BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

Odisha State Board BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ will enable students to study smartly.

BSE Odisha Class 8 Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ରାଜନୈତିକ ଦଳ:

  • ରାଜନୈତିକ ଦଳ ଗଣତାନ୍ତ୍ରିକ ସରକାରର ଅବଚ୍ଛେଦ୍ୟ ଅଙ୍ଗ ।
  • ରାଜନୈତିକ ଦଳ ବିନା ମୁକ୍ତ ଗଣତାନ୍ତ୍ରିକ ସରକାର ଗଠିତ ହୋଇପାରେ ନାହିଁ ।
  • ମନେରଖ : ଜନସାଧାରଣଙ୍କର ରାଜନୈତିକ ସ୍ଵାଧୀନତାର ପରିପ୍ରକାଶପାଇଁ ରାଜନୈତିକ ଦଳଗୁଡ଼ିକହି ପ୍ରକୃଷ୍ଟ ମାଧ୍ୟମ ।

→ ରାଜନୈତିକ ଦଳର ବୈଶିଷ୍ଟ୍ୟ :

  • କେତେକ ବ୍ୟକ୍ତି ସଙ୍ଗଠିତ ହୋଇ ଦଳ ସଙ୍ଗଠନ କରନ୍ତି ।
  • ସେମାନେ କେତେକ ନିର୍ଦ୍ଦିଷ୍ଟ ନୀତି ଉପରେ ସହମତି ପ୍ରକାଶ କରନ୍ତି ।
  • ସେମାନେ ଜାତୀୟ ସ୍ୱାର୍ଥ ସାଧନାରେ ବ୍ରତୀ ହୋଇଥାନ୍ତି ।
  • ନିର୍ବାଚନ ମାଧ୍ୟମରେ ସେମାନେ କ୍ଷମତା ହାସଲ କରିବା ଏବଂ କ୍ଷମତା ଜାହିର କରିବାପାଇଁ ଉଦ୍ୟମ କରନ୍ତି ।
  • ପ୍ରତି ରାଜନୈତିକ ଦଳର ସଙ୍ଗଠନ, ନିୟମାବଳୀ ପତକା ଓ ଚିହ୍ନ ଆଦି ରହିଛି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ରାଜନୈତିକ ଦଳର କାର୍ଯ୍ୟାବଳୀ :

  • ରାଜନୈତିକ ଦଳଗୁଡ଼ିକ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରି ଜନମତ ଓ ରାଜନୈତିକ ସଚେତନତା ସୃଷ୍ଟି କରନ୍ତି ।
  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ଏକତ୍ରିତ କରି ସଠିକ୍ ଭାବରେ ଉପଯୁକ୍ତ ସମୟରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ସଭ୍ୟ ଚୟନ କରନ୍ତି ଓ ସଭ୍ୟମାନଙ୍କୁ ଦଳର ନୀତି ଓ ଆଦର୍ଶ ସମ୍ପର୍କରେ ପ୍ରଶିକ୍ଷଣ ଦିଅନ୍ତି ।
  • ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ସଭାସମିତି ଓ ପ୍ରଚାରପତ୍ର ମାଧ୍ୟମରେ ଜନସାଧାରଣଙ୍କ ସମ୍ମୁଖରେ ବିଭିନ୍ନ ରାଜନୈତିକ ବିକଳ୍ପ ଉପସ୍ଥାପନ କରନ୍ତି ।
  • ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ବହୁମତ ହାସଲ କଲେ ସରକାର ଗଠନ କରନ୍ତି ଓ ଦେଶ ଶାସନ କରନ୍ତି । ସଂଖ୍ୟାଗରିଷ୍ଠତା ହାସଲ କରିନପାରିଲେ, ବିରୋଧୀ ଦଳ ଭାବରେ ସରକାରଙ୍କ ଦୋଷତ୍ରୁଟି ଦର୍ଶାଇ ସରକାରଙ୍କୁ ସମାଲୋଚନା ତଥା ନିୟନ୍ତ୍ରଣ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକର ସଭ୍ୟମାନେ ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତମାନଙ୍କୁ ସହାଯ୍ୟ ଯୋଗାଇଥାଆନ୍ତି ।

→ ଦଳୀୟ ବ୍ୟବସ୍ଥା :

  • ସାଧାରଣତଃ ତିନି ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ; ଯଥା— (କ) ଏକ-ଦଳୀୟ ବ୍ୟବସ୍ଥା, (ଖ) ଦ୍ବି- ଦଳୀୟ ବ୍ୟବସ୍ଥା, (ଗ) ବହୁ-ଦଳୀୟ ବ୍ୟବସ୍ଥା
  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଚୀନ୍, ରୁଷିଆ ।
  • ଯେଉଁ ଦେଶମାନଙ୍କରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଇଂଲଣ୍ଡ, ଆମେରିକା ।
  • ଯେଉଁ ଦେଶରେ ଦୁଇରୁ ଅଧୂକ ରାଜନୈତିକ ଦଳ ଦେଖାଯାନ୍ତି, ତାକୁ ବହୁ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଭାରତ, ଫ୍ରାନ୍ସ ।
  • ଭାରତରେ ଅନେକ ଗୁଡ଼ିଏ ରାଜନୈତିକ ଦଳ ଅଛନ୍ତି; ଯଥା— କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ସମାଜବାଦୀ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଆନ୍ନା ଡ଼ି.ଏମ୍.କେ., ଡି.ଏମ୍.କେ., ଅକାଳୀଦଳ, ଶିବସେନା ଇତ୍ୟାଦି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ଜାତୀୟ ଦଳ ଓ ଆଞ୍ଚଳିକ ଦଳ :
ଆମ ଦେଶରେ ରାଜନୈତିକ ଦଳଗୁଡ଼ିକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଅଛି; ଯଥା— (୧) ଜାତୀୟ ଦଳ, (୨) ଆଞ୍ଚଳିକ ଦଳ ।

→ ଆଞ୍ଚଳିକ ଦଳ :

  • ଯେଉଁ ରାଜନୈତିକ ଦଳ ଏକ ରାଜ୍ୟର ଠିକ୍ ପୂର୍ବବର୍ତ୍ତୀ ବିଧାନସଭା ନିର୍ବାଚନରେ ସମୁଦାୟ ଭୋଟ୍‌ର ଅନ୍ୟୁନ ଛ’ ପ୍ରତିଶତ ଭୋଟ୍ ପାଇଥବ ଏବଂ ବିଧାନସଭାରେ ଅନ୍ୟୁନ ଦୁଇଟି ଆସନରେ ବିଜୟୀ ହୋଇଥିବ ତାହା ଏକ ଆଞ୍ଚଳିକ ଦଳ ଭାବରେ ସ୍ବୀକୃତି ପାଇଥାଏ ।
  • ଆଞ୍ଚଳିକ ଦଳଗୁଡ଼ିକ ସାଧାରଣତଃ ଗୋଟିଏ ଗୋଟିଏ ରାଜ୍ୟ ମଧ୍ୟରେ ସୀମିତ ।
  • ଆଞ୍ଚଳିକ ଦଳଗୁଡ଼ିକ ନିଜ ନିଜ ରାଜ୍ୟରେ ନିର୍ବାଚନ ଲଢ଼ନ୍ତି ।
  • ମନେରଖ : ବି.ଜେ.ଡ଼ି., ଡି.ଏମ୍.କେ., ତେଲୁଗୁଦେଶମ୍ ଇତ୍ୟାଦି ଗୋଟିଏ ଗୋଟିଏ ଆଞ୍ଚଳିକ ଦଳ ।

→ ଜାତୀୟ ଦଳ :

  • ଯେଉଁ ରାଜନୈତିକ ଦଳ ଠିକ୍ ପୂର୍ବବର୍ତ୍ତୀ ଲୋକସଭା ନିର୍ବାଚନ ବା ଯେକୌଣସି ଚାରିଗୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରତ୍ୟେକ ରାଜ୍ୟରେ ସମୁଦାୟ ଭୋଟର ଛ’ଶତାଂଶ ଭୋଟ ପାଇଥିବ ଏବଂ ଲୋକସଭାରେ ଅନ୍ୟୁନ ଚାରିଗୋଟି ଆସନ ଲାଭ କରିଥିବ ତାହା ଏକ ଜାତୀୟ ରାଜନୈତିକ ଦଳ ଭାବରେ ସ୍ଵୀକୃତି ଲାଭ କରିଥାଏ ।
  • ମନେରଖ : ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ଦଳ ଇତ୍ୟାଦି ଜାତୀୟ ରାଜନୈତିକ ଦଳ ଅଟନ୍ତି ।
  • ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ ସର୍ବଭାରତୀୟ ସମସ୍ୟା, ଜାତୀୟ ସ୍ୱାର୍ଥ ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି ।
  • ସର୍ବଭାରତୀୟ ସଙ୍ଗଠନ ରାଜ୍ୟ ସଙ୍ଗଠନକୁ ନିୟନ୍ତ୍ରିତ କରେ ଏବଂ ରାଜ୍ୟସ୍ତରୀୟ ସଙ୍ଗଠନ, ଜିଲ୍ଲା, ଉପଖଣ୍ଡ ଏବଂ ମଣ୍ଡଳ (ବ୍ଲକ୍) ସ୍ତରୀୟ ସଙ୍ଗଠନଗୁଡ଼ିକୁ ନିୟନ୍ତ୍ରିତ କରନ୍ତି ।
  • ସର୍ବଭାରତୀୟ ଦଳଗୁଡ଼ିକ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ନିର୍ବାଚନ ଲଢ଼ନ୍ତି ।

→ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ (Pressure Group) :

  • ଚାପଦାୟୀ ଗୋଷ୍ଠୀଗୁଡ଼ିକ ଦେଶର ରାଜନୈତିକ ପ୍ରକ୍ରିୟା ତଥା ପ୍ରଶାସନରେ ଏକ ପ୍ରଧାନ ଭୂମିକା ଗ୍ରହଣ କରନ୍ତି ।
  • ହାରିସ୍‌ଙ୍କ ମତରେ ଯେଉଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ନିଜର ସୁବିଧା, ସୁଯୋଗ ହାସଲ କରିବାପାଇ ସରକାରୀ ନୀତି ନିର୍ଦ୍ଧାରକମାନଙ୍କ ଉପରେ ବିଭିନ୍ନ ଚାପ ପ୍ରୟୋଗ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ କୁହାଯାଏ ।
  • ମନେରଖ : ଚାପଦାନକାରୀ ଗୋଷ୍ଠୀକୁ ମଧ୍ୟ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ (Interest group) କୁହାଯାଏ ।
  • ଟର୍ଣ୍ଣରଙ୍କ ମତରେ ଯେଉଁ ଅଣ-ରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି; ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।
  • ଏକଷ୍ଟିନ୍‌ଙ୍କ ମତରେ ଏକ ପ୍ରକାର ମନୋଭାବାପନ୍ନ, ଏକ ପ୍ରକାର ମୂଲ୍ୟବୋଧ ଏବଂ ସ୍ବାର୍ଥରେ ବିଶ୍ଵାସୀ, ଏକ ସୁସଙ୍ଗଠିତ ସାମାଜିକ ଗୋଷ୍ଠୀ, ପ୍ରତ୍ୟକ୍ଷ ସରକାରୀ ପଦବୀ ଗ୍ରହଣ ନ କରି ନିଜ ସ୍ବାର୍ଥସାଧନ ପାଇଁ ସରକାରୀ ନୀତିକୁ ପ୍ରଭାବିତ କଲେ, ତାହାକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ ଚାପଦାୟୀ ଗୋଷ୍ଠୀର ଲକ୍ଷଣ କୁହାଯାଏ ।

→ ଚାପଦାୟୀ ଗୋଷ୍ଠୀର ଲକ୍ଷଣ :

  • ଏହା ସମ ମନୋଭାବାପନ୍ନ ତଥା ସମସ୍ୱାର୍ଥୀ ବ୍ୟକ୍ତିମାନଙ୍କର ଏକ ଗୋଷ୍ଠୀ ।
  • ଏହା କୌଣସି ରାଜନୈତିକ ଦଳ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ନୁହେଁ ।
  • ସ୍ଵାର୍ଥସାଧନ ଲକ୍ଷ୍ୟରେ ଏହା ଏକ ଅସ୍ଥାୟୀ ବା ସ୍ଥାୟୀ ଗୋଷ୍ଠୀ ହୋଇଥାଏ ।
  • ଏହି ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତି କ୍ଷେତ୍ରକୁ ନ ଆସି ପର୍ଦା ଆଢୁଆଳରେ ରହି କାର୍ଯ୍ୟ କରନ୍ତି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ଚାପଦାନକାରୀ ଗୋଷ୍ଠୀର ଶ୍ରେଣୀବିଭାଗ :

  • ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ସାଙ୍ଗଠନିକ ଓ କାର୍ଯ୍ୟଶୈଳୀ ଦୃଷ୍ଟିରୁ ଚାରି ଭାଗରେ ବିଭକ୍ତ କରାଯାଇଛି ।
  • ସଂଘୀୟ ଗୋଷ୍ଠୀ – ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ସଂଘବଦ୍ଧ ହୋଇ ସେମାନଙ୍କର ସ୍ଵାର୍ଥ ସାଧନ ନିମିତ୍ତ ସରକାରଙ୍କ ଉପରେ ଚାପ ପ୍ରୟୋଗ କଲେ, ସେମାନଙ୍କୁ ସଂଘୀୟ ଗୋଷ୍ଠୀ କୁହାଯାଏ ; ଯଥା— ବଣିକ ସଂଘ, ଶ୍ରମିକ ମହାସଂଘ ।
  • ଅଣ-ସଂଘୀୟ ଗୋଷ୍ଠୀ – ରକ୍ତ ସମ୍ପର୍କ, ଧର୍ମୀୟ ସମ୍ପର୍କ ଓ କୌଳିକ ବୃତ୍ତି ସମ୍ପର୍କ ମାଧ୍ୟମରେ କେତେକ ବ୍ୟକ୍ତି ଏକତ୍ରିତ ହୋଇ ସେମାନଙ୍କର ସ୍ଵାର୍ଥ ସାଧନ ପାଇଁ ସରକାରୀ ନୀତିଗୁଡ଼ିକୁ ପ୍ରଭାବିତ କଲେ, ସେମାନଙ୍କୁ ଅଣ-ସଂଘୀୟ ଗୋଷ୍ଠୀ କୁହାଯାଏ; ଯଥା— ବୌଦ୍ଧଭିକ୍ଷୁ ଗୋଷ୍ଠୀ, ଯାଦବ ମହାସଭା,ଗୋଷ୍ଠୀ ।
  • ଆନୁଷ୍ଠାନିକ ଗୋଷ୍ଠୀ – ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କଦ୍ୱାରା ଗଠିତ ସଂଘକୁ ଆନୁଷ୍ଠାନିକ ଗୋଷ୍ଠୀ କୁହାଯାଏ, ଯେଉଁମାନେ ଆନୁଷ୍ଠାନିକ ସ୍ବାର୍ଥ ମାଧ୍ୟମରେ ନିଜ ନିଜର ସ୍ବାର୍ଥ ସାଧନ କରିବାପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି; ଯଥା— ଅମଲାତନ୍ତ୍ର ।
  • ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀ – କୌଣସି ନିର୍ଦ୍ଦିଷ୍ଟ ସାମାଜିକ ମୂଲ୍ୟବୋଧରେ ବିଶ୍ୱାସ ନ କରି ହିଂସାତ୍ମକ ପନ୍ଥାରେ ସେମାନଙ୍କର ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରୁଥିବା ଗୋଷ୍ଠୀକୁ ସାମାଜିକ ମୂଲ୍ୟବୋଧ ବିରୋଧୀ ଗୋଷ୍ଠୀ କୁହାଯାଏ, ଯଥା— ଉଲ୍‌ଫା, ଜାମ୍ମୁକାଶ୍ମୀର ଲିବରେସନ୍ ଫ୍ରଣ୍ଟ ।

→ ଉଦ୍ଦେଶ୍ୟ ଦୃଷ୍ଟିରୁ ଚାପଗୋଷ୍ଠୀଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  • ସ୍ଵାର୍ଥୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ଜନସାଧାରଣଙ୍କର ସ୍ବାର୍ଥ ପ୍ରତି ଭୃକ୍ଷେପ ନକରି ନିଜର ସ୍ଵାର୍ଥ ଯେକୌଣସି ପ୍ରକାରେ ହାସଲ କରିବାପାଇଁ ଉଦ୍ୟମ କରନ୍ତି, ସେମାନଙ୍କୁ ସ୍ୱାର୍ଥୀ ଗୋଷ୍ଠୀ କୁହାଯାଏ ।
  • ଜନମଙ୍ଗଳକାରୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ସର୍ବସାଧାରଣଙ୍କର ସ୍ବାର୍ଥ ସାଧନ ପାଇଁ ପ୍ରୟାସ କରିଥାଆନ୍ତି, ସେଗୁଡ଼ିକୁ ଜନମଙ୍ଗଳକାରୀ ଗୋଷ୍ଠୀ କୁହାଯାଏ; ଯଥା— ବସ୍ତିବାସିନ୍ଦା ଉନ୍ନୟନ ସଂଘ ।

→ କାର୍ଯ୍ୟକାଳ ଅନୁସାରେ ଚାପଗୋଷ୍ଠୀଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  • ଦୀର୍ଘସ୍ଥାୟୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ସେମାନଙ୍କର ଚିରସ୍ଥାୟୀ ସ୍ଵାର୍ଥ ସାଧନ ନିମିତ୍ତ ସଙ୍ଗଠିତ ହୋଇ କାର୍ଯ୍ୟ କରନ୍ତି, ସେଗୁଡ଼ିକୁ ଦୀର୍ଘସ୍ଥାୟୀ ଗୋଷ୍ଠୀ କୁହାଯାଏ; ଯଥା— ସର୍ବଭାରତୀୟ ଶିକ୍ଷକ ମହାସଂଘ ।
  • କ୍ଷଣସ୍ଥାୟୀ ଗୋଷ୍ଠୀ – ଯେଉଁ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ କ୍ଷଣିକ ସ୍ବାର୍ଥ ହାସଲ ପାଇଁ ସଙ୍ଗଠିତ ହୋଇଥାଆନ୍ତି ଏବଂ ନିର୍ଦ୍ଦିଷ୍ଟ ସ୍ଵାର୍ଥ ସାଧୂ ହୋଇଗଲା ପରେ ସେହି ଗୋଷ୍ଠୀଗୁଡ଼ିକର ବିଲୟ ଘଟେ, ସେଗୁଡ଼ିକୁ କ୍ଷଣସ୍ଥାୟୀ ଗୋଷ୍ଠୀ କୁହାଯାଏ; ଯଥା – ‘ମହାନଦୀ ବଞ୍ଚାଅ ସମିତି’, ‘ନର୍ମଦା ବଞ୍ଚାଅ ସମିତି’ ।

→ ରାଜନୈତିକ ଦଳ ଓ ଚାପଦାନକାରୀ ଗୋଷ୍ଠୀ ମଧ୍ୟରେ ସାମଞ୍ଜସ୍ୟ ଓ ପାର୍ଥକ୍ୟ :
ସାମଞ୍ଜସ୍ୟ :

  • ଚାପଦାନକାରୀ ଗୋଷ୍ଠୀ ଓ ରାଜନୈତିକ ଦଳ ଉଭୟ ନିଜ ନିଜ ସଦସ୍ୟମାନଙ୍କର ସ୍ବାର୍ଥ ହାସଲ ପାଇଁ କାର୍ଯ୍ୟ କରିଥାଆନ୍ତି ।
  • କ୍ଷମତାରେ ନଥ‌ିବା ରାଜନୈତିକ ଦଳଗୁଡ଼ିକ ଓ ଚାପଦାନକାରୀ ଗୋଷ୍ଠୀ ସରକାରୀ କଳ ଉପରେ ବିଭିନ୍ନ ପ୍ରକାର ଚାପ ପକାଇ ନିଜ ନିଜର ସ୍ୱାର୍ଥ ହାସଲ କରନ୍ତି ।
  • ମନେରଖ : ରାଜନୈତିକ ଦଳଗୁଡ଼ିକ ଆକାରରେ ବଡ଼ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥିବାବେଳେ ଚାପଦାୟୀ ଗୋଷ୍ଠୀ କେବଳ ନିଜର ସ୍ବାର୍ଥ ହାସଲ ପାଇଁ ସୀମିତ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ପାର୍ଥକ୍ୟ :

  • ରାଜନୈତିକ ଦଳଗୁଡ଼ିକ ଆକାରରେ ବଡ଼ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥିବାବେଳେ ଚାପଦାୟୀ ଗୋଷ୍ଠୀ କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ସୀମିତ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ।
  • ରାଜନୈତିକ ଦଳଗୁଡ଼ିକର ନିର୍ଦ୍ଦିଷ୍ଟ ଇସ୍ତାହାର, ନିର୍ଦ୍ଦିଷ୍ଟ ଦଳୀୟ ପତାକା, ଦଳୀୟ ସମ୍ବିଧାନ ଓ ଦଳୀୟ ଚିହ୍ନ ଥ‌ିବାବେଳେ ଚାପଦାନକାରୀ ଗୋଷ୍ଠୀଗୁଡ଼ିକର ସଭ୍ୟସଂଖ୍ୟା ସୀମିତ ଓ ସେମାନଙ୍କର ନିର୍ଦ୍ଦିଷ୍ଟ ପତାକା ବା ଚୟନ ପଦ୍ଧତି ନଥାଏ ।
  • ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି କ୍ଷମତା ହାସଲ କରିବାପାଇଁ ସର୍ବଦା ଚେଷ୍ଟା କରୁଥିବାବେଳେ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହି ସରକାରୀ ନୀତିକୁ ପ୍ରଭାବିତ କରନ୍ତି ।
  • ଜଣେ ବ୍ୟକ୍ତି ଏକ ସମୟରେ କେବଳ ଗୋଟିଏ ରାଜନୈତିକ ଦଳରେ ସଭ୍ୟ ହୋଇଥାଏ; କିନ୍ତୁ ଜଣେ ବ୍ୟକ୍ତିର ବିଭିନ୍ନ ପ୍ରକାର ସ୍ବାର୍ଥ ଥିବାରୁ ସେ ଏକ ସମୟରେ ଏକାଧିକ ଚାପଦାନକାରୀ ଗୋଷ୍ଠୀର ସଭ୍ୟ ହୋଇଥାଏ ।

→ ଭାରତରେ କାର୍ଯ୍ୟରତ ଚାପଗୋଷ୍ଠୀ :
ଭାରତରେ କାର୍ଯ୍ୟରତ ଥିବା କେତେକ ମୁଖ୍ୟ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ହେଲା– ସର୍ବଭାରତୀୟ ଶ୍ରମିକ ସଂଘ, ସର୍ବଭାରତୀୟ ଶିକ୍ଷକ ମହାସଂଘ, ଓଡ଼ିଶା ଡାକ୍ତରୀ ସେବା ସଂଘ, ସରକାରୀ କଲେଜ ଶିକ୍ଷକ ସଂଘ ଓ ନିଷ୍ଫଳ ଉତ୍କଳ ଶିକ୍ଷକ ମହାସଂଘ ଇତ୍ୟାଦି ।

→ ଚାପଗୋଷ୍ଠୀର ଭୂମିକା :
ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ବିଭିନ୍ନ ପ୍ରକାରର ପ୍ରତିବାଦମୂଳକ ମାଧ୍ୟମ, ଯଥା— ଧର୍ମଘଟ, ବନ୍ଦପାଳନ, ରାସ୍ତାରୋକ ଇତ୍ୟାଦି ଜରିଆରେ ପ୍ରତିରୋଧ କରନ୍ତି ଓ ଦୁର୍ନିତୀଗ୍ରସ୍ତ ସରକାରଙ୍କୁ ନିନ୍ଦିତ କରାନ୍ତି ।

ଆମେ କ’ଣ ଶିଖୁଲେ ?

  • ଗଣତାନ୍ତ୍ରିକ ସରକାରରେ ରାଜନୈତିକ ଦଳର ଭୂମିକା ।
  • ରାଜନୈତିକ ଦଳର ସଂଜ୍ଞା, ପ୍ରକାରଭେଦ ଓ ସେମାନଙ୍କର ପତାକା ସମ୍ପର୍କରେ ସୂଚନା ।
  • ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ, ଦଳମାନଙ୍କୁ ସ୍ବୀକୃତି ପ୍ରଦାନ ।
  • ଚାପଗୋଷ୍ଠୀର ସଂଜ୍ଞା ଓ ଏହାର ଉଦ୍ଦେଶ୍ୟ ।
  • ଦୁଇଗୋଟି ଚାପଗୋଷ୍ଠୀ ରହିଛି; ଯଥା – ସ୍ଵାର୍ଥୀ ଗୋଷ୍ଠୀ ଓ ଜନମଙ୍ଗଳକାରୀ ଗୋଷ୍ଠୀ ।
  • ଚାପଗୋଷ୍ଠୀ ନିଜର ସ୍ଵାର୍ଥ ସାଧନ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ।
  • ଭାରତରେ ଥ‌ିବା ବିଭିନ୍ନ ଚାପପ୍ରଦାନକାରୀ ଗୋଷ୍ଠୀ ଯଥା : ସର୍ବଭାରତୀୟ ଶ୍ରମିକ ସଂଘ, ସର୍ବଭାରତୀୟ ଶିକ୍ଷକ ମହାସଂଘ ଇତ୍ୟାଦି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ଜାଣିବା କଥା

  • ଚାପଦାନକାରୀ ଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ ।
  • ଭାରତରେ ନିମ୍ନୋକ୍ତ ଚାପଦାନକାରୀ ଗୋଷ୍ଠୀ କାର୍ଯ୍ୟରତ ।
  • ସର୍ବଭାରତୀୟ ଶ୍ରମିକ ସଂଘ
  • ସର୍ବଭାରତୀୟ ଶିକ୍ଷକ ମହାସଂଘ
  • ଓଡ଼ିଶା ଡାକ୍ତରୀ ସେବା ସଂଘ
  • ସରକାରା କଲେଜ ଶିକ୍ଷକ ସଂଘ
  • ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଂଘ

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

Odisha State Board BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ Textbook Exercise Questions and Answers.

BSE Odisha Class 6 Political Science Solutions Chapter 1 ଆମେ ଓ ଆମ ସମାଜ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ସଂକ୍ଷେପରେ ଉତ୍ତର ଲେଖ ।

(କ) ବ୍ୟକ୍ତି ସମାଜ ଉପରେ ନିର୍ଭର କରିଥାଏ କିପରି ?
Answer:

  • ବ୍ୟକ୍ତି ନିଜର ଧନଜୀବନର ସୁରକ୍ଷା ପାଇଁ ସମାଜ ଉପରେ ନିର୍ଭର କରେ ।
  • ବ୍ୟକ୍ତି ଜୀବିକା ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
  • ବ୍ୟକ୍ତି ନୂତନ ଅଭିଜ୍ଞତା, ଜ୍ଞାନ ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
  • ନିଜ ବ୍ୟକ୍ତିତ୍ଵର ବିକାଶ ପାଇଁ ବ୍ୟକ୍ତି ସମାଜର ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକୁ ଅନୁସରଣ କରେ ।

(ଖ) ପରିବାରର କାର୍ଯ୍ୟଗୁଡ଼ିକ କ’ଣ ?
Answer:

  • ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ ।
  • ଶିଶୁର ଲାଳନପାଳନ, ଶିଶୁକୁ ବିଭିନ୍ନ ସଦ୍‌ଗୁଣ ଶିକ୍ଷାଦେବା, ଶିଶୁଟି ବଡ଼ ହେବାପରେ ଜୀବିକା ଅର୍ଜନରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ପରିବାରଦ୍ଵାରା ହୋଇଥାଏ ।
  • ଶିଶୁକୁ ଉତ୍ତମ ନାଗରିକ ରୂପେ ଗଢ଼ି ତୋଳିବାରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଗ) ସମୁଦାୟ ଓ ସଂଘ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ସମୁଦାୟ ଓ ସଂଘ ମଧ୍ଯରେ ପାର୍ଥକ୍ୟ କ’ଣ

(ଘ) ଗୋଟିଏ ଜନଜାତିର ଲୋକଙ୍କ ମଧ୍ୟରେ କେଉଁସବୁ ସମାନତା ଦେଖାଯାଏ ?
Answer:

  • ଗୋଟିଏ ଜନଜାତିର ଲୋକମାନେ ନିଜକୁ ଏକ ସାଧାରଣ ବଂଶର ବୋଲି ମନେକରନ୍ତି ।
  • ଏମାନେ ଏକ ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତି ।
  • ଏମାନେ ସମାନ ପ୍ରକାର କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ।
  • ଏମାନେ ମିଳିମିଶି ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି ।
  • ଏମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରନ୍ତି ।

(ଙ) ବଂଶ ବିଭାଜନର କାରଣଗୁଡ଼ିକ କ’ଣ ?
Answer:

  • ବଂଶ ବହୁ ପିଢ଼ିର ହୋଇଗଲେ ଏହାର ଲୋକସଂଖ୍ୟା ଅତ୍ୟଧ‌ିକ ହୋଇଯାଏ ।
  • ଫଳରେ ଧାର୍ମିକ କ୍ରିୟା କର୍ମ ପାଳନରେ ଅସୁବିଧା ହୁଏ ।
  • ବେଳେବେଳେ ସେମାନଙ୍କ ମଧ୍ୟରେ ସମ୍ପତ୍ତିଗତ ବିବାଦ ଦେଖାଯାଏ ।
  • ଏପରି ହେବାଦ୍ଵାରା କେତେକ ନିକଟ ସମ୍ପର୍କୀୟ ପରିବାରର ମୂଳବଂଶରୁ ଅଲଗା ହୋଇ ନୂତନ ବଂଶ ସୃଷ୍ଟି କରିବାଦ୍ୱାରା ବଂଶ ବିଭାଜନ ହୋଇଥାଏ । ମାତ୍ର ସମଗ୍ର ବଂଶର ଏକ ସାଧାରଣ ପୂର୍ବପୁରୁଷ ଥାଏ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଚ) ସମାଜର ଉନ୍ନତି କିପରି କରାଯାଇପାରିବ ?
Answer:

  • ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ ହୋଇଥିବାରୁ ବ୍ୟକ୍ତିର ଉନ୍ନତି ହେଲେ ସମାଜର ଉନ୍ନତି ହୁଏ ।
  • ନିଜର ଆବଶ୍ୟକତା ପୁରଣ ସହ ସମାଜରେ ବାସ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଆବଶ୍ୟକତା ପୁରଣ ପାଇଁ ଉଦ୍ୟମ କଲେ ସମାଜର ଉନ୍ନତି ହୋଇଥାଏ ।
  • ବ୍ୟକ୍ତି ନିଜର ଧନଜୀବନ ସୁରକ୍ଷା ସହିତ ଅନ୍ୟମାନଙ୍କର ଧନଜୀବନ ସୁରକ୍ଷା ପ୍ରତି ଦୃଷ୍ଟି ଦେଲେ ସମାଜରେ ସମସ୍ତେ ସୁଖରେ ରହିବେ । ଫଳରେ ସମାଜର ଉନ୍ନତି ହେବ ।
  • ସମାଜରେ ପ୍ରଚଳିତ ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକ ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇଥାଏ । ତେଣୁ ସମାଜର ନୀତି ଓ ପ୍ରଥାକୁ ଅତୁଟ ରଖିଲେ ସମାଜର ଉନ୍ନତି ହୋଇପାରିବ ।
  • ବ୍ୟକ୍ତି ସମାଜରେ ଉନ୍ନତି ଆଣିପାରିଲେ ସମାଜ ସମୃଦ୍ଧ ହୋଇପାରିବ ।

୨। ତଳେ ଲେଖାଥ‌ିବା ସଂଘଗୁଡ଼ିକ କାର୍ଯ୍ୟ ଦୃଷ୍ଟିରୁ କେଉଁ ପ୍ରକାରର ?

ତଳେ ଲେଖାଥ‌ିବା ସଂଘଗୁଡ଼ିକ କାର୍ଯ୍ୟ ଦୃଷ୍ଟିରୁ କେଉଁ ପ୍ରକାରର

୩। ଶୂନ୍ୟସ୍ଥାନ ପୂରଣ କର ।

(କ) କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ ହେଉଛି _______________ ।
Answer:
ପରିବାର

(ଖ) ସାଧାରଣ ଲକ୍ଷ୍ୟ ସାଧନ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ________________ ଗଠନ କରିଥାଆନ୍ତି ।
Answer:
ସଂଘ

(ଗ) ଲୋକମାନଙ୍କ ମଧ୍ୟରେ ସମ୍ପର୍କର ନିବିଡ଼ତା _______________ ସମୁଦାୟରେ ଅଧ୍ଵ ।
Answer:
କ୍ଷୁଦ୍ର

(ଘ) ସାନ୍ତି।ଳ ଜନଜାତିର ଲୋକମାନେ _______________ ଭାଷାରେ କଥାବାର୍ତ୍ତା କରନ୍ତି ।
Answer:
ସାନ୍ତାଳୀ

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଙ) ରକ୍ତ ସମ୍ପର୍କୀୟ ପରିବାରମାନଙ୍କୁ ନେଇ ______________ ଗଠିତ ।
Answer:
ବଂଶ

୪। ଠିକ୍ତ ଉକ୍ତି ପାଖରେ (✓) ଚିହ୍ନ ଓ ଭୁଲ ଉକ୍ତି ପାଖରେ (x) ଚିହ୍ନ ଦିଅ ।
(ପ୍ରଶ୍ନ ସହ ଉତ୍ତର)

(କ) ଏକକ ପରିବାରରେ ବାପା, ମା’, ଦାଦା, ଖୁଡ଼ୀ, ସେମାନଙ୍କର ପିଲାମାନେ ମିଳିମିଶି ରହନ୍ତି ।
Answer:
x

(ଖ) ସମୁଦାୟ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ ।
Answer:

(ଗ) ସମାଜ ସହ ବ୍ୟକ୍ତିର ସମ୍ପର୍କ ନଥାଏ ।
Answer:
x

(ଘ) ପରିବାରରୁ ଶିଶୁ ବିଭିନ୍ନ ଗୁଣ ଶିକ୍ଷାକରେ ।
Answer:

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

୫। ସଂପର୍କକୁ ଲକ୍ଷ୍ୟ କରି ଶୂନ୍ୟସ୍ଥାନ ପୂରଣ କର ।
(ପ୍ରଶ୍ନ ସହ ଉତ୍ତର)

(କ) ପୁତ୍ର : ପିତାଙ୍କ ଗୋତ୍ର :: ବିବାହିତା କନ୍ୟା : ପତିଙ୍କ ଗୋତ୍ର
(ଖ) ପରଜା : କୋରାପୁଟ :: ବଣ୍ଡା : ମାଲକାନଗିରି
(ଗ) ଆତ୍ମନିର୍ଭରଶୀଳତା : କ୍ଷୁଦ୍ର ସମୁଦାୟ :: ସାମାଜିକ ନିରାପତ୍ତା : ବୃହତ୍ ସମୁଦାୟ
(ଘ) ପରିବାର : ଚିରସ୍ଥାୟୀ :: ରାଜନୈତିକ ଦଳ : ଅସ୍ଥାୟୀ

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

Odisha State Board BSE Odisha Class 9 Political Science Notes Chapter 7 ଜାତୀୟ ସଂହତି will enable students to study smartly.

BSE Odisha Class 9 Political Science Notes Chapter 7 ଜାତୀୟ ସଂହତି

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ଜାତୀୟ ସଂହତି ଏକ ଭାବଗତ ଓ ମନସ୍ତାତ୍ତ୍ଵିକ ଧାରଣା ।
  • ଏହା ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା କରିଥାଏ ବା ଅନୈକ୍ୟ ମଧ୍ୟ ଐକ୍ୟ ପ୍ରତିଷ୍ଠା କରିଥାଏ ।
  • ଜାତୀୟ ସଂହତିର ମୂଳମନ୍ତ୍ର ହେଲା – ଦେଶାତ୍ମବୋଧର ପ୍ରେରଣା, ମାତୃଭୂମି ପ୍ରତି ଏକାନ୍ତ ସ୍ନେହ, ପ୍ରେମ ଓ ମାତୃଭୂମିର ନିରାପତ୍ତା ପାଇଁ ପ୍ରତିବଦ୍ଧତା ଏବଂ ଦେଶମାତୃକାର ସେବା ଓ ସଙ୍କଳ୍ପର ପରାକାଷ୍ଠା ।

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

ବିଷୟବସ୍ତୁର ରୂପରେଖ :

  • ଜାତୀୟ ସଂହତିର ସଂଜ୍ଞା
  • ଜାତୀୟ ସଂହତିର ପ୍ରକାରଭେଦ
  • ଭାରତରେ ଜାତୀୟ ସଂହତି ରକ୍ଷା ପାଇଁ ସାମ୍ବିଧାନିକ ବ୍ୟବସ୍ଥା
  • ଜାରତୀୟ ଜାତୀୟ ସଂହତି ପଅରେ ଅବା ପ୍ରତିବଷ୍ଠକ
  • ଜାରତରେ ଜାତୀୟ ସଂହତିର ପ୍ରରେଷ୍ଠା ପାଇଁ ପଦଷ୍ଟେପ

* ଜାତୀୟ ସଂହତି ଏକ ବହୁମୁଖୀ ସାମାଜିକ ପ୍ରକ୍ରିୟା

  • ଅନେକ ବିଭିନ୍ନତା ସତ୍ତ୍ଵେ ନିଜକୁ ଭାରତର ନାଗରିକ ଭାବରେ ବିଚାର କରି ଦେଶାତ୍ମବୋଧରେ ଉଦବୃଦ୍ଧ ହେଲେ ଜାତୀୟ ସଂହତି ଅକ୍ଷୁଣ୍ଣ ରହିବ ।

ଜାତୀୟ ସଂହତିର ସଂଜ୍ଞା :

  • ବ୍ୟାପକ ଅର୍ଥରେ ଜାତୀୟ ସଂହତି ହେଉଛି ଏକ ପ୍ରକ୍ରିୟା, ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗୋଟିଏ ଦେଶରେ ବାସ କରୁଥିବା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଗୋଷ୍ଠୀ ସେହି ନିର୍ଦ୍ଦିଷ୍ଟ ରାଷ୍ଟ୍ର ନାମରେ ନିଜର ପରିଚୟ ସାବ୍ୟସ୍ତ କରନ୍ତି ।’

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

* ବିଭିନ୍ନତା ମଧ୍ୟରେ ଏକତା ଓ ଅନେକତ୍ଵ ମଧ୍ୟରେ ଏକତ୍ଵ ହେଉଛି ଜାତୀୟ ସଂହତିର ମୂଳାଧାର ଓ ମୂଳମନ୍ତ୍ର।

→ ଜାତୀୟ ସଂହତିର ପ୍ରକାରଭେଦ :
BSE Odisha 9th Class Political Science Notes Chapter 7 ଜାତୀୟ ସଂହତି Q.1

→ ଭାରତ ପରିପ୍ରେକ୍ଷୀରେ ଜାତୀୟ ସଂହତି :

  • ଭାରତ ବହୁ ଧର୍ମ, ବହୁ ଭାଷା, ବହୁ ସଂସ୍କୃତିର ଆବାସସ୍ଥଳୀ । ତେଣୁ ଭାରତରେ ଜାତୀୟ ସଂହତିଉପରେ ଗୁରୁତ୍ୱାରୋପ କରାଯାଇଛି ।

* ଭାରତ ଅନୈକ୍ୟ ମଧ୍ୟରେ ଐକ ପାଇଁ ପ୍ରସିଦ୍ଧ । ଭିସେଣ୍ଟ ସ୍ମିଥ୍

→ ଭାରତରେ ଜାତୀୟ ସଂହତି ରକ୍ଷା ପାଇଁ ସାମ୍ବିଧାନିକ ବ୍ୟବସ୍ଥା :

  • ଭାରତ ସମ୍ବିଧାନରେ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ତିନିଗୋଟି ମୁଖ୍ୟ ବ୍ୟବସ୍ଥା ରହିଛି; ଯଥା ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ଏବଂ ଅର୍ଥନୈତିକ ବିକାଶ ।

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

→ ଧର୍ମନିରପେକ୍ଷତା :

  • ସବୁ ଧର୍ମ ପ୍ରତି ସହନଶୀଳତା ପ୍ରଦର୍ଶନ ଏବଂ ପରସ୍ପରର ଧର୍ମ ପ୍ରତି ସହୃଦୟତା ଓ ସମ୍ମାନ ପ୍ରଦର୍ଶନକୁ ଧର୍ମନିରପେକ୍ଷତା କୁହାଯାଏ ।
  • ଆମ ସମ୍ବିଧାନର ପ୍ରସ୍ତାବନାରେ ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ସୂଚିତ କରାଯାଇଛି ।
  • ସମ୍ବିଧାନର ଧାରା ୨୫ ରୁ ୨୮ ମଧ୍ୟରେ ଧର୍ମଗତ ସ୍ଵାଧୀନତା ଅଧିକାର ବିଷୟରେ କୁହାଯାଇଛି ।

→ ସାମାଜିକ ନ୍ୟାୟ :

  • ସମ୍ବିଧାନରେ ଥ‌ିବା ସମାନତାର ଅଧିକାର ଏବଂ ସ୍ଵାଧୀନତାର ଅଧିକାର ବ୍ୟବସ୍ଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ଲାଗି ପ୍ରତିଶ୍ରୁତିବଦ୍ଧ ।
  • ଅନୁସୂଚିତ ଜାତି ଓ ଜନଜାତି, ଶିଶୁ ଓ ମହିଳାଙ୍କ ବିକାଶ ପାଇଁ ସମ୍ବିଧାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
  • ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ଗରିବ ଲୋକମାନଙ୍କ ପାଇଁ ମାଗଣା ଆଇନ ସହାୟତା ବ୍ୟବସ୍ଥା ମଧ୍ୟ ସମ୍ବିଧାନରେ ଉଲ୍ଲେଖ କରାଯାଇଛି ।
  • ଶ୍ରମିକମାନଙ୍କ ପାଇଁ ଉଚିତ ପାରିଶ୍ରମିକ ବ୍ୟବସ୍ଥା, ଅନଗ୍ରସରବର୍ଗଙ୍କ ପାଇଁ ସ୍ବତନ୍ତ୍ର ଅନୁଦାନ ବ୍ୟବସ୍ଥା ସାମାଜିକ ନ୍ୟାୟ ସ୍ଥାପନ ପାଇଁ ସହାୟକ ହୋଇଥାଏ ।

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

* ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ଭାରତରେ ଜାତୀୟ ସଂହତି ଦିବସ ରୂପେ ପାଳନ କରାଯାଏ ।

→ ଭାରତୀୟ ଜାତୀୟ ସଂହତି ପଥରେ ଥ‌ିବା ପ୍ରତିବନ୍ଧକ :
BSE Odisha 9th Class Political Science Notes Chapter 7 ଜାତୀୟ ସଂହତି Q. 2

BSE Odisha 9th Class Political Science Notes Chapter 7 ଜାତୀୟ ସଂହତି

→ ଭାରତରେ ଜାତୀୟ ସଂହତିର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ :

  • ସମଗ୍ର ଦେଶରେ ଏକ ସୁଦୃଢ଼ ତଥା ସ୍ଥିର ଓ ସ୍ଵଚ୍ଛ ଶାସନ ବ୍ୟବସ୍ଥା କରିବା ।
  • ସାମ୍ପ୍ରଦାୟିକ ସହଯୋଗ ଓ ସହନଶୀଳ ମନୋଭାବ ସୃଷ୍ଟି କରିବା ।
  • ଗଣତାନ୍ତ୍ରିକ ମୂଲ୍ୟବୋଧ, ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା, ସାଂସ୍କୃତିକ ସଂହତି ପ୍ରତିଷ୍ଠା କରିବା ।
  • ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା କରିବା ।
  • ଜନସାଧାରଣଙ୍କ ମନରେ ଦେଶପ୍ରେମଭାବ ଜାଗ୍ରତ କରିବା ।
  • ଜାତୀୟ ସଂହତି ପାଇଁ ଭାବାତ୍ମକ ଏକତା ଓ ସୁଦୃଢ଼ ମନୋବଳ ଆବଶ୍ୟକ । ଏଥପାଇଁ ବ୍ୟକ୍ତି-ଚରିତ୍ର ପରିବର୍ତ୍ତନ ହେବା ଆବଶ୍ୟକ ।

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

Odisha State Board BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ Important Questions and Answers.

BSE Odisha Class 7 History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଇଂରେଜମାନେ କିଭଳି ଭାରତରେ ବାଣିଜ୍ୟ ଆରମ୍ଭ ଓ ପ୍ରସାର ଘଟାଇଥିଲେ ?
Answer:

  • ଦରବାରକୁ ପଠାଇ ଅନେକ ବାଣିଜ୍ୟ ସୁବିଧା ହାସଲ କରିଥିଲେ ।
  • ୧୬୧୯ ଖ୍ରୀ.ଅ.ରେ ସାର୍‌ ଟମାସ୍ ରୋ ଭାରତରୁ ବିଦାୟ ନେବାବେଳକୁ ଆଗ୍ରା, ଅହମ୍ମଦାବାଦ, ସୁରଟ ଆଦି କରିଥିଲେ ।
  • ଏହାପରେ ଇଂରେଜମାନେ ଭାରତର ଦକ୍ଷିଣ-ପୂର୍ବ ଉପକୂଳରେ ବାଣିଜ୍ୟକୋଠି ନିର୍ମାଣ ପାଇଁ ଉଦ୍ୟମ କରିଥିଲେ ।
  • ଫଳରେ ସେମାନେ ଗୋଲକୁଣ୍ଡା ରାଜ୍ୟର ମୁଖ୍ୟ ପୋତାଶ୍ରୟ ମୁସଲିପତ୍ତନମ୍, ବମ୍ବେ, ବଙ୍ଗଦେଶର ସୁତାନଟି ଓ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲେ ।

୨। ଭାରତର ପର୍ତ୍ତୁଗୀଜ ବାଣିଜ୍ୟ ପ୍ରତିଷ୍ଠାନର ପ୍ରଚାର, ପ୍ରସାର ଓ ବିପର୍ଯ୍ୟୟର କାରଣ ଲେଖ ।
Answer:

  • ୧୫୦୨ ଖ୍ରୀ.ଅରେ ଭାସ୍କୋଡ଼ାଗାମା ଭାରତକୁ ପୁନର୍ବାର ଆସି ଜାମୋରିନ୍‌ଙ୍କ ଅନୁମତି କ୍ରମେ କାଲିକଟ୍‌ଠାରେ ଏକ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
  • ମାଲବାର ଉପକୂଳରେ ବାଣିଜ୍ୟିକ ପ୍ରତିଦ୍ବନ୍ଦିତା ହେତୁ ୧୫୦୦ରୁ ୧୫୦୫ ଖ୍ରୀ.ଅ. ପର୍ଯ୍ୟନ୍ତ ପର୍ତ୍ତୁଗୀଜ ଓ ଆରବ ମଧ୍ୟରେ ଯୁଦ୍ଧ ହୋଇଥିଲା । ଶେଷରେ ଆରବ ବଣିକଙ୍କ ପ୍ରାଧାନ୍ୟ ଲୋପ ପାଇ ପର୍ତ୍ତୁଗୀଜ୍‌ମାନଙ୍କ ପ୍ରାଧାନ୍ୟ ପ୍ରତିଷ୍ଠିତ ହେଲା ।
  • ପର୍ତ୍ତୁଗୀଜ ବାଣିଜ୍ୟ ପ୍ରତିଷ୍ଠାନର ପରିଚାଳନା ନିମନ୍ତେ ୩ ବର୍ଷ ପାଇଁ ଜଣେ ଲେଖାଏଁ ଗଭର୍ଣ୍ଣର ନିଯୁକ୍ତି ପାଇଲେ ।
  • ଫ୍ରାନ୍‌ସିସ୍କୋଡ଼ି ଆମିଡ଼ା ପ୍ରଥମ ପର୍ତ୍ତୁଗୀଜ ଗଭର୍ଣ୍ଣର ଥିଲେ । ପର୍ତ୍ତୁଗୀଜ ଗଭର୍ଣ୍ଣରମାନଙ୍କ ସର୍ବଶ୍ରେଷ୍ଠ ଆଲବୁକର୍କ ବିଜାପୁର ସୁଲତାନ୍‌ଙ୍କଠାରୁ ଗୋଆ ବନ୍ଦର ଦଖଲ କରିଥିଲେ । ପରବର୍ତ୍ତୀ କାଳରେ ଡାମନ, ଡିଉ, ସାଲସେଟ୍ ବେସିନ୍, ମୁମ୍ବାଇ, ହୁଗୁଳୀ ପର୍ତ୍ତୁଗୀଜମାନଙ୍କ ଅଧୀନକୁ ଆସିଥିଲା ।
  • ସେମାନେ ପ୍ରାୟ ୧୦୦ ବର୍ଷ କାଳ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଅଷ୍ଟାଦଶ . ଶତାବ୍ଦୀବେଳକୁ ଇଂରେଜ ଓ ଫରାସୀମାନଙ୍କ ସହ ପ୍ରବଳ ପ୍ରତିଦ୍ବନ୍ଦିତା କାରଣରୁ ସେମାନଙ୍କ ପ୍ରଭାବ ଲୋପ ପାଇଗଲା ।.

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତର ଉତ୍କୃଷ୍ଟ ଦ୍ରବ୍ୟଗୁଡ଼ିକ ବିଷୟରେ କିଏ ଇଉରୋପୀୟମାନଙ୍କ ନିକଟରେ ଜଣାଇଥିଲେ ? ଭାରତ ଭାରତରୁ କେଉଁ ଦ୍ରବ୍ୟଗୁଡ଼ିକ ଇଉରୋପକୁ ଯାଉଥିଲା ?
Answer:

  • ଇଟାଲୀ ପରିବ୍ରାଜକ ମାର୍କୋପୋଲୋ ଏସିଆ ଭ୍ରମଣରେ ଆସି ଭାରତର ଉତ୍କୃଷ୍ଟ ଦ୍ରବ୍ୟଗୁଡ଼ିକ ସଂପର୍କରେ ଇଉରୋପୀୟମାନଙ୍କୁ ଜଣାଇଥିଲେ ।
  • ଭାରତରୁ ପାଟବସ୍ତ୍ର, ଲବଙ୍ଗ, ମରିଚ ଆଦି ମସଲା, ମୂଲ୍ୟବାନ ପଥର, ହାତୀଦାନ୍ତ, ହୀରା, ମୁକ୍ତା ଓ ସୂକ୍ଷ୍ମ କାର୍ପାସ ବସ୍ତ୍ର ଓ ଅନ୍ୟାନ୍ୟ ବିଳାସ ସାମଗ୍ରୀ ଇଉରୋପକୁ ଯାଉଥିଲା ।

୨। କାହାର ରାଜତ୍ଵକାଳକୁ ଇଂଲଣ୍ଡ ଇତିହାସରେ ସୁବର୍ଣ୍ଣଯୁଗ କୁହାଯାଏ ? ତାଙ୍କ ଶାସନ ସମୟରେ କିଏ ଜଳପଥରେ ପୃଥ‌ିବୀ ପ୍ରଦକ୍ଷିଣ କରିଥିଲେ ?
Answer:

  • ରାଣୀ ଏଲିଜାବେଥଙ୍କ ରାଜତ୍ଵକାଳକୁ ଇଂଲଣ୍ଡ ଇତିହାସରେ ସୁବର୍ଣ୍ଣଯୁଗ କୁହାଯାଏ ।
  • ତାଙ୍କ ଶାସନ ସମୟରେ ନାବିକ, ଫ୍ରାନ୍‌ସିସ୍ ଡ୍ରେକ୍ ଜଳପଥରେ ପୃଥ‌ିବୀ ପ୍ରଦକ୍ଷିଣ କରିଥିଲେ ।

୩ । ଭାରତରେ ପର୍ତ୍ତୁଗୀଜ ଗଭର୍ଣ୍ଣରମାନଙ୍କ ମଧ୍ୟରେ କିଏ ସର୍ବଶ୍ରେଷ୍ଠ ଥିଲେ ? ତାଙ୍କୁ ପର୍ତ୍ତୁଗୀଜ ଇତିହାସରେ କେଉଁ ସ୍ଥାନ ଦିଆଯାଏ ?
Answer:

  • ଭାରତରେ ପର୍ତ୍ତୁଗୀଜ ଗଭର୍ଣ୍ଣରମାନଙ୍କ ମଧ୍ୟରେ ଆଲବୁକକର୍କ ସର୍ବଶ୍ରେଷ୍ଠ ଥିଲେ ।
  • ତାଙ୍କୁ ପର୍ତ୍ତୁଗୀଜ ଇତିହାସରେ କ୍ଲାଇବ୍ଲଙ୍କ ସ୍ଥାନ ଦିଆଯାଏ ।

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୪। କେଉଁମାନଙ୍କୁ ଦିନାମାର କୁହାଯାଏ ? ସେମାନେ ଭାରତର କେଉଁଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ?
Answer:

  • ଡେନ୍‌ମାର୍କର ଅଧିବାସୀମାନଙ୍କୁ ଦିନାମାର କୁହାଯାଏ ।
  • ସେମାନେ ବଙ୍ଗଦେଶର ଶ୍ରୀରାମପୁରଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।

୫। ଇଂରେଜି ଇଷ୍ଟଇଣ୍ଡିଆ କମ୍ପାନୀ କିପରି ବମ୍ବେକୁ ଲାଭ କରିଥିଲା ?
Answer:

  • ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସ ପର୍ତ୍ତୁଗାଲ୍‌ର ରାଜକନ୍ୟା କାଥେରାଇନ୍‌ଙ୍କୁ ବିବାହ କରି ବମ୍ବେକୁ ଯୌତୁକରୂପେ ପାଇଥିଲେ ।
  • ପରେ ସେ ଏହାକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ ।

୬। ଓଲନ୍ଦାଜ୍ କେଉଁମାନଙ୍କୁ କୁହାଯାଏ ? ସେମାନେ ଓଡ଼ିଶାର କେଉଁଠାରେ ଏକ ବାଣିଜ୍ୟକେନ୍ଦ୍ର ସ୍ଥାପନ କରିଥିଲେ ?
Answer:

  • ହଲାଣ୍ଡର ଅଧିବାସୀମାନଙ୍କୁ ଓଲନ୍ଦାଜ ବା ଡଚ୍ କୁହାଯାଏ ।
  • ସେମାନେ ଓଡ଼ିଶାର ବାଲେଶ୍ଵରଠାରେ ଏକ ବାଣିଜ୍ୟକେନ୍ଦ୍ର ସ୍ଥାପନ କରିଥିଲେ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 

୧। ଖ୍ରୀଷ୍ଟୀୟ ୧ମ ଶତାବ୍ଦୀରେ ଭାରତର କେଉଁ ସାମ୍ରାଜ୍ୟ ସହ ବାଣିଜ୍ୟ କାରବାର ଚାଲିଥିଲା ?
Answer:
ଖ୍ରୀଷ୍ଟୀୟ ୧ମ ଶତାବ୍ଦୀରେ କନିଷ୍କଙ୍କ ରାଜତ୍ଵ କାଳରେ ଅଗଷ୍ଟସ୍ ସିଜାର୍‌ଙ୍କ ରୋମ୍ ସାମ୍ରାଜ୍ୟ ସହିତ ଭାରତର ବାଣିଜ୍ୟ କାରବାର ଚାଲିଥିଲା ।

୨। କଲମ୍ବସ୍ ଭାରତକୁ ଜଳପଥରେ ଆସିବାକୁ ଚେଷ୍ଟାକରି କ’ଣ ଆବିଷ୍କାର କରିଥିଲେ ?
Answer:
କଲମ୍ବସ୍ ଜଳପଥରେ ଭାରତକୁ ଆସିବାକୁ ଚେଷ୍ଟାକରି ଆମେରିକା ଆବିଷ୍କାର କରିଥିଲେ ।

୩ । ଡର୍‌ମାନେ ଭାରତର କେଉଁ କେଉଁ ସ୍ଥାନରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ?
Answer:
ଡବ୍‌ମାନେ ଭାରତର ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗ,ବିହାର ଆଦି ଅଞ୍ଚଳରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।

୪। ୧୭୧୭ କେଉଁ ମୋଗଲ ସମ୍ରାଟଙ୍କ ଅନୁମତି କ୍ରମେ ଇଂରେଜମାନେ ବଙ୍ଗରେ ବାଣିଜ୍ୟିକ ସୁବିଧା ହାସଲ କରିଥିଲେ ?
Answer:
୧୭୧୭ ମୋଗଲ ସମ୍ରାଟ ଫାରୁକ୍ ସୟାରଙ୍କ ଅନୁମତି କ୍ରମେ ଇଂରେଜମାନେ ବଙ୍ଗରେ ବାଣିଜ୍ୟିକ ସୁବିଧା ହାସଲ କରିଥିଲେ ।

୫। ମାର୍କୋପୋଲୋ କିଏ ଥିଲେ ?
Answer:
ମାର୍କୋପୋଲୋ ଜଣେ ଇଟାଲୀ ପରିବ୍ରାଜକ ଥିଲେ ।

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୬। ଭାସ୍କୋଡ଼ାଗାମା ସମୁଦ୍ର ପଥଦେଇ ଲିସ୍‌କୁ ଫେରିବାବେଳେ କ’ଣ ହରାଇଥିଲେ ?
Answer:
ଭାସ୍କୋଡ଼ାଗାମା ସମୁଦ୍ରପଥ ଦେଇ ଲିସ୍‌ବନ୍‌କୁ ଫେରିବା ସମୟରେ ଚାରୋଟି ଜାହାଜ ଓ ୧୭୦ଜଣ ଲୋକଙ୍କୁ ହରାଇଥିଲେ ।

୭। ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ କେଉଁଠାରେ ବାଣିଜ୍ୟ କରିଥିଲା ?
Answer:
ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରଥମେ ଜାଭା ଓ ସୁମାତ୍ରା ଆଦି ସ୍ଥାନରେ ବାଣିଜ୍ୟ କରିଥିଲା ।

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର
(କ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ବାକ୍ୟାଶ ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। ___________________ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
(ତୃତୀୟ, ତ୍ରୟୋଦଶ, ପଞ୍ଚଦଶ)
Answer:
ପଞ୍ଚଦଶ

୨। ପ୍ରଥମ ଶତାବ୍ଦୀରେ ରୋମରେ ଶାସନ କରୁଥିବା ଅଗଷ୍ଟସ୍‌ଙ୍କ ରାଜତ୍ଵ ସମୟରେ ରୋମ ଓ ଭାରତର _________________ ନାମକ ଏକ ସାହସୀ ଯୁବକ ଏସିଆ ଭ୍ରମଣ କରିଥିଲେ।
(ରାଜନୈତିକ, ବାଣିଜ୍ୟିକ, ସାଂସ୍କୃତିକ)
Answer:
ବାଣିଜ୍ୟିକ

୩ । ତ୍ରୟୋଦଶ ଶତାବ୍ଦୀରେ ଇଟାଲାର _________________________ ନାମକ ଏକ ସାହସୀ ଯୁବକ ଏସିଆ ଭ୍ରମଣ କରିଥିଲେ ।
(ମାର୍କୋପୋଲୋ, ବାର୍ଥଲୋମିଓ ଡାଏଜ୍, କଲମ୍ବସ୍)
Answer:
ମାର୍କୋପୋଲୋ

୪। କଲମ୍ବସ୍ ପର୍ତ୍ତୁଗୀଜ୍ ସରକାରଙ୍କର ଜଣେ _____________________ ମାନେ ସବୁଠାରୁ ଆଗୁଆ ଥିଲେ ।
(ଡବ୍, ପର୍ତ୍ତୁଗୀଜ୍, ଦିନାମାର)
Answer:
ପର୍ତ୍ତୁଗୀଜ୍

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୫ । କଲମ୍ବସ୍ ପର୍ତ୍ତୁଗୀଜ୍ ସରକାରଙ୍କର ଜଣେ ________________ ଥିଲେ । (ନାବିକ, ଚିତ୍ରକର, ରାଜକର୍ମଚାରୀ)
(ନାବିକ, ଚିତ୍ରକର, ରାଜକର୍ମଚାରୀ)
Answer:
ରାଜକର୍ମଚାରୀ

୬। କଲମ୍ବସ୍ ଜଳଯାତ୍ରା କରି ଭାରତରେ ନ ପହଞ୍ଚି ________________ ଠାରେ ପହଞ୍ଚିଲେ ।
(ଆଫ୍ରିକା, ଆମେରିକା, ଆଣ୍ଟାର୍କଟିକା)
Answer:
ଆମେରିକା

୭ । ____________________ ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ।
(ଏସିଆ, ଆଫ୍ରିକା, ଦକ୍ଷିଣ ଆମେରିକା)
Answer:
ଆଫ୍ରିକା

୮ । __________________________ ଖ୍ରୀଷ୍ଟାବ୍ଦରେ ଭାସ୍କୋଡ଼ାଗାମା ଭାରତର ପଶ୍ଚିମ ଉପକୂଳରେ ଥ‌ିବା କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଲେ ।
(୧୪୫୩, ୧୫୦୨, ୧୪୯୮)
Answer:
୧୪୯୮

୯। କାଲିକଟ୍‌କୁ ଶାସନ କରୁଥିବା ରାଜା ଜାମୋରିନ୍ ____________________ ଥିଲେ ।
(ମୁସଲମାନ, ବୌଦ୍ଧ, ହିନ୍ଦୁ)
Answer:
ହିନ୍ଦୁ

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୧୦ । ଭାରତରେ ପର୍ତ୍ତୁଗୀଜ୍ ଗଭର୍ଣ୍ଣରମାନେ ________________________ବର୍ଷ ପାଇଁ ନିଯୁକ୍ତି ପାଉଥିଲେ ।
(୨, ୩, ୫)
Answer:

(ଖ) ପ୍ରତ୍ୟେକ ପ୍ରଶ୍ନତଳେ ପ୍ରଦତ୍ତ ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ଫରାସୀମାନେ କେଉଁ ଶତାବ୍ଦୀରେ ଭାରତକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଆଗମନ କରିଥିଲେ ?
(i) ତୟୋଦଶ ଶତାବ୍ଦୀ
(ii) ପଞ୍ଚଦଶ ଶତାବ୍ଦୀ
(iii) ଷୋଡ଼ଶ ଶତାବ୍ଦୀ
(iv)ସପ୍ତଦଶ ଶତାବ୍ଦୀ
Answer:
(iv)ସପ୍ତଦଶ ଶତାବ୍ଦୀ

୨। ୧୪୫୩ ଖ୍ରୀଷ୍ଟାବ୍ଦରେ କେଉଁମାନେ କନ୍‌ଷ୍ଟାଣ୍ଟିନୋପଲ୍ ଅତ୍‌କାର କରିଥିଲେ ?
(i) ଡମାନେ
(ii) ପର୍ତ୍ତୁଗୀଜ୍‌ମାନେ
(iii) ଦିନାମାରମାନେ
(iv) ତୁର୍କମାନେ
Answer:
(iv) ତୁର୍କମାନେ

୩ । ବାର୍ଥଲୋମିଓ ଡାଏଜ୍ କେଉଁ ଦେଶର ନାବିକ ଥଲେ ?
(i) ଇଂଲଣ୍ଡ
(ii) ପର୍ତ୍ତୁଗାଲ୍
(iii) ସେନ୍
(iv) ହଲାଣ୍ଡ
Answer:
(ii) ପର୍ତ୍ତୁଗାଲ୍

୪। ୧୭୧୭ ଖ୍ରୀ.ଅ.ରେ କିଏ ଇଂରେଜ ମାନଙ୍କୁ ବଙ୍ଗ ଦେଶରେ ବାଣିଜ୍ୟ କରିବାକୁ କେତେକ ସୁବିଧା ଦେଇଥିଲେ ?
(i) ବାହାଦୂରଶାହା
(ii) ଫାରୁକ୍ ସୟାର
(iii) ଜାହାଙ୍ଗୀର
(iv) ଔରଙ୍ଗଜେବ୍
Answer:
(ii) ଫାରୁକ୍ ସୟାର

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୫। ନିମ୍ନୋକ୍ତ କିଏ ଜଳଯାତ୍ରା କରି ୧୪୯୮ ଖ୍ରୀ.ଅ.ରେ ଭାରତର ପଶ୍ଚିମ ଉପକୂଳରେ ଥ‌ିବା କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଲେ ?
(i) ବାର୍ଥଲୋମିଓ ଡାଏଜ୍
(ii) କଲମ୍ବସ୍
(iii) ମାର୍କୋପୋଲୋ
(iv) ଭାସ୍କୋଡ଼ାଗାମା
Answer:
(iv) ଭାସ୍କୋଡ଼ାଗାମା

୬। ନିମ୍ନୋକ୍ତ ମଧ୍ୟରୁ ପର୍ତ୍ତୁଗାଲର ରାଜଧାନୀ କିଏ ?
(i) ଲିସବନ୍
(ii) କାଲିକଟ୍
(iii) ଇଟାଲୀ
(iv) ବୁଦାପେଷ୍ଟ
Answer:
(i) ଲିସବନ୍

୭। ନିମ୍ନୋକ୍ତ କିଏ ପର୍ତ୍ତୁଗୀଜମାନଙ୍କର ପ୍ରଥମ ଗଭର୍ଣ୍ଣର ଥିଲେ ?
(i) ଲବୁକର୍କ
(ii) ଜାମୋରିନ୍‌
(iii) ଫ୍ରାନ୍‌ସିସ୍କୋଡ଼ି ଆଲ୍‌ମିଡ଼ା
(iv) ପେଡ୍ରୋଆଲଭାରେଜ୍ କାବ୍ରେଲ
Answer:
(iii) ଫ୍ରାନ୍‌ସିସ୍କୋଡ଼ି ଆଲ୍‌ମିଡ଼ା

୮। ନିମ୍ନୋକ୍ତ ମଧ୍ୟରୁ କାହାକୁ ପର୍ତ୍ତୁଗୀଜ୍ ଇତିହାସରେ କ୍ଲାଇନ୍କଙ୍କ ସ୍ଥାନ ଦିଆଯାଏ ?
(i) ଫ୍ରାନ୍‌ସିସ୍କୋଡ଼ି ଆମିଡ଼ା
(ii) ପେଟ୍ରୋଆଲ୍‌ଭାରେଜ୍ କାବ୍ରେଲ
(iii) ଭାସ୍କୋଡ଼ାଗାମା
(iv) ଆଲବୁକର୍କ
Answer:
(iv) ଆଲବୁକର୍କ

୯। ନିମ୍ନୋକ୍ତ କିଏ ଭାରତକୁ ଜଳଯାତ୍ରାରେ ବାହାରି ଆମେରିକାରେ ପହଞ୍ଚିଥିଲେ ?
(i) କଲମ୍ବସ୍
(ii) ଭାସ୍କୋଡ଼ାଗାମା
(iii) ପେଡ୍ରୋଆଭାରେଜ କାବ୍ରେଲ
(iv) ଫ୍ରାନ୍‌ସିସ୍ ଡ୍ରେକ୍
Answer:
(i) କଲମ୍ବସ୍

BSE Odisha 7th Class History Important Questions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୧୦ । ଦିନାମାରମାନେ ବଙ୍ଗଦେଶର ନିମ୍ନୋକ୍ତ କେଉଁ ସ୍ଥାନରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ?
(i) ଚଦନନଗର
(ii) ଶ୍ରୀରାମପୁର
(iii) ସୁତାନଟି
(iv) ଗୋବିନ୍ଦପୁର
Answer:
(ii) ଶ୍ରୀରାମପୁର

୧୧। ଇଂଲଣ୍ଡର ରାଜା ପ୍ରଥମ ଜେମସ୍ ସାର୍ ଟମାସ୍ ରୋ ନାମକ ରାଜଦୂତଙ୍କୁ ଭାରତର କେଉଁ ମୋଗଲ ସମ୍ରାଟଙ୍କ ଦରବାରକୁ ପଠାଇଥିଲେ ?
(i) ଆକବର
(ii) ଶାହାଜାହାନ୍
(iii) ଜାହାଙ୍ଗୀର
(iv) ଔରଙ୍ଗଜେବ୍
Answer:
(iii) ଜାହାଙ୍ଗୀର

୧୨ । ପ୍ରଥମ କର୍ଣ୍ଣାଟକ ସମର କେଉଁ ଖ୍ରୀଷ୍ଟାବ୍ଦ ମଧ୍ୟରେ ହୋଇଥିଲା ?
(i) ୧୬୬୪-୧୭୧୫ ଖ୍ରୀଷ୍ଟାବ୍ଦ
(iii) ୧୭୧୬-୧୭୪୬ ଖ୍ରୀଷ୍ଟାବ୍ଦ
(ii) ୧୬୬୫-୧୭୧୬ ଖ୍ରୀଷ୍ଟାବ୍ଦ
(iv) ୧୭୪୬-୧୭୬୩ ଖ୍ରୀଷ୍ଟାବ୍ଦ
Answer:
(i) ୧୬୬୪-୧୭୧୫ ଖ୍ରୀଷ୍ଟାବ୍ଦ

BSE Odisha 9th Class Political Science Notes Chapter 4 ମାନବାଧିକାର

Odisha State Board BSE Odisha Class 9 Political Science Notes Chapter 4 ମାନବାଧିକାର will enable students to study smartly.

BSE Odisha Class 9 Political Science Notes Chapter 4 ମାନବାଧିକାର

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ସଂଯୁକ୍ତ ରାଷ୍ଟ୍ରସଂଘ (UNO)ର ସନନ୍ଦ ରେ ମାନବାଧ୍ୟାରକ୍ତ ବିପ୍ଳବର ମୌଳିକ ଅଧିକାର ରୂପେ ଉଲ୍ଲେଖ କରାଯାଇଥିଲା ।
  • ୧୯୪୮ ମସିହା ଡିସେମ୍ବର ମାସ ୧୦ ତାରିଖ ଦି ନ ସଂଯୁକ୍ତ ରାଷ୍ଟ୍ର ସଂଘର ସାଧାରଣ (Universal Declaration of Human Rights) ଗୃହୀତ ହୋଇଥିଲା । ଦିବସ’ ଭାବେ ପାଳନ କରାଯାଏ ।
  • ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ‘ମାନବାଧିକାର ଦିବସ’ ଭାବେ ପାଳନ କରାଯାଏ ।
  • ୧୯୬୬ ମସିହାରେ ‘ସାଧାରଣ ସଭା’ ଦ୍ଵାରା ମାନବାଧିକାର ଆଇନଗତ ମର୍ଯ୍ୟାଦା ଲାଭ କଲା ।
  • ୧୯୯୩ ମସିହାରେ ଭିଏନା ଘୋଷଣାନାମାରେ ଥିବା ଗଣତନ୍ତ୍ର, ଅର୍ଥନୈତିକ ବିକାଶ ଓ ମାନବାଧିକାର ପରସ୍ପର ସଂଲଗ୍ନଭାବେ ଦର୍ଶାଗଲା ।

BSE Odisha 9th Class Political Science Notes Chapter 4 ମାନବାଧିକାର

ବିଷୟବସ୍ତୁର ରୂପରେଖ :

  • ମାନବାଧ୍ଵରର ଐତିହାସିକ ଭିତ୍ତିଭୂମି
  • ମାନବାଧ୍ଵରର ପ୍ରକାରଭେଦ
  • ମାନବାଧ୍ଵରର ମୁଖ୍ୟ ଲକ୍ଷଣ
  • ଜାତୀୟ ମାନବାଧ‌ିକାର କମିଶନ (National Human Rights Commission)
  • ଜାତୀୟ ମାନବାଧ୍ୟାକାର କମିଶନର କାର୍ଯ୍ୟବଳୀ
  • ମାନବାଧିକାରର ସୁରକ୍ଷାରେ ପ୍ରତିବନ୍ଧକ

* ବାକ୍ ସ୍ଵାଧୀନତା, ମୁକ୍ତ ବିଶ୍ଵାସ, ଭୟ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତ୍ୟେକ ମଣିଷ ହର ଇତ୍ୟାଦି କେତେକ ମୌଳିକ ମାନବାଧ୍ୟାର ଅଟେ ।

→ ମାନବାଧ୍ଵରର ଐତିହାସିକ ଭିତ୍ତିଭୂମି :

  • ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ମାନବାଧିକାର ସହିତ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାରର ସୁରକ୍ଷା ପାଇଁ ସଂଯୁକ୍ତ ମାନବାଧିକାର ଘୋଷଣାନାମାରେ ଉଦ୍ୟମ କରିଥିଲା ।

* ମାଗ୍ନାକାର୍ଟ, ଆମେରିକାର ସ୍ୱାଧୀନତା ସଂଗ୍ରାମର ଘୋଷଣାନାମା ଓ ଫରାସୀ ବିପ୍ଳବର ଘୋଷଣାନାମାରେ ମାନବାଧିକାର ସମ୍ପର୍କରେ ସୂଚିତ କରାଯାଇଥିଲା ।

BSE Odisha 9th Class Political Science Notes Chapter 4 ମାନବାଧିକାର

→ ମାନବାଧ୍ଵରର ପ୍ରକାରଭେଦ :

ମାନବାଧ୍ୟାକାର ତିନି ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା –
(କ) ପ୍ରଥମ ପିଢ଼ି ଅଧିକାର — ଏଥ‌ିରେ ମଣିଷର ସ୍ଵତନ୍ତ୍ରତାରେ ସରକାରୀ ହସ୍ତକ୍ଷେପରୁ ମୁକ୍ତି ନିମନ୍ତେ ଦୃଷ୍ଟି ଦିଆଯାଇଛି ।
(ଖ) ଦ୍ଵିତୀୟ ପିଢ଼ି ଅଧିକାର – ଏଥୁରେ ମଣିଷର ବିଭିନ୍ନ ଅଧ୍କାର ପ୍ରାପ୍ତି ପାଇଁ ସରକାରଙ୍କର ସକାରାତ୍ମକ ଆଭିମୁଖ୍ୟ ଉପରେ ଗୁରୁତ୍ଵ ଦିଆଯାଇଛି ।
(ଗ) ତୃତୀୟ ପିଢ଼ି ଅଧିକାର – ଏଥରେ ମଣିଷର ସାର୍ବଭୌମ ଅଧିକାରକୁ ଅନ୍ତର୍ଭୁକ୍ତ କରି ମାନବାଧ୍ୟାକାରର କାର୍ଯ୍ୟ ପରିସରକୁ ବ୍ୟାପକ କରାଯାଇଛି ।

→ ମାନବାଧ୍ଵରର ମୁଖ୍ୟ ଲକ୍ଷଣ :
BSE Odisha 9th Class Political Science Notes Chapter 4 ମାନବାଧିକାର Q.1

  • ସାର୍ବଜନୀନ : ଦେଶ, ସମାଜ, ସମ୍ପ୍ରଦାୟ ଓ ସଂସ୍କୃତି ନିର୍ବିଶେଷରେ ସବୁଠାରେ ମାନବାଧ୍ୟାକାରଗୁଡ଼ିକ ସମପରିମାଣରେ ମୂଲ୍ୟବାନ୍ । ତେଣୁ ଏହା ସାର୍ବଜନୀନ ।
  • କେନ୍ଦ୍ରବିନ୍ଦୁରେ ବ୍ୟକ୍ତି : ମାନବାଧିକାରର କେନ୍ଦ୍ରବିନ୍ଦୁରେ ବ୍ୟକ୍ତି ରହିଛି । ଅର୍ଥାତ୍ ସେ ଯେଉଁ ରାଷ୍ଟ୍ର ବା ସମାଜର ଥାଉ ନା କାହିଁକି ଅଧିକାର ଉପଭୋଗ କରେ ।
  • ଗଣତନ୍ତ୍ର ଓ ବିକାଶ : ଗଣତନ୍ତ୍ରରେ ହିଁ ମାନବାଧ୍ୟାକାରର କଳ୍ପନା କରାଯାଇପାରେ । ଗଣତନ୍ତ୍ର ଓ ବିକାଶ ମଧ୍ଯ ପରସ୍ପର ପରିପୂରକ ।

BSE Odisha 9th Class Political Science Notes Chapter 4 ମାନବାଧିକାର

→ ଜାତୀୟ ମାନବାଧ‌ିକାର ସୁବଷ୍ଠା:

  • ୧୯୯୩ ମସିହାରେ ଭାରତରେ ମାନବାଧିକାର ସୁରକ୍ଷା ଆଇନ ପ୍ରଣୟନ କରାଗଲା ଓ ଏହା ଭାରତ ସମ୍ବିଧାନର ୫୧ ଧାରା ଓ ଭିଏନା ସମ୍ମିଳନୀର ସନନ୍ଦ ଅନୁଯାୟୀ କାର୍ଯ୍ୟକାରୀ କରାଯାଇଛି ।
  • କେନ୍ଦ୍ର ସ୍ତରରେ ଜାତୀୟ ମାନବାଧ୍ୟାର କମିଶନ, ରାଜ୍ୟ ସ୍ତରରେ ରାଜ୍ୟ ମାନବାତ୍‌କାର କମିଶନ ଏବଂ ମାନବାଧିକାର କୋର୍ଟ ଗଠନ କରାଯାଇ ଏ ଦିଗରେ କାର୍ଯ୍ୟ କରାଯାଉଛି ।

*‘ଆମ୍‌ନେଷ୍ଟି ଇଣ୍ଟରନେସନାଲ’ ଓ ‘ହ୍ୟୁମାନ୍ ରାଇଟ୍ସ ୱାଚ୍’ ମାନବାଧିକାରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଦୁଇଟି ସଂସ୍ଥା ।

→ ଜାତୀୟ ମାନବାଧ‌ିକାର କମିଶନ (National Human Rights Commission) :

  • ଏହା ୧୯୯୩ ମସିହା ସେପ୍ଟେମ୍ବର ମାସ ୨୯ ତାରିଖରେ ସ୍ଥାପନ କରାଯାଇଥିଲା ।
  • ମାନବାଧିକାର ସମ୍ପର୍କିତ ସଚେତନତା ବୃଦ୍ଧି ଓ ମାନବାଧିକାରକୁ ଅଧିକ ସୁରକ୍ଷା ପ୍ରଦାନ କରିବା ଏହାର ଲକ୍ଷ୍ୟ ଅଟେ ।

BSE Odisha 9th Class Political Science Notes Chapter 4 ମାନବାଧିକାର

→ ଜାତୀୟ ମାନବାଧ୍ୟାକାର କମିଶନର କାର୍ଯ୍ୟବଳୀ :

  • ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗଗୁଡ଼ିକର ତଦନ୍ତ କରିବା ।
  • ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ବିଚାରରେ ପକ୍ଷ ୬ ହେବା ।
  • ସନ୍ତ୍ରାସବାଦୀ କାର୍ଯ୍ୟକଳାପଜନିତ ମାନବାଧ୍ୟାକାର ଉଲ୍ଲଙ୍ଘନର ସମୀକ୍ଷା ସହ ଉଚିତ ପ୍ରସ୍ତାବ ପ୍ରଦାନ କରିବା ମାନବାଧିକାର ସମ୍ପର୍କରେ ଗବେଷଣା, ସଚେତନତା ଓ ପ୍ରୋତ୍ସାହନ ଯୋଗାଇବା ।
  • ମାନବାଧିକାର ସମ୍ପର୍କରେ ଗବେଷଣା, ସଚେତନତା ଓ ପ୍ରୋତ୍ସାହନ ଯୋଗାଇବା ।
  • ଜାତୀୟ ମାନବାଧ୍ୟାକାର କମିଶନକୁ ଦେୱାନୀ ଅଦାଲତ ବା ସିଭିଲ୍‌କୋର୍ଟର ମର୍ଯ୍ୟାଦା ପ୍ରଦାନ କରାଯାଇଛି ।

BSE Odisha 9th Class Political Science Notes Chapter 4 ମାନବାଧିକାର

→ ମାନବାଧିକାରର ସୁରକ୍ଷାରେ ପ୍ରତିବନ୍ଧକ:

  • ମାନବାଧିକାରର ସୁରକ୍ଷାରେ ପ୍ରତିବନ୍ଧକଗୁଡ଼ିକ ହେଲା – ହିଂସାଭାବ, ସାମ୍ପ୍ରଦାୟିକତା ଓ ଦାରିଦ୍ର୍ୟ ।

* ଶ୍ରୀଯୁକ୍ତ ରଙ୍ଗନାଥ ମିଶ୍ର ପ୍ରଥମ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

Odisha State Board BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ Textbook Exercise Questions and Answers.

BSE Odisha Class 7 History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

୧। ତଳେ ଦିଆଯାଇଥ‌ିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଦିଲ୍ଲୀରେ ତୁର୍କ ସୁଲତାନମାନେ କେତେ ବର୍ଷ ଶାସନ କରିଥିଲେ ?
Answer:
ଦିଲ୍ଲୀରେ ତୁର୍କ ସୁଲତାନମାନେ ଦୀର୍ଘ ୩୨୦ ବର୍ଷ ଶାସନ କରିଥିଲେ ।

(ଖ) କୁତ୍‌ବୁଦ୍ଦିନ୍ ପ୍ରତିଷ୍ଠା କରିଥିବା ବଂଶକୁ ଦାସବଂଶ କାହିଁକି କୁହାଯାଏ ?
Answer:

  • ଦାସ ବଂଶର ପ୍ରତିଷ୍ଠାତା ଥିଲେ କୁତବୁଦ୍ଦିନ୍ ଆଇବାକ୍। ସମ୍ରାଟ ହେବା ପୂର୍ବରୁ ସେ ମହମ୍ମଦ ଘୋରୀଙ୍କର ଜଣେ ଦାସ ଥିଲେ ।
  • ଏହି ବଂଶର ଶାସକମାନଙ୍କ ମଧ୍ୟରୁ କେତେକ ନିଜେ ଦାସ ବା ଦାସଙ୍କର ପୁତ୍ର ଥିଲେ । ଏମାନେ ଦାସ ବା କ୍ରୀତଦାସ ଥ‌ିବାରୁ କୁତ୍‌ବୁଦ୍ଦିନ୍ ପ୍ରତିଷ୍ଠା କରିଥିବା ବଂଶକୁ ଦାସବଂଶ କୁହାଯାଏ ।

(ଗ) ଇଲ୍‌ଡ୍‌ମିସ୍ ବିଭିନ୍ନ ସମସ୍ୟାଗୁଡ଼ିକୁ କିପରି ସମାଧନ କରିଥିଲେ ?
Answer:

  • `ଇଲ୍‌ ମିସ୍ ୧୨୧୦ ଖ୍ରୀ.ଅ.ରେ ସୁଲତାନ୍ ହେବାପରେ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।
  • ଏହି ସମସ୍ୟାଗୁଡ଼ିକ କୁତବୁଦ୍ଦିନ୍‌ଙ୍କ ପୁତ୍ର ଆରାମ ଶାହା, ମୁଲତାନ୍ ଓ ବିହାରର ପ୍ରଶାସକ ଏବଂ ରାଜପୁତମାନଙ୍କଦ୍ୱାରା ସୃଷ୍ଟି ହୋଇଥିଲା । ଏମାନଙ୍କ ମଧ୍ୟରୁ କେତେକଙ୍କୁ ସେ ଯୁଦ୍ଧରେ ପରାସ୍ତ କରିଥିଲେ ଓ ଆଉ କେତେକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଫଳରେ ତାଙ୍କ ସାମ୍ରାଜ୍ୟ ପୂର୍ବରେ ଗଙ୍ଗାଠାରୁ ପଶ୍ଚିମରେ ସିନ୍ଧୁ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ଏହି ସମୟରେ ମଧ୍ୟ-ଏସିଆର ମଙ୍ଗୋଲ ଶାସକ ଚେଙ୍ଗିଜ୍ ଖାଁ ଭାରତ ଆକ୍ରମଣ କରି ସିନ୍ଧୁ ନଦୀକୂଳସ୍ଥ କେତେକ ଅଞ୍ଚଳ ଦଖଲ କରି ନେଇଥିଲେ । ମାତ୍ର ଇମିସ୍‌ଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁଁ ଚେଙ୍ଗିଜ୍ ଖାଁ ଭାରତର ଅଧ୍ଵ ଅଞ୍ଚଳ ଦଖଲ ପାଇଁ ଅଗ୍ରସର ହୋଇନଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଘ) ସୁଲତାନ୍ ରେଜିଆ ଅନେକଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେବାର କାରଣ କ’ଣ ?
Answer:

  • ଇଲ୍‌ ମିସ୍‌ଙ୍କ ଝିଅ ରେଜିଆ ଜଣେ ନାରୀ ଶାସିକା ଥିଲେ ।
  • ସେ ଶାସନ କାର୍ଯ୍ୟରେ ତୁର୍କ ସାମନ୍ତମାନଙ୍କ ସହଯୋଗ ପାଇଥିଲେ ମଧ୍ୟ କେତେକ ପ୍ରାଦେଶିକ ଶାସକ ତାଙ୍କୁ ବିରୋଧ କରିଥିଲେ ।
  • ସେଥ‌ିପାଇଁ ସେ ଶାସନକାର୍ଯ୍ୟ ପରିଚାଳନା କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

(ଙ‍) ଗିୟାସୁଦ୍ଦିନ୍ ବଲ୍‌ବନ୍‌ ସମ୍ରାଟଙ୍କ ମର୍ଯ୍ୟାଦା ବଢ଼ାଇବାପାଇଁ କି କି ପଦକ୍ଷେପ ନେଇଥିଲେ ?
Answer:
ସିଂହାସନ ଆରୋହଣ ପରେ ଗିୟାସୁଦ୍ଦିନ୍ ବଲ୍‌ବନ୍ ସୁଲତାନ୍ ପଦବୀର ମର୍ଯ୍ୟାଦା, ବଢ଼ାଇବାପାଇଁ ବିଭିନ୍ନ ପଦକ୍ଷେପମାନ ନେଇଥିଲେ । ଯଥା

  • ସେ ସ୍ଵର୍ଗୀୟ ରାଜତନ୍ତ୍ର ନୀତି ଅନୁସରଣ କରିଥିଲେ ।
  • ସୁଲତାନ୍‌ଙ୍କୁ ଦର୍ଶନ କରିବାକୁ ହେଲେ ସାଷ୍ଟାଙ୍ଗ ପ୍ରଣାମ ଓ ପାଦଚୁମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
  • ସର୍ବୋପରି ସେ ରକ୍ତ ଓ ଲୁହା ନୀତି ଅବଲମ୍ବନ କରିଥିଲେ ।

(ଚ) ଆଲ୍ଲାଉଦ୍ଦିନ୍ ଖାଙ୍କର ଇତିହାସରେ ସ୍ଵତନ୍ତ୍ର ସ୍ଥାନ ରହିଛି କାହିଁକି ?
Answer:
ନିମ୍ନଲିଖ କାରଣ ଯୋଗୁଁ ସୁଲତାନୀ ଇତିହାସରେ ଆଲ୍ଲାଉଦ୍ଦିନ୍ ଖାଲଜୀଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ।

  • ପ୍ରଥମ ସୁଲତାନଭାବେ ସେ ସମଗ୍ର ପୃଥ‌ିବୀକୁ ଜୟ କରିବାର ଅଭିଲାଷ ପୋଷଣ କରି ଏକ ବିଶାଳ ସେନାବାହିନୀ ଗଠନ କରିଥିଲେ । ମାତ୍ର ବୃଦ୍ଧ ପାରିଷଦ ଆଲ୍ଲା ଉଲ୍ ମୁଲକ୍‌ଙ୍କ ପରାମର୍ଶକ୍ରମେ ସେ ପ୍ରଥମେ ଭାରତ ଜୟ କରିବାକୁ ନିଷ୍ପତ୍ତି ନେଇଥିଲେ ।
  • ଏହାଛଡ଼ା ସେ ତିନୋଟି କାର୍ଯ୍ୟ କରିବା ପାଇଁ ନିଷ୍ପଭି ନେଇଥିଲେ । ସେଗୁଡ଼ିକ ହେଲା – ତୁର୍କ ସାମନ୍ତମାନଙ୍କ କ୍ଷମତା ହ୍ରାସ, ଦାକ୍ଷିଣାତ୍ୟ ଓ ରାଜସ୍ଥାନ ବିଜୟ ଏବଂ ମଙ୍ଗୋଲ ଶକ୍ତିର ଧ୍ଵଂସ ସାଧନ ।
  • ସେ ଗୁଜରାଟ, ମାଳବ, ରକ୍ତମ୍ଭର ଓ ମେୱାରର ଚିତୋର ଦୁର୍ଗ ଅଧିକାର କରି ନିଜ ଅଧୀନସ୍ଥ କରିଥିଲେ ।
  • ମାଲିକ୍ କାଫୁରଙ୍କ ସେନାପତିତ୍ୱରେ ସେ ୧୩୦୭ ଖ୍ରୀ.ଅ.ରେ ଦେବଗିରି, ତେଲେଙ୍ଗାନା, ଦ୍ଵାରସମୁଦ୍ର, ପାଶ୍ୟ ଓ ହୟଶାଳ ରାଜ୍ୟ ଜୟକରି ଏକ ବିରାଟ ସାମ୍ରାଜ୍ୟର ଶାସନକର୍ତ୍ତା ହୋଇଥିଲେ ।
  • ସେ ଜମିମାପ କରାଇ ଓ ଅନ୍ୟାନ୍ୟ ବିଭିନ୍ନ ସୂତ୍ରରୁ କର ସଂଗ୍ରହ ମାଧ୍ୟମରେ ଅର୍ଥ ଆଣି ରାଜକୋଷ ବୃଦ୍ଧି କରିଥିଲେ ଓ ଜିନିଷପତ୍ରର ଦରଦାମ୍ ନିୟନ୍ତ୍ରଣ କରାଇଥିଲେ ।

(ଛ) ମହମ୍ମଦ୍ ବିନ୍ ତୁଗ୍‌ଲକ୍‌ଙ୍କୁ ଆଡ଼ବାୟା ରାଜା କୁହାଯାଏ କାହିଁକି ?
Answer:

  • ମହମ୍ମଦ୍ ବିନ୍ ତୁଗ୍‌ଲକ୍ ତାଙ୍କର ଅଦ୍ଭୁତ ପ୍ରକୃତି ଓ ଅଭିନବ କାର୍ଯ୍ୟକଳାପ ପାଇଁ ଦିଲ୍ଲୀର ସୁଲତାନ୍‌ମାନଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲେ ।
  • ସେ ଜଣେ କବି, ସାହିତ୍ୟିକ ଓ ଶାସ୍ତ୍ରଜ୍ଞ ଥିଲେ ଏବଂ ସାମ୍ରାଜ୍ୟ ଓ ଜନସାଧାରଣଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଥିଲେ ।
  • ମାତ୍ର ତାଙ୍କର ଦୃଢ଼ ମନୋବଳର ଅଭାବ ଥିବାରୁ ସେ କୌଣସି କାର୍ଯ୍ୟକୁ ଶେଷପର୍ଯ୍ୟନ୍ତ ଚଳାଇ ରଖିପାରୁ ନଥିଲେ ।
  • ତାଙ୍କର ନିଷ୍ଠା, ଦୂରଦୃଷ୍ଟି ଓ ଧୈର୍ଯ୍ୟର ଅତ୍ୟନ୍ତ ଅଭାବ ଥିବାରୁ ତାଙ୍କର ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନଥିଲା ।
  • ବେଳେ ସମସ୍ତ ଦିଲ୍ଲୀବାସୀଙ୍କୁ ସ୍ଥାନାନ୍ତରିତ କରିବା, ତାମ୍ରମୁଦ୍ରା ପ୍ରଚଳନ ଆଦି ତ୍ରୁଟିପୂର୍ଣ୍ଣ ଯୋଜନାଗୁଡ଼ିକ ବିଫଳ ହୋଇଥିଲା । ଏଥିପାଇଁ ଲୋକମାନେ ତାଙ୍କୁ ଆଡ଼ବାୟା ରାଜା ବୋଲି କହୁଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଜ) ସୁଲତାନୀ ଯୁଗର ଶାସନ କିପରି ବିଭିନ୍ନ ସ୍ତରରେ କାର୍ଯ୍ୟକାରୀ ହେଉଥିଲା ?
Answer:

  • ଆଲ୍ଲାଉଦ୍ଦିନ୍ ଖାଲ୍‌ ଓ ମହମ୍ମଦ ବିନ୍ ତୁଲକ୍‌ଙ୍କ ଶାସନନୀତି ଉପରେ ପର୍ଯ୍ୟବସିତ ସୁଲତାନୀ ଶାସନ ତ୍ରିସ୍ତରୀୟ ଥିଲା, ଯଥା – କେନ୍ଦ୍ର ଶାସନ, ପ୍ରାଦେଶିକ ଶାସନ ଓ ସ୍ଥାନୀୟ ଶାସନ ।
  • କେନ୍ଦ୍ର ଶାସନ :
    (୧) କେନ୍ଦ୍ର ଶାସନର ମୁଖ୍ୟ ଭାବରେ ସୁଲତାନ ଶାସନ ବିଭାଗ ଓ ସୈନ୍ୟ ବିଭାଗର ସର୍ବୋଚ୍ଚ କର୍ତ୍ତା ଥିଲେ ଏବଂ ତାଙ୍କୁ ଶାସନ କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ଯେଉଁ ମନ୍ତ୍ରୀମାନେ ନିଯୁକ୍ତ ହୋଇଥିଲେ ସେମାନେ ଥିଲେ ୱାଜିର୍ ବା ପ୍ରଧାନମନ୍ତ୍ରୀ, କାଜି, ଦିୱାନ-ଇ-ଇନଖା, ବାରିଦ୍-ଇ-ମାମାଲିକ୍ ।
    (୨) ରାଜ୍ୟର ମୁଖ୍ୟ ଆୟ ଭୂରାଜସ୍ୱରୁ ମିଳୁଥିଲା । ଉତ୍ପନ୍ନ ଶସ୍ୟର ଏକ-ତୃତୀୟାଂଶ କର ରୂପେ ଆଦାୟ କରାଯାଉଥିଲା । କୃଷି, ଶିକ୍ଷା ଓ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ସୁଲତାନମାନେ ଅନେକ ପଦକ୍ଷେପ ନେଇଥିଲେ ।
  • ପ୍ରାଦେଶିକ ଶାସନ :
    (୧) ରାଜ୍ୟକୁ କେତେକ ପ୍ରଦେଶ ବା ଇକ୍‌ରେ ବିଭକ୍ତ କରାଯାଇ ଶାସନର ସୁପରିଚାଳନା ପାଇଁ ମୁକ୍ତି, ୱାଲି ଓ ନାଏବ ସୁଲତାନ ଆଦି ଶାସନକର୍ତ୍ତାମାନେ ନିଯୁକ୍ତ ହୋଇଥିଲେ । ସେମାନେ ସୁଲ୍‌ତାନଙ୍କ ଭଳି କ୍ଷମତା ଭୋଗ କରୁଥିଲେ ।
    (୨) ପ୍ରଦେଶର ଆୟବ୍ୟୟ ଦିୱାନ୍-ଇ-ୱାଜିରଙ୍କଦ୍ଵାରା ଯାଞ୍ଚ କରାଯାଉଥିଲା ।
  • ସ୍ଥାନୀୟ ଶାସନ :
    (୧) ପ୍ରତ୍ୟେକ ପ୍ରଦେଶକୁ କେତେଗୁଡ଼ିଏ ସିକ୍ ଓ ପ୍ରତ୍ୟେକ ସିକ୍‌କୁ କେତେଗୁଡ଼ିଏ ପ୍ରଗଣାରେ ବିଭକ୍ତ କରାଯାଇଥିଲା ଯେଉଁଗୁଡ଼ିକର ଶାସନକାର୍ଯ୍ୟ ଜଣେ ଅମିଲ୍ ତୁଲାଉଥିଲେ ।
    (୨) ମକଦ୍ଦମ (ଗ୍ରାମର ମୁଖ୍), ପଟ୍ଟୱାରୀ ମୁଶ୍ରଫ୍ ଆଦି ସ୍ଥାନୀୟ କର୍ମଚାରୀମାନେ ଖଜଣା ଆଦାୟରେ ସାହାଯ୍ୟ କରୁଥିଲେ ।
    (୩) ପଞ୍ଚାୟତ ଗ୍ରାମର ପରିମଳ, ଶିକ୍ଷା ଓ ବିଚାର ଆଦି ବୁଝୁଥିଲାବେଳେ, ଚୌକିଦାର ଅପରାଧ ନିୟନ୍ତ୍ରଣ କରୁଥିଲେ ।

(ଝ) ଇଣ୍ଡୋ-ଇସ୍‌ଲାମୀୟ କଳା ଓ ସ୍ଥାପତ୍ୟ କିପରି ସୃଷ୍ଟି ହୋଇଥିଲା ?
Answer:

  • ତୁର୍କ-ଆଫଗାନ୍‌ମାନେ ଭାରତକୁ ପାରସ୍ୟ ଓ ମଧ୍ୟ-ଏସିଆରୁ କଳା ଓ ସ୍ଥାପତ୍ୟର ନୂଆଶୈଳୀ ଏବଂ କାରିଗରୀ କୌଶଳ ଆଣିଥିଲେ ।
  • ଏହି ନିର୍ମାଣ କୌଶଳ ବ୍ୟବହାର କରି ମୁସଲମାନମାନେ ଭାରତରେ ଅନେକ ମସ୍‌ଜିଦ୍, ସମାଧ୍ ମନ୍ଦିର, ଦୁର୍ଗ, ରାଜପ୍ରାସାଦ ଆଦି ତିଆରି କରିବାପାଇଁ ଚେଷ୍ଟା କରିଥିଲେ ।
  • ମାତ୍ର ଏଗୁଡ଼ିକର ନିର୍ମାଣକାର୍ଯ୍ୟ ପାଇଁ ଭାରତରେ ଯଥେଷ୍ଟ ଆରବୀୟ ଶିଳ୍ପୀ ନ ଥିବାରୁ ସୁଲତାନମାନେ ଉଚ୍ଚକୋଟୀର ଭାରତୀୟ ଶିଳ୍ପୀମାନଙ୍କ ଉପରେ ନିର୍ଭର କରିଥିଲେ ।
  • ଏହାଦ୍ୱାରା ଭାରତୀୟ କଳା ଓ ସ୍ଥାପତ୍ୟ ଏବଂ ଇସ୍‌ଲାମୀୟ କଳା ଓ ସ୍ଥାପତ୍ୟର ସମ୍ମିଶ୍ରଣ ଘଟି ଏକ ନୂତନ କଳା ଓ ସ୍ଥାପତ୍ୟ ସୃଷ୍ଟି ହୋଇଥିଲା ।
  • ଏହା ଇଣ୍ଡୋ-ଇସ୍‌ଲାମୀୟ କଳା ଓ ସ୍ଥାପତ୍ୟ ନାମରେ ଖ୍ୟାତ ।

(ଞ) ହାସାନ୍ ଗାଙ୍ଗୁ ବାହାମନୀ ରାଜ୍ୟର ରାଜା ହୋଇଥିଲେ କିପରି ?
Answer:

  • ମହମ୍ମଦ୍ ବିନ୍ ତୁଗ୍‌ଲକ୍‌ଙ୍କ ଶାସନ ସମୟରେ ଦାକ୍ଷିଣାତ୍ୟର କେତେକ ସାମନ୍ତ ସୁଲତାନଙ୍କ ବିରୁଦ୍ଧରେ ବିଦ୍ରୋହ କରି ଦୌଲତାବାଦ ଅଧିକାର କରିଥିଲେ ।
  • ସେମାନେ ସେମାନଙ୍କ ମଧ୍ୟରୁ ନାସିରଉଦ୍ଦିନ୍ ଶାହାଙ୍କୁ ରାଜା କରିଥିଲେ । ମାତ୍ର ସେ ରାଜ୍ୟ ଚଳାଇବାକୁ ଅସମର୍ଥ ହେବାରୁ ରାଜପଦ ପରିତ୍ୟାଗ କରିଥିଲେ ।
  • ତାଙ୍କ ପରେ ସାମନ୍ତମାନେ ହାସାନ୍ ଗାଙ୍ଗୁଙ୍କୁ ରାଜା କରିବାପାଇଁ ନିଷ୍ପଭି ନେଇଥିଲେ । ହାସାନ୍ ଗାଙ୍ଗୁ ଅଗଷ୍ଟ ୧୩, ୧୩୪୭ ଖ୍ରୀଷ୍ଟାବ୍ଦରେ ବାହାମନୀ ରାଜ୍ୟ ଗଠନ କରିଥିଲେ ।
  • ଗୁଲବଗାଁ ବାହାମନୀ ରାଜ୍ୟର ରାଜଧାନୀ ହୋଇଥିଲା । ପରେ ହାସାନ୍ ଗାଙ୍କୁ ବାହାମନ ଶାହା ଉପାଧ୍ ଧାରଣ କରି ବାହାମନୀ ରାଜ୍ୟ ଶାସନ କରିଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଟ) କୃଷ୍ଣଦେବରାୟ କିଏ ? ତାଙ୍କର ବ୍ୟକ୍ତିତ୍ଵ କିପରି ଥିଲା ?
Answer:

  • ତୁଳୁଭ ବଂଶର କୃଷ୍ଣଦେବରାୟ ବିଜୟନଗର ରାଜ୍ୟର ଶ୍ରେଷ୍ଠ ରାଜା ଥିଲେ ।
  • ତାଙ୍କ ରାଜୁତି ସମୟରେ ବିଜୟନଗର ରାଜ୍ୟର ଖ୍ୟାତି ବଢ଼ିଯାଇଥିଲା । ଶତ୍ରୁମାନଙ୍କ ପ୍ରତି ସେ କଠୋର ମନୋଭାବ ପୋଷଣ କରୁନଥିଲେ ।
  • ସେ ସବୁ ଧର୍ମର ଲୋକମାନଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ ।
  • ସେ ନିଜେ ଜଣେ କବି ଥିଲେ ଏବଂ ତେଲଗୁ ଓ ସଂସ୍କୃତ ସାହିତ୍ୟର ବିକାଶ ପାଇଁ ଉଦ୍ୟମ କରିଥିଲେ ।

୨। ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ଦିଲ୍ଲୀରେ ତୁର୍କ ସୁଲତାନ୍‌ମାନେ ୫୦୦ ବର୍ଷ ଶାସନ କରିଥିଲେ ।
Answer:
ଦିଲ୍ଲୀରେ ତୁର୍କ ସୁଲତାନମାନେ ୩୦୦ ବର୍ଷ ଶାସନ କରିଥିଲେ ।

(ଖ) ରେଜିଆ ବଲବନ୍‌ଙ୍କ ଝିଅ ଥିଲେ ।
Answer:
ରେଜିଆ ଇଲ୍‌ଡ୍‌ମିସ୍‌ଙ୍କ ଝିଅ ଥିଲେ ।

(ଗ) କବି ଅମୀର ଖୁସ୍ରୁ ଇତ୍‌ମିସ୍‌ଙ୍କ ରାଜଦରବାରରେ ସ୍ଥାନ ପାଇଥିଲେ ।
Answer:
କବି ଅମୀର ଖୁସ୍ରୁ ଗିୟାସୁଦ୍ଦିନ୍ ବଲ୍‌ବନ୍‌ଙ୍କ ରାଜଦରବାରରେ ସ୍ଥାନ ପାଇଥିଲେ ।

(ଘ) ଆଲ୍ଲାଉଦ୍ଦିନ୍ ଖାଲ୍ଜୀ ଉଲଘୁ ଖାଁଙ୍କ ସେନାପତିତ୍ଵରେ ଉତ୍ତର ଭାରତର ଅନେକ ରାଜ୍ୟ ଜୟ କରିଥିଲେ ।
Answer:
ଆଲ୍ଲାଉଦ୍ଦିନ୍ ଖାଜୀ ଉଲଘୁ ଖାଁ ଓ ନସରତ୍ ଖାଁଙ୍କ ସେନାପତିତ୍ୱରେ ଉତ୍ତର ଭାରତର ଅନେକ ରାଜ୍ୟ ଜୟ କରିଥିଲେ ।

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଙ) କୁତବୁଦ୍ଦିନ୍ ଆଇବାକ୍‌ଙ୍କ ସମୟରେ ଚେଙ୍ଗିଜ୍ ଖାଁ ଭାରତ ଆକ୍ରମଣ କରିଥିଲେ ।
Answer:
ଇତ୍‌ସିଙ୍କ ସମୟରେ ଚେଙ୍ଗିଜ୍ ଖାଁ ଭାରତ ଆକ୍ରମଣ କରିଥିଲେ ।

(ଚ) ଇବନ୍ ବତ୍ରୁତା ଇଉରୋପ ଦେଶର ପର୍ଯ୍ୟଟକ ଥିଲେ ।
Answer:
ଇବନ୍ ବତ୍ରୁତା ଆରବ ଦେଶର ପର୍ଯ୍ୟଟକ ଥିଲେ ।

(ଛ) ମହମ୍ମଦ ତୁଗ୍‌ଲକ୍ ତାଙ୍କ ରାଜଧାନୀ ଦିଲ୍ଲୀରୁ ବିଜୟନଗରକୁ ଉଠାଇ ନେଇଥିଲେ ।
Answer:
ମହମ୍ମଦ ତୁଗ୍‌ଲକ୍ ତାଙ୍କ ରାଜଧାନୀ ଦିଲ୍ଲୀରୁ ଦୌଲତାବାଦକୁ ଉଠାଇ ନେଇଥିଲେ ।

(ଜ) ଦିୱାନ୍ -ଇ-ବନ୍ସା ରାଜସ୍ୱ ବିଭାଗର ଦାୟିତ୍ଵରେ ଥିଲେ ।
Answer:
ୱାଜିର ରାଜସ୍ୱ ବିଭାଗର ଦାୟିତ୍ଵରେ ଥିଲେ ।

(ଝ) ଢାଇ-ଦିନ୍‌-ପରା ମଞ୍ଜିଦ୍ ମହମ୍ମଦ ବିନ୍ ତୁଘ୍ଲକ୍ ତିଆରି କରିଥିଲେ ।
Answer:
`ଢାଇ-ଦିକା-ଝୋପରା ମସ୍‌ଜିଦ୍ କୁତ୍‌ବୁଦ୍ଦିନ୍ ଆଇବାକ୍ ତିଆରି କରିଥିଲେ ।

(ଞ) ମହମ୍ମଦ ଶାହଙ୍କଦ୍ବାରା ଅହମ୍ମଦାବାଦ ସହର ପ୍ରତିଷ୍ଠା କରାଯାଇଥିଲା ।
Answer:
ଅହମ୍ମଦ ଶାହାଙ୍କଦ୍ବାରା ଅହମ୍ମଦାବାଦ ସହର ପ୍ରତିଷ୍ଠା କରାଯାଇଥିଲା ।

୩ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ। ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ୧୨୦୬ ଖ୍ରୀଷ୍ଟାବ୍ଦଠାରୁ ୧୫୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦିଲ୍ଲୀରେ ସମୁଦାୟ _________________ ଟି ରାଜବଂଶ ଶାସନ କରିଥିଲେ ।
(୪, ୫, ୬, ୭)
Answer:

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଖ) କୁତ୍‌ବୁଦ୍ଦିନ୍ ଆଇବାକ୍ ________________ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ ।
(୧୨୦୩, ୧୨୦୪, ୧୨୦୫, ୧୨୦୬)
Answer:
୧୨୦୬

(ଗ) କୁତ୍‌ବୁଦ୍ଦିନ୍ ଆଇବାକ୍ _____________ ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ।
(କୁତ୍‌ବୁଦ୍ଦିନ୍ ଆଇବାକ୍, ଇମିସ୍, ବଲ୍‌ବନ୍, ରେଜିଆ)
Answer:
କୁତ୍‌ବୁଦ୍ଦିନ୍ ଆଇବାକ୍

(ଘ) ବଲ୍‌ବନ୍‌ଙ୍କ ______________ ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ହୋଇଥିଲା ।
(୧୨୮୪, ୧୨୮୫, ୧୨୮୬, ୧୨୮୭)
Answer:
୧୨୮୭

(ଙ) ପଦ୍ମିନୀ ______________ ରାଜ୍ୟର ରାଣୀ ଥିଲେ ।
(ମେୱାର, ରନ୍ଥମ୍ଭର, ଜାଲୋର, ଜୟପୁର)
Answer:
ମେୱାର

(ଚ) ମହମ୍ମଦ୍ ବିନ୍ ତୁଘ୍ଲକ୍ ସମୁଦାୟ _________________ ବର୍ଷ ଶାସନ କରିଥିଲେ ।
(୨୬, ୨୭, ୨୮, ୨୯)
Answer:
୨୬

BSE Odisha 7th Class History Solutions Chapter 2 ଦିଲ୍ଲୀରେ ସୁଲତାନୀ ଶାସନ

(ଛ) ମହମ୍ମଦ -ବିନ୍-ତୁଗ୍‌ଲକ୍ ତାଙ୍କ ରାଜକୋଷ ପୂରଣ ପାଇଁ __________________ ମୁଦ୍ରା ପ୍ରଚଳନ କରିଥିଲେ ।
(ସୁନା, ରୁପା, ତମ୍ବା, କଂସା)
Answer:
ତମ୍ବା

(ଜ) ସୁଲତାନମାନେ ଉତ୍ପନ୍ନ ଶସ୍ୟର _____________ କର ରୂପେ ନେଉଥିଲେ ।
(ଏକ ତୃତୀୟାଂଶ, ଏକ ଚତୁର୍ଥାଂଶ, ଏକ ପଞ୍ଚମାଂଶ, ଏକ ଷକ୍ଷାଂଶ)
Answer:
ଏକ ତୃତୀୟାଂଶ

(ଝ) ଫିରୋଜ ଶାହ କୋଲା ______________ ଙ୍କତ୍ୱ।ର। ନିମିତ୍ ହୋଇଥିଲା ।
(କୁତ୍‌ବୁଦ୍ଦିନ୍, ଫିରୋଜ ଶାହ, ଅହମ୍ମଦ ଶାହ, ରେଜିଆ)
Answer:
ଫିରୋଜ ଶାହ

(ଞ) ବିଜୟନଗର ରାଜ୍ୟକୁ ସମୁଦାୟ ______________ ଜଣ ଶାସକ ଶାସନ କରିଥିଲେ ।
(୧୩, ୧୪, ୧୫, ୧୬)
Answer:
୧୬

୪। କାଳକ୍ରମ ଅନୁସାରେ ସଜାଇ ଲେଖ ।
ରେଜିଆ, ବଲ୍‌ବନ୍, କୁତ୍‌ବୁଦ୍ଦିନ୍, ଇତ୍‌ମିସ୍, ମହମ୍ମଦ ବିନ୍ ତୁଘ୍ଲକ୍, ଆଲ୍ଲାଉଦ୍ଦିନ୍ ଖାଲ୍‌ଜୀ
Answer:
କୁତ୍ବବୁଦ୍ଦିନ, ଇଲ୍‌ଡ୍‌ମିସ୍‌, ରେଜିଆ, ବଲ୍‌ବନ୍, ଆଲ୍ଲାଉଦ୍ଦିନ୍ ଖାଲ୍‌ଜୀ, ମହମ୍ମଦ ବିନ୍ ତୁଘଲକ୍

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

Odisha State Board BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି Textbook Exercise Questions and Answers.

BSE Odisha Class 9 Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

1. ନିମ୍ନଲିଖତ ଉଦାହରଣଗୁଡ଼ିକୁ ଅନୁଧ୍ୟାନ କର । କାର୍ଯ୍ୟର ସଂଜ୍ଞାନୁସାରେ ଏଥୁମଧ୍ୟରୁ ଯେଉଁ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦିତ ହୋଇଛି, ତାହାର ସୂଚନା ଦିଅ ।

(a) କଳ୍ପନା ଗୋଟିଏ ପୋଖରୀରେ ପହଁରୁଛି ।
ଉ –
କଳ୍ପନା ପୋଖରୀରେ ପହଁରୁଥ‌ିବାରୁ କାର୍ଯ୍ୟ ସମ୍ପାଦିତ ହେଉଛି । କାରଣ ସେ ବଳ ପ୍ରୟୋଗ କରି ନିଜ ଅବସ୍ଥାନରୁ ବିସ୍ଥାପିତ ହୋଇଛି ।

(b) ଗୋଟିଏ ଗଧ ନିଜ ପିଠି ଉପରେ ଜିନିଷ ନେଇଯାଉଛି ।
ନାହିଁ । ଏଠାରେ ଜିନିଷର ଓଜନ ସହ ସମପରିମାଣରେ ଉର୍ଦୁବଳ କ୍ରିୟାଶୀଳ ହୁଏ । କିନ୍ତୁ ଜିନିଷର ବିସ୍ଥାପନ ଆନୁ ଭୂମିକ ଦିଗରେ ହୋଇଥାଏ । ତେଣୁ ବିସ୍ଥାପନ ‘s’ ଓ ବଳ ‘F’ ମଧ୍ୟରେ କୋଣର ପରିମାଣ ଶୂନ ହୋଇଥାଏ । W = Fs cos 90° = 0
∴ ସମ୍ପାଦିତ କାର୍ଯ୍ୟ = 0

(c) ପବନ ଚକି କୂଅରୁ ପାଣି ଉଠାଉଛି ।
ଉ –
ପବନ ଚକି କୂଅରୁ ପାଣି ଉଠାଇଲାବେଳେ କାର୍ଯ୍ୟ ସମ୍ପାଦିତ ହୋଇଥାଏ । କାରଣ ବସ୍ତୁ (ପାଣି) ନିଜ ଅବସ୍ଥାନରୁ ବିସ୍ଥାପିତ ହୋଇଥାଏ ।

(d) ଗୋଟିଏ ସବୁଜ ଉଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରୁଛି ।
ଉ –
ଗୋଟିଏ ସବୁଜ ଉଭିଦ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କଲାବେଳେ କୌଣସି ବିସ୍ଥାପନ ହୋଇନଥାଏ ତେଣୁ ଏଠାରେ କାର୍ଯ୍ୟ ସମ୍ପାଦିତ ହୁଏ ନାହିଁ ।

(e) ଗୋଟିଏ ଇଞ୍ଜିନ୍ ରେଳଗାଡ଼ିକୁ ଟାଣୁଛି ।
ଉ –
ଇଞ୍ଜିନ୍ ରେଳଗାଡ଼ିକୁ ଟାଣିବାବେଳେ ରେଳଡବା ବଳ ଦିଗରେ ବିସ୍ଥାପିତ ହୋଇଥାଏ । ତେଣୁ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।

(f) ସୂର୍ଯ୍ୟଙ୍କ କିରଣରେ ଖାଦ୍ୟଶସ୍ୟଗୁଡ଼ିକୁ ଶୁଖାଯାଉଛି ।
ଉ –
ସୂର୍ଯ୍ୟକିରଣରେ ଖାଦ୍ୟଶସ୍ୟଗୁଡ଼ିକୁ ଶୁଖାଯିବାବେଳେ କୌଣସି ବିସ୍ଥାପନ ଘଟୁ ନ ଥିବାରୁ କାର୍ଯ୍ୟ ହୁଏ ନାହିଁ ।

(g) ଗୋଟିଏ ପାଲଟଣା ଜାହାଜ ପବନ ଯୋଗୁଁ ଦରିଆରେ ଭାସି ଭାସି ଚାଲୁଛି ।
ଉ –
ଗୋଟିଏ ପାଲଟଣା ଜାହାଜ ପନବ ଯୋଗୁଁ ବିସ୍ଥାପନ ହେଉଥ‌ିବାରୁ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।

2. ସର୍କସରେ ରହିଥ‌ିବା ଏକ ବିରାଟ ବଡ଼ ଲୁହା ଜାଲିର ଗ୍ଲୋବ୍‌ (globe) ଭିତରେ ଏକ ମଟର ବାଇକ୍ ଚାଳକ ଦ୍ରୁତ ବେଗରେ ମଟର ବାଇକ୍ ଚଳାଇ, ଗ୍ଲୋବ୍‌ର ଭିତର ପୃଷ୍ଠରେ ଘୂର୍ଶନ କରି ଗ୍ଲୋବ୍‌ର ନିମ୍ନତମ ସ୍ଥାନରୁ ଭୂଲମ୍ବ ଦିଗରେ ଶୀର୍ଷତମ ସ୍ଥାନକୁ ଯାଇ ପୁଣି ନିମ୍ନତମ ସ୍ଥାନକୁ ଫେରିଆସିଲେ ମୋଟ କାର୍ଯ୍ୟ କେତେ ସମ୍ପାଦିତ ହୁଏ ?
ଉ –
ଏଠାରେ ମୋଟ ବଳର ପରିମାଣ = F, ମୋଟ ବିସ୍ଥାପନର ପରିମାଣ = 0
∴ ସମ୍ପାଦିତ କାର୍ଯ୍ୟ (W) = F · s = F . 0 = 0

3. ମୁକ୍ତଭାବେ ଖସୁଥ‌ିବା ଏକ ବସ୍ତୁର ସ୍ଥିତିଜ ଶକ୍ତି କ୍ରମାଗତଭାବେ ହ୍ରାସ ପାଉଛି । ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରୁଛି କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ ।
ଉ –

  • ମୁକ୍ତଭାବେ ଖସୁଥ‌ିବା ଏକ ବସ୍ତୁର ସ୍ଥିତିଜ ଶକ୍ତି କ୍ରମାଗତ ଭାବେ ହ୍ରାସ ପାଏ । କାରଣ ଭୂମିଠାରୁ ବସ୍ତୁର ଉଚ୍ଚତା କମି କମି ଯାଏ । ମାତ୍ର ବସ୍ତୁତ୍ଵ ଓ ତ୍ଵରଣ ସମାନ ଥାଏ ।
  • ମୋଟ ଯାନ୍ତ୍ରିକ ଶକ୍ତିର ପରିମାଣ ସମାନ ହେତୁ ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରେ ନାହିଁ । ସ୍ଥିତିଜ ଶକ୍ତିର ପରିମାଣ କମି କମି ଗଲେ ଗତି ଶକ୍ତିର ପରିମାଣ ସେହି ହାରରେ ବଢ଼ି ବଢ଼ି ଯିବ ।
  • ଏଠାରେ ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହେବ । ମୋଟ ଶକ୍ତି ସମାନ ରହିବ । ଏଣୁ ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରୁ ନାହିଁ ।

4. ତମେ ସାଇକେଲ୍ ଚଳାଇବା ବେଳେ ଶକ୍ତି କେଉଁ ରୂପରୁ କେଉଁ ରୂପକୁ ରୂପାନ୍ତରିତ ହୋଇଥାଏ, ତାହା ବର୍ଣ୍ଣନା କର ।
ଉ –
ପାଇକୋଲ ଚଲାଇବାବେଳେ ଉଭୟ ଦ୍ଵାର ଓ ଗୋଡ଼ର ମାଂସପେଶ1ପ ବଳ ପାଇକେଲ ଉପରେ ପ୍ରସ୍ତୁକ୍ତ ହୋଇଥାଏ । ମାଂସପେଶୀୟ ବଳ ଖାଦ୍ୟର ରାସାୟନିକ ଶକ୍ତିରୁ ମିଳିଥାଏ । ମାଂସପେଶୀୟ ଶକ୍ତି ଯାନ୍ତ୍ରିକ ଶକ୍ତିରେ ପରିଣତ ହୋଇ ସାଇକେଲ୍‌କୁ ଗତିଶୀଳ କରାଏ ।
ଖାଦ୍ୟ → ରାସାୟନିକ ଶକ୍ତି → ମାଂସପେଶୀୟ ଶକ୍ତି → ଯାନ୍ତ୍ରିକ ଶକ୍ତି

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

5. ଗୋଟିଏ ଇଲେକ୍‌ଟ୍ରିକ୍‌ ହିଟର୍‌ର ପାୱାର 1500 ୱାଟ୍ । ଏହା 10 ଘଣ୍ଟାରେ କେତେ ଶକ୍ତି ବ୍ୟବହାର କରିବ ?
ଉ –
ଏଠାରେ ହିଟର୍‌ର ପାୱାର (P) = 1500 ୱାଟ୍, ସମୟ (t) = 10 ଘଣ୍ଟା
∴ W = Pt = 1500 ୱାଟ୍ x 10 ଘଣ୍ଟା = 15000 ୱାଟ୍ ଘଣ୍ଟା = 15 kWh = 15 ୟୁନିଟ୍
∴ ହିଟରଟି 10 ଘଣ୍ଟାରେ 15 ୟୁନିଟ୍ ଶକ୍ତି ବ୍ୟବହାର କରିବ ।

6. (m) ବସ୍ତୁତ୍ଵ ଥ‌ିବା ଗୋଟିଏ ବସ୍ତୁ ଏକ ନିର୍ଦ୍ଦିଷ୍ଟ ପରିବେଗ (v)ରେ ଗତି କରୁଛି । ଏହି ବସ୍ତୁକୁ ସ୍ଥିର ଅବସ୍ଥାକୁ ଆଣିବାକୁ ହେଲେ କେତେ ପରିମାଣର କାର୍ଯ୍ୟ କରିବାକୁ ହେବ ?
ଉ –
ଖୋଟିଏ ବସ୍ତୁର ବସ୍ତୁତ୍ଵ = m
ମନେକର ପ୍ରାରମ୍ଭିକ ପରିବେଗ (u) = v ଓ ଅନ୍ତିମ ପରିବେଗ (v) = 0
ବସ୍ତୁର ତ୍ଵରଣ = a ଓ ବିସ୍ଥାପନ = s
ତୃତ1ଯ ଖତି ସମ1କାରଣ ଅନୁଯାୟ1, v2 = u2 + 2as ⇒ s =
BSE Odisha 9th Class Physical Science Solutions Chapter 8 img-1
ବିଯୁକ୍ତ ଚିହ୍ନରୁ ପରିବେଗ ହ୍ରାସ ପାଇବାର ସୂଚନା ମିଳେ ।

7. 1500 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ମୋଟର କାର୍ ଘଣ୍ଟା ପ୍ରତି 60 କି.ମି. ବେଗରେ ଗତି କରୁଛି । ତାହାକୁ ସ୍ଥିର ଅବସ୍ଥାକୁ ଆସିବାକୁ ହେଲେ କେତେ ପରିମାଣର କାର୍ଯ୍ୟ କରିବାକୁ ହେବ ?
ଉ –
ଏଠାରେ ମୋଟର୍‌ କାରର ପ୍ରାରମ୍ଭିକ ବେଗ (u) = 60 କି.ମି./ ଘଣ୍ଟା \(\frac { 60000 ମି. }{ 3600ସେ. }\) = \(\frac { 5 }{ 3 }\) ମି./ସେ.
ଅନ୍ତିମ ବେଗ (v) = 0 ଓ ବସ୍ତୁତ୍ୱ (m) = 1500 କି.ଗ୍ରା
ମନେକର ମୋଟର୍ କାରର ମୋଟ ବିସ୍ଥାପନ = s ଓ ତ୍ଵରଣ = a
BSE Odisha 9th Class Physical Science Solutions Chapter 8 img-2
କାର୍‌କୁ ସ୍ଥିରାବସ୍ଥାକୁ ଆଣିବାକୁ ହେଲେ 208333-38 ଜୁଲ୍ କାର୍ଯ୍ୟ କରିବାକୁ ପଡ଼ିବ ।

ପ୍ରଶାବଳୀ ଓ ଉତ୍ତର

1. ପ୍ରଶ୍ନ : ଏକ 7 ନିଉଟନ୍ ପରିମାଣର ବଳ ଗୋଟିଏ ବସ୍ତୁ ଉପରେ ପ୍ରୟୋଗ ହୋଇ ବସ୍ତୁଟିକୁ ବଳ ଦିଗରେ 8 ମିଟର ପର୍ଯ୍ୟନ୍ତ ବିସ୍ଥାପନ କରିପାରିଲା । ଏହି କ୍ଷେତ୍ରରେ କାର୍ଯ୍ୟର ପରିମାଣ କେତେ ?
BSE Odisha 9th Class Physical Science Solutions Chapter 8 img-3
ଉ –
ଏଠାରେ F = 7 ନିଉଟନ୍,
s = 8 ମିଟର ।
∴ କାର୍ଯ୍ୟର ପରିମାଣ (W) = F. s = 7 ନିଉଟନ୍ × 8 ମିଟର = 56 am |

2. ଆମେ କେଉଁ କ୍ଷେତ୍ରରେ କହିବା ଯେ, କାର୍ଯ୍ୟ ସଂପାଦିତ ହୋଇଛି ?
ଉ –
ଯେତେବେଳେ ଗୋଟିଏ ବସ୍ତ୍ର ଉପରେ ବାହ୍ୟବଳ ପ୍ରୟୋଗ କରାଯାଏ, ତାକୁ ବଳ ଦିଗରେ ଗତିଶୀଳ କଲେ କାର୍ଯ୍ୟ ସମ୍ପାଦିତ ହୋଇଥାଏ।

3. କାର୍ଯ୍ୟର ଏକ ଉଦାହରଣ ଦିଅ ଯେଉଁଠାରେ କି ବସ୍ତୁ ଉପରେ ପ୍ରୟୋଗ ହୋଇଥବା ବଳ ଏବଂ ଏହାଦ୍ଵାରା ବସ୍ତୁର ବିସ୍ଥାପନ ଏକ ଦିଗରେ ହେଉଥ‌ିବ।
ଉ –
ପାହାଡ଼ ଉପରୁ ଜଣେ ବ୍ୟକ୍ତି ଓହ୍ଲାଇଲା କ୍ଷେତ୍ରରେ ବସ୍ତୁ ଉପରେ ପ୍ରୟୋଗ ହୋଇଥିବା ବଳ ଓ ବସ୍ତୁର ବିସ୍ଥାପନ ଏକ ଦିଗରେ ହୋଇଥାଏ।

4. କାର୍ଯ୍ୟର ଆଉ ଏକ ଉଦାହରଣ ଦିଅ ଯେଉଁ କ୍ଷେତ୍ରରେ ବସ୍ତୁ ଉପରେ ପ୍ରୟୋଗ ହୋଇଥୁବା ବଳ ଓ ବସ୍ତୁର ବିସ୍ଥାପନ ବିପରୀତ ଦିଗରେ ହୋଇଥ‌ିବ ?
ଉ –
ଏକ ପଥରକୁ ଟେକିଲାବେଳେ ବସ୍ତୁ ଉପରେ ପ୍ରୟୋଗ ହୋଇଥିବା ବଳ ଓ ବସ୍ତୁର ବିସ୍ଥାପନ ବିପରୀତ ଦିଗରେ ହୋଇଥାଏ।

5. ଏକ ଜୁଲ୍ କାର୍ଯ୍ୟକୁ ଗାଣିତିକ ଭାଷାରେ ପ୍ରକାଶ କର।
ଉ –
1 ନିଉଟନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ 1 ମିଟର ବିସ୍ଥାପିତ କଲେ, ବଳଦ୍ଵାରା ସମ୍ପାଦିତ କାର୍ଯ୍ୟକୁ ଏକ ଜୁଲ୍ କୁହାଯାଏ । 1 ଜୁଲ୍ = 1ନିଜଗନ୍ x 1ମିଟର

6. କୌଣସି ବସ୍ତୁର ଗତିଜ ଶକ୍ତି କ’ଣ ?
ଉ –
କୌଣସି ବସ୍ତୁ ତାହାର ଗତି ଯୋଗୁଁ ଯେଉଁ ଶକ୍ତି ଆହରଣ କରିଥାଏ, ତାହାକୁ ବସ୍ତୁର ଗତିଜ ଶକ୍ତି କୁହାଯାଏ।

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

7. ବସ୍ତୁର ଗତିଜ ଶକ୍ତିର ସମୀକରଣ ଲେଖ ।
ଉ-
Ek = \(\frac { 1 }{ 2 }\) mv2 ଯେଉଁଠାରେ Ek = ଗତିଜ ଶକ୍ତିର ପରିମାଣ, ବସ୍ତୁର ବସ୍ତୁତ୍ଵ = m ଏବଂ ବସ୍ତୁର ପରିବେଗ = v।

8. ଗୋଟିଏ ବସ୍ତୁର ବସ୍ତୁତ୍ଵ m, ପରିବେଗ 5ମି. | ସେ. ଏବଂ ଗତିଜ ଶକ୍ତି 25 ଜୁଲ୍ । ଯଦି ବସ୍ତୁର ପରିବେଗକୁ ଦ୍ଵିଗୁଣିତ କରାଯାଏ, ତେବେ ତାହାର ଗତିଜ ଶକ୍ତି କେତେ ହେବ ? ଗତିଜ ଶକ୍ତି କେତେ ଗୁଣ ହୋଇଗଲା ?
ଉ-
ଗୋଟିଏ ବସ୍ତୁର ବସ୍ତୁତ୍ଵ = m, ପରିବେଗ (v) = 5 ମି./ସେ.
ଗତିଜ ଶକ୍ତି (Ek) = 25 ଜୁଲ୍
⇒ \(\frac { 1 }{ 2 }\) mv2 = 25 ଜୁଲ୍
⇒\(\frac { 1 }{ 2 }\) . m . (5 ମି./ସେ.)2 = 25 ଜୁଲ୍
⇒ m . 25 ମି2/ସେ2 = 50 ଜୁଲ୍
⇒ m = \(\frac { 50 }{ 25 }\) କି . ଗ୍ରା. ଣ୍ଠି 2 କି.ଗ୍ରା.
v ଦ୍ଵିଗୁଣିତ ହେଲେ v= 2 × 5ମି./ସେ. ଣ୍ଠି 10 ମି./ସେ.
∴ ଗତିକ ଶକ୍ତି = \(\frac { 1 }{ 2 }\) mv2 = \(\frac { 1 }{ 2 }\) x 2 କି.ଗ୍ରା. × (10 ମି./ସେ.)2 = 100 ଜୁଲ୍
∴ ଗତିକ ଶକ୍ତି = \(\frac { 100 }{ 25 }\) = 4 ଗୁଣ ହେଲା ।

(b) ସ୍ଥିତିଜ ଶକ୍ତି (Potential Energy):

9. ପାୱାରର୍ ସଂଜ୍ଞା କ’ଣ ?
ଉ-
କାର୍ଯ୍ୟ କରିବାର ହାରକୁ ପାୱାର୍ କହନ୍ତି ।

10. ଏକ ୱାଟ୍ ପାୱାର୍ କହିଲେ କ’ଣ ବୁଝ ?
ଉ-
ଯଦି ଗୋଟିଏ କାରକ ଏକ ସେକେଣ୍ଡରେ ଏକ ଜୁଲ୍ କାର୍ଯ୍ୟ ସମ୍ପାଦନ କରିପାରେ, ତେବେ ତାହାର ପାୱାର ଏକ ୱାଟ୍ ବୋଲି କୁହାଯାଏ ।
BSE Odisha 9th Class Physical Science Solutions Chapter 8 img-4

11. ଗୋଟିଏ ବିଦ୍ୟୁତ୍ ବଲ୍‌ବ 10 ସେକେଣ୍ଡ ସମୟ ମଧ୍ୟରେ 1000 ଜୁଲ୍ ଶକ୍ତି ବ୍ୟବହାର କରେ । ତାହାର ପାୱାର କେତେ ?
ଉ-
ଏଠାରେW = 1000 ଜୁଲ୍ ଓ t = 10 ସେକେଣ୍ଡ
BSE Odisha 9th Class Physical Science Solutions Chapter 8 img-5
∴ ବିଦ୍ୟୁତ୍ ବଲ୍‌ବର ପାୱାର 100 ୱାଟ୍ ।

12. ହାରାହାରି ପାଓ୍ବାର କେତେବେଳେ ନିର୍ଣ୍ଣୟ କରାଯାଏ ? ଏହାର ସଂଜ୍ଞା କ’ଣ ?
ଉ-

  • ଗୋଟିଏ ବସ୍ତୁ ଅଲଗା ଅଲଗା ସମୟ ବ୍ୟବଧାନରେ ଅଲଗା ଅଲଗା ହାରରେ କାର୍ଯ୍ୟ ସଂପାଦନ କଲେ ସେତେବେଳେ ବସ୍ତୁ ବା କାରକର ହାରାହାରି ପାଓ୍ବାର ନିର୍ଣ୍ଣୟ କରାଯାଏ ।
  • ସଂଜ୍ଞା – କାର୍ଯ୍ୟ ସମ୍ପାଦନ ସମୟରେ ମୋଟ ନିୟୋଜିତ ଶକ୍ତି ବା ମୋଟ ସଂପାଦିତ କାର୍ଯ୍ୟ ଏବଂ ମୋଟି ସମୟର ଅନୁପାତକୁ ହାରାହାରି ପାୱାର କୁହାଯାଏ ।

BSE Odisha 9th Class Physical Science Solutions Chapter 8 img-6

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ 8.1 :
ତୁମର ଦୈନନ୍ଦିନ ଜୀବନରେ କାର୍ଯ୍ୟ କରିବାର କିଛି ଉଦାହରଣକୁ ମନେ ପକାଅ ଓ ତା’ର ଏକ ତାଲିକା ପ୍ରସ୍ତୁତ କର । ଏପରି କିଛି ଉଦାହରଣ ଦିଅ ଯେଉଁଠାର କି ବଳ ପ୍ରୟୋଗ ହୋଇ ମଧ୍ୟ ବସ୍ତୁଟିର ଅବସ୍ଥାନରେ କୌଣସି ପରିବର୍ତ୍ତନ ହୁଏ ।
ଉ –

  • ଫୁଟବଲ ଗଡ଼ାଇବା, ଫୁଲ ତୋଳିବା, କୂଅରୁ ପାଣିକାଢ଼ିବା, କାଠଗଣ୍ଠିକୁ ଗଡ଼ାଇବା- ଏ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ହୋଇଛି, କାରଣ ବସ୍ତୁ ବିସ୍ଥାପିତ ହୋଇଛି ।
  • ମନେକର ଏକ ଓଜନିଆ କାଠଗଣ୍ଡିକୁ ଜଣେ ବଳପ୍ରୟୋଗ କରି ଠେଲିଲା । ଏଠାରେ ଠେଲାବଳ ପ୍ରୟୋଗ ହେଲା ମାତ୍ର କାଠଗଣ୍ଡିଟି ହଲିଲା ନାହିଁ । ତେବେ ଏଠାରେ କାର୍ଯ୍ୟ ହେଲା ନାହିଁ ।

ତୁମପାଇଁ କାମ 8.2 :

  • ବିଭିନ୍ନ ଶକ୍ତି ଉତ୍ସର ତାଲିକା କର ।
  • କେଉଁ କେଉଁ ଶକ୍ତି ସୂର୍ଯ୍ୟଙ୍କଠାରୁ ମିଳିଥାଏ, ତାହାର ଏକ ତାଲିକା କର ।
  • ଏପରି କୌଣସି ଶକ୍ତି ରହିଛି, ଯାହାକି ସୂର୍ଯ୍ୟଙ୍କଠାରୁ ଆସିନାହିଁ ? ତାହାର ଏକ ତାଲିକା କର ।

ଉ –

  • କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍, ସମୁଦ୍ର ଓ ନଦୀର ଜଳ, ଗୋବର, କାଠ, ପବନ, ଜୁଆର ଆଦି ଶକ୍ତିର ଉତ୍ସ ।
  • ସୌରଶକ୍ତି ଆଲୋକ ଶକ୍ତି, ତାପଶକ୍ତି, ବିଦ୍ୟୁତ୍ ଶକ୍ତି, ରାସାୟନିକ ଶକ୍ତି ଆଦି ବିଭିନ୍ନ ଶକ୍ତିକୁ ରୂପାନ୍ତରିତ ହୋଇଥାଏ ।
  • ନ୍ୟୁକ୍ଲିୟ ଶକ୍ତି ଓ ଭୂତାପୀୟ ଶକ୍ତି ସୂର୍ଯ୍ୟଙ୍କଠାରୁ ମିଳି ନଥାଏ ।
    • ଯେଉଁ ବସ୍ତୁର କାର୍ଯ୍ୟ କରିବାପାଇଁ କ୍ଷମତା ଥାଏ, ତାହା ମଧ୍ୟରେ ଶକ୍ତି ରହିଥାଏ । ବସ୍ତୁ ନିଜେ କାର୍ଯ୍ୟ କଲେ ଶକ୍ତି ହ୍ରାସ ପାଏ ।
    • ଯେତେବେଳେ ବସ୍ତୁ ଉପରେ ବାହ୍ୟବଳ ପ୍ରୟୋଗ କରାହୋଇଥାଏ ଓ ସେହି ବଳଦ୍ଵାରା ବସ୍ତୁ ଉପରେ କିଛି କାର୍ଯ୍ୟ କରାଯାଏ, ସେହି ସମୟରେ ବସ୍ତୁର ଶକ୍ତି ବୃଦ୍ଧି ପାଏ ।
    • ଯଦି ଗୋଟିଏ ବସ୍ତୁ ମଧ୍ୟରେ ଅଧିକ ଶକ୍ତି ଥାଏ, ତେବେ ସେହି ବସ୍ତୁ ନିକଟରେ କାର୍ଯ୍ୟ କରିବା ପାଇଁ ଅଧ‌ିକ କ୍ଷମତା ଥାଏ ।
      କାର୍ଯ୍ୟ କରିବାର ସାମର୍ଥ୍ୟକୁ ଶକ୍ତି କୁହାଯାଏ ।

ଉଦାହରଣ :

  • ଗୋଟିଏ ସମତଳରେ ଦୁଇଟି ଗୋଲକ କିଛି ବ୍ୟବଧାନରେ ରହିଛି । ସେଥିମଧ୍ୟରୁ ଦ୍ଵିତୀୟ ଗୋଲକଟି ସ୍ଥିର ରହିଛି ।
  • ପ୍ରଥମ ଗୋଲକଟିକୁ ଦ୍ଵିତୀୟ ଗୋଲକ ଆଡ଼କୁ ଗଡ଼ାଇ ଦିଆଗଲା । ଗଡ଼ିଗଡ଼ ଗତି କରୁଥିବା ପ୍ରଥମ
  • ଯେତେବେଳେ ପ୍ରଥମ ଗୋଲକଟି ଦ୍ଵିତୀୟ ଗୋଲକକୁ ଧକ୍‌କା ଦେବ, ସେତେବେଳେ ପ୍ରଥମ ଗୋଲକଟି ଦ୍ଵିତୀୟ ଗୋଲକ ଉପରେ ବଳ ପ୍ରୟୋଗ କରିବ।
  • ଏହାଦ୍ଵାରା ପ୍ରଥମ ଗୋଲକର ଶକ୍ତିର ସମ୍ପୂର୍ଣ୍ଣ ବା କିଛି ଅଂଶ ଦ୍ୱିତୀୟ ଗୋଲକକୁ ସଞ୍ଚାରିତ ହେବ ଏବଂ ସ୍ଥିର ହୋଇ ରହିଥ‌ିବା ଦ୍ଵିତୀୟ ଗୋଲକଟି ପ୍ରଥମ ଗୋଲକଠାରୁ କିଛି ଶକ୍ତି ଆହରଣ କରିବ ଓ ତାହା ଗତିଶୀଳ ହୋଇ ସମତଳ ପୃଷ୍ଠ ଉପରେ ଗଡ଼ିବା ଆରମ୍ଭ କରିବ ।
  • ପ୍ରଥମ ଗୋଲକର ଶକ୍ତି ଥିବାରୁ ତାହା ଧକ୍‌କା ମାରିବାବେଳେ କାର୍ଯ୍ୟକରି ଦ୍ଵିତୀୟ ଗୋଲକକୁ ଗତିଶୀଳ କରାଇ ପାରିଲା । ତେଣୁ ବସ୍ତୁରେ ଶକ୍ତି ଥିଲେ ତାହା କାର୍ଯ୍ୟ କରିପାରେ । କାର୍ଯ୍ୟ କରିବାର ସାମର୍ଥ୍ୟ ଦ୍ଵାରା ଶକ୍ତିକୁ ମପାଯାଇପାରିବ |

ଏକକ :
କାର୍ଯ୍ୟ ଓ ଶକ୍ତିର ଏକକ ସମାନ । CGS ପଦ୍ଧତିରେ ଶକ୍ତିର ଏକକ ଅର୍ଗ ଓ SI ପଦ୍ଧତିରେ ଜୁଲ୍ ଅଟେ । ଶକ୍ତିର ବୃହତ୍ତର ଏକକ କିଲୋକୁଲ୍ (kilo joule) ।

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

ତୁମପାଇଁ କାମ 8.3
ବାଲୁକା ଶଯ୍ୟା ଉପରେ ଏକ ଓଜନିଆ ବଲ୍‌କୁ 25 ସେ.ମି. ଉଚ୍ଚତାରୁ ପକାଇ ବାଲି ଉପରେ ସୃଷ୍ଟି ହୋଇଥିବା ଅବତଳ ଆକାରର ଗାତର ଗଭୀରତାକୁ ମପାଯାଉ । ଏହାପରେ ସେହି ବଲ୍‌କୁ 50 ସେ.ମି., I ମିଟର ଓ 5 ମିଟର
ଗଭୀରତା ଅଧୂକ ଓ କେଉଁଟିର କମ୍ ତାହା କାରଣ ସହ ଲେଖ । ଗାତର ଗଭୀରତା ଓ ବଲ୍ ପଡୁଥିବା ଉଚ୍ଚତା ମଧ୍ୟରେ କି ସଂପର୍କ ଅଛି ନିର୍ଣ୍ଣୟ କର ।
ଉ –

  • 25 ସେ.ମି. ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥିବା ଗାତ ଅପେକ୍ଷା 50 ସେ.ମି. ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥିବା ଗାତର ଗଭୀରତା ଅଧ‌ିକ ହୋଇଥାଏ । ଅର୍ଥାତ୍ ଉଚ୍ଚତା ଯେତେ ବୃଦ୍ଧି ପାଏ ଗାତର ଗଭୀରତା ସେହି ଅନୁ ସାରେ ଅଧିକ ହୋଇଥାଏ ।
  • 5 ମିଟର ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥ‌ିବା ଗାତର ଗଭୀରତା ଅଧ‌ିକ ଓ 25 ସେ.ମି. ଉଚ୍ଚତାରୁ ପଡ଼ିଥିବା ବଦ୍ଵାରା ସୃଷ୍ଟି ହୋଇଥ‌ିବା ଗାତର ଗଭୀରତା କମ୍ ହୋଇଥାଏ ।
  • ବଲ୍ ଅଧ‌ିକ ଉଚ୍ଚତାରୁ ପଡ଼ିଲେ ଗାତର ଗଭୀରତା ଅଧିକ ହୁଏ । ଅଧିକ ଉଚ୍ଚତାରୁ ବସ୍ତୁଟିଏ ପଡ଼ିଲେ ତା’ର ପରିବେଗ ଅଧ୍ବକ ହେବ । ତେଣୁ ଗାତର ଗଭୀରତା ଅଧୂକ ହେବ ।
    • ଗୋଟିଏ ବସ୍ତୁର ବେଗ ବଢ଼ିଲେ ତାହାର ଗତିଜ ଶକ୍ତି ବୃଦ୍ଧିପାଏ ଓ ବେଗ କମିଲେ ତାହାର ଗତିଜ ଶକ୍ତି ହ୍ରାସପାଏ । ଗତିଶୀଳ ବସ୍ତୁ କାର୍ଯ୍ୟକଲେ ତାହାର ଗତିଜ ଶକ୍ତି ହ୍ରାସପାଏ ।
    • ସ୍ଥିର ବସ୍ତୁର ଗତିଜ ଶକ୍ତି ନଥାଏ, ତେଣୁ ସ୍ଥିର ବସ୍ତର ଗତିଜ ଶକ୍ତି ଶୂନ ଅଟେ ।
    • ଗତିଶୀଳ ବସ୍ତୁ ସ୍ଥିର ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ଯେଉଁ ପରିମାଣର କାର୍ଯ୍ୟକରେ ତାହା ତା’ର ଗତିଜ ଶକ୍ତିର ପରିମାଣ ସହିତ ସମାନ ଅଟେ |
    • ଗତିର ବିପରୀତ ଦିଗରେ ବଳ ପ୍ରୟୋଗ କଲେ ବସ୍ତୁର ବେଗ ଧୀରେ ଧୀରେ କମିଯାଏ ଓ ଶେଷରେ ବସ୍ତୁଟି ସ୍ଥିର ହୋଇଯାଏ । ଏଠାରେ ବସ୍ତୁ ପ୍ରତିରୋଧୀ ବଳ ବିରୁଦ୍ଧର ନିଜର ଶକ୍ତି ବ୍ୟବହାର କରି କାର୍ଯ୍ୟ କରେ ଏବଂ ମୋଟ ସମ୍ପାଦିତ କାର୍ଯ୍ୟ ତାର ଗତିଜ ଶକ୍ତି ସହ ସମାନ ହୋଇଥାଏ ।

ଉଦାହରଣ –
ରାସ୍ତାରେ ଚାଲୁଥିବା କାର୍, ଆକାଶରେ ଉଡୁଥ‌ିବା ଉଡ଼ାଜାହାଜ, ଗଛରୁ ତଳକୁ ପଡୁଥ‌ିବା ଫଳ, ବନ୍ଧୁକରୁ ନିର୍ଗତ ହେଉଥ‌ିବା ବୁଲେଟ୍‌ରେ ଗତିଜ ଶକ୍ତି ଥାଏ ।

ଗତିଜ ଶକ୍ତି ନିମନ୍ତେ ଗାଣିତିକ ସୂତ୍ର :

  • ମନେକର m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁ ଗୋଟିଏ ସରଳରେଖାରେ ସ୍ଥିର ପରିବେଗ (u)ରେ ଗତି କରୁଛି । ଏହି ବସ୍ତୁ ଉପରେ ତା’ର ଗତିର ଦିଗରେ ବଳ (F) ପ୍ରୟୋଗ କରାଗଲା ।
  • ବସ୍ତୁର ପରିବେଗ ବୃଦ୍ଧିପାଇ ତ୍ଵରଣ a ସୃଷ୍ଟିହେଲା ଓ ତାହା ଦୂରତା s ଅତିକ୍ରମ କଲାପରେ ତା’ର ପରିବେଗ v ହେଲା ।
  • ତୃତୀୟ ଗତି ସମୀକରଣ ଅନୁ ସାରେ v2 = u2 + 2as
    BSE Odisha 9th Class Physical Science Solutions Chapter 8 img-7
    ପ୍ରୟୋଗ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟ (W) = F · s = m a s (∵ F = ma)BSE Odisha 9th Class Physical Science Solutions Chapter 8 img-8
  • ଯଦି ପ୍ରାରମ୍ଭରୁ ବସ୍ତୁ ସ୍ଥିର ରହିଥାଏ ତେବେ ପ୍ରାରମ୍ଭିକ ବେଗ (u) = 0 ଅଟେ ।
  • ଏହି କାର୍ଯ୍ୟ ବାହ୍ୟବଳ ଦ୍ଵାରା ସମ୍ପାଦିତ ହୋଇଛି । ଏହା ସମପରିମାଣର ଗତିଜ ଶକ୍ତି (Ek) ଭାବରେ ବସ୍ତୁ ମଧ୍ୟରେ ରହେ ।
    ତେଣୁ Ek = W ⇒ Ek = \(\frac { 1 }{ 2 }\) mv2

ତୁମପାଇଁ କାମ 8.4 :
ଗୋଟିଏ ରବର ବ୍ୟାଣ୍ଡ୍ ନେଇ ଏହାର ଗୋଟିଏ ମୁଣ୍ଡକୁ ହାତରେ ଧରି ଅନ୍ୟ ମୁଣ୍ଡକୁ ଟାଣ । ରବର ବ୍ୟାଣ୍ଡ୍‌ ଲମ୍ବା ହୋଇଯାଏ । ବର୍ତ୍ତମାନ ରବର ବ୍ୟାଣ୍ଡ୍‌ର ଗୋଟିଏ ମୁଣ୍ଡକୁ ଛାଡ଼ିଦିଅ । କ’ଣ ହେଉଛି ଲକ୍ଷ୍ୟକର ।
ଉ –
ରବର ବ୍ୟାଣ୍ଟି ତା’ର ମୂଳ ଅବସ୍ଥାକୁ ଫେରିଯିବ । ଏଠାରେ ରବର ବ୍ୟାଣ୍ଟି ତା’ର ପ୍ରସାରଣ ଯୋଗୁ ଶକ୍ତି ଅର୍ଜନ କରିଥାଏ ।

ତୁମପାଇଁ କାମ 8.5 :
ଗୋଟିଏ ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ଗୋଟିଏ ବସ୍ତୁକୁ ଉଠାଅ । ଉତ୍ତୋଳିତ ବସ୍ତୁଟି ଏବେ କାର୍ଯ୍ୟ କରିପାରିବ । ଏହାକୁ ହାତରୁ ଛାଡ଼ିବା ମାତ୍ରେ ତାହା ତଳକୁ ଖସିପଡ଼ିବ । ଏହା ଦର୍ଶାଏ ଯେ, ବସ୍ତୁଟି ଉଚ୍ଚକୁ ଉଠିବାମାତ୍ରେ ତାହା କିଛି ଶକ୍ତି ଅର୍ଜନ କରିଥାଏ; ଯାହାଦ୍ଵାରା ସେ କାର୍ଯ୍ୟ କରିପାରେ । ଯଦି ଉଚ୍ଚତା ବଢ଼ାଇ ଦିଆଯାଏ, ତେବେ ବସ୍ତୁଟି ଅଧିକ ଶକ୍ତି ଆହରଣ କରିବ ଏବଂ ଅଧ୍ବକ କାର୍ଯ୍ୟ ସମ୍ପାଦନ କରିପାରିବ । ବସ୍ତୁଟି କେଉଁଠାରୁ ଏହି ଶକ୍ତି ଗ୍ରହଣ କଲା ?
ଉ –
କୌଣସି ବସ୍ତୁ ଆପେ ଆପେ ଉପରକୁ ଉଠିପାରେ ନାହିଁ । ବାହ୍ୟବଳ ପ୍ରୟୋଗ କଲେ ବସ୍ତୁଟି ଉପରକୁ ଉଠେ । ବାହ୍ୟବଳ ବସ୍ତୁ ଉପରେ କିଛି କାର୍ଯ୍ୟ କରିଥାଏ । ବସ୍ତୁ ଉପରେ ସଂପାଦିତ ହେଉଥ‌ିବା କାର୍ଯ୍ୟ ଯୋଗୁଁ ତାହା କିଛି ଶକ୍ତି ଆହରଣ କରିଥାଏ ଏବଂ ଏହି ଶକ୍ତି ବସ୍ତୁକୁ ସ୍ଥାନାନ୍ତରିତ ହୋଇ ବସ୍ତୁରେ ଗଚ୍ଛିତ ହୋଇ ରହେ । ଏହି ଗଚ୍ଛିତ ଶକ୍ତିକୁ ବସ୍ତୁର ସ୍ଥିତିଜ ଶକ୍ତି କୁହାଯାଏ ।

ଉଦାହରଣ –
ଏକ ରବର ବ୍ୟାଣ୍ଟକୁ ଟାଣି ଲମ୍ବା କଲେ ରବର ବ୍ୟାଣ୍ଡ୍ ଉପରେ କିଛି କାର୍ଯ୍ୟ ସମ୍ପାଦିତ ହୁଏ । ଏହି କାର୍ଯ୍ୟ ଯୋଗୁଁ -ବିରୂପିତ ରବର ବ୍ୟାଣ୍ଡ୍ କିଛି ଶକ୍ତି ଆହରଣ କରେ । ଏହି ଶକ୍ତି ରବର ବ୍ୟାଣ୍ଡ୍ ମଧ୍ଯରେ ଗଚ୍ଛିତ ହୋଇ ରହେ । ଏହି ଶକ୍ତିକୁ ରବର ବ୍ୟାଣ୍ଡ୍‌ ସ୍ଥିତିଜ ଶକ୍ତି କୁହାଯାଏ ।

BSE Odisha 9th Class Physical Science Solutions Chapter 8 କାର୍ଯ୍ୟ ଓ ଶକ୍ତି

ତୁମପାଇଁ କାମ 8.6 :
କିଛି ସାଙ୍ଗମାନଙ୍କୁ ନେଇ ଗୋଟିଏ ଛୋଟିଆ ଗ୍ରୁପ୍‌ରେ ବସ । ସମସ୍ତଙ୍କ ସାଙ୍ଗରେ ପ୍ରକୃତିରେ ହେଉଥ‌ିବା ବିଭିନ୍ନ ରୂପାନ୍ତରଣ ବିଷୟରେ ଆଲୋଚନା କର । ସାଙ୍ଗମାନଙ୍କ ସହିତ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକ ବିଷୟରେ ଆଲୋଚନା କର ।

  • ସବୁଜ ଉଭିଦ କିପରି ଭାବେ ନିଜର ଖାଦ୍ୟ ପ୍ରସ୍ତୁତ କରନ୍ତି ?
  • ଏଥିପାଇଁ ସବୁଜ ଉଭିଦ କେଉଁଠୁ ଶକ୍ତି ପାଏ ?
  • ବାୟୁମଣ୍ଡଳରେ ବାୟୁ କିଭଳି ଭାବେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଚଳପ୍ରଚଳ କରେ ?
  • କୋଇଲା, ପେଟ୍ରୋଲିୟମ୍ ଭଳି ଇନ୍ଧନ ପ୍ରକୃତିରେ କିପରି ପ୍ରସ୍ତୁତ ହୁଏ ?
  • କେଉଁ ପ୍ରକାରର ଶକ୍ତି ରୂପାନ୍ତରଣ ଜଳଚକ୍ରକୁ ସାହାଯ୍ୟ କରିଥାଏ ?

ଉ –

  • ସବୁଜ ଉଦ୍ଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରନ୍ତି ।
  • ଏଥିପାଇଁ ସବୁଜ ଉଭିଦ ସୂର୍ଯ୍ୟଙ୍କଠାରୁ ଶକ୍ତି ପାଏ ।
  • କୋଇଲା ପ୍ରାକୃତିକ ଅନ୍ତର୍ଧୂମପାତନ ପ୍ରଣାଳୀରେ ପ୍ରସ୍ତୁତ ହୁଏ । ମାଟିତଳେ ସାମୁଦ୍ରିକ ଜୀବ ଓ ଉଭିଦ ଆଦିର ବିଘଟନରୁ ପେଟ୍ରୋଲିୟମ୍ ସୃଷ୍ଟି ହୁଏ ।
  • ପ୍ରଥମେ ଆଲୋକ ଶକ୍ତି ତାପଶକ୍ତିରେ ରୂପାନ୍ତରିତ ହୋଇ ଭୂପୃଷ୍ଠସ୍ଥ ଜଳକୁ ବାଷ୍ପୀଭୂତ କରିବାରେ ସାହାଯ୍ୟ କରେ । ବାଷ୍ପୀଭୂତ ଜଳୀୟବାଷ୍ପ ତାପଶକ୍ତିରୁ ରାସାୟନିକ ଶକ୍ତିରେ ରୂପାନ୍ତରିତ ହୋଇ ବର୍ଷା ହେବାରେ ସାହାଯ୍ୟ କରେ ।

ତୁମପାଇଁ କାମ 8.7 .
ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ବିଭିନ୍ନ ଯନ୍ତ୍ରପାତି କାର୍ଯ୍ୟ କରୁଥିବା ବେଳେ ଓ ଆମମାନଙ୍କର ବିଭିନ୍ନ କାର୍ଯ୍ୟକଳାପରେ ଶକ୍ତି ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ରୂପାନ୍ତରିତ ହୋଇଥାଏ । ଏପରି ଶକ୍ତି ରୂପାନ୍ତରଣର ଏକ ତାଲିକା ପ୍ରସ୍ତୁତ କର ଏବଂ ତାହା ସହିତ ସଂଲଗ୍ନ ଯନ୍ତ୍ରପାତିର ନାମ ଲେଖ । ପ୍ରତ୍ୟେକ ଯନ୍ତ୍ରପାତି ଓ କାର୍ଯ୍ୟକଳାପ ସହିତ ସଂପୃକ୍ତ ଶକ୍ତି ରୂପାନ୍ତରଣର ପ୍ରକ୍ରିୟାକୁ ଅନୁଧ୍ୟାନ କର ଏବଂ ତାହାକୁ ଲେଖ ।
ଉ –
BSE Odisha 9th Class Physical Science Solutions Chapter 8 img-9

ତୁମପାଇଁ କାମ 8.8 .
20 କି.ଗ୍ରା. ଓଜନ ବିଶିଷ୍ଟ ଗୋଟିଏ ବସ୍ତୁକୁ ଭୂମିଠାରୁ 4 ମିଟର ଉଚ୍ଚତାରୁ ଖସାଇ ଦିଆଗଲା । ଏହି କ୍ଷେତ୍ରରେ ନିମ୍ନଲିଖତ ଟେବୁଲରେ ଦର୍ଶାଯାଇଥ‌ିବା ଭଳି ପ୍ରତ୍ୟେକ ସ୍ଥାନରେ ବସ୍ତୁଟିର ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତିକୁ ହିସାବ କରି ଶୂନ୍ୟସ୍ଥାନ ପୂରଣ କର ।
BSE Odisha 9th Class Physical Science Solutions Chapter 8 img-10
BSE Odisha 9th Class Physical Science Solutions Chapter 8 img-11

  • ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 1m = 20 m2/s2
  • ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 2m = 40 m2/s2
  • ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 3m = 60 m2/s2
  • ମିଟର ଖସିବା ପରେ v2 = u2 + 2gs = 02 + 2 x 10 m/s2 x 4m = 80 m2/s2

ଟିକିଏ ଚିନ୍ତାକର :
ପ୍ରକୃତିରେ ଯଦି ଶକ୍ତି ରୂପାନ୍ତରଣ ପ୍ରକ୍ରିୟା ସମ୍ଭବପର ହୋଇନଥାନ୍ତା, ତେବେ କ’ଣ ହୋଇଥାଆନ୍ତ ? ଶକ୍ତିର ରୂପାନ୍ତରଣ ବିନା ପ୍ରକୃତିରେ ଜୀବନ ସମ୍ଭବ ହୋଇ ପାରିନଥାନ୍ତା । ଏଥୁରେ ତୁମେ ଏକମତ ନା ନାହିଁ ?
ଉ –
ଏଥୁରେ ଆମେ ଏକମାତ

ତୁମପାଇଁ କାମ 8.9 :
ମନେକର ଦୁଇଜଣ ବାଳକ A ଏବଂ B ଙ୍କର ଓଜନ ସମାନ । ଦୁଇଜଣଜାକ ଏକ ଦୌଡ଼ିକୁ ଧରି ପୃଥକ୍ ପୃଥକ୍‌ଭାବରେ ଉପରକୁ ଆଠ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଲେ । ଚଢ଼ିବାପାଇଁ Aକୁ 15 ସେକେଣ୍ଡ ଓ Bକୁ 20 ସେକେଣ୍ଡ ସମୟ ଲାଗିଲା । ଏଠାରେ ଉଭୟ À ଓ B ପ୍ରତ୍ୟେକ କେତେ ପରିମାଣ କାର୍ଯ୍ୟ ସମ୍ପାଦନ କଲେ ?
ଉ –
Aର କ୍ଷମତା ବେଶୀ ଓ Bର କ୍ଷମତା କମ୍ ।
A 1 ସେକେଣ୍ଡରେ କରିଛି BSE Odisha 9th Class Physical Science Solutions Chapter 8 img-12
B 1 ସେକେଣ୍ଡରେ କରିଛି \(\frac { 8mg }{ 20 }\) ଏକକ କାର୍ଯ୍ୟ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Odisha State Board BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ  Textbook Exercise Questions and Answers.

BSE Odisha Class 10 Life Science Solutions Chapter 8 ଶକ୍ତିର ଉତ୍ସ

Question 1.
ସୌର ଚୁଲାର ଗଠନ ଓ କାର୍ଯ୍ୟକାରିତା ଚିତ୍ର ସହ ବୁଝାଅ ।
ଉ-
ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରାଯାଏ, ତାହାକୁ ସୌରଚୁଲା କୁହାଯାଏ । ଏଥିରେ ସୌରତାପ ସିଧାସଳଖ ରୋଷେଇ ଦ୍ରବ୍ୟକୁ ଗରମ କରିଥାଏ ।
(I) ସୌରଚୁଲାର ଗଠନ – ସୌରଚୁଲା ନିମ୍ନଲିଖ ତିନୋଟି ଅଂଶଗୁଡ଼ିକୁ ନେଇ ଗଠିତ ହୋଇଥାଏ; ଯଥା- (କ) ଆଧାର ପାତ୍ର, (ଖ) ତାପଶୋଷୀ ଆଚ୍ଛାଦନ, (ଗ) ପ୍ରତିଫଳକ ।
(କ) ଆଧାର ପାତ୍ର – ଏଥରେ ଜଳ ଓ ରନ୍ଧାଦ୍ରବ୍ୟ ରଖିବାପାଇଁ ପାତ୍ରମାନ ଥାଏ । ଅଧିକ ତାପ ଅବଶୋଷଣ ପାଇଁ ଏହି ପାତ୍ରଗୁଡ଼ିକର ବାହାର ପାଖରେ କଳା ରଙ୍ଗର ପ୍ରଲେପ ଦିଆଯାଇଥାଏ ।

(ଖ) ତାପଶୋଷୀ ଆଚ୍ଛାଦନ – ଆଧାର ପାତ୍ରର ଭିତରପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଦିଆଯାଇଥାଏ । ଏହାର ଉପରିଭାଗକୁ କାଚ ଫଳକରେ ଆବୃତ କରାଯାଇଥାଏ । ଫଳରେ
ପାତ୍ରର ଭିତର ପାର୍ଶ୍ଵର ତାପମାତ୍ରା ବୃଦ୍ଧିପାଏ । ପାତ୍ରଦ୍ୱାରା ଅବଶୋଷିତ ତାପ ସହଜରେ କାଚ ଆବରଣର ବାହାରକୁ ଯାଇପାରେ ନାହିଁ ।

(ଗ) ପ୍ରତିଫଳକ – ସୂର୍ଯ୍ୟକିରଣକୁ ସିଧା କିମ୍ବା ଅବତଳ ପ୍ରତିଫଳକ ସାହାଯ୍ୟରେ କେନ୍ଦ୍ରୀଭୂତ କରି ଆଧାର ପାତ୍ର ମଧ୍ୟକୁ ପକାଯାଏ । ସୂର୍ଯ୍ୟର ଅବସ୍ଥାନ ଅନୁସାରେ ଏହାକୁ ବିଭିନ୍ନ ଦିଗରେ ଘୂରାଇ ସୂର୍ଯ୍ୟକିରଣକୁ ଆଧାରପାତ୍ର ଉପରେ ଫୋକସ୍ କରାଯାଇଥାଏ । ସାଧାରଣତଃ ଆଲୁମିନିୟମ ଧାତୁ କିମ୍ବା କାଚରେ ପ୍ରତିଫଳକ ତିଆରି ହୋଇଥାଏ । ଅଧ୍ବକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତରପୃଷ୍ଠକୁ ଅତି ମସୃଣ କରାଯାଇଥାଏ ।
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 1

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

(II) ସୌରଚୁଲାର କାର୍ଯ୍ୟ –

  • ଧାତୁ ନିର୍ମିତ ଆଧାର ପାତ୍ରର ବାହାର ପାଖରେ ଓ ତାପଶୋଷୀ ଆଛାଦନର ଭିତର ପାର୍ଶ୍ଵରେ କଳାରଙ୍ଗର ପ୍ରଲେପ ଥ‌ିବାରୁ ଏହା ଧଳା ପୃଷ୍ଠ ବା ପ୍ରତିଫଳନ କରୁଥିବା ପୃଷ୍ଠଠାରୁ ଅଧିକ ତାପ ଶୋଷଣ କରେ ।
  • ତାପଶୋଷୀ ଆଚ୍ଛାଦନର ଉପରି ଭାଗକୁ କାଚ ଫଳକରେ ଆବୃତ କରାଯାଇଥିରୁ ଅଭ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ କାରଣ ଅବଶୋଷିତ ତାପ ସହଜରେ ବାହାରିପାରେ ନାହିଁ ।
  • ଅଧ୍ବକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତର ପୃଷ୍ଠକୁ ଅତି ମସୃଣ କରାଯାଇଥାଏ ଫଳରେ ସୌରଚୁଲାର ଅଭ୍ୟନ୍ତର ତାପମାତ୍ରା ବୃଦ୍ଧିପାଏ ଓ ରୋଷେଇ କାର୍ଯ୍ୟ କରାଯାଏ ।

Question 2.
ଜୁଆରରୁ କିପରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିହେବ ବର୍ତ୍ତନ କର ।
ଉ-

  • ଘୂର୍ଣାୟମାନ ପୃଥ‌ିବୀ ଉପରେ ଚନ୍ଦ୍ରର ମାଧ୍ୟାକର୍ଷଣ ପ୍ରଭାବ ଯୋଗୁଁ ସମୁଦ୍ରଜଳର ଉତ୍‌ଥାନପତନ ପରିଲକ୍ଷିତ ହୁଏ ଓ ଜୁଆର ସୃଷ୍ଟିହୁଏ ।
  • ସମୁଦ୍ରଜଳର ଉତ୍‌ଥାନପତନରୁ ଜୁଆର ଶକ୍ତିର ସୃଷ୍ଟି ହୋଇଥାଏ । ସମୁଦ୍ର ତଟବର୍ତ୍ତୀ ସ୍ଥାନରେ ପିଟି ହେଉଥ‌ିବା ଢେଉର ଶକ୍ତି ଯଥେଷ୍ଟ ଅଧ୍ଵ ରହିଥାଏ ।
  • 1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଜୁଆରରୁ ଶକ୍ତି ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।
  • ରାନ୍ସ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ମଧ୍ଯରେ ଜଳପତ୍ତନର ଉଚ୍ଚତାରେ ପ୍ରାୟ 14 ମିଟର ପାର୍ଥକ୍ୟ ରହେ । ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ହୋଇଥାଏ । ସେହି ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।
  • ଜୁଆରଶକ୍ତି ସଂଗ୍ରହ ପାଇଁ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର୍ ଜଳାଶୟ ନିର୍ମାଣ କରାଯାଇ ସେଥ‌ିରେ ସ୍କୁ ଇସ୍ ଗେଟ୍ ଲଗାଯାଏ ।
  • ଉଚ୍ଚ ଜୁଆର ସମୟରେ ସେହି ଗେଟ୍‌ ଖୋଲିଦିଆଯାଏ । ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ୍ ବନ୍ଦ କରାଯାଏ । ପରେ ଉଚ୍ଚପତ୍ତନରୁ ଜଳକୁ ନିୟନ୍ତ୍ରିତଭାବେ ସମୁଦ୍ରକୁ ଖଲାସ କରାଯାଏ ।
  • ଏହି ଖଲାସ ହେଉଥ‌ିବା ଜଳସ୍ରୋତରେ ଟର୍‌ବାଇନ୍ ଚଳାଇ ବିଦ୍ୟୁତ୍‌ଶକ୍ତି ଉତ୍ପାଦନ କରାଯାଏ ।

Question 3.
ପବନକଳର ଚିତ୍ର ଅଙ୍କନ କରି ଏହାର କାର୍ଯ୍ୟକାରିତା ଆଲୋଚନା କର ।
ଉ-
ପବନ କଳର କାର୍ଯ୍ୟକାରିତା :

  • ପବନକଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ଜେନେରେଟର ଚଳାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ ।
  • ବାୟୁ ପ୍ରବାହ ହେଲେ ପବନକଳର ପ୍ରପେଲର ଘୂରେ ଓ ଏଥ୍ ସହିତ ସଂଯୁକ୍ତ ଜେନେରେଟର ଘୁରିଥାଏ, ଫଳରେ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।
  • ଗୋଟିଏ ପବନକଳରୁ ଉତ୍ପାଦିତ ଶକ୍ତି ଏତେ ଅଧିକ ନୁହେଁ । ତେଣୁ ଏକା ସାଙ୍ଗରେ ଗୋଟିଏ ସ୍ଥାନରେ ଅନେକ ପବନ କଳ ସ୍ଥାପନ -କରାଯାଇଥାଏ । ଏହାକୁ ପବନ ଶକ୍ତି କେନ୍ଦ୍ର ବା ପବନ ଶକ୍ତି କ୍ଷେତ୍ର କୁହାଯାଏ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 2

  • ଏହି ଶକ୍ତି କେନ୍ଦ୍ରଗୁଡ଼ିକରୁ ଉତ୍ପତ୍ତି ସମୂହ ଶକ୍ତି ବ୍ୟବସାୟିକ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷେତ୍ରରେ ସହାୟକ ହୋଇଥାଏ ।
  • ପବନର ବେଗ ଅତ୍ୟଧିକ କମିଗଲେ ବା ବଢ଼ିଗଲେ ବିଦ୍ୟୁତ୍ ଜେନେରେଟର ଚଳାଇବା ସମ୍ଭବ ହୁଏ ନାହିଁ ।
  • ସାଧାରଣତଃ ବିଦ୍ୟୁତ୍ ସରବରାହ ସୁବିଧା ନଥ‌ିବା ଦୂରସ୍ଥ କୃଷିକ୍ଷେତ୍ରମାନଙ୍କରେ ଜଳସେଚନ ପାଇଁ ପମ୍ପ ଚଳାଇବାରେ ପବନ କଳ ବିଶେଷ ସହାୟକ ହୋଇଥାଏ ।

Question 4.
ସୂର୍ଯ୍ୟ ସକଳ ଶକ୍ତିର ଆଧାର – ଏ ଉକ୍ତିର ଯଥାର୍ଥତା ଦର୍ଶାଅ ।
ଉ-

  • ପୃଥ‌ିବୀ ପୃଷ୍ଠରେ ଯେତେପ୍ରକାର ଶକ୍ତି ଉପଲବ୍ଧ, ସେଗୁଡ଼ିକର ମୂଳଉତ୍ସ ସୂର୍ଯ୍ୟ ଅଟେ ।
  • ଜଳସ୍ରୋତ ଓ ବାୟୁ ସ୍ରୋତଠାରୁ ଆରମ୍ଭ କରି ବୃକ୍ଷଲତାଦିରେ ଥ‌ିବା ଜୈବ ରାସାୟନିକ ଶକ୍ତି, ଜୀବାଶ୍ମ ଶକ୍ତି ଆଦି ସମସ୍ତ ଶକ୍ତି ସୌର ଶକ୍ତିରୁ ହିଁ ସୃଷ୍ଟି ହୋଇଥାଏ ।
  • ଜଳସ୍ରୋତ ସାଧାରଣତଃ ସୂର୍ଯ୍ୟକିରଣ ପ୍ରଭାବରେ ଉତ୍ପନ୍ନ ହେଉଥ‌ିବା ବୃଷ୍ଟିପାତ ଯୋଗୁଁ ସମ୍ଭବ ହୋଇଥାଏ ।
  • ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନଭାବେ ଉତ୍ତପ୍ତ ହେଉନଥ‌ିବାରୁ ବାୟୁଚାପରେ ପାର୍ଥକ୍ୟ ରହେ । ଏହାଯୋଗୁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ ।
  • ଜଳସ୍ରୋତରେ ଉପଲବ୍ଧ ଗତି ଶକ୍ତିକୁ ଆମ୍ଭେମାନେ ଡଙ୍ଗା, ବୋଇତ ଇତ୍ୟାଦି ଚଳାଇବାରେ ବିନିଯୋଗ କରିଥାଉ ।
  • ବାୟୁସ୍ରୋତକୁ ବ୍ୟବହାର କରି ପବନ ଚକ୍ରିଠାରୁ ଆରମ୍ଭକରି ପାଲଟଣା ବୋଇତ ପ୍ରଭୃତି ଚଳାଇବା ସମ୍ଭବ ହୋଇଥାଏ ।
  • ବୃକ୍ଷଲତାରେ ଥିବା ଜୈବରାସାୟନିକ ଶକ୍ତିକୁ ସେମାନେ ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ଲାଭ କରିଥାନ୍ତି । ଏହି ଶକ୍ତି ଖାଦ୍ୟ-ଖାଦକ ଶୃଙ୍ଖଳରେ ଅନ୍ୟାନ୍ୟ ଜନ୍ତୁମାନଙ୍କୁ ସ୍ଥାନାନ୍ତରିତ ହୋଇଥାଏ ।
  • ଭୂମିକମ୍ପ ବା ଅନ୍ୟ କୌଣସି ପ୍ରାକୃତିକ ଉପାୟରେ ଜଙ୍ଗଲପୂର୍ଣ ଭୂଖଣ୍ଡ ଓ ଜୀବଜନ୍ତୁ ମାଟି ତଳେ ପୋତିହୋଇଗଲେ କାଳକ୍ରମେ ଅତ୍ୟଧିକ ଚାପ ଓ ତାପ ଯୋଗୁଁ ତାହା କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ରେ ରୂପାନ୍ତରିତ ହୋଇଥାଏ । ତାହା ହେଉଛି ଜୀବାଶ୍ମ ଜାଳେଣି ଏବଂ ସେଗୁଡ଼ିକ ବ୍ୟବହାର କରି ଆମେ ତାପ ଶକ୍ତି, ବିଦ୍ୟୁତ୍ ଶକ୍ତି ଓ ଯାନ୍ତ୍ରିକ ଶକ୍ତି ଆଦି ପାଇଥାଉ ।
  • ଏ ସବୁକୁ ବିଚାର କଲେ ସ୍ପଷ୍ଟ ହୁଏ ଯେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ଅଟନ୍ତି ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Question 5.
ଗୋବର ଗ୍ୟାସ୍ ପ୍ଲାଣ୍ଟର ଚିତ୍ର ଅଙ୍କନ କରି ତାହାର ବିଭିନ୍ନ ଅଂଶର କାର୍ଯ୍ୟ ଉଲ୍ଲେଖ କର ।
ଉ-
ଗୋବରଗ୍ୟାସ ପ୍ଲାଣ୍ଟରେ ନିମ୍ନଲିଖ୍ ଅଂଶ ରହିଥାଏ; ଯଥା-
(କ) ପ୍ରବେଶ ପାତ୍ର :

  • ଏଥ‌ିରେ ଗୋବର ଓ ପାଣି 4:5 ଆୟତନ ଅନୁପାତରେ ମିଶାଇ ଭଲଭାବରେ ଫେଣ୍ଟି ମଣ୍ଡ କରାଯାଏ ଓ ଏହି ମଣ୍ଡକୁ ପ୍ରବେଶ ପାତ୍ରରେ ଭର୍ତ୍ତି କରାଯାଏ ।
  • ଏହି ମିଶ୍ରଣ ଏକ ନଳଭିତର ଦେଇ ଆପେ ଆପେ ଡାଇଜେଷ୍ଟର କୂପକୁ ଚାଲିଯାଏ ।

(ଖ) ଡାଇଜେଷ୍ଟର କୂପ :

  • ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ । ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ ।
  • ଗୋବର ଓ ପାଣିର ମିଶ୍ରଣ ଏଠାରେ ଜମା ହୁଏ ।

(ଗ) ଧାତୁନିମତ ଡୋମ୍ :

  • ସାଧାରଣତଃ ଏହି ଡୋମିଟ ଇସ୍ପାତ୍ରରେ ନିର୍ମିତ ।
  • ଏବେ ସିମେଣ୍ଟ ଓ କଂକ୍ରି ଟ୍‌ରେ ଡୋମ୍ ନିର୍ମାଣ କରାଯାଉଛି । ଏହା କୂପକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ ।
  • ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁ ଥ‌ିବା ମିଥାନୋଜେନ୍ ଓ ମିଶ୍ରଣରୁ କିଣ୍ବନ ଦ୍ବାରା ମିଥେନ୍, ଡାଇଅକ୍ ସାଇଡ୍, ହାଇଡ୍ରୋଜେନ୍, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି । ଏଥୁରେ ମିଥେନ୍ ଗ୍ୟାସ୍ ଶତକଡ଼ା ପ୍ରାୟ 65-75 ଭାଗ ଥାଏ । ଗ୍ୟାସ୍ ଚାପରେ ଡୋମ୍ଟି ଉପରକୁ ଉଠେ

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 3

(ଘ) ନିର୍ଗମନଳୀ :

  • ଏହି ଧାତବନଳୀ ବାଟଦେଇ ଗ୍ୟାସ୍ ରୋଷେଇଘର ଚୂଲାକୁ ଯାଏ ।
  • ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।

Question 6.
ସୋଲାର ସେଲ୍ କ’ଣ ? ଏହାର ଉପକାରିତା ଉଲ୍ଲେଖ କର ।
ଉ-

  • ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବାପାଇଁ ବ୍ୟବହୃତ ଉପକରଣକୁ ସୋଲାର ସେଲ୍ କୁହାଯାଏ ।
  • ଏଥିରେ ସୌରଶକ୍ତିର ସିଧାସଳଖ ବିନିଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିକରେ । ଏହି ପଦ୍ଧତିକୁ ଆଲୋକ ଭୋଲଟୀୟ ପ୍ରଭାବ କୁହାଯାଏ ।
  • ଭୋଲଟୀୟ ସେଲରେ ଯେପରି ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟି ହୁଏ, ସେହିପରି ଏକ ଅର୍ବପରିବାହୀ ପଦାର୍ଥରେ

ସୋଲାର ସେଲ୍‌ର ଉପକାରିତା :

  • ଯାନବାହନ ଚଳାଇବାରେ ଏବଂ ରେଡ଼ିଓ ଟେଲିଭିଜନ୍‌ର ଯନ୍ତ୍ରପାତିରେ ସୌରସେଲ୍ ବ୍ୟବହାର କରାଯାଉଛି ।
  • ଦୁର୍ଗମ ବରଫାବୃତ ପାର୍ବତ୍ୟାଞ୍ଚଳରେ ଓ ମହାକାଶ ଉପଗ୍ରହରେ ଯନ୍ତ୍ରପାତି ଚଳାଇବାପାଇଁ ସୋଲାର ସେଲ୍ ମାଧ୍ୟମରେ ସୌରଶକ୍ତି ବ୍ୟବହାର କରିବା ସମ୍ଭବ ହେଲାଣି ।
  • ସୌରସେଲ୍ ତିଆରିପାଇଁ ବ୍ୟବହାର ହେଉଥ‌ିବା ବିଶେଷ ଧରଣର ସିଲିକନ୍ ସହଜରେ ଉପଲବ୍‌ଧ ହୁଏନାହିଁ । ସୌର ସେଲ୍‌ର ସଂପୂର୍ଣ ତିଆରି ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ । ପ୍ୟାନେଲ୍ ପ୍ରସ୍ତୁତି ପାଇଁ ସେଲ୍ ଓ ସେଲ୍‌କୁ ଯୋଡ଼ିବାପାଇଁ ବ୍ୟବହୃତ ସିଲଭର ଏହି ଖର୍ଚ୍ଚକୁ ବହୁଗୁଣିତ କରିଥାଏ ।

Question 7.
ନଦୀବନ୍ଧ ଯୋଜନାଦ୍ଵାରା କିପରି ଶକ୍ତି ଉତ୍ପାଦନ କରାଯାଏ ?
ଉ-
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 4

  • ଦୀବନ୍ଧ ଯୋଜନା ଦ୍ଵାରା ନଦୀରେ ବନ୍ଧ ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ । ପରେ ଜଳକୁ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ ।
  • ସେଥୁରୁ ସୃଷ୍ଟି ହେଉଥ‌ିବା ଜଳସ୍ରୋତର ଶକ୍ତି ଟର୍‌ବାଇନ୍ ଘୂରାଇବାରେ ବ୍ୟବହୃତ ହୁଏ ।
  • ଟର୍‌ବାଇନ୍ ସହ ସଂଯୁକ୍ତ ଜେନେରେଟରର ଆର୍ମେଚର ଘୂରିବା ଦ୍ବାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Question 8.
ପାର୍ଥକ୍ୟ ଦର୍ଶାଅ :
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 9
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 5

(ଖ) ଜଳ ବିଦ୍ୟୁତ୍ ଶକ୍ତି ଓ ତାପଜ ବିଦ୍ୟୁତ୍ ଶକ୍ତି
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 6

(ଗ) ସାମୁଦ୍ରିକ ତାପଜ ଶକ୍ତି ଓ ଭୂତାପଜ ଶକ୍ତି
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 7

(ଘ) ସୌରଚୁଲା ଓ ସୋଲାର ସେଲ୍
BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ 8

Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) ସୌର ଚୁଲାର 2ଟି ଉପକାରିତା ଲେଖ ।
ଉ-

  • କୌଣସି ଇନ୍ଧନର ଆବଶ୍ୟକତା ପଡ଼େ ନାହିଁ ।
  • ପ୍ରତିଫଳକର ଭିତର ପୃଷ୍ଠକୁ ଅତି ମସୃଣ କରାଯାଇଥିବାରୁ ରୋଷେଇ ଦ୍ରବ୍ୟ ଅଧିକ ତାପମାତ୍ରାରେ ଗରମ କରାଯାଏ ।

(ଖ) ନାଭିକୀୟ ଶକ୍ତି ବିନିଯୋଗର 2ଟି ପ୍ରତିବନ୍ଧକ ଲେଖ ।
ଉ-

  • ଏହି ବିଭାଜନ ପ୍ରକ୍ରିୟାର ଏକ ବିଶେଷ ଅସୁବିଧା ହେଉଛି ବ୍ୟବହୃତ ପରମାଣୁର ସଂରକ୍ଷଣ ଓ ଏହାର ଠିକ୍ ଉପାୟରେ ପରିଚାଳନା । ଏହା ହୋଇନପାରିଲେ ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ରହିଥାଏ ।
  • ନାଭିକୀୟ ଶକ୍ତି କେନ୍ଦ୍ରର ପ୍ରତିଷ୍ଠାରେ ଅତ୍ୟଧ୍ଵ ଖର୍ଚ୍ଚ, ପରିବେଶ ପ୍ରଦୂଷଣର ଯଥେଷ୍ଟ ସମ୍ଭାବନା ଓ ଗୁରୁ ପରମାଣୁର ସୀମିତ ଲଭ୍ଯତା ଏହି ଶକ୍ତିର ବିନିଯୋଗ ଦିଗରେ ପ୍ରତିବନ୍ଧକ ଅଟେ ।

(ଗ) ଜୀବାଶ୍ମ ଇନ୍ଧନର 2ଟି ଉପକାରିତା ଲେଖ ।

  • କୋଇଲାକୁ ଶକ୍ତିଉତ୍ସଭାବେ ବ୍ୟବହାରକରି ଶିଳ୍ପ ବିପ୍ଳବ ସମ୍ଭବ ହୋଇପାରିଛି ।
  • ଶିଳ୍ପ ଅଭିବୃଦ୍ଧିରୁ ହିଁ ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି

(ଘ) ସୌରଶକ୍ତି ଜୀବାଶ୍ମ ଇନ୍ଧନ ଅପେକ୍ଷା ଅଧିକ ଉପଯୋଗୀ କାହିଁକି ?
ଉ-

  • ସୌରଶକ୍ତି ଏକ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ ।
  • ଏହି ପ୍ରକାର ଶକ୍ତି ଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ
  • ସୌରପ୍ରବାହ ଦ୍ବାରା ପୃଥ‌ିବୀପୃଷ୍ଠରେ l ମିନିଟ୍‌ରେ ପ୍ରତି ବର୍ଗ ସେ.ମି.ରେ ପ୍ରାୟ 2 କ୍ୟାଲୋରୀ ଶକ୍ତି ମିଳିଥାଏ ଓ ଏହା ଏକ ସ୍ଥିରାଙ୍କ ଅଟେ ।

(ଙ) ସୌରଶକ୍ତି ବାୟୁପ୍ରବାହ ପାଇଁ କିପରି ଦାୟୀ ବୁଝାଅ ।
ଉ-
ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନ ଭାବେ ଉତ୍ତପ୍ତ ହୋଇ ନଥିବାରୁ ବାୟୁଚାପରେ ପାର୍ଥକ୍ୟ ରହେ । ବାୟୁ ଚାପର ଏହି ପାର୍ଥକ୍ୟ ଯୋଗୁଁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ । ଏହି କାରଣରୁ ସୌରଶକ୍ତି ବାୟୁ ପ୍ରବାହପାଇଁ ଦାୟୀ ଅଟେ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ପିଟ୍‌ରେ ପ୍ରାୟ କେତେ ପରିମାଣ କାର୍ବନ ରହିଥାଏ ?
ଉ-
ପିଟ୍‌ରେ ପ୍ରାୟ 44% ରୁ 71% ପରିମାଣ କାର୍ବନ ରହିଥାଏ ।

(ଖ) କୋକ୍‌କୁ କେଉଁ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ ?
ଉ-
କୋକ୍‌କୁ ଷ୍ଟିଲ୍ ତିଆରିପାଇଁ ବିଜାରକ ରୂପେ ବ୍ୟବହୃତ କରାଯାଏ ।

(ଗ) ଆଂଶିକ ପାତନ ପ୍ରକ୍ରିୟା କ’ଣ ?
ଉ-
ଆଂଶିକ ପାତନ ହେଲା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କେବଳ ଗୋଟିଏ ଉପାଦାନ ସଂଗୃହୀତ ହେବା ।

(ଘ) କେଉଁଗୁଡ଼ିକ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ ?
ଉ- କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସଗୁଡ଼ିକ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ ଅଟେ ।

(ଙ) ନାଭିକୀୟ ଶକ୍ତି କିପରି ମିଳିଥାଏ ?
ଉ-
ନାଭିକୀୟ ଶକ୍ତି ଗୁରୁ ପରମାଣୁର ନାଭିକୀୟ ବିଭାଜନ ଘଟିଲେ ମିଳିଥାଏ ।

Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ସୌରଶକ୍ତି କେଉଁ ପ୍ରକାର ଶକ୍ତିର ଏକ ଉଦାହରଣ ?
ଉ-
ନବୀକରଣ ଯୋଗ୍ୟ

(ଖ) ପ୍ରାକୃତିକ ଗ୍ୟାସ କେଉଁ ପ୍ରକାର ଶକ୍ତିର ଉଦାହରଣ ?
ଉ-
ନବୀକରଣ ଅଯୋଗ୍ୟ

(ଗ) ଗୋବର ଗ୍ୟାସ୍‌ରେ କେଉଁ ଗ୍ୟାସ୍ ଅଧ୍ଵ ପରିମାଣରେ ଥାଏ ?
ଉ-
ମିଥେନ୍ ଗ୍ୟାସ୍

(ଘ) କେଉଁ ଦେଶରେ ପବନ କଳ ଅଧିକ ବ୍ୟବହାର କରାଯାଏ ?
ଉ-
ନେଦରଲ୍ୟାଣ୍ଡ / ଡେନ୍‌ମାର୍କ

(ଙ) କେଉଁ ପ୍ରକାର କୋଇଲା ସବୁଠାରୁ ଉତ୍କୃଷ୍ଟ ?
ଉ- ଆନ୍‌ସାଇଟ୍

Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) ଏକ ସୌର ଜଳଉତ୍ତାପକ ଯନ୍ତ୍ରରେ ……………………. ଦିନଗୁଡ଼ିକରେ ପାଣି ଗରମ କରାଯାଇପାରିବ ନାହିଁ ।
(ଖ) ଗୋବର ଗ୍ୟାସ୍ ଏକ ………………… ପ୍ରକାର ଶକ୍ତିର ଅନ୍ତର୍ଭୁକ୍ତ ।
(ଗ) ଜୁଆର ଶକ୍ତି ଏକ ……………………. ପ୍ରକାର ଶକ୍ତିର ଉତ୍ସ ।
(ଘ) କୋଇଲା ଏକ ………………… ଶକ୍ତିର ଡତ୍ପ ।
(ଙ) ଗୋବର ଗ୍ୟାସରେ ମୁଖ୍ୟତଃ ………………….. ଗ୍ୟାସ୍ ଅଧ‌ିକ ପରିମାଣରେ ଥାଏ ।
(ଚ) ଆଲୋକଶ୍ଳେଷଣ ପଦ୍ଧତିରେ ସୌରଶକ୍ତି ………………….. ରେ ପରିଣତ ହୁଏ ।
(ଛ) ପେଟ୍ରୋଲିୟମ୍‌ର ବିଭିନ୍ନ ଉତ୍ପାଦ ………………………… ପଦ୍ଧତିରେ ମିଳିଥାଏ ।
(ଜ) ପୃଥ‌ିବୀ ଉପରେ ର ମାଧ୍ୟାକର୍ଷଣ …………………….. ର ପ୍ରଭାବ ଯୋଗୁଁ ସମୁଦ୍ରରେ ଜୁଆର ସୃଷ୍ଟି ହୁଏ ।

Answers
(କ) ବର୍ଷାଦିନ
(ଖ) ନବୀକରଣ ଯୋଗ୍ୟ
(ଗ) ନବୀକରଣ ଯୋଗ୍ୟ
(ଘ) ନବୀକରଣ ଅଯୋଗ୍ୟ
(ଙ) ମିଥେନ୍
(ଚ) ଜୈବରାସାୟନିକ ଶକ୍ତି |ଶର୍କରା
(ଛ) ଆଂଶିକ ପାତନ
(ଜ) ଚନ୍ଦ୍ର

Question 13.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ | ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ପିଟ୍ ସର୍ବୋତ୍କୃଷ୍ଟ ମାନ କୋଇଲା ଅଟେ ।
ଉ-
’ପିଟ୍ ନିକୃଷ୍ଟ ମାନ କୋଇଲା ଅଟେ ।

(ଖ) ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବା ପାଇଁ ସୋଲାର ସେଲ୍‌ ବ୍ୟବହାର କରାଯାଏ ।
ଉ-
ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବା ପାଇଁ ସୋଲାର ସେଲ୍ ବ୍ୟବହାର କରାଯାଏ ।

(ଗ) ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରିହୁଏ ତାକୁ ଡାଇଜେଷ୍ଟର କୁହନ୍ତି ।
ଉ-
ଯେଉଁ ଉପକରଣଦ୍ଵାରା ସୌର ତାପରେ ରୋଷେଇ କରିହୁଏ ତାକୁ ସୋଲାର କୁକର କୁହନ୍ତି ।

(ଘ) ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ ପ୍ରାକୃତିକ ଗ୍ୟାସ କୁହାଯାଏ ।
ଉ-
ଅମ୍ଳଜାନ ଅନୁପସ୍ଥିତିରେ ଜୈବପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ ଜୈବ ଗ୍ୟାସ କୁହାଯାଏ ।

BSE Odisha 10th Class Life Science Solutions Chapter 8 ଶକ୍ତିର ଉତ୍ସ

(ଙ) ଭୂ-ଅଭ୍ୟନ୍ତରରେ ଥ‌ିବା ତାପଶକ୍ତିକୁ ନାଭିକୀୟ ଶକ୍ତି କୁହାଯାଏ ।
ଉ-
ଭୂ-ଅଭ୍ୟନ୍ତରରେ ଥ‌ିବା ତାପଶକ୍ତିକୁ ଭୂ-ତାପଜ ଶକ୍ତି କୁହାଯାଏ ।

Question 14.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ସୌରଶକ୍ତି : ନବୀକରଣ ଯୋଗ୍ୟ : : କୋଇଲା : …………………….. ।
(ଖ) ନିକୃଷ୍ଟ ମାନ କୋଇଲା : ପିଟ୍ : : ସର୍ବୋତ୍କୃଷ୍ଟ କୋଇଲା : …………………….. ।
(ଗ) ଅଶୋଧ ତୈଳର ଆଂଶିକ ପାତନ : ପେଟ୍ରୋଲିୟମ୍ : : କୋଇଲାର ଅନ୍ତର୍ଧୂମ ପାତନ : …………………….. ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

Odisha State Board BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ will enable students to study smartly.

BSE Odisha Class 8 Political Science Notes Chapter 3 ଜିଲ୍ଲା ପ୍ରଶାସନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ପ୍ରଶାସନିକ ସୁବିଧା ପାଇଁ ପ୍ରତି ରାଜ୍ୟକୁ କେତୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି ।
  • ବର୍ତ୍ତମାନ ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି ।
  • ଜିଲ୍ଲାର ପ୍ରଶାସନିକ ମୁଖ୍ୟ ହେଉଛନ୍ତି ଜିଲ୍ଲାପାଳ ।
  • ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ ଥିଲା; ଯଥା – (୧) ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା, (୨) ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।
  • ମନେରଖ : ଭାରତରେ ଜିଲ୍ଲାପାଳ ପଦବୀ ୧୭୭୨ ମସିହାରେ ଓ୍ବାରେନ୍ ହେଷ୍ଟିଙ୍ଗସ୍‌ଙ୍କ ଦ୍ବାରା ସୃଷ୍ଟି ହୋଇଥିଲା ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

→ ଜିଲ୍ଲାପାଳ :

  • ଜିଲ୍ଲାପାଳ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ଅଟନ୍ତି ।
  • ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲାର ସଦର ମହକୁମାରେ ଅବସ୍ଥିତ ।
  • ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ବା ବିକାଶ ଉପରେ ଗୁରୁତ୍ୱ ଦିଅନ୍ତି ।
  • ଜିଲ୍ଲାର ସଦର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ପ୍ରଶାସନିକ ସହାୟତା ଦେବୀପାଇଁ ଏକ ବା ଏକାଧ୍ଯକ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଡେପୁଟି କଲେକ୍ଟରମାନେ କାର୍ଯ୍ୟରତ ଅଛନ୍ତି ।
  • ଜିଲ୍ଲାରେ ଥ‌ିବା ପ୍ରତି ଉପଖଣ୍ଡରେ ଜଣେ ‘ଉପଖଣ୍ଡ ଅଧିକାରୀ’ (ସବ୍-କଲେକ୍ଟର) କାର୍ଯ୍ୟରତ ଅଛନ୍ତି ।
  • ଜିଲ୍ଲାର ପ୍ରତି ଉପଖଣ୍ଡରେ ତହସିଲ ଦାୟିତ୍ବରେ ଜଣେ ‘ତହସିଲ୍ଦାର’ କାର୍ଯ୍ୟରତ ଅଛନ୍ତି ।
  • ସକଲେକ୍ଟର ମୁଖ୍ୟତଃ ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ତୁଲାନ୍ତି ।
  • ମନେରଖ : ଜିଲ୍ଲାପାଳ ପଦରେ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍) ଅଧିକାରୀ ନିଯୁକ୍ତ ହୁଅନ୍ତି ।

→ ଜିଲ୍ଲାପାଳଙ୍କ କାର୍ଯ୍ୟାବଳୀ :

  • ଭୂ-ରାଜସ୍ୱ ଆଦାୟ ଓ ଜମିଜମା ସମ୍ପର୍କିତ କାର୍ଯ୍ୟ – ଉପଖଣ୍ଡ ଅଧିକାରୀ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାପାଳ ଜିଲ୍ଲାର ଭୂ-ରାଜସ୍ୱ ଆଦାୟ କରନ୍ତି । ଏହାଛଡ଼ା ଜମିଜମା ସମ୍ପର୍କିତ କାଗଜପତ୍ରର ରକ୍ଷଣାବେକ୍ଷଣ, ଭୂ-ସଂସ୍କାର କାର୍ଯ୍ୟକ୍ରମର ସୁପରିଚାଳନା, କୃଷିର ବିକାଶ ଓ ଚାଷୀମାନଙ୍କର ସୁରକ୍ଷା, ଜମି – ଅଧୁଗ୍ରହଣ ଇତ୍ୟାଦି କାର୍ଯ୍ୟ ଜିଲ୍ଲାପାଳ ତଦାରଖ କରନ୍ତି । ଜମିଜମା ସମ୍ପର୍କିତ କେତେକ ମୋକଦ୍ଦମାର ବିଚାର ମଧ୍ୟ ଜିଲ୍ଲାପାଳ କରନ୍ତି ।
  • ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନର ସୁରକ୍ଷା କାର୍ଯ୍ୟ – ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀଙ୍କ ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତି । ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ, ଜିଲ୍ଲାପାଳ ତତ୍‌କ୍ଷଣାତ୍ ସେଠାରେ ପୋଲିସ୍ ବାହିନୀକୁ ନିୟୋଜିତ କରି ଅବସ୍ଥା ସମ୍ଭାଳି ନିଅନ୍ତି । ସେ ଜିଲ୍ଲାର ମାସିକ ଅପରାଧ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ଦିଅନ୍ତି ।
  • ବିକାଶ ବା ଉନ୍ନୟନମୂଳକ କାର୍ଯ୍ୟ – ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, କର୍ମନିଯୁକ୍ତି ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ ଜିଲ୍ଲାପାଳଙ୍କର ନେତୃତ୍ବରେ ସଂପାଦିତ ହୁଏ । ମଣ୍ଡଳ ଉନ୍ନୟନ ଅଧିକାରୀ (ବି.ଡ଼ି.ଓ)ମାନେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ବ୍ଲକ୍ ବା ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟକାରୀ କରାନ୍ତି ।
  • ମନେରଖ : ଜିଲ୍ଲାରେ ଥ‌ିବା ଜିଲ୍ଲାସ୍ତରୀୟ କାରାଗାର ଓ ଉପ-କାରାଗାରଗୁଡ଼ିକୁ ପରିଦର୍ଶନ କରନ୍ତି ଓ ସେଗୁଡ଼ିକର ପରିଚାଳନା ତଦାରଖ କରନ୍ତି ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

→ ବିବିଧ କାର୍ଯ୍ୟ :

  • ଜିଲ୍ଲା ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି ।
  • ଜିଲ୍ଲାପାଳ ଜିଲ୍ଲାର ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥ‌ିବା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥା ତଦାରଖ କରନ୍ତି ।
  • ଦୈବୀ-ଦୁର୍ବିପାକ ସମୟରେ ରିଲିଫ୍ ବଣ୍ଟନ କାର୍ଯ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୁଏ ଜିଲ୍ଲାପାଳ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ସୁଷମ ବଣ୍ଟନ କରନ୍ତି ।
  • ମନେରଖ : ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ମୁଖ୍ୟ ପ୍ରୋଟୋକଲ୍ ଅଧିକାରୀ ।
  • ଜିଲ୍ଲାପାଳ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ସ୍ଵରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଭାରତ ନିର୍ମାଣ ଯୋଜନା, ବିଜୁ କେ.ବି.କେ. ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ମଧୁବାବୁ ପେନ୍‌ସନ୍ ଯୋଜନା ଆଦିର ସଫଳ ରୂପାୟନ କିପରି ହେବ ସେ ଦିଗରେ ପଦକ୍ଷେପ ନିଅନ୍ତି ।
  • ଜିଲ୍ଲାପାଳଙ୍କର ଭୂମିକା : ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କର୍ଣ୍ଣ ଓ ନାସା’ ସଦୃଶ । ସେ ଜନସାଧାରଣଙ୍କର ଜଣେ ‘ବିଶ୍ୱସ୍ତ ସେବା – ପ୍ରଦାନକାରୀ’ ପଦାଧିକାରୀ ଅଟନ୍ତି ।

→ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

  • ୧୯୮୦ ମସିହା ଅପ୍ରେଲ ମାସ ୧ ତାରିଖଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି ।
  • ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ଗ୍ରାମୀଣ ଉନ୍ନୟନ ବ୍ୟବସ୍ଥାର ମୂଳମନ୍ତ୍ର ଅଟେ ।
  • ପ୍ରଥମେ ଏହି ସଂସ୍ଥା ‘ନାମମାତ୍ର ଚାଷୀ ଓ କୃଷି ଉପଯୋଗୀ ଜମି ଉନ୍ନୟନ ସଂସ୍ଥା’ (M.F.A.L.D.A.) ଓ ପରବର୍ତ୍ତୀ ସମୟରେ ‘କ୍ଷୁଦ୍ରଚାଷୀ ଉନ୍ନୟନ ସଂସ୍ଥା’ (S.F.D.A.) ଭାବରେ କାର୍ଯ୍ୟ କରୁଥିଲା ।
  • ମନେରଖ : ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପରିଚାଳନା ସମିତି (Governing Body)ର ଅଧକ୍ଷ ଓ ଜିଲ୍ଲାପାଳ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (Chief Executive Officer) ଅଟନ୍ତି ।

→ ଗଠନ :

  • ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ, ଜିଲ୍ଲାରେ ଥ‌ିବା ସମସ୍ତ ପଞ୍ଚାୟତ ସମିତିର ଏକ-ତୃତୀୟାଂଶ ଅଧ୍ଯକ୍ଷ, ଜିଲ୍ଲାପାଳ, ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ ଅଧିକାରୀ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ, ରିଜର୍ଭ ବ୍ୟାଙ୍କର ଜିଲ୍ଲାସ୍ତରୀୟ ପ୍ରତିନିଧ୍, ଜିଲ୍ଲାର ହରିଜନ ଓ ଆଦିବାସୀ ଉନ୍ନୟନ ଅଧିକାରୀ, ଗ୍ରାମୀଣ ମହିଳାମାନଙ୍କର ଜଣେ ପ୍ରତିନିଧ୍ର, ଜିଲ୍ଲାସ୍ତରୀୟ ମହିଳା ଓ ଶିଶୁ ମଙ୍ଗଳ ଅଧିକାରୀ, ବେସରକାରୀ ସଂସ୍ଥା (N.G.O.) ମାନଙ୍କର ଦୁଇଜଣ ପ୍ରତିନିସ୍ । ଖଦୀ ଓ ଗ୍ରାମୋଦ୍ୟୋଗ ସଂସ୍ଥାର ଜଣେ ପ୍ରତିନିଧ୍ ଏହି ସଂସ୍ଥାର ପରିଚାଳନା ସମିତିର ସଦସ୍ୟ ଅଟନ୍ତି ।
  • ମନେରଖ :ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ-ନିର୍ଦ୍ଦେଶକ ପରିଚାଳନା ସମିତିର ସଭ୍ୟ-ସଚିବ (Member Secretary) ଭାବେ କାର୍ଯ୍ୟ କରନ୍ତି ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

→ ଲକ୍ଷ୍ୟ ଓ ଉଦ୍ଦେଶ୍ୟ :

  • ବି.ଡି.ଓ.ଙ୍କ ସହାୟତାରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଇବା ।
  • ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ପଞ୍ଚାୟତିରାଜ ଅନୁଷ୍ଠାନ, ସମବାୟ ବ୍ୟାଙ୍କ ତଥା ଜାତୀୟକରଣ ବ୍ୟାଙ୍କ, ବିଭିନ୍ନ ନିଗମମାନଙ୍କ ସହିତ ସମନ୍ଵୟ ତଥା ସହଯୋଗ ରକ୍ଷାକରି ବିଭିନ୍ନ ବର୍ଗର ଲୋକମାନଙ୍କୁ ଯୋଜନାଗୁଡ଼ିକ ମାଧ୍ୟମରେ ଉପକୃତ କରାଇବା ।
  • ଜିଲ୍ଲା ସ୍ତରରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମଗୁଡ଼ିକ ସଫଳତା ସହ କାର୍ଯ୍ୟକାରୀ କରାଇବା ।
  • ସରକାରୀ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଗ୍ରାମର ଦରିଦ୍ର ଶ୍ରେଣୀର ଲୋକଙ୍କୁ ଭାଗୀଦାର କରାଇବା ।
  • ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ମଙ୍ଗଳ ଓ ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ସଫଳ କରାଇବା ।
  • ବିଭିନ୍ନ ଯୋଜନାର ନୀତି ନିର୍ଦ୍ଧାରଣ, ପ୍ରସ୍ତୁତି ତଥା କାର୍ଯ୍ୟକାରିତା କ୍ଷେତ୍ରରେ ଆର୍ଥିକ ସ୍ବଚ୍ଛତା ରକ୍ଷା ସହିତ ସଂପୃକ୍ତ କର୍ମଚାରୀମାନଙ୍କର କାର୍ଯ୍ୟ ସମୀକ୍ଷା କରିବା ।
  • ଜିଲ୍ଲାସ୍ତରୀୟ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ଅଗ୍ରଗତିକୁ ସମୀକ୍ଷା କରିବା ।

→ ସଂସ୍ଥାର କାର୍ଯ୍ୟାଳୟ ପରିଚାଳନା ବ୍ୟବସ୍ଥା:

  • ପ୍ରତି ଜିଲ୍ଲାସ୍ତରୀୟ ଗ୍ରାମୀଣ ଉନ୍ନୟନ ସଂସ୍ଥାରେ ନିମ୍ନଲିଖ୍ ଶାଖା ରହିଛି; ଯଥା – (୧) ଆତ୍ମନିଯୁକ୍ତି ଶାଖା, (୨) କର୍ମନିଯୁକ୍ତି ଶାଖା, (୩) ମହିଳା ଶାଖା, (୪) ଇଂଜିନିୟରିଂ ଶାଖା, (୫) ହିସାବ ରକ୍ଷକ ଶାଖା, (୬) ନିୟନ୍ତ୍ରଣ ଓ ମୂଲ୍ୟାୟନ ଶାଖା, (୭) ସାଧାରଣ ପ୍ରଶାସନ ଶାଖା ।
  • ପ୍ରତିଟି ଶାଖା ଦାୟିତ୍ଵରେ ଜଣେ ଜଣେ ‘ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ’ ଅଛନ୍ତି ।

→ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭୂମିକା :

  • ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକର ସୁପରିଚାଳନା, ସେଥ‌ିପାଇଁ ମିଳିଥିବା ଅର୍ଥ ଓ ଅନୁଦାନର ସତ୍‌ବିନିଯୋଗ ଏବଂ ଶୃଙ୍ଖଳା ଓ ସ୍ଵଚ୍ଛତା ରକ୍ଷା କରାଯିବା ବ୍ୟବସ୍ଥା କରିବା ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ ।
  • ଲୋକମାନଙ୍କ ମଧ୍ୟରେ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଦାୟିତ୍ଵ ।

ଆମେ କ’ଣ ଶିଖୁ ?

  • ଭାରତରେ ଜିଲ୍ଲାପାଳ ପଦବୀ ୧୭୭୨ରେ ଓ୍ବାରେନ୍ ହେଣ୍ଟିଙ୍ଗସ୍‌ଙ୍କଦ୍ଵାରା ସୃଷ୍ଟି ହେବା ଓ ଜିଲ୍ଲାପାଳ ଜିଲ୍ଲାର ସର୍ବୋଚ୍ଚ ଶାସନକର୍ତ୍ତା ହେବା ।
  • ଭୂ-ରାଜସ୍ବ ଆଦାୟ କରିବା ଓ ମାଜିଷ୍ଟ୍ରେଟ୍ ଭାବରେ ମୋକଦ୍ଦମା ବିଚାର କରିବା ତାଙ୍କର ପ୍ରମୁଖ କାର୍ଯ୍ୟ
  • ଶାନ୍ତିଶୃଙ୍ଖଳା ରକ୍ଷା, ଆଇନର ସୁରକ୍ଷା ଓ ବିକାଶମୂଳକ କାର୍ଯରେ ତାଙ୍କର ଯୋଗଦାନ ।
  • ଜିଲ୍ଲାରେ କାର୍ଯ୍ୟକାରୀ ହେଉଥ‌ିବା ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା ।
  • ପୋଲିସ୍ କମିଶନରେଟ୍ ବ୍ୟବସ୍ଥା ଥିବା ଜିଲ୍ଲାମାନଙ୍କରେ ଶାନ୍ତିଶୃଙ୍ଖଳା ରକ୍ଷା ସହଜ ହୋଇଥାଏ ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

ଜାଣିବା କଥା

  • ପୋଲିସ୍ କମିଶନରେଟ୍ : ଯେଉଁ ଜିଲ୍ଲାରେ ପୋଲିସ୍ କମିଶନରେଟ୍ ବ୍ୟବସ୍ଥା ଚାଲୁ ରହିଛି, ସେଠାରେ ଜିଲ୍ଲାପାଳ ପୋଲିସ କମିଶନରଙ୍କ ସାହାଯ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ।
  • ଉପଖଣ୍ଡ : ଗୋଟିଏ ଜିଲ୍ଲାକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ କେତେଗୋଟି ଭାଗରେ ବିଭକ୍ତ କରାଯାଇଥାଏ । ଏହାକୁ ଉପଖଣ୍ଡ (Sub-Division) କୁହାଯାଏ ।
  • ସର୍ବଭାରତୀୟ ପ୍ରଶାସନିକ ସେବା : ଆଇ.ଏ.ଏସ୍. ଓ ଆଇ.ପି.ଏସ୍.କୁ ସର୍ବଭାରତୀୟ ପ୍ରଶାସନିକ ସେବା କୁହାଯାଏ । ଏହି ସେବାଗୁଡ଼ିକ ଲାଗି ସାରା ଭାରତ ପାଇଁ ଗୋଟିଏ ସଂସ୍ଥା ଯଥା : କେନ୍ଦ୍ର ଲୋକସେବା ଆୟୋଗ (U.P.S.C.) ଦ୍ଵାରା ଚୟନ କାର୍ଯ୍ୟ କରାଯାଏ ।
  • ଆରକ୍ଷୀ ଅଧ୍ୟକ୍ଷକ : ଜିଲ୍ଲାର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ଅଧ୍ୟକ୍ଷକ (Superintendent of Police) କରାଯାଏ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(k)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(k) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(k)

Question 1.
11 ସେ.ମି. ଦୈର୍ଘ୍ୟ ବିଶିଷ୍ଟ AB ରେଖାଖଣ୍ଡ ଟାଣି ତାକୁ 5ଟି ସର୍ବସମ ଅଂଶରେ ବିଭକ୍ତ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(k) 1
(a) 11 ସେ.ମି. ଦୈର୍ଘ୍ୟ ବିଶିଷ୍ଟ A͞B ର A ଓ B ବିନ୍ଦୁରେ ଦୁଇଟି ସମାନ ପରିମାଣ ବିଶିଷ୍ଟ କୋଣ ଯଥାକ୍ରମେ ∠XAB ଏବଂ ∠YBA ଅଙ୍କନ କର ।
(b) \(\overrightarrow{\mathrm{AX}}\) ରୁ A ଠାରୁ ଆରମ୍ଭକରି ଚାରିଗୋଟି ସର୍ବସମ ଅଂଶ ଏବଂ ସେହିପରି \(\overrightarrow{\mathrm{BY}}\) ରୁ B ଠାରୁ ଆରମ୍ଭକରି ପୂର୍ବ ଅଂଶ ସହ ସମାନ କରି ଚାରିଗୋଟି ସର୍ବସମ ଅଂଶରେ ବିଭକ୍ତ କର ।
ଏଠାରେ AP1 = P1P2 = P2P3 = P3P4 = BQ1 = Q1Q2 = Q2Q3 = Q3Q4 ହେବ ।
(c) ବର୍ତ୍ତମାନ P1Q4, P2Q3, P3Q2 ଏବଂ P4Q1 ଅଙ୍କନ କର । ଯାହାଦ୍ୱାରା A͞B ରେଖାଖଣ୍ଡଟି ପାଞ୍ଚଗୋଟି ସର୍ବସମ ଅଂଶରେ ବିଭକ୍ତ ହେଲା ।

Question 2.
10 ସେ.ମି. ଦୈର୍ଘ୍ୟ ବିଶିଷ୍ଟ A͞B ରେଖାଖଣ୍ଡ ଟାଣି X ବିନ୍ଦୁରେ ଏପରି ଭାବେ ଦୁଇଖଣ୍ଡ କର ଯେପରିକି AX = 2BX ହେବ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(k) 2
(a) 10 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ABକୁ ସମାନ ତିନି ସର୍ବସମ ଅଂଶରେ ବିଭକ୍ତ କର ।
(b) P1Q2 ଏବଂ P2Q1 ଅଙ୍କନ କରି M ଓ X କୁ AB ଉପରେ ଚିହ୍ନଟ କର ।
(c) ବର୍ତ୍ତମାନ AX = 2 BX ।

Question 3.
8 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ରେଖାଖଣ୍ଡ AB ଅଙ୍କନ କରି ଏହା ଉପରେ C ବିନ୍ଦୁ ଚିହ୍ନଟ କର ଯେପରିକି, AC : CB = 2 : 1 ହେବ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(k) 3
(a) 8 ସେ.ମି. ଦୈର୍ଘ୍ୟ ବିଶିଷ୍ଟ A͞B କୁ ତିନୋଟି ସର୍ବସମ ଅଂଶରେ ବିଭକ୍ତ କର ।
(b) A͞B ଉପରେ M ଓ C ବିନ୍ଦୁ ଚିହ୍ନଟ କର ।
(c) ବର୍ତ୍ତମାନ AC : BC = 2 : 1 ।

Question 4.
12.5 ସେ.ମି. ପରିସୀମା ବିଶିଷ୍ଟ ଏକ ତ୍ରିଭୁଜ ଅଙ୍କନ କର ଯାହାର ବାହୁମାନଙ୍କର ଦୈର୍ଘ୍ୟର ଅନୁପାତ 2 : 3 : 4 ହେବ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(k) 4
(a) 12.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ AB ଅଙ୍କନ କରି ଏହାକୁ 9 ସମାନ ଭାଗରେ ବିଭକ୍ତ କର ।
(b) ଆବଶ୍ୟକ ଭାଗକୁ ନିରୀକ୍ଷଣ କରି M ଓ N ବିନ୍ଦୁକୁ AB ଉପରେ ଚିହ୍ନଟ କର ।
(c) Δ RNB ଅଙ୍କନ କର ଯାହାର ବାହୁତ୍ରୟର ଦୈର୍ଘ୍ୟ NB, NR ଏବଂ RB ହେବ ।
(d) Δ RNB ସମ୍ପୂର୍ଣ କର । (ଏଠାରେ AM = BR ଓ MN = NR)

Question 5.
ଗୋଟିଏ ସମବାହୁ ତ୍ରିଭୁଜ ଅଙ୍କନ କର ଯାହାର ପରିସୀମା 13.5 ସେମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(k) 5
(a) 13.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ AB ଅଙ୍କନ କର ।
(b) AB କୁ ତିନୋଟି ସର୍ବସମ ଅଂଶରେ ବିଭକ୍ତ କର ।
(c) AB ଉପରିସ୍ଥ M ଓ N ବିନ୍ଦୁ ଚିହ୍ନଟ କର ।
(d) Δ RNB ସମବାହୁ ତ୍ରିଭୁଜ ଅଙ୍କନ କର ଯାହାର ବାହୁର ଦୈର୍ଘ୍ୟ NB ହେବ ।

Question 6.
9 ସେ.ମି. ରେଖାଖଣ୍ଡ ଅଙ୍କନ କରି ଏହି ରେଖାଖଣ୍ଡରେ 3 ସେ.ମି.କୁ ଏକ ଏକକ ନେଇ 2\(\frac{1}{3}\), 2√2, 2 + \(\frac{\sqrt{3}}{2}\) ସଂଖ୍ୟାଗୁଡ଼ିକ କେଉଁ ବିନ୍ଦୁଦ୍ୱାରା ସୂଚିତ ସେଗୁଡ଼ିକୁ ନିରୂପଣ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(k) 6
(a) A͞D ଅଙ୍କନ କର ଯାହାର ଦୈର୍ଘ୍ୟ 9 ସେ.ମି. ।
(b) AD ଉପରେ B ଓ C ବିନ୍ଦୁ ନିଅ ଯେପରିକି AB = BC = CD = 3 ସେ.ମି. ।
(c) CD କୁ ସମତ୍ରିଖଣ୍ଡ କରି P ବିନ୍ଦୁ ନିର୍ଣ୍ଣୟ କର । ଏଠାରେ P ବିନ୍ଦୁର ସ୍ଥାନାଙ୍କ 2\(\frac{1}{3}\) ।
(d) C ବିନ୍ଦୁରେ CR ଲମ୍ବ ଅଙ୍କନ କର ଯେପରିକି AC = CR ହେବ ।
(e) AR ବ୍ୟାସାର୍ଦ୍ଧ ପରିମିତ ଚାପ A͞D କୁ E ବିନ୍ଦୁରେ ଛେଦ କରୁ । ଏଠାରେ E ବିନ୍ଦୁରେ ସ୍ଥାନାଙ୍କ 2√2 ହେବ ।
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(k) 7
(f) C ବିନ୍ଦୁରେ \(\overrightarrow{\mathrm{CX}}\) ଲମ୍ବ ଅଙ୍କନ କର ।
(g) CD ର ମଧ୍ୟବିନ୍ଦୁ M ସ୍ଥିର କରି Δ CNM ଅଙ୍କନ କର ଯାହାର MN = CD (1 ଏକକ) ଏବଂ CM = \(\frac{1}{2}\) ଏକକ ହେବ ।
(h) CD ଉପରେ S ବିନ୍ଦୁ ଚିହ୍ନଟି କର ଯେପରିକି CN = CS ହେବ ।
(i) S ବିନ୍ଦୁଟି 2 + \(\frac{\sqrt{3}}{2}\) ଏକକର ସୂଚକ ବିନ୍ଦୁ ହେବ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର will enable students to study smartly.

BSE Odisha Class 8 Political Science Notes Chapter 2 ରାଜ୍ୟ ସରକାର

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
(କ) କାର୍ଯ୍ୟପାଳିକା

→ ଉପକ୍ରମ :

  • ଆମ ସମ୍ବିଧାନର ସଂଘୀୟ ଶାସନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରରେ କେନ୍ଦ୍ର ସରକାର ଓ ପ୍ରତି ରାଜ୍ୟରେ ଗୋଟିଏ ଲେଖାଏଁ ରାଜ୍ୟ ସରକାର ରହିଛି ।
  • କେନ୍ଦ୍ର ସରକାରଙ୍କ ପରି ପ୍ରତ୍ୟେକ ରାଜ୍ୟ ସରକାରରେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ରହିଛି ।
  • ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀପରିଷଦକୁ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକା ଗଠିତ ।
  • ରାଜ୍ୟ ବ୍ୟବସ୍ଥାପିକା କହିଲେ ରାଜ୍ୟପାଳ ଓ ଏକ ବା ଦ୍ୱି-ସଦନୀୟ ରାଜ୍ୟ ବିଧାନମଣ୍ଡଳକୁ ବୁଝାଏ ।
  • ଭାରତର ୨୯ ଗୋଟି ରାଜ୍ୟ ମଧ୍ୟରୁ ୭ ଗୋଟି ରାଜ୍ୟ; ଯଥା— ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଆନ୍ଧ୍ରପ୍ରଦେଶରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି । ଅବଶିଷ୍ଟ ରାଜ୍ୟରେ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ; ଯଥା— ଦିଲ୍ଲୀ ଓ ପୁଦୁଚେରୀରେ କେବଳ ବିଧାନସଭା ଅଛି ।
  • ନୂତନ ରାଜ୍ୟ ତେଲେଙ୍ଗାନାର ମଧ୍ଯ ବିଧାନ ପରିଷଦ ରହିବାର ବ୍ୟବସ୍ଥା ଅଛି ।

→ ରାଜ୍ୟପାଳ:

  • ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ଶାସନମୁଖ୍ୟ । ତାଙ୍କରି ନାମରେ ରାଜ୍ୟ ଶାସନ ପରିଚାଳିତ ହୁଏ ।
  • ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ମନ୍ତ୍ରିପରିଷଦର ସାହାଯ୍ୟ ଓ ପରାମର୍ଶ କ୍ରମେ ରାଜ୍ୟପାଳ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି ।
  • ନୂତନ ତଥ୍ୟ : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଝାଡ଼ଖଣ୍ଡର ରାଜ୍ୟପାଳ, ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ।
  • ମନେରଖ : ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ଗୋଟିଏ ରାଜ୍ୟ ବା ଏକାଧ୍ଵ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ନିଯୁକ୍ତ ହୋଇଥା’ନ୍ତି ।

→ ନିଯୁକ୍ତି ଓ କାର୍ଯ୍ୟକାଳ :

  • ରାଜ୍ୟପାଳମାନେ ନିର୍ବାଚିତ ହୁଅନ୍ତି ନାହିଁ । ସେମାନେ ରାଷ୍ଟ୍ରପତିଙ୍କଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ ହୁଅନ୍ତି । ଜଣେ ବ୍ୟକ୍ତି ଏକାଧ୍ଵବାର ରାଜ୍ୟପାଳ ଭାବରେ ନିଯୁକ୍ତି ପାଇବାରେ ବାଧା ନାହିଁ ।
  • ରାଜ୍ୟପାଳ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ଇସ୍ତଫା ପତ୍ର ଲେଖୁ ଇସ୍ତଫା ଦେଇପାରନ୍ତି ବା ରାଷ୍ଟ୍ରପତିଙ୍କଦ୍ୱାରା ପଦଚ୍ୟୁତ ହୋଇପାରନ୍ତି ।
  • ମନେରଖ : ପରମ୍ପରା ଅନୁଯାୟୀ କୌଣସି ରାଜ୍ୟର ଅଧ୍ବବାସୀ ସେହି ରାଜ୍ୟର ରାଜ୍ୟପାଳ ପଦରେ ନିଯୁକ୍ତି ପାଇ ନଥା’ନ୍ତି ।
  • ରାଷ୍ଟ୍ରପତିଙ୍କ ମର୍ଜି ଉପରେ ରାଜ୍ୟପାଳ ନିଜ ପଦରେ ରହନ୍ତି ।
  • କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା ଅନ୍ୟ କୌଣସି କାରଣରୁ ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ପଡ଼ୋଶୀ ରାଜ୍ୟର ରାଜ୍ୟପାଳ ବା ସେହି ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅସ୍ଥାୟୀଭାବରେ ରାଜ୍ୟପାଳ ଦାୟିତ୍ଵରେ ରହନ୍ତି ।
  • ନବନିଯୁକ୍ତ ରାଜ୍ୟପାଳଙ୍କୁ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶପଥ ପାଠ କରାନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୩୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥ‌ିବ ।
  • ସେ ଜଣେ ସାଂସଦ ବା ରାଜ୍ୟ ବିଧାନମଣ୍ଡଳର ବିଧାୟକ ହୋଇ ନଥ‌ିବେ ।
  • ସେ କୌଣସି ଲାଭଜନକ ପଦବୀରେ ନଥ‌ିବେ ।
  • ମନେରଖ : ରାଜ୍ୟ ପ୍ରଶାସନ ସଂପର୍କିତ ସମସ୍ତ ନିଷ୍ପତ୍ତି ଓ ତଥ୍ୟ ରାଜ୍ୟପାଳଙ୍କୁ ଅବଗତ କରାଇବା ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ।

→ ରାଜ୍ୟପାଳଙ୍କ କ୍ଷମତା :

  • କାର୍ଯ୍ୟପାଳିକା କ୍ଷମତା – ବିଧାନସଭା ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷିତ ହେବାପରେ ରାଜ୍ୟପାଳ ପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି । ଏହା ବ୍ୟତୀତ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟର ମହାଧବକ୍ତା, ଲୋକସେବା ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିଯୁକ୍ତ ଦିଅନ୍ତି । ଆବଶ୍ୟକ ସମୟରେ ରାଜ୍ୟପାଳ ରାଜ୍ୟରେ ‘ରାଷ୍ଟ୍ରପତି ଶାସନ’ ଜାରି କରିବାପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ପ୍ରଦାନ କରନ୍ତି ।
  • ବ୍ୟବସ୍ଥାପିକା କ୍ଷମତା– ରାଜ୍ୟପାଳ ରାଜ୍ୟ ବିଧାନମଣ୍ଡଳର ଏକ ଅବିଭକ୍ତ ଅଙ୍ଗ । ରାଜ୍ୟପାଳ ବିଧାନମଣ୍ଡଳର ଏକ ବା ଉଭୟ ଗୃହର ଅଧ‌ିବେଶନ ଆହ୍ୱାନ କରନ୍ତି, ଅଧୂବେଶନର ପରିସମାପ୍ତି (Prorogue) ଘୋଷଣା କରନ୍ତି ଏବଂ ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ସେ କେବଳ ବିଧାନସଭାକୁ ଭଙ୍ଗ କରିଥାଆନ୍ତି । ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅଧୂବେଶନ ଓ ପ୍ରତିବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖତ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି । ରାଜ୍ୟ ବିଧାନମଣ୍ଡଳରେ ଗୃହୀତ ଚିଠା ଆଇନ ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ ଆଇନରେ ପରିଣତ ହୁଏ । ବିଧାନମଣ୍ଡଳ ବା ବିଧାନସଭାର ଅଧିବେଶନ ଚାଲୁ ନଥିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅଧ୍ୟାଦେଶ (ଅର୍ଡ଼ନାନ୍ସ) ଜାରି କରିଥାଆନ୍ତି ।
  • ଅର୍ଥ ସମ୍ପର୍କିତ କ୍ଷମତା – ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଅର୍ଥ ସମ୍ପର୍କିତ ଚିଠା ଆଇନ (ଅର୍ଥବିଲ୍) ବିଧାନସଭାରେ ଆଗତ କରାଯାଏ ନାହିଁ । ପ୍ରତ୍ୟେକ ‘ଆର୍ଥିକ ବର୍ଷର’ ଆରମ୍ଭ ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ୱାରା ବିଧାନସଭାରେ ରାଜ୍ୟର ବାର୍ଷିକ ଆୟବ୍ୟୟ-ଅଟକଳ ବା ‘ବଜେଟ୍’ ଉପସ୍ଥାପିତ କରାନ୍ତି । ଏହାଛଡା ‘ଅତିରିକ୍ତ ଖର୍ଚ୍ଚଦାବି’ ମଧ୍ୟ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ବାରା ବିଧାନସଭାରେ ଆଗତ କରାନ୍ତି ।
  • ନ୍ୟାୟିକ କ୍ଷମତା – ଜିଲ୍ଲାସ୍ତରୀୟ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି । ରାଜ୍ୟର ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କର ନିଯୁକ୍ତି ସମୟରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି । ରାଜ୍ୟପାଳ ରାଜ୍ୟରେ ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ବା ଦଣ୍ଡାଦେଶକୁ ସ୍ଥଗିତ ରଖାରନ୍ତି ।
  • ବିବିଧ କ୍ଷମତା – ରାଜ୍ୟପାଳ ପ୍ରତି ୧୫ ଦିନରେ ଥରେ ରାଜ୍ୟଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କ ‘ପାକ୍ଷିକ ରିପୋର୍ଟ ପ୍ରଦାନ କରନ୍ତି । ରାଜ୍ୟରେ ଥ‌ିବା ବିଶ୍ଵବିଦ୍ୟାଳୟମାନଙ୍କର ସମାବର୍ତ୍ତନ ଉତ୍ସବରେ ସେ କୁଳାଧୂପତି ଭାବରେ ଅଧ୍ୟକ୍ଷତା କରନ୍ତି ଓ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରନ୍ତି । ସେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରାନ୍ତି । ସେ ରାଜ୍ୟ ରେଡ଼କ୍ରସ୍ ସଂସ୍ଥାର ମୁଖ୍ୟ । ସେ ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ ସମୟରେ ଆଲୋଚନା କରନ୍ତି । ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବା ପରେ ରାଜ୍ୟସ୍ତରୀୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରନ୍ତି ।
  • ସ୍ଵେଚ୍ଛାଧୀନ କ୍ଷମତା– ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯେଉଁ କ୍ଷମତା ପ୍ରୟୋଗ କରିବା ସମୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ପରାମର୍ଶଦ୍ୱାରା ପରିଚାଳିତ ନ ହୋଇ ନିଜ ବୁଦ୍ଧି ଓ ବିବେକଦ୍ୱାରା ପରିଚାଳିତ ହୁଅନ୍ତି, ସେହି କ୍ଷମତାକୁ ସ୍ଵେଚ୍ଛାଧୀନ କ୍ଷମତା କୁହାଯାଏ ।

→ ରାଜ୍ୟପାଳଙ୍କର ଭୂମିକା :

  • ରାଜ୍ୟପାଳ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ଶାସନମୁଖ୍ୟ ।
  • ସେ ସଂସଦୀୟ ଗଣତନ୍ତ୍ରର ପରମ୍ପରା ଅନଯାୟୀ ମଖ୍ୟମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି ।
  • ସେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପ୍ରଶାସନ ସମ୍ପର୍କରେ ନିୟମିତ ଭାବରେ ଅବଗତ କରାଇ ଜାତୀୟ ସଂହତି ଓ ଅଖଣ୍ଡତା ବଜାୟ ରଖୁବାରେ ଓ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବାରେ ସହାୟକ ହୁଅନ୍ତି ।
  • ତାଙ୍କର ବାସ୍ତବ ଭୂମିକାଟି ହେଉଛି ‘‘ଗୋଟିଏ ଦାର୍ଶନିକ, ଗୋଟିଏ ବନ୍ଧୁ ଓ ଗୋଟିଏ ମାର୍ଗ-ଦର୍ଶକର ଭୂମିକା ।’’

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ମନ୍ତ୍ରିପରିଷଦ :

  • ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦର ମୁଖ୍ୟ ।
  • ଗଠନ – ପ୍ରତ୍ୟେକ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଶେଷ ହେବାପରେ ବିଧାନସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇଥିବା ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦିଅନ୍ତି ।
  • ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
  • ମନେରଖ : ବିଧାନମଣ୍ଡଳର ସଭ୍ୟ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀପରିଷଦରେ ସ୍ଥାନ ଦେଇପାରନ୍ତି; କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ମଧ୍ୟରେ ବିଧାନମଣ୍ଡଳର ସଦସ୍ୟ ହେବାକୁ ପଡ଼ିବ ।
  • ମନ୍ତ୍ରୀପରିଷଦର ସଦସ୍ୟ ସଂଖ୍ୟା ରାଜ୍ୟ ବିଧାନସଭା ବା ବିଧାନମଣ୍ଡଳର ସଭ୍ୟସଂଖ୍ୟାର ୧୫ ଶତାଂଶଠାରୁ ଅଧ୍ୟକ ହୋଇପାରିବ ନାହିଁ ।
  • ରାଜ୍ୟ ମନ୍ତ୍ରୀପରିଷଦରେ ସାଧାରଣତଃ ତିନି ପ୍ରକାରର ମନ୍ତ୍ରୀ ଥାଆନ୍ତି; ଯଥା— (a) କ୍ୟାବିନେଟ୍ ମନ୍ତ୍ରୀ (b) ରାଷ୍ଟ୍ରମନ୍ତ୍ରୀ, (c) ଉପମନ୍ତ୍ରୀ ।
  • ବରିଷ୍ଠ, ଅଭିଜ୍ଞ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ କ୍ୟାବିନେଟ୍ ମନ୍ତ୍ରୀଭାବେ ନିଯୁକ୍ତି ଦିଆଯାଇଥାଏ ।
  • ରାଷ୍ଟ୍ରମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବାପାଇଁ ନିଯୁକ୍ତ ହୁଅନ୍ତି । କେତେକ କ୍ଷେତ୍ରରେ ସେମାନଙ୍କୁ ସ୍ବାଧୀନ ଦାୟିତ୍ୱ ମଧ୍ୟ ଦିଆଯାଏ ।
  • ଉପମନ୍ତ୍ରୀମାନେ କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ କର୍ତ୍ତବ୍ୟ ସମ୍ପାଦନରେ ସାହାଯ୍ୟ କରନ୍ତି ।
  • କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀଙ୍କଦ୍ବାରା ଆହୂତ ହୁଏ ।
  • ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରନ୍ତି ଏବଂ ଏହାର କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତି ।
  • ରାଜ୍ୟ ବିଧାନସଭା ନିକଟରେ ସମସ୍ତ କାର୍ଯ୍ୟ ପାଇଁ ମନ୍ତ୍ରୀପରିଷଦ ବ୍ୟକ୍ତିଗତ ଭାବରେ ଓ ସମୂହ ଭାବରେ ଉତ୍ତରଦାୟୀ । ବିଧାନସଭାର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ଆସ୍ଥାଭାଜନ ଥ‌ିବା ଯାଏ ମନ୍ତ୍ରିପରିଷଦ ତିଷ୍ଠି ରହେ ।
  • ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଓ ବିଭାଗ ଅଦଳ ବଦଳ କରାଇ ଥାଆନ୍ତି ।
  • ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କ୍ରମେ ରାଜ୍ୟପାଳ ମନ୍ତ୍ରୀଙ୍କର ଇସ୍ତଫାପତ୍ର ଗ୍ରହଣ କରନ୍ତି ।
  • ମନେରଖ : ମୂଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟ ମନ୍ତ୍ରିପରିଷଦର ବିଲୟ ଘଟେ ।

→ ମନ୍ତ୍ରିପରିଷଦର କାର୍ଯ୍ୟାବଳୀ :

  • ରାଜ୍ୟ ମନ୍ତ୍ରୀମଣ୍ଡଳ ବାସ୍ତବରେ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ।
  • ନୀତି ନିର୍ଦ୍ଧାରଣ କରିବା ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରାଇବାପାଇଁ ପଦକ୍ଷେପ ନେବା ମନ୍ତ୍ରୀମଣ୍ଡଳର ମୁଖ୍ୟ କାର୍ଯ୍ୟ ।
  • ରାଜ୍ୟ ମନ୍ତ୍ରୀମଣ୍ଡଳର ବୈଠକରେ ଅର୍ଥ ବିଭାଗଦ୍ବାରା ପ୍ରସ୍ତୁତ ‘ବଜେଟ୍’ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇ ଅନୁମୋଦନ କରାଯାଏ ।
  • ମନ୍ତ୍ରୀପରିଷଦ ବୈଠକରେ ନିଆଯାଇଥିବା ‘ସାମୂହିକ ନିଷ୍ପତ୍ତି’କୁ ମାନିବାକୁ ସବୁ ମନ୍ତ୍ରୀ ବାଧ୍ୟ । ଯଦି କୌଣସି ମନ୍ତ୍ରୀ ଭିନ୍ନ ମତ ପୋଷଣ କରି ଏଥ‌ିରେ ଭାଗୀଦାର ନ ହୁଅନ୍ତି, ତେବେ ସେ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଥାଆନ୍ତି ।

→ ମୁଖ୍ୟମନ୍ତ୍ରୀ :

  • ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ହେଉଛି ବାସ୍ତବରେ ସମ୍ବିଧାନ ସ୍ଵୀକୃତ ପ୍ରଶାସନିକ ତଥା କାର୍ଯ୍ୟପାଳିକାର ମୁଖ୍ୟ ।
  • ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳ ରାଜ୍ୟସ୍ତରରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ନିଯୁକ୍ତି ଓ କାର୍ଯ୍ୟକାଳ :

  • ସାଧାରଣ ନିର୍ବାଚନ ପରେ ବିଧାନସଭାରେ ଥ‌ିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରନ୍ତି । ବିଧାନସଭାରେ ସଂଖ୍ୟାଗରିଷ୍ଠ ସଭ୍ୟମାନଙ୍କର ଆସ୍ଥାଭାଜନ ହୋଇଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜ ପଦବୀରେ ରହନ୍ତି ।
  • ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ମନ୍ତ୍ରୀପରିଷଦର ବିଲୟ ଘଟେ ।
  • ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀପରିଷଦକୁ ବରଖାସ୍ତ କରାଯାଏ ।
  • ମନେରଖ : ମନ୍ତ୍ରୀପରିଷଦ ବିରୁଦ୍ଧରେ ‘ଅନାସ୍ଥା ପ୍ରସ୍ତାବ’ ବିଧାନସଭାରେ ଗୃହୀତ ହେଲେ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ କ୍ଷମତାରୁ ଅପସରି ଯାଆନ୍ତି ।

→ କାର୍ଯ୍ୟାବଳୀ :

  • ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ – ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦର ସୃଷ୍ଟି, ସ୍ଥିତି ଏବଂ ବିଲୟର ଆଧାର । ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ କ୍ରମେ ଅନ୍ୟ ମନ୍ତ୍ରୀମାନେ ନିଯୁକ୍ତ ହୁଅନ୍ତି । ସେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳର ବୈଠକ ଆହ୍ବାନ କରନ୍ତି, କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ଏବଂ ବୈଠକରେ ଅଧ୍ୟକ୍ଷତା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ – ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କର ସମ୍ବିଧାନ ସ୍ଵୀକୃତ ପରାମର୍ଶଦାତା । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରପରିଷଦର ପରାମର୍ଶ ଅନୁସାରେ ରାଜ୍ୟପାଳ ତାଙ୍କର କାର୍ଯ୍ୟ ସମ୍ପାଦନ କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ବିଧାନସଭା – ମୁଖ୍ୟମନ୍ତ୍ରୀ ବିଧାନସଭାର ନେତା ଅଟନ୍ତି । ବିଧାନସଭା ଗୃହର ନେତା ଭାବରେ ମୁଖ୍ୟମନ୍ତ୍ରୀ ବିଧାନସଭା ସଦସ୍ୟମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରନ୍ତି । ବିଧାନସଭାରେ ସେ ସରକାରଙ୍କର ନୂତନ ନୀତି ଓ ଯୋଜନାଗୁଡ଼ିକ ଘୋଷଣା କରନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିରୋଧୀ ଦଳର ନେତା ଓ ଅନ୍ୟ ଦଳର ନେତାମାନଙ୍କ ସହିତ ବିଚାର ଆଲୋଚନା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ – ମୁଖ୍ୟମନ୍ତ୍ରୀ ନିଜ ଦଳ ତଥା ଶାସକ ଦଳର ନେତା । ସେ ଶାସକ ଦଳର ସଦସ୍ୟମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଚାର ଆଲୋଚନା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନ – ରାଜ୍ୟ ସରକାରର ମୁଖ୍ୟ ଶାସନକର୍ତ୍ତା ହିସାବରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ନୀତି ନିୟମ ପ୍ରଣୟନ କରିବାରେ ନେତୃତ୍ୱ ନେବା ସହିତ ସେଗୁଡ଼ିକ କିପରି ନିଷ୍ଠାର ସହିତ କାର୍ଯ୍ୟକାରୀ ହୋଇପାରିବ, ସେଥ୍ୟପ୍ରତି ଧ୍ୟାନ ଦିଅନ୍ତି । ରାଜ୍ୟରେ ଦୈବ ଦୁର୍ବିପାକ ପରିସ୍ଥିତି ସୃଷ୍ଟି ହେଲେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ତ୍ୱରାନ୍ବିତ କରି ସମସ୍ୟାର ସମାଧାନ କରନ୍ତି । ଆବଶ୍ୟକସ୍ଥଳେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ରାଜ୍ୟର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଚେଷ୍ଟା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଜନସାଧାରଣ – ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କର ପ୍ରିୟ ନେତା । ରାଜ୍ୟର ତଥା ଜନତାର ସ୍ଵାର୍ଥ କେନ୍ଦ୍ର ସରକାରଙ୍କ ନିକଟରେ ଉଚିତଭାବେ ଉପସ୍ଥାପିତ କରିବା ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନ କାର୍ଯ୍ୟ । ଜାତୀୟ ଓ ଆନ୍ତର୍ଜାତୀୟ ସଙ୍ଗଠନ ମାଧ୍ୟମରେ ରାଜ୍ୟର ବିକାଶମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରି ଲୋକମାନଙ୍କର ସର୍ବବିଧ ଉନ୍ନତି ସାଧନ କରିବା ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ ମୁଖ୍ୟ କାର୍ଯ୍ୟ ।

(ଖ) ରାଜ୍ୟ ବିଧାନମଣ୍ଡଳ (State Legislature) 

  • ଭାରତର ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ଏକ-ସଦନୀୟ ବା ଦ୍ବି-ସଦନୀୟ ବିଧାନମଣ୍ଡଳ ରହିଅଛି ।
  • ବିଧାନମଣ୍ଡଳର ନିମ୍ନସଦନକୁ ବିଧାନସଭା ଏବଂ ଉଚ୍ଚସଦନକୁ ବିଧାନ ପରିଷଦ କୁହାଯାଏ ।
  • ଆମ ଓଡ଼ିଶାରେ କେବଳ ନିମ୍ନ ସଦନ ବା ବିଧାନସଭା ଅଛି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

ବିଧାନସଭା 
→ ଗଠନ ଓ କାର୍ଯ୍ୟକାଳ :

  • ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟ ସଂଖ୍ୟା ୫୦୦ ରୁ ଅଧ୍ବକ କିମ୍ବା ୬୦ରୁ କମ୍ ହୋଇପାରିବ ନାହିଁ ।
  • ଓଡ଼ିଶା ବିଧାନସଭାର ମୋଟ ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୨ ଆସନ ଅନୁସୂଚିତ ଜାତି (S.C.) ଏବଂ ୩୪ଟି ଆସନ ଅନୁସୂଚିତ ଜନଜାତି (S.T.)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ରାଜ୍ୟ ବିଧାନମଣ୍ଡଳ (State Legislature)

  • ମନେରଖ : ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା ୩୨ ଆସନ ବିଶିଷ୍ଟ । ଗୋଆ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ବିଧାନସଭାର ସଭ୍ୟସଂଖ୍ୟା ୪୦ ।
  • ବିଧାନସଭାର ସଭ୍ୟମାନେ ରାଜ୍ୟର ଭୋଟଦାତାମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ସାବାଳକ ଭୋଟଦାନ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ହୁଅନ୍ତି ।
  • ମନେରଖ : ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ । ଜାତୀୟ ଜରୁରୀ ପରିସ୍ଥିତି ଜାରି ହେବା ସମୟରେ ଏହାର କାର୍ଯ୍ୟକାଳ ସଂସଦର ଆଇନଦ୍ୱାରା ଅଧିକ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

→ ବିଧାନସଭାର ସଭ୍ୟପଦ ପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୨୫ ବର୍ଷରୁ କମ୍ ହୋଇନଥ‌ିବ ।
  • ସଂସଦଦ୍ୱାରା ପ୍ରଣୀତ ନିର୍ବାଚନ ଆଇନଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଅନ୍ୟ ସମସ୍ତ ଯୋଗ୍ୟତା ତାଙ୍କର ଥ‌ିବ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଅଧୁବେଶନ :

  • ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶକ୍ରମେ ରାଜ୍ୟପାଳ ବିଧାନସଭାର ଅଧ‌ିବେଶନ ଡକାଇ ଥାଆନ୍ତି ।
  • ପ୍ରତିବର୍ଷ ବିଧାନସଭାର ଅନ୍ୟୁନ ଦୁଇଟି ଅଧିବେଶନ ହେବା ବାଧ୍ୟତାମୂଳକ ଅଟେ ।
  • ବାସ୍ତବରେ ପ୍ରତିବର୍ଷ ବିଧାନସଭାର ତିନିଗୋଟି ଅଧିବେଶନ ଆହୂତ ହୋଇଥାଏ ; ଯଥା— ବଜେଟ୍ ଅଧିବେଶନ, ବର୍ଷାକାଳୀନ ଅଧ୍ଶନ ଓ ଶୀତକାଳୀନ ଅଧ୍ଵବେଶନ ।
  • ମନେରଖ : ବିଧାନସଭାରେ ସର୍ବମୋଟ ସଭ୍ୟ ସଂଖ୍ୟାର ଏକ-ଦଶମାଂଶ ସଭ୍ୟ ଗୃହରେ ଉପସ୍ଥିତ ରହିଲେ ଗୃହକାର୍ଯ୍ୟ ଚାଲେ । ଏହି ସର୍ବନିମ୍ନ ସଂଖ୍ୟକ ସଦସ୍ୟଙ୍କର ଉପସ୍ଥିତିକୁ ‘କୋରମ’ କୁହାଯାଏ ।

→ ବାଚସ୍ପତି :

  • ବିଧାନସଭା ବୈଠକରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।
  • ବିଧାନସଭାର ପ୍ରଥମ ଅଧିବେଶନରେ ଗୃହର ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କ ବାଚସ୍ପତିଭାବେ ନିର୍ବାଚିତ କରନ୍ତି । ସାଧାରଣତଃ ବାଚସ୍ପତି ଶାସକ ଦଳରୁ ଓ ଉପବାଚସ୍ପତି ବିରୋଧୀ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।
  • ବିଧାନସଭାକୁ ନୀତି ନିୟମ ଅନୁଯାୟୀ ପରିଚାଳିତ କରିବା ଏବଂ ବିଧାନସଭାର ଅଧିବେଶନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ବାଚସ୍ପତି ବିଧାନସଭାର କାର୍ଯ୍ୟସଚୀ ନିଦ୍ଧାରଣ କରନ୍ତି ।
  • ସଭ୍ୟମାନେ ବାଚସ୍ପତିଙ୍କ ଅନୁମତି କ୍ରମେ ବିଧାନସଭାରେ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି ।
  • ସଭ୍ୟମାନଙ୍କର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା କରିବା ବାଚସ୍ପତିଙ୍କର ମୁଖ୍ୟ କର୍ତ୍ତବ୍ୟ ।
  • ବିଧାନସଭା ଅଧ୍ଶନ ଚାଲୁଥିବା ସମୟରେ ବିଶୃଙ୍ଖଳା ସୃଷ୍ଟି ହେଲେ ବାଚସ୍ପତି ଗୃହକୁ ମୁଲତବୀ ରଖନ୍ତି ।
  • ବାଚସ୍ପତି କୌଣସି ଚିଠା ଆଇନ (ବିଲ୍) ପ୍ରସ୍ତାବ ସପକ୍ଷରେ ବା ବିପକ୍ଷରେ ଭୋଟ ଦିଅନ୍ତି ନାହିଁ । ଯେତେବେଳେ କୌଣସି ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣ୍ଣାୟକ ଭୋଟ’ ମାଧ୍ୟମରେ ଚିଠା ଆଇନଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।
  • ମନେରଖ : ଉଭୟ ବାଚସ୍ପତି ଓ ଉପବାଚସ୍ପତି ଅନୁପସ୍ଥିତି ରହିଲେ ଅଧ‌ିବେଶନ କାର୍ଯ୍ୟ ଚଳାଇବା ପାଇଁ ଏକ ‘ଅଧ୍ୟକ୍ଷ ମଣ୍ଡଳୀ’ ରହିଛି ।

→ ବିଧାନସଭାର କାର୍ଯ୍ୟାବଳୀ :

  • ଆଇନ ପ୍ରଣୟନ କାର୍ଯ୍ୟ – ଆଇନ ପ୍ରଣୟନ କରିବା ବିଧାନସଭାର ମୁଖ୍ୟ କାର୍ଯ୍ୟ । ସାଧାରଣ ଚିଠା ଆଇନ (ବିଲ୍) ବିଧାନସଭାରେ ନିର୍ଦ୍ଧାରିତ ପଦ୍ଧତିରେ ଗୃହୀତ ହେବା ପରେ ରାଜ୍ୟପାଳଙ୍କ ସମ୍ମତି ପାଇଲେ ତାହା ଆଇନରେ ପରିଣତ ହୁଏ ।
  • ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ କ୍ଷମତା — ଅର୍ଥମନ୍ତ୍ରୀ ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥାଆନ୍ତି । ବିଧାନସଭାର ବିନା ଅନୁମୋଦନରେ ସରକାର ଟିକସ ଆଦାୟ କରିପାରନ୍ତି ନାହିଁ କି କୌଣସି ଅର୍ଥ ଖର୍ଚ୍ଚ କରିପାରନ୍ତି ନାହିଁ । ଅର୍ଥ ସମ୍ପର୍କିତ ଚିଠା ଆଇନ କେବଳ ବିଧାନସଭାରେ ଆଗତ ହୁଏ ।
  • କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ ଜାହିର କ୍ଷମତା – ବିଧାନସଭା ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ । ବିଧାନସଭାର ସଭ୍ୟମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ମୁଲତବୀ ପ୍ରସ୍ତାବ ଓ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ମନ୍ତ୍ରୀମଣ୍ଡଳକୁ ନିୟନ୍ତ୍ରିତ କରିଥାଆନ୍ତି । ବଜେଟ ଆଲୋଚନା ସମୟରେ ବିଧାୟକମାନେ ମନ୍ତ୍ରୀମାନଙ୍କ ସେମାନଙ୍କ ବିଭାଗ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଥାଆନ୍ତି । ବିଭିନ୍ନ ‘କାଟ ପ୍ରସ୍ତାବ’ ମାଧ୍ୟମରେ ବିଧାନସଭା ମନ୍ତ୍ରୀମଣ୍ଡଳ ଉପରେ ନିୟନ୍ତ୍ରଣ ଜାହିର କରିଥାଆନ୍ତି ।
  • ବିତର୍କ ଓ ପର୍ଯ୍ୟାଲୋଚନାମୂଳକ କ୍ଷମତା – ବିଧାନସଭାରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ ଆଦି ବିଭିନ୍ନ ବିଷୟରେ ସଦସ୍ୟମାନେ ଆଲୋଚନା ଓ ପର୍ଯ୍ୟାଲୋଚନା କରନ୍ତି ।
  • ମନେରଖ : ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀପରିଷଦ ଇସ୍ତଫା ପ୍ରଦାନ କରନ୍ତି ।
  • ସମ୍ବିଧାନ ସଂଶୋଧନ ସମ୍ପର୍କିତ କ୍ଷମତା – ସମ୍ବିଧାନର କେତେଗୁଡିଏ ଧାରାର ସଂଶୋଧନ ପାଇଁ ଆଗତ ବିଧେୟକଗୁଡ଼ିକ ଅନ୍ଧାଧ୍ଵ ରାଜ୍ୟ ବିଧାନମଣ୍ଡଳର ଅନୁମୋଦନ (Ratification) ଆବଶ୍ୟକ କରିଥାଆନ୍ତି ।
  • ନିର୍ବାଚନ ସମ୍ପର୍କିତ କ୍ଷମତା – ବିଧାନସଭାର ସଭ୍ୟମାନେ ବାଚସ୍ପତି, ଉପବାଚସ୍ପତି, ରାଜ୍ୟସଭା ସଦସ୍ୟ ଓ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥା’ନ୍ତି ।
  • ବିବିଧ କ୍ଷମତା – ରାଜ୍ୟ ଲୋକସେବା ଆୟୋଗର ବାର୍ଷିକ ରିପୋର୍ଟଗୁଡ଼ିକ ବିଧାନସଭାରେ ଗୃହର ସଦସ୍ୟମାନଙ୍କ ଗୋଚରାର୍ଥେ ଉପସ୍ଥାପିତ କରାଯାଏ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ବିଧାନସଭାରେ ଆଇନ ପ୍ରଣୟନ ପଦ୍ଧତି :

  • ପ୍ରଥମେ ଚିଠା-ଆଇନ ବା ‘ବିଲ୍’ ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କଦ୍ବାରା ଗୃହର ଅନୁମତି ସହିତ ବିଧାନସଭାରେ ଆଗତ ହୁଏ । ଏହା ଦୁଇ ପ୍ରକାରର ; ଯଥା— (୧) ସାଧାରଣ ଚିଠା ଆଇନ ବା ବିଲ୍, (୨) ଅର୍ଥ- ସମ୍ବନ୍ଧୀୟ ଚିଠା ଆଇନ ବା ‘ଅର୍ଥବିଲ୍’ ।
  • ପ୍ରତ୍ୟେକ ଚିଠା ଆଇନ ବିଧାନସଭାରେ ପ୍ରଥମ ପାଠ ଦ୍ଵିତୀୟ ପାଠ ଓ ତୃତୀୟ ପାଠ ମାଧ୍ୟମରେ ଗତି କରେ ।
  • ତୃତୀୟ ପାଠ ସ୍ତରରେ ଚିଠା ଆଇନ ଗୃହୀତ ହେବାପାଇଁ ଗୃହର ସଭ୍ୟମାନଙ୍କର ମତାମତ ନିଆଯାଏ । ବିଲ୍‌ ସଂଖ୍ୟାତ୍ମକ ସଭ୍ୟଙ୍କର ସମର୍ଥନ ଲାଭ କଲେ ରାଜ୍ୟପାଳଙ୍କ ‘ସମ୍ମତି’ ପାଇ ତାଙ୍କ ପାଖକୁ ପଠାଯାଏ । ରାଜ୍ୟପାଳଙ୍କ ‘ସମ୍ମତି’ ପାଇବା ପରେ ବିଲ୍‌ ‘ଆଇନ’ରେ ପରିଣତ ହୋଇଥାଏ ।

→ ବିଧାନ ପରିଷଦ:

  • ବିଧାନ ପରିଷଦ ରାଜ୍ୟ ବିଧାନ ମଣ୍ଡଳର ଉଚ୍ଚ ସଦନ । ଏହା ଏକ ସ୍ଥାୟୀ ଗୃହ । ଏହାର ବିଲୟ ନାହିଁ ।
  • ବିଧାନ ପରିଷଦର ସଭ୍ୟମାନେ ୬ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି ଏବଂ ପ୍ରତି ୨ ବର୍ଷରେ ଏହାର ଏକ-ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ।
  • ଗଠନ – ବିଧାନ ପରିଷଦର କେତେକ ପରୋକ୍ଷଭାବେ ନିର୍ବାଚିତ ସଭ୍ୟ ଓ କେତେକ ମନୋନୀତ ସଭ୍ୟଙ୍କୁ ନେଇ ଗଠିତ । ବିଧାନ ପରିଷଦର ପାଞ୍ଚ-ଷଷ୍ଠାଶ ସଭ୍ୟ ନିର୍ବାଚିତ ଓ ଏକ-ଷଷ୍ଠାଶ ସଭ୍ୟ ରାଜ୍ୟପାଳଙ୍କଦ୍ୱାରା ମନୋନୀତ ହୁଅନ୍ତି ।
  • ମନେରଖ : କୌଣସି ରାଜ୍ୟ ବିଧାନ ପରିଷଦର ସଦସ୍ୟ ସଂଖ୍ୟା ୪୦ରୁ କମ୍ ବା ସେହି ରାଜ୍ୟର ବିଧାନସଭାର ସଭ୍ୟସଂଖ୍ୟାର ଏକ-ତୃତୀୟାଂଶର କମ୍ ହେବନାହିଁ ।

→ ବିଧାନ ପରିଷଦର ସଭ୍ୟ ହେବାପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
  • ତାଙ୍କର ବୟସ ଅନ୍ୟନ ୩୦ ବର୍ଷ ହୋଇଥବ ।
  • ସଂସଦଦ୍ୱାରା ପ୍ରଣୀତ ଆଇନରେ ନିର୍ଦ୍ଧାରିତ ଅନ୍ୟ ସମସ୍ତ ଯୋଗ୍ୟତା ତାଙ୍କର ଥିବ ।
  • ରାଜ୍ୟ ବିଧାନ ପରିଷଦର ଅଧୂବେଶନ କାର୍ଯ୍ୟ ପରିଚାଳନା ପାଇଁ ଜଣେ ନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ଯକ୍ଷ ରହିଥାଆନ୍ତି ।

(ଗ) ରାଜ୍ୟ ନ୍ୟାୟପାଳିକା

  • ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲାସ୍ତରୀୟ ଅଦାଲତକୁ ନେଇ ଏକ ତ୍ରିସ୍ତରୀୟ ନ୍ୟାୟପାଳିକା ସଂସ୍ଥା ଆମ ଦେଶରେ କାର୍ଯ୍ୟ କରୁଅଛି ।
  • ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ସ୍ତରୀୟ ଅଧସ୍ତନ ନ୍ୟାୟାଳୟଗୁଡ଼ିକୁ ନେଇ ରାଜ୍ୟ ନ୍ୟାୟପାଳିକା ଗଠିତ ।

→ ଉଚ୍ଚ ନ୍ୟାୟାଳୟ :

  • ସମ୍ବିଧାନର ୨୧୪ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ । ଦୁଇ କିମ୍ବା ତତୋଧ‌ିକ ରାଜ୍ୟମାନଙ୍କପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ଗଠନ କରାଯିବାର କ୍ଷମତା ସଂସଦର ଅଛି ।
  • ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କଟକଠାରେ ୧୯୪୮ ମସିହାରେ ସ୍ଥାପିତ ହୋଇଛି ।
  • ବର୍ତ୍ତମାନ ଆମ ଦେଶରେ ସର୍ବମୋଟ ୨୧ ଗୋଟି ଉଚ୍ଚ ନ୍ୟାୟପାଳିକା କାର୍ଯ୍ୟ କରୁଛନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଉଚ୍ଚ ନ୍ୟାୟାଳୟର ଗଠନ :

  • ଉଚ୍ଚ ନ୍ୟାୟାଳୟ ଜଣେ ମୁଖ୍ୟ ବିଚାରପତି ଏବଂ ଏକାଧ୍ଵ ବିଚାରପତିଙ୍କୁ ନେଇ ଗଠିତ ।
  • ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାବେଳେ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏବଂ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି । ଅନ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାବେଳେ ରାଷ୍ଟ୍ରପତି ସଂପୃକ୍ତ ରାଜ୍ୟ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସହିତ ପରାମର୍ଶ କରନ୍ତି ।

Image(ଓଡ଼ିଶାର ଉଚ୍ଚ ନ୍ୟାୟାଳୟ)

→ ବିଚାରପତିଙ୍କ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • କୌଣସି ଏକ ବା ଏକାଧ୍ଵକ ଉଚ୍ଚ ନ୍ୟାୟାଳୟରେ ଅନ୍ୟୁନ ଦଶବର୍ଷ ଆଡ଼ଭୋକେଟ୍ ବା ଅଧ୍ବକ୍ତା ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କର ଥବ ।
  • କିମ୍ବା ଭାରତବର୍ଷର ଯେକୌଣସି ସ୍ଥାନରେ ଅନ୍ୟନ ଦଶବର୍ଷ ପାଇଁ ବିଚାର ବିଭାଗୀୟ ପଦବୀରେ ସେ ଅଧ୍ୟଷ୍ଠିତ ହୋଇଥ୍ ।
  • ନୂତନ ତଥ୍ୟ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ସମୁଦାୟ ୨୭ ଜଣ ବିଚାରପତି ରହିପାରିବେ ।

→ ବିଚାରପତିଙ୍କ କାର୍ଯ୍ୟାବଳ:

  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବଦଳି ହୋଇଥାନ୍ତି ।
  • ଆବଶ୍ୟକୀୟ ଦୁଇ-ତୃତୀୟାଂଶ ସଭ୍ୟଙ୍କର ସମର୍ଥନ ପାଇ ସଂସଦର ଉଭୟ ଗୃହରେ ବହିଷ୍କାର ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତିଙ୍କଦ୍ୱାରା ବିଚାରପତି ପଦବ୍ୟତ ହୁଅନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ରାଜ୍ୟ ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାର :

  • ମୌଳିକ କ୍ଷେତ୍ରାଧ୍ୟାକାର – ଧାରା ୨୨୬ ଅନୁସାରେ କୌଣସି ନାଗରିକର ମୌଳିକ ଅଧୂକାର କ୍ଷୁଣ୍ଣ ହେଲେ ସେ ସିଧାସଳଖ ଉଚ୍ଚ ନ୍ୟାୟାଳୟରେ ‘ରିଟ୍’ (ପରମାଦେଶ) ଆବେଦନ କରିପାରିବେ । ସଂସଦ, ବିଧାନସଭା ଇତ୍ୟାଦି ନିର୍ବାଚନ ସଂକ୍ରାନ୍ତୀୟ ମୋକଦ୍ଦମା ଏବଂ ଅଦାଲତ ଅବମାନନା, ବିବାହ, ଛାଡ଼ପତ୍ର ଇତ୍ୟାଦି ମୋକଦ୍ଦମାଗୁଡ଼ିକ ଉଚ୍ଚ ନ୍ୟାୟାଳୟରେ ଆଗତ କରାଯାଇପାରିବ ।
  • ଆଦେବଦମୂଳକ କ୍ଷେତ୍ରାଧିକାର – ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଏ ।
  • ପର୍ଯ୍ୟବେକ୍ଷଣ କ୍ଷେତ୍ରାଧିକାର – ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜିଲ୍ଲାସ୍ତରୀୟ ନିମ୍ନ ଅଦାଲତଗୁଡ଼ିକ ପରିଦର୍ଶନ କରନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟ- ନିର୍ବାହ ପଦ୍ଧତି ସ୍ଥିର କରନ୍ତି । ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଉଚ୍ଚ ନ୍ୟାୟାଳୟଦ୍ଵାରା ନିର୍ଦ୍ଧାରିତ ହୁଏ ।
  • ମନେରଖ : ଜିଲ୍ଲା ଜଜଙ୍କର ନିଯୁକ୍ତ ଓ ପଦୋନ୍ନତିବେଳେ ରାଜ୍ୟପାଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସହିତ ପରାମର୍ଶ କରନ୍ତି ।

→ ନିମ୍ନ ଅଦାଲତ ବା ଅଧସ୍ତନ ଅଦାଲତ :

  • ଜିଲ୍ଲା ଓ ସବ୍‌ଡିଭିଜନ୍ ବା ଉପଖଣ୍ଡ ସ୍ତରରେ ଦୁଇ ପ୍ରକାର ନ୍ୟାୟାଳୟ କାର୍ଯ୍ୟ କରୁଛନ୍ତି; ଯଥା— (କ) ଦେୱାନୀ ଅଦାଲତ, (ଖ) ଫୌଜଦାରୀ ଅଦାଲତ
  • ଜିଲ୍ଲାସ୍ତରୀୟ ଜଜ୍ ଓ ସେସସ୍ କୋର୍ଟ ଜିଲ୍ଲାର ସର୍ବୋଚ୍ଚ ଦେୱାନୀ ଓ ଫୌଜଦାରୀ ଅଦାଲତ ।

→ ଦେୱାନୀ ଅଦାଲତ :

  • ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ଯେଉଁ ଅଦାଲତରେ ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।
  • ଦେୱାନୀ ମୋକଦ୍ଦମା ବିଚାର କରିବାପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜଙ୍କ ଅଦାଲତ ଏବଂ ସବଡିଭିଜନ ବା ଉପଖଣ୍ଡ ସ୍ତରରେ ସବଜଜଙ୍କର ଏବଂ ମୁନ୍ସଙ୍କର ଅଦାଲତ ରହିଛି ।

→ ଫୌଜଦାରୀ ଅଦାଲତ :

  • ଯେଉଁ ଅଦାଲତଗୁଡ଼ିକରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ, ସେଗୁଡ଼ିକୁ ଫୌଜଦାରୀ ଅଦାଲତ କୁହାଯାଏ ।
  • ଏହି ମୋକଦ୍ଦମାଗୁଡ଼ିକର ବିଚାର ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଏବଂ ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

→ ଲୋକ ଅଦାଲତ :

  • ମନେରଖ : ଅଦାଲତର ପରିସର ବାହାରେ ବିଚାରପତିମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ସେଠାରେ ‘ଲୋକ ଅଦାଲତ’ ପରିଚାଳନା କରି ତାହା ମାଧ୍ୟମରେ ଆପୋଷ ସମାଧାନ ଭିତ୍ତିକ ମୋକଦ୍ଦମାଗୁଡ଼ିକର ଫଏସଲା କରି ରାୟ ପ୍ରଦାନ କରିବା ବ୍ୟବସ୍ଥାକୁ ‘ଲୋକ ଅଦାଲତ’ କୁହାଯାଏ ।
  • ଏହା ଫଳରେ ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଅଯଥାରେ ଖଚ୍ଚାନ୍ତ ହୋଇ ବାରମ୍ବାର ଅଦାଲତକୁ ଧାଇବାକୁ ପଡ଼େନାହିଁ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ କେନ୍ଦ୍ର-ରାଜ୍ୟ ସମ୍ପର୍କ :

  • ଭାରତରେ ପ୍ରଚଳିତ କେନ୍ଦ୍ର-ରାଜ୍ୟ ସମ୍ପର୍କ ତିନି ପ୍ରକାରର; ଯଥା –

କେନ୍ଦ୍ର-ରାଜ୍ୟ ସମ୍ପର୍କ

  • ବ୍ୟବସ୍ଥାପିକା ସମ୍ପର୍କ – କେନ୍ଦ୍ର ସଂସଦ କେନ୍ଦ୍ର ତାଲିକାଭୁକ୍ତ ଓ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ଏବଂ ରାଜ୍ୟ ବିଧାନମଣ୍ଡଳ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରନ୍ତି । ଜାତୀୟ ଜରୁରୀ ପରିସ୍ଥିତି, ରାଷ୍ଟ୍ରପତି ଶାସନ, ରାଜ୍ୟର ୨/୩ ଅଂଶ ସଭ୍ୟଙ୍କ ସମର୍ଥନରେ ଗୃହୀତ ପ୍ରସ୍ତାବ, ଆନ୍ତର୍ଜାତିକ ଚୁକ୍ତିର କାର୍ଯ୍ୟକାରିତା ପାଇଁ ଆଇନର ଆବଶ୍ୟକତା ଭଳି ସ୍ଵତନ୍ତ୍ର ପରିସ୍ଥିତିରେ ସଂସଦ ଚାହିଁଲେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥାଏ ।
  • ପ୍ରଶାସନିକ ସମ୍ପର୍କ – ଯେଉଁ ବିଷୟଗୁଡ଼ିକ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରନ୍ତି, ସେହି ବିଷୟଗୁଡ଼ିକ ଉପରେ ସେମାନଙ୍କର ଯଥୋଚିତ ପ୍ରଶାସନିକ ନିୟନ୍ତ୍ରଣ ରହିଥାଏ । କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥା’ନ୍ତି ଯେ ରାଜ୍ୟ ସରକାରଙ୍କର ପ୍ରଶାସନିକ କ୍ଷମତା ପ୍ରୟୋଗ ବେଳେ କେନ୍ଦ୍ର ସରକାରଙ୍କ ଆଇନର ବିରୁଦ୍ଧାଚରଣ ନ ହେବା ବାଞ୍ଛନୀୟ । ରାଜ୍ୟପାଳ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ ସମ୍ମିଳନୀ ଓ ବାଚସ୍ପତି ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ସରକାର, ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇ ସମଗ୍ର ଦେଶରେ ଏକ ସମନ୍ବିତ ପ୍ରଶାସନିକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି ।
  • ମନେରଖ : ସର୍ବଭାରତୀୟ ପ୍ରଶାସନିକ ସେବା (LAS) ଓ ସର୍ବଭାରତୀୟ ପୋଲିସ୍ ସେବା (IPS) ପରି ସର୍ବଭାରତୀୟ ସେବା ମାଧ୍ୟମରେ କେନ୍ଦ୍ର ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଉଭୟେ ସମ୍ପର୍କିତ ।
  • ଅର୍ଥ ସମ୍ବନ୍ଧୀୟ ସମ୍ପର୍କ – ଦକ୍ଷତା, ପ୍ରାଚୁର୍ଯ୍ୟ ଏବଂ ଯୋଗ୍ୟତା ଭିଭିରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମ୍ବଳର ବଣ୍ଟନ କରାଯାଏ । କେନ୍ଦ୍ର ତାଲିକାଭୁକ୍ତ ବିଷୟ ଉପରେ ଆଦାୟ ହେଉଥ‌ିବା ‘କର’ ବା ‘ଟିକସ’ କେନ୍ଦ୍ର ସରକାର ପାଆନ୍ତି । ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଦାୟ ହେଉଥ‌ିବା ‘କର’ ରାଜ୍ୟ ସରକାର ପାଆନ୍ତି । ମାତ୍ର କେନ୍ଦ୍ର ସରକାର ନିଜର ସମ୍ବଳର କେତେକାଂଶ ରାଜ୍ୟ ସରକାରମାନଙ୍କ ମଧ୍ୟରେ ବଣ୍ଟନ କରନ୍ତି । ଷ୍ଟାମ୍ପ ଟିକସ କେନ୍ଦ୍ର ସରକର ବସାନ୍ତି; ମାତ୍ର ରାଜ୍ୟ ସରକାର ଆଦୟ କରନ୍ତି ଓ ଖର୍ଚ୍ଚ କରନ୍ତି । କେତେକ ଟିକସ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ବଣ୍ଟାଯାଏ । କେନ୍ଦ୍ର ସରକାର ଗରିବ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଟ ବା ଅନୁଦାନ ଦିଅନ୍ତି । ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅର୍ଥ ଅନୁଦାନ ଦିଅନ୍ତି ।
  • ମନେରଖ : ସମ୍ବିଧାନର ୨୮୦ ଧାରା ଅନୁସାରେ ରାଷ୍ଟ୍ରପତି ପ୍ରତି ପାଞ୍ଚ ବର୍ଷରେ ଗୋଟିଏ ଲେଖାଏଁ ‘ଅର୍ଥ ଆୟୋଗ’ ନିଯୁକ୍ତ କରନ୍ତି । ଅର୍ଥ ଆୟୋଗ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ବଳ ବଣ୍ଟନର ନୀତି ନିର୍ଦ୍ଧାରଣ କରନ୍ତି ।
  • ବ୍ୟବସ୍ଥାପିକା, ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାରଙ୍କର ଯଥେଷ୍ଟ ଆଧ୍ୟତ୍ୟ ରହିଅଛି । ତେଣୁ ଭାରତକୁ ଏକ ‘ଅର୍ଥ-ସଂଘୀୟ ରାଷ୍ଟ୍ର’ ବା ‘କେନ୍ଦ୍ରୀଭୂତ-ସଂଘୀୟ ରାଷ୍ଟ୍ର’ କୁହାଯାଏ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

ଆମେ କ’ଣ ଶିଖୁଲେ ?

  • ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନମୁଖ୍ୟ ।
  • ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଉପଦେଶ ଓ ପରାମର୍ଶ ଅନୁସାରେ ରାଜ୍ୟପାଳ ଦାୟିତ୍ଵ ସମ୍ପାଦନ କରିଥା’ନ୍ତି ।
  • ରାଜ୍ୟପାଳ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ମୁଖ୍ୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗସୂତ୍ରକାରୀ ।
  • ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି ଓ ବିଭାଗ ବଣ୍ଟନ ଦାୟିତ୍ଵ ତୁଲାଇବା ।
  • ରାଜ୍ୟ ମନ୍ତ୍ରୀମଣ୍ଡଳ ବିଧାନ ସଭା ନିକଟରେ ଉତ୍ତରଦାୟୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାବଳୀ ।
  • ଭାରତରେ ୭ଟି ରାଜ୍ୟରେ ଥ‌ିବା ବିଧାନ ପରିଷଦର ଗଠନ ପ୍ରକ୍ରିୟା ।
  • ରାଜ୍ୟ ବିଧାନ ମଣ୍ଡଳ ରାଜ୍ୟପାଳ, ବିଧାନସଭା ଓ ବିଧାନ ପରିଷଦକୁ ନେଇ ଗଠିତ । ଏହା ଯୁଗ୍ମ ତାଲିକାରେ ଆଇନ୍ ପ୍ରଣୟନ କରିବା ।
  • ପ୍ରତି ରାଜ୍ୟରେ ଏକ ଉଚ୍ଚ ଅଦାଲତ ରହିବାର ବ୍ୟବସ୍ଥା ଧାରା ୨୧୪ । ବିଚାରପତିମାନଙ୍କର ଅବସର ବୟସ ସୀମା ୬୨ |
  • ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୧୯୪୮ରେ କଟକଠାରେ ପ୍ରତିଷ୍ଠା କରାଯିବା ଓ ବିଚାରପତି ସଂଖ୍ୟା ୨୨ ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟ ।
  • ରାଜ୍ୟ ବିଧାନମଣ୍ଡଳ ଦୁଇଟି ତାଲିକାରେ ଆଇନ ପ୍ରଣୟନ କରିଥାଏ ଯଥା – ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକା ।
  • କେନ୍ଦ୍ର ସରକାରଙ୍କ ରାଜ୍ୟମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ ଓ ଅର୍ଥ ଆୟୋଗର ସୁପାରିଶକ୍ରମେ ସମ୍ବଳ ଆବଣ୍ଟନ ।