BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

Odisha State Board BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ Important Questions and Answers.

BSE Odisha Class 8 Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଜନୈତିକ ଦଳର କାର୍ଯ୍ୟାବଳୀ ଉଲ୍ଲେଖ କର ।
Answer:
ରାଜନୈତିକ ସଚେତନତା ଜାଗ୍ରତ କରିବା : ରାଜନୈତିକ ଦଳଗୁଡ଼ିକ ଦେଶର ବିଭିନ୍ନ ସମସ୍ୟା ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରି ଜନମତ ଓ ରାଜନୈତିକ ଚେତନା ସୃଷ୍ଟି କରିବା ଓ ରାଜନୀତିକ ପ୍ରକ୍ରିୟାରେ ଅଂଶଗ୍ରହଣ ଦିଗରେ ଲୋକମାନଙ୍କୁ ଉତ୍ସାହିତ କରନ୍ତି ।
ନ୍ୟାଯ୍ୟଦାବି :

  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ଏକତ୍ରିତ କରି ସଠିକ୍ ଭାବରେ ଉପଯୁକ୍ତ ସମୟରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ।

ନ୍ୟାଯ୍ୟଦାବି :

  • ରାଜନୈତିକ ଦଳଗୁଡ଼ିକ ଜନସାଧାରଣଙ୍କ ମଧ୍ୟରୁ ସେମାନଙ୍କର ସଭ୍ୟ ଚୟନ କରନ୍ତି ଓ ସଭ୍ୟମାନଙ୍କୁ ଦଳର ନୀତି ଓ ଆଦର୍ଶ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ଆଗାମୀ ପିଢ଼ିର ରାଜନେତା ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି ।
  • ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ବହୁମତ ହାସଲ କଲେ ସରକାର ଗଠନ କରନ୍ତି ଓ ଦେଶ ଶାସନ କରନ୍ତି । ସଂଖ୍ୟାଗରିଷ୍ଠତା ହାସଲ କରିନପାରିଲେ, ବିରୋଧୀ ଦଳ ଭାବରେ ସରକାରଙ୍କ ଦୋଷତ୍ରୁଟି ଦର୍ଶାଇ ସରକାରଙ୍କୁ ସମାଲୋଚନା ତଥା ନିୟନ୍ତ୍ରଣ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକର ସଭ୍ୟମାନେ ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତମାନଙ୍କୁ ସାହାଯ୍ୟ ଯୋଗାଇଥାଆନ୍ତି ।

୨। ସାଧାରଣତଃ କେତେପ୍ରକାର ଦଳୀୟ ବ୍ୟବସ୍ଥା ଦେଖାଯାଏ ? ସେଗୁଡ଼ିକ ବୁଝାଇ ଲେଖ ।
Answer:

  • ସାଧାରଣତଃ ତିନିପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ; ଯଥା— (କ) ଏକ-ଦଳୀୟ ବ୍ୟବସ୍ଥା, (ଖ) ଦ୍ବି- ଦଳୀୟ ବ୍ୟବସ୍ଥା, (ଗ) ବହୁ-ଦଳୀୟ ବ୍ୟବସ୍ଥା ।
  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଚୀନ୍, ରୁଷିଆ ।
  • ଯେଉଁ ଦେଶରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା – ଇଂଲଣ୍ଡ, ଆମେରିକା ।
  • ଯେଉଁ ଦେଶରେ ଦୁଇରୁ ଅଧ୍ଵ ରାଜନୈତିକ ଦଳ ଦେଖାଯାଆନ୍ତି, ତା’କୁ ବହୁଦଳୀୟ ବ୍ୟବସ୍ଥା କୁହଯାଏ; ଯଥା – ଭାରତ, ଫ୍ରାନ୍ସ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୩। ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର ।

୩। ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସାଧାରଣତଃ କେତେ ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ ? ସେଗୁଡ଼ିକ କ’ଣ ?
Answer:

  • ସାଧାରଣତଃ ୩ ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ ।
  • ସେଗୁଡ଼ିକ ହେଲା – (a) ଏକ-ଦଳୀୟ ବ୍ୟବସ୍ଥା, (b) ଦ୍ବି-ଦଳୀୟ ବ୍ୟବସ୍ଥା, (c) ବହୁ-ଦଳୀୟ ବ୍ୟବସ୍ଥା ।

୨। ଏକ-ଦଳୀୟ ବ୍ୟବସ୍ଥା କହିଲେ କ’ଣ ବୁଝ ? ଏହା କେଉଁ ଦେଶରେ ଦେଖାଯାଏ ?
Answer:

  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ ଦଳୀୟ ବ୍ୟବସ୍ଥା କୁହାଯାଏ । ଚୀନ୍ ଓ ରୁଷିଆରେ ଏହି ବ୍ୟବସ୍ଥା ଦେଖାଯାଏ ।
  • ଚୀନ୍ ଓ ରୁଷିଆରେ ଏହି ବ୍ୟବସ୍ଥା ଦେଖାଯାଏ ।

୩। ଦ୍ୱି-ଦଳୀୟ ବ୍ୟବସ୍ଥା କହିଲେ କ’ଣ ବୁଝ ? ଏହା କେଉଁ ଦେଶରେ ଦେଖାଯାଏ ?
Answer:

  • ଯେଉଁ ଦେଶମାନଙ୍କରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ ।
  • ଇଂଲଣ୍ଡ ଓ ଆମେରିକାରେ ଏହି ବ୍ୟବସ୍ଥା ଦେଖାଯାଏ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୪। ବହୁଦଳୀୟ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:

  • ଯେଉଁ ଦେଶରେ ଦୁଇରୁ ଅଧୂକ ରାଜନୈତିକ ଦଳ ଦେଖାଯା’ନ୍ତି, ତାକୁ ବହୁଦଳୀୟ ବ୍ୟବସ୍ଥା କୁହାଯାଏ ।
  • ଏହି ବ୍ୟବସ୍ଥା ଭାରତ ଓ ଫ୍ରାନ୍ସରେ ଦେଖାଯାଏ ।

୫। ଭାରତରେ ଥ‌ିବା ଚାରିଗୋଟି ରାଜନୈତିକ ଦଳର ନାମ ଲେଖ ।
Answer:

  • କଂଗ୍ରେସ
  • ଭାରତୀୟ ଜନତା ଦଳ
  • ଭାରତୀୟ କମ୍ୟୁନିଷ୍ଟ ପାର୍ଟି
  • ସମାଜବାଦୀ ଦଳ

୬। ଆମ ଦେଶର ରାଜନୈତିକ ଦଳଗୁଡ଼ିକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ ?
Answer:

  • ଆମ ଦେଶର ରାଜନୈତିକ ଦଳଗୁଡ଼ିକୁ ସାଧାରଣତଃ ୨ ଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – (୧) ଜାତୀୟ ଦଳ, (୨) ଆଞ୍ଚଳିକ ଦଳ ।

୭। ଆନୁଷ୍ଠାନିକ ଗୋଷ୍ଠୀଗୁଡ଼ିକ କିପରି ଗଠିତ ଓ ଏମାନଙ୍କ କାମ କ’ଣ ?
Answer:

  • ଏହି ସଂଘଗୁଡ଼ିକ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ।
  • ସେମାନେ ଆନୁଷ୍ଠାନିକ ସ୍ବାର୍ଥ ମାଧ୍ୟମରେ ନିଜ ନିଜର ସ୍ବାର୍ଥ ସାଧନ କରିବାପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି ।

୮ | ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀର କାର୍ଯ୍ୟ କ’ଣ ? ଦୁଇଟି ଉଦାହରଣ ଦିଅ ।
Answer:

  • ଏହି ଗୋଷ୍ଠୀ କୌଣସି ନିର୍ଦ୍ଦିଷ୍ଟ ସାମାଜିକ ମୂଲ୍ୟବୋଧରେ ବିଶ୍ଵାସ ନକରି ହିଂସାତ୍ମକ ପନ୍ଥାରେ ସେମାନଙ୍କର ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରନ୍ତି ।
  • ଉଲ୍‌ଫା ଓ ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ ଏହି ଶ୍ରେଣୀର ଚାପଗୋଷ୍ଠୀ ।

୯ । ଚାପଗୋଷ୍ଠୀଗୁଡ଼ିକୁ ସେମାନଙ୍କର ଉଦ୍ଦେଶ୍ୟ ଅନୁସାରେ କେତେ ଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକ କଣ କ’ଣ ?
Answer:

  • ଚାପଗୋଷ୍ଠୀଗୁଡ଼ିକୁ ଉଦ୍ଦେଶ୍ୟ ଅନୁସାରେ ୨ ଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – (୧) ସ୍ବାର୍ଥୀ ଗୋଷ୍ଠୀ, (୨) ଜନମଙ୍ଗଳକାରୀ ଗୋଷ୍ଠୀ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ଦେଶରେ ଏକ-ଦଳୀୟ ବ୍ୟବସ୍ଥା ଅଛି ?
Answer:
ଚୀନ୍ ଓ ରୁଷିଆରେ ଏକଦଳୀୟ ବ୍ୟବସ୍ଥା ଅଛି ।

୨। କେଉଁ ଦେଶରେ ଦ୍ୱି-ଦଳୀୟ ବ୍ୟବସ୍ଥା ଅଛି ?
Answer:
ଇଂଲଣ୍ଡ, ଆମେରିକାରେ ଦ୍ୱି-ଦଳୀୟ ବ୍ୟବସ୍ଥା ଅଛି ।

୩। ଦୁଇଟି ସଂଘୀୟ ଗୋଷ୍ଠୀର ନାମ ଲେଖ ।
Answer:
(i) ବଣିକ ସଂଘ, (ii) ଶ୍ରମିକ ମହାସଂଘ ।

୪। ଦୁଇଟି ଅଣ-ସଂଘୀୟ ଗୋଷ୍ଠୀର ନାମ ଲେଖ ।
Answer:
(i) ଯାଦବ ମହାସଭା, (ii) ବୌଦ୍ଧଭିକ୍ଷୁ ଗୋଷ୍ଠୀ

୫। ଦୁଇଟି ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀର ନାମ ଲେଖ ।
Answer:
(i) ଉଲ୍‌ଫା, (ii) ଜାମ୍ମୁ-କାଶ୍ମୀର ଲିବରେସନ୍ ଫ୍ରଣ୍ଟ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୬| ଚାପଦାନକାରୀ ଗୋଷ୍ଠୀଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥାଏ ?
Answer:
କ୍ଷମତା ବଳୟରୁ ବାହାରେ ରହି ସରକାରୀ ନୀତିକୁ ପ୍ରଭାବିତ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

୭| ଜଣେ ବ୍ୟକ୍ତି ଏକ ସମୟରେ କେତୋଟି ରାଜନୈତିକ ଦଳର ସଭ୍ୟ ହୋଇପାରିବ ?
Answer:
ଜଣେ ବ୍ୟକ୍ତି ଏକ ସମୟରେ କେବଳ ଗୋଟିଏ ରାଜନୈତିକ ଦଳର ସଭ୍ୟ ହୋଇପାରିବ ।

୮। ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ କାହା ଉପରେ ଗୁରୁତ୍ବ ଦିଅନ୍ତି ?
Answer:
ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ ସର୍ବଭାରତୀୟ ସମସ୍ୟା, ଜାତୀୟ ସ୍ୱାର୍ଥ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ।

୯। ଆଞ୍ଚଳିକ ଦଳଗୁଡ଼ିକ ମୁଖ୍ୟତଃ କେଉଁ ସମସ୍ୟା ସମାଧାନ କରିବାପାଇଁ ଉଦ୍ଦିଷ୍ଟ ?
Answer:
ଆଞ୍ଚଳିକ ଦଳଗୁଡ଼ିକ ମୁଖ୍ୟତଃ ରାଜ୍ୟସ୍ତରୀୟ ସମସ୍ୟା ସମାଧାନ କରିବାପାଇଁ ଉଦ୍ଦିଷ୍ଟ ।

୧୦। କେତେବେଳେ ‘ଆଞ୍ଚଳିକ ଦଳ’ ସୃଷ୍ଟି ହୋଇଥାଏ ?
Answer:
ବେଳେବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୁଦ୍ଧରେ ସଙ୍ଗଠିତ ହୋଇ ରାଜନୈତିକ କ୍ଷମତା ହାସଲ କରିବାପାଇଁ ‘ ଆଞ୍ଚଳିକ ଦଳ’ ସୃଷ୍ଟି ହୋଇଥାଏ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୧୧। ‘ହାରିସ୍’ଙ୍କ ମତରେ ଚାପଦାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ହାରିସ୍‌ଙ୍କ ମତରେ ଯେଉଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ନିଜର ସୁବିଧା, ସୁଯୋଗ ହାସଲ କରିବାପାଇଁ ସରକାରୀ ନୀତି ନିର୍ଦ୍ଧାରକମାନଙ୍କ ଉପରେ ବିଭିନ୍ନ ଚାପ ପ୍ରୟୋଗ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ କୁହାଯାଏ ।

୧୨। ‘ଟର୍ଣ୍ଣର’ଙ୍କ ମତରେ ଚାପଦାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଟର୍ଣ୍ଣରଙ୍କ ମତରେ ଯେଉଁ ଅଣ-ରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।

୧୩। ‘ଏକଷ୍ଟିନ୍’ଙ୍କ ମତରେ ଚାପଦାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଏକଷ୍ଟିନ୍‌ଙ୍କ ମତରେ ଏକ ପ୍ରକାର ମନୋଭାବାପନ୍ନ, ଏକ ପ୍ରକାର ମୂଲ୍ୟବୋଧ ଏବଂ ସ୍ବାର୍ଥରେ ବିଶ୍ଵାସୀ ଏକ ସୁସଙ୍ଗଠିତ ସାମାଜିକ ଗୋଷ୍ଠୀ, ପ୍ରତ୍ୟକ୍ଷ ସରକାରୀ ପଦବୀ ଗ୍ରହଣ ନ କରି ନିଜ ସ୍ବାର୍ଥ ସାଧନ ପାଇଁ ସରକାରୀ ନୀତିକୁ ପ୍ରଭାବିତ କଲେ ତାହାକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।

୧୪। ସ୍ଵାର୍ଥୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଉଦ୍ୟମ କରନ୍ତି, ସେମାନଙ୍କୁ ‘ସ୍ବାର୍ଥୀ ଗୋଷ୍ଠୀ’ କୁହାଯାଏ ।

୧୫ । ଜନମଙ୍ଗଳକାରୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଯେଉଁ ଗୋଷ୍ଠୀଗୁଡ଼ିକ ସର୍ବସାଧାରଣଙ୍କର ସ୍ବାର୍ଥ ସାଧନପାଇଁ ପ୍ରୟାସ କରିଥାଆନ୍ତି, ସେଗୁଡ଼ିକୁ ଜନମଙ୍ଗଳକାରୀ ଗୋଷ୍ଠୀ କୁହାଯାଏ ।

୧୬। ଦୀର୍ଘସ୍ଥାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଯେଉଁ ଗୋଷ୍ଠୀଗୁଡ଼ିକ ସେମାନଙ୍କର ଚିରସ୍ଥାୟୀ ସ୍ଵାର୍ଥ ସାଧନ ନିମିତ୍ତ ସଙ୍ଗଠିତ ହୋଇ କାର୍ଯ୍ୟ କରନ୍ତି, ସେଗୁଡ଼ିକୁ ଦୀର୍ଘସ୍ଥାୟୀ ଗୋଷ୍ଠୀ କୁହାଯାଏ ।

୧୭। କ୍ଷଣସ୍ଥାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଯେଉଁ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ କ୍ଷଣିକ ସ୍ବାର୍ଥ ହାସଲ ପାଇଁ ସଙ୍ଗଠିତ ହୋଇଥାଆନ୍ତି ଏବଂ ନିର୍ଦ୍ଦିଷ୍ଟ ସ୍ବାର୍ଥ ସାଧୂ ହୋଇଗଲା ପରେ ସେହି ଗୋଷ୍ଠୀଗୁଡ଼ିକର ବିଲୟ ଘଟେ, ସେଗୁଡ଼ିକୁ କ୍ଷଣସ୍ଥାୟୀ ଗୋଷ୍ଠୀ କୁହାଯାଏ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

A. ଶୂନ୍ୟସ୍ଥାନ ପୂରଣ କର ।

୧। ‘ମୁକ୍ତ ରାଜନୈତିକ ଦଳୀୟ ସରକାର’ କହିଲେ _______________ ସରକାରକୁ ବୁଝାଏ ।
Answer:
ଗଣତାନ୍ତ୍ରିକ

୨। ____________ ଦଳ ବିନା ମୁକ୍ତ ଗଣତାନ୍ତ୍ରିକ ସରକାର ଗଠିତ ହୋଇପାରେ ନାହିଁ ।
Answer:
ରାଜନୈତିକ

୩ । _____________________ ଏକ ଆନୁଷ୍ଠାନିକ ଗୋଷ୍ଠୀ ।
Answer:
ଅମଲାତନ୍ତ୍ର

୪। _______________ ଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ ।
Answer:
ଚାପଦାନକାରୀ

୫। _______________ ଗୋଷ୍ଠୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତି ନାହିଁ ।
Answer:
ଚାପଦାନକାରା

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୬ । ଜଣେ ବ୍ୟକ୍ତି ଏକ ସମୟରେ _______________ ଟି ରାଜନୈତିକ ଦଳରେ ସଭ୍ୟ ହୋଇଥାଏ ।
Answer:

୭ | ‘ମହାନଦୀ ବଞ୍ଚାଅ ସମିତି’କୁ _____________ ଗୋଷ୍ଠୀ କୁହାଯାଏ ।
Answer:
କ୍ଷଣସ୍ଥାୟୀ

୮। ସର୍ବଭାରତୀୟ ଶିକ୍ଷକ ମହାସଂଘ _______________ ଗୋଷ୍ଠୀ ଅନ୍ତର୍ଭୁକ୍ତ ।
Answer:
ଦୀର୍ଘସ୍ଥାୟୀ

୯। ______________ ଦେଶରେ ବହୁଦଳୀୟ ବ୍ୟବସ୍ଥା ଅଛି ।
Answer:
ଭାରତ

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ ମଧରୁ କେଉଁ ଦେଶରେ ଗୋଟିଏ ମାତ୍ର ରାଜନୈତିକ ଦଳ ଅଛି ?
(i) ଇଂଲଣ୍ଡ
(ii) ଆମେରିକା
(iii) ଭାରତ
(iv) ରୁଷିଆ
Answer:
(iv) ରୁଷିଆ

୨। ନିମ୍ନୋକ୍ତ ମଧ୍ୟରୁ କେଉଁ ଦେଶରେ ଦ୍ୱି-ଦଳୀୟ ବ୍ୟବସ୍ଥା ଅଛି ?
(i) ଚୀନ୍
(ii) ରୁଷିଆ
(iii) ଭାରତ
(iv) ଆମେରିକା
Answer:
(iv) ଆମେରିକା

୩। ନିମ୍ନୋକ୍ତ ମଧ୍ୟରୁ କେଉଁ ଦେଶରେ ବହୁ-ଦଳୀୟ ବ୍ୟବସ୍ଥା ଅଛି ?
(i) ଭାରତ
(ii) ଆମେରିକା
(iii) ରୁଷିଆ
(iv) ଚୀନ୍
Answer:
(i) ଭାରତ

୪। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ଆଞ୍ଚଳିକ ଦଳ ?
(i) କଂଗ୍ରେସ
(ii) ଭାରତୀୟ ଜନତା ଦଳ
(iii) ବି.ଜେ.ଡ଼ି.
(iv) ସମାଜବାଦୀ ଦଳ
Answer:
(iii) ବି.ଜେ.ଡ଼ି.

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୫। ନିମ୍ନୋକ୍ତ ମଧ୍ଯରୁ କିଏ ଗୋଟିଏ ସଂଘୀୟ ଗୋଷ୍ଠୀ ?
(i) ବୌଦ୍ଧଭିକ୍ଷୁ ଗୋଷ୍ଠୀ
(ii) ଯାଦବ ମହାସଭା
(iii) ସ୍ଵର୍ଣ୍ଣକାର ଗୋଷ୍ଠୀ
(iv) ବଣିକ ସଂଘ
Answer:
(iv) ବଣିକ ସଂଘ

୬ | ନିମ୍ନୋକ୍ତ ମଧ୍ଯରୁ କିଏ ଗୋଟିଏ ଅଣ-ସଂଘୀୟ ଗୋଷ୍ଠୀ
(i) ବଣିକ ସଂଘ
(ii) ଶ୍ରମିକ ମହାସଂଘ
(iii) ବୌଦ୍ଧଭିକ୍ଷୁ ଗୋଷ୍ଠୀ
(iv) ଅମଲାତନ୍ତ୍ର
Answer:
(iii) ବୌଦ୍ଧଭିକ୍ଷୁ ଗୋଷ୍ଠୀ

୭ । ‘‘ଯେଉଁ ଅଣରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।’’ ଏକଥା ନିମ୍ନୋକ୍ତ କିଏ କହିଥିଲେ ?
(i) ଏକଷ୍ଟିନ୍
(ii) ଟର୍ଣ୍ଣର
(iii) ହାରିସ୍
(iv) ରସେଲ
Answer:
(ii) ଟର୍ଣ୍ଣର

C. ଗୋଟିଏ ଶବ୍ଦରେ ପ୍ରକାଶ କର ।

୧। ଆମ ଓଡ଼ିଶାରେ ଥ‌ିବା ଆଞ୍ଚଳିକ ଦଳର ନାମ କୁହ ।
Answer:
ବି.ଜେ.ଡ଼ି.

୨। ଭାଜାପା କି ପ୍ରକାରର ରାଜନୈତିକ ଦଳ ଅଟେ ?
Answer:
ଜାତୀୟ ରାଜନୈତିକ ଦଳ

୩ । ଚୀନ୍ ଓ ରୁଷିଆରେ କେତେ ଦଳୀୟ ଶାସନ ବ୍ୟବସ୍ଥା ଅଛି ?
Answer:
ଏକ – ଦଳାୟ

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୪। ବହୁଦଳୀୟ ଶାସନ ବ୍ୟବସ୍ଥା କେଉଁ ଦେଶର କାର୍ଯ୍ୟକାରୀ ହେଉଛି ?
Answer:
ଭାରତ

୫। ଉଲଫା କ’ଣ ?
Answer:
ସମାଜ ବିରୋଧୀ ଚାପଗୋଷ୍ଠୀ

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

Odisha State Board BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ Important Questions and Answers.

BSE Odisha Class 9 Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଗଣତନ୍ତ୍ରର ବିଭିନ୍ନ ଯୁକ୍ତିଯୁକ୍ତ ସଂଜ୍ଞାଗୁଡ଼ିକ ବର୍ଣ୍ଣନା କର ।
Answer:

  • ଗଣତନ୍ତ୍ର ହେଉଛି ‘ଡି ମୋକୁ ସି’ର ଓଡ଼ିଆ ଭାଷାନ୍ତର । ଆସିଅଛି । ଏହି ଦୁଇଟି ଶବ୍ଦ ହେଉଛି ‘ଡିମୋସ୍’ ବା ଲୋକ ବା ଜନସାଧାରଣ ଓ ‘କ୍ରାଟୋସ୍’ ବା ଶାସନ ବ୍ୟବସ୍ଥା ।
  • ଆବ୍ରାହାମ ଲିଙ୍କନଙ୍କ ମତରେ, ‘ଗଣତନ୍ତ୍ର ଲୋକ ମାନଙ୍କର, ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାର।’’
  • ଲର୍ଡ଼ ବ୍ରାଇସ୍‌ଙ୍କ ମତରେ, ‘ଗଣତନ୍ତ୍ରରେ ଶାସନ କ୍ଷମତା ନ୍ୟସ୍ତ ହୋଇଥାଏ ‘ଗୋଷ୍ଠୀ ସମୁଦାୟ’ ହାତରେ ଓ ସେମାନଙ୍କର ପରି ପ୍ର କ ଶ ମାଧ୍ୟମରେ ।’’
  • ଏହିପରି ବିଭିନ୍ନ ରାଜନୀତିଜ୍ଞ ଗଣତନ୍ତ୍ରର ଲୋକପ୍ରିୟ ଶାସନ ବ୍ୟବସ୍ଥା, ଯାହା ସର୍ବଦା ଜନକଲ୍ୟାଣ ବା ଜନମଙ୍ଗଳ ବା ସମୂହ କଲ୍ୟାଣ ପାଇଁ ଚେଷ୍ଟା କରିଥାଏ ।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୨। ଗଣଡନ୍ତକୁ କେଉଁସବୃ କାରଣଗୁ ଭାରତୀୟମାନେ ପସନ୍ଦ କରନ୍ତି ?
Answer:
ନିମ୍ନଲିଖତ କାରଣଗୁଡ଼ିକ ଯୋଗୁଁ ଭାରତୀୟମାନେ ଗଣତନ୍ତ୍ରକୁ ପସନ୍ଦ କରନ୍ତି ।

  • ଗଣତନ୍ତ୍ର ହେଉଛି ଜନମତ ସମର୍ଥାତ ଏକ ସରକାର ।
  • ଏହା ଏକ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ।
  • ଏହା ଲୋକପ୍ରତିନିଧିମାନଙ୍କଦ୍ୱାରା ପରିଚାଳିତ ଏକ ସରକାର ବା ଶାସନ ବ୍ୟବସ୍ଥା ।
  • ବିଳମ୍ବରେ ହେଲେ ବି ଗଣତନ୍ତ୍ରରେ ସମସ୍ତ ନିଷ୍ପଭି ଆଲୋଚନା ଓ ବିତର୍କ ମାଧ୍ୟମରେ ନିଆଯାଇଥାଏ ।
  • ଏହା ଜନସ୍ୱାର୍ଥ ଜଡ଼ିତ ଏକ ସରକାର ।
  • ଏହା ଏକ ଶିକ୍ଷଣୀୟ ଶାସନ ବ୍ୟବସ୍ଥା, ନେତୃତ୍ବ ଓ ଦାୟିତ୍ଵ ସମ୍ପର୍କରେ ଶିକ୍ଷିତ କରିଥାଏ ।
  • ଗଣତନ୍ତ୍ରରେ ସୃଷ୍ଟି ହୋଇଥ‌ିବା ଭେଦଭାବ ଓ ପରିବେଶରେ ଆଲୋଚନା ମାଧ୍ୟମରେ ସମ୍ଭବ ହୁଏ ।
  • ଗଣତନ୍ତ୍ରରେ କେହି ସର୍ବଦା ଲାଭ ବା କ୍ଷତି ସହନ୍ତି ନାହିଁ ।
  • ଗଣତନ୍ତ୍ରରେ ବ୍ୟକ୍ତି ଅଧିକାର, ସମାନତା ଓ ବ୍ୟକ୍ତି ମର୍ଯ୍ୟାଦା ସୁରକ୍ଷିତ ରହେ ।

୩। ଗଣତାନ୍ତ୍ରିକ ଜୀବନଧାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ବର୍ଣ୍ଣନା କର।
Answer:

  • ଗଣତନ୍ତ୍ର ଏକ ଜୀବନଧାରା । ଏକ ସୁସ୍ଥ ରାଜନୈତିକ ତଥା ଗଣତାନ୍ତ୍ରିକ ଜୀବନଶୈଳୀ
  • ରହିଛି । ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନ ପ୍ରତି ସରକାରଙ୍କର ସର୍ବଦା ଏକ ସହନଶୀଳ ମନୋଭାବ ରହିବା ଗଣତନ୍ତ୍ର ପ୍ରତି ଶୁଭଙ୍କର । ବିରୋଧୀ ଗୋଷ୍ଠୀର ସମାଲୋଚନା ସର୍ବଦା ଅସ୍ତିସୂଚକ ଓ ଗଠନମୂଳକ ହେବା ଦରକାର ।
  • ଗଣତାନ୍ତ୍ରିକ ହୋଇଥାଏ । ନୈତିକ ମୂଲ୍ୟବୋଧ ବୃଦ୍ଧିକରେ । ନାଗରିକର ବ୍ୟକ୍ତି ଚରିତ୍ର, ସ୍ପଷ୍ଟବାଦିତା, ସଚେତନତା, ଚରିତ୍ରବତ୍ତା, ନିରପେକ୍ଷତା, ସାଧୁତା, ତଥା ଦୁର୍ନୀତି-ମୂଲ୍ୟବୋଧର ବୃଦ୍ଧି ଘଟିଥାଏ ।
  • ‘ସଜାଗପଣିଆ’ ଓ ‘ରାଜନୈତିକ ସକ୍ରିୟତା’ ଏବଂ ଏହାକୁ ବାଦ୍ ଦେଲେ ଗଣତନ୍ତ୍ର ବଞ୍ଝାପାରିବ ନାହିଁ ।
  • ‘ଜାଣିବାର ଅଧିକାର’ ବା ‘ସୂଚନା ଅଧିକାର’ ପ୍ରତ୍ୟେକ ନାଗରିକଙ୍କର ରହିଛି । ପ୍ରଶାସନିକ ଦେଇଥାଏ । ତେଣୁ ମୁକ୍ତ-ଶାସନ ବା ମୁକ୍ତ ସରକାର ବା ସ୍ଵଚ୍ଛ ଶାସନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିଥାଏ ।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଗଣତାନ୍ତ୍ରିକ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି ବୋଲି କାହିଁକି କୁହାଯାଇଛି ?
Answer:

  • ସମୟ ବଦଳିବା ସହିତ ଗଣତାନ୍ତ୍ରିକ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି ।
  • ଆଜିର ଗଣତନ୍ତ୍ରରେ ଶାସନର ଚାବିକାଠି ରହିଛି କେତେକ ବ୍ୟକ୍ତିବିଶେଷ ବା ମୁଷ୍ଟିମେୟ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତମୁଠାରେ ।

୨। ଗଣତନ୍ତ୍ରର ସୃଷ୍ଟି କିପରି ହୋଇଛି ?
Answer:

  • ନିରଙ୍କୁଶ ରାଜତନ୍ତ୍ର ବିରୋଧରେ ସଙ୍ଗଠିତ ଜନମତରୁ ଗଣତନ୍ତ୍ରର ସୃଷ୍ଟି ହୋଇଛି ।
  • ଜନଚେତନା ଓ ବୌଦ୍ଧିକ ଚେତନାର ମିଶ୍ରଣରୁ ଆଜିର ଗଣତାନ୍ତ୍ରିକ ଚିନ୍ତାଧାରା ଜନ୍ମ ନେଇଛି ।

୩। କେଉଁ ତିନିଗୋଟି ‘ଜନବିପ୍ଳବ’ ବିଶ୍ବ ଇତିହାସରେ ବିରାଟ ପରିବର୍ତ୍ତନ ଆଣିଥିଲା ?
Answer:

  • ‘ଗ୍ଲୋରିୟସ୍ ରିଭଲ୍ୟୁସନ’, ‘ଆମେରିକାର ସ୍ଵାଧୀନତା ସଂଗ୍ରାମ’ ଓ ‘ଫରାସୀ ବିପ୍ଳବ’ ବିଶ୍ବ ଇତିହାସରେ ବିରାଟ ପରିବର୍ତ୍ତନ ଆଣିଥିଲା ।
  • ଏହି ତିନୋଟି ଜନବିପ୍ଳବ ଫଳରେ ରାଜତନ୍ତ୍ରର ପତନ ଘଟି ଗଣତନ୍ତ୍ର ଜନ୍ମଲାଭ କରିଥିଲା ।

୪। ଗଣତନ୍ତ୍ର ଶାସନରେ ନିର୍ବାଚନ ବ୍ୟବସ୍ଥା କିପରି ରହିଛି ?
Answer:

  • ଗଣତନ୍ତ୍ର ଶାସନରେ ନିର୍ବାଚନ ବ୍ୟବସ୍ଥା କିପରି ମାଧ୍ୟମର ଜନସାଧାରଣ ସେମାନଙ୍କର ଲୋକ-ପ୍ରତିନିଧୁମାନଙ୍କୁ ଚୟନ କରନ୍ତି ।
  • ଏକ ଅବାଧ, ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ ସାବାଳକ ମତଦାନଭିଭିକ ନିର୍ବାଚନ ବ୍ୟବସ୍ଥା ହେଉଛି ଗଣତନ୍ତ୍ରର ମୂଳଦୁଆ ।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୫। ଗଣତନ୍ତ୍ରରେ ବିରୋଧୀ ଗୋଷ୍ଠୀଙ୍କରସମାଲୋଚନା କିପରି ହେବା ଦରକାର ଓ ସରକାର ସେହି ସମାଲୋଚନା ପ୍ରତି କିପରି ମନୋଭାବ ରଖ୍ ଦରକାର?
Answer:

  • ଗଣତନ୍ତ୍ରରେ ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା ସର୍ବଦା ‘ଅସ୍ତିସୂଚକ’ ବା ‘ଗଠନମୂଳକ’ ହେବା ଦରକାର
  • ସେମାନଙ୍କର ସମାଲୋଚନା ସରକାରଙ୍କର ସର୍ବଦା ଏକ ସହନଶୀଳ ମନୋଭାବ ରହିବା ଦରକାର ।

୬। ନାଗରିକମାନଙ୍କର ଗଣତାନ୍ତ୍ରିକ ମୂଲ୍ୟବୋଧ କହିଲେ କ’ଣ ବୁଝ ?
Answer:

  • ନାଗରିକମାନଙ୍କର ଗଣତାନ୍ତ୍ରିକ ମୂଲ୍ୟବୋଧ କହିଲେ ବିଜ୍ଞତା, ବିଚାର ଶକ୍ତି, ବୃଦ୍ଧି, ସାମୂହିକ ସ୍ଵାର୍ଥ, ସାର୍ବଜନୀନ ସୁଖ, ନାଗରିକମାନଙ୍କର ସଚେତନତା ବୃଦ୍ଧି ଓ ଗଣ- ଉଦ୍ଦୀପନାକୁ ବୁଝାଏ ।
  • ଭେଦଭାବର ବିଲୋପ ଗଣତାନ୍ତ୍ରି କ ମୂଲ୍ୟବୋଧକୁ ଉଦ୍‌ଜୀବିତ କରେ ।

୭। ନାଗରିକମାନଙ୍କର କେଉଁ ମନେ।ଭ।ଦାରା ଗଣତାନ୍ତ୍ରିକ ମୂଲ୍ୟବୋଧ ସୁନିଶ୍ଚିତ ହୋଇଥାଏ ?
Answer:
ନାଗରିକମାନଙ୍କର ବ୍ୟକ୍ତି ଚରିତ୍ର, ଯଥା- ସତ୍ୟବାଦିତା, ସନ୍ତୋଟପଣି ଆ, ସ୍ପଷ୍ଟବାଦିତା, ସଚେତନତା, ଚରିତ୍ରବତ୍ତା, ନିରପେକ୍ଷତା, ସାଧୁତା, ତଥା ଦୁର୍ନୀତି- ବିରେ।ଧା ମନେ।ଭ।ଦାବୋନଭି ଗଣତାନ୍ତ୍ରିକ ମୂଲ୍ୟବୋଧ ସୁନିଶ୍ଚିତ ହୋଇଥାଏ ।

୮। ପ୍ରତିବାଦ ଓ ପ୍ରତିରୋଧ କାହିଁକି କରାଯାଏ ଓ ଏହା କିପରି ହୋଇଥ‌ିବା ବାଞ୍ଛନୀୟ ?
Answer:

  • ଜନସ୍ବାର୍ଥ ବିରୋଧୀ ଗଣତାନ୍ତ୍ରିକ ସରକାରକୁ ସଦା ଜାଗ୍ରତ, ସଚେତନ ତଥା ଦାୟିତ୍ଵବାନ୍ ନାଗରିକ ସର୍ବଦା ‘ପ୍ରତିବାଦ’ ଓ ‘ପ୍ରତିରୋଧ’ ମାଧ୍ୟମରେ ଠିକ୍ ବାଟରେ ଚାଲିବାକୁ ବାଧ୍ୟ କରେ ।
  • ‘ପ୍ରତିବାଦ’ ଓ ‘ପ୍ରତିରୋଧ’ ସର୍ବଦା ଶାନ୍ତିପୂର୍ଣ୍ଣ ଓ ସମୂହ-ସ୍ଵାର୍ଥ ଜଡ଼ିତ ହେବା ବାଞ୍ଛନୀୟ ।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୯। ଗଣତାନ୍ତ୍ରିକ ମୂଲ୍ୟବୋଧର କେତେଗୋଟି ବହୁମୂଲ୍ୟ ଉପାଦାନ ଲେଖ ।
Answer:
ମାନବାଧିକାରର ସୁରକ୍ଷା, ଇଚ୍ଛାଶକ୍ତି, ଦେଶପ୍ରେମ, ଆଇନମାନ୍ୟତା, ଦେଶସେବା, ସ୍ପଷ୍ଟ ଜନାଦେଶ, ସମାଜରୁ ଦୁ ର୍ନୀତି ର ମୂଳୋତ୍ପାଟନ ଓ କଉଁବ୍ୟପରାୟଣତା ଇତ୍ୟାଦି ଗଣତାନ୍ତ୍ରିକ କଉଁ ବ୍ୟପରାୟଣତା ଇତ୍ୟାଦି ଗଣତାନ୍ତ୍ରିକ ମୂଲ୍ୟବୋଧର କେତେଗୋଟି ବହୁମୂଲ୍ୟ ଉପାଦାନ ।

୧୦ । କେବେ ସମ୍ବିଧାନର ୭୩ ତମ ଓ ୭୪ ତମ ସଂଶୋଧନ ଆଇନ ସଂସଦରେ ଗୃହୀତ ହେଲା ଓ ଏହି ସଂଶୋଧନରେ କେଉଁ ବ୍ୟବସ୍ଥା ରହିଲା ?
Answer:

  • ୧୯୯୩ ମସିହାରେ ସମ୍ବିଧାନର ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ସଂସଦରେ ଗୃହୀତ ହେଲା ।
  • ଏହି ସଂଶୋଧନଦ୍ଵାରା ‘ପଞ୍ଚାୟତିରାଜ’ ଓ ନଗପାଭିକା ବ୍ୟବସ୍ଥାୟକୁ ଏକ ନୂତନ ଧାରାରେ କାଯାକ୍ୟ।ରା କରାଯିରା ସହିତ ନିର୍ବାଚିତ କରାଯାଇ ଏହି ଦୁଇଟି ସଂସ୍ଥାକୁ – ପୁନର୍ଗଠନ କରାଗଲା ।

୧୧। ଭାରତୀୟ ନାଗରିକମାନଙ୍କୁ ସମୁଚିତ ନ୍ୟାୟ ପ୍ରଦାନ ଲାଗି ସମ୍ବିଧାନରେ କି ବ୍ୟବସ୍ଥା କରାଯାଇଛି ?
Answer:

  • ଭାରତୀୟ ନାଗରିକମାନଙ୍କୁ ସମୁଚିତ ନ୍ୟାୟ ପ୍ରଦାନ ଲାଗି ଭାରତରେ ସମ୍ବିଧାନ ସ୍ଵୀକୃତ ରହିଛି । ଉଚ୍ଚତମ ନ୍ୟାୟାଳୟ ଦେଶର ନ୍ୟାୟପାଳିକା ବ୍ୟବସ୍ଥାର ଶୀର୍ଷରେ ରହିଛି ।
  • ଆମ ଦେଶରେ ରାଜ୍ୟସ୍ତରରେ ୨୧ ଗୋଟି ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲାସ୍ତରରେ ଏକାଧ୍ଵ ନିମ୍ନ ଅଦାଲତମାନ ସ୍ଵାଧୀନ ଓ ନିରପେକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ।

୧୨ । ଶାସନରେ ସ୍ବଚ୍ଛତା ଆଣିବାପାଇଁ ଭାରତରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କି ସୁବିଧା ଯୋଗାଇ ଦିଆଯାଇଛି ?
Answer:

  • ଶାସନରେ ସ୍ବଚ୍ଛତା ଆଣିବାପାଇଁ ଭାରତରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଇନ ମାଧ୍ୟମରେ ସୂଚନା ମିଳିବାର ଅଧୂକାର ପ୍ରଦାନ କରାଯାଇଛି ।
  • ଏହାଦ୍ବାରା ସରକାରଙ୍କ ପାଖରୁ ସମସ୍ତ ତଥ୍ୟ ମିଳିପାରିବାର ଆଇନଗତ ବ୍ୟବସ୍ଥା ରହିଛି । ସୂଚନା ଆୟୋଗ ବା କମିଶନ’ ଓ ପ୍ରତି ରାଜ୍ୟରେ ‘ରାଜ୍ୟ ସୂଚନା ଆୟୋଗ ବା କମିଶନ’ ଗଠନ କରାଯାଇଛି।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୧୩। ଭାରତରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ପାଇଁ କେଉଁ କାରଣଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଦାୟୀ ?
Answer:

  • ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାରରେ ଅସ୍ଥିରତା ଦିନକୁ ଦିନ ବଢ଼ି ଚାଲିଛି । ଦୁର୍ନୀତି, ସରକାରଙ୍କ ଅପାରଗତା, ନିର୍ବାଚନରେ ଭଗ୍ନ – ଜନାଦେଶ, ରାଜନୈତିକ ହିଂସା ଲାଗିରହିଛି ।
  • ଦେଶସେବା ଓ ଦେଶଭକ୍ତିର ଅଭାବ, ବେକାରି, ନିରକ୍ଷରତା, ଦାରିଦ୍ର୍ୟ, ସଂସ୍କୃତିର ଅବକ୍ଷୟ ଓ ଅପସଂସ୍କୃତିର ଅନୁପ୍ରବେଶ ଏବଂଦାୟୀ ହୋଇଛି ।

୧୪ । ଆମ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଧିକ ଉନ୍ନତ ଓ ସୁଦୃଢ଼ କରିବାପାଇଁ ଆମକୁ କ’ଣ କରିବାକୁ ହେବ ?
Answer:

  • ଆମ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧର ବୃଦ୍ଧି ପାଇଁ ନାଗରିକମାନଙ୍କର ସାଧୁତା, ରାଜନେତା ଓ କର୍ମଚାରୀଙ୍କ ସନ୍ତୋଟପଣିଆ, ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ଵାସ, ନିଃସ୍ବାର୍ଥ ଦେଶସେବା ଓ ଦେଶ ପାଇଁ ତ୍ୟାଗ ବା ଆୟୋତ୍ସର୍ଗ ଆଦିର ଆବଶ୍ୟକତା ରହିଛି ।
  • ଅଭିବୃଦ୍ଧି ସହ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଉପରେ ଦୃଢ଼ ବିଶ୍ୱାସ ସ୍ଥାପନ ଏବଂ ଆତ୍ମବିଶ୍ଵାସର ଦୃଢ଼ତାକୁ ବୃଦ୍ଧି କରିପାରିଲେ ଆମ ଦେଣର ଗଣତାନ୍ତ୍ରିକ ମୂଲ୍ୟବୋଧକ୍ତ ଅଧିକ ଉନ୍ନତ ଓ ସୁଦୃଢ଼ କରିହେବ।

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଗଣତନ୍ତ୍ରର ପରିବର୍ତ୍ତିତ ଚେହେରାକୁ ଦୃଷ୍ଟିରେ ରଖୁ କାର୍ଲ ଫ୍ରେଡ୍‌ରିକ୍ କିପରି ମତପ୍ରକାଶ କରିଛନ୍ତି ?
Answer:
ଗଣତନ୍ତ୍ରର ପରିବର୍ତ୍ତିତ ଚେହେରାକୁ ଦୃଷ୍ଟିରେ ରଖୁ କାର୍ଲ ଫ୍ରେଡ଼ରିକ୍ ଯେଉଁ ମତପ୍ରକାଶ କରିଛନ୍ତି, ତାହା ହେଉଛି, ‘‘ପରିସ୍ଥିତି ଭିନ୍ନ ହେଲେ ଗଣତନ୍ତ୍ରର ଆଭିମୁଖ୍ୟ ଭିନ୍ନ ହୁଏ ।’

୨। ଆଜିର ଗଣତନ୍ତ୍ରରେ ଶାସନର ଚାବିକାଠି ହାତ ମୁଠାରେ ରହିଛି ?
Answer:
ଆଜିର ଗଣତନ୍ତ୍ରରେ ଶାସନର ଚାବିକାଠି କେତେକ ବ୍ୟକ୍ତିବିଶେଷ ବା ମୁଷ୍ଟିମେୟ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ମୁଠାରେ ରହିଛି ।

୩। ଗଣତନ୍ତ୍ରରେ ସୃଷ୍ଟି ହେଉଥ‌ିବା ଭେଦଭାବ ଓ କନ୍ଦଳର କିପରି ସମାଧାନ ହୁଏ ?
Answer:
ଗଣତନ୍ତ୍ରରେ ସୃଷ୍ଟି ହେଉଥ‌ିବା ଭେଦଭାବ ଓ କନ୍ଦଳର ସମାଧାନ କେବଳ ଏକ ଶାନ୍ତ ପରିବେଶରେ ଆଲୋଚନା ମାଧ୍ୟମରେ ସମ୍ଭବ ହୁଏ ।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୪। ଗଣତନ୍ତ୍ର ଶାସନରେ ନାଗରିକ କେଉଁ ସବୁ କ୍ଷେତ୍ରରେ ସୁରକ୍ଷିତ ରହେ ?
Answer:
ଗଣତନ୍ତ୍ର ଶାସନରେ ନାଗରିକ ବ୍ୟକ୍ତି-ଅଧ୍ୟକାର, ସମାନତା ଓ ବ୍ୟକ୍ତି ମର୍ଯ୍ୟାଦା କ୍ଷେତ୍ରରେ ସୁରକ୍ଷିତ ରହେ।

୫। ସଂଖ୍ୟାଗରିଷ୍ଠ ଗୋଷ୍ଠୀ ସର୍ବଦା କେଉଁ ଗୋଷ୍ଠୀର ମତାମତକୁ ସମ୍ଭନ ଜଣାଇରା ଗାନ୍ଧିଜୀଙ୍କ ମୂଲ୍ୟବୋଧର ଏକ ଅସ୍ତିସୂଚକ ମନୋଭାବ ?
Answer:
ସଂଖ୍ୟାଗରିଷ୍ଠ ଗୋଷ୍ଠୀ ସର୍ବଦା ସଂଖ୍ୟାଲଘୁ ଗୋଷ୍ଠୀଙ୍କ ମତାମତକୁ ସମ୍ଭନ ଜଣାଇରା ଗାନ୍ଧିଜୀଙ୍କ ମୂଲ୍ୟବୋଧର ଏକ ଅସ୍ତିସୂଚକ ମନୋଭାବ ।

୬। ସରକାରଙ୍କ ପ୍ରତି ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା କିପରି ହେବା ଦରକାର ?
Answer:
ସରକାରଙ୍କ ପ୍ରତି ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା ସର୍ବଦା ‘ଅସ୍ତିସୂଚକ’ ବା ‘ଗଠନମୂଳକ’ ହେବା ଦରକାର ।

୭। ଗଣତାନ୍ତ୍ରିକ ମୂଲ୍ୟବୋଧ କହିଲେ କ’ଣ ବୁଝାଏ?
Answer:
ଗଣତାନ୍ତ୍ରିକ ମୂଲ୍ୟବୋଧ କହିଲେ ବିଜ୍ଞତା, ବିଚାର ଶକ୍ତି, ବୁଦ୍ଧି, ସାମୂହିକ ସ୍ୱାର୍ଥ, ସାର୍ବଜନୀନ ସୁଖ, ନାଗରିକମାନଙ୍କର ସଚେତନତା ବୃଦ୍ଧି ଓ ଗଣ- ଉଦ୍ଦୀପନାକୁ ବୁଝାଏ ।

୯ । ପ୍ରତିବାଦ ଓ ପ୍ରତିରୋଧ କିଭଳି ହେବା ଦରକାର ?
Answer:
ପ୍ରତିବାଦ ଓ ପ୍ରତିରୋଧ ସର୍ବଦା ଶାନ୍ତି ପୂର୍ଣ୍ଣ ଓ ସମୂହସ୍ଵାର୍ଥ ଜଡ଼ିତ ହେବା ବାଞ୍ଛନୀୟ ।

୧୦। ଗଣତାନ୍ତ୍ରିକ ପ୍ରତିବାଦ ତଥା ପ୍ରତିରୋଧର ଦୁଇଟି ଜ୍ଵଳନ୍ତ ଉଦାହରଣ ଦିଅ ।
Answer:
ମହାତ୍ମା ଗାନ୍ଧିଙ୍କ ‘ସତ୍ୟାଗ୍ରହ’, ‘ଆଇନ ଅମାନ୍ୟ’ ତଥା ‘ ଅସହଯୋଗ ଆନ୍ଦୋଳନ’ ଗଣତାନ୍ତ୍ରିକ ପ୍ରତିବାଦ ତଥା ପ୍ରତିରୋଧର ଜ୍ଵଳନ୍ତ ଉଦାହରଣ ଅଟେ ।

୧୧। ଭାରତରେ କେବେ ସୂଚନା ଅଧିକାର ଆଇନ ପ୍ରଣୀତ ହୋଇଛି ?
Answer:
୨୦୦୫ ମସିହାରେ ଭାରତରେ ସୂଚନା ଅଧିକାର ଆଇନ ପ୍ରଣୀତ ହୋଇଛି ।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୧୨। କେଉଁଗୁଡ଼ିକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ବହୁମୂଲ୍ୟ ଉପାଦାନ ଭାବରେ ବର୍ଣ୍ଣନା କରାଯାଇଛି ?
Answer:
ମାନବାଧିକାରର ସୁରକ୍ଷା, ଇଚ୍ଛାଶକ୍ତି, ଦେଶପ୍ରେମ, ଆଇନ ମାନ୍ୟତା, ଦେଶସେବା ଓ କର୍ତ୍ତବ୍ୟପରାୟଣତା ଇଡ୍ୟ।ଦିକୁ ଗଣତାନ୍ତ୍ରକ ମୂଲ୍ୟ ବୋଧର କୋଦେରେଟି ବହୁମୂଲ୍ୟ ଉପାଦାନ ଭାବରେ ବର୍ଣ୍ଣନା କରାଯାଇଛି ।

୧୩। କିପରି ସମାଜରୁ ଦୁର୍ନୀତିର ମୂଳ ଉତ୍ପାଟନ କରାଯାଇପାରିବ ?
Answer:
ନାଗରିକମାନଙ୍କର ଦୃଢ଼ ମନୋବଳ, ନାଗରିକ ସମାଜର ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତି ବଳରେ ସମାଜରୁ ଦୁର୍ନୀତିର ମୂଳ ଉତ୍ପାଟନ କରାଯାଇପାରିବ ।

୧୪ । କ’ଣ କଲେ ଗଣତନ୍ତ୍ରର ବିକଳ୍ପ ଖୋଜିବା ଅନାବଶ୍ୟକ ଅଟେ ?
Answer:
ଗଣଡନ୍ତକ ମୂଲ୍ୟବୋଧକୁ ଭଦାଇ।ବିତ କରିରା ସହିତ ଗଣତନ୍ତ୍ରର ଦୋଷ ଓ ଦୁର୍ବଳତାକୁ ସୁଧାରି ପାରିଲେ ଗଣତନ୍ତ୍ରର ବିକଳ୍ପ ଖୋଜିବା ଅନାବଶ୍ୟକ ଅଟେ ।

୧୫ । କେବେ ଭାରତରେ ନୂତନ ସମ୍ବିଧାନ ପ୍ରଚଳିତ ହେଲା ?
Answer:
୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଭାରତରେ ନୂତନ ସମ୍ବିଧାନ ପ୍ରଚଳିତ ହେଲା ।

୧୬। ଭାରତ କେବେଠାରୁ ଏକ ‘ସାର୍ବଭୌମ ‘ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର’’ ରାଷ୍ଟ୍ରର-ପରିଚୟ ପାଇଲା ?
Answer:
ଭାରତ ୧୯୫୦ ମସିହା ଜାନୁଆରୀ ୨୬ ତାରିଖଠାରୁ ଏକ ‘ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର’’ ରାଷ୍ଟ୍ରର-ପରିଚୟ ପାଇଲା ।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୧୭ । ସମ୍ବିଧାନର କେଉଁ ସଂଶୋଧନରେ ପଞ୍ଚାୟତିରାଜ ଓ ନଗରପାଳିକା ଅନୁଷ୍ଠାନଗୁଡ଼ିକ ପୁନର୍ଗଠିତ ହୋଇଛି ?
Answer:
୧୯୯୩ ମସିହାରେ ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ସଂସଦରେ ଗୃହୀତ ହେବାପରେ ପଞ୍ଚାୟତିରାଜ ଓ ନଗରପାଳିକା ଅନୁଷ୍ଠାନଗୁଡ଼ିକ ପୁନର୍ଗଠିତ ହୋଇଛି ।

୧୮ । ଭାରତରେ ଜଣକୁ କେତେ ବର୍ଷ ହେଲେ ସେ ସାବାଳକ ନାଗରିକରୂପେ ବିବେଚିତ ହୁଏ ?
Answer:
ଭାରତରେ ଜଣକୁ ୧୮ ବର୍ଷ ହେଲେ ସେ ସାବାଳକ ନାଗରିକ ରୂପେ ବିବେଚିତ ହୋଇଥାଏ ।

୧୯। ଭାରତରେ ‘’ଧର୍ମନିରପେକ୍ଷତ’ ପାଳନ କରାଯିବାପାଇଁ ପ୍ରତି ନାଗରିକଙ୍କୁ ସମ୍ବିଧାନ ସ୍ଵୀକୃତ ‘ଧର୍ମଗତ କେଉଁ ଅଧୁକାର ମିଳିଛି ?
Answer:
ଭାରତରେ ‘ଧର୍ମନିରପେକ୍ଷତା’ ପାଳନ କରାଯିବାପାଇଁ ପ୍ରତି ନାଗରିକଙ୍କୁ ସମ୍ବିଧାନ ସ୍ଵୀକୃତ ‘ଧର୍ମଗତ ସ୍ଵାଧୀନତା ଓ ଉପାସନ’ର ଅଧିକାର ମିଳିଛି ।

୨୦। କେଉଁ ଅଧିକାର ବ୍ୟବସ୍ଥାରେ ସମସ୍ତ ପ୍ରକାର ସାମାଜିକ ଅସମାନତାକୁ ଦୂର କରାଯାଇଛି ?
Answer:
ସମାନତାର ଅଧ୍ୟାର ବ୍ୟବସ୍ଥାରେ ସମସ୍ତ ପ୍ରକାର ସାମାଜିକ ଅସମାନତାକୁ ଦୂର କରାଯାଇଛି।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ୧୬୮୮ ମସିହାରେ କେଉଁ ଦେଶର ଲୋକମାନେ ଅଧ୍ୟାକାର ପାଇଁ ଦାବିକରି ଆନ୍ଦୋଳନ କରିଥିଲେ ?
୨। ‘‘ଗଣତନ୍ତ୍ରରେ ଶାସନ କ୍ଷମତା ନ୍ୟସ୍ତ ହୋଇଥାଏ ‘ଗୋଷ୍ଠୀ ସମୁଦାୟ’ ହାତରେ ଓ ହୋଇଥାଏ ‘ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥା’ ମାଧ୍ୟମରେ ।’’ – ଏହି ଉକ୍ତିଟି କିଏ କହିଥିଲେ ?
୩ । ‘ଗଣତନ୍ତ୍ରରେ ଜନମତର ସାର୍ବଭୌମ କ୍ଷମତା ଏହି ଉକ୍ତିଟି କିଏ ପ୍ରକାଶ କରିଛନ୍ତି ?
୪। ‘‘ପରିସ୍ଥିତି ଭିନ୍ନ ହେଲେ ଗଣତନ୍ତ୍ରର ଆଭିମୁଖ୍ୟ ଭିନ୍ନ ହୁଏ ।’’ – ଏହି ଉକ୍ତିଟି କିଏ ବ୍ୟକ୍ତ କରିଛନ୍ତି ?
୫। କେବେ ଫରାସୀ ବିପ୍ଳବ ସଂଘଟିତ ହୋଇଥିଲା ?
୬। ‘ଯଦି ଗଣତନ୍ତ୍ର ଦୋଷଯୁକ୍ତ, ତେବେ କେଉଁ ସରକାରଟି ଉତ୍ତମ ?’’ – ଏହି ଉକ୍ତିଟିକୁ କିଏ କହିଥିଲେ ?
୭। ‘ଯଦି ମୋଟରଗାଡ଼ି ଅଚଳ ହୁଏ, ତେବେ ବଳଦଗାଡ଼ି ଯେତେ ସୁଦୃଶ୍ୟ ହେଲେ ବି ତାକୁ ପୁଣି ବ୍ୟବହାର କରିବା ଏକ ବୋକାମିର ପରିଚୟ ।’’ — ପ୍ରକାଶ କରିଥିଲେ ?
୮। କେବେ ସାବାଳକ ମତଦାନ ବ୍ୟବସ୍ଥା ମାଧ୍ୟମରେ ଭାରତରେ ପ୍ରଥମ ଲୋକସଭା ଓ ପ୍ରତି ରାଜ୍ୟରେ ବିଧାନସଭା ଗଠିତ ହେଲା ?
୯। ୨୦୦୯ ମସିହା ସୁଦ୍ଧା ଭାରତରେ କେତେଥର ସାଧାରଣ ନିର୍ବାଚନ ହୋଇସାରିଛି ?
୧୦। ଭାରତର ପଞ୍ଚଦଶ ଲୋକସଭା କେଉଁ ମସିହାରେ ଗଠିତ ହୋଇଛି ?
୧୧ । ବିରୋଧୀ ଗୋଷ୍ଠୀଙ୍କର ସମାଲୋଚନା ସର୍ବଦା କିପରି ହେବା ଆବଶ୍ୟକ ?
୧୨ । ୧୬୮୮ ମସିହାରେ ଇଂଲଣ୍ଡରେ ଘଟିଥ‌ିବା ଜନବିପ୍ଳବର ନାମ କ’ଣ ଥିଲା ?
୧୩। ଗଣତନ୍ତ୍ରର ମୂଳଭିଭି କାହାକୁ କୁହାଯାଏ ?
୧୪ । ନିର୍ବାଚିତ ଲୋକ ପ୍ରତିନିଧ କେଉଁମାନଙ୍କ ନିକଟରେ ବାସ୍ତବରେ ଉତ୍ତରଦାୟୀ ?
୧୫। ଭାରତରେ ‘ସାବାଳକ ମତଦାତା’ କହିଲେ କେଉଁମାନଙ୍କୁ ବୁଝାଏ ?

Answers
୧ । ଇଂଲାଣ୍ଡ
୨ । ଲର୍ଡ ବ୍ରାଇସ୍‌
୩ । ଗେଟେଲ୍
୪ । ଫ୍ରେଡ଼େରିକ୍
୫ । ୧୭୮୯ ମସିହା
୬ । ଲର୍ଡ଼ ବ୍ରାଇସ୍‌
୭ । ବର୍ଣ୍ଣସ୍
୮ । ୧୯୫୨
୯୮ ୧୫ ଥର
୧୦ । ୨୦୦୯
୧୧ । ଅସ୍ତିସୂଚକ ଓ ଗଠନମୂଳକ
୧୨ । ଗ୍ଲୋରି ୟସ୍ ରିଭଲ୍ୟୁସନ୍
୧୩ । ସାବାଳକ ମତଦାନ ବ୍ୟବସ୍ଥା
୧୪ । ମତଦାତା
୧୫ । ୧୮ ବର୍ଷରୁ ଅଧ୍ଵ ବୟସ୍କ ବ୍ୟକ୍ତିବିଶେଷ

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

C. ଶୂନ୍ୟସ୍ଥାନ ପୂରଣ କର ।

୧ । ଗଣତନ୍ତ୍ରରେ ଉନମତର___________ କ୍ଷମତା ରହିଛି ।
Answer:
ସାର୍ବଭୌମ

୨। ସମ୍ରାଟଙ୍କ ଅଖଣ୍ଡ ଆଧ୍ୟତ୍ୟକୁ ଜନସାଧାରଣ ଗ୍ରହଣ କରିବାକୁ ଅନିଚ୍ଛୁକ ହେବାରୁ ପୃଥ‌ିବୀର ତିନିଗୋଟି ______________ ଜନ୍ମ ନେଲା ।
Answer:
ଜନବିପ୍ଲବ

୩। ଇଂଲାଣ୍ଡରେ ____________ ମସିହାରେ ‘ଗ୍ଲୋରି ୟସ୍ ରିଭଲ୍ୟୁସନ୍’ ହୋଇଥିଲା ।
Answer:
୧୬୮୮

୪। ଗଣତନ୍ତ୍ର ରହିଛି _________ସମର୍ଥ ତ ଏକ ସରକାର ।
Answer:
ଜନମତ

୫। ବିଳମ୍ବରେ ହେଲେ ବି __________________ ରେ ସମସ୍ତ ନିଷ୍ପଭି ଆଲୋଚନା ଓ ବିତର୍କ ମାଧ୍ୟମରେ ନିଆଯାଏ ।
Answer:
ଗଣତନ୍ତ୍ର

୬ | ଗଣତନ୍ତ୍ର ଏକ ଶିକ୍ଷଣୀୟ ଶାସନ ବ୍ୟବସ୍ଥା, ଯାହାକି ଜନ ସାଧାର ଣ ଙ୍କୁ _____________ ସମ୍ପାକରେ ଶିକ୍ଷିତ କରିଥାଏ ।
Answer:
ରାଜନୈତିକ ନେତୃତ୍ୱ ଓ ଦାୟିତ୍ଵ

୭ । ନିର୍ବାଚିତ ଲୋକପ୍ରତି ନି ଧୂମାନେ ______________ ଙ୍କ ନିକଟରେ ବାସ୍ତବରେ ଉତ୍ତରଦାୟୀ ।
Answer:
ମତଦାତା

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୮। ଆଲୋଚ ନା ମାଧ୍ୟମରେ ସମସ୍ତ ସମସ୍ୟାର _____________ ସମାଧାନ କରିବା ସର୍ବଦା ଏକ ଗ୍ରହଣୀୟ ଗଣତାନ୍ତ୍ରିକ ମୂଲ୍ୟବୋଧ ।
Answer:
ବନ୍ଧୁତ୍ବ ତଥା ଶାନ୍ତପୂର୍ଣ

୯। ଗଣତାନ୍ତ୍ରିକ ମୂଲ୍ୟବୋଧହରା ______________ ମନେ।ଜାର ଜାଗ୍ରତ ହୋଇଥାଏ ।
Answer:
ଦେଶପ୍ରେମ

୧୦। ନାଗରିକମାନଙ୍କର ________________ ପମାନଙ୍କର ମୌଳିକ ଜ୍ଞାନର ପରିସର ବୃଦ୍ଧି କରେ ।
Answer:
ନୈତିକ ମୂଲ୍ୟବୋଧ

୧୧। __________________ ର ବିଲୋପ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉଦ୍‌ଜୀବିତ କରେ ।
Answer:
ଭେଦଭାବ

୧୨। ନାଗରିକର ______________ ଓ ରାଜନୈତିକ ସକ୍ରିୟତା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବହୁଗୁଣିତ କରେ ।
Answer:
ସଜାଗ ପଣିଆ

୧୩ । ଗଣତନ୍ତ୍ରରେ _____________ ର ସ୍ଥାନ ନାହିଁ ।
Answer:
ଭୀରୁ ତା

୧୪। _______________ ହେଉଛି ଗଣତନ୍ତ୍ରର ମୂଳମନ୍ତ୍ର ଏବଂ ଏହାକୁ ବାଦେଲେ ଗଣତନ୍ତ୍ର ବଞ୍ଝାପାରିବ ନାହିଁ ।
Answer:
ସାହସିକତା

୧୫। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ _________ କରେ ।
Answer:
ସ୍ପଷ୍ଟ ଜନାଦେଶ

୧୬ । ଏକଚ୍ଛତ୍ରବାଦ _______________ ର ବିକଳ୍ପ ନୁହେଁ ।
Answer:
ଗଣତନ୍ତ୍ର

୧୭ । ଅବାଧ ଓ ମୁକ୍ତ ନିର୍ବାଚନ ପ୍ରକ୍ରିୟାର ସୁରକ୍ଷା ଦାୟିତ୍ଵ ରହିଛି _______________ ଙ୍କ ହାତରେ ।
Answer:
ନିର୍ବାଚନ ଆୟୋଗ

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୧୮ । ଭାରତରେ ରାଜ୍ୟସ୍ତରୀୟ ___________________ଗୋଟି ଉଚ୍ଚ ନ୍ୟାୟାଳୟ ରହିଛି ।
Answer:
୨୧

୧୯। __________________ ଜରିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାଧୀନ ଅଭିମତ ପ୍ରକାଶ କରିବାର ଅଧିକାର ରହିଛି ।
Answer:
ସମ୍ବାଦପତ୍ର ଓ ଗଣମାଧ୍ୟମ

୨୦ । ଶିକ୍ଷା ଅଧିକାର ଆଇନ ଜରିଆରେ ________________ ବକ୍ଷ ମଧ୍ୟରେ ସମସ୍ତ ବାଳକ ଓ ବାଳିକାଙ୍କୁ ମାଗଣା ଶିକ୍ଷାଦାନ ବ୍ୟବସ୍ଥାକୁ ଆଇନସମ୍ମତ କରାଯାଇଛି ।
Answer:
୬ ବର୍ଷରୁ ୧୪

୨୧। ______________________ ର ସଫଳ ରୂପାୟନ ଯୋଗୁଁ ଭାରତରେ ଏକ ଜନମଙ୍ଗଳକାରକ ରାଷ୍ଟ୍ରର ପରିକଳ୍ପନା ସାକାର ହେ।ଇପାହିଛି ।
Answer:
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ନିର୍ବାଚିତ ଲୋକପ୍ରତିନିଧ କେଉଁମାନଙ୍କ ନିକଟରେ ବାସ୍ତବରେ ଉତ୍ତରଦାୟୀ ।
୨ । ଗାନ୍ଧିଜୀଙ୍କ ନେତୃତ୍ଵରେ ତିନିଗୋଟି ‘ପ୍ରତିବାଦ’’ଆନ୍ଦୋଳନ ସଂଘଟିତ ହୋଇଥିଲା ।
୩। ୭୩ ତମ ସମ୍ବିଧାନ ସଂଶୋଧନ ୧୯୯୨ ମସିହାରେ ସଂସଦରେ ଗୃହୀତ ହୋଇଥିଲା।
୪। ୨୧ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଆମ ଦେଶରେ ସାବାଳକ କୁହାଯାଏ ।
୫। ମୌଳିକ ଅଧୂକାର ସମ୍ବିଧାନର ୧୫-୩୫ ଧାରାରେ ଉଲ୍ଲେଖ କରାଯାଇଛି ।
୬। ଫରାସୀ ବିପ୍ଲବ ୧୭୯୭ ମସିହାରେ ସଙ୍ଗଠିତ ହୋଇଥିଲା ।
୭। ୧୭୭୬ ମସିହାରେ ଆମେରିକାରେ ସ୍ଵାଧୀନତା ସଂଗ୍ରାମ ସଂଘଟିତ ହୋଇଥିଲା ।
୮। ଆବ୍ରାହମ୍ ଲିଙ୍କନ୍ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିଲେ ।
୯। ୧୯୫୦ ମସିହାରେ ଆମ ଦେଶରେ ପ୍ରଥମ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
୧୦। ୨୦୦୯ ମସିହା ସୁଦ୍ଧା ଆମ ଦେଶରେ ୧୬ ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇ ସାରିଲାଣି ।

Answers
୧। (√)
୨। (×)
୩ ।(×)
୪ । (×)
୫। (×)
୬ | (×)
୭। (√)
୮। (√)
୯। (×)
୧୦। (×)

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ Q. 1
BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ Q. 2

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ Q. 3
BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ Q. 4

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ‘ଗ୍ଲୋରିୟସ୍ ରିଭଲ୍ୟୁସନ’ ଜର୍ମାନୀରେ ସଂଗଠିତ ହୋଇଥିଲା ।
୨ । ଆମେରିକାର ସ୍ଵାଧୀନତା ସଂଗ୍ରାମ ୧୭୬୬ ମସିହାରେ ସଂଘଟିତ ହୋଇଥିଲା ।
୩। ପଞ୍ଚଦଶ ଲୋକସଭା ୨୦୦୮ ମସିହାରେ ଗଠିତ ହୋଇଥିଲା ।
୪। ଆମ ସମ୍ବିଧାନରେ ମୌଳିକ ଅଧୂକାର ୧୨–୩୨ ଧାରା ମଧ୍ୟରେ ବର୍ଣ୍ଣନା କରାଯାଇଛି ।
୫। ନୂତନ ସମ୍ବିଧାନ ଆମ ଦେଶରେ ୧୯୪୭ ମସିହାରେ କାର୍ଯ୍ୟକାରୀ ହୋଇଥିଲା ।
୬। ୬। ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ୧୯୯୨ ମସିହାରେ କରାଯାଇଥିଲା ।
୭। ‘ଗଣତନ୍ତ୍ରରେ ଜନମତର ସାର୍ବଭୌମ କ୍ଷମତା ରହିଛି “‘ଏ କଥା ସର୍ଦ୍ଦାର ପଟେଲ କହିଥିଲେ ।
୮। ଜନମତ ଓ ଜନସମ୍ମତି ହେଉଛି ରାଜତନ୍ତ୍ରର ଦୁଇଟି ଭିତ୍ତିଭୂମି ।
୯। ୨୧ ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ସାବାଳକ କୁହାଯାଏ।
୧୦ । ଆଇନ ଅମାନ୍ୟ ଆନ୍ଦୋଳନ ଜବାହାରଲାଲ ନେହେରୁଙ୍କ ନେତୃତ୍ଵରେ କରାଯାଇଥିଲା ।

Answers
୧। ଇଂଲଣ୍ଡରେ
୨। ୧୭୭୬
୩। ୨୦୦୯
୪। ୧୨-୩୫
୫। ୧୯୫୦
୬। ୧୯୯୩୭୮ ଗେଟେଲ୍
୮ । ଗଣତନ୍ତ୍ର
୯। ୧୮
୧୦। ମହାତ୍ମା ଗାନ୍ଧି ।

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ ଉକ୍ତିଟି କିଏ କହିଥିଲେ ? ଲୋକମାନ ଙ୍କର, ଲୋକମାନଙ୍କ ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାର ।’
(A) ଫ୍ରାଙ୍କ୍‌ଲିନ୍ ରୁଢ଼ଭେଲ୍ଟ
(B) ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ
(C) ଆବ୍ରାହାମ୍ ଲିଙ୍କନ
(D) ଲର୍ଡ଼ ବ୍ରାଇସ୍
Answer:
(C) ଆବ୍ରାହାମ୍ ଲିଙ୍କନ

2. ନିମ୍ନୋକ୍ତ ଉକ୍ତିଟି କିଏ କହିଥିଲେ ? ‘‘ଗଣତନ୍ତ୍ରରେ ଶାସନ କ୍ଷମତା ନ୍ୟସ୍ତ ହୋଇଥାଏ ‘ଗୋଷ୍ଠୀ ସମୁଦାୟ’ ହାତରେ ଓ ହୋଇଥାଏ ‘ଗଣତାନ୍ତ୍ରିକ ନିର୍ବାଚନ ବ୍ୟବସ୍ଥା’ ମାଧ୍ୟମରେ ।’’
(A) କାର୍ଲ ଫ୍ରେଡ଼ରିକ୍
(B) ଗେଟେଲ୍
(C) ଆବ୍ରାହାମ୍ ଲିଙ୍କନ
(D) ଲର୍ଡ଼ ବ୍ରାଇସ୍
Answer:
(D) ଲର୍ଡ଼ ବ୍ରାଇସ୍

3. ‘‘ଗଣତନ୍ତ୍ରରେ ଉନମତର ସାର୍ବନ୍ତ୍ରିମ କ୍ଷମତର ରହିଛି’’ । ଏହି ଉକ୍ତିଟି ନିମ୍ନୋକ୍ତ କାହାର ?
(A) ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ
(B) ଭିନ୍‌ସେଣ୍ଟ ସ୍ମିଥ
(C) କନ୍ ଷ୍ଟ୍ରାଚି
(D) ଗେଟେଲ୍
Answer:
(D) ଗେଟେଲ୍

4. ‘‘ପରିସ୍ଥିତି ଭିନ୍ନ ହେଲେ ଗଣତନ୍ତ୍ରର ଆଭିମୁଖ୍ୟ ଭିନ୍ନ ହୁଏ ।’’ ଏହି ଉକ୍ତିଟି ନିମ୍ନୋକ୍ତ କିଏ ବ୍ୟକ୍ତ କରିଛନ୍ତି ?
(A) ଉଇନ୍‌ଷ୍ଟନ ଚର୍ଚ୍ଚିଲ୍
(B) ଲର୍ଡ଼ ବ୍ରାଇସ୍
(C) କାର୍ଲ ଫ୍ରେଡ଼ରିକ୍
(D) ଗେଟେଲ୍
Answer:
(C) କାର୍ଲ ଫ୍ରେଡ଼ରିକ୍

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

5. ନିମ୍ନୋକ୍ତ କେବେ ଇଂଲଣ୍ଡରେ ‘ଗ୍ଲୋରିୟସ୍ ରିଭଲ୍ୟୁସନ’ ହୋଇଥିଲା ?
(A) ୧୬୮୮
(B) ୧୭୮୮
(C) ୧୭୭୬
(D) ୧୭୮୯
Answer:
(A) ୧୬୮୮

6. ନିମ୍ନୋକ୍ତ କେବେ ଆମେରିକା ସ୍ଵାଧୀନତା ସଂଗ୍ରାମ ସଂଘଟିତ ହୋଇଥିଲା ?
(A) ୧୭୭୬
(B) ୧୭୮୬
(D) ୧୭୯୭
(C) ୧୭୮୯
Answer:
(A) ୧୭୭୬

7. ନିମ୍ନୋକ୍ତ କେବେ ଫରାସୀ ବିପ୍ଳବ ସଂଘଟିତ ହୋଇଥୁଲା ?
(A) ୧୭୮୮
(B) ୧୭୮୯
(C) ୧୭୯୦
(D) ୧୭୯୧
Answer:
(B) ୧୭୮୯

8. ନିମ୍ନୋକ୍ତ କେଉଁଟି ମୂଲ୍ୟବୋଧଭିଭିକ ଗଣତନ୍ତ୍ରର ଆବଶ୍ୟକ ଉପାଦାନର ଅନ୍ତର୍ଭୁକ୍ତ ନୁହେଁ ?
(A) ସଟ ଓ ଚରିତ୍ରବାନ୍ ଲୋକ ପ୍ରତିନିଧୁ ଚୟନ
(B) ଗଣତନ୍ତ୍ରରେ କେହି ସର୍ବଦା ଲାଭ ବା କ୍ଷତି ସହନ୍ତି ନାହିଁ
(C) ସାମାଜିକ ଓ ଅର୍ଥନୈତିକ ବିକାଶ
(D) ଆଇନର ଶାସନ
(B) ଗଣତନ୍ତ୍ରରେ କେହି ସର୍ବଦା ଲାଭ ବା କ୍ଷତି ସହନ୍ତି ନାହିଁ

9. ‘ଯଦି ଗଣତନ୍ତ୍ର ଦୋଷଯୁକ୍ତ, ତେବେ କେଉଁ ସରକାରଟି ଉତ୍ତମ ? ’’
(A) ଆବ୍ରାହାମ ଲିଙ୍କନ
(B) ଲର୍ଡ଼ ବ୍ରାଇସ୍
(C) କାର୍ଲ ଫ୍ରେଡ଼ରିକ୍
(D) ଗେଟେଲ୍
Answer:
(B) ଲର୍ଡ଼ ବ୍ରାଇସ୍

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

10. ‘‘ଯଦି ମୋଟରଗାଡ଼ି ଅଚଳ ହୁଏ, ତେବେ ବଳଦଗାଡ଼ି ଯେତେ ସୁଦୃଶ୍ୟ ହେଲେ ବି ତାକୁ ପୁଣି ବ୍ୟବହାର କରିବା ଏକ ବୋକାମିର ପରିଚୟ ।’’ ଏହି ଉକ୍ତିଟିକୁ କିଏ ପ୍ରକାଶ କରିଥିଲେ ?
(A) ଲର୍ଡ଼ ବ୍ରାଇସ୍
(B) କାର୍ଲ ଫ୍ରେଡ଼ରିକ୍
(C) ଗେଟେଲ୍
(D) ବର୍ଣ୍ଣସ୍
Answer:
(D) ବର୍ଣ୍ଣସ୍

11. ନିମ୍ନୋକ୍ତ କେବେ ଭାରତରେ ପ୍ରଥମ ଥର ପାଇଁ ଏକ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?
(A) ୧୯୪୯
(B) ୧୯୫୦
(C) ୧୯୫୧
(D) ୧୯୫୨
Answer:
(D) ୧୯୫୨

12. ନିମ୍ନୋକ୍ତ କେବେ ସାବାଳକ ମତଦାନ ବ୍ୟବସ୍ଥା ମାଧ୍ୟମରେ ଭାରତରେ ପ୍ରଥମ ଲୋକସଭା ଓ ପ୍ରତି ରାଜ୍ୟରେ ବିଧାନସଭା ଗଠିତ ହେଲା ?
(A) ୧୯୪୮
(B) ୧୯୫୦
(C) ୧୯୫୨
(D) ୧୯୫୪
Answer:
(C) ୧୯୫୨

13. ୨୦୦୯ ମସିହା ସୁଦ୍ଧା ଭାରତରେ କେତେଥର ସାଧାରଣ ନିର୍ବାଚନ ହୋଇସାରିଛି ?
(A) ୧୨ ଥର
(B) ୧୩ ଥର
(C) ୧୪ ଥର
(D) ୧୫ ଥର
Answer:
(D) ୧୫ ଥର

14. ଭାରତର ପଞ୍ଚଦଶ ଲୋକସଭା ନିମ୍ନୋକ୍ତ କେଉଁ ମସିହାରେ ଗଠିତ ହୋଇଛି ?
(A) ୧୯୯୫
(B) ୨୦୦୧
(C) ୨୦୦୪
(D) ୨୦୦୯
Answer:
(D) ୨୦୦୯

15. ନିମ୍ନୋକ୍ତ କେଉଁ ମସିହାରେ ସମ୍ବିଧାନର ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ସଂସଦରେ ଗୃହୀତ ହୋଇଥିଲା ?
(A) ୧୯୯୦
(C) ୧୯୯୨
(B) ୧୯୯୧
(D) ୧୯୯୩
Answer:
(D) ୧୯୯୩

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

16. ‘ଗଣତନ୍ତ୍ର’ କେଉଁ ଇଂରାଜୀ ଶବ୍ଦରୁ ଆସିଅଛି ?
(A) ଡେମୋ
(C) ଡିମୋକ୍ରାସି
(B) ଡିମୋସ୍
(D) କୌଣସିଟି ନୁହେଁ
Answer:
(C) ଡିମୋକ୍ରାସି

17. କେଉଁଟି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ ?
(A) ସ୍ପଷ୍ଟ ଜନାଦେଶ
(B) ସ୍ଵଚ୍ଛ ଶାସନ
(C) ମୁକ୍ତ ସରକାର
(D) ଉଦାରବାଦୀ ନୀତି
Answer:
(A) ସ୍ପଷ୍ଟ ଜନାଦେଶ

18. କେବେ ଭାରତରେ ନୂତନ ସମ୍ବିଧାନ ପ୍ରଚଳିତ ହୋଇଥିଲା ?
(A) ୧୯୪୭ ମସିହା ମାର୍ଚ୍ଚ ୬ ତାରିଖ
(B) ୧୯୪୮ ମସିହା ଜୁନ୍ ୨୧ ତାରିଖ
(C) ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ
(D) ୧୯୫୨ ମସିହା ଫେବୃୟାରୀ ୧୬ ତାରିଖ
Answer:
(C) ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ

19. କେଉଁ ଅଧିକାରଟି ଶାସନରେ ସ୍ବଚ୍ଛତା ଆଣିବାପାଇଁ ଭାରତୀୟ ନାଗରିକଙ୍କୁ ପ୍ରଦାନ କରାଯାଇଛି ?
(A) ସ୍ଵାଧୀନତା ଅଧିକାର
(B) ସୂଚନା ଅଧିକାର
(C) ଧର୍ମଗତ ସ୍ଵାଧୀନତା ଅଧିକାର
(D) ସମାନତା ଅଧିକାର
Answer:
(B) ସୂଚନା ଅଧିକାର

20. ଆମ ଦେଶରେ ବର୍ତ୍ତମାନ କେତୋଟି ରାଜ୍ୟସ୍ତରୀୟ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟରତ ?
(A) ୧୬ଟି
(B) ୧୮ଟି
(C) ୨୧ଟି
(D) ୨୨ଟି
Answer:
(C) ୨୧ଟି

21. କେଉଁମାନଙ୍କୁ ସାବାଳକ କୁହାଯାଏ ?
(A) ୧୪ ବର୍ଷରୁ ଅଧୂକ
(B) ୧୫ ବର୍ଷରୁ ଅଧିକ
(C) ୧୭ ବର୍ଷରୁ ଅଧିକ
(D) ୧୮ ବର୍ଷରୁ ଅଧିକ
Answer:
(D) ୧୮ ବର୍ଷରୁ ଅଧିକ

22. ‘ଧର୍ମନିରପେକ୍ଷତା’ ପାଳନ କରାଯିବାପାଇଁ ନାଗରିକଙ୍କୁ ମସିହାରେ ଗଠିତ ହୋଇଛି ?
(A) ସ୍ଵାଧୀନ ଅଭିମତ ପ୍ରକାଶ କରିବାର ଅଧିକାର
(B) ଶୋଷଣ ବିରୋଧୀ ଅଧିକାର
(C) ସମାନତାର ଅଧିକାର
(D) ଧର୍ମଗତ ସ୍ଵାଧୀନତା ଓ ଉପାସନାର ଅଧିକାର
Answer:
(D) ଧର୍ମଗତ ସ୍ଵାଧୀନତା ଓ ଉପାସନାର ଅଧିକାର

BSE Odisha 9th Class Political Science Important Questions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

23. କିଏ ସାମଗ୍ରିକ ଆନ୍ଦୋଳନର ଡାକରା ଦେଇଥିଲେ ?
(A) ମହାତ୍ମା ଗାନ୍ଧି
(B) ସୁଭାଷଚନ୍ଦ୍ର ବୋଷ
(C) ଜୟପ୍ରକାଶ ନାରାୟଣ
(D) ବିନୋବା ଭାବେ
Answer:
(C) ଜୟପ୍ରକାଶ ନାରାୟଣ

24. କିଏ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଇଥିଲେ ?
(A) ସୁଭାଷଚନ୍ଦ୍ର ବୋଷ
(B) ମହାତ୍ମା ଗାନ୍ଧି
(C) ଜବାହରଲାଲ ନେହେରୁ
(D) ଜୟପ୍ରକାଶ ନାରାୟଣ
Answer:
(B) ମହାତ୍ମା ଗାନ୍ଧି

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

Odisha State Board BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ Important Questions and Answers.

BSE Odisha Class 8 History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବ୍ରିଟିଶ୍ ପାର୍ଲାମେଣ୍ଟଦ୍ଵାରା ପ୍ରଣୀତ ଏକଚାଟିଆ ବାଣିଜ୍ୟ ନୀତି ଆମେରିକା ସ୍ଵାଧୀନତା ସଂଗ୍ରାମର କିପରି ଏକ ମୁଖ୍ୟ କାରଣ ହୋଇଥିଲା ?
Answer:
ବାଣିଜ୍ୟ ନୀତି :

  • ବ୍ରିଟିଶ୍ ପାର୍ଲାମେଣ୍ଟଦ୍ଵାରା ଉପନିବେଶଗୁଡ଼ିକ ପାଇଁ ପ୍ରଚଳିତ ବାଣିଜ୍ୟ ନୀତି ସ୍ଵାଧୀନତା ସଂଗ୍ରାମର ମୁଖ୍ୟ କାରଣ ଥିଲା ।
  • ଏହି ନୀତିରେ ବ୍ୟବସ୍ଥା ଥିଲା ଯେ ଇଂଲଣ୍ଡରେ ଉତ୍ପାଦିତ ହେଉନଥ‌ିବା ପଦାର୍ଥ ଆମେରିକାରୁ ଇଂଲଣ୍ଡକୁ ନିଆଯିବ । ଇଂଲଣ୍ଡ ଜାହାଜ ବ୍ୟତୀତ ଅନ୍ୟ ଦେଶର ଜାହାଜରେ ମାଲପତ୍ର ନେବାଆଣିବା ହୋଇପାରିବ ନାହିଁ ।

ରପ୍ତାନି ଦ୍ରବ୍ୟ :
ଉପନିବେଶବାସୀମାନେ ତମାଖୁ, କପା, ଚିନି ପ୍ରଭୃତି ଦ୍ରବ୍ୟ ଇଂଲଣ୍ଡ ବ୍ୟତୀତ ଅନ୍ୟ ଦେଶକୁ ରପ୍ତାନି କରପାରିବେ ନାହିଁ ।

ଉପନିବେଶରେ ଶିଳ୍ପ ସ୍ଥାପନ :
ଇଂଲଣ୍ଡର ଲୌହ ଓ କାର୍ପାସ୍ ଶିଳ୍ପ ବ୍ୟତୀତ ଅନ୍ୟ ଦେଶର ଶିଳ୍ପଗୁଡ଼ିକୁ ଉପନିବେଶରେ ସ୍ଥାପନ କରାଯାଇ ପାରିବ ନାହିଁ । ଉପନିବେଶର ଆର୍ଥିକ ଉନ୍ନତି ପ୍ରତି ଦୃଷ୍ଟି ନଦେଇ ନିଜର ଲାଭ ବଢ଼ାଇବାପାଇଁ ଆଇନ ହେବାରୁ ଉପନିବେଶର ଅର୍ଥନୀତି ଦୁର୍ବଳ ହୋଇପଡ଼ିଲା ।

୨। ଆମେରିକା ସ୍ଵାଧୀନତା ସଂଗ୍ରାମର ଫଳାଫଳ ବର୍ଣ୍ଣନା କର ।
Answer:
ଯୁକ୍ତରାଷ୍ଟ୍ର ଆମେରିକାର ଗଠନ :
ସ୍ଵାଧୀନତା ସଂଗ୍ରାମ ପରେ ୧୩ଗୋଟି ଉପନିବେଶର ପ୍ରତିନିଧିମାନେ ଯୁକ୍ତରାଷ୍ଟ୍ର ଆମେରିକାର ଗଠନ : ସ୍ଵାଧୀନତା ସଂଗ୍ରାମ ପରେ ୧୩ଗୋଟି ଉପନିବେଶର ପ୍ରତିନିଧୁମାନେ ଫିଲାଡ଼େଲଫିଆଠାରେ ସମ୍ମିଳିତ ହୋଇ ଯୁକ୍ତରାଷ୍ଟ୍ର ଆମେରିକା ଗଠନ କଲେ । ଏହା ପୃଥ‌ିବୀର ସର୍ବପ୍ରଥମ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ପରିଚିତ ହେଲା ।

ଲିଖ ସମ୍ବିଧାନ ପ୍ରସ୍ତୁତି :
ଏକ ଲିଖ୍ ସମ୍ବିଧାନ ପ୍ରସ୍ତୁତ କରାଯାଇ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେଲା । ପ୍ରତ୍ୟେକ ନାଗରିକର ସ୍ଵାଧୀନତା ଓ ନ୍ୟାୟ ପାଇବା ଅଧିକାରକୁ ସମ୍ବିଧାନରେ ସ୍ବୀକୃତି ଦିଆଗଲା ।

ରାଷ୍ଟ୍ରପତି ନିର୍ବାଚନ :
ଜର୍ଜ ଓ୍ବାଶିଂଟନ୍‌ ଆମେରିକାର ରାଷ୍ଟ୍ରପତିରୂପେ ନିର୍ବାଚିତ ହେଲେ ।

ଉପନିବେଶବାଦର ବିଲୋପ :
ଏହା ଉପନିବେଶବାଦର ବିଲୋପ କରିବାରେ ସହାୟ ହୋଇଥିଲା ଓ ଅନ୍ୟ ଦେଶକୁ ସ୍ଵାଧୀନତା ପାଇଁ ଉତ୍ସାହିତ କରିଥିଲା ।

ବିଦ୍ରୋହର ପ୍ରେରଣା :
ଏହା ଫରାସୀ ସାମନ୍ତ ଗୋଷ୍ଠୀ ଓ ସ୍ଵେଚ୍ଛାଚାରୀ ଶାସକ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ପ୍ରେରଣା ଯୋଗାଇଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୩। ଫରାସୀ ରାଷ୍ଟ୍ରବିପ୍ଲବରେ ଦାର୍ଶନିକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କର ।
Answer:
ଦାର୍ଶନିକଗଣ :
ଫରାସୀ ରାଷ୍ଟ୍ରବିପ୍ଳବ ପୂର୍ବରୁ ପ୍ରସିଦ୍ଧ ଦାର୍ଶନିକ ଭଲ୍‌ଟାୟାର, ମଣ୍ଟେପ୍ସୁ ଓ ରୁଷୋ ପ୍ରଚଳିତ ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ଲୋକମାନଙ୍କ ମନରେ ବିଦ୍ରୋହ ଜନ୍ମାଇଥିଲେ ।

ମଣ୍ଡେଙ୍କ କାର୍ଯ୍ୟ :
ମଣ୍ଡେସ୍କୁ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରି ‘ସ୍ପିରିଟ୍ ଅଫ୍ ଦି ଲଜ୍’ ବା ‘ଆଇନର ତାତ୍ପର୍ଯ୍ୟ’ ପୁସ୍ତକ ଲେଖିଥିଲେ ।

ଭଲ୍‌ୟାରଙ୍କ କାର୍ଯ୍ୟ :
ଭଲ୍‌ଟାୟାର ଫ୍ରାନ୍ସର ଧର୍ମଯାଜକମାନଙ୍କଦ୍ୱାରା ଗୀର୍ଜାଗୁଡ଼ିକରେ ହେଉଥ‌ିବା ଦୁର୍ନୀତି ଓ ଅନୈତିକ କାର୍ଯ୍ୟ ପ୍ରତି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ବହୁ ପ୍ରଚାରପତ୍ର ମାଧ୍ୟମରେ ସରକାର ଓ ସୁବିଧାଭୋଗୀ ଶ୍ରେଣୀର ଲୋକଙ୍କୁ ସମାଲୋଚନା କରିଥିଲେ ।

ରୁଷୋଙ୍କ କାର୍ଯ୍ୟ :
ରୁଷୋଙ୍କ ଲିଖ୍ ‘ସୋସିଆଲ କଣ୍ଟ୍ରାକ୍ଟ’ ପୁସ୍ତକ ଦେଶବାସୀଙ୍କୁ ବିପ୍ଳବର ଇନ୍ଧନ ଯୋଗାଇଥିଲା । ସେ ତାଙ୍କ ଲେଖା ମାଧ୍ୟମରେ ମୁକ୍ତି, ସାମ୍ୟ, ଭ୍ରାତୃତ୍ଵ ଓ ସାର୍ବଭୌମତ୍ୱ ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହୁଥିଲେ, ‘ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରିଛି, ମାତ୍ର ସବୁକ୍ଷେତ୍ରରେ ସେ ଶୃଙ୍ଖଳାଦ୍ୱାରା ଆବଦ୍ଧ’ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଟେନିସ୍‌ ପଡ଼ିଆ ଶପଥ କ’ଣ ?
Answer:
ଫ୍ରାନ୍ସ ପ୍ରତିନିଧୂ ସଭା :
ଫ୍ରାନ୍ସର ସାମାଜିକ, ଆର୍ଥିକ ପରିସ୍ଥିତି ଅଣାୟତ୍ତ ହେବାରୁ ଷୋଡ଼ଶ ଲୁଇ ୧୭୮୯ ଖ୍ରୀଷ୍ଟାବ୍ଦ ମେ ମାସ ୫ ତାରିଖରେ ଫ୍ରାନ୍ସର ପ୍ରତିନିଧୁ ସଭାର ଏକ ବୈଠକ ଡକାଇଥିଲେ ।

କାର୍ଯ୍ୟକ୍ରମ :
ସେ ଏହି ସଭାରେ ସାମନ୍ତ, ପୁରୋହିତ ଓ ସାଧାରଣ ଲୋକଙ୍କୁ ଏକତ୍ର ନ ବସାଇ ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ବସାଇବାରୁ ସାଧାରଣ ଲୋକେ ଅପମାନିତ ହୋଇ ନିକଟବର୍ତୀ ଟେନିସ୍‌ ପଡ଼ିଆରେ ମିଳିତ ହୋଇ ଫ୍ରାନ୍ସ ଦେଶ ପାଇଁ ସମ୍ବିଧାନ ପ୍ରଚଳିତ ନହେବା ପର୍ଯ୍ୟନ୍ତ ସେମାନେ ଏକତ୍ରିତ ରହିବେ ବୋଲି ଶପଥ ନେଲେ, ଯାହାକୁ ‘ଟେନିସ୍‌ ପଡ଼ିଆ ଶପଥ’ କୁହାଯାଏ ।

୨। ‘ବୋଷ୍ଟନ ଟି ପାର୍ଟି’ କହିଲେ କ’ଣ ବୁଝ ?
Answer:

  • ଉପନିବେଶବାସୀଙ୍କ ଉପରୁ ଚା’କର ପ୍ରତ୍ୟାହୃତ ନ ହେବାରୁ ୧୭୭୩ ଖ୍ରୀ.ଅ.ରେ ଇଂଲଣ୍ଡରୁ ବୋଷ୍ଟନ ବନ୍ଦରକୁ ଆସୁଥ‌ିବା ଏକ ଜାହାଜ ମଧ୍ୟରେ ଉପନିବେଶବାସୀମାନେ ଛଦ୍ମବେଶ ଧରି ପ୍ରବେଶ କରିଥିଲେ ଓ ଶହ ଶହ ଚା’ ପେଟିକୁ ସମୁଦ୍ର ମଧ୍ୟକୁ ନିକ୍ଷେପ କରିଥିଲେ ।
  • ଏହି ଘଟଣାକୁ ଆମେରିକୀୟମାନେ ‘ବୋଷ୍ଟନ୍ ଟି ପାର୍ଟି’ ବୋଲି କହନ୍ତି ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୩ । ଯୋଶେଫ୍ ମାଜିନୀ ‘ତରୁଣ ଇଟାଲୀ’ ସଙ୍ଗଠନ ମାଧ୍ୟମରେ କ’ଣ କରିଥିଲେ ?
Answer:

  • ଯୋଶେଫ୍ ମାଜିନୀ ୧୮୩୧ ମସିହାରେ ‘ତରୁଣ ଇଟାଲୀ’ ନାମକ ଏକ ସଙ୍ଗଠନ ଗଢ଼ିଥିଲେ ।
  • ସେହି ସଙ୍ଗଠନ ମାଧ୍ୟମରେ ଯୁବକମାନଙ୍କୁ ଇଟାଲୀୟମାନଙ୍କ ମନରେ ମୁକ୍ତ ଓ ଏକତା ଭାବ ସୃଷ୍ଟି କରିବାପାଇଁ ନିର୍ଦ୍ଦେଶ ଦେଲେ ।

୪। ଇଂଲଣ୍ଡ କିପରି ଉପନିବେଶଗୁଡ଼ିକର ସାର୍ବଭୌମ ଶାସକ ଥିଲା ?
Answer:

  • ଉପନିବେଶଗୁଡ଼ିକ ଇଂଲଣ୍ଡ ପାର୍ଲାମେଣ୍ଟର ଆଇନ ଅନୁସାରେ ପରିଚାଳିତ ହେଉଥିଲା ।
  • ତେଣୁ ଇଂଲଣ୍ଡ ଏହି ଉପନିବେଶଗୁଡ଼ିକର ସାର୍ବଭୌମ ଶାସକ ଥିଲା ।

୫। ଆମେରିକାର ଉପନିବେଶଗୁଡ଼ିକରେ ଶାସନ କାର୍ଯ୍ୟ କିପରି ଚାଲିଥିଲା ?
Answer:

  • ପ୍ରତ୍ୟେକ ଉପନିବେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଓ ଏହା ଏକ ପ୍ରତିନିଧୂମୂଳକ ଶାସନ ସଂସ୍ଥାଦ୍ଵାରା ଶାସିତ ହେଉଥିଲା ।
  • ସେମାନଙ୍କୁ ରାଜାଙ୍କ ପ୍ରତିନିଧୁଭାବେ ବିବେଚନା କରାଯାଉଥିଲା ।

୬। କେଉଁମାନଙ୍କୁ ପିଲଗ୍ରୀମ୍ ଫାଦର କୁହାଯାଏ ?
Answer:

  • ୧୬୨୦ ଖ୍ରୀ.ଅ.ରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ ପ୍ରୋଟେଷ୍ଟାଣ୍ଟ ମତବାଦୀମାନଙ୍କୁ ଉପେକ୍ଷା କରୁଥିଲେ । ଏହାକୁ ପ୍ରତିବାଦ କରି ଦଳେ ପ୍ରୋଟେଷ୍ଟାଣ୍ଟ ମତବାଦୀ ‘ମେ ଫ୍ଲାୱାର ନାମକ ଏକ ଜାହାଜରେ ଆସି ଆମେରିକାର ମାସାଚୁସେଟସ୍ଠାରେ ଅବତରଣ କରି ବସତି ସ୍ଥାପନ କରିଥିଲେ ।
  • ସେମାନଙ୍କୁ ପିଲଗ୍ରାମ୍ ଫାଦର କୁହାଯାଏ ।

୭। ଇଂରେଜମାନେ କିପରି ଆମେରିକାରେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ?
Answer:

  • ଆମେରିକାର ଉର୍ବର ମୃତ୍ତିକା, ପ୍ରଚୁର ଖଣିଜ ପଦାର୍ଥ ଓ ଶୁଷ୍କ ଜଳବାୟୁ ପିଲିଗ୍ରୀମ୍ ଫାଦରମାନଙ୍କୁ ପ୍ରଲୋଭିତ କରିଥିଲା । ସେଠାରେ ଉତ୍କୃଷ୍ଟ ଧରଣର ଧୂଆଁପତ୍ର, ତୁଳା, ଝୋଟ ଚାଷ କରି ସେମାନଙ୍କ ଆର୍ଥିକ ଅବସ୍ଥାର
  • ପରେ ବହୁସଂଖ୍ୟକ ଇଂରେଜମାନେ ସେଠାରେ ପହଞ୍ଚ୍ ତୁଳା, ପଶମ, ଚିନି, ଝୋଟ ଓ ତମାଖୁ ଆଦି ଲାଭଜନକ ବ୍ୟବସାୟ କଲେ । କ୍ରମେ ଇଂରେଜମାନେ ଆମେରିକାରେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ।

୮। ଇଂରେଜମାନେ କେଉଁଠି କେତୋଟି ଉପନିବେଶ ସ୍ଥାପନ କରିଥିଲେ ଏବଂ ଉପନିବେଶମାନଙ୍କର କେଉଁ ଦେଶମାନଙ୍କର ଅଧ୍ୟାସୀ ଅଧ୍ଵ ଥିଲେ ?
Answer:

  • ଇଂରେଜମାନେ ଉତ୍ତର ଆମେରିକାର ଆଟଲାଣ୍ଟିକ୍ ମହାସାଗର ଉପକୂଳରେ ତେରଗୋଟି ଉପନିବେଶ ସ୍ଥାପନ କରିଥିଲେ ।
  • ଏହି ଉପନି ବେଶଗୁଡ଼ିକରେ ଇଉରୋପର ଅନ୍ୟ ଦେଶମାନଙ୍କର ଅଧିବାସୀମାନଙ୍କ ଅପେକ୍ଷା ଇଂରେଜମାନଙ୍କର ସଂଖ୍ୟା ଅଧିକ ଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୯। ଇଂଲଣ୍ଡ ସରକାର ଉପନିବେଶଗୁଡ଼ିକର ସମସ୍ୟା ବୁଝିବାକୁ କାହିଁକି ଅସମର୍ଥ ଥିଲେ ?
Answer:

  • ଇଂଲଣ୍ଡ ଓ ଆମେରିକା ମଧ୍ୟରେ ଆଟଲାଣ୍ଟିକ୍ ମହାସାଗର ଥ‌ିବା ଯୋଗୁଁ ଉଭୟ ଦେଶ ମଧ୍ୟରେ ଗମନାଗମନ ଓ ଯୋଗାଯୋଗ କଷ୍ଟକର ହେଉଥିଲା ।
  • ତେଣୁ ଇଂଲଣ୍ଡ ସରକାର ଉପନିବେଶଗୁଡ଼ିକର ସମସ୍ୟା ବୁଝିବାକୁ ଅସମର୍ଥ ହେଉଥିଲେ ।

୧୦। ‘ରାଇନ୍ ରାଜ୍ୟଗୋଷ୍ଠୀ’ କିଏ କିପରି ଗଠନ କରିଥିଲେ ?
Answer:

  • ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଜର୍ମାନୀରେ ଖ୍ରୀଷ୍ଟଧର୍ମ ବିଭେଦକୁ ନେଇ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ଫଳରେ ଜର୍ମାନୀ ରାଷ୍ଟ୍ର କେତେଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ପରିଣତ ହୋଇଥିଲା ।
  • ନେପୋଲିୟନ୍ ଏହି ରାଜ୍ୟଗୁଡ଼ିକ ଅଧ୍ୟାର କରି ‘ରାଇନ୍ ରାଜ୍ୟଗୋଷ୍ଠୀ’ ଗଠନ କରିଥିଲେ ।

୧୧ । କେବେ ଓ କେଉଁଠାରେ ‘ଉପନିବେଶୀୟ ଅଧିକାର’ ଦଲିଲ ପ୍ରସ୍ତୁତ ହେଲା ? କେଉଁମାନେ ଏହି ଦଲିଲ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ସ୍ଥାନ ଓ ସମୟ :
୧୭୭୪ ଖ୍ରୀ.ଅ.ରେ ମାସାଚୁସେଟସ୍‌ ଅଧ୍ୟାୟକତ୍ଵରେ ଜର୍ଜିଆ ବ୍ୟତୀତ ୧୨ଗୋଟି ଉପନିବେଶର ପ୍ରତିନିଧ୍ ଫିଲାଡ଼େଲଫିଆଠାରେ ସମ୍ମିଳିତ ହୋଇ ‘ଉପନିବେଶୀୟ ଅଧିକାର’ ଦଲିଲ ପ୍ରସ୍ତୁତ କଲେ ।

ଦଲିଲ୍ ପ୍ରସ୍ତୁତକାରୀ :
ଟମାସ୍ ଜେଫରସନ, ବେଞ୍ଜାମିନ୍ ଫ୍ରାଙ୍କଲିନ୍, ଜର୍ଜ ୱାଶିଂଟନ୍ ଆଦି ଏହି ଦଲିଲ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

୧୨ । ଆମେରିକାର ଉପନିବେଶବାସୀ ଷ୍ଟାମ୍ପ ଆଇନକୁ କାହିଁକି ବିରୋଧ କରିଥିଲେ ?
Answer:

  • ବ୍ରିଟିଶ ପାର୍ଲାମେଣ୍ଟରେ ଷ୍ଟାମ୍ପ ଆଇନ ପ୍ରଣୟନ ସମୟରେ ଉପନିବେଶର କୌଣସି ବ୍ୟକ୍ତି ସଭ୍ୟ ରହିନଥିଲେ ।
  • ତେଣୁ ପ୍ରତିନିଧ୍ୟ ବିନା କର ଧାର୍ଯ୍ୟ ଅନ୍ୟାୟ ବୋଲି ଯୁକ୍ତି ବାଢ଼ି ସେମାନେ ଏହି ଆଇନକୁ ବିରୋଧ କଲେ ।

୧୩ । ନେପୋଲିୟନ୍ କିପରି ଇଟାଲୀରେ ଜାତୀୟ ଐକ୍ୟ ପ୍ରତିଷ୍ଠା କରିଥିଲେ ?
Answer:

  • ନେପୋଲିୟନ୍ ବୋନାପାର୍ଟ ସମଗ୍ର ଇଟାଲୀକୁ ଅସ୍କୋର କରି ଏହାକୁ ସ୍ପେନ୍ ଓ ଅଷ୍ଟ୍ରିଆ ପ୍ରାଧାନ୍ୟରୁ ମୁକ୍ତ କରିଥିଲେ ।
  • ସେ ଇଟାଲୀକୁ ଫ୍ରାନ୍ସ ଶାସନାଧୀନ କରି ଦୃଢ଼ ଶାସନ ଦେବା ସଙ୍ଗେ ସଙ୍ଗେ ଇଟାଲୀରେ ଜାତୀୟ ଐକ୍ୟ ପ୍ରତିଷ୍ଠା କରିଥିଲେ ।

୧୪ । ମଣ୍ଟେ କିଏ ? ସେ କେଉଁ ପୁସ୍ତକ ଲେଖିଥିଲେ ?
Answer:

  • ମଣ୍ଡେସ୍କୁ ଜଣେ ଫରାସୀ ଦାର୍ଶନିକ ।
  • ସେ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରି ‘ସ୍ପିରିଟ୍ ଅଫ୍ ଦି ଲଜ୍’ ନାମକ ପୁସ୍ତକ ଲେଖୁଥିଲେ ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୫ । ଭଲ୍‌ଟାୟାର କିଏ ? ସେ କ’ଣ କରିଥିଲେ ?
Answer:

  • ଭଲ୍‌ଟାୟାର୍ ଫ୍ରାନ୍ସର ଜଣେ ଦାର୍ଶନିକ ।
  • ସେ ଫ୍ରାନ୍ସର ଧର୍ମଯାଜକମାନଙ୍କଦ୍ୱାରା ଗୀର୍ଜାଗୁଡ଼ିକରେ ହେଉଥ‌ିବା ଦୁର୍ନୀତି ଓ ଅନୈତିକ କାର୍ଯ୍ୟ ପ୍ରତି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧। ‘ସପ୍ତବର୍ଷବ୍ୟାପୀ ଯୁଦ୍ଧ’ କାହା କାହା ମଧ୍ୟରେ ହୋଇଥିଲା ?
Answer:
‘ସପ୍ତବର୍ଷବ୍ୟାପୀ ଯୁଦ୍ଧ’ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା ।

୨। କେଉଁ ମସିହାରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଥିଲା ?
Answer:
୧୭୮୯ ମସିହାରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଥିଲା ।

୩। ‘ମୁଁ ହେଉଛି ରାଷ୍ଟ୍ର’ ବୋଲି କିଏ କହୁଥିଲେ ?
Answer:
‘ମୁଁ ହେଉଛି ରାଷ୍ଟ୍ର’– ଏକଥା ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇ କହୁଥିଲେ ।

୪।ବାସ୍ତଲ ଦୁର୍ଗର ପତନ କେବେ ହୋଇଥିଲା ?
Answer:
ବାସ୍ତଲ ଦୁର୍ଗର ପତନ ୧୭୮୯ ମସିହା ଜୁଲାଇ ୧୪ ତାରିଖରେ ହୋଇଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୫। ପ୍ରଥମ ଉଇଲିୟମ୍ କେବେ ପ୍ରୁସିଆର ରାଜା ହୋଇଥିଲେ ?
Answer:
ପ୍ରଥମ ଉଇଲିୟମ୍ ୧୮୬୧ ମସିହାରେ ପ୍ରୁସିଆର ରାଜା ହୋଇଥିଲେ ।

୬। କେଉଁ ଯୁଦ୍ଧରେ ଅଷ୍ଟ୍ରିଆ ପ୍ରୁସିଆଠାରୁ ପରାସ୍ତ ହେଲା ?
Answer:
ସାଡ଼ୋ ଯୁଦ୍ଧରେ ଅଷ୍ଟ୍ରିଆ ପ୍ରୁସିଆଠାରୁ ପରାସ୍ତ ହେଲା ।

୭। କେଉଁ ଯୁଦ୍ଧରେ ଫ୍ରାନ୍ସ ପ୍ରୁସିଆଠାରୁ ପରାସ୍ତ ହେଲା ?
Answer:
ସେଡ଼ାନ୍ ଯୁଦ୍ଧରେ ଫ୍ରାନ୍ସ ପ୍ରୁସିଆଠାରୁ ପରାସ୍ତ ହେଲା ।

୮। ‘ତରୁଣ ଇଟାଲୀ’ ନାମକ ଏକ ସଂଗଠନ କିଏ ଗଢ଼ିଥିଲେ ?
Answer:
ଯୋଶେଫ୍ ମାଜିନୀ ‘ତରୁଣ ଇଟାଲୀ’ ନାମକ ଏକ ସଂଗଠନ ଗଢ଼ିଥିଲେ ।

୯। ଦ୍ଵିତୀୟ ଭିକ୍ଟର ଇମାନୁଏଲ କେଉଁ ରାଜ୍ୟର ରାଜା ଥିଲେ ?
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲ୍‌ ସାର୍ଜିନିଆ ରାଜ୍ୟର ରାଜା ଥିଲେ ।

୧୦। କେବେ ଷୋଡ଼ଶ ଲୁଇ ପ୍ରତିନିଧ୍ଵ ସଭାର ଏକ ବୈଠକ ଡକାଇଥିଲେ ?
Answer:
୧୭୮୯ ମସିହା ମେ ମାସ ୫ ତାରିଖରେ ଷୋଡ଼ଶ ଲୁଇ ପ୍ରତିନିଧୂ ସଭାର ଏକ ବୈଠକ ଡକାଇଥିଲେ ।

୧୧। ପ୍ରୁସିଆର କେଉଁ ରାଜା ବିସ୍‌ମାର୍କଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ?
Answer:
ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ ବିଜ୍‌ମାର୍କଙ୍କୁ ତାଙ୍କର ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।

୧୨। ‘ସୋସିଆଲ କଣ୍ଟ୍ରାକ୍ଟ’ ପୁସ୍ତକ କିଏ କେବେ ଲେଖୁଥିଲେ ?
Answer:
‘ସୋସିଆଲ୍ କଣ୍ଟ୍ରାକ୍ଟ’ ନାମକ ପୁସ୍ତକ ୧୭୬୧ ଖ୍ରୀଷ୍ଟାବ୍ଦରେ ରୁଷୋ ଲେଖୁଥିଲେ ।

୧୩। ‘‘ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରିଛି, ମାତ୍ର ସେ ସବୁକ୍ଷେତ୍ରରେ ଶୃଙ୍ଖଳଦ୍ଵାରା ଆବଦ୍ଧ ।’’– ଏକଥା କିଏ କହିଥିଲେ ?
Answer:
‘ ମନୁଷ୍ୟ ମୁକ୍ତ ହୋଇ ଜନ୍ମଗ୍ରହଣ କରିଛି, ମାତ୍ର ସେ ସବୁକ୍ଷେତ୍ରରେ ଶୃଙ୍ଖଳଦ୍ଵାରା ଆବଦ୍ଧ ’– ଏକଥା ରୁଷୋ କହିଥିଲେ ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୪। ଫରାସୀ ରାଷ୍ଟ୍ରବିପ୍ଳବ ପରେ ଫ୍ରାନ୍ସରେ କେଉଁ ଶାସନ ପ୍ରତିଷ୍ଠା କରାଯାଇଥିଲା ?
Answer:
ଫରାସୀ ରାଷ୍ଟ୍ରବିପ୍ଲବ ପରେ ଫ୍ରାନ୍ସରେ ରାଜତନ୍ତ୍ର ଶାସନ ଧ୍ୱଂସ ହୋଇ ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠା ହୋଇଥିଲା ।

୧୫। କେଉଁ ବିପ୍ଳବ ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ?
Answer:
ଫରାସୀ ରାଷ୍ଟ୍ରବିପ୍ଳବ ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ।

A. ଶୂନ୍ୟସ୍ଥାନ ପୂରଣ କର ।

୧। _____________ ଆମେରିକା ଆବିଷ୍କାର କରିଥିଲେ ।
Answer:
କଲମ୍ବସ୍

୨। ଇଂରେଜମାନେ ଆମେରିକାରେ ______________ ଗୋଟି ଉପନିବେଶ ସ୍ଥାପନ କରିଥିଲେ ।
Answer:
୧୩

୩। ଆମେରିକା ଇଂଲଣ୍ଡ ମଧ୍ୟରେ _______________ ମହାସାଗର ଅଛି ।
Answer:
ଆଟ୍‌ଲାଣ୍ଟିକ୍

୪। ୧୮୬୬ ମସିହାରେ _______________ ଯୁଦ୍ଧରେ ଅଷ୍ଟ୍ରିଆ ପରାସ୍ତ ହୋଇଥିଲା ।
Answer:
ସାଡ଼ୋଓ୍ବା

୫। ________________ ‘ଆଇନର ତାତ୍ପର୍ଯ୍ୟ’ ନାମକ ପୁସ୍ତକ ଲେଖୁଥିଲେ ।
Answer:
ମଣ୍ଡେସ୍କୁ

୬। ପ୍ରୁସିଆର ପ୍ରଧାନମନ୍ତ୍ରୀ ________________ ଙ୍କ ନେତୃତ୍ୱରେ ଜର୍ମାନୀ ଏକତ୍ରୀକରଣ ହୋଇଥିଲା ।
Answer:
ବିସ୍‌ମାର୍କ

୭। ‘ମୁଁ ହେଉଛି ରାଷ୍ଟ୍ର’- ଏହା ______________ କହିଥିଲେ ।
Answer:
ଚତୁର୍ଦ୍ଦଶ ଲୁଇ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୮। ଫ୍ରାନ୍ସ ସମାଜରେ ସାଧାରଣ କୃଷକ ତା’ର ଉତ୍ପାଦିତ ଶସ୍ୟର _________________ ଭାଗ କର ଆକାରରେ ଦେଉଥିଲେ ।
Answer:
ଚାରିଭାଗରୁ ତିନିଭାଗ

୯। ରୁଷୋ _____________ ଖ୍ରୀ.ଅ.ରେ ‘ସୋସିଆଲ୍ କଣ୍ଟ୍ରାକ୍ଟ’ ପୁସ୍ତକ ରଚନା କରିଥିଲେ ।
Answer:
୧୭୬୧

୧୦| ______________ ଫ୍ରାନ୍ସର ପ୍ରତିନିଧୂ ସଭାର ଏକ ବୈଠକ ଡକାଇଥିଲେ ।
Answer:
ଷୋଡ଼ଶ ଲୁଇ

୧୧। ୧୭୯୩ ଖ୍ରୀଷ୍ଟାବ୍ଦରେ ______________ ନାମକ ଯନ୍ତ୍ର ସାହାଯ୍ୟରେ ଷୋଡ଼ଶ ଲୁଇଙ୍କ ମୁଣ୍ଡକାଟ ହୋଇଥିଲା ।
Answer:
ଗିଲୋଟିନ୍

୧୨। _____________ ଖ୍ରୀଷ୍ଟାବ୍ଦରେ ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ ସିଂହାସନରେ ଅଧିଷ୍ଠିତ ହୋଇଥିଲେ ।
Answer:
୧୮୬୧

୧୩। ପ୍ରଥମ ଉଇଲିୟମ୍‌ଙ୍କ ସାମରିକ ସଂସ୍କାର ପ୍ରସ୍ତାବକୁ ____________ ଦୃଢ଼ ସମର୍ଥନ କରିଥିଲେ ।
Answer:
ବିସମାର୍କ

୧୪। _____________ ମସିହାରେ ପ୍ରୁସିଆ, ଅଷ୍ଟ୍ରିଆ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲା ।
Answer:
୧୮୬୬

୧୫। ଜର୍ମାନ୍ ଏକତ୍ରୀକରଣ ପରେ ____________ ଜର୍ମାନୀ ସାମ୍ରାଜ୍ୟର ଚାନ୍ସେଲର ହେଲେ ।
Answer:
ବିସ୍‌ମାର୍କ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୬। ____________ ଜର୍ମାନ୍‌ର ରାଜଧାନୀ ହେଲା ।
Answer:
ବର୍ଲିନ୍

୧୭। ତରୁଣ ଇଟାଲୀ ଦଳର ପତାକାରେ _______________ ଲେଖାଥିଲା ।
Answer:
‘ଏକତା ଓ ମୁକ୍ତି’

୧୮। ସାର୍ଜିନିଆର ରାଜା _____________ ଅଷ୍ଟ୍ରିଆ ବିରୋଧରେ ବାରମ୍ବାର ଯୁଦ୍ଧ କରି ପରାସ୍ତ ହୋଇଥିଲେ ।
Answer:
ଚାର୍ଲସ୍ ଆଲବର୍ଟ

୧୯। କାଉଣ୍ଟ କାଲୁର ______________ ଙ୍କର ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ ।
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲ୍

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ (✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (X) ଚିହ୍ନ ଦିଅ ।

୧। ୧୭୭୬ ମସିହା ଜୁଲାଇ ୪ ତାରିଖରେ ଆମେରିକାର ‘ସ୍ଵାଧୀନତାର ଘୋଷଣା ପତ୍ର’ ପ୍ରକାଶ ପାଇଲା ।
Answer:

୨। ଜର୍ମାନୀର ରାଜା ଚତୁର୍ଦ୍ଦଶ ଲୁଇ କହୁଥିଲେ, ‘ମୁଁ ହେଉଛି ରାଷ୍ଟ୍ର’ ।
Answer:
X

୩। ସପ୍ତବର୍ଷବ୍ୟାପୀ ଯୁଦ୍ଧ ଆମେରିକା ଓ ଫ୍ରାନ୍ସ ମଧ୍ୟରେ ସଂଘଟିତ ହୋଇଥିଲା ।
Answer:
X

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୪। ୧୭୮୯ ମସିହାରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହୋଇଥିଲା ।
Answer:

୫। ବାସ୍ତଲ ଦୁର୍ଗର ପତନ ୧୭୮୯ ମସିହା ଜୁଲାଇ ୧୪ ତାରିଖରେ ହୋଇଥିଲା ।
Answer:

୬। ପ୍ରଥମ ଉଇଲିୟମ୍ ୧୮୬୧ ମସିହାରେ ପ୍ରୁସିଆର ରାଜା ହୋଇଥିଲେ ।
Answer:

୭| ସର୍ବପ୍ରଥମେ ଡେନମାର୍କ ଅଧିକୃତ ପ୍ଲେଜ୍ଉଇଗ୍ ଅଞ୍ଚଳ ପୁସିଆ ସହିତ ଏକତ୍ରିତ ହୋଇଥିଲା !
Answer:

୮| ସାଡ଼ୋପ୍ସା ଯୁଦ୍ଧରେ ପ୍ରୁସିଆ ପରାସ୍ତ ହୋଇଥିଲା ।
Answer:
X

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧। ଷ୍ଟାମ୍ପ୍, ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ୧୭୬୮ ମସିହାରେ ପ୍ରଣୟନ କରାଯାଇଥିଲା ।
Answer:
ଷ୍ଟାମ୍ପ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ୧୭୬୫ ମସିହାରେ ପ୍ରଣୟନ କରାଯାଇଥିଲା ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୨। ଫରାସୀ ରାଷ୍ଟ୍ରବିପ୍ଳବ ୧୭୯୦ ଖ୍ରୀ.ଅ.ରେ ହୋଇଥିଲା ।
Answer:
ଫରାସୀ ରାଷ୍ଟ୍ରବିପ୍ଳବ ୧୭୮୯ ଖ୍ରୀ.ଅ.ରେ ହୋଇଥିଲା ।

୩। ‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକର ରଚୟିତା ରୁଷୋ ଥିଲେ ।
Answer:
‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକର ରଚୟିତା ମଣ୍ଡେସ୍କୁ ଥିଲେ ।

୪। ଫ୍ରାନ୍ସ ସମ୍ବିଧାନ ୧୭୯୫ ମସିହାରେ ନେପୋଲିୟନ୍ ବୋନାପାର୍ଟଙ୍କଦ୍ୱାରା ସଂଶୋଧ ହୋଇଥିଲା ।
Answer:
ଫ୍ରାନ୍ସ ସମ୍ବିଧାନ ୧୭୯୯ ମସିହାରେ ନେପୋଲିୟନ୍ ବୋନାପାର୍ଟଙ୍କଦ୍ୱାରା ସଂଶୋଧ ହୋଇଥିଲା ।

୫। ‘ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ – ଏହା ପ୍ରଥମ ଉଇଲିୟମ୍ କହିଥିଲେ ।
Answer:
‘ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ’ – ଏହା ବିସ୍‌ମାର୍କ କହିଥିଲେ ।

୬। ୧୮୬୬ ମସିହା ଜୁନ୍ ମାସରେ ଅଷ୍ଟ୍ରିଆ, ପ୍ରୁସିଆ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲା ।
Answer:
୧୮୬୬ ମସିହା ଜୁନ୍ ମାସରେ ପ୍ରୁସିଆ, ଅଷ୍ଟ୍ରିଆ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲା ।

୭। ଯୋଶେଫ୍ ମାଜିନୀ ୧୯୦୫ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।
Answer:
ଯୋଶେଫ୍ ମାଜିନୀ ୧୮୦୫ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।

୮। କ୍ରିମିଆ ଯୁଦ୍ଧ ୧୮୮୫ ମସିହାରେ ହୋଇଥିଲା ।
Answer:
କ୍ରିମିଆ ଯୁଦ୍ଧ ୧୮୫୪ ମସିହାରେ ହୋଇଥିଲା ।

୯। କାଭୁର୍ ମାଜିନୀଙ୍କ ଶିଷ୍ୟ ଥିଲେ ।
Answer:
ଗାରିବାଲ୍‌ ମାଜିନୀଙ୍କ ଶିଷ୍ୟ ଥିଲେ ।

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୦। ଇଟାଲୀ ଇତିହାସରେ ମାଜିନୀଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।
Answer:
ଇଟାଲୀ ଇତିହାସରେ ମାଜିନୀଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କେବେ ଷୋଡ଼ଶ ଲୁଇଙ୍କ ଶିରଛେଦନ ହୋଇଥିଲା ?
(କ) ୧୭୯୩
(ଖ) ୧୭୯୪
(ଗ) ୧୭୯୫
(ଘ) ୧୭୯୬
Answer:
(କ) ୧୭୯୩

୨। ନିମ୍ନୋକ୍ତ କେବେ ‘ବୋଷ୍ଟନ ଟି ପାର୍ଟି’ ଘଟଣାଟି ଘଟିଥିଲା ?
(କ) ୧୭୬୫
(ଖ) ୧୭୭୩
(ଗ) ୧୭୭୦
(ଘ) ୧୭୭୪
Answer:
(ଖ) ୧୭୭୩

୩। ନିମ୍ନୋକ୍ତ ମଧ୍ୟରୁ କିଏ କହୁଥିଲେ, ‘ମୁଁ ହେଉଛି ରାଷ୍ଟ୍ର’ ?
(କ) ପଞ୍ଚଦଶ ଲୁଇ
(ଖ) ଷୋଡ଼ଶ ଲୁଇ
(ଗ) ପ୍ରଥମ ଉଇଳିୟମ୍
(ଘ) ଚତୁର୍ଦ୍ଦଶ ଲୁଇ
Answer:
(ଘ) ଚତୁର୍ଦ୍ଦଶ ଲୁଇ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୪। ‘ସୋସିଆଲ୍ କଣ୍ଟ୍ରାକ୍ଟ’ ନାମକ ପୁସ୍ତକ ନିମ୍ନୋକ୍ତ କେଉଁ ଦାର୍ଶନିକଙ୍କଦ୍ବାରା ରଚିତ ହୋଇଥିଲା ?
(କ) ରୁଷୋ
(ଖ) ମଣ୍ଡେସ୍କ
(ଗ) ଭଲ୍ ଟାୟାର୍
(ଘ) କଫୁସିଅସ୍
Answer:
(କ) ରୁଷୋ

୫। ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ଅସମ୍ଭବ ବୋଲି ନିମ୍ନୋକ୍ତ କିଏ ଭାବୁଥିଲେ ?
(କ) ମାଜିନୀ
(ଖ) ବିସମାର୍କ
(ଗ) ଗାରିବାଲ୍ଡ଼
(ଘ) କାଭୁର୍
Answer:
(ଖ) ବିସ୍‌ମାର୍କ

୬। କାଦୁର୍ ୬। ନିମ୍ନୋକ୍ତ କେଉଁ ମସିହାରେ ‘ତରୁଣ ଇଟାଲୀ’ ନାମକ ଏକ ସଙ୍ଗଠନ ଗଢ଼ାଯାଇଥିଲା ?
(କ) ୧୮୩୧
(ଖ) ୧୮୫୪
(ଗ) ୧୮୫୯
(ଘ) ୧୮୬୬
Answer:
(କ) ୧୮୩୧

୭। ନିମ୍ନୋକ୍ତ କେତେ ମସିହାରେ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ୍ ପ୍ରଣୟନ କରିଥିଲା ?
(କ) ୧୭୫୬
(ଖ) ୧୭୭୦
(ଗ) ୧୭୬୫
(ଘ) ୧୭୭୩
Answer:
(ଗ) ୧୭୬୫

୮। ନିମ୍ନୋକ୍ତ କିଏ ‘ରାଇନ୍ ରାଜ୍ୟଗୋଷ୍ଠୀ’ ଗଠନ କରିଥିଲେ ?
(କ) ଭିକ୍ଟର ଇମାନୁଏଲ୍
(ଖ) ପ୍ରଥମ ଉଇଲିୟମ୍
(ଗ) ଚାର୍ଲସ୍ ଆଲବର୍ଟ
(ଘ) ନେପୋଲିୟନ୍ ବୋନାପାର୍ଟ
Answer:
(ଘ) ନେପୋଲିୟନ୍ ବୋନାପାର୍ଟ

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୯। ବାସ୍ତଲ ଦୁର୍ଗର ପତନ ନିମ୍ନୋକ୍ତ କେଉଁ ମସିହାରେ ହୋଇଥିଲା ?
(କ) ୧୭୮୯
(ଖ) ୧୮୫୫
(ଗ) ୧୭୯୫
(ଘ) ୧୮୫୭
Answer:
(କ) ୧୭୮୯

୧୦। ‘‘ମନୁଷ୍ୟ ମୁକ୍ତ ହୋଇ ଜନ୍ମ ଗ୍ରହଣ କରେ, ମାତ୍ର ସେ ସବୁକ୍ଷେତ୍ରରେ ଶୃଙ୍ଖଳାଦ୍ଵାରା ଆବଦ୍ଧ । ନିମ୍ନୋକ୍ତ ମଧ୍ୟରୁ କିଏ କହିଥିଲେ ?
(କ) ରୁଷୋ
(ଖ) ମାଜିନା
(ଗ) ଭଲ୍ ଟାୟାର୍
(ଘ) କାଭୁର
Answer:
(କ) ରୁଷୋ

୧୧। ନିମ୍ନୋକ୍ତ କେଉଁ ଦିନଟିକୁ ଆମେରିକାବାସୀ ସ୍ଵାଧୀନତା ଦିବସ ରୂପେ ପାଳନ କରନ୍ତି ?
(କ) ଅଗଷ୍ଟ ୪
(ଖ) ଜୁଲାଇ ୪
(ଗ) ଜୁଲାଇ ୨୫
(ଘ) ସେପ୍ଟେମ୍ବର ୬
Answer:
(ଖ) ଜୁଲାଇ ୪

୧୨ । ଫିଲାଡ଼େଲଫିଆ ସମ୍ମିଳନୀ ____________ ଦେଶକୁ ଜନ୍ମ ଦେଇଥିଲା ।
(କ) ଯୁକ୍ତରାଷ୍ଟ୍ର ଆମେରିକା
(ଖ) ଭାରତ
(ଗ) ଜାପାନ
(ଘ) ଚୀନ
Answer:
(କ) ଯୁକ୍ତରାଷ୍ଟ୍ର ଆମେରିକା

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

E. ‘କ ‘ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

‘କ ‘ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର । 1

F. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ଆମେରିକା କିଏ ଆବିଷ୍କାର କରିଥିଲେ ?
Answer:
କଲମ୍ବସ୍

୨। ଷ୍ଟାମ୍ପ୍ ଆଇନ କେବେ ପ୍ରଣୟନ କରାଯାଇଥିଲା ?
Answer:
୧୭୬୫

୩ । ବୋଷ୍ଟନ ଚା’ ସଂଘର୍ଷ କେବେ ହୋଇଥିଲା ?
Answer:
୧୭୭୩

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୪ । ଯୁକ୍ତରାଷ୍ଟ୍ର ଆମେରିକା କେଉଁ ଦିନ ତା’ର ସ୍ଵାଧୀନତା ଦିବସ ପାଳନ କରିଥାଏ ?
Answer:
ଜୁଲାଇ ୪ ତାରିଖ

୫। ଫରାସୀ ରାଷ୍ଟ୍ର ବିପ୍ଳବ କେବେ ହୋଇଥିଲା ?
Answer:
୧୭୮୯ ମସିହା

୬ | କେଉଁ ଯନ୍ତ୍ର ସାହାଯ୍ୟରେ ଷୋଡ଼ଶ ଲୁଇଙ୍କ ମୁଣ୍ଡକାଟ କରାଯାଇଥିଲା ?
Answer:
ଗିଲୋଟିନ୍

୭ । ‘ତରୁଣ ଇଟାଲୀ’ କିଏ ଗଠନ କରିଥିଲେ ?
Answer:
ଯୋଶେଫ୍ ମାଜିନୀ

୮ | କ୍ରିମିଆ ଯୁଦ୍ଧ କେଉଁ ଦୁଇ ଦେଶ ମଧ୍ୟରେ ହୋଇଥିଲା
Answer:
ରୁଷିଆ ଓ ଫ୍ରାନ୍ସ

୯। “‘ମୁଁ ହେଉଛି ରାଷ୍ଟ୍ର’’ ଏକଥା କିଏ କହିଥିଲେ ?
Answer:
ଚତୁର୍ଦ୍ଦଶ ଲୁଇ

୧୦ । ‘ସୋସିଆଲ୍ କଣ୍ଟ୍ରାକ୍ଟ’’ କିଏ ଲେଖିଲେ ?
Answer:
ରୁଷୋ

୧୧ । ନେପୋଲିୟନ୍ କେଉଁ ଯୁଦ୍ଧରେ ପରାସ୍ତ ହୋଇଥିଲେ ?
Answer:
ୱାଟରରୁ ଯୁଦ୍ଧ

୧୨ । କେଉଁ ଯୁଦ୍ଧରେ ଫ୍ରାନ୍‌ସ୍ ପରାଜୟ ବରଣ କରିଥିଲା ?
Answer:
ସେଡ଼ାନ ଯୁଦ୍ଧ

୧୩। ମଣ୍ଡେସ୍କୁ କେଉଁ ଦେଶର ଦାର୍ଶନିକ ଥିଲେ ?
Answer:
ଫ୍ରାନ୍ସ,

BSE Odisha 8th Class History Important Questions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧୪। ରୁଷୋ କେଉଁ ପୁସ୍ତକ ଲେଖିଥିଲେ ?
Answer:
ସୋସିଆଲ୍ କଣ୍ଟ୍ରାକ୍ଟ

୧୫ । ଗାରିବାଲ୍‌ କାହାର ଶିଷ୍ୟ ଥିଲେ ?
Answer:
ମାଜିନୀ

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Odisha State Board BSE Odisha Class 9 History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ will enable students to study smartly.

BSE Odisha Class 9 History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

ପ୍ରଥମ ବିଶ୍ବଯୁଦ୍ଧ ପରେ ପୃଥ‌ିବୀର ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ, ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନ, ଜାତୀୟତାବାଦୀ ଜାଗରଣ ଆଦି ସମସ୍ୟାଗୁଡ଼ିକ ଦେଖା ଦେଇଥିଲା ଓ ଏଗୁଡ଼ିକ ଉତ୍କଟ ରୂପ ଧାରଣ କରିଥିଲା ।

ଅର୍ଥନୈତିକ ସଙ୍କଟ :

  • ୧୯୨୯ ଓ ୧୯୩୩ ମସିହାରେ ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା ।
  • ୧୯୨୮ ମସିହାରେ ଯୋଶେଫ ଷ୍ଟାଲିନ୍‌ଙ୍କଦ୍ଵାରା ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତନ ଫଳରେ ସୋଭିଏତ୍ ରୁଷ୍ ଦ୍ରୁତ ଅର୍ଥନୈତିକ ଉନ୍ନତି ଦେଖାଦେଇଥିଲା ।
  • ପ୍ରଥମ ବିଶ୍ବଯୁଦ୍ଧ ପରେ ଯୁଦ୍ଧ ସାମଗ୍ରୀ ଉତ୍ପାଦନପାଇଁ ଗଢ଼ି ଉଠିଥ‌ିବା ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯିବାରୁ ବେକାରୀ ସମସ୍ୟା ବୃଦ୍ଧି ପାଇଲା ।
  • ବେସମାରିକ ଦ୍ରବ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକର ଶ୍ରମିକମାନେ ଧର୍ମଘଟ ଆରମ୍ଭ କଲେ, ଶିଳ୍ପଜାତ ଦ୍ରବ୍ୟର ଚାହିଦା କମିଲା, ଶିଳ୍ପ ଉତ୍ପାଦନ ହ୍ରାସ ପାଇଲା, ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟିଲା ।
  • ବ୍ୟାକ୍‌ଗୁଡ଼ିକ ଅଚଳ ହୋଇଯିବାରୁ ଲୋକେ ସେମାନଙ୍କର ସଞ୍ଚ ଅର୍ଥ ହରାଇଥିଲେ ।

→ ବିଷୟବସ୍ତୁର ରୂପରେଖ:

  • ଇଟାଲୀରେ ଫାସୀବାଦର ବିକାଶ
  • ଜର୍ମାନୀରେ ନାଜିବାଦର ବିକାଶ
  • ହିଝ୍ ଲରିଙ୍କ ଶାସନ ସଂସ୍ନ।ର

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

→ ପଞ୍ଚବାର୍ଷିକ ଯୋଜନା – ପୃଥ‌ିବୀରେ ପ୍ରଥମ କରି ରୁଷିଆରେ ଯୋଶେଫ୍ ଷ୍ଟାଲିନ୍ ୧୯୨୮ ମସିହାରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରିଥିଲେ ।

କୃଷି :

  • ଶିଳ୍ପ ବିପ୍ଳବର ପ୍ରଭାବ ଯୋଗୁଁ କୃଷି ଉତ୍ପାଦନ ବୃଦ୍ଧି ପାଇଥିଲା । ମାତ୍ର ଯୁଦ୍ଧ ପରେ ବାଣିଜ୍ୟ ବ୍ୟବସାୟ ବନ୍ଦହେବା ଫଳରେ କୃଷିଜାତ ଦ୍ରବ୍ୟ ବିକ୍ରି ହୋଇପାରି ନଥିଲା । ତେଣୁ କୃଷି ଶ୍ରମିକମାନଙ୍କର ଅବସ୍ଥା ସଙ୍କଟରେ ପଡ଼ିଲା ।
  • ଉତ୍ପାଦନର ଦୁଇ ମୁଖ୍ୟ ଉତ୍ସ କୃଷି ଓ ଶିଳ୍ପ କ୍ଷେତ୍ରରେ ଏକ ପ୍ରକାର ସଙ୍କଟ ଯୋଗୁଁ ଚାରିଆଡ଼େ ଅଭାବ ଓ ଅନଟନ ଦେଖାଦେଇଥିଲା ।

ରାଜନୈତିକ ଅସ୍ଥିରତା :

  • ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି ସହ ଆଇନ ଶୃଙ୍ଖଳା ରକ୍ଷାରେ ସରକାର ବିଫଳ ହେଲେ ଓ ଜନ ଆନ୍ଦୋଳନ ବୃଦ୍ଧି ପାଇଥିଲା ।
  • ପ୍ରଜାତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟରେ ସାମ୍ୟବାଦୀ ଓ ସମାଜବାଦୀ ଦଳ ନେତୃତ୍ୱରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହେଲା ।
  • ଜମିଦାର ଓ ଶିଳ୍ପପତିମାନେ ଶ୍ରମିକ ଆନ୍ଦୋଳନକୁ ଦମନ କରିବା ପାଇଁ ଉଗ୍ରବାଦୀ ଶକ୍ତିର ସାହାଯ୍ୟ ନେଲେ । ଫଳରେ ଉଗ୍ର ଜାତୀୟତାବାଦ ଓ ଏକଚ୍ଛତ୍ରବାଦର ଉତ୍ଥାନ ହେଲା । ସେମାନଙ୍କୁ ଫାସୀବାଦୀ ଶକ୍ତି କୁହାଗଲା ।
  • ଜର୍ମାନୀ ଓ ଇଟାଲୀରେ ଫାସୀବାଦୀ ଆନ୍ଦୋଳନର ସୂତ୍ରପାତ ହେଲା ।

→ ଲାଟିନ୍ ଶବ୍ଦ ‘ଫାସିସ୍’ ରୁ ଫାସୀବାଦ ଶବ୍ଦର ସୃଷ୍ଟି । ‘ଫାସିସ୍’ ଶବ୍ଦର ଅର୍ଥ କୁରାଢ଼ି ସହିତ ବିଡ଼ାଏ କାଠି ।

ଇଟାଲୀରେ ଫାସୀବାଦ ବିକାଶ:

  • ଇଟାଲୀରେ ଯୁଦ୍ଧୋତ୍ତର ଆର୍ଥକ ଅବନତି, ଦାରିଦ୍ର୍ୟ, ବେକାରୀ, ଶ୍ରମିକ ଅଶାନ୍ତି ଓ ଆନ୍ଦୋଳନ ଆଦି କାରଣରୁ ବେନିତୋ ମୁସୋଲିନୀଙ୍କ ନେତୃତ୍ୱରେ ଫାସିବାଦୀ ଦଳ ଗଢ଼ିଉଠିଥିଲା ।
  • ଯୁଦ୍ଧଫେରନ୍ତା ବେକାର ସୈନିକ, ଦେଶଭକ୍ତ ନାଗରିକ ଓ ରାଜତନ୍ତ୍ର ବିରୋଧୀମାନେ ଏହି ଦଳରେ ସକ୍ରିୟ ସଭ୍ୟ ଥିଲେ ଏବଂ ଏମାନେ ‘କଳାକୁର୍ତ୍ତା ବାହିନୀ’ ନାମକ ଏକ ସଶସ୍ତ୍ର ସ୍ଵେଚ୍ଛାସେବୀ ବାହିନୀ ଗଠନ କରି ଶ୍ରମିକ ଆନ୍ଦୋଳନ ଦମନ ପାଇଁ ପ୍ରୟାସ କରିଥିଲେ ।
  • ମୁସୋଲିନୀ ୧୯୨୨ ମସିହା ଅକ୍ଟୋବର ୨୯ ତାରିଖ ଦିନ ଇଟାଲୀର ପ୍ରଧାନମନ୍ତ୍ରୀ ହେଲେ ।
  • ସାମ୍ୟବାଦୀ ଓ ସମାଜବାଦୀ ନେତାମାନଙ୍କୁ ହତ୍ୟା କିମ୍ବା ବନ୍ଦୀ କରାଗଲା ବା ନିର୍ବାସନ ଦଣ୍ଡ ଦିଆଗଲା ।
  • ୧୯୨୬ ପରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବେଆଇନ ଘୋଷଣା କରାଗଲା ।
  • ସାର୍ବଜନୀନ ଭୋଟ ପ୍ରଥା ଉଚ୍ଛେଦ, ସମ୍ବାଦପତ୍ରର ସ୍ଵାଧୀନତା ଲୋପ, ବାଧ୍ୟତାମୂଳକ ସାମରିକ ଶିକ୍ଷା ପ୍ରଚଳନ ଆଦି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଗଲା । ଶାସନର ସର୍ବେସବା ହେଲେ ମୁସୋଲିନୀ ।

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ 1

→ ଫାସୀବାଦ ଦଳର ମୁଖ୍ୟ ଲକ୍ଷ୍ୟ – ହିଂସାତ୍ମକ ପନ୍ଥାଦ୍ୱାରା ଜଣେ କିମ୍ବା ମୁଷ୍ଟିମେୟ ଲୋକଙ୍କ ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରି ଦେଶରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବା ଫାସୀବାଦୀ ଦଳର ମୂଳ ଲକ୍ଷ୍ୟ ଥିଲା ।

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

ଜର୍ମାନୀରେ ନାଜିବାଦର ବିକାଶ :

  • ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀର ପରାଜୟ ଓ ଭର୍ସାଇ ସନ୍ଧିରେ ଅପମାନଜନକ ସର୍ଭାବଳୀରେ ମର୍ମାହତ ଜର୍ମାନ୍‌ମାନେ ତତ୍କାଳୀନ କାଇଜର ତୃତୀୟ ଉଇଲିୟମ୍ଙ୍କ ବିରୋଧରେ ଗଣବିପ୍ଳବର ଆହ୍ଵାନ ଦେଇଥିଲେ ।
  • ଭୟଭୀତ କାଇଜର ଦେଶ ଛାଡ଼ି ପଳାୟନ କରିବାରୁ ଜର୍ମାନୀରେ ‘ଓଏମର ସାଧାରଣତନ୍ତ୍ର’ ପ୍ରତିଷ୍ଠା ହୋଇଥିଲା, ମାତ୍ର ଏହା ଜର୍ମାନ୍‌ମାନଙ୍କର ଆଶା ଆକାଂକ୍ଷା ପୂରଣରେ ବିଫଳ ହୋଇଥିଲା ।
  • ଏହି ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ଆଡ଼ଲଫ୍ ହିଲର୍‌ଙ୍କ ନେତୃତ୍ୱରେ ଉଗ୍ରଜାତୀୟତାବାତୀ ଆଦୋଳନ ଆରମ୍ଭ ହେଲା, ଯାହା ‘ନାଜି ବିପ୍ଳବ’ ନାମରେ ପରିଚିତ । ହିଟ୍‌ଲର୍ ପୁଞ୍ଜିପତି ଓ ଗଣତନ୍ତ୍ର ବିରୋଧୀ ଶକ୍ତିମାନଙ୍କର ଅକୁଣ୍ଠ ସମର୍ଥନ ପାଇଥିଲେ । ୧୯୩୩ ମସିହାରେ ସେ ଜର୍ମାନୀର ଶାସନ କ୍ଷମତା ହାତକୁ ନେଇଥିଲେ ।

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ 2

→ ହିଟ୍‌ର ୧୯୨୩ ମସିହାରେ ଶାସନ କ୍ଷମତା ଅଧିକାର ଉଦ୍ୟମରେ ବିଫଳ ହୋଇ କାରାଦଣ୍ଡ ଭୋଗିଥିଲେ ଓ ଜେଲ୍‌ରେ ଥ‌ିବାବେଳେ ‘ମେଁ କାମ୍ପ’ ପୁସ୍ତକ ରଚନା କରିଥିଲେ ।

ହିଟ୍‌ଲର୍‌ଙ୍କ ଶାସନ ସଂସ୍କାର :

  • ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ହିଟ୍‌ଲର୍ ସମସ୍ତ କ୍ଷମତା ନିଜ ହାତକୁ ନେଲେ ।
  • ଜର୍ମାନୀରେ ନାଜିଦଳକୁ ଏକମାତ୍ର ଦଳଭାବେ ସ୍ବୀକୃତି ଦିଆଗଲା ।
  • ସାମ୍ୟବାଦୀ ଓ ସମାଜବାଦୀ ଦଳର ସଂଗଠନ ଭାଙ୍ଗି ଦିଆଯିବା ସହ ନାଜି ବିରୋଧୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ।
  • ସମ୍ବାଦପତ୍ର ଓ ବେତାର ନିୟନ୍ତ୍ରଣ, ବ୍ୟକ୍ତି ସ୍ଵାଧୀନତା ଲୋପକରି ଜର୍ମାନୀର ସାମରିକ ଶକ୍ତି ବୃଦ୍ଧି ଲାଗି ପଦକ୍ଷେପ ନିଆଗଲା ।

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୮୮୩ ଖ୍ରୀ.ଅ. – ଇଟାଲୀର ରୋମାନାଠାରେ ବେନିତୋ ମୁସୋଲିନୀଙ୍କ ଜନ୍ମଗ୍ରହଣ ।
୧୮୮୯ ଖ୍ରୀ.ଅ. – (ଅପ୍ରେଲ୍ ୨୦ ତାରିଖ) ଅଷ୍ଟ୍ରିଆର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ହିଟ୍‌ଲର୍‌ଙ୍କ ଜନ୍ମଗ୍ରହଣ ।
୧୯୧୯ ଖ୍ରୀ.ଅ. – ହିଟ୍‌ଲର୍‌ଙ୍କର ‘ଶ୍ରମଜୀବୀ ଦଳ’ ନାମକ ଏକ ରାଜନୈତିକ ଦଳରେ ଯୋଗଦାନ ।
୧୯୨୧ ଖ୍ରୀ.ଅ. – ଇଟାଲୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ଏବଂ ‘ଶ୍ରମଜୀବୀ ଦଳ’ର ନେତା ହୋଇ ହିଟ୍‌ଲର୍‌ଙ୍କଦ୍ୱାରା ଦଳର ନାମ ‘ଜାତୀୟ ସମାଜବାଦୀ ଶ୍ରମିକ ଦଳ’ ବା ‘ନାଜି ଦଳ’କୁ ପରିବର୍ତ୍ତନ ।
୧୯୨୨ ଖ୍ରୀ.ଅ. – (ଅକ୍ଟୋବର ୨୮ ତାରିଖ) ବଳପୂର୍ବକ କ୍ଷମତା ଅଧିକାର ପାଇଁ ମୁସୋଲିନୀଙ୍କର ନିଜ ଅନୁଗାମୀମାନଙ୍କ ସହ ରୋମ ଅଭିମୁଖେ ଯାତ୍ରା, (ଅକ୍ଟୋବର ୨୯ ତାରିଖ) ଇଟାଲୀର ରାଜା ଭିକ୍ଟର ଇମାନୁଏଲ୍ ତୃତୀୟଙ୍କଦ୍ବାରା ମୁସୋଲିନୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଓ ମୁସୋଲିନୀ ପ୍ରଧାନମନ୍ତ୍ରୀ ରୂପେ ଅଧିଷ୍ଠିତ ।
୧୯୨୩ ଖ୍ରୀ.ଅ. – ଜର୍ମାନୀରେ ହିଟଲର୍‌ଙ୍କ ବଳପୂର୍ବକ କ୍ଷମତା ଅଧିକାର ଉଦ୍ୟମ ବିଫଳ ଏବଂ କାରାଦଣ୍ଡରେ ଦଣ୍ଡିତ ।
୧୯୨୪ ଖ୍ରୀ.ଅ. – ଫାସୀବାଦୀ ଦଳ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହାସଲ କରିବାରୁ ମୁସୋଲିନୀଙ୍କ ପ୍ରତିପରି ଓ କ୍ଷମତା ବୃଦ୍ଧି ।
୧୯୨୬ ଖ୍ରୀ.ଅ. – ଇଟାଲୀରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳ ବେଆଇନ ଘୋଷିତ ।
୧୯୨୮ ଖ୍ରୀ.ଅ. – ଯୋଶୋପ୍ ଷ୍ଟାଲିନ୍‌ଙ୍କଦ୍ୱାରା ରୁମ୍‌ରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ ।
୧୯୨୯-୧୯୩୩ ଖ୍ରୀ.ଅ. – ପୃଥ‌ିବୀରେ ଏକ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା ।
୧୯୩୩ ଖ୍ରୀ.ଅ. – ଜର୍ମାନୀର ରାଷ୍ଟ୍ରପତି ହିଣ୍ଟେନ୍‌ବର୍ଗଙ୍କଦ୍ବାରା ହିଟ୍‌ଲର୍ ପ୍ରଧାନମନ୍ତ୍ରୀ ବା ଚାନ୍ସେଲର୍‌ରୂପେ ନିଯୁକ୍ତ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

Odisha State Board BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ Textbook Exercise Questions and Answers.

BSE Odisha Class 8 History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ ଗୋଟି ଶବ୍ଦରେ ଲେଖ ।

(କ) ଆମେରିକା ଉପନିବେଶଗୁଡ଼ିକର ଶାସନ ପ୍ରଣାଳୀ କିପରି ଥିଲା ?
Answer:
ପ୍ରତିନିଧୂମୂଳକ ଶାସନ :

  • ପ୍ରତ୍ୟେକ ଉପନିବେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଓ ଏହା ଏକ ପ୍ରତିନିଧୂମୂଳକ ଶାସକ ସଂସ୍ଥାଦ୍ୱାରା ଶାସିତ ହୋଇଥିଲା ।
  • ଗଭର୍ଣ୍ଣର ଇଂଲଣ୍ଡର ରାଜାଙ୍କ ପ୍ରତିନିଧ୍ବ ରୂପେ ଅବସ୍ଥାପିତ ହେଉଥିଲେ ଏବଂ ତାଙ୍କର ବେତନ ଉପନିବେଶର ପ୍ରତିନିଧ୍ଵ ସଭା ମଞ୍ଜୁର କରୁଥିଲା ।
  • ପ୍ରତିନିଧ୍ଵ ସଭାର ସଭ୍ୟମାନେ ଉପନିବେଶରେ ଅଧିବାସୀମାନଙ୍କଦ୍ୱାରା ନିର୍ବାଚିତ ହେଉଥିଲେ । ଏହି ପ୍ରତିନିଧୂ ସଭା କର ଆଦାୟ, ଆଇନ ପ୍ରଣୟନ ପରି ବହୁ ଦାୟିତ୍ଵ ସମ୍ପାଦନ କରୁଥିଲେ ମଧ୍ୟ ଏହାର ସ୍ଵାଧୀନତା ନଥିଲା ।

କ୍ଷମତାର ପ୍ରୟୋଗ :

  • ସ୍ଵାଧୀନ ଭାବରେ ଆଇନ ପ୍ରଣୟନ କରି ପ୍ରୟୋଗ କରିବାର କ୍ଷମତା ଏହାର ନଥିଲା ।
  • ଉପନିବେଶର ଗଭର୍ଣ୍ଣର ଇଂଲଣ୍ଡର ସ୍ଵାର୍ଥ ପ୍ରତି ଦୃଷ୍ଟି ରଖୁ ଉପନିବେଶର ସ୍ବାର୍ଥକୁ ଉପେକ୍ଷା କରୁଥିଲେ ।

(ଖ) ଷ୍ଟାମ୍ପ ଆଇନ କହିଲେ କ’ଣ ବୁଝ ? ଏହି ଆଇନକୁ ଉପନିବେଶବାସୀମାନେ ବିରୋଧ କରିବାରୁ ଏହାର ବିକଳ୍ପ ବ୍ୟବସ୍ଥା କ’ଣ ହୋଇଥିଲା ? ଷ୍ଟାମ୍ପ ଆଇନ୍ କ’ଣ ?
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସାତବର୍ଷ ଧରି ହୋଇଥିବା ଯୁଦ୍ଧରେ ଖର୍ଚ୍ଚ ହୋଇଥ‌ିବା ଅର୍ଥର କିଛି ଅଂଶ ଭରଣା କରିବାପାଇଁ ୧୭୬୫ ମସିହାରେ ବ୍ରିଟିଶ୍ ପାର୍ଲାମେଣ୍ଟରେ ଷ୍ଟାମ୍ପ ଆଇନ ପ୍ରଣୟନ କରାଗଲା ।
ନୀତିନିୟମ :

  • ଏହି ଆଇନ ଅନୁଯାୟୀ ଉପନିବେଶର ଅଧ୍ବବାସୀମାନଙ୍କୁ ଜମି କିଣା-ବିକା ଦଲିଲ, ଦସ୍ତାବିଜ୍ ଓ ଦାନପତ୍ର ଆଦାନପ୍ରଦାନ ସମୟରେ ନିର୍ଦ୍ଧାରିତ ମୂଲ୍ୟର ଷ୍ଟାମ୍ପ ଲଗାଇବାକୁ ବାଧ୍ୟ କରାଗଲା । ସେହି ଷ୍ଟାମ୍ପ ବାବଦ ଅର୍ଥ ଇଂରେଜ ସରକାର ପାଉଥିଲେ ।
  • ଉପନିବେଶବାସୀମାନେ ଏହି ଆଇନକୁ ବିରୋଧ କରିବାରୁ ଏହି ଆଇନ ବଦଳରେ ବିଭିନ୍ନ ଦ୍ରବ୍ୟ ଉପରେ କରଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଗଲା ।
  • ଏହି ନିଷ୍ପତ୍ତି ଅନୁଯାୟୀ କାଚ, କାଗଜ, ରଙ୍ଗ ଓ ଚା’ ପ୍ରଭୃତି ଆବଶ୍ୟକ ପଦାର୍ଥ ଉପରେ ଆମଦାନି କର ବସାଗଲା ।
  • ଉପନିବେଶବାସୀମାନେ ଏଥ‌ିରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବାରୁ କେବଳ ଚା’ ବ୍ୟତୀତ ଅନ୍ୟ ଜିନିଷ ଉପରୁ କର ଉଠାଇ ଦିଆଗଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଗ) ଫ୍ରାନ୍ସର ସାମାଜିକ ବିଭାଜନ ଉପରେ ଧାରଣା ଦିଅ ।
Answer:
ଫ୍ରାନ୍ସର ସାମାଜିକ ଶ୍ରେଣୀ ଜନ୍ମ, ପଦବୀ, ଧନକୁ ଭିତ୍ତି କରି ଦୁଇଭାଗରେ ବିଭକ୍ତ ଥିଲା; ଯଥା –
(୧) ସୁବିଧା ସୁଯୋଗ ଉପଭୋଗ କରୁଥିବା ଶ୍ରେଣୀ ଓ (୨) ସୁବିଧା ବଞ୍ଚ ଅବହେଳିତ, ଶୋଷିତ ଓ ନିର୍ଯାତିତ ଶ୍ରେଣୀ ।
ସୁବିଧାବାଦୀ ଗୋଷ୍ଠୀ :

  • ଧର୍ମଯାଜକ ଓ ସମ୍ଭ୍ରାନ୍ତ ବଂଶୀୟମାନେ ସୁବିଧାଭୋଗୀ ଶ୍ରେଣୀ ଓ ଭୂ-ସମ୍ପତ୍ତିର ମାଲିକ ଥିଲେ । ଏମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାର ଶତକଡ଼ା ୫ ଭାଗ ଥିଲା ।
  • ଯୋଗ୍ୟତା ନଥାଇ ମଧ୍ୟ ଏମାନେ ଉଚ୍ଚ ସରକାରୀ ପଦପଦବୀରେ ନିଯୁକ୍ତ ହେଉଥିଲେ । ଧର୍ମଯାଜକମାନେ ସାଧାରଣ ଲୋକଙ୍କଠାରୁ ଧର୍ମ କର ଆଦାୟ କରି ବିଳାସ ପାଇଁ ବ୍ୟୟ କରୁଥିଲେ ।

ଅବହେଳିତ ଗୋଷା :

  • କୃଷକ, କାରିଗର ଓ ସାଧାରଣ ନାଗରିକ ସୁବିଧାବଞ୍ଚ ଶ୍ରେଣୀ ଅନ୍ତର୍ଭୁକ୍ତ ଥିଲେ । ସମାଜରେ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ମଧ୍ୟ ଏହି ଶ୍ରେଣୀର ଥିଲେ ।
  • ଭାଗଚାଷୀ ଓ ମୂଲିଆମାନେ ସାମନ୍ତମାନଙ୍କ କ୍ଷେତରେ ବିନା ପାରିଶ୍ରମିକରେ ଖଟୁଥିଲେ । ସବୁପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ସେମାନେ ସରକାରୀ ଚାକିରିରୁ ବଞ୍ଚିତ ହେଉଥିଲେ ।

(ଘ) ଫରାସୀ ରାଷ୍ଟ୍ରବିପ୍ଳବ କିପରି ସମଗ୍ର ପୃଥ‌ିବୀକୁ ପ୍ରଭାବିତ କରିଥିଲା ?
Answer:
ରାଜତନ୍ତ୍ରର ଧ୍ବଂସ :

  • ଫରାସୀ ରାଷ୍ଟ୍ରବିପ୍ଳବ ସମଗ୍ର ପୃଥ‌ିବୀକୁ ପ୍ରଭାବିତ କରିଥିଲା ।
  • ଏହା ରାଜତନ୍ତ୍ର ଶାସନକୁ ଧ୍ୱଂସ କରି ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠା କରିଥିଲା ।
  • ଏହା ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ।

ଧର୍ମଗତ ସ୍ଵାଧୀନତା :
ଗୀର୍ଜାଗୁଡ଼ିକ ଅଧୀନରେ ଥ‌ିବା ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇ ମଧ୍ୟବିତ୍ତ ଓ କୃଷକମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଲୋକମାନଙ୍କୁ ଧର୍ମଗତ ସ୍ଵାଧୀନତା ପ୍ରଦାନ କରାଯାଇଥିଲା ।

ବିପ୍ଳବର ପ୍ରେରଣା ଦେଇଥିଲା :
ଆଧୁନିକ ଯୁଗରେ ଗଣ ଆନ୍ଦୋଳନ ପରମ୍ପରା ସୃଷ୍ଟି କରିବା ସହିତ ଏହା ସ୍ୱେଚ୍ଛାଚାରୀ ରାଜତନ୍ତ୍ର ବିରୋଧରେ ବିପ୍ଳବ କରିବାକୁ ପ୍ରେରଣା ଦେଇଥିଲା ।

(ଙ) ଜର୍ମାନୀ ଏକତ୍ରୀକରଣ ପାଇଁ ବିସ୍‌ମାର୍କଙ୍କ ଭୂମିକା କ’ଣ ଥିଲା ?
Answer:
ବିଚକ୍ଷଣ କୂଟନୀତି :

  • ବିସ୍‌ମାର୍କ ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ଙ୍କ ମନ୍ତ୍ରୀ ଓ ବିଚକ୍ଷଣ କୂଟନୀତିଜ୍ଞ ଥିଲେ ।
  • ସେ ଜାଣିଥିଲେ ଯେ ପ୍ରୁସିଆ ନେତୃତ୍ବର ଜର୍ମାନୀ ଏକତ୍ରୀକରଣକୁ ଅଷ୍ଟ୍ରିଆ, ଫ୍ରାନ୍ସ ଓ ଡେନ୍‌ମାର୍କ ବିରୋଧ କରିବେ । ତେଣୁ ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ ।

ସୈନ୍ୟବାହିନୀ ଗଠନ :

  • ସେଥ‌ିପାଇଁ ବିସ୍‌ମାର୍କ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କଲେ । କୂଟନୀତି ବଳରେ ଅଷ୍ଟ୍ରିଆକୁ ନିଜ ପକ୍ଷକୁ ଆଣି ଡେନ୍‌ମାର୍କକୁ ଯୁଦ୍ଧରେ ପରାଜିତ କରି ଜର୍ମାନ୍ ଅଞ୍ଚଳ ପ୍ଲେଜ୍ ଉଇଟ୍‌କୁ ପ୍ରୁସିଆ ସହ ମିଶାଇଦେଲେ ।
  • ସେ ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ସହ ସୁସମ୍ପର୍କ ରଖ୍ ସେମାନଙ୍କ ସମର୍ଥନ ଲାଭ କଲେ । ଅଷ୍ଟ୍ରିଆ ସହ ଯୁଦ୍ଧ ହେଲେ ରୁଷ୍ ଓ ଫ୍ରାନ୍ସ ନିରପେକ୍ଷ ରହିବାକୁ ରାଜି ହେଲେ । ପରେ ସେ ଅଷ୍ଟ୍ରିଆକୁ ଯୁଦ୍ଧରେ ପରାସ୍ତ କରି ହୋଲଷ୍ଟେନ୍‌କୁ ପ୍ରୁସିଆ ସହ ମିଶାଇଦେଲେ ।

ଏକତ୍ରୀକରଣ :
ପରବର୍ତୀ ସମୟରେ ଫ୍ରାନ୍ସକୁ ସେଡ଼ାନ୍‌ଠାରେ ପରାଜିତ କରି ଫ୍ରାନ୍ସ ଅଧ୍ବକୃତ ଜର୍ମାନ୍ ଅଞ୍ଚଳ ଆଲସେସ୍ ଓ ଲୋରେନ୍‌କୁ ପ୍ରୁସିଆ ସହ ମିଶାଇ ଜର୍ମାନୀ ଏକତ୍ରୀକରଣ ସମ୍ପୂର୍ଣ୍ଣ କରିଥିଲେ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଚ) ଇଟାଲୀ ଏକତ୍ରୀକରଣ ପାଇଁ କାଉଣ୍ଟ କାଭୁର୍‌ଙ୍କ ଉଦ୍ୟମ ବର୍ଣ୍ଣନା କର ।
Answer:
ଉଦାର ଦେଶଭକ୍ତ :
କାଉଣ୍ଟ କାଲୁର ଜଣେ ଉଦାରପନ୍ଥୀ ନେତା ଓ ଦେଶଭକ୍ତ ଥିଲେ । ସାର୍ଜିନିଆର ରାଜା ଦ୍ଵିତୀୟ ଭିକ୍ଟର ଇମାନୁଏଲ ତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।

ବୈଦେଶିକ ସାହାଯ୍ୟ :
ପିଡ଼ମଣ୍ଟ-ସାର୍ଜିନିଆ ନେତୃତ୍ୱରେ ଇଟାଲୀ ଏକତ୍ରୀକରଣ ସମ୍ଭବ ବୋଲି ସେ ବିଶ୍ଵାସ କରୁଥିଲେ ଓ ବୈଦେଶିକ ରାଷ୍ଟ୍ରର ସହାୟତାରେ ଇଟାଲୀ ଏକତ୍ରୀକରଣ ପାଇଁ ପ୍ରୟାସ କରିଥିଲେ ।

କ୍ରିମିଆ ଯୁଦ୍ଧ :
କାଭୁରଙ୍କ ପରାମର୍ଶରେ କ୍ରିମିଆ ଯୁଦ୍ଧରେ ପିଡ଼ମଣ୍ଟ-ସାର୍ଜିନିଆ ଫ୍ରାନ୍ସ ଓ ଇଂଲଣ୍ଡ ସପକ୍ଷରେ ଯୋଗ ଦେଇଥ‌ିବାରୁ ସେ ଇଉରୋପୀୟ ରାଷ୍ଟ୍ରଙ୍କ ସମର୍ଥନ ପାଇପାରିଥିଲେ ।

ଏକତ୍ରୀକରଣ :

  • ୧୮୫୯ ମସିହାରେ ଫ୍ରାନ୍ସ ସହଯୋଗରେ ପିଡ଼ମଣ୍ଟ-ସାର୍ଜିନିଆ ଅଷ୍ଟ୍ରିଆକୁ ପରାଜିତ କରି ଲୋମ୍ବାର୍ଡ଼, ପାର୍ମା, ମଡ଼େନା, ଟସ୍‌ନୀ ଓ କେନ୍ଦ୍ରୀୟ ଇଟାଲୀ ରାଜ୍ୟକୁ ଅସ୍ଵୀକାର କରି ନିଜ ରାଜ୍ୟ ସହ ମିଶାଇଦେଲା ।
  • ଏହିପରିଭାବେ ଇଟାଲୀର ଏକତ୍ରୀକରଣ ନିମନ୍ତେ କାଭୁରଙ୍କ ଅବଦାନ ଚିରସ୍ମରଣୀୟ ।

(ଛ) ଗାରିବାଲ୍ଟିଙ୍କୁ ଇଟାଲୀର ତ୍ୟାଗୀପୁତ୍ର କାହିଁକି କୁହାଗଲା ?
Answer:
ବିଦ୍ରୋହର ନେତୃତ୍ଵ ନେବା :
ଦକ୍ଷିଣ ଇଟାଲୀର ନେପ୍‌ସ୍ ଓ ସିସିଲି ଏକତ୍ରୀକରଣ ମୁକ୍ତି ପାଇଁ ହୋଇଥ‌ିବା ଜନଜାଗରଣ ଓ ବିଦ୍ରୋହର ନେତୃତ୍ଵ ନେଇଥିଲେ ଗାରିବାଲ୍‌ ।

ଲାଲକୁର୍ତ୍ତା ବାହିନୀ ଗଠନ :
ସେ ‘ଲାଲକୁର୍ତ୍ତା ବାହିନୀ’ ନାମକ ମୁକ୍ତିବାହିନୀ ଗଠନ କରି ତାହା ସାହାଯ୍ୟରେ ସିସିଲି ଓ ନେପ୍‌ଲସ୍ ଅଧ୍ୟାର କଲେ ।

ଶାସନଭାର ଅର୍ପଣ :
ସେ ଏହାପରେ ରୋମ ଆକ୍ରମଣ କରିବାପାଇଁ ଯୋଜନା କରୁଥିବା ସମୟରେ ରାଜା ଭିକ୍ଟର ଇମାନୁଏଲ୍‌ଙ୍କ ସହ ତାଙ୍କର ସାକ୍ଷାତ୍ ହେଲା । ସେ ଅଭୂତପୂର୍ବ ତ୍ୟାଗ ଓ ଦେଶଭକ୍ତିର ପରିଚୟ ଦେଇ ସିସିଲି ଓ ନେପଲ୍ସର ଶାସନଭାର ରାଜା ଭିକ୍ଟର ଇମାନୁଏଲ୍‌ଙ୍କୁ ଅର୍ପଣ କରିଥିଲେ ।

ପଦବୀକୁ ପ୍ରତ୍ୟାଖ୍ୟାନ :
ସେ ଉଚ୍ଚ ପଦବୀ ଓ ପୁରସ୍କାରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରି ଗୋଟିଏ ଶସ୍ୟମଞ୍ଜି ଥଳି ସହ ନିଜର କୃଷିକ୍ଷେତ୍ର କାପରେରା ଦ୍ବୀପକୁ ଫେରିଗଲେ । ତେଣୁ ଇଟାଲୀ ଇତିହାସରେ ତାଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।

(ଜ) ମାଜିନୀ କିଏ ? ସେ ଇଟାଲୀ ଏକତ୍ରୀକରଣ ପାଇଁ କିପରି ଉଦ୍ୟମ କରିଥିଲେ ?
Answer:
ଜନ୍ମଗ୍ରହଣ :
ଯୋଶେଫ୍‌ ମାଜିନୀ ଇଟାଲୀର ଜେନୋଆଠାରେ ୧୮୦୫ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ତରୁଣ ଇଟାଲୀ ଗଠନ :

  • ସେ ପ୍ରଥମେ ‘କାର୍ବୋନାରୀ’ ସଙ୍ଗଠନର ସଭ୍ୟ ଥିଲେ; ମାତ୍ର ଏହାର ହିଂସାତ୍ମକ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ‘ତରୁଣ ଇଟାଲୀ’ ସଙ୍ଗଠନ ଗଢ଼ିଥିଲେ ।
  • ଏହି ସଙ୍ଗଠନ ମାଧ୍ୟମରେ ଯୁବକମାନଙ୍କଦ୍ୱାରା ଗଣ ବିପ୍ଳବ ମାଧ୍ୟମରେ ଏକତା ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା ।

ସାଧାରଣତନ୍ତ୍ର ପ୍ରତିଷ୍ଠା :
ତାଙ୍କ ନେତୃତ୍ବରେ ବିପ୍ଳବୀମାନେ ରୋମ୍ରେ ପୋପ୍ ଶାସନର ଅବସାନ ଘଟାଇ ସେଠାରେ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ ।

ନିର୍ବାସନ ଦଣ୍ଡ :
‘ତରୁଣ ଇଟାଲୀ’ ସଙ୍ଗଠନ ସିସିଲିରେ ବିଦ୍ରୋହ କରିଥିଲା; ମାତ୍ର ତାହାକୁ ଦମନ କରାଯାଇଥିଲା । ଏହି ଜାତୀୟତାବାଦୀ କାର୍ଯ୍ୟ ପାଇଁ ତାଙ୍କୁ ଇଟାଲୀରୁ ନିର୍ବାସିତ ହେବାକୁ ପଡ଼ିଥିଲା । ସେ ଇଟାଲୀବାସୀଙ୍କ ମନରେ ଐକ୍ୟ ଭାବନା ସୃଷ୍ଟି କରିଥିଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦ ମଧ୍ଯରେ ଲେଖ ।

(କ) କେଉଁଥ୍ପାଇଁ ଇଂଲଣ୍ଡର ପିଗ୍ରୀମ୍ ଫାଦରସ୍ମାମାନେ ଆମେରିକା ପ୍ରତି ପ୍ରଲୋଭିତ ହୋଇଥିଲେ ?
Answer:
ଆମେରିକାର ଉର୍ବର ମୃତ୍ତିକା, ପ୍ରଚୁର ଖଣିଜ ପଦାର୍ଥ ଓ ଶୁଷ୍କ ଜଳବାୟୁ ଦେଖ୍ ପିଗ୍ରୀମ୍ ଫାଦରସ୍‌ମାନେ ଏହା ପ୍ରତି ପ୍ରଲୋଭିତ ହୋଇଥିଲେ ।

(ଖ) କେଉଁ ଉଦ୍ଦେଶ୍ୟ ରଖ୍ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ ପ୍ରଣୟନ କରିଥିଲେ ?
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଲାଗିଥିବା ସପ୍ତବାର୍ଷୀୟ ଯୁଦ୍ଧରେ ଖର୍ଚ୍ଚ ହୋଇଥ‌ିବା ଅର୍ଥର କିଛି ଅଂଶ ଭରଣା କରିବାପାଇଁ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ ପ୍ରଣୟନ କରିଥିଲେ ।

(ଗ) ଫରାସୀ ସମାଜରେ କେଉଁମାନଙ୍କୁ ସୁବିଧାବଞ୍ଚିତ ଶ୍ରେଣୀ କୁହାଯାଉଥିଲା ? ସେମାନେ କେଉଁଥୁରୁ ବଞ୍ଚିତ ହେଉଥିଲେ ?
Answer:

  • ଫରାସୀ ସମାଜରେ କୃଷକ, କାରିଗର ଓ ସାଧାରଣ ନାଗରିକଙ୍କୁ ସୁବିଧାବଞ୍ଚତ ଶ୍ରେଣୀ କୁହାଯାଉଥିଲା । ଏତଦ୍‌ବ୍ୟତୀତ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ଓ ଶିଳ୍ପପତିମାନେ ମଧ୍ୟ ସୁବିଧାବଞ୍ଚ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ ।
  • ସାମନ୍ତମାନଙ୍କ କ୍ଷେତ୍ରରେ କାମ କରିବାପାଇଁ ସେମାନଙ୍କୁ ମଜୁରି ମିଳୁନଥିଲା । ଜଙ୍ଗଲରୁ ଜାଳେଣି ସଂଗ୍ରହ, ଅନାବାଦି ଜମିରେ ପଶୁଚାରଣ ଅଧିକାର ସେମାନଙ୍କର ନଥିଲା । ସବୁପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ସେମାନଙ୍କୁ ଚାକିରି ମିଳୁ ନଥିଲା । ବ୍ୟବସାୟୀ ଓ ଶିଳ୍ପପତିମାନେ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାପାଇଁ ଅନୁମତି ପାଉନଥିଲେ ।

(ଘ) ‘‘ସ୍ପିରିଟ୍ ଅଫ୍ ଦି ଲଜ୍’’ ପୁସ୍ତକ କିଏ ଲେଖୁଥିଲେ ? ଏହି ପୁସ୍ତକରେ କେଉଁ ବିଷୟ ଉଲ୍ଲେଖ ରହିଛି ?
Answer:

  • ‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକ ମଣ୍ଟେକ୍ସ’ ଲେଖୁଥିଲେ ।
  • ଏହି ପୁସ୍ତକରେ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରିଥିଲେ ।

(ଙ) ଫ୍ରାନ୍ସର ବିପ୍ଳବୀମାନେ କେବେ ବାସ୍ତଲ୍ ଦୁର୍ଗ ଆକ୍ରମଣ କରିଥିଲେ ?
Answer:
ଫ୍ରାନ୍ସର ବିପ୍ଳବୀମାନେ ୧୭୮୯ ଖ୍ରୀଷ୍ଟାବ୍ଦ ଜୁଲାଇ ୧୪ ତାରିଖ ଦିନ ବାସ୍ତଲ ଦୁର୍ଗ ଆକ୍ରମଣ କରିଥିଲେ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଚ) ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍‌ଙ୍କ କେଉଁ ପଦକ୍ଷେପକୁ ପ୍ରତିନିଧ୍ଵ ସଭା ବିରୋଧ କରିଥିଲା ? ଏହାକୁ ଭିତ୍ତି କରି କେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ?
Answer:

  • ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍‌ଙ୍କ ସାମରିକ ସଂସ୍କାର ପଦକ୍ଷେପକୁ ପ୍ରୁସିଆର ପ୍ରତିନିଧୂ ସଭା ‘ଡାଏଟ୍’ ବିରୋଧ କରିଥିଲା ।
  • ଏହାକୁ ଭିତ୍ତି କରି ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଥିଲା ।

(ଛ) ବିସ୍‌ମାର୍କ କିପରି ଭାବରେ ସ୍ଲାବ୍‌ଉଇଗ୍ ଓ ହୋଲଷ୍ଟେନ୍ ଅଧିକାର କରିଥିଲେ ?
Answer:

  • କ୍ଲୋଜ୍ଉଇଗ୍ ଓ ହୋଲଷ୍ଟେନ୍ ଅଞ୍ଚଳ ପାଇବା ପାଇଁ ବିସ୍‌ମାର୍କ ଅଷ୍ଟ୍ରିଆର ସାହାଯ୍ୟ ଲୋଡ଼ିଥିଲେ।
  • ପ୍ରୁସିଆ ଓ ଅଷ୍ଟ୍ରିଆ ମିଳିତ ଭାବେ ଡେନ୍‌ମାର୍କକୁ ପରାସ୍ତ କରିବାରୁ ସ୍ଲାଇଗ୍ ପ୍ରୁସିଆ ସହ ଓ ହୋଲଷ୍ଟେନ୍‌ ଅଷ୍ଟ୍ରିଆ ସହ ମିଶିଗଲା ।
  • ପରବର୍ତୀ ସମୟରେ ଅଷ୍ଟ୍ରିଆକୁ ଯୁଦ୍ଧରେ ପରାଜିତ କରି ବିସ୍‌ମାର୍କ ହୋଲଷ୍ଟେନ୍‌ ଅଧିକାର କଲେ ।

(ଜ) କେବେ ଓ କେଉଁମାନଙ୍କୁ ନେଇ ‘ତରୁଣ ଇଟାଲୀ’ ଦଳ ଗଠନ ହୋଇଥିଲା ?
Answer:
୧୮୩୧ ମସିହାରେ ଇଟାଲୀର ଯୁବକମାନଙ୍କୁ ନେଇ ‘ତରୁଣ ଇଟାଲୀ’ ଦଳ ଗଠନ ହୋଇଥିଲା ।

(ଝ) ଚାର୍ଲସ୍ ଆଲବର୍ଟ କେଉଁ ରାଜ୍ୟର ଶାସକ ଥିଲେ ? କେଉଁ ଘଟଣାରୁ ସେ ସିଂହାସନ ତ୍ୟାଗ କରିଥିଲେ ?
Answer:

  • ଚାର୍ଲସ୍‌ ଆଲବର୍ଟ ସାଢ଼ିନିଆର ରାଜା ଥିଲେ ।
  • ସେ ଅଷ୍ଟ୍ରିଆ ବିରୁଦ୍ଧରେ ବାରମ୍ବାର ଯୁଦ୍ଧ କରି ପରାସ୍ତ ହେବାରୁ ସିଂହାସନ ତ୍ୟାଗ କରିଥିଲେ ।

(ଞ) ‘ଲାଲକୁର୍ତ୍ତା ବାହିନୀ’ କିଏ ଗଠନ କରିଥିଲେ ? ଏହି ବାହିନୀ କେଉଁ ଅଞ୍ଚଳ ଅଧିକାର କରିଥିଲା ?
Answer:

  • ‘ଲାଲକୁର୍ତ୍ତା ବାହିନୀ’ ଗାରିବାଲ୍ଟି ଗଠନ କରିଥିଲା ।
  • ଏହି ବାହିନୀ ନେପଲ୍ସ ଓ ସିସିଲି ଅଧିକାର କରିଥିଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୩। ବନ୍ଧନୀ ମଧ୍ଯରୁ ସଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଖ୍ରୀଷ୍ଟାବ୍ଦ ୧୬୨୦ରେ ଇଂଲଣ୍ଡର ରାଜା _____________ ଥିଲେ ।
(ପ୍ରଥମ ଏଲିଜାବେଥ୍, ପ୍ରଥମ ଜେମ୍ସ, ଭିକ୍ଟୋରିଆ, ଉଇଲିୟମ୍)
Answer:
ପ୍ରଥମ ଜେମସ୍

(ଖ) ଆମେରିକୀୟ ଉପନିବେଶମାନଙ୍କରେ ଇଂରେଜମାନେ __________________ ଦ୍ରବ୍ୟ ଉପରେ ଆମଦାନୀ କର ବସାଇଥିଲେ ।
(କପା, ତମାଖୁ, ଚା’, ରଙ୍ଗ)
Answer:
ଚା

(ଗ) ‘ମୁଁ ହେଉଛି ରାଷ୍ଟ୍ର’’ । ଏହା ____________ ଙ୍କ ଭକ୍ତି ଥିଲା ।
(ତ୍ରୟୋଦଶ ଲୁଇ, ଚତୁର୍ଦ୍ଦଶ ଲୁଇ, ପଞ୍ଚବଶ ଭୁଲ୍, ଷୋଡ଼ଶ ଲୁଇ)
Answer:
ଚତୁର୍ଦ୍ଦଶ ଲୁଇ

(ଘ) ସୋସିଆଲ କଶାକ୍ଟ ____________ ଲେଖୁଥିଲେ ।
(ମଣ୍ଟେଲ୍ୟୁ, ଭଲ୍‌ଟାୟାର, ନେପୋଲିୟନ୍, ରୁଷୋ)
Answer:
ରୁଷୋ

(ଙ) ପ୍ରଥମ ଉଇଲିୟମ୍ ___________ ରାଜା ଥିଲେ ।
(ଅଷ୍ଟ୍ରିଆ, ପ୍ରୁସିଆ, ମଡ଼େନା, ହୋଲଷ୍ଟେନ୍)
Answer:
ପ୍ରୁସିଆ

(ଚ) ୱାଟରରୁ ଯୁଦ୍ଧରେ ______________ ପରାସ୍ତ ହୋଇଥିଲେ ।
(ନେପୋଲିୟନ୍, ଲର୍ଡ କଣ୍ଠୱାଲିସ୍, ଦ୍ଵିତୀୟ ଜେମ୍‌ସ, ଷୋଡ଼ଶ ଲୁଇ)
Answer:
ନେପୋଲିୟନ୍

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଛ) କ୍ରିମିଆ ଯୁଦ୍ଧ ______________ ମସିହାରେ ହୋଇଥିଲା ।
(୧୮୫୧, ୧୮୫୪, ୧୮୫୯, ୧୮୨୩)
Answer:
୧୮୫୪

(ଜ) ‘ତରୁଣ ଇଟାଲୀ’ ସଂଗଠନ _____________ ଗଠନ କରିଥିଲେ ।
(ମାଜିନୀ, କାଲୁର୍‌, ଗାରିବାଲ୍‌, ଇମାନୁଏଲ୍)
Answer:
ମାଜିନୀ

୪। ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) ଷ୍ଟାମ୍ପ୍ ଆଇନ ଆମେରିକା ପାର୍ଲାମେଣ୍ଟରେ ପ୍ରଣୟନ କରାଯାଇଥିଲା ।
Answer:
ଷ୍ଟାମ୍ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ପ୍ରଣୟନ କରାଯାଇଥିଲା ।

(ଖ) ୧୮୬୫ ମସିହାରେ ସାଢ଼େ ଯୁଦ୍ଧ ପୁସିଆ ଓ ଅଷ୍ଟିଆ ମଧ୍ୟରେ ହୋଇଥିଲା ।
Answer:
୧୮୬୬ ମସିହାରେ ସାଢ଼େ ଯୁଦ୍ଧ ପୁସିଆ ଓ ଅଷ୍ଟ୍ରିଆ ମଧ୍ୟରେ ହୋଇଥିଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଗ) ‘କାର୍ବୋନାରୀ’ ନାମକ ସଙ୍ଗଠନ ଇଟାଲୀର ବିଚ୍ଛିନ୍ନତା ଆଣିଥିଲା ।
Answer:
ଭିଏନା କଂଗ୍ରେସ ଇଟାଲୀର ବିଚ୍ଛିନ୍ନତା ଆଣିଥିଲା

(ଘ) ଗାରିବାଲିଡି ତରୁଣ ଇଟାଲୀ ନାମକ ମୁକ୍ତିବାହିନୀ ଗଠନ କରିଥିଲେ ।
Answer:
ଗାରିବାଲିଡି ଲାଲକୁର୍ତ୍ତା ବାହିନୀ ନାମକ ମୁକ୍ତିବାହିନୀ ଗଠନ କରିଥିଲେ ।

(ଙ) ଦ୍ଵିତୀୟ ଭିକ୍ଟର ଇମାନୁଏଲଙ୍କ ପ୍ରଧାନମନ୍ତ୍ରୀ ମାଜିନୀ ଥିଲେ ।
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲଙ୍କ ପ୍ରଧାନମନ୍ତ୍ରୀ କାଉଣ୍ଟ କାଭୁର ଥିଲେ ।

(ଚ) ୧୮୬୧ ମସିହାରେ ପୁସିଆର ରାଜା ରୂପେ ବିସ୍‌ମାର୍କ ଅଧିଷ୍ଠିତ ହୋଇଥିଲେ ।
Answer:
୧୮୬୧ ମସିହାରେ ପ୍ରୁସିଆର ରାଜା ରୂପେ ପ୍ରଥମ ଉଇଲିୟମ୍ ଅଧିଷ୍ଠିତ ହୋଇଥିଲେ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୫। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପୃକ୍ତ ଶବ୍ଦ ମିଳନ କର ।

‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପୃକ୍ତ ଶବ୍ଦ ମିଳନ କର ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

Odisha State Board BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) Textbook Exercise Questions and Answers.

BSE Odisha Class 7 History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(କ) ତୋଗଲକ ବଂଶର ପତନ ପରେ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଲା କାହିଁକି ?
Answer:
ତୋଗଲକ ବଂଶର ପତନ ପରେ ନିମ୍ନଲିଖୁ କାରଣଗୁଡ଼ିକ ଯୋଗୁଁ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଥିଲା ।

  • ତୋଗଲକମାନଙ୍କ ପରେ ଭାରତରେ ଶାସନ କରିଥିବା ସୟଦ୍ ଓ ଲୋଦୀ ବଂଶର ଶାସକମାନେ ଦୁର୍ବଳ ଥିଲେ ।
  • ସାମନ୍ତ ଓ ପ୍ରାଦେଶିକ ଶାସକମାନେ ସୁଲତାନମାନଙ୍କୁ ଖାତିର ନକରି ନିଜ ନିଜର ସ୍ଵାଧୀନତା ଘୋଷଣା କରିଥିଲେ । ଫଳରେ ଦେଶରେ ଅରାଜକତା ଓ ବିଶୃଙ୍ଖଳା ଦେଖାଦେଇଥିଲା ।
  • ସେତେବେଳେ ଦିଲ୍ଲୀର ଲୋଦୀ ବଂଶର ସୁଲତାନ୍ ଇବ୍ରାହିମ୍ ଲୋଦୀଙ୍କର ସ୍ୱେଚ୍ଛାଚାରୀ ଶାସନରେ ଆଫଗାନ୍
  • ଏପରିକି ଇବ୍ରାହିମ୍ ଲୋଦୀଙ୍କୁ ସିଂହାସନରୁ ବିତାଡ଼ିତ କରିବାପାଇଁ ସେମାନେ କାବୁଲ୍‌ର ରାଜା ବାବରଙ୍କ ସାହାଯ୍ୟ ଲୋଡ଼ିଥିଲେ ।

(ଖ) ବାବର ଭାରତରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଲେ କିପରି ?
Answer:

  • ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ସୁଲତାନୀ ଶାସନର ଦୁର୍ବଳତାର ସୁଯୋଗ ନେଇ ଅନେକ ପ୍ରାଦେଶିକ ରାଜ୍ୟ ସ୍ଵାଧୀନ ହୋଇଗଲେ । ଦିଲ୍ଲୀର ଶାସକ ଇଭ୍ରାହିମ୍ ଲୋଦୀଙ୍କ ଶାସନରେ ଅସନ୍ତୁଷ୍ଟ ଆଫଗାନ୍ ଅମୀରମାନେ ତାଙ୍କୁ କ୍ଷମତାଚ୍ୟୁତ କରିବାପାଇଁ ବାବରଙ୍କ ସାହାଯ୍ୟ ଲୋଡ଼ିଥିଲେ ।
  • ଭାରତ ଆକ୍ରମଣପାଇଁ ଉଦ୍ୟମରତ ଫରଗଣାର ରାଜା ବାବର ଆଫଗାନ୍ ଅମୀରମାନଙ୍କ ଅନୁରୋଧ କ୍ରମେ ଭାରତ ଆକ୍ରମଣ କରିଥିଲେ ।
  • ସେ ପ୍ରଥମେ କାବୁଲ ଓ କାନ୍ଦାହାର ଜୟ କରିଥିଲେ । ତା’ପରେ ସେ ଭାରତ ଆକ୍ରମଣ କଲେ ଏବଂ ୧୫୨୬ ଖ୍ରୀଷ୍ଟାବ୍ଦରେ ପାନିପଥ ନାମକ ସ୍ଥାନରେ ଦିଲ୍ଲୀର ସୁଲତାନ୍ ଇବ୍ରାହିମ୍ ଲୋଦୀଙ୍କୁ ଏକ ତୁମୁଳ ଯୁଦ୍ଧରେ ପରାସ୍ତ କରିଥିଲେ ।
  • ବାବର ଏହି ଯୁଦ୍ଧରେ ବିଜୟଲାଭ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରି ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ ।

(ଗ) ହୁମାୟୁନ୍ କେଉଁ କେଉଁ ବିପଦର ସମ୍ମୁଖୀନ ହୋଇଥିଲେ ?
Answer:

  • ବାବରଙ୍କ ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟର ଭିଭିଭୂମି ସୁଦୃଢ଼ ନଥ‌ିବା ହେତୁ ଏହାର ସୁରକ୍ଷା ସକାଶେ ହୁମାୟୁନ୍‌ଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା ।
  • ହୁମାୟୁନ୍‌ଙ୍କର ରାଜ୍ୟଶାସନ ଆରମ୍ଭରେ ଆଫଗାନ୍‌ମାନେ ପୁନରାୟ ଦିଲ୍ଲୀ ଉପରେ ଆଖୁ ପକାଇଲେ ।
  • ଏହି ସମୟରେ ହୁମାୟୁନ୍‌ଙ୍କ ଭାଇମାନେ ଈର୍ଷାପରାୟଣ ହୋଇ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ ।
  • ହୁମାୟୁନ୍‌ଙ୍କ ସୈନ୍ୟବାହିନୀ ମଧ୍ୟ ସୁଦୃଢ଼ ନ ଥିଲା ଏବଂ କେତେକ ସାମନ୍ତ ଓ ଉଚ୍ଚପଦସ୍ଥ କର୍ମଚାରୀ ହୁମାୟୁନ୍‌ଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ।
  • ଏହିପରି ଭାବରେ ହୁମାୟୁନ୍ ଚତୁର୍ଦ୍ଦିଗରେ ବିପଦର ସମ୍ମୁଖୀନ ହୋଇଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଘ) ଶେର୍ ଖାଁ ହୁମାୟୁନ୍‌ଙ୍କୁ କିପରି ଅସୁବିଧାରେ ପକାଇଥିଲେ ?
Answer:

  • ଶେର୍ ଖାଁ ଥିଲେ ପୂର୍ବ ଭାରତର ଜଣେ ପରାକ୍ରମୀ ଆଫଗାନ୍ ବିଦ୍ରୋହୀ । ସିଂହାସନ ଆରୋହଣ ପରେ ହୁମାୟୁନ୍ ତାଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିଥିଲେ ।
  • ପ୍ରାରମ୍ଭିକ ପର୍ଯ୍ୟାୟରେ ହୁମାୟୁନ୍‌ଙ୍କ ହସ୍ତରେ ପରାସ୍ତ ହୋଇ ଶେର୍ ଖାଁ ଆତ୍ମସମର୍ପଣ କରିଥିଲେ । ପରବର୍ତ୍ତୀ ସମୟରେ ହୁମାୟୁନ୍ ବାହାଦୂର ଶାହାଙ୍କ ସହ ଯୁଦ୍ଧରତ ଥିଲାବେଳେ ଶେର୍ ଖାଁ ପୁଣି ବଙ୍ଗ ରାଜ୍ୟ ଆକ୍ରମଣ କରିଥିଲେ । ବଙ୍ଗର ରାଜା ବାଧ୍ୟ ହୋଇ ତାଙ୍କ ସହ ସନ୍ଧି କରି ବିପୁଳ ଅର୍ଥ ଦେଇଥିଲେ । ଫଳରେ ସମଗ୍ର ବିହାର ଓ ବଙ୍ଗଳାରେ ଶେର୍ ଖାଁ ଆଧ୍ୟତ୍ୟ ବିସ୍ତାର କରିଥିଲେ ।
  • ୧୫୩୭ ଖ୍ରୀ.ଅ.ରେ ହୁମାୟୁନ ଶେର୍ ଖାଁଙ୍କ ସହ ଯୁଦ୍ଧ କରି ଚୁନାର ଦୁର୍ଗ ଓ ବଙ୍ଗର ଗୌଡ଼ ଅଧିକାର କରିଥିଲେ । ସେତେବେଳକୁ ଶେର୍ ଖାଁ ନାରା, ବନାରସ ଓ ଜୌନପୁର ଅତ୍‌କାର କରିସାରିଥିଲେ । ଶେଷରେ ୧୫୩୯ ଖ୍ରୀ.ଅ.ରେ ଚୌସାଠାରେ ଶେର୍ ଖାଁ ହୁମାୟନଙ୍କୁ ପରାସ୍ତ କରିଥିଲେ ।
  • ପୁନଶ୍ଚ ୧୫୪୦ ଖ୍ରୀ.ଅ.ରେ କନୌଜଠାରେ ହୁମାୟୁନ୍ ଶେର୍ ଖାଁଙ୍କଠାରୁ ଯୁଦ୍ଧରେ ପରାସ୍ତ ହୋଇ ଦିଲ୍ଲୀ

(ଙ) ଆକବର ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ କିପରି ?
Answer:

  • ପିତା ହୁମାୟୁନ୍‌ଙ୍କ ମୃତ୍ୟୁ ପରେ ମାତ୍ର ୧୩ ବର୍ଷ ବୟସରେ ଆକବର ପଞ୍ଜାବଠାରେ ସିଂହାସନ ଆରୋହଣ କରିଥିଲେ ଏବଂ ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
  • ସେହି ସମୟରେ ଶେର୍‌ଶାହାଙ୍କ ବଂଶର ଜଣେ ରାଜାଙ୍କର ସୁଯୋଗ୍ୟ ମନ୍ତ୍ରୀ ହିମୁ ମୋଗଲମାନଙ୍କୁ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରିନେଇଥିଲେ ।
  • ଆକବର ବୈରାମ୍ ଖାଁଙ୍କ ସାହାଯ୍ୟରେ ହିମୁଙ୍କୁ ଦ୍ଵିତୀୟ ପାନିପଥ ଯୁଦ୍ଧରେ ୧୫୫୬ ଖ୍ରୀଷ୍ଟାବ୍ଦରେ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କଲେ ।
  • ପରବର୍ତ୍ତୀ କାଳରେ ସେ ରାଜପୁତମାନଙ୍କ ପ୍ରତି ଉଦାରନୀତି ଗ୍ରହଣ କରି ଓ ସେମାନଙ୍କ ସହ ବୈବାହିକ
  • ଏହିପରି ଭାବରେ ଆକବର ଭାରତରେ ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ ।

(ଚ) ହଳଦୀଘାଟ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ? ଏହି ଯୁଦ୍ଧର ଫଳାଫଳ କ’ଣ ହୋଇଥିଲା ?
Answer:

  • ହଳଦୀଘାଟ ଯୁଦ୍ଧ ୧୫୭୬ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
  • ଏହି ଯୁଦ୍ଧରେ ମାନସିଂହଙ୍କ ନେତୃତ୍ବରେ ମୋଗଲମାନେ ରାଣା ପ୍ରତାପଙ୍କୁ ପରାଜିତ କରି ଚିତୋର ଦୁର୍ଗ ଅଧିକାର କରିଥିଲେ ।
  • ଏହି ଯୁଦ୍ଧ ପରେ ଭାରତର ସମସ୍ତ ରାଜପୁତ୍ ରାଜ୍ୟଗୁଡ଼ିକ ଉପରେ ଆକବରଙ୍କ ପ୍ରଭାବ ପ୍ରତିଷ୍ଠିତ ହୋଇ ପାରିଥିଲା ।

(ଛ) ଆକବର କାହିଁକି ଉଦାର ଧର୍ମନୀତି ଗ୍ରହଣ କରିଥିଲେ ?
Answer:

  • ଆକବର ତାଙ୍କର ଉଦାର ଧର୍ମନୀତି ପାଇଁ ଇତିହାସରେ ସ୍ମରଣୀୟ ହୋଇ ରହିଛନ୍ତି ।
  • ଏକ ଉଦାର ଧର୍ମନୀତିକୁ ଅବଲମ୍ବନ କରି ସେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥ‌ିବା ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ । ଏଥ‌ିପାଇଁ ଆକବର ହିନ୍ଦୁମାନଙ୍କ ଉପରୁ ଜିଜିୟା କର ଓ ତୀର୍ଥଯାତ୍ରୀ କର ଉଠାଇ ଦେଇଥିଲେ ।
  • ସେ ହିନ୍ଦୁମାନଙ୍କ ପରି ବେଶପୋଷାକ ପିନ୍ଧୁଥୁଲେ ହିନ୍ଦୁ ପର୍ବପର୍ବାଣିରେ ଯୋଗ ଦେଉଥିଲେ । ଅନେକ ହିନ୍ଦୁ ମନ୍ଦିର ତାଙ୍କ ସମୟରେ ନିର୍ମିତ ହୋଇଥିଲା ।
  • ଭାରତରେ ଏକ ସାର୍ବଜନୀନ ଧର୍ମ ପ୍ରତିଷ୍ଠା କରିବା ଆକବରଙ୍କର ଲକ୍ଷ୍ୟ ଥିଲା । ତେଣୁ ସେ ଫତେପୁର ସିକ୍ରୀଠାରେ ‘ଇବାଦତ୍ନା’ ନାମକ ଏକ ଉପାସନା ଗୃହ ୧୫୭୫ ଖ୍ରୀ.ଅ.ରେ ନିର୍ମାଣ କରିଥିଲେ ।
  • ସେ ଦିନ୍-ଇ-ଇଲାହୀ ନାମକ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ । ମାତ୍ର ଏହି ଧର୍ମ ଗ୍ରହଣ କରିବାକୁ କାହାକୁ ବାଧ୍ୟ କରି ନଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଜ) ନୁର୍‌ଜାହାନ୍ କିଏ ? ଜାହାଙ୍ଗୀରଙ୍କ ଶାସନକାଳରେ ତାଙ୍କର ଭୂମିକା କିପରି ଥିଲା ?
Answer:

  • ନୁର୍‌ଜାହାନ୍ ଥିଲେ ଜାହାଙ୍ଗୀରଙ୍କର ପତ୍ନୀ । ୧୬୧୧ ଖ୍ରୀଷ୍ଟାବ୍ଦରେ ଜୀହାଙ୍ଗୀର ନୁର୍‌ଜାହାନ୍‌ଙ୍କୁ ବିବାହ କରିଥିଲେ । ଜାହାଙ୍ଗୀରଙ୍କ ଶାସନକାଳରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ।
  • ସେ ଅତ୍ୟନ୍ତ ସୁନ୍ଦରୀ ଓ ବୁଦ୍ଧିମତୀ ଥିଲେ । ତେଣୁ ଜାହାଙ୍ଗୀରଙ୍କୁ ପ୍ରତି ସ୍ତରରେ ସେ ରୂପ ଓ ବୁଦ୍ଧିଦ୍ୱାରା
  • ଜାହାଙ୍ଗୀର ବିଳାସମୟ ଜୀବନଯାପନ କରି ଶାସନକାର୍ଯ୍ୟରେ ଅବହେଳା କରୁଥିବାରୁ ନୁର୍‌ଜାହାନ୍ ଅନେକ
  • ସରକାରୀ କାଗଜପତ୍ର ଓ ନିର୍ଦେଶାନାମାରେ ନୁର୍‌ଜାହାନ୍ ଦସ୍ତଖତ କରୁଥିଲେ ।
  • ଏପରିକି ଦେଶରେ ପ୍ରଚଳିତ ମୁଦ୍ରାରେ ଜାହାଙ୍ଗୀରଙ୍କ ସହିତ ନୁର୍‌ଜାହାନ୍‌ଙ୍କ ନାମ ମଧ୍ୟ ରହୁଥିଲା ।

(ଝ) ଶାହାଜାହାନ୍‌ଙ୍କ ସଫଳ କୃତିଗୁଡ଼ିକ କ’ଣ ଥିଲା ?
Answer:

  • ଜାହାଙ୍ଗୀରଙ୍କର ତୃତୀୟ ପୁତ୍ର ଶାହାଜାହାନଙ୍କର ରାଜତ୍ଵ ସମୟରେ ମୋଗଲ କଳା ଓ ସ୍ଥାପତ୍ୟ ବିକାଶର ଚରମ ସୀମାରେ ପହଞ୍ଚିଲା ।
  • ନିଜର ପତ୍ନୀ ମମ୍‌ତାନ୍‌ଙ୍କ ସ୍ମୃତିରେ ସେ ଉତ୍ତର ପ୍ରଦେଶର ଆଗ୍ରାଠାରେ ଅବସ୍ଥିତ ଯମୁନା ନଦୀ କୂଳରେ ‘ତାଜମହଲ’ ନାମକ ଏକ ସ୍ମୃତି ମନ୍ଦିର ତିଆରି କରିଥିଲେ ।
  • ବିଶ୍ଵର ସପ୍ତାଶ୍ଚାଯ୍ୟ ମଧ୍ଯରେ ସ୍ଥାନ ପାଇଥିବା ଏହି ତାଜମହଲ ଅନନ୍ୟ ସ୍ଥାପତ୍ୟ ଓ କଳା ପାଇଁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି ।
  • ଏହାଛଡ଼ା ଶାହାଜାହାନ୍ ଜୁମା ମସ୍‌ଜିଦ୍, ମୋତି ମସ୍‌ଜିଦ୍ ଆଦି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଧର୍ମପୀଠମାନ ନିର୍ମାଣ କରାଇଥିଲେ ।
  • ଦିଲ୍ଲୀର ଉପକଣ୍ଠ ଯମୁନା ନଦୀ କୂଳରେ ସେ ‘ଶାହାଜାହାବାଦ’ ନାମକ ଏକ ନଗରୀ ପ୍ରତିଷ୍ଠା କରିଥିଲେ, ଯେଉଁଠାରେ ଲାଲ୍‌କିଲ୍ଲା ବା ରେଡ୍‌ଫୋର୍ଟ ନିର୍ମାଣ କରାଯାଇଥିଲା ।
  • ଏହି ଦୁର୍ଗ ମଧ୍ୟରେ ଥ‌ିବା ସୌଧମାନଙ୍କ ମଧ୍ୟରେ ମୋତିମହଲ, ହୀରାମହଲ, ରଙ୍ଗମହଲ, ଦେୱାନ-ଇ- ଆମ୍ବ, ଦେୱାନ୍-ଇ-ଖାସ୍ ପ୍ରସିଦ୍ଧ ଥିଲା । ଏହାବ୍ୟତୀତ ସେ ହୀରା ଓ ମଣିମୁକ୍ତାଖଚିତ ମୟୂର ସିଂହାସନ ନିର୍ମାଣ କରିଥିଲେ ।

(ଞ) ଔରଙ୍ଗଜେବ୍‌ଙ୍କର ହିନ୍ଦୁମାନଙ୍କ ପ୍ରତି ମନୋଭାବ କିପରି ଥିଲା ?
Answer:

  • ଔରଙ୍ଗଜେବ୍ ଜଣେ ନୈଷ୍ଠିକ ମୁସଲମାନ ଥିଲେ ଓ ତାଙ୍କର ହିନ୍ଦୁମାନଙ୍କ ପ୍ରତି ବିଦ୍ବେଷ ମନୋଭାବ ଥିଲା ।
  • ସେ ହିନ୍ଦୁମାନଙ୍କ ଉପରେ ପୁଣି ଥରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ।
  • ସେ ରାଜପୁତ୍ମାମାନଙ୍କୁ ମଧ୍ୟ ହତାଦର କରୁଥିଲେ ।
  • ତାଙ୍କର ଶାସନ କାଳରେ ହିନ୍ଦୁମାନଙ୍କୁ କୌଣସି ଉଚ୍ଚ ପଦପଦବୀରେ ନିଯୁକ୍ତି ଦିଆଯାଇ ନଥିଲା ।
  • ଏହା ବ୍ୟତୀତ ଜାଠ, ଶିଖ୍, ସତନାମୀ ଓ ମରହଟ୍ଟାମାନେ ମଧ୍ୟ ତାଙ୍କ ହିନ୍ଦୁବିଦ୍ବେଷ ନୀତିର ଶିକାର ହୋଇଥିଲେ ।

(ଟ) ମୋଗଲ ଶାସକମାନଙ୍କର ଅନ୍ୟ ଶାସକମାନଙ୍କ ସହ ସମ୍ପର୍କ କିପରି ଥିଲା ?
Answer:

  • ମୋଗଲମାନେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ । ଭାରତରେ ଯେଉଁ ରାଜା ସେମାନଙ୍କର ବଶ୍ୟତା ସ୍ବୀକାର କରୁନଥିଲେ, ତାଙ୍କ ବିରୁଦ୍ଧରେ ସେମାନେ ଯୁଦ୍ଧ କରୁଥିଲେ ।
  • ଭାରତୀୟ ରାଜାମାନଙ୍କ ମଧ୍ୟରୁ ଅଧିକାଂଶ ରାଜପୁତ୍ ରାଜା ଆକବରଙ୍କ ବଶ୍ୟତା ସ୍ବୀକାର କରିଥିଲେ । ଏପରିକି ସେମାନଙ୍କ ମଧ୍ୟରୁ କେତେକ ନିଜ ନିଜର କନ୍ୟାଙ୍କୁ ମୋଗଲ ପରିବାରରେ ବିବାହ ଦେଇ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।
  • କେବଳ ମେୱାରର ଶିଶୋଦୀୟ ରାଜପୁତ୍ମାମାନେ ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ବୀକାର କରିବାପାଇଁ ମନା କରିଥିଲେ । ମୋଗଲମାନେ ସେମାନଙ୍କୁ ପରାଜିତ କରିଥିଲେ ।
  • ମୋଗଲ ଶାସକମାନେ ପରାଜିତ ରାଜାମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେଉଥିଲେ ଏବଂ ତାଙ୍କୁ କୌଣସି ପ୍ରକାର ଅସମ୍ମାନ କରୁନଥିଲେ । ଫଳରେ ସେମାନେ ରାଜପୁତ୍ ରାଜାମାନଙ୍କ ଉପରେ ସହଜରେ ପ୍ରଭାବ ବିସ୍ତାର କରିପାରୁଥିଲେ ।
  • କିନ୍ତୁ ଔରଙ୍ଗଜେବ୍ ଶାସକ ଥିବା ସମୟରେ ସେ ରାଜପୁତ୍ ରାଜା ଏବଂ ମରହଟ୍ଟା ରାଜା ଶିବାଜୀଙ୍କ ସହିତ ସମ୍ପର୍କକୁ ଅତ୍ୟନ୍ତ ତିକ୍ତ କରିଥିଲେ, ଯାହାର କୁପ୍ରଭାବ ମୋଗଲ ସାମ୍ରାଜ୍ୟ ଉପରେ ପଡ଼ିଥିଲା ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(୦) ମୋଗଲମାନଙ୍କର ଧର୍ମନୀତି କିପରି ଥିଲା ?
Answer:

  • ମୋଗଲ ସମ୍ରାଟମାନେ ଇସଲାମ୍ ଧର୍ମାବଲମ୍ବୀ ଥିଲେ ମଧ୍ୟ ଔରଙ୍ଗଜେବ୍‌ଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ସମ୍ରାଟ ଅତ୍ୟନ୍ତ ଉଦାର ଥିଲେ ।
  • ଭାରତରେ ଥିବା ବିଭିନ୍ନ ଧର୍ମ ଏବଂ ଭାରତୀୟମାନଙ୍କ ଧର୍ମଭାବନା ପ୍ରତି ସେମାନେ ସମ୍ମାନ ଜଣାଇଥିଲେ ।
  • ନିଜର ଧର୍ମନୀତି ପାଇଁ ମୋଗଲ ସମ୍ରାଟ ମହାନୁଭବ ଆକବର ଥିଲେ ସୁପ୍ରସିଦ୍ଧ । ଧର୍ମକ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉଦାରନୀତି ଅବଲମ୍ବନ କରି ସେ ହିନ୍ଦୁ, ମୁସଲମାନମାନଙ୍କ ମଧ୍ୟରେ ଥ‌ିବା ଭେଦଭାବକୁ ଦୂର କରିବାକୁ ଚେଷ୍ଟା କରିଥିଲେ ।
  • ତାଙ୍କଦ୍ୱାରା ସୃଷ୍ଟ ଦିନ୍-ଇ-ଇଲାହୀ ଥିଲା ଏକ ଶ୍ରେଷ୍ଠ କୃତି । ପ୍ରତ୍ୟେକ ଧର୍ମ ମଧ୍ୟରେ ପ୍ରୀତି ସ୍ଥାପନ କରି ଏକ ସର୍ବଭାରତୀୟ ଜାତି ଗଠନ କରିବା ଥିଲା ଆକବରଙ୍କର ଉଦ୍ଦେଶ୍ୟ । ହିନ୍ଦୁମାନଙ୍କ ଉପରୁ ଘୃଣ୍ୟ ଜିଜିୟା ଓ ତୀର୍ଥଯାତ୍ରୀ କର ଉଠାଇଦେବା ସହ ସବୁ ଧର୍ମର ଲୋକଙ୍କୁ ସମାନ ସୁବିଧା ସୁଯୋଗ ସେ ପ୍ରଦାନ କରିଥିଲେ ।
  • ମାତ୍ର ଔରଙ୍ଗଜେବଙ୍କ ହିନ୍ଦୁ ବିଦ୍ବେଷ ନୀତି ଏକ ମାରାତ୍ମକ ରୂପ ଧାରଣ କରି ସର୍ବଶେଷରେ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ।

(ଡ) ମୋଗଲ ଶାସନ ସମୟରେ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥିଲା ?
Answer:

  • ମୋଗଲ ଶାସନକାଳରେ ସମ୍ରାଟ ସମାଜର ପ୍ରଥମ ନାଗରିକ ଓ ସାମ୍ରାଜ୍ଞୀ ସମାଜର ପ୍ରଥମ ମହିଳା ଥିଲେ । ସମ୍ରାଟଙ୍କ ପରେ ସମାଜରେ ସମ୍ଭ୍ରାନ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ସର୍ବନିମ୍ନ ଶ୍ରେଣୀ ବାସ କରୁଥିଲେ । ସମ୍ଭ୍ରାନ୍ତ ମାନେ ବିଳାସରେ ଜୀବନ ଅତିବାହିତ କରୁ ଥ‌ିବାବେଳେ ମଧ୍ୟବିତ୍ତ ଶ୍ରେଣୀ ଅନ୍ତର୍ଗତ ଲେଖକ, ବ୍ୟବସାୟୀ, କଳାକାର ଓ ସର୍ବନିମ୍ନ ଶ୍ରେଣୀ ଅନ୍ତର୍ଗତ କୃଷକ, ବଣିକ, ଶ୍ରମିକ ଆଦି ଅତି ଶୋଚନୀୟ ଭାବରେ ଜୀବିକା ନିର୍ବାହ କରୁଥିଲେ ।
  • ମୁସଲମାନମାନେ ଭୋଜନରେ ଭାତ, ରୁଟି ଏବଂ ବିଭିନ୍ନ ପ୍ରକାର ମାଂସ, ପ୍ରିୟ ଖାଦ୍ୟରୂପେ ବିରିୟାନୀ ଓ କଚମ୍ବର ଖାଉଥିଲେ । ସେମାନେ ଅଙ୍ଗୁର ଓ ଡାଳିମ୍ବ ଆଦି ଫଳ ଖାଇବା ସହ ଏଗୁଡ଼ିକର ରଙ୍ଗୀନ ସର୍ବତ ପାନୀୟରୂପେ ପିଉଥିଲେ । ସେହିପରି ହିନ୍ଦୁମାନଙ୍କର ପ୍ରିୟ ଖାଦ୍ୟ ଥିଲା ଖେଚୁଡ଼ି । ଉତ୍ତର ଭାରତୀୟ ହିନ୍ଦୁମାନେ ମୁଖ୍ୟତଃ ରୁଟି ଖାଉଥଲେ ଓ ପର୍ବପର୍ବାଣିରେ ପୁରୀ, ଲୁଚି ଓ ଖୂରୀ ଆଦି ପ୍ରସ୍ତୁତ କରୁଥିଲେ ।
  • ଶାସକମାନେ ଦାମୀ ଓ ସୂକ୍ଷ୍ମ ପୋଷାକ ପରିଧାନ କରୁଥିଲାବେଳେ ମୁସଲମାନ ରମଣୀମାନେ ସାଲୁଆର, କୁର୍ତ୍ତା ପରିଧାନ କରିବା ସହିତ କଜ୍ଵଳ, ଗୋଲାପ ଜଳ, ଅତର, ନଖ ରଞ୍ଜକ, ମେହନ୍ଦୀ ଆଦି ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିଲେ । ଅପର ପକ୍ଷରେ ସମ୍ଭ୍ରାନ୍ତ ହିନ୍ଦୁମାନେ ମୂଲ୍ୟବାନ୍ ପୋଷାକ, ସାଧାରଣ ଜନତା ମୋଟା ସୂତାବୁଣା ପୋଷାକ ପିନ୍ଧୁଥିଲେ ଓ ମୁଣ୍ଡରେ ପଗଡ଼ି ବାନ୍ଧୁଥିଲେ ।
  • ସମ୍ରାଟ ଓ ସମ୍ଭ୍ରାନ୍ତମାନେ ନୌବିହାର, ଶିକାର, ଖଣ୍ଡାଯୁଦ୍ଧ, ଘୋଡ଼ାଦୌଡ଼ ଏବଂ ସାଧାରଣ ମୁସଲମାନମାନେ ସତରଞ୍ଜ, ଗୁଡ଼ିଉଡ଼ା, ପାରାଉଡ଼ା, କୁକୁଡ଼ା ଲଢ଼େଇ ଆଦି ମାଧ୍ୟମରେ ଖେଳରେ ଅବସର ବିନୋଦନ କରୁଥିଲେ । ସେହିପରି ହିନ୍ଦୁମାନେ ମଲ୍ଲଯୁଦ୍ଧ, କୁସ୍ତି ଓ ଶିକାର, ପଶାପାଲି, ବାଦ୍ୟଯନ୍ତ୍ର, ରାମଲୀଳା ଓ ଯାଦୁଖେଳ ଆଦି ମାଧ୍ୟମରେ ସମୟ ଅତିବାହିତ କରୁଥିଲେ ।
  • ମୁସଲମାନମାନେ ମହରମ୍ ଓ ଇଦ୍ ଏବଂ ହିନ୍ଦୁମାନେ ଜନ୍ମ ଉତ୍ସବ, ନାମକରଣ, ରକ୍ଷାବନ୍ଧନ, ଶିବରାତ୍ରି, ରାମନବମୀ ଆଦି ପର୍ବପର୍ବାଣି ପାଳନ କରୁଥିଲେ ।
  • ମୋଗଲ ଯୁଗରେ ମୁସଲମାନ ଛାତ୍ରମାନେ ସ୍କୁଲ ଶିକ୍ଷା ସମାପ୍ତ କରି ମଦ୍ରାସାରେ ଓ ହିନ୍ଦୁ ଛାତ୍ରମାନେ ପ୍ରାଥମିକ ବିଦ୍ୟାଳୟ ବା ଟୋଲ୍‌ରେ ଶିକ୍ଷାଲାଭ କରୁଥିଲେ ।

(ଢ) ମୋଗଲ ରାଜତ୍ଵ କାଳରେ ଭାଷା ଓ ସାହିତ୍ୟର ଉନ୍ନତି କିପରି ହୋଇଥିଲା ?
Answer:

  • ମୋଗଲ ରାଜତ୍ଵ କାଳରେ ପାର୍ସୀ, ଅରବୀ, ଉର୍ଦ୍ଦୁ, ହିନ୍ଦୀ ଭାଷା ଓ ସାହିତ୍ୟରେ ବିଶେଷ ଉନ୍ନତି ସାଧୂ ହୋଇଥିଲା ।
  • ମୋଗଲ ଦରବାରରେ ଅନେକ ବିଶିଷ୍ଟ କବି, ସାହିତ୍ୟିକ ଓ ଐତିହାସିକ ଥିଲେ । ଆକବର ନିଜେ ନିରକ୍ଷର ଥିଲେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅନୁରାଗ ଥିଲା ।
  • ବାବର, ହୁମାୟୁନ୍, ଜାହାଙ୍ଗୀର ଓ ଔରଙ୍ଗଜେବ୍‌ ନିଜ ନିଜର ଆତ୍ମଚରିତ ଲେଖୁ ମୋଗଲ ଯୁଗର ସାହିତ୍ୟକୁ ପରିପୁଷ୍ଟ କରିଥିଲେ ।
  • ସେହି ସମୟରେ କବୀରଙ୍କ ‘ଦୋହା’, ତୁଳସୀଦାସଙ୍କ ‘ରାମଚରିତ ମାନସ’, ଅନ୍ଧକବି ସୁରଦାସଙ୍କ ‘ସୁରସାଗର’ ଓ ରସ ଖାଁଙ୍କ ଭକ୍ତଗୀତ ‘ପ୍ରେମବାଟିକା’ ପ୍ରସିଦ୍ଧି ଲାଭ କରିଥିଲା ।
  • ଏହି ସମୟରେ ଅନେକ ପ୍ରାଚୀନ ହିନ୍ଦୁଗ୍ରନ୍ଥ ପାର୍ସୀ ଭାଷାରେ ଅନୁବାଦିତ ହୋଇଥିଲା । ସାହିତ୍ୟ ମାଧ୍ୟମରେ ହିନ୍ଦୁ ଓ ଇସଲାମ୍ ସଂସ୍କୃତିର ସମନ୍ଵୟ ଘଟିଥିଲା ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଣ) ମୋଗଲ ଶାସନ ସମୟକୁ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ କାହିଁକି ?
Answer:

  • ମୋଗଲ କଳା ଓ ସ୍ଥାପତ୍ୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ଵରେ ଆଦୃତ ହୋଇଥିଲା । ମୋଗଲ ବଂଶର ଜନପ୍ରିୟ ଶାସକ ଆକବର ଏବଂ ଶାହାଜାହାନ୍‌ଙ୍କ ପୃଷ୍ଠପୋଷକତା ଲାଭ କରି ସେହି ସମୟରେ କଳା ଓ ସ୍ଥାପତ୍ୟ ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା । ଶାହାଜାହାନ୍‌ଙ୍କ ରାଜତ୍ଵକାଳ ମୋଗଲ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣଯୁଗ ରୂପେ ପ୍ରସିଦ୍ଧ ।
  • ମୋଗଲ ସମ୍ରାଟମାନେ ଅଜସ୍ର ଅର୍ଥବ୍ୟୟରେ କାରୁକାର୍ଯ୍ୟପୂର୍ଣ୍ଣ ମନୋରମ ରାଜପ୍ରାସାଦ, ଦୁର୍ଗ, ମସ୍‌ଜିଦ୍, ସମାଧ୍, ସୌଧ ଆଦି ନିର୍ମାଣ କରିଥିଲେ । ଆକବରଙ୍କ ସମୟର ଆଗ୍ରା ଦୁର୍ଗ, ଫତେପୁର ସିକ୍ରୀର ରାଜପ୍ରାସାଦ ଆଦି ଲାଲ ପଥରର ନିର୍ମିତ ହୋଇଥିଲା ।
  • ଶାହାଜାହାନ୍‌ଙ୍କଦ୍ଵାରା ଯମୁନା ନଦୀ କୂଳରେ ମାର୍ବଲ ପଥରର ନିର୍ମିତ ତାଜମହଲ ମୋଗଲ ଯୁଗର ଏକ ଅଦ୍ବିତୀୟ କୀର୍ତ୍ତି ଥିଲା ।
    ତାଙ୍କର କୀର୍ତ୍ତିଗୁଡ଼ିକ ମଧ୍ୟରୁ ମୋତି ମସ୍‌ଜିଦ୍, ଲାଲକିଲ୍ଲା, ଜୁମା ମସ୍‌ଜିଦ୍ ଆଦି ପ୍ରସିଦ୍ଧ ଅଟେ । ଏସବୁ କୀର୍ତ୍ତି ଇସଲାମ୍ ଓ ଭାରତୀୟ କଳାଶୈଳୀରେ ନିର୍ମିତ ହୋଇଥିଲା । ଏତଦ୍‌ବ୍ୟତୀ ହୀରା, ମଣିମୁକ୍ତାଖଚିତ ବିଶ୍ୱବିଖ୍ୟାତ ମୟୂର ସିଂହାସନ ଶାହାଜାହାନ୍ ନିର୍ମାଣ କରିଥିଲେ ।
  • ଜାହାଙ୍ଗୀରଙ୍କ ସମୟରେ ଚିତ୍ରକଳାର ବିକାଶ ସାଧୂ ହୋଇଥିଲା । ଜାହାଙ୍ଗୀର ସାର୍‌ ଟମାସ୍ ରୋଙ୍କ ସଂସ୍ପର୍ଶରେ ଆସି ୟୁରୋପୀୟ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ ।

୨। ତଳ ପ୍ରଶ୍ନର କେତେକ ସମ୍ଭାବ୍ୟ ଉତ୍ତର ଦିଆଯାଉଛି । ସେଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ ଠିକ୍ (✓) ଚିହ୍ନ ଦିଅ ।
(କ) ବାବରଙ୍କ ପିତାଙ୍କ ନାମ କ’ଣ ଥିଲା ?
( ) ଶେଖର ମିର୍ଜା ( ) ଉମର୍ ଶେଖ୍ ମିର୍ଜା ( ) ଶେଖ୍ ଉମର୍ ମିର୍ଜା ( ) ଶେଖ୍ ମିର୍ଜା
Answer:
(✓) ଉମର୍ ଶେଖ୍ ମିର୍ଜା

(ଖ) ଘାଘରା ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?
( ) ୧୫୨୯ ଖ୍ରୀଷ୍ଟାବ୍ଦ ( ) ୧୫୩୦ ଖ୍ରୀଷ୍ଟାବ୍ଦ ( ) ୧୫୩୧ ଖ୍ରୀଷ୍ଟାବ୍ଦ ( ) ୧୫୩୨ ଖ୍ରୀଷ୍ଟାବ୍ଦ
Answer:
(✓) ୧୫୨୯ ଖ୍ରୀଷ୍ଟାବ୍ଦ

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଗ) ପାରସ୍ୟର ବର୍ତ୍ତମାନ ନାମ କ’ଣ ?
( ) ଇରାକ୍ ( ) କୁଏତ୍ ( ) ସାଉତି ଆରବ ( ) ଇରାନ୍
Answer:
(✓) ଇରାନ୍

(ଘ) ଆକବରଙ୍କ ଅଭିଭାବକଙ୍କ ନାମ କ’ଣ ଥିଲା ?
( ) ବୈରାମ୍ ଖାଁ ( ) ଛୋଟେ ଖାଁ ( ) ବଡ଼େ ଖାଁ ( ) ଉମର୍ ଖାଁ
Answer:
(✓) ବୈରାମ୍ ଖାଁ

(ଙ) ଆକବର ନିଜ ସାମ୍ରାଜ୍ୟକୁ କେତୋଟି ସୁବାରେଭାଗ କରିଥିଲେ ?
( ) ୧୨ଟି ( ) ୧୩ଟି ( ) ୧୪ଟି ( ) ୧୫ଟି
Answer:
(✓) ୧୫ଟି

(ଚ) ଆକବରଙ୍କ ଜ୍ୟେଷ୍ଠପୁତ୍ରଙ୍କ ନାମ କ’ଣ ଥିଲା ?
( ) ଅଲିମ୍ ( ) ସଲିମ୍ ( ) ଖୁରମ୍ ( ) ହଲିମ୍
Answer:
(✓) ସଲିମ୍

(ଛ) ମୋଗଲ ଶାସନ ସମୟରେ ଗ୍ରାମଗୁଡ଼ିକୁ ନେଇ କ’ଣ ଗଠିତ ହୋଇଥିଲା ?
( ) ଜିଲ୍ଲା ( ) ରାଜ୍ୟ ( ) ପ୍ରଗଣା ( ) ଦେଶ
Answer:
(✓) ପ୍ରଗଣା

(ଜ) ଅନ୍ଧକବି ସୁରଦାସ କ’ଣ ରଚନା କରିଥିଲେ ?
( ) ସୁର ସାଗର () ଅମୃତ ସାଗର ( ) ରାମଚରିତ ମାନସ ( ) ପ୍ରେମ ବଟିକା
Answer:
(✓) ସୁର ସାଗର

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଝ) ଫତେପୁର ସିକ୍ରୀ ରାଜପ୍ରସାଦ କେଉଁ ପଥରରେ ନିର୍ମିତ ହୋଇଥିଲା ?
( ) ମୁଗୁନି ପଥର ( ) ଲାଲ ପଥର ( ) ମାର୍ବଲ ପଥର ( ) ନୀଳ ପଥର
Answer:
(✓) ଲାଲ ପଥର

୩। ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ବାବର ଚେଙ୍ଗିଜ୍ ଖାଁଙ୍କ ବଂଶଧର ଥିଲେ ।
Answer:
ବାବର ତୈମୁରଲଙ୍କ ବଂଶଧର ଥିଲେ ।

(ଖ) ହୁମାୟୁନ୍ ମହମ୍ମଦ ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅସ୍ୱୀକାର କରିଥିଲେ ।
Answer:
ହୁମାୟୁନ୍ ବାହାଦୂର ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅଧିକାର କରିଥିଲେ ।

(ଗ) ମାନସିଂଙ୍କ ନେତୃତ୍ୱରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ରତନଙ୍କୁ ପରାସ୍ତ କରିଥିଲେ ।
Answer:
ମାନସିଂଙ୍କ ନେତୃତ୍ବରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ପ୍ରତାପଙ୍କୁ ପରାସ୍ତ କରିଥିଲେ ।

(ଘ) ବୀରବଲ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ ।
Answer:
ତାସେନ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ ।

(ଙ) ଲାଲକିଲ୍ଲା ଆକବର ପ୍ରତିଷ୍ଠା କରିଥିଲେ ।
Answer:
ଲାଲ୍‌କିଲ୍ଲା ଶାହାଜାହାନ୍ ପ୍ରତିଷ୍ଠା କରିଥିଲେ ।

(ଚ) ଔରଙ୍ଗଜେବ୍ ଶିଙ୍ଖାମାନଙ୍କ ନବମ ଗୁରୁ ଗୋବିନ୍ଦ ସିଂଙ୍କୁ ହତ୍ୟା କରିଥିଲେ ।
Answer:
ଔରଙ୍ଗଜେବ୍ ଶିଖ୍ରୀମାନଙ୍କ ନବମ ଗୁରୁ ତେଗ୍‌ବାହାଦୂରଙ୍କୁ ହତ୍ୟା କରିଥିଲେ ।

(ଛ) ମାରୱାରର ବର୍ତ୍ତମାନ ନାମ ଜୟପୁର ଅଟେ ।
Answer:
ଅମ୍ବରର ବର୍ତ୍ତମାନ ନାମ ଜୟପୁର ଅଟେ ।

(ଜ) ଆକବର ଉତ୍ପାଦନର ଏକ ଚତୁର୍ଥାଂଶ ଭୂରାଜସ୍ଵ ରୂପେ ନେଉଥିଲେ ।
Answer:
ଆକବର ଉତ୍ପାଦନର ଏକ ତୃତୀୟାଂଶ ଭୂରାଜସ୍ବ ରୂପେ ନେଉଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଝ) ମୋଗଲ ଶାସନ କାଳରେ ମୁସଲମାନ ସମାଜ ୫ ଭାଗରେ ବିଭକ୍ତ ହୋଇଥିଲା ।
Answer:
ମୋଗଲ ଶାସନ କାଳରେ ମୁସଲମାନ ସମାଜ ୪ ଭାଗରେ ବିଭକ୍ତ ହୋଇଥିଲା ।

(ଞ) ରମୁ ଖାଁ ସୁରସାଗର ରଚନା କରିଥିଲେ ?
Answer:
ସୁର ଦାସ ସୁରସାଗର ରଚନା କରିଥିଲେ ।

୪। ‘କ’ ସ୍ତମ୍ଭରେ ଥ‌ିବା ସମୟକୁ ଓ ‘ଖ’ ସ୍ତମ୍ଭରେ ଥ‌ିବା ଘଟଣାକୁ ଗାର ଦେଇ ଯୋଡ଼ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) 1

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) 2

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(d)

Question 1.
Δ ABC ଅଙ୍କନ କର ଯାହାର :
(i) a = 3.4 ସେ.ମି., m∠C = 30°, c = 4.2 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 1
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 3.4 ସେ.ମି. ।
(b) C ବିନ୍ଦୁରେ ∠BCX ଅଙ୍କନ କର ଯାହାର ପରିମାଣ 30° ।
(c) B କୁ କେନ୍ଦ୍ରକରି 4.2 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{CX}}\) କୁ A ଓ ବିନ୍ଦୁରେ ଛେଦ କରିବ ।
(d) B͞A ଅଙ୍କନ କରି Δ ABC ଓ ଅଙ୍କନ ସଂପୂର୍ଣ୍ଣ କର ।
ବି.ଦ୍ର. : ଏଠାରେ BA > BC ହେତୁ ଗୋଟିଏ ମାତ୍ର ତ୍ରିଭୁଜ ଅଙ୍କନ ସମ୍ଭବ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d)

(ii) c = 8 ସେ.ମି., m∠A = 60°, a = 6.9 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 2
(a) AB ଅଙ୍କନ କର ଯାହାର ଦୈର୍ଘ୍ୟ 8 ସେ.ମି. ।
(b) A ବିନ୍ଦୁରେ ∠BAX ଅଙ୍କନ କର ଯାହାର ପରିମାଣ 60° ।
(c) B କୁ କେନ୍ଦ୍ରକରି 6.9 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{AX}}\) କୁ C ବିନ୍ଦୁରେ ଛେଦ କରୁ ।
(d) B͞C ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

(iii) b = 8.5 ସେ.ମି., m∠C = 45°, c = 6 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 3
(a) A͞C ଅଙ୍କନ କର ଯାହାର ଦୈର୍ଘ୍ୟ 8.5 ସେ.ମି. ।
(b) C ବିନ୍ଦୁରେ ∠ACX ଅଙ୍କନ କର ଯାହାର ପରିମାଣ 45° ।
(c) A କୁ କେନ୍ଦ୍ରକରି 6 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{CX}}\) କୁ B ବିନ୍ଦୁରେ ଛେଦ କରିବ ।
(d) AB ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

(iv) a = 8 ସେ.ମି., m∠C = 30°, c = 4.2 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 4
(a) B͞C ଅଙ୍କନ କର ଯାହାର ଦୈର୍ଘ୍ୟ 8 ସେ.ମି. ।
(b) C ବିନ୍ଦୁରେ ∠BCX ଅଙ୍କନ କର ଯାହାର ପରିମାଣ 30° ।
(c) B କୁ କେନ୍ଦ୍ରକରି 4.2 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{CX}}\) କୁ A ଓ A’ ବିନ୍ଦୁରେ ଛେଦ କରୁ ।
(d) B͞A ଓ BA’ ଅଙ୍କନ କରି Δ ABC ଓ Δ A’BC ଅଙ୍କନ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d)

(v) a = 8 ସେ.ମି., m∠B = 60°, b = 7.1 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 5
(a) B͞C ଅଙ୍କନ କର ଯାହାର ଦୈର୍ଘ୍ୟ 8 ସେ.ମି. ।
(b) B ବିନ୍ଦୁରେ ∠CBX ଅଙ୍କନ କର ଯାହାର ପରିମାଣ 60° ।
(c) C କୁ କେନ୍ଦ୍ରକରି 7.1 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{BX}}\) କୁ A ଓ A’ ବିନ୍ଦୁରେ ଛେଦ କରୁ ।
(d) CA ଓ CA’ ଅଙ୍କନ କରି Δ ABC ଓ Δ A’BC ସଂପୂର୍ଣ୍ଣ କର ।

(vi) c = 8.3 ସେ.ମି., m∠A = 45°, a = 6 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 6
(a) A͞B ଅଙ୍କନ କର ଯାହାର ଦୈର୍ଘ୍ୟ ସେ.ମି. ।
(b) A ବିନ୍ଦୁରେ ∠BAX ଅଙ୍କନ କର ଯାହାର ପରିମାଣ 45° ।
(c) B କୁ କେନ୍ଦ୍ରକରି 6 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{AX}}\) କୁ C ଓ C’ ବିନ୍ଦୁରେ ଛେଦ କରୁ ।
(d) BC ଓ BC’ ଅଙ୍କନ କରି Δ ABC ଓ Δ A’BC ଅଙ୍କନ କର।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(c)

Question 1.
Δ ABC ଅଙ୍କନ କର ଯାହାର :
(i) a + b + c = 11 ସେ.ମି., m∠B = 60°, m∠C = 75° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 1
(a) 11 ସେ.ମି. ଦୈର୍ଘ୍ୟ ବିଶିଷ୍ଟ XY ଅଙ୍କନ କର ।
(b) X ବିନ୍ଦୁରେ (\(\frac{1}{2}\) × 60°) 30° ଏବଂ Y ବିନ୍ଦୁରେ (\(\frac{1}{2}\) × 75°) 37\(\frac{1}{2}\)° ପରିମାଣ
ବିଶିଷ୍ଟ ଯଥାକ୍ରମେ ∠MXY ଏବଂ ∠NYX ଅଙ୍କନ କର ।
\(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ର ଛେଦବିନ୍ଦୁ A ହେଉ ।
(c) AX ଓ AY ର ସମସ୍ଵିଖଣ୍ଡକ ଲମ୍ବ ଅଙ୍କନ କର ଯେପରିକି ସେମାନେ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରିବେ ।
(d) AB ଓ AC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c)

(ii) a + b + c = 10.5 ସେ.ମି., m∠B = 105°, m∠A = 45° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 2
(a) 10.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ XY ଅଙ୍କନ କର ।
(b) X ବିନ୍ଦୁରେ \(\frac{105°}{2}\) = 52\(\frac{1}{2}\)° ଏବଂ Y ବିନ୍ଦୁରେ \(\frac{45°}{2}\) = 22\(\frac{1}{2}\)° ପରିମାଣବିଶିଷ୍ଟ ଯଥାକ୍ରମେ ∠MXY ଓ ∠NYX ଅଙ୍କନ କର ।
\(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ର ଛେଦବିନ୍ଦୁ A ହେଉ ।
(c) AX ଓ AY ର ସମର୍ଦ୍ଦିଖଣ୍ଡକ ଲମ୍ବ ଅଙ୍କନ କର ଯେପରିକି ସେମାନେ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରିବେ ।
(d) AB ଓ AC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

(iii) m∠B = 90°, AB = BC ଓ ପରିସୀମା = 12 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 3
(a) XY ରେଖାଖଣ୍ଡ ଅଙ୍କନ କର ଯାହାର ଦୈର୍ଘ୍ୟ 12 ସେ.ମି. ।
(b) X ବିନ୍ଦୁରେ 45° ମାପରେ ∠MXY ଏବଂ Y ବିନ୍ଦୁରେ 22\(\frac{1}{2}\)° ମାପରେ ∠NYX ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ A ହେଉ ।
(d) AX ଓ AY ର ସମଦ୍ବିଖଣ୍ଡକ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରନ୍ତୁ ।
(e) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

(iv) a = b, ପରିସୀମା = 10.7 ସେ.ମି. ଓ m∠A = 75° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 4
(a) XY ଅଙ୍କନ କର ଯାହାର ଦୈର୍ଘ୍ୟ 10.7 ସେ.ମି.
(b) X ବିନ୍ଦୁରେ 37\(\frac{1}{2}\)° ମାପରେ ∠MXY ଏବଂ Y ବିନ୍ଦୁରେ 37\(\frac{1}{2}\)° ମାପରେ ∠NYX ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ C ହେଉ ।
(d) CX ଓ CY ର ଲମ୍ବ ସମଦ୍ବିଖଣ୍ଡକ ଅଙ୍କନ କର ଯାହା XY କୁ ଯଥାକ୍ରମେ B ଓ A ବିନ୍ଦୁରେ ଛେଦ କରିବ ।
(e) C͞B ଓ C͞A ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

(v) b = c, ପରିସୀମା = 12.5 ସେ.ମି. ଓ m∠A = 75° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 5
(a) XY ଅଙ୍କନ କର ଯାହାର ଦୈର୍ଘ୍ୟ 12.5 ସେ.ମି. ।
(b) X ବିନ୍ଦୁରେ 37\(\frac{1}{2}\)° ମାପରେ ∠MXY ଓ Y ବିନ୍ଦୁରେ 37\(\frac{1}{2}\)° ମାପରେ ∠NYX ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ A ହେଉ ।
(d) AX ଓ AY ର ଲମ୍ବ ସମଦ୍ବିଖଣ୍ଡକ ଅଙ୍କନ କର ଯାହା XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରିବ ।
(e) A͞B ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c)

Question 2.
ଏକ ସମବାହୁ ତ୍ରିଭୁଜ ଅଙ୍କନ କର ଯାହର ପରିସୀମା = 11.3 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 6
(a) X͞Y ଅଙ୍କନ କର ଯାହାର ଦୈର୍ଘ୍ୟ 11.3 ସେ.ମି. ।
(b) X ଓ Y ବିନ୍ଦୁରେ 30° ପରିମିତ ଲେଖାଏଁ ଯଥାକ୍ରମେ ∠MXY ଏବଂ ∠NYX କୋଣମାନ ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ A ହେଉ ।
(d) AX ଓ AY ଲମ୍ବ ସମଦ୍ବିଖଣ୍ଡକ ମାନ ଅଙ୍କନ କର ଯାହା XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରନ୍ତୁ ।
(e) AB ଓ AC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

Question 3.
ଏକ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ଯାହାର ପରିସୀମା 11.7 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 7
(a) XY ଅଙ୍କନ କର ଯାହାର ଦୈର୍ଘ୍ୟ 11.7 ସେ.ମି. ।
(b) X ବିନ୍ଦୁରେ 22\(\frac{1}{2}\)° ପରିମିତ ∠MXY ଓ Y ବିନ୍ଦୁରେ 22\(\frac{1}{2}\)° ପରିମିତ ∠NYX ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ A ହେଉ ।
(d) A͞X ଏବଂ AY ର ଲମ୍ବ ସମଦ୍ବିଖଣ୍ଡ ମାନ ଅଙ୍କନ କର ଯାହା XY କୁ B ଓ C ବିନ୍ଦୁରେ ଛେଦ କରୁ ।
(e) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

Odisha State Board BSE Odisha Class 9 History Notes Chapter 13 ଭାରତର ପରମ୍ପରା will enable students to study smartly.

BSE Odisha Class 9 History Notes Chapter 13 ଭାରତର ପରମ୍ପରା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

ଭାରତର ପ୍ରତ୍ୟେକ ଜାତି, ଗୋଷ୍ଠୀ ବା ସମ୍ପ୍ରଦାୟ ମଧ୍ୟରେ ନିର୍ଦ୍ଦିଷ୍ଟ ପରମ୍ପରା ପୁରୁଷାନୁକ୍ରମେ ପ୍ରଚଳିତ ହୋଇଆସୁଛି । ଭାରତୀୟ ସମାଜ, ଧର୍ମ, ସଂସ୍କୃତି, ରାଜନୀତି ତଥା ଅର୍ଥନୀତି କ୍ଷେତ୍ରରେ ଏହି ଉଚ୍ଚ ପରମ୍ପରା ଦୃଷ୍ଟିଗୋଚର ହୁଏ ।

→ ପରମ୍ପରା ହେଉଛି କୌଣସି ଜାତି, ସଂପ୍ରଦାୟ, ଗୋଷ୍ଠୀ, ସମାଜ ଅଥବା ରାଷ୍ଟ୍ରରେ ପୁରୁଷାନୁକ୍ରମେ ଧାରାବାହିକଭାବେ ପ୍ରଚଳିତ ସୁସ୍ଥ ଲୋକରୀତି, ଧର୍ମ, ବିଶ୍ଵାସ, ଜୀବନଧାରା ବା ଶୈଳୀ, ଯାହାକୁ ପରବର୍ତ୍ତୀ ପିଢ଼ି ମଧ୍ଯ ଗ୍ରହଣ କରି ସେହି ଅନୁଯାୟୀ ପରିଚାଳିତ ହୁଅନ୍ତି ।

ବିଷୟବସ୍ତୁର ରୂପରେଖ:

  • ପରମ୍ପରା ଓ ଏହାର ପ୍ରଭାବ
  • ସାମାଜିକ ପରମ୍ପରା
  • ଧାର୍ମିକ ପରମ୍ପରା
  • ସାଂସ୍କୃତିକ ପରମ୍ପରା
  • ରାଜନୈତିକ ପରମ୍ପରା
  • ଆର୍ଥନୀତିକ ପରମ୍ପରା

BSE Odisha 9th Class History Notes Chapter 13 ଭାରତର ପରମ୍ପରା

ପରମ୍ପରା ଓ ଏହାର ପ୍ରଭାବ :

BSE Odisha 9th Class History Notes Chapter 13 ଭାରତର ପରମ୍ପରା 1

ସାମାଜିକ ପରମ୍ପରା :
ଆମ ସମାଜରେ ପରିବାର, ବିବାହ, ନୈତିକ ମୂଲ୍ୟବୋଧ ଓ କର୍ଭବ୍ୟ ଏବଂ ଉତ୍ସବ ପାଳନାଦିରେ ସାମାଜିକ ପରମ୍ପରା ଅନୁଷ୍ଠିତ ହୋଇଥାଏ ।

1. ପରିବାର : ବୈଦିକ ଯୁଗରୁ ଭାରତରେ ଯୌଥ ପରିବାର ପରମ୍ପରା ପ୍ରଚଳିତ । ଭାରତରେ ସାଧାରଣତଃ ଅଧିକାଂଶ ସ୍ଥାନରେ ପିତୃବଂଶୀୟ ପରିବାର ଥିବାବେଳେ ଆଉ କେତେକ ସ୍ଥାନରେ ମାତୃବଂଶୀୟ ପରିବାର ଥ‌ିବାର ଦେଖାଯାଏ ।

2. ବିବାହ : ଏହା ଏକ ସାମାଜିକ ପରମ୍ପରା । ଆମ ସମାଜରେ ଏହାକୁ ପବିତ୍ର ଅନୁଷ୍ଠାନ, ଏକ ସଂସ୍କାର ଏବଂ ଏକ କର୍ତ୍ତବ୍ୟ ବୋଲି ବିବେଚନା କରାଯାଇଥାଏ । ଆମେ ଏହାକୁ ଆମ ଧାର୍ମିକ ନୀତି ଅନୁସାରେ ସମ୍ପାଦନା କରିଥାଉ ।

3. ନୈତିକ ମୂଲ୍ୟବୋଧ : ଆମ ଭାରତରେ ଅନେକ ମୂଲ୍ୟବୋଧ ରହିଛି; ଯଥା- ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ ଇତ୍ୟାଦି ଦୟା, ଦାନ, ସେବା, ଆଦେଶ ପାଳନ, ଗୁରୁଜନଙ୍କୁ ପ୍ରଣାମ, କଥାବାର୍ତ୍ତାରେ ଶାଳୀନତା ରକ୍ଷା କରିବା କ୍ଷମା ଓ ସ୍ନେହ ପ୍ରଭୃତି ନୈତିକ ମୂଲ୍ୟବୋଧ ଭାରତୀୟ ପରମ୍ପରାରେ ରହିଛି ।

4. ନୈତିକ କର୍ତ୍ତବ୍ୟ : ସନ୍ତାନମାନଙ୍କର ଲାଳନପାଳନ, ପିତାମାତାଙ୍କର ସେବାଯନ୍ତ୍ର, ଅତିଥ୍ୟ ସତ୍କାର, ନାରୀମାନଙ୍କୁ ସମ୍ମାନ ପ୍ରଦର୍ଶନ, ମୃତ ବ୍ୟକ୍ତିର ଅତ୍ୟେଷ୍ଟିକ୍ରିୟା ଓ ପରିଷ୍କାର ପରିଚ୍ଛନ୍ନତା ଆଦି ପ୍ରତ୍ୟେକ ଭାରତୀୟର ନୈତିକ ହୁଏ ।

5. ଉତ୍ସବ ପାଳନ : ଆମ ଭାରତୀୟ ପରିବାରରେ ଅନେକ ଉତ୍ସବ ପାଳନ କରାଯାଇଥାଏ; ଯଥା – ଜନ୍ମୋତ୍ସବ, ନାମକରଣ, ଅନ୍ନପ୍ରାଶନ, ବିଦ୍ୟାରମ୍ଭ ଓ ବିବାହ ଇତ୍ୟାଦି । ଏହାଛଡ଼ା ହୋଲି, ଗୁରୁପୂର୍ଣ୍ଣିମା, ବିଜୟାଦଶମୀ, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଦୀପାବଳୀ, ଇଦ୍, ମହରମ, ଖ୍ରୀଷ୍ଟଜନ୍ମ ଓ ନୂଆବର୍ଷ ଇତ୍ୟାଦି ଭାରତର ସାମାଜିକ ପରମ୍ପରା ଭାବରେ ବିବେଚିତ ହୋଇଥାଏ ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

ଧାର୍ମିକ ପରମ୍ପରା :
BSE Odisha 9th Class History Notes Chapter 13 ଭାରତର ପରମ୍ପରା 2

BSE Odisha 9th Class History Notes Chapter 13 ଭାରତର ପରମ୍ପରା 3

BSE Odisha 9th Class History Notes Chapter 13 ଭାରତର ପରମ୍ପରା 4

1. ଆଧ୍ୟ।ମିକତା : ଭାରତରେ ସବୁ ଧର୍ମ।ବଲମ୍ୱୀ ସର୍ବଶକ୍ତିମା ପରମେଶ୍ଵରଙ୍କ ପ୍ରତି ବିଶ୍ଵାସ ସ୍ଥାପନ ଓ ତାଙ୍କ ନିକଟରେ ଆତ୍ମସମର୍ପଣକୁ ନିଜ ଧର୍ମର ମୂଳନୀତି ଭାବେ ବିଶ୍ୱାସ କରନ୍ତି । ସମସ୍ତେ ଈଶ୍ଵର ଭକ୍ତି ଉପରେ ଗୁରୁତ୍ଵ ଦେଇଥା’ନ୍ତି ।

→ ବୈଦିକ ଯୁଗର ବ୍ରାହ୍ମଣ୍ୟ ଧର୍ମ ପରବର୍ତ୍ତୀ ସମୟରେ ହିନ୍ଦୁଧର୍ମ ନାମରେ ପରିଚିତ ହୋଇଥିଲା ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

2. ଉଦାରତା : ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି ଓ ଏଠାରେ ଅନେକ ଧର୍ମ ପ୍ରଚାର କରାଯାଇଛି । ବୌଦ୍ଧ, ଜୈନ, ଇସ୍‌ଲାମ୍ ଓ ଖ୍ରୀଷ୍ଟଧର୍ମ ଆମ ସମାଜରେ ଅନେକ ପ୍ରାଧାନ୍ୟ ବିସ୍ତାର କରିଥିଲା । ସମ୍ରାଟ ଅଶୋକ ବୌଦ୍ଧ ଧର୍ମାବଲମ୍ବୀ ହେଲେ ସୁଦ୍ଧା ସେ ସବୁ ଧର୍ମପ୍ରତି ଉଦାରତା ପୋଷଣ କରିଥିଲେ । ସମ୍ରାଟ ଆକବର ମଧ୍ୟ ଦିନ-ଇ-ଲ୍ଲାହୀ ପ୍ରବର୍ତ୍ତନ କରି ସବୁ ଧର୍ମର ସମନ୍ଵୟ ରକ୍ଷା କରିଥିଲେ ।

3. ମୂର୍ତ୍ତିପୂଜା : ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ଆମ ସମାଜରେ ମୂର୍ତ୍ତି ପୂଜା ପରମ୍ପରା ରହି ଆସିଛି । ମୂର୍ତ୍ତି ପୂଜାର ପରମ୍ପରା ସବୁ ସ୍ଥାନରେ ଦେଖିବାକୁ ମିଳି ନଥାଏ ।

4. ପୂଜାବିଧ : ପ୍ରତ୍ୟେକ ଭାରତୀୟ ନିଜ ଗୃହରେ ବା ଧର୍ମପୀଠରେ ନିଜ ଧର୍ମର ସ୍ବତନ୍ତ୍ର ପର୍ବ ଦିବସରେ ପୂଜା କରିବା ପରମ୍ପରା ବହୁକାଳରୁ ଚଳି ଆସୁଛି । ପୂଜା ସମୟରେ ଧର୍ମନୀତି ଅନୁସାରେ, ଧର୍ମଗ୍ରନ୍ଥ ପାଠ କରାଯାଇଥାଏ । ଆହୁରି ମଧ୍ୟ ସେଠାରେ ଭଜନ, କୀର୍ତ୍ତନ, ପ୍ରାର୍ଥନା ଓ ହୋମଯଜ୍ଞ ଇତ୍ୟାଦି କରାଯାଇଥାଏ ।

5. ଧର୍ମବିଶ୍ଵାସ : ଭାରତୀୟମାନେ ଆତ୍ମାର ଅମରତ୍ୱ, କର୍ମବାଦ, ପୁନର୍ଜନ୍ମ, ମୋକ୍ଷପ୍ରାପ୍ତି, ସମାନତା, ଭକ୍ତି, ଦୟା, ଦାନ, କ୍ଷମା ଓ ଅହିଂସାରେ ବିଶ୍ବାସ କରିବା ପରମ୍ପରା ରହିଛି । ହିନ୍ଦୁମାନଙ୍କ ଚତୁର୍ଧାମ ଯାତ୍ରା ଓ ମୁସଲମାନମାନଙ୍କର ମକ୍କାଯାତ୍ରା ଧାର୍ମିକ ତଥା ପାରମ୍ପରିକ ବିଶ୍ଵାସର ଉଦାହରଣ ।

  • ଇସ୍‌ଲାମ ଧର୍ମର ପର୍ବ – ଇଦ୍-ଉଲ୍-ଜୁହା ଓ ମହରମ
  • ଖ୍ରୀଷ୍ଟଧର୍ମର ପର୍ବ – ଗୁଡ ଫ୍ରାଇଡେ, ବଡ଼ଦିନ, ଇଷ୍ଟର
  • ଜୈନଧର୍ମର ପର୍ବ – ମହାବୀର ଜୟନ୍ତୀ

ସାଂସ୍କୃତିକ ପରମ୍ପରା :
1. ବୈଦିକ ସଂସ୍କୃତି : ବୈଦିକ ସଂସ୍କୃତିରେ ଚତୁରାଶ୍ରମ; ଯଥା- ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ୟାସ ଇତ୍ୟାଦି ଆମ ସମାଜରେ ପ୍ରଚଳିତ । ଆର୍ଯ୍ୟମାନ ର ‘ବସୁଧୈବ କୁଟୁମ୍ବକମ୍’ ଚିନ୍ତାଧାରା ଷଟ୍ ଦାର୍ଶନିକ ପଦ୍ଧତି ଭାରତୀୟ ସଂସ୍କୃତିକୁ ବଳିଷ୍ଠ କରିଛି ।

2. ନୃତ୍ୟଗୀତ : ଭାରତୀୟ ସାଂସ୍କୃତିକ ପରମ୍ପରାରେ ନୃତ୍ୟଗୀତ ଏକ ମହତ୍ତ୍ଵପୂର୍ଣ୍ଣ ଉପାଦନା ଭାବରେ ଆମ ପରମ୍ପରାକୁ ସମୃଦ୍ଧ କରିପାରିଛି । ପାରମ୍ପରିକ ନୃତ୍ୟକଳା ସହିତ ଶାସ୍ତ୍ରୀୟ ନୃତ୍ୟ, ଲୋକଗୀତ ଇତ୍ୟାଦି ବହୁକାଳରୁ ପ୍ରଚଳିତ ହୋଇଆସୁଛି । ଏହା ଆମର ସୃଜନଶୀଳତାର ପ୍ରମାଣ ଦେଇଥାଏ । ସାହିତ୍ୟ : ବେଦ, ବ୍ରାହ୍ମଣ, ସଂହିତା, ଆରଣ୍ୟକ, ଉପନିଷଦ, ଶାସ୍ତ୍ର, ସୂତ୍ର, ରାମାୟଣ ଓ ମହାଭାରତ ଆଦି ସାହିତ୍ୟ ବୈଦିକ କାଳରେ ସୃଷ୍ଟି ହୋଇଥିଲା । ଗୁପ୍ତଯୁଗରେ ସଂସ୍କୃତ ଭାଷାରେ ରଚିତ ନାଟକ, କାବ୍ୟ, ଗଳ୍ପ, ଅଭିଧାନ, ବ୍ୟାକରଣ ପରମ୍ପରା ସୃଷ୍ଟି କରିଥିଲା । ବିଭିନ୍ନ ଧର୍ମର ସମନ୍ବୟରେ ଭାରତୀୟ ସାହିତ୍ୟ ମହିମା ମଣ୍ଡିତ ହୋଇଥିଲା ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

→ ବେଦକୁ ଭାରତର ପ୍ର।ଚୀନତମ ସାହିତ୍ୟ କୁହାଯାଏ । ସାହିତ୍ୟର ଆଦର୍ଶ ପୁରୁଷ ଥିଲେ କାଳିଦାସ ।

3. ଜ୍ୟୋତିର୍ବିଦ୍ୟା ଓ ଆୟୁର୍ବିଦ୍ୟା : ବୈଦିକ ସଭ୍ୟତାରୁ ଜ୍ୟୋତିଷ ଓ ଚିକିତ୍ସା ବିଦ୍ୟାର ପରମ୍ପରା ସୃଷ୍ଟି ହୋଇଛି । ଆୟୁର୍ବେଦ ଚିକିତ୍ସା ବିଧୂରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ । ତେଣୁ ଏହାର ଜନପ୍ରିୟତା ବଢ଼ିବାରେ ଲାଗିଛି ।

→ ଜ୍ୟୋତିଷ ବେଦାଙ୍ଗରେ ଜ୍ୟୋତିଷ ଓ ଅଥର୍ବବେଦରେ ‘ଚିକିତ୍ସା ବିଦ୍ୟା’ ବଣନା କରାଯାଇଛି।

ରାଜନୈତିକ ପରମ୍ପରା :
ଭାରତୀୟ ସାଂସ୍କୃତିକ ପରମ୍ପରାରେ ରାଜନୈତିକ ପରମ୍ପରାର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି । ଗଣତନ୍ତ୍ର, ସାଧାରଣତନ୍ତ୍ର, ସ୍ୱାୟତ୍ତ ଶାସନ, ଶାସନର ବିକେନ୍ଦ୍ରୀକରଣ ଓ ପ୍ରଶାସନିକ ପଦ୍ଧତି ଏହାର ଅନ୍ତର୍ଗତ ।
ବୈଦିକ ଯୁଗରେ ‘ସଭା’ ଓ ‘ସମିତି’ ଅନୁଷ୍ଠାନଦ୍ୱାରା ଗଣତାନ୍ତ୍ରିକ ପରମ୍ପରା ଆରମ୍ଭ ହୋଇଥିଲା । ଆମ ସମ୍ବିଧାନର ମୌଳିକ ଅଧିକାର ବହୁକାଳରୁ ପ୍ରଚଳିତ ହୋଇଆସୁଛି ।

1. ସାଧାରଣତନ୍ତ୍ର : ଋଗ୍‌ବୈଦିକ ଯୁଗର ‘ଗଣ’ ନାମକ ସାଧାରଣତନ୍ତ୍ର, ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀର ଷୋହଳଟି ମହାଜନପଦ ମଧ୍ୟରୁ ଭିତ୍ତି ଓ ମଲ୍ଳ ନାମକ ଦୁଇଟି ସାଧାରଣତନ୍ରରୁ ଭାରତର ସାଧାରଣତନ୍ତ୍ ପରମ୍ପରାଗତ ବୋଲି ଧରାଯାଇଥାଏ ।

→ ସ୍ୱାୟତ୍ତ ଶାସନ ବ୍ୟବସ୍ଥା – ଲଉ ରିପନ୍‌ ୧୮୮୨ ମସିହାରେ ଭାରତରେ ସ୍ୱାୟତ୍ତ ଶାସନ ପ୍ରଚଳନ କରିଥିଲେ ।

2. ସ୍ୱାୟତ୍ତ ଶାସନ : ବୈଦିକ ଯୁଗର ଗ୍ରାମ୍ୟ ସ୍ତରର ଶାସନ ବ୍ୟବସ୍ଥା, ରାମାୟଣ, ମହାଭାରତରେ ଉଲ୍ଲିଖ ସ୍ଥାନୀୟ ଶାସନ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ‘ପୌର ଶାସନ’ ବ୍ୟବସ୍ଥାରୁ ଜଣାପଡ଼େ ଭାରତୀୟ ପରମ୍ପରାରେ ସ୍ୱାୟତ୍ତ ଶାସନର ବଳିଷ୍ଠ ଅବଦାନ ରହିଛି ।
ଶାସନର ବିକେନ୍ଦ୍ରୀକରଣ : ବୈଦିକ ସଭ୍ୟତାଠାରୁ ଶାସନର ବିକେନ୍ଦ୍ରୀକରଣ ବ୍ୟବସ୍ଥାର ପରମ୍ପରା ଆଧୁନିକ ଯୁଗରେ ମଧ୍ୟ ଭିନ୍ନ ଭାବରେ ପ୍ରତିଷ୍ଠିତ ହୋଇଛି ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

3. ପ୍ରଶାସନିକ ପଦ୍ଧତି : ଭାରତୀୟ ଶାସନ ବ୍ୟବସ୍ଥାରେ ଶାସନ ମୁଖ୍ୟ, ମନ୍ତ୍ରୀମଣ୍ଡଳ, ଅମଲାତନ୍ତ୍ର ବ୍ୟବସ୍ଥା ପ୍ରାଚୀନ କାଳରୁ ଭାରତୀୟ ଶାସନ ଓ ପ୍ରଶାସନିକ ବ୍ୟବସ୍ଥାର ଏକ ସଂଶୋଧ ରୂପ । ଶୃଙ୍ଖଳିତ ତଥା ସଫଳ ଶାସନ ପାଇଁ ଭିନ୍ନ ଭିନ୍ନ ବିଭାଗର ମୁଖ୍ୟ ଭାବେ ପ୍ରଶାସନିକ ଅଧିକାରୀ ରହିବା ରାଜନୈତିକ ପରମ୍ପରାର ଅନ୍ତର୍ଭୁକ୍ତ ।

ଆର୍ଥନୀତିକ ପରମ୍ପରା :
BSE Odisha 9th Class History Notes Chapter 13 ଭାରତର ପରମ୍ପରା 5

1. କୃଷି : କୃଷି ପରମ୍ପରା ଭାରତୀୟ ଅର୍ଥନୀତିରେ ମୁଖ୍ୟ ସ୍ଥାନ ଗ୍ରହଣ କରିଛି । ଆର୍ଯ୍ୟମାନଙ୍କଠାରୁ ଆରମ୍ଭ ହୋଇଥ‌ିବା କୃଷି ପରମ୍ପରା ଆଜି ବି ଅଧିକାଂଶ ଭାରତୀୟଙ୍କ ଜୀବନ ଜୀବିକାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

2. ପଶୁପାଳନ : ସିନ୍ଧୁ ସଭ୍ୟତା ତଥା ବୈଦିକ ଯୁଗର ଲୋକମାନେ ବିଭିନ୍ନ ପଶୁସମ୍ପଦ ପାଳନ କରି ସେମାନଙ୍କର ଜୀବିକା ନିର୍ବାହ କରୁଥିଲେ । ଏହା ଏକ ଆର୍ଥନୀତିକ ପନ୍ଥାଭାବେ ଏକ ପରମ୍ପରା ସୃଷ୍ଟି କରିଥିଲା ।

3. କୁଟୀର ଶିଳ୍ପ : ଭାରତରେ କୁଟୀର ଶିଳ୍ପକୁ ଏକ କୌଳିକ ବୃତ୍ତି ଭାବରେ ଗଣାଯାଇଥାଏ । ମାଟି, ପଥର, କାଠ, ସୁନାରୁପାର ତାରକସି କାମ, ବାଉଁଶ, ବେତ, କତା ସାମଗ୍ରୀ, ହସ୍ତତନ୍ତ ଶାଢ଼ି ଇତ୍ୟାଦି ଭାରତୀୟ କୁଟୀର ଶିଳ୍ପର ଉଜ୍ଜ୍ଵଳ ଉଦାହରଣ ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

4. ବାଣିଜ୍ୟ : ସିନ୍ଧୁ ସଭ୍ୟତା କାଳରୁ ଭାରତୀୟ ଆର୍ଥନୀତିକ ପରମ୍ପରା, ବନ୍ଦର ନିର୍ମାଣ ଓ ବହିର୍ଦେଶ ବାଣିଜ୍ୟ * ପରମ୍ପରା ସହିତ ଆରମ୍ଭ ହୋଇଥିଲା । ବୈଦିକ ଯୁଗର ଆଭ୍ୟନ୍ତରୀଣ ବାଣିଜ୍ୟ, ମୌର୍ଯ୍ୟଯୁଗର ସାମୁଦ୍ରିକ ବାଣିଜ୍ୟର ବିକାଶ, ଗୁପ୍ତଯୁଗର ଆଭ୍ୟନ୍ତରୀଣ ଓ ବହିର୍ଦେଶ ବାଣିଜ୍ୟ, ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଭାରତର ଦୃଢ଼ ବାଣିଜ୍ୟିକ ପରମ୍ପରାର ସୂଚନା ଦେଇଥାଏ ।

5. ଗ୍ରାମ୍ୟ ଅର୍ଥନୀତି : ବୈଦିକ ଯୁଗରୁ ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ସୃଷ୍ଟି ହୋଇ କାଳକ୍ରମେ ବିକଶିତ ହୋଇଥିଲା । ଗ୍ରାମ୍ୟ ଅର୍ଥନୀତିରେ କୃଷି, ପଶୁପାଳନ ଓ କୁଟୀର ଶିଳ୍ପକୁ ଗୁରୁତ୍ବ ଦିଆଯାଉଥିଲା । ବର୍ତ୍ତମାନ କାଳରେ ମଧ୍ୟ ଗ୍ରାମ୍ୟ ଅର୍ଥନୀତିକୁ ଆଧାର କରାଯାଇ ରାଷ୍ଟ୍ରର ଅର୍ଥନୀତି ନିର୍ଦ୍ଧାରିତ ହେଉଛି ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(b)

Question 1.
Δ ABC ଅଙ୍କନ କର ଯାହାର :
(i) a = 6 ସେ.ମି., m∠C = 45°, b – c = 1.5 ସେ.ମି. ଏବଂ b ଓ c ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 1
(a) ଏକ ସରଳରେଖା ଅଙ୍କନ କରି ତହିଁରୁ 6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ BC ଅଙ୍କନ କର
(b) C ବିନ୍ଦୁରେ 45° ପରିମିତ କୋଣ ∠XCB ଅଙ୍କନ କରି \(\overrightarrow{\mathrm{CX}}\) ରୁ CD = 1.5 ସେ.ମି. ଅଂଶ ଛେଦନ କର ଏବଂ D ବିନ୍ଦୁ ଚିହ୍ନଟ କର ।
(c) BD ଅଙ୍କନ କରି ଏହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର, ଯାହା \(\overrightarrow{\mathrm{CD}}\) କୁ A ବିନ୍ଦୁରେ ଛେଦ କରୁ ।
(d) BA ଅଙ୍କନ କରି Δ ABC ଅଙ୍କନ ସଂପୂର୍ଣ୍ଣ କର । ଏହାପରେ AC ଓ AB ର ଦୈର୍ଘ୍ୟକୁ ମାପି ଲେଖ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b)

(ii) AB = 6.2 ସେ.ମି., m∠B = 45°, a – b = 1.3 ସେ.ମି ଏବଂ a ଓ b ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 2
(a) AB ଅଙ୍କନ କର ଯାହାର ଦୈର୍ଘ୍ୟ 6.2 ସେ.ମି. ।
(b) B ବିନ୍ଦୁରେ 45° ପରିମିତ କୋଣ ∠XBA କୋଣ ଅଙ୍କନ କରି \(\overrightarrow{\mathrm{BX}}\) ରୁ BD = 1.3 ସେ.ମି. ଛେଦନ କର ।
(c) AD ଅଙ୍କନ କରି ଏହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନକର ଯାହା \(\overrightarrow{\mathrm{BX}}\) କୁ C ବିନ୍ଦୁରେ ଛେଦ କରୁ । 
(d) AC ଅଙ୍କନ କରି Δ ABC ଅଙ୍କନ ସଂପୂର୍ଣ୍ଣ କର । ଏହାପରେ BC ଓ AC ର ଦୈର୍ଘ୍ୟକୁ ମାପି ଲେଖ ।

(iii) a = 6.1 ସେ.ମି., m∠C = 75°, c – b = 1.4 ସେ.ମି. ଏବଂ c ଓ b ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 3
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 6.1 ସେ.ମି. । 
(b) C ବିନ୍ଦୁରେ 75° ପରିମିତ ∠XCB ଅଙ୍କନ କରି \(\overrightarrow{\mathrm{CY}}\) ରୁ 1.4 ସେ.ମି. ଅଂଶ ଛେଦିତ କରି D ବିନ୍ଦୁ ଚିହ୍ନଟ କର ଯେପରିକି
C – D – Y ହେବ ।
(c) BD ଅଙ୍କନ କରି ଏହାର ସମଦ୍ୱିଖଣ୍ଡକ ଲମ୍ବ \(\overrightarrow{\mathrm{CX}}\) କୁ A ବିନ୍ଦୁରେ ଛେଦକରୁ ।
(d) AB ଅଙ୍କନ କରି Δ ABC ଅଙ୍କନ ସମ୍ପୂର୍ଣ୍ଣ କର ।

(iv) b = 7 ସେ.ମି. m∠A = 60°, a – c = 1.4 ସେ.ମି. ଏବଂ a ଓ c ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 4
(a) AC ଅଙ୍କନ କର ଯାହାର ଦୈର୍ଘ୍ୟ 7 ସେ.ମି. ।
(b) A ବିନ୍ଦୁରେ 60° ପରିମିତ ∠XAC କୋଣ ଅଙ୍କନ କରି \(\overrightarrow{\mathrm{AY}}\) ରୁ 1.4 ସେ.ମି. ଅଂଶ ଛେଦିତ କରି D ବିନ୍ଦୁ ଚିହ୍ନଟ କର ଯେପରିକି A – D – Y ହେବ ।
(c) D͞C ଅଙ୍କନ କରି ଏହାର ସମଦ୍ୱିଖଣ୍ଡକ ଲମ୍ବ \(\overrightarrow{\mathrm{AX}}\) କୁ B ବିନ୍ଦୁରେ ଛେଦକରୁ ।
(d) B͞C ଅଙ୍କନ କରି Δ ABC ଅଙ୍କନ ସମ୍ପୂର୍ଣ୍ଣ କର । ଏହାପରେ AC ଓ AB ର ଦୈର୍ଘ୍ୟକୁ ମାପି ଲେଖ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b)

(v) a = 7 ସେ.ମି. c – b = 1 ସେ.ମି. ଏବଂ m∠B = 60° ଓ b ଏବଂ c ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 5
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 7 ସେ.ମି. ।
(b) B ବିନ୍ଦୁରେ 60° ପରିମିତି ∠XBC ଅଙ୍କନ କରି \(\overrightarrow{\mathrm{BX}}\) ରୁ BD = 1 ସେ.ମି. ଅଂଶ ଛେଦନକର ଏବଂ D ବିନ୍ଦୁ ଚିହ୍ନଟ କର । 
(c) CD ଅଙ୍କନ କରି ଏହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର, ଯାହା \(\overrightarrow{\mathrm{BD}}\) କୁ A ବିନ୍ଦୁରେ ଛେଦକରୁ ।
(d) AC ଅଙ୍କନ କରି Δ ABC ସଂପୂର୍ଣ୍ଣ କର, ଏହାପରେ AC ଓ AB ର ଦୈର୍ଘ୍ୟକୁ ମାପି ଲେଖ ।

Question 2.
ଏକ ସମବାହୁ ତ୍ରିଭୁଜ ଅଙ୍କନ କର ଯାହାର ଏକ ବାହୁର ଦୈର୍ଘ୍ୟ – ଉଚ୍ଚତା = 1 ସେ.ମି.
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 6
(a) \(\overleftrightarrow{\mathrm{MN}}\) ଉପରିସ୍ଥ D ବିନ୍ଦୁରେ \(\overleftrightarrow{\mathrm{DL}}\) ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{DX}}\) ରୁ 1 ସେ.ମି. ଛେଦନ କରି R ବିନ୍ଦୁ ଚିହ୍ନଟ କର ଯେପରିକି D – R – X ହେବ ।
(c) R ବିନ୍ଦୁରେ ∠DRB ଅଙ୍କନ କର ଯାହାର ପରିମାଣ 75° ହେବ
(d) BR ର ସମଦ୍ୱିଖଣ୍ଡକ ଲମ୍ବ \(\overleftrightarrow{\mathrm{DL}}\) କୁ A ବିନ୍ଦୁରେ ଛେଦ କରୁ ।
(e) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 3.
ଏକ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ଯାହାର କର୍ଣ୍ଣ ଓ ଏକ ସମାନ ବାହୁର ଦୈର୍ଘ୍ୟର ଅନ୍ତର = 2 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 7
(a) \(\overrightarrow{\mathrm{BM}}\) ଉପରିସ୍ଥ B ବିନ୍ଦୁରେ ∠XBM ଅଙ୍କନ କର ଯାହାର ପରିମାଣ 90° ହେବ ।
(b) B ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{XY}}\) ର \(\overrightarrow{\mathrm{BY}}\) ଉପରିସ୍ଥ R ଏକ ବିନ୍ଦୁ
ନିଅ ଯେପରିକି BR = 2 ସେ.ମି. ହେବ ଯେପରିକି B – R – Y ହେବ ।
(c) R ବିନ୍ଦୁରେ ∠XRC ଅଙ୍କନ କର ଯାହାର ପରିମାଣ 67\(\frac{1}{2}\) ହେବ ।
(d) RC ର ସମଦ୍ୱିଖଣ୍ଡକ ଲମ୍ବ \(\overrightarrow{\mathrm{BX}}\) କୁ A ବିନ୍ଦୁରେ ଛେଦକରୁ ।
(e) AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 4.
Δ ABC ଅଙ୍କନ କର ଯାହାର :
(i) AB = AC, AD ⊥ BC, BC = 6 ସେ.ମି. ଓ AB – AD = 1 ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 8
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 6 ସେ.ମି. ହେବ ।
(b) BC ର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{XY}}\) ଅଙ୍କନ କରି \(\overleftrightarrow{\mathrm{DY}}\) ରୁ DR = 1 ସେ.ମି. ଅଂଶ ଛେଦନ କର ଯେପରିକି D – R – Y ହେବ ।
(c) BR ଅଙ୍କନ କରି ଏହାର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{DX}}\) କୁ A ବିନ୍ଦୁରେ ଛେଦ କରୁ ।
(d) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b)

(ii) m∠B = 90°, BC = 6.6 ସେ.ମି., AC – AB = 2.3 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 9
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 6.6 ସେ.ମି. ହେବ ।
(b) B ବିନ୍ଦୁରେ 90° ପରିମିତ ∠YBC ଅଙ୍କନ କର ।
(c) \(\overrightarrow{\mathrm{BY}}\) ର ବିପରୀତ ରଶ୍ମି \(\overrightarrow{\mathrm{BX}}\) ଉପରିସ୍ଥ R ଏକ ବିନ୍ଦୁ
ନିଅ ଯେପରିକି BR = 2.3 ସେ.ମି. ଓ B – R – X ହେବ ।
(d) R͞C ଅଙ୍କନ କରି ଏହାର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ
କର ଯାହା \(\overleftrightarrow{\mathrm{BY}}\) କୁ A ବିନ୍ଦୁରେ ଛେଦ କରିବ ।
(e) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

(iii) AD ⊥BC, a = 6 ସେ.ମି., m∠B = 60° ଓ AB – AD = 1 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 10
(a) \(\overleftrightarrow{\mathrm{MN}}\) ଉପରିସ୍ଥ D ବିନ୍ଦୁରେ \(\overleftrightarrow{\mathrm{XY}}\) ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{DY}}\) ରୁ DR = 1 ସେ.ମି. ଅଂଶ ଛେଦନ କର ଯେପରିକି D – R – Y ହେବ ।
(c) R ବିନ୍ଦୁରେ ∠DRB ଅଙ୍କନ କର ଯାହାର ପରି ମାଣ 75° ହେବ ।
(d) BR ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{DX}}\) କୁ A ବିନ୍ଦୁରେ ଛେଦ କରୁ ।
(e) AB ଅଙ୍କନ କର ।
(f) \(\overrightarrow{\mathrm{BN}}\) ରୁ BC = 6 ସେ.ମି. ଅଂଶ ଛେଦନ କରି AC ଅଙ୍କନ କର । ତତ୍ପରେ Δ ABC ସମ୍ପୂର୍ଣ୍ଣ କର ।

(iv) BE ⊥ AC, b = 5.8 ସେ.ମି., m∠A = 60° ଓ AB – BE = 1 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 11
(a) \(\overleftrightarrow{\mathrm{MN}}\) ଉପରିସ୍ଥ E ବିନ୍ଦୁରେ \(\overleftrightarrow{\mathrm{XY}}\) ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{EX}}\) ରୁ ER = 1 ସେ.ମି. ଅଂଶ ଛେଦନ କର ଯେପରିକି E – R – X ହେବ ।
(c) R ବିନ୍ଦୁରେ ∠ERA ଅଙ୍କନ କର ଯାହାର ପରିମାଣ 75° ହେବ ।
(d) A͞R ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{EY}}\) କୁ B ବିନ୍ଦୁରେ ଛେଦ କରୁ ।
(e) A͞B ଅଙ୍କନ କର ।
(f) \(\overrightarrow{\mathrm{AN}}\) ରୁ AC = 5.8 ସେ.ମି. ଅଂଶ ଛେଦନ କରି  BC ଅଙ୍କନ କର । ତତ୍ପରେ Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

Odisha State Board BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 4 ପରମାଣୁ ଗଠନ

1. ଟମ୍‌ସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ ପରମାଣୁ କିପରି ବିଦ୍ୟୁତ୍ ନିରପେକ୍ଷ ବୁଝାଅ ।
ଉ –
ଟମସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ,

  • ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ସେଥ‌ିରେ ଇଲେକ୍‌ଟ୍ରଗୁଡ଼ିକ ଚାରିଆଡ଼େ ସଂଯୁକ୍ତ ହୋଇ ରହିଥାଏ ।
  • ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ରହିଥାଏ । ତେଣୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।

2. ତିନୋଟି ଅବପରମାଣୁ କଣିକାର ନାମ ଲେଖ ।
ଉ –
ତିନୋଟି ଅବପରମାଣୁ କଣିକାର ନାମ ହେଉଛି –

  • ଇଲେକ୍‌ଟ୍ରନ୍ (ବିଯୁକ୍ତଚାର୍ଜ କଣିକା)
  • ପ୍ରୋଟନ୍ ( ଯୁକ୍ତଚାର୍ଜ କଣିକା)
  • ନିଉଟ୍ରନ୍ (ଚାର୍ଜବିହୀନ କଣିକା)

3. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 2 ଏବଂ ବସ୍ତୁତ୍ୱ ସଂଖ୍ୟା 4 । ଏହି ପରମାଣୁର ନ୍ୟୁକ୍ଲିୟସ୍‌ରେ କେତୋଟି ନିଉଟ୍ରନ୍ ଅଛି ?
ଉ –
ପରମାଣୁ କ୍ରମାଙ୍କ = 2, ବସ୍ତୁତ୍ୱ ସଂଖ୍ୟା = 4
ପରମାଣୁର ନିଉକ୍ଲିୟସ୍‌ରେ ଥ‌ିବା ନିଉଟ୍ରନ୍ ସଂଖ୍ୟା = ବସ୍ତୁତ୍ୱ ସଂଖ୍ୟା – ପରମାଣୁ କ୍ରମାଙ୍କ = 4 – 2 = 2
∴ ଏହି ପରମାଣୁର ନ୍ୟୁକ୍ଲିୟସ୍‌ରେ 2ଟି ନିଉଟ୍ରନ ଅଛି ।

4. ନାଇଟ୍ରୋଜେନ୍ ପରମାଣୁରେ ଇଲେକ୍‌ଟ୍ରଗୁଡ଼ିକ କିପରି ସଜାଇ ହୋଇ ରହିଛି ବୁଝାଅ ।
ଉ –
ନାଇଟ୍ରୋଜେନ ପରମାଣୁର ନ୍ୟୁକ୍ଲିୟସ୍ ଚାରିପଟେ ଦୁଇଟି ସେଲ
ଯଥା- K ଓ L ରହିଛି |
ନାଇଟ୍ରୋଜେନ୍‌ର ପରମାଣୁ କ୍ରମାଙ୍କ = 7
ଏହି ପରମାଣୁର 7ଟି ଇଲେକ୍‌ଟ୍ରନ୍ ମଧ୍ୟରୁ K-ସେଲ୍‌ରେ 2ଟି
ଏବଂ L-ସେଲ୍‌ରେ 5ଟି ଇଲେକ୍‌ଟ୍ରନ୍ ସଜାଇ ହୋଇ ରହିଛନ୍ତି ।

5. Cl ଆୟନର ଇଲେକ୍‌ଟ୍ରନ୍‌ ସଜ୍ଜା ଲେଖ ।
ଉ –
Cl ଆୟନର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି – 2, 8, 8
ଅର୍ଥାତ୍ K ସେଲ୍ ପାଇଁ 2ଟି, L ସେଲ୍ ପାଇଁ ୫ଟି ଓ M ସେଲ୍ ପାଇଁ ୫ଟି ଇଲେକ୍‌ଟ୍ରନ୍ ଥାଏ ।
BSE Odisha 9th Class Physical Science Solutions Chapter 4 img-1

6. ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବାଧ୍ଵକ କେତୋଟି ଇଲେକ୍‌ଟ୍ରନ୍ ରହିପାରିବ ?
ଉ –
ଅଷ୍ଟେଟ ନିୟମ ଅନୁସାରେ ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବାଧ‌ିକ ୫ଟି ଇଲେକ୍‌ଟ୍ରନ୍ ରହିପାରିବ ।

7. M ସେଲ୍‌ରେ ସର୍ବାଧ‌ିକ କେତୋଟି ଇଲେକ୍‌ଟ୍ରନ୍ ରହିପାରିବ ?
ଉ –
2n2 ନିୟମ ଅନୁ ସାରେ M ସେଲ୍‌ରେ ସର୍ବାଧ‌ିକ 2 x (3)2 = 18ଟି ଇଲେକ୍‌ଟ୍ରନ୍ ରହିପାରିବ ।

8. ସିଲିକନ୍‌ର ଯୋଗ୍ୟତା, ତା’ର ଇଲେକ୍‌ଟ୍ରନ୍ ସଜ୍ଜାରୁ କିପରି ନିରୂପଣ କରାଯାଇପାରିବ ?
ଉ –
(a) ସିଲିକନ୍‌ ପରମାଣୁ କ୍ରମାଙ୍କ = 14
ଏହି ପରମାଣୁର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି K(2), L(8) ଓ M(4) । ଅର୍ଥାତ୍ ଏହାର ବାହ୍ୟତମ ସେଲ୍‌ରେ 4ଟି ଇଲେକ୍‌ଟ୍ରନ୍ ରହିଛି ।
(b) ସିଲିକନ୍ ପରମାଣୁ ତାର ବାହ୍ୟତମ କକ୍ଷରେ ଥ‌ିବା ଚାରୋଟି ସଂଯୋଜକ ଇଲେକ୍‌ଟ୍ରକୁ ଭିନ୍ନ ପରମାଣୁ ସହ ମିଳିତ ଭାବେ ଇଲେକ୍‌ଟ୍ରନ୍‌ ସହଭାଗ କରି ସଂଯୁକ୍ତ ହୋଇଥାଏ ଏବଂ ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନା ରୂପ ପ୍ରାପ୍ତ ହୋଇଥାଏ । ତେଣୁ ସିଲିକନ୍‌ର ଯୋଗ୍ୟତା 4 ଅଟେ ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

9. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 8 । ଏଥ‌ିରେ କେତୋଟି ଇଲେକ୍‌ଟ୍ରନ ଅଛି ?
ଉ –
ଗୋଟିଏ ପରମାଣୁର ନ୍ୟୁକ୍ଲିୟସ୍‌ରେ ଥ‌ିବା ପ୍ରୋଟନସଂଖ୍ୟାକୁ ଏହା ପରମାଣୁ କ୍ରମାଙ୍କ କୁହାଯାଏ । ପରମାଣୁ ବିଦ୍ୟୁତ୍ ନିରପେକ୍ଷ ହେତୁ ପ୍ରୋଟନ ସଂଖ୍ୟା = ଇଲେକ୍‌ଟ୍ରନ ସଂଖ୍ୟା = 8

10. ହାଇଡ୍ରୋଜେନ୍‌ର ତିନୋଟି ଆଇସୋଟୋପ୍ଲର ନାମ ଲେଖ ।
ଉ –
ହାଇଡ୍ରୋଜେନ୍ ର ତିନୋଟି ଆଇସୋଟୋପ୍ଲର ନାମ

  • ହାଇଡ୍ରୋଜେନ୍ ବା ପ୍ରୋଟିୟମ୍ BSE Odisha 9th Class Physical Science Solutions Chapter 4 img-2
  • ଡିଉଟେରିୟମ୍ BSE Odisha 9th Class Physical Science Solutions Chapter 4 img-3
  • ଟ୍ରାଇଟିୟମ୍ BSE Odisha 9th Class Physical Science Solutions Chapter 4 img-4

11. ଗୋଟିଏ ମୌଳିକର ପ୍ରତୀକ X । ଏହାର ପରମାଣୁ କ୍ରମାଙ୍କ 15 ଏବଂ ବସ୍ତୁତ୍ଵ ସଂଖ୍ୟା 31 । ଏ ସମସ୍ତଙ୍କୁ ସଂକ୍ଷେପରେ କିପରି ସାଙ୍କେତିକ ଉପାୟରେ ଲେଖାଯାଇପାରିବ ?
ଉ –
ମୌଳିକର ପ୍ରତୀକ = X, ପରମାଣୁ କ୍ରମାଙ୍କ = 15 ଓ ସମସ୍ତଙ୍କୁ ସଂଖ୍ୟା = 31
ଏହି ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ – BSE Odisha 9th Class Physical Science Solutions Chapter 4 img-5

12. ଆଇସୋଟୋପ୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋଟୋପ୍ – ପରମାଣୁ କ୍ରମାଙ୍କ ସମାନ ଥାଇ ବସ୍ତୁତ୍ଵ ସଂଖ୍ୟା ଭିନ୍ନ ହୋଇଥିବା ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।

ଉଦାହରଣ :

  • ନାଇଟ୍ରୋଜେନ୍‌ର ଦୁଇଟି ଆଇସୋଟୋପ୍ ଅଛନ୍ତ ଯଥା BSE Odisha 9th Class Physical Science Solutions Chapter 4 img-6 | ପ୍ରତ୍ୟେକ ନାଇଟ୍ରୋଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 7 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 14 ଏବଂ 15 |
  • ଅକ୍ସିଜେନ୍‌ର ତିନୋଟି ଆଇସୋଟୋପ୍ ଅଛିନ୍ତ ଯଥା BSE Odisha 9th Class Physical Science Solutions Chapter 4 img-7 | ପ୍ରତ୍ୟେକ ଅକ୍ସିଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 8 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 16, 17 ଏବଂ 18 |

13. ଆଇସୋବାର୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋବାର୍ : ବସ୍ତୁତ୍ୱ ସଂଖ୍ୟା ସମାନଥାଇ ଭିନ୍ନ ପରମାଣୁ କ୍ରମାଙ୍କ ଥିବା ପରମାଣୁଗୁଡ଼ିକୁ ଆଇସୋଟାର୍ କୁହାଯାଏ ।

ଉଦାହରଣ :
ପୋଟାସିୟମ୍ର ପରମାଣୁ କ୍ରମାଙ୍କ 19 ଏବଂ କ୍ୟାଲ୍‌ସିୟମ୍‌ର ପରମାଣୁ କ୍ରମାଙ୍କ 20 । ଏହି ଦୁଇ ମୌଳିକର ବସ୍ତୁତ୍ୱ ସଂଖ୍ୟା 40 । ଏହି ଦୁଇ ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ ହେଉଛି BSE Odisha 9th Class Physical Science Solutions Chapter 4 img-8 ଦୁଇଟି ଆଇସୋବାର୍ ଅଟନ୍ତି ।

14. ଉଦାହରଣ ସହ ଆଇସୋଟୋପ୍ ଓ ଆଇସୋବାର୍ ମଧ୍ୟରେ ପ୍ରଭେଦ ଲେଖ ।
BSE Odisha 9th Class Physical Science Solutions Chapter 4 img-9

15. ଟମସନ୍‌ଙ୍କ ପରମାଣୁ ମଡ଼େଲ ସମ୍ବନ୍ଧରେ ଆଲୋଚନା କର ।
ଉ –

  • ଟମସନ୍‌ଙ୍କ ପରମାଣୁ ମଡ଼େଲ୍ : ଟମସନ୍‌ଙ୍କ ପରମାଣୁ ମଡ଼େଲ ଅନୁଯାୟୀ ପରମାଣୁଟି ଯୁକ୍ତାତ୍ମକ ଚାର୍ଜ ରହିଥିବା ଏକ ଗୋଲକ । ଇଲେକ୍‌ଟ୍ରଗୁଡ଼ିକ ଏହା ଭିତରେ ବାଣ୍ଟିହୋଇ ରହିଥା’ନ୍ତି ।
  • ପରମାଣୁର ଯୁକ୍ତାତ୍ମକ ଚାର୍ଜ ବିସ୍ତାରିତ ହୋଇଥିବାବେଳେ ଇଲେକ୍‌ ଟ୍ରନଗୁଡ଼ିକ ବିଛୁରିତ ହୋଇ ରହିଥାନ୍ତି ।

BSE Odisha 9th Class Physical Science Solutions Chapter 4 img-10
ଟମ୍‌ସନ୍‌ଙ୍କ ପ୍ରସ୍ତାବ ଅନୁସାରେ :

  • ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରି ଥ୍ ଗୋଲକ ଏବଂ. ଏଥ୍ ରେ ଇଲେକ୍ ଟ୍ରନ୍ ଗୁଡ଼ିକ ସବୁ ଆଡ଼େ ଦୃଢ଼ ଭାବରେ ସଂଯୁକ୍ତ ହୋଇ ରହିଥା’ନ୍ତି ।
  • ପର ମାଣ୍ଡୁ ରେ ୟୁ କ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥାଏ । ତେଣୁ ପରମାଣୁ ଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।

16. ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷାଟି ବୁଝାଅ |
ଉ-
ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷା :
ପରମାଣୁ ମଧ୍ୟରେ ଇଲେକ୍‌ଟ୍ରନ୍ ଗୁଡ଼ିକ କିପରି ସଜେଇ ହୋଇ ରହିଛନ୍ତି, ସେ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ରଦରଫୋର୍ଡ଼ ଏକ ପରୀକ୍ଷାର ପରିକଳ୍ପନା କରିଥିଲେ ।
BSE Odisha 9th Class Physical Science Solutions Chapter 4 img-11

  • ଏହି ପରୀକ୍ଷାରେ ଖଣ୍ଡିଏ ଅତି ପତଳା ସୁନାପାତିଆ ଉପରେ ତୀବ୍ର ବେଗରେ ଗତି କରୁଥିବା ଆଲ୍‌ଫା (α) କଣିକାକୁ ନିକ୍ଷେପ କରାଗଲା ।
  • ଆଲ୍‌ଫା କଣିକା ହେଉଛି ହିଲିୟମ୍ ଆୟନ (He++) ଯାହା ଦ୍ବିଯୁକ୍ତାତ୍ମକ ଚାର୍ଜ’ ବହନ କରେ । ଏହାର ବସ୍ତୁତ୍ଵ 4u ହୋଇଥ‌ିବାରୁ ତୀବ୍ର ବେଗରେ ଗତି କରୁଥ‌ିବା α-କଣିକାରେ ଯଥେଷ୍ଟ ପରିମାଣର ଶକ୍ତି ରହିଥାଏ ।

ପର୍ଯ୍ୟବେକ୍ଷଣ :

  • ଅଧିକାଂଶ α-କଣିକା ସୁନାପାତିଆ ମଧ୍ୟଦେଇ ସିଧାସଳଖ ଭାବରେ ଗତି କଲା ।
  • କିଛି α-କଣିକାର ଗତିପଥ ବଙ୍କେଇ ହୋଇଗଲା ।
  • ଅଳ୍ପ କିଛି ।-କଣିକା ସୁନାପାତିଆକୁ ଭେଦ ନ କରି ଯେଉଁ ଦିଗରେ ଯାଇଥିଲା ଠିକ୍ ତା’ର ବିପରୀତ ଦିଗରେ ପଛକୁ ଫେରିଆସିଲା ।

ସିଦ୍ଧାନ୍ତ :

  • ସୁନାପାତିଆର ପରମାଣୁ ଭିତରେ ଅଧିକାଂଶ ସ୍ଥାନ ଫମ୍ପା । କାରଣ ଅଧିକାଂଶ ନଂ-କଣିକା ସୁନାପାତିଆ
  • ଖୁବ୍ କମ୍ ସଂଖ୍ୟକ କଣିକା, ଗତିପଥରେ ବଙ୍କେଇ ଯାଉଛି, ଯେଉଁଥୁରୁ ସୂଚନା ମିଳୁଛି ଯେ ପରମାଣୁର ଯୁକ୍ତାତ୍ମକ ଚାର୍ଜ ଖୁବ୍ କମ୍ ସ୍ଥାନ ଦଖଲ କରିଛି।
  • ଅତି ଅଳ୍ପ କେତେକ α-କଣିକା ସିଧା ଆଗକୁ ନ ଯାଇପାରି 180 କୋଣରେ ବିକ୍ଷେପିତ ହୋଇ ପଛକୁ ଫେରିଆସୁଛି । ଏଥୁରୁ ସୂଚନା ମିଳୁଛି ଯେ ସୁନା ପରମାଣୁର ସମସ୍ତ ଯୁକ୍ତାତ୍ମକ ଚାର୍ଜ ଓ ବସ୍ତୁତ୍ୱ କେନ୍ଦ୍ରୀଭୂତ ହୋଇ ପରମାଣୁ ମଧ୍ୟରେ ଖୁବ୍‌ କମ୍ ସ୍ଥାନ ଅଧିକାର କରିଛି ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

17. ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ ବିଷୟରେ ବୁଝାଅ ।

ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ : ରଦରଫୋର୍ଡ଼ ତାଙ୍କ ସୁନାପାତିଆ ପରୀକ୍ଷାକୁ ଭିଭିକରି ଏକ ପରମାଣୁ ମଡ଼େଲର ପ୍ରସ୍ତାବ ଦେଇଥିଲେ । ଏହି ମଡ଼େଲ ଅନୁ ସାରେ –

  • ପରମାଣୁରେ ଏକ ଯୁକ୍ତାତ୍ମକ ଚାର୍ଜିତ କେନ୍ଦ୍ର ରହିଛି ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ । ପରମାଣୁର ପ୍ରାୟ
  • ଇଲେକ୍‌ଟ୍ରନ୍‌ଗୁଡ଼ିକ ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଫାଙ୍କା ସ୍ଥାନରେ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୂରୁଛନ୍ତି ।
  • ପରମାଣୁର ଆକାର ତୁଳନାରେ ନ୍ୟୁକ୍ଲିୟସ୍‌ର ଆକାର ଖୁବ୍ ଛୋଟ ।

18. ବୋ’ରଙ୍କ ପରମାଣୁ ମଡ଼େଲ ରଦରଫୋର୍ଡ଼ଙ୍କ ମଡ଼େଲଠାରୁ କିପରି ଭିନ୍ନ ବୁଝାଅ ।
BSE Odisha 9th Class Physical Science Solutions Chapter 4 img-12

19. ଆଇସୋଟୋପ୍‌ର ଚାରୋଟି ବ୍ୟବହାର ଲେଖ ।
ଉ –
ଆଇସୋଟୋପ୍‌ର ବ୍ୟବହାର :

  • ୟୁରେନିୟମ୍‌ର ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
  • କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
  • ଆୟୋଡ଼ିନ୍‌ର ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (thyriod gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।
  • କେତେକ କୃତ୍ରିମ ଆଇସୋଟାପ୍‌କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।

20. ଗୋଟିଏ ନିଷ୍କ୍ରିୟ ମୌଳିକର ଇଲେକ୍‌ଟ୍ରନ୍ ସଜ୍ଜା ଲେଖ ।
ଉ –
ନିଷ୍କ୍ରିୟ ମୌଳିକର ଇଲେକ୍‌ଟ୍ରନ୍ ସଜ୍ଜା :
BSE Odisha 9th Class Physical Science Solutions Chapter 4 img-13

କାର୍ଯ୍ୟାବଳୀ (Activity) : 

ତୁମପାଇଁ କାମ 4.1 :

  • ଶୁଖୁଲା ମୁଣ୍ଡବାଳକୁ ଏକ ପାନିଆରେ କୁଣ୍ଡାଇ ସେହି ପାନିଆଟିକୁ ଛୋଟ ଛୋଟ ଟୁକୁରା କାଗଜ ଖଣ୍ଡ ନିକଟରେ ଦେଖାଇଲେ, କାଗଜ ଟୁକୁରାକୁ ପାନିଆ ଆକର୍ଷଣ କରିବ ।
  • ଗୋଟିଏ କାଚଦଣ୍ଡ (glass rod)କୁ ଏକ ସିଲ୍‌ କନାରେ ଘଷି ତାହାକୁ ଫୁଙ୍କା ହୋଇଥିବା ବେଲୁନ୍ ନିକଟକୁ ନେଲେ ବେଲୁନ୍‌ କାଚଦଣ୍ଡ ଆଡ଼କୁ ଆକର୍ଷିତ ହେବ ।

ସିଦ୍ଧାନ୍ତ : ଦୁଇଟି ପଦାର୍ଥକୁ ପରସ୍ପର ସହିତ ଘର୍ଷଣ କଲେ ବିଦ୍ୟୁତ୍ ଚାର୍ଜ ଉତ୍ପନ୍ନ ହୁଏ ଓ ସେଗୁଡ଼ିକ ଆକର୍ଷଣ କରିବାର ପ୍ରକୃତି ଲାଭ କରନ୍ତି ।
BSE Odisha 9th Class Physical Science Solutions Chapter 4 img-14

  • 1897 ମସିହାରେ ବୈଜ୍ଞାନିକ ଜେ.ଜେ. ଟମସନ୍ ପ୍ରସ୍ତାବ ଦେଲେ ଯେ ବିଯୁକ୍ତ ଚାର୍ଜକଣିକା ପ୍ରତ୍ୟେକ ପରମାଣୁର ଏକ ମୌଳିକ କଣିକା । ଏହି କଣିକାକୁ ଇଲେକ୍‌ଟ୍ରମ୍ (electron) କୁହାଗଲା ।
  • 1886 ମସିହାରେ ବୈଜ୍ଞାନିକ ଇ. ଗୋଲ୍‌ଷ୍ଟାଇନ୍ ଏକ ପରୀକ୍ଷାଦ୍ଵାରା ପରମାଣୁରେ ଯୁକ୍ତଚାର୍ଜ ରହିଥ‌ିବା ଆବିଷ୍କାର କରିଥିଲେ । ଏହି ଯୁକ୍ତଚାର୍ଜ କଣିକାର ନାମ ପ୍ରୋଟନ୍ (Proton) ଦିଆଗଲା ।
  • ପ୍ରୋଟନ୍‌ର ଚାର୍ଜ ଇଲେକ୍‌ଟ୍ରନ୍‌ର ଚାର୍ଜ ସହିତ ସମାନ କିନ୍ତୁ ବିପର1ରଧମା |
  • ପ୍ରୋଟନ୍‌ର ବସ୍ତୁତ୍ଵ ତୁଳନାରେ ଇଲେକ୍‌ଟ୍ରନ୍‌ର ବସ୍ତୁତ୍ଵ ନଗଣ୍ୟ ବୋଲି ଧରାଯାଏ ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

ତୁମପାଇଁ କାମ 4.2 :
ପ୍ରକୃତିରେ ପୋଟାସିୟମର ତିନୋଟି ଆଇସୋଟୋପ୍ ମିଳିଥାଏ । ସେଗୁଡ଼ିକ ହେଲା »K, K ଏବଂ K । ପୋଟାସିୟମର ପାରମାଣବିକ ବସ୍ତୁତ୍ଵ = 39.098u । ପ୍ରକୃତିରେ ପୋଟାସିୟମର କେଉଁ ଆଇସୋଟୋପ୍‌ର ଶତକଡ଼ା ଅନୁପାତ ସବୁଠାରୁ ଅଧିକ ?
ଉ-
BSE Odisha 9th Class Physical Science Solutions Chapter 4 img-15
ତେଣୁ xର % ମାନ ସବୁଠାରୁ ଅଧ‌ିକ । ଅର୍ଥାତ୍ ପ୍ରକୃତିରେ K ଆଇସୋଟୋପ୍‌ ଶତକଡ଼ା ଅନୁପାତ ସବୁଠାରୁ ଅଧିକ ।

ତୁମପାଇଁ କାମ 4.3 :
ଏହି ଅଧ୍ୟାୟରେ ଆଲୋଚିତ ହୋଇନଥୁବା ପାଞ୍ଚୋଟି ମୌଳିକର ଆଇସୋଟୋପ୍‌ଗୁଡ଼ିକର ଏକ ତାଲିକା କର ।
BSE Odisha 9th Class Physical Science Solutions Chapter 4 img-16
ଉ-
ଆଇସୋଟୋପ୍‌ର ବ୍ୟବହାର (Application of Isotopes) :

  • ୟୁରେନିୟମ୍ ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
  • କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
  • ଆୟୋଡ଼ିନ୍‌ ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (Thyroid gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ |
  • କେତେକ କୃତ୍ରିମ ଆଇସୋଟୋପ୍‌କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।

ତୁମପାଇଁ କାମ 4.4 :
ଆଉ କେତୋଟି ଆଇସୋବାର୍‌ର ଏକ ତାଲିକା କର ।
ଉ-
BSE Odisha 9th Class Physical Science Solutions Chapter 4 img-17