BSE Odisha 9th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Odisha State Board BSE Odisha 9th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ Textbook Exercise Questions and Answers.

BSE Odisha Class 9 History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୧।ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଜାତିସଂଘ ‘ପରିଷଦ’ର କ୍ଷମତାଗୁଡ଼ିକ ଆଲୋଚନା କର ।
Answer:

  • ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥ‌ିବା ବିବାଦଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ପରିଷଦର ମୁଖ୍ୟ କାର୍ଯ୍ୟ ଥିଲା ଏବଂ ଏଥିପାଇଁ ଆବଶ୍ୟକ ହେଲେ ଆନ୍ତର୍ଜାତିକ ସମ୍ମିଳନୀ ଡାକିବା ଏହାର ଅଧିକାର ଥିଲା ।
  • କୌଣସି ସଦସ୍ୟ ରାଷ୍ଟ୍ର ଚୁକ୍ତି ପାଳନରେ ଅବହେଳା କଲେ ତାକୁ ପରିଷଦ ଜାତିସଂଘର ସଭ୍ୟପଦରୁ ବଞ୍ଚ କରୁଥିଲା ।
  • ଅହେତୁକ ଆକ୍ରମଣକାରୀ ରାଷ୍ଟ୍ର ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧ୍ୟାର ପରିଷଦର ଥିଲା ।
  • ରାଷ୍ଟ୍ରଗୁଡ଼ିକର ଅସ୍ତ୍ରଶସ୍ତ୍ର ପରିମାଣକୁ ହ୍ରାସ କରିବାପାଇଁ ପରିଷଦ ଉଦ୍ୟମ କରୁଥିଲା ।
  • ସଂଖ୍ୟାଲଘୁଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରିବା, ସାର ବେସିନ୍ ଓ ଡାନଜିଗ୍ ସହରକୁ ଶାସନ କରିବା, ତଦାରଖ କରିବା ଏବଂ ଜାତିସଂଘର ବିଭିନ୍ନ ସ୍ବତନ୍ତ୍ର ସଂସ୍ଥାଗୁଡ଼ିକର ବିବରଣୀ ଗ୍ରହଣ କରିବା ପରିଷଦର କର୍ତ୍ତବ୍ୟ ଥିଲା ।

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଖ) ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ କିପରି ଗଠିତ ହୋଇଥିଲା ଏବଂ ଏହାର କାର୍ଯ୍ୟଗୁଡ଼ିକ କ’ଣ ଥିଲା ?
Answer:

  • ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ୧୯୨୨ ମସିହା ଫେବୃୟାରୀ ୧୫ ତାରିଖରେ ନେଦରଲାଣ୍ଡର ହେଗୁଠାରେ ପ୍ରତିଷ୍ଠିତ ହୋଇଥିଲା ।
  • ଆରମ୍ଭ ସମୟରେ ଏଥ‌ିରେ ୧୧ ଜଣ ବିଚାରପତି ଓ ଚାରିଜଣ ଉପବିଚାରପତି ଥିଲେ । ୧୯୩୦ ମସିହା ବେଳକୁ ଏହାର ବିଚାରପତିଙ୍କ ସଂଖ୍ୟା ୧୫କୁ ବୃଦ୍ଧି ହୋଇଥିଲା ଏବଂ ୧୯୩୬ ମସିହାରେ ଉପବିଚାରପତି ପଦ ଉଚ୍ଛେଦ କରାଯାଇଥିଲା ।
  • ସଭା ଓ ପରିଷଦର ପୃଥକ୍ ଭାବେ ଭୋଟଦାନ ପଦ୍ଧତିଦ୍ଵାରା ବିଚାରପତି ନିର୍ବାଚିତ ହେଉଥିଲେ । ନିର୍ବାଚିତ ହେବା ପାଇଁ ଉଭୟ ଗୃହରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ମତ ହାସଲ କରିବା ଆବଶ୍ୟକ ଥିଲା ।
  • ନିଜ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହେବାପାଇଁ ଯୋଗ୍ୟତା ଥିବା ଓ ଆନ୍ତର୍ଜାତିକ ଆଇନରେ ଜ୍ଞାନ ଥବା ଯେକୌଣସି ଜାତୀୟତାର ବ୍ୟକ୍ତି ଏହାର ବିଚାରପତି ହେଉଥିଲେ । ସେମାନଙ୍କ କାର୍ଯ୍ୟକାଳ ୯ ବର୍ଷ ଥିଲା ।
  • ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକର ସର୍ଭ ଓ ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରିବା, ପରସ୍ପର କଳହରତ ଥିବା ରାଷ୍ଟ୍ରକୁ ଆଇନଗତ ପରାମର୍ଶ ଦେବା, ଜାତିସଂଘର କୋଭେନାଣ୍ଟକୁ ସ୍ପଷ୍ଟ ଓ ବୋଧଗମ୍ୟ କରିବା ଏବଂ ଆନ୍ତର୍ଜାତିକ ବିବାଦର ବିଚାର କରିବା, ସଭା ବା ପରିଷଦଦ୍ବାରା ପ୍ରେରିତ କୌଣସି ବିବାଦ ସମ୍ବନ୍ଧୀୟ ବିଷୟ ଉପରେ ଉପଦେଶାତ୍ମକ ମତ ଦେବା ଆନ୍ତର୍ଜାତିକ ନ୍ୟାୟାଳୟର କାର୍ଯ୍ୟ ଥିଲା ।

(ଗ) କେଉଁ କାର୍ଯ୍ୟଗୁଡ଼ିକରେ ଜାତିସଂଘ ସଫଳତା ପାଇପାରି ନଥିଲା ?
Answer:

  • ଲିଥୁଆନିଆ ଦଖଲରେ ଥ‌ିବା ଭିଲ୍‌ ସହର ଉପରେ ପୋଲାଣ୍ଡର ନିୟନ୍ତ୍ରଣ, ଗ୍ରୀସ୍ ଓ ଆଲ୍‌ବାନିଆ ମଧ୍ଯରେ ସୀମା ନିରୂପଣ କରିବାକୁ ଯାଇଥିବା ଇଟାଲୀୟ ପ୍ରତିନିଧ‌ିଙ୍କୁ ହତ୍ୟା ଘଟଣାରେ ଇଟଲୀଦ୍ଵାରା କୋର୍‌ଫ୍ୟୁ ଦ୍ବୀପ ଧ୍ବଂସ ଓ ଗ୍ରୀସ୍ଠାରୁ କ୍ଷତିପୂରଣ ଆଦାୟ, ଜାତିସଂଘ ସୁରକ୍ଷା ଦେଉଥ‌ିବା ଓ ଜଣେ ଫରାସୀ କମିଶନରଙ୍କଦ୍ୱାରା ପ୍ରଶାସିତ ହେଉଥ‌ିବା ମେମେଲ୍ ବନ୍ଦର ଉପରେ ଲିଥୁଆନିଆର ପ୍ରଭାବ ବିସ୍ତାର, ଜାପାନର ମାଞ୍ଚୁରିଆ ଅଧିକାର, ଜାତିସଂଘ ଅକୃତକାର୍ଯ୍ୟ ହୋଇଥିଲା ।
  • ପୃଥ‌ିବୀରେ ଯୁଦ୍ଧର ଆଶଙ୍କାକୁ ଦୂରୀଭୂତ କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାରେ ଜାତିସଂଘ ଅସଫଳ ହୋଇଥିଲା ।
  • ୧୯୩୯ ମସିହାରେ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧକୁ ପ୍ରତିରୋଧ କରିବାରେ ଏହା ସଫଳ ହୋଇପାରି ନଥିଲା ।

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଘ) ଜାତିସଂଘର ବିଫଳତା ପାଇଁ ଏହାର ସମ୍ବିଧାନର କେଉଁ ତ୍ରୁଟିଗୁଡ଼ିକ ଦାୟୀ ଥିଲା ?
Answer:

  • ଜାତିସଂଘର ବିଫଳତା ପାଇଁ ଏହାର ସମ୍ବିଧାନର ନିମ୍ନଲିଖିତ ତ୍ରୁଟିଗୁଡ଼ିକ ଦାୟୀ ଥିଲା । ସଭା ଓ ପରିଷଦରେ ନିଷ୍ପତ୍ତି ନେବାପାଇଁ ସର୍ବସମ୍ମତିର ଆବଶ୍ୟକତା ଥିବାରୁ ନିଷ୍ପତ୍ତି ନେବାପାଇଁ ଅସୁବିଧା ହେଉଥିଲା । କିନ୍ତୁ କୌଣସି ବିଷୟରେ ସୁପାରିସ କରିବାକୁ ସର୍ବସମ୍ମତିର ଆବଶ୍ୟକତା ନ ଥିଲା । ତେଣୁ
  • ପ୍ରତ୍ୟେକ ରାଷ୍ଟ୍ର ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ନିଜର ଅସ୍ତ୍ରଶସ୍ତ୍ର ସର୍ବନିମ୍ନ ପରିମାଣକୁ ହ୍ରାସ କରିବାପାଇଁ ଯୋଗୁଁ ରାଷ୍ଟ୍ରଗୁଡ଼ିକ ଯଥେଷ୍ଟ ପରିମାଣରେ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଲେ ।
  • ଜାତିସଂଘ ଯୁଦ୍ଧକୁ ଅସିଦ୍ଧ ଘୋଷଣା କରିନଥିବାରୁ ଅନେକ ସଦସ୍ୟ ରାଷ୍ଟ୍ର କୌଣସି ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ପରସ୍ପର ମଧ୍ୟରେ ଯୁଦ୍ଧ କଲେ ।
  • ଜାତିସଂଘର ନିଜର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସୈନ୍ୟବାହିନୀ ନ ଥିବାରୁ ଅନ୍ୟାୟରେ ଆକ୍ରମଣ କରୁଥିବା ପଡ଼ୁଥିଲା ।
  • ଜାତିସଂଘକୁ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରିବାକୁ ଦାୟିତ୍ଵ ଦିଆଗଲେ ମଧ୍ୟ ଏହାର ନିଷ୍ପତ୍ତି କାର୍ଯ୍ୟକାରୀ କରିବାପାଇଁ ଯଥେଷ୍ଟ କ୍ଷମତା ଦିଆଯାଇ ନ ଥିଲା ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଜାତିସଂଘର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ କ’ଣ ଥିଲା ?
Answer:
ଜାତିସଂଘର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଯାଇଛି ।

  • ଆନ୍ତର୍ଜାତିକ ସହଯୋଗ, ଶାନ୍ତ ଓ ସୁରକ୍ଷାକୁ ଉତ୍ସାହିତ କରିବା ।
  • ଯୁଦ୍ଧର ଆଶ୍ରୟ ନ ନେବାକୁ ଏବଂ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମୁକ୍ତ, ନିରପେକ୍ଷ ଓ ସମ୍ମାନଜନକ ସମ୍ପର୍କକୁ ନୈତିକ କର୍ତ୍ତବ୍ୟ ଭାବେ ଗ୍ରହଣ କରିବା ।
  • ଆନ୍ତର୍ଜାତିକ ଆଇନକୁ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ଆଚରଣର ପ୍ରକୃତ ବିଧାଭାବରେ ପ୍ରତିଷ୍ଠିତ କରିବା ।
  • ନିରପେକ୍ଷତା ବଜାୟ ରଖିବା ଏବଂ ଅନୁମୋଦିତ ଚୁକ୍ତିଗୁଡ଼ିକ ପ୍ରତି ସଚେତନ ସମ୍ମାନ ଜଣାଇବା ।

(ଖ) ଜାତିସଂଘର ‘ସଭା’ରେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରକୁ କିପରି ସମାନ ସ୍ଥାନ ଦିଆଯାଇଥିଲା ?
Answer:

  • ଜାତିସଂଘର ‘ସଭା’କୁ ପ୍ରତ୍ୟେକ ସ୍ବାଧୀନ ରାଷ୍ଟ୍ର ତିନିଜଣ ପ୍ରତିନିଧ‌ି ପଠାଇ ପାରୁଥିଲେ; କିନ୍ତୁ କେବଳ ଗୋଟିଏ ଭୋଟର ଅଧିକାର ପାଉଥିଲେ ।
  • ଏହିପରି ସଭାରେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରକୁ ସମାନ ସ୍ଥାନ ଦିଆଯାଉଥିଲା ।

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଗ) କେଉଁ ରାଷ୍ଟ୍ରଗୁଡ଼ିକ ଜାତିସଂଘ ‘ପରିଷଦ’ର ପ୍ରଥମ ସ୍ଥାୟୀ ସଭ୍ୟ ହୋଇଥିଲେ ?
Answer:
ଗ୍ରେଟ୍ ବ୍ରିଟେନ୍, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ ଓ ଜାପାନ ଜାତିସଂଘର ପରିଷଦର ପ୍ରଥମ ସ୍ଥାୟୀ ସଭ୍ୟ ହୋଇଥିଲେ ।

(ଘ) ଜାତିସଂଘ ‘ପରିଷଦ’ର ଅସ୍ଥାୟୀ ସଭ୍ୟଙ୍କ କାର୍ଯ୍ୟକାଳ କେତେ ବର୍ଷ ଥିଲା ଏବଂ ପ୍ରତ୍ୟେକ ବର୍ଷ କେତେ ଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଥିଲେ ?
Answer:

  • ଜାତିସଂଘ ‘ପରିଷଦ’ର ଅସ୍ଥାୟୀ ସଭ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ ଥିଲା ।
  • ପ୍ରତ୍ୟେକ ବର୍ଷ ୩ ଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଥିଲେ ।

(ଙ) କେବେ ଓ କେଉଁଠାରେ ଜାତିସଂଘର ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ପ୍ରତିଷ୍ଠିତ ହୋଇଥିଲା ?
Answer:
୧୯୨୨ ମସିହା ଫେବୃୟାରୀ ୧୫ ତାରିଖ ଦିନ ନ୍ୟାୟାଳୟ ପ୍ରତିଷ୍ଠିତ ହୋଇଥିଲା ।

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଚ) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ?
Answer:

  • ପ୍ରତ୍ୟେକ ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ତାଙ୍କ ନିଜ ଦେଶରେ ଏବଂ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ତାଙ୍କ ଦେଶର ସମ୍ପର୍କ ଥ‌ିବା ଅନ୍ୟ ଦେଶର ଅନୁକୂଳ ଓ ମାନବୋଚିତ ଅବସ୍ଥା ସୁରକ୍ଷିତ କରିବା ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ସାରା ବିଶ୍ୱରେ ଶ୍ରମିକମାନଙ୍କର ସ୍ୱାର୍ଥରକ୍ଷା କରିବା ଏବଂ ସେମାନଙ୍କର ଅବସ୍ଥାରେ ଉନ୍ନତି ଆଣିବା ଏହି ସଙ୍ଗଠନର କାର୍ଯ୍ୟ ଥିଲା ।

(ଛ) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ‘ସାଧାରଣ ସମ୍ମିଳନୀ’ରେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରର କେତେଜଣ ପ୍ରତିନିଧ୍ ଥିଲେ ଏବଂ ସେମାନେ କିପରି ମନୋନୀତ ହେଉଥିଲେ ?
Answer:

  • ଜାତିସଂଘ ‘ପରିଷଦ’ର ଅସ୍ଥାୟୀ ସଭ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ ଥିଲା ।
  • ପ୍ରତ୍ୟେକ ବର୍ଷ ୩ ଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଥିଲେ ।ଅଧିକାର ଦିଆଯାଇଥିଲା ।

(ଜ) ଜାତିସଂଘଦ୍ଵାରା ଆଲାଣ୍ଡ ଦ୍ଵୀପର ସମସ୍ୟା କିପରି ସମାଧାନ କରାଯାଇଥିଲା ?
Answer:

  • ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ‘ସାଧାରଣ ସମ୍ମିଳନୀ’ରେ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରର ୪ ଜଣ ପ୍ରତିନିଧ‌ି ଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ସରକାରଙ୍କଦ୍ୱାରା, ଜଣେ ଶିଳ୍ପପତିଙ୍କଦ୍ୱାରା ଓ ଜଣେ ଶ୍ରମିକମାନଙ୍କଦ୍ୱାରା ମନୋନୀତ ହେଉଥିଲେ ।
  • ୧୯୨୧ ମସିହାରେ ଆଲାଣ୍ଡ ଦ୍ବୀପର ଅଧିକାରକୁ ନେଇ ସ୍ବିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ଯରେ ଲାଗିଥିବା କଳହର

(ଝ) ପ୍ରଥମ ବିଶ୍ୱଯୁଦ୍ଧରେ ପରାଜିତ ରାଷ୍ଟ୍ରମାନେ ଜାତିସଂଘକୁ ସମର୍ଥନ ଦେବାପାଇଁ କାହିଁକି କୁଣ୍ଠାବୋଧ କଲେ ?
Answer:

  • ଜାତିସଂଘର ଆରମ୍ଭରେ ବିଜିତ ରାଷ୍ଟ୍ରମାନଙ୍କୁ ସଭ୍ୟପଦ ଦିଆନଯିବାରୁ ସେମାନେ ଜାତିସଂଘକୁ କେବଳ ବିଜେତାମାନଙ୍କର ଏକ ସଙ୍ଗଠନ ବୋଲି ମନେକଲେ ।
  •  ଏଥିପାଇଁ ଜାତିସଂଘକୁ ସେମାନେ ଘୃଣା କଲେ ଏବଂ ସମର୍ଥନ ଦେବାପାଇଁ କୁଣ୍ଠାବୋଧ କଲେ ।

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଞ) ଜର୍ମାନୀ କେବେ ଜାତିସଂଘର ସଦସ୍ୟ ହୋଇଥିଲା ଏବଂ କେବେ ଏହାର ସଦସ୍ୟ ପଦ ତ୍ୟାଗ କରିଥିଲା ?
Answer:
ଜର୍ମାନୀ ୧୯୨୬ ମସିହାରେ ଜାତିସଂଘର ସଦସ୍ୟ ହୋଇଥିଲା ଏବଂ ୧୯୩୩ରେ ହିଟଲରଙ୍କ ଉତ୍‌ଥାନ ପରେ ସେ ଏହାର ସଦସ୍ୟପଦ ତ୍ୟାଗ କରିଥିଲା ।

୩। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେବେ ପ୍ୟାରିସ୍ ସମ୍ମିଳନୀରେ ଜାତିସଂଘ କୋଭେନାଣ୍ଟର ଚିଠା ଗୃହୀତ ହୋଇଥିଲା ?
Answer:
୧୯୧୯ ମସିହା ଏପ୍ରିଲ୍ ୨୮ ତାରିଖରେ ପ୍ୟାରିସ୍ ସମ୍ମିଳନୀରେ ଜାତିସଂଘ କୋଭେନାଣ୍ଟର ଚିଠା ଗୃହୀତ ହୋଇଥିଲା ।

(ଖ) ଜାତିସଂଘ କେବେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ହେଲା ?-
Answer:
୧୯୨୦ ମସିହା ଜାନୁୟାରୀ ୧୦ ତାରିଖରେ ଜାତିସଂଘ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ହେଲା ।

(ଗ) ଯୁକ୍ତରାଷ୍ଟ୍ର ଆମେରିକା କାହିଁକି ଜାତିସଂଘର ସଭ୍ୟ ହୋଇପାରିଲା ନାହିଁ ?
Answer:
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ୟାରିସ୍ ଶାନ୍ତିଚୁକ୍ତିକୁ ସିନେଟ୍ ଅନୁମୋଦନ ନ କରିବାରୁ ଏହା ଜାତିସଂଘର ସଭ୍ୟ ହୋଇପାରିଲା ନାହିଁ ।

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଘ) ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟର ଦୁଇ ପ୍ରକାର ଆଇନଗତ ଅଧିକାର କ’ଣ ଥିଲା ?
Answer:
ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟର ଦୁଇ ପ୍ରକାର ଆଇନଗତ ଅଧିକାର ଥିଲା; ଯଥା – ସ୍ୱେଚ୍ଛାକୃତ ଓ ବାଧ୍ୟତାମୂଳକ ।

(ଙ) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଥିଲା ?
Answer:
ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ ଜେନେଭାଠାରେ ସ୍ଥାପିତ ହୋଇଥିଲା ।

(ଚ) ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ପ୍ରତ୍ୟେକ ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ତାଙ୍କ ନିଜ ଦେଶରେ ଏବଂ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ତାଙ୍କ ଦେଶର ସମ୍ପର୍କ ଥ‌ିବା ଅନ୍ୟ ଦେଶର ଅନୁକୂଳ ଓ ମାନବୋଚିତ ଅବସ୍ଥା ସୁରକ୍ଷିତ କରିବା ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

(ଛ) ‘ସାର୍’ ଅଞ୍ଚଳକୁ କେଉଁ ପଦ୍ଧତିରେ ନିଷ୍ପତ୍ତି ନିଆଯାଇ ଜର୍ମାନୀ ସହିତ ମିଶାଇ ଦିଆଯାଇଥିଲା ?
Answer:
ସାର୍ ଅଞ୍ଚଳରେ ଏକ ଗଣଭୋଟ ସଙ୍ଗଠିତ କରାଯାଇ ଏହି ଅଞ୍ଚଳକୁ ଜର୍ମାନୀ ସହିତ ମିଶାଇ ଦିଆଯାଇଥିଲା ।

(ଜ) ସୋଭିଏତ୍ ରୁଷିଆକୁ କାହିଁକି ଜାତିସଂଘ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା ?
Answer:
୧୯୩୯ ମସିହାରେ ଫିନ୍‌ଲାଣ୍ଡ ଆକ୍ରମଣ କରିବାରୁ ରୁଷିଆକୁ ଜାତିସଂଘ ସଦସ୍ୟ ପଦରୁ ବହିଷ୍କାର କରାଗଲା ।

(ଝ) ୧୯୩୦ର ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ରାଷ୍ଟ୍ରଗୁଡ଼ିକ କିପରି ଅହେତୁକ ଆକ୍ରମଣ ପ୍ରତି ମୌନ ସମ୍ମତି ଜଣାଇଲେ ?
Answer:
୧୯୪୬ ମସିହା ଏପ୍ରିଲ୍ ୧୮ ତାରିଖରେ ଜାତିସଂଘ ନୂତନଭାବେ ଗଠିତ ସଂଯୁକ୍ତ ରାଷ୍ଟ୍ରସଂଘ ସହିତ ମିଶିଗଲା । ଆକ୍ରମଣ ପ୍ରତି ମୌନ ସମ୍ମତି ଜଣାଇଲେ ।

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଞ) ଜାତିସଂଘ କେବେ ସଂଯୁକ୍ତ ରାଷ୍ଟ୍ରସଂଘ ସହିତ ମିଶିଗଲା ?
Answer:
୧୯୪୬ ମସିହା ଏପ୍ରିଲ୍ ୧୮ ତାରିଖରେ ଜାତିସଂଘ ନୂତନଭାବେ ଗଠିତ ସଂଯୁକ୍ତ ରାଷ୍ଟ୍ରସଂଘ ସହିତ ମିଶିଗଲା ।

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) କିଏ ପ୍ୟାରିସ୍ ସମ୍ମିଳନୀରେ ଜାତିସଂଘ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ?
(i) ଆଭେନଲ୍
(ii) ଲେଷ୍ଟ୍ରଚ
(iii) ଉଡ୍ରୋ ଉଇଲ୍‌ସନ୍
(iv) ଏରିକ୍ ଡୁମଣ୍ଡ
Answer:
(iii) ଉଡ୍ରୋ ଉଇଲ୍‌ସନ୍‌

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଖ) ଜାତିସଂଘ କୋଭେନାଣ୍ଟକୁ କେବେ ଭର୍ସାଇ ସନ୍ଧିର ଅନ୍ତର୍ଭୁକ୍ତ କରାଯାଇଥିଲା ?
(i) ୧୯୧୯ ଜାନୁଆରୀ ୧୮
(ii) ୧୯୧୯ ଏପ୍ରିଲ୍ ୨୮
(iii) ୧୯୧୯ ଜୁନ୍ ୨୮
(iv) ୧୯୨୦ ଜାନୁଆରୀ ୧୦
Answer:
(iii) ୧୯୧୯ ଜୁନ୍ ୨୮

(ଗ) ନୂତନ ରାଷ୍ଟ୍ରକୁ ସଭ୍ୟପଦ ଦେବାପାଇଁ ଅତି କମ୍‌ରେ
(i) ଏକ ତୃତୀୟାଂଶ
(ii) ଏକ ଚତୁର୍ଥାଂଶ
(iii) ଦୁଇ ତୃତୀୟାଂଶ
(iv) ତିନି ଚତୁର୍ଥାଂଶ
Answer:
(iii) ଦୁଇ ତୃତୀୟାଂଶ

(ଘ) ରୁଷିଆ କେବେ ଜାତିସଂଘ ପରିଷଦର ସ୍ଥାୟୀ ସଭ୍ୟ
(i) ୧୯୨୬
(ii) ୧୯୩୪
(iii) ୧୯୩୬
(iv) ୧୯୩୯
Answer:
(ii) ୧୯୩୪

(ଙ) ଜାତିସଂଘର ସଚିବାଳୟ କେଉଁଠାରେ ଅବସ୍ଥିତ ଥିଲା ?
(i) ପ୍ୟାରିସ୍
(ii) ହେଗ୍
(iii) ଜେନେଭା
(iv) ଭିନା
Answer:
(iii) ଜେନେଭା

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଚ) ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିଙ୍କ କାର୍ଯ୍ୟକାଳ କେତେ ବର୍ଷ ଥିଲା ?
(i) ଏଗାର ବର୍ଷ
(ii) ଚାରି ବର୍ଷ
(iii) ପନ୍ଦର ବର୍ଷ
(iv) ନ‍ଅ ବର୍ଷ
Answer:
(iv) ନଅ ବର୍ଷ

(ଛ) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ଶାସନ ନିୟନ୍ତ୍ରକ ଦଳରେ କେତେଜଣ ସଦସ୍ୟ
(i) ଚାରି ଜଣ
(ii) ଆଠ ଜଣ
(ii) ଷୋହଳ ଜଣ
(iv) ବତ୍ରିଶ ଜଣ
Answer:
(iv) ବତ୍ରିଶ ଜଣ

(ଜ) କଲମ୍ବିଆକୁ ହସ୍ତାନ୍ତର କରିଥିବାକେଉଁ ସହରକୁ ପେରୁ ୧୯୩୩ ମସିହାରେ ପୁନଃ ଅଧିକାର କରିଥ ରହିଥିଲେ ?
(i)ଡାନା ଡାଗ୍
(ii) ଆଲାଣ୍ଡ
(iii) ହେଗ୍
(iv) ଲେଟିସିଆ
Answer:
ଲେଟିସିଆ

(ଝ) ଇଟାଲୀୟ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ କେଉଁ ଅଞ୍ଚଳକୁ ଇଟାଲୀ ଧ୍ୱଂସ କରିଥିଲା ?
(i) ଅଲାଣ୍ଡ ଦ୍ବୀପ
(ii) ‘ସାର୍’ କୋଇଲା ଅଞ୍ଚଳ
(iii) ନିଭିନା
(iv) କୋଫ୍ୟୁ ଦ୍ବୀପ
Answer:
(iv) କୋର୍‌ଫ୍ୟୁ ଦ୍ବୀପ

BSE Odisha 9 th Class History Solutions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

(ଞ) ଇଟାଲୀ କେବେ ଜାତିସଂଘ ସଦସ୍ୟ ପଦ ଛାଡ଼ିଥିଲା ?
(i)୧୯୩୩
(ii)୧୯୩୪
(iii) ୧୯୩୭
(iv) ୧୯୩୯
Answer:
(iii) ୧୯୩୭

BSE Odisha 9th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

Odisha State Board BSE Odisha 9th Class History Solutions Chapter 3 ରୁଷ ବିପ୍ଲବ: କାରଣ ଓ ଫଳାଫଳ Textbook Exercise Questions and Answers.

BSE Odisha Class 9 History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ରୁଷ୍ ବିପ୍ଳବ ପୂର୍ବରୁ ରୁଷିଆର ଜାର୍‌ମାନଙ୍କ ସ୍ୱେଚ୍ଛାଚାରୀ ଶାସନର ଏକ ବିବରଣୀ ଦିଅ ।
Answer:

  • ରୁଷିଆରେ ଶାସନର ସମସ୍ତ କ୍ଷମତା ଜାର୍‌ଙ୍କ ହାତରେ କେନ୍ଦ୍ରୀଭୂତ ହୋଇଥିଲା । ସେ ଦେଶର ପଦାତିକ ବାହିନୀ, ନୌବାହିନୀ ଏବଂ ରୁଷୀୟ ଚର୍ଜର ମୁଖ୍ୟ ଥିଲେ ।
  • ସେ ବିନା ବିଚାରରେ ଯେକୌଣସି ଲୋକଙ୍କୁ ମୃତ୍ୟୁଦଣ୍ଡ ଆଦେଶ ଦେଇପାରୁଥିଲେ ବା ବନ୍ଦୀ କରିପାରୁଥିଲେ କିମ୍ବା ସୁଦୂର ବରଫାବୃତ ସାଇବେରିଆକୁ ମଧ୍ୟ ନିର୍ବାସନରେ ପଠାଇ ଦେଉଥିଲେ । ମୋଟାମୋଟି ଦେଖିବାକୁ ଗଲେ ଦେଶରେ ଏକଚ୍ଛତ୍ରବାଦୀ ଓ ସ୍ୱେଚ୍ଛାଚାରୀ ଶାସନ ଚାଲିଥିଲା ।
  • ରୁଷ ବିପ୍ଳବ ପୂର୍ବରୁ ରାଜତ୍ଵ କରୁଥିବା ପାଞ୍ଚଜଣ ଜାର୍ ରୁଷରେ ସ୍ୱେଚ୍ଛାଚାରୀ ଶାସନକୁ ଚରମ ସୀମାରେ ପହଞ୍ଚାଇ ଦେଇଥିଲେ ।
  • ରୁଷିଆର ଜନସଂଖ୍ୟାର ଅର୍ଦ୍ଧେକ ଭାଗ କୃଷିଭୃତ୍ୟ ଥିଲେ ଓ ସେମାନେ ସମସ୍ତ ପ୍ରକାର ଅଧିକାରରୁ ବଞ୍ଚିତ ହୋଇ ଅତି ଦୟନୀୟ ଭାବରେ ଜୀବନଯାପନ କରୁଥିଲେ । ସମୟକ୍ରମେ ସେମାନଙ୍କର ଅସନ୍ତୋଷ ଭାବ ରୁଷ୍ ବିପ୍ଳବକୁ ଇନ୍ଧନ ଯୋଗାଇଥିଲା ।

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଖ) ରୁଷ୍ ବିପ୍ଳବର ଅବ୍ୟବହିତ ପୂର୍ବରୁ ରୁଷିଆର ସାମାଜିକ ଅବସ୍ଥା କିପରି ଥିଲା ?
Answer:

  • ରୁଷ୍ ବିପ୍ଳବ ପୂର୍ବରୁ ରୁଷିଆର ସମାଜ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥିଲା; ଯଥା – ଥିଲାବାଲା ଶ୍ରେଣୀ ଓ ନ ଥିଲାବାଲା ଶ୍ରେଣୀ ।
  • ଥିଲାବାଲା ଶ୍ରେଣୀରେ ଧନିକ ଓ ସଂଭ୍ରାନ୍ତ ଗୋଷ୍ଠୀର ଲୋକମାନେ ଅନ୍ତର୍ଭୁକ୍ତ ଥିଲେ ଓ ସେମାନେ ଜାରଙ୍କ
  • ସେମାନେ ଶାସନର ପ୍ରାୟ ସମସ୍ତ ପଦପଦବୀ ଅଧିକାର କରିଥିଲେ ଓ ଦେଶର ସମସ୍ତ ଜମିର ମାଲିକ ଥିଲେ ।
  • ନ ଥିଲାବାଲା ଶ୍ରେଣୀରେ ଥିଲେ କୃଷକ ଓ ଶ୍ରମିକ । ସେମାନେ ଧନିକ ଗୋଷ୍ଠୀର ଲୋକଙ୍କ ଅତ୍ୟାଚାରର
  • ଶ୍ରମିକମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିଲେ ଓ ଭୋକ୍‌କା ନାମକ ନିଶାକାରୀ ପାନୀୟ ପ୍ରତି ଆସକ୍ତ ଥିଲେ । ଫଳରେ ଅକାଳରେ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିଲେ ।

(ଗ) ରୁଷ୍ ବିପ୍ଳବ ପାଇଁ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ରଚନା କିପରି ଇନ୍ଧନ ଯୋଗାଇଥିଲା ?
Answer:

  • ପାଶ୍ଚାତ୍ୟ ଇଉରୋପର ଉଦାର ରାଜନୈତିକ ଚିନ୍ତାଧାରା ରୁଷିଆର ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀକୁ ଗଭୀରଭାବେ
  • ରୁଷିଆର ପ୍ରଗତିଶୀଳ ମତବାଦଗୁଡ଼ିକର ପ୍ରଚାରରେ ଅନେକ ପାଶ୍ଚାତ୍ୟ ସାହିତ୍ୟ ରୁଷ୍ ଭାଷାରେ ଅନୂଦିତ ହୋଇ ଶିକ୍ଷିତ ଲୋକଙ୍କଦ୍ବାରା ପଠିତ ହେଲା ।
  • ଲିଓ ଟଲଷ୍ଟୟ, ଦସ୍ତୋଭସ୍କି, ମାକ୍ସିମ୍ ଗୋର୍କୀ, ଲାଭରୋଭ୍ ଆଦି ଚିନ୍ତାଶୀଳ ଲେଖକଙ୍କ ରଚନା ଶିକ୍ଷିତ ରୁଷିବାସୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲା ।
  • ୧୮୪୮ ମସିହାରେ ମହାନ୍ ଚିନ୍ତାନାୟକ କାର୍ଲ ମାର୍ସ ଓ ଫ୍ରେଡ଼େରିକ୍ ଏଞ୍ଜେଲ୍ସଙ୍କଦ୍ୱାରା ରଚିତ ବୈପ୍ଳବିକ ଚିନ୍ତାଧାରା ସମ୍ବଳିତ ପ୍ରସିଦ୍ଧ ପୁସ୍ତିକା ‘କମ୍ୟୁନିଷ୍ଟ ମାନିଫେଷ୍ଟୋ’ ଏବଂ ୧୮୬୭ ମସିହାରେ କାର୍ଲ ମାର୍କ୍ସଙ୍କ ରଚିତ ‘ଦ କ୍ୟାପିଟାଲ’ ପୁସ୍ତକ ଶୋଷଣ ଓ ବୈଷମ୍ୟ ବିରୋଧରେ ବିପ୍ଳବ କରିବାପାଇଁ ସର୍ବହରାମାନଙ୍କୁ ଆହ୍ୱାନ ଦେଇଥିଲା ।
  • ମାର୍କ୍ସଙ୍କ ଆଦର୍ଶବାଦରେ ଉଦ୍‌ବୁଦ୍ଧ ହୋଇ ରୁଷିଆର ଜନସାଧାରଣ ସମ୍ଭ୍ରାନ୍ତ ଓ ପୁଞ୍ଜିବାଦୀଙ୍କ ଶୋଷଣ ବିରୋଧରେ ବିପ୍ଳବ କରିବାପାଇଁ ଆଗେଇ ଆସିଲେ ।

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଘ) ଫେବୃୟାରୀ ବିପ୍ଳବ ପରବର୍ତ୍ତୀ କାମଚଳା ସରକାର ତାଙ୍କ ଉଦାରନୀତି ସତ୍ତ୍ବେ କାହିଁକି ବେଶିଦିନ ତିଷ୍ଠି ପାରିଲା ନାହିଁ ?
Answer:
ନିମ୍ନଲିଖିତ କାରଣଗୁଡ଼ିକ ଯୋଗୁଁ ଫେବୃୟାରୀ ବିପ୍ଳବର ପରବର୍ତ୍ତୀ କାମଚଳା ସରକାର ତାଙ୍କ ଉଦାର ନୀତି ସତ୍ତ୍ବେ ବେଶିଦିନ ତିଷ୍ଠି ପାରିନଥିଲା ।

  • କାମଚଳା ସରକାରଙ୍କୁ ଶାସନ ଆରମ୍ଭରୁ ହିଁ କେତେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପ୍ରଥମତଃ ଓ ଖାଦ୍ୟାଭାବ କାରଣରୁ ଏବଂ ପରାଜୟଜନିତ ନିରୁତ୍ସାହିତ ସୈନ୍ୟବାହିନୀ ଯୋଗୁଁ ଯୁଦ୍ଧ ସପକ୍ଷରେ ନ ଥିଲେ ।
  • ସମାଜବାଦ ନୀତିଦ୍ୱାରା ପରିଚାଳିତ ଶ୍ରମିକମାନେ ସରକାରଙ୍କ ଘୋର ବିରୋଧ କରିଥିଲେ । ଶ୍ରମିକ ଓ ସୈନ୍ୟମାନଙ୍କର ସଙ୍ଗଠନ ‘ସୋଭିଏତ୍’ ଏବଂ ଉଦାରବାଦୀ ସରକାରଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଓ ସରକାରଙ୍କ ଅନୁପଯୁକ୍ତ କାର୍ଯ୍ୟଶୈଳୀ ହେତୁ ଦେଶରେ ବିବାଦ ଦେଖାଦେଲା ।
  • ବିନା କ୍ଷତିପୂରଣରେ ଜମିମାଲିକଙ୍କଠାରୁ ଜମି ଆଣି କୃଷକମାନଙ୍କ ମଧ୍ୟରେ ବାଣ୍ଟିବା ଓ ଶିଳ୍ପଗୁଡ଼ିକର ନେବାରୁ କୃଷକ ଓ ଶ୍ରମିକମାନେ ସରକାରଙ୍କ ବିରୋଧୀ ହେଲେ ।
  • ସମାଜବାଦୀ ନେତାମାନଙ୍କ ନେତୃତ୍ୱରେ ସେମାନେ ସରକାରଙ୍କ ଉପରେ ଚାପ ପକାଇବାପାଇଁ ଉଗ୍ର ଓ ଧମକପୂର୍ଣ ସହ କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଲା ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) କାର୍ଲ ମାର୍କଙ୍କଦ୍ବାରା ରଚିତ ଦୁଇଟି ସୁପ୍ରସିଦ୍ଧ ପୁସ୍ତକ କ’ଣ ଥିଲା ?
Answer:
କାର୍ଲ ମାର୍କଙ୍କଦ୍ୱାରା ରଚିତ ଦୁଇଟି ସୁପ୍ରସିଦ୍ଧ ପୁସ୍ତକର ନାମ ହେଲା – ‘କମ୍ୟୁନିଷ୍ଟ ମାନିଫେଷ୍ଟୋ’ ଓ ‘ଦ କ୍ୟାପିଟାଲ’ ।

(ଖ) ରୁଷ୍ ବିପ୍ଳବ ପୂର୍ବରୁ ଅସନ୍ତୁଷ୍ଟ ଶ୍ରମିକମାନଙ୍କଦ୍ୱାରା ଓ ଭୂମିହୀନ କୃଷକମାନଙ୍କଦ୍ୱାରା ଯଥାକ୍ରମେ କେଉଁ
Answer:
ରୁଷ୍ ବିପ୍ଳବ ପୂର୍ବରୁ ଅସନ୍ତୁଷ୍ଟ ଶ୍ରମିକମାନଙ୍କଦ୍ୱାରା ‘ସାମାଜିକ ଗଣତାନ୍ତ୍ରିକ ଦଳ’ ଓ ଭୂମିହୀନ କୃଷକମାନଙ୍କଦ୍ୱାରା ‘ସାମାଜିକ ବିପ୍ଳବୀ ଦଳ’ ନାମରେ ଦୁଇଟି ଦଳ ଗଠନ କରାଯାଇଥିଲା ।

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଗ) ୧୯୦୩ ମସିହାରେ ରୁଷିଆରେ କେଉଁ ଦୁଇଟି ଦଳ ସୃଷ୍ଟି ହୋଇଥିଲା ?
Answer:
୧୯୦୩ ମସିହାରେ ରୁଷିଆରେ ‘ମେସେଭିକ୍ ଦଳ’ ଓ ‘ବୋଲ୍‌ସେଭିକ୍ ଦଳ’ ନାମରେ ଦୁଇଟି ଦଳ ସୃଷ୍ଟି ହୋଇଥିଲା ।

(ଘ) ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କେଉଁ ଦୁଇଟି ଯୁଦ୍ଧରେ ରୁଷିଆର ପରାଜୟ ଦେଶର ସମ୍ମାନକୁ କ୍ଷୁଣ୍ଣ କରି ଜାର୍ ଶାସନର ଦୁର୍ବଳତା ପ୍ରମାଣ କରିଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ୧୮୫୪ ମସିହାର କ୍ରିମିଆ ଯୁଦ୍ଧ ଓ ୧୯୦୪ ମସିହାର ରୁଷ୍-ଜାପାନ ଯୁଦ୍ଧରେ ରୁଷିଆର ପରାଜୟ ଦେଶର ସମ୍ମାନକୁ କ୍ଷୁଣ୍ଣ କରି ଜାର୍ ଶାସନର ଦୁର୍ବଳତା ପ୍ରମାଣ କରିଥିଲା ।

(ଙ) ୧୯୦୫ ମସିହା ଜାନୁଆରୀ ୨୨ ତାରିଖରେ ବିକ୍ଷୋଭକାରୀମାନେ କାହା ନେତୃତ୍ବରେ ଏବଂ କେଉଁ ସ୍ଥାନରେ ଜାରଙ୍କୁ ଏକ ଦାବିପତ୍ର ଦେବାପାଇଁ ଶୋଭାଯାତ୍ରାରେ ଯାଉଥିଲେ ?
Answer:
୧୯୦୫ ମସିହା ଜାନୁୟାରୀ ୨୨ ତାରିଖରେ ବିକ୍ଷୋଭକାରୀମାନେ ଧର୍ମଯାଜକ ଫାଦର ଗ୍ୟାପନ୍‌ଙ୍କ ନେତୃତ୍ୱରେ ଜାର୍ ଦ୍ୱିତୀୟ ନିକୋଲାସ୍‌ଙ୍କୁ ଏକ ଦାବିପତ୍ର ଦେବାପାଇଁ ସେଣ୍ଟ ପିଟରସ୍ଵର୍ଗସ୍ଥିତ ଜାର୍‌ଙ୍କ ଶୀତକାଳୀନ ପ୍ରାସାଦ ଅଭିମୁଖେ ଯାଉଥିଲେ ।

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଚ) ୧୯୧୭ ବିପ୍ଳବ ସମୟରେ ରୁଷିଆରେ ଜାର୍ କିଏ ଥିଲେ ଏବଂ ତାଙ୍କ ରାଜବଂଶର ନାମ କ’ଣ ଥିଲା ?
Answer:
୧୯୧୭ ବିପ୍ଳବ ସମୟରେ ରୁଷିଆରେ ଜାର୍ ଦ୍ବିତୀୟ ନିକୋଲାସ୍ ଥିଲେ ଏବଂ ତାଙ୍କ ରାଜବଂଶର ନାମ ରୋମାନୋଭ୍ ଥିଲା ।

(ଛ) ୧୯୧୭ ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ଲେନିନ୍ କ’ଣ ଘୋଷଣା କରିଥିଲେ
Answer:
୧୯୧୭ ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ଲେନିନ୍ ରୁଷିଆରେ ସୋଭିଏତ୍ ସାଧାରଣତନ୍ତ୍ର ସ୍ଥାପିତ ହେଲା ବୋଲି ଘୋଷଣା କରିଥିଲେ ।

(ଜି) ୧୯୧୭ ନଭେମ୍ବର ୭ ତାରିଖରେ କେଉଁଠାରେ ଏବଂ କାହାଦ୍ଵାରା ଲେନିନ୍ ତାଙ୍କର ତିନିଗୋଟି
Answer:
୧୯୧୭ ନଭେମ୍ବର ୭ ତାରିଖରେ ପେଟ୍ରୋଗ୍ରାଡ୍ ଠାରେ ନିଖିଳ ରୁଷିଆ ସୋଭିଏତ୍ କଂଗ୍ରେ ସର ସଦସ୍ୟମାନଙ୍କଦ୍ୱାରା ଲେନିନ୍ ତାଙ୍କର ତିନିଗୋଟି ଆଦେଶନାମା ଅନୁମୋଦିତ କରାଇ ନେଇଥିଲେ ।

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଝ) ୧୯୧୭ ଅକ୍ଟୋବର ବିପ୍ଳବ ପରେ ରୁଷିଆର ନୂତନ ସରକାରରେ କିଏ ପ୍ରଧାନମନ୍ତ୍ରୀ ଓ କିଏ ବୈଦେଶିକ ମନ୍ତ୍ରୀ ହୋଇଥିଲେ ?
Answer:
୧୯୧୭ ଅକ୍ଟୋବର ବିପ୍ଳବ ପରେ ରୁଷିଆର ନୂତନ ସରକାରରେ ଲେନିନ୍ ପ୍ରଧାନମନ୍ତ୍ରୀ ଓ ଟ୍ରଟସ୍କି ବୈଦେଶିକ ବ୍ୟାପାର ମନ୍ତ୍ରୀଭାବେ ନିଯୁକ୍ତି ପାଇଥିଲେ ।

(ଞ) ୧୯୧୮ ମସିହା ସମ୍ବିଧାନରେ ଏବଂ ୧୯୨୪ ମସିହା ସମ୍ବିଧାନରେ ଯଥାକ୍ରମେ ରୁଷିଆକୁ କେଉଁ କେଉଁ ନାମରେ ନାମିତ କରାଯାଇଥିଲା ?
Answer:
୧୯୧୮ ମସିହା ସମ୍ବିଧାନରେ ରୁଷିଆକୁ ‘ରୁଷୀୟ ସୋସିଆଲିଷ୍ଟ ଫେଡ଼େରେଟିଭ୍ ସୋଭିଏତ୍ ରିପବ୍ଲିକ୍‌’ ଏବଂ ୧୯୨୪ ମସିହା ସମ୍ବିଧାନରେ ରୁଷିଆକୁ ‘ୟୁନିଅନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍‌ସ୍’ ନାମରେ ନାମିତ କରାଯାଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେଉଁ ମସିହାରେ ଦ୍ବିତୀୟ ନିକୋଲାସ୍ ରୁଷିଆର ଜାର୍ ହେଲେ ?
Answer:
୧୮୯୪ ମସିହାରେ ଦ୍ବିତୀୟ ନିକୋଲାସ୍ ରୁଷିଆର ଜାର୍ ହେଲେ ।

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଖ) ରୁଷ୍ ବିପ୍ଳବ ପୂର୍ବରୁ ଦରିଦ୍ର କୃଷକ ଓ ଶ୍ରମିକମାନେ କେଉଁ ନିଶାକାରୀ ଦ୍ରବ୍ୟ ପ୍ରତି ଆସକ୍ତ ଥିଲେ ?
Answer:
ରୁଷ୍ ବିପ୍ଳବ ପୂର୍ବରୁ ଦରିଦ୍ର କୃଷକ ଓ ଶ୍ରମିକମାନେ ‘ଭୋଦ୍‌କା’ ନାମକ ନିଶାକାରୀ ଦ୍ରବ୍ୟ ପ୍ରତି ଆସକ୍ତ ଥିଲେ ।

(ଗ) କାର୍ଲ ମାର୍କଙ୍କ ‘‘କମ୍ୟୁନିଷ୍ଟ ମାନିଫେଷ୍ଟୋ’’ କେବେ ପ୍ରକାଶିତ ହୋଇଥିଲା ?
Answer:
କାର୍ଲ ମାର୍କଙ୍କ ‘କମ୍ୟୁନିଷ୍ଟ ମାନିଫେସ୍କୋ’ ୧୮୪୮ ଖ୍ରୀ.ଅ.ରେ ପ୍ରକାଶିତ ହୋଇଥିଲା ।

(ଘ) ରୁଷିଆରେ ‘ଅକ୍ଟୋବର ଇସ୍ତାହାର’ କେବେ ଘୋଷଣା କରାଯାଇଥିଲା ?
Answer:
ରୁଷିଆରେ ୧୯୦୫ ମସିହା ଅକ୍ଟୋବର ୩୦ ତାରିଖରେ ‘ଅକ୍ଟୋବର ଇସ୍ତାହାର’ ଘୋଷଣା କରାଯାଇଥିଲା ।
(ଙ) ରୁଷ୍ ବିପ୍ଲବ ସମୟରେ ରୁଷିଆର ଜାରିନା କିଏ ଥିଲେ ?
Answer:
ରୁଷ୍ ବିପ୍ଳବ ସମୟରେ ରୁଷିଆର ଜାରିନା ଆଲେକ୍‌ଜାଣ୍ଡ୍ରା ଥିଲେ ।

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଚ) ରାସ୍‌ପୁଟିନ୍‌ଙ୍କ ପ୍ରକୃତ ନାମ କ’ଣ ଥିଲା ?
Answer:
ରାସ୍‌ପୁଟିନ୍‌ଙ୍କ ପ୍ରକୃତ ନାମ ଶ୍ରୀଗୋରୀ ଏଫିମୋଭିଚ୍ ଥିଲା ।
(ଛ) ରୁଷିଆରେ କାମଚଳା ସରକାରଙ୍କ ବିଫଳତା ପରେ କିଏ ପ୍ରଧାନମନ୍ତ୍ରୀ ହୋଇଥିଲେ ?
Answer:
ରୁଷିଆରେ କାମଚଳା ସରକାରଙ୍କ ବିଫଳତା ପରେ କେରେନ୍‌ସ୍କି ପ୍ରଧାନମନ୍ତ୍ରୀ ହୋଇଥିଲେ ।

(ଜ) ରୁଷିଆର କେଉଁ ବିପ୍ଳବକୁ ‘‘ବୋଲ୍‌ସେଭିକ୍ ବିପ୍ଳବ’’ କୁହାଯାଏ ?
Answer:
ରୁଷିଆର ଅକ୍ଟୋବର ବିପ୍ଳବକୁ ‘ବୋଲ୍‌ସେଭିକ୍ ବିପ୍ଳବ’ କୁହାଯାଏ ।

(ଝ) ରୁଷିଆରେ ଜାର୍‌ଙ୍କ ଶୀତକାଳୀନ ପ୍ରାସାଦ କେଉଁଠାରେ ଅବସ୍ଥିତ ଥିଲା ?
Answer:
ରୁଷିଆରେ ଜାର୍‌ଙ୍କ ଶୀତକାଳୀନ ପ୍ରାସାଦ ସେଣ୍ଟ ପିଟରସ୍‌ବର୍ଗଠାରେ ଅବସ୍ଥିତ ଥିଲା ।

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଞ) ରୁଷ୍ ବିପ୍ଲବ ପରେ କାହାକୁ ‘ରୁଷୀୟ କମ୍ୟୁନିଷ୍ଟ ଦଳ’’ଭାବେ ନାମିତ କରାଗଲା ?
Answer:
ରୁଷ୍ ବିପ୍ଲବ ପରେ ବୋଲ୍‌ସେଭିକ୍ ଦଳକୁ ‘ରୁଷୀୟ କମ୍ୟୁନିଷ୍ଟ ଦଳ’ ଭାବେ ନାମିତ କରାଗଲା ।

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) କିଏ ରୁଷିଆରେ କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରିଥିଲେ ?
(i) ପ୍ରଥମ ଅଲେକ୍‌ଜାଣ୍ଡାର
(ii) ଦ୍ଵିତୀୟ ଆଲେକ୍‌ଜାଣ୍ଡାର
(iii) ତୃତୀୟ ଅଲେକ୍‌ଜାଣ୍ଡାର
(iv) ପ୍ରଥମ ନିକୋଲାସ୍
Answer:
(ii) ଦ୍ଵିତୀୟ ଆଲେକ୍‌ଜାଣ୍ଡାର

(ଖ) ରୁଷିଆର ସର୍ବହରାମାନଙ୍କୁ କ’ଣ କୁହାଯାଉଥିଲା ?
(i) ମେସେଭିକ୍
(ii) ବୋଲ୍‌ସେଭିକ୍
(iii) ସର୍ପ
(iv) ପ୍ରୋଲେତାରିଏତ୍
Answer:
(iv) ପ୍ରୋଲେତାରିଏତ୍

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଗ) ରୁଷ୍ ବିପ୍ଳବ ସମୟରେ ଲେନିନ୍ କେଉଁ ଦଳର ନେତୃତ୍ବ ନେଇଥିଲେ ?
(i) ସାମାଜିକ ଗଣତାନ୍ତ୍ରିକ ଦଳ
(ii) ମେସେଭିକ୍‌
(ii) ସାମାଜିକ ବିପ୍ଳବୀ ଦଳ
(iv) ବୋଲ୍‌ସେଭିକ୍‌
Answer:
(iv) ବୋଲ୍‌ସେଭିକ୍‌

(ଘ) କେଉଁ ଦିବସଟି ରୁଷ୍ ଇତିହାସରେ ‘ରକ୍ତାକ୍ତ ରବିବାର’’ ଭାବେ ନାମିତ ?
(i) ୧୯୦୫ ଜାନୁଆରୀ ୨୨
(ii) ୧୯୦୬ ମେ ୬
(iii) ୧୯୧୭ ମାର୍ଚ୍ଚ ୮
(iv) ୧୯୧୭ ନଭେମ୍ବର ୭
Answer:
(i) ୧୯୦୫ ଜାନୁଆରୀ ୨୨

(ଙ) ଦ୍ଵିତୀୟ ନିକୋଲାସ୍‌ଙ୍କ ପ୍ରଥମ ଡୁମା କେବେ ଉଦ୍‌ଘାଟିତ ହୋଇଥିଲା ?
(i) ୧୯୦୫ ଅଗଷ୍ଟ
(ii) ୧୯୦୬ ମେ
(iii)୧୯୦୫ ଅକ୍ଟୋବର
(iv) ୧୯୦୭ ମାର୍ଚ୍ଚ
Answer:
(ii) ୧୯୦୬ ମେ

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଚ) ଜାର୍ ଦ୍ଵିତୀୟ ନିକୋଲାସ୍ କେଉଁଦିନ ରାଜଗାଦି ତ୍ୟାଗ କଲେ ?
(i) ୧୯୧୭ ମାର୍ଚ୍ଚ ୮
(iii) ୧୯୧୭ ମାର୍ଚ୍ଚ ୧୨
(ii) ୧୯୧୭ ମାର୍ଚ୍ଚ ୧୦
(iv) ୧୯୧୭ ମାର୍ଚ୍ଚ ୧୫
Answer:
(iv) ୧୯୧୭ ମାର୍ଚ୍ଚ ୧୫

(ଛ) ୧୯୧୭ ଫେବୃଆରୀ ବିପ୍ଳବ ପରେ ପ୍ରତିଷ୍ଠିତ କାମଚଳା ସରକାରର ମୁଖ୍ୟ କିଏ ଥିଲେ ?
(i)
(ii) ଲେନିନ୍
(iii) ଲୋଭୋଭ୍
(iv) ଟ୍ରଟସ୍କି
Answer:
(iii) ଲୋଭୋଭ୍

(ଜ) ରୁଷ୍ ବିପ୍ଳବ ପରେ କେଉଁ ଅନୁଷ୍ଠାନ ରୁଷ୍ ଦେଶର ସଂସଦ ଭାବେ କାର୍ଯ୍ୟ କଲା ?
(i) ସୋଭିଏତ୍
(ii) ରୁଷୀୟ କମ୍ୟୁନିଷ୍ଟ ଦଳ
(iii) ସର୍ବ-ରୁଷୀୟ ସୋଭିଏତ୍ କଂଗ୍ରେସ
(iv) ଡୁମା
Answer:
(iii) ସର୍ବ-ରୁଷୀୟ ସୋଭିଏତ୍ କଂଗ୍ରେସ

BSE Odisha 9 th Class History Solutions Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

(ଝ) କେବେଠାରୁ ରୁଷିଆକୁ ‘‘ୟୁନିୟନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍‌ସ୍’’ କୁହାଗଲା ?
(i) ୧୯୧୭
(ii) ୧୯୧୮
(iii) ୧୯୨୪
(iv) ୧୯୯୧
Answer:
(iii) ୧୯୨୪

(ଞ) ପ୍ରଥମ ବିଶ୍ୱଯୁଦ୍ଧରୁ ଓହରିବା ପରେ ଜର୍ମାନୀ ସହିତ ରୁଷିଆ କେବେ ବ୍ରେଷ୍ଟ-ଲିତୋଭସ୍କ ସନ୍ଧି ସ୍ୱାକ୍ଷର
କରିଥିଲା ?
(i) ୧୯୧୭ ମାର୍ଚ୍ଚ ୧୨
(ii) ୧୯୧୭ ନଭେମ୍ବର ୭
(iii) ୧୯୧୭ ଡିସେମ୍ବର ୧୫
(iv) ୧୯୧୮ ମାର୍ଚ୍ଚ ୩
Answer:
(iv) ୧୯୧୮ ମାର୍ଚ୍ଚ ୩

୫। ପାଠରେ ଦିଆଯାଇଥିବା ତୁମ ପାଇଁ କାମଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।

Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 9th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ – କାରଣ ଓ ଫଳାଫଳ

Odisha State Board BSE Odisha 9th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ – କାରଣ ଓ ଫଳାଫଳ Textbook Exercise Questions and Answers.

BSE Odisha Class 9 History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ – କାରଣ ଓ ଫଳାଫଳ

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ପ୍ରଥମ ବିଶ୍ୱଯୁଦ୍ଧର ପ୍ରମୁଖ କାରଣ ହୋଇଥିବା କୂଟନୈତିକ ଚୁକ୍ତିଗୁଡ଼ିକ ଉଲ୍ଲେଖ କର ।
Answer:

  • ୧୮୮୨ ମସିହାରେ ଅଷ୍ଟ୍ରିଆ, ଇଟାଲୀ, ଜର୍ମାନୀ ମଧ୍ୟରେ ଏକ ତ୍ରିଶକ୍ତି ମେଣ୍ଟ (Triple Alliance) ସ୍ବାକ୍ଷରିତ ପାଇଁ ଇନ୍ଧନ ଯୋଗାଇଥିଲା ।
  • ୧୮୯୪ ମସିହାରେ ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ଏକ ପ୍ରତିରକ୍ଷାତ୍ମକ ସାମରିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
  • ଜର୍ମାନୀର କାଇଜର ୨ୟ ଉଇଲିୟମ୍ଙ୍କ ଆକ୍ରମଣାତ୍ମକ ନୀତି ଯୋଗୁଁ ଇଂଲାଣ୍ଡ ୧୯୦୨ ମସିହାରେ ଜାପାନ ସହିତ, ୧୯୦୪ ମସିହାରେ ଫ୍ରାନ୍ସ ସହିତ ଏବଂ ୧୯୦୭ ମସିହାରେ ରୁଷିଆ ସହିତ ଚୁକ୍ତି ସ୍ବାକ୍ଷର କରିଥିଲା ।
  • ଏହି ପରିପ୍ରେକ୍ଷୀରେ ଇଂଲାଣ୍ଡ, ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ‘ତ୍ରିମିତ୍ର ପକ୍ଷ’ (Triple Entente) ଗଠିତ ହେଲା ।
  • ଏହିଭଳି ଭାବରେ ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ତ୍ରିଶକ୍ତି ମେଣ୍ଟ ଏବଂ ତ୍ରିମିତ୍ର ପକ୍ଷ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବାକୁ ଲାଗିଲା, ଯାହାକି ବିଶ୍ବଯୁଦ୍ଧର ଏକ ପ୍ରମୁଖ କାରଣ ହେଲା ।

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

(ଖ) ପ୍ରଥମ ବିଶ୍ୱଯୁଦ୍ଧର ଆସନ୍ନ କାରଣ ବର୍ଣନା କର ।
Answer:
ଏକ ସ୍ଥାନୀୟ ଘଟଣାକୁ କେନ୍ଦ୍ର କରି ପ୍ରଥମ ବିଶ୍ଵଯୁଦ୍ଧର ସୂତ୍ରପାତ ହୋଇଥିଲା । ସେହି ଘଟଣାଟି ନିମ୍ନ ପ୍ରକାର ଥିଲା ।

  • ୧୯୧୪ ମସିହା ଜୁନ୍ ୨୮ ତାରିଖରେ ଅଷ୍ଟ୍ରିଆ ସମ୍ରାଟଙ୍କ ପୁତୁରା ତଥା ଅଷ୍ଟ୍ରିଆ ରାଜଗାଦିର ଉତ୍ତରାଧିକାରୀ ଆର୍କଷ୍ଟ୍ରାକ୍ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଏବଂ ତାଙ୍କର ପତ୍ନୀ ସୋଫିଆଙ୍କୁ ବୋସ୍‌ନିଆର ରାଜଧାନୀ ସାରାଜେଭୋଠାରେ ହତ୍ୟା କରାଗଲା ।
  • ଯଦିଓ ଏହି ହତ୍ୟାକାଣ୍ଡ ଅଷ୍ଟ୍ରିଆ ମାଟିରେ ହୋଇଥିଲା; କିନ୍ତୁ ହତ୍ୟାକାରୀ ସର୍ବ ଜାତିର ଏବଂ ସର୍ବୀୟ ଗୁପ୍ତ ସଙ୍ଗଠନ ‘ବ୍ଲାକ୍ ହ୍ୟାଣ୍ଡ’ ସହିତ ସମ୍ପୃକ୍ତ ଥ‌ିବାରୁ ସର୍ବିଆ ଦେଶକୁ ଏଥିପାଇଁ ଦାୟୀ କରାଗଲା ।
  • ୧୯୧୪ ମସିହା ଜୁଲାଇ ୨୩ ତାରିଖ ଦିନ ଅଷ୍ଟ୍ରିଆ ଦଶଟି ସର୍ଭ ସମ୍ବଳିତ ଏକ ଚରମ ପତ୍ର ୪୮ ଘଣ୍ଟା ମଧ୍ୟରେ ଗ୍ରହଣ କରିବାକୁ ସର୍ବିଆ ନିକଟକୁ ପଠାଇଲା ।
  • ସର୍ବିଆ ଉକ୍ତ ସର୍ଭଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବା ଫଳରେ ଅଷ୍ଟ୍ରିଆ-ହଙ୍ଗେରୀ ୧୯୧୪ ଜୁଲାଇ ୨୮ ତାରିଖରେ ସର୍ବିଆ ବିରୋଧରେ ଯୁଦ୍ଧଘୋଷଣା କଲା ।

(ଗ) ପ୍ରଥମ ବିଶ୍ଵଯୁଦ୍ଧ ଫଳରେ ରାଷ୍ଟ୍ରମାନଙ୍କର ଅର୍ଥନୀତି କିଭଳି ଭାବରେ ବିପର୍ଯ୍ୟସ୍ତ ହୋଇଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ଫଳରେ ରାଷ୍ଟ୍ରମାନଙ୍କର ଅର୍ଥନୀତି କିଭଳି ଭାବରେ ବିପର୍ଯ୍ୟସ୍ତ ହୋଇଥିଲା ? କରାଯାଇଛି ।

  • ଅର୍ଥନୈତିକ ବିକାଶରେ ବାଧା – ଯୁଦ୍ଧରତ ରାଷ୍ଟ୍ରଗୁଡ଼ିକର ସରକାର ସମସ୍ତ ଟଙ୍କା ଯୁଦ୍ଧରେ ଖଟାଇବାରୁ ସେହି ରାଷ୍ଟ୍ରଗୁଡ଼ିକରେ ଶିଳ୍ପ, ବ୍ୟବସାୟ, କୃଷି ଓ ବାଣିଜ୍ୟର ବିକାଶରେ ବାଧା ସୃଷ୍ଟି ହେଲା ।
  • ଉତ୍ପାଦନ ହ୍ରାସ ପାଇବା ଯୋଗୁଁ ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକୁ ଅନ୍ୟ ଦେଶରୁ ଆମଦାନୀ କରାଯିବା ଫଳରେ
  • ମୁଦ୍ରାଢ଼ୀତି – ଭାରି ସଂଖ୍ୟାର ଋଣ ଯୋଗୁଁ ଦେଶରେ ମୁଦ୍ରାଷ୍ଟୀତି ଘଟିଲା ଏବଂ ଟଙ୍କାର ମୂଲ୍ୟ ହ୍ରାସ ପାଇଲା ଓ ଜିନିଷପତ୍ରର ଦରଦାମ୍ ହୁ ହୁ ହୋଇ ବଢ଼ିଲା ।
  • ଟିକସର ବୋଝ – ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାପାଇଁ ସରକାର ଦେଶରେ ବିଭିନ୍ନ ପ୍ରକାର ଟିକସ ବସାଇଲେ, ଯାହାଦ୍ଵାରା ଦୁଃସ୍ଥ ଆର୍ଥିକ ଅବସ୍ଥାରେ ପୀଡ଼ିତ ଲୋକଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡ଼ା ପରି ହେଲା ।

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

(ଘ) ପ୍ରଥମ ବିଶ୍ଵଯୁଦ୍ଧ ପରେ କି ପ୍ରକାର ସାମାଜିକ ପରିବର୍ତ୍ତନ ଘଟିଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ଫଳରେ ବିଭିନ୍ନ ଦେଶରେ ସଂଘଟିତ ସାମାଜିକ ପରିବର୍ତ୍ତନ ମଧ୍ୟରୁ କେତେକ ଗଠନମୂଳକ ହୋଇଥିବାବେଳେ ଅନ୍ୟ କେତେକ ହାନିକାରକ ଓ ନକାରାତ୍ମକ ହୋଇଥିଲା । ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା

  • ମହିଳାମାନଙ୍କ ଜୀବନରେ ପରିବର୍ତ୍ତନ – ଯୁଦ୍ଧକ୍ଷେତ୍ରରେ ଆବଶ୍ୟକ ହେଉଥ‌ିବା ସୈନ୍ୟଙ୍କ ସ୍ଥାନ ପୂରଣ ଉକ୍ତ ଚାକିରିଗୁଡ଼ିକରେ ଉପୁଜିଥ‌ିବା ଖାଲି ସ୍ଥାନଗୁଡ଼ିକ ମହିଳାମାନଙ୍କଦ୍ୱାରା ପୂରଣ ହେଲା ଓ ସେମାନେ
  • ବର୍ଷଗତ ତିକ୍ତତା ଦୂରୀକରଣ – ଯୁଦ୍ଧରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ସମସ୍ତ ଦେଶର ବିଭିନ୍ନ ଜାତି ଓ ବର୍ଷର ଲୋକମାନେ ସକ୍ରିୟ ଭାଗନେବାଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ଜାତିଗତ ବିଦ୍ବେଷ ଓ ବର୍ଷଗତ ତିକ୍ତତା ହ୍ରାସ ପାଇଲା ।
  • ଶ୍ରମିକ ଶ୍ରେଣୀର ପୁନରୁତ୍ଥାନ — ଶ୍ରମିକମାନେ ଯୁଦ୍ଧ ସମୟରେ ବହୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧସାମଗ୍ରୀ ଉତ୍ପାଦନରେ ଅଂଶଗ୍ରହଣ କରି ସେମାନଙ୍କ ପାଇଁ ଦେଶର ରାଜନୀତିରେ ଏକ ବିଶିଷ୍ଟ ସ୍ଥାନ ଅଧ୍ବକାର କରିଥିଲେ ।
  • ଶିକ୍ଷାର ପ୍ରଗତିରେ ଶିଳତା – ପ୍ରଥମ ବିଶ୍ୱଯୁଦ୍ଧର ଏକ ନକାରାତ୍ମକ ପରିଣାମସ୍ଵରୂପ ଦେଶଗୁଡ଼ିକରେ ଶିକ୍ଷାର ପ୍ରଗତି ଶିଥୁଳ ହୋଇଯାଇଥିଲା ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଫ୍ରାଙ୍କଫର୍ଟ ସନ୍ଧି ଅନୁଯାୟୀ ଫ୍ରାନ୍ସ କେଉଁ ଦୁଇଟି ପ୍ରଦେଶ ଜର୍ମାନୀକୁ ହସ୍ତାନ୍ତର କରିଥିଲା ?
Answer:
ଫ୍ରାଙ୍କଫର୍ଟ ସନ୍ଧି ଅନୁଯାୟୀ ଫ୍ରାନ୍ସ ତା’ର ଦୁଇଟି ପ୍ରଦେଶ ଯଥା ଆଲସେସ୍ ଓ ଲରେନ୍ ଜର୍ମାନୀକୁ ହସ୍ତାନ୍ତର କରିଥିଲା ।

(ଘ) ପ୍ରଥମ ବିଶ୍ଵଯୁଦ୍ଧ ପରେ କି ପ୍ରକାର ସାମାଜିକ ପରିବର୍ତ୍ତନ ଘଟିଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ଫଳରେ ବିଭିନ୍ନ ଦେଶରେ ସଂଘଟିତ ସାମାଜିକ ପରିବର୍ତ୍ତନ ମଧ୍ୟରୁ କେତେକ ଗଠନମୂଳକ ହୋଇଥିବାବେଳେ ଅନ୍ୟ କେତେକ ହାନିକାରକ ଓ ନକାରାତ୍ମକ ହୋଇଥିଲା । ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

(ଖ) ୧୮୯୪ ମସିହାରେ କେଉଁ ଦୁଇଟି ଦେଶ ଏକ ସାମରିକ ଚୁକ୍ତି ସ୍ୱାକ୍ଷର କରିଥିଲେ ?
Answer:
୧୮୯୪ ମସିହାରେ ରୁଷିଆ ଓ ଫ୍ରାନ୍ସ ଏକ ସାମରିକ ଚୁକ୍ତି ସ୍ବାକ୍ଷର କରିଥିଲେ ।

(ଗ) ଉଗ୍ର ଜାତୀୟତାବାଦର ବିକାଶ ଫଳରେ ବିଭିନ୍ନ ଦେଶରେ ଚିନ୍ତାଧାରାରେ କି ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା ?
Answer:
(i)ଉଗ୍ର ଜାତୀୟତାବାଦର ବିକାଶ ଫଳରେ ଦେଶଗୁଡ଼ିକ କେବଳ ନିଜ ଦେଶକୁ ଭଲ ପାଇଲେ ଏବଂ ନିଜ ଦେଶର ସ୍ଵାର୍ଥ ସାଧନ ପାଇଁ ଚିନ୍ତା କଲେ ।
(ii) ଫଳରେ ସେମାନଙ୍କ ମଧ୍ୟରେ ପଡ଼ୋଶୀ ଦେଶର ନାଗରିକଙ୍କ ପ୍ରତି ଈର୍ଷା, ବିଦ୍ବେଷ ଓ ପ୍ରତିଦ୍ବନ୍ଦିତାମୂଳକ ମନୋଭାବ ଜାଗ୍ରତ ହେଲା । ପ୍ରତ୍ୟେକ ବୃହତ୍ ରାଷ୍ଟ୍ର ନିଜକୁ ଅନ୍ୟମାନଙ୍କ ଅପେକ୍ଷା ଉତ୍କୃଷ୍ଟ ବୋଲି ମନେକଲେ ।

(ଙ) ଜର୍ମାନୀ କାହିଁକି ତୁର୍କୀ ସହିତ ମିତ୍ରତା ସ୍ଥାପନ ପାଇଁ ଆଗ୍ରହୀ ହୋଇଥିଲା ?
Answer:
ତୁର୍କୀର ଆଭ୍ୟନ୍ତରୀଣ ବ୍ୟାପାର ପ୍ରତି ଇଂଲାଣ୍ଡର ପ୍ରବଳ ଉଦାସୀନତା ଓ ବିତୃଷ୍ଣାର ସୁଯୋଗ ନେଇ ଜର୍ମାନୀ ତୁର୍କୀ ସହିତ ମିତ୍ରତା ସ୍ଥାପନ ପାଇଁ ଆଗ୍ରହୀ ହୋଇଥିଲା ।

(ଚ) ଫ୍ରାନ୍ସ ବ୍ୟତୀତ ସେନ୍, ଜର୍ମାନୀ ଓ ଇଟାଲୀ କାହିଁକି ମର ଅଧିକାର କରିବାକୁ ବ୍ୟଗ୍ର ଥିଲେ ?
Answer:
ଲୌହ ସମ୍ପଦର ପ୍ରାଚୁର୍ଯ୍ୟ ତଥା ଏହାର ଭୌଗୋଳିକ ଅବସ୍ଥିତି କାରଣରୁ ସ୍ପେନ୍, ଜର୍ମାନୀ ଓ ଇଟାଲୀ ମରକ୍କୋକୁ ଅଧିକାର କରିବାପାଇଁ ବ୍ୟଗ୍ର ଥିଲେ ।

(ଛ) ଅଷ୍ଟ୍ରିଆର ସମ୍ରାଟଙ୍କଦ୍ୱାରା ଅଷ୍ଟ୍ରିଆ ସାମ୍ରାଜ୍ୟରେ କେଉଁ ଦୁଇ ରାଜ୍ୟର ମିଶ୍ରଣ ବର୍ଲିନ୍ ମହାସଭା ସର୍ଭକୁ ଉଲ୍ଲଙ୍ଘନ କରିଥିଲା ?
Answer:
ଅଷ୍ଟ୍ରିଆର ସମ୍ରାଟଙ୍କଦ୍ବାରା ଅଷ୍ଟ୍ରିଆ ସାମ୍ରାଜ୍ୟରେ ବୋସ୍‌ନିଆ ଓ ହର୍ଜିଗୋଭିନା ରାଜ୍ୟର ମିଶ୍ରଣ ବର୍ଲିନ୍ ମହାସଭା ସର୍ଭକୁ ଉଲ୍ଲଙ୍ଘନ କରିଥିଲା ।

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

(ଜ) ପ୍ରଥମ ବିଶ୍ଵଯୁଦ୍ଧ ଫଳରେ କେଉଁ ରାଜବଂଶଗୁଡ଼ିକର ଶାସନର ସମାପ୍ତି ଘଟିଥିଲା ?
Answer:
ପ୍ରଥମ ବିଶ୍ୱଯୁଦ୍ଧ ଫଳରେ ଜର୍ମାନୀର ହୋଏନ୍‌ଲେଣ୍ଡ, ଅଷ୍ଟ୍ରିଆର ହାପ୍‌ସ୍‌ବର୍ଗ ଏବଂ ରୁଷିଆର ରୋମାନୋଭ୍ ଭଳି ପୁରାତନ ତଥା ମହାନ୍ ରାଜବଂଶଗୁଡ଼ିକର ପତନ ହୋଇଥିଲା ।

(ଝ) ପ୍ୟାରିସ୍ ଶାନ୍ତ ସମ୍ମିଳନୀର ଅବ୍ୟବହିତ ପରେ ଗଠିତ ହୋଇଥ‌ିବା ଆଠୋଟି ନୂତନ ରାଷ୍ଟ୍ରର ନାମ କ’ଣ ?
Answer:
ଚେକୋସ୍ଲୋଭାକିଆ, ଯୁଗୋସ୍ଲୋଭିଆ, ହଙ୍ଗେରୀ, ପୋଲାଣ୍ଡ, ଫିନ୍‌ଲାଣ୍ଡ, ଲିଥୁଆନିଆ, ଇଷ୍ଟୋନିଆ ଓ ଲାଟିଭିଆ ।

(ଞ) ପ୍ରଥମ ବିଶ୍ଵଯୁଦ୍ଧରେ କେଉଁ ଯୁଦ୍ଧ ଉପକରଣଗୁଡ଼ିକ ପ୍ରଥମ ଥର ବ୍ୟବହାର କରାଯାଇଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧରେ ଟ୍ୟାଙ୍କ୍, ଉଡ଼ାଜାହାଜ, ବୁଡ଼ାଜାହାଜ, ବିଷାକ୍ତ ବାଷ୍ପ ଓ ଆକାଶରୁ ନିକ୍ଷେପ ହେଉଥିବା ବୋମା ଭଳି ନୂତନ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କି ଉଦ୍ଦେଶ୍ୟରେ ବିସ୍‌ମାର୍କ ଚୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ ?
Answer:
ଫ୍ରାନ୍ସକୁ ଇଉରୋପରେ ଏକଘରିକିଆ କରିବା ଉଦ୍ଦେଶ୍ୟରେ ବିଦ୍‌ମାର୍କ ଚୁକ୍ତି ବ୍ୟବସ୍ଥା ଆରମ୍ଭ କରିଥିଲେ ।

(ଖ) କେଉଁ ସ୍ଥାନରେ କାଇଜର ଦ୍ବିତୀୟ ଉଇଲିୟମ୍ ମରକ୍କୋ ସୁଲତାନଙ୍କୁ ସୁରକ୍ଷା ଯୋଗାଇବେ, ମରକ୍କୋର ସାର୍ବଭୌମ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିବେ ଏବଂ ସେଠାକାର ବାଣିଜ୍ୟ କ୍ଷେତ୍ରରେ ସବୁ ଦେଶକୁ ସମାନ ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ ?
Answer:
ମରକ୍କୋର ଟାଞ୍ଜିଏର୍ ସହରରେ କାଇଜର୍ ଦ୍ବିତୀୟ ଉଇଲିୟମ୍ ମରକ୍କୋ ସୁଲତାନଙ୍କୁ ସୁରକ୍ଷା ଯୋଗାଇବେ, ମରକ୍କୋର ସାର୍ବଭୌମ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିବେ ଏବଂ ସବୁ ଦେଶକୁ ସମାନ ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ ।

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

(ଗ) ୧୯୦୬ ମସିହା ଜାନୁୟାରୀ ମାସରେ କେଉଁଠାରେ ଅବସ୍ଥିତ ସମ୍ମିଳନୀରେ ଫ୍ରାନ୍ସ ଶାନ୍ତିପୂର୍ଣ୍ଣ ଉପାୟରେ ଓ ଆନ୍ତର୍ଜାତିକ ନିୟନ୍ତ୍ରଣରେ ମରରେ କେତେକ ଆର୍ଥିକ ସୁବିଧା ଉପଭୋଗ କରିବ କିନ୍ତୁ ମର ଅଧ୍ୟାର କରିପାରିବ ନାହିଁ ବୋଲି ନିଷ୍ପତ୍ତି ନିଆଗଲା ?
Answer:
୧୯୦୬ ମସିହା ଜାନୁୟାରୀ ମାସରେ ଆଲ୍‌ସିରାସ୍ତାରେ ଅନୁଷ୍ଠିତ ସମ୍ମିଳନୀରେ ଫ୍ରାନ୍ସ ଶାନ୍ତିପୂର୍ଣ୍ଣ ଉପାୟରେ ଓ ଆନ୍ତର୍ଜାତିକ ନିୟନ୍ତ୍ରଣରେ ମରକ୍କୋରେ କେତେକ ଆର୍ଥିକ ସୁବିଧା ଉପଭୋଗ କରିବ କିନ୍ତୁ ମରକ୍କୋ

(ଘ) ୧୯୦୮ ମସିହାର କେଉଁ ଘଟଣାଟି ଅଷ୍ଟ୍ରିଆ ଓ ସର୍ବିଆ ମଧ୍ଯରେ ଶତ୍ରୁତା ବୃଦ୍ଧି କରିବାରେ ଏକ ନିଶ୍ଚିୟାତ୍ମକ ଭୂମିକା ଗ୍ରହଣ କରିଥିଲା ?
Answer:
୧୯୦୮ ମସିହାରେ ଅଷ୍ଟ୍ରିଆ ସମ୍ରାଟଙ୍କଦ୍ୱାରା ବୋସ୍‌ନିଆ ଓ ହର୍ଜିଗୋଭିନା ରାଜ୍ୟଦ୍ୱୟର ମିଶ୍ରଣ ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଶତ୍ରୁତା ବୃଦ୍ଧି କରିବାରେ ଏକ ନିର୍ଣ୍ଣୟାତ୍ମକ ଭୂମିକା ଗ୍ରହଣ କରିଥିଲା ।

(ଙ) ଜର୍ମାନ୍ କାଇଜର ଅଗାଦିର ବନ୍ଦରକୁ ପଠାଇଥ‌ିବା ଯୁଦ୍ଧଜାହାଜର ନାମ କ’ଣ ଥିଲା ?
Answer:
ଜର୍ମାନ୍ କାଇଜର ଅଗାଦିର ବନ୍ଦରକୁ ପଠାଇଥିବା ଯୁଦ୍ଧଜାହାଜର ନାମ ‘ପାନ୍ତର’ ଥିଲା ।

(ଚ) ଫ୍ରାନ୍‌ସିସ୍ ଫର୍ଜିନାଣ୍ଡଙ୍କ ହତ୍ୟାକାରୀ କେଉଁ ଗୁପ୍ତ ସଙ୍ଗଠନ ସହିତ ସମ୍ପୃକ୍ତ ଥିଲା ?
Answer:
ଫ୍ରାନ୍‌ସିସ୍ ଫର୍ଜିନାଣ୍ଡଙ୍କ ହତ୍ୟାକାରୀ ସର୍ବୀୟ ଗୁପ୍ତ ସଙ୍ଗଠନ ‘ବ୍ଲାକ୍ ହ୍ୟାଣ୍ଡ’ ସହିତ ସମ୍ପୃକ୍ତ ଥିଲା ।

(ଛ) ପ୍ରଥମ ବିଶ୍ଵଯୁଦ୍ଧରେ ପରସ୍ପରର ସମ୍ମୁଖୀନ ହୋଇଥିବା ଦୁଇ ଗୋଷ୍ଠୀ କ’ଣ ଭାବରେ ପରିଚିତ ଥିଲେ ?
Answer:
ପ୍ରଥମ ବିଶ୍ଵଯୁଦ୍ଧରେ ପରସ୍ପରର ସମ୍ମୁଖୀନ ହୋଇଥିବା ଦୁଇ ଗୋଷ୍ଠୀ ‘ମିତ୍ରଶକ୍ତି’ ଓ ‘କେନ୍ଦ୍ରଶକ୍ତି’ ଭାବରେ ପରିଚିତ ଥିଲେ ।

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

(ଜ) ଜର୍ମାନୀ କେବେ ଯୁଦ୍ଧ ବିରତି ସନ୍ଧିରେ ସ୍ଵାକ୍ଷର କଲା ?
Answer:
ଜର୍ମାନୀ ୧୯୧୮ ନଭେମ୍ବର ୧୧ ତାରିଖ ଦିନ ଯୁଦ୍ଧ ବିରତି ସନ୍ଧିରେ ସ୍ବାକ୍ଷର କଲା ।

(ଝ) ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀର କାଇଜର କିଏ ଥିଲେ ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀର କାଇଜର ଦ୍ବିତୀୟ ଉଇଲିୟମ୍ ଥିଲେ ।

(ଞ) ପ୍ରଥମ ବିଶ୍ଵଯୁଦ୍ଧ ପରେ ପ୍ରତିଷ୍ଠିତ ହୋଇଥ‌ିବା ଆନ୍ତର୍ଜାତିକ ଅନୁଷ୍ଠାନର ନାମ କ’ଣ ଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ପରେ ପ୍ରତିଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଅନୁଷ୍ଠାନର ନାମ ‘ଜାତିସଂଘ’ ଥିଲା ।

୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) ୧୮୭୦ ମସିହାରେ କେଉଁ ଯୁଦ୍ଧରେ ଫ୍ରାନ୍ସ ଜର୍ମାନୀଦ୍ୱାରା ପରାସ୍ତ ହୋଇଥିଲା ?
(i) ରୁଷିଆ-ତୁର୍କୀ ଯୁଦ୍ଧ
(ii) ବଲ୍‌କାନ୍ ଯୁଦ୍ଧ
(iii) ଅଷ୍ଟ୍ରିଆ-ସର୍ବିଆ ଯୁଦ୍ଧ
(iv) ସିଦାନ୍ ଯୁଦ୍ଧ
Answer:
(iv) ସିଦାନ୍ ଯୁଦ୍ଧ

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

(ଖ) ୧୮୮୨ ମସିହାରେ ଜର୍ମାନୀ -ଅଷ୍ଟ୍ରିଆ ରାଜିନାମାରେ କେଉଁ ଦେଶ ଯୋଗଦେବା ଫଳରେ ତ୍ରିଶକ୍ତି-ମେଣ୍ଟ ସୃଷ୍ଟି ହୋଇଥଲା ?
(i) ରୁଷିଆ
(ii) ଫ୍ରାନ୍ସ
(iii) ଇଟାଲୀ
(iv) ଇଂଲାଣ୍ଡ
Answer:
(iii) ଇଟାଲୀ

(ଗ) ଇଂଲାଣ୍ଡ କେବେ ରୁଷିଆ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲା ?
(i) ୧୮୯ ୪
(ii) ୧୯୦୨
(iii) ୧୯୦୪
(iv) ୧୯୦୭
Answer:
(iv) ୧୯୦୭

(ଘ) ୧୮୯୦ ମସିହା ପରେ କେଉଁ ଦେଶ ନୌଶକ୍ତିରେ ଇଂଲାଣ୍ଡ ଅପେକ୍ଷା ଅଧ‌ିକ ବୃଦ୍ଧି ଘଟାଇଛି ବୋଲି ଘୋଷଣା କଲା ?
(i)ଇଟାଲୀ
(ii) ଫ୍ରାନ୍ସ
(iii) ଜର୍ମାନୀ
(iv) ରୁଷିଆ
Answer:
(iii) ଜର୍ମାନୀ

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

(ଡି) ୧୮୯୯ ଓ ୧୯୦୭ ମସିହାରେ କେଉଁଠାରେ ଅନୁଷ୍ଠିତ ହୋଇଥ‌ିବା ସମ୍ମିଳନୀଗୁଡ଼ିକରେ ଯୁଦ୍ଧ ନିବାରଣ ପାଇଁ ଆଇନ ପ୍ରଣୟନ କରାଯାଇଥିଲା ?
(i) ଲ୍‌ସିରାସ୍
(ii) ଆଲ୍‌ସିରାସ୍
(iii) ହେଗ୍
(iv) ପ୍ୟାରିସ୍
Answer:
(iii) ହେଗ୍

(ଚ) ଆର୍କସ୍ଟ୍ରୋକ୍ ଫ୍ରାନ୍ସିସ୍ ଫର୍ଜିନାଣ୍ଡ ଓ ତାଙ୍କ ପତ୍ନୀ ସୋଫିଆଙ୍କୁ କେଉଁ ଅଞ୍ଚଳରେ ହତ୍ୟା କରାଯାଇଥିଲା ?
(i) ବୋବିତ୍ପଆ
(ii) ସର୍ବିଆ
(iii) ହର୍ଜିଗୋଭିନା
(iv) ଅଷ୍ଟ୍ରିଆ
Answer:
(i) ବୋସ୍‌ନିଆ

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

(ଛ) କେଉଁ ତାରିଖରେ ଅଷ୍ଟ୍ରିଆ ସର୍ବିଆ ଉପରେ ଆକ୍ରମଣ କରି ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା କଲା ?
(i) ୧୯୧୪ ଜୁନ୍ ୨୮
(ii) ୧୯୧୪ ଜୁଲାଇ ୨୩
(iii) ୧୯୧୪ ଜୁଲାଇ ୨୮
(iv) ୧୯୧୪ ଅଗଷ୍ଟ ୧
Answer:
(iii) ୧୯୧୪ ଜୁଲାଇ ୨୮

(ଜ) ଯୁକ୍ତରାଷ୍ଟ୍ର ଆମେରିକା କେବେ ପ୍ରଥମ ବିଶ୍ବଯୁଦ୍ଧରେ ଜଡ଼ିତ ହେଲା ?
(i) ୧୯୧୫
(ii) ୧୯୧୬
(iii) ୧୯୧୭
(iv) ୧୯୧୮
Answer:
(iii) ୧୯୧୭

(ଝ) ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ କିଏ ଚଉଦ ସୂତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ?
(i) ଦ୍ବିତୀୟ ଉଇଲିୟମ୍
(ii) କ୍ଲେମେଣ୍ଟ୍
(iii) ଲଏଡ୍ ଜର୍ଜ
(iv) ଉଡ୍ରୋ ଉଇଲ୍ସସନ୍‌
Answer:
(iv) ଉଡ୍ରୋ ଉଇଲ୍‌ସନ୍

BSE Odisha 9 th Class History Solutions Chapter 2 ପ୍ରଥମ ବିଶ୍ୱଯୁଦ୍ଧ - କାରଣ ଓ ଫଳାଫଳ

ଞ) ପ୍ରଥମ ବିଶ୍ଵଯୁଦ୍ଧ ପରେ ରାଷ୍ଟ୍ରମାନଙ୍କୁ କାହିଁକି ବହୁ ପରିମାଣରେ କାଗଜ ଟଙ୍କା ପ୍ରଚଳନ କରିବାକୁ ପଡ଼ିଲା ?
(i) ଉତ୍ପାଦନ ହ୍ରାସ ପାଇବା ଯୋଗୁଁ
(ii) ଭାରି ସଂଖ୍ୟାର ଋଣ ଯୋଗୁଁ
(iii) ମୁଦ୍ରାଷ୍ଟୀତି ଯୋଗୁଁ
(iv) ଟଙ୍କାର ମୂଲ୍ୟ ହ୍ରାସ ପାଇବା ଯୋଗୁଁ
Answer:
(ii) ଭାରି ସଂଖ୍ୟାର ଋଣ ଯୋଗୁଁ

୫। ପାଠରେ ଦିଆଯାଇଥିବା ତୁମ ପାଇଁ କାମଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 9th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

Odisha State Board BSE Odisha 9th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ Textbook Exercise Questions and Answers.

BSE Odisha Class 9 History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଉପନିବେଶ ସ୍ଥାପନ ପାଇଁ ଶିଳ୍ପ ବିପ୍ଳବ କିପରି ସହାୟକ ହୋଇଥିଲା ?
Answer:

  • ପ୍ରଥମେ ଇଂଲାଣ୍ଡରେ ଶିଳ୍ପ ବିପ୍ଳବ ହୋଇଥ‌ିବାରୁ ଏଠାରେ ନିଜ ଦେଶର ଚାହିଦାଠାରୁ ଉତ୍ପାଦିତ ଦ୍ରବ୍ୟର ପରିମାଣ ଅଧୂକ ହେଲା ।
  • ପୁନଶ୍ଚ ଅଧିକାଂଶ ଲୋକଙ୍କର କ୍ରୟ କରିବାର କ୍ଷମତା ଦୁର୍ବଳ ଥ‌ିବାରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ପାଇଁ ଦେଶ ବାହାରେ ବଜାରର ଆବଶ୍ୟକତା ପଡ଼ିଲା ।
  • ସେହି ସମୟରେ ଏସିଆ ଓ ଆଫ୍ରିକା ମହାଦେଶରେ ଶିଳ୍ପ ବିପ୍ଳବ ହୋଇ ନଥିଲା ଏବଂ ସେଠାରେ ପାଶ୍ଚାତ୍ୟ ଦେଶର ଉତ୍ପାଦିତ ଦ୍ରବ୍ୟର ଆବଶ୍ୟକତା ଥିଲା । ଏହା ବ୍ୟତୀତ ସେଠାରେ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଯଥେଷ୍ଟ ପରିମାଣରେ ଉପଲବ୍ଧ ହେଉଥିଲା ।
  • ଏହାର ସୁଯୋଗ ନେଇ ଇଂଲାଣ୍ଡ ପ୍ରଭୃତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିଜର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରୟ ପାଇଁ ଏସିଆ ଓ ଆଫ୍ରିକାରେ ବଜାର ସୃଷ୍ଟି କରିବା ଆରମ୍ଭ କଲେ ।
  • ଏହା ଫଳରେ ଏହି ଦେଶଗୁଡ଼ିକରେ ଉପନିବେଶ ଗଢ଼ିଉଠିଲା ।

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଖ) ‘ଚୀନା ତରଭୁଜର କର୍ତ୍ତନ’’ କହିଲେ କ’ଣ ବୁଝାଯାଏ ?
Answer:

  • କୋରିଆକୁ କେନ୍ଦ୍ର କରି ଜାପାନ ଓ ଚୀନ୍ ମଧ୍ଯରେ ହୋଇଥିବା ଯୁଦ୍ଧରେ ଚୀନ୍ ପରାସ୍ତ ହୋଇ ଜାପାନକୁ କ୍ଷତିପୂରଣ ବାବଦରେ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ବୀପ ସମର୍ପଣ କରିବା ସହ ୧୫୦ ଲକ୍ଷ ଡଲାର କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଥିଲା ।
  • ଏହି କ୍ଷତିପୂରଣ ଦେବାପାଇଁ ଚୀନ୍ ଜର୍ମାନୀ, ରୁଷିଆ, ଫ୍ରାନ୍ସ ଓ ଇଂଲାଣ୍ଡ ନିକଟରେ ସାହାଯ୍ୟଭିକ୍ଷା କରିଥିଲା ।
  • ଏହି ଦେଶଗୁଡ଼ିକ ଚୀକୁ ସାହାଯ୍ୟ ଦେବା ଆଳରେ ଏହାର ବିଭିନ୍ନ ଅଂଶକୁ ବାଣ୍ଟି ନେଇଥିଲେ ।
  • ଜର୍ମାନୀ କିଆଚାଓ ଉପସାଗର ଏବଂ ସାଣ୍ଟୁଙ୍ଗ ଓ ହୋୟାଂହୋ ଉପତ୍ୟକ; ରୁଷିଆ ମାଞ୍ଚୁରିଆ, ଲିଆ ଓତୁଙ୍ଗ ଉପଦ୍ୱୀପ; ଫ୍ରାନ୍ସ କ୍ବାଙ୍ଗଚାଓ ଉପସାଗର; ଇଂଲାଣ୍ଡ ୟାଙ୍ଗ୍‌ ଉପତ୍ୟକା ଓ ଵିହିୱି ଇତ୍ୟାଦି ଅଞ୍ଚଳରେ ପ୍ରଭାବ ବିସ୍ତାର କଲେ ।
  • ଚୀନ୍‌ର ଏହି ବିଭାଜନକୁ ଚୀନା ତରଭୁଜର କର୍ତ୍ତନ (Cutting of the Chinese Melon) ଭାବେ ବର୍ଣ୍ଣନା କରାଯାଇଛି ।

(ଗ) ଦକ୍ଷିଣ ଆଫ୍ରିକା କିପରି ଇଂରେଜ ଶାସନାଧୀନ ହେଲା ?
Answer:

  • ୧୮୭୦ ମସିହାରେ ସେସିଲ୍ ରୋଡ଼ସ ନାମକ ଜଣେ ଇଂରେଜ ଅର୍ଥାନ୍ଵେଷୀ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରେ ହୀରା ଓ ସୁନା ଖନନ କରି ଅତ୍ୟନ୍ତ ଧନୀ ହୋଇଥିଲେ ଏବଂ ଏକ ଆଫ୍ରିକୀୟ ଉପନିବେଶକୁ ନିଜ ନାମାନୁସାରେ ।
  • ଇଂରେଜମାନେ କାଳକ୍ରମେ ରୋଡ଼େସିଆ, ବେଚୁଆନାଲାଣ୍ଡ, ସ୍ଵାଜିଲାଣ୍ଡ ଓ ବସୁତୋଲାଣ୍ଡ ଅଧିକାର କଲେ ।
  • ଏହାର କିଛି ଦିନ ପରେ ଦକ୍ଷିଣ ଆଫ୍ରିକା ୟୁନିଅନ୍ ଗଠିତ ହେଲା ଓ ସେଥୁରେ କେପ୍, ନାଟାଲ୍, ଟ୍ରାନ୍ସଭାଲ୍ ଓ ଅରେଞ୍ଜ୍ ରିଭର କଲୋନୀ ଅନ୍ତର୍ଭୁକ୍ତ ହେଲା ।
  • ବୋଏର୍, ଇଂରେଜ ଓ ଅନ୍ୟ କେତେକ ଇଉରୋପୀୟ ପ୍ରବାସୀଙ୍କୁ ନେଇ ଦକ୍ଷିଣ ଆଫ୍ରିକା ୟୁନିଅନ୍ ସଂଖ୍ୟାଲଘୁ ଶ୍ଵେତାଙ୍ଗଙ୍କଦ୍ବାରା ଶାସିତ ହେଲା । ଏହିପରି ଦକ୍ଷିଣ ଆଫ୍ରିକା ଇଂରେଜ ଶାସନାଧୀନ ହେଲା ।
  • ପରବର୍ତ୍ତୀ କାଳରେ ଏହା ଏକ ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଘୋଷିତ ହେଲା ।

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଗ) ଉପନିବେଶବାଦ ଫଳରେ ଉପନିବେଶମାନଙ୍କରେ ଶିଳ୍ପ ଓ କୃଷି କିପରି ପ୍ରଭାବିତ ହୋଇଥିଲା ?
Answer:
ଉପନିବେଶବାଦ ଫଳରେ ଉପନିବେଶଗୁଡ଼ିକରେ ଶିଳ୍ପ ଓ କୃଷି ନିମ୍ନମତେ ପ୍ରଭାବିତ ହୋଇଥିଲା; ଯଥା –

  • ଉପନିବେଶବାଦ ଉପନିବେଶଗୁଡ଼ିକର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଲା ଓ ସ୍ଥାନୀୟ ଶିଳ୍ପଗୁଡ଼ିକର ବିଲୋପ
  • ଉପନିବେଶ ଗୁଡ଼ିକରେ ଶିଳ୍ପାୟନକୁ ନିରୁତ୍ସାହିତ କରାଗଲା ଏବଂ କେବଳ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ କମ୍ପାନୀର ହିତ ପାଇଁ ଆବଶ୍ୟକ ହେଉଥ‌ିବା ଦ୍ରବ୍ୟର ଉତ୍ପାଦନ ପାଇଁ ଶିଳ୍ପ ପ୍ରତିଷ୍ଠା କରାଗଲା । ପାଇଁ କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା ।
  • ସେହିପରି ଉପନିବେଶଗୁଡ଼ିକରେ ସାମ୍ରାଜ୍ୟବାଦୀ ଦେଶଗୁଡ଼ିକର ଶିଳ୍ପ ପାଇଁ ହେଉଥ‌ିବା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା ।
  • ଏହାଛଡ଼ା କେତେକ ଦେଶରେ କେବଳ ଗୋଟିଏ ବା ଦୁଇଟି ଦ୍ରବ୍ୟ ଉତ୍ପାଦନ କରାଗଲା । କ୍ୟୁବାରେ ଚିନି ଉତ୍ପାଦନ
  • ଏହାର ଏକ ଉଦାହରଣ ଅଟେ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଉପନିବେଶବାଦ କ’ଣ ଓ ଏହାର ମୁଖ୍ୟ ଲକ୍ଷ୍ୟ କ’ଣ ଥିଲା ?
Answer:

  • ଉପନିବେଶ କହିଲେ ବିଦେଶସ୍ଥ ଆବାସକୁ ବୁଝାଇଥାଏ । କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ କୁହାଯାଇଥାଏ ।
  • ବାଣିଜ୍ୟ ବ୍ୟବସାୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା ।

(ଖ) ଏସିଆ ମହାଦେଶରେ ଉପଲବ୍‌ଧ ହେଉଥ‌ିବା ପ୍ରଧାନ ଲାଭଦାୟକ ସାମଗ୍ରୀଗୁଡ଼ିକ କ’ଣ ଥିଲା ?
Answer:

  • ଏସିଆ ମହାଦେଶ ଅନ୍ତର୍ଗତ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ଅନେକ ଲାଭଦାୟକ ସାମଗ୍ରୀ ଉପଲବ୍‌ଧ ହେଉଥିଲା ।
  • ସେଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ରକାର ମସଲା, ଚାହା, କାର୍ପାସ୍ ବସ୍ତ୍ର, ରେଶମ, ସୁନା, ମୁକ୍ତା, ପ୍ରାକୃତିକ ଔଷଧ, ଚୀନାମାଟିର ପାତ୍ର ଏବଂ ଇବୋନୀ କାଠ ଆଦି ମୁଖ୍ୟ ଥିଲା ।

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଗ) ଏସିଆ ଓ ଆଫ୍ରିକା ମହାଦେଶର ସୈନ୍ୟବାହିନୀରେ କାହିଁକି ଲୋକବଳ ଦୁର୍ବଳ ହେଲା ?
Answer:

  • ପ୍ରଥମତଃ, ଏସିଆ ଓ ଆଫ୍ରିକାର ବହୁଲୋକ ସ୍ଵଳ୍ପ ପାରିଶ୍ରମିକ ପାଇଲେ ମଧ୍ୟ ଇଉରୋପୀୟ ସୈନ୍ୟବାହିନୀରେ
  • ଦ୍ଵିତୀୟତଃ, ବିଦେଶରେ ଅବସ୍ଥିତ କଳକାରଖାନାରେ କାମ କରିବାକୁ କେତେକ ଲୋକ ଚାଲିଯିବା ଯୋଗୁଁ ଏସିଆ ଓ ଆଫ୍ରିକା ମହାଦେଶର ସୈନ୍ୟବାହିନୀରେ ଲୋକବଳ ଦୁର୍ବଳ ଥିଲେ ।

(ଙ) (ଘ) କେଉଁ କାର୍ଯ୍ୟଟି ସେମାନଙ୍କ ନୈତିକ କର୍ତ୍ତବ୍ୟ ବୋଲି ମନେକରି ଇଉରୋପୀୟମାନେ ଉପନିବେଶ ସ୍ଥାପନ କରିବାକୁ ଆଗ୍ରହୀ ହେଲେ ?
Answer:

  • ଏସିଆ ଓ ଆଫ୍ରିକା ମହାଦେଶର ମୂଳ ଅଧ‌ିବାସୀମାନେ ଅନୁନ୍ନତ ଓ ଅନଗ୍ରସର ଥିବାରୁ ସେମାନଙ୍କୁ ସଭ୍ୟ ଓ କରିବାକୁ ଆଗ୍ରହୀ ହେଲେ
  • ଦ୍ଵିତୀୟତଃ, ସେମାନଙ୍କ ଦେଶରେ ପାଶ୍ଚାତ୍ୟ ଧର୍ମ ପ୍ରଚାର କରିବା ସେମାନଙ୍କର ନୈତିକ କର୍ଭବ୍ୟ ମନେକରି ଇଉରୋପୀୟମାନେ ଉପନିବେଶ ସ୍ଥାପନ କରିବାକୁ ଆଗ୍ରହୀ ହେଲେ ।

(ଙ) ‘ଅଫିମ ଯୁଦ୍ଧ’ ପରେ ଇଂଲାଣ୍ଡ ଚୀନ୍‌ଠାରୁ କ’ଣ ପାଇଲା ?
Answer:

  • ପ୍ରଥମତଃ ‘ଅଫିମ ଯୁଦ୍ଧ’ ପରେ ଚୀନ୍ ଇଂରେଜ ବ୍ୟବସାୟୀଙ୍କ ପାଇଁ ଦୁଇଟି ପରିବର୍ତ୍ତେ ପାଞ୍ଚଟି ବନ୍ଦର ଖୋଲିଲା ।
  • ଦ୍ବିତୀୟତଃ, ହଙ୍ଗକଙ୍ଗ୍ ଦ୍ବୀପକୁ ଚୀନ୍ ଇଂଲଣ୍ଡକୁ ହସ୍ତାନ୍ତର କଲା ।

(ଙ) ‘ଅଫିମ ଯୁଦ୍ଧ’ ପରେ ଇଂଲାଣ୍ଡ ଚୀନ୍‌ରୁ କ’ଣ ପାଇଲା ?
Answer:

  • ପ୍ରଥମତଃ ‘ଅଫିମ ଯୁଦ୍ଧ’ ପରେ ଚୀନ୍ ଇଂରେଜ ବ୍ୟବସାୟୀଙ୍କ ପାଇଁ ଦୁଇଟି ପରିବର୍ତ୍ତେ ପାଞ୍ଚଟି ବନ୍ଦର ଖୋଲିଲା ।
  • ଦ୍ଵିତୀୟତଃ, ହଙ୍ଗକଙ୍ଗ୍ ଦ୍ବୀପକୁ ଚୀନ୍ ଇଂଲଣ୍ଡକୁ ହସ୍ତାନ୍ତର କଲା ।

(ଚ) କେଉଁ ଅଞ୍ଚଳ ଇଣ୍ଡୋ-ଚୀନ୍ ଭାବରେ ପରିଚିତ ଏବଂ କେଉଁ ଦେଶ ଇଣ୍ଡୋ-ଚୀନ୍‌ର ସର୍ବେସର୍ବା ହୋଇଥିଲା ?
Answer:

  • ଦକ୍ଷିଣ-ପୂର୍ବ ଏସିଆର ଲାଓସ୍, କାମ୍ବୋଡ଼ିଆ ଓ ଭିଏତ୍‌ନାମ ଅଞ୍ଚଳ ଇଣ୍ଡୋ-ଚୀନ୍ ଭାବରେ ପରିଚିତ ।
  • ଫ୍ରାନ୍ସ ଇଣ୍ଡୋ-ଚୀନ୍‌ରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମରେ ସଫଳ ହୋଇ ଇଣ୍ଡୋ-ଚୀନ୍‌ର ସର୍ବେସର୍ବା ହୋଇଥିଲା ।

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଛ) ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ପରାସ୍ତ ହେବା ପରେ କେଉଁ ଅଞ୍ଚଳଗୁଡ଼ିକ ତା’ଠାରୁ କାଢ଼ି ନିଆଯାଇ ଇଂଲାଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରଖାଗଲା ?
Answer:
ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀ ପରାସ୍ତ ହେବା ପରେ ସିରିଆ, ପାଲେଷ୍ଟାଇନ୍, ମେସୋପଟାମିଆ ଓ ଆରବ ସମେତ ସୁବିସ୍ତୀର୍ଣ୍ଣ ଅଞ୍ଚଳ ତୁର୍କୀଠାରୁ କାଢ଼ି ନିଆଯାଇ ଇଂଲାଣ୍ଡ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରଖାଗଲା ।

(ଜ) ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀର ପରାଜୟ ପରେ ପଶ୍ଚିମ ଓ ଦକ୍ଷିଣ ଆଫ୍ରିକାରେ ଥ‌ିବା ଏହାର
Answer:

  • ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଏହାର ଉପନିବେଶଗୁଡ଼ିକୁ ବିଜେତା ରାଷ୍ଟ୍ରମାନଙ୍କୁ ବାଣ୍ଟି ଦିଆଗଲା ।
  • ଟେଗୋଲାଣ୍ଡ ଓ କାମେରୁନ୍ ଇଂଲାଣ୍ଡ ଓ ଫ୍ରାନ୍ସ ମଧ୍ୟରେ ଭାଗ କରାଗଲା ଏବଂ ଦକ୍ଷିଣ-ପଶ୍ଚିମ ଆଫ୍ରିକାର ଜର୍ମାନୀ ଅଧିକୃତ ସମସ୍ତ ଅଞ୍ଚଳ ଇଂରେଜ ଶାସିତ ଦକ୍ଷିଣ ଆଫ୍ରିକାକୁ ଦିଆଗଲା ।

(ଝ) କେଉଁ ଦୁଇ ଅଞ୍ଚଳକୁ ଟାଙ୍ଗାନାଇକା ଓ କେନିଆ ନାମରେ ନାମିତ କରାଯାଇଥିଲା ?
Answer:

  • ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀ ହାରିଯିବା ପରେ ଜର୍ମାନୀ ଅଧ୍ଵକୃତ ପୂର୍ବ ଆଫ୍ରିକା ଇଂଲାଣ୍ଡକୁ ଦିଆଗଲା ଏବଂ ଏହାକୁ ‘ଟାଙ୍ଗାନାଇକା’ ନାମରେ ନାମିତ କରାଗଲା ।
  • ଇଂରେଜ ଅଧ୍ଵତ ପୂର୍ବ ଆଫ୍ରିକାକୁ ‘କେନିଆ’ ନାମରେ ନାମିତ କରାଗଲା ।

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଞ) ଆଫ୍ରିକାର ଉତ୍ତର ଉପକୂଳର କେଉଁ ଅଞ୍ଚଳ ଏବଂ କାହିଁକି ଫ୍ରାନ୍ସର ସବୁଠାରୁ ଅଧିକ ଲାଭଜନକ ଉପନିବେଶ ଥିଲା ?
Answer:

  • ଆଫ୍ରିକାର ଉତ୍ତର ଉପକୂଳରେ ଅବସ୍ଥିତ ଆଲଜେରିଆ ଫ୍ରାନ୍ସର ସମସ୍ତ ଉପନିବେଶ ମଧ୍ୟରେ ସବୁଠାରୁ ଅଧିକ
  • କାରଣ ଏହା ଫରାସୀ ଉତ୍ପାଦିତ ସାମଗ୍ରୀ ପାଇଁ ବିଶାଳ ବଜାର ସୃଷ୍ଟି କରିଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଇଉରୋପୀୟ ରାଷ୍ଟ୍ରମାନେ ମୁଖ୍ୟତଃ କେଉଁ ଉଦ୍ଦେଶ୍ୟରେ ଏସିଆ ଓ ଆଫ୍ରିକାକୁ ଆସିଥିଲେ ?
Answer:
ଇଉରୋପୀୟ ରାଷ୍ଟ୍ରମାନେ ମୁଖ୍ୟତଃ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଏସିଆ ଓ ଆଫ୍ରିକାକୁ ଆସିଥିଲେ ।

(ଖ) ଇଉରୋପୀୟ ରାଷ୍ଟ୍ରମାନେ କାହିଁକି ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକୁ ସହଜରେ ଯୁଦ୍ଧରେ ପରାସ୍ତ କରିପାରୁଥିଲେ ?
Answer:
ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକୁ ଉନ୍ନତ ଧରଣର ଯୁଦ୍ଧାସ୍ତ୍ର ନିର୍ମାଣର କୌଶଳ ଜଣାନଥିବାରୁ ସେମାନଙ୍କୁ ଇଉରୋପୀୟ ରାଷ୍ଟ୍ରମାନେ ସହଜରେ ଯୁଦ୍ଧରେ ପରାସ୍ତ କରିପାରୁଥିଲେ ।

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଗ) କେବେଠାରୁ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନର ଅଧୀନରେ ରହିଲା ?
Answer:
୧୮୫୭ ମସିହାର ବିଦ୍ରୋହ ପରେ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନର ଅଧୀନରେ ରହିଲା ।

(ଘ) ୧୮୭୫ ମସିହା ପରେ ହଲାଣ୍ଡ ଇଣ୍ଡୋନେସିଆ ନିକଟସ୍ଥ କେଉଁ ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲା ?
Answer:
୧୮୭୫ ମସିହା ପରେ ହଲାଣ୍ଡ ଇଣ୍ଡୋନେସିଆ ନିକଟସ୍ଥ ମୋଲୁକା

(ଙ) କେବେ ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ ହେଲା ?
Answer:
୧୯୧୧ ମସିହାରେ ଚୀରେ ରାଜତନ୍ତ୍ରର ଉଚ୍ଛେଦ ହେଲା । ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲା ।

(ଚ) କାହା ଆର୍ଥିକ ସହାୟତାରେ ୧୮୭୮ ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ କରାଯାଇଥିଲା ?
Answer:
ବେଲ୍‌ଜିଅମ୍‌ର ରାଜା ଦ୍ବିତୀୟ ଲିଓପୋଲ୍ସଙ୍କ ଆର୍ଥିକ ସହାୟତାରେ ୧୮୭୮ ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ କରାଯାଇଥିଲା ।

(ଛ) କେପ୍ କଲୋନୀର ପ୍ରବାସୀ ଡଚ୍ ଅଧିବାସୀମାନେ କେଉଁ ନାମରେ ପରିଚିତ ଥିଲେ ?
Answer:
କେପ୍ କଲୋନୀର ପ୍ରବାସୀ ଡଚ୍ ଅଧ‌ିବାସୀମାନେ ‘ବୋଏର୍’ ନାମରେ ପରିଚିତ ଥିଲେ ।

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଜ) କେବେ ଆବିସିନିଆ ଇଟାଲୀୟ ସୈନ୍ୟବାହିନୀକୁ ପରାସ୍ତ କରି ଇଟାଲୀକୁ ଆବିସିନିଆ ଉପରେ ତା’ର ଦାବି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା ?
Answer:
୧୮୯୬ ମସିହାରେ ଆବିସିନିଆ ଇଟାଲୀୟ ସୈନ୍ୟବାହିନୀକୁ ପରାସ୍ତ କରି ଇଟାଲୀକୁ ଆବିସିନିଆ ଉପରେ ତା’ର ଦାବି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା ।

(ଝ) ଫରାସୀମାନେ କେଉଁ ମସିହାରେ ମର ଅଧିକାର କରିଥିଲେ ?
Answer:
୧୯୦୦ ମସିହାରେ ଫରାସୀମାନେ ମରକ୍କୋ ଅଧିକାର କରିଥିଲେ ।

(ଞ) ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଜଣେ ସୁଦାନୀୟ ନେତା ନିଜକୁ କ’ଣ ଭାବେ ଘୋଷଣା କରି ସୁଦାନ ଉପରେ ଇଜିପ୍ଟ ଓ ଇଂଲାଣ୍ଡର ନିୟନ୍ତ୍ରଣକୁ ଉଚ୍ଛେଦ କରିଥିଲେ ?
Answer:
ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଜଣେ ସୁଦାନୀୟ ନେତା ନିଜକୁ ‘ମାହଦି’ ଭାବରେ ଘୋଷଣା କରି ସୁଦାନ ଉପରେ ଇଜିପ୍ଟ ଓ ଇଂଲାଣ୍ଡର ନିୟନ୍ତ୍ରଣକୁ ଉଚ୍ଛେଦ କରିଥିଲେ ।

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) କେଉଁ ବ୍ୟବସାୟ ଆଫ୍ରିକାରେ ସବୁଠାରୁ ବେଶୀ ଲାଭଦାୟକ ଥିଲା ?
(i) ହୀରା ବ୍ୟବସାୟ
(ii) ୟୁରାନିୟମ୍ ବ୍ୟବସାୟ
(iii) ଦାସ ବ୍ୟବସାୟ
(iv) ହାତୀଦାନ୍ତ ବ୍ୟବସାୟ
Answer:
(iii) ଦାସ ବ୍ୟବସାୟ

(ଖ) କେଉଁ ମସିହାରେ ଭାସ୍କୋଡ଼ାଗାମା ଭାରତକୁ ଜଳପଥ ଆବିଷ୍କାର କରିଥିଲେ ?
(i) ୧୪୯୨
(ii) ୧୪୯୭
(iii) ୧୪୯୮
(iv) ୧୫୯୭
Answer:
(iii) ୧୪୯୮

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଗ) କେବେ ଇଂଲାଣ୍ଡ ଓ ଚୀନ୍ ମଧ୍ଯରେ ଅଫିମ ଯୁଦ୍ଧ ହୋଇଥିଲା ?
(i) ୧୭୬୯
(ii) ୧୮୩୯
(iii) ୧୮୭୯
(iv) ୧୮୭୫
Answer:
(ii) ୧୮୩୯

(ଘ) କେଉଁ ମସିହାରେ ବର୍ମା ଭାରତର ଇଂରେଜ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ହେଲା
(i) ୧୮୮୦
(ii) ୧୮୮୬
(iii) ୧୯୦୭
(iv) ୧୯୧୧
Answer:
(ii) ୧୮୮୬

(ଇ) କୋରିଆ କେବେ ଜାପାନର ଏକ ଉପନିବେଶ ହେଲା ?
(i) ୧୮୯୪
(ii)୧୯୦୨
(iii)୧୯୧୦
(iv) ୧୯୧୭
Answer:
(iii) ୧୯୧୦

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଚ) କେଉଁ ଅଞ୍ଚଳ ଫରାସୀ କଙ୍ଗୋ ଭାବରେ ପରିଚିତ ହେଲା ?
(i) କଙ୍ଗୋ ସ୍ବାଧୀନ ରାଷ୍ଟ୍ର
(ii) ନାଇଜର ନଦୀର ଉତ୍ତର ଅଞ୍ଚଳ
(iii) ଆଫ୍ରିକାର ପଶ୍ଚିମ ଉପକୂଳ ଅଞ୍ଚଳ
(iv) କଙ୍ଗୋ ନଦୀର ଉତ୍ତର ଅଞ୍ଚଳ
Answer:
(iv) କଙ୍ଗୋ ନଦୀର ଉତ୍ତର ଅଞ୍ଚଳ

(ଛ) କିଏ ଏକ ଆଫ୍ରିକୀୟ ଉପନିବେଶକୁ ରୋଡ଼େସିଆ ଓପୋଲ୍ଡ ନାମ ଦେଇଥିଲେ ?
(i) ଓପୋଲ୍ଡ
(ii) ଦକ୍ଷିଣ ଆଫ୍ରିକୀୟ ଅଧିବାସୀ
(iii) ସେସିଲ ରୋଡ୍‌
(iv) କାର୍ଲିପିଟରସ୍
Answer:
(iii) ସେସିଲ ରୋଡ୍‌

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଜ) ଟ୍ୟୁନିସିଆ କେଉଁ ଦେଶର ଦଖଲଭୁକ୍ତ ହୋଇଥିଲା ?
(i) ଫ୍ରାନ୍ସ
(ii) ଇଂଲାଣ୍ଡ
(iii) ଇଟାଲୀ
(iv) ଜର୍ମାନୀ
Answer:
(i) ଫ୍ରାନ୍ସ

(ଝ) କିଏ ସୁଏଜ କେନାଲ୍‌ର ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ୱ ଦେଇଥିଲେ ?
(i) ତୁର୍କୀ ସୁଲ୍‌ ତାନ୍‌
(ii) ଇଜିପ୍ଟ ଗଭର୍ଣ୍ଣର
(iii) ଇଂଲାଣ୍ଡ ପ୍ରଧାନମନ୍ତ୍ରୀ
(iv) ଫ୍ରାନ୍ସ ପ୍ରଧାନମନ୍ତ୍ରୀ
Answer:
(ii) ଇଜିପ୍ଟ ଗଭର୍ଣ୍ଣର

BSE Odisha 9 th Class History Solutions Chapter 1 ଏସିଆ ଓ ଆଫ୍ରିକାରେ ଉପନିବେଶବାଦ

(ଞ) କେଉଁଠାରେ ବର୍ଣବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣ୍ୟ ଅବସ୍ଥାରେ ଥିଲା ?
(i) ପୂର୍ବ ଆଫ୍ରିକା
(ii) ଦକ୍ଷିଣ ଆଫ୍ରିକା
(iii) ଭାରତ
(iv) ତୁର୍କୀ
Answer:
(ii) ଦକ୍ଷିଣ ଆଫ୍ରିକା

୫। ପାଠରେ ଦିଆଯାଇଥିବା ତୁମ ପାଇଁ କାମଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

Odisha State Board BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର Textbook Exercise Questions and Answers.

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

୧. ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ଟି ଶବ୍ଦରେ ଲେଖ ।

(କ) ପଞ୍ଚଶୀଳ ନୀତି କ’ଣ ?
Answer:
ଭାରତ ଓ ଚୀନ୍ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ପାଇଁ ୧୯୫୪ ମସିହାରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପାଞ୍ଚଗୋଟି ନୀତି ସମ୍ବଳିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏହାକୁ ପଞ୍ଚଶୀଳ ନୀତି ବା ପଞ୍ଚଶୀଳ ଚୁକ୍ତି କୁହାଯାଏ । ଏହି ପାଞ୍ଚଗୋଟି ନୀତି ହେଲା –

  • ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ ।
  • ପାରସ୍ପରିକ ଅନାକ୍ରମଣ ।
  • କେହି ଅନ୍ୟ କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରୁ ନିବୃତ୍ତ ରହିବା ।
  • ସାମ୍ୟ ଓ ପାରସ୍ପରିକ ଉପକାର ।
  • ଶାନ୍ତିପୂର୍ଣ୍ଣ ସହାବସ୍ଥାନ ।

(ଖ) ଗୋଷ୍ଠୀନିରପେକ୍ଷତା କହିଲେ ତୁମେ କ’ଣ ବୁଝ ?
Answer:

  • ଗୋଷ୍ଠୀନିରପେକ୍ଷତା ଭାରତର ବୈଦେଶିକ ନୀତିର ଅନ୍ୟତମ ବୈଶିଷ୍ଟ୍ୟ ।
  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଆମେରିକା ଓ ରୁଷିଆ ଭଳି ଦୁଇଟି ବୃହତ୍ ଶକ୍ତିର ଉତ୍‌ଥାନ ହେବା ଫଳରେ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ର ଉଭୟଙ୍କ ଗୋଷ୍ଠୀଭୁକ୍ତ ହେବାକୁ ଲାଗିଲେ ।
  • ଭାରତ ନେତୃତ୍ୱରେ ଗୋଷ୍ଠୀ ନିରପେକ୍ଷତା ଆନ୍ଦୋଳନ ମୁଣ୍ଡ ଟେକିଥିଲା । ସାମ୍ରାଜ୍ୟବାଦୀ ରାଷ୍ଟ୍ର କବଳରୁ ମୁକ୍ତ ହୋଇ ସ୍ଵାଧୀନ ହୋଇଥିବା ଅନେକ ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ଏହାର ଅନ୍ତର୍ଭୁକ୍ତ ହୋଇଥିଲେ ।
  • ଭାରତ କୌଣସି ଗୋଷ୍ଠୀଭୁକ୍ତ ନ ହୋଇ ନିଜେ ଏକ ସ୍ବାଧୀନ, ନିରପେକ୍ଷ ତଥା ଶକ୍ତିଶାଳୀ ବୈଦେଶିକ ନୀତି ଉପରେ ଗୁରୁତ୍ଵ ଆରୋପ କରିଥିଲା ।
  • ଗୋଷ୍ଠୀନିରପେକ୍ଷତା ନୀତି ଅବଲମ୍ବନ କଲେ ମଧ୍ୟ ଭାରତ ଅନ୍ୟ ସମସ୍ତ ରାଷ୍ଟ୍ରମାନଙ୍କ ସହିତ ସଦ୍‌ଭାବ ଓ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ ଦିଗରେ ସର୍ବଦା ଚେଷ୍ଟିତ ଥିଲା ।

(ଗ) କାଶ୍ମୀର ବିବାଦ ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ୧୯୪୭ ମସିହାରେ ମହାରାଜା ହରିସିଂହଙ୍କ ଅନୁରୋଧ କ୍ରମେ କାଶ୍ମୀର ଭାରତ ସହିତ ମିଶିଗଲା; କିନ୍ତୁ ପାକିସ୍ତାନ ଏହାକୁ ବିରୋଧ କରି ଆସୁଥିଲା ।
  • କାଶ୍ମୀର ପ୍ରସଙ୍ଗ ନେଇ ୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ।
  • ସୋଭିଏତ୍ ରୁଷର ମଧ୍ୟସ୍ଥତାରେ ଯୁଦ୍ଧ ବିରତି ପରେ ତାସ୍‌କେଣ୍ଟାରେ ୧୯୬୬ ମସିହାର ଜାନୁୟାରୀ ମାସ ୧୦ ତାରିଖ ଦିନ ଏକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା; କିନ୍ତୁ ଏହି ଚୁକ୍ତି କାଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ କରିପାରି ନଥିଲା ।
  • ୧୯୭୨ ମସିହାରେ ସିମୂଳା ରାଜିନାମାରେ ‘ଯୁଦ୍ଧ ବିରତି’ ରେଖାକୁ ପୁନଃନିର୍ଦ୍ଧାରଣ କରାଗଲା । ଏହା ବର୍ତ୍ତମାନର ‘ନିୟନ୍ତ୍ରଣ ରେଖା’ (Line of Control) ନାମରେ ପରିଚିତ ।
  • ୧୯୮୯ ମସିହାରେ ପାକିସ୍ତାନ କାଶ୍ମୀର ଉପତ୍ୟକାରେ ବିଚ୍ଛିନ୍ନତାବାଦୀ ସଙ୍ଗଠନମାନଙ୍କୁ ପୁଣିଥରେ ସହାୟତା ଦେଇ ଭାରତରେ ଅସ୍ଥିରତା ସୃଷ୍ଟିକଲା । ଏହି ସମୟରେ ଜାମ୍ମୁ ଓ କାଶ୍ମୀର ମୁକ୍ତି ସଙ୍ଗଠନ (JKLF) ନାମକ ଏକ ବିଚ୍ଛିନ୍ନତାବାଦୀ ସଙ୍ଗଠନ ମୁଣ୍ଡ ଟେକିଲା ଏବଂ ଭାରତରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟିକଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଘ) ତିବ୍ବତ ସମସ୍ୟା ଭାରତ ଓ ଚୀନ୍ ସମ୍ପର୍କକୁ କିପରି ପ୍ରଭାବିତ କରିଛି, ତାହା ଆଲୋଚନା କର ।
Answer:

  • ଭାରତ ଓ ଚୀନ୍ ମଧ୍ଯରେ ତିବ୍ବତକୁ ନେଇ ସମସ୍ୟା ଦେଖାଦେଇଥିଲା । ଦୀର୍ଘଦିନ ଧରି ତିବ୍ବତ ଏକ ସ୍ବାଧୀନ ରାଷ୍ଟ୍ର ଥିଲା; କିନ୍ତୁ ପରେ ଚୀନ୍ ଏହାକୁ ଦଖଲକଲା ।
  • ୧୮୯୦ ମସିହାରେ ଭାରତରେ ଶାସନ କରୁଥିବା ବ୍ରିଟିଶ୍ ସରକାର ଚୀନ୍ ସହିତ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ଏବଂ ଭାରତ ଓ ତିବ୍ବତ ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲେ; କିନ୍ତୁ ତିବ୍ବତୀୟ ଶାସକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
  • ତିବ୍ବତରେ ଚୀନ୍‌ର ଶାସନକୁ ବ୍ରିଟେନ୍ ଓ ରୁଷିଆ ସମର୍ଥନ କରୁଥିଲାବେଳେ ଭାରତ କରି ନଥିଲା ।
  • ୧୯୧୧ ମସିହାରେ ଚୀନ୍‌ରେ ବିପ୍ଳବ ହେବାପରେ ତିବ୍ବତ ଚୀନ୍‌କୁ ତା’ର ଭୂଖଣ୍ଡରୁ ଚାଲିଯିବାପାଇଁ ବାଧ୍ୟ କରିଥିଲା ।
  • ୧୯୫୦ ମସିହା ଅକ୍ଟୋବର ମାସରେ ଚୀନ୍ ତିବ୍ବତକୁ ଅଧିକାର କଲାବେଳେ ଭାରତ ଏହାର ଘୋର ବିରୋଧ କରିଥିଲା । ଏଣୁ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।

(ଙ) ଶ୍ରୀଲଙ୍କାର ତାମିଲ ସମସ୍ୟା ବିଷୟ ବୁଝାଇ ଲେଖ ।
Answer:

  • ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନେ ଏକ ଅଲଗା ଦେଶ ‘ଇଲମ୍ ରିପବ୍ଲିକ୍’ ଗଠନ ପାଇଁ ଦାବି କରିବା ପରେ ଏହି ସମସ୍ୟା ଉଗ୍ରରୂପ ଧାରଣ କରିଥିଲା । ସିଂହଳୀମାନେ ତାମିଲମାନଙ୍କର ପ୍ରଭୁତ୍ଵକୁ ବିରୋଧ କରୁଥିଲେ ।
  • ୧୯୫୦ ମସିହାରେ ତାମିଲ ଜାତୀୟତାବାଦୀ ନେତା ଏସ୍. ଜେ.ଭି. ଚଲଭନାୟକମ୍ ଫେଡ଼େରାଲ ଦଳ ଗଠନ କରି ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ । ତାଙ୍କ ପରେ ଅମୃତଲିଙ୍ଗମ୍ ଦଳର ନେତୃତ୍ୱ ନେଇଥିଲେ ।
  • ୧୯୮୩ ମସିହାରେ ଶ୍ରୀଲଙ୍କାର ତାମିଲ ଓ ସିଂହଳୀଙ୍କ ମଧ୍ୟରେ ଥ‌ିବା କନ୍ଦଳ ଉଗ୍ରରୂପ ଧାରଣ କଲା । ତାମିଲ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ (TULF) ୧୯୮୮ ମସିହାରେ ଏକ ସ୍ଵତନ୍ତ୍ର ରାଷ୍ଟ୍ର ଦାବି କରିଥିଲା । ଏହି ଆନ୍ଦୋଳନକାରୀଙ୍କ ବିରୋଧରେ ଦମନମୂଳକ ପଦକ୍ଷେପ ନିଆଗଲା । ତାମିଲ ‘ବ୍ୟାଘ୍ର’ ନେତା ଉମା ମହେଶ୍ଵରନ୍ ଓ ପ୍ରଭାକରନ୍‌ଙ୍କୁ ଗିରଫ କରାଗଲା ।
  • ୧୯୮୩ ମସିହାରୁ ୧୯୮୬ ମସିହା ମଧ୍ୟରେ ପ୍ରାୟ ୨୫୦୦୦ ତାମିଲ ଶରଣାର୍ଥୀ ଭାରତକୁ ଚାଲି ଆସିଥିଲେ । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଶ୍ରୀଲଙ୍କା ରାଷ୍ଟ୍ରପତି ଜୟବର୍ଷନେ ସହିତ ସ୍ବାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ଆଲୋଚନା କରିଥିଲେ ।
  • ରାଜୀବ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ଥିବାବେଳେ ୧୯୮୭ ମସିହାରେ ଶ୍ରୀଲଙ୍କା ସହିତ ହୋଇଥିବା ଏକ ରାଜିନାମା ଅନୁସାରେ ଶ୍ରୀଲଙ୍କାରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ‘ଭାରତୀୟ ଶାନ୍ତରକ୍ଷା ସାମରିକ ବାହିନୀ’’କୁ ସେଠାକୁ ପଠାଯାଇଥିଲା ।

(ଚ) ଭାରତ ଭୁଟାନ୍‌କୁ କିପରି ସହାୟତା ଯୋଗାଇଥିଲା, ତାହା ଆଲୋଚନା କର ।
Answer:

  • ଭୁଟାନ୍‌ରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୬୧ ମସିହାରେ ଆରମ୍ଭ ହେଲା ଏବଂ ସେଥ‌ିପାଇଁ ଭାରତ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ବିଭିନ୍ନ ପଞ୍ଚବାର୍ଷିକ ଯୋଜନା ପାଇଁ ଭାରତ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
  • ଭୁଟାନ୍‌ର ନବମ ପଞ୍ଚବାର୍ଷିକ ଯୋଜନା (୨୦୦୨-୨୦୦୮) ପାଇଁ ଭାରତ ପ୍ରାୟ ୨୬୧୦.୧୪ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଥିଲା ।
  • ଭୁଟାନ୍‌ରେ ରାଜପଥ ନିର୍ମାଣ, ପାରୋଠାରେ ବିମାନ ବନ୍ଦର ନିର୍ମାଣ, ପେଣ୍ଡେନ୍ ସିମେଣ୍ଟ କାରଖାନା ନିର୍ମାଣ ଏବଂ ଅନେକ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣରେ ଭାରତର ସରକାର ଆର୍ଥିକ ସହାୟତା ଯୋଗାଇଛନ୍ତି ।
  • ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମଧ୍ୟରେ ନିବିଡ଼ ସହଯୋଗ ରହିଛି । ଭାରତର ସୈନିକ ସ୍କୁଲରେ ଭୁଟାନ୍ ଛାତ୍ରଙ୍କୁ ଅଧ୍ୟୟନର ସୁବିଧା ଦିଆଯାଇଛି ।
  • ମେଧାବୀ ଭୁଟାନ୍ ଛାତ୍ରମାନଙ୍କ ପାଇଁ ଭାରତ ସରକାର ଶିକ୍ଷା ବୃତ୍ତି ପ୍ରଦାନର ବ୍ୟବସ୍ଥା କରିଛନ୍ତି । ନେହେରୁ – ଗଚୁକ୍ ବୃତ୍ତି ଲାଭ କରି ଭୁଟାନ୍‌ର ଅନେକ ଛାତ୍ର ଭାରତର ଅଗ୍ରଣୀ ବିଶ୍ବବିଦ୍ୟାଳୟମାନଙ୍କରେ ଏବେ ପାC ପଢୁଛନ୍ତି ।

(ଛ) ଭାରତ-ମିଆଁମାର ମଧ୍ଯରେ କେଉଁ କେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା, ତାହା ସୂଚିତ କର ।
Answer:

  • ନିଜର ସ୍ଵାର୍ଥ ଓ ନିରାପତ୍ତା ଦୃଷ୍ଟିରୁ ଭାରତ ମିଆଁମାର ସହିତ ଅନେକ ଚୁକ୍ତି ସ୍ୱାକ୍ଷର କରିଥିଲା । ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଦ୍ବିପାକ୍ଷିକ ଆଲୋଚନା ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି କରାଯାଇଥିଲା ।
  • ୧୯୯୪ ମସିହାର ଚୁକ୍ତିଦ୍ଵାରା ଦୁଇ ଦେଶର ସୀମାଦେଇ ଚାଲିଥିବା ଚୋରା ଅସ୍ତ୍ରଶସ୍ତ୍ର ଚାଲାଣ ଓ ନିଶାଦ୍ରବ୍ୟ କାରବାର ରୋକାଯାଇପାରିବା ସହ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଅର୍ଥନୀତିକୁ ସୁଦୃଢ଼ ହେବ ବୋଲି ଆଶା କରାଯାଇଥିଲା ।
  • ୨୦୦୮ ମସିହା ଅକ୍ଟୋବର ମାସରେ ମିଆଁମାର-ଭାରତ ମିଳିତ ବାଣିଜ୍ୟିକ କମିଟିର ତୃତୀୟ ଅଧ୍ଵବେଶନରେ ସୀମା ବାଣିଜ୍ୟକୁ ସ୍ଵାଭାବିକ ବାଣିଜ୍ୟରେ ପରିଣତ କରିବାପାଇଁ ଆଲୋଚନା ହୋଇଥିଲା ।
  • ୨୦୦୧ ମସିହାରେ ଭାରତ ପକ୍ଷରୁ ୧୬୦ କିଲୋମିଟର ଦୀର୍ଘ ଭାରତ-ମିଆଁମାର ବନ୍ଧୁତା ସଡ଼କ ‘ତମୁ’ନିର୍ମାଣ କରାଯାଇଥିଲା ।
  • ୨୦୦୮ ମସିହା ଜାନୁୟାରୀ ମାସ ୭ ତାରିଖରେ ମିଆଁମାରକୁ ଉପହାରସ୍ଵରୂପ ଏକ ବନ୍ଦର ଦେବା ପାଇଁ କାଲାଦନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେବାକୁ ଭାରତ ସରକାର ଘୋଷଣା କରିଥିଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଜ) ଭାରତ-ଚୀନ୍ ସୀମା ବିବାଦ ବିଷୟରେ ଏକ ଟିପ୍‌ପଣୀ ଲେଖ ।
Answer:

  • ଭାରତ ଓ ଚୀନ୍ ମଧ୍ଯରେ ଅନେକଦିନ ଧରି ସୀମା ବିବାଦ ଲାଗିରହିଛି । ୧୯୫୯ ମସିହାରେ ଚୀନ୍ ସରକାର ଭାରତର ୮୧,୬୦୦ ବର୍ଗ କିଲୋମିଟର ବିସ୍ତୀର୍ଣ୍ଣ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖୁଥିଲା ।
  • ଲଦାଖର ଅକ୍‌ସାଇ ଅଞ୍ଚଳରେ ଚୀନ୍ ଏକ ରାସ୍ତା ନିର୍ମାଣ କରିଥିଲା ଏବଂ ଚୀନ୍ ଅନୁପ୍ରବେଶକାରୀମାନେ ସେହି ରାସ୍ତାଦେଇ ପଶ୍ଚିମ ତିବ୍ବତକୁ ଯାତାୟାତ କରୁଥିଲେ ।
  • ୧୯୬୨ ମସିହାରେ ଚୀନ୍ ଭାରତ ଉପରେ ଆକ୍ରମଣ କରି ମ୍ଯାକ୍‌ମୋହନ ସୀମାରେଖାକୁ ଅତିକ୍ରମ କରି ଭାରତର ବିସ୍ତୃତ ଅଞ୍ଚଳକୁ ଅଧିକାର କରିନେଲା ।
  • ଅନ୍ତର୍ଜାତିକ କ୍ଷେତ୍ରରେ ଭାରତ-ଚୀନ୍ ସୀମା ବିବାଦ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଶୀତଳ ଯୁଦ୍ଧର ପରବର୍ତ୍ତୀ ସମୟରେ ଉଭୟ ଦେଶର ସମ୍ପର୍କରେ କିଛିଟା ପରିବର୍ତ୍ତନ ଘଟିଥିଲା ।
  • ଭାରତ ତିବ୍ବତ ସମସ୍ୟାରୁ ନିଜକୁ ଦୂରେଇ ରଖ୍ ଏବଂ ଚୀନ୍ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପ୍ରଥମ ସମର୍ଥନ ଦେବାରୁ ନିବୃତ୍ତ ରହିଲା । ୧୯୯୩ ମସିହାରେ ଭାରତ ଓ ଚୀନ୍ ଏକ ମିଳିତ ରାଜିନାମାରେ ସ୍ବାକ୍ଷର କରି ପ୍ରକୃତ ନିୟନ୍ତ୍ରଣରେଖାକୁ ସମ୍ମାନ ଦେବାକୁ ରାଜିହେଲେ ।
  • ୧୯୯୫ ମସିହାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତାର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହା ପରଠାରୁ ଭାରତ ଓ ଚୀନ୍ ସମ୍ପର୍କରେ ଉନ୍ନତି ଘଟିଥିଲା ।

(ଝ) ୧୯୪୯-୫୩ ମସିହାର କୋରିଆ ଯୁଦ୍ଧ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ କାହିଁକି ତିକ୍ତତାର କାରଣ ହୋଇଥିଲା ?
Answer:

  • ୧୯୪୯ରୁ ୧୯୫୩ ମସିହା ମଧ୍ୟରେ ହୋଇଥିବା କୋରିଆ ଯୁଦ୍ଧ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ତିକ୍ତତା ସୃଷ୍ଟି କରିଥିଲା ।
  • ଦ୍ଵିତୀୟ ବିଶ୍ୱଯୁଦ୍ଧ ଶେଷ ହେବାପରେ କୋରିଆ ଦୁଇ ଭାଗରେ ବିଖଣ୍ଡିତ ହେଲା । ଉତ୍ତର କୋରିଆରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେଲା ଏବଂ ଏହା ସୋଭିଏତ୍ ରୁଷିଆର ସହଯୋଗ ଲାଭକଲା ।
  • ଦକ୍ଷିଣ କୋରିଆରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହେଲା ।
  • ୧୯୪୯ ମସିହାରେ ଉତ୍ତର କୋରିଆ ବିରୁଦ୍ଧରେ ଦକ୍ଷିଣ କୋରିଆକୁ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥନ ଦେଇଥିଲା
  • ଯୁକ୍ତରାଷ୍ଟ୍ର ଆମେରିକାର ଏହି ପଦକ୍ଷେପକୁ ଭାରତ ନିନ୍ଦା କରିବା ହେତୁ ଯୁକ୍ତରାଷ୍ଟ୍ର ଆମେରିକା ଭାରତର ବିରୋଧୀ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ସହଯୋଗ ଓ ସମର୍ଥନ ଜଣାଇଥିଲା ।

(ଞ) ସ୍ଵାଧୀନ ‘ବଙ୍ଗଳାଦେଶ’ ଗଠନରେ ଭାରତର ଭୂମିକା ସଂକ୍ଷେପରେ ବର୍ଣ୍ଣନା କର ।
Answer:

  • ସ୍ଵାଧୀନ ବଙ୍ଗଳାଦେଶ ଗଠନରେ ଭାରତର ପ୍ରଚ୍ଛନ୍ନ ହାତ ଥିଲା ।
  • ଇଂରେଜ ଶାସନ ସମୟରେ ଥିବା ପୂର୍ବ ବଙ୍ଗ ଭାରତ ବିଭାଜନ ପରେ ପୂର୍ବ ପାକିସ୍ତାନ ନାମରେ ପରିଚିତ ହୋଇ ପାକିସ୍ତାନରେ ଅଂଶବିଶେଷ ହୋଇଥିଲା ।
  • ୧୯୭୧ ମସିହା ପୂର୍ବରୁ ପଶ୍ଚିମ ପାକିସ୍ତାନର ଅତ୍ୟାଚାରରେ ପୂର୍ବ ପାକିସ୍ତାନ ଲୋକମାନେ ଅତିଷ୍ଠ ହେବା ଫଳରେ ଶେଖ୍ ମୁଜିବୁର୍ ରହମନ୍‌ଙ୍କ ନେତୃତ୍ଵରେ ପାକିସ୍ତାନ ବିରୋଧରେ ଆନ୍ଦୋଳନ ତେଜି ଉଠିଲା ।
  • ଭାରତ ସେହି ସ୍ଵାଧୀନତା ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲା ।
  • ୧୯୭୧ ମସିହା ଡିସେମ୍ବର ମାସରେ ଭାରତ-ପାକିସ୍ତାନ ଯୁଦ୍ଧର ପରିଣତିସ୍ୱରୂପ ପୂର୍ବ-ପାକିସ୍ତାନ ‘ବଙ୍ଗଳାଦେଶ’ ଭାବେ ଏକ ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହୋଇ ବିଶ୍ଵ ଦରବାରରେ ପରିଚିତ ହେଲା ।

(ଟ) ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତର ସମ୍ପର୍କ ସଂକ୍ଷେପରେ ଆଲୋଚନା କର ।
Answer:

  • ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ପରି ଦୁଇଟି ପ୍ରମୁଖ ଗଣତନ୍ତ୍ର ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଅନେକ ଉତ୍‌ଥାନ ପତନ ଦେଇ ଗତି କରିଥିଲା ।
  • ଦ୍ଵିତୀୟ ବିଶ୍ୱଯୁଦ୍ଧର ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ରୁଷିଆ ଦୁଇଟି ବୃହତ୍ ଶକ୍ତି ରୂପେ ପୃଥ‌ିବୀରେ କାୟା ବିସ୍ତାର କରିଥିଲାବେଳେ ଭାରତ ଏକ ଗୋଷ୍ଠୀନିରପେକ୍ଷ ରାଷ୍ଟ୍ରଭାବେ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ସମର୍ଥନ ନକରି ଉଭୟଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାପାଇଁ ଉଦ୍ୟମ କରିଥିଲା ।
  • ୧୯୬୨ ମସିହାରେ ଯେତେବେଳେ ଚୀନ୍ ଭାରତ ଉପରେ ଆକ୍ରମଣ କଲା ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସମର୍ଥନ କରିଥିଲା; କିନ୍ତୁ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର— ଆମେରିକା ପାକିସ୍ତାନକୁ ସମର୍ଥନ କରିଥିଲା ।
  • କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଯୁକ୍ତରାଷ୍ଟ୍ର ଆମେରିକା ଅଣୁଅସ୍ତ୍ର ସାହାଯ୍ୟ କରିବାରୁ ୧୯୭୧ରୁ ୧୯୯୧ ମସିହା ମଧ୍ୟରେ ଭାରତ-ସୋଭିଏତ୍ ରୁଷିଆ ମଧ୍ୟରେ ବନ୍ଧୁତ୍ଵ ପ୍ରସଙ୍ଗ ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ସମ୍ପର୍କରେ ତିକ୍ତତା ଆସିଥିଲା ।
  • କିନ୍ତୁ ୧୯୯୨ ମସିହାରୁ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍‌ଙ୍କ ଭାରତ ଗସ୍ତ ପରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସମ୍ପର୍କରେ ଉନ୍ନତିର ପର୍ବ ଆରମ୍ଭ ହୋଇଥିଲା ଯାହାକି ଅଦ୍ୟାବଧୂ ଚାଲୁରହିଅଛି ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

୨. ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ଶୀତଳ ଯୁଦ୍ଧ କ’ଣ ?
Answer:

  • ଦ୍ବିତୀୟ ବିଶ୍ବଯୁଦ୍ଧର ପରବର୍ତ୍ତୀ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ଦୁଇ ବୃହତ୍ ଶକ୍ତି ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା ।
  • ଏହି ଯୁଦ୍ଧ ବାସ୍ତବ କ୍ଷେତ୍ରରେ ଯୁଦ୍ଧ ନ ହୋଇ ପରସ୍ପର ବିରୋଧରେ ଅପପ୍ରଚାର ଓ ମାନସିକ ଚାପ ପ୍ରୟୋଗ ଉପରେ ଆଧାରିତ ଥିଲା । ତେଣୁ ଏହାକୁ ଶୀତଳ ଯୁଦ୍ଧ କୁହାଯାଏ ।

(ଖ) ‘ଭିଟୋ’ କହିଲେ ତୁମେ କ’ଣ ବୁଝ ?
Answer:

  • ମିଳିତ ଜାତିସଂଘର ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କୁ ଭିଟୋ କ୍ଷମତା ଦିଆଯାଇଛି ।
  • ନିରାପତ୍ତା ପରିଷଦର କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପଭି ନେବାବେଳେ ସମସ୍ତ ସଦସ୍ୟ ସହମତ ହୋଇଥା’ନ୍ତି; ମାତ୍ର ଯଦି ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ କେହି ଜଣେ ସହମତ ନହୋଇ ନିଷ୍ପଭି ବିରୁଦ୍ଧରେ ମତ ଦିଅନ୍ତି, ତାହାକୁ ଭିଟୋ କୁହାଯାଏ; ଫଳରେ ସେହି ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ ନାହିଁ ।

(ଗ) ଭାରତ ଓ ସୋଭିଏତ୍ ରୁଷିଆ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ଗୋର୍ବାଚୋଭ୍ଙ୍କ ଅବଦାନ ବିଷୟରେ ଲେଖ ।
Answer:

  • ମିଖାଇଲ୍ ଗୋର୍ବାଚୋଭ୍ଙ୍କ ସମୟରେ ଭାରତ ଓ ରୁଷିଆ ଅର୍ଥନୈତିକ ଓ ବୈଷୟିକ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଆଦାନପ୍ରଦାନ ପାଇଁ ଅଙ୍ଗୀକାରବଦ୍ଧ ହୋଇଥିଲେ ।
  • ଗୋର୍ବାଚୋଭ୍ ଓ ଭାରତର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ମଧ୍ୟରେ ଦଶଦଫା ବିଶିଷ୍ଟ ଦିଲ୍ଲୀ ଘୋଷଣାନାମା ସ୍ବାକ୍ଷରିତ ହୋଇଥିଲା ।

(ଘ) ସିଆଟୋ (SEATO) କ’ଣ ?
Answer:

  • ସିଆଟୋ (SEATO) ଏକ ସାମରିକ ଚୁକ୍ତି ଅଟେ । ଏହି ଚୁକ୍ତି ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ୱରେ ଦକ୍ଷିଣ- ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ହୋଇଥିଲା ।
  • ଦକ୍ଷିଣ-ପୂର୍ବ ଏସିଆରେ ସାମ୍ୟବାଦକୁ ପ୍ରତିହତ କରିବା ତଥା ସୋଭିଏତ୍-ରୁଷିଆର ପ୍ରଭାବକୁ ହ୍ରାସ କରିବା ଏହି ସାମରିକ ଚୁକ୍ତିର ଉଦ୍ଦେଶ୍ୟ ଥିଲା ।

(ଙ) ଭାରତ ଓ ବଙ୍ଗଳାଦେଶ ୧୯୭୧ ମସିହା ଡିସେମ୍ବର ୧୦ ତାରିଖରେ ସ୍ବାକ୍ଷର କରିଥିବା ଚୁକ୍ତିପତ୍ରରେ କ’ଣ କ’ଣ ବ୍ୟବସ୍ଥା ଥିଲା ?
Answer:

  • ଉକ୍ତ ଚୁକ୍ତିରେ ଭାରତୀୟ ସେନାଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ଏକ ମୁକ୍ତିବାହିନୀ ଗଠନର ବ୍ୟବସ୍ଥା ରହିଲା ।
  • ପ୍ରସ୍ତାବିତ ବଙ୍ଗଳାଦେଶକୁ ପାକିସ୍ତାନୀ ସାମରିକ ଶାସନ କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବାପାଇଁ ଏହା ଉଦ୍ଦିଷ୍ଟ ଥିଲା । କିନ୍ତୁ ଭାରତ ବଙ୍ଗଳାଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଚ) ସାର୍କ (SAARC) କ’ଣ ?
Answer:

  • ୧୯୮୫ ମସିହା ଡିସେମ୍ବର ମାସରେ ଭାରତ ଓ ତା’ର ଛଅଗୋଟି ପଡ଼ୋଶୀ ରାଷ୍ଟ୍ରକୁ ନେଇ ଯେଉଁ ସଙ୍ଗଠନ ଗଠିତ ହୋଇଥିଲା ତାହା ସାର୍କ (SAARC) ନାମରେ ପରିଚିତ ।
  • ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଞ୍ଚଳିକ ସ୍ତରରେ ଆର୍ଥିକ ସହଯୋଗ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ । ଏହାର ସଦସ୍ୟମାନେ ହେଲେ ଭାରତ, ପାକିସ୍ତାନ, ବଙ୍ଗଳାଦେଶ, ଶ୍ରୀଲଙ୍କା, ମିଆଁମାର, ନେପାଳ, ଭୁଟାନ୍ ଓ ମାଲଡ଼ାଇଭ ।

(ଛ) ଏଲ୍. ଟି. ଟି. ଇ. (LTTE) କ’ଣ ?
Answer:

  • ଏଲ୍.ଟି.ଟି.ଇ. (LTTE) ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲମାନଙ୍କଦ୍ୱାରା ଗଠିତ ଏକ ଉଗ୍ର ଆତଙ୍କବାଦୀ ସଙ୍ଗଠନ ।
  • ଏହି ସଂଗଠନ ଶ୍ରୀଲଙ୍କାରେ ତାମିଲମାନଙ୍କର ସ୍ଵାର୍ଥରକ୍ଷା ପାଇଁ ସିଂହଳୀମାନଙ୍କ ବିରୁଦ୍ଧରେ ଆତଙ୍କବାଦ ଚଳାଉଥିଲା । ଏହା ତାମିଲମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ରାଷ୍ଟ୍ର ଦାବି କରିଥିଲା ।

(ଜ)୧୯୭୭ ମସିହାରେ ଭାରତର ମୋରାର୍‌ଜୀ ଦେଶାଇ ସରକାରଙ୍କ ସମୟରେ ନେପାଳ ସହିତ ଭାରତର ସମ୍ପର୍କ କିପରି ଥୁଲା, ତାହା ସଂକ୍ଷେପରେ ଲେଖ ।
Answer:

  • ୧୯୭୭ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ସମ୍ପର୍କ ବଢ଼ାଇବାପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
  • ସେଥ‌ିପାଇଁ ତତ୍‌କାଳୀନ ବୈଦେଶିକ ମନ୍ତ୍ରୀ ଅଟଳବିହାରୀ ବାଜପାୟୀ ନେପାଳ ସହିତ ସମ୍ପର୍କ ବୃଦ୍ଧି ପାଇଁ ଚେଷ୍ଟା କରିଥିଲେ ଏବଂ ଦୁଇଟି ବାଣିଜ୍ୟିକ ଚୁକ୍ତି ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।

(ଝ) ସୁଏଜ୍ କେନାଲ ସଂକଟ (୧୯୫୬) କହିଲେ ତୁମେ କ’ଣ ବୁଝ ?
Answer:

  • ମିଶରର ରାଷ୍ଟ୍ରପତି ନାସେର ୧୯୫୬ ମସିହା ଜୁଲାଇ ମାସରେ ସୁଏଜ୍ କେନାଲକୁ ଜାତୀୟକରଣ ଘୋଷଣା କରିବା ଫଳରେ ସୁଏଜ୍ କେନାଲ ସଂକଟ ଆରମ୍ଭ ହୋଇଥିଲା ।
  • ବ୍ରିଟେନ୍ ଏବଂ ଫ୍ରାନ୍ସ ଏହି ଜାତୀୟକରଣକୁ ବିରୋଧ କରିବା ଫଳରେ ଏହା ଏକ ଆନ୍ତର୍ଜାତିକ ସମସ୍ୟା ରୂପେ ମୁଣ୍ଡ ଟେକିଥିଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

୩. ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ବର୍ଣ୍ଣବୈଷମ୍ୟ ନୀତି କ’ଣ ?
Answer:
ଦକ୍ଷିଣ ଆଫ୍ରିକାର ସଂଖ୍ୟାଲଘୁ ଗୋରା ଶାସକଙ୍କର ସେଠାକାର କଳା ଲୋକମାନଙ୍କ ପ୍ରତି ଘୃଣାଭାବ ଏବଂ ପକ୍ଷପାତିତା ନୀତିକୁ ବର୍ଣ୍ଣବୈଷମ୍ୟ ନୀତି କୁହାଯାଏ ।

(ଖ) କେଉଁ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେଲା ?
Answer:
୧୯୫୪ ମସିହାରେ ନେପାଳ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେଲା ।

(ଗ) ତାସକେଣ୍ଟ୍ ଚୁକ୍ତି ସ୍ୱାକ୍ଷରିତ ହେବାବେଳେ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?
Answer:
ତାସକେଣ୍ଟ୍ ଚୁକ୍ତି ସ୍ୱାକ୍ଷରିତ ହେବାବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଲାଲବାହାଦୂର ଶାସ୍ତ୍ରୀ ।

(ଘ) କେଉଁ ରାଜା ରାଜଗାଦିରେ ଅଭିଷିକ୍ତ ହେଲାପରେ ନେପାଳକୁ ଏକ ‘ଶାନ୍ତି ଅଞ୍ଚଳ’ (Zone of Peace) ରୂପେ ଘୋଷଣା କରିଥିଲେ ?
Answer:
ନେପାଳର ରାଜା ବୀରେନ୍ଦ୍ର ରାଜଗାଦିରେ ଅଭିଷିକ୍ତ ହେବାପରେ ନେପାଳକୁ ଏକ ‘ଶାନ୍ତି ଅଞ୍ଚଳ’ ରୂପେ ଘୋଷଣା କରିଥିଲେ ।

(ଡ) କେଉଁମାନେ ଏଲ୍.ଟି.ଟି.ଇ.ର ନେତା ଥିଲେ ?
Answer:
ଉମା ମହେଶ୍ଵରନ୍ ଏବଂ ପ୍ରଭାକରନ୍ ଏଲ୍.ଟି.ଟି.ଇ.ର ନେତା ଥିଲେ ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଚ) ୨୦୦୮ ମସିହା ଜୁଲାଇ ମାସରେ ଭାରତ ଗସ୍ତ କରିଥିବା ଭୁଟାନ୍‌ର ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ଥିଲା ?
Answer:
୨୦୦୮ ମସିହା ଜୁଲାଇ ମାସରେ ଭାରତ ଗସ୍ତ କରିଥିବା ଭୁଟାନ୍‌ର ପ୍ରଧାନମନ୍ତ୍ରୀଙ୍କ ନାମ ଲିୟୌଚେନ୍ ଜିଗ୍‌ମୀ ୱାଇ ଥୁଲେ ଥିଲା ।

(ଛ) ଭୁଟାନ୍‌ର ପ୍ରଥମ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହୋଇଥିଲା ?
Answer:
ଭୁଟାନ୍‌ର ପ୍ରଥମ ପଞ୍ଚବାର୍ଷିକ ଯୋଜନା ୧୯୬୧ ମସିହାରେ ଆରମ୍ଭ ହୋଇଥିଲା ।

(ଜ) ଶେଖ୍ ମୁଜିବୁର୍ ରହମନ୍ କେଉଁ ରାଜନୈତିକ ସଙ୍ଗଠନର ନେତା ଥିଲେ ?
Answer:
ଶେଖ୍ ମୁଜିବୁର ରହମନ୍ ଆୱାମି ଲିଗ୍ ନାମକ ରାଜନୈତିକ ସଂଗଠନର ନେତା ଥିଲେ ।

(ଝ) ‘ତିନ୍-ବିଘା’ କେଉଁ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଥିଲା ?
Answer:
ଉ ତିନ୍-ବିଘା ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ଥ‌ିବା ସମ୍ପର୍କକୁ ତିକ୍ତ କରିଥଲା ।

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

୪. ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଭାରତ ଓ ଚୀନ୍ ମଧ୍ୟରେ ଥ‌ିବା ସୀମାରେଖାର ନାମ କ’ଣ ?
(କ) ମ୍ୟାକ୍‌ମିଲାନ୍‌ ଲାଇନ୍
(ଖ) ମ୍ୟାକ୍‌ମୋହନ୍‌ ଲାଇନ୍
(ଗ) ମ୍ୟାକ୍ସୋନାଲଡ୍ ଲାଇନ୍
(ଘ) ଗ୍ୟାସ୍‌କ୍ଲିଫ୍ ଲାଇନ୍

(ଖ) ବଙ୍ଗଳାଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ?
(କ) ମହମ୍ମଦ ଅଲ୍ଲୀ ଜିନ୍ନା
(ଖ) ଶେଖ୍ ମୁଜିବୁର ରହମନ୍
(ଗ) ଶେଖ୍ ହସିନା
(ଘ) ଲିଆକତ୍ ଅଲ୍ଲୀ

(ଗ) ୨୦୧୦ ମସିହା ଅପ୍ରେଲ୍ ମାସରେ ଭାରତର ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ତାଙ୍କ ଭୁଟାନ୍ ଗସ୍ତ ସମୟରେ କେଉଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ?
(କ) ଷୋଡ଼ଶ ସାର୍କ ଶିଖର ସମ୍ମିଳନୀ
(ଗ) ଏସୀୟ କ୍ରୀଡ଼ା
(ଖ) ନାଟୋ ସମ୍ମିଳନୀ
(ଘ) ରାଜ୍ୟ ଗୋଷ୍ଠୀ ସମ୍ମିଳନୀ

(ଘ) ୨୦୦୮ ମସିହା ଜାନୁୟାରୀ ମାସରେ ଭାରତ ଗସ୍ତରେ ଆସିଥିବା ମିଆଁମାର୍‌ର ବୈଦେଶିକ ମନ୍ତ୍ରୀଙ୍କ ନାମ କ’ଣ ?
(କ) ଜୟବର୍ଷନେ
(ଗ) ଚାଉ-ଏନ୍-ଲାଇ
(ଖ) ନେ-ୱିନ୍
(ଘ) ମ୍ୟାନ୍ ୱିନ୍

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

(ଙ) ଶ୍ରୀଲଙ୍କାର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ କ’ଣ ?
(କ) ୟୁ ନୁ
(ଖ) ଡି. ଏସ୍. ସେନାନାୟକେ
(ଗ) ଏସ୍.ଡବ୍ଲ୍ୟୁ.ଆର୍.ଡି. ବନ୍ଦରନାୟକ
(ଘ) ଶିରିମାଭୋ ବନ୍ଦରନାୟକେ

(ଚ) କେଉଁ ମସିହାରେ ସୋଭିଏତ୍ ରୁଷିଆର ବିଲୟ ଘଟିଲା ?
(କ) ୧୯୮୯
(ଗ) ୧୯୯୩
(ଖ) ୧୯୯୧
(ଘ) ୧୯୯୪

(ଛ) ୧୯୭୨ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ରାଜିନାମାର ନାମ କ’ଣ ?
(କ) ଲାହୋର ରାଜିନାମା
(ଖ) ଦିଲ୍ଲୀ ରାଜିନାମା
(ଗ) ସିମିଳା ରାଜିନାମା
(ଘ) କରାଚୀ ରାଜିନାମା

(ଜ) ଭାରତର ବୈଦେଶିକ ନୀତିର ଆଧାର କ’ଣ ଥିଲା ?
(କ) ଗୋଷ୍ଠୀନିରପେକ୍ଷତା
(ଖ) ଗୋଷ୍ଠୀ ସପକ୍ଷତା
(ଗ) ଗୋଷ୍ଠୀ ବିପଷତା
(ଘ) ଏ ମଧ୍ୟରୁ କୌଣସିଟି ନୁହେଁ

(ଝ) ୧୯୬୬ ମସିହାରେ ତାସ୍କେଣ୍ଟ ଶାନ୍ତ ଚୁକ୍ତି କେଉଁ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ?
କ) ଭାରତ ଓ ପାକିସ୍ତାନ
(ଖ) ଭାରତ ଓ ଶ୍ରୀଲଙ୍କା
(ଗ) ଭାରତ ଓ ସୋଭିଏତ୍ ରୁଷିଆ
(ଘ) ଏ ମଧ୍ୟରୁ କୌଣସିଟି ନୁହେଁ

ଞ) ସୁଏଜ୍ ସଂକଟରେ ଭାରତ କେଉଁ ରାଷ୍ଟ୍ରକୁ ସମର୍ଥନ କରିଥିଲା ?
(କ) ବ୍ରିଟେନ୍
(ଗ) ମିଶର
(ଖ) ଫ୍ରାନ୍ସ
(ଘ) ଇଟାଲା

(ଟ) କେଉଁ ମସିହାରେ ଦେଶୀୟ ରାଜ୍ୟ କାଶ୍ମୀର ଭାରତ ସହିତ ମିଶିଗଲା ?
(କ) ୧୯୪୭
(ଗ) ୧୯୪୯
(ଖ) ୧୯୪୮
(ଘ) ୧୯୫୦

(୦) କେଉଁ ମସିହାରେ ପୋଖରାନ୍‌ଠାରେ ଭାରତ ଆଣବିକ ଶକ୍ତି ପରୀକ୍ଷା କରିଥିଲା ?
(କ) ୧୯୯୭
(ଖ) ୧୯୯୮
(ଗ) ୧୯୯୯
(ଘ) ୨୦୦୦

(ଡ)ଭାରତ ଓ ପାକିସ୍ତାନ ମଧ୍ୟରେ ବସ୍ ଚଳାଚଳ ବ୍ୟବସ୍ଥା ଆରମ୍ଭ ବାଜପାୟୀ ସରକାରଙ୍କ ସମୟରେ କେଉଁ ବର୍ଷ ହୋଇଥିଲା ?
(କ) ୧୯୯୬
(ଖ) ୧୯୯୮
(ଗ) ୧୯୯୯
(ଘ) ୨୦୦୧

BSE Odisha 10th Class Political Science Solutions Chapter 6 ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ର

Answers:
(କ) (ଖ) ମ୍ୟାକ୍‌ମୋହନ୍ ଲାଇନ୍
(ଖ) (ଖ) ଶେଖ୍ ମୁଜିବୁର ରହମନ୍
(ଗ) (କ) ଷୋଡ଼ଶ ସାର୍କ ଶିଖର ସମ୍ମିଳନୀ
(ଘ) (ଘ) ମ୍ୟାନ୍‌ ୱିନ୍
(ଙ) (ଖ) ଡି.ଏସ୍. ସେନାନାୟକେ
(ଚ) (ଖ) ୧୯୯୧
(ଛ) (ଗ) ସିମିଳା ରାଜିନାମା
(ଜ) (କ) ଗୋଷ୍ଠୀନିରପେକ୍ଷତା
(ଝ) (କ) ଭାରତ ଓ ପାକିସ୍ତାନ
(ଞ) (ଗ) ମିଶର
(ଟ) (କ) ୧୯୪୭
(୦) (ଖ) ୧୯୯୮
(ଡ) (ଗ) ୧୯୯୯

BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

Odisha State Board BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ will enable students to study smartly.

BSE Odisha Class 10 Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ମୌଳିକଗୁଡ଼ିକର ଶ୍ରେଣୀକରଣ ପାଇଁ ପ୍ରାରମ୍ଭିକ ଉଦ୍ୟମ (Early Attempts at the Classification of Elements) :

  • 1800 ମସିହା ବେଳକୁ ପ୍ରାୟ 30ଟି ମୌଳିକ ଆବିଷ୍କୃତ ହୋଇଥିଲା; କିନ୍ତୁ ଏବେ 118ଟି ମୌଳିକ ଥିବା ବୈଜ୍ଞାନିକମାନଙ୍କ ଦ୍ବାରା ଦର୍ଶାଯାଉଛି । ସେଥୁରୁ
  • ଅନେକ (92ଟି) ମୌଳିକ ପ୍ରକୃତିରୁ ମିଳିଥାଏ ଏବଂ ବାକିତକ ମୌଳିକ କୃତ୍ରିମ ଅଟେ ।
  • ମୌଳିକମାନଙ୍କର ଧର୍ମ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବୈଜ୍ଞାନିକମାନେ ଜାଣିବା ନିମନ୍ତେ ସମଧର୍ମୀ
  • BSE Odisha 10th Class Physical Science Notes Chapter 5 img-1
  • ସଜୀକରଣକୁ ପର୍ଯ୍ୟାୟ ସାରଣୀ କୁହାଯାଏ । କିମ୍ବା ବିଭିନ୍ନ ମୌଳିକର ଧର୍ମର ସାମଞ୍ଜସ୍ୟ ଅନୁଯାୟୀ ଶ୍ରେଣୀ ବିଭକ୍ତ କରି ଯେଉଁ ତାଲିକା ପ୍ରସ୍ତୁତି କରାଯାଇଛି, ତାହାକୁ ପର୍ଯ୍ୟାୟ ସାରଣୀ କୁହାଯାଏ ।
  • 1815 ମସିହାରେ ଉଇଲିୟମ୍ ପ୍ରାଉଟ୍ ଦର୍ଶାଇଥିଲେ ଯେ, ସମସ୍ତ ମୌଳିକମାନଙ୍କର ପାରମାଣବିକ ବସ୍ତୁତ୍ଵ (atomic mass) ହାଇଡ୍ରୋଜେନ୍‌ର ପାରମାଣବିକ ବସ୍ତୁତ୍ଵର ଗୁଣିତକ ।
  • ପ୍ରାଉଟ୍ ପ୍ରଥମ ଥର ପାଇଁ ସୂଚାଇଥିଲେ ଯେ, ସମସ୍ତ ମୌଳିକର ପାରମାଣବିକ ବସ୍ତୁତ୍ଵ ମଧ୍ଯରେ ଏକ ନିବିଡ଼ ସମ୍ପର୍କ ରହିଛି ।

→ ଡୁବେରିନର ଟ୍ରାଇ ଏତସମୂହ (Dobereiner’s Triads):

  • ଜର୍ମାନ ରସାୟନବିତ୍ ଜେ. ଡବ୍ଲ୍ୟୁ, ଡୁବେରିନର 1817 ମସିହାରେ ଅନୁରୂପ ଧର୍ମ ଥିବା ମୌଳିକଗୁଡ଼ିକୁ ନେଇ ଗ୍ରୁପ୍ କରି ସଜାଇବାକୁ ଉଦ୍ୟମ କଲେ । ତିନୋଟି ଲେଖାଏଁ ମୌଳିକର କେତୋଟି ଗ୍ରୁପକୁ ବାଛିଲେ, ଏହି ଗ୍ରୁପଗୁଡ଼ିକୁ ସେ ଟ୍ରାଇଏଡ୍ (Triad) ବୋଲି କହିଲେ ।
  • ଡୁବେରିନର ଦର୍ଶାଇଥଲେ ଯେ, ପ୍ରତି ଟ୍ରାଇଏଡ୍‌ରେ ଥ‌ିବା ମୌଳିକଗୁଡ଼ିକୁ ସେମାନଙ୍କ ବର୍ଦ୍ଧିତ ପାରମାଣବିକ ବସ୍ତୁତ୍ୱ କ୍ରମରେ ସଜାଇଲେ ମଧ୍ଯସ୍ଥାନରେ ରହିଥିବା ମୌଳିକର ପାରମାଣବିକ ବସ୍ତୁତ୍ଵ ଅନ୍ୟ ଦୁଇଟି ମୌଳିକର ହାରାହାରି ପାରମାଣବିକ ବସ୍ତୁତ୍ଵ ସଙ୍ଗେ ସମାନ । ଟ୍ରାଇଏଡ୍ ଗୁଡ଼ିକର ଉଦାହରଣ

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ଉଦାହରଣ :
(i) କ୍ଷାରକ ଧାତୁ ଗ୍ରୁପ୍ : Ca, Sr ଓ Ba କ୍ଷାରକ ଧାତୁର ଗ୍ରୁପ୍‌ରେ ରହିଥା’ନ୍ତି ଏବଂ Ca, Sr ଓ Ba ଏକ ଟ୍ରାଏଡ୍ ଗଠନ କରନ୍ତି ।
Caର ପାରମାଣବିକ ବସ୍ତୁତ୍ଵ = 40.1 1
Srର ପାରମାଣବିକ ବସ୍ତୁତ୍ଵ = 87.6
Baର ପାରମାଣବିକ ବସ୍ତୁତ୍ଵ = 137.3
Ca ଓ Baର ହାରାହାରି ପାରମାଣବିକ ବସ୍ତୁତ୍ଵ = \(\frac { 40.1+137.3 }{ 2 }\) = 88.7
ଏହା Sr ର ପାରମାଣବିକ ବସ୍ତୁତ୍ୱ ସହ ପ୍ରାୟ ସମାନ ।

(ii) କ୍ଷାର ଧାତୁ ଗ୍ରୁପ୍ : ଲିଥ୍ମ୍ (Li), ସୋଡ଼ିୟମ୍ (Na) ଏବଂ ପୋଟାସିୟମ୍ (K)ର ଜି.ରମାଣବିକ ବସ୍ତୁତ୍ୱ 6.6.9, 23.0 ଓ 39.0 1
Li ଓ K ର ହାରାହାରି ପାରମାଣବିକ ବସ୍ତୁତ୍ଵ = \(\frac { 6.9+39-0 }{ 2 }\) = \(\frac { 45.9 }{ 2 }\) = 22.9
ଏହା Na ର ପାରମାଣବିକ ବସ୍ତୁତ୍ୱ ସହ ପ୍ରାୟ ସମାନ ।
BSE Odisha 10th Class Physical Science Notes Chapter 5 img-2 BSE Odisha 10th Class Physical Science Notes Chapter 5 img-3
ସେତେବେଳେ ଜଣାଥବା ମୌଳିକଗୁଡ଼ିକ ମଧ୍ୟରୁ ଡୁବେରିନର କେବଳ ତିନୋଟି ଟ୍ରାଇଏଡ୍ ଚିହ୍ନଟ କରିପାରିଥିଲେ ।

→ ଡୁବେରିନର ଶ୍ରେଣୀକରଣ ତୃଟି :

  • ସବୁକ୍ଷେତ୍ରରେ ଏଭଳି ଟ୍ରାଇଏଡ୍ ବାଛିବା ସମ୍ଭବ ହେଲାନାହିଁ ।
  • ଟ୍ରାଇଏଡ୍‌ର କିଛି ମୌଳିକରେ ବିଭିନ୍ନ ଧର୍ମ ଦେଖାଦେଲା । ତେଣୁ ଡୁବେରିନରଙ୍କ ଟ୍ରାଇଏଡ୍ ଶ୍ରେଣୀକରଣ ବ୍ୟବସ୍ଥାର ଉପାଦେୟତା ଦେଖାଗଲା ନାହିଁ।
  • ଡୁବେରିନର ପ୍ରଥମେ ମୌଳିକଗୁଡ଼ିକର ଧର୍ମ ସହିତ ପାରମାଣବିକ ବସ୍ତୁତ୍ଵର ସମ୍ପର୍କ ସ୍ଥାପନ କରିଥିଲେ ।

→ ମିତଲାଶ୍ରକ ଅଷ୍ଟକ ନିୟମ (Newland’s Law of Octaves):

  • 1866 ମସିହାରେ ଇଂଲଣ୍ଡ ରସାୟନବିତ୍ ଜନ୍ ନିଉଲାଣ୍ଡ ମୌଳିକର ପାରମାଣବିକ ବସ୍ତୁତ୍ଵକୁ ଆଧାର କରି ଏକ ସମ୍ପୂର୍ଣ୍ଣ ସଜ୍ଜା ଦେବାକୁ ପ୍ରୟାସ କରି ଦର୍ଶାଇଥିଲେ ଯେ ମୌଳିକଗୁଡ଼ିକୁ ତାଙ୍କର ବର୍ଦ୍ଧିତ ପାରମାଣବିକ ବସ୍ତୁତ୍ୱ କ୍ରମରେ ସଜାଇଲେ ଏବଂ ପ୍ରତି ଅଷ୍ଟମ ମୌଳିକର ଧର୍ମ ପ୍ରଥମ ମୌଳିକର ଧର୍ମ ସହିତ ମେଳ ରହିବାର ଲକ୍ଷ୍ୟ କଲେ ।
  • ଏହି ପର୍ଯ୍ୟବେକ୍ଷଣକୁ ନେଇ ମୌଳିକଗୁଡ଼ିକ ଶ୍ରେଣୀବିଭାଗ ପାଇଁ ସେ ତାଙ୍କ ଅଷ୍ଟକ ସୂତ୍ର ପ୍ରତିପାଦନ କରିଥିଲେ ।
    ସେ ଏହାକୁ ସଙ୍ଗୀତର ଅଷ୍ଟକସ୍ଵର (ସାରେଗାମାପାଧାନିସା) ସହିତ ତୁଳନା କରି ଅଷ୍ଟକ ନିୟମ ଆଖ୍ୟା ଦେଇଥିଲେ । ତେଣୁ ଏହା ନିଉଲାଣ୍ଡଙ୍କ ଅଷ୍ଟକ ନିୟମ ରୂପେ ସୁପରିଚିତ ।
  • BSE Odisha 10th Class Physical Science Notes Chapter 5 img-4
  • ନିଉଲାଣ୍ଡ ସବୁଠାରୁ କମ୍ ପାରମାଣବିକ ବସ୍ତୁତ୍ୱ ହାଇଡ୍ରୋଜେନରୁ ଆରମ୍ଭ କରି56 ତମ ମୌଳିକ ଥୋରିୟମ୍ ଠାରେ ଶେଷ କରିଥିଲେ ।

→ ନିଉଲାଣ୍ଡଙ୍କ ଅଷ୍ଟକ ସମୂହ:
ସଙ୍ଗୀତର ସ୍ଵର:
BSE Odisha 10th Class Physical Science Notes Chapter 5 img-5

→ ଛୁଟି :

  • ନିଉଲାଣ୍ଡଙ୍କ ଅଷ୍ଟକ ନିୟମ କେବଳ କ୍ୟାଲସିୟମ୍ ପର୍ଯ୍ୟନ୍ତ ପ୍ରଯୁଜ୍ୟ । କ୍ୟାଲସିୟମ୍ ପରେ ଥ‌ିବା ପ୍ରତି ଅଷ୍ଟକ ମୌଳିକର ଧର୍ମ ପ୍ରଥମ ମୌଳିକର ଧର୍ମ ସହ ସମାନ ନ ଥିଲା ।
  • ପରବର୍ତ୍ତୀ କାଳରେ ଆବିଷ୍କୃତ ହେବାକୁ ଥ‌ିବା ମୌଳିକମାନଙ୍କ ସକାଶେ କୌଣସି ବ୍ୟବସ୍ଥା ନଥିଲା ।
  • ନିଉଲାଣ୍ଡଙ୍କ ଧାରଣା ଥିଲା ପ୍ରକୃତିରେ କେବଳ 56ଟି ମୌଳିକ ରହିଛି ଏବଂ ଭବିଷ୍ୟତରେ ଆଉ ଅଧ୍ଵକ ମୌଳିକ ଆବିଷ୍କୃତ ହେବନାହିଁ । କିନ୍ତୁ ପରବର୍ତୀ ସମୟରେ ଅନେକ ନୂଆ ମୌଳିକ ଆବିଷ୍କୃତ ହେଲା । ସେହି ଧର୍ମଗୁଡ଼ିକ ଅଷ୍ଟକ ନିୟମରେ ଖାପ ଖାଇଲାନାହିଁ ।
  • କେତେକ କ୍ଷେତ୍ରରେ ମୌଳିକଗୁଡ଼ିକୁ ଖାପ ଖୁଆଇବା ପାଇଁ ଦୁଇଟି ମୌଳିକକୁ ଏକା ସ୍ଥାନରେ ରଖୁଥିଲେ ।
  • ନିଉଲାଣ୍ଡ ଅସମଧର୍ମୀ ମୌଳିକମାନଙ୍କୁ ଏକ ସ୍ବରତଳେ ସ୍ଥାନିତ କରିଥିଲେ; ଯଥା— କୋବାଲଟ୍ ଓ ନିକେଲ ଏକା ସ୍ଥାନରେ ରହିଛି ଏବଂ ଫ୍ଲୋରିନ୍, କ୍ଲୋରିନ୍ ଓ ବ୍ରୋମିନ୍ ଥ୍ବା ସ୍ତମ୍ଭରେ ସ୍ଥାନିତ କରାଯାଇଛି । ଫ୍ଲୋରିନ୍, କ୍ଲୋରିନ୍ ଓ ବ୍ରୋମିନର ଧର୍ମ କୋବାଲଟ୍ ଓ ନିକେଲ୍ ଧର୍ମଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ ।
  • ନିଉଲାଣ୍ଡ ସମଧର୍ମୀ ମୌଳିକଗୁଡ଼ିକୁ ଅଲଗା ସ୍ଥାନିତ କରିଥିଲେ; ଯଥା— ଆଇରନ୍‌ର ଧର୍ମ କୋବାଲଟ୍ ଓ ନିକେଲର ଧର୍ମରେ ସାମଞ୍ଜସ୍ୟ ଥିଲେ ମଧ୍ୟ ତାକୁ କୋବାଲଟ୍ ଓ ନିକେଲ୍‌ଠାରୁ ଅଲଗା ରଖାଯାଇଛି ।
    ନିଉଲାଣ୍ଡଙ୍କ ଅଷ୍ଟକ ନିୟମ କେବଳ ହାଲୁକା ମୌଳିକଗୁଡ଼ିକ ପାଇଁ ଠିକ୍ କାର୍ଯ୍ୟ କଲା ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀ (Mendeleev’s Periodic Table):

  • BSE Odisha 10th Class Physical Science Notes Chapter 5 img-6
    ଅବଦାନ ରହିଛି ।
  • ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀ 1872 ମସିହାରେ ଜର୍ମାନୀର ଏକ ପତ୍ରିକାରେ ସ୍ଥାନ ପାଇଥିଲା ।
  • ମେଣ୍ଡେଲିଫ୍ ପର୍ଯ୍ୟାୟ ସାରଣୀ ସମ୍ବନ୍ଧରେ କାର୍ଯ୍ୟ ଆରମ୍ଭ କଲାବେଳେ ମାତ୍ର 63ଟି ମୌଳିକ ଜଣାଥିଲା ।

→ ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ନିପମ

  • ‘‘ମୌଳିକଗୁଡ଼ିକର ଗୁଣ ସେଗୁଡ଼ିକର ପାରମାଣବିକ ବସ୍ତୁତ୍ବର ପର୍ଯ୍ୟାୟ ଫଳନ’’ ।
  • ଅର୍ଥାତ୍ ମୌଳିକଗୁଡ଼ିକୁ ସେଗୁଡ଼ିକର ପାରମାଣବିକ ବସ୍ତୁତ୍ଵର ବଦ୍ଧିତ କ୍ରମଅନୁସାରେ ସଜାଇଲେ, ମୌଳିକମାନଙ୍କର ଗୁଣସବୁ କ୍ରମାନ୍ୱୟରେ ବଦଳେ ଏବଂ କେତେକ ନିର୍ଦ୍ଦିଷ୍ଟ ସ୍ଥାନପରେ ଗୁଣଗୁଡ଼ିକର ପୁନରାବୃତ୍ତି ଘଟେ ।
  • ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ଥିବା ସ୍ତମ୍ଭକୁ ଗ୍ରୁପ୍ (Group) ଏବଂ ଧାଡ଼ିକୁ ପର୍ଯ୍ୟାୟ (Period) କୁହାଯାଏ ।
    ଏଥ‌ିରେ ୫ଟି ଗ୍ରୁପ୍ ଓ 7ଟି ପର୍ଯ୍ୟାୟ ଅଛି ।
  • ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀର ପ୍ରତି ସ୍ତମ୍ଭ ଉପରେ ଅକ୍‌ସାଇଡ୍ ଓ ହାଇଡ୍ରାଇଡ୍‌ର ସଙ୍କେତରେ ଦିଆଯାଇଥିବା R ଅକ୍ଷର ସେହି ଗ୍ରୁପର ଯେକୌଣସି ମୌଳିକକୁ ସୂଚାଇବା ପାଇଁ ବ୍ୟବହାର କରାଯାଇଛି ।

→ ଉଦାହରଣ :
ନାଇଟ୍ରୋଜେନ ହାଇଡ୍ରାଇଡ୍ NH3 କୁ RH3 ରୂପେ ଏବଂ ମ୍ୟାଗ୍ନେସିୟମ ଅକ୍‌ସାଇଡ୍ MgO କୁ RO ରୂପେ ଲେଖାଯାଇଛି ।

ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀ
BSE Odisha 10th Class Physical Science Notes Chapter 5 img-7

→ ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ସଫଳତା(Achievements of Mendeleev’s Periodic Table):

  • ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ପୂର୍ବପେକ୍ଷା ମୌଳିକଗୁଡ଼ିକୁ ଅଧ‌ିକ ଠିକ୍‌ଭାବରେ ସଜ୍ଜା ଯାଇଥିଲା
  • ସାମାନ୍ୟ ଅଧ୍ବକ ପାରମାଣବିକ ବସ୍ତୁତ୍ଵର ମୌଳିକକୁ ଏହାଠାରୁ କମ୍ ପାରମାଣବିକ ବସ୍ତୁତ୍ଵର ମୌଳିକ ପୂର୍ବରୁ ସ୍ଥାନିତ କରିଥିଲେ ।
    ଉଦାହରଣସ୍ୱରୂପ କୋବାଲ୍ଟ (ପାରମାଣବିକ ବସ୍ତୁତ୍ଵ 58.9) ନିକେଲ ପାରମାଣବିକ ବସ୍ତୁତ୍ୱ 58.7 ) ପୂର୍ବରୁ ରହିଛି । ଫଳରେ ଅନୁକ୍ରମ (Sequence) ଅଦଳ ବଦଳ କରିବା ଫଳରେ ସମଧର୍ମୀ ମୌଳିକଗୁଡ଼ିକ ଏକତ୍ର ଶ୍ରେଣୀବଦ୍ଧ ହୋଇପାରିଲା ।
  • ମେଣ୍ଡେଲିଫ୍ ତାଙ୍କ ପର୍ଯ୍ୟାୟ ସାରଣୀରେ କେତେଗୁଡ଼ିଏ ଖାଲି ସ୍ଥାନ ରଖୁଥିଲେ । ଫଳରେ ପରେ ଆବିଷ୍କୃତ ହୋଇଥିବା ମୌଳିକଗୁଡ଼ିକ ଓ ନୋବେଲ୍‌ ଗ୍ୟାସଗୁଡ଼ିକ ପର୍ଯ୍ୟାୟ ସାରଣୀର ବ୍ୟବସ୍ଥାକୁ ଅଦଳ ବଦଳ ନ କରି ସୁବିଧାରେ ସ୍ଥାନିତ କରାଗଲା । ମେଣ୍ଡେଲିଫ୍ ସେହି ମୌଳିକଗୁଡ଼ିକୁ ସେହି ଗ୍ରୁପର ପୂର୍ବବର୍ତୀ ମୌଳିକ ନାମ ପୂର୍ବରୁ ସଂସ୍କୃତ ଶବ୍ଦ ‘ଏକ’ (Eka) ଯୋଗକରି ନାମିତ କରିଥିଲେ । ଉଦାହରଣସ୍ୱରୂପ, ସ୍କାଣ୍ଡିୟମ, ଗାଲିୟମ୍ ଓ ଜର୍ମାନିୟମର ଧର୍ମ ଯଥାକ୍ରମେ ଏକ-ବୋରନ୍ ଏକ-ଏଲୁମିନିୟମ୍, ଏକ-ସିଲିକନର ଧର୍ମସହିତ ସମାନ ।
    ଏକ-ଏଲୁମିନିୟମ୍ ଏବଂ ଗାଲିୟମ୍‌ର ଧର୍ମ
    BSE Odisha 10th Class Physical Science Notes Chapter 5 img-8
  • ହିଲିୟମ୍ (He), ନିୟମ (Ne) ଏବଂ ଆର୍ଶନ (Ar) ପରି ନୋବେଲ ଗ୍ୟାସ୍‌ଗୁଡ଼ିକ ବହୁତ ବିଳମ୍ବରେ ଆବିଷ୍କୃତ ହେଲା । ପର୍ଯ୍ୟାୟ ସାରଣୀରେ ରହିଥ‌ିବା ବ୍ୟବସ୍ଥାକୁ ଅଦଳ ବଦଳ ନ କରି, ଏହି ଗ୍ୟାସ୍‌ଗୁଡ଼ିକ ଆବିଷ୍କୃତ ହେଲା ପରେ ସେଗୁଡ଼ିକୁ ଏକ ନୂଆ ଗ୍ରୁପ୍‌ରେ ସ୍ଥାନିତ କରାଯାଇ ପାରିଲା ।

→ ମେଣ୍ଡେଲଫ୍ ଙ୍କ ଶ୍ରେଣ1କରଣର ତୃଟି (Limitations of Mendeleev’s Classification):
(i) ହାଇଡ୍ରୋଜେନ୍‌ର ଇଲେକ୍‌ଟ୍ରନ୍‌ ସଂରଚନା କ୍ଷାରୀୟ ଧାତୁ (Li, Na, K) ଗୁଡ଼ିକର ଇଲେକ୍‌ଟ୍ରନ୍‌ ସଂରଚନା

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ଉଦାହରଣ:
Hର ଇଲେକ୍‌ଟ୍ରନ୍‌ ସଂରଚନା = 1 (K)
Liର ଇଲେକ୍‌ଟ୍ରନ୍ ସଂରଚନା = 2(K), 1(L)
Naର ଇଲେକ୍‌ଟ୍ରନ୍‌ ସଂରଚନା = 2(K), 8(L), 1(M)
Kର ଇଲେକ୍‌ଟ୍ରନ୍ ସଂରଚନା = 2(K), 8(L), 8(M), 1(N)
ପୁନଶ୍ଚ ହାଇଡ୍ରୋଜେନ୍, କ୍ଷାରୀୟ ଧାତୁଗୁଡ଼ିକ ପରି ହାଲୋଜେନ୍ (F, CI, Br) ଅକ୍‌ସିଜେନ୍ ଓ ସଲ୍ଫର ସହିତ ସଂଯୁକ୍ତ ହୋଇ ଏକାଭଳି ସଂକେତର ଯୌଗିକମାନ ସୃଷ୍ଟି କରେ । ନିମ୍ନ ସାରଣୀକୁ ଅନୁଧ୍ୟାନ କର ।

ହାଇଡ୍ରୋଜେନ୍‌ର ଯୌଗିକ
BSE Odisha 10th Class Physical Science Notes Chapter 5 img-9
ସୁତରାଂ ହାଇଡ୍ରୋଜେନ୍‌କୁ ପର୍ଯ୍ୟାୟ ସାରଣୀରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଦିଆଯାଇ ପାରିବ ନାହିଁ ।

(ii)
ଆଇସୋଟୋପ୍ ହେଉଛି ସମାନ ପରମାଣୁ କ୍ରମାଙ୍କ ବିଶିଷ୍ଟ ମୌଳିକର ଭିନ୍ନ ପାରମାଣବିକ ବସ୍ତୁତ୍ଵର ପରମାଣୁ ସମୂହ । ତେଣୁ ମେଣ୍ଡେଲିଫ୍‌ଙ୍କ ଶ୍ରେଣୀକରଣ ନିୟମ ଅନୁଯାୟୀ ଆଇସୋଟୋପ୍‌ଗୁଡ଼ିକ ଭିନ୍ନ ଭିନ୍ନ ପାରମାଣବିକ ବସ୍ତୁତ୍ଵ ହେତୁ ଭିନ୍ନ ଭିନ୍ନ ସ୍ଥାନରେ ରଖୁବା ଆବଶ୍ୟକ ।
ଉଦାହରଣସ୍ୱରୂପ, 1, 2 ଓ 3 ପାରମାଣବିକ ବସ୍ତୁତ୍ଵ ବିଶିଷ୍ଟ ହାଇଡ୍ରୋଜେନ୍‌ର ଆଇସୋଟୋପ୍‌ଗୁଡ଼ିକୁ ତିନୋଟି ସ୍ଥାନରେ ରଖୁବା ଉଚିତ; କିନ୍ତୁ ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ ସମାନ ରାସାୟନିକ ଧର୍ମବିଶିଷ୍ଟ ହାଇଡ୍ରୋଜେନ୍‌ର ଆଇସୋଟୋପ୍‌ଗୁଡ଼ିକୁ ପୃଥକ୍ ସ୍ଥାନ ଦିଆଯାଇ ନ ଥିଲା ।

(iii) କେତେକ କ୍ଷେତ୍ରରେ ମେଣ୍ଡେଲିଫ୍ ପାରମାଣବିକ ବସ୍ତୁତ୍ଵର ବର୍ଦ୍ଧିତ କ୍ରମକୁ ଭିଭି ନ କରି ସମାନ ଧର୍ମ ଅନୁଯାୟୀ ମୌଳିକାଟୁଡିକର ସ୍ଥାନ ଦେଇଥିଲେ |
ଉଦାହରଣସ୍ୱରୂପ, 39.9 ପାରମାଣବିକ ବସ୍ତୁତ୍ଵ ବିଶିଷ୍ଟ ଆର୍‌ଗନ୍‌ (Ar)କୁ 39.1 ପାରମାଣବିକ ବସ୍ତୁତ୍ଵ ବିଶିଷ୍ଟ ପୋଟାସିୟମ୍ (K) ପୂର୍ବରୁ ରଖାଯାଇଥିଲା । ଏଭଳି ଉପସ୍ଥାପନ ଯୁକ୍ତିସିଦ୍ଧ ନ ଥିଲା ।

(iv) ମେଣ୍ଡେଲିଫ୍‌ଙ୍କ ପର୍ଯ୍ୟାୟ ସାରଣୀରେ କେତେକ ସହଧର୍ମୀ ମୌଳିକଗୁଡ଼ିକୁ ଭିନ୍ନ ଗ୍ରୁପ୍‌ରେ ରଖାଯାଇଥିବା ବେଳେ ଅସମ ଧର୍ମୀ ମୌଳିକଗୁଡ଼ିକୁ ଏକତ୍ର ରଖାଯାଇଥିଲା ।
ଉଦାହରଣସ୍ୱରୂପ, କପରର ଧର୍ମ, ପାରଦର ଧର୍ମ ସହିତ ସାମଞ୍ଜସ୍ୟ ଥିଲେ ମଧ୍ୟ ସେମାନଙ୍କୁ ଭିନ୍ନ ଶ୍ରେଣୀରେ ରଖାଯାଇଥିଲା । ଅନ୍ୟପକ୍ଷରେ Li, Na ଓ K ଆଦି ମୌଳିକର ଧର୍ମ Cu, Ag ଓ Au ଆଦି ମୌଳିକର ଧର୍ମଠାରୁ ଯଥେଷ୍ଟ ଭିନ୍ନ ଥିଲେ ମଧ୍ୟ ସେଗୁଡ଼ିକୁ ଏକତ୍ର ରଖାଯାଇଥିଲା ।

(v) ମେଣ୍ଡେଲିଫ୍ ମୌଳିକଗୁଡ଼ିକ ମଧ୍ୟରେ ପର୍ଯ୍ୟାୟତା (Periodicity) ର କାରଣ ବୁଝାଇପାରି ନ ଥିଲେ ।

→ ଆଧୁନିକ ପର୍ଯ୍ୟାୟ ସାରଣୀ (The Modern Periodic Table):
ହେନ୍‌ରୀ ମୋସଲୀ 1913 ମସିହାରେ ଦର୍ଶାଇଥିଲେ ଯେ ଗୋଟିଏ ମୌଳିକର ପରମାଣୁ କ୍ରମାଙ୍କ ଏହାର ପାରମାଣବିକ ବସ୍ତୁତ୍ୱଠାରୁ ଅଧିକ ଗ୍ରହଣୀୟ ବା ଅଧିକ ପ୍ରାଥମିକ ଧର୍ମ ଅଟେ । ପରମାଣୁ କ୍ରମାଙ୍କକୁ ଆଧୁନିକ ପର୍ଯ୍ୟାୟ ସାରଣୀର ମୂଳସୂତ୍ର ରୂପେ ଗ୍ରହଣ କରାଗଲେ, ଆଧୁନିକ ପର୍ଯ୍ୟାୟ ନିୟମଟି ହେଲା-

‘ମୌଳିକଗୁଡ଼ିକର ଗୁଣ, ସେଗୁଡ଼ିକର ପରମାଣୁ କ୍ରମାଙ୍କର ପର୍ଯ୍ୟାୟ ଫଳନ’’।

ବ୍ୟାଖ୍ୟା:
ମୌଳିକଗୁଡ଼ିକୁ ପରମାଣୁ କ୍ରମାଙ୍କର ବଦ୍ଧିତ କ୍ରମଭିତ୍ତିରେ ସଜାଗଲେ ସେଗୁଡ଼ିକର ଗୁଣ ପରମାଣୁ କ୍ରମାଙ୍କ ଅନୁସାରେ ପରିବର୍ତ୍ତନ ହୁଏ ଏବଂ ସାମଞ୍ଜସ୍ୟ ଗୁଣଥୁବା ମୌଳିକମାନେ ଏକ ଗ୍ରୁପରେ ରହିଥାଆନ୍ତି ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 5 ମୌଳିକଗୁଡ଼ିକର ପର୍ଯ୍ୟାୟୀ ଶ୍ରେଣୀକରଣ

→ ଆଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକଗୁଡ଼ିକର ସ୍ଥାନ (Position of Elements in the Modern Periodic Table):

ଦ୍ୱିତୀୟ ପର୍ଯ୍ୟାୟରେ ଥ‌ିବା ମୌଳିକଗୁଡ଼ିକର ଇଲେକ୍‌ଟ୍ରନ୍‌ ସଂରଚନା:
BSE Odisha 10th Class Physical Science Notes Chapter 5 img-10

  • ଏହି ପର୍ଯ୍ୟାୟରେ ଥ‌ିବା ମୌଳିକଗୁଡ଼ିକର ପରମାଣୁରେ ସମାନ ସଂଖ୍ୟକ ସଂଯୋଜକ ଇଲେକ୍‌ଟ୍ରନ ନାହିଁ କିନ୍ତୁ ସମାନ ସଂଖ୍ୟକ କକ୍ଷ ଅଛି ।
  • ସମାନ ସଂଖ୍ୟକ କକ୍ଷ ରହିଥିବା ପରମାଣୁଗୁଡ଼ିକର ବିଭିନ୍ନ ମୌଳିକକୁ ଏକା ପର୍ଯ୍ୟାୟରେ ସ୍ଥାନିତ କରାଯାଇଛି । ପର୍ଯ୍ୟାୟ ବଢ଼ିଲେ କକ୍ଷ ସଂଖ୍ୟା ବଢ଼େ ।
  • ସଂଯୋଜକ ଇଲେକ୍‌ଟ୍ରନ ଦ୍ବାରା ମୌଳିକ କେଉଁ ପ୍ରକାରର ବନ୍ଧ ଗଠନ କରିବ ତାହା ଜଣାଯାଏ ।
  • କୌଣସି ମୌଳିକର ଅବସ୍ଥିତିରୁ ଏହାର ରାସାୟନିକ ପ୍ରତିକ୍ରିୟାଶୀଳତା (Chemical reactivity)

→ ଜଣାପଡ଼େ । ଏ ଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକଗୁଡ଼ିକର ଗୁଣରେ କ୍ରମିକ ପରିବର୍ତ୍ତନ (Trends in the Modern Periodic Table):

ଯୋଗ୍ୟତା:
ଗୋଟିଏ ମୌଳିକର ଯୋଗ୍ଯତା ଏହାର ବାହ୍ୟତମ କକ୍ଷରେ ଥ‌ିବା ସଂଯୋଜକ ଇଲେକ୍‌ଟ୍ରନ ଦ୍ୱାରା ନିରୂପଣ କରାଯାଏ ।

→ ଧାତବ ଓ ଅଧାତବ ଶ୍ରଣ (Metallic and Non – metallic Properties):

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Odisha State Board BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ Textbook Exercise Questions and Answers.

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସଡ଼କ ପରିବହନ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:

  • ପରିବର୍ତ୍ତନଶୀଳ ମାନବ ସଭ୍ୟତାକୁ ସଡ଼କ ପରିବହନ ବ୍ୟବସ୍ଥା ଅଧ୍ଵକରୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ବିତ କରିପାରିଛି ।
  • ଦେଶ ତଥା ରାଜ୍ୟର ବିକାଶ ପ୍ରକ୍ରିୟାରେ ସଡ଼କ ଓ ପରିବହନ ଏକ ମୌଳିକ ଆବଶ୍ୟକତା ହୋଇପଡ଼ିଛି ।
  • ବିକାଶ ପ୍ରକ୍ରିୟାର ଅବିଚ୍ଛେଦ୍ୟ ଉପାଦାନ ହେଉଛି ସଡ଼କ ଓ ପରିବହନ । ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିହାତି ଜରୁରୀ ।
  • ଅନ୍ୟପକ୍ଷରେ ପରିବହନ ଓ ମଣିଷର ଗତିଶୀଳତାର ପ୍ରଭାବରେ ସଂଗଠିତ ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାବହତା ବିନାଶ ପ୍ରକ୍ରିୟାର ସମ୍ଭାବନାକୁ ଦୃଢ଼ୀଭୂତ କରିଛି ।
  • ସଡ଼କ ପରିବହନ ବ୍ୟବସ୍ଥା ମୁଖ୍ୟତଃ ପାଞ୍ଚଟି ପ୍ରମୁଖ ଉପାଦାନ ଉପରେ ନିର୍ଭର କରିଥାଏ; ଯଥା – ସଡ଼କ, ଗାଡ଼ି, ଗାଡ଼ିଚାଳକ, ରାସ୍ତା ବ୍ୟବହାରକାରୀ ଓ ପାରିପାଶ୍ୱିକ ଅବସ୍ଥା ।

(ଖ) କାହାର ପ୍ରଭାବରେ ସଡ଼କ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇଥାଏ ?
Answer:

  • ସଡ଼କରେ ଦୁରବସ୍ଥା, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ିଚାଳକ ଏବଂ ରାସ୍ତା ବ୍ୟବହାରକାରୀଙ୍କ ମାନବୀୟ ତ୍ରୁଟି ଓ ଖରାପ ପ୍ରାକୃତିକ ପରିବେଶ ଯୋଗୁଁ ସଡ଼କ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇଥାଏ ।
  • ସଡ଼କ ଉପରେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ଏହାର ପରିବ୍ୟାପ୍ତି ଏବଂ ଭୟାବହତା ହିଁ ସଡ଼କ ଦୁର୍ଘଟଣାକୁ ଅତି ସମ୍ବେଦନଶୀଳ କରିଛି ।
  • ପ୍ରତିବର୍ଷ ସାରା ବିଶ୍ବରେ ପାଞ୍ଚ ଲକ୍ଷରୁ ଅଧିକ, ଭାରତରେ ଦେଢ଼ ଲକ୍ଷରୁ ଅଧିକ ଏବଂ ଓଡ଼ିଶାରେ ଚାରି ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ମୃତ ହୋଇଥା’ନ୍ତି ।
  • ଲକ୍ଷାଧ୍ଵ ଲୋକ ଗୁରୁତର ଓ ସାମାନ୍ୟ ଆହତ ହୋଇଥାନ୍ତି । ହଜାର ହଜାର ଲୋକ ଜୀବନ ଭରି ଅକର୍ମଣ୍ୟ ହୋଇଯା’ନ୍ତି ।
  • ଦୁର୍ଘଟଣାର ଶିକାର ହୋଇଥିବା ଲୋକ ଏବଂ ସେମାନଙ୍କ ପରିବାରର ଜୀବନଶୈଳୀ, ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଥାଏ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

(ଗ) ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୂହ କ’ଣ ?
Answer:

  • ସାମଗ୍ରିକ ଭାବରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୂହ ମଧ୍ଯରେ ରହିଛି ସଡ଼କ ତ୍ରୁଟି, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ିଚାଳକ ଓ ରାସ୍ତା ବ୍ୟବହାରକାରୀଙ୍କ ମନୁଷ୍ୟକୃତ ତ୍ରୁଟି ଏବଂ ପାରିପାଶ୍ୱିକ ଅବସ୍ଥାରେ ତ୍ରୁଟି ।
  • ଗାଡ଼ିଚାଳନା ସମୟରେ ଅନେକ ମାନବୀୟ ତ୍ରୁଟି ପରିଲକ୍ଷିତ ହୋଇଥାଏ; ଯଥା- ଅନ୍ୟମନସ୍କତା, ବେପରୁଆ ଗାଡ଼ିଚାଳନା, ଦୃତଗତି, ମଦ୍ୟପାନ, ମୋବାଇଲ ଫୋନ୍‌ର ବ୍ୟବହାର ଇତ୍ୟାଦି ।
  • ସଡ଼କ ଦୁର୍ଘଟଣାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ସଡ଼କ ତ୍ରୁଟି; ଯଥା – ରାସ୍ତା ନିର୍ମାଣ, ଡ଼ିଜାଇନ ରକ୍ଷଣାବେକ୍ଷଣ, ସଂପ୍ରସାରଣରେ ଅବହେଳା, ଅଦୃଶ୍ୟମାନ ଟ୍ରାଫିକ୍ ସଙ୍କେତ, ଭାରୀ ମାଲ ପରିବହନ ଇତ୍ୟାଦି ।
  • ଗାଡ଼ିର ଯାନ୍ତ୍ରିକ ତ୍ରୁଟି ମଧ୍ଯ ଦୁର୍ଘଟଣାର ଅନ୍ୟ ଏକ କାରଣ । ଯନ୍ତ୍ରଚାଳିତ ଗାଡ଼ିର ବ୍ରେକ୍, ଇଞ୍ଜିନ୍, ଷ୍ଟିଅରିଙ୍ଗ, ତୈଳଟ୍ୟାଙ୍କ୍, ରାସ୍ତାର ଅବସ୍ଥାରେ ବ୍ୟତିକ୍ରମ ଦେଖାଦେଲେ ଦୁର୍ଘଟଣା ସଂଗଠିତ ହୋଇଥାଏ ।
  • ପାରିପାର୍ଶ୍ବକ ଅବସ୍ଥା ତ୍ରୁଟି ଦେଖାଦେଲେ ମଧ୍ୟ ସଡ଼କ ଦୁର୍ଘଟଣା ହୋଇଥାଏ; ଯଥା— ବର୍ଷା, ଝଡ଼, କୁହୁଡ଼ି, ବରଫାବୃତ, ଧୂଆଁଜାତ ଆଦି ପ୍ରାକୃତିକ ବିପର୍ଯ୍ୟୟ ବହୁ ସମୟରେ ଦୁର୍ଘଟଣା ଘଟାଇଥାଏ ।

(ଘ) ଓଡ଼ିଶାରେ ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାବହତା ବର୍ଣ୍ଣନା କର ।
Answer:

  • ଓଡ଼ିଶାରେ ବାର୍ଷିକ ପ୍ରାୟ ଦଶ ହଜାରରୁ ଅଧିକ ସଡ଼କ ଦୁର୍ଘଟଣାରେ ଚାରି ହଜାରରୁ ଅଧିକ ମୃତ ଓ ଦଶହଜାରରୁ ଅଧ‌ିକ ଆହତ ହେଉଛନ୍ତି ।
  • ପ୍ରତି ଶହେ ଦୁର୍ଘଟଣାରେ ଓଡ଼ିଶାରେ ୪୫ ଜଣ ମୃତାହତ ହେଉଛନ୍ତି । କେବଳ ରାଜପଥମାନଙ୍କରେ ଚାଳିଶରୁ ଅଧ୍ଵ ପ୍ରତିଶତ ଦୁର୍ଘଟଣା ଘଟୁଛି ।
  • ସମସ୍ତ ଯାନବାହନ ସଂଖ୍ୟାର ଅଶୀ ପ୍ରତିଶତ ଦୁଇଚକିଆ ଗାଡ଼ି, ଯାହାକି ପ୍ରାୟତଃ ଯୁବଗୋଷ୍ଠୀ ଚଳାଇଥାନ୍ତି ।
  • ବିଶେଷ କରି ଦୁଇ ଚକିଆଗାଡ଼ି ଏକମାତ୍ର ଯାନ ଯାହାର ବାହ୍ୟ ସୁରକ୍ଷା ନ ଥାଏ ।
  • ଆମ ରାଜ୍ୟରେ ସମସ୍ତ ସଡ଼କ ଦୁର୍ଘଟଣାର ୯୫ ପ୍ରତିଶତ କେବଳ ମାନବୀୟ ତ୍ରୁଟି ଯୋଗୁଁ ସଂଘଟିତ ହୋଇଥାଏ ।

(ଙ) ସଡକ ଦୁର୍ଘଟଣାର ନିରାକରଣ ବ୍ୟବସ୍ଥା କ’ଣ ରହିଛି ?
Answer:

  • ସଡ଼କ ଦୁର୍ଘଟଣାର ନିରାକରଣ ପାଇଁ ତିନିଗୋଟି ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି; ଯଥା— ଶିକ୍ଷାEducation), ବଳବତ୍ତକରଣ (Enforcement), ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ (Engineering) ଭିଭିଭୂମି ।
  • ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଘ, ମୋଟରଯାନ ସଂଘ ଇତ୍ୟାଦି ସଡ଼କ ସୁରକ୍ଷାର ଶିକ୍ଷା କାର୍ଯ୍ୟକ୍ରମର ମୁଖ୍ୟ ମାଧ୍ୟମ ଅଟନ୍ତି ।
  • ସଡ଼କ ଶୃଙ୍ଖଳା, ଆଚରଣ ଏବଂ ଦୁର୍ଘଟଣା ହ୍ରାସ ନିମନ୍ତେ ବଳବତ୍ତକରଣ ଅତି ଉପଯୋଗୀ ସରକାରୀ ମାଧ୍ୟମ ।
  • ବଳବତ୍ତକରଣ (Enforcement) ବିଶେଷ କରି ମୋଟର ଯାନ ସମ୍ପର୍କୀୟ ନିୟମ ଉଲ୍ଲଙ୍ଘନ ଉପରେ ଗୁରୁତ୍ଵ ପ୍ରଦାନ କରିଥାଏ ।
  • ଦୁର୍ଘଟଣା ହ୍ରାସ କରିବାପାଇଁ ରାସ୍ତା ନିର୍ମାଣର ଇଞ୍ଜିନିୟରିଂ ଏବଂ ଭିତ୍ତିଭୂମି ନିହାତି ଜରୁରୀ । ସଡ଼କଗୁଡ଼ିକ ବୈଜ୍ଞାନିକ ଓ ଇଞ୍ଜିନିୟରିଂ ପ୍ରଣାଳୀରେ ନିର୍ମାଣ ହେବା ଆବଶ୍ୟକ, ଯାହାଫଳରେ ଦୁର୍ଘଟଣା ହ୍ରାସ ପାଇବ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ମୋଟର ଯାନ ଆଇନ କ’ଣ ?
Answer:

  • ସଡ଼କ ପରିବହନ ବ୍ୟବସ୍ଥା, ସଡ଼କ ନିରାପତ୍ତା ପ୍ରକ୍ରିୟାରେ ଉନ୍ନତି, ସଡ଼କ ଦୁର୍ଘଟଣା ହ୍ରାସ କରିବାପାଇଁ କେନ୍ଦ୍ର ସରକାର କିଛି ଆଇନ ପ୍ରଣୟନ କରିଛନ୍ତ, ତାହାକୁ ମୋଟର ଯାନ ଆଇନ କୁହାଯାଏ ।
  • ଏଥରେ ନିୟମିତ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀମାନଙ୍କୁ କଠୋର ଦଣ୍ଡ ପ୍ରଦାନର ବ୍ୟବସ୍ଥା କରାଯାଇଛି । ୨୦୧୯ ମସିହାରେ ଏହି ମୋଟର ଯାନ ଆଇନକୁ ସଂଶୋଧନ କରାଯାଇଛି ।

(ଖ) ସଂଶୋଧ ମୋଟର ଯାନ ଆକ୍ଟର ଆଭିମୁଖ୍ୟ କ’ଣ ?
Answer:

  • ସଂଶୋଧ ମୋଟର ଯାନ ଆକୁ ୨୦୧୯ରେ ମୁଖ୍ୟତଃ କ୍ଷତିପୂରଣ ଏବଂ ଜୋରିମାନାକୁ ଅଧ‌ିକ ଗୁରୁତ୍ଵ ଦିଆଯାଇଛି ।
  • ଓଡ଼ିଶା ରାଜ୍ୟ ସରକାରଙ୍କ ସୋଲାସିୟମ୍ ଫଣ୍ଡ ସ୍କିମ୍ ତରଫରୁ ହିଟ୍ ଏବଂ ରନ୍ ମୋଟରଯାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା ହୋଇଛି ।

(ଗ) ଇନ୍ଧନ ସଂରକ୍ଷଣ କାହିଁକି ଆବଶ୍ୟକ ?
Answer:

  • ସଡ଼କ ପରିବହନ ବ୍ୟବସ୍ଥାରେ ପେଟ୍ରୋଲ ଡ଼ିଜେଲ ଭଳି ଇନ୍ଧନ ସଂରକ୍ଷଣର ଗୁରୁତ୍ବପୂର୍ଣ ଭୂମିକା ରହିଛି ।
  • କ୍ରମବର୍ଦ୍ଧିଷ୍ଣୁ ଯାନବାହନ ସଂଖ୍ୟା ସହ ପେଟ୍ରୋଲ ଡ଼ିଜେଲ, ଭଳି ଇନ୍ଧନର ବହୁଳ ଅପବ୍ୟବହାର ବୃଦ୍ଧିପାଇଛି ।ତେଣୁ ଇନ୍ଧନ ସଂରକ୍ଷଣ ଯୋଜନା ମାଧ୍ୟମରେ ଇନ୍ଧନର ବହୁଳ ଅପବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ ।

(ଘ) ଓଡ଼ିଶା ସରକାରଙ୍କ ସମରିଟାନ୍‌ ନୀତି ସମ୍ବନ୍ଧରେ ଉଲ୍ଲେଖ କର ।
Answer:

  • ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଚଳିତ ଗୁଡ୍ ସମରିଟାନ୍ ନୀତିର ମୁଖ୍ୟ ଆଭିମୁଖ୍ୟ !
  • ସୁପ୍ରିମ୍‌କୋର୍ଟର ୨୦୧୪ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାର ଉକ୍ତ ନୀତି ପ୍ରଣୟନ କରିଛନ୍ତି । ଏହି ନୀତିରେ ଜଣେ ବ୍ୟକ୍ତି ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ହସ୍‌ପିଟାଲକୁ ନେଇପାରିବ ।

(ଙ) ବ୍ୟକ୍ତିଗତ ଯାନ ଓ ସାର୍ବଜନୀନ ଗାଡ଼ି ମଧ୍ୟରେ ପ୍ରଭେଦ କ’ଣ ରହିଛି ?

  • ଆମ ରାଜ୍ୟର ସମସ୍ତ ଗାଡ଼ି ସଂଖ୍ୟାର ଦୁଇ ତୃତୀୟାଂଶରୁ ଅଧିକ ସ୍କୁଟର, ମୋଟର ସାଇକେଲ୍ ଭଳି ବ୍ୟକ୍ତିଗତ ଗାଡ଼ି ଚଳାଚଳ କରିଥାଏ ।
  • ସାର୍ବଜନୀନ ଗାଡ଼ି କହିଲେ ଆମେ ବସ୍‌, ଟ୍ୟାକ୍‌ସି, ଅଟୋ ଆଦିକୁ ବୁଝିଥାଉ । ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ଯାନ ବ୍ୟବହାର ନ କରି ସାର୍ବଜନୀନ ଗାଡ଼ି ଦୈନନ୍ଦିନ ବ୍ୟବହାର କରିବା ଆବଶ୍ୟକ, ଯାହା ଫଳରେ ଇନ୍ଧନ କିଛି ପରିମାଣରେ ସଂରକ୍ଷିତ ହୋଇପାରିବ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ରାସ୍ତା ପାର ହେଲବେଳେ କି ସତର୍କତା ଅବଲମ୍ବନ କରିବ ?
Answer:
ରାସ୍ତା ପାର ହେବା ପୂର୍ବରୁ ପ୍ରଥମେ ବାମକୁ, ତା’ପରେ ଡାହାଣକୁ, ପୁନର୍ବାର ବାମକୁ ଚାହିଁକି ଆବଶ୍ୟକ ।

(ଖ) ଟ୍ରାଫିକ୍ ଚିହ୍ନର ପ୍ରମୁଖ ପ୍ରକାରଭେଦ କ’ଣ ରହିଛି ?
Answer:
ଟ୍ରାଫିକ୍ ଚିହ୍ନ ସାଧାରଣତଃ ତିନି ପ୍ରକାର ଅଟେ, ଯଥା- ନିହାତି ଜରୁରୀ ଚିହ୍ନ (Mandatory Signs), ସତର୍କତାର ଚିହ୍ନ (Cautionary Signs) (Informatory Signs) |

(ଗ) ଗାଡ଼ିଚାଳକ ପାଖରେ କେଉଁସବୁ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଅଟେ ?
Answer:
ଉ – ଗାଡ଼ିଚାଳକ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେସନ, ଗାଡ଼ିର ବୀମା ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଅଟେ ।

(ଘ) ସବୁଜ ପରିବହନ କ’ଣ ?
Answer:
ସୁବଜ ପରିବହନ କହିଲେ ଆମେ ସାଧାରଣତଃ ସାଇକେଲକୁ ବୁଝିଥାଉ କାରଣ ଏଥରେ କୌଣସି ଇନ୍ଧନ ବ୍ୟବହାର ହୋଇନଥାଏ ।

(ଙ) ସମରିଟାନ୍‌ର ସଂଜ୍ଞା କ’ଣ ?
Answer:
ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବାକୁ ସମରିଟାନ୍‌ କୁହାଯାଏ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତି ନିମନ୍ତେ ସର୍ବନିମ୍ନ ବୟସସୀମା କେତେ ?
(i) १०
(ii) ୨୧
(iii) ୧୮
(iv) ୧୫

(ଖ) ଦୁଇଚକିଆ ଯାନର ଯାତ୍ରୀ କ୍ଷମତା କେତେ ?
(i) ୩
(ii) ୪
(iii) ୧
(iv) 9

(ଗ) ନିଶାସକ୍ତ ହୋଇ ଗାଡ଼ିଚାଳନା କଲେ କେଉଁ ପ୍ରକାର ଦଣ୍ଡ ରହିଛି ?
(i) ଜେଲ
(ii) ଆର୍ଥିକ
(iii) ଆର୍ଥିକ ଓ ଜେଲ୍

(ଘ) ଗାଡ଼ିଚାଳନା ବେଳେ ମୋବାଇଲର ବ୍ୟବହାର ବେନିୟମ କି ?
(i) ହଁ
(ii)ନାଁ

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Answers:
(କ) (iii) ୧୮
(ଖ) (iv) ୨
(ଗ) (iii) ଆର୍ଥିକ ଓ ଜେଲ୍
(ଘ) (i) ହଁ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Odisha State Board BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ Textbook Exercise Questions and Answers.

BSE Odisha Class 10 Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୧. ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।

(କ) ଗଣତନ୍ତ୍ରର ସଂଜ୍ଞା ନିରୂପଣ କର ।
Answer:

  • ‘ଗଣ’ ଅର୍ଥ ଲୋକମାନେ । ‘ତନ୍ତ୍ର’ ଅର୍ଥ ଶାସନ । ଗଣତନ୍ତ୍ରର ଅର୍ଥ ହେଉଛି ଲୋକମାନଙ୍କର ଶାସନ । ଏହି ବ୍ୟବସ୍ଥାରେ ଦେଶର ପ୍ରତ୍ୟେକ ନାଗରିକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଦେଶ ଶାସନରେ ଅଂଶଗ୍ରହଣ କରିବା ସହିତ ସ୍ଵାଧୀନ ଭାବରେ ନିଜର ମତାମତ ଦେଇଥା’ନ୍ତି ।
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ବାସ୍ତବରେ କହିଥିଲେ, ‘‘ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ ।’’
  • ରାଜନୀତିବିଜ୍ଞାନୀ ସିଲିଙ୍କ ମତରେ, ‘‘ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶଗ୍ରହଣ କରିଥାଆନ୍ତି, ତାହାକୁ ଗଣତନ୍ତ୍ର କୁହାଯାଏ ।’’
  • ଏଥୁରୁ ସ୍ପଷ୍ଟ ହେଉଛି ଯେ ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ ଏବଂ ଏହା ସେମାନଙ୍କର ସମୂହ ହିତ ପାଇଁ ଉଦ୍ଦିଷ୍ଟ । ଏଥୁରେ ଶାସନ କ୍ଷମତା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀ ହାତରେ ନ୍ୟସ୍ତ ହୋଇନଥାଏ ।
  • ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ସାର୍ବଭୌମ କ୍ଷମତାର ଅଧିକାରୀ ଓ ଏଥ‌ିରେ ସେମାନଙ୍କର ଅଧିକାର ସୁରକ୍ଷିତ ରହିଥାଏ । ଏବେ ବିଶ୍ୱରେ ପ୍ରାୟତଃ ୧୩୦ଟି ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ରହିଛି ।

(ଖ) ପ୍ରତ୍ୟକ୍ଷ ଓ ପରୋକ୍ଷ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:

  • ପ୍ରତ୍ୟକ୍ଷ ଗଣତନ୍ତ୍ରରେ ସମସ୍ତ ନାଗରିକ ପ୍ରତ୍ୟକ୍ଷଭାବେ ଦେଶର ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୋଇଥାଆନ୍ତି; ମାତ୍ର ପରୋକ୍ଷ ଗଣତନ୍ତ୍ରରେ ନାଗରିକମାନେ ସେମାନଙ୍କ ପ୍ରତିନିଧ୍ବ ଚୟନ କରି ସେମାନଙ୍କ ମାଧ୍ୟମରେ ଦେଶ ଶାସନରେ ପରୋକ୍ଷ ଭାବରେ ଅଂଶଗ୍ରହଣ କରିଥା’ନ୍ତି ।
  • ପ୍ରାଚୀନ ଗ୍ରୀସ୍‌ର ନଗରରାଜ୍ୟମାନଙ୍କରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା; ମାତ୍ର ବର୍ତ୍ତମାନ ପ୍ରାୟତଃ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରୋକ୍ଷ ଗଣତନ୍ତ୍ର ପ୍ରଚଳିତ ।
  • କ୍ଷୁଦ୍ର ଓ ସୀମିତ ଲୋକସଂଖ୍ୟା ଥିବା ଅଞ୍ଚଳ ବା ରାଜ୍ୟରେ ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବ ହେଉଥିଲା; ମାତ୍ର ଅଧ୍ଵକ ଜନବଦଳ ଓ ଅଧିକ ଆୟତନବିଶିଷ୍ଟ ଦେଶ ନିମନ୍ତେ ପରୋକ୍ଷ ଗଣତନ୍ତ୍ର ହିଁ ଉପଯୁକ୍ତ ପଦ୍ଧତି ।
  • ପ୍ରତ୍ୟକ୍ଷ ଗଣତନ୍ତ୍ରରେ ଅଧ୍ବବାସୀମାନେ ଗୋଟିଏ ସ୍ଥାନରେ ସମବେତ ହୋଇ ପ୍ରଶାସନିକ ନୀତି ନିର୍ଦ୍ଧାରଣ କରି ପାରୁଥିଲେ; ମାତ୍ର ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ରରେ ଜନସାଧାରଣ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ପ୍ରତିନିଧୁ ନିର୍ବାଚିତ କରି ଆଇନ ପ୍ରଣୟନ କ୍ଷେତ୍ରରେ ଦେଶର ବ୍ୟବସ୍ଥାପକ ସଭାରେ ପରୋକ୍ଷ ଭାବରେ ଅଂଶଗ୍ରହଣ କରନ୍ତି ।

(ଗ) ନିର୍ବାଚନର ଗୁରୁତ୍ଵ ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ଏବେକାର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାର୍ବଭୌମ କ୍ଷମତା ଜନସାଧାରଣଙ୍କ ହସ୍ତରେ ନ୍ୟସ୍ତ ହୋଇଛି । ପ୍ରନଶ୍ଚ ଗଣତନ୍ତ୍ରରେ ଲୋକମାନଙ୍କର ସ୍ବାଧୀନତା ଓ ସମାନତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ, ଶାସନରେ ଲୋକମାନଙ୍କର ଅଂଶଗ୍ରହଣ ନିମନ୍ତେ ସ୍ବାଧୀନ ଓ ନିରପେକ୍ଷ ନିର୍ବାଚନର ବ୍ୟବସ୍ଥା ଓ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ବ୍ୟବସ୍ଥା ରହିଥାଏ ।
  • ଜନମତ ହେଉଛି ଗଣତନ୍ତ୍ରର ଭିଭିଭୂମି । ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ । ଭାରତରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି । ଏହି ନିର୍ବାଚନ ସାର୍ବଜନୀନ ସାବାଳକ ମତଦାନ ପ୍ରଥା ଉପରେ ଆଧାରିତ ।
  • ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଲୋକମାନେ ସେମାନଙ୍କର ପ୍ରତିନିଧ୍ବ ଚୟନ କରନ୍ତି । କେଉଁ ରାଜନୈତିକ ଦଳ ସରକାର ଗଠନ କରିବ ତାହାର ନିଷ୍ପଭି ମତଦାତାମାନେ ନିର୍ବାଚନ ମାଧ୍ୟମରେ କରିଥାଆନ୍ତି । ସେଥ‌ିପାଇଁ ଆମ ଗଣତନ୍ତ୍ରରେ ନିର୍ବାଚନର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
  • ଭାରତରେ ମୁକ୍ତ, ଅବାଧ ଓ ନିର୍ମଳ ନିର୍ବାଚନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ ।
  • ନିର୍ବାଚନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ହେଲେ ଗଣତନ୍ତ୍ର ଭୁଶୁଡ଼ି ପଡ଼ିବ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଗଭୀର କୁଠାରାଘାତ ହେବ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଘ) ଭାରତରେ ନିର୍ବାଚନ ବ୍ୟବସ୍ଥାର ବିଶେଷତ୍ଵ ଆଲୋଚନା କର ।
Answer:

  • ଆମ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଲୋକସଭା, ରାଜ୍ୟ ବିଧାନସଭାର ସଦସ୍ୟ, ପୌର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ସଦସ୍ୟ ଚୟନ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ହେଉଛି । କିନ୍ତୁ ରାଜ୍ୟସଭା ଓ ରାଜ୍ୟ ବିଧାନ ପରିଷଦର ସଦସ୍ୟ, ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପରୋକ୍ଷ ନିର୍ବାଚନ ପଦ୍ଧତି ମାଧ୍ୟମରେ ନିବାଚିତ ହୁଅନ୍ତ ।
  • ସାର୍ବଜନୀନ ସାବାଳକ ମତଦାନ ପ୍ରଥା ଅନୁସାରେ ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦର୍ଷ ବୟସରେ ଉପନୀତ ପ୍ରତ୍ୟେକ ସାବାଳକ ଭାରତୀୟ ନିଜର ମତଦାନ ସାବ୍ୟସ୍ତ କରିବାର ଅଧ୍ୟାର ଲାଭ କରିଛନ୍ତି । ମତଦାତାମାନଙ୍କର ନାମତାଲିକା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ତାଲିକାରେ ସାମିଲ ହୋଇଥାଏ । ସମ୍ବିଧାନର ଧାରା ୩୨୬ରେ ସ୍ପଷ୍ଟ ସୂଚନା ରହିଛି ଯେ ଦେଶରେ ପ୍ରତ୍ୟେକ ଜନଗଣନା ଶେଷ ହେବା ପରେ ଓ କୌଣସି ନିର୍ବାଚନ ପୂର୍ବରୁ ମତଦାତାଙ୍କର ନାମ ତାଲିକାର ସଂଶୋଧନ ହୋଇଥାଏ ।
  • ଆମ ଦେଶରେ ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଲୋକସଂଖ୍ୟା ପ୍ରାୟତଃ ସମାନ । ଗୋଟିଏ ନିର୍ବାଚନମଣ୍ଡଳୀରୁ ଜଣେ ମାତ୍ର ପ୍ରାର୍ଥୀ ନିର୍ବାଚିତ ହୁଅନ୍ତି । ଆମ ଦେଶରେ ଗୋପନୀୟ ମତଦାନ ବ୍ୟବସ୍ଥା ଫଳରେ ନିର୍ବାଚନ ଅବାଧ, ସ୍ବଚ୍ଛ ଏବଂ ଦୁର୍ନୀତିମୁକ୍ତ ହୋଇଥାଏ । ଗୋଟିଏ ନିର୍ବାଚନମଣ୍ଡଳୀର ସମସ୍ତ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରୁ ଯେଉଁ ପ୍ରାର୍ଥୀ ସର୍ବାଧ‌ିକ ‘ସିଦ୍ଧମତ’ ପାଇଥିବେ ସେ ନିର୍ବାଚିତ ଘୋଷିତ ହୁଅନ୍ତି । ଏବେ ଇଲେକ୍‌ଟ୍ରୋନିକ୍ସ ମତଦାନ ଯନ୍ତ୍ର ପ୍ରଚଳନ ହେଉଛି । ସ୍ୱାୟତ୍ତ ଶାସନ ସଂସ୍ଥାର ନିର୍ବାଚନ କାର୍ଯ୍ୟର ମତଦାନ ବ୍ୟବସ୍ଥା ‘ବ୍ୟାଲଟ୍‌ ପେପର’ ମାଧ୍ୟମରେ କରାଯାଉଛି ।
  • ଅନୁସୂଚିତ ଜାତି ଓ ଜନଜାତିମାନଙ୍କର ସ୍ଵାର୍ଥରକ୍ଷା ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ସେମାନଙ୍କ ଜନସଂଖ୍ୟାର ଅନୁପାତ ଅନୁସାରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇଛି । ସମ୍ବିଧାନର ୩୩୦ ଧାରାରେ ସେମାନଙ୍କ ପାଇଁ ଲୋକସଭାରେ, ୩୩୨ ଧାରାରେ ରାଜ୍ୟ ବିଧାନସଭାରେ ଓ ୭୩ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରତିନିଧ୍ଵ ଚୟନ ବ୍ୟବସ୍ଥାରେ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦ ସମାଧାନର କ୍ଷମତା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଦେଶର ଉଚ୍ଚତମ ନ୍ୟାୟାଳୟ ଉପରେ ନ୍ୟସ୍ତ କରାଯାଇଛି ।
  • ଭାରତରେ ସାଧାରଣ ନିର୍ବାଚନ ପରିଚାଳନା ଦାୟିତ୍ଵ ଦେଶର ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ ରହିଛି। ନିର୍ବାଚନ ଆୟୋଗଙ୍କଦ୍ବାରା ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରାଯାଏ । ସେ ରିଟଣ୍ଡିଂ ଅଫିସରଙ୍କୁ ନିଯୁକ୍ତ କରନ୍ତି । ପ୍ରାର୍ଥୀମାନେ ନିର୍ବାଚନ ସଂପର୍କିତ ସମସ୍ତ ହିସାବପତ୍ର ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାନ୍ତି ।

(ଙ) ଆମ ଦେଶର ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
Answer:

  • ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ:
    ଭାରତର ଲୋକସଭାର ୫୪୩ଟି ସ୍ଥାନ ପାଇଁ ନିର୍ବାଚନ କରାଯିବା ଉଦ୍ଦେଶ୍ୟରେ ସମଗ୍ର ଦେଶକୁ ୫୪୩ଟି ଏକ ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି । ମୁଖ୍ୟତଃ ଏହା ଜନସଂଖ୍ୟା ଉପରେ ଆଧାରିତ ଓ ପ୍ରତ୍ୟେକ ଜନଗଣନା ପରେ ଏହି କାର୍ଯ୍ୟ ‘ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଆୟୋଗ’ଙ୍କଦ୍ଵାରା ସ୍ଥିର ହୋଇଥାଏ ।
  • ମତଦାତାଙ୍କ ପୂର୍ଣ୍ଣାଙ୍ଗ ନାମ ତାଲିକା:
    ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ କରାଯାଇଥାଏ । ଏଥ‌ିରେ ୧୮ ବର୍ଷରୁ ଊର୍ଦ୍ଧ୍ବ ଯୋଗ୍ୟ ସାବାଳକଙ୍କ ନାମ ଯୋଡ଼ାଯାଏ ଓ ମୃତ ମତଦାତାଙ୍କ ନାମ ତାଲିକାରୁ କଟାଯାଇ ନୂତନ ତାଲିକା ପ୍ରସ୍ତୁତ କରାଯାଏ ।
  • ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ଏବଂ ରିଟଣ୍ଡିଂ ଅଫିସର ଓ ନିର୍ବାଚନ ପ୍ରକ୍ରିୟାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି:
    ରାଷ୍ଟ୍ରପତିଙ୍କ ଆଦେଶକ୍ରମେ ନିର୍ବାଚନ ଆୟୋଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରି ସାଧାରଣ ନିର୍ବାଚନର ତାରିଖ ଓ ଦିନ ଘୋଷଣା କରନ୍ତି । ରାଜ୍ୟ ବିଧାନସଭା କ୍ଷେତ୍ରରେ ରାଜ୍ୟପାଳଙ୍କ ଆଦେଶମତେ ନିର୍ଦ୍ଦିଷ୍ଟ ତାରିଖ ଓ ଦିନ ଘୋଷଣା କରାଯାଏ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ରିଟଣ୍ଡିଂ ଅଫିସର ଓ ତିନିଜଣ ନିରପେକ୍ଷ ପରିଦର୍ଶକଙ୍କୁ ନିର୍ବାଚନ ଆୟୋଗ ନିଯୁକ୍ତ କରନ୍ତି । ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଏ ।
  • ପ୍ରାର୍ଥୀ ମନୋନୟନ:
    ଦଳୀୟ ପ୍ରାର୍ଥୀମାନଙ୍କୁ ରାଜନୈତିକ ଦଳ ପକ୍ଷରୁ ଦଳୀୟ ଟିକେଟ ମିଳିଥାଏ । ସେମାନଙ୍କ ବ୍ୟତୀତ ନିର୍ଦ୍ଦଳୀୟ ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନ ଲଢ଼ିପାରିବେ ।
  • ନାମାଙ୍କନ ପତ୍ର ଦାଖଲ:
    ନିର୍ବାଚନ ଆୟୋଗଙ୍କଦ୍ଵାରା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ହେଲାପରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାପାଇଁ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ଫର୍ମରେ ସମସ୍ତ ତଥ୍ୟ ଲେଖୁ ରିଟଣ୍ଡିଂ ଅଫିସରଙ୍କ ନିକଟରେ ଦାଖଲ କରନ୍ତି ।
  • ଅମାନତ ଅର୍ଥରାଶି ଦାଖଲ:
    ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥରାଶି ଅମାନତ ଭାବରେ ଦାଖଲ କରନ୍ତି । ଯଦି ଜଣେ ପ୍ରାର୍ଥୀଙ୍କୁ ସେହି ନିର୍ବାଚନମଣ୍ଡଳୀରୁ ମିଳିଥିବା ସମସ୍ତ ସିଦ୍ଧମତର ଏକ ଷକ୍ଷାଂଶ ସମର୍ଥନ ନ ମିଳେ; ତେବେ ସେ ଦାଖଲ କରିଥିବା ଅମାନତ ରାଶି କରନ୍ତି ।
  • ନାମାଙ୍କନ ପତ୍ର ଯାଞ୍ଚ:
    ପ୍ରାର୍ଥୀମାନଙ୍କଦ୍ୱାରା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଶେଷ ହେବାପରେ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ରିଟଣ୍ଡିଂ ଅଫିସର ମିଳିଥିବା ସମସ୍ତ ନାମାଙ୍କନ ପତ୍ରକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରନ୍ତି ।ଯେଉଁ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ନିର୍ବାଚନ ଆଇନ ଅନୁସାରେ ବୈଧ ବା ସିଦ୍ଧ ଘୋଷିତ ହୋଇଥାଏ, ସେମାନଙ୍କର ଏକ ପୂର୍ଣାଙ୍ଗ ନାମତାଲିକା ରିଟର୍ଡିଂ ଅଫିସର ପ୍ରସ୍ତୁତ କରନ୍ତି ଓ ସର୍ବସାଧାରଣ ଜାଣିବାପାଇଁ ତାହା ଘୋଷଣା କରନ୍ତି ।
  • ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ନାମତାଲିକା ଘୋଷଣା:
    ନାମାଙ୍କନ ପତ୍ର ଯାଞ୍ଚ ଓ ବୈଧ ନାମାଙ୍କନ ପତ୍ରର ଏକ ପୂର୍ଣ୍ଣାଙ୍ଗ ନାମତାଲିକା ଘୋଷଣା କରାହେବା ପରେ ଯେ କୌଣସି ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସ୍ଵଇଚ୍ଛାରେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଯଦି କୌଣସି ନିର୍ବାଚନମଣ୍ଡଳୀରୁ ଏକମାତ୍ର ସିଦ୍ଧ ପ୍ରାର୍ଥୀପତ୍ର ଚୂଡ଼ାନ୍ତ ହୋଇଥାଏ; ତେବେ ସେ ନିର୍ବ୍ବନ୍ଦ୍ବରେ ନିର୍ବାଚିତ ହୁଅନ୍ତି ଓ ସେଠାରେ ନିର୍ବାଚନ ହୁଏ ନାହିଁ ।
  • ନିର୍ବାଚନ ସଂକେତ ପ୍ରଦାନ:
    ପ୍ରତ୍ୟେକ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଦଳୀୟ ସଂକେତ ପ୍ରଦାନ କରନ୍ତି । ସ୍ଵାଧୀନ ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କଦ୍ବାରା ସ୍ବୀକୃତ ନିର୍ବାଚନ ସଂକେତଗୁଡ଼ିକ ମଧ୍ୟରୁ ନିଜ ପାଇଁ ଗୋଟିଏ ସଂକେତ ବାଛିବାର ବ୍ୟବସ୍ଥା ଥିଲେ ମଧ୍ୟ ନିର୍ବାଚନ ଆୟୋଗର ଏ ସମ୍ପର୍କିତ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ ।
  • ନିର୍ବାଚନ ପ୍ରଚାର ଅଭିଯାନ:
    ନିର୍ବାଚନ ପ୍ରଚାର ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ । ଏହି ପ୍ରଚାର ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ । ଏହି ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ଦଳର ନିର୍ବାଚନ ଇସ୍ତାହାର ପ୍ରକାଶ କରନ୍ତି । ପ୍ରାଚୀରପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣସଭା, ମ୍ୟାଲି ଇତ୍ୟାଦି ପ୍ରଚାର ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରଚାର ହୁଏ ।
  • ଆଦର୍ଶ ଆଚରଣ ବିଧ୍:
    ନିର୍ବାଚନ ସମୟରେ ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାରେ ଆଦର୍ଶ ଆଚରଣ ବିଧୂ ସହାୟକ ହୋଇଥାଏ । ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧ୍ ଲାଗୁ କରିଥାଆନ୍ତି ।
  • ମତଦାନ ବ୍ୟବସ୍ଥା:
    ମତଦାନ ପ୍ରକ୍ରିୟାକୁ ସୁଗମ ଓ ତ୍ରୁଟିଶୂନ୍ୟ କରିବାପାଇଁ ଏକାଧିକ ମତଦାନ କେନ୍ଦ୍ର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସ୍ଥାପନ କରାଯାଇଥାଏ । ପ୍ରତ୍ୟେକ କେନ୍ଦ୍ରରେ ୭୦୦ ରୁ ୮୦୦ ମତଦାତା ନିଜର ମତଦାନ କରିବାପାଇଁ ବ୍ୟବସ୍ଥା ହୋଇଥାଏ । ଏହି କାର୍ଯ୍ୟ ପାଇଁ ପ୍ରିଜାଇଡିଂ ଅଫିସର ଓ ଏକାଧ୍ଵ ପୋଲିଂ ଅଫିସର ନିଯୁକ୍ତ ହୁଅନ୍ତି । ଭୋଟଦାତାମାନେ ଫଟୋ ପରିଚୟପତ୍ରଦ୍ଵାରା ସେମାନଙ୍କର ପରିଚୟ ସାବ୍ୟସ୍ତ କରାଇ ମତାମତ ପ୍ରଦାନ କରନ୍ତି । ମତଦାନର ସମୟସୀମା ସକାଳ ୭ ଘଟିକାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ନିର୍ଦ୍ଧାରିତ ହୋଇଥାଏ ।
  • ସିଦ୍ଧମତ ଗଣତି ଏବଂ ଚୂଡ଼ାନ୍ତ ଫଳାଫଳ ଘୋଷଣା:
    ‘ଗୋଟିଏ ମତଦାତାର ଗୋଟିଏ ଭୋଟ’ ନୀତିରେ ଭୋଟଗଣନା କରାଯାଏ । ନାକଚ ହୋଇଥିବା ମତଦାନ ପତ୍ରକୁ ଗଣତି କରାଯାଏ ନାହିଁ । ସର୍ବାଧ‌ିକ ମତଦାତାଙ୍କର ସିଦ୍ଧମତ ସମର୍ଥନ ପାଇଥିବା ପ୍ରାର୍ଥୀଙ୍କୁ ବିଜୟୀ ସାର୍ଟିଫିକେଟ୍ ପ୍ରଦାନ କରାଯାଏ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଚ) ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:

  • ଭାରତୀୟ ସମ୍ବିଧାନର ୩୨୪ ଧାରାରେ ଏକ ତିନି-ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏଥିରେ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତ ଅଛନ୍ତି । ସେମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରନ୍ତି । ଆୟୁକ୍ତଙ୍କ କାର୍ଯ୍ୟକାଳ ୬ ବର୍ଷ ବା ସର୍ବାଧିକ ୬୫ ବର୍ଷ ବୟସ୍କ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିପାରିବେ ।
  • ଭାରତୀୟ ସମ୍ବିଧାନର ଧାରା ୩୨୪ ରୁ ଧାରା ୩୨୮ ମଧ୍ୟରେ ନିର୍ବାଚନ ଆୟୋଗର କ୍ଷମତା ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ରହିଛି । ଭାରତର ସଂସଦ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟ ବିଧାନମଣ୍ଡଳର ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବିଷୟର ତତ୍ତ୍ୱାବଧାନ, ପରିଚାଳନା ଦାୟିତ୍ବ ଓ ନିୟନ୍ତ୍ରଣ କ୍ଷମତା ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ ।
  • ନିର୍ବାଚନ ଆୟୋଗ ମତଦାତାଙ୍କୁ ନିର୍ବାଚନ ଫଟୋ ପରିଚୟପତ୍ର ପ୍ରଦାନ, ମତଦାତାଙ୍କ ନାମତାଲିକା ପ୍ରସ୍ତୁତି ଓ ସେଥ‌ିରେ ଆବଶ୍ୟକ ସଂଶୋଧନ, ନିର୍ବାଚନ ତାରିଖ ଓ ତତ୍‌ସମ୍ପର୍କିତ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ଜାରି କରିବା, ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସଂକେତ ଓ ଦଳୀୟ ସ୍ବୀକୃତି ପ୍ରଦାନ କରିବା, ପର୍ଯ୍ୟବେକ୍ଷକ ଓ ରିଟଣ୍ଡିଂ ଅଫିସର ନିଯୁକ୍ତି କରିବା ଆଦି କାର୍ଯ୍ୟ କରନ୍ତି ।
  • ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଚାଲୁହେବା ସମୟରେ ‘ଆଦର୍ଶ ଆଚରଣ ବିଧ୍’ ଲାଗୁ କରନ୍ତି । ଏହି ବିଧିକୁ ଭଙ୍ଗ କରୁଥିବା ପ୍ରାର୍ଥୀଙ୍କୁ ଦଣ୍ଡବିଧାନ କରନ୍ତି । ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ଓ ଆକାଶବାଣୀରେ ନିର୍ବାଚନ ପ୍ରଚାରର ସୁଯୋଗ ଦେବାପାଇଁ ସମୟସୀମା, ଦିନ ଓ ତାରିଖ ନିର୍ବାଚନ ଆୟୋଗ ଧାର୍ଯ୍ୟ କରନ୍ତି ।
  • ସେ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତି । ପ୍ରାର୍ଥୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖର୍ଚ୍ଚର ହିସାବ ଦାଖଲ ନ କଲେ, ନିର୍ବାଚନ ଆୟୋଗ ତାଙ୍କ ପାଇଁ ଦଣ୍ଡର ପରିମାଣ ଘୋଷଣା କରନ୍ତି । ସେ ନିର୍ବାଚନ ସମ୍ପର୍କିତ ସମସ୍ତ ବିବାଦର ସମାଧାନ କରନ୍ତି ।

(ଛ) ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କ’ଣ ?
Answer:

  • ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ । ଭାରତରେ ପ୍ରତି ୫ ବର୍ଷରେ ଥରେ ଲୋକସଭା ଓ ରାଜ୍ୟ ବିଧାନସଭାର ପୁନର୍ଗଠନ କରାଯାଏ ।
  • ସାଧାରଣ ନିର୍ବାଚନରେ ଯେଉଁ ଦଳ ସଂଖ୍ୟାଗରିଷ୍ଠତା ଲାଭକରେ, ସେହି ଦଳର ନେତା ବା ନେତ୍ରୀଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରନ୍ତି । ସେହିପରି ରାଜ୍ୟ ବିଧାନସଭାର ସାଧାରଣ ନିର୍ବାଚନରେ ଯେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଥାଏ, ସେହି ଦଳର ନେତା ବା ନେତ୍ରୀଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ପ୍ରଦାନ କରନ୍ତି ।
  • କେନ୍ଦ୍ରରେ ଶାସନ କରୁଥିବା ଶାସକ ଦଳ ଲୋକସଭାରେ କିମ୍ବା ରାଜ୍ୟରେ ଶାସନ କରୁଥିବା ଶାସକ ଦଳ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇଲେ ସରକାର ପତନ ହୁଏ । ଏହିଭଳି କ୍ଷେତ୍ରରେ ଲୋକସଭା ବା ରାଜ୍ୟ ବିଧାନସଭା ତାହାର ସ୍ବାଭାବିକ କାର୍ଯ୍ୟକାଳ ଶେଷହେବା ପୂର୍ବରୁ ଭାଙ୍ଗିଯାଏ । ସେଥ‌ିପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ବ୍ୟବସ୍ଥା କରାଯାଇଛି ।
  • ପୂର୍ବରୁ ଭାରତରେ ବିଭିନ୍ନ ସମୟରେ ଲୋକସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରାଯାଇଛି ।

(ଜ) ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ କହିଲେ କ’ଣ ବୁଝ ?
Answer:

  • ଭାରତରେ ପରୋକ୍ଷ ବା ପ୍ରତିନିଧୂମୂଳକ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ରହିଛି । ଲୋକସଭାର ସଦସ୍ୟମାନେ ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
  • ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମାଧ୍ୟମରେ ଜନମତ ସାବ୍ୟସ୍ତ ହୋଇଥାଏ । ୧୮ ବର୍ଷରୁ ଊର୍ଦ୍ଧ ବୟସ୍କ ସାବାଳକ ନାଗରିକ ମତଦାନ ଅଧିକାର ଉପଭୋଗ କରୁଛନ୍ତି । ସମ୍ବିଧାନର ୩୨୬ ଧାରାରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
  • ଭାରତରେ ଲୋକସଭା ଓ ପ୍ରତ୍ୟେକ ରାଜ୍ୟ ବିଧାନସଭାର ପୁନର୍ଗଠନ ପାଇଁ ପ୍ରତି ପାଞ୍ଚବର୍ଷରେ ଥରେ ନିର୍ବାଚନ କରାଯିବାର ବ୍ୟବସ୍ଥା ରହିଛି । ଗଣତାନ୍ତ୍ରିକ ସରକାରରେ ଜନକଲ୍ୟାଣ ବା ଜନମଙ୍ଗଳ ପାଇଁ ଆଇନ ପ୍ରଣୟନ କରିବା ଉଦ୍ଦେଶ୍ୟରେ ନିର୍ବାଚନ ମାଧ୍ୟମରେ ଲୋକମାନେ ସେମାନଙ୍କର ପ୍ରତିନିଧ୍ ଚୟନ କରନ୍ତି ।
  • ଭାରତର ଲୋକସଭାର ନିର୍ବାଚିତ ସାଂସଦଙ୍କ ସଂଖ୍ୟା ୫୪୩। ସେଥିପାଇଁ ଭାରତକୁ ୫୪୩ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ବିଭକ୍ତ କରାଯାଇଛି ।
  • ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ଲେଖାଏଁ ପ୍ରତିନିଧୁ ନିର୍ବାଚିତ ହେଉଥ‌ିବାରୁ ସେଗୁଡ଼ିକୁ ଏକ-ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ କୁହାଯାଏ ।

(ଝ) ନିର୍ବାଚନ ପ୍ରଚାର ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:

  • ପ୍ରାର୍ଥୀମାନଙ୍କର ଚୂଡ଼ାନ୍ତ ନାମତାଲିକା ଘୋଷଣା କରାଯିବା ପରେ ପରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ ହୋଇଥାଏ । ସେଥ୍ପାଇଁ ପ୍ରାୟ ୧୫ ଦିନ ସମୟ ମିଳିଥାଏ ।
  • ଏହି ସମୟରେ ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜ ଦଳର ‘ନିର୍ବାଚନ ଇସ୍ତାହାର’ ପ୍ରକାଶ କରନ୍ତି । ସେଥୁରେ ଦଳର ଆଭିମୁଖ୍ୟ, ଦଳୀୟ କାର୍ଯ୍ୟପନ୍ଥା ଓ ଦଳର ଭବିଷ୍ୟତ କାର୍ଯ୍ୟକ୍ରମ ଓ ନିର୍ବାଚନ ରଣକୌଶଳ ବିଷୟରେ ଉଲ୍ଲେଖ ଥାଏ । ସେହିପରି ନିର୍ଦ୍ଦଳୀୟ ସ୍ଵାଧୀନ ପ୍ରାର୍ଥୀମାନେ ନିଜ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିର୍ବାଚନ ପ୍ରଚାର ଅଭିଯାନ ଚଳାଇଥା’ନ୍ତି ।
  • ପ୍ରାଚୀରପତ୍ର, ବିଜ୍ଞାପନ, ଦୂରଦର୍ଶନରେ ବିତର୍କ, ସମ୍ବାଦପତ୍ରରେ ବାର୍ତ୍ତା ପ୍ରକାଶନ, ସାଧାରଣସଭା, ଇତ୍ୟାଦି ପ୍ରଚାର ବ୍ୟବସ୍ଥା ମାଧ୍ୟମରେ ନିର୍ବାଚନ ପ୍ରଚାର ହୁଏ ।
  • ବିଭିନ୍ନ ରାଜନୈତିକ ଦଳକୁ ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର ସୁବିଧା ଦିଆଯାଏ । ନିର୍ବାଚନ ଆୟୋଗ ଏଥିପାଇଁ ବିଭିନ୍ନ ଦଳ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଓ ସମୟସୀମା ଧାର୍ଯ୍ୟ କରନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ପାଇବାପାଇଁ ଚେଷ୍ଟା କରନ୍ତି ।
  • ନିର୍ବାଚନ ପ୍ରଚାର ଅଭିଯାନ ମତଦାନ ପାଇଁ ନିର୍ଦ୍ଧାରିତ ଦିନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୁଏ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଞ) ଏକ ସ୍ଵାଧୀନ ତଥା ମୁକ୍ତ ନିର୍ବାଚନର ପ୍ରତିବନ୍ଧକଗୁଡ଼ିକ କ’ଣ ?
Answer:
ନିମ୍ନୋକ୍ତଗୁଡ଼ିକ ଏକ ସ୍ବାଧୀନ ତଥା ମୁକ୍ତ ନିର୍ବାଚନର ପ୍ରତିବନ୍ଧକ ଅଟନ୍ତି; ଯଥା

  • ପ୍ରତିଦ୍ବନ୍ଦିତା ପାଇଁ ରାଜନୈତିକ ଦଳର ସଂଖ୍ୟା ବୃଦ୍ଧି ।
  • ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟାରେ ଅସ୍ଵାଭାବିକ ବୃଦ୍ଧି ।
  • ନିର୍ବାଚନ ସମୟରେ ଅର୍ଧକ ସଂଖ୍ୟକ ରାଜନୈତିକ ହିଂସାଜନିତ କାର୍ଯ୍ୟକଳାପ ବୃଦ୍ଧି ।
  • ଅଧିକ ସଂଖ୍ୟକ ସ୍ଵାଧୀନ ପ୍ରାର୍ଥୀଙ୍କର ନିର୍ବାଚନରେ ଅଂଶଗ୍ରହଣ ।
  • ସରକାରଙ୍କର ନିର୍ବାଚନୀ ବ୍ୟୟ ବୃଦ୍ଧି ।
  • ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନଙ୍କଦ୍ୱାରା ସୀମା ବହିର୍ଭୂତ ଗୋପନୀୟ ନିର୍ବାଚନଜନିତ ବ୍ୟୟାଧକ୍ୟ ।
  • ମାସାଧ୍ଵ ସମୟ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ।
  • ଅର୍ଥବଳ ଓ ବାହୁବଳ ଇତ୍ୟାଦି ଅସାଧୁ ପନ୍ଥାର ଅବଲମ୍ବନ ହେତୁ କେତେକ ପ୍ରାର୍ଥୀଙ୍କର ନିର୍ବାଚନରେ ଜୟଲାଭର ଅଭିଯୋଗ ।
  • ନିର୍ବାଚନରେ ଅପରାଧୀକରଣ ବୃଦ୍ଧି ।

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ‘ମତଦାତାଙ୍କ ନିର୍ବାଚନ ପରିଚୟ ପତ୍ର’ କ’ଣ ?
Answer:

  • ମତଦାତାଙ୍କୁ ନିର୍ବାଚନ ଆୟୋଗଙ୍କ ତରଫରୁ ‘ମତଦାତା ନିର୍ବାଚନ ପରିଚୟ ପତ୍ର’ ମିଳିଥାଏ ।
  • ଏହି ପରିଚୟ ପତ୍ର ଦେଖାଇ ଜଣେ ମତଦାତା ଭୋଟ ଗ୍ରହଣ କେନ୍ଦ୍ରରେ ନିଜର ପରିଚୟ ସାବ୍ୟସ୍ତ କଲାପରେ ମତ ପ୍ରଦାନ କରନ୍ତି । ଏହି ମତଦାତାଙ୍କ ପରିଚୟପତ୍ରରେ ନାମ, ପିତା/ସ୍ଵାମୀଙ୍କ ନାମ, ଲିଙ୍ଗ, ବୟସ, ଠିକଣା, ଫଟୋ ଓ ପରିଚୟପତ୍ର ପ୍ରଦାନକାରୀଙ୍କ ଦସ୍ତଖତ ଥାଏ ।

(ଖ) ନିର୍ବାଚନମଣ୍ଡଳୀର ସୀମା କିଏ ନିର୍ଦ୍ଧାରଣ କରନ୍ତି ଓ କିପରି ?
Answer:

  • ‘ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ଆୟୋଗ’ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ କରନ୍ତି ।
  • ପ୍ରାୟତଃ ପ୍ରତ୍ୟେକ ଜନଗଣନା ପରେ ଜନସଂଖ୍ୟା ଅନୁସାରେ ରାଜ୍ୟମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଧାନସଭା ଓ ଲୋକସଭା ଆସନ ପାଇଁ ନିର୍ବାଚନମଣ୍ଡଳୀର ସୀମା ସ୍ଥିର ହୁଏ ।

(ଗ) ପରୋକ୍ଷ ନିର୍ବାଚନ ପଦ୍ଧତି କ’ଣ ? ଏହା ପ୍ରତ୍ୟକ୍ଷ ନିର୍ବାଚନଠାରୁ କିପରି ଭିନ୍ନ ?
Answer:

  • ପ୍ରତ୍ୟକ୍ଷ ନିର୍ବାଚନରେ ସମସ୍ତ ମତଦାତା ସିଧାସଳଖ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନିଜର ମତଦାନ କରିଥାଆନ୍ତି ଏବଂ ନିଜର ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାଆନ୍ତି ।
  • କିନ୍ତୁ ପରୋକ୍ଷ ନିର୍ବାଚନରେ ଲୋକପ୍ରତିନିଧୂ ସଭାର ସଦସ୍ୟମାନେ ଅନ୍ୟ ଲୋକ ପ୍ରତିନିଧୁମାନଙ୍କୁ ନିର୍ବାଚିତ କରନ୍ତି ।

(ଘ) ନାମାଙ୍କନପତ୍ର ଯାଞ୍ଚ କ’ଣ ଏବଂ ଏହା କାହିଁକି କରାଯାଏ ?
Answer:

  • ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କଦ୍ଵାରା ନିର୍ଦ୍ଦିଷ୍ଟ ଫର୍ମରେ ନାମାଙ୍କନପତ୍ର ଦାଖଲ କରନ୍ତି । ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଶେଷହେବା ପରେ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ରିଟଣ୍ଡିଂ ଅଫିସର ନାମାଙ୍କନପତ୍ରଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥା’ନ୍ତି ।
  • ପ୍ରାର୍ଥୀମାନଙ୍କର ଯୋଗ୍ୟତା ଏବଂ ନିୟମ ମୁତାବକ ସମସ୍ତ କାଗଜପତ୍ର ଏହି ନାମାଙ୍କନପତ୍ର ସହିତ ଦାଖଲ କରାଯାଇଛି କି ନାହିଁ, ତାହା ଯାଞ୍ଚ କରାଯାଏ । ଯେଉଁ ପ୍ରାର୍ଥୀମାନଙ୍କର ନାମାଙ୍କନପତ୍ର ନିର୍ବାଚନ ଆଇନ ଅନୁସାରେ ବୈଧ ବା ସିଦ୍ଧ ଘୋଷିତ ହୁଏ, ସେମାନଙ୍କର ଏକ ନାମତାଲିକା ପ୍ରକାଶ ପାଏ । ସେମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତି ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଙ) ରାଜ୍ୟ ନିର୍ବାଚନ ଆୟୋଗର ଗଠନ ବିଷୟରେ ଲେଖ ।
Answer:

  • ରାଜ୍ୟ ନିର୍ବାଚନ ଆୟୋଗ ଏକ ସଦସ୍ୟ ବିଶିଷ୍ଟ । ତାଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି ।
  • ତାଙ୍କ କାର୍ଯ୍ୟକାଳ ଏବଂ କାର୍ଯ୍ୟ ସର୍ଭାବଳୀ ରାଜ୍ୟ ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନ ଅନୁଯାୟୀ ସ୍ଥିର ହୁଏ । ତାଙ୍କର କାର୍ଯ୍ୟକାଳର ସର୍ବାଧ୍ଵ ବୟସସୀମା ୬୨ ବର୍ଷ ।

(ଚ) ‘ଆଦର୍ଶ ଆଚରଣ ବିଧ୍ୱଂ’ ସମ୍ପର୍କରେ ଯାହା
Answer:

  • ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ‘ଆଦର୍ଶ ଆଚରଣ ବିଧ୍’ ଲାଗୁ କରିଥାଆନ୍ତି । ଏହା ହିଂସାକାଣ୍ଡ ଓ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନକୁ ରୋକିବାରେ ସହାୟକ ହୋଇଥାଏ । ପ୍ରତ୍ୟେକ ପ୍ରାର୍ଥୀ ଓ ରାଜନୈତିକ ଦଳ ଏହା ମାନିବାକୁ ବାଧ୍ୟ । ଆଚରଣ ବିଧ୍ଵ ଭଙ୍ଗ ଅଭିଯୋଗରେ ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ଦଣ୍ଡିତ ଜାଣିଛ ଲେଖ ।
  • ନିର୍ବାଚନ ପ୍ରଚାର କାର୍ଯ୍ୟରେ ସରକାରୀ ଗାଡ଼ି ଓ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରାଯାଏ ନାହିଁ ।

(ଛ) ‘ସାବାଳକ ମତଦାନ’ ପ୍ରଥା କହିଲେ, ତୁମେ କ’ଣ ବୁଝ ?
Answer:

  • ସାର୍ବଜନୀନ ସାବାଳକ ମତଦାନ ପ୍ରଥା ହେଉଛି ଭାରତୀୟ ନିର୍ବାଚନ ବ୍ୟବସ୍ଥାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ।
  • ଏହି ପ୍ରଥା ଅନୁସାରେ ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦୂର୍ଣ୍ଣ ବୟସରେ ଉପନୀତ ପ୍ରତ୍ୟେକ ଭାରତୀୟ ସାବାଳକ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିବାର ଅଧିକାର ଲାଭ କରିଥା’ନ୍ତି । ସମ୍ବିଧାନର ୩୨୬ ଧାରାରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ରହିଛି ।

(ଜ) ଭାରତର ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ନେଇ ଗଠିତ ଏକ ‘ନିର୍ବାଚକ ମଣ୍ଡଳୀ’ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।
  • ସଂସଦର ଉଭୟ ଗୃହର ନିର୍ବାଚିତ ସଦସ୍ୟ ଏବଂ ରାଜ୍ୟ ବିଧାନସଭାମାନଙ୍କର ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ଏକ ‘ନିର୍ବାଚକ ମଣ୍ଡଳୀ’ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି ।

(ଝ) କେଉଁ ଆଇନ ବଳରେ ନିର୍ବାଚନ କାର୍ଯ୍ୟ ସମାହିତ ହୁଏ ?
Answer:
ସଂସଦର ଲୋକପ୍ରତିନିଧୂ ଆଇନ ୧୯୫୦ ଓ ୧୯୫୧ ବଳରେ ନିର୍ବାଚନ କାର୍ଯ୍ୟ ସମାହିତ ହୁଏ ।

(ଞ) କେଉଁ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରାଯାଏ ?
Answer:
ନିର୍ବାଚନମଣ୍ଡଳୀର ରିଟଣ୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରାଯାଏ ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

୩ ।. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଲେଖ ।

(କ) ‘ଅମାନତ ଅର୍ଥରାଶି’ କ’ଣ ?
Answer:
ପ୍ରତ୍ୟେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଜମା କରିଥା’ନ୍ତି, ଯାହାକୁ ‘ଅମାନତ ଅର୍ଥରାଶି’ କୁହାଯାଏ ।

(ଖ) ‘ମତଦାତାଙ୍କ ନାମ ତାଲିକା’ କାହାକୁ କୁହାଯାଏ ?
Answer:
କୌଣସି ଭୋଟଗ୍ରହଣ କେନ୍ଦ୍ରରେ ଯେଉଁମାନେ ମତଦାନ କରିବେ ସେମାନଙ୍କର ଏକ ତାଲିକା ନିର୍ବାଚନ ଆୟୋଗଙ୍କଦ୍ବାରା ପ୍ରସ୍ତୁତ ହୋଇଥାଏ, ଯାହାକୁ ମତଦାତାଙ୍କ ନାମ ତାଲିକା କୁହାଯାଏ ।

(ଗ) ‘ଆପେକ୍ଷିକ ସଂଖ୍ୟା ଗରିଷ୍ଠତା’ କହିଲେ ତୁମେ କ’ଣ ବୁଝ ?
Answer:
ଗୋଟିଏ ନିର୍ବାଚନମଣ୍ଡଳୀର ସମସ୍ତ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରୁ ଯେଉଁ ପ୍ରାର୍ଥୀ ସର୍ବାଧ‌ିକ ‘ସିଦ୍ଧମତ’ ପାଇଥୁବେ, ସେ ନିର୍ବାଚିତ ଘୋଷିତ ହେବେ – ଏହାକୁ ଆପେକ୍ଷିକ ସଂଖ୍ୟା ଗରିଷ୍ଠତା କୁହାଯାଏ ।

(ଘ) ନିର୍ବାଚନ ସମ୍ବନ୍ଧୀୟ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି କିଏ ନିଅନ୍ତି ?
Answer:
ନିର୍ବାଚନ ସମ୍ବନ୍ଧୀୟ ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ସର୍ବୋଚ୍ଚ ନ୍ୟାୟାଳୟ ନିଅନ୍ତି ।

(ଙ) ନାମାଙ୍କନ ପତ୍ର ସହିତ ପ୍ରାର୍ଥୀ ଅନ୍ୟ କି ପ୍ରକାର କାଗଜପତ୍ର ଦାଖଲ କରନ୍ତି ?
Answer:
ପ୍ରାର୍ଥୀ ନାମାଙ୍କନ ପତ୍ର ସହିତ ନିଜର ଆୟର ପରିମାଣ ଓ ନିଜ ବିରୋଧରେ ଥିବା ଫୌଜଦାରୀ ମୋକଦ୍ଦମାର ସୂଚନା ଦାଖଲ କରନ୍ତି ।

(ଚ) ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ କାହା ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ?
Answer:
ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ ଉପ-ଜିଲ୍ଲାପାଳ, ସଂପୃକ୍ତ ଉପଖଣ୍ଡରେ ଥ‌ିବା ନିର୍ବାଚନମଣ୍ଡଳୀ ପାଇଁ ଥ‌ିବା ରିଟଣ୍ଡିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରନ୍ତି ।

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଛ) ରାଜ୍ୟ ନିର୍ବାଚନ ଆୟୋଗଙ୍କଦ୍ବାରା କେଉଁ ନିର୍ବାଚନ ପରିଚାଳିତ ହୁଏ ?
Answer:
ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ତଥା ପୌରସଂସ୍ଥାମାନଙ୍କର ନିର୍ବାଚନ ପରିଚାଳନା କାର୍ଯ୍ୟ ରାଜ୍ୟ ନିର୍ବାଚନ ଆୟୋଗ ପରିଚାଳନା କରନ୍ତି ।

(ଜ) ମୁଖ୍ୟ ନିର୍ବାଚନ ଆୟୁକ୍ତ କେଉଁ ପ୍ରଣାଳୀରେ ପଦଚ୍ୟୁତ ହୁଅନ୍ତି ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ଯେଉଁ କାରଣରୁ ପଦଚ୍ୟୁତ ହୋଇଥା’ନ୍ତି, ସେହି କାରଣରୁ ସଂସଦର ପ୍ରତ୍ୟେକ ସଦନର ସ୍ବତନ୍ତ୍ର ସଂଖ୍ୟାଗରିଷ୍ଠ ସାଂସଦଙ୍କ ସମର୍ଥନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ପଦଚ୍ୟୁତ ହୁଅନ୍ତି ।

(ଝ) ଉପ-ନିର୍ବାଚନ କେତେବେଳେ କରାଯାଏ ?
Answer:
ଲୋକସଭା ବା ବିଧାସଭାର କୌଣସି ନିର୍ବାଚିତ ସଦସ୍ୟଙ୍କ ଇସ୍ତଫା କିମ୍ବା ମୃତ୍ୟୁ ହେତୁ ବା ତାଙ୍କର ନିର୍ବାଚନ ଅସିଦ୍ଧ ଘୋଷିତ ହେଲେ, ସେହି ଶୂନ୍ୟ ପଡ଼ିଥ‌ିବା ସଦସ୍ୟ ପଦ ପୂରଣ ପାଇଁ ଉପ-ନିର୍ବାଚନ କରାଯାଏ ।

(ଞ) ନିର୍ବାଚନ ଆୟୋଗର ଆୟୁକ୍ତଙ୍କୁ କିଏ ନିଯୁକ୍ତି କରନ୍ତି ?
Answer:
ନିର୍ବାଚନ ଆୟୋଗର ଆୟୁକ୍ତଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ।

୪।. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) ଗଣତନ୍ତ୍ର ହେଉଛି ‘‘ଲୋକମାନଙ୍କର, ଲୋକମାନଙ୍କଦ୍ୱାରା, ଲୋକମାନଙ୍କ ପାଇଁ ସରକାର’’ । ଏହା କିଏ କହିଥିଲେ ?
(କ) ମହାତ୍ମା ଗାନ୍ଧି
(ଖ) ଆବ୍ରାହମ୍ ଲିଙ୍କନ୍
(ଗ) ପଣ୍ଡିତ ଜବାହରଲାଲ ନେହେରୁ
(ଘ) ଡଃ ବି.ଆର୍. ଆମ୍ବେଦକର

(ଖ) ଭାରତରେ ଜଣେ ମତଦାତାଙ୍କର ସର୍ବନିମ୍ନ ବୟସସୀମା କେତେ ବର୍ଷ ?
(କ) ୨୧ ବର୍ଷ
(ଖ) ୨୦ ବର୍ଷc
(ଗ) ୧୯ ବର୍ଷ
(ଘ) ୧୮ ବର୍ଷ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଗ) ନିମ୍ନୋକ୍ତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିକୁ ବାଛି ଲେଖ ।
(କ) ଭାରତରେ ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
(ଖ) ରାଜ୍ୟ ବିଧାନସଭାର ସଦସ୍ୟମାନେ ପରୋକ୍ଷ ନିର୍ବାଚନଦ୍ଵାରା ନିର୍ବାଚିତ ହୁଅନ୍ତି
(ଗ) ଭାରତର ରାଷ୍ଟ୍ରପତି ପ୍ରତ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୁଅନ୍ତି ।
(ଘ) ଲୋକସଭା ପାଇଁ ନିର୍ବାଚନ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୁବିଧା ଅଛି ।

(ଘ) ଭାରତର ନିର୍ବାଚନ ଆୟୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବ୍ୟତୀତ ଆଉ କେତେଜଣ ଆୟୁକ୍ତ ଅଛନ୍ତି ?
(କ) ୧
(ଖ) ୨
(ଗ) ୩
(ଘ) ୪

(ଙ) ନିମ୍ନୋକ୍ତ କେଉଁ ଉକ୍ତିଟି ନିର୍ବାଚନ ପରିଚାଳନାର ଆବଶ୍ୟକତା ସମ୍ପର୍କରେ ଠିକ୍ କାରଣ ନୁହେଁ ?
(କ) ନିର୍ବାଚନ ଜରିଆରେ ମତଦାତା ସରକାରଙ୍କର ସଫଳତାର ବିଚାର କରନ୍ତି ।
(ଖ) ନିଜ ମନପସନ୍ଦର ଲୋକପ୍ରତିନିଧ୍ ଚୟନ ନିର୍ବାଚନ ଜରିଆରେ କରାଯାଏ ।
(ଗ) ନିର୍ବାଚନ ମାଧ୍ୟମରେ ନ୍ୟାୟପାଳିକାର ସଫଳତାର ମୂଲ୍ୟାୟନ କରାଯାଏ ।
(ଘ) ମତଦାତା ନିର୍ବାଚନ ଜରିଆରେ ଦଳୀୟ ନୀତିକୁ ସମର୍ଥନ ଜଣାନ୍ତି ।

(ଚ) ନିମ୍ନୋକ୍ତ କେଉଁଟି ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟ ପରିସରଭୁକ୍ତ ନୁହେଁ ?
(କ) ନିର୍ବାଚନ ପ୍ରଚାର
(ଖ) ମତଦାନ ପ୍ରକ୍ରିୟା
(ଗ) ମତ- ଗଣତ ପ୍ରକ୍ରିୟା
(ଘ) ଫଳାଫଳ ଘୋଷଣା

ଛ) ନିମ୍ନୋକ୍ତ କେଉଁଟି ଆଦର୍ଶ ଆଚରଣ ବିଧ୍ ଉଲ୍ଲଙ୍ଘନ କରୁଅଛି ?
(କ) ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜଣେ ମନ୍ତ୍ରୀ ଏକ ପ୍ରକଳ୍ପ ଉଦ୍‌ଘାଟନ କଲେ ।
(ଖ) ମତଦାତାଙ୍କ ନାମ ତାଲିକାରେ ୨୦,୦୦୦ ମତଦାତାଙ୍କର ନାମ ଜାଲ ଅଟେ ବୋଲି ତଦନ୍ତରୁ
(ଗ) ନିର୍ବାଚନ ପ୍ରଚାର ସଭାରେ ପ୍ରାର୍ଥୀଙ୍କ ବିରୋଧୀଙ୍କଦ୍ୱାରା କଳାପତାକା ପ୍ରଦର୍ଶନ ।
(ଘ) ଦୂରଦର୍ଶନରେ ନିର୍ବାଚନ ପ୍ରଚାର ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ନିଜର ମତାମତ ରଖୁବାକୁ ମାତ୍ର ୧୦ ମିନିଟ୍ ସମୟ ପ୍ରଦାନ କରାଯାଇଛି ।

(କ) ନିମ୍ନୋକ୍ତ କେଉଁଟି ସୁସ୍ଥ ନିର୍ବାଚନ ପ୍ରକ୍ରିୟାର ବିରୋଧୀ ?
(କ) ନିର୍ବାଚନ ପ୍ରକ୍ରିୟାରେ ହିଂସାତ୍ମକ କାର୍ଯ୍ୟ
(ଖ) ମତଦାତାଙ୍କ ନାମ ତାଲିକାର ଠିକ୍ ସଂଶୋଧନ
(ଗ) ମତଦାତାଙ୍କ ନାମ ତାଲିକାର ଠିକ୍ ସଂଶୋଧନ
(ଘ) ନିର୍ବାଚନ ପ୍ରକ୍ରିୟାରେ ନିଯୁକ୍ତ ଅଧିକାରୀଙ୍କୁ ନିଜ ଦାୟିତ୍ଵ ସମ୍ପାଦନରେ ଜନସାଧାରଣଙ୍କର ସହଯୋଗ ପ୍ରଦାନ

(ଝ) ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ନିଯୁକ୍ତ କରନ୍ତି ?
(କ) ରାଷ୍ଟ୍ରପତି
(ଖ) ପ୍ରଧାନମନ୍ତ୍ରୀ
(ଗ) ଭାରତର ମୁଖ୍ୟ ବିଚାରପତି
(ଘ) ରାଜ୍ୟପାଳ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

(ଞ) ରାଜ୍ୟସଭାର ସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ନିମ୍ନୋକ୍ତଙ୍କ ମଧ୍ୟରୁ କିଏ ମତଦାନ କରନ୍ତି ?
(କ) ରାଜ୍ୟ ବିଧାନସଭାର ସଦସ୍ୟ
(ଖ) ଜିଲ୍ଲା ପରିଷଦର ଅଧ୍ୟକ୍ଷ
(ଗ) ଲୋକସଭାର ସାଂସଦ
(ଘ) ରାଜ୍ୟ ବିଧାନ ପରିଷଦର ସଦସ୍ୟ

(ଟ) ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ୍‌ର ବ୍ୟବହାର କାହିଁକି ଫଳପ୍ରଦ ନୁହେଁ ?
(କ) ମତଦାନ ପ୍ରକ୍ରିୟା ତ୍ଵରାନ୍ବିତ ହୁଏ ।
(ଖ) ମତଦାନ ଓ ମତ ଗଣତି ପ୍ରକ୍ରିୟାରେ ସ୍ୱଚ୍ଛତା ରହେ ।
(ଗ) ଏଥରେ ଯାନ୍ତ୍ରିକ ଗୋଳମାଳ ଘଟିବାର ସମ୍ଭାବନା ନଥାଏ ।
(ଘ) ଏହି ଯନ୍ତ୍ରରେ ମତଦାତାଙ୍କର ମତଦାନ ଦୀର୍ଘଦିନ ପର୍ଯ୍ୟନ୍ତ ନିରାପଦ ଓ ସୁରକ୍ଷିତ ରହେ ।

(୦) ନିମ୍ନୋକ୍ତ କେଉଁ ନିର୍ବାଚନରେ ଦଳୀୟ ସଂକେତ ବ୍ୟବହୃତ ହୁଏ ନାହିଁ ?
(କ) ସରପଞ୍ଚ ପଦ ପାଇଁ ନିର୍ବାଚନ
(ଖ) ଲୋକସଭାର ସାଂସଦ ପଦ ପାଇଁ ନିର୍ବାଚନ
(ଗ) ରାଜ୍ୟ ବିଧାନସଭାର ବିଧାୟକ ପଦ ପାଇଁ ନିର୍ବାଚନ
(ଘ) ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ ନିର୍ବାଚନ

(ଡ) ଓଡ଼ିଶାର ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ନିମ୍ନୋକ୍ତ ମଧ୍ଯରୁ କିଏ ନିଯୁକ୍ତ କରନ୍ତି ?
(କ) ରାଜ୍ୟପାଳ
(ଖ) ମୁଖ୍ୟମନ୍ତ୍ରୀ
(ଗ) ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(ଘ) ରାଜ୍ୟ ବିଧାନସଭାର ବାଚସ୍ପତି

(‍ଢ) ଲୋକସଭାର ସଦସ୍ୟ ନିର୍ବାଚନରେ ନିମ୍ନୋକ୍ତ କେଉଁଟି ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟ ପରିସରଭୁକ୍ତ ନୁହେଁ ?
(କ) ନିର୍ବାଚନ ପ୍ରକ୍ରିୟାର ମତଦାନ ଓ ମତ ଗଣନା ବ୍ୟବସ୍ଥା ତଦାରଖ ଏବଂ ନିର୍ବାଚନ ଆୟୁକ୍ତଙ୍କୁ ରିପୋର୍ଟ ପ୍ରଦାନ
(ଖ) ନାମାଙ୍କନ ପତ୍ର ଦାଖଲ
(ଗ) ନାମାଙ୍କନ ପତ୍ର ପ୍ରତ୍ୟାହାର
(ଘ) ପ୍ରାର୍ଥୀଙ୍କ ଦଳୀୟ ସଂକେତ ପ୍ରଦାନ

BSE Odisha 10th Class Political Science Solutions Chapter 3 ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ

Answers:
(କ) (ଖ) ଆବ୍ରାହମ୍ ଲିଙ୍କନ
(ଖ) (ଘ) ୧୮ ବର୍ଷ
(ଗ) (କ)ଭାରତରେ ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ।
(ଘ) (ଖ) ୨
(ଙ) (ଗ) ନିର୍ବାଚନ ମାଧ୍ୟମରେ ନ୍ୟାୟପାଳିକାର ସଫଳତାର ମୂଲ୍ୟାୟନ କରାଯାଏ ।
(ଚ) (କ) ନିର୍ବାଚନ ପ୍ରଚାର
(ଛ) (କ) ନିର୍ବାଚନ ତାରିଖ ଘୋଷଣା ହେବାପରେ ଜଣେ ମନ୍ତ୍ରୀ ଏକ ପ୍ରକଳ୍ପ ଉଦ୍‌ଘାଟନ କଲେ ।
(ଜ) (କ) ନିର୍ବାଚନ ପ୍ରକ୍ରିୟାରେ ହିଂସାତ୍ମକ କାର୍ଯ୍ୟ
(ଝ) (କ) ରାଷ୍ଟ୍ରପତି
(ଞ) (କ) ରାଜ୍ୟ ବିଧାନସଭାର ସଦସ୍ୟ
(ଟ) (ଗ) ଏଥରେ ଯାନ୍ତ୍ରିକ ଗୋଳମାଳ ଘଟିବାର ସମ୍ଭାବନା ଥାଏ ।
(କ) ସରପଞ୍ଚ ପଦ ପାଇଁ ନିର୍ବାଚନ
(୦) (କ) ରାଜ୍ୟପାଳ
(ଢ଼) (ଘ) ପ୍ରାର୍ଥୀଙ୍କୁ ଦଳୀୟ ସଂକେତ ପ୍ରଦାନ

BSE Odisha 9th Class History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

Odisha State Board BSE Odisha 9th Class History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ Textbook Exercise Questions and Answers.

BSE Odisha Class 9 History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କିପରି ଆରମ୍ଭ ହୋଇଥିଲା ?
Answer:

  • ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ନୂତନ ଭାବରେ ସ୍ବାଧୀନତା ହାସଲ କରିଥିବା ଅଧିକାଂଶ ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ତତ୍କାଳୀନ
  • ସେହି ରାଷ୍ଟ୍ରଗୁଡ଼ିକ କୌଣସି ଗୋଟିଏ ଗୋଷ୍ଠୀରେ ସାମିଲ ନ ହୋଇ ନିରପେକ୍ଷ ରହି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରଭାବେ ପରିଚିତ ଥିଲେ ।
  • ଏହି ରାଷ୍ଟ୍ରମାନେ ସେମାନଙ୍କର ଜାତୀୟ ପୁନର୍ଗଠନ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ପରସ୍ପର ସହ ସହଯୋଗ ସ୍ଥାପନ କରିଥିଲେ ।
  • ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ବୃଦ୍ଧି ପାଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କୁ ନେଇ ତୃତୀୟ ବିଶ୍ୱ ସୃଷ୍ଟି ହୋଇଥିଲା ।

(ଖ) ଗୋଷ୍ଠୀ ନିରପେକ୍ଷତା କାହାକୁ କୁହାଯାଏ ? ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଲକ୍ଷ୍ୟ କ’ଣ ? ଏହି ଆନ୍ଦୋଳନର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ କିଏ ?
Answer:

  • ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀ ମଧ୍ୟରୁ କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନିରପେକ୍ଷତା କୁହାଯାଏ ।
  • ସ୍ଵାଧୀନତାର ସୁରକ୍ଷା, ସାମ୍ରାଜ୍ୟବାଦ ଓ ଉପନିବେଶବାଦର ବିଲୋପ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ଲକ୍ଷ୍ୟ ଅଟେ ।
  • ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ନେତୃତ୍ୱରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୁଦୃଢ଼ ହୋଇଥିଲା ।
  • ସେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରସ୍ତୁତକାରୀ ବାନ୍ଦୁଙ୍ଗ୍ ସମ୍ମିଳନୀର ଆତ୍ମା ଥିଲେ । ତାଙ୍କର ପଞ୍ଚଶୀଳ ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ସେଠାରେ ଉପସ୍ଥାପିତ ହୋଇ ଗୃହୀତ ହୋଇଥିଲା ।
  • ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ, ଯୁଗୋସ୍ଲୋଭିଆର ରାଷ୍ଟ୍ରପତି ମାର୍ଶାଲ ଟିଟୋ ଓ ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ୍ ନାସେର୍‌ଙ୍କ ସହଯୋଗ ଏହାକୁ ପରିପୁଷ୍ଟ କରିଥିଲା ।

BSE Odisha 9th Class History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

(ଗ) ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ କେବେ ଓ କେଉଁଠାରେ ପ୍ରସ୍ତୁତ କରାଯାଇଥିଲା ? ସେଠାରେ କେତୋଟି ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ଓ ସେମାନେ କେଉଁସବୁ ବିଷୟରେ ଆଲୋଚନା କରିଥିଲେ ?
Answer:

  • ୧୯୫୫ ମସିହା ଏପ୍ରିଲ୍ ମାସରେ ଇଣ୍ଡୋନେସିଆର ପଶ୍ଚିମ ଜାଭାର ବାନ୍ଦୁଙ୍ଗ୍ରାଠାରେ ଅନୁଷ୍ଠିତ ‘ଆଫ୍ରୋ-ଏସୀୟ’ ରାଷ୍ଟ୍ରମାନଙ୍କର ଏକ ସମ୍ମିଳନୀରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ରୂପରେଖ ପ୍ରସ୍ତୁତ କରାଯାଇଥିଲା ।
  • ଏଥ‌ିରେ ୨୩ଟି ଏସୀୟ ଓ ୬ଟି ଆଫ୍ରିକୀୟ ରାଷ୍ଟ୍ର ଯୋଗ ଦେଇଥିଲେ ।
  • ସେମାନେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟକାରିତା ବିଷୟରେ ବିସ୍ତାରିତ ରୂପେ ଆଲୋଚନା କରିଥିଲେ ।
  • ଏଠାରେ ସ୍ପଷ୍ଟ କରି ଦିଆଯାଇଥିଲା ଯେ ଗୋଷ୍ଠୀ ନିରପେକ୍ଷ ନୀତି ଅବଲମ୍ବନ କରୁଥିବା ରାଷ୍ଟ୍ରମାନେ ଶକ୍ତି ପ୍ରଦର୍ଶନକାରୀ ରାଷ୍ଟ୍ରମାନଙ୍କର ଅନୁଗାମୀ ନୁହଁନ୍ତି ।
  • ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କର ପଞ୍ଚଶୀଳ ନୀତି ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଉପସ୍ଥାପିତ ହୋଇ ଗୃହୀତ ହୋଇଥିଲା ।

(ଘ) ବିଶ୍ୱଶାନ୍ତି ପ୍ରତିଷ୍ଠା ଦିଗରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ଅବଦାନ ଆଲୋଚନା କର ।
Answer:

  • ଶୀତଳ ଯୁଦ୍ଧ, ମହାଶକ୍ତି ମେଣ୍ଟ ଓ ସାମରିକ ଗୋଷ୍ଠୀ ଗଠନ ଯୁଗରେ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
  • ଶୀତଳ ଯୁଦ୍ଧର ଅନ୍ତ ଦିଗରେ ଏକ ସଫଳ ପଦକ୍ଷେପ ନେବା ସହ ବିଶ୍ବର ଉପନିବେଶବାଦର ବିଲୟକୁ ଏହି ଆନ୍ଦୋଳନ
  • ଏହି ଆନ୍ଦୋଳନ ମାଧ୍ୟମରେ ନୂତନ ଭାବରେ ସ୍ଵାଧୀନ ହୋଇଥିବା ରାଷ୍ଟ୍ରଗୁଡ଼ିକ ଏକତ୍ରିତ ହେବାଦ୍ୱାରା ଗୋଟିଏ
  • ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ।
  • ଏହାର ପ୍ରଚେଷ୍ଟା ଯୋଗୁଁ ପାରମ୍ପରିକ ଓ ଅଣପାରମ୍ପରିକ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ସଙ୍କୁଚିତ ହୋଇପାରିଛି ଏବଂ ସଂଯୁକ୍ତ ରାଷ୍ଟ୍ରସଂଘର କାର୍ଯ୍ୟକ୍ରମ ଅଧ୍ଯକ ଗଣତାନ୍ତ୍ରିକ ହୋଇପାରିଛି ।
  • ଏହି ଆନ୍ଦୋଳନ ଯୋଗୁଁ ଦୁର୍ବଳ ରାଷ୍ଟ୍ରମାନେ ସ୍ଵତନ୍ତ୍ର ପରିଚୟ ଲାଭ କରିଛନ୍ତି ଏବଂ ତୃତୀୟ ବିଶ୍ଵର ଶକ୍ତିମାନେ ବିଶ୍ୱଶାନ୍ତି ଓ ମାନବୀୟ ଭ୍ରାତୃତ୍ଵର ସଫଳ ପ୍ରସାର କରିପାରିଛନ୍ତି ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଯୋଗଦେଇଥିବା ରାଷ୍ଟ୍ରମାନଙ୍କର ପ୍ରତିନିଧିମାନେ କି’ କାର୍ଯ୍ୟ ସମ୍ପାଦନ କରିଥିଲେ ?
Answer:

  • ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଯୋଗ ଦେଇଥ‌ିବା ରାଷ୍ଟ୍ରମାନଙ୍କର ପ୍ରତିନିଧୁମାନେ ବିଶ୍ୱଶାନ୍ତି ଓ ନିରପେକ୍ଷ ନୀତି ପାଳନ ଉପରେ ଗୁରୁତ୍ଵ ଦେଇଥିଲେ ।
  • ସମଗ୍ର ବିଶ୍ଵରେ ଅଣୁଅସ୍ତ୍ର ପ୍ରସ୍ତୁତି ଓ ପ୍ରୟୋଗକୁ ସେମାନେ ବିରୋଧ କରିଥିଲେ ଓ ନିରସ୍ତ୍ରୀକରଣ ସପକ୍ଷରେ ମତପ୍ରକାଶ କରିବା ସହିତ ପରମାଣୁ ଅସ୍ତ୍ର ପରୀକ୍ଷଣକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବାକୁ ସୁପାରିସ କରିଥିଲେ ।

(ଖ) ପଞ୍ଚମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏହି ସମ୍ମିଳନୀରେ କେଉଁ
Answer:

  • ୧୯୭୬ ମସିହା ଅଗଷ୍ଟ ମାସରେ ୮୬ଟି ଦେଶର ପ୍ରତିନିଧିଙ୍କୁ ନେଇ କଲମ୍ବୋଠାରେ ପଞ୍ଚମ ଗୋଷ୍ଠୀ ନିରପେକ୍ଷ
  • ଆନ୍ତର୍ଜାତିକ କାରବାରରେ ବିକାଶୋନ୍ମୁଖୀ ରାଷ୍ଟ୍ରମାନେ ନ୍ୟାୟୋଚିତ ଆର୍ଥନୀତିକ ଅଧ‌ିକାର ପାଇବା ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

BSE Odisha 9th Class History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

(ଗ) ନୂଆଦିଲ୍ଲୀଠାରେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ଏକ ଶିଖର ବୈଠକ କେବେ ଅନୁଷ୍ଠିତ ହୋଇଥିଲା ? ଏଠାରେ କି’ ପଦକ୍ଷେପ ନିଆଯାଇଥିଲା ?
Answer:

  • ୧୯୮୩ ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ଏକ ଶିଖର ବୈଠକ ଅନୁଷ୍ଠିତ
    ହୋଇଥିଲା ।
  • ଏଠାରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଏବଂ ଆଣବିକ ଯୁଦ୍ଧରୁ ନିବୃତ୍ତ ରହିବାକୁ ରାଷ୍ଟ୍ରମାନଙ୍କୁ ନିବେଦନ କରାଯିବା ସହିତ ଏକ ଆନ୍ତର୍ଜାତିକ ଅର୍ଥବ୍ୟବସ୍ଥା ପ୍ରଚଳନ ପାଇଁ ପଦକ୍ଷେପ ନେବାକୁ ସୁପାରିସ କରାଯାଇଥିଲା ।

(ଘ) ଲୁସାକା ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କି କାର୍ଯ୍ୟ ସମ୍ପାଦିତ ହୋଇଥିଲା ?
Answer:

  • ଲୁସାକା ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଶାନ୍ତି ଓ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯିବା ସହ ବିଶ୍ଵ ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟଗୁଡ଼ିକୁ ନଷ୍ଟ କରିଦେବାପାଇଁ ଦୃଢ଼ ମତ ପ୍ରକାଶ ପାଇଥିଲା ।
  • ଏଥରେ ଉପନିବେଶବାଦକୁ ନିନ୍ଦା କରାଯାଇଥିଲା ଏବଂ ସମସ୍ତ ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆର୍ଥନୀତିକ ସହଯୋଗ କାମନା କରାଯାଇଥିଲା ।

(ଙ) ବାନ୍ଦୁଙ୍ଗ୍ ସମ୍ମିଳନୀର ଆତ୍ମା କିଏ ଥିଲେ ? ତାଙ୍କର କେଉଁ ନୀତି ସେଠାରେ ଗୃହୀତ ହୋଇଥିଲା ?
Answer:

  • ବାନ୍ଦୁଙ୍ଗ୍ ସମ୍ମିଳନୀର ଆତ୍ମା ଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ।
  • ତାଙ୍କର ପଞ୍ଚଶୀଳ ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ସେଠାରେ ଗୃହୀତ ହୋଇଥିଲା ।

(ଚ) ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ ? ସେଠାରେ କେଉଁ ଦୁଇଟି କାର୍ଯ୍ୟ ସମ୍ପାଦିତ ହୋଇଥିଲା ?
Answer:

  • ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୧୦୧ଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ।
  • ସେଠାରେ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ବିଶ୍ଵ ଅର୍ଥନୀତି ବ୍ୟବସ୍ଥା ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ଅର୍ଥନୈତିକ ସହଯୋଗ ପାଇଁ ଆହ୍ବାନ ଦିଆଯାଇଥିଲା ।

(ଛ) ୧୯୮୯ ମସିହା ସେପ୍ଟେମ୍ବର ମାସରେ କେଉଁଠାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ? ସମ୍ମିଳନୀରେ କେଉଁ ବିଷୟରେ ପ୍ରସ୍ତାବ ଆସିଥିଲା ?
Answer:

  • ୧୯୮୯ ମସିହା ସେପ୍ଟେମ୍ବର ମାସରେ ଇଉରୋପର ୟୁଗୋସ୍ଲୋଭିଆର ରାଜଧାନୀ ବେଲ୍‌ଟ୍ରେଡ୍ରେ ନବମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
  • ସମ୍ମିଳନୀରେ ଉତ୍ତର ଓ ଦକ୍ଷିଣର ରାଷ୍ଟ୍ରମାନଙ୍କ ମଧ୍ୟରେ ଥ‌ିବା ଅର୍ଥନୈତିକ ସମ୍ପର୍କ ଏବଂ ନୂତନ ବିଶ୍ଵ ଅର୍ଥନୀତି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ଓ ସହଯୋଗ ପାଇଁ ପ୍ରସ୍ତାବ ଆସିଥିଲା ।

(କ) ତ୍ରୟୋଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ମୁଖ୍ୟତଃ କ’ଣ ଆଲୋଚିତ ହୋଇଥିଲା ?
Answer:

  • ତ୍ରୟୋଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଓ
  • ଏତଦ୍‌ବ୍ୟତୀତ ଇରାକ୍ ଓ ଦକ୍ଷିଣ କୋରିଆ ସମସ୍ୟା ଏବଂ ବିଶ୍ଵ ସନ୍ତ୍ରାସବାଦର ମୂଳୋତ୍ପାଟନ ଉପରେ ଆଲୋଚନା ହୋଇଥିଲା ।

(ଝ) ଚତୁର୍ଦ୍ଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଓ କେଉଁ ସ୍ଥାନରେ ଅନୁଷ୍ଠିତ ହୋଇଥୁଲା ?
Answer:

  • ଚତୁର୍ଦ୍ଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ୨୦୦୬ ମସିହା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା ।
  • ଏହା କ୍ୟୁବାର ରାଜଧାନୀ ହାଭାନାଠାରେ ଅନୁଷ୍ଠିତ ହୋଇଥିଲା ।

BSE Odisha 9th Class History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

(ଞ) ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥଲା ? ଏଥରେ କେତୋଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ?
Answer:

  • ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇଜିପ୍ଟର ଶାର୍ମଏଲ୍‌ ଶେଖାଠାରେ ଅନୁଷ୍ଠିତ ହୋଇଥିଲା ।
  • ଏଥୁରେ ୧୧୮ଟି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ।

୩। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କାହା ନେତୃତ୍ଵରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୁଦୃଢ଼ ହୋଇଥିଲା ?
Answer:
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୁଦୃଢ଼ ହୋଇଥିଲା ।

(ଖ) କେଉଁମାନଙ୍କ ସହଯୋଗ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲା ?
ଉ- ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ, ଯୁଗୋସ୍ଲୋଭିଆର ରାଷ୍ଟ୍ରପତି ମାର୍ଶାଲ୍ ଟିଟୋ ଓ ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ୍ ନାସେର୍‌ଙ୍କ ସହଯୋଗ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲା ।
Answer:
ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କୁ ନେଇ ତୃତୀୟ ବିଶ୍ଵର ସୃଷ୍ଟି ହୋଇଥିଲା ।

(ଘ) କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବୃହତ୍ ଶକ୍ତିମାନଙ୍କୁ ସେମାନଙ୍କର ସାମରିକ ଘାଟିଗୁଡ଼ିକୁ ନଷ୍ଟ କରିଦେବାକୁ ଆହ୍ବାନ ଦିଆଯାଇଥିଲା ?
Answer:
ହାଭାନା ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ (୧୯୭୯)ରେ ବୃହତ୍ ଶକ୍ତିମାନଙ୍କୁ ସେମାନଙ୍କର ସାମରିକ ଘାଟିଗୁଡ଼ିକୁ ନଷ୍ଟ

(ଙ) ଆଲୟର୍ସ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧ‌ି ଯୋଗ ଦେଇଥିଲେ ?
Answer:
ଆଲଜିୟର୍ସ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୭୬ଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ ।

(ଚ) ଲୁସାକା କେଉଁ ଦେଶର ରାଜଧାନୀ ?
Answer:
ଲୁସାକା ଜାମ୍ବିଆର ରାଜଧାନୀ ଅଟେ ।

ଛ) ଗୋଷ୍ଠୀ-ନିରପେକ୍ଷ ଆନ୍ଦୋଳନର ସପ୍ତମ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସପ୍ତମ ସମ୍ମିଳନୀ ଭାରତର ରାଜଧାନୀ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା ।

BSE Odisha 9th Class History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

(ଜ) ଦକ୍ଷିଣ ଆଫ୍ରିକାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କେଉଁ ପ୍ରଶଂସନୀୟ ପଦକ୍ଷେପ ନେଇଥିଲା ?
Answer:
ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ଦିଗରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଥିଲା ।

(ଝ) କେଉଁ ଚୁକ୍ତିଗୁଡ଼ିକର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ?
Answer:
ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ।

(ଞ) ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇଜିପ୍ଟର ଶାର୍ମ ଏଲ୍ ଶେଖାଠାରେ ଅନୁଷ୍ଠିତ ହୋଇଥିଲା ।

୪। ନିମ୍ନରେ ପ୍ରତ୍ୟେକରେ ତଳେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଫଗାନିସ୍ତାନରୁ ରୁଷିଆର ସୈନ୍ୟ ଅପସାରଣ ପାଇଁ ଆହ୍ବାନ ଦିଆଯାଇଥିଲା ?
(i) ଭାନା ସମ୍ମିଳନୀ ୧୯୭୯
(ii) ହାରାରେ ସମ୍ମିଳନୀ ୧୯୮୬
(iii) ନୂଆଦିଲ୍ଲୀ ସମ୍ମିଳନୀ ୧୯୮୩
(iv) ବେଲ୍‌ଗ୍ରେଡ୍ ସମ୍ମିଳନୀ ୧୯୮୯
Answer:
(ii) ହାରାରେ ସମ୍ମିଳନୀ ୧୯୮୬

(ଖ) ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ପ୍ରଥମ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
(i) ବାନ୍ଦୁଙ୍ଗ୍
(ii) ଲୁସାକା
(iii) କାଇରୋ
(iv) ବେଲ୍‌ଗ୍ରେଡ୍
Answer:
(iv) ବେଲ୍‌ଗ୍ରେଡ୍

BSE Odisha 9th Class History Solutions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

(ଗ) କେଉଁ ବିଷୟଟି ୧୯୮୯ ମସିହାରେ ବେଲ୍‌ଗ୍ରେଡ୍ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚିତ ହୋଇଥିଲା ?
(i) ସମ୍ପୂର୍ଣ୍ଣ ଅଣୁଅସ୍ତ୍ର ଉଚ୍ଛେଦ
(ii) ବିଶ୍ବ ଅର୍ଥନୀତି ଅବସ୍ଥା
(iii) ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟବାଦର ବିଲୋପ
(iv) ସାମ୍ରାଜ୍ୟବାଦ ବିରୋଧରେ ସାଧାରଣ ନିନ୍ଦା
Answer:
(ii) ବିଶ୍ବ ଅର୍ଥନୀତି ଅବସ୍ଥା

(ଘ) କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିଶ୍ଵ ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟଗୁଡ଼ିକ ନଷ୍ଟ କରିଦେବା ପାଇଁ ମତ ପ୍ରକାଶ ପାଇଥିଲା ?
(i) ଲୁସାକା ସମ୍ମିଳନୀ (୧୯୭୦)
(ii) ହାଭାନା ସମ୍ମିଳନୀ (୧୯୭୯)
(iii) କଲମ୍ବୋ ସମ୍ମିଳନୀ (୧୯୭୬)
(iv) ହାରାରେ ସମ୍ମିଳନୀ (୧୯୮୬)
Answer:
(i) ଲୁସାକା ସମ୍ମିଳନୀ (୧୯୭୦)

ଙ) କେଉଁ ବିଷୟରେ ୧୯୮୬ ମସିହାର ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚନା ହୋଇଥିଲା ?
(i) ଆନ୍ତର୍ଜାତିକ ସନ୍ତ୍ରାସବାଦର ଦୂରୀକରଣ
(ii) ବିଶ୍ଵବ୍ୟାଙ୍କର ସଂସ୍କାର
(iii) ସାମରିକ ଘାଟିଗୁଡ଼ିକର ସଂସ
(iv) ବର୍ଣ୍ଣବୈଷମ୍ୟ ନୀତିର ବିଲୋପ
Answer:
(iv) ବର୍ଣ୍ଣବୈଷମ୍ୟ ନୀତିର ବିଲୋପ

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Odisha State Board BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Textbook Exercise Questions and Answers.

BSE Odisha Class 9 History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ସମଗ୍ର ପୃଥ‌ିବୀରେ ଶୀତଳ ଯୁଦ୍ଧର କି ପ୍ରଭାବ ପଡ଼ିଥିଲା ?
Answer:

  • ଶୀତଳ ଯୁଦ୍ଧ ଯୋଗୁଁ ସମଗ୍ର ପୃଥ‌ିବୀରେ ଏକ ଅଜଣା ଯୁଦ୍ଧ-ଆତଙ୍କ ଖେଳିଯାଇଥିଲା ଏବଂ ଅନୁନ୍ନତ ଓ ବିକାଶଶୀଳ ଦେଶଗୁଡ଼ିକର ସାମାଜିକ ଓ ଅର୍ଥନୈତିକ ପ୍ରଗତି ବ୍ୟାହତ ହୋଇଥିଲା ।
  • ସମ୍ମୁଖ ଯୁଦ୍ଧରେ ଉଭୟ ପକ୍ଷର ସୈନ୍ୟବାହିନୀ ନିୟୋଜିତ ହୋଇନଥିଲେ ସୁଦ୍ଧା ସେମାନଙ୍କର ବିରୋଧାତ୍ମକ କାର୍ଯ୍ୟକଳାପ ସମଗ୍ର ବିଶ୍ଵରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା ।
  • ସାମରିକ ମେଣ୍ଟଗୁଡ଼ିକରେ ଯୋଗଦେଇଥିବା ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ସାମରିକ ଶକ୍ତିର ବୃଦ୍ଧି ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ ନିମନ୍ତେ ପ୍ରତିଯୋଗିତା କରିବା ସହିତ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବାର ପ୍ରତିଦ୍ବନ୍ଦିତା ବିଶ୍ବବାସୀଙ୍କ ମଧ୍ୟରେ ଭୟ ସଂଚାର କରିଥିଲା ।
  • ଶେଷରେ ଦୁଇ ମହାଶକ୍ତି ମଧ୍ୟରେ ମହାକାଶ ଗବେଷଣା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ ଏବଂ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରତିଯୋଗିତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ।

(ଖ) ସାମ୍ୟବାଦର ପ୍ରସାରକୁ ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଗଠିତ ହୋଇଥବା ସାମରିକ ଚୁକ୍ତିଗୁଡ଼ିକ ସମ୍ପର୍କରେ ସଂକ୍ଷେପରେ ଉଲ୍ଲେଖ କର ।
Answer:

  • ସାମ୍ୟବାଦର ପ୍ରସାରକୁ ପ୍ରତିରୋଧ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ‘ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ’ ଗଢ଼ିଥିଲା । ଚୁକ୍ତିଭୁକ୍ତ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲା ବୋଲି ଧରିନେବାକୁ ଏଥିରେ ଉଲ୍ଲେଖ ଥିଲା ।
  • ଏଥରେ ଯୁକ୍ତରାଷ୍ଟ୍ର ଆମେରିକା ସମେତ କାନାଡ଼ା, ବେଲ୍‌ଜିୟମ୍, ହଲାଣ୍ଡ, ଲକ୍ସେମ୍‌ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍ସ, ପର୍ତ୍ତୁଗାଲ୍ ଓ ଇଟାଲୀ ସଭ୍ୟ ଦେଶ ଥିଲେ । ପରେ ଗ୍ରୀସ୍, ତୁର୍କୀ ଓ ପଶ୍ଚିମ ଜର୍ମାନୀ ଏଥ‌ିରେ ଯୋଗଦେଇଥିଲେ ।
  • ୧୯୫୧ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ‘ଆନ୍‌ସ୍ ରାଜିନାମା’ ସ୍ବାକ୍ଷରିତ ହୋଇଥିଲା । ବାହ୍ୟଶତ୍ରୁ ଆକ୍ରମଣର ପ୍ରତିରୋଧ ନିମନ୍ତେ ଚୁକ୍ତିବଦ୍ଧ ଦେଶଗୁଡ଼ିକ ପରସ୍ପରକୁ ସାହାଯ୍ୟ କରିବା ବ୍ୟବସ୍ଥା ଏଥିରେ କରାଯାଇଥିଲା ।
  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ‘ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ’ ଗଠିତ ହୋଇଥିଲା । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ଢାଞ୍ଚାରେ ଏଥରେ ନୀତିମାନ ସ୍ଥିରୀକୃତ ହୋଇଥିଲା ।
  • ୧୯୫୫ ମସିହାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ‘ବାଗଦାଦ୍ ଚୁକ୍ତି’ ସ୍ବାକ୍ଷରିତ ହୋଇଥିଲା । ୧୯୫୮ ମସିହାରେ ଇରାକ୍ ଏଥରୁ ଓହରିଯିବା ପରେ ଏହା ‘କେନ୍ଦ୍ରୀୟ ଚୁକ୍ତି ସଂଗଠନ’ ନାମରେ ନାମିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ଏହାର ସଭ୍ୟରୂପେ ଯୋଗ ଦେଲା ।

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଗ) ଇଉରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସୁରକ୍ଷା ନିମନ୍ତେ କି ପଦକ୍ଷେପ ନେଇଥିଲେ ?
Answer:
ଇଉରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସୁରକ୍ଷା ନିମନ୍ତେ ନିମ୍ନଲିଖ ପଦକ୍ଷେପମାନ ନେଇଥିଲେ ।

  • ୧୯୫୨ ମସିହା ମେ ମାସ ୨୭ ତାରିଖରେ ‘ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀ’ର ପ୍ରତିଷ୍ଠା ନିମନ୍ତେ ପ୍ୟାରିସ୍ଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ଏହି ଚୁକ୍ତିରେ ସମଗ୍ର ଇଉରୋପ ପାଇଁ ଏକ ସାଧାରଣ ରାଜନୈତିକ ଅନୁଷ୍ଠାନ, ସଶସ୍ତ୍ରବାହିନୀ, ବଜେଟ୍ ଏବଂ
    ବାହିନୀ’ରୂପେ ଅଭିହିତ କରାଯାଇଥିଲା ।
  • ୧୯୫୪ ମସିହା ୨୮ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା ।
  • ୧୯୪୮ ‘ବ୍ରସେଲସ୍ ଚୁକ୍ତି’ ଆଧାରରେ ପଶ୍ଚିମ ଇଉରୋପୀୟ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇ ‘ପଶ୍ଚିମ ଇଉରୋପୀୟ ସଂଘ’ ପ୍ରତିଷ୍ଠା ହୋଇଥିଲା ।
  • ପଶ୍ଚିମ ଇଉରୋପୀୟ ସଂଘର ପରିଷଦକୁ ବିଭିନ୍ନ ମୁଖ୍ୟ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବାକୁ କ୍ଷମତା ଅର୍ପଣ କରାଯାଇଥିଲା । ଫଳରେ ଏହା ଏକ ଆନ୍ତର୍ଜାତିକ ଅନୁଷ୍ଠାନରେ ପରିଣତ ହୋଇଥିଲା ।

(ଘ) କିପରି ଶୀତଳ ଯୁଦ୍ଧର ଅବସାନ ଘଟିଲା ?
Answer:

  • ୧୯୮୫ ମସିହାରେ ମିଖାଇଲ୍ ଗୋର୍ବାଚୋଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେବାପରେ କେତେକ ସଂସ୍କାରମୂଳକ ନୀତି ପ୍ରଣୟନ କରିଥିଲେ ଯାହାକି ଦୁଇ ମହାଶକ୍ତି ମଧ୍ୟରେ ଲାଗି ରହିଥ‌ିବା ସଂଘର୍ଷର ଗତିକୁ ପରିବର୍ତ୍ତନ କରିଥିଲା ।
  • ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ଏବଂ ସହାବସ୍ଥାନ ଭାବ ଜାଗ୍ରତ ହେବା ଫଳରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ମଧ୍ୟ ହ୍ରାସ ପାଇଥିଲା ।
  • ପୂର୍ବ ୟୁରୋପୀୟ ଦେଶଗୁଡ଼ିକରୁ ସାମ୍ୟବାଦର ବିଲୋପ ମଧ୍ଯ ଘଟିଥିଲା ।
  • ୧୯୯୧ ମସିହା ଡିସେମ୍ବର ମାସରେ ସୋଭିଏତ୍ ସଂଘର ବିଲୟ ଘଟି ସ୍ବାଧୀନ ରାଷ୍ଟ୍ରମାନଙ୍କର ରାଷ୍ଟ୍ରମଣ୍ଡଳ ଗଠିତ ହେଲା ।
  • ଫଳସ୍ଵରୂପ ୧୯୯୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ଶୀତଳ ଯୁଦ୍ଧର ଅବସାନ ଘଟିଲା ବୋଲି ଘୋଷଣା କରିଥିଲେ ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ଓ କେବେ ?
Answer:

  • ବ୍ରସେଲସ୍ ଚୁକ୍ତି ଆଧାରରେ ‘ପଶ୍ଚିମ ଇଉରୋପୀୟ ସଂଘ’ ପ୍ରତିଷ୍ଠିତ ହୋଇଥିଲା ।
  • ଏହା ୧୯୫୪ ମସିହାରେ ହୋଇଥିଲା ।

(ଖ) ଆନ୍‌ସ୍ ରାଜିନାମା କ’ଣ ? ଏଥରେ କି ବ୍ୟବସ୍ଥା କରାଯାଇଥିଲା ?
Answer:

  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥାର ପରିଚାଳନା ନିମନ୍ତେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ‘ଆନ୍‌ଜସ୍ ରାଜିନାମା’ ସ୍ବାକ୍ଷରିତ ହୋଇଥିଲା ।
  • ଏହି ରାଜିନାମା ଅନୁସାରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ବାହ୍ୟଶତ୍ରୁ ଆକ୍ରମଣର ପ୍ରତିରୋଧ ନିମନ୍ତେ ଚୁକ୍ତିବଦ୍ଧ ଦେଶଗୁଡ଼ିକ ପରସ୍ପରକୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ବ୍ୟବସ୍ଥା କରାଯାଇଥିଲା ।

(ଗ) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି କିପରି ଘଟିଥିଲା ?
Answer:

  • ଦୀର୍ଘକାଳ ଯୁଦ୍ଧ ହେବାପରେ ସୋଭିଏତ୍ ସମର୍ଥିତ ଉତ୍ତର ଭିଏତ୍‌ନାମ ଏପ୍ରିଲ୍ ୧୯୭୫ରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥ ଦକ୍ଷିଣ ଭିଏତନାମ୍ ଉପରେ ବିଜୟ ହାସଲ କରିଥିଲା ।
  • ଏହାଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିଲା ଏବଂ ‘ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ’ର ପରିସମାପ୍ତି ଘଟିଥିଲା ।

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଘ) କେଉଁ ଦେଶଗୁଡ଼ିକ ମଧ୍ୟରେ ‘‘ବାଦ୍ ଚୁକ୍ତି’’ ସ୍ୱାକ୍ଷରିତ ହୋଇଥିଲା ?
Answer:

  • ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଏବଂ ପାକିସ୍ତାନ ମଧ୍ୟରେ ‘ବାଗ୍‌ଦାଦ୍ ଚୁକ୍ତି’’ ସ୍ବାକ୍ଷରିତ ହୋଇଥିଲା ।

(ଙ) କେନ୍ଦ୍ରୀୟ ଚୁକ୍ତି ସଂଗଠନ କେବେ ଓ କିପରି ଗଠିତ ହୋଇଥିଲା ?
Answer:

  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ବାଗ୍‌ଦାଦ୍ ଚୁକ୍ତିରୁ ଓହରି ଯାଇଥିଲା ।
  • ଏହାପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ହୋଇଥିଲା ଏବଂ ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ସଭ୍ୟରୂପେ ଯୋଗ ଦେଇଥିଲା ।

(ଚ) ୱାରସ୍ ଚୁକ୍ତି ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ସୋଭିଏତ୍ ରୁଷ୍ ନେତୃତ୍ୱରେ ତା’ର ଅନୁଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୧୯୫୫ ମସିହା ମେ ୧ ତାରିଖରେ ‘ୱାରସ୍ ଚୁକ୍ତି’ ସ୍ବାକ୍ଷର କରିଥିଲେ ।
  • ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲଗେରିଆ, ଆଲ୍‌ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ସାମରିକ ଚୁକ୍ତି ସମ୍ପାଦିତ ହୋଇଥିଲା । ଚୁକ୍ତି ସ୍ୱାକ୍ଷରକାରୀ ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କର ଆକ୍ରମଣକୁ ମିଳିତ ଭାବରେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ।

(ଛ) ଦେର୍ତା କ’ଣ?
Answer:

  • ୧୯୬୯ ମସିହାରୁ ୧୯୭୮ ମସିହା ମଧ୍ୟରେ ଦୁଇ ମହାଶକ୍ତିଙ୍କର ଆଶଙ୍କା ହୋଇଥିଲା ଯେ ସେମାନଙ୍କ ମଧ୍ୟରେ ଚାଲିଥିବା କ୍ରମାଗତ ଉତ୍ତେଜନା ଆଣବିକ ଯୁଦ୍ଧରେ ରୂପାନ୍ତରିତ ହୋଇ ଦିନେ ପୃଥ‌ିବୀକୁ ଧ୍ୱଂସାଭିମୁଖୀ କରିଦେବ ।
  • ଏହି ଆଶଙ୍କା ସେମାନଙ୍କୁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ପ୍ରେରଣା ଯୋଗାଇବା ସଙ୍ଗେ ସଙ୍ଗେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ କରିଥିଲା ଏବଂ ଶୀତଳ ଯୁଦ୍ଧ ଏକ ନୂତନ ରୂପ ନେଇ ଦେଉଁ ନାମରେ ପରିଚିତ ହୋଇଥିଲା ।

(ଜ) ଦୈର୍ତା ସମୟରେ ଦୁଇ ମହାଶକ୍ତି ମଧ୍ୟରେ ସମ୍ପର୍କରେ କି ପରିବର୍ତ୍ତନ ହୋଇଥିଲା ?
Answer:

  • ଦେର୍ତା ସମୟରେ ଦୁଇ ମହାଶକ୍ତିଙ୍କ ମଧ୍ୟରେ ଆଣବିକ ଅସ୍ତ୍ରର ପ୍ରସ୍ତୁତି, ପରୀକ୍ଷଣ ଓ ପ୍ରୟୋଗକୁ ନିୟନ୍ତ୍ରଣ କରିବା ଏବଂ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ହ୍ରାସ କରିବା ନିମନ୍ତେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ।
  • ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ, ଉଚ୍ଚସ୍ତରୀୟ ପରିଦର୍ଶନ, ବାଣିଜ୍ୟ ଚୁକ୍ତି ଓ ଔଦ୍ୟୋଗିକ କ୍ଷେତ୍ରରେ ସହଯୋଗିତା ଆରମ୍ଭ ହୋଇ ଦୁଇ ମହାଶକ୍ତି ମଧ୍ୟରେ ସୁସମ୍ପର୍କ ସ୍ଥାପିତ ହୋଇଥିଲା ।

(ଝ) ନୂତନ ଶୀତଳ ଯୁଦ୍ଧ କ’ଣ ?
Answer:

  • ୧୯୭୯ ମସିହାର ଇରାନ୍ ବିଦ୍ରୋହ, ଚୀନ୍-ଭିଏତନାମ୍ ଯୁଦ୍ଧ, ଏଲ୍‌ସାଲ୍‌ ଭେଡ଼ରରେ ଯୁକ୍ତରାଷ୍ଟ୍ର ଆମେରିକାର ସଂପୃକ୍ତି, ଆଫଗାନିସ୍ତାନରେ ରୁଷିଆର ସାମରିକ ହସ୍ତକ୍ଷେପ ଆଦି ଘଟଣା ଯୋଗୁଁ ଦୁଇ ମହାଶକ୍ତି ମଧ୍ୟରେ
  • ଫଳରେ ଦେର୍ତାର ଅବସାନ ଘଟିଥିଲା ଏବଂ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା । ଏଥିରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ଜଡ଼ିତ ହୋଇନଥିଲେ ।

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଞ) ନୂତନ ଶୀତଳ ଯୁଦ୍ଧ ଓ ପୁରାତନ ଶୀତଳ ଯୁଦ୍ଧ ମଧ୍ୟରେ କି ତାରତମ୍ୟ ଥିଲା ?
Answer:
ନୂତନ ଶୀତଳ ଯୁଦ୍ଧ ଏବଂ ପୁରାତନ ଶୀତଳ ଯୁଦ୍ଧ ମଧ୍ଯରେ ନିମ୍ନପ୍ରକାର ତାରତମ୍ୟ ଥିଲା ।

  • ନୂତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟଭାବେ ଜଡ଼ିତ ହୋଇନଥିଲେ; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ଉଭୟ ପକ୍ଷର ସହଯୋଗୀ ରାଷ୍ଟ୍ରମାନେ ସକ୍ରିୟଭାବେ ଜଡ଼ିତ ହୋଇଥିଲେ ।
  • ନୂତନ ଶୀତଳ ଯୁଦ୍ଧରେ ଦୁଇ ମହାଶକ୍ତି ମଧ୍ୟରେ ଉତ୍ତେଜନା ଓ ଦ୍ଵହ ପରିପ୍ରକାଶ ପାଇଲା; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ସେମାନଙ୍କ ମଧ୍ୟରେ ଦ୍ବନ୍ଦ ସେତେ ବ୍ୟାପକ ନଥିଲା ।
  • ନୂତନ ଶୀତଳ ଯୁଦ୍ଧରେ ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରତିଯୋଗିତା ଆରମ୍ଭ ହୋଇଥିଲା; ମାତ୍ର ପୁରାତନ ଶୀତଳ ଯୁଦ୍ଧରେ ଏହି ପ୍ରତିଯୋଗିତା ସେତେ ବ୍ୟାପକ ନ ଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ କେଉଁ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲା ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ ସାମ୍ୟବାଦୀ ଗୋଷ୍ଠୀ ଓ ପୁଞ୍ଜିବାଦୀ ଗୋଷ୍ଠୀ ନାମରେ ଦୁଇ ଭାଗରେ ବିଭକ୍ତ ହୋଇଥିଲା ।

(ଖ) ଶୀତଳ ଯୁଦ୍ଧ କିପରି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ସୋଭିଏତ୍ ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମହାକାଶ ଗବେଷଣା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ ଏବଂ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରତିଯୋଗିତାମୂଳକ ଉନ୍ନତି ଏକ ନୂତନ ପ୍ରଯୁକ୍ତି ବିଦ୍ୟାର ଯୁଗ ଆରମ୍ଭ କରିଥିଲା ।

(ଗ) ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ କେବେ ସ୍ୱାକ୍ଷରିତ ହୋଇଥିଲା ?
Answer:
ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ ଏପ୍ରିଲ୍ ୪, ୧୯୪୯ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।

ଘ) କେବେ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ?
Answer:
୧୯୫୪ ମସିହା ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଲଣ୍ଡନଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

(ଙ) କେଉଁସବୁ ରାଷ୍ଟ୍ରଙ୍କ ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଚ) ବାଗ୍‌ଦାଦ୍ ଚୁକ୍ତିର ପରିବର୍ତ୍ତିତ ନାମ କ’ଣ ?
Answer:
ବାଗ୍‌ଦାଦ୍ ଚୁକ୍ତିର ପରିବର୍ତ୍ତିତ ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ।

(ଛ) ରସ୍ ଚୁକ୍ତି କେବେ ଓ କେଉଁଠାରେ ସମ୍ପାଦିତ ହୋଇଥିଲା ?
Answer:
ଉ ୱାରସ୍ ଚୁକ୍ତି ୧୯୫୫ ମସିହା ମେ ମାସ ୧ ତାରିଖରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ସମ୍ପାଦିତ ହୋଇଥିଲା ।

(ଜ) କେଉଁ ମସିହାରେ ଦୈତାର ସହସା ଅବସାନ ଘଟିଲା ?
Answer:

ଉ ୧୯୭୯ ମସିହାରେ ଦୈତାର ସହସା ଅବସାନ ଘଟିଲା ।

(ଝ) ମିଖାଇଲ୍ ଗୋର୍ବାଚେଭ୍ କେବେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେଲେ ?
Answer:
ମିଖାଇଲ୍ ଗୋର୍ବାଚେଭ୍ ୧୯୮୫ ମସିହାରେ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ହେଲେ ।

(ଞ) ଶୀତଳ ଯୁଦ୍ଧର ଅବସାନ ହେଲା ବୋଲି କେଉଁ ଦୁଇଜଣ ଘୋଷଣା କଲେ ?
Answer:
ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରିସ୍ ୟେଲସିନ୍ ଶୀତଳ ଯୁଦ୍ଧର ଅବସାନ ହେଲା ବୋଲି ଘୋଷଣା କରିଥିଲେ ।

୪। ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।
(କ) ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନରେ ପଶ୍ଚିମ ଜର୍ମାନୀ କେବେ ଯୋଗ ଦେଇଥିଲା ?
(i) ଫେବୃୟାରୀ ୧୯୫୨
(ii) ମେ ୧୯୫୨
(iii) ଫେବୃୟାରୀ ୧୯୫୫
(iv) ମେ ୧୯୫୫
Answer:
(iv) ମେ ୧୯୫୫

(ଖ) କିଏ ଆସ୍‌ର ସଭ୍ୟ ନଥିଲା ?
(i) ଅଷ୍ଟ୍ରେଲିଆ
(ii) ନେଦରଲାଣ୍ଡ
(iii) ନିଉଜିଲାଣ୍ଡ
(iv) ଯୁକ୍ତରାଷ୍ଟ୍ର ଆମେରିକା
Answer:
(ii) ନେଦରଲାଣ୍ଡ

BSE Odisha 9th Class History Solutions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

(ଗ) କେବେ ବାଗ୍‌ଦାଦ୍ ଚୁକ୍ତି କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହେଲା ?
(i) ୧୯୪୯ ମସିହା
(ii) ୧୯୫୨ ମସିହା
(iii) ୧୯୫୫ ମସିହା
(iv) ୧୯୫୮ ମସିହା
Answer:
(iv) ୧୯୫୮ ମସିହା

(ଘ) କେବେ ଦେତାର ଅବସାନ ଘଟିଲା ?
(i) ୧୯୭୮ ମସିହା
(ii) ୧୯୭୯ ମସିହା
(ii) ୧୯୮୫ ମସିହା
(iv) ୧୯୯୦ ମସିହା
Answer:
(ii) ୧୯୭୯ ମସିହା

(ଙ) କାହାର ସଂସ୍କାରମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ?
(i) ୱାଲଟର ଲିପ୍‌ମାନ୍
(ii) ମିଖାଇଲ୍ ଗୋର୍ବାଚେଭ୍
(iii) ଜର୍ଜ ବୁଶ୍
(iv) ବୋରିସ୍ ୟେଲସିନ୍
Answer:
(ii) ମିଖାଇଲ୍ ଗୋର୍ବାଚେଭ୍

BSE Odisha 9th Class History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

Odisha State Board BSE Odisha 9th Class History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ Textbook Exercise Questions and Answers.

BSE Odisha Class 9 History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଶୀତଳ ଯୁଦ୍ଧର କାରଣଗୁଡ଼ିକ ଲେଖ ।
Answer:
ନିମ୍ନଲିଖୂତ କାରଣଗୁଡ଼ିକ ଯୋଗୁଁ ଶୀତଳ ଯୁଦ୍ଧ ସଂଘଟିତ ହୋଇଥିଲା ।

  • ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷର ସାମରିକ ଶକ୍ତି ବିପୁଳ ଭାବେ ବୃଦ୍ଧିପ୍ରାପ୍ତ ହୋଇ ବିଶ୍ୱଯୁଦ୍ଧ ପରେ ଉଭୟ ଦୁଇ ମହାଶକ୍ତି ରୂପେ ପରିଚିତ ହେଲେ ।
  • ଦୁଇ ବୃହତ୍ ଶକ୍ତି ଦୁଇଗୋଟି ବିପରୀତ ଆଦର୍ଶରେ ବିଶ୍ୱାସ କରୁଥିଲେ । ସୋଭିଏତ୍ ରୁଷ୍ ସାମ୍ୟବାଦୀ ଆଦର୍ଶରେ ଓ ଯୁକ୍ତରାଷ୍ଟ୍ର ଆମେରିକା ଗଣତନ୍ତ୍ରରେ ବିଶ୍ୱାସ କରୁଥିଲା । ଏହି ଅଦର୍ଶଗତ ପାର୍ଥକ୍ୟ ଶୀତଳ ଯୁଦ୍ଧର ଅନ୍ୟତମ କାରଣ ଥିଲା ।
  • ଯୁଦ୍ଧ ଯୋଗୁଁ କ୍ଷତିଗ୍ରସ୍ତ ଇଂଲାଣ୍ଡ ଓ ଫ୍ରାନ୍ସ ଆମେରିକାଠାରୁ ସାମରିକ ସାହାଯ୍ୟ ଆଶା କରୁଥିବାବେଳେ ପୂର୍ବ ଇଉରୋପରେ ସାମ୍ୟବାଦୀ ସରକାର ଗଠିତ ହୋଇଥିବା ରାଷ୍ଟ୍ରସମୂହ ରୁଷରୁ ଆର୍ଥିକ ସାହାଯ୍ୟ ଆଶା କରୁଥିଲେ ।
  • ବିଶ୍ଵ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର ନିମନ୍ତେ ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ପ୍ରତିଯୋଗିତା ଚାଲିଲା । ଉଭୟ ପକ୍ଷ ମଧ୍ୟରେ ସନ୍ଦେହ, ଈର୍ଷା ଓ ଶତ୍ରୁତା କ୍ରମାଗତ ବୃଦ୍ଧି ପାଇଲା । ମାତ୍ର ଦୁଇ ମହାଶକ୍ତି ପରସ୍ପର ମଧ୍ୟରେ ସଂଘର୍ଷ କରିବାକୁ ଚାହିଁଲେ ନାହିଁ । ସେମାନଙ୍କ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହେଲା ।
  • ଏତଦ୍‌ବ୍ୟତୀତ ପରସ୍ପର ବିରୋଧରେ କୁତ୍ସାରଟନା ଓ ପ୍ରଚାର ଫଳରେ ବିଶ୍ଵ ରାଜନୀତି ଅଶାନ୍ତ ଓ ସରଗରମ ହୋଇଗଲା, ଯାହା ଶୀତଳ ଯୁଦ୍ଧକୁ ତୀବ୍ରତର କରିଥିଲା ।

(ଖ) ଶୀତଳ ଯୁଦ୍ଧ କିପରି ପ୍ରସାରଲାଭ କରିଥିଲା ?
Answer:

  • ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ୍ ରୁଷ୍ ପୂର୍ବ ଇଉରୋପୀୟ ରାଷ୍ଟ୍ରସମୂହ, ଚୀନ୍ ଓ ପୂର୍ବ ଜର୍ମାନୀ ଉପରେ ପ୍ରଭୁତ୍ଵ ବିସ୍ତାର କଲା । ଏହାପରେ ସୋଭିଏତ୍ ରୁଷ୍ ପଶ୍ଚିମ ଇଉରୋପ ଉପରେ ନଜର ପକାଇଲା ।
  • ସୋଭିଏତ୍ ରୁସ୍‌ର ପ୍ରଭାବ ବିସ୍ତାରକୁ ପ୍ରତିହତ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବିଭିନ୍ନ ପଦକ୍ଷେପ ନେଇଥିଲା । ଇଟାଲୀ, ଫ୍ରାନ୍ସ, ଗ୍ରୀସ୍, ତୁର୍କୀ ଆଦି ଦେଶରେ ଯୁଦ୍ଧ ପରବର୍ତ୍ତୀ ବିପର୍ଯ୍ୟୟର ସୁଯୋଗ ନେଇ ସାମ୍ୟବାଦୀମାନେ ପ୍ରଭାବ ବିସ୍ତାର ନିମନ୍ତେ ଯୋଜନା କଲେ ।
  • ଗ୍ରୀସ୍‌ର ଉତ୍ତରରେ ଥ‌ିବା ସାମ୍ୟବାଦୀ ପଡ଼ୋଶୀ ରାଷ୍ଟ୍ର ଯୁଗୋସ୍ଲୋଭିଆ, ବୁଲଗେରିଆ ଓ ଆଲ୍‌ବାନିଆ ଗ୍ରୀକ୍ ଗରିଲାଙ୍କୁ ଯୁଦ୍ଧ ଉପକରଣ ଯୋଗାଇ ଦେଇ ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ । ଏହା ବିରୋଧରେ ଗରିଲାଙ୍କୁ ଯୁଦ୍ଧ ଉପକରଣ ଯୋଗାଇ ଦେଇ ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ । ଏହା ବିରୋଧରେ ଗ୍ରୀସ୍ ସଂଯୁକ୍ତ ରାଷ୍ଟ୍ରସଂଘ ନିରାପତ୍ତା ପରିଷଦରେ ଅଭିଯୋଗ କରିଥିଲା ଓ ସଂଯୁକ୍ତ ରାଷ୍ଟ୍ରସଂଘ ଏକ ଅନୁଧ୍ୟାନକାରୀ ଦଳ ପଠାଇଥିଲା । ସେହିପରି ରୁଷ୍ ମଧ୍ୟ ତୁର୍କୀରେ ପ୍ରଭାବ ବିସ୍ତାର କରିବାକୁ ଚାହିଁଥିଲା ।
  • ଏହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକା ଟୁମାନ ନୀତି ଅନୁଯାୟୀ ଗ୍ରୀସ୍ ଓ ତୁର୍କୀକୁ ଆର୍ଥିକ ତଥା ସାମାଜିକ ସାହାଯ୍ୟ ଉଦ୍ଦେଶ୍ୟରେ ୪୦୦ ନିୟୁତ ଡଲାର ଦେଇଥିଲା । ଫଳରେ ୧୯୫୦ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀର ଅବସ୍ଥା ସମ୍ପୂର୍ଣ୍ଣ ବଦଳିଗଲା ଓ ସେଠାରେ ପୁନର୍ବାର ସ୍ଵାଭାବିକ ଅବସ୍ଥା ଫେରିଆସିଲା । ପୁନଶ୍ଚ ୧୯୪୭ ମସିହା ଜୁନ୍ ୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ସାମ୍ୟବାଦର ପ୍ରଭାବକୁ ପ୍ରତିହତ କରିବାପାଇଁ ମାର୍ଶାଲ ଯୋଜନା ପ୍ରବର୍ତ୍ତନ କଲା । ଏହି ଯୋଜନା ବିପୁଳ ସଫଳତା ଲାଭ କଲା ।
  • ଏହି ଯୋଜନାକୁ ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ବିଶ୍ଵାସଘାତକତା ବୋଲି ସୋଭିଏତ୍ ରୁଷ୍ ଅଭିହିତ କଲା । ଏହାଦ୍ଵାରା ଦୁଇ ବୃହତ୍ ଶକ୍ତି ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା ଓ ଶୀତଳ ଯୁଦ୍ଧ ତୀବ୍ରରୂପ ଧାରଣ କଲା ।

BSE Odisha 9th Class History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

(ଗ) ଟୁମାନ୍ ନୀତି କ’ଣ ? ଏହି ନୀତିଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା କିପରି ଗ୍ରୀସ୍ ଓ ତୁର୍କୀର ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିଥିଲା ?
Answer:

  • ୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟୁମାନ୍ ଆମେରିକୀୟ କଂଗ୍ରେସର ମିଳିତ ଅଧୁବେଶନରେ ଏକ ଅଭିଭାଷଣ ଉପସ୍ଥାପନ କରିଥିଲେ ଯାହା ଟୁମାନ୍ ନୀତି ନାମରେ ପରିଚିତ ହୋଇଥିଲା ।
  • ଏହି ନୀତି ଅନୁଯାୟୀ ଗ୍ରୀସ୍ ଓ ତୁର୍କୀକୁ ଆର୍ଥିକ ତଥା ସାମରିକ ସାହାଯ୍ୟ ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ୪୦୦ ନିୟୁତ ଡଲାର ମଞ୍ଜୁର କରିଥିଲା ।
  • ଏହି ସହାୟତାଦ୍ୱାରା ଗ୍ରୀସ୍ ଓ ତୁର୍କୀର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଥିଲା ।
  • ଗ୍ରୀସ୍‌ ଗରିଲାମାନେ ପ୍ରତିହତ ହୋଇଥିଲେ ଓ ଦେଶରେ ଶାନ୍ତି ପ୍ରତିଷ୍ଠିତ ହୋଇ ସ୍ଵାଭାବିକ ଅବସ୍ଥା ଫେରି ଆସିଥିଲା ।
  • ତୁର୍କୀରେ ଶାନ୍ତି ପ୍ରତିଷ୍ଠା ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ୨୭ ବର୍ଷ ଧରି ଶାସନ କରୁଥିବା ଦଳ କ୍ଷମତାଚ୍ୟୁତ ହୋଇଥିଲା । ଫଳରେ ଗ୍ରୀସ୍ ଓ ତୁର୍କୀରେ ସାମ୍ୟବାଦର ପ୍ରସାର ପ୍ରତିହତ ହେଲା ।

(ଘ) ଯୁକ୍ତରାଷ୍ଟ୍ର ଆମେରିକା କେବେ ଓ କାହିଁକି ମାର୍ଶାଲ୍ ଯୋଜନାର ପ୍ରବର୍ତ୍ତନ କରିଥିଲା ? ଏହାଦ୍ଵାରା ତାକୁ କି ସଫଳତା ମିଳିଥିଲା ?
Answer:

  • ଦ୍ବିତୀୟ ବିଶ୍ୱଯୁଦ୍ଧ ବିଧ୍ବସ୍ତ ଇଉରୋପୀୟ ରାଷ୍ଟ୍ରଗୁଡ଼ିକର ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆଣିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଉଦ୍ୟମ କରିଥିଲା ।
  • ସେହି ଦେଶଗୁଡ଼ିକରେ ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।
  • ଟୁମାନ୍ ନୀତିର ଏହା ଏକ ସମ୍ପ୍ରସାରଣ ଥିଲା ଏବଂ ସମଗ୍ର ଇଉରୋପର ଉନ୍ନତି ନିମନ୍ତେ କାର୍ଯ୍ୟକାରୀ
  • ଏହା ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକା ଇଉରୋପୀୟ ଦେଶଗୁଡ଼ିକୁ ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ କରି ସେଗୁଡ଼ିକୁ ଅର୍ଥନୈତିକ ବିପର୍ଯ୍ୟୟ ତଥା ସାମ୍ୟବାଦର ପ୍ରଭାବରୁ ରକ୍ଷା କରିଥିଲା ।
  • ମାର୍ଶାଲ ଯୋଜନାକୁ ଇଉରୋପୀୟ ରାଷ୍ଟ୍ରଗୁଡ଼ିକର ଆଭ୍ୟନ୍ତରୀଣ ବ୍ୟାପାରରେ ଯୁକ୍ତରାଷ୍ଟ୍ର ଆମେରିକାର ହସ୍ତକ୍ଷେପ ବୋଲି ଅଭିହିତ କରି ସୋଭିଏତ୍ ରୁଷ୍ ତାହାର ତୀବ୍ର ନିନ୍ଦା କରିଥିଲା ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।
(କ) କେଉଁ ଉଦ୍ଦେଶ୍ୟରେ ଶୀତଳ ଯୁଦ୍ଧ ଶବ୍ଦ ବ୍ୟବହାର କରାଯାଇଥିଲା ?
Answer:

  • ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ୍ ରୁଷ୍ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ବର୍ଣ୍ଣନା କରିବା ଉଦ୍ଦେଶ୍ୟରେ ଶୀତଳ ଯୁଦ୍ଧ ଶବ୍ଦଟି ବ୍ୟବହୃତ ହୋଇଥିଲା ।

(ଖ) ଶୀତଳ ଯୁଦ୍ଧ କାହାକୁ କୁହାଯାଏ ?
Answer:

  • ଶୀତଳ ଯୁଦ୍ଧ କହିଲେ ପରସ୍ପର ମଧ୍ୟରେ ଆଦର୍ଶଗତ ବିଭେଦ, ଅପପ୍ରଚାର ଏବଂ କୂଟନୀତି ସ୍ତରୀୟ ପ୍ରତିଦ୍ବନ୍ଦିତାକୁ ବୁଝାଏ ।
  • ଏଥ‌ିରେ ପ୍ରତ୍ୟକ୍ଷ ସଂଘର୍ଷ ବା ସ୍ଥାୟୀ ଶାନ୍ତି ନଥାଏ । ଏ ଯୁଦ୍ଧରେ ପ୍ରତ୍ୟେକ ପକ୍ଷ ନିଜର ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରିବା ସହିତ ଅନ୍ୟପକ୍ଷକୁ ଦୁର୍ବଳ କରିଦେବାକୁ ସମସ୍ତ ପ୍ରକାର ପଦକ୍ଷେପ ନେଇଥା’ନ୍ତି।

(ଗ) ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କେଉଁସବୁ ଦେଶରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ?
Answer:

  • ଦ୍ବିତୀୟ ବିଶ୍ଵ ଯୁଦ୍ଧ ପରେ ପୂର୍ବ ଇଉରୋପୀୟ ଦେଶ; ଯଥା – ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲଗେରିଆ, ଆଲ୍‌ବାନିଆ, ଚେକୋସ୍ଲୋଭାକିଆ, ଯୁଗୋସ୍ଲୋଭିଆ ଏସୀୟ ରାଷ୍ଟ୍ର ଚୀରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ।

(ଘ) ୧୯୪୯ ମସିହାରେ କେଉଁ ଦେଶରେ ଓ କାହା ନେତୃତ୍ବରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
Answer:

  • ୧୯୪୯ ମସିହାରେ ଚୀନ୍ ଦେଶରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
  • ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ଏହି ସରକାର ଗଠିତ ହୋଇଥିଲା ।

BSE Odisha 9th Class History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

(ଙ) ସୋଭିଏତ୍ ରୁଷର କେଉଁ ପ୍ରକାର ପ୍ରଭାବ ବିସ୍ତାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ପାଶ୍ଚାତ୍ୟ ପୁଞ୍ଜିବାଦୀ ରାଷ୍ଟ୍ରମାନେ ଆଶଙ୍କା ପ୍ରକାଶ କରିଥିଲେ ?
Answer:

  • ପୂର୍ବ ଇଉରୋପକୁ ସାମ୍ୟବାଦର ଲୌହ ପରଦାରେ ଅଚ୍ଛାଦିତ କରିସାରିବା ପରେ ସୋଭିଏତ୍ ରୁଷ୍ ପଶ୍ଚିମ ଇଉରୋପ ଆଡ଼େ ଦୃଷ୍ଟିନିକ୍ଷେପ କରିବାକୁ ଆରମ୍ଭ କରିଥିଲା ।
  • ସୋଭିଏତ୍ ରୁଷର ଏ ପ୍ରକାରର ପ୍ରଭାବ ବିସ୍ତାରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ପାଶ୍ଚାତ୍ୟ ପୁଞ୍ଜିବାଦୀ ରାଷ୍ଟ୍ରମାନେ ଆଶଙ୍କା ପ୍ରକାଶ କରିଥିଲେ ।

(ଚ) ୧୯୪୬ ମସିହା ଡିସେମ୍ବର ମାସରେ ଗ୍ରୀସ୍ ତାହାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ କେଉଁଠାରେ ଓ କାହିଁକି ଅଭିଯୋଗ ଉପସ୍ଥାପନ କରିଥିଲା ?
Answer:

  • ଗ୍ରୀସ୍‌ର ଉତ୍ତରରେ ଥିବା ସାମ୍ୟବାଦୀ ପଡ଼ୋଶୀ ରାଷ୍ଟ୍ର ଯଥା ଯୁଗୋସ୍ଲୋଭିଆ, ବୁଲଗେରିଆ ଏବଂ ଆଲ୍‌ବାନିଆ ସାମ୍ୟବାଦକୁ ସମର୍ଥନ କରୁଥିବା ଗ୍ରୀକ୍ ଗରିଲାମାନଙ୍କୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇଦେଇ ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ ।
  • ଏଣୁ ୧୯୪୬ ମସିହା ଡିସେମ୍ବର ମାସରେ ଗ୍ରୀସ୍ ତାହାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ଅଭିଯୋଗ ଉପସ୍ଥାପନ କରିଥିଲା ।

(ଛ) ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ତୁର୍କୀର ଅବସ୍ଥା ଉଦ୍‌ବେଗଜନକ ହୋଇପଡ଼ିଥିଲା କାହିଁକି ?
Answer:

  • ୧୯୪୫ ମସିହାରେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ପୁରାତନ ବନ୍ଧୁତ୍ଵର ନବୀକରଣ ନିମନ୍ତେ ମନା କରିଦେବା
  • ତୁର୍କୀ ସରକାରଙ୍କୁ ଫାସୀବାଦୀ ଏବଂ ପ୍ରତିକ୍ରିୟାଶୀଳ ବୋଲି ରୁଷ୍ ତରଫରୁ ଦୋଷାରୋପ କରିବା ଏବଂ ତୁର୍କୀର ଜନସାଧାରଣଙ୍କୁ ସରକାରଙ୍କ ବିରୋଧରେ ବିଦ୍ରୋହ କରିବାକୁ ଉତ୍ସାହିତ କରିବା ଯୋଗୁଁ ତୁର୍କୀର ଅବସ୍ଥା ଉଦ୍‌ବେଗଜନକ ହୋଇପଡ଼ିଥିଲା

(ଛ) ଟୁମାନ୍ ନୀତି କେବେ ଓ କେଉଁଠାରେ ଉପସ୍ଥାପିତ ହୋଇଥିଲା ?
Answer:

  • ୧୯୪୫ ମସିହାରେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ପୁରାତନ ବନ୍ଧୁତ୍ଵର ନବୀକରଣ ନିମନ୍ତେ ମନା କରିଦେବା ସହିତ ପୂର୍ବ ତୁର୍କୀର ଦୁଇଟି ପ୍ରଦେଶ ଉପରେ କର୍ତ୍ତୃତ୍ୱ ଜାହିର୍ କରିବାକୁ ଉଦ୍ୟମ କରିଥିଲା ।
  • ତୁର୍କୀ ସରକାରଙ୍କୁ ଫାସୀବାଦୀ ଏବଂ ପ୍ରତିକ୍ରିୟାଶୀଳ ବୋଲି ରୁଷ୍ ତରଫରୁ ଦୋଷାରୋପ କରିବା ଏବଂ ତୁର୍କୀର ଜନସାଧାରଣଙ୍କୁ ସରକାରଙ୍କ ବିରୋଧରେ ବିଦ୍ରୋହ କରିବାକୁ ଉତ୍ସାହିତ କରିବା ଯୋଗୁଁ ତୁର୍କୀର ଅବସ୍ଥା ଉଦ୍‌ବେଗଜନକ ହୋଇପଡ଼ିଥିଲା ।

(ଜ) ଟୁମାନ୍ ନୀତି କେବେ ଓ କେଉଁଠାରେ ଉପସ୍ଥାପିତ ହୋଇଥିଲା ?
Answer:

  • ଟୁମାନ୍ ନୀତି ଅନୁଯାୟୀ ୧୯୪୮ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀକୁ ଆର୍ଥିକ ତଥା ସାମରିକ ସାହାଯ୍ୟ ଉଦ୍ଦେଶ୍ୟରେ ୪୦୦ ନିୟୁତ ଡଲାର ଯୋଗାଇ ଦିଆଗଲା ।
  • ଫଳରେ ଗ୍ରୀକ୍ ଗରିଲାମାନେ ପ୍ରତିହତ ହେବା ସହିତ ଦେଶରେ ଶାନ୍ତି ପ୍ରତିଷ୍ଠିତ ହୋଇଥିଲା ଏବଂ ତୁର୍କୀରେ ଶାନ୍ତି ପ୍ରତିଷ୍ଠା ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପରାଜିତ ହୋଇ ୨୭ ବର୍ଷ ଧରି ଶାସନ କରୁଥିବା ଏକମାତ୍ର ଦଳ କ୍ଷମତାଚ୍ୟୁତ ହୋଇଥିଲା ।

(ଞ) ସୋଭିଏତ୍ ରୁଷ୍ ମାର୍ଶାଲ୍ ଯୋଜନା ସମ୍ପର୍କରେ କି ପ୍ରତିକ୍ରିୟା ପ୍ରକାଶ କରିଥିଲା ?
Answer:

  • ମାର୍ଶାଲ୍ ଯୋଜନାକୁ ଇଉରୋପୀୟ ରାଷ୍ଟ୍ରଗୁଡ଼ିକର ଆଭ୍ୟନ୍ତରୀଣ ବ୍ୟାପାରରେ ଯୁକ୍ତରାଷ୍ଟ୍ର ଆମେରିକାର ହସ୍ତକ୍ଷେପ ବୋଲି ଅଭିହିତ କରି ସୋଭିଏତ୍ ରୁଷ୍ ତାହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ।
  • ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାର ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ବିଶ୍ୱାସଘାତକତା ଏବଂ ସାମ୍ରାଜ୍ୟବାଦର ଏକ ନମୁନାରୂପେ ରୁଷ୍ ଚିତ୍ରିତ କରିଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) ଶୀତଳ ଯୁଦ୍ଧ ଶବ୍ଦକୁ ପ୍ରଥମେ କିଏ ଓ କେବେ ବ୍ୟବହାର କରିଥିଲେ ?
Answer:
‘ଶୀତଳ ଯୁଦ୍ଧ’ ଶବ୍ଦକୁ ପ୍ରଥମେ ଆମେରିକୀୟ ରାଜନୀତିଜ୍ଞ ବର୍ଣ୍ଣାଡ଼ ବାରୁକ୍ ୧୬ ଏପ୍ରିଲ ୧୯୪୭ରେ ବ୍ୟବହାର କରିଥିଲେ ।

(ଖ) ଶୀତଳ ଯୁଦ୍ଧ ଶବ୍ଦକୁ କିଏ କିପରି ଲୋକପ୍ରିୟ କରାଇଥିଲେ ?
Answer:
ଶୀତଳ ଯୁଦ୍ଧ ଶବ୍ଦକୁ ଆମେରିକାର ବୁଦ୍ଧିଜୀବୀ ଓ ସାମ୍ବାଦିକ ୱାଲଟର ଲିପମାନ୍-ତାଙ୍କ ପୁସ୍ତକରେ ବ୍ୟବହାର କରି ଲୋକପ୍ରିୟ କରାଇଥିଲେ ।

BSE Odisha 9th Class History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

(ଗ) ଅଧୁକାଂଶ ଐତିହାସିକ ଶୀତଳ ଯୁଦ୍ଧ କେବେ ଆରମ୍ଭ ହୋଇଥିଲା ବୋଲି ସହମତ ହୁଅନ୍ତି ?
Answer:
” ଅଧ୍ଯକାଂଶ ଐତିହାସିକ ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା ବୋଲି ସହମତ ହୁଅନ୍ତି । ଶୀତଳ ଯୁଦ୍ଧର ନେତୃତ୍ୱ ନେଇଥ‌ିବା ଦେଶ ଦୁଇଟିର ନାମ ଲେଖ ।

(ଘ) ଶୀତଳ ଯୁଦ୍ଧର ନେତୃତ୍ଵ ନେଇଥବା ଦୁଇଟି ଦେଶର ନାମ ହେଲା ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ।
(ଙ) ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପୂର୍ବ ଜର୍ମାନୀରେ କି ପ୍ରକାର ଶାସନ ପ୍ରତିଷ୍ଠିତ ହେଲା ?
Answer:
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପୂର୍ବ ଜର୍ମାନୀରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ହୋଇଥିଲା ।

(ଚ) ଗ୍ରୀସ୍‌ର କେଉଁସବୁ ପଡ଼ୋଶୀ ରାଷ୍ଟ୍ର ସେଠାରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ ?
Answer:
ଗ୍ରୀସ୍‌ର ଉତ୍ତରରେ ଥିବା ସାମ୍ୟବାଦୀ ପଡ଼ୋଶୀ ରାଷ୍ଟ୍ର ଯଥା – ଯୁଗୋସ୍ଲୋଭିଆ, ବୁଲ୍‌ଗେରିଆ ଓ ଆଲ୍‌ବାନିଆ ପ୍ରଭୃତି ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଇଥିଲେ ।

(ଛ) କେବେ ଯୁକ୍ତରାଷ୍ଟ୍ର ଆମେରିକା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳକୁ ଗ୍ରୀସ୍ ପଠାଇଥିଲା ?
Answer:
୧୯୪୭ ମସିହା ଜାନୁୟାରୀ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳକୁ ଗ୍ରୀସ୍ ପଠାଇଥିଲା ।

(ଜ) ଟୁମାନ୍ ନୀତିଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଗ୍ରୀସ୍ ଓ ତୁର୍କୀ ପାଇଁ ମଞ୍ଜୁର କରିଥିବା ଆର୍ଥିକ ସହାୟତାର ପରିମାଣ କେତେ ଥିଲା ?
Answer:
ଟୁମାନ୍ ନୀତିଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଗ୍ରୀସ୍ ଓ ତୁର୍କୀ ପାଇଁ ମଞ୍ଜୁର କରିଥିବା ଆର୍ଥିକ ସହାୟତାର ପରିମାଣ ୪୦୦ ନିୟୁତ ଡଲାର ଥିଲା ।

(ଝ) କେଉଁ ଦେଶ ଓ କେବେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।

(ଞ) ଶୀତଳ ଯୁଦ୍ଧ ତୀବ୍ରରୂପ ଧାରଣ କରିବାରୁ କେଉଁସବୁ ଦେଶରେ ସଂଘର୍ଷ ଉପୁଜିଲା ?
Answer:
ଶୀତଳ ଯୁଦ୍ଧ ତୀବ୍ରରୂପ ଧାରଣ କରିବାରୁ ଜର୍ମାନୀ, କ୍ୟୁବା ଓ କୋରିଆ ଆଦି ଦେଶର ସଂଘର୍ଷ ଉପୁଜିଲା ।

୪। ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ତା’ର କ୍ରମିକ ନମ୍ବର ସହିତ ବାଛି ଲେଖ ।
(କ) କେଉଁ ଦେଶରେ ୧୯୧୭ ମସିହାରେ କୃଷକ ଓ ଶ୍ରମିକ ଆନ୍ଦୋଳନ ସଂଘଟିତ ହୋଇଥିଲା ?
(i) ଫୁାନୄ
(ii) ଇଟାଲୀ
(iii) ରୁଷ୍
(iv) ଜର୍ମାନୀ
Answer:
(କ) (iii) ରୁଷ୍,

BSE Odisha 9th Class History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

(ଖ) କେଉଁ ମସିହାରେ ଚୀନ୍ ଦେଶରେ ମାଓ ସେ ତୁଙ୍ଗଙ୍କ ନେତୃତ୍ବରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
(i) ୧୯୪୭
(ii) ୧୯୪୮
(iii) ୧୯୪୯
(iv) ୧୯୫୦
Answer:
(କ) (iii) ୧୯୪୯

(ଗ) କେଉଁଟି ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଇବାରେ ଦାୟୀ ଦେଶ ଥିଲା ?
(i) ତୁର୍କୀ
(ii) ଜର୍ମାନୀ
(ii) ଫ୍ରାନ୍ସ
(iv) ବୁଲଗେରିଆ
Answer:
(iv) ବୁଲଗେରିଆ

(ଘ) ଗ୍ରୀସ୍ କେବେ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ତାହାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ ଅଭିଯୋଗ କରିଥିଲା ?
(i) ୧୯୪୬ ଡିସେମ୍ବର
(ii) ୧୯୪୭ ଜାନୁୟାରୀ
(iii) ୧୯୪୭ ମାର୍ଚ୍ଚ
(iv) ୧୯୪୭ ଜୁନ୍
Answer:
(i) ୧୯୪୬ ଡିସେମ୍ବର

(ଙ) କେଉଁ ଦେଶ ମାର୍ଶାଲ୍ ଯୋଜନାର ତୀବ୍ର ନିନ୍ଦା କରିଥିଲା ?
(i) ବୀନ୍
(ii) ସୋଭିଏତ୍ ରୁଷ୍
(iii) ବୁଲ୍‌ଗେରିଆ
(iv) ଯୁଗୋସ୍ଲୋଭିଆ
Answer:
(ii) ସୋଭିଏତ୍ ରୁଷ୍

BSE Odisha 9th Class History Solutions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ