BSE Odisha 8th Class Science Solutions Chapter 13 ଧ୍ୱନି

Odisha State Board BSE Odisha 8th Class Science Solutions Chapter 13 ଧ୍ୱନି Textbook Exercise Questions and Answers.

BSE Odisha Class 8 Science Solutions Chapter 13 ଧ୍ୱନି

Question 1.
ନିମ୍ନୋକ୍ତ ପ୍ରତ୍ୟେକ ଅଂଶପାଇଁ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(a) ଧ୍ୱନି ଗତି କରିପାରେ,
(i) କେବଳ ଗ୍ୟାସ୍‌ରେ
(ii) କେବଳ ତରଳରେ
(iii) କେବଳ କଠିନରେ
(iv) କଠିନ, ତରଳ ଓ ଗ୍ୟାସୀୟରେ

(b) ନିମ୍ନୋକ୍ତ ମଧ୍ୟରୁ କେଉଁଟି ଧ୍ୱନିର ଆବୃଦ୍ଧି ଉପରେ ନିର୍ଭର କରେ
(i) ଧ୍ୱନି ପ୍ରବଣତା
(ii) ଧ୍ଵନିର ତାରତ୍ଵ
(iii) ଧ୍ଵନିର ଗୁଣ
(iv) ଧ୍ଵନି ତରଙ୍ଗର ଆୟାମ
ଉ-
(a) କଠିନ, ତରଳ ଓ ଗ୍ୟାସୀୟରେ
(b) ଧ୍ୱନି ପ୍ରବଣତା

BSE Odisha 8th Class Science Solutions Chapter 13 ଧ୍ୱନି

Question 2.
ନିମ୍ନରେ କେତୋଟି ଉକ୍ତି ଦିଆଯାଇଛି । ଉକ୍ତିଟି ଠିକ୍ ଥିଲେ ‘I’ ଉପରେ ଏବଂ ଉକ୍ତିଟି ଭୁଲ୍‌ଲେ ‘I’ ଉପରେ ଠିକ୍ ଚିହ୍ନ ଦିଅ ।
(a) ଧ୍ଵନି ଶୂନ୍ୟରେ ଗତି କରିପାରିବ ନାହିଁ । (T, F)
(b) କମ୍ପିତ ବସ୍ତୁଟି ଏକ ସେକେଣ୍ଡରେ ସୃଷ୍ଟି କରୁଥିବା ପୂର୍ବ ଦୋଳନ ସଂଖ୍ୟାକୁ ତାହାର ଆବର୍ଷକାଳ କୁହାଯାଏ । (T, F)
(c) ଯଦି କମ୍ପନର ଆୟାମ ଅଧିକ ହୁଏ, ତାହାହେଲେ ଧ୍ଵନି କ୍ଷୀଣ ହୋଇଥାଏ । (T, F)
(d) ମାନବ କଣ୍ଠପାଇଁ ଶ୍ରାବ୍ୟ ଆବୃତ୍ତି ପରିସର 20 Hz ରୁ 20,000 Hz 266 (T, F)
(e) କମ୍ପନର ଆବୃତ୍ତି କମ୍ ହେଲେ, ଧ୍ବନି କର୍କଶ ହୁଏ । (T, F)
(f) ଅଦରକାରୀ ଏବଂ ଶ୍ରୁତିକଟୁ ଧ୍ଵନିକୁ ସଙ୍ଗୀତ କୁହାଯାଏ । (T, F)
(g) ଧ୍ୱନି ପ୍ରଦୂଷଣ ଶ୍ରବଣ ଶକ୍ତିକୁ ନଷ୍ଟ କରେ । (T, F)

Answers:
(a) T
(b) F
(c) F
(d) T
(e) F
(f) F
(g) T

Question 3.
ଶୂନ୍ୟସ୍ଥାନ ପୂରଣ କର ।
(a) ଗୋଟିଏ ବସ୍ତୁର ପୂର୍ଷ ଦୋଳନପାଇଁ ଯେଉଁ ସମୟ ଲାଗେ ତାହାକୁ ………………….. କହନ୍ତି ।
(b) ଆବୃତ୍ତିର ଏକକ ……………….. ଅଟେ ।
(c) ଅଦରକାରୀ ଓ ଶ୍ରୁତି କଟୁଯୁକ୍ତ ଶବ୍ଦକୁ ……………………. କହନ୍ତି ।
(d) ଧ୍ଵନିର କର୍କଶତା କମ୍ପନର ………………….. ଦ୍ଵାରା ନିର୍ମିତ ହୁଏ ।

(a) ଆବର୍ତ୍ତକାଳ
(b) ହର୍ସ
(c) କୋଳାହଳ
(d) ଆବୃତ୍ତି

Question 4.
ଗୋଟିଏ ଦୋଳକ 2 ସେକେଣ୍ଡରେ 20 ଥର ପୂର୍ଣ୍ଣ ଦୋଳନ କଲେ, ତାହାର ଆବର୍ତ୍ତକାଳ ଏବଂ ଆବୃତ୍ତି ନିର୍ଣ୍ଣୟ କର ।
ଉ-
ଦୋଳକଟି 2 ସେକେଣ୍ଡରେ ପୂର୍ଣ କରୁଥିବା ଦୋଳନ ସଂଖ୍ୟା = 20 ଥର ପୂର୍ଣ୍ଣଦୋଳନ ।

BSE Odisha 8th Class Science Solutions Chapter 13 ଧ୍ୱନି 1
ଦୋଳନର ଆବୃତ୍ତି (f) = 10 Hz
BSE Odisha 8th Class Science Solutions Chapter 13 ଧ୍ୱନି 2

Question 5.
ଗୋଟିଏ ମଶା ତାହାର ଡେଣା ଦ୍ବାରା ଏକ ସେକେଣ୍ଡରେ 500 ଥର କମ୍ପନ ସୃଷ୍ଟି କରୁଥିଲେ, ତାହାର ଆବର୍ଷକାଳ କେତେ ?
ଉ-
ମଶା l ସେକେଣ୍ଡରେ କମ୍ପନ କରେ 500 ଥର ।
ମଶାର ଡେଣାର ଆବୃତ୍ତ (f) = 500 Hz
BSE Odisha 8th Class Science Solutions Chapter 13 ଧ୍ୱନି 3

Question 6.
ନିମ୍ନ ବାଦ୍ୟଯନ୍ତ୍ରର କେଉଁ ଅଂଶଟି କମ୍ପିତ ହୋଇ ଧ୍ବନି ସୃଷ୍ଟି କରେ ?
ଉ-
(a) ମୃଦଙ୍ଗ
(b) ସିତାର
(c) ବଂଶୀ
ଉ-
(a) ମୃଦଙ୍ଗର ସମୁଦାୟ ମୃଦଙ୍ଗ କମ୍ପିତ ହୋଇ ଧ୍ବନି ସୃଷ୍ଟି କରେ ।
(b) ସୀତାରର ସମୁଦାୟ ସୀତାର ଯନ୍ତ୍ରଟି କମ୍ପିତହୋଇ ଧ୍ୱନି ସୃଷ୍ଟି କରେ ।
(c) ବଂଶୀର ବାୟୁସ୍ତମ୍ଭ କମ୍ପିତ ହୋଇ ଧ୍ବନି ସୃଷ୍ଟି କରେ ।

BSE Odisha 8th Class Science Solutions Chapter 13 ଧ୍ୱନି

Question 7.
ତୁମ ଚତୁଃପାର୍ଶ୍ବରେ ଧ୍ୱନି ପ୍ରଦୂଷଣ ସୃଷ୍ଟି କରୁଥ‌ିବା କାରକ ଗୁଡ଼ିକର ନାମ ଲେଖ ।
ଉ-
ଧ୍ୱନି ପ୍ରଦୂଷଣର ସୃଷ୍ଟି କରୁଥିବା କାରକଗୁଡ଼ିକ ହେଲା –
ଗାଡ଼ିମଟରର କେଁ କେଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘର ନାଦ, ବିଭିନ୍ନ ବିସ୍ଫୋରଣର ଧ୍ବନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚ ତୀବ୍ରତା ବିଶିଷ୍ଟ ଧ୍ଵନି, ଟେଲିଭିଜନ ଓ ରେଡ଼ିଓରୁ ନିଃସୃତ ଉଚ୍ଚ ଧ୍ୱନି, ଗ୍ରାଇଣ୍ଡର ଚାଲିବାର ଧ୍ୱନି ଇତ୍ୟାଦି ।

Question 8.
ଧ୍ୱନି ପ୍ରଦୂଷଣ ମନୁଷ୍ୟମାନଙ୍କର କିପରି କ୍ଷତି କରେ, ଆଲୋଚନା କର ।
ଉ-
ଧ୍ୱନି ପ୍ରଦୂଷଣର କ୍ଷତିକାରକ ପ୍ରଭାବ

  • ଧ୍ୱନି ପ୍ରଦୂଷଣ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଓ ବିଭିନ୍ନ ପ୍ରକାର ସ୍ନାୟବିକ ରୋଗର କାରଣ ହୋଇଥାଏ ।
  • ମାତ୍ରାଧୂକ ଧ୍ୱନିରେ କାର୍ଯ୍ୟକଲେ ବ୍ୟକ୍ତିର ଶ୍ରବଣଶକ୍ତି ସଂପୂର୍ଣ୍ଣ ବା ଆଂଶିକ ମାତ୍ରାରେ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।
  • ମନୁଷ୍ୟର କାର୍ଯ୍ୟ ଦକ୍ଷତା ହ୍ରାସପାଏ ।
  • କୋଳାହଳ କ୍ରୋଧ ଓ ଅସ୍ଥିରତା ସୃଷ୍ଟିକରିବା ସଙ୍ଗେ ସଙ୍ଗେ ସୁନିଦ୍ରାରେ ବ୍ୟାଘାତ ଆଣେ ।

Question 9.
ଗୋଟିଏ ସ୍ୱରପେଟିକାର ନାମାଙ୍କିତ ଚିତ୍ର କରି ତାହାର କାର୍ଯ୍ୟ ନିଜ ଭାଷାରେ ବର୍ଣ୍ଣନା କର ।
ଉ-

  • ମନୁଷ୍ୟମାନେ ସ୍ୱରପେଟିକା (Larynx) ସାହାଯ୍ୟରେ ଧ୍ଵନି ସୃଷ୍ଟି କରନ୍ତି ।
  • ଦୁଇଟି କଣ୍ଠରଜ୍ଜୁ ସ୍ୱରପେଟିକାର ଏପାଖରୁ ସେପାଖକୁ ମଧ୍ୟରେ ବାୟୁ ଯିବାପାଇଁ ଏକ ସୂକ୍ଷ୍ମରନ୍ଧ୍ର ଥାଏ ।
  • ଫୁସ୍‌ଫୁସ୍ ଯେତେବେଳେ ବାୟୁକୁ ଏହି ପଥଦେଇ ଠେଲେ ସେତେବେଳେ କଣ୍ଠରଜ୍ଜୁ କମ୍ପିତ ହୋଇ ଧ୍ଵନି ସୃଷ୍ଟି ହୁଏ ।
  • କଣ୍ଠରଜୁ ସହ ସଂଯୁକ୍ତ ମାଂସପେଶୀଦ୍ଵାରା ଏହି ରଜ୍ଜୁ କେତେବେଳେ ଢିଲା ଓ କେତେବେଳେ ଟାଣିହୋଇ ରହେ । କଣ୍ଠରଜ୍ଜୁ ପତଳା ହେଲେ ମଧୁର କଣ୍ଠସ୍ବର ଓ ପ୍ରସାରିତ ହେଲେ ଟାଣ କଣ୍ଠସ୍ଵର ସୃଷ୍ଟି ହୁଏ ।

BSE Odisha 8th Class Science Solutions Chapter 13 ଧ୍ୱନି 4

BSE Odisha 8th Class Science Solutions Chapter 13 ଧ୍ୱନି

Question 10.
ବିଜୁଳି ଓ ଘଡ଼ଘଡ଼ି ଆକାଶରେ ଏକା ସମୟରେ ଏବଂ ସମାନ ଦୂରତାରେ ଦେଖାଯାଏ । ତାହାହେଲେ କାହିଁକି ବିଜୁଳି ଆଗ ଦେଖାଯାଏ ଏବଂ ଘଡ଼ଘଡ଼ି ତାହାପରେ ଶୁଣାଯାଏ ।
ଉ-

  • ବାୟୁରେ ଆଲୋକର ବେଗ ଶବ୍ଦର ବେଗଠାରୁ ଅଧ୍ଵ ।
  • ବିଜୁଳି ଓ ଘଡ଼ଘଡ଼ି ଏକ ସଙ୍ଗେ ସୃଷ୍ଟି ହେଲେ ମଧ୍ୟ ଆମ ପାଖରେ ସର୍ବପ୍ରଥମେ ଆଲୋକ ପହଞ୍ଚିଯାଏ, ତେଣୁ ବିଜୁଳି ଆଗ ଦେଖାଯାଏ ଏବଂ ଘଡ଼ଘଡ଼ି ତାହା ପରେ ଶୁଣାଯାଏ ।

Question 11.
ତୁମ ବାପା ଗୋଟିଏ ଘର କ୍ରୟ କରିବାକୁ ଚାହୁଁଛନ୍ତି । ସେହି ଘର ମଧ୍ୟରୁ ଗୋଟିଏ ମୁଖ୍ୟ ରାସ୍ତାକଡ଼ରେ ଏବଂ ଅନ୍ୟଟି ମୁଖ୍ୟ ରାସ୍ତାଠାରୁ ତିନି | ଚାରୋଟି ଘର ଛାଡ଼ି ଲେନ୍ (ଗଳି)ରେ ଅବସ୍ଥିତ । ତୁମ ବାପା ପାଇଁ କେଉଁ ଘରଟି କ୍ରୟ କରିବା ଉଚିତ, ତୁମର ଉତ୍ତର ସପକ୍ଷରେ ଯୁକ୍ତି ଗୁଡ଼ିକ ଉଲ୍ଲେଖ କର ।
ଉ-

  • ଆମ ବାପା ମୁଖ୍ୟ ରାସ୍ତାଠାରୁ ତିନି/ଚାରୋଟି ଘର ଛାଡ଼ି ଲେନ୍ (ଗଳି)ରେ ଅବସ୍ଥିତ ଘରଟିକୁ କ୍ରୟ କରିବା ଉଚିତ ।
  • କାରଣ ମୁଖ୍ୟ ରାସ୍ତାକଡ଼ରେ ଘର କିଣିଲେ ସଦାସର୍ବଦା ଗାଡ଼ି ମଟରର କେଁ ନାଁ ଶବ୍ଦ ଜନିତ ଶବ୍ଦ ପ୍ରଦୂଷଣରେ ରହି ଆମର କାର୍ଯ୍ୟଦକ୍ଷତା କମିଯିବ ଓ କେତେକ ରୋଗ ଆକ୍ରମଣର ଶିକାର ହେବାକୁ ପଡ଼ିବ ।

ଆଉ କ’ଣ କରିହେବ ?

Question 1.
ତୁମ ଘର ନିକଟରେ ବାସକରୁଥି ସଙ୍ଗୀତଜ୍ଞଙ୍କ ନିକଟକୁ ଯାଅ, ସେମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନେ କେଉଁ କେଉଁ ବାଦ୍ୟଯନ୍ତ୍ର ବ୍ୟବହାର କରୁଛନ୍ତି, ତାହାର ତାଲିକା ପ୍ରସ୍ତୁତ କର । ଏହି ଯନ୍ତ୍ରଗୁଡ଼ିକର କେଉଁ ଅଂଶ କମ୍ପିତ ହୋଇ ଧ୍ବନି ସୃଷ୍ଟିକରେ ତାହା ଉଲ୍ଲେଖ କର ।
BSE Odisha 8th Class Science Solutions Chapter 13 ଧ୍ୱନି 5

Question 2.
ତୁମେ ଯଦି ବାଦ୍ୟଯନ୍ତ୍ର ବଜାଉଥାଅ, ତାହାହେଲେ ବିଦ୍ୟାଳୟରେ ହେଉଥ‌ିବା ମ୍ୟୁଜିକ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା ଦେଖାଅ ।
ଉ-
ମୁଁ ଖଞ୍ଜଣି ଓ ମୃଦଙ୍ଗ ବଜାଇପାରେ । ମୁଁ ମଧ୍ୟ ଆମ ସ୍କୁଲରେ ତାବଲା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛି ।

BSE Odisha 8th Class Science Solutions Chapter 13 ଧ୍ୱନି

Question 3.
ଭାରତ ତଥା ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞଙ୍କର ନାମ ଏବଂ ସେମାନେ ବ୍ୟବହାର କରୁଥ‌ିବା ବାଦ୍ୟଯନ୍ତ୍ରର ନାମ ସଂଗ୍ରହ କରି ଏକ ତାଲିକା ପ୍ରସ୍ତୁତ କର ।
BSE Odisha 8th Class Science Solutions Chapter 13 ଧ୍ୱନି 6

Question 4.
ଦୁଇଟି ଟେଲିଫୋନ୍ ଖେଳନା ପ୍ରସ୍ତୁତ କର ।
ଉ-
ଉ ନିଜେ କର ।

BSE Odisha 8th Class Science Solutions Chapter 13 ଧ୍ୱନି

Question 5.
ତୁମ ଅଞ୍ଚଳରେ ଧ୍ଵନି ପ୍ରଦୂଷଣର କାରଣଗୁଡ଼ିକୁ ତୁମର ପିତାମାତା, ସାଙ୍ଗସାଥୀ ଏବଂ ପଡ଼ୋଶୀମାନଙ୍କ ସହ ଆଲୋଚନା କର । ଧ୍ୱନି ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ତାହାର ପ୍ରସ୍ତାବ ଉପସ୍ଥାପନ କର । ଏହା ଉପରେ ଏକ ସନ୍ଦର୍ଭ ଲେଖୁ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ତୁମ ଶ୍ରେଣୀର ସହପାଠୀଙ୍କ ସହ ଆଲୋଚନା କର ଏବଂ ବିଦ୍ୟାଳୟର ପ୍ରାଚୀର ପତ୍ରରେ ପ୍ରକାଶ କର ।
ଉ –
ଆମ ଅଞ୍ଚଳର ଧ୍ୱନି ପ୍ରଦୂଷଣର କାରଣ

  • ଡାକବାଜି ଯନ୍ତ୍ରର କାନଫଟା ଗର୍ଜନ
  • ଗାଡ଼ିମଟରର କେ କାଁ ଶବ୍ଦ
  • ବିବାହମଣ୍ଡପକୁ ଯାଉଥବା ରୋଷଣି
  • ଘରେ ଗ୍ରାଇଣ୍ଡର ଚାଲିବା ଶବ୍ଦ ଓ ଟିଭି ରେଡ଼ିଓ ବାଜିବା ଶବ୍ଦ

ଧ୍ୱନି ପ୍ରଦୂଷଣର ରୋକିବାର ଉପାୟ-

  • ଗାଡିମଟରରେ ସାଇଲେନ୍ସର ଖଞ୍ଜିଦେଲେ ଶବ୍ଦ ପ୍ରଦୂଷଣକୁ ରୋକାଯାଇପାରିବ ।
  • ଅଧିକ ଧ୍ୱନି ପ୍ରବଣତା ବିଶିଷ୍ଟ ଆତସବାଜି ଫୁଟାଇବାରେ କଟକଣା କରିବା ଆବଶ୍ୟକ ।
  • ସରକାରଙ୍କ ତରଫରୁ ଡାକବାଜିଯନ୍ତ୍ର ନ ବଜାଇବାପାଇଁ ଆଇନ ଘୋଷଣା ହେବା ଦରକାର । ଫଳରେ ଶବ୍ଦ ପ୍ରଦୂଷଣକୁ ରୋକାଯାଇପାରିବ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଦୋଳନର ………………….. ଅଧ୍ଵକ ହେଲେ ଧ୍ଵନି ପ୍ରବଣତା ଅଧିକ ହୁଏ ।
(ii) ଦୋଳନର ……………………… ଅଧିକ ହେଲେ ତୀକ୍ଷ୍ଣ ଧ୍ୱନି ସୃଷ୍ଟି ହୁଏ ।
(iii) ନି କମ୍ପନ …………………….. ମସ୍ତିଷ୍କକୁ ଯାଏ ।
(iv) ଧ୍ଵନିର ପିଚ୍ କମ ହେଲେ ……………………… ଅଧିକ ହୋଇଥାଏ ।
(v) ଶ୍ରୁତିକଟୁ ଧ୍ଵନି ବା କୋଳାହଳକୁ ………………….. କୁହାଯାଏ ।
(vi) ଆବୃତ୍ତିକୁ …………………….. ଏକକରେ ପରିପ୍ରକାଶ କରାଯାଏ ।
(vii) ଗୋଟିଏ ମାଧ୍ୟମରେ ଥରେ ଦୋଳନ ପାଇଁ କମ୍ପିତ କଣିକା ଯେତେ ସମୟ ନିଏ ତାକୁ …………………… କୁହାଯାଏ ।
(viii) ଦୋଳନଶୀଳ ବସ୍ତୁ ପ୍ରତି ସେକେଣ୍ଡରେ ଯେତେ ସଂଖ୍ୟକ ପୂର୍ଣ୍ଣ ଦୋଳନ କରେ ତାକୁ ଦୋଳନର ………………… କହନ୍ତି ।
(ix) ଦୋଳନ ସମୟରେ ମାଧ୍ଯ ଅବସ୍ଥାନର କୌଣସି ଗୋଟିଏ ପାର୍ଶ୍ବକୁ କଣିକାର ସର୍ବାଧିକ ବିସ୍ଥାପନକୁ ………………….. କହନ୍ତି ।
(x) ……………………. ଧ୍ଵନି କମ୍ପନକୁ ଗ୍ରହଣକରି ଶ୍ରୁତିସ୍ନାୟୁ ସାହାଯ୍ୟରେ ମସ୍ତିଷ୍କକୁ ପଠାଏ ।
(xi) ମନୁଷ୍ୟ ତାହାର ………………… ର କମ୍ପନଦ୍ବାରା ଧ୍ୱନି ସୃଷ୍ଟି କରିଥାଏ ।
(xii) ଅଲ୍‌ଟ୍ରାସାଉଣ୍ଡରେ …………………………… ହର୍ସରୁ ଅଧ‌ିକ ଆବୃତ୍ତିର ଶବ୍ଦ ତରଙ୍ଗ ସୃଷ୍ଟି କରାଯାଏ ।
(xiii) ବାଦୁଡ଼ି ପ୍ରାୟ ………………………. ଆବୃତ୍ତି ବିଶିଷ୍ଟ ଧ୍ଵନି ଶୁଣିପାରେ ।
(xiv) କୁକୁର ………………………. ବୃତ୍ତି ବିଶିଷ୍ଟ ଧ୍ବନି ଶୁଣିପାରେ ।
(xv) ମନୁଷ୍ୟର ଶ୍ରାବ୍ୟ ପରିସର 20HZ ରୁ …………………………… kHZ ।
(xvi) ଗୋଟିଏ ଉଚ୍ଚପିଚ୍ ବିଶିଷ୍ଟ ଧ୍ବନିର ଉଦାହରଣ ……………………. ଅଟେ ।
(xvii) ଗୋଟିଏ କମ୍ ପିଚ୍ ବିଶିଷ୍ଟ ଧ୍ୱନିର ଉଦାହରଣ ………………………… ଅଟେ ।
(xviii) ସାଧାରଣ ଶ୍ଵାସକ୍ରିୟାରେ ଧ୍ଵନିପ୍ରବଣତା ……………………. dB ଅଟେ ।
(xix) ସାଧାରଣ କଥୋପକଥନର ଧ୍ଵନିପ୍ରବଣତା …………………. dB ଅଟେ ।
(xx) ଧ୍ଵନି ପ୍ରବଣତା ……………………… ଏକକରେ ପ୍ରକାଶ କରାଯାଏ ।

Answers:

(ii) ଆବୃତ୍ତି
(iii) ଶ୍ରୁତିସ୍ନାୟୁ
(iv) ଧ୍ଵନିପ୍ରବଣତା
(v) ଶବ୍ଦ ପ୍ରଦୂଷଣ
(vi) ହର୍ସ
(vii) ଆବର୍ତ୍ତକାଳ
(viii) 19
(ix) ଆୟାମ
(x) କଣ୍ଡପଟ୍ଟହ
(xi) କଣ୍ଠରଜ୍ଜୁ
(xii) 20,000
(xiii) 100 kHz
(xiv) 50 kHz
(xv) 20
(xvi) ପକ୍ଷୀର ରାବ
(xvii) ସିଂହର ଗର୍ଜନ
(xviii) 10
(xix) 60
(xx) ଡେସିବେଲ୍

BSE Odisha 8th Class Science Solutions Chapter 13 ଧ୍ୱନି

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) କମ୍ପିତ ବସ୍ତୁରୁ …………………. ସୃଷ୍ଟି ହୁଏ । (ତାପ, ଧ୍ଵନି, ତରଙ୍ଗ, ଆଲୋକ)
(ii) ଶବ୍ଦ ଶୁଣିବା ଏହାର ………………. ଉପରେ ନିର୍ଭର କରେ । (ସଂଚାରଣ, ଚଳନ, ଗତି, ଆବୃତ୍ତି)
(iii) ଧ୍ବନି ……………………….. ରେ ଗତି କରିପାରେ ନାହିଁ । ( କଠିନ, ତରଳ, ଗ୍ୟାସୀୟ, ଶୂନ୍ୟ)
(iv) କାନର ………………………… ଅଂଶର ଆକାର ଏକ କାହାଳୀପରି ଅଟେ । (ବାହ୍ୟ, ଅନ୍ତ, ମଧ୍ୟ, ଉପର)
(v) କାନରେ ଥିବା ବୃତ୍ତାକାର ପରଦାକୁ ………………………. କୁହାଯାଏ । ( ବାହ୍ୟଅଂଶ, କାନନଳୀ, କର୍ଣ୍ଣପଟହ, ଶ୍ରୁତିସ୍ନାୟୁ)
(vi) 169 1696 = ………………… । ( 1 ହର୍ସ, 1 ଜୁଲ, I ଅର୍ଗ, I ନିଉଟନ୍)
(vii) ଧ୍ଵନି ପ୍ରବଣତାକୁ, …………………………. ଏକକରେ ମପାଯାଏ । (db, Db, Bd, dB)
(viii) ଆବର୍ତ୍ତକାଳ ଓ ଆବୃତ୍ତି ମଧ୍ୟରେ ସମ୍ପର୍କ. ……………………… ଅଟେ । BSE Odisha 8th Class Science Solutions Chapter 13 ଧ୍ୱନି 1
(ix) ……………… dB ଧ୍ବନି ପ୍ରବଣତା ଆମ ଶରୀରପାଇଁ କ୍ଷତିକାରକ । (25-85, 65-25, 55-65, 45-55)
(x) 1 KHZ = ……………………….. HZ (10, 100, 1000, 10,000)

Answers:
(i) ଧ୍ବନି
(ii) ସଂଚାରଣ
(iii) ଶୂନ୍ଯ
(iv) ଚାହ୍ୟ
(v) କଣ୍ଡପଟହ
(vi) 1Hz
(vii) dB
(viii) T = (viii) T \(=\frac{1}{f}\)
(ix) 25-85
(x) 1000

3. ବାମ ପାର୍ଶ୍ୱସ୍ଥ ଶବ୍ଦଦ୍ବୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ଉଚ୍ଚସ୍ୱର : ଆୟାମ ଅଧୂକ :: ନିମ୍ନସ୍ୱର : ……………………
(ii) ଆବୃତ୍ତି : ହର୍ସ୍ :: ଧ୍ଵନିପ୍ରବଣତା : …………………..
(iii) ବାଦୁଡ଼ି : 100 kHz :: କୁକୁର : …………………..
(iv) କଳକାରଖାନା : 80 dB :: ଗହଳି ଟ୍ରାଫିକ : …………………..
(v) ପୁରୁଷ : 20 ମି.ମି. .:: ସ୍ତ୍ରୀ : …………………..
(vi) ସାଧାରଣ ଶ୍ଵାସକ୍ରିୟା : ସାଧାରଣ କଥାବାର୍ତ୍ତା :: 10dB : …………………..
(vii) ସିଂହ ଗର୍ଜନ : ନିମ୍ନପିଚ୍ :: ପକ୍ଷୀରାବ : …………………..
(viii) ଅଲଟ୍ରାସୋନିକ୍ : 20,000 H :: ଇନ୍ ଫ୍ରାସୋନିକ୍ : …………………..
(ix) ଆରାମଧ୍ଵନି : ଶ୍ରୁତିମଧୁର :: ବିରକ୍ତିକର ଧ୍ଵନି: …………………..
(x) ଜାକିର ହୁସେନ୍ : ତାବଲା :: ବିସ୍‌ମିଲ୍ଲା ଖାନ୍ : …………………..

Answers:
(i) ଆୟାମ କମ୍
(ii) dB
(iii) 50 kHz
(iv) 20dB.
(v) 15 ମି.ମି.
(vi) 60dB
(vii) ଉଚ୍ଚପିବ୍
(viii) 20H
(ix) କୋଳାହଳ
(x) ସାହାନାଇ

BSE Odisha 8th Class Science Solutions Chapter 13 ଧ୍ୱନି

4. ‘କ’ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ବଂଶୀ (i) f-1
(ii) ମହୁରୀ (ii) ରବିଶଙ୍କର
(iii) ଚାଙ୍ଗୁ (iii) କର୍ଣ୍ଣପଟହ
(iv) ସାତାର (iv) ବାୟୁ ନଳୀ
(v) T (v) ବାୟୁସ୍ତମ୍ଭ
(vi) କାନ୍ (vi) ଶ୍ରବଣ ଇନ୍ଦ୍ରିୟ
(vii) ଟାଣ ଝିଲ୍ଲୀ (vii) ଗିରିଧାରୀ ଗମାଙ୍ଗୋ
(viii) ଧ୍ଵନି ପ୍ରଦୂଷଣ (viii) 20Hz ରୁ 20 000 Hz
(ix) ଶ୍ରାବ୍ୟ ଆବୃତ୍ତି ପରିସର (ix) 20 kHz
(x) ଅଲଟ୍ରାସାଉଣ୍ଡ ଯନ୍ତ୍ରର ଆବୃତ୍ତି (x) B

Answer:

‘କ’ ସ୍ତମ୍ଭ ଖ’ ସ୍ତମ୍ଭ
(i) ବଂଶୀ (v) ବାୟୁସ୍ତମ୍ଭ
(ii) ମହୁରୀ (iv) ବାୟୁ ନଳୀ
(iii) ଚାଙ୍ଗୁ (vii) ଗିରିଧାରୀ ଗମାଙ୍ଗୋ
(iv) ସାତାର (ii) ରବିଶଙ୍କର
(v) T (i) f-1
(vi) କାନ୍ (vi) ଶ୍ରବଣ ଇନ୍ଦ୍ରିୟ
(vii) ଟାଣ ଝିଲ୍ଲୀ (iii) କର୍ଣ୍ଣପଟହ
(viii) ଧ୍ଵନି ପ୍ରଦୂଷଣ (x) B
(ix) ଶ୍ରାବ୍ୟ ଆବୃତ୍ତି ପରିସର (viii) 20Hz ରୁ 20 000 Hz
(x) ଅଲଟ୍ରାସାଉଣ୍ଡ ଯନ୍ତ୍ରର ଆବୃତ୍ତି (ix) 20 kHz

 

5.ଭୁଲ୍ ଉକ୍ତି ନିକଟରେ ‘x’ ଚିହ୍ନ ଓ ଠିକ୍ ଉକ୍ତି ନିକଟରେ ‘/? ଚିହ୍ନ ଦିଅ ।
(i) ଏକତାରା ଏକ ମୃଦଙ୍ଗ ଭଳି ବାଦ୍ୟ ।
(ii) ପୁରୁଷମାନଙ୍କର କଣ୍ଠରଜ୍ଜୁର ଦୈର୍ଘ୍ୟ ସ୍ତ୍ରୀମାନଙ୍କ କଣ୍ଠରଜ୍ଜୁର ଦୈର୍ଘ୍ୟଠାରୁ ଛୋଟ ।
(iii) ଶବ୍ଦ ଶୂନ୍ୟ ମାଧ୍ୟମରେ ଗତି କରିପାରେ ।
(iv) ଧ୍ଵନିର ଧ୍ଵନିପ୍ରବଣତା ଦୋଳନ ସୃଷ୍ଟି କରୁଥିବା କମ୍ପନର ଆୟାମର ବର୍ଗସହ ସମାନୁପାତୀ ।
(v) କଳକାରଖାନାର ଧ୍ଵନିପ୍ରବଣତା 80 dB ।
(vi) ଡ୍ରମର କମ୍ପନର ଆବୃତ୍ତି ବେଶି ହୋଇଥିବାରୁ ଏହା କର୍କଶ ହୋଇଥାଏ ।
(vii) . ଵିସିଲ୍‌ର ଆବୃଭି ଅଧ୍ଵ ହେତୁ ଏହା ତୀକ୍ଷ୍ଣ ହୋଇଥାଏ ।
(viii) ସିଂହ ଗର୍ଜନର ଧ୍ଵନିପ୍ରବଣତା କମ୍ ଓ ଏହା ଉଚ୍ଚ ପିଯୁକ୍ତ ।
(ix) ଅଧିକାଂଶ କ୍ଷେତ୍ରରେ ନାରୀମାନଙ୍କର ସ୍ବରର ଆବୃତ୍ତ ପୁରୁଷମାନଙ୍କର ସ୍ଵରର ଆବୃଭିଠାରୁ ଅଧିକ ।
(x) ହର୍ସ = ( ସେକେଣ୍ଡ )-1

BSE Odisha 8th Class Science Solutions Chapter 13 ଧ୍ୱନି

Answers:
(i) ✗
(ii) ✗
(iii) ✗
(iv) ✓
(v) ✓
(vi) ✗
(vii) ✓
(viii) ✗
(ix) ✓
(x) ✓

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Odisha State Board BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା Textbook Exercise Questions and Answers.

BSE Odisha Class 8 Odia Solutions Chapter 3 ଶିକ୍ଷାଦୀକ୍ଷା

ପାଠ୍ୟପୁସ୍ତ୍ରକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) ଶ୍ରୀରାମଙ୍କ ପିତାଙ୍କ ନାମ କ’ଣ ?
Answer:
ଶ୍ରୀରାମଙ୍କ ପିତାଙ୍କ ନାମ ଦଶରଥ ।

(ଖ) ରାମଙ୍କ ସହିତ ଆଉ କିଏ କିଏ ବନବାସକୁ ଯାଇଥିଲେ ?
Answer:
ରାମଙ୍କ ସହିତ ତାଙ୍କର ପତ୍ନୀ ସୀତା ଓ ଅନୁଜ ଲକ୍ଷଣ ବନବାସକୁ ଯାଇଥିଲେ ।

(ଗ) ଭରତଙ୍କୁ ପ୍ରବୋଧନା ଦେବାପାଇଁ ରାମ କ’ଣ କରିଥିଲେ ? .
Answer:
ଭରତଙ୍କୁ ପ୍ରବୋଧନା ଦେବାପାଇଁ ରମଚନ୍ଦ୍ର ତାଙ୍କୁ ନିଜର ପାଦୁକୀ ପ୍ରଦାନ କରିଥିଲେ।

(ଘ) ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ କେଉଁ ବିଷୟର ସୂଚନା ମିଳେ ?
Answer:
ପୁତ୍ର ପ୍ରତି ପିତାର କେତେ ସ୍ନେହ ଓ ଆନ୍ତରିକତା ରହିଥାଏ, ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ ସେହି ବିଷୟର ସୂଚନା ମିଳେ ।

(ତଂ) ‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି’ – ଏହା କିଏ କହିଛନ୍ତି ?
Answer:
‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି – ଏହା ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦାକ୍ଷା’ କବିତାରେ କହିଛନ୍ତ୍ରି।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨।
ଆସ, ଦୁଇଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ।
(କ) ‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ କେଉଁ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ କରାଯାଇଛି?
Answer:
‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ ରାମ ବନବାସ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ। କରାଯାଇଛି

(ଖ) ‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ’ – ଏଠାରେ କେଉଁ କେଉଁ ଭାଇଙ୍କ ବିଷୟରେ କୁହାଯାଇଛି ?
Answer:
‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ,’- ପ୍ରସଙ୍ଗରେ ରାମ ଓ ଲକ୍ଷ୍ମଣ, ରାମ ଓ ଭରତ ମଧ୍ୟରେ ରହିଥ‌ିବା ଅପୂର୍ବ ଭ୍ରାତୃସ୍ନେହ ବିଷୟରେ କୁହାଯାଇଛି ।

(ଗ) ଚିତ୍ତ ଦୃଢ଼ କରିବା ନିମନ୍ତେ କବି ପରାମର୍ଶ ଦେବାର କାରଣ କ’ଣ ?
Answer:
ଚିତ୍ତ ଦୃଢ଼ କଲେ ସାଂସାରି ମଣିଷ ଆଉ ମୋହମାୟାରେ ଦୁଃଖକଷ୍ଟ ପାଇବ ନାହିଁ । ପ୍ରତ୍ୟେକ ଦୁଃଖକୁ ସହିଯିବାର ଶକ୍ତି ମନରେ ଆସିବ । ତେଣୁ କବି ଚିତ୍ତକୁ ଦୃଢ଼ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

(ଘ) କବି କାହାର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ?
Answer:
କବି ବୈଷ୍ଣବ ପାଣି ମର୍ଯ୍ୟାଦା ପୁରୁଷୋତ୍ତମ ତଥା ତାଙ୍କର ଆରାଧ ଶ୍ରୀରାମଙ୍କର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ।

(ଙ) କାହା କରୁଣାରୁ ହନୁମାନ ସୁବର୍ଷ ଗଡ଼କୁ ଜିଣିପାରିଥିଲେ ?
Answer:
ପ୍ରଭୁ ରାମଚନ୍ଦ୍ରଙ୍କ କରୁଣାରୁ ହନୁମାନ ସୁବର୍ଣ୍ଣ ଗଡ଼କୁ ଜିଣିପାରିଥିଲେ । କାରଣ ହନୁମାନ ସଦାସର୍ବଦା ନିଜର ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ମରଣ କରୁଥିଲେ ।

Question ୩ ।
ଆସ, ୧୦୦ ରୁ ୧୨୦ ଶବ୍ଦ ମଧ୍ଯରେ ତଳ ପ୍ରଶ୍ନଗୁଡିକର ଉତ୍ତର ଲେଖା ।
(କ) ‘ଶିକ୍ଷାଦୀକ୍ଷା’ କବିତାରୁ ଆମର ଯାହା ଯାହା ଶିକ୍ଷା କରିବାର ଅଛି ବର୍ଣ୍ଣନା କରି ଲେଖୁବା ।
Answer:
ଗଣକବି ବୈଷ୍ଣବ ପାଣି ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ଲୋକକଳାକୁ ଅପୂର୍ବ ଛନ୍ଦରେ ରୁଦ୍ଧିମନ୍ତ କରିଥିଲେ । ନିଜର ଦୁଃଖ ଯାତନାକୁ ସେ ପଛରେ ପକାଇ ରଙ୍ଗମଞ୍ଚରେ ଗୀତିନାଟ୍ୟ ଉପସ୍ଥାପନ କରିବାର ଗୌରବ ଅର୍ଜନ କରିଥିଲେ । ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଥିଲେ । ତାଙ୍କର ରଚନାର ଲାଳିତ୍ୟ ଓ ଅପୂର୍ବ ଶବ୍ଦ ସଂଯୋଜନା ଉଭୟ ପାଠକ ଓ ଦର୍ଶକଙ୍କୁ ବିମୋହିତ କରିଥାଏ। ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମବନବାସ’, ‘କଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି ବହୁ ଜନପ୍ରିୟ ।

ଆଲୋଚ୍ୟ କବିତାଟି ‘ରାମ ବନବାସ’ ଗୀତିନାଟ୍ୟର ଅଂଶବିଶେଷ । କବି ବୈଷ୍ଣବ ପାଣି ପୌରାଣିକ କଥାବସ୍ତୁ ଉପସ୍ଥାପନ କରିବାକୁ ଯାଇ ସମାଜକୁ ସୁସ୍ଥ ସୁନ୍ଦର ହେବାପାଇଁ ପରାମର୍ଶ ଦେଇଛନ୍ତି । ଏକ ନୈତିକ ଜୀବନ ଯାପନ କରିବାକୁ ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ଦେଇଥ‌ିବା ଶିକ୍ଷାକୁ ଆହୁରି ପ୍ରାଞ୍ଜଳ ଓ ସ୍ପଷ୍ଟ କରିଛନ୍ତି। ଉକ୍ତ କବିତାରେ କବି ପ୍ରସଙ୍ଗକ୍ରମେ ପିତୃଭକ୍ତି, ଭ୍ରାତୃସ୍ନେହ, ଶେଷରେ ମୋହମାୟାର ବନ୍ଧନରେ ବାନ୍ଧିହୋଇଥ ମଶିଷକୁ ଚେତାବନା ଶୁଶାଇଛନ୍ତି।

ପିତୃଭକ୍ତି : ରଘୁବୀର ରାମଚନ୍ଦ୍ର ପିତୃଭକ୍ତିର ଅମଳିନ ସ୍ଵାକ୍ଷର ଥିଲେ । ସେ ପିତୃଆଜ୍ଞାକୁ ଯଥାର୍ଥ ଭାବରେ ପାଳନ କରିବାପାଇଁ ଚଉଦ ବର୍ଷ ବନବାସ ଯାଇଥିଲେ । ରାଜ୍ୟାଭିଷେକ ଆୟୋଜନବେଳେ, ସେ ପିତାଙ୍କ ସତ୍ୟରକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । ପିତୃସତ୍ୟ ରକ୍ଷା କରିବାକୁ ଯାଇ ସେ ବନଗମନ କରିଥିଲେ । ରାମଚନ୍ଦ୍ରଙ୍କ ନିକଟରେ ପିତୃଭକ୍ତି ଓ ନିଜ ବଂଶର ମର୍ଯ୍ୟାଦା ଅଧ‌ିକ ଗୁରୁତ୍ଵପୂର୍ଣ୍ଣ ଥିଲା । ପିତାଙ୍କର ସତ୍ୟରକ୍ଷା କରିବା ତାଙ୍କ ଜୀବନର ବ୍ରତ ଥିଲା । ଗଣକବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ଯଦି ଭିକ୍ଷା କରିବାକୁ ପଡ଼େ, ତା’ହେଲେ ସେଥ‌ିରେ ଦ୍ବିଧା ପ୍ରକାଶ କରିବା ଉଚିତ ନୁହେଁ । ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ । ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା ପୂଜା କଲେ, ସବୁ ଦେବତାଙ୍କର ଆଶୀର୍ବାଦ ଲାଭ ହୋଇପାରିବ । ତେଣୁ ସମାଜକୁ ପରାମର୍ଶ ଦେଇ କବି କହିଛନ୍ତି ଯେ ପିତୃଭକ୍ତି ରୂପକ ଧାର୍ମିକ ପଥରୁ କେବେହେଲେ ବିଚ୍ୟୁତ ହୁଅନାହିଁ ।

ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ଭାଇର ସ୍ନେହ ଥିଲା ଅତୁଟ । ବଡ଼ଭାଇ ରାମଚନ୍ଦ୍ରଙ୍କୁ ସାନଭାଇ ଲକ୍ଷ୍ମଣ ଓ ଭରତ ଆଜ୍ଞାବହ ଭାବରେ ସେବା କରି ଆସୁଥିଲେ । ରାମ ବନବାସ ଯିବାକୁ ବାହାରିବାରୁ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯାଇଥିଲେ । ସେହିପରି ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ଭରତ ଚେଷ୍ଟା କରିଥିଲେ । ଶେଷରେ ସେ ରାମଙ୍କଠାରୁ ପାଦୁକା ଆଣି ତାହାକୁ ସିଂହାସନ ଉପରେ ସ୍ଥାପନ କରି ତାଙ୍କର ସେବକ ରୂପେ ରାଜ୍ୟଶାସନ କରିଥିଲେ । କବିଙ୍କ ମତରେ, ଅଯୋଧ୍ୟାର ରାଜକୁମାରଙ୍କ ପରି ଭାଇ ଭାଇ ମଧ୍ୟରେ ସ୍ନେହ ଓ ଭକ୍ତିର ସମ୍ପର୍କ ସ୍ଥାପନ କର । ବୃଥା ଅହଂକାର ନକରି ଭାଇଭାଇର ଦୁଃଖରେ ସମଦୁଃଖୀ ହୁଅ ।

ପତିବ୍ରତା : ସୀତା ଥିଲେ ରାଜନନ୍ଦିନୀ ଓ ରାଜବଧୂ; ମାତ୍ର ସ୍ଵାମୀ ପିତୃସତ୍ୟ ରକ୍ଷା ପାଇଁ ବନକୁ ଯିବା ସମୟରେ ସେ ତାଙ୍କ ସହିତ ବନକୁ ଯାଇଥିଲେ । ସ୍ଵାମୀଙ୍କୁ ଛାଡ଼ି ରାଜପୁରୀର କୌଣସି ସୁଖକୁ ସେ କାମନା କରିନଥିଲେ । ବରଂ ପତିବ୍ରତା ଧର୍ମ ପାଳନ କରି ସେ ସ୍ଵାମୀଙ୍କର ଅନୁଗାମିନୀ ହୋଇଥିଲେ। କବି ସୀତାଙ୍କର ଉଦାହରଣ ଦେଇ ମହିଳାମାନଙ୍କୁ ଉପଦେଶ ଦେଇ ସୀତାଙ୍କ ପରି ପତିବ୍ରତା ହେବାପାଇଁ ପରାମର୍ଶ ଦେଇଛନ୍ତି । ପତିବ୍ରତା ହେଲେ ମହିଳାମାନେ ଯେ ଯଶସ୍ବିନୀ ହୋଇପାରିବେ, ଏହାକୁ କବି ଉପଦେଶ ଛଳରେ ବୁଝାଇଛନ୍ତି ।

ପୁତ୍ରସ୍ନେହ : ଦଶରଥ ପୁତ୍ରସ୍ମେହରେ ଅନ୍ଧି ହୋଇ ନିଜର ସତ୍ୟପଥରୁ ଦୂରେଇଯିବାକୁ ଚାର୍ହିଥ୍ଲୋ ମାତ୍ର ରାମଚନ୍ଦ୍ର ପିତାଙ୍କ ସତ୍ୟରକ୍ଷା ପାଇଁ ବନଗମନ କରିଥିଲେ । ରାମଚନ୍ଦ୍ର ବନକୁ ଯିବା ପରେ ଦଶରଥ ପୁତ୍ରଶୋକରେ ଅଧୀର ହୋଇ ପ୍ରାଣତ୍ୟାଗ କରିଥିଲେ । କବି ଚେତାବନୀ ଶୁଣାଇ କହିଛନ୍ତି, ସଂସାରୀ ମଣିଷ ମୋହମାୟର ବନ୍ଧନରେ ବାନ୍ଧିହୋଇ ବହୁ ଦୁଃଖ ଭୋଗକରେ।

ସଂସାରୀ ମଣିଷ ଜାଗତିକ ବନ୍ଧନରୁ ଦୂରେଇ ଯାଇପାରେ ନାହିଁ । ସେ ଯେତେ ସତର୍କତାର ସହିତ ପାଦପକାଇ ଚାଲିଲେ ବି ସଂସାର ରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ବହୁତ ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାପାଇଁ କବି କରାମର୍ଶ ଦେଇଛନ୍ତି । କାରଣ ମନକୁ ସ୍ଥିର ଓ ଦୃଢ଼ ନ ରଖିଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ । କବି ପୌରାଣିକ କଥାବସ୍ତୁ ମାଧ୍ୟମରେ ସାମାଜିକ ଜୀବନ ଅତିବାହିତ କରୁଥିବା ମଣିଷମାନଙ୍କୁ ଉପରୋକ୍ତ ପରାମର୍ଶ ଦେଇଛନ୍ତି । କବିଙ୍କର ସେହି ଶିକ୍ଷଣୀୟ ପରାମର୍ଶ କାଳୋତୀର୍ଣ୍ଣ ପରି ମନେହୋଇଥାଏ ।

(ଖ) ରାମାୟଣର ବର୍ଣ୍ଣନା ଅନୁସାରେ ପିତାପୁତ୍ରର ସମ୍ପର୍କ୍ ଏବଂ ଭାଇଭାଇର ସମ୍ପର୍କ ର୍ବଷୟରେ ଆଲୋଚନା କରି ଲେଖିବା
Answer:
ଗଣକବି ବୈଷ୍ଣବ ପାଣି ଉତ୍କଳ ଭାରତୀଙ୍କର ଜଣେ ସୁଯୋଗ୍ୟ ସନ୍ତାନ । ସେ ନିଜର ପ୍ରତିଭା ବଳରେ ବହୁ ପାଲା, ଗୀତିନାଟ୍ୟ, ଭଜନ ଓ ଜଣାଣ ଲେଖୁଛନ୍ତି । ତାଙ୍କଦ୍ବାରା ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାଉଁବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି କୃତି ଅର୍ବସ୍ଥରଶାୟା ସେହିସବୁ ଗାତିନାଟ୍ୟରେ ଗୌରାଶିକ କଥାବସ୍ତୁର ବର୍ଣ୍ଣନା ରହିଥଲେ ମଧ୍ୟ ସେ ସମାଜର ସର୍ବକାଳାନ ଦିଗକୁ ବର୍ଣନା କରିଥିଲେ । ଉନ୍ନତ ସମାନ ଗଠନ ପାଇଁ ସେ ପ୍ରକାରାନ୍ତରେ ପରାମର୍ଶ ଦେଇଥିଲେ ।

‘ରାମାୟଣ ହେଉଛି ଆମ ସମାଜ ଓ ସଂସ୍କୃତିର ଆଦର୍ଶ ଧର୍ମଗ୍ରନ୍ଥ । ଏଥ‌ିରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ମାନବୀୟ ଲୀଳାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ଗଣକବି ବୈଷ୍ଣବ ପାଣି ‘ରାମାୟଣ ର ଅଯୋଧ୍ୟାକାଣ୍ଡର ରାମ ବନବାସ କଥାବସ୍ତୁକୁ ତାଙ୍କର ଗୀତିନାଟ୍ୟ କଥାବସ୍ତୁରୂପେ ଗ୍ରହଣ କରି ସେଥ‌ିରେ ପିତାପୁତ୍ର ମଧ୍ୟରେ ରହିଥ‌ିବା ନବଡ଼ ସମ୍ପର୍କ ଓ ଭାଇ ଭାଇ ମଧ୍ୟରେ ରହିଥ‌ିବା ଅନାବିଳ ସ୍ନେହର ଅତି ହୃଦୟଗ୍ରାହୀ ବର୍ଣ୍ଣନା କରିଛନ୍ତି ।

ପିତାପୁତ୍ରର ସମ୍ପର୍କ – ‘ରାମାୟଣ’ରେ ପିତାପୁତ୍ରର ସମ୍ପର୍କ କେତେ ନିବିଡ଼ ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ସେ ରାଜା ହେଉ ବା ସାଧାରଣ ପ୍ରଜା ହେଉ ସମସ୍ତେ ସାଂସାରିକ ଜୀବନରେ ପତ୍ନୀ ଗ୍ରହଣ କଲାପରେ ପୁତ୍ର କାମନା କରିଥା’ନ୍ତି। ସମସ୍ତଙ୍କର ବିଶ୍ୱାସ ଥାଏ, ପୁତ୍ର ହିଁ ତାଙ୍କ ପିଣ୍ଡପାଣିର କାରଣ ହେବ । ପୁତ୍ ନାମକ ନର୍କରୁ ଉଦ୍ଧାର କରିବ । ପତ୍ରହିଁ ହେବ ତାଙ୍କର ଭାଗ୍ୟ ଓ ଭବିଷ୍ୟତ । ପୁତ୍ର ପାଇଁ ତାଙ୍କର ବଂଶ ଓ କୁଳର ମର୍ଯ୍ୟାଦା ବଢ଼ିପାରିବ । ରାଜା ଦଶରଥଙ୍କର ବିବାହର ବହୁଦିନ ପର୍ଯ୍ୟନ୍ତ କୌଣସି ପୁତ୍ର ଜନ୍ମ ହୋଇନଥିଲେ। ତେଣୁ ସେ ପୁତ୍ରେଷ୍ଟି ଯଜ୍ଞ କରାଇ ଚାରୁ ଚରୁଅନ୍ନର ପ୍ରଭାବରେ ପୁତ୍ରସନ୍ତାନ ଲାଭ କରିଥିଲେ । ସେ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ନାମରେ ଚାରୋଟି ପୁତ୍ର ଲାଭ କରିଥିଲେ । ପୁତ୍ର ଜନ୍ମ ପରେ ଦଶରଥ ବେଶ୍ ଆନନ୍ଦିତ ହୋଇଥିଲେ । ସେହି ପୁତ୍ରମାନଙ୍କୁ ବେଶ୍ ଯତ୍ନରେ ଉପଯୁକ୍ତ ଶିକ୍ଷା ଦେଇ ଲାଳନ ପାଳନ କରିଥିଲେ । ପିତାପୁତ୍ରର ସମ୍ପର୍କ ହେଉଛି ଜନ୍ମଜନ୍ମର ସମ୍ପର୍କ । ପୁତ୍ରହିଁ ପିତାଙ୍କୁ ଯଶସ୍ବୀ କରିଥାଏ ।

କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଜା ଦଶରଥ ତାଙ୍କର ମଝିଆଁ ରାଣୀ କୈକେୟୀଙ୍କୁ ଦୁଇଟି ବର ଦେବାପାଇଁ ସତ୍ୟ ହେଉଥିଲା, ସେହି ସମୟରେ ରାଣୀ କୈକେୟୀ କୁମନ୍ତ୍ରଣାର ବଶବର୍ତ୍ତୀ ହୋଇ ରାଜଙ୍କୁ ବରଦୁଇଟି ମାଗିବସିଲେ । ପ୍ରଥମ ବର ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଏଭଳି କଥା ଶୁଣି ରାଜା ଦଶରଥ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତାଙ୍କର କଥାକୁ ଫେରାଇ ନେବାପାଇଁ ସେ ରାଣୀ କୈକେୟୀଙ୍କୁ ଅନୁରୋଧ କରିଥିଲେ । କାରଣ ରାମଙ୍କୁ ଛାଡ଼ି, ରାମଙ୍କ ପ୍ରତି ଏଭଳି ଅବିଚାର କରି ସେ କେବେହେଲେ ବଞ୍ଚିପାରିବେ ନାହିଁ । ପୁତ୍ର ପାଇଁ ସେ ସତ୍ୟଭଗ୍ନ ହେବାପାଇଁ ମଧ୍ୟ ପ୍ରସ୍ତୁତ ହେଲେ ।

କାରଣ ସତ୍ୟଭଗ୍ନ ହେଲେ ହୁଏତ ତାଙ୍କର କ୍ଷତି ହୋଇପାରେ, ମାତ୍ର ରାମଙ୍କୁ ସେ କେବେହେଲେ ପାଖରୁ ଛାଡ଼ିପାରିବେ ନାହିଁ । ବାସ୍ତବରେ ରାଜା ହୋଇ ମଧ୍ୟ ଦଶରଥ ପୁତ୍ର ପାଇଁ ବିକଳରେ କ୍ରନ୍ଦନ କରିଥିଲେ । ମାତ୍ର କୌଣସି କଥାରେ କୈକେୟୀ ରାଜି ହୋଇ ନଥିଲେ । ରାମଚନ୍ଦ୍ରଙ୍କ ନିକଟରେ ଏହି ଖବର ପହଞ୍ଚି ଯାଇଥିଲା । ସେ ପିତାଙ୍କର ସତ୍ୟପାଳନ ପାଇଁ ଚଉଦବର୍ଷ ବନବାସ ଯିବାପାଇଁ ପ୍ରସ୍ତୁତ ହେଲେ। ସେ କାହାରି ପରାମର୍ଶକୁ ନ ମାନି, କେବଳ ପିତାଙ୍କର ମର୍ଯ୍ୟାଦାକୁ ରକ୍ଷା କରିବାପାଇଁ ଦୃଢ଼ ଶପଥ କରି ଅରଣ୍ୟକୁ ଯାଇଥିଲେ । କବି ଏହି ପରିପ୍ରେକ୍ଷୀରେ ସମାଜକୁ ଦିଗ୍‌ଦର୍ଶନ ଦେଇ କହିଛନ୍ତି ପିତାଙ୍କର କଥା ରକ୍ଷାକରିବାକୁ ଯାଇ ଭିକ୍ଷା କରିବାକୁ ପଡ଼ିଲେ ମଧ୍ୟ ପୁତ୍ର ତାହା କରିବା ଉଚିତ । କବିଙ୍କ ଭାଷାରେ

‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନଛାଡ଼ ।’’

ପୁତ୍ର ନିକଟରେ ପିତା ହେଉଛି ଧର୍ମ, ପିତା ହେଉଛି ସ୍ବର୍ଗ । ତେଣୁ ସେହି ପିତାଙ୍କୁ ସନ୍ତୁଷ୍ଟ କଲେ, ପୁତ୍ର ସବୁ ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ ଉପେକ୍ଷା କରି ପାରିନାହାଁନ୍ତି । ବରଂ ରାମଚନ୍ଦ୍ର ବନକୁ ଗମନ କଲାପରେ ଦଶରଥ ମାନସିକ ଯନ୍ତ୍ରଣାରେ ଘାରି ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । କବି ଏହାକୁ ବୁଝାଇ କହିଛନ୍ତି –

‘ପୁତ୍ରେ ପିତା -ସ୍ନେହ କେଡ଼େ, ପୁତ୍ର ବିନେ ପ୍ରାଣ ଛାଡ଼େ,
ଭାଙ୍ଗି କେ,ପାରିବ ଗୁଢ଼ ସ୍ନେହର ବାଡ଼ ।’’

ପୁତ୍ର ସ୍ନେହ ରୂପକ ବାଡ଼କୁ କୌଣସି ପିତା ଭାଙ୍ଗିପାରିବ ନାହିଁ କିମ୍ବା ପୁତ୍ରକୁ ଛାଡ଼ି କୌଣସି ସମୟରେ ପିତା ସୁଖୀ ହୋଇପାରିବ ନାର୍ହି

ଭାଇଭାଇର ସମ୍ପର୍କ : ‘ରାମାୟଣ’ରେ ଭାଇଭାଇର ଅନାବିଳ ସ୍ନେହର ବର୍ଣ୍ଣନା ରହିଛି । ସେହି ସ୍ନେହ ଓ ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ । ଅଯୋଧ୍ୟା ରାଜପୁରୀରେ ଭାଇଭାଇର ସ୍ନେହ ଥୁଲା ନିବିଡ଼ । ରାମ, ଲକ୍ଷ୍ମଣ ଓ ଭରତ, ଶତ୍ରୁଘ୍ନ କେହି କାହାକୁ ମୁହୂର୍ରେ ଛାଡ଼ି ରହିପାରୁ ନଥିଲେ । ସତେଯେପରି କାୟା ପଛରେ ଛାୟା ଲାଗିରହିଲାପରି ରାମଙ୍କ ପାଖେ ପାଖେ ଲକ୍ଷ୍ମଣ ଏବଂ ଭରତଙ୍କ ପାଖେ ପାଖେ ଶତ୍ରୁଘ୍ନ, ରହିଥିଲେ । ତଥାପି ସମସ୍ତେ ଜ୍ୟେଷ୍ଠଭ୍ରାତା ରାମଙ୍କୁ ଅଧିକ ଭକ୍ତି ଓ ମର୍ଯ୍ୟାଦା ଦେଖାଇଥିଲେ । ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ ।

ରାମଚନ୍ଦ୍ର ଯେତେବେଳେ ପିତୃସତ୍ୟ ପାଇଁ ବନଗମନ କରିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ବଡ଼ଭାଇ ରାମଙ୍କୁ ଛାଡ଼ି ସେ ରାଜପୁରୀରେ ରହିପାରିବେ ନାହିଁ ବୋଲି ନିଷ୍ପଭି ନେଇଥିଲେ । ଲକ୍ଷ୍ମଣ ବନକୁ ଯିବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ରାମଙ୍କ ସୁଖଦୁଃଖର ସାଥୀ ହେବାପାଇଁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ରହିଥିଲେ । ସେ ରାଜପୁରୀକୁ ଫେରି ସବୁ ବିଷୟ ଅବଗତ ହେଲା ପରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ମା’ କରିଥିବା ଭୁଲକୁ ସୁଧାରିବାପାଇଁ ସେ ଚେଷ୍ଟା କରିଥିଲେ ।

ରାମଚନ୍ଦଙ୍କ ବନର ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ବଡ଼ଭାଇ ରାମଙ୍କ ସହିତ ସାକ୍ଷାତ୍ ହୋଇଥିଲା । ଅଯୋଧ୍ୟା ଫେରିବାଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରିବେ ନାହିଁ ବୋଲି ଭରତଙ୍କୁ ବୁଝାଇ କହିଥିଲେ । ତଥାପି ନିଜ ସାନଭାଇ ପ୍ରତି ତାଙ୍କର ଅଧ‌ିକ ସ୍ନେହ ଥ‌ିବାରୁ ଶ୍ରୀରାମ ତାଙ୍କୁ ନିଜର ପାଦୁକା ଦେଇଥିଲେ । ପ୍ରବୋଧନା ଦେଇ ସେ ଭରତଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ସିଂହାସନ ଉପରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଭିତରେ ଯେପରି ଭାଇଭାଇର ପବିତ୍ର ସ୍ନେହ ସମ୍ପର୍କ ରହିଥିଲା, ତାହା ସାଧାରଣ ମଣିଷ ପାଇଁ ଆଦର୍ଶ ବୋଲି କବି କହିଛନ୍ତି । ଭ୍ରାତୃଭାବକୁ ବଜାୟ ରଖିବା ପାଇଁ ମନରୁ ଅହଂକାର ଦୂରେଇ ଦେବାକୁ କବି ପରାମର୍ଶ ଦେଇଛନ୍ତି । କବିଙ୍କ ଭାଷାରେ-

‘‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖିଲ କହ
ବୃଥା ଅହଂକାର ନରେ ଆଉ ନ ପଡ଼ ।”

ବାସ୍ତବରେ ‘ରାମାୟଣ’ରେ ଭାଇଭାଇର ସ୍ନେହ ଏବଂ ପିତାପୁତ୍ରର ସମ୍ପର୍କକୁ ଯେଭଳି ବର୍ଣ୍ଣନା କରାଯାଇଛି, ତାହା ଯୁଗ ଯୁଗ ପାଇଁ ଅମଳିନ ରହିବ, ଏଥ‌ିରେ ସନ୍ଦେହ ନାହିଁ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୪ ।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ଭାଇରେ ଭାଇରେ ସ୍ନେହ କେମନ୍ତ ଦେଖୁଲ କହ,
ବୃଥା ଅହଂକାର ନରେ ଆଉ ନ ପଡ଼ ।
Answer:
ଭାବରେ ଭାରତରେ …………………….ନ ପଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ଅଯୋଧ୍ୟାପୁରରେ ରହିଥ‌ିବା ଭ୍ରାତୃପ୍ରେମର ଉଦାହରଣ ଦେଇ ତାହାକୁ ସମସ୍ତେ ଅନୁସରଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ପରାମର୍ଶ ଦେଇଛନ୍ତି।

କବି ବୈଷ୍ଣବ ପାଣି ରାମ ବନବାସ କଥାବସ୍ତୁ ବର୍ଣନା କରିବା ଅବକାଶରେ ଏଭଳି କହିଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସ କରିବାକୁ ବାହାରିଲେ । ଅଗ୍ରଜ ରାମଚନ୍ଦ୍ରଙ୍କ ବନବାସ ଯିବା କଥା ଶୁଣି ଅନୁଜ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯିବାକୁ ବାହାରିଲେ । ସେମାନଙ୍କ ମଧ୍ୟରେ ଅର୍ଥାତ୍ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ଭିତରେ ଭ୍ରାତୃପ୍ରେମ ଏତେ ଅଧିକ ଥିଲା ଯେ ରାମ ବିନା ଲକ୍ଷ୍ମଣ ରାଜପୁରୀରେ ରହିବାକୁ ଇଚ୍ଛା କରିନଥିଲେ । ବଡ଼ଭାଇଙ୍କୁ ଅରଣ୍ୟରେ ସଦାବେଳେ ସାହାଯ୍ୟ କରିବାକୁ ଲକ୍ଷ୍ମଣ ମଧ୍ୟ ବନକୁ ଯାଇଥିଲେ । ସେହିପରି ଭରତ ମାମୁଘରୁ ଫେରିଲା ପରେ ବଡ଼ଭାଇ ରାମଚନ୍ଦ୍ର ବନକୁ ଯିବା ଘଟଣା ଅବଗତ ହୋଇଥିଲେ । ଏହି କପଟ ପାଇଁ ସେ ମାତା କୈକେୟୀଙ୍କୁ ଧ୍ୟାର କରିଥିଲେ ।

କାଳବିଳମ୍ବ ନକରି ରାମଚନ୍ଦ୍ରଙ୍କ ରାଜପୁରୀକୁ ଫେରାଇ ଆଣିବାପାଇଁ ଭରତ ବନକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ସେ ରାମଚନ୍ଦ୍ରଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଭରତ ବାଧ୍ୟ କରିବାରୁ ରାମଚନ୍ଦ୍ର ତାଙ୍କୁ ନିଜର ପାଦୁକା ଦୁଇଟି ପ୍ରଦାନ କରିଥିଲେ । ଅଯୋଧ୍ୟାକୁ ଫେରିବା ପରେ ଭରତ ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ ଗଣକବି ଲକ୍ଷ୍ମଣ ଓ ଭାରତ ମାଧ୍ୟମରେ ଭ୍ରାତୃଭକ୍ତିର ଯଥାର୍ଥ ଉଦାହରଣ ଦେଇ ଭାଇ ଭାଇର ସମ୍ପର୍କକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିଛନ୍ତି । ପୁନଶ୍ଚ ରାମଚନ୍ଦ୍ରଙ୍କର ମଧ୍ୟ ତାଙ୍କ ସାନଭାଇ ଲକ୍ଷ୍ମଣ ଓ ଭରତଙ୍କ ପ୍ରତି ଅନୁରୂପ ସ୍ନେହଭାବ ରହିଥିଲା । ଭାଇ ପାଇଁ ଭାଇ ମନରେ ଅପୂର୍ବ ତ୍ୟାଗଭାବ ଥିଲା । କବିଙ୍କ ମତରେ ମନରୁ ବୃଥା ବଡ଼ିମା ବା ଅହଂଭାବକୁ ଦୂରେଇ ଦେଇ ଭ୍ରାତୃତ୍ଵ ଭାବରେ ବୁଡ଼ିରହିଲେ ଜୀବନରେ ଆଉ କୌଣସି ପ୍ରକାର ଦୁଃଖ ଆଶାନ୍ତି ରହିବ ନାର୍ହିଁ। ବାପ୍ତବିକ କବିଙ୍କର ଚିପ୍ରାଧାରା ସର୍ବକାଳାନ ମୂଲ୍ୟବୋଧକୁ ଅନୁସରଣ କରିଛି ।

(ଖ) ପୀଡ଼ନା ମନକୁ କେଭେ ଜଡ଼ି ମାୟା-ମୋହ ଲୋଭେ,
ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼ ।”
Answer:
ପୀଡ଼ନା ମନକୁ………………………..କରିଲେ ଦୃଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଜନପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା କବିତାରୁ ଆସିଅଛି । ଏଠାରେ କବି ସଂସାରର ମୋହମାୟାରେ ବୁଡ଼ିରହି ଦୁଃଖ ଭୋଗ କରୁଥିବା ମଣିଷମାନଙ୍କୁ ସର୍ବକାଳୀନ ଚେତାବନା ଶୁଶାଇଛନ୍ତି।

ସଂସାରୀ ମଣିଷ, ସଂସାରର ସୁଖ ପାଇଁ ବହୁ କଷ୍ଟବରଣ କରେ । ସଂସାରର ପ୍ରତ୍ୟେକ ସଦସ୍ୟଙ୍କର ଦୁଃଖକଷ୍ଟକୁ ନିଜ ହୃଦୟରେ ସେ ଅନୁଭବ କରେ । ଫଳରେ ସେହି ମୋହମାୟା ହେତୁ ତା’ ଜୀବନରେ ଦୁଃଖ ଅଶାନ୍ତି ଲାଗି ରହିଥାଏ । ଏହି ପ୍ରସଙ୍ଗରେ କବି କହିଛନ୍ତି ଯେ ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସଂସାରୀ ହୁଅନ୍ତି, ତା’ହେଲେ ସେ ମଧ୍ୟ ଦୁଃଖ ଅଶାନ୍ତି ଭୋଗ କରିଥା’ନ୍ତି । ଯେତେ ସାବଧାନତାର ସହିତ ପାଦ ପକାଇଲେ ମଧ୍ୟ ଯେକୌଣସି ସମୟରେ ସଂସାରରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ସମ୍ଭାବନା ଥାଏ । ତେଣୁ କବି ସଂସାରୀ ମଣିଷମାନଙ୍କୁ ମୋହମୟାରେ ଜଡ଼ିତ ରହି ମନକୁ ପୀଡ଼ିତ ନ କରିବାପାଇଁ ପରାମର୍ଶ ଦେଇଛନ୍ତି । ନିଜର କର୍ମ ଉପରେ ଦୃଢ଼ତା ଓ ଭଗବାନଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖୁଲେ ଆଉ କୌଣସି ପ୍ରକାର ଦୁଃଖ ରହିବ ନାହିଁ । ତେଣୁ ମନକୁ ଦୃଢ଼ କରିବା ଉପରେ କବି ବିଶେଷ ଗୁରୁତ୍ୱ ଦେଇଛନ୍ତି । ବାସ୍ତବିକ କବିଙ୍କର ପରାମର୍ଶ ଯଥାର୍ଥ ମନେହୋଇଥାଏ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୫ ।
ଆସ, କବିତାଟିକୁ ଆବୃରି କରିବା ।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତିମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡିକୁ ବାଛି ଲେଖୁବା । ଉଦାହରଣ : ଶିକ୍ଷା, ଦୀକ୍ଷା
Answer:
(୧) ଭକ୍ତି, ନୀତି (୨) କେଡେ, ଛାଡେ (୩) ଗୂଢ଼, ବାଡ (୪) ସୁଦ୍ଧା, ବିଘ୍ନ-ବାଧା (୫) କେଭେ, ଲୋଭେ, (୬) ଛାଡ, ପଡ (୭) ଲୋଡ, ବାଡ (୮) ଦେଖୁ, ସୁଖୀ (୯) ଆଶ, ଦାସ (୧୦) ଯୋଡ, ଗଡ ।

Question ୬।
ଅସା, ଶୂନ୍ୟସ୍ଥାନ ପୂରଣ କରିବା ।
(କ) ଶିକ୍ଷାକର ପିତୃଭକ୍ତି, ______________
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ
Answer:
ଶିକ୍ଷାକର ପିତୃଭକ୍ତି, ଦୀକ୍ଷାକର ଏହି ନୀତି
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ

(ଖ) ଦେବତା ହୋଇଲେ ସୁଦ୍ଧା, ______________
ଯେତେ ସାବଧାନେ ଗଲେ ଖସଇ ଗୋଡ ।
Answer:
(ଖ) ଦେବତା ହୋଇଲେ ସୁଦ୍ଧା, ନ ଛାଡ଼ଇ ବିଘ୍ନ-ବାଧା
ଯେତେ ସାବଧାନେ ଗଲେ ଖସଇ ଗୋଡ ।

Question ୭ ।
ବଡ଼ କୋଠରିରେ କେତେଗୁଡିଏ ଶବ୍ଦ ରହିଛି । ଯେଉଁ ଶବ୍ଦଗୁଡିକ ଗୁଣକୁ ବୁଝାଉ ନାହିଁ, ସେଗୁଡିକୁ ବାଛି ସାନ କୋଠରିରେ ଲେଖୁ । (ପ୍ରଶ୍ନ ସହିତ ଉତ୍ତର)
(ସତ୍ୟ, ଭକ୍ତ,  ଦାସ, ଭକ୍ତି, ସ୍ନେହ,  ସୁଖ, ଯଶ, ପୀଡା, ଶିକ୍ଷା, ଦୀକ୍ଷା)
Answer:
ଭକ୍ତ, ଦାସ, ସୁଖ, ପୀଡା, ଯଶ

Question ୮ ।
ତଳେ ଦିଆଯାଇଥିବା ଉକ୍ତି ମଧ୍ୟରୁ ଯେଉଁଟି କବିଙ୍କର ପରାମର୍ଶ ନୁହେଁ ବୋଲି ଭାବୁଛ, ତାକୁ କୋଠରି ମଧ୍ୟରେ ଲେଖ । (ପଶ୍ନ ସହ ଉତ୍ତର)
(କ) ସତ୍ୟର ବାଟ ନ ଛାଡିବା ପାଇଁ
(ଖ) ଅହଂକାରରେ ନ କରିବା ପାଇଁ
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ
(ଘ) ସୁଯଶ ଲୋଡିବା ପାଇଁ
Answer:
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ

Question ୯।
ସ୍ନେହର ବାଡ, ମମତାର ଡୋର, ସ୍ନେହର ସୂତା, ବିଘ୍ନବାଧା, ଭାଇଭାଇ, ପିତାପୁତ୍ର, ମାୟାମୋହ, ଦୃଢ଼, ଚିତ୍ତ, ଭକ୍ତି, ସତ୍ୟ, ଶବ୍ଦ|ଶବ୍ଦପୁଞ୍ଜିକୁ ନେଇ କବିତାଟିଏ ରଚନା କରିବା ।
Answer:
ସ୍ନେହର ବାଡ଼ ପରିବାର । ଲାଗିଛି ମମତାର ଡୋର॥
ସ୍ନେହର ସୂତା ପିତାମାତା । ସଭିଙ୍କୁ କହି ପ୍ରିୟକଥା ॥
ନଦେଇ ମନେ ବିଘ୍ନବାଧା । ଭାଇ ଭାଇରେ ପ୍ରିୟ ସଦା ।
ପିତା ପୁତ୍ରରେ ଥାଏ ପ୍ରିୟ । ସଂସାରେ ଏହା ମାୟାମୋହ !
ମନଚିତ୍ତକୁ ଦୃଢ଼କରି । କପଟ ଭାବ ପରିହର !!
ଗୁରୁଜନରେ ଭକ୍ତି କରି । ସତ୍ୟରେ ଦିନନେବ ହରି ॥

୧୦ । ‘ଲୋଭ’ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କଲେ ହୁଏ ‘ଲୋଭାଇବା ବା ଲୋଭେଇବା’ । ନିମ୍ନରେ ପ୍ରଦତ୍ତ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କରି ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।

ଶବ୍ଦ ନାମଧାତୁ କ୍ରିୟା ବାକ୍ୟ ବାକ୍ୟ
ଗାଟ
ଗୋଡ
ମନ
ଆଖି
ହାତ

Answer:

ଶବ୍ଦ ନାମଧାତୁ କ୍ରିୟା ବାକ୍ୟ ବାକ୍ୟ
ଗାଟ ବାଟୋଇବା ନୂଆ ପିଲାଙ୍କୁ ବାଟୋଇବା ପାଇଁ, ମୁଁ ହରିକୁ ପଠାଇଛି ।
ଗୋଡ ଗୋଡ଼େଇବା କାହାରି ପଛରେ ଗୋଡ଼େଇଲେ କେହି ବଡ଼ ହୁଏ ନାହିଁ ।
ମନ ମନେଇବା ପିଲାଙ୍କୁ ମନେଇବା ଲାଗି ଶିକ୍ଷକ ବହୁତ ଚେଷ୍ଟା କଲେ ।
ଆଖି ଆଖେଇବା ପର ଦ୍ରବ୍ୟକୁ ଆଖେଇବା ଉତ୍ତମ ବ୍ୟକ୍ତିର ଲକ୍ଷଣ ନୁହେଁ ।
ହାତ ହାତେଇବା ନିଜର କାର୍ଯ୍ୟ ସିଦ୍ଧି ପାଇଁ ସେ ତୁମକୁ ହାତେଇଛି ।

Question ୧୧ ।
ଏକାଭଳି ଶୁଭୁଥ‌ିବା ଅଲଗା ଅର୍ଥଥିବା କେତେଗୁଡିଏ ଶବ୍ଦ ତଳେ ଲେଖାଯାଇଛି । ସେମାନଙ୍କର ସ୍ପଷ୍ଟ ଅର୍ଥ ପ୍ରକାଶ କରିବା ନିମନ୍ତେ ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।
ସୁଧା __________।
ସୁଦ୍ଧା __________।
ଆଶ __________।
ଆସ __________।
ନିତି ___________।
ନାତି ___________।
Answer:
ସୁଧା – ଦେବତାମାନେ ସୁଧା ପାନ କରି ଅମର ହୋଇଛନ୍ତି ।
ସୁଦ୍ଧା – ତୁମେ କାଲି ସୁଦ୍ଧା କଟକ ପଳାଇଯିବା ଭଲ ।
ଆଶ – ପିଲାଟିର ଖାଇବା ଜିନିଷରେ ଆଶ ରହିଛି ।
ଆସ – ଆସ, ଘରକୁ ଯିବା ।
ନିତି – ସେ ନିତିଦିନ ବ୍ୟାୟାମ କରେ ।
ନାତି – ନୀତିରେ ଚାଲିଲେ ତୁମର କ୍ଷତି ହେବ ନାହିଁ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୧୨ ।
ମୋହମାୟା, ବାଧାବିଘ୍ନ ଭଳି ଆଉ ଚାରୋଟି ଯୁଗ୍ମଶବ୍ଦ ଲେଖୁବା ।
Answer:
ଦୁଃଖଯନ୍ତ୍ରଣା, ମୁଖସମ୍ପଦ, କ୍ରିୟାକର୍ମ, କଳକୌଶଳ

Question ୧୩ ।
ଲକ୍ଷ୍ମଣଙ୍କ ମା’ଙ୍କ ନାଁ ସୁମିତ୍ରା । ସୁମିତ୍ରାଙ୍କ ପୁଅ ହୋଇଥିବାରୁ ଲକ୍ଷ୍ମଣଙ୍କର ଗୋଟିଏ ନାଁ ହେଉଛି ‘ସୁମିତ୍ରାନନ୍ଦନ’ ବା ‘ସୌମିତ୍ର’ । ନିଜ ମା’ଙ୍କ ନାମ ଅନୁସାରେ ନାମ ଧାରଣ କରିଥିବା ଆଉ ପାଞ୍ଚଜଣ ପୌରାଣିକ ଚରିତ୍ରଙ୍କ ନାମ ଲେଖ ।
କୁନ୍ତୀଙ୍କ ପୁତ୍ର _____________
ପୃଥାଙ୍କ ପୁତ୍ର _____________
ବିନତାଙ୍କ ପୁତ୍ର ___________
ରାଧାଙ୍କ ପୁତ୍ର ____________
ଗଙ୍ଗଙ୍କ ପୁତ୍ର _____________
Answer:
କୁନ୍ତୀଙ୍କ ପୁତ୍ର – କୌନ୍ତେୟ
ପୃଥାଙ୍କ ପୁତ୍ର – ପାର୍ଥ
ବିନତାଙ୍କ ପୁତ୍ର – ବୈନତୟ
ରାଧାଙ୍କ ପୁତ୍ର – ରାଧେୟ
ଗଙ୍ଗଙ୍କ ପୁତ୍ର – ଗାଙ୍ଗେୟ

Question ୧୪ ।
‘ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’
ଏହି ଧାଡ଼ିଟିର ପ୍ରକୃତ ଅର୍ଥକୁ ନିମ୍ନରେ ପ୍ରଦତ୍ତ ଉତ୍ତର ମଧ୍ୟରୁ ବାଛି ଲେଖ ।
(କ) ପରେ ଭିକ୍ଷା ମାଗିବ ଆଗ ସତ୍ୟକୁ ବାଟ ଛାଡ଼ିଦିଅ ।
(ଖ) ପରେ ଭିକ୍ଷା ମାଗିବ କିନ୍ତୁ ସତ୍ୟର ବାଟ ଛାଡ଼ ନାହିଁ ।
(ଗ) ଯେତେ ଅସୁବିଧା ହେଲେ ବି ସତ୍ୟପଥରୁ ଘୁଞ୍ଚ ନାହିଁ ।
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।
Answer:
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :

Question ୧।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡ଼ିକ ବାଛି ଲେଖ । (ଉଦାହରଣ : ଶିକ୍ଷା, ଦୀକ୍ଷା)
Answer:
ଶିକ୍ଷା, ଦୀକ୍ଷା, ଭିକ୍ଷା
ଭକ୍ତି, ନୀତି
ପତିବ୍ରତା, ଏହି କଥା
କେଡ଼େ, ଛାଡ଼େ
ଗୂଢ଼, ବାଡ଼
ସୁଦ୍ଧା, ବାଧା
କେଭେ, ଲେ।ଭେ
ଦେଖ୍, ସୁଖୀ
ଆଶ, ଦାସ
ଯୋଡ଼, ଗଡ଼

ସଂକ୍ଷିପ୍ତ ଭରମୂଳକ ପ୍ରଶ୍ନୋତ୍ତର :

Question ୧।
‘ଶିକ୍ଷାଦୀକ୍ଷା’ କବିତାଟି ବୈଷ୍ଣବ ପାଣିଙ୍କ କେଉଁ ଗୀତିନାଟ୍ୟର ଅନ୍ତର୍ଗତ ?
Answer:
‘ଶିକ୍ଷାଦୀକ୍ଷା’ କବିତାଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟର ଅନ୍ତର୍ଗତ ।

Question ୨।
କାହାର ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ?
Answer:
ପିତାଙ୍କ ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ।

Question ୩।
ଭରତ କିଏ ?
Answer:
ଭାରତ ରାମଚନ୍ଦ୍ରଙ୍କର ସାନଭାଇ ଓ ଦଶରଥଙ୍କର ଦ୍ୱିତୀୟ ପୁତ୍ରା ଭାରତଙ୍କୁ ରାଜସିଂହାସନରେ ଅଧ୍ କାରା କରିବାପାଇଁ ତାଙ୍କ ମାତା କୈକେୟୀ ଦଶରଥଙ୍କୁ ବର ମାଗିଥିଲେ ।

Question ୪ ।
ରାମ ବନକୁ ଯିବାବେଳେ ଭରତ କେଉଁଠାରେ ଥିଲେ ?
Answer:
ରାମ ବନକୁ ଯିବାବେଳେ ଭରତ ତାଙ୍କ ମାମୁଘରେ ଥିଲେ ।

Question ୫।
କେଉଁ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ କରିଥିଲେ ?
Answer:
ପୁତ୍ରର ବନବାସ ଗମନ ଦୁଃଖରେ ତାଙ୍କୁ ଝୁରିଝୁରି ଅତି ଅସହାୟ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ

Question ୬।
ଭରତ ଅଯୋଧ୍ୟାକୁ ଫେରି କ’ଣ ଦେଖ‌ିଲେ ?
Answer:
ଭରତ ମାମୁଘରୁ ଅଯୋଧ୍ୟାକୁ ଫେରି ଦେଖିଲେ ଗିତୃସତ୍ୟ ପାଳନ ପାଇଁ ବଡ଼ଦବର୍ଷ ପାଇଁ ବନକୁ ଯାଇଛନ୍ତି ଏବଂ ସେହି ଦୁଃଖରେ ପିତା ଦଶରଥ ପ୍ରାଣତ୍ୟାଗ କରିଛନ୍ତି । ସମଗ୍ର ଅଯୋଧ୍ୟା ଯେପରି ହତଶ୍ରୀ ହୋଇଯାଇଛି।

Question ୭ ।
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ କ’ଣ କଲେ ?
Answer:
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ ରାମଙ୍କ ଅନ୍ଵେଷଣରେ ବନକୁ ଯାଇଥିଲେ ।

Question ୮।
ରାମଙ୍କ ସହିତ ଭରତଙ୍କର କେଉଁ ସ୍ଥାନରେ ସାକ୍ଷାତ୍ ହୋଇଥିଲା ?
Answer:
ରାମଙ୍କ ସହିତ ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ସାକ୍ଷାତ୍ ହୋଇଥିଲା ।

Question ୯।
ଅଯୋଧ୍ୟାକୁ ଫେରିବାପାଇଁ ରାମ ନାସ୍ତି କଲେ କାହିଁକି ?
ଯେହେତୁ ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନକୁ ଯାଇଥିଲେ ଏବଂ ଅଯୋଧ୍ୟାକୁ ଫେରିଲେ ପିତାଙ୍କର ସତ୍ୟଭଗ୍ନ ହେବ, ସେଥୂପାଇଁ ଅଯୋଧ୍ୟାକୁ ଫେରିବାପାଇଁ ସେ ନାସ୍ତି କରିଥିଲେ ।

Question ୧୦ ।
ଅଯୋଧ୍ୟାକୁ ଫେରି ଭରତ କିପରି ଭାବରେ ରାଜ୍ୟଶାସନ କଲେ ?
Answer:
ଅଯୋଧ୍ୟାକୁ ଫେରି ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ

Question ୧୧ ।
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କରି ଏହି ନୀତି’– ଏ କଥା କିଏ କହିଛନ୍ତି ?
Answer:
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି’କବିତାଂଶଟି ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟରେ କହିଛନ୍ତି।

Question ୧୨ ।
କବିତାର ପ୍ରଥମ ଚାରିଧାଡ଼ି ମଧ୍ଯରେ କେଉଁ କେଉଁ ବିଷୟ ଶିକ୍ଷା
Answer:
କବିତାର ପ୍ରଥମ ଚାରିଧାଡ଼ିରେ ପିତୃଭକ୍ତି ଓ ଭ୍ରାତୃସ୍ନେହ ବିଷୟ ଶିକ୍ଷା

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୧୩ ।
ଅହଙ୍କାରର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି କାହିଁକି ?
Answer:
ଅହଙ୍କାରର ବଶବର୍ତ୍ତୀ ହେଲେ ଭାଇ ଭାଇର ସ୍ନେହ ରହିବ ନାହିଁ ବୋଲି ସେହି ଭାବର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି ।

Question ୧୪ ।
ସୀତାଙ୍କଠାରୁ ଆମ ଦେଶର ମହିଳାମାନେ କେଉଁ ଗୁଣ ଶିଖୁବାପାଇଁ କବି କହିଛନ୍ତି ?
Answer:
ସାତାଙ୍କଠାରୁ ଆମ ଦେଶର ମହିଳାନେ ପତିବ୍ରତା ଗୁଶ ଶିଖ୍ ବାପାଇଁ କବି କହିଛନ୍ତି।

Question ୧୫ ।
ମାୟାମୋହରେ ଜଡ଼ିତ ନହେବାପାଇଁ କବି କାହିଁକି କହିଛନ୍ତି ?
Answer:
ମାୟାମୋହରେ ଜଡ଼ିତ ହେଲେ ମଣିଷ ମନରେ ବହୁ ଦୁଃଖକଷ୍ଟ ପାଇ କାଳାତିପାତ କରି ଥାଏ । ତେଣୁ ମାୟାମୋହରେ ଜଡ଼ିତ ନହେବାପାଇଁ କବି କହିଛନ୍ତି।

Question ୧୬ ।
କାହାର ପଦପଙ୍କଜ ବିଷୟରେ ଏଠାରେ କୁହାଯାଇଛି ?
Answer:
ଏଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ପଦପଙ୍କଜ ବିଷୟରେ କୁହାଯାଇଛିା

Question ୧୭ ।
କବିତାରେ ବର୍ଣ୍ଣିତ ହନୁ କିଏ ?
Answer:
କବିତାରେ ବର୍ଣ୍ଣିତ ହନୁ ହେଉଛି ରାମଭକ୍ତ ମହାବୀର ହନୁମାନ ।

Question ୧୮ ।
କାହାକୁ ସୁବର୍ଣ୍ଣ ଗଡ଼ କୁହାଯାଇଛି ?
Answer:
ରାବଣର ରାଜ୍ୟ ସୁବର୍ଣ୍ଣ ଲଙ୍କାକୁ ସୁବର୍ଣ୍ଣ ଗଡ଼ ବୋଲି କୁହାଯାଇଛି ।

Question ୧୯।
ଭରତ କିଏ ? ତାଙ୍କର ମାଆଙ୍କ ନାମ କ’ଣ ?
Answer:
ଭରତ ଅଯୋଧ୍ୟା ନରପତି ଦଶରଥଙ୍କ ଦ୍ବିତୀୟ ପୁତ୍ର । ତାଙ୍କ ମାଆଙ୍କ ନାମ କୈକେୟୀ ।

Question ୨୦ ।
କେଉଁ ବିଶେଷ କାରଣ ଯୋଗୁଁ ରାଜା ଦଶରଥ ପ୍ରାଣତ୍ୟାଗ କଲେ ?
Answer:
ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ରାଜା ଦଶରଥ ତାଙ୍କୁ ଝୁରି ଝୁରି ପ୍ରାଣତ୍ୟାଗ କଲେ।

Question ୨୧।
ହନୁମାନ କିଏ ? ସେ କାହାର ଭକ୍ତ ଥିଲେ ?
Answer:
ହନୁମାନ ହେଉଛନ୍ତି ତ୍ରେତୟା ଯୁଗର ସୁ-ପ୍ରସିଦ୍ଧ ବୀର ଯିଏ କି ଯୁଗ ଯୁଗ ନିମିତ୍ତ ଅମରତ୍ୱ ଲାଭ କରିଛନ୍ତି । ସେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ ଥିଲେ ।

Question ୨୨ ।
ସଂସାରୀ ମଣିଷ କାହାପାଇଁ ସୁଖ ଓ ଦୁଃଖ ଭୋଗ କରେ ?
Answer:
ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ପିତାମାତା, ସ୍ତ୍ରୀ ଓ ପୁତ୍ରକନ୍ୟାଙ୍କ ସୁଖ ଓ ଦୁଃଖ ଭୋଗ କରିଥାଏ ।

ସରଳ ଭାଷାରେ ଚୁଝାଇ ଲେଖ :

Question ୧।
ସାତାଠାରୁ ପତିବ୍ରତା ଶିକ୍ଷା କାର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା
Answer:
ପାଣଠାରୁ …………………………… ସୁଯଶ ଲୋଡ଼ା
ଉକ୍ତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଲୋକପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ସତୀ ସୀତାଙ୍କର ପତିବ୍ରତା ଭାବର ମହତ୍ତ୍ଵକୁ ସୁନ୍ଦରଭାବରେ ବୁଝାଇଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ପ୍ରସ୍ତୁତ ହେଲେ । ବନକୁ ଯିବା ପୂର୍ବରୁ ସେ ସମସ୍ତଙ୍କଠାରୁ ବିଦାୟ ନେଲେ । ବନକୁ ନଯିବା ପାଇଁ ସମସ୍ତେ ରାମଙ୍କୁ ଅନୁନୟ ବିନୟ କରି କହିଲେ । ମାତ୍ର ନିଜ ପିତାଙ୍କର ସତ୍ୟରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ବାହାରିଲେ। ପତ୍ନୀ ସୀତା ମଧ୍ୟ ରାମଙ୍କ ସହିତ ବନକୁ ଯିବାପାଇଁ ବାହାରିଲେ । ରାମଚନ୍ଦ୍ରଙ୍କର କୌଣସି ପ୍ରକାର ବାରଣ ସୀତା ମାନିଲେ ନାହିଁ । ତାଙ୍କ ବିଚାରରେ ସେ ସ୍ଵାମୀଙ୍କର ଅର୍ଦ୍ଧାଙ୍ଗିନୀ । ସ୍ଵାମୀଙ୍କ ସୁଖଦୁଃଖରେ ସେ ସମଭାଗୀ ହେବାକୁ ଚାହାଁନ୍ତି। ସ୍ଵାମୀ ବନସ୍ତକୁ ଗଲେ ସେ ରାଜପୁରୀରେ ରହିପାରିବେ ନାହିଁ ।

ରାଜସୁଖ ତାଙ୍କୁ ଅସହ୍ୟ ମନେହେବ । ବରଂ ସ୍ବାମୀଙ୍କ ପାଖେ ପଖେ ରହି ପଦସେବା କଲେ ସ୍ୱାମୀଙ୍କର ବନଗମନ କଷ୍ଟ ଲାଘବ ହେବ । ପତିବ୍ରତାଭାବରେ ସ୍ୱାମୀଙ୍କର ଦୁଃଖରେ ସେ ସମଦୁଃଖୀ ହୋଇଛନ୍ତି । ସୀତା ରାଜନନ୍ଦିନୀ ଓ ରାଜବଧୂ ହୋଇ ମଧ୍ୟ ସ୍ଵାମୀଙ୍କ ପାଇଁ ସ୍ୱଇଚ୍ଛାରେ ବନବାସ କଷ୍ଟକୁ ଆଦରି ନେଇଥିଲେ । ସୀତାଙ୍କର ଏହି ଅପୂର୍ବ ତ୍ୟାଗକୁ ମହିଳାମାନେ ଗ୍ରହଣ କରି ସ୍ଵାମୀଙ୍କ ସୁଖଦୁଃଖରେ ସମଭାଗୀ ହେବାପାଇଁ କବି ପ୍ରକାରାନ୍ତରେ ପରାମର୍ଶ ଦେଇଛନ୍ତି । ମହିଳାମାନେ ନିଜେ ପତିବ୍ରତା ହେବା ସହ ଅନ୍ୟମାନଙ୍କୁ ଏହା ଶିକ୍ଷାଦେଇ ସୁଯଶରେ ଅଧିକାରୀ ହେବାକୁ କବି କହିଛନ୍ତି । ବାସ୍ତବରେ କବିଙ୍କର ଚିନ୍ତାଧାରା ମାର୍ମିକ ମନେହୋଇଥାଏ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨ ।
ପୁତ୍ରେ ପିତା ସ୍ନେହ କେଡ଼େ,
ପୁତ୍ରବିନା ପ୍ରାଣ ଛାଡ଼େ,
ପୁତ୍ରବିନା ପ୍ରାଣ ଛ।ଡେ,
ଭାଙ୍ଗି କେ ପାରିବ ଗୂଢ଼ ସ୍ନେହର ବାଡ଼ ।
Answer:
ପୁତ୍ରେ ପିତା ……………………….. ସ୍ନେହର ବାଡ଼ା
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ପୁସ୍ତକର ସ୍ଵର୍ଗତ ଗଣକବି ବୈଷ୍ଣବ ପାଣିଙ୍କ ଲେଖନୀ ନିଃସୃତ ‘ରାମ ବନବାସ’ ଗୀତିନାଟ୍ୟର କିୟଦଂଶ କବିତା “ଶିକ୍ଷାଦୀକ୍ଷା”ରୁ ସଂଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ପିତାପୁତ୍ରର ନିବିଡ଼ ସ୍ନେହ ବନ୍ଧନ ସଂପର୍କରେ ବିଶଦ ବ୍ୟାଖ୍ୟା ପ୍ରଦାନ କରି ଜନସମାଜକୁ ସୁଚିନ୍ତିତ ନୀତିଶିକ୍ଷା ପ୍ରଦାନ କରିଛନ୍ତି ।

ଅଯୋଧ୍ୟାଧୂପତି ଦଶରଥଙ୍କର ନିର୍ମଳ, ନିବିଡ଼ ପୁତ୍ର ସ୍ନେହ ସଂପର୍କରେ କବି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ପିତାଙ୍କ ପ୍ରତି ରାମଚନ୍ଦ୍ରଙ୍କର ଗଭୀର, ଅସାଧାରଣ ପିତୃଭକ୍ତି ସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ସତ୍ୟସନ୍ଧ ଦଶରଥ ଓ ସତ୍ୟବ୍ରତ ପାଳନରେ ଦୃଢ଼ ପରିକର ରାମଚନ୍ଦ୍ର ଉଭୟେ ଆଦର୍ଶର ଶୀର୍ଷସ୍ଥାନ ଲାଭ କରିଛନ୍ତି । ପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ଝୁରିଝୁରି ସ୍ଵର୍ଗଗାମୀ ହୋଇଛନ୍ତି ଦଶରଥ । ଏହାଦ୍ଵାରା ପିତାଙ୍କର ପୁତ୍ର ପ୍ରତି ଅନାବିଳ ନିଗୂଢ଼ ସ୍ନେହ ପରିପ୍ରକାଶ ହୋଇଛି । ତେଣୁ ଆଲୋଚ୍ୟ ପ୍ରସଙ୍ଗଟି ଭାବଗର୍ଭକ ଓ ଶିକ୍ଷାପ୍ରଦ ।

ଦୀର୍ଘ ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
କବିତାଟିର ନାମ ‘ଶିକ୍ଷାଦୀକ୍ଷା’ ରଖାଯିବାର ଯଥାର୍ଥତା ପ୍ରତିପାଦନ କର ।
Answer:
କବିତା କବି ହୃଦୟର ମାନସ କନ୍ୟା । କବି ବହୁ ଆବେଗରେ କବିତା ରଚନା କରେ । କଥାବସ୍ତୁକୁ ନେଇ ସେ ତା’ର ନାମକରଣ କରେ । ଆଲୋଚ୍ୟ କବିତା ‘ଶିକ୍ଷାଦୀକ୍ଷା’ କବିଙ୍କର ନାମକରଣ ନୁହେଁ । ଏହା ‘ରାମ ବନବାସ ଗୀତିନାଟ୍ୟର ଅଂଶବିଶେଷ । ଯେହେତୁ କବିତାରେ ସମାଜକୁ ଦିଗ୍‌ଦର୍ଶନ ଦେଲାଭଳି ଅନେକ ପ୍ରସଙ୍ଗ ରହିଛି ଏବଂ ଏହା ପାଠ୍ୟଶ ରୂପେ ସନ୍ନିବେଶିତ ହୋଇଛି, ତେଣୁ କବିତାଟିରେ ଏଭଳି ନାମକରଣ କରାଯାଇଛି । କଥାବସ୍ତୁ ଦୃଷ୍ଟିରୁ ବିଚାର କରି ଦେଖିଲେ ‘ଶିକ୍ଷାଦୀକ୍ଷା ନାମକରଣ ସାର୍ଥକ ହୋଇଛି ।

ରାମ ବନବାସ’ ଗୀତିନାଟ୍ୟର କବି ବୈଷ୍ଣବ ପାଣି । ସେ ଏକାଧାରରେ ଥିଲେ ଗୀତିନାଟ୍ୟର ନାଟ୍ୟକାର, ପାଲାର ସ୍ରଷ୍ଟା ଓ ଭଜନ ଜଣାଣର ରଚୟିତା । ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ, ‘ମେଘନାଦ ବଧ’, ‘ରଙ୍ଗସଭା’, ‘ରାମ ବନବାସ’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘କର୍ଷବଧ’, ‘ଦକ୍ଷ ଯଜ୍ଞ’ ଇତ୍ୟାଦି ପ୍ରଧାନ । ନାଟ୍ୟକୃତିରେ ପୌରାଣିକ କଥାବସ୍ତୁର ଅବତାରଣ କରାଯାଇଥିଲେ ମଧ୍ୟ ଏଥୁରେ ଦ୍ବାରି, ଡଗର ଇତ୍ୟାଦି ଚରିତ୍ର ସଂଯୋଜିତ କରି ସେମାନଙ୍କ ମାଧ୍ୟମରେ ସମାଜର ବିଭିନ୍ନ ଦିଗକୁ ବର୍ଣ୍ଣନା କରିବାର କୌଶଳ ପ୍ରୟୋଗ କରାଯାଇଛି । ଆଲୋଚ୍ୟ କବିତାରେ ମଧ୍ଯ ସମାଜକୁ ଦିଗ୍‌ଦର୍ଶନ ଦେଲାଭଳି ପ୍ରସଙ୍ଗକୁ ଅତି ଚତୁରତାର ସହିତ ଉପସ୍ଥାପନ କରାଯାଇଛି । ଏଥ‌ିରେ ଅନେକ ଚଳଣିକୁ ଶିକ୍ଷା କରିବା ଏବଂ ତାହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ପ୍ରେରଣା ଦିଆଯାଇଛି ।

ସୁତରାଂ କବିତାର ‘ଶିକ୍ଷାଦୀକ୍ଷା’ ନାମକରଣ ଯଥାର୍ଥ ମନେ ହୋଇଥାଏ । ପିତା ବହୁ ଆବେଗରେ ନିଜର ଭବିଷ୍ୟତର ସୁରକ୍ଷା ଓ ବୃଦ୍ଧ ସମୟର ସହାୟ ପାଇଁ ପୁତ୍ରକୁ ପାଳିପୋଷି ବଡ଼ କରେ । ମାତ୍ର ଅନେକ ସମୟରେ ପୁତ୍ର ବଡ଼ ହେଲାପରେ ପିତାକୁ ମର୍ଯ୍ୟାଦା ଦିଏ ନାହିଁ । ପିତାର ସୁଖଦୁଃଖର ସାଥୀ ନହୋଇ ସ୍ୱେଚ୍ଛାଚାରୀ ହୋଇଯାଏ । ସମାଜର ଏହି ଦୁର୍ବଳ ଦିଗକୁ କବି ରାମଚନ୍ଦ୍ରଙ୍କ ଚରିତ୍ରର ଉଦାହରଣ ଦେଇ ସୁଧାରିବାକୁ ଚାହିଁଛନ୍ତି । ରାମଚନ୍ଦ୍ରଙ୍କର ପିତୃଭକ୍ତି ଯେ ଅତୁଳନୀୟ ଏହା କବି ସ୍ଵୀକାର କରିଛନ୍ତି । ପିତାଙ୍କର ସତ୍ୟରକ୍ଷା ପାଇଁ ସେ ଚଉଦବର୍ଷ ବନକୁ ଯାଇଛନ୍ତି । ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷାକରି ସେ ରାଜସିଂହାସନକୁ ଉପେକ୍ଷା କରି ବନବାସ କଷ୍ଟକୁ ଆଦରି ନେଇଛନ୍ତି । ସୁତରାଂ କବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କବି ଏହା ବୁଝାଇବାକୁ ଯାଇ କହିଛନ୍ତି-

‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’’

କବି ଅଯୋଧ୍ୟା ରାଜପୁରୀରେ ଯେପରି ଭ୍ରାତୃସ୍ନେହ ରହିଥିଲା, ସେହିପରି ଭ୍ରାତୃଭାବରେ ରହିଲେ ସମାଜରେ ଆଉ କୌଣସି ବିଶୃଙ୍ଖଳା ରହିବ ନାହିଁ ବୋଲି କହିଛନ୍ତି । ମାତ୍ର ସମାଜରେ ଭାଇ ଭାଇ ମଧ୍ୟରେ ପିଲାଦିନର ସ୍ନେହ, ପରବର୍ତ୍ତୀ ସମୟରେ ସ୍ଵାର୍ଥପରତାର ପ୍ରଭାବରେ ହଜି ଯାଇଥାଏ । ଭାଇ ହୁଏ ଭାଇର ଶତ୍ରୁ । କବି ରାମ, ଲକ୍ଷ୍ମଣ ଓ ଭରତଙ୍କ ଉଦାହରଣ ମାଧ୍ୟମରେ ପବିତ୍ର ଭ୍ରାତୃଭାବକୁ ଶିକ୍ଷା କରି ଏହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ମାନବ ସମାଜକୁ ପରାମର୍ଶ ଦେଇ କହିଛନ୍ତି ।

ନାରୀ ହେଉଛି ପୁରୁଷର ପ୍ରେରଣାଦାତ୍ରୀ ଓ ସୁଖଦୁଃଖର ସାଥୀ । ପୁରୁଷକୁ ଦୁଃଖ ସମୟରେ ନାରୀହିଁ ସାହସ ଓ ଧୈର୍ଯ୍ୟ ଦେଇଥାଏ । ମାତ୍ର ବେଳେବେଳେ ସମାଜରେ ନାରୀ ସ୍ଵାର୍ଥସର୍ବସ୍ଵ ହୋଇ ପୁରୁଷକୁ ବିପଥଗାମୀ କରାଏ । କାନକୁହା କଥା କହି ପୁରୁଷକୁ ନିଜର କରିବାକୁ ଚେଷ୍ଟାକରେ । କୌଣସି ସମୟରେ ସେହି ପୁରୁଷ ଯଦି ଅସମର୍ଥ ହୋଇଯାଏ, ତା’ହେଲେ ନାରୀ ତାହାକୁ ଉପେକ୍ଷା କରିବାର ବହୁ ଉଦାହରଣ ରହିଛି । ପୁରୁଷର ଦୁଃଖରେ ସେ ସମଦୁଃଖୀ ନହୋଇ ବରଂ ନିଜ ସ୍ୱାର୍ଥ କଥା ଚିନ୍ତାକରେ । ସମାଜରେ ଏଭଳି ସ୍ବାର୍ଥସର୍ବସ୍ଵ ନାରୀମାନଙ୍କୁ ଶିକ୍ଷା ଦେବାପାଇଁ କବି ଜନକନନ୍ଦିନୀ ପତିବ୍ରତା ସୀତାଙ୍କର ଉଦାହରଣ ଦେଇଛନ୍ତି । ସୀତାଙ୍କ ଚିନ୍ତାଧାରାକୁ ଆପଣାର କରିପାରିଲେ ନାରୀମାନେ ଯେ ଯଶସ୍ବିନୀ ହେବେ, ଏହାକୁ କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । କବିଙ୍କ ଭାଷାରେ-

“ସାତାଠାରୁ ପତିବ୍ରତା, ଶିକ୍ଷା କର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା”

ପିତାପୁତ୍ରର ଅନାବିଳ ସମ୍ପର୍କକୁ କବି ରାଜା ଦଶରଥ ଓ ରାମଚନ୍ଦ୍ରଙ୍କ ମାଧ୍ୟମରେ ଶିକ୍ଷା ଦେଇଛନ୍ତି । ପୁତ୍ରକୁ ଛାଡ଼ି ପିତା କେବେହେଲେ ବଞ୍ଚୁରିବ ନାହିଁ । କାରଣ ପୁତ୍ର ହିଁ ପିତାର ଭାଗ୍ୟ ଓ ଭବିଷ୍ୟତ । ପୁତ୍ରର ସୁଖରେ ପିତା ସୁଖୀ ହୁଏ । ପୁତ୍ରର ଗୌରବରେ ପିତା ଗୌରବାନ୍ବିତ ହୁଏ । ଏହି ସମ୍ପର୍କକୁ କେହି ଉପେକ୍ଷା କରିପାରିବେ ନାହିଁ । ସେହିପରି ସାଂସାରିକ ଜୀବନରେ ଅନେକ ବାଧାବିଘ୍ନ ରହିଥାଏ । ମାତ୍ର ବିପଦ ସମୟରେ କେବେହେଲେ ଧୈର୍ଯ୍ୟହରା ନ ହେବାକୁ କବି ପରାମର୍ଶ ଦେଇଛନ୍ତି । ଜାଗତିକ ମୋହମାୟାର ବଶବର୍ତ୍ତୀ ହୋଇ ରହିଲେ, ସର୍ବଦା ଦୁଃଖରେ ସମୟ ଅତିବାହିତ କରିବାକୁ ହେବ । ସେଥ‌ିପାଇଁ ଚିତ୍ତ ଦୃଢ଼ କରିବାପାଇଁ କବି ପରାମର୍ଶ ଦେଇଛନ୍ତି । ଏହିପରି ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ କବି ସମାଜକୁ ଶିକ୍ଷା ଦେଇଥ୍ବାରୁ କବିତାର ‘ଶିକ୍ଷାଦାକ୍ଷା’ ନାମକରଣ ସାର୍ଥକ ମନେ ହୋଇଥାଏ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨।
ମନରେ ଅହଂକାର ରହିଲେ ଜଣେ କି କି ଅସୁବିଧାର ସମ୍ମୁଖୀନ ହେବ ସେ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
Answer:
ଆମର ପାପକଳୁଷିତ ସଂସାରକୁ ଯେଉଁସବୁ ବିକାର ପ୍ରଭାବିତ କରି ରଖୁଛି, ସେସବୁ ମଧ୍ୟରୁ ଅହଙ୍କାର ଅନ୍ୟତମ । ଅହଙ୍କାର ହେଉଛି, ନିଜକୁ ଅନ୍ୟଠାରୁ ବଡ଼କରି ଭାବିବା ଓ ସେହିପରି ଭାବ ନେଇ ଦେଖାଇହେବା ପ୍ରବୃତ୍ତି । ଅହଂକାରୀ ଦୃଷ୍ଟିରେ ସେ ସବୁଠାରୁ ଜ୍ଞାନୀ, ମାନୀ, ବଳଶାଳୀ ଓ ବୁଦ୍ଧିମାନ । ତା’ ମନର ଏହି ସଂକୀର୍ଣ୍ଣଭାବ ତାହାକୁ ଅହଙ୍କାରୀ କରାଇଥାଏ । ସେ କାହାକୁ ମର୍ଯ୍ୟାଦା ଦିଏ ନାହିଁ କିମ୍ବା କାହା ପାଖରେ ମୁଣ୍ଡ ନୁଆଁଇବାକୁ ଇଚ୍ଛା କରେ ନାହିଁ । ବରଂ ସେ ଭାବେ ତାହାକୁ ସମସ୍ତେ ମର୍ଯ୍ୟାଦା ଦେବେ ଏବଂ ତାହା କଥା ଅନୁସାରେ ପରିଚାଳିତ ହେବେ । ଏହା ଏକ ପ୍ରକାର

ଆସୁରୀ ସ୍ଵଭାବ । ସେହି ସ୍ଵଭାବନେଇ ଲଙ୍କାର ରାବଣ ବିପଦକୁ ବରଣ କରିଥିଲା । ତା’ର ସ୍ଵର୍ଣ୍ଣମୟ ଲଙ୍କା ଧ୍ବଂସ ହୋଇଯାଇଥିଲା । ସେହିପରି ଅତି ଅହଙ୍କାର ପ୍ରକାଶକରି କୌରବ ଶିରୋମଣି ଦୁର୍ଯ୍ୟୋଧନ ନିଜ ବଂଶନାଶର କାରଣ ହୋଇଥିଲା । ଅତି ଦାନୀଭାବ ଦେଖାଇ ହୋଇ, ଦାନୀର ଅହଙ୍କାର ପ୍ରତିପୋଷଣ କରି ବଳୀ ରାଜା ପାତାଳକୁ ଚାପି ହୋଇଯାଇଥିଲେ । ସୁତରାଂ ଅହଙ୍କାର ଆସିଲେ ମଣିଷ ଜୀବନରେ ଅବକ୍ଷୟ ଘଟିଥାଏ । ଅହଙ୍କାର ମଣିଷକୁ ଅବନତି ଆଡ଼କୁ ବାଟ କଢ଼ାଇ ଆଣେ । ପ୍ରତ୍ୟେକ କ୍ଷେତ୍ରରେ ଅହଂକାର ହିଁ ସର୍ବନାଶର କାରଣ ହୋଇଥାଏ ।

ଅହଂକାରୀ ମଣିଷ ସାମୟିକ ଭାବେ ନିଜର ପ୍ରତିଷ୍ଠା ପ୍ରକାଶ କରିପାରେ । ମାତ୍ର ତାହା ସର୍ବକାଳୀନ ମୂଲ୍ୟବୋଧ ହୋଇ ରହେନାହିଁ । ସାମାଜିକ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ ରାଜନୀତିକ କ୍ଷେତ୍ରରେ ଅହଙ୍କାର ମଣିଷକୁ ବହୁ ବିପଦରେ ପକାଇଥାଏ । ଅହଙ୍କାରୀ ମଣିଷକୁ ସାମାଜିକ କ୍ଷେତ୍ରରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥାଏ । ପାରିବାରିକ କ୍ଷେତ୍ରରେ ଅହଙ୍କାରୀ ବ୍ୟକ୍ତି, କେବେହେଲେ କାହାରି ମନକୁ ଜିଣିପାରି ନଥାଏ । ସେହିପରି ସମ୍ପର୍କ ସ୍ଥାପନ କ୍ଷେତ୍ରରେ, ପାରସ୍ପରିକ ବୁଝାମଣା କ୍ଷେତ୍ରରେ ଦୁଃଖପୂର୍ଣ୍ଣ ହୋଇଥାଏ । ଅହଂକାରୀର ପତନ ସୁନିଶ୍ଚିତ । ଏହା ଧ୍ରୁବ ସତ୍ୟ ।

କବି ପରିଚୟ :

ପ୍ରସିଦ୍ଧ ଗୀତିନାଟ୍ୟ ସ୍ରଷ୍ଟା ବୈଷ୍ଣବ ପାଣି କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳରେ ଥିବା କୋଠପଦା ଗାଁରେ ୧୮୮୨ ମସିହାରେ କୁମାର ପୂର୍ଣ୍ଣମୀ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦ ଦେବୀ । ବୈଷ୍ଣବ ପାଣିଙ୍କ ପିଲାଦିନର ନାମ ଥିଲା ଶତ୍ରୁଘ୍ନ । ପିଲାକାଳରେ ସେ ସାଂଘାତିକ ରୋଗରେ ପୀଡ଼ିତ ହୋଇଥିଲେ । ସେହି ରୋଗରୁ ମୁକ୍ତି କାମନା କରି ତାଙ୍କର ପିତାମାତା ତାଙ୍କୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ସେ ପରବର୍ତ୍ତୀ ସମୟରେ ସେହି ବୈଷ୍ଣବ ନାମରେ ପରିଚିତ ହୋଇଥିଲେ । ସେ ପିଲାଦିନରୁ ବହୁତ ଅଭାବ ଅସୁବିଧାରେ ଚଳିଥିଲେ ।

ତାଙ୍କର ପରିବାରର ଆର୍ଥିକ ଅବସ୍ଥା ତାଙ୍କର ଭଲ ନଥିଲା । ଦାରିଦ୍ର୍ୟ ହେତୁ ସେ କିଛିଦିନ ଫୁଲତୋଳା ଓ ଫୁଲଗୁନ୍ଥା କାମ କରିଥିଲେ । ସିଂହଙ୍କ ତତ୍ତ୍ୱାବଧାନରେ ରହିଥିଲେ । ସେ କିଛିଦିନ ସେଠାକାର ବିଦ୍ୟାଳୟରେ ପାଚକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଠାଇନାଲରେ ସନ୍ତୁଷ୍ଟ ହୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କୁ ବିନା ଦରମାରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ଦେଇଥିଲେ । ଦାରିଦ୍ର୍ୟ ହେତୁ ସେ ୧୭ ବର୍ଷ ବୟସରୁ ଷଷ୍ଠ ଶ୍ରେଣୀରୁ ଶିକ୍ଷା ପରିସମାପ୍ତି କରିଥିଲେ । ପରବର୍ତ୍ତୀ ସମୟରେ ସେ ନୃତ୍ୟଗୀତ ଓ ଯାତ୍ରା ଦଳରେ ରହି ବହୁ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ ଅମର ପଥର ଯାତ୍ରୀ ହୋଇଥିଲେ ।

କବି ଓ କବିତା :

ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଯାଇଛନ୍ତି । ତାଙ୍କ ରଚନାର ଲାଳିତ୍ୟ, ଉପଯୁକ୍ତ ଶବ୍ଦ ସଂଯୋଜନା ପାଠକ ତଥା ଦର୍ଶକଙ୍କୁ ବିମୋହିତ କରିଥାଏ । ଓଡ଼ିଆ ସାହିତ୍ୟରେ ବୈଷ୍ଣବ ପାଣି ‘ଗଣକବି’ ଭାବରେ ପରିଚିତ । ‘ମେଘନାଦ ବଧ’ ତାଙ୍କର ପ୍ରଥମ ଓ ସଫଳ ଗୀତିନାଟ୍ୟ । ପରବର୍ତ୍ତୀ ସମୟରେ ସେ ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ପ୍ରଭୃତି ଲୋକପ୍ରିୟ ଗୀତିନାଟ୍ୟମାନ ରଚନା କରିଥିଲେ । ଉକ୍ତ କବିତାଟି କବିଙ୍କର ‘ରାମ ବନବାସ’ ଗୀତିନାଟ୍ୟରୁ ସଂଗୃହୀତ । ଏଥିରେ ପିତାପୁତ୍ର, ଭାଇଭାଇର ସମ୍ପର୍କ, ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବର୍ଣ୍ଣିତ । ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବଣ୍ଠତ ।

କବିତାର ପୃଷ୍ଠଭୂମି:

ମର୍ଯ୍ୟାଦା ପୁରୁଷୋତ୍ତମ ରଘୁବାର ରାମଚନ୍ଦ୍ରଙ୍କର ମାନବାୟ ଲାଳା ବର୍ଣ୍ଣନା କରିବା ଅବକାଶରେ ‘ଶିକ୍ଷାଦାକ୍ଷା’ କବିତାରେ ଅବତାରଣା କରାଯାଇଛି। ଅଯୋଧ୍ୟାର ରାଜା ଦଶରଥଙ୍କର କୋଷ୍ଠପୁତ୍ର ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନଗମନ କରିଥିଲେ । ତାଙ୍କ ସଙ୍ଗରେ ଥିଲେ ଜନକନନ୍ଦିନୀ ପତିବ୍ରତା ସୀତା ଓ ଆଜ୍ଞାବହ ଅନୁଜ ଲକ୍ଷ୍ମଣ । ରାମଚନ୍ଦ୍ର ଯେତେବେଳେ ବନଗମନ କରିଥିଲେ, ସେତେବେଳେ ଭରତ ମାମୁଘରେ ଥିଲେ । ରାମଙ୍କର ବନଗମନ ଦୁଃଖକୁ ଦଶରଥ ସହ୍ୟ କରିପାରି ନଥିଲେ ।

ସେ ଦୁଃଖରେ ଭାଙ୍ଗିପଡ଼ି ରାମଚନ୍ଦ୍ରଙ୍କ ଗୁଣ ସ୍ମରଣ କରି ମୃତ୍ୟୁବରଣ କରିଥିଲେ । ପିତାଙ୍କ ମୃତ୍ୟୁ ସମ୍ବାଦ ଶୁଣି ଭରତ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଯୋଧ୍ୟାରେ ପହଞ୍ଚି ଭରତ ସବୁକଥା ଜାଣିବାକୁ ପାଇଲେ । ଶ୍ରୀରାମଙ୍କୁ ଫେରାଇ ଆଣିବାପାଇଁ ସେ ତାଙ୍କ ଅନ୍ଵେଷଣରେ ବନକୁ ଗମନ କରିଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ଭରତଙ୍କର ଭାଇମାନଙ୍କ ସହିତ ଦେଖା ହୋଇଥିଲା । ଅଯୋଧ୍ୟା ଫେରିବା ଲାଗି ଭରତ, ରାମଚନ୍ଦ୍ରଙ୍କୁ ବହୁପ୍ରକାର ଅନୁନୟ ବିନୟ କରିଥିଲେ ।

ମାତ୍ର ରାମଚନ୍ଦ୍ର ପିତୃ ସତ୍ୟ ରକ୍ଷାକରି ବନକୁ ଆସିଥିବାରୁ କୌଣସି ପ୍ରକାରେ ଅଯୋଧ୍ୟାକୁ ଫେରିପାରିବେ ନାହିଁ ବୋଲି କହିଥିଲେ । ନିଜ ସାନଭାଇ ଭରତଙ୍କ ପ୍ରତି ରାମଚନ୍ଦ୍ରଙ୍କ ଅନ୍ତରରେ ବହୁତ ସ୍ନେହ ଥିଲା । ସେଥିପାଇଁ ସେ ବାଧ୍ୟହୋଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ବାଧ୍ୟହେ।ଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ଭରତଙ୍କୁ ଅଯୋଧ୍ୟା ଫେରାଇ ଦେଇଥିଲେ । ରାମଚନ୍ଦ୍ରଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ରାମଚନ୍ଦ୍ରଙ୍କର ସେବକ ଭାବରେ ଚଉଦ ବର୍ଷକାଳ ରାଜ୍ୟଶାସନ କରିଥିଲେ । ରାମାୟଣ ବର୍ଣ୍ଣିତ ଏହି ଶିକ୍ଷଣୀୟ କଥାବସ୍ତୁ ଉପରେ କବିତାଟି ରଚନା କରାଯାଇଛି ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

କବିତାର ସାରକଥା :

କବି ପୌରାଣିକ କଥାବସ୍ତୁର ବର୍ଣନା କରିଥିଲେ ହେଁ ଅଯୋଧାର ପାରିବାରିକ ସ୍ନେହ, ପ୍ରେମ, ଆନ୍ତରିକତା ଆଦିର ମୂଲ୍ୟବୋଧକୁ ଯଥାର୍ଥ ଭାବରେ ମୂଲ୍ୟାୟନ କରିଛନ୍ତି ।

(୧) ପିତୃଭକ୍ତି : ରଘୁବୀର ରାମଚନ୍ଦ୍ରଙ୍କର ପିତୃଭକ୍ତି ଥିଲା ଅତୁଳନୀୟ । ପିତାଙ୍କର ସତ୍ୟ ରକ୍ଷା କରିବାପାଇଁ ସେ. ଚଉଦବର୍ଷ ବନକୁ ଯାଇଥିଲେ । ରାମଚନ୍ଦ୍ର ରାଜସିଂହାସନରେ ଅଭିଷିକ୍ତ ହେବା ପୂର୍ବରୁ ମାତା କୈକେୟୀ, ଦାସୀ ମନ୍ଥରାର ପ୍ରରୋଚନାରେ ଦଶରଥଙ୍କୁ ସତ୍ୟପାଳନ କରିବାପାଇଁ ବାଧ୍ୟ କରିଥିଲେ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସେ ଦଶରଥଙ୍କୁ ଦୁଇଟି ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ବିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ । ସେ କାହାରି କଥାକୁ ନମାନି ବନକୁ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ ।

ସେ କାହାରି କଥାକୁ ନମାନି ବନକୁ ଯିବ।ପାଇଁ ପ୍ରସ୍ତୁତ ହୋଇଥିଲେ । ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ କବି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ପିତୃଭକ୍ତି ପାଇଁ ଆବଶ୍ୟକ ହେଲେ ଭିକ୍ଷା କରିବାକୁ ବି ସେ ପଛେଇବ ନାହିଁ । କାରଣ ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ, ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା କଲେ, ପିତାଙ୍କୁ ଭକ୍ତିକଲେ ଓ ତାଙ୍କ ପାଇଁ ଜୀବନ ଉତ୍ସର୍ଗ କଲେ, ସବୁ ଦେବତାଙ୍କ ଆଶୀର୍ବାଦ ସେ ଲାଭ କରିପାରିବ । ସୁତରାଂ ସେ ପିତୃଭକ୍ତି ରୂପକ ବାଟରୁ କେବେହେଲେ ବିଚ୍ୟୁତ ହେବ ନାହିଁ କିମ୍ବା ଜୀବନରେ କେବେ ସତ୍ୟପଥରୁ ବିଚ୍ୟୁତ ହେବ ନାହିଁ ।

(୨) ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ପ୍ରତି ଭାଇର ସ୍ନେହ ଥିଲା ଅଧ୍ଵ । ରଘୁବୀର ରାମଚନ୍ଦ୍ର ଯେତେବେଳେ ରାଜପୁରୀ ଓ ରାଜସୁଖକୁ ଉପେକ୍ଷାକରି ପିତୃସତ୍ୟ ପାଳନ ପାଇଁ ଚଉଦବର୍ଷ ବନକୁ ଯିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ତାଙ୍କୁ ସାଙ୍ଗରେ ବନକୁ ନେବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ସେ ଅନୁରୋଧ କରିଥିଲେ । ତାଙ୍କ ସୁଖଦୁଃଖର ସାଥୀ ହୋଇ ରହିବାକୁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ଥିଲେ । ସେ ରାଜପୁରୀକୁ ଫେରି ସବୁବିଷୟ ଜାଣିବା ପରେ ଦୁଃଖ ପ୍ରକାଶ କରିଥିଲେ । ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ତାଙ୍କର ଭାଇଙ୍କ ସହିତ ଦେଖାହୋଇଥିଲା ।

ଅଯୋଧ୍ୟା ଫେରିବା ଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ମାତ୍ର ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରି ନଥିଲେ । ତଥାପି ନିଜ ସାନଭାଇ ଭରତ ପ୍ରତି ଅଧ୍ବକ ସ୍ନେହ ଥ‌ିବାରୁ ଶ୍ରୀରାମ ନିଜର ପାଦୁକା ଦୁଇଟି ତାଙ୍କୁ ଦେଇଥିଲେ । ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନକରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷ କାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ ଓ ଭରତଙ୍କ ଭିତରେ ଯେଭଳି ପବିତ୍ର ଭ୍ରାତୃସ୍ନେହ ରହିଥିଲା, ସେହିଭଳି ସ୍ନେହ ସୂତ୍ରରେ ଭାଇ ଭାଇ ସମ୍ପର୍କକୁ ଦୃଢ଼ କରିବାକୁ କବି ମନୁଷ୍ୟକୁ ପରାମର୍ଶ ଦେଇଛନ୍ତି । ନିଜ ମନରୁ ଅହଂଭାବ ଦୂର ହେଲେ ଏଭଳି ଭ୍ରାତୃସ୍ନେହ ସମ୍ଭବ ବୋଲି କବି ପ୍ରକାରାନ୍ତରେ କହିଥିଲେ ।

(୩) ପତିବ୍ରତାଭାବ : ସୀତା ଥିଲେ ପତିବ୍ରତା ରମଣୀ । ପତିଙ୍କୁ ସୁଖଦୁଃଖକୁ ସେ ନିଜର ମନ, ବଚନ ଓ କର୍ମରେ ମିଶାଇ ଦେବାକୁ ଚାହିଁଥିଲେ । ଜନକ ରାଜାଙ୍କର ଝିଅ ଭାବରେ ଅତି ଅଲିଅଳୀ ହୋଇଥିଲେ ବି ସେ ସ୍ଵାମୀଙ୍କ ସହିତ ବନକୁ ଯିବାକୁ ଇଚ୍ଛା କରିଥିଲେ। ପିତୃସତ୍ୟ ପାଳନପାଇଁ ରାମଚନ୍ଦ୍ର ଚାମଚନ୍ଦ୍ର ଚଉଦବର୍ଷ ବନବାସ ଯିବାକୁ ବାହାରିଥ୍ଲାବେଳେ ସାତା ତାଙ୍କ ସହିତ ବନକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ ସ୍ଵାମୀଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ସାଙ୍ଗରେ ନେବାପାଇଁ । ରାମଚନ୍ଦ୍ର ସୀତାଙ୍କୁ ବହୁତ ବୁଝାଇଥିଲେ ବି ସୀତା କୌଣସିଥ୍‌ରେ ରାଜି ହୋଇନଥିଲେ । ସ୍ଵାମୀଙ୍କ ବିନା ରାଜପୁରୀରେ ରହିବା ତାଙ୍କ ପାଇଁ ଅସମ୍ଭବ ଥିଲା । ସ୍ଵାମୀଙ୍କ ବ୍ୟତୀତ ରାଜପୁରୀ ସୁଖ ତାଙ୍କୁ ତୁଚ୍ଛ ମନେ ହୋଇଥିଲା ।

ପତିବ୍ରତା ଭାବରେ ସେ ସ୍ଵାମୀଙ୍କ ସହିତ ବନଗମନ କରିଥିଲେ । ସ୍ଵାମୀଙ୍କର ପାଖେ ପାଖେ ରହି ସ୍ଵାମୀଙ୍କ ବନବାସ ଦୁଃଖ ଦୂର କରିବାପାଇଁ ଚାହିଁଥିଲେ । ସୀତାଙ୍କ ପତିବ୍ରତା ଭାବକୁ ମହିଳାମାନେ ଅନୁସରଣ କରିବେ ବୋଲି କବି ପରାମର୍ଶ ଦେଇଛନ୍ତି । ସେଭଳି ଭାବ ପ୍ରକାଶଦ୍ୱାରା ମହିଳାମାନେ ନିଶ୍ଚୟ ଯଶସ୍ବିନୀ ହେବେ ବୋଲି କବି କହିଛନ୍ତି । ସମାଜରେ କିପରି ନାରୀମାନେ ସ୍ୱାମୀଙ୍କ ସୁଖଦୁଃଖରେ ଭାଗୀ ହୋଇ ନିଜର ଜୀବନ ଧନ୍ୟ କରିବେ ସେ ସମ୍ପର୍କରେ କବି ପରମର୍ଶ ଦେଇଛନ୍ତି।

(୪) ପୁତ୍ର ସ୍ନେହ : ରାଜା ଦଶରଥ କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଣୀ କୈକେୟୀଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦୁଇଟି ବର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କୈକେୟୀ ସେହି ସୁବିଧାକୁ ଆଧାର କରି ଦାସୀ ମନ୍ଥରାର କୁପରାମର୍ଶରେ ରାଜାଙ୍କୁ ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଅଯୋଧ୍ୟାର ରାଜା ନହୋଇ ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ଅଯୋଧ୍ୟାର ରାଜା ହୋଇପଡ଼ିଲେ । ଦଶରଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା । ଏଭଳି ବର ସେ । ଦେଇପାରିବେ ନାହିଁ ବୋଲି ରାଣୀ କୈକେୟୀଙ୍କୁ ଅନୁରୋଧ କଲେ । ମାତ୍ର କୈକେୟୀ ରାଜା ଦଶରଥଙ୍କ କୌଣସି କଥା ଶୁଣିବାକୁ ରାଜିହେଲେ ନାହିଁ । ଏହି ଖବର ପୁତ୍ର ସେ ପ୍ରସ୍ତୁତ ହେଲେ । ରାମଙ୍କ ସହିତ ପତ୍ନୀ ସୀତା ଓ ଭ୍ରାତା ଲକ୍ଷ୍ମଣ ମଧ୍ୟ ବନକୁ ଯିବାକୁ ବାହାରିଲେ । ଏଭଳି ଖବର ପାଇ ଦଶରଥ ଅସୁସ୍ଥ ହୋଇପଡ଼ିଲେ । ରାମ ବିନା ବଞ୍ଚିପାରିବେ ନାହିଁ ବୋଲି କୈକେୟୀଙ୍କୁ କହିଲେ । ମାତ୍ର ତାଙ୍କ ହୃଦୟର ବ୍ୟଥାକୁ କେହି ବୁଝିବାକୁ ଚେଷ୍ଟା କରିନଥିଲେ ।

ପୁତ୍ର ପାଇଁ ଯଜ୍ଞ କରାଇ ସେ ବହୁ ଦିନ ପରେ ପୁତ୍ର ପାଇଥିଲେ । ସେହି ପୁତ୍ରକୁ ବନକୁ ପଠାଇ ସେ ଆଉ ଧୈର୍ଯ୍ୟ ଧରି ପାରିନଥିଲେ । ପିତା ପାଇଁ ପୁତ୍ର ହେଉଛି ସବୁକିଛି । ପୁତ୍ରପ୍ରାପ୍ତି ନିମନ୍ତେ ସେ ପତ୍ନୀ ଗ୍ରହଣ କରେ । ପୁତ୍ର ପାଇଁ ତା’ର ସାଂସାରିକ ଜୀବନ ପୂର୍ଣାଙ୍ଗ ହୁଏ । ସେହି ପୁତ୍ରକୁ ଛାଡ଼ି ଦଶରଥ ମାନସିକ ଯନ୍ତ୍ରଣାରେ ଘାରିହେଲେ । ଶେଷରେ ସେହି ପୁତ୍ରକୁ ଝୁରି ଝୁରି ଓ ପୁତ୍ର ସ୍ନେହକୁ ସ୍ମରଣ କରି ସେ ପରପାରିକୁ ଚାଲିଗଲେ । କବିଙ୍କ ମତରେ ପିତା ପୁତ୍ରର ସ୍ନେହ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । ସ୍ନେହରୂପକ ବାଡ଼କୁ ଭାଙ୍ଗି ଦେଇ ପୁତ୍ରହୀନ ଭାବରେ କେହି ବଞ୍ଚିପାରିବେ ନାହିଁ । ବାସ୍ତବରେ କବିଙ୍କର ଏଭଳି ଚିନ୍ତାଧାରା ବେଶ୍ ହୃଦୟଗ୍ରାହୀ ।

(୫) ସଂସାରୀଙ୍କ ପାଇଁ ଚେତାବନୀ : ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ସ୍ତ୍ରୀ, ପୁତ୍ର ପାଇଁ ସବୁବେଳେ ସୁଖ ବା ଦୁଃଖ ଭୋଗକରେ । ସେମାନଙ୍କୁ ସୁଖରେ ରଖିବାପାଇଁ ଯେକୌଣସି ଦୁଃଖକଷ୍ଟକୁ ସେ ବରଣ କରିନେବାପାଇଁ ପ୍ରସ୍ତୁତ ହୋଇଥାଏ । ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସାଂସାରିକ ଜୀବନଯାପନ କରନ୍ତି, ତା’ହେଲେ ସେ ମଧ୍ଯ ଜାଗତିକ ବାଧା ବନ୍ଧନରୁ ଦୂରେଇ ରହିପାରିବେ ନାହିଁ । ସମୟାନୁସାରେ ତାଙ୍କୁ ମଧ୍ୟ ଦୁଃଖ ବା ସୁଖ ଭୋଗ କରିବାକୁ ହୋଇଥାଏ। ଯେତେ ସାବଧାନରେ ପାଦ ପକାଇ ଆଗକୁ ଆଗକୁ ଚାଲିଲେ ବି ଯେକୌଣସି ସମୟରେ ସଂସାର

ରୂପକ ଖସଡ଼ା ରାସ୍ତାରେ ତାଙ୍କ ପାଦ ଖସିଯିବାର ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାକୁ ହେବ। ପରିସ୍ଥିତିକୁ ସମ୍ମୁଖୀନ ହେବାପାଇଁ ସାହସ ସଞ୍ଚୟ କରିବାକୁ ପଡ଼ିବ । ମନ ଦୃଢ଼ ନକଲେ ମନରେ ଅଶାନ୍ତି ଲାଗିରହିବ । ମାୟାମୋହ ଜାଲରେ ଛନ୍ଦି ହୋଇ ଜୀବନ ହା ହୁତାଶରେ ସନ୍ତୁଳିତ ହେବ । କବି ଏପରି ପରିସ୍ଥିତିରେ ନିଜ ଚିତ୍ତକୁ ଦୃଢ଼ କରିବାପାଇଁ ଚେତାବନୀ ଶୁଣାଇଛନ୍ତି । କାରଣ ମନକୁ ସ୍ଥିର ଓ ଚିତ୍ତକୁ ଦୃଢ଼ ନକଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ ।

(୬) କବିଙ୍କର ଭକ୍ତିଭାବ : ବୈଷ୍ଣବ ପାଣି ପିଲାଦିନରୁ ବୈଷ୍ଣବ ହୋଇଥିଲେ । ଜଗନ୍ନାଥ, ରାମ, କୃଷ୍ଣଙ୍କ ପାଖରେ ତାଙ୍କ ମନ ଥିଲା ସମର୍ପିତ । ତାଙ୍କର ପ୍ରାଣକୁ ସେ ଉତ୍ସର୍ଗ କରିଥିଲେ ସେହି ବିଷ୍ଣୁଙ୍କ ପାଦକମଳରେ । କବିତାର ଶେଷରେ ସେ ଦର୍ଶକମାନଙ୍କୁ ସମ୍ବୋଧନ କରିଛନ୍ତି । ଦର୍ଶକମାନେ ରାମରସରେ ତଲ୍ଲୀନ ହେଲେ ତାଙ୍କର ଶ୍ରମ ଯେ ସାର୍ଥକ ହେବ, ଏହା ସେ ସ୍ୱୀକାର କରିଛନ୍ତି । ରାମଙ୍କର ପଦପଙ୍କଜରେ କର ଯୋଡ଼ିଲେ ଜୀବନରେ କୌଣସି ଦୁଃଖ ଅବସାଦ ରହିବ ନାହିଁ ବୋଲି କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । ସ୍ୱାଭାବିକ ଭାବେ କବିର ବିନୟ ଭାବ ନେଇ ବୈଷ୍ଣବ ପାଣି ନିଜକୁ ମୂଢ଼ ବୋଲି କହିଛନ୍ତି । ସେହି ରାମଚନ୍ଦ୍ରଙ୍କ ନିକଟରେ ସେ ଦାସ ବା ସେବାକାରୀ ହେବାପାଇଁ ଆଶା କରିଛନ୍ତି । ଯେଉଁ ରାମ ନାମକୁ ସ୍ମରଣ କରି ମହାବୀର ହନୁମାନ ଲଙ୍କାର ଅଭେଦ୍ୟ ଦୁର୍ଗକୁ ଜୟ କରିପାରିଲା, ସେହି ରାମନାମ ହିଁ ତାଙ୍କ ପାଇଁ ସବୁକିଛି ବୋଲି କବି ଦୃଢ଼ଭାବରେ କହିଛନ୍ତି ।

ସୂଚନା ଓ କଠିନ ଶବ୍ଦାର୍ଥ :

  • ଣିତୃଭକ୍ତ – ପିତାଙ୍କ ପ୍ରତି ଉତ୍ସର୍ଗ ଭାବ ।
  • ଦ।କ୍ଷା – ଦୃଢ଼ ସଂକଳ୍ପ / ଯାହାକୁ ଧେୟ ରୂପେ ଗ୍ରହଣ କରାଯାଏ ।
  • କେମନ୍ତେ – କିପରି
  • ବୃଥା – ମୂଲ୍ୟହୀନ / ଅଯଥା ।
  • ଅହଂକାର – ଗର୍ବ / ନିଜକୁ ବଡ଼ ବୋଲି ମନେକରିବା ।
  • ନରେ – ଲୋକମାନେ ।
  • ପତିବ୍ରତା – ଯେଉଁ ନାରୀ ପତି କୁ ଖୁବ୍ ଭଲପାଏ ଓ ନିଜର ହୃଦୟକୁ ପତି ସୁଖ ପାଇଁ ଉତ୍ସର୍ଗ କରେ / ବ୍ରତ ଆଚରଣ କଲା ପରି ପତିକୁ ସଦା ଭକ୍ତି କରୁଥିବା ନାରା
  • ମହଳା – ନାରା।
  • ସୁଯଶ – ସୁଖ୍ୟାତି ।
  • ଲୋଡ଼ – ଅନୁସରଣ କର | ଖୋଜ ।
  • ବିନେ – ବ୍ୟତୀତ ।
  • ଗୂଢ଼ – ଅପ୍ରକାଶିତ | ଗୁପ୍ତ ।
  • ସ୍ନେହବାଢ଼ – ସ୍ନେହରୂପକ ସନ୍ଧନା
  • ପାଡ଼ନା – ଦୁଃଖ ଦିଅ ନାହିଁ ।
  • କଡ଼ି – ସାମିଲ୍ କରି / ମିଶାଇ ଦେଇ ।
  • ମାୟା – ଭ୍ରାନ୍ତି / ଛଳନା
  • ମୋହ – ଆସକ୍ତି ।
  • ଦୃଢ଼ – ସ୍ଥିର / ଟାଣ ।
  • ତଦତଙ୍କଜ – ସଦରୂପକ କମଲା
  • ମୂଢ଼ – ଜ୍ଞାନହୀନ / ନିର୍ବୋଧ ।
  • ଆଶ – ଆଶା / ଅଭିଳାଷ ।
  • ଦାସ – ସେବକ ।
  • ହନୁ – ହନୁମାନ, ରାମଙ୍କ ଦୂତ ।
  • ସୁବର୍ଣ୍ଣଗଡ଼ – ସୁନାରେ ତିଆରି ଲଙ୍କା ନଗରୀ ।.

କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ :

  • କେଡେ – କେତେ ଅଧ୍ଵ
  • ବିଘ୍ନ – ଅନ୍ତରାୟ /ଅସୁବିଧା
  • ଧ୍ୟାୟି – ଧ୍ୟାନ କରି / ମନରେ ଚିନ୍ତାକରି
  • ସୁଯଶ – ଯଶସ୍ଵା
  • ଚିତ୍ତ – ମନରେ

CHSE Odisha Class 12 Economics Chapter 12 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 12 ଜାତୀୟ ଆୟ Short Answer Questions.

CHSE Odisha 12th Class Economics Chapter 12 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଜାତୀୟ ଆୟ କ’ଣ ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଷରେ ଏକ ଅର୍ଥବ୍ୟବସ୍ଥାରେ ଉତ୍ପାଦିତ ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ଉକ୍ତ ଅର୍ଥବ୍ୟବସ୍ଥାର ଜାତୀୟ ଆୟ କୁହାଯାଏ । ପ୍ରକାରାନ୍ତରେ ଜାତୀୟ ଆୟ ମଜୁରି, ଅଧୂଶେଷ, ସୁଧ ଓ ଲାଭର ସମଷ୍ଟି । ଅର୍ଥାତ୍ ଏକ ଦେଶରେ ଏକ ଗଣନ ବର୍ଷର ଦ୍ଵୈତ ଗଣନା ନ ହୋଇ ଉତ୍ପାଦିତ ହେଉଥ‌ିବା ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟକୁ ଜାତୀୟ ଆୟ କୁହାଯାଏ ।

2. ମୋଟ ଦେଶୀୟ ଉତ୍ପାଦ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟର ଅବଧି ମଧ୍ଯରେ ଚୂଡ଼ାନ୍ତ ଭାବେ ଉତ୍ପାଦନ କରାଯାଉଥ‌ିବା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ଅତଏବ ମୋଟ ଦେଶୀୟ ଉତ୍ପାଦ କହିଲେ କୌଣସି ରାଷ୍ଟ୍ର ମଧ୍ୟରେ ରାଷ୍ଟ୍ରର ନାଗରିକ ଓ ବିଦେଶୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ବୁଝାଏ । କେତେକ ଦେଶରେ ଜାତୀୟ ଆୟ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ବିଚାର କରାଯାଏ ନାହିଁ ।

3. ଅବକ୍ଷୟ ପରିବ୍ୟୟ ବ୍ୟବସ୍ଥା କ’ଣ ?
Answer:
ସ୍ଵାଭାବିକ କ୍ଷୟକ୍ଷତି ଏବଂ ଅପ୍ରଚଳନଜନିତ ଉତ୍ପାଦନ କ୍ଷେତ୍ରରେ ସ୍ଥିର ପୁଞ୍ଜି ରୂପକ ପରିସମ୍ପତ୍ତିର ମୂଲ୍ୟ ହ୍ରାସ ପାଏ । ପ୍ରତ୍ୟେକ ଉତ୍ପାଦନକାରୀ ସ୍ଥିର ପୁଞ୍ଜି ପରିସମ୍ପତ୍ତିକୁ ଅକ୍ଷତ ରଖିବାପାଇଁ ଯନ୍ତ୍ରପାତି, କଳକବ୍‌ଜା ଆଦିର କ୍ଷୟକ୍ଷତି ଭରଣା କରିବାପାଇଁ ପଦକ୍ଷେପ ନେଇଥା’ନ୍ତି । ଏଥ‌ିପାଇଁ ଉଦ୍ୟୋକ୍ତା କିଛି ବ୍ୟୟ କରିଥା’ନ୍ତି ଯାହା ଅବକ୍ଷୟ ପରିବ୍ୟୟ ନାମରେ ପରିଚିତ ।

4. ଘରୋଇ ଆୟ କ’ଣ ?
Answer:
ଦେଶର ସମସ୍ତ ନ୍ୟାୟୋଚିତ ସୂତ୍ରରୁ ଅର୍ଜନ କରାଯାଉଥିବା ଆୟ ବା ସମସ୍ତ ବ୍ୟକ୍ତିଙ୍କର ଆୟକୁ ଘରୋଇ ଆୟ କୁହାଯାଏ । ଉତ୍ପାଦନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ, ହସ୍ତାନ୍ତରଣ ପ୍ରାପ୍ୟ, ବିଦେଶରୁ ଅର୍ଜନ କରାଯାଉଥୁବା ନିଟ୍ ଉତ୍ପାଦନ ଆୟ ଏବଂ ଆଭ୍ୟନ୍ତରୀଣ ଋଣ ଉପରେ ମିଳୁଥିବା ସୁଧ, ସାମାଜିକ ନିରାପତ୍ତା ଖର୍ଜ, ଲାଭାଂଶ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ମିଳୁଥ‌ିବା ଉଦ୍‌ବୃତ୍ତ ଅଂଶକୁ ବାଦେଇ ଘରୋଇ ଆୟ ସ୍ଥିର କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

5. ବ୍ୟବହାରଯୋଗ୍ୟ ଆୟ କ’ଣ ?
Answer:
ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ `କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ । ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ ।

6. ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ, ରାଷ୍ଟ୍ରର ବ୍ୟକ୍ତିବିଶେଷ ବାସ୍ତବରେ ଯେଉଁ ମୌଦ୍ରିକ ଆୟ କରିଥା’ନ୍ତି ତାହାକୁ ବ୍ୟକ୍ତିଗତ ଆୟ କୁହାଯାଏ । ଜାତୀୟ ଆୟ ଆକଳନବେଳେ ଏଭଳି କିଛି ଆୟ ହିସାବକୁ ନିଆଯାଏ ଯେଉଁଗୁଡ଼ିକ ଅର୍ଜିତ ହୋଇଥିଲେ ମଧ୍ୟ ପ୍ରାପ୍ତ ହୋଇ ନଥାଏ । ସେଗୁଡ଼ିକ ହେଲା ସାମାଜିକ ନିରାପତ୍ତା ଦେୟ, ଆବଣ୍ଟିତ ଲାଭ, କର୍ପୋରେଟ କର ଇତ୍ୟାଦି । ପୁନଶ୍ଚ, ଜାତୀୟ ଆୟରେ କେତେକ ଆୟ ସାମିଲ ହୋଇ ନଥାଏ ଯେଉଁଗୁଡ଼ିକ ଅର୍ଜିତ ହୋଇନଥିଲେ ମଧ୍ୟ ପ୍ରାପ୍ତ ହୋଇଥାଏ । ସେଗୁଡ଼ିକ ହେଲା ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା ଇତ୍ୟାଦି ଭଳି ଅନ୍ତରଣ ଦେୟ । ତେଣୁ ବ୍ୟକ୍ତିଗତ ଆୟ ଆକଳନବେଳେ ଜାତୀୟ ଆୟରୁ ଅର୍ଜିତ ଅପ୍ରାପ୍ତ ଆୟ ବାଦ୍ ଦେଇ ଅର୍ଜିତ ନ ହୋଇ ପ୍ରାପ୍ତ ହୋଇଥିବା ଆୟ ଯୋଗ କରାଯାଏ ।

7. ହସ୍ତାନ୍ତରଣ ଦେୟ କ’ଣ ?
Answer:
କେତେକ କ୍ଷେତ୍ରରେ ସରକାର କୌଣସି ଦ୍ରବ୍ୟ ଓ ସେବାର ଆଶା ନ ରଖ୍ ପରିବାର, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଲାଭ ରହିତ ସଂସ୍ଥାମାନଙ୍କୁ ଏକତରଫା ଭାବେ ଯେଉଁ ପ୍ରାପ୍ୟସବୁ ପ୍ରଦାନ କରନ୍ତି ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରରଣ ଦେୟର ଉଦାହରଣ ହେଲା ବାର୍ଦ୍ଧକ୍ୟ ଭତ୍ତା, ବୃତ୍ତି ଭତ୍ତା ଓ ବେକାରୀ ଭତ୍ତା । ତେଣୁ ଯେଉଁସବୁ ପ୍ରାପ୍ତି ବା ପାଉଣା ହିତାଧ୍ୟାକାରୀମାନେ ଉତ୍ପାଦନଶୀଳ ଅଂଶ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ ହସ୍ତାନ୍ତରଣ ଦେୟ କୁହାଯାଏ ଏବଂ ଏହା ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇ ନଥାଏ ।

8. ଅବରୁଦ୍ଧ ଅର୍ଥବ୍ୟବସ୍ଥା କ’ଣ ?
Answer:
ବିଶ୍ବର ଅନ୍ୟ କୌଣସି ଦେଶ ସହ ଅର୍ଥନୈତିକ ସମ୍ପର୍କ ନଥୁଲେ, ଅର୍ଥବ୍ୟବସ୍ଥାକୁ ଅବରୁଦ୍ଧ ଅର୍ଥବ୍ୟବସ୍ଥା କୁହାଯାଏ । ଅର୍ଥାତ୍ ଏହି ଅର୍ଥବ୍ୟବସ୍ଥାରେ ବୈଦେଶିକ ବାଣିଜ୍ୟ ଦେଖାଯାଏ ନାହିଁ । ତେଣୁ ଯାହା ଦେଶରେ ଉତ୍ପାଦନ କରାଯାଏ ତାହା ଉପଭୋଗ ଓ ସଞ୍ଚୟ ହୋଇଥାଏ ।

9. ମୁକ୍ତ ଅର୍ଥବ୍ୟବସ୍ଥା କ’ଣ ?
Answer:
ବର୍ତ୍ତମାନ ପୃଥ‌ିବୀର ପ୍ରତ୍ୟେକ ଦେଶରେ ମୁକ୍ତ ଅର୍ଥବ୍ୟବସ୍ଥା ପ୍ରଚଳିତ । ମୁକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସମ୍ପର୍କ ରହିଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନପ୍ରଦାନ କରାଯାଉଥ‌ିବାରୁ ମୋଟ ଜାତୀୟ ଆୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ ।

10. ମୁଣ୍ଡପିଛା ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷର ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗକରି ମୁଣ୍ଡପିଛା ଆୟ ନିର୍ଦ୍ଧାରଣ
କରାଯାଏ । ମୁଣ୍ଡପିଛା ଆୟକୁ ସ୍ଥିର ଦାମ୍‌ରେ ଏବଂ ପ୍ରଚଳିତ ଦାମ୍‌ରେ କଳନା କରାଯାଇପାରେ । ଜାତୀୟ ଆୟର ଅଭିବୃଦ୍ଧି ଯଦି ଜନସଂଖ୍ୟା ବୃଦ୍ଧିଠାରୁ କମ୍ ହୁଏ, ତାହାହେଲେ ମୁଣ୍ଡପିଛା ଆୟ ହ୍ରାସ ପାଇଥାଏ । ସ୍ଥିର ଦରରେ ସୂଚିତ ମୁଣ୍ଡପିଛା ଆୟ ଅର୍ଥନୈତିକ ଅଭିବୃଦ୍ଧିର ଓ ଜୀବନଯାପନ ମାନର ସଠିକ୍ ମାପକାଠି ହୋଇଥାଏ ।

11. ମଧ୍ୟବର୍ତୀ (ଅନ୍ତବର୍ତ୍ତୀ) ଦ୍ରବ୍ୟ କ’ଣ ?
Answer:
ଯେଉଁସବୁ ଦ୍ରବ୍ୟଉତ୍ପାଦନକାରୀଙ୍କ ମଧ୍ୟରେ ବିନିମୟ ହୋଇଥାଏ, ସେସବୁ ଦ୍ରବ୍ୟକୁ ମଧ୍ୟବର୍ତ୍ତୀ ଦ୍ରବ୍ୟରୂପେ ବିଚାର କରାଯାଏ । କୌଣସି ଦ୍ରବ୍ୟ ଅଧ‌ିକ ଉତ୍ପାଦନ କରିବାପାଇଁ ଜଣେ ଉତ୍ପାଦନକାରୀ ଅନ୍ୟ ଜଣେ ଉତ୍ପାଦନକାରୀଙ୍କଠାରୁ ଏହି ପ୍ରକାର ଦ୍ରବ୍ୟ କ୍ରୟ କରିଥା’ନ୍ତି । ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ ହୋଇନଥାଏ ।

12. ଚୂଡ଼ାନ୍ତ ଦ୍ରବ୍ୟ କ’ଣ ?
Answer:
ଚୂଡ଼ାନ୍ତ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ କି ପୁନଃ ବିକ୍ରୟକ୍ଷମ ନୁହେଁ । ଏହି ପ୍ରକାର ଦ୍ରବ୍ୟଗୁଡ଼ିକ ମୁଖ୍ୟତଃ ଉପଯୋଗ ପାଇଁ ବା ଅଭାବକୁ ପ୍ରତ୍ୟକ୍ଷଭାବେ ପରିତୃପ୍ତ କରିବାପାଇଁ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

13. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଉତ୍ପାଦିତ ହୋଇଥିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବା ସମୂହର ମୋଟ ବଜାର ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ତେଣୁ ଏହାର ଅନ୍ୟ ନାମ ବଜାର ଦରଭିଭିକ ଜାତୀୟ ଉତ୍ପାଦ । କୌଣସି ରାଷ୍ଟ୍ରରେ ନାଗରିକ ଉପାର୍ଜନ କରୁଥିବା ଆୟ ଜାତୀୟ ଉତ୍ପାଦର ଅଂଶବିଶେଷ । ତେଣୁ ବିଦେଶରୁ ଅର୍ଜିତ ଆୟ ମଧ୍ୟ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ ।

14. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ରାଷ୍ଟ୍ରର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିଭିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏ ନାହିଁ ।

15. ସାଧାରଣ ଅସ୍ଵାସୀ କାହାକୁ କୁହାଯାଏ ?
Answer:
ଅସ୍ଵାସୀ କହିଲେ ଆମେ କୌଣସି ସ୍ଥାନରେ ବସବାସ କରି ରହୁଥ‌ିବା ବ୍ୟକ୍ତିବିଶେଷଙ୍କୁ ବୁଝିଥାଉ । ତେଣୁ ଗୋଟିଏ ଦେଶରେ ବସବାସ କରୁଥିବା ଯେଉଁ ବ୍ୟକ୍ତିବିଶେଷଙ୍କର ଆର୍ଥିକ ସ୍ବାର୍ଥ ସେହି ଦେଶରେ ନିହିତ ଥାଏ, ସେମାନଙ୍କୁ ଦେଶର ସାଧାରଣ ଅସ୍ଵାସୀ କହନ୍ତି । ସେହି ଅଧ୍ୟାବାସୀଗଣ ଯେଉଁ ଆୟ ଉତ୍ପାଦନ କ୍ଷେତ୍ରରେ ସାଧନ ବାବଦରେ ଅର୍ଜନ କରନ୍ତି, ଯଥା – ମଜୁରି, ଅଶେଷ, ସୁଧ ଓ ଲାଭ, ତାକୁ ଜାତୀୟ ଆୟ କୁହାଯାଏ ।

16. ବିଦେଶାଗତ ନିଟ୍ ସାଧନ ଆୟ କିପରି ଆକଳନ କରାଯାଏ ?
Answer:
ଉତ୍ପାଦନରୁ ସାଧନ ସେବା ପ୍ରଦାନ ବାବଦରେ ବିଦେଶରୁ ପ୍ରାପ୍ୟ ଆୟରୁ ସାଧନ ସେବା ପ୍ରଦାନ ବାବଦରେ ଅଣ ଅଧିବାସୀମାନଙ୍କୁ ଦେୟ ଆୟକୁ ବାଦ୍ ଦେଲେ, ଆମେ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ ପାଉ । ନିଟ୍ ଘରୋଇ ଆୟ ସହିତ ବିଦେଶରୁ ଅର୍ଜିତ ସାଧନ ଆୟକୁ ଯୋଗକଲେ ଆମେ ଜାତୀୟ ଆୟ ପାଇଥାଉ । ଅର୍ଥାତ୍ ଜଣେ ଭାରତୀୟ ଆମେରିକାରେ ନିବେଶ କରି ଉପାର୍ଜନ କରୁଥିବା ଆୟ ଭାରତୀୟ ଜାତୀୟ ଆୟର ଏକ ଅଂଶବିଶେଷ । କିନ୍ତୁ ଜଣେ ଆମେରିକୀୟ ଭାରତରୁ କରୁଥିବା ଆୟ ଭାରତୀୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ ।

17. ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କିପରି ଆକଳନ କରାଯାଏ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାରୁ ମୋଟ ଘରୋଇ ସାଧନ ଆୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ ସାଧନଜନିତ ପରିବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ । ଅର୍ଥାତ୍ ଉପାଦାନଭିତ୍ତିକ ମୋଟ ଜାତୀୟ ଉତ୍ପାଦ = ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ + ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ । ପୁନଶ୍ଚ, ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦରୁ ନିଟ୍ ପରୋକ୍ଷ କର ବାଦ୍ ଦେଲେ ଆମେ ମଧ୍ୟ ଉପାଦାନ ବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ ପାଇଥାଉ ।

18. ବ୍ୟକ୍ତିଗତ ଆୟ କ’ଣ ?
Answer:
ସମସ୍ତ ଉତ୍ସଗୁଡ଼ିକରୁ ବ୍ୟକ୍ତି କିମ୍ବା ପରିବାରବର୍ଗମାନଙ୍କୁ ମିଳୁଥିବା ଚଳନ୍ତି ଆୟକୁ ବ୍ୟକ୍ତିଗତ ଆୟରୂପେ ଅଭିହତ କରାଯାଏ । ବ୍ୟକ୍ତିଗତ ଆୟ କେବଳ ସେହି ଆୟକୁ ଅନ୍ତର୍ଭୁକ୍ତ କରେ, ଯେଉଁ ଆୟକୁ ପରିବାରମାନେ ପ୍ରକୃତରେ ପାଇଥାଆନ୍ତି । ବେସରକାରୀ ଆୟରୁ ପ୍ରତିଷ୍ଠାନମାନଙ୍କର ଅବିତରିତ ଲାଭ ଓ ନିଗମ କର ବାଦ୍ ଦେଲେ ବ୍ୟକ୍ତିଗତ ଆୟ ମିଳିଥାଏ ।

19. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପରିବାରଗୁଡ଼ିକ ଅର୍ଜନ କରୁଥିବା ସମସ୍ତ ବ୍ୟକ୍ତିଗତ ଆୟ ଖଯୋଗ୍ୟ ହୋଇ ନଥାଏ । କାରଣ ପରିବାରଗୁଡ଼ିକ ବ୍ୟକ୍ତିଗତ ଆୟ ପ୍ରତ୍ୟକ୍ଷ କର ଯଥା ଆୟକର ଆକାରରେ ସରକାରଙ୍କୁ ଦେଇଥା’ନ୍ତି । ତେଣୁ ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ବାଦେଲେ ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ ମିଳିଥାଏ ।

20. ଅନ୍ତରଣ ଦେୟ କାହାକୁ କହନ୍ତି ?
Answer:
ଉତ୍ପାଦନ କ୍ଷେତ୍ରକୁ କୌଣସି ଅବଦାନ ନ ଥାଇ ମଧ୍ୟ କେତେକ ବ୍ୟକ୍ତିବିଶେଷଙ୍କୁ ସରକାର ଯେଉଁ ପ୍ରାପ୍ୟ ଦେଇଥା’ନ୍ତି ତାହାକୁ ଅନ୍ତରଣ ଦେୟ କୁହାଯାଏ । ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଛାତ୍ରବୃତ୍ତି ଇତ୍ୟାଦି ପ୍ରଭୃତି ଅନ୍ତରଣ ଦେୟ, କାରଣ ସେଗୁଡ଼ିକ ଉତ୍ପାଦନ ସହିତ ସମ୍ପୃକ୍ତ ନୁହନ୍ତି । ଏହିପରି ଆୟକୁ ଜାତୀୟ ଆୟ ଆକଳନବେଳେ ବିଚାରକୁ ନିଆଯାଏ ନାହିଁ ।

21. ହସ୍ତାନ୍ତରଣ ଦେୟ କାହାକୁ କୁହାଯାଏ ?
Answer:
ଦ୍ରବ୍ୟ ଓ ସେବା ପ୍ରବାହକୁ କୌଣସି ଅବଦାନ ନ ଥାଇ ଯେଉଁ ପ୍ରାପ୍ୟ ପରିଶୋଧ କରାଯାଏ, ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରଣ ଦେୟ; ଯଥା – ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଗରିବ ଛାତ୍ରପାଣ୍ଠି ଇତ୍ୟାଦି ସାଧନ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ତେଣୁ ଯେଉଁସବୁ ପାଉଣା ହିତାଧିକାରୀମାନେ ଉତ୍ପାଦନଶୀଳ ଅଂଶଦାନ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ
ହସ୍ତାନ୍ତରଣ ଦେୟ କୁହାଯାଏ ।

22. ମିଶ୍ରିତ ଆୟ କ’ଣ ?
Answer:
ଆତ୍ମନିଯୁକ୍ତ ବ୍ୟକ୍ତିଗଣ ସେମାନଙ୍କର ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନଗୁଡ଼ିକୁ ବ୍ୟବହାର କରି ଯେଉଁ ଆୟ ଅର୍ଜନ କରନ୍ତି, ତାହାକୁ ସେମାନଙ୍କର ମିଶ୍ରିତ ଆୟ କୁହାଯାଏ । ଏହି ଆୟ ମଜୁରି, ଅଶେଷ, ସୁଧ ଓ ଲାଭର ସମ୍ମିଶ୍ରଣରେ ସୃଷ୍ଟି ହୋଇଥାଏ । ତେଣୁ ଏହି ଆୟ ଜାତୀୟ ଆୟର ଏକ ଅଂଶ ରୂପେ ବିବେଚନା କରାଯାଏ ।

23. ଅବକ୍ଷୟଜନିତ ବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନକାଳରେ ଯନ୍ତ୍ରପାତି, କାରଖାନା ଇତ୍ୟାଦିର ମୂଲ୍ୟ ହ୍ରାସ ପାଇବା ସ୍ଵାଭାବିକ । ମୂଲ୍ୟର ଏହି ଅବମୂଲ୍ୟାୟନକୁ ଅବକ୍ଷୟଜନିତ ବ୍ୟୟ କୁହାଯାଏ । ଅଧ୍ଵନ୍ତୁ ଉଦ୍ଭାବନ ଓ ନୂତନ ପ୍ରଯୁକ୍ତି ଜ୍ଞାନର ଅଭ୍ୟୁଦୟ ଯୋଗୁଁ ଅନେକ କଳକାରଖାନା ନିଜର ପ୍ରାସଙ୍ଗିକତା ହରାଇଥାନ୍ତି । ତେଣୁ ନିଟ୍ ଜାତୀୟ ଆୟ ନିର୍ଣ୍ଣୟ କରିବାପାଇଁ ମୋଟ ଜାତୀୟ ଆୟରୁ ଅବକ୍ଷୟଜନିତ ବ୍ୟୟ ବାଦ୍ ଦେବାକୁ ହୋଇଥାଏ ।

24. ପୁଞ୍ଜି ଉପଭୋଗ ଭତ୍ତା (Capital Consumption Allowance) କ’ଣ ?
Answer:
ଦରଦାମ୍ ବୃଦ୍ଧି ପାଇବାଦ୍ୱାରା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ବୃଦ୍ଧି ପାଏ । ଏଠାରେ ମୌଦ୍ରିକ ଆୟ ବୃଦ୍ଧି ପାଇଥିଲେ ମଧ୍ୟ ବାସ୍ତବ ଆୟର କୌଣସି ପରିବର୍ତ୍ତନ ଘଟିନଥାଏ । ତେଣୁ ମୌଦ୍ରିକ ଆୟରେ ହୋଇଥିବା ଅଯଥା ବୃଦ୍ଧିକୁ ବାଦ୍ ଦେବା ଉଚିତ ଯଦ୍ବାରା ବାସ୍ତବ ଆୟ ଜାଣିହେବ । ଠିକ୍ ସେହିପରି ମୋଟ ଜାତୀୟ ଆୟରେ ହେଉଥ‌ିବା ଅଯଥା ବୃଦ୍ଧିକୁ ଅବକ୍ଷୟଜନିତ ବ୍ୟୟ ମାଧ୍ୟମରେ ଅନ୍ତର କରି ନିଟ୍ ଜାତୀୟ ଆୟ ଆକଳନ କରିହେବ । ଅବକ୍ଷୟଜନିତ ବ୍ୟୟକୁ ପୁଞ୍ଜି ଉପଭୋଗ ଭତ୍ତା ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

25. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ଦେଶର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିତ୍ତିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏନାହିଁ ।

26. ନିଟ୍ ପରୋକ୍ଷ କର କିପରି ନିର୍ଦ୍ଧାରଣ କରାଯାଏ ?
Answer:
ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ରାଷ୍ଟ୍ର ବିଦେଶକୁ ରପ୍ତାନି କରି ଯେଉଁ ଆୟ କରିଥାଏ ତାହାକୁ ରପ୍ତାନି ମୂଲ୍ୟ କହନ୍ତି । ଠିକ୍ ସେହିପରି ଅନ୍ୟ ରାଷ୍ଟ୍ରରୁ ଆମଦାନୀ କରି ରାଷ୍ଟ୍ର ଆମଦାନି ଦ୍ରବ୍ୟର ଯେଉଁ ମୂଲ୍ୟ ପ୍ରଦାନ କରିଥାଏ, ତାହାକୁ ଆମଦାନି ମୂଲ୍ୟ କୁହାଯାଏ l ରପ୍ତାନି ଓ ଆମଦାନି ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ହିଁ ନିଟ୍ ରପ୍ତାନି ମୂଲ୍ୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂ-ଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିରୁ ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦ ମିଳିଥାଏ । ତେଣୁ ଦୋହରା ଓ ବହୁବିଧ ଗଣନା ସମସ୍ୟାରୁ ମୁକ୍ତ ହେବାପାଇଁ ମୋଟ ଜାତୀୟ ଉତ୍ପାଦ କଳନା କଲାବେଳେ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରାଯାଏ ଏବଂ ବିଦେଶରୁ ଅର୍ଜିତ ଆୟ ମଧ୍ଯ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ ।

କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ । ପୁନଶ୍ଚ ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ମୋଟ ଜାତୀୟ ଉତ୍ପାଦକୁ ଅର୍ଥନୈତିକ ବିକାଶର ମାନଦଣ୍ଡ ଭାବରେ ଗ୍ରହଣ କରାଯାଏ ।

2. ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ହିସାବ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ ।

ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ । ତେଣୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ ହେଉଛି = ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର ।

3. ମୂଲ୍ୟ ସଂଯୋଗ ପଦ୍ଧତି କ’ଣ ?
Answer:
ମୂଲ୍ୟ ସଂଯୋଗ ପଦ୍ଧତି ଉତ୍ପାଦ ପଦ୍ଧତିର ଅନ୍ୟ ଏକ ବିକଳ୍ପ । ଏହି ପଦ୍ଧତି ସାଧାରଣତଃ ସେହି ପଦ୍ଧତିକୁ ବୁଝାଏ ଯାହା ଦ୍ରବ୍ୟ ଓ ସେବାର ଉତ୍ପାଦନରେ ପ୍ରତ୍ୟେକ ଉତ୍ପାଦନକାରୀ ପ୍ରତିଷ୍ଠାନର ଅବଦାନର ମୂଲ୍ୟକୁ ପରିମାପ କରିଥାଏ । ଉତ୍ପାଦନର ପ୍ରତ୍ୟେକ ସ୍ତରରେ ସଂଯୁକ୍ତ ହେଉଥ‌ିବା ମୂଲ୍ୟର ଗଣନା ଏହି ପଦ୍ଧତିରେ କରାଯାଇଥାଏ । ଅର୍ଥାତ୍ ଉତ୍ପାଦନ କାଳରେ ଉତ୍ପାଦନର ପ୍ରତ୍ୟେକ ସ୍ତରରେ କଞ୍ଚାମାଲ ସହିତ ମୂଲ୍ୟ ସଂଯୁକ୍ତ ହୋଇଥାଏ । ତେଣୁ, ଏକ ଉତ୍ପାଦର ମୂଲ୍ୟ କଞ୍ଚାମାଲର ମୂଲ୍ୟ ଏବଂ ପ୍ରତ୍ୟେକ ସ୍ତରରେ ସଂଯୋଗ ହୋଇଥିବା ମୋଟ ମୂଲ୍ୟର ସମଷ୍ଟି ।

ମୂଲ୍ୟ ସଂଯୋଗ ପଦ୍ଧତି ଅବଲମ୍ବନରେ ରାଷ୍ଟ୍ରର ମୋଟ ଉତ୍ପାଦ ମୂଲ୍ୟ ଆକଳନ କରାଯାଇପାରେ । ଏଥରେ ନିଟ୍ ବିଦେଶାଗତ ଆୟ ବା ରପ୍ତାନି ମୂଲ୍ୟ ଓ ଆମଦାନି ମୂଲ୍ୟର ଅନ୍ତରକୁ ଏକତ୍ର କରି ଜାତୀୟ ଉତ୍ପାଦ ନିର୍ଦ୍ଧାରଣ କରାଯାଏ ।

4. ବିଦେଶାଗତ ନିଟ୍ ସାଧନ ଆୟ କ’ଣ ?
Answer:
ଜାତୀୟ ଆୟର ଆକଳନର ଶେଷ ପର୍ଯ୍ୟାୟରେ ବିଦେଶାଗତ ନିଟ୍ ସାଧନ ଆୟର ଆକଳନ କରାଯାଇଥାଏ । ଏକ ରାଷ୍ଟ୍ରର ଅଧ୍ୟାବାସୀ ଅନ୍ୟ ରାଷ୍ଟ୍ରରୁ ମଧ୍ଯ ଆୟ କରିଥା’ନ୍ତି । ଜାତୀୟ ଆୟ ଗଣନା କଲାବେଳେ ଏହି ଆୟକୁ ହିସାବକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ ଯେଉଁ ଆୟ କରିଥାଏ ତାହା ଜାତୀୟ ଆୟର ଏକ ଉପାଦାନ ରୂପେ ବିବେଚନା କରାଯାଏ ନାହିଁ । ତେଣୁ ରାଷ୍ଟ୍ରର ଅଧିବାସୀ ବିଦେଶରୁ କରୁଥିବା ଆୟ ଏବଂ ବିଦେଶୀମାନଙ୍କ ସେବା ଓ ନିବେଶର ପ୍ରାପ୍ୟର ପାର୍ଥକ୍ୟ ଜାତୀୟ ଆୟର ଏକ ଉପାଦାନ । ଏହାକୁ ବିଦେଶାଗତ ନିଟ୍ ସାଧନ ଆୟ କୁହାଯାଏ । ଏହା ଧନାତ୍ମକ ବା ଋଣାତ୍ମକ ହୋଇପାରେ ।

5. ବ୍ୟୟ ପଦ୍ଧତି କ’ଣ ?
Answer:
ଜଣଙ୍କ ଆୟ ଅନ୍ୟଜଣଙ୍କ ବ୍ୟୟ ସହିତ ସମାନ । ଅର୍ଥାତ୍, ମୋଟ ଉତ୍ପାଦର ମୂଲ୍ୟ ମୋଟ ବ୍ୟୟ ସହିତ ସମାନ । ତେଣୁ ଜାତୀୟ ଆୟ ବ୍ୟୟ ପଦ୍ଧତିରେ ମଧ୍ୟ ଆକଳନ କରାଯାଇପାରିବ । ଏଥିରେ ଏକ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ ଏକକର ବ୍ୟୟକୁ ଏକତ୍ରକରି ଜାତୀୟ ଆୟ ଆକଳନ କରାଯାଇଥାଏ । ବ୍ୟୟ ପଦ୍ଧତିରେ ସମସ୍ତ ଉତ୍ପାଦିତ ପଦାର୍ଥ ବିକ୍ରୟ ହୋଇସାରିଛି ବୋଲି ଧରି ନିଆଯାଏ । କେବଳ ଏକ ଗଣନ ବର୍ଷ ମଧ୍ୟରେ ଉତ୍ପାଦିତ ସମସ୍ତ ପଦାର୍ଥ ଓ ସେବାପାଇଁ ହୋଇଥିବା ବ୍ୟୟକୁ ଆଧାର କରି ଏହି ପଦ୍ଧତିରେ ଜାତୀୟ ଆୟ ନିର୍ଣ୍ଣୟ କରାଯାଏ ।

ଅତଏବ ବ୍ୟୟ ପଦ୍ଧତିରେ ଜାତୀୟ ଆୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମସ୍ତ ଅଧିବାସୀଙ୍କ ମୋଟ ବ୍ୟୟକୁ ହିଁ ବୁଝାଇଥାଏ । ଯେଉଁଠାରେ ସମସ୍ତ ଦ୍ରବ୍ୟ ଓ ସେବା ବିକ୍ରି ହୋଇଛି ବୋଲି ମନେ କରିବାକୁ ହୁଏ । ଏହି ପଦ୍ଧତିକୁ ଚୂଡ଼ାନ୍ତ ବ୍ୟୟ ପଦ୍ଧତି ବା ଉପଭୋଗ ଓ ବିନିଯୋଗ ପଦ୍ଧତି ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

6. ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ମୌଦ୍ରିକ ମୂଲ୍ୟକୁ ବଜାର ଦରରେ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଉତ୍ପାଦନକାରୀମାନେ ସ୍ବଦେଶୀ ବାସିନ୍ଦା ବା ପ୍ରବାସୀ ହୋଇପାରନ୍ତି, କିନ୍ତୁ ସେମାନେ ସମସ୍ତେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରୁଥିବା ଆବଶ୍ୟକ । ଦୋହରା ଗଣନାରୁ ନିବୃତ୍ତି ପାଇଁ କେବଳ ଅନ୍ତିମ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ କରାଯାଇଥାଏ ।

ନୂତନ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରେ; ମାତ୍ର ପୁରୁଣା ଦ୍ରବ୍ୟର ମୂଲ୍ୟକୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ଏଠାରେ ସ୍ଵକୀୟ ଉପଭୋଗ ପାଇଁ ବ୍ୟବହୃତ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ ହୋଇ ନଥାଏ ଏବଂ କେତେଗୁଡ଼ିଏ ଦ୍ରବ୍ୟ ବଜାରକୁ ବିକ୍ରି ପାଇଁ ନ ଆସିଲେ ମଧ୍ୟ ସେମାନଙ୍କର ଆରୋପିତ ମୂଲ୍ୟ ଏଥ‌ିରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) ।
Answer:
ଭୂମି, ପୁଞ୍ଜି, ଶ୍ରମ ଓ ସଙ୍ଗଠନ ଭଳି ଉତ୍ପାଦନର ସାଧନମାନଙ୍କର ସମ୍ମିଳିତ ଉଦ୍ୟମରେ ଉତ୍ପାଦନ ସମ୍ଭବ ହୋଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ଅବଦାନ ଯୋଗୁଁ ପ୍ରତିବଦଳରେ ସାଧନଗୁଡ଼ିକ ସେମାନଙ୍କର ପାରିତୋଷିକ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ଗ୍ରହଣ କରିଥା’ନ୍ତି । ସାଧନମାନଙ୍କର ଏହି ପାଉଣାକୁ ଉତ୍ପାଦନ ବ୍ୟୟ ବା ସାଧନ ବ୍ୟୟ କୁହାଯାଏ । ପ୍ରତିଷ୍ଠାନ ଦୃଷ୍ଟିକୋଣରୁ ଏହାକୁ ବ୍ୟୟଭାବରେ ଗ୍ରହଣ କରାଯାଉଥ‌ିବାବେଳେ ସାଧାନମାନଙ୍କ ଦୃଷ୍ଟିକୋଣରୁ ଏହା ସେମାନଙ୍କର ଆୟ ହିସାବରେ ପରିଗଣିତ ହୋଇଥାଏ ।

ଅତଏବ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ କହିଲେ, ମୋଟ ଘରୋଇ ଆୟକୁ ମଧ୍ୟ ବୁଝାଇଥାଏ । ଏହା ଉତ୍ପାଦନ ବ୍ୟୟରେ ମୋଟ ସଂଯୋଗିତ ମୂଲ୍ୟ ସହ ସମାନ ହୋଇଥାଏ । ବଜାର ଦରରେ ମୋଟ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବିୟୋଗ କଲେ, ବିୟୋଗଫଳକୁ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ ବୋଲି କୁହାଯାଏ ।

8. ନିଟ୍ ପରୋକ୍ଷ କର କ’ଣ ?
Answer:
ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବାରେ ପରୋକ୍ଷ କର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଟ୍ ପରୋକ୍ଷ କର କହିଲେ, ପରୋକ୍ଷ କର ଓ ସରକାରୀ ସହାୟତା (Subsidy)ର ଅନ୍ତରଫଳକୁ ବୁଝାଏ । ପରୋକ୍ଷ କର କହିଲେ, ଦ୍ରବ୍ୟ ଓ ସେବା ଉପରେ ଧାର୍ଯ୍ୟ କରାଯାଉଥ‌ିବା ବିକ୍ରୟ କର, ଉତ୍ପାଦନ କର ପ୍ରଭୃତିକୁ ବୁଝାଏ । ସରକାର କେତେକ ଦ୍ରବ୍ୟ ଓ ସେବାର ଉତ୍ପାଦନକୁ ପ୍ରୋତ୍ସାହନ ଦେବାପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥା’ନ୍ତି ।

ଏହାକୁ ସରକାରୀ ସହାୟତା କୁହାଯାଏ । ଏହି ଆର୍ଥିକ ସହାୟତା ବଜାର ଦରକୁ ହ୍ରାସ କରିଥାଏ । ବଜାର ଦରର ନିଟ୍ ଅଭିବୃଦ୍ଧି ଜାଣିବାକୁ ହେଲେ କରର ପରିମାଣରୁ ସରକାରୀ ସହାୟତା ବିୟୋଗ କରିବାକୁ ହୋଇଥାଏ । ଏହି ବିୟୋଗଫଳକୁ ନିଟ୍ ପରୋକ୍ଷ କର କୁହାଯାଏ ।

9. ନିଟ୍ ରପ୍ତାନି କ’ଣ ?
Answer:
ରପ୍ତାନିର ମୂଲ୍ୟ ଓ ଆମଦାନିର ମୂଲ୍ୟର ପାର୍ଥକ୍ୟକୁ ନିଟ୍ ରପ୍ତାନି କୁହାଯାଏ । ବିଦେଶରେ ଦ୍ରବ୍ୟ ଓ ଅଣସାଧନ ସେବାର ବିକ୍ରୟକୁ ରପ୍ତାନି କୁହାଯାଏ । ରପ୍ତାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ଦେଶର ଘରୋଇ ଭୂ-ଖଣ୍ଡରେ ଉତ୍ପାଦିତ ହୋଇଥାଏ ଏବଂ ସେଥ‌ିପାଇଁ ରପ୍ତାନି ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । ଅନ୍ୟପକ୍ଷରେ ଆମଦାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ବିଦେଶରେ ଉତ୍ପାଦିତ ହୋଇଥାଏ ଏବଂ ସେଥୂପାଇଁ ଆମଦାନି ଘରୋଇ ଉତ୍ପାଦର ଏକ ଅଂଶ ହୋଇନଥାଏ ।

ତେଣୁ ଗୋଟିଏ ଗଣନ ବର୍ଷରେ କୌଣସି ରପ୍ତାନି ମୂଲ୍ୟରୁ ଆମଦାନି ମୂଲ୍ୟକୁ ବାଦ୍ ଦେଲେ ଅବଶିକ୍ଷାଂଶକୁ ନିଟ୍ ରପ୍ତାନି କୁହାଯାଏ ଏବଂ ନିଟ୍ ରପ୍ତାନିକୁ ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । କିନ୍ତୁ ଏହା ଧନାତ୍ମକ କିମ୍ବା ଋଣାତ୍ମକ କିମ୍ବା ଶୂନ୍ୟ ହୋଇପାରେ ।

10. ଜାତୀୟ ଆୟ = ଜାତୀୟ ଉତ୍ପାଦ = ଜାତୀୟ ବ୍ୟୟ – କିପରି ?
Answer:
ଜାତୀୟ ଆୟ, ଜାତୀୟ ଉତ୍ପାଦ ଓ ଜାତୀୟ ବ୍ୟୟ ଏକ ଓ ଅଭିନ୍ନ । ତେଣୁ ଆୟ ଆକଳନ ପାଇଁ ବ୍ୟବହୃତ ବିଭିନ୍ନ ପଦ୍ଧତି ଜାତୀୟ ଆୟ ସଂଯୋଗିତ ମୂଲ୍ୟ ଓ ବ୍ୟୟମାନଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥାଏ । ଗୋଟିଏ ଅର୍ଥବ୍ୟବସ୍ଥାରେ ବାର୍ଷିକ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୂଲ୍ୟ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ମୋଟ ସାଧନ ଦେୟ ସହିତ ସମାନ ହୋଇଥାଏ । ଏହିସବୁ ଉତ୍ପାଦିତ ଦ୍ରବ୍ୟ, ସାଧନ ସେବା ଯୋଗୁଁ ସମ୍ଭବ ହୋଇଥାଏ ଏବଂ ତଦ୍ଵଜନିତ ପ୍ରାପ୍ୟ ଆୟ ଉପଭୋଗ କିମ୍ବା ନିବେଶ ଉପରେ ବ୍ୟୟ କରାଯାଏ ।

ତେଣୁ ଉତ୍ପାଦ ପଦ୍ଧତି, ଆୟ ପଦ୍ଧତି ଓ ବ୍ୟୟ ପଦ୍ଧତି ଏକା ବିଷୟକୁ ତିନୋଟି ଦିଗରେ ଦେଖାଯାଇଥାଏ । ଅର୍ଥାତ୍ ପ୍ରତ୍ୟେକ ପଦ୍ଧତିରେ ଯେଉଁ ମୋଟ ସଂଖ୍ୟାରେ ପହଞ୍ଚାଉ ତାହା ସମାନ ହୋଇଥାଏ ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ମଧ୍ୟବର୍ତ୍ତୀ ଦ୍ରବ୍ୟ ଏବଂ ଚୂଡ଼ାନ୍ତ ଦ୍ରବ୍ୟ :
Answer:
ମଧ୍ୟବର୍ତ୍ତୀ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଭୋଗ ହେଉଥିବାରୁ ତାହା ଉତ୍ପାଦନକାରୀଙ୍କ ମଧ୍ୟରେ କାରବାର ହୋଇଥାଏ । ମଧ୍ୟବର୍ତ୍ତୀ ଦ୍ରବ୍ୟକୁ ମାଧ୍ୟମିକ ନିବେଶ ମଧ୍ୟ କୁହାଯାଏ । ମଧ୍ୟବର୍ତ୍ତୀ ଦ୍ରବର ମୂଲ୍ୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ଚୂଡ଼ାନ୍ତ ଦ୍ରବ୍ୟ ଅନ୍ତିମ ଉପଭୋଗ ପାଇଁ ଉଦ୍ଦିଷ୍ଟ । ଏହି ପ୍ରକାର ଦ୍ରବ୍ୟର ଉପଭୋଗରୁ ପ୍ରତ୍ୟକ୍ଷ ପରିତୃପ୍ତ ମିଳିଥାଏ ।

ଚୂଡ଼ାନ୍ତ ଦ୍ରବ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ; ଯଥା – ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଓ ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ! ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ସହଯୋଗୀ ହୋଇଥାଏ; ମାତ୍ର ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ପ୍ରତ୍ୟକ୍ଷ ପରିତୃପ୍ତି ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ କଳନାରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

2. ମୋଟ ଦେଶୀୟ ଉତ୍ପାଦ ଏବଂ ମୋଟ ଜାତୀୟ ଉତ୍ପାଦ :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶରେ ଉତ୍ପାଦିତ ହେଉଥ‌ିବା ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ ଏହାର ଅନ୍ତର୍ଭୁକ୍ତ ହୋଇ ନଥାଏ । ମୋଟ ଜାତୀୟ ଉତ୍ପାଦରୁ ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟକୁ ବିୟୋଗ କଲେ ମୋଟ ଦେଶୀୟ ଉତ୍ପାଦ ମିଳିଥାଏ ।

ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶ ଭିତରେ ଓ ଦେଶ ବାହାରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ବିଦେଶରୁ ଅର୍ଜନ କରାଯାଉଥ‌ିବା ନିଟ୍ ଉପାଦାନ ଆୟ ମୋଟ ଜାତୀୟ ଆୟର ଅଂଶ ହୋଇଥାଏ । ସୁତରାଂ ମୋଟ ଜାତୀୟ ଆୟର ପରିସୀମା ମୋଟ ଦେଶୀୟ ଉତ୍ପାଦର ପରିସୀମାଠାରୁ ପ୍ରଶସ୍ତ ବୋଲି ବିଚାର କରାଯାଏ ।

3. ବଜାର ଦାମ୍‌ରେ ଜାତୀୟ ଉତ୍ପାଦ ଏବଂ ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ :
Answer:
ମୋଟ ଜାତୀୟ ଉତ୍ପାଦ ଏକ ବ୍ୟାପକ ଧାରଣା । ଏହା ଦେଶର ଆଞ୍ଚଳିକ ସୀମା ମଧ୍ୟରେ ସୀମିତ ନୁହେଁ । ଅବଶିଷ୍ଟ ବିଶ୍ଵରେ ନିୟୋଜିତ ଶ୍ରମ ଓ ସମ୍ପତ୍ତିରୁ ପ୍ରାପ୍ତ ମୋଟ ଘରୋଇ ଉତ୍ପାଦର ସମସ୍ତ ଉପାଦାନ ଏଥ‌ିରେ ଅନ୍ତର୍ଭୁକ୍ତ ହୋଇଥାଏ । ଅର୍ଥାତ୍ ମୋଟ ଘରୋଇ ଉତ୍ପାଦ ମୋଟ ଜାତୀୟ ଉତ୍ପାଦର ଏକ ଅଂଶବିଶେଷ ଅଟେ । ଅର୍ଥାତ୍ ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶାଗତ ନିଟ୍ ସାଧନ ଆୟ ଯୋଗକଲେ ଯୋଗଫଳକୁ ବଜାର ଦରରେ ମୋଟ ଜାତୀୟ ଉତ୍ପାଦ କୁହାଯାଏ ।

ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ କହିଲେ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ଉପାଦାନ ପରିବ୍ୟୟ ସମେତ କର୍ମଚାରୀଙ୍କ ପ୍ରତିଦାନ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ, କର୍ମଚାରୀଙ୍କ ଉଦ୍‌ବୃରାଂଶ ଏବଂ ସ୍ଥିର ପୁଞ୍ଜି ଉପଭୋଗକୁ ବୁଝାଏ । ଅନ୍ୟ ଅର୍ଥରେ ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ଏବଂ ଅବକ୍ଷୟ ପରିବ୍ୟୟର ମିଶ୍ରଣ ସହିତ ଉପାଦାନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ ସମାନ ହୋଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

4. ମୁକ୍ତ ଅର୍ଥବ୍ୟବସ୍ଥା ଏବଂ ଅବରୁଦ୍ଧ ଅର୍ଥବ୍ୟବସ୍ଥା :
Answer:
ମକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସଂପର୍କ ରହିଥାଏ । ମାତ୍ର ଅବରୁଦ୍ଧ ଅର୍ଥବ୍ୟବସ୍ଥା ହେଉଛି ଏକ ରୁଦ୍ଧ ପ୍ରକୋଷ୍ଠ ସଦୃଶ । ଏହାର ଅନ୍ୟ ଦେଶ ସହିତ ସଂପର୍କ ନଥାଏ । ଏପରି ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଏବଂ ଜାତୀୟ ଆୟ ସମାନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନ ପ୍ରଦାନ କରାଯାଉଥିବାରୁ ମୋଟ ଜାତୀୟ ଅୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ର ପ୍ରଶସ୍ତ ହୋଇଥିବାବେଳେ ଅବରୁଦ୍ଧ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ସମ୍ଭବ ହୁଏ ନାହିଁ ।

5. ମୁଣ୍ଡପିଛା ଆୟ ଏବଂ ବାସ୍ତବ ମୁଣ୍ଡପିଛା ଆୟ :
Answer:
ମୁଣ୍ଡପିଛା ଆୟ କହିଲେ ବର୍ଷକ ମଧ୍ୟରେ ବ୍ୟକ୍ତି ମାନଙ୍କର ଅର୍ଜିତ ହାରାହାରି ଆୟକୁ ବୁଝାଏ । ଏହା ସାଧାରଣତଃ ମୁଦ୍ରା ଆକାରରେ ପ୍ରକାଶିତ ହୋଇଥାଏ ଏବଂ ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗ କରାଯାଇ ଏହା କଳନା କରାଯାଏ । ମୁଣ୍ଡପିଛା ଆୟରୁ ଦେଶର ଲୋକମାନଙ୍କର ପ୍ରକୃତ ଆୟର ଚିତ୍ର ମିଳେନାହିଁ ! କାରଣ ଦରଦାମ୍ ପରିବର୍ତ୍ତନ ସହିତ ମୌଦ୍ରିକ ମୁଣ୍ଡପିଛା ଆୟ ପରିବର୍ତ୍ତିତ ହୋଇଥାଏ । ଉତ୍ପାଦନ ବୃଦ୍ଧି ନହୋଇ ଦରଦାମ୍ ଯେତେବେଳେ ହ୍ରାସ ବା ବୃଦ୍ଧି ହୁଏ, ମୁଣ୍ଡପିଛା ଆୟ ହ୍ରାସ ପାଇପାରେ ବା ବୃଦ୍ଧି ପାଇପାରେ । ମୁଣ୍ଡପିଛା ବାସ୍ତବ ଆୟକୁ ଦ୍ରବ୍ୟ ସେବା ଆକାରରେ ପ୍ରକାଶ କରାଯାଏ ଏବଂ ସ୍ଥିର ଦାମରେ ପରିମାପ କରାଯାଏ । ବାସ୍ତବ ମୁଣ୍ଡପିଛା ଆୟରୁ ଲୋକମାନଙ୍କର ଜୀବନଧାରଣର ମାନ ଜଣାଯାଏ ।

6. ବେସରକାରୀ ଆୟ ଏବଂ ଜାତୀୟ ଆୟ :
Answer:
ବେସରକାରୀ ଆୟରେ କେବଳ ବେସରକାରୀ କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ଆୟକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ବେସରକାରୀ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇଥାଏ । ବେସରକାରୀ ଆୟରେ ଚଳନ୍ତି ଅନ୍ତରଣ ଆୟ ଅନ୍ତର୍ଭୁକ୍ତ ହୋଇଥାଏ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ଉପାର୍ଜିତ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇନଥାଏ । ଜାତୀୟ ଆୟ ଆକଳନରେ ଅନ୍ତରଣ ଆୟକୁ ବାଦ୍ ଦିଆଯାଇଥାଏ ।

7.ବ୍ୟକ୍ତିଗତ ଆୟ ଓ ଜାତୀୟ ଆୟ :
Answer:
ବ୍ୟକ୍ତିଗତ ଆୟରେ ଉଭୟ ସାଧନ ଆୟ ଓ ଅନ୍ତରଣ ଦେୟ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ବ୍ୟକ୍ତିଗତ ଆୟକୁ ଆୟ ଗ୍ରହଣ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ସଂକୀର୍ଣ୍ଣ ଧାରଣା । ଜାତୀୟ ଆୟ କେବଳ ସାଧନ ଆୟକୁ ବିଚାରକୁ ନେଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ଜାତୀୟ ଆୟର ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟକୁ ‘ଆୟ ସର୍ଜନ’ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ଜାତୀୟ ଆୟରେ ବାଦ୍ ପଡ଼ିଥାଏ । ଜାତୀୟ ଆୟ ଏକ ବ୍ୟାପକ ଧାରଣା ।

8. ବ୍ୟକ୍ତିଗତ ଆୟ ଓ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ବ୍ୟକ୍ତିଗତ ଆୟ ଏକ ବ୍ୟାପକ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦି ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ମୋଟ ଧାରଣା । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ବ୍ୟକ୍ତିଗତ ଆୟର ଏକ ଅଂଶ ହୋଇଥିବାରୁ ଏହା ଏକ ସଂକୀର୍ଣ୍ଣ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦିକୁ ବ୍ୟକ୍ତିଗତ ଆୟରୁ ବାଦ୍ ଦେଲାପରେ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ମିଳିଥାଏ । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ଏକ ନିଟ୍ ଧାରଣା ।

9. ଜାତୀୟ ଆୟ ଓ ଜାତୀୟ ଉତ୍ପାଦ :
Answer:
ଦେଶର ସାଧାରଣ ଅଧିବାସୀମାନଙ୍କୁ ମିଳୁଥିବା ସାଧନ ଆୟକୁ ଜାତୀୟ ଆୟ କୁହାଯାଏ । ଏଥ‌ିରେ ଉଭୟ ଘରୋଇ ସାଧନ ଆୟ ଓ ବିଦେଶାଗତ ନିଟ୍ ସାଧନ ଆୟ ମିଶିକରି ରହିଥାଏ । ଜାତୀୟ ଆୟ ମଧ୍ୟ ଉପାଦାନ ବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ଅଟେ । ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟର ସମଷ୍ଟିକୁ ଜାତୀୟ ଉତ୍ପାଦ ବୋଲି କୁହାଯାଏ । ବିଭିନ୍ନ ଦ୍ରବ୍ୟ ଓ ସେବାର ପରିମାଣକୁ ସେମାନଙ୍କର ଦରରେ ଗୁଣନ କରି ଜାତୀୟ ଉତ୍ପାଦ ଆକଳନ କରାଯାଏ । ମୋଟ ଜାତୀୟ ଆୟ ଆକଳନ କଲାବେଳେ ମୂଲ୍ୟହ୍ରାସଜନିତ ପରିବ୍ୟୟ, ଅନ୍ତରଣ ଦେୟ, ପୁଞ୍ଜିଲାଭ ଓ ଅନ୍ତର୍ବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ବାଦ୍ ଦିଆଯାଏ ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Odisha State Board BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର Textbook Exercise Questions and Answers.

BSE Odisha Class 9 Odia Solutions Chapter 17 ଲକ୍ଷ୍ମୀର ଅଭିସାର

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ପଣ୍ଡିତ ମନ୍ଦିର ଆଖପାଖରୁ ପିଲାମାନଙ୍କୁ କାହିଁକି ତଡ଼ି ଦେଇଥ‌ିଲେ ?
Answer:
ପଣ୍ଡିତଙ୍କ ବିଚାରରେ ସେ ଥିଲେ ଠାକୁରଙ୍କର ନିଜ ଲୋକ । ପିଲାମାନେ ଆସିଲେ କାଳେ କିଛି ଅସୁବିଧା ହେବ, ସେଥ‌ିପାଇଁ ନିଜ ଲୋକ ହିସାବରେ ପିଲାମାନଙ୍କୁ ତଡ଼ିବା ତାଙ୍କର ଅନ୍ୟତମ କାମ ହୋଇଥୁବାରୁ, ସେ ମନ୍ଦିର ଆଖପାଖରୁ ପିଲାମାନଙ୍କୁ ତଡ଼ି ଦେଉଥିଲେ ।

Question ୨।
ଲକ୍ଷ୍ମୀ ଠାକୁରଙ୍କୁ ଦେଖ୍ କ’ଣ କହିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ନିଜର ପରିଚୟ ଦେଇ ସାରିଲା ପରେ କହିଲା, ସେ ମାସେ ହେଲା ଚେଷ୍ଟା କରୁଛି ତାଙ୍କ ପାଖକୁ ଆସିବାପାଇଁ । ମାତ୍ର ପଣ୍ଡିତ ବାଟ ଓଗାଳି ବସୁଥ‌ିବାରୁ ସେ ଆସିପାରୁ ନାହିଁ । ଆଜି ପଣ୍ଡିତ ଶୋଇ ଘୁଙ୍ଗୁଡ଼ି ମାରୁଥ‌ିବାରୁ ସେ ଚାଲି ଆସିଛି । ପଣ୍ଡିତ ଘୁଙ୍ଗୁଡ଼ି ମାରୁଥିବାରୁ ଠାକୁରଙ୍କୁ କିପରି ନିଦ ହୁଏ ବୋଲି ସେ ପଚାରିଛି । ସ୍କୁଲ ପଣ୍ଡିତ ବି ଘୁଙ୍ଗୁଡ଼ି ମାରନ୍ତି । ଛୋଟ ପିଲା ହିସାବରେ ଲକ୍ଷ୍ମୀ ବିଚାରିଛି, ସବୁ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ଲକ୍ଷ୍ମୀ ଦେଖୁଥ‌ିବା ସ୍ଵପ୍ନକଥା ପଚାରିବାପାଇଁ ମନ୍ଦିରକୁ ଆସିଥିବା କଥା ସେ ଠାକୁରଙ୍କୁ କହିଛି।

Question ୩ ।
ଅଙ୍କ ବିଷୟକୁ ସମସ୍ତେ ଭୁଲିଯାଆନ୍ତେ ବୋଲି ଲକ୍ଷ୍ମୀ କାହିଁକି ଠାକୁରଙ୍କୁ କହିଛି ?
Answer:
ଲକ୍ଷ୍ମୀ ପାଚିଲା କଦଳୀକୁ ଗଣି ହିସାବ କଲାବେଳେ, ତାହାର ହିସାବ ଗୋଳମାଳ ହୋଇଯାଉଥିଲା । ତାକୁ ଅଙ୍କ ଆସୁନଥିବା କଥା ସେ ଠାକୁରଙ୍କୁ କହି ଦେଇଛି । ଯେହେତୁ ତାକୁ ଅଙ୍କ ମୋଟେ ଆସୁ ନାହିଁ, ସେଥ‌ିପାଇଁ ଅଙ୍କ ବିଷୟକୁ ସମସ୍ତେ ଭୁଲି ଯାଆନ୍ତେ ବୋଲି ଲକ୍ଷ୍ମୀ ଠାକୁରଙ୍କୁ କହିଛି । ଅଙ୍କ ବିଷୟ ପାଇଁ ସେ ଅସୁବିଧାରେ ପଡୁଥ‌ିବାରୁ ଏପରି କହିଛି ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Question ୪।
ଲକ୍ଷ୍ମୀ କାହିଁକି ପୋଖରୀ ଭିତରକୁ ପଶିଗଲା ?
Answer:
ମନ୍ଦିର ଭିତରୁ ଦୁଇଟି ପାଚିଲା କଦଳୀ ଧରି ଲକ୍ଷ୍ମୀ ବାହାରକୁ ଆସି ଦେଖୁଲା ପଣ୍ଡିତଙ୍କୁ । ପଣ୍ଡିତେ ବଡ଼ ପାଟି କରି, ଲକ୍ଷ୍ମୀ ଆଡ଼କୁ ଦୌଡ଼ି ଆସିବାରୁ, ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ି ପୋଖରୀ ଭିତରକୁ ଛାନିଆରେ ପଶିଗଲା ।

Question ୫।
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍ ଲୋକେ କ’ଣ କହିଲେ ?
Answer:
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍, ପଣ୍ଡିତେ ରଡ଼ି ଛାଡ଼ି ବାହାରି ଆସିବାକୁ କହିଲେ । ପଣ୍ଡିତଙ୍କ କଥାରେ ସ୍ବର ମିଳାଇ ଅନ୍ୟ ଲୋକେ ତାଗିଦ୍ କଲାଭଳି ବାହାରି ଆସିବାକୁ କହିଲେ ।

Question ୬।
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଇକ୍ଷ୍ମୀ କ’ଣ କହିଲା ?
Answer:
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଲକ୍ଷ୍ମୀ ନିଜର ଶିଶୁସୁଲଭ ଭାବ ନେଇ କହିଲା, ‘‘ସାବଧାନ ଠାକୁର, ସବୁ କଦଳୀ ଏକାଥରକେ ଖାଇଦେବ ନାହିଁ । ସବୁ କଦଳୀ ଖାଇଦେଲେ ଦେହ ଖରାପ ହେବ । ଦିନକୁ ଚାରିଟା କରି ଖାଇଲେ ଚଳିବ ।’’

Question ୭ ।
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ବିଷୟରେ ଲକ୍ଷ୍ମୀ କ’ଣ ଭାବିଲା ?
Answer:
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ଲକ୍ଷ୍ମୀର ପସନ୍ଦ ନଥୁଲା; କାରଣ ସେପରି ବଡ଼ପାଟି ଶୁଣି ସେ ଛାନିଆ ହୋଇଯାଉଥିଲା । ବଡ଼ ପାଟି କରି ଯନ୍ତ୍ର ଚୁଙ୍ଗା ଲଗାଇ ଭଗବାନଙ୍କୁ ଡାକିବା ଅପେକ୍ଷା, ଧୀର ଭାବରେ ଡାକିବା କଥା ଲକ୍ଷ୍ମୀ ଭାବିଲା ।

Question ୮ ।
ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ କାହିଁକି ଟାଣୁଥା’ନ୍ତି ?
Answer:
ଲକ୍ଷ୍ମୀର ବାପାଙ୍କୁ ଜର ହୋଇଥିବା ଦିନ, ପଡ଼ିଶା ଘର କୌଣସି ଏକ ଉତ୍ସବ ପାଇଁ ଯନ୍ତ୍ର ଚୁଙ୍ଗା ଲଗାଇଥିଲେ । ସେହି ଯନ୍ତ୍ର ଚୁଙ୍ଗାର ଶବ୍ଦ ଲକ୍ଷ୍ମୀର ବାପାଙ୍କୁ ଅସହ୍ୟ ହୋଇଥିଲା ଓ ସେ ବିଛଣାରେ ଛଟପଟ ହୋଇଥିଲେ । ସେହି ଚୁଙ୍ଗାର ଭୀଷଣ ଶବ୍ଦରୁ ରକ୍ଷା ପାଇଁ, ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ ଟାଣିଥିଲେ ।

Question ୯ ।
ବାପା ଲକ୍ଷ୍ମୀ ପାଇଁ କ’ଣ କିଣିଦେବେ ବୋଲି କାହାକୁ କହିଥିଲେ ?
Answer:
ଲକ୍ଷ୍ମୀର ବାପା ଲକ୍ଷ୍ମୀ ପାଇଁ ଫ୍ରକ୍ କିଣିଦେବେ ବୋଲି ଲକ୍ଷ୍ମୀର ବୋଉକୁ କହିଥିଲେ ।

Question ୧୦ ।
କଦଳୀ ଧରି ଲକ୍ଷ୍ମୀ କାହିଁକି ଦଉଡ଼ିଲା ?
Answer:
ପଣ୍ଡିତଙ୍କ ବଡ଼ ପାଟି ଶୁଣି ଲକ୍ଷ୍ମୀ ଡରି ଯାଇଥିଲା । ପଣ୍ଡିତଙ୍କ ପାଖରୁ କିପରି ମୁକ୍ତି ପାଇବ, ସେଥୂପାଇଁ କଦଳୀ ଧରି ଲକ୍ଷ୍ମୀ ବାଟଘାଟ ଜ୍ଞାନ ନ କରି ଦଉଡ଼ିଲା ।

Question ୧୧ ।
ଲକ୍ଷ୍ମୀ ପୋଖରୀ ଭିତରକୁ ପଶି କ’ଣ କରୁଥିଲା ?
Answer:
ଲକ୍ଷ୍ମୀ ପଣ୍ଡିତଙ୍କ ପାଟି ଶୁଣି ଛାନିଆ ହୋଇ ପୋଖରୀକୁ ପଶିଯାଇଥିଲା । ପୋଖରୀ ଭିତରେ ଅଣ୍ଟାଏ ପାଣିରେ ପଶିଥିଲେ ବି ଛାତିରେ କଦଳୀ ଦୁଇଟିକୁ ଭିଡ଼ି ଧରିଥଲା । ପଣ୍ଡିତଙ୍କ ପାଟିରେ ଲୋକମାନେ ଆସିବାରୁ, ଲକ୍ଷ୍ମୀ ବିସ୍ତାରିତ ନୟନରେ ସମସ୍ତଙ୍କୁ କେବଳ ଅନାଇଥିଲା।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Question ୧୨ ।
ପୋଖରୀ ଭିତରୁ ଲକ୍ଷ୍ମୀକୁ ବାପା କାହିଁକି ନେଲେ ?
Answer:
ପଣ୍ଡିତ ଓ ଲୋକମାନଙ୍କୁ ଦେଖ୍ ଲକ୍ଷ୍ମୀ ଛାନିଆଁ ହୋଇ ସମସ୍ତଙ୍କ ଚାହିଁଥିଲା । ଲୋକମାନଙ୍କ ଭିତରୁ ଲକ୍ଷ୍ମୀକୁ ଉଦ୍ଧାର କରିବାପାଇଁ ଲକ୍ଷ୍ମୀର ବାପା, ପୋଖରୀ ଭିତରକୁ ପଶିଯାଇଥିଲେ । ବାପାଙ୍କୁ ଦେଖ୍ ଲକ୍ଷ୍ମୀ କାନ୍ଦି ଉଠିଥିଲା । ସେହି ଅସହ୍ୟ ପରିସ୍ଥିତିରୁ ରକ୍ଷା କରିବାପାଇଁ, ପୋଖରୀ ଭିତରୁ ଲକ୍ଷ୍ମୀର ବାପା ତାକୁ ନେଇ ଯାଇଥିଲେ ।

Question ୧୩ ।
ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କାହିଁକି କହିଲେ ?
Answer:
ଲୋକମାନେ ସ୍ଥୂଳବୁଦ୍ଧିରେ ବିଚାରିଥିଲେ, ଠାକୁରଙ୍କ ସିଂହାସନ ପାଖରୁ ଲକ୍ଷ୍ମୀ ତାଙ୍କର ଆହାର ଚୋରି କରିଥିବାରୁ, ତାହାକୁ ଠାକୁର ମୃତ୍ୟୁ ଦଣ୍ଡ ଦେଇଥିଲେ । ଏଭଳି କର୍ମ ପାଇଁ ଠାକୁର ତାହାକୁ ନିସ୍ତାର କରି ନଥିଲେ । ଏହି ଘଟଣା ପାଇଁ ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କହିଥିଲେ ।

Question ୧୪ ।
ବିମର୍ଷ ଭାବରେ ପଣ୍ଡିତେ କାହିଁକି ବସି ରହିଥୁଲେ ?
Answer:
ଯେତେବେଳେ ଦିଅଁଙ୍କ ପ୍ରତ୍ୟକ୍ଷତାର ପ୍ରମାଣରେ ଉଦ୍‌ବୁଦ୍ଧ ହୋଇ ଲୋକମାନେ ହରିବୋଲ ଧ୍ଵନି ଦେଉଥିଲେ, ସେତେବେଳେ ପଣ୍ଡିତ ଅନୁଭବ କରିଥିଲେ, ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି ଏବଂ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ । ପଣ୍ଡିତଙ୍କ ସେହି ଅନୁଭବ ପାଇଁ ସେ ବିମର୍ଷ ଭାବରେ ବସି ରହିଥିଲେ ।

Question ୧୫ ।
ପଣ୍ଡିତେ ଠାକୁରଙ୍କୁ କ’ଣ ପ୍ରାର୍ଥନା କଲେ ?
Answer:
ଲକ୍ଷ୍ମୀ ଭଳି ସରଳ ଶିଶୁକୁ ସମସ୍ତଙ୍କ ନିକଟରେ ଚୋରଣୀ ଭାବରେ ପରିଚିତ କରାଇ ଥିବାରୁ, ପଣ୍ଡିତେ ଅନୁତାପ କରିଥିଲେ । ଲକ୍ଷ୍ମୀର ମୃତ୍ୟୁ ପାଇଁ ସେ ନିଜକୁ ଦାୟୀ କରିଥିଲେ । ତେଣୁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ପର ଜନ୍ମରେ ତାଙ୍କୁ ଯେପରି ଜିହ୍ବାହୀନ ଭାବରେ ଜନ୍ମଦେବେ ।

ତୁମପାଇଁ କାମ

୧୬ । ‘ଲକ୍ଷ୍ମୀର ଅଭିସାର’ ଗଳ୍ପ ପଢ଼ି ତୁମ ଭିତରେ ଯେଉଁ ଭାବ ଆସୁଛି ସେ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
୧୭ । ମନୋଜ ଦାସଙ୍କ ଅନ୍ୟାନ୍ୟ ଗଳ୍ପ ଓ ଉପନ୍ୟାସ ପଢ଼ ଓ ତାହାଙ୍କୁ ମନେ ରଖିବାକୁ ଚେଷ୍ଟା କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର କରୁଣ ଚିତ୍ର ରହିଛି ?
Answer:
‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର ବାସଲ୍ୟବୋଧର କରୁଣ ଚିତ୍ର ରହିଛି ।

2. ବୁଢ଼ା ପୂଜାରୀ ଦେଖୁବାମାତ୍ରେ କ’ଣ ପଚାରିବେ ?
Answer:
ବୁଢ଼ା ପୂଜାରୀ ଦେଖୁମାତ୍ରେ ମାନସାଙ୍କ ଓ ସାଧୁ ଶବ୍ଦର ଅର୍ଥ ପଚାରିବେ ।

3. ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଗଲା ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

4. ଲକ୍ଷ୍ମୀ ହାତରୁ କ’ଣ ନେଇ ବାପା ପଣ୍ଡିତଙ୍କୁ ଦେଲେ ?
Answer:
ଲକ୍ଷ୍ମୀ ହାତରୁ ଦୁଇଟା କଦଳୀ ନେଇ ବାପା ପଣ୍ଡିତଙ୍କୁ ଦେଲେ ।

5. ଭୟରେ ଲକ୍ଷ୍ମୀ କେଉଁଠି ଛିଡ଼ା ହୋଇଥିଲା ?
Answer:
ଭୟରେ ଲକ୍ଷ୍ମୀ ପୋଖରୀ ମଝିରେ ଛିଡ଼ା ହୋଇଥିଲା ।

6. ସନ୍ଧ୍ୟାରେ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ସନ୍ଧ୍ୟାରେ ଲକ୍ଷ୍ମୀକୁ ଜ୍ଵର ହେଲା ଓ ସେ ତିନି ଦିନ ପରେ ପରପାରିକୁ ଚାଲିଗଲା ।

7. ସାପ୍ତାହିକ ପୁରାଣ ପାଠ କେବେ ହୁଏ ?
Answer:
ସାପ୍ତାହିକ ପୁରାଣ ପାଠ ରବିବାର ଦିନ ସନ୍ଧ୍ୟାରେ ହୋଇଥାଏ ।

8. ଲକ୍ଷ୍ମୀ ଠାକୁରଙ୍କୁ କି ବର ମାଗିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ଏହି ବର ମାଗିଲା ଯେ ଲୋକେ ଯେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ ।

୨. ବୋଉକୁ ଲକ୍ଷ୍ମୀ କ’ଣ ପଚାରିଲା ?
Answer:
ଧ୍ରୁବ, ପ୍ରହଲାଦ କ’ଣ ଚୁଙ୍ଗା ବଜାଇ ଭଗବାନ୍‌ ଙ୍କୁ ଡାକୁଥିଲେ ବୋଲି ଲକ୍ଷ୍ମୀ ବୋଉକୁ ପଚାରିଲା ।

10. ଲକ୍ଷ୍ମୀ ଠାକୁରଙ୍କୁ କ’ଣ ଅନୁରୋଧ କରି ଜଣାଇଲା ?
Answer:
ପଣ୍ଡିତେ ଘୁଙ୍ଗୁଡ଼ି ମାରି ଶୋଇଯିବା ପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଅନୁରୋଧ କଲା ।

B ଶୂନ୍ୟସ୍ଥାନ ପୂରଣ କର ।
1. ଲେଖକ ମନୋଜ ଦାସ __________________ ଗ୍ରାମରେ ଜନ୍ମ ହୋଇଥିଲେ ।
Answer:
ଭୋଗରାଇ

2. ___________________ ସମୟ ପରେ ପୂଜାରୀ ଶୋଇ ପଡ଼ିଥିଲେ ।
Answer:
ଦ୍ବିପ୍ରହର

3. _________________ ସମୟ ଧରି ସବୁଦିନ ଆସିବାକୁ ଚେଷ୍ଟା କରୁଛି ।
Answer:
ମାସଟିଏ

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

4. _________________ ବାଟ ଓଗାଳି ବସୁଛି ।
Answer:
ପଣ୍ଡିତ

5. ଆମର __________________ ଏମିତି ଘୁଙ୍ଗୁଡ଼ି ମାରନ୍ତି ।
Answer:
ସ୍କୁଲ ପଣ୍ଡିତ

6. ମୁଁ ଯଦି ଘୁଙ୍ଗୁଡ଼ି ମାରିବି ତେବେ __________________ ହୋଇଯିବି ।
Answer:
ପଣ୍ଡିତ

7. ସକାଳେ ଉଠି ଲାବେଳକୁ ସମସ୍ତେ ________________ ଭୁଲିଯା’ନ୍ତେ ।
Answer:
ଅଙ୍କ

8. ଲୋକେ ଯେମିତି ଧୀର ଭାବରେ ତୁମକୁ ___________________ କରିବେ ।
Answer:
ଭକ୍ତି

9. _________________ ଲଗାଇ ସେମାନେ ଭଗବାନଙ୍କୁ ଡାକନ୍ତି ।
Answer:
ଚୁଙ୍ଗା

10. ପଡ଼ିଶା ଘରେ ସାରାଦିନ ____________________ ରେ ଗୀତ ବାଜିଲା ।
Answer:
ଯନ୍ତ୍ରଚୁଙ୍ଗା

C ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଲେଖକ ମନୋଜ ଦାସ କେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ ?
(A) ବାଲେଶ୍ବର
(B) କଟକ
(C) କେନ୍ଦ୍ରାପଡ଼ା
(D) ପୁରୀ
Answer:
(A) ବାଲେଶ୍ବର

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

2. ଝିଅଟି ବାପା ପାଇଁ ଭଗବାନ୍‌ଙ୍କୁ କ’ଣ ମାଗିଲା ?
(A) ସୁନା
(B) ଜମିବାଡ଼ି
(C) ରୂପା
(D) ଟଙ୍କା
Answer:
(D) ଟଙ୍କା

3. ଝିଅଟି ବାପାଙ୍କୁ କ’ଣ ମାଗିଥିଲା ?
(A) ଟଙ୍କା
(B) କଣ୍ଢେଇ
(C) ଚାବି
(D) ଫ୍ରକ୍
Answer:
(D) ଫ୍ରକ୍

4. ଲକ୍ଷ୍ମୀ ଭଗବାନ୍‌ଙ୍କୁ କ’ଣ ଖାଇବାକୁ ବାରଣ କଲା ?
(A) ଆମ୍ବ
(B) କଦଳୀ
(C) ପଣସ
(D) ନଡ଼ିଆ
Answer:
(B) କଦଳୀ

5. ଲକ୍ଷ୍ମୀ ପଣ୍ଡିତଙ୍କୁ ଆଗରେ ଦେଖୁ କୁଆଡ଼କୁ ଗଲା ?
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ

6. ବାପା ବିଚରା କେଡ଼େ __________________ ନ ହେଲା ।
(A) ବ୍ୟସ୍ତ
(B) ବିବ୍ରତ
(C) ଛଟପଟ
(D) ଅଶ୍ବସ୍ତି
Answer:
(C) ଛଟପଟ

7. ବାପାକୁ ଆଉ ମୋତେ ତୁମେ ଟିକିଏ ____________ କରିଦିଅ ।
(A) ସାହସୀ
(B) ବୁଦ୍ଧିମାନ
(C) ବୋକା
(D) ଭୟାଳୁ
Answer:
(A) ସାହସୀ

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

8. ଆଜି ମୁଁ ତାକୁ ଜରୁର୍ ______________ କିଣିଦେବି ।
(A) ବହି
(B) କଣ୍ଢେଇ
(C) କଲମ
(D) ଫ୍ରକ୍
Answer:
(D) ଫ୍ରକ୍

୨. ହଠାତ୍ ଏକ ପ୍ରଚଣ୍ଡ କଣ୍ଠ ତାକୁ _________________ କଲା ।
(A) ହତଚକିତ
(B) ଠାର
(C) ଭ୍ରମିତ
(D) ଆଶ୍ବସ୍ତ
Answer:
(A) ହତଚକିତ

10. ଲକ୍ଷ୍ମୀ _____________________ ଭିତରେ ଛିଡ଼ା ହୋଇଛି ।
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ

କଥାକାରଙ୍କ ସମ୍ୱକ୍ଷରେ :
ଓଡ଼ିଆ କଥା ସାହିତ୍ୟରେ କଥାକାର ମନୋଜ ଦାସ ହେଉଛନ୍ତି ସ୍ବତନ୍ତ୍ର ପ୍ରତିଭା । ସେ ତାଙ୍କର ସାରସ୍ବତ ଜୀବନ ଛାତ୍ର ବୟସରୁ ଆରମ୍ଭ କରିଥିଲେ । ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖୁଲେ ମଧ୍ୟ, ତାଙ୍କର ଗଳ୍ପ ସୃଷ୍ଟି ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ପ୍ରାନ୍ତୀୟ ସାରଳା ପୁରସ୍କାରଦ୍ଵାରା ସେ ମଧ୍ୟ ସମ୍ମାନିତ । ପୁନଶ୍ଚ ସେ ମଧ୍ୟ ବିଦ୍ୟାଭାରତୀ ସମ୍ମାନ ଓ ସରସ୍ବତୀ ସମ୍ମାନ ଲାଭ କରିଛନ୍ତି ।

ମନୋଜ ଦାସଙ୍କ ଗଳ୍ପଗୁଡ଼ିକ ବିଶେଷ ଭାବରେ କାହାଣୀଧର୍ମୀ ଓ ସୁଖପାଠ୍ୟ । ସେ ଗଳ୍ପ ଉପସ୍ଥାପନରେ ନିଜେ ଦୂରରେ ରହି ଗଭୀର ସମ୍ବେଦନଶୀଳତା ସହ ଅନ୍ୟମାନଙ୍କୁ କାହାଣୀ ଶୁଣାଇଲା ଭଳି ଗଳ୍ପକୁ ଲେଖୁ’ନ୍ତି । ଗଳ୍ପ ଭିତରେ ସେ ଉପସ୍ଥାପିତ କରିଥିବା ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେଶ ପାଠକଙ୍କୁ ମୁଗ୍‌ଧଚକିତ କରିଥାଏ । ସେ କେବଳ ଚରିତ୍ରମାନଙ୍କ ପ୍ରତି ସମ୍ବେଦନଶୀଳତା ସୃଷ୍ଟି କରନ୍ତି ତାହା ନୁହେଁ, ସେ ମଧ୍ୟ ହାସ ପରିହାସ ମାଧ୍ୟମରେ ନିଜର ଚିନ୍ତାଧାରାକୁ ପ୍ରକାଶ କରିଥା’ନ୍ତି । ସମାଜର ଯାହାକିଛି ଦୋଷତ୍ରୁଟି ରହିଛି, ସେ ତାକୁ ମନୋମୁଗ୍‌ଧକର ଭାବେ ଗଳ୍ପରେ ପ୍ରକାଶ କରିଥା’ନ୍ତି ।

ଗାଳ୍ପିକ ଦାସ ବାଲେଶ୍ଵର ଜିଲ୍ଲାର ଭୋଗରାଇଠାରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ଭାଷା ଓ ସାହିତ୍ୟରେ ଏମ୍.ଏ.ପାସ୍ କରିବା ପରେ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ଖ୍ରୀଷ୍ଟ ମହାବିଦ୍ୟାଳୟରେ କିଛି ବର୍ଷ ପାଇଁ ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା କରିଥିଲେ । ପରବର୍ତୀ ସମୟରେ ସେ ଶ୍ରୀମା’ଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା କରିବାକୁ ଚାଲିଯାଇଥିଲେ ।

ସାହିତ୍ୟର ବିଭିନ୍ନ ବିଭାଗ ଯଥା – କବିତା, କ୍ଷୁଦ୍ରଗଳ୍ପ, ନିବନ୍ଧ, ଉପନ୍ୟାସ, ସାହିତ୍ୟ ସମାଲୋଚନା, ଭ୍ରମଣ ସାହିତ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ସେ ଲେଖନୀ ଚାଳନା କରି ସଫଳ ହୋଇଛନ୍ତି । ତାଙ୍କଦ୍ୱାରା ରଚିତ ପୁସ୍ତକଗୁଡ଼ିକ ହେଉଛି- ‘ମନୋଜ ଦାସଙ୍କ କଥା ଓ କାହାଣୀ’, ‘ଲକ୍ଷ୍ମୀର ଅଭିସାର’, ‘ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ‘ବିଷକନ୍ୟାର କାହାଣୀ’, ‘ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ଶେଷ ବସନ୍ତର ଚିଠି’, ‘ଆରଣ୍ୟକ’, ‘ସମୁଦ୍ରର କ୍ଷୁଧା’, ‘ନନ୍ଦାବତୀର ମାଝି’, ‘ପଦଧ୍ଵନି, ‘ଜୀବନର ସ୍ଵାଦ’, ‘ସରଳ ରାମାୟଣ’, ‘ଦୂରଦୂରାନ୍ତ’।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

ଗଛର ଅନ୍ତଃସ୍ଵର :
ଗଳ୍ପଟିର ଛୋଟ ପିଲାର ସରଳ ବିଶ୍ୱାସକୁ ଯଥାର୍ଥ ଭାବରେ ପ୍ରକାଶ କରାଯାଇଛି । ସାଧାରଣ ବିବେକହୀନ ମଣିଷ ନିଜର ସ୍ଥୂଳ ଚିନ୍ତାଧାରା ପାଇଁ ଲକ୍ଷ୍ମୀ ପରି ସରଳ ଝିଅକୁ ବୁଝିପାରି ନାହିଁ । ଫଳରେ ତା’ର ବିଚାରହୀନ ସ୍ବଭାବ ପାଇଁ, ସରଳ ଝିଅଟି ସମସ୍ତଙ୍କ ଦୃଷ୍ଟିରେ ଚୋରଣୀ ବୋଲି ସାବ୍ୟସ୍ତ ହୋଇଛି । ପରିଣତିରେ ସେ ମୃତ୍ୟୁପଥର ଯାତ୍ରୀ ହୋଇଛି ।

ଗଛର ସାରମର୍ମ :
ସହରତଳି ବସ୍ତିର ଛୋଟ ଝିଅଟିଏ । ନାଁ ତା’ର ଲକ୍ଷ୍ମୀ । ଦିନେ ଦୁଇ ପ୍ରହର ନିରୋଳାବେଳେ ଆସିଛି ମନ୍ଦିରକୁ, ଠାକୁରଙ୍କୁ ତା’ର ମନ କଥା କହିବାପାଇଁ । ତା’ ହୃଦୟର ସବୁକିଛି ଭଲମନ୍ଦ ତାଙ୍କ ନିକଟରେ ପ୍ରକାଶ କରିବାପାଇଁ । ତାକୁ ସବୁ ଦିନ ଏହି ସୁଯୋଗ ମିଳେ ନାହିଁ । କାରଣ ସବୁବେଳେ ବୁଢ଼ା ପୂଜାରୀଟା ଜଗି ରହିଥାଏ । ଲକ୍ଷ୍ମୀର ପୂଜାରୀକୁ ଭାରି ଡର । ସେ ଅନୁମାନ କରେ ପୂଜାରୀ ଗୋଟିଏ ପଣ୍ଡିତ । ତା’କୁ ହୁଏତ ପାଠ ସମ୍ବନ୍ଧୀୟ ଜଟିଳ ପ୍ରଶ୍ନ ପଚାରି ହଇରାଣ କରିବ କିମ୍ବା ତାକୁ ପିଲା ମନେକରି ସେଠାରୁ ତଡ଼ିଦେବ ।

ତେଣୁ ଲକ୍ଷ୍ମୀ ସବୁଦିନ ଦ୍ବିପହରେ ମନ୍ଦିର ନିକଟକୁ ଆସେ, ମାତ୍ର ପୂଜାରୀକୁ ଦେଖ୍ ଫେରିଯାଏ । ଆଜି ପୂଜାରୀ ଶୋଇ ଘୁଙ୍ଗୁଡ଼ି ମାରୁଥିବାରୁ ଲକ୍ଷ୍ମୀକୁ ବେଶ୍ ସୁଯୋଗ ମିଳିଛି ମନ୍ଦିର ଭିତରେ ପଶି ଠାକୁରଙ୍କ ସହିତ ଟିକେ ଦୁଃଖ ସୁଖ ହେବାପାଇଁ । ଲକ୍ଷ୍ମୀର ପିଲା ମନ । ମା’ ଠାରୁ ଶୁଣିଛି ଶିଶୁଭକ୍ତ ଧ୍ରୁବ, ପ୍ରହ୍ଲାଦଙ୍କ କଥା । ସେମାନେ ଠାକୁରଙ୍କୁ ଦେଖା କରି, ସେମାନଙ୍କର ମନକଥା କହିଥିଲେ । ସେହି ବିଚାରଧାରା ଲକ୍ଷ୍ମୀ ମନରେ ରହିଛି । ଅତି ସତର୍କତାର ସହିତ ସେ ମନ୍ଦିର ଭିତରେ ପ୍ରବେଶ କରିଛି । ଭିତରକୁ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରିଛି ।

ଖୁସି ମନରେ ପ୍ରାୟ ଦୁଇ ମିନିଟ୍ ଠାକୁରଙ୍କ ବେଶ ପୋଷାକକୁ ଚାହିଁଛି । ତା’ପରେ ସରଳ ଭାବରେ ଠାକୁରଙ୍କ ପାଖରେ ନିଜର ପରିଚୟ ଦେଇଛି । କହିଛି, ମୁଁ ହେଉଛି ଲକ୍ଷ୍ମୀ । ମାସେ ହେବ ତୁମ ପାଖକୁ ଆସିବାକୁ ଚେଷ୍ଟା କରୁଛି, ମାତ୍ର ଆସିପାରୁ ନାହିଁ । ପୂଜାରୀ ବୁଢ଼ା ବାଟ ଓଗାଳି ବସେ । ଆଜି ପୂଜକ ବୁଢ଼ା ଶୋଇ ଘୁଙ୍ଗୁଡ଼ି ମାରୁଛି । ରାତିରେ ଏମିତି ଶୋଇ ଘୁଙ୍ଗୁଡ଼ି ମାରିଲେ ତୁମକୁ କିପରି ନିଦ ହୁଏ ବୋଲି ଲକ୍ଷ୍ମୀ ପଚାରିଛି । ତାଙ୍କ ସ୍କୁଲର ପଣ୍ଡିତ ମଧ୍ଯ ଘୁଙ୍ଗୁଡ଼ି ମାରନ୍ତି । ତେଣୁ ସେ ଭାବିଛି, କେବଳ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ସେ ଯଦି ଘୁଙ୍ଗୁଡ଼ି ମାରିବା ଶିଖୁଯିବ, ତା’ହେଲେ ସେ ବି ପଣ୍ଡିତ ହୋଇଯିବ । ହେଲେ ସେପରି ଘୁଙ୍ଗୁଡ଼ିମରା ପଣ୍ଡିତ ନ ହେବାକୁ ଠାକୁରଙ୍କୁ ପ୍ରାର୍ଥନା କରିଛି।

ଲକ୍ଷ୍ମୀ ଠାକୁରଙ୍କ ନିକଟରେ ତାହାର ସ୍ଵପ୍ନକଥା କହିଛି । ସେ ପଚାରିଛି ମାସକ ତଳେ ଠାକୁର ତାଙ୍କୁ ପଚାରୁଥିଲେ, ସେ କାହିଁକି ତାଙ୍କ ସହିତ ଖେଳୁ ନାହିଁ । ଠାକୁରଙ୍କ ସେହି ସ୍ବପ୍ନ ପରେ, ସେ ତାଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି । ଠାକୁରଙ୍କ ସହିତ କଥା ହେଲାବେଳେ, ଲକ୍ଷ୍ମୀର ଆଖ୍ ପଡ଼ିଯାଇଛି ମନ୍ଦିରରେ ରହିଥ‌ିବା କଦଳୀ ଉପରେ । ଭୋଗ ପାଇଁ ଥୁଆ ହୋଇଥିବା କଦଳୀ କାନ୍ଦିର ଉପର ଫେଣା ପାଚିଥିବା ସେ ଦେଖୁଛି । ପାଚିଲା କଦଳୀକୁ ସେ ଗଣି ନେଇଛି । ଚବିଶଟା କଦଳୀକୁ ଦୈନିକ ଚାରିଟା ଲେଖା ଖାଇଲେ କେତେ ଦିନ ଯିବ ଲକ୍ଷ୍ମୀ ତାକୁ ହିସାବ କରିଛି । ହିସାବ କରିବାରେ ଲକ୍ଷ୍ମୀର ଗୋଳମାଳ ହୋଇଯାଇଛି । ତା’ର ଅଙ୍କ ଭଲ ହୁଏ ନାହିଁ ବୋଲି ସେ ଠାକୁରଙ୍କ ନିକଟରେ ମାନିଯାଇଛି ।

ଲକ୍ଷ୍ମୀ ଠାକୁରଙ୍କୁ ବର ମାଗିଛି । ସମସ୍ତେ କେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ, ସେ କଥା କହିଛି । କାରଣ, ତାଙ୍କ ମନ୍ଦିରରେ ଲାଗିଥିବା କଳ ଗାଉଣା ଓ ଯନ୍ତ୍ରଚୁଙ୍ଗାକୁ ସେ ପସନ୍ଦ କରିନାହିଁ । ମସ୍‌ଜିଦରେ ଯନ୍ତ୍ରଚୁଙ୍ଗା ଲଗାଇ ଠାକୁରଙ୍କୁ ଡାକିବାଦ୍ଵାରା ସେ ଚମକି ପଡ଼େ ବୋଲି କହିଛି । ତେଣୁ ସେ ତା’ ମା’ଙ୍କୁ ପଚାରିଛି, ‘‘ଯନ୍ତ୍ରଚୁଙ୍ଗା ଲଗାଇ କ’ଣ ଧ୍ରୁବ, ପ୍ରହ୍ଲାଦ ଭଗବାନଙ୍କ ସ୍ତବ ଗାଉଥିଲେ ।’ ବୋଉ ତା’ର ଭାବିଚିନ୍ତି ମନା କରିଛି । ତେଣୁ ସେ ଠାକୁରଙ୍କୁ ଧୀରେ ଧୀରେ ଡାକିଛି ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

ଲକ୍ଷ୍ମୀ କହିଛି, ସେ ଭାରି ଡରକୁଳୀ । ଯନ୍ତ୍ରବୁଙ୍ଗାର ଚିତ୍କାର ଶୁଣିଲେ ସେ ହଠାତ୍ ଛାନିଆ ହୋଇଯାଏ । ତା’ ବାପା ମଧ୍ୟ ଡରକୁଳା । କାରଣ ଦିନେ ବାପାଙ୍କୁ ଜ୍ଵର ହୋଇଥିଲା । ପଡ଼ିଶା ଘର ସାରାଦିନ ଯନ୍ତ୍ରଚୁଙ୍ଗା ବଜାଉ ଥିବାରୁ ବାପା ତା’ର ଛଟପଟ ହେଉଥିଲେ। ତେଣୁ ବାପାଙ୍କୁ ଟିକିଏ ସାହସୀ କରିଦେବାକୁ ଲକ୍ଷ୍ମୀ ପ୍ରାର୍ଥନା କରିଛି। ବାପାଙ୍କ କଥା ମନେପଡ଼ିବାରୁ, ତା’ ବାପାଙ୍କୁ କିଛି ଟଙ୍କା କରାଇ ଦେବାପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଜଣାଇଛି । ସେହି ପ୍ରସଙ୍ଗରେ ବାପା କିପରି ପଇସା ଧାର କରିଥିଲେ, ତା’ ଫ୍ରକ୍ କିଣିବା ପାଇଁ ଯାଉଥିବାବେଳେ କରଜ ଦେଇଥିବା ଲୋକଟି କିପରି ଆସି ପଇସାଯାକ ନେଇଗଲା ସେ କଥା କହିଛି । ଠେଙ୍ଗା, ହାତରେ ଧରି ମୋଟା ଡେଙ୍ଗା ବଡ଼ ବଡ଼ ନିଶ ଥ‌ିବା ସେହି କରଜ ଦେବା ଲୋକଟିକୁ ଦେଖ‌ିଲେ ଲକ୍ଷ୍ମୀ ଡରିଯାଏ ।

ତା’ର ବାପା କହୁଥିଲେ, ସେ କରଜ କରିଥିବା ପଇସାର ଦେଢ଼ଗୁଣ ନେଇ ସାରିଲାଣି। ତେଣୁ ଲକ୍ଷ୍ମୀ ବାପାଙ୍କୁ କହିଛି, ସେପରି ଭୟଙ୍କର ଚେହେରାଯୁକ୍ତ ଲୋକଠାରୁ ଆଉ କେବେ ପଇସା କରଜ ନ କରିବାକୁ। ଲୋକଟି ପଇସା ନେଇଯିବାରୁ ଲକ୍ଷ୍ମୀର ଆଉ ଫ୍ରକ୍ କିଣା ହୋଇପାରିଲା ନାହିଁ। କାଳେ ତା’ର ବାପା ବୋଉ ମନ ଦୁଃଖ କରିବେ, ସେଥୂପାଇଁ ମା’ର ପୁରୁଣା ଶାଢ଼ି କାଟି ଫ୍ରକ୍ କରିଦେବାକୁ ମା’କୁ କହିଛି। ମା’ ତା’ର ସେହି ଫ୍ରକ୍ କରୁଥିବାବେଳେ କାନ୍ଦୁଥ‌ିବାର ଦେଖୁଛି । ପୁଣି ଥରେ ମା’ କିପରି ତା’ ଆଗରେ କରଜ ଦେଇଥ‌ିବା ଲୋକଙ୍କୁ ମିଛ କହିଛି ଏବଂ ପରେ ମିଛ କହିଥିବାରୁ କାନ୍ଦିଛି, ସେ କଥା ମଧ୍ୟ ଠାକୁରଙ୍କୁ କହିଛି । ଲକ୍ଷ୍ମୀର ଉଦ୍ଦେଶ୍ୟ ହେଉଛି, ତାଙ୍କ ଅଭାବ ଦୂରେଇ ଯାଆନ୍ତା, ଠାକୁର ତା’ ବାପାଙ୍କୁ କିଛି ପଇସା ଦେଇଦିଅନ୍ତେ ।

ଲକ୍ଷ୍ମୀ ଠାକୁରଙ୍କୁ କହିଛି, ସେ ବହୁତ କଥା ତାଙ୍କୁ କହିଲାଣି । ମାତ୍ର ଅସଲ କଥା କହିବାକୁ ସେ ଭୁଲିଯାଇଛି । ଠାକୁର ସ୍ଵପ୍ନରେ ତା’ ପାଖକୁ ଯାଇଥୁବା ଦିନ ଯାହାସବୁ କହିଥିଲେ, ସେ କିଛି ବୁଝିପାରି ନାହିଁ । ତେଣୁ ସ୍ୱପ୍ନରେ ଆଉଥରେ ଯିବାପାଇଁ କହିଛି । ଲକ୍ଷ୍ମୀ ଶୁଣିଛି, ଆଉ କାହିଁକି ପଣ୍ଡିତଙ୍କ ଘୁଙ୍ଗୁଡ଼ି ଶୁଭୁ ନାହିଁ । କାଳେ ସେ ଉଠି ପଡ଼ିବେ, ସେଥ‌ିପାଇଁ ସେ ତର ତର ହୋଇଛି, ତା’ର ଅଭିସାରକୁ ସାରି ଦେବାପାଇଁ । ଫେରିବାକୁ ଯିବାବେଳେ ତା’ର ଆଖ୍ ପଡ଼ିଛି କଦଳୀ ଉପରେ । ସେ ଜାଣିଛି, ଠାକୁର ଯେପରି କଦଳୀ ଦୁଇଟି ନେଇଯିବା ପାଇଁ କହିଛନ୍ତି । ତେଣୁ ସେ କଦଳୀ ଦୁଇଟି ଆଣିଛି ।

ବାହାରକୁ ଯିବାବେଳେ ଲକ୍ଷ୍ମୀକୁ ଦେଖୁଛି ପୂଜକ ବୁଢ଼ା-। ଦିନ ଦ୍ବିପହରେ ଲକ୍ଷ୍ମୀ କଦଳୀ ଚୋରି କରିଛି ବୋଲି ଚିତ୍କାର କରିଛି । ପୂଜକଙ୍କ ପାଟି ଶୁଣି ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଯାଇଛି । ପରେ ନିଜକୁ ରକ୍ଷା କରିବାପାଇଁ ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ିଛି । ଆଗରେ ଥିବା ପୋଖରୀ ଭିତରେ ଅଣ୍ଟାକ ପାଣିରେ ପଶିଯାଇଛି । ଛାତିରେ ଭିଡ଼ି ଧରିଛି କଦଳୀ ଦୁଇଟିକୁ । ପୂଜକର ଚିତ୍କାର ଶୁଣି ଅନେକ ଲୋକ ଆସିଛନ୍ତି । ପାଣିରୁ ବାହାରି ଆସିବାକୁ ତାହାକୁ ତାଗିଦ୍ କରିଛନ୍ତି । ଏହି ସମୟରେ ଲକ୍ଷ୍ମୀର ବାପା ଆସି ଲକ୍ଷ୍ମୀକୁ ପାଣିରୁ ନେଇ ଯାଇଛନ୍ତି । ସେଠାକାର ଲୋକମାନେ ଲକ୍ଷ୍ମୀକୁ ଚୋରଣୀ ବୋଲି ଆକ୍ଷେପ କରୁଥା’ନ୍ତି । ଲକ୍ଷ୍ମୀର ବାପା, ଲକ୍ଷ୍ମୀ ହାତରୁ କଦଳୀ ନେଇ ପୂଜକଙ୍କ ହାତରେ ଧରାଇ ଦେଇ ତା’କୁ କାନ୍ଧରେ ବସାଇ ଘରକୁ ଫେରିଛନ୍ତି ।

ଲକ୍ଷ୍ମୀ ଆଉ କଥା କହି ନାହିଁ । ସନ୍ଧ୍ୟାକୁ ତାକୁ ଆସିଛି ଜର । ତିନି ଦିନ ଜର ପରେ ସେ ପରପାରିକୁ ବାଟ କାଟିଛି । ସେହି ମନ୍ଦିର ବେଢ଼ାରେ ରବିବାର ସନ୍ଧ୍ୟାରେ ସାପ୍ତାହିକ ପୁରାଣ ପାଠ ହୋଇଛି । ସମସ୍ତେ ଠାକୁରଙ୍କ ପ୍ରଶଂସା କରିଛନ୍ତି । ତାଙ୍କ ଖାଇବା ଆହାର ଯେ ଚୋରି କରି ନେଇଛି ତାକୁ ସେ ଉଚିତ ଦଣ୍ଡ ଦେଇଛନ୍ତି ବୋଲି ସମସ୍ତେ କଥାବାର୍ତ୍ତା ହୋଇଛନ୍ତି । ମାତ୍ର ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ନେତା ଭାବିଛି, ମନ୍ଦିର ପୁନଃନିର୍ମାଣ ବେଳେ ଅନେକ ଅର୍ଥ ଆତ୍ମସାତ୍ କରିଥିବା କଥା ଠାକୁର ଜାଣିନାହାଁନ୍ତି ।

ସେହିପରି ମନ୍ଦିର ସେବାରେ ନିଯୁକ୍ତ ଦୁଇଜଣ ସେବକ ବିଭିନ୍ନ ବିଭାଗରୁ କ୍ରମାଗତ ଚୋରି କରୁଥିଲେ ମଧ୍ୟ ଠାକୁର କାହିଁକି ତାଙ୍କୁ ଦଣ୍ଡ ଦେଇ ନାହାଁନ୍ତି, ସେଥ୍‌ପାଇଁ ଦୁଃଶ୍ଚିନ୍ତାରେ ପଡ଼ିଯାଇଛନ୍ତି । ଏହିପରି ଆଲୋଚନା ଚାଲିଥିବା ବେଳେ ପୂଜାରୀ ପଣ୍ଡିତେ ଅନୁଭବ କରିଛନ୍ତି, ଯେପରି ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି । ଆଉ ସେଠାରେ କେବଳ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ ।

BSE Odisha 9th Class Odia Solutions Chapter 18 ଦଳବେହେରା

Odisha State Board BSE Odisha 9th Class Odia Solutions Chapter 18 ଦଳବେହେରା Textbook Exercise Questions and Answers.

BSE Odisha Class 9 Odia Solutions Chapter 18 ଦଳବେହେରା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
(ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୫୦ଟି ଶବ୍ଦ ମଧ୍ଯରେ ଲେଖ ।)

Question ୧।
ବନମାଳୀ କିଏ ? ସେ ଦଳବେହେରାଙ୍କୁ କେଉଁ କଥା କହିଥିଲା ?
Answer:
ସଂଗ୍ରାମୀ ମଣିଷର ଜୀବନ କାହାଣୀ ଉପରେ ଆଧାରିତ ‘ଦଳବେହେରା’ନାମକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅମ୍ଳାନ ସାରସ୍ଵତ କୃତି ।
ବନମାଳୀ ଥିଲା ମାଣିତ୍ରୀ ଗ୍ରାମର ଜଣେ ଗ୍ରାମବାସୀ । ସେହି ଗ୍ରାମଟି ଥୁଲା ପାଇକାଳି ଗାଆଁ । ସେମାନେ ବୋପା ଅଜା ତେପନ ପୁରୁଷରୁ ନିଷ୍କର ଜମି ଭୋଗ କରିଆସିଥିଲେ । ଆଜି କମ୍ପାନୀ ବାହାଦୁର ତାଙ୍କୁ କରିଦେବାକୁ ବାଧ୍ୟ କରୁଛି । ତାହା ପୁଣି କଉଡ଼ିରେ ନୁହେଁ; ଟଙ୍କାରେ । ସେଥ‌ିପାଇଁ ବନମାଳୀ କିଆରୀରୁ ଫେରିବାବେଳେ ତାକୁ ବାଟରେ ଅଟକାଇ କର୍ମଚାରୀମାନେ କରଦେବାପାଇଁ ତା’ଉପରେ ଜୁଲମ କରିଛନ୍ତି । ସେହି ଜୁଲମ ବିଷୟରେ ବନମାଳୀ ଦଳବେହେରାଙ୍କୁ ଜଣାଇବା ସହିତ ପ୍ରମାଣ ସ୍ଵରୂପ ସେ ତା’ର ଚିରି ଫଡ଼ା ଫଡ଼ା ହୋଇଥବା ନୂଆ ଗାମୁଛାକୁ ମଧ୍ୟ ତାଙ୍କୁ ଦେଖାଇଛି ।

Question ୨।
ଦଳବେହେରା ‘ଆପଣା ସୁନା ତ ଭେଣ୍ଡି’ ବୋଲି କହିବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦଳବେହେରା’ଶୀର୍ଷକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି । ବନମାଳୀ ଯେତେବେଳେ କର ନିମନ୍ତେ ତା’ଉପରେ ହୋଇଥିବା ଜୁଲମ ସମ୍ପର୍କରେ ବର୍ଣ୍ଣନା କରି ପ୍ରତିକାର ନିମନ୍ତେ କିଛି ଉପାୟ କରିବାକୁ ଦଳବେହେରାଙ୍କୁ ନିବେଦନ କରିଛି, ସେତେବେଳେ ଦଳବେହେରା ବନମାଳୀକୁ ‘ଆପଣା ସୁନା ତ ଭେଣ୍ଡି, ବଣିଆ ସଙ୍ଗେ ଚୁଟି ଧରାଧରି କଲେ ଲାଭ କ’ଣ’ ବୋଲି କହିଛନ୍ତି ।

ଅର୍ଥାତ୍ ଖଣ୍ଡେ କାଠ ଲୁହା ପେଟରେ ପଶିବାରୁ ଲୁହା ଯେପରି କାଠକୁ କାଟେ, ସେହିପରି ସ୍ବାର୍ଥସର୍ବସ୍ଵ ଆପଣାର ଲୋକମାନେ କମ୍ପାନୀ ବାହାଦୁରଙ୍କୁ ଭେଦ ବତାଉଥ‌ିବାରୁ ଦେଶର ଏ ଅବସ୍ଥା ହୋଇଛି । ସୁନା ତା’ର ମୂଲ୍ୟ ହରାଇ ନିରର୍ଥକ ଭେଣ୍ଡିରେ ପରିଣତ ହେବା ପରି ପାଇକ ସିଂହର ଭାଇ ତା’ର ସ୍ଵାଭିମାନ ହରାଇ କମ୍ପାନୀର ଚାଟୁକାର ସାଜିଛି । ଆପଣା ଲୋକେ ଶତ୍ରୁତା ଆଚରଣ କଲେ ତା’ର ଚିତ୍କାର କେବଳ ଅରଣ୍ୟ ରୋଦନରେ ପରିଣତ ହେବ । ଦେଶର ଏ ଅବସ୍ଥା ପାଇଁ ଦଳବେହେରା ସେହି ଗୃହଭେଦୀ ବିଭୀଷଣମାନଙ୍କୁ ହିଁ ଦାୟୀ କରିଛନ୍ତି।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୩ ।
ରକ୍ତମାଂସ ଶରୀର କେତେ ସହିବ ? ଏକଥା କିଏ କାହିଁକି କହିଛି ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନନ୍ୟ ସୃଷ୍ଟି । ରକ୍ତମାଂସ ଶରୀର କେତେ ସହିବ ? – ଏହି ଉକ୍ତିଟି ରଘୁନାଥ ଦଳବେହେରାଙ୍କ ଆଗରେ ପ୍ରକାଶ କରିଛି । ଆପଣାର ଲୋକ ଭେଦ ବିତାଉଥ‌ିବାରୁ ଫିରିଙ୍ଗୀମାନଙ୍କର ଅତ୍ୟାଚାର ବଢ଼ିଚାଲିଛି । କାଲିର ବାବନାଭୂତ ଚକରା ଫିରିଙ୍ଗୀ ଘର ଦାନ ଖାଇବାରୁ ତା’ ଆଖୁ ଓଲଟି ଯାଇଛି । ମୁଣ୍ଡରେ ନାଲିକନା ଭିଡ଼ିଦେଲା ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହିଁ । ପଶ୍ଚିମରାଏ ଘରେ ନଥ‌ି ବେଳେ ତାଙ୍କ ଘରେ ପଶି ଭୁଆସୁଣୀ ଝିଅବୋହୂଙ୍କୁ ଖଜଣା, ମାଗୁଛି । ତା’ପାଟିରୁ କୁଭାଷା ଓ ଅଭାଷା ବାହାରୁଛି । ସେହି ଅସହ୍ୟ ଭାଷାକୁ ରକ୍ତମାଂସ ଶରୀରଧାରୀ ଜଣେ ମଣିଷ କେବେ ସହିପାରିବ ନାହିଁ ବୋଲି ରଘୁନାଥ ଦଳବେହେରାଙ୍କ ଆଗରେ ପ୍ରକାଶ କରିଛି ।

Question ୪।
ବୁଢ଼ୀ ଦଳବେହେରାଙ୍କ ପାଖକୁ ଆସି କେଉଁ ବିଷୟରେ ଫେରାଦ ହୋଇଥିଲା ?
Answer:
‘ଦଳବେହେର’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି ।
ଦଳବେହେରା ଥିଲେ ଗଡ଼ମାଣିତ୍ରୀ ଗାଁର ମୁଖୁଆ । ସେହି ପାଇକାଳି ଗାଁର ପ୍ରତ୍ୟେକ ଲୋକ ନିଜ ନିଜର ସୁଖ, ଦୁଃଖ, ଆପତ୍ତି ଅଭିଯୋଗ ସବୁ ତାଙ୍କୁ ହିଁ ଜଣାଇଥା’ନ୍ତି । ତେଣୁ ସେଦିନ ସେହି ଗାଁର ବୁଢ଼ୀଟିଏ ତା’ନାତୁଣୀ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଆସି ଦଳବେହେରାଙ୍କୁ ଜଣାଇଥଲା । ଯୁଗଯୁଗ ଧରି ପୁରୁଷାନୁକ୍ରମେ ସେମାନେ ଲୁଣ ମାରି ଆସୁଥିଲେ ।

ସେଦିନ ଲୁଣ ମାରିବାକୁ ଯାଇଥିବା ତା’ର ନଅବର୍ଷର ନାତୁଣୀର ପିଠି ଫିରିଙ୍ଗୀ ସିପାହୀଙ୍କ ଘୋଡ଼ା କୋରଡ଼ା ମାଡ଼ରେ ଗରଗର ହୋଇ ଫାଟି ନହୁନୁହାଣ ହୋଇ ଯାଇଥିଲା । ସେ ଚେତାବୁଡ଼ା ହୋଇ ପଡ଼ିଥିବା ବେଳେ ରତନୀ, କେତକୀ ପ୍ରଭୃତି ତାକୁ ଟେକି ଗ୍ରାମବାସୀଙ୍କୁ ଏହି ପ୍ରସ୍ତାବ ଦେଇ ସେମାନଙ୍କ ଖାଇବା ପାଇଁ ନିଜ ଖମାର ଖୋଲିଦେବା ସହିତ ନିଜ ମୁଣ୍ଡକୁ ପାଣି ଛଡ଼େଇ ଦେଇଥିଲେ ।

Question ୫।
ଦଳବେହେରା ଗ୍ରାମବାସୀଙ୍କୁ କି ପ୍ରସ୍ତାବ ଦେଲେ ?
Answer:
‘ଦଳବେହେରା ’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନବଦ୍ୟ ସୃଷ୍ଟି ।
ଗ୍ରାମବାସୀଙ୍କୁ ଦଳବେହେରାଙ୍କର ପ୍ରସ୍ତାବ ଥିଲା ଯେ ସେମାନେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଗଡ଼ରେ ନାଗରା ଦେଇ ଜଣାଇ ଦିଅନ୍ତୁ । ଯେପରି ନିଷ୍କର ଜମି ଚାଷ କରି ଖାଉଥିଲେ, ସେପରି ଚଷି ଖାଆନ୍ତୁ, ସେପରି ଲୁଣ ମାରନ୍ତୁ ଓ w କାଠ କାଟନ୍ତୁ । ଗଡ଼ମୁଣ୍ଡ ବାଟରେ ବଡ଼ ବଡ଼ ପଥର ଖଣ୍ଡ ଓ ପର୍ବତ ପ୍ରମାଣ ଗଛଗଣ୍ଡି ହାଣି ଗଦାକରି ବାଟ ବନ୍ଦ କରିଦିଅନ୍ତୁ । ସମସ୍ତ ଯୁବକ ବାହୁତୀ ବରଗଛମୂଳେ ପହଞ୍ଚୁ ସିନ୍ଦୂର ଲଗାନ୍ତୁ । ଆଖପାଖ ଗାଁକୁ ଖବର ପଠାଇ ମେଣ୍ଡ ବାନ୍ଧନ୍ତୁ । ଦଳବେହେରା ଗ୍ରାମବାସୀଙ୍କୁ ଏହି ପ୍ରସ୍ତାବ ଦେଇ ସେମାନଙ୍କ ଖାଇବା ପାଇଁ ନିଜ ଖମାର ଖୋଲିଦେବା ସହିତ ନିଜ ମୁଣ୍ଡକୁ ପାଣି ଛଡ଼େଇ ଦେଇଥିଲେ ।

Question ୬ ।
‘ଦେଶ ତାତି ରହିଛି? ଏକଥା କାହିଁକି କୁହାଯାଇଛି ?
Answer:
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ଦଳବେହେରା’ ଶୀର୍ଷକ ଏକାଙ୍କିକାଟି ସଂଗ୍ରାମୀ ମଣିଷର ଜୀବନ କାହାଣୀରେ ହୋଇଉଠିଛି ଉଦ୍‌ଭାସିତ ।
‘ଦେଶ ତାତି ରହିଛି’ – ଏକଥା ଦ୍ୱିତୀୟ ଗ୍ରାମବାସୀ ପ୍ରଥମ ଗ୍ରାମବାସୀକୁ ଶୁଣାଇଛି । ତାତି ରହିଥ‌ିବା ବସ୍ତୁରେ ନିଆଁ ଲଗାଇଦେବା ମାତ୍ରେ ସେ ଯେପରି ସଙ୍ଗେ ସଙ୍ଗେ ହୁ ହୁ ହୋଇ ଜଳିଉଠେ, ସେହିପରି ଇଂରେଜମାନଙ୍କ ଅତ୍ୟାଚାରରେ ଦେଶବାସୀ ତାତି ରହିଛନ୍ତି । ଟଙ୍କା ଆକାରରେ କରଦେବାକୁ ବାଧ୍ୟ କରିବା, ଲୁଣ ନ ମାରିବାପାଇଁ ଓ କାଠ ନ କାଟିବା ନିମନ୍ତେ ଫିରିଙ୍ଗୀମାନଙ୍କ ଆଇନ ସମସ୍ତଙ୍କୁ ତତେଇ ଦେଇଛି । ଏହି ସମୟରେ ଦଳବେହେରାଙ୍କ ଘୋଷଣା ସେଥ‌ିରେ ନିଆଁ ଲଗେଇଦେବା ପରି ପ୍ରତୀୟମାନ ହୋଇଛି ବୋଲି ଗ୍ରାମର ଲୋକମାନେ ଅନୁଭବ କରିଛନ୍ତି ।

Question ୭।
‘ସମସ୍ତେ ତାଙ୍କୁ ଦେବତା ପରି ମାନନ୍ତି? – କାହାକୁ ଏବଂ କାହିଁକି ମାନନ୍ତି ?
Answer:
‘ଦଳବେହେରା ’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅମ୍ଳାନ ସୃଷ୍ଟି । ଦଳବେହେରାଙ୍କୁ ସମସ୍ତେ ଦେବତା ପରି ମାନନ୍ତି । କାରଣ ସେ ଖୁବ୍ ଦୟାଳୁ ବ୍ୟକ୍ତି । ଭଲ-ମନ୍ଦରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି । ସେହି ଦାନୀପୁରୁଷଙ୍କ ଦୁଆରୁ କେହି କେବେ ଖାଲି ହାତରେ ଫେରେ ନାହିଁ । ଲୋକମାନଙ୍କର ଅଭାବ ଅସୁବିଧାରେ ସେ ସହାୟତା କରିଥା’ନ୍ତି । ତେଣୁ ମାଣିତ୍ରୀ ଗଡ଼ରେ ସମସ୍ତେ ତାଙ୍କୁ ଦେବତା ପରି ମାନିଥା’ନ୍ତି ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୮।
ଶାସକ ନାଏବ ଓ ସୁବେଦାରଙ୍କୁ କ’ଣ କରିବାପାଇଁ ଆଦେଶ ଦେଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
ଶାସକ ନାଏବ ବାବୁଙ୍କୁ କମ୍ପାନୀ ବାହାଦୁରଙ୍କ ହୁକୁମ ଶୁଣାଇ ଦଳବେହେରାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବାକୁ ନିର୍ଦ୍ଦେଶ ଦେଲେ । ଭଲରେ ହେଉ କିମ୍ବା ମନ୍ଦରେ ହେଉ ଦଳବେହେରାଙ୍କୁ ଧରି ଆଣିବାକୁ କହିଲେ । ସେହିପରି କର ନିମନ୍ତେ ମାଣିତ୍ରୀ ଗଡ଼ର ପ୍ରଜାଙ୍କୁ କମ୍ପାନୀ ଆଉ ସମୟ ଦେଇପାରିବ ନାହିଁ ବୋଲି ସୁବେଦାରଙ୍କୁ ଜଣାଇ ଦେଇ କର ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେଲେ । କର ଆଦାୟ ନହେଲେ ଚାବୁକ୍ ମାରି, ଗୁଳି ଚଳେଇବା ସହିତ ଘର ଜଳାଇ ଦେବାକୁ ମଧ୍ୟ ଆଦେଶ ଦେଲେ । କର ନିମନ୍ତେ ଯେତେପ୍ରକାର ଅତ୍ୟାଚାର ଅଛି ତାହା କରିବାକୁ ଶାସକ ସୁବେଦାରଙ୍କୁ ହୁକୁମ ଦେଇଥିଲେ ।

Question ୯।
ଚକରା କିଏ ? ସେ ରଘୁକୁ କ’ଣ କହିଥିଲା ?
Answer:
‘ଦଳବେହେରା’ ଏକାଙ୍କିକାର ପ୍ରଣେତା ହେଉଛନ୍ତି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ।
ଚକରା ଥିଲା ଫିରିଙ୍ଗୀମାନଙ୍କର ପିଆଦା । ସେ ଭୂକର ଅସୁଲ କରିବାକୁ ମାଣିତ୍ରୀ ଗଡ଼କୁ ଆସିଥିଲା । କରଦେବାପାଇଁ ସେ ରଘୁକୁ ବହୁତ ଫୁସୁଲା ଫୁସୁଲି କଲା । ସେମାନଙ୍କ କର ନଦେବା କଥା ଆଖପାଖ ଗାଁଲୋକ ଜାଣି ମେଣ୍ଟ ବାନ୍ଧିଲେଣି । ଏକଥା ମଧ୍ୟ ଖୋରଧା କମ୍ପାନୀ କଚେରୀକୁ ଗଲାଣି । ତେଣୁ କମ୍ପାନୀ ବାହାଦୁର ଦଳବେହେରାଙ୍କୁ ଧରିନେବାପାଇଁ ଫଉଜ ପଠାଉଛନ୍ତି ବୋଲି ଚକରା ରଘୁ ଆଗରେ ପ୍ରକାଶ କରିଥିଲା ।

Question ୧୦ ।
ବରକନ୍ଦାଜ ଦୁହେଁ କେଉଁଠି ଓ କାହିଁକି ଲୁଚି ବସିଥିଲେ ?
Answer:
‘ଦଳବେହେରା’ ଶୀର୍ଷକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନବଦ୍ୟ ସୃଷ୍ଟି ।
ବରକନ୍ଦାଜ ଦୁହେଁ ମାଣିତ୍ରୀ ଗାଁର ଅଦୂରରେ ଥ‌ିବା ଆମ୍ବତୋଟାରେ ଲୁଚି ବସିଥିଲେ । କାରଣ ମାଣିତ୍ରୀ ଗାଁ ମୁଖ୍ ଦଳବେହେରାଙ୍କୁ ଧରିବାପାଇଁ କମ୍ପାନୀ ବାହାଦୁର ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରିବା ସହିତ ତାଙ୍କ ସମ୍ପର୍କରେ ତଥ୍ୟ ଆଦାୟ କରିବାକୁ ଗୁପ୍ତଚର ନିଯୁକ୍ତ କରିଥିଲେ । ତେଣୁ ବରକନ୍ଦାଜ ଦୁହେଁ ଦଳବେହେରାଙ୍କ ସମ୍ପର୍କରେ ଖବର ସଂଗ୍ରହ କରିବାପାଇଁ ଦିନରାତି ଆମ୍ବତୋଟାରେ ଲୁଚି ବସିଥିଲେ ।

Question ୧୧ ।
ବୁଢ଼ୀ ବରକନ୍ଦାଜ ଦୁହିଁଙ୍କୁ କାହିଁକି ଗାଳିଦେଲା ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣଙ୍କ ଏକ ଅମ୍ଳାନ ସୃଷ୍ଟି ।
ବୁଢ଼ୀ ଥିଲା ମାଣିତ୍ରୀ ଗଡ଼ ଗାଆଁର ଏକ ପାଇକମାତା । ସେ ଗାଁ ପାଖରେ ଥ‌ିବା ଆମ୍ବତୋଟାକୁ ପତ୍ର ଗୋଟାଇବାକୁ ପଚାରିଥିଲେ । ବୁଢ଼ୀ ତାଙ୍କ ସମ୍ପର୍କରେ ସେ କିଛି ଜାଣିନାହିଁ ବୋଲି କହିବାରୁ ବରକନ୍ଦାଜ ଦୁହେଁ ବୁଢ଼ୀକୁ ନାଲିଆଖ୍ ଦେଖାଇ ସତକଥା ନ କହିଲେ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେଲେ । ତେଣୁ ବୁଢ଼ୀ ରାଗିଯାଇ ସତକଥା ନ କହିଲେ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେଲେ । ତେଣୁ ବୁଢ଼ୀ ରାଗିଯାଇ ବରାକନ୍ଦାଜ ଦୁହିଁଙ୍କୁ ଗାଳି ଦେଇଥିଲା ।

Question ୧୨ ।
ସୁବେଦାର୍ ବାବାଜୀଙ୍କୁ କ’ଣ କହିଲେ ?
Answer:
ପଠିତ ‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
କମ୍ପାନୀର ସୁବେଦାର ବାବାଜୀଙ୍କୁ କହିଲେ ଯେ ସେ ବର୍ଷ ବର୍ଷ ଧରି ଦଳବେହେରାଙ୍କୁ ଖୋଜି ଚାଲିଛନ୍ତି । ଘରଦ୍ଵାର ପିଲାକୁଟୁମ୍ବକୁ ଛାଡ଼ି ବଣପାହାଡ଼ ତାଙ୍କର ଘର ହୋଇଗଲାଣି । ବାଘ ଭାଲୁ ହେଲେଣି ବନ୍ଧୁକୁଟୁମ୍ବ । ନିରାଶା ତାଙ୍କ ମନରେ ବସା ବାନ୍ଧିଲାଣି । ତଥାପି ଦଳବେହେରାଙ୍କର କୌଣସି ସନ୍ଧାନ ପାଇପାରୁ ନାହାନ୍ତି । ତେଣୁ ସେ ଦଳବେହେରା ଧରାପଡ଼ିବେ କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ ବାଣୀ କହିବାକୁ ତ୍ରିକାଳଜ୍ଞ ବାବାଜୀଙ୍କୁ ଅନୁରୋଧ କରିଥିଲେ ।

Question ୧୩।
‘ପାଇକ ପୁଅର କାମ ସେ ନୁହଁ’– ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ପଠିତ ‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ଅନବଦ୍ୟ ରୂପାୟନ । ‘ପାଇକ ପୁଅର କାମ ସେ ନୁହେଁ – ଏକଥା ଦଳବେହେରା ରଘୁନାଥକୁ କହିଛନ୍ତି । ଦଳବେହେରାଙ୍କୁ ଧରାଇ ଦେଇ ପାଞ୍ଚଶହ ଟଙ୍କା ପୁରସ୍କାର ପାଇବା ଆଶାରେ ଖୋଜି ବୁଲୁଥ‌ିବା ସୁବେଦାରଙ୍କୁ ଦଳବେହେରାଙ୍କ ପାଖରୁ ଯାଉଥ‌ିବା ଶୁଣି ରଘୁନାଥ ସୁବେଦାରର କଟାମୁଣ୍ଡ ବାଉତୀ ଆଗରେ ଛେଦ ପକାଇବାକୁ କହିଥିଲା । ଦଳବେହେରା ତାକୁ ତାହା ପାଇକ ପୁଅର କାମ ନୁହେଁ ବୋଲି କହିଥିଲେ । କାରଣ ସେମାନେ ଫିରିଙ୍ଗୀମାନଙ୍କ କର୍ମଚାରୀ, ଆଦେଶ ପାଳନ କରିବା ସେମାନଙ୍କର କାର୍ଯ୍ୟ । ପେଟ ପାଇଁ ସେମାନେ ଏପରି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ପାଇକ ସମ୍ମୁଖ ସଂଗ୍ରାମରେ ବିଶ୍ଵାସ କରେ । ଏପରି ବ୍ୟକ୍ତିକୁ ମାରିଲେ ପାଇକ ଜାତି ନିନ୍ଦିତ ହେବ । ଏହା ଥିଲା ଦଳବେହେରାଙ୍କର ସ୍ବାଭିମାନଭରା ବୀରବାଣୀ ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୧୪ ।
ନାଉରୀର ଦୁଃଖମୟ ଜୀବନର ପରିଚୟ ପ୍ରଦାନ କର ।
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ଏକ ଅମ୍ଳାନ ସୃଷ୍ଟି ।
ନାଉରୀଟି ଥିଲା ଅତ୍ୟନ୍ତ ଦରିଦ୍ର । ଖାଇବାପାଇଁ ଖାଦ୍ୟ, ପିନ୍ଧିବାପାଇଁ ବସ୍ତ୍ର କିମ୍ବା ମୁଣ୍ଡ ଗୁଞ୍ଜିବାପାଇଁ ଘର ଖଣ୍ଡିଏ ମଧ୍ୟ ତା’ର ନଥିଲା । ନଈକୂଳେ କୁଡ଼ିଆଟିଏ କରି ସ୍ଵାମୀ-ସ୍ତ୍ରୀ ଦୁଇପ୍ରାଣୀ ଚଳୁଥିଲେ । ଅର୍ଥାଭାବରୁ ଛପର କରିନଥିବାରୁ ବର୍ଷାପାଣି ଚାଳକଣା ଦେଇ ଘର ଭିତରେ ପଡୁଥିଲା । ୫/୭ ଜଣିଆ ଛୋଟ ଡଙ୍ଗାରେ ଯାତ୍ରୀଙ୍କୁ ପାରି କରି ଯାହା ପାଉଥିଲା ସେଥିରେ କଷ୍ଟେମଷ୍ଟେ ଚଳିଯାଉଥିଲା ।

କିନ୍ତୁ ସେଦିନର ଭୟଙ୍କର ଝଡ଼ବର୍ଷା ତଥା ବଢ଼ିପାଣିର ସୁଅ ତା’ର ପରିବାର ପ୍ରତିପୋଷଣର ଏକମାତ୍ର ଅବଲମ୍ବନ ଡଙ୍ଗାଟିକୁ ଭସାଇ ନେଇ ତାକୁ ନିରାଶ୍ରୟ କରିଦେଲା । ସାତଦିନ ଧରି ନଈ କୂଳେ କୂଳେ ଖୋଜି ଖୋଜି ଶେଷରେ ସେ ହତାଶ ତଥା ନିରୁପାୟ ହୋଇପଡ଼ିଲା । ଏହା ଥିଲା ଦରିଦ୍ର ନାଉରୀର ଦୁଃଖମୟ ଜୀବନର ଚିତ୍ର ।

Question ୧୫ ।
ନାଉରୀ ଦଳବେହେରାଙ୍କୁ କାହିଁକି ଖୋଜୁଥୁଲା ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି ।
ଦଳବେହେରା ସେ ଅଞ୍ଚଳରେ ଥିଲେ ଜଣେ ଦେବତୁଲ୍ୟ ବ୍ୟକ୍ତି । କେହି ତାଙ୍କ ଦ୍ବାରରୁ ରିକ୍ତ ହସ୍ତରେ ଫେରିନାହିଁ । ସେ ଦୁଃଖୀରଙ୍କାଙ୍କ ପେଟ ଚିହ୍ନନ୍ତି । ଅସହାୟକୁ ସହାୟ ହୁଅନ୍ତି । ଜଣେ ଦୟାଶୀଳ ତଥା ଉଦାର ହୃଦୟ ବ୍ୟକ୍ତି ଭାବରେ ସେ ମୂଲକରେ ତାଙ୍କର ରହିଛି ଅନେକ ସୁଖ୍ୟାତି । ତେଣୁ ତାଙ୍କଠାରୁ କିଛି କଉଡ଼ି ମାଗିନେଇ ପୁଣି ଖଣ୍ଡେ ଡଙ୍ଗା ଗଢ଼ିବା ଉଦ୍ଦେଶ୍ୟରେ ନିରାଶ୍ରୟ ନାଉରୀଟି ମନରେ ଅନେକ ଆଶାନେଇ ତାଙ୍କୁ ଖୋଜି ଚାଲିଥିଲା ।

Question ୧୬ ।
ଦଳବେହେରା ଶେଷରେ ନାଉରୀକୁ କ’ଣ କହିଥିଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
ନାଉରୀର ଦୁଃଖ ଶୁଣି ଦଳବେହେରାଙ୍କ ଉଦାର ହୃଦୟ ଦୁଃଖରେ ତରଳି ଯାଇଥିଲା । ତେଣୁ ତାକୁ ସାହାଯ୍ୟ କରିବା ନିମନ୍ତେ ସେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଥିଲେ । ସେ ନାଉରୀକୁ କହିଲେ ଯେ ତାଙ୍କ ଦଳବେହେରାଙ୍କୁ କମ୍ପାନୀ ସାହେବ ଧରି ନେଇଗଲାଣି । ତଥାପି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ସେ ତାକୁ ଆଉ ଗୋଟିଏ ସ୍ଥାନକୁ ନେଇଯିବେ, ଯେଉଁଠାରୁ ସେ ନିଶ୍ଚିତଭାବେ କିଛି ଧନ ପାଇବେ ଓ ସେଥ‌ିରେ ଡଙ୍ଗାଟିଏ ଗଢ଼େଇ ନେବେ । ପରିଶେଷରେ ଦଳବେହେରା ନାଉରୀକୁ ଏତିକି କହି ସାଙ୍ଗରେ ନେଇଯାଇଥିଲେ ।

Question ୧୭ ।
ଦଳବେହେରା ନାଉରୀ ସମ୍ବନ୍ଧରେ ଶାସକଙ୍କୁ କ’ଣ କହିଲେ ?
Answer:
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ଦଳବେହେରା’ ଏକାଙ୍କିକାଟି ଯୁଗ ଯୁଗ ଧରି ପାଠକ ତଥା ଦର୍ଶକ ମହଲରେ ଆଦୃତ ହୋଇ ରହିଥ‌ିବ, ଏହା ନିଃସନ୍ଦେହ ।
ନାଉରୀ ସମ୍ବନ୍ଧରେ ବାବାଜୀରୂପୀ ଦଳବେହେରା ଶାସକଙ୍କୁ କହିଲେ ଯେ ନାଉରୀଟି ଅତ୍ୟନ୍ତ ଦରିଦ୍ର । ତା’ର ଘରଦ୍ବାର ନାହିଁ । ପରିବାର ପ୍ରତିପୋଷଣର ଏକମାତ୍ର ମାଧ୍ୟମ ଥିଲା ଖଣ୍ଡିଏ ଛୋଟ ନାଆ । ବଢ଼ିପାଣିରେ ସେହି ନାଆଟି ଭାସିଯାଇ ତାକୁ ଅସହାୟ କରିଦେଇଛି । ଦଳବେହେରା ଦୁଃଖୀ ଦରିଦ୍ରମାନଙ୍କୁ ସାହାଯ୍ୟ କରନ୍ତି ବୋଲି ଶୁଣି ସେ ତାଙ୍କ ପାଖକୁ ଯାଇ ପାଞ୍ଚଶହ ପୁରସ୍କାର ପାଇବା ଆଶାରେ ଦଳବେହେରାଙ୍କୁ ଧରି ଆଣିଛି । ଏଣୁ ନାଉରୀକୁ ପାଞ୍ଚଶହ ଟଙ୍କା ପୁରସ୍କାର ଦିଆଯାଉ ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୧୮ ।
ଶାସକ ଦଳବେହେରାଙ୍କୁ ‘ତୁମେ ଏଡ଼େ ମହତ’ ବୋଲି କାହିଁକି କହିଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି।
ଦଳବେହେରା ଜଣେ ଦାନୀ, ଦୟାଶୀଳ, ଉଦାର ତଥା ଦେବତୁଲ୍ୟ ବ୍ୟକ୍ତି ଥିଲେ ବୋଲି ଶାସକ ଶୁଣିଥିଲେ । ସେହି ଦଳବେହେରା ନୋଳିଆଙ୍କର ସର୍ଦାର ବୋଲି ଶୁଣି ତାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବା ସହ ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।

ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ସୁବେଦାର, ନାଏବ କିମ୍ବା କର୍ମଚାରୀମାନେ ତାଙ୍କୁ ଧରିବା ଦୂରେ ଥାଉ ତାଙ୍କ ଦର୍ଶନ ମଧ୍ଯ ପାଇପାରି ନଥିଲେ । ହେଲେ ସେହି ଦଳବେହେରା ଜଣେ ଦରିଦ୍ର ନାଉରୀର ଦୁଃଖ ଦୂର କରିବାପାଇଁ ସ୍ଵୟଂ ଉପସ୍ଥିତ ହୋଇ ଆତ୍ମସମର୍ପଣ କରିବା ଶାସକଙ୍କୁ ବିସ୍ମୟାଭିଭୂତ କରିଦେଇଥିଲା । ଦଳବେହେରାଙ୍କ ଉଦାରତା ଶାସକଙ୍କୁ ଆସନରୁ ଓହ୍ଲାଇ ଆସିବାକୁ ବାଧ୍ୟ କରିଥିଲା ଏବଂ ସାହେବ ଦଳବେହେରାଙ୍କ ହାତ ଧରିପକାଇ କହିଥିଲେ, ‘ତୁମେ ଏଡ଼େ ମହତ୍’ ।

ତୁମପାଇଁ କାମ

୧୯ । ଏହି ଏକାଙ୍କିକାଟିକୁ ତୁମ ସାଙ୍ଗମାନଙ୍କ ସହିତ ମିଶି ଶିକ୍ଷକଙ୍କ ନିର୍ଦ୍ଦେଶନାରେ ଶ୍ରେଣୀଗୃହରେ ଅଭିନୟ କର ।
୨୦ । ଦଳବେହେରାଙ୍କ ପରି ଆଉ କେତେ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ଲେଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ବନମାଳୀ କିଏ ?
Answer:
ବନମାଳୀ ଥିଲା ମାଣିତ୍ରୀ ଗ୍ରାମର ଜଣେ ଗ୍ରାମବାସୀ ।

2. ବନମାଳୀ ଦଳବେହେରାଙ୍କୁ କେଉଁ କଥା । କହିଥିଲା ?
Answer:
କମ୍ପାନୀ ବାହାଦୂର କର ଦେବା ପାଇଁ ତା’ ଉପରେ କରିଥିବା ଜୁଲମ ବିଷୟରେ ସେ ଦଳବେହେରାଙ୍କୁ ଜଣାଇଥିଲା ।

3. ଦଳବେହେରା ବନମାଳୀଙ୍କୁ ‘ଆପଣା ସୁନା ତ ଭେଣ୍ଡି’ ବୋଲି କେତେବେଳେ କହିଛନ୍ତି ?
Answer:
ନମାଳୀ ଯେତେବେଳେ କର ନିମନ୍ତେ ତା’ଉପରେ ହୋଇଥିବା ଜୁଲମ ସମ୍ପର୍କରେ ବର୍ଣ୍ଣନା କରି ପ୍ରତିକାର ନିମନ୍ତେ କିଛି ଉପାୟ କରିବାକୁ ଦଳବେହେରାଙ୍କୁ ନିବେଦନ କରିଛି, ସେତେବେଳେ ଦଳବେହେରା ବନମାଳୀକୁ ‘ଆପଣା ସୁନା ତ ଭେଣ୍ଡି, ବଣିଆ ସଙ୍ଗେ ଚୁଟି ଧରାଧରି କଲେ ଲାଭ କ’ଣ’ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 18 ଦଳବେହେରା

4. ରକ୍ତମାଂସ ଶରୀର କେତେ ସହିବ ? ଏକଥା କିଏ କାହା ଆଗରେ କହିଛି ?
Answer:
ରକ୍ତମାଂସ ଶରୀର କେତେ ସହିବ ?- ଏକଥା ରଘୁନାଥ ଦଳବେହେରାଙ୍କ ଆଗରେ କହିଛି ।

5. ବୁଢ଼ୀ ଦଳବେହେରାଙ୍କ ପାଖକୁ ଆସି କେଉଁ ବିଷୟରେ ଫେରାଦ ହୋଇଥିଲା ?
Answer:
ଫିରିଙ୍ଗୀମାନେ ଲୁଣ ମାରିବାର ଅଧିକାର ତାଙ୍କଠାରୁ ଛଡ଼ାଇ ନେଇଥିବାରୁ ତା’ର ପ୍ରତିକାର ପାଇଁ ବୁଢ଼ୀ ଦଳବେହେରାଙ୍କ ପାଖରେ ଫେରାଦ ହୋଇଥିଲା ।

6. ଦଳବେହେରା ଗ୍ରାମବାସୀଙ୍କୁ କି ପ୍ରସ୍ତାବ ଦେଲେ ?
Answer:
ଦଳବେହେରା ଗ୍ରାମବାସୀଙ୍କୁ ପ୍ରସ୍ତାବ ଦେଲେ ଯେ ସେମାନେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଗଡ଼ରେ ନାଗରା ଦେଇ ଜଣାଇ ଦିଅନ୍ତୁ ।

7. ‘ଦେଶ ତାତି ରହିଛି’ – ଏକଥା କିଏ କହିଛି ?
Answer:
‘ଦେଶ ତାତି ରହିଛି’ – ଏକଥା ଦ୍ବିତୀୟ ଗ୍ରାମବାସୀ ପ୍ରଥମ ଗ୍ରାମବାସୀକୁ କହିଛି ।

8. ‘ସମସ୍ତେ ତାଙ୍କୁ ଦେବତା ପରି ମାନନ୍ତି’ – କାହାକୁ ଏବଂ କାହିଁକି ମାନନ୍ତି ?
Answer:
ଦଳବେହେରାଙ୍କୁ ସମସ୍ତେ ଦେବତା ପରି ମାନନ୍ତି, କାରଣ ସେ ଖୁବ୍‌ ଦୟାଳୁ ବ୍ୟକ୍ତି ଓ ଭଲ-ମନ୍ଦରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି ।

9. ଶାସକ ନାଏବ ଓ ସୁବେଦାରଙ୍କୁ କ’ଣ କରିବାପାଇଁ ଆଦେଶ ଦେଲେ ?
Answer:
ଶାସକ ନାଏବ ବାବୁଙ୍କୁ କମ୍ପାନୀ ବାହାଦୁରଙ୍କ ହୁକୁମ ଶୁଣାଇ ଦଳବେହେରାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବାକୁ ନିର୍ଦ୍ଦେଶ ଦେଲେ।

10. ଚକରା କିଏ ?
Answer:
ଚକରା ଥିଲା ଫିରିଙ୍ଗୀମାନଙ୍କର ପିଆଦା । ସେ ଭୂକର ଅସୁଲ କରିବାକୁ ମାଣିତ୍ରୀ ଗଡ଼କୁ ଆସିଥିଲା ।

11. ଚକରା ରଘୁକୁ କ’ଣ କହିଥିଲା ?
Answer:
କମାନୀ ବାହାଦୁର ଦଳବେହେରାଙ୍କୁ ଧରିନେବାପାଇଁ ଫଉଜ ପଠାଉଛନ୍ତି ବୋଲି ଚକରା ରଘୁ ଆଗରେ ପ୍ରକାଶ କରିଥିଲା ।

BSE Odisha 9th Class Odia Solutions Chapter 18 ଦଳବେହେରା

12. ବରକନ୍ଦାଜ ଦୁହେଁ କେଉଁଠି ଲୁଚି ବସିଥିଲେ ?
Answer:
ବରକନ୍ଦାଜ ଦୁହେଁ ମାଣିତ୍ରୀ ଗାଁର ଅଦୂରରେ ଥ‌ିବା ଆମ୍ବତୋଟାରେ ଲୁଚି ବସିଥିଲେ ।

13. ବରକନ୍ଦାଜ ଦୁହେଁ କାହିଁକି ଲୁଚି ବସିଥିଲେ ?
Answer:
ମାଣିତ୍ରୀ ଗାଁର ମୁଖ୍ୟ ଦଳବେହେରାଙ୍କ ସମ୍ପର୍କରେ ଖବର ସଂଗ୍ରର ମୁଖ୍ଆ ଦଳବେହେରାଙ୍କୁ ସମର୍କରେ ଦିନରାତି ଆମ୍ବତୋଟାରେ ଲୁଚି ବସିଥିଲେ ।

14. ବୁଢ଼ୀ ବରକନ୍ଦାଜ ଦୁହିଁଙ୍କୁ କାହିଁକି ଗାଳିଦେଲା ?
Answer:
ବୁଢ଼ୀ ଦଳବେହେରାଙ୍କ ସମ୍ପର୍କରେ ସେ କି ଛି ଜାଣିନାହିଁ ବୋଲି କହିବାରୁ ବରକନ୍ଦାଜ ଦୁହେଁ ବୁଢ଼ୀକୁ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେବାରୁ ବୁଢ଼ୀ ରାଗିଯାଇ ସେମାନଙ୍କୁ ଗାଳି ଦେଇଥିଲା ।

15. ସୁବେଦାର୍ ବାବାଜୀଙ୍କୁ କ’ଣ କହିଲେ ?
Answer:
କମ୍ପାନୀର ସୁବେଦାର ବର୍ଷ ବର୍ଷ ଧରି ଖୋଜୁଥ‌ିବା ଦଳବେହେରା ଧରାପଡ଼ିବେ କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ ବାଣୀ କହିବାକୁ ତ୍ରିକାଳଜ୍ଞ ବାବାଜୀଙ୍କୁ ଅନୁରୋଧ କରିଥିଲେ ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. “ ଧରି ଲେ, ଦଳବେହେରା ମଡ଼ାକୁ ଧରି ବେ– ଜୀଅନ୍ତାରେ ନୁହେଁ ।’– ଏକଥା କିଏ କହିଥିଲେ ?
Answer:
ଦଳବେହେରା

2. ଧ୍ଵନି ଜାଳୁଥ‌ିବା ବାବାଜୀଙ୍କ ଆଗରେ କିଏ ହାତଯୋଡ଼ି ବସିଥିଲେ ?
Answer:
ସୁବେଦାର

3. ଦୂରରୁ ପକ୍ଷୀ ଡାକିଲା ପରି ଶବ୍ଦ ଶୁଣି ଦଳବେହେରା କ’ଣ କଲେ ?
Answer:
ସେହିପରି ପ୍ରତିଶବ୍ଦ କଲେ

BSE Odisha 9th Class Odia Solutions Chapter 18 ଦଳବେହେରା

4. ଗାଁ ଲୋକଙ୍କୁ ଦଳବେହେରାଙ୍କ କଥା ପଚାରିଲେ ସେମାନେ ତୁଣ୍ଡରେ ନୁହେଁ କେଉଁଥ‌ିରେ କଥା କହିବେ ?
Answer:
ଖଣ୍ଡାରେ

5. ଗାଆଁକୁ ଗାଆଁ ଦିନକୁ ଦିନ କ’ଣ ବଢ଼ୁଛି ?
Answer:
ମେଳି

6. କାହାର କଟାମୁଣ୍ଡ ବାଉତୀ ଆଗରେ ଛେଦ ପକାଇବାକୁ ରଘୁ କହିଲା ?
Answer:
ସୁବେଦାରର

7. ଗାଁ ମୁଣ୍ଡରେ କେଉଁମାନେ ଘେରାଉ କରି ବସିଛନ୍ତି ?
Answer:
ଫୌଜ

8. ନାଉରୀର କେତେ ଜଣିଆ ଡଙ୍ଗାଟିଏ ଥୁଲା ?
Answer:
୫/୭ ଜଣିଆ

୨. ନାଉରୀର ଛୋଟ ଡଙ୍ଗାଟି କିପରି ଭାସିଗଲା ?
Answer:
ପାଣି ସୁଅରେ

10. ନାଉରୀ ଦଳବେହେରାଙ୍କ ପାଖକୁ କାହିଁକି ଯାଇଥିଲା ?
Answer:
କିଛି କଉଡ଼ି ପାଇବା ପାଇଁ

11. କିଏ ଥାନପତି ହୋଇ ବସିଲାଣି ବୋଲି ଗ୍ରାମବାସୀ କଥାବାର୍ତ୍ତା ହୋଇଥିଲେ ।
Answer:
ଫିରିଙ୍ଗୀ

12. ‘ଗାଁ ଭୂଇଁ, ମା’ ଭଉଣୀ, ଜାତି ମହତ ପାଇଁ ଲଢ଼ି ଦିନେ ମରିବା’’– ଏକଥା କିଏ କହିଥିଲେ ?
Answer:
୧ମ ଗ୍ରାମବାସୀ

BSE Odisha 9th Class Odia Solutions Chapter 18 ଦଳବେହେରା

13. ଭୂଇଁରେ ପଡ଼ିଲାବେଳୁ ଓଡ଼ିଶା ଖଣ୍ଡର ପାଇକପିଲା କାନରେ କ’ଣ ବାଜୁଛି ?
Answer:
ଲଢ଼େଇ

14. ‘ଦେଶ ତାତି ରହିଛି– ଖାଲି ଟିକିଏ ନିଆଁ ଲଗାଇଦେବା କଥା’’– ଏକଥା କିଏ କହିଥିଲେ ?
Answer:
୨ୟ ଗ୍ରାମବାସୀ

15. କିଏ ଅଇଁଠା ଚାଟେ ?
Answer:
କୁକୁର

C ଶୂନ୍ୟସ୍ଥାନ ପୂରଣ କର ।
1. କାଠକୁ ଲୁହା କାଟେ । କାରଣ, ___________________ ରୁ ଖଣ୍ଡେ ଲୁହା ପେଟରେ ପଶିଥାଏ ।
Answer:
କାଠ

2. ପଶ୍ଚି ମରା ଏ ନଥିବାବେଳେ ତାଙ୍କ ଭୁ ଆସୁଣୀ ଝିଅବୋହୂଙ୍କୁ __________________ ଆସି ଖଜଣା ମାଗୁଥିଲା ।
Answer:
ଚକରା

3. ___________________ ଙ୍କୁ ଦି’ଫଡ଼ା କରି ଚିରି ଦେଇଥିଲେ ।
Answer:
ଜୟୀ ରାଜଗୁରୁ

4. ଭେଣ୍ଡମାନେ ________________ ବରଗଛମୂଳେ ପହଞ୍ଚେ ସିନ୍ଦୂର ଲଗେଇବାକୁ ଦଳବେହେରା ନିର୍ଦ୍ଦେଶ ଦେଇଥିଲେ ।
Answer:
ବାହୂତୀ ବରଗଛ

5. ଏକା ________________ ରେ ବସିଛେ– ବୁଡ଼ିଲେ ସଭିଏଁ ବୁଡ଼ିବା ।
Answer:
ଭେଳା

6. _________________ ଛଡ଼ା ଓଡ଼ିଆ ପୁଅର ମୁଣ୍ଡ ଆଉ କେଉଁଠି ନଇଁଯାଏ ନାହିଁ ।
Answer:
ଜଗନ୍ନାଥଙ୍କ ପା’ତଳ

BSE Odisha 9th Class Odia Solutions Chapter 18 ଦଳବେହେରା

7. ପାଣି ଭିତରେ ଘର କରି _____________________ ସଙ୍ଗେ କି ବାଦ ?
Answer:
କୁମ୍ଭୀର

8. ମାଣିତ୍ରୀ ଚକଡ଼ାରେ _________________ ଙ୍କୁ ସମସ୍ତେ ଦେବତା ପରି ମାନନ୍ତି ।
Answer:
ଦଳବେହେରା

9. ___________________ ଖଣ୍ଡ ଶଗଡ଼ରେ ମୁଣ୍ଡିଆରୁ ପଥର ବୁହା ହେଉଥିଲା ।
Answer:
୬୦

10. ସିଂହ ପିଲା ମୁଁ, ମୋ ଛାଇକୁ ଧରିବା _________________ ପାଠ ।
Answer:
କାଠିକର

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କାଠକୁ ଲୁହା କାଟେ । କାରଣ, _________________ ରୁ ଖଣ୍ଡେ ଲୁହା ପେଟରେ ପଶିଥାଏ ।
(A) କାଠ
(B) ଲୁହା
(C) ଷ୍ଟିଲ୍
(D) ପ୍ଲାଷ୍ଟିକ୍
Answer:
(A) କାଠ

2. ପଶ୍ଚି ମରାଏ ନଥୁବେଳେ ତାଙ୍କ ଭୁ ଆସୁଣୀ ଝିଅବୋହୂଙ୍କୁ କିଏ ଆସି ଖଜଣା ମାଗୁଥିଲା ?
(A) ଫିରିଙ୍ଗୀମାନେ
(B) ପିଆଦା
(C) ଚପରାଶି
(D) ଚକରା
Answer:
(D) ଚକରା

3. ଇଂରେ ଜମାନେ କାହାକୁ ଦି’ଫଡ଼ା କରି ଚିରି ଦେଇଥିଲେ ?
(A) ବକ୍‌ସିଙ୍କୁ
(B) ଦଳବେହେରାଙ୍କୁ
(C) ପଶ୍ଚିମରାଏଙ୍କୁ
(D) ଜୟୀ ରାଜଗୁରୁଙ୍କୁ
Answer:
(D) ଜୟୀ ରାଜଗୁରୁଙ୍କୁ

4. ଭେଣ୍ଡାମାନେ କେଉଁ ଗଛମୂଳେ ପହଞ୍ଚୁ ସିନ୍ଦୂ ର ଲଗେଇବାକୁ ନିର୍ଦ୍ଦେଶ ଦେଇଥିଲେ ?
(A) ଅଶ୍ଵତ୍‌ଥ ଗଛ
(B) ଆମ୍ବଗଛ
(C) କେନ୍ଦୁଗଛ
(D) ବାହୁତୀ ବରଗଛ
Answer:
(D) ବାହୁତୀ ବରଗଛ

BSE Odisha 9th Class Odia Solutions Chapter 18 ଦଳବେହେରା

5. ଏକା ____________________ ରେ ବସିଛେ– ବୁଡ଼ିଲେ ସଭିଏଁ ବୁଡ଼ିବା ।
(A) ବୋଇତ
(B) ଜାହାଜ
(C) ଭେଳା
(D) ଗାଡ଼ି
Answer:
(C) ଭେଳା

6. __________________________ ଛଡ଼ା ଓଡ଼ିଆ ପୁଅର ମୁଣ୍ଡ ଆଉ କେଉଁଠି ନଇଁଯାଏ ନାହିଁ ।
(A) ଫିରିଙ୍ଗୀ ପା’ତଳ
(B) ଜଗନ୍ନାଥଙ୍କ ପା’ତଳ
(C) ବେପାରୀଙ୍କ ପା’ତଳ
(D) ପରଦେଶୀଙ୍କ ପା’ତଳ
Answer:
(B) ଜଗନ୍ନାଥଙ୍କ ପା’ତଳ

7. ପାଣି ଭିତରେ ଘର କରି _______________ ସଙ୍ଗେ କି ବାଦ ?
(A) କୁମ୍ଭୀର
(B) ମଗର
(C) ତିମି
(D) ଜଳହସ୍ତୀ
Answer:
(A) କୁମ୍ଭୀର

8. ମାଣିତ୍ରୀ ଚକଡ଼ାରେ କାହାକୁ ସମସ୍ତେ ଦେବତା ପରି ମାନନ୍ତି ?
(A) ବକ୍‌ସିଙ୍କୁ
(B) ଦଳବେହେରାଙ୍କୁ
(C) ରାଜଗୁରୁଙ୍କୁ
(D) ପାଇକରାଏଙ୍କୁ
Answer:
(B) ଦଳବେହେରାଙ୍କୁ

BSE Odisha 9th Class Odia Solutions Chapter 18 ଦଳବେହେରା

9. କେତେ ଖଣ୍ଡ ଶଗଡ଼ରେ ମୁଣ୍ଡିଆରୁ ପଥର ବୁହା ହେଉଥିଲା ?
(A) ୪୦ ଖଣ୍ଡ
(B) ୫୦ ଖଣ୍ଡ
(C) ୬୦ ଖଣ୍ଡ
(D) ୭୦ ଖଣ୍ଡ
Answer:
(C) ୬୦ ଖଣ୍ଡ

10. ସିଂହ ପିଲା ମୁଁ, ମୋ ଛାଇକୁ ଧରିବା ________________ ପାଠ।
(A) କଠିନ
(B) କଷ୍ଟକର
(C) ଅଛିଣ୍ଡା
(D) କାଠିକର
Answer:
(D) କାଠିକର

11. ମୁଁ ପଛେ ଚିରଦିନ ଗରିବ ହୋଇ ରହିବି – ମୋ ଜାତି ଗରିବ ନ ହେଉ – ଏକଥା କିଏ କହିଥିଲେ ?
(A) ନାଉରୀ
(B) ବନମାଳୀ
(C) ରଘୁ
(D) ଚକରା
Answer:
(A) ନାଉରୀ

12. କାଳୀଚରଣ ପଟ୍ଟନାୟକଙ୍କଦ୍ବାରା ପ୍ରତିଷ୍ଠିତ ରଙ୍ଗମଞ୍ଚର ନାମ କ’ଣ ?
(A) ଓଡ଼ିଶା ଥୁଟର୍ସ
(B) କଳାକୁଞ୍ଜ
(C) ଓଡ଼ିଶା ଅପେରା
(D) ନାଟ୍ୟମଞ୍ଚ
Answer:
(A) ଓଡ଼ିଶା ଥୁଟର୍ସ

13. ଭାଗବତ ଘରେ କିଏ ବସି ପୁରାଣ ପଢୁଥିଲେ ?
(A) ପୁରୋହିତ
(B) ପୁରାଣପଣ୍ଡା
(C) ଜନୈକ ସନ୍ନ୍ୟାସୀ
(D) ଦଳବେହେରା
Answer:
(A) ପୁରୋହିତ

14. ସାତସମୁଦ୍ର ତେରନଈ ପାରହୋଇ କେଉଁମାନେ ଆସି ଆମ ମୁଲକରେ କଂସାସୁର ସାଜିଛନ୍ତି ?
(A) ମୋଗଲମାନେ
(B) ଆଫଗାନମାନେ
(C) ଇଂରେଜମାନେ
(D) ମୁସଲମାନେ
Answer:
(C) ଇଂରେଜମାନେ

BSE Odisha 9th Class Odia Solutions Chapter 18 ଦଳବେହେରା

15. ‘ଆମର ମୁଣ୍ଡ ତ ଆପଣ’– ଏକଥା ବନମାଳୀ କାହା ଉଦ୍ଦେଶ୍ୟରେ କହିଥିଲା ?
(A) ସାହେବଙ୍କ ଉଦ୍ଦେଶ୍ୟରେ
(B) ପୁରାଣପଣ୍ଡାଙ୍କ ଉଦ୍ଦେଶ୍ୟରେ
(C) ସୁବେଦାରଙ୍କ ଉଦ୍ଦେଶ୍ୟରେ
(D) ଦଳବେହେରାଙ୍କ ଉଦ୍ଦେଶ୍ୟରେ
Answer:
(D) ଦଳବେହେରାଙ୍କ ଉଦ୍ଦେଶ୍ୟରେ

16. କେଉଁମାନେ ଦାନ୍ତରେ ତିରଣ ଧରି ଶରଣ ପଶିଲେ ?
(A) ସାଆନ୍ତ ରାଜାମାନେ
(B) ସୈନ୍ୟମାନେ
(C) ପାଇକମାନେ
(D) ବଡ଼ମାନେ
Answer:
(A) ସାଆନ୍ତ ରାଜାମାନେ

17. ଗଡ଼ ପାଇକପୁଅଙ୍କ ଛାଇ ପଡ଼ିଲେ କିଏ ବାଟ ଛାଡ଼ି ଦେଉଥିଲା ?
(A) ଷଣ୍ଢ
(B) ଗର୍ଭିଣୀ ଗାଈ
(C) ବାଘ
(D) ସିଂହ
Answer:
(B) ଗର୍ଭିଣୀ ଗାଈ

18. ଆମେ ରାଣ୍ଡ ଛେଉଣ୍ଡ ଗାଁ ମାଇପେ ମହତ ଘେନି ରହିବୁ ନା କୂଅପୋଖରୀ ଖୋଜିବୁ ?
(A) ସ୍ତ୍ରୀଲୋକମାନେ
(B) ରତନୀ
(C) ଜଣେ ବୁଢ଼ୀ
(D) କେତକୀ
Answer:
(C) ଜଣେ ବୁଢ଼ୀ

19. ଫିରିଙ୍ଗୀମାନେ କାହାକୁ ଘୋଡ଼ା କୋରଡ଼ାରେ ବାଡ଼େଇଥିଲେ ?
(A) ବୁଢ଼ୀକୁ
(B) କେତକୀକୁ
(C) ରତନୀକୁ
(D) ବୁଢ଼ୀର ନାତୁଣୀକୁ
Answer:
(D) ବୁଢ଼ୀର ନାତୁଣୀକୁ

20. ଏ ମୁଣ୍ଡକୁ ପାଣି ଛଡ଼େଇଲି- ଏକଥା କିଏ କରିଥିଲେ ?
(A) ଦଳବେହେରା
(B) ବନମାଳୀ
(C) ରଘୁନାଥ
(D) ସମସ୍ତେ
Answer:
(A) ଦଳବେହେରା

BSE Odisha 9th Class Odia Solutions Chapter 18 ଦଳବେହେରା

ଲେଖକ ପରିଚୟ :
ନାଟ୍ୟକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କ ଆବିର୍ଭାବଦ୍ଵାରା ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ କ୍ଷେତ୍ରରେ ଆଧୁନିକତାର ଯଥାର୍ଥ ପ୍ରଗତି ଆରମ୍ଭ ହୋଇଥିଲା । କବିତା ରଚନା ଓ ଅଭିନୟ କଳା ପ୍ରତି ସେ ବାଲ୍ୟକାଳରୁ ଆଗ୍ରହୀ ଥିଲେ । ଓଡ଼ିଶୀ ସଂଗୀତର ପ୍ରସାର ଓ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଓଡ଼ିଶୀ ନୃତ୍ୟକୁ ସର୍ବଭାରତୀୟ ମାନ୍ୟତା ଦେବାରେ ମଧ୍ୟ ତାଙ୍କ ଉଦ୍ୟମ ଉଲ୍ଲେଖଯୋଗ୍ୟ । ସେ ପଚାଶରୁ ଊର୍ଦ୍ଧ୍ବ ରାସନାଟକ, ମଞ୍ଚନାଟକ ଏବଂ ଗୀତିନାଟ୍ୟ ରଚନା କରିଥିଲେ । ‘ଭାତ’, ‘ଗାର୍ଲସ୍କୁଲ, ’, ‘ଅଭିଯାନ’, ‘ଚକ୍ରୀ’, ‘ରକ୍ତମନ୍ଦାର’ ପ୍ରଭୃତି ନାଟକ, ‘ପଞ୍ଚରଙ୍ଗ’, ‘ଷଡ଼ରସ’, ‘ସପ୍ତପର୍ଶୀ’, ‘ଜୀବିତ-ତର୍ପଣ’ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ ରଚନା । ତାଙ୍କର ଆତ୍ମଜୀବନୀ, ‘କୁମ୍ଭାର ଚକ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଓଡ଼ିଶା ଥାଏଟର୍ସ’ ଓଡ଼ିଶାର ମଞ୍ଚ ଇତିହାସରେ ଏକ ଉଜ୍ଜ୍ଵଳ ନାମ । ଜାତୀୟ ସଂଗ୍ରାମର ଆଦ୍ୟ ପର୍ଯ୍ୟାୟରେ ତ୍ୟାଗ ଓ ତିତିକ୍ଷାର ପ୍ରତୀକାତ୍ମକ ରୂପ ସଂଗ୍ରାମୀ ମଣିଷର ଜୀବନ କାହାଣୀ ହିଁ ସଂଶିତ ଏକାଙ୍କିକାର ଭିତ୍ତିଭୂମି ।

ଏକାଙ୍କିକାର ମର୍ମବାଣୀ:

ଗଡ଼ମାଣିତ୍ରୀ ଗାଁ ମଝିରେ ଥିବା ଭାଗବତ ଘରେ ପୁରାଣ ପଣ୍ଡା ବସି ପୁରାଣ ପଢୁଥିଲେ । ଦଳବେହେରାଙ୍କ ସମେତ କେତେକ ଗ୍ରାମବାସୀ ବସି ପୁରାଣ ଶୁଣୁଥିଲେ । ଏହି ସମୟରେ ଧୂଳି ଧୂସରିତ ଅବସ୍ଥାରେ କାନ୍ଦି କାନ୍ଦି ସେଠାରେ ଉପସ୍ଥିତ ହୋଇଛି ବନମାଳୀ । ସେ ନିଜର ଚିରି ଫଡ଼ା ଫଡ଼ା ହୋଇଥିବା ନୂଆ ଗାମୁଛାକୁ ଦଳବେହେରାଙ୍କୁ ଦେଖାଇଛନ୍ତି । କିଆରୀରୁ ଫେରିବା ବାଟରେ ତାକୁ ଅଟକାଇ କର ପାଇଁ ସାତ ସମୁଦ୍ର ତେରନଈ ପାର ହୋଇ ଆସିଥିବା କଂସାସୁର ଦଳ ତା’ଉପରେ କିପରି ଜୁଲମ କରିଛନ୍ତି ତାହା ନିବେଦନ କରିଛି । ତାହା ପୁଣି କଉଡ଼ିରେ ନୁହେଁ, ଟଙ୍କାରେ । ହେଲେ ଟଙ୍କା କେଉଁଠୁ ସେମାନେ ପାଇବେ ବୋଲି ବନମାଳୀ ଦଳବେହେରାଙ୍କୁ କହିଛି ।

ରଘୁନାଥ ମଧ୍ୟ ଦଳବେହେରାଙ୍କୁ ଚକରା କଥା କହିଛି, ଯିଏ କି ବାବନାଭୂତ ହୋଇ ବୁଲୁଥିଲା । ଫିରିଙ୍ଗୀ ଘରେ ପିଆଦା ଚାକିରି କରିଛି ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହିଁ । ସମସ୍ତ ଭେଦ ସେ ଫିରିଙ୍ଗୀକୁ ବତାଉଛି । ପଶ୍ଚିମରାଏ ଘରେ ନଥ‌ିବାବେଳେ ତାଙ୍କ ଘରକୁ ଯାଇ ଭୁଆସୁଣୀ ଝିଅବୋହୂଙ୍କୁ ଖଜଣା ମାଗୁଛି । ତା’ତୁଣ୍ଡରୁ ପୁଣି ଅଭାଷା ଓ କୁଭାଷା ବାହାରୁଛି । ତା’ପରେ ଦଳବେହେରାଙ୍କ ପାଖରେ ଆସି ପହଞ୍ଚିଛି ସଉରୀ ବୋଉ (ବୁଢ଼ୀ) । ତା’ର ନଅବର୍ଷର ନାତୁଣୀ ଉପରେ ଫିରିଙ୍ଗୀର ଘୋଡ଼ା କରଡ଼ା ବସିଛି । ଲୁଣ ମୁଠାଏ ମାଗିବାକୁ ଯାଇଥିଲା ବୋଲି ତା’ର ପିଠି ଗରଗର ହୋଇ ଫାଟି ହୋଇଛି ଲହୁଲୁହାଣ । ଚେତାବୁଡ଼ା ହୋଇ ପଡ଼ିଥିଲା । କେତକୀ, ରତନୀ ପ୍ରଭୃତି ତାକୁ ଟେକି ଆଣିଛନ୍ତି ।

ସମସ୍ତଙ୍କ ଅଭିଯୋଗ ଶୁଣିସାରିବା ପରେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଦଳବେହେରା ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ବାପ ଅଜା ଅମଳରୁ ଯେପରି ନିଷ୍କର ଭୂଇଁ ଚଷି ଖାଉଥଲେ ସେପରି ଖାଇବେ, ଲୁଣ ମାରିବେ, ବଣରୁ କାଠ ହାଣିବେ । ସେଥ‌ିପାଇଁ ଗଡ଼ମୁଣ୍ଡ ବାଟକୁ ପର୍ବତପ୍ରମାଣ ଗଛ ଗଣ୍ଡି ହାଣି ଗଦାକରି ବଡ଼ ବଡ଼ ପଥର ପକାଇ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତେ ଖଣ୍ଡାରେ ସାଆଣ ଦେବା ସହିତ ବେଳ ଦି ଘଡ଼ିକି ବାହୁତୀ ବରଗଛମୂଳେ ପହଞ୍ଚେ ସିନ୍ଦୂର ଲଗେଇବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କର ଖାଇବାପାଇଁ ନିଜ ଅମାର ଖୋଲିଦେବା ସହିତ ମେଣ୍ଟ ବାନ୍ଧିବା ନିମନ୍ତେ ଆଖପାଖ ଗାଁକୁ ରାତାରାତି ଖବର ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଏବଂ ନିଜ ମୁଣ୍ଡକୁ ପାଣି ଛଡ଼େଇଛନ୍ତି ।

ଦଳବେହେରାଙ୍କ ନିର୍ଦେଶାନୁସାରେ ପାଇକମାନେ ଗାଁ ମୁଣ୍ଡରେ ପର୍ବତ ପ୍ରମାଣ କାଠଗଣ୍ଠି ଜମାକରି ଦେଇଛନ୍ତି । ମୁଣ୍ଡିଆରୁ ଦୁଇଶହ ଲୋକ ପଥର ଗଡ଼େଇ ଗଡ଼େଇ ଆଣି ସନ୍ଧ୍ୟା ସୁଦ୍ଧା ଗାଁ ମୁଣ୍ଡ ବାଟରେ ପାହାଡ଼ ଠିଆ କରିଦେଇଛନ୍ତି । ଗଡ଼ମାଣିତ୍ରୀର ପାଇକମାନେ କର ନଦେବା ଖବର ପାଇ ଆଖପାଖ ଗାଁ ଲୋକେ କର ନଦେବା ପାଇଁ ଅଡ଼ି ବସିବା ସହିତ ମେଣ୍ଟ ମଧ୍ୟ ବାନ୍ଧିଲେଣି । ଏକଥା ମଧ୍ୟ ଖୋରଧାର କମ୍ପାନୀ କଚେରୀକି ଗଲାଣି ଏବଂ କମ୍ପାନୀ ବାହାଦୁର ମଧ୍ୟ ଦଳବେହେରାଙ୍କୁ ଧରିନେବା ପାଇଁ ଫୌଜ ପଠାଇଛନ୍ତି ଏବଂ ପାଞ୍ଚଶହ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି । ଫଳରେ ନାଏବ, ସୁବେଦାର ଓ ବରକନ୍ଦାଜ ସମସ୍ତେ ଦଳବେହେରାଙ୍କୁ ଖୋଜିବାରେ ଲାଗିଛନ୍ତି ।

ଦଳବେହେରା ମହାଶୟ ବେଶ ବଦଳାଇ ବଣକୁ ବଣ ଘୂରି ବୁଲୁଛନ୍ତି । ତାଙ୍କୁ ସମସ୍ତେ ଦେଖୁଥିଲେ ମଧ୍ୟ କେହି ଧରିପାରୁ ନାହାନ୍ତି । ଦିନେ ଦଳବେହେରା ବାବାଜୀ ବେଶରେ ଧୂନି ଜାଳି ବସିଥ‌ିବା ବେଳେ ନିଜେ ସୁବେଦାର ତାଙ୍କ ପାଖରେ ଉପସ୍ଥିତ ହୋଇ ତାଙ୍କୁ ତ୍ରିକାଳଜ୍ଞ ମନେକରି ଦଳବେହେରାଙ୍କ ସମ୍ପର୍କରେ ପଚାରିଛନ୍ତି । ଶେଷରେ ତାଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇ ଦଳବେହେରାଙ୍କୁ ଖୋଜିବାକୁ ଚାଲିଯାଇଛନ୍ତି ।
ଏହି ସମୟରେ ଜଣେ ଦରିଦ୍ର ବୁଢ଼ା ନାଉରୀ ବାବାଜୀ ରୂପୀ ଦଳବେହେରାଙ୍କ ପାଖରେ ଉପସ୍ଥିତ ହୋଇଛି । ଦିନେ ପ୍ରବଳ ଝଡ଼ବର୍ଷାରେ ତା’ର କୁଟୁମ୍ବ ପ୍ରତିପୋଷଣ କରିବାର ଏକମାତ୍ର ସହାୟକ ଡଙ୍ଗାଟି କୁଆଡ଼େ ଭାସିଯାଇଛି ।

BSE Odisha 9th Class Odia Solutions Chapter 18 ଦଳବେହେରା

ସାତଦିନ କାଳ ଖୋଜି ଖୋଜି ନପାଇ ଶେଷରେ ଅସହାୟ ଅବସ୍ଥାରେ ଧାଇଁ ଆସିଛି ସହାୟବନ୍ତ ପୁରୁଷ ଦଳବେହେରାଙ୍କ ପାଖକୁ । ସେହି ଦେବତାତୁଲ୍ୟ ଧର୍ମବନ୍ତ ଦୟାଶୀଳ ବ୍ୟକ୍ତିଙ୍କ ନିକଟରୁ କିଛି ସାହାଯ୍ୟ ନେଇ ଆଉ ଏକ ଡଙ୍ଗା ଗଢ଼ିବା ଆଶାରେ ସେ ମାଣିତ୍ରୀଗଡ଼ ଅଭିମୁଖେ ଧାଇଁଛି । ନାଉରୀର ଦୁଃଖଭରା କାହାଣୀ ଶୁଣି ବାବାଜୀରୂପୀ ଦଳବେହେରାଙ୍କ ହୃଦୟ ଦ୍ରବୀଭୂତ ହୋଇଗଲା । ସେ ନାଉରୀକୁ ସଙ୍ଗରେ ଧରି ଚାଲିଲେ ଖୋରଧାର କଚେରୀକୁ ।

ପାଖକୁ ଯାଇଥବା ସେହି ନାଉରୀ ପୁରସ୍କାର ଟଙ୍କା ପାଇବା ଆଶାରେ ଦଳବେହେରାଙ୍କୁ ଧରି ଆଣିଛି ବୋଲି ପ୍ରକାଶ କରିଛନ୍ତି । ଦଳବେହେରାଙ୍କ ମୁଣ୍ଡ ବଦଳରେ କମ୍ପାନୀ ବାହାଦୁର ଯେଉଁ ପାଞ୍ଚଶହ ଟଙ୍କା ଘୋଷଣା କରିଛି, ସେହି ଟଙ୍କାକୁ ନାଉରୀକୁ ଦେବା ଅଭିଭୂତ କମ୍ପାନୀ ସାହେବ ଆସନରୁ ଉଠି ଆସି ତାଙ୍କ ହାତ ଧରି ପକାଇ କହିଛନ୍ତି – ‘ ଏଡ଼େ ମହତ୍ ତୁମେ !!’

ଦଳବେହେରାଙ୍କ ପାଦତଳେ ପଡ଼ି କାନ୍ଦି କାନ୍ଦି ନାଉରୀ କହିଛି – “‘ସାଆନ୍ତ ! ଦେବତା ! ମୋର ଟଙ୍କା ଦରକାର ନାହିଁ । ମୁଁ ପଛେ ଚିରଦିନ ଗରିବ ହୋଇ ରହିବି – ମୋ ଜାତି ଗରିବ ନ ହେଉ, ସାଆନ୍ତେ ।’’
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥା’ନ୍ତି ।

ବିଷୟଗତ ଶବ୍ଦ ଓ ଅର୍ଥ :

ପୁରାଣ ପଣ୍ଡା – ପ୍ରତିଦିନ ସନ୍ଧ୍ୟାରେ ଭାଗବତ ପୁରାଣ ପଢ଼ି ଶୁଣାଉଥ‌ିବା ବ୍ୟକ୍ତିକୁ ପୁରାଣ ପଣ୍ଡା କୁହାଯାଏ ।
ପରବେଶ – ପ୍ରବେଶ
ପୁଚ୍ଛଇ – ପଚାରନ୍ତି
ସ୍ୱରଗ – ସ୍ୱର୍ଗ ।
ପରିଯନ୍ତେ- ପର୍ଯ୍ୟନ୍ତ ।
ତ୍ରିକାଳଞ- ବର୍ଷ ମାନ, ଅତୀତ ଓ ଭବିଷ୍ୟତ ବଷୟରେ ଜାଣିପାରୁଥିବା ବ୍ୟକ୍ତି ।
ନିଷର – ଯହିଁରେ କର ଦେବାକୁ ହୁଏ ନାହିଁ ।
କ୍ଷତ୍ରୀ – ଶକ୍ତିଶାଳୀ ବୀର ପୁରୁଷ ।
ମୋଡ଼ିମାଡ଼ି ହୋଇ – ନିରୁପାୟ ହୋଇ ।
BSE Odisha 9th Class Odia Solutions Chapter 18 ଦଳବେହେରା 1
BSE Odisha 9th Class Odia Solutions Chapter 18 ଦଳବେହେରା 2

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

Odisha State Board BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ will enable students to study smartly.

BSE Odisha Class 9 Physical Science Notes Chapter 6 ବଳ ଓ ଗତି ନିୟମ

→ ଉପକ୍ରମ (Introduction):
(i) ବସ୍ତୁର ଗତି ସମ ଗତି ବା ଅସମ ଗତି ହୋଇପାରେ ।
(ii) ଭୂମି ଉପରେ ଥ‌ିବା ଏକ ବଲ୍‌କୁ ଆଘାତ କଲେ ତାହା ଅବିରତ ଭାବରେ ଗତି କରେ ନାହିଁ । କିଛି ବାଟ ଗତି କଲାପରେ ତାହା ଆପେ ଆପେ ସ୍ଥିର ହୋଇଯାଏ ।
(iii) ଏକ ସ୍ଥିର ବସ୍ତୁକୁ ଗତିଶୀଳ କରିବାପାଇଁ ବା ଏକ ଗତିଶୀଳ ବସ୍ତୁକୁ ସ୍ଥିର କରିବାପାଇଁ କିଛି ପ୍ରୟାସ (effort) ଦରକାର ହୁଏ । ସାଧାରଣତଃ ଏହି ପ୍ରୟାସକୁ ଆମେ ମାଂସପେଶୀୟ ପ୍ରୟାସ ଭାବରେ ଅନୁ ଭବ କରୁ ।
(iv) ବଳର ଅବଧାରଣା (concept) ଠେଲିବା, ଟାଣିବା ବା ଆଘାତ ଦେବା ଉପରେ ପର୍ଯ୍ୟବସିତ ।
(v) ଠେଲିବା, ଟାଣିବା ଓ ଆଘାତ ଦେବା ହେଉଛି ଗୋଟିଏ ଗୋଟିଏ କାର୍ଯ୍ୟପ୍ରଣାଳୀ (method) ଯାହାଦ୍ୱାରା ଆମେ ବସ୍ତୁରେ ଗତି ସୃଷ୍ଟି କରିପାରିବା ।
(vi) ବସ୍ତୁଗୁଡ଼ିକୁ ଠେଲି, ଟାଣି କିମ୍ବା ଆଘାତ କରି ସେମାନଙ୍କର ସ୍ଥିତାବସ୍ଥାରେ ପରିବର୍ତ୍ତନ କରିହୁଏ ।
(vii) ବଳ ପ୍ରୟୋଗ କରି ବସ୍ତୁର ବେଗରେ, ଗତିର ଦିଗରେ, ଆକାର ଓ ଆକୃତିରେ ପରିବର୍ତ୍ତନ କରାଯାଇପାରିବ ।

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

→ ଆମ ଜୀବନରେ ବଳ (Force in our Life):
(i) ଆମ ଦୈନନ୍ଦିନ ଜୀବନରେ ‘କଳ’ ଶବ୍ଦର ବ୍ୟବହାର ଅତି ସାଧାରଣ । ଭୂମି ଉପରେ ଚାଲିବାପାଇଁ, ବସ୍ତୁକୁ ଉଠାଇବାପାଇଁ, କ୍ରିକେଟ୍ ବଲ୍‌କୁ ଫୋପାଡ଼ିବାପାଇଁ କିମ୍ବା ଗୋଟିଏ ବସ୍ତୁକୁ ଘୁଞ୍ଚାଇବ। ପାଇଁ ଆମେ ବଳ ଉପଯୋଗ କରିଥାଉ ।
(ii) ବିଭିନ୍ନ ପ୍ରକାର ବଳ ରହିଛି । କିନ୍ତୁ ବଳ ସାଧାରଣତଃ ଠେଲା (Push) କିମ୍ବା ଟଣା (Pull)କୁ ବୁଝାଇଥାଏ ।
(iii) ଯେତେବେଳେ ଗୋଟିଏ ବସ୍ତୁ ଉପରେ ବଳ ପ୍ରୟୋଗ କରାଯାଏ, ତାହା ଗତି କରିବାକୁ ଆରମ୍ଭ କରେ । ବଳ ପ୍ରୟୋଗଦ୍ଵାରା ସ୍ଥିର ବସ୍ତୁ ଗତିଶୀଳ ହୁଏ କିମ୍ବା ଗତିଶୀଳ ବସ୍ତୁ ସ୍ଥିର ହୁଏ କିମ୍ବା ବସ୍ତୁର ଗତି ଧୀର କିମ୍ବା ଦ୍ରୁତ ହୁଏ କିମ୍ବା ଗତିର ଦିଗ ପରିବର୍ତ୍ତିତ ହୋଇଥାଏ ।
(iv) ବଳ ଏକ ବାହ୍ୟ କାରଣ ଯାହାକି ସ୍ଥିରାବସ୍ଥାରେ ପରିବର୍ତ୍ତନ ଆଣିଥାଏ କିମ୍ବା ବସ୍ତୁର ସରଳରେଖ୍କ ସମଗତିରେ ପରିବର୍ତ୍ତନ ଆଣିଥାଏ ।
(v) ବଳର ବିଭିନ୍ନ ପ୍ରଭାବ ସହିତ ଆମେ ଅତି ପରିଚିତ । ଆମେ ଯେଉଁ ଠେଲା ଓ ଟଣା ବଳ ପ୍ରୟୋଗ କରିଥାଉ, ସେଗୁଡ଼ିକୁ ସଂସ୍ପର୍ଶ ବଳ କୁହାଯାଏ ।
(vi) ଅନ୍ୟ ଏକ ବଳ ଅଛି ଯାହା ବିନା ସଂସ୍ପର୍ଶରେ ଅର୍ଥାତ୍ ଶୂନ୍ୟରେ କ୍ରିୟାଶୀଳ ହୋଇଥାଏ । ଏହାକୁ ଅସଂସ୍ପର୍ଶ ବଳ କୁହାଯାଏ । ମାଧ୍ୟାକର୍ଷଣ ବଳ ଓ ଚୁମ୍ବକୀୟ ବଳଦ୍ଵୟ ଅସଂସ୍ପର୍ଶ ବଳର ଉଦାହରଣ ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 1

→ ବଳର ପ୍ରଭାବ (Effects of Force):
(a) ସ୍ଥିର ବସ୍ତୁକୁ ଗତିଶୀଳ କରାଏ
(i) ଜଣେ ଖେଳାଳି ବଲ୍‌କୁ ଗୋଡ଼ରେ ଆଘାତ ଦେଲେ ତାହା ଗତିଶୀଳ ହୁଏ ।
(ii) ରେଳ ଇଞ୍ଜିନ୍ ରେଳଡ଼ବାଗୁଡିକୁ ବଳ ପ୍ରୟୋଗଦ୍ଵାରା ଟାଣିଥାଏ କିମ୍ବା ଠେଲିଥାଏ ।
(iii) ଓଜନଦାର ଜିନିଷପତ୍ର ବଳଦ, ଗଧ କିମ୍ବା ଘୋଡ଼ାଦ୍ଵାରା ପରିବାହିତ ହୋଇଥାଏ ।
(iv) ଗଛରୁ ଫଳଟି ଛିଣ୍ଡି ମାଧ୍ୟାକର୍ଷଣ ବଳ ପ୍ରଭାବରେ ଭୂମିରେ ପଡେ ।
(v) ଗୋଟିଏ ଚୁମ୍ବକ ଲୁହାକଣ୍ଟାକୁ ଗତିଶୀଳ କରାଇପାରେ ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 2

(b) ଗତିଶୀଳ ବସ୍ତୁକୁ ସ୍ଥିରାବସ୍ଥାକୁ ଆଣେ
(i) ଭୂମି ସହିତ ଘର୍ଷଣଦ୍ଵାରା ଗଡ଼ିଯାଉଥିବା ବଲ୍ ଅଟକିଯାଏ ।
(ii) ବ୍ରେକ୍ ପ୍ରୟୋଗଦ୍ଵାରା ଗତିଶୀଳ ଟ୍ରେନ୍ କିମ୍ବା କାର୍‌କୁ ଅଟକାଯାଇପାରେ ।
(iii) ଭୂଲମ୍ବ ଦିଗରେ ଉପରକୁ ନିକ୍ଷେପ ହୋଇଥିବା ପଥରର ଗତି ମାଧ୍ୟାକର୍ଷଣ ବଳ ପ୍ରଭାବରେ ଧୀର ହୁଏ ବା ଶେଷରେ ବନ୍ଦ ହୋଇଯାଏ ।
(iv) ମୁକ୍ତ ଭାବରେ ଦୋଳାୟମାନ ଦୋଳକର ଦୋଳନ ବାୟୁର ଘର୍ଷଣ ବଳଦ୍ଵାରା ବନ୍ଦ ହୋଇଯାଏ ।

(c) ଗତିଶୀଳ ବସ୍ତୁକୁ ବେଗ ଓ ଦିଗରେ ପରିବର୍ତ୍ତନ ଆଣେ:
(i) ଭୂଲମ୍ବ ଦିଗରେ ଉପରକୁ ନିକ୍ଷେପ ହୋଇଥିବା ପଥରର ବେଗ ଓ ଦିଗରେ ମାଧ୍ୟାକର୍ଷଣ ବଳ ପ୍ରଭ।ବରେ ପରିବର୍ତ୍ତନ ଘଟିଥାଏ ।
(ii) ଷ୍ଟିଅରିଂ ଚକିରେ ବଳ ପ୍ରୟୋଗ କରି ଗତିଶୀଳ କାର ଦିଗ ବଦଳାଯାଇପାରେ ।
(iii) ସାଇକେଲ୍ ପ୍ୟାଡ଼େଲ୍‌ରେ ଅଧିକ ବଳ ପ୍ରୟୋଗ କଲେ ତାହା ଅଧିକ ବେଗରେ ଗଡ଼ିଚାଲେ ।
(iv) ଉପଗ୍ରହଗୁଡ଼ିକ ପୃଥ‌ିବୀ ଚାରିପଟେ ସ୍ଥିର ବେଗରେ ଘୂରୁଥାଆନ୍ତି । କିନ୍ତୁ ମାଧ୍ୟାକର୍ଷଣ ବଳ ପ୍ରଭାବରେ ସେଗୁଡିକର ଦିଗରେ କ୍ରମାଗତ ପରିବର୍ତ୍ତନ ଘଟିଥାଏ ।

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

(d) ଆକୃତିରେ ପରିବର୍ତ୍ତନ ଆଣିଥାଏ।
(i) ଟଣାବଳ ପ୍ରୟୋଗଦ୍ଵାରା ରବର ଫିତାର ଦୈର୍ଘ୍ୟ ବୃଦ୍ଧି ଘଟିଥାଏ ।
(ii) ସଂପୀଡ଼ନ ବଳ ପ୍ରୟୋଗଦ୍ଵାରା ସ୍ପ୍ରିଙ୍ଗ୍‌ର ଦୈର୍ଘ୍ୟ ହ୍ରାସ ପାଏ ।
(iii) ସୁନାକୁ ପିଟି ପତଳା ଚଦରରେ ପରିଣତ କରାଯାଏ ।
(iv) ହାତରେ ବଳ ପ୍ରୟୋଗ କରି କାଦୁଅକୁ ବିଭିନ୍ନ ଆକୃତି ଦିଆଯାଏ ।

→ ସନ୍ତୁଳିତ ଏବଂ ଅସନ୍ତୁଳିତ ଶକ୍ତି (Balanced and Unbalanced Force):
(a) ଯେଉଁ ବଳଗୁଡ଼ିକ ପ୍ରଭାବରେ ବସ୍ତୁର ସ୍ଥିତାବସ୍ଥାରେ ବା ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ସେଗୁଡିକୁ ସନ୍ତୁ ଳିତ ବଳ (Balanced Force) କୁହାଯାଏ ।
(b) ‘ଯେତେବେଳେ ଗୋଟିଏ ବସ୍ତୁ ଉପରେ ଅନେକଗୁଡ଼ିଏ ବଳ କ୍ରିୟାଶୀଳ ହୁଏ ଏବଂ ଯଦି ଏହି ବଳଗୁଡ଼ିକର ପରିଣାମୀ ବସ୍ତୁ ଉପରେ ଶୂନ ହୁଏ, ସେହି ବଳଗୁଡ଼ିକୁ ସନ୍ତୁଳିତ ବଳ କୁହାଯାଏ ।
ଉଦାହରଣ – 1:
(i) ଏକ ଭୂସମାନ୍ତର ଟେବୁଲ ପୃଷ୍ଠ ଉପରେ ଗୋଟିଏ କାଠଖଣ୍ଡ (wooden block) ରଖ୍ ଏହାର ଦୁଇ ମୁଣ୍ଡରେ X ଓ Y ନାମକ ଦୁଇଟି ଦୃଢ଼ ସୂତା ଲଗାଯାଉ ।
(ii) X-ସୂତାକୁ ଟାଣି କାଠଖଣ୍ଡ ଉପରେ ବଳ ପ୍ରୟୋଗ କଲେ ତାହା ଡାହାଣ ଦିଗକୁ ଗତିକରି ଘୁଞ୍ଚିଯିବ । ସେହିପରି Y-ସୂତାକୁ ଟାଣି କାଠଖଣ୍ଡ ଉପରେ ବଳ ପ୍ରୟୋଗ କଲେ ତାହା ବାମ ଦିଗକୁ ଗତିଶୀଳ ହେବ ।
(iii) ଯଦି X ଓ Y ସୂତାକୁ ଧରି ଏକା ସମୟରେ ସମାନ ବଳ ପ୍ରୟୋଗ କରି ଦୁଇ ପାର୍ଶ୍ଵକୁ ଟାଣିବା ତେବେ କାଠଖଣ୍ଡଟି କୌଣସି ପାର୍ଶ୍ଵକୁ ନଯାଇ ସ୍ଥିର ହୋଇ ରହିବ । ଏହି ପ୍ରକାର ବଳକୁ ସନ୍ତୁଳିତ ବଳ କୁହାଯାଏ ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 3
(iv) ଯଦି ସୂତା ଦୁଇଟିକୁ ଧରି ଅସମ ବଳ ପ୍ରୟୋଗ କରାଯାଏ, ତେବେ କାଠଖଣ୍ଡଟି ବୃହତ୍ତର ବଳ ଦିଗରେ ଗତି କରିବାକୁ ଆରମ୍ଭ କରିବ।
(v) ଏ କ୍ଷେତ୍ରରେ ବିପନ୍ତ୍ରୀତମୁଖୀ ବଳଦୂର ପରିମାଣ ଅସମାନ ହୋଇଥିବାରୁ ସେମାନେ ଏକ ଆଲାନ୍ତୁ ଳିତ ବଳ ସୃଷ୍ଟି କରନ୍ତି । ତେଣୁ କାଠଖଣ୍ଡଟି ଅସନ୍ତୁଳିତ ବଳ ଦିଗ ଆଡକୁ ଗତି କରେ । ‘‘ଯେତେବେଳେ ଗୋଟିଏ ବସ୍ତୁ ଉପରେ ଅନେକଗୁଡ଼ିଏ ବଳ କ୍ରିୟାଶୀଳ ହୁଏ ଏବଂ ଯଦି ଏହି ବଳଗୁଡ଼ିକର ପରିଣାମୀ ବସ୍ତୁ ଉପରେ ଶୂନ ନ ହୁଏ, ସେହି ବଳଗୁଡ଼ିକୁ ଅସନ୍ତୁଳିତ ବଳ କୁହାଯାଏ ।’’

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

ଉଦାହରଣ – 2:
(i) ଏକ ବନ୍ଧୁର (rough) ଚଟାଣ ଉପରେ ଗୋଟିଏ ବାକ୍ସକୁ ଅଳ୍ପ ବଳ ପ୍ରୟୋଗ କରି ଠେଲିଲେ ତାହା ଘୁଞ୍ଚିବ ନାହିଁ, କାରଣ ବାକ୍ସର ନିମ୍ନ ପୃଷ୍ଠ ଓ ଚଟାଣ ମଧ୍ୟରେ ଏକ ଘର୍ଷଣ ବଳ ଠେଲାବଳର ବିପରୀତ
ଦିଗରେ କାର୍ଯ୍ୟ କରେ ।
(ii) ଦୁଇଟି ପୃଷ୍ଠ ଲାଗି କ ରି ର ହି ଥ୍ ଲେ ସେମାନଙ୍କ ମଧ୍ୟରେ ଘର୍ଷଣ ବଳ ଉତ୍ପନ୍ନ ହୁଏ । ଠେଲାବଳର ପରିମାଣ କମ୍ ହୋଇଥିବାରୁ ବିପରୀତମୁଖୀ ଘର୍ଷଣ ବଳ ସେହି ଠେଲାବଳକୁ ସନ୍ତୁଳିତ କରିଦିଏ । ତେଣୁ ବାକ୍ସ ତା’ ସ୍ଥାନରୁ ଘୁଞ୍ଚେ ନାହିଁ ।
(iii) ଅଧିକ ବଳ ପ୍ରୟୋଗକରି ବାକ୍‌ସକୁ ଠେଲିଲେ, ତାହା ଗତି କରିବାକୁ ଆରମ୍ଭ କରେ । ଏ କ୍ଷେତ୍ରରେ ଠେଲାବଳ ବିପରୀତମୁଖୀ ଘର୍ଷଣ ବଳଠାରୁ ଅଧିକ ହୁଏ । ତେଣୁ ଏକ ମୋଟ ଅସନ୍ତୁଳିତ ବଳ ବାକ୍ସ ଉପରେ କାର୍ଯ୍ୟ କରିବାରୁ ତାହା ଠେଲାବଳ ଦିଗରେ ଗତିଶୀଳ ହେଲା ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 4

ଉଦାହରଣ – 3:
(i) ରାଷ୍ଟ୍ରରେ ସାଟ୍ଟକୋଲ୍ ଚଳlଇଲ୍। ବେଳେ ପେଡ଼ାଲ୍ ମାରିବା ବନ୍ଦ କରିଦେଲେ ସାଇକେଲ୍‌ର ଗତି କ୍ରମଶଃ ମନ୍ଥର ହୋଇଯାଏ ।
(ii) ଏଠାରେ ରାସ୍ତାର ପୃଷ୍ଠ ଓ ସାଇକେଲ୍‌ର ଚକ ମଧ୍ୟରେ ସୃଷ୍ଟି ହୋଇଥିବା ଘର୍ଷଣ ବଳ ସାଇକେଲ୍‌ର ଗତି ଦିଗର ବିପରୀତମୁଖୀ ହୋଇଥାଏ ଓ ତାହା ସାଇକେଲ୍‌ର ଗତିକୁ ବିରୋଧ କରେ ।
(iii) ସାଇକେଲର ଗତିକୁ ବଜାୟ ରଖୁବାକୁ ହେଲେ ଅବିଚ୍ଛିନ୍ନ ଭାବରେ ପେଡ଼ାଲ ମାରିବାକୁ ହୁଏ । ପେଡ଼ାଲ ମାରିଲାବେଳେ ସାଇକେଲ୍ ଉପରେ ବାହ୍ୟ ବଳ କାର୍ଯ୍ୟ କରେ । ତେଣୁ ସାଇକେଲ୍ ଆଗକୁ ଗତିକରେ।
(iv) ଗୋଟିଏ ବସ୍ତୁ ଉପରେ ଅବିରତ (continuous) ଅସନ୍ତୁଳିତ ବଳ ପ୍ରୟୋଗ କଲେ ସେହି ବସ୍ତୁ ତାହାର ଗତିକୁ ବଜାୟ ରଖେ । କିନ୍ତୁ ଏହା ସର୍ବଦା ସତ୍ୟ ନୁହେଁ।
(v) ଯେତେବେଳେ ବସ୍ତୁ ଉପରେ ପ୍ରଯୁକ୍ତ ବଳଗୁଡ଼ିକ ସନ୍ତୁଳିତ ହୋଇଯାଆନ୍ତି ସେତେବେଳେ ବସ୍ତୁ ଉପରେ କୌଣସି ମୋଟ ବାହ୍ୟ ବଳ କାମ କରେ ନାହିଁ ଓ ବସ୍ତୁସମପରିବେଗରେ ଗତିକରେ ।
(vi) ଯେତେବେଳେ ଏକ ଅସନ୍ତୁଳିତ ବଳ ବସ୍ତୁ ଉପରେ କାର୍ଯ୍ୟକରେ ସେତେବେଳେ ବସ୍ତୁର ବେଗରେ ଗତିର ଦିଗରେ ବା ଉଭୟରେ ପରିବର୍ତ୍ତନ ଆସେ ଓ ବସ୍ତୁ ତ୍ୱରାନ୍ଵିତ ହୁଏ । ତେଣୁ ଗୋଟିଏ ବସ୍ତୁକୁ ତ୍ଵରାନ୍ଵିତ କରିବା ପାଇଁ ଏକ ଅସନ୍ତୁ ଳିତ ବାହ୍ୟ ବଳ ଆବଶ୍ୟକ ହୁଏ ।

→ ନିଉଟନ୍ ଙ୍କ ଗତି ନିୟମ । (Newton’s Laws of Motion)
(i) ଇଟାଲି ଦେଶର ବୈଜ୍ଞାନିକ ଗାଲି ଲି ଓ ଗତି ଓ ବଳ ମଧ୍ଯରେ ଥ‌ିବ। ସଂପର୍କକୁ ଜାଣିବାପାଇଁ ଗବେଷଣା କରିଥିଲେ ଓ ଅନେକ ମୌଳିକ ତଥ୍ୟ ପ୍ରକାଶ କରିଥିଲେ ।
(ii) ଗାଲିଲିଓଙ୍କ ବଳ ଓ ଗତି ସଂପର୍କୀୟ ସେହି ମୌଳିକ ଧାରଣାଗୁଡ଼ିକୁ ଆଇଜାକ୍ ନିଉଟନ୍ ଅଧୂକ ଅଧ୍ୟୟନ କରି ବସ୍ତୁମାନଙ୍କ ଗତି ସମ୍ପର୍କରେ ତିନୋଟି ମୌଳିକ ନିୟମ ଉପସ୍ଥାପନା କରିଥିଲେ, ଯାହାକୁ ନିଉଟନ୍ ଙ୍କ ଗତି ନିୟମ (Newton’s Laws of Motion) କୁହାଯାଏ ।

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

→ ନ୍ୟୁଟନ୍ ର ଗତିର ପ୍ରଥମ ନିୟମ । (Newton’s First Law of Motion):
ଜଡ଼ତ୍ଵ (Inertia):
(i) ବସ୍ତୁ ତା’ର ସ୍ଥିତାବସ୍ଥା ବା ଗତିର ଅବସ୍ଥାର ପରିବର୍ତ୍ତନକୁ ବିରୋଧ କରେ । ବସ୍ତୁ ସ୍ଥିର ହୋଇ ରହିଥିଲେ ସ୍ଥିର ହୋଇ ରହିବାକୁ ଚାହେଁ କିମ୍ବା ସମଗତିରେ ଯାଉଥିଲେ ନିଜର ସମ ଗତି ବଜାୟ ରଖୁବାକୁ ଚାହେଁ ।
(ii) ବାହ୍ୟବଳ ପ୍ରୟୋଗ ସତ୍ତ୍ଵେ ନିଜର ସ୍ଥିରାବସ୍ଥା ବା ସରଳରେଖ୍ୟ ସମ ଗତି ଅବସ୍ଥାକୁ ବଜାୟ ରଖିବା ପାଇଁ ଚପ୍ତର ଯେଉଁ ପ୍ରାକୃତିକ ପ୍ରବୃତ୍ତି (natural tendency) ଥାଏ, ତାହାକୁ ବସ୍ତୁର ଜଡ଼ତ୍ଵ (inertia) କୁହାଯାଏ ।
(iii) ଜଡ଼ତ୍ଵ ଦୁଇ ପ୍ରକାରର; ଯଥା-ସ୍ଥିରତାର ଜଡ଼ତା ଓ ଗତିର ଜଡ଼ତା ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 5

→ ସ୍ଥିରତାର ଜଡ଼ତା (Inertia of Rest) :
ବାହ୍ୟବଳ ପ୍ରୟୋଗ ସତ୍ତ୍ଵେ ସ୍ଥିର ଥ‌ିବା ବସ୍ତୁ ସ୍ଥିର ହୋଇ ରହିବାକୁ ଚାହେଁ । ଏହାକୁ ସ୍ଥିରତାର ଜଡ଼ତା କୁହାଯାଏ । ବାହ୍ୟବଳ ପ୍ରୟୋଗ ନହେବା ପର୍ଯ୍ୟନ୍ତ ବସ୍ତୁର ସ୍ଥିରାବସ୍ଥାରେ ପରିବର୍ତ୍ତନ ଘଟିବ ନାହିଁ ।
ଉଦାହରଣ –
ସ୍ଥିର ବସ୍ ଭିତରେ କିଛି ନ ଧରି ଯାତ୍ରୀ ଠିଆ ହୋଇଥାଆନ୍ତି । ବସ୍ ହଠାତ୍ ଗତିକଲେ, ଯାତ୍ରୀ ପଛକୁ ଝୁଙ୍କିପଡ଼ନ୍ତି । ଯାତ୍ରୀମାନଙ୍କର ପାଦ ବସ୍ ସହ ଲାଗି ରହିଥାଏ । ବସ୍‌ ଗତିକଲେ ପାଦ ମଧ୍ଯ ଆଗକୁ ଗତି କରେ । କିନ୍ତୁ ଯାତ୍ରୀମାନଙ୍କର ଶରୀରର ଅନ୍ୟ ଅଂଶ ସ୍ଥିରତାର ଜଡ଼ତା ଯୋଗୁଁ ନିଜ ନିଜ ସ୍ଥାନରେ ସ୍ଥିର ରହିଥାଏ ।ଫଳରେ ଯାତ୍ରୀମାନେ ପଛକୁ ଝୁଙ୍କିପଡ଼ନ୍ତି।

→ ଜଡ଼ତ୍ଵ ଓ ବସ୍ତୁତ୍ୱ (Inertia and Motion):
(i) ବସ୍ତୁ ସର୍ବଦା ତା’ର ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନକୁ ବିରୋଧ କରେ । ବସ୍ତୁ ଯଦି ସ୍ଥିର ରହିଥାଏ ତେବେ ତାହା ସ୍ଥିର ହୋଇ ରହିବାକୁ ଚାହେଁ । ବସ୍ତୁ ଯଦି ଗତି କରୁଥାଏ ତେବେ ତାହା ନିଜର ଗତି ଅବସ୍ଥାକୁ ବଜାୟ ରଖୁବାକୁ ପ୍ରବୃତ୍ତି ପ୍ରଦର୍ଶନ କରେ । ବସ୍ତୁର ଏହି ଗୁଣକୁ ବସ୍ତର ଜଡ଼ତ୍ଵ କୁହାଯାଏ ।
(ii) ଯେଉଁ ବସ୍ତୁର ବସ୍ତୁତ୍ଵ ଅଧିକ ତାହାର ଜଡ଼ତ୍ଵ ଅଧିକ । ପରିମାଣାତ୍ମକ (quantitatively) ଭାବେ ବସ୍ତୁର ଜଡ଼ତ୍ଵ ତା’ ନିଜର ବସ୍ତୁତ୍ଵ ଉପରେ ନିର୍ଭର କରେ ।

ଉଦାହରଣ :
(i) କୌଣସି ପୃଷ୍ଠ ଉପରେ ଗୋଟିଏ ଖାଲି ହାଲୁକା ବାକ୍ସକୁ ପେଲିବା ସହଜ ହୁଏ, ମାତ୍ର ବହିଦ୍ଵାରା ପରିପୂର୍ଣ୍ଣ ଏକ ଭାରି ବାକ୍ସକୁ ପେଲିବା କଷ୍ଟକର ହୋଇଥାଏ ।
(ii) ଗୋଟିଏ ଫୁଟ୍‌ବଲ୍‌କୁ ଗୋଡ଼ରେ ମାରିଲେ ତାହା ସହଜରେ ଦୂରକୁ ଗଡ଼ିଯାଏ । କିନ୍ତୁ ସମାନ ଆକାର ଓ ଆକୃତିର ଏକ ଲୁହା ଗୋଲକକୁ ଗୋଡ଼ରେ ମାରିଲେ ଗୋଲକଟି ଆଗକୁ ଯାଏ ନାହିଁ ବରଂ ଗୋଡ଼ ଆଘାତପ୍ରାପ୍ତ ହୋଇ ଭାଙ୍ଗିଯିବାର ସମ୍ଭାବନା ଥାଏ ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Odisha State Board BSE Odisha 8th Class Odia Solutions Chapter 8 ଦରିଆ ଦଖଲ Textbook Exercise Questions and Answers.

BSE Odisha Class 8 Odia Solutions Chapter 8 ଦରିଆ ଦଖଲ

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର

Question ୧।
ଆସ କଥାବାର୍ତ୍ତା ହେବା ।
(କ) କେଉଁ ସ୍ଥାନରେ ଗାନ୍ଧିଜୀ ଲବଣ ଆଇନ୍ ଅମାନ୍ୟ କରିଥିଲେ ?
Answer:
ଭାରତର ଗୁଜୁରାଟ ରାଜ୍ୟର ଦାଣ୍ଡୀଠାରେ ଗାନ୍ଧିଜୀ ଲବଣ ଆଇନ୍ ଅମାନ୍ୟ କରିଥିଲେ ।

(ଖ) ପୁଲିସ୍ କେଉଁ ଲୋକମାନଙ୍କର ହାତ ମୋଡ଼ି ଦେଇଥିଲେ ?
Answer:
ଦାଣ୍ଡୀଠାରୁ ଚାରିମାଇଲ୍ ଦୂର ଆଟ୍ ନାମକ ସ୍ଥାନରେ କେତେକ ସତ୍ୟାଗ୍ରହୀ ଲୁଣ ମାରିବାକୁ ଯାଇଥିବା ସମୟରେ, ସେଠାରେ ପୁଲିସ୍ ଓ ସତ୍ୟାଗ୍ରହୀଙ୍କ ମଧ୍ୟରେ ଟଣା ଓଟରା ଲାଗିଥିଲା । ପୁଲିସ୍ ଲୁଣମାଟି ଧରିଥି ଲୋକମାନଙ୍କର ହାତ ମୋଡ଼ି ଦେଇଥିଲେ ।

(ଗ) ଲୁଣମରା ସ୍ଥାନରେ ସାମାନ୍ୟ ରକ୍ତପାତ ହେବାର କାରଣ କ’ଣ ଥିଲା ?
Answer:
ଦାଣ୍ଡୀଠାରୁ ଚାରିମାଇଲ ଦୂର ଆଠାରେ ସତ୍ୟାଗ୍ରହୀମାନେ ଲୁଣ ମାରିବାକୁ ଉଦ୍ୟତ ହେବାରୁ ପୁଲିସ୍ ସେମାନଙ୍କୁ ବାଧା ଦେଇଥୁଲା ଓ ଲୁଣମାଟି ଧରିଥିବା ଲୋକଙ୍କ ହାତମୋଡ଼ି ଅତ୍ୟାଚାର ଆରମ୍ଭ କରିଦେଇଥିଲା। ଜଣଙ୍କର ମଣିବନ୍ଧ ଜଖମ ହୋଇଗଲା ଏବଂ ଠେଲାପେଲା, ଟଣାଘୋଷରା ଯୋଗୁ ଲୁଣମରା ସ୍ଥାନରେ ସାମାନ୍ୟ ରକ୍ତପାତ ହୋଇଥିଲା ।

(ଘ) ଦେଖଣାହାରିମାନେ କାହିଁକି ଲୁଣମାଟି ସାଉଁଟିବା ଆରମ୍ଭ କରିଦେଲେ ?
Answer:
ଦାଣ୍ଡୀଠାରୁ ଚାରିମାଇଲ୍ ଦୂର ଆଠାରେ ସତ୍ୟାଗ୍ରହୀମାନେ ଲୁଣ ମାରିବା ଆରମ୍ଭ କରିଦେଲେ ଓ ସେଠାରେସତ୍ୟାଗ୍ରହୀଙ୍କ ପ୍ରତି ସମର୍ଥନ ଜଣାଇ ହଠାତ୍ ସମୁଦ୍ରକୂଳରୁ ଲୁଣମାଟି ସାଉଁଟିବା ଆରମ୍ଭ କରିଦେଲେ ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Question ୨।
ଆସ, ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖିବା ।
(କ) ପୁଲିସ୍‌ର ହୃଦୟ କିପରି ପରିବର୍ତ୍ତନ ହେବ ବୋଲି ଗାନ୍ଧିଜୀ କହିଥିଲେ ?
Answer:
ଲବଣ ଆଇନ ଅମାନ୍ୟକାରୀଙ୍କ ଉଦ୍ଦେଶ୍ୟରେ ଦେଇଥ‌ିବା ବକ୍ତବ୍ୟରେ ଗାନ୍ଧିଜୀ କହିଥିଲେ ଯେ ଆଇନ ଅମାନ୍ୟ ବେଳେ ସତ୍ୟାଗ୍ରହୀମାନେ ପୁଲିସ ଅତ୍ୟାଚାରକୁ ଯେଭଳି ଭାବେ ସହ୍ୟ କରି ଅସୀମ ଧୈର୍ଯ୍ୟ ଓ କଷ୍ଟସହିଷ୍ଣୁତାର ଶକ୍ତି ପ୍ରଦର୍ଶନ କଲେ, ତାହାଦ୍ୱାରା ସେମାନଙ୍କ ହୃଦୟ ପରିବର୍ତ୍ତନ ହେବ ।
କଲେ, ତାହାଦ୍ୱାରା ସେମାନଙ୍କ ହୃଦୟ ପରିବର୍ତ୍ତନ ହେବ ।

(ଖ) ଗାନ୍ଧିଜୀଙ୍କୁ ରାତି ଅଧରେ କେଉଁ ଖବର ମିଳିଥିଲା ?
Answer:
ସତ୍ୟାଗ୍ରହୀମାନେ ଲବଣ ଆଇନ ଅମାନ୍ୟ କରିବା ସମୟରେ ପୁଲିସ ଅତ୍ୟାଚାର ସତ୍ତ୍ବେ ଯେଉଁ ଅସୀମ ଧୈର୍ଯ୍ୟ ଓ ସହନଶୀଳତା ତଥା କଷ୍ଟ ସହିଷ୍ଣୁତାର ଶକ୍ତି ପ୍ରଦର୍ଶନ କଲେ, ସେହି ଖବର ସେଇ ଦିନ ରାତିରେ ହିଁ ଗାନ୍ଧିଜୀଙ୍କୁ ପ୍ରାପ୍ତ ହୋଇଥିଲା । ସେମାନଙ୍କ କାର୍ଯ୍ୟରୁ ଗାନ୍ଧିଜୀ ବୁଝି ପାରିଥିଲେ ଯେ ତାଙ୍କ ପ୍ରତି ଲୋକମାନଙ୍କ ହୃଦୟରେ ଗଭୀର ସମର୍ଥନ ତଥା ସମ୍ମାନ ରହିଅଛି।

(ଗ) ଆଟ୍ ଓ ଭୀମ୍‌ରୀଡ଼ରେ ଗାନ୍ଧିଜୀ କେଉଁ ଦୃଶ୍ୟ ଦେଖିଥିଲେ ?
Answer:
ଗାନ୍ଧିଜୀ ଆଟ୍ ଓ ଭୀମ୍‌ରୀଡ଼ଠାରେ ହଜାର ହଜାର ସଂଖ୍ୟାରେ ସ୍ତ୍ରୀ ପୁରୁଷ ଲୁଣ ମାରିବା ଦୃଶ୍ୟ ନିଜ ଆଖ୍ୟାରେ ଦେଖୁଥିଲେ । ସମ୍ପୂର୍ଣ୍ଣ ଶାନ୍ତ ଓ ଅହିଂସ ଭାବେ ସେମାନେ ଲୁଣ ମାରିବା କାର୍ଯ୍ୟ କରିଥିଲେ ।

(ଘ) କେଉଁ ନୀତି ଅବଲମ୍ବନ କଲେ ଭାରତ ନିକଟ ଭବିଷ୍ୟତରେ ସ୍ୱରାଜ୍ୟ ଫେରିପାଇବ ବୋଲି ଗାନ୍ଧିଜୀ ଆଶାପୋଷଣ କରିଥିଲେ ?
Answer:
ଆଟ୍ ଓ ଭୀମରୀଡ଼ଠାରେ ହଜାର ହଜାର ସଂଖ୍ୟାରେ ସ୍ତ୍ରୀ-ପୁରୁଷ ସତ୍ୟାଗ୍ରହୀଭାବେ, ସମ୍ପୂର୍ଣ୍ଣ ଶାନ୍ତି ଓ ଅହିଂସାରେ ଯେପରି ଲୁଣମରା କାର୍ଯ୍ୟ କରିଥିଲେ, ତାହା ଦେଖ୍ ଗାନ୍ଧିଜୀ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବହିର୍ଭୂତ ଥିଲା । ଗାନ୍ଧିଜୀ ଆଶା କରିଥିଲେ ଯେ, ଲବଣ ସତ୍ୟାଗ୍ରହ ଯେପରି ଶୁଭକ୍ଷଣରେ ଶୁଭାରମ୍ଭ ହୋଇଥିଲା, ଶେଷ ବହିର୍ଭୂତ ଥିଲା । ଗାନ୍ଧିଜୀ ଆଶା କରିଥିଲେ ଯେ, ଲବଣ ସତ୍ୟାଗ୍ରହ ଯେପରି ଶୁଭକ୍ଷଣରେ ଶୁଭାରମ୍ଭ ହୋଇଥିଲା, ଶେଷ ପର୍ଯ୍ୟନ୍ତ ଯଦି ଳାହା ଅହିଂସା ଓ ଶାନ୍ତିପୂର୍ଣ୍ଣଭାବେ ସଂଘଟିତ ହେବ, ତେବେ ଭାରତ ନିକଟ ଭବିଷ୍ୟତରେ ଅବଶ୍ୟ ସ୍ୱରାଜ୍ୟ
ଫେରିପାଇବ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖୁ ।
(କ) ଆମ ନିଜ ଦେହରେ ରକ୍ତପରି ଏ ଲୁଣ ଆମର ପ୍ରିୟ ।
Answer:
ଆମ ନିଜ ……………………………………ଆମର ପ୍ରିୟ ।
ଶଂସିତ ଗଦ୍ୟାଶଟି ମହାନ୍ ମୁକ୍ତି ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ରଚିତ ଆମ୍ଜାବନା ‘ଅମ୍ଳତ ଅନୁଭବ’କୁ ସଂଗୃହୀତ ‘ଦରିଆ ଦଖଲ’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖୁ ପରାଧୀନ ଭାରତବର୍ଷର ଜନସାଧାରଣଙ୍କୁ ସତ୍ୟାଗ୍ରହରେ ସାମିଲ ହୋଇ ଲବଣ ଆଇନକୁ ପୂର୍ଣ୍ଣ ବିରୋଧ କରିବାକୁ ମହାତ୍ମାଗାନ୍ଧି ଦେଇଥ‌ିବା ଆହ୍ବାନ ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି ।

ପୂରଣ କରିବାକୁ ହାତରେ ସମୁଦ୍ରରୁ ଲୁଣମାରି ଆସୁଥିଲେ । ଇଂରେଜମାନେ ଶାସକ ହେଲା ପରେ ଲବଣ ଆଇନ ବଳରେ ଭାରତୀୟମାନଙ୍କୁ ଏ କାର୍ଯ୍ୟରୁ ନିବୃତ୍ତ କଲେ । ଗାନ୍ଧିଜୀଙ୍କ ଆହ୍ଵାନରେ ହଜାର ହଜାର ସଂଖ୍ୟକ ସତ୍ୟାଗ୍ରହୀ ଅହିଂସ ଉପାୟରେ ଏହି ଆଇନକୁ ବିରୋଧକରି ଗୁଜରାଟର ଦାଣ୍ଡୀ ଓ ଅନ୍ୟାନ୍ୟ ସ୍ଥାନରେ ଲୁଣ ମାରିବାକୁ ଅଗ୍ରସର ହେଲେ । ଏଥ‌ିପାଇଁ ସେମାନଙ୍କୁ ପୁଲିସର ବିରୋଧ ଓ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ିଲା । ଦାଣ୍ଡୀଠାରୁ ଚାରିମାଇଲ ଦୂର ଆଟ୍‌ଠାରେ ସତ୍ୟାଗ୍ରହୀମାନେ ଲୁଣମାଟି ସଂଗ୍ରହ କରୁଥିବା ବେଳେ ପୁଲିସ ସେମାନଙ୍କ ହାତ ମୋଡ଼ି ସେମାନଙ୍କ ଉପରେ ଜୁଲମ ଆରମ୍ଭ କରିଦେଲେ ।

ଏ ଖବର ପାଇ ଗାନ୍ଧିଜୀ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଲୁଣ ହେଉଛି ରାଷ୍ଟ୍ରର ଆତ୍ମସମ୍ମାନର ପ୍ରତୀକ । ସତ୍ୟାଗ୍ରହୀମାନେ ଯେଉଁ ଲୁଣ ସଂଗ୍ରହ କରିଛନ୍ତି ତାକୁ ନିଜ ଛାତିରେ ଚାପି ଧରିବାର ଅଧିକାର ସେମାନଙ୍କଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ । କାରଣ ଦେହର ରକ୍ତ ପରି ଲୁଣ ଆମର ଏକାନ୍ତ ପ୍ରିୟ । ହାତକୁ ମୋଡ଼ି ସେ ଲୁଣ ଛଡ଼େଇ ନ ନେବା ପର୍ଯ୍ୟନ୍ତ ତାହା କାହାରିକୁ ଦିଆଯିବ ନାହିଁ ।

(ଖ) ଆମ୍ବ ବଳିଦାନ ଓ ତ୍ୟାଗ ବିନା ଯେଉଁ ସ୍ଵାଧୀନତା ହାସଲ କରାଯାଏ, ତାହା ଚିରଞ୍ଜୀବୀ ହୋଇପାରେ ନାହିଁ ।
Answer:
ଆତ୍ମବଳିଦାନ ……………………………. ହୋଇପାରେ ନାହିଁ ।
ପ୍ରଦତ୍ତ ଗଦ୍ୟାଶଟି ପ୍ରାବନ୍ଧିକା ଅନ୍ନପୂର୍ଣ୍ଣା ମହାରଣାଙ୍କ ରଚିତ ଆତ୍ମଜୀବନୀ ‘ଅମୃତ ଅନୁଭବ’ରୁ ସଂଗୃହୀତ ‘ଦରିଆ ଦଖଲ’ ଶୀର୍ଷକ ପ୍ରବନ୍ଧରୁ ଗୃହୀତ । ଏଠାରେ ଲେଖୁ ଗାନ୍ଧି ବିଚାର ଓ ଦର୍ଶନ ସମ୍ବଳିତ ଆତ୍ମବଳିଦାନ ଓ ତ୍ୟାଗର ଅନନ୍ୟ ମହତ୍ତ୍ୱ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ସ୍ବାଧୀନତା ସଂଗ୍ରାମର ପୁରୋଧା ବାପୁଜୀ ଶାନ୍ତି ଓ ଅହିଂସାର ମୂର୍ତ୍ତିମନ୍ତ ଅବତାର ଥିଲେ । ଅହିଂସା ଅସ୍ତ୍ର ବଳରେ ଭାରତର ସ୍ଵାଧୀନତା ହାସଲ କରିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ସ୍ୱରାଜ୍ୟ ଲାଭ ପାଇଁ ଦେଶବାସୀଙ୍କୁ ଆତ୍ମବଳିଦାନ ଓ ତ୍ୟାଗ ପରି ମହାମନ୍ତ୍ରରେ ଉଦ୍‌ବୁଦ୍ଧ ହେବାକୁ ପଡ଼ିବ ବୋଲି ଗାନ୍ଧିଜୀ କହିଥିଲେ ।

ତାଙ୍କ ମତରେ ଆତ୍ମତ୍ୟାଗ ବଳରେ ଯେଉଁ ସ୍ଵାଧୀନତା ହାସଲ ହେବ ତାହା ଦୀର୍ଘସ୍ଥାୟୀ ହେବ । ଦେଶବାସୀଙ୍କ ଲହୁ ଓ ଲୁହ ପ୍ରତିବଦଳରେ ମିଳିଥିବା ସ୍ୱରାଜ୍ୟ ଚିରଞ୍ଜୀବୀ ହେବ । ଯଦିଓ ପ୍ରକୃତ ତ୍ୟାଗ ଓ ଆତ୍ମବଳିଦାନରେ ଗୋଟିଏ ପକ୍ଷକୁ ସମସ୍ତ କଷ୍ଟ ସହ୍ୟ କରିବାକୁ ପଡ଼େ, ଅନ୍ୟର ପ୍ରାଣ ନ ନେଇ ସମୂହ ସ୍ବାର୍ଥ ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିବାକୁ ପଡ଼େ, ତଥାପି ତାହା ବଳରେ ପ୍ରାପ୍ତ ସ୍ବରାଜ ହିଁ ଅଧୂକ ସୁଦୃଢ଼ ହୋଇଥାଏ । ନିଜ ଜୀବନ ଦେଇ ଦେଶବାସୀଙ୍କୁ ନୂତନ ଜୀବନ ଦେବା ପରି ମହନୀୟ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ କରିଥିଲେ । ଏହା ମହନୀୟ ଆଦର୍ଶରେ ସିଦ୍ଧି ପ୍ରାପ୍ତ ହେବାକୁ ସେ ଭାରତୀୟମାନଙ୍କୁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Question ୪ ।
ଆସ, ତଳେ ଥିବା ଅନୁଚ୍ଛେଦଟିର ଶୂନ୍ୟସ୍ଥାନ ଗୁଡ଼ିକୁ ମନେପକାଇ ପୂରଣ କରିବା ।
ଆମ୍ବଳିଦାନ ଓ _________ ବିନା ଯେଉଁ _________  ହାସଲ କରାଯାଏ, ତାହା _________  ହୋଇପାରେ ନାହିଁ। ସେଥ‌ିପାଇଁ ମୁଁ ଚାହେଁ ମୋ ଦେଶ ଲୋକେ ନିଜର _________ ସବୁଠାରୁ ବେଶି _________ କରିବାକ୍ନ ପ୍ରସ୍ତୁତ ହୋଇ ଯାଆନ୍ତୁ । ପ୍ରକୃତ ତ୍ୟାଗ ବା _________  ଗୋଟିଏ ପକ୍ଷକୁ ସବୁ କଷ୍ଟ ସହିବାକୁ ପଡ଼େ । ଅନ୍ୟର ପ୍ରାଣ ନ ନେଇ ନିଜର _________  ଦେବା, ଜୀବନ ଦେଇ _________  ଲାଭ କରିବା କଳାରେ _________ ହେବାକୁ ପଡ଼େ । ଭଗବାନ ଭାରତକୁ ଏହି _________ ଦିଅନ୍ତୁ ।
Answer:
ଆମ୍ବଳିଦାନ ଓ ତ୍ୟାଗ ବିନା ଯେଉଁ ସ୍ୱାଧାନତା  ହାସଲ କରାଯାଏ, ତାହା ଚିରଞ୍ଜାବା  ହୋଇପାରେ ନାହିଁ। ସେଥ‌ିପାଇଁ ମୁଁ ଚାହେଁ ମୋ ଦେଶ ଲୋକେ ନିଜର ସାଧ୍ୟାନୁସାରେ ସବୁଠାରୁ ବେଶି ଆମ୍ ତ୍ୟାଗ କରିବାକ୍ନ ପ୍ରସ୍ତୁତ ହୋଇ ଯାଆନ୍ତୁ । ପ୍ରକୃତ ତ୍ୟାଗ ବା ଆମ୍ବଳିଦାନରେ  ଗୋଟିଏ ପକ୍ଷକୁ ସବୁ କଷ୍ଟ ସହିବାକୁ ପଡ଼େ । ଅନ୍ୟର ପ୍ରାଣ ନ ନେଇ ନିଜର ପ୍ରାଣଦେବା ଦେବା, ଜୀବନ ଦେଇ ଜାବାନ  ଲାଭ କରିବା କଳାରେ ସିଦ୍ଧହସ୍ତ୍ର ହେବାକୁ ପଡ଼େ । ଭଗବାନ ଭାରତକୁ ଏହି ମନ୍ତ୍ରସିଦ୍ଧ ଦିଅନ୍ତୁ

Question ୫।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ଉପଯୁକ୍ତ କ୍ରମରେ ସଜାଇ ଆସ ବାକ୍ୟଗୁଡ଼ିକୁ ଆଉଥରେ ଲେଖୁବା ।
‘‘ଆପଣମାନଙ୍କର ଛାତିରେ ଚାପିକରି ଅଛି ଅଧିକାର ପୂର୍ଣ୍ଣ ରଖିବାର କରିଛନ୍ତି ଆପଣମାନେ ସଂଗ୍ରହ ଲୁଣ ଯେଉଁ ତାକୁ ନିଜ । ହିଂସା ନୁହେଁ ଏହା, ଆମର ଲୁଣ ଏ ରକ୍ତ ପରି ଦେହର ନିଜ ଆମ ପ୍ରିୟ । ଧୈର୍ଯ୍ୟ ଓ କଷ୍ଟ ଆପଣଙ୍କ ଆଶା ମୋର ହୃଦୟ ପୁଲିସ୍‌ଙ୍କ ଶକ୍ତି ଦ୍ୱାରା ସହିବା ହେବ ପରିବର୍ତ୍ତନ । କରିଯିବା କାମ ନିଜ ଆପଣମାନେ ଜୋରଜବରଦସ୍ତିକୁ ପୁଲିସ୍‌ର ଖାତିର ନକରି ଉଚିତ୍’ ।
Answer:
‘ ଆପଣମାନେ ଯେଉଁ ଲୁଣ ସଂଗ୍ରହ କରିଛନ୍ତି ତା’କୁ ନିଜ ଛାତିରେ ଚାପିକରି ରଖୁବାର ପୂର୍ଣ୍ଣ ଅଧ୍ୟାର ଆପଣମାନଙ୍କର ଅଛି । ଏହା ହିଂସା ନୁହେଁ । ଆମ ନିଜ ଦେହର ରକ୍ତପରି ଏ ଲୁଣ ଆମର ପ୍ରିୟ । ମୋର ଆଶା, ଆପଣଙ୍କ ଧୈର୍ଯ୍ୟ ଓ କଷ୍ଟ ସହିବା ଶକ୍ତିଦ୍ଵାରା ପୁଲିସ୍‌ଙ୍କ ହୃଦୟ ପରିବର୍ତ୍ତନ ହେବ । ପୁଲିସର ଜୋରଜବରଦସ୍ତକୁ ଖାତିର ନକରି ଆପଣମାନେ ନିଜ କାମ କରିଯିବା ଉଚିତ୍ ।’’

Question ୬।
ଆସ ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକ ମଧ୍ୟରୁ ନିଭୁର୍ଲ ଶବ୍ଦ ଗୁଡ଼ିକୁ ବାଛି ଲେଖୁବା ।
(କ) ଚିରଞ୍ଜିବୀ, ଚୀରଞ୍ଜୀବି, ଚିରଞ୍ଜୀବୀ, ଚିରଞ୍ଜୀବି.
(ଖ) ନିଶ୍ଚେ, ନିସ୍‌ଚେଷ୍ଟ, ନିଶ୍ଚେଷ୍ଟ, ନିଷ୍ଟେଣ୍ଡ
(ଗ) ମନ୍ତ୍ରଶିଦ୍ଧି, ମନ୍ତ୍ରଷିଦ୍ଧି, ମନ୍ତ୍ରସିଦ୍ଧି, ମନ୍ତ୍ରସୀଦ୍ଧି
(ଘ) ନ୍ୟାୟମୂର୍ତି, ନେୟମୂର୍ତି, ନ୍ୟାୟମୂର୍ତ୍ତି, ନ୍ୟାୟମୁର୍ତ୍ତି
Answer:
(କ) ଚାରଞ୍ଜାବି
(ଖ) ନିଶ୍ଢେଷ୍ଟ
(ଗ) ମନ୍ତ୍ରସିଦ୍ଧି
(ଘ) ନ୍ୟାୟମୂର୍ତ୍ତ

Question ୭ ।
ଆସ, ଅଭିଧାନ ଦେଖ୍ ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖୁବା ।
ସିଦ୍ଧହସ୍ତ, ମଣିବନ୍ଧ, ନ୍ୟାୟମୂର୍ତ୍ତି, ମନ୍ତ୍ରସିଦ୍ଧି, ଧାରଣା
Answer:
ସିଦ୍ଧହସ୍ତ୍ର – ନିପୁଣ / ଯୋଗ୍ୟ / ପାରଙ୍ଗମ
ନ୍ୟାୟମୂର୍ତ୍ତି – ନ୍ୟାୟ ପରାୟଣ
ଧାରଣା – ନିର୍ଦ୍ଧାରଣ / ସିଦ୍ଧାନ୍ତ୍ର / ସ୍ମରଣ ରଖିବା / ନିର୍ଦ୍ଧାରିତ ନିୟମ
ନର୍ଗିବନ୍ଧ – ହାତ ଓ ପାପୁଲିର ସଂଯୋଗସ୍ଥଳ
ମନ୍ତ୍ରସିଦ୍ଧି – ମନ୍ତ୍ରୀର ସାଧନାଦ୍ୱାରା ସିଦ୍ଧିପ୍ରାପ୍ତ ।

Question ୮।
ଆସ ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ସନ୍ଧିବିଚ୍ଛେଦ କରି ଆଉ ଥରେ ଲେଖୁବା ।
ସାଧାନୁସାରେ, ନିଘୋଷ, ନିର୍ଭୟ, ନିଶ୍ଚେଷ୍ଟ, ପଦାଘାତ
Answer:
ସାଧ୍ୟାନୁସାରେ = ସାଧ୍ୟ + ଅନୁସାରେ
ନିର୍ଭୟ = ନିଃ + ଭୟ
ପଦାଘାତ = ପଦ + ଆଘାତ
ନିର୍ଦ୍ଦୋଷ = ନିଃ + ଦୋଷ
ନିଣ୍ଟେଷ୍ଟ = ନିଃ + ଚେଷ୍ଟ

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Question ୯।
ତଳେ ଦିଆଯାଇଥ‌ିବା ବାକ୍ୟଗୁଡ଼ିକୁ ଉତ୍ତର ମନେକରି ଆସ ଏହାପାଇଁ ପ୍ରଶ୍ନ ତିଆରି କରିବା ।
(କ) ଦାଣ୍ଡୀରେ ଗାନ୍ଧିଜୀ ଲବଣ ଆଇନ ଅମାନ୍ୟ କରିସାରିବା ପରେ ଚାରିଆଡ଼େ ଲବଣ ଆଇନ ଅମାନ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ।
(ଖ) ଯେଉଁ ଗ୍ରାମବାସୀ ଦେଖଣାହାରୀ ଭାବରେ ସେଠାରେ ଥିଲେ ସେମାନେ ସମସ୍ତେ ହଠାତ ସମୁଦ୍ରପନ୍ତାରେ ଲୁଣମାଟି ସାଉଁଟିବା ଆରମ୍ଭ କରିଦେଲେ ।
(ଗ) ଏପ୍ରିଲ୍ ନଅ ତାରିଖରେ ଗାନ୍ଧିଜୀ ସମଗ୍ର ଭାରତକୁ ଏହି ମର୍ମରେ ବାର୍ତ୍ତା ଦେଲେ ଯେ ଆଜି ରାତି ଅଧରେ କଥାକୁ ହୃଦୟରେ ଘେନିଛନ୍ତି । ମୋତେ ଯେଉଁ ଖବର ମିଳିଛି ସେଥ‌ିରେ ମୁଁ ଜାଣୁଛି ଯେ ଲୋକେ ମୋ କଥାକୁ ହୃଦୟରେ ଘେନିଛନ୍ତି।
(ଘ) ଆମ୍ବ ବଳିଦାନ ଓ ତ୍ୟାଗ ବିନା ଯେଉଁ ସ୍ଵାଧୀନତା ହାସଲ କରାଯାଏ ତାହା ଚିରଞ୍ଜୀବୀ ହୋଇପାରେ ନାହିଁ ।
Answer:
(କ) ଗାନ୍ଧିଜୀ ଦାଣ୍ଡୀରେ କ’ଣ କରିସାରିବା ପରେ ଚାରିଆଡ଼େ ଲବଣ ଆଇନ ଅମାନ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ? କିମ୍ବା, ଦାଣ୍ଡୀରେ ଲବଣ ଆଇନ ଅମାନ୍ୟ କରିସାରିବା ପରେ କିଏ ଚାରିଆଡ଼େ ଲବଣ ଆଇନ ଅମାନ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ?
(ଖ) କେଉଁମାନେ ହଠାତ ସମୁଦ୍ର ପନ୍ତାରେ ଲୁଣମାଟି ସାଉଁଟିବା ଆରମ୍ଭ କରିଦେଲେ ? କିମ୍ବା, ଯେଉଁ ଗ୍ରାମବାସୀ ଦେଖଣାହାରୀ ଭାବରେ ସେଠାରେ ଥିଲେ, ସେମାନେ ସମସ୍ତେ ହଠାତ୍ କ’ଣ କଲେ ?
(ଗ) ଏପ୍ରିଲ୍ ନଅ ତାରିଖରେ ଗାନ୍ଧିଜୀ ସମଗ୍ର ଭାରତକୁ କେଉଁ ବାର୍ତ୍ତା ଦେଇଥିଲେ ? କିମ୍ବା, ‘ଲୋକେ ମୋ କଥାକୁ ହୃଦୟରେ ଘେନିଛନ୍ତି’ ଏକଥା କିଏ, କେତେବେଳେ କହିଥିଲେ ?
(ଘ) କେଉଁଭଳି ସ୍ଵାଧୀନତା ହାସଲ ଚିରଞ୍ଜୀବୀ ହୋଇପାରେ ନାହିଁ ? କିମ୍ବା, ଆମ୍ବ ବଳିଦାନ ଓ ତ୍ୟାଗ ଦ୍ବାରା କ’ଣ ହାସଲ କରାଯାଏ ?

Question ୧୦ ।
ବାମପଟେ ଥ‌ିବା ଶବ୍ଦଗୁଡ଼ିକର ଅର୍ଥ କୋଠରୀ ଭିତରେ ଅଛି । ଆସ ତାକୁ ବାଛି ଲେଖୁ ଓ ମୂଳ ଶବ୍ଦକୁ ବାକ୍ୟରେ ବ୍ୟବହାର କରିବା !
(ବିଚଳିତ, ଚିହ୍ନ, ଅମର, ଚେଷ୍ଟାଶୂନ୍ୟ, ସୂତାକାଟିବାର ତାକୁଡ଼ି)
ନିଶ୍ଢେଷ୍ଟ _______
ତକଲି _______
ଘାବରା _______
ଚିରଞ୍ଜାବା _______
ପ୍ରତୀକ _______
Answer:
ନିଶ୍ଢେଷ୍ଟ – ଚେଷ୍ଟାଶୂନ୍ୟ
ତକଲି – ସୂତାକାଟିବାର ତାକୁଡ଼ି
ଘାବରା – ବିଚଳିତ
ଚିରଞ୍ଜାବା – ଅମର
ପ୍ରତୀକ – ଚିହ୍ନ

ବାକ୍ୟଗଠନ –
ସବୁବେଳେ ନିଶ୍ଚେଷ୍କ ସିଦ୍ଧି ମିଳିନଥାଏ ।
ତକଲିରେ ସୂତାକାଟିବାକୁ ଗାନ୍ଧି ଜା ପରାମର୍ଶ ଦେଇଥିଲୋ
ବିପଦ ସମୟରେ ଘାବରା ହ୍ନଅ ନାର୍ହିା
ଏ ସଂସାରରେ କେହି ଚିରଞ୍ଜାବା ହୋଇ ରହିନାହିଁ।ନ୍ତା
ତ୍ରିରଙ୍ଗା ପତାକା ଆମ ଦେଶର ପ୍ରତାକା

ତୁମ ପାଇଁ କାମ:

Question ୧ ।
‘ଭାରତର ସ୍ଵାଧୀନତା ଆନ୍ଦୋଳନରେ ଲବଣ ସତ୍ୟାଗ୍ରହର ଭୂମିକା’’ – ସମ୍ପର୍କରେ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରି ଏକ ପ୍ରବନ୍ଧ ଲେଖ ।

Question ୨ ।
‘ଗୀତାପ୍ରବଚନ’ ବହିଟି ସଂଗ୍ରହ କର ଓ ପଢ଼ ।

ପରାକ୍ଷା ଉପଯୋଗା ଅତିରିକ୍ତ ପ୍ରଶ୍ନୋତ୍ତର :

Question ୧ ।
‘ଦରିଆ ଦଖଲ’ ପ୍ରବନ୍ଧର ଲେଖକ କିଏ ? ତାଙ୍କ ଆତ୍ମଜୀବନୀର ନାମ କ’ଣ ?
Answer:
‘ଦରିଆ ଦଖଲ’ ପ୍ରବନ୍ଧର ଲେଖିକା ହେଉଛନ୍ତି ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଚୌଧୁରୀଙ୍କ ଉପଯୁକ୍ତ ଦାୟାଦ ଅନ୍ନପୂର୍ଣ୍ଣା ମହାରଣା । ତାଙ୍କ ଆତ୍ମଜୀବନୀର ନାମ ହେଉଛି ‘ଅମୃତ ଅନୁଭବ’ ।

Question ୨ ।
‘ଦରିଆ ଦଖଲ’ ପ୍ରବନ୍ଧଟି କେଉଁଥୁରୁ ସଂଗୃହୀତ ହୋଇଛି ଓ ଏଥରେ କେଉଁ ବିଷୟରେ ବର୍ଣ୍ଣନ । କରାଯାଇଛି ?
‘ଦରିଆ ଦୁଖଲ’ ପ୍ରବନ୍ଧଟି ଲେଖିକା ଅନ୍ନପୂର୍ଣ୍ଣା ମହାରଣାଙ୍କ ଆମ୍ଜାବନା ‘ଅମୃତ ଅନୁଭବ’ ରୁ ସଂଗୃହାତ ହୋଇଛି । ମହାତ୍ମାଗାନ୍ଧୀଙ୍କ ଦାଣ୍ଡୀ ଲବଣ-ସତ୍ୟାଗ୍ରହ ପରିପ୍ରେକ୍ଷୀରେ ଆଟ୍‌ରେ ସଂଘଟିତ ଲବଣ ସତ୍ୟାଗ୍ରହର ଦୃଶ୍ୟାବଳୀ ଏହି ପ୍ରବନ୍ଧରେ ବର୍ଣ୍ଣିତ ହୋଇଛି ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Question ୩ ।
ସ୍ବରାଜ ହାସଲ ନିମନ୍ତେ ଗାନ୍ଧିଜୀ ଭାରତବାସୀଙ୍କୁ କ’ଣ କରିବାକୁ ଉପଦେଶ ଦେଇଥିଲେ ?
Answer:
ସ୍ବରାଜ ହାସଲ ନିମନ୍ତେ ଗାନ୍ଧିଜୀ ଦେଶବାସୀଙ୍କୁ କେତେକ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସଂପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଲୁଣମରା ସହ ମଦ, ଗଞ୍ଜେଇ, ଅଫିମ ଓ ବିଲାତି ଲୁଗା ଦୋକାନ ଆଗରେ ଭଉଣୀମାନେ ଧାରଣା ଦିଅନ୍ତୁ । ଆବାଳ-ବୃଦ୍ଧ-ବନିତା ତକଲିରେ ସୂତା କାଟି ଗଦାଗଦା ସୂତା ଜମେଇ ଦିଅନ୍ତୁ । ହିନ୍ଦୁ, ମୁସଲମାନ, ଶିଖ୍, ପାର୍ସୀ ଓ ଖ୍ରୀଷ୍ଟିଆନମାନେ ଆପଣା ମଧ୍ଯରେ ଭେଦଭାବ ଭୁଲି ଏକତ୍ରିତ ହୁଅନ୍ତୁ । ଛାତ୍ରମାନେ ସ୍କୁଲ, କଲେଜ ବର୍ଜନ କରି ଓ ସରକାରୀ କର୍ମଚାରୀମାନେ ଚାକିରି ଛାଡ଼ି ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରନ୍ତୁ ।

Question ୪ ।
ଆଟ୍‌ରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନ ସଫଳ ହେବାର କାରଣ କ’ଣ ?
Answer:
ଆଟ୍‌ରେ ଗୁଜରାଟର ସମସ୍ତ ଜନତା ଉତ୍ତାଳ ତରଙ୍ଗପରି ଲବଣ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ହଜାର ହଜାର ସ୍ତ୍ରୀ ପୁରୁଷ ଗଭୀର ଉତ୍ସାହ ସହକାରେ ଲୁଣ ମାରିବାକୁ ଅଗ୍ରସର ହୋଇଥିଲେ । ଏପରିକି ସେମାନଙ୍କ ମଧ୍ୟରେ ଅନେକ ପିଲା କାଖେଇଥିବା ସ୍ତ୍ରୀଲୋକ ମଧ୍ୟ ଥିଲେ । ଏତେ ସଂଖ୍ୟକ ସତ୍ୟାଗ୍ରହୀଙ୍କୁ ଦେଖ୍ ପୁଲିସ ମତିରୋଧ କରିପାରି ନଥିଲେ । ତେଣୁ ଆଟ୍‌ରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନ ପୂର୍ଣ୍ଣରୂପେ ସଫଳ ହୋଇଥିଲା ।

Question ୫ ।
ଆଟ୍‌ରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନର ବିବରଣୀ ପାଇବା ପରେ ଗାନ୍ଧିଜୀ କ’ଣ କରିଥିଲେ ?
Answer:
ଗାନ୍ଧିଜୀ ଆଟ୍‌ରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନର ବିବରଣୀ ଯେଉଁଦିନ ପାଇଲେ ସେ ଦିନ ସୋମବାର ଥିଲା । ସପ୍ତାହର ପ୍ରତ୍ୟେକ ସୋମବାର ଦିନ ଗାନ୍ଧିଜୀ ମୌନବ୍ରତ ପାଳନ କରୁଥିବାରୁ କିଛି କହିପାରି ନଥିଲେ । ତେଣୁ ସେ ଘଟଣାସ୍ଥଳକୁ ସରୋଜିନୀ ନାଇଡୁ ଓ ନ୍ୟାୟମୂର୍ତ୍ତି ଆବ୍‌ବାସ୍ ତୟାବଜୀଙ୍କୁ ପଠାଇଥିଲେ । ପରେ

ଲେଖିକା ପରିଚୟ :

ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ, ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ଗୋପବନ୍ଧୁ ଚୌଧୁରୀ ଓ ପ୍ରସିଦ୍ଧ ସ୍ଵାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ଉପଯୁକ୍ତ ଦାୟାଦ ଭାବେ ଅନ୍ନପୂର୍ଣ୍ଣା ମହାରଣା ବେଶ୍ ପରିଚିତ । ସେ ୧୯୧୭ ମସିହାରେ କଟକ ସହରର ବାଖରାବାଦରେ ଜନ୍ମଗ୍ରହଣ କରିଥିଲେ। ଆଜୀବନ ସେ ଦେଶସେବା ଓ ସମାଜସେବାରେ ନିଯୁକ୍ତ ରହି ଜଣେ ଉଚ୍ଚ ଆଦର୍ଶ ମହୀୟସୀ ମହିଳାଭାବେ ସମସ୍ତଙ୍କ ନିକଟରେ ପରିଚିତ । ସରଳ ନିରାଡ଼ମ୍ବର ଜୀବନ ତଥା ଉଚ୍ଚ ଆଦର୍ଶ ଭାବନା ତାଙ୍କ ବ୍ୟକ୍ତିତ୍ଵର ମହନୀୟତା ।

କେବଳ ସେବାକ୍ଷେତ୍ରରେ ନୁହେଁ ସାରସ୍ଵତ ସାଧନା କ୍ଷେତ୍ରରେ ଏହି ବାଣୀସାଧ୍ୟାଙ୍କ ରଚନାମାନ ପାଠକ ସମାଜରେ ଆଦୃତି ଲାଭ କରିଛି । ଜାତିର ପିତା ମହାତ୍ମାଗାନ୍ଧି ଓ ଭୂଦାନ ଆନ୍ଦୋଳନର ପ୍ରତିଷ୍ଠାତା ସନ୍ଥ ବିନୋବା ଭାବେଙ୍କ ବହୁ ଅମୂଲ୍ୟ ଗ୍ରନ୍ଥର ସେ ଓଡ଼ିଆ ଅନୁବାଦ କରିଛନ୍ତି । ତାଙ୍କ ରଚିତ ‘ଗୀତା ପ୍ରବଚନ’, ‘ତରୁଣୀ କନ୍ୟାଙ୍କ ପ୍ରତି’, ‘ଭାଗବତ ଧର୍ମସାର’ ଓ ‘ଶିକ୍ଷାତତ୍ତ୍ବ’ ଆଦି କେତୋଟି ଜନପ୍ରିୟ ଗ୍ରନ୍ଥ ତାଙ୍କ ସୃଷ୍ଟି ନୈପୁଣ୍ୟର ପରିଚୟ ପ୍ରଦାନ କରେ । ତାଙ୍କ ଆତ୍ମଜୀବନୀ ‘ଅମୃତ ଅନୁଭବ’ ମଧ୍ୟ ବହୁ ଶିକ୍ଷଣୀୟ ତଥ୍ୟ ସମ୍ବଳିତ ରଚନା ।

ପ୍ରବନ୍ଧର ପୃଷ୍ଠଭୂମି :

ଯେଉଁ କେତେଜଣ ମହାମନୀଷୀ ଭାରତର ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଦେଶପ୍ରାଣତାର ପରିଚୟ ପ୍ରଦାନ କରି ଯାଇଛନ୍ତି ସେମାନଙ୍କ ମଧ୍ୟରେ ଲେଖୁ ଅନ୍ନପୂର୍ଣ୍ଣା ମହାରଣା ଅନ୍ୟତମ । ତାଙ୍କ ଜୀବନୀ ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନର କାର୍ଯ୍ୟଧାରା, ଜାତୀୟ ସଂଗ୍ରାମୀମାନଙ୍କ ଜୀବନଧାରା ସହ ତାଙ୍କ ସମ୍ପୃକ୍ତି ଓ ସମାଜସେବାର ବାର୍ତ୍ତା ବହନ କରେ । ସ୍ଵାଧୀନତା ଆନ୍ଦୋଳନ ସମୟରେ ଦାଣ୍ଡୀ ଲବଣ ସତ୍ୟାଗ୍ରହ ସମ୍ପର୍କିତ ଘଟଣାବଳୀର ବର୍ଣ୍ଣନା ଏବଂ ମହାତ୍ମାଗାନ୍ଧିଙ୍କ ଅନନ୍ୟ ନେତୃତ୍ୱର ପରାକାଷ୍ଠାର ମହାନତାରେ ଉଦ୍‌ଭାସିତ ଏହି ପ୍ରବନ୍ଧଟି ତାଙ୍କ ଦେଶାତ୍ମବୋଧର ପରିଚୟ ପ୍ରଦାନ କରେ । ଏହି ପ୍ରବନ୍ଧଟି ଲେଖ୍କାଙ୍କ ଆତ୍ମଜୀବନୀ ‘ଅମୃତ ଅନୁଭବ’ରୁ ସଂଗୃହୀତ ହୋଇଛି ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

ପ୍ରବନ୍ଧର ସାରକଥା :

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଚୌଧୁରୀଙ୍କ ସୁଯୋଗ୍ୟ କନ୍ୟା ଅନ୍ନପୂର୍ଣ୍ଣା ମହାରଣା ପିତାମାତାଙ୍କ ଆଦର୍ଶ ଅନୁକରଣରେ ଦେଶସେବାରେ ନିଜକୁ ଉତ୍ସର୍ଗ କରି ଜଣେ ମହାନ୍ ନିରଳସ ସମାଜସେବୀ ଭାବେ ଯଶସ୍ୱୀ ହୋଇଛନ୍ତି । ତାଙ୍କ ଆତ୍ମଜୀବନୀ ‘ଅମୃତ ଅନୁଭବ’ରୁ ସଂଗୃହୀତ ‘ଦରିଆ ଦଖଲ’ ଶୀର୍ଷକ ପ୍ରବନ୍ଧଟିରେ ଲେଖୁ ସ୍ଵାଧୀନତା ଆନ୍ଦୋଳନ ସମୟର ଦାଣ୍ଡୀ ଲବଣ ସତ୍ୟାଗ୍ରହ ସମ୍ବନ୍ଧୀୟ ବର୍ଣ୍ଣନା ବିଶେଷତଃ ଦାଣ୍ଡୀଠାରୁ ଚାରିମାଇଲ ଦୂର ଆଟ୍ ନାମକ ସ୍ଥାନରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନ ସହ ମହାତ୍ମାଗାନ୍ଧିଙ୍କ ଅନନ୍ୟ ନେତୃତ୍ୱର ପରାକାଷ୍ଠା ବର୍ଣ୍ଣନା କରିଛନ୍ତି ।

ଜନବିରୋଧୀ ଲବଣ ଆଇନ ଅମାନ୍ୟ କରିବାକୁ ଡାକରା ଦେଇ ମହାତ୍ମାଗାନ୍ଧି ସତ୍ୟାଗ୍ରହୀମାନଙ୍କ ଗହଣରେ ଦାଣ୍ଡୀଠାରେ ପ୍ରଥମେ ଲୁଣ ମାରିଥିଲେ । ପରେ ସାରା ଦେଶରେ ଲୋକମାନେ ହଜାର ହଜାର ସଂଖ୍ୟାରେ ସତ୍ୟାଗ୍ରହରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଲୁଣ ମାରିବାକୁ ଅଗ୍ରସର ହେଲେ । ଦାଣ୍ଡୀଠାରୁ ଚାରିମାଇଲ ଦୂର ଆଠାରେ ସତ୍ୟାଗ୍ରହୀମାନେ ଆଇନ ଅମାନ୍ୟ କରି ଲୁଣ ମାରିବାକୁ ଗଲାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ହାତମୁଠାରୁ ଲୁଣମାଟି ଛଡ଼ାଇବାକୁ ବଳ ପ୍ରୟୋଗ କଲା । ପୁଲିସର ମାତ୍ରାତ୍ମକ ଅତ୍ୟାଚାରରେ ଜଣେ ସତ୍ୟାଗ୍ରହୀଙ୍କ ମଣିବନ୍ଧ ଜଖମ ହେଲା । ପୁଲିସ ସତ୍ୟାଗ୍ରହୀମାନଙ୍କ ମଧ୍ୟରୁ କେତେକଙ୍କୁ ଆହତ କଲା ଓ ଘଟଣାସ୍ଥଳରେ ସାମାନ୍ୟ ରକ୍ତପାତ ମଧ୍ଯ ହୋଇଥିଲା । ଆଠାରେ ଯେଉଁ ଗ୍ରାମବାସୀ ଦେଖଣାହାରିମାନେ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ପିଲା କାଖେଇଥିବା ସ୍ତ୍ରୀଲୋକ ବହୁସଂଖ୍ୟାରେ ଥିଲେ । ପୁଲିସର ବିରୋଧ ଆରମ୍ଭ ହେଲାକ୍ଷଣି ସେମାନେ ହଠାତ୍ ଲୁଣମାଟି ସଂଗ୍ରହରେ ଲାଗିପଡ଼ିଲେ ।

ସତ୍ୟାଗ୍ରହୀମାନଙ୍କ ସଂଖ୍ୟା ଏପରିଭାବେ ବୃଦ୍ଧି ପାଇବା ଲକ୍ଷ୍ୟ କରି ପୁଲିସ ନିଶ୍ଚେଷ୍ଟ ରହିବାକୁ ବାଧ୍ୟ ହେଲା । ସେଠାକାର ଲବଣ ଆଇନ ଅମାନ୍ୟ ଘଟଣାର ବିବରଣୀ ସମ୍ପର୍କରେ ଗାନ୍ଧିଜୀ ଅବଗତ ହେଲେ । ମାତ୍ର ସେଦିନ ସୋମବାର ଥିଲା । ସପ୍ତାହର ସେହି ଦିନଟିକୁ ଗାନ୍ଧିଜୀ ମୌନବ୍ରତଭାବେ ପାଳୁଥିବାରୁ ନିଜେ କିଛି କହିପାରିବେ ନାହିଁ ବୋଲି ଘଟଣାସ୍ଥଳକୁ ଶ୍ରୀମତୀ ସରୋଜିନୀ ନାଇଡୁ ଓ ନ୍ୟାୟମୂର୍ତ୍ତି ଆବ୍‌ବାସ୍ ତୟାବ୍‌ଜୀଙ୍କୁ ପଠାଇଲେ । ପରେ ପରେ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିଲେ ଯେ ‘ଲୁଣ ହେଉଛି ରାଷ୍ଟ୍ରର ଆତ୍ମସମ୍ମାନର ପ୍ରତୀକ ।’’ସଂଗୃହୀତ ଲୁଣକୁ ବଳ ପ୍ରୟୋଗ କରି ଛଡ଼ାଇ ନ ନେବାଯାଏ ତାହା କାହାରିକୁ ଦିଆଯିବ ନାହିଁ କାରଣ ସେହି ଲୁଣ ଦେହର ରକ୍ତ ପରି ଆମର ପ୍ରିୟବସ୍ତୁ । ତେବେ ଧୈର୍ଯ୍ୟ ଓ କଷ୍ଟସହିଷ୍ଣୁତା ଗୁଣଦ୍ୱାରା ସତ୍ୟାଗ୍ରହୀମାନେ ପୁଲିସର ହୃଦୟ ପରିବର୍ତ୍ତନ କରିପାରିବେ ବୋଲି ଗାନ୍ଧିଜୀ ଆହ୍ବାନ ଦେଇଥିଲେ ।

ଏପ୍ରିଲ ନଅ ତାରିଖରେ ଗାନ୍ଧିଜୀ ବାର୍ତ୍ତା ଦେଇ କହିଥିଲେ ଯେ ପୂର୍ବ ରାତ୍ରିରେ ସେ ସତ୍ୟାଗ୍ରହୀମାନଙ୍କ ଲବଣ ଆଇନ ଅମାନ୍ୟ ସମ୍ପର୍କିତ ଯେଉଁ ତଥ୍ୟ ପାଇଛନ୍ତି ତାହା ତାଙ୍କୁ ବିସ୍ମିତ କରିଛି । ଗୁଜରାଟର ସମସ୍ତ ଜନତା ସତେ ଯେପରି ସମୁଦ୍ରର ଉତ୍ତାଳ ତରଙ୍ଗ ପରି ଏହି ଆନ୍ଦୋଳନରେ ଝାସ ଦେଇଛନ୍ତି। ଆଟ୍ ଓ ଭୀମ୍‌ରୀଡ଼ଠାରେ ହଜାର ହଜାର ସଂଖ୍ୟାରେ ସ୍ତ୍ରୀ ପୁରୁଷ ଗଭୀର ଉତ୍ସାହ ସହକାରେ ଯେପରି ଲୁଣ ମାରିବାକୁ ଅଗ୍ରସର ହୋଇଥିଲେ, ତାହା ଲକ୍ଷ୍ୟକରି ଗାନ୍ଧିଜୀ ଅଭିଭୂତ ହୋଇପଡ଼ିଥିଲେ। ଶାନ୍ତି ଓ ଅହିଂସା ଆଚରଣ ପ୍ରଦର୍ଶନ ପୂର୍ବକ ଲୁଣ ମାରୁଥିବାବେଳେ ସରକାରୀ ହାକିମମାନେ ସୀମାତିକ୍ରମ କରି ସେମାନଙ୍କ ଉପରେ ଜୁଲମ କରିଥିଲେ । ଗାନ୍ଧିଜୀ ଦୃଢ଼ସ୍ବରରେ କହିଥିଲେ ଯଦି ଆନ୍ଦୋଳନ ଶେଷ ପର୍ଯ୍ୟନ୍ତ ଅହିଂସ ରହେ ତେବେ ନିକଟ ଭବିଷ୍ୟତରେ ସ୍ୱରାଜ୍ୟ ହାସଲ ହୋଇପାରିବ ।

ଗାନ୍ଧିଜୀଙ୍କ ମତରେ ଆତ୍ମବଳିଦାନ ଓ ତ୍ୟାଗ ଉପରେ ଆଧାରିତ ସ୍ଵାଧୀନତା ଚିରଞ୍ଜୀବୀ । ତେଣୁ ଦେଶବାସୀ ନିଜ ସାଧାନୁସାରେ ଆତ୍ମତ୍ୟାଗ ପୂର୍ବକ ସମସ୍ତ କଷ୍ଟ ସହ୍ୟ କରିବାକୁ ଆଗେଇ ଆସିବା ଦରକାର । ସତ୍ୟାଗ୍ରହୀର ହାତମୁଠାରେ ଥ‌ିବା ଲୁଣ କେବଳ ଭାରତର ଆତ୍ମସମ୍ମାନର ପ୍ରତୀକ ନଥିଲା, ତାହା ଥିଲା ସର୍ବସ୍ବର ପ୍ରତୀକ । ନିଘୋଷ ସତ୍ୟାଗ୍ରହୀଙ୍କ ହାତମୁଠାରୁ ଲୁଣ ଛଡ଼ାଇବା ସରକାରୀ ହାକିମଙ୍କ ହୀନ ବର୍ବରତା ବୋଲି ବର୍ଣ୍ଣନା କରି ସେହି ଅଭଦ୍ରତାକୁ ଶାନ୍ତ ହୃଦୟରେ ଈଶ୍ବରଙ୍କ ନାମ | ଜପ କରି ସହ୍ୟ କରିବାକୁ ବାପୁଜୀ ଆହ୍ବାନ କରିଥିଲେ । ଯେ କୌଣସି ମୁହୂର୍ତ୍ତରେ ସେ ଗିରଫ ହୋଇ ପାରନ୍ତି ବୋଲି ଗାନ୍ଧିଜୀ ଜାଣିପାରିଥିଲେ । ତାଙ୍କ ଗିରଫ ପରେ କାଳେ ଲୋକମାନେ ଭୟ କରି ଆନ୍ଦୋଳନରୁ ଓହରିଯିବେ ସେଥ‌ିପାଇଁ ସେ ଦେଶବାସୀଙ୍କୁ କହିଥିଲେ ଯେ ସ୍ଵୟଂ ଈଶ୍ବର ସେହି ଆନ୍ଦୋଳନର ପଥପ୍ରଦର୍ଶକ ।

ସମସ୍ତଙ୍କ ହୃଦୟରେ ବିରାଜମାନ କରି ସେ ମାର୍ଗଦର୍ଶନ କରୁଛନ୍ତି । ତେଣୁ ଈଶ୍ୱରଙ୍କ କାର୍ଯ୍ୟରେ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବା ସର୍ବାଦୌ ଉଚିତ ହେବ । କେବଳ ଲୁଣମରା ନୁହେଁ; ମଦ, ଗଞ୍ଜେଇ, ଅଫିମ ଦୋକାନ ବା ବିଲାତି ଲୁଗା ଦୋକାନ ସମ୍ମୁଖରେ ଭଉଣୀମାନେ ଧାରଣା ଦିଅନ୍ତୁ । ଆବାଳ- ବୃଦ୍ଧ-ବନିତା ତକଲିରେ ସୂତା କାଟି ଗଦାଗଦା ସୂତା ଜମେଇ ଦିଅନ୍ତୁ । ହିନ୍ଦୁ, ମୁସଲମାନ, ଶିଖ, ପାର୍ସୀ ଓ ଖ୍ରୀଷ୍ଟିଆନମାନେ ଆପଣା ମଧ୍ୟରେ ଏକତା ଓ ସଂହତି ପ୍ରତିଷ୍ଠା କରନ୍ତୁ । ଛାତ୍ରମାନେ ସ୍କୁଲ କଲେଜ ଛାଡ଼ି ଦିଅନ୍ତୁ ଏବଂ ସରକାରୀ କର୍ମଚାରୀ ସରକାରୀ ଚାକିରିକୁ ପଦାଘାତ କରି ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରନ୍ତୁ । ଏହାଦ୍ଵାରା ସ୍ଵରାଜ ହାସଲ କରିବାର ପଥ ସ୍ଵତଃ ଉନ୍ମ କ୍ତ ହୋଇ ଉଠିବ ।

କଠିନ ଶବ୍ଦ।ର୍ଥ ଓ ସୂଚନା :

  • ପନ୍ତାର – ଗଛଲତା ହାନ ପ୍ରଶସ୍ତ୍ର ଭୂମି / ସମୁଦ୍ର ତାରବର୍ତ୍ତୀ ନିର୍ଜନ ଅଞ୍ଚଳା
  • ମଣିବନ୍ଧ – ପାପୁଲି ଓ ହାତ ମଧ୍ୟସ୍ଥ ଖଞ୍ଜା
  • ପ୍ରତୀକ – ଚିହ୍ନ,/ ନିଦର୍ଶନା
  • ମର୍ମ – ଅଭିପ୍ରାୟ / ଉଦ୍ଦେଶ୍ୟା
  • ଅହିଂସ – ହିଂସାବିହାନ / ଯାହା ହିଂସା ନୁହେଁ।

କେତୋଟି ନୂତନ ଶବ୍ଦ ଓ ଏହାର ଅର୍ଥ :

  • ନ୍ୟାୟମୂର୍ତ୍ତି – ମୂର୍ତ୍ତି ମନ୍ତ ଅବତାର / ନ୍ୟାୟର ସ୍ୱରୂପ
  • ପରୀକ୍ଷିତ – ପରୀକ୍ଷା କରାଯାଇଥିବା
  • ସତ୍ୟାଗ୍ରହ – ସତ୍ୟ ଓ ଅହିଂସା ପଥରେ ପରିଚାଳିତ
  • ଆମ୍ବ ବଳିଦାନ – ନିଜକୁ ନିଜେ ଉତ୍ସର୍ଗ କରିଦେବା
  • ମନ୍ତ୍ରସିଦ୍ଧି – ମନ୍ତ୍ରଦ୍ୱାରା ସିଦ୍ଧିପ୍ରାପ୍ତ ହୋଇଥିବା
  • ଆକସ୍ମିକ – ହଠାତ୍
  • ଘାବରା – ବିଚଳିତ / ଭୀତତ୍ରସ୍ତ / ଆତଙ୍କିତ ।
  • ଚିରଞ୍ଜୀବୀ – ଦୀର୍ଘଜୀବୀ ।
  • ବର୍ବର – ପାଶବିକ /ଅମାନବିକ / ନୀଚ / ଅସଭ୍ୟ ।
  • ତକଲି – ସୂତା କାଟିବାର ତାକୁଡ଼ି ।
  • ନିଶ୍ଚେଷ୍ଟ – ଚେଷ୍ଟାଶୂନ୍ୟ|ଚେଷ୍ଟାରହିତ ।
  • ଆମ୍ବତ୍ୟାଗ – ନିଜକୁ ନିଜେ କର୍ମ କରିବାପାଇଁ ଦେଇଦେବା
  • ସ୍ଵରାଜ୍ୟ – ନିଜର ରାଜ୍ୟ / ନିଜ ଅଧିକାରରେ ରହିଥ୍ ବା ରାଜ୍ୟା
  • ରକ୍ତପାତ – ବା ବିଶୃଙ୍ଖଳାରେ ରକ୍ତ ବାହାରିଥିବା
  • ପଦାଘାତ – ପାଦରେ ଆଘାତ / ଗୋଇଠା

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Odisha State Board BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ Textbook Exercise Questions and Answers.

BSE Odisha Class 8 Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଆସ, କଥାବାର୍ତ୍ତା ହେବ ।
(କ) ଆଲବର୍ଟ ସ୍ଵାଇଜର କିଏ ?
Answer:
ଆଲବର୍ଟ ସ୍ଵାଇଜର ପଶ୍ଚିମ ଆଫ୍ରିକାର ଲାୟେରିନ୍ ଚିକିତ୍ସା କେନ୍ଦ୍ରର ପ୍ରତିଷ୍ଠାତା । ସେ ଶାନ୍ତି ଓ ବନ୍ଧୁତା ପାଇଁ ନୋବେଲ୍‌ ପୁରସ୍କାର ପାଇଛନ୍ତି । ଡାକ୍ତର ହିସାବରେ ସକଳ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ଦର୍ଶନ ଓ ଇତିହାସ ବିଷୟରେ ପନ୍ଦର ଗୋଟି ପୁସ୍ତକର ରଚୟିତା ।

(ଖ) ସମାଜର ହିତ ନିମନ୍ତେ କ’ଣ ଦରକାର ବୋଲି ସେ କହିଛନ୍ତି ?
Answer:
ସମାଜର ହିତ ନିମନ୍ତେ ସେ (ଆଲବଟ୍ ଦ୍ଵାଇଜର) ତିନି ପ୍ରକାର ପ୍ରଗତି ଦରକାର ବୋଲି ମତ ପ୍ରକାର କରିଛନ୍ତି । ଏହି ତିନିପ୍ରକାର ସମାଜ ହିତକର ପ୍ରଗତି ହେଉଛି- ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ପ୍ରସାର, ମାନବ ସମାଜର ସାମାଜିକତାର ବୃଦ୍ଧି ଏବଂ ଆଧ୍ୟାତ୍ମିକତାର ବିକାଶ ।

(ଗ) ଆମେ କେଉଁ କ୍ଷେତ୍ରରେ ସମନ୍ଵୟ ଚାହୁଁଛୁ ?
Answer:
ଆର୍ଥନୀତିକ ପ୍ରଗତିର ଭୂମିକା ଆମମାନଙ୍କ ନିମନ୍ତେ ଗୁରୁତ୍ଵପୂର୍ଣ୍ଣ । ଏଥପାଇଁ ଆମେ ଆର୍ଥନୀତିକ ପ୍ରଗତି ନିମନ୍ତେ ଜ୍ଞାନ ଓ ପ୍ରବିଧି ବିଜ୍ଞାନର ସମନ୍ବୟ ଚାହୁଁଛୁ ।

(ଘ) ପାଶ୍ଚାତ୍ୟ ସଭ୍ୟତାର ଲକ୍ଷଣ କ’ଣ ବୋଲି ଲେଖକ କହିଛନ୍ତି ?
Answer:
‘ପ୍ରଗତି ଓ ମାନବ ଧର୍ମ’ ପ୍ରବନ୍ଧରେ ଲେଖକ ବୈଦ୍ୟନାଥ ମିଶ୍ର ପାଶ୍ଚାତ୍ୟ ସଭ୍ୟତାକୁ ବ୍ୟକ୍ତି ସଭ୍ୟତା ବୋଲି କହିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଓ ନିଜର ଉନ୍ନତି ପାଇଁ ଉଦ୍ୟମ କରିବା ପାଶ୍ଚାତ୍ୟ ସଭ୍ୟତାର ଲକ୍ଷଣ ବୋଲି ଲେଖକ

(ଙ) ଆଧ୍ୟାମ୍ଭିକତାର ମୌଳିକ ବିଷୟଟି କ’ଣ ?
Answer:
ଆଧ୍ୟାତ୍ମିକତାର ମୌଳିକ ବିଷୟଟି ହେଉଛି- ମନୁଷ୍ୟ କେବଳ ବିଷୟ ପ୍ରତି ଆସକ୍ତ ନହୋଇ ପ୍ରାଣ ବା ଆତ୍ମାର ବିକାଶ ବିଷୟରେ କିଛି ଧ୍ୟାନ ଦେବ । ଅଥବା, ମନୁଷ୍ୟ ବିଷୟାସକ୍ତ ନ ହୋଇ ନିଜର ପ୍ରାଣ ବା ଆତ୍ମା ବିଷୟରେ ଧାନନିଷ୍ଠ ହେବା ହିଁ ଆଧ୍ୟାତ୍ମିକତାର ମୌଳିକ ବିଷୟ ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୨।
ଆସ, ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖୁ ।
(କ) ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନ ଉଭୟ ପରସ୍ପରର ପରିପୂରକ ସମ୍ପର୍କରେ ଲେଖକ କି ମତ ଦେଇଛନ୍ତି ?
Answer:
ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂର କରିବା ନିମନ୍ତେ ଜ୍ଞାନ ଦରକାର ଏବଂ ଉତ୍ପାଦନ ପ୍ରଣାଳୀର ଉନ୍ନତି କରିବାପାଇଁ ପ୍ରବିଧ୍ ବିଜ୍ଞାନ ମନୁଷ୍ୟ ନିମନ୍ତେ ଆବଶ୍ୟକ । ସୁତରାଂ ମନର ଉନ୍ନତି ଓ ଆର୍ଥନୀତିକ ଜୀବନର ପ୍ରଗତି ପାଇଁ ଉଭୟ ଜ୍ଞାନ ଓ ପ୍ରବିଧ‌ି ବିଜ୍ଞାନ ଦରକାର ହୋଇଥାଏ । ଜ୍ଞାନଦ୍ୱାରା ପ୍ରବିଧି ବିଜ୍ଞାନର ପରିବର୍ତ୍ତନ ଓ ପ୍ରୟୋଗ କରାଯାଉଥ‌ିବାରୁ ଉଭୟ ପରସ୍ପରର ପରିପୂରକ ।

(ଖ) ମନୁଷ୍ୟର ସାମାଜିକତା ବ୍ୟାପକ ହୋଇପାରିବା ସମ୍ପର୍କରେ ଲେଖକ କି ମତ ଦେଇଛନ୍ତି ?
ସାମାଜିକତା ଯଥାର୍ଥରେ ତା’ର ହୃଦୟର ପ୍ରସାରତା ବା ବ୍ୟାପକତାଦ୍ୱାରା ବ୍ୟାପକ ହୋଇପାରିବ । ଅଥବା, ମନୁଷ୍ୟ ତା’ର ହୃଦୟକୁ ବ୍ୟାପକ କରିପାରିଲେ ତା’ର ସାମାଜିକତା ବ୍ୟାପକ ହୋଇପାରିବ । (ଗ) ଗ୍ରାମ୍ୟ ଜୀବନ କଳୁଷିତ ହେବାର କାରଣ କ’ଣ ?
Answer:
ଗ୍ରାମ୍ୟ ଜୀବନରେ ଗୋଷ୍ଠୀ ଜୀବନର ସତ୍ତା ନାହିଁ । ସମ୍ପ୍ରତି ଗ୍ରାମ ମାତ୍ର ରହିଛି; କିନ୍ତୁ ପ୍ରତ୍ୟେକ ଗ୍ରାମରେ

(ଘ) ଲେଖକ ଧର୍ମ କଥା ନକହି ଆଧ୍ୟାତ୍ମକ କଥା ଊ– ଧର୍ମ ବିଷୟଟି ପୂରାପୂରି ବ୍ୟକ୍ତିଗତ । ଧର୍ମଦ୍ଵାରା କାହିଁକି ଉଲ୍ଲେଖ କରିଛନ୍ତି ?
Answer:
ଧର୍ମ ବିଷୟଟି ପୂରାପୂରି ବ୍ୟକ୍ତିଗତ । ଧର୍ମଦ୍ଵାରା ବାଦ ବିସମ୍ବାଦ ସୃଷ୍ଟି ହେଉଛି । ସମ୍ପ୍ରତି ଧର୍ମ ମତାମତ ଓ ସାମାଜିକ ବିଭେଦ ସୃଷ୍ଟି କରୁଥିବାରୁ ଲେଖକ ବୈଦ୍ୟନାଥ ମିଶ୍ର ‘ପ୍ରଗତି ଓ ମାନବଧର୍ମ’ ପ୍ରବନ୍ଧରେ ଧର୍ମ କଥା ନକହି ଆଧ୍ୟାତ୍ମିକ କଥା ଉଲ୍ଲେଖ କରିଛନ୍ତି । ଅଥବା, ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ। ଏହା ସମାଜରେ ମତାନ୍ଧତା, ବାଦ ବିସମ୍ବାଦ ଓ ବିଭେଦ ସୃଷ୍ଟି କରିଥାଏ । ଏହି କାରଣରୁ ଲେଖକ ବୈଦ୍ୟନାଥ ମିଶ୍ର ଧର୍ମ କଥା ନ କହି ଆଧ୍ୟାତ୍ମିକ କଥା ଉଲ୍ଲେଖ କରିଛନ୍ତି ।

(ଙ‍) ବର୍ତ୍ତମାନ ସମାଜରେ ନାନାପ୍ରକାର ସଂଘର୍ଷ ଦୂର କରିବାକୁ ହେଲେ ଆମକୁ କ’ଣ କରିବାକୁ ପଡ଼ିବ ?
Answer:
ଭୌତିକ ଉନ୍ନତି ପ୍ରାପ୍ତ ସମାଜରେ ସମସ୍ତେ ସମାନ ସୁବିଧା ସୁଯୋଗରୁ ବଞ୍ଚିତ ହେବା ଦ୍ୱାରା, ନାନା ପ୍ରକାର ସଂଘର୍ଷ ଦେଖିବାକୁ ମିଳୁଛି । ସମାଜରେ ଦେଖାଯାଉଥ‌ିବା ଏ ପ୍ରକାର ସଂଘର୍ଷକୁ ଦୂର କରିବା ପାଇଁ, ମଣିଷକୁ ନିଜର ବସ୍ତୁମୁଖୀ ଆଭିମୁଖ୍ୟକୁ ବଦଳାଇବାକୁ ପଡ଼ିବ । ସଭ୍ୟତାର ମାନଦଣ୍ଡକୁ ପରିବର୍ତ୍ତନ କରି ମାନବଧର୍ମ ଉପରେ ଗୁରୁତ୍ଵ ଦେବାକୁ ହେବ ।

Question ୩ ।
ଆସ, ୧୦୦ ରୁ ୧୨୦ ଶବ୍ଦ ମଧ୍ଯରେ ତଳଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖୁବା ।
(କ) ଆଲବଟ୍ ସ୍ଵାଇଜର ପ୍ରଦାନ କରିଥିବା ପ୍ରଗତିର ତିନିଗୋଟି ସ୍ଵରୂପ ବର୍ଣ୍ଣନ କରି ଲେଖ ।
Answer:
ଏହି ପ୍ରଶ୍ନଟି ସମାଜ ସଚେତନଶୀଳ ପ୍ରାବନ୍ଧିକ ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କ ରଚିତ ପ୍ରବନ୍ଧ ‘ପ୍ରଗତି ଓ ମାନବ ଧର୍ମ ସଦିତ ସଂପୃକ୍ତ। ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ବୈଦ୍ୟନାଥ ମିଶ୍ର ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ । ସାମାଜିକ ଓ ଆର୍ଥନୀତିକ ମୂଲ୍ୟବୋଧ ଉପରେ ତାଙ୍କ ପ୍ରବନ୍ଧଗୁଡ଼ିକ ପ୍ରତିଷ୍ଠିତ । ‘ସମାଜ ଓ ସଭ୍ୟତା’, ‘ଶାସନ ଓ ସଂସ୍କାର’, ‘ଆର୍ଥନୀତିକ ଯୋଜନା’, ‘ଭାରତର ଆର୍ଥନୀତିକ ସମସ୍ୟା’ ଓ ‘ସାମାଜିକ ମୂଲ୍ୟବୋଧ ’ପ୍ରଭୃତି ତାଙ୍କର କେତୋଟି ବହୁଚର୍ଚ୍ଚିତ ଗ୍ରନ୍ଥ । ଚିରନ୍ତନୀ ମାନବୀୟ ମୂଲ୍ୟବୋଧ ଓ ସମତାବୋଧ ଉପରେ ତାଙ୍କ ପ୍ରବନ୍ଧର ବିଷୟବସ୍ତୁ ପର୍ଯ୍ୟବସିତ ।

ଆଲୋଚ୍ୟ ପ୍ରବନ୍ଧଟି ଲେଖକଙ୍କ ବହୁଚର୍ଚ୍ଚିତ ପ୍ରବନ୍ଧ ଗ୍ରନ୍ଥ ‘ସାମାଜିକ ମୂଲ୍ୟବୋଧ’ ରୁ ସଂଗୃହୀତ । ଏହି ପ୍ରବନ୍ଧରେ ଲେଖକ ବିଶ୍ୱବିଖ୍ୟାତ ଚିନ୍ତାନାୟକ ଆଲବଟ୍ ସ୍ଵାଇଜରଙ୍କ ବିଚାରକୁ ଆଧାର କରି ସମାଜର ହିତ ଓ ପ୍ରଗତି ବିଷୟରେ ଆଲୋଚନା କରିଛନ୍ତି। ଆଲବଟ୍ ସ୍ଵାଇଜର ଜଣେ ଆଫ୍ରିକୀୟ ଚିନ୍ତାନାୟକ ଓ ସମାଜସେବୀ ଥିଲେ । ୧୯୫୨ ମସିହାରେ ସେ ଶାନ୍ତି ଓ ବିଶ୍ଵମୈତ୍ରୀ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ । ଜଣେ ସମାଜତତ୍ତ୍ୱବାଦୀ ଲେଖକ ଓ ବୁଦ୍ଧିଜୀବୀରୂପେ ସେ ସମାଜର ହିତ ସାଧନ କରୁଥିବା ତିନୋଟି ପ୍ରଗତି ଉପରେ ଗୁରୁତ୍ବାରୋପ କରିଥିଲେ । ସମାଜର ହିତ ନିମନ୍ତେ ଆଲବଟ୍ ସ୍ଵାଇଜର ତିନିପ୍ରକାରର ପ୍ରଗତି ଦରକାର ବୋଲି ଉଲ୍ଲେଖ କରିଛନ୍ତି । ଏହି ତିନିପ୍ରକାର ପ୍ରଗତି ହେଉଛି ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ପ୍ରସାର, ମାନବ ସମାଜର ସାମାଜିକତା ଏବଂ ଆଧ୍ୟାତ୍ମିକତା ।

ଆଲବଙ୍କ ମତରେ ପ୍ରଥମ ପ୍ରକାରର ପ୍ରଗତିଟି ହେଉଛି ଜ୍ଞାନ ଓ ପ୍ରବିଧି ବିଜ୍ଞାନର ପ୍ରସାର । ଜ୍ଞାନର ସ୍ବରୂପ ହେଉଛି – ଏହା ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂରେଇଦିଏ । ପ୍ରବିଧ‌ି ବିଜ୍ଞାନର ସ୍ଵରୂପ ହେଉଛି – ଏହା ଉତ୍ପାଦନ ପ୍ରଣାଳୀରେ ଉନ୍ନତି ଆଣିଥାଏ। ମାନବ ସମାଜର ଆର୍ଥନୀତିକ ପ୍ରଗତି ପାଇଁ ଆଲବଟ୍ ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ସମନ୍ୱୟ ଚାହିଁଛନ୍ତି ।

ଆଲବର୍‌ଙ୍କ ମତରେ ଦ୍ବିତୀୟ ପ୍ରକାରର ପ୍ରଗତିଟି ହେଉଛି ‘ସାମାଜିକତା’ । ସାମାଜିକତାର ସ୍ୱରୂପ ହେଉଛି – ନିଜ ପାଇଁ ବଞ୍ଚିବା ଅପେକ୍ଷା ସମାଜ ପାଇଁ ବଞ୍ଚିବା ଉପରେ ଗୁରୁତ୍ଵ ଦେବା । ଯାହାର ମନ ବ୍ୟାପକ ସେ ଅନ୍ୟର ହିତ ଚିନ୍ତା କରେ । ହୃଦୟରେ ପ୍ରସାରତା ଉପରେ ସାମାଜିକତା ନିର୍ଭରଶାଳ। ଲେଖକଙ୍କ ମତରେ ଯାହାର ମନ ଯେତେ ବ୍ୟାପକ ତା’ର ସାମାଜିକତା ସେତେ ଅଧ୍ଵ । ପ୍ରଥମ ପ୍ରକାର ପ୍ରଗତିଠାରୁ ଏହି ପ୍ରଗତି ଟିକିଏ ଭିନ୍ନ ଧରଣର ।

ତୃତୀୟ ପ୍ରକାରର ପ୍ରଗତିଟି ହେଉଛି – ଆଧ୍ୟାତ୍ମିକତା । ଆଲବଙ୍କ ବିଚାରରେ ଆତ୍ମା ବା ପ୍ରାଣର ବିକାଶ ହିଁ ଆଧ୍ୟାତ୍ମିକତା । ଏହା କୌଣସି ଧର୍ମ ନୁହେଁ । ଆଧ୍ୟାତ୍ମିକତା ଆତ୍ମାକୁ ବ୍ୟାପକ କରେ । ଏହାର ଅଭାବରେ ଆତ୍ମାର ସଂକୋଚନ ଘଟେ । ପ୍ରବିଧ‌ି ବିଜ୍ଞାନ ଭୌତିକ ବସ୍ତୁର ବିକାଶରେ ସାହାଯ୍ୟ କରେ। ସମାଜର ପରିବର୍ତ୍ତନ ପାଇଁ ଭୌତିକ ବିକାଶ ସହ ଆଧ୍ୟାତ୍ମିକ ବିକାଶର ଆବଶ୍ୟକତା ରହିଛି । ତେଣୁ ଅନେକ ମନୀଷୀ ସମାଜର ପରିବର୍ତ୍ତନ ପାଇଁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ଵୟ ଘଟିବା ଇଚ୍ଛା କରନ୍ତି । ଆତ୍ମାର ପ୍ରସାର ଓ ସାମାଜିକ ପ୍ରଗତି ପାଇଁ ପ୍ରବିଧ‌ି ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ଵୟ ଜରୁରୀ ବୋଲି ଆଲବଟ୍ ପ୍ରତିପାଦନ କରିଛନ୍ତି । ବାସ୍ତବିକ ଆଲବଙ୍କ ଏହି ତିନିପ୍ରକାର ପ୍ରଗତି ପ୍ରତି ସଚେତନ ରହିବାଦ୍ୱାରା ସମାଜର ହିତ ସାଥ୍‌ ହୋଇପାରିଥାଏ ।

(ଖ) ସଭ୍ୟତାର ମାନଦଣ୍ଡ ବଦଳାଇବା ନିମନ୍ତେ ସମଗ୍ର ମାନବ ଜାତିର କି ପ୍ରକାର ଦାୟିତ୍ଵ ରହିଛି ?
Answer:
ଆଲୋଚ୍ୟ ପ୍ରଶ୍ନଟି ଆଦର୍ଶବାଦୀ ପ୍ରାବନ୍ଧିକ ବୈଦ୍ୟନାଥ ମିଶ୍ରଙ୍କ ରଚିତ ‘ପ୍ରଗତି ଓ ମାନବ ଧର୍ମ’ ଶୀର୍ଷକ ପ୍ରବନ୍ଧ ସହିତ ଜଡ଼ିତ । ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଡକ୍ଟର ବୈଦ୍ୟନାଥ ମିଶ୍ର ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ପ୍ରତିଷ୍ଠିତ । ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପ୍ରାବନ୍ଧିକ ମିଶ୍ରଙ୍କ ବହୁଚର୍ଚ୍ଚିତ ପ୍ରବନ୍ଧଗୁଡ଼ିକ ମଧ୍ୟରେ ‘ଶାସନ ଓ ସଂସ୍କାର’, ‘ଆର୍ଥନୀତିକ ଯୋଜନା’, ‘ସମାଜ ଓ ସଭ୍ୟତା’ ଓ ‘ସାମାଜିକ ମୂଲ୍ୟବୋଧ’ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଆର୍ଥନୀତିକ ସମସ୍ୟା ଓ ସାମାଜିକ- ମାନବୀୟ ମୂଲ୍ୟବୋଧର ବିଶ୍ଳେଷଣ ତାଙ୍କ ପ୍ରବନ୍ଧର ବୈଶିଷ୍ଟ୍ୟ । ଆଲୋଚ୍ୟ ପ୍ରବନ୍ଧ ‘ପ୍ରଗତି ଓ ମାନବ ଧର୍ମ’ ପ୍ରାବନ୍ଧିକ ମିଶ୍ରଙ୍କ ବହୁଚର୍ଚ୍ଚିତ ଗଦ୍ୟଗ୍ରନ୍ଥ ‘ସାମାଜିକ ମୂଲ୍ୟବୋଧ ’ରୁ ସଂଗୃହୀତ । ସଂଗୃହାତା ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ଓ ସଭ୍ୟତାର ମାନଦଣ୍ଡକୁ ବଦଳାଇବା ନିମନ୍ତେ ମାନବ ଜାତିର ଦାୟବଦ୍ଧତାକୁ ଏହି ପ୍ରବନ୍ଧରେ ଉପସ୍ଥାପନ କରାଯାଇଛି।

ପ୍ରାବନ୍ଧିକ ଡକ୍ଟର ବୈଦ୍ୟନାଥ ମିଶ୍ର ବର୍ଣ୍ଣନା କରିଛନ୍ତି ଯେ ଆଧୁନିକ ସଭ୍ୟତାରେ ଜ୍ଞାନ କ୍ଷେତ୍ରରେ ସଂକୀର୍ଣ୍ଣତା ବୃଦ୍ଧିପାଇଛି । ମଣିଷ ସମାଜ ପ୍ରବିଧି ବିଜ୍ଞାନରେ ଉନ୍ନତି କରିଥିଲେ ବି ଜ୍ଞାନର ସଂକୋଚନ ହେତୁ ପଛୁଆ ଗତି କରୁଛି । ସଭ୍ୟତାର ଉଚ୍ଚ ମାନଦଣ୍ଡର ବୃଦ୍ଧି ଘଟୁନାହିଁ । ଏବେବି ସମାଜର କେତେକ ଗୋଷ୍ଠୀ ଜ୍ଞାନ ଆହରଣରେ ଅଧିକ ସୁବିଧା ଓ ସୁଯୋଗ ଉପଭୋଗ କରୁଛନ୍ତି । ସମାଜରେ ଆର୍ଥନୀତିକ ଭେଦ ଥ‌ିବାରୁ ଦରିଦ୍ରର ଜ୍ଞାନଲାଭର ସୁଯୋଗ ନାହିଁ । ଫଳରେ ସ୍ବାଧୀନ ଚିନ୍ତାର ବିକାଶ ଘଟୁନାର୍ହିା

ଅପର ପକ୍ଷରେ ସାମାଜିକ ଗୋଷ୍ଠୀଜୀବନ ଏବେ ଭାଙ୍ଗିପଡ଼ିଛି । ଆମର ପାରିବାରିକ ଜୀବନରେ ପରସ୍ପର ପ୍ରତି ଶ୍ରଦ୍ଧା ଓ ଭକ୍ତି ନାହିଁ । ଗ୍ରାମ୍ୟ ଜୀବନ ବିପଥଗାମୀ ଓ କଳହ ମଧ୍ୟରେ କଳୁଷିତ । ବ୍ୟକ୍ତି ସଭ୍ୟତାର ବସ୍ତୁମୋହରେ ସ୍ଵାର୍ଥପର ହୋଇଉଠିଛି। ଜାତିପ୍ରୀତିକୁ ସଂକୀର୍ଣ୍ଣ ସ୍ଵାର୍ଥ ନିମନ୍ତେ ବ୍ୟବହାର କରାଯାଉଛି । ଅଶିକ୍ଷା ଓ ଦାରିଦ୍ର୍ୟ ଜୀବନକୁ ମଳିନ କରିଦେଇଛି । ପାଶ୍ଚାତ୍ୟ ବ୍ୟକ୍ତିବାଦୀ ସଭ୍ୟତାର ପ୍ରଭାବ ଆମର ଶିକ୍ଷା ଓ ସଂସ୍କୃତିକୁ ବ୍ୟକ୍ତିକୈନ୍ଦ୍ରିକ କରିଦେଇଛି । ସାମାଜିକ ସହୃଦୟତା ପ୍ରାୟତଃ ନାହିଁ । ଜଡ଼ବାଦ ଓ ବସ୍ତୁମୋହ ବଢ଼ି ବଢ଼ି ଚାଲିଛି । ଫଳରେ ଆମର ମନ ସଂକୀର୍ଣ୍ଣ ହୋଇ ଚାଲିଛି । ଆମର ସକଳ ଉଦ୍ୟମ ଭୌତିକ ଉନ୍ନତିରେ ବିନିଯୋଗ ହେଉଛି। ତେଣୁ ସମାଜରେ ନାନା ସଂଘର୍ଷ ଦେଖାଦେଉଛି। ସାମାଜିକ ସଂଘର୍ଷକୁ ଦୂର କରି ସଭ୍ୟତାର ମାନଦଣ୍ଡ ବଦଳାଇବା ବର୍ତ୍ତମାନର ପ୍ରଧାନ ଚିନ୍ତା ହୋଇଛି ।

ଏହି ମର୍ମରେ ପ୍ରାବନ୍ଧିକ ସାମାଜିକ ସଂଘର୍ଷର ବିଲୟ ପାଇଁ ମାନବ ଜାତିକୁ ଆଭିମୁଖ୍ୟ ବଦଳାଇବାକୁ ପରାମର୍ଶ ଦେଇଛନ୍ତି । ବ୍ୟକ୍ତିର ସହୃଦୟତାକୁ ବୃଦ୍ଧି କରିବାକୁ ହେବ । ପ୍ରତ୍ୟେକ ମାନବକୁ ଆଧ୍ୟାତ୍ମିକତା ଉପରେ ଗୁରୁତ୍ୱ ଦେବାକୁ ହେବ । ଆଧ୍ୟାତ୍ମିକତା ମନୁଷ୍ୟକୁ ବିଷୟାସକ୍ତିରୁ ନିବୃତ୍ତ କରି ଆତ୍ମା ବିଷୟରେ କିଛି ଧାରଣା ଦେବ । ଏହା ମନୁଷ୍ୟଠାରେ ଈଶ୍ଵର ବିଶ୍ଵାସ ବଢ଼ାଇବା ଫଳରେ ସେ ସାମାଜିକ ସହୃଦୟତା ହାସଲ କରିପାରିବେ । ଏହା ମଧ୍ୟ ମନୁଷ୍ୟର ମନକୁ ବ୍ୟାପକ ଓ ହୃଦୟକୁ ପ୍ରସାରିତ କରିବା । ପୂର୍ବେ।ପରି ସଭ୍ୟତାର ଗତାନୁଗତିକ ମାନଦଣ୍ଡକୁ ବଦଳାଇବାପାଇଁ ମାନବାଧର୍ମ ଉପରେ
ବେଶି ଗୁରୁତ୍ୱ ଦେବାକୁ ହେବ । ସମାଜର ଚିନ୍ତାଶୀଳ ବ୍ୟକ୍ତିମାନେ ଏଥ‌ିପାଇଁ ସଚେତନତା ସୃଷ୍ଟି କରିବା ଉଚିତ । ବାସ୍ତବିକ ସଭ୍ୟତାର ମାନଦଣ୍ଡ ବଦଳାଇବାପାଇଁ ପ୍ରାବନ୍ଧିକଙ୍କର ଏହି ପ୍ରକାର ସଚେତନ ପରାମର୍ଶ ବେଶ୍ ମନୋଜ୍ଞ ହୋଇପାରିଛି ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୪ ।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ସମାଜର ବ୍ୟାପକତା ହୃଦୟର ବ୍ୟାପକତା ଉପରେ ନିର୍ଭର କରେ ।
Answer:
ସମାଜର ବ୍ୟାପକତା……………………………….. ନିର୍ଭର କରେ ।
ଆଲୋଚ୍ୟ ଗଦ୍ୟାଶଟି ଆମ ପଠିତ ପୁସ୍ତକ ‘ସାହିତ୍ୟିକା’ରେ ସଂକଳିତ ବୈଦ୍ୟନାଥ ମିଶ୍ରଙ୍କ ରଚିତ ପ୍ରବନ୍ଧ ‘ପ୍ରଗତି ଓ ମାନବ ଧର୍ମ ରୁ ଗୃହୀତ । ଉଦ୍ଧୃତ ଗଦ୍ୟାଶରେ ଲେଖକ ମାନବ ସମାଜର ସାମାଜିକତା ବା ସାମାଜିକ ମୂଲ୍ୟବୋଧର ପ୍ରଗତି ମନୁଷ୍ୟ ହୃଦୟର ପ୍ରସାରତା ଉପରେତା ଉପରେ ନିର୍ଭରଶାଳ ବୋଲି ବର୍ଣ୍ଣନା କରିଛନ୍ତ୍ରି

ପ୍ରାବନ୍ଧିକଙ୍କ ମତରେ ସମାଜର ହିତ ମାନବ ସମାଜର ସାମାଜିକତା ଉପରେ ନିର୍ଭରଶୀଳ । ମନୁଷ୍ୟ ସମାଜରେ କେବଳ ନିଜ ପାଇଁ ବଞ୍ଚେ ନାହିଁ । ସେ ସମାଜ ପାଖରେ ମଧ୍ୟ ବଞ୍ଚେ । ସେ ଅନ୍ୟମାନଙ୍କର ତଥା ସମାଜର ହିତ ପାଇଁ ଚିନ୍ତାକରେ । ଏଥ‌ିପାଇଁ ତା’ର‘ମନର ବ୍ୟାପକତା ଦରକାର । ଯେ ନିଜ କଥା ଭାବେ ସେ କେବଳ ନିଜର ଉନ୍ନତି କାମନା କରେ । ଯେ ନିଜଠାରୁ ଟିକିଏ ଉପରକୁ ଯିବାକୁ ଚାହେଁ ସେ ପରିବାରରେ ଉନ୍ନତି କଥା ଚିନ୍ତା କରେ । ଯା’ର ମନ ଆଉଟିକେ ବ୍ୟାପକ ସେ ପ୍ରତିବେଶୀଙ୍କ ହିତକଥା ଭାବିଥାଏ । ଅର୍ଥାତ୍ ଯା’ର ମନ ଯେତେ ବ୍ୟାପକ ସେ ସେତେ ସାମାଜିକା ଏହି କାରଣରୁ ଯଥାର୍ଥରେ ସମାଜର ବ୍ୟାପକତା ମନ୍ମଷ୍ୟ ହୃଦୟର ବ୍ୟାପକତା ଉପରେ ନିର୍ଭରଶାଳା ମୋଟ ଉପରେ ଏହି ଗଦ୍ୟାଶରେ ଏକ ପ୍ରସାରିତ ହୃଦୟ ନେଇ ସମାଜରେ ବଞ୍ଚିବା ଉପରେ ପ୍ରାବନ୍ଧିକ ଗୁରୁତ୍ଵ ଦେଇଛନ୍ତି ।

(ଖ) ମନୁଷ୍ୟ କେବଳ ନିଜ ପାଇଁ ବଞ୍ଚେ ନାହିଁ । ସମାଜ ପାଇଁ ମଧ୍ୟ ବଞ୍ଚେ ।
Answer:
ମନୁଷ୍ୟ କେବଳ ……………………………..ମଧ୍ୟ ବଞ୍ଚେ ।
ପ୍ରଦତ୍ତ ଗଦ୍ୟାଶଟି ଆମ ପାଠପୁସ୍ତକ ‘ସାହିତ୍ୟିକ’ରେ ସନ୍ନିବିଷ୍ଟ ବୈଦ୍ୟନାଥ ମିଶ୍ରଙ୍କ ଲିଖ୍ ପ୍ରବନ୍ଧ ‘ପ୍ରଗତି ଓ ମାନବ ଧର୍ମ’ ପ୍ରବନ୍ଧରୁ ଆନୀତ । ଆଲୋଚ୍ୟ ଉଦ୍ଧୃତାଂଶରେ ପ୍ରାବନ୍ଧିକ ଡକ୍ଟର ମିଶ୍ର ମନୁଷ୍ୟର ସମାଜ ସଂପୃକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ମତରେ ସମାଜର ହିତ ତିନିପ୍ରକାର ପ୍ରଗତି ଉପରେ ନିର୍ଭରଣାଳ । ଏଥିମଧ୍ୟରୁ ଗୋଟିଏ ପ୍ରଗତି ହେଉଛି– ମାନବ ସମାଜର ସାମାଜିକତା । ସାମାଜିକତାର ଅର୍ଥ ମନୁଷ୍ୟର ସମାଜ ସହ ସଂପୃକ୍ତି । ମନୁଷ୍ୟ ଏକାକୀ ବଞ୍ଚେ ନାହିଁ । ସେ ପରିବାର, ପଡ଼ୋଶୀ, ଗୋଷ୍ଠୀକୁ ନେଇ ସମାଜରେ ବଞ୍ଚେ । ବ୍ୟାପକ ହୃଦୟରେ ସମାଜର ଅନ୍ୟମାନଙ୍କ ପାଇଁ ଚିନ୍ତା କରେ । ସେ କେବଳ ନିଜର ଉନ୍ନତି କଥା ଚିନ୍ତା କରେନାହିଁ । ନିଜ ପରିବାରର ଉନ୍ନତି କଥା ଚିନ୍ତା କରେ । ଏହାଛଡ଼ା ସେ ନିଜର ପଡ଼ୋଶୀ, ଗ୍ରାମବାସୀ ଓ ଅଞ୍ଚଳର ଲୋକଙ୍କ ସ୍ୱାର୍ଥ କଥା ମଧ୍ୟ ଚିନ୍ତାକରେ । ଏଥ‌ିପାଇଁ ମନୁଷ୍ୟକୁ ସାମାଜିକ ପ୍ରାଣୀଭାବେ ଗଣନା କରାଯାଏ ।
ଲେଖକଙ୍କ ଏ ପ୍ରକାର ବିଚାର ଏକ ସାମାଜିକ ହିତବାଦୀ ମାନଦଣ୍ଡର ବିଚାର ହୋଇପାରିଛି ।

(ଗ) ଆଧ୍ୟାତ୍ମିକବାଦ ଜଡ଼ବାଦର ବିଷୟାସକ୍ତିକୁ ନିୟନ୍ତ୍ରଣ କରି ମନୁଷ୍ୟର ମନକୁ ବ୍ୟାପକ କରେ ।
Answer:
ଆଧ୍ୟାତ୍ମିକବାଦ ଜଡ଼ବାଦର ……………………………….. ବ୍ୟାବକ କରେ ।
ଶଂସିତ ଗଦ୍ୟାଶଟି ବୈଦ୍ୟନାଥ ମିଶ୍ରଙ୍କ ଲିଷ୍ଠ ‘ପ୍ରଗତି ଓ ମାନବ ଧର୍ମ’ପ୍ରବନ୍ଧରୁ ଆସିଅଛି । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ଡକ୍ଟର ମିଶ୍ର ମାନବ ଜୀବନରେ ଆଧ୍ୟାତ୍ମିକବାଦର ମହତ୍ତ୍ବକୁ ପ୍ରତିପାଦନ କରିଛନ୍ତି । ଲେଖକଙ୍କ ମତରେ ଧର୍ମ ଚେତନା ସଂପୂର୍ଣ୍ଣ ବ୍ୟକ୍ତିଗତ । ମାତ୍ର ଆଧ୍ୟାତ୍ମିକ ଭାବନା ଆତ୍ମାର ବିକାଶ ସହିତ ଜଡ଼ିତ । ଆଧ୍ୟାତ୍ମିକତାର ମୌଳିକ ବିଷୟ ହେଉଛି ଯେ କେବଳ ବିଷୟାସକ୍ତ ନହୋଇ ପ୍ରାଣ ବା ଆତ୍ମା ବିଷୟରେ କିଛି ଧ୍ୟାନ ଦେବା । ଧର୍ମ ଅପେକ୍ଷା ଆଧ୍ୟାତ୍ମିକତା ବ୍ୟାପକ । ଧର୍ମରେ ବାଦ ବିସମ୍ବାଦ ଓ ବିଭେଦ ଅଛି; ମାତ୍ର ଆଧାୟିକତା କ୍ଷେତ୍ରରେ ଏସବୁ ନଥାଏ । ଏଥ‌ିରେ ଭଗବାନ୍‌ଙ୍କ ଅସ୍ତିତ୍ଵରେ ବିଶ୍ୱାସ କରାଯାଏ । ଭଗବାନଙ୍କ ଆଶ୍ରା ମନୁଷ୍ୟକୁ ସାହସ ଓ ସାଲ୍ଟାନା ଦିଏ ।

ବ୍ୟକ୍ତିବାଦୀ ମନୁଷ୍ୟ ଜଡ଼ବାଦୀ ବସ୍ତୁ ମୋହଦ୍ଵାରା ଆସକ୍ତ ହୋଇଥାଏ । ଜଡ଼ବାଦ ଭୌତିକ ବସ୍ତୁ ପ୍ରତି ଆକର୍ଷଣ ବଢ଼ାଇଥାଏ । ବିଷୟ ବା ବସ୍ତୁ ପ୍ରତି ଆସକ୍ତ ହେବାଦ୍ୱାରା ବ୍ୟକ୍ତି ସ୍ବାର୍ଥପର ହୋଇଯାଏ । ମାତ୍ର ଆଧ୍ୟାତ୍ମିକତା ବ୍ୟକ୍ତିର ଆତ୍ମାକୁ ପ୍ରସାର କରିଦିଏ । ଆଧ୍ୟାତ୍ମିକବାଦ ବ୍ୟକ୍ତିର ଜଡ଼ବାଦୀ ବିଷୟର ଆସକ୍ତିକୁ ନିୟନ୍ତ୍ରଣ କରିଥାଏ । ଏହାଦ୍ଵାରା ମନୁଷ୍ୟର ବସ୍ତୁ ପ୍ରତି ମୋହ ତୁଟିଯାଏ ଓ ସେ ନିର୍ଲୋଭ ହୋଇଯାଏ । ବାଡ଼ବାଦା ବିଷୟବାଷନାର ଆସକ୍ତିକୁ ଆଧଆଧ୍ୟାତ୍ମିକବାଦ ର୍ହି ନିୟନ୍ତ୍ରଣ କରିପାରିବ – ପ୍ରାବନ୍ଧିକଙ୍କ ଏହି ପ୍ରକାର ବିଚାର ବେଶ୍ ମନୋଜ୍ଞ ହୋଇପାରିଛି।

Question ୫ ।
ଆସ, ପ୍ରବନ୍ଧଟିକୁ ଅନୁଚ୍ଛେଦ ଅନୁଯାୟୀ ଜଣଜଣ କରି ଉଚ୍ଚ ପଠନ କରିବା ।
Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ନିର୍ଦେଶ ଅନୁଯାୟୀ ପଠନ କରିବେ ।

Question ୬।
ଆସ, ତଳଲିଖ୍ ଶବ୍ଦର ଅର୍ଥ ଅଭିଧାନରୁ ଖୋଜିବାହାର କରି କୋଠରିରେ ଲେଖୁବା ।
Answer:
ଜନୈକ – କୌଣସି ଏକ ବ୍ୟକ୍ତି।
ପ୍ରତାୟମାନ – ଯାହା କରାଯାଉଛି
ବେପରୁଆ – ଉଦ୍ଧତଭ।ବ
ମତାନ୍ଧିତା – କୁସଂସ୍କାର ଭିତ୍ତିକ ଅନ୍ଧିମତର ବିଶ୍ଵାସ
ସମନ୍ବୟ – ମିଳନ / ଐକ୍ୟ।
ଆହରଣ – ଗହଣା

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୭।
ନିମ୍ନରେ ଦିଆଯାଇଥ‌ିବା ବିଶେଷଣ ପଦଗୁଡ଼ିକୁ ବିଶେଷ୍ୟ ପଦରେ ପରିଣତ କର । ଆଧ୍ୟାତ୍ମିକ, ସାଂସ୍କୃତିକ, ଭୌତିକ, ଗ୍ରାମ୍ୟ
Answer:

ବିଶେଷଣ ପଦ ବିଶେଷ୍ୟ ସଦରୂପ
ଆଧ୍ୟାତ୍ମିକ ଅଧ୍ୟାମ୍
ସାଂସୃତିକ ସଂସୃତି
ଶିକ୍ଷିତ ଶିକ୍ଷା
ଭୌତିକ ଭୂତ
ଗ୍ରାମ୍ୟ ଗ୍ରାମ

Question ୮ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ଲେଖୁବା ।
ପ୍ରଗତି, ସମନ୍ବୟ, ସାଲ୍ବନା, ବ୍ୟାପକ,
Answer:
ପ୍ରଗତି – ଜାତିର ପ୍ରଗତିରେ ଯୋଗଦାନ କରିବା ପ୍ରତ୍ୟେକଙ୍କର ଧର୍ମ ।
ସମନ୍ୱୟ – ଶ୍ରୀଜଗନ୍ନାଥଙ୍କ ପୀଠରେ ବୌଦ୍ଧ, ଶୈବ, ଶାକ୍ତ, ଗାଣପତ୍ୟ ଓ ବୈଷ୍ଣବ ଆଦି ଧର୍ମର ସମନ୍ୱୟ ଘଟିଛି ।
ସାନ୍ତନା – ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାନ୍ତନା ଦେବା ହିଁ ମଣିଷପଣିଆ ।
ବ୍ୟାପକ – ଯାହାର ମନ ଯେତେ ବ୍ୟାପକ ତା’ର ଜୀବନ ସେତେ ସୁନ୍ଦର ।
ଆହରଣ – ଯେକୌଣସି ଗ୍ରନ୍ଥରୁ ବିଦ୍ୟା ଆହରଣ କରାଯାଇପାରେ ।

Question ୯।
ଅଧ୍ୟାତ୍ମ + ଇକ = ଆଧ୍ୟାମିକ । ଏହି ପ୍ରବନ୍ଧରେ ଥ‌ିବା ‘ଇକ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦମାନଙ୍କର ଗୋଟିଏ ତାଲିକା କରିବା ।
Answer:
ମୂଳ ଶବ୍ଦ + ‘ଇକ’ ପ୍ରତ୍ୟୟ ଯୋଗ= ଗଠିତ ଶବ୍ଦ
ଅର୍ଥନୀତି + ଇକ = ଆର୍ଥନାତିକ
ସମାଜ + ଇକ = ସାମାଜିକ
ଅଧ୍ୟାତ୍ମ + ଇକ = ବ୍ୟକ୍ତି କୈନ୍ଦ୍ରିକ
ବ୍ୟକ୍ତି + କେନ୍ଦ୍ର + ଇକ = ଭୌତିକ
ମୂଳ + ଇକ = ମୌଳିକ
ଭୂତ + ଇକ ଅଧୁନା + ଇକ = ଆଧୁନିକ

Question ୧୦ ।
ଯେ ବିଷୟରେ ଆସକ୍ତ, ତାହାକୁ ଗୋଟିଏ ଶବ୍ଦରେ କୁହାଯାଏ ‘ବିଷୟାସକ୍ତ’ । ସେହିପରି କ’ଣ ହେବ ଆସଲେଖୁ ।
(କ) ଯେ ନିଦ୍ରାରେ ଆସକ୍ତ
(ଗ) ଯେ ମୋହରେ ଆସକ୍ତ
(ଖ) ଯେ ଲୋଭରେ ଆସକ୍ତ
Answer:
(କ) ନିଦ୍ରାସକ୍ତ,
(ଖ) ଲୋଭାସକ୍ତ,
(ଗ) ମୋହାସକ୍ତ

Question ୧୧ ।
ଆସ, ପାଠ ଆଧାରରେ ଶୂନ୍ୟସ୍ଥାନ ପୂରଣ କରିବା ।
(କ) ମନର ବ୍ୟାପକତା ଯା’ର ଯେତେ ଅଧିକ,
(ଖ) ପ୍ରବିଧ‌ି ବିଜ୍ଞାନ ଭୌତିକ ବସ୍ତୁର ବିକାଶରେ ସାହାଯ୍ୟ କରେ, ଆଧ୍ୟାତ୍ମିକତା
(ଗ) ସେମାନେ ଯେତିକି ଅଧ୍ଵ ଜ୍ଞାନ ଆହରଣ କରିବେ
Answer:
(କ) ମନର ବ୍ୟାପକତା ଯା’ର ଯେତେ ଅଧିକ, ତା’ର ସାମାଜିକତା ସେତେ ଅଧିକ ।
(ଖ) ପ୍ରବିଧ‌ି ବିଜ୍ଞାନ ଭୌତିକ ବସ୍ତୁର ବିକାଶରେ ସାହାଯ୍ୟ କରେ, ଆଧ୍ୟାତ୍ମିକତା ଆତ୍ମାର ବ୍ୟାପକତାରେ ସାହାଯ୍ୟ କରେ ।
(ଗ) ସେମାନେ ଯେତିକି ଅଧ୍ଵ ଜ୍ଞାନ ଆହରଣ କରିବେ ସେତିକି ଅଧ୍ବକ ସମାଲୋଚନା କରିବେ ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୧୨ ।
ତଳେ ଦିଆଯାଇଥିବା ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି କୋଠରି ମଧ୍ୟରେ ଲେଖୁବା । ଠିକ୍ ଉତ୍ତରଟି ବାଛ ।
(କ) ପୁସ୍ତକା + ଗାର
(ଖ) ପୁସ୍ତକ + ଗାର
(ଗ) ପୁସ୍ତକ + ଆଗାର
(ଘ) ପୁସ୍ତକା + ଆଗାର
Answer:
(ଗ) ପୁସ୍ତକ + ଆଗାର = ପୁସ୍ତ୍ରକାଗାର

Question ୧୩ ।
ଭୁଲ ଥ‌ିବା ଶବ୍ଦଗୁଡ଼ିକୁ ଠିକ୍ କରି ତା’ ପାଖରେ ଲେଖୁ ।
Answer:

ଭୁଲ ଶବ୍ଦ ଠିକ୍ ଶବ୍ଦ
ଭୁମିକା ଭୁମିକା
ଅସହି କ୍ଷୁତା ଅସହିଷ୍ଣୁତା
ଧ୍ୱସଂ ଧ୍ୱସଂ
ସାହାସ ସାହାସ
ଗୋଷ୍ଠି ଗୋଷ୍ଠା
ସାହାର୍ଯ୍ୟ ସାହାଯ୍ୟ
ଶତାବ୍ଦା ଶତାବ୍ଦୀ

ତୁମ ପାଇଁ କାମ:

(କ) ସମାଜର ଉପକାର ପାଇଁ କାର୍ଯ୍ୟ କରିଥିବା ଦୁଇଜଣ ବିଷୟରେ ଦୁଇଟି ଅନୁଚ୍ଛେଦ ଲେଖ ।
(ଖ) ପ୍ରବିଧ୍ଵଜ୍ଞାନ (Technology)ର ଉନ୍ନତି ଯୋଗୁଁ ଏବେ ଲୋକମାନେ ପାଉଥିବା ଉପକାର ବର୍ଣ୍ଣନା କରି ସାନଭାଇ
(ଗ) ତୁମ ଘର ଚାରିପାଖ ଲୋକଙ୍କ ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ଅନୁଧ୍ୟାନ କରି ଶିକ୍ଷଣୀୟ କଥାଗୁଡ଼ିକୁ ଲେଖୁ ସାଙ୍ଗମାନଙ୍କ ସହ ଶ୍ରେଣୀରେ ଆଲୋଚନା କର ।

ପରାକ୍ଷା ଉପଯୋଗା ଅତିରିକ୍ତ ପ୍ରଶ୍ନୋତ୍ତର :

Question ୧ ।
‘ପ୍ରଗତି ଓ ମାନବ ଧର୍ମ’ କେଉଁ ପୁସ୍ତକର ଅଂଶବିଶେଷ ? ଏହାର ଲେଖକ କିଏ ?
Answer:
‘ପ୍ରଗତି ଓ ମାନବ ଧର୍ମ’ ପ୍ରବନ୍ଧିଟି ସମାଜତାତ୍ତ୍ତିକ ପ୍ରବନ୍ଧ ପୁସ୍ତ୍ରକ ‘ସାମାଜିକ ମୂଲ୍ୟବୋଧ’ର ଅଂଶବିଶେଷ। ଏହି ପ୍ରବନ୍ଧଟିର ରଚୟିତା ହେଉଛନ୍ତି ଡକ୍ଟର ବୈଦ୍ୟନାଥ ମିଶ୍ର ।

Question ୨ ।
ଆଲବର୍ଟ୍ ସ୍ଵାଇଜରଙ୍କ ମତରେ ଦ୍ଵିତୀୟ ପ୍ରଗତିଟି କ’ଣ ? ଏହାର ଆବଶ୍ୟକତା କ’ଣ ?
Answer:
ଆଲବଟ୍ ସ୍ଵାଇଜରଙ୍କ ମତରେ ଦ୍ଵିତାୟ ପ୍ରଗଉଛି ସାମାଜିକାରଶର ପ୍ରଗତି ବା ମାନବ ସମାଜର ସାମାଜିକତା । ସାମାଜିକତାର ପ୍ରସାର ମନୁଷ୍ୟ ହୃଦୟକୁ ବ୍ୟାପକ କରିଥାଏ । ଏହାଦ୍ଵାରା ସମାଜର ବ୍ୟାପକତା ବଢ଼େ ଓ ମଣିଷ ନିଜ ପାଇଁ ନବଞ୍ଚ୍ ସମାଜ ପାଇଁ ବଞ୍ଚେ । ନିଜ କଥା ନଭାବି ପରିବାର ଓ ପଡ଼ୋଶୀଙ୍କ ଉପକାର କଥା ଭାବେ । ଏ ପ୍ରକାର ପ୍ରଗତି ନିମନ୍ତେ ହୃଦୟର ପ୍ରସାରତା ଓ ବ୍ୟାପକତା ନିତାନ୍ତ ଆବଶ୍ୟକ ।

Question ୩ ।
ଆଲବଟ୍ ସ୍ଵାଇଜରଙ୍କ ମତରେ ପ୍ରଥମ ପ୍ରଗତିଟି କ’ଣ ଓ ଏହାର ଆବଶ୍ୟକତା କ’ଣ ?
Answer:
ଆଲବଟ୍ ସ୍ଵାଇଜରଙ୍କ ମତରେ ପ୍ରଥମ ପ୍ରଗତିଟି ହେଲା ଜ୍ଞାନ ଓ ପ୍ରବିଧ୍ ଜ୍ଞାନର ପ୍ରସାର । ଜ୍ଞାନଦ୍ୱାରା ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂରେଇ ଯାଇଥାଏ ଏବଂ ପ୍ରବିଧ୍ ବିଜ୍ଞାନ ଉପଯୋଗରେ ଉତ୍ପାଦନ ଢାଞ୍ଚାରେ ପରିବର୍ତ୍ତନ ଆସିଥାଏ । ତେଣୁ ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ସମନ୍ବୟରେ ଦେଶର ଆର୍ଥନୀତିକ ପ୍ରଗତି ଯେ ସମ୍ଭବପର ଏହା ନିଃସନ୍ଦେହରେ କୁହାଯାଇପାରେ ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୪।
ବର୍ତ୍ତମାନ ଆମେ ପ୍ରଗତି ଆଡ଼କୁ ନଯାଇ ବିପରୀତଗାମୀ ହେବାର କାରଣ କ’ଣ ?
Answer:
ଆଲବଟ୍ ସ୍ଵାଇଜରଙ୍କ ପ୍ରଦତ୍ତ ତିନି ପ୍ରକାର ପ୍ରଗତି ହିଁ ମାନବ ସମାଜର ସର୍ବାଙ୍ଗୀନ ଉନ୍ନତି ସାଧନକରି ତାହାକୁ ପ୍ରଗତିଶୀଳ କରାଇଥାଏ । ସଂପ୍ରତି ଏହି ତିନୋଟି ବିଭାଗରେ ସଂକଟ ଦେଖାଦେଇଛି । ଫଳରେ ଆମେ ପ୍ରଗତି ଆଡ଼କୁ ନଯାଇ ପ୍ରଗତିର ବିପରୀତ ଦିଗରେ ଯାଉଛୁ । ୫୦-୬୦ ବର୍ଷ ତଳୁ ପ୍ରବିଧ୍ ବିଜ୍ଞାନର ଉନ୍ନତି ଘଟିବା ଯୋଗୁଁ ଉତ୍ପାଦନ ବଢ଼ିଛି, ମାତ୍ର ସଭ୍ୟତାର ମାନଦଣ୍ଡ ବିସ୍ତାର କରୁଥିବା ଜ୍ଞାନ କ୍ଷେତ୍ରରେ ସଂକୀର୍ଣ୍ଣତା ଦେଖାଦେଇଛି । ତେଣୁ ଆମେ ପ୍ରଗତିର ବିପରୀତ ଦିଗରେ ଗତିକରୁଛୁ ।

Question ୫।
ଚୀନ୍ ଦେଶରେ କନ୍‌ଫୁସିଅସ୍‌ଙ୍କ ଗ୍ରନ୍ଥସବୁକୁ ନଷ୍ଟକରି ଦିଆଗଲା କାହିଁକି ?
Answer:
ପ୍ରଜାମାନେ ବିଦ୍ୟାର୍ଜନ କଲେ ରାଜ ଶାସନକୁ ସମାଲୋଚନା କରିବେ ଏଭଳି ବିଭ୍ରାନ୍ତିକର ଚିନ୍ତାଧାରାକୁ ନେଇ ଚୀନ୍‌ର ତାଓ ସରକାର ଦାର୍ଶନିକ କଫୁସିଅସ୍‌ ଗ୍ରନ୍ଥସବୁକୁ ଧ୍ୱଂସ କରିଦେଇଥିଲେ । କନ୍‌ଫୁସିଅସ୍‌ଙ୍କ ମତବାଦ ଓ ଗ୍ରନ୍ଥସବୁ ପଢ଼ିବା ଅପରାଧ ବୋଲି ବିବେଚନା କରାଯାଇଥିଲା । ପ୍ରଜାମାନଙ୍କୁ ଜ୍ଞାନାଲୋକରୁ ଦୂରେଇ ରଖୁବା ନିମନ୍ତେ ଏଭଳି ପଦକ୍ଷେପ ତାଓ ସରକାର ଗ୍ରହଣ କରିଥିଲେ ।

ଲେଖକ ପରିଚୟ :

ଓଡ଼ିଆ ପ୍ରବନ୍ଧ ସାହିତ୍ୟର କ୍ରମବିକାଶରେ ଡକ୍ଟର ବୈଦ୍ୟନାଥ ମିଶ୍ର ଜଣେ ମୂଲ୍ୟବୋଧବାଦୀ ଓ ଚିନ୍ତାଶୀଳ ପ୍ରାବନ୍ଧିକ । ୧୯୨୦ ମସିହାରେ ସେ ପୁରୀ ଜିଲ୍ଲାର ଦିବ୍ୟସିଂହପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ଶିକ୍ଷାବିତ୍, ଅର୍ଥନୀତିଜ୍ଞ, ସାମଜତତ୍ତ୍ବବିତ୍ ଓ ରାଜନୀତିକ ବୁଦ୍ଧିଜୀବୀ ଭାବରେ ସେ ସୁପରିଚିତ । ସେ ଅର୍ଥନୀତି ବିଭାଗର ପ୍ରଫେସର ଥିଲେ । ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟର କୁଳପତି ଓ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଛନ୍ତି । ସ୍ଵାଧୀନତା ପରେ ସାମାଜିକ ମୂଲ୍ୟବୋଧ, ଆର୍ଥନୀତିକ ବ୍ୟବସ୍ଥା ଓ ଶାସନଗତ ସଂସ୍କାରକୁ ନେଇ ସେ ପ୍ରବନ୍ଧ ରଚନା କରିଛନ୍ତି ।

ସଚେତନତା ସୃଷ୍ଟି ହିଁ ତାଙ୍କ ପ୍ରବନ୍ଧ ରଚନାର ଆଭିମୁଖ୍ୟ । ତାଙ୍କ ରଚିତ ସମସ୍ୟାମୂଳକ ଓ ଚିନ୍ତାନିଷ୍ଠ ପ୍ରବନ୍ଧ ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ଶାସନ ଓ ସଂସ୍କାର’, ‘ସମାଜ ଓ ସଭ୍ୟତା’, ‘ଗଣତନ୍ତ୍ର ଓ ସମାଜବାଦ’, ‘ସାମାଜିକ ମୂଲ୍ୟବୋଧ’, ‘ସ୍ଵ ତିତୀର୍ଥ’, ‘ଆଧୁନିକ ସଭ୍ୟତାର ଯନ୍ତ୍ରଣା’, ‘ଆର୍ଥନୀତିଜ ଯୋଜନା’, ‘ଭାରତର ଆର୍ଥନୀତିକ ସମସ୍ୟା’, ‘ପୁଞ୍ଜିବାଦ’ ଏବଂ ‘ସମାଜବାଦ ଓ ଗାନ୍ଧିବାଦ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ତାଙ୍କ ପ୍ରବନ୍ଧରେ ତଥ୍ୟ, ସୂଚନା,ଯୁକ୍ତି, ବିଶ୍ଳେଷଣ ସହିତ ଶାଶ୍ୱତ ସାମାଜିକ ଓ ମାନବିକ ମୂଲ୍ୟବୋଧର ପ୍ରତିଫଳନ ଘଟିଥୁବାର ଲକ୍ଷ୍ୟ କରାଯାଏ । ସରଳ ଓ ସୁଖବୋଧ ଶବ୍ଦବିନ୍ୟାସ, ସଂକ୍ଷିପ୍ତ ବର୍ଣ୍ଣନା ଏବଂ କ୍ଷୁଦ୍ର ବାକ୍ୟ ତାଙ୍କ ପ୍ରବନ୍ଧ ରଚନାର ବୈଶିଷ୍ଟ୍ୟ ।

ପ୍ରବନ୍ଧର ପୃଷ୍ଠଭୂମି :

ଆଲୋଚ୍ୟ ପ୍ରବନ୍ଧଟି ପ୍ରାବନ୍ଧିକ ଡକ୍ଟର ମିଶ୍ରଙ୍କ ରଚିତ ସମାଜତାତ୍ତ୍ଵିକ ପ୍ରବନ୍ଧ ପୁସ୍ତକ ‘ସାମାଜିକ ମୂଲ୍ୟବୋଧ ’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ଲେଖକ ସାମାଜିକ ଓ ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ବାରୋପ କରିଛନ୍ତି । ମଣିଷ ମନର ବ୍ୟାପକତା, ସମ୍ପ୍ରସାରିତ ମାନସିକତା, ନିର୍ମଳ ଆଧ୍ୟାତ୍ମିକତା ଓ ଈଶ୍ବର ବିଶ୍ବାସ ଭିତ୍ତିରେ ସାମାଜିକ ପ୍ରଗତି ଓ ମାନବିକତାର ପ୍ରସାର ସାଧନ ହୋଇପାରିବ ବୋଲି ପ୍ରାବନ୍ଧିକ ଆଶାପୋଷଣ କରିଛନ୍ତି । ମୋଟ ଉପରେ ଆଲୋଚ୍ୟ ପ୍ରବନ୍ଧଟିରେ ଧର୍ମର ସଂକୀର୍ଣ୍ଣତା ଓ ମାନବିକ ପ୍ରଗତି ସମ୍ପର୍କରେ ବିଶ୍ଳେଷଣ କରାଯାଇଛି ।

ପ୍ରବନ୍ଧର ସାରକଥା :

ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ’ ବୁଦ୍ଧିଜୀବୀ ଆଲବଟ୍ ସ୍ଵାଇଜରଙ୍କ ମତରେ ତିନିପ୍ରକାର ପ୍ରଗତିକୁ ନେଇ ସମାଜର ହିତସାଧନ ହୋଇଥାଏ । ପ୍ରଥମ ପ୍ରକାରଟି ହେଉଛି ଜ୍ଞାନ ଓ ପ୍ରବିଧ‌ି ବିଜ୍ଞାନର ପ୍ରସାର । ଜ୍ଞାନଦ୍ୱାରା ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂରେଇ ଯାଇଥାଏ ଏବଂ ପ୍ରବିଧି ବିଜ୍ଞାନଦ୍ୱାରା ଉତ୍ପାଦନ ପ୍ରଣାଳୀରେ ଉନ୍ନତି ଘଟିଥାଏ । ଉଭୟ ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ସମନ୍ଵୟ ଘଟିଲେ ମନୁଷ୍ୟ ସମାଜର ଆର୍ଥନୀତିକ ପ୍ରଗତି ସମ୍ଭବ ହୋଇଥାଏ ।

ଦ୍ୱିତାୟ ପ୍ରକାରର ପ୍ରଗତି ହେଉଛି – ସାମାଜିକାରଶର ପ୍ରଗତି ବା ମାନବ ସମାଜର ସାମାଜିକତା । ସମାଜର ସମୂହତ୍ଵ ବା ସାମାଜିକତାର ପ୍ରସାର ଘଟିବାଦ୍ଵାରା ମନୁଷ୍ୟ ହୃଦୟର ବ୍ୟାପକତା ବଢ଼ିଯାଏ । ମଣିଷର ହୃଦୟ ବ୍ୟାପକ ବା ପ୍ରସାରିତ ହେଲେ ସମାଜର ବ୍ୟାପକତା ବଢ଼ିଥାଏ । ଏହା ପ୍ରମାଣ କରେ ଯେ ପ୍ରଗତିଶୀଳ ସମାଜରେ ମଣିଷ ନିଜ ପାଇଁ

ନୁହେଁ, ସମାଜ ପାଇଁ ବଞ୍ଚେ । ନିଜ କଥା ନଭାବି ନିଜଠାରୁ ଉପରକୁ ଉଠି ମଣିଷ ପରିବାର ଓ ପଡ଼ୋଶୀଙ୍କ ଉନ୍ନତି ପ୍ରତି ଦୃଷ୍ଟିଦେଲେ ସାମାଜିକ ପ୍ରଗତି ସମ୍ଭବ ହୁଏ । ମନୁଷ୍ୟ ହୃଦୟର ବ୍ୟାପକତା ବା ପ୍ରସାରତାଦ୍ୱାରା ସାମାଜିକତାର ଉନ୍ନତି ଘଟେ । ଜ୍ଞାନଭିତ୍ତିକ ପ୍ରଗତିଠାରୁ ସାମାଜିକତାର ପ୍ରଗତି ଭିନ୍ନ ଓ ଉନ୍ନତ ମାନର । ଏ ପ୍ରକାର ପ୍ରଗତି ପାଇଁ ମଣିଷ କେବଳ ଜ୍ଞାନ ବା ପ୍ରବିଧ୍ ବିଜ୍ଞାନ ଉପରେ ନିର୍ଭର କରେ ନାହିଁ, ଏଥ‌ିପାଇଁ ହୃଦୟର ପ୍ରସାରତା ବା ବ୍ୟାପକତା ଦରକାର ।

ତୃତୀୟ ପ୍ରକାର ପ୍ରଗତିଟି ହେଉଛି – ଆଧ୍ୟାତ୍ମିକତାର ପ୍ରଗତି । ଆତ୍ମାର ବ୍ୟାପକତା ଓ ପ୍ରାଣର ବିକାଶ ଘଟିଲେ ଆଧ୍ୟାତ୍ମିକତାର ପ୍ରଗତି ସମ୍ଭବ ହୁଏ । ପ୍ରାବନ୍ଧିକଙ୍କ ମତରେ ଆଧ୍ୟାତ୍ମିକତା ଅର୍ଥ ଧର୍ମ ନୁହେଁ । ଏ ଆଧ୍ୟାତ୍ମିକତା ବିଜ୍ଞାନ ସମନ୍ବିତ ଆଧ୍ୟାତ୍ମିକତା। ଏହାଦ୍ୱାରା ସମାଜର ପରିବର୍ତ୍ତନ ହୋଇଥାଏ । ମନୀଷୀମାନେ ଏଥ‌ିପାଇଁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ବୟ ଚାହାନ୍ତି ।

ପ୍ରଗତିର ନାନା ବିଭାଗ ମଧ୍ୟରୁ ଉପରୋକ୍ତ ତିନୋଟି ପ୍ରକାର ପ୍ରଧାନ । ଏବେ ଏହି ତିନୋଟି ବିଭାଗରେ ସଂକଟ ଦେଖାଦେଇଛି । ଫଳରେ ଆମେ ପ୍ରଗତି ଆଡ଼କୁ ନଯାଇ ପ୍ରଗତିର ବିପରୀତ ଦିଗରେ ଯାଉଛୁ । ବିଗତ ୫୦ ରୁ ୬୦ ବର୍ଷ ଭିତରେ ପ୍ରବିଧ୍ ବିଜ୍ଞାନର ବିକାଶ ଘଟିଛି । ଏହାଦ୍ୱାରା ଉତ୍ପାଦନ ବଢ଼ିଛି । ଅର୍ଥନୀତିର ବୃଦ୍ଧି ହୋଇଛି । ମାତ୍ର ସଭ୍ୟତାର ମାନଦଣ୍ଡ ବିସ୍ତାର କରୁଥିବା ଜ୍ଞାନ କ୍ଷେତ୍ରରେ ସଂକୀର୍ୟତା ଦେଖାଦେଇଛି । ଫଳତଃ ସଭ୍ୟତାର ମାନଦଣ୍ଡ ବୃଦ୍ଧି ପାଇନାହିଁ ।

ଏହି ମର୍ମରେ ଚୀନ୍ ଦେଶର ଗୋଟିଏ କଥା ସ୍ମରଣଯୋଗ୍ୟ । ଏକଦା ପ୍ରଜାମାନେ ବିଦ୍ୟା ଅର୍ଜନ କଲେ ରାଜଶାସନକୁ ଅଧିକ ସମାଲୋଚନା କରିବେ ଏପ୍ରକାର ଏକ ପରାମର୍ଶ ଚାଇନା ସମ୍ରାଟ ସିଂହାତିଙ୍କୁ ମନ୍ତ୍ରୀମାନେ ପ୍ରଦାନ କଲେ । ପରିଣାମତଃ ସମ୍ରାଟ ସିଂହାତି ସୈନ୍ୟ ପଠାଇ ପାଠାଗାର (ଲାଇବ୍ରେରୀ) ସବୁ ଧ୍ୱଂସ କରିଦେଲେ । ପ୍ରତିରୋଧ କରୁଥିବା

ବ୍ୟକ୍ତିଙ୍କୁ ମାରିଦିଆଗଲା । କଥ୍ତ ଅଛି ଯେ ପ୍ରତିବାଦୀଙ୍କ ମାଂସ ହାଡ଼ରେ ବିରାଟ ଚାଇନା ପାଚେରୀ ଗଢ଼ାଗଲା । ପୁଣିଥରେ ଇତିହାସର ପୁନରାବୃତ୍ତି ଘଟାଇ ଚାଇନାର ତାଓ ସରକାର ଦାର୍ଶନିକ କନଫୁସିଅସଙ୍କ ଗ୍ରନ୍ଥସବୁକୁ ଧ୍ବଂସକରି ଦେଇଥିଲେ । କନଫୁସିଅସ୍‌ଙ୍କ ମତବାଦ ଓ ଗ୍ରନ୍ଥକୁ ପଢ଼ିବା ବିରାଟ ଅପରାଧ ବୋଲି ଗଣାଗଲା । ଏହା ପ୍ରମାଣ କରେ ଯେ ପ୍ରକୃତ ଜ୍ଞାନ ହିଁ ସଭ୍ୟତାର ମାନଦଣ୍ଡ ଗଢ଼ିଥାଏ । ସମ୍ପ୍ରତି ସମାଜରେ ଆର୍ଥନୀତିକ ଭେଦ ରହିଛି । କେତେକ ଧନୀଗୋଷ୍ଠୀ ସୁବିଧାବାଦୀ ଭାବରେ ଦରିଦ୍ର ଗୋଷ୍ଠୀଙ୍କ ଅପେକ୍ଷା ଜ୍ଞାନଲାଭର ଅଧ‌ିକ ସୁଯୋଗ ଭୋଗ କରୁଛନ୍ତି । ଦରିଦ୍ର ପାଇଁ ଜ୍ଞାନଲାଭର ସୁଯୋଗ ସୀମିତ ।

ସଭ୍ୟତାର ଅଗ୍ରଗତି ହେଲେ ବି ସଭ୍ୟ ମଣିଷ ସ୍ବାର୍ଥପର ହୋଇଉଠିଛି । ପୁରାତନ ସମାନ ପରି ଏବେ ଗୋଷ୍ଠୀଜୀବନ ପ୍ରତି ଗୁରୁତ୍ବ ଦିଆଯାଉନାହିଁ । ପୁରାତନ ସମାଜରେ ବ୍ୟକ୍ତିଜୀବନ ଅପେକ୍ଷା ଗୋଷ୍ଠୀ ଜୀବନର ଅଧିକ ଗୁରୁତ୍ଵ ଥିଲା । ଆମ ସାମାଜିକ ଜୀବନ ବ୍ୟବସ୍ଥାରେ ଗୋଷ୍ଠୀ ଜୀବନର କେତେକ ସନ୍ତକ ହେଉଛି – ସଂଯୁକ୍ତ ପରିବାର, ଜାତିଆଣ ପ୍ରଥା ଓ ଗ୍ରାମ୍ୟ ଜୀବନ । ଏବେ ଏସବୁ ପ୍ରତି ଶ୍ରଦ୍ଧା ଓ ଭକ୍ତି ନାହିଁ । ଏ କାରଣରୁ ଏସବୁ ଭାଙ୍ଗିପଡ଼ିଛି ଓ ବିପଥଗାମୀ ହୋଇଛି । ପରିବାର ରହିଛି; ମାତ୍ର ସେଥ୍ରେ ପରସ୍ପର ପ୍ରତି ଶ୍ରଦ୍ଧା ବା ଭକ୍ତି ନାହିଁ । ଗ୍ରାମ ରହିଛି; ମାତ୍ର ଗ୍ରାମ୍ୟ ଜୀବନ ଦାରିଦ୍ର୍ୟ, ଅଶିକ୍ଷା, ପାରସ୍ପରିକ କଳହ ଭିତରେ କଳୁଷିତ ହୋଇଯାଇଛି ।

ପାଶ୍ଚାତ୍ୟ ସଭ୍ୟତା ଆମକୁ କବଳିତ କରିଛି । ପାଶ୍ଚାତ୍ୟ ସଭ୍ୟତା ବ୍ୟକ୍ତିବାଦୀ ସଭ୍ୟତା । ଏଠି ସମୂହ ପାଇଁ ନୁହେଁ ବ୍ୟକ୍ତିଗତ ଉନ୍ନତି ପାଇଁ ଉଦ୍ୟମ ହୁଏ । ଏ ସଭ୍ୟତା ଜଟିଳ ବ୍ୟବସ୍ଥାର ସଭ୍ୟତା । ୧୨/୧୩ ଘଣ୍ଟାରେ ଲଣ୍ଡନରେ ପହଞ୍ଚି ହେଉଥିଲେ ବି ଏଥ‌ିପାଇଁ ମାସ ମାସ ଧରି ଚେଷ୍ଟା ନକଲେ ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳୁନି । ମୋଟାମୋଟି ଭାବରେ ସାମ୍ପ୍ରତିକ ଶିକ୍ଷା, ସଭ୍ୟତା ଓ ସଂସ୍କୃତି ଆମର ସାମାଜିକ ମନୋଭାବକୁ ବଢ଼ାଉନାହିଁ । ଏହା ଆମକୁ ବ୍ୟକ୍ତି କିୟିକ ଓ ସ୍ଵାର୍ଥପର କରିଦେଉଛି। ସୁତରାଂ ସାମାଜିକ ଚ୍ଚା । ବନକୁ ସଂକୁଚିତ କରିଦେଇ ମଣିଷକୁ ବ୍ୟକ୍ତକୈଦ୍ରିକ କରିଦେବା ହିଁ ବିଂଶ ଶତାବ୍ଦାର ସଭ୍ୟତାର ବଡ଼ ଦୋଷା

ନୁହେଁ, ସମାଜ ପାଇଁ ବଞ୍ଚେ । ନିଜ କଥା ନଭାବି ନିଜଠାରୁ ଉପରକୁ ଉଠି ମଣିଷ ପରିବାର ଓ ପଡ଼ୋଶୀଙ୍କ ଉନ୍ନତି ପ୍ରତି ଦୃଷ୍ଟିଦେଲେ ସାମାଜିକ ପ୍ରଗତି ସମ୍ଭବ ହୁଏ । ମନୁଷ୍ୟ ହୃଦୟର ବ୍ୟାପକତା ବା ପ୍ରସାରତାଦ୍ୱାରା ସାମାଜିକତାର ଉନ୍ନତି ଘଟେ । ଜ୍ଞାନଭିତ୍ତିକ ପ୍ରଗତିଠାରୁ ସାମାଜିକତାର ପ୍ରଗତି ଭିନ୍ନ ଓ ଉନ୍ନତ ମାନର । ଏ ପ୍ରକାର ପ୍ରଗତି ପାଇଁ ମଣିଷ କେବଳ ଜ୍ଞାନ ବା ପ୍ରବିଧ୍ ବିଜ୍ଞାନ ଉପରେ ନିର୍ଭର କରେ ନାହିଁ, ଏଥ‌ିପାଇଁ ହୃଦୟର ପ୍ରସାରତା ବା ବ୍ୟାପକତା ଦରକାର ।

ତୃତୀୟ ପ୍ରକାର ପ୍ରଗତିଟି ହେଉଛି ଆଧ୍ୟାତ୍ମିକତାର ପ୍ରଗତି । ଆତ୍ମାର ବ୍ୟାପକତା ଓ ପ୍ରାଣର ବିକାଶ ଘଟିଲେ ଆଧ୍ୟାତ୍ମିକତାର ପ୍ରଗତି ସମ୍ଭବ ହୁଏ । ପ୍ରାବନ୍ଧିକଙ୍କ ମତରେ ଆଧ୍ୟାତ୍ମିକତା ଅର୍ଥ ଧର୍ମ ନୁହେଁ । ଏ ଆଧ୍ୟାତ୍ମିକତା ବିଜ୍ଞାନ ସମନ୍ବିତ ଆଧ୍ୟାତ୍ମିକତା । ଏହାଦ୍ୱାରା ସମାଜର ପରିବର୍ତ୍ତନ ହୋଇଥାଏ । ମନୀଷୀମାନେ ଏଥ‌ିପାଇଁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ବୟ ଚାହାନ୍ତ୍ରି ।

ପ୍ରଗତିର ନାନା ବିଭାଗ ମଧ୍ୟରୁ ଉପରୋକ୍ତ ତିନୋଟି ପ୍ରକାର ପ୍ରଧାନ । ଏବେ ଏହି ତିନୋଟି ବିଭାଗରେ ସଂକଟ ଦେଖାଦେଇଛି । ଫଳରେ ଆମେ ପ୍ରଗତି ଆଡ଼କୁ ନଯାଇ ପ୍ରଗତିର ବିପରୀତ ଦିଗରେ ଯାଉଛୁ । ବିଗତ ୫୦ ରୁ ୬୦ ବର୍ଷ ଭିତରେ ପ୍ରବିଧ‌ି ବିଜ୍ଞାନର ବିକାଶ ଘଟିଛି । ଏହାଦ୍ଵାରା ଉତ୍ପାଦନ ବଢ଼ିଛି । ଅର୍ଥନୀତିର ବୃଦ୍ଧି ହୋଇଛି । ମାତ୍ର ସଭ୍ୟତାର ମାନଦଣ୍ଡ ବିସ୍ତାର କରୁଥ‌ିବା ଜ୍ଞାନ କ୍ଷେତ୍ରରେ ସଂକୀର୍ଣ୍ଣତା ଦେଖାଦେଇଛି । ଫଳତଃ ସଭ୍ୟତାର ମାନଦଣ୍ଡ ବୃଦ୍ଧି ପାଇନାହିଁ ।

ଏହି ମର୍ମରେ ଚୀନ୍ ଦେଶର ଗୋଟିଏ କଥା ସ୍ମରଣଯୋଗ୍ୟ । ଏକଦା ପ୍ରଜାମାନେ ବିଦ୍ୟା ଅର୍ଜନ କଲେ ରାଜଶାସନକୁ ଅଧ୍ଵ ସମାଲୋଚନା କରିବେ – ଏପ୍ରକାର ଏକ ପରାମର୍ଶ ଚାଇନା ସମ୍ରାଟ ସିଂହାତିଙ୍କୁ ମନ୍ତ୍ରୀମାନେ ପ୍ରଦାନ କଲେ । ପରିଣାମତଃ ସମ୍ରାଟ ସିଂହାତି ସୈନ୍ୟ ପଠାଇ ପାଠାଗାର (ଲାଇବ୍ରେରୀ) ସବୁ ଧ୍ୱଂସ କରିଦେଲେ । ପ୍ରତିରୋଧ କରୁଥିବା ବ୍ୟକ୍ତିଙ୍କୁ ମାରିଦିଆଗଲା । କଥ୍ତ ଅଛି ଯେ ପ୍ରତିବାଦୀଙ୍କ ମାଂସ ହାଡ଼ରେ ବିରାଟ ଚାଇନା ପାଚେରୀ ଗଢ଼ାଗଲା । ପୁଣିଥରେ ଇତିହାସର ପୁନରାବୃତ୍ତି ଘଟାଇ ଚାଇନାର ତାଓ ସରକାର ଦାର୍ଶନିକ କନଫୁସିଅସଙ୍କ ଗ୍ରନ୍ଥସବୁକୁ ଧ୍ବଂସକରି ଦେଇଥିଲେ । କନଫୁସିଅସ୍‌ଙ୍କ ମତବାଦ ଓ ଗ୍ରନ୍ଥକୁ ପଢ଼ିବା ବିରାଟ ଅପରାଧ ବୋଲି ଗଣାଗଲା । ଏହା ପ୍ରମାଣ କରେ ଯେ ପ୍ରକୃତ ଜ୍ଞାନ ହିଁ ସଭ୍ୟତାର ମାନଦଣ୍ଡ ଗଢ଼ିଥାଏ ।

ସମ୍ପ୍ରତି ସମାଜରେ ଆର୍ଥନୀତିକ ଭେଦ ରହିଛି । କେତେକ ଧନୀଗୋଷ୍ଠୀ ସୁବିଧାବାଦୀ ଭାବରେ ଦରିଦ୍ର ଗୋଷ୍ଠୀଙ୍କ ଅପେକ୍ଷା ଜ୍ଞାନଲାଭର ଅଧ‌ିକ ସୁଯୋଗ ଭୋଗ କରୁଛନ୍ତି । ଦରିଦ୍ର ପାଇଁ ଜ୍ଞାନଲାଭର ସୁଯୋଗ ସୀମିତ । ସଭ୍ୟତାର ଅଗ୍ରଗତି ହେଲେ ବି ସଭ୍ୟ ମଣିଷ ସ୍ବାର୍ଥପର ହୋଇଉଠିଛି । ପୁରାତନ ସମାନ ପରି ଏବେ ଗୋଷ୍ଠୀଜୀବନ ପ୍ରତି ଗୁରୁତ୍ବ ଦିଆଯାଉନାହିଁ । ପୁରାତନ ସମାଜରେ ବ୍ୟକ୍ତିଜୀବନ ଅପେକ୍ଷା ଗୋଷ୍ଠୀ ଜୀବନର ଅଧିକ ଗୁରୁତ୍ଵ ଥିଲା । ଆମ ସାମାଜିକ ଜୀବନ ବ୍ୟବସ୍ଥାରେ ଗୋଷ୍ଠୀ ଜୀବନର କେତେକ ସନ୍ତକ ହେଉଛି ସଂଯୁକ୍ତ ପରିବାର, ଜାତିଆଣ ପ୍ରଥା ଓ ଗ୍ରାମ୍ୟ ଜୀବନ । ଏବେ ଏସବୁ ପ୍ରତି ଶ୍ରଦ୍ଧା ଓ ଭକ୍ତି ନାହିଁ । ଏ କାରଣରୁ ଏସବୁ ଭାଙ୍ଗିପଡ଼ିଛି ଓ ବିପଥଗାମୀ ହୋଇଛି । ପରିବାର ରହିଛି; ମାତ୍ର ସେଥ୍ରେ ପରସ୍ପର ପ୍ରତି ଶ୍ରଦ୍ଧା ବା ଭକ୍ତି ନାହିଁ । ଗ୍ରାମ ରହିଛି; ମାତ୍ର ଗ୍ରାମ୍ୟ ଜୀବନ ଦାରିଦ୍ର୍ୟ, ଅଶିକ୍ଷା, ପାରସ୍ପରିକ କଳହ ଭିତରେ କଳୁଷିତ ହୋଇଯାଇଛି ।

ପାଶ୍ଚାତ୍ୟ ସଭ୍ୟତା ଆମକୁ କବଳିତ କରିଛି । ପାଶ୍ଚାତ୍ୟ ସଭ୍ୟତା ବ୍ୟକ୍ତିବାଦୀ ସଭ୍ୟତା । ଏଠି ସମୂହ ପାଇଁ ନୁହେଁ ବ୍ୟକ୍ତିଗତ ଉନ୍ନତି ପାଇଁ ଉଦ୍ୟମ ହୁଏ । ଏ ସଭ୍ୟତା ଜଟିଳ ବ୍ୟବସ୍ଥାର ସଭ୍ୟତା । ୧୨|୧୩ ଘଣ୍ଟାରେ ଲଣ୍ଡନରେ ପହଞ୍ଚି ହେଉଥିଲେ ବି ଏଥ‌ିପାଇଁ ମାସ ମାସ ଧରି ଚେଷ୍ଟା ନକଲେ ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳୁନି । ମୋଟାମୋଟି ଭାବରେ ସାମ୍ପ୍ରତିକ ଶିକ୍ଷା, ସଭ୍ୟତା ଓ ସଂସ୍କୃତି ଆମର ସାମାଜିକ ମନୋଭାବକୁ ବଢ଼ାଉନାହିଁ । ଏହା ଆମକୁ ବ୍ୟକ୍ତିକୈନ୍ଦ୍ରିକ ଓ ସ୍ବାର୍ଥପର କରିଦେଉଛି । ସୁତରାଂ ସାମାଜିକ ଜୀବନକୁ ସଂକୁଚିତ କରିଦେଇ ମଣିଷକୁ ବ୍ୟକ୍ତକୈନ୍ଦ୍ରିକ କରିଦେବା ହିଁ ବିଂଶ ଶତାବ୍ଦୀର ସଭ୍ୟତାର ବଡ଼ ଦୋଷ ।

ପ୍ରକୃତପକ୍ଷରେ ଆଧୁନିକ ସଭ୍ୟ ମଣିଷର ଆଧ୍ୟାତ୍ମିକତା ବିଷୟରେ ଧାରଣା ସ୍ପଷ୍ଟ ନୁହେଁ । ଆମେ ବ୍ୟକ୍ତିଗତଭାବେ ଧର୍ମକୁ ମାନୁଛୁ ; ମାତ୍ର ଆଧ୍ୟାତ୍ମିକତାକୁ କ’ଣ ଜାଣୁନାହୁଁ । ଆଧ୍ୟାତ୍ମିକତା ଅର୍ଥ ବିଷୟାସକ୍ତ ନହୋଇ ଆତ୍ମା ପ୍ରତି ଧ୍ୟାନଦେବା । ଭଗବାନଙ୍କ ଅସ୍ଥିତ୍ଵକୁ ସ୍ଵୀକାର କରିବାଦ୍ୱାରା ମନୁଷ୍ୟ ବେପରୁଆ ହୁଏ ନାହିଁ । ବରଂ ସେ ନିଜ ଆତ୍ମାର ସୀମା ନିର୍ଣ୍ଣୟ କରିପାରିଥାଏ । ଭଗବାନଙ୍କ ବିଶ୍ଵାସ ତାଙ୍କୁ ଦୁଃଖ ଓ ଦୁର୍ବିପାକରେ ସାହସ ଓ ସାର୍ଚ୍ଚନା ଦିଏ । ମାତ୍ର ଏବେ ସଭ୍ୟ ଦେଶରେ ଧର୍ମ ଓ ଭଗବାନଙ୍କୁ ନେଇ ବିଭେଦ ଓ ବିସମ୍ବାଦ ବଢ଼ିଛି । ଏବେ ଧର୍ମ ଭୌତିକ ବସ୍ତୁ ଓ ଜଡ଼ବାଦକୁ ପ୍ରାଧାନ୍ୟ ଦେଇଛି । ତେଣୁ ମନୁଷ୍ୟ ସ୍ୱାର୍ଥପର ହୋଇପଡ଼ିଛି । ଆଧାମ୍ବିକତା କେବଳ ଜଡ଼ବାଦୀ ବିଷୟ ମୋହରୁ ମନୁଷ୍ୟକୁ ମୁକ୍ତ କରିପାରିବ । ବିଷୟାସକ୍ତି ନିୟନ୍ତ୍ରଣ ହେବାଦ୍ୱାରା ମନୁଷ୍ୟର ମନ ବ୍ୟାପକ ହୋଇଥାଏ । ମାତ୍ର ଆଧୁନିକ ସଭ୍ୟତାରେ ମନୁଷ୍ୟ ଜଡ଼ବାଦୀ ହୋଇପତ୍ନୁଥ୍ ବାରୁ ତା’ର ମନ ବ୍ୟାପକ ନହେ।ଇ ସକାର୍ଣ୍ଣ ହେଇପଡୁଛିା

ସମ୍ପ୍ରତି ପ୍ରଗତି ନାଁରେ ଅନେକ ଉଦ୍ୟମ ହେଉଛି । ପରୋକ୍ଷରେ ପ୍ରଗତିର ଉଦ୍ୟମ ଭୌତିକ ଉନ୍ନତିକୁ ହିଁ ପ୍ରୋତ୍ସାହନ କରୁଛି । ଏହାଦ୍ୱାରା ସମସ୍ତେ ସମାନ ସୁଯୋଗ ସୁବିଧା ନ ପାଇବାରୁ ସାମାଜିକ ସହୃଦୟତା ବଢ଼ିପାରୁ ନାହିଁ । ସାମାଜିକ ସଂଘର୍ଷ ଦେଖାଦେଉଛି । ସାମାଜିକ ଅସମାନତା ଓ ସଂଘର୍ଷକୁ ଦୂର କରିବାପାଇଁ ଆମକୁ ମାନବଧର୍ମ ଉପରେ ପ୍ରାଧାନ୍ୟ ଦେବାକୁ ପଡ଼ିବ । ଏହା ଫଳରେ ସଭ୍ୟତାର ମାନଦଣ୍ଡ ବଦଳିପାରିବ । ସୁତରାଂ ବର୍ତ୍ତମାନ ସମୟରେ ଚିନ୍ତାଶୀଳ ବ୍ୟକ୍ତିମାନେ ମାନବ ଧର୍ମର ପ୍ରଗତି ଉପରେ ହିଁ ଗୁରୁତ୍ବ ଦେବାପାଇଁ ଦୃଢ଼ମନା ହେବା ଉଚିତ ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

ସୂଚନା ଓ କଠିନ ଶବ୍ଦାର୍ଥ :

  • ଆଲଗଟ୍ ସ୍ଵାଇଜର (Albert Schweitzer) – ୧୮୭୫ ମସିହାରେ ଦକ୍ଷିଣ-ପୂର୍ବ ଫ୍ରାନ୍ସ ଓ ଦକ୍ଷିଣ-ପଶ୍ଚିମ ଜର୍ମାନୀ ସୀମାରେ ଥ‌ିବା ଏକ ଛୋଟ ସହରରେ ଜନ୍ମ ହୋଇଥିବା ଜଣେ ସମାଜସେବୀ ଲେଖକ ଓ ଚିନ୍ତାନାୟକ । ସେ ପଶ୍ଚିମ ଆଫ୍ରିକାର ଲାୟେରିନ୍‌ ଚିକିତ୍ସା କେନ୍ଦ୍ରର ପ୍ରତିଷ୍ଠାତା। ସେ ଶାନ୍ତି ଓ ବନ୍ଧୁତା ପାଇଁ ନୋବେଲ୍‌ ପୁରସ୍କାର ପାଇଛନ୍ତି । ଡାକ୍ତର ହିସାବରେ ସକଳ କାର୍ଯ୍ୟବ୍ୟସ୍ତତା ସତ୍ତ୍ଵେ ଦର୍ଶନ ଓ ଇତିହାସ ବିଷୟରେ ସେ ପ୍ରାୟ ୧୫ ଗୋଟି ଗ୍ରନ୍ଥର ରଚୟିତା ।
  • ବୁଦ୍ଧିଜୀବୀ – ବୁଦ୍ଧି ବଳରେ ସାମାଜିକ ସ୍ତରରେ ସୁନାମ ଅର୍ଜନ କରିଥିବା ବିଦ୍ବାନ୍ ଓ ବରିଷ୍ଠ ମଣିଷ ।
  • ପ୍ରବିଧ‌ି ବିଜ୍ଞାନ – ବୈଷୟିକ ଓ କାରିଗରୀ ଜ୍ଞାନର ବିଦ୍ୟା
  • ପ୍ରସାର – ବିସ୍ତାର / ଓସାର / ବୃଦ୍ଧି
  • ସମନ୍ୱୟ – ମିଳନ / ଯୋଗ / ଐକ୍ୟା
  • ବ୍ୟାପକତା – ବହୁ ପ୍ରସାରିତ / ବିସ୍ତାର ଅବସ୍ଥା / ବ୍ୟାପ୍ତ ଅବସ୍ଥା ।
  • ସାମାଜିକତା – ସମାଜର ସମୂହ ସ୍ରୋତରେ ମିଶି ହୃଦୟତାର ସହିତ ବେଭାର କରିବାର ବିଧ୍ ଓ ପ୍ରଥ ।
  • ଆଧାତ୍ମିକତା – ଆତ୍ମା ଓ ପରମାତ୍ମାଙ୍କୁ ନେଇ ଶୁଦ୍ଧଚିତ୍ତର ଭାବନା ।
  • ପ୍ରତିଗମନ – ପ୍ରତ୍ୟାବର୍ତ୍ତନ / ପଛୁଆ ଗତି / ବିପରୀତ ଗତି ।
  • ସଭ୍ୟତାର ମାନଦଣ୍ଡ – ସଭ୍ୟତାର ମାପକାଠି / ସଭ୍ୟତାର ତୁଳନାଯୋଗ୍ୟ ମୂଲ୍ୟବୋଧ / ସଭ୍ୟତା ମାପିବାର ଉପାୟମାନ ।
  • ନିର୍ମମ – ନିର୍ଭୟ / ନିଷ୍ଠୁର / ମମତାହୀନ ।
  • ପ୍ରତାୟମାନ – ଯାହା ଜଣାଯାଉଛି / ଚୁଝାପଡୁଛି।
  • କନଫୁସିଅସ୍ – ଚାନ୍ ଦେଶର ବିଖଖ୍ୟାତ ଦାର୍ଶନିକା
  • ମନାଷା – ବିଦ୍ଵାନ୍ / ମେଧାବା / ପଣ୍ଡିତ / ମହାଜ୍ଞାନା
  • କଲୁଷିତ – ଗୋଳିଆ / ମଳିନ / ଅପଚିତ୍ର
  • ଦୁର୍ବପାକ – ଦୁର୍ଯୋଗ / ଦୁର୍ଘଟଣା ।
  • ଜଡ଼ – ଆଚେତନ / ନିସ୍ପେଜ / ଜାବନ ନଥ୍ ବା ବସ୍ତ୍।
  • ଭୌତିକ – ଭୂତ ସମ୍ବନ୍ଧୀୟ (ପଞ୍ଚଭୂତ ଗଠିତ – ମାଟି, ପାଣି, ତେଜ, ପବନ, ବ୍ୟୋମଦ୍ୱାରା ଗଠିତ ବସ୍ତୁ ସମ୍ବିନ୍ଧି।ୟ
  • ଚିନ୍ତାଶାଳ – ଚିନ୍ତାଶୀଳ ଭାବନାପରାୟଣ / ଚିନ୍ତାଦ୍ୱାରା ଯେଉଁମାନେ ସମସ୍ୟା ସମାଧାନରେ ଦକ୍ଷ / ବିଚାରବନ୍ତ ଜ୍ଞାନୀ ।
  • ଆଭିମୁଖ୍ୟ – ଲକ୍ଷ୍ୟ / ଉଦ୍ଦେଶ୍ୟ / ଅଭିପ୍ରାୟ
  • ଜଡ଼ବାଦ – ବସ୍ତୁ ବା ଜୀବନ ନଥ‌ିବା ଜଡ଼ପ୍ରକୃତି ହିଁ ଏକମାତ୍ର ସତ୍ୟ ବୋଲି ଘୋଷଣା କରୁଥିବା ସିଦ୍ଧାନ୍ତ ବା ମତବାଦ ।
  • ମତାନ୍ଧିତା – ବିଭିନ୍ନ ଅନ୍ଧ ମତ ବା ଅନ୍ଧ ବିଶ୍ଵାସର ଯୁକ୍ତିକୁ ମାନୁଥୁବା ମାନସିକ ଅବସ୍ଥା / କୁସଂସ୍କାରଭିଭିକ ଅନ୍ଧମତର ବିଶ୍ଵାସ ।
  • ସାମାଜିକ ସହୃଦୟତ – ସାମାଜିକ ସଦ୍‌ଭାବନା ଓ ମୈତ୍ରୀ ।
  • ମନ ଦେବା – ଚିନ୍ତା କରିବା / ସଂକଳ୍ପ କରିବା / ଇଚ୍ଛା ଓ ଆଗ୍ରହର ସହିତ ବିଚାର କରିବା ।

କେତୋଟି ନୂତନ ଶବ୍ଦ ଓ ଏହାର ଅର୍ଥ :

  • ଜନୈକ – କୌଣସି ଜଣେ । କୌଣସି ଏକ ବ୍ୟକ୍ତି । ଯାହା ଜଣାଯାଉଛି ।
  • ପ୍ରତାୟମାନ – କାହାକୁ ଖାତିର ନ କରି । ଉଦ୍ଧତ ଭାବ ।
  • ବେପରୁଆ – ବିଭିନ୍ନ ଅନ୍ଧ ବିଶ୍ୱାସକୁ ମାନୁଥିବା ମାନସିକ ସ୍ଥିତି, କୁସଂସ୍କାର ଭିତ୍ତିକ ଅନ୍ଧମତର ବିଶ୍ୱାସ ।
  • ମତାନ୍ଧିତା – ପ୍ରତ୍ୟାବର୍ତ୍ତନ / ପଛୁଆଗତି ।
  • ପ୍ରବିଧ୍ ବିଜ୍ଞାନ – ବୈଷୟିକ ଓ କାରିଗରୀ ଜ୍ଞାନର ବିଦ୍ୟା ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Odisha State Board BSE Odisha 9th Class Odia Solutions Chapter 3 ହେ ମୋର କଲମ Textbook Exercise Questions and Answers.

BSE Odisha Class 9 Odia Solutions Chapter 3 ହେ ମୋର କଲମ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ ।
(କ) କଲମ ସଦାବେଳେ ସତ୍ୟ, ଅହିଂସା, ଶାନ୍ତି ପ୍ରତିଷ୍ଠା କରିବାପାଇଁ ନୀରବରେ ବିପ୍ଳବ କରିଆସିଛି ।
(ଖ) କଲମ ମଡ଼ା ଦେହରେ ଜୀବନ ସଞ୍ଚାର କରିପାରେ ।
(ଗ)କଲମକୁ ନିଜର ବିଶ୍ବସ୍ତ ବନ୍ଧୁ ବୋଲି କବି କହିଛନ୍ତି ।
(ଘ) କବିଙ୍କ ମତରେ କଲମର ଗାର ଅମର ଅଟେ ।
(ଙ) ଯୁଗ ଯୁଗ ଧରି ଛଳନା, ଗୁଣ୍ଡାମି, ପେଷଣ ଓ ଶୋଷଣ କଲମ ନିକଟରେ ପରାଜୟ ସ୍ବୀକାର କରିଛି ।
(ଚ) ପୃଥ‌ିବୀରେ ସମସ୍ତ ମତବାଦ କ୍ଷୀଣସ୍ଥାୟୀ ହୋଇଥାଏ ।
(ଛ) କଲମର ମୁନ ସମସ୍ତ ଅସ୍ତ୍ରଠାରୁ ଶକ୍ତିଶାଳୀ ।
Answer:
(କ), (ଖ), (ଗ), (ଘ), (ଙ), (ଚ), (ଛ) ଉକ୍ତିଗଡ଼ିକ ଠିକ୍ ଅଛି ।

Question ୨।
‘ଅନ୍ଧ ଦେଇଚ ଆଖ୍’ର ଚାରିଗୋଟି ଅର୍ଥ ନିମ୍ନରେ ସୂଚିତ ହୋଇଛି । ଏଥୁମଧ୍ୟରୁ ଠିକ୍ ଅର୍ଥଟିକୁ ବାଛି ଲେଖ ।
(କ) ଅନ୍ଧକୁ ଆଖ୍ ଦାନ କରିଛ ।
(ଖ) ଅନ୍ଧ ଆଖୁ ଦାନ କରିଛି ।
(ଗ) ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିଛ ।
(ଘ) ଆଦାନ କରିବାକୁ ଅନ୍ଧକୁ କହିଛ ।
Answer:
(ଗ) ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିଛ ।

Question ୩।
ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଚୀର-ଚିର, ପୁର-ପୂର, ବିଷ-ବିସ, ଦିନ-ଦୀନ
Answer:
ଚୀର – ଛିନ୍ନ ବସ୍ତୁ/ବଳ୍‌କଳ
ଚିର – ସବୁଦିନପାଇଁ
ପୁର – ଗୃହ/ ପ୍ରାସାଦ/ଦେହ
ପୂର – ଜଳରାଶି/ପ୍ରବାହ/ସମୂହ/ପିଷ୍ଟକ ମଧ୍ୟବର୍ତ୍ତୀ ମିଷ୍ଟଦ୍ରବ୍ୟ ବିଶେଷ
ବିଷ – ଗରଳ/ଜହର
ବିସ – ପଦ୍ମନାଡ଼
ଦିନ – ଦିବସ
ଦୀନ – ଦରିଦ୍ର

Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଦୁର୍ବଳ, ଜାଗ୍ରତ, ଆପଣା, ବିଶ୍ଵାସୀ, ବନ୍ଧନ
Answer:
ଦୁର୍ବଳ – ସବଳ
ଜାଗ୍ରତ – ସୁପ୍ତ
ଆପଣା – ପର
ବିଶ୍ଵାସୀ – ଅବିଶ୍ଵାସୀ
ବନ୍ଧନ – ମୋଚନ

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର ।
ଅହରହ,ତୀକ୍ଷ୍ଣଣ,ଅଳୀକ, ଦୁର୍ବିଷହ, ଶୋଷଣ
Answer:
ଅହରହ – ସଂପ୍ରତି ଦେଶରେ ଅହରହ ଦରବୃଦ୍ଧି ହେତୁ ସାଧାରଣ ଖାଉଟି ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି ।
ତୀକ୍ଷ୍ଣଣ – ସୈନ୍ୟବାହିନୀ ସୀମାନ୍ତରେ ଶତ୍ରୁମାନଙ୍କ ଗତିବିଧ‌ି ଉପରେ ତୀକ୍ଷ୍ଣଣ ଦୃଷ୍ଟି ରଖୁଛି ।
ଅଳୀକ – ଅଳୀକ କଥାରେ ଭାସିଯାଅ ନାହିଁ ।
ଦୁର୍ବିଷହ – ମାଲିକର ଦୁର୍ବିଷହ ଅତ୍ୟାଚାର ସହି ନପାରି କର୍ମଚାରୀ ଜଣକ ଚାକିରି ଛାଡ଼ିଦେଲେ ।
ଶୋଷଣ – ପୂର୍ବେ ଜମିଦାରମାନେ ପ୍ରଜାଙ୍କୁ ଶୋଷଣ କରୁଥିଲେ ।

Question ୬ ।
ନିମ୍ନଲିଖ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ତନୁ, ଧରା, ଗିରି, ଜଳ, ଦେବତା
Answer:
ତନୁ – ଦେହ, ଶରୀର
ଧରା – ଧରଣୀ, ପୃଥ‌ିବୀ
ଗିରି – ଶୈଳ, ପର୍ବତ
ଜଳ – ନୀର, ବାରି
ଦେବତା – ଈଶ୍ବର, ଭଗବାନ

Question ୭ ।
ନିମ୍ନଲିଖ ବିଶେଷଣ ଶବ୍ଦକୁ ବିଶେଷ୍ୟ ଶବ୍ଦରେ ପରିଣତ କର ।
ଦୁର୍ବଳ, ଅମର, ଜଡ଼, ସୁନ୍ଦର, ସଭ୍ୟ
Answer:
ଦୁର୍ବଳ – ଦେହ,ଶରୀର
ଅମର – ଧରଶା,ପୄଥ୍ଚୀ
ଜଡ଼ – ଶୈଳ, ପର୍ବତ
ସୁନ୍ଦର – ନୀର, ବାରି
ସଭ୍ୟ – ସଭ୍ୟତା

Question ୮।
ଓଡ଼ିଆ ଅଭିଧାନ ନିୟମ କ୍ରମରେ ନିମ୍ନ ପ୍ରଦତ୍ତ ଶବ୍ଦଗୁଡ଼ିକୁ ସଜାଅ ।
ଅନ୍ତର, ଅମର, ଅବତାର, ଅନ୍ଧ, ଅକ୍ଷର
Answer:
ଅକ୍ଷର, ଅନ୍ତର, ଅନ୍ଧ, ଅବତାର, ଅମର

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୯।
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ଯୋଗ କର ।
Answer:
BSE Odisha 9th Class Odia Solutions Chapter 3 ହେ ମୋର କଲମ 1
BSE Odisha 9th Class Odia Solutions Chapter 3 ହେ ମୋର କଲମ 2

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୦ ।
‘ଚିର ବିପ୍ଳବୀ ବୋଲି କବି କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଚିର ବିପ୍ଳବୀ’ ବୋଲି କବି କଲମକୁ ସମ୍ବୋଧନ କରିଛନ୍ତି ।

Question ୧୧ ।
କଲମକୁ ମୌନୀ ବୋଲି କବି କାହିଁକି କହିଛନ୍ତି ?
Answer:
କଲମ ନୀରବରେ କବିଙ୍କ ମନୋଭାବକୁ ପ୍ରକାଶ କରୁଥିବାରୁ କବି ତାକୁ ମୌନୀ ବୋଲି କହିଛନ୍ତି ।

Question ୧୨ ।
ଦୁର୍ବଳ ଶରୀର ସତ୍ତ୍ବେ କଲମର ଦକ୍ଷତା ସମ୍ପର୍କରେ କବି କ’ଣ କହିଛନ୍ତି ?
Answer:
ଦୁର୍ବଳ ଶରୀର ସତ୍ତ୍ଵେ କଲମ ଜନତାର ହୃଦ-ମନ୍ଦିର ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି କହିଛନ୍ତି ।

Question ୧୩ ।
‘କଲମ ବନ୍ଦୀ ହୋଇଯାଇଛି କି ?? କବି ଏପରି କହିବାର କାରଣ କ’ଣ ?
Answer:
ତତ୍‌କାଳୀନ ସମାଜରେ ସୃଷ୍ଟି ହେଉଥ‌ିବା ଅସାମାଜିକତା ତଥା ଶୋଷଣ ଅତ୍ୟାଚାରକୁ ଅବଲୋକନ କରି ମଧ୍ୟ ଚିର ବିପ୍ଳବୀ କଲମ ମୌନ ରହୁଥ‌ିବାରୁ କବି ‘କଲମ ବନ୍ଦୀ ହୋଇଯାଇଛି କି’ ବୋଲି କହିଛନ୍ତି ।

Question ୧୪।
କଲମକୁ କ’ଣ କରିବାପାଇଁ କବି ଆହ୍ୱାନ କରିଛନ୍ତି ?
Answer:
ସୁପ୍ତଜାତିର ଜଡ଼ତାକୁ ଭାଙ୍ଗି ଜାତିକୁ ଜାଗ୍ରତ କରିବାପାଇଁ କବି କଲମକୁ ଆହ୍ୱାନ ଜଣାଇଛନ୍ତି ।

Question ୧୫ ।
କବିଙ୍କର ବିଶ୍ବସ୍ତ ସଖା କିଏ ?
Answer:
କଲମ ହିଁ କବିଙ୍କର ବିଶ୍ବସ୍ତ ସଖା ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୧୬ ।
କଲମଟି କିଭଳି ବନ୍ଧୁ ବୋଲି କବି କହିଛନ୍ତି ?
Answer:
କବି କଲମକୁ ଅତି ଆପଣାର ବନ୍ଧୁ ରୂପେ ଅଭିହିତ କରିଛନ୍ତି ।

Question ୧୭ ।
କଲମ କ’ଣ କରି ଅମର ଯଶ ବରଣ କରିଛି ?
Answer:
କଲମ ତା’ର ତୀକ୍ଷ୍ଣଣ ମୁନରେ କବିଙ୍କ ମନଲେଖାକୁ ପ୍ରକାଶ କରି କୋଟି ଜନମନକୁ ପୁଲକିତ କରି ଅମର ଯଶ ବରଣ କରିଛି ।

Question ୧୮ ।
କଲମଦ୍ଵାରା କେଉଁ ଦୁଆର ଖୋଲିବାପାଇଁ କବି କହିଛନ୍ତି ?
Answer:
କଲମଦ୍ୱାରା ମୁକ୍ତିର ଦ୍ଵାର ଖୋଲିବାପାଇଁ କବି କହିଛନ୍ତି ।

Question ୧୯ ।
କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି ?
Answer:
କରବାଳ, ବଜ୍ର ଓ ମୁଷଳ କଲମ ନିକଟରେ ପରାସ୍ତ ହୁଅନ୍ତି ।

Question ୨୦ ।
ଧରଣୀ ଦୁଇଦିନର ବୋଲି କବି କାହିଁକି କହିଛନ୍ତି ?
Answer:
ପରିବର୍ତ୍ତନଶୀଳ ଏହି ଧରଣୀରେ ସବୁକିଛି କ୍ଷଣସ୍ଥାୟୀ ହୋଇଥିବାରୁ କବି ଧରଣୀକୁ ଦୁଇଦିନର ବୋଲି କହିଛନ୍ତି ।

Question ୨୧ ।
ସତ୍ୟ ନାମରେ ଏଠାରେ କ’ଣ ଘଟୁଛି ବୋଲି କବି କହିଛନ୍ତି ?
Answer:
ସତ୍ୟ ନାମରେ ଏ ସଂସାରରେ ଦୁର୍ବିଷହ ଛଳନା ତଥା ପ୍ରତାରଣାମାନ ଘଟୁଛି ବୋଲି କବି କହିଛନ୍ତି ।

Question ୨୨ ।
ନର ଦେବତାରୂପେ ପ୍ରତିଷ୍ଠା ଲାଭ କରେ କିପରି ?
Answer:
ଜଗତଜନର କଲ୍ୟାଣ ସାଧନ ନିମନ୍ତେ ଆତ୍ମନିୟୋଗ କରିଥିବା ମଣିଷ ହିଁ ସଂସାରରେ ଦେବତାରୂପେ ପ୍ରତିଷ୍ଠା ଲାଭକରେ ।

Question ୨୩ ।
କେଉଁମାନଙ୍କର ବଚନକୁ କଲମ ଧରି ରଖୁଛି ?
Answer:
ଗୌତମବୁଦ୍ଧ, ଶଙ୍କରାଚାର୍ଯ୍ୟ ତଥା ଯୀଶୁଖ୍ରୀଷ୍ଟଙ୍କ ମହାନ୍ ବାଣୀକୁ କଲମ ଧରି ରଖୁଛି ।

Question ୨୪ ।
କଲମ କେଉଁ କଥାକୁ ଖାତିର ନ କରି ଆଗେଇ ଚାଲିଛି ?
Answer:
କାହାର ଗୁଣ୍ଡାମିକୁ ଖାତିର ନ କରି କଲମ ଆଗେଇ ଚାଲିଛି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୨୫ ।
କଲମର ବିପ୍ଳବ କେଉଁ ଆଦର୍ଶରେ ପରିଚାଳିତ ?
Answer:
ସତ୍ୟ-ଶାନ୍ତି-ଶିବ-ସୁନ୍ଦରର ପବିତ୍ର ଆଦର୍ଶରେ କଲମର ବିପ୍ଳବ ପରିଚାଳିତ ।

Question ୨୬ ।
କାଳବକ୍ଷରେ କଲମ କିପରି ଅମର ହୋଇ ରହିଛି ?
Answer:
କାଳବକ୍ଷରେ ଘଟୁଥିବା ପ୍ରତିଟି ଘଟଣାକୁ କଲମ ତା’ର ମୁନରେ ରୂପଦେଇ ବାନ୍ଧି ରଖୁଥ‌ିବାରୁ କଲମ ଅମର ହୋଇ ରହିଛି ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୭ ।
ମୂଲ୍ୟ ତୁମର କେତୋଟି ପଇସା, ତନୁ ତବ ଦୁର୍ବଳ
ଥରାଇଚ କେତେ ହୃଦମନ୍ଦିର, ବନ୍ଧୁର ଧରାତଳ ।
Answer:
ମୂଲ୍ୟ ତୁମର …………………………… ବନ୍ଧୁର ଧରାତଳ ।
ଶଂସିତ ପଦ୍ୟାଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି କ୍ଷୀଣ ଶରୀରବିଶିଷ୍ଟ କଲମର ଅପରିସୀମ ଶକ୍ତି, ସାମର୍ଥ୍ୟ ବିଷୟରେ ଆଲୋକପାତ କରିଛନ୍ତି ।

ଏକ ସାଧାରଣ ପଣ୍ୟଦ୍ରବ୍ୟଭାବେ ସାମାନ୍ୟ କେତୋଟି ପଇସା ବିନିମୟରେ କଲମଟିଏ ସହଜରେ ଉପଲବ୍ଧ ହୋଇଥାଏ । ଏହାର କଳେବର କ୍ଷୁଦ୍ର ଓ ଦୁର୍ବଳ । ମାତ୍ର ଏହାର ଶକ୍ତି ଅକଳନ । କବି, ଲେଖକଙ୍କ ହାତରେ ଏହା ଶକ୍ତିଶାଳୀ ଅସ୍ତ୍ର ଭାବେ ଶୋଭାପାଏ । କଲମ କବିଙ୍କ ପାଇଁ ଅତି ଆପଣାର ବନ୍ଧୁ ଓ ବିଶ୍ବସ୍ତ ସଖା । କବିଙ୍କ ହାତର ସେହି ଅସ୍ତ୍ର ସମାଜରେ ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ଶାସକ ପ୍ରାଣରେ କୋକୁଆ ଭୟ ସୃଷ୍ଟି କରିପାରେ । ସ୍ୱେଚ୍ଛାଚାରୀ ପୁଞ୍ଜିପତି ହୃଦୟରେ କମ୍ପନ ସୃଷ୍ଟି କରିପାରେ ।

ଜାତିଗତ ବୈଷମ୍ୟ ଓ ଧର୍ମଗତ ବିଭେଦକୁ ଦୃଢ଼ ହସ୍ତରେ ଦମନ କରିପାରେ କ୍ଷୀଣ ତନୁଧାରୀ କଲମ । ଧନୀକର ଧନ କି ଶକ୍ତିଶାଳୀର ବାହୁବଳ ତା’ ପାଖରେ ହାର ମାନେ । ଅତ୍ୟାଚାରୀ ଓ ଶୋଷକ ଶ୍ରେଣୀର ବ୍ୟକ୍ତିବର୍ଗଙ୍କ ହୃଦସ୍ପନ୍ଦନ ବୃଦ୍ଧି କରିବାରେ କଲମର ଭୂମିକା ଅନସ୍ବୀକାର୍ଯ୍ୟ । ସର୍ବୋପରି ତୀକ୍ଷଣ ଅସିଠାରୁ ଏହାର ତୀକ୍ଷ୍ଣତା ଯେ ଅଧ୍ବକ ଭୟଙ୍କର କବି ଏଠାରେ ଏହାହିଁ ପ୍ରକାଶ କରିଛନ୍ତି ।

Question ୨୮ ।
ଭାଜେ କରବାଳ, ବଜ୍ର, ମୁଷଳ କେତେ ଏହି ମହୀତଳେ
ବାଡ଼ବ ଉଠଇ, ଗିରି ଓଲଟଇ, ଭାସେ ମରୁ ଧରା ଜଳେ ।
Answer:
ଭାଜେ କରବାଳ ……………………………….ମରୁ ଧରା ଜଳେ ।
ପ୍ରୋକ୍ତ ପଦ୍ୟାଶଟି ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ’ ପଦ୍ୟ ସଙ୍କଳନ ଅନ୍ତର୍ଗତ ‘ହେ ମୋର କଲମ’ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି ଏକ ସାଧାରଣ କଲମର ଅତୁଳନୀୟ, ଅପ୍ରମିତ ଶକ୍ତି ଉପରେ ଆଲୋକପାତ କରିଛନ୍ତି ।

ସାମାନ୍ୟ କେତୋଟି ପଇସା ବିନିମୟରେ ଉପଲବ୍ଧ କ୍ଷୀଣ, ଦୁର୍ବଳ ତନୁବିଶିଷ୍ଟ କଲମଟିର ଶକ୍ତି ଯେ ଅପରିସୀମ, କବି ଏଠାରେ ତାହାହିଁ ଉଲ୍ଲେଖ କରିଛନ୍ତି । ଧରାଧାମରେ ନିଜକୁ ସର୍ବଶକ୍ତିମାନ ମନେକରୁଥିବା ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ସୁ ଶାସକ ନିଜ ସୈନ୍ୟବଳ, ଧନବଳ ଓ କୂଟନୀତି ବଳରେ ଧରାକୁ ସରା ଜ୍ଞାନ କରନ୍ତି । ଶୋଷଣ ଓ ଅତ୍ୟାଚାରରେ ଜନଜୀବନକୁ ହାହାକାର ମଧ୍ୟକୁ ଠେଲି ଦିଅନ୍ତି । ମାତ୍ର ସାମାନ୍ୟ ଏକ କଲମ ସେମାନଙ୍କର ସମସ୍ତ ଦୁର୍ନୀତି, ବ୍ୟଭିଚାର ଓ ଭ୍ରଷ୍ଟାଚାର ବିରୋଧରେ ଜନଜାଗରଣ ସୃଷ୍ଟିକରି ତା’ର ସବୁ ଅହଙ୍କାରକୁ ଧୂଳିସାତ୍‌ କରିପାରେ ।

ନିରୀହ ପ୍ରଜାମଣ୍ଡଳଙ୍କ କଣ୍ଠରେ ବିପ୍ଳବର ବାଣୀ ଶୁଣାଇ ଶାସନତନ୍ତ୍ର ବିରୋଧରେ ବିଦ୍ରୋହ ସୃଷ୍ଟି କରିପାରେ କଲମ । ପର୍ବତ ପ୍ରାୟ ଦୃଢ଼ ପ୍ରତିରକ୍ଷା ବଳ ଅକ୍ଳେଶରେ ପରାହତ ହୁଏ । କଲମର ଶକ୍ତି ସମ୍ମୁଖରେ ନରହନ୍ତାର ତରବାରି ଭାଙ୍ଗି ଚୂରମାର୍ ହୋଇଥାଏ, ବଜ୍ର ଓ ମୁଷଳ ପରି ତା’ର ଶକ୍ତିଶାଳୀ ଅସ୍ତ୍ର ହୁଏ ଚୂର୍ଣ୍ଣବିଚୂର୍ଣ । ଏହି କଲମ ସାଗର ବକ୍ଷରେ ସୃଷ୍ଟି କରିପାରେ ଅଗ୍ନିର ତାଣ୍ଡବ, ମରୁଭୂମିରେ ସୃଜି ପାରେ ବନ୍ୟାର ପ୍ଲାବନ । ଅପ୍ରତ୍ୟାଶିତ ପରିବର୍ତ୍ତନ ସଂରଚନା କରିପାରେ ଲେଖନୀର ଶକ୍ତି । ଅସିଠାରୁ ମସୀର ଶକ୍ତି ଯେ କେତେ ବିଶାଳ ଲେଖକ ଏଠାରେ ତାହାହିଁ ଉଲ୍ଲେଖ କରିଛନ୍ତି ।

Question ୨୯ ।
କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର
କାଳ ଇଙ୍ଗିତରେ ଲୁଚିଗଲେ ସବୁ ରହିଲା ତୁମରି ଗାର ||
Answer:
କେତେ ଅବତାରେ …………………………………… ତୁମରି ଗାର ।
ଉଦ୍ଧୃତାଂଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି କଲମର କାଳଜୟୀ ଭୂମିକା ଉପରେ ଗୁରୁତ୍ବାରୋପ କରିଛନ୍ତି ।
ଯୁଗ ଯୁଗାନ୍ତରେ ବହୁ ମହାମନୀଷୀ ଏ ଧରଣୀ ବୁକୁରେ ଆବିର୍ଭୂତ ହୋଇ ସେମାନଙ୍କ ମହାମାନବୀୟ କାର୍ଯ୍ୟଧାରା ଓ ଅତିମାନବୀୟ ଦିବ୍ୟବାଣୀ ପ୍ରଦାନରେ ମହିମାବନ୍ତ ହୋଇ ପୟଗମ୍ବର ଭାବେ ପୂଜିତ ହୋଇଛନ୍ତି ।

ସେମାନଙ୍କର ଉଚ୍ଚାଦର୍ଶଯୁକ୍ତ ଜୀବନଶୈଳୀ ଓ ସୁମହାନ୍ ସାଧୁତା ସେମାନଙ୍କୁ ଜନସମାଜରେ ଦେବତାର ଆସନରେ ଉପବିଷ୍ଟ କରିଛି । ସେମାନଙ୍କର ମୁଖନିଃସୃତ ଶାଶ୍ଵତ ବାଣୀକୁ ଅଦ୍ୟାବଧୂ ଜନସମାଜରେ ପରିପ୍ରଚାର ଓ ପରିପ୍ରସାର କରିବାରେ କଲମର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ସେମାନେ ଆଜି ଇହଧାମରେ ନାହାନ୍ତି ସତ; ମାତ୍ର ସେମାନଙ୍କୁ ଚିର ଅମର କରିରଖୁଛି ଲେଖକର ଲେଖନୀ । ପରିବର୍ତ୍ତନଶୀଳ ଦୁନିଆରେ କୌଣସି ବ୍ୟକ୍ତି ଚିରସ୍ଥାୟୀ ନୁହେଁ । ମାଟିର ଘଟ ଦିନେ ନା ଦିନେ ମାଟିରେ ମିଶିଯାଏ । ଭାଗବତର ବାଣୀ ଅନୁସାରେ –

‘‘ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ ।’’

କିନ୍ତୁ ସେହି ନରଦେବତାର ଅମୃତବାଣୀକୁ ଯୁଗଯୁଗାନ୍ତ ପାଇଁ ଧରିରଖେ କଲମ । କାଳର କରାଳ ବୁକୁରେ ସବୁକିଛି ବିଲୁପ୍ତ ହୋଇଯାଉଥିଲେ ମଧ୍ୟ ଲେଖନୀ ଗାର ଚିର ଅମର ହୋଇଯାଏ । ଏଠାରେ କବି ଲେଖନୀକୃତ ସୃଷ୍ଟିସମ୍ଭାରର ଚିରନ୍ତନତା ଉପରେ ଗୁରୁତ୍ବାରୋପ କରିଛନ୍ତି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୩୦ ।
ତୁମେ ତ ଚାଲିନ’ ଛଳନାରେ କେବେ ଥକିନ’ ଗୁଣ୍ଡାମିରେ
ପେଷଣ, ଶୋଷଣ, ଦୂଷଣ ଦେଇଚ ଆଡ଼େଇ ଏକଇ ଗାରେ ।
Answer:
ତୁମେ ତ ……………………………………… ଏକଇ ଗାରେ ।
ଶଂସିତ ପଦ୍ୟାଶଟି ପ୍ରଖ୍ୟାତ ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ସମାଜରେ ପରିଦୃଷ୍ଟ ଶୋଷଣ, ଅତ୍ୟାଚାର, ଭ୍ରଷ୍ଟାଚାର ଆଦିର ମୂଳୋତ୍ପାଟନରେ କଲମର ଗୁରୁତ୍ଵପୂର୍ଣ ଭୂମିକା ଅବତାରଣା କରିଛନ୍ତି ।

କରନ୍ତି । ଅସାମାଜିକତାକୁ ଲକ୍ଷ୍ୟକଲେ ତାଙ୍କ ଅନ୍ତର କାନ୍ଦିଉଠେ । ତାଙ୍କ ଲେଖନୀ ହୋଇଉଠେ ଚଳଚଞ୍ଚଳ । ସମାଜରେ ଘଟିଯାଉଥ‌ିବା ଶୋଷଣ, ପେଷଣ ଓ ଅତ୍ୟାଚାର ବିରୋଧରେ ତାଙ୍କ ଲେଖନୀ ଜନସଚେତନତା ସୃଷ୍ଟି କରେ । ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀର ଯଥେଚ୍ଛାଚାର ବିରୋଧରେ ବିଷୋଦ୍‌ଗାର କରେ କଲମ । ଅଗ୍ନିବର୍ଷୀ ଲେଖା ମାଧ୍ୟମରେ ଦଳିତ, ଶୋଷିତ ଓ ଯନ୍ତ୍ରଣା ଜର୍ଜରିତ ଜନସାଧାରଣଙ୍କ ମନରେ ସେ ବିପ୍ଳବର ବୀଜ ବପନ କରେ । ବଳଶାଳୀ ଗୁଣ୍ଡାର ଗୁଣ୍ଡାମିକୁ ଖାତିର କରେନା କଲମ ।

ତା’ର ସ୍ପଷ୍ଟବାଦିତା ନିକଟରେ ସବୁ ଛଳନା ଓ ଅବିଶ୍ଵାସ ହାର ମାନେ । ଲେଖନୀ ମୁନର ଗୋଟିଏ ଗାର, ସମାଜରେ ଦୁର୍ନୀତିରୂପକ କର୍କଟ ବ୍ୟାଧ ପାଇଁ ମହୌଷଧର କାର୍ଯ୍ୟ କରେ । କଲମ ମୁନରୁ ଝରିପଡ଼ୁଥ‌ିବା ଶାଣିତ ବାକ୍ୟବାଣ କ୍ଷମତାଶାଳୀ, ପ୍ରଜାପୀଡ଼କ ଶାସକ ହୃଦୟରେ କମ୍ପନ ସୃଷ୍ଟିକରେ । ଏଠାରେ ସମାଜର କଳଙ୍କିତ, ମନ୍ଦବୁଦ୍ଧିସମ୍ପନ୍ନ, ସ୍ଵାର୍ଥାନ୍ଵେଷୀ ବ୍ୟକ୍ତିମାନଙ୍କ ପ୍ରତି କବି ମନର ସ୍ବତଃସ୍ଫୁର୍ଭ ବିଦ୍ରୋହ ପ୍ରକାଶ ପାଇଛି ।

Question ୩୧ ।
ବିପ୍ଳବ ତବ ସତ୍ୟ, ଶାନ୍ତି, ଶିବ ସୁନ୍ଦର ରସେ
ଯୁଗଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ ।
Answer:
ବିପ୍ଳବ ତବ……………………………. ପ୍ରଦୀପ ହସେ ।
ପ୍ରଦତ୍ତ ପଦ୍ୟାଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ସମାଜରେ ସତ୍ୟ, ଶାନ୍ତି ଓ ଅହିଂସାର ମହାନତା ପ୍ରତିଷ୍ଠାରେ କଲମର ନୀରବ ବିପ୍ଳବ ଓ କାଳଜୟୀ ଭୂମିକାର ଜୟଗାନ କରିଛନ୍ତି ।

ଦୁନିଆର ସମସ୍ତ ମହାଶକ୍ତିର ଊର୍ଦ୍ଧ୍ବରେ ଯେ କଲମର ଶକ୍ତି ଏହା ସର୍ବଜନସ୍ବୀକୃତ । ମନୁଷ୍ୟ ହୃଦୟରେ ଶାଶ୍ୱତ ଚେତନା ଭରିଦେଇ ଦେବଗୁଣରେ ଭୂଷିତ କରିପାରେ କଲମ । ଅଜ୍ଞାନାନ୍ଧକାରରେ ପଥହରା ମନୁଷ୍ୟକୁ ସତ୍ୟର ପଥ ପ୍ରଦର୍ଶନ କରେ ସେ । ମାନବ ପ୍ରାଣରେ ସୃଷ୍ଟିକରେ ସତ୍ୟ-ଶିବ-ସୁନ୍ଦରର ଦିବ୍ୟଚେତନା । କଲମକୃତ ବିପ୍ଳବ ଧ୍ୱଂସକାରୀ ନ ହୋଇ ମାନବ ଜାତିକୁ କରେ ସତ୍ମାର୍ଗ ପ୍ରଦର୍ଶନ । ମହାପୁରୁଷମାନଙ୍କ ମୁଖନିଃସୃତ ଶାଶ୍ୱତ ବାଣୀକୁ ଲିପିବଦ୍ଧ କରାଇ ଯୁଗଯୁଗାନ୍ତକୁ ସାଇତି ରଖେ ଉପଦେଶାମୃତ ।

ଶାନ୍ତି ଓ ଅହିଂସାର ଆଦର୍ଶକୁ ଅନୁସରଣ କରି ଦିବ୍ୟଜୀବନର ଅଧିକାରୀ ହେବାକୁ ପ୍ରେରଣା ପ୍ରଦାନ କରେ କଲମ । ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତାକୁ ଜୀବନର ପାଥେୟ କରିବାକୁ ଏହା ପ୍ରେରଣା ପ୍ରଦାନ କରେ । କାଳର ବିବର୍ତ୍ତନରେ ସବୁକିଛିର ପରିବର୍ତ୍ତନ ଘଟୁଥିଲେ ମଧ୍ୟ କଲମର ସ୍ଥାନ ଚିରନ୍ତନ ଓ ତା’ର କୃତି ଚିର ଅମର । ପ୍ରଦୀପର ଆଲୋକ ଶିଖା ଅନ୍ଧକାର ଦୂର କଲାପରି କଲମ ସୃଷ୍ଟ ଅକ୍ଷରମାଳା ମାନବର ଅଜ୍ଞାନ ରୂପକ ତିମିର ନାଶ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୨ ।
‘ହେ ମୋର କଲମ’ କବିତା ଅବଲମ୍ବନରେ କବିଙ୍କର ବିପ୍ଳବାତ୍ମକ ମନୋବୃତ୍ତିର ପରିଚୟ ପ୍ରଦାନ କର ।
କିମ୍ବା, ‘ହେ ମୋର କଲମ’ କବିତାରେ କବି ଗୋଦାବରୀଶଙ୍କର ବିପ୍ଳବାତ୍ମକ ଚେତନାର ଯେଉଁ ସ୍ଫୁରଣ ଘଟିଛି, ତାହାର ଆଲୋଚନା କର ।
କିମ୍ବା, ‘କଲମ’ ହିଁ କବିର ବିପ୍ଳବର ସନ୍ତକ – ଏହା ପଠିତ କବିତା ଅନୁସରଣରେ ପ୍ରତିପାଦନ କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକମାନଙ୍କ ଆଦର୍ଶରେ ଅନୁପ୍ରାଣିତ କବି ଗୋଦାବରୀଶ ମହାପାତ୍ର ଏକାଧାରରେ ଥିଲେ ଜଣେ ଜାତୀୟତାବାଦୀ ବ୍ୟକ୍ତିତ୍ବ, ନିଭୀକ ସାମ୍ବାଦିକ ଓ ମାନବବାଦୀ ସାରସ୍ବତ ସ୍ରଷ୍ଟା । ଇତିହାସ ସଚେତନତା, ସ୍ୱଦେଶପ୍ରୀତି, ମାନବିକ ସମ୍ବେଦନା ତଥା ବୈପ୍ଳବିକ ଜୀବନାଦର୍ଶ ତାଙ୍କ କବିତାର ବୈଶିଷ୍ଟ୍ୟ । କବି ଥିଲେ ସ୍ପଷ୍ଟବାଦୀ । ନିଜଦ୍ବାରା ପ୍ରତିଷ୍ଠିତ ତଥା ସମ୍ପାଦିତ ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟା’ ପାଇଁ ସେ ଓଡ଼ିଶାର ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ନିକଟରେ ବିଶେଷଭାବେ ପରିଚିତ ଥିଲେ ।

ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ, ‘ ବଙ୍କା ଓ ସିଧା’, ‘ପାହାଚ ତଳର ଘାସ’, ‘ ହାଣ୍ଡିଶାଳର ବିପ୍ଳଟ ପରି କବିତା ପୁସ୍ତକ; ‘ଏବେ ମଧ୍ୟ ବଞ୍ଚିଛି’, ‘ନୀଳ ମାଷ୍ଟ୍ରାଣୀ, ‘ଶ୍ରୁତି ସଞ୍ଚୟନ, ‘ ମୁଁ ଦିନେ ମନ୍ତ୍ରୀ ଥୁଲି’, ‘ ମଦଦୋକାନର ଇତିହାସ’, ‘ଗରିବର ଭଗବାନ’, ‘ମାଟିର ମାୟା’ ପରି ଗଳ୍ପ ସଙ୍କଳନ ତଥା ‘ ବିଦ୍ରୋହ’, ‘ରକ୍ତପାତ ଓ ‘ରାଜଦ୍ରୋହୀ’ ପରି ଉପନ୍ୟାସ କବିଙ୍କ ଅମଳିନ ପ୍ରତିଭାର ପରିଚାୟକ ।

ଆଲୋଚ୍ୟ କବିତା ‘ହେ ମୋର କଲମ’ କବିଙ୍କ ‘ହେ ମୋର କଲମ’ ଶୀର୍ଷକ କବିତା ସଙ୍କଳନରୁ ଉଦ୍ଧୃତ । କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବାସ୍ତବ ଆଲେଖ୍ୟ ପରିଦୃଷ୍ଟ । ଅବକ୍ଷୟୀ ସମାଜରେ ଦଳିତ, ଶୋଷିତ ଜନତାଙ୍କ ହୃଦୟରେ ବିପ୍ଳବର ବୀଜ ବପନ କରିଆସିଥିବା କଲମର ମୌନ ଭାବ କବିଙ୍କୁ ବିବ୍ରତ କରିଛି । ଓଡ଼ିଶାର ତତ୍‌କାଳୀନ ଗମ୍ଭୀର ପରିସ୍ଥିତିରେ ଉତ୍କଳୀୟମାନଙ୍କ ଜଡ଼ପ୍ରାଣରେ ଜାତିପ୍ରେମର ଚେତନା ଓ ଜାଗୃତି ସୃଷ୍ଟି କରିବାରେ ତାଙ୍କ ଲେଖନୀ ପୂର୍ବବତ୍ ଚଳଚଞ୍ଚଳ ହୋଇ ଉଠିବାକୁ କବି ବ୍ୟଗ୍ରତା ପ୍ରକାଶ କରିଛନ୍ତି ।

ସ୍ୱାଧୀନତା ପରେ ରାଜନୈତିକ ନେତୃବୃନ୍ଦ ଓ କ୍ଷମତାଧ୍ୟାକାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ଵର ଉତ୍ତୋଳନ କରିବାପାଇଁ ସେ ତାଙ୍କ କଲମକୁ ଆକୁଳ ଆହ୍ବାନ ଦେଇଛନ୍ତି । ଯେଉଁ କଲମ ଅତୀତରେ ତାଙ୍କର ଅତି ଆପଣାର ବିଶ୍ୱସ୍ତ ସଖା ଭାବେ ତାଙ୍କ ମନର ସବୁ ଚିନ୍ତା, କଳ୍ପନା ଓ ଆବେଗକୁ ଅକ୍ଷରମାଳାରେ ସୁସଜ୍ଜିତ କରି କାବ୍ୟକବିତାର କୋଣାର୍କ ନିର୍ମାଣ କରିଥିଲା, ସେହି କଲମ ଉଦାସୀନ ଭାବେ ପଡ଼ିରହିଥ‌ିବା ଓଡ଼ିଆ ଜାତିପ୍ରାଣରେ ଜାଗରଣର ବାରି ସିଞ୍ଚନ କରି ତା’ ମନରେ ପୂର୍ବବତ୍ ଆଶା ଓ ଆତ୍ମବିଶ୍ଵାସ ସୃଷ୍ଟି କରିବାରେ ସଫଳତା ଲାଭ କରୁ ବୋଲି କବିତାରେ କବି ମନର ବୈକଲ୍ୟ ପ୍ରକାଶ ପାଇଛି । କବିଙ୍କ ଭାଷାରେ –

ଅତି ଆପଣାର ବନ୍ଧୁ ହେ ମମ, ଅତି ବିଶ୍ଵାସୀ ସଖା
ତୁମର ତୀକ୍ଷ୍ଣଣ ମୁନରେ ଫୁଟିଛି, କେତେ ମୋର ମନଲେଖା ।
ଆଜି ଏତେବେଳେ ହେ କଲମ ! ବାରେ ଚର୍ ଚର୍ ଚର୍ ଚାଲ
ଜାଗ୍ରତ କର, ଉଦ୍ୟତ କର, ମୁକ୍ତି ଦୁଆର ଖୋଲ ।

କବି ହେଉଛନ୍ତି ସମାଜର ଚିତ୍ରକାର, ସମାଜର ଜାଗ୍ରତ ପ୍ରହରୀ । ହାତରେ ତାଙ୍କର କଲମ ପରି ମହାଶକ୍ତିଶାଳୀ ଅସ୍ତ୍ର, ଯାହାର ସୁତୀକ୍ଷ୍ଣ ଧାର ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ ଶାସକର ସମସ୍ତ ମାରଣାସ୍ତ୍ରଠାରୁ ଭୟଙ୍କର । ସେହି କଲମ କେତେ କେତେ ମହାବଳଶାଳୀର ବାହୁବଳ, ଧନବଳ ଓ କୂଟନୈତିକ ବଳକୁ ସହଜରେ ପ୍ରତିହତ କରି ତା’ ହୃଦୟରେ କମ୍ପନ ସୃଷ୍ଟି କରିପାରେ । ବଜ୍ର, ମୁଷଳ ଓ ତରବାରିର ଶକ୍ତି ସାମର୍ଥ୍ୟ କଲମ ନିକଟରେ ପରାଜୟ ସ୍ବୀକାର କରେ । ସାଗର ବକ୍ଷର ଶୀତଳ ଜଳପୃଷ୍ଠରେ ବାଡ଼ବାଗ୍ନି ସୃଷ୍ଟି କରିପାରେ ଲେଖନୀ, ପର୍ବତ ତୁଲ୍ୟ ଦୃଢ଼ ରାଜଶକ୍ତିକୁ ଦୋହଲାଇ ଦେଇପାରେ ସେ, ମରୁଭୂମିରେ ସୃଷ୍ଟି କରିପାରେ ଜଳର ପ୍ଲାବନ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ଅପରିମିତ ଶକ୍ତିର ଅଧିକାରୀ ସେହି କଲମର ପୁନର୍ଜାଗରଣ ଶାନ୍ତ, ସରଳ, ନିରୀହ ଉତ୍କଳୀୟଙ୍କ କଣ୍ଠରେ ବିପ୍ଳବର ମହାମନ୍ତ୍ର ଶୁଣାଇ ଅନ୍ୟାୟ, ଅତ୍ୟାଚାର ଓ ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାର ସାହସ ଓ ଶକ୍ତି ହୃଦୟରେ ଭରି ଦେଇପାରିବ ବୋଲି କବି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଯେଉଁ ଓଡ଼ିଆ ଜାତି ଏକଦା ପ୍ରବଳ ବିକ୍ରମରେ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରିପାରିଥିଲା, ରଣାଙ୍ଗନରେ ସମରକଳା ପ୍ରଦର୍ଶନ କରି ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ କରିପାରିଥିଲା, ସେହି ଜାତିର ଶିକୂଳତା ଓ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବାପାଇଁ ମନରେ ନୈତିକ ସାହସର ଅଭାବ ଲକ୍ଷ୍ୟକରି କବି ମ୍ରିୟମାଣ ହୋଇପଡ଼ିଛନ୍ତି ।

ସ୍ଵାଧୀନଚେତା ଓଡ଼ିଆ ଜାତିର ସ୍ବଚ୍ଛନ୍ଦ ସାବଲୀଳ ଜୀବନର ପ୍ରବହମାନତାରେ ଭଟ୍ଟା ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି । ନିଥର ପ୍ରାଣର ଜଡ଼ ଚେତନାରେ ଜାଗୃତିର ବାରି ସିଞ୍ଚନ କରିବାପାଇଁ କବି ବ୍ୟଗ୍ରତା ପ୍ରକାଶ କରି ମୌନୀ କଲମକୁ ଚଳଚଞ୍ଚଳ ହୋଇ ଉଠିବାକୁ ଆହ୍ବାନ ଦେଇଛନ୍ତି । କବିଙ୍କ ଭାଷାରେ –

‘‘ ସବୁରି ଉପରେ ତୁମେ ଅଛ ଥରେ, ଦେବାକୁ ଅମର ଗାର
ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର !”’

ଛଳନା, ମିଥ୍ୟା, ପ୍ରବଞ୍ଚନା ଓ ଶଠତାରେ ପରିପୂର୍ଣ୍ଣ ହୋଇ ଉଠିଥିବା ଅବକ୍ଷୟମୁଖୀ ପତନୋନୁ ଖୀ ସମାଜରେ ଦ୍ରୁତ ସଂସ୍କାର ଆଣିବା ଜରୁରି ବୋଲି ଅନୁଭବ କରି କବି ଜନତାଙ୍କ ଉଦ୍ଦେଶ୍ୟରେ ବିପ୍ଳବୀ ବାର୍ତ୍ତା ରଚନା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି । ଧର୍ମ ନାମରେ ରାଜନୀତି, ସତ୍ୟ ନାମରେ ଶୋଷଣ ଓ ଶୃଙ୍ଖଳା ନାମରେ ପେଷଣ ଲକ୍ଷ୍ୟକରି କବିପ୍ରାଣ ବିଷାଦିତ ହୋଇଛି । ଏସବୁରେ ପୂର୍ଣ୍ଣଚ୍ଛେଦ ଟାଣିବାରେ କଲମର ଜାଗରଣ ଅବଶ୍ୟମ୍ଭାବୀ ବୋଲି ଅନୁଭବ କରିଛନ୍ତି କବି । ତେଣୁ ଆବେଗ – ଭରା କଣ୍ଠରେ କହିଛନ୍ତି –

‘ହେ କଲମ ମୋର, ଅତି ଆପଣାର ଅନ୍ତର କଥା କହ
ଦେଖୁଚ କି ଏତେ ସତ୍ୟ ନାମରେ ଛଳନା ଦୁର୍ବିଷହ !’’

ଲେଖନୀ ମୁନର ଅଗ୍ନିବର୍ଷୀ ଶବ୍ଦପୁଞ୍ଜ ସମାଜରୁ ସମସ୍ତ ଶୋଷଣ, ପେଷଣ, ଦୁଃଖ, ଯନ୍ତ୍ରଣାକୁ ଅଚିରେ ଦୂର କରିପାରେ । ଜନତାର ସବୁ ବନ୍ଧନ ମୋଚନରେ କଲମର ଅତୁଳନୀୟ ଅବଦାନ ଅନସ୍ବୀକାର୍ଯ୍ୟ । ଜନମାନସରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବାପାଇଁ କବିଙ୍କ ବିପ୍ଳବୀ ମନର ଅଗ୍ନିବର୍ଷୀ ଆହ୍ବାନ କବିତାରେ ପ୍ରାଣପ୍ରାଚୁର୍ଯ୍ୟ ଭରିଦେଇଛି ।

Question ୩୩ ।
କଲମ ମାଧ୍ୟମରେ କବି ବର୍ତ୍ତମାନ ସମାଜକୁ ଯେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି, ସେ ସମ୍ପର୍କରେ ଆଲୋଚନା କର ।
କିମ୍ବା, କବି ଗୋଦାବରୀଶ ‘ହେ ମୋର କଲମ’ କବିତା ମାଧ୍ୟମରେ ବର୍ତ୍ତମାନ ସମାଜକୁ ଦେଇଥ‌ିବା ବାର୍ତ୍ତାରେ ଉତ୍କଳୀୟମାନଙ୍କର ନବଜାଗରଣ ପାଇଁ କି କି ଉପାଦାନ ରହିଛି, ଉଲ୍ଲେଖ କର ।
କିମ୍ବା, ଓଡ଼ିଶାର ଜନଜୀବନରେ ପରିଦୃଷ୍ଟ ଜୀବତା ଓ ଉଦାସୀନତାର ଅପସାରଣ ପାଇଁ କବି ଗୋଦାବରୀଶ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ପଠିତ କବିତାର ଅନୁସରଣରେ ବର୍ଣ୍ଣନା କର ।
Answer:
ସତ୍ୟବାଦୀର ଜାତୀୟ ଚେତନାରେ ଉଦ୍‌ବୁଦ୍ଧ କବି ଗୋଦାବରୀଶ ମହାପାତ୍ର ଏକାଧାରରେ ଥିଲେ ଜଣେ ମାନବବାଦୀ କବି, ଦରଦୀ ଗାଳ୍ପିକ, ସଫଳ ଔପନ୍ୟାସିକ, ସ୍ପଷ୍ଟବାଦୀ ସାମ୍ବାଦିକ ତଥା ସଂସ୍କାରଧର୍ମୀ ସମାଲୋଚକ । ସତ୍ୟବାଦୀ ଗୁରୁକୁଳର ଆଦର୍ଶରେ ଅନୁପ୍ରାଣିତ କବି ନୈତିକ ମୂଲ୍ୟବୋଧକୁ ଅଗ୍ରାଧ‌ିକାର ଦେଇ ଦେଶ ଓ ଜାତିର ସେବାରେ ଲେଖନୀ ଚାଳନା କରିଥିଲେ । ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟା’ ପାଇଁ ସେ ଓଡ଼ିଶାର ଅଗଣିତ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ସଚେତନ ଜନଗଣଙ୍କଠାରେ ସୁପରିଚିତ ହୋଇପାରିଥିଲେ ।

ତାଙ୍କ ସାରସ୍ବତ ସୃଷ୍ଟିନିଚୟ ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ, ‘ବଙ୍କା ଓ ସିଧା, ‘ପାହାଚ ତଳର ଘାସ’, ‘ ହାଣ୍ଡିଶାଳର ବିପ୍ଳବ ଆଦି କବିତା ପୁସ୍ତକ ; ‘ ଏବେ ମଧ୍ୟ ବଞ୍ଚୁଛି, ‘ନୀଳମାଷ୍ଟ୍ରାଣୀ’, ‘ଶ୍ରୁତି ସଞ୍ଚୟନ, ‘ମୁଁ ଦିନେ ମନ୍ତ୍ରୀ ଥୁଲି’ ଆଦି ଗଳ୍ପ ସଙ୍କଳନ ତଥା ‘ ରକ୍ତପାତି, ‘ବନ୍ଦୀର ମାୟା’, ‘ବୀର ଯୁବକ ପରି ଉପନ୍ୟାସ କବିଙ୍କ ଅସାମାନ୍ୟ ପ୍ରତିଭାର ବଳିଷ୍ଠ ନିଦର୍ଶନ । ଏତଦ୍‌ଭିନ୍ନ କବି ଦୈନିକ ସମ୍ବାଦପତ୍ର ‘ ସମାଜ ଓ ‘ ଆଶା’ର ସମ୍ପାଦକ ଭାବେ ତାଙ୍କ ସ୍ପଷ୍ଟବାଦିତାର ପରିଚୟ ପ୍ରଦାନ କରିଛନ୍ତି ।

କବିତା ‘ ହେ ମୋର କଲମ’ କବିଙ୍କର ‘ହେ ମୋର କଲମ ଶୀର୍ଷକ କବିତା ସଙ୍କଳନରୁ ଗୃହୀତ । କବିତାଟିରେ ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ରହିଛି ଜାଗୃତିର ବାର୍ତ୍ତା । ସ୍ଵାଧୀନତା ପ୍ରାପ୍ତି ପରେ ଲୋକଙ୍କ ଆଶା ଓ ବିଶ୍ଵାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଲକ୍ଷ୍ୟ କବି ନୀରବ ରହିପାରି ନାହାନ୍ତି । ଓଡ଼ିଶାର ଗଣଜୀବନରେ ପରିଦୃଷ୍ଟ କ୍ଲବତା ଓ ଉଦାସୀନତାକୁ ଦୂର କରି ସେମାନଙ୍କ ହୃଦୟରେ ନୂତନ ସ୍ପନ୍ଦନ ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି । ଜଡ଼ ଜାତିର ନିଥର ପ୍ରାଣରେ ଜାଗରଣ ସୃଷ୍ଟି କରିବାପାଇଁ ସେ ତାଙ୍କ କଲମକୁ ମୌନ ଭଙ୍ଗ ପାଇଁ ନିବେଦନ କରିଛନ୍ତି ।

ଯୁଗେ ଯୁଗେ ଲେଖକର ଲେଖନୀ ମୂକ ଜନତାକୁ ବାଚାଳ କରିଛି । ପଙ୍ଗୁର ଶରୀରରେ ଭରିଦେଇଛି ଅସାଧାରଣ ବଳ ବିକ୍ରମ, ସାଧାରଣ ନିରୀହ ପ୍ରଜା ମନରେ ଭରିଦେଇଛି ଗଭୀର ଆଶା ଓ ଆତ୍ମବିଶ୍ଵାସ । ଓଡ଼ିଶାର ଦୁର୍ଦ୍ଦିନରେ ସ୍ୱେଚ୍ଛାଚାରୀ ଶାସକର ଯଥେଚ୍ଛାଚାର, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ସମାଜରେ ସ୍ଵାର୍ଥାନ୍ଵେଷୀ ଅସାଧୁ ବଡ଼ପଣ୍ଡାମାନଙ୍କର ଛଳନାପୂର୍ଣ୍ଣ କାର୍ଯ୍ୟକଳାପ ବିରୋଧରେ ବିଷୋଦ୍‌ଗାର କରି ସେମାନଙ୍କ ଛଦ୍ମବେଶ ଖୋଲିଦେବାପାଇଁ କବି ତାଙ୍କ କଲମକୁ ନିବେଦନ କରିଛନ୍ତି । କବିତାର ପ୍ରାରମ୍ଭରେ କବି ଗାଇଛନ୍ତି –

”ହେ ମୋର କଲମ ! ଚିର ବିପ୍ଳବୀ, ହେ ଚିର ମୌନୀ କହ
ସାଥ୍‌ ଥିଲ ଅବା ଜୀବନେ ଜୀବନେ ଯୁଗେ ଯୁଗେ ଅହରହ ।”
ଆଜି ଏତେବେଳେ ବନ୍ଦୀ କି ତୁମେ ପ୍ରାକ୍ତନ ଉତ୍କଳେ ?
ଜାଗ୍ରତ କର, ଉଦ୍ୟତ କର ଏ ମଡ଼ା ଜାତିକି ଥରେ ।’’

ସ୍ଵାଧୀନତା ଲାଭପରେ ଆଦୃଶିଆ ପରିବର୍ତ୍ତନ ଆଶା କରୁଥିବା ଜନତା ପୂର୍ବବତ୍ ଶୋଷଣ, ପେଷଣ, ଅତ୍ୟାଚାରରେ ଜର୍ଜରିତ ହେଉଥିଲାବେଳେ ସ୍ଵାର୍ଥାନ୍ଵେଷୀ ରାଜନୈତିକ ନେତା ଓ ସରକାରୀ କର୍ମଚାରୀ ସଂକୀର୍ଣ୍ଣ ସ୍ବାର୍ଥସାଧନରେ ବ୍ୟସ୍ତରହି ନିରୀହ ଜନସାଧାରଣଙ୍କୁ ଦୁଃଖ ଓ ଅଶାନ୍ତ ଭିତରକୁ ଠେଲିଦେବାକୁ ପଶ୍ଚାତ୍‌ପଦ ହେଉ ନ ଥ‌ିବା ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି । ଜାତୀୟତାବାଦୀ କବି ଓଡ଼ିଆ ଜାତିର ଏ ଦୁର୍ଦ୍ଦିନରେ ଚୁପ୍ ହୋଇ କିପରି ବା ରହିପାରନ୍ତେ ? ନିଷ୍ପେଷିତ ଜନତାର ପ୍ରତିନିଧୂ କରି ସେମାନଙ୍କ ହୃଦୟରେ ବିପ୍ଳବର ବହ୍ନି ପ୍ରଜ୍ବଳିତ କରିବାକୁ ସେ ନିଜ କଲମକୁ ଆହ୍ଵାନ କରିଛନ୍ତି । କ୍ଷୀଣ କଳେବରଧାରୀ କଲମଟିଏ ଯେ ଧରାପୃଷ୍ଠରେ ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ସୁ ଶାସକ ପ୍ରାଣରେ କୋକୁଆ ଭୟ ସୃଷ୍ଟି କରିପାରେ ଏଥରେ ଦ୍ବିମତ ନାହିଁ । ଦଳିତ ଜାତି ପ୍ରାଣରେ ଶକ୍ତି ସଞ୍ଚାର କରିପାରେ କଲମ ମୁନର କେଇଥାଡ଼ି ବାକ୍ୟ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ଏହା ଅନୁଭବ କରି ଅନ୍ୟାୟ, ଅତ୍ୟାଚାର ଓ ଅବିଚାର ବିରୋଧରେ ସ୍ବର ଉତ୍ତୋଳନ କରି ସୁପ୍ତ ଓଡ଼ିଆ ଜାତିର ଶିଥୁଳ ପ୍ରାଣରେ ଉନ୍ମାଦନା ଭରିଦେବାକୁ ନିଜ କଲମକୁ କବି ନିବେଦନ କରିଛନ୍ତି । ଛଳନା, ମିଥ୍ୟା, ପ୍ରବଞ୍ଚନା ଓ ଶଠତାକୁ ଘୃଣା କରୁଥିବା କବି ଅବକ୍ଷୟୀ ସମାଜର ଦ୍ରୁତ ପତନୋନ୍ମୁଖୀ ସମାଜର ଦୁଃସ୍ଥିତିରେ ମ୍ରିୟମାଣ ହୋଇପଡ଼ିଛନ୍ତି । କଲମ ମାଧ୍ୟମରେ ଶିମୂଳ ଜାତିକୁ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାପାଇଁ ମନରେ ସାହସ ଓ ଆତ୍ମବିଶ୍ବାସ ସୃଷ୍ଟି କରିବାକୁ କବି ପ୍ରେରଣା ଦେଇଛନ୍ତି । କଲମ ଉଦ୍ଦେଶ୍ୟରେ କବି ମନର ଆବେଗ ତାଙ୍କ ଜାତିପ୍ରୀତିର ଉଜ୍ଜ୍ବଳ ନମୁନା ପ୍ରଦର୍ଶନ କରେ-

‘ସବୁରି ଉପରେ ତୁମେ ଅଛ ଥରେ, ଦେବାକୁ ଅମର ଗାର
ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର !”’

ଯେଉଁ ଓଡ଼ିଆ ଜାତି ଏକଦା ବୀର ବିକ୍ରମରେ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରିଥିଲା, ରଣାଙ୍ଗନରେ ଅପୂର୍ବ ସମରକଳା କୌଶଳ ପ୍ରଦର୍ଶନ କରି ଦେଶରେ ଏକ ସ୍ବତନ୍ତ୍ର ପରିଚୟର ଅଧ୍ୟାକାରୀ ହୋଇଥିଲା, ସେହି ଜାତି ନୀରବରେ ସବୁ ଦୁର୍ନୀତି ଓ ଅତ୍ୟାଚାରକୁ ମଥାପାତି ସହିଯାଉଥ‌ିବା ଲକ୍ଷ୍ୟ କରି କବି ବ୍ୟଥ୍‌ତ ହୋଇଛନ୍ତି । ଓଡ଼ିଆ ଜାତିର ଶାନ୍ତ, ସରଳ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ବେଳେ ଜନସାଧାରଣ ମୂକ ଭଳି ଆଚରଣ ପ୍ରଦର୍ଶନ କରୁଥ‌ିବାରୁ କବି ବ୍ୟସ୍ତ ହୋଇ ପଡ଼ିଛନ୍ତି । ଜନତାର ଶୀତଳ ପ୍ରାଣରେ ଉଷ୍ଣତା ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି ।

କବି ଅନୁଭବ କରିଛନ୍ତି ଯେ ତାଙ୍କ କଲମର କେତୋଟି ଗାର ସମାଜରୁ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଧ୍ବଂସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ । ଦୁନିଆର ସମସ୍ତ ଶକ୍ତିର ଊର୍ଦ୍ଧ୍ବରେ ଲେଖନୀର ଶକ୍ତି । କଲମ ମାନବର ସବୁ ବନ୍ଧନ ମୋଚନ କରିପାରେ, ତାକୁ ଶୃଙ୍ଖଳମୁକ୍ତ କରିପାରେ । ଅଜ୍ଞ ଓ ଅଜ୍ଞାନ ଜନକୁ ମାର୍ଗଦର୍ଶନ କରାଇପାରେ । ସଦା ସତ୍ୟପକ୍ଷର ସମର୍ଥନ କରି ଛଳନା ଓ ପ୍ରତାରଣା କରୁଥିବା ବ୍ୟକ୍ତିଙ୍କ ଛଦ୍ମରୂପ ଖୋଲି ଦେଇପାରେ । ଉତ୍କଳୀୟମାନଙ୍କୁ ସେମାନଙ୍କ ସ୍ବାଭିମାନ ସ୍ମରଣ କରାଇ ଅନ୍ୟାୟ ବିରୋଧରେ ବିପ୍ଳବ କରିବାକୁ ଆଗେଇ ଆସିବାପାଇଁ କବି କଲମ ମାଧ୍ୟମରେ ଆହ୍ବାନ ଦେଇଛନ୍ତି ।

Question ୩୪ ।
କଲମକୁ ‘ଚିର ବିପ୍ଳବୀ’ ଓ ‘ଚିର ମୌନୀ’ କହିବାର ତାତ୍ପର୍ଯ୍ୟ ବୁଝାଇ ଦିଅ ।
କିମ୍ବା, ସମାଜର ଅନ୍ୟାୟ, ଅତ୍ୟାଚାରକୁ ଲକ୍ଷ୍ୟ କରି ନୀରବଦ୍ରଷ୍ଟା ସାଜିଥ‌ିବା କବିର ବିପ୍ଲବ ଲେଖନୀରେ ହିଁ ଆତ୍ମପ୍ରକାଶ – ଏହା ପଠିତ କବିତା ‘ହେ ମୋର କଲମ’ ମାଧ୍ୟମରେ ସାବ୍ୟସ୍ତ କର ।
କିମ୍ବା, ମୌନତାର ଲକ୍ଷଣ କେବଳ ସହନଶୀଳତା ନୁହେଁ, ଏହା ସମୟ ସମୟରେ ଅଗ୍ନିମୟ ବିପ୍ଳବ ମଧ୍ୟ ସୃଷ୍ଟି କରିପାରେ । ଏହାର ଜ୍ଵଳନ୍ତ ଦୃଷ୍ଟାନ୍ତ ହିଁ କବିର ‘ଲେଖନୀ’ – ପଠିତ କବିତା ମାଧ୍ୟମରେ ଏହାର ସମୀକ୍ଷା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବହମାନ କାଳବକ୍ଷରେ ସବୁଜ ଯୁଗ ଓ ପ୍ରଗତି ପର୍ବର ସନ୍ଧିସ୍ଥଳରେ ମାନବବାଦ, ଜାତିପ୍ରୀତି ଓ ସମାଜ ସଂସ୍କାରକୁ ଆଧାର କରି ସ୍ଵକୀୟ ଲେଖନୀ ଚାଳନା କରିଥିଲେ ସତ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ କବି ଗୋଦାବରୀଶ ମହାପାତ୍ର । ସହଜ ଓ ସରଳ ଭାଷାରେ ହୃଦୟସ୍ପର୍ଶୀ କଥା କହିବା ତାଙ୍କ ଲେଖନୀର ସ୍ଵାତନ୍ତ୍ର୍ୟ । ଇତିହାସ ସଚେତନତା, ସ୍ୱଦେଶପ୍ରୀତି, ମାନବିକ ସମ୍ବେଦନା ତଥା ବୈପ୍ଳବିକ ଜୀବନଦର୍ଶନ ତାଙ୍କ ରଚନାର ବୈଶିଷ୍ଟ୍ୟ ।

ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟ’ ପାଇଁ ସେ ଓଡ଼ିଶାର ଜନଗଣଙ୍କ ନିକଟରେ ସୁପରିଚିତ ଥିଲେ । ତାଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ, ‘ ବଙ୍କା ଓ ସିଧା, ‘ପାହାଚ ତଳର ଘାସ, ‘ହାଣ୍ଡିଶାଳର ବିପ୍ଳଟ ପରି କବିତା ସଙ୍କଳନ, ‘ ଏବେ ମଧ୍ୟ ବଞ୍ଚିଛି’, ‘ମୁଁ ଦିନେ ମନ୍ତ୍ରୀ ଥୁଲି’, ‘ମାଟିର ମାୟା ପରି ଗଳ୍ପ ସଙ୍କଳନ ଓ ‘ରକ୍ତପାତ ଓ ‘ ବିଦ୍ରୋହ ପରି ଉପନ୍ୟାସ କବିଙ୍କ ବହୁମୁଖୀ ପ୍ରତିଭାର ପରିଚୟ ବହନ କରେ । ତାଙ୍କ କବିତା ପୁସ୍ତକ ‘ କଣ୍ଟା ଓ ଫୁଲ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛି ।

ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ‘ହେ ମୋର କଲମ ଏକ ସମ୍ଭୋଧୀ କବିତା । ସ୍ଵାଧୀନତୋତ୍ତର ସମାଜରେ ପରିଦୃଷ୍ଟ ରାଜନେତା ଓ କ୍ଷମତାଧ୍ୟାକାରୀଙ୍କ ଛଳନା, ଭଣ୍ଡାମି, ପ୍ରତାରଣା, ଦୁର୍ନୀତି, ଭ୍ରଷ୍ଟାଚାର ଆଦିର ଶିକାର ହୋଇଥବା ନିରୀହ, ଶୋଷିତ, ନିଷ୍ପେଷିତ ଓ ପଦଦଳିତ ସାଧାରଣ ଜନତାର ଜଡ଼ ପ୍ରାଣରେ ସାହସ ଓ ଆତ୍ମବିଶ୍ଵାସ ଭରିଦେଇ ଦୁର୍ନୀତିଗ୍ରସ୍ତ ସ୍ଵାର୍ଥାନ୍ଵେଷୀ ଶାସକ ବିରୋଧରେ ବିପ୍ଳବ କରିବାକୁ ଆହ୍ୱାନ ଦେଇଛନ୍ତି କବି ।

ତାଙ୍କ କଲମ ସମାଜକୁ ଅବକ୍ଷୟରୁ ଉଦ୍ଧାର କରିବାପାଇଁ ଚଳଚଞ୍ଚଳ ହୋଇଉଠୁ ବୋଲି କବି ମନରେ ଦୃଢ଼ କାମନା ପୋଷଣ କରିଛନ୍ତି । ସାମାନ୍ୟ କେତୋଟି ପଇସା ବିନିମୟରେ ଉପଲବ୍ଧ କଲମ କ୍ଷୀଣ ତନୁବିଶିଷ୍ଟ ହୋଇଥିଲେ ମଧ୍ୟ ଦୁସ୍ଥ ଓ ନିର୍ଯାତିତ ଜନତାର ହୃଦୟରେ ବିଦ୍ରୋହର ବୀଜ ବପନ କରିପାରେ । ସ୍ପଷ୍ଟବାଦୀ ଓଡ଼ିଆ ଜାତିର ଶିଥୁଳ ଧମନୀରେ ଉଷ୍ଣତା ଭରିଦେବାପାଇଁ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିବ ଓ ମୁକ୍ତିକାମୀ ଜାତିକୁ ଶୃଙ୍ଖଳମୁକ୍ତ କରି ପୁନଶ୍ଚ ଶାନ୍ତି, ସହାବସ୍ଥାନର ବାତାବରଣ ସୃଷ୍ଟି କରିପାରିବ, ଏହି ବିଶ୍ଵାସ କବିଙ୍କ ମନରେ ଦୃଢ଼ୀଭୂତ ହୋଇଛି ।

ଅତୀତରେ କଲମର ଅପରିସୀମ ଶକ୍ତି ଓ ବହୁ ପ୍ରଭାବଶାଳୀ ଭୂମିକାକୁ କବି ସ୍ମରଣ କରିଛନ୍ତି । ଯେଉଁ ଲେଖନୀ ସୁଧା ବର୍ଷଣ କରି ବହୁ ବିଦଗ୍ଧ ପ୍ରାଣରେ ଦିବ୍ୟଚେତନା ସୃଷ୍ଟି କରିପାରେ ସେହି ଲେଖନୀର ବିଷୋଦ୍‌ର ସ୍ୱେଚ୍ଛାଚାରୀ, ଦୁର୍ନୀତିଗ୍ରସ୍ତ ଶାସକର ଯଥେଚ୍ଛାଚାରକୁ ଅଚିରେ ବିଲୋପ କରିପାରେ । କବିଙ୍କ ଭାଷାରେ-

‘‘ କରି ମୁଖରିତ କେବେ ପୁରତଳ, ବରିଚ ଅମର ଯଶ
ଧରିଚ ଅଳୀକ ଧରଣୀ ବୁକୁରେ କେତେ ସୁଧା, କେତେ ବିଷ ।”

ଶାସକର ସ୍ୱେଚ୍ଛାଚାରିତା, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ଅସାଧୁ ବ୍ୟବସାୟୀର ଅପମିଶ୍ରଣ, ଅସାମାଜିକ ବ୍ୟକ୍ତିମାନଙ୍କ ବ୍ୟଭିଚାର ତଥା ସମାଜରେ ଧର୍ମ ନାମରେ କୁସଂସ୍କାର ତଥା ସଂକୀର୍ଣ ରାଜନୀତି କରୁଥିବା ସୁବିଧାବାଦୀ ସ୍ଵାର୍ଥାନ୍ଵେଷୀ ଛଦ୍ମବେଶୀ ବ୍ୟକ୍ତିବିଶେଷଙ୍କ ମୁଖା ଖୋଲିଦେବାରେ କଲମର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ତାହା ଅନସ୍ବୀକାର୍ଯ୍ୟ । ଯୁଗ ଯୁଗ ଧରି ସାଧାରଣ ନିରୀହ ଜନସାଧାରଣଙ୍କ ଉପରେ ହେଉଥିବା ଶୋଷଣ, ପେଷଣ, ଛଳନା ଓ ଗୁଣ୍ଡାମି କଲମ ନିକଟରେ ପରାଜୟ ସ୍ବୀକାର କରେ । ଦୃଢ଼କଣ୍ଠରେ ବିଦ୍ରୋହ ଘୋଷଣା କରି ସ୍ଵେଚ୍ଚାଚାରୀ ଶାସକର ସିଂହାସନ ଦୋହଲାଇ ଦେଇପାରେ କଲମ । ସେହି କଲମ ପୁନଶ୍ଚ ସତ୍ୟ, ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇ ଏକ ନୀରବ ବିପ୍ଳବର କର୍ଣ୍ଣଧାର ସାଜେ । ତେଣୁ କବି ଯଥାର୍ଥରେ କଲମକୁ ଚିର ବିପ୍ଳବୀର ଆଖ୍ୟା ଦେଇଛନ୍ତି । କବିଙ୍କ ଭାଷାରେ –

‘ତୁମେ ତ ଚାଲିନ’ ଛଳନାରେ କେବେ, ଥକିନ’ ଗୁଣ୍ଡାମିରେ,
ପେଷଣ, ଶୋଷଣ, ଦୂଷଣ ଦେଇଚ ଆଡ଼େଇ ଏକଇ ଗାରେ ।’’

କବି, ଲେଖକମାନେ ହିଁ ସମାଜର ଚିତ୍ରର, ସମାଜର ଜାଗ୍ରତ ପ୍ରହରୀ ସଦୃଶ । ସାମାଜିକ ମଣିଷଠାରେ ଯାବତୀୟ ଅସାମାଜିକତାକୁ ସେମାନେ ସହ୍ୟ କରିପାରନ୍ତି ନାହିଁ । ତାଙ୍କ ଅନ୍ତର ବ୍ୟଥାତୁର ହୋଇଉଠେ । ସମାଜର ପ୍ରତିଟି ଅଘଟଣ ତାଙ୍କ ଦୃଷ୍ଟିପଥରୁ ବିଚ୍ୟୁତ ହୋଇପାରେ ନାହିଁ । ତାଙ୍କ ମନ ବିଦ୍ରୋହୀ ହୋଇଉଠେ, ଲେଖନୀ ହୋଇଉଠେ ଚଳଚଞ୍ଚଳ । ଅନ୍ୟାୟ, ଅତ୍ୟାଚାରକୁ ମୁଣ୍ଡପାତି ସହିଯାଉଥ‌ିବା ନିରୀହ ଜନତାର ପ୍ରତିନିଧୂତ୍ବ କରିବାକୁ ସେମାନଙ୍କ ଲେଖନୀ ତତ୍ପର ହୋଇଉଠେ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ପ୍ରାକ୍ତନ ଉତ୍କଳର ରାଜନୈତିକ ଅସ୍ଥିରତା ଯେତେବେଳେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ପ୍ରତି ବିପଦ ସୃଷ୍ଟି କରିଥିଲା, ସେତେବେଳେ କବି ଗୋଦାବରୀଶଙ୍କ ଜାତୀୟତାବାଦୀ ମନ ବିକଳ ହୋଇଉଠିଥିଲା । ମାତୃଭୂମିର ମୁକ୍ତି ପାଇଁ ତାଙ୍କ ହୃଦୟ ବିଳପି ଉଠିଥିଲା । ତେଣୁ କବି ଅସତ୍ୟ, ଅନୀତି, ଗୁଣ୍ଡାମି ଓ ଦାଦାଗିରି ବିରୋଧରେ ଅଗ୍ନି ଉଦ୍‌ଗୀରଣ କରି ଜଡ଼ ଜାତିପ୍ରାଣରେ ଉଷ୍ଣତା ଭରି ଦେଇଥିଲେ । ସ୍ଵାଧୀନତା ପରେ ତାଙ୍କ କଲମ ଦୀର୍ଘଦିନ ଧରି ମୌନତା ଅବଲମ୍ବନ କରିଥିଲା ।

ମାତ୍ର ସ୍ଵାଧୀନତା ପ୍ରାପ୍ତି ପରେ ଲୋକଙ୍କ ଆଶା ଓ ବିଶ୍ୱାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ଵ ତଥା ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଲକ୍ଷ୍ୟ କରି କବି ଆଉ ନୀରବରେ ରହିପାରି ନାହାନ୍ତି । ଜନଗଣଙ୍କୁ କ୍ଷମତାଧୀକାରୀମାନଙ୍କ ଦୁର୍ନୀତି ବିଷୟରେ ଅବଗତ କରାଇବାପାଇଁ ପୁନଶ୍ଚ ଲେଖନୀ ଚାଳନା ପାଇଁ କବି ଉଦ୍ୟତ ହୋଇଛନ୍ତି । ଜନତାଙ୍କ ସମ୍ମୁଖରେ ସୌମ୍ୟବନ୍ତ ରାଜନୀତିଜ୍ଞ ତଥା ଛଦ୍ମବେଶୀ ସ୍ଵାର୍ଥନ୍ୱେଷୀ ବ୍ୟକ୍ତିବିଶେଷଙ୍କ ମୁଖା ଖୋଲି ଦେବାପାଇଁ କବି ତାଙ୍କ ଚିର ମୌନୀ କଲମକୁ ଆହ୍ଵାନ କରିଛନ୍ତି । ତାଙ୍କ ଭାଷାରେ-

‘‘ଆଜି ଏତେବେଳେ ହେ କଲମ ! ବାରେ ଚର୍ ଚର୍ ଚର୍ ଚାଲ
ଜାଗ୍ରତ କର, ଉଦ୍ୟତ କର, ମୁକ୍ତି ଦୁଆର ଖୋଲ ।’’
‘ଛେଦନ କରିଚ ବନ୍ଧନ ଯେତେ, ଅଛେ ଦେଇଚ ଆଖ୍
କାଳ ବକ୍ଷରେ ମହା ଅକ୍ଷରେ ପଦେ ପଦେ ଲେଖୁ ଲେଖୁ ।’

ଯୁଗ ଯୁଗ ଧରି ମାନବର ଅଜ୍ଞାନ-ତିମିରିତ ହୃଦୟରେ ଜ୍ଞାନର ଆଲୋକବର୍ତ୍ତିକା ତୋଳି ଧରିବାପାଇଁ ଓ ସଦା ସତ୍ୟର ପକ୍ଷ ସମର୍ଥନ ପୂର୍ବକ ମାଟିର ମଣିଷ ହୃଦୟରେ ଜାଗୃତି ଭରିଦେବାପାଇଁ କଲମ ପ୍ରତି କବିଙ୍କର ଆବେଗଭରା ଆହ୍ୱାନ କବିତାରେ ଭାବୋଚ୍ଛାସ ସୃଷ୍ଟି କରିଛି ।

Question ୩୫ ।
ନିଜକୁ କଲମ ମନେକରି ତୁମ ମନରେ ଆସୁଥ‌ିବା ଉନ୍ନତ ଭାବନାଗୁଡ଼ିକୁ ଲେଖ ।
କିମ୍ବା, ବିପ୍ଳବର ଅନ୍ତର୍ଦାହରେ ଜର୍ଜରିତ କଲମର ଜୀବନୀ ପଠିତ କବିତା ଅନୁସରଣରେ ଆଲୋଚନା କର ।
କିମ୍ବା, ପଠିତ କବିତାରେ ‘ବିପ୍ଳବୀ’, ‘ମୌନୀ’ କଲମର ଆତ୍ମଜୀବନୀ ନିଜ ଭାଷାରେ ଉଲ୍ଲେଖ କର ।
କିମ୍ବା, ‘କଲମ’ର ସମାଜ ପ୍ରତି ଥିବା କର୍ତ୍ତବ୍ୟ ଓ ଦାୟିତ୍ବବୋଧକୁ ସମ୍ବଳ କରି ତା’ର ଏକ ଆତ୍ମଜୀବନୀ ଲେଖ ।
Answer:
ଏ ସଂସାରରେ ଏପରି କୌଣସି ବ୍ୟକ୍ତି ନାହିଁ ଯାହା ପାଖରେ ମୋର ପରିଚୟ ଅଜଣା ରହିଯାଇଛି । ଉଚ୍ଚଶିକ୍ଷିତ, ଅର୍ଥଶିକ୍ଷିତ, ଅଶିକ୍ଷିତ ଏପରିକି ନିରକ୍ଷର ବ୍ୟକ୍ତି ମଧ୍ୟ ମୋତେ ଚିହ୍ନିପାରେ । ମାତ୍ର ବିଦ୍ବାନ୍ ଓ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ପାଇଁ ମୁଁ ଅମୂଲ୍ୟ ବସ୍ତୁ ଭାବେ ମର୍ଯ୍ୟାଦା ଲାଭ କରେ । ମୂଲ୍ୟ ଅନୁସାରେ ମୋର ତନୁର ସୌନ୍ଦର୍ଯ୍ୟ ଓ କାର୍ଯ୍ୟଦକ୍ଷତାର ପରିମାପ କରାଯାଏ; ମାତ୍ର ଅଳ୍ପ କିଛି ମୁଦ୍ରା ବିନିମୟରେ ମୁଁ ପ୍ରାପ୍ତ ହୋଇପାରେ । ରୂପ ଓ ରଙ୍ଗରେ ନୁହେଁ, ମୋର କାର୍ଯ୍ୟକାରିତା ହିଁ ବ୍ୟକ୍ତିକୁ ସମାଜରେ ପରିଚିତ କରାଏ ।

କଳେବର କ୍ଷୁଦ୍ର ହେଲେ ମଧ୍ୟ ମୋର ଶକ୍ତି ଅପରିମିତ । କବି, ଭାବୁକ ଓ ଲେଖକଙ୍କ ହାତ ସ୍ପର୍ଶରେ ମୁଁ ସୃଷ୍ଟି କରିପାରେ ସାହିତ୍ୟର ଅନୁପମ କୋଣାର୍କ । ଚିହ୍ନରା ପାଠକମାନଙ୍କ ସମ୍ମୁଖରେ ବାଢ଼ିଦିଏ କାବ୍ୟ, କବିତା, ଗଳ୍ପ, ଉପନ୍ୟାସର ଛବିଳ ପସରା । ସାରସ୍ଵତ ସ୍ରଷ୍ଟାକୁ ଯଶସ୍ବୀ କରି ବିଶ୍ଵବନ୍ଦିତ କରିପାରେ ମୁଁ ।

ସାମ୍ବାଦିକ ହାତରେ ମୁଁ ସାଜେ ସମ୍ବାଦଦାତା । ଦେଶ ବିଦେଶର ଟିକିନିଖ୍ ଖବର ବାଢ଼ିଦିଏ ପ୍ରତିଟି ସକାଳେ । ଛାତ୍ରଛାତ୍ରୀମାନଙ୍କର ମୁଁ ଚିର ନମସ୍ୟ । ଦେବଦେବୀଙ୍କୁ ସ୍ପର୍ଶ କରାଇ ମୋ ଦେହରେ ଶକ୍ତି ସଞ୍ଚାର କରିବାକୁ ସେମାନେ ବ୍ୟଗ୍ର ହୋଇଉଠନ୍ତି । ବିଦ୍ୟାଶିକ୍ଷା କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମୋ ଯୋଗୁ ହିଁ ପ୍ରମାଣିତ ହୋଇଥାଏ । ମୋତେ ଅସ୍ତ୍ର କରି ଲେଖକ ସମାଜର ଚିତ୍ର ବାଢ଼ିଦିଏ ଜନତାର ସମ୍ମୁଖରେ ।

କ୍ଷମତାଲିପ୍‌ସୁ ଶାସକ ପ୍ରାଣରେ ମୁଁ ହୃତ୍‌କମ୍ପନ ସୃଷ୍ଟି କରିପାରେ । ତା’ର ସ୍ୱେଚ୍ଛାଚାର ବିରୋଧରେ ମୁଁ ଜନଗଣଙ୍କ ହୃଦୟରେ ବିପ୍ଳବର ବୀଜବପନ କରିପାରେ । ଦଳିତ ଜାତିପ୍ରାଣରେ ଶକ୍ତିର ସଞ୍ଚାର କରିପାରେ ମୁଁ । ମୁଁ ସ୍ପଷ୍ଟବାଦୀ । ଅନ୍ୟାୟ, ଅତ୍ୟାଚାର, ଶୋଷଣ ଓ ଅବିଚାର ବିରୋଧରେ ସଂଗ୍ରାମ କରିବାପାଇଁ ଦଳିତ, ନିଷ୍ପେଷିତ ଜନଗଣଙ୍କ ପ୍ରାଣରେ ଉତ୍ତେଜନା ଭରିଦେଇପାରେ ।

ନିଷ୍ଠୁର, ଅତ୍ୟାଚାରୀ ବ୍ୟକ୍ତିବିଶେଷଙ୍କ ଛଳନା, କପଟତାକୁ ସର୍ବସାଧାରଣରେ ପରିପ୍ରକାଶ କରିବାକୁ ମୁଁ ତିଳେମାତ୍ର ପଶ୍ଚାତ୍‌ପଦ ହୁଏନାହିଁ । ଅତୀତରେ ବହୁ କୁର ଶାସକଙ୍କୁ ଗାଦିଚ୍ୟୁତ କରାଇବାରେ ମୋର ଭୂମିକା ବିଶ୍ବବାସୀ ଜାଣନ୍ତି । ଋଷୋ, ଭଲ୍‌ଟାୟାର, ମଣ୍ଡେସ୍କୁଙ୍କ ପରି ଦାର୍ଶନିକଙ୍କ ହାତରେ ରହି ମୁଁ ଫରାସୀବାସୀଙ୍କୁ ବିଦ୍ରୋହ କରିବାପାଇଁ ସାହସ ଓ ଶକ୍ତି ଦେଇଥୁଲି । ମୋ ପାଇଁ ଫ୍ରାନ୍ସରେ ରାଜତନ୍ତ୍ରର ପତନ ହୋଇଥିଲା । ଏହିପରି ମୋ ଅମାପ ଶକ୍ତିର ବହୁ ଉଦାହରଣ ରହିଛି ବିଶ୍ଵ ଇତିହାସରେ ।

ପରିବର୍ତ୍ତନଶୀଳ ଦୁନିଆରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ । ବିଶ୍ୱବୁକୁରେ ବହୁ ସଭ୍ୟତା, ବହୁ ମତବାଦ ସୃଷ୍ଟି ହୋଇ କାଳର କରାଳ ଗର୍ଭରେ ଲୀନ ହୋଇଯାଇଛି । ସେସବୁକୁ ଇତିହାସ ପୃଷ୍ଠାରୁ ଯେ ଆପଣମାନେ ଜାଣିପାରୁଛନ୍ତି, ତା’ମୂଳରେ ଥବା ମୋର ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ । ବିବର୍ତ୍ତନର ସୋପାନ ଅତିକ୍ରମ କରି ସବୁକିଛିର ରୂପାନ୍ତର ଘଟୁଥିଲେ ମଧ୍ୟ ସବୁରି ଉର୍କରେ ମୋର ସ୍ଥିତି । ଲିପି ସୃଷ୍ଟି ହେଲା ଦିନଠାରୁ ଅଦ୍ୟାବଧୂ ମୁଁ ସୃଷ୍ଟି କରିଚାଲିଛି ଅଜସ୍ର ପାଠକୀୟ କୃତି ।

ମୋ ପାଇଁ ଶିକ୍ଷା ଓ ସଂସ୍କୃତି ଉନ୍ନତିର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି । ସମୟାନୁକ୍ରମେ ମୋର ରୂପରେ ପରିବର୍ତ୍ତନ ଆସିଥୁଲେ ମଧ୍ଯ ମୋର କାର୍ଯ୍ୟଧାରା ପୂର୍ବବତ୍ ସାରସ୍ଵତ ସୃଷ୍ଟିସମ୍ଭାରର ପ୍ରାଚୁର୍ଯ୍ୟରେ ଭାଷାଭାରତୀଙ୍କୁ ଅଳଙ୍କୃତ କରିଚାଲିଛି । ବହୁ ଉପାଦେୟ କାଳଜୟୀ ରଚନାକୁ ଜୀବନ୍ୟାସ ଦେଇ ସ୍ରଷ୍ଟାକୁ ଯଶସ୍ବୀ କରିଛି ।

ବହୁ ମହାମନୀଷୀଙ୍କ ପବିତ୍ର କରସ୍ପର୍ଶରେ ମୁଁ ସତ୍ୟ, ଶାନ୍ତି ଓ ଅହିଂସାର ପବିତ୍ର ଗ୍ରନ୍ଥ ସୃଷ୍ଟି କରିଛି । ମାନବ ପ୍ରାଣରେ ଦିବ୍ୟଚେତନା ଭରିଦେବାପାଇଁ ସେସବୁର ଭୂମିକା କେବଳ ବିଦଗ୍ଧ ପାଠକ ହିଁ ଅନୁଭବ କରିପାରେ । ଅଜ୍ଞଜନକୁ ସତ୍ୟର ପଥ ପ୍ରଦର୍ଶନ କରି ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରିବାରେ ମୋର ଭୂମିକାକୁ ଆପଣମାନେ କଦାପି ଅସ୍ବୀକାର କରିପାରିବେ ନାହିଁ । ଜ୍ଞାନୀ, ଗୁଣୀ ଲୋକଙ୍କର ମୁଁ ସବୁଠାରୁ ପ୍ରିୟ ବସ୍ତୁ । ମୁଁ ସାଥୀରେ ଥିଲେ ଆପଣମାନେ ନିର୍ଭୟରେ ମନର ଆବେଗ, ଚିନ୍ତା, କଳ୍ପନାରୁ ରୂପ ଦେଇପାରିବେ, ଏହା ନିଃସନ୍ଦେହ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ତୁମପାଇଁ କାମ

୩୬ । ଗୋଦାବରୀଶ ମହାପାତ୍ରଙ୍କର ଅନ୍ୟାନ୍ୟ କୃତି ସଂଗ୍ରହ କରି ପଢ଼ ।
୩୭ । ସତ୍ୟବାଦୀ ବନବିଦ୍ୟାଳୟ ସହ ସଂପୃକ୍ତ କବିମାନଙ୍କର ଏକ ତାଲିକା ପ୍ରସ୍ତୁତ କର ।
୩୮ । କଲମର ମହନୀୟତା ପ୍ରତିପାଦନ କରୁଥିବା ପଦଗୁଡ଼ିକ ଟିପା ଖାତାରେ ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ
1. କଲମକୁ ମୌନୀ ବୋଲି କବି କାହିଁକି କହିଛନ୍ତି ?
Answer:
କଲମ ନୀରବରେ କବିଙ୍କ ମନୋଭାବକୁ ପ୍ରକାଶ କରୁଥିବାରୁ କବି ତାକୁ ମୌନୀ ବୋଲି କହିଛନ୍ତି ।

2. ଦୁର୍ବଳ ଶରୀର ସତ୍ତ୍ଵେ କଲମର ଦକ୍ଷତା ସମ୍ପର୍କରେ କବି କ’ଣ କହିଛନ୍ତି ?
Answer:
ଦୁର୍ବଳ ଶରୀର ସତ୍ତ୍ଵେ କଲମ ଜନତାର ହୃଦ-ମନ୍ଦିର ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି କହିଛନ୍ତି ।

3. ‘କଲମ ବନ୍ଦୀ ହୋଇଯାଇଛି କି ?’ କବି ଏପରି କହିବାର କାରଣ କ’ଣ ?
Answer:
ତତ୍‌ କାଳୀନ ସମାଜରେ ସୃଷ୍ଟି ହେଉଥ୍ବା ଅସାମାଜିକତା ତଥା ଶୋଷଣ ଅତ୍ୟାଚାର କୁ ଅବଲୋକନ କରି ମଧ୍ୟ ଚିର ବିପ୍ଳବୀ କଲମ ମୌନ ରହୁଥ‌ିବାରୁ କବି ‘କଲମ ବନ୍ଦୀ ହୋଇଯାଇଛି କି’ ବୋଲି କହିଛନ୍ତି ।

4. କଲମକୁ କ’ଣ କରିବାପାଇଁ କବି ଆହ୍ବାନ କରିଛନ୍ତି ?
Answer:
ସୁପ୍ତଜାତି ର ଜଡ଼ତାକୁ ଭାଙ୍ଗି ଜାତିକୁ ଜାଗ୍ରତ କରିବାପାଇଁ କବି କଲମକୁ ଆହ୍ଵାନ ଜଣାଇଛନ୍ତି ।

5. କବିଙ୍କର ବିଶ୍ବସ୍ତ ସଖା କିଏ ?
Answer:
କଲମ ହିଁ କବିଙ୍କର ବିଶ୍ବସ୍ତ ସଖା ।

6. କଲମଟି କିଭଳି ବନ୍ଧୁ ବୋଲି କବି କହିଛନ୍ତି ?
Answer:
କବି କଲମକୁ ଅତି ଆପଣାର ବନ୍ଧୁ ବୋଲି ଅଭିହିତ କରିଛନ୍ତି।

7. କଲମ କ’ଣ କରି ଅମର ଯଶ ବରଣ କରିଛି ?
Answer:
କଲମ ତା’ର ତୀକ୍ଷ୍ଣଣ ମୁନରେ କବିଙ୍କ ମନଲେଖାକୁ ପ୍ରକାଶ କରି କୋଟି ଜନମନକୁ ପୁଲକିତ କରି ଅମର ଯଶ ବରଣ କରିଛି ।

8.କଲମଦ୍ଵାରା କେଉଁ ଦୁଆର ଖୋଲିବାପାଇଁ କବି କହିଛନ୍ତି ?
Answer:
କଲମଦ୍ୱାରା ମୁକ୍ତିର ଦ୍ଵାର ଖୋଲିବାପାଇଁ କବି କହିଛନ୍ତି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

9. କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି ?
Answer:
କରବାଳ, ବଜ୍ର ଓ ମୁଷଳ କଲମ ନିକଟରେ ପରାସ୍ତ ହୁଅନ୍ତି ।

10. ଧରଣୀ ଦୁଇଦିନର ବୋଲି କବି କାହିଁକି କହିଛନ୍ତି ?
Answer:
ପରିବର୍ତ୍ତନଶୀଳ ଏହି ଧରଣୀରେ ସବୁକିଛି କ୍ଷଣସ୍ଥାୟୀ ହୋଇଥିବାରୁ କବି ଧରଣୀକୁ ଦୁଇଦିନର ବୋଲି କହିଛନ୍ତି ।

11. ସତ୍ୟ ନାମରେ ଏଠାରେ କ’ଣ ଘଟୁଛି ବୋଲି କବି କହିଛନ୍ତି ?
Answer:
ସତ୍ୟ ନାମରେ ଏ ସଂସାରରେ ଦୁର୍ବିସହ ଛଳନା ତଥା ପ୍ରତାରଣାମାନ ଘଟୁଛି ବୋଲି କବି କହିଛନ୍ତି ।

12. ନର ଦେବତାରୂପେ ପ୍ରତିଷ୍ଠା ଲାଭ କରେ କିପରି ?
Answer:
ଜଗତଜନର କଲ୍ୟାଣ ସାଧନ ନିମନ୍ତେ ଆତ୍ମନିୟୋଗ କରିଥିବା ମଣିଷ ହିଁ ସଂସାରରେ ଦେବତାରୂପେ ପ୍ରତିଷ୍ଠା ଲାଭକରେ ।

13. କେଉଁମାନଙ୍କର ବଚନକୁ କଲମ ଧରି ରଖୁଛି ?
Answer:
ଗୌତମବୁଦ୍ଧ, ଶଙ୍କରାଚାର୍ଯ୍ୟ ତଥା ଯୀଶୁଖ୍ରୀଷ୍ଟଙ୍କ ମହାନ୍ ବାଣୀକୁ କଲମ ଧରି ରଖୁଛି ।

14. କଲମ କେଉଁ କଥାକୁ ଖାତିର ନ କରି ଆଗେଇ ଚାଲିଛି ?
Answer:
କାହାର ଗୁଣ୍ଡାମିକୁ ଖାତିର ନ କରି କଲମ ଆଗେଇ ଚାଲିଛି ।

15. କଲମର ବିପ୍ଳବ କେଉଁ ଆଦର୍ଶରେ ପରିଚାଳିତ ?
Answer:
ସତ୍ୟ-ଶାନ୍ତି -ଶିବ-ସୁନ୍ଦରର ପବିତ୍ର ଆଦର୍ଶରେ କଲମର ବିପ୍ଲବ ପରିଚାଳିତ ।

16. କାଳବକ୍ଷରେ କଲମ କିପରି ଅମର ହୋଇ
Answer:
କାଳବକ୍ଷରେ ଘଟୁଥିବା ପ୍ରତିଟି ଘଟଣାକୁ କଲମ ତା’ର ମୁନରେ ରୂପଦେଇ ବାନ୍ଧି ରଖୁଥିବାରୁ କଲମ ଅମର ହୋଇ ରହିଛି ।

17. ‘ଚିର ବିପ୍ଳବୀ’ ବୋଲି କବି କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଚିର ବିପ୍ଳବୀ’ ବୋଲି କବି କଲମକୁ ସମ୍ବୋଧନ କରିଛନ୍ତି ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. କବିଙ୍କ ମତରେ କଲମର ଗାର କ’ଣ ଅଟେ ?
Answer:
ଅମର

2. ସକଳ ଛଳନା ଗୁଣ୍ଡାମି କାହା ନିକଟରେ ପରାଜୟ ସ୍ଵୀକାର କରିଛି ?
Answer:
କଲମ ନିକଟରେ

3. କବିର ପ୍ରଧାନ ଅସ୍ତ୍ର କ’ଣ ?
Answer:
କଲମ

4. ହିଟ୍‌ଲରଙ୍କ ପୂର୍ଣ୍ଣ ନାମ କ’ଣ ?
Answer:
ଆଡ଼ଲଫ୍ ହିଟ୍‌ର

5. ବାଡ଼ବ କହିଲେ କାହାକୁ ବୁଝାଏ ?
Answer:
ସମୁଦ୍ରର ଅଗ୍ନି

BSE Odisha 9th Class Odia Solutions Chapter 3 ହେ ମୋର କଲମ

6. କଲମ କେଉଁମାନଙ୍କର ବଚନକୁ ଧରି ରଖୁଛି ?
Answer:
ଗୌତମ, ଶଙ୍କର, ଯୀଶୁଙ୍କର

7. ପୃଥ‌ିବୀରେ ସମସ୍ତ ମତବାଦ କ’ଣ ହୋଇଥାଏ ?
Answer:
କ୍ଷଣସ୍ଥାୟୀ

8. ‘କରବାଳ’ କହିଲେ କାହାକୁ ବୁଝାଏ ?
Answer:
ଖଡ଼ଗ

9. ସତ୍ୟ ନାମରେ କ’ଣ ଦୁର୍ବିସହ ବୋଲି କବି କହିଛନ୍ତି ?
Answer:
ଅନ୍ୟାୟ

10. ଗୋଦାବରୀଶ ମହାପାତ୍ରଙ୍କଦ୍ବାରା ପ୍ରକାଶିତ ବ୍ୟଙ୍ଗାତ୍ମକ ପତ୍ରିକାର ନାମ କ’ଣ ଥିଲା ?
Answer:
ନିଆଁଖୁଣ୍ଟା

11. କଲମର ତନୁ କିପରି ବୋଲି କବି କହିଛନ୍ତି ?
Answer:
ଦୁର୍ବଳ

12. ‘ ଜାଗ୍ରତ କର – ଏ ମଡ଼ା ଜାତିକି ଥରେ’ – ଏଠାରେ ‘ମଡ଼ା ଜାତି’ କାହାକୁ ଲକ୍ଷ୍ୟକରି କୁହାଯାଇଛି ?
Answer:
ଉତ୍କଳୀୟମାନଙ୍କୁ

13. ଦୁର୍ବଳ ଜାତିକୁ କ’ଣ କରିବାକୁ କବି କଲମକୁ ଆହ୍ଵାନ ଦେଇଛନ୍ତି ?
Answer:
କର୍ମତତ୍ପର

14. କାଳର ଇଙ୍ଗିତରେ ସବୁ ଲୁଚିଗଲେ ସୁଦ୍ଧା କିଏ ଚିର ଅମର ହୋଇରହିଛି ?
Answer:
କଲମର ଗାର

15. କଲମ ତା’ର ଗୋଟିଏ ଗାରରେ କ’ଣ ଆଡ଼େଇଦେବାକୁ ସକ୍ଷମ ହୋଇଛି ?
Answer:
ପେଷଣ, ଶୋଷଣ ଓ ଦୂଷଣ

16. କଲମ କ’ଣ ଛେଦନ କରିଛି ବୋଲି କବି କହିଛନ୍ତି ?
Answer:
ସକଳ ବନ୍ଧନ

17. ‘ହେ ମୋର କଲମ’ କବିତାର କବି କିଏ ?
Answer:
ଗୋଦାବରୀଶ ମହାପାତ୍ର

18. କିଏ ସର୍ବଦା ସତ୍ୟ, ଅହିଂସା ଓ ଶାନ୍ତି ପ୍ରତିଷ୍ଠା କରିବାପାଇଁ ନୀରବରେ ବିପ୍ଳବ କରି ଆସିଛି ?
Answer:
କଲମ

BSE Odisha 9th Class Odia Solutions Chapter 3 ହେ ମୋର କଲମ

19. କବି କଲମକୁ ନିଜର କ’ଣ ବୋଲି କହିଛନ୍ତି ?
Answer:
ବିଶ୍ବସ୍ତ ବନ୍ଧୁ

20. ସମସ୍ତ ଅସ୍ତ୍ରଠାରୁ ଶକ୍ତିଶାଳୀ କିଏ ?
Answer:
କଲମ

C ଶୂନ୍ୟସ୍ଥାନ ପୂରଣ କର ।
1. କବି _______________ କୁ ନିଜର ଅତି ଆପଣାର ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ।
Answer:
କଲମ

2. __________________ କବିଙ୍କର ବିଶ୍ଵାସୀ ସଖା ଅଟେ ।
Answer:
କଲମ

3. କଲମର ତୀକ୍ଷ୍ଣଣ ମୁନରେ _______________ ଫୁଟି ଉଠିଛି ।
Answer:
କବିଙ୍କ ମନଲେଖା

4. କେତେ ପୁରତଳକୁ ମୁଖରିତ କରି କଲମ ________________ ବରଣ କରିଛି ।
Answer:
ଅମର ଯଶ

5. କବି _____________________ କୁ ଅଳୀକ ବୋଲି କହିଛନ୍ତି ।
Answer:
ପୃଥ‌ିବୀ

6. ପୃଥ‌ିବୀ ବୁକୁରେ କଲମ ____________________ ଧରି ରଖୁଛି ବୋଲି କବି କହିଛନ୍ତି ।
Answer:
ସୁଧା ଓ ବିଷ

7. କବି କଲମକୁ ________________ ଦ୍ଵାର ଖୋଲିବାକୁ ନିବେଦନ କରିଥିଲେ ।
Answer:
ମୁକ୍ତି

8. ସବୁରି ଉପରେ ଅମର ଗାର ଦେବାପାଇଁ ________________ ଅଛି ବୋଲି କବି କହିଛନ୍ତି ।
Answer:
କଲମ

୨. ଆଜି କଲମ ____________________ ହୋଇଯାଇଛି ବୋଲି କବି କଳ୍ପନା କରିଛନ୍ତି ।
Answer:
ଜଡ଼

10. ଆଜି କଲମର ଧାର _________________ ହୋଇଯାଇଛି ବୋଲି କବି ଭାବିଛନ୍ତି ।
Answer:
ମୁଣ୍ଡା

11. ଅସିଠାରୁ __________________ ଶକ୍ତିଶାଳୀ ବୋଲି କବି ବର୍ଣ୍ଣନା କରିଛନ୍ତି ।
Answer:
ମସୀ

BSE Odisha 9th Class Odia Solutions Chapter 3 ହେ ମୋର କଲମ

12. କବି ଏହି ଧରଣୀକୁ _______________ ଦିନର ବୋଲି କହିଛନ୍ତି ।
Answer:
ଦୁଇ

13. କବିତାରେ ବ୍ୟବହୃତ ‘ବୁଦ୍‌ବୁଦ’ ଶବ୍ଦର ଅର୍ଥ _______________।
Answer:
ପାଣିଫୋଟକା

14. କବି ____________________ କୁ ଚିର ବିପ୍ଳବୀ ବୋଲି କହିଛନ୍ତି ।
Answer:
କଲମ

15. କବିଙ୍କ ମତରେ _________________ ଚିରମୌନୀ ଅଟେ ।
Answer:
କଲମ

16. ଯୁଗେ ଯୁଗେ କବିଙ୍କର ______________ ସାଥୀ ଥିଲା ବୋଲି କବି କହିଛନ୍ତି ।
Answer:
କଲମ

17. _______________ ର ମୂଲ୍ୟ ମାତ୍ର କେତୋଟି ପଇସା ଅଟେ ।
Answer:
କଲମ

18. ଦୁର୍ବଳ ଶରୀର ସତ୍ତ୍ବେ କଲମ _______________ କୁ ଥରାଇ ଦେଇଛି ।
Answer:
ଧରାତଳ

19. ପ୍ରାକ୍ତନ ଉତ୍କଳରେ କବି ______________ କୁ ବନ୍ଦୀ ହୋଇଯାଇଛ କି ବୋଲି ପ୍ରଶ୍ନ କରିଛନ୍ତି ।
Answer:
କଲମ

20. ଏ ମଡ଼ା ଜାତିକୁ _____________ କରିବାପାଇଁ କବି କଲମକୁ ନିବେଦନ କରିଛନ୍ତି ।
Answer:
ଜାଗ୍ରତ

21. କବି କଲମକୁ ______________ ବୋଲି ସମ୍ବୋଧନ କରିଛନ୍ତି ।
Answer:
ଚିର ବିପ୍ଳବୀ

22. __________________ ର ତନୁ ଦୁର୍ବଳ ବୋଲି କବି କହିଛନ୍ତି ।
Answer:
କଲମ

23. କବି _______________ କୁ ଜାଗ୍ରତ କରିବାପାଇଁ କଲମକୁ ନିବେଦନ କରିଛନ୍ତି ।
Answer:
ଏ ମଡ଼ା ଜାତି

24. ____________ ର ତୀକ୍ଷ୍ଣଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି ।
Answer:
କଲମ

25. _________________ ଦୁଆର ଖୋଲିବାପାଇଁ କବି କଲମକୁ ନିବେଦନ କରିଛନ୍ତି ।
Answer:
ମୁକ୍ତି

BSE Odisha 9th Class Odia Solutions Chapter 3 ହେ ମୋର କଲମ

26. ଚେଙ୍ଗିସ୍ ଖାଁ ________________ ର ଅଧିନାୟକ ଥିଲେ ।
Answer:
ମଙ୍ଗୋଲମାନଙ୍କର

27. କବି ତାଙ୍କ କଲମକୁ _______________ କଥା କହିବାକୁ ନିବେଦନ କରିଛନ୍ତି ।
Answer:
ଅନ୍ତର

28. ଏଠାରେ ସତ୍ୟ ନାମରେ ____________________ ଚାଲିଛି ।
Answer:
ଛଳନା

29. ପୃଥ‌ିବୀ ପୃଷ୍ଠରେ କେତେ ଅବତାରରେ ନର _______________ ହୋଇଛି ।
Answer:
ଦେବତା

30. କାଳ ଇଙ୍ଗିତରେ ସବୁ ଲୁଚି ଗଲା ପରେ କେବଳ ______________ ରହିଛି ।
Answer:
କଲମର ଗାର

31. କଲମ କଦାପି _______________ ମାର୍ଗରେ ଚାଲିନାହିଁ ।
Answer:
ଛଳନା

32. କଲମ ________________ ରେ କେବେ ଥକି ପଡ଼ିନାହିଁ ।
Answer:
ଗୁଣ୍ଡାମିରେ

33. କଲମ _________________ କୁ ଗୋଟିଏ ଗାରରେ ଆଡ଼େଇ ଦେଇଛି ।
Answer:
ଶୋଷଣ ଦୂଷଣ

34. କଲମ ସକଳ ବନ୍ଧନକୁ _______________ କରିଛି ।
Answer:
ଛେଦନ

35. କଲମ ________________ କୁ ଆଖ୍ ଦେଇଛି ।
Answer:
ଅନ୍ଧ

36. __________________ ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ ।
Answer:
ଯୁଗଯୁଗାନ୍ତର

D ଠିକ୍ କିମ୍ବା ଭୁଲ୍ ଲେଖ ।
1. କବିଙ୍କ ମତରେ କଲମର ଗାର ମରଣ ଅଟେ ।
Answer:
ଭୁଲ୍

2. ବାଡ଼ବ କହିଲେ ସମୁଦ୍ରର ଅଗ୍ନି ବୁଝାଏ ।
Answer:
ଠିକ୍

BSE Odisha 9th Class Odia Solutions Chapter 3 ହେ ମୋର କଲମ

3. ପୃଥ‌ିବୀରେ ସମସ୍ତ ମତବାଦ ଦୀର୍ଘସ୍ଥାୟୀ ହୋଇଥାଏ ।
Answer:
ଭୁଲ୍

4. ‘କରବାଳ’ କହିଲେ ହାତକୁ ବୁଝାଏ ।
Answer:
ଭୁଲ୍

5. କାଳର ଇଙ୍ଗିତରେ ସବୁ ଲୁଚିଗଲେ ସୁଦ୍ଧା କଲମର ଗାର ଚିର ଅମର ହୋଇରହିଛି ।
Answer:
ଠିକ୍

6. କଲମ ସକଳ ବନ୍ଧନ ଛେଦନ କରିଛି ବୋଲି କବି କହିଛନ୍ତି ।
Answer:
ଠିକ୍

7. ‘ହେ ମୋର କଲମ’ କବିତାର କବି ଗୋଦାବରୀଶ ମହାପାତ୍ର ।
Answer:
ଠିକ୍

8. ସମସ୍ତ ଅସ୍ତ୍ରଠାରୁ କଲମ ଶକ୍ତିଶାଳୀ ଅସ୍ତ୍ର ଅଟେ ।
Answer:
ଠିକ୍

୨. କବିଙ୍କର ବିଶ୍ଵାସୀ ସଖା କଲମ ଅଟେ ।
Answer:
ଠିକ୍

10. ପୃଥ‌ିବୀ ବୁକୁରେ କଲମ ସୁଧା ଓ ବିଷ ଧରି ରଖୁଛି ବୋଲି କବି କହିଛନ୍ତି ।
Answer:
ଠିକ୍

11. କବି କଲମକୁ ରୁଦ୍ଧଦ୍ଵାର ଖୋଲିବାକୁ ନିବେଦନ କରିଥିଲେ ।
Answer:
ଭୁଲ୍

12. ଅସିଠାରୁ ମସୀ ଶକ୍ତିଶାଳୀ ବୋଲି କବି ବର୍ଣ୍ଣନା
Answer:
ଠିକ୍

13. ଯୁଗେ ଯୁଗେ କବିଙ୍କର କଲମ ସାଥୀ ଥିଲା ବୋଲି କବି କହିଛନ୍ତି ।
Answer:
ଠିକ୍

14. ପ୍ରାକ୍ତନ ଉତ୍କଳରେ କବି ମଣିଷକୁ ବନ୍ଦୀ ହୋଇଯାଇଛକି ବୋଲି ପ୍ରଶ୍ନ କରିଛନ୍ତି ।
Answer:
ଭୁଲ୍

15. ଅସୀର ତୀକ୍ଷ୍ଣଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି ।
Answer:
ଭୁଲ୍

BSE Odisha 9th Class Odia Solutions Chapter 3 ହେ ମୋର କଲମ

16. ଏଠାରେ ସତ୍ୟ ନାମରେ ଛଳନା ଚାଲିଛି ।
Answer:
ଠିକ୍

17. କଲମ କଦାପି ସତ୍ୟ ମାର୍ଗରେ ଚାଲିନାହିଁ ।
Answer:
ଭୁଲ୍

18. କଲମ ସକଳ ବନ୍ଧନକୁ ଛେଦନ କରିଛି ।
Answer:
ଠିକ୍

19. ଯୁଗଯୁଗାନ୍ତର ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ନିମ୍ନଲିଖ କୃତି ମଧ୍ୟରୁ କେଉଁଟି ଏକ କବିତା ପୁସ୍ତକ ?
(A) ନୀଳ ମାଷ୍ଟ୍ରାଣୀ
(B) ଏବେ ମଧ୍ୟ ବଞ୍ଚିଛି
(C) କଣ୍ଟା ଓ ଫୁଲ
(D) ଶ୍ରୁତି ସଞ୍ଚୟନ
Answer:
(C) କଣ୍ଟା ଓ ଫୁଲ

2. ଗୋଦାବରୀଶଙ୍କର ପ୍ରଥମ କବିତାର ନାମ କ’ଣ ?
(A) ଚିଲିକା
(B) ବାଣପୁର
(C) ଉଠାକଙ୍କାଳ
(D) ବରୁଣେଇ
Answer:
(D) ବରୁଣେଇ

3. କବି ଚିରବିପ୍ଳବୀ ଓ ଚିରମୌନୀ ବୋଲି କାହାକୁ କହିଛନ୍ତି ?
(A) ନିଜକୁ
(B) ସମାଜକୁ
(C) କଲମକୁ
(D) ମଣିଷକୁ
Answer:
(C) କଲମକୁ

4. ‘ବନ୍ଧୁର ଧରାତଳ’ କହିଲେ କ’ଣ ବୁଝୁଛ ?
(A) ଅସମତଳ ଧରାପୃଷ୍ଠ
(B) ଅସମତଳ ମାଟି
(C) ଅସମତଳ କ୍ଷେତ
(D) ଅସମତଳ ଜମିବାଡ଼ି
Answer:
(A) ଅସମତଳ ଧରାପୃଷ୍ଠ

BSE Odisha 9th Class Odia Solutions Chapter 3 ହେ ମୋର କଲମ

5. କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି ?
(A) ମଣିଷ
(B) ପଶୁ
(C) ଭୋକ
(D) କଲମର ଅମରଗାର
Answer:
(D) କଲମର ଅମରଗାର

6. ଏଇ ଧରଣୀ କେତେଦିନର ବୋଲି କବି କହିଛନ୍ତି ?
(A) ପାଞ୍ଚଦିନର
(B) ଦି’ଦିନର
(C) ତିନିଦିନର
(D) ଚାରିଦିନର
Answer:
(B) ଦି’ଦିନର

7. ସତ୍ୟ ନାମରେ ଏଠାରେ କ’ଣ ଘଟୁଛି ?
(A) ପ୍ରତାରଣା
(C) ଛଳନା
(B) ବଞ୍ଚନା
(D) ଠକାମି
Answer:
(C) ଛଳନା

8. ସମସ୍ତେ କାହାର ଇଙ୍ଗିତରେ ଲୁଚିଗଲେ ?
(A) ସମୟ
(B) କଲମ
(C) କାଳ
(D) କବି
Answer:
(C) କାଳ

9. କଲମ କେଉଁଥରେ ଚାଲି ନାହିଁ ?
(A) ଗୀତିରେ
(B) ଛଳନାରେ
(C) ପ୍ରତାରଣାରେ
(D) ବିଶ୍ଵାସରେ
Answer:
(B) ଛଳନାରେ

10. କଲମ କେଉଁଥିରେ ଥକିଯାଇ ନାହିଁ ?
(A) ଭଣ୍ଡାମି
(B) ଛଳନା
(C) ଗୁଣ୍ଡାମି
(D) ଆଦେଶ
Answer:
(C) ଗୁଣ୍ଡାମି

11. କବି କଲମକୁ କ’ଣ ବୋଲି ସମ୍ବୋଧନ କରିଛନ୍ତି ?
(A) ଚିର ବିପ୍ଳବୀ
(B) ଚିର ବିଦ୍ରୋହୀ
(C) ଦେଶଦ୍ରୋହୀ
(D) ମହାନ୍ ବିପ୍ଳବୀ
Answer:
(A) ଚିର ବିପ୍ଳବୀ

12. କାହାର ତନୁ ଦୁର୍ବଳ ବୋଲି କବି କହିଛନ୍ତି ?
(A) କବିଙ୍କର
(B) ଜନତାର
(C) କଲମର
(D) ସମସ୍ତଙ୍କର
Answer:
(C) କଲମର

BSE Odisha 9th Class Odia Solutions Chapter 3 ହେ ମୋର କଲମ

13. କବି କାହାକୁ ଜାଗ୍ରତ କରିବାପାଇଁ କଲମକୁ ନିବେଦନ କରିଛନ୍ତି ?
(A) ଏ ବୀର ଜାତିକୁ
(B) ମାନବ ଜାତିକୁ
(C) ଭାରତବାସୀଙ୍କୁ
(D) ଏ ମଡ଼ା ଜାତିକୁ
Answer:
(D) ଏ ମଡ଼ା ଜାତିକୁ

14. କାହାର ତୀକ୍ଷ୍ଣଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି ?
(A) ଖଡ୍‌ଗର
(B) ତୀରର
(C) କଲମର
(D) ବର୍ଚ୍ଛାର
Answer:
(C) କଲମର

15. କେଉଁ ଦୁଆର ଖୋଲିବାପାଇଁ କବି କଲମକୁ ନିବେଦନ କରିଛନ୍ତି ?
(A) ରୁଦ୍ଧଦ୍ବାର
(B) ଧନଦ୍ବାର
(C) ଭକ୍ତିଦ୍ଵାର
(D) ମୁକ୍ତିଦ୍ଵାର
Answer:
(D) ମୁକ୍ତିଦ୍ଵାର

16. ଚେଙ୍ଗିସ୍ ଖାଁ କାହାର ଅଧିନାୟକ ଥିଲେ ?
(A) ମୋଗଲମାନଙ୍କର
(B) ମଙ୍ଗୋଲମାନଙ୍କର
(C) ମୁସଲମାନମାନଙ୍କର
(D) ପଠାଣମାନଙ୍କର
Answer:
(B) ମଙ୍ଗୋଲମାନଙ୍କର

17. ହିଟ୍‌ରଙ୍କ ପୂର୍ଣ୍ଣ ନାମ କ’ଣ ?
(A) ଉଡ଼ଲଫ୍ ହିଟ୍‌ର
(B) ଆଡ଼ଲଫ୍ ହିଟ୍‌ର
(C) ଏଡ଼ଲଫ୍ ହିଟ୍‌ର
(D) ଓଡ଼ଲଫ୍ ହିଟ୍‌ର
Answer:
(B) ଆଡ଼ଲଫ୍ ହିଟ୍‌ର

18. ବାଡ଼ବ କହିଲେ କାହାକୁ ବୁଝାଏ ?
(A) ବନର ଅଗ୍ନି
(B) ସମୁଦ୍ରର ଅଗ୍ନି
(C) ଉଦରର ଅଗ୍ନି
(D) ଯଜ୍ଞକୁଣ୍ଡର ଅଗ୍ନି
Answer:
(B) ସମୁଦ୍ରର ଅଗ୍ନି

19. କଲମ କେଉଁମାନଙ୍କର ବଚନକୁ ଧରି ରଖୁଛି ?
(A) ଶିଶୁମାନଙ୍କର
(B) ନାରୀମାନଙ୍କର
(C) ବୃଦ୍ଧମାନଙ୍କର
(D) ଗୌତମ, ଶଙ୍କର, ଯିଶୁଙ୍କର
Answer:
(D) ଗୌତମ, ଶଙ୍କର, ଯିଶୁଙ୍କର

BSE Odisha 9th Class Odia Solutions Chapter 3 ହେ ମୋର କଲମ

20. ପୃଥ‌ିବୀରେ ସମସ୍ତ ମତବାଦ କିପରି ହୋଇଥାଏ ?
(A) ଚିରସ୍ଥାୟୀ
(B) ଦୀର୍ଘସ୍ଥାୟୀ
(C) କ୍ଷଣସ୍ଥାୟୀ
(D) ସ୍ଥାୟୀ
Answer:
(C) କ୍ଷଣସ୍ଥାୟୀ

21. କାହାର ମୂଲ୍ୟ ମାତ୍ର କେତୋଟି ପଇସା ଅଟେ ?
(A) ଖଡ୍‌ଗର
(B) ଗ୍ରନ୍ଥର
(C) ବଜ୍ରର
(D) କଲମର
Answer:
(D) କଲମର

22. ଦୁର୍ବଳ ଶରୀର ସତ୍ତ୍ଵେ କଲମ କାହାକୁ ଥରାଇ ଦେଇଛି ?
(A) ଗ୍ରନ୍ଥକୁ
(B) ଖଡ଼କୁ
(C) ଧରାତଳକୁ
(D) କାହାକୁ ନୁହେଁ
Answer:
(C) ଧରାତଳକୁ

23. ପ୍ରାକ୍ତନ ଉତ୍କଳରେ କବି କାହାକୁ ବନ୍ଦୀ ହୋଇଯାଇଛ ବୋଲି ପ୍ରଶ୍ନ କରିଛନ୍ତି ?
(A) ଉତ୍କଳୀୟମାନଙ୍କୁ
(B) ନିଜକୁ
(C) ଖଡ୍‌ଗକୁ
(D) କଲମକୁ
Answer:
(D) କଲମକୁ

24. ଏ ମଡ଼ାଜାତିକୁ କ’ଣ କରିବାପାଇଁ କବି କଲମକୁ ନିବେଦନ କରିଛନ୍ତି ?
(A) ସୁପ୍ତ କରିବାକୁ
(B) ଜାଗ୍ରତ କରିବାକୁ
(C) ନୀରବ କରିବାକୁ
(D) ରକ୍ଷା କରିବାକୁ
Answer:
(B) ଜାଗ୍ରତ କରିବାକୁ

25. କବିଙ୍କର ବିଶ୍ଵାସୀ ସଖା କିଏ ?
(A) ଖଡ୍‌ଗ
(B) ପୁସ୍ତକ
(C) କଲମ
(D) ସମ୍ବାଦପତ୍ର
Answer:
(C) କଲମ

26. କବି କାହାକୁ ଅଳୀକ ବୋଲି କହିଛନ୍ତି ?
(A) ପୃଥ‌ିବୀକୁ
(B) ସାହିତ୍ୟକୁ
(C) ଜ୍ଞାନକୁ
(D) ବିଦ୍ଯାକୁ
Answer:
(A) ପୃଥ‌ିବୀକୁ

BSE Odisha 9th Class Odia Solutions Chapter 3 ହେ ମୋର କଲମ

27. ଆଜି କଲମ କ’ଣ ହୋଇଯାଇଛି ବୋଲି କବି କଳ୍ପନା କରିଛନ୍ତି ?
(A) ଚତୁର
(B) ଜଡ଼
(C) ଶକ୍ତିହୀନ
(D) ଅଶାନ୍ତ
Answer:
(B) ଜଡ଼

28. ଆଜି କଲମର ଧାର କିପରି ହୋଇଯାଇଛି ବୋଲି କବି ଭାବିଛନ୍ତି ?
(A) ତୀକ୍ଷ୍ଣ
(B) ମୁଣ୍ଡା
(C) ଶାଣିତ
(D) ପ୍ରଶାନ୍ତ
Answer:
(B) ମୁଣ୍ଡା

29. ପୃଥ‌ିବୀ ପୃଷ୍ଠରେ କେତେ ଅବତାରରେ ନର କ’ଣ ହୋଇଛି ?
(A) ପୁରୁଷ
(B) ମହାପୁରୁଷ
(C) ଉଦାର ପୁରୁଷ
(D) ଦେବତା
Answer:
(D) ଦେବତା

30. କାଳ ଇଙ୍ଗିତରେ ସବୁ ଲୁଚିଗଲା ପରେ କେବଳ କ’ଣ ରହିଛି ?
(A) ସତ୍ୟ
(B) ଧର୍ମ
(C) କୀର୍ତି
(D) କଲମର ଗାର
Answer:
(D) କଲମର ଗାର

31. କେଉଁ ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ ?
(A) ଅମାବାସ୍ୟାର
(B) ମେଘଅନ୍ଧାରର
(C) ଯୁଗଯୁଗାନ୍ତର
(D) ସଂସାରର
Answer:
(C) ଯୁଗଯୁଗାନ୍ତର

କବିଙ୍କ ସମ୍ବନ୍ଧରେ :
ସତ୍ୟବାଦୀ ବକୁଳ ବନର ଛୁରୀଅନା କୁଞ୍ଜତଳେ ଯେଉଁ ବନବିଦ୍ୟାଳୟ ଗଢ଼ିଉଠିଥିଲା, ତାହା ଥିଲା ବାସ୍ତବରେ ମଣିଷ ତିଆରି କାରଖାନା । ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ କୃପାସିନ୍ଧୁ ଓ ଗୋଦାବରୀଶ ମିଶ୍ରଙ୍କ ପରି ଉତ୍ସର୍ଗୀକୃତ ଶିକ୍ଷକ, ମହାନ୍ ଜନନେତା ଓ ପ୍ରବୀଣ ସାରସ୍ଵତ ସାଧକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହି ଓ ସେମାନଙ୍କଦ୍ୱାରା ଅନୁପ୍ରାଣିତ ହୋଇ କବି ଗୋଦାବରୀଶ ମହାପାତ୍ର ସାହିତ୍ୟ ସାଧନା ସହିତ ଦେଶମାତୃକାର ସେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଏହି ଜାତୀୟତାବାଦୀ ଓ ମାନବବାଦୀ କବି ୧୮୯୮ ମସିହାରେ ପୁରୀ ଜିଲ୍ଲାର ବାଣପୁର ଅନ୍ତର୍ଗତ କୁମାରଙ୍ଗ ଶାସନରେ ଜନ୍ମଗ୍ରହଣ କରିଥିଲେ ।

୧୯୧୪ ମସିହାରେ ତାଙ୍କର ପ୍ରଥମ କବିତା ‘ ବାଣପୁର ପ୍ରକାଶ ପାଇ ଗୁଣୀଜନମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ମୃତ୍ୟୁ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ବ୍ୟଙ୍ଗାତ୍ମକ ରଚନାର ଭେଟି ପ୍ରଦାନ କରିଯାଇଛନ୍ତି । ବହୁଜନପ୍ରିୟ ଦୈନିକ ସମ୍ବାଦପତ୍ର ‘ ସମାଜ ଓ ‘ ଦୈନିକ ଆଶାର ସମ୍ପାଦନା ସହିତ ସେ ସମ୍ପୃକ୍ତ ଥିଲେ । ତାଙ୍କଦ୍ବାରା ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟ ୧୯୩୮ ମସିହାରେ ପ୍ରକାଶ ପାଇଥିଲା ।

ଏହି ପତ୍ରିକାରେ ସେ ସମାଜ, ରାଜ୍ୟ ତଥା ଦେଶ ପ୍ରତି ଅଙ୍ଗୀକାରବଦ୍ଧତା ପରିବର୍ତ୍ତେ ବ୍ୟକ୍ତିଗତ ସ୍ଵାର୍ଥ ସାଧନରେ ପ୍ରୟାସୀ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ ବ୍ୟକ୍ତିମାନଙ୍କ ଛଦ୍ମରୂପକୁ ପ୍ରକାଶ କରି ଜନଚେତନା ସୃଷ୍ଟି କରୁଥିଲେ । କବି ଥିଲେ ସ୍ପଷ୍ଟବାଦୀ । ଶାଣିତ ଶ୍ଳେଷ, ତୀକ୍ଷ୍ଣ ବ୍ୟଙ୍ଗ ବିଦୁପାତ୍ମକ ପ୍ରକାଶଭଙ୍ଗୀ ସହିତ ସ୍ବାଧୀନ ସ୍ଵଚ୍ଛନ୍ଦ ବିଚାରଧାରା ତାଙ୍କ ରଚନାର ବୈଶିଷ୍ଟ୍ୟ । ସହଜ, ସରଳ ଭାଷାରେ ହୃଦୟସ୍ପର୍ଶୀ କଥା କହିବା ତାଙ୍କ ଲେଖନୀର ମୁଖ୍ୟ ଆଭିମୁଖ୍ୟ । ଇତିହାସ ସଚେତନତା, ସ୍ଵଦେଶପ୍ରୀତି, ମାନବିକ ସମ୍ବେଦନଶୀଳତା ଓ ବୈପ୍ଳବିକ ଜୀବନ ଦର୍ଶନ ତାଙ୍କ କବିତାମାନଙ୍କର ବୈଶିଷ୍ଟ୍ୟ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ତାଙ୍କ ସାରସ୍ଵତ ସୃଷ୍ଟିସମ୍ଭାର ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ’, ‘ବଙ୍କା ଓ ସିଧା’, ‘ପାହାଚ ତଳର ଘାସ’, ‘ହାଣ୍ଡିଶାଳର ବିପ୍ଳର୍ବ, ‘ ବାଣପୁର’ ଖଣ୍ଡକାବ୍ୟ ଆଦି କବିତା ସଙ୍କଳନ; ‘ନୀଳ ମାଷ୍ଟ୍ରାଣୀ, ‘ ଏବେ ମଧ୍ୟ ବଞ୍ଚୁଛି, ‘ମୁଁ ଦିନେ ମନ୍ତ୍ରୀ ଥୁଲି’, ‘ମଦ ଦୋକାନର ଇତିହାସ’, ‘ମାଟିର ମାୟା’, ‘ ଗରିବର ଭଗବାନ, ‘ହଠାତ୍ ଭାର୍ଯ୍ୟାଲାଭ ପରି ଗଳ୍ପ ସଙ୍କଳନ; ‘ରକ୍ତପାତ’, ‘ ବିଦ୍ରୋହ, ‘ବନ୍ଦୀର ମାୟା’, ‘ବୀର ଯୁବକ, ‘ରାଜଦ୍ରୋହୀ, ‘ ପ୍ରେମପଥେ’ ଆଦି ଉପନ୍ୟାସ ଓ ‘ମୋ ଖେଳସାଥୀ ପରି ଉଚ୍ଚକୋଟୀର ଶିଶୁ ସାହିତ୍ୟ ତାଙ୍କ ଅସାମାନ୍ୟ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

ତାଙ୍କ ‘କଣ୍ଟା ଓ ଫୁଲ’ କବିତା ସଙ୍କଳନ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଛି । ସର୍ବୋପରି ‘ ନିଆଁଖୁଣ୍ଟା’ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଭାବରେ ସେ ଓଡ଼ିଶାର ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ନିକଟରେ ଅତି ପରିଚିତ ।

ଶଂସିତ କବିତା ‘ହେ ମୋର କଲମ କବିଙ୍କ ‘ହେ ମୋର କଲମ ଶୀର୍ଷକ କବିତା ସଂକଳନରୁ ଆନୀତ । କବି, ଭାବୁକ ଓ ସମାଲୋଚକ ଆଦି ସାରସ୍ଵତ ସାଧକମାନଙ୍କ ହସ୍ତରେ କଲମ ହିଁ ବିଶ୍ବସ୍ତ ସଖା ଓ ଏକମାତ୍ର ଅସ୍ତ୍ର ଯାହାକି ପୁଞ୍ଜିପତିର ଧନ, ବଳବାନ୍‌ର ବଳ ବିକ୍ରମଠାରୁ ଅଧିକ ଶକ୍ତିଶାଳୀ । ରାଜାର ସ୍ଵେଚ୍ଛାଚାରିତା, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ଅସାଧୁ ବ୍ୟବସାୟୀର ଅପମିଶ୍ରଣ, ଅସାମାଜିକ ବ୍ୟକ୍ତିର ବ୍ୟଭିଚାର, ସମାଜରେ ମତଲବୀ, ସୁବିଧାବାଦୀ ଓ ସ୍ଵାର୍ଥାନ୍ଵେଷୀମାନଙ୍କ ଧର୍ମ ନାମରେ ଅନ୍ଧବିଶ୍ଵାସ ଓ କୁସଂସ୍କାରକୁ ପ୍ରୋତ୍ସାହନ ଆଦି ସମାଜର କର୍କଟ ବ୍ୟାଧର ମୂଳୋତ୍ପାଟନ କରିବାରେ କଲମର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ତାହା ଅନସ୍ବୀକାର୍ଯ୍ୟ ।

ଧର୍ମ, ସତ୍ୟ, ଶାନ୍ତି, ଅହିଂସା ଆଦି ଶାଶ୍ୱତ ଶକ୍ତିର ପ୍ରତିଷ୍ଠା ପାଇଁ ଲେଖନୀ ସୃଷ୍ଟି କରିପାରେ ଏକ ନୀରବ ବିପ୍ଳବ । ଯୁଗ ଯୁଗ ଧରି ଶୋଷଣ, ପେଷଣ, ଛଳନା ଓ ଗୁଣ୍ଡାମି ସାଧାରଣ ଏକ କଲମ ନିକଟରେ ପରାଜୟ ସ୍ଵୀକାର କରେ । ଏହି ଲେଖନୀ ପୁଣି ଲେଖକକୁ କାଳବକ୍ଷରେ କରେ ଚିର ଅମର ଓ ତା’ର ସୃଷ୍ଟିସମ୍ପଦକୁ କରେ କାଳଜୟୀ । ଯୁଗେ ଯୁଗେ ‘‘ ଅସିଠାରୁ ମସୀ ଯେ ଶକ୍ତିଶାଳୀ ’’ ତାହା ଏହି କବିତାରେ ପ୍ରତିପାଦିତ ହୋଇଛି । କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବହୁଳ ନିଦର୍ଶନ କବିତାକୁ କରିଛି ସୁଖପାଠ୍ୟ ।

ସ୍ଵାଧୀନତା ପୂର୍ବରୁ ଲେଖକଙ୍କ କଲମରୁ କେବଳ ଜାତୀୟ ଚେତନା ଓ ଦେଶାତ୍ମବୋଧ ଭାବନାମୂଳକ ରଚନା ତଥା ସ୍ଵାଧୀନତାଲାଭ ପାଇଁ ଜନତାଙ୍କୁ ସଂଗ୍ରାମରେ ଝାସ ଦେବାପାଇଁ ଆହ୍ବାନଧର୍ମୀ ଲେଖା ଝରିପଡ଼ୁଥିଲା । ଆଲୋଚ୍ୟ କବିତାଟି ୧୯୫୦ ମସିହାରେ ରଚିତ ହୋଇଥିଲା । ସେତେବେଳକୁ ଭାରତ ତା’ର ଚିର ଈପ୍‌ସିତ ସ୍ଵାଧୀନତା ହାସଲ କରିସାରିଲାଣି । ସ୍ଵାଧୀନତା ଲାଭର ଅବ୍ୟବହିତ ପୂର୍ବରୁ ଯେଉଁ କଲମ ଏ ଜାତିକୁ ଉଦ୍‌ବୋଧନ ଦେଇ ଅତୀତର ଗରିମାଦୀପ୍ତ, ଗୌରବଗାଥା ଶୁଣାଇ ଜନଗଣଙ୍କ ମନରେ ଆଶାର ଦୃଢ଼ତା ଜାଗ୍ରତ କରିଥିଲା, ସେହି କଲମ ସ୍ଵାଧୀନତା ପ୍ରାପ୍ତିପରେ ଲୋକଙ୍କ ଆଶା ଓ ବିଶ୍ଵାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବାପାଇଁ ଆହ୍ଵାନ ନ ଦେଇ ରହିପାରିଲା ନାହିଁ ।

ଓଡ଼ିଶାର ଗଣଜୀବନରେ ପରିଦୃଷ୍ଟ କ୍ଲବତା ଓ ଉଦାସୀନତାକୁ ଭାଙ୍ଗି, ସେମାନଙ୍କ ହୃଦୟରେ ଏକ ନୂତନ ସ୍ପନ୍ଦନ ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି । ଜାତିର ପତନ ଓ ଅଭ୍ୟୁତ୍‌ଥାନ ମଧ୍ୟରେ ରହିଥ‌ିବା ପାର୍ଥକ୍ୟର ସମୀକ୍ଷା କରିବାକୁ ଯାଇ କବି ଲକ୍ଷ୍ୟ କରିଛନ୍ତି ଯେ ସ୍ଵାଧୀନତା ପୂର୍ବରୁ ବିଦେଶୀ ଶାସକର ଅତ୍ୟାଚାରରେ ଜନଜୀବନ ଧ୍ୱସ୍ତ ହୋଇଥିଲାବେଳେ ସ୍ଵାଧୀନତା ପରେ ସମାଜର ତଥାକଥ୍ତ ସୌମ୍ୟବନ୍ତ ରାଜନୀତିକ ବ୍ୟକ୍ତିବିଶେଷ ଓ କ୍ଷମତାଧିକାରୀମାନଙ୍କ ଶଠତା ଓ ପ୍ରତାରଣାରେ ଜନସାଧାରଣଙ୍କ ଆଶା ମଉଳିଯାଇଛି ।

ସାମାଜିକ ଗ୍ଳାନି, ଦୁଷ୍କୃତି ଓ ଅସଙ୍ଗତି କବିପ୍ରାଣକୁ ବ୍ୟଥ୍‌ତ କରିଛି । ୧୯୪୭ ପରବର୍ତ୍ତୀ ସମାଜ ଜୀବନ ଓ ଜାତୀୟ ଜୀବନର ବହୁ ଘଟଣା ଓ ଦୁର୍ଘଟଣାରେ କବିପ୍ରାଣ ବିପ୍ଳବୀ ହୋଇଉଠିଛି । ସମାଜରେ ପରିଦୃଷ୍ଟ ଦୋଷ ଦୁର୍ବଳତା, ଅସଙ୍ଗତି ଓ ଅଧୋଗତି ତଥା ଅନ୍ତଃସାରଶୂନ୍ୟତା ଲକ୍ଷ୍ୟ କରି, ଏ ସମାଜ ଯେ ସୁଧୁରି ନାହିଁ, କାଳିମାଗ୍ରସ୍ତ ରାଜନୀତିର ସଙ୍କଟ ସମାଜକୁ ବରଂ ଆହୁରି ଭୟଙ୍କର ଅପନ୍ତରା ଭିତରକୁ ଠେଲି ଦେଇଛି ବୋଲି ଅନୁଭବ କରି କବିପ୍ରାଣ ବିଷାଦିତ ହୋଇଉଠିଛି । ସମାଜର ଏତାଦୃଶ ସ୍ଖଳନ ଦୃଶ୍ୟରେ ସ୍ବାଧୀନତା ଲାଭର ମୋହଭଙ୍ଗ ହୋଇଛି ।

କବିତାର ପୃଷ୍ଠଭୂମି :
ଶଂସିତ କବିତା ‘ହେ ମୋର କଲମ କବିଙ୍କ ‘ ହେ ମୋର କଲମ ଶୀର୍ଷକ କବିତା ସଂକଳନରୁ ଆନୀତ । କବି, ଭାବୁକ ଓ ସମାଲୋଚକ ଆଦି ସାରସ୍ଵତ ସାଧକମାନଙ୍କ ହସ୍ତରେ କଲମ ହିଁ ବିଶ୍ବସ୍ତ ସଖା ଓ ଏକମାତ୍ର ଅସ୍ତ୍ର ଯାହାକି ପୁଞ୍ଜିପତିର ଧନ, ବଳବାନ୍‌ର ବଳ ବିକ୍ରମଠାରୁ ଅଧିକ ଶକ୍ତିଶାଳୀ । ରାଜାର ସ୍ଵେଚ୍ଛାଚାରିତା, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ଅସାଧୁ ବ୍ୟବସାୟୀର ଅପମିଶ୍ରଣ, ଅସାମାଜିକ ବ୍ୟକ୍ତିର ବ୍ୟଭିଚାର, ସମାଜରେ ମତଲବୀ, ସୁବିଧାବାଦୀ ଓ ସ୍ଵାର୍ଥାନ୍ଵେଷୀମାନଙ୍କ ଧର୍ମ ନାମରେ ଅନ୍ଧବିଶ୍ଵାସ ଓ କୁସଂସ୍କାରକୁ ପ୍ରୋତ୍ସାହନ ଆଦି ସମାଜର କର୍କଟ ବ୍ୟାଧର ମୂଳୋତ୍ପାଟନ କରିବାରେ କଲମର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ତାହା ଅନସ୍ବୀକାର୍ଯ୍ୟ ।

ଧର୍ମ, ସତ୍ୟ, ଶାନ୍ତି, ଅହିଂସା ଆଦି ଶାଶ୍ୱତ ଶକ୍ତିର ପ୍ରତିଷ୍ଠା ପାଇଁ ଲେଖନୀ ସୃଷ୍ଟି କରିପାରେ ଏକ ନୀରବ ବିପ୍ଳବ । ଯୁଗ ଯୁଗ ଧରି ଶୋଷଣ, ପେଷଣ, ଛଳନା ଓ ଗୁଣ୍ଡାମି ସାଧାରଣ ଏକ କଲମ ନିକଟରେ ପରାଜୟ ସ୍ବୀକାର କରେ । ଏହି ଲେଖନୀ ପୁଣି ଲେଖକକୁ କାଳବକ୍ଷରେ କରେ ଚିର ଅମର ଓ ତା’ର ସୃଷ୍ଟିସମ୍ପଦକୁ କରେ କାଳଜୟୀ । ଯୁଗେ ଯୁଗେ ‘ଅସିଠାରୁ ମସୀ ଯେ ଶକ୍ତିଶାଳୀ ’’ ତାହା ଏହି କବିତାରେ ପ୍ରତିପାଦିତ ହୋଇଛି । କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବହୁଳ ନିଦର୍ଶନ କବିତାକୁ କରିଛି ସୁଖପାଠ୍ୟ ।

କବିତାଟି ସମସାମୟିକ ରାଜନୈତିକ ବ୍ୟକ୍ତିତ୍ଵ, ବିବୃତି ଓ ଦୋଷତ୍ରୁଟିକୁ ନେଇ ରଚିତ । କବିଙ୍କ ଦୃଷ୍ଟିରେ ସତ୍ୟବାଦୀରେ ସେବାଦର୍ଶର ଯେଉଁ ଉନ୍ନତ ରୂପ କବି ପ୍ରତ୍ୟକ୍ଷ କରିଥିଲେ, ତା’ରି ମାପକାଠିରେ ସମସାମୟିକ ରାଜନୀତିର ଅନାଦର୍ଶ ଓ ଅର୍ଥଲୋଲୁପ ଚିତ୍ର କଳନା କଲାବେଳେ ତାଙ୍କ ଅନ୍ତର ବିଷାଦରେ ଭରିଉଠିଛି । ସମାଜର ଅବମୂଲ୍ୟାୟନ ସହିତ ମାନସିକ ସାଲିସ୍ କରିବାକୁ କବି ଅକ୍ଷମ ହୋଇଛନ୍ତି । ଲୋକଙ୍କ ଦୁର୍ଗତି ଓ ଦୁଃସ୍ଥିତି ମଧ୍ୟରୁ ସ୍ଵାଧୀନତା ପରବର୍ତ୍ତୀ ରାଜନୈତିକ ନେତାମାନେ ଯେଉଁ ଫାଇଦା ଉଠାଇବାକୁ ତତ୍‌ପର ହୋଇଛନ୍ତି, ତାହା କବିଦୃଷ୍ଟିରୁ ବାଦ୍ ଯାଇନାହିଁ ।

କବିଙ୍କ ମନରେ ଗଭୀର କ୍ଷୋଭ ଜାତ୍ର ହୋଇଛି ଯେ; ଏ ଜାତିଟା ବୁଡ଼ି ବୁଡ଼ି ଯାଉଛି । ତାକୁ ତା’ର ଅଧୋଗତିକୁ ଉଦ୍ଧାର କରିବାପାଇଁ ଗୋପବନ୍ଧୁ, ମଧୁବାବୁଙ୍କ ପରି ବ୍ୟକ୍ତିତ୍ବର ଅଭାବ କବି ଲକ୍ଷ୍ୟ କରିଛନ୍ତି । ଦେଶସେବା ନାମରେ ଛଳନା ଓ ମିଥ୍ୟାଚାର ସମାଜରେ ଯେଉଁ ଉତ୍କଟ ବ୍ୟବଧାନ ସୃଷ୍ଟି କରିଛି, ସେ ବିଷୟରେ ଜନତାଙ୍କୁ ଅବଗତ କରାଇବାପାଇଁ କବି ନିଜ ଲେଖନୀକୁ ଆହ୍ଵାନ କରିଛନ୍ତି ।

ସ୍ଵାଧୀନତାଲାଭ ପାଇଁ ଜନତାଙ୍କୁ ସଂଗ୍ରାମରେ ଝାସ ଦେବାପାଇଁ ଆହ୍ବାନଧର୍ମୀ ଲେଖା ଝରିପଡୁଥିଲା । ଆଲୋଚ୍ୟ କବିତାଟି ୧୯୫୦ ମସିହାରେ ରଚିତ ହୋଇଥିଲା । ସେତେବେଳକୁ ଭାରତ ତା’ର ଚିର ଈପ୍‌ସିତ ସ୍ଵାଧୀନତା ହାସଲ କରିସାରିଲାଣି । ସ୍ଵାଧୀନତା ଲାଭର ଅବ୍ୟବହିତ ପୂର୍ବରୁ ଯେଉଁ କଲମ ଏ ଜାତିକୁ ଉଦ୍‌ବୋଧନ ଦେଇ ଅତୀତର ଗରିମାଦୀପ୍ତ, ଗୌରବଗାଥା ଶୁଣାଇ ଜନଗଣଙ୍କ ମନରେ ଆଶାର ଦୃଢ଼ତା ଜାଗ୍ରତ କରିଥିଲା, ସେହି କଲମ ସ୍ଵାଧୀନତା ପ୍ରାପ୍ତିପରେ ଲୋକଙ୍କ ଆଶା ଓ ବିଶ୍ଵାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବାପାଇଁ ଆହ୍ଵାନ ନ ଦେଇ ରହିପାରିଲା ନାହିଁ ।

ଓଡ଼ିଶାର ଗଣଜୀବନରେ ପରିଦୃଷ୍ଟ କ୍ଲବତା ଓ ଉଦାସୀନତାକୁ ଭାଙ୍ଗି, ସେମାନଙ୍କ ହୃଦୟରେ ଏକ ନୂତନ ସ୍ପନ୍ଦନ ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି । ଜାତିର ପତନ ଓ ଅଭ୍ୟୁତ୍‌ଥାନ ମଧ୍ୟରେ ରହିଥ‌ିବା ପାର୍ଥକ୍ୟର ସମୀକ୍ଷା କରିବାକୁ ଯାଇ କବି ଲକ୍ଷ୍ୟ କରିଛନ୍ତି ଯେ ସ୍ଵାଧୀନତା ପୂର୍ବରୁ ବିଦେଶୀ ଶାସକର ଅତ୍ୟାଚାରରେ ଜନଜୀବନ ଧ୍ୱସ୍ତ ହୋଇଥିଲାବେଳେ ସ୍ଵାଧୀନତା ପରେ ସମାଜର ତଥାକଥ୍ତ ସୌମ୍ୟବନ୍ତ ରାଜନୀତିକ ବ୍ୟକ୍ତିବିଶେଷ ଓ କ୍ଷମତାଧିକାରୀମାନଙ୍କ ଶଠତା ଓ ପ୍ରତାରଣାରେ ଜନସାଧାରଣଙ୍କ ଆଶା ମଉଳିଯାଇଛି ।

ସାମାଜିକ ଗ୍ଳାନି, ଦୁଷ୍କୃତି ଓ ଅସଙ୍ଗତି କବିପ୍ରାଣକୁ ବ୍ୟଥ୍‌ତ କରିଛି । ୧୯୪୭ ପରବର୍ତ୍ତୀ ସମାଜ ଜୀବନ ଓ ଜାତୀୟ ଜୀବନର ବହୁ ଘଟଣା ଓ ଦୁର୍ଘଟଣାରେ କବିପ୍ରାଣ ବିପ୍ଳବୀ ହୋଇଉଠିଛି । ସମାଜରେ ପରିଦୃଷ୍ଟ ଦୋଷ ଦୁର୍ବଳତା, ଅସଙ୍ଗତି ଓ ଅଧୋଗତି ତଥା ଅନ୍ତଃସାରଶୂନ୍ୟତା ଲକ୍ଷ୍ୟ କରି, ଏ ସମାଜ ଯେ ସୁଧୁରି ନାହିଁ, କାଳିମାଗ୍ରସ୍ତ ରାଜନୀତିର ସଙ୍କଟ ସମାଜକୁ ବରଂ ଆହୁରି ଭୟଙ୍କର ଅପନ୍ତରା ଭିତରକୁ ଠେଲି ଦେଇଛି ବୋଲି ଅନୁଭବ କରି କବିପ୍ରାଣ ବିଷାଦିତ ହୋଇଉଠିଛି । ସମାଜର ଏତାଦୃଶ ସ୍ଖଳନ ଦୃଶ୍ୟରେ ସ୍ବାଧୀନତା ଲାଭର

BSE Odisha 9th Class Odia Solutions Chapter 3 ହେ ମୋର କଲମ

କବିତାର ସାରମର୍ମ :
ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ‘ହେ ମୋର କଲମ’ ଏକ ସମ୍ଭୋଧୀ କବିତା । ଯୁଗ ଯୁଗ ଧରି ଦଳିତ ଓ ଶୋଷିତ ଜନତାର ହୃଦୟରେ ବିପ୍ଳବର ବୀଜ ବପନ କରି ଆସିଥିବା କବିଙ୍କର ପ୍ରିୟ ସାଥୀ କଲମଠାରେ ମୌନଭାବ ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି ଓ ତତ୍‌କାଳୀନ ଗମ୍ଭୀର ପରିସ୍ଥିତିରେ ଜଡ଼ ଜନତାର ପ୍ରାଣରେ ଜାତିପ୍ରେମର ଚେତନା ସୃଷ୍ଟି କରିବାକୁ ତାହା ପୂର୍ବବତ୍ ଚଳଚଞ୍ଚଳ ହୋଇ ଉଠିବାକୁ ଆହ୍ଵାନ କରିଛନ୍ତି ।

ସମାଜରେ ପରିଦୃଷ୍ଟ ମିଥ୍ୟା, ଛଳନା, ପ୍ରତାରଣା, ପ୍ରବଞ୍ଚନା ଓ ଭଣ୍ଡାମିର ପ୍ରାଦୁର୍ଭାବ କବିଙ୍କୁ ଅସହ୍ୟ ବୋଧ ହୋଇଛି । ଶୋଷିତ, ନିଷ୍ପେଷିତ ଓ ପଦଦଳିତ ଅଜ୍ଞ ଜନତାର ଜଡ଼ ପ୍ରାଣରେ ଜାଗରଣ ସୃଷ୍ଟି କରିବାପାଇଁ କବି ତାଙ୍କ କଲମକୁ ଆକୁଳ ଆହ୍ବାନ ଦେଇଛନ୍ତି । ସାମାନ୍ୟ କେତୋଟି ପଇସା ବିନିମୟରେ ଲବ୍ଧ କ୍ଷୀଣ କଳେବରଧାରୀ ଯେଉଁ କଲମଟି ଧରାପୃଷ୍ଠରେ ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ସୁ ଶାସକ ପ୍ରାଣରେ ହୃତ୍‌କମ୍ପନ ସୃଷ୍ଟି କରିପାରେ, ଦଳିତ ଜାତିପ୍ରାଣରେ ଶକ୍ତି ସଞ୍ଚାର କରିପାରେ, ସେହି ଲେଖନୀ ଉତ୍କଳର ଦୁର୍ଦ୍ଦିନରେ କାହିଁକି ନୀରବତା ଅବଲମ୍ବନ କରିଛି ବୋଲି କବି କଲମକୁ ପ୍ରଶ୍ନ କରିଛନ୍ତି । ଶବତୁଲ୍ୟ ପଡ଼ିରହିଥିବା ସୁପ୍ତ ଓଡ଼ିଆ ପ୍ରାଣରେ ଜାଗରଣର ବାରି ସିଞ୍ଚନ କରି ତା’ ମନରେ ପୂର୍ବବତ୍ ଆଶା ଓ ଆତ୍ମବିଶ୍ଵାସ ଜାଗ୍ରତ କରାଇବାକୁ ସେ କଲମକୁ ଆହ୍ଵାନ ଦେଇଛନ୍ତି ।

କବି ହେଉଛନ୍ତି ସମାଜର ଚିତ୍ରକର, ସମାଜର ଜାଗ୍ରତ ପ୍ରହରୀ । କଲମ ହେଉଛି ତାଙ୍କ ଅସ୍ତ୍ର । ଅତି ଆପଣାର ବନ୍ଧୁ, ବିଶ୍ୱସ୍ତ ସାଥୀ ଭାବେ ଜୀବନର ସବୁ ଦୁଃଖ-ସୁଖରେ ଏହା ତାଙ୍କୁ ସହାୟତା ଦେଇ ଆସିଛି । ତାଙ୍କ ମନର ସମସ୍ତ ଚିନ୍ତା, କଳ୍ପନା ଓ ଆବେଗକୁ ଅକ୍ଷର ରୂପ ଦେଇଥାଏ କଲମ । ସେହି କଲମ ଅତୀତରେ ବହୁ ଉପାଦେୟ, କାଳଜୟୀ ସୃଷ୍ଟିକୁ ଜୀବନ୍ୟାସ ବେଇ ତାଙ୍କୁ ବହୁ ଯଶଖ୍ୟାତିର ଅଧିକାରୀ କରିଛି, ଯାହା ତାଙ୍କୁ ଗଭୀର ଆତ୍ମତୃପ୍ତି ପ୍ରଦାନ କରିଆସିଛି ।

ସେହି ଯଶ ଓ ଗୌରବର ଶ୍ରେୟ ସେ ସାଥୀ କଲମକୁ ଦେଇଛନ୍ତି । ସମାଜରେ ଘଟିଯାଉଥବା ଘଟଣ-ଅଘଟଣକୁ କବି ପ୍ରତ୍ୟକ୍ଷ କରନ୍ତି । ସାମାଜିକ ମଣିଷଠାରେ ଅସାମାଜିକତା ଲକ୍ଷ୍ୟ କଲେ ତାଙ୍କ ଅନ୍ତର କେତେବେଳେ ବ୍ୟଥାତୁର ହୋଇଉଠେ; ପୁଣି କେତେବେଳେ ପ୍ରତିକ୍ରିୟା ସୃଷ୍ଟିକରି ବିପ୍ଳବୀ ହୋଇଉଠେ । ସେତେବେଳେ ଲେଖନୀ ହୋଇଉଠେ ଚଳଚଞ୍ଚଳ । ଅନ୍ୟାୟ, ଅତ୍ୟାଚାର, ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ କରେ । ସେତେବେଳେ ସମାଜର ବିଷବୃକ୍ଷ ଉତ୍ପାଟନରେ ତୀକ୍ଷ୍ଣ କୁଠାର ତୁଲ୍ୟ ଲେଖନୀ ଜନଜାଗରଣ ପାଇଁ ଉଗ୍ରରୂପ ଧାରଣ କରେ । ପୁଣି କେତେବେଳେ ସ୍ନିଗ୍‌ଧ କମନୀୟ ରୂପ ଧାରଣ କରି ବିଦଗ୍ଧ ପ୍ରାଣରେ ଦିବ୍ୟଚେତନାର ସୁଧା ବର୍ଷଣ କରେ । କବିଙ୍କ ଭାଷାରେ –

‘‘ କରି ମୁଖରିତ କେତେ ପୁରତଳ, ବରିଚ ଅମର ଯଶ
ଧରିଚ ଅଳୀକ ଧରଣୀ ବୁକୁରେ କେତେ ସୁଧା, କେତେ ବିଷ ।’’

ଅତି ଆପଣାର କଲମଟି ଯେ ଅପରିସୀମ ଶକ୍ତିର ଅଧିକାରୀ ଏହା ଉପଲବ୍ଧି କରି ବୀର ଓଡ଼ିଆ ଜାତିର ଶିଥୁଳ ଧମନୀରେ ଉଷ୍ମତା ଭରିଦେବାପାଇଁ ସେହି ଲେଖନୀ ପୁନଶ୍ଚ ଜାଗିଉଠୁ ବୋଲି କବି ଆକୁଳ ଆହ୍ଵାନ କରିଛନ୍ତି । ଯେଉଁ ଓଡ଼ିଆ ଜାତି ଏକଦା ବୀର ବିକ୍ରମରେ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରିପାରିଥିଲା, ଚାରୁକଳା, କାରୁକଳା, ସଙ୍ଗୀତ, ସାହିତ୍ୟ, ସଂସ୍କୃତି ଓ ସମର କଳାକୌଶଳରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା, ସେହି ଜାତିର ସ୍ଥାଣୁତା ଓ ମନରେ ନୈତିକ ସାହସର ଅଭାବ କବିଙ୍କୁ ମ୍ରିୟମାଣ କରିଛି । ସ୍ଵାଧୀନଚେତା ଓଡ଼ିଆ ଜାତିର ସ୍ବଚ୍ଛନ୍ଦ ପ୍ରବହମାନତାରେ ଭଟ୍ଟା ଲକ୍ଷ୍ୟ କରି କବିପ୍ରାଣ ବ୍ୟର୍ଥାତ ହୋଇଛି । ନିଥର ଜଡ଼ ପ୍ରାଣରେ ଜାଗୃତି ଭରିଦେବାପାଇଁ କବି ମନର ବୈକଲ୍ୟ ପ୍ରକାଶ ପାଇଛି । ଛଳନା, ମିଥ୍ୟା, ପ୍ରବଞ୍ଚନା ଓ ଶଠତାକୁ ଘୃଣା କରୁଥିବା କବି ଅବକ୍ଷୟୀ ସମାଜର ଦୁଃସ୍ଥିତିରେ ମ୍ରିୟମାଣ ହୋଇପଡ଼ିଛନ୍ତି । କଲମ ଯେ ନିଷ୍ଠୁର, ଅତ୍ୟାଚାରୀ, ନରହନ୍ତାର ଗର୍ବୋନ୍ମତ୍ତ ତରବାରୀକୁ ଚୂର୍ଣ ବିଚୂର୍ଣ୍ଣ କରିପାରେ, ପର୍ବତ ପ୍ରାୟ ମହାଶକ୍ତିକୁ ପ୍ରତିହତ କରିପାରେ ଏବଂ ଯେଉଁ ଲେଖନୀ ଜନତାର ଶୀତଳ ପ୍ରାଣରେ ଅଗ୍ନି ସଂଯୋଗ କରିପାରେ, ସେହି କଲିମର ନୀରବତା ଲକ୍ଷ୍ୟ କରି କବି ମନ ବିଷାଦିତ ହୋଇଛି । ରାଜନୀତିକ ଭ୍ରଷ୍ଟାଚାର ଓ କ୍ଷମତାଧିକାରୀଙ୍କ ଦୁର୍ନୀତି ବିରୋଧରେ ବିଷୋଦ୍‌ଗାର କରିବାକୁ ଆହ୍ଵାନ ଦେଇ କବି

“ ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର !
ହେ କଲମ ମୋର, ଅତି ଆପଣାର ଅନ୍ତର କଥା କହ ।’’

ଇତିହାସକୁ ଲକ୍ଷ୍ୟକଲେ ଜଣାଯାଏ, ଏହି ବିଶ୍ଵରେ ବହୁ ନରହନ୍ତା, କ୍ଷମତାଲିପ୍‌ସୁ ବ୍ୟକ୍ତି ହତ୍ୟା, ରକ୍ତପାତ ତଥା ବହୁ ଲୋମହର୍ଷଣକାରୀ ଘଟଣାର ନାୟକ ସାଜି ଅମାନୁଷିକତାର ପରିଚୟ ଦେଇଯାଇଛନ୍ତି । ତ୍ରୟୋଦଶ ଶତାବ୍ଦୀରେ ମଙ୍ଗୋଲ- ମାନଙ୍କ ଅଧୂନାୟକ ଚେଙ୍ଗିଜ୍ ଖାଁ ମଧ୍ୟ-ଏସିଆର ମୁସଲମାନ ସାମ୍ରାଜ୍ୟ ଧ୍ବଂସ କରିଥିଲେ । ଜଣେ ନିଷ୍ଠୁର, ରକ୍ତପିପାସୁ,.. ରାଜ୍ୟଲିପ୍‌ସୁ ଭାବେ ସେ ଇତିହାସରେ ପରିଚିତ । ସେହିପରି ଜର୍ମାନୀର ନାଜି ଶାସକ ହିଟ୍‌ର ଏକ ସାଧାରଣ ପରିବାରରୁ ଆସି ଉଚ୍ଚାଭିଳାଷ ଓ ଦୃଢ଼ ମନୋବଳକୁ ପାଥେୟ କରି ସମଗ୍ର ଜର୍ମାନୀର ସର୍ବୋଚ୍ଚ ଅଧିକାରୀ ହୋଇପାରିଥିଲେ । କାଳବକ୍ଷରେ ଏହି ବିଶ୍ୱରେ ବହୁ ସଭ୍ୟତା, ବହୁ ମତବାଦ ଗଢ଼ିଉଠି, ଉନ୍ନତିର ଚରମଶୀର୍ଷ ସ୍ପର୍ଶକରି ପୁନଶ୍ଚ କରାଳ ଗର୍ଭରେ ଲୀନ ହୋଇଯାଇଛି ଏହିପରି ସବୁକିଛିର ଉତ୍‌ଥାନ, ପତନ ଗୋଟିଏ ସତ୍ୟ କହିଯାଏ ଯେ ଏ କାଳବକ୍ଷରେ କିଛିହେଲେ ଚିରସ୍ଥାୟୀ ନୁହେଁ ପରିବର୍ତ୍ତନଶୀଳ ଦୁନିଆରେ ସବୁରି ଊର୍ଦ୍ଧ୍ବରେ କିନ୍ତୁ ରହିଛି ଏକମାତ୍ର କଲମ । ତା’ର ସ୍ଥିତି ଥୁଲା, ଅଛି ଓ ଚିରକାଳ ସେ ହିଁ ରାଜୁତି କରୁଥ୍ ।

ବିବର୍ତ୍ତନର କରାଳ ଗର୍ଭରେ ସବୁକିଛିର ରୂପାନ୍ତର ଘଟୁଥିଲେ ମଧ୍ୟ ସେସବୁର ମୂକସାକ୍ଷୀ ରହିଯାଏ କଲମର ଗାର । ଏଇ ବିଶ୍ୱବକ୍ଷରେ ବହୁ ମହାମନୀଷୀ ସତ୍ୟ ଓ ଶାନ୍ତିର ପ୍ରତିଷ୍ଠା ପାଇଁ ତଥା ମାନବଧର୍ମର ସୁରକ୍ଷା ପାଇଁ ମହାବାଣୀ ଦେଇଯାଇଛନ୍ତି । ଗୌତମ ବୁଦ୍ଧ, ଶଙ୍କରାଚାର୍ଯ୍ୟ, ଯୀଶୁଖ୍ରୀଷ୍ଟଙ୍କ ପରି ପୟଗମ୍ବରମାନଙ୍କ ମୁଖନିଃସୃତ ଶାଶ୍ୱତବାଣୀ ଅଦ୍ୟାବଧୂ ମାନବଜାତିକୁ ସତ୍ୟର ପଥ ନିର୍ଦ୍ଦେଶ କରିଚାଲିଛି । କାଳବକ୍ଷରେ ସେମାନେ ଲୁଚିଯାଇଥିଲେ ମଧ୍ୟ ସେମାନଙ୍କର ଅମୃତ ଉପଦେଶକୁ ଚିରକାଳ ପାଇଁ ସାଇତି ରଖୁଛି ଲେଖନୀ । ମିଥ୍ୟା, ଛଳନାପୂର୍ଣ୍ଣ ଆଜିର ଦୁନିଆରେ ଧର୍ମ ଓ ସତ୍ୟର ପୁନଃ ପ୍ରତିଷ୍ଠା ପାଇଁ ଜାଗିଉଠି ମାନବ ଜାତିକୁ ଉଚିତ ମାର୍ଗ ଦର୍ଶନ କରାଇବାର ସମୟ ଉପଗତ ।

ତେଣୁ ଜନଜାଗରଣ ପାଇଁ ସେହି ଲେଖନୀ ପୁନଶ୍ଚ ସକ୍ରିୟ ହୋଇଉଠୁ… ବୋଲି କବି କାମନା କରିଛନ୍ତି । କାରଣ ଲେଖନୀ ହିଁ ଛଳନା କି ପ୍ରତାରଣା କରିପାରେନା କି ଗୁଣ୍ଡାମି ଆଗରେ ମଥାନତ .. କରେନା । ଲେଖନୀ ହିଁ ସମାଜରେ କୁର ଖଳନାୟକର ଛଦ୍ମବେଶ ଖୋଲିଦେଇ ତା’ର ଅସଲ ଚେହେରାକୁ ଲୋକଲୋଚନକୁ,. ଆଣେ । ଭ୍ରଷ୍ଟାଚାର, ବ୍ୟଭିଚାର, ସ୍ଵେଚ୍ଛାଚାର ଓ ଯଥେଚ୍ଛାଚାର ବିରୋଧରେ ଜନତାର ଅଜ୍ଞାନାନ୍ଧକାର ପୂର୍ଣ୍ଣ ହୃଦୟରେ ଜାଳିଦିଏ.. ‘ ବିଦ୍ରୋହର ଅଗ୍ନିଶିଖା । ସମସ୍ତ ଶୋଷଣ, ପେଷଣ, ଅତ୍ୟାଚାରକୁ କଲମର କେତୋଟି ଗାର ମୂଳୋତ୍ପାଟନ କରିପାରେ । , ଦୁନିଆର ସମସ୍ତ ଦୈହିକ, ଯାନ୍ତ୍ରିକ ତଥା କୂଟକପଟ ଶକ୍ତି ଊର୍କରେ କଲମର ଶକ୍ତି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

କଲମ ମୁନର ମହାଶକ୍ତି ମାନବର ଦୃଢ… ଶୃଙ୍ଖଳକୁ ଛିନ୍ନ ବିଚ୍ଛିନ୍ନ କରେ, ସବୁ ବନ୍ଧନ ମୋଚନ କରିପାରେ । ଅଜ୍ଞ ଓ ଅନ୍ଧ ଜନର ଚକ୍ଷୁ ଉନ୍ନୀଳନ କରେ ଓ ସଦା ସତ୍ୟର ପକ୍ଷ ସମର୍ଥନ କରେ । ମାନବ ପ୍ରାଣରେ ସୃଷ୍ଟି କରେ ସତ୍ୟ-ଶିବ-ସୁନ୍ଦରର ଦିବ୍ୟଚେତନା । ଯୁଗ ଯୁଗ ଧରି ମାନବର ଅଜ୍ଞାନ ତିମିରିତ ହୃଦୟରେ ତୋଳିଧରେ ଜ୍ଞାନର ଆଲୋକବର୍ତ୍ତିକା । ସେହି କଲମର ପୁନର୍ଜାଗରଣପାଇଁ କବି ମନର ଆବେଗପୂର୍ଣ୍ଣ ବ୍ୟଗ୍ରତା କବିତାରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ଚିର – ସବୁଦିନ ପାଇଁ ।
  • ମୌନୀ – ଯେ ନୀରବ ରହନ୍ତି। ଚୁପ୍ ରହିଥା’ନ୍ତି ।
  • ତନୁ – ପୃଥ‌ିବୀପୃଷ୍ଠ ।
  • ଜାଗ୍ରତ – ପ୍ରେରଣା ଦେବା, ଉଠାଇଦେବା ।
  • ମମ – ମୋର ।
  • ସଖା – ସହଚର, ବନ୍ଧୁ ।
  • ମନଲେଖା – ମନକଥା ।
  • ମନଳେଖା – ନଗର/ ଗୃହ ।
  • ପୁର – ଭୂମି ଉପର/ ଅଧୋଭାଗ ।
  • ତଳ – କ୍ରାନ୍ତିକାରୀ, ଆଲୋଡ଼ନ ସୃଷ୍ଟିକାରୀ ।
  • ବିପ୍ଳ- ସବୁବେଳେ ।
  • ଅହରହ – ଅସମତଳ ।
  • ବଷୁର – ପୂର୍ବକାଳୀନ ।
  • ଉଦ୍ୟତ କର – ଚେଷ୍ଟା, ନିରତ, ଉଦ୍ୟମରତ ।
  • ବିଶ୍ୱ।ସ- ଅନ୍ତରଙ୍ଗ, ଆପଣାର ।
  • ତୀଷଶ – ଧାରୁଆ ।
  • ମୁଖରିତ – ଧ୍ଵନିତ। ଶବ୍ଦାୟମାନ ।
  • ବରିଚ – ବରଣ କରିଚ(ଛ) ।
  • ଅମର ଯଶ – ଶାଶ୍ଵତ କୀର୍ତ୍ତି ।
  • ଧାରଣା ବୁକୁ – ପୃଥ‌ିବୀ ବକ୍ଷ ।
  • ଜାଗ୍ରତ କର – ଜଗାଇଦେବା, ଉଠାଇଦେବା ।
  • ମୁଳ୍ତି – ସ୍ବାଧୀନ ।
  • କରବାଳ – ଖଣ୍ଡା ।
  • ମୁଷଳ – ଗଦା ।
  • ବାଡ଼ବ – ସମୁଦ୍ର ଅଗ୍ନି ।
  • ମରୁ – ମରୁଭୂମି, ଶୁଦ୍ଧଭୂମି ।
  • ଚେଙ୍ଗିସ୍ – ତ୍ରୟୋଦଶ ଶତାବ୍ଦୀରେ ମଙ୍ଗୋଲମାନଙ୍କ ଅଧ୍ୟାନାୟକ ଚେଙ୍ଗିସ୍ ଖାଁ ମଧ୍ୟ-ଏସିଆରେ ମୁସଲମାନ ସାମ୍ରାଜ୍ୟ ଧ୍ବଂସ କରିଥିଲେ । ଜଣେ ନିଷ୍ଠୁର, ନରହନ୍ତାକାରୀ ଓ ରାଜ୍ୟଲିପ୍‌ସୁ ଭାବରେ ସେ ଇତିହାସରେ ପରିଚିତ ।
  • ହିଟ୍‌ଲର୍ – ଆଡ଼ଲଫ୍ ହିଟଲର (୧୮୮୯-୧୯୪୫) ଅଷ୍ଟ୍ରିଆରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜଣେ ଦୃଢ଼ମନା, ଉଚ୍ଚାଭିଳାଷୀ ଓ ନିଷ୍ଠୁର ପ୍ରକୃତି ସମ୍ପନ୍ନ ବ୍ୟକ୍ତିଭାବରେ ସେ ପରିଚିତ । ନାଜି ପାର୍ଟି ଗଠନ କରି ସେ ଜର୍ମାନୀର ସର୍ବୋଚ୍ଚ ଅଧିକାରୀ ହୋଇଥଲେ ।
  • ଧରଣୀ ଦୁଆରେ – ପୃଥ‌ିବୀ ଉପରେ ।
  • ଅମର ଗାର – ଅଲିଭା ରେଖା ।
  • ମୁଶ୍ତ। – ତୀକ୍ଷ୍ଣଣହୀନତା ଗୋଡ଼ି ।
  • ଅନ୍ତର – ହୃଦୟ ।
  • ଦୁବିହ – ମଣିଷ ।
  • ଇଙ୍ଗିତରେ – ନିର୍ଦ୍ଦେଶରେ ।
  • ବଚନ – କଥା, ବାକ୍ୟ ।
  • ଉଦ୍ୟତ – ପ୍ରଚେଷ୍ଟା କରିବା ।
  • ଗୁଣ୍ଡ।ମି – ବଳପ୍ରୟୋଗ
  • ଦୂଷଣ – ନିନ୍ଦା, ଅପବାଦ ।
  • ବଷରେ- ଛାତିରେ ।
  • ଶିବ – ମଙ୍ଗଳମୟ ।
  • ପ୍ରଦୀପ ହସେ – ଦୀପର ଉଜ୍ଜ୍ୱଳ ଆଲୋକ
  • ଅଳୀକ – ମିଥ୍ୟା, କ୍ଷଣିକ ।
  • ସୁଧା – ଅମୃତ ।
  • ଉଦ୍ୟତ – ପ୍ରସ୍ତୁତ ।
  • ଭାଜେ – ଭାଙ୍ଗିଯାଏ ।
  • ବଜ୍ର – ଶକ୍ତ ସମରାସ୍ତ ।
  • ଧରାଜଳେ – ପୃଥ‌ିବୀରେ ।
  • ଗିରି – ପର୍ବତ ।
  • ଧରାଜଳେ – ପୃଥ‌ିବୀର ପାଣିରେ ।
  • ବୁଦ୍ବୁଦ୍- ଫୋଟକା ।
  • ଜଡ଼ – ଚଳତୃଶକ୍ତିବିହୀନ ।
  • ଧାର – ମୁନ ।
  • ଧରଣୀ ବୁକୁ – ପୃଥ‌ିବୀପୃଷ୍ଠ ।
  • କାଳ – ମୃତ୍ୟୁ ।
  • ଗାର – ରେଖା ।
  • ଜାଗ୍ରତ – ସଚେତନ
  • ଥକିବା – ହାଲିଆ ହେବା ।
  • ପେଷିଣ – ପେଷି ହୋଇଯିବା ।
  • ଛେଦନ – ଛିଣ୍ଡାଇଦେବା ।
  • ବିପ୍ଳବ – ଆନ୍ଦୋଳନ ।
  • ଯୁଗଯୁଗାନ୍ତ – କାଳ କାଳାନ୍ତର ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Odisha State Board BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ Textbook Exercise Questions and Answers.

BSE Odisha Class 8 Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 1.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(a) …………….. ର ଜଳୀୟ ଦ୍ରବଣ ବିଦ୍ୟୁତ୍‌ କୁପରିବାହୀ ଅଟେ । (ଲୁଣ, ଚିନି, କପରସଲ୍‌ଫେଟ୍)
(b) ତରଳ ମାଧ୍ୟମରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତର ………………….. ପ୍ରଭାବ ଅନୁଭୂତ ହୁଏ । (ରାସାୟନିକ, ଚୁମ୍ବକୀୟ, ତାପୀୟ)
(c) କିପର ସଲଫେଟ୍ ଦ୍ରବଣରେ ବିଦ୍ୟୁତ୍ ପ୍ରବାହିତ ହେଲେ କପର୍ ……………….. ଅଗ୍ରଠାରେ ଜମା ହୁଏ । (ଯୁକ୍ତାତ୍ମକ, ବିଯୁକ୍ତାତ୍ମକ, ଉଭୟ)
(d) ବିଦ୍ୟୁତ୍ ସ୍ରୋତ ସାହାଯ୍ୟରେ ଏକ ଧାତୁ ଉପରେ ଅନ୍ୟ ଏକ ଧାତୁର ପ୍ରଲେପ ଦେବାକୁ …………………… କହାଯାଏ । (ବିଦ୍ୟୁତ୍ ବିଶ୍ଳେଷଣ, ବିଦ୍ୟୁତ୍ଵକରଣ, ବିଦ୍ୟୁତ୍ ପ୍ରଲେପନ)
(e) ପାଣି ପାଇପ୍‌ରେ କଳଙ୍କି ନ ଲାଗିବାପାଇଁ ………………………. ଲେପନ କରାଯାଏ । (ଲୁହା, ତମ୍ବା, ଦସ୍ତା)

Answers:
(a) ଚିନି
(b) ରାସାୟନିକ
(c) ବିଯୁକ୍ତାତ୍ମକ
(d) ବିଦ୍ୟୁତ୍ ପ୍ରଲେପନ
(e) ଦସ୍ତ

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 2.
ବିଜ୍ଞାନସମ୍ମତ କାରଣ ଲେଖ ।
(a) ପାତିତ ଜଳ ବିଦ୍ୟୁତ୍ କୁପରିବାହୀ; ମାତ୍ର ସମୁଦ୍ର ଜଳ ବିଦ୍ୟୁତ୍ ସୁପରିବାହୀ ।
ଉ-

  • ପାତିତ ଜଳରେ ଧାତବ ଲବଣ ନଥିବାରୁ ଏହା ବିଦ୍ୟୁତ୍ କୁପରିବାହୀ ।
  • ସମୁଦ୍ର ଜଳରେ ଧାତବଲବଣି ଦ୍ରବୀଭୂତ ଅବସ୍ଥାରେ ଥ‌ିବାରୁ ଏହା ବିଦ୍ୟୁତ୍ ସୁପରିବାହୀ । ବୃଷ୍ଟିଜଳ ମଧ୍ୟ ଟେଷ୍ଟର୍‌ର ସୂଚୀଚୁମ୍ବକରେ ବିକ୍ଷେପ ଦେଖାଇପାରେ ।

(b) ବୃଷ୍ଟିଜଳ ମଧ୍ୟ ଟେଷ୍ଟର୍‌ର ସୂଚୀଚୁମ୍ବକରେ ବିକ୍ଷେପ ଦେଖାଇପାରେ ।
ଉ-

  • ବୃଷ୍ଟିଜଳ, ପାତିତ ଜଳ ପରି ସମ୍ପୂର୍ଣ୍ଣ ବିଶୁଦ୍ଧ ନୁହେଁ । ଏଥ‌ିରେ ଅନ୍ୟାନ୍ୟ ଧାତବ ପଦାର୍ଥ ମିଶିରହିଥ‌ିବାର ସମ୍ଭାବନା ରହିଥାଏ ।
  • ତେଣୁ ଏଥିରେ ଅଳ୍ପ ପରିମାଣର ବିଦ୍ୟୁତ୍ ପ୍ରବାହ ଘଟିଥାଏ । ଏହାଫଳରେ ଟେଷ୍ଟର୍‌ର ସୂଚୀଚୁମ୍ବକରେ ବିକ୍ଷେପ ଘଟିଥାଏ ।

(c) ଘରେ ବିଦ୍ୟୁତ୍ ପରିପଥ ସଜାଡ଼ିବାବେଳେ ପରିପଥର ବିଦ୍ୟୁତ୍ ପ୍ରବାହ କାଟିଦେବା ନିରାପଦ ।
ଉ-

  • ବିଦ୍ୟୁତ୍ ପରିପଥ ସଜାଡ଼ିବାବେଳେ ଯଦି ପରିପଥରେ ବିଦ୍ୟୁତ୍ ପ୍ରବାହ ଘଟେ; ତେବେ ବିଦ୍ୟୁତ୍ ଆଘାତ ଲାଗିଥାଏ । ଏହାଫଳରେ ଜୀବନ ହାନିର ଆଶଙ୍କା ରହିଥାଏ ।
  • ତେଣୁ ବିଦ୍ୟୁତ୍ ପରିପଥରେ ମରାମତି କାର୍ଯ୍ୟ କଲାବେଳେ ବିଦ୍ୟୁତ୍ ପ୍ରବାହ କାଟିଦେବା ନିରାପଦ ଅଟେ । ସାଇକେଲ୍ ରିମ୍‌ରେ ନିକେଲ୍‌ କିମ୍ବା କ୍ରୋମିୟମ୍ ପ୍ରଲେପନ କରାଯାଇଥାଏ ।

(d) ସାଇକେଲ୍ ରିମ୍‌ରେ ନିକେଲ୍ କିମ୍ବା କ୍ରୋମିୟମ୍ ପ୍ରଲେପନ କରାଯାଇଥାଏ ।
ଉ-

  • ନିକେଲ କିମ୍ବା କ୍ରୋମିୟମ୍ ଧାତୁ ସହଜରେ କଳଙ୍କି ଧରେ ନାହିଁ ଏବଂ ଏହା ମଧ୍ୟ ଦାଗ ପ୍ରତିରୋଧକ ଅଟେ ।
  • ଲୁହାରେ ତିଆରି ସାଇକେଲ୍ ରିମ୍ ଉପରେ ବିଦ୍ୟୁତ୍ ବିଶ୍ଳେଷଣ ପଦ୍ଧତିରେ ନିକେଲ କିମ୍ବା କ୍ରୋମିୟମର ଏକ ପତଳା ପ୍ରଲେପ ଦେଇ ରିମ୍‌କୁ ଚକ୍ ଚକ୍ କରାଯାଇଥାଏ ।
  • ଏହାଫଳରେ ସାଇକେଲ୍‌ ରିମ୍ବର ସ୍ଥାୟିତ୍ଵ ଏବଂ ଆକର୍ଷଣୀୟତା ବୃଦ୍ଧି ପାଇଥାଏ ।

Question 3.
ସୂଚୀଚୁମ୍ବକରେ ବିକ୍ଷେପ ଦେଖାଇ ପାରୁଥ ତିନୋଟି ଦ୍ରବଣ ହେଲା –
ଉ-

  • ଲୁଣପାଣି
  • ସୋଡ଼ାପାଣି ଓ
  • ଭିନେଗାର ।

Question 4.
A ଓ B ଦ୍ରବଣରେ ଏକ ଟେଷ୍ଟର୍ ଦ୍ବାରା ପରିବାହିତା ପରୀକ୍ଷା କରାଗଲା । A ଦ୍ରବଣରେ ବଲ୍‌ବଟି ଜୋର୍‌ରେ ଜଳିଲା । ନିମ୍ନଲିଖ ମଧ୍ୟରୁ କେଉଁଟି ଅଧୂକ ଠିକ୍ ?
(a) A, B ଅପେକ୍ଷା ଉତ୍ତମ ପରିବାହୀ
(b) B, A ଅପେକ୍ଷା ଉତ୍ତମ ପରିବାହୀ
(c) ଉଭୟ ସମାନ ଧରଣର ପରିବାହୀ
(d) ତରଳର ପରିବାହିତା ଏହିପରି ଭାବରେ ମାପି ହେବ ନାହିଁ ।
ଉ-
A, B ଅପେକ୍ଷା ଉତ୍ତମ ପରିବାହୀ

Question 5.
ଉପରୋକ୍ତ ପରିପଥରେ ବଲବ୍ ଜଳୁ ନାହିଁ । ଏଥ‌ିନିମନ୍ତେ କି କି କାରଣ ହୋଇପାରେ ଲେଖ ।
BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 1
ଉ-

  • ପାତ୍ରରେ ଥ‌ିବା ଦ୍ରବଣ ବିଦ୍ୟୁତ୍ କୁପରିବାହୀ ହୋଇଥିଲେ ପରିପଥରେ ଥିବା ବଲ୍‌ ଜଳିବ ନାହିଁ ।
  • ପାତ୍ରରେ ଥିବା ତରଳ ପଦାର୍ଥରେ ଅଳ୍ପ ବିଦ୍ୟୁତ୍ ପ୍ରବାହ ହେଉଥିଲେ, ପରିପଥରେ ବଲବ୍ ଜଳିବ ନାହିଁ ।
  • ବ୍ୟାଟେରୀ ଓ ବଲ୍‌ବ ସହ ଲାଗିଥିବା ତାର ବିଦ୍ୟୁତ୍ କୁପରିବାହୀ ହୋଇଥିଲେ, ପରିପଥରେ ବଲ୍‌ବ ଜଳିବ ନାହିଁ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 6.
ଝଡ଼ବର୍ଷାବେଳେ ଓଦାହୋଇ ଇଲେକ୍‌ଟ୍ରିସିଆନ୍ ବିଦ୍ୟୁତ୍ ପରିପଥ ମରାମତି କରିବା ନିରାପଦ କି ? ତୁମ ଉତ୍ତର ସପକ୍ଷରେ କାରଣ ଲେଖ ।
ଉ-
ଝଡ଼ବର୍ଷାବେଳେ ଓଦାହୋଇ ଇଲେକ୍‌ଟ୍ରିସିଆନ୍ ବିଦ୍ୟୁତ୍ ପରିପଥ ମରାମତି କରିବା ନିରାପଦ ନୁହେଁ ।
କାରଣ – ବର୍ଷାପାଣି ବିଦ୍ୟୁତ୍ ସୁପରିବାହୀ ଅଟେ । ଏହି ସମୟରେ ବିଦ୍ୟୁତ୍ ପରିପଥର ମରାମତି କାର୍ଯ୍ୟ କଲେ ଇଲେକ୍‌ଟ୍ରିସିଆକୁ ବିଦ୍ୟୁତ୍ ଆଘାତ ଲାଗିବାର ଆଶଙ୍କା ରହିଥାଏ ।

Question 7.
ତୁମେ ଦେଖୁଥ‌ିବା ତିନୋଟି ବିଦ୍ୟୁତ୍ ପ୍ରଲେପିତ ଜିନିଷର ଏକ ତାଲିକା କର । ସେଥ‌ିରେ କାହା ଉପରେ କେଉଁ ଧାତୁର ପ୍ରଲେପ ଦିଆଯାଇଛି ଲେଖ ।
ଉ-

  • ସୁନାଚୁଡ଼ି – ଏଥରେ ବ୍ରୋଞ୍ଜ ଉପରେ ସୁନାର ପ୍ରଲେପ ଦିଆଯାଇଥାଏ ।
  • ଜି.ଆଇ. (G.I.) ପାଇପ୍ – ଲୁହା ପାଇପ୍ ଉପରେ ଦସ୍ତା ଧାତୁର ପ୍ରଲେପ ଦିଆଯାଇଥାଏ ।
  • ଟିଣ ଡବା – ଲୁହା ଉପରେ ଟିଣ ଧାତୁର ପ୍ରଲେପନ ଦିଆଯାଇଥାଏ ।

Question 8.
ବିଦ୍ୟୁତ୍ ପ୍ରଲେପନ କହିଲେ କ’ଣ ବୁଝ, ଗୋଟିଏ ଉଦାହରଣ ସହ ବର୍ଣ୍ଣନା କର ।
ଉ-

  • ବିଦ୍ୟୁତ୍ ବିଶ୍ଳେଷଣ ପଦ୍ଧତିରେ ଏକ ଧାତବ ପଦାର୍ଥ ଉପରେ ଅନ୍ୟ ଏକ ଧାତୁର ପ୍ରଲେପ ଦେବା ପଦ୍ଧତିକୁ ବିଦ୍ୟୁତ୍ ପ୍ରଲେପନ କୁହାଯାଏ ।
  • ଧାତବ ଲବଣର ଦ୍ରବଣରେ ବିଦ୍ୟୁତ୍ ପ୍ରବାହ ଦ୍ବାରା ଉକ୍ତ ଧାତୁକୁ ପୃଥକ୍ କରି ଅନ୍ୟ ଏକ ଧାତୁ ଉପରେ ଜମା କରିବା ପ୍ରକ୍ରିୟାକୁ ବିଦ୍ୟୁତ୍ ପ୍ରଲେପନ କୁହାଯାଏ ।
  • ଏହା ବିଦ୍ୟୁତ୍ ସ୍ରୋତର ଏକ ରାସାୟନିକ ପ୍ରଭାବ ଅଟେ ।
  • ବିଦ୍ୟୁତ୍ ପ୍ରଲେପନ ପଦ୍ଧତିରେ ସବୁବେଳେ ବିଯୁକ୍ତାତ୍ମକ ବିଦ୍ୟୁତ୍ ଅଗ୍ର ଉପରେ ସେହି ଧାତୁର ଲବଣର ଦ୍ରବଣକୁ ମାଧ୍ୟମରୂପେ ଦେବାକୁ ପଡ଼ିଥାଏ ।
  • ଉତ୍କୃଷ୍ଟ ଧାତୁକୁ ବ୍ୟାଟେରୀର ଯୁକ୍ତ ଅଗ୍ର ସହ (ଏନୋଡ୍) ଓ ନିକୃଷ୍ଟ ଧାତୁକୁ ବ୍ୟାଟେରୀର ବିଯୁକ୍ତ ଅଗ୍ର ସହ ( କ୍ୟାଥୋଡ୍) ସଂଯୋଗ କରାଯାଇଥାଏ ।

ଉଦାହରଣ –

  • ଲୁହାରେ ତିଆରି ଏକ ଚାବି ରିଂ ଉପରେ ତମ୍ବାର ପ୍ରଲେପ ଦେବା – କ ପ ରସଲ୍ ଫେଟ୍ ଦ୍ରବଣ ନିଆଯାଉ ।
  • ଏହି ଦ୍ରବଣର ପରିବାହିତା ବୃଦ୍ଧିପାଇଁ ସେଥ୍ରେ 2 ମି.ଲି. ଲଘୁ ଗନ୍ଧକାମ୍ଳ ମିଶାଯାଉ । ଚିତ୍ରରେ କରାଯାଉ ।
  • ପ୍ରଲେପିତ ହେବାକୁ ଥିବା ଚାବିରିଙ୍ଗକୁ ବ୍ୟାଟେରୀର ବିଯୁକ୍ତାତ୍ମକ ଅଗ୍ର ସହିତ ସଂଯୋଗ କରି ଏହି ଦ୍ରବଣରେ ରଖାଯାଉ । ଏହା କ୍ୟାଥୋଡ୍ ରୂପେ କାର୍ଯ୍ୟ କରିବ ।
  • ତମ୍ବା ପାତଟିକୁ ଚାବିରିଙ୍ଗୁଠାରୁ ପ୍ରାୟ l ସେ.ମି. ବ୍ୟବଧାନରେ ଦ୍ରବଣ ମଧ୍ଯରେ ରଖାଯାଉ ଏବଂ ବ୍ୟାଟେରୀର ଯୁକ୍ତାତ୍ମକ ଅଗ୍ର ସହିତ ସଂଯୋଗ କରାଯାଉ । ଏହା ଏନୋଡ୍ ରୂପେ କାର୍ଯ୍ୟ କରିବ ।
  • ଆବଶ୍ୟକ ପରିପଥ ସଂପୂର୍ଣ୍ଣ ହେଲାପରେ ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ପ୍ରବାହକଲେ ଚାବିରିଙ୍ଗ୍ ଉପରେ ତମ୍ବାର ଏକ ପ୍ରଲେପ ହୋଇଯିବ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 2

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 9.
ବିଦ୍ୟୁତ୍ ପ୍ରଲେପନର ଆବଶ୍ୟକତା ଲେଖ
ଉ-
ବିଦ୍ୟୁତ୍ ପ୍ରଲେପନର ଆବଶ୍ୟକତା –

  • ଶିଳ୍ପକ୍ଷେତ୍ରରେ ଅନେକ ନିକୃଷ୍ଟ ଧାତୁ ଉପରେ ଉତ୍କୃଷ୍ଟ ଧାତୁର ପ୍ରଲେପ ଦେବାପାଇଁ ଏହା ବ୍ୟବହୃତ ହୋଇଥାଏ ।
  • କଳଙ୍କି ଲାଗୁଥିବା ଧାତୁ ଉପରେ କଳଙ୍କି ଲାଗୁ ନଥ‌ିବା ଧାତୁର ପ୍ରଲେପ ଦିଆଯାଇଥାଏ । ଏହାଦ୍ଵାରା ଧାତୁର ସୌନ୍ଦର୍ଯ୍ୟ, ଔଜଲ୍ୟ ଓ ସ୍ଥାୟିତ୍ଵ ବୃଦ୍ଧି ପାଇଥାଏ ।
  • ଅନେକ କ୍ଷେତ୍ରରେ ମୂଲ୍ୟବାନ ଧାତୁର ବ୍ୟବହାରଜନିତ ଖର୍ଚ୍ଚକାଟ ପାଇଁ ଏହି ପଦ୍ଧତି ଫଳପ୍ରଦ ହୋଇଥାଏ ।
  • ଏହି ପଦ୍ଧତିରେ ରୁପା କିମ୍ବା ସୁନାର ଲବଣରେ ଦ୍ରବଣ ତିଆରି କରି ବିଦ୍ୟୁତ୍ ବିଶ୍ଳେଷଣ ଦ୍ଵାରା ବ୍ରୋଞ୍ଜ ଚୁଡ଼ି ବୃଦ୍ଧିପାଇଥାଏ ।
  • ଟିଡ଼ବା ତିଆରି ପାଇଁ ଲୁହା ଉପରେ ଟିଣ ଧାତୁର ପ୍ରଲେପନ ଦିଆଯାଇଥାଏ । ଟିଣ ଲୁହା ଅପେକ୍ଷା ମୂଲ୍ୟବାନ ଓ ଅଧ‌ିକ କଳଙ୍କି ପ୍ରତିରୋଧୀ । ତେଣୁ ପ୍ରଲେପିତ ଡବାରେ ଖାଦ୍ୟ ପଦାର୍ଥ ସୁରକ୍ଷିତ ରହିଥାଏ ।
  • ପାଣି ପାଇପ୍‌ରେ ବ୍ୟବହୃତ ହେଉଥିବା ଲୁହାକୁ କଳଙ୍କିମୁକ୍ତ ରଖିବାପାଇଁ ଲୁହାପାଇପ୍ ଉପରେ ଦସ୍ତା ଧାତୁର ଲେପନ କରାଯାଇଥାଏ । ଏହି ପଦ୍ଧତିରେ ତିଆରି ପାଇପ୍‌ଗୁଡ଼ିକୁ ଜି.ଆଇ. (G.I.) ପାଇପ୍ କୁହାଯାଏ ।

Question 10.
ସୁନା ବୁଡ଼ି ତିଆରି ପାଇଁ ବ୍ରୋଞ୍ଜ୍ ଉପରେ ସୁନା ପ୍ରଲେପ ଦିଆଯାଇଥାଏ । କିପରି ପ୍ରଲେପନ ହୁଏ ତା’ର ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
ଉ-
ବିଦ୍ୟୁତ୍ ପ୍ରଲେପନ –
BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 3

ଆଉ କ’ଣ କରିହେବ ?

Question 1.
ବିଭିନ୍ନ ଫଳ ଓ ପରିବା ନେଇ ତୁମ ତିଆରି ଟେଷ୍ଟର୍‌ରେ ପରିବାହିତା ପରୀକ୍ଷା କର ।
ଉ-
ପ୍ରାୟ ସମସ୍ତ ପ୍ରକାର ଫଳ ଓ ପରିବା ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହ କରିପାରିବ । କାରଣ ସେସବୁରେ ଜଳୀୟ ଅଂଶ ଥାଏ । ଯେହେତୁ ଜଳ ବିଦ୍ୟୁତ୍‌ର ସୁପରିବାହୀ, ତେଣୁ ଟେଷ୍ଟର୍‌ରେ ପରୀକ୍ଷାକଲେ ବିଭିନ୍ନ ଫଳ ଓ ପରିବା ମଧ୍ୟଦେଇ ବିଦ୍ୟୁତ୍ ପରିବହନ କରି ପାରିବ ବୋଲି ଆମେ ଜାଣିପାରିବା ।

Question 2.
ପ୍ରଶ୍ନ ନଂ-୮ର ଚିତ୍ରରେ ଦର୍ଶାଯାଇଥ‌ିବା ପରୀକ୍ଷାରେ ବିଯୁକ୍ତାତ୍ମକ ଅଗ୍ରକୁ ପରିବର୍ତ୍ତନ କରି ସେଠାରେ ଗୋଟିଏ ଦସ୍ତାପାତ ଲଗାଅ । ପରୀକ୍ଷାଟି ଆଉଥରେ କର । କ’ଣ ହେଉଛି ଦେଖ ।
ଉ-
ଚିତ୍ରରେ ଦର୍ଶାଯାଇଥିବା ପରୀକ୍ଷାରେ ବିଯୁକ୍ତାତ୍ମକ ଅଗ୍ରକୁ ପରିବର୍ତ୍ତନ କରି ସେଠାରେ ଯଦି ଗୋଟିଏ ଦସ୍ତାପାତ ଲଗାଇବା; ତେବେ ଦସ୍ତା ଉପରେ ତମ୍ବାର ଏକ ପ୍ରଲେପ ହୋଇଯିବ । ଏହି ପ୍ରକ୍ରିୟାର ନାମ ବିଦ୍ୟୁତ୍ ପ୍ରଲେପନ ପ୍ରକ୍ରିୟା ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 3.
ତୁମ ଅଞ୍ଚଳରେ ବିଦ୍ୟୁତ୍ ପ୍ରଲେପନ କାରଖାନା ଥିଲେ ସେଠାକୁ ଯାଇ କି ଧାତୁ ଉପରେ କି ଧାତୁ ପ୍ରଲେପନ ହେଉଛି ପଚାରି ବୁଝ । କିପରି ପ୍ରଲେପନ ହେଉଛି ଅନୁଧ୍ୟାନ କର । ଆମେ ଏଠାରେ ପଢ଼ିଥ‌ିବା ପଦ୍ଧତି ଅପେକ୍ଷା ବାସ୍ତବ କ୍ଷେତ୍ରରେ କ’ଣ ଅଲଗା ଅଛି, ଦେଖ ।
ଉ-
ବିଦ୍ୟୁତ୍ ପ୍ରଲେପନ କାରଖାନାରେ ବିଭିନ୍ନ ଧାତୁ ଉପରେ ଅନ୍ୟ ଧାତୁମାନଙ୍କର ପ୍ରଲେପ ଦିଆଯାଇଥାଏ । ଇସ୍ପାତ୍ କାରଖାନାରେ ଲୁହା ଉପରେ ଟିଣର ପ୍ରଲେପ ଦିଆଯାଇଥାଏ । ଅଳଙ୍କାର ଗଢ଼ାହେଉଥ‌ିବା ଦୋକାନମାନଙ୍କରେ
ରୁପା ଅଳଙ୍କାର ଉପରେ ସୁନାର ପ୍ରଲେପ ଦିଆଯାଇଥାଏ ।

Question 4.
କ୍ରୋମିୟମ୍ ପ୍ରଲେପନଜନିତ ପ୍ରଦୂଷଣ ଖୋଜି ବାହାର କର । ଏଥ‌ିପାଇଁ କୌଣସି ବହି, ତୁମ ବିଜ୍ଞାନ ଶିକ୍ଷକ, କୌଣସି ପରିବେଶବିତ୍ କିମ୍ବା ଇଣ୍ଟରନେଟ୍‌ର ସାହାଯ୍ୟ ନେଇପାର ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟାକରିବ /

Question 5.
ଗୋଟିଏ ମ୍ୟାଜିକ୍ ପେନ୍ (magic pen) ତିଆରି କର । ଏଥ୍‌ପାଇଁ ଗୋଟିଏ ଧାତବ ପାତ ନିଅ । ତା’ ଉପରେ ପୋଟାସିୟମ୍ ଆୟୋଡ଼ାଇଡ୍ ଓ ମଣ୍ଡଦ (starch) ର ଏକ ଘନ ମିଶ୍ରଣ ଲଗାଇ ଦିଅ । ଚିତ୍ରରେ ଦେଖାଯିବା ପରି ପ୍ଲେଟ୍ ବା ପାତକୁ ବ୍ୟାଟେରୀ ସହ ସଂଯୁକ୍ତ କର । ତାରର ମୁକ୍ତ ଅଗ୍ରକୁ ବ୍ୟବହାର କରି ପ୍ଲେଟ୍ ଉପରେ ଲେଖ । ଦେଖ କିପରି ଦିଶୁଛି ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟାକରିବ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 4

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i)………………………. ବଲ୍‌ବ ସାଧାରଣ ବଲ୍‌ବ ଅପେକ୍ଷା କମ୍ ବିଦ୍ୟୁତ୍ ସ୍ରୋତରେ କାର୍ଯ୍ୟ କରେ ।
(ii) ଯେଉଁ ତରଳରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ, ତାହା ବିଦ୍ୟୁତ୍ ……………………….. ।
(iii) ଯେଉଁ ତରଳରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ ନାହିଁ, ତାହା ………………………… ।
(iv) ସେଲ୍‌ର ଯୁକ୍ତ ଅଗ୍ରସହ ସଂଯୁକ୍ତ ବିଦ୍ୟୁତ୍ ଅଗ୍ରକୁ ………………….. କୁହାଯାଏ ।
(v) ସେଲ୍‌ର ବିଯୁକ୍ତ ଅଗ୍ରସହ ସଂଯୁକ୍ତ ବିଦ୍ୟୁତ୍ ଅଗ୍ରକୁ ……………………. କୁହାଯାଏ ।
(vi) ………………. ଜଳ ବିଦ୍ୟୁତ୍ ପରିବହନ କରିପାରେ ନାହିଁ ।
(vii) ଯେଉଁ ଦ୍ରବଣ ବିଦ୍ୟୁତ୍ ସୁପରିବାହୀ ତାହାକୁ …………………. କୁହାଯାଏ ।
(viii) ଅମ୍ଳୀକୃତ ଜଳର ବିଦ୍ୟୁତ୍ ବିଶ୍ଳେଷଣ ବେଳେ ଏନୋଡ଼ଠାରେ ……………………. ଗ୍ୟାସ୍ ବାହାରେ ।
(ix) ଅମ୍ଳୀକୃତ ଜଳର ବିଦ୍ୟୁତ୍ ବିଶ୍ଳେଷଣବେଳେ କ୍ୟାଥୋଡ଼ଠାରେ …………………. ଗ୍ୟାସ୍ ବାହାରେ ।
(x) ଦ୍ରବଣ ମଧ୍ଯରେ ଅଣୁମାନଙ୍କର ବିଭାଜନକୁ ………………… କୁହାଯାଏ ।
(xi) ଲୁହା ଉପରେ ଦସ୍ତାର ପ୍ରଲେପନକୁ ……………………… କୁହାଯାଏ ।
(xii) ଧାତବ ଆୟନ …………………. ଚାର୍ଜ ବିଶିଷ୍ଟ ।
(xiii) ବିଦ୍ୟୁତ୍ ପ୍ରବାହଦ୍ଵାରା ଧାତୁର ଶୋଧନକୁ ………………… କୁହାଯାଏ ।
(xiv) ପାତିତ ଜଳ ବିଦ୍ୟୁତ୍ ……………………… ।
(xv) ………………….. ସାହାଯ୍ୟରେ କ୍ଷୀଣ ବିଦ୍ୟୁତ୍ ସ୍ରୋତ ମପାଯାଏ ।
(xvi) ବିଯୁକ୍ତାତ୍ମକ ଅଗ୍ରସହ ସଂଯୁକ୍ତ ବିଦ୍ୟୁଦଗ୍ରକୁ ……………………. କହନ୍ତି ।
(xvii) LED ବଲ୍‌ବର ତାରକୁ ……………………… କୁହାଯାଏ ।
(xviii) ପ୍ରତ୍ୟେକ ଅଣୁର ଯୁକ୍ତାତ୍ମକ ଚାର୍ଜର୍ଚ୍ଚା ଅଂଶକୁ ………………….. କୁହାଯାଏ ।
(xix) ଘରର ଗାଧୁଆଘର ପାଇପ୍‌ରେ ବ୍ୟବହୃତ ହେଉଥ‌ିବା ଲୁହାକୁ କଳଙ୍କିମୁକ୍ତ ରଖିବାପାଇଁ ଲୁହା ପାଇପ୍ ଉପରେ …………………………. ଧାତୁ ଲେପନ କରାଯାଏ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Answers:
(i) LED
(ii) ବିଦ୍ୟୁତ୍ ସୁପରିବାହୀ
(iii) ବିଦ୍ୟୁତ୍ କୁପରିବାହୀ
(iv) ଏନୋଡ଼
(v) କ୍ୟାଥୋଡ଼
(vi) ବିଶୁଦ୍ଧ
(vii) ବିଦ୍ୟୁତ୍ ବିଶ୍ଳେଷ
(viii) O2
(ix) H2
(x) ବିୟେ।ଜନ
(xi) ବିୟୋଜନ
(xii) ଗାଲଭାନାଇଜେସନ୍
(xiii) ବିଦ୍ୟୁତ୍ ଶୋଧକ
(xiv) ସୁପରିବାହୀ
(xv) ଗାଲ୍‌ ଭାନୋମିଟର
(xvi) କ୍ୟାଥୋଡ୍
(xvii) ଲିଡ୍‌ସ
(xviii) ଯୁକ୍ତାତ୍ମକ ଆୟନ
(xix) ଦସ୍ତ୍ରା

2. ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ………………….. ସାହାଯ୍ୟରେ କ୍ଷୀଣ ବିଦ୍ୟୁତ୍ ସ୍ରୋତ ମପାଯାଏ । (ଗାଲଭାନୋମିଟର, ଏମିଟର, ଭୋଲ୍ସମିଟର, ରିଓଷ୍ଟାଟ୍)
(ii) ପାଶି ପାଇପ୍ରେ ……………. ଧାତୁର ଲେପ ଦିଆଯାଏ । (Fe, Cu, Zn, Ag)
(iii) ……………….. ଧାତୁ ଚକ୍‌କ୍ କରେ । କଳଙ୍କି ଧରେ ନାହିଁ ଓ ଦାଗ ପ୍ରତିରୋଧକ । (Cr, Fe, Cu, Still)
(iv) ………………… ବିଦ୍ୟୁତ୍ କୁପରିବାହୀ । (ଲୁଣପାଣି, ଲେମ୍ବୁପାଣି, ସୋଡ଼ାପାଣି, ଚିନିପାଣି)
(v) ……………………. ର ଜଳୀୟ ଦ୍ରବଣ ବିଦ୍ୟୁତ୍ କୁପରିବାହୀ ଅଟେ ।
(vi) ………………… ପ୍ରଭାବ ଅନୁଭୂତ ହୁଏ । ( ରାସାୟନିକ, ଭୌତିକ, ଚୁମ୍ବକୀୟ, ତାପୀୟ)
(vii) CuSO4 ……………… ଅଗ୍ରଠାରେ ଜମା ହୁଏ । (+ve,- ve, ଉପରିଭାଗରେ, ନିମ୍ନଭାଗରେ)
(viii) ………………….. ର ଜଳୀୟ ଦ୍ରବଣ ବିଦ୍ୟୁତ୍ କୁପରିବାହୀ । ଲୁଣ, ଚିନି, CuSO4, କୌଣସିଟି ନୁହେଁ)
(ix) …………………… ରେ ବିଦ୍ୟୁତ୍ ପ୍ରବାହ ଘଟେ ନାହିଁ । (ଅମ୍ଳ, ଲବଣ, ପାତିତଜଳ, କ୍ଷାରର ଜଳୀୟ ଦ୍ରବଣ )
(x) ବିଜୁଳି ମାରିବାବେଳେ ଚାର୍ଜ …………………. ମାଧ୍ୟମରେ ଗତିକରେ । (ଜଳ, ବାୟୁ, ଶୂନ୍ୟ, ପବନ)

Answers:
(i) ଗାଲ୍‌ଭାନୋମିଟର,
(ii) Zn,
(iii) Cr,
(iv) ଚିନିପାଣି,
(v) Zn,
(vi) ରାସାୟନିକ,
(vii) –ve,
(viii) ଚିନି,
(ix) ପାତିତଜଳ,
(x) ବାୟୁ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

3. ବାମ ପାର୍ଶ୍ୱସ୍ଥ ସଂପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(i) ଧାତୁ : ବିଦ୍ୟୁତ୍ ସୁପରିବାହୀ :: ଗ୍ରାଫାଇଟ୍ : ……………………… ।
(ii) ଲୁଣପାଣି : ବିଦ୍ୟୁତ୍ ପରିବହନ କରେ :: ଚିନିପାଣି : ……………………… ।
(iii) ଅମ୍ଳ : ଶର୍କରା :: ବିଦ୍ୟୁତ୍ ସୁପରିବାହୀ ……………………… ।
(iv) ସାଇକେଲ ରିମ୍ : କ୍ରୋମିୟମ୍ :: ବ୍ରୋଞ୍ଜବୁଡ଼ି : ……………………… ।
(v) ଅଧାତୁ : ବିଦ୍ୟୁତ୍ କୁପରିବାହୀ :: ଧାତୁ : ……………………… ।
(vi) ଯୁକ୍ତ ବିଦ୍ୟୁଦଗ୍ର : ଏନୋଡ୍ :: ବିଯୁକ୍ତ ବିଦ୍ୟୁଦ୍‌ : ……………………… ।
(vii) ତମ୍ବା : ବିଦ୍ୟୁତ୍ ସୁପରିବାହୀ :: ଗ୍ରାଫାଇଟ୍‌ : ……………………… ।
(viii) ବ୍ରୋଞ୍ଜ ଚୁଡ଼ି : ସୁନା :: ସାଇକେଲ୍ ରିମ୍ : ……………………… ।
(ix) ଟିଏଡ଼ବା : ଟିଣ ଧାତୁ :: GI ପାଇପ୍ : ……………………… ।
(x) ଆୟନ : ଚାର୍ଜ :: ପରମାଣୁ : ……………………… ।

Answers:
(i) ବିଦ୍ୟୁତ୍ ସୁପରିବାହୀ
(ii) ବିଦ୍ୟୁତ୍ ପରିବହନ କରେ ନାହିଁ
(iii) ବିଦ୍ୟୁତ୍ କୁପରିବାହୀ
(iv) ସୁନା
(v) ବିଦ୍ୟୁତ୍ ସୁପରିବାହୀ
(vi) କ୍ୟାଥୋଡ୍
(vii) ବିଦ୍ୟୁତ୍ ସୁପରିବାହୀ
(viii) କ୍ରୋମିୟମ୍
(ix) ଦସ୍ତାଧାର
(x) ଚାର୍ଜବିହୀନ

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

4. ‘କ’ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ରୁପା ଇବୋନାଇଟ୍ (i) ସୁନାର ପ୍ରଲେପ
(ii) ଇବାନାରଟ୍ (ii) Ni କିମ୍ବା Cr ପ୍ରଲେପ
(iii) ଟିଣଡ଼ବା (iii) ଦ୍ରବଣରେ ଅଣୁମାନଙ୍କ ବିଭାଜନ
(iv) GI ପାଇପ୍ (iv) ବିଦ୍ୟୁତ୍ ସୁପରିବାହୀ
(v) ସୁନାଚୁଡ଼ି (v) ସର୍ବୋତ୍କୃଷ୍ଣ ବିଦ୍ୟୁତ୍ ପରିବାହୀ
(vi) ବର୍ଷାପାଣି (vi) ଦସ୍ତାଧାତୁର ପ୍ରଲେପ
(vii) ଭିନେଗାର (vii) ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ
(viii) ସାଇକେଲ ରିମ (viii) ବିଦ୍ୟୁତ୍ କୁପରିବାହୀ
(ix) ବିଯୋଜନ (ix) ଟିଣଧାତୁର ପ୍ରଲେପନ
(x) ବିଦ୍ୟୁତ୍ ପ୍ରଲେପନ (x) ସୂଚୀଚୁସ୍କରେ ବିଷେପ


Answer:

କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ରୁପା ଇବୋନାଇଟ୍ (v) ସର୍ବୋତ୍କୃଷ୍ଣ ବିଦ୍ୟୁତ୍ ପରିବାହୀ
(ii) ଇବାନାରଟ୍ (viii) ବିଦ୍ୟୁତ୍ କୁପରିବାହୀ
(iii) ଟିଣଡ଼ବା (ix) ଟିଣଧାତୁର ପ୍ରଲେପନ
(iv) GI ପାଇପ୍ (vi) ଦସ୍ତାଧାତୁର ପ୍ରଲେପ
(v) ସୁନାଚୁଡ଼ି (i) ସୁନାର ପ୍ରଲେପ
(vi) ବର୍ଷାପାଣି (iv) ବିଦ୍ୟୁତ୍ ସୁପରିବାହୀ
(vii) ଭିନେଗାର (x) ସୂଚୀଚୁସ୍କରେ ବିଷେପ
(viii) ସାଇକେଲ ରିମ (ii) Ni କିମ୍ବା Cr ପ୍ରଲେପ
(ix) ବିଯୋଜନ (iii) ଦ୍ରବଣରେ ଅଣୁମାନଙ୍କ ବିଭାଜନ
(x) ବିଦ୍ୟୁତ୍ ପ୍ରଲେପନ (vii) ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

 

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

Odisha State Board BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ Important Questions and Answers.

BSE Odisha Class 8 Political Science Important Questions Chapter 3 ଜିଲ୍ଲା ପ୍ରଶାସନ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜିଲ୍ଲାପାଳଙ୍କର ବିବିଧ କାର୍ଯ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
ନିର୍ବାଚନ ସମ୍ବନ୍ଧୀୟ :

  • ନିଜ ଜିଲ୍ଲା ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନମଣ୍ଡଳୀ ପାଇଁ ଜିଲ୍ଲାପାଳ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି ।
  • ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ଓ ପ୍ରୋଟୋକଲ୍ ଅଧିକାରୀ ।

ଯୋଗାଣ ସମ୍ବନ୍ଧୀୟ :
ଜିଲ୍ଲାପାଳ ଜିଲ୍ଲାରେ ଆବଶ୍ୟକ ସାମଗ୍ରୀର ଯୋଗାଣ ତଥା ଜନସାଧାରଣଙ୍କ ମଧ୍ୟରେ ଏହାର ସୁଷମ ବଣ୍ଟନ କରନ୍ତି ।

ଦାୟିତ୍ଵ ପାଳନ :

  • ଜିଲ୍ଲାପାଳ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି ।
  • ଦୈବୀ-ଦୁର୍ବିପାକ ଓ ପ୍ରାକୃତିକ ବିପର୍ଯ୍ୟୟବେଳେ ଜିଲ୍ଲାପାଳ ରିଲିଫ ବଣ୍ଟନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରନ୍ତି ।
  • ବେସାମରିକ ପ୍ରତିରକ୍ଷା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କର୍ତ୍ତୃତ୍ବାଧୀନ ।
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଜନହିତକର ଯୋଜନାଗୁଡ଼ିକର ସଫଳ ରୂପାୟନ ଦାୟିତ୍ଵ ଜିଲ୍ଲାପାଳଙ୍କ ହାତରେ ନ୍ୟସ୍ତ ।

୨। ଭାରତରେ ଜିଲ୍ଲାପାଳ ପଦବୀ କେବେ ଓ କାହାଦ୍ୱାରା ସୃଷ୍ଟି ହୋଇଥିଲା ? ବ୍ରିଟିଶ ଶାସନ ସମୟରେ ଜିଲ୍ଲାପାଳଙ୍କର ଦୁଇଟି ମୁଖ୍ୟ କାର୍ଯ୍ୟ କ’ଣ ଥିଲା ? ସ୍ଵାଧୀନତା ପରବର୍ତ୍ତୀ କାଳରେ ତାଙ୍କର ଗୁରୁତ୍ବ ଓ କ୍ଷମତା ପରିସର କିପରି ବୃଦ୍ଧି ପାଇଛି ଉଲ୍ଲେଖ କର ।
Answer:
ସୃଷ୍ଟି : ଭାରତରେ ଜିଲ୍ଲାପାଳ ପଦବୀ ୱାରେନ୍ ହେଷ୍ଟିଙ୍ଗସ୍‌ଙ୍କଦ୍ଵାରା ୧୭୭୨ ମସିହାରେ ସୃଷ୍ଟି ହୋଇଥିଲା ।
କାର୍ଯ୍ୟ : ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳଙ୍କର ଦୁଇଟି କାର୍ଯ୍ୟ ଥିଲା; ଯଥା –

  • ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା
  • ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।

ଭୂମିକା :

  • ସ୍ଵାଧୀନତା ପରବର୍ତ୍ତୀ କାଳରେ ଜିଲ୍ଲାପାଳଙ୍କର କ୍ଷମତା ପରସର ବୃଦ୍ଧି ପାଇଲା । ଭାରତ ଏକ ଜନମଙ୍ଗଳକାରୀ ରାଷ୍ଟ୍ର ହୋଇଥ‌ିବାରୁ ଦେଶର ବିକାଶ ତଥା ଲୋକଙ୍କ ଅଭାବ ପୂରଣ ସମ୍ପର୍କିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଭୂମିକାର ଗୁରୁତ୍ଵ ବହୁଗୁଣିତ ହେଲା ।
  • ଜିଲ୍ଲାର ଉନ୍ନୟନ ଓ ବିକାଶ ସହିତ ଜିଲ୍ଲାପାଳ ଅଙ୍ଗାଙ୍ଗୀଭାବେ ଜଡ଼ିତ । ତାଙ୍କୁ ଛାଡ଼ି ଜିଲ୍ଲାର ଉନ୍ନୟନ କଥା ଚିନ୍ତା କରାଯାଇ ପାରେନାହିଁ ।
  • ବର୍ତ୍ତମାନ ଜିଲ୍ଲାପାଳଙ୍କୁ ପ୍ରଶାସନିକ ସହାୟତା ଦେବାପାଇଁ ଏକ ବା ଏକାଧ୍ଵ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଡେପୁଟି କଲେକ୍ଟରମାନେ କାର୍ଯ୍ୟରତ ଅଛନ୍ତି ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବ୍ରିଟିଶ ଶାସନ ସମୟରେ ଜିଲ୍ଲାପାଳଙ୍କର ମୁଖ୍ୟତଃ କେତୋଟି କାର୍ଯ୍ୟ ଥିଲା ? ସେଗୁଡ଼ିକ କ’ଣ କ’ଣ ?
Answer:
ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳମାନଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ ଥିଲା; ଯଥା

  • ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା ।
  • ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।

୨। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନହିତକର ଯୋଜନାଗୁଡ଼ିକର ନାମ ଲେଖ ।
Answer:
କେନ୍ଦ୍ର ଓ ରାଜ୍ୟସରକାରଙ୍କର ଜନହିତକର ଯୋଜନାଗୁଡ଼ିକ ହେଲା –

  • ସ୍ଵରୋଜଗାର ଯୋଜନା
  • ଭାରତ ନିର୍ମାଣ ଯୋଜନା
  • ସର୍ବଶିକ୍ଷା ଅଭିଯାନ
  • ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ
  • ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା
  • ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା
  • ବିଜୁ କେ.ବି.କେ. ଯୋଜନା
  • ଗୋପବନ୍ଧୁ ଗ୍ରାମୀଣ ଯୋଜନା
  • ମଧୁବାବୁ ପେନ୍‌ସନ୍ ଯୋଜନା

୩। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୂଳମନ୍ତ୍ର କ’ଣ ? ଏହି ସଂସ୍ଥା କେବେଠାରୁ ପ୍ରତି ଜିଲ୍ଲାରେ କାର୍ଯ୍ୟ କରି ଆସୁଅଛି ?
Answer:

  • ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୂଳମନ୍ତ୍ର ହେଲା– ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି ମାଧ୍ୟମରେ ଦାରିଦ୍ର୍ୟ ଦୂର କରିବା ।
  • ୧୯୮୦ ମସିହା ଅପ୍ରେଲ ମାସ ୧ ତାରିଖଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଅଛି ।

୪। ଜିଲ୍ଲାପାଳ କିପରି ନିଯୁକ୍ତ ହୁଅନ୍ତି ?
Answer:

  • ଜିଲ୍ଲାପାଳ ପଦରେ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍.) ଅଧିକାରୀ ନିଯୁକ୍ତ ହୁଅନ୍ତି ।
  • ଓଡ଼ିଶାର କେତେକ ଜିଲ୍ଲାରେ ରାଜ୍ୟସ୍ତରୀୟ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀଙ୍କୁ ମଧ୍ୟ ଜିଲ୍ଲାପାଳ ଭାବରେ ଅବସ୍ଥାପିତ କରାଯାଇଛି ।

୫। ସର୍ବଭାରତୀୟ ପ୍ରଶାସନ ସେବା କହିଲେ କ’ଣ ବୁଝ ? ଏହି ସେବାଗୁଡ଼ିକ ଲାଗି ଚୟନ କାର୍ଯ୍ୟ କେଉଁ ସଂସ୍ଥା କରିଥାଏ ?
Answer:

  • ଆଇ.ଏ.ଏସ୍. ଓ ଆଇ.ପି.ଏସ୍.କୁ ସର୍ବଭାରତୀୟ ପ୍ରଶାସନ ସେବା କୁହାଯାଏ ।
  • ଏହି ସେବାଗୁଡ଼ିକ ଲାଗି ସାରା ଭାରତ ପାଇଁ କେନ୍ଦ୍ର ଲୋକସେବା ଆୟୋଗଦ୍ଵାରା ଚୟନ କାର୍ଯ୍ୟ କରାଯାଏ ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୬। ଆରକ୍ଷୀ ଅଧୀକ୍ଷକ କହିଲେ କ’ଣ ବୁଝ ? ତାଙ୍କର କାର୍ଯ୍ୟ କ’ଣ ?
Answer:

  • ଜିଲ୍ଲାର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ଅଧୀକ୍ଷକ କୁହାଯାଏ ।
  • ଜିଲ୍ଲାର ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସେ ଜିଲ୍ଲାପାଳଙ୍କୁ ସାହାଯ୍ୟ କରନ୍ତି ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କିଏ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଅଟନ୍ତି ?
Answer:
ଜିଲ୍ଲାପାଳ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଅଟନ୍ତି ।

୨। ଭାରତରେ ଜିଲ୍ଲାପାଳ ପଦବୀ କିଏ କେବେ ସୃଷ୍ଟି କରିଥିଲେ ?
Answer:
ଭାରତର ଜିଲ୍ଲାପାଳ ପଦବୀ ‘ୱାରେନ୍ ହେଷ୍ଟିଙ୍ଗସ୍’ ୧୭୭୨ ମସିହାରେ ସୃଷ୍ଟି କରିଥିଲେ ।

୩ । ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ୱ କିଏ ତୁଲାଇଥା’ନ୍ତି ?
Answer:
ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ସବ୍ କଲେକ୍ଟର ତୁଲାଇଥାଆନ୍ତି ।

୪। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା କାହାର ଦାୟିତ୍ଵ ?
Answer:
ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଜିଲ୍ଲାପାଳଙ୍କର ଦାୟିତ୍ଵ ।

୫। କାହାକୁ ଜିଲ୍ଲାପାଳ ପଦରେ ନିଯୁକ୍ତ କରାଯାଏ ?
Answer:
ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍.) ଅଧିକାରୀଙ୍କୁ ଜିଲ୍ଲାପାଳ ପଦରେ ନିଯୁକ୍ତ କରାଯାଏ ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୬। କିଏ ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ?
Answer:
ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ଅଟନ୍ତି ।

୭ । କେଉଁ ପରିସ୍ଥିତିରେ ଜିଲ୍ଲାପାଳ ପୋଲିସ୍ ବାହିନୀକୁ ନିୟୋଜିତ କରନ୍ତି ?
Answer:
କୌଣସି ସ୍ଥାନରେ ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ, ସେଠାରେ ଜିଲ୍ଲାପାଳ ପୋଲିସ୍ ବାହିନୀକୁ ନିୟୋଜିତ କରନ୍ତି ।

୮ | ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ଜନସାଧାରଣଙ୍କ ମଧ୍ୟରେ ସୁଷମ ବଣ୍ଟନ ଦାୟିତ୍ଵ କାହାର ?
Answer:
ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ଜନସାଧାରଣଙ୍କ ମଧ୍ୟରେ ସୁଷମ ବଣ୍ଟନ ଦାୟିତ୍ୱ ଜିଲ୍ଲାପାଳଙ୍କର ।

A. ଶୂନ୍ୟସ୍ଥାନ ପୂରଣ କର ।

୧। ବର୍ତ୍ତମାନ ଓଡ଼ିଶାର ଜିଲ୍ଲାସଂଖ୍ୟା ______________ ।
Answer:
୩୦

୨। _________________ ହେଉଛନ୍ତି ଜିଲ୍ଲାର ପ୍ରଶାସନିକ ମୁଖ୍ୟ।
Answer:
ଜିଲ୍ଲାପାଳ

୩ । ଭାରତରେ ଜିଲ୍ଲାପାଳ ପଦବୀ ______________ ମସିହାରେ ସୃଷ୍ଟି ହୋଇଥିଲା ।
Answer:
ୱାରେନ୍ ହେଷ୍ଟିଙ୍ଗସ୍

୪। ଭାରତରେ ଜିଲ୍ଲାପାଳ ପଦବୀ ____________ ଙ୍କଦ୍ୱାରା ସୃଷ୍ଟି ହୋଇଥିଲା ।
Answer:
୧୭୭୨

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୫। ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲାର _____________ ଠାରେ ଅବସ୍ଥିତ ।
Answer:
ସଦର ମହକୁମା

୬। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ଵ ________________ ଙ୍କର ।
Answer:
ଜିଲ୍ଲାପାଳ

୭ । ଜିଲ୍ଲାପାଳ ନିଜେ ଜଣେ ________________ ଅଟନ୍ତି ।
Answer:
କାର୍ଯ୍ୟପାଳିକା ମାଜିଷ୍ଟ୍ରେଟ୍

୮ | _______________ ହେଉଛନ୍ତି ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ।
Answer:
ଜିଲ୍ଲାପାଳ

୯ । _______________ ମସିହାଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟକରି ଆସୁଅଛି ।
Answer:
୧୯୮୦

୧୦ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତିଟି ଶାଖା ବା ଅନୁବିଭାଗର ଦାୟିତ୍ୱରେ ଜଣେ ଜଣେ ________________ ଅଛନ୍ତି ।
Answer:
ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ

୧୧ । ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକର ସଫଳତା ଦିଗରେ, _________________ ର ଭୂମିକା ବିଶେଷଭାବରେ ଗୁରୁତ୍ୱପୂର୍ଣ୍ଣ ।
Answer:
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ବର୍ତ୍ତମାନ ଓଡ଼ିଶାର ଜିଲ୍ଲା ସଂଖ୍ୟା କେତେ ?
(i) ୧୫
(ii) ୨୭
(iii) ୨୮
(iv) ୩୦
Answer:
(iv) ୩୦

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୨। ଭାରତରେ ଜିଲ୍ଲାପାଳ ପଦବୀ ୱାରେନ୍ ହେଷ୍ଟିଙ୍ଗସ୍‌ଙ୍କଦ୍ୱାରା କେତେ ମସିହାରେ ସୃଷ୍ଟି ହୋଇଥିଲା ?
(i) ୧୭୭୨
(ii) ୧୮୭୨
(iii) ୧୭୨୭
(iv) ୧୮୨୭
Answer:
(i) ୧୭୭୨

୩। ନିମ୍ନୋକ୍ତ କିଏ ମୁଖ୍ୟତଃ ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ତୁଲାଇଥା’ନ୍ତି ?
(i) ରାଜ୍ୟପାଳ
(ii) ଜିଲ୍ଲାପାଳ
(iii) ସବ୍‌କଲେକ୍ଟର
(iv) ମାଜିଷ୍ଟ୍ରେଟ୍
Answer:
(iii) ସବ୍‌କଲେକ୍ଟର

୪। ନିମ୍ନୋକ୍ତ କିଏ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ?
(i) ଚେୟାରମ୍ୟାନ୍
(ii) ମେୟର
(iii) ଜିଲ୍ଲାପାଳ
(iv) ଉପଜିଲ୍ଲାପାଳ
Answer:
(iii) ଜିଲ୍ଲାପାଳ

୫। ନିମ୍ନୋକ୍ତ କାହା ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତି ?
(i) ଜନସାଧାରଣ
(ii) ପୋଲିସ୍ ବାହିନୀ
(iii) ରାଜ୍ୟପାଳ
(iv) ସବ୍ଲକଲେକ୍ଟର
Answer:
(ii) ପୋଲିସ୍ ବାହିନୀ

୬|  ନିମ୍ନୋକ୍ତ କିଏ ହେଉଛନ୍ତି ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ?
(i) ଜିଲ୍ଲାପାଳ
(ii) ମେୟର
(iii) ଚେୟାରମ୍ୟାନ୍
(iv) କାର୍ଯ୍ୟନିର୍ବାହୀ ଅଧିକାରୀ
Answer:
(i) ଜିଲ୍ଲାପାଳ

୭ । କେବେଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଅଛି ?
(i) ୧୯୮୦
(ii) ୧୯୮୨
(iii) ୧୯୬୦
(iv) ୧୯୫୦
Answer:
(i) ୧୯୮୦

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୮। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜିଲ୍ଲାସ୍ତରୀୟ ଗ୍ରାମୀଣ ଉନ୍ନୟନ ସଂସ୍ଥାର ଗୋଟିଏ ଶାଖା ?
(i) ସର୍ବଶିକ୍ଷା ଅଭିଯାନ
(ii) କ୍ଷୁଦ୍ରଚାଷୀ ଉନ୍ନୟନ ସଂସ୍ଥା
(iii) କର୍ମନିଯୁକ୍ତି ଶାଖା
(iv) ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ
Answer:
(iii) କର୍ମନିଯୁକ୍ତି ଶାଖା

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ବର୍ତ୍ତମାନ ଓଡ଼ିଶାର ଜିଲ୍ଲା ସଂଖ୍ୟା କେତେ ?
Answer:
୩୦ ଗୋଟି

୨। ଜିଲ୍ଲାର ପ୍ରଶାସନିକ ଅଧ୍ୟାକାରୀ କିଏ ?
Answer:
ଜିଲ୍ଲାପାଳ

୩ । ଭାରତରେ ଜିଲ୍ଲାପାଳ ପଦବୀ କେବେ ସୃଷ୍ଟି ହୋଇଥିଲା ?
Answer:
୧୭୭୨ ମସିହାରେ

୪। ଉପଜିଲ୍ଲାପାଳଙ୍କୁ ଇଂରାଜୀରେ କ’ଣ କୁହାଯାଏ ?
Answer:
ସବୁକଲେକ୍ଟର

୫। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲାପାଳଙ୍କୁ କିଏ ସହାୟତା କରନ୍ତି ?
Answer:
ପୋଲିସ୍ ସୁପରିଟେଣ୍ଡେଣ୍ଟ

୬। କେବେଠାରୁ ଜିଲ୍ଲାମାନଙ୍କର ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟକରି ଆସୁଛି ?
Answer:
୧୯୮୦ ମସିହା

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୭। ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ କିଏ ?
Answer:
ଜିଲ୍ଲାପାଳ

୮। ଲୋକସଭା ନିର୍ବାଚନବେଳେ ଜିଲ୍ଲାପାଳ କେଉଁ କାର୍ଯ୍ୟ କରିଥା’ନ୍ତି ?
Answer:
ରିଟଣ୍ଡିଂ ଅଫିସର

୯। ସର୍ବଶିକ୍ଷା ଅଭିଯାନର ମୁଖ୍ୟ କିଏ ?
Answer:
ଜିଲ୍ଲାପାଳ

୧୦। ବ୍ଲକ୍‌ଗୁଡ଼ିକର ମୁଖ୍ୟ କିଏ ?
Answer:
ବି.ଡ଼ି.ଓ.

୧୧। ତୁମ ବିଦ୍ୟାଳୟର ମୁଖ୍ୟ କିଏ ?
Answer:
ପ୍ରଧାନଶିକ୍ଷକ

୧୨। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୧୩। ଜିଲ୍ଲାପାଳ ହେବା ପାଇଁ ଯୋଗ୍ୟତା କ’ଣ ?
Answer:
ଆଇ.ଏ.ଏସ୍.

୧୪। ଆଇ.ଏ.ଏସ୍.ମାନଙ୍କୁ କିଏ ଚୟନ କରନ୍ତି ?
Answer:
ଲୋକସେବା ଆୟୋଗ