BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(j)

Question 1.
Δ ABC ଅଙ୍କନ କର ଯାହାର AB = 8 ସେ.ମି., AC = 4 ସେ.ମି. ଓ BC = 6 ସେ.ମି. । ଉପରେ ତ୍ରିଭୁଜର ସମକ୍ଷେତ୍ରଫଳ ବିଶିଷ୍ଟ ଏକ ଆୟତକ୍ଷେତ୍ର ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) 1
(a) AB = 8 ସେ.ମି., AC = 4 ସେ.ମି. ଓ BC = 6 ସେ.ମି. ନେଇ Δ ABC ଅଙ୍କନ କର ।
(b) AC ଓ AB ର ମଧ୍ୟବିନ୍ଦୁ ଯଥାକ୍ରମେ R ଓ S ନିର୍ଣ୍ଣୟ କରି, ଉକ୍ତ ବିନ୍ଦୁମାନଙ୍କ ମଧ୍ୟଦେଇ \(\overleftrightarrow{\mathrm{MN}}\) ଅଙ୍କନ କର ।
(c) C ବିନ୍ଦୁରେ ଅଙ୍କିତ ଲମ୍ବ C͞E ଅଙ୍କନ କର ।
(d) \(\overleftrightarrow{\mathrm{MN}}\) ଉପରେ F ଏପରି ଏକ ବିନ୍ଦୁ ନିଅ, ଯେପରିକି CB = EF ହେବ ।
(e) BF ଅଙ୍କନ କରି ECBF ଆୟତକ୍ଷେତ୍ର ସମ୍ପୂର୍ଣ୍ଣ କର ।

Question 2.
Δ ABC ର AB = 5 ସେ.ମି., AC = 4 ସେ.ମି., m∠A = 60°, ତ୍ରିଭୁଜଟି ଅଙ୍କନ କରି BC ଉପରେ ସମକ୍ଷେତ୍ରଫଳ ବିଶିଷ୍ଟ ଏକ ଆୟତକ୍ଷେତ୍ର ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) 2
(a) AB = 5 ସେ.ମି., AC = 4 ସେ.ମି. ଓ m∠A = 60° ନେଇ Δ ABC ଅଙ୍କନ କର ।
(b) A͞C ଓ A͞B ର ମଧ୍ୟବିନ୍ଦୁ ନିର୍ଣ୍ଣୟ କରି ଉକ୍ତ ବିନ୍ଦୁମାନଙ୍କ ମଧ୍ୟଦେଇ MN ଅଙ୍କନ କର ।
(c) C ଓ ବିନ୍ଦୁରେ C͞E ଲମ୍ବ ଅଙ୍କନ କର ।
(d) \(\overleftrightarrow{\mathrm{MN}}\) ଉପରେ F ଏପରି ଏକ ବିନ୍ଦୁ ନିଅ ଯେପରିକି CB = EF ହେବ ।
(e) B͞F ଅଙ୍କନ କରି ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ ଆୟତକ୍ଷେତ୍ର ସମ୍ପୂର୍ଣ୍ଣ ECBF ଆୟତକ୍ଷେତ୍ର ସମ୍ପୂଣ୍ଡି କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j)

Question 3.
Δ ABC ଅଙ୍କନ କର ଯାହାର a + b + c = 8.5 ସେ.ମି. m∠B = 60° ଏବଂ m∠C = 90° । ଏହାର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଆୟତକ୍ଷେତ୍ର ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) 3
(a) 8.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ X͞Y ଅଙ୍କନ କର ।
(b) X ଓ Y ବିନ୍ଦୁରେ 30° ଏବଂ 45 ପରିମାଣ ବିଶିଷ୍ଟ ଯଥାକ୍ରମେ ∠AXY ଏବଂ ∠AYX ଅଙ୍କନ କର ।
(c) AX ଓ AY ର ସମଦ୍ବିଖଣ୍ଡକ ଲମ୍ବ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରନ୍ତୁ ।
(d) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(e) A ବିନ୍ଦୁରେ B͞C ସହ ସମାନ୍ତର କରି \(\overleftrightarrow{\mathrm{AM}}\) ଅଙ୍କନ କର ।
(f) B ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{AM}}\) କୁ M ବିନ୍ଦୁରେ ଛେଦ କରୁ ।
(g) MBCA ଆବଶ୍ୟକୀୟ Δ ABC ର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଆୟତଚିତ୍ର ।

Question 4.
Δ ABC ଅଙ୍କନ କର ଯାହାର AB – AC = 1.5 ସେ.ମି., BC = 6.3 ସେ.ମି., m∠B = 45° । ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ଏକ ଆୟତକ୍ଷେତ୍ର ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) 4
(a) 6.3 ସେ.ମି. ଦୈର୍ଘ୍ୟ ବିଶିଷ୍ଟ BC ଅଙ୍କନ କର ।
(b) B ବିନ୍ଦୁରେ ∠XBC ଅଙ୍କନ କର ଯାହାର ପରିମାଣ 45° ହେବ ।
BX ଉପରେ P ଏପରି ଏକ ବିନ୍ଦୁ ଯେପରିକି BP = 1.5 ସେ.ମି. ।
(c) PC ଅଙ୍କନ କର । PC ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{BX}}\) କୁ A ବିନ୍ଦୁରେ ଛେଦକରୁ ।
(d) AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(e) AB ଓ AC ର ମଧ୍ୟବିନ୍ଦୁ ନିର୍ଣ୍ଣୟ କରି ଉକ୍ତ ବିଦୁଦେଇ \(\overleftrightarrow{\mathrm{RS}}\) ଅଙ୍କନ କର ।
(f) B ବିନ୍ଦୁରେ ଅଙ୍କିତ ଲମ୍ବ B͞E ଅଙ୍କନ କର, ଯାହା \(\overleftrightarrow{\mathrm{RS}}\) କୁ E ବିନ୍ଦୁରେ ଛେଦ କରିବ ।
\(\overleftrightarrow{\mathrm{RS}}\) ଉପରେ F ଚିହ୍ନଟ କର ଯେପରି BC = EF ହେବ କିମ୍ବା CF ⊥ BC ।
(g) BCFE ଆବଶ୍ୟକୀୟ ଆୟତକ୍ଷେତ୍ର ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Odisha State Board BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ Textbook Exercise Questions and Answers.

BSE Odisha Class 10 Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବିପରୀତାର୍ଥବୋଧକ ଶବ୍ଦ ଲେଖି ।
ନୈତିକ, ଉନ୍ନତି, ପ୍ରାଚୀନ, ଇଚ୍ଛାକୃତ, ଅକ୍ଷୁଣ୍ଣ, ପୂର୍ବବର୍ତ୍ତୀ, ବିକାଶ, ସଂଯୋଗ
Answer:

ଶବ୍ଦ ବିଷରାତ ଶବ୍ଦ
ନୈତିକ ଆନୈତିକ
ଉନ୍ନତି ଅବନତି
ପ୍ରାଚୀନ ଅର୍ବାଚନ/ନବାନ/ନୂତନ
ଇଚ୍ଛାକୃତ ଅନିଛାକୃତ
ଅକ୍ଷୁଣ୍ଣ କ୍ଷୁର୍ଣ୍ଣ
ପୂର୍ବବର୍ତ୍ତୀ ପରିବର୍ତ୍ତା
ବିକାଶ ବିଲୟ/ବିନାଶ
ସଂଯୋଗ ବିଯୋଗ

Question ୨।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର ।
ବୈଷୟିକ, ମାନବିକତା, ଆରୋହଣ, ଅନବରତ, ଦୁରୂହ, ବିସ୍ତୃତ, ବିଚଳିତ
Answer:
ବୈଷୟିକ – ପ୍ରାଚୀନ ରୋମୀୟ ସଭ୍ୟତାରେ ବୈଷୟିକ ଉନ୍ନତିର ନିଦର୍ଶନ ମିଳେ ।
ମାନବିକତା – ଦୁର୍ଘଟଣାରେ କ୍ଷତବିକ୍ଷତ ହୋଇଥିବା ଅନ୍ଧଟିକୁ ସାହାଯ୍ୟ ନ କରି ଚାଲିଯିବା ମାନବିକତା ନୁହେଁ।
ଆରୋହଣ – ଉତ୍ତୁଙ୍ଗ ହିମାଳୟ ଆରୋହଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ।
ଅନବରତ – ଅନବରତ ମୋବାଇଲ୍‌ରେ ଖେଳିବା ବା ଦୂରଦର୍ଶନ ଦେଖ‌ିବା କ୍ଷତିକାରକ ଅଟେ ।
ଦୁରୂହ – କଠିନ ପରିଶ୍ରମ ନ କଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଦୁରୂହ ହୋଇପଡ଼ିବ ।
ବିସ୍ତୃତ – ଦିଗନ୍ତ ବିସ୍ତୃତ ମରୁଭୂମି ପଥ ପ୍ରାଣରେ ଭୀତିସଞ୍ଚାର କରେ । ବିଚଳିତ ଅବସ୍ଥାରେ ମଣିଷ ସଠିକ୍ ନିର୍ଣ୍ଣୟ ନେଇପାରେ ନାହିଁ ।
ବିଚଳିତ – ବିଚଳିତ ଅବସ୍ଥାରେ ମଣିଷ ସଠିକ୍ ନିର୍ଣ୍ଣୟ ନେଇପାରେ ନାହିଁ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୩।
ସନ୍ଧିବିଚ୍ଛେଦ କର ।
ଅନ୍ୟାନ୍ୟ, ଅନ୍ତର୍ଗତ, ସଂଯୋଗ,ଆୟୁର୍ବେଦ, ମନସ୍ତତ୍ତ୍ଵ, ଉଲ୍ଲିଖ
Answer:
ଅନ୍ୟାନ୍ୟ = ଅନ୍ୟ + ଅନ୍ୟ
ଅନ୍ତର୍ଗତ = ଅନ୍ତଃ + ଗତ
ସଂଯୋଗ = ସମ୍ + ଯୋଗ
ଆୟ୍ମର୍ବୈଦ = ଆୟୁ + ବେଦ
ମନସ୍ତତ୍ତ୍ୱ = ମନଃ + ତତ୍ତ୍ବ
ତ୍ତଲ୍ଲିଖ୍ ତ = ଉତ୍ + ଲିଖୁତ

Question ୪।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ପ୍ରକୃତି ପ୍ରତ୍ୟୟ ନିର୍ଣ୍ଣୟ କର ।
ଶାରୀରିକ, ମାନସିକ, ପାର୍ବତୀୟ, ଭାରତୀୟ, ତ୍ୟାଗ, ସର୍ବାଙ୍ଗୀନ, କରଣୀୟ, ବୈଜ୍ଞାନିକ, କର୍ତ୍ତବ୍ୟ
Answer:
ଶରୀର+ଇକ (ତଦ୍ଧିତ ଇକ ପ୍ରତ୍ୟୟ) ପର୍ବତ+ଶୟ (ଈୟ ପ୍ରତ୍ୟୟ)
ପାର୍ବତାୟ = ପର୍ବତ + ଈୟ (ଈୟ ପ୍ରତ୍ୟୟ)
ତ୍ୟାଗ = ତ୍ୟଜ୍ + ଅ (କୃଦନ୍ତ୍ର ଅ ପ୍ରତ୍ୟୟ)
କରଶାୟ = କୃ + ଅନାୟ (ଅନାୟ ପ୍ରତ୍ୟୟ)
କର୍ତ୍ତବ୍ୟ = କୃ + ତବ୍ୟ (‘ତ’ ପ୍ରତ୍ୟୟ)
ମାନସିକ = ମାନସ୍ + ଇକ (ଉଦ୍ଧିତ ରକ ପ୍ରତ୍ୟୟ)
ଭାରତାୟ = ଭାରତ + ଈୟ ( ଈୟ ପ୍ରତ୍ୟୟ)
ସର୍ବାଙ୍ଗୀନ = ସର୍ବ + ଅଙ୍ଗ + ଈନ (ଈନ ପ୍ରତ୍ୟୟ)
ବୈଜ୍ଞାନିକ = ବିଜ୍ଞାନ + ଇକ (ତଦ୍ଧିତ ଇକ ପ୍ରତ୍ୟୟ)

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ହସ୍ତୀ, ମାନବ, ‘ଧ୍ଵଜା, ପର୍ବତ
Answer:
ହସ୍ତା – ଗଜ, କରୀ, ହାତୀ
‘ଧ୍ଵଜା – ପତାକା, ବାନା
ମାନବ – ନର, ମନୁଷ୍ୟ
ପର୍ବତ – ଶୈଳ, ଗିରି, ପାହାଡ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୬।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ସଂଶୋଧନ କରି ଲେଖ ।
ଶାରିରୀକ, ସାହାର୍ଯ୍ୟ, ସଶ୍ଳିଷ୍ଟ, ଆଶୀର୍ବାଦ
Answer:
ଶାରିରୀକ – ଶାରୀରିକ
ସାହାର୍ଯ୍ୟ – ସାହାଯ୍ୟ
ସଶ୍ଳିଷ୍ଟ – ସଂଶ୍ଲିଷୃ
ଆଶୀର୍ବାଦ – ଆଶାର୍ବାଦ

Question ୭ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଲକ୍ଷ-ଲକ୍ଷ୍ୟ, କୁଳ-କୂଳ, ଚରିତ-ଚରିତ୍ର
Answer:
ଲକ୍ଷ – ସଂଖ୍ୟା ବିଶେଷ
ଲକ୍ଷ୍ୟ – ଉଦ୍ଦେଶ୍ୟ, ଏକାଗ୍ରତା
କୁଳ – ବଂଶ
କୂଳ – ତଟ / ନଦୀତୀର
ଚରିତ – ପ୍ରସଙ୍ଗ / ଉପାଖ୍ୟାନ
ଚରିତ୍ – ଆବରଣ / ସ୍ଵଭାବ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮
ଆମେ ସଭ୍ୟତା ଆଖ୍ୟା କାହାକୁ ଦେଇଥାଉ ?
Answer:
ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ତଥା ଜ୍ଞାନ ସାଧନ କରିଥାଏ, ଆମେ ତାକୁ ହିଁ ସଭ୍ୟତା ଆଖ୍ୟା ଦେଇଥାଉ ।

Question ୯ ।
ରୋମୀୟ ଓ ଭାରତୀୟ ସଭ୍ୟତାର ଆଦର୍ଶ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ରୋମୀୟ ସଭ୍ୟତାର ମୂଳଭିତ୍ତି ବୈଷୟିକ ଉନ୍ନତି ଉପରେ ପ୍ରତିଷ୍ଠିତ ଥିଲା । ଭୋଗ ଥିଲା ସେହି ସଭ୍ୟତାର ଆଦର୍ଶ । ସେହି ବୈଷୟିକ ଉନ୍ନତିର ନିଦର୍ଶନ ଥିଲା ଇଚ୍ଛାକୃତ । କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ଭାରତର ବୈଷୟିକ ଉନ୍ନତି ଥିଲା ତ୍ୟାଗଧର୍ମର ଏକତମ ସ୍ଵତଃସମ୍ଭୂତ ଫଳ ।

Question ୧୦ ।
ଭାରତୀୟ ସଭ୍ୟତାର ଆଦର୍ଶ କହିଲେ କ’ଣ ବୁଝ ?
Answer:
ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେ ବିପଦର କାରଣ ବୋଲି ମନେ କରୁଥିଲେ ମଧ୍ୟ ତ୍ୟାଗଧର୍ମ ମାଧ୍ୟମରେ ସାଧନ କରିଥିଲା ବୈଷୟିକ ଉନ୍ନତି, ଯାହାର ସୃଷ୍ଟି ଇଚ୍ଛାକୃତ ନୁହେଁ ବରଂ ତ୍ୟାଗଧର୍ମର ଏକତମ ସ୍ଵତଃସମ୍ଭୂତ ଫଳ । କାରଣ ଭାରତର ବୈଶିଷ୍ଟ୍ୟ ହେଉଛି ଆଧ୍ୟାତ୍ମିକତା ।

Question ୧୧ ।
ଗୃହସ୍ଥର ପଥ କେତେବେଳେ ପୃଥକ୍ ହୋଇଯାଏ ?
Answer:
ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସେହି ତ୍ୟାଗମାର୍ଗରେ ଦୀକ୍ଷିତ ହୋଇଥିବା ଭାରତୀୟ ଗୃହସ୍ଥଟି ବିଷୟ ଜଞ୍ଜାଳର ପରିବେଷ୍ଟନୀ ମଧ୍ୟରେ ଥିଲେ ମଧ୍ୟ ପାରିପାର୍ଶ୍ବକ ପଦାର୍ଥ ସହ ଜଡ଼ିତ ନ ଥିଲା । ସେହି ତ୍ୟାଗମାର୍ଗରେ ଗତିକରି ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ତା’ର ପଥ ଭୋଗମାର୍ଗଗାମୀ ଜାତିଠାରୁ ପୃଥକ୍ ହୋଇଯାଏ ।

Question ୧୨ ।
ବର୍ତ୍ତମାନର ପୃଥ‌ିବୀରେ ସଭ୍ୟତାର ଆଦର୍ଶଟି କ’ଣ ?
Answer:
ମାନବର ସର୍ବାଙ୍ଗୀନ ଉନ୍ନତିସାଧନ, ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ସହିତ ବିଶ୍ଵମାନବିକତାର ପ୍ରତିଷ୍ଠା ଓ ବିରାଟ ସୃଷ୍ଟିରହସ୍ୟର ଉଦ୍‌ଘାଟନ ଓ ତାହା ମୂଳରେ ନିହିତ ଥିବା ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ବର୍ତ୍ତମାନ ପୃଥ‌ିବୀରେ ସଭ୍ୟତାର ଆଦର୍ଶ ଭାବେ ବିବେଚିତ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୧୩ ।
ଜଡ଼ ବିଜ୍ଞାନ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଜଡ଼ ବିଜ୍ଞାନ ଦୁଇ ଭାଗରେ ବିଭକ୍ତ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ । ଏହି ଦୁଇ ବିଜ୍ଞାନ ମଧ୍ୟ ନାନା ବିଭାଗ ଓ ଉପବିଭାଗମାନଙ୍କରେ ବିଭକ୍ତ । ପଦାର୍ଥ ବିଜ୍ଞାନ ଆଲୋକ, ଉତ୍ତାପ, ବିଦ୍ୟୁତ୍, ଶବ୍ଦ ପ୍ରଭୃତି ବିଭିନ୍ନ ତତ୍ତ୍ୱାନୁସନ୍ଧାନର ବିଭାଗରେ ବିଭକ୍ତ। ରସାୟନ ବିଜ୍ଞାନ ମଧ୍ୟ ସେହିପରି ବିଭିନ୍ନ ବିଭାଗରେ ବିଭକ୍ତ ।

Question ୧୪।
ଆମେ କେଉଁ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରିଥାଉଁ ?
Answer:
ଜଡ଼ ବିଜ୍ଞାନ ବଳରେ ଆମେ ବିଭନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହରଣ କରିବା ସହ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାରଯନ୍ତ୍ର, ଟେଲିଭିଜନ୍, ଟେଲିଫୋନ୍ ପ୍ରଭୃତି ବିବିଧ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରୁଅଛୁ ।

Question ୧୫ ।
ଜୀବ ବିଜ୍ଞାନର ଚର୍ଚ୍ଚାରୁ କି ସନ୍ଧାନ ମିଳିଥାଏ ?
Answer:
ଜୀବ ବିଜ୍ଞାନ ଦୁଇ ଭାଗରେ ବିଭକ୍ତ – ପ୍ରାଣୀ ବିଜ୍ଞାନ ଓ ଉଭିଦ ବିଜ୍ଞାନ । ଏଗୁଡ଼ିକର ଚର୍ଚ୍ଚାରୁ ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ଏବଂ କେଉଁ’ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ହୋଇପାରିଛନ୍ତି, ତାହାର ସନ୍ଧାନ ମିଳିଥାଏ ।

Question ୧୬ ।
ଆମ୍ଭମାନଙ୍କର ଜ୍ଞାନର ସୀମା ଆମେ କିପରି ବିସ୍ତୃତ କରିଥାଉଁ ?
Answer:
ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେମାନେ ଶରୀରତତ୍ତ୍ଵ, ଆୟୁର୍ବେଦ (ଡାକ୍ତରୀ), ମନସ୍ତତ୍ତ୍ଵ, କୃଷିବିଜ୍ଞାନ, ପୃଥ‌ିବୀତତ୍ତ୍ଵ, ଜ୍ୟୋତିଷ ପ୍ରଭୃତି ନାନାବିଧ ଶାସ୍ତ୍ର ବଳରେ ଆମ୍ଭମାନଙ୍କର ଜ୍ଞାନର ସୀମା ବୃଦ୍ଧି କରିଥାଉ

Question ୧୭ ।
ଜୀବ ବିଜ୍ଞାନରୁ ଜୀବନ୍ତର ଶରୀର ସମ୍ପର୍କରେ କି ଧାରଣା ମିଳେ ?
Answer:
ଜୀବନ୍ତର ଶରୀର ବିଭିନ୍ନ ଜଡ଼ ଉପାଦାନରେ ଗଠିତ ବୋଲି ଜୀବ ବିଜ୍ଞାନର ଆଲୋଚନାରୁ ପ୍ରତୀୟମାନ ହୁଏ । ଗର୍ତ୍ତମାନର ବିଶ୍ଳେଷଣ ଅନୁଯାୟା ପୂର୍ବର ପଞ୍ଚଭୂତ ଅଶେଷ ଉପାଦାନର ସମଷ୍ଟିରୂପେ ନିରୂପିତ ହୋଇଅଛି । ଏହି ବିବିଧ ଜଡ଼ ଉପାଦାନର ସମାବେଶ ସହ ଜୀବନ୍ତ ଶକ୍ତିର ବିକାଶ ଜୀବନ୍ତକୁ ସମ୍ଭବ କରିଛି ବୋଲି ଧାରଣା ମିଳେ ।

Question ୧୮ ।
ବୈଜ୍ଞାନିକମାନେ ମାନବକୁ ଧ୍ଵଂସପଥର ପଥ୍ୟକ କରୁଛନ୍ତି ବୋଲି ଲେଖକ କାହିଁକି କହିଛନ୍ତି ?
Answer:
ବୈଜ୍ଞାନିକମାନେ ବିଜ୍ଞାନ ବଳରେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ପରି ଅନେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ଉଦ୍ଭାବନ କରିଛନ୍ତି । ଫଳରେ ତା’ ବଳରେ ସଂସାରର ଧ୍ବଂସ ସାଧନ କରିବା ସହିତ ମାନବକୁ ଧ୍ୱଂସ ପଥର ପଥ୍ୟକ କରୁଛନ୍ତି ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୧୯ ।
ମୈତ୍ରୀର ଧ୍ଵଜା କେତେବେଳେ ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି ?
Answer:
ଯେତେବେଳେ ବିଜ୍ଞାନ ଚରମ ଉନ୍ନତି ଲାଭ କରିବା ସହିତ ସଭ୍ୟତା ଉନ୍ନତିର ଶେଷ ସୋପାନରେ ଉପନୀତ ହେବ, ସେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶକୁ ସମସ୍ତେ ଜାଣିବାକୁ ସମର୍ଥ ହେବେ ଏବଂ ସଂସାରରେ ଉଡ଼ିବ ମୈତ୍ରୀର ଧ୍ଵଜା ।

Question ୨୦ ।
ବିଜ୍ଞାନର ଅନ୍ଧକାର ସ୍ଥାନଟି ଅପସାରିତ ହେଲେ କ’ଣ ହେବ ବୋଲି ଲେଖକ କହିଛନ୍ତି ?
Answer:
ସେତେବେଳେ ଆମ୍ଭେମାନେ ଯାବତୀୟ ବିଷୟରେ ଜ୍ଞାନଲାଭ କରି ସଭ୍ୟତାର ଭିତ୍ତି ସ୍ଥାପନ କରିବା ସହିତ ଉନ୍ନତିର ଶିଖରରେ ବିଜ୍ଞାନର ଅନ୍ଧକାର ଦିଗଟି ଅପସାରିତ ହେଲେ ଚତୁର୍ଦ୍ଦିଗରେ ଉଦ୍‌ଭାସିତ ହୋଇଉଠିବ ଆଲୋକମୟ ପ୍ରଭାବ ପହଞ୍ଝାପାରିବା ।

ସପ୍ରସଙ୍ଗ ସରଳାର୍ଥ

Question ୨୧ ।
ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗମାର୍ଗଗାମୀ ଜାତିଠାରୁ ତା’ର ପଥ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଏ ।
Answer:
ତ୍ୟାଗ ମାର୍ଗରେ ଦୀକ୍ଷିତ ……………………… ପୃଥକ୍ ହୋଇଯାଏ ।
ପ୍ରଦତ୍ତ ଗଦ୍ୟାଶଟି ବିଶିଷ୍ଟ ଶିକ୍ଷାବିତ୍ ତଥା ଉଭିଦ ବିଜ୍ଞାନୀ ବଂଶୀଧର ସାମନ୍ତରାୟଙ୍କଦ୍ୱାରା ରଚିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରୁ ଗୃହୀତ । ଏଠାରେ ପ୍ରାବନ୍ଧିକ ବିଭିନ୍ନ ଜାତିମାନଙ୍କ ସଭ୍ୟତାର ଆଦର୍ଶ ଉପସ୍ଥାପନ ପରିପ୍ରେକ୍ଷାରେ ଭାରତାୟମାନଙ୍କ ସ୍ୱାତନ୍ତ୍ର୍ୟ ତଥା ବୈଶିଷ୍ଟ୍ୟ ପ୍ରତିପାଦନ କରିଛନ୍ତି ।

ସାଧାରଣତଃ ବ୍ୟକ୍ତିର ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ତଥା ସାଧୂ ଜ୍ଞାନକୁ ସଭ୍ୟତାର ଆଖ୍ୟା ପ୍ରଦାନ କରାଯାଇଥାଏ । ଏ ଦୃଷ୍ଟିରୁ ବିଭିନ୍ନ ଯୁଗରେ ବିଭିନ୍ନ ଜାତିର ଏହି ସଭ୍ୟତାର ଆଦର୍ଶରେ ଭିନ୍ନତା ପରିଲକ୍ଷିତ ହୁଏ । ରୋମ, ଗ୍ରୀସ୍ ଓ ମିଶର ଆଦି ଦେଶମାନଙ୍କର ସଭ୍ୟତା ପ୍ରଗତିର ମୂଳଭିଭି ବୈଷୟିକ ଉନ୍ନତି ଉପରେ ଆଧାରିତ ଥିଲା । ଭୋଗ ହିଁ ଥିଲା ସେହିସବୁ ସଭ୍ୟତାର ଆଦର୍ଶ । ସେମାନଙ୍କ ବୈଷୟିକ ଉନ୍ନତି ଇଚ୍ଛାକୃତ ଥିଲା । କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ତ୍ୟାଗ ଓ ଆତ୍ମସଂଯମ ଉପରେ ପର୍ଯ୍ୟବସିତ ଥିଲା । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲି ଭାବୁଥୁଲେ ।

ତଥାପି ତ୍ୟାଗଧର୍ମ ମାଧ୍ୟମରେ ହିଁ ସେହି ବୈଷୟିକ ଉନ୍ନତି ସମ୍ଭବ ହୋଇପାରିଥିଲା ଯାହା ଅନ୍ୟ ଜାତିର ସଭ୍ୟତାଠାରୁ କୌଣସି ଗୁଣରେ ନ୍ୟୁନତର ନୁହେଁ । ବିଷୟ ଜଞ୍ଜାଳର ପରିବେଷ୍ଟନୀ ମଧ୍ୟରେ ରହିଥିଲେ ମଧ୍ୟ ପାରିପାର୍ଶ୍ବକ ପଦାର୍ଥ ସହ ସେ ସଂଶ୍ଳିଷ୍ଟ ନଥିଲା । ତ୍ୟାଗଧର୍ମ ମାର୍ଗ ଦେଇ ଗତି କରୁଥିଲାବେଳେ ସେ ବିଷୟର ମାଲିକ ହେଉଥିଲା । ତା’ର ବୈଷୟିକ ସୃଷ୍ଟି ଓ ଉନ୍ନତି ଇଚ୍ଛାକୃତ ନଥିଲା, ବରଂ ତାହା ଥିଲା ତ୍ୟାଗମାର୍ଗର ଏକତମ ସ୍ଵୟଂସମ୍ଭୂତ ଫଳ । ଭାରତର ବୈଶିଷ୍ଟ୍ୟ ଥିଲା ତା’ର  ଆଧ୍ୟାତ୍ମିକତା । ତ୍ୟାଗମାର୍ଗ ହିଁ ଏହାର ଅନ୍ୟତମ ମୁଖ୍ୟ ବିଭାବ । ତେଣୁ ଭାରତୀୟମାନଙ୍କ ବୈଷୟିକ ଉନ୍ନତିର ପଥ ଭୋଗମାର୍ଗଗାମୀ ଜାତିମାନଙ୍କ ପଥଠାରୁ ସମ୍ପୂର୍ଣ୍ଣ ପୃଥକ୍ ଥିଲା ।

Question ୨୨ ।
ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାମିକତା ।
ଭାରତର ବୈଶିଷ୍ଟ୍ୟ ……………….. ଆଧ୍ୟାତ୍ମିକତା ।
ପ୍ରଦତ୍ତ ଗଦ୍ୟାଶଟି ପ୍ରଖ୍ୟାତ ଉଭିଦ ବିଜ୍ଞାନୀ ତଥା ମହାନ୍ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟଙ୍କ ରଚିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ପ୍ରାବନ୍ଧିକ ବିଭିନ୍ନ ଜାତିର ସଭ୍ୟତାର ଆଦର୍ଶ ଆଲୋଚନା ଅବସରରେ ମହାନ୍ ଭାରତୀୟ ଜାତିର ସ୍ବାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଛନ୍ତି ବିଭିନ୍ନ ଯୁଗରେ ବିଭିନ୍ନ ଜାତିର ସଭ୍ୟତାର ଆଦର୍ଶ ଥିଲା ଭିନ୍ନ ଭିନ୍ନ ।

ଗ୍ରୀସ୍, ରୋମ ଓ ମିଶର ପରି ଦେଶମାନଙ୍କର ସଭ୍ୟତାର ଆଦର୍ଶ ବୈଷୟିକ ଉନ୍ନତି ଉପରେ ଥିଲା ପର୍ଯ୍ୟବସିତ । ସେହି ଉନ୍ନତି ସେମାନଙ୍କର ଇଜାକୃତ କାର୍ଯ୍ୟଧାରାଦ୍ବାରା ସମ୍ଭବ ହେଉଥିଲା । ଭୋଗ ଥିଲା ସେହି ସଭ୍ୟତାର ଆଦର୍ଶ । ମାତ୍ର ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲି ଭାବୁଥୁଲେ । ତଥାପି ସେମାନଙ୍କ ବୈଷୟିକ ଉନ୍ନତି ତ୍ୟାଗଧର୍ମ ମାଧ୍ୟମରେ ହିଁ ସମ୍ଭବ ହୋଇଥିଲା ଯାହା ଅନ୍ୟାନ୍ୟ ଜାତିର ବୈଷୟିକ ଉନ୍ନତିଠାରୁ କଦାପି ନୂନତର ନୁହେଁ। ଭାରତୀୟ ହିନ୍ଦୁମାନଙ୍କ ମତରେ ବିଭିନ୍ନ ଦର୍ଶନଶାସ୍ତ୍ର ନିହିତ ପ୍ରଣାଳୀଦ୍ବାରା ବିଶ୍ଵ ବିରାଟ ଶକ୍ତି ସମ୍ପର୍କିତ ତତ୍ତ୍ଵ ନିରୂପିତ ହୋଇପାରେ।

ଆଧ୍ୟାତ୍ମିକ ପଥରେ ଅଗ୍ରସର ହେଲେ ପ୍ରଥମେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନହେଲେ ହେଁ, ଲକ୍ଷ୍ୟସ୍ଥଳରେ ଉପନୀତ ହେଲାପରେ ସମସ୍ତ କାର୍ଯ୍ୟକାରଣ ସ୍ପଷ୍ଟ ପ୍ରତିଭାତ ହେବ । ମାତ୍ର ଏହାର ସାଧନ ନିମିତ୍ତ ଶାରୀରିକ ଓ ମାନସିକ ଉନ୍ନତି ସର୍ବାଦୌ କରଣୀୟ । ଏହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ହୁଏ ଓ ଏଥିପାଇଁ କଠୋର ସାଧନା ଅବଶ୍ୟ ଅପରିହାର୍ଯ୍ୟ । ସର୍ବୋପରି ବିଶ୍ବର ଅନ୍ୟାନ୍ୟ ଜାତିର ସଭ୍ୟତାର ଉନ୍ନତି ମାର୍ଗ ଭୋଗସର୍ବସ୍ଵ ଇଚ୍ଛା ଉପରେ ଆଧାରିତ ହୋଇଥିଲାବେଳେ ଭାରତୀୟ ସଭ୍ୟତାର ମୂଳାଧାର ଆଧ୍ୟାତ୍ମିକତା ଉପରେ ପର୍ଯ୍ୟବସିତ ହୋଇଥିଲା ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୨୩ ।
ଏହାର ଶେଷଫଳ କ’ଣ ହେବ, ତାହା ଭବିଷ୍ୟତ ଗର୍ଭରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି ।
Answer:
ଏହାର ଶେଷ ଫଳ ………….. ପରୀକ୍ଷଣ ହିଁ ଚାଲିଛି ।
ପ୍ରୋକ୍ତ ଗଦ୍ୟାଶଟି ପ୍ରଖ୍ୟାତ ଶିକ୍ଷାବିତ୍ ତଥା ପ୍ରବୀଣ ଉଭିଦ ବିଜ୍ଞାନୀ ବଂଶୀଧର ସାମନ୍ତରାୟଙ୍କ ରଚିତ ‘ସଭ୍ୟତା ଓ ବିଜ୍ଞାନ’ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ବିଜ୍ଞାନ ବଳରେ ‘ବିଶ୍ଵ ବିରାଟ ଶକ୍ତିର କଳନା ତଥା ଜଡ଼ ଓ ଜୀବନ୍ତ ସହ ଏହାର ସମ୍ପର୍କ? ଏହି ତଥ୍ୟର ଗବେଷଣା ଓ ପରାକ୍ଷସର ସଫଳତା ସମ୍ବନ୍ଧିରେ ଆଶାବାଦା ମାନସିକତା ପରିପ୍ରକାଶ କରିଛନ୍ତିା

ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ ହିଁ ଆଧୁନିକ ସଭ୍ୟତାର ଲକ୍ଷ୍ୟ । ବ୍ୟକ୍ତିର ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ସହ ବିଶ୍ଵମାନବିକତାର ପ୍ରତିଷ୍ଠାନ ଓ ବିରାଟ ସୃଷ୍ଟି ରହସ୍ୟର ଉଦ୍‌ଘାଟନ ତଥା ତା’ ମୂଳରେ ସନ୍ନିହିତ ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ଆଧୁନିକ ସଭ୍ୟତାର ଆଦର୍ଶ । ସଭ୍ୟତାର ସେହି ଲକ୍ଷ୍ୟସ୍ଥଳରେ ଉପନୀତ ହେବା ନିମନ୍ତେ ମାନବ ବିଜ୍ଞାନକୁ ହିଁ ଅବଲମ୍ବନ ଭାବେ ଗ୍ରହଣ କରି ତା’ ସାହାଯ୍ୟରେ ଗବେଷଣା ଅବ୍ୟାହତ ରଖୁଛି । ଜଡ଼ ଓ ଜୀବ ବିଜ୍ଞାନର ସହଯୋଗିତାରେ ଜ୍ଞାନର ସୀମା ବିସ୍ତୃତ କରିବା ସହ ନାନାବିଧ ବୈଷୟିକ, ମାନସିକ ଓ ଶାରୀରିକ ଉନ୍ନତି ଲାଭକରିବା ପାଇଁ ପ୍ରଚେଷ୍ଟା ଜାରି ରଖୁଛି ।

ଅନ୍ୟ ରାଷ୍ଟ୍ରମାନେ ନିଜ ନିଜ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାକୁ ଚେଷ୍ଟିତ ଥିଲାବେଳେ ଆମେ କାର୍ଯ୍ୟରେ ସେସବୁ ସାଧନ କରି ତାହାର ଯଥାର୍ଥତା ପ୍ରତିପାଦନ କରିବାକୁ ପୂର୍ଣ ସକ୍ଷମ ହୋଇନଥିଲେ ମଧ୍ୟ କିଛି ମାତ୍ର ନିରୂପିତ ହୋଇପାରିଛି । ଲକ୍ଷ୍ୟସ୍ଥଳରେ ପହଞ୍ଚାବା ଯଦିଓ ସମୟସାପେକ୍ଷ, ଏ ସମ୍ପର୍କରେ ଗବେଷଣା ଓ ପରୀକ୍ଷଣ କ୍ରିୟାଶୀଳ ରହିଛି । ଏହାର ଶେଷଫଳ ଭବିଷ୍ୟତ ଗର୍ଭରେ ନିହିତ ଥିଲେ ମଧ୍ୟ ଲକ୍ଷ୍ୟସ୍ଥଳ ପ୍ରାପ୍ତି ନିମିତ୍ତ ବିଜ୍ଞାନ ହିଁ ଅବଲମ୍ବନୀୟ । ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାପାଇଁ ବିଜ୍ଞାନ ହିଁ ଆମକୁ ପଥ ପ୍ରଦର୍ଶନ କରି ଚାଲିବ ବୋଲି ପ୍ରାବନ୍ଧିକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Question ୨୪ ।
ବିରାଟ ସାଗର ଆଜି ଦୁର୍ଲକ୍ଷ୍ୟ ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ ।
Answer:
ବିରାଟ ସାଗର ଆଜି……………………. ହୋଇ ରହିନାହିଁ ।
ପ୍ରଦତ୍ତ ଗଦ୍ୟାଶଟି ପ୍ରଖ୍ୟାତ ପ୍ରାବନ୍ଧିକ ଓ ଖ୍ୟାତିସମ୍ପନ୍ନ ଉଦ୍ଭଦ ବିଜ୍ଞାନୀ ବଂଶୀଧର ସାମନ୍ତରାୟଙ୍କ ରଚିତ ‘ସଭ୍ୟତା ଓ ର୍ବଜ୍ଞାନ’ ଶାର୍ଷକ ପ୍ରବନ୍ଧରୁ ଉଦ୍ଘିତା ଏଠାରେ ପ୍ରାବନ୍ଧିକ ବିଜ୍ଞାନର ଜୟଗାନ କରି ମାନବର ସର୍ବବିଧ ବୈଷୟିକ ଉନ୍ନତିରେ ବିଜ୍ଞାନର ଅଭୂତପୂର୍ବ ଅବଦାନକୁ ଉପସ୍ଥାପନ କରିଛନ୍ତିା

ଜଡ଼ ବିଜ୍ଞାନ ବଳରେ ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟରେ ସମ୍ୟକ୍ ଜ୍ଞାନ ଆହରଣ କରିବା ସମ୍ଭବ ହୋଇପାରିଛି । ସେହି ଜଡ଼ ବିଜ୍ଞାନ ବଳରେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧଭାବରେ ଆହରଣ କରିବା ସମ୍ଭବ ହୋଇପାରିଛି । ବିଜ୍ଞାନ ବଳରେ ଆମେ ସୌରଜଗତ ଭିନ୍ନ ଅନ୍ୟ ଜଗତର ଗ୍ରହ, ତାରା ଓ ଉପଗ୍ରହର ନିୟନ୍ତ୍ରଣ ଓ ସେଗୁଡ଼ିକର ଶକ୍ତିର ବିକାଶ ଓ କାର୍ଯ୍ୟପ୍ରଣାଳୀର ରୂପରେଖ ଜାଣିବାରେ କ୍ଷମ ହୋଇପାରିଛୁ ।

ବର୍ତ୍ତମାନ ମାନବ ଯେଉଁ ବୈଷୟିକ ଉନ୍ନତି ସାଧନ କରିବାରେ ସକ୍ଷମ ହୋଇପାରିଛି ପୂର୍ବବର୍ତୀ ମାନବ ସେସବୁ କଳ୍ପନା ମଧ୍ୟ କରିପାରି ନଥିଲା କି ସ୍ବପ୍ନରେ ସୁଦ୍ଧା ଭାବିପାରି ନଥିଲା । ଜଡ଼ ବିଜ୍ଞାନ ବଳରେ ବର୍ତ୍ତମାନର ମାନବ ପ୍ରକୃତିରେ ସଂଘଟିତ ଯାବତୀୟ । କ୍ରିୟାଗୁଡ଼ିକ ହୃଦୟଙ୍ଗମ କରିପାରୁଛି । ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାରଯନ୍ତ୍ର, ରେଡ଼ିଓ, ଟେଲିଭିଜନ, ଫଳରେ ଅନନ୍ତ ସାଗର, ଅସୀମ ଆକାଶ କି ନଭଶ୍ଚୁମ୍ବୀ ତୁଷାରାଚ୍ଛାଦିତ ହିମାଳୟ ଅଜେୟ ହୋଇ ରହିନାହିଁ । ସବୁଠି ବିଜ୍ଞାନ ତା’ର ବିଜୟ ବୈଜୟନ୍ତୀ ଉଡ଼ାଇ ପାରିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୫ ।
ସଭ୍ୟତାର ବିକାଶରେ ବିଜ୍ଞାନର ଥିବା ଅବଦାନ ପଠିତ ପ୍ରବନ୍ଧାନୁସରଣରେ ଆଲୋଚନା କର । [2017(A) କିମ୍ବା, ମାନବ ସଭ୍ୟତାର ଉନ୍ନତିରେ ବିଜ୍ଞାନ କିପରି ସହାୟକ ହୋଇଛି ଆଲୋଚନା କର ।
Answer:
ପ୍ରଖ୍ୟାତ ଉଭିଦ ବିଜ୍ଞାନୀ, ବିଶିଷ୍ଟ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟ ପ୍ରବନ୍ଧ ରଚନା ତଥା ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ଜଣେ ଲବ୍ଧପ୍ରତିଷ୍ଠ ବ୍ୟକ୍ତିତ୍ଵ । ମାସିକ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧଟି ବୈଜ୍ଞାନିକ ତଥ୍ୟସମ୍ବଳିତ ଏକ ଚିନ୍ତାମୁଳକ ରଚନା ଯେଉଁଥ୍ରେ ପ୍ରାବନ୍ଧିକ ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନକୁ ଆଲେ।ଚନା କରିଛନ୍ତି । ‘ଦରିଆ ପାରିର ସୁନା’ ଓ ‘ଶିଶୁର ବୀଣା’ ତାଙ୍କର ଦୁଇ ପ୍ରମୁଖ ରଚନା ।

ସମଗ୍ର ବିଶ୍ଵରେ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ । ବାସ୍ତବିକତା ଦୃଷ୍ଟିରୁ ଦେଖ‌ିଲେ ମାନବ ପ୍ରାପ୍ତ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ସମ୍ପର୍କୀୟ ଜ୍ଞାନସାଧନ ହିଁ ସଭ୍ୟତା ପଦବାଚ୍ୟ । ବିଭିନ୍ନ କାଳରେ ଓ ବିଭିନ୍ନ ଯୁଗରେ ସଭ୍ୟତାର ଆଦର୍ଶ ଥିଲା ଭିନ୍ନଭିନ୍ନ । ପ୍ରାଚୀନ ରୋମୀୟ, ଗ୍ରୀସୀୟ ଓ ମିଶରୀୟ ସଭ୍ୟତା ଥିଲା ଭୋଗଉପରେ ଆଧାରିତ । ମାତ୍ର ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ପ୍ରାଚୀନ ଭାରତୀୟମାନେ ବୈଷୟିକ ଜଞ୍ଜାଳକୁ ବିପଦର ହେତୁ ବୋଲି ଭାବୁଥିଲେ । ଆଧ୍ୟାତ୍ମିକତା ଥିଲା ଭାରତୀୟ ସଭ୍ୟତାର ବୈଶିଷ୍ଟ୍ୟ । କିନ୍ତୁ ସଂପ୍ରତି ସାରା ପୃଥ‌ିବୀରେ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ସହିତ ବିଶ୍ବମାନବିକତାର ପ୍ରତିଷ୍ଠାନ ଓ ବିର୍ରାଟ ସୃଷ୍ଟିରହସ୍ୟର ଉଦ୍‌ଘାଟନ ହେଉଛି ସଭ୍ୟତାର ଆଦର୍ଶ ।

ବିଜ୍ଞାନ ବଳରେ ଆମ୍ଭେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିବାପାଇଁ ଉଦ୍‌ଯୋଗ ଲଗାଇ ଚାଲିଛୁ । ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନକୁ ବିଜ୍ଞାନରୂପେ ବ୍ୟବହାର କରି ବିଶ୍ବବ୍ରହ୍ମାଣ୍ଡର ପ୍ରତ୍ୟେକ ପଦାର୍ଥ ବିଷୟରେ ଜ୍ଞାନ ଲାଭ କରୁଛୁ । ସଂପ୍ରତି ବିରାଟ ସୃଷ୍ଟି ରହସ୍ୟର ଉଦ୍‌ଘାଟନ ଏବଂ ତା’ ମୂଳରେ ସନ୍ନିହିତ ଥବା ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ସଭ୍ୟତାର ଲକ୍ଷ୍ୟ ହୋଇଛି । ଏହି ଲକ୍ଷ୍ୟର ପରିପୂର୍ତି ନିମନ୍ତେ ମାନବ ବିଜ୍ଞାନକୁ ହିଁ ଅବଲମ୍ବନଭାବେ ଗ୍ରହଣ କରଛି ।

ଜଡ଼ ବିଜ୍ଞାନ ବଳରେ ପ୍ରକୃତି ବକ୍ଷରେ ସଂଘଟିତ ଯାବତୀୟ କ୍ରିୟାଗୁଡ଼ିକୁ ମାନବ ହୃଦୟଙ୍ଗମ କରିପାରୁଛି । ସୌରଜଗତ ପରି ଅନେକ ବିରାଟ ଜଗତ, ବିବିଧ ଗ୍ରହ, ଉପଗ୍ରହ, ତାରକା ଆଦି ଶକ୍ତିର ବିକାଶ ତଥା କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସମ୍ୟକ ଜ୍ଞାନ ଲାଭ କରିବାରେ ସକ୍ଷମ ହୋଇ ପାରୁଛି । ଜଡ଼ ବିଜ୍ଞାନ ବଳରେ ମାନବ ବୈଷୟିକ ଉନ୍ନତି କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଲାଭ କରିପାରିଛି, ଯାହା ପୂର୍ବବର୍ତୀ ମାନବର ସ୍ବପ୍ନତୀତ ଥିଲା । ତା’ରି ବଳରେ ବିଭିନ୍ନ ଧାତୁ ଓ ଉପାଦାନକୁ ବିଶୁଦ୍ଧ ଭାବରେ ଗ୍ରହଣ କରିବା ସହ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ଟେଲିଫୋନ୍, କମ୍ପ୍ୟୁଟର ପ୍ରଭୃତି ବିବିଧ ଉପକରଣରେ ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ ମାନବ ସମର୍ଥ ହୋଇପାରିଛି । ତା’ ନିକଟରେ ବିରାଟ ସାଗର ଆଜି ଦୁର୍ଲଘଂ ହୋଇନାହିଁ, ଅନନ୍ତ ଆକାଶ ବିସ୍ମୟଭାବେ ଉଭା ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ । ମାନବ ସଭ୍ୟତାକୁ ଏହା ଜଡ଼ ବିଜ୍ଞାନର ଶ୍ରେଷ୍ଠ ଅବଦାନ ।

ଜଡ଼ ବିଜ୍ଞାନ ଓ ଜୀବ ବିଜ୍ଞାନର ସଂଯୋଗରୁ ନାନା ଉପବିଭାଗ ସୃଷ୍ଟି ହୋଇ ସଭ୍ୟତାର ଉନ୍ନତିରେ ଅଶେଷ କଲ୍ୟାଣ ସାଧନ କରିଛି । ଜୀବ ବିଜ୍ଞାନ ଦୁଇଭାଗରେ ବିଭକ୍ତ; ଯଥା- ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ । ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ତଥା ତା’ ମଧ୍ୟରେ ଥିବା ଜୀବନୀ ଶକ୍ତି ପ୍ରାଣୀ ବିଜ୍ଞାନ ଚର୍ଚ୍ଚାରୁ ଉପଲବ୍ଧ । ବିଭିନ୍ନ ପ୍ରଣାଳୀ ବିଶ୍ଳେଷଣ ଓ ସଂଶ୍ଳେଷଣ ବଳରେ ଜୀବନ୍ତ ବସ୍ତୁର ବିଭିନ୍ନ ସମସ୍ୟା ନିରୂପିତ ହୋଇ ପାରୁଛି । ବୈଜ୍ଞାନିକମାନଙ୍କର ଏ ଦିଗରେ ଉଦ୍‌ଯୋଗ ଅବ୍ୟାହତ ରହିଛି ।

ଜୀବବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ତିମି, ହସ୍ତୀ, ବଟବୃକ୍ଷ ପର୍ଯ୍ୟନ୍ତ ସବୁର ବିଶ୍ଳେଷଣ କରି ବିଭିନ୍ନ ପ୍ରକ୍ରିୟା ଓ ସମସ୍ୟା ସମାଧନରେ ଅନେକ ପରିମାଣରେ ସଫଳତା ଲାଭ କରିପାରିଛୁ । ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେ ଶରୀର ତତ୍ତ୍ବ, ଆୟୁର୍ବେଦ, ମନସ୍ତତ୍ତ୍ଵ, କୃଷିବିଜ୍ଞାନ, ପୃଥୁବୀ ତତ୍ତ୍ବ ତଥା ଜ୍ୟୋତିଷ ଶାସ୍ତ୍ର ପ୍ରଭୃତି ନାନାବିଧ ଶାସ୍ତ୍ରବଳରେ ଆମ୍ଭମାନଙ୍କ ଜ୍ଞାନର ସୀମା ବିସ୍ତୃତ କରିପାରିଥାଉ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆଶାନୁରୂପ ଗବେଷଣାଦ୍ୱାରା ସଂପ୍ରତି ବହୁ ଜଟିଳ ରୋଗ କବଳରୁ ମୁକ୍ତି ଲାଭ କରିବାରେ ଆମେ ସମର୍ଥ ।

ବିଜ୍ଞାନକୁ ପଥପ୍ରଦର୍ଶକ ରୂପେ ବରଣ କରି ଆଧୁନିକ ସଭ୍ୟତା ତା’ର ଲକ୍ଷ୍ୟପଥରେ ପହଞ୍ଚିବାପାଇଁ ଉଦ୍‌ଯୋଗ କରିଚାଲିଛି । ବିଜ୍ଞାନ ବଳରେ ହିଁ ଆମ୍ଭେମାନେ ଅନେକ ଦୂର ଅଗ୍ରସର ହୋଇପାରିଛୁ । ଅତୀତ ପ୍ରତି ଦୃଷ୍ଟିପାତ କରି ବର୍ତ୍ତମାନକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେବ ଯେ ବିଜ୍ଞାନ ଆଶାତୀତ ଭାବେ ସଭ୍ୟତା ଅନ୍ଵେଷଣରେ ବାଟ ଦେଖାଇ ଚାଲିଛି । ଭବିଷ୍ୟତରେ ଏହି ଜ୍ଞାନଲାଭପୂର୍ବକ ଏକ ଅଲୌକିକ ସଭ୍ୟତାର ସର୍ବ।ଙ୍ଗାନ ଉନ୍ନତି କରିବା ସହ ଜ୍ଞାନଲାଭପୂର୍ବକ ଏକ ଅଥଲୌକିକ ସଭ୍ୟତାର ଅଧିକାରୀ ହାଇପାରିବା ଅଧିକାରୀ ହାଇପାରିବ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୨୬ ।
ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସମ୍ପର୍କରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ ପ୍ରତିପାଦନ କର । [2015(A) କିମ୍ବା, ପାଶ୍ଚାତ୍ୟ ସଭ୍ୟତା ତଥା ଭାରତୀୟ ସଭ୍ୟତା ମଧ୍ୟରେ ଥ‌ିବା ପାର୍ଥକ୍ୟ ସମ୍ପର୍କରେ ପ୍ରାବନ୍ଧିକଙ୍କ ଅଭିମତ ଉପସ୍ଥାପନ କର ।
Answer:
ପ୍ରବୀଣ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟ ଓଡ଼ିଶାର ଜଣେ ଲବ୍ଧପ୍ରତିଷ୍ଠ ଉଭିଦ ବିଜ୍ଞାନୀ । ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ ଓ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଅବଶ୍ୟ ସ୍ଵୀକାର୍ଯ୍ୟ । ‘ଉତ୍କଳ ସାହିତ୍ୟ’ ମାସିକ ପତ୍ରିକାରେ ତାଙ୍କର ଅନେକ ବୈଜ୍ଞାନିକ ତଥ୍ୟ ସମ୍ବଳିତ ପ୍ରବନ୍ଧ ପ୍ରକାଶ ପାଇଥିଲା । ‘ଦରିଆ ପାରିର ସୁନା’ ଓ ‘ଶିଶୁର ବୀଣା’ ପ୍ରଭୃତି କେତୋଟି ରଚନା ତାଙ୍କ ପ୍ରତିଭାର ପରିଚୟ ପ୍ରଦାନ କରେ ।

‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରାବନ୍ଧିକଙ୍କ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରେ ଲେଖକ ମାନବକୁ ଉନ୍ନତତରରୁ ଉନ୍ନତ କରାଇବା ଦିଗରେ ବିଜ୍ଞାନର ଅବଦାନ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଭାରତୀୟ ସଭ୍ୟତା ସହ ଅନ୍ୟ ଦେଶର ସଭ୍ୟତାର ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିଛନ୍ତି । ସଭ୍ୟତାର ସଂଜ୍ଞା ନିରୂପଣ କରିବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି ଯେ- ‘ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ଏବଂ ଜ୍ଞାନ ସାଧନ କରିଥାଏ, ତାହାକୁ ଆମ୍ଭେମାନେ ସଭ୍ୟତା ଆଖ୍ୟା ଦେଇଥାଉ ।’

ଇତିହାସର ପ୍ରାଚୀନ ଆଦିମ ମାନବ କିମ୍ବା ଅଧୁନାତନ ନିଟ୍ରୋ ବା ପାର୍ବତୀୟ ବନ୍ୟଜାତିର ମାନବମାନଙ୍କ ସହିତ ଆଧୁନିକ ମାନବକୁ ତୁଳନା କଲେ ସଭ୍ୟତାର ବାସ୍ତବ ଅର୍ଥ ବା ମୂଲ୍ୟ ବିଷୟରେ ସ୍ପଷ୍ଟ ଧାରଣା ମିଳିଥାଏ । କାଳ, ସ୍ଥାନ ଓ ଯୁଗ ଅନୁସାରେ ସଭ୍ୟତାର ଆଦର୍ଶ ଭିନ୍ନ ଭିନ୍ନ ଥିବାର ପ୍ରମାଣ ମିଳେ । ଏପରିକି କୌଣସି ଜାତି ଏହି ସଭ୍ୟତାର ଏକ ଅଂଶବିଶେଷକୁ ଆଦର୍ଶଭାବେ ଗ୍ରହଣ କରିଥିଲାବେଳେ ଅନ୍ୟ ଏକ ଜାତି ଅନ୍ୟ ଏକ ଦିଗ ପ୍ରତି ଆକୃଷ୍ଟ ହୋଇ ତାହାକୁ ଆଦର୍ଶଭାବେ ବିବେଚନା କରୁଥିଲେ । କେତେକ ଅଧିକାଂଶକୁ ଆଦର୍ଶଭାବେ ଗ୍ରହଣ କରି ଏହାର ସାଧନକୁ ଭିନ୍ନ ଭିନ୍ନ ପଥଦେଇ ନିରୂପଣ କରିବାକୁ ଯାଉଥିଲେ । କେତେକ ସାଧନର ମାର୍ଗକୁ ଚିନ୍ତାରେ ନିରୂପିତ କରିବାକୁ ଚେଷ୍ଟିତ ଥିଲେ ତ କେତେକ କାର୍ଯ୍ୟରେ ଚେଷ୍ଟିତ ଥିଲେ । ଏହି ପରିପ୍ରେକ୍ଷୀରେ ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସମ୍ପର୍କରେ ପ୍ରାବନ୍ଧିକ ଏକ ତୁଳନାତ୍ମକ ଟିପ୍‌ପଣୀ ପ୍ରଦାନ କରିଛନ୍ତି ।

ପ୍ରାଚୀନ ଗ୍ରୀସୀୟ ରୋମୀୟ ସଭ୍ୟତାରେ ସେମାନେ ଯାବତୀୟ ବୈଷୟିକ ଉନ୍ନତିକୁ ସଭ୍ୟତାର ଆଦର୍ଶରୂପେ ଗ୍ରହଣ କରିଥିଲେ । ଭୋଗ ଥିଲା ସେମାନଙ୍କ ସଭ୍ୟତାର ଆଦର୍ଶ । ପ୍ରାଚୀନ ମିଶରୀୟ ସଭ୍ୟତା ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ ଥିଲା। ମାତ୍ର ଭାରତୀୟ ସଭ୍ୟତା ଭିନ୍ନ ଏକ ଆଦର୍ଶ ଉପରେ ପର୍ଯ୍ୟବସିତ ଥିଲା । ସେ ଆଦର୍ଶ ତ୍ୟାଗ ଓ ଆମ୍ବ ସଂଯମ ଉପରେ ଆଧାରିତ । ସେମାନେ ସର୍ବବିଧ ବୈଷୟିକ ଜଞ୍ଜାଳକୁ ବିପଦର ହେତୁ ବୋଲି ଭାବୁଥିଲେ । ପ୍ରାଚୀନ ଗ୍ରୀସ ଓ ରୋମ୍ ସଭ୍ୟତାର ବୈଷୟିକ ଉନ୍ନତିର ନିଦର୍ଶନ ଯାହାକିଛି ପରିଦୃଷ୍ଟ ହୁଏ ସେ ସମସ୍ତ ଇଚ୍ଛାକୃତ । ଅର୍ଥାତ୍‌ ମନୁଷ୍ୟ ନିଜ ଇଚ୍ଛାନୁସାରେ ବୈଷୟିକ କ୍ଷେତ୍ରରେ ବହୁବିଧ ପଦକ୍ଷେପ ଗ୍ରହଣ କରି ଉନ୍ନତିର ପନ୍ଥା ନିର୍ଦ୍ଧାରଣ କରିଛି । ଭାରତର ବୈଷୟିକ ଉନ୍ନତି ରୋମୀୟ ଓ ଗ୍ରୀସୀୟ ନିଦର୍ଶନମାନଙ୍କ ତୁଳନାରେ କୌଣସି ଗୁଣରେ ନୂନତର ନୁହେଁ । ଭାରତୀୟ ସଭ୍ୟତାର ସୃଷ୍ଟି ଓ ଉନ୍ନତି ଇଚ୍ଛାକୃତ ନୁହେଁ । ତାହା ତ୍ୟାଗମାର୍ଗର ଏକତମ ସ୍ଵତଃସମ୍ଭୂତ ଫଳ । ପ୍ରାବନ୍ଧିକଙ୍କ ଭାଷାରେ-

“ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାମିକତା”

ଭାରତୀୟ ସଭ୍ୟତାରେ ବୈଷୟିକ ଉନ୍ନତିମାନ ତ୍ୟାଗଧର୍ମ ଦେଇ ସମ୍ଭବ ହୋଇଥିଲା । ବିଷୟ ଜଞ୍ଜାଳ ପରିବେଷ୍ଟିତ ଗୃହସ୍ଥ ଯାବତୀୟ ପାରିପାର୍ଶ୍ବକ ପଦାର୍ଥ ସହିତ ସଂଶ୍ଳିଷ୍ଟ ନଥିଲା । ତ୍ୟାଗଧର୍ମରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗ ମାର୍ଗଗାମୀ ଜାତିଠାରୁ ତା’ର ପଥ ସଂପୂର୍ଣ୍ଣ ପୃଥକ୍ ହୋଇଯାଏ ।

ଭୋଗମାର୍ଗଗାମୀ ଜାତି ସଭ୍ୟତାର ଉନ୍ନତି ସାଧନର ବହୁବିଧ ମାର୍ଗ ନିର୍ଣ୍ଣୟରେ ସଦା ଚେଷ୍ଟିତ ରହି ଲକ୍ଷ୍ୟ ସ୍ଥଳରେ ଉପନୀତ ହୋଇଛନ୍ତି ବୋଲି ଦାବି କରୁଥିଲାବେଳେ ଭାରତରେ ହିନ୍ଦୁମାନେ ତ୍ୟାଗଧର୍ମରେ ଦୀକ୍ଷିତ ହୋଇ ମଧ୍ୟ ସେହି ଲକ୍ଷ୍ୟସାଧନ କରିଥିବା କଥା କହିଥାଆନ୍ତି । ସେମାନଙ୍କ ମତରେ ବିଭିନ୍ନ ଦର୍ଶନ ଶାସ୍ତ୍ର ନିହିତ ପ୍ରଣାଳୀଦ୍ଵାରା ବିଶ୍ଵ ବିରାଟ ଶକ୍ତିକୁ ମାନବ ନିରୂପଣ କରିବାରେ ସମର୍ଥ । ସେହି ପଥରେ ଯାଇ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେଲାପରେ ହିଁ ସମସ୍ତ ତଥ୍ୟ ସ୍ପଷ୍ଟ ପ୍ରତିଭାତ ହେବ । ଏହାର ସାଧନ ପାଇଁ ପ୍ରଥମେ ଶାରୀରିକ ତଥା ମାନସିକ ଉନ୍ନତି ସର୍ବାଦୌ କରଣୀୟ ବୋଲି ଭାରତୀୟ ହିନ୍ଦୁମାନେ ମତପୋଷଣ କରିଥାଆନ୍ତି ।

ଯାହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ଓ ଏଥ‌ିପାଇଁ କଠୋର ସାଧନା ଆବଶ୍ୟକ । ପୁନଶ୍ଚ ସେମାନେ କହନ୍ତି ଯେ ସେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିଥିଲେ ହେଁ ତାହାର ବିଲୋପ ସାଧନ କରିଛନ୍ତି ସଭ୍ୟତାର ଜାତି । ସେମାନଙ୍କ ମତ ଉଦ୍ଧାର କରି ପ୍ରାବନ୍ଧିକ କହିଛନ୍ତି ଯେ-

‘ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଉପରେ ବାହାରୁ କେହି ହସ୍ତକ୍ଷେପ କରିପାରିନଥିଲେ, ତାହା ସେ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ଥିଲା ।’’ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଜାତି ନିଜ ନିଜ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାକୁ ସଦା ଚେଷ୍ଟିତ । ସର୍ବୋପରି ବିଶ୍ଵରେ ସମସ୍ତ ଜାତିମାନଙ୍କର ସଭ୍ୟତାର ଲକ୍ଷ୍ୟ ସାଧନ ମାର୍ଗ ମଧ୍ୟରେ ଭିନ୍ନତା ରହିଛି ।

Question ୨୭ ।
‘ସଭ୍ୟତା ଓ ବିଜ୍ଞାନ ପରସ୍ପର ଆଶ୍ରୟୀ’- ଏହାର ଯଥାର୍ଥତା ନିଜର ଅନୁଭୂତିରୁ ଲେଖ ।
କିମ୍ବା, ଏକ ସୁସଭ୍ୟ ପୂର୍ଣ ବିକଶିତ ମାନବ ସମାଜ ପାଇଁ ବିଜ୍ଞାନର ଭୂମିକା ଅନସ୍ବୀକାର୍ଯ୍ୟ- ଏହାର ଯଥାର୍ଥତାକୁ ବୁଝାଇ ଲେଖ ।
Answer:
ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟ ଜଣେ ଲବ୍ଧପ୍ରତିଷ୍ଠ ବ୍ୟକ୍ତିତ୍ଵ । ଜଣେ ସଫଳ ଉଦ୍ଭଦବିଜ୍ଞାନୀ, ଶିଶୁ ସାହିତ୍ୟିକ ତଥା ସାରସ୍ଵତ ସାଧକଭାବେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବିଜ୍ଞାନଭିଭିକ ତାଙ୍କର ବହୁ ପ୍ରବନ୍ଧ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ ହୋଇଛି । ‘ଦରିଆପାରିର ସୁନା’ଓ ‘ଶିଶୁର ବୀଣା’ ଆଦି ରଚନାମାନ ତାଙ୍କ ସାରସ୍ବତ ପ୍ରତିଭାର ପରିଚୟ ବହନ କରେ । ଆଲୋଚ୍ୟ ପ୍ରବନ୍ଧ ‘ସଭ୍ୟତା ଓ ବିଜ୍ଞାନ’ରେ ପ୍ରାବନ୍ଧିକ ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନ ବିଷୟ ଉପସ୍ଥାପନ କରି ଆଧୁନିକ ଯୁଗରେ ମାନବ ବିଜ୍ଞାନକୁ ଅବଲମ୍ବନ କରି ଉନ୍ନତିର ସୋପାନ ଆରୋହଣ କରିବା ସମ୍ଭବ ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି।

ସାଧାରଣତଃ ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ପ୍ରାପ୍ତ ହୋଇଛି ଏବଂ ଜ୍ଞାନସାଧନ କରିଛି ତାହାକୁ ହିଁ ସଭ୍ୟତା ଭାବେ ଅଭିହିତ କରାଯାଇଥାଏ । କୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କୁହାଯାଏ । ସଭ୍ୟତାର ଉତ୍କର୍ଷ ସାଧନ ନିମନ୍ତେ ବିଜ୍ଞାନ ହିଁ ପ୍ରାଚୀନ କାଳରୁ ମାନବକୁ ପଥ ପ୍ରଦର୍ଶନ କରିଆସିଛି । ସଭ୍ୟତା ହେଉଛି କୌଣସି ଜାତିର ଆଦର୍ଶ ଓ ଲକ୍ଷ୍ୟ । ବିଜ୍ଞାନ ହେଉଛି ସେହି ଲକ୍ଷ୍ୟପ୍ରାପ୍ତିର ପ୍ରଧାନ ଅବଲମ୍ବନ । ଲକ୍ଷ୍ୟପ୍ରାପ୍ତି ପାଇଁ ଅବଲମ୍ବନ ହିଁ ଅପରିହାର୍ଯ୍ୟ । ବିଜ୍ଞାନକୁ ଅବଲମ୍ବନ କରି ଆଜିର ମାନବ ବିଶ୍ବବ୍ରହ୍ମାଣ୍ଡର ଜଡ଼ ଓ ଜୀବନ୍ତ ପ୍ରତ୍ୟେକ ପଦାର୍ଥ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କରିପାରିଛି ଏବଂ କଳା, ଦର୍ଶନ, ମନସ୍ତତ୍ତ୍ବ ଓ ଇତିହାସ ପ୍ରଭୃତିକୁ ବିଜ୍ଞାନର ଅନ୍ତର୍ଭୁକ୍ତ କରି ସଭ୍ୟତାର ଉତ୍ତତମ ସୋପାନ ଆରୋହଣ କରିବାରେ ସଦା ପ୍ରୟାସ କରିଚାଲିଛି ।

ଜଡ଼ ବିଜ୍ଞାନର ମୌଳିକ ବିଷୟ ଗଣିତଶାସ୍ତ୍ର ବଳରେ ମାନବ ତା’ର ଜଟିଳତମ ସମସ୍ୟାକୁ ଅନାୟାସରେ ସମାଧାନ କରିବାରେ ସମର୍ଥ ହୋଇପାରୁଛି । ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ସହାୟତାରେ ସେ ପ୍ରକୃତି ବକ୍ଷରେ ସଂଘଟିତ ଯାବତୀୟ କ୍ରିୟାକୁ ଅନୁଧ୍ୟାନ କରିବାପାଇଁ ସକ୍ଷମ ହୋଇପାରୁଛି । ସୌରଜଗତ ପରି ଅନ୍ୟ ଜଗତର ଗ୍ରହ, ଉପଗ୍ରହ, ତାରକାଦିର ଗତି, ପ୍ରକୃତି ଓ କାର୍ଯ୍ୟପ୍ରଣାଳୀ ବିଷୟରେ ଅବଗତ ହେବାରେ ବିଜ୍ଞାନର ଅବଦାନ ଅବଶ୍ୟ ସ୍ଵୀକାର୍ଯ୍ୟ । ଜଡ଼ ବିଜ୍ଞାନ ବଳରେ ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟ ଆଲୋଚନା କରି ଆମ୍ଭେମାନେ ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନଲାଭ କରିପାରୁଛୁ । ଜଡ଼ ବିଜ୍ଞାନ ବଳରେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧଭାବରେ ଆହରଣ କରିବା ସମ୍ଭବ ହୋଇପାରିଛି ।

ଆମ ଦୈନନ୍ଦିନ ଜୀବନଯାତ୍ରାରେ ରେଳ, ମଟର, ଉଡ଼ାଜାହାଜ, ବେତାର ଯନ୍ତ୍ର, ରେଡ଼ିଓ, ଟେଲିଭିଜନ, ଟେଲିଫୋନ ଆଦି ବିବିଧ ଉପକରଣ ବୈଷୟିକ ସୁଖ ପ୍ରଦାନ କରିବାସହ ଯୋଗାଯୋଗ, ପରିବହନ ତଥା ଗମନାଗମନ କ୍ଷେତ୍ରରେ ବହୁ ସୁବିଧା ଉପଲବ୍ଧ କରାଇ ପାରିଛି ।

ଜୀବ ବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ହସ୍ତୀ, ତିମି ଓ ବଟବୃକ୍ଷ ପର୍ଯ୍ୟନ୍ତ ସବୁ ସଜୀବ ପଦାର୍ଥର ବିଶ୍ଳେଷଣ ପୂର୍ବକ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକ୍ରିୟା ତଥା ପ୍ରତିକ୍ରିୟା ସମ୍ପର୍କରେ ଜ୍ଞାନଲାଭ କରିବାରେ ସମର୍ଥ ହୋଇପାରିଛୁ । ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେମାନେ ଶରୀରତତ୍ତ୍ବ, ଆୟୁର୍ବେଦ, ମନସ୍ତତ୍ତ୍ବ, କୃଷି ବିଜ୍ଞାନ, ପୃଥ‌ିବୀତତ୍ତ୍ବ ତଥା ଜ୍ୟୋତିଷ ପ୍ରଭୃତି ବିବିଧ ଶାସ୍ତ୍ର ବିଷୟରେ ଜ୍ଞାନର ସୀମାକୁ ବିସ୍ତୃତ କରି ପାରିଛୁ । ବିଜ୍ଞାନର ବିଭିନ୍ନ ବିଭାଗର ସାହାଯ୍ୟରେ ଇଞ୍ଜିନିୟରିଂ ପ୍ରଭୃତିରେ ପରାକାଷ୍ଠା ଲାଭ କରିପାରିଛୁ । ଯଦ୍ୱାରା ଆମେ ଆମର ବୈଷୟିକ, ମାନସିକ ଓ ଶାରୀରିକ ଉନ୍ନତି ସଂପାଦନ କରିବା ସହ ବିଭିନ୍ନ ରୋଗ କବଳରୁ ମୁକ୍ତିଲାଭ କରିପାରିଛୁ । ବିଭିନ୍ନ ସାମୟିକ ପଦାର୍ଥ ବଳରେ ମାନବର ବିଭିନ୍ନ ରୋଗ ଓ ରୋଗର ଜୀବାଣୁ ପ୍ରଭୃତି ନଷ୍ଟ କରାଯାଇ ପାରୁଛି । ସେଗୁଡ଼ିକର ଅପକାରିତା କେବଳ ମାନବର ଜ୍ଞାନର ଅଳ୍ପତା ଯୋଗୁ ହିଁ ସଂଘଟିତ ହେଉଅଛି । ବିଜ୍ଞାନ ଏଥପାଇଁ ଆଦୌ ଦାୟୀ ନୁହେଁ।

ମାନବ ଅଶେଷ ଜଡ଼ ଉପାଦାନର ସମଷ୍ଟି ପଞ୍ଚଭୂତକୁ ଜୀବନ୍ତ କରି ରଖିଥ‌ିବା ସେହି ଅଜ୍ଞାତ ଶକ୍ତିର କଳନା ପାଇଁ ସଭ୍ୟତାର ଏକ ନୂତନ ପଥର ଅନୁସନ୍ଧାନ ଅବ୍ୟାହତ ରଖୁଛି । ବିଜ୍ଞାନକୁ ପାଥେୟଭାବେ ଗ୍ରହଣ କରି ସଭ୍ୟତା ଉନ୍ନତରୁ ଉନ୍ନତତର ହେବାରେ ଲାଗିଛି । ବିଜ୍ଞାନ ବିନା ସଭ୍ୟତାର ଉନ୍ନତି ଅସମ୍ଭବ । କେତେକ ବିଜ୍ଞାନକୁ ଧ୍ବଂସପଥର କାରଣଭାବେ ସମାଲୋଚନା କରୁଥିଲେ ମଧ୍ୟ ବାସ୍ତବରେ ସେଥ‌ିପାଇଁ ବିଜ୍ଞାନକୁ ଦାୟୀ କରାଯାଇ ନପାରେ । ମାନବ ଯେତେବେଳେ ସଭ୍ୟତାର ପ୍ରକୃତ ଅର୍ଥ ବୁଝିବ ସେତେବେଳେ ହିଁ ବିଜ୍ଞାନକୁ ଆଉ ଦୋଷାରୋପ କରିବାରୁ ନିବୃତ୍ତ ହେବ । ଆମ୍ଭେମାନେ ଅତୀତ ପ୍ରତି ଦୃଷ୍ଟିପାତ କରି ବର୍ତ୍ତମାନକୁ ତୁଳନା କଲେ ସଭ୍ୟତା ଓ ବିଜ୍ଞାନ ଯେ ପରସ୍ପର ଆଶ୍ରୟୀ ଏହା ସ୍ଵୀକାର କରିବାକୁ ବାଧ୍ୟ ହେବ ।

ତୁମ ପାଇଁ କାମ

ପ୍ରାବନ୍ଧିକଙ୍କର ଅନ୍ୟାନ୍ୟ ବିଜ୍ଞାନଭିତ୍ତିକ ପ୍ରବନ୍ଧ ସଂଗ୍ରହ କରି ପଢ଼ିବାକୁ ଚେଷ୍ଟା କର ।
Question ୨୯ ।
ବିଭିନ୍ନ ଦେଶର ସଭ୍ୟତା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଲେଖୁ ଶିକ୍ଷକଙ୍କୁ ଦେଖାଅ ।

Question ୩୦ ୮
ଶ୍ରେଣୀରେ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ଏକ ତର୍କସଭାର ଆୟୋଜନ କର ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ଭାରତର ବୈଶିଷ୍ଟ୍ୟ କ’ଣ ?
Answer:
ତା’ର ଆଧ୍ୟାତ୍ମିକତା

Question 2.
ଗଣିତଶାସ୍ତ୍ର ବିଜ୍ଞାନର କେଉଁ ବିଭାଗର ଅନ୍ତର୍ଗତ ?
Answer:
ଜଡ଼ ବିଜ୍ଞାନ

Question 3.
ଆଧୁନିକ ସଭ୍ୟତା ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କାହାକୁ ପଥ ପ୍ରଦର୍ଶକ ରୂପେ ବରଣ କରିନେଇଛି ?
Answer:
ବିଜ୍ଞାନକୁ ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା ?

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 4.
ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା ?
Answer: ଭାରତାୟ

Question 5.
ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଜାଣିବେ ସେତେବେଳେ କ’ଣ ହେବ ?
Answer:
ମୈତ୍ରୀର ଧ୍ଵଜା ଉଡ଼ିବ

Question 6.
ଜଡ଼ବିଜ୍ଞାନ ମୂଳରେ ଆମର କେଉଁ ଶାସ୍ତ୍ର ନିହିତ ?
Answer:
ଗଣିତଶାସ୍ତ୍ର

Question 7.
ମୈତ୍ରୀର ଧ୍ଵଜା କେତେବେଳେ ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି ?
Answer:
ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ଜାଣି ହେବ ।

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ପ୍ରାବନ୍ଧିକଙ୍କ ମତରେ ବିଜ୍ଞାନର ବ୍ୟାପକ ଅର୍ଥ ଓ ବ୍ୟବହୃତ ଅର୍ଥ କ’ଣ ଲେଖ ।
Answer:
ପ୍ରାବନ୍ଧିକଙ୍କ ମତରେ ବ୍ୟାପକ ଅର୍ଥରେ ଯେକୌଣସି ବିଷୟରେ ସମ୍ୟକ୍ ଜ୍ଞାନ ହିଁ ବିଜ୍ଞାନ; କିନ୍ତୁ ବ୍ୟବହୃତ ଅର୍ଥରେ ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନ ହିଁ ବିଜ୍ଞାନ

Question 2.
ଜଡ଼ ବିଜ୍ଞାନ ବଳରେ ଆମେ କେଉଁ ଜ୍ଞାନ ଲାଭକରୁ ?
Answer:
ଜଡ଼ ବିଜ୍ଞାନ ବଳରେ ଆମେ ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି, ମିଳନ ପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟ ଆଲୋଚନା କରି ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନ ଲାଭକରୁ ।

Question 3.
ଜଡ଼ ଉପାଦାନରେ ମଧ୍ୟ ଶକ୍ତି ନିହିତ ଅଛି- ଉଦାହରଣ ମାଧ୍ୟମରେ ବୁଝାଇଦିଅ ।
Answer:
ଜଡ଼ ଉପାଦାନରେ ମଧ୍ୟ ଶକ୍ତି ନିହିତ ଅଛି । ଏହାର ପ୍ରମାଣ ପାଇଁ ପ୍ରାବନ୍ଧିକ ଗେଙ୍ଗୁଟି ପଥରର ଉଦାହରଣ ଦେଇଛନ୍ତି । ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗୀରକାମ୍ଳ ବାଷ୍ପ ଓ ବିଶେଷ ଉତ୍ତାପ ବାହାରେ । ସେହି ଉତ୍ତାପ ହିଁ ଶକ୍ତିର ଏକ ଅବସ୍ଥା ମାତ୍ର । ଏଥୁରୁ ଜଡ଼ ଉପାଦାନରେ ଶକ୍ତି ଥିବା ପ୍ରମାଣିତ ହୁଏ ।

Question 4.
ଆଧୁନିକ ସଭ୍ୟତାର ବିପକ୍ଷବାଦୀମାନେ କ’ଣ କହନ୍ତି ?
Answer:
ଆଧୁନିକ ସଭ୍ୟତାର ବିପକ୍ଷବାଦୀମାନେ କହନ୍ତି ଯେ ଏହି ସତ୍ୟତା ମାନବର ଈଶ୍ଵର ବିଶ୍ଵାସ କମାଇଦେଇ ତାକୁ ବିପଥଗାମୀ କରିଛି । ସର୍ବତ୍ର ଆତ୍ମସଂଯମର ଅଭାବ ପରିଲକ୍ଷିତ ହେବା ସହ ମାନବ ମାନବ ମଧ୍ୟରେ ସ୍ନେହ ପରିବର୍ତ୍ତେ ହିଂସା ଓ ଦ୍ବେଷ ଚରମ ସୋପାନରେ ଉପନୀତ ହୋଇଛି ।

Question 5.
ବିସ୍ଫୋରକ ଓ ମାରାତ୍ମକ ଗ୍ୟାସ୍ ବଳରେ ଅଶେଷ କ୍ଷତି ହେଉଥିଲେ ମଧ୍ୟ କେଉଁ ହିତକର କାର୍ଯ୍ୟ ସାଧୂତ ହେଉଛି ?
Answer:
ବିଭିନ୍ନ ମାରାତ୍ମକ ଗ୍ୟାସ୍ ବଳରେ ମାନବର ବିଭିନ୍ନ ରୋଗ ଓ ରୋଗର ଜୀବାଣୁ ନଷ୍ଟ କରାଯାଇ ମାନବକୁ ରକ୍ଷା କରାଯାଇ ପାରୁଛି ।

Question 6.
ସଭ୍ୟତା ନୂନତର ବା ଉଚ୍ଚତର ବୋଲି ନିରୂପିତ ହୋଇଥାଏ କିପରି ?
Answer:
ବିଭିନ୍ନ ବିଭାଗର ବିଭିନ୍ନ ପରିମାଣର ଉନ୍ନତି ଅନୁସାରେ ସଭ୍ୟତା ନୂନତର ବା ଉଚ୍ଚତର ନିରୂପିତ ହୋଇଥାଏ ।

Question 7.
ଅନେକତ୍ର ବିଭିନ୍ନ ବିଜ୍ଞାନ ଓ ଶିକ୍ଷାର ପ୍ରସାର ହୋଇପାରୁ ନାହିଁ କାହିଁକି ?
Answer:
ଆଜିଯାଏ ବିଶ୍ବମାନବିକତାର ବିକାଶ ହୋଇପାରି ନ ଥ‌ିବାରୁ ବିଭିନ୍ନ ବିଜ୍ଞାନ ଓ ଶିକ୍ଷାର ପ୍ରସାର ହୋଇପାରୁ ନାହିଁ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 8.
କେଉଁମାନଙ୍କୁ ପଞ୍ଚଭୂତ କୁହାଯାଏ ?
Answer:
କ୍ଷିତ୍, ଅପ୍, ତେଜ, ମରୁତ୍ ଓ ବ୍ୟୋମକୁ ପଞ୍ଚଭୂତ କୁହାଯାଏ ।

Question 10.
ଆର୍ଯ୍ୟମାନେ ସଭ୍ୟତାର ଉଚ୍ଚତମ ସୋପାନକୁ ଆରୋହଣ କରିଥିଲେ ମଧ୍ୟ କେଉଁମାନେ ତା’ର ବିଲୋପ ସାଧନ କରିଥିଲେ ?
Answer:
ଆର୍ଯ୍ୟମାନେ ସଭ୍ୟତାର ଉଚ୍ଚତମ ସୋପାନକୁ ଆରୋହଣ କରିଥିଲେ ମଧ୍ୟ ସଭ୍ୟତର ଜାତି ତା’ର ବିଲୋପ . ସାଧନ କରିଥିଲେ ।

Question 11.
ଆମେ ଜୀବବିଜ୍ଞାନ ବଳରେ କେଉଁ କ୍ଷେତ୍ରରେ ସଫଳ ମନୋରଥ ହୋଇପାରିଛୁ ?
Answer:
ଜୀବବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ହସ୍ତୀ, ତିମି ଓ ବଟବୃକ୍ଷ

(B) ଗୋଟିଏ ଶବ୍ଦ/ପଦରେ ଉତ୍ତର ଲେଖ ।

Question 1.
ଲେଖକଙ୍କର ‘ସଭ୍ୟତା ଓ ବିଜ୍ଞାନ’ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା ?
Answer:
ଉତ୍କଳ ସାହିତ୍ୟ ପତ୍ରିକା

Question 2.
ଆଧୁନିକ ସଭ୍ୟତା ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚିବାପାଇଁ କାହାକୁ ପଥପ୍ରଦର୍ଶକ ରୂପେ ବରଣ କରିନେଇଛି ?
Answer:
ବିଜ୍ଞାନକୁ,

Question 3.
ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା ?
Answer:
ଭାରତୀୟ,

Question 4.
ଜଡ଼ ବିଜ୍ଞାନ ମୂଳରେ ଆମର କେଉଁ ଶାସ୍ତ୍ର ନିହିତ ?
Answer:
ଗଣିତଶାସ୍ତ୍ର

Question 5.
ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟ କେନ୍ଦ୍ରାପଡ଼ା ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ବଡ଼ପଡ଼ା

Question 6.
‘ସଭ୍ୟତା ଓ ବିଜ୍ଞାନ’ ପ୍ରବନ୍ଧଟି ଉତ୍କଳ ସାହିତ୍ୟର କେଉଁ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ? ,
Answer:
୧୯୪୨ ସାଲ ଜ୍ୟେଷ୍ଠ ସଂଖ୍ୟା

Question 7.
ଦକ୍ଷିଣ ଆଫ୍ରିକାର ଆଦିମ କଳାଜାତିର ମଣିଷକୁ କ’ଣ କୁହାଯାଏ ?
Answer:
ନିଗ୍ରୋ

Question 8.
କେଉଁ ପ୍ରଣାଳୀଦ୍ୱାରା ବିଶ୍ବର ବିରାଟ ଶକ୍ତିକୁ ମାନବ ନିରୂପଣ କରିପାରିବ ବୋଲି ହିନ୍ଦୁମାନେ କୁହନ୍ତି ?
Answer:
ଦର୍ଶନଶାସ୍ତ୍ର ନିହିତ

Question 9.
ଆଜିପର୍ଯ୍ୟନ୍ତ ଆମ୍ଭେମାନେ ସଭ୍ୟତାର କେଉଁ ସ୍ଥାନରେ ପହଞ୍ଚି ପାରିନାହୁଁ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ଉଚ୍ଚତମ ସୋପାନରେ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 10.
କେଉଁ ବିଜ୍ଞାନ ବଳରେ ପ୍ରକୃତିରେ ସଂଘଟିତ ଯାବତୀୟ କ୍ରିୟାକୁ ଆମ୍ଭେମାନେ ହୃଦୟଙ୍ଗମ କରିପାରୁଛୁ ?
Answer:
ଜଡ଼ ବିଜ୍ଞାନ

Question 11.
ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ କେଉଁ ବିଜ୍ଞାନ ଆମର ସହାୟକ ହୋଇଅଛି ?
Answer:
ଜଡ଼ ବିଜ୍ଞାନ

Question 12.
ଉତ୍ତାପ କେଉଁ ଶକ୍ତିର ଏକତମ ଅବସ୍ଥା ?
Answer:
ପ୍ରବହମାନ ଶକ୍ତିର

Question 13.
ଆଧୁନିକ ସଭ୍ୟତାରେ ସର୍ବତ୍ର କାହାର ଅଭାବ ପରିଲକ୍ଷିତ ହେଉଛି ? କେଉଁମାନେ କହନ୍ତି ?
Answer:
ସଂଯମର

Question 14.
ଆଧୁନିକ ସଭ୍ୟତାର ଆଦର୍ଶକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ କିଏ କାର୍ଯ୍ୟକ୍ରମ ଆରମ୍ଭ କରିଛି ?
Answer:
ଜାତିସଂଘ

Question 15.
ଈଶ୍ଵର ସର୍ବତ୍ର ବିଦ୍ୟମାନ ଓ ତାଙ୍କଠାରେ ବିଶ୍ବାସ ସ୍ଥାପନ କର୍ତ୍ତବ୍ୟ ଏହା
Answer:
ବିପକ୍ଷବାଦୀମାନେ

Question 16.
ପଥପ୍ରଦର୍ଶକର ଦୋଷଗୁଡ଼ିକ କେଉଁଥୁରୁ ଜାତ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ପାରିପାଶ୍ୱିକ ପଦାର୍ଥରୁ

Question 17.
ଯାହାକୁ ଲଙ୍ଘନ କରିବା କଷ୍ଟକର ତାହା କ’ଣ ?
Answer:
ଦୁର୍ଘ୍ୟ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 18.
କାହା ବଳରେ ଆମେ ଆଜି ଦୂରଦେଶକୁ ଉଡ଼ିଯାଇ ପାରିବାକୁ ସମର୍ଥ ହୋଇଛୁ
Answer:
ଜଡ଼ ବିଜ୍ଞାନ ବଳରେ

Question 19.
ବୃକ୍ଷର ବିଶ୍ଳେଷଣ ନିମନ୍ତେ ଆମେ କେଉଁ ବିଜ୍ଞାନର ସାହାଯ୍ୟ ନେଉ ?
Answer:
ଉଭିଦ ବିଜ୍ଞାନ

Question 20.
କେଉଁ ବିଜ୍ଞାନ ମୂଳରେ ଆମ୍ଭମାନଙ୍କର ଗଣିତଶାସ୍ତ୍ର ନିହିତ ?
Answer:
ଜଡ଼ ବିଜ୍ଞାନ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
1. ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସମ୍ବନ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନକୁ ……………………… ରୂପେ ବ୍ୟବହାର କରାଯାଏ ।
Answer:
ବିଜ୍ଞାନ

Question 2.
ପଦାର୍ଥ ବିଜ୍ଞାନ ……………….. ବିଜ୍ଞାନର ଅନ୍ତର୍ଗତ।
Answer:
ଜଡ଼

Question 3.
ଆଲୋକ, ଉତ୍ତାପ, ବିଦ୍ୟୁତ୍ ଓ ଶବ୍ଦ ପ୍ରଭୃତି ବିଭିନ୍ନ ତତ୍ତ୍ୱାନୁସନ୍ଧାନର ବିଭାଗମାନଙ୍କରେ ବିଭକ୍ତ ହୋଇଥିବା ବିଜ୍ଞାନର ନାମ ………………..।
Answer:
ପଦାର୍ଥ ବିଜ୍ଞାନ

Question 4.
ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା-ପ୍ରତିକ୍ରିୟା ପ୍ରଭୃତି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିବା ବିଜ୍ଞାନର ନାମ ………………..।
Answer:
ଜଡ଼ ବିଜ୍ଞାନ

Question 5.
ଜାବନ ଏକ …………………. ର ଅବସ୍ଥା ।
Answer:
ଶକ୍ତି

Question 6.
……………………….. ବିଜ୍ଞାନର ସଂଯୋଗରୁ ନାନା ବିଭାଗ ସୃଷ୍ଟି ହୋଇ ଅଶେଷ କଲ୍ୟାଣ ସାଧୂତ ହୋଇପାରିଛି ।
Answer:
ଜଡ଼ ଓ ଜୀବ

Question 7.
ଆମେ ଜୀବନ୍ତ ପଦାର୍ଥକୁ ବିଶ୍ଳେଷଣ କରି ତା’ର ବିବିଧ ପ୍ରକ୍ରିୟା ତଥା ସମସ୍ୟା ସମାଧାନରେ ସଫଳ ହୋଇପାରୁଥ‌ିବା ବିଜ୍ଞାନଟି ……………………।
Answer:
ଜୀବ ବିଜ୍ଞାନ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 8.
ବିଭିନ୍ନ ଜାତୀୟ ଉପାଦାନର ସମ୍ମିଶ୍ରଣ ସହିତ ଜୀବନ୍ତ ଶକ୍ତିର ସଂଯୋଗ ହେଲେ …………………………. ସମ୍ଭବ ହୋଇଥାଏ ।
Answer:
ଜୀବନ୍ତ ପଦାର୍ଥ

Question 9.
ଗଣିତଶାସ୍ତ୍ର ………………….. ବିଜ୍ଞାନର ଅନ୍ତର୍ଗତ ।
Answer:
ଜଡ଼ ବିଜ୍ଞାନ

Question 10.
ପ୍ରାବନ୍ଧିକଙ୍କ ଅନେକ ବିଜ୍ଞାନ ସମ୍ବନ୍ଧୀୟ ରଚନା ………………………. ପତ୍ରିକାରେ ପ୍ରକାଶ ପାଇଥିଲା ।
Answer:
ଉତ୍କଳ ସାହିତ୍ୟ

Question 11.
ସୃଷ୍ଟି ରହସ୍ୟ ଭେଦ କରିବା ………………………ପଦବାଚ୍ୟ ।
Answer:
ଧର୍ମ

Question 12.
ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ………………………… ବାଷ୍ପ ବାହାରେ ।
Answer:
ଅଙ୍ଗାରକାମ୍ଳ

Question 13.
ଭାରତର ବୈଷୟିକ ଉନ୍ନତିର ନିଦର୍ଶନ ଥିଲା ……………………..।
Answer:
ଅନିଚ୍ଛାକୃତ

Question 14.
ଭାରତର ବୈଷୟିକ ଉନ୍ନତି ……………………… ର ଏକତମ ସ୍ଵତଃସମ୍ଭୂତ ଫଳ ମାତ୍ର ।
Answer:
ତ୍ୟାଗମାର୍ଗର

Question 15.
ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି କରିଥାଏ ଆମେ ତା’କୁ …………………….. ଆଖ୍ୟା ଦେଇଥାଭା
Answer:
ସଭ୍ୟତା

Question 16.
ପ୍ରାଚୀନ ରୋମୀୟ ଓ ଗ୍ରୀସୀୟ ସଭ୍ୟତାର ଆଦର୍ଶ …………………….. ଥିଲା ।
Answer:
ଭୋଗ

Question 17.
ଭାରତୀୟମାନେ ସର୍ବବିଧ ବୈଷୟିକ ଜଞ୍ଜାଳକୁ ………………………. ର ହେତୁ ବୋଲି ଭାବୁଥିଲେ ।
Answer:
ବିପଦ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 18.
ଭାରତୀୟମାନଙ୍କର ବୈଷୟିକ ଉନ୍ନତି ………………………. ଦେଇ ସମ୍ଭବ ହୋଇଥିଲା ।
Answer:
ତ୍ୟାଗଧର୍ମ

Question 19.
ଜଡ଼ ବିଜ୍ଞାନ …………………………… ଭାଗରେ ବିଭକ୍ତ ।
Answer:
ଦୁଇ

Question 20.
…………………. ବିଜ୍ଞାନ ବଳରେ ଆମ୍ଭେମାନେ ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କରୁଅଛୁ ।
Answer:
ଜଡ଼

(D ) ଠିକ୍ ଉକ୍ତି ପାଇଁ T ଓ ଭୁଲ୍ ଉକ୍ତି ପାଇଁ F ଲେଖ ।

1. ବିଜ୍ଞାନର ଅନୁଶୀଳନରେ ଆମେ ସର୍ବତ୍ର ଜ୍ଞାନର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ ।
2. ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆମ୍ଭେମାନେ ଇତିହାସକୁ ଅବଲମ୍ବନ କରିଥାଉ ।
3. ଯେକୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କୁହାଯାଏ ।
4. ଜଡ଼ ବିଜ୍ଞାନ ମୂଳରେ ଗଣିତଶାସ୍ତ୍ର ନିହିତ ଅଛି ।
5. ବର୍ତ୍ତମାନର ସଭ୍ୟତା ଗତିପଥରେ ଅବସ୍ଥିତ ।
6. ଶକ୍ତି ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାରେ ଅକ୍ଷମ ହୋଇଅଛି ।
7. ଜୀବ ବିଜ୍ଞାନ ୩ ଭାଗରେ ବିଭକ୍ତ ।
8. ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଓ ଉତ୍ତାପ ବାହାରେ ।
9. ଆଧୁନିକ ସଭ୍ୟତା ମାନବର ଈଶ୍ୱରବିଶ୍ଵାସ କମେଇ ଦେଇ ତାକୁ ବିପଥଗାମୀ କରିଛି ବୋଲି ବିପକ୍ଷବାଦୀମାନେ କହନ୍ତି ।
10. ବୈଜ୍ଞାନିକମାନେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ଉଦ୍ଭାବନ କରି ମାନବକୁ ସଂସପଥର ପଥକ କରୁଛନ୍ତି ।
11. ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଯେଉଁ ଧ୍ଵଂସ ସାଧୂତ ହେଉଅଛି, ତାହା ସାହିତ୍ୟର ଦୋଷ ନୁହେଁ ।
12. ଆଧୁନିକ ସଭ୍ୟତା ବିଜ୍ଞାନକୁ ପଥପ୍ରଦର୍ଶକ ବୋଲି ଧରି ନେଇଥିଲା ।
13. ଡିନାମାଇଟ୍‌ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗ ଗିରି ଫଟାଇ ଈପ୍‌ସିତ କାର୍ଯ୍ୟ କରାଯାଇପାରୁଛି ।
14. ବିଜ୍ଞାନ ଆଶାତୀତ ଭାବରେ ଆମ୍ଭମାନଙ୍କୁ ନ୍ୟାୟ ଅନ୍ଵେଷଣର ପଥ ଦେଖାଇ ଆସିଛି ।
15. ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ବିଭିନ୍ନ ଅଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହରଣ କରିପାରିଛୁ ।
Answer:
1. ବିଜ୍ଞାନର ଅନୁଶୀଳନରେ ଆମେ ସର୍ବତ୍ର ଜ୍ଞାନର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ । (F)
2. ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆମ୍ଭେମାନେ ଇତିହାସକୁ ଅବଲମ୍ବନ କରିଥାଉ । (F)
3. ଯେକୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କୁହାଯାଏ । (T)
4. ଜଡ଼ ବିଜ୍ଞାନ ମୂଳରେ ଗଣିତଶାସ୍ତ୍ର ନିହିତ ଅଛି । (T)
5. ବର୍ତ୍ତମାନର ସଭ୍ୟତା ଗତିପଥରେ ଅବସ୍ଥିତ । (T)
6. ଶକ୍ତି ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାରେ ଅକ୍ଷମ ହୋଇଅଛି । (F)
7. ଜୀବ ବିଜ୍ଞାନ ୩ ଭାଗରେ ବିଭକ୍ତ । (F)
8. ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଓ ଉତ୍ତାପ ବାହାରେ । (T)
9. ଆଧୁନିକ ସଭ୍ୟତା ମାନବର ଈଶ୍ୱରବିଶ୍ଵାସ କମେଇ ଦେଇ ତାକୁ ବିପଥଗାମୀ କରିଛି ବୋଲି ବିପକ୍ଷବାଦୀମାନେ କହନ୍ତି ।
10. ବୈଜ୍ଞାନିକମାନେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ଉଦ୍ଭାବନ କରି ମାନବକୁ ସଂସପଥର ପଥକ କରୁଛନ୍ତି । (T)
11. ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଯେଉଁ ଧ୍ଵଂସ ସାଧୂତ ହେଉଅଛି, ତାହା ସାହିତ୍ୟର ଦୋଷ ନୁହେଁ । (F)
12. ଆଧୁନିକ ସଭ୍ୟତା ବିଜ୍ଞାନକୁ ପଥପ୍ରଦର୍ଶକ ବୋଲି ଧରି ନେଇଥିଲା । (T)
13. ଡିନାମାଇଟ୍‌ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗ ଗିରି ଫଟାଇ ଈପ୍‌ସିତ କାର୍ଯ୍ୟ କରାଯାଇପାରୁଛି । (T)
14. ବିଜ୍ଞାନ ଆଶାତୀତ ଭାବରେ ଆମ୍ଭମାନଙ୍କୁ ନ୍ୟାୟ ଅନ୍ଵେଷଣର ପଥ ଦେଖାଇ ଆସିଛି । (F)
15. ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ବିଭିନ୍ନ ଅଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହରଣ କରିପାରିଛୁ । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଜଡ଼ ବିଜ୍ଞାନ ଜଡ଼ ଉପାଦାନରେ ଗଠିତ
ଜାବନ ଶକ୍ତି ବୈଷୟିକ ଉନ୍ନତି
ଜୀବନ୍ତ ଶରୀର ଗଣିତ ଶାସ୍ତ୍ର
ଉଦ୍ଭିଦ ବିଜ୍ଞାନ ପ୍ରବହମାନ ଶକ୍ତି
ଗ୍ରାସାୟ ସଭ୍ୟତା ବିଶ୍ଵ ମାନବିକତା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଜଡ଼ ବିଜ୍ଞାନ ଗଣିତ ଶାସ୍ତ୍ର
ଜାବନ ଶକ୍ତି ପ୍ରବହମାନ ଶକ୍ତି
ଜୀବନ୍ତ ଶରୀର ଜଡ଼ ଉପାଦାନରେ ଗଠିତ
ଉଦ୍ଭିଦ ବିଜ୍ଞାନ ବିଶ୍ଵ ମାନବିକତା
ଗ୍ରାସାୟ ସଭ୍ୟତା ବୈଷୟିକ ଉନ୍ନତି

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ  ‘ଖ’ ସ୍ତମ୍ଭ
ସଭ୍ୟତାର ଆଦର୍ଶ ପ୍ରତିଷ୍ଠାନ
ବିଜ୍ଞାନ ଓ ଶିକ୍ଷାର ପ୍ରସାର ବଡ଼ ଓ ଜାବନ୍ତ ବିଷୟ
ଗଣିତ ଶାସ୍ତ୍ର ନାନାବିଧ ଶାସ୍ତ୍ର
ଦେଶ ମାନବିକତାର ମାନବର ସର୍ବାଙ୍ଗାଶ ଉନ୍ନତି
ବଡ଼ ଓ ଜାବ ବିଜ୍ଞାନଈ ସମ୍ମିଶ୍ରଣ ଜଡ଼ ଓ ଜାବନ୍ତ ବିଷୟ
ଜାବ ବିଜ୍ଞାନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସଭ୍ୟତାର ଆଦର୍ଶ ମାନବର ସର୍ବାଙ୍ଗାଶ ଉନ୍ନତି
ବିଜ୍ଞାନ ଓ ଶିକ୍ଷାର ପ୍ରସାର ଜାବ ବିଜ୍ଞାନ
ଗଣିତ ଶାସ୍ତ୍ର ଜଡ଼ ଓ ଜାବନ୍ତ ବିଷୟ
ଦେଶ ମାନବିକତାର ପ୍ରତିଷ୍ଠାନ
ବଡ଼ ଓ ଜାବ ବିଜ୍ଞାନଈ ସମ୍ମିଶ୍ରଣ ନାନାବିଧ ଶାସ୍ତ୍ର

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଧୁନାତନ ଆଜିକାଲିକା
ଭାରତର ବୈଶିଷ୍ଟ୍ୟ ଆଧ୍ୟାତ୍ମକତା
ଅଲୌକିକ ଅସାମାନ୍ୟ
ଗ୍ରାମାୟ ସଭ୍ୟତା ବୈଷୟିକ ଉନ୍ନତି
ଆମ୍ ଫଳାପ ଭାରତୀୟ ସଭ୍ୟତା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଧୁନାତନ ଆଜିକାଲିକା
ଭାରତର ବୈଶିଷ୍ଟ୍ୟ ଆଧ୍ୟାତ୍ମକତା
ଅଲୌକିକ ଅସାମାନ୍ୟ
ଗ୍ରାମାୟ ସଭ୍ୟତା ବୈଷୟିକ ଉନ୍ନତି
ଆମ୍ ଫଳାପ ଭାରତୀୟ ସଭ୍ୟତା

କରି ପରିଚୟ

ଆଧୁନିକ ଓଡ଼ିଆ ସାହିତ୍ୟର ବିଜ୍ଞାନ ତଥା ଶିଶୁସାହିତ୍ୟ ବିଭାଗରେ ସ୍ବୀୟ ସାରସ୍ଵତ ଲେଖନୀ ଚାଳନା କରି ସୁସମୃଦ୍ଧ କରିଥିବା ପ୍ରାବନ୍ଧିକମାନଙ୍କ ମଧ୍ୟରେ ବଂଶୀଧର ସାମନ୍ତରାୟ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ । ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଉଭିଦ ବିଜ୍ଞାନୀ ଭାବେ ଓଡ଼ିଶାରେ ସୁପରିଚିତ ସେହି ପ୍ରଥଯଶା ବିଜ୍ଞାନୀ ପୁରୁଷଙ୍କ ଅନେକ ବିଜ୍ଞାନ ସମ୍ବନ୍ଧୀୟ ରଚନା ପ୍ରକାଶ ପାଇଥିଲା ‘ଉତ୍କଳ ସାହିତ୍ୟ’ ପତ୍ରିକାରେ । ‘ଦରିଆପାରିର ସୁନା’ ଓ ‘ଶିଶୁର ବୀଣା’ ପ୍ରଭୃତି ସାରସ୍ଵତ ସୃଷ୍ଟି ତାଙ୍କୁ ପାଠକ ହୃଦୟରେ ଅମର କରି ରଖୁବ ଏହା ନିଃସନ୍ଦେହ । ପାଠକ ହୃଦୟରେ ଅମର କରି ରଖୁବ ଏହା ନିଃସନ୍ଦେହ ।

ସୃଜନାଭିମୁଖ୍ୟ

ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଉଭିଦ ବିଜ୍ଞାନୀ ଭାବେ ବଂଶୀଧର ସାମନ୍ତରାୟ ଥିଲେ ଓଡ଼ିଶାର ଜନମାନସରେ ସୁପରିଚିତ । ସେ ବିଲାତରୁ ଉଭିଦ ବିଜ୍ଞାନରେ ଉଚ୍ଚତର ଶିକ୍ଷାଲାଭ ପରେ ଓଡ଼ିଶାର ଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ ଓ ତତ୍‌ପରେ ରେଭେନ୍ସା କଲେଜର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ। ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ ତଥା ଶିଶୁ ସାହିତ୍ୟ ରଚନା କରିବାରେ ସେ ଥିଲେ ଅତ୍ୟନ୍ତ ଆଗ୍ରହୀ ।

କବିତାର ପ୍ଠଷ୍ଠଭୂମି

‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧଟି ୧୯୪୨ ସାଲ ଜ୍ୟେଷ୍ଠ ସଂଖ୍ୟା ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ ପାଇଥିଲା । ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନ ବିଷୟ ଏହି ପ୍ରବନ୍ଧର ମୁଖ୍ୟସ୍ୱର । ବିଜ୍ଞାନ ହିଁ ସଭ୍ୟତା ଅନ୍ଵେଷଣରେ ଯଥାର୍ଥ ପଥପ୍ରଦର୍ଶକ ସାଜିଥାଏ । ସେହି ବିଜ୍ଞାନକୁ ଅବଲମ୍ବନ କରି ହିଁ ଆଧୁନିକ ମଣିଷ ଉନ୍ନତି ପଥରେ ଅଗ୍ରସର ହୋଇପାରିବ ବୋଲି ଏହି ପ୍ରବନ୍ଧରେ ପ୍ରାବନ୍ଧିକ ମତବ୍ୟକ୍ତ କରିଛନ୍ତି ।

ପ୍ରବନ୍ଧର ମର୍ମବାଣା

ପ୍ରାବନ୍ଧିକଙ୍କ ମତରେ ମଣିଷ ଯେଉଁ ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ତଥା ଜ୍ଞାନସାଧନ କରିଥାଏ, ତାହା ହିଁ ସଭ୍ୟତା ପଦବାଚ୍ୟ । ଏହି ସଭ୍ୟତା ବିଭିନ୍ନ ବିଭାଗରେ ବିଭିନ୍ନ ପରିମାଣର ଉନ୍ନତି ଅନୁଯାୟୀ ନୂନତର ବା ଉଚ୍ଚତର ଭାବେ ନିର୍ୟ୍ୟତ ହୋଇଥାଏ । ଆମ୍ଭେମାନେ ଯଦି ନିଜକୁ ପ୍ରାଚୀନ ଆଦିମାନବ କିମ୍ବା ଅଧୁନାତନ ନିସ୍ରୋ ବା ବନ୍ୟଜାତିମାନଙ୍କ ସହିତ ତୁଳନା କରିବା ତା’ହେଲେ ସଭ୍ୟତାର ଅର୍ଥ ତଥା ତା’ର ମୂଲ୍ୟ ନିଶ୍ଚିତଭାବେ ଆମ୍ଭମାନଙ୍କ ଦୃଷ୍ଟି ସମ୍ମୁଖରେ ଉଦ୍‌ଭାସିତ ହୋଇଉଠିବ, ଏହା ନିଃସନ୍ଦେହ ।

ଏହି ସଭ୍ୟତାର ଆଦର୍ଶ ବିଭିନ୍ନ କାଳରେ ବିଭିନ୍ନ ଯୁଗରେ ବିଭିନ୍ନ ଜାତିମାନଙ୍କ ମଧ୍ୟରେ ଥିଲା ଭିନ୍ନ ଭିନ୍ନ । ପ୍ରାଚୀନ ମିଶରୀୟ ସଭ୍ୟତା, ରୋମୀୟ ତଥା ଗ୍ରୀସୀୟ ସଭ୍ୟତାର ମୂଳଭିଭି ଥୁଲା ବୈଷୟିକ ଉନ୍ନତି । ଭୋଗ ଥିଲା ସେମାନଙ୍କ ସଭ୍ୟତାର ଆଦର୍ଶ । ସେହି ଭୋଗମାର୍ଗଗାମୀ ଜାତିର ସଭ୍ୟତାର ନିଦର୍ଶନ ଥିଲା ଇଚ୍ଛାକୃତ, ଯାହା ବୈଷୟିକ ଉନ୍ନତିର ପୃଷ୍ଠଭୂମିରେ ହେର୍ତ୍ତଥ୍ଲା ପ୍ରତିଫଳିତା

କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମର ପ୍ରତିଫଳନ । ସମଗ୍ର ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର କାରଣ ମନେକରୁଥିଲେ ମଧ୍ୟ ତ୍ୟାଗଧର୍ମ ମାଧ୍ୟମରେ ସେମାନଙ୍କର ବୈଷୟିକ ଉନ୍ନତି ସମ୍ଭବ ହୋଇଥିଲା । ବିଷୟ ଜଞ୍ଜାଳର ପରିବେଷ୍ଟନୀ ମଧ୍ଯରେ ଥାଇ ମଧ୍ୟ ଗୃହସ୍ଥ ପାରିପାର୍ଶ୍ବକ ପଦାର୍ଥ ସହିତ ସଂଶ୍ଳିଷ୍ଟ ନଥିଲା । ତ୍ୟାଗମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗମାର୍ଗଗାମୀ ଜାତିଠାରୁ ତା’ର ପଥ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଏ । ରୋମୀୟ ଓ ଗ୍ରୀସୀୟ ସ୍ୱେଚ୍ଛାକୃତ ବୈଷୟିକ ଉନ୍ନତିଠାରୁ ଭାରତର ବୈଷୟିକ ଉନ୍ନତି କୌଣସି ଗୁଣରେ ନୂନତର ନୁହେଁ । କାରଣ ତା’ର୍ ସୃଷ୍ଟି ଇଚ୍ଛାକୃତ ନୁହେଁ, ତ୍ୟାଗମାର୍ଗର ଏକତମ ସ୍ଵତଃସମ୍ଭୂତ ଫଳମାତ୍ର । ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାମିକତା ।

ବର୍ତ୍ତମାନର ପୃଥ‌ିବୀରେ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ । ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ସହିତ ବିଶ୍ବମାନବିକତାର ପ୍ରତିଷ୍ଠା ତଥା ବିରାଟ ସୃଷ୍ଟିରହସ୍ୟର ଉଦ୍‌ଘାଟନ ଏବଂ ତା’ ମୂଳରେ ନିହିତ ଥ‌ିବା ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ବର୍ତ୍ତମାନ ସଭ୍ୟତାର ଆଦର୍ଶ । ବିଭିନ୍ନ କାଳରେ ବିଭିନ୍ନ ଜାତି ଏହାର ଅଂଶ- ବିଶେଷକୁ ସଭ୍ୟତାର ଆଦର୍ଶରୂପେ ଧରିନେଇଥିଲେ ତ, ଆଉ କେତେକ ଜାତି ଅଧିକାଂଶକୁ ନିଜ ସଭ୍ୟତାର ଆଦର୍ଶରୂପେ ଗ୍ରହଣ କରିଥିଲେ । କିନ୍ତୁ ସେମାନଙ୍କର ସାଧନାର ପଥ ଥିଲା ଭିନ୍ନ । ସେହି ପଥକୁ କେତେକ ଜାତି ଚିନ୍ତାଦ୍ୱାରା ନିରୂପିତ କରିବାକୁ ଚେଷ୍ଟିତ ଥିଲେ ତ ଅନ୍ୟ କେତେକ କାର୍ଯ୍ୟଦ୍ୱାରା ନିରୂପିତ କରିବାକୁ ଚେଷ୍ଟିତ ଥିଲେ । କିନ୍ତୁ ହିନ୍ଦୁମାନେ ହିଁ ଉପନୀତ ହୋଇଥିଲେ ଲକ୍ଷ୍ୟସ୍ଥଳରେ । ସେମାନଙ୍କ ଦର୍ଶନଶାସ୍ତ୍ରନିହିତ ପ୍ରଣାଳୀଦ୍ଵାରା ମାନବ ବିଶ୍ବର ବିରାଟ ଶକ୍ତିକୁ ନିରୂପଣ କରିବାପାଇଁ ସମର୍ଥ ହେବା ସହ ସେହି ପଥରେ ଗତିକଲେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳରେ ଉପନୀତ ହେବାମାତ୍ରେ ସେ ସକଳ ସ୍ପଷ୍ଟ ଉଦ୍‌ଭାସିତ ହୋଇଉଠିବ । କିନ୍ତୁ ତା’ର ସାଧନ ପାଇଁ ଆବଶ୍ୟକ ଶାରୀରିକ ଓ ମାନସିକ ଉନ୍ନତି, ଯାହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ । ସେଥ୍ପାଇଁ ଆବଶ୍ୟକ କଠୋର ସାଧନା ।

ଆର୍ଯ୍ୟମାନଙ୍କ ମତରେ, ସେମାନେ ସଭ୍ୟତାର ଉଚ୍ଚତମ ସୋପାନକୁ ଆରୋହଣ କରିଥିଲେ ମଧ୍ୟ ସଭ୍ୟତର ଜାତି ତା’ର ବିଲୋପସାଧନ କରିଥିଲେ । ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଉପରେ କାହାର ହସ୍ତକ୍ଷେପ ହୋଇପାରି ନଥୁଲା, ସେତେଦିନ ପର୍ଯ୍ୟନ୍ତ ତାହା ଥିଲା ଅକ୍ଷୁଣ୍ଣ । ସେହିପରି ଅନ୍ୟ ଜାତିମାନେ ମଧ୍ୟ ସ୍ବୀୟ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାପାଇଁ ସତତ ଚେଷ୍ଟିତ ହେଉଛନ୍ତି ।

ଅନ୍ୟାନ୍ୟ ସଭ୍ୟତା ପରି ବର୍ତ୍ତମାନର ଆଧୁନିକ ସଭ୍ୟତା ମଧ୍ୟ ତା’ର ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରି ନାହିଁ । କାରଣ ଆଜିପର୍ଯ୍ୟନ୍ତ ଆମ୍ଭେମାନେ ଆଦର୍ଶର ଉଚ୍ଚତମ ସୋପାନରେ ପହଞ୍ଚି ପାରିନାହୁଁ । ସେଥ‌ିପାଇଁ ବହୁସମୟ ଆବଶ୍ୟକ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ କେବଳ ପରୀକ୍ଷଣର ସମୟ । ଫଳ ଭବିଷ୍ୟତ ଗର୍ଭରେ ନିହିତ । କିନ୍ତୁ ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ଉପନୀତ ହେବାକୁ ଆଜି ଆମ୍ଭମାନଙ୍କର ପ୍ରଧାନ ଅବଲମ୍ବନ ହୋଇଛି ବିଜ୍ଞାନ ।

ବ୍ୟାପକ ଅର୍ଥରେ ବିଜ୍ଞାନ ହେଲା କୌଣସି ବିଷୟରେ ସମ୍ୟକ୍ ଜ୍ଞାନ । ମାତ୍ର ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନ ହିଁ ବିଜ୍ଞାନ ପଦବାଚ୍ୟ । ସୁତରାଂ ବ୍ୟାପକ ଓ ସାଧାରଣ ଅର୍ଥ ମଧ୍ୟରେ କୌଣସି ପ୍ରଭେଦ ନାହିଁ । କାରଣ ଜଡ଼ ଓ ଜୀବନ୍ତ କହିଲେ ବିଶ୍ବବ୍ରହ୍ମାଣ୍ଡର ସକଳ ପଦାର୍ଥର ଏକତ୍ରିତ ଅବସ୍ଥା । ଏଣୁ ଏମାନଙ୍କ ବିଭାବ ବିଷୟକ ଜ୍ଞାନ ହିଁ ବିଶ୍ବର ପ୍ରତ୍ୟେକ ପଦାର୍ଥ ସମ୍ବନ୍ଧୀୟ ଜ୍ଞାନ ଅଟେ । ସୁତରାଂ କଳାବିଦ୍ୟା, ଦର୍ଶନ, ଇତିହାସ, ମନସ୍ତତ୍ତ୍ଵ ମଧ୍ୟ ବିଜ୍ଞାନର ଅନ୍ତର୍ଗତ ।

ଏହି ବିଜ୍ଞାନ ବଳରେ ଆମ୍ଭେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିବାପାଇଁ ଉଦ୍ୟମରତ । ସେହି ଜଡ଼ବିଜ୍ଞାନ ମୂଳରେ ନିହିତ ଆମ୍ଭମାନଙ୍କ ଗଣିତଶାସ୍ତ୍ର । ଯାହା ବଳରେ ଅନାୟାସରେ ସମାଧୃତ ହୋଇପାରୁଛି ଜଟିଳତମ ସମସ୍ୟାରାଜି। ଏହି ଜଡ଼ ବିଜ୍ଞାନ ଦୁଇଭାଗରେ ବିଭକ୍ତ; ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ । ଏହି ଦୁଇ ବିଜ୍ଞାନର ମଧ୍ୟ ରହିଛି ବିବିଧ ବିଭାଗ ଓ ଉପବିଭାଗ । ଆଲୋକ, ଉତ୍ତାପ, ବିଦ୍ୟୁତ୍, ଶବ୍ଦ ପ୍ରଭୃତି ବିବିଧ ତତ୍ତ୍ୱାନୁସନ୍ଧାନର ବିଭାଗଗୁଡ଼ିକରେ ବିଭକ୍ତ ପଦାର୍ଥ ବିଜ୍ଞାନ । ସେହିପରି ରସାୟନ ବିଜ୍ଞାନର ମଧ୍ୟ ରହିଛି ବିଭିନ୍ନ ବିଭାଗ ।

ଏହି ଜଡ଼ ବିଜ୍ଞାନ ବଳରେ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ବିଷୟ ଆଲୋଚନା କରି ଆମ୍ଭେମାନେ ଅର୍ଜନ କରୁ ଜଡ଼ ସମ୍ବନ୍ଧୀୟ ସମ୍ୟକ୍ ଜ୍ଞାନ । ଏହି ଜଡ଼ ବିଜ୍ଞାନର ଅନୁଶୀଳନ ତଥା ଚର୍ଚ୍ଚାର ଫଳସ୍ୱରୂପ ଆଜି ଆମେ ପ୍ରକୃତି ବକ୍ଷରେ ସଙ୍ଘଟିତ ଯାବତୀୟ କ୍ରିୟାକୁ ଉପଲବ୍‌ଧ କରିପାରୁଛୁ । ଆମ ସୌରଜଗତ ପରି ଅନେକ ବିରାଟଜଗତ, ଗ୍ରହ, ତାରା, ଉପଗ୍ରହର ନିୟନ୍ତ୍ରଣ ତଥା ସେଗୁଡ଼ିକର ଶକ୍ତିର ବିକାଶ ଓ କାର୍ଯ୍ୟପ୍ରଣାଳୀ ଜାଣିପାରୁଛୁ । ସେହି ଶାସ୍ତ୍ର ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାରେ କ୍ଷମ ହୋଇପାରିଛି ।

ସୁତରାଂ ବୈଷୟିକ ଉନ୍ନତିରେ ଆମ୍ଭେମାନେ ଏତେଦୂର ଅଗ୍ରସର ହୋଇଅଛୁ ଯେ, ତାହା ପୂର୍ବବର୍ତୀ ମାନବ ସ୍ଵପ୍ନରେ ଭାବିପୂର୍ବ କି ନା ସନ୍ଦେହ । ଏହି ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧଭାବରେ ଆହରଣ କରିବା ସହ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାର, ଟେଲିଭିଜନ୍, ଟେଲିଫୋନ୍ ପ୍ରଭୃତି ବିବିଧ ଉପକରଣରେ ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ ସମର୍ଥ ହୋଇପାରିଛୁ । ବିରାଟ ସାଗର ଆଜି ଦୁର୍ଲଫ୍ୟୁ ହୋଇନାହିଁ, କିମ୍ବା ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ ।

ଜଡ଼ ବିଜ୍ଞାନ ଓ ଜୀବବିଜ୍ଞାନର ସଂଯୋଗରୁ ବିବିଧ ବିଭାଗ ସୃଷ୍ଟି ହୋଇ ସଂସାରର ଅଶେଷ କଲ୍ୟାଣ ସାଧନ କରିପାରିଛି । ଜୀବ ବିଜ୍ଞାନ ଦୁଇଭାଗରେ ବିଭକ୍ତ – ପ୍ରାଣୀ ବିଜ୍ଞାନ (Zoology) ଏବଂ ଉଦ୍ଭଦ ବିଜ୍ଞାନ (Botany) । ଏମାନଙ୍କ ଚର୍ଚ୍ଚାରୁ ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ଏବଂ ଯେଉଁ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ତା’ର ସନ୍ଧାନ ମିଳେ । ବିଭିନ୍ନ ପ୍ରଣାଳୀ ବିଶ୍ଳେଷଣ ଓ ସଂଶ୍ଳେଷଣ ବଳରେ ଜୀବନ୍ତ ବସ୍ତୁର ବିବିଧ ସମସ୍ୟା ନିରୂପିତ ହେବାର ଉଦ୍ୟମ ଅବ୍ୟାହତ ରହିଛି । ବର୍ତ୍ତମାନ ବୈଜ୍ଞାନିକମାନେ ଜୀବନ୍ତ ପଦାର୍ଥ ସୃଷ୍ଟି କରିବାରେ ଅସମର୍ଥ ହୋଇଥିଲେ ମଧ୍ୟ କରାଯାଇଥିବା ଗବେଷଣାକୁ ଭିତ୍ତିକରି ଚିନ୍ତାଶୀଳ ମନୀଷୀଗଣ ମତବ୍ୟକ୍ତ କରନ୍ତି ଯେ, ଦିନେ ନା ଦିନେ ମାନବ ଜୀବନ୍ତ ପଦାର୍ଥ ସୃଷ୍ଟି କରିବାପାଇଁ ସମର୍ଥ ହୋଇପାରିବ । ମାତ୍ର ତାହା ବହୁଦୂର ଭବିଷ୍ୟତରେ କି ନିକଟରେ ହେବ ତାହା କହିବା ଧୃଷ୍ଟତା ମାତ୍ର ।

ଏହି ଜୀବବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ହସ୍ତୀ, ତିମି ଓ ବଟବୃକ୍ଷ ପର୍ଯ୍ୟନ୍ତ ବିଶ୍ଳେଷଣ କରି ବିଭିନ୍ନ ପ୍ରକ୍ରିୟା ଓ ସମସ୍ୟା ସାଧନରେ ସଫଳକାମ ହେଉଅଛୁ । ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେମାନେ ଶରୀରତତ୍ତ୍ଵ, ଆୟୁର୍ବେଦ (ଡାକ୍ତରୀ), ମନସ୍ତତ୍ତ୍ଵ, କୃଷିବିଜ୍ଞାନ, ପୃଥ‌ିବୀତତ୍ତ୍ଵ, ଜ୍ୟୋତିଷ ପ୍ରଭୃତି ନାନାବିଧ ଶାସ୍ତ୍ରବଳରେ ଆମ୍ଭମାନଙ୍କ ଜ୍ଞାନର ସୀମା ବିସ୍ତୃତ କରିଅଛୁ । ବିଭିନ୍ନ ବିଭାଗର ସାହାଯ୍ୟ ବଳରେ ଇଞ୍ଜିନିୟରିଙ୍ଗ୍ ପ୍ରଭୃତିରେ ପରାକାଷ୍ଠା ଲାଭ କରିଅଛୁ । ଏହାରି ବଳରେ ଆମ୍ଭେମାନେ ବହୁପରିମାଣରେ ବୈଷୟିକ, ମାନସିକ ତଥା ଶାରୀରିକ ଉନ୍ନତି ଲାଭ କରିବା ସହିତ ବିବିଧ ରୋଗକବଳରୁ ମୁକ୍ତିଲାଭ କରିଅଛୁ । ବିଶ୍ବମାନବିକତାର ବିକାଶ ହୋଇପାରି ନଥୁବାରୁ ଅନେକତ୍ର ଏହି ବିଜ୍ଞାନ ତଥା ଶିକ୍ଷାର ପ୍ରସାର ହୋଇପାରୁ ନାହିଁ । କିନ୍ତୁ ଏହାଦ୍ବାରା ଉନ୍ନତି ଯେ ଅବଶ୍ୟମ୍ଭାବୀ ଏହା ନିଃସନ୍ଦେହ ।

ଜୀବ ବିଜ୍ଞାନର ପର୍ଯ୍ୟାଲୋଚନାରୁ ସ୍ପଷ୍ଟ ପ୍ରମାଣିତ ଯେ, ଜୀବନ୍ତର ଶରୀର ବିଭିନ୍ନ ଜଡ଼ ଉପାଦାନରେ ଗଠିତ । ପୂର୍ବର ପଞ୍ଚଭୂତ ବର୍ତ୍ତମାନ ବିଶ୍ଳେଷଣଦ୍ଵାରା ଅଶେଷ ଉପାଦାନର ସମଷ୍ଟିରୂପେ ନିରୂପିତ ହୋଇଛି । ଏହି ବିବିଧ ଜଡ଼ ଉପାଦାନର ସମାବେଶ ସହ ଜୀବନ୍ତ ଶକ୍ତିର ବିକାଶ ହିଁ ଜୀବନ୍ତକୁ ସମ୍ଭବ କରିପାରିଛି । ଉଦାହରଣସ୍ୱରୂପ, ଗେଙ୍ଗୁଟି ପଥରରେ ଜଳ ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଏବଂ ଉତ୍ତାପ ବାହାରେ । ଏହି ଉତ୍ତାପ ଶକ୍ତିର ଏକ ଅବସ୍ଥା । ଆମେ ଚୂନ ଓ ଅଙ୍ଗାରକାମ୍ଳ ବାଷ୍ପକୁ ଏକତ୍ର କରି ଗେଙ୍ଗୁଟି ପଥର ପ୍ରସ୍ତୁତ କଲେ, ସେଥ‌ିରେ ଶକ୍ତି ସଂଯୋଗ ଆବଶ୍ୟକ । ସୁତରାଂ ବିଭିନ୍ନ ପଦାର୍ଥରେ ଶକ୍ତିର ସଂଯୋଗ ଓ ବିଯୋଗଦ୍ଵାରା ପଦାର୍ଥଗୁଡ଼ିକ ବିଭିନ୍ନ ଅବସ୍ଥାକୁ ପ୍ରାପ୍ତ ହୋଇଥା’ନ୍ତି ।

ବିଭିନ୍ନ ଜାତୀୟ ଉପାଦାନର ସମ୍ମିଶ୍ରଣ ସହିତ ଶକ୍ତିର ସଂଯୋଗଦ୍ଵାରା ହିଁ ଜୀବନ୍ତର ସମ୍ଭବ ହୁଏ । କିନ୍ତୁ ସେହି ଜୀବନ୍ତ ଶକ୍ତି ଜଡ଼ ମଧ୍ୟରେ ସଂଯୋଗ ଓ ବିଯୋଗ କରୁଥିବା ଶକ୍ତି କିମ୍ବା ତାହାଠାରୁ ସମ୍ପୂର୍ଣ୍ଣ ପୃଥକ୍ ତାହା ଏ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇନାହିଁ । ହୁଏତ ସେହି ଜୀବନ୍ତ ଶକ୍ତି ପ୍ରଚ୍ଛନ୍ନ ଶକ୍ତି (Potential Energy) କିମ୍ବା ଆଲୋକ ଓ ଉତ୍ତାପ ପରି ପ୍ରବହମାନ ଶକ୍ତି (Kinetic Energy) ର ଏକତମ ଅବସ୍ଥା ହୋଇପାରେ, ମାତ୍ର ଜୀବନ ଏକ ଶକ୍ତିର ଅବସ୍ଥା ବିଶେଷ, ଏହା ସର୍ବସ୍ବୀକୃତ ।

ଆଧୁନିକ ସଭ୍ୟତାର ବିପକ୍ଷବାଦୀଙ୍କ ମତ ଯେ, ଏହି ସଭ୍ୟତା ମାନବର ଈଶ୍ୱରବିଶ୍ଵାସକୁ କମେଇଦେବା ସହ ତାକୁ ବିପଥଗାମୀ କରାଉଛି । ସର୍ବତ୍ର ପରିଲକ୍ଷିତ ହେଉଛି ସଂଯମର ଅଭାବ । ମାନବର ମାନବ ପ୍ରତି ସ୍ନେହ ସୌହାର୍ଜ୍ୟ ପରିବର୍ତ୍ତେ ହିଂସା, ଦ୍ବେଷ ଚରମ ସୋପାନରେ ଉପନୀତ ହୋଇଛି । ବୈଜ୍ଞାନିକମାନଙ୍କଦ୍ୱାରା ଉଦ୍ଭାବିତ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ମାନବକୁ ଧ୍ବଂସ୍‌ଥର ପଥ୍ୟକ କରୁଛି ।

କିନ୍ତୁ ପ୍ରାବନ୍ଧିକଙ୍କ ମତରେ ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଧ୍ୱଂସ ସାଧୂ ହେଉଅଛି ସତ୍ୟ, ମାତ୍ର ତାହା ବିଜ୍ଞାନର ଦୋଷ ନୁହେଁ । ସାଧାରଣ ମଣିଷ ସଭ୍ୟତାର ଅର୍ଥ ବୁଝିଲେ ହିଁ ଏହାର ଅବସାନ ହେବ । ବିଜ୍ଞାନର ଚରମ ଉନ୍ନତି ବିନା ଆମ୍ଭେମାନେ ସଭ୍ୟତାର ଶେଷ ଉନ୍ନତିରେ ପହଞ୍ଚିପାରିବା ନାହିଁ । ସେହି ଶେଷ ସୀମାପର୍ଯ୍ୟନ୍ତ ପରିଦୃଷ୍ଟ ହେଉଥ‌ିବା ବ୍ୟତିକ୍ରମଗୁଡ଼ିକ ସବୁକାଳରେ ସବୁଯୁଗରେ ହେଉଥିବା ଏବଂ ହେବା ସମ୍ଭବ ମଧ୍ଯ । ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ସମସ୍ତେ ଜାଣିବେ, ସେତେବେଳେ ମୈତ୍ରୀର ଧ୍ଵଜା ଉଡ଼ିବ । ଜାତିସଂଘ ଏହାର ସୂତ୍ରପାତ କରିଥିଲେ ମଧ୍ୟ ତା’ର କାର୍ଯ୍ୟପ୍ରଣାଳୀକୁ ସମସ୍ତେ ଗ୍ରହଣ କରିନାହାନ୍ତି ।

କିନ୍ତୁ ଭବିଷ୍ୟତରେ ଯେତେବେଳେ ସମସ୍ତେ ନିଜ ପ୍ରତି କର୍ତ୍ତବ୍ୟକୁ ବୁଝିପାରିବେ, ସେତେବେଳେ ଏସବୁ ଅନର୍ଥ ଦୂରୀଭୂତ ହେବା ସହ ବିଜ୍ଞାନର ବିସ୍ଫୋରକ ଓ ମାରାତ୍ମକ ଗ୍ୟାସ୍ ବଳରେ ଅଶେଷ କ୍ଷତି ସାଧନ ହେଉଥିଲେ ମଧ୍ୟ ବହୁ ବିଶ୍ଵହିତକର କାର୍ଯ୍ୟ ସାନ୍ତ ହେଉଅଛି ବୋଲି ହୃଦୟଙ୍ଗମ କରିପାରିବେ । ଡିନାମାଇଟ୍ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗଗିରି ଫଟାଇ ଈପ୍‌ସିତ କାର୍ଯ୍ୟ ସାଧନ କରାଯାଇପାରୁଛି । ବିଭିନ୍ନ ସାମୟିକ ପଦାର୍ଥ ବଳରେ ବିବିଧ ମାରାତ୍ମକ ରୋଗ ଓ ରୋଗର ବୀଜାଣୁ ନଷ୍ଟ କରାଯାଇପାରୁଛି । ସୁତରାଂ ମାନବର ଅପକାରିତା ବିଜ୍ଞାନ ବଳରେ ନୁହେଁ ବରଂ ତା’ର ଜ୍ଞାନରେ ଅଳ୍ପତା ଯୋଗୁଁ ହିଁ ସଂଘଟିତ ହେଉଅଛି ।

ଅନ୍ୟ କେତେକ ମତ ଦିଅନ୍ତି ‘ଯେ, ବିଜ୍ଞାନ ହିଁ ମାନବ ହୃଦୟରୁ କମାଇଦେଇଛି ଧର୍ମଭାବ ଓ ଈଶ୍ୱରବିଶ୍ଵାସ । ସେମାନେ ପ୍ରାଚୀନ ସଭ୍ୟତାକୁ ନିଜର ଆଦର୍ଶ ବୋଲି ଧରିନେଇ ଈଶ୍ଵର ବିଦ୍ୟମାନ ଓ ତାଙ୍କଠାରେ ବିଶ୍ଵାସ ସ୍ଥାପନ କର୍ତ୍ତବ୍ୟ ବୋଲି ବିବେଚନା କରି ନିଶ୍ଚିତ ଅଛନ୍ତି । କିନ୍ତୁ ବର୍ତ୍ତମାନର ସଭ୍ୟତା ଗତିପଥରେ ଅବସ୍ଥିତ । ତାହା ଲାଭ ନିମନ୍ତେ ଅତୀତ ଅଭିଜ୍ଞତାର ସାହାଯ୍ୟ ନେବା ଆବଶ୍ୟକ । କିନ୍ତୁ ଅତୀତ କଥାକୁ ମାନିନେବା ଉଚିତ ନୁହେଁ । ବିଜ୍ଞାନ ବଳରେ ଈଶ୍ଵରରୂପକ ସେହି ବିରାଟ ଶକ୍ତିର କଳନା କରିବାକୁ ଗବେଷଣାପଥରେ ଅଗ୍ରସର ହେଉଥିବାବେଳେ ପ୍ରଥମରୁ ତାଙ୍କର ଉପସ୍ଥିତିକୁ ବିଶ୍ଵାସ କରିନେବାର ଯଥାର୍ଥତା ନାହିଁ । ଏଥ୍ଯୋଗୁଁ ହିଁ ଧର୍ମଭାବର ହୋଇଛି ମୈଥୁଲ୍ୟ ଓ ଈଶ୍ୱରବିଶ୍ଵାସର ହୋଇଛି ଅପଚୟ ।

ବିଜ୍ଞାନର ଅନୁଶୀଳନ ବଳରେ ସର୍ବତ୍ର ପରିଲକ୍ଷିତ ହୁଏ ଶକ୍ତିର ଅବସ୍ଥିତି, ଜୀବନ୍ତରେ ଥ‌ିବା ଶକ୍ତି ସେହି ବିରାଟ ଶକ୍ତିର ଏକତମ ଅନସ୍ଥା । ତେଣୁ ସେହି ଶକ୍ତି କ’ଣ ଏବଂ ଜଡ଼ ତଥା ଜୀବନ୍ତ ସହିତ ତା’ର ସମ୍ପର୍କକୁ ଜାଣିବାପାଇଁ ଚେଷ୍ଟିତ ଥ‌ିବାବେଳେ ଧର୍ମଭାବ କମିଯାଇଛି ବୋଲି କହିବା ସମ୍ପୂର୍ଣ୍ଣ ଅଯୌକ୍ତିକ। କାରଣ, ସୃଷ୍ଟି ରହସ୍ୟ ଭେଦ କରିବା ହିଁ ଧର୍ମ ପଦବାଚ୍ୟ । ସେହି ଧର୍ମର ଏକ ନୂତନ ପଥର ଅନୁସନ୍ଧାନରେ ନିଯୁକ୍ତ ଥିବାବେଳେ ଅର୍ଷପଥରେ ନୈରାଶ୍ୟଜର୍ଜରିତ ନ କରି, ପ୍ରାଚୀନ ପଥଦେଇ ଅଗ୍ରସର ହେବାପାଇଁ ଉପଦେଶ ନ ଦେଇ, ସେହି ନୂତନ ପଥରେ ଗତିକରି ଅମ୍ଭେମାନେ କେତେ ସଫଳକାମ ହୋଇପାରୁଛୁ, ତାହା ହିଁ ଦେଖୁବା ଉଚିତ ।

ଆଧୁନିକ ବୈଜ୍ଞାନିକ ପ୍ରଣାଳୀର ଅନୁଗାମୀ ବିବିଧ ରୀତିନୀତି ଶିକ୍ଷା ସଭ୍ୟତାରେ ଥ‌ିବା ଦୋଷଗୁଡ଼ିକୁ ସଂଶୋଧନ କରିବା ଆବଶ୍ୟକ । କୌଣସି ବିଷୟରେ ଅଜ୍ଞତା କେବେହେଲେ କଲ୍ୟାଣକର ହୁଏ ନାହିଁ । ଘରଟିରେ ତାଲା ପକାଇ ଖୋଲିବାକୁ ବାରଣ କଲେ ତାହାକୁ ଖୋଲିବାକୁ ହିଁ ମନରେ ସୃଷ୍ଟି ହୁଏ କୌତୂହଳ । ବରଂ ତାଲାଟା ଖୋଲି ତା’ର ଅପକାରିତା’ ଦର୍ଶାଇ ସେଥୁରୁ ରକ୍ଷାପାଇବାର ଉପାୟ ନିରୂପଣ କରିବା ଉଚିତ । ବର୍ତ୍ତମାନର ବିଜ୍ଞାନ ତାହା ହିଁ କରିଛି । ଆଜି ଆଧୁନିକ ମାନବ ପ୍ରତ୍ୟେକ ବିଷୟରେ ଜ୍ଞାନଲାଭ କରି ସଭ୍ୟତାର ଭିଭିସ୍ଥାପନ ନିମନ୍ତେ ସତତ ଚେଷ୍ଟିତ । ଯେତେବେଳେ ସେ ସମସ୍ତ ଦିଗଟି ଅପସରି ଯିବ, ସେତେବେଳେ ଉଦ୍‌ଭାସିତ ହୋଇଉଠିବ ଆଲୋକମୟ ପ୍ରଭାବ ।

ପ୍ରାଚୀନ ସଭ୍ୟତା ଏହି ବିଜ୍ଞାନକୁ ପଥପ୍ରଦର୍ଶକ ଭାବେ ଧରିନେଇଥଲା । ଆଜି ଆଧୁନିକ ମାନବ ମଧ୍ୟ ସେହି ବିଜ୍ଞାନକୁ ପଥପ୍ରଦର୍ଶକ ରୂପେ ବରଣ କରିନେଇଛି । ସେହି ପଥପ୍ରଦର୍ଶକର ଦୋଷ ରୂପେ ଯାହା ବର୍ଣ୍ଣନା କରାଯାଉଛି, ବାସ୍ତବରେ ତାହା ସବୁ ପାରିପାର୍ଶ୍ବକ ପଦାର୍ଥଗୁଡ଼ିକରୁ ଜାତ । ବିଜ୍ଞାନ ନିଘୋଷ। ଅତୀତକୁ ଦୃଷ୍ଟିପାତ କରି ବର୍ତ୍ତମାନକୁ ଅବଲୋକନ କଲେ ସ୍ପଷ୍ଟ ପ୍ରତିଭାତ ହୁଏ ଯେ, ବିଜ୍ଞାନ ହିଁ ଆଶାତୀତ ଭାବରେ ସଭ୍ୟତା ଅନ୍ଵେଷଣରେ ପଥ ପ୍ରଦର୍ଶନ କରିଆସିଛି । ତେଣୁ ‘ ଦିନେ ନା ଦିନେ ସେହି ବିଜ୍ଞାନରୂପକ ପଥପ୍ରଦର୍ଶକ ସାହାଯ୍ୟରେ ଯାବତୀୟ ବିଷୟରେ ସର୍ବାଙ୍ଗୀନ ଉନ୍ନତି ତଥା ଜ୍ଞାନ ଲାଭକରି ଆମେ ଏକ ଅଲୌକିକ ସଭ୍ୟତାର ଅଧିକାରୀ ହୋଇପାରିବା ଏହା ନିଃସନ୍ଦେହ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବୈଷୟିକ – ବିଷୟ ସମ୍ବନ୍ଧାୟ
  • ନ୍ୟୁନତର – ଛୋଟ/ତୁଚ୍ଛ
  • ଅଧୁନାତନ – ଆଜିକାଲିକା
  • ଆମ୍ବ ସଂଯମ – ନିଜକୁ ନିୟନ୍ତ୍ରଣରେ ରଖିବା
  • ପରିବେଷ୍ଠିତ – ଚାରିପଟୁ ଘେରା/ଆଚ୍ଛାଦିତ
  • ଗୃହସ୍ଥ – ସଂସାରା / ଗୃହା
  • ସଂଶ୍ଲିଷୃ – ଜଡିତ/ଅନ୍ତର୍ଭୁକ୍ତ
  • ନିଦର୍ଶନ – ଦୃଷ୍ଟାନ୍ତି / ଉଦାହରଣ/ ଚିହ୍ନ
  • ଉତ୍କର୍ଷ – ଶ୍ରେଷ୍ଠତା
  • ଦୁର୍ଲଙ୍ଘ୍ୟ – ଯାହା ଳଙ୍ଘନ କରିବା କଷ୍ଟକର
  • ଦ୍ମରୂହ – କଷ୍ଠସାଧ୍ୟ
  • ସଫଳ ମନୋରଥ – ଯାହାର କାମନା ସିଦ୍ଧି ହୋଇଛି
  • ନିଗ୍ରୋ – ଦକ୍ଷିଣ ଆଫ୍ରିକାର ଆଦିମ କଳାଜାତିର ମଣିଷ
  • ପ୍ରଞ୍ଚ୍ଚିଭୂତ – କ୍ଷିତି, ଆପ୍, ତେଜଃ, ମରୁତ୍, ବ୍ୟୋମ
  • ପ୍ରବହମାନ – ଯାହା ବହିଯାଉଥିବା ଅବସ୍ଥାରେ ରହିଛି
  • ଦ୍ଵେଷ – ହିଂସାୟକ୍ତ କରାଗସଂ
  • ତୁଙ୍ଗ ଗିରି – ଉଚ୍ଚ ପାହାଡ଼
  • ଅଳ୍ପେଶ – ଅନାୟାସ/ ବିନା କୃଷ୍ଣରେ
  • ଅନୁଗାମା – ପଛେ ପଛେ ଗମନ
  • ଅପସାରିତ – ଯାହାକୁ ଜ୍ଵର କରାଇ ଦିଆଯାଇଛି
  • ଉଦ୍ଯୋଗ – ଉଦ୍ୟମ / ଚେଷ୍ଟା
  • ଥିଲେକିକ – ଅସାମାନ୍ୟ, ମର୍ତ୍ତ୍ୟରେ ଯାହା ଦୁର୍ଲଭ
  • ଆହରଣ – ଗ୍ରହ

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

Odisha State Board BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Textbook Exercise Questions and Answers.

BSE Odisha Class 7 History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧। ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଅଧିକାଂଶ ମଧ୍ୟଯୁଗୀୟ ଲେଖକ, କବି ବା ଐତିହାସିକମାନଙ୍କର ମୂଳ ଲେଖା କାହିଁକି ହସ୍ତଗତ ହୋଇପାରି ନାହିଁ ?
Answer:

  • ମଧ୍ୟଯୁଗରେ ଛାପାଖାନା ନ ଥିବାରୁ ସେ ସମୟର ପାଣ୍ଡୁଲିପିଗୁଡ଼ିକ ମୁଦ୍ରିତ ହୋଇପାରୁ ନଥିଲା ।
  • ଜଣେ ଲେଖକଙ୍କର ପାଣ୍ଡୁଲିପିକୁ ଦେଖ୍ ଅନ୍ୟ ଜଣେ ଲେଖୁଥିଲା । ଏପରି ଲେଖୁବେଳେ ଅଧିକାଂଶ ଅକ୍ଷରର ପରିବର୍ତ୍ତନ ହୋଇଯାଉଥିଲା ।
  • ବେଳେବେଳେ ଅନୁକରଣ କରୁଥିବା ବ୍ୟକ୍ତି ନିଜ ମନକୁ ଧାଡ଼ିଏ ଦୁଇଧାଡ଼ି ତଥ୍ୟ ଲେଖି ଦେଉଥିଲା ।
  • ଏହିସବୁ କାରଣ ହେତୁ ଅଧିକାଂଶ ମଧ୍ୟଯୁଗୀୟ ଲେଖକ, କବି ଏବଂ ଐତିହାସିକମାନଙ୍କ ମୂଳ ଲେଖା ହସ୍ତଗତ ହୋଇପାରି ନାହିଁ ।

(ଖ) ମାମୁଦ୍ରଙ୍କ ଦରବାର ସମ୍ପର୍କରେ ତୁମେ କ’ଣ ଜାଣିଛ ?
Answer:

  • ମାମୁଦ୍ ତାଙ୍କ ଦରବାରରେ ଅନେକ ଗୁଣୀ ଓ ଜ୍ଞାନୀବ୍ୟକ୍ତିଙ୍କୁ ସ୍ଥାନ ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରସିଦ୍ଧ ଥିଲେ ପାରସିକ କବି ଫିଘେଁସି ।
  • ‘ଶାହାନାମା’ ନାମକ ଏକ ବିରାଟ ଗ୍ରନ୍ଥ ରଚନା କରି ସେ ତତ୍‌କାଳୀନ ଜନସମାଜରେ ଅମର ହୋଇ ରହିଥିଲେ ।
  • ମୁଦ୍ ତାଙ୍କ ଦରବାରର ଆଲ୍‌ବେରୁଣୀ ନାମକ ଜଣେ ବିଦ୍ବାନ୍ ବ୍ୟକ୍ତିଙ୍କୁ ଭାରତ ସମ୍ପର୍କରେ ଜ୍ଞାନ ଆହରଣ କରିବାପାଇଁ ଭାରତକୁ ପଠାଇଥିଲେ ।
  • ଭାରତରେ ବହୁ ବର୍ଷ ରହି ଆଲ୍‌ବେରୁଣୀ ଭାରତ ଉପରେ ତହକିକ୍-ଇ-ହିନ୍ଦୁ’ ବା ‘ଭାରତ ବିଷୟରେ
  • ସେ ଗଜନୀରେ ଏକ ବିରାଟ ପାଠାଗାର ଓ ସୁନ୍ଦର ମସ୍‌ଜିଦ୍ ନିର୍ମାଣ କରିଥିଲେ ।

(ଗ) ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ ସମ୍ପର୍କରେ ଲେଖ ।
Answer:

  • ଦ୍ବାଦଶ ଶତାବ୍ଦୀର ଶେଷ ଭାଗରେ ଘୋର ରାଜ୍ୟର ଶାସକ ମହମ୍ମଦ ଘୋରୀ ଭାରତ ଆକ୍ରମଣ କରିଥିଲେ ।
  • ଉତ୍ତର ଭାରତ ଜୟ କରି ଏହାକୁ ନିଜ ରାଜ୍ୟରେ ମିଶାଇବା ତାଙ୍କର ଲକ୍ଷ୍ୟ ଥିଲାବେଳେ ଭାରତର ଧନରତ୍ନ ମଧ୍ୟ ତାଙ୍କୁ ଭାରତ ଆକ୍ରମଣ କରିବାପାଇଁ ଉତ୍ସାହିତ କରିଥିଲା ।
  • ୧୧୭୫ ଖ୍ରୀ.ଅ.ରେ ମୁଲତାନ ଅଧିକାର କରିବା ପରେ ସେ ସିନ୍ଧୁପ୍ରଦେଶ ଏବଂ ପଞ୍ଜାବ ଅଧିକାର କରି ଦିଲ୍ଲୀ ଆଡ଼କୁ ଅଗ୍ରସର ହୋଇଥିଲେ । ୧୧୯୧ ଖ୍ରୀ.ଅ.ରେ ମହମ୍ମଦ ଘୋରୀ ଦିଲ୍ଲୀର ଚୌହାନ୍ ବଂଶର ରାଜା ପୃଥ୍ୱୀରାଜଙ୍କଠାରୁ ପ୍ରଥମ ତିରୋରୀ ଯୁଦ୍ଧରେ ପରାସ୍ତ ହୋଇଥିଲେ ।
  • ୧୧୯୨ ଖ୍ରୀ.ଅ.ରେ ଦ୍ଵିତୀୟ ତିରୋରୀ ଯୁଦ୍ଧରେ ମହମ୍ମଦ ଘୋରୀ ପୃଥୀରାଜଙ୍କୁ ପରାସ୍ତ କରିଥିଲେ ଏବଂ ପରେ ପରେ ରାଠୋର ବଂଶୀୟ ଶାସକ ଚୟଚନ୍ଦ୍ରଙ୍କୁ ଚାନ୍ଦର (ଚାନ୍ଦରୀ) ଯୁଦ୍ଧକ୍ଷେତ୍ରରେ ପରାସ୍ତ କରି ଭାରତରୁ ବିପୁଳ ଧନରତ୍ନ ସ୍ଵଦେଶକୁ ନେଇ ଯାଇଥିଲେ ।
  • ସେ ଯିବାପରେ ମହମ୍ମଦ ଘୋରୀଙ୍କ ମୁଖ୍ୟ ସେନାପତି କୁତବୁଦ୍ଦିନ୍ ଆଇବାକ୍ ବୁନ୍ଦେଲଖଣ୍ଡ, କାଲିଞ୍ଜର ଏବଂ ମାହେବା ଆଦି ଅଞ୍ଚଳ ଅଧିକାର କରିଥିଲାବେଳେ ଅନ୍ୟତମ ସେନାପତି ଇଣ୍ଡିୟାରଉଦ୍ଦିନ୍ ଖା ବଙ୍ଗ ଏବଂ ବିହାର ଅଧିକାର କରିଥିଲେ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(ଘ) ଚୋଳମାନଙ୍କର ରାଜ୍ୟ ଶାସନ ବିଷୟରେ ସଂକ୍ଷେପରେ ଆଲୋଚନା କର ।
Answer:

  • ଚୋଳମାନେ ଏକ ଉତ୍କୃଷ୍ଟ ଶାସନର ପ୍ରବର୍ତ୍ତକ ଥିଲେ । ରାଜା କେନ୍ଦ୍ର ଶାସନର ମୁଖ୍ୟ ଥିଲେ । ତାଙ୍କୁ ଉପଦେଶ ଦେବାପାଇଁ ଏକ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା । ଯୁଦ୍ଧ, ରାଜସ୍ୱ ଆଦାୟ, ନ୍ୟାୟ ପ୍ରଦାନ ଆଦି କେନ୍ଦ୍ରୀୟ ଶାସନର ପରିସରଭୁକ୍ତ ଥିଲା ।
  • କୃଷକମାନଙ୍କୁ ନେଇ ଗଢ଼ିଉଠିଥିବା ଗ୍ରାମକୁ ‘ଉର୍’ କୁହାଯାଉଥିଲା । କେତେଗୁଡ଼ିଏ ଉର୍‌କୁ ନେଇ ଏକ ଗ୍ରାମ ପରିଷଦ ଗଠିତ ହୋଇଥିଲା, ଯାହାର ନାମ ଥିଲା ‘ନାଡ଼ୁ’ । ବେଲ୍ଲୋଳ ଜାତିର ଧନୀ କୃଷକମାନେ
  • ଚୋଳ ରାଜାମାନେ ବ୍ରାହ୍ମଣମାନଙ୍କୁ ଜମି ଦାନ କରୁଥିଲେ । ବ୍ରାହ୍ମଣମାନେ ବାସ କରୁଥିବା ଗ୍ରାମଗୁଡ଼ିକୁ ‘ବ୍ରହ୍ମାଦେୟ’ କୁହାଯାଉଥିଲା । ପ୍ରତ୍ୟେକ ବ୍ରହ୍ମାଦେୟର ଶାସନ ବ୍ରାହ୍ମଣମାନଙ୍କୁ ନେଇ ଗଠିତ ‘ସଭା’ଦ୍ବାରା ପରିଚାଳିତ ହେଉଥିଲା ।
  • ସଭା ବିଭିନ୍ନ କମିଟି ବା ‘ଭାରିୟମ୍’ର ସଦସ୍ୟମାନଙ୍କୁ ନିର୍ବାଚିତ କରି ସେମାନଙ୍କ ସାହାଯ୍ୟରେ ଗ୍ରାମର ବଗିଚା, ପୋଖରୀ, ଜଳସେଚନ, ମନ୍ଦିର ଆଦିର ଉନ୍ନତିମୂଳକ କାର୍ଯ୍ୟମାନ ତଦାରଖ କରୁଥିଲା ।
  • ଚୋଳମାନଙ୍କର ଗ୍ରାମ ଶାସନ ବର୍ତ୍ତମାନର ପଞ୍ଚାୟତିରାଜ ବ୍ୟବସ୍ଥାର ଅନୁରୂପ ଥିଲା ।

(ଙ) ଯାଦବ ବଂଶର ରାଜାମାନଙ୍କର କୃତିତ୍ବ ବିଷୟରେ ଲେଖ ।
Answer:

  • ଯାଦବ ବଂଶର ଶାସକମାନେ ଦକ୍ଷିଣ ଭାରତରେ ରାଜତ୍ଵ କରୁଥିଲେ ସେମାନଙ୍କର ରାଜଧାନୀ ଥିଲା ଦେବଗିରି । ଭିଲ୍ଲିମା ଏହି ବଂଶର ଜଣେ ପ୍ରସିଦ୍ଧ ନରପତି ଥିଲେ । ତାଙ୍କର ପୁତ୍ର ଜୈତୁଗୀ ବା ଜୈତ୍ରପାଳ କାକତୀୟମାନଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ।
  • ଜୈତ୍ରପାଳଙ୍କ ପରେ ତାଙ୍କ ପୁତ୍ର ସିଂହତା ଯୁଦ୍ଧ ଏବଂ ରାଜ୍ୟଜୟ ମାଧ୍ୟମରେ ଯାଦବ ରାଜ୍ୟର ବିସ୍ତାର କରିଥିଲେ ।
  • ଏହି ବଂଶର ଅନ୍ୟତମ ଶକ୍ତିଶାଳୀ ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ଦିଲ୍ଲୀର ସୁଲତାନ ଆଲ୍ଲାଉଦ୍ଦିନ୍ ଖାଲ୍‌ ଦେବଗିରି ଆକ୍ରମଣ କରି ବହୁ ଧନରତ୍ନ ଲୁଣ୍ଠନ କରି ନେଇଯାଇଥିଲେ ।
  • ରାମଚନ୍ଦ୍ର ଦେବଙ୍କ ପରେ ଶଙ୍କର ଦେବ ଏବଂ ହରପାଳ ଦେବ ଶାସନ କରିଥିଲେ ।

(ଚ) ପ୍ରଥମ ଜନମେଜୟଙ୍କ କୃତିତ୍ଵ ସମ୍ପର୍କରେ ଆଲୋଚନା କର ।
Answer:

  • ସୋମବଂଶ ତଥା କେଶରୀ ବଂଶର ଶାସକ ପ୍ରଥମ ଜନମେଜୟ ୮୮୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ।
  • ସେ ଭଞ୍ଜବଂଶର ରାଜା ରଣଭଞ୍ଜ ଦେବଙ୍କୁ ପରାସ୍ତ କରିଥିଲେ ।
  • ସେ କଳଚୁରୀମାନଙ୍କୁ ମଧ୍ଯ ପରାସ୍ତ କରିଥିଲେ ।
  • ସେ ନିଜକୁ ‘ପରମେଶ୍ଵର’, ‘ପରମ ଭଟ୍ଟାରକ’ ଏବଂ ‘ତ୍ରିକଳିଙ୍ଗାଧୂପତି’ ଆଦି ଉପାଧ୍ଧରେ ଭୂଷିତ କରିଥିଲେ ।
  • ସୁବର୍ଣ୍ଣପୁର (ବର୍ତମାନର ସୋନପୁର) ତାଙ୍କ ରାଜ୍ୟର ରାଜଧାନୀ ଥିଲା ।

(ଛ) ସୋମବଂଶୀମାନଙ୍କର ସାଂସ୍କୃତିକ କୃତିତ୍ଵମାନ ଉଲ୍ଲେଖ କର ।
Answer:

  • ସୋମବଂଶୀମାନଙ୍କର ସାଂସ୍କୃତିକ କୃତିତ୍ଵ ଉଚ୍ଚକୋଟୀର ଥିଲା ।
  • ସେମାନଙ୍କର ମନ୍ଦିର ନିର୍ମାଣ ଶୈଳୀ ଅତି ସୁନ୍ଦର ଥିଲା । ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର ଏବଂ ଚଣ୍ଡିଖୋଲର ମହାବିନାୟକ ମନ୍ଦିର ଆଦି ସୋମବଂଶୀମାନଙ୍କର ପ୍ରମୁଖ କୀର୍ତ୍ତି ଅଟେ ।
  • ଦ୍ଵିତୀୟ ଯଯାତିଙ୍କ ରାଜତ୍ଵ କାଳରେ ଲିଙ୍ଗରାଜ ମନ୍ଦିର ନିର୍ମିତ ହୋଇଥିଲା ।
  • ଏହି ମନ୍ଦିରର ଉଚ୍ଚତା ପ୍ରାୟ ୫୫ ମିଟର । ଦେଉଳ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପର ସମଷ୍ଟିରେ ଏହି ମନ୍ଦିର ଗଠିତ ।
  • ମୁଖ୍ୟ ମନ୍ଦିରର ଚାରିପାଖରେ ଅନେକଗୁଡ଼ିଏ ଛୋଟ ଛୋଟ ମନ୍ଦିର ରହିଅଛି । ଲିଙ୍ଗରାଜ ମନ୍ଦିର କଳିଙ୍ଗ ସ୍ଥାପତ୍ୟର ସର୍ବଶ୍ରେଷ୍ଠ ନିଦର୍ଶନ ଅଟେ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(ଜ) ଚୋଡ଼ଗଙ୍ଗଦେବଙ୍କ ରାଜ୍ୟଜୟ ସମ୍ବନ୍ଧରେ ଲେଖ ।
Answer:

  • ଚୋଡ଼ଗଙ୍ଗଦେବ ସୋମବଂଶୀମାନଙ୍କର ଶେଷ ରାଜା କର୍ଣ୍ଣଦେବଙ୍କୁ ପରାସ୍ତ କରି ୧୧୧୦ ଖ୍ରୀଷ୍ଟାବ୍ଦରେ ଉତ୍କଳ ଅସ୍ଵୀକାର କରିଥିଲେ ।
  • ଏହା ପରେ ସେ ବଙ୍ଗ ଆକ୍ରମଣ କରି ଆରମ୍ୟ ଓ ରାଢ଼ ଅଞ୍ଚଳକୁ ନିଜ ଅଧୀନକୁ ଆଣିଥିଲା । ସେ ମଧ୍ୟ ଦକ୍ଷିଣ ଭାରତରେ ଥ‌ିବା ବେଙ୍ଗୀ ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ଏହିପରି ଚୋଡ଼ଗଙ୍ଗଦେବଙ୍କର ସାମ୍ରାଜ୍ୟ ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲା ।
  • ସେ ବାରଙ୍ଗ, କଟକ, ଚୌଦ୍ଵାର, ଯାଜପୁର ଓ ଅମରାବତୀଠାରେ ଦୁର୍ଗମାନ ନିର୍ମାଣ କରିଥିଲେ ବୋଲି
  • ସେ ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟିକରି ନିଜକୁ ‘ମହାରାଜାଧୁଜ’ ‘ତ୍ରିକଳିଙ୍ଗାଧୂପତି’, ‘ଶ୍ରୀଗଙ୍ଗଚୂଡ଼ାମଣି’ ଆଦି ଉପାଧ୍ଧରେ ଭୂଷିତ କରିଥିଲେ ।

(ଝ) ପ୍ରଥମ ନରସିଂହଦେବଙ୍କ ରାଜ୍ୟ ଶାସନ ସମ୍ପର୍କରେ ସମ୍ୟକ୍ ଧାରଣା ଦିଅ ।
Answer:

  • ପ୍ରଥମ ନରସିଂହଦେବ ଜଣେ ସୁଶାସକ ଭାବେ ଖ୍ୟାତି ଅର୍ଜନ କରିଥିଲେ ।
  • ତାଙ୍କ ସମୟରେ ସାହିତ୍ୟ, କଳା ଓ ସ୍ଥାପତ୍ୟର ଚରମ ବିକାଶ ଘଟିଥିଲା । ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା ।
  • ତାଙ୍କ ରାଜସଭାର ବିଶିଷ୍ଟ କବି ବିଦ୍ୟାଧର ‘ଏକାବଳୀ’ ନାମକ ଏକ ପ୍ରସିଦ୍ଧ ଅଳଙ୍କାର ଶାସ୍ତ୍ର ରଚନା କରିଥିଲେ ।
  • ପ୍ରଥମ ନରସିଂହଦେବ କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର, ବାଲେଶ୍ଵର ଜିଲ୍ଲାର ରେମୁଣା ନିକଟସ୍ଥ କ୍ଷୀରଚୋରା ଗୋପୀନାଥ ମନ୍ଦିର ଓ ଭୁବନେଶ୍ଵରର ସଦାଶିବ ମଠ ନିର୍ମାଣ କରିଥିଲେ ।

(ଞ) ପୁରୀର ଜଗନ୍ନାଥ ମନ୍ଦିରର ନିର୍ମାଣଶୈଳୀ ସମ୍ପର୍କରେ ଲେଖ ।
Answer:

  • ଚୋଡ଼ଗଙ୍ଗଦେବଙ୍କ ଅମର କୀର୍ତ୍ତି ଜଗନ୍ନାଥ ମନ୍ଦିର କଳିଙ୍ଗ ସ୍ଥାପତ୍ୟର ଏକ ଯଥାର୍ଥ ନିଦର୍ଶନ ଅଟେ ।
  • ଏହାର କାରୁକାର୍ଯ୍ୟ ଅତି ଉଚ୍ଚକୋଟୀର ଓ ରମଣୀୟ । ଏହାର ଉଚ୍ଚତା ପ୍ରାୟ ୬୬ ମିଟର । ଏହି ମନ୍ଦିରଟି ‘ମେଘନାଦ ପାଚେରୀ’ ନାମକ ଏକ ବିରାଟ ପ୍ରାଚୀରଦ୍ଵାରା ପରିବେଷ୍ଟିତ ।
  • ଏହି ମନ୍ଦିରକୁ ପ୍ରବେଶ କରିବାପାଇଁ ଚାରିଦିଗରେ ଚାରିଗୋଟି ପ୍ରବେଶଦ୍ଵାର ରହିଅଛି । ମନ୍ଦିରର ପୂର୍ବଦ୍ୱାର ସମ୍ମୁଖରେ ୧୨ ମିଟର ଉଚ୍ଚତା ବିଶିଷ୍ଟ ଏକ ଅରୁଣ ସ୍ତମ୍ଭ ରହିଅଛି ।
  • ଜଗନ୍ନାଥ ମନ୍ଦିର ମଧ୍ଯରେ ଜଗନ୍ନାଥ, ବଳଭଦ୍ର ଏବଂ କାଶୀ-ବିଶ୍ଵନାଥ ମନ୍ଦିର, ନୃସିଂହ ମନ୍ଦିର, ବିମଳା ସୁଭଦ୍ରାଙ୍କର ମୂର୍ତ୍ତି ଶୋଭାପାଉଛି । ମନ୍ଦିର ବେଢ଼ାରେ କାଶୀ-ବିଶ୍ଵନାଥ ମନ୍ଦିର, ନୃସିଂହ ମନ୍ଦିର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର, ନବଗ୍ରହ ମନ୍ଦିର ଆଦି ଛୋଟ ଛୋଟ ମନ୍ଦିରମାନ ରହିଅଛି ।
  • ମୁକ୍ତିମଣ୍ଡପ ଏବଂ ଆନନ୍ଦ ବଜାର ପୁରୀ ଜଗନ୍ନାଥ ମନ୍ଦିରର ଦୁଇଟି ଆକର୍ଷଣୀୟ ସ୍ଥାନ ।

(ଟ) ରାମାନୁଜଙ୍କ ମତ କ’ଣ ଥିଲା ?
Answer:

  • ଭକ୍ତିବାଦର ଅନ୍ୟତମ ପ୍ରଚାରକ ରାମାନୁଜ ଏକାଦଶ ଶତାବ୍ଦୀରେ ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିଲେ ।
  • ସେ ଈଶ୍ବରଙ୍କ ନିକଟରେ ନିଜକୁ ସମ୍ପୂର୍ଣ ରୂପେ ସମର୍ପଣ କରିବାପାଇଁ ଉପଦେଶ ଦେଇଥିଲେ।
  • ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ଵର ମିଳିପାରିବେ ବୋଲି ସେ କହୁଥିଲେ । ଜ୍ଞାନ ଅପେକ୍ଷା ଭକ୍ତି ଈଶ୍ଵରପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ ବୋଲି ସେ ପ୍ରଚାର କରିଥିଲେ ।
  • ତାଙ୍କ ମତରେ ମଣିଷ ଗୋଟିଏ ଜାତି, ସେଥ‌ିରେ ଉଚ୍ଚ ନୀଚର ସ୍ଥାନ ନାହିଁ ।
  • ତାଙ୍କର ଏହି ବାଣୀ ବହୁ ଲୋକଙ୍କୁ ପ୍ରଭାବିତ କରିଥିଲା ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(୦) ଦକ୍ଷିଣ ଭାରତରେ ସୃଷ୍ଟି ହୋଇଥ‌ିବା ଭାଷା ଓ ସାହିତ୍ୟ ବିଷୟରେ ଆଲୋଚନା କର ।
Answer:

  • ମଧ୍ୟଯୁଗରେ ଦକ୍ଷିଣ ଭାରତରେ ମୁଖ୍ୟତଃ ଦୁଇଟି ଭାଷା ପ୍ରଚଳିତ ଥିଲା । ପ୍ରଥମଟି ଥୁଲା ସଂସ୍କୃତ ଏବଂ ଅନ୍ୟଟି ଥିଲା ନୂତନଭାବେ ସୃଷ୍ଟ ଆଞ୍ଚଳିକ ଭାଷା ।
  • ସଂସ୍କୃତ ଭାଷା ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରମାନଙ୍କଦ୍ୱାରା ଏବଂ ଧର୍ମାନୁଷ୍ଠାନଗୁଡ଼ିକରେ ବ୍ୟବହୃତ ହେଉଥିଲା ।
  • ପ୍ରଥମେ ଚୋଳ ରାଜ୍ୟରେ ଆଞ୍ଚଳିକ ଭାଷାରୂପେ ତାମିଲ ଭାଷା ପ୍ରଚଳିତ ହୋଇଥିଲା ଏବଂ ତା’ ପରେ ପରେ ଆନ୍ଧ୍ରରେ ତେଲୁଗୁ ଏବଂ ମହୀଶୂରର କନ୍ନଡ଼ ଭାଷା ସୃଷ୍ଟି ହୋଇଥିଲା ।
  • ଆଞ୍ଚଳିକ ଭାଷାରେ ବହୁ ସାହିତ୍ୟ ସୃଷ୍ଟି କରାଯାଇଥିଲା । ତାମିଲ ଓ ତେଲୁଗୁ ଭାଷାରେ ‘ରାମାୟଣ’, ତେଲୁଗୁ ଭାଷାରେ ‘ମହାଭାରତ’ ରଚିତ ହୋଇଥିଲେ । ଲିଙ୍ଗାୟତ ଗୋଷ୍ଠୀର ସନ୍ଥମାନେ କନ୍ନଡ଼ ଭାଷା ବ୍ୟବହାର କରି ସାହିତ୍ୟ ରଚନା କରିଥିଲେ।
  • ବିଶିଷ୍ଟ ଲେଖକ ଭାବେ ତାମିଲ କବି କମ୍ବାନ, ତେଲୁଗୁ କବି ଟିକାନା ଏବଂ କନ୍ନଡ଼ କବି ପମ୍ପା, ପୋନା ଓ ରାଜା ବିଖ୍ୟାତ ଥିଲେ ।

(ଡ) ମଧ୍ୟଯୁଗୀୟ ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ବିଷୟରେ ଉଲ୍ଲେଖ କର ।
Answer:

  • ମଧ୍ୟଯୁଗୀୟ ଓଡ଼ିଶାରେ ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଥିଲା ।
  • ଓଡ଼ିଶାର ମନ୍ଦିରଗୁଡ଼ିକ ଥିଲା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ପରିପ୍ରକାଶ ।
  • ଭୁବନେଶ୍ୱରର ମୁକ୍ତେଶ୍ଵର ମନ୍ଦିର, ଅନନ୍ତ-ବାସୁଦେବ ମନ୍ଦିର, ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ଥିଲା କଳିଙ୍ଗ ସ୍ଥାପତ୍ୟର ଜ୍ଵଳନ୍ତ ନିଦର୍ଶନ ।
  • ପଥର ଉପରେ ପଥର ରଖ୍ ମନ୍ଦିର ନିର୍ମିତ ହୋଇଥିଲା । ମୁଖ୍ୟ ମନ୍ଦିରକୁ ବଡ଼ କରାଯିବା ସହ ଜଗମୋହନ, ନାଟ ମନ୍ଦିର ଓ ଭୋଗମଣ୍ଡପ ନିର୍ମିତ ହୋଇଥିଲା ।
  • ପ୍ରତ୍ୟେକ ସ୍ଥାନରେ ମୁଖ୍ୟମନ୍ଦିର ଚାରିପଟେ ମନ୍ଦିର ବେଢ଼ା ଭିତରେ ଅନେକ ଛୋଟ ଛୋଟ ମନ୍ଦିର ନିର୍ମିତ ହୋଇଥିଲା ।

୨। ଭୁଲ୍ ଥିଲେ ଠିକ୍ କରି ଲେଖ ।

(କ) ସୁଲତାନ୍ ମାମୁଦ୍‌ଙ୍କ ସମ୍ପର୍କରେ ଅମୀର ଖୁସ୍ରୁଙ୍କ ‘ଖଜାଇନ-ଉଲ-ଫୁତୁ’ ବର୍ଣ୍ଣନା କରିଥାଏ ।
Answer:

  • ସୁଲତାନ୍ ମାମୁଦ୍‌ଙ୍କ ସମ୍ପର୍କରେ ଫିର୍ଲୋସିଙ୍କ ‘ଶାହାନାମା’ ବର୍ଣ୍ଣନା କରିଥାଏ ।
  • କିମ୍ବା, ସୁଲତାନ୍ ଆଲ୍ଲାଉଦ୍ଦିନ୍ ଖାଲ୍‌ଜୀଙ୍କ ସମ୍ପର୍କରେ ଅମୀର ଖୁସୁଙ୍କ ‘ବ୍ୟାଜନ୍ -ଉଲ-ଫୁଜଚ୍ଛ ବର୍ଣ୍ଣନା କରିଥାଏ ।

(ଖ) ଓଡ଼ିଶାରେ ସୋମବଂଶୀମାନଙ୍କର ଶାସନ ବିଷୟରେ ସାହିତ୍ୟିକ ଉପାଦାନରୁ ଜଣାପଡ଼ିଥାଏ ।
Answer:
ଓଡ଼ିଶାରେ ସୋମବଂଶୀମାନଙ୍କର ଶାସନ ବିଷୟରେ ଅଭିଲେଖମାନଙ୍କରୁ ଜଣାପଡ଼ିଥାଏ ।

(ଗ) ପ୍ରତିହାରମାନେ ଶିବ ଓ ଦୁର୍ଗାଙ୍କର ଉପାସକ ଥିଲେ ।
Answer:
ପ୍ରତିହାରମାନେ ବିଷ୍ଣୁ ଓ ସୂର୍ଯ୍ୟଙ୍କର ଉପାସକ ଥିଲେ ।

(ଘ) ଦ୍ଵିତୀୟ ବୀରବଲ୍ଲୀଳ ପାଣ୍ଡବଂଶର ଶାସକ ଥିଲେ ।
Answer:
ଦ୍ଵିତୀୟ ବୀରବଲ୍ଲୀଳ ହୟଶାଳ ବଂଶର ଶାସକ ଥିଲେ ।

(ଙ) ସୋମବଂଶୀମାନେ ସୂର୍ଯ୍ୟବଂଶୀୟ ଶାସକ ଥିଲେ ।
Answer:
ମୁକ୍ତେଶ୍ଵର ମନ୍ଦିର ସୋମବଂଶୀମାନଙ୍କର ବିଶିଷ୍ଟ କୃତି ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(ଚ) ମୁକ୍ତେଶ୍ଵର ମନ୍ଦିର ଗଙ୍ଗମାନଙ୍କର ବିଶିଷ୍ଟ କୃତି ।
Answer:
ମୁକ୍ତେଶ୍ଵର ମନ୍ଦିର ସୋମବଂଶୀମାନଙ୍କର ବିଶିଷ୍ଟ କୃତି ।

(ଛ) ସତାନାଦଙ୍କ ‘ଭାସ୍ଵତୀ’ ଗଙ୍ଗବଂଶୀ ସମ୍ରାଟ ଚୋଡ଼ଗଙ୍ଗଦେବଙ୍କ ସମୟରେ ରଚିତ ହୋଇଥିଲା ।
Answer:
ସତାନାଦଙ୍କ ‘ଭାସ୍ଵତୀ’ ଗଙ୍ଗବଂଶୀ ସମ୍ରାଟ ଚୋଡ଼ଗଙ୍ଗଦେବଙ୍କ ସମୟରେ ରଚିତ ହୋଇଥିଲା ।

(କ) କ୍ଷୀରଚୋରା ଗୋପୀନାଥ ମନ୍ଦିର ଲାଙ୍ଗୁଳା ନରସିଂହଦେବଙ୍କର ଅନନ୍ୟ କୃତି ।
Answer:
(ଉକ୍ତିଟି ଠିକ୍ ଅଛି)

(ଝ) ନିମ୍ବାର୍କ ‘ଅଦ୍ଵୈତ ମତବାଦ’ ପ୍ରଚାର କରିଥିଲେ ।
Answer:
ଶଙ୍କରାଚାର୍ଯ୍ୟ ‘ଅଦ୍ଵୈତ ମତବାଦ’ ପ୍ରଚାର କରିଥିଲେ ।

(ଞ) ନାନାୟ କନ୍ନଡ଼ ଭାଷାରେ ‘ରାମାୟଣ’ ରଚନା କରିଥିଲେ ।
Answer:
କମ୍ବାନ ତାମିଲ ଭାଷାରେ ‘ରାମାୟଣ’ ରଚନା କରିଥିଲେ ।
କିମ୍ବା, ନାନାୟ ତେଲୁଗୁ ଭାଷାରେ ‘ମହାଭାରତ’ ରଚନା କରିଥିଲେ ।

(ଟ) ଲିଙ୍ଗାୟତ ଗୋଷ୍ଠୀର ସନ୍ଥମାନେ ସଂସ୍କୃତ ଭାଷା ବ୍ୟବହାର କରିଥିଲେ ।
Answer:
ଲିଙ୍ଗାୟତ ଗୋଷ୍ଠୀର ସନ୍ଥମାନେ କନ୍ନଡ଼ ଭାଷା ବ୍ୟବହାର କରିଥିଲେ ।

(୦) ବିହାରର ଆବୁ ପର୍ବତରେ ଥ‌ିବା ଦିରା ଜୈନ ମନ୍ଦିର ତା’ର ମାର୍ବଲ କଳା ପାଇଁ ପ୍ରସିଦ୍ଧ ।
Answer:
ରାଜସ୍ଥାନର ଆବୁ ପର୍ବତରେ ଥ‌ିବା ଦିୱାରା ଜୈନ ମନ୍ଦିର ତା’ର ମାର୍ବଲ କଳା ପାଇଁ ପ୍ରସିଦ୍ଧ ।

୩ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ‘ତୁଘ୍ଲକ୍‌ମା’ ________________ଙ୍କ ଦ୍ବାରା ରଚିତ ହୋଇଥିଲା ।
(ଫିର୍ଲୋସି, ଆବୁଲ୍ ଫାଜଲ୍, ଅମୀର ଖୁସ୍ରୁ, ଇନାୟତ ଖାଁ)
Answer:
ଅମୀର ଖୁସ୍ରୁ

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(କ) ‘ତୁଘ୍ଲକ୍‌ ନାମା’ ____________ ଥର ଭାରତ ଆକ୍ରମଣ କରିଥିଲେ ।
(୧୪, ୧୫, ୧୬, ୧୭)
Answer:
୧୭

(ଗ) ପୃଥ୍ୱୀରାଜ ମହମ୍ମଦ ଘୋରୀଙ୍କୁ _______________________ ଯୁଦ୍ଧରେ ପରାସ୍ତ କରିଥିଲେ ।
(ପ୍ରଥମ ତିରୋରୀ, ଦ୍ବିତୀୟ ତିରୋରୀ, ଚାନ୍ଦରୀ, ହଳଦୀଘାଟ)
Answer:
ପ୍ରଥମ ତିରୋରୀ

(ଘ) ମହେନ୍ଦ୍ର ପାଳ _______________ ବଂଶର ରାଜା ଥିଲେ ।
(ପାଳ, ପ୍ରତିହାର, ପାଠ୍ୟ, ଚୋଳ)
Answer:
ପ୍ରତିହାର

(ଙ) ଚୋଳମାନଙ୍କର ରାଜଧାନୀ _________________ ଥଲା ।
(ତାଞ୍ଜୋର, କନୌଜ, ମଦୁରା, ଦ୍ଵାରସମୁଦ୍ର)
Answer:
ତାଞ୍ଜୋର

(ଚ) ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର __________________ଙ୍କ ସମୟରେ ନିର୍ମିତ ହୋଇଥିଲା ।
(ପ୍ରଥମ ଜନମେଜୟ, ପ୍ରଥମ ଯଯାତି, ଦ୍ବିତୀୟ ଯଯାତି, କର୍ଣ୍ଣଦେବ)
Answer:
ଦ୍ବିତୀୟ ଯଯାତି

(ଛ) ‘ଭାସ୍ଵତୀ’ ନାମକ ଗ୍ରନ୍ଥ __________________ ରଚନା କରିଥିଲେ ।
(ବିଦ୍ୟାଧର, ସତାନାଦ, ଶାରଳା ଦାସ, ଜଗନ୍ନାଥ ଦାସ)
Answer:
ସତାନାଦ

(ଜ) କମ୍ବାନ __________________ ଭାଷାରେ ‘ରାମାୟଣ’ ରଚନା କରିଥିଲେ ।
(ତେଲୁଗୁ, ତାମିଲ, କନ୍ନଡ଼, ଓଡ଼ିଆ)
Answer:
ତାମିଲ

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(ଝ) ଗୋପୁରମ୍ _________________ ଭାରତୀୟ ମନ୍ଦିରଗୁଡ଼ିକରେ ଦେଖାଯାଏ ।
(ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ)
Answer:
ଦକ୍ଷିଣ

(ଞ) ________________ କଳିଙ୍ଗ ସ୍ଥାପତ୍ୟର ନିଦର୍ଶନ ।
(ସୋମନାଥ ମନ୍ଦିର, ରାଜରାଜେଶ୍ଵର ମନ୍ଦିର, ଦିଦ୍ୱାରା ମନ୍ଦିର, ମୁକ୍ତେଶ୍ଵର ମନ୍ଦିର)
Answer:
ମୁକ୍ତେଶ୍ଵର ମନ୍ଦିର

(ଟ) __________‘ଅଦ୍ଵୈତ ମତବାଦ’ର ପ୍ରଚାରକ ।
(ରାମାନନ୍ଦ, ରାମାନୁଜ, ଶଙ୍କର, ନିମ୍ବାର୍କ)
Answer:
ଶଙ୍କର

୪। ‘କ’ ସ୍ତମ୍ଭର ଖ୍ରୀଷ୍ଟାବ୍ଦ ସହିତ ‘ଖ’ ସ୍ତମ୍ଭର ଘଟଣାକୁ ସଠିକ୍ ଭାବରେ ଯୋଡ଼ି ବାକ୍ୟ ଗଠନ କର ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ 1

Answer:
୧୧୯୨ ଖ୍ରୀଷ୍ଟାବ୍ଦରେ ଦ୍ବିତୀୟ ତିରୋରୀ ଯୁଦ୍ଧ ସଂଘଟିତ ହୋଇଥିଲା ।
୧୦୨୫ ଖ୍ରୀଷ୍ଟାବ୍ଦରେ ସୋମନାଥ ମନ୍ଦିର ଲୁଣ୍ଠନ ହୋଇଥିଲା ।
୧୧୧୦ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗଦେବ ଉତ୍କଳ ଅଧିକାର କରିଥିଲେ ।
୧୨୩୮ ଖ୍ରୀଷ୍ଟାବ୍ଦରେ ’ପ୍ରଥମ ନରସିଂହଦେବ ସିଂହାସନ ଆରୋହଣ କରିଥିଲେ ।
୮୪୦ ଖ୍ରୀଷ୍ଟାବ୍ଦରେ ପ୍ରଥମ ମହିର ଭୋଜ ସିଂହାସନ ଆରୋହଣ କରିଥିଲେ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୫। ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
ପ୍ରଥମ ତିରୋରୀ ଯୁଦ୍ଧ :
Answer:

  • ପ୍ରଥମ ତିରୋରୀ ଯୁଦ୍ଧ ୧୧୯୧ ଖ୍ରୀଷ୍ଟାବ୍ଦରେ ତିରୋରୀଠାରେ ସଂଘଟିତ ହୋଇଥିଲା ।
  • ଦିଲ୍ଲୀର ଚୌହାନ୍ ବଂଶର ରାଜା ପୃଥ୍ୱୀରାଜ ରାଜପୁତମାନଙ୍କ ସହାୟତାରେ ମହମ୍ମଦ ଘୋରୀଙ୍କୁ ଏହି ଯୁଦ୍ଧରେ ପରାସ୍ତ କରିଥିଲେ ।

ପ୍ରଥମ ରାଜରାଜଙ୍କ ରାଜ୍ୟଜୟ :
Answer:

  • ପ୍ରଥମ ରାଜରାଜ ସିଂହାସନ ଆରୋହଣ କରିବା ପରେ ଚାଲୁକ୍ୟ, ପାଣ୍ଡ ଏବଂ ଚେରମାନଙ୍କୁ ପରାସ୍ତ କରିଥିଲେ । ସେ ମଧ୍ୟ ବେଙ୍ଗୀ ଅସ୍ଵୀକାର କରିଥିଲେ ।
  • ଚେରମାନଙ୍କୁ ପରାସ୍ତ କରି ସେମାନଙ୍କଠାରୁ ଏକ ବିଶାଳ ନୌବାହିନୀ ଛଡ଼ାଇ ଆଣିଥିଲେ ।
  • ବିଭିନ୍ନ ରାଜ୍ୟ ଜୟ କରି ସେ ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରିଥିଲେ ।

ସଭାର କାର୍ଯ୍ୟ :
Answer:

  • ସଭା ବିଭିନ୍ନ କମିଟି ବା ‘ଭାରିୟମ୍’ର ସଦସ୍ୟମାନଙ୍କୁ ନିର୍ବାଚିତ କରୁଥିଲା ।
  • ସେମାନଙ୍କ ସାହାଯ୍ୟରେ ଗ୍ରାମର ବଗିଚା, ପୋଖରୀ, ଜଳସେଚନ, ମନ୍ଦିର ଆଦିର ଉନ୍ନତିମୂଳକ କାର୍ଯ୍ୟମାନ ତଦାରଖ କରୁଥିଲା ।

କୟଲ ବନ୍ଦର :
Answer:

  • କୟଲ ଥିଲା ପାଣ୍ଡ ରାଜ୍ୟର ବୃହତ୍ତମ ବନ୍ଦର ।
  • ଆରବ ସାଗର ଏବଂ ଚୀରୁ ବହୁତ ଜାହାଜ ଏଠାକୁ ଆସୁଥିଲା ।
  • ଏହାଦ୍ଵାରା ବହୁ ବୈଦେଶିକ ଶକ୍ତି ସହିତ ପାଣ୍ଡୁ ରାଜ୍ୟର ବାଣିଜ୍ୟିକ ସମ୍ପର୍କ ତିଷ୍ଠି ରହିଥିଲା ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

ପ୍ରଥମ ଯଯାତିଙ୍କ ରାଜ୍ୟଜୟ :
Answer:

  • ପ୍ରଥମ ଯଯାତି କଳଚୁରୀମାନଙ୍କୁ ପରାଜିତ କରିଥିଲେ ।
  • ସେ ଭଞ୍ଜମାନଙ୍କୁ ପରାଜିତ କରିବା ସହିତ ଉତ୍କଳରେ ରାଜୁତି କରୁଥିବା ଭୌମକରମାନଙ୍କ ରାଜ୍ୟର କିଛି ଅଂଶ ଅଧ୍ୟାର କରି ନେଇଥିଲେ ।

ଚୋଡ଼ଗଙ୍ଗଦେବଙ୍କ ଦୁର୍ଗ ନିର୍ମାଣ :
Answer:

  • ଚୋଡ଼ଗଙ୍ଗଦେବ ଜଣେ ଦିଗ୍‌ବିଜୟୀ ସମ୍ରାଟ ରୂପେ ଖ୍ୟାତି ଅର୍ଜନ କରିଥିଲେ ।
  • ସେ ବାରଙ୍ଗ, କଟକ, ଚୌଦ୍ଵାର, ଯାଜପୁର ଏବଂ ଅମରାବତୀ (କଟକ ଜିଲ୍ଲାର ଛତିଆ) ଠାରେ ସାମ୍ରାଜ୍ୟର ସୁରକ୍ଷା ନିମନ୍ତେ ଦୁର୍ଗମାନ ନିର୍ମାଣ କରିଥିଲେ ।

ପୁରୀର ଜଗନ୍ନାଥ ମନ୍ଦିର :
Answer:

  • କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟସଂପନ୍ନ ପୁରୀର ଜଗନ୍ନାଥ ମନ୍ଦିର ଚୋଡ଼ଗଙ୍ଗଦେବଙ୍କର ଏକ ଅମର କୀର୍ତ୍ତି ।
  • ଏହି ମନ୍ଦିରର ଉଚ୍ଚତା ପ୍ରାୟ ୬୬ ମିଟର । ମନ୍ଦିରକୁ ପ୍ରବେଶ କରିବାପାଇଁ ଚାରିଦିଗରେ ଚାରିଗୋଟି ପ୍ରବେଶଦ୍ଵାର ରହିଛି ।
  • ମନ୍ଦିରର ପୂର୍ବଦ୍ୱାର ସମ୍ମୁଖରେ ୧୨ ମିଟର ଉଚ୍ଚତା ବିଶିଷ୍ଟ ଅରୁଣ ସ୍ତମ୍ଭ ରହିଛି । ଏହି ମନ୍ଦିରରେ ବଳଭଦ୍ର ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ମୂର୍ତ୍ତି ଶୋଭାପାଉଛି ।
  • ଏହି ମନ୍ଦିରର ଚାରିପଟେ ଏକ ବିଶାଳ ପାଚେରୀ ପରିବେଷ୍ଟିତ ହୋଇ ରହିଛି; ଯାହା ‘ମେଘନାଦ ପାଚେରୀ’ ନାମରେ ବିଖ୍ୟାତ । ମନ୍ଦିର ବେଢ଼ା ମଧ୍ଯରେ ଅନେକ ଛୋଟ ଛୋଟ ମନ୍ଦିର ଅଛି।

ଶଙ୍କର :
Answer:

  • ଦକ୍ଷିଣ ଭାରତର ବିଶିଷ୍ଟ ଧର୍ମସଂସ୍କାରକ ଶଙ୍କର (ଶଙ୍କରାଚାର୍ଯ୍ୟ) ୭୮୮ ଖ୍ରୀ.ଅ.ରେ କେରଳର କାଲାଡ଼ିଠାରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କର ମତବାଦକୁ ‘ଅଦ୍ଵୈତ ମତବାଦ’ କୁହାଯାଏ । ସେ ଜ୍ଞାନ ବଳରେ ଈଶ୍ଵର ମିଳିପାରିବେ ବୋଲି ପ୍ରଚାର କରିଥିଲେ । ସେ ସମଗ୍ର ଜଗତକୁ ମିଥ୍ୟା ଓ ବ୍ରହ୍ମଙ୍କୁ ସତ୍ୟ ବୋଲି କହୁଥିଲେ ।
  • ସେ ହିନ୍ଦୁଧର୍ମର ପୁନରୁତ୍‌ଥାନ କରିଥିଲେ ଏବଂ ଭାରତରେ ବହୁ ଧର୍ମପୀଠ ଓ ମଠ ପ୍ରତିଷ୍ଠା କରିଥିଲେ । ମାତ୍ର ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ରାମାନୁଜ :
Answer:

  • ଏକାଦଶ ଶତାବ୍ଦୀରେ ରାମାନୁଜ ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିଲେ । ସେ ଭକ୍ତିବାଦର ଅନ୍ୟତମ ପ୍ରଚାରକ ଥିଲେ ।
  • ଈଶ୍ଵରଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣରୂପେ ସମର୍ପଣ କରିବାପାଇଁ ସେ ଉପଦେଶ ଦେଇଥିଲେ ।
  • ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ଵର ମିଳିପାରିବେ ବୋଲି ସେ’ କହୁଥିଲେ । ଜ୍ଞାନ ଅପେକ୍ଷା ଭକ୍ତି ଈଶ୍ଵରପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ ବୋଲି ସେ ପ୍ରଚାର କରିଥିଲେ ।
  • ତାଙ୍କ ମତରେ ମଣିଷ ଗୋଟିଏ ଜାତି । ସେଥ‌ିରେ ଉଚ୍ଚ ନୀଚର ସ୍ଥାନ ନାହିଁ । ତାଙ୍କର ଏହି ବାଣୀ ବହୁ ଲୋକଙ୍କୁ ପ୍ରଭାବିତ କରିଥିଲା ।

କବୀର :
Answer:

  • କବୀର ଥିଲେ ଭକ୍ତିବାଦର ଅନ୍ୟତମ ଶ୍ରେଷ୍ଠ ପୁରୋଧା ।
  • ୧୪୦୦ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିବା କବୀର ଜଣେ ବ୍ରାହ୍ମଣର ସନ୍ତାନ ଥିଲେ । ମାତୃ ପରିତ୍ୟକ୍ତ କବୀରଙ୍କୁ ଏକ ମୁସଲମାନ ତନ୍ତୀ ଦମ୍ପତି ପାଳନ କରିଥିଲେ ।
  • ଈଶ୍ବର ଏକ ଏବଂ ତାଙ୍କ ନାମ ଉପରେ କଳହ କରିବା ଅନୁଚିତ ବୋଲି ସେ କହୁଥିଲେ ।
  • ସେ ଜାତିପ୍ରଥା, ବଡ଼ ସାନ, ଛୁଆଁ ଅଛୁଆଁ ଭେଦଭାବକୁ ଘୋର ବିରୋଧ କରୁଥିଲେ । ଏସବୁ ତ୍ୟାଗ କରିବାକୁ ସେ ଉପଦେଶ ଦେଉଥିଲେ ।
  • ତାଙ୍କର ଭଜନକୁ ‘ଦୋହା’ ଏବଂ ତାଙ୍କର ଅନୁଗାମୀମାନଙ୍କୁ ‘କବୀରପନ୍ଥୀ’ କୁହାଯାଏ । ତାଙ୍କର ବାଣୀଗୁଡ଼ିକ ସଂକଳିତ ହୋଇଥ‌ିବା ଗ୍ରନ୍ଥକୁ ‘ବୀଜକ’ କୁହାଯାଏ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

ନାନକ :
Answer:

  • ନାନକ ଭକ୍ତି ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ ।
  • ସେ ୧୪୬୯ ଖ୍ରୀ.ଅ.ରେ ପଞ୍ଜାବର ତଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ।
  • ଶିଖ୍ ଧର୍ମର ପ୍ରତିଷ୍ଠାତା ଓ ପ୍ରଧାନ ପ୍ରବକ୍ତାଭାବେ ସେ ସରଳ ଭକ୍ତିବାଦର ପ୍ରଚାର କରିଥିଲେ ।
  • ନିର୍ମଳ ମନ ଓ ଉତ୍ତମ ଚରିତ୍ରର ଅଧ‌ିକାରୀ ହେଲେ ଈଶ୍ୱରପ୍ରାପ୍ତି ସମ୍ଭବ ବୋଲି କହୁଥିଲେ ।
  • ତାଙ୍କ ପ୍ରଚାରିତ ବାଣୀ ‘ଆଦିଗ୍ରନ୍ଥ’ ବା ‘ଗୁରୁ ଗ୍ରନ୍ଥସାହେବ’ରେ ଲିପିବଦ୍ଧ ହୋଇଛି ।

ଶ୍ରୀଚୈତନ୍ୟ :
Answer:

  • ଶ୍ରୀଚୈତନ୍ୟ ଭକ୍ତ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଥିଲେ ।
  • ୧୪୮୬ ଖ୍ରୀ.ଅ.ରେ ସେ ବଙ୍ଗଳାର ନବଦ୍ଵୀପରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  • ସେ ବ୍ରାହ୍ମଣ୍ୟ ଧର୍ମର ସମସ୍ତ ପୂଜାପାଠକୁ ତୀବ୍ର ନିନ୍ଦା କରୁଥିଲେ ।
  • ପ୍ରକୃତ ଈଶ୍ବର ଉପାସନା ପ୍ରେମ, ଭକ୍ତି, ଗୀତ ଏବଂ ନୃତ୍ୟ ଉପରେ ନିର୍ଭର କରେ ବୋଲି ସେ କହୁଥିଲେ ।
  • ତାଙ୍କର ଧର୍ମବାଣୀ ‘ଚୈତନ୍ୟ ଚରିତାମୃତ’ରେ ସଂଗୃହୀତ ହୋଇଛି ।

ଗୋପୁରମ୍ :
Answer:

  • ମଧ୍ୟଯୁଗରେ ଦକ୍ଷିଣ ଭାରତରେ ପଥର ଉପରେ ପଥର ରଖ୍ ଦୁଇ କୋଠରି ବିଶିଷ୍ଟ ମନ୍ଦିର ନିର୍ମାଣ କରାଯାଉଥିଲା। । ଗୋଟିଏ ଥୁଲା ପ୍ରଧାନ ଉପାସନା କୋଠରି ଏବଂ ଅନ୍ୟଟି ଥିଲା ପ୍ରବେଶ କୋଠରି ।
  • କାଳକ୍ରମେ ମନ୍ଦିରରେ ଅନେକ କୋଠରି ନିର୍ମିତ ହେଲା ଏବଂ ମନ୍ଦିର ମଧ୍ୟକୁ ଯିବାପାଇଁ ପ୍ରବେଶଦ୍ଵାର ନିର୍ମିତ ହେଲା । ଏହି ପ୍ରବେଶଦ୍ଵାରକୁ ଗୋପୁରମ୍ କୁହାଯାଉଥିଲା ।

ତେଲୁଗୁ ଭାଷାରେ ସାହିତ୍ୟ :
Answer:

  • ମଧ୍ୟଯୁଗରେ ଆନ୍ଧ୍ରରେ ତେଲୁଗୁ ଭାଷା ଓ ଲିପି ପ୍ରଚଳିତ ଥିଲା ! ତେଲୁଗୁ ଭାଷାରେ ‘ରାମାୟଣ’ ଓ ‘ମହାଭାରତ’ ରଚିତ ହୋଇଥିଲା ।
  • ନାନାୟଙ୍କଦ୍ବାରା ରଚିତ ‘ମହାଭାରତ’ ତେଲୁଗୁ ସାହିତ୍ୟର ଏକ ଅମ୍ଳାନ ସୃଷ୍ଟି ।
  • ପରବର୍ତୀ ସମୟରେ ଟିକାନା ନାମକ ଜଣେ କବି ଏହାକୁ ଆନ୍ଧ୍ରରେ ଲୋକପ୍ରିୟ କରାଇଥିଲେ ।

୬ । ପ୍ରଥମ ତିରୋରୀ ଯୁଦ୍ଧ ଓ ଦ୍ଵିତୀୟ ତିରୋରୀ ଯୁଦ୍ଧର ଏକ ତୁଳନାତ୍ମକ ବିବରଣୀ ପ୍ରସ୍ତୁତ କର ।
Answer:

ପ୍ରଥମ ତିରୋରୀ ଯୁଦ୍ଧ ଦ୍ଵିତୀୟ ତିରୋରୀ ଯୁଦ୍ଧ
(i) ପ୍ରଥମ ତିରୋରୀ ଯୁଦ୍ଧ ୧୧୯୧ ଖ୍ରୀଷ୍ଟାବ୍ଦରେ ସଂଘଟିତ ହୋଇଥିଲା ।
(ii) ପ୍ରଥମ ତିରୋରୀ ଯୁଦ୍ଧରେ ଚୌହାନ ବଂଶୀୟ ରାଜା ପୃଥ୍ୱୀରାଜ ରାଜପୁତମାନଙ୍କ ସାହାଯ୍ୟରେ ମହମ୍ମଦ ଘୋରୀଙ୍କୁ ପରାସ୍ତ କରିଥିଲେ।
(iii) ପ୍ରଥମ ତିରୋରୀ ଯୁଦ୍ଧର ଫଳାଫଳ ଭାରତୀୟ ରାଜାମାନଙ୍କ ସପକ୍ଷରେ ଯାଇଥିଲା ।
(i) ଦ୍ଵିତୀୟ ତିରୋରୀ ଯୁଦ୍ଧ ୧୧୯୨ ଖ୍ରୀଷ୍ଟାବ୍ଦରେ ସଂଘଟିତ ହୋଇଥିଲା ।
(ii) ଦ୍ବିତୀୟ ତିରୋରୀ ଯୁଦ୍ଧରେ ମହମ୍ମଦ ଘୋରୀ ପୃଥ୍ୱୀରାଜଙ୍କୁ ପରାସ୍ତ କରି ଦିଲ୍ଲୀ ଅସ୍ଵୀକାର କରିଥିଲେ ।
(iii) କିନ୍ତୁ ଦ୍ଵିତୀୟ ତିରୋରୀ ଯୁଦ୍ଧର ଫଳାଫଳ ଭାରତୀୟ ରାଜାମାନଙ୍କ ବିପକ୍ଷରେ ଯାଇଥିଲା ।

୭ । ଚୋଳ, ପାଣ୍ଡୁ, ହୟଶାଳ, ଯାଦବ ଏବଂ ପ୍ରତିହାର ବଂଶୀୟ ରାଜାମାନଙ୍କର ଏକ ତାଲିକା ପ୍ରସ୍ତୁତ କର ।
Answer:
ପ୍ରାଚୀନ ଭାରତବର୍ଷରେ ଚୋଳ, ପାଣ୍ଡ୍ଯ, ହୟଶାଳ ଏବଂ ଯାଦବ ବଂଶର ରାଜାମାନେ ଦକ୍ଷିଣ ଭାରତରେ ଶାସନ କରୁଥିଲାବେଳେ ପ୍ରତିହାର ବଂଶର ଶାସକମାନେ ଉତ୍ତର ଭାରତରେ ଶାସନ କରୁଥିଲେ । ଏହି ବଂଶଗୁଡ଼ିକର ରାଜାମାନଙ୍କର ଏକ ତାଲିକା ନିମ୍ନରେ ପ୍ରଦାନ କରାଗଲା ।

  • ଚୋଳ ବଂଶ – ପାଣ୍ଡ୍ଯ ବଂଶ – ପ୍ରଥମ ରାଜରାଜ, ରାଜେନ୍ଦ୍ର ଚୋଳ, ତୃତୀୟ ରାଜେନ୍ଦ୍ର ଚୋଳ ।
  • ହୟଶାଳ – ବିଟ୍ଟିଗ ବା ବିଷ୍ଣୁବର୍ଜନ; ଦ୍ଵିତୀୟ ବୀରବଲ୍ଲୋଳ, ତୃତୀୟ ବୀରବଲ୍ଲୀଳ ।
  • ଯାଦବ ବଂଶ – ଭିଲ୍ଲିମା, ଜୈତୁଗୀ ବା ଜୈତ୍ରପାଳ, ସିଂହତା, ରାମଚନ୍ଦ୍ର ଦେବ, ଶଙ୍କର ଦେବ, ହରପାଳ ଦେବ ।
  • ପ୍ରତିହାର ବଂଶ – ପ୍ରଥମ ମିହିର ଭୋଜ, ମହେନ୍ଦ୍ର ପାଳ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୮। ମହମ୍ମଦ ଘୋରୀ ଏବଂ ମାମୁଦ୍ ଗଜନୀଙ୍କ ଭାରତ ଆକ୍ରମଣ ମଧ୍ୟରୁ ତୁମେ କେଉଁଟିକୁ ବେଶି ଗୁରୁତ୍ଵପୂର୍ଣ ଭାବୁଛ ଏବଂ କାହିଁକି ?
Answer:
ମହମ୍ମଦ ଘୋରୀ ଏବଂ ମାମୁଦ୍ ଗଜନୀଙ୍କ ଭାରତ ଆକ୍ରମଣ ମଧ୍ୟରୁ ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ ଅଧ୍ଵ ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ, ସୁଲତାନ ମାମୁଦ୍ ଭାରତ ଆକ୍ରମଣ କରି କେବଳ ଧନସଂପଦ ଲୁଣ୍ଠନ କରିଥିଲେ, ମାତ୍ର ଭାରତରେ ସାମ୍ରାଜ୍ୟ ସ୍ଥାପନ କରିବାର ଲାଳସା ରଖୁନଥିଲେ । କିନ୍ତୁ ମହମ୍ମଦ ଘୋରୀଙ୍କର ଭାରତ ଆକ୍ରମଣ ପଛରେ ସାମ୍ରାଜ୍ୟ ବିସ୍ତାର କରିବାର ଅଭିଳାଷ ଥିଲା । ବାସ୍ତବରେ ଦିଲ୍ଲୀରେ ସୁଲତାନୀ ଶାସନ ପ୍ରତିଷ୍ଠା ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ ଯୋଗୁଁ ସମ୍ଭବ ହୋଇଥିଲା । ଭାରତୀୟ ରାଜାମାନେ ନିଜର ସ୍ଵାଧୀନତା ହରାଇ ତୁର୍କୀ, ଆଫଗାନ୍‌ମାନଙ୍କ ବଶତା ସ୍ବୀକାର କରିଥିଲେ ।

୯ । ମାନଚିତ୍ର ଅଙ୍କନ କରି ଚୋଳ, ପାଣ୍ଡ ଏବଂ ହୟଶାଳମାନଙ୍କର ରାଜ୍ୟ ଚିହ୍ନଟ କର ।
Answer:
BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୦ । ଶଙ୍କର ଏବଂ ରାମାନୁଜଙ୍କ ମତ ସମ୍ପର୍କରେ ଆଲୋଚନା କରି ତୁମେ କେଉଁଟିକୁ ଏବଂ କାହିଁକି ପ୍ରାଧାନ୍ୟ ଦେବ ଲେଖ ।
Answer:

  • ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିବା ଧର୍ମସଂସ୍କାରକ ଶଙ୍କର ଥିଲେ ‘ଅଦ୍ଵୈତ ମତବାଦ’ର ପ୍ରବର୍ତ୍ତକ ।
  • ସେ ସମଗ୍ର ଜଗତକୁ ମିଥ୍ୟା ଏବଂ ବ୍ରହ୍ମ (ଈଶ୍ବର)ଙ୍କୁ ସତ୍ୟ ବୋଲି ବର୍ଣ୍ଣନା କରିଥିଲେ । ଜ୍ଞାନ ବଳରେ ଈଶ୍ଵର ମିଳିପାରିବେ ବୋଲି ସେ ପ୍ରଚାର କରିଥିଲେ ।
  • ଅପର ପକ୍ଷରେ ରାମାନୁଜ ଥିଲେ ଭକ୍ତିବାଦର ପ୍ରଚାରକ । ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ଵର ମିଳିପାରିବେ ବୋଲି ସେ କହୁଥିଲେ ।
  • ଜ୍ଞାନ ଅପେକ୍ଷା, ଭକ୍ତି ଈଶ୍ଵରପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ ବୋଲି ସେ ପ୍ରଚାର କରିଥିଲେ ।
  • ମୁଁ ଶଙ୍କରଙ୍କ ମତ ଅପେକ୍ଷା ରାମାନୁଜଙ୍କ ମତକୁ ଅଧିକ ପ୍ରାଧାନ୍ୟ ବେବି । କାରଣ ସେ ଜାତିପ୍ରଥା ଓ ଉଚ୍ଚ- ନୀଚ ଭେଦଭାଦରେ ବିରୋଧୀ ଥିବାରୁ ତାଙ୍କ ବାଣୀ ସବୁବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲା ।
  • ଏହାଛଡ଼ା ତାଙ୍କଦ୍ୱାରା ପ୍ରଚାରିତ ଭକ୍ତିବାଦ ସହଜ ଓ ସରଳ ଥ‌ିବାରୁ ଅଧ‌ିକ ଜନପ୍ରିୟ ହୋଇପାରିଥିଲା ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୧ । ପଠିତ ବିଷୟରୁ ଆଞ୍ଚଳିକ ଭାଷାରେ ଲିଖ୍ ସାହିତ୍ୟର ଏକ ତାଲିକା ପ୍ରସ୍ତୁତ କର ।
Answer:

  • ମଧ୍ୟଯୁଗରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଭାଷାଗୁଡ଼ିକ ମଧ୍ୟରେ ତାମିଲ ଭାଷା, ତେଲୁଗୁ ଭାଷା, କନ୍ନଡ଼ ଭାଷା, ମରାଠୀ ଭାଷା, ଗୁଜରାଟୀ ଭାଷା ଏବଂ ଓଡ଼ିଆ ଭାଷା ପ୍ରଧାନ ।
  • ସାହିତ୍ୟର ଏକ ଅମ୍ଳାନ ସୃଷ୍ଟି । ପରବର୍ତ୍ତୀ କାଳରେ ଟିକାନା ନାମକ ଜଣେ କବି ଏହାକୁ ଜନପ୍ରିୟ କରାଇଥିଲେ । ତେଲୁଗୁ ଭାଷାରେ ‘ରାମାୟଣ’ ମଧ୍ୟ ରଚିତ ହୋଇଥିଲା ।
  • ସେହିପରି ଲିଙ୍ଗାୟତ ଗୋଷ୍ଠୀର ପମ୍ପା, ପୋନା ଓ ରାଜା କନ୍ନଡ଼ ସାହିତ୍ୟର ବିଖ୍ୟାତ ସ୍ରଷ୍ଟା ଥିଲେ ।
  • ଓଡ଼ିଆ ଭାଷାର ‘ଚର୍ଯ୍ୟାଗୀତିକା’ ଏହି ସମୟର ସୃଷ୍ଟି ଥିଲା ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(i)

Question 1.
Δ ABC ଅଙ୍କନ କର ଯାହାର BC = 5.8 ସେ.ମି., m∠B = 60° ଓ A͞D ଲମ୍ବର ଦୈର୍ଘ୍ୟ = 4.2 ସେ.ମି. । ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ଏକ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 1
(a) 5.8 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର ।
(b) B ବିନ୍ଦୁରେ \(\overrightarrow{\mathrm{BM}}\) ଲମ୍ବ ଅଙ୍କନ କର ଯାହାର ଦୈର୍ଘ୍ୟ 4.2 ସେ.ମି. ଏବଂ B ବିନ୍ଦୁରେ ∠YBC ଅଙ୍କନ କର ଯାହାର ପରିମାଣ 60° ହେବ ।
(c) M ବିନ୍ଦୁରେ B͞C ସହ ସମାନ୍ତର କରି \(\overrightarrow{\mathrm{MX}}\) ଅଙ୍କନ କର ଯାହା \(\overrightarrow{\mathrm{BY}}\) କୁ A ବିନ୍ଦୁରେ ଛେଦ କରିବ ।
(d) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(e) BC ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{MX}}\) କୁ R ବିନ୍ଦୁରେ ଛେଦ କରୁ ।
(f) R͞B ଓ R͞C ଅଙ୍କନ କରି Δ ABC ର ସମକ୍ଷେତ୍ରଫଳ ବିଶିଷ୍ଟ Δ RBC ପାଇପାରିବ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Question 2.
Δ ABC ଅଙ୍କନ କର ଯାହାର BC = 5.4 ସେ.ମି., m∠B = 60°, m∠A = 75° । ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣୀ ତ୍ରିଭୁଜ ଅଙ୍କନ କର । ଭୂମି B͞D ର ଦୈର୍ଘ୍ୟ 6.3 ସେ.ମି. ନେଇ (ଯେପରି B – C – D) BD ଉପରେ Δ ABC ର ସମକ୍ଷେତ୍ରଫଳ ବିଶିଷ୍ଟ Δ A’BD ଅଙ୍କନ କର ।
ସମାଧାନ:
ତ୍ରିଭୁଜର ତିନି କୋଣର ସମଷ୍ଟି 180° ।
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 2
m∠A = 75°, m∠60°
⇒ m∠C = 45°
(a) B͞C ଅଙ୍କନ କର ଯାହାର ଦୈର୍ଘ୍ୟ 5.4 ସେ.ମି. ।
(b) BC ର B ବିନ୍ଦୁରେ ∠NBC ଏବଂ C ବିନ୍ଦୁରେ ∠SCB ଅଙ୍କନ କର ଯେପରିକି ସେମାନଙ୍କର ପରିମାଣ ଯଥାକ୍ରମେ 60° ଏବଂ 45° ହେବ ।
(c) A ବିନ୍ଦୁରେ BC ସହ ସମାନ୍ତର କରି \(\overrightarrow{\mathrm{XY}}\) ଅଙ୍କନ କର ।
(d) C ବିନ୍ଦୁରେ BC ପ୍ରତି CP ଲମ୍ବ ଅଙ୍କନ କର, ଏହା \(\overrightarrow{\mathrm{XY}}\) କୁ M ବିନ୍ଦୁରେ ଛେଦକରୁ ।
(e) M͞B ଅଙ୍କନ କରି Δ MBC ସଂପୂର୍ଣ୍ଣ କର ।
(f) ପୁନଶ୍ଚ \(\overrightarrow{\mathrm{BC}}\) ଉପରେ D ଏପରି ଏକ ବିନ୍ଦୁ ଯପରିକି B – C – D ଏବଂ BD = 6.3 ସେ.ମି. ହେବ ।
(g) A͞D ଅଙ୍କନ କର ଏବଂ AD ସହ ସମାନ୍ତର କରି C ବିନ୍ଦୁରେ A’C ଅଙ୍କନ କର ।
(h) A͞’D ଅଙ୍କନ କରି ଆବଶ୍ୟକୀୟ Δ A’BD ସମ୍ପୂର୍ଣ୍ଣ କର ।

Question 3.
Δ ABC ଅଙ୍କନ କର ଯାହାର A ରୁ B͞C ପ୍ରତି ଅଙ୍କିତ ଲମ୍ବର ଦୈର୍ଘ୍ୟ 6.7 ସେ.ମି., m∠B = 60° ଓ m∠C = 45° । ଏହାର ଅର୍ଦ୍ଧେକ କ୍ଷେତ୍ରଫଳ ବିଶିଷ୍ଟ ଏକ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 3
(a) Δ AMN ଅଙ୍କନ କର ଯାହାର m∠M = 60°, m∠N = 45° ଏବଂ M͞N ର ଦୈର୍ଘ୍ୟ ଯେକୌଣସି ବାସ୍ତବ ସଂଖ୍ୟା ହୋଇପାରେ ।
(b) A͞E ⊥ M͞N ଅଙ୍କନ କର ।
(c) A͞E ଉପରିସ୍ଥ D ଏକ ବିନ୍ଦୁ ହେଉ ଯେପରିକି AD = 6.7 ସେ.ମି. ଏବଂ A – D – E ଅଥବା A – E – D ହେବ ।
(d) M͞N ସହ ସମାନ୍ତର କରି B͞C ଅଙ୍କନ କର ।
(e) A͞D ର ମଧ୍ୟବିନ୍ଦୁ L ନିର୍ଣ୍ଣୟ କର ଏବଂ L ଠାରେ B͞C ସହ ସମାନ୍ତ ର କରି \(\overleftrightarrow{\mathrm{LR}}\) ଅଙ୍କନ କର ।
(f) B͞C ର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{LR}}\) କୁ R ବିନ୍ଦୁରେ ଛେଦକରୁ ।
(g) R͞B ଓ R͞C ଅଙ୍କନ କରି Δ RBC ଆବଶ୍ୟକୀୟ ତ୍ରିଭୁଜ ସମ୍ପୂର୍ଣ୍ଣ କର ।

ବିକଳ୍ପ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 4
(a) ଯେକୌଣସି ଏକ ରେଖା XY ଅଙ୍କନ କର । \(\overleftrightarrow{\mathrm{XY}}\) ର ଯେକୌଣସି ଏକ ବିନ୍ଦୁ D ରେ DM ⊥ \(\overleftrightarrow{\mathrm{XY}}\) ଅଙ୍କନ କର ।
(b) A ବିନ୍ଦୁରେ AD ଉପରେ ଯଥାକ୍ରମେ m∠BAD = 30° ଓ 45° ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।
(c) AD ର ସମଦ୍ବିଖଣ୍ଡକ ରେଖା \(\overleftrightarrow{\mathrm{PQ}}\) ଏବଂ BC ର ସମଦ୍ବିଖଣ୍ଡକ ରେଖା KM ଅଙ୍କନ କର ।
(d) MB ଓ MC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।
(e) Δ MBD, Δ ABC ର ଅର୍ଦ୍ଧେକ କ୍ଷେତ୍ରଫଳ ବିଶିଷ୍ଟ ସମଦ୍ବିବାହୁ ତ୍ରିଭୁଜ ହେବ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Question 4.
Δ ABC ରେ m∠B = 60°, AX ଲମ୍ବର ଦୈର୍ଘ୍ୟ 4.9 ସେ.ମି. ଓ m∠A = 45°, ତ୍ରିଭୁଜଟି ଅଙ୍କନ କରି ତା’ର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଏକ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 5
(a) \(\overleftrightarrow{\mathrm{MN}}\) ଉପରିସ୍ଥ X ବିନ୍ଦୁରେ A͞X ଲମ୍ବ ଅଙ୍କନ କର ।
(b) A ବିନ୍ଦୁରେ \(\overleftrightarrow{\mathrm{MN}}\) ସହ ସମାନ୍ତର କରି \(\overleftrightarrow{\mathrm{ZY}}\) ଅଙ୍କନ କର ।
(c) A ବିନ୍ଦୁରେ ∠YAC ଓ ∠ZAB ଅଙ୍କନ କର ଯେପରିକି ସେମାନଙ୍କର ପରିମାଣ ଯଥାକ୍ରମେ 75° ଓ 60° ହେବ । Δ ABC ସମ୍ପୂର୍ଣ୍ଣ କର ।
(d) \(\overrightarrow{\mathrm{CB}}\) ଉପରିସ୍ଥ D ଏକ ବିନ୍ଦୁ ଯେପରିକି C – B – D ଏବଂ BC = BD ହେବ ।
(e) B ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{ZY}}\) କୁ R ବିନ୍ଦୁରେ ଛେଦ କରୁ । R͞D ଓ R͞C ଅଙ୍କନ କର ।
(f) Δ RDC ଆବଶ୍ୟକୀୟ ସମଦ୍ବିବାହୁ ତ୍ରିଭୁଜ, ଯାହାର କ୍ଷେତ୍ରଫଳ Δ ABC ର କ୍ଷେତ୍ରଫଳର ଦୁଇଗୁଣ ।

Question 5.
Δ ABC ରେ  BC = 6.5 ସେ.ମି., b + c = 10 ସେ.ମି. m∠B = 60° । ତ୍ରିଭୁଜଟି ଅଙ୍କନ କରି ଏହାର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 6
(a) 6.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ BC ଅଙ୍କନ କର ।
(b) BC ର B ବିନ୍ଦୁରେ 60° ପରିମାଣ ବିଶିଷ୍ଟ ∠CBX ଅଙ୍କନ କର ।
(c) \(\overrightarrow{\mathrm{BX}}\) ଉପରେ R ଏପରି ଏକ ବିନ୍ଦୁ ଯେପରିକି BR = 10 ସେ.ମି. ହେବ । RC ଅଙ୍କନ କର ।
(d) R͞C ର ସମଦ୍ବିଖଣ୍ଡକ ଲମ୍ବ R͞B କୁ A ବିନ୍ଦୁରେ ଛେଦକରୁ ।
(e) A͞C ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।
(f) A ବିନ୍ଦୁରେ BC ସହ ସମାନ୍ତର କରି \(\overleftrightarrow{\mathrm{ZY}}\) ଅଙ୍କନ କର ।
(g) \(\overrightarrow{\mathrm{CB}}\) ଉପରେ L ଏକ ବିନ୍ଦୁ ନିଅ ଯେପରିକି C – B – D ଏବଂ BC = BD ହେବ ।
(h) DC ର D ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{YZ}}\) କୁ M ବିନ୍ଦୁରେ ଛେଦ କରୁ ।
(i) Δ MDC ଆବଶ୍ୟକୀୟ ସମକୋଣୀ ତ୍ରିଭୁଜ ଯାହାର କ୍ଷେତ୍ରଫଳ Δ ABC ର କ୍ଷେତ୍ରଫଳର ଦୁଇଗୁଣ ।
ବି.ଦ୍ର. : Δ ABC ର ଦ୍ବିଗୁଣ ଉଚ୍ଚତା ଏବଂ ସମଭୂମିନେଇ ସମକୋଣୀ ତ୍ରିଭୁଜ ଅଙ୍କନ କରାଯାଇପାରେ ।

Question 6.
Δ ABC ଅଙ୍କନ କରି ଯାହାର m∠A = 60°, a = 7 ସେ.ମି. ଓ b – c = 4 ସେ.ମି. । ଏହାର ଅର୍ଦ୍ଧେକ କ୍ଷେତ୍ରଫଳ ବିଶିଷ୍ଟ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 7
(a) \(\overrightarrow{\mathrm{CP}}\) ଅଙ୍କନ କରି ଏହା ଉପରିସ୍ଥ X ଏକ ବିନ୍ଦୁ ନିଅ ଯେପରିକି CX = 4 ସେ.ମି. ।
(b) X ବିନ୍ଦୁରେ ∠LXP ଅଙ୍କନ କର ଯାହାର ପରିମାଣ 60° ।
(c) C କୁ କେନ୍ଦ୍ର ଏବଂ 7 ସେ.ମି. (CB) ପରିମିତ ବ୍ୟାସାର୍ଦ୍ଧ \(\overrightarrow{\mathrm{XL}}\) କୁ B ବିନ୍ଦୁରେ ଛେଦକରୁ ।
(d) XB ର ସମଦ୍ଵିଖଣ୍ଡକ ଲମ୍ବ \(\overrightarrow{\mathrm{CX}}\) କୁ A ବିନ୍ଦୁରେ ଛେଦକରୁ ।
(e) AB ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(f) AC ସହ ସମାନ୍ତର କରି B ବିନ୍ଦୁରେ \(\overleftrightarrow{\mathrm{MN}}\) ଅଙ୍କନ କର ।
(g) C ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{MN}}\) କୁ R ବିନ୍ଦୁରେ ଛେଦକରୁ ।
(h) CR ର ମଧ୍ୟବିନ୍ଦୁ S ସ୍ଥିର କରି S͞A ଅଙ୍କନ କର ।
(i) Δ SCA ଆବଶ୍ୟକୀୟ ସମକୋଣୀ ତ୍ରିଭୁଜ ।
ବି.ଦ୍ର. : Δ ABC ର CA ର ଅର୍ଦ୍ଧେକକୁ ଭୂମି ଏବଂ ସମ ଉଚ୍ଚତା ନେଇ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କରାଯାଇପାରେ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Question 7.
Δ ABC ଅଙ୍କନ କର ଯାହାର AC – AB = 2 ସେ.ମି., m∠B = 60° ଏବଂ BC = 7 ସେ.ମି. । ଏହାର କ୍ଷେତ୍ରଫଳର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଏକ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 8
(a) 7 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର ।
(b) BC ର B ବିନ୍ଦୁରେ ∠YBC ଅଙ୍କନ କର ଯାହାର ପରିମାଣ 60°ହେବ ।
(c) \(\overrightarrow{\mathrm{BY}}\) ର ବିପରୀତ ରଶ୍ମି \(\overrightarrow{\mathrm{BX}}\) ଉପରେ L ଏପରି ଏକ ବିନ୍ଦୁ ଯେପରିକି BL = 2 ସେ.ମି. ହେବ ।
(d) L͞C ଅଙ୍କନ କର । LC ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{BY}}\) କୁ A ବିନ୍ଦୁରେ ଛେଦକରୁ ।
(e) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(f) \(\overrightarrow{\mathrm{CB}}\) ଉପରେ D ଏକ ବିନ୍ଦୁ ଯେପରିକି C – B – D ଏବଂ CB = BD ।
(g) A ବିନ୍ଦୁରେ B͞C ସହ ସମାନ୍ତର କରି \(\overleftrightarrow{\mathrm{MN}}\) ଅଙ୍କନ କର ।
(h) B ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{MN}}\) କୁ M ବିନ୍ଦୁରେ ଛେଦକରୁ ।
(i) M͞D ଓ M͞C ଅଙ୍କନ କରି Δ MDC ତ୍ରିଭୁଜ ସମ୍ପୂର୍ଣ୍ଣ କର ।

Question 8.
Δ ABC ର BC = 5.4 ସେ.ମି., b + c = 8.7 ସେ.ମି. ଓ m∠A = 60° । ତ୍ରିଭୁଜଟି ଅଙ୍କନ କରି ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 9
(a) 8.7 ସେ.ମି. ଦୈର୍ଘ୍ୟ ବିଶିଷ୍ଟ XC ଅଙ୍କନ କର ।
(b) XC ର X ବିନ୍ଦୁରେ ∠YXC ଅଙ୍କନ କର ଯାହାର ପରିମାଣ 30° ହେବ ।
(c) C କୁ କେନ୍ଦ୍ରକରି 5.4 ସେ.ମି. ପରିମିତ ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଚାପ \(\overrightarrow{\mathrm{XY}}\) କୁ B ବିନ୍ଦୁରେ ଛେଦ କରୁ ।
(d) BC ଅଙ୍କନ କର । BX ର ସମଦ୍ବିଖଣ୍ଡକ ଲମ୍ବ XC କୁ A ବିନ୍ଦୁରେ ଛେଦକରୁ ।
(e) AB ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(f) B ବିନ୍ଦୁରେ XC ସହ ସମାନ୍ତର କରି \(\overleftrightarrow{\mathrm{MN}}\) ଅଙ୍କନ କର ।
(g) AC ର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{MN}}\) କୁ D ବିନ୍ଦୁରେ ଛେଦ କରୁ ।
(h) DA ଓ DC ଅଙ୍କନ କରି Δ DAC ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ ସମଦ୍ବିବାହୁ ତ୍ରିଭୁଜ ସମ୍ପୂର୍ଣ୍ଣ କର ।

Question 9.
Δ ABC ସମଦ୍ବିବାହୁ ତ୍ରିଭୁଜର ଭୂମି BC ଓ A ବିନ୍ଦୁରୁ B͞C ପ୍ରତି ଲମ୍ବ A͞D । BC = 5.6 ସେ.ମି. ଓ AC – AD = 3 ସେ.ମି. ନେଇ Δ ABC ଅଙ୍କନ କର ଏବଂ ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 10
(a) 5.6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ BC ଅଙ୍କନ କର ।
(b) BC ର ସମର୍ଦ୍ଦିଖଣ୍ଡକ ଲମ୍ବ \(\overleftrightarrow{\mathrm{XY}}\) ଅଙ୍କନ କର । BC ର ମଧ୍ୟବିନ୍ଦୁର ନାମ D ହେଉ ।
(c) \(\overrightarrow{\mathrm{DX}}\) ଉପରିସ୍ଥ R ଏକ ବିନ୍ଦୁ ଯେପରିକି DR = 3 ସେ.ମି. ।
(d) R͞C ଅଙ୍କନ କର । RC ସମଦ୍ଵିଖଣ୍ଡକ ଲମ୍ବ \(\overleftrightarrow{\mathrm{XY}}\) କୁ A ବିନ୍ଦୁରେ ଛେଦ କରୁ ।
(e) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(f) A͞D ର A ବିନ୍ଦୁରେ \(\overleftrightarrow{\mathrm{MN}}\) ଅଙ୍କନ କର ଯାହା BC ସହ ସମାନ୍ତର ହେବ ।
(g) BC ର B ବିନ୍ଦୁରେ BM ଲମ୍ବ ଅଙ୍କନ କର ।
(h) MC ଅଙ୍କନ କରି Δ MBC ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣୀ ତ୍ରିଭୁଜ ସଂପୂର୍ଣ୍ଣ କର ।

Question 10.
ଗୋଟିଏ ସମକୋଣୀ ସମଙ୍ଗିବାହୁ ତ୍ରିଭୁଜର ପରିସୀମା 12 ସେ.ମି. । ତ୍ରିଭୁଜଟି ଅଙ୍କନ କରି ତାହାର ସମକୋଣ ସଂଲଗ୍ନ ଯେକୌଣସି ବାହୁ ଉପରେ ସମକ୍ଷେତ୍ରଫଳ ବିଶିଷ୍ଟ ଗୋଟିଏ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 11
(a) 12 ସେ.ମି. ଦୈର୍ଘ୍ୟ ବିଶିଷ୍ଟ XY ଅଙ୍କନ କର ।
(b) X ଓ Y ବିନ୍ଦୁରେ ∠PXY ଓ ∠QYX ଅଙ୍କନ କର ଯାହାର ପରିମାଣ ଯଥାକ୍ରମେ 45° ଏବଂ 22 \(\frac{1}{2}\)°
(c) \(\overrightarrow{\mathrm{XP}}\) ଓ \(\overrightarrow{\mathrm{YQ}}\) ର ଛେଦବିନ୍ଦୁର ନାମ A ହେଉ ।
AX ଓ AY ର ସମଦ୍ଵିଖଣ୍ଡକ ଲମ୍ବ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରୁ ।
(d) A͞B ଓ A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(e) A͞B ର A ବିନ୍ଦୁରେ BC ସହ ସମାନ୍ତର କରି \(\overleftrightarrow{\mathrm{MN}}\) ଅଙ୍କନ କର ।
(f) BC ର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{MN}}\) କୁ D ବିନ୍ଦୁରେ ଛେଦ କରୁ ।
(g) B͞D ଓ D͞C ଅଙ୍କନ କରି ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ ସମଦ୍ବିବାହୁ Δ DBC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Question 11.
ABCD ଚତୁର୍ଭୁଜ ଅଙ୍କନ କର ଯାହାର AB = 5 ସେ.ମି., AC = 7.2 ସେ.ମି., AD = 6 ସେ.ମି., BC = 6.2 ସେ.ମି.
ଓ CD = 5.4 ସେ.ମି. । ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 12
(a) AB = 5 ସେ.ମି., AC = 7.2 ସେ.ମି., ଓ BC = 6.2 ସେ.ମି. ନେଇ Δ ABC ଅଙ୍କନ କର ।
(b) A ଓ C କୁ କେନ୍ଦ୍ରକରି ଯଥାକ୍ରମେ 6 ସେ.ମି. ଓ 5.4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁର ନାମ D ହେଉ ।
(c) A͞D ଓ DC ଅଙ୍କନ କରି ABCD ଚତୁର୍ଭୁଜ ସମ୍ପୂର୍ଣ କର ।
(d) D ବିନ୍ଦୁରେ AC ସହ ଅଙ୍କିତ ସମାନ୍ତର ସରଳରେଖା \(\overrightarrow{\mathrm{BC}}\) କୁ M ବିନ୍ଦୁରେ ଛେଦକରୁ ।
(e) AM ଅଙ୍କନ କରି ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ Δ ABM ସମ୍ପୂର୍ଣ୍ଣ କର ।

Question 12.
ABCD ଚତୁର୍ଭୂଜ ଅଙ୍କନ କର ଯେପରି AB = 5 ସେ.ମି., BC = 7 ସେ.ମି., CD = 9 ସେ.ମି., DA = 10 ସେ.ମି. ଏବଂ m∠ABC = 120° ।
(i) ଚତୁର୍ଭୁଜର ସମକ୍ଷେତ୍ରଫଳ ବିଶିଷ୍ଟ Δ PBC ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 13
(a) AB = 5 ସେ.ମି., BC = 7 ସେ.ମି. ଓ m∠ABC = 120° ନେଇ Δ ABC ଅଙ୍କନ କର ।
(b) A ଓ C କୁ କେନ୍ଦ୍ରକରି ଯଥାକ୍ରମେ 10 ସେ.ମି. ଓ 9 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁ D ହେଉ ।
(c) AD ଓ D͞C ଅଙ୍କନ କରି ଚତୁର୍ଭୁଜ ABCD ସମ୍ପୂର୍ଣ୍ଣ କର ।
(d) AC ଅଙ୍କନ କର ।
(e) D ବିନ୍ଦୁରେ AC ସହ ଅଙ୍କିତ ସମାନ୍ତର ସରଳରେଖା \(\overrightarrow{\mathrm{BA}}\) କୁ P ବିନ୍ଦୁରେ ଛେଦକରୁ ।
(f) P͞C ଅଙ୍କନ କରି Δ PBC ସଂପୂର୍ଣ୍ଣ କର ।

(ii) ଉପରୋକ୍ତ ମାପ ନେଇ ଚତୁର୍ଭୁଜର ଭିନ୍ନ ଏକ ଚିତ୍ର ଅଙ୍କନ କର ଓ ସମକ୍ଷେତ୍ରଫଳ ବିଶିଷ୍ଟ Δ BDP ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 14
(a) ABCD ଆବଶ୍ୟକୀୟ ଚତୁର୍ଭୁଜ ଅଙ୍କନ କର ।
(b) C͞A ଓ BD କର୍ଣ୍ଣଦ୍ୱୟର ଛେଦବିନ୍ଦୁ O ହେଉ ।
(c) \(\overrightarrow{\mathrm{BD}}\) ଅଙ୍କନ କର ।
(d) A କୁ କେନ୍ଦ୍ରକରି CO ବ୍ୟାସାର୍ଷ ବିଶିଷ୍ଟ ଚାପ ଅଙ୍କନ କର ଏବଂ ଯେଉଁ ବିନ୍ଦୁରେ ଉକ୍ତ ଚାପ \(\overrightarrow{\mathrm{CA}}\) କୁ ଛେଦ କରିବ ତା’ର ନାମ ଦିଅ P ।
(e) B͞P ଓ PD ଅଙ୍କନ କର ।
(f) ଆବଶ୍ୟକୀୟ ତ୍ରିଭୁଜ ହେଉଛି Δ PBD ।

BSE Odisha 9th Class Political Science Notes Chapter 5 ସୂଚନା ଅଧିକାର

Odisha State Board BSE Odisha Class 9 Political Science Notes Chapter 5 ସୂଚନା ଅଧିକାର will enable students to study smartly.

BSE Odisha Class 9 Political Science Notes Chapter 5 ସୂଚନା ଅଧିକାର

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ସର୍ବସାଧାରଣଙ୍କ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀ, କର୍ମସଂସ୍ଥା ଅଥବା କାର୍ଯ୍ୟକାର୍ଯ୍ମାନଙ୍କର କାର୍ଯ୍ୟରଲା ସମ୍ପର୍କରେ ଜାଣିବାର ଅଧିକାର ହେଉଛି ସୂଚନା ଅଧ୍ଵର ।
  • ସମ୍ପର୍କରେ ଜାଣିବାର ଅଧିକାର ହେଉଛି ସୂଚନା ଅଧ୍ଵର । ୧୯ରେ ଥିବା ବାକ୍ ସ୍ଵାଧୀନତାର ସୂ ଚ ନା ଅଧ୍ୟାର ।
  • ୨୦୦୫ ମସିହା ଅକ୍ଟୋବର ୧୨ ତାରିଖରେ ସୂଚନା ଅଧିକାର ଆଇନ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ବାଦ୍ ଦେଇ ଆମ ଦେଶର ଅନ୍ୟସବୁ ରାଜ୍ୟରେ ଲାଗୁ ହେଲା ।

BSE Odisha 9th Class Political Science Notes Chapter 5 ସୂଚନା ଅଧିକାର

ବିଷୟବସ୍ତୁର ରୂପରେଖ :

  • ସୂଚନା ଅଧିକାର ଆଇନର ମୁଖ୍ୟ ଉଦ୍ଦେଶ୍ୟ
  • କେନ୍ଦ୍ରୀୟ ସୂଚନା ଆୟୋଗ
  • ରାଜ୍ୟ ସୂଚନା କମିଶନ
  • କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନଙ୍କ କ୍ଷମତା
  • ଦରଖାସ୍ତକାରୀଙ୍କ ଅପିଲ୍ କରିବା ପ୍ରକ୍ରିୟା
  • ସୂଚନା ଅଧିକାର ଆଇନରେ ଥ‌ିବା ଶାସ୍ତିବିଧାନ ବ୍ୟବସ୍ଥା

* ପ୍ରଥମେ ସୂଚନା ଅଧିକାର ଆଇନ ସ୍ଵିଡ଼େରେ ୧୭୬୬ ମସିହାରେ ପ୍ରଣୟନ କରାଯାଇଥିଲା ।
* ୧୯୯୬ ମସିହାରେ ଭାରତରେ ପ୍ରଥମେ ତାମିଲନାଡୁ ବିଧାନସଭାରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଥିଲା ।

→ ସୂଚନା ଅଧିକାର ଆଇନର ମୁଖ୍ୟ ଉଦ୍ଦେଶ୍ୟ :

  • ସୂଚନା ଅଧିକାର ପରିସରଭୁକ୍ତ ସମସ୍ତ ସରକାରୀ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାବଳୀକୁ ସୂଚନା ମାଧ୍ୟମରେ ପ୍ରକାଶରେ ସ୍ଵଚ୍ଛତା ରକ୍ଷା କରିବା ।
  • ସରକାରୀ କଳ ଦେଶର ନାଗରିକମାନଙ୍କ ପାଖରେ ଉତ୍ତରଦାୟୀ ରହିବା ଓ ଦେଶରୁ ଦୁର୍ନୀତିକୁ ପ୍ରତିହତ
    କରିବା।

BSE Odisha 9th Class Political Science Notes Chapter 5 ସୂଚନା ଅଧିକାର

→ ସୂଚନା କିପରି ମିଳିପାରିବ :

  • ଆବେଦନକାରୀ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଦରଖାସ୍ତ କରିବା ସହ ୧୦ ଟଙ୍କା ଫିସ୍ ଟ୍ରେଜେରି ଚାଲାଣ ଜରିଆରେ ବା ସିଧାସଳଖ ଅର୍ଥ ଆକାରରେ ପ୍ରତ୍ୟେକ କାର୍ଯ୍ୟାଳୟରେ ଲୋକ ସୂଚନା ଅଧିକାରୀଙ୍କ ନିକଟରେ ଦାଖଲ କରିପାରିବେ ।
  • ଜାଣିବାକୁ ଚାହୁଁଥ‌ିବା ତଥ୍ୟ ୨୦ ବର୍ଷ ପୂର୍ବର ହୋଇନଥିବା ଆବଶ୍ୟକ ।
  • ଆବେଦନକାରୀଙ୍କୁ ୩୦ ଦିନ ମଧ୍ୟରେ ସୂଚନା ମିଳିଥାଏ ଏବଂ ବ୍ୟକ୍ତିଗତ ସ୍ଵାଧୀନତା ସମ୍ପର୍କିତ ସୂଚନା ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯାଏ ।

→ କେଉଁ ସବୁ କ୍ଷେତ୍ରରେ ସୂଚନା ପ୍ରଦାନ କରାଯାଇପାରିବ ନାହିଁ :

  • ଦେଶର ସାର୍ବଭୌମ, ସଂହତି, ଅଖଣ୍ଡତା ଓ ନିରାପତ୍ତା ପ୍ରତି ଆଞ୍ଚ ଆସୁଥୁବା ଭଳି ତଥ୍ୟ ।
  • ସାମରିକ, ବୈଜ୍ଞାନିକ ଗବେଷଣା ଓ ଅର୍ଥନୈତିକ ସ୍ବାର୍ଥ ସମ୍ପର୍କିତ ତଥ୍ୟ ।
  • ସଂସଦ ବା ରାଜ୍ୟ ବିଧାନମଣ୍ଡଳ ସ୍ବାଧ୍ୟାକାର ଭଙ୍ଗ କଲା ଭଳି ସୂଚନା ।
  • ନ୍ୟାୟାଳୟଦ୍ବାରା ବାରଣ କରାଯାଇଥିବା ସୂଚନା ।
  • ମନ୍ତ୍ରୀମଣ୍ଡଳ ବୈଠକ, ସଚିବ ସ୍ତରୀୟ ବୈଠକରେ ବ୍ୟକ୍ତିଗତ ବକ୍ତବ୍ୟ ସମ୍ପର୍କିତ ସୂଚନା ।

→ କେଉଁ ସବୁ କ୍ଷେତ୍ରରେ ସୂଚନା ପ୍ରଦାନ କରାଯାଇପାରିବ ନାହିଁ :

  • ଦେଶର ସାର୍ବଭୌମ, ସଂହତି, ଅଖଣ୍ଡତା ଓ ନିରାପତ୍ତା ପ୍ରତି ଆଞ୍ଚ ଆସୁଥ‌ିବା ଭଳି ତଥ୍ୟ ।
  • ସାମରିକ, ବୈଜ୍ଞାନିକ ଗବେଷଣା ଓ ଅର୍ଥନୈତିକ ସ୍ଵାର୍ଥ ସମ୍ପର୍କିତ ତଥ୍ୟ ।
  • ସଂସଦ ବା ରାଜ୍ୟ ବିଧାନମଣ୍ଡଳ ସ୍ଵାଧିକାର ଭଙ୍ଗ କଲା ଭଳି ସୂଚନା ।
  • ନ୍ୟାୟାଳୟଦ୍ୱାରା ବାରଣ କରାଯାଇଥିବା ସୂଚନା ।
  • ମନ୍ତ୍ରୀମଣ୍ଡଳ ବୈଠକ, ସଚିବ ସ୍ତରୀୟ ବୈଠକରେ ବ୍ୟକ୍ତିଗତ ବକ୍ତବ୍ୟ ସମ୍ପର୍କିତ ସୂଚନା ।

BSE Odisha 9th Class Political Science Notes Chapter 5 ସୂଚନା ଅଧିକାର

→ ଲୋକ ସୂଚନା ଅଧିକାରୀଙ୍କ କର୍ତ୍ତବ୍ୟ :

  • ଆବେଦନକାରୀଙ୍କୁ ଦରଖାସ୍ତ ଲେଖିବାରେ ସାହାଯ୍ୟ କରିବେ ଓ ଦରଖାସ୍ତ ଗ୍ରହଣ କରିବେ ।
  • ଆବଶ୍ୟକ ତଥ୍ୟ ନିଜ ଅଫିସ୍‌ରେ ନଥିଲେ ସମ୍ପୃକ୍ତ ଅଫିସରଙ୍କ ନିକଟକୁ ଦରଖାସ୍ତ ପଠାଇବେ ଓ ସେ ସମ୍ପର୍କରେ ଆବେଦନକାରୀଙ୍କୁ ଜଣାଇବେ ।
  • ୩୦ ଦିନ ମଧ୍ୟରେ ସୂଚନା ଦେବେ, ନଚେତ୍ ସୂଚନା ପ୍ରଦାନଯୋଗ୍ୟ ନ ହେଲେ ସେ ସମ୍ପର୍କରେ କାରଣ ଲିଖ୍ ଆକାରରେ ଦରଖାସ୍ତକାରୀଙ୍କୁ ଜଣାଇବେ ।
  • ଆବେଦନକାରୀଙ୍କୁ ଚାହିଁବା ମୁତାବକ ମାଧ୍ୟମଦ୍ୱାରା ତଥ୍ୟ ପ୍ରେରଣ କରିବେ ।

→ କେନ୍ଦ୍ରୀୟ ସୂଚନା ଆୟୋଗ :

  • ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏବଂ ବିରୋଧୀ ଦଳ ନେତା, କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀ ଥ‌ିବା କମିଟିଦ୍ଵାରା ସୁପାରିସ ଭିଭିରେ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରମାନଙ୍କୁ ନିଯୁକ୍ତି ଦିଆଯାଏ ।

BSE Odisha 9th Class Political Science Notes Chapter 5 ସୂଚନା ଅଧିକାର

→ କେନ୍ଦ୍ରୀୟ ସୂଚନା କମିଶନରଙ୍କ ଯୋଗ୍ୟତା :

  • ତାଙ୍କର ଆଇନ, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସମାଜସେବା, ଗଣମାଧ୍ୟମ, ମ୍ୟାନେଜମେଣ୍ଟ, ସାମ୍ବାଦିକତା, ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଓ ଅଭିଜ୍ଞତା ଥିବା ଆବଶ୍ୟକ ।
  • ସାଧାରଣ ଜୀବନରେ ସେ ଜଣେ ପ୍ରଖ୍ୟାତ ବ୍ୟକ୍ତି ହୋଇଥିବା ଆବଶ୍ୟକ ।
  • ପାର୍ଲିଆମେଣ୍ଟ ବା ରାଜ୍ୟ ବିଧାନମଣ୍ଡଳ ବା କେନ୍ଦ୍ରଶାସିତ ଅଞ୍ଚଳର ସଭ୍ୟ ନଥ‌ିବେ | ଲାଭଜନକ ପଦବୀରେ ଅବସ୍ଥାପିତ ନଥ‌ିବେ | ବ୍ୟବସାୟ ଓ ବୃତ୍ତିରେ ସମ୍ପୃକ୍ତ ନଥ‌ିବେ ।

→ କେନ୍ଦ୍ରୀୟ ସୂଚନା କମିଶନର କାର୍ଯ୍ୟକାଳ :

  • ଦାୟିତ୍ଵ ଗ୍ରହଣଠାରୁ ୫ ବର୍ଷ ପର୍ଯ୍ୟନ୍ତ ଅଥବା ଅବସର ବୟସ ୬୫ ବର୍ଷ ଯାଏଁ କାର୍ଯ୍ୟ କରିପାରିବେ ।
  • ଦ୍ଵିତୀୟଥର ପୁନଃ ନିଯୁକ୍ତି ଦିଆଯାଇ ପାରିବ ନାହିଁ । ସେ ତାଙ୍କର ସ୍ଵହସ୍ତ ଲିଖ୍ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରି କାର୍ଯ୍ୟକାଳ ସରିବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ।

→ କେନ୍ଦ୍ରୀୟ ସୂଚନା କମିଶନରଙ୍କ ବହିଷ୍କାର :

  • ଉଚ୍ଚତମ ନ୍ୟାୟାଳୟର ତଦନ୍ତ ଭିଭିରେ ଦୁର୍ବ୍ଯବହାର ବା ଅସାମର୍ଥ୍ୟ କାରଣରୁ ରାଷ୍ଟ୍ରପତିଙ୍କ ଆଦେଶରେ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନର ନିଜ ପଦବୀରୁ ଅପସାରିତ ହୋଇଥା’ନ୍ତି ।

→ କେନ୍ଦ୍ରୀୟ ସୂଚନା କମିଶନରଙ୍କ ଦେୟ ଓ ଭତ୍ତା :

  • ମୁଖ୍ୟ ସୂଚନା କମିଶନରଙ୍କ ଦରମା, ଭତ୍ତା ଓ ତାଙ୍କ ସେବାରେ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସର୍ଭାବଳୀ ମୁଖ୍ୟ ନିର୍ବାଚନ କମିଶନରଙ୍କ ଦରମା, ଭତ୍ତା ଓ ଅନ୍ୟାନ୍ୟ ସର୍ଭାବଳୀ ସହ ସମାନ ।
  • ସୂଚନା ଆୟୁକ୍ତଙ୍କ ଦେୟ ଦରମା, ଭତ୍ତା ଓ କାର୍ଯ୍ୟ ସର୍ଭାବଳୀ ଜଣେ ନିର୍ବାଚନ କମିଶନରଙ୍କ ଦରମା, ଭତ୍ତା ଓ କାର୍ଯ୍ୟ ସର୍ଭାବଳୀ ସହ ସମାନ ।

BSE Odisha 9th Class Political Science Notes Chapter 5 ସୂଚନା ଅଧିକାର

→ ରାଜ୍ୟ ସୂଚନା କମିଶନ :

  • ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସକ୍ରମେ ରାଜ୍ୟପାଳଙ୍କଦ୍ୱାରା ମୁଖ୍ୟ ସୂଚନା କମିଶନର ଓ ସର୍ବାଧ‌ିକ ୧୦ ଜଣ ରାଜ୍ୟ ସୂଚନା କମିଶନର ନିଯୁକ୍ତ ହୁଅନ୍ତି ।

→ ରାଜ୍ୟ ସୂଚନା କମିଶନରଙ୍କ ଇସ୍ତଫା :

  • ସ୍ଵହସ୍ତ ଲିଖ୍ ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେଇ ନିଜ ପଦବୀରୁ ଇସ୍ତଫା ଦେଇପାରିବେ ।

→ ରାଜ୍ୟ ସୂଚନା କମିଶନରଙ୍କ ବହିଷ୍କାର :

  • ଅସାମର୍ଥ୍ୟ ବା ଦୁବ୍ୟବହାର କାରଣରୁ ଉଚ୍ଚତମ ନ୍ୟାୟାଳୟ ତଦନ୍ତ ଭିଭିରେ ରାଜ୍ୟପାଳଙ୍କ ଆଦେଶଦ୍ଵାରା ତାଙ୍କ ପଦରୁ ଅପସାରିତ ବା ବହିଷ୍କୃତ ହୋଇପାରିବେ ।

* ଓଡ଼ିଶାରେ ୨୦୦୫ ମସିହା ନଭେମ୍ବର ୧୯ ତାରିଖରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା ।

→ କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନଙ୍କ କ୍ଷମତା :

  • କୌଣସି କାରଣରୁ ଦରଖାସ୍ତ ଗ୍ରହଣ ହୋଇ ନ ପାରିଲେ ବା ସୂଚନା ଅଧିକାରୀ ଗ୍ରହଣ କରିବାକୁ ମନାକଲେ ବା – ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସୂଚନା ନ ମିଳିଲେ ବା ବିଭ୍ରାନ୍ତିକର ତଥ୍ୟ ପାଇବାର ହୃଦ୍‌ବୋଧ ହେଲେ ଆବେଦନକାରୀଙ୍କଦ୍ୱାରା ସିଧାସଳଖ ପଠାଯାଇଥିବା ଦରଖାସ୍ତକୁ ସୂଚନା କମିଶନଙ୍କ ବିଚାର ପାଇଁ ଗ୍ରହଣ କରି ତଦନ୍ତ କରିଥା’ନ୍ତି ।

BSE Odisha 9th Class Political Science Notes Chapter 5 ସୂଚନା ଅଧିକାର

→ ଦରଖାସ୍ତକାରୀଙ୍କ ଅପିଲ୍ କରିବା ପ୍ରକ୍ରିୟା :

  • ଆବେଦନକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ଯରେ ସୂଚନା ନ ପାଇଲେ ୨୦ଟଙ୍କାର କୋର୍ଟ ଫିସ୍ ଷ୍ଟାମ୍ପ ଲଗାଇ ପ୍ରଥମ ଅପିଲ୍ ଅଧିକାରୀଙ୍କ ନିକଟରେ ୩୦ ଦିନ ମଧ୍ୟରେ ଆବେଦନ କରିପାରିବେ ।

* ବି. ପି. ଏଲ୍. ଶ୍ରେଣୀଭୁକ୍ତ ଲୋକଙ୍କୁ କୌଣସି କୋର୍ଟ ଫି ଦେବାକୁ ପଡ଼େ ନାହିଁ ।

  • ପ୍ରଥମ ଅପିଲ୍ ଅଧ୍ୟାକାରୀଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ନିଷ୍ପଭି ତାରିଖର ୯୦ଦିନ ମଧ୍ୟରେ ୨୫ ଟଙ୍କାର ଫି ଷ୍ଟାମ୍ପ ଲଗାଇ ଦ୍ବିତୀୟବାର ଅପିଲ୍ କରିପାରିବେ ।

→ ସୂଚନା ଅଧିକାର ଆଇନରେ ଥ‌ିବା ଶାସ୍ତିବିଧାନ ବ୍ୟବସ୍ଥା :

  • ଲୋକସୂଚନା ଅଧିକାରୀ ଦରଖାସ୍ତ ଗ୍ରହଣ କରିବାକୁ ମନାକଲେ ବା ସୂଚନା ପ୍ରଦାନରେ ବାଧା ସୃଷ୍ଟି କଲେ ସେହି ଅଧିକାରୀଙ୍କୁ ସର୍ବାଧ‌ିକ ୨୫୦୦୦ ଟଙ୍କା ଜୋରିମାନା ନିଜ ଆୟରୁ ଦେବାକୁ କେନ୍ଦ୍ରୀୟ ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନ ଦଣ୍ଡବିଧାନ କରିପାରନ୍ତି ।

BSE Odisha 9th Class History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

Odisha State Board BSE Odisha Class 9 History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ will enable students to study smartly.

BSE Odisha Class 9 History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

୧୯୧୭ ମସିହାରେ ରୁଷିଆରେ ବୋଲ୍‌ସେଭିକ୍ ବିପ୍ଳବ ଫଳରେ ଦୀର୍ଘ ବର୍ଷ ଧରି ରାଜତ୍ଵ କରୁଥିବା ଜାର୍ ଶାସନର ପରିସମାପ୍ତି ଘଟିଥିଲା ।
ଭ୍ଲାଡ଼ିମିର୍ ଲେନିନ୍‌ଙ୍କଦ୍ଵାରା ସାମ୍ୟବାଦୀ ଶାସନ ପ୍ରତିଷ୍ଠା ହେଲା ଓ ୧୯୨୩ ମସିହାରେ ୧୫ଟି ରାଜ୍ୟର ସମାହାରରେ ସୋଭିଏତ୍ ସଂଘ ଜନ୍ମ ନେଲା ।

ବିଷୟବସ୍ତୁର ରୂପରେଖ:

  • ଯୋଶେଫ୍ ଷ୍ଟାଲିନ୍‌
  • ନିକିତା କୃଷ୍ଟେଲ୍‌ଙ୍କ ସମୟରେ ସୋଭିଏତ୍ ସଂଘ
  • ଲିଓନିଡ୍ ବ୍ରେଜ୍‌ନେଭ୍ (Leonide Breznev)
  • ମିଖାଇଲ୍ ଗୋର୍ବାଚେଭ୍
  • ଗ୍ଲାସ୍‌ନସ୍ତ (Glasnost)
  • ପେରିସ୍ତ୍ରୋଇକା (Peristroika)

BSE Odisha 9th Class History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

ଯୋଶେଫ୍ ଷ୍ଟାଲିନ୍‌ :
ଲେନିନ୍‌ଙ୍କ ପରେ ଯୋସେଫ୍ ଷ୍ଟାଲିନ୍‌ଙ୍କ ନେତୃତ୍ୱରେ ୧୯୨୮ ମସିହାରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ସୋଭିଏତ୍ ସଂଘ ଶିଳ୍ପାନ୍ନତ ରାଷ୍ଟ୍ରରୂପେ ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା ।

BSE Odisha 9th Class History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ 1

ନିକିତା କୃଶ୍ଚେକ୍‌ଙ୍କ ସମୟରେ ସୋଭିଏତ୍ ସଂଘ :

  • ଷ୍ଟାଲିନ୍‌ଙ୍କ ମୃତ୍ୟୁ ପରେ ନିକିତା କୃଷ୍ଟେଭ୍ ସୋଭିଏତ୍ ସଂଘର ପ୍ରଧାନମନ୍ତ୍ରୀ ହେଲେ ।
  • ଶାକ୍ତିପୂର୍ଣ ସହାବସ୍ଥାନ ନୀତିରେ ବିଶ୍ଵାସୀ କୃଶ୍ଚେଭ୍ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସହ ସୋଭିଏତ୍ ସଂଘର ସମ୍ପର୍କରେ ଉନ୍ନତି ଆଣିଥିଲେ ମଧ୍ୟ ସେ ନିଜ ଦେଶରେ କଠୋରପନ୍ଥୀଙ୍କଦ୍ବାରା ନିନ୍ଦିତ ହେଲେ ।

BSE Odisha 9th Class History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ 2

ଲିଓନିଡ୍ ବ୍ରେଜ୍‌ନେଭ୍ (Leonide Breznev) :
ଆଲେକ୍ସି କୋସିଜିନ୍‌ଙ୍କ ପରେ ଲିଓନିଡ୍ ବ୍ରେଜ୍ନେଭ୍ ସୋଭିଏତ୍ ରୁଷର ଶାସକଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ତାଙ୍କ ସମୟରେ ସୋଭିଏତ୍ ସଂଘର ସାମରିକ ଖର୍ଚ୍ଚ ବୃଦ୍ଧି ଘଟିଥିଲା ।

→ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୋନାଲ୍‌ଡ୍ ରିଗାନ ‘ତାରକା ଯୁଦ୍ଧ’ ଘୋଷଣା କରିଥିଲେ

BSE Odisha 9th Class History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

ମିଖାଇଲ୍ ଗୋର୍ବାଚେଭ୍ :

  • ୧୯୮୫ ମସିହାରେ ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକଭାବେ ନିର୍ବାଚିତ ହେଲେ ।
  • ସହାୟତାରେ ଗୋର୍ବାଚେଭ୍ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ।

BSE Odisha 9th Class History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ 3

ଗ୍ଲାସ୍‌ନସ୍ତ (Glasnost) :

ଗ୍ଲାସ୍‌ନସ୍ତ ବା ମୁକ୍ତ ରାଜନୈତିକ କାର୍ଯ୍ୟକଳାପ ଅନୁସାରେ ସମସ୍ତଙ୍କୁ ମତବ୍ୟକ୍ତ କରିବାର ଅଧିକାର ଓ ସ୍ବାଧୀନତା ଦିଆଗଲା । ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରାଗଲା । ଫଳରେ ସୋଭିଏତ୍ ସଂଘର ଦୁର୍ବଳତା ପ୍ରକାଶିତ ହେଲା ।

BSE Odisha 9th Class History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ 4

→ ମିଖାଇଲ ଗୋର୍ବାଚେଭଙ୍କ ସଂସ୍କାରମୂଳକ ନୀତିଗୁଡ଼ିକ ହେଲା ଗ୍ଲାସ୍‌ନସ୍ତ, ପେରିସ୍ତ୍ରୋଇକା ଓ ଉସ୍କୋରେନିୟେ ।

ପେରିସ୍ତ୍ରୋଇକା (Peristroika) :

  • ପେରିସ୍ତ୍ରୋଇକା ବା ଆର୍ଥନୀତିକ ପୁନର୍ବିନ୍ୟାସ ନୀତିଦ୍ୱାରା ରୁଷର ଅର୍ଥନୀତିରେ କୌଣସି ଉନ୍ନତ ପରିଲକ୍ଷତ ହେଲା ନାହିଁ ।
  • ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରମାନଙ୍କର ସାମାଜିକ ଓ ସାଂସ୍କୃତିକ ମତଭେଦ ତୀବ୍ରତର ହେଲା ଏବଂ ନିର୍ବାଚନରେ ସାମ୍ୟବାଦୀ ଦଳକୁ ପରାସ୍ତ କରି ଆଞ୍ଚଳିକ ଦଳ କ୍ଷମତାକୁ ଆସିଲେ ଓ ସୋଭିଏତ୍ ସଂଘର କେନ୍ଦ୍ରୀୟ କ୍ଷମତା ଦୁର୍ବଳ ହେଲା ।

→ ୧୯୯୧ ମସିହା ଡିସେମ୍ବର ୨୧ ତାରିଖରେ ୧୧ଟି ରାଜ୍ୟକୁ ନେଇ ସ୍ଵାଧୀନ ରାଜ୍ୟମାନଙ୍କର ଏକ ରାଜ୍ୟଗୋଷ୍ଠୀ ବା CIS ଗଠିତ ହୋଇଥିଲା । ୧୯୯୩ ମସିହାରେ ଜର୍ଜିଆ ଏହା ସହ ମିଶିବାରୁ ରାଜ୍ୟ ସଂଖ୍ୟା ୧୨ ହେଲା ।

BSE Odisha 9th Class History Notes Chapter 11 ସୋଭିଏତ୍ ସଂଘର ବିଖଣ୍ଡୀକରଣ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୯୧୭ ଖ୍ରୀ.ଅ. – ରୁଷ୍ ଦେଶରେ ଜାର୍ ଶାସନର ପତନ ।
୧୯୨୧ ଖ୍ରୀ.ଅ. – ଲେନିନ୍‌ଙ୍କଦ୍ଵାରା ସୋଭିଏତ୍ ସଂଘରେ ଅର୍ଥନୈତିକ ସଂସ୍କାର ଆରମ୍ଭ ।
୧୯୨୩ ଖ୍ରୀ.ଅ. – ଲେନିନ୍‌ଙ୍କ ନେତୃତ୍ଵରେ ସାମ୍ୟବାଦୀ ସୋଭିଏତ୍ ସଂଘର ଆତ୍ମପ୍ରକାଶ ।
୧୯୨୮ ଖ୍ରୀ.ଅ. – ଯୋସେଫ୍ ଷ୍ଟାଲିନ୍‌ଙ୍କଦ୍ଵାରା ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତନ ।
୧୯୪୯ ଖ୍ରୀ.ଅ. – ସୋଭିଏତ୍ ସଂଘଦ୍ଵାରା ପୂର୍ବ ଇଉରୋପୀୟ ଦେଶ ଯଥା ପୋଲାଣ୍ଡ, ହଙ୍ଗେରୀ, ଚେକୋସ୍ଲୋଭାକିଆ, ରୁମାନିଆ, ବୁଲଗେରିଆ, ଆଲ୍‌ବାନିଆ, ପୂର୍ବ ଜର୍ମାନୀ ପ୍ରଭୃତିରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠା ।
୧୯୬୪ ଖ୍ରୀ.ଅ. – ନିକିତା କୃଶ୍ଚେଭ କ୍ଷମତାରୁ ଅପସାରିତ ।
୧୯୮୫ ଖ୍ରୀ.ଅ. – ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ।
୧୯୮୬ ଖ୍ରୀ.ଅ. – ଚେଣ୍ଡୋବିଲ୍ ଆଣବିକ ଶକ୍ତିକେନ୍ଦ୍ରରେ ଦୁର୍ଘଟଣା; ଗୋର୍ବାଚେଭଙ୍କଦ୍ୱାରା କ୍ଲାସ୍‌ନସ୍ତ, ପେରିହୋଇକା ଏବଂ ଉସ୍କୋରେନିୟେ ପରି କେତେକ ନୂତନ ନୀତି ଘୋଷିତ ।
୧୯୮୭ ଖ୍ରୀ.ଅ. – ଜାନୁୟାରୀ) ଗୋର୍ବାଚେର୍‌ଙ୍କଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ।
୧୯୯୦ ଖ୍ରୀ.ଅ. – (ମାର୍ଚ୍ଚ ୧୫) ଗୋର୍ବାଚେଭ୍ ସୋଭିଏତ୍ ସଂଘର ପ୍ରଥମ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ରୂପେ ନିର୍ବାଚିତ ।
୧୯୯୧ ଖ୍ରୀ.ଅ. – (ଡିସେମ୍ବର ୨୧) ରୁଷର ୧୧ ଗୋଟି ରାଜ୍ୟକୁ ନେଇ ସ୍ଵାଧୀନ ରାଜ୍ୟମାନଙ୍କର ଏକ ରାଜ୍ୟଗୋଷ୍ଠୀ ଗଠନ; (ଡିସେମ୍ବର ୨୫) ରାଷ୍ଟ୍ରପତି ପଦରୁ ଗୋର୍ବାଚେଭଙ୍କ ଇସ୍ତଫା ପ୍ରଦାନ; (ଡିସେମ୍ବର ୨୬) ସୋଭିଏତ୍ ସଂଘର ଅସ୍ତିତ୍ଵ ଲୋପ ।
୧୯୯୩ ଖ୍ରୀ.ଅ. – ଜର୍ଜିଆର ସ୍ଵାଧୀନ ରାଜ୍ୟମାନଙ୍କର ରାଜ୍ୟଗୋଷ୍ଠୀ ସହିତ ଯୋଗଦାନ ।

BSE Odisha 9th Class Political Science Solutions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

Odisha State Board BSE Odisha 9th Class Political Science Solutions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ Textbook Exercise Questions and Answers.

BSE Odisha Class 9 Political Science Solutions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଭାରତରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ଭାରତରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନଠାରୁ ସମ୍ବିଧାନ ପ୍ରଚଳନ କରାଯାଇ ଏହାକୁ ଏକ ‘ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର’ ରାଷ୍ଟ୍ରରେ ପରିଣତ କରାଗଲା । ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ପରେ ୧୯୫୨ ମସିହାରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାର ଆରମ୍ଭ ହେଲା । ଭାରତର ସାବାଳକ ନାଗରିକ ଭୋଟ ଦେବାର ଅଧିକାର ପାଇଲେ ।
  • ୧୯୯୩ ମସିହାରେ ସମ୍ବିଧାନର ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ସଂସଦରେ ଗୃହୀତ ହେଲାପରେ ‘ପଞ୍ଚାୟତିରାଜ’ ଓ ‘ନଗରପାଳିକା’ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ।
  • ସମ୍ବିଧାନର ତୃତୀୟ ଭାଗରେ ଧାରା ୧୨ରୁ ଧାରା ୩୫ ମଧ୍ୟରେ ପ୍ରଦତ୍ତ ୬ ଗୋଟି ମୌଳିକ ଅଧିକାର ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଛି । ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ଜିଲ୍ଲାସ୍ତରୀୟ ନିମ୍ନ ଅଦାଲତଗୁଡ଼ିକ କାର୍ଯ୍ୟ କରୁଛି । ନ୍ୟାୟପ୍ରଦାନ କରିବା ପରି ଏକ ଗୁରୁତ୍ଵପୂର୍ଣ୍ଣ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତୀକ ହେଉଛନ୍ତି ଆମର ସ୍ଵାଧୀନ ତଥା ନିରପେକ୍ଷ ନ୍ୟାୟପାଳିକା ।
  • ଭାରତୀୟ ନାଗରିକମାନଙ୍କୁ ‘ଧର୍ମଗତ ସ୍ଵାଧୀନତା ଓ ଉପାସନା’ର ଅଧିକାର ଓ ସମାନତାର ଅଧିକାର ପ୍ରଦାନ କରାଯାଇଛି । ସମ୍ବାଦପତ୍ର ଓ ଗଣମାଧ୍ୟମ ଜରିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାଧୀନ ଅଭିମତ ପ୍ରକାଶ କରିବାର ଅଧିକାର ରହିଛି । ଶାସନର ସ୍ବଚ୍ଛତା ଆଣିବାପାଇଁ ଭାରତରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଇନ ମାଧ୍ୟମରେ ‘ସୂଚନା ଅଧିକାର’ ପ୍ରଦାନ କରାଯାଉଛି, ଯାହାଫଳରେ ସରକାରଙ୍କ ପାଖରୁ ସମସ୍ତ ସୂଚନା ମିଳିପାରିବାର ଆଇନଗତ ବ୍ୟବସ୍ଥା ରହିଛି ।
  • ଶିକ୍ଷା ଅଧିକାର ଆଇନ ଜରିଆରେ ୬ ବର୍ଷରୁ ୧୪ ବର୍ଷ ବୟସ ମଧ୍ୟରେ ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଧ୍ୟମରେ ଏକାଧ୍ଵକ ଜାତୀୟ ରାଜନୈତିକ ଦଳ ଓ ଆଞ୍ଚଳିକ ରାଜନୈତିକ ଦଳ ପ୍ରଚଳିତ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସକ୍ରିୟ ଓ ସଫଳ କରାଇବାରେ ସମର୍ଥ ହୋଇଛନ୍ତି ।

BSE Odisha 9th Class Political Science Solutions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

(ଖ) ମୂଲ୍ୟବୋଧଭିଭିକ ଗଣତନ୍ତ୍ରର ଆବଶ୍ୟକ ଉପାଦାନଗୁଡ଼ିକ ସୂଚିତ କର ।
Answer:
ମୂଲ୍ୟବୋଧଭିଭିକ ଗଣତନ୍ତ୍ରର ଆବଶ୍ୟକ ଉପାଦାନଗୁଡ଼ିକ ହେଉଛି

  • ସଛୋଟ ଓ ଚରିତ୍ରବାନ୍ ଲୋକ ପ୍ରତିନିଧୁ ଚୟନ ବ୍ୟବସ୍ଥା ।
  • ମୁକ୍ତ ଓ ସ୍ଵାଧୀନ ତଥା ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ।
  • ନିରପେକ୍ଷ ତଥା ସ୍ବାଧୀନ ନ୍ୟାୟପାଳିକା ବ୍ୟବସ୍ଥା ।
  • ନିରପେକ୍ଷ ତଥା ସ୍ଵାଧୀନ ଗଣମାଧ୍ୟମ ବ୍ୟବସ୍ଥା ।
  • ସାମାଜିକ ଓ ଅର୍ଥନୈତିକ ବିକାଶ ।
  • ଆଇନର ଶାସନ ।
  • ଜନସାଧାରଣଙ୍କର ରାଜନୈତିକ ପ୍ରକ୍ରିୟାରେ ଅବାଧ ସହଯୋଗ ।
  • ସମସ୍ତଙ୍କର ନିର୍ଭିକ ଅଭିମତ ବ୍ୟକ୍ତ କରିବାର ସ୍ଵାଧୀନତା ।
  • ମତଦାତାମାନଙ୍କୁ ନିର୍ବାଚନରେ ବିବେକାନୁମୋଦିତ ତଥା ନିର୍ଭିକ ମତଦାନର ସୁଯୋଗ ପ୍ରଦାନ ।
  • ସମ୍ବିଧାନସମ୍ମତ ଅଧିକାରଗୁଡ଼ିକ ସମସ୍ତ ବ୍ୟକ୍ତି ଉପଭୋଗ କରିବାର ବ୍ୟବସ୍ଥା ।
  • ରାଜନୈତିକ ବିରୋଧ ଭାବ ପ୍ରତି ସହନଶୀଳତା ।
  • ସ୍ଵେଚ୍ଛାକୃତଭାବେ ଆଇନପାଳନ କରିବାର ମନୋଭାବ ।
  • ଦେଶ ପାଇଁ ସ୍ଵାର୍ଥତ୍ୟାଗ ଓ ଦେଶପ୍ରେମ ପ୍ରଦର୍ଶନ ।
  • ବ୍ୟକ୍ତି ମର୍ଯ୍ୟାଦାର ସୁରକ୍ଷା ଲାଗି ପ୍ରଚେଷ୍ଟା ।
  • ଭେଦଭାବଶୂନ୍ୟ ସମାଜ ପ୍ରତିଷ୍ଠା ।
  • ନ୍ୟାୟିକ, ପ୍ରଶାସନିକ ଓ ବ୍ୟବସ୍ଥାପିକା ବିଭାଗର ଉତ୍ତରଦାୟିତ୍ଵ ।

BSE Odisha 9th Class Political Science Solutions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ‘ଡିମୋକ୍ରାସି’ ଶବ୍ଦର ତାତ୍ପର୍ଯ୍ୟ କ’ଣ ?
Answer:

  • ‘ଡିମୋକ୍ରାସି’ ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ, ଯଥା ‘ଡିମୋସ୍’ ଓ ‘କ୍ରାଟୋସ୍’ରୁ ଆସିଛି ।
  • ‘ଡିମୋସ୍’ର ଅର୍ଥ ଲୋକ ବା ଜନସାଧାରଣ ଓ ‘କ୍ରାଟୋସ୍’ର ଅର୍ଥ ଶାସନ ବ୍ୟବସ୍ଥା । ତେଣୁ ଡିମୋକ୍ରାସି ବା

(ଖ) ଗଣତନ୍ତ୍ର ସମ୍ପର୍କରେ ଆବ୍ରାହମ୍ ଲିଙ୍କନଙ୍କ ଉକ୍ତିଟି ଆଲୋଚନା କର ।
Answer:
ଆବ୍ରାହମ୍ ଲିଙ୍କନ ଗଣତନ୍ତ୍ର ସମ୍ପର୍କରେ ଯେଉଁ ମତ ପ୍ରକାଶ କରିଛନ୍ତି ତା’ର ଓଡ଼ିଆ ଭାଷାନ୍ତର ହେଉଛି ‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ଵାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାର’’ ।

(ଗ) ଗଣତନ୍ତ୍ର କାହିଁକି ସମସ୍ତଙ୍କର ପସନ୍ଦ, ତାହା ବୁଝାଇ ଲେଖ ।
Answer:

  • ଗଣତନ୍ତ୍ର ହେଉଛି ଜନମତ ସମର୍ଥ ଏକ ସରକାର । ଏହା ଲୋକପ୍ରତିନିଧୁମାନଙ୍କଦ୍ୱାରା ପରିଚାଳିତ । ଏହା ଜନସ୍ବାର୍ଥ ଜଡ଼ିତ ସରକାର ।
  • ଗଣତନ୍ତ୍ରରେ ବ୍ୟକ୍ତି ଅଧିକାର, ସମାନତା ଓ ବ୍ୟକ୍ତି ମର୍ଯ୍ୟାଦା ସୁରକ୍ଷିତ ରହେ । ସେଥ‌ିପାଇଁ ଗଣତନ୍ତ୍ର ସମସ୍ତଙ୍କର ପସନ୍ଦ ।

BSE Odisha 9th Class Political Science Solutions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

(ଘ) ଗଣତାନ୍ତ୍ରିକ ଜୀବନଧାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ କାହିଁକି ଅଭିନ୍ନ ? ଏହାର କାରଣ ଲେଖ ।
Answer:

  • ଗଣତାନ୍ତ୍ରିକ ଜୀବନଧାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ।
  • କାରଣ ଜଣେ ବ୍ୟକ୍ତି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଏକ ଅଂଶ ହୋଇ ରହିବା ଯେତିକି ଗୁରୁତ୍ବପୂର୍ଣ୍ଣ, ଗଣତାନ୍ତ୍ରିକ ଗଣତାନ୍ତ୍ରିକ ଢାଞ୍ଚାରେ ପରିବର୍ତ୍ତିତ କରିବା ତତୋଽଧ୍ଵ ଗୁରୁତ୍ଵପୂର୍ଣ୍ଣ ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କିଏ କହିଥିଲେ, ‘ଗଣତନ୍ତ୍ରରେ ଜନମତର ସାର୍ବଭୌମ କ୍ଷମତା’ ରହିଛି ?
Answer:
ଗେଟେଲ କହିଥିଲେ, ‘ଗଣତନ୍ତ୍ରରେ ଜନମତର ସାର୍ବଭୌମ କ୍ଷମତା’ ରହିଛି ।

(ଖ) ୧୬୮୮ ମସିହାରେ ଇଂଲାଣ୍ଡରେ ଘଟିଥିବା ଜନବିପ୍ଳବର ନାମ ଲେଖ ।
Answer:
୧୬୮୮ ମସିହାରେ ଇଂଲାଣ୍ଡରେ ଘଟିଥିବା ଜନବିପ୍ଲବର ନାମ ହେଉଛି– ‘ଗ୍ଲୋରିୟସ ରିଭଲ୍ୟୁସନ୍’ ।

(ଗ) ଗଣତନ୍ତ୍ରର ଦୁଇଟି ଭିତ୍ତିଭୂମିର ନାମ ଲେଖ ।
Answer:
ଜନମତ ଓ ଜନସମ୍ମତି ହେଉଛି ଗଣତନ୍ତ୍ରର ଦୁଇଟି ଭିତ୍ତିଭୂମି ।

BSE Odisha 9th Class Political Science Solutions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

(ଘ) ନିର୍ବାଚିତ ଲୋକପ୍ରତିନିଧ୍ଵ ‘ମତଦାତା’ଙ୍କ ନିକଟରେ ବାସ୍ତବରେ ଉତ୍ତରଦାୟୀ କି ?
Answer:
ହଁ, ନିର୍ବାଚିତ ଲୋକପ୍ରତିନିଧ୍ ‘ମତଦାତା’ଙ୍କ ନିକଟରେ ବାସ୍ତବରେ ଉତ୍ତରଦାୟୀ ।

(ଇ) ଗାନ୍ଧିଜୀଙ୍କ ନେତୃତ୍ୱରେ ପରିଚାଳିତ ଦୁଇଟି ‘ପ୍ରତିବାଦ’ ଆନ୍ଦୋଳନର ନାମ ଲେଖ ।
Answer:
ଗାନ୍ଧିଜୀଙ୍କ ନେତୃତ୍ୱରେ ପରିଚାଳିତ ‘ସତ୍ୟାଗ୍ରହ’ ଓ ‘ଅସହଯୋଗ ଆନ୍ଦୋଳନ’ ଦୁଇଟି ପ୍ରତିବାଦ ଆନ୍ଦୋଳନ ଅଟେ ।

(ଚ) ୭୩ ତମ ସମ୍ବିଧାନ ସଂଶୋଧନ ଆଇନ କେଉଁ ବର୍ଷ ସଂସଦରେ ଗୃହୀତ ହୋଇଥିଲା ?
Answer:
୭୩ ତମ ସମ୍ବିଧାନ ସଂଶୋଧନ ଆଇନ ୧୯୯୩ ମସିହାରେ ସଂସଦରେ ଗୃହୀତ ହୋଇଥିଲା ।

(ଛ) ଭାରତରେ ‘ସାବାଳକ ମତଦାତା’ କହିଲେ କେଉଁମାନଙ୍କୁ ବୁଝାଏ ?
Answer:
ଉ ଭାରତର ୧୮ ବର୍ଷରୁ ଅଧ‌ିକ ବୟସ୍କମାନଙ୍କୁ ସାବାଳକ ମତଦାତା କୁହାଯାଏ ।

BSE Odisha 9th Class Political Science Solutions Chapter 8 ଗଣତାନ୍ତ୍ରିକ ମୂଲ୍ୟବୋଧ

(ଜ) ମୌଳିକ ଅଧୂକାର ସମ୍ବିଧାନର କେଉଁ ଧାରାରେ ବର୍ଣ୍ଣିତ ହୋଇଅଛି ?
Answer:
ମୌଳିକ ଅଧୂକାର ସମ୍ବିଧାନର ତୃତୀୟ ଭାଗରେ ଧାରା ୧୨ରୁ ଧାରା ୩୫ ମଧ୍ୟରେ ବର୍ଣ୍ଣିତ ହୋଇଛି ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(a)

Question 1.
Δ ABC ଅଙ୍କନ କର ଯାହାର:
(i) a = 6.5 ସେ.ମି., m∠B = 60°, b + c = 10 ସେ.ମି. ଏବଂ b ଓ c ର ଦୈର୍ଘ୍ୟ ମାପକରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a) 1
(a) 6.5 ସେ.ମି. ବିଶିଷ୍ଟ BC ଅଙ୍କନ କର ।
(b) B ବିନ୍ଦୁରେ 60° ପରିମିତ ∠XBC ଅଙ୍କନ କର ।
(c) \(\overrightarrow{\mathrm{BX}}\) ରୁ BD = AB + AC = 10 ସେ.ମି. ଚିହ୍ନଟ କର ।
(d) D͞C ଅଙ୍କନ କରି DC ର ଲମ୍ବ ସମଦ୍ବିଖଣ୍ଡକ BD କୁ A ବିନ୍ଦୁରେ ଛେଦ କରୁ ।
(e) A͞C ଯୋଗକରି Δ ABC ଅଙ୍କନ ସମ୍ପୂର୍ଣ୍ଣ କର ।
(f) Δ ABC ର AC ଓ AB ବାହୁକୁ ମାପି ସେମାନଙ୍କର ଦୈର୍ଘ୍ୟ ଲେଖ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a)

(ii) b = 5.5 ସେ.ମି., m∠C = 60°, c + a = 10.1 ସେ.ମି. ଏବଂ c ଓ a ର ଦୈର୍ଘ୍ୟ ମାପକରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a) 2
(a) AC ଅଙ୍କନ କର ଯାହାର ଦୈର୍ଘ 5.5 ସେ.ମି. ।
(b)C ବିନ୍ଦୁରେ 60° ପରିମିତ ∠XCA ଅଙ୍କନ କର ।
(c) \(\overrightarrow{\mathrm{CX}}\) ରୁ 10.1 ସେ.ମି. ଛେଦନ କରି D ବିନ୍ଦୁ ଚିହ୍ନଟ କର ।
(d) D͞A ଅଙ୍କନ କରି ଏହାର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ କର, ଯେପରି ତାହା D͞C କୁ B ବିନ୍ଦୁରେ ଛେଦ କରିବ ।
(e) AB ଅଙ୍କନ କରି Δ ABC ଅଙ୍କନ ସଂପୂର୍ଣ୍ଣ କର ।
Δ ABC ର AB ଓ BC ର ବାହୁକୁ ମାପି ସେମାନଙ୍କର ଦୈର୍ଘ୍ୟ ଲେଖ ।

(iii) a = 6 ସେ.ମି., m∠B = 60°, AB + ଉଚ୍ଚତା AD = 11 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a) 3
(a) \(\overleftrightarrow{\mathrm{MN}}\) ଅଙ୍କନ କରି ଏହା ଉପରେ D ଏକ ଯେକୌଣସି ବିନ୍ଦୁ ନିଅ ।
(b) D ବିନ୍ଦୁରେ \(\overleftrightarrow{\mathrm{MN}}\) ପ୍ରତି \(\overrightarrow{\mathrm{DX}}\) ଲମ୍ବ ଅଙ୍କନ କର ।
(c) \(\overrightarrow{\mathrm{DX}}\) ରୁ DR = 11 ସେ.ମି. ଅଂଣ ଛେଦନ କର ।
(d) R ବିନ୍ଦୁରେ ∠DRY ଅଙ୍କନ କର ଯାହାର ପରିମାଣ 15° ହେବ ।
(e) \(\overrightarrow{\mathrm{RY}}\), \(\overleftrightarrow{\mathrm{MN}}\) କୁ B ବିନ୍ଦୁରେ ଛେଦକରୁ ।
(f) R͞X ର ସମର୍ଦ୍ଦିଖଣ୍ଡକ ଲମ୍ବ ଅଙ୍କନ କର ଯାହା RD କୁ A ବିନ୍ଦୁରେ ଛେଦ କରୁ ।
(g) \(\overrightarrow{\mathrm{BN}}\) ଉପରିସ୍ଥ BC ଅଙ୍କନ କର ଯାହାର ଦୈର୍ଘ୍ୟ 6 ସେ.ମି. ।
(h) AB ଓ A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

(iv) b = 5.7 ସେ.ମି., m∠C = 60°, BC + ଉଚ୍ଚତା BE = 10.7 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a) 4
(a) ଏକ ସରଳରେଖା \(\overleftrightarrow{\mathrm{MN}}\) ଅଙ୍କନ କରି ଏହା ଉପରିସ୍ଥ E ବିନ୍ଦୁରେ E͞X ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{EX}}\) ଉପରେ ER ଅଙ୍କନ କର ଯାହାର ଦୈର୍ଘ୍ୟ 10.7 ସେ.ମି. ।
(c) R ବିନ୍ଦୁରେ ∠ERC ଅଙ୍କନ କର ଯାହାର ପରିମାଣ 15° ହେବ ।
(d) RC ର ସମଦ୍ଵିଖଣ୍ଡକ ଲମ୍ବ R͞E କୁ B ବିନ୍ଦୁରେ ଛେଦ କରୁ ।
(e) \(\overrightarrow{\mathrm{EN}}\) ଉପରିସ୍ଥ A ବିନ୍ଦୁ ଚିହ୍ନଟ କର ଯେପରିକି CA = 5.7 ସେ.ମି. ହେବ ।
(f) BC ଓ B͞A ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a)

(v) AB = AC, a = 6.2 ସେ.ମି. ଓ AC + ଉଚ୍ଚତା AD = 10 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a) 5
(a) B͞C ଅଙ୍କନ କର ଯାହାର ଦୈର୍ଘ୍ୟ 6.2 ସେ.ମି. ।
(b) BC ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{DX}}\) ଅଙ୍କନ କର ।
(c) \(\overrightarrow{\mathrm{DX}}\) ଉପରେ R ଏକ ବିନ୍ଦୁ ଚିହ୍ନିତ କର ଯେପରିକି DR = 10 ସେ.ମି. ଓ D – R – X ହେବ ।
(d) RC ଅଙ୍କନ କରି ଏହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର ଯାହା RD କୁ A ବିନ୍ଦୁରେ ଛେଦକରୁ ।
(e) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ କର ।

(vi) m∠B = 90°, AB = BC ଓ AB + AC = 10.3 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a) 6
(a) \(\overrightarrow{\mathrm{BM}}\) ଉପରିସ୍ଥ B ବିନ୍ଦୁରେ 90° ପରିମିତ ∠XBM ଅଙ୍କନ କର ।
(b) \(\overrightarrow{\mathrm{BX}}\) ଉପରେ R ଏକ ବିନ୍ଦୁ ଚିହ୍ନଟ କର ଯେପରିକି BR = 10.3 ସେ.ମି. ଓ B – R – X ହେବ ।
(c) R ବିନ୍ଦୁରେ ∠CRB ଅଙ୍କନ କର ଯାହାର ପରିମାଣ 22 \(\frac{1}{2}\)°
(d) C͞R ର ସମଦ୍ରି ଖଣ୍ଡକ ଲମ୍ବ R͞B କୁ A ବିନ୍ଦୁରେ ଛେଦକରୁ ।
(e) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

(vii) m∠B = 90°, BC = 5.6 ସେ.ମି. AB + AC = 10.6 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a) 7
(a) B͞C ଅଙ୍କନ କର ଯାହାର ଦୈର୍ଘ୍ୟ 5.6 ମି. ।
(b) B ବିନ୍ଦୁରେ 90° ପରିମିତ ∠XBC କୋଣ ଅଙ୍କନ କର ।
(c) \(\overrightarrow{\mathrm{BX}}\) ଉପରେ D ବିନ୍ଦୁ ଚିହ୍ନିତ କର ଯେପରିକି BD = 10.6 ସେ.ମି. ଓ B – D – X ହେବ ।
(d) C͞D ଅଙ୍କନ କରି ତାହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର ଯାହା BD କୁ A ବିନ୍ଦୁରେ ଛେଦ କରିବ ।
(e) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a)

Question 2.
ଏକ ସମବାହୁ ତ୍ରିଭୁଜ ଅଙ୍କନ କର ଯାହାର ଗୋଟିଏ ବାହୁର ଦୈର୍ଘ୍ୟ ଓ ଉଚ୍ଚତାର ସମଷ୍ଟି = 11 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(a) 8
(a) \(\overleftrightarrow{\mathrm{MN}}\) ଉପରିସ୍ଥ D ବିନ୍ଦୁରେ \(\overrightarrow{\mathrm{DX}}\) ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{DX}}\) ଉପରେ R ଏକ ବିନ୍ଦୁ ଚିହ୍ନିତ କର ଯେପରିକି
(c) DR = 11 ସେ.ମି. ଓ D – R – X ହେବ ।
R ବିନ୍ଦୁରେ ZDRB ଅଙ୍କନ କର ଯାହାର ପରିମାଣ 15° ହେବ ।
(d) R͞B ର ସମଦ୍ଵିଖଣ୍ଡକ ଲମ୍ବ R͞D କୁ A ବିନ୍ଦୁରେ ଛେଦକରୁ ।
(e) A͞B ଅଙ୍କନ କର ଏବଂ ତତ୍ପରେ A କୁ କେନ୍ଦ୍ରକରି AB ପରିମିତ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଯାହା \(\overleftrightarrow{\mathrm{MN}}\) କୁ C ବିନ୍ଦୁରେ ଛେଦକରୁ ।
(f) A͞C ଅଙ୍କନ କରି AABC ସମ୍ପୂର୍ଣ୍ଣ କର ।

BSE Odisha 9th Class Political Science Solutions Chapter 7 ଜାତୀୟ ସଂହତି

Odisha State Board BSE Odisha 9th Class Political Science Solutions Chapter 7 ଜାତୀୟ ସଂହତି Textbook Exercise Questions and Answers.

BSE Odisha Class 9 Political Science Solutions Chapter 7 ଜାତୀୟ ସଂହତି

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଭାରତରେ ଜାତୀୟ ସଂହତି ଗଠନ ପଥରେ କି ପ୍ରତିବନ୍ଧକ ରହିଛି, ତାହା ଆଲୋଚନା କର ।
Answer:
ଭାରତରେ ଜାତୀୟ ସଂହତି ଗଠନ ପଥରେ ନିମ୍ନ ପ୍ରତିବନ୍ଧକଗୁଡ଼ିକ ରହିଛି ।

  • ବହିଃଶତ୍ରୁ ଆକ୍ରମଣ ବା ଆକ୍ରମଣର ଆଶଙ୍କା – ଭାରତର କେତୋଟି ପଡ଼ୋଶୀ ରାଷ୍ଟ୍ରର ଭାରତ ସହିତ ତିକ୍ତ ସମ୍ପର୍କ ରହିଛି । ଫଳରେ ଭାରତର ନିରାପତ୍ତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟିହେବା ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହେଉନାହିଁ । ସୀମାରେଖା ନିର୍ଦ୍ଧାରଣ କାରଣରୁ ଭାରତ ସହିତ ଚୀନ୍ ଓ ପାକିସ୍ତାନର ସମ୍ପର୍କରେ ତିକ୍ତତା ରହିଛି ।
  • ଆନ୍ତର୍ଜାତିକ ସନ୍ତ୍ରାସବାଦ – ଭାରତରେ ଆନ୍ତର୍ଜାତିକ ସନ୍ତ୍ରାସବାଦର ଭୟଙ୍କରତା ଦେଶର ନିରାପତ୍ତା ଓ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି । ଆତଙ୍କବାଦୀମାନଙ୍କର ସୀମାପାର ଅନୁପ୍ରବେଶ ଫଳରେ ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ବିପଦସଙ୍କୁଳ ହୋଇପଡୁଛି ।
  • ସାମ୍ପ୍ରଦାୟିକତା – ସାମ୍ପ୍ରଦାୟିକତା ଭାରତର ଜାତୀୟ ସଂହତି ପ୍ରତି ଏକ ଆଭ୍ୟନ୍ତରୀଣ ବିପଦ । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏହା ସାମୟିକ ସାମ୍ପ୍ରଦାୟିକ ବିଶେଷରୁ ମୁକ୍ତ ନୁହେଁ । ଧର୍ମର ଦ୍ବାହି ଦେଇ ବେଳେବେଳେ ଗୋଟିଏ ସମ୍ପ୍ରଦାୟକୁ ଅନ୍ୟ ଏକ ସମ୍ପ୍ରଦାୟ ବିରୋଧରେ ଉଦ୍ଦେଶ୍ୟମୂଳକ ତଥା ଅନ୍ୟାୟ ଭାବରେ ବ୍ୟବହାର କରାଯାଏ ବା ରାଷ୍ଟ୍ର ବିରୋଧରେ ବିନିଯୋଗ କରାଯାଏ । ଏହା ଜାତୀୟ ସଂହତି ଓ ଜାତୀୟ ଏକତାକୁ କ୍ଷୁଣ୍ଣ କରେ ।
  • ଆଞ୍ଚଳିକ ବୈଷମ୍ୟ – ଆଞ୍ଚଳିକ ସ୍ବାର୍ଥ ପ୍ରତି ଅଧ‌ିକ ପ୍ରାଧାନ୍ୟ ପ୍ରଦାନ ଓ ଆଞ୍ଚଳିକ ବୈଷମ୍ୟ ଜନସାଧାରଣଙ୍କ ମନକୁ ଅଶାନ୍ତ କରି ଆଞ୍ଚଳିକତାବାଦକୁ ପ୍ରଶ୍ରୟ ଦିଏ, ଯାହା ଫଳରେ ବିଚ୍ଛିନ୍ନତାବାଦ ଜନ୍ମ ନିଏ ଏବଂ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରେ ।
  • ଜାତିଗତ ଭେଦଭାବ – ଜାତିଗତ ଉଚ୍ଚ-ନୀଚ ଭେଦଭାବ ଆମ ଦେଶର ସାମାଜିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି । ଫଳରେ ସମାଜରେ ଅସ୍ଥିରତା ବୃଦ୍ଧି ପାଇବା ସହିତ ଜାତୀୟ ସଂହତି ବାଧାପ୍ରାପ୍ତ ହେଉଛି ।

BSE Odisha 9th Class Political Science Solutions Chapter 7 ଜାତୀୟ ସଂହତି

(ଖ) ଭାରତରେ ଜାତୀୟ ସଂହତିର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପଗୁଡ଼ିକ ସଂକ୍ଷେପରେ ଲେଖ ।
Answer:

  • ସ୍ଥିର, ସ୍ଵଚ୍ଛ ଓ ସୁଦୃଢ଼ ଶାସନ ବ୍ୟବସ୍ଥା ରହିଲେ ଦେଶର ଏକତା ସୁଦୃଢ଼ ହୋଇଥାଏ । ସ୍ଥିର ସରକାର ହିଁ ପ୍ରଗତିସୂଚକ ଓ ସଂସ୍କାରମୂଳକ ପଦକ୍ଷେପ ନେଇଥାଏ ।
  • ଆର୍ଥିକ ସ୍ୱଚ୍ଛତା ଓ ସୁସ୍ଥତା ଏବଂ ଅର୍ଥନୈତିକ ବିକାଶ ଦେଶକୁ ଅଧିକ ସବଳ, ଉନ୍ନତ ଓ ବିକଶିତ କରି ଦାରିଦ୍ର୍ୟ ଲୋପ କରାଏ ଓ ଜାତୀୟ ସଂହତିକୁ ସୁରକ୍ଷିତ ରଖେ ।
  • ସମ୍ପ୍ରଦାୟମାନଙ୍କ ମଧ୍ୟରେ ‘ସହଯୋଗ’ ଓ ସହନଶୀଳତା ମନୋଭାବ ବୃଦ୍ଧି ପାଇଲେ ଧର୍ମଗତ ସଂକୀର୍ଣ୍ଣତା ଓ ଦ୍ବେଷ ଦୂର ହୋଇପାରିବ ।
  • ଗଣତାନ୍ତ୍ରିକ ମୂଲ୍ୟବୋଧଦ୍ଵାରା ସମାନତା, ସାମାଜିକ ନ୍ୟାୟ ଓ ସ୍ବାଧୀନ ମନୋଭାବର ପ୍ରସାର ଘଟି ଜାତୀୟ ଐକ୍ୟ ବା ସଂହତି ଅଧ‌ିକ ବିକଶିତ ହେବ ।
  • ଉନ୍ନତ ଶିକ୍ଷା ବ୍ୟବସ୍ଥାରେ ପ୍ରୟୋଗାତ୍ମକ ଜ୍ଞାନର ବିକାଶ, ନୈତିକ କର୍ତ୍ତବ୍ୟବୋଧ ସୃଷ୍ଟି, ଦେଶାତ୍ମବୋଧ ଜାଗ୍ରତକାରୀ ପାଠ୍ୟକ୍ରମର ପ୍ରଚଳନ ଓ ବୃତ୍ତିଭିତ୍ତିକ ଶିକ୍ଷାଦାନଦ୍ୱାରା ଦେଶର ପ୍ରଗତି ଓ ସଂହତିର ବିକାଶ ହେବ ।
  • ନିର୍ବାଚନ ବ୍ୟବସ୍ଥା ଅବାଧ, ମୁକ୍ତ ଓ ନିରପେକ୍ଷ ହେଲେ ଜାତୀୟ ସଂହତି ଉନ୍ନତ ହେବ ।
  • ଦେଶରେ ସୁସ୍ଥ ରାଜନୈତିକ ପରମ୍ପରା ଅନୁସୃତ ହେଲେ ସରକାରରେ ସ୍ଥିରତା ଆସେ ଓ ସୁଦୃଢ଼ ଜନମତ ସୃଷ୍ଟି ହୋଇ ଜାତୀୟ ସଂହତିର ବିକାଶ ଘଟେ ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଆଞ୍ଚଳିକତା କାହିଁକି ଜାତୀୟ ସଂହତିର ଏକ ପ୍ରତିବନ୍ଧକ ? ତାହା ବୁଝାଇ ଲେଖ ।
Answer:

  • ଆଞ୍ଚଳିକ ସ୍ଵାର୍ଥ ପ୍ରତି ଅଧ‌ିକ ଗୁରୁତ୍ଵ ପ୍ରଦାନ କଲେ ତାହା ଜନସାଧାରଣଙ୍କ ମନକୁ ଅଶାନ୍ତ କରିବା ସହିତ ଆଞ୍ଚଳିକବାଦକୁ ପ୍ରଶ୍ରୟ ଦେଇଥାଏ ଓ ବିଚ୍ଛିନ୍ନତାବାଦକୁ ଜନ୍ମଦିଏ ।
  • ସମୟେ ସମୟେ କେତେକ ରାଜ୍ୟର ଲୋକମାନେ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି କରି ଆନ୍ଦୋଳନ ଆରମ୍ଭ କରନ୍ତି, ଯାହାକି ଜାତୀୟ ସଂହତିର ବିରୋଧୀ ଅଟେ ।

(ଖ) ସାଂସ୍କୃତିକ ସଂହତିର କିପରି ବିକାଶ ହୋଇପାରିବ ?
Answer:

  • ବିଭିନ୍ନ ପ୍ରକାର ଜାତୀୟ ତଥା ଆନ୍ତଃରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜାତୀୟ ସ୍ତରରେ ଆଞ୍ଚଳିକ ସଂସ୍କୃତିକୁ ଉପଯୁକ୍ତ ପରିଚୟ ମିଳିଲେ ସଂସ୍କୃତିଗତ ବିଭେଦ ଲୋପ ପାଇବ ।
  • ଏହାଦ୍ବାରା ସାଂସ୍କୃତିକ ସଂହତିର ବିକାଶ ହୋଇପାରିବ ।

BSE Odisha 9th Class Political Science Solutions Chapter 7 ଜାତୀୟ ସଂହତି

(ଗ) ‘ଜାତୀୟ ସଂହତି ପରିଷଦ’ଦ୍ବାରା ନିର୍ଦ୍ଧାରିତ ଜାତୀୟ ସଂହତିର ଉପାଦାନଗୁଡ଼ିକ ସଂକ୍ଷେପରେ ଉଲ୍ଲେଖ କର ।
Answer:
‘ଜାତୀୟ ସଂହତି ପରିଷଦ’ଦ୍ବାରା ନିର୍ଦ୍ଧାରିତ ଜାତୀୟ ସଂହତିର ଉପାଦାନଗୁଡ଼ିକ ହେଉଛି |
(୧) ଏକ-ନାଗରିକତା, (୨) ବିଭିନ୍ନତା ମଧ୍ୟରେ ଏକତା, (୩) ଦେଶାତ୍ମବୋଧ ଭାବ ବା ଦେଶ ପ୍ରତି ଆନୁଗତ୍ୟ ଓ ଜାତୀୟ ପ୍ରତୀକ ପ୍ରତି ପ୍ରଗାଢ଼ ଅନୁରକ୍ତ, (୪) ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃଭାବ ବା ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା, (୫) ଧର୍ମନିରପେକ୍ଷତା ଓ ଧର୍ମଗତ ସ୍ଵାଧୀନତା ଅଧିକାର, (୬) ସମାନତା, (୭) ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନ, (୮) ଭୌଗୋଳିକ ଅଖଣ୍ଡତା, (୯) ଜାତୀୟ ସଂହତିର ସୃଷ୍ଟି ତଥା ଭାବଗତ ସଂହତି ଏବଂ ଭାଷା ଓ ପରମ୍ପରାର ସ୍ଵତନ୍ତ୍ର ପରିଚୟ, (୧୦) ନୈତିକ ସଂହତି ।

(ଘ) ‘ଜାତୀୟ ସଂହତି ପରିଷଦ’ର ଗଠନ ଓ ମୁଖ୍ୟ ଉଦ୍ଦେଶ୍ୟ ଆଲୋଚନା କର ।
Answer:

  • ଭାରତରେ ୧୯୬୧ ମସିହାରେ ‘ଜାତୀୟ ସଂହତି ପରିଷଦ’ ଗଠନ କରାଗଲା । ଏହି ପରିଷଦ ଭାରତର ପ୍ରଧାନମନ୍ତ୍ରୀ, ସ୍ଵରାଷ୍ଟ୍ର ମନ୍ତ୍ରୀ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ସାତଜଣ ସଭ୍ୟ ଓ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କୁ ନେଇ ଗଠିତ ହୋଇଛି ।
  • ଅର୍ଥନୈତିକ ଓ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଓ ଦେଶରେ ସଦ୍‌ଭାବ ପ୍ରତିଷ୍ଠା କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।

BSE Odisha 9th Class Political Science Solutions Chapter 7 ଜାତୀୟ ସଂହତି

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କିଏ କହିଥିଲେ, ‘ଜାତୀୟ ସଂହତି ଆମର ଜାତୀୟ ଲକ୍ଷ୍ୟ’ ?
Answer:
ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ, ‘ଜାତୀୟ ସଂହତି ଆମର ଜାତୀୟ ଲକ୍ଷ୍ୟ’ ।

(ଖ) ଜାତୀୟ ସଂହତି ମୁଖ୍ୟତଃ କେତେ ପ୍ରକାରର ?
Answer:
ଜାତୀୟ ସଂହତି ମୁଖ୍ୟତଃ ଛଅ ପ୍ରକାରର ।

(ଗ) କେଉଁ ବର୍ଷ ‘ଜାତୀୟ ସଂହତି ପରିଷଦ’ ଗଠିତ ହୋଇଥିଲା ?
Answer:
୧୯୬୧ ମସିହାରେ ‘ଜାତୀୟ ସଂହତି ପରିଷଦ’ ଗଠିତ ହୋଇଥିଲା ।

BSE Odisha 9th Class Political Science Solutions Chapter 7 ଜାତୀୟ ସଂହତି

(ଘ) କେଉଁମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ ବ୍ୟବସ୍ଥା ରହିଛି ?
Answer:
ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ ବ୍ୟବସ୍ଥା ରହିଛି ।

(ଙ) ଜାତୀୟ ସଂହତିର ମୂଳମନ୍ତ୍ର କ’ଣ ?
Answer:
ଜାତୀୟ ସଂହତିର ମୂଳମନ୍ତ୍ର ହେଉଛି ଦେଶାତ୍ମବୋଧର ପ୍ରେରଣା, ମାତୃଭୂମି ପ୍ରତି ଏକାନ୍ତ ସ୍ନେହ, ପ୍ରେମ ଓ ମାତୃଭୂମିର ନିରାପତ୍ତା ପାଇଁ ପ୍ରତିବଦ୍ଧତା ଏବଂ ଦେଶମାତୃକାର ସେବା ଓ ସଂକଳ୍ପର ପରାକାଷ୍ଠା ।

(ଚ) ` ଆମ ଦେଶର ‘ଧର୍ମନିରପେକ୍ଷତା’ କହିଲେ କ’ଣ ବୁଝାଏ ?
Answer:
ଆମ ଦେଶ କୌଣସି ନିର୍ଦ୍ଦିଷ୍ଟ ଧର୍ମ ଉପରେ ପ୍ରତିଷ୍ଠିତ ନୁହେଁ ଓ ଦେଶର କୌଣସି ରାଷ୍ଟ୍ରଧର୍ମ ନାହିଁ । ‘ଧର୍ମ ନିରପେକ୍ଷତା’ ଓ ‘ସର୍ବଧର୍ମ-ସମଭାବ’ ନୀତିକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ସମ୍ବିଧାନର ପ୍ରାକ୍‌କଥନରେ ଭାରତକୁ ଏକ ‘ଧର୍ମନିରପେକ୍ଷ ରାଷ୍ଟ୍ର’’ ବୋଲି ସୂଚିତ କରାଯାଇଛି ।

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

Odisha State Board BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ Textbook Exercise Questions and Answers.

BSE Odisha Class 9 Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ସଂଯୁକ୍ତ ରାଷ୍ଟ୍ରସଂଘ ଗଠନର ମୂଳ ଉଦ୍ଦେଶ୍ୟ କ’ଣ ?
Answer:
(୧) ପୃଥ‌ିବୀରେ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ଯୁଦ୍ଧ ବନ୍ଦ କରିବାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ।
(୨) ଦେଶ ଦେଶ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା କରିବା ସହିତ ସହଯୋଗ ଓ ସୁସମ୍ପର୍କ ବଜାୟ ରଖିବା ।
(୩) ଆନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ତଥା ମାନବିକ ସମ୍ପର୍କ ବୃଦ୍ଧି କରିବା ।
(୪) ଦାରିଦ୍ର୍ୟ, ନିରକ୍ଷରତା ଓ ବ୍ୟାଧ୍ ଦୂରୀକରଣ ସହିତ ଦେଶ ଦେଶ ମଧ୍ୟରେ ଶିକ୍ଷା ଓ ସଂସ୍କୃତିର ବିକାଶ କରିବା ।
(୫) ଜାତି, ଲିଙ୍ଗ, ଭାଷା ଓ ଧର୍ମ ନିର୍ବିଶେଷରେ ମାନବାଧ୍ୟାକାର ଓ ମୌଳିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଏହାର ସୁରକ୍ଷା ଦିଗରେ ସମସ୍ତ ରାଷ୍ଟ୍ରମାନଙ୍କୁ ଉତ୍ସାହିତ କରିବା ।

(ଖ) ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ଅଙ୍ଗଗୁଡ଼ିକର ନାମ ଲେଖ ଓ ସେମାନଙ୍କର ଗଠନ ସଂକ୍ଷେପରେ ଲେଖ ।
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ମୁଖ୍ୟ ଅଙ୍ଗ ରହିଛି । ସେଗୁଡ଼ିକ ହେଉଛି – (୧) ସାଧାରଣ ସଭା, (୨) ନିରାପତ୍ତା ପରିଷଦ, (୩) ନ୍ୟାସ ପରିଷଦ, (୪) ଅର୍ଥନୈତିକ ଓ ସାମାଜିକ ପରିଷଦ, (୫) ଆନ୍ତର୍ଜାତିକ ନ୍ୟାୟାଳୟ ଓ (୬) ସଚିବାଳୟ ।

  • ସାଧାରଣ ସଭା : ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରର ପ୍ରତିନିଧ‌ିଙ୍କୁ ନେଇ ସାଧାରଣ ସଭା ଗଠିତ । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସାଧାରଣ ସଭାକୁ ପାଞ୍ଚଜଣ ଲେଖାଏଁ ପ୍ରତିନିଧୂ ପଠାନ୍ତି । ମାତ୍ର ପ୍ରତି ସଦସ୍ୟ ରାଷ୍ଟ୍ରର ଗୋଟିଏ ‘ଭୋଟ’ ଦେବାର ଅଧିକାର ରହିଛି ।
  • ନିରାପତ୍ତା ପରିଷଦ – ୫ ଜଣ ସ୍ଥାୟୀ ସଭ୍ୟ ଓ ୧୦ ଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ନିରାପତ୍ତା ପରିଷଦ ଗଠିତ । ୫ ଗୋଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଉଛନ୍ତି – ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ । ଅନ୍ୟ ୧୦ ଗୋଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଦୁଇ ବର୍ଷ ପାଇଁ ସାଧାରଣ ସଭାଦ୍ବାରା ନିର୍ବାଚିତ ହୋଇଥା’ନ୍ତି ।
  • ନ୍ୟାସ ପରିଷଦ – ନ୍ୟାସ ପରିଷଦର ଗଠନରେ ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ପ୍ରତି ତିନିବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।
  • ଅର୍ଥନୈତିକ ଓ ସାମାଜିକ ପରିଷଦ – ଏହି ପରିଷଦଟି ୫୪ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ଏହି ସଦସ୍ୟମାନେ ସାଧାରଣ ସଭାଦ୍ବାରା ପ୍ରତି ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥା’ନ୍ତି ।
  • ଆନ୍ତର୍ଜାତିକ ନ୍ୟାୟାଳୟ – ଆନ୍ତର୍ଜାତିକ ନ୍ୟାୟାଳୟ ୧୫ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଛି । ବିଚାରପତିମାନେ ନିରାପତ୍ତା ପରିଷଦର ସୁପାରିସକ୍ରମେ ସାଧାରଣ ସଭାଦ୍ବାରା ନିର୍ବାଚିତ ହୁଅନ୍ତି ।
  • ସଚିବାଳୟ – ସଚିବାଳୟ ହେଉଛି ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ ପ୍ରଶାସନିକ ଅଙ୍ଗ । ଏହି ପ୍ରଶାସନିକ କାର୍ଯ୍ୟରେ ଏବେ ୪୪ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି । ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ ସାଧାରଣ ସଭାଦ୍ବାରା ସଚିବାଳୟର ମହାସଚିବ ନିଯୁକ୍ତି ହୁଅନ୍ତି ।

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଗ) ଆନ୍ତର୍ଜାତିକ ନ୍ୟାୟାଳୟ ସମ୍ପର୍କରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:

  • ଆନ୍ତର୍ଜାତିକ ନ୍ୟାୟାଳୟ ସଂଯୁକ୍ତ ରାଷ୍ଟ୍ରସଂଘର ଏକ ମୁଖ୍ୟ ଅଙ୍ଗ ତଥା ମୁଖ୍ୟ ନ୍ୟାୟିକ ସଂସ୍ଥା । ଏହି ନ୍ୟାୟିକ ସଂସ୍ଥାରେ ଥ‌ିବା ୧୫ଜଣ ବିଚାରପତି ନିରାପତ୍ତା ପରିଷଦର ସୁପାରିସକ୍ରମେ ସାଧାରଣ ସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି । ବିଚାରପତିମାନଙ୍କର କାର୍ଯ୍ୟକାଳ ନଅବର୍ଷ । ପ୍ରତି ତିନିବର୍ଷରେ ଏକ-ତୃତୀୟାଂଶ ବିଚାରପତି ଅବସର ଗ୍ରହଣ କରନ୍ତି । ଏହି ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ ‘ଦି ହେଗ୍’ ସହରରେ ଅବସ୍ଥିତ ।
  • ବିଚାରପତିମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ଯକ୍ଷ ଓ ଅନ୍ୟ ଜଣଙ୍କୁ ଉପାଧ୍ୟକ୍ଷ ଭାବରେ ତିନି ବର୍ଷ ପାଇଁ ନିର୍ବାଚିତ କରନ୍ତି । ଏହି ନ୍ୟାୟାଳୟର ସମସ୍ତ ନିଷ୍ପଭି ସଂଖ୍ୟାଗରିଷ୍ଠ ମତରେ ନିଆଯାଏ । ନିଷ୍ପତ୍ତି ନେବା ସମୟରେ ସପକ୍ଷ ଓ ବିପକ୍ଷ ମତ ସମାନ ହେଲେ, ଅଧ୍ଯକ୍ଷ ନିଜର ନିର୍ଣ୍ଣାୟକ ଭୋଟ ଜରିଆରେ ନିଷ୍ପତ୍ତି ଧାର୍ଯ୍ୟ କରିଥା’ନ୍ତି ।
  • ନ୍ୟାୟାଳୟର ନିଷ୍ପତ୍ତିକୁ ମୋକଦ୍ଦମାରେ ସମ୍ପୃକ୍ତ ଓ ବିବାଦ ସହିତ ସମ୍ପୃକ୍ତ ସମସ୍ତ ରାଷ୍ଟ୍ର ଗ୍ରହଣ କରିବାକୁ ବାଧ୍ୟ । ନ୍ୟାୟାଳୟର ରାୟକୁ ଯଦି କୌଣସି ରାଷ୍ଟ୍ର ଗ୍ରହଣ କରିବାକୁ ଅରାଜି ହୁଏ, ତେବେ ନ୍ୟାୟାଳୟର ନିଷ୍ପଭିକୁ
  • ଅନ୍ତର୍ଜାତିକ ନ୍ୟାୟାଳୟର କ୍ଷେତ୍ରାଧ୍ୟାର ଦୁଇ ପ୍ରକାରର; ଯଥା – (କ) ବାଧ୍ୟତାମୂଳକ (ଖ) ଇଚ୍ଛାଧୀନ ।
  • ଆନ୍ତର୍ଜାତିକ ନ୍ୟାୟାଳୟ ଏହାର ଉପଦେଶାତ୍ମକ କ୍ଷେତ୍ରାଧର ଜରିଆରେ ସାଧାରଣ ସଭା, ନିରାପତ୍ତା ପରିଷଦ ଓ ସ୍ୱତନ୍ତ୍ର ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଅନ୍ତି । ରାଷ୍ଟ୍ରମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ ଆନ୍ତର୍ଜାତିକ ନ୍ୟାୟାଳୟ ସଂପୃକ୍ତ ରାଷ୍ଟ୍ରମାନଙ୍କର ସମ୍ମତିକ୍ରମେ ବିବାଦ ସମାଧନ କରନ୍ତି; ମାତ୍ର ଆବଶ୍ୟକ ପଡ଼ିଲେ ବାଧ୍ୟତାମୂଳକ ବିଚାର କ୍ଷମତା ପ୍ରୟୋଗ କରନ୍ତି ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ବିଷୟରେ ତୁମେ ଯାହା ଜାଣିଛ ଲେଖ ।
Answer:

  • ୧୯୪୫ ମସିହା ଅପ୍ରେଲ ୨୫ ତାରିଖଠାରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ପ୍ରତିନିଧୁମାନେ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ଫ୍ରାନ୍‌ସିସ୍‌କୋ ସହରରେ ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ପ୍ରସ୍ତୁତ କରିଥିଲେ ।
  • ଏହି ସନନ୍ଦରେ ସର୍ବମୋଟ ୧୦,୦୦୦ ଶବ୍ଦ ରହିଛି ଏବଂ ଏଥିରେ ୧୧୧ଟି ଧାରା ଓ ୧୯ ଗୋଟି ଅଧ୍ୟାୟ ରହିଛି । ଏହି ସନନ୍ଦ ୫ ଗୋଟି ଭାଷା; ଯଥା – ଫରାସୀ, ରୁଷୀୟ, ଚୀନ୍, ଇଂରାଜୀ ଓ ସ୍ପେନୀୟ ଭାଷାରେ ଲିଖ୍ ।

(ଖ) ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ସ୍ଵତନ୍ତ୍ର ସଂସ୍ଥାର ନାମ ଲେଖ ।
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ସ୍ଵତନ୍ତ୍ର ସଂସ୍ଥାର ନାମ ହେଉଛି –
(୧) ଶ୍ରମିକ କଲ୍ୟାଣ ସାଧନ ପାଇଁ ‘ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ’
(୨) କୃଷିର ବିକାଶ ପାଇଁ ‘ଖାଦ୍ୟ ଓ କୃଷି ସଙ୍ଗଠନ’
(୪) ଶିକ୍ଷାର ଉନ୍ନତି ସାଧନ ପାଇଁ ‘ଆନ୍ତର୍ଜାତିକ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ’
(୫) ଶିଶୁ କଲ୍ୟାଣ ପାଇଁ ‘ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠି’
(୬) ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ‘ବିଶ୍ୱସ୍ଵାସ୍ଥ୍ୟ ସଙ୍ଗଠନ’

(ଗ) ନିରାପତ୍ତା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:

  • ନିରାପତ୍ତା ପରିଷଦର ଗଠନ : ପାଞ୍ଚଜଣ ସ୍ଥାୟୀ ସଭ୍ୟ ଓ ଦଶଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ନିରାପତ୍ତା ପରିଷଦ ଗଠିତ । ଏଥରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ ସ୍ଥାୟୀ ସଭ୍ୟ ଥିବାବେଳେ -ଅନ୍ୟ ୧୦ ଜଣ ଅସ୍ଥାୟୀ ସଭ୍ୟ ପ୍ରତି ଦୁଇବର୍ଷ ପାଇଁ ସାଧାରଣ ସଭାଦ୍ୱାରା ନିର୍ବାଚିତ ହୋଇଥା’ନ୍ତି ।
  • କାର୍ଯ୍ୟାବଳୀ : ବିଶ୍ୱଶାନ୍ତି ପ୍ରତିଷ୍ଠା କରିବା, ଦେଶ ଦେଶ ମଧ୍ୟରେ ଯୁଦ୍ଧ ଲାଗିଲେ ବା ଯୁଦ୍ଧ ଲାଗିବାର ଆଶଙ୍କା ଥିଲେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା ଏବଂ ସାଧାରଣ ସଭାରେ ଗୃହୀତ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ନିରାପତ୍ତା ପରିଷଦର କାର୍ଯ୍ୟ ଅଟେ ।

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଘ) ‘ଆଟ୍‌ଲାଣ୍ଟିକ୍ ସନନ୍ଦ’ର ତାତ୍ପର୍ଯ୍ୟ ଲେଖ ।
Answer:

  • ବିଶ୍ଵଯୁଦ୍ଧ ଚାଲୁଥିବା ସମୟରେ ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଥ‌ିବା ଏକ ଯୁଦ୍ଧ ଜାହାଜରେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍‌ ରୁଡ୍‌ଭେଲ୍‌ଟ୍‌ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ ଚର୍ଚ୍ଚିଲ୍ ମିଳିତ ହୋଇ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଆଠଦଫା ସମ୍ବଳିତ ‘ଆଟ୍‌ଲାଣ୍ଟିକ ସନନ୍ଦ’’ ଜାରି କରିଥିଲେ ।
  • ଏଥିରେ ବାକ୍ ସ୍ଵାଧୀନତା ଓ ଧର୍ମଗତ ସ୍ଵାଧୀନତା, ଅବାଧ ଜଳଯାତ୍ରା, ନିରାପତ୍ତା ଓ ନିରସ୍ତ୍ରୀକରଣ ଏବଂ ଆନ୍ତର୍ଜାତିକ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯାଇଥିଲା ।

(ଙ) ‘ସାନ୍‌ଫ୍ରାନ୍‌ସିସ୍କୋ ସମ୍ମଳନୀ’ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
Answer:

  • ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ ଥିଲା ବିଶ୍ଵ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ।
  • ଏହି ସମ୍ମିଳନୀରେ ୧୯୪୫ ମସିହା ଅପ୍ରେଲ ୨୫ ତାରିଖଠାରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ପ୍ରତିନିଧିମାନେ ମିଳିତ ହୋଇ ‘ସଂଯୁକ୍ତ ରାଷ୍ଟ୍ରସଂଘ’ ଗଠନ ନିମନ୍ତେ ଚୂଡ଼ାନ୍ତ ‘ସନନ୍ଦ’ ପ୍ରସ୍ତୁତ କରିଥିଲେ । ଏହା ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ନାମରେ ପରିଚିତ ।

(ଚ) ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ହାସଲ ଦିଗରେ ଭାରତର ଭୂମିକା ସଂକ୍ଷେପରେ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ହାସଲ ଦିଗରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପୃଥ‌ିବୀରେ ଶାନ୍ତି ପ୍ରତିଷ୍ଠା, ଅନ୍ତର୍ଜାତିକ ଆତଙ୍କବାଦ ବିରୋଧରେ ସ୍ଵର ଉତ୍ତୋଳନ ଓ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ କ୍ଷେତ୍ରରେ ଭାରତର ମନୋଭାବକୁ ସଂଯୁକ୍ତ ରାଷ୍ଟ୍ରସଂଘ ସର୍ବଦା ସମ୍ମାନ ପ୍ରଦର୍ଶନ କରିବା ସହିତ ସହଯୋଗର ହାତ ବଢ଼ାଇଛି ।
  • ଦାରିଦ୍ର୍ୟ ଦୂରୀକରଣ, ପୃଥ‌ିବୀର ‘ଜଳବାୟୁ ପରିବର୍ତ୍ତନ’, ପରିବେଶ ପ୍ରଦୂଷଣ ବିରୋଧର ସଂଗ୍ରାମ ଆଦି କାର୍ଯ୍ୟକୁ ତ୍ୱରାନ୍ବିତ କରିବାପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଚେଷ୍ଟାକୁ ଭାରତ ସମର୍ଥନ ଜଣାଇଛି ।

୩ ।ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ‘ମାନବାଧ୍ଵର ଦିବସ’ କେଉଁ ଦିନ ପାଳନ କରାଯାଏ ?
Answer:
ପ୍ରତିବର୍ଷ ଡିସେମ୍ବର ମାସ ୧୦ ତାରିଖ ଦିନ ବିଶ୍ଵ ମାନବାଧିକାର ଦିବସ ପାଳନ କରାଯାଏ ।

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଖ) ନ୍ଯାସ ପରିଷଦର ଗଠନ ଆଲୋଚନା କର ।
Answer:
ନ୍ୟାସ ପରିଷଦରେ ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ପ୍ରତି ତିନି ବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

(ଗ) କେତେଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ପ୍ରଥମେ ସ୍ଵାକ୍ଷର ପ୍ରଦାନ କରିଥିଲେ ?
Answer:
୫୧ ଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ପ୍ରଥମେ ସ୍ବାକ୍ଷର ପ୍ରଦାନ କରିଥିଲେ ।

(ଘ) ‘ଭିଟୋ’ କହିଲେ କ’ଣ ବୁଝ ?
Answer:
ସେତେବେଳେ ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ସମେତ ନଅଜଣ ସଦସ୍ୟଙ୍କ ସମର୍ଥନ ନିଶ୍ଚିତ ଭାବେ ଆବଶ୍ୟକ । ଯଦି ଜଣେ କେହି ସ୍ଥାୟୀ ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ନ ଦିଅନ୍ତି, ତେବେ ସେ କ୍ଷେତ୍ରରେ ‘ଭିଟୋ’ ପ୍ରୟୋଗ ହୋଇଥାଏ ।

(ଙ) ସଂଯୁକ୍ତ ରାଷ୍ଟ୍ରସଂଘର ‘ମହାସଚିବ’ କିପରି ନିଯୁକ୍ତ ହୁଅନ୍ତି ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ମହାସଚିବ ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ ସାଧାରଣ ସଭାଦ୍ଵାରା ପାଞ୍ଚବର୍ଷ ପାଇଁ ନିଯୁକ୍ତ ହୁଅନ୍ତି ।

(ଚ) ସଂଯୁକ୍ତ ରାଷ୍ଟ୍ରସଂଘର ଜନ୍ମଦିନ ପ୍ରତିବର୍ଷ କେଉଁ ଦିନ ପାଳିତ ହୁଏ ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଜନ୍ମଦିନ ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖ ଦିନ ପାଳିତ ହୁଏ ।

(ଛ) ସାଧାରଣ ସଭାର ପ୍ରଥମ ବୈଠକ କେଉଁଠାରେ ଓ କେବେ ବସିଥିଲା ?
Answer:
ସାଧାରଣ ସଭାର ପ୍ରଥମ ବୈଠକ ଲଣ୍ଡନରେ ୧୯୪୬ ମସିହା ଜୁନ୍ ମାସ ୧୦ ତାରିଖରେ ବସିଥିଲା ।

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଜ) ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ବିଶ୍ଵବ୍ୟାଙ୍କ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରର ପୁନର୍ନିର୍ମାଣ ତଥା ଆର୍ଥିକ ବିକାଶ ପାଇଁ ଋଣ ମଞ୍ଜୁର କରିଥାଏ ।

(ଝ) ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଡିର ମୁଖ୍ୟ କାର୍ଯ୍ୟଟି ଲେଖ ।
Answer:
ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠି ବିକାଶୋନ୍ମୁଖୀ ରାଷ୍ଟ୍ରଗୁଡ଼ିକର ଶିଶୁ ଓ ମହିଳାମାନଙ୍କୁ ମାନବ ହିତୈଷୀ ଓ ଉନ୍ନୟନମୂଳକ ସହାୟତା ପ୍ରଦାନ ପାଇଁ କାର୍ଯ୍ୟ କରୁଅଛି ।

୪। ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ କେଉଁ ବର୍ଷ ଅନୁଷ୍ଠିତ ହୋଇଥଲା ?
(i) ୧୯୪୩
(ii) ୧୯୪୪
(iii) ୧୯୪୫
(iv) ୧୯୪୬
Answer:
(iii) ୧୯୪୫

(ଖ) ସଂଯୁକ୍ତ ରାଷ୍ଟ୍ରସଂଘରେ ‘ସନନ୍ଦ’ରେ କେତେଗୋଟି ଧାରା ରହିଛି ?
(i) ୧୧୧
(ii) ୧୧୨
(iii) ୨୧୧
(iv) ୨୧୨
Answer:
(i) ୧୧୧

(ଗ) ସାଧାରଣ ସଭାର ଅଧ୍ଶନ ବର୍ଷକୁ କେତେ ଥର ବସେ ?
(i) ଥରେ
(ii) ଦୁଇ ଥର
(iii) ତିନି ଥର
(iv) ଚାରି ଥର
Answer:
(i) ଥରେ

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଘ) ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାରେ ପ୍ରତି ରାଷ୍ଟ୍ରର କେତେଜଣ ପ୍ରତିନିଧ୍ ଥା’ନ୍ତି ?
(i) ଦୁଇ ଜଣ
(ii) ତିନି ଜଣ
(iii) ପାଞ୍ଚ ଜଣ
(iv) ସାତ ଜଣ
Answer:
(iii) ପାଞ୍ଚ ଜଣ

(ଙ) ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନଙ୍କର କାର୍ଯ୍ୟକାଳ କେତେ ବର୍ଷ ?
(i) ପାଞ୍ଚ ବର୍ଷ
(ii) ନଅ ବର୍ଷ
(iii) ଦଶ ବର୍ଷ
(iv) ବାର ବର୍ଷ
Answer:
(ii) ନଅ ବର୍ଷ

(ଚ) ନ୍ୟାସ ପରିଷଦର ବୈଠକ ପ୍ରତିବର୍ଷ କେତେଥର ବସେ ?
(i) ଥରେ
(ii) ଦୁଇ ଥର
(iii) ତିନି ଥର
(iv) ଚାରି ଥର
Answer:
(ii) ଦୁଇ ଥର

(ଛ) ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟମାନଙ୍କର କାର୍ଯ୍ୟକାଳ କେତେ ବର୍ଷ ?
(i) ଦୁଇ ବର୍ଷ
(ii) ତିନି ବର୍ଷ
(iii) ଚାରି ବର୍ଷ
(iv) ପାଞ୍ଚ ବର୍ଷ
Answer:
(i) ଦୁଇ ବର୍ଷ

(ଜ) ସାମାଜିକ ଓ ଅର୍ଥନୈତିକ ପରିଷଦର ସଦସ୍ୟ ସଂଖ୍ୟା କେତେ ?
(i) ୫୧
(ii) ୫୨
(iii) ୫୩
(iv) ୫୪
Answer:
(iv) ୫୪

BSE Odisha 9th Class Political Science Solutions Chapter 9 ଭାରତ ଓ ସଂଯୁକ୍ତ ରାଷ୍ଟ୍ରସଂଘ

(ଝ) ସଂଯୁକ୍ତ ରାଷ୍ଟ୍ରସଂଘକୁ କେଉଁ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ?
(i) ୧୯୮୮
(ii) ୧୯୯୦
(iii) ୧୯୯୫
(iv) ୧୯୯୬
Answer:
(i) ୧୯୮୮

BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

Odisha State Board BSE Odisha Class 9 Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ will enable students to study smartly.

BSE Odisha Class 9 Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ଭାରତ ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ରୁ ଧାରା ୫୧ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ — ଦିଆଯାଇଛି ।
  • ଭାରତକୁ ଏକ ସମାଜବାଦୀ ଜନମଙ୍ଗଳକାରୀ ରାଷ୍ଟ୍ର ରୂପେ ଗଠନ କରିବା ଏହାର ଲକ୍ଷ୍ୟ ।
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ପାଳନ କରିବାପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ; ତଥାପି ପ୍ରତ୍ୟେକ ସରକାର ଏହାକୁ ପାଳନ କରିବାକୁ ଉଦ୍ୟମ କରିଥା’ନ୍ତି ।

BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

ବିଷୟବସ୍ତୁର ରୂପରେଖ :

  • ରାଷ୍ଟ୍ର ନୀତି ନିର୍ଦ୍ଦେଶାବଳୀ ନି ୟାମ କ ଓ ମୌଳିକ ଅଧିକାର ମଧ୍ୟରେ ପାର୍ଥକ୍ୟ
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଶ୍ରେଣୀବିଭାଗ
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ

* ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୌଳିକ କର୍ତ୍ତବ୍ୟ।

→ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅସ୍ଵୀକାର ମଧ୍ଯରେ ପାର୍ଥକ୍ୟ :

ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ମୌଳିକ ଅଧିକାର
  • ଏଗୁଡ଼ିକ ଅସ୍ତିବାଚକ ।
  • ଏଗୁଡ଼ିକ ମାଧ୍ୟମରେ ସମାଜକଲ୍ୟାଣ ଲାଗି ରାଷ୍ଟ୍ର ପାଇଁ ସମ୍ବିଧାନରେ ନିର୍ଦ୍ଦେଶ ଅଛି ।
  • ଏଗୁଡ଼ିକ ନାଗରିକ ମାନଙ୍କ ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାର ମୂଳଦୁଆ ସୁଦୃଢ଼ କରିଥାଏ ।
  • ଏଗୁଡ଼ିକୁ ସରକାର ପାଳନ କରିବାକୁ ଆଇନତଃ ବାଧ୍ୟ ନୁହଁନ୍ତି ।
  • ଏହା ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା କରିବାରେ ସାହାଯ୍ୟ କରେ ।
  • ଏହାର ସୀମା ବ୍ୟାପକ ।
  • ଏଗୁଡ଼ିକ ନାସ୍ତିବାଚକ ।
  • ଏଗୁଡ଼ିକଦ୍ୱାରା ବ୍ୟକ୍ତିର ମୌଳିକ ଅଧୂକାର କ୍ଷେତ୍ରରେ ରାଷ୍ଟ୍ରର କୌଣସି ପ୍ରକାର ହସ୍ତକ୍ଷେପକୁ ବାରଣ କରାଯାଇଛି ।
  • ଏହା ନାଗରିକମାନଙ୍କ  ରାମୌଳିକ   ବିଭିଭ୍ରାମି  ସୁଦୃଢ଼ କରିଥାଏ ।
  • ଏଗୁଡ଼ିକୁ ସରକାର ସମ୍ମାନ ପ୍ରଦର୍ଶନ କରିବାକୁ ବାଧ୍ୟ ।
  • ଦେଶକୁ ପୋଲିସ୍ ରାଷ୍ଟ୍ରରେ ପରିଣତ ନ ହେବାକୁ ଏହା ଏକ ପ୍ରାଚୀର ଭଳି କାର୍ଯ୍ୟ କରେ ।
  • ଏହା ବ୍ୟକ୍ତିର ଅଧିକାର ମଧ୍ୟରେ ସୀମିତ ।

BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

→ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଶ୍ରେଣୀବିଭାଗ :
BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q.1

→ ସମାଜବାଦୀ ନିର୍ଦ୍ଦେଶାବଳୀ (ଧାରା ୩୮, ୩୯, ୪୦, ୪୧, ୪୨, ୪୩) :

  • ସମସ୍ତଙ୍କୁ ଜୀବିକାର୍ଜନ ପାଇଁ ପନ୍ଥା ଯୋଗାଇବା ।
  • ଜାତୀୟ ସମ୍ପତ୍ତିର ନ୍ୟାୟୋଚିତ ବଣ୍ଟନ କରିବା।
  • ନାରୀ ଓ ପୁରୁଷଙ୍କୁ ସମାନ କାର୍ଯ୍ୟ ପାଇଁ ସମାଜ ମଜୁରି ଦେବା ।
  • ଦରିଦ୍ରମାନଙ୍କୁ ମାଗଣା ଆଇନ ସହାୟତା ପ୍ରଦାନ କରିବା ।
  • ବୃଦ୍ଧ, ବେକାର, ଅକର୍ମଣ୍ୟ ଓ ରୁଗ୍‌ଣ ଲୋକମାନଙ୍କୁ ରାଷ୍ଟ୍ର ତରଫରୁ ସାହାଯ୍ୟ ପ୍ରଦାନ କରିବା ।
  • ଶ୍ରମିକମାନଙ୍କ ଚିତ୍ତବିନୋଦନର ବ୍ୟବସ୍ଥା କରିବା ।

→ ଗାନ୍ଧିବାଦୀ ନିର୍ଦ୍ଦେଶାବଳୀ (ଧାରା ୪୦, ୪୫, ୪୬, ୪୭, ୪୮) :

  • ସ୍ୱାୟତ୍ତ ଶାସନ ପ୍ରତିଷ୍ଠା କରିବା ।
  • କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରିବା ।
  • ଅନୁନ୍ନତ ଶ୍ରେଣୀର ଲୋକମାନଙ୍କ ପାଇଁ ଶିକ୍ଷା ଓ ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିବା ।
  • ନିଶା ଓ ମାଦକ ଦ୍ରବ୍ୟର ବ୍ୟବହାର ନିଷିଦ୍ଧ କରିବା ।
  • ଗୋ ହତ୍ୟା ନିବାରଣ କରିବା ।
  • ୬ ବର୍ଷରୁ ୧୪ ବର୍ଷ ମଧ୍ୟରେ ପ୍ରତ୍ୟେକ ବାଳକ ଓ ବାଳିକାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ।

BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

→ ଉଦାରବାଦୀ ନିର୍ଦ୍ଦେଶାବଳୀ (ଧାରା ୪୪, ୪୯, ୫୦ ଓ ୫୧) :

  • ନ୍ୟାୟପାଳିକାକୁ କାର୍ଯ୍ୟପାଳିକାଠାରୁ ପୃଥକ୍ କରିବା ।
  • ସର୍ବତ୍ର ସମାନ ପ୍ରକାରର ଦେୱାନୀ ଆଇନ ପ୍ରଚଳନ କରିବା ।
  • ଐତିହାସିକ ଗୁରୁତ୍ଵ ଥିବା ସ୍ଥାନଗୁଡ଼ିକର ସଂରକ୍ଷଣ କରିବା ।
  • ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ ପଶୁପାଳନ କରିବା ।
  • ଜଙ୍ଗଲ ଓ ବନ୍ୟଜନ୍ତୁ ଓ ପରିବେଶର ସୁରକ୍ଷା ଓ ସଂରକ୍ଷଣ କରିବା ।
  • ଆନ୍ତର୍ଜାତିକ ଆଇନ, ଚୁକ୍ତି ଓ ସନ୍ଧିପତ୍ରକୁ ସମ୍ମାନ ପ୍ରଦର୍ଶନ କରିବା ।
  • ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଚିତ ପଦକ୍ଷେପ ନେବା ।

→ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ଵ :

  • ଏହା ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା, ଗଣତାନ୍ତ୍ରିକ ସମାଜବାଦ ମାଧ୍ୟମରେ ସୁଦୃଢ଼ ସମାଜ ଗଠନ ଓ ସୁଶାସନ ପ୍ରତିଷ୍ଠାରେ ସହାୟକ ହୋଇପାରିବ ।

BSE Odisha 9th Class Political Science Notes Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

* ଆଇଭର ଜେନିଙ୍ଗସ୍‌ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ‘ମହନୀୟ ଆକାଂକ୍ଷା’ (Pious Aspirations) ବୋଲି ଅଭିହିତ କରିଥିଲେ ।

  • ଜମିଦାରୀ ବ୍ୟବସ୍ଥାର ଉଚ୍ଛେଦ, ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ, ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ନିମନ୍ତେ ଶିକ୍ଷାନୁଷ୍ଠାନ ବ୍ୟବସ୍ଥା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରବର୍ତ୍ତନ ଫଳରେ ରାଷ୍ଟ୍ରର ଗୁରୁତ୍ଵ ବୃଦ୍ଧି ପାଇଛି ।