ଇଂରେଜ ପ୍ରତିନିଧ୍ ରାଜ୍ୟର ବୈଦେଶିକ ତଥା ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଥିଲେ । ଲର୍ଡ ଡେଲ୍‌ହାଉସୀ ରାଜ୍ୟସ୍ଵତ୍ୱ ଲୋପ ନୀତି ପ୍ରୟୋଗ କରି ସାତାରା, ଝାନ୍ସୀ, ନାଗପୁର, ସମ୍ବଲପୁର, ଜୈତପୁର ଏବଂ ଭଗତ୍ ଆଦି ରାଜ୍ୟକୁ ଇଂରେଜ ସାମ୍ରାଜ୍ୟଭୁକ୍ତ କରିଥିଲେ । ନାନାସାହେବଙ୍କୁ ପେନ୍ସନ୍ ଓ ପଦବୀରୁ ବଞ୍ଚିତ କରାଯାଇଥିଲା ।

ମରହଟ୍ଟାମାନଙ୍କ ପାଇଁ ଏହା ଅପମାନଜନକ ଥିଲା, କାରଣ ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କର ପୋଷ୍ୟପୁତ୍ର ଗ୍ରହଣକୁ ବ୍ରିଟିଶ୍ ସରକାର ଅନୁମୋଦନ କରି ନଥିଲେ । ଅଯୋଧ୍ୟାରୁ କୁଶାସନ ଲୋପ କରିବା ଛଳରେ ରାଜ୍ୟ ଅଧିକାର ନୀତି ଇଂରେଜ କର୍ତ୍ତୃପକ୍ଷଙ୍କୁ ଅପ୍ରିୟ କରିଥିଲା । ଫଳରେ ଅଯୋଧ୍ୟାବାସୀ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ । କମ୍ପାନୀ ଶାସନରେ ଭୂରାଜସ୍ୱ ହାର ଅତିରିକ୍ତ ବୃଦ୍ଧି ପାଉଥବାରୁ ଏବଂ ନୂତନ ନିୟମ ଲୋକମାନଙ୍କୁ ସୁବିଧାଜନକ ହେଉ ନଥ‌ିବାରୁ ଅସନ୍ତୋଷ ବ୍ୟାପକ ରୂପ ଧାରଣ କରିଥିଲା । ସର୍ବୋପରି ଇଂରେଜମାନଙ୍କ ରାଜ୍ୟଲିପ୍‌ସା ବିରୁଦ୍ଧରେ ନାନାସାହେବ, ତାନ୍ତିଆ ତୋପେ, ଲକ୍ଷ୍ମୀବାଈ, କନ୍‌ର ସିଂ, ଦ୍ବିତୀୟ ବାହାଦୂର ଶାହା, ଫିରୋଜ ଶାହା ପ୍ରଭୃତି ବ୍ୟକ୍ତିମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

(୨) ପ୍ରଶାସନିକ କାରଣ :
ବ୍ରିଟିଶ୍ ଶାସନ ସହିତ ଭାରତୀୟମାନେ ସଂପୂର୍ଣ୍ଣ ପରିଚିତ ନଥିଲେ । ଏହି ଅବସ୍ଥାରେ ଇଂରେଜମାନେ ସମସ୍ତ ସୁବିଧା ଓ ସୁଯୋଗ ପାଇଥିଲେ । ଅପରପକ୍ଷେ ଭାରତୀୟମାନଙ୍କ ପାଇଁ ଅନୁରୂପ ସୁବିଧା ମିଳୁ ନଥିଲା । ସରକାରୀ କାର୍ଯ୍ୟରେ ଭାରତୀୟମାନଙ୍କୁ ନିମ୍ନ ସୋପାନରେ ଅବସ୍ଥାପିତ କରାଯାଉଥିଲା ଓ ଅଳ୍ପ ଦରମା ଦିଆଯାଉଥିଲା । ଭାରତୀୟମାନଙ୍କ ପ୍ରତି ଅପମାନଜନକ ବ୍ୟବହାର କରିବା ଓ ତାଚ୍ଛଲ୍ୟ କରିବା ଇଂରେଜମାନଙ୍କର ଏକ ନିତିଦିନିଆ ଅଭ୍ୟାସ ଥିଲା । ଭାରତୀୟମାନଙ୍କୁ ଅସାଧୁ ଓ ଅବିଶ୍ଵାସୀ ବୋଲି ସେମାନେ ଗ୍ରହଣ କରିଥିଲେ । ନ୍ୟାୟ-ବିଚାର କ୍ଷେତ୍ରରେ ମଧ୍ୟ ଭାରତୀୟମାନେ ଶୋଷଣର ଶିକାର ହୋଇଥିଲେ । ଫଳରେ ବ୍ରିଟିଶ୍ ଶାସନ ପ୍ରତି ସେମାନଙ୍କର ଅନୁରକ୍ତି କମିଯାଇଥିଲା ।

(୩) ଅର୍ଥନୈତିକ କାରଣ :
ଭାରତକୁ ଶୋଷଣ କରି ଇଂଲଣ୍ଡକୁ ସମୃଦ୍ଧ କରିବା ଇଂରେଜମାନଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ସେମାନେ ଯେଉଁ ଅର୍ଥନୈତିକ ପଦ୍ଧତି ଅନୁସରଣ କରିଥିଲେ, ତାହା କେବଳ ଇଂଲଣ୍ଡ ପାଇଁ ସହାୟକ ହୋଇଥିଲା । ଶିଳ୍ପ ବିପ୍ଳବ ପରେ ଇଂଲଣ୍ଡ ନିର୍ମିତ ପଦାର୍ଥରେ ଭାରତୀୟ ବଜାର ପରିପୂର୍ଣ୍ଣ ହୋଇଥିଲା । ଉକ୍ତ ପଦାର୍ଥ ବିକ୍ରୟ ପରେ ବିକ୍ରୟଲବ୍‌ଧ ଧନ ଇଂରେଜ ବଣିକମାନେ ସ୍ବଦେଶକୁ ନେଇଯାଇଥିଲେ । ଭାରତର ରାଜସ୍ୱ, ସଞ୍ଚ ସମ୍ପଦ, କୃଷିଜାତ ଦ୍ରବ୍ୟ, କଞ୍ଚାମାଲ, ଆଦି ସବୁକିଛି ଇଂଲଣ୍ଡକୁ ସମୃଦ୍ଧତର କରି ଗଢ଼ି ତୋଳିଥିଲା । ଅପରପକ୍ଷେ ଭାରତର ପ୍ରଭୃତ କ୍ଷତିସାଧନ କରି ଭାରତୀୟ ଶିଳ୍ପ ଓ କୃଷିର ଉନ୍ନତି ପାଇଁ ଇଂରେଜ ସରକାର କୌଣସି ପଦକ୍ଷେପ ନେଇ ନଥିଲେ । ଫଳରେ ଭାରତୀୟ କୃଷକ ସର୍ବସ୍ୱାନ୍ତ ହୋଇ ଯାଇଥିଲା । ଦାରିଦ୍ର୍ୟ ଓ ଶୋଷଣର ଶିକାର ହୋଇ ଭାରତୀୟ ଅର୍ଥନୀତି ଧ୍ୱଂସପ୍ରାପ୍ତ ହୋଇଥିଲା । ଦେଶର ଅର୍ଥନୈତିକ ଉନ୍ନତି ରାଜକୋଷରୁ କୌଣସି ଅର୍ଥ ବ୍ୟୟିତ ହେଉ ନଥିଲା । ଫଳରେ ଜନସାଧାରଣଙ୍କ ମନରେ ଅସନ୍ତୋଷ ରୂପକ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇ ପରିଶେଷରେ ବିଦ୍ରୋହ ରୂପରେ ଆତ୍ମପ୍ରକାଶ କରିଥିଲା ।

(୪) ସାମାଜିକ କାରଣ :
ପାଶ୍ଚାତ୍ୟ ସଭ୍ୟତା ଓ ଶିକ୍ଷାର ସୁଫଳ ମିଳି ନଥିଲେ ସୁଦ୍ଧା ସମାଜର ରକ୍ଷଣଶୀଳ ବ୍ୟକ୍ତିମାନେ କ୍ରମାଗତ ପରିବର୍ତ୍ତନକୁ ପସନ୍ଦ କରି ନଥିଲେ । ଡେଲହାଉସୀଙ୍କ ସମୟରେ ବିଧବା ବିବାହ, ରେଳପଥ, ଟେଲିଗ୍ରାଫ୍ ତାର ପ୍ରଚଳନ, ନାରୀ ଶିକ୍ଷା ପ୍ରଚଳନ ଓ ବେକ୍ନିକ୍‌ଙ୍କ ସମୟରେ ସତୀପ୍ରଥାର ଉଚ୍ଛେଦ, ଶିକ୍ଷା ଓ ସଂସ୍କାରମୂଳକ କାର୍ଯ୍ୟର ପ୍ରଚଳନ ଫଳରେ ରକ୍ଷଣଶୀଳ ହିନ୍ଦୁମାନେ ବ୍ୟଥ୍‌ତ ହୋଇଥିଲେ । ସେମାନେ ଆଶଙ୍କା କରିଥିଲେ ଯେ, ସମାଜର ସ୍ଥିତିଶୀଳ ଅବସ୍ଥା ଫଳରେ ରକ୍ଷଣଶୀଳ ହିନ୍ଦୁମାନେ ବ୍ୟଥୁତ ହୋଇଥିଲେ । ସେମାନେ ଆଶଙ୍କା କରିଥିଲେ ଯେ, ସମାଜର ସ୍ଥିତିଶୀଳ ଅବସ୍ଥା ଭାଙ୍ଗିଯିବ ଓ ପୁରାତନ ରୀତିନୀତି ଧ୍ୱଂସ ପାଇଯିବ । ଫଳରେ ଏହିସବୁ ସାମାଜିକ କାରଣକୁ ନେଇ ବିଦ୍ରୋହ ସୃଷ୍ଟି ହୋଇଥିଲା ।

(୫) ଧର୍ମଗତ କାରଣ :
ବ୍ରିଟିଶ୍ ସାମ୍ରାଜ୍ୟର ପ୍ରସାର ସଙ୍ଗେସଙ୍ଗେ ଭାରତରେ ଖ୍ରୀଷ୍ଟଧର୍ମର ପ୍ରସାର ପାଇଁ ପାଦ୍ରୀମାନଙ୍କୁ ଇଂଲଣ୍ଡରୁ ଆସିବାପାଇଁ ଅନୁମତି ଦେବାରୁ ସେମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ସେମାନେ ନାନା ପ୍ରଲୋଭନ ଦେଖାଇ ଭାରତୀୟମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇଥିଲେ । ଏପରିକି ବହୁ ଦାତବ୍ୟ ଅନୁଷ୍ଠାନ ଓ ଅନ୍ନଛତ୍ର ଖୋଲାଯାଇଥିଲା । ଏହାଫଳରେ ରକ୍ଷଣଶୀଳ ହିନ୍ଦୁମାନେ କ୍ରୋଧାନ୍ଵିତ ହୋଇଥିଲେ । ସର୍ବୋପରି ଖ୍ରୀଷ୍ଟିୟାନ୍‌ମାନେ ଲୁଣରେ ଗୋରୁହାଡ଼ ଗୁଣ୍ଡ ମିଶ୍ରଣ ଏବଂ କୂପ ପୋଖରୀରେ ଗୋରୁ ଓ ଘୁଷୁରି ଚର୍ବି ନିକ୍ଷେପ କରୁଛନ୍ତି ବୋଲି ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକ ଜନରବ ପ୍ରଚାରିତ ହୋଇଥିଲା । ୧୮୫୬ରେ ଭାରତ ପାଇଁ ‘ଧର୍ମୀୟ ଅକ୍ଷମତା ଆଇନ’ ପ୍ରଣୟନ କରାଗଲା । ଏହି ଆଇନ ଅନୁସାରେ ଜଣେ ହିନ୍ଦୁ ବା ମୁସଲମାନ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ ମଧ୍ୟ ପରିବାରର ସମ୍ପତ୍ତିରୁ ଭାଗ ପାଇପାରିବ ବୋଲି ଘୋଷଣା କରାଗଲା । ଲର୍ଡ କ୍ୟାମିଂ ଏହାକୁ କଡ଼ାକଡ଼ି ଭାବେ ପାଳନ କରିଥିଲେ ।

ଆଗରୁ ଜଣେ ହିନ୍ଦୁଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କଲେ ପୈତୃକ ସମ୍ପତ୍ତିରୁ ଭାଗ ପାଉ ନଥିଲା । ତେଣୁ ଭାରତୀୟମାନଙ୍କର ଧାରଣା ହେଲା ଯେ ସତେଅବା ସେମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରିବାପାଇଁ କ୍ୟାନିଂ ପ୍ରେରିତ ହୋଇଛନ୍ତି । ଶିକ୍ଷା ମାଧ୍ୟମରେ ଖ୍ରୀଷ୍ଟଧର୍ମର ମହତ୍ତ୍ଵ ପ୍ରତିପାଦନ ପାଇଁ ଆମେରିକା ପାଦ୍ରୀ ସମାଜ ଆଗ୍ରାଠାରେ ଛାପାଖାନା ବସାଇ ଖ୍ରୀଷ୍ଟଧର୍ମ ସଂକ୍ରାନ୍ତୀୟ ପୁସ୍ତକ ପ୍ରକାଶ କରିଥିଲେ । ଏହାଫଳରେ ଉଭୟ ହିନ୍ଦୁ ଓ ମୁସଲମାନମାନେ ପ୍ରମାଦ ଗଣିଲେ । ଏହା ଭାରତୀୟମାନଙ୍କୁ ଉତ୍ତେଜିତ କରିଥିଲା । ଇଂରେଜ ସାମରିକ ଅଫିସରମାନେ ଭାରତୀୟ ସୈନ୍ୟମାନଙ୍କ ଧର୍ମକ୍ଷେତ୍ରରେ ହସ୍ତକ୍ଷେପ କରିଥିଲେ । ଏହି ସମସ୍ତ ଧର୍ମଗତ କାରଣ ପାଇଁ ଭାରତୀୟମାନେ ବିଦ୍ରୋହୀ ହୋଇଉଠିଲେ ଏବଂ ବିଦ୍ରୋହ ଘଟାଇଥିଲେ ।

(୬) ମନସ୍ତାତ୍ତ୍ଵିକ କାରଣ :
୧୮୫୭ର ମହାନ୍ ବିଦ୍ରୋହ ପଛରେ ମନସ୍ତାତ୍ତ୍ଵିକ କାରଣ ନିହିତ ଅଛି ବୋଲି ବହୁ ଐତିହାସିକମାନେ ମତବ୍ୟକ୍ତ କରିଥା’ନ୍ତି । ଜ୍ୟୋତିଷମାନେ ଭବିଷ୍ୟତବାଣୀ କରିଥିଲେ ଯେ, ଦୀର୍ଘ ଶହେବର୍ଷ ପରେ ଭାରତରୁ ଇଂରେଜ ଶାସନର ଅବସାନ ଘଟିବ । ୧୭୫୭ରୁ ୧୮୫୭ ପର୍ଯ୍ୟନ୍ତ ଶହେବର୍ଷ ହେଉଥିଲା । ତେଣୁ ୧୮୫୭ରେ ଇଂରେଜ ଅବସାନ ଘଟିବ ବୋଲି ଭାବିଥିଲେ ବହୁ ଭାରତୀୟ । ତେଣୁ ସୈନ୍ୟମାନଙ୍କ ମଧ୍ୟରେ ରୋଟି ଓ ପଦ୍ମଫୁଲ ଗୋପନରେ ବଣ୍ଟା ହେଉଥିଲା । ଏଥ‌ିପାଇଁ ଭାରତୀୟମାନେ ବିଦ୍ରୋହ ଘଟାଇବାପାଇଁ ସ୍ଥିର କରିଥିଲେ ।

(୭) ସାମରିକ କାରଣ :
ବିଭିନ୍ନ କାରଣରୁ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ନିମ୍ନଲିଖ୍ କାରଣଗୁଡିକ ପାଇଁ ବ୍ରିଟିଶ୍ ସାମ୍ରାଜ୍ୟକୁ ରକ୍ଷା କରୁଥିବା ଭାରତୀୟ ସିପାହିମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରଥମତଃ, ଭାରତୀୟମାନେ ସୈନ୍ୟ ବିଭାଗର ଉଚ୍ଚପଦବୀ ପାଇଁ ଯୋଗ୍ୟ ଥିଲେ ମଧ୍ୟ ସେମାନଙ୍କୁ ଉଚ୍ଚ ପଦବୀରେ ରଖାଯାଉ ନଥିଲା । କେବଳ ଇଉରୋପୀୟମାନେ ସାମରିକ ବିଭାଗର ଉଚ୍ଚ ପଦବୀରେ ନିଯୁକ୍ତି ପାଉଥିଲେ । ଦ୍ଵିତୀୟତଃ, ଭାରତୀୟ ସିପାହିମାନେ ଇଂରେଜ ସୈନ୍ୟମାନଙ୍କଠାରୁ କମ୍ ବେତନ ପାଉଥିଲେ ଏବଂ ସେମାନଙ୍କୁ ହେୟ ମନେ କରାଯାଉଥିଲା । ତୃତୀୟତଃ, ସାହସିକ ପଦକ୍ଷେପ ପାଇଁ ସିପାହିମାନଙ୍କୁ କୌଣସି ପୁରସ୍କାର ବା ପଦୋନ୍ନତି ମିଳୁ ନଥିଲା ।

ଚତୁର୍ଥତଃ, ଯେଉଁ ଭାରତୀୟ ସାମରିକ ଅଫିସର ସିପାହିମାନଙ୍କ ମଧ୍ୟରେ ଲୋକପ୍ରିୟ ହେଉଥିଲେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଉଥିଲା । ପଞ୍ଚମତଃ, ଧର୍ମନାଶ ଉଦ୍ଦେଶ୍ୟରେ ସିପାହିମାନଙ୍କୁ ସମୁଦ୍ରପାର ହୋଇ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଥିଲା । ଷଷ୍ଠତଃ, ଭାରତୀୟ ସିପାହିମାନଙ୍କୁ ନିଜ ପରମ୍ପରା ବିରୁଦ୍ଧରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା । ସେମାନଙ୍କୁ ଦେଶୀ ଟୋପି ଓ ଚନ୍ଦନ ଟିପା ପରିଧାନ କରିବାକୁ ଅନୁମତି ଦିଆଗଲା ନାହିଁ । ଦେଶୀୟ ଟୋପି ପରିବର୍ତ୍ତେ ଘୁଷୁରି ଚମଡ଼ାରେ ନିର୍ମିତ ଏକପ୍ରକାର ସାମରିକ ଟୋପି ବ୍ୟବହାର କରିବାପାଇଁ ବାଧ୍ୟ କରାଯାଉଥିଲା । ଶେଷତଃ, ଖ୍ରୀଷ୍ଟିଆନ୍ ପାଦ୍ରୀମାନେ ସିପାହିମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ ।

(୮) ଆଶୁ କାରଣ :
ଏହିପରି ଅସନ୍ତୋଷ ବୃଦ୍ଧି ପାଉଥିବା ସମୟରେ କମ୍ପାନୀର ସୈନ୍ୟବାହିନୀରୁ ‘ବ୍ରାଉନ୍ ବେସ୍’ ନାମକ ପୁରାତନ ବନ୍ଧୁକ ପ୍ରତ୍ୟାହାର କରାଯାଇ ତା’ ସ୍ଥାନରେ ‘ଏନ୍‌ଫିଲ୍ଡ’ ବନ୍ଧୁକର ପ୍ରଚଳନ କରାଯାଇଥିଲା । ପ୍ରଥମେ ଏହାର ପ୍ରୟୋଗ ଦମ୍ବମ୍, ଅମ୍ବାଲା ଏବଂ ସିଆଲକୋଟରେ ହୋଇଥିଲା । ଏହି ବନ୍ଧୁକରେ ଗୁଳି ଭର୍ତ୍ତି କରିବାକୁ ହେଲେ ଗୁଳିଥିବା ଖୋଳର ଅଗ୍ରଭାଗକୁ ଦାନ୍ତରେ ଛିଣ୍ଡାଇ ଗୁଳିକୁ ବାହାର କରିବାକୁ ହେଉଥିଲା ଏବଂ ବନ୍ଧୁକରେ ଭର୍ତ୍ତି କରାଯାଇ ଫୁଟାଯାଉଥିଲା । ଏହି ସମୟରେ ଜନରବ ପ୍ରଚାରିତ ହୋଇଥିଲା ଯେ, ଗୁଳିର ଟୋଟାରେ ଗାଈ ଓ ଘୁଷୁରୀ ଚର୍ବି ପ୍ରଲେପିତ ହୋଇଛି । ଜାତି ଓ ଧର୍ମ ନଷ୍ଟ ହେବାର ଆଶଙ୍କା କରି ଉଭୟ ହିନ୍ଦୁ ଓ ମୁସଲମାନ ସିପାହି ଏହି ବନ୍ଧୁକ ବ୍ୟବହାର କରିବାକୁ ମନା କରିଦେଇଥିଲେ । ମାତ୍ର ଗୋରା ସରକାର ସେମାନଙ୍କ ଅସନ୍ତୋଷ ପ୍ରତି କର୍ଣ୍ଣପାତ ନକରି ସେହି ଚର୍ବି ଆଚ୍ଛାଦିତ ଗୁଡ଼ିକୁ ବ୍ୟବହାର କରିବାକୁ ସେମାନଙ୍କୁ ବାଧ୍ୟ କରିଥିଲେ । ଫଳରେ ବିଦ୍ରୋହର ବହ୍ନି ପ୍ରଜ୍ଵଳିତ ହୋଇ ଉଠିଥିଲା ।

୬। ସିପାହୀ ବିଦ୍ରୋହର ସାମାଜିକ ଓ ଅର୍ଥନୈତିକ କାରଣମାନ ବର୍ଣ୍ଣନା କର ।
Answer:
କମ୍ପାନୀର ଶହେବର୍ଷ ଯନ୍ତ୍ରଣାଦାୟକ ଶାସନରେ ଅଣନିଃଶ୍ୱାସୀ ହୋଇ ୧୮୫୭ ମସିହାରେ ଭାରତୀୟମାନ ନିଜ ପୁଞ୍ଜୀଭୂତ ଅଶାନ୍ତିର ପରିପ୍ରକାଶ କରିଥିଲେ, ଯାହାକୁ ଇଂରେଜମାନେ ସିପାହି ବିଦ୍ରୋହ ଭାବେ ନାମିତ କରିଥିଲେ । ଏହା ଥିଲା ଇଂରେଜମାନଙ୍କ ବିରୁଦ୍ଧରେ ଭାରତୀୟମାନଙ୍କର ପ୍ରଥମ ସଂଗଠିତ ବିଦ୍ରୋହ । କିଛିକ୍ଷଣ ପାଇଁ ଭାରତ ଭୂଇଁରେ ବ୍ରିଟିଶ୍ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିଲା ଏହି ମହାନ୍ ବିପ୍ଳବ । ଏହି ବିଦ୍ରୋହ ସମ୍ପର୍କରେ ଐତିହାସିକମାନେ ଭିନ୍ନ ମତପୋଷଣ କରିଥାନ୍ତି । Sir Marshman, Sir John Lawrence, P.E.Roberts, Malleson, Holmes ବିଶିଷ୍ଟ ଘଟଣାକୁ ‘ସିପାହିମାନଙ୍କର ବିଦ୍ରୋହ’ ରୂପେ ବର୍ଣ୍ଣନା କରିଛନ୍ତି । ଅପରପକ୍ଷେ ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା Vinayak Damodar Savarkar ୧୮୫୭ର ଏହି ଘଟଣାକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ରୂପେ ବର୍ଣ୍ଣନା କରିଛନ୍ତି । ଏହି ବିଦ୍ରୋହର ସାମାଜିକ ଓ ଅର୍ଥନୈତିକ କାରଣଗୁଡିକ ହେଲା

(୧) ସାମାଜିକ କାରଣ :
ପାଶ୍ଚାତ୍ୟ ସଭ୍ୟତା ଓ ଶିକ୍ଷାର ସୁଫଳ ମିଳି ନଥିଲେ ସୁଦ୍ଧା ସମାଜର ରକ୍ଷଣଶୀଳ ବ୍ୟକ୍ତିମାନେ କ୍ରମାଗତ ପରିବର୍ତ୍ତନକୁ ପସନ୍ଦ କରି ନଥିଲେ । ଡେଲହାଉସୀଙ୍କ ସମୟରେ ବିଧବା ବିବାହ, ରେଳପଥ, ଟେଲିଗ୍ରାଫ୍ ତାର ପ୍ରଚଳନ, ନାରୀ ଶିକ୍ଷା ପ୍ରଚଳନ ଓ ବେକ୍ନିକ୍‌ଙ୍କ ସମୟରେ ସତୀପ୍ରଥାର ଉଚ୍ଛେଦ, ଶିକ୍ଷା ଓ ସଂସ୍କାରମୂଳକ କାର୍ଯ୍ୟର ପ୍ରଚଳନ ଫଳରେ ରକ୍ଷଣଶୀଳ ହିନ୍ଦୁମାନେ ବ୍ୟଥ୍ତ ହୋଇଥିଲେ । ସେମାନେ ଆଶଙ୍କା କରିଥିଲେ ଯେ, ସମାଜର ସ୍ଥିତିଶୀଳ ଅବସ୍ଥା ଫଳରେ ରକ୍ଷଣଶୀଳ ହିନ୍ଦୁମାନେ ବ୍ୟଥ୍‌ତ ହୋଇଥିଲେ । ସେମାନେ ଆଶଙ୍କା କରିଥିଲେ ଯେ, ସମାଜର ସ୍ଥିତିଶୀଳ ଅବସ୍ଥା ଭାଙ୍ଗିଯିବ ଓ ପୁରାତନ ରୀତିନୀତି ଧ୍ୱଂସ ପାଇଯିବ । ଫଳରେ ଏହିସବୁ ସାମାଜିକ କାରଣକୁ ନେଇ ବିଦ୍ରୋହ ସୃଷ୍ଟି ହୋଇଥିଲା ।

(୨) ଅର୍ଥନୈତିକ କାରଣ :
ଭାରତକୁ ଶୋଷଣ କରି ଇଂଲଣ୍ଡକୁ ସମୃଦ୍ଧ କରିବା ଇଂରେଜମାନଙ୍କର ପ୍ରଧାନ ଲକ୍ଷ୍ୟ ଥଲା । ସେମାନେ ଯେଉଁ ଅର୍ଥନୈତିକ ପଦ୍ଧତି ଅନୁସରଣ କରିଥିଲେ, ତାହା କେବଳ ଇଂଲଣ୍ଡ ପାଇଁ ସହାୟକ ହୋଇଥିଲା । ଶିଳ୍ପ ବିପ୍ଳବ ପରେ ଇଂଲଣ୍ଡ ନିର୍ମିତ ପଦାର୍ଥରେ ଭାରତୀୟ ବଜାର ପରିପୂର୍ଣ୍ଣ ହୋଇଥିଲା । ଉକ୍ତ ପଦାର୍ଥ ବିକ୍ରୟ ପରେ ବିକ୍ରୟଲବ୍‌ଧ ଧନ ଇଂରେଜ ବଣିକମାନେ ସ୍ବଦେଶକୁ ନେଇଯାଇଥିଲେ । ଭାରତର ରାଜସ୍ୱ, ସଞ୍ଚ ସମ୍ପଦ, କୃଷିଜାତ ଦ୍ରବ୍ୟ, କଞ୍ଚାମାଲ, ଖଣିଜପଦାର୍ଥ ଆଦି ସବୁକିଛି ଇଂଲଣ୍ଡକୁ ସମୃଦ୍ଧତର କରି ଗଢ଼ି ତୋଳିଥିଲା । ଅପରପକ୍ଷେ ଭାରତର ପ୍ରଭୃତ କ୍ଷତିସାଧନ କରି ଭାରତୀୟ ଶିଳ୍ପ କୃଷିର ଉନ୍ନତି ପାଇଁ ଇଂରେଜ ସରକାର କୌଣସି ପଦକ୍ଷେପ ନେଇ ନଥୁଲେ । ଫଳରେ ଭାରତୀୟ କୃଷକ ସର୍ବସ୍ୱାନ୍ତ ହୋଇ ଯାଇଥିଲା । ଦାରିଦ୍ର୍ୟ ଓ ଶୋଷଣର ଶିକାର ହୋଇ ଭାରତୀୟ ଅର୍ଥନୀତି ଧ୍ୱଂସପ୍ରାପ୍ତ ହୋଇଥିଲା । ଦେଶର ଅର୍ଥନୈତିକ ଉନ୍ନତି ପାଇଁ ରାଜକୋଷରୁ କୌଣସି ଅର୍ଥ ବ୍ୟୟିତ ହେଉ ନଥିଲା । ଫଳରେ ଜନସାଧାରଣଙ୍କ ମନରେ ଅସନ୍ତୋଷ ରୂପକ ଅଗ୍ନି ପ୍ରଜ୍ଜଳିତ ହୋଇ ପରିଶେଷରେ ବିଦ୍ରୋହ ରୂପରେ ଆତ୍ମପ୍ରକାଶ କରିଥିଲା ।

CHSE Odisha Class 12 History Chapter 12 Short & Long Answer Questions in Odia Medium

୭ | ସିପାହୀ ବିଦ୍ରୋହର ରାଜନୈତିକ ଓ ସାମରିକ କାରଣମାନ ବର୍ଣ୍ଣନା କର ।
Answer:
କମ୍ପାନୀର ଶହେବର୍ଷ ଯନ୍ତ୍ରଣାଦାୟକ ଶାସନରେ ଅଣନିଃଶ୍ୱାସୀ ହୋଇ ୧୮୫୭ ମସିହାରେ ଭାରତୀୟମାନ ନିଜ ପୁଞ୍ଜୀଭୂତ ଅଶାନ୍ତିର ପରିପ୍ରକାଶ କରିଥିଲେ, ଯାହାକୁ ଇଂରେଜମାନେ ସିପାହି ବିଦ୍ରୋହ ଭାବେ ନାମିତ କରିଥିଲେ । ଏହା ଥିଲା ଇଂରେଜମାନଙ୍କ ବିରୁଦ୍ଧରେ ଭାରତୀୟମାନଙ୍କର ପ୍ରଥମ ସଂଗଠିତ ବିଦ୍ରୋହ । କିଛିକ୍ଷଣ ପାଇଁ ଭାରତ ଭୂଇଁରେ ବ୍ରିଟିଶ୍ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିଲା ଏହି ମହାନ୍ ବିପ୍ଳବ । ଏହି ବିଦ୍ରୋହ ସମ୍ପର୍କରେ ଐତିହାସିକମାନେ ଭିନ୍ନ ମତପୋଷଣ କରିଥାନ୍ତି । Sir Marshman, Sir John Lawrence, P.E.Roberts, Malleson, Holmes ବିଶିଷ୍ଟ ଘଟଣାକୁ ‘ସିପାହିମାନଙ୍କର ବିଦ୍ରୋହ’ ରୂପେ ବର୍ଣ୍ଣନା କରିଛନ୍ତି । ଅପରପକ୍ଷେ ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା Vinayak Damodar Savarkar ୧୮୫୭ର ଏହି ଘଟଣାକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ରୂପେ ବର୍ଣ୍ଣନା କରିଛନ୍ତି । ଏହି ବିଦ୍ରୋହର ରାଜନୈତିକ ଓ ସାମରିକ କାରଣଗୁଡିକ ହେଲା-

(୧) ରାଜନୈତିକ କାରଣ :
ପଲାସୀ ଯୁଦ୍ଧ ପରଠାରୁ ଇଂରେଜମାନେ କ୍ରମାଗତଭାବେ ସେମାନଙ୍କର ନଗ୍ନ ସାମ୍ରାଜ୍ୟବାଦ ନୀତିକୁ ବିଭିନ୍ନ ଉପାୟରେ ପ୍ରତିଫଳିତ କରିବା ଫଳରେ ଜଣଙ୍କ ପରେ ଜଣେ ଦେଶୀୟ ରାଜା ଓ ରାଜ୍ୟ ସେମାନଙ୍କର ପ୍ରାଧାନ୍ୟ ସ୍ଵୀକାର କରିଥିଲେ । ଲର୍ଡ ଉଏଲ୍‌ଲୀ ସାମନ୍ତ ସନ୍ଧି ପ୍ରୟୋଗ କରି ଦେଶୀୟ ରାଜ୍ୟଗୁଡ଼ିକର ରାଜଧାନୀରେ ଜଣେ ଇଂରାଜୀ ପ୍ରତିନିସ୍ ଓ ଏକ ଇଂରେଜ ସେନାବାହିନୀ ଅବସ୍ଥାପିତ କରାଇଥିଲେ । ଫଳରେ ଦେଶୀୟ ରାଜାମାନଙ୍କର ପ୍ରଭାବ ହ୍ରାସ ପାଇଥିଲା ଏବଂ ଇଂରେଜ ପ୍ରତିନିଧ୍ ରାଜ୍ୟର ବୈଦେଶିକ ତଥା ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଥିଲେ । ଲର୍ଡ ଡେଲ୍‌ହାଉସୀ ରାଜ୍ୟସ୍ଵତ୍ଵ ଲୋପ ନୀତି ପ୍ରୟୋଗ କରି ସାତାରା, ଝାନ୍ସୀ, ନାଗପୁର, ସମ୍ବଲପୁର, ଜୈତପୁର ଏବଂ ଭଗତ୍ ଆଦି ରାଜ୍ୟକୁ ଇଂରେଜ ସାମ୍ରାଜ୍ୟଭୁକ୍ତ କରିଥିଲେ । ନାନାସାହେବଙ୍କୁ ପେନ୍ସନ୍ ଓ ପଦବୀରୁ ବଞ୍ଚିତ କରାଯାଇଥିଲା ।

ମରହଟ୍ଟାମାନଙ୍କ ପାଇଁ ଏହା ଅପମାନଜନକ ଥିଲା, କାରଣ ଝାନ୍ସୀର ରାଣୀ ଲକ୍ଷ୍ମୀବାଈଙ୍କର ପୋଷ୍ୟପୁତ୍ର ଗ୍ରହଣକୁ ବ୍ରିଟିଶ୍ ସରକାର ଅନୁମୋଦନ କରି ନଥିଲେ । ଅଯୋଧ୍ୟାରୁ କୁଶାସନ ଲୋପ କରିବା ଛଳରେ ରାଜ୍ୟ ଅଧିକାର ନୀତି ଇଂରେଜ କର୍ତ୍ତୃପକ୍ଷଙ୍କୁ ଅପ୍ରିୟ କରିଥିଲା । ଫଳରେ ଅଯୋଧ୍ୟାବାସୀ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ । କମ୍ପାନୀ ଶାସନରେ ଭୂରାଜସ୍ୱ ହାର ଅତିରିକ୍ତ ବୃଦ୍ଧି ପାଉଥ‌ିବାରୁ ଏବଂ ନୂତନ ନିୟମ ଲୋକମାନଙ୍କୁ ସୁବିଧାଜନକ ହେଉ ନଥ‌ିବାରୁ ଅସନ୍ତୋଷ ବ୍ୟାପକ ରୂପ ଧାରଣ କରିଥିଲା । ସର୍ବୋପରି ଇଂରେଜମାନଙ୍କ ରାଜ୍ୟଲିପ୍‌ସା ବିରୁଦ୍ଧରେ ନାନାସାହେବ, ତାନ୍ତିଆ ତୋପେ, ଲକ୍ଷ୍ମୀବାଈ, କନ୍‌ର ସିଂ, ଦ୍ଵିତୀୟ ବାହାଦୂର ଶାହା, ଫିରୋଜ ଶାହା ପ୍ରଭୃତି ବ୍ୟକ୍ତିମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

(୨) ସାମରିକ କାରଣ :
ବିଭିନ୍ନ କାରଣରୁ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ନିମ୍ନଲିଖୂତ କାରଣଗଜୁଡିକ ପାଇଁ ବ୍ରିଟିଶ୍ ସାମ୍ରାଜ୍ୟକୁ ରକ୍ଷା କରୁଥିବା ଭାରତୀୟ ସିପାହିମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରଥମତଃ, ଭାରତୀୟମାନେ ସୈନ୍ୟ ବିଭାଗର ଉଚ୍ଚପଦବୀ ପାଇଁ ଯୋଗ୍ୟ ଥିଲେ ମଧ୍ୟ ସେମାନଙ୍କୁ ଉଚ୍ଚ ପଦବୀରେ ରଖାଯାଉ ନଥିଲା । କେବଳ ଇଉରୋପୀୟମାନେ ସାମରିକ ବିଭାଗର ଉଚ୍ଚ ପଦବୀରେ ନିଯୁକ୍ତି ପାଉଥିଲେ । ଦ୍ଵିତୀୟତଃ, ଭାରତୀୟ ସିପାହିମାନେ ଇଂରେଜ ସୈନ୍ୟମାନଙ୍କଠାରୁ କମ୍ ବେତନ ପାଉଥିଲେ ଏବଂ ସେମାନଙ୍କୁ ହେୟ କରାଯାଉଥିଲା । ତୃତୀୟତଃ, ସାହସିକ ପଦକ୍ଷେପ ପାଇଁ ସିପାହିମାନଙ୍କୁ କୌଣସି ପୁରସ୍କାର ବା ପଦୋନ୍ନତି ମିଳୁ ନଥୁଲା ।

ଚତୁର୍ଥତଃ, ଯେଉଁ ଭାରତୀୟ ସାମରିକ ଅଫିସର ସିପାହିମାନଙ୍କ ମଧ୍ୟରେ ଲୋକପ୍ରିୟ ହେଉଥିଲେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଉଥିଲା । ପଞ୍ଚମତଃ, ଧର୍ମନାଶ ଉଦ୍ଦେଶ୍ୟରେ ସିପାହିମାନଙ୍କୁ ସମୁଦ୍ରପାର ହୋଇ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଥିଲା । ଷଷ୍ଠତଃ, ଭାରତୀୟ ସିପାହିମାନଙ୍କୁ ନିଜ ପରମ୍ପରା ବିରୁଦ୍ଧରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା । ସେମାନଙ୍କୁ ଦେଶୀ ଟୋପି ଓ ଚନ୍ଦନ ଟିପା ପରିଧାନ କରିବାକୁ ଅନୁମତି ଦିଆଗଲା ନାହିଁ । ଦେଶୀୟ ଟୋପି ପରିବର୍ତ୍ତେ ଘୁଷୁରି ଚମଡ଼ାରେ ନିର୍ମିତ ଏକପ୍ରକାର ସାମରିକ ଟୋପି ବ୍ୟବହାର କରିବାପାଇଁ ବାଧ୍ୟ କରାଯାଉଥିଲା । ଶେଷତଃ, ଖ୍ରୀଷ୍ଟିଆନ୍ ପାଦ୍ରୀମାନେ ସିପାହିମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ ।

CHSE Odisha Class 12 History Chapter 12 Short & Long Answer Questions in Odia Medium

୮| ୧୮୫୭ ଖ୍ରୀ.ଅ.ର ମହାନ୍ ବିପ୍ଳବର ଫଳାଫଳ ସମ୍ପର୍କରେ ଆଲୋଚନା କର ।
Answer:
୧୮୫୭ର ମହାନ୍ ବିଦ୍ରୋହ ଆଧୁନିକ ଭାରତ ଇତିହାସରେ ଏକ କ୍ରାନ୍ତିକାରୀ ଅଧ୍ୟାୟ ସୃଷ୍ଟି କରିଥିଲା । ଏହି ବିଦ୍ରୋହର ଫଳାଫଳ ଥୁଲା ସୁଦୂରପ୍ରସାରୀ ଓ ବ୍ୟାପକ । ବିଦ୍ରୋହରେ ଭାରତୀୟମାନେ ବିଶେଷ ସଫଳତା ହାସଲ କରି ନ ଥିଲେ ମଧ୍ୟ ସେମାନଙ୍କ ମନରେ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରିବାପାଇଁ ସାହସ ସଂଗ୍ରହ କରିପାରିଥିଲା । ବିଦ୍ରୋହର ଅବସାନ ପରେ ଭାରତରୁ ସ୍ୱେଚ୍ଛାଚାରୀ କମ୍ପାନୀ ଶାସନର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଇଂରେଜ ସରକାର ପ୍ରତ୍ୟକ୍ଷଭାବରେ କମ୍ପାନୀ ହାତରୁ କ୍ଷମତା ନିଜ ହାତକୁ ନେଇଥିଲେ । ରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ର ଭାରତୀୟମାନଙ୍କ ପାଇଁ ଆଣିଦେଇଥିଲା ଅନେକ ପରିବର୍ତ୍ତନ ।

ସାମ୍ବିଧାନିକ ସଂସ୍କାର :
୧୮୫୮ ଭାରତ ଶାସନ ଆଇନ – ୧୮୫୭ର ମହାନ୍ ବିଦ୍ରୋହ ପରେ ଇଂଲଣ୍ଡ ସଂସଦରେ ଗୁରୁତ୍ଵପୂର୍ଣ ‘୧୮୫୮ ଭାରତ ଶାସନ ଆଇନ’ (The Govt. of India Act 1858) ପ୍ରଣୟନ କରାଯାଇଥିଲା । ଏହି ଆଇନ ବଳରେ ଭାରତରୁ କମ୍ପାନୀ ଶାସନର ଅବସାନ ଘଟିଲା । ଏହାପରେ ଭାରତ ଇଂଲଣ୍ଡର ରାଣୀଙ୍କ ନାମରେ ଏବଂ ରାଣୀଙ୍କଦ୍ଵାରା ଶାସିତ ହେଲା । ଶାସନ କ୍ଷେତ୍ରରେ କେତେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନମାନ ଅଣାଯାଇଥିଲା ।

୧୮୫୮ ଆଇନର ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥାଗୁଡ଼ିକ ହେଲା –

  • ନିୟନ୍ତ୍ରଣ ପରିଷଦ (Board of Control) ଏବଂ ନିର୍ଦ୍ଦେର୍ଶକ ସଭା (Court of Directors)କୁ ଭାଙ୍ଗିଦିଆଯାଇ ଏହା ସ୍ଥାନରେ ଭାରତ ପାଇଁ ଜଣେ ରାଜ୍ୟ ସଚିବଙ୍କୁ ନିଯୁକ୍ତ କରାଗଲା ଏବଂ ସେ ବ୍ରିଟିଶ ମନ୍ତ୍ରୀମଣ୍ଡଳର ଜଣେ ସଦସ୍ୟ ହୋଇଥିବା ଜରୁରୀ ହେଲା ।
  • ଭାରତର ରାଜସ୍ଵ ଭାରତବାସୀଙ୍କପାଇଁ ବ୍ୟୟ ହେବ ଏବଂ ପ୍ରତିବର୍ଷ ରାଜ୍ୟ ସଚିବ ଭାରତର ଆୟ ବ୍ୟୟର ଚିଠା ଇଂଲଣ୍ଡ ସଂସଦରେ ଉପସ୍ଥାପନ କରି ଅନୁମୋଦନ କରାଇବେ ।
  • ଭାରତର ବଡ଼ଲାଟଙ୍କୁ ଗଭର୍ଣ୍ଣର ଜେନେରାଲ ପରିବର୍ତ୍ତେ ‘ଭାଇସ୍‌ୟ’ କୁହାଗଲା ।
  • ଭାରତର ଭାଇସ୍‌ରାୟ ଓ ପ୍ରାଦେଶିକ ଶାସନକର୍ତ୍ତାମାନଙ୍କୁ ଇଂଲଣ୍ଡର ଶାସକ (ରାଣୀ/ରାଜା) ନିଯୁକ୍ତି ଦେବାର ବ୍ୟବସ୍ଥା ରହିଲା ।
  • ଭାରତରେ ଥିବା ଇଷ୍ଟଇଣ୍ଡିଆ କମ୍ପାନୀର ପଦାତିକ ଓ ନୌବାହିନୀ ଇଂଲଣ୍ଡର ସରକାରଙ୍କ ଅଧୀନକୁ ଆସିଲା ।

ମହାରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ର:
୧୮୫୮ର ଭାରତ ଶାସନ ଆଇନ ଅନୁସାରେ ଇଂଲଣ୍ଡର ରାଣୀ ହେଲେ ‘ଭାରତ ସାମ୍ରାଜ୍ଞୀ’ । ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆ ଭାରତ ଉଦ୍ଦେଶ୍ୟରେ ଏକ ଘୋଷଣାପତ୍ର ପ୍ରେରଣ କରିଥିଲେ । ଖ୍ରୀ. ୧୮୫୮ ନଭେମ୍ବର ୧ ତାରିଖ ଦିନ ଆଲ୍ଲାହାବାଦର ଏକ ଆଡ଼ମ୍ବରପୂର୍ଣ୍ଣ ଦରବାରରେ ଲର୍ଡ଼ କ୍ୟାନିଂ ମହାରାଣୀଙ୍କ ଘୋଷଣାପତ୍ରକୁ ପାଠ କରିଥିଲେ ।

ଏହାର ମୁଖ୍ୟ ଦିଗଗୁଡ଼ିକ ହେଲା –

  • ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀ ଶାସନର ଅବସାନ ଘଟିଲା । ଇଂଲଣ୍ଡର ଶାସକ ହେଲେ ଭାରତର ଶାସନକର୍ତ୍ତା । ସେହି ଅନୁସାରେ ମହାରାଣୀ ଭିକ୍ଟୋରିଆ ଭାରତର ଶାସନଭାର ଗ୍ରହଣ କଲେ ।
  • ପୂର୍ବରୁ ଭାରତୀୟ ରାଜାମାନଙ୍କ ସହିତ ସ୍ଵାକ୍ଷରିତ ହୋଇଥିବା ସନ୍ଧି ଓ ଚୁକ୍ତିଗୁଡ଼ିକ ମର୍ଯ୍ୟାଦା ଦିଆଯିବ ବୋଲି ଘୋଷଣା କରାଗଲା ।
  • ରାଜସ୍ଵତ୍ୱ ଲୋପ ନୀତିକୁ ଉଚ୍ଛେଦ କରାଗଲା ଏବଂ ଭବିଷ୍ୟତରେ ଏହା ପ୍ରୟୋଗ କରାଯାଇ ପାରିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଗଲା ।
  • ଭାରତୀୟ ଶାସକମାନେ ପୋଷ୍ୟପୁତ୍ର ଗ୍ରହଣ କରିପାରିବେ ବୋଲି ଘୋଷଣା କରାଗଲା ।
  • ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭାରତୀୟମାନଙ୍କୁ ଯୋଗ୍ୟତା ଅନୁସାରେ ଚାକିରିରେ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରାଗଲା ।
  • ଭାରତୀୟମାନଙ୍କର ଧର୍ମ, ପରମ୍ପରା, ଆଚରଣ ଆଦିକୁ ବିଧ୍ଵବଦ୍ଧ ସମ୍ମାନ ଦିଆଯିବ ବୋଲି ଘୋଷଣା
  • ଭାରତର ଦେଶୀୟ ରାଜ୍ୟଗୁଡ଼ିକୁ ଅପହରଣ କରି ବ୍ରିଟିଶ ସାମ୍ରାଜ୍ୟ ବିସ୍ତାର କରାଯିବ ନାହିଁ ବୋଲି
  • ବିଦ୍ରୋହ ସମୟରେ ଇଂରେଜମାନଙ୍କର ହତ୍ୟାରେ ପ୍ରତ୍ୟକ୍ଷଭାବେ ଜଡ଼ିତ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟସବୁ ବିଦ୍ରୋହୀଙ୍କୁ କ୍ଷମା ପ୍ରଦାନ କରାଗଲା ।

ସାମରିକ ପୁନର୍ଗଠନ:
୧୮୫୭ ବିଦ୍ରୋହ ପରେ ଭାରତରେ ସୈନ୍ୟବାହିନୀର ପୁନର୍ଗଠନ ଅବଶ୍ୟମ୍ଭାବୀ ହୋଇପଡ଼ିଲା । ବିଦ୍ରୋହରେ ଯେଉଁ ଭାରତୀୟମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଗଲା । ସୈନ୍ୟବାହିନୀରେ ଇଂରେଜ ଅଫିସର ଓ ସୈନ୍ୟମାନଙ୍କର ସଂଖ୍ୟା ବୃଦ୍ଧି କରାଗଲା । ସୈନ୍ୟବାହିନୀରେ ଇଉରୋପୀୟ ଓ ଭାରତୀୟମାନଙ୍କ ମଧ୍ୟରେ ସୈନ୍ୟମାନଙ୍କର ଅନୁପାତ ଥୁଲା 2 : 1 । ହିନ୍ଦୁ ଓ ମୁସଲମାନମାନଙ୍କୁ ପ୍ରାୟତଃ ସୈନ୍ୟବାହିନୀରୁ ବିଦାୟ ଦିଆଗଲା । ବଙ୍ଗ ସୈନ୍ୟବାହିନୀ ବିଲୁପ୍ତ ହେଲା । ଇଂରେଜ ସରକାର ନୂତନଭାବେ ଶିଖ, ଜାଠ, ପଞ୍ଜାବୀ ଓ ଗୁର୍ଖ ରେଜିମେଣ୍ଟ ଗଠନ କରିଥିଲେ ।
ଦେଶୀୟ ରାଜା ଓ ଜମିଦାର ଶ୍ରେଣୀର ଅଭ୍ୟୁତ୍‌ଥାନ – ୧୮୫୭ ବିଦ୍ରୋହ ସମୟରେ ବହୁ ଦେଶୀୟ ରାଜା ଓ ଜମିଦାରମାନେ ଇଂରେଜ ସରକାରଙ୍କୁ ସାହାଯ୍ୟ କରିଥିଲେ । ବିଦ୍ରୋହ ପରେ ଇଂରେଜ ସରକାର ସେମାନଙ୍କୁ ଅଧ୍ଵକ ସୁବିଧା ଓ ସୁଯୋଗ ପ୍ରଦାନ କରିଥିଲେ । ଅନେକ ଭାରତୀୟ ସରକାରୀ କର୍ମଚାରୀ ମଧ୍ଯ ବିଦ୍ରୋହ ସମୟରେ ସରକାରଙ୍କୁ ସାହାଯ୍ୟ କରିଥିଲେ । ଫଳରେ ଇଂରେଜମାନେ ସେମାନଙ୍କ ପ୍ରତି ଯଥେଷ୍ଟ ସହାନୁଭୂତି ପ୍ରଦର୍ଶନ କରିଥିଲେ ।

ଅନ୍ୟାନ୍ୟ ସଂସ୍କାର:
୧୮୫୭ ବିଦ୍ରୋହ ଫଳରେ ବ୍ରିଟିଶ କମ୍ପାନୀର ଅର୍ଥନୈତିକ ଅବସ୍ଥା ଅତି ଦୁର୍ବଳ ହୋଇପଡ଼ିଲା । ଏଣୁ ଏ ଅବସ୍ଥା ସୁଧାରିବା ପାଇଁ କେତେକ ପଦକ୍ଷେପ ନିଆଯାଇଥିଲା । ବାଣିଜ୍ୟ ଶୁଳ୍‌କ ହାର ବୃଦ୍ଧି କରାଗଲା । ମାସିକ ୫୦୦ ଟଙ୍କା ଆୟ ଉପରେ ଶତକଡ଼ା ୫% ଆୟକର ଆଦାୟ କରାଗଲା । ଏହି ଅର୍ଥ ଶିକ୍ଷା ଓ ଲୋକହିତକର କାର୍ଯ୍ୟରେ ବ୍ୟୟିତ ହେବାପାଇଁ ପଦକ୍ଷେପମାନ ନିଆଗଲା । ପ୍ରାଥମିକ ଶିକ୍ଷାର ଉନ୍ନତି ଓ ଆଇନଶୃଙ୍ଖଳା ରକ୍ଷାପାଇଁ କେତେକ ନୂତନ ପଦକ୍ଷେପମାନ ନିଆଯାଇଥିଲା । ପ୍ରତ୍ୟେକ ପ୍ରଦେଶରେ ଶିକ୍ଷା ବିଭାଗ ସ୍ଥାପନ କରାଗଲା ଏବଂ ପ୍ରତ୍ୟେକ ପ୍ରଦେଶରେ ଗୋଟିଏ କରି ସ୍ଵତନ୍ତ୍ର ପୋଲିସ୍ ବିଭାଗ ସୃଷ୍ଟି କରାଗଲା । ୧୮୬୧ ଖ୍ରୀ.ଅ.ରେ ଭାରତୀୟ ଉଚ୍ଚ ନ୍ୟାୟାଳୟ ଆଇନ ଗୃହୀତ ହୋଇ ବମ୍ବେ, ମାନ୍ଦ୍ରାଜ ଓ କଲିକତାଠାରେ ଉଚ୍ଚ ନ୍ୟାୟାଳୟମାନ ପ୍ରତିଷ୍ଠା କରାଗଲା । ୧୮୮୬ ଖ୍ରୀ.ଅ.ରେ ଭାରତୀୟ ପୋଲିସ୍ ଆଇନ ପ୍ରଣୟନ କରାଯାଇ ପ୍ରତ୍ୟେକ ପ୍ରଦେଶରେ ଜଣେ ଜଣେ ଇନ୍ସପେକ୍ଟର ଜେନେରାଲଙ୍କ ଅଧ୍ୟକ୍ଷତାରେ ଗୋଟିଏ ଗୋଟିଏ ସ୍ଵତନ୍ତ୍ର ପୋଲିସ୍ ବିଭାଗ ସୃଷ୍ଟି କରାଗଲା । ତାଙ୍କୁ ସାହାଯ୍ୟ କରିବାପାଇଁ ଜଣେ ଜଣେ ଡେପୁଟି ଇନ୍ସପେକ୍ଟର-ଜେନେରାଲ ନିଯୁକ୍ତ କରାଗଲା । ପ୍ରତ୍ୟେକ ଜିଲ୍ଲାରେ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ ନିଯୁକ୍ତି ପାଇଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ପରୋକ୍ଷ ଫଳାଫଳ:
୧୮୫୭ର ବିଦ୍ରୋହ ଭାରତୀୟମାନଙ୍କ ମନରେ ଜାତୀୟ ଚେତନାର ବୀଜବପନ କରିଥିଲା । ପରବର୍ତ୍ତୀ ସମୟରେ ସ୍ଵାଧୀନତା ହାସଲ କରିବାପାଇଁ ଭାରତୀୟମାନଙ୍କୁ ପ୍ରେରଣା ଦେଇଥିଲା । ଅନ୍ୟପକ୍ଷରେ ଏହି ବିଦ୍ରୋହ ଇଂରେଜମାନଙ୍କୁ ଚେତାବନୀ ପ୍ରଦାନ କରିଥିଲା । ସେମାନେ ଆଉ ପୂର୍ବଭଳି ଭାରତୀୟମାନଙ୍କୁ ସ୍ଵେଚ୍ଛାଚାରିତା ପ୍ରଦର୍ଶନ କରିବାକୁ ସାହସ କରି ନଥିଲେ । ଏହି ବିଦ୍ରୋହର ଫଳସ୍ଵରୂପ ସାମାଜିକ ସଂସ୍କାରଦ୍ୱାରା ଉଦ୍‌ବୁଦ୍ଧ ହୋଇ ଶିକ୍ଷିତ ଭାରତୀୟମାନେ ଜାତୀୟ କଂଗ୍ରେସ ପ୍ରତିଷ୍ଠା କରିଥିଲେ ଏବଂ ଇଂରେଜମାନଙ୍କ ବିରୁଦ୍ଧରେ ସ୍ଵାଧୀନତାପାଇଁ ସଂଗ୍ରାମ କରିପାରିଥିଲେ । ବାସ୍ତବିକ ବିଦ୍ରୋହର ଫଳାଫଳ ଅତି ଗୁରୁତ୍ଵପୂର୍ଣ୍ଣ ଥିଲା । ଇଂରେଜ ସରକାର ବିଦ୍ରୋହ ପରେ ଭାରତୀୟମାନଙ୍କ ପ୍ରତି ଉଦାର ନୀତି ଅବଲମ୍ବନ କରିବାକୁ ବାଧ୍ୟ ହୋଇଥିଲେ । ବିଦ୍ରୋହ ବିଫଳ ହୋଇଥିଲେହେଁ ପରବର୍ତୀ ସମୟରେ ଏହା ଜନଦେଇଥଲା ଭାରତୀୟ ନବଜାଗରଣକୁ । ଜାତୀୟତାର ଏହି କ୍ଷୁଦ୍ର ସ୍ଫୁଲିଙ୍ଗ ଟିକକ ଭବିଷ୍ୟତରେ ଭାରତୀୟମାନଙ୍କ ହୃଦୟରେ ବିଦ୍ରୋହର ବହି ପଜଳନ କରି ତେଜୀୟାନ କରିଥିଲା ଇଂରେଜମାନଙ୍କ ବିରୁଦ୍ଧରେ ।

CHSE Odisha Class 12 History Chapter 12 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 12 ବ୍ରିଟିଶ୍ ଔପନିବେଶିକ ବିରୁଦ୍ଧରେ ବିଦ୍ରୋହ ସନ୍ନ୍ୟାସୀ ବିଦ୍ରୋହ, ଖୋର୍ଦ୍ଧା ବିଦ୍ରୋହ (୧୮୧୭), ସାନ୍ତାଳ ବିଦ୍ରୋହ (୧୮୫୬-୫୬), ମହାନ୍ ଭାରତୀୟ ବିଦ୍ରୋହ (୧୮୫୭) Objective Questions.

CHSE Odisha 12th Class History Chapter 12 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କେଉଁ ବ୍ୟକ୍ତି ଖୋର୍ଦ୍ଧାରେ ସଂଘଟିତ ପାଇକ ବିଦ୍ରୋହର ନେତୃତ୍ବ ନେଇଥିଲେ ?
(କ) ବିଦ୍ୟାଧର ମହାପାତ୍ର
(ଖ) ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର
(ଗ) ଧରଣୀଧର ମହାପାତ୍ର
(ଘ) ଜନାଦ୍ଦନ ମହାପାତ୍ର
Answer:
(ଖ) ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର

୨। ନିମ୍ନୋକ୍ତ କେଉଁ ମସିହାରେ ଜଗବନ୍ଧୁ ତାଙ୍କର ସମସ୍ତ ନିଷ୍କର ଜମି ହରାଇଥିଲେ ?
(କ) ୧୮୦୧ ଖ୍ରୀ.ଅ.
(ଖ) ୧୮୦୨ ଖ୍ରୀ.ଅ.
(ଗ) ୧୮୦୩ ଖ୍ରୀ.ଅ.
(ଘ) ୧୮୦୪ ଖ୍ରୀ.ଅ.
Answer:
(ଘ) ୧୮୦୪ ଖ୍ରୀ.ଅ.

୩ । ସେ ସମୟରେ ଓଡ଼ିଶାର ଅମଲାତନ୍ତ୍ରରେ କେଉଁମାନଙ୍କର ପ୍ରତିପତ୍ତି ଅଧ୍ଵ ଥୁଲା ?
(କ) ଓଡ଼ିଆମାନଙ୍କର
(ଖ) ବଙ୍ଗାଳୀମାନଙ୍କର
(ଗ) ମାରୱାଡ଼ିମାନଙ୍କର
(ଘ) ଇଂରେଜମାନଙ୍କର
Answer:
(ଖ) ବଙ୍ଗାଳୀମାନଙ୍କର

୪। ପାଇକ ବିଦ୍ରୋହ ସମୟରେ କଟକର ମାଜିଷ୍ଟ୍ରେଟ୍ କିଏ ଥିଲେ ?
(କ) ଏଡଓ୍ୱାର୍ଡ଼ ଇମ୍ଫ
(ଖ) ଲେଫ୍‌ଟନାଣ୍ଟ ଫାରିସ୍
(ଗ) ଲେଫ୍‌ଟନାଣ୍ଟ ଟ୍ରାଭିସ୍
(ଘ) ଲେଫ୍‌ଟନାଣ୍ଟ ଫ୍ରିଡ଼ାକ୍‌ସ୍
Answer:
(କ) ଏତ୍ୱାର୍ଡ଼ ଇମ୍ଫ

୫। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହକୁ କ’ଣ କୁହାଯାଏ ?
(କ) ସିପାହୀ ବିଦ୍ରୋହ
(ଖ) ପାଇକ ବିଦ୍ରୋହ
(ଗ) କନ୍ଧ ବିଦ୍ରୋହ
(ଘ) ସାନାଳ ବିଦ୍ରୋହ
Answer:
(ଖ) ପାଇକ ବିଦ୍ରୋହ

CHSE Odisha Class 12 History Chapter 12 Objective Questions in Odia Medium

୬ । ସିପାହି ବିଦ୍ରୋହ ସମୟରେ କିଏ ଭାରତର ବଡ଼ଲାଟ ଥିଲେ ?
(କ) ଲର୍ଡ଼ କ୍ୟାଟିଂ
(ଖ) ଲର୍ଡ଼ ଡେଲହାଉସୀ
(ଗ) ଲର୍ଡ ଉଏଲ୍‌ଲୀ
(ଘ) ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍
Answer:
(କ) ଲର୍ଡ କ୍ୟାନିଂ

୭। ଝାନ୍ସୀଠାରେ ସିପାହି ବିଦ୍ରୋହର ନେତୃତ୍ଵ କିଏ ନେଇଥିଲେ ?
(କ) ମଙ୍ଗଳପାଶେ
(ଖ) ତାନ୍ତିଆତୋପେ
(ଗ) ରାଣୀ ଲକ୍ଷ୍ମୀବାଈ
(ଘ) ନାନାସାହେବ
Answer:
(ଗ) ରାଣୀ ଲକ୍ଷ୍ମୀବାଈ

୮ | କେବେ ଇଂରେଜ ସରକାର ଏନ୍‌ଫିଲ୍‌ଡ୍ ବନ୍ଧୁକ ପ୍ରଚଳନ କରିଥିଲେ ?
(କ) ଖ୍ରୀ.ଅ. ୧୮୫୩
(ଖ) ଖ୍ରୀ.ଅ. ୧୮୫୪
(ଗ) ଖ୍ରୀ.ଅ. ୧୮୫୫
(ଘ) ଖ୍ରୀ.ଅ. ୧୮୫୬
Answer:
(ଘ) ୧୮୫୬ ଖ୍ରୀ.ଅ.

୯ । କେଉଁ ଭାରତୀୟ ସିପାହି ୧୮୫୭ର ବିଦ୍ରୋହ ଆରମ୍ଭ କରି ଜେନେରାଲ ହିଅରସେଙ୍କ ଆଦେଶରେ ଫାଶୀଖୁଣ୍ଟରେ ଝୁଲିଥିଲେ ?
(କ) ମଙ୍ଗଳପାଣ୍ଡେ
(ଖ) ତାନ୍ତିଆତୋପେ
(ଗ) କନ୍‌ର ସିଂହ
(ଘ) ନାନାସାହେବ
Answer:
(ଘ) ମଙ୍ଗଳପାଣ୍ଡେ

୧୦ । କେବେ ଭାରତରୁ ଇଷ୍ଟଇଣ୍ଡିଆ କମ୍ପାନୀ ଶାସନର ଅବସାନ ଘଟିଥିଲା ?
(କ) ଖ୍ରୀ.ଅ. ୧୮୫୪
(ଖ) ଖ୍ରୀ.ଅ. ୧୮୫୬
(ଗ) ଖ୍ରୀ.ଅ. ୧୮୫୭
(ଘ) ଖ୍ରୀ.ଅ. ୧୮୫୮
Answer:
(ଘ) ୧୮୫୮ ଖ୍ରୀ.ଅ.

୧୧ । ବିହାରଠାରେ ବିଦ୍ରୋହର ନେତୃତ୍ୱ କିଏ ନେଇଥିଲେ ?
(କ) ଦ୍ଵିତୀୟ ବାହାଦୂରଶାହା
(ଖ) କନୱାର ସିଂହ
(ଗ) ତାନ୍ତିଆପେ
(ଘ) ମଙ୍ଗଳପାଣ୍ଡେ
Answer:
(ଖ) କନୱାର ସିଂହ

୧୨ । ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ନିମ୍ନୋକ୍ତ କେଉଁ ଅଞ୍ଚଳରେ ସନ୍ନ୍ୟାସୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା ?
(କ) ଓଡ଼ିଶା
(ଖ) ବିହାର
(ଗ) ବେଙ୍ଗଲ
(ଘ) ମାଡ୍ରାସ୍
Answer:
(ଗ) ବେଙ୍ଗଲ

୧୩ । ଜଳପାଇଗୁଡ଼ିର ମୁର୍ଶିଦାବାଦ ଏବଂ ବୈକୁଣ୍ଠପୁରର ଆଖପାଖ ଜଙ୍ଗଲରେ ନିମ୍ନୋକ୍ତ କେଉଁ ବିଦ୍ରୋହ ମୁକ୍ତ ଟେକିଥିଲା ?
(କ) କନ୍ଧ ବିଦ୍ରୋହ
(ଖ) ସନ୍ନ୍ୟାସୀ ବିଦ୍ରୋହ
(ଗ) ପାଇକ ବିଦ୍ରୋହ
(ଘ) ସିପାହୀ ବିଦ୍ରୋହ
Answer:
(ଖ) ସନ୍ନ୍ୟାସୀ ବିଦ୍ରୋହ

CHSE Odisha Class 12 History Chapter 12 Objective Questions in Odia Medium

୧୪ । ବକ୍ସାର ଯୁଦ୍ଧରେ ଜିତି କମ୍ପାନୀ ସରକାର ରାଜସ୍ୱ ଆଦାୟ କରିବାରୁ ତାହା ବିରୁଦ୍ଧରେ ନିମ୍ନୋକ୍ତ କେଉଁମାନେ ବିଦ୍ରୋହ କରିଥିଲେ ?
(କ) ପାଇକମାନେ
(ଖ) ସିପାହୀମାନେ
(ଗ) କନ୍ଧମାନେ
(ଘ) ସନ୍ନ୍ୟାସୀମାନେ
Answer:
(ଘ) ସନ୍ନ୍ୟାସୀମାନେ

୧୫। ଦଶମୀ ନାଗ କିଏ ?
(କ) କନ୍ଧ ନେତା
(ଖ) ସନ୍ୟାସା
(ଗ) ରାଜା
(ଘ) ବେଙ୍ଗଲର ଜିଲ୍ଲାପାଳ
Answer:
(ଖ) ସନ୍ନ୍ୟାସୀ

୧୬ । ସାନ୍ତାଳ ବିଦ୍ରୋହ କେଉଁ ନାମରେ ପରିଚିତ ?
(କ) ଗୁଲ
(ଖ) ମେଳି
(ଗ) ହୁଲ
(ଘ) ଉଲଗୁଲାନ୍
Answer:
(ଖ) ହୁଲ୍

୧୭ । ରାଜମହଲ ପାର୍ବତ୍ୟ ଅଞ୍ଚଳରେ ବସତି ସ୍ଥାପନ କରିଥିବା ସାନ୍ତାଳ ଅଞ୍ଚଳକୁ କ’ଣ କୁହାଯାଉଥିଲା ?
(କ) ଦାମିନ୍-ଇ-କୋହ
(ଖ) ସର୍-ଇ-ଜଳର
(ଗ) ଇତମୁଦୌଲ
(ଘ) ଉଲଗୁଲାନ୍
Answer:
(ଖ) ଦାମିନ୍- ଇ-କୋହ

୧୮। ସାନ୍ତାଳମାନେ କେଉଁମାନଙ୍କୁ ଦିକୁ କହିଥିଲେ ?
(କ) ଇଂରେଜମାନଙ୍କୁ
(ଖ) ଜମିଦାରମାନଙ୍କୁ
(ଗ) ପୋଲିସ୍‌ମାନଙ୍କୁ
(ଘ) ମହାଜନଙ୍କୁ
Answer:
(ଖ) ଜମିଦାରମାନଙ୍କୁ ।

B. ଶୂନ୍ୟସ୍ଥାନ ପୂରଣ କର ।

୧ । ୧୮୫୫-୫୬ ମସିହାରେ ବଙ୍ଗଳା ଓ ବିହାର _________________ ବିଦ୍ରୋହର ସମ୍ମୁଖୀନ ହୋଇଥିଲା ।
Answer:
ସାନ୍ତାଳ

୨। ପାଇକ ବିଦୋହ _______________ ଖ୍ରୀ.ଅ.ରେ ସଂଘଟତ ହୋଇଥିଲା ।
Answer:
୧୮୧୭

CHSE Odisha Class 12 History Chapter 12 Objective Questions in Odia Medium

୩। ବକ୍ସିର ଅର୍ଥ ________________ ।
Answer:
ସେନାପତି

୪। ________________ ମସିହାରେ ରୋଡ଼ଙ୍ଗ ଜମିଦାରୀ ଉପରେ ନିଜର ନ୍ୟାଯ୍ୟଦାବିକୁ ଫେରିପାଇବାପାଇଁ ଜଗବନ୍ଧୁ କଟକର କମିଶନରଙ୍କ ପାଖରେ ପ୍ରଥମେ ଆବେଦନ କରିଥିଲେ ।
Answer:
ରିଚାର୍ଡ଼ସନ୍

୫ । ପାଇକ ବିଦ୍ରୋହ ସମୟରେ କଟକର ମାଜିଷ୍ଟ୍ରେଟ୍ ________________ ଥିଲେ ।
Answer:
ଏଡ଼୍ୱାର୍ଡ଼ ଇମ୍ଫ

୬ | ନାନାସାହେବଙ୍କ ମନା _______________ ୧୮୫୭ ବିଦ୍ରୋହରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢ଼ିଥିଲେ ।
Answer:
ତାନ୍ତିଆ ଟୋପେ

୭ । ବକ୍ସି ଜଗବନ୍ଧୁ ________________ ଖ୍ରୀ.ଅ.ରେ ଆତ୍ମସମର୍ପଣ କରିଥିଲେ ।
Answer:
୧୮୨୫

୮ । ବକ୍ସି ଜଗବନ୍ଧୁଙ୍କର ______________ ଖ୍ରୀ.ଅ.ରେ ଦେହାନ୍ତ ହୋଇଥିଲା ।
Answer:
୧୮୨୯

୯। ସନ୍ନ୍ୟାସୀ ବିଦ୍ରୋହ ________________ ର ଆଖପାଖ ଜଙ୍ଗଲରେ ଘଟିଥିଲା ।
Answer:
ବୈକୁଣ୍ଠପୁର

୧୦| _________________ ମସିହାରେ ବାରାକ୍‌ପୁର ସୈନ୍ୟମାନେ ବର୍ମାକୁ ଯିବାପାଇଁ ମନା କରିଦେଇଥିଲେ ।
Answer:
୧୮୨୪

୧୧ । ୧୮୫୮ ମସିହା ନଭେମ୍ବର ୧ ତାରିଖ ଦିନ _______________ ଠାରେ ଅନୁଷ୍ଠିତ ଦରବାରରେ ଭାଇସ୍‌ୟ ଲର୍ଡ଼ କ୍ୟାମିଂ ଭିକ୍ଟୋରିଆ ଘୋଷଣାପତ୍ର ପାଠ କରିଥିଲେ ।
Answer:
୧୮୫୭ ମାର୍ଚ୍ଚ ୩

୧୨। ________________ ସତୀଦାହ ପ୍ରଥା ଉଚ୍ଛେଦ କରିଥିଲେ ।
Answer:
ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍

CHSE Odisha Class 12 History Chapter 12 Objective Questions in Odia Medium

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ନାନାସାହେବ କିଏ ?
Answer:
ସିପାହି ବିଦ୍ରୋହର ଅନ୍ୟତମ ନେତା ଥିଲେ ନାନାସାହେବ ଏବଂ ସେ କାନପୁରଠାରେ ବିଦ୍ରୋହର ନେତୃତ୍ଵ ନେଇଥିଲେ ।

୨। ବକ୍‌ସି ଜଗବନ୍ଧୁ କେଉଁମାନଙ୍କର ନେତୃତ୍ୱ ନେଉଥିଲେ ?
Answer:
ବକ୍ସିସି ଜଗବନ୍ଧୁ ଖୋର୍ଦ୍ଧାର ପାଇକମାନଙ୍କର ନେତୃତ୍ୱ ନେଉଥିଲେ ।

୩। ୧୮୫୭ ବିଦ୍ରୋହ ସମୟରେ ଇଂଲଣ୍ଡର ରାଣୀ କିଏ ଥିଲେ ?
Answer:
୧୮୫୭ ବିଦ୍ରୋହ ସମୟରେ ଇଂଲଣ୍ଡର ରାଣୀ ଥିଲେ ଭିକ୍ଟୋରିଆ ।

୪ । ଭାରତର ପ୍ରଥମ ଭାଇସ୍‌ରାୟ କିଏ ?
Answer:
ଭାରତର ପ୍ରଥମ ଭାଇସ୍ରାୟ ଲର୍ଡ଼ କ୍ୟାଟିଂ ଥିଲେ ।

୫। ସିପାହି ବିଦ୍ରୋହ ସମୟରେ ଏଥରେ ଭାଗ ନେଇଥିବା ଓଡ଼ିଶାର କେଉଁ ଦୁଇଜଣ ପ୍ରସିଦ୍ଧ ବ୍ୟକ୍ତି ଥିଲେ ?
Answer:
ସିପାହି ବିଦ୍ରୋହରେ ଓଡ଼ିଶାରୁ ଭାଗ ନେଇଥିବା ଦୁଇଜଣ ବ୍ୟକ୍ତି ଥିଲେ ବୀର ସୁରେନ୍ଦ୍ର ସାଏ ଓ ଚାଖୁ ଖୁଣ୍ଟିଆ ।

୬। ଇଂରେଜ ଶାସନ ବିରୁଦ୍ଧରେ ସନ୍ନ୍ୟାସୀମାନେ କେବେ ବିଦ୍ରୋହ କରିଥିଲେ ?
Answer:
ଇଂରେଜ ଶାସନ ବିରୁଦ୍ଧରେ ସନ୍ନ୍ୟାସୀମାନେ ୧୮୦୨ ଖ୍ରୀ.ଅ.ରେ ବିଦ୍ରୋହ କରିଥିଲେ ।

CHSE Odisha Class 12 History Chapter 12 Objective Questions in Odia Medium

D. ଭ୍ରମ ସଂଶୋଧନ କର ।

୧| ୧୮୫୭ ବିଦ୍ରୋହରେ ସିପାହିମାନଙ୍କର ସଂପୃକ୍ତି ଏକ ଆର୍ଥନୀତିକ କାରଣ ଥିଲା ।
Answer:
୧୮୫୭ ବିଦ୍ରୋହରେ ସିପାହିମାନଙ୍କର ସଂପୃକ୍ତି ଏକ ସାମରିକ କାରଣ ଥିଲା ।

୨। ବକ୍ସି ଜଗବନ୍ଧୁ ଘୁମୁସର ରାଜାଙ୍କର ବକ୍ସି ଥିଲେ ।
Answer:
ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ରାଜାଙ୍କର ବକ୍ସି ଥିଲେ ।

୩ । ୧୮୨୦ ଖ୍ରୀ.ଅ.ରେ ବକ୍ସି ଜଗବନ୍ଧୁ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।
Answer:
୧୮୨୫ ଖ୍ରୀ.ଅ.ରେ ବକ୍ସି ଜଗବନ୍ଧୁ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

୪। ଭାରତରେ ସତୀଦାହ ପ୍ରଥା ଏକ ଧର୍ମୀୟ ବ୍ୟବସ୍ଥା ଥିଲା ।
Answer:
ଭାରତରେ ସତୀଦାହ ପ୍ରଥା ଏକ ସାମାଜିକ ବ୍ୟବସ୍ଥା ଥିଲା ।

CHSE Odisha Class 12 History Chapter 12 Objective Questions in Odia Medium

୫। ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ସିପାହୀ ବିଦ୍ରୋହ ତୀବ୍ରତର ହୋଇଥିଲା ।
Answer:
ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ ବିଦ୍ରୋହ ତୀବ୍ରତର ହୋଇଥିଲା ।

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.1

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.1

Question 1.
Δ ABC ର ଚିତ୍ର ଅଙ୍କନ କର । ଏହି ତ୍ରିଭୁଜର ଅନ୍ତର୍ଦେଶରେ P ବିନ୍ଦୁ ଓ ଏହାର ବହିଃର୍ଦେଶରେ Q ବିନ୍ଦୁଟି ଚିହ୍ନିତ କର । A ବିନ୍ଦୁଟି Δ ABC ଅନ୍ତର୍ଦ୍ଦେଶ କିମ୍ବା ବହିଃର୍ଦ୍ଦେଶରେ ଅବସ୍ଥିତ କି ? 
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.1 1
A ବିନ୍ଦୁଟି Δ ABC ର ଅନ୍ତର୍ଦ୍ଦେଶ କିମ୍ବା ବହିଃର୍ଦ୍ଦେଶରେ ଅବସ୍ଥିତ ନୁହେଁ । ଏହା ତ୍ରିଭୁଜର ଶୀର୍ଷବିନ୍ଦୁ ।

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.1

Question 2.
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.1 2
(କ) ପାର୍ଶ୍ୱସ୍ଥ ଚିତ୍ରକୁ ଦେଖ୍ ତିନୋଟି ତ୍ରିଭୁଜର ନାମ ଲେଖ ।
ସମାଧାନ:
Δ ABC, Δ ABD ଓ Δ ADC

(ଖ) ଏହି ଚିତ୍ରରେ ଥ‌ିବା ସାତଟି କୋଣର ନାମ ଲେଖ ।
ସମାଧାନ:
∠ABC, ∠BAC, ∠ACB, ∠ADB, ∠ADC, ∠BAD, ∠DAC

(ଗ) ଛଅଟି ରେଖାଖଣ୍ଡର ନାମ ଲେଖ ।
ସମାଧାନ:
A͞B, B͞C, A͞C, A͞D, B͞D, D͞C

(ଘ) କେଉଁ ଦୁଇଟି ତ୍ରିଭୁଜରେ ∠B ହେଉଛି ସାଧାରଣ କୋଣ ।
ସମାଧାନ:
Δ ABC ଓ Δ ABD

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

ନିମ୍ନରେ ଜଣେ ଦୋକାନୀର କେତେକ ଜିନିଷର ବିକ୍ରିକୁ ଲାଭ ଓ କ୍ଷତିରେ ସୂରଯାଇଛି। ଲାଭ ଓ କ୍ଷତି ହେଉଛି ଦୁଇଟି ବିପରୀତ ଅବସ୍ଥା। ଲାଭକୁ ‘+’ ସଂକେତ ଦ୍ୱାରା ସୂରଯାଉଥ‌ିବା ବେଳେ ‘ କ୍ଷତି’ କୁ ‘-’ ସଂକେତ ଦ୍ୱାରା ସୂରଯାଇଥାଏ। କେତେକ ପରିସ୍ଥିତିର ବର୍ଣ୍ଣନା କରାଯାଇଛି, ସଂକେତ ବ୍ୟବହାର କରି ଲେଖ –

କିନିଷର ନାମ ଲାଭ କ୍ଷତି ଡପଯୁକ୍ତ ଚିହ୍ନ ବ୍ୟବହାର କରି ସୂଚାଇବା
ସୋରିଷତେକ 150 ଟଙ୍କା
ଚାଡଳ 250 ଟଙ୍କା
ଗୋଲମରିଚ 225 ଟଙ୍କା
ଗହମ 200 ଟଙ୍କା
ଆଳୁ 50 ଟଙ୍କା

ସମାଧାନ:

କିନିଷର ନାମ ଲାଭ କ୍ଷତି ଡପଯୁକ୍ତ ଚିହ୍ନ ବ୍ୟବହାର କରି ସୂଚାଇବା
ସୋରିଷତେକ 150 ଟଙ୍କା + 150 ଟଙ୍କା
ଚାଡଳ 250 ଟଙ୍କା – 250 ଟଙ୍କା
ଗୋଲମରିଚ 225 ଟଙ୍କା + 225 ଟଙ୍କା
ଗହମ 200 ଟଙ୍କା + 200 ଟଙ୍କା
ଆଳୁ 50 ଟଙ୍କା – 50 ଟଙ୍କା

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

ନିଜେ କରି ଦେଖ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 1
ଉପରିସ୍ଥ ସଂଖ୍ୟାରେଖାକୁ ଦେଖ୍ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । 
-ଶୂନ (0) ସୂଚକ ବିନ୍ଦୁ ପାଖରୁ ଡାହାଣକୁ 3 ଏକକ ଯାଅ, କେଉଁ ସଂଖ୍ୟା  ପାଇଲ ?
ସମାଧାନ:
+3

ଶୂନ (0) ସୂଚକ ବିନ୍ଦୁ ପାଖରୁ ବାମକୁ ଓ ଏକକ ଯାଅ, କେଉଁ ସଂଖ୍ୟା ପାଇଲ ? 
ସମାଧାନ:
 -3

କହିଲ ଦେଖ୍:
ସଂଖ୍ୟାରେଖା ବ୍ୟବହାର କରି -4 ରେ +6 ଯୋଗକଲେ ଯୋଗଫଳ କେତେ ହେବ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 2
ଏଣୁ (4) + (+6) = +2

ନିଜେ କରି ଦେଖ:
(i) ଯେ କୌଣସି ଦୁଇଟି ଧନାତ୍ମକ ପୂର୍ବସଂଖ୍ୟା ନିଅ । ପ୍ରଥମ ସଂଖ୍ୟାଟିରେ ଦ୍ବିତୀୟ ସଂଖ୍ୟାଟିକୁ ମିଶାଅ । ଏବେ ଦ୍ବିତୀୟ ସଂଖ୍ୟାରେ ପ୍ରଥମ ସଂଖ୍ୟାକୁ ମିଶାଅ । ଉଭୟ ଯୋଗଫଳ ସମାନ ହେଲା କି ?
ସମାଧାନ:
3 + 5 = 8, 5 + 3 = 8 ଉଭୟ ଯୋଗଫଳ ସମାନ ।

(ii) ଗୋଟିଏ ଧନାତ୍ମକ ପୂର୍ଣ୍ଣସଂଖ୍ୟା ଓ ଗୋଟିଏ ଋଣାତ୍ମକ ପୂର୍ଣ୍ଣସଂଖ୍ୟା ନେଇ ସେହିଭଳି କାମଟିକୁ କର । ଦୁଇଟି ଯାକ ଯୋଗଫଳ ମଧ୍ୟରେ କ’ଣ ଲକ୍ଷ୍ୟ କରୁଛ ?
ସମାଧାନ:
– 3 + (-5) = −2, (−5) + 3 = -2; ଉଭୟ ଯୋଗଫଳ ସମାନ ।

(iii) ଦୁଇଟି ଋଣାତ୍ମକ ପୂର୍ବସଂଖ୍ୟା ନେଇ ପ୍ରଥମ ସଂଖ୍ୟାରେ ଦ୍ବିତୀୟ ସଂଖ୍ୟାକୁ ମିଶାଇ ଯୋଗଫଳ କେତେ ହେଲା ଲେଖ । ଏବେ ଦ୍ବିତୀୟ ସଂଖ୍ୟାରେ ପ୍ରଥମ ସଂଖ୍ୟାକୁ ଯୋଗକରି ଯୋଗଫଳ ନିର୍ଣ୍ଣୟ କର । ଉଭୟ ଯୋଗଫଳ ସମାନ ହେଉଛି କି ?
ସମାଧାନ:
(-3) + (-5) = -8 , (-5) + (-3) = -8; ଉଭୟ ଯୋଗଫଳ ସମାନ ।

(iv) ଉପରେ କରିଥିବା ତିନୋଟି କାମରୁ କ’ଣ ଜାଣିଲ ?
ସମାଧାନ:
ଦୁଇଟି ପୂର୍ଣ୍ଣ ସଂଖ୍ୟାକୁ ଯେକୌଣସି କ୍ରମରେ ଯୋଗକଲେ ଯୋଗଫଳ ସମାନ ହୁଏ ।

କହିଲ ଦେଖ୍:
ପୂର୍ଣ୍ଣସଂଖ୍ୟା ମଧ୍ୟରେ ବିୟୋଗ ପ୍ରକ୍ରିୟା କ୍ରମବିନିମୟୀ ନିୟମ ପାଳନ କରେ କି ?
ସମାଧାନ:
ପୂର୍ଣ୍ଣସଂଖ୍ୟା ମଧ୍ୟରେ ବିୟୋଗ ପ୍ରକ୍ରିୟା କ୍ରମବିନିମୟୀ ନିୟମ ପାଳନ କରେ ନାହିଁ ।

1. ସଂଖ୍ୟାରେଖା ସାହାଯ୍ୟରେ କେତେ ଯୋଡ଼ା ବିପରୀତ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ କର ।
(i) (+4) + (-4) = କେତେ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 3
(+4) + (-4) = 0

(ii) (-7) + (+7) = କେତେ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 4
(-7) + (+7)= 0

(iii) (+8) + (-8) = କେତେ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 5
(+8) + (-8) = 0

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

2. ଉପରୋକ୍ତ ତିନୋଟି ଯୋଗଫଳରୁ କ’ଣ ଲକ୍ଷ୍ୟ କରୁଛ ?
ସମାଧାନ:
ଦୁଇଟି ବିପରୀତ ସଂଖ୍ୟାର ଯୋଗଫଳ 0 ।

3. -12, +6, -1394 ଓ +1579 ର ପରମ ମାନ ନିର୍ଣ୍ଣୟ କର ।
ସମାଧାନ:
-12 ର ପରମମାନ = | -12 | = 12;
+6 ର ପରମମାନ = | +6 | = 6;
-1394 ର ପରମମାନ = | –1394 |= 1394; 
+1579 ର ପରମମାନ = | +1579 | = 1579

4. +8 କୁ ବିଭିନ୍ନ ପ୍ରକାରରେ ଦୁଇଟି ଧନାତ୍ମକ ରାଶିର ସମଷ୍ଟି ରୂପେ ଲେଖ ।
ସମାଧାନ:
+8 = (+7) + (+1) = (+6) + (+2)
= (+5) + (+3) = (+4) + (+4)
= (+3) + (+5) = (+2) + (+6) = (+1) + (+7)

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3

Question 1.
ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ –
(କ) (+5) ଏକ ପୂର୍ଣସଂଖ୍ୟା, (-6) ଏକ ପୂର୍ଣସଂଖ୍ୟା ।
(+5) + (-6) = (-1), ଏଠାରେ ପୂର୍ବସଂଖ୍ୟା ଦୁଇଟିର ଯୋଗଫଳ ଏକ ପୂର୍ବସଂଖ୍ୟା ହେଲା।
ଏଥୁରୁ ଯୋଗ ପ୍ରକ୍ରିୟା କେଉଁ ନିୟମ ପାଳନ କରୁଥିବାର ଜଣାପଡିଲା ?
ସମାଧାନ:
ଥ୍ରୁ ଯୋଗ ପ୍ରକ୍ରିୟା ସଂବୃତ୍ତି ନିୟମ ପାଳନ କରୁଥିବାର ଜଣାପଡ଼ିଲା ।

(ଖ) ପୂର୍ବସଂଖ୍ୟାରେ ଯୋଗ ପ୍ରକ୍ରିୟା ଅଭେଦ ନିୟମ ପାଳନ କରେ- ଗୋଟିଏ ଉଦାହରଣ ଦେଇ ବୁଝାଅ । 
ସମାଧାନ:
(+3) + (0) = +3, (0) + (+3) = +3 
∴ (+3) + (0) = 0 + (+3) = +3
ପୂର୍ଣ ସଂଖ୍ୟାରେ ଯୋଗ ପ୍ରକ୍ରିୟା ଅଭେଦ ନିୟମ ପାଳନ କରେ । 

(ଗ) ଗୋଟିଏ ଧନାତ୍ମକ ପୂର୍ବସଂଖ୍ୟା ନିଅ। ଏହାର ଯୋଗାତ୍ମକ ବିଲୋମୀ ନିଶ୍ଚୟ କର। ତୁମେ ନେଇଥିବା ଧନାତ୍ମକ ସଂଖ୍ୟା ଓ ତାହାର ଯୋଗାତ୍ମକ ବିଲୋମୀର ସମଷ୍ଟି କେତେ ହେବ ସ୍ଥିର କର।
ସମାଧାନ:
+5 ର ଯୋଗାତ୍ମକ ବିଲୋମୀ -5 ।
(+5) + (-5) = 0
∴ ଧନାତ୍ମକ ସଂଖ୍ୟା ଓ ତାହାର ଯୋଗାତ୍ମକ ବିଲୋମୀର ସମଷ୍ଟି 0 ।

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3

Question 2.
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 1 ଏହା (+1) କୁ ସୂଋଏ, ସେହିପରି BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 2 ଏହା (-)କୁ ସୂଋଏ ତେବେ ନିମ୍ନ ଯୋଗଫଳକୁଡ଼ିକୁ ସ୍ଥିର କର।
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 3
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 4

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Question 1.
ଗୋଟିଏ ସଂଖ୍ୟାରେଖା ଅଙ୍କନ କରି ସେଥିରେ ପୂର୍ଣ୍ଣସଂଖ୍ୟାମାନ ଚିହ୍ନଟ କର । ସେହି ସଂଖ୍ୟାରେଖା ସାହାଯ୍ୟରେ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 1
(କ) -3 ସୂଚକ ବିନ୍ଦୁଠାରୁ ସେହି ସଂଖ୍ୟାର ଯୋଗାତ୍ମକ ବିଲୋମୀ (ବା ବିପରୀତ ସଂଖ୍ୟା) ସଂଖ୍ୟା ସୂଚକ ବିନ୍ଦୁର ଦୂରତା କେତେ ଏକକ ?
ସମାଧାନ:
-3 ର ଯୋଗାତ୍ମକ ବିଲୋମୀ (ବା ବିପରୀତ ସଂଖ୍ୟା) = 3
-3 ସୂଚକ ବିନ୍ଦୁଠାରୁ 3 ସୂଚକ ବିନ୍ଦୁର ଦୂରତା = 3 – (–3) = 3 + 3 = 6 ଏକକ

(ଖ) -7 ସୂଚକ ବିନ୍ଦୁ ଓ -4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା କେତେ ?
ସମାଧାନ:
-7 ସୂଚକ ବିନ୍ଦୁ ଓ -4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା = -4 – (-7) = -4 + 7 = 3

(ଗ) +7 ସୂଚକ ବିନ୍ଦୁ ଓ + 4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା କେତେ ?
ସମାଧାନ:
+7 ସୂଚକ ବିନ୍ଦୁ ଓ +4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା = 7 – 4 = 3

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Question 2.
ସଂଖ୍ୟାରେଖାଟିଏ ଅଙ୍କନ କରି ସେଥ‌ିରେ ପୂର୍ବସଂଖ୍ୟା ମାନଙ୍କୁ ଚିହ୍ନଟ କର । ସେହି ସଂଖ୍ୟା ରେଖାକୁ ଦେଖୁ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 2
(କ) -2 ସୂଚକ ବିନ୍ଦୁ ପାଖରୁ 4 ଏକକ ବାମକୁ ଆସିଲେ କେଉଁ ସଂଖ୍ୟା ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ? 
ସମାଧାନ:
-2 ବିନ୍ଦୁ ପାଖରେ 4 ଏକକ ବାମକୁ ଆସିଲେ, -2 – 4 = -6 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

(ଖ) +4 ସୂଚକ ବିନ୍ଦୁଠାରୁ 7 ଏକକ ବାମକୁ ଆସିଲେ କେଉଁ ସଂଖ୍ୟା ପାଖରେ ପହଞ୍ଚିବ ?
ସମାଧାନ:
+4 ସୂଚକ ବିନ୍ଦୁଠାରୁ 7 ଏକକ ବାମକୁ ଆସିଲେ +4 – 7 = -3 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

(ଗ) -5 ସୂଚକ ବିନ୍ଦୁ ପାଖରୁ 4 ଏକକ ଡ଼ାହାଣକୁ ଆସିଲେ କେଉଁ ସଂଖ୍ୟା ପାଖରେ ପହଞ୍ଚିବ ?
ସମାଧାନ:
-5 ସୂଚକ ବିନ୍ଦୁ ପାଖରୁ 4 ଏକକ ଡାହାଣକୁ ଆସିଲେ –5 + 4 = -1 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

(ଘ) -2 ସୂଚକ ବନ୍ଧୁଠାରୁ 5 ଏକକ ଡ଼ାହାଣକୁ ଗଲେ, କେଉଁ ସଂଖ୍ୟା ପାଖରେ ପହଞ୍ଚିବ ?
ସମାଧାନ:
-2 ସୂଚକ ବିନ୍ଦୁଠାରୁ 5 ଏକକ ଡାହାଣକୁ ଗଲେ –2 + 5 = 3 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

Question 3.
ସଂଖ୍ୟାରେଖା ସାହାଯ୍ୟରେ ଯୋଗକର । ପ୍ରତ୍ୟେକ ପ୍ରଶ୍ନ ସମାଧାନ ପାଇଁ ଗୋଟିଏ ସଂଖ୍ୟାରେଖାର ସାହାଯ୍ୟ ନିଅ।
(କ) (+3) + (+2)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 3
ଏଣୁ (+3) + (+2) = +5

(ଖ) (-2) + (+5)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 4
(-2) + (+5) = +3

(ଗ) (+8) + (-3)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 5
(+8) + (-3) = +5

(ଘ) (-7) + (+4)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 6
(-7) + (+4) = -3

(ଙ) (-3) + (-4)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 7
(-3) + (-4) = -3 – (+4) = -3 – (+4) = -7

(ଚ) (+5) + (0)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 8
(+5) + (0) = +5

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Question 4.
ପ୍ରତ୍ୟେକ ପ୍ରଶ୍ନ ଲାଗି ଗୋଟିଏ ସଂଖ୍ୟାରେଖା ଅଙ୍କନ କରି ବିୟୋଗ କର ।
(କ) (+5) – (+3)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 9
(+5) – (+3) = +2

(ଖ) (+7) – (-4)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 10
(+7) – (-4) = (+7) + (4) = +11

(ଗ) (+5) – (+8)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 11
(+5) – (+8) = -3

(ଘ) (+4) – (-7)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 12
(+4) – (-7) = (+4) + (+7) = +11

(ଙ) (-4) – (+3)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 13
(-4) – (+3) = -7

(ଚ) (-6) – (-5)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 14
(-6) – (-5) = -6 + (+5) = -1

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Odisha State Board BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ Textbook Exercise Questions and Answers.

BSE Odisha Class 9 Odia Solutions Chapter 11 ପ୍ରକୃତ ବନ୍ଧୁ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ସଗୋତ୍ର ଓ ଅସଗୋତ୍ର ଏହିପରି ଆଉ କେଉଁ କେଉଁ ବିରୋଧାତ୍ମକ ଶବ୍ଦ ଅଛି ପାଠ ମଧ୍ୟରୁ ଖୋଜି ବାହାର କର ।
Answer:
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 1
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 2

Question ୨।
ନିଜ ସହିତ ଗୋଟିଏ ଶ୍ରେଣୀରେ ପଠନ କରେ ଯିଏ ତାକୁ କହନ୍ତି ‘ସହପାଠୀ’ । ସେହିପରି ‘ସହ’ ଲଗାଇ ଆଉ ତିନୋଟି ଶବ୍ଦ ଗଢ଼ !
Answer:
ନିଜ ସହିତ ଗୋଟିଏ କ୍ଷେତ୍ରରେ କର୍ମ କରେ ଯିଏ – ସହକର୍ମୀ ।
ନିଜ ସହିତ ଗୋଟିଏ ସ୍ଥାନକୁ ଯାତ୍ରା କରେ ଯିଏ – ସହଯାତ୍ରୀ ।
ନିଜ ସହିତ ଗୋଟିଏ କାର୍ଯ୍ୟକୁ କରେ ଯିଏ – ସହକାରୀ ।

Question ୩ ।
ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଅପ୍ରକଟିତ, ବିପତ୍ତି, ହିତସାଧନ, ପାପ, ଗୋପନୀୟ)
(କ) ପ୍ରକୃତ ମିତ୍ର, ମିତ୍ରଙ୍କୁ __________________ ରୁ ନିବୃତ୍ତ କରାନ୍ତି ।
Answer:
ପାପ

(ଖ) ପ୍ରକୃତ ମିତ୍ର, ସର୍ବଦା ମିତ୍ରର __________________ ରେ ରତ ହୋଇଥା’ନ୍ତି ।
Answer:
ହିତସାଧନ

(ଗ) ପ୍ରକୃତ ମିତ୍ର, ମିତ୍ରଙ୍କର _________________ ବିଷୟମାନ ଗୋପନ ରଖନ୍ତି ।
Answer:
ଗୋପନୀୟ

(ଘ) ପ୍ରକୃତ ମିତ୍ର, ମିତ୍ରଙ୍କର ____________________ ଗୁଣମାନଙ୍କୁ ପ୍ରକଟିତ କରନ୍ତି ।
Answer:
ଅପ୍ରକଟିତ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

(ଙ) ପ୍ରକୃତ ମିତ୍ର, ମିତ୍ରଙ୍କୁ _______________________ ପଡ଼ିଲେ ତାଙ୍କ ପାଖେ ପାଖେ ରହନ୍ତି ।
Answer:
ବିପତ୍ତି

Question ୪।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଦୁର୍ନାମ, ଭଟ୍ଟା, ନିଃସ୍ୱାର୍ଥ, ମିତ୍ର, ଉପକାର
Answer:
ପ୍ରଦତ୍ତ ଶବ୍ଦ  – ବିପରୀତ ଶବ୍ଦ
ଦୁର୍ନାମ – ସୁନାମ
ଭଟ୍ଟା  –  ଜୁଆର
ନିଃସ୍ୱାର୍ଥ – ସ୍ୱ।ର୍ଥପର
ମିତ୍ର – ଶତୁ୍ର୍ର
ଉପକାର – ଅପକାର

Question ୫।
ଦୀନର ବନ୍ଧୁ ‘ଦୀନବନ୍ଧୁ’ । ଏହିପରି ସମ୍ବନ୍ଧସୂଚକ ଆଉ ଦୁଇଟି ଶବ୍ଦ ଗଠନ କର ।
ଜଗତର ନାଥ – ଜଗନ୍ନାଥ ।
ଲୋକମାନଙ୍କର ନାଥ – ଲୋକନାଥ ।

Question ୬।
‘ଦେଖା ସୁନ୍ଦର କଖାରୁ ବଢ଼ି’ ପରି ପ୍ରବନ୍ଧରେ ଆଉ କେଉଁ କେଉଁ ଲୋକବାଣୀଗୁଡ଼ିକ ଅଛି ସେଗୁଡ଼ିକୁ ଖୋଜି ବାକ୍ୟରେ ବ୍ୟବହାର କର ।
Answer:
ଜଡ଼ା ତେଲକୁ ମେଣ୍ଢାବାଳ (ଅତି ଆପଣାର) – ଦେବବ୍ରତ ସୁକାନ୍ତର ସାଙ୍ଗ ଆଦୌ ଛାଡ଼ୁନି । ଜଡ଼ା ତେଲକୁ ମେଣ୍ଢାବାଳ, ଦେଖାଯାଉ ଏ ବନ୍ଧୁତା କେତେ କାଳ ରହୁଛି ?
ବାଘ ଘରେ ମିରିଗ ନାଟ – ଶ୍ରେଣୀ ଶିକ୍ଷକ ନ ଥ‌ିବାରୁ ପିଲାମାନେ ପାଟି କରୁଛନ୍ତି, ଏ ତ ବାଘ ଘରେ ମିରିଗ ନାଟ ଚାଲିଛି ।
ଅଙ୍ଗେ ନିଭାଇବା (ଅନୁଭୂତିରେ ଆଣିବା) – ସୁଖ କହିବି, ନା ଦୁଃଖ କହିବି, ନା ଯାହା ଅଙ୍ଗେ ନିଭେଇଛି ତାହା

Question ୭।
ପରାଠରି, ଡରାଡରି, ଧରାଧରି, ପରାପରି, ମରାମରି, ସରାସରି ଶବ୍ଦଗୁଡ଼ିକୁ ବାକ୍ୟରେ ବ୍ୟବହାର କର ।
Answer:
ଠରାଠରି – ପିଲାମାନଙ୍କ ଠରାଠରି ଦେଖ୍ ଶିକ୍ଷକ ସେମାନଙ୍କ ଉଦ୍ଦେଶ୍ୟ ଜାଣିବାକୁ ଇଚ୍ଛା କଲେ ।
ଡରାଡ଼ରି – ପିଲାମାନେ, ପରସ୍ପର ଡରାଡ଼ରି ହେବା ଉଚିତ ନୁହେଁ ।
ଧରାଧରି – କୃଷ୍ଣ ଓ ଚାଣୂର ଧରାଧରି ହୋଇ ଯୁଦ୍ଧରେ ରତ ହେଲେ ।
ପରାପରି – ଛୋଟ ପିଲାମାନେ ପରାପରି ଖେଳନ୍ତି ।
ମରାମରି – ଖେଳ ଛାଡ଼ି ପିଲାମାନେ ପଡ଼ିଆରେ ମରାମରି ହେଉଛନ୍ତି ।
ସରାସରି – ବିବାହକାଳୀନ ସମସ୍ତ କାର୍ଯ୍ୟ ସରାସରି କରିବାରେ ସେ ଜଣେ ଦକ୍ଷ ବ୍ୟକ୍ତି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮।
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ କିପରି କଟିଛି ?
Answer:
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ ଅଣହେଜ ଅବସ୍ଥାରେ କଟିଛି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୯ ।
ଜୀବନର ଦୀର୍ଘକାଳ ମଧ୍ୟରେ କେଉଁମାନଙ୍କ ସହ ପ୍ରାବନ୍ଧିକଙ୍କର ଆଳାପ ଓ ପରିଚୟ ହୋଇଛି ?
Answer:
ଜୀବନର ଦୀର୍ଘକାଳ ମଧ୍ୟରେ ଜନ୍ମତଃ, ବିବାହତଃ, ସମାଜତଃ, କର୍ମକ୍ଷେତ୍ରତଃ, ସଂସାରତଃ, ବ୍ୟବସାୟତଃ ଏହିପରି ଅନେକତଃ ପ୍ରାବନ୍ଧିକଙ୍କର ବହୁସହସ୍ର ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ହୋଇଅଛି ।

Question ୧୦ ।
ମିତ୍ରଙ୍କର ସମ୍ପଦ କାଳରେ କିଏ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଏ ନାହିଁ ? ହୁଅନ୍ତି ନାହିଁ ।
Answer:
ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ ରଖୁବା ସହ ସର୍ବଦା ମିତ୍ରଙ୍କ ହିତସାଧନ କରୁଥିବା ତଥା ମିତ୍ରଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ଅପ୍ରକଟିତ ଗୁଣକୁ ପ୍ରକଟିତ କରୁଥିବା ସନ୍ନିତ୍ରହିଁ ମିତ୍ରଙ୍କ ସମ୍ପଦକାଳରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।

Question ୧୧ ।
କ’ଣ ଯୋଗୁଁ ଲେଖକଙ୍କ ସହିତ ବନ୍ଧୁତାର ସୂତ୍ରପାତ ହୋଇଥିଲା ?
Answer:
ଧନରେ ମୁଗ୍‌ଧ ହୋଇ, ଯଶ ବା ପ୍ରତିପତ୍ତି ଯୋଗୁଁ ଏବଂ ପଦବୀ ହେତୁ ଉପସ୍ଥିତ ବା ଭବିଷ୍ୟ କାର୍ଯ୍ୟ ସାଧନର ଉଦ୍ଦେଶ୍ୟ ନେଇ ଲେଖକଙ୍କ ସଙ୍ଗେ ବନ୍ଧୁତାର ସୂତ୍ରପାତ ହୋଇଥିଲା ।

Question ୧୨ ।
ଲେଖକଙ୍କଠାରୁ ବନ୍ଧୁମାନେ କେତେବେଳେ ଦୂରେଇଗଲେ ?
Answer:
ସାପଦେହରୁ କାତି ଛାଡ଼ିବା ପରି ଯେତେବେଳେ ଲେଖକଙ୍କଠାରୁ ଧନ, ପ୍ରତିପତ୍ତି, ପଦବୀ ଓ କାର୍ଯ୍ୟସାଧନ ଶକ୍ତି ଚାଲିଗଲା, ସେତେବେଳେ ସ୍ଵାର୍ଥଲିପ୍‌ସୁ ବନ୍ଧୁଗଣ ତାଙ୍କଠାରୁ ଦୂରେଇଗଲେ ।

Question ୧୩।
ଭଗବାନଙ୍କୁ ‘ଦୀନବନ୍ଧୁ’ ନାମ କାହିଁକି ଦିଆଯାଇଛି ?
Answer:
କୌଣସି ଫଳପ୍ରାପ୍ତିର ଆଶା ନରଖ୍ ଆବଶ୍ୟକତା ବା ବିପଦବେଳେ ପ୍ରକୃତ ସନ୍ନିତ୍ର ପରି କେବଳ ଭଗବାନ୍ ହିଁ ସାହାଯ୍ୟ କରୁଥିବାରୁ ତାଙ୍କୁ ‘ଦୀନବନ୍ଧୁ’ ନାମ ଦିଆଯାଇଛି ।

Question ୧୪ ।
କ’ଣ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ?
Answer:
ଈପ୍‌ସିତ ଉପକାର ବା କାର୍ଯ୍ୟହାସଲ କରିସାରିବା ପରେ ସ୍ବାର୍ଥଲିପ୍‌ସୁ ବନ୍ଧୁମାନଙ୍କର ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।

Question ୧୫ ।
କେତେବେଳେ ବନ୍ଧୁଜନ ‘ପଙ୍ଗପାଳ’ ପରି ମାଡ଼ି ଆସିବେ ?
Answer:
ବହୁ ଲୋକଙ୍କ ଉପକାର କରିପାରିବା ସହ ଦୁଃଖ ଦେଇପାରିବା, ପ୍ରଭୁତ୍ୱ ବିସ୍ତାର କରିପାରିବା ତଥା କ୍ଷତିସାଧନ କରିପାରିବା ପରି ପଦବୀରେ ଅଧିଷ୍ଠିତ ହେବାମାତ୍ରେ ବନ୍ଧୁଜନ ପଙ୍ଗପାଳ ପରି ମାଡ଼ି ଆସିବେ ।

Question ୧୬ ।
ବନ୍ଧୁମାନେ ଭଟ୍ଟା ପଡ଼ିଯାଆନ୍ତି କାହିଁକି ?
Answer:
ପଦବୀ ଚାଲିଗଲା ପରେ ବନ୍ଧୁଜନଙ୍କ ସ୍ବାର୍ଥସିଦ୍ଧିର ଆଶା ରହେ ନାହିଁ । ତେଣୁ ସେମାନେ ଦୂରେଇଯାଆନ୍ତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୧୭ ।
ସଂସାରରେ ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ‘ହେତୁକ’ ବା କାମର ପିଆରା ବନ୍ଧୁତା ।
Answer:
ସଂସାରରେ …………………………………………… ପିଆରା ବନ୍ଧୁତା ।
ଉକ୍ତ ଗଦ୍ୟାଶଟି ପଠିତ ‘ପ୍ରକୃତ ବନ୍ଧୁ’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ଗୋପାଳଚନ୍ଦ୍ର ପ୍ରହରାଜ ଏ ସଂସାରରେ ଅଧିକାଂଶ ବନ୍ଧୁତ୍ୱ ମଧ୍ଯରେ କିପରି ସ୍ବାର୍ଥପୂର୍ତ୍ତିରୂପକ ଲାଳସା ଲୁକ୍‌କାୟିତ ହୋଇ ରହିଥାଏ, ତାହା ଉପସ୍ଥାପନ କହିଛନ୍ତି ।

ପଣ୍ଡିତମାନଙ୍କ ମତରେ ସେ ହିଁ ସଚ୍ଚିତ୍ର, ଯିଏ ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରିବା ସହିତ ହିତସାଧନ କରନ୍ତି, ବନ୍ଧୁଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ଅପ୍ରକଟିତ ଗୁଣକୁ ପ୍ରକଟ କରନ୍ତି । ସମ୍ପଦ କାଳରେ ପାଖରେ ନ ରହି ବିପଦରେ ପାଖେ ପାଖେ ରହନ୍ତି । କିନ୍ତୁ ପ୍ରାବନ୍ଧିକ ତାଙ୍କ ଜୀବନର ସତାବନ ବର୍ଷର ଜୀବନକାଳ ମଧ୍ୟରେ ବିଭିନ୍ନ କାରଣବଶତଃ ଯେଉଁ ବହୁ ସହସ୍ର ବନ୍ଧୁ ଅର୍ଜନ କରିଥିଲେ, ସେମାନଙ୍କୁ ସନ୍ନିତ୍ରର ସେହି ଲକ୍ଷଣଦ୍ଵାରା ପରୀକ୍ଷା କରି ଦେଖ‌ିଲେ ଯେ ଚାରିଜଣ ଖଣ୍ଡେ ପ୍ରକୃତ ବନ୍ଧୁ ପାଇପାରିଲେ ନାହିଁ । ପ୍ରାବନ୍ଧିକଙ୍କ ଧନ, ଯଶ, ପ୍ରତିପତ୍ତି ତଥା ପଦବୀଦ୍ଵାରା ଆକର୍ଷିତ ହୋଇ ସ୍ଵାର୍ଥସାଧନ ପାଇଁ ସେମାନେ ବନ୍ଧୁତ୍ଵର ସୂତ୍ରପାତ କରିଥିଲେ ।

ମହାପ୍ରସାଦ ବା ଖୋଦାଙ୍କ ନାମ କହି ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟସାଧନ ନିମନ୍ତେ ବନ୍ଧୁତାର ଡୋରି ଲଗାଇଥିଲେ । ସେହି ମହାପ୍ରସାଦ ବା ଖୋଦାଙ୍କ ନାମର ଏକାନ୍ତ ବିଶ୍ୱସନୀୟତା ମଧ୍ଯରେ ବାଡ଼ିଦୁଆରର ଗଳିକବାଟର କଞ୍ଚି ଅର୍ଥାତ୍ ସମସ୍ତ ଦୁର୍ବଳତାକୁ ଜାଣିଯାଇଥିଲେ । କିନ୍ତୁ ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ସେମାନେ ସମ୍ପୂର୍ଣ୍ଣ ଉଭେଇଗଲେ । କାର୍ଯ୍ୟସାଧନ ପରେ ହୁଗୁଳିଗଲା ବନ୍ଧୁତ୍ଵର ବନ୍ଧନ । ଈପ୍‌ସିତ ସ୍ୱାର୍ଥ ହାସଲ ପରେ ଭବିଷ୍ୟତରେ ଅଧିକ ଉପକାର ପାଇବା ଆଶାରେ ସେମାନେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରୟ କରି ଦୁର୍ନାମ ରଟିବା ସହ ବିରୋଧରେ ସାକ୍ଷ୍ୟଦେବାକୁ ମଧ୍ୟ କୁଣ୍ଠିତ ହେଲେ ନାହିଁ । ତେଣୁ ପ୍ରାବନ୍ଧିକ ସେପରି ବନ୍ଧୁତାକୁ କାମର ପିଆର ବନ୍ଧୁତା ବୋଲି କହିଛନ୍ତି ।

Question ୧୮ ।
ତୁମେ ଯାହାଙ୍କର ଉପରେ କରିଥାଅ, ଯେ ତୁମ ଅନ୍ନରେ ପ୍ରତିପାଳିତ, ଯେ ତୁମ ସ୍ୱାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ‘ମଣିଷ’ ହୋଇଛନ୍ତି, ଯେ ତୁମ ରକ୍ତରେ ଗଢ଼ା, ସେହି ପୁଣି ତୁମର କଟ୍ଟର ଦୁସ୍‌ମନ ହୋଇ ଠିଆ ହୁଅନ୍ତି ।
Answer:
ତୁମେ ଯାହାଙ୍କର ………………………………………. ଠିଆ ହୁଅନ୍ତା ।
ନାମକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଉପକୃତ ବ୍ୟକ୍ତି କିପରି ପ୍ରତ୍ଯୁପକାର ବଦଳରେ ପ୍ରଧାନ ଶତ୍ରୁଭାବେ ଦଣ୍ଡାୟମାନ ହୁଏ, ତାହା ବର୍ଣ୍ଣନା କରିଛନ୍ତି ।

ପଣ୍ଡିତମାନଙ୍କ କଥାତ ଲକ୍ଷଣାନୁଯାୟୀ ଏ ସଂସାରରେ ସଜ୍ଜିତ୍ର ବିରଳ । ଅଧିକାଂଶ ଲୋକ ଧନ, ଯଶ, ପ୍ରତିପତ୍ତି ବା ପଦବୀରେ ଆକୃଷ୍ଟ ହୋଇ ଉପସ୍ଥିତ ବା ଭବିଷ୍ୟତ ସ୍ଵାର୍ଥସାଧନ ଲାଳସାରେ ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତ୍ଵ ସ୍ଥାପନ କରନ୍ତି; କିନ୍ତୁ ସ୍ଵାର୍ଥହାସଲ ପରେ ବନ୍ଧୁତ୍ଵର ବନ୍ଧନକୁ ହୁଗୁଳା କରି ପଳାୟନ କରନ୍ତି । ଅଧ‌ିକ ପ୍ରାପ୍ତି ଆଶାରେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରା କରି ବିରୋଧାଚରଣ କରିବାକୁ ପଶ୍ଚାତ୍ରପଦ ହୁଅନ୍ତି ନାହିଁ । କିନ୍ତୁ ବହୁ ସ୍ଥଳରେ ଦେଖାଯାଏ, ଯେଉଁ ବ୍ୟକ୍ତି ଉପକାର ପାଇଥବ, ଆପଣଙ୍କ ଅନ୍ନରେ ଯେଉଁ ଲୋକ ପ୍ରତିପାଳିତ ହୋଇଥବ, ଆପଣଙ୍କ ସ୍ବାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ଯିଏ ମଣିଷ ହୋଇଥବ, ଆପଣଙ୍କ ରକ୍ତରେ ଗଢ଼ା ହୋଇଥବ, ସେ ହିଁ ସମୟକ୍ରମେ ପ୍ରଧାନ ଶତ୍ରୁ ହୋଇ ଛିଡ଼ାହେବ ।

ଧର୍ମାନୁଯାୟୀ ଉପକାର ବଦଳରେ ପ୍ରତ୍ଯୁପକାର ଅଥବା ଅନ୍ତତଃ କୃତଜ୍ଞତା ଆପଣଙ୍କର ପ୍ରାପ୍ୟ । ସେହି ଉପକାରର ପାଉଣା ପରିଶୋଧ କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ଅନର୍ଥର ମଞ୍ଜି । ଯେତେବେଳେ ଆପଣ ନିଜେ ବିପଦରେ ପଡ଼ିଥ‌ିବେ, ସେତେବେଳେ ଯେଉଁମାନଙ୍କର ଆପଣ କିଛି ଉପକାର କରିନାହାନ୍ତି, ଯେଉଁମାନେ ସାହାଯ୍ୟ କରିବେ ବୋଲି ଆପଣ ସ୍ଵପ୍ନରେ ମଧ୍ୟ ଭାବି ନାହାନ୍ତି, ସେମାନେ ସ୍ବତଃ ପ୍ରଣୋଦିତ ହୋଇ ଆସି ଆପଣଙ୍କୁ ବିପଦରୁ ଉଦ୍ଧାର କରିବେ । କିନ୍ତୁ ଯେଉଁମାନେ ଧର୍ମତଃ ପ୍ରତି- ଉପକାର କରିବାକୁ ବାଧ୍ୟ, ସେମାନେ ଆପଣଙ୍କୁ ଦେଖ‌ିଲେ ଲୁଚିବେ । ବରଂ ଅକଳରେ ପଡ଼ିଥିବା ଦେଖୁ ମରଣାନ୍ତକ ଆଘାତ ଦେବାକୁ ମଧ୍ୟ ପଶ୍ଚାତ୍‌ପଦ ଦେବେ ନାହିଁ । ତେଣୁ ମହାପୁରୁଷମାନେ କହିଛନ୍ତି, ପ୍ରତ୍ଯୁପକାର ବା ପରିଶୋଧର ଆଶା ନରଖ୍ କର୍ତ୍ତବ୍ୟ ଜ୍ଞାନରେ ପରୋପକାର କରିବା ଉଚିତ ।

Question ୧୯ ।
ଅଫଳପେପ୍‌ସୁ ବନ୍ଧୁ, ପ୍ରକୃତ ବନ୍ଧୁ ।
Answer:
ଅଫଳପେପ୍‌ସୁ ……………………………………………….. ବନ୍ଧୁ ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ରଚିତ ‘ଦୁନିଆ ରୀତି ଏ’ ଶୀର୍ଷକ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ନାମକ ପ୍ରବନ୍ଧରୁ ସମାନୀତ । ଏଠାରେ ପ୍ରାବନ୍ଧିକ ପ୍ରକୃତ ବନ୍ଧୁ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏ ସଂସାରରେ ଅନେକ ଲୋକ ଧନ, ଯଶ, ପ୍ରତିପରି ବା ପଦବୀଦ୍ୱାରା ଆକର୍ଷିତ ହୋଇ ଉପସ୍ଥିତ ତଥା ଭବିଷ୍ୟତର ସ୍ଵାର୍ଥସାଧନ ନିମନ୍ତେ ବନ୍ଧୁତା ସ୍ଥାପନ କରିଥା’ନ୍ତି । ବନ୍ଧୁ ମୁଣ୍ଡରେ ସମସ୍ତ ବିପଦ ଲଦିଦେଇ ନିଜେ ଆନନ୍ଦରେ ରୁହନ୍ତି; କିନ୍ତୁ ଧନ, ପ୍ରତିପତ୍ତି ବା ପଦବୀ ଚାଲିଗଲା ପରେ ଆଉ ଦର୍ଶନ ଦିଅନ୍ତି ନାହିଁ । ଆଉ କେତେକ ଖୋଦାଙ୍କ ନାମକୁ ଭିଭିକରି ବନ୍ଧୁ ବାନ୍ଧନ୍ତି । ସେହି ବନ୍ଧୁତ୍ବର ବିଶ୍ୱସନୀୟତା ଭିତରେ ବନ୍ଧୁର ଦୁର୍ବଳତା ଜାଣନ୍ତି ।

କାର୍ଯ୍ୟ ହାସଲ ପରେ ଅଧ୍ଵ ସ୍ଵାର୍ଥସିଦ୍ଧି ନିମନ୍ତେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରୟ କରି ଦୁର୍ନାମ ରଟିବା କିମ୍ବା ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ । ତୁମଦ୍ୱାରା ଉପକୃତ ହୋଇଥିବା ମାନବ ମଧ୍ଯ କୃତଜ୍ଞତା ଜଣାଇବା ବା ପ୍ରତ୍ଯୁପକାର କରିବା ବଦଳରେ ତୁମକୁ ବିପଦରେ ପଡ଼ିଥ‌ିବା ଦେଖୁ ମରଣାନ୍ତକ ଆଘାତ ଦେବାକୁ ପଶ୍ଚାତ୍‌ତ୍ଵପଦ ହୁଅନ୍ତି ନାହିଁ । ତେଣୁ ଫଳର କାମନା ନରଖ୍ ପ୍ରତ୍ଯୁପକାର ବା ପରିଶୋଧ ପାଇବାର ଆଶା ନ ରଖ୍ ପବିତ୍ର କର୍ତ୍ତବ୍ୟଜ୍ଞାନରେ ପରୋପକାର କରିବା ଉଚିତ । ଏ ସଂସାରରେ ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ବିରଳ ।

ଆବଶ୍ୟକତା ସମୟରେ ବା ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଦୃଢ଼ କର୍ମ ସମ୍ପର୍କ ବା ଦୃଢ଼ ରକ୍ତ ସମ୍ପର୍କ ଆଦିଜନିତ ବନ୍ଧୁତା-ବନ୍ଧୁତା ନୁହେଁ – ତାହା କାମର ପିଆରା ବନ୍ଧୁତା । ଫଳପ୍ରାପ୍ତିର କୌଣସି ଆଶା ନ ରଖ୍ ଆବଶ୍ୟକ ସମୟରେ ବା ବିପଦବେଳେ ସାହାଯ୍ୟ କରୁଥ‌ିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ପ୍ରାବନ୍ଧିକଙ୍କ ଭାଷାରେ ସେ ହିଁ ଅଫଳପେପ୍‌ସୁ ବନ୍ଧୁ । ସେଥ‌ିପାଇଁ ଭଗବାନଙ୍କର ନାମ ଦୀନବନ୍ଧୁ । କାରଣ ଏ ସଂସାରରେ ସେ ହିଁ ଏକା ବନ୍ଧୁ ପଦବାଚ୍ୟ ।

Question ୨୦ ।
‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି’ ପାଲଟିବେ– ବାଘର ଘରେ ମିରିଗର ନାଟ ଲାଗିଥ୍ ଓ ତୁମେ ଆମେ ବଲବଲ କରି ଚାହିଁ ଜଳକା ବନି ଚାହିଁଥୁବା ।
Answer:
ଆଜି ଯେ ବନ୍ଧୁତାସନେ ……………………………………………. ବନି ଚାହିଁଥୁବା ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କଦ୍ଵାରା ପ୍ରଣୀତ ‘ଦୁନିଆ ରୀତି ଏ’ ଶୀର୍ଷକ ପ୍ରବନ୍ଧ ସଂକଳିତ ‘ପ୍ରକୃତ ବନ୍ଧୁ’ ନାମକ ପ୍ରବନ୍ଧରୁ ସମାନୀତ । ବନ୍ଧୁ କିପରି ଶତ୍ରୁରେ ପରିଣତ ହୋଇ କ୍ଷତିସାଧନ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେବେ ନାହିଁ ତାହା ପ୍ରାବନ୍ଧିକ ଏଠାରେ ଉପସ୍ଥାପନ କରିଛନ୍ତି ।

ମନୁଷ୍ୟ ଯେଉଁ ପଦବୀରେ ଅଧିଷ୍ଠିତ ହେବା ମାତ୍ରେ ବହୁ ଲୋକଙ୍କ ଉପକାର କରିବା ସହ ଦୁଃଖ ଦେଇପାରିବେ, ଅନେକଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ସଙ୍ଗେ ସଙ୍ଗେ ବିପୁଳ କ୍ଷତି ସାଧନ କରିପାରିବେ, ସେପରି ପଦବୀରେ ଅଧିଷ୍ଠିତ ହେବାମାତ୍ରେ ପଙ୍ଗପାଳ ପରି ବହୁ ବନ୍ଧୁଜନ ମାଡ଼ିଆସିବେ । ଧନ-ଜନ-ଗୋପ-ଲକ୍ଷ୍ମୀ, ମାନ-ସମ୍ମାନ ଏପରିକି ଜୀବନ ମଧ୍ୟ ସମର୍ପଣ କରିବାକୁ ବହୁଲୋକ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘ ଦୁଧ, ପିମ୍ପୁଡ଼ି ରକତ, ଆକାଶ କୟାଁ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ମଧ୍ଯ ଆଣିଦେବାକୁ ବାହାରି ପଡ଼ିବେ । କିନ୍ତୁ ଈଶ୍ବରଙ୍କ ଦୟାରୁ ବା ଦୟାହୀନତାରୁ ଯେଉଁଦିନ ସେହି ପଦବୀ ହାତରୁ ଚାଲିଯିବ, ପରଦିନ ରାତ୍ରିପାହିବା ପୂର୍ବରୁ ପଦାଧ୍ୟାନଜନିତ ସମସ୍ତ ବନ୍ଧୁଙ୍କ ଆଗମନ ବନ୍ଦ ହୋଇଯିବ ।

ସେମାନେ ସ୍ଵାର୍ଥସିଦ୍ଧି ପାଇଁ ବିପକ୍ଷ ବା ଶତ୍ରୁଙ୍କ ଆଶ୍ରୟ ନେଇ ବିରୋଧରେ ଅସ୍ତ୍ର ଧରିବେ । କାଲି ଯିଏ ବନ୍ଧୁତାର ଆସନରେ ବସି ଅତି ଆପଣାର ହୋଇଥିଲା, ସେ ଭୟଙ୍କର ଶତ୍ରୁ ସାଜି ବିପକ୍ଷ ବା ଶତ୍ରୁଙ୍କ ପାଇଁ ଅସ୍ତ୍ରରେ ଆଘାତ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେବ ନାହିଁ । ବନ୍ଧୁତ୍ବର ବିଶ୍ୱସନୀୟତା ମଧ୍ଯରେ କରାଗତ କରିଥିବା ବାଡ଼ି ଦୁଆରର କଞ୍ଜ୍ (ସକଳ ଦୁର୍ବଳତାକୁ) ଶତ୍ରୁଙ୍କ ହାତରେ ସମର୍ପଣ କରିଦେବ । ଆରମ୍ଭ ହେବ ଭୟଙ୍କର ସଂଘର୍ଷ। ସେହି ଦୁର୍ବଳତାକୁ ଅସ୍ତ୍ର କରି ନିର୍ବଳମାନେ ବଳ ପାଇ ପ୍ରବଳ ହୋଇଉଠିବେ । ବଳହୀନ ହରିଣ ପରି ଯେଉଁମାନେ ପଦାଧ୍ତ ବ୍ୟକ୍ତିଙ୍କୁ ମହାବଳ ବାଘ ପରି ଭୟ କରୁଥିଲେ, ପଦବୀ ଚାଲିଗଲା ପରେ ସେମାନେ ବାଘ ଘରେ ପ୍ରବେଶ କରି ନିର୍ଭୟରେ ପ୍ରାଦୁର୍ଭାବ ଆରମ୍ଭ କରିଦେବେ । କିଛି କରିବାକୁ ଚାହିଁଲେ ମଧ୍ୟ ନୀରବରେ କେବଳ ଚାହିଁରହିବା ସାର ହେବ । ସୁତରାଂ ଏପରି ସ୍ବାର୍ଥଲିପ୍‌ସୁ ବନ୍ଧୁମାନଙ୍କୁ ପରିହାର କରି ନିଃସ୍ବାର୍ଥ ବନ୍ଧୁତ୍ଵ ସ୍ଥାପନ କରିବାକୁ ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୧ ।
ଦୀର୍ଘ ବର୍ଷର ଅନୁଭୂତିରେ ପ୍ରାବନ୍ଧିକଙ୍କର ବନ୍ଧୁତା ସ୍ଥାପନ ଓ ସେ କିପରି ଠେକିଛନ୍ତି, ଠେକିକରି ମଧ୍ୟ ଶିଖୁନାହାନ୍ତି ତାହା ବର୍ଣ୍ଣନ କର ।
କିମ୍ବା, ବନ୍ଧୁତ୍ଵର ସଂଜ୍ଞା ନିରୂପଣରେ ପ୍ରାବନ୍ଧିକଙ୍କର ଦୀର୍ଘଜୀବନର ଅଭିଜ୍ଞତା କିପରି ସହାୟକ ହୋଇଛି, ତାହା ବର୍ଣ୍ଣନା କର ।
କିମ୍ବା, ଠିକିଲେ ଶିଖନ୍ତି– ଏ ପ୍ରବାଦଟି ଲେଖକ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ବାସ୍ତବ ଜୀବନରେ କିପରି ପ୍ରତିଫଳିତ ହୋଇଛି, ତାହା ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ପ୍ରସିଦ୍ଧ ରମ୍ୟରଚକ ଭାବେ ସୁଖ୍ୟାତି ଲାଭ କରିଥିବା ସ୍ଵର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ସମସାମୟିକ ସାମାଜିକ ଜୀବନ ବିଶ୍ଳେଷଣ କରିବାରେ ଅପୂର୍ବ ବିନ୍ଧାଣି । ଶାଣିତ ବ୍ୟଙ୍ଗ ଓ ବିଦ୍ରୁପ ମାଧ୍ୟମରେ ସମସ୍ତ ସାମାଜିକ ଅପଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିବା କଟକ ଜିଲ୍ଲାନ୍ତର୍ଗତ ସିଦ୍ଧେଶ୍ୱରପୁରର ସେହି ସୁଯୋଗ୍ୟ ସନ୍ତାନଙ୍କ ଲେଖନୀ ମୁନରୁ ଆତ୍ମପ୍ରକାଶ କରିଥିବା ‘ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’, ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇମହାନ୍ତିଙ୍କ ପାଞ୍ଜି’, ‘ଆମ ଘରର ହାଲଚାଲ’ ପ୍ରଭୃତି ସାରସ୍ଵତ କୃତିରାଜି ସ୍ୱୀୟ ରମଣୀୟତା, ବାଚାତୁରୀ, ହାସ୍ୟରସ ମାଧ୍ୟମରେ ପ୍ରତିଟି ପାଠକ ହୃଦୟକୁ ଆକର୍ଷିତ କରିବା ସହ ପ୍ରାବନ୍ଧିକଙ୍କୁ କରିଛି କାଳଜୟୀ ।

‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ସ୍ବୀୟ ଦୀର୍ଘ ଜୀବନକାଳ ମଧ୍ୟରେ ଅର୍ଜିତ ବନ୍ଧୁତ୍ବର ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ନୀତିକାରଙ୍କ ମତରେ –
‘ପରୋକ୍ଷେ କାର୍ଯ୍ୟହନ୍ତାରଂ ପ୍ରତ୍ଯକ୍ଷେ ପ୍ରିୟବାଦିନମ୍,
ବର୍ଜୟେତ୍ ତାଦୃଶଂ ବରଂ ବିଷକୁୟଂ ପୟୋମୁଖମ୍ ।’
ଆଗରେ ମଧୁର ବଚନ କହି ପରୋକ୍ଷରେ କ୍ଷତିସାଧନ କରୁଥିବା ବନ୍ଧୁ ବିଷକୁମ୍ଭ ପୟୋମୁଖ ସଦୃଶ । ସେପରି ବନ୍ଧୁଙ୍କୁ ପରିତ୍ୟାଗ କରିବା ଉଚିତ । ପ୍ରାବନ୍ଧିକ ତାଙ୍କ ଜୀବନର ସତାବନ ବର୍ଷ ବୟସ ମଧ୍ୟରେ ସଂସାରର ବିଭିନ୍ନ କ୍ଷେତ୍ରରେ, ନାନା ପ୍ରସଙ୍ଗ, ଅବସ୍ଥା ତଥା ସ୍ଥାନରେ ଏହିପରି ବହୁ ବିଷକୁମ୍ଭ ପୟୋମୁଖମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରି ଠକିଛନ୍ତି ତଥାପି ଶିକ୍ଷା କରିପାରି ନାହାନ୍ତି ବୋଲି ଗଭୀର ଅନୁତାପ ମଧ୍ଯ କରିଛନ୍ତି ।

ଜୀବନର ସେହି ଦୀର୍ଘକାଳ ମଧ୍ୟରେ ଜନ୍ମ, ବିବାହ, କର୍ମକ୍ଷେତ୍ର, ସଂସାର, ବ୍ୟବସାୟ ତଥା ସାହିତ୍ୟ ପ୍ରଭୃତି ନାନା କାରଣବଶତଃ ପ୍ରାବନ୍ଧିକଙ୍କର ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ଆଳାପ ତଥା ପରିଚୟ ହୋଇଛି । ସେହି ପରିଚୟରୁ ସମ୍ପର୍କ ଦୃଢ଼ୀଭୂତ ହୋଇ ସୌହାର୍ଘ୍ୟ ତଥା ବନ୍ଧୁତା ମଧ୍ୟ ସ୍ଥାପିତ ହୋଇଛି । ସେହି ବନ୍ଧୁମାନଙ୍କ ମଧ୍ୟରୁ କେତେକ ପ୍ରୀତିବନ୍ଧୁ ବା ମହାପ୍ରସାଦ ବନ୍ଧୁ, ଆଉ କେତେକ ସପିଣ୍ଡ ଓ ଅସପିଣ୍ଡ ବନ୍ଧୁ, ସମାନୋଦକ ଓ ଅସମାନୋଦକ ବନ୍ଧୁ, ସାକୁଲ୍ୟ ଓ ଅସାକୁଲ୍ୟ ବନ୍ଧୁ, ସମଧର୍ମୀ ଓ ଅସମଧର୍ମୀ ବନ୍ଧୁ, ସହପାଠୀ ଓ ଅସହପାଠୀ ବନ୍ଧୁ, ସମକକ୍ଷ ଓ ଅସମକକ୍ଷ ବନ୍ଧୁ, ସମଲେଖକ ଓ ଅସମଲେଖକ ବନ୍ଧୁ ପ୍ରଭୃତିଙ୍କ ସହ ସମ୍ପର୍କ ଆଭାଷଣପୂର୍ବ ସାପ୍ତପଦୀନଠାରୁ ଆରମ୍ଭକରି କରମର୍ଦ୍ଦନ, ତୈଳମର୍ଦ୍ଦନ, ଆଲିଙ୍ଗନ, କାଗଜ କଲମ, ସମାଲୋଚନ, ଟକୀ, ସିନେମା, ପୁସ୍ତକାଦି ମୁଦ୍ରଣ, ପ୍ରକାଶ ଓ ପ୍ରଚାର ପ୍ରଭୃତି ମାଧ୍ୟମରେ ସ୍ଥାପିତ ହୋଇଥିଲା ।

ପଣ୍ଡିତମାନଙ୍କ ମତରେ ସଜ୍ଜିତ୍ରର ଲକ୍ଷଣ ହେଉଛି, ପ୍ରକୃତ ମିତ୍ର ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରିବା ସହ ସର୍ବଦା ମିତ୍ରଙ୍କର ହିତସାଧନରେ ରତ ହୁଅନ୍ତି, ମିତ୍ରଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ମିତ୍ରଙ୍କ ଅପ୍ରକଟିତ ଗୁଣକୁ ପ୍ରକଟ କରନ୍ତି । ସମ୍ପଦ କାଳରେ ମିତ୍ରଙ୍କ ପାଖରେ ରହିବାକୁ ଆଗ୍ରହାନ୍ବିତ ନ ହୋଇ ବିପଦରେ ମିତ୍ରଙ୍କ ପାଖେ ପାଖେ ରୁହନ୍ତି ।

ମିତ୍ରତାର ଏହି କଷଟି ପଥରରେ ପ୍ରାବନ୍ଧିକ ତାଙ୍କ ବନ୍ଧୁମାନଙ୍କୁ ପରୀକ୍ଷା କରି ଚାରିଜଣ ଖଣ୍ଡେ ପ୍ରକୃତ ବନ୍ଧୁ ପାଇପାରିଲେ ନାହିଁ । କାରଣ ସେମାନେ ପ୍ରାବନ୍ଧିକଙ୍କ ଧନରେ ମୁଗ୍ଧ ହୋଇ ବନ୍ଧୁତା ସ୍ଥାପନ କରିଥିଲେ । ତାଙ୍କ ଯଶ ବା ପ୍ରତିପତ୍ତି ଯୋଗୁଁ ତଥା ପଦବୀ ହେତୁ ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟ ସାଥ୍‌ ହେବାପାଇଁ ବନ୍ଧୁତାର ସୂତ୍ରପାତ କରିଥିଲେ । ସମସ୍ତ ବିପଦ ପ୍ରାବନ୍ଧିକଙ୍କ ମୁଣ୍ଡରେ ଲଦି ସେମାନେ ଆନନ୍ଦରେ ଉଖୁଡ଼ା ଖାଉଥିଲେ ।

କିନ୍ତୁ ଯେତେବେଳେ ପ୍ରାବନ୍ଧିକଙ୍କଠାରୁ ସେହି ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଅପସରି ଯାଇଛି, ସେତେବେଳେ ସେହି ସ୍ଵାର୍ଥଲିପ୍‌ସୁ ବନ୍ଧୁଗଣ ମଧ୍ୟ ଉଭେଇ ଯାଇଛନ୍ତି । ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତା ସ୍ଥାପନ ସେତେବେଳେ ସେହି ସ୍ଵାର୍ଥଲିପ୍‌ସୁ ବନ୍ଧୁଗଣ ମଧ୍ୟ ଉଭେଇ ଯାଇଛନ୍ତି । ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତା ସ୍ଥାପନ ଜାଣି ଯାଇଥିଲେ । ସ୍ଵାର୍ଥ ହାସଲ କରିସାରିବା ପରେ ହୁଗୁଳା ହୋଇଗଲା ବନ୍ଧୁତାର ଦୃଢ଼ ବନ୍ଧନ । ଈପ୍‌ସିତ ଉପକାର ବା କାର୍ଯ୍ୟ ହାସଲ କରିସାରି ତା’ଠାରୁ ଅଧିକ ଉପକାର ତଥା ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି ବିବେଚନା କରି ବିପକ୍ଷକୁ ଆଶ୍ରୟ କଲେ । ଶତ୍ରୁଙ୍କ ନିକଟତର ହେବାପାଇଁ ପ୍ରାବନ୍ଧିକଙ୍କ ଦୁର୍ନାମ ରଟନା କରିବା ସହ ଆବଶ୍ୟକ ସ୍ଥଳେ ଧର୍ମାଧ୍ଵରଣରେ ବା ସମାଜର ଇଜ୍‌ଲାସ୍‌ରେ ତାଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହେଲେ ନାହିଁ ।

ତାଙ୍କଦ୍ୱାରା ଉପକୃତ ହୋଇଥିବା, ତାଙ୍କ ଅନ୍ନରେ ପ୍ରତିପାଳିତ ତଥା ତାଙ୍କ ସ୍ୱାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ମଣିଷ ହୋଇଥ‌ିବା ବନ୍ଧୁମାନେ କୃତଜ୍ଞତା ଜଣାଇବା ବା ପ୍ରତ୍ଯୁପକାର କରିବା ବଦଳରେ ପ୍ରଧାନ ଶତ୍ରୁ ଭାବେ ଛିଡ଼ାହେଲେ । ବିପଦବେଳେ ସେମାନେ ଲୁଚିବା ସଙ୍ଗେ ସଙ୍ଗେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେଲେ ନାହିଁ । ବରଂ ଦୁର୍ବଳ ଶତ୍ରୁମାନେ ସେମାନଙ୍କଠାରୁ ବାଡ଼ି ଦୁଆରର କଞ୍ଚି ପାଇ ପ୍ରବଳ ହୋଇଉଠି ବାଘ ଘରେ ଆରମ୍ଭ କଲେ ମିରିଗର ନାଟ । ଶେଷରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଚାହିଁ ରହିଥ‌ିବା ପ୍ରାବନ୍ଧିକଙ୍କର ଏହା ଥିଲା ସତାବନ ବର୍ଷର ଅଙ୍ଗେନିଭା ଅନୁଭୂତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨୨ ।
ପ୍ରକୃତ ବନ୍ଧୁତାର ସ୍ବରୂପ ପଠିତ ପ୍ରବନ୍ଧ ଅବଲମ୍ବନରେ ଆଲୋଚନା କର ।
କିମ୍ବା, ପ୍ରାବନ୍ଧିକ ଗୋପାଳଚନ୍ଦ୍ରଙ୍କର ପ୍ରବନ୍ଧ ଅନୁସରଣରେ ପ୍ରକୃତ ଓ ଅପ୍ରକୃତ ବନ୍ଧୁତା ମଧ୍ୟରେ ଥ‌ିବା ବୈଷମ୍ୟର ଆଲୋଚନା କର ।
କିମ୍ବା, କେଉଁ ବନ୍ଧୁତାରେ ମଣିଷ ଜୀବନର ବାସ୍ତବତା ପ୍ରତିଫଳିତ ହୋଇଥାଏ, ପଠିତ ପ୍ରବନ୍ଧ ଛାୟାରେ ଉପସ୍ଥାପନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ସ୍ଵର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ଜଣେ ଶ୍ରେଷ୍ଠ ରମ୍ୟରଚକ ଭାବେ ହୋଇଥିଲେ ବହୁ ସୁଖ୍ୟାତିର ଅଧିକାରୀ । ଶାଣିତ ବ୍ୟଙ୍ଗ ତଥା ବିଦ୍ରୁପ ମାଧ୍ୟମରେ ସମସାମୟିକ ସାମାଜିକ ଜୀବନକୁ ବିଶ୍ଳେଷଣ କରିବାରେ ସେହି ଅପୂର୍ବ ବିନ୍ଧାଣି ଥିଲେ କଟକ ଜିଲ୍ଲାର୍ନ୍ତଗତ ସିଦ୍ଧେଶ୍ଵରପୁର ଗ୍ରାମର ସୁଯୋଗ୍ୟ ଦାୟାଦ । ତାଙ୍କ ଲେଖନୀ ମୁନରୁ ଆତ୍ମପ୍ରକାଶ କରିଥିବା ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’, ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇ ମହାନ୍ତିଙ୍କ ପାଞ୍ଜି’, ‘ଆମ ଘରର ହାଲଚାଲ’ ଆଦି କାଳଜୟୀ କୃତିରାଜି ତାଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।

‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଙ୍କଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ପ୍ରକୃତ ବନ୍ଧୁତାର ସ୍ବରୂପ ସମ୍ପର୍କରେ ଆଲୋଚନା କରିଛନ୍ତି ।
‘ପରୋଽପି ହିତବାନ୍ ବନ୍ଧୁ
ବନ୍ଧୁରପ୍ୟହିତଃ ପରଃ ।’’

ପର ହେଲେ ମଧ୍ୟ ଯିଏ ହିତସାଧନ କରିଥାଏ ସେ ବନ୍ଧୁ ପଦବାଚ୍ୟ; କିନ୍ତୁ ବନ୍ଧୁ ହୋଇ ମଧ୍ୟ ଯିଏ ଅହିତକର କାର୍ଯ୍ୟ କରେ ସେ ଶତ୍ରୁଭାବେ ବିବେଚିତ ହୁଏ । ତେଣୁ ପଣ୍ଡିତମାନେ ସଜ୍ଜିତ୍ରର ଲକ୍ଷଣ ପ୍ରତିପାଦନ କରିବାକୁ ଯାଇ କୁହନ୍ତି – ପ୍ରକୃତ ମିତ୍ର ବନ୍ଧୁଙ୍କୁ ସର୍ବଦା ପାପକାର୍ଯ୍ୟରୁ ନିବୃତ୍ତ କରନ୍ତି । ସର୍ବଦା ସେମାନେ ବନ୍ଧୁଙ୍କର ହିତସାଧନରେ ରତ ହୁଅନ୍ତି । ମିତ୍ରଙ୍କର ଗୋପନୀୟ ବିଷୟକୁ ଗୋପନ ରଖିବା ସହ ତାଙ୍କର ଅପ୍ରକଟିତ ଗୁଣକୁ ପ୍ରକଟିତ କରିବାକୁ ସଚେଷ୍ଟ ହୁଅନ୍ତି । ସମ୍ପଦ କାଳରେ ମିତ୍ରଙ୍କ ନିକଟରେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ; କିନ୍ତୁ ବିପଦବେଳରେ ବନ୍ଧୁଙ୍କର ପାଖେ ପାଖେ ରହି ବନ୍ଧୁଙ୍କୁ ସାହାଯ୍ୟ କରିଥା’ନ୍ତି । କାରଣ ସେମାନେ ବନ୍ଧୁର ବନ୍ଧୁତ୍ବ ରକ୍ଷାକରିବା ନିମନ୍ତେ ସର୍ବଦା ସତର୍କ ତଥା ତତ୍ପର ଥାଆନ୍ତି ।

ସେମାନଙ୍କ ହୃଦୟରେ ନଥାଏ କୌଣସି ଫଳପ୍ରାପ୍ତି ବା ପ୍ରତ୍ଯୁପକାରର ଆଶା । ଧନ, ଯଶ, ପ୍ରତିପତ୍ତି ବା ପଦପଦବୀ ପ୍ରତି ଆକର୍ଷିତ ହୋଇ ସେମାନେ ବନ୍ଧୁତ୍ଵ ସ୍ଥାପନ କରିନଥା’ନ୍ତି । ବର୍ତ୍ତମାନ ବା ଭବିଷ୍ୟତର ସ୍ବାର୍ଥସାଧନ ଲାଳସାରେ ସେମାନଙ୍କ ବନ୍ଧୁତ୍ବର ଡୋରି ବନ୍ଧାଯାଇ ନଥାଏ । ବନ୍ଧୁ ମୁଣ୍ଡରେ ନଡ଼ିଆ ଭାଙ୍ଗି ଉଖୁଡ଼ା ଖାଇବା ସେମାନଙ୍କ ଧର୍ମ ନୁହେଁ । ବନ୍ଧୁଙ୍କଠାରୁ ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ବନ୍ଧୁଙ୍କୁ ବିପନ୍ନ କରି ଅନ୍ତର୍ହିତ ହେବା ସେମାନଙ୍କର କର୍ମ ନୁହେଁ ।

ପ୍ରକୃତ ବନ୍ଧୁର ବନ୍ଧୁତାର ବନ୍ଧନ କେବେ ହୁଗୁଳା ହୋଇଯାଏ ନାହିଁ । ସେ ବନ୍ଧୁଙ୍କ ଦୁର୍ବଳତାକୁ କେବେ ଶତ୍ରୁ ବା ବିପକ୍ଷଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ କିମ୍ବା ତାଙ୍କ ନାମରେ ଦୁର୍ନାମ ରଟନ୍ତି ନାହିଁ କି ବନ୍ଧୁଙ୍କ ବିରୋଧରେ କେବେ ସାକ୍ଷ୍ୟ ପ୍ରଦାନ କରନ୍ତି ନାହିଁ ।

ବନ୍ଧୁଙ୍କଦ୍ୱାରା ଉପକୃତ ହେଲେ ଧର୍ମାନୁଯାୟୀ ବନ୍ଧୁଙ୍କୁ କୃତଜ୍ଞତା ଜଣାଇବା ବା ଉପକାର ବଦଳରେ ପ୍ରତ୍ୟୁପକାର କରିବାକୁ ସେମାନେ କେବେ ଭୁଲନ୍ତି ନାହିଁ । କାରଣ ଉପକାରର ପ୍ରତ୍ୟୁପକାର କରିବା ଧର୍ମତଃ ସେମାନେ ବାଧ୍ୟ ବୋଲି ମନେକରନ୍ତି । ପ୍ରକୃତ ମିତ୍ର କେବେ କୌଣସି ପ୍ରାପ୍ତିର ଆଶା ରଖ୍ ବନ୍ଧୁର ଉପକାର କରେ ନାହିଁ । ତେଣୁ ମହାଜନମାନେ କହିଛନ୍ତି – ‘ଫଳର କାମନା ନ ରଖୁ, ପ୍ରତ୍ଯୁପକାରର ଆଶା ନ କରି, ପରିଶୋଧ ପାଇବାର ଇଚ୍ଛା ନ କରି, ପବିତ୍ର କର୍ତ୍ତବ୍ୟ ଜ୍ଞାନରେ ପରର ଉପକାର କରିଯାଅ ।’ ପ୍ରକୃତ ବନ୍ଧୁର ବନ୍ଧୁତା ହେଉଛି ନିଃସ୍ୱାର୍ଥ ବନ୍ଧୁତା । ଅଫଳପେପ୍‌ସୁ ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।

ତେଣୁ ବିପନ୍ନ ବ୍ୟକ୍ତିର ଏକମାତ୍ର ସହାୟକ ରୂପେ କୌଣସି ପ୍ରାପ୍ତିର ଆଶା ନ ରଖ୍ କେବଳ ଭଗବାନ୍ ହିଁ ସହାୟତା କରିଥା’ନ୍ତି । ସେଥ୍ପାଇଁ ତାଙ୍କର ନାମ ଦୀନବନ୍ଧୁ । ସେ ହିଁ ଏକା ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁଙ୍କ ବନ୍ଧୁତ୍ୱ ନିଃସ୍ୱାର୍ଥ ତଥା ଅହେତୁକୀ ବନ୍ଧୁତା । ସେପରି ଫଳ-କାମନା- ବିରହିତ ପରୋପକାରୀ ସଂସାରରେ ବିରଳ । ସେହି ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।

Question ୨୩ ।
‘‘ଯେଉଁଠାରେ ଫଳର ଆଶାରଖ୍ ପରୋପକାର କରିବ ସେଠାରେ ନିଶ୍ଚେ ଚିଆଁ ପାଇବ’’– ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
କିମ୍ବା, ଫଳପେପ୍‌ସୁ ବନ୍ଧୁ, ପ୍ରକୃତ ବନ୍ଧୁ ନୁହଁନ୍ତି, ଏପରି ବନ୍ଧୁ କାର୍ଯ୍ୟତଃ ଧରା ପଡ଼ିଥା’ନ୍ତି – ଏହାର ସତ୍ୟତା ପଠିତ ପ୍ରବନ୍ଧ ଅନୁସରଣରେ ପ୍ରତିପାଦନ କର ।
କିମ୍ବା, କେଉଁପରି ବନ୍ଧୁ ଫଳରେ ଆଶା ରଖ୍ କାର୍ଯ୍ୟ କରନ୍ତି ଏବଂ ତାହାର ପରିଣାମ କ’ଣ ହୁଏ, ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତକୁ ସ୍ୱୀୟ ସାରସ୍ୱତ ପ୍ରତିଭା-ପ୍ରଭାରେ ସତତ ସମୁଜ୍ଜ୍ବଳ କରିଥିବା ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ଅନନ୍ୟ ପ୍ରତିଭାଧର ବରେଣ୍ୟ ପୁରୁଷ । ଶାଣିତ ବ୍ୟଙ୍ଗ, ବିଦ୍ରୂପ ତଥା ହାସ୍ୟରସାତ୍ମକ ପ୍ରବନ୍ଧ ରଚନା କରି ଶ୍ରେଷ୍ଠ ରମ୍ୟରଚକର ସୁଖ୍ୟାତି ଅର୍ଜନ କରିଥିବା ସେହି ଅମର ମଣିଷକୁ କୋଳରେ ଧରି କଟକ ଜିଲ୍ଲାନ୍ତର୍ଗତ ସିଦ୍ଧେଶ୍ଵରପୁର ଗ୍ରାମ ହୋଇଛି ଗର୍ବିତ । ତାଙ୍କ ସାରସ୍ବତ ଲେଖନୀ ନିଃସୃତ ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ପ୍ରଭୃତି କାଳଜୟୀ ସୃଷ୍ଟିସମ୍ପଦ ତାଙ୍କ ଅମଳିନ ପ୍ରତିଭାର ସ୍ପଷ୍ଟ ପ୍ରତିଫଳନ ।
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ଫଳ ଆଶା ନରଖ୍ କର୍ତ୍ତବ୍ୟଜ୍ଞାନରେ ପରୋପକାର କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି ।

ପର ଉପକାର      ପୁଣ୍ୟମୟ ବ୍ରତ
ପାଳନ୍ତି ମହତ ଜନ
ପର ଉପକାରେ     ଉର୍ବୀ ଦିବାକର
ଦିଅନ୍ତି ଶସ୍ୟ କିରଣ । (ଗଙ୍ଗାଧର ମେହେର)

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ସଂସ୍କୃତରେ ମଧ୍ୟ ଗୋଟିଏ ଉକ୍ତି ଅଛି– ‘ପରୋପକାରାୟ ସ୍ଵର୍ଗୀୟ ।’ ସେଥ‌ିପାଇଁ ମହାଜନମାନେ ମଧ୍ୟ କହିଛନ୍ତି –
‘ଫଳର କାମନା ନ ରଖୁ, ପ୍ରତ୍ଯୁପକାରର ଆଶା ନ କରି, ପରିଶୋଧ ପାଇବାର ଇଚ୍ଛା ନ କରି, ପବିତ୍ର କର୍ତ୍ତବ୍ୟଜ୍ଞାନରେ ପରର ଉପକାର କରିଯାଅ ।’’ ‘ପରୋପକାର’କୁ ଏକ ପୁଣ୍ୟମୟ ବ୍ରତ ବା ପବିତ୍ର କର୍ତ୍ତବ୍ୟ ମନେକରି ପରର ଉପକାର କରିବା ଉଚିତ । ପ୍ରତ୍ଯୁପକାର ବା କୃତଜ୍ଞତା ଆଶାରଖ୍ କାହାର ଉପକାର କରିବା ଉଚିତ ନୁହେଁ । କାରଣ ଏ ସଂସାରରେ ଉପକୃତ ବ୍ୟକ୍ତି ହିଁ ପରବର୍ତୀ ସମୟରେ ଅପକାର କରିବାକୁ ପଶ୍ଚାତ୍‌ପଦ ହୁଏ ନାହିଁ । ଏହି ସତ୍ୟକୁ ପ୍ରମାଣିତ କରିବାପାଇଁ ପ୍ରାବନ୍ଧିକ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଉକ୍ତିକୁ ଉପସ୍ଥାପନ କରିଛନ୍ତି । ଦିନେ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ ଆସି ଜଣେ କହିଲେ– ‘ଅମୁକ ଆପଣଙ୍କ ନାମରେ ଭାରି ଦୁର୍ନାମ ରଟନା କରୁଛନ୍ତି ।’’

ଏହା ଶୁଣି ମହାପୁରୁଷ ନୀରବ ରହିବାରୁ ଭଦ୍ରବ୍ୟକ୍ତି ଜଣକ ତାଙ୍କ ନୀରବତାର କାରଣ ପଚାରନ୍ତେ ଈଶ୍ଵରଚନ୍ଦ୍ର କହିଲେ– ‘ନିନ୍ଦାକାରୀଙ୍କର ମୁଁ କେବେ କୌଣସି ଉପକାର କରିଛି କି ନାହିଁ ଏହି କଥାର ହେଜ କରୁଥୁଲି । ମୁଁ ତାଙ୍କର କେବେ କିଛି ଉପକାର କରିଛି ବୋଲି ମୋର ସ୍ମରଣ ହେଉନାହିଁ; ଏପରି ଅବସ୍ଥାରେ ସେ କାହିଁକି ମୋ ଦୁର୍ନାମ କରିବାରେ ମାତିଛନ୍ତି, ମୁଁ ବୁଝିପାରୁ ନାହିଁ ।’’ ଫଳତଃ ଦେଖାଯାଏ ଉପକୃତ ବ୍ୟକ୍ତି ହିଁ ପ୍ରତ୍ୟୁପକାର କରିବା ପରିବର୍ତ୍ତେ ଅପକାର କରିବାକୁ ଆଗେଇ ଆସେ । ଯିଏ ତୁମ ଅନ୍ନରେ ପ୍ରତିପାଳିତ, ତୁମେ ଯାହାର ଉପକାର କରିଅଛ, ତୁମ ସ୍ୱାର୍ଥତ୍ୟାଗ ତଥା ପରିଶ୍ରମ ଫଳରେ ଯିଏ ମଣିଷ ହୋଇଅଛି, ଯିଏ ତୁମର ରକ୍ତରେ ଗଢ଼ା, ସେ ହିଁ ତୁମର ପ୍ରଧାନ ଶତ୍ରୁରୂପେ ଛିଡ଼ାହେବେ ।

କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ସଂସାରରେ ସୃଷ୍ଟ ବହୁ ଅନର୍ଥର ମଞ୍ଜିର କାରଣ ସାଜେ । କାରଣ ସେମାନେ ପ୍ରକୃତ ମିତ୍ର ନୁହଁନ୍ତି । ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରି ମିତ୍ରଙ୍କ ହିତ ସାଧନରେ ରତ ରହି ଗୋପନୀୟ ବିଷୟକୁ ଗୋପନ ରଖ୍ ବିପଦବେଳେ ପାଖେ ପାଖେ ରହି ସାହାଯ୍ୟ କରିବା ସେମାନଙ୍କ ଧର୍ମ ନୁହେଁ । ବରଂ ତୁମ ଧନ, ଯଶ, ପ୍ରତିପତ୍ତି ଓ ପଦବୀରେ ମୁଗ୍ଧ ହୋଇ ବର୍ତ୍ତମାନର ତଥା ଭବିଷ୍ୟତର ସ୍ଵାର୍ଥସାଧନ ନିମନ୍ତେ ସେମାନେ ବନ୍ଧୁତାର ଡୋରି ଲଗାଇଥିଲେ । ତୁମ ମୁଣ୍ଡରେ ନଡ଼ିଆ ଭାଙ୍ଗି ଉଖୁଡ଼ା ଖାଇଥିଲେ । ତୁମ ପାଦରେ ଧନ-ଜନ-ଗୋପ-ଲକ୍ଷ୍ମୀ ଢାଳିଦେବା ସହ ମାନ-ସମ୍ମାନ ଓ ଜୀବନ ମଧ୍ୟ ସମର୍ପଣ କରିବାକୁ ଆଗେଇ ଆସୁଥିଲେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକ୍ତ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ଆଣିଦେବାକୁ ମଧ୍ୟ ବାହାରି ପଡୁଥିଲେ ।

ବନ୍ଧୁତ୍ବର ସେହି ନିଶା ମଧ୍ଯରେ ତୁମର ସକଳ ଦୁର୍ବଳତାକୁ ମଧ୍ୟ ସେମାନେ ଜାଣି ଯାଇଥିଲେ । ତୁମର ଧନ, ପ୍ରତିପତ୍ତି, ପଦବୀ, କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ହୁଗୁଳି ଯିବ ବନ୍ଧୁତାର ବନ୍ଧନ । ଅଧିକ ସ୍ବାର୍ଥ ସାଧନ ନିମନ୍ତେ ବିପକ୍ଷଙ୍କୁ ଆଶ୍ରୟ କରିବେ । ତୁମେ ବିପଦରେ ପଡ଼ିଥିବା ସମୟରେ ଦେଖା କରିବାକୁ ମଧ୍ୟ ନ ଆସି ସେହି ସମୟରେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଶ୍ଚାତ୍‌ଦ ହେବେ ନାହିଁ । ବିପକ୍ଷ ବା ଶତ୍ରୁଙ୍କ ଆଗରେ ତୁମ ଦୁର୍ବଳତା ପ୍ରକାଶ କରିବେ । ସେହି ଦୁର୍ବଳତାକୁ ଅସ୍ତ୍ରକରି ଶତ୍ରୁ ଆକ୍ରମଣ କରିବାକୁ ଆଗେଇ ଆସିବେ । ଆରମ୍ଭ ହେବ ଉଭୟଙ୍କ ମଧ୍ୟରେ ସଂଘର୍ଷ । ତେଣୁ ଯଥାର୍ଥରେ ପ୍ରାବନ୍ଧିକ କହିଛନ୍ତି– ‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’

ଏ ସଂସାରରେ ଫଳର ଆଶାରଖ୍ ବନ୍ଧୁତା ସ୍ଥାପନ କଲେ ତା’ର ପ୍ରତିଫଳ ପାଇବା ସୁନିଶ୍ଚିତ । ତଥାପି ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ତଥା ଫଳକାମନା ବିରହିତ ପରୋପକାର ଏ ସଂସାରରେ ବିରଳ । ତେଣୁ ପରଦ୍ଵାରା ଅପକୃତ ହେଲେ ମଧ୍ୟ ପରୋପକାର ରୂପକ ପୁଣ୍ୟମୟ ବ୍ରତ ପାଳନ କରିବାପାଇଁ କବି ଗାଇଛନ୍ତି –

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 6

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨୪ ।
କାମର ପିଆରା ବନ୍ଧୁତା ପ୍ରକୃତ ବନ୍ଧୁତା ନୁହେଁ । ଏହା ବୁଝାଇ ସାନ ଭଉଣୀ ନିକଟକୁ ପତ୍ର ଲେଖ ।
Answer:
କଲ୍ୟାଣୀୟା ସ୍ମିତା,

ଅମରଦା

ତା………………………………..

ମୋର ହାର୍ଦ୍ଦିକ ସ୍ନେହାଶିଷ ନେବୁ । ବାପା ଓ ବୋଉଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ଗତକାଲି ତୋର ଚିଠି ପାଇ ସେଥିରୁ ତୋର ବନ୍ଧୁମାନଙ୍କ କଥା ତଥା ସେମାନଙ୍କ ଗହଣରେ ତୋର ଆନନ୍ଦରେ କାଳକାଟିବା କଥା ଜାଣି ଯେତିକି ଖୁସି ହେଲି ସେତିକି ମୋ ମନ ଆଶଙ୍କାରେ ମଧ୍ୟ ଭରିଗଲା । କାରଣ, ଏ ସଂସାରରେ ନିଃସ୍ୱାର୍ଥ ବନ୍ଧୁତ୍ଵ ବିରଳ । ସମସ୍ତ ବନ୍ଧୁତା କାମର ପିଆରା । ସେହିପରି ବନ୍ଧୁତ୍ବ ସମ୍ପର୍କରେ ଓଡ଼ିଆ ସାହିତ୍ୟର ସୁପ୍ରସିଦ୍ଧ ରମ୍ୟରଚକ ଭାବେ ପରିଚିତ ଗୋପାଳଚନ୍ଦ୍ର ପ୍ରହରାଜ ‘ପ୍ରକୃତ ବନ୍ଧୁ’ ନୀମକ ପ୍ରବନ୍ଧରେ ବର୍ଣ୍ଣନା କରିଛନ୍ତି । ସେ ସମ୍ପର୍କରେ ମୁଁ ବର୍ଣ୍ଣନା କରୁଛି । ତୁ ଶେଷ ପର୍ଯ୍ୟନ୍ତ ଚିଠି ପଢ଼ି ହୃଦୟଙ୍ଗମ କରିବୁ ଏବଂ କାମର ପିଆରା ବନ୍ଧୁମାନଙ୍କୁ ପରିହାର କରି ପ୍ରକୃତ ବନ୍ଧୁମାନଙ୍କ ସଙ୍ଗେ ବନ୍ଧୁତ୍ୱ ସ୍ଥାପନ କରିବୁ ।

ଏ ସଂସାରରେ ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ତଥା ଫଳକାମନା ବିରହିତ ପରୋପକାର ବିରଳ । ପଣ୍ଡିତମାନେ ସନ୍ନିତ୍ରର ଲକ୍ଷଣ ସମ୍ପର୍କରେ କହିଛନ୍ତି– ‘ପ୍ରକୃତ ମିତ୍ର, ମିତ୍ରଙ୍କୁ ପାପରୁ ନିବୃତ୍ତ କରାନ୍ତି, ମିତ୍ରଙ୍କର ଗୋପନୀୟ ବିଷୟମାନ ଗୋପନ ରଖନ୍ତି, ମିତ୍ରଙ୍କର ଅପ୍ରକଟିତ ଗୁଣକୁ ପ୍ରକଟିତ କରନ୍ତି, ମିତ୍ରଙ୍କ ସମ୍ପଦକାଳରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ; କିନ୍ତୁ ମିଶ୍ରଙ୍କ ବିପରି ପଡ଼ିଲେ ତାଙ୍କ ପାଖେ ପାଖେ ରହନ୍ତି ।’’

ଯଥାର୍ଥରେ ବିପଦକାଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସେ ହିଁ ଅଫଳପେପ୍‌ସୁ ବନ୍ଧୁ । ସେଥ‌ିପାଇଁ ଭଗବାନଙ୍କ ନାମ ଦୀନବନ୍ଧୁ । ଏ ସଂସାରର ସେ ହିଁ ଏକା ବନ୍ଧୁ ପଦବାଚ୍ୟ । ଏତଦ୍‌ବ୍ୟତୀତ ଏ ସଂସାରରେ ସମସ୍ତ ବନ୍ଧୁତା କାମର ପିଆରା ବନ୍ଧୁତା । ଯେଉଁ ବନ୍ଧୁତ୍ଵ ସ୍ବାର୍ଥସାଧନ ଉପରେ ପ୍ରତିଷ୍ଠିତ । ଧନ, ପ୍ରତିପତ୍ତି, ପଦବୀ ପ୍ରତି ଆକର୍ଷିତ ହୋଇ ସେମାନେ ବନ୍ଧୁତ୍ଵ ସ୍ଥାପନ କରିଥା’ନ୍ତି । ଅନ୍ତରରେ ସେମାନଙ୍କର ଥାଏ ବର୍ତ୍ତମାନ ତଥା ଭବିଷ୍ୟତର କାର୍ଯ୍ୟସାଧନର ଲାଳସା ।

ସ୍ୱାର୍ଥ ହାସଲ ପାଇଁ ବନ୍ଧୁତ୍ବର ଅଭିନୟ କରି ଧନ-ଜନ-ଗୋପଲକ୍ଷ୍ମୀ, ମାନ ସମ୍ମାନ ଏବଂ ଜୀବନକୁ ମଧ୍ଯ ସମର୍ପଣ କରିଦେବାକୁ ସେମାନେ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକ୍ତ, ନିର୍ମୂଳୀ ମୂଳ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ମଧ୍ୟ ଆଣିଦେବାକୁ ବାହାରି ପଡ଼ିବେ । ମହାପ୍ରସାଦ ବା ଖୋଦାଙ୍କ ନାମ ଧରି ବନ୍ଧୁତା ସ୍ଥାପନ କରିବେ । ସେହି ନାମର ନିଶା ମଧ୍ୟରେ ବନ୍ଧୁତ୍ଵର ଗଭୀର ବିଶ୍ଵସନୀୟତା ମଧ୍ଯରେ ସେମାନେ ତୋର ସକଳ ଦୁର୍ବଳତାକୁ ଜାଣିଯାଇଥବେ । ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧର ରଚୟିତା ‘ମହାପ୍ରସାଦ ବା ଖୋଦାଙ୍କ ନାମ ନିଶାରେ ମୁଁ ସେଥୁମଧ୍ୟରୁ ପନ୍ଦରପଣ ବନ୍ଧୁଙ୍କ ହାତକୁ ମୋ ବାଡ଼ିଦୁଆରର ଗଳିକବାଟର କଞ୍ଚୁ ବଢ଼ାଇ ଦେଇଥୁଲି; ବଢ଼ାଇ ଦେଇଥୁଲି ନକହି ମୁଁ ନିଶାରେ ଚୁର୍ ଥିବାବେଳେ ସେମାନେ ମୋ ଅଣ୍ଟାରୁ ବା ପକେଟ୍‌ରୁ ସେ କଞ୍ଚ୍ କାଢ଼ିନେଇଥିଲେ ।’’

କାର୍ଯ୍ୟ ସରିଗଲେ ସ୍ଵାର୍ଥ ହାସଲ କରିସାରିବା ପରେ ହୁଗୁଳା ହୋଇଯାଏ ସେମାନଙ୍କ ବନ୍ଧୁତ୍ବର ସେହି ଦୃଢ଼ ବନ୍ଧନ । ତୋଠାରୁ ଈପ୍‌ସିତ କାର୍ଯ୍ୟ ବା ଉପକାର ହାସଲ କରିସାରିବା ପରେ ଭବିଷ୍ୟତରେ ଅଧ‌ିକ ଉପକାର ଲାଭ କରିବା ଆଶାରେ ସେମାନେ ତୋ ବିପକ୍ଷଙ୍କୁ ଆଶ୍ରା କରିବେ । ତୋ ନାମରେ ଦୁର୍ନାମ ରଟନା କରିବା ସହ ତୋ ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହେବେ ନାହିଁ । ‘ଜଡ଼ାତେଲ ମେଣ୍ଢାବାଳ’ ପରି ସମ୍ପର୍କ ରଖୁଥ‌ିବା ବନ୍ଧୁମାନଙ୍କ ସହ ତୋର ସୃଷ୍ଟିହେବ ‘ଝୋଟନିଆଁ’ର ସମ୍ପର୍କ । ସେତେବେଳେ ସେମାନେ ମହାପ୍ରସାଦ ବା ଖୋଦାଙ୍କ ନାମ ଧରି କରଗତ କରିଥିବା ତୋ ବାଡ଼ି ଦୁଆରର ଗଳିକବାଟର କଞ୍ଚଟିକୁ ତୋର ପ୍ରତିଦ୍ଵନ୍ଦୀ ବା ଶତ୍ରୁ ହାତରେ ଧରାଇଦେବେ । ସେହି କଞ୍ଜ୍ ବା ଦୁର୍ବଳତାକୁ ଅସ୍ତ୍ର କରି ମିରିଗ ପରି ଦୁର୍ବଳ ଶତ୍ରୁ ପ୍ରବଳ ହୋଇଉଠି ତୋ ବାଘ ଘରେ ମିରିଗ ନାଟ ଆରମ୍ଭ କରିବେ । ସେତେବେଳେ ଚାହିଁ ଜଳକା ବନି ରହିବା ବ୍ୟତୀତ ଇଚ୍ଛା ଥିଲେ ବି କିଛି କରିପାରିବୁ ନାହିଁ । ତେଣୁ ପ୍ରାବନ୍ଧିକ ଗୋପାଳଚନ୍ଦ୍ର ପ୍ରହରାଜ କହିଛନ୍ତି, ‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’’

ତୁ ଯେଉଁମାନଙ୍କର ଉପକାର କରିଅଛୁ, ତୋ ପରିଶ୍ରମ ତଥା ସ୍ଵାର୍ଥତ୍ୟାଗ ଫଳରେ ଯିଏ ମଣିଷ ହୋଇଅଛି, ସେ ତୋ ଉପକାରର ପ୍ରତ୍ୟୁପକାର କରିବା ବା କୃତଜ୍ଞତା ଜଣାଇବା ପରିବର୍ତ୍ତେ ତୋର ପରମ ଶତ୍ରୁ ହୋଇ ଛିଡ଼ାହେବ । ତୁ ବିପଦରେ ପଡ଼ିଥିବାବେଳେ ସାହାଯ୍ୟ କରିବା ପରିବର୍ତ୍ତେ ସେମାନେ ଦିହଛପା ଦେବେ । ବରଂ ଅକଳରେ ପଡ଼ିଥିବାର ଦେଖୁ ମରଣାନ୍ତକ ଆକ୍ରମଣ କରିବାକୁ ପଶ୍ଚାତ୍‌ପଦ ହେବେ ନାହିଁ । କାରଣ ସେମାନଙ୍କର ବନ୍ଧୁତା ଥୁଲା କାମର ପିଆରା ବନ୍ଧୁତା । ତେଣୁ ତୁ ଫଳର କୌଣସି କାମନା ନରଖ୍, ପ୍ରତ୍ଯୁପକାରର ଆଶା ନକରି, ପରିଶୋଧ ପାଇବାର ଇଚ୍ଛା ନକରି, ପବିତ୍ର କର୍ତ୍ତବ୍ୟ ଜ୍ଞାନରେ ପରର ଉପକାର କରିବୁ । ବନ୍ଧୁତ୍ଵର ନିଶାରେ ଚୁର୍ ହୋଇ ତୋ ବାଡ଼ିଦୁଆରର ଗଳିକବାଟର କଞ୍ଚିଟିକୁ କେବେ ସେମାନଙ୍କ ହାତକୁ ବଢ଼ାଇଦେବୁ ନାହିଁ । ବିପଦରେ ତୋର କେହି ସହାୟକ ନ ହେଲେ ମଧ୍ୟ ବିପଦର ବନ୍ଧୁ ଜଗତର ନାଥ ଦୀନବନ୍ଧୁ ଜଗନ୍ନାଥ ନିଶ୍ଚୟ ତୋର ସହାୟକ ହେବେ । ରହୁଛି । । ଇତି ।

ତୋର ଶୁଭାକାଂକ୍ଷୀ ଭାଇନା

ଠିକଣା
ପେରକ ପ୍ରପକ
ଶୁଭ ଙ୍କର ସାମନ୍ତରାୟ
ସା./ପୋ.—ଅମରଦା
ଜି.– ମୟୂରଭଞ୍ଜ
ସି୍ମତା ସାମନ୍ତରାୟ
ଭ କ୍ତମଧୁ ବଦ୍ୟପୀଠ
ଜି.— କଟକ

ତୁମପାଇଁ କାମ

୨୫ । ପ୍ରାବନ୍ଧିକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଅନ୍ୟାନ୍ୟ ପ୍ରବନ୍ଧ ସଂଗ୍ରହ କରି ପଢ଼ ।
୨୬ । ତୁମ ବନ୍ଧୁମାନଙ୍କ ଭିତରେ ପ୍ରକୃତ ବନ୍ଧୁର କି କି ଲକ୍ଷଣ ରହିଛି ତାହା ଟିପାଖାତାରେ ଲେଖୁ ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧।
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ କିପରି କଟିଛି ?
Answer:
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ ଅଣହେଜ ଅବସ୍ଥାରେ କଟିଛି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨।
ଜୀବନର ଦୀର୍ଘକାଳ ମଧ୍ୟରେ କେଉଁମାନଙ୍କ ସହ ପ୍ରାବନ୍ଧିକଙ୍କର ଆଳାପ ଓ ପରିଚୟ ହୋଇଛି ?
Answer:
ଜୀବନର ଦୀର୍ଘକାଳ ମଧ୍ୟରେ ଜନ୍ମତଃ, ବିବାହତଃ, କର୍ମକ୍ଷେତ୍ର ତଃ, ସଂସାରତଃ, ବ୍ୟବସାୟତଃ ଇତ୍ୟାଦି ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ହୋଇଅଛି ।

Question ୩ ।
କ’ଣ ଯୋଗୁଁ ଅନେକଙ୍କର ଲେଖକଙ୍କ ସହିତ ବନ୍ଧୁତାର ସୂତ୍ରପାତ ହୋଇଥିଲା ?
Answer:
ଧନରେ ମୁଗ୍‌ଧ ହୋଇ, ଯଶ ବା ପ୍ରତିପତ୍ତି ଯୋଗୁଁ ଏବଂ ପଦବୀ ହେତୁ ଉପସ୍ଥିତ ବା ଭବିଷ୍ୟ କାର୍ଯ୍ୟ ସାଧନର ଉଦ୍ଦେଶ୍ୟ ନେଇ ଅନେକଙ୍କର ଲେଖକଙ୍କ ସଙ୍ଗେ ବନ୍ଧୁତାର ସୂତ୍ରପାତ ହୋଇଥିଲା ।

Question ୪ ।
ଲେଖକଙ୍କଠାରୁ ସ୍ଵାର୍ଥ ଲିପ୍‌ସୁ ବନ୍ଧୁ ମାନେ କେତେବେଳେ ଦୂରେଇଗଲେ ?
Answer:
ଯେତେବେଳେ ଲେଖକଙ୍କଠାରୁ ଧନ, ପ୍ରତିପରି, ପଦବୀ ଓ କାର୍ଯ୍ୟସାଧନ ଶକ୍ତି ଚାଲିଗଲା । ,
ଦୂରେଇଗଲେ ।

Question ୫ ।
ଭଗବାନ୍‌ଙ୍କୁ ‘ଦୀନବନ୍ଧୁ’ ନାମ କାହିଁକି ଦିଆଯାଇଛି ?
Answer:
କୌଣସି ଫଳପ୍ରାପ୍ତିର ଆଶା ନରଖୁ ଆବଶ୍ୟକ ବା ବିପଦବେଳେ କେବଳ ଭଗବାନ୍ ହିଁ ସାହାଯ୍ୟ କରୁଥିବାରୁ ତାଙ୍କୁ ‘ଦୀନବନ୍ଧୁ’ ନାମ ଦିଆଯାଇଛି ।

Question ୬ ।
କ’ଣ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳ । ହୋଇଯାଏ ?
Answer:
ପରେ ସ୍ଵାର୍ଥଲିପ୍‌ସୁ ବନ୍ଧୁମାନଙ୍କର ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।

Question ୭ ।
ବନ୍ଧୁମାନେ ଭଟ୍ଟା ପଡ଼ିଯାଆନ୍ତି କାହିଁକି ?
Answer:
ପଦବୀ ଚାଲିଗଲା ପରେ ବନ୍ଧୁଜନଙ୍କ ସ୍ବାର୍ଥସିଦ୍ଧିର ଆଶା ରହୁ ନଥିବାରୁ ସେମାନେ ଦୂରେଇଯାଆନ୍ତି ।

ନିମ୍ନ ଶବ୍ଦଗୁଡ଼ିକର ଅର୍ଥ ଗୋଟିଏ ଶବ୍ଦରେ ବା ବାକ୍ୟରେ ଲେଖ ।

Question ୮।
ଅଣହେଜର ଅର୍ଥ କ’ଣ ?
Answer:
ସ୍ମରଣ ନ କରିବା ହେତୁ ନ କରିବା ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୯।
ଆକ୍ଷେପ କାହାକୁ କୁହାଯାଏ ।
Answer:
ଅନ୍ୟ ପ୍ରତି ଦୋଷାରୋପ କରିବାକୁ ଆକ୍ଷେପ କୁହାଯାଏ ।

Question ୧୦।
ରାଷ୍ଟ୍ର ବିପ୍ଳବ କହିଲେ କ’ଣ ବୁଝ ?
Answer:
ଦେଶରେ ଆନ୍ଦୋଳନକୁ ରାଷ୍ଟ୍ର ବିପ୍ଳବ କୁହାଯାଏ ।

Question ୧୧।
ସମ୍ପଦ କାଳରେ ଅର୍ଥ କ’ଣ ?
Answer:
ସମୃଦ୍ଧି ବେଳରେ ।

Question ୧୨।
ଚପୋଟ ମୁଖ୍ୟାଦି କହିଲେ କ’ଣ ବୁଝ ?
Answer:
ଚାପଡ଼ା ଓ ବିଧାକୁ ଚପୋଟ ମୁଷ୍ୟାଦିକୁ ବୁଝାଏ ।

Question ୧୩।
ଅଫଳପେପ୍‌ସୁ କାହାକୁ କୁହାଯାଏ ?
Answer:
ଫଳ ଆଶା କରୁ ନଥ‌ିବା ବ୍ୟକ୍ତିକୁ ଅଫଳ ପେପ୍‌ସୁ କୁହାଯାଏ ।

Question ୧୪।
ପାରଲୌକିକର ଅର୍ଥ କ’ଣ ?
Answer:
ପରଲୋକ ସମ୍ବନ୍ଧୀୟ ।

Question ୧୫।
ମହାପ୍ରସାଦ ବନ୍ଧୁ କହିଲେ କ’ଣ ବୁଝ ?
Answer:
ଧର୍ମ ବନ୍ଧୁଙ୍କୁ ମହାପ୍ରାସାଦ ବନ୍ଧୁ କୁହାଯାଏ ।

Question ୧୬।
ଉତ୍ସବେର ଅର୍ଥ କ’ଣ ?
Answer:
ପର୍ବପର୍ବ।ଣିମାନଙ୍କରେ

Question ୧୭ ।
କାର୍ଯ୍ୟସାଧକର ଅର୍ଥ କ’ଣ ?
Answer:
କାର୍ଯ୍ୟସାଧନକାରୀ

Question ୧୮।
ସମ୍ମାର୍ଜନର ଅର୍ଥ କ’ଣ ?
Answer:
ଆଶ୍ଵାସନା, ସମାଧାନ ।

Question ୧୯।
ସାପ୍ତପଦୀନ କାହାକୁ କୁହାଯାଏ ?
Answer:
ହିନ୍ଦୁ ବିବାହ ସମୟରେ ବରକନ୍ୟାଙ୍କର ମନ୍ତ୍ର ଉଚ୍ଚାରଣ କରି ସାତୋଟି ମଣ୍ଡଳିରେ ଏକତ୍ର ସାତ ପାହୁଣ୍ଡ ଗମନ ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨୦।
ସଗୋତ୍ର କହିଲେ କ’ଣ ବୁଝ ?
Answer:
ସମାନ ଗୋତ୍ରକୁ ସଗୋତ୍ର କୁହାଯାଏ ।

Question ୨୧।
ସମାନୋଦକ
Answer:
ଚଉଦ ପୁରୁଷ ପର୍ଯ୍ୟନ୍ତ ଜ୍ଞାତିକୁଟୁମ୍ବ ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. କିପରି ବନ୍ଧୁ ପ୍ରକୃତ ବନ୍ଧୁ ?
Answer:
ଫଳପେପ୍‌ସୁ

2. ଭଗବାନଙ୍କୁ କେଉଁ ନାମ ଦିଆଯାଇଛି ?
Answer:
ଦୀନବନ୍ଧୁ

3. ଆଜି ଯେ ବନ୍ଧୁ ତାସନେ କାଲି ସେ ____________________ ପାଲଟିଯିବେ ?
Answer:
ରାତି

4. ବାଘ ଘରେ କାହାର ନାଟ ଲାଗିଥାଏ ?
Answer:
ମିରିଗର

5. ପଦବୀରେ ଥ‌ିବାବେଳେ ବନ୍ଧୁଜନମାନେ କିପରି ମାଡ଼ି ଆସନ୍ତି ?
Answer:
ପିମ୍ପୁଡ଼ି ପରି

6. ପ୍ରାବନ୍ଧିକ ବନ୍ଧୁତାର ନିଶାରେ ଚୁର୍ ଥ‌ିବାବେଳେ ବନ୍ଧୁମାନେ ତାଙ୍କ ଅଣ୍ଟା ବା ପକେଟରୁ କ’ଣ କାଢ଼ି ନେଇଥିଲେ ?
Answer:
କଞ୍ଚ୍

7. ପଦାନଜନିତ ବନ୍ଧୁମାନେ କେଉଁ ସମୟରେ ଭଟ୍ଟା ପଡ଼ିଯିବେ ?
Answer:
ପଦବୀରୁ ଯିବା ପରେ

8. ଯେଉ‍‍ଁମାନଙ୍କ ସହ ଜଡ଼।ତେଲ ମେଣ।ବାଳ ସଂପର୍କ ଥିଲା ପଦବୀ ଯିବାପରେ ସେମାନଙ୍କ ସହ କେଉଁ ସମ୍ପର୍କ ସୃଷ୍ଟି ହେବ ?
Answer:
ଝୋଟ ନିଆଁ

୨. କାହାର କାନ୍ଦୁ କାନ୍ଦୁ ଦିନ ସରେ ନାହିଁ ?
Answer:
ହତଭାଗାର

10. ଯେ ସାହାଯ୍ୟ କରିବାକୁ ଧର୍ମତଃ ବାଧ୍ୟ, ଶେଷରେ ସେ କ’ଣ କରେ ?
Answer:
ଦିହଛପା ଦିଏ

11. କାମ ସରିଗଲେ ବନ୍ଧୁତାର ବନ୍ଧନ କ’ଣ ହୋଇଯାଏ ?
Answer:
ହୁଗୁଳା

12. ଅଧିକାଂଶ ବନ୍ଧୁ ତା କାହା ନାମ ଉପରେ ଗଢ଼ାଯାଇଥାଏ ?
Answer:
ମହାପ୍ରସାଦ ବା ଖୋଦାଙ୍କର

13. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମ କଟକ ଜିଲ୍ଲାର କେଉଁ ଗ୍ରାମରେ ହୋଇଥିଲା ?
Answer:
ସିଦ୍ଧେଶ୍ଵରପୁର

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

14. ଗଣ୍ଡା-କହିଲେ କେଉଁ ସଂଖ୍ୟାକୁ ବୁଝାଏ ?
Answer:
ଚାରିଗୋଟି

15. ମହାଜନମାନେ ପବିତ୍ର କର୍ତ୍ତବ୍ୟ ଜ୍ଞାନରେ କ’ଣ କରିବାକୁ କହିଯାଇଛନ୍ତି ?
Answer:
ପରୋପକାର

16. ପଦବୀରୁ ଖସିଯିବା ପରେ କେଉଁ ବନ୍ଧୁମାନେ ଭଟ୍ଟା ପଡ଼ିଯିବେ ?
Answer:
ପଦାଧ୍ୟାନଜନିତ ବନ୍ଧୁମାନେ

17. ‘ଦୀନବନ୍ଧୁ’ ନାମ କାହାକୁ ଦିଆଯାଇଛି ?
Answer:
ଭଗବାନଙ୍କୁ

18. କିଏ ଏକା ବନ୍ଧୁ ପଦବାଚ୍ୟ ?
Answer:
ଭଗବାନ୍

19. ଦୀନବନ୍ଧୁ ଙ୍କ ବ୍ୟତୀତ ଅନ୍ୟସବୁ ବନ୍ଧୁତା କିପରି ହୋଇଥାଏ ?
Answer:
ଦେଖା ସୁନ୍ଦର କଖାରୁ ବଡ଼ି ପରି

C ଶୂନ୍ୟସ୍ଥାନ ପୂରଣ କର ।
1. ପ୍ରକୃତ ମିତ୍ର ସର୍ବଦା ମିତ୍ରର ________________ ରେରତ ହୋଇଥା’ନ୍ତି ।
Answer:
ହିତ ସାଧନ

2. ପ୍ରକୃତ ମିତ୍ର ମିତ୍ରଙ୍କର _________________ ବିଷୟମାନ ଗୋପନ ରଖନ୍ତି ।
Answer:
ଗୋପନୀୟ

3. ପ୍ରକୃତ ମିତ୍ର ମିତ୍ରଙ୍କର ________________ ପ୍ରକଟିତ କରନ୍ତି ।
Answer:
ପ୍ରକଟିତ ଗୁଣଗୁଡ଼ିକୁ

4. ପ୍ରକୃତ ମିତ୍ର ମିତ୍ରଙ୍କର _________________ ସମୟରେ ତାଙ୍କ ପାଖେ ପାଖେ ରହନ୍ତି ।
Answer:
ବିପଦ

5. ପ୍ରକୃତ ମିତ୍ର ମିତ୍ରଙ୍କର _______________ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।
Answer:
ସଂପଦ

6. ଅଧିକାଂଶ ବନ୍ଧୁ ପ୍ରାବନ୍ଧିକଙ୍କ ମୁଣ୍ଡରେ ନଡ଼ିଆ ଭାଙ୍ଗି ___________________ ଖାଉଥିଲେ ।
Answer:
ଉଖୁଡ଼ା

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

7. ସଂସାରରେ ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ________________________ ବନ୍ଧୁତା ।
Answer:
କାମର ପିଆରା

8. ଯେ ତୁମ ରକ୍ତରେ ଗଢ଼ା, ସେହି ପୁଣି ତୁମର ______________________ ହୋଇ ଛିଡ଼ା ହୁଏ ।
Answer:
କଟ୍ଟର ଦୁସ୍‌ମନ୍

9. _____________________ ହିଁ ସଂସାରରେ ବହୁ ଅନର୍ଥର ମଞ୍ଜି ।
Answer:
ବାଧ୍ୟବାଧକତା

10. ଫଳର ଆଶା ରଖ୍ ପରୋପକାର କଲେ ସେଠାରେ _________________ ପାଇବ ।
Answer:
ଚିଆଁ

11.‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା ___________________ ।
Answer:
ଗୋପାଳଚନ୍ଦ୍ର ପ୍ରହରାଜ

12. ଲେଖକଙ୍କଠାରୁ ବନ୍ଧୁମାନେ __________________ ହରାଇବା ପରେ ଦୂରେଇ ଗଲେ ।
Answer:
ଧନ, ପ୍ରତିପତ୍ତି ଓ ପଦବୀ

13. ଅଫଳାପେପ୍‌ସୁ ବନ୍ଧୁ ______________________ ବନ୍ଧୁ ପଦବାଚ୍ୟ ।
Answer:
ପ୍ରକୃତ ବନ୍ଧୁ

14. ଲେଖକ ବନ୍ଧୁ ମାନଙ୍କ ହାତ କୁ ____________________ ବଢ।ଇ ଦେଇଥିଲେ ।
Answer:
ବାଡ଼ିଦୁଆର କଞ୍ଚ

15. ‘ଜଡ଼ାତେଲ ମେଣ୍ଢାବାଳ’ ସମ୍ପର୍କର ଅର୍ଥ ___________________ ।
Answer:
ଅତି ନିବିଡ଼ ସମ୍ପର୍କ

16. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା _________________ ।
Answer:
ଗୋପାଳ ଚନ୍ଦ୍ର ପ୍ରହରାଜ

17. ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ ଦଶ ବର୍ଷ ________________ ଅବସ୍ଥାରେ ବିତିଥିଲା ।
Answer:
ଅଣହେଜ

18. ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ପ୍ରାବନ୍ଧିକଙ୍କର_______________ ଆଳାପ ପରିଚୟ ହୋଇଅଛି ।
Answer:
ସାପ୍ତପଦୀନ

19. ପ୍ରାବନ୍ଧିକଙ୍କର ___________________ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ।
Answer:
ଦୁନିଆ ରୀତି ଏ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

20. ପ୍ରକୃତ ମିତ୍ର ମିତ୍ରଙ୍କୁ ________________ ରୁ ନିବୃତ୍ତ କରାନ୍ତି ।
Answer:
ପାପ

21. କେତେକ ବନ୍ଧୁ ସେମାନଙ୍କ ଈପ୍‌ସିତ କାର୍ଯ୍ୟ ହାସଲ କରିସାରିବା ପରେ _________________ ଙ୍କୁ ଅନୁସରଣ କଲେ ।
Answer:
ବିପକ୍ଷ

22. ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ __________________ ।
Answer:
ବାନ୍ଧବ

23. ____________________ ସମୟର ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ।
Answer:
ଫଳକାମନା ବିରହିତ

24. ________________ ସମୟର ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ।
Answer:
ବିପଦ

25. ଦୃଢ଼ ରକ୍ତ ସମ୍ପର୍କ, ଦୃଢ଼ କର୍ମ ସମ୍ପର୍କ ଆଦି ଜନିତ ବନ୍ଧୁତାକୁ _______________________ ବୋଲାଯାଇ ନପାରେ ।
Answer:
ବନ୍ଧୁତା

26. ବନ୍ଧୁତା – ବନ୍ଧନ ହୁଗୁଳା ହୋଇଗଲା ପରେ ପ୍ରାବନ୍ଧିକଙ୍କର _______________ ଟି ବନ୍ଧୁଙ୍କ ଅକ୍ତିଆରରେ ରହିଗଲା ।
Answer:
କଞ୍ଚ୍

27. ପ୍ରାବନ୍ଧିକ ମହାପ୍ରସାଦ ବା ଖୋଦାଙ୍କ ନାମର ନିଶାରେ ଚୁର ଥିବାବେଳେ ତାଙ୍କ ଅଣ୍ଟାରୁ ବା ପକେଟରୁ ବନ୍ଧୁମାନେ _______________ କାଢ଼ି ନେଇଥିଲେ ।
Answer:
କଞ୍ଚ୍

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ଭଗବାନଙ୍କୁ ଦୀନବନ୍ଧୁ ନାମ ଦିଆଯାଇଛି ।
Answer:
ଠିକ୍

2. ଆଜି ଯେ ବନ୍ଧୁତାସନେ କାଲି ସେ ନିଜର ପାଲଟିଯିବେ ।
Answer:
ଭୁଲ୍

3.ଯେଉଁମାନଙ୍କ ସହ ‘ଜଡ଼ାତେଲ ମେଣ୍ଢାବାଳ’ ସଂପର୍କ ଥିଲା ପଦବୀ ଯିବାପରେ ସେମାନଙ୍କ ସହ ଉତ୍ତମ ସମ୍ପର୍କ ସୃଷ୍ଟି ହେବ ।
Answer:
ଭୁଲ୍

4. ସ୍ୱାର୍ଥ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।
Answer:
ଠିକ୍

5. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମ କଟକ ଜିଲ୍ଲାର ସିଦ୍ଧେଶ୍ଵରପୁର ଗ୍ରାମରେ ହୋଇଥିଲା ।
Answer:
ଠିକ୍

6. ‘ଦୀନବନ୍ଧୁ’ ନାମ ଗୋପବନ୍ଧୁଙ୍କୁ ଦିଆଯାଇଛି ।
Answer:
ଭୁଲ୍

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

7. ପ୍ରକୃତ ମିତ୍ର ମିତ୍ରଙ୍କର ସଂପଦ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।
Answer:
ଠିକ୍

8. ‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା ଗୋପବନ୍ଧୁ ଦାସ ।
Answer:
ଭୁଲ୍

9. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜ ।
Answer:
ଠିକ୍

10. ପ୍ରାବନ୍ଧିକଙ୍କର ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ।
Answer:
ଠିକ୍

11. ପ୍ରକୃତ ମିତ୍ର ମିତ୍ରଙ୍କୁ ସତ୍‌ରୁ ନିବୃତ୍ତ କରାନ୍ତି |
Answer:
ଭୁଲ୍

12. କେତେକ ବନ୍ଧୁ ସେମାନଙ୍କ ଈପ୍‌ସିତ କାର୍ଯ୍ୟ ହାସଲ କରିସାରିବା ପରେ ବିପକ୍ଷଙ୍କୁ ଅନୁସରଣ କଲେ ।
Answer:
ଠିକ୍

13. ଦୃଢ଼ ରକ୍ତ ସମ୍ପର୍କ, ଦୃଢ଼ କର୍ମ ସମ୍ପର୍କ ଆଦି ଜନିତ ବନ୍ଧୁତାକୁ ବନ୍ଧୁତା ବୋଲାଯାଇ ନପାରେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା କିଏ ?
(A) ଗୋପାଳଚନ୍ଦ୍ର ଛୋଟରାୟ
(B) ଗୋପାଳଚନ୍ଦ୍ର ପ୍ରହରାଜ
(C) ଗୋପାଳଚନ୍ଦ୍ର ଘୋଷ
(D) ଗୋପାଳଚନ୍ଦ୍ର ମିଶ୍ର
Answer:
(B) ଗୋପାଳଚନ୍ଦ୍ର ପ୍ରହରାଜ

2. ଗୋପାଳଚନ୍ଦ୍ର ପ୍ରହରାଜ ଓଡ଼ିଆ ସାହିତ୍ୟରେ କେଉଁ ଭାବରେ ପ୍ରସିଦ୍ଧ ଥିଲେ ?
(A) ଔପନ୍ୟାସିକ
(B) ଗାଳ୍ପିକ
(C) ସଂଗ୍ରାହକ
(D) ରମ୍ୟରଚକ
Answer:
(D) ରମ୍ୟରଚକ

3. ଲେଖକ ଗୋପାଳଚନ୍ଦ୍ର ପ୍ରହରାଜ ଠେକିକରି କ’ଣ କରିନାହାନ୍ତି ?
(A) ହେଜି ନାହାନ୍ତି
(B) ଶିଖୁ ନାହାନ୍ତି
(C) ଚେତି ନାହାନ୍ତି
(D) ଚିନ୍ତି ନାହାନ୍ତି
Answer:
(B) ଶିଖୁ ନାହାନ୍ତି

4. ବହୁ ସହସ୍ର ବ୍ୟକ୍ତିଙ୍କ ସହିତ ଲେଖକଙ୍କର କିପରି ଆଳାପ ପରିଚୟ ହୋଇଛି ?
(A) ପାଞ୍ଚପଦୀନ
(B) ଦ୍ବିପଦୀନ
(C) ସାପ୍ତପଦୀନ
(D) ଅଷ୍ଟପଦୀନ
Answer:
(C) ସାପ୍ତପଦୀନ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

5. ହତଭାଗାର ଦିନ କିପରି ସରେ ନାହିଁ ?
(A) ହସୁହସୁ
(B) କାନ୍ଦୁକାନ୍ଦୁ
(C) ଲେଖୁ ଲେଖୁ
(D) ଦେଖୁ ଦେଖୁ
Answer:
(B) କାନ୍ଦୁକାନ୍ଦୁ

6. ସଂସାରରେ ଅଧିକାଂଶ ବନ୍ଧୁତା କିପରି ?
(A) ନାମର ପିଆରା
(B) ଧନର ପିଆରା
(C) କାମର ପିଆରା
(D) ଛଳନାର ପିଆରା
Answer:
(C) କାମର ପିଆରା

7. କାମ ହାସଲ କରିସାରି ଲେଖକଙ୍କ ବନ୍ଧୁମାନେ କାହାକୁ ଅନୁସରଣ କଲେ ?
(A) ଲେଖକଙ୍କୁ
(B) ନିଜନିଜକୁ
(C) ଲେଖକଙ୍କ ବିପକ୍ଷକୁ
(D) ମହାତ୍ମାମାନଙ୍କୁ
Answer:
(C) ଲେଖକଙ୍କ ବିପକ୍ଷକୁ

8. ଉପକାରୀଠାରୁ ପ୍ରତିବଦଳରେ କ’ଣ ଧର୍ମତଃ ପ୍ରାପ୍ୟ ଅଟେ ?
(A) ପାଉଣା
(B) କୃତଜ୍ଞତା
(C) ପ୍ରତ୍ଯୁପକାର
(D) ପ୍ରତ୍ୟୁପକାର ବା କୃତଜ୍ଞତା
Answer:
(D) ପ୍ରତ୍ୟୁପକାର ବା କୃତଜ୍ଞତା

9. ଫଳ ଆଶା ରଖ୍ ପରୋପକାର ବା ବନ୍ଧୁତା କଲେ କ’ଣ ପାଇବ ?
(A) ଦଣ୍ଡ
(B) ଧୋକ୍କା
(C) ଚିଆଁ
(D) ପ୍ରତିହିଂସା
Answer:
(C) ଚିଆଁ

10. ଭଗବାନ୍‌ଙ୍କୁ କେଉଁ ନାମ ଦିଆଯାଇଛି ?
(A) ବ୍ରଜବନ୍ଧୁ
(B) ଦୀନବନ୍ଧୁ
(C) ହରିବନ୍ଧୁ
(D) ଦୁଃଖୀବନ୍ଧୁ
Answer:
(B) ଦୀନବନ୍ଧୁ

11. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା କିଏ ?
(A) ଗୋପାଳ ଚନ୍ଦ୍ର ପ୍ରହରାଜ
(B) ଦୀନକୃଷ୍ଣ ଦାସ
(C) ଗୋପବନ୍ଧୁ ଦାସ
(D) ଗୋଲୋକବିହାରୀ ଧଳ
Answer:
(A) ଗୋପାଳ ଚନ୍ଦ୍ର ପ୍ରହରାଜ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

12. ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ ଦଶ ବର୍ଷ କେଉଁ ଅବସ୍ଥାରେ ବିତିଥିଲା ?
(A) କିଶୋର ଅବସ୍ଥାରେ
(B) ଅଣହେଜ ଅବସ୍ଥାରେ
(C) ଯୁବକାବସ୍ଥାରେ
(D) ବୃଦ୍ଧାବସ୍ଥାରେ
Answer:
(B) ଅଣହେଜ ଅବସ୍ଥାରେ

13. ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ପ୍ରାବନ୍ଧିକଙ୍କର କେଉଁ ଆଳାପ ପରିଚୟ ହୋଇଅଛି ?
(A) ଏକପଦୀନ
(B) ବହୁପଦୀନ
(C) ପଞ୍ଚପଦୀନ
(D) ସାପ୍ତପଦୀନ
Answer:
(D) ସାପ୍ତପଦୀନ

14. ପ୍ରାବନ୍ଧିକଙ୍କର କେଉଁ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ?
(A) ନନାଙ୍କ ବସ୍ତାନି
(B) ବାଈମହାନ୍ତି ପାଞ୍ଜି
(C) ଦୁନିଆ ରୀତି ଏ
(D) ଦୁନିଆର ହାଲଚାଲ
Answer:
(C) ଦୁନିଆ ରୀତି ଏ

15. ପ୍ରକୃତ ମିତ୍ର ମିତ୍ରଙ୍କୁ କେଉଁଥୁରୁ ରୁ ନିବୃତ୍ତ କରାନ୍ତି ?
(A) ପାପ
(B) କାର୍ଯ୍ୟ
(C) କୁସଙ୍ଗ
(D) ସ୍ଵାର୍ଥସାଧନ
Answer:
(A) ପାପ

16. ପ୍ରକୃତ ମିତ୍ର ସର୍ବଦା ମିତ୍ରର କେଉଁଥରେ ରତ ହୋଇଥା’ନ୍ତି ?
(A) ସ୍ଵାର୍ଥ ସିଦ୍ଧି
(B) କାମନା ପ୍ରାପ୍ତି
(C) ହିତ ସାଧନ
(D) ଅହିତ ସାଧନ
Answer:
(C) ହିତ ସାଧନ

17. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ବିଷୟମାନ ଗୋପନ ରଖନ୍ତି ?
(A) ବଦଭ୍ୟାସ
(B) ଗୋପନୀୟ
(C) କାର୍ଯ୍ୟସମୂହ
(D) ପ୍ରଶଂସା
Answer:
(B) ଗୋପନୀୟ

18. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ଗୁଣକୁ ପ୍ରକଟିତ କରନ୍ତି ?
(A) ବଦ୍‌ଗୁଣକୁ
(B) ସଦ୍‌ଗୁଣକୁ
(C) ଦୁର୍ଗୁଣକୁ
(D) ଅପ୍ରକଟିତ ଗୁଣଗୁଡ଼ିକୁ
Answer:
(D) ଅପ୍ରକଟିତ ଗୁଣଗୁଡ଼ିକୁ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

19. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ତାଙ୍କ ପାଖେ ପାଖେ ରହନ୍ତି ?
(A) ସଂପଦ
(B) ବିପଦ
(C) ସୁଖ
(D) ଯେକୌଣସି
Answer:
(C) ସୁଖ

20. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ?
(A) ବିପଦ
(B) ଯେକୌଣସି ସମୟରେ
(C) ସଂପଦ
(D) ଦୁଃଖ
Answer:
(B) ଯେକୌଣସି ସମୟରେ

21. ଲେଖକଙ୍କଠାରୁ ବନ୍ଧୁମାନେ କେତେବେଳେ ଦୂରେଇ ଗଲେ ?
(A) ଚାକିରି ଗଲାପରେ
(B) ଆଇନ ବ୍ୟବସାୟ କଲାପରେ
(C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ
(D) ସହରରେ ରହିଲାପରେ
Answer:
(C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ

22. କେଉଁ ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ?
(A) ଅଫଳପେପ୍‌ସୁ
(B) ଧର୍ମବନ୍ଧୁ
(C) ସଗୋତ୍ର ବନ୍ଧୁ
(D) ସାକୁଲ୍ୟ ବନ୍ଧୁ
Answer:
(A) ଅଫଳପେପ୍‌ସୁ

ପ୍ରାବନ୍ଧିକଙ୍କ ପରିଚୟ :

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 5

ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ପ୍ରସିଦ୍ଧ ରମ୍ୟରଚକ ଭାବେ ଖ୍ୟାତି ଲାଭ କରିଥିବା ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ସମସାମୟିକ ସାମାଜିକ ଜୀବନ ବିଶ୍ଳେଷଣ କରିବାରେ ଅପୂର୍ବ ବିନ୍ଧାଣି । ଶାଣିତ ବ୍ୟଙ୍ଗ ଓ ବିଦ୍ରୂପ ମାଧ୍ୟମରେ ସମସ୍ତ ସାମାଜିକ ଅପଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ସ୍ବୀୟ ସହାନୁଭୂତିର ତୀବ୍ରତାକୁ ବ୍ୟକ୍ତିତ୍ଵ ରସରେ ରସାଣିତ କରି ସରଳ ସାବଲୀଳ ତଥା ଲୋକମୁଖର ଭାଷାରେ କରିଛନ୍ତି ଉପସ୍ଥାପନ । ରମଣୀୟତା, ବାକ୍‌ଚାତୁରୀ ତଥା ହାସ୍ୟରସରେ ରସାଣିତ ପ୍ରାବନ୍ଧିକଙ୍କ କୃତିରାଜିର ସ୍ଵତନ୍ତ୍ର ଆବେଦନ ପାଠକ ହୃଦୟକୁ ସତତ ଆକର୍ଷିତ କରିଥାଏ– ଏହା ନିଃସନ୍ଦେହ ।

ପ୍ରାବନ୍ଧିକଙ୍କ ଆଭିମୁଖ୍ୟ :
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଙ୍କଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ଦୁନିଆର ରୀତି, ବନ୍ଧୁତା ନାମରେ ଛଳନା, ତିକ୍ତତା, ପ୍ରକୃତ ବନ୍ଧୁତାର ମହତ୍ତ୍ଵ ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ପ୍ରବନ୍ଧର ସାରମର୍ମ :
ଜୀବନର ପ୍ରଥମ ଦଶବର୍ଷ ଅଜ୍ଞାନ ଅବସ୍ଥାରେ ଅତିବାହିତ ହେବାପରେ ହେତୁ ପାଇବା ଦିନଠାରୁ ସତାବନ ବର୍ଷ ପର୍ଯ୍ୟନ୍ତ ପ୍ରାବନ୍ଧିକ ନାନା କ୍ଷେତ୍ରରେ, ନାନା ପ୍ରସଙ୍ଗରେ, ନାନା ଅବସ୍ଥା ତଥା ସ୍ଥାନରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ସେଥିରୁ କିଛି ଶିକ୍ଷା କରି ନ ପାରିବା ହିଁ ତାଙ୍କ ପାଇଁ ଗଭୀର ଅନୁତାପର ବିଷୟ ହୋଇ ରହିଯାଇଛି । ଏହି ଦୀର୍ଘକାଳ ମଧ୍ୟରେ ତାଙ୍କର ଜନ୍ମ, ବିବାହ, ସମାଜ, କର୍ମକ୍ଷେତ୍ର, ସଂସାର, ବ୍ୟବସାୟ, ସାହିତ୍ୟ ଏହିପରି ଅନେକ କାରଣବଶତଃ ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ତଥା ଦୃଢ଼ତର ସମ୍ପର୍କ ହୋଇଅଛି । କେତେକଙ୍କ ସହିତ ସୌହାର୍ଘ୍ୟ ତଥା ବନ୍ଧୁତା ସ୍ଥାପିତ ହୋଇଛି ।

ସେମାନଙ୍କ ମଧ୍ୟରୁ କେତେକ ମହାପ୍ରସାଦ ବନ୍ଧୁ ବା ପ୍ରୀତିବନ୍ଧୁ, ସଗୋତ୍ର ଓ ଅସଗୋତ୍ର ବନ୍ଧୁ, ସପିଣ୍ଡ ଓ ଅସପିଣ୍ଡ ବନ୍ଧୁ, ସମାନୋଦକ ଓ ଅସମାନୋଦକ ବନ୍ଧୁ, ସାକୁଲ୍ୟ ଓ ଅସାକୁଲ୍ୟ ବନ୍ଧୁ, ସମଧର୍ମୀ ଓ ଅସମଧର୍ମୀ ବନ୍ଧୁ, ସମକର୍ମା ଓ ଅସମକର୍ମା ବନ୍ଧୁ, ସହପାଠୀ ଓ ଅସହପାଠୀ ବନ୍ଧୁ, ସହଯୋଗୀ ଓ ଅସହଯୋଗୀ ବନ୍ଧୁ, ସମଲେଖକ ଓ ଅସମଲେଖକ ବନ୍ଧୁ, ସମଦଶାପନ୍ନ ଓ ଅସମଦଶାପନ୍ନ ବନ୍ଧୁ ଅଛନ୍ତି । ସେହି ସମ ଓ ଅସମ ତାଲିକାରେ ବିଷମ ବିଶେଷଣ ବିଶିଷ୍ଟ ବନ୍ଧୁମାନେ ମଧ୍ୟ ଅଛନ୍ତି । ସେମାନଙ୍କ ସହିତ ଆଭାଷଣପୂର୍ବ ସାପ୍ତପଦୀନଠାରୁ ଆରମ୍ଭ କରି କରମର୍ଦ୍ଦନ, ତୈଳମର୍ଦ୍ଦନ, ଆଲିଙ୍ଗନ, କାଗଜ କଲମ, ସମାଲୋଚନ, ଡାକଘର ଜରିଆରେ ରେଜିଷ୍ଟରି, ମନିଅର୍ଡର, ଟେଲିଫୋନ୍, ଗ୍ରାମଫୋନ୍, ଟକୀ, ସିନେମା, ପୁସ୍ତକାଦିର ମୁଦ୍ରଣ, ପ୍ରକାଶ ଓ ପ୍ରଚାର ମାଧ୍ୟମରେ ବନ୍ଧୁତ୍ଵ ସ୍ଥାପନ ହୋଇଥିଲା । ଏତଦ୍‌ବ୍ୟତୀତ ‘ଉତ୍ସବେ ବ୍ୟସନେବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ, ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବ ’’ଏହି ଉକ୍ତି ଅନୁଯାୟୀ ବହୁ ବନ୍ଧୁଙ୍କର ସମାଗମ ମଧ୍ୟ ହୋଇଥିଲା ।

ପଣ୍ଡିତମାନଙ୍କ ମତରେ ସତ୍ ମିତ୍ରର ଲକ୍ଷଣ ହେଲା– ପ୍ରକୃତ ମିତ୍ର ମିତ୍ରକୁ ପାପକାର୍ଯ୍ୟରୁ ନିବୃତ୍ତ କରାନ୍ତି । ସର୍ବଦା ମିତ୍ରଙ୍କର ହିତସାଧନରେ ରତ ହୁଅନ୍ତି, ମିତ୍ରଙ୍କର ଗୋପନୀୟ ବିଷୟକୁ ଗୋପନ ରଖ୍ ସହିତ ଅପ୍ରକଟିତ ଗୁଣକୁ ପ୍ରକଟିତ କରନ୍ତି । ସମ୍ପଦ କାଳରେ ମିତ୍ରଙ୍କ ନିକଟରେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ; କିନ୍ତୁ ବିପଦ କାଳରେ ପାଖେ ପାଖେ ରହିଥା’ନ୍ତି । ପ୍ରାବନ୍ଧିକ ବିଗତ ସତାବନ ବର୍ଷ ମଧ୍ୟରେ ଅର୍ଜିତ ବନ୍ଧୁମାନଙ୍କୁ ପ୍ରକୃତ ବନ୍ଧୁର ସେହି କଷଟି ପଥରରେ ପରୀକ୍ଷା କରି ଚାରିଜଣ ପ୍ରକୃତ ବନ୍ଧୁ ମଧ୍ୟ ପାଇପାରିଲେ ନାହିଁ । ସେମାନଙ୍କ ମଧ୍ୟରୁ କେତେକ ଧନରେ ମୁଗ୍ଧ ହୋଇ ମିତ୍ରତା କରିଥିଲେ ତ, କେତେକ ପ୍ରତିପତ୍ତି ଯୋଗୁଁ, ଆଉ କେତେକ ପଦବୀ ଯୋଗୁଁ ସେମାନଙ୍କ ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟ ସାଧନ ନିମନ୍ତେ ଖାଉଥିଲେ; କିନ୍ତୁ ସାପ ଦେହରୁ କାତି ଛାଡ଼ିଗଲା ପରି ପ୍ରାବନ୍ଧିକଙ୍କ ପାଖରୁ ଧନ, ପ୍ରତିପତ୍ତି, ପଦବୀ, କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ସେହି ବନ୍ଧୁମାନେ ସମ୍ପୂର୍ଣ୍ଣଭାବେ ଉଭେଇଗଲେ ।

କାର୍ଯ୍ୟହାସଲ ଉଦ୍ଦେଶ୍ୟ ରଖ୍ ବନ୍ଧୁତା ସ୍ଥାପନ କରିଥିବା ବନ୍ଧୁମାନଙ୍କ ମଧ୍ୟରୁ ଅଧିକାଂଶ ମହାପ୍ରସାଦ ବା ଖୋଦାଙ୍କ ନାମରେ ବନ୍ଧୁତ୍ବ କରିଥା’ନ୍ତି । ସେହି ମହାପ୍ରସାଦ ବା ଖୋଦାଙ୍କ ନାମ ନିଶାରେ ପ୍ରାବନ୍ଧିକ ସେମାନଙ୍କ ହାତକୁ ତାଙ୍କ ବାଡ଼ିଦୁଆରର ଗଳିକବାଟର କଞ୍ଚୁ ବଢ଼ାଇ ଦେଇଥିଲେ । ଅର୍ଥାତ୍ ବନ୍ଧୁତ୍ଵର ଦୃଢ଼ବିଶ୍ଵାସ ମଧ୍ୟରେ ସେମାନେ ସମସ୍ତ ଦୁର୍ବଳତାକୁ ଜାଣିଯାଇଥିଲେ । କାର୍ଯ୍ୟ ହାସଲ ପରେ ବନ୍ଧୁତ୍ଵର ବନ୍ଧନ ହୁଗୁଳା ହୋଇଗଲା । ଭବିଷ୍ୟତରେ ଅଧିକ ଉପକାର ହେବା ଆଶାରେ ସେମାନେ ବିପକ୍ଷଙ୍କୁ ଆଶ୍ରାକରି ପ୍ରାବନ୍ଧିକଙ୍କ ନାମରେ ଦୁର୍ନାମ ରଟିବା, ତାଙ୍କ ବିରୋଧରେ ଧର୍ମାଧ୍ଵରଣରେ, ସମାଜର ଇଜ୍‌ଲାସରେ ମଧ୍ୟ ସାକ୍ଷ୍ୟ ଦେବାକୁ କୁଣ୍ଠାବୋଧ କଲେ ନାହିଁ ।

ଦିନେ ଜଣେ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ କହିଲେ– ‘ଅମୁକ ଆପଣଙ୍କ ନାମରେ ଭାରି ଦୁର୍ନାମ ରଟନା କରୁଛନ୍ତି ।’’ ମହାପୁରୁଷ ନୀରବ ରହିବାରୁ ରିପୋର୍ଟକାରୀ ନୀରବତାର କାରଣ ପଚାରିଲେ । ଈଶ୍ଵରଚନ୍ଦ୍ର ଉତ୍ତର ଦେଲେ, ‘ନିନ୍ଦାକାରୀଙ୍କର ମୁଁ କେବେ କୌଣସି ଉପକାର କରିଛି କି ନାହିଁ ଏହି କଥାର ହେଜ କରୁଥୁଲି । ମୁଁ ତାଙ୍କର କେବେ କିଛି ଉପକାର କରିଛି ବୋଲି ମୋର ସ୍ମରଣ ହେଉନାହିଁ; ଏପରି ଅବସ୍ଥାରେ ସେ କାହିଁକି ମୋ ଦୁର୍ନାମ କରିବାରେ ମାତିଛନ୍ତି, ମୁଁ ବୁଝି ପାରୁନାହିଁ ।’’

ବହୁକ୍ଷେତ୍ରରେ ଦେଖାଯାଏ ଯେ ତୁମେ ଯାହାଙ୍କର ଉପକାର କରିଥାଅ, ଯିଏ ତୁମ ଅନ୍ନରେ ପ୍ରତିପାଳିତ, ତୁମ ସ୍ୱାର୍ଥତ୍ୟାଗ ଓ ପରିଶ୍ରମର ଫଳରେ ଯିଏ ମଣିଷ ହୋଇଛି, ଯିଏ ତୁମ ରକ୍ତରେ ଗଢ଼ା, ସେ ହିଁ ତୁମର ପ୍ରଧାନ ଶତ୍ରୁ ଭାବରେ ଛିଡ଼ାହେବ । ଉପକାର ବଦଳରେ ପ୍ରତ୍ଯୁପକାର ବା ଅନ୍ତତଃ କୃତଜ୍ଞତା ତାଙ୍କଠାରୁ ମୋର ପ୍ରାପ୍ୟ ଏବଂ ସେହି ପାଉଣା ପରିଶୋଧ କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ସଂସାରରେ ବହୁ ଅନର୍ଥର ମଞ୍ଜି । କିନ୍ତୁ ଆପଣ ଯେଉଁମାନଙ୍କର କିଛି ଉପକାର କରି ନାହାନ୍ତି କିମ୍ବା ଯିଏ ଆପଣଙ୍କୁ ସାହାଯ୍ୟ କରିବେ ବୋଲି ସ୍ବପ୍ନରେ ଭାବିନାହାନ୍ତି ସେ ହିଁ ସ୍ୱତଃ ପ୍ରଣୋଦିତ ହୋଇ ଆସି ଆପଣଙ୍କୁ ବିପଦବେଳେ ସାହାଯ୍ୟ କରିବେ । ଅପର ପକ୍ଷରେ ଆପଣଙ୍କ ଉପକାରର ପ୍ରତି ଉପକାର କରିବାକୁ ଯିଏ ଧର୍ମତଃ ବାଧ୍ୟ, ସେ ଦିହଛପା ଦେବେ ବରଂ ଆପଣଙ୍କୁ ଅକଳରେ ପଡ଼ିଥିବା ଦେଖୁ ସେତେବେଳେ ଥଣ୍ଟରେ ଠେଙ୍ଗୁରେ ଠକ୍ ଠକ୍ କରି ହାଣିବାକୁ ପଶ୍ଚାତ୍‌ପଦ ହେବେ ନାହିଁ । ଏହାହିଁ ପ୍ରାବନ୍ଧିକଙ୍କ ସତାବନ ବର୍ଷର ଅନୁଭବ ।

ମହାଜନମାନେ କହିଛନ୍ତି– ଫଳର କାମନା ନରଖ୍, ପ୍ରତ୍ଯୁପକାର ବା ପରିଶୋଧ ପ୍ରାପ୍ତିର ଆଶା ନକରି ବନ୍ଧୁତା ସ୍ଥାପନ କରିବା ଉଚିତ । ଅନ୍ୟଥା ପରାଭବ ପାଇବା ସୁନିଶ୍ଚିତ । ଏ ସଂସାରରେ ନିଃସ୍ୱାର୍ଥ ବନ୍ଧୁତା ତଥା ଫଳ-କାମନା ବିରହିତ ପରୋପକାର ବିରଳ । ଦୃଢ଼ ରକ୍ତସମ୍ପର୍କ ତଥା ଦୃଢ଼ କର୍ମସମ୍ପର୍କ ଆଦିଜନିତ ବନ୍ଧୁତ୍ୱ, ବନ୍ଧୁତ୍ବ ପଦବାଚ୍ୟ ନୁହେଁ । ବିପଦର ବନ୍ଧୁ ବା ଉଦ୍ଦେଶ୍ୟବିହୀନ ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସେଥ‌ିପାଇଁ ଭଗବାନଙ୍କର ନାମ ଦୀନବନ୍ଧୁ । ସେ ହିଁ ବନ୍ଧୁ ପଦବାଚ୍ୟ । ଅନ୍ୟ ସବୁ ବନ୍ଧୁତ୍ଵ ‘ଦେଖା-ସୁନ୍ଦର କଖାରୁ ବଡ଼ି’ ଅର୍ଥାତ୍ ବାହାରକୁ ସୁନ୍ଦର ଭିତରେ ଫମ୍ପା । ଏତଦ୍‌ବ୍ୟତୀତ ଅନ୍ୟ ସମସ୍ତ ବନ୍ଧୁତ୍ବ ମଧ୍ଯରେ ସ୍ଵାର୍ଥ ସାଧନର ଲାଳସା ସନ୍ନିହିତ ।

ଯେଉଁ ପଦବୀରେ ବହୁ ଲୋକଙ୍କ ଉପକାର କରିବା ସହିତ ଦୁଃଖ ମଧ୍ୟ ଦେଇହେବ, ଅନେକଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ସଙ୍ଗେ ସଙ୍ଗେ ବହୁ ଲୋକଙ୍କ ଗୋଛି ଓ ଗଳା କାଟିହେବ, ସେପରି ପଦବୀରେ ପାଦଦେବା ମାତ୍ରେ ପଙ୍ଗପାଳ ପରି ବହୁ ବନ୍ଧୁଜନ ମାଡ଼ିଆସିବେ । ଉଦ୍ଦେଶ୍ୟ ସାଧନ ନିମନ୍ତେ ଧନ-ଜନ-ଗୋପ-ଲକ୍ଷ୍ମୀ, ମାନ-ସମ୍ମାନ ସବୁକିଛି ସମର୍ପଣ କରିବାକୁ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକତ, ଆକାଶ କର୍ଲା ପ୍ରଭୃତି ଅସମ୍ଭବ ପଦାର୍ଥ ଆଣି ଭେଟି ଦେବାକୁ ବାହାରି ପଡ଼ିବେ ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

କିନ୍ତୁ ଈଶ୍ଵରଙ୍କ ଦୟାରୁ ହେଉ ବା ଦୟାହୀନତାରୁ ହେଉ, ସେ ପଦବୀରୁ ଖସିବା ପରେ ରାତ୍ରି ପାହିବା ପୂର୍ବରୁ ସମସ୍ତ ବନ୍ଧୁ ଛାଡ଼ି ଚାଲିଯାଇଥିବେ । ବରଂ ବିପକ୍ଷ ବା ଶତ୍ରୁଙ୍କ ସହ ମିଶି ତୁମ ବିରୋଧରେ ଅସ୍ତ୍ରଧରି ଆଘାତ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେବେ ନାହିଁ । ଯେଉଁମାନଙ୍କ ସହିତ ଦିନେ‘ଜଡ଼ାତେଲ ମେଣ୍ଢାବାଳ’ (ଅତି ଆପଣାର) ସମ୍ପର୍କ ଥିଲା ସେମାନଙ୍କ ସହିତ ‘ଝୋଟ ନିଆଁ’ (ଘୋର ଶତ୍ରୁତା) ସମ୍ପର୍କ ସୃଷ୍ଟି ହେବ । ଦୁର୍ବଳତା ଶତ୍ରୁ ବା ବିପକ୍ଷଙ୍କ ହାତରେ ପଡ଼ିବା ମାତ୍ରେ ବନ୍ଧୁ-ବନ୍ଧୁଙ୍କ ମଧ୍ୟରେ ଲାଗିବ ସଂଘର୍ଷ । ବାଘଘରେ ଲାଗିବ ମିରିଗର ନାଟ । ଶେଷରେ ସମସ୍ତେ ବିସ୍ମୟାନ୍ବିତ ହୋଇ କହିବେ–
‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’’

ବିଷୟଗତ ଶବ୍ଦାବଳୀ ଓ ଉତ୍ତର

ଅଣହେଜ – ସ୍ମରଣ ନ କରିବା|ହେତୁ ନ କରିବା ।
ଆଳାପ – ଗପସପ ।
ଠେକିଛି – ଅନୁଭବରୁ ଶିଖୁଛି ।
ସୌହାଦ୍ଦ୍ୟ – ପ୍ରୀତି, ବନ୍ଧୁତ୍ଵ ।
ବୁଝି ପାରିବା – ବୁଝିପାରିବା ।
ଅନ୍ୟ ପ୍ରତି ଦୋଷାରୋପ କରିବା ।
ରାଷ୍ଟ୍ର ବିପ୍ଳବ – ଦେଶରେ ଆନ୍ଦୋଳନ ।
ପ୍ରକାଟିତ – ପ୍ରକାଶିତ ।
ସମ୍ପଦ କାଳରେ – ସମୃଦ୍ଧି ବେଳରେ ।
ପୁଞ୍ଜିଏ – ଚାବିଜଣ
ପ୍ରତିପତ୍ତ – ସମ୍ମାନ/ପ୍ରତିଷ୍ଠା ।
କଞ୍ଚ୍ – ଚାବି ।
ଦୁର୍ନ।ମ – ବଦ୍‌ନାମ, ନିନ୍ଦା ।
ମୁଗ୍ଧ – ବିମୋହିତ ।
ବିଷମ – ଅସମାନ/ଦୁଃସହ
ଚପୋଟ ମୁଖ୍ୟାଦି – ଚାପଡ଼ା ଓ ବିଧା ।
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 3
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 4

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 1.
ନିମ୍ନ ପରିସ୍ଥିତିମାନଙ୍କର ବିପରୀତ ପରିସ୍ଥିତି ଲେଖ ।
(କ) ଜନସଂଖ୍ୟା ବୃଦ୍ଧି
ସମାଧାନ:
ଜନସଂଖ୍ୟା ହ୍ରାସ

(ଖ) ବ୍ୟାଙ୍କରେ ଟଙ୍କା ଜମା କରିବା
ସମାଧାନ:
ବ୍ୟାଙ୍କରୁ ଟଙ୍କା ଉଠାଇବା

(ଗ) ବ୍ୟୟ କରିବା
ସମାଧାନ:
ଆୟ କରିବା

(ଘ) ଉତ୍ତରକୁ ଯିବା
ସମାଧାନ:
ଦକ୍ଷିଣକୁ ଯିବା

(ଙ) ତାପମାତ୍ରା ହ୍ରାସ
ସମାଧାନ:
 ତାପମାତ୍ରା ବୃଦ୍ଧି

(ଚ) 500 ଖ୍ରୀଷ୍ଟାବ୍ଦ
ସମାଧାନ:
500 ଖ୍ରୀଷ୍ଟପୂର୍ବ

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 2.
‘+’ ବା ‘–’ ଚିହ୍ନ ବ୍ୟବହାର କରି ଲେଖ ।
(କ) 400 ଟଙ୍କା ଲାଭ
ସମାଧାନ:
+400 ଟଙ୍କା

(ଖ) ଡାହାଣକୁ 4 କି.ମି.
ସମାଧାନ:
+4 କି.ମି.

(ଗ) ବ୍ୟାଙ୍କରୁ 300 ଟଙ୍କା ଉଠାଣ
ସମାଧାନ:
300 ଟଙ୍କା

(ଘ) 5 ଗୋଲ୍‌ରେ ହାରିବା
ସମାଧାନ:
-5 ଗୋଲ୍‌

(ଙ) ଭୂପୃଷ୍ଠ ଠାରୁ 200 ମି. ଉଚ୍ଚ
ସମାଧାନ:
+200 ମିଟର 

() 2,00,000 ଟଙ୍କା ଆୟ
ସମାଧାନ:
+2,00,000 ଟଙ୍କା

Question 3.
ନିମ୍ନ ସଂଖ୍ୟା ଯୋଡ଼ିମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ବିପରୀତ ସଂଖ୍ୟାଯୋଡ଼ି ଚିହ୍ନଟ କର । 
(2, -3) (-5, 5) (-7, -8) (-1, 0) (-11, +11) (17, -17)
ସମାଧାନ:
ବିପରୀତ ସଂଖ୍ୟା ଯୋଡ଼ି ହେଲା
(-5, 5) (-11, +11) (17, -17)

Question 4.
ଗୋଟିଏ ନିର୍ଦ୍ଦିଷ୍ଟ ଦିବସରେ ଭାରତର ଛଅଟି ସ୍ଥାନର ତାପମାତ୍ରାକୁ ନିମ୍ନରେ ଦିଆଯାଇଛି ।

ସ୍ଥାନ ତାପମାତ୍ରା
ସିଆଚାନ 0°C ରୁ 10°C କମ୍
ଭୁବନେଶ୍ୱର 0°C ରୁ 22°C ଅଧିକ
ସିମଳା 0°C ରୁ 3°C କମ୍
ଦାରି ଙ୍ଗିବାଢ଼ି 0°C ରୁ 1°C କମ୍
କୋରାପୁଟ 0°C ରୁ 8°C ଅଧିକ
ଲଦାଖ 0°C ରୁ 8°C କମ୍

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 1
(କ) ପ୍ରତ୍ୟେକ ସ୍ଥାନର ତାପମାତ୍ରାକୁ ପୂର୍ବସଂଖ୍ୟାରେ ପ୍ରକାଶ କର।
ସମାଧାନ:

ସ୍ଥାନ ତାପମାତ୍ରା
ସିଆଚାନ -10°C
ଭୁବନେଶ୍ୱର +22°C
ସିମଳା -3°C
ଦାରି ଙ୍ଗିବାଢ଼ି -1°C
କୋରାପୁଟ +8°C
ଲଦାଖ -8°C

(ଖ) ଗୋଟିଏ ସଂଖ୍ୟାରେଖା ଅଙ୍କନ କରି ପ୍ରତ୍ୟେକ ସ୍ଥାନର ତାପମାତ୍ରାକୁ ସେଥ‌ିରେ ସୂଚାଅ ।
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 2

(ଗ) କେଉଁ ସ୍ଥାନର ତାପମାତ୍ରା ସବୁଠାରୁ ଅଧିକ ଓ କେଉଁ ସ୍ଥାନର ତାପମାତ୍ରା ସବୁଠାରୁ କମ୍ ?
ସମାଧାନ:
ଭୁବନେଶ୍ଵରର ତାପମାତ୍ରା ସବୁଠାରୁ ଅଧିକ ଓ ସିଆଚୀନ୍‌ର ତାପମାତ୍ରା ସବୁଠାରୁ କମ୍ ।

Question 5.
ନିମ୍ନରେ ଥିବା କ୍ରମଗୁଡ଼ିକ ମଧ୍ୟରୁ ଠିକ୍ କ୍ରମକୁ ଚିହ୍ନାଅ।
3 < 4
ସମାଧାନ:
3 < 4 (✓)

-7 > -8
ସମାଧାନ:
-7 > -8 (✓)

-9 > +5 
ସମାଧାନ:
-9 > +5 (✗)

-3 < 0
ସମାଧାନ:
-3 < 0 (✓)

-8 < +2
ସମାଧାନ:
-8 < +2 (✓)

+1 > -300
ସମାଧାନ:
+1 > -300 (✓)

-0 < 0
ସମାଧାନ:
-0 < 0 (✗)

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 6.
ଦତ୍ତ ସଂଖ୍ୟାମାନଙ୍କର ବିପରୀତ ସଂଖ୍ୟା ଲେଖ।
() 7
ସମାଧାନ:
7 ର ବିପରୀତ ସଂଖ୍ୟା = -7

() -9
ସମାଧାନ:
-9 ର ବିପରୀତ ସଂଖ୍ୟା = -(-9) = 9

() -10
ସମାଧାନ:
-10 ର ବିପରୀତ ସଂଖ୍ୟା = -(-10) = 10

() 0
ସମାଧାନ:
0 ର ବିପରୀତ ସଂଖ୍ୟା = 0

() 17
ସମାଧାନ:
17 ର ବିପରୀତ ସଂଖ୍ୟା = -17

Question 7.
ନିମ୍ନସ୍ଥ ପୂର୍ବସଂଖ୍ୟା ଦୁଇଟିର ମଧ୍ୟବର୍ତୀ ପୂର୍ବସଂଖ୍ୟାଗୁଡ଼ିକୁ ସାନରୁ ବଡ଼ କ୍ରମରେ ଲେଖ ।
(କ) 2 ଓ 8
ସମାଧାନ:
2 ଓ 8 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : 3 , 4, 5, 6, 7 ।

(ଖ) -3 -7
ସମାଧାନ:
-3 -7 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : -6, -5, -4 ।

(ଗ) -5 +2
ସମାଧାନ:
-5 +2 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : -4, -3, -2, -1, 0, 1 ।

(ଘ) -1  +1
ସମାଧାନ:
-1  +1 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : 0

(ଙ) -7 0
ସମାଧାନ:
-7 0 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : -6, -5, -4, -3, -2, -1 ।

Question 8.
ଖାଲି ଘରେ >, < ଓ = ଚିହ୍ନମାନଙ୍କ ମଧ୍ୟରୁ ଉପଯୁକ୍ତ ଚିହ୍ନ ବସାଅ, ଯେପରି କ୍ରମ ଠିକ୍ ରହିବ।
(କ) 2 _______ -5
ସମାଧାନ:
>

(ଖ) -7 _______ 3
ସମାଧାନ:
<

(ଗ) 0 _______ -4
ସମାଧାନ:
>

(ଘ) 0 _______ -0
ସମାଧାନ:
=

(ଙ) -0 _______ -3
ସମାଧାନ:
>

(ଚ) -3 _______ -7
ସମାଧାନ:
>

Question 9.
ନିମ୍ନ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତିକୁ ବାଛି ତୁମ ଖାତାରେ ଲେଖ ।
(କ) କ୍ଷୁଦ୍ରତମ ପୂର୍ଣ୍ଣସଂଖ୍ୟା ହେଉଛି 0 ।
(ଖ) -225 ଅପେକ୍ଷା -80 ସାନ ।
(ଗ ) -444 ଅପେକ୍ଷା 0 ସାନ ।
(ଘ) -2 < 0 < 7 
(ଙ) -0 = 0
(ଚ) ଶୂନ (0) ଧନାତ୍ମକ ବା ଋଣାତ୍ମକ ନୁହେଁ ।
ସମାଧାନ:
(ଘ), (ଙ), (ଚ) ଠିକ୍

Question 10.
(କ) ସାନରୁ ବଡ଼ କ୍ରମରେ ସଜାଅ।
5, 0, -11, 14, -20, 25, -4
ସମାଧାନ:
ସାନରୁ ବଡ଼ କ୍ରମ : -20 < -11 < -4 < 0 < 5 < 14 < 25

(ଖ) ବଡ଼ରୁ ସାନକ୍ରମରେ ସଜାଅ।
-8, 2, 5, -6, 0, 15, -111
ସମାଧାନ:
ବଡ଼ରୁ ସାନକ୍ରମ : 15 > 5 > 2 > 0 > -6 > -8 > -111

Question 11.
ସଂଖ୍ୟାରେଖାକୁ ଦେଖ୍, ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
(କ) + 5 ସୂଚକ ବିନ୍ଦୁଠାରୁ ଡାହାଣକୁ 3 ଏକକ ଦୂର ଗଲେ, କେଉଁ ସଂଖ୍ୟା ପାଇବ ?
(ଖ) 5 ସୂଚକ ବିନ୍ଦୁଠାରୁ ବାମକୁ 3 ଏକକ ଦୂର ଗଲେ, କେଉଁ ସଂଖ୍ୟା ପାଇବ ?
(ଗ) + 7 ସୂଚକ ବିନ୍ଦୁଠାରୁ କେତେ ଏକକ ଦୂରରେ – 4 ସୂଚକ ବିନ୍ଦୁ ରହିଛି ?
(ଘ) -7 ସୂଚକ ବିନ୍ଦୁଠାରୁ ଯେତିକି ଦୂରରେ –4 ସୂଚକ ବିନ୍ଦୁ ରହିଛି, -7 ସୂଚକ ବିନ୍ଦୁର ବାମକୁ ପାଖକୁ ସେତିକି ଦୂରରେ କେଉଁ ସଂଖ୍ୟା ରହିଛି ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 3
(କ) +5 ସୂଚକ ବିନ୍ଦୁଠାରୁ ଡାହାଣକୁ 3 ଏକକ ଦୂର ଗଲେ, 5 + 3 = +8 ସଂଖ୍ୟା ମିଳିବ । 
(ଖ) +5 ସୂଚକ ବାମକୁ 3 ଏକକ ଦୂର ଗଲେ 5 – 3 = +2 ସଂଖ୍ୟା ମିଳିବ ।
(ଗ) +7 ସୂଚକ ବିନ୍ଦୁଠାରୁ 7 – (-4) = 7 + 4 = 11 ଏକକ ଦୂରରେ -4 ସୂଚକ ବିନ୍ଦୁ ରହିଛି । 
(ଘ) -7 ସୂଚକ ବିନ୍ଦୁଠାରୁ -4 – (-7) = 4 + 7 = 3 ଏକକ ଦୂରରେ -4 ସୂଚକ ବିନ୍ଦୁ ରହିଛି ।
-7 ସୂଚକ ବିନ୍ଦୁର ବାମ ପାଖକୁ 3 ଏକକ ଦୂରରେ = -7 – 3 = -10 ସୂଚକ ବିନ୍ଦୁ ରହିଛି ।

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 12.
ସଂଖ୍ୟାରେଖା ଉପରେ ।
(କ) –3 ଓ –8 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ବ୍ୟବଧାନ କେତେ ?
ସମାଧାନ:
–3 ଓ –8 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ବ୍ୟବଧାନ = -3 – (-8) = -3 + 8 = 5 ଏକକ

(ଖ) –2 ଓ +3 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ଦୂରତା କେତେ ?
ସମାଧାନ:
–2 ଓ +3 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ଦୂରତା = 3 – (-2) = 3 + 2 = 5 ଏକକ ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Odisha State Board BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ Textbook Exercise Questions and Answers.

BSE Odisha Class 10 Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Question 1.
5R ନୀତି କ’ଣ ? ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦମାନଙ୍କର କିପରି ସୁରକ୍ଷା ହୋଇପାରିବ ଦର୍ଶାଅ । ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ବତଃସ୍ପର୍ଭ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।

(i) ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ୱତଃସ୍ଫୁର୍ତ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।

(ii) ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ‘5R’ ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି । ଏଗୁଡ଼ିକ ହେଲା- ସମ୍ବରଣ (Reduce), ପୁନଶ୍ଚକ୍ରଣ (Recycle) ଓ ପୁନଃବ୍ୟବହାର (Reuse) ।

(iii) ସମ୍ବରଣ : ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର କରିବାକୁ ସମ୍ବରଣ କୁହାଯାଏ । ଅନେକ ସମୟରେ ଆମେ ଆବଶ୍ୟକଠାରୁ ଅଧିକ ସମ୍ପଦ ବ୍ୟବହାର କରିଥାଉ ଓ ନଷ୍ଟ ମଧ୍ୟ କରିଥାଉ । ଆମେ ସଚେତନ ହେଲେ ଏହି ଅପଚୟକୁ ରୋକିହେବ ।

(iv) ପୁନଶ୍ଚକ୍ରଣ : ଆମେ କିଛିମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର କରି ପୁନର୍ବାର ବ୍ୟବହାର କରିବା ହେଉଛି ପୁନଶ୍ଚକ୍ରଣ ପଦ୍ଧତି । ପୁନଶ୍ଚକ୍ରଣ ଦ୍ବାରା କଳକାରଖାନାର କଞ୍ଚାମାଲର ଆବଶ୍ୟକତା କିଛିମାତ୍ରାରେ ମେଣ୍ଟାଯାଇପାରିବ । ସେହିପରି ଜୈବ ଆବର୍ଜନାକୁ ଆମେ କମ୍ପୋଷ୍ଟରେ ପରିଣତ କରି ବଗିଚାରେ ବା ଚାଷ ଜମିରେ ବ୍ୟବହାର କରିପାରିବା ।

(v) ପୁନଃବ୍ୟବହାର : କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପ୍ରଦ୍ଧତି । ବ୍ୟବହାରଯୋଗ୍ୟ ପଦାର୍ଥଗୁଡ଼ିକୁ ଥରେ ବ୍ୟବହାର କରିବା ପରେ  ବର୍ଜନ ନ କରି ବାରମ୍ବାର ବ୍ୟବହାର କଲେ ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।

(vi) ଯେକୌଣସି ଦେଶର ଆର୍ଥିକ ପ୍ରଗତି ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ଉତ୍ସ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ବିକାଶ ଓ ପରିବେଶ ସୁରକ୍ଷା ପରସ୍ପରର ବିପରୀତମୁଖୀ ପରି ଦେଖାଯାଉଥିଲେ ମଧ୍ୟ ଆଧୁନିକ ବଦଳାଇବା ସହ ପରିବେଶର କ୍ଷତି ନ କରି ଅର୍ଥନୈତିକ ଉନ୍ନତି ତଥା ସାମାଜିକ ଅଗ୍ରଗତି କିପରି କରାଯାଇପାରିବ ତାହା ଚିନ୍ତା କରିବା ବିଧେୟ । ତା’ସହ ଆବଶ୍ୟକ ନୀତିନିୟମ ଓ ଆଇନ ପ୍ରଣୟନ ପାଳନ କରିବା ଉଚିତ୍‌ । ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବାସହ ଏଗୁଡ଼ିକ ଚିରନ୍ତନ ଭାବରେ ଆମର ଆବଶ୍ୟକତାକୁ ମେଣ୍ଟାଇବାରେ ସକ୍ଷମ ହେବ ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Question 2.
ଜଙ୍ଗଲ ନଷ୍ଟହେବାର କାରଣଗୁଡ଼ିକ ବର୍ତ୍ତନ କର ।
ଉ-
ନିମ୍ନଲିଖୂତ କାରଣମାନଙ୍କ ଯୋଗୁ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି; ଯଥା-

(i) ଭାରତରେ ଲକ୍ଷ ଲକ୍ଷ ଆଦିବାସୀ ଜଙ୍ଗଲ ଓ ଜଙ୍ଗଲ ତଳି ଅଞ୍ଚଳରେ ବାସକରି ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ।
(ii) କଳକାରଖାନା, ରାସ୍ତାଘାଟ, ରେଳଲାଇନ୍, ଜନବସତି ଓ ଚାଷପାଇଁ ଜଙ୍ଗଲ ସଫାହେବାଦ୍ଵାରା ବଡ଼ ଘଞ୍ଚ ଜଙ୍ଗଲ ଖଣ୍ଡବିଖଣ୍ଡିତ ହେଉଛି ।
(iii) ଆଦିବାସୀ ଓ ସହର ତଳିଅଞ୍ଚଳର ଗାଁମାନଙ୍କରେ ବାସକରୁଥିବା ଲୋକମାନେ ଜଙ୍ଗଲରୁ ଖାଦ୍ୟ, କାଠ, ପତ୍ର, ଫଳ, ଫୁଲ, ମହୁ, ଝୁଣା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କପାଇଁ ଚାରା ସଂଗ୍ରହ ଯୋଗୁ ଜଙ୍ଗଲ ସମ୍ପଦର ଅବକ୍ଷୟ ହେଉଛି ।
(iv) ସହରବାସୀମାନେ ପରୋକ୍ଷଭାବରେ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟଦ୍ୱାରା ଉପକୃତ ହୋଇଥାନ୍ତି । ଏମାନେ ତିଆରି କରିଥାନ୍ତି । ଫଳରେ ଦିନକୁ ଦିନ ଜଙ୍ଗଲ ସମ୍ପଦ କ୍ରମଶଃ ସଙ୍କୁଚିତ ହେଉଛି ଓ ମୁଣ୍ଡପିଛା ଜଙ୍ଗଲର ଆୟତନ କମିବାରେ ଲାଗିଛି ।
(v) ବହୁ ଶିଳ୍ପସଂସ୍ଥାରେ ଜଙ୍ଗଲଜାତ ପଦାର୍ଥକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଅନେକ ପ୍ରକାରର ବ୍ୟବହାରଯୋଗ୍ୟ ପଦାର୍ଥ ଉତ୍ପାଦନ କରାଯାଉଛି । କାଗଜ, କାଠ, ଖେଳ ଉପକରଣ ଓ କବିରାଜି ଔଷଧ ଦ୍ରୁତକ୍ଷୟ ଘଟୁଛି ।
(vi) ଜଙ୍ଗଲରେ ଅଧିବାସୀମାନଙ୍କର ଅର୍ଥନୈତିକ ପ୍ରଗତି ଓ ସାମାଜିକ ବିକାଶ ନ ହେବା ଫଳରେ ସେମାନେ ତାଙ୍କର ବିକଳ୍ପ ଆୟ ପାଇଁ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିଥା’ନ୍ତି ।

Question 3.
ଜଙ୍ଗଲ ସମ୍ପଦର ଅଂଶୀଦାରମାନେ କିଏ ? ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା କ’ଣ ?
ଉ-
(i) ସହର, ଗ୍ରାମାଞ୍ଚଳ ଓ ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଓ ଜଙ୍ଗଲ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଜଙ୍ଗଲ ସମ୍ପଦର ଅଂଶୀଦାର ଅଟନ୍ତି । ଏତଦ୍‌ବ୍ୟତୀତ ଜଙ୍ଗଲ ବିଭାଗ, ପ୍ରକୃତିପ୍ରେମୀ ଓ ଶିଳ୍ପପତିମାନେ ମଧ୍ୟ ଏହାର ଅଂଶୀଦାର ହୋଇଥା’ନ୍ତି ।
(ii) ସଂରକ୍ଷିତ ଜଙ୍ଗଲ ଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା କରାଯାଇ ସେଥ‌ିରେ ଗ୍ରାମବାସୀମାନଙ୍କଦ୍ୱାରା ମନୋନୀତ 5ରୁ 10 ଜଣ ଲୋକଙ୍କୁ ସଭ୍ୟଭାବେ ଗ୍ରହଣ କରାଯାଇଛି ।

ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା :
BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 1
(ii) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ଦେଉଥ‌ିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁକ୍ଳ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି । ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Question 4.
‘ଜଙ୍ଗଲ ହେଉଛି ଜୈବବିବିଧତାର ଉତ୍ସ’ – ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
ଉ-

(i) ଜୈବ ବିବିଧତା କହିଲେ ସାଧାରଣତଃ ଗୋଟିଏ ସ୍ଥାନରେ ବସବାସ କରୁଥିବା ସମସ୍ତ ପ୍ରାଣୀ, ଉଭିଦ ଓ ଅଣୁଜୀବମାନଙ୍କୁ ବୁଝାଇଥାଏ । ଜଙ୍ଗଲ ପରିବେଶରେ ଅପେକ୍ଷାକୃତ କମ୍ ଜାଗାରେ ଅନେକ ପ୍ରକାର ବୃକ୍ଷଲତା ଓ ଜୀବଜନ୍ତୁ ଦେଖାଯାଉଥ‌ିବାରୁ ଏହାକୁ ଜୈବ ବିବିଧତା ଏକ ମୁଖ୍ୟ ଉତ୍ସ ବୋଲି କୁହାଯାଏ ।
(ii) ଜଙ୍ଗଲରେ ଏହି ପାକତିକ ଜୈବ ବିବିଧତା କତିମ ଉପାୟରେ ମଧ୍ଯ ସୃଷ୍ଟି କରାଯାଇପାରିବ ନାହିଁ । ଅନେକ ଅଞ୍ଚଳରେ ଜଙ୍ଗଲ ସଫା ହୋଇଯିବା ପରେ ସେହି ଅଞ୍ଚଳରେ ଶାଗୁଆନ, ଫାସି ଇତ୍ୟାଦି ଏକ ପ୍ରକାରର ବୃକ୍ଷରୋପଣ କରାଯିବା ଫଳରେ ଜୈବ ବିବିଧତା ହ୍ରାସ ପାଇବା ସହ ଜଙ୍ଗଲ ପରିସଂସ୍ଥାର କ୍ଷତି ଘଟୁଛି ଓ ମୁଭିକାର ମାନ ମଧ୍ଯ କମିଯାଉଛି ।
(iii) ତେଣୁ ପ୍ରକୃତରେ କହିବାକୁ ଗଲେ ପଶୁ, ପକ୍ଷୀ ଓ ଉଦ୍ଭିଦ ଯାହାକି ପ୍ରାକୃତିକ ଭାବେ ଜଙ୍ଗଲରେ ମିଳିଥାଏ, ତାହା ଥରେ ନଷ୍ଟ ହୋଇଗଲେ ପୁନର୍ବାର ସୃଷ୍ଟି କରାଯାଇପାରିବ ନାହିଁ । ତେଣୁ ପ୍ରାକୃତିକ ଜଙ୍ଗଲ ଜୈବ ବିବିଧତାର ପ୍ରମୁଖ ଉତ୍ସ ଅଟେ ।

Question 5.
ଜଙ୍ଗଲ ସମ୍ପଦ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ବର୍ଣ୍ଣନା କର ।
ଉ-

(i) ଜଙ୍ଗଲ ସମ୍ପଦର ମୁଖ୍ୟତଃ 4ଟି ଅଂଶୀଦାର ରହିଛନ୍ତି; ଯଥା- ଜଙ୍ଗଲ ଓ ତାର ଆଖପାଖ ଅଞ୍ଚଳରେ ଅସ୍ଵାସୀ, ଜଙ୍ଗଲ ବିଭାଗ, ଶିଳ୍ପପତି ଓ ପ୍ରକୃତିପ୍ରେମୀ । ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରାଯାଇଛି ।

(ii) ଭାରତ ସରକାରଙ୍କଦ୍ୱାରା ପ୍ରଚଳିତ ଏହି ଜଙ୍ଗଲ ପରିଚାଳନା ଯୋଜନାରେ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଅଂଶୀଦାରମାନଙ୍କ ଅଧିକ ଗରତ ଦିଆଯାଉଛି । ସେମାନଙ୍କର ଅଧିକାରକୁ ଅକ୍ଷୁଣ୍ଣ ରଖୁବା ସହିତ ସେମାନଙ୍କ ଜରିଆରେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

(iii) ସେଥୁପାଇଁ ସଂରକ୍ଷିତ ଜଙ୍ଗଲଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା ଗଠନ କରାଯାଇ ସେଥ‌ିରେ ଗ୍ରାମବାସୀମାନଙ୍କଦାରା ମନୋନୀତ ପାଞ୍ଚରୁ ଦଶଜଣ ଲୋକଙ୍କ ସଭ୍ୟଭାବେ ନିଆଯାଉଛି ।

(iv) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ହେଉଥ‌ିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁଳ୍କ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି ।

(v) ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ସେଠାକାର ଜଙ୍ଗଲରୁ ଲବ୍ଧ ଶୁଳ୍କର ଏକ ଅଂଶ ଖର୍ଚ୍ଚ କରାଯାଉଛି । ଫଳରେ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Question 6.
ଭୂତଳ ଜଳସ୍ତର କମିବାର କାରଣଗୁଡ଼ିକ କ’ଣ ? ଭୂତଳ ଜଳସ୍ତର କିପରି ସମୃଦ୍ଧ କରାଯାଇପାରିବ ?
ଉ-
ଭୂତଳ ଜଳସ୍ତର କମିବାର କାରଣ :
(i) ଦେଶରେ ଖାଦ୍ୟର ଆବଶ୍ୟକତା ବୃଦ୍ଧିପାଉଥିବାରୁ ଦିନକୁ ଦିନ କୃଷି ଓ ଶିଳ୍ପସଂସ୍ଥା ପାଇଁ ଅଧ‌ିକରୁ ଅଧିକ ଜଳ ବ୍ୟବହାର କରାଯାଉଛି । ଫଳରେ ଭୂପୃଷ୍ଠ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ଆମ୍ଭେମାନେ ମଧ୍ୟ ନଳକୂପ ଓ ଉଠା ଜଳସେଚନଦ୍ଵାରା ଭୂତଳ ଜଳର ଅତ୍ୟଧିକ ବ୍ୟବହାର କରିଚାଲିଛୁ ।

(ii) ଅନ୍ୟପକ୍ଷରେ ପାହାଡ଼ ଓ ପର୍ବତମାନଙ୍କରୁ ଜଙ୍ଗଲ ସଫା ହୋଇଯିବାଦ୍ବାରା ଭୂତଳକୁ ଜଳର ଗତି କମିବାରେ ଲାଗିଛି ଓ ଭୂତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି । ସେଥ୍ପାଇଁ ଜଳସମ୍ପଦର ସଂରକ୍ଷଣ ସହ ଏହାର ସୁପରିଚାଳନାପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

ଭୂତଳ ଜଳସ୍ତର ସମୃଦ୍ଧ ହେବାର ଉପାୟ :
BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 2

(iii) ନଦୀବନ୍ଧ ଯୋଜନା – ଆମ ଦେଶରେ ଚାଷବାସ ପାଇଁ ଜଳସେଚନର ଆବଶ୍ୟକତାକୁ ଉପଲବ୍ଧକରି ତତ୍‌କାଳୀନ ଇଂରେଜ ସରକାର ସର୍ବପ୍ରଥମେ ବିଭିନ୍ନ ବଡ଼ ଓ ଚିରସ୍ରୋତା ନଦୀମାନଙ୍କରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିଥିଲେ ।

(iv) ଜଳଛାୟା ପରିଚାଳନା- ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ଵାରା ବର୍ଷାଜଳ ଭୂତଳ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।

(v) ଏକ ଚିରାଚରିତ ପ୍ରଥା । ସେଥ‌ିପାଇଁ ସବୁ ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ୱାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ । ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(vi) ଜଳର ପୁନଶ୍ଚ କ୍ରଣ – କୃଷି ଓ ପିଇବାପାଇଁ ଆବଶ୍ୟକ ଜଳ ଅପେକ୍ଷା ଶିଳ୍ପସଂସ୍ଥାମାନେ ଅଧିକ ଜଳ ବ୍ୟବହାର କରିଥାନ୍ତି । ଏହି ଜଳ ଦୂଷିତ ହୋଇ ନିର୍ଗତ ହୋଇଥାଏ ଓ ଅନେକ ସମୟରେ ବିଶୋଧ ନ ହୋଇ ଭୂପୃଷ୍ଠ ଅନୁସାରେ ବିଶୋଧ କରି ପୁନଶ୍ଚକ୍ରଣ କରିପାରିଲେ ଜଳ ପ୍ରଦୂଷଣଜନିତ ସମସ୍ୟା ଦୂର ହେବା ସହିତ ସେମାନଙ୍କର ନିର୍ଭରଶୀଳତା କିଛିମାତ୍ରାରେ କମାଯାଇପାରିବ । ଶିଳ୍ପସଂସ୍ଥାମାନେ ନିଜସ୍ୱ ଶକ୍ତି ଉତ୍ପାଦନ କେନ୍ଦ୍ରପରି ନିଜସ୍ବ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ଜଳ ଗଚ୍ଛିତ କରି ରଖୁରିବେ ଓ ଏହାକୁ ବ୍ୟବହାର କରିପାରିବେ ।

Question 7.
ବୃଷ୍ଟିଜଳ ସଂରକ୍ଷଣର ଉପାୟଗୁଡ଼ିକ ବର୍ଣ୍ଣନ କର ।
ଉ-
(i)ଆମ ଦେଶରେ ବୃଷ୍ଟିଜଳକୁ ସଂରକ୍ଷଣ କରି ଦରକାର ସମୟରେ ବ୍ୟବହାର କରିବା ଏକ ଚିରାଚରିତ ପ୍ରଥା । ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ଵାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ ।
(ii) ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ୍ମିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ବାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।
(iii) କେବଳ ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଆକାରରେ ବର୍ଷସାରା ଉପଲବ୍ଧ ହେଉଥ‌ିବାବେଳେ ଜଳ ଜମିରହୁଥ‌ିବା ସ୍ଥାନଗୁଡ଼ିକରେ ଖରାଦିନେ ଚାଷକାର୍ଯ୍ୟ କରାଯାଇ ପାରୁଛି ଓ ଭୂତଳ ଜଳ ଉତ୍ତୋଳନ କରି ଜଳସେଚନ କରାଯାଇ ପାରୁଛି ।
(iv) ସହରାଞ୍ଚଳମାନଙ୍କରେ ସବୁଆଡ଼େ ‘କଂକ୍ରିଟ୍ ଜଙ୍ଗଲ’ ସୃଷ୍ଟି ହେଉଥ‌ିବାରୁ ବର୍ଷାଜଳ ଭୂତଳକୁ ଗତି କରିବାର ବାଟ ରହୁନାହିଁ ଓ ଏହା ବୋହିଯାଇ ନଦୀରେ ମିଶୁଛି । ସେଥ‌ିପାଇଁ ଆମକୁ ବର୍ଷାଜଳ ସଂରକ୍ଷଣ କରି ଭୂତଳକୁ ପଠାଇବାର ବ୍ୟବସ୍ଥା କରିବା ଦରକାର ।
(v) ଛାତ ଉପରେ ପଡ଼ୁଥ‌ିବା ବର୍ଷାଜଳକୁ ଏକ ବାଲିଶଯ୍ୟା ଥିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ବାଲିଶଯ୍ୟାଦ୍ଵାରା ଶୋଷିହୋଇ ମାଟିତଳକୁ ଗତିକରି ଭୂତଳ ଜଳ ସହିତ ମିଶିପାରିବ । ଏହାଛଡ଼ା ବଷାଜଳକୁ ଟାଙ୍କି ସାହାଯ୍ୟରେ ସଂଗ୍ରହ କରି ସିଧାସଳଖ ବ୍ୟବହାର ମଧ୍ୟ କରାଯାଇପାରିବ ।

Question 8.
ବୃହତ୍ ନଦୀବନ୍ଧ ଯୋଜନାଦ୍ଵାରା ଆମକୁ କେଉଁ ପ୍ରକାରର ସୁବିଧା ମିଳିପାରିଛି ? ଆମେ ଏହାର ବିକଳ୍ପ ଚିନ୍ତା କରିବା କାହିଁକି ଦରକାର ?
ଉ-
(i) ବହଡ଼ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍‌ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ ।
(ii) ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।
(iii) ଓଡ଼ିଶା ସରକାର ‘ମୋ’ପୋଖରୀ’ ପ୍ରକଳ୍ପ ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ ।

Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) ଜଳଛାୟା ପରିଚାଳନା କ’ଣ ?
ଭ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ୱାରା ବର୍ଷାଜଳ ଭୂତଳ ଜଳଭାବରେ ସଂରକ୍ଷିତ ହୋଇପାରିବ । ଏହି ପ୍ରକ୍ରିୟାକୁ ଜଳଛାୟା ପରିଚାଳନା କୁହାଯାଏ ଓ ପାହାଡ଼ର ଗଡ଼ାଆ ଆଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।
(i) ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ କ୍ଷୟକୁ ରୋକିବା ଓ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ।
(ii) ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେସ୍ଥାନେ ପଥର ବନ୍ଧ ନିର୍ମାଣ କରିବାଦ୍ଵାରା ବର୍ଷାଜଳର ବେଗ କମାଯାଇପାରିବ ଓ ଅଧ୍ଵ ଜଳ ଭୂତଳକୁ ଗତି କରିପାରିବ ।

(ଖ) କ୍ଷୁଦ୍ର ନଦୀବନ୍ଧ ଯୋଜନା କିପରି ଉପଯୋଗୀ ?
ଭ-
ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍‌ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ । ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।

(ଗ) ସମତଳ ଅଞ୍ଚଳରେ ଜଳ ସଂରକ୍ଷଣ କିପରି କରାଯାଏ ?
ଉ-
ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତିକରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(ଘ) ବୃହତ୍ ନଦୀବନ୍ଧ ଯୋଜନାରେ କି କି ଅସୁବିଧା ରହିଛି ?
ଉ-
ବଣ୍ଟନ ସମୟରେ କେନାଲ୍ ବନ୍ଧରେ ଅନେକ ସମୟରେ ଘାଇ ସୃଷ୍ଟିହୋଇ ବହୁପରିମାଣର ଜଳ ନଷ୍ଟହୋଇ ସେହି ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି କରୁଛି । ସେହିପରି କେତେକ କେନାଲ୍‌ରେ ଆବଶ୍ୟକ ପରିମାଣର ଜଳପ୍ରବାହ ହେଉନଥ‌ିବାରୁ ଲୋକମାନେ କେନାଲ ବନ୍ଧଗୁଡ଼ିକୁ କାଟିଦେଇ ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛନ୍ତି । ଜଳଭଣ୍ଡାର ସୃଷ୍ଟି ହେବାଦ୍ୱାରା ଯେଉଁସବୁ ଗାଁ ଓ ଜମି ଜଳାର୍ଣ୍ଣବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ଯିବାକୁ ପଡ଼ୁଛି । ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘରଦ୍ୱାର, ଜମିବାଡ଼ି ଓ ବେପାରବଣିଜ ସବୁ ହରାଇ ନିଃସ୍ବ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ଵାରା ପ୍ରୀତିକର ସାମାଜିକ ତଥା ଅର୍ଥନୈକ ପରିସ୍ଥିତି ସୃଷ୍ଟି ହେଉଛି ।

(ଙ) କୋଇଲା ଓ ପେଟ୍ରୋଲିୟମ୍ଜନିତ ପ୍ରଦୂଷଣ ବିଷୟରେ ଏକ ଟିପ୍ପଣୀ ଦିଅ ।
ଉ-
କୋଇଲା ଓ ପେଟ୍ରୋଲିୟମ୍ ଜଳିବାଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଅଙ୍ଗାରକାମ୍ଳ ପରିମାଣ ବଢ଼ିବାଦ୍ୱାରା ତାପମାତ୍ରା ବୃଦ୍ଧିପାଇ ସବୁଜ କୋଠରି ପ୍ରଭାବ ଅନୁଭୂତ ହେଉଛି । ଆମେ ନିଜକୁ ଓ ଜୈବବିବିଧତାକୁ ରକ୍ଷା କରିବାପାଇଁ କୋଇଲା ତଥା ପେଟ୍ରୋଲିୟମ୍ର ବ୍ୟବହାରକୁ ନିୟନ୍ତ୍ରିତ କରିବା ସଙ୍ଗେ ସଙ୍ଗେ ବିକଳ୍ପ, ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ତ୍ବରାନ୍ବିତ କରିବା ଦରକାର । ଏଥପାଇଁ ନିମ୍ନୋକ୍ତ ପଦକ୍ଷେପମାନ ନେବା ନିତାନ୍ତ ଆବଶ୍ୟକ ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

(ଚ) ପୁନଃବ୍ୟବହାର :
ଉ-
(i) କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପଦ୍ଧତି ।
(ii) ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।
(iii) ଉଦାହରଣସ୍ୱରୂପ ଆମର ପୁରୁଣା ଲୁଗାପଟା ଓ ଚପଲ, ରଦି କାଗଜ, ପଲିଥୁନ୍ ମୁଣା, କାଗଜ ଡବା, କାଚ ଓ ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ ବିଭିନ୍ନ କାର୍ଯ୍ୟପାଇଁ ବ୍ୟବହାର କରି ଆମେ ପ୍ରଦୂଷଣକୁ ମଧ୍ୟ ଅନେକାଂଶରେ ପ୍ରଶମିତ କରିପାରିବା ।

(ଛ) ପ୍ରାକୃତିକ ସମ୍ପଦ ସଂରକ୍ଷଣରେ ପ୍ରକୃତିପ୍ରେମୀମାନଙ୍କର ଭୂମିକା
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥ‌ିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
(ii) ଏହା ଚିପ୍‌ ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
(iii) ଚିପକୋ ଆନ୍ଦୋଳନ ପରି ୧୯୮୩ ମସିହାରେ କର୍ଣ୍ଣାଟକରେ ‘ଅସ୍ଥିକୋ ଆନ୍ଦୋଳନ’’ର ସୂତ୍ରପାତ ହୋଇଥିଲା । ‘‘ଆଖିକୋ’’ର ଅର୍ଥ ମଧ୍ଯ କୁଣ୍ଢାଇ ଧରିବା ।
(iv) ଏହି ଆନ୍ଦୋଳନ କ୍ରମଶଃ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲୋକମାନେ ସେମାନଙ୍କ ଅଞ୍ଚଳର ଜଙ୍ଗଲର ସୁରକ୍ଷା ପାଇଁ ଆଗଭର ହେଲେ ।
(v) ପଶ୍ଚିମବଙ୍ଗର ଆରାବରି ଅଞ୍ଚଳର ଶାଳ ଜଙ୍ଗଲ ସଂରକ୍ଷଣ, କେରଳର ପେରିୟାର ଜଙ୍ଗଲ ସଂରକ୍ଷଣ ଇତ୍ୟାଦି ଏହାର ଜ୍ଵଳନ୍ତ ଉଦାହରଣ ।

(ଜ) IUCN
ଉ-
ଏହା ପୃଥ‌ିବୀର ସବୁଠାରୁ ବଡ଼ ପରିବେଶ ସମ୍ବନ୍ଧୀୟ ସଂସ୍ଥା ଏହା ସ୍ଵତନ୍ତ୍ର ଭାବରେ ପରିବେଶ, ଜୈବବିବିଧତା, ପୃଥ‌ିବୀର ବିପନ୍ନ ଜାତିର ଉଭିଦ ଓ ପ୍ରାଣୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ତଥ୍ୟ ଭଣ୍ଡାର ସୃଷ୍ଟି କରିଛି ।
(i) ଜନସାଧାରଣଙ୍କ ଧାରଣା ଯେ ଜଙ୍ଗଲ ସମ୍ପଦ କେବଳ ସରକାରଙ୍କର ଓ ଏଥରେ ସେମାନଙ୍କର କୌଣସି ଅଧିକାର ନାହିଁ କିନ୍ତୁ ଜନଚେତନା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରାୟତଃ ଅସମ୍ଭବ ।
(ii) ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ବିଶ୍ଵ ଜଳବାୟୁରେ କେଉଁସବୁ ପରିବର୍ତ୍ତନ ହେବ ଓ ତାହା ଆମର ଜୀବନଧାରାକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ ।

(ଞ) ଚିପ୍‌ ଆନ୍ଦୋଳନ :
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥ‌ିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି (Reni) ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏହା ଚିପ୍‌ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ
(ii) ଏହା ଚିପ୍‌ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

(ଟ) ବିଷୋଇ ସମ୍ପ୍ରଦାୟ :
ଉ-
ଭାରତର ରାଜସ୍ଥାନ, ହରିଆନା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବାସ କରୁଥିବା ଲୋକମାନେ ତାଙ୍କ ଧର୍ମଗୁରୁଙ୍କ ଉପଦେଶ ମାନୀ ପ୍ରକୃତି ।

Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଅଟକ ବନ୍ଧ ବା ଆଡ଼ିବନ୍ଧ କ’ଣ ?
ଉ-
ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକ ବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷା ଜଳକୁ ରଖାଯିବା ଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(ଖ) ଜଳଛାୟା ଅଞ୍ଚଳ କାହାକୁ କୁହାଯାଏ ?
ଉ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରି, ପଥର ଅଟକ ବନ୍ଧ ଦେଇ ଜଳପ୍ରବାହର କ୍ଷିପ୍ରତା କମାଇ, ଜଳର ଭୂତଳକୁ ମାତ୍ରା ବୃଦ୍ଧି କରିବା ଜଳଛାୟା ପରିଚାଳନ ହେତୁ ପାହାଡ଼ର ଏହି ଗଡ଼ାଣିଆ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ ।

(ଗ) ବିଶ୍ଵ ବନ୍ୟଜୀବ ପାଣ୍ଠିର ମୂଳ ଲକ୍ଷ୍ୟ କ’ଣ ?
ଉ-
ବିଶ୍ଵ ବନ୍ୟଜୀବ ପାଣ୍ଠିର ଲକ୍ଷ୍ୟ ହେଉଛି, ଜୈବ ବିବିଧତାର ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ସମାନ ଓ ପରିପୋଷଣକାରୀ ବ୍ୟବହାର ନିଶ୍ଚିତ କରିବା ।

(ଘ) ରେଡ଼୍ ଡାଟା ବୁକ୍‌ରେ କେଉଁ କେଉଁ ରଙ୍ଗର ପୃଷ୍ଠା ରହିଛି ?
ଉ-
‘ରେଡ଼ଡାଟା ବୁକ୍‌ରେ ସିଲେଇ ହୋଇନଥ‌ିବା ଗ୍ରନ୍ଥି ଯୋଗୁଁ ବିଭିନ୍ନ ରଙ୍ଗର ପୃଷ୍ଠା ମଧ୍ୟରୁ ଗୋଲାପି ଓ ସବୁଜ ରଙ୍ଗର ପୃଷ୍ଠା ରହିଛି ।

(ଙ) ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କ’ଣ ?
ଉ-
ସଂରକ୍ଷିତ ଜଙ୍ଗଲ ନିକଟରେ ରହିଥିବା ଗ୍ରାମବାସୀମାନଙ୍କୁ ଅଂଶୀଦାର ଭାବରେ ଯୋଜନାରେ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ‘ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା’’ କାର୍ଯ୍ୟକାରୀ ହେଉଛି ।

Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ଉଦ୍ଭିଦ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ବାହ୍ୟସ୍ଥାନେ ସଂରକ୍ଷଣ

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

(ଖ) ଜାତୀୟ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ସ୍ବସ୍ଥାନେ ସଂରକ୍ଷଣ

(ଗ) ସୁନ୍ଦରଲାଲ ବହୁଗୁଣା କେଉଁ ପରିବେଶ ଆନ୍ଦୋଳନର ସୂତ୍ରଧର ?
ଉ-
ଚିପ୍ପକୋ ଆନ୍ଦୋଳନ

(ଘ) . କୋଇଲା କେଉଁ ପ୍ରକାର ପ୍ରାକୃତିକ ସମ୍ପଦର ଉଦାହରଣ ?
ଉ-
ନବାକରଣ ଅଯୋଗ୍ୟ

(ଙ) ସର୍ଦାର ସରୋବର ନଦୀବନ୍ଧ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉ-
ଟୁଜରାଟ

Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) IUCN ବିପନ୍ନ ଜାତି ବନ୍ୟପ୍ରାଣୀଙ୍କ ସମୀକ୍ଷା କରି ……………………… ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ ।
(ଖ) ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକାଶମାର୍ଗରୁ ହେଲିକାପ୍ଟର ସାହାଯ୍ୟରେ ………………………. ବ୍ୟବହାର କରିଥିଲେ
(ଗ) ଆମ ଦେଶରେ ରହିଥିବା ସମସ୍ତ ଚିଡ଼ିଆଖାନା ………………………. ଦ୍ଵାରା ନିୟନ୍ତ୍ରିତ ।
(ଘ) ତାପଜ ବିଦ୍ୟତ୍ କେତ୍ରରୁ ବାହାରୁଥିବା ………………. କୁ ବ୍ୟବହାର କରି ଇଟା ତିଆରି କରାଯାଉଛି ।
(ଙ) ଆମ ଘରେ ସୃଷ୍ଟି ହେଉଥ‌ିବା କାଚ ବୋତଲ, ଧାତୁ ଓ ଜରି ପରି ଆବର୍ଜନାକୁ କଞ୍ଚାମାଲ ଭାବରେ ବ୍ୟବହାର କରି ସେଥୁରୁ ପୁନର୍ବାର ମୂଳ ବସ୍ତୁ ଉତ୍ପାଦନ କରିବା ପ୍ରକ୍ରିୟାକୁ …………………………. କୁହାଯାଏ ।

Answer:
(କ) ରେଡ଼ଡାଟା ବୁକ୍
(ଖ) ଜଳ କମାଣ
(ଗ) କେନ୍ଦ୍ରୀୟ ଚିଡ଼ିଆଖାନା ସଂସ୍ଥା
(ଘ) ଫ୍ଲାଇଆସ୍ । କୋଇଲା ପାଉଁଶ
(ଙ) ପୁନଃଶ୍ଚକ୍ରଣ

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 1.
ଦତ୍ତ ମାପଦ୍ଵୟ ମଧ୍ୟରେ ଅନୁପାତ ନିର୍ଣ୍ଣୟ କର । 
(କ) 600 ଗ୍ରାମ୍ ଓ 20 ଗ୍ରାମ୍
ସମାଧାନ:
600 ଗ୍ରାମ୍ ଓ 20 ଗ୍ରାମର ଅନୁପାତ = 600 : 20 = 30 : 1

(ଖ) 500 ଗ୍ରାମ୍ ଓ 2 କି.ଗ୍ରା 
ସମାଧାନ:
500 ଗ୍ରାମ୍ ଓ 2 କି.ଗ୍ରା.ର ଅନୁପାତ (∵ 2 କି.ଗ୍ରା. = 2000 ଗ୍ରାମ)
500 ଗ୍ରାମ୍ ଓ 2000 ଗ୍ରାମର ଅନୁପାତ = 500 : 2000 = 1 : 4

(ଗ) 25 ପଇସା ଓ 1 ଟଙ୍କା
ସମାଧାନ:
25 ପଇସା ଓ 1 ଟଙ୍କାର ଅନୁପାତ 
= 25 ପଇସା ଓ 100 ପଇସାର ଅନୁପାତ = 25 : 100 = 1 : 4

(ଘ) 20 ମିନିଟ୍ ଓ 5 ଘଣ୍ଟା
ସମାଧାନ:
20 ମିନିଟ୍ ଓ 5 ଘଣ୍ଟାର ଅନୁପାତ (∵ 5 ଘଣ୍ଟା = 300 ମିନିଟ୍)
= 20 ମିନିଟ୍ ଓ 300 ମିନିଟ୍ର ଅନୁପାତ = 20 : 300 = 1 : 15

(ଙ) 15 ମିଟର ଓ 90  ସେ.ମି.
ସମାଧାନ:
15 ମିଟର ଓ 90 ସେ.ମି.ର ଅନୁପାତ (15 ମିଟର = 1500 ସେ.ମି.)
= 1500 ସେ.ମି. ଓ 90 ସେ.ମି.ର ଅନୁପାତ = 1500 : 90 = 50 : 3

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 2.
ଗୋଟିଏ ଶ୍ରେଣୀର ବାଳକ ସଂଖ୍ୟା 40 ଓ ବାଳିକା ସଂଖ୍ୟା 25 ହେଲେ, 
(କ) ବାଳକ ଓ ବାଳିକା ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳକ ଓ ବାଳିକା ସଂଖ୍ୟାର ଅନୁପାତ = 40 : 25 = 8 : 5

(ଖ) ବାଳିକା ଓ ବାଳକ ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳିକା ଓ ବାଳକ ସଂଖ୍ୟାର ଅନୁପାତ = 25 : 40 = 5 : 8

(ଗ) ବାଳକ ସଂଖ୍ୟା ଓ ସମୁଦାୟ ପିଲା ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳକ ସଂଖ୍ୟା = 40, ସମୁଦାୟ ପିଲାସଂଖ୍ୟା = 40 + 25 = 65
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 1
∴ ବାଳକ ସଂଖ୍ୟା ଓ ସମୁଦାୟ ପିଲାସଂଖ୍ୟାର ଅନୁପାତ 8 : 13 । 

(ଘ) ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା ଓ ବାଳିକା ସଂଖ୍ୟାର ଅନୁପାତ କେତେ ହେବ ?
ସମାଧାନ:
ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା = 40 + 15 = 55
ବାଳକ ସଂଖ୍ୟା = 25
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 2
∴ ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା ଓ ବାଳିକା ସଂଖ୍ୟାର ଅନୁପାତ କେତେ 11 : 5 ହେବ ।

Question 3.
ଗୋଟିଏ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା 28 ଓ ଛାତ୍ର ସଂଖ୍ୟା 1176 । ସେ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ଗୋଟିଏ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା = 28 ଓ ଛାତ୍ର ସଂଖ୍ୟା = 1176
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 3
ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ସଂଖ୍ୟାର ଅନୁପାତ 1 : 42 ।

Question 4.
ହରି 5 ଘଣ୍ଟାରେ 17 କି.ମି. ବାଟ ଯାଏ ଓ ରାମ 3 ଘଣ୍ଟାରେ 34 କି.ମି. ବାଟ ଯାଏ । ସେମାନଙ୍କ ଘଣ୍ଟା ପ୍ରତି ବେଗର ଅନୁପାତ
କେତେ ?
ସମାଧାନ:
ହରି 5 ଘଣ୍ଟାରେ 17 କି.ମି. ବାଟ ଯାଏ । ହରି 1 ଘଣ୍ଟାରେ ଯିବ = \(\frac{17}{5}\) କି.ମି. ।
ରାମ 3 ଘଣ୍ଟାରେ 34 କି.ମି ବାଟ ଯାଏ ।
ରାମ 1 ଘଣ୍ଟାରେ \(\frac{34}{3}\)  କି.ମି. ବାଟଯାଏ ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 4
ହରି ଓ ରାମର ଘଣ୍ଟାପ୍ରତି ବେଗ 3 : 10 ।

Question 5.
ରାମ ଓ ଶ୍ୟାମର ଘଣ୍ଟା ପ୍ରତି ବେଗର ଅନୁପାତ 3 : 5 । ରାମ 5 ଘଣ୍ଟାରେ 22\(\frac{1}{2}\) କି.ମି. ବାଟ ଯାଏ । ଶ୍ୟାମର ଘଣ୍ଟା ପ୍ରତି ବେଗ
କେତେ ?
ସମାଧାନ:
ରାମ ଓ ଶ୍ୟାମର ଘଣ୍ଟାପ୍ରତି ବେଗର ଅନୁପାତ 3 : 5 ।
ଅର୍ଥାତ୍ ରାମ ଘଣ୍ଟାରେ 3 ଗୁଣ ଗଲେ ଶ୍ୟାମ ଘଣ୍ଟାରେ 5 ଗୁଣ ଯାଏ ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 5

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 6.
ସକିଲା ଗୋଟିଏ ସପ୍ତାହରେ 1008 ଟଙ୍କା ବ୍ୟୟ କରେ ଓ ପ୍ରତ୍ୟେକ ଦିନ 216 ଟଙ୍କା ଆୟ କରେ । ତା’ର ଦୈନିକ ଆୟ ଓ ବ୍ୟୟର ଅନୁପାତ ନିର୍ଣ୍ଣୟ କର ।
ସମାଧାନ:
ସକିଲା ଏକ ସପ୍ତାହ ବା 7 ଦିନରେ ବ୍ୟୟ କରେ 1008 ଟଙ୍କା ।
ସକିଲା 1 ଦିନରେ ବ୍ୟୟ କରେ = \(\frac{1008}{7}\) = 144 ଟଙ୍କା ।
ସକିଲା 1 ଦିନରେ ଆୟ କରେ = 216 ଟଙ୍କା l 
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 6
ସକିଲାର ଦୈନିକ ଆୟ ଓ ବ୍ୟୟର ଅନୁପାତ 3 : 2 ।