BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

Odisha State Board BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି Textbook Exercise Questions and Answers.

BSE Odisha Class 7 Odia Solutions Chapter 5 ଛୋଟ ମୋର ଗାଆଁଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

୧। ଉତ୍ତର କୁହ ।
(କ) କବିତାଟିରେ କାହା କଥା ବର୍ଣ୍ଣନା କରାଯାଇଅଛି ?
‘ଛୋଟ ମୋର ଗାଆଁଟି’ କବିତାରେ କବି ସଚ୍ଚିଦାନନ୍ଦ ରାଉତରାୟ ନିଜ ଜନ୍ମଭୂମି ପଲ୍ଲୀଗ୍ରାମର ଜୀବନ୍ତ ଛବି ବର୍ଣ୍ଣନା କରିଛନ୍ତି । ଗ୍ରାମଭୂମିର ମଧୁମୟ ପରିବେଶ, କମନୀୟ ପ୍ରକୃତି ଏବଂ ନିଜ ଗ୍ରାମ ସହ ଅନ୍ତରଙ୍ଗ ଅନୁଭୂତିକୁ କବି ତାଙ୍କ କବିତାରେ ବର୍ଣ୍ଣନା କରିଛନ୍ତି ।

(ଖ ) ଜୀବନର ଯେଉଁ ଦୁଇଟି ବିଶେଷ କାର୍ଯ୍ୟ ସହ ଗାଆଁ ମାଟି ଜଡ଼ିତ, ତାହା କୁହ ।
Answer:
ଜନ୍ମ ଓ ମୃତ୍ୟୁ ଦ୍ବୟ ଜୀବନର ସାଧାରଣ ସତ୍ୟ। ପଲ୍ଲୀପ୍ରେମୀ କବି ସେହି ଦୁଇଟି ତଥ୍ୟକୁ ଗାଁ ମାଟି ସହ ଜଡ଼ିତ କରାଇଛନ୍ତି । ଏକଦା ସେ ତାଙ୍କ ପଲ୍ଲୀଗ୍ରାମ ଚାଳଘରେ ମାଟିକାନ୍ଥଘେରା ଏନ୍ତୁଡ଼ିଶାଳରେ ଜନ୍ମ ହୋଇଥିଲେ । ସେଇ ଘରେ ଜୀବନର ଶେଷନିଃଶ୍ବାସ ତ୍ୟାଗ କରିବାକୁ କବି ଇଚ୍ଛାପ୍ରକାଶ କରିଛନ୍ତି। ଏହି ଦୁଇଟି ବିଶେଷ କାର୍ଯ୍ୟ ସହ ଗାଁ ମାଟି ଜଡ଼ିତ ବୋଲି କବି କହିଛନ୍ତି ।

(ଗ) କାହାର ଜଳ ରକ୍ତ ହୋଇ ତାଙ୍କ ଶରୀରରେ ପ୍ରବାହିତ ହେଉଛି ବୋଲି କବି କହିଛନ୍ତି ?
Answer:
କବିଙ୍କର ଜନ୍ମଭୂମି ପଲ୍ଲୀଗ୍ରାମର ବଣ-ବିଲ, ନଦୀ-ପର୍ବତ ତଥା ନିର୍ଝର-ଗୋଚର ସବୁକିଛି ତାଙ୍କ ବାଲ୍ୟ ଜୀବନକୁ କରିଥିଲା ପରିପୁଷ୍ଟ। ଗ୍ରାମ ଉପକଣ୍ଠରେ ଥ‌ିବା ନଦୀ ଓ ଝରଣ! ସହ କବି ଏପରି ଭାବେ ଅନ୍ତରଙ୍ଗ ଥିଲେ ଯେ ସେ ଅନୁଭବ କରିଛନ୍ତି ସତେଯେପରି ସେହି ନଦୀ ଓ ଝରଣାର ଜଳ ରକ୍ତ ହୋଇ ତାଙ୍କ ଶରୀରର ଶିରା ପ୍ରଶିରାରେ ବହି ଚାଲିଛି ।

(ଘ) କବି ନିଜ ଗାଁରୁ କ’ଣ କ’ଣ ପାଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ନିଜ ଗାଁ ମାଟିର ସବୁକିଛି କବିଙ୍କର ଅତି ଆପଣାର । ଯେଉଁ ଭୂମିକୁ ପ୍ରଥମେ ସ୍ପର୍ଶ କରି ସେ ଦୁନିଆଁର ଆଲୋକ ଦେଖିଥିଲେ, ଯାହାର ପାଣି, ପବନ ତାଙ୍କ ଜୀବନ ଗଠନରେ ସହାୟକ ହୋଇଥିଲା ତାକୁ ସେ କିପରି ବା ଭୁଲିପାରିବେ ? କବି ମୁକ୍ତକଣ୍ଠରେ ସ୍ବୀକାର କରିଛନ୍ତି ଯେ ଗାଁ ଭୂଇଁର ଫୁଲ, ଫଳ, ଗଛ, ଲତା, ବଣ, ପାହାଡ଼ ଏପରିକି ପଲ୍ଲୀ ପ୍ରକୃତିର ପ୍ରତ୍ୟେକଟି ଉପାଦାନ ତାଙ୍କୁ ଜୀବନର ପଥ ପ୍ରଦର୍ଶନ କରିଛି । ଫଗୁଣ ମାସର ପାହାନ୍ତି ପ୍ରହର ଓ ଗାଈଗୋଠ ଧରି ଘରବାହୁଡ଼ା ଗାଈଆଳ ପିଲାର ବଂଶୀସ୍ୱନ, ଶୀତ ସକାଳର ଫସଲ କଟାର ଦୃଶ୍ୟ ସବୁକିଛି ତାଙ୍କ ଜୀବନ ପଥକୁ ପୁଷିତ କରିଛି ।

(ଙ‍) କେଉଁଠାରେ ବସି ସେ ସବୁକୁ ମନେ ପକାଉଛନ୍ତି ?
Answer:
ଗାଁ ଭୂଇଁରେ ବାଲ୍ୟକାଳ ଅତିବାହିତ କଲାପରେ ଉଚ୍ଚଶିକ୍ଷା ଲାଭ କରିବାପାଇଁ ଓ ପରବର୍ତ୍ତୀ ସମୟରେ ଜୀବିକାର୍ଜନପାଇଁ କର୍ମମୟ ଜୀବନକୁ ଆଦରି ନେଇଛନ୍ତି କବି । ସେଥ‌ିପାଇଁ ତାଙ୍କୁ ପ୍ରବାସରେ ରହିବାକୁ ପରିସ୍ଥିତି ବାଧ୍ୟ କରିଛି । ମାତ୍ର ତାଙ୍କ ଅତି ଆପଣାର ଜନ୍ମମାଟି, ପଲ୍ଲୀଭୂଇଁ ତଥା ବାଳକ ଜୀବନର ଖେଳସାଥୀ ଗାଁର ଧୂଳିମାଟିର ପରିବେଶ ତାଙ୍କ କଳ୍ପନା ଚକ୍ଷୁରେ ବାରମ୍ବାର ଭାସିଉଠିଛି । ନିଜ ଜନ୍ମମାଟିଠାରୁ ଦୂର ପ୍ରବାସରେ ବସି ସେସବୁକୁ ସେ ମନେ ପକାଉଛନ୍ତି । ଉତ୍ତର ଲେଖ । (ଦୁଇ ବା ତିନୋଟି ବାକ୍ୟରେ)

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୨। ଉତ୍ତର ଲେଖ । (ଦୁଇ ବା ତିନୋଟି ବାକ୍ୟରେ)
(କ) କବି ନିଜର ଜନ୍ମ ସମ୍ବନ୍ଧରେ କ’ଣ କହିଛନ୍ତି ?
Answer:
କବିଙ୍କ ପାଇଁ ତା’ଙ୍କ ଜନ୍ମଭୂମି ପଲ୍ଲୀଗ୍ରାମ ସ୍ଵର୍ଗପରି ମହାନ୍। ଗାଁ ଭୂଇଁର ମାଟି ଘର ଏନ୍ତୁଡ଼ିଶାଳରେ ଜନ୍ମ ନେଇ ସେ ନୂତନ ଆଲୋକ ଦର୍ଶନ କରିଛନ୍ତି । ଏବେ ମଧ୍ୟ ସେହି ଘରକାନ୍ଥରେ କଉଡ଼ି ତିଆରି ଷଠୀଘର ରହିଛି ଯାହାକୁ ଦେଖିଲେ ତାଙ୍କ ବାଲ୍ୟଜୀବନର ଅଭୁଲା ସ୍ମୃତି ମନେପଡ଼ିଯାଏ ।

(ଖ) ଗ୍ରାମର କେଉଁ କେଉଁ ଜିନିଷ ତାଙ୍କୁ ଜୀବନ ଦେଇଛି ?
Answer:
ପଲ୍ଲୀ ପ୍ରକୃତିର ପ୍ରତିଟି ଉପାଦାନ କବିଙ୍କ ଜୀବନକୁ ଧନ୍ୟ କରିଛି । ବିଶେଷ କରି ଗାଁ ମାଟିର ପାଣି ପବନ ତାଙ୍କୁ ଜୀବନୀ ଶକ୍ତି ପ୍ରଦାନ କରିଛି । କବି ଅନୁଭବ କରିଛନ୍ତି ସତେ ଯେପରି ଜନ୍ମଭୂମିର ଜଳ ତାଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ବହିଚାଲିଛି ଏବଂ ପଲ୍ଲୀର ମୁକ୍ତ ପବନ ତାଙ୍କ ନିଃଶ୍ବାସ ପ୍ରଶ୍ବାସରେ ଚଳପ୍ରଚଳ ହୋଇ ତାଙ୍କୁ ଜୀବନ ପ୍ରଦାନ କରିଛି ।

(ଗ) ତାଙ୍କ ଆଖିରେ କିଏ ନୂଆ ଚାହାଣି ଭରିଦେଇଛି ?
Answer:
ଗାଁ ଭୂଇଁର ସବୁଜିମା କବିଙ୍କ କଣ୍ଠରେ ଭାଷା ଭରିଦେଇଛି । ବସନ୍ତ ଋତୁର ମନୋରମ ଉଷାକାଳ, ବିଶେଷତଃ ଫଗୁଣ ମାସର ପାହାନ୍ତି ପ୍ରହର କବିଙ୍କ ଜୀବନରେ ଏକ ସ୍ଵତନ୍ତ୍ର ଭୂମିକା ଗ୍ରହଣ କରିଛି ବୋଲି କବି ଅନୁଭବ କରିଛନ୍ତି ।

(ଘ) ‘ଆଲୁଅଠାରୁ ଅନ୍ଧାର ଭଲ’ କାହିଁକି କୁହାଯାଇଛି ?
Answer:
ପୂର୍ଣ୍ଣମୀ ରାତ୍ରିର ରଜତ ଶୁଭ୍ର ଜ୍ୟୋତ୍ସ୍ନା କେବଳ ଗାଁ ଭୂଇଁରେ ହିଁ ଉପଭୋଗ୍ୟ ହୋଇଥାଏ । ମାତ୍ର କବିଙ୍କ ପାଇଁ ସେହି ଆଲୋକ ଯେତେ ମନୋହର, ଅନ୍ଧକାର ତା’ଠାରୁ ବହୁଗୁଣେ ଭଲ । କାରଣ, ରାତ୍ରିର କଳା ଅନ୍ଧାରକୁ ଡରି ଶିଶୁ ମା’ର କୋଳରେ ଆଶ୍ରୟ ନିଏ । ବାଳକ ବୟସରେ ମଧ୍ଯ କବି ତାରକିତ ଆକାଶର ସୌନ୍ଦର୍ଯ୍ୟ ଉପଭୋଗ କରିପାରିଛନ୍ତି । ମେଘୁଆ ରାତିର ଅନ୍ଧାରରେ ଜୁଳୁଜୁଳିଆ ପୋକର ମିଞ୍ଜି ମିଞ୍ଜି ଆଲୋକ କବିଙ୍କୁ ଆନନ୍ଦ ଦେଇଛି । ଅନ୍ଧକାର ନଥିଲେ ଆଲୋକର ମହାନତା ଅନୁଭୂତ ହୋଇପାରନ୍ତା ନାହିଁ । ହୁଏତ ସେଇଥପାଇଁ କବି ଆଲୋକ ଅପେକ୍ଷା ଅନ୍ଧାରକୁ ଭଲ ବୋଲି କହିଛନ୍ତି। ପଲ୍ଲୀଭୂମିର ସନ୍ତାନମାନେ ଆଧୁନିକତାର ଆଲୋକର ସ୍ପର୍ଶପାଇ ନିଜର ଜନ୍ମଭୂମିକୁ ଭୁଲି ଯାଇଥିବାରୁ କବି ଏପରି ଆକ୍ଷେପ କରିଛନ୍ତି ।

(‍ଙ) କବି ତାଙ୍କ ଜୀବନରେ କ’ଣ ଇଚ୍ଛା କରିଛନ୍ତି ?
Answer:
ସହରର ବିଳାସପୂର୍ଣ୍ଣ ଜୀବନ କବିଙ୍କୁ ଆନନ୍ଦ ଦେଇପାରି ନାହିଁ। ସ୍ଵର୍ଗତୁଲ୍ୟ ଯେଉଁ ପଲ୍ଲୀ ଗାଁର ମାଟିଘରେ ତାଙ୍କର ଜନ୍ମ, ସେହି ଗାଁର ଶ୍ମଶାନରେ ତାଙ୍କର ଅନ୍ତିମ ସମୟର ଜୁଇ ଜଳିବ ବୋଲି କବି ଇଚ୍ଛା କରିଚ୍ଛନ୍ତି।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୩। ଉତ୍ତର ଲେଖ । (୫୦ରୁ ୮୦ଟି ଶବ୍ଦରେ )
ପ୍ରବାସରେ ଥାଇ କବି ନିଜ ଗ୍ରାମର ଅନୁଭୂତି ବିଷୟରେ କେଉଁ ସବୁ କଥା ବର୍ଣ୍ଣନା କରିଛନ୍ତି ?
Answer:
କବି ସଚ୍ଚିଦାନନ୍ଦ ରାଉତରାୟ ସହରର ଚାକଚକ୍ୟ ଭିତରେ ଥାଇମଧ୍ୟ ନିଜ ଜନ୍ମମାଟିକୁ ସ୍ଵର୍ଗଠାରୁ ବଡ଼ ଆସନ ଦେଇଛନ୍ତି। ତାଙ୍କର ଏନ୍ତୁଡ଼ିରେ ଷଠୀଘର, ଗାଁର ପାଣିପବନ, ତୋଟାମାଳ, ବଣଜଙ୍ଗଲ, ଶାଗୁଆ ଶସ୍ୟକ୍ଷେତ୍ରର ସ୍ମୃତିରେ ତାଙ୍କର ବାଲ୍ୟଜୀବନର ଚିତ୍ର କଳ୍ପନା କରିଛନ୍ତି । ଗାଁର ସକାଳ, ଗୋଧୂଳି, ଦିନ ଓ ରାତ୍ରିର ଅପାସୋରା ଦୃଶ୍ୟ ତାଙ୍କର ମାନସପଟରେ ଭାସିଉଠିଛି। ଗାଈପଲଙ୍କର ଗୋଠବାହୁଡ଼ା, ଗାଈଆଳ ପିଲାଙ୍କର ମଧୁର ବଂଶୀସ୍ଵର, ଶୀତଋତୁରେ ଫସଲକଟାର ଦୃଶ୍ୟ କବି ଭୁଲି ପାରୁନାହାନ୍ତି । ଜହ୍ନ ରାତିରେ ଗାଁ ଦାଣ୍ଡରେ ଧୋବଫୁଲ ପରି ଆଲୁଅରେ ପଲ୍ଲୀବାସୀ ଆତ୍ମହରା ହୁଅନ୍ତି। ଅନ୍ଧାର ରାତିର ନିସ୍ତବ୍‌ଧତା, ବେଙ୍ଗମାନଙ୍କର କେଁ କଟର, ବିଲୁଆଙ୍କର ହୁକେ-ହୋ, ବୃକ୍ଷଲତାଙ୍କର ସାଇଁ ସାଇଁ ଶବ୍ଦରେ ଭୟ ଓ ଆଶଙ୍କାରେ ସଞ୍ଜପହରୁ ତାଟିକବାଟ ପଡ଼ିଯିବା ଆହୁରି ମଜ୍ଜା ଦାୟକ। ଏହିସବୁ କଥାଭାବି ଗାଁ ଶ୍ମଶାନରେ ତାଙ୍କର ଶେଷଚିତା ଜଳିବବୋଲି କବି ଇଚ୍ଛା କରିଛନ୍ତି ।

୪। ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ଛୋଟ ମୋର ଗାଆଁଟି
ଭୂଗୋଳ ପୋଥ୍-ପତରେ ପଛେ ନ ଥାଉ ତା’ର ନାଆଁଟି ।’
Answer:
ଛୋଟ ମୋର ……………………………… ତା’ର ନାଆଁଟି ।
ଉଦ୍ଧୃତାଂଶଟି କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ “ ଛୋଟମୋର ଗାଆଁଟି’’ କବିତାରୁ ଆନୀତ। ଅନାମଧେୟ ହେଲେ ମଧ୍ୟ ନିଜ ଜନ୍ମମାଟି କିପରି ନିଜକୁ ଭଲ ଲାଗେ କବି ସେକଥା କହିଛନ୍ତି । ସହରରେ ରହି ମଧ୍ୟ କବି ନିଜ ଜନ୍ମମାଟି ପଲ୍ଲୀର କଥା ଭାବୁଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଏକ ଅନାମଧେୟ ଗାଁ ଗୁରୁଜଙ୍ଗରେ କବିଙ୍କର ଜନ୍ମ । ଓଡ଼ିଶା ମାନଚିତ୍ର କିମ୍ବା ଭୌଗୋଳିକ ତଥ୍ୟରେ ତାଙ୍କ ଗାଁର ନାମ ନାହିଁ । କୌଣସି ଆକର୍ଷଣୀୟ ଗାଁ ତାଙ୍କର ନୁହେଁ । ତଥାପି ତାଙ୍କ ନିକଟରେ ନିଜ ଗାଁ ସ୍ଵର୍ଗଠାରୁ ମହାନ୍ ।

ନିଜ ଜିନିଷ ନିଜକୁ ସୁନ୍ଦର। ଯେଉଁ ଗାଁର ପାଣି- ପବନ ତାଙ୍କ ଶରୀରକୁ ପୁଷ୍ଟ କରିଛି, ଯେଉଁ ମାଟିର ବଣଜଙ୍ଗଲ, ବୃକ୍ଷଲତା, କ୍ଷେତ-ପ୍ରାନ୍ତର, ଦିନ-ରାତି, ଆଲୋକ- ଅନ୍ଧାକାର ଭିତରେ ତାଙ୍କର ବାଲ୍ୟ ଓ କୈଶୋର କଟିଛି, ସେସବୁ କବିଙ୍କ ପାଇଁ ସୁନ୍ଦର ଓ ମନୋହର। ସହରର ଚାକଚକ୍ୟ ଓ ବିଳାସମୟ ଜୀବନ ତାଙ୍କୁ କ’ଣ ଆନନ୍ଦ ଦେଇପାରିବ ? ସହରଠାରୁ ତାଙ୍କର ଧୂଳିଧୂସରିଆ ପଲ୍ଲୀ ଗାଁ ଯେ କେତେ ସୁନ୍ଦର ଓ ମହାନ୍ତି, ତାହା କବି ଏଠାରେ ପ୍ରକାଶ କରିଛନ୍ତି ।

(ଖ) ‘ଇଚ୍ଛା ହୁଏ ମାଟିରେ ତା’ର
ଶିରଟି ମୋର ନୁଆଁନ୍ତି ।’
Answer:
ଇଚ୍ଛା ହୁଏ …………………………… ମୋର ନୁଆଁନ୍ତି ।
ଉଦ୍ଧୃତାଂଶଟି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ ‘ଛୋଟ ମୋର ଗାଆଁଟି’ କବିତାରୁ ଉଦ୍ଧୃତ। କବି ଏଠାରେ ନିଜର ଜନ୍ମମାଟି ପଲ୍ଲୀ ଗାଁକୁ ଶ୍ରେଷ୍ଠ ଆସନ ଦେଇଛନ୍ତି। କବି ନିଜର ଜନ୍ମଭୂମି ପଲ୍ଲୀ ଗାଁକୁ ସ୍ଵର୍ଗଠାରୁ ମହାନ୍ ବୋଲି ବର୍ଣ୍ଣନା କରିଛନ୍ତି । ଜନନୀ ଓ ଜନ୍ମଭୂମି ସ୍ଵର୍ଗଠାରୁ ବଡ଼ । ଗାଁର ସେହି ମାଟି ଘରର ଏନ୍ତୁଡ଼ି ଶାଳରେ ତାଙ୍କର ଜନ୍ମ । ସେଇଠି ତାଙ୍କର ଷଠୀଘର ଅଛି ।

ସେଇ ଗାଁର ପାଣିପବନରେ ତାଙ୍କ ଶରୀର ପୁଷ୍ଟ ହୋଇଛି। ଗାଁର ଶାଗୁଆ ଶସ୍ୟକ୍ଷେତ୍ର, ତୋଟାମାଳ, ବିଭିନ୍ନ ଋତୁରେ ମନଲୋଭା ଅନୁଭୂତି, ଦିନର ଆଳୁଅ ଓ ରାତିର ଅନ୍ଧକାର କବି ସ୍ମୃତିରେ ସବୁକିଛି ଜୀବନ୍ତ ହୋଇ ରହିଛି। ତାଙ୍କ ପିଲାଦିନର ହସଖୁସି, କୈଶୋରର ଚପଳତା ଓ ଯୁବକ ଅବସ୍ଥାର ଉନ୍ମାଦନାରେ ରଙ୍ଗୀନ ହୋଇ ଉଠିଛି । ମାଟି ମା ପାଇଁ ସେ ମଣିଷ ହୋଇଛନ୍ତି। ତେଣୁ ସେଇ ମା’ର ପାଦତଳେ କବି କୋଟିକୋଟି ପ୍ରଣାମ ଜଣାଇ ଭକ୍ତିର ନୈବେଦ୍ୟ ଅର୍ପଣ କରିଛନ୍ତି।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୫। ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ପଞ୍ଜରା କାଠି ମୋର ପାଞ୍ଚଟି
ଡାହାଟି ସେଇଠି ହବ ଡାହାଟି ।
Answer:
ପାଞ୍ଚଟି ମୋର ପଞ୍ଜରା କାଠି
ସେଇଠି ହବ ଡାହାଟି ।

(ଖ) କଣ୍ଠେ ମୋର ଦେଲା ଯେ କଥା
ତାହାରି ଫୁଲ, ଶାଗୁଆ ଲତା ।
Answer:
ତାହାରି ଫୁଲ, ଶାଗୁଆ ଲତା
କଣ୍ଠେ ମୋର ଦେଲା ଯେ କଥା ।

(ଗ) ତାହାରି ବଣ,,ତାହାରି ଲଟା
ତା’ ମୁରଲୀ ସ୍ଵନ, ଗାଈଗୋଠ
Answer:
ତାହାରି ଲଟା ତାହାରି ବଣ
ତା’ ଗାଈଗୋଠ ମୁରଲୀ ସ୍ବନ ।

୬। ‘ପରାଣ’ ଶବ୍ଦରୁ ଯେପରି ‘ପ୍ରାଣ’, ସେହିପରି ନିମ୍ନଲିଖିତ ପଦଗୁଡ଼ିକର ଅନ୍ୟରୂପ ଲେଖ ।
ସରଗ, ରକତ, ମରତ, ଜନମ
Answer:
ସରଗ – ସ୍ୱର୍ଗ
ରକତ – ରକ୍ତ
ପରତ – ମର୍ତ୍ତ୍ୟ
ଜାନମ – ଜନ୍ମ

ତୁମପାଇଁ କାମ :

  • ତୁମ ଅଞ୍ଚଳର ପ୍ରାକୃତିକ ଦୃଶ୍ୟକୁ ଲକ୍ଷ୍ୟକରି ଦୁଇ ବା ତିନି ପଦରେ କବିତାଟିଏ ଲେଖ ।
  • କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଅନ୍ୟାନ୍ୟ କବିତା ସଂଗ୍ରହ କରି ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

୧ । ‘ଛୋଟ ମୋର ଗାଆଁଟି’ର କବିଙ୍କ ନାମ କ’ଣ ?
Answer:
‘ଛୋଟ ମୋର ଗାଆଁଟି’ର କବି ହେଉଛନ୍ତି ସଚ୍ଚିଦାନନ୍ଦ ରାଉରରାୟ।

୨ । ‘ଛୋଟ ମୋର ଗାଆଁଟି’ କବିଙ୍କର କେଉଁ କବିତା ସଂକଳନରୁ ଆସିଛି ?
Answer:
‘ଛୋଟ ମୋର ଗାଆଁଟି’ କବିଙ୍କ ରଚିତ ‘ପଲ୍ଲୀଶ୍ରୀ’ ନାମକ କବିତା ସଂକଳନରୁ ଆସିଅଛି। ‘

୩। ଛୋଟ ମୋର ଗାଆଁଟି’ରେ କବି କାହାକୁ ସ୍ଵର୍ଗପୁର ଭାବରେ ବର୍ଣ୍ଣନା କରିଛନ୍ତି ?
Answer:
‘ଛୋଟ ମୋର ଗାଆଁଟି’ କବିତାରେ କବି ନିଜ ଗାଁକୁ ସ୍ଵର୍ଗପୁର ଭାବରେ ବର୍ଣ୍ଣନା କରିଛନ୍ତି ।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୪ । କବି ତାଙ୍କ ଷଠୀଘରକୁ ଦେଖ୍ କ’ଣ ପ୍ରକାଶ କରିଛନ୍ତି ?
ଗାଁର ସେହି ମାଟିଘର କାନ୍ଥରେ କବିଙ୍କ ପାଇଁ ନିର୍ମିତ ଷଠୀଘରକୁ ଦେଖ୍ କବି କହିଛନ୍ତି ଯେ ଗାଁ ମାଟିର ଯେଉଁ ଏନ୍ତୁଡ଼ିଶାଳରେ ସେ ଦିନେ ଦୁନିଆର ଆଲୋକ ଦେଖୁଥିଲେ ସେହି ଘରେ ତାଙ୍କ ଜୀବନ ଦୀପ ଲିଭିଯାଉ।

୫। କବି କେଉଁଠାରେ ବୁଲି ବାଲ୍ୟବୟସ ବିତାଇ ଥିଲେ ?
Answer:
କବି ନିଜ ଛୋଟ ଗାଁର ତୋଟାମାଳରେ ସାଙ୍ଗସାଥୀମାନଙ୍କ ସହ ଖେଳିବୁଲି ସେ ତାଙ୍କ ବାଲ୍ୟବୟସ ବିତାଇ ଥିଲେ।

୬ । ଗାଁର ଜଳ କବିଙ୍କ ଶିରା ପ୍ରଶିରାରୋ ରକ୍ତ ହୋଇ ବହିଯାଇଛି ବୋଲି କାହିଁକି କହିଛନ୍ତି ?
ପଲ୍ଲୀଭୂମିର ଜଳ ତାଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ବହିଚାଲିଛି।

୭ । କିଏ କବିଙ୍କ ଆଖରେ ନୂଆ ଚାହାଣୀ ଭରି ଦେଇଥୁଲା ?
Answer:
ପାହାନ୍ତା ଉଷାରେ ସୂର୍ଯ୍ୟୋଦୟର ଲାଲ କିରଣ ଓ ସୂର୍ଯ୍ୟାସ୍ତର ସୁନେଲି ପ୍ରକୃତି କବିଙ୍କ ଆଖରେ ନୂଆ ଚାହାଣି ଭରି ଦେଇଥ୍ ଲା

୮ । କବିଙ୍କ ଜୀବନ ପଥରେ କେଉଁମାନେ ସାହା ହୋଇଛନ୍ତି ?
Answer:
ପଲ୍ଲୀ ଭୂମିର ଲଟା, ବଣ, ଗାଈଗୋଠ ତଥା ଗାଈଆଳର ମୁରଲୀସ୍ଵର ଏବଂ ଫସଲକଟା ବେଳର ସୁମଧୁର ଗାନ ଏ ସମସ୍ତ କବିଙ୍କ ଜୀବନ ପଥରେ ସାହା ହୋଇଛନ୍ତି।

୯ । କବିଙ୍କ କାନରେ କାହାର ବଂଶୀସ୍ଵର ବାଜିଯାଉଛି ?
Answer:
କବିଙ୍କ କାନରେ ବାଜିଯାଉଛି ଗାଈଆଳ ପିଲାର ବଂଶୀସ୍ୱନ।

୧୦ । ଗାଁରେ ଫସଲକଟା ହେଉଥ‌ିବା ସମୟକୁ କବି କିପରି ବର୍ଣ୍ଣନା କରିଛନ୍ତି ?
Answer:
ଶୀତଋତୁରେ ଗ୍ରାମବାସୀମାନେ ଫସଲ କାଟୁଥିବା ବେଳେ ଗାଉଥିବା ଗୀତ ତାଙ୍କୁ ବହୁତ ଭଲ ଲାଗିଥାଏ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

୧। ‘ଛୋଟ ମୋର ଗାଆଁଟି’ କବିତା କାହାର ରଚନା ?
(କ) ଅନନ୍ତ୍ର ପଟ୍ଟନାୟକ
(ଖ) କୁନ୍ତଳାକୁମାରା ସାବତ
(ଗ) ସଚ୍ଚିଦାନନ୍ଦ ରାଉତରାୟ
(ଘ) ରାମକୃଷ୍ଣ ନନ୍ଦ
Answer:
(ଗ) ସଚ୍ଚିଦାନନ୍ଦ ରାଉତରାୟ

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୨ । ସଚ୍ଚି ରାଉତରାୟଙ୍କ ରଚନା ମଧ୍ୟରୁ ନିମ୍ନୋକ୍ତ କେଉଁଟି ଏକ କବିତା ଗ୍ରନ୍ଥ ?
(କ) ମାଟିର ତାଜ
(ଖ) ଚିତ୍ରଗ୍ରlବ
(ଗ) ପାଣ୍ଡୁଲିପି
(ଘ) ମଶାଣିର ଫୁଲ
Answer:
(ଗ) ପାଣ୍ଡୁଲିପି

୩। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଚ୍ଚି ରାଉତରାୟଙ୍କଦ୍ବାରା ରଚିତ ପ୍ରବନ୍ଧ ?
(କ) ସାହିତ୍ୟର ମୂଲ୍ୟବୋଧ
(ଖ) ସାହିତ୍ୟ ପ୍ରସଙ୍ଗ
(ଗ) କଳାଦୃଷ୍ଟି
(ଘ) ମଶାଣିର ଫୁଲ
Answer:
(କ) ସାହିତ୍ୟର ମୂଲ୍ୟବୋଧ

୪। ‘(ଶେଷ) ସେଇଠି ହେବ ଡାହାଟି’ – ଏହି କବିତାଂଶରେ ଥ‌ିବା ‘ଡାହା’ ଶବ୍ଦ କେଉଁ ଶବ୍ଦରୁ ଉତ୍ପନ୍ନ ହୋଇଛି ?
(କ) ହନନ
(ଖ) ମର୍ଦ୍ଦନ
(ଗ) ଦହନ
(ଘ) ମନନ
Answer:
(ଗ) ଦହନ

୫। ‘ତାହାରି ଜଳ ରକତ ହୋଇ’ – ଏହି କବିତା ପଂକ୍ତି ପାଇଁ ନିମ୍ନୋକ୍ତ କେଉଁ ପଂକ୍ତିଟି ଉପଯୁକ୍ତ ?
(କ) ସକଳ ମୋର ସାହାଟି
(ଖ) ଜାବନ ପଥେ ସକଳ ତାର
(ଗ) ଶିରାରେ ବହେ ଯେସନ ନଈ
(ଘ) ସେଇଠି ହେବ ତାହାଟି
Answer:
(ଗ) ଶିରାରେ ବହେ ଯେସନ ନଈ

୬। ନିମ୍ନୋକ୍ତ ମଧ୍ୟରୁ ‘ପ୍ରବାସ’ ଶବ୍ଦର ଅର୍ଥ କେଉଁଟି ?
(କ) ସ୍ବର
(ଖ) ବାସସ୍ଥାନ
(ଗ) ସ୍ବଦେଶ
(ଘ) ବିଦେଶ
Answer:
(ଘ) ବିଦେଶ

୭ । ନିମ୍ନୋକ୍ତ ମଧ୍ୟରୁ କାହାକୁ ଦେଖ୍ କବିଙ୍କର ବାଲ୍ୟଜୀବନର ଅଭୁଲା ସ୍ମୃତି ମନେପଡ଼ିଯାଏ ?
(କ) ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
(ଖ) ପୂର୍ଣ୍ଣମୀ ରାତିର ରଜତ ଶୁଭ୍ର ଜ୍ୟୋତ୍ସ୍ନା
(ଗ) ଆକାଶର ତାରା
(ଘ) ଘର କାନ୍ଥରେ କଉଡ଼ି ତିଆରି ଷଠିଘର
Answer:
(ଘ) ଘର କାନ୍ଥରେ କଉଡ଼ି ତିଆରି ଷଠିଘର

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୮ । କବିଙ୍କ ଚିତା କେଉଁଠି ଜଳିବ ?
(କ) ଗାଆଁ ମଶାଣିରେ
(ଖ) ସ୍ଵର୍ଗଦ୍ଵାରରେ
(ଗ) ନିଜ ବାସଭବନ ପଛପଟରେ
(ଘ) ସ୍ତାଙ୍କ ଇଚ୍ଛାନୁସାରେ
Answer:
(କ) ଗାଆଁ ମଶାଣିରେ

୯ । କବି ପିଲାଦିନେ କେଉଁଠାରେ ଖେଳିବୁଲୁଥୁଲେ ?
(କ) ଗାଁ ଦାଣ୍ଡରେ
(ଖ) ଖେଳପଡ଼ିଆରେ
(ଗ) ତୋଟାମାଳରେ
(ଘ) ଘାସ ବଗିଚାରେ
Answer:
(ଗ) ତୋଟାମାଳରେ

୧୦ । ଭୂଗୋଳ ପୋଥ୍ ପତରରେ କାହାର ନାଆଁ ନାହିଁ ବୋଲି କବି କହିଛନ୍ତି ?
(କ) କବିଙ୍କ ଛୋଟିଆ ଗାଁ
(ଖ) କବିଙ୍କ ଘର
(ଗ) କବିଙ୍କ ଗ୍ରାମ ପଞ୍ଚାୟତ
(ଘ) କବିଙ୍କ ଜମିଜମାର କାଗଜପତ୍ର
Answer:
(କ) କବିଙ୍କ ଛୋଟିଆ ଗାଁ

କବିତାର ପୃଷ୍ଠଭୂମି :

ଓଡ଼ିଆ ଆଧୁନିକ କବିତା ରାଜ୍ୟରେ ଜଣେ ଉଚ୍ଚକୋଟୀର ସାହିତ୍ୟିକ ମର୍ଯ୍ୟାଦା ଲାଭ କରିଛନ୍ତି କବି ସଚ୍ଚିଦାନନ୍ଦ ରାଉତରାୟ । କବି ରାଉତରାୟ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ପ୍ରସନ୍ନ କୁମାର ରାଉତରାୟ ମାତା ଥିଲେ ମୁକ୍ତା ଦେବୀ । ଛାତ୍ରାବସ୍ଥାରୁ କବିତା ରଚନା କରିବା ଥିଲା ତାଙ୍କର ସଉକ । ସେ ଏକାଧାରରେ ଥିଲେ ଜଣେ ଅପ୍ରତିଦ୍ବନ୍ଦୀ କବି, ଗାଳ୍ପିକ, ଔପନ୍ୟାସିକ ତଥା ସମାଲୋଚକ । ତାଙ୍କର ନିରଳସ ସାହିତ୍ୟ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମା ପୁରସ୍କାର ମର୍ଯ୍ୟାଦା – ସମ୍ପନ୍ନ ଜ୍ଞାନପାଠ ପୁରସ୍କାର ଓ ଉତ୍କଳ ରତ୍ନ ଉପାଧ୍ ପାଇଥିଲେ।

ସରଳ ସାବଲାଳ ପ୍ରାଣସ୍ତର୍ଶା ଭାଷା ଓ ନିଜସ୍ୱ ଶୈଳାରେ ରଚିତ କବିଙ୍କ ସାରସ୍ଵତ ସ୍ଠଷ୍ଟିଗୁଡ଼ିକ ତାଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ । ‘ପଲ୍ଲୀଶ୍ରୀ’, ‘ବାଜିରାଉତ’, ‘ପାଣ୍ଡୁଲିପି’, ‘ସ୍ଵାଗତ’, ‘ଭାନୁମତୀର ଦେଶ’ ଓ ‘ହସନ୍ତ’ ପରି କବିତା ଗ୍ରନ୍ଥ; ‘ମଶାଣିର ଫୁଲ’, ‘ମାଟିର ତାଜ’, ‘ଛାଇ’, ‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’ ପରି ଗଳ୍ପ ପୁସ୍ତକ; ‘ଚିତ୍ରଗ୍ରୀବ’, ‘ତଳେ ମାଟି ଉପରେ ଆକାଶ’, ‘ସାଗର ତଳର ଢେଉ’ ପରି ପ୍ରବନ୍ଧ ପୁସ୍ତକମାନ ରଚନା କରି ସେ ପ୍ରଭୃତ ଯଶର ଅଧ୍ କାରା ହୋଇପାରିଛନ୍ତି। ଏତନ୍ଦଭିନ୍ନ ‘ଉତ୍ତର କକ୍ଷ’ ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ହେଉଛି କବିଙ୍କ ଆତ୍ମଚରିତ ।

କବିତାର ପୃଷ୍ଠଭୂମି :

କବିତା ‘ଛୋଟ ମୋର ଗାଆଁଟି’ କବିଙ୍କ ଆଖଣ୍ଡ ପଲ୍ଲୀପ୍ରୀତିର ପରିଚୟ ପ୍ରଦାନ କରେ । ଛୋଟ ଗାଁ ଗୁରୁଜଙ୍ଗରୁ କର୍ମମୟ ଜୀବନ ସେହି ସହରରେ ଅତିବାହିତ କରିଥିଲେ ମଧ୍ୟ ପଲ୍ଲୀଭୂଇଁ ଜନ୍ମସ୍ଥାନ ପ୍ରତି କବିଙ୍କ ଆକର୍ଷଣ ଥିଲା ଅଧ୍ବକ । କର୍ମମୟ ଜୀବନରେ କ୍ଷଣିକ ଅବସର ସମୟଟିକୁ ମଧ୍ୟ ସେ ଗାଁ ମାଟିରେ କଟାଇବାକୁ ଭଲ ପାଉଥିଲେ । ଏପରିକି ସେହି ଜନ୍ମମାଟିରେ ଶେଷ ଜୀବନ ଅତିବାହିତ କରି ଇହଲୀଳା ସମ୍ବରଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ‘ଛୋଟ ମୋର ଗାଆଁଟି’ କବିତାରେ କବି ନିଜ ଜନ୍ମଭୂମିର ବଣ, ପାହାଡ଼, ଶ୍ୟାମଳ ଶସ୍ୟକ୍ଷେତ୍ର, ନଦୀ, ନାଳ, ଗୋଚର, ମନ୍ଦିର ସବୁକିଛିର ଦୃଶ୍ୟ ବର୍ଣ୍ଣନା କରିଛନ୍ତି । ଏକ ପଲ୍ଲୀ ଗାଁର ପ୍ରାକୃତିକ ଜନ୍ତମାଟିରେ ଶେଷ ଜାଚନ ଅତିବାହିତ କରି ଇହଲାଳା ସମ୍ବରଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ‘ଛୋଟ ମୋର ଗାଆଁଟି’ କବିତାରେ କବି ନିଜ ଜନ୍ମଭୂମିର ବଣ, ପାହାଡ଼, ଶ୍ୟାମଳ ଶସ୍ୟକ୍ଷେତ୍ର, ନଦୀ, ନାଳ, ଗୋଚର, ମନ୍ଦିର ସବୁକିଛିର ଦୃଶ୍ୟ ବର୍ଣ୍ଣନା କରିଛନ୍ତି । ଏକ ପଲ୍ଲୀ ଗାଁର ପ୍ରାକୃତିକ ଚିତ୍ର ଦେଖିବାକୁ ମିଳେ ଏଇ କବିତାଟିରେ ।

କବିତାର ସାରକଥା:

ଉତ୍କଳୀୟ ଗ୍ରାମ୍ୟ ଜୀବନର ମନୋଜ୍ଞ ଚିତ୍ର ବର୍ଣ୍ଣନାରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ସ୍ଥାନ ସ୍ବତନ୍ତ୍ର । ପଲ୍ଲୀଜୀବନର କୋମଳ ପରିବେଶ, ଶାନ୍ତ, ସରଳ ଜୀବନ ଓ ଲୀଳା-ଚପଳ ପ୍ରକୃତିର ରୂପମାଧୁରୀ କବିଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି ‘ଛୋଟ ମୋର ଗାଆଁଟି’ କବିତା ମାଧ୍ୟମରେ । କବିଙ୍କ ଜନ୍ମଭୂମି, ଓଡ଼ିଶାର ଏକ ଅଜ୍ଞାତ ପଲ୍ଲୀଗ୍ରାମ ଗୁରୁଜଙ୍ଗ ଭୂଗୋଳ ବହିରେ ସ୍ଥାନିତ ହୋଇନଥିଲେ ମଧ୍ୟ କବିଙ୍କ ପାଇଁ ସ୍ବର୍ଗଠାରୁ ବଡ଼ । ଗାଁର ସେହି ମାଟିଘର କାନ୍ଥରେ କବିଙ୍କ

ପାଇଁ ନିର୍ମିତ ଷଠୀଘରକୁ ଦେଖି କବି କହିଛନ୍ତି ଯେ ଗାଁ ମାଟିର ଯେଉଁ ଏନ୍ତୁଡ଼ିଶାଳରେ ସେ ଦିନେ ଦୁନିଆର ଆଲୋକ ଦେଖିଥିଲେ ସେହି ଘରେ ତାଙ୍କ ଜୀବନ ଦୀପ ଲିଭିଯାଉ । ନିଜ ଛୋଟ ଗାଁର ତୋଟାମାଳରେ ସାଙ୍ଗସାଥୀମାନଙ୍କ ସହ ଖେଳିବୁଲି ସେ ତାଙ୍କ ବାଲ୍ୟବୟସ ବିତାଇଥିଲେ । ସେହି ଗାଁର ଧୂଳି ମାଟି ତାଙ୍କ ପାଇଁ ସତେ ଯେପରି ଚନ୍ଦନ ତୁଲ୍ୟ । ଜୀବନର ଅନ୍ତିମ ସମୟ ସେ ସେହି ଭୂମିରେ ଅତିବାହିତ କରି ସେଇ ଗାଁ ତୋଟାମୁଣ୍ଡ ଶ୍ମଶାନରେ ପାଉଁଶ ହୋଇଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଜନ୍ମଭୂମିର ପାଣି ପବନକୁ ଗଭୀର ଭାବେ ଭଲ ପାଉଥିବା କବି ଅନୁଭବ କରିଛନ୍ତି ଯେ ସତେ ଯେପରି ତାଙ୍କ ପଲ୍ଲୀଭୂମିର ଜଳ ତାଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ବହିଚାଲିଛି । ନିଃଶ୍ଵାସ ପ୍ରଶ୍ଵାସରେ ସେହି ପବନର ଗନ୍ଧ ସେ ଅନୁଭବ କରିଛନ୍ତି । ସେହି ଜଳ ଓ ବାୟୁ ହିଁ ତାଙ୍କ କର୍ମମୟ ଜୀବନକୁ କରିଛି ଚଳଚଞ୍ଚଳ । କବି ତାଙ୍କ କଳ୍ପନାରେ ବାଲ୍ୟ ତି ସ୍ମରଣ କରିଛନ୍ତି । ଶାନ୍ତ ସରଳ ନିଜ ପଲ୍ଲୀଗ୍ରାମର ଗଛ-ଲତା, ଫୁଲ-ଫଳ ସବୁକିଛି ଅତି ଆପଣାର । ସେହି ବିଲ, ବାଡ଼ିର ଶସ୍ୟ ତାଙ୍କ ଶରୀର ଗଠନରେ ସହାୟକ ହୋଇଥିଲା । ସେହି କାନ୍ତକୋମଳ ପରିବେଶ ତାଙ୍କ କଣ୍ଠରେ ଭରି ଦେଇଥିଲା ଦରୋଟି ଭାଷା, ଓଠରେ ବୋଳି ଦେଇଥୁଲା ଚୁନା ଚୁନା ହସ । ପାହାନ୍ତି ଉଷାରେ ସୂର୍ଯ୍ୟୋଦୟର ଲାଲ କିରଣ ଓ ସୂର୍ଯ୍ୟାସ୍ତର ସୁନେଲି ପ୍ରକୃତି ତାଙ୍କ ଆଖିରେ ନୂଆ ଚାହାଣି ଭରି ଦେଇଥିଲା ।

ପଲ୍ଲୀ ବୁକୁରେ ଶରତ ଓ ବସନ୍ତ ଋତୁର ମନଛୁଆଁ ପ୍ରକୃତିକୁ କବି ସ୍ମରଣ କରିଛନ୍ତି । ଗ୍ରାମ ଉପକଣ୍ଠରେ ଥିବା ବଣଲତା ଆଢୁଆଳରୁ ଗାଈଗୋଠ ସହ ଗାଈଆଳ ପିଲାର ଘରବାହୁଡ଼ାର ଦୃଶ୍ୟ ନାଚିଉଠିଛି କବିଙ୍କ କଳ୍ପନେତ୍ରରେ । ତାଙ୍କ କାନରେ ବାଜିଯାଉଛି ଗାଈଆଳ ପିଲାର ବଂଶୀସ୍ୱନ । ଶୀତଋତୁରେ କୃଷିଜୀବୀ ଗ୍ରାମବାସୀମାନେ କିପରି ଆନନ୍ଦ ମନରେ ଫସଲ କାଟି ଖଳାବାଡ଼ିକୁ ବୋହି ଆଣନ୍ତି ସେସବୁ କବିଙ୍କର ମନେ ପଡ଼ିଯାଇଛି । ନିର୍ମଳ ଆକାଶରେ ରୁପେଲୀ ଜହ୍ନର ଶୀତଳ କିରଣ ତଥା ଅମାବାସ୍ୟାର ଅନ୍ଧକାର ସବୁକିଛି ଗାଁ ଭୂଇଁରେ ହିଁ ଅନୁଭୂତ ହୋଇଥାଏ । କବିଙ୍କ ପାଇଁ ସେହି ଆଲୋକ ଓ ଅନ୍ଧକାର ଅଭୁଲା ହୋଇ ରହିଆସିଛି ।

ପ୍ରବାସରେ ସହରୀ ପରିବେଶର ରଙ୍ଗୀନ ଆଲୋକମାଳା କି ବହୁମୂଲ୍ୟ ପ୍ରାସାଦ ତାଙ୍କୁ ଶାନ୍ତି ପ୍ରଦାନ କରିପାରି ନାହିଁ । ମାଟି କାଦୁଅଭରା ଗାଁ ଦାଣ୍ଡ ଓ ମାଟି କାନ୍ଥଘେରା ଗ୍ରାମୀଣ ଜୀବନଶୈଳୀ କବିଙ୍କୁ ସ୍ଵର୍ଗସୁଖ ପ୍ରଦାନ କରିଛି । ଏଥ‌ିପାଇଁ ସେ ଜନ୍ମଭୂମି ପଲ୍ଲୀଗ୍ରାମର ଧୂଳିମାଟିକୁ ଦଣ୍ଡବତ କରି ନିଜକୁ ଧନ୍ୟ ମନେକରିଛନ୍ତି । ବାଲ୍ୟଜୀବନର ସବୁ ସ୍ମୃତିକୁ ଯେପରି ତାଙ୍କ ଛୋଟ ଗାଁଟି ସାଇତି ରଖିଛି, କବି ତାହା ଅନୁଭବ କରିଛନ୍ତି । ସତେ ଯେପରି ତାଙ୍କ ପଲ୍ଲୀଗ୍ରାମ ତାଙ୍କ ଜୀବନର ସୁଖ-ଦୁଃଖ ଓ ହସ-କାନ୍ଦ ଭରା ଦିନଗୁଡ଼ିକର ଅପାସୋରା ବନ୍ଧୁ । ସହରରେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ମଧ୍ୟ କବିଙ୍କ ମନ ତାଙ୍କର ସେହି ପଲ୍ଲୀଭୂଇଁ ପ୍ରତି ବାରମ୍ବାର ଆକର୍ଷିତ ହୋଇଛି ଓ ସେଇଥପାଇଁ ସେ ନତମସ୍ତକ ହୋଇ ଜନ୍ମମାଟି ପ୍ରତି ଅନ୍ତରର ଭକ୍ତିଅର୍ଘ୍ୟ ବାଢ଼ିଛନ୍ତି ।

କଠିନ ପଦାର୍ଥ:

  • ଷଠୀଘର – ଶି ଶୁ ଜନ୍ମ ହେବାର ଷଷ୍ଠ ଦିନ ରେ ଏନ୍ତୁଡ଼ିଶାଳର କାନ୍ଥରେ, ମାଟିରେ କଉଡ଼ି ଦିଆଯାଇ ତିଆରି ହୋଇଥ‌ିବା ଏକ ଘର । ଯେଉଁଠାରେ ଷଠୀ ଦେବୀଙ୍କୁ ପୂଜା କରାଯାଏ ।
  • ଚିତା ନିଆଁ – ଶ୍ମଶାନରେ ଶବଦାହ ପାଇଁ ଜଳୁଥିବା ଅଗ୍ନି ।
  • ଏନ୍ତୁଡ଼ିଶାଳ – ଘରର ଯେଉଁ କୋଠରିରେ ଶିଶୁ ଜନ୍ମ ହେବାପାଇଁ ବ୍ୟବସ୍ଥା କରାଯାଇଥାଏ ।
  • ତାହା – ଦାହ (ଦହନ ଶବ୍ଦରୁ ଉପ୍ ନ୍ନ) / ଜଳିବା ।
  • ପ୍ରାଣ – ନାହା – ପ୍ରାଣ ରୂପକ ନାଆ ।
  • ପ୍ରବାସ – ବିଦେଶ / ଅନ୍ୟ ଦେଶ।
  • ଝଳି – ଝଲସି ଉଠିବା / ଉତୃଳ ହେବା ।
  • ରାହା – ବାଟ / ପଥା
  • ଯେସନ – ଯେପରି
  • ଶିର – ମୁଣ୍ତ

BSE Odisha 7th Class Odia Solutions Chapter 4 କହିବି କଥାଟି

Odisha State Board BSE Odisha 7th Class Odia Solutions Chapter 4 କହିବି କଥାଟି Textbook Exercise Questions and Answers.

BSE Odisha Class 7 Odia Solutions Chapter 4 କହିବି କଥାଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ମା’ ପୁଅକୁ କ’ଣ କହି ସମ୍ବୋଧନ କରିଛନ୍ତି ?
Answer:
ମା’ ପାଖରେ ପୁଅ ପାଇଁ ବହୁତ କିଛି ନାଁ ଥାଏ। ସେହିପରି କବିତାରେ ମା’ ପୁଅକୁ ବାପ, ଗଣ୍ଠିଧନ, ସରଗତରା, ସରଗର ଝରାଫୁଲ ଓ ଲବଣିପିତୁଳା ଆଦି କହି ସମ୍ବୋଧନ କରିଛନ୍ତି ।

(ଖ) ଧୂଳିମାଟିରେ ପିଲା କ’ଣ ସବୁ ଗଢ଼ିଥାଏ ?
Answer:
ସାଧାରଣତଃ ପିଲାମାନେ ଧୂଳିରେ ଖେଳିବାକୁ ଭଲ ପା’ନ୍ତି । ଧୂଳିମାଟିରେ ସେମାନେ ଘର, ପଶୁ, ପକ୍ଷୀ, ଦେବତା,

(ଗ) ‘ସାରଳା ଦାସ’ କାହିଁକି ବିଖ୍ୟାତ ?
Answer:
ସାରଳାଦାସ ‘ ଶୁଦ୍ରମୁନି’ ଓ ‘ଆଦିକବି’ ଭାବେ ଓଡ଼ିଆ ସାହିତ୍ୟରେ ପ୍ରସିଦ୍ଧିଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ‘ମହାଭାରତ’, ‘ଚଣ୍ଡୀପୁରାଣ’ ଓ ବିଲଙ୍କା ରାମାୟଣ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।

(ଘ) ପ୍ରାଚୀନ ଓଡ଼ିଶାର କେତେଜଣ ବୀରଙ୍କ ନାମ କୁହ ।
ପ୍ରାଚୀନ ଓଡ଼ିଶାର ବାରପୁତ୍ରମାନଙ୍କ ମଧ୍ୟରେ ମହାମେଘବାହନ ଐର ଖାରବେଳ, କାଞ୍ଚ୍ ବିଜୟା ଗଜପତି ପୁରୁଷୋତ୍ତମ ଦେବ, ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ ଏବଂ କେଶରୀ ବଂଶର ଶ୍ରେଷ୍ଠ ରାଜା ଯଯାତି କେଶରୀ ଆଦିଙ୍କ ନାମ ଉଲ୍ଲେଖଯୋଗ୍ୟ ।

(‍ଙ) ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିରର ନାମ କୁହ ।
Answer:
ପୁରୀର ବିଶ୍ଵପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖୁଟିଂର କୀଚକେଶ୍ଵରୀ ମନ୍ଦିର ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ପୁଅକୁ ଲବଣି ପିତୁଳା କହିବାର ଅର୍ଥ କ’ଣ ?
Answer:
ଲବଣିର ଅର୍ଥ ଲହୁଣି ଯାହାକି ଅତ୍ୟନ୍ତ କୋମଳ ଓ ମଧୁର । ଏହା ସମସ୍ତଙ୍କର ପ୍ରିୟ ପଦାର୍ଥ । ଶିଶୁର ଶରୀର ଲହୁଣି ପରି କୋମଳ ଏବଂ ତା’ ମୁଖର ଦରୋଟି କଥା ଓ ନିଷ୍ପାପ ହସ ସୁମଧୁର ଓ କମନୀୟ । ବାତ୍ସଲ୍ୟ ମମତାରେ ଭରା ହୃଦୟ ନେଇ ମା’ ଅତି ସ୍ନେହରେ ପୁଅକୁ ତା’ର ଲବଣି ପିତୁଳା ବୋଲି ସମ୍ବୋଧନ କରିଛନ୍ତି ।

(ଖ) ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି କିପରି ଜଣାପଡୁଛି ?
Answer:
ଓଡ଼ିଶାର ପ୍ରାଚୀନ ମନ୍ଦିର, ଦୁର୍ଗ, ରାଜବାଟୀ, ବନ୍ଧ ଓ ଘାଟମାନ ଦେଖ‌ିଲେ ଆମକୁ ବିସ୍ମିତ ହେବାକୁ ପଡ଼େ । ମନ୍ଦିର ଗାତ୍ରମାନଙ୍କରେ ଖୋଦିତ ଅପୂର୍ବ କଳାନୈପୁଣ୍ୟ, ଦେଉଳ, ଦୁର୍ଗ ନିର୍ମାଣର ଅପୂର୍ବ କାରିଗରୀ କୌଶଳ ଓ ରାଜପ୍ରସାଦ ତଥା ବନ୍ଧ ଆଦିରେ ପ୍ରୟୋଗ କରାଯାଇଥିବା ଶିଳ୍ପଚାତୁରୀ ଓ କଳାଭାସ୍କର୍ଯ୍ୟ ପ୍ରମାଣ କରେ ଯେ ଆମ ଉତ୍କଳୀୟମାନେ ହିଁ ବଡ଼ କାରିଗର ଥିଲେ ।

(ଗ) ପୁଅକୁ ମାଆ ପ୍ରାଚୀନ ଓଡ଼ିଶା ବିଷୟରେ କହିବାର ଉଦ୍ଦେଶ୍ୟ କ’ଣ ?
Answer:
ଜଣେ ଆଦର୍ଶ ମା’ ପୁଅର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥାଏ । ସେଥ‌ିପାଇଁ ବାଲ୍ୟକାଳରୁ ତାକୁ ସଂସ୍କାର- ପୂର୍ଣ୍ଣ ତଥ୍ୟ ଶୁଣାଇ ଭବିଷ୍ୟତରେ ଜଣେ ସୁନାଗରିକ କରି ଗଢ଼ି ତୋଳିବାକୁ ଇଚ୍ଛା ପ୍ରକାଶ କରିଥାଏ । ପ୍ରାଚୀନ ଓଡ଼ିଶାର ବରପୁତ୍ର ଯେଉଁମାନେ କି ଆମର ପୂର୍ବପୁରୁଷ ଥିଲେ, ସେମାନେ କଳା, ସାହିତ୍ୟ, କାରିଗରୀ କୌଶଳ, ଧର୍ମ ଓ ବୀରତ୍ଵ ଆଦି ସବୁକ୍ଷେତ୍ରରେ ଶୀର୍ଷସ୍ଥାନ ଅଧୁକାର କରି ସମଗ୍ର ବିଶ୍ବରେ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି । ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ସନ୍ତାନ ମାତୃଭାଷା ଓ ମାତୃଭୂମିର ସମ୍ମାନ ରକ୍ଷା ଦିଗରେ ବ୍ରତୀ ହେବା ସଙ୍ଗେ ବିଶ୍ୱବନ୍ଦିତ ହେଉ ଏହା କାମନା କରି ମା’ ପ୍ରାଚୀନ ଓଡ଼ିଶାର ଗୌରବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

(ଘ) ପୁଅ କିପରି ଓଡ଼ିଆ ବୋଲି ଗର୍ବର ସହିତ ମଥାଟେକି ଚାଲିପାରିବ ?
Answer:
ସାଧାରଣତଃ ମଣିଷ ତା’ର ପୂର୍ବପୁରୁଷମାନଙ୍କ ଗୌରବରେ ଗୌରବାନ୍ବିତ ହୋଇଥାଏ । ଯେଉଁ ସନ୍ତାନ ତା’ର ପିତୃ ପିତାମହଙ୍କ ପଦାଙ୍କ ଅନୁସରଣ କରି ଜ୍ଞାନ, ବୁଦ୍ଧି ଓ ବୀରତ୍ଵ ପ୍ରଦର୍ଶନ କରିଥାଏ, ସେ ଉପଯୁକ୍ତ ଦାୟାଦ ଭାବେ ଗର୍ବର ସହ ମଥାଟେକି ଚାଲିଥାଏ । ପ୍ରାଚୀନ ଓଡ଼ିଶାର ଇତିହାସ ଗୌରବୋଜ୍ଜ୍ଵଳ । ଉତ୍କଳର ମହାନ୍ ରାଜା ମହାରାଜାମାନଙ୍କ ମଧ୍ୟରେ ଐର ଖାରବେଳ, ପୁରୁଷୋତ୍ତମ ଦେବ, ଅନଙ୍ଗଭୀମ ଦେବ ଓ ଯଯାତି କେଶରୀ ନିଜର ବୀରତ୍ଵ ଓ କୀର୍ତ୍ତିରାଜି ପାଇଁ ଅମର ହୋଇ ରହିଛନ୍ତି । ଉତ୍କଳୀୟ ଶିଳ୍ପୀମାନେ ଚାରୁକଳା ଓ କାରୁକଳା କ୍ଷେତ୍ରରେ ବିଶ୍ୱବନ୍ଦିତ ହୋଇଛନ୍ତି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଅତିବଡ଼ୀ ଜଗନ୍ନାଥ ଦାସ ଓ ଶୂଦ୍ରମୁନି ସାରଳା ଦାସ ପ୍ରମୁଖ ବରପୁତ୍ରଗଣ ମାତୃଭାଷାରେ ଅକ୍ଷୟ କୀର୍ତ୍ତି ଅର୍ଜନ କରିଯାଇଛନ୍ତି । ସେହି ପୂର୍ବପୁରୁଷମାନଙ୍କ ଗୌରବଗାଥା ସ୍ମରଣ କରି ମାତୃଭୂମି ଓ ମାତୃଭାଷାର ସେବାରେ ନିଜକୁ ଉତ୍ସର୍ଗ କଲେ ଉତ୍କଳ ସନ୍ତାନ ଗର୍ବରେ ମଥାଟେକି ଚାଲିପାରିବ ବୋଲି ଶିଶୁ ସନ୍ତାନକୁ ତା’ର ଜନନା ଆହାନ କରିଛନ୍ତ୍ରି ।

(ଙ) ‘ସଞ୍ଜ ଆଳତିରେ ଜଳେ ତ ତାଙ୍କରି ବର୍ତି’ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
ଉତ୍କଳୀୟ କାରୁକଳା ଶିଳ୍ପୀ ପ୍ରସ୍ତର ଗାତ୍ରରେ ଅପରୂପ କଳା ସୃଷ୍ଟି କରିଯାଇଛନ୍ତି । ବନ୍ଧ, ପୁଷ୍କରିଣୀ ଓ ଦୁର୍ଗ ଆଦି ନିର୍ମାଣ କରି ଅପୂର୍ବ କାରିଗରୀ କୌଶଳ ପ୍ରଦର୍ଶନ କରିଯାଇଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଦେହରେ ନିହାଣ ମୁନରେ ଶୋଭା ପାଉଥିବା ବିସ୍ମୟକର କଳାକୌଶଳ ଦର୍ଶକକୁ ବିମୁଗ୍ଧ କରିଥାଏ । ଏତଦ୍‌ଭିନ୍ନ ମନ୍ଦିରର ରାଜ୍ୟ ଓଡ଼ିଶାର ପୁରପଲ୍ଲୀରେ ସନ୍ଧ୍ୟା ଆଳତି ବେଳେ ଲକ୍ଷ ଲକ୍ଷ ଭକ୍ତ, ପର୍ଯ୍ୟଟକ ମନ୍ଦିର ସମ୍ମୁଖରେ ସମବେତ ହୋଇ ଭକ୍ତିଅର୍ଘ୍ୟ ଅର୍ପଣ କରୁଥିଲାବେଳେ ମନ୍ଦିରର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଶିଳ୍ପୀ ଓ କାରିଗରମାନଙ୍କ ନିର୍ମାଣ କୌଶଳର ଜୟଗାନ କରିଥା’ନ୍ତି। ପ୍ରାଚୀନ ଓଡ଼ିଶାର ପ୍ରସ୍ତର ଶିଳ୍ପକଳା ଉତ୍କଳୀୟମାନଙ୍କୁ ଗର୍ବିତ କରିଥାଏ।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ପଥର ଉପରେ ଆଙ୍କିଛନ୍ତି ଛବି
ଅପରୂପ ମନୋହରା
Answer:
ପଥର ଉପରେ ……………. ମନୋହର ।
ପ୍ରଦତ୍ତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘କହିବି କଥାଟି’ ଶୀର୍ଷକ କବିତାରୁ ଉଦ୍ଧୃତ। ଏଠାରେ ନାରୀକବି କୁନ୍ତଳା କୁମାରୀ ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କରେ ପରିଦୃଷ୍ଟ ଅପରୂପ କାରୁକଳା ତଥା କାରିଗରୀ କୌଶଳ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏକଦା କଳା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଓଡ଼ିଶାର ପ୍ରାଚୀନ ନାମ ଥିଲା କଳିଙ୍ଗ । ଉତ୍କଳୀୟ ରାଜା ମହାରାଜାମାନେ ଉତ୍କଳର ପୁରପଲ୍ଲୀ ଓ ନଗରମାନଙ୍କରେ ବହୁ ମନ୍ଦିର, ପୁଷ୍କରିଣୀ, ବନ୍ଧ ଓ ଦୁର୍ଗାଦି ନିର୍ମାଣ କରିଯାଇଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଆଦିର ପ୍ରସ୍ତର ଗାତ୍ରରେ ଓଡ଼ିଆ ଶିଳ୍ପୀ ବିସ୍ମୟକର କଳା ସୃଷ୍ଟି କରିଯାଇଛନ୍ତି ।

ପଥରରେ ଖୋଦିତ ମୂର୍ତ୍ତି, ପଶୁ, ପକ୍ଷୀ, ବୃକ୍ଷ, ଲତା ଆଦି ଦେଖ‌ିଲେ ଓଡ଼ିଆ ଶିଳ୍ପୀମାନଙ୍କର ଜୀବନ୍ତ କଳାନୈପୁଣ୍ୟ ତଥା କାରିଗରୀ କୌଶଳକୁ ପ୍ରଶଂସା ନ କରି ରହିହୁଏ ନାହିଁ । କଳା ଓ ସ୍ଥାପତ୍ୟରେ ଓଡ଼ିଆ କାରିଗର ଓ ଶିଳ୍ପୀମାନେ ଯେଉଁ ମନୋହର ଛବି ଖୋଦନ କରିଯାଇଛନ୍ତି ତାହା ସାରା ବିଶ୍ଵରେ ବିସ୍ମୟ ସୃଷ୍ଟି କରିପାରିଛି । ସେମାନଙ୍କର କାଳଜୟୀ କୃତି ସ୍ମରଣ କରି ଆମେ ଗର୍ବିତ ତଥା ଗୌରବାନ୍ବିତ ହୋଇଥାଉ । ଗୁମ୍ଫାମାନଙ୍କରେ ଖୋଦିତ ଶିଳାଲିପିଠାରୁ ଆରମ୍ଭ କରି ମନ୍ଦିରମାନଙ୍କରେ ଅପୂର୍ବ କାରୁକାର୍ଯ୍ୟ ସେମାନଙ୍କର ଅପୂର୍ବ ସୁନିପୁଣ କଳାକୃତିର ମୂକସାକ୍ଷୀ ଭାବେ ଉଭା ହୋଇଛି ।

(ଖ) କିଏ ସରିହେବ ଗୁଣ ଜ୍ଞାନେ ତାଙ୍କୁ
କିଏ ସରିହେବ ତେଜୋ
Answer:
କିଏ ସରିହେବ ………………………. କିଏ ସରିହେବ ତେଜେ ।
ପ୍ରୋକ୍ତ ପଦ୍ୟାଶଟି ନାରୀକବି କୁନ୍ତଳା କୁମାରୀ ସାବତଙ୍କ ରଚିତ ‘କହିବି କଥାଟି’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ପ୍ରାଚୀନ ଉତ୍କଳର ରାଜା ମହାରାଜାମାନଙ୍କ ଅପୂର୍ବ ଶୌର୍ଯ୍ୟ, ବୀର୍ଯ୍ୟ, ବଳ, ବିକ୍ରମ ଉପରେ ଆଲୋକପାତ କରିଛନ୍ତି । ପ୍ରାଚୀନ ଉତ୍କଳର ଇତିହାସ ଗୌରବୋଜ୍ଜ୍ଵଳ । ଏ ରାଜ୍ୟରେ ମହାମେଘବାହନ ଐର ଖାରବେଳ, ଗଜପତି ପୁରୁଷୋତ୍ତମ ଦେବ, ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ ଏବଂ କେଶରୀ ବଂଶର ଶ୍ରେଷ୍ଠ ରାଜା ସେହି ମହାନ୍ ବ୍ୟକ୍ତିମାନଙ୍କ ଅକ୍ଷୟ କୀର୍ତ୍ତିମାନ ଉପସ୍ଥାପନ କରି, ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ ହୃଦୟରେ ଦେଶପ୍ରୀତି ଜାଗ୍ରତ କରିବାକୁ ମା’ ତା’ର ସନ୍ତାନକୁ ଆହ୍ଵାନ ଦେଇଛି । ବଳ, ବିକ୍ରମ ଓ ବୀରତ୍ଵରେ ଆମ ପୂର୍ବପୁରୁଷଙ୍କ ସହ କେହି ସମକକ୍ଷ ହୋଇପାରି ନଥିଲେ ।

ସେଥ‌ିପାଇଁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଆମ ରାଜ୍ୟ । କେବଳ ବୀରତ୍ଵ ଗରିମା ନୁହେଁ କଳା, ସାହିତ୍ୟ, ସଂସ୍କୃତି ଓ ଧର୍ମଭାବନା ସମସ୍ତ କ୍ଷେତ୍ରରେ ସେମାନେ ଥିଲେ ନଗର ପର୍ଯ୍ୟନ୍ତ ବହୁ ମନ୍ଦିର, ପୁଷ୍କରିଣୀ, ବନ୍ଧ ଆଦି ନିର୍ମିତ ହୋଇଥିଲା । ସେମାନେ ମଧ୍ୟ ଥିଲେ ଗୁଣଗ୍ରାହୀ, ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ । ଉଚ୍ଚମାନର ସାହିତ୍ୟ ସୃଷ୍ଟି ପାଇଁ କବି ଓ କଥାକାରମାନଙ୍କୁ ସେମାନେ ପ୍ରତ୍ୟକ୍ଷ ସାହାଯ୍ୟ ପ୍ରଦାନ କରୁଥିଲେ । ତେଣୁ ଏପରି ପ୍ରଜାନୁରଞ୍ଜକ ଜ୍ଞାନୀ, ଗୁଣୀ ରାଜା ମହାରାଜାଙ୍କ ସହ କେହି ସମକକ୍ଷ ହୋଇପାରିବେ ନାହିଁ ବୋଲି କବୟିତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

(ଗ) ଓଡ଼ିଆ ବୋଲି ତୁ ମନେ ଗର୍ବ ବହି
ଚାଲରେ ଟେକି ତୋ ମଥା ।
Answer:
ଓଡ଼ିଆ ବୋଲି ……………………………… ତୋ’ ମଥା ।
ପ୍ରଦତ୍ତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘କହିବି କଥାଟି’ ଶୀର୍ଷକ କବିତାରୁ ଆନୀତ । ଏଠାରେ ନାରୀକବି କୁନ୍ତଳା କୁମାରୀ ଓଡ଼ିଶାର ପୂର୍ବପୁରୁଷମାନଙ୍କ ଅମର କୃତିରେ ଗର୍ବିତ ଉତ୍କଳୀୟ ସନ୍ତାନଙ୍କୁ ପ୍ରାଚୀନ ଗୌରବ ସ୍ମରଣ କରି ସ୍ଵାଭିମାନୀ ହେବାପାଇଁ ଆହ୍ବାନ ଦେଇଛନ୍ତି । ଉତ୍କଳର ଅତୀତ ଥିଲା ଗୌରବମୟ । ଉତ୍କଳ ସନ୍ତାନ ଭୁଲିଯାଇଛି ତା’ ପୂର୍ବପୁରୁଷଙ୍କ ଅକ୍ଷୟ କୀର୍ତ୍ତିରାଜି । ଯେଉଁ ଓଡ଼ିଆ ପୁଅ ଦିନେ ସାରା ବିଶ୍ଵରେ କଳା, ସାହିତ୍ୟ, ସଂସ୍କୃତି, ଧର୍ମଭାବନା, ପ୍ରତିରକ୍ଷା ଓ ବାଣିଜ୍ୟ ବ୍ୟବସାୟ ଆଦି ସବୁ ଯଯାତି କେଶରାଙ୍କ ପରି ରାଜା ମହାରାଜାମାନେ ପ୍ରସିଦ୍ଧ ଯୋଦ୍ଧ ଯୋଦ୍ଧାଭାବେ ଅପରିସାମ ବାରତ୍ଵର ପରାକାଷ୍ଠା ଦେଖାଇଥ୍ଲୋ ଉକ୍ଳାୟ କବିମାନଙ୍କ କାଳଜୟୀ ବ୍ୟକବିତା ତ୍ତକ୍ଳ ସାହିତ୍ୟ ଜଗତର ଗୋଟିଏ ଅମ୍ଳାନ କୃତି । ପୂର୍ବପୁରୁଷମାନଙ୍କ ସେହି ଗୌରବ ଗାଥାକୁ ସ୍ମରଣ କରି ଉତ୍କଳ ସନ୍ତାନ ଗର୍ବରେ ମଥାଟେକି ଚାଲିବାକୁ କବୀ ପରାମର୍ଶ ଦେଇଛନ୍ତି ଓ ମାତୃଭୂମି ତଥା ମାତୃଭାଷା ସେବାରେ ମନୋନିବେଶ କରି ଓଡ଼ିଶାର ଶ୍ରୀବୃଦ୍ଧି ସାଧନାରେ ବ୍ରତୀ ହେବାକୁ ଆହ୍ଵାନ ଦେଇଛନ୍ତି ।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୪।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖ ।
କୁଳ, କୂଳ, ଗୁଣି, ଗୁଣୀ, ସର୍ଗ, ସ୍ଵର୍ଗ
Answer:
କୁଳ – ବଂଶ
ଗୁଣି – ଭାଳି, ବାରମ୍ବାର ସ୍ମରଣ କରି
ସର୍ଗ – ଅଧ୍ୟାୟ, ପରିଚ୍ଛେଦ
କୂଳ – କଟ
ଗୁଣୀ – ଗୁଣବାନ୍, ସୁଗୁଣର ଅଧିକାରୀ
ସ୍ଵର୍ଗ – ଦେବତାମାନଙ୍କ ଆବାସସ୍ଥଳା, ମହାକାଶ

Question ୫।
ଲିଙ୍ଗ ପରିବର୍ତ୍ତନ କର ।
ଗୋସିବାପ, ପୁରୁଷ, ଦାଦି, ବୀର
Answer:
ଗୋସିବାପ – ଗୋସିମା’
ଦାଦି – ଖୁଡ଼ା
ପୁରୁଷ – ନାରା / ସ୍ତ୍ରୀ
ବାର – ଚାରା

Question ୬।
‘କରମ’ ଶବ୍ଦର ଅନ୍ୟରୂପ ଯେପରି ‘କର୍ମ’, ସେହିପରି ତଳ ଶବ୍ଦଗୁଡ଼ିକର ଅନ୍ୟରୂପ ଲେଖ ।
କୀରତି, ହରଷ, କଉତୁକ, ନିରିମଳ, ସରଗ
Answer:
କାରତି – କାର୍ତ୍ତି
କଉତୁକ – କୌତୁକ
ସରଗ – ସ୍ୱର୍ଗ
ହରଷ – ହର୍ଷ
ନିରିମଳ – ନିର୍ମଳ

Question ୭ ।
ବାକ୍ୟରେ ବ୍ୟବହାର କର ।
ଚେତା, ତେଜ, କୀର୍ତ୍ତି, ମନୋହର
Answer:
ଚେତା – ଏକ ଭୟଙ୍କର ଶବ୍ଦ ଶୁଣି ତା’ର ଚେତା ରୁ ତ଼ିଗଲା।
ତେଜ – ଗ୍ରୀଷ୍ମକାଳରେ ସୂର୍ଯ୍ୟଙ୍କ ତେଜ ଅତି ପ୍ରଖର ।
କାର୍ତ୍ତି – ଆମ ପୂର୍ବପୁରୁଷମାନେ ଅକ୍ଷୟ କୀର୍ତ୍ତି ଅର୍ଜନ କରିଯାଇଛନ୍ତି ।
ମନୋହର – ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୀବ ମନୋହରା

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୮।
୧୫୦ରୁ ୨୦୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ପ୍ରାଚୀନ ଓଡ଼ିଶାର କେଉଁ କୀର୍ତ୍ତିରାଜିର କଥା ମାଆ ନିଜ ପୁଅକୁ କହିଛନ୍ତି ?
Answer:
ନାରୀକବି କୁନ୍ତଳା କୁମାରୀ ସାବତଙ୍କ କବିତା ‘କହିବି କଥାଟି’ ଯେ ଅତୀତ ଉତ୍କଳର ଗୌରବାବହ ସଂସ୍କୃତିର ଆଲେଖ୍ୟ, ଏଥ‌ିରେ ସନ୍ଦେହ ନାହିଁ । କବୀ ନିଜକୁ ମା’ ଭୂମିକାରେ ରଖି ଉତ୍କଳ ସନ୍ତାନକୁ ପୂର୍ବପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଉତ୍କଳୀୟମାନେ ଯେ ଏକଦା ସମଗ୍ର ଦେଶରେ ସବୁକ୍ଷେତ୍ରରେ ନିଜର ବୈଶିଷ୍ଟ୍ୟ ପ୍ରଦର୍ଶନ କରି ସମ୍ମାନର ଅଧିକାରୀ ହୋଇଥିଲେ ଏହା ଅନସ୍ବୀକାର୍ଯ୍ୟ । ଦିନେ ଏହି ଓଡ଼ିଶାର ଶିଳ୍ପୀକୁଳ କଳା କୁଶଳତାରେ ଅପୂର୍ବ ସଫଳତା ଲାଭ କରିଥିଲେ । ଓଡ଼ିଶାର କାରୁକଳା ଶିଳ୍ପୀ ମନ୍ଦିରର ପ୍ରସ୍ତର ଗାତ୍ରରେ ଛୁଞ୍ଚି ମୁନରେ ଯେଉଁ କାଳଜୟୀ କଳା ସୃଷ୍ଟି କରିଯାଇଛି ତାହା ଅଦ୍ୟାବଧୂ ଦେଶ ବିଦେଶର ପର୍ଯ୍ୟଟକ ଓ ଦର୍ଶକମାନଙ୍କୁ ବିସ୍ମିତ କରୁଛି ।

ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିରରେ ତାହାର ଜ୍ଵଳନ୍ତ ନିଦର୍ଶନ ଦେଖିବାକୁ ମିଳେ । ଭୁବନେଶ୍ଵରର ବିନ୍ଦୁସାଗର, ପୁରୀର ନରେନ୍ଦ୍ର ପୁଷ୍କରିଣୀ ଓ କଟକର କାଠଯୋଡ଼ି ପଥରବନ୍ଧ ଓଡ଼ିଆମାନଙ୍କର ଅକ୍ଷୟ କୀର୍ତ୍ତି । କେବଳ ନିର୍ମାଣ କି କାରିଗରୀ କୌଶଳ ନୁହେଁ ବୀରତ୍ବରେ ମଧ୍ୟ ଓଡ଼ିଆ ଜାତିର ସମକକ୍ଷ କେହି ନଥିଲେ ।

ଐର ସମ୍ରାଟ ମହାମେଘବାହନ ଖାରବେଳ, କାଞ୍ଚିବିଜେତା ଗଜପତି ପୁରୁଷୋତ୍ତମ ଦେବ, ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ ଏବଂ କେଶରୀ ବଂଶର ଶ୍ରେଷ୍ଠ ରାଜା ଯଯାତି କେଶରୀ ଆଦିଙ୍କ ବିକ୍ରମ ଓ ବୀରତ୍ଵ ଇତିହାସ ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି । ଖାରବେଳଙ୍କ ସାମ୍ରାଜ୍ୟ ଥିଲା ଆଗଙ୍ଗାଗୋଦାବରୀ ବିସ୍ତୃତ । ଉତ୍କଳୀୟ ରାଜାମାନେ କେବଳ ରଣକ୍ଷେତ୍ରରେ ଯେ ସେମାନଙ୍କ ନୈପୁଣ୍ୟ ପ୍ରଦର୍ଶନ କରିଥିଲେ ତାହା ନୁହେଁ, ପ୍ରଜାନୁରଞ୍ଜନ ପାଇଁ ସେମାନେ ବନ୍ଧ, ଘାଟ ଓ ପୁଷ୍କରିଣୀ ଆଦି ନିର୍ମାଣ କରାଇଥିଲେ । କବି ଓ କଥାକାରମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି କାଳଜୟୀ ସାହିତ୍ୟ ସୃଷ୍ଟି ପାଇଁ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।

ଆଦିକବି ଶୂଦ୍ରମୁନି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପରି ମହାନ୍ କବିମାନଙ୍କ ନାମୋଲ୍ଲେଖ କରି ସେହି ବରପୁତ୍ରମାନଙ୍କ ଉତ୍ତର ଦାୟାଦ ରୂପେ ଭାଷା ଓ ସାହିତ୍ୟର ଉନ୍ନତି କଳ୍ପେ ସାଧନାରେ ବ୍ରତୀ ହେବାକୁ କବୀ ଆହ୍ବାନ ଦେଇଛନ୍ତି । ନିଜର ସାଧନା ଓ ଅଧ୍ୟବସାୟ ବଳରେ ସେମାନେ ଯେପରି ଅମର ସାହିତ୍ୟ ସୃଷ୍ଟି କରିଯାଇଛନ୍ତି ତାହା ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ ଓ ଗୌରବାନ୍ବିତ କରିଥାଏ । ଦିନେ ଉତ୍କଳ ଭୂମି କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ, ଧର୍ମଭାବନା ତଥା ପ୍ରତିରକ୍ଷା ଓ ବାଣିଜ୍ୟ ବ୍ୟବସାୟ ସବୁ କ୍ଷେତ୍ରରେ ଥିଲା ମହାନ୍ । ସେହି ମହାନ୍ ପରମ୍ପରାର ଉତ୍ତରାତ୍‌ରୀ ଆଜିର ଶିଶୁମାନଙ୍କୁ ଉତ୍କଳର ସୁଯୋଗ୍ୟ ଦାୟାଦ ହେବାପାଇଁ କବୀ ପ୍ରେରଣା ପ୍ରଦାନ କରିଛନ୍ତି ।

(ଖ) ମାଆ ପୁଅକୁ ଅତୀତ ଉତ୍କଳର ଗୌରବ ଗାଥା କହିବା ମୂଳରେ କେଉଁ ଉଦ୍ଦେଶ୍ୟ ରହିଛି ?
Answer:
ଜଣେ ଆଦର୍ଶ ମା ପୁଅର ଉଜ୍ଜ୍ଵଳ ଭବିଷ୍ୟତ କାମନା ଶୁଣାଇ ତାକୁ ଉତ୍ତମ ଦାୟାଦ ରୂପେ ଗଢ଼ିବାର ସ୍ଵପ୍ନ ଦେଖିଥାଏ। ତେଣୁ କବି କୁନ୍ତଳାକୁମାରୀ ଏଠାରେ ସୁପ୍ତ ଓଡ଼ିଆ ପୁଅକୁ ଶୁଣାଇ ତାକୁ ଉତ୍ତମ ଦାୟାଦ ରୂପେ ଗଢ଼ିବାର ସ୍ଵପ୍ନ ଦେଖିଥାଏ। ତେଣୁ କବି କୁନ୍ତଳାକୁମାରୀ ଏଠାରେ ସୁପ୍ତ ଓଡ଼ିଆ ପୁଅକୁ ପ୍ରାଚୀନ ଓଡ଼ିଶାର ଗୌରବପୂର୍ଣ୍ଣ ଗାଥା ଶୁଣାଇଛନ୍ତି। ସାରା ଭାରତରେ ଓଡ଼ିଶାର ଐତିହ୍ୟ ଉଜ୍ଜ୍ଵଳ ଓ ଗୌରବପୂର୍ଣ୍ଣ ଥିଲା । ତେଣୁ କବି କହିଥିଲେ – “ଭାରତ ସରସେ, ଉତ୍କଳ କମଳ।” ଅର୍ଥାତ୍ ଭାରତ ରୂପକ ପୁଷ୍କରିଣୀରେ ଉତ୍କଳ ହେଉଛି ଗୋଟିଏ ପଦ୍ମଫୁଲ।

ଯଯାତି, ଐର ଖାରବେଳ, ପୁରୁଷୋତ୍ତମଦେବ, ଅନଙ୍ଗଭୀମଦେବ ଆଦି ରାଜା ମହାରାଜାମାନେ ନିଜ ବୀରତ୍ଵର ପରାକାଷ୍ଠା ଦେଖାଇଛନ୍ତି। ଓଡ଼ିଶାର ଶିଳ୍ପୀକୁଳ ମନ୍ଦିର, ବନ୍ଧବାଡ଼, ପୁଷ୍କରିଣୀ ଆଦି ନିର୍ମାଣ କରି କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଚମତ୍କାରିତା ପ୍ରଦର୍ଶନ କରିଛନ୍ତି। କୋଣାର୍କର ସୂର୍ଯ୍ୟ ମନ୍ଦିର, ଜଗନ୍ନାଥ ମନ୍ଦିର ଇତ୍ୟାଦି ଏହାର ପ୍ରମାଣ। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଜଗନ୍ନାଥ ଦାସ ଆଦି କବିମାନେ ନିଜ କାବ୍ୟ କବିତାରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସୁତରାଂ ଓଡ଼ିଆମାନେ କୌଣସି ଗୁଣରେ କମ୍ ନୁହନ୍ତି । ସେହି ପୂର୍ବସୂରୀମାନଙ୍କର ପଦାଙ୍କ ଅନୁସରଣ କଲେ, ଦେଶ ଓ ଜାତିର ମନ ରକ୍ଷାକରାଯାଇ ପାରିବ ବୋଲି କବି ପରାମର୍ଶ ଦେଇଛନ୍ତି ।

ତୁମପାଇଁ କାମ :

କବିତାଟିରେ ଯେଉଁ ରାଜାମାନଙ୍କର କଥା କୁହାଯାଇଛି, ସେମାନଙ୍କ ବିଷୟରେ ଅଧ୍ଯକ ତଥ୍ୟ ଇତିହାସ ବହିରୁ ସଂଗ୍ରହ କର ।

ଓଡ଼ିଶାର ପ୍ରାଚୀନ ମନ୍ଦିରଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧ ।
‘କହିବି କଥାଟି’ କବିତାର କବିଙ୍କ ନାମ କ’ଣ ?
Answer:
କହିବି କଥାଟି କବିତାର କବି ହେଉଛନ୍ତି କୁନ୍ତଳା କୁମାରୀ ସାବତ ।

Question ୨ ।
‘କହିବି କଥାଟି’ କବିତାରେ ମାଆଟି ତା’ର ପୁଅକୁ କେଉଁ ବିଷୟରେ ଚେତାଇ ଦେଇଛି ?
Answer:
‘କହିବି କଥାଟି’ କବିତାରେ ମାଆଟି ନିଜ ପୁଅକୁ ଓଡ଼ିଆ ଜାତିର ଗୌରବ ବିଷୟରେ ଚେତାଇ ଦେଇଛନ୍ତି ଏବଂ ଭବିଷ୍ୟତରେ ଜଣେ ସୁଯୋଗ୍ୟ ସନ୍ତାନ ହେବାକୁ ଉଦ୍‌ବୋଧନ ଦେଇଛନ୍ତି।

Question ୩ ।
ଶିଶୁଟିର ମନ ଓ ହୃଦୟକୁ କିପରି ଭାବରେ ନାରୀ କବି କୁନ୍ତଳା କୁମାରୀ ସାବତ ବର୍ଣ୍ଣନା କରିଛନ୍ତି ?
Answer:
ଶିଶୁଟିର ମନକୁ ନିର୍ମଳ ଓ ହୃଦୟକୁ କୋମଳ ଭାବରେ ନାରୀକବି କୁନ୍ତଳା କୁମାରୀ ସାବତ ବର୍ଣ୍ଣନା କରିଛନ୍ତି ।

Question ୪ ।
ସାଙ୍ଗସାଥୀ ମେଳରେ ପିଲାଟି କ’ଣ କରେ ?
Answer:
ପିଲାଟି ସାଙ୍ଗସାଥୀ ମେଳରେ ଧୂଳିମାଟିରେ ଖେଳଘର ତିଆରି କରୁଛି । ତା’ର ନିଜ ଇଚ୍ଛା ଅନୁସାରେ ସେ ମାଟିରେ ପଶୁ, ପକ୍ଷୀ, ଦେବତା ଓ ଦେଉଳର ପ୍ରତିକୃତି ତିଆରି କରୁଛି।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୫ ।
କେଉଁ ଘଟଣାକୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ବୋଲି ନାରୀ କବି ‘କହିବି କଥାଟି’ କବିତାରେ ପ୍ରକାଶ କରିଛନ୍ତି ?
Answer:
ଆମର ପୂର୍ବପୁରୁଷମାନେ ଅତୀତରେ ଯେଉଁ ମହତ୍ଵପୂର୍ଣ୍ଣ କାର୍ଯ୍ୟ କରି ନିଜର ନାମ ରଖୁଯାଇଛନ୍ତି, ସେ କଥା ଭାବିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ ବୋଲି ନାରୀକବି ପ୍ରକାଶ କରିଛନ୍ତି ।

Question ୬ ।
ପୂର୍ବପୁରୁଷମାନେ କେଉଁ କାର୍ଯ୍ୟ କରି ନିଜର ନାମ ରଖୁଯାଇଛନ୍ତି ?
Answer:
ପୂର୍ବପୁରୁଷମାନେ ଉତ୍କଳର ପୁରପଲ୍ଲୀ ଓ ନଗରମାନଙ୍କରେ ବହୁ ମନ୍ଦିର, ପୁଷ୍କରିଣୀ, ବନ୍ଧ ଓ ଦୁର୍ଗାଦି ନିର୍ମାଣ କରି

Question ୭ ।
ପ୍ରାଚୀନ ଓଡ଼ିଶାର କେତେଜଣ ବୀରଙ୍କ ନାମ କୁହ ।
Answer:
ପ୍ରାଚୀନ ଓଡ଼ିଶାର ବୀରମାନଙ୍କ ମଧ୍ୟରେ ଖାରବେଳ, ପୁରୁଷୋତ୍ତମଦେବ, ଅନଙ୍ଗଭୀମବେଦ ଓ ଯଯାତିକେଶରୀଙ୍କ ନାମ ଉଲ୍ଲେଖଯୋଗ୍ୟ।

Question ୮ ।
ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିରର ନାମ କୁହ ।
Answer:
ସେଥ‌ିମଧ୍ୟରୁ କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ପ୍ରସିଦ୍ଧ ଅଟେ ।

Question ୯ ।
ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି କିପରି ଜଣାପଡୁଛି ?
Answer:
ମନ୍ଦିରରେ ଖୋଦିତ ଅପୂର୍ବ କଳାନୈପୁଣ୍ୟ, କାରିଗରୀ କୌଶଳରୁ ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି ଜଣାପଡ଼ୁଛି ।

Question ୧୦ ।
ପୁଅ ମଥାଟେକି ଚାଲିବାପାଇଁ ମାଆ କି ଆହ୍ୱାନ ଦେଇଛନ୍ତି ?
Answer:
ପୂର୍ବପୁରୁଷମାନଙ୍କ ଗୌରବଗାଥା ସ୍ମରଣ କରି ମାତୃଭୂମି ଓ ମାତୃଭାଷାର ସେବାରେ ନିଜକୁ ଉତ୍ସର୍ଗ କଲେ ଉତ୍କଳ ସନ୍ତାନ ଗର୍ବରେ ମଥାଟେକି ଚାଲିପାରିବ ବୋଲି ଶିଶୁ ସନ୍ତାନକୁ ତା’ର ଜନନୀ ଆହ୍ବାନ କରିଛନ୍ତି ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

Question ୧।
‘କହିବି କଥାଟି’ କବିତାଟି କାହାର ରଚନା ?
(କ) ବିଦ୍ୟୁପ୍ରଭା ଦେବୀ
(ଖ) କୁନ୍ତଳାକୁମାରା ସାବତ୍‌
(ଗ) ରାମକୃଷ୍ଣ ନନ୍ଦ
(ଘ) ଗଙ୍ଗାଧର ମେହେର
Answer:
(ଖ) କୁନ୍ତଳାକୁମାରା ସାବତ୍‌

Question ୨ ।
ଉତ୍କଳ ଭାରତୀ କାହାକୁ କୁହାଯାଏ ?
(କ) କୁନ୍ତଳାକୁମାରୀ
(ଖ) ବିଦ୍ୟୁତପ୍ରଭା ଦେବୀ
(ଗ) ସରଳା ଦେବୀ
(ଘ) ରମା ଦେବୀ
Answer:
(କ) କୁନ୍ତଳାକୁମାରୀ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୩।
‘କହିବି କଥାଟି’ କବିତାର ମୁଖ୍ୟ ଉଦ୍ଦେଶ୍ୟଟି କ’ଣ ?
(କ) ଉତ୍କଳର ଅତୀତ ଇତିହାସ ବିଷୟରେ ଜଣାଇବା
(ଖ) ପ୍ରାଚାନ କାର୍ତ୍ତି ବିଷୟରେ ସୂଚନା ଦେବା
(ଗ) ପ୍ରାଚୀନ କୀର୍ତ୍ତି ବିଷୟରେ ଧାରଣା ଦେବା
(ଘ) ପୂର୍ବପୁରୁଷଙ୍କର ସୁଯୋଗ୍ୟ ଉତ୍ତରାଧିକାରୀ ହେବାପାଇଁ ପ୍ରେରଣା ଦେବା
Answer:
(ଘ) ପୂର୍ବପୁରୁଷଙ୍କର ସୁଯୋଗ୍ୟ ଉତ୍ତରାଧିକାରୀ ହେବାପାଇଁ ପ୍ରେରଣା ଦେବା

Question ୪।
ନିମ୍ନୋକ୍ତ କବିତାଂଶରୁ କେଉଁଟିରେ ‘କହିବି କଥାଟି’ କବିତାର ମୂଳ ଲକ୍ଷ୍ୟ ସାଧୂ ହୋଇଛି ?
(କ) ପଥର ଉପରେ ଆଙ୍କିଛନ୍ତି ଛବି ଅପରୂପ ମନୋହର
(ଖ) କେତେ ଓସି ମହତ କରମ ସାଧ୍ୟ ଭାଳିଲେ ହଜିବ ଚେତା
(ଗ) କାହା କୁମର ତୁ କାହା କୁଳମଣି ଜାଣିଚୁ କି ଗଣ୍ଠିଧନ
(ଘ) ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା
Answer:
(ଘ) ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା

Question ୫।
‘ଲକ୍ଷେ ରାଜାଙ୍କର ମଉଡ଼ମଣିର ଜାତି’– ଏହି କବିତାଂଶଟି କେଉଁମାନଙ୍କୁ ଲକ୍ଷ୍ୟକରି କୁହାଯାଇଛି ?
(କ) ଓଡ଼ିଆ ଜାତିକୁ
(ଖ) ଓଡ଼ିଶାର ଶ୍ରେଷ୍ଠ କାରିଗରମାନଙ୍କୁ
(ଗ) ଓଡ଼ିଶାର ବୀର ରାଜାମାନଙ୍କୁ
(ଘ) ଓ ଢ଼ିଶାର ବିଖ୍ୟାତ କବିମାନଙ୍କୁ
Answer:
(ଗ) ଓଡ଼ିଶାର ବୀର ରାଜାମାନଙ୍କୁ

Question ୬।
‘କହିବି କଥାଟି’ କବିତାରେ କାହାର ଗୌରବ ଗାନ କରାଯାଇଛି ?
(କ) ଓଡ଼ିଆ ଜାତିର
(ଖ) ଭାରତ ମାତାର
(ଗ) ଗୋଟିଏ ପରିବାରର
(ଘ) ଜଣେ କବିଙ୍କର
Answer:
(କ) ଓଡ଼ିଆ ଜାତିର

Question ୭।
‘ଭାଳିଲେ ହଜିବ ଚେତା’ – କାହା କଥା ଭାବିଲେ ଚେତା ହଜିଯିବ ବୋଲି କବି କହିଛନ୍ତି ?
(କ) ଜନ୍ମଭୂମିର କଥା
(ଖ) ବାପ ଗୋସିବାପ କଥା
(ଗ) ନିଜ ଭବିଷ୍ୟତ କଥା
(ଘ) ପଶୁପକ୍ଷୀଙ୍କ କଥା
Answer:
(ଖ) ବାପ ଗୋସିବାପ କଥା

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୮ ।
ଉତ୍କଳର ମାଆଟିଏ ପୁଅକୁ କ’ଣ କହି ସମ୍ବୋଧନ କରିଛନ୍ତି ?
(କ) ଅନ୍ଧରଲଉଡ଼ି
(ଖ) କରିଦ୍ରପସରା
(ଗ) ଲବଶିପିତୁଳା
(ଘ) ନିଧନସଂଖାଳି
Answer:
(ଗ) ଲବଶିପିତୁଳା

Question ୯।
‘କୋଣାର୍କ ମଥାରେ ଜଗନ୍ନାଥପୁରେ’ – ଏହି କବିତାଂଶରେ ଜଗନ୍ନାଥପୁର କାହାକୁ କୁହାଯାଇଛି ?
(କ) କୋଣାର୍କ ମନ୍ଦିର
(ଖ) ଲିଙ୍ଗରାଜ ମନ୍ଦିର
(ଗ) ପୁରୀ ମନ୍ଦିର
(ଘ) ସାକ୍ଷିଗୋପାଳ ମନ୍ଦିର
Answer:
(ଗ) ପୁରୀ ମନ୍ଦିର

Question ୧୦ ।
ନିମ୍ନୋକ୍ତ ମଧ୍ଯରୁ କିଏ ‘ବୈଦେହୀଶ ବିଳାସ’ର କବି ?
(କ) ଜଗନ୍ନାଥ ଦାସ
(ଖ) ସାରଳା ଦାସ
(ଗ) ଦାନକୃଷ୍ଣ ଦାସ
(ଘ) ଉପେନ୍ଦ୍ର ଭଞ୍ଜ୍
Answer:
(ଘ) ଉପେନ୍ଦ୍ର ଭଞ୍ଜ୍

Question ୧୧ ।
ଓଡ଼ିଆ ଭାଗବତର ରଚୟିତା କିଏ ?
(କ) ଜଗନ୍ନାଥ ଦାସ
(ଖ) ବଳରାମ ଦାସ
(ଗ) ସାରଳା ଦାସ
(ଘ) ଯଶୋବନ୍ତ ଦାସ
Answer:
(କ) ଜଗନ୍ନାଥ ଦାସ

Question ୧୨ ।
ନିମ୍ନୋକ୍ତ ମଧ୍ୟରୁ ଓଡ଼ିଆ ଆଦିକବି ରୂପେ କିଏ ପରିଚିତ ?
(କ) ଜଗନ୍ନାଥ ଦାସ
(ଖ) ବଳରାମ ଦାସ
(ଗ) ସାରଳା ଦାସ
(ଘ) ମଧୁସୂଦନ ଦାସ
Answer:
(ଗ) ସାରଳା ଦାସ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୧୩ ।
ଖଣ୍ଡଗିରି, ଉଦୟଗିରି କେଉଁ ରାଜାଙ୍କ କୀର୍ତ୍ତି ?
(କ) ଯଯାତିକେଶରୀ
(ଖ) ପୁରୁଷୋତ୍ତମ ଦେବ
(ଗ) ଖାରବେଳ
(ଘ) ଅନଙ୍ଗଭାମ ଦେବ
Answer:
(ଗ) ଖାରବେଳ

Question ୧୪ ।
ନିମ୍ନୋକ୍ତ ମଧ୍ୟରୁ କେଉଁ ରାଜାଙ୍କ ନାମ କବି ‘କହିବି କଥାଟି’ କବିତାରେ ଉଲ୍ଲେଖ କରି ନାହାନ୍ତି ?
(କ) ଅଶୋକ
(ଖ) ଯଯାତିକେଶରୀ
(ଗ) ପୁରୁଷୋତ୍ତମ ଦେବ
(ଘ) ଖାରବେଳ
Answer:
(କ) ଅଶୋକ

Question ୧୫ ।
ଭଞ୍ଜକବି କ’ଣ ଲେଖୁ ପ୍ରସିଦ୍ଧ ହୋଇଛନ୍ତି ?
(କ) ଭାଗବତ
(ଖ) ଅମରକୋଷ
(ଗ) ବୈଦେହାଶ ବିଳାସ
(ଘ) ତ୍ତଷାଭିଳାଷ
Answer:
(ଗ) ବୈଦେହାଶ ବିଳାସ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୧୬ ।
‘ଦାଦି’ ଶବ୍ଦର ଲିଙ୍ଗ ପରିବର୍ତ୍ତନ କଲେ କେଉଁଟି ଠିକ୍ ହେବ ?
(କ) ମାଈଁ
(ଖ) ପିଉସା
(ଗ) ଖୁଡା
(ଘ) ଝିଆରା
Answer:
(ଗ) ଖୁଡା

Question ୧୭ ।
ଗୁଣି ଶବ୍ଦର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ନୁହେଁ ?
(କ) ଭାଳି
(ଖ) ସ୍ମରଣ କରି
(ଗ) ବାରମ୍ବାର ମନେପକାଇ
(ଘ) ବିବଶ ହୋଇ
Answer:
(ଘ) ବିବଶ ହୋଇ

Question ୧୮ ।
‘କିଏ ସରିହେବ’ କବିତା ପଂକ୍ତି ପାଇଁ କେଉଁଟି ଉପଯୁକ୍ତ ପଂକ୍ତି ?
(କ) ତେଜେ
(ଖ) ଅପରୂପ ମନୋହର
(ଗ) ହର୍ସେ ମାତି
(ଘ) ନାନାରଙ୍ଗେ
Answer:
(କ) ତେଜେ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୧୯।
‘କୋଣାର୍କ ମଥାରେ ଜଗନ୍ନାଥପୁରେ’– ଏଠାରେ ଜଗନ୍ନାଥପୁରେ କାହାକୁ କୁହାଯାଇଛି ?
(କ) କୋଣାର୍କ ମନ୍ଦିର
(ଖ) ପୁରୀ ମନ୍ଦିର
(ଗ) ଭୁବନେଶ୍ଵର ମନ୍ଦିର
(ଘ) ସାଷାଗୋପାଳ ମନ୍ଦିର
Answer:
(ଖ) ପୁରୀ ମନ୍ଦିର

Question ୨୦ ।
ଆମେ କେଉଁଥିପାଇଁ ଗର୍ବରେ ମୁଣ୍ଡଟେକି ଚାଲିପାରିବା ବୋଲି କବି କହିଛନ୍ତି ?
(କ) ବୀର ଜାତିବୋଲି
(ଖ) ଗର୍ବୀବୋଲି
(ଗ) ଧନୀବୋଲି
(ଘ) ଓଡ଼ିଆବୋଲି
Answer:
(ଘ) ଓଡ଼ିଆବୋଲି

କବିତାର ପୃଷ୍ଠଭୂମି :

‘କହିବି କଥାଟି’ କବିତାଟି ଶିଶୁମାନଙ୍କ ଉଦ୍ଦେଶ୍ୟରେ ରଚିତା କବିତାଟିରେ କବୀଙ୍କ ସ୍ଵଦେଶପ୍ରୀତି ପ୍ରତିଫଳିତ ହୋଇଛି । କବିତାଟିରେ ଜଣେ ଆଦର୍ଶ ମାଆ ନିଜ ପୁତ୍ରକୁ ଓଡ଼ିଆ ଜାତିର ଗୌରବ ବିଷୟରେ ସ୍ମରଣ କରାଇ ଭବିଷ୍ୟତର ସୁଯୋଗ୍ୟ ଦାୟାଦରୂପେ ଗଢ଼ି ତୋଳିବାକୁ ପ୍ରୟାସ କରିଛି । ମାତୃଭୂମିର ସମ୍ମାନରକ୍ଷା ଯେ ପରମ କର୍ତ୍ତବ୍ୟ ଏହି ବାର୍ତ୍ତା ପ୍ରଦାନକରି କବି ଛାତ୍ରଛାତ୍ରୀମାନଙ୍କ ମନରେ ଜାତୀୟତାବୋଧ ଉଦ୍ରେକ କରିବାକୁ କବିତା ମାଧ୍ୟମରେ ଆହ୍ଵାନ କରିଛନ୍ତି ।

କବିତାର ସାରକଥା :

କବି କୁନ୍ତଳା କୁମାରୀ ନିଜକୁ ମା’ ଭୂମିକାରେ ରଖ୍ ଭବିଷ୍ୟତ ବଂଶଧର ସନ୍ତାନକୁ ସୁଯୋଗ୍ୟ ଦାୟାଦ କରି ଗଢ଼ିବାକୁ ପ୍ରୟାସ କରିଛନ୍ତି। ଓଡ଼ିଆମାନେ ନିଜ ପୂର୍ବପୁରୁଷଙ୍କ କଥା ଭୁଲିଯିବାକୁ ବସିଲେଣି । ତେଣୁ କବୀ ପୂର୍ବପୁରୁଷଙ୍କ ଅମର କୀର୍ତ୍ତିରାଜି ସ୍ମରଣ କରାଇ ସେମାନଙ୍କ ମନରେ ମାତୃଭୂମି ଓମାତୃଭାଷା ପ୍ରତି ପ୍ରୀତି ଜାଗ୍ରତ କରାଇଛନ୍ତି । ଶିଶୁର ମନ ନିର୍ମଳ, ହୃଦୟ କୋମଳ । ତା’ର ଆଖୁରେ ଚଞ୍ଚଳତାର ଚାହାଣି, ତା’ର ଦରୋଟି କଥା ଓ ହସରୁ ସତେକି ଅମୃତ ଝରିପଡ଼େ । ଛୋଟପିଲାଙ୍କ ବାଳସୁଲଭ ଚପଳତା କବୀଙ୍କ ମନରେ ଆନନ୍ଦ ଭରିଦେଇଛି । ତେଣୁ ତା’ ଆଗରେ ଅତୀତ ଉତ୍କଳର ଉଜ୍ଜଳ ଇତିହାସ ବର୍ଣନା କରି ତା’ ମନରେ ଜାତୀୟ ଚେତନା ଜାଗ୍ରତ କରାଇବାକୁ ସେ ଇଚ୍ଛା କରିଛନ୍ତି। ସାଙ୍ଗସାଥୀ ମେଳରେ, ଧୂଳିମାଟିରେ ଶିଶୁ ଗଢ଼ିବସେ ତା’ର ଖେଳଘର । ତା’ ନିଜ ଢଙ୍ଗରେ ସେ ମାଟିରେ ଗଢ଼େ ପଶୁ, ପକ୍ଷୀ, ଦେବତା, ଦେଉଳର ପ୍ରତିକୃତି । କବୀ ସେସବୁକୁ ଲକ୍ଷ୍ୟକରି ଉଲ୍ଲସିତ ହୋଇଉଠିଛନ୍ତି । ଗଳ୍ପ ଛଳରେ ତା’ ଆଗରେ ଉତ୍କଳୀୟ ପୂର୍ବପୁରୁଷ, ବରପୁତ୍ରମାନଙ୍କ ମହିମା ବଖାଣି ବସିଛନ୍ତି ମା’ର ଭୂମିକା ନେଇ ।

ଓଡ଼ିଆ ଜାତିର ଗୌରବମୟ ଇତିହାସ ଥିଲା ମହିମାମୟ । ସେମାନଙ୍କର ଦେଶାତ୍ମବୋଧଭରା କର୍ମକୁଶଳତା ସ୍ମରଣ କଲେ ଆଜି ଆମକୁ ବିସ୍ମିତ ହେବାକୁ ପଡ଼େ । ଦିନେ ଏଇ ଓଡ଼ିଶାର ଚାରୁକଳା ଶିଳ୍ପୀ ପ୍ରସ୍ତରଖଣ୍ଡରେ ଅପୂର୍ବ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲା । ପୁରୀ, କୋଣାର୍କ ଓ ଭୁବନେଶ୍ଵରଠାରେ ଥ‌ିବା ମନ୍ଦିରମାନଙ୍କରେ ଖୋଦିତ କଳକୌଶଳ ତା’ର ଜ୍ଵଳନ୍ତ ନିଦର୍ଶନ ଅଟେ । ବିନ୍ଦୁ ସରୋବର, ନରେନ୍ଦ୍ର ପୁଷ୍କରିଣୀ, ଯାଜପୁରର ଦଶାଶ୍ବମେଧ ଘାଟ, କାଠଯୋଡ଼ି ପଥରବନ୍ଧ ଆଦି ଓଡ଼ିଆମାନଙ୍କର ଅକ୍ଷୟ କୀର୍ତ୍ତି । କେବଳ ନିର୍ମାଣ କୌଶଳ ନୁହେଁ ଓଡ଼ିଆ ପାକଇବୀରଙ୍କ ଅପୂର୍ବ ରଣକୌଶଳ ଶତ୍ରୁ ସୈନ୍ୟମାନଙ୍କ ମନରେ ଭୀତି ସଞ୍ଚାର କରୁଥିଲା । ବଳ, ବିକ୍ରମ ଓ ବୀରତ୍ଵରେ କେହି ସେମାନଙ୍କ ସମକକ୍ଷ ନଥିଲେ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଐରବଂଶ ସମ୍ରାଟ ମହାମେଘବାହନ ଖାରବେଳଙ୍କ ସାମ୍ରାଜ୍ୟ । କାଞ୍ଚିବିଜେତା ପୁରୁଷୋତ୍ତମ ଦେବ, ବିଶ୍ଵପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ, କେଶରୀ ବଂଶର ଶ୍ରେଷ୍ଠ ସମ୍ରାଟ ଯଯାତି କେଶରୀ ଆଦିଙ୍କ ବୀରତ୍ଵ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଅଛି । ପୂର୍ବପୁରୁଷମାନଙ୍କର ଶୌର୍ଯ୍ୟ, ବୀର୍ଯ୍ୟ, ଗୁଣ, ଜ୍ଞାନ ସବୁକିଛି ଥୁଲା ଅତୁଳନୀୟ ଯାହା ଆଜି ମଧ୍ୟ ପ୍ରତ୍ୟେକ ଉତ୍କଳୀୟ ସନ୍ତାନଙ୍କୁ ଗର୍ବିତ କରେ ।

କଳା ସହ ସାହିତ୍ୟ ସାଧନାରେ ଓଡ଼ିଶାର ବରପୁତ୍ରମାନେ ଅଦ୍ବିତୀୟ ସାରସ୍ଵତ ପ୍ରତିଭାର ଅଧିକାରୀ ଥିଲେ । ପ୍ରାଚୀନ କାବ୍ୟ, କବିତା, ଗଳ୍ପ, ପ୍ରବନ୍ଧାଦି ପାଠକଲେ ସେମାନଙ୍କ ଜ୍ଞାନ, ଗରିମା ଓ ପାଣ୍ଡିତ୍ୟର ପରିଚୟ ମିଳିଥାଏ । ଅତିବଡ଼ୀ ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ମାଟିର ମହାକବି ଶୂଦ୍ରମୁନି ସାରଳା ଦାସ, ଅଭିମନ୍ୟୁ ସାମନ୍ତସିଂହାର ଆଦି କବିମାନେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି । କେବଳ କଳା କିମ୍ବା ସାହିତ୍ୟ ନୁହେଁ ଉତ୍କଳୀୟ ସଂସ୍କୃତି, ପରମ୍ପରା, ଧର୍ମଭାବନା, ପ୍ରତିରକ୍ଷା ତଥା ବାଣିଜ୍ୟ ବ୍ୟବସାୟ ସବୁ କ୍ଷେତ୍ରରେ ଉତ୍କଳୀୟମାନେ ସାରା ବିଶ୍ଵରେ ନିଜ ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି।

ଏକ ମହାନ୍ ପରମ୍ପରାର ଉତ୍ତରାଧିକାରୀ ଆଜିର ଉତ୍କଳ ସନ୍ତାନ, ନିଜକୁ ସେହି ମହାନ୍ ବ୍ୟକ୍ତିତ୍ଵମାନଙ୍କ ଆଦର୍ଶରେ ଅନୁପ୍ରାଣିତ କରିବାକୁ କବୟିତ୍ରୀ ଆହ୍ବାନ ଦେଇଛନ୍ତି । ସୁଯୋଗ୍ୟ ଦାୟାଦଭାବେ ସେମାନଙ୍କ ପଦାଙ୍କ ଅନୁସରଣ କରି ହୃଦୟରେ ନିଜ ମାତୃଭାଷା ଓ ମାତୃଭୂମି ପ୍ରତି କର୍ଭବ୍ୟ ପାଳନରେ ବ୍ରତୀ ହେବାକୁ ସେ ପରାମର୍ଶ ଦେଇଛନ୍ତି । ବାସ୍ତବିକ କବିତାଟି ଜାତୀୟ ଚେତନାର ବାହକ ତଥା ଉତ୍କଳୀୟ ପ୍ରାଚୀନ ଗୌରବର ଗାଥା ବହନ କରିଛି ।

କଠିନ ପଦାର୍ଥ:

  • ଭାଷ – ଭାଷା, କଥା
  • ତଉଲ – ସୁନ୍ଦରା
  • ଲବଣି ପିତୁଳା – କୋମଳ ମୂର୍ତ୍ତି / କେ।ମଳ ଶରାରା
  • ସୁଧାବୋଳା – ଅମୃତବୋଳା
  • ବର୍ଷେ – ଆନନ୍ଦରେ
  • ସ୍ନେହସୁଧା – ସ୍ନେହକୁ ସ୍ତଧା ବା ଅମୃତ ସହ ତୁଳନା କରାଯାଇଛି।
  • ଗୋସିବାପ – ଗୋସେଇ ବାପା, ଜେଜେବାପା ।
  • ଦାଦି – କଳା / କକେଇ / ଦାଦା / ବାପାଙ୍କ ସାନଭାଇ ।
  • ଛତି – ବଢ଼ ଛତା, ଆଚ୍ଛାଦନା
  • ପୁରୁଷ ଉତ୍ତମ – ପୁରୁଷୋତ୍ତମଦେବ: ଅତୀତ ଉକ୍କର ସମ୍ରାଟ, କାଞ୍ଚବିଜୟା
  • ନିରିମକ – ପରିଷ୍କାର
  • ମନୋର – ସୁନ୍ଦର
  • ଖାରବେଳ – ପ୍ରାଚୀନ ଉତ୍କଳ ବା କଳିଙ୍ଗର ସେ ଥିଲେ ସମ୍ରାଟ। ତାଙ୍କ ସମୟରେ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା।। ଖଣ୍ଡଗିରି ଓ ଉଦୟଗିରି ହେଉଛି ତାଙ୍କରି କାର୍ତ୍ତା
  • ଅନଙ୍ଗଭୀମ – ଗଙ୍ଗ ବଂଶର ପ୍ରତିଷ୍ଠାତା,ପୁରୀ ମନ୍ଦିରର ପ୍ରତିଷ୍ଠାତା ।
  • ତେଜରେ – ବୀରତ୍ଵରେ ।
  • ଭଞ୍ଜ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ । ତାଙ୍କର ଜନ୍ମ ଘୁମୁସର ରାଜବଂଶରେ । ଓଡ଼ିଆ ସାହିତ୍ୟର ଏହି ମହାନ୍ କବିଙ୍କ ବହୁ କାବ୍ୟକବିତା ମଧ୍ୟରେ ‘ବୈଦେହୀଶ ବିଳାସ’, ‘କଳା କଉତୁକ’, ‘ଛାନ୍ଦ ଭୂଷଣ’, ‘ରସିକ ହାରାବଳୀ’, ‘ଲାବଣ୍ୟବତୀ’ ଓ
  • ପ୍ରଧାନ ପ୍ରଧାନ ।
  • ଜଗନ୍ନାଥ ଦାସ – ଓଡ଼ିଆ ଭାଗବତର ରଚୟିତା, ପଞ୍ଚସଖାଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ ।
  • ସାମନ୍ତ୍ରିସିଂହାର – ଅଭିମନ୍ୟୁ ସାମନ୍ତ୍ରସିଂହାର, ‘ବିଦପ୍ପ ଚିନ୍ତ୍ରାମଶି’ କାବ୍ୟର ରଚୟିତା
  • ଶାରଳା – ଶୂଦ୍ରମୁନି ଶାରଳା ଦାସା ସେ ମାଟିର ମହାକବି ଭାବେ ପରିଚିତା ତାଙ୍କ ରଚିତ ‘ମହ।ଭାରତ’ ‘ଚିଣ୍ଡାପୁରାଣ’ ଓ ‘ବିଲଙ୍କା ରାମାୟଣ’ ଆଦି ଗ୍ରନ୍ଥି ଓଢ଼ିଶାର ପୁରପଲ୍ଲାରେ ପରିଚିତା
  • ଯଯାତି – ଯଯାତି କେଶରୀ, ଉତ୍କଳର କେଶରୀ ବଂଶର ପ୍ରସିଦ୍ଧ ରାଜା।
  • ମନ୍ଦିର ତୋଳାଇ – ଦେଉଳ ତିଆରି କରିା
  • ପୋଖରା ଖେ।ଳାଇ – ପ୍ରାଚାନ ଓତିଶାର କାର୍ତ୍ତି, ବିଦୁ ସରୋବର ନରେନ୍ଦ୍ର ପୋଖରା ଆଦି ଖନନ କରିା
  • ସରି – ସମକକ୍ଷା
  • ନଦାବନ୍ଧି – କାଠଯୋଡ଼ିର ପଥରବନ୍ଧା
  • ଅପରୂପ – ଖୁବ୍ ସୁନ୍ଦରା
  • ଗୁଣିହେବା – ମନେ ମନେ ଭାବିବା ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Odisha State Board BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼ Textbook Exercise Questions and Answers.

BSE Odisha Class 7 Odia Solutions Chapter 7 ଛୋଟରୁ ବଡ଼

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ଫୁଲ ଛୋଟ ହେଲେ ବି ସମସ୍ତଙ୍କର ପ୍ରିୟ ହୁଏ କାହିଁକି ?
Answer:
ଫୁଲଟିଏ ଆକାରରେ ଖୁବ୍ ଛୋଟ । କିନ୍ତୁ ତା’ର ସୌନ୍ଦର୍ଯ୍ୟ ଓ ମହକ ପାଇଁ ସେ ସମସ୍ତଙ୍କ ଆଦର ଲାଭକରେ । ବିକଶିତ ପୁଷ୍ପର ଅମୃତମୟ ସୁଗନ୍ଧ ପରିବେଶକୁ ଆମୋଦିତ କରେ । ପୁଷ୍ପର ଶୋଭା ଉଦ୍ୟାନ ଓ ଉପବନର ଶୋଭା ବର୍ଜନ କରିଥାଏ । ଏହାର ସୌନ୍ଦର୍ଯ୍ୟ ମନରେ ଆନନ୍ଦ ଭରିଦେବା ସହ ତା’ର ସୁରଭି ମନରେ ପୁଲକ ଭରିଦିଏ । ସୁଗନ୍ଧ ଓ ସୌନ୍ଦର୍ଯ୍ୟ, ଏହି ଦୁଇ ମହାନ୍ ଗୁଣର ଅଧିକାରୀ ହୋଇଥିବା ହେତୁ କ୍ଷୁଦ୍ର ଫୁଲଟି ସମସ୍ତଙ୍କର ପ୍ରିୟ ହୋଇଥାଏ ।

(ଖ) କୂଅ ଆମ୍ଭମାନଙ୍କର କି ଉପକାରରେ ଲାଗେ ?
Answer:
ସୁଶୀତଳ ଜଳ ପାଇବାପାଇଁ ଆମେ କୂଅ ଉପରେ ନିର୍ଭର କରିଥାଉ । ନଦୀ, ହ୍ରଦ, ଝରଣା, ସରୋବର ଆଦି ଆକାରରେ ବୃହତ୍ ହୋଇଥାଏ । ସେମାନଙ୍କ ତୁଳନାରେ କୂଅଟିଏ ଆକାରରେ କ୍ଷୁଦ୍ର ହେଲେ ବର୍ଷ ବର୍ଷ ଧରି ଜଳ ଯୋଗାଇ ଆମକୁ ଖାଦ୍ୟ, ପାନୀୟ ପ୍ରସ୍ତୁତ କରିବାରେ ଏବଂ ଆମର ବହୁବିଧ କାର୍ଯ୍ୟ ସମ୍ପାଦନରେ ସହାୟକ ହୋଇଥାଏ ।

(ଗ) ଲୋକେ କିପରି ନଈ ପାରି ହୁଅନ୍ତି ?
Answer:
ନଦୀ ପାର ହେବାପାଇଁ ଲୋକମାନେ ସାଧାରଣତଃ ନୌକା ଉପରେ ନିର୍ଭର କରିଥାଆନ୍ତି । ବର୍ଷାଦିନେ ନଦୀ ଭୟଙ୍କର ରୂପ ଧାରଣ କରି କୂଳ ଲଂଘନ କରିଥାଏ । କିନ୍ତୁ ଛୋଟ ଏକ ନୌକା ଜଳସ୍ରୋତ କାଟି ଆମକୁ ନଦୀପାର କରାଇବାର ସହାୟକ ହୋଇଥାଏ ।

(ଘ) ବୁଦ୍ଧି ବଳରେ କିଏ ବସୁନ୍ଧରାକୁ ଜିଣିପାରିଛି ?
Answer:
ସୃଷ୍ଟିରେ ବହୁ ବିରାଟକାୟ ଜୀବ ଅଛନ୍ତି। ସେମାନଙ୍କର ଆକୃତି ଓ ଶକ୍ତି ମଣିଷଠାରୁ ଢେର ଅଧିକ। ମଣିଷ କ୍ଷୁଦ୍ର ହେଲେ ମଧ୍ୟ ବୁଦ୍ଧିମାନ୍। ନିଜର ବୁଦ୍ଧି ବଳରେ ସେ ସାରା ସାରା ପୃଥିବାକୁ ଜୟ କରିପାରିଛି।

(ଙ) ପ୍ରଦୀପ କିପରି ଆମ୍ଭମାନଙ୍କ କାମରେ ଲାଗେ ?
Answer:
ସୂର୍ଯ୍ୟାସ୍ତ ପରେ ଧରାପୃଷ୍ଠକୁ ଅନ୍ଧକାର ମାଡ଼ିଆସେ । ସେହି ଅନ୍ଧକାର ଦୂର କରିବାପାଇଁ ଆମେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥାଉ । ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ତା’ର ଜ୍ଵଳନ୍ତ ଶିଖା ଘନ ଅନ୍ଧକାରକୁ ଦୂର କରି ଆମର ଅଶେଷ ଉପକାର ସାଧନ କରିଥାଏ । ଅନ୍ଧକାର ମଧ୍ୟରେ ଆମକୁ ପଥ ପ୍ରଦର୍ଶନ କରି ଆମର ଆବଶ୍ୟକ କାର୍ଯ୍ୟ ସମ୍ପାଦନରେ ପ୍ରଦୀପର ଭୂମିକାକୁ ଅସ୍ବୀକାର କରିହେବ ନାହିଁ ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ମଣିଷକୁ କ୍ଷୁଦ୍ର ବୋଲି କୁହାଯାଇଛି କାହିଁକି ?
Answer:
ବିଧାତାଙ୍କ ସୃଷ୍ଟି ବ୍ୟାପକ । ଏହି ସୃଷ୍ଟିରେ ଏପରି ଜୀବ ଚଳପ୍ରଚଳ ହୁଅନ୍ତି ଯେଉଁମାନେ ମନୁଷ୍ୟ ତୁଳନାରେ ଆକାର ଦୃଷ୍ଟିରୁ ବହୁତ ବଡ଼ । ସେମାନେ ବଳ ଓ ବିକ୍ରମରେ ମନୁଷ୍ୟଠାରୁ ବହୁ ଊର୍ଦ୍ଧ୍ବରେ । ସେମାନେ ଇଚ୍ଛାକଲେ ଏ ପୃଥ‌ିବୀରୁ ମାନବର ସତ୍ତା ମଧ୍ୟ ଲୋପ କରିଦେଇ ପାରିବେ । ଉଭୟ ଜଳ ଓ ସ୍ଥଳଭାଗରେ ମାନବଠାରୁ ବହୁଗୁଣ ଶକ୍ତିଶାଳୀ ଜୀବ ରହିଛନ୍ତି । ତେଣୁ ମାନବକୁ କ୍ଷୁଦ୍ର ବୋଲି କୁହାଯାଇଛି ।

(ଖ) କ୍ଷୁଦ୍ର ବାରିଧାରା କିପରି ପ୍ରବଳ ସ୍ରୋତସ୍ଵିନୀ ହୁଏ ?
Answer:
ବର୍ଷାର ବିନ୍ଦୁ ବିନ୍ଦୁ ଜଳ ମିଶି ଜଳଧାରା ଗଡ଼ିଯାଏ ନିମ୍ନଭୂମିକୁ । ବିଭିନ୍ନ ଦିଗରୁ ଏହି ବାରିଧାରା ବହିଆସି କ୍ରମଶଃ ଆକାରରେ ବଡ଼ ହେବାକୁ ଲାଗେ । ଅଧିକରୁ ଅଧ୍ଵ ଜଳଧାରା ତା’ ସହ ସଂଯୁକ୍ତ ହୋଇ ଏହା ଭୟଙ୍କର ରୂପ ଧାରଣ କରେ ଓ ପରିଶେଷରେ ସ୍ରୋତସ୍ଵିନୀ ରୂପେ ପରିଚିତ ହୁଏ ।

(ଗ) ସଂସାରରେ ଗୀତର ଆବଶ୍ୟକତା କ’ଣ ?
Answer:
ଗୀତର ଏପରି ଏକ ଯାଦୁକରୀ ଶକ୍ତି ରହିଛି ଯାହା କେବଳ ମଣିଷ କାହିଁକି; ପଶୁପକ୍ଷୀମାନଙ୍କୁ ମଧ୍ୟ ତା’ର ମୂର୍ଚ୍ଚନାରେ ବଶୀଭୂତ କରିପାରେ । ସଙ୍ଗୀତର ସୁମଧୁର ସ୍ଵର ଉଦାସ ପ୍ରାଣରେ ଆନନ୍ଦ ଭରିଦିଏ । ଦୁଃଖୀ ମନର ଦୁଃଖ ଦୂର କରିବା ଏବଂ ମନରେ ସ୍ବର୍ଗୀୟ ଶାନ୍ତି ଭରିଦେବାରେ ଗୀତର ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ । ଏହାଛଡ଼ା କିଛି ଭାବପୂର୍ଣ୍ଣ ସଙ୍ଗୀତ ଲହରୀ ଦରଦୀ ପ୍ରାଣରେ ଅମୃତ ସିଞ୍ଚନ କରେ, ହୃଦୟରେ ଉଲ୍ଲାସ ଭରିଦେଇ ଭାବମୟ ଆଲୋଡ଼ନ ସୃଷ୍ଟିକରେ ।

(ଘ) କ୍ଷୁଦ୍ର ମହତ ହୁଏ କିପରି ?
Answer:
ପ୍ରତ୍ୟେକ କ୍ଷୁଦ୍ର ଭିତରେ ଭବିଷ୍ୟତର ବହୁ ସମ୍ଭାବନା ନିହିତ ଅଛି। ଉପଯୁକ୍ତ ପରିବେଶ, ଯତ୍ନ, ସାଧନା, ଶକ୍ତି ଓ ଅଧ୍ୟବସାୟ ବଳରେ କ୍ଷୁଦ୍ର ମଧ୍ୟରେ ଥିବା ମହନୀୟତା କ୍ରମେ ବିକଶିତ ହୋଇ ମହାନତାରେ ପରିଣତ କରିଦେଇଥାଏ।

(ଡ) ଛୋଟରୁ ବଡ଼ ହେବାର ତିନୋଟି ଦୃଷ୍ଟାନ୍ତ ଦିଅ ।.
Answer:
ଆକାରରେ ଛୋଟ ଦିଶୁଥିଲେ ମଧ୍ୟ କ୍ଷୁଦ୍ର ମଧ୍ୟରେ ମହାନ୍ ଶକ୍ତି ନିହିତ ଥାଏ । ଛୋଟ ଚାରାଗଛଟିଏ ବଢ଼ି ବିଶାଳ ଦ୍ରୁମରେ ପରିଣତ ହୁଏ, ଯାହା ସୃଷ୍ଟିରେ ପ୍ରାଣୀଜଗତ ତିଷ୍ଠି ରହିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । କ୍ଷୁଦ୍ର ମାନବ ଶିଶୁ ନିଜର ସାଧନା, ଉଦ୍‌ଯୋଗ ବଳରେ ମହାମାନବ ଭାବେ ଅବତୀର୍ଣ୍ଣ ହୋଇ ଦେଶ ଓ ଜାତିର ଉନ୍ନତି ସାଧନ କରିଥାଏ । କ୍ଷୁଦ୍ର ଏକ ପ୍ରଦୀପ ପ୍ରଜ୍ଜଳିତ ହେଲେ ଅନ୍ଧକାର ଦୂରୀଭୂତ ହୋଇପାରେ । ପ୍ରଦୀପର କ୍ଷୁଦ୍ର ଶିଖା ପ୍ରଜ୍ଜଳିତ ହେଲେ ଆଲୋକ ଚତୁର୍ଦ୍ଦିଗକ ବିଚ୍ଛରିତ ହୋଇ ଅନ୍ଧକାରକୁ ପରାସ୍ତ କରେ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖା
(କ) ‘‘କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ ଜିଣି ।’’
Answer:
କ୍ଷୁଦ୍ର ଏକ …. ……… ତମସା ପାରେ ଜିଣି ।
ପ୍ରଦତ୍ତ ପଦ୍ୟାଶଟି ଡକ୍ଟର ଜାନକୀବଲ୍ଲଭ ମହାନ୍ତିଙ୍କ ରଚିତ ‘ଛୋଟରୁ ବଡ଼’ କବିତାରୁ ଆନୀତ । ଏଠାରେ କବି କ୍ଷୁଦ୍ର ପ୍ରଦୀପ ଶିଖାର ମହାଅନ୍ଧକାରକୁ ପରାସ୍ତ କରିବାର ସାମର୍ଥ୍ୟ ଉପରେ ଆଲୋକପାତ କରିଛନ୍ତି । ପୃଥ‌ିବୀରେ କ୍ଷୁଦ୍ର ବୋଲି କାହାକୁ ନଗଣ୍ୟ ମନେକରିବା ଉଚିତ ନୁହେଁ; କାରଣ ପ୍ରତ୍ୟେକ କ୍ଷୁଦ୍ର ମଧ୍ୟରେ ମହାନତା ଲୁଚି ରହିଥାଏ। ସାମାନ୍ୟ ଏକ ପ୍ରଦୀପ, ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ତା’ର କ୍ଷୁଦ୍ର ଶିଖା ଟିକକ ଅନ୍ଧକାର ଦୂର କରିବାରେ ସମର୍ଥ ହୋଇଥାଏ । ସନ୍ଧ୍ୟାକାଳରେ ପ୍ରଦୀପଟିଏ ଆଲୋକ ବିଚ୍ଛୁରଣ କରି ଆମକୁ ପଥ ପ୍ରଦର୍ଶନ କରେ । ଅନ୍ଧକାର ସମୟରେ ଆମେ ସେହି ପ୍ରଦୀପଟିର ସହାୟତା ନେଇଥାଉ ଓ ସେତେବେଳେ ତା’ର ମହାନତାକୁ ଅନୁଭବ କରୁ । ଆକୃତିରେ କ୍ଷୁଦ୍ର ହୋଇଥିଲେ ମଧ୍ୟ ତା’ ମଧ୍ୟରେ ଗାଢ଼ ଅନ୍ଧକାରକୁ ପରାସ୍ତ କରିବାର ଶକ୍ତି ରହିଥାଏ । ତେଣୁ କାହାକୁ କ୍ଷୁଦ୍ର ବୋଲି ପରିହାସ କରିବା ଉଚିତ ନୁହେଁ ବୋଲି କବି କହିଛନ୍ତି ।

(ଖ) ‘କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା ।’’
Answer:
କ୍ଷୁଦ୍ର ନର ……………………………. ବସୁନ୍ଧରା ।
ଶଂସିତ ପଦ୍ୟାଶଟି ଡକ୍ଟର ଜାନକୀବଲ୍ଲଭ ମହାନ୍ତିଙ୍କ ରଚିତ ‘ଛୋଟରୁ ବଡ଼’ କବିତାରୁ ଆନୀତ । ଏଠାରେ କବି କ୍ଷୁଦ୍ର ମାନବ ନିଜର ବୁଦ୍ଧି ବଳରେ କିପରି ସମଗ୍ର ପୃଥ‌ିବୀ ଉପରେ ବିଜୟଲାଭ କରିପାରିଛି ତାହା ଉଲ୍ଲେଖ କରିଛନ୍ତି । ସୃଷ୍ଟିରେ ଅନ୍ୟାନ୍ୟ ବହୁ ଜୀବ ଅଛନ୍ତି ଯେଉଁମାନେ ମାନବଠାରୁ ଆକାରରେ ବଡ଼ ଏବଂ ଅଧିକ ଶକ୍ତିଶାଳୀ । ସେମାନଙ୍କ ତୁଳନାରେ ମାନବ ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ତା’ର ମସ୍ତିଷ୍କରେ ଥିବା ଅସୀମ ବୁଦ୍ଧି ବଳରେ ସେ ବହୁ ଅସାଧ୍ୟ ସାଧନ କରିବାକୁ ସମର୍ଥ ହୋଇଥାଏ । ସୃଷ୍ଟିର ବିରାଟକାୟ ପ୍ରାଣୀମାନଙ୍କୁ ଆୟତ୍ତ କରି ସେମାନଙ୍କଦ୍ଵାରା ଅନେକ କାର୍ଯ୍ୟ ସାଧନ କରିପାରୁଛି । ଜଳ, ସ୍ଥଳ ଓ ଆକାଶର ରହସ୍ୟ ଭେଦକରି ସବୁଠାରେ ନିଜର ଆଧୂପତ୍ୟ ଜାହିର କରିବାକୁ ସେ ସମର୍ଥ ହୋଇପାରିଛି । ପ୍ରକୃତିକୁ ନିଜ ଆୟତ୍ତରେ ରଖ୍ ଇଚ୍ଛାନୁସାରେ ତା’ର ବିନିଯୋଗ କରିପାରୁଛି । ନିଜର ଜ୍ଞାନ ଓ ବୁଦ୍ଧି ବଳରେ ସେ ସାରା ବିଶ୍ୱକୁ ଜୟ କରିବାକୁ ସକ୍ଷମ ହୋଇପାରିଛି ।

(ଗ) ‘‘ଅମିୟ ଢାଳେ ଲଳିତ ସ୍ଵର ବିଧୁର ବହୁ ପ୍ରାଣେ ।’’
Answer:
ଅମିୟ ତାଳେ …………….. ବହୁ ପ୍ରାଣେ ।
ପ୍ରୋକ୍ତ ପଦ୍ୟାଂଶଟି ଡକୁର ଜାନକାବଲ୍ଲଭ ମହାନ୍ତିଙ୍କ ରଚିତ ‘ଛୋଟରୁ ଚଢ଼’ ଶାର୍ଯକ କବିତାରୁ ଆନାତା ଏଠାରେ କବି ମାନବର ଉଦାସ ପ୍ରାଣରେ ଆନନ୍ଦ ଓ ଉଲ୍ଲାସ ଭରିଦେବାରେ ସଙ୍ଗୀତର ବଳିଷ୍ଠ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ସଙ୍ଗୀତର ଏକ ଯାଦୁକରୀ ଶକ୍ତି ରହିଛି । ତାହା କେବଳ ମାନବ ନୁହେଁ ପଶୁପକ୍ଷୀମାନଙ୍କୁ ମଧ୍ୟ ବଶୀଭୂତ କରିପାରେ । ଗୀତର ଲଳିତ ମଧୁର ସ୍ଵର ଦୁଃଖୀମନରୁ ଦୁଃଖର ଭାରା ଲାଘବ କରିଦିଏ । ଗୀତର ମନୋମୁଗ୍ଧକାରୀ ମୂର୍ଚ୍ଚନା ଉଦାସ ପ୍ରାଣରେ ଉଲ୍ଲାସ ଭରିଦିଏ । ବିଷାଦଗ୍ରସ୍ତ ମନରୁ ସକଳ ସନ୍ତାପ ଦୂରକରି ଶୀତଳତା ଭରିଦିଏ ସଙ୍ଗୀତ । ଏହାର ଅମୃତ ସ୍ଵର ମଣିଷ ମନର ସକଳ ବେଦନା ଦୂରକରି ହୃଦୟରେ ପୁଲକ ଭରିଦିଏ । ମନକୁ ଆମୋଦିତ କରିବାରେ ସଙ୍ଗୀତର ଅବଦାନ ଅନସ୍ବୀକାର୍ଯ୍ୟ ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୪ ।
ପ୍ରାୟ ୧୦୦ଟି ଶବ୍ଦରେ ଉତ୍ତର ଲେଖ ।
କ୍ଷୁଦ୍ରଠାରେ ବିରାଟର ସମ୍ଭାବନା ନିହିତ ଥାଏ ବୋଲି କିପରି ଜାଣିବ ?
Answer:
‘ଛୋଟରୁ ବଡ଼’. କବିତାରେ କବି ଡକ୍ଟର ଜାନକୀବଲ୍ଲଭ ମହାନ୍ତି ପ୍ରତ୍ୟେକ କ୍ଷୁଦ୍ରଠାରେ କିପରି ବିରାଟତ୍ଵର ସମ୍ଭାବନା ନିହିତ ଥାଏ ବୋଲି ବର୍ଣ୍ଣନ କରିଛନ୍ତି । ଏଥ‌ିପାଇଁ ସେ ଆମ ସମ୍ମୁଖରେ ସାତଗୋଟି ଉଦାହରଣ ଉପସ୍ଥାପନ କରିଛନ୍ତି । କାନନ ବା ଉଦ୍ୟାନରେ, ଫୁଲଟିର କଢ଼ ଅବସ୍ଥାରେ ଥିଲାବେଳେ ଆକାରରେ ଖୁବ୍ କ୍ଷୁଦ୍ର ଥାଏ । ମାତ୍ର ବିକଶିତ ହେଲାପରେ ତା’ର ସୁଗନ୍ଧରେ ପରିପାର୍ଶ୍ବ ମହକିଉଠେ । ଛୋଟ କୂଅଟିରେ ଥିବା ଜଳରାଶି ବର୍ଷ ବର୍ଷ ଧରି ଆମକୁ ଜଳ ଯୋଗାଇ ଆମର ବହୁ ଉପକାର ସାଧନ କରେ ।

ବିଶୁଦ୍ଧ ଓ ସୁଶୀତଳ ଜଳ ଦାନକରି ଏହା ଆମକୁ ସନ୍ତୋଷ ପ୍ରଦାନ କରେ । କ୍ଷୁଦ୍ର ଏକ ପ୍ରଦୀପ ଯେତେବେଳେ ପ୍ରଜ୍ଜ୍ୱଳିତ ହୁଏ ତା’ର ଛୋଟ ଶିଖାଟି ଘନ ଅନ୍ଧକାର ଦୂର କରିବାରେ ସମର୍ଥ ହୋଇଥାଏ । ଅନ୍ଧକାର ରାତ୍ରିରେ ଛୋଟ ପ୍ରଦୀପଟିର ମହତ୍ତ୍ବ ଅନୁଭୂତ ହୋଇଥାଏ । ବର୍ଷାରେ ଆକାଶରୁ ପଡୁଥ‌ିବା କ୍ଷୁଦ୍ର ଜଳବିନ୍ଦୁମାନ ଏକତ୍ର ହୋଇ ଏକ ଛୋଟ ଜଳଧାରା ହୋଇ ବହିଯାଏ । ଏକାଧିକ ଜଳଧାରା ଏକତ୍ର ହେଲେ ତାହା ବିରାଟ ଜଳସ୍ରୋତରେ ପରିଣତ ହୁଏ ଏବଂ ସ୍ରୋତସ୍ଵିନୀଭାବେ ଭୟଙ୍କର ରୂପ ଧାରଣ କରିଥାଏ ।

ଦୁଃଖ ଲାଘବ ହୁଏ । ଉଦାସ ପ୍ରାଣରେ ଉଲ୍ଲାସ ଭରିଦେବାରେ ସଙ୍ଗୀତର ଲଳିତ ମଧୁର ସ୍ଵର ମହୌଷଧ କାମ କରେ । ସୁର, ତାଳ, ଲୟଭରା ସଙ୍ଗୀତର ଝଙ୍କାର ଲକ୍ଷ ଲକ୍ଷ ଲୋକଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ନୌକାଟିଏ ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ପ୍ରବଳ ସ୍ରୋତସ୍ଵିନୀର ବିକ୍ଷୁବ୍ଧ ଜଳଧାରାକୁ ଅଚିରେ ଅତିକ୍ରମ କରିପାରେ । ବନ୍ୟା ସମୟରେ ଚତୁପାର୍ଶ୍ଵ ଜଳାର୍ଣ୍ଣବ ହୋଇପଡ଼ିଥିଲା ବେଳେ ନୌକାହିଁ ଏକମାତ୍ର ସହାୟ ଭାବେ ନିଜ ମହତ୍ତ୍ଵ ପ୍ରତିପାଦନ କରେ । କ୍ଷୁଦ୍ର ଚାରାଗଛଟିଏ କ୍ରମେ ବଡ଼ହୋଇ ଏକ ବିଶାଳ ଦ୍ରୁମରେ ପରଣିତ ହୁଏ । ଫୁଲ, ଫଳ, ଛାୟା ଆଦି ଦାନ କରିବା ସହ ଜୀବଜଗତର ଯେ ଅଶେଷ କଲ୍ୟାଣ ସାଧନ କରେ ତାହା ଅସ୍ବୀକାର କରିହେବ ନାହିଁ ।

ଛୋଟ ଶିଶୁଟିଏ ବଡ଼ ହୋଇ ଦେଶ ଓ ଜାତିର ମାନ ବୃଦ୍ଧି କରିଥାଏ । ସାଧନା, ଅଧ୍ୟବସାୟ ବଳରେ ତା’ର ଅନ୍ତର୍ନିହିତ ଶକ୍ତି ବିକଶିତ ହୁଏ ଓ ସତ୍‌କର୍ମ ସାଧନଦ୍ୱାରା ସେ ମହାମାନବଭାବେ ପରିଗଣିତ ହୋଇପାରେ । ଏଣୁ ଶିଶୁମାନେ ନିଜକୁ କ୍ଷୁଦ୍ର ବୋଲି ମନେକରିବା ଉଚିତ ନୁହେଁ । ବୟସ୍କମାନେ ମଧ୍ଯ ଶିଶୁକୁ ସାମାନ୍ୟ ଓ ନଗଣ୍ୟ ମନେକରି ଅବହେଳା କରିବା ଉଚିତ ନୁହେଁ । ଉପଯୁକ୍ତ ଶିକ୍ଷା, ପରିବେଶ ଲାଭକଲେ ତା’ ମନରେ ଆତ୍ମବିଶ୍ଵାସ ସୃଷ୍ଟି ହୋଇପାରିବ ଏବଂ ତା’ର ଅନ୍ତର୍ନିହିତ ଶକ୍ତି ବିକଶିତ ହୋଇ ଦେଶ ଓ ଜାତିର କଲ୍ୟାଣରେ ବିନିଯୁକ୍ତ ହୋଇପାରିବ ।

Question ୫।
‘କ’ ସ୍ତମ୍ଭର ପଦ ସହିତ ‘ଖ’ ସ୍ତମ୍ଭର ସଂପର୍କିତ ପଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛୋଟ କୂଅଟି ଯୋଗାଏ ଜଳ କ୍ଷୁଗ୍ମ ଜଳଧାରା
କ୍ଷୁଦ୍ର ବାରି ଧାରାଟି ହୁଏ ନେଶ ଜାତିର ମାନ
ଅମିୟ ତାଳେ ଲଳିତ ସ୍ୱର ଦିଗ୍ବିଦିଗ ଛୁଟେ
କ୍ଷୁଦ୍ର ଏକ ତରଣୀ ଲଢେ ଲୋକେ ବରଷ ମାସ
ଛୋଟ ଶିଶୁଟି ବଢି ରଖଇ ଚିଧୁର ବହୁ ପ୍ରାଣେ
ଯୁକ୍ତ ହୋଇ ବହୁର ସାଥେ ପ୍ରଚଳ ସ୍ରୋତସ୍ୱିନା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛୋଟ କୂଅଟି ଯୋଗାଏ ଜଳ ଲୋକେ ବରଷ ମାସ
କ୍ଷୁଦ୍ର ବାରି ଧାରାଟି ହୁଏ ପ୍ରଚଳ ସ୍ରୋତସ୍ୱିନା
ଅମିୟ ତାଳେ ଲଳିତ ସ୍ୱର ଚିଧୁର ବହୁ ପ୍ରାଣେ
କ୍ଷୁଦ୍ର ଏକ ତରଣୀ ଲଢେ କ୍ଷୁଗ୍ମ ଜଳଧାରା
ଛୋଟ ଶିଶୁଟି ବଢି ରଖଇ ନେଶ ଜାତିର ମାନ
ଯୁକ୍ତ ହୋଇ ବହୁର ସାଥେ ଦିଗ୍ବିଦିଗ ଛୁଟେ

Question ୬।
ତଳେ ଲେଖାଥ‌ିବା ଅସଜଡ଼ା ଶବ୍ଦଗୁଡ଼ିକୁ ସଜାଡ଼ି ଲେଖ ।
(କ) ନର ଜିଣିଛି କ୍ଷୁଦ୍ର ବଳେ ବୁଦ୍ଧି ବସୁନ୍ଧରା ।
Answer:
କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା ।’

(ଖ) ବଳେ ଶକତି ଯୋଗେ ସେହୁ ଲଭେ ସାଧନା ବିକାଶ ।
Answer:
ସାଧନା ବଳେ ଶକତି ଯୋଗେ ବିକାଶ ଲଭେ ସେହୁ ।

(ଗ) ଛୋଟ ଫୁଟେ ଦିନେ ହେଲେ ଦିନେ ଶକତି ବି ତା’ର ନା ।
Answer:
ହେଲେ ବି ଛୋଟ ଶକତି ତା’ର ଦିନେ ନା ଦିନେ ଫୁଟେ ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୭।
ବାମ ପଟେ ଥ‌ିବା ଶବ୍ଦଗୁଡ଼ିକର ଅର୍ଥସୂଚକ ଶବ୍ଦ କୋଠରି ଭିତରେ ଅଛି । ତାକୁ ବାଛି ଲେଖ ଓ ମୂଳଶବ୍ଦକୁ
ବାକ୍ୟରେ ବ୍ୟବହାର କର ।
ଅମିୟ, ତମସା – କାତର, ଅମୃତ
ବାରି, ବସୁନ୍ଧରା – ଜଳ, ଅନ୍ଧକାର
ବିଧୁର, ଛୁଟେ – ପୃଥ୍ବା, ବ୍ୟାପିଯାଏ
Answer:
ଅମିୟ – ଅମୃତ
ଅମିୟ – ପୁଣ୍ଠର ଅମିୟ ସୁଗନ୍ଧ ଆମ ପ୍ରାଣରେ ପୁଲକ ଭରିଦିଏ ।
ବାରି – ଜଳ
ବାରି – ପ୍ରଚଳ ବାରିପାତରେ ସାରା ଅଞ୍ଚଳ କଳାର୍ଣ୍ଣବ ହୋଇଗଲା
ବସୁନ୍ଧରା – ପ୍ଠଥ୍ବା
ବସୁନ୍ଧରା – ବର୍ଷାରତୁରେ ବସୁନ୍ଧରା ସବୁଜିମାରେ ଭରିଉଠୋ
ବିଧୁର – କାତର
ବିଧୁର – ବିଧୁର ପ୍ର।ଶରେ ସଙ୍ଗ।ତ ଭରିଦିଏ ଶାନ୍ତି ଓ ଆନ୍ଦେ।
ଛୁଟେ – ବ୍ୟାପିଯାଏ
ଛୁଟେ – ପବନରେ ଫୁଲର ସୁଗନ୍ଧ ବହୁହରକୁ ଛୁଟିଯାଏ।

Question ୮।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କାନନ, ତରୁ, ସ୍ରୋତସ୍ଵିନୀ, ତରଣୀ, ନର, ବସୁନ୍ଧରା, ଫୁଲ
Answer:
ଜାନନ – ଅରଣ୍ୟ, ବନ
ତରୁ – ପାଦପ, ବୃକ୍ଷ
ସ୍ରୋତସ୍ୱିନା – ତଟିନା, ନଦୀ
ତରଣୀ – ନୌକା, ଡଙ୍ଗା
ନର – ମାନବ, ମନୁଷ୍ୟ
ବସୁନ୍ଧରା – ବସୁମତା, ଧରିତ୍ରୀ
ଫୁଲ – କୁସୁମ, ପୁଷ୍ଠ

Question ୯ ।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
କ୍ଷୁଦ୍ର, ଅନ୍ଧାର, ଦିବା, ଲଳିତ, ଜିଣିବା
Answer:
କ୍ଷୁଦ୍ର – ବୃହତ୍
ଦିବା – ରାତ୍ରି
ଜିଶିବା – ହାରିବା
ଅନ୍ଧ।ର – ଆଲୁଅ
ଲଳିତ – କର୍କଶ

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୧୦ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ନେଇ ଚାରିଧାଡ଼ିର କବିତାଟିଏ ଲେଖ ।
ଗଛ, ଛୋଟ, ପକ୍ଷୀ, ଝରଣା, ପାହାଡ଼, ବସା, ଜଳ, ବୁଦ୍ଧି
Answer:
ପାହାଡ଼ ତଳର ଛେ।ଟ ଝରଣା ତ୍କଳରେ
ବସା ବାନ୍ଧିଥିଲା ପକ୍ଷୀଟିଏ ଗଛ ଡାଳରେ ।
ଫଳ, ଜଳ ସବୁକିଛି ମିଳିବ ଏଠାରେ,
ଧନ୍ୟ ତା’ର ପକ୍ଷୀ ବୁଦ୍ଧି କିଏ ତା’ର ସରିରେ !

ତୁମପାଇଁ କାମ :

ଏହି କବିତାଟି ମୁଖସ୍ଥ କରି ଆବୃତ୍ତି କର ।
ଜାନକୀବଲ୍ଲଭ ମହାନ୍ତିଙ୍କ ଅନ୍ୟ ଲେଖା ସଂଗ୍ରହ କରି ଓ ପଢ଼ି ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧।
ଫୁଲଟି କେଉଁଠି ଫୁଟିଥାଏ ଓ କିପରି ସମସ୍ତଙ୍କର ମନକୁ ହରଣ କରେ ?
Answer:
ଫୁଲଟି ବନରେ ବା ଉଦ୍ୟାନରେ ଫୁଟିଥାଏ । ସେ ଛୋଟ ହେଲେ ମଧ୍ୟ ତା’ର ସୌନ୍ଦର୍ଯ୍ୟ ଓ ସୁମଧୁର ମହକ ବଳରେ

Question ୨।
ଲୋକମାନେ ବର୍ଷ ବର୍ଷ ଧରି କେଉଁଠୁ ଜଳ ପାଆନ୍ତି ?
Answer:
କୂଅ ଲୋକମାନଙ୍କୁ ବର୍ଷ ବର୍ଷ ଧରି ଜଳ ଯୋଗାଇଥାଏ।

Question ୩।
ପ୍ରଦୀପ ଶିଖାଟିଏ ଆମର କି ଉପକାର କରୁଛି ?
Answer:
ପ୍ରଦୀପ ଶିଖାଟି ଅନ୍ଧକାରକୁ ଦୂର କରିପାରୁଛି । ସେ ଆଲୋକ ପ୍ରଦାନ କରି ଆମକୁ ପଥ ପଦର୍ଶନ କରେ। ଏହାର ଆଲୋକରେ ଆମେ ଅନ୍ଧାର ରାତିରେ ଆମେ ଅନେକ କାର୍ଯ୍ୟ କରିଥାଉ।

Question ୪ ।
କ’ଣ ମିଶି ଏକ ବିରାଟ ନଦୀରେ ପରିଣତ ହୁଏ ?
Answer:
କ୍ଷୁଦ୍ର ବାରିଧାରା ଏକତ୍ର ହୋଇ ବିରାଟ ଜଳଧାରାରେ ପରିଣତ ହୁଏ । ପ୍ରବଳ ସ୍ରୋତ ସହିତ ଏହା ଭୟଙ୍କର ରୂପ ଧାରଣ କରେ, ଶେଷରେ ଏହା ନଦୀରେ ପରିଣତ ହୁଏ।

Question ୫।
କ୍ଷୁଦ୍ର ଗୀତଟି ମନୁଷ୍ୟର କି କାର୍ଯ୍ୟ କରେ ?
Answer:
ଗୀତଟି କ୍ଷୁଦ୍ର ହେଲେ ମଧ୍ୟ ଏହାର ସୁମଧୁର ସ୍ଵର ଓ ଭାବ ପ୍ରତ୍ୟେକ ପ୍ରାଣକୁ ଆନନ୍ଦ ପ୍ରଦାନ କରେ। ଏହା ମନରୁ ଦୁଃଖ ଦୂର କରିଥାଏ। ହୃଦୟରେ ଶାନ୍ତି ଭରି ଦେଇଥାଏ ।

Question ୬।
ନଦୀ ପାରହେବା ପାଇଁ କାହାର ସାହାଯ୍ୟ ନିଆଯାଏ ?
Answer:
ନଦୀ ପାରହେବା ପାଇଁ ନାଆର ସାହାଯ୍ୟ ନିଆଯାଏ। ନାଆଟି କ୍ଷୁଦ୍ର ହେଲେ ମଧ୍ୟ ବିରାଟ ଜଳଧାରାକୁ ଅତିକ୍ରମ କରିଥାଏ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୭ ।
ଛୋଟରୁ ବଡ଼ ହେବାର ୨ଟି ଦୃଷ୍ଟାନ୍ତ ଦିଅ ।
Answer:
ଛୋଟ ଚାରାଟି ଦିନେ ବିରାଟ ବୃକ୍ଷରେ ପରିଣତ ହୁଏ। ସେହିପରି କ୍ଷୁଦ୍ର ଜଳଧାରା ବିରାଟ ନଦୀରେ ପରିଣତ ହୋଇଥାଏ।

Question ୮।
ଛୋଟରୁ ବଡ଼ କବିତାର କବିଙ୍କ ନାମ କ’ଣ ?
Answer:
ଛୋଟରୁ ବଡ଼ କବିତାର କବି ହେଉଛନ୍ତି ଡକ୍ଟର ଜାନକୀବଲ୍ଲଭ ମହାନ୍ତି ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

Question ୧।
‘ଛୋଟରୁ ବଡ଼’ କବିତାଟି ନିମ୍ନୋକ୍ତ ମଧ୍ୟରୁ କାହାଦ୍ଵାରା ରଚିତ ?
(କ) କୁନ୍ତଳାକୁମାରୀ ସାବତ୍
(ଖ) ସଚ୍ଚିଦାନନ୍ଦ ରାଉତରାୟ
(ଗ) ଅନନ୍ତ ପଟ୍ଟନାୟକ
(ଘ) ଜାନକୀବଲ୍ଲଭ ମହାନ୍ତି
Answer:
(ଘ) ଜାନକୀବଲ୍ଲଭ ମହାନ୍ତି

Question ୨।
‘ଛୋଟରୁ ବଡ଼’ କବିତା ମାଧ୍ୟମରେ କବି କ’ଣ ଆହ୍ଵାନ କରିଛନ୍ତି ?
(କ) ମଣିଷ ଛୋଟ ହୋଇ ରହିବା ଉଚିତ
(ଖ) ମଣିଷ ନମ୍ର ହୋଇ ରହିବା ଉଚିତ
(ଗ) ସାମାଜିକ ମୂଲ୍ୟ ବୁଝି ନୂତନ ଚେତନାରେ ଆଗେଇଯିବା ଉଚିତ
(ଘ) କାହାକୁ ଛୋଟ ମନେକରିବା ଉଚିତ ନୁହେଁ
Answer:
(ଗ) ସାମାଜିକ ମୂଲ୍ୟ ବୁଝି ନୂତନ ଚେତନାରେ ଆଗେଇଯିବା ଉଚିତ

Question ୩।
କ୍ଷୁଦ୍ର ମଧ୍ୟରେ ଅନେକ ସମ୍ଭାବନା ପୂରିରହିଛି – ତୁମ ପଠିତ କେଉଁ କବିତାରେ ଏହାର ଉଲ୍ଲେଖ ଅଛି ?
(କ) ବାଳୁତ ବୀର ସେ
(ଖ) କଳାମାଣିକରେ
(ଗ) କହିବି କଥାଟି
(ଘ) ଛୋଟରୁ ବଡ଼
Answer:
(ଘ) ଛୋଟରୁ ବଡ଼

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୪।
‘କ୍ଷୁଦ୍ର ନର ବୁଦ୍ଧିବଳେ ଜିଣିଛି ବସୁନ୍ଧରା’ – ଏଠାରେ ‘ବସୁ’ର ଅର୍ଥ କ’ଣ ?
(କ) ଆକାଶ
(ଖ) ଜଳ
(ଗ) ରତ୍ନ
(ଘ) ଅମୃତ
Answer:
(ଗ) ରତ୍ନ

Question ୫।
ପୃଥ‌ିବୀକୁ ବସୁନ୍ଧରା କୁହାଯାଏ, କାରଣ
(କ) ଏହାର ଗର୍ଭରେ ରତ୍ନ ପୂରିରହିଛି
(ଖ) ବସୁ ନାମକ ଏକ ଦେବତାଙ୍କ ନାମାନୁସାରେ
(ଗ) ବାସୁକା ନାମକ ସର୍ପ ଏହାକୁ ଧାରଣକରିଛି
(ଘ) ବସୁ ନାମକ ଏକ ଦୈତ୍ୟକ ନାମାନୁସାରେ
Answer:
(କ) ଏହାର ଗର୍ଭରେ ରତ୍ନ ପୂରିରହିଛି

Question ୬।
କ୍ଷୁଦ୍ର ପ୍ରଦୀପ ଶିଖାଟି କାହାକୁ ଜିଣିପାରେ ?”
(କ) ଆଲୋକ
(ଖ) ବସୁନ୍ଧରା
(ଗ) ତମସା
(ଘ) ରାତି
Answer:
(ଗ) ତମସା

Question ୭।
କ୍ଷୁଦ୍ର ବାରିଧାରା କେଉଁଥ‌ିରେ ପରିଣତ ହୁଏ ?
(କ) ଝରଣା
(ଖ) ହଦ
(ଗ) ତଟିନା
(ଘ) ସମୁଦ୍ର
Answer:
(ଗ) ତଟିନା

Question ୮।
ଲକ୍ଷ ଜନମନରେ କିଏ ପୁଲକ ଆଣେ ?
(କ) କ୍ଷୁଦ୍ର ଗୀତି
(ଖ) କ୍ଷୁଦ୍ର ଫୁଲ
(ଗ) କ୍ଷୁଦ୍ର ଶିଶୁ
(ଘ) କ୍ଷୁଦ୍ର ପ୍ରଦୀପ
Answer:
(କ) କ୍ଷୁଦ୍ର ଗୀତି

Question ୯।
ଛୋଟ ଫୁଲଟି କ’ଣ କରେ ?
(କ) ବସୁନ୍ଧରା ଜିଣେ
(ଖ) ବାସ ବିତରଣ କରେ
(ଗ) ଲକ୍ଷ ଜନମନରେ ପୁଲକ ଆଶେ
(ଘ) ଦେଶ ଓ ଜାତିର ସମ୍ମାନ ରଖେ
Answer:
(ଗ) ଲକ୍ଷ ଜନମନରେ ପୁଲକ ଆଶେ

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୧୦।
ଅମୀୟ ଢାଳେ ଲଳିତ ସ୍ଵର ବିଧୁର ବହୁ ପ୍ରାଣେ ।’ ଏଠାରେ ‘ଅମୀୟ’ କାହାକୁ ବୁଝାଉଛି ?
(କ) ଆଲୋକ
(ଖ) ଅମୃତ
(ଗ) ସ୍ନେହ
(ଘ) କ୍ଷୁଦ୍ର ଗୀତି
Answer:
(ଖ) ଅମୃତ

କବି ପରିଚୟ :

ଜଣେ କବି, ସମାଲୋଚକ, ଗାଳ୍ପିକ ତଥା କଥାକାରଭାବେ ତକ୍ତର ଜାନକାବଲ୍ଲଭ ମହାନ୍ତି ପାଠକ ସମାଜରେ ପରିଚିତ । ଜଣେ ପ୍ରସିଦ୍ଧ ଶିଶୁ ସାହିତ୍ୟିକ ଭାବେ ଶିଶୁ ଓ କିଶୋରମାନଙ୍କ ପାଇଁ ବହୁ ଗଳ୍ପ ଓ କବିତା ସେ ରଚନା କରିଯାଇଛନ୍ତି । ପିଲାମାନଙ୍କ ପାଇଁ ରଚିତ ଗଳ୍ପ ଓ କବିତାମାନଙ୍କରେ ସେ ସେମାନଙ୍କ ମନରେ ଉତ୍ସାହ, ପ୍ରେରଣା ପ୍ରଦାନ କରିଛନ୍ତି। ଛତ୍ରଛାତ୍ରୀମାନଙ୍କୁ ସାମାଜିକ ମୂଲ୍ୟବାଧ ସମ୍ପର୍କିତ ଶିକ୍ଷା ଦେବା ସହ ମନରେ ନୂତନ ଚେତନା ଜାଗ୍ରତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

କବିତାର ପୃଷ୍ଠଭୂମି :

ଛୋଟ କେବେ କ୍ଷୁଦ୍ର ହୋଇପାରେ ନାହିଁ କିମ୍ବା ବିରାଟ ସର୍ବଦା ମହତ୍ତର ମଧ୍ୟ ହୋଇପାରେ ନାହିଁ । ‘ଶେଫାଳି ପ୍ରତି’ କବିତାରେ କବି କୁନ୍ତଳା କୁମାରୀ ସାବତ କହିଛନ୍ତି

‘‘କ୍ଷୁଦ୍ର ତୋର ତନୁ ତହିଁ ଭରା ଏତେ ଅମୃତ
କବିତା ‘ଛୋଟରୁ ବଡ଼’ ଏକ ଶିକ୍ଷଣୀୟ କବିତା ।

କବିତା ‘ଛୋଟରୁ ବଡ଼’ ଏକ ଶିକ୍ଷଣାୟ କବିତା ଆଖୁକୁ ଯାହା ଛୋଟ ପରି ଦେଖାଯାଏ ବାସ୍ତବରେ ତା’ ମଧ୍ୟରେ ମହାନ୍ ଶକ୍ତି ଲୁକ୍‌କାୟିତ ଅବସ୍ଥାରେ ଥାଏ । ଛୋଟ ପିଲାଟିଏ ନିଜର କର୍ମ ବଳରେ ସମାଜରେ ମହାମାନବଭାବେ ଅବତାର୍ଣ୍ଣ ହୋଇପାରୋ ବ୍ୟକ୍ତି ନିଜ ଅନ୍ତର୍ନିହିତ ଶକ୍ତିକୁ ବିକଶିତ କରାଇବାପାଇଁ ସାଧନା ଓ ଜ୍ଞାନାର୍ଜନରେ ପ୍ରୟାସୀ ହେଲେ ଭବିଷ୍ୟତରେ ଦେଶ ଓ ଜାତିର ଗୌରବ ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ । ତେଣୁ ଛୋଟ ମଧ୍ଯରେ ଭବିଷ୍ୟତର ବହୁ ସମ୍ଭାବନା ନିହିତ ଥାଏ । ଯାହା ଉପଯୁକ୍ତ ପରିବେଶ, ସାଧନା ଓ ଅଧ୍ୟବସାୟଦ୍ବାରା ବିକଶିତ ହୋଇଥାଏ । ତେଣୁ ପିଲାମାନେ ନିଜକୁ କ୍ଷୁଦ୍ର ବୋଲି ଭାବି ଅଯଥା ସମୟ ଅପଚୟ ନକରି ସାଧନା ଓ ଜ୍ଞାନଲାଭ ପାଇଁ ପ୍ରୟାସୀ ହେବା ଆବଶ୍ୟକ ଏବଂ ବଢ଼ମାନେ ମଧ୍ୟ କ୍ଷୁଦ୍ର ବୋଲି ଶିଶୁପ୍ରତି ଅବହେଳା ପ୍ରଦର୍ଶନ ନକରି ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ନିମିତ୍ତ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି କବି ଉପଦେଶ ଦେଇଛନ୍ତି ।

 କବିତାର ସାରକଥା :

‘ଛୋଟରୁ ବଡ଼’ କବିତାରେ କବି ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ) ବହୁ କ୍ଷୁଦ୍ର ଜିନିଷ ମଧ୍ୟରେ କିପରି ବିରାଟତ୍ଵ ଲୁଚି ରହିଛି ତାହା ବର୍ଣ୍ଣନା କରିଛନ୍ତି । କାନନ ବା ବନ-ଉପବନରେ କଢ଼ ଅବସ୍ଥାରେ ଥ‌ିବା ଛୋଟ ଫୁଲଟି ଦିନେ ପ୍ରସ୍ଫୁଟିତ ହୋଇ ତା’ର ସୁମଧୁର ସୁରଭିରେ ଚତୁଃପାର୍ଶ୍ଵ ମହକାଇ ଦିଏ। ତା’ର ସୁବାସରେ ଆମୋଦିତ ହୁଏ ଜୀବଜଗତ । ଛୋଟ ଛୋଟ ଫୁଲ ମଧ୍ୟରେ ଲୁକ୍‌କାୟିତ ସୁଗନ୍ଧ ବିକଶିତ ଅବସ୍ଥାରେ ପରିପାର୍ଶ୍ବକୁ ଆମୋଦିତ କରେ । ଛୋଟ କୂପଟିଏ ଅଳ୍ପ କିଛି ଜଳ ଧାରଣ କରିଥିବା ପରି ପରିଦୃଷ୍ଟ ହେଲେ ମଧ୍ୟ ମାସ ମାସ ବର୍ଷ ବର୍ଷ ଧରି ଲୋକମାନଙ୍କୁ ଜଳ ଯୋଗାଇ ତୃପ୍ତକରେ । ଖାଦ୍ୟ, ପାନୀୟ ତଥା ଅନ୍ୟାନ୍ୟ ବହୁବିଧ ଆବଶ୍ୟକତା ପୂରଣ କରି ଆମର ଅଶେଷ ଉପକାର ସାଧନ କରେ ।

ପ୍ରଦୀପଟିଏ ଆକାରରେ ଖୁବ୍ ଛୋଟ ହେଲେ ମଧ୍ୟ ତା’ର କ୍ଷୁଦ୍ର ପ୍ରଜ୍ବଳିତ ଶିଖା ଘନ ଅନ୍ଧକାର ଦୂର କରିବାରେ ସହାୟକ ହୁଏ । ଅନ୍ଧକାରରେ ଆଲୋକ ଦାନକରି ଆମକୁ ବାଟ ଦେଖାଏ। ଘନ ଅନ୍ଧକାର ଦୂର କରିବାରେ କ୍ଷୁଦ୍ର ପ୍ରଦୀପ ଶିଖାର ମହତ୍ତ୍ବ ବାସ୍ତବିକ ସୃଷ୍ଟିର ବୈଚିତ୍ରା । ବର୍ଷାରେ ଆକାଶରୁ ପଡୁଥ‌ିବା ଜଳବିନ୍ଦୁମାନ ଏକତ୍ରିତ ହୋଇ କ୍ଷୁଦ୍ର ଜଳଧାରା ହୋଇ ନିମ୍ନସ୍ଥାନକୁ ବହିଯାଏ । ପୁନଶ୍ଚ ସେହି କ୍ଷୁଦ୍ର ବାରିଧାରାଗୁଡ଼ିକ ଏକତ୍ର ହୋଇ ବିରାଟ ଜଳସ୍ରୋତ ପାଲଟିଯାଆନ୍ତି ଉଦାସ ପ୍ରାଣରେ ଆନନ୍ଦ ଭରିଦେବାରେ ସଙ୍ଗୀତର ଭୂମିକା ଅନସ୍ବୀକାର୍ଯ୍ୟ । ବ୍ୟକ୍ତିର ମନ ଦୁଃଖରେ ଭାରାକ୍ରାନ୍ତ ହୋଇପଡ଼ିଥିଲାବେଳେ ସଙ୍ଗୀତର ମୂର୍ଚ୍ଚନା ତା’ର ମନରେ ପୁଲକ ଭରିଦିଏ । ସଙ୍ଗୀତର ଅମିୟ ଲଳିତ ସ୍ଵର ଦୁଃଖୀମନକୁ ଆମୋଦିତ କରେ ।

ନୌକାଟି ଆକାରରେ ଛୋଟ ହେଲେ ମଧ୍ୟ ପ୍ରବଳ ସ୍ରୋତସ୍ଵିନୀର କ୍ଷୁବ୍ଧ ଜଳଧାରାକୁ ଅଚିରେ ଅତିକ୍ରମ କରିଥାଏ । ପ୍ରବଳ ବନ୍ୟା ସମୟରେ ଚତୁର୍ଦ୍ଦିଗ ଜଳାର୍ଣ୍ଣବ ହୋଇପଡ଼ିଥିଲାବେଳେ ଚଳପ୍ରଚଳର ଏକମାତ୍ର ଉପାୟଭାବେ ଭୟଙ୍କର ଖରସ୍ରୋତକୁ ଅତିକ୍ରମ କରି ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେଇଥାଏ । ମନୁଷ୍ୟ ବିଧାତାଙ୍କ ସୃଷ୍ଟିରେ କ୍ଷୁଦ୍ର ଜୀବଟିଏ ହେଲେ ମଧ୍ୟ ନିଜର ବୁଦ୍ଧି ବଳରେ ଅସାଧ୍ୟ ସାଧନ କରିପାରେ; ପୃଥ‌ିବୀକୁ ଜୟ କରିପାରେ । ଛୋଟ ଚାରାଗଛଟିଏ ଦିନେ ବିଶାଳ ଦ୍ରୁମରେ ପରିଣତ ହୋଇ ଜୀବଜଗତର ଅଶେଷ କଲ୍ୟାଣ ସାଧନ କରିଥାଏ । ସେହିପରି ଛୋଟ ଶିଶୁଟିଏ ବଡ଼ ହୋଇ ଭବିଷ୍ୟତରେ ଦେଶ ଓ ଜାତିର ସମ୍ମାନ ରକ୍ଷାକରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ । ନିଜର ଶକ୍ତି ଓ ସାଧନାଦ୍ଵାରା ତଥା ପରିବେଶର ସାହଚର୍ଯ୍ୟରେ ସେ ତା’ କ୍ଷୁଦ୍ର ଶରୀର ଓ ମନକୁ ବିକଶିତ କରାଇ ମହାନ୍ ଶକ୍ତିର ଆସନରେ ଆସୀନ ହୋଇପାରେ ।

ଏଣୁ କ୍ଷୁଦ୍ର ବୋଲି କାହାକୁ ଅବହେଳିତ କରିବା ଉଚିତ ନୁହେଁ ବା କ୍ଷୁଦ୍ର ବୋଲି କେହି ମନରେ ହୀନମନ୍ୟତା ଭାବ ପୋଷଣ କରିବା ମଧ୍ୟ ଉଚିତ ନୁହେଁ । କାରଣ ଉଦ୍ୟମ ଓ ଉଦ୍‌ଯୋଗଦ୍ଵାରା ତା’ ମଧ୍ୟରେ ଥ‌ିବା ଅସୀମ ସମ୍ଭାବନା ବିକାଶପ୍ରାପ୍ତ ହୋଇପାରେ । ଉତ୍ତମ ପରିବେଶରେ ଉପଯୁକ୍ତ ସାଧନା ତାକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦିଏ ।

କଠିନ ଶବ୍ଦାର୍ଥ :

  • ତମସା – ଅନ୍ଧକାର ।
  • ବାରି – ଜଳ / ପାଣି ।
  • ପୁଲକ – ଆନନ୍ଦ ଉଲ୍ଲାସ / ରୋମାଞ୍ଚ ।
  • ଅମିୟ – ଅମୃତ ।
  • ଲଳିତ – ଚାରୁ / କୋମଳ / ମଧୁର ।
  • ବିଧୁର – କାତର ।
  • ତରଣୀ – ନୌକା / ଡଙ୍ଗା / ନାଆ ।
  • କ୍ଷୁବ୍ଧ – ଆନ୍ଦୋଳିତ ।
  • ବସୁନ୍ଧରା – ପୃଥ‌ିବୀ / ଧରିତ୍ରୀ ।
  • ନିହିତ – ଗୁଣ ବା ଭାବ ରହିବା ।
  • ବିକାଶ – ଫୁଟି ଉଠିବା / ଦୀପ୍ତ ହେବା ।
  • ପ୍ରଦାପ – ବାପା
  • ସ୍ରୋତସ୍ୱିନା – ବାପା
  • ବିତରି – ବାଶ୍ମା
  • ଦିଗ୍ବିଦିଗ – ଚାରିଆଡୋ
  • କାନନ – ବନା
  • ଲଘେ – ଅତିକ୍ରମ କରୋ
  • ସମ୍ଭାବନା – ଉଚିଷ୍ୟତରେ ଘଟିଯାରେ ଏହି ଜ୍ଞାନ ବା ଭାବା
  • ଛୁଟେ – ବ୍ୟାପିଯାଏ
  • ସାଧନା – ବିଶେଷ ଚେଷ୍ଟା

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Odisha State Board BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ Textbook Exercise Questions and Answers.

BSE Odisha Class 7 Odia Solutions Chapter 6 ବାଳୁତ ବୀର ସେ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ବର୍ଷାବତାସି ବେଳେ ନାଉରି ଟୋକା କେଉଁଠି ଥିଲା ?
Answer:
ଭୟଙ୍କର ଝଡ଼ବର୍ଷା ସମୟରେ ନାଉରିଟୋକା ବାଜିରାଉତ ନିର୍ଭୟରେ ନାଆ ମଙ୍ଗରେ ହାତରଖ୍, କାତ ଓ ଆହୁଲାକୁ ନାଆରେ ଡେରିଦେଇ ବ୍ରାହ୍ମଣୀ ନଦୀ ଘାଟକୁ ଜଗି ବସିଥିଲା।

(ଖ ) ସେ କାହାର ଆଦେଶରେ କେଉଁଠିକି ନାଆ ନେଇଥିଲା?
Answer:
ପ୍ରଜା ଆନ୍ଦୋଳନ ସମୟରେ ପ୍ରଜାମଣ୍ଡଳ ନିର୍ଦ୍ଦେଶକ୍ରମେ ସେ ବ୍ରାହ୍ମଣୀ ନଦୀଘାଟ ଜଗିବାର ଦାୟିତ୍ଵ ନେଇଥିଲା । ସେ ନଦୀ ତଟଦେଶରୁ ବିଲ ମଧ୍ୟକୁ ନାଆ ଭିଡ଼ି ନେଇଥିଲା ।

(ଗ) ନାଉରି ଟୋକାକୁ କେଉଁମାନେ ଡାକିଲେ ?
Answer:
ଗଡ଼ଜାତ ଅଞ୍ଚଳକୁ ପ୍ରବେଶ କରିବାକୁ ବ୍ରିଟିଶ ଫୌଜ ନଦୀଘାଟରେ ପହଞ୍ଚି ନାଉରି ଟୋକାକୁ ଅତି କର୍କଶ ସ୍ଵରରେ ନାଆଁ ଲଗାଇବାକୁ ଡାକିଲେ।

(ଘ) ସେମାନେ ନାଉରି ଟୋକାକୁ ଡାକି କ’ଣ କହିଲେ ?
Answer:
ବ୍ରିଟିଶ ସିପାହିମାନେ ନାଉରି ଟୋକାକୁ ଡାକି ଶୀଘ୍ର ନାଆଁ ଆଣିବାକୁ କହିଲେ । ସେମାନେ ସେ ଅଞ୍ଚଳ ଓ ଗ୍ରାମ ସମ୍ପର୍କରେ କିଛି ଜାଣି ନଥିବାରୁ ଶୀଘ୍ର ନଦୀ ପାର ହୋଇ ସେମାନଙ୍କୁ ସେ ଅଞ୍ଚଳ ସମ୍ପର୍କରେ ଅନୁସନ୍ଧାନ କରିବାକୁ ପଡ଼ିବ । ତେଣୁ ତୁରନ୍ତ ନାଆ ଆଣି ନଦୀପାର କରାଇ ଦେବାକୁ ରୁକ୍ଷ ସ୍ବରରେ ନାଉରିକୁ ସେମାନେ ଡାକ ପକାଇଲେ ।

(ଙ) ନାଉରି ଟୋକା ସେମାନଙ୍କ କଥା ଶୁଣି କ’ଣ କଲା ?
Answer:
ନାଉରି ଟୋକା ବାଜି ସେମାନଙ୍କ ଆଦେଶକୁ ଭୂକ୍ଷେପ ନକରି ଓଠ ଚାପି ଏକ ତାଚ୍ଛଲ୍ୟଭରା ହସ ହସି ଉଠିଲା ଏବଂ ବିଲ ମଧ୍ୟକୁ ସେ ଦୂରକୁ ଦୂରକୁ ନାଆ ବାହି ନେଇଗଲା ।

(ଚ) ଏହାପରେ କ’ଣ ହେଲା ?
Answer:
ନାଉରି ଟୋକା ବାଜି ଦୃଢ଼ତାର ସହ ବିଲ ମଧ୍ୟକୁ ନାଆ ବାହିନେବା ଲକ୍ଷ୍ୟ କରି ସିପାହିମାନେ ତା’ପ୍ରତି କଟୁ ଶବ୍ଦ ପ୍ରୟୋଗ କରି ନାଆ କୂଳକୁ ଆଣିବାପାଇଁ ଗର୍ଜନ କରି ଡାକ ଛାଡ଼ିଲେ । ମାତ୍ର ବାଜିରାଉତ ସେମାନଙ୍କ ଡାକ ପ୍ରତି କର୍ଣ୍ଣପାତ ନକରି ଦୃଢ଼ ସ୍ବରରେ ଉତ୍ତର ଦେଲା ଯେ ନରହତ୍ୟାକାରୀ, ରକ୍ତପିପାସୁ ଫିରିଙ୍ଗି ଫଉଜକୁ ସେ ପାରି କରିପାରିବ ନାହିଁ । ଗାଁର ଭାଇମାନେ ସିପାହୀଙ୍କୁ ପାରି କରିବାକୁ ବାରଣ କରିଥିବାରୁ ସେ ନାଆ ନେଇପାରିବ ନାହିଁ । ଏହି ଉତ୍ତରରେ ହୃଦୟହୀନ ବ୍ରିଟିଶ ଫୌଜ କ୍ରୋଧୃତ ହୋଇ ତା’ ଉପରକୁ ଗୁଳି ଚଳାଇଥିଲେ । ନାଆ ଉପରେ ତା’ର ରକ୍ତ ଜୁଡୁବୁଡୁ ଦେହ ଟଳିପଡ଼ିବା ପରେ ମଧ୍ୟ ସେମାନଙ୍କ କ୍ରୋଧ ପ୍ରଶମିତ ହୋଇନଥିଲା । ନଦୀ ପହଁରି ନାଆ ନିକଟକୁ ଆସି ସିପାହିମାନେ ବାଜିରାଉତକୁ ବନ୍ଧୁକ ସଙ୍ଗିନ ମୁନରେ ଆକ୍ରମଣ କରି ରକ୍ତାକ୍ତ କରିଦେଲେ । ମାତ୍ର ସେତେବେଳକୁ ବାଜି ସହିଦ ହୋଇ ସାରିଥିଲା ।

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ବାଳୁତ ବୀର ବୋଲି କାହିଁକି କୁହାଯାଇଛି ?
Answer:
ମାତ୍ର ବାରବର୍ଷ ବୟସର ଛୋଟିଆ ବାଳକଟିଏ ବାଜିରାଉତ । ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗାଁର ଗରିବ ଖଣ୍ଡାୟତ ସନ୍ତାନ ସେ । ଗଡ଼ଜାତ ପ୍ରଜା ଆନ୍ଦୋଳନ କାଳରେ ପ୍ରଜାମଣ୍ଡଳ ଆଦେଶରେ ବ୍ରାହ୍ମଣୀ ନଦୀଘାଟ ଜଗିବାକୁ ସେ ବାହାରି ଯାଇଥିଲା । ବୟସରେ ଏତେ ଛୋଟ ହେଲେ ମଧ୍ୟ ବ୍ରିଟିଶ ପୋଲିସ ଫୌଜର ହୁକୁମକୁ, ନାଲିଆକୁ ଏବଂ ମୃତ୍ୟୁର ଧମକକୁ ସେ ଖାତିର କରିନାହିଁ । ଧୂଳିଖେଳ ଖେଳୁଥ‌ିବା ନାଉରିପିଲା ହୋଇ ମଧ୍ୟ ସେ ଅନନ୍ୟ ସାହସିକତା ପ୍ରଦର୍ଶନ କରି ଇଂରେଜ ଫୌଜକୁ ନଦୀ ପାରିକରାଇ ନଦେବାରୁ ସେମାନଙ୍କ ଗୁଳିଚୋଟରେ ସହିଦ ହେଲା । ବୀର ବାଜି ରାଉତ ନିଜର ଅପୂର୍ବ ସାହସିକତା, କର୍ତ୍ତବ୍ୟରେ ନିଷ୍ଠାପରତା ପ୍ରଦର୍ଶନ କରି ତା’ର ଅମୂଲ୍ୟ ଜୀବନକୁ ଦେଶ ପାଇଁ ଯେପରିଭାବେ ଉତ୍ସର୍ଗ କରିଗଲା, ସେଥ୍ପାଇଁ ସେ ଇତିହାସରେ ଚିର ଅମର ହୋଇରହିଗଲା । ସେଥ‌ିପାଇଁ ତାକୁ ବାଳୁତ ବାର ବୋଲି କୁହାଯାଇଛିା

(ଖ) କେଉଁମାନଙ୍କ ଆଖୁ ଅସୁର ଆଖୁ କୁହାଯାଇଛି ଓ କାହିଁକି ?
Answer:
ବ୍ରିଟିଶ ପୋଲିସ ଫୌଜଙ୍କୁ ଅସୁର ଭାବେ ବର୍ଣ୍ଣନା କରାଯାଇଛି । ସେମାନଙ୍କର ଅମାନୁଷିକତା, ବର୍ବରତାକୁ ଲକ୍ଷ୍ୟକରି କବି ସେମାନଙ୍କୁ ଅସୁରଭାବେ ଅଭିହିତ କରିଛନ୍ତି । ପ୍ରଜା ଆନ୍ଦୋଳନ ଦମନ କରିବାକୁ ଆସି ସେମାନେ ବ୍ରାହ୍ମଣୀ ନଦୀଘାଟରେ ପହଞ୍ଚିଥିଲେ । ନାଆ ଅନୁସନ୍ଧାନରେ ସେମାନେ ଏତେତେଣେ ଚାହିଁ ଅଦୂରରେ ବାଜିରାଉତକୁ ନାଆ ଉପରେ ଦେଖାରିଥିଲେ । ସେମାନଙ୍କ ଚାହାଁଣିରେ ଭରି ରହିଥୁଲା କୁରତା ଓ ନିଷ୍ଠୁରତା । ମଣିଷକୁ ପୋକମାଛି ପରି ମନେ କରୁଥ‌ିବା ସେହି ଇଂରେଜ ଫୌଜର ଚାହାଁଣିକୁ କବି ‘ଅସୁର ଆଖ୍’ ବୋଲି କହିଛନ୍ତି ।

(ଗ) ନାଉରି ଟୋକା ଦୂରକୁ ନାଆ ବାହିନେବା କାର୍ଯ୍ୟରୁ ତା’ର କେଉଁ ମନୋଭାବ ପ୍ରକାଶ ପାଉଛି ?
Answer:
ବ୍ରିଟିଶ ଫୌଜ ନଦୀଘାଟରେ ନାଆଁ ଆଣିବାପାଇଁ ବାଜିରାଉତକୁ କର୍କଶ ସ୍ବରରେ ହୁକୁମ ଦେଇଥିଲେ; କିନ୍ତୁ ବାଜି ସେମାନଙ୍କ ଆଦେଶ ପ୍ରତି ତିଳେ କର୍ଣ୍ଣପାତ ନକରି ବିଲ ଗୋହିରୀରେ ଦୂରକୁ ଦୂରକୁ ନାଆ ବାହି ନେଇଥିଲା । ଓଠ ଚାପି ଏକ ତାଚ୍ଛଲ୍ୟଭରା ହସ ହସି ଉଠିଥିଲା । ଏଥୁଁ ତା’ର ବୀରତ୍ୱ ତଥା ସାହସିକତା ସହଜେ ଅନୁମେୟ । ଯେଉଁ ଦୁର୍ଘର୍ଷ ବ୍ରିଟିଶ ଫୌଜ ନାଁ ଶୁଣିଲେ ସାଧାରଣ ଲୋକେ ଭୟ ଓ ଆତଙ୍କରେ ଶିହରି ଉଠୁଥିଲେ, ସେମାନଙ୍କ ଆଦେଶକୁ ଅବଜ୍ଞା କରି ବାଜି ଅସାଧାରଣ ସାହସିକତାର ପରିଚୟ ପ୍ରଦାନ କରିଛି । ତା’ର ଦୂରକୁ ନାଆ ବାହିନେବା କାର୍ଯ୍ୟରୁ ବ୍ରିଟିଶ ଫୌଜର ହୁକୁମ, ନାଲିଆଖ୍ କି ମୃତ୍ୟୁର ଧମକ ପ୍ରତି ବେଖାତିର ମନୋଭାବ ପ୍ରକାଶ ପାଉଛି ।

(ଘ) ‘ନେବି ନାହିଁ ନାହା ଭାଇର ଆଦେଶ ନାହିଁ ।’’ – ଏଠାରେ ‘ଭାଇ’ ବୋଲି କାହାକୁ କୁହାଯାଉଛି ?
Answer:
ବ୍ରିଟିଶ ପୋଲିସ ଫୌଜ ନାଆ କୂଳକୁ ଆଣି ସେମାନଙ୍କୁ ପାରି କରିଦେବାକୁ ବାଜିରାଉତକୁ ଆଦେଶ ଦେଇଛନ୍ତି; ମାତ୍ର ସେମାନଙ୍କ ଆଦେଶକୁ ତିଳେ ମାତ୍ର ଖାତିର ନ କରି ନାଆ ନେବାକୁ ସେ ସ୍ପଷ୍ଟ ମନା କରିଦେଇଥିଲା ଏବଂ ଭାଇର ଆଦେଶ ନାହିଁ ବୋଲି କହିଥିଲା । ଭାଇର ଆଦେଶ ବୋଲି ସେ ଯାହା କହିଥିଲା, ତାହା ଥିଲା ପ୍ରଜାମଣ୍ଡଳର ନିଷ୍ପତ୍ତି । ପ୍ରଜାମଣ୍ଡଳ ନିଜ ମଧ୍ୟରେ ପାଳିକରି ଘାଟ ଜଗିବାର ସିଦ୍ଧାନ୍ତ ନେଇଥିଲେ । ସେହି ଭାଇମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବାଜିରାଉତ ଫୌଜଙ୍କୁ ପାରି କରିବାକୁ ସିଧା ମନା କରିଦେଇଥିଲା ।

(ଡ) ବ୍ରିଟିଶ ଫଉଜ ଓ ସେଠାକାର ସାଧାରଣ ଜନତାଙ୍କ ମଧ୍ୟରେ କାହିଁକି ଲଢ଼େଇ ଲାଗିଥିଲା ?
Answer:
ବ୍ରିଟିଶ ଶାସକ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନିଜ ଶାସନାଧୀନ କରି ସେମାନଙ୍କଠାରୁ ବଳପୂର୍ବକ କର ଆଦାୟ କରିବାକୁ ଆରମ୍ଭ କରିଥିଲା । ଅତ୍ୟାଚାରିତ, ଦଳିତ ଗଡ଼ଜାତ ଅଞ୍ଚଳବାସୀ ତା’ର ବିରୋଧ କରିବାରୁ ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା । ସାଧାରଣ ପ୍ରଜା ମିଳିତଭାବେ ଇଂରେଜମାନଙ୍କ ଏତାଦୃଶ ଯଥେଚ୍ଛାଚାର ବିରୋଧରେ ସଂଗ୍ରାମ କରିବାକୁ ନିଷ୍ପରି କଲେ । ଇଂରେଜମାନେ ମଧ୍ୟ ପ୍ରଜାମଣ୍ଡଳର ବିଦ୍ରୋହ ଦମନ କରିବାକୁ ପୋଲିସ ଫୌଜକୁ ନିୟୋଜିତ କଲେ । ତେଣୁ ବ୍ରିଟିଶ ଫୌଜ ଓ ସାଧାରଣ ଜନତାଙ୍କ ମଧ୍ୟରେ ଲଢ଼େଇ ଲାଗିଥିଲା ।

(ଚ) ନାଉରି ପିଲାଟି ବିଜୟର ଗାର ଲେଖୁଦେଲା ବୋଲି କାହିଁକି କୁହାଯାଇଛି ?
Answer:
ପ୍ରଜାମଣ୍ଡଳର ଆଦେଶକୁ ଅକ୍ଷରେ ଅକ୍ଷରେ ମାନି ବାଜିରାଉତ ବ୍ରିଟିଶ ପୋଲିସ ଫୌଜକୁ ନଦୀ ପାରି କରାଇ ଦେଇନଥିଲା । କର୍ତ୍ତବ୍ୟ ପାଳନ କରିବାକୁ ଯାଇ ସେ ହସି ହସି ନିଷ୍ଠୁର ଫୌଜର ବନ୍ଧୁକ ଗୁଳି ଆଗରେ ନିଜ ଅମୂଲ୍ୟ ଜୀବନକୁ ଦେଶପାଇଁ ଉତ୍ସର୍ଗ କରିଗଲା । ବନ୍ଧୁକର ଭୟ ତାକୁ କର୍ତ୍ତବ୍ୟରୁ ବିଚ୍ୟୁତ କରିପାରିନଥିଲା । ତା’ର ମୃତ୍ୟୁ ସୁପ୍ତ ଦେଶବାସୀଙ୍କ ଶୀତଳ ଧମନୀରେ ଉଷ୍ମତା ଭରିଦେଇଗଲା । ତା’ର ଅପୂର୍ବ ଦେଶପ୍ରେମ ଦେଶବାସୀଙ୍କ ସୁପ୍ତମନରେ ଚମକ ସୃଷ୍ଟିକଲା । ତା’ର ମୃତ୍ୟୁ ବିଦ୍ରୋହ ତଥା ସ୍ଵାଧୀନତା ସଂଗ୍ରାମର ପ୍ରଥମ ବିଜୟ ଭାବେ ଗୃହୀତ ହେଲା ।

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଅନ୍ଧାର ତଳୁ କେତୁଟା ଅସୁର ଆଖ୍
‘କିଏରେ ନାଉରି ? ଘାଟରୁ ଉଠିଲା ଡାକି ।
Answer:
ଅନ୍ଧାର ତଳୁ …………………… ଉଠିଲା ତାକି।
ଉଦ୍ଧୃତାଂଶଟି କବି ଅନନ୍ତ ପଟ୍ଟନାୟକଙ୍କ ରଚିତ “ ବାଳୁତ ବୀର ସେ” କବିତାରୁ ଆସିଅଛି। ଏଠାରେ କବି ବ୍ରିଟିଶ୍ ଫୌଜକୁ ଅସୁର ସହିତ ତୁଳନା କରିଛନ୍ତି। ୧୯୩୮ ମସିହାର ଗଡ଼ଜାତ ପ୍ରଜାଆନ୍ଦୋଳନବେଳେ ପ୍ରଜାମଣ୍ଡଳର ଆଦେଶରେ ବ୍ରାହ୍ମଣୀ ନଦୀର ଘାଟ ଜଗିବାର ପାଳି ପଡ଼ିଥିଲା ବାରବର୍ଷ ବୟସର ବାଳକ ବାଜି ରାଉତ ଉପରେ। ପ୍ରବଳ ଝଡ଼ବର୍ଷାର ଘୋର ଅନ୍ଧକାର ଭିତରେ ନାଆ ମଙ୍ଗରେ ଆହୁଲା ଡେରିଦେଇ ବାଜି ରାଉତ ଶତ୍ରୁସୈନ୍ୟଙ୍କୁ ଜଗି ବସିଥିଲା। ନଦୀ ପାରି କରିଦେଲେ ସିନା ରକ୍ତପିପାସୁ ଶତ୍ରୁ ଦଳ ତାଙ୍କ ଗାଁ ଗଣ୍ଡାରେ ପଶିବେ। ଅତ୍ୟାଚାରର ଦମନଲୀଳା ଚଳାଇବେ ।

ହଠାତ୍ ରାକ୍ଷସ ବ୍ରିଟିଶ ଫୌଜର କର୍କଶ ଆଦେଶରେ ବାଜି ସତର୍କ ହୋଇଗଲା। ଫିକା ଅନ୍ଧାର ଭିତରେ ଅସୁରମାନଙ୍କର ଆଖ୍ ତା’ ଉପରେ ପଡ଼ିଥିଲା। କିଏରେ ନାଉରି ଶୀଘ୍ର ଡଙ୍ଗା ଲଗାଇ ଘାଟ ପାରି କରିଦେବାକୁ କଡ଼ା ଆଦେଶ ଶୁଭିଲା । ରାତି ନ ପାହୁଣୁ ଏବଂ ଗାଁ ଲୋକେ ଜାଣିବା ପୂର୍ବରୁ ଘାଟରେ ଡଙ୍ଗା ଲଗାଇବାପାଇଁ ସେମାନେ ବାରମ୍ବାର ଗର୍ଜନ କଲେ। କିନ୍ତୁ ବାଜି ଥିଲା ଅବିଚଳିତ। କଠୋର ଦାୟିତ୍ଵ ଯୋଗୁଁ ସେ ରାକ୍ଷସ ସେନାର ଧମକରେ ଡରି ନଯାଇ ପାଟବିଲ ଦେଇ ଡଙ୍ଗା ବହୁ ଦୂରକୁ ବାହି ନେଇଯାଇଥିଲା । ବାଳକ ବାଜି ରାତ୍ତତର ବାରତ୍ଵ ଓ ସାହସିକତା ବାସ୍ତ୍ରବିକ ପ୍ରଶଂସନାୟ ଅଟେ।

(ଖ) ‘‘ନେବି ନାହିଁ ନାହା, ଭାଇର ଆଦେଶ ନାହିଁ ।’’
“ନେବି ନାର୍ହିଁ ……………………… ଆଦେଶ ନାର୍ହି।”
ଶଂସିତ ପଦ୍ୟାଶଟି କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ବାଳୁତ ବୀର ସେ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ବାଳୁତ ବୀର ବାଜିରାଉତର ଆସାଧାରଣ ବୀରତ୍ଵ ଓ ସାହସିକତା ଉପରେ ଆଲୋକପାତ କରିଛନ୍ତି । ପ୍ରଜାମଣ୍ଡଳ ବିଦ୍ରୋହ ଦମନ କରିବାପାଇଁ ସଶସ୍ତ୍ର ବ୍ରିଟିଶ ଫୌଜ ନଦୀବନ୍ଧରେ ପହଞ୍ଚ୍ ‘ କିଏରେ ନାଉରି ବୋଲି ଡାକ ଛାଡ଼ିଲେ । ଦୂରକୁ ଦୂରକୁ ନାଆ ବାହି ନେଉଥ‌ିବା ବାଜିରାଉତ ଉଦ୍ଦେଶ୍ୟରେ କର୍କଶ ସ୍ଵରରେ ନାଆ ଆଣିବାପାଇଁ ଚିତ୍କାର କରିଉଠିଲେ । ବାଜିରାଉତ କିନ୍ତୁ ନିଜ ଜିଦରେ ଅଟଳ ରହି ନାଆକୁ ପାଟ ଭିତରକୁ ବାହି ନେଉଥିଲା । ସିପାହିଙ୍କ ଡାକରାର ଜବାବରେ ସେ ସେମାନଙ୍କୁ ଅତ୍ୟାଚାରୀ, ହତ୍ୟାକାରୀ ଓ ରକ୍ତପିପାସୁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲା । ଏପରି ଜାତି ଓ ଦେଶର ଶତ୍ରୁକୁ ପାରି କରିବାକୁ ତା’ ଗାଁ ଭାଇ ମନା କରିଛନ୍ତି । ଏଣୁ ଭାଇର ଆଦେଶ ବିନା କାହାକୁ ସେ ନଦୀ ପାର କରିବ ନାହିଁ ବୋଲି ସ୍ପଷ୍ଟଭାବେ ଜଣାଇ ଦେଇଥିଲା । ଦୁଦ୍ଧର୍ଷ ବ୍ରିଟିଶ ଫୌଜକୁ ସେ ଯେପରି ଭାବେ ଜବାବ ଦେଲା, ସେଥୁରୁ ତା’ର ଅପୂର୍ବ ସାହସିକତା, ବୀରତ୍ବ ଓ ସ୍ପଷ୍ଟବାଦିତାର ପରିଚୟ ମିଳେ ।

(ଗ ) ‘‘ଦଳିତ ଜାତିର ଲଲାଟେ ଲେଖୁଲା ମୁକ୍ତି ସମରେ, ଆଦ୍ୟ ବିଜୟ ଗାର ।”
Answer:
ଦଳିତ ଜାତିର ……………………………. ବିଜୟ ଗାର ।
ଉଦ୍ଧୃତାଂଶଟି କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ବାଳୁତ ବୀର ସେ’ ’କବିତାରୁ ଆନୀତ। ବୀର ବାଜି ରାଉତର ଆତ୍ମବଳି ମୁକ୍ତି ସଂଗ୍ରାମର ପ୍ରଥମ ବିଜୟର ଟୀକା ବୋଲି ଏଠାରେ କବି ବର୍ଣ୍ଣନା କରିଛନ୍ତି। ମଣିଷ ମରାଳି, ଅତ୍ୟାଚାରୀ ବ୍ରିଟିଶ୍ ଫୌଜକୁ ଗାଁରେ ପୁରାଇଦେବ ନାହିଁ ବୋଲି ବାଜି ରାଉତ ତା ଜିଦରେ ଅଟଳ ଥିଲା। ମୁକ୍ତି ସଂଗ୍ରାମରେ ଝାସଦେଇ ଗଡ଼ଜାତର ପ୍ରଜାମାନେ ଇଂରେଜମାନଙ୍କର ବିରୋଧ କରୁଥିଲେ। ପ୍ରଜାମଣ୍ଡଳର ଆଦେଶ ପାଳନ କରିବାକୁ ଫୌଜଙ୍କର ଧମକ ଚମକରେ ଡରିନଯାଇ ବାଜି ସେମାନଙ୍କୁ ପାରି କରିଦେଇ ନଥିଲା। ଶେଷକୁ ଦୁର୍ବର୍ଷ ସେନାବାହିନୀଙ୍କ ଗୁଳିଚୋଟରେ ବାଜି ଡଙ୍ଗା ଉପରେ ଟଳି ପଡ଼ିଲା।

ବନ୍ଧୁକର ସଙ୍ଗୀନ ମୁନରେ କଅଁଳିଆ ଖପୁରିକୁ ତା’ର ସେମାନେ ତାଡ଼ି ପକାଇଲେ । ସେ ଦେଶ ପାଇଁ ଜାତି ପାଇଁ ସହିଦ ହେଲା। ତା’ର ନିଭୀକତା, ସାହସ ଓ ଦୃଢ଼ତା ଆମ ଲୋକମାନଙ୍କ ମନରେ ସାହସ ଓ ପ୍ରେରଣା ଭରିଦେଲା। ଆଖପାଖ ଗାଁରୁ ଲୋକମାନେ ଖବର ପାଇ ଧାଇଁ ଆସିଲେ। ଯେଉଁମାନେ ବାହୁବଳୀ ଇଂରେଜମାନଙ୍କୁ ଭୟକରି ନୀରବରେ ଅତ୍ୟାଚାର ସହୁଥିଲେ, ବାଜି ରାଉତର ମୃତ୍ୟୁ ସେମାନଙ୍କ ମନରେ ଦମ୍ଭ ଓ ସାହସ ଦେଲା। ଗୋଟିଏ ସୁପ୍ତ, ନୀରବ ଓ ଅତ୍ୟାଚାରିତ ଦଳିତ ଜାତିର ପ୍ରେରଣାର ଉତ୍ସ ହୋଇ ବାଳୁତ ବୀର ବାଜି ରାଉତ ଚିର ଅମର ହୋଇଗଲା।

Question ୪ ।
ଯେପରି ‘ରକତ’ ଶବ୍ଦର ଅନ୍ୟରୂପ ‘ରକ୍ତ’, ସେହିପରି ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅନ୍ୟରୂପ ଲେଖ ।
ବରଷା, ପୂରୁବ, ଦରବ, ମୁକତି, ସୁରୂଜ
Answer:
ବରଷା – ବର୍ଷା
ପୂରୁବ – ପୂର୍ବ
ଦରବ – ଦ୍ରବ୍ୟ
ମୁକତି – ମୁକ୍ତି
ସୁରୂଜ – ସୂର୍ଯ୍ୟ

Question ୫।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ସଞ୍ଜ, ପୂର୍ବ, ଅନ୍ଧାର, ହସ, ଦୂର, ବୀର, ବାଳୁତ, ମୁକ୍ତି, ଉଦୟ
Answer:
ସଞ୍ଜ – ସକାଳ
ପୂର୍ବ – ପଶ୍ଚିମ
ଅନ୍ଧାର – ଆଲୁଅ / ଆଲୋକ
ହସ – କାନ୍ଦ
ଦୂର – ନିକଟ
ବୀର – ଭାବୁ
ବାଳୁତ – ବୃଦ୍ଧି
ମୁକ୍ତି – ବନ୍ଧନ
ଉଦୟ – ଅସ୍ତ୍ର

‘କ’ ସ୍ତମ୍ଭରେ ଥ‌ିବା ପଦଗୁଡ଼ିକୁ ‘ଖ’ ସ୍ତମ୍ଭର ସଂପର୍କିତ ପଦ ସହିତ ଯୋଡ଼ି ଲେଖ ।

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ପୂରୁବ ଆକାଶେ ଫିକା ନ ପଡ଼ୁଣୁ ରାତି ଆଣରେ ବେଗେ ତୁ, ଲଗାରେ କୂଳରେ ନାହା ହସିଲା ଟୋକା ସେ ଓଠକୁ ଓଠରେ ଚାପି ତତଲା ରକତ ଧାର ମନକୁ ମନ ତା କି କଥା ଅତଳ ମାପି ମୁକ୍ତି ସମରେ ଆଦ୍ୟ ବିଜୟ ଗାର ଡାକିଲେ ଶତ୍ରୁ କଟାଶିଆ ଡୋଳେ ଚାହିଁ ବିହଗେ ନଉଠୁଁ କଳକାକଳିରେ ମାତି

Answer:

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ପୂରୁବ ଆକାଶେ ଫିକା ନ ପଡ଼ୁଣୁ ରାତି ଆଣରେ ବେଗେ ତୁ, ଲଗାରେ କୂଳରେ ନାହା ହସିଲା ଟୋକା ସେ ଓଠକୁ ଓଠରେ ଚାପି ତତଲା ରକତ ଧାର ବିହଗେ ନଉଠୁଁ କଳକାକଳିରେ ମାତି ଡାକିଲେ ଶତ୍ରୁ କଟାଶିଆ ଡୋଳେ ଚାହିଁ ମନକୁ ମନ ତା କି କଥା ଅତଳ ମାପି ମୁକ୍ତି ସମରେ ଆଦ୍ୟ ବିଜୟ ତାରି

Question ୭।
ଦିଆଯାଇଥିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖା
ବର୍ଷା, ନଈ, ନାଆ, ରାତି, ନାଉରି, ମେଘ
Answer:
ବର୍ଷା – ବୃଷ୍ଟି, ବାରିପାତ
ନାଆ – ନାବ, ଡଙ୍ଗା
ନାଉରି – ନାବିକ, ନାଉରିଆ
ନଈ – ତଟିନା, ସରିତ
ରାତି – ରାତ୍ରି, ନିଶା / ନିଶି
ମେଘ – ବାରିଦ, ଘନ

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୮।
ପ୍ରାୟ ୧୦୦ଟି ଶବ୍ଦ ଭିତରେ ଉତ୍ତର ଲେଖ ।
(କ) ପ୍ରଜା ଆନ୍ଦୋଳନରେ ବାଜିରାଉତର ଭୂମିକା ।
Answer:
୧୯୩୮ ମସିହାରେ ଆମ ଗଡ଼ଜାତ ଅଞ୍ଚଳରେ ପ୍ରଜା ଆନ୍ଦୋଳନ ଜୋରଦାର ଚାଲିଥିଲା। ବ୍ରିଟିଶ ଫୌଜକୁ ନିଜ ଅଞ୍ଚଳରେ ପୂରାଇ ନ ଦେବାକୁ ପ୍ରଜାମଣ୍ଡଳ ନିଷ୍ପତ୍ତି ନେଇଥିଲା। ଫଳରେ ବ୍ରାହ୍ମଣୀ ନଦୀର ଘାଟ ଜଗିବା ପାଳି ବାଜି ରାଉତର ପଡ଼ିଥିଲା। ଝଡ଼ବର୍ଷା, ବିଜୁଳି ଘଡ଼ଘଡ଼ିକୁ ଖାତିର ନକରି ସେ ଡଙ୍ଗା ମଙ୍ଗରେ ରାତିସାରା ଜଗି ବସିଲା। ଅନ୍ଧାରୁଆବେଳେ ବ୍ରିଟିଶ୍ ଫୌଜଙ୍କର ଡାକରା ଓ ଧମକ ଚମକ ସେ ଡରିନଯାଇ ପାଟ ବିଲ ଦେଇ ତଳଆଡ଼କୁ ଡଙ୍ଗାନେଇ ପଳାଇ ଗଲା। ବରଂ ସେମାନଙ୍କୁ ଦୁଷ୍ଟ, ଅତ୍ୟାଚାରୀ, ରକ୍ତପିପାସୁ ରାକ୍ଷସ କହି ଡଙ୍ଗା ନ ଲଗାଇବାକୁ ରୋକ୍ ଠୋକ୍ ମନା କରିଦେଲା। ଦେଶ ଓ ଜାତିର ଆହ୍ବାନ ତା ପାଇଁ ମୁଖ୍ୟ ଥିଲା। ଶେଷରେ ଦୁର୍ଦ୍ଧର୍ଷ ଇଂରେଜ ସେନାଙ୍କର ଗୁଳିରେ ବାଜି ସେହି ନାଆ ଉପରେ ଟଳି ପଡ଼ିଲା। ସିପାହୀମାନେ ନଦୀ ପହଁରି ଆସି ବନ୍ଧୁକ ମୁନରେ ତା’ର ମୁଣ୍ଡକୁ ଭୂଷିଦେଇ ଖପୁରୀ ଉଡ଼ାଇ ଦେଲେ। ବାଜି ଦେଶ ପାଇଁ ଜୀବନ ଦେଇ ନିଜର ଅପୂର୍ବ ସାହସିକତାର ପ୍ରମାଣ ଦେଇଗଲା। ତେଣୁ, କବି କହିଛନ୍ତି

“ ପଛଘୁଞ୍ଚା ନାହିଁ ବୀରର ଜାତକେ
ନ ମରେ ସେ କେଉଁ ପରାଣ ଆତଙ୍କେ।”

(ଖ) ଅତ୍ୟାଚାରୀର ଶାସନ ସରିଲା ଭକ୍ତିର ଯଥାର୍ଥତା ।
Answer:
ବ୍ରିଟିଶ ଶାସନାଧୀନ ଭାରତବର୍ଷର ସାଧାରଣ ଜନତା ଇଂରେଜମାନଙ୍କ ଅକଥନୀୟ ଅତ୍ୟାଚାର ଓ ଶୋଷଣରେ ଜର୍ଜରିତ ହୋଇପଡ଼ିଥିଲେ । ସେମାନଙ୍କ ଦୁର୍ଦ୍ଧର୍ଷ ସେନାବାହିନୀର ଅମାନୁଷିକ, ବର୍ବରୋଚିତ ଦମନଲୀଳା ଦେଶବାସୀଙ୍କୁ ଆତଙ୍କିତ କରିପକାଇଥିଲା । ତେଣୁ ପ୍ରତ୍ୟକ୍ଷଭାବେ ସେମାନଙ୍କୁ ବିରୋଧ କରିବାକୁ ସେମାନେ ସାହସ କରିପାରି ନଥିଲେ । ଢେଙ୍କାନାଳ ପ୍ରଜା ଆନ୍ଦୋଳନକୁ ଦମନ କରିବାକୁ ବ୍ରିଟିଶ ଫୌଜ ନିୟୋଜିତ ହେଉଛନ୍ତି ଜାଣି ପ୍ରଜାମଣ୍ଡଳ ସେମାନଙ୍କୁ କୌଣସି ପ୍ରକାରେ ଅଞ୍ଚଳରେ ପ୍ରବେଶ କରାଇ ନ ଦେବାକୁ ପ୍ରଜାମଣ୍ଡଳ ନିଷ୍ପତ୍ତି ନେଲା । ବ୍ରାହ୍ମଣୀ ନଦୀଘାଟକୁ ପାଳିକରି ଜଗିବାକୁ ସର୍ବସାଧାରଣଙ୍କ ସଭାରେ ସ୍ଥିର ହେଲା । ଘାଟ ଜଗିବା ଦାୟିତ୍ଵକୁ ସେଦିନ ବାଜିରାଉତ ସ୍ଵଇଚ୍ଛାରେ ଗ୍ରହଣ କରିଥିଲା ।

ଏକାକୀ ବାଳୁତ ବୀର ବାଜି ଇଂରେଜ ଫୌଜଙ୍କୁ ନଦୀପାର କରିବାକୁ ମନାକରି ସେମାନଙ୍କ ବନ୍ଧୁକ ଚୋଟରେ ସହିଦ ହୋଇଗଲା । ତା’ର ସେହି ଆତ୍ମତ୍ୟାଗ ଦଳିତ ଜାତିର ସୁପ୍ତ ପ୍ରାଣରେ ଜାଗରଣ ସୃଷ୍ଟିକଲା । ବାଜିରାଉତର ମୃତ୍ୟୁ ସାରା ଦେଶବାସୀଙ୍କ ମନରେ ବିଦ୍ରୋହ ଓ ଆନ୍ଦୋଳନକୁ ତୀବ୍ରତର କରାଇଲା । ତା’ର ଆତ୍ମବଳିଦାନ ମୁକ୍ତି ସଂଗ୍ରାମର ଇତିହାସରେ ପ୍ରଜାବିଦ୍ରୋହର ପ୍ରଥମ ବିଜୟଭାବେ ଗୃହୀତ ହେଲା । ରାଜ୍ୟବାସୀ ଶତସିଂହର ବଳ ବିକ୍ରମରେ ଏହି ଦମନଲୀଳା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଲାଗିଲେ । ଏହା ଲକ୍ଷ୍ୟ କରି କବି କହିଛନ୍ତି ଯେ ଦୀର୍ଘଦିନ ଧରି ବିଦେଶୀ ଶାସକ ବିରୋଧରେ ଦେଶବାସୀଙ୍କ ହୃଦୟରେ ଯେଉଁ ନିଆଁ କୁହୁଳୁଥିଲା ତାହା ପ୍ରଜ୍ବଳିତ ହୋଇଉଠୁଥ‌ିବାରୁ ଅତ୍ୟାଚାରୀର ଶାସନ ଯେ ଅଚିରେ ବିଲୋପ ହେବ ଏହା ନିଃସନ୍ଦେହରେ କୁହାଯାଇପାରେ ।

(ଗ) ମେଘ କୋଳେ ଦୂରେ ଉଇଁଲା ସୂର୍ଯ୍ୟ – ଉକ୍ତ ଉକ୍ତିର ତାତ୍ପର୍ଯ୍ୟ ।
Answer:
ଗଡ଼ଜାତ ପ୍ରଜା ଆନ୍ଦୋଳନ ଦମନ ପାଇଁ ଆସିଥିବା ବ୍ରିଟିଶ ଫୌଜଙ୍କୁ ବ୍ରାହ୍ମଣୀ ନଦୀ ପାର କରାଇ ନଦେବା ପାଇଁ ସେଦିନ ଘାଟ ଡଙ୍ଗା ଜଗିବା ଦାୟିତ୍ଵ ବାଜିରାଉତ ଉପରେ ନ୍ୟସ୍ତ ଥିଲା । ପ୍ରଜାମଣ୍ଡଳର ନିଷ୍ପତ୍ତିକ୍ରମେ ପୂର୍ବ ସନ୍ଧ୍ୟାରେ ଏକାକୀ ନଦୀଘାଟକୁ ବାହାରି ଯାଇଥିଲା ବାଜିରାଉତ । ରାତ୍ରିର ଆକାଶ କିନ୍ତୁ ଥିଲା ଭୟଙ୍କର । ବର୍ଷା ଓ ବତାସର ଘନଘଟା ଭିତରେ ପରିବେଶ ଥିଲା ଭୟସଙ୍କୁଳ । ମାତ୍ର ବାରବର୍ଷର ବାଳକ, ମନରେ ଥିଲା ତାର ଅସୀମ ସାହସ ଓ ଅସାମାନ୍ୟ ବୀରତ୍ଵ । ସେହି ବର୍ଷାରାତିର ଅନ୍ଧକାର ମଧ୍ୟରେ ସେ ନାଆ ମଙ୍ଗରେ ବସିରହିଥିଲା ସାରା ରାତି । ରାତି ପାହିଲାବେଳକୁ ବ୍ରିଟିଶ ଫୌଜର ଡାକରାରେ ସତର୍କ ହୋଇଉଠିଥିଲା ବାଜି ।

ସେମାନଙ୍କ କର୍କଶ ସ୍ଵରକୁ ଖାତିର ନକରି ପାଟ ଭିତରକୁ ବାହି ନେଇଥିଲା ନାଆକୁ । ଦୁର୍ଦାନ୍ତ ସେନାବାହିନୀ କିନ୍ତୁ ବାଜିରାଉତର ଏତାଦୃଶ କାର୍ଯ୍ୟ ସହ୍ୟ କରିନପାରି ବନ୍ଧୁକ ଗୁଳିରେ ତା’ର ଜବାବ ଦେଇଥିଲେ । ନାଆ ମଙ୍ଗରେ ଶେଷ ନିଃଶ୍ୱାସ ତ୍ୟାଗକରି ଟଳିପଡ଼ିଥିଲା ବାଜି । ସେତେବେଳକୁ ମେଘୁଆ ଆକାଶର ବାଦଲ ଫାଙ୍କରୁ ସୂର୍ଯ୍ୟ ଉଇଁ ଆସୁଥିଲେ । ଆଖପାଖ ଅଞ୍ଚଳରୁ ନାଆ ନିକଟକୁ ପ୍ରଜାବର୍ଗ ଧାଇଁ ଆସିଥିଲେ । ବାଜିରାଉତର ମୃତ୍ୟୁ ସେମାନଙ୍କ ବିଦ୍ରୋହୀ ପ୍ରାଣରେ ସତେଯେପରି ଅଗ୍ନି ସଂଯୋଗ କଲା । ସେମାନଙ୍କ ସୁପ୍ତ ପ୍ରାଣରେ ଜାଗରଣ ସୃଷ୍ଟିକଲା । ଅସୀମ ବଳ ବିକ୍ରମରେ ସେମାନେ ଅତ୍ୟାଚାରୀର ଶାସନକୁ ବିରୋଧ କରିବାକୁ ଆଗେଇ ଆସିଲେ । ସେମାନଙ୍କର ସେହି ସଂଗ୍ରାମୀ କାର୍ଯ୍ୟକଳାପ ଲକ୍ଷ୍ୟକରି କବି ସ୍ଵାଧୀନତା ଆଉ ବେଶି ବିଳମ୍ବ ନୁହେଁ ବୋଲି କହିଛନ୍ତି । ଆକାଶରେ ସେହି ନୂତନ ସୂର୍ଯ୍ୟର ଉଦୟକୁ କବି ସ୍ଵାଧୀନତାର ସୂର୍ଯ୍ୟଭାବେ ବର୍ଣ୍ଣନା କରିଛନ୍ତି । ସେହି ସୂର୍ଯ୍ୟ ପରାଧୀନତାର ଅନ୍ଧକାରକୁ ଅଚିରେ ନାଶ କରିବ ବୋଲି କବି ଆଶା ପ୍ରକାଶ କରିଛନ୍ତି ।

ତୁମପାଇଁ କାମ :

  • ‘ବାଳୁତ ବୀର ସେ’ କବିତା ପରି ଆଉ କେତୋଟି ଜାତୀୟତାବାଦୀ କବିତା ସଂଗ୍ରହ କରି ପଢ଼ ।
  • ବାଜିରାଉତ ପରି ଆମ ଦେଶର ଆଉ କେତେକ ସହିଦମାନଙ୍କର ନାମ ସଂଗ୍ରହ କର ।
  • ଏହି କବିତାଟିକୁ ଗାଇବା ସହ ନାଟକ ଆକାରରେ ଅଭିନୟ କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧।
ବାଳୁତ ବୀର ସେ କବିତାର କବି କିଏ ?
Answer:
‘ବାଳୁତ ବୀର ସେ’ କବିତାର କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ।

Question ୨।
ଗଡ଼ଜାତ ପ୍ରଜା ଆନ୍ଦୋଳନ କେବେ ହୋଇଥିଲା ?
Answer:
ଗଡ଼ଜାତ ପ୍ରଜା ଆନ୍ଦୋଳନ ୧୯୩୮ ମସିହାରେ ହୋଇଥିଲା ।

Question ୩ ।
ଗଡ଼ଜାତ ପ୍ରଜା ଆନ୍ଦୋଳନରେ ବାଜି ରାଉତକୁ କେଉଁ ଦାୟିତ୍ଵ ମିଳିଥିଲା ?
Answer:
ଗଡ଼ଜାତ ପ୍ରଜା ଆନ୍ଦୋଳନରେ ବାଜି ରାଉତକୁ ବ୍ରାହ୍ମଣୀ ନଦୀଘାଟ ଜଗିବାର ଦାୟିତ୍ଵ ମିଳିଥିଲା।

Question ୪ ।
ରାତିରେ ନାଉରି ଟୋକା କ’ଣ କରୁଥିଲା ?
Answer:
ରାତିରେ ନାଉରି ଟୋକା ବାଜି ରାଉତ ବିଲରେ ନାଆ ଭିଡ଼ି ମଙ୍ଗରେ ହାତ ରଖ୍ ଚେଇଁ ଶୋଇଥିଲା।

Question ୫।
ବର୍ଷାବତାସି ବେଳେ ନାଉରିଆ ଟୋକା କେଉଁଠି ଶୋଇଥିଲା ?
Answer:
ବର୍ଷା ବତାସିବେଳେ ନାଉରିଆ ଟୋକା ନିଜର ନାଆରେ ଚେଇଁ ଶୋଇଥିଲା।

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୬।
ନାଉରି ଟୋକାକୁ କେଉଁମାନେ ଡାକିଲେ ?
Answer:
ନାଉରି ଟୋକାକୁ ଗଡ଼ଜାତକୁ ପ୍ରବେଶ କରିବାକୁ ଆସିଥିବା ବ୍ରିଟିଶ ଫୌଜ ଡାକିଲେ।

Question ୭।
ବ୍ରିଟିଶ୍ ସିପାହୀମାନେ କେତେବେଳେ ନାଉରିଆକୁ ଡାକିଲେ ?
Answer:
ବ୍ରିଟିଶ୍ ସିପାହୀମାନେ ଡାକିଲାବେଳକୁ ପୂର୍ବ ଆକାଶରେ ଫିକା ପଡ଼ି ନ ଥିଲା, ପକ୍ଷୀମାନଙ୍କର କଳକାକଳି ଶୁଣାଯାଉ ନ ଥୁଲା ଓ ଅନ୍ଧକାର ହୋଇଥିଲା।

Question ୮।
ସିପାହୀମାନେ ଡାକୁଥୁବା ଜାଣି ନାଉରି ଟୋକା କ’ଣ କଲା ?
Answer:
ସିପାହୀମାନେ ଡାକୁଥିବା ଜାଣି ନାଉରି ଟୋକା ନିଜର ଓଠ ଚାପି ଏକ ତାଚ୍ଛଲ୍ୟଭରା ହସ ହସି ଉଠିଲା ଓ ବିଲ ମଧ୍ୟକୁ ସେ ଦୂରକୁ ଦୂରକୁ ନାଆ ବାହି ନେଇଗଲା।

Question ୯।
ନାଉରି ଟୋକା ନାଆ ଦୂରକୁ ନେଇଯିବାରୁ ସିପାହୀ କ’ଣ କହିଲେ ?
Answer:
ନାଆ ଦୂରକୁ ନେଇଯିବାରୁ ସିପାହୀ ରୁକ୍ଷ ଦୃଷ୍ଟିରେ ତା’ଆଡ଼କୁ ଚାହିଁଥିଲେ।

Question ୧୦।
ସିପାହିମାନଙ୍କ କଥା ଶୁଣି ନାଉରି ଟୋକା ବାଜି ରାଉତ କ’ଣ କହିଲା ?
Answer:
ସିପାହିମାନଙ୍କ କଥା ଶୁଣି ବାଜି ରାଉତ ବୀର ଦର୍ପରେ ହସିଦେଇ କହିଲା ଭାଇର ଆଦେଶ, ସେ ନାହା ନେବ ନାହିଁ ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

Question ୧।
‘ବାଳୁତ ବୀର ସେ’ କବିତାଟି କାହାର ରଚନା ?
(କ) ସଚ୍ଚିଦାନନ୍ଦ ରାଉତରାୟ
(ଖ) ଜାନକାବଲ୍ଲଭ ମହାନ୍ତି
(ଗ) ଡ. ମହେଶ୍ଵର ମହାନ୍ତି
(ଘ) ଅନନ୍ତ ପଟ୍ଟନାୟକ
Answer:
(ଘ) ଅନନ୍ତ ପଟ୍ଟନାୟକ

Question ୨।
ଅନନ୍ତ ପଟ୍ଟନାୟକଙ୍କ ରଚିତ କବିତାଗୁଡ଼ିକର ମୁଖ୍ୟ ଭାବ କ’ଣ ?
(କ) କୃଷକ ଜାବନର ଗାଥା
(ଖ) ଶିଶୁ ମନଲାଖ୍ କୌତୁକ କଥା
(ଗ) ଶ୍ରେଣୀହୀନ ସମାଜ ପ୍ରତିଷ୍ଠାର ସ୍ବର
(ଘ) ଆଧ୍ୟାତ୍ମିକତାର ସ୍ଵର
Answer:
(ଗ) ଶ୍ରେଣୀହୀନ ସମାଜ ପ୍ରତିଷ୍ଠାର ସ୍ବର

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୩।
‘ଅନ୍ଧାର ତଳୁ କେତୁଟା ଅସୁର ଆଖ୍’ – ଏଠାରେ ଅସୁର ବୋଲି କାହାକୁ କୁହାଯାଇଛି ?
(କ) ବଣଭୁଆମାନଙ୍କ ଆଖ୍
(ଖ) ବ୍ରିଟିଶ୍ ଫଉଜ
(ଗ) ରାତ୍ରିଚରମାନଙ୍କ ଆଖ୍
(ଘ) ଚୋରମାନଙ୍କ ଆଖ୍
Answer:
(ଖ) ବ୍ରିଟିଶ୍ ଫଉଜ

Question ୪।
‘ବାଳୁତ ବୀର ସେ’ କବିତାରେ ‘ନାଉରୀ ଟୋକା’ କାହାକୁ କୁହାଯାଇଛି ?
(କ) ଯତୀନ ଦାସ
(ଖ) ସଭରକର
(ଗ) ବାଜି ରାଉତ
(ଘ) ଜୟା ରାଜଗୁରୁ
Answer:
(ଗ) ବାଜି ରାଉତ

Question ୫ ।
‘ହସିଲା ଟୋକା ସେ, ଓଠକୁ ଓଠରେ ଚାପି’ – ଏହି କବିତାଂଶରେ ନାଉରୀ ଟୋକାର କେଉଁ ଗୁଣ କଥା କୁହାଯାଇଛି ?
(କ) ଭୟ
(ଖ) ବୀରତ୍ଵ ଓ ସାହସ
(ଗ) ପିଲଳିଆମି
(ଘ) ମ୍ରିୟମାଣ ଅବସ୍ଥା
Answer:
(ଖ) ବୀରତ୍ଵ ଓ ସାହସ

Question ୬।
‘ମଣିଷ-ମରାଳି ଆମରି ରକ୍ତପାୟୀ’ – ଏହି କବିତାଂଶରେ ମଣିଷ-ମରାଳି କାହାକୁ କୁହାଯାଇଛି ?
(କ) ବ୍ରିଟିଶ ଫଉଜ
(ଖ) ଆଦିମ ଲୋକ
(ଗ) ଗଡ଼ଜାତର ରାଜା
(ଘ) ହିଂସ୍ରଜନ୍ତୁ
Answer:
(କ) ବ୍ରିଟିଶ ଫଉଜ

Question ୭।
‘ବୀର ଅଶ୍ଳେଷ ପାଇ’ – ଏହି କବିତାଂଶରେ ‘ଅଶ୍ଳେଷ’ ଶବ୍ଦର ଅର୍ଥ କ’ଣ ?
(କ) ଭୟ ପାଇବା
(ଖ) ଭୟ ଦେଖାଇବା
(ଗ) ଆଲିଙ୍ଗନ କରିବା
(ଘ) ଆନନ୍ଦିତ ହେବା
Answer:
(ଗ) ଆଲିଙ୍ଗନ କରିବା

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୮।
‘ନେବି ନାହିଁ ନାଆ ଭାଇର ଆଦେଶ ନାହିଁ’ – ଏହି କବିତାଂଶରେ କେଉଁ ଭାଇର ଆଦେଶ କଥା କୁହାଯାଇଛି ?
(କ) ନାଉରିଆ କୁଳର ଆଦେଶ
(ଖ) ରାଜାଙ୍କ ଭାଇର ଆଦେଶ
(ଗ) ଇଂରେଜ ସେନାପତିଙ୍କ ଆଦେଶ
(ଘ) ପ୍ରଜାମଣ୍ଡଳର ଆଦେଶ
Answer:
(ଘ) ପ୍ରଜାମଣ୍ଡଳର ଆଦେଶ

Question ୯ ।
ନିମ୍ନୋକ୍ତ କବିତାଂଶ ପାଇଁ କେଉଁଟି ଉପଯୁକ୍ତ ପଂକ୍ତି ? ‘ତତଲା ରକତ ଧାର’ –
(କ) ବିହଗେ ନ ଉଠୁଁ କଳକାକଳିରେ ମାତି
(ଖ) ପୂରୁବ ଆକାଶେ ଫିକା ନ ପଡ଼ୁଣୁ ରାତି
(ଗ) ମୁକ୍ତି ସମରେ ଆଦ୍ୟ ବିଜୟ ଗାର
(ଘ) ହସିଲା ଟୋକା ସେ ଓଠକୁ ଓଠରେ ଚାପି
Answer:
(ଗ) ମୁକ୍ତି ସମରେ ଆଦ୍ୟ ବିଜୟ ଗାର

Question ୧୦ ।
ନିମ୍ନୋକ୍ତ ମଧ୍ଯରୁ ‘ରାତି’ର ପ୍ରତିଶବ୍ଦ କେଉଁଟି ନୁହେଁ ?
(କ) ନିଶା
(ଖ) ରାତ୍ରି
(ଗ) ରଜନା
(ଘ) ରାଜା
Answer:
(ଘ) ରାଜା

Question ୧୧।
କବିତାରେ ‘ବୀର’ କାହାକୁ ସମ୍ବୋଧନ କରାଯାଇଛି ?
(କ) ବାଜି ରାଉତ
(ଖ) କବିଙ୍କୁ
(ଗ) ସୁଭାଷ ବୋଷଙ୍କୁ
(ଘ) ଇଂରେଜମାନଙ୍କୁ
Answer:

Question ୧୨।
ଲଗା ନାଆଁ ପଛେ ଘାଟ – ଅଘାଟରେ’ ବୋଲି କିଏ କାହାକୁ କହିଥିଲେ ?
(କ) ବାଜି ରାଉତ, ଇଂରେଜମାନଙ୍କୁ
(ଖ) ନାଉରିଆ, ବାଜି ରାଉତକୁ
(ଗ) ଙ୍ଗରେଜମାନେ ବାଜି ରାଉତକୁ
(ଘ) ଇଂରେଜମାନେ, ଗପରାଶାଙ୍କୁ
Answer:
(କ) ବାଜି ରାଉତ, ଇଂରେଜମାନଙ୍କୁ

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୧୩।
ବାଜି ରାଉତ କେଉଁ ଜିଲ୍ଲାର ବାଳକ ଥିଲା ?
(କ) ଯାଜପୁରୁ
(ଖ) କଟକ
(ଗ) ବରଗଡ଼
(ଘ) ଢେଙ୍କାନାଳ
Answer:
(ଘ) ଢେଙ୍କାନାଳ

Question ୧୪।
ବାଜି ରାଉତର ବୟସ କେତେ ଥିଲା ?
(କ) ବାରବର୍ଷ
(ଖ) ତେରବର୍ଷ
(ଗ) ପନ୍ଦରବର୍ଷ
(ଘ) ସତରବର୍ଷ
Answer:
(କ) ବାରବର୍ଷ

Question ୧୫।
‘ବୀର’ ଶବ୍ଦର ବିପରୀତ ଅର୍ଥଟି କ’ଣ ?
(ଗ) ବରଗଡ଼
(ଖ) ବୀରା
(କ) ବୃଦ୍ଧ
(ଗ) ଭୀରୁ
Answer:
(ଗ) ବରଗଡ଼

କବି ପରିଚୟ :

ଆଧୁନିକ ପ୍ରଗତିଶାଳ ଓଡ଼ିଆ ସାହିତ୍ୟ ଜଗତର କବିମାନଙ୍କ ମଧ୍ୟରେ କବି ଅନନ୍ତ ପଟ୍ଟନାୟକ ଅନ୍ୟତମା ତାଙ୍କ କବିତାରେ କୃଷକ, ଶ୍ରମିକ, ଦିନମଜୁରିଆ, ଖଟିଖିଆ ଓ ସର୍ବହରାଙ୍କ ପାଇଁ ସମବେଦନାର ସ୍ବର ଦେଖିବାକୁ ମିଳେ । ଏକ ଶ୍ରେଣୀହୀନ ସମାଜ ପ୍ରତିଷ୍ଠା ପାଇଁ ଆହ୍ବାନ ତାଙ୍କ କବିତାର ମୁଖ୍ୟ ସ୍ଵର। ତାଙ୍କର କେତେକ କବିତାରେ ନୂତନ କ୍ଷୁଗ ସୃଷ୍ଟିର ଆହାନ ଏବଂ ଜାତୀୟତାବାଦା ଚେତନା ମଧ୍ୟ ପରିଲକ୍ଷିତ ହୁଏ । ସମାଜରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଧର୍ମାନ୍ଧତା, ଅନ୍ଧବିଶ୍ଵାସ, କୁସଂସ୍କାର ଏବଂ ଅତ୍ୟାଚାର ବିରୋଧରେ ସେ ସ୍ଵର ଉତ୍ତୋଳନ କରିଛନ୍ତି ତାଙ୍କ ସାରସ୍ଵତ ସୃଷ୍ଟି ଗୁଡ଼ିକ ମଧ୍ୟରେ ‘ଶାନ୍ତଶିଖା’, ‘ତର୍ପଣ କରେ ଆଜି’, ‘ଥିଲେଢ଼ା ଲୋଡ଼ା’ ଏବଂ ‘ଛ।ଇରଛିଟା’ ପ୍ରଭୃତି କବିତା ଗ୍ରନ୍ଥ ତାଙ୍କର ଅସାମାନ୍ୟ ପ୍ରତିଭାର ପରିଚୟ ପ୍ରଦାନ କରେ ।

କବି ଅନନ୍ତ ପଟ୍ଟନାୟକଙ୍କ ଦେଶବତ୍ସଳ କବିପ୍ରାଣ ବାଳକ ବାଜିରାଉତର ଅନନ୍ୟ ଦେଶପ୍ରାତିକୁ କବିତାରେ ରୂପଦେଇ ସମୁଢଳ କରିଛନ୍ତି । ବାସ୍ତବରେ ବାଜିରାଉତ ଦେଶପ୍ରେମର ଏକ ଅଦ୍ଭୁତ ଉଦାହରଣ । ମାତ୍ର ବାରବର୍ଷର ନାଉରୀ ପିଲା ସେ । ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ନୀଳକଣ୍ଠପୁର ଗାଁର ଜଣେ ଗରିବ ଖଣ୍ଡାୟତ ସନ୍ତାନ । ୧୯୩୮ ମସିହାର ଗଡ଼ଜାତ ପ୍ରଜା ଆନ୍ଦୋଳନ ବେଳେ ସାହିଭାଇମାନଙ୍କ ନିଷ୍ପତ୍ତିକ୍ରମେ ତା’ ଉପରେ ପଢ଼ିଥ୍ ଲା ବ୍ରାହ୍ଣା ନଦୀଘାଟ ଜଗିବାର ଦାୟିତ୍ଵ । ବ୍ରିଟିଶ ଫୌଜଙ୍କୁ ନଦୀପାର କରାଇ ନ ଦେବାରୁ ସେମାନଙ୍କ ଗୁଳିଚୋଟରେ ସେ ସହିଦ ହେଲା । ବାଳୁତ ବାଜିର ଅଦ୍ଭୁତ ଆତ୍ମତ୍ୟାଗରେ କବି ଅଭିଭୂତ ହୋଇ ଉଠିଛନ୍ତି । କବି ସଚ୍ଚି ରାଉତରାୟଙ୍କ ଭାଷାରେ –

‘‘ଏଡ଼ିକି ସେ ଅମାନିଆ ପିଲା
ଫଉଜର ଗୁଳି ଗୋଳା, ରଜା, ଝଡ଼, କିଛି ନ ମାନିଲା
ଧୂଳି ଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସି ହସି ଦେଲା ସିନା ବାଢ଼ି ।’’

କବିତାର ସାରକଥା :

ଗଡ଼ଜାତ ପ୍ରଜାମଣ୍ଡଳ ଆଦେଶରେ ବ୍ରାହ୍ମଣୀ ନଦୀଘାଟ ଜଗିବାର ଦାୟିତ୍ୱ ନେଇ ପୂର୍ବଦିନ ସନ୍ଧ୍ୟାରୁ ଘରୁ ବାହାରିଯାଇଛି । ସେଦିନ ରାତ୍ରି ଆକାଶରେ ଖେଳୁଥିଲା ଦୋଳା ଦୋଳା ମେଘ । ମେଘ, ପବନ, ବରଷା, ବତାସ ସାଙ୍ଗକୁ ବିଜୁଳିର ଚମକ ପରିବେଶକୁ ଭୟଙ୍କର କରିଥିଲା । ହେଲେ ମଙ୍ଗରେ ହାତ ରଖି ନାଆମୁଣ୍ଡରେ କାତ ଓ ଆହୁଲାକୁ ଡେରିଦେଇ ନାଆ ଉପରେ ନିଜ ଦାୟିତ୍ଵ ସମ୍ପର୍କରେ ସଚେତନ ଥିଲା ନାଉରୀ ପିଲା ବାଜିରାଉତ ।

ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବରୁ, ପକ୍ଷୀମାନଙ୍କ କାକଳି ଶୁଭିବା ପୂର୍ବରୁ ଫିକା ଅନ୍ଧାର ଭିତରେ ନଈ ସେପାରିରୁ ‘ କିଏରେ ନାଉରି ବୋଲି ଡାକ ଶୁଭିଲା । ତୁରନ୍ତ ନଦୀପାର କରାଇ ଦେବାପାଇଁ କର୍କଶ ସ୍ବରର ଆଦେଶ ନଦୀକୂଳରେ ପ୍ରତିଧ୍ଵନିତ ହେଲା । ସାରା ରାତି ଉଜାଗର ଥ‌ିବା ଅବଶ ଆଖି ତା’ର ମୁଦି ହୋଇ ଆସୁଥିଲା ବେଳେ ଏପରି ଅପରିଚିତ ରୁକ୍ଷ ଆଦେଶ ତା’ର ଅଳସ ଭଙ୍ଗ କରିଥିଲା । ନିଦ ମଳମଳ ଆଖିରେ ସେ ନଦୀ ଆରପାରିରେ ଫଉଜଙ୍କୁ ଦେଖିପାରିଲା ।

ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପର୍କରେ ସଚେତନ ହୋଇଉଠିଲା । ନଦୀକୂଳରୁ ବିଲ ପାଟ ଦେଇ ନାଆ ବାହିନେଲା ଦୂରକୁ ଦୂରକୁ । ପଛରୁ କର୍କଶ ସ୍ଵରରେ ପାରି କରିବାପାଇଁ ଘନ ଘନ ଆଦେଶ ଆସୁଥିଲେ ମଧ୍ୟ ବାଜି ସେଥିରେ ବିଚଳିତ ହୋଇ ନଥିଲା। ସାମାନ୍ୟ ବାଳକଟିଏ ହୋଇ ଆଦେଶକୁ ଅବଜ୍ଞା କରୁଥିବାରୁ କ୍ରୋଧାନ୍ଵିତ ହୋଇ ଉଠିଥିଲେ ଫିରିଙ୍ଗି ଫଉଜ । କବିଙ୍କ ଭାଷାରେ-

‘ପିଲା ବକଟେ ତୁ ଆମକୁ, ଦେଖ୍, ନ ରଗା !’
ଲଗା ନାହା ପଛେ-ଘାଟ-ଅଘାଟରେ ଲଗା !’’

‘ଭାଇର ଆଦେଶ ନାହିଁ ଏବଂ ନାଆ ନେବି ନାହିଁ”’ ବୋଲି ବୀରଦର୍ପରେ ଉତ୍ତର ଦେଇଥିଲା ବାଜିରାଉତ । ତାଚ୍ଛଲ୍ୟ ହସ ସହ ସଳଖ ଉତ୍ତର ତା’ ମୁହଁରୁ ବାହାରି ଆସିଥିଲା । ଆତତାୟୀ, ରକ୍ତପିପାସୁ ସିପାହିଙ୍କୁ ସେ କଦାପି ପାରି କରିଦେବ ନାହିଁ ବୋଲି ଦୃଢ଼ କଣ୍ଠରେ ଉତ୍ତର ଦେଇଥିଲା । ସାମାନ୍ୟ ନାଉରୀ ବାଳକର ଏତାଦୃଶ ହେୟଜ୍ଞାନ ଓ ବେଖାତିର ଉତ୍ତର ସିପାହିମାନଙ୍କୁ ଅସହ୍ୟ ବୋଧ ହୋଇଥିଲା । ଅବିଳମ୍ବେ ବନ୍ଧୁକ ମୁନରୁ ଗୁଳି ଛୁଟିବାକୁ ଲାଗିଲା ଓ ଆଖି ପଲକ ମାତ୍ରକେ ବାଳୁତ ବୀର ବାଜି ଟଳିପଡ଼ିଲା ନାଆ ଉପରେ । ଖାଲି ସେତିକିରେ ସିପାହିମାନଙ୍କ କ୍ରୋଧ ଶାନ୍ତ ହୋଇନଥିଲା । ପହଁରି ପହଁରି ନଦୀପାର ହୋଇ ସେମାନେ ବାଜିର ଅଷ୍ଟାଙ୍ଗ ଶରୀରକୁ ସେ ସଙ୍ଗିନ ମୁନରେ ଭୁଷିବାରେ ଲାଗିଲେ । ବାଳକ ବାଜି ଦେହର ଉଷ୍ଣ ରକ୍ତରେ ରଞ୍ଜିତ ହେଲା ନାଆ। ସେତେବେଳକୁ ତା’ର ମୁଣ୍ଡର ଖପୁରି ଓଲଟି ପଡ଼ିଥିଲା ।

ମୃତ୍ୟୁକୁ ଉପହାସ କରି ବାଜିରାଉତ ଗୁଳିବଦ୍ଧ ହୋଇ ଦେଶ ପାଇଁ ସହିଦ ହୋଇଗଲା । ତା’ ଦେହର ସେହି ଉଷ୍ଣ ରକ୍ତଧାର ପରାଧୀନ ଦେଶର ଦଳିତ ଦେଶବାସୀଙ୍କୁ ସ୍ଵାଧୀନତା ସଂଗ୍ରାମର ଆଦ୍ୟ ବିଜୟ ସଂକେତ ଦେଇଗଲା । ପ୍ରବଳ ପ୍ରତାପୀ ଦୁର୍ଦ୍ଧର୍ଷ ବ୍ରିଟିଶ ସରକାରଙ୍କ ସ୍ଵେଚ୍ଛାଚାରୀ ଶାସନ ବିରୁଦ୍ଧରେ, ବୀର ବିକ୍ରମରେ ସଂଗ୍ରାମ କରିବାକୁ ପ୍ରେରଣା ଦେଇଗଲା । ବନ୍ଧୁକର ଶବ୍ଦ ଶୁଣି ଆଖପାଖ ଗାଁ ଲୋକ ବିଲ-ପାଟ ଦେଇ ଧାଇଁ ଆସିଲେ; କିନ୍ତୁ ସେତେବେଳକୁ ବାଜି ଚାଲିଯାଇଥିଲା ଆରପାରିକୁ ।

ମେଘୁଆ ଆକାଶ କ୍ରମେ ପରିଷ୍କାର ହୋଇ ଆସୁଥିଲା । ନରମ କିରଣ ବିଞ୍ଚି ସୂର୍ଯ୍ୟ ଉଇଁ ଆସୁଥିଲେ ପୂର୍ବାକାଶରେ । ସମବେତ ଜନତା ଅନୁଭବ କରୁଥିଲେ ସତେ ଯେପରି ନଦୀକୂଳର କଅଁଳ ଘାସ ବାଳୁତ ବୀର ବାଜିରାଉତର ସ୍ପର୍ଶ ପାଇ ଥରିଉଠୁଥିଲା ଏବଂ ସଦର୍ପେ କହୁଥିଲା–

‘ଅତ୍ୟାଚାରୀର ଶାସନ ସରିଲା !
ଭୟ ନାହିଁ ! ଭୟ ନାହିଁ !!

ଗରିବ ନାଉରିଆ, ବାଳୁତ ବୀର ବାଜିରାଉତ ମରି ମଧ୍ୟ ଆଜି ଅମର ହୋଇ ରହିଛି । ଅନନ୍ୟ ଦେଶପ୍ରୀତିର ଅପୂର୍ବ ଉଦାହରଣ ହୋଇ ସେ ଦେଶବାସୀଙ୍କ ଶୀତଳ ଧମନୀରେ ଉଷ୍ମତା ଭରିଦେଇଛି ।

କଠିନ ପଦାର୍ଥ:

  • ନାହା ଭିଡ଼ି – ନାଆଁ ପ୍ରସ୍ତୁତ କରି ।
  • ଉଭାରି – ଠିଆ କରାଇ (ଏଠାରେ ନାଆରେ କାତ ଡେରି ଦେବା ଅର୍ଥରେ ପ୍ରୟୋଗ ହୋଇଛି) ।
  • ବିହଗ – ପକ୍ଷୀ ।
  • ବିହରେ – ପକ୍ଷୀମାନେ ।
  • ଅସୁର ଆଖି – ବ୍ରିଟିଶ ଫୌଜର ହିଂସ୍ର ଆଖି ।
  • କଟାଶିଆ – ରୁକ୍ଷ, କର୍କଶ (କଟାଶ–ବଣଭୁଆ, ବଣଭୁଆ ପରି ଭୟଙ୍କର ଆଖି ରେ ଚାହିଁବା ) ।
  • ବକଟେ – ଟିକିଏ (ଏଠାରେ ସାନପିଲା ଅର୍ଥରେ) ।
  • ପାଟ – ଏକ ବିସ୍ତୃତ ଖାଲୁଆ ଜମି ।
  • ମଣିଷ – ମରାଳି – ମନୁଷ୍ୟ ହତ୍ୟାକାରା / ମଣିଷଙ୍କୁ ମାରି ପକାଉଥ୍ବା ବ୍ରିଟିଶ ଫୌଚ୍ଚା
  • ନଳୀ – ବନ୍ଧୁକ ।
  • ପଲାସି – ଶୀଘ୍ର ଧାଇଁଯିବା ।
  • ଲଲାଟେ – କପାଳରେ / ମଥାରେ ।
  • ଆଶ୍ଳେଷ – ଆଲିଙ୍ଗନ ( କୁଣ୍ଢାଇ ପକାଇବା)
  • ସଙ୍ଗିନ – ବନ୍ଧୁ କର ଅଗ୍ର ଭାଗରେ ଲାଗିଥିବା ଧାରୁଆ ଛୁରୀ ।
  • ମୁକ୍ତି ସମରେ – ସ୍ଵାଧୀନତା ସଂଗ୍ରାମରେ ।
  • ରକ୍ତ-ପାୟୀ – ରକ୍ତ ପିପାସ ।
  • ପଲକେ – ତତକ୍ଷଣାତ । ଆଖି ପଲକ ମାତ୍ରକେ ।
  • ଆଦ୍ୟ – ପ୍ରଥମ ।
  • ବିଲ ଗହଳରେ – ଶସ୍ୟକ୍ଷେତ୍ର ମଧ୍ୟଭାଗ ଦେଇ ।

CHSE Odisha Class 12 Sociology Unit 3 Long Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 3 ସାଂସ୍କୃତିକ ବିବିଧତାର ଆହ୍ଵାନ Long Answer Questions.

CHSE Odisha 12th Class Sociology Unit 3 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଜାତୀୟ ସଂହତି କ’ଣ ? ଏହାର ବିପଦଗୁଡ଼ିକୁ ଲେଖ ।
Answer:
ବାସ୍ତବିକ ଜାତୀୟ ସଂହତି ଏକ ବ୍ୟାପକ ତଥା ବହୁମୁଖୀ ସାମାଜିକ ପ୍ରକ୍ରିୟା ଅଟେ । ଏହା ସଂକୀର୍ଣ୍ଣ ସ୍ବାର୍ଥକୁ ପ୍ରତିହତ କରି ଜାତୀୟ ସ୍ବାର୍ଥକୁ ଅଗ୍ରାଧ‌ିକାର ଦେଇଥାଏ । ଜାତୀୟ ସଂହତି ପାରସ୍ପରିକ ସହନଶୀଳତାକୁ ବୁଝାଏ । ଏହା ମିଶ୍ରଣ ନୁହେଁ ସଂଯୋଜନ, ସମାନତା ନୁହେଁ ବରଂ ଏକତା । ଭାରତର ଏକତା ଓ ଅଖଣ୍ଡତା ପ୍ରତି ଅନେକ ବାହ୍ୟ ଓ ଆଭ୍ୟନ୍ତରୀଣ ବିପଦର ସମ୍ଭାବନା ଅଛି ।

ପ୍ରଫେସର ଘୁରେଙ୍କ ମତରେ, ‘ଜାତୀୟ ସଂହତି ଏକ ମନୋବୈଜ୍ଞାନିକ ଏବଂ ଶୈକ୍ଷଣିୟ ପ୍ରକ୍ରିୟା, ଯେଉଁଥୁରେ କି ଏକତା, ଦୃଢ଼ତା ଏବଂ ପାରସ୍ପରତିକ ସମ୍ବନ୍ଧ ପ୍ରତିଷ୍ଠା ଇତ୍ୟାଦି ଭାବନା ତଥା ଲୋକମାନଙ୍କ ମଧ୍ୟରେ ସାଧାରଣ ନାଗରିକ ଭାବନା ଏବଂ ରାଷ୍ଟ୍ର ପ୍ରତି ଆନୁଗତ୍ୟ ଦେଖିବାକୁ ମିଳିଥାଏ ।’’

ଜାତୀୟ ସଂହତି ଦେଶର ନାଗରିକମାନଙ୍କ ହୃଦୟରେ ‘ଆମ ଭାବନା’ ଉଦ୍ରେକ କରିଥାଏ । ଅଧିକନ୍ତୁ ବିଭିନ୍ନ ରାଜନୈତିକ, ଧାର୍ମିକ, ଭାଷାଗତ ଓ ସାଂସ୍କୃତିକ ସମୂହ ମଧ୍ଯରେ ଏହା ଐକ୍ୟ ଭାବନା ସୃଷ୍ଟି କରିଥାଏ । ଯେଉଁସବୁ ଶକ୍ତି ଜାତୀୟ ସଂହତି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ, ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।

ବାହ୍ୟ ବିପଦ :
(କ) ପଡ଼ୋଶୀସୃଷ୍ଟ ବିପଦ : ବହିଃଶତ୍ରୁ ଆକ୍ରମଣ ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥାଏ । ପାକିସ୍ତାନ ଓ ଚୀନ୍ ଭାରତର ଦୁଇଟି ମୁଖ୍ୟ ପଡ଼ୋଶୀ । ଉଭୟଙ୍କ ସହ ଭାରତର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ସୀମାରେଖା ନିର୍ଦ୍ଧାରଣ ନେଇ ଉଭୟ ପଡ଼ୋଶୀଙ୍କ ସହ ଭାରତର ସମ୍ପର୍କ ତିକ୍ତ ।

ପାକିସ୍ତାନ ସହ ତିକ୍ତତା ସୃଷ୍ଟିର ପ୍ରଧାନ କାରଣ ହେଉଛି ଜାମ୍ମୁ ଓ କାଶ୍ମୀର । ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାର କିଛି ଅଞ୍ଚଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଆସୁଅଛି । ସମୁଦାୟ କାଶ୍ମୀରକୁ ନିଜ ନିୟନ୍ତ୍ରଣାଧୀନ କରିବାର ପ୍ରବଳ ପ୍ରୟାସ ଜାରିରଖୁଛି । ଫଳତଃ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତର ଏକତାପ୍ରତି ବିପଦ ସୃଷ୍ଟି କରୁଛି ।

(ଖ) ଆନ୍ତର୍ଜାତିକ ସନ୍ତ୍ରାସବାଦ : ଆନ୍ତର୍ଜାତିକ ସ୍ତରର କୁଖ୍ୟାତ ସନ୍ତ୍ରାସବାଦୀ ଅନୁଷ୍ଠାନଗୁଡ଼ିକ ବିଶ୍ୱଶାନ୍ତି ଓ ସମୃଦ୍ଧି ପ୍ରତି ବିପଦ ସୃଷ୍ଟି କରିଆସୁଛନ୍ତି । ଭାରତ ସେମାନଙ୍କର ଦୌରାତ୍ମ୍ୟରୁ ମୁକ୍ତ ନୁହେଁ । ଏହି ଆତଙ୍କବାଦୀମାନଙ୍କ ଯୋଗୁଁ ଅପହରଣ, ମୁଣ୍ଡଜାମିନ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟୁଛି ଓ ଭାରତର ଏକତା ବିପନ୍ନ ହେବାର ଆଶଙ୍କା ରହିଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଆଭ୍ୟନ୍ତରୀଣ ବିପଦ :
(କ) ସାଂପ୍ରଦାୟିକତା : ଅବଦୁଲ ଅହମ୍ମଦଙ୍କ ମତରେ, ‘ସାଂପ୍ରଦାୟିକତା ହେଉଛି ଏକ ସାମାଜିକ ଘଟଣା ଯାହାକି ଦୁଇ ସଂପ୍ରଦାୟର ଧର୍ମକୁ ନେଇ ପୁଷ୍ଟ ଓ ସେମାନଙ୍କୁ ଉଗ୍ରତା, ଉତ୍ତେଜନା ଏବଂ ଦଙ୍ଗା ଆଡ଼କୁ ଟାଣି ନେଇଥାଏ ।’’ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଲେ ମଧ୍ୟ ସାଂପ୍ରଦାୟିକ ବିଦ୍ବେଷରୁ ମୁକ୍ତ ନୁହେଁ ।

ଧର୍ମ ନାମରେ କେତେକ ସ୍ଵାର୍ଥାନ୍ଵେଷୀ ବ୍ୟକ୍ତି ଓ ସଂସ୍ଥା ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ, ଘୃଣା, ଭୟ, ଅବିଶ୍ଵାସ ଓ ତିକ୍ତତା ସୃଷ୍ଟି କରି ସାଂପ୍ରଦାୟିକ ଉତ୍ତେଜନା ଓ ସଂଘର୍ଷ ସୃଷ୍ଟି କରିଥାଆନ୍ତି । ଏହାଦ୍ଵାରା ଜାତୀୟ ସମ୍ପତ୍ତି ନଷ୍ଟ ହେବାସହ ଜାତୀୟ ଏକତା କ୍ଷୁଣ୍ଣହୁଏ । ନିକଟରେ ସଙ୍ଗଠିତ ହୋଇଥିବା ଗୁଜରାଟର ଗୋଧ୍ରା ନରସିଂହାର ସାଂପ୍ରଦାୟିକତାର ଏକ ବେଦନାସିକ୍ତ ଉଦାହରଣ ।

(ଖ) ଭାଷାବାଦ : ଭାଷାଗତ ବୈଷମ୍ୟ ଜାତୀୟ ଏକତାର ଅନ୍ୟ ଏକ ପ୍ରତିବନ୍ଧକ । ମାତୃଭାଷା ପ୍ରତି ପ୍ରଗାଢ଼ ଅନୁରକ୍ତି ସହ ଅନ୍ୟଭାଷାର ବିରୁଦ୍ଧାଚରଣ ଭାଷାବାଦ ସୃଷ୍ଟି କରେ । ଉଗ୍ର ଭାଷାବାଦ ସଂକୀର୍ଣ୍ଣ ଆଞ୍ଚଳିକତାକୁ ପ୍ରୋତ୍ସାହନ ଦେଇ ଦେଶର ଶାନ୍ତିପୂର୍ଣ୍ଣ ବାତାବରଣକୁ ବ୍ୟାହତ କରେ । ଫଳରେ ଜାତୀୟ ଏକତା ନଷ୍ଟହେବାର ଆଶଙ୍କା ଥାଏ ।

ସ୍ଵାଧୀନୋତ୍ତର ଭାରତରେ ରାଜ୍ୟ ପୁନର୍ଗଠନ ଭାଷାଭିଭିକ ହୋଇଥିବାରୁ ଆଞ୍ଚଳିକ ଭାଷାଗୁଡ଼ିକ ମଧ୍ୟରେ ଭାରସାମ୍ୟ ରକ୍ଷାକରି ଦେଶରେ ଏକତା ବଜାୟ ରଖୁବା ଏକ ଦୁରୂହ ବ୍ୟାପାର ।

(ଗ) ଆଞ୍ଚଳିକ ମନୋଭାବ : ଆଞ୍ଚଳିକ ସ୍ଵାର୍ଥ ପ୍ରତି ପ୍ରାଧାନ୍ୟ ଜାତୀୟ ଏକତା ପଥରେ ଏକ ଗୁରୁତ୍ଵପୂର୍ଣ୍ଣ ଅନ୍ତରାୟ ସୃଷ୍ଟିକରେ । ଆଞ୍ଚଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମାତ୍ରାତ୍ମକ ଆର୍ଥିକ ସୁବିଧାସୁଯୋଗ ହାସଲ କରିନେଲେ ତାହା ମଧ୍ୟ ଅବହେଳିତ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

ଫଳରେ ଆଞ୍ଚଳିକ ବୈଷମ୍ୟ ସୃଷ୍ଟିହୋଇ ଦେଶର ଅଖଣ୍ଡତା ବ୍ୟାହତ ହୁଏ । ଭାରତର ଉତ୍ତର ପୂର୍ବାଞ୍ଚଳରେ ଥିବା ନାଗାଲ୍ୟାଣ୍ଡ, ମଣିପୁର ଓ ମିଜୋରାମ ଭଳି ରାଜ୍ୟମାନଙ୍କରେ ଏହି ଆଞ୍ଚଳିକ ବିଦ୍ବେଷ ଉଗ୍ର ରୂପ ଧାରଣ କରିଅଛି ।

(ଘ) ଜାତିବାଦ : ଜାତିବାଦ ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରତିବନ୍ଧକ । କାକା କାଲେଲକରଙ୍କ ମତରେ, ‘ଜାତିବାଦ ହେଉଛି ମାତ୍ରାତିରିକ୍ତ ଏବଂ ଦାୟିକ ଗୋଷ୍ଠୀ ଆନୁଗତ୍ୟ ଯାହାକି ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ ଓ ବିଶ୍ୱଭ୍ରାତୃତ୍ଵଭାବ ଆଦି ସୁସ୍ଥ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ ।’’

ଜାତିବାଦରେ ବିଶ୍ବାସ କରୁଥିବା ବ୍ୟକ୍ତି, ଉଚିତ ଅନୁଚିତ, ନ୍ୟାୟ-ଅନ୍ୟାୟ ଆଦିର କୌଣସି ବାଛବିଚାର ନକରି ନିଜ ଜାତିର ସ୍ବାର୍ଥହାସଲ ପାଇଁ ଅଧିକ ଗୁରୁତ୍ଵ ଦେଇଥାଏ ଓ ଅନ୍ୟଜାତିର ସ୍ବାର୍ଥକୁ ଉପେକ୍ଷା କରିଥାଏ, ଯାହାଫଳରେ ଜାତୀୟ ସଂହତି ବାଧାପ୍ରାପ୍ତ ହୁଏ ।

(‍ଙ) ଆର୍ଥିକ ଦୁଃସ୍ଥିତି : ଆର୍ଥିକ ଦୁରବସ୍ଥା ଓ ବୈଷମ୍ୟ ଦେଶ ମଧ୍ୟରେ ଅବିଶ୍ବାସ ଓ ସନ୍ଦେହର ବାତାବରଣ ସୃଷ୍ଟିକରେ । ଆର୍ଥିକ ଦୃଷ୍ଟିରୁ ଅନୁନ୍ନତ ଶ୍ରେଣୀର ଲୋକମାନେ ସମୃଦ୍ଧ ବର୍ଗଦ୍ଵାରା ଶୋଷିତ ହେଉଥିବା ଅନୁଭବ କରନ୍ତି । ଏହି ଅର୍ଥନୈତିକ ତାରତମ୍ୟ ଧନୀ-ଦରିଦ୍ର ମଧ୍ୟରେ ଉତ୍ତେଜନା ଓ ଦ୍ବନ୍ଦ ସୃଷ୍ଟିକରି ଦେଶର ଏକତା ପ୍ରତି ବିପଦ ସୃଷ୍ଟି କରିଥାଏ ।

(ଚ) କଳୁଷିତ ରାଜନୀତି : ରାଜନୈତିକ ନେତାମାନେ ମୂଲ୍ୟବୋଧଭିଭିକ ରାଜନୀତି ଅବଲମ୍ବନ ନକଲେ ରାଜନୀତି ଦିଗଭ୍ରଷ୍ଟ ଓ କଳୁଷିତ ହୁଏ । ଭାରତରେ ରାଜନୈତିକ ଦଳ ଓ ନେତାମାନେ ଦଳସର୍ବସ୍ଵ ତଥା ଆର୍ଥସର୍ବସ୍ୱ ହୋଇପଡ଼ୁଥିବାରୁ ସାମ୍ପ୍ରଦାୟିକତା, ଜାତିବାଦ, ଆଞ୍ଚଳିକତାବାଦ, ହିଂସା, ଦ୍ବେଷ ଆଦି ସମସ୍ୟା ମୁଣ୍ଡ ଟେକୁଛି । ଜାତି ଓ ଧର୍ମକୁ କେନ୍ଦ୍ରକରି ରାଜନୈତିକ ଦଳ ଗଠିତ ହେଉଛି । ଅର୍ଥ ଓ ବାହୁ ବଳରେ ନେତାମାନେ ନିର୍ବାଚନ ବୈତରଣୀ ପାରହେବାକୁ ଚେଷ୍ଟା କରୁଛନ୍ତି ।

ରାଜନୀତିରେ ସାଧୁତା ଓ ଚରିତ୍ରବତ୍ତାର କିଛି ଗୁରୁତ୍ବ ନାହିଁ । ସାଂସଦ ଓ ବିଧାୟକମାନେ ପଣ୍ୟଦ୍ରବ୍ୟରେ ପରିଣତ ହୋଇଛନ୍ତି । ରାଜନୀତି ନାମରେ ଘୋଡ଼ା ବେପାର ଚାଲୁଛି । ଭାରତୀୟ ରାଜନୀତିରେ ଅପରାଧୀକରଣ ଏକ ଜଟିଳ ସମସ୍ୟାରୂପେ ଦେଖାଦେଇଛି । ନାନା ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନେ ରାଜନୀତିରେ ପ୍ରବେଶ କରୁଛନ୍ତି । ସରାକାରୀ କଳର ଅପପ୍ରୟୋଗ ହେଉଛି । ନିର୍ମଳ ଓ ଦୁର୍ନୀତିମୁକ୍ତ ଶାସନ ମରୀଚିକାରେ ପରିଣତ ହୋଇଛି । ଫଳରେ ଦେଶର ଐକ୍ୟ ବିପନ୍ନ ହେଉଛି ।

(ଛ) ଦୁର୍ବଳ ଶାସନ : ଦେଶର ଶାସନ ବ୍ୟବସ୍ଥା ଦୁର୍ବଳ, ତ୍ରୁଟିଯୁକ୍ତ କିମ୍ବା ପ୍ରଭାବହୀନ ହୋଇପଡ଼ିଲେ ଅସାମାଜିକ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଏ, ଯାହାଫଳରେ ଦେଶର ଏକତା ପ୍ରଭାବିତ ହୁଏ । ପ୍ରଗତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ଅବିଶ୍ଵାସ, ଭୟ ଓ ଆତଙ୍କର ବାତାବରଣ ସୃଷ୍ଟିହୁଏ । ନୀତିହୀନ ନେତା ଓ ଦୁର୍ନୀତିମୁକ୍ତ ଅମଲାତନ୍ତ୍ର ଅଭାବରୁ ଆମ ଦେଶର ଅଖଣ୍ଡତା ପରାହତ ହେଉଛି ।

(ଜ) ତ୍ରୁଟିଯୁକ୍ତ ଶିକ୍ଷାବ୍ୟସ୍ଥା : ପ୍ରଚଳିତ ଶିକ୍ଷାବ୍ୟବସ୍ଥା ଯୁଗୋପଯୋଗୀ ଓ ପ୍ରୟୋଗାତ୍ମକ ହେଉ ନଥିବାରୁ ଯୁବପୀଢ଼ି ଦିଗହରା ହୋଇଯାଉଛନ୍ତି । ସେମାନଙ୍କର କାର୍ଯ୍ୟଦକ୍ଷତା ତଥା ନୈତିକ କର୍ତ୍ତବ୍ୟବୋଧ ଉପରେ ଦେଶର ପ୍ରଗତି ଓ ଏକତା ନିର୍ଭରଶୀଳ । ସାଂପ୍ରତିକ ଶିକ୍ଷାବ୍ୟବସ୍ଥା ଯୁବପୀଢ଼ିର ଚାହିଦା ପୂରଣ କରିବାରେ ସକ୍ଷମ ହେଉନାହିଁ । ଯଦ୍ବାରା ବେରୋଜଗାରୀ ଓ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହୋଇ ସେମାନେ ନିରାଶା ଜର୍ଜରିତ । ଏହାଦ୍ଵାରା ଜାତୀୟ ଏକତା ପ୍ରଭାବିତ ହେଉଅଛି ।

(ଝ) ସୀମାହୀନ ଦୁର୍ନୀତି : ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଦେଶର ସାମାଜିକ, ଅର୍ଥନୈତିକ, ଧାର୍ମିକ ଓ ନୈତିକ ଜୀବନକୁ କଳୁଷିତ କରୁଛି । ଦେଶର ସ୍ବାର୍ଥକୁ ଅର୍ଥଲାଳସାରେ ଜଳାଞ୍ଜଳି ଦେଇ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ନିଜ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଛି । ଦେଶକୁ ବିଦେଶୀ ଶତ୍ରୁ ହାତକୁ ଟେକିଦେବାକୁ ମଧ୍ୟ କୁଣ୍ଠାବୋଧ କରୁନାହିଁ । ଦେଶପ୍ରେମ ଓ ଜାତୀୟତାବାଦର ଅଭାବ ପରିଲକ୍ଷିତ ହେଉଛି, ଯାହାଦ୍ୱାରା ଦେଶର ଏକତା ପରାହତ ହେଉଛି ।

(ଞ) ବୈଦେଶିକ ଷଡ଼ଯନ୍ତ୍ର : ବୈଦେଶିକ ଶତ୍ରୁମାନେ ଆମ ଦେଶରେ ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବା ନିମନ୍ତେ ଷଡ଼ଯନ୍ତ କରୁଛନ୍ତି । ଆତଙ୍କବାଦୀ ସଙ୍ଗଠନ ମାଧ୍ୟମରେ ହିଂସା ଓ ଆତଙ୍କରାଜ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ସାଂପ୍ରଦାୟିକ ଓ ଆଞ୍ଚଳିକ ଭେଦଭାବ ସୃଷ୍ଟିକରି ଜାତୀୟ ଏକତା କ୍ଷୁଣ୍ଣ କରିବାକୁ ପ୍ରୟାସ କରୁଛନ୍ତି ।

CHSE Odisha Class 12 Sociology Unit 3 Long Answer Questions in Odia Medium

୨ । ଜାତୀୟ ସଂହତି ସୁରକ୍ଷାର ଉପାଦାନଗୁଡ଼ିକ କ’ଣ ?
Answer:
ଜାତୀୟ ସଂହତିର ସୁରକ୍ଷା ନିମନ୍ତେ ଏହା ପଥରେ ଥ‌ିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ବିଧେୟ ।
(କ) ସୁଦୃଢ଼ ଶାସନ : ସମଗ୍ର ରାଷ୍ଟ୍ରରେ ଶାସନ ବ୍ୟବସ୍ଥା ସୁଦୃଢ଼ ରହିଲେ ଦେଶର ଏକତା ପ୍ରତି ଭୟ ରହେନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକକ ସଂଖ୍ୟାଗରିଷ୍ଠ ଦଳ ହାତରେ ଶାସନ ଡୋରି ରହିଲେ ନୀତି ନିର୍ଦ୍ଧାରଣରେ ଅସୁବିଧା ରହେନାହିଁ । ପ୍ରଗତିମୂଳକ କିମ୍ବା ସଂସ୍କାରମୂଳକ ପଦକ୍ଷେପ ସହଜରେ ଗ୍ରହଣ କରିହୁଏ । ବିଦେଶୀ ଶତ୍ରୁର ଆକ୍ରମଣ କିମ୍ବା ଷଡ଼ଯନ୍ତ୍ରର ଉଚିତ ମୁକାବିଲା କରିହୁଏ ।

ପଡ଼ୋଶୀ ରାଷ୍ଟ୍ର ପାଖରେ ସମ୍ମାନ ବୃଦ୍ଧିପାଏ । ଆନ୍ତର୍ଜାତିକ ସ୍ତରରେ ସ୍ଵାଭିମାନ ପ୍ରତିଷ୍ଠା ହୁଏ । ଆନ୍ତର୍ଜାତିକ ସନ୍ତ୍ରାସବାଦର ମୁକାବିଲା ନିମନ୍ତେ ସହଯୋଗ ମିଳେ । ସମ୍ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ରସ୍ତରରେ ମିଳିତ ସରକାର ଦେଖାଯାଉଛି, ଯଦ୍ବାରା ଦେଶର ଏକତା ପ୍ରଭାବିତ ହେଉଛି ।

(ଖ) ଆର୍ଥିକ ପ୍ରଗତି : ଅର୍ଥନୈତିକ ପ୍ରଗତି ଜାତୀୟ ଏକତାର ଭିତ୍ତିଭୂମିକୁ ସୁଦୃଢ଼ କରେ । ଏହାଦ୍ଵାରା ଦେଶରୁ ଆର୍ଥିକ ଓ ସାମାଜିକ ବୈଷମ୍ୟ ଦୂର ହୁଏ । ଧନୀ ଓ ଦରିଦ୍ର ମଧ୍ୟରେ ଦୂରତା କମ୍ ହୁଏ । ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରସାରିତ ହୁଏ । ଜାତୀୟ ଐକ୍ୟ ବଜାୟ ରହେ ।

(ଗ) ସାଂପ୍ରଦାୟିକ ଏକତା : ଭାରତକୁ ଭାଗ ଭାଗ କରିବାପାଇଁ ଧର୍ମ ଓ ଜାତି ବିଭାଗ ବହୁ ପରିମାଣରେ ଦାୟୀ । ଧର୍ମଗତ ଭେଦଭାବ ଓ ଏକ ଧର୍ମ ମଧ୍ଯରେ ଥିବା ଜାତିଆଣ ମନୋବୃତ୍ତି ଦୂର ନହେବା ପର୍ଯ୍ୟନ୍ତ ଜାତୀୟ ସଂହତିର ସୁରକ୍ଷା ଅସମ୍ଭବ । ଆଇନଦ୍ୱାରା କିମ୍ବା ସାମାଜିକ ସଚେତନତା ମାଧ୍ୟମରେ ସାଂପ୍ରଦାୟିକ ଏକତା ପ୍ରତିଷ୍ଠା ଆବଶ୍ୟକ ।

ଧାର୍ମିକ ସମନ୍ଵୟ ରକ୍ଷା, ବ୍ୟକ୍ତିର ଧାର୍ମିକ ସ୍ବାଧୀନତା ପ୍ରତି ହସ୍ତକ୍ଷେପ ନ କରିବା, ଧର୍ମାନ୍ତରୀକରଣ ପାଇଁ ଉଦ୍ୟମ ନ କରିବା, ଧର୍ମ ବା ଜାତି ଭିଭିରେ ଭେଦଭାବ ନ ରଖୁବା ଓ ବୈବାହିକ ସମ୍ପର୍କ ମାଧ୍ୟମରେ ବିଭିନ୍ନ ଧର୍ମ ଓ ଜାତି ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବାଦ୍ୱାରା ଆମ ଦେଶରେ ଏକତା ଅକ୍ଷୁଣ୍ଣ ରହିପାରିବ ।

(ଘ) ଗଣତାନ୍ତ୍ରିକ ମୂଲ୍ୟବୋଧ : ଗଣତାନ୍ତ୍ରିକ ମୂଲ୍ୟବୋଧଦ୍ଵାରା ସମାନତା, ନ୍ୟାୟ ଓ ସ୍ଵାଧୀନତାଭାବ ପ୍ରସାରିତ ହୁଏ । ଏହାଦ୍ଵାରା ସାମାଜିକ-ସାଂସ୍କୃତିକ ଏକତା ପ୍ରତିଷ୍ଠିତ ହୁଏ । ଭାରତରେ ଗଣତାନ୍ତ୍ରିକ ଭାବଧାରା ବଜାୟ ରହିଥ‌ିବା ପର୍ଯ୍ୟନ୍ତ ଦେଶର ସଂହତି ଅତୁଟ ରହିପାରିବ ।

(ଙ) ସୁସ୍ଥ ରାଜନୈତିକ ପରମ୍ପରା : ସୁସ୍ଥ ରାଜନୈତିକ ପରମ୍ପରା ଅନୁସରଣରେ ଦୃଢ଼ ଜନମତ ସୃଷ୍ଟି କରି ଦେଶରେ ସୁଶାସନ ପ୍ରତିଷ୍ଠା କରାଯାଇପାରିବ । ରାଜନୈତିକ ଦଳ ଓ ନେତାମାନେ ଦେଶର ସ୍ବାର୍ଥକୁ ଜଳାଞ୍ଜଳି ଦେଇ, ରାଜନୈତିକ ମୂଲ୍ୟବୋଧକୁ ତ୍ୟାଗ କରି ନିଜ ସ୍ବାର୍ଥ ହାସଲ ନିମନ୍ତେ ସାଂପ୍ରଦାୟିକତା, ଜାତିବାଦ, ଆଞ୍ଚଳିକତାବାଦ, ଧାର୍ମିକ ବିଶ୍ଳେଷକୁ ପ୍ରୋତ୍ସାହନ ଦେଲେ ରାଜନୀତିରେ ଅପରାଧ ପ୍ରବଣତା ବୃଦ୍ଧିପାଇବ ଓ ହିଂସା, ଦ୍ବେଷ, ଅପହରଣ, ଗୁପ୍ତହତ୍ୟା ଆଦି ଜଘନ୍ୟ ଅପରାଧ ସଂଘଟିତ ହେବ ।

ଏହି ପରିପ୍ରେକ୍ଷୀରେ ଆମ ଦେଶର ସାର୍ବଭୌମତ୍ୱ ଓ ସଂହତିର ସୁରକ୍ଷା ରାଜନୈତିକ ନେତାମାନଙ୍କ ଉପରେ ଅଧିକ ନିର୍ଭରଶୀଳ ।

(ଚ) ଭାଷାବାଦ : ଭାଷାବାଦ ଭାରତର ମୌଳିକ ସମସ୍ୟା । ପୃଥ‌ିବୀର ଅନ୍ୟ କୌଣସି ଦେଶରେ ଏତେ ଭାଷାଭାଷୀ ଲୋକ ଦେଖାଯା’ନ୍ତି ନାହିଁ । ବିଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରିବା, ଗୋଟିଏ ଭାଷାକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ଦେବା, ବିଭିନ୍ନ ଆଞ୍ଚଳିକ ଭାଷାର ମୌଳିକତା ରକ୍ଷାକରିବା ଭାରତ ପାଇଁ ଏକ ଆହ୍ୱାନ । ଅବଶ୍ୟ ଇଂରାଜୀ ଭାଷାର ବହୁଳ ପ୍ରଚଳନ ଭାରତର ଭାଷାଜନିତ ସମସ୍ୟାକୁ ବହୁମାତ୍ରାରେ ସରଳ କରିପାରିଛି । ତଥାପି ଭାଷାଗତ ସମସ୍ୟା ଜାତୀୟ ସଂହତି ପ୍ରତି ବିପଦ ହୋଇ ରହିଛି ।

(ଛ) ଉନ୍ନତ ଶିକ୍ଷାବ୍ୟବସ୍ଥା : ପ୍ରଚଳିତ ଶିକ୍ଷାବ୍ୟବସ୍ଥା ଯୁଗୋପଯୋଗୀ ନହେଲେ ଯୁବପୀଢ଼ି ଦିଗ୍‌ଦର୍ଶନ ହରାଇ ବସନ୍ତି । ଭବିଷ୍ୟତ ନାଗରିକ ଉଚିତ ଶିକ୍ଷା ଆଭବରୁ ନୈରାଶ୍ୟର ସମ୍ମୁଖୀନ ହୁଅନ୍ତି । ତେଣୁ ଉନ୍ନତ ପାଠ୍ୟକ୍ରମ ପ୍ରଚଳନ, ପ୍ରୟୋଗାତ୍ମକ ଜ୍ଞାନର ପ୍ରସାର, ନୈତିକ କର୍ଭବ୍ୟବୋଧ ସୃଷ୍ଟି, ଦେଶପ୍ରେମ ଶିକ୍ଷାଦ୍ଵାରା ଦେଶର ପ୍ରଗତି ଓ ଏକତା ସୁରକ୍ଷିତ ହୁଏ । ଆମ ଦେଶରେ ଶିକ୍ଷା କ୍ଷେତ୍ରରେ ପ୍ରୟୋଗାତ୍ମକ ବିଶ୍ଳେଷଣ ଜାରିରଖୁ ଉଚିତ ।

ଗବେଷଣା ନିମନ୍ତେ ପ୍ରୋତ୍ସାହନ ଦେବା ତଥା ଗବେଷଣାଲବ୍ଧ ଜ୍ଞାନର ଉପଯୋଗ ହେବା ଉଚିତ । ସର୍ବୋପରି ଲିଙ୍ଗ ଭେଦରେ ଶିକ୍ଷା ପ୍ରସାରକୁ ସଂକୋଚନ ନ କରି ଉଭୟ ବାଳକ ଓ ବାଳିକାମାନଙ୍କ ଶିକ୍ଷା ପ୍ରତି ସମାନ ଦୃଷ୍ଟି ଦେଲେ ଦେଶର ପ୍ରଗତି ଓ ଐକ୍ୟ ବଜାୟ ରହିପାରିବ ।

(ଜ) ଆନ୍ତର୍ଜାତିକ କୂଟନୀତି : ଦେଶର ଅର୍ଥନୀତି ଓ ରାଜନୈତିକ ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବାରେ ବୈଦେଶିକ ଶକ୍ତିମାନଙ୍କର ଯଥେଷ୍ଟ ଭୂମିକା ରହିଛି । ଆନ୍ତର୍ଜାତିକ ସ୍ତରରେ କୂଟନୈତିକ ସମ୍ପର୍କ ବଳରେ ଆମ ଦେଶର ଆଭିମୁଖ୍ୟର ସଫଳ ପ୍ରଚାର ହେବା ଉଚିତ । ଏହାଦ୍ୱାରା ଦେଶର ମାନବୃଦ୍ଧି ହେବା ସହ ବିଦେଶୀ ରାଷ୍ଟ୍ରମାନଙ୍କ ସହ ମିତ୍ରତା ସ୍ଥାପନ ହୋଇପାରିବ ଓ ସହଯୋଗ ବୃଦ୍ଧି ପାଇବ ।

ବହିର୍ବାଣିଜ୍ୟର ପ୍ରସାର ଘଟି ଦେଶର ଆର୍ଥିକ ଉନ୍ନତି ହେବ ଓ ପ୍ରତ୍ୟାର୍ପଣ ଚୁକ୍ତି ମାଧ୍ୟମରେ ଆମ ଦେଶରୁ ଲୁଚି ପଳାଇଥବା ଅପରାଧୀମାନଙ୍କୁ କାବୁ କରିହେବ ।

(ଝ) ଆବେଗାତ୍ମକ ଏକତା : ଦେଶପ୍ରେମ ବଳରେ ଦେଶ ସହ ଏକ ଆବେଗାତ୍ମକ ସମ୍ପର୍କ ସ୍ଥାପିତ ହୁଏ । ଦେଶପ୍ରେମରେ ଉଦ୍‌ବୁଦ୍ଧ ବ୍ୟକ୍ତି ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାରେ ଯତ୍ନଶୀଳ ରହେ । ତେଣୁ ବିଭିନ୍ନ କିସମର ସାଂସ୍କୃତିକ ଶିକ୍ଷା, ଆଧ୍ୟାତ୍ମିକତା ଚିନ୍ତାଧାରା, ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଦେଶପ୍ରେମ ଭାବନା ଜାଗ୍ରତ କରାଇବା ଉଚିତ ।

ଆମ ଦେଶରେ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସ୍ତରରେ ଗଭୀର ଆବେଗାତ୍ମକ ଆକର୍ଷଣ ରହିଛି । ସୁସ୍ଥ ମାନସିକତା ଓ ଏକତା ଜାତୀୟ ସଂହତିକୁ ସୁଦୃଢ଼ କରିପାରିବ ।

CHSE Odisha Class 12 Sociology Unit 3 Long Answer Questions in Odia Medium

୩ । ସାମ୍ପ୍ରଦାୟିକତାର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ସାମ୍ପ୍ରଦାୟିକତା ହେଉଛି ଏକ ସାମାଜିକ ଘଟଣା ଯାହାକି ଦୁଇ ସମ୍ପ୍ରଦାୟର ଧର୍ମକୁ ନେଇ ସୃଷ୍ଟି ଓ ଏହା ବେଳେବେଳେ ସେମାନଙ୍କୁ ଉଗ୍ରତା, ଉତ୍ତେଜନା ଓ ଦଙ୍ଗା ଆଡ଼କୁ ଟାଣିନିଏ । ଭାରତରେ ସାମ୍ପ୍ରଦାୟିକ ସମସ୍ୟା ଏତେ ଜଟିଳ ଯେ ଏହାର କାରଣ ନିର୍ଦ୍ଦେଶ କରିବା ଏତେଟା ସହଜ ନୁହେଁ । ନିମ୍ନରେ କେତେକ ସମ୍ଭାବ୍ୟ କାରଣ ଆଲୋଚନା କରାଗଲା ।

(୧) ଐତିହାସିକ ପୃଷ୍ଠଭୂମି – ଇତିହାସରୁ ଜଣାଯାଏ ଯେ ଅତୀତରେ ଧର୍ମକୁ ଭିଭିକରି ଅନେକ ସଂଘର୍ଷ ଘଟିଛି । ଫଳସରୂପ ମୁଖ୍ୟତଃ ଦୁଇଟି ପରସ୍ପର ବିରୋଧୀ ଧାର୍ମିକ ସମୂହ ସୃଷ୍ଟି ହୋଇଛି । ହିନ୍ଦୁ, ଇସଲାମ, ହିନ୍ଦୁ-ବୌଦ୍ଧ କେତେକ ଐତିହାସିକ ତଥ୍ୟରେ ସାମ୍ପ୍ରଦାୟିକବାଦର ସମ୍ମୁଖୀନ ହେଉଥିଲେ ।

(୨) ମନୋବୈଜ୍ଞାନିକ ଉପାଦାନ – ପରସ୍ପର ପ୍ରତି ଅବିଶ୍ଵାସ, ସନ୍ଦେହ, ଭୟ ତଥା ହୀନମନ୍ୟତା ଆଦି ମନୋବୈଜ୍ଞାନିକ କାର୍ଯ୍ୟଗୁଡ଼ିକ ସାମ୍ପ୍ରଦାୟିକତା ବୃଦ୍ଧି ପାଇଁ ଅଧିକାଂଶ ପରିମାଣରେ ଦାୟୀ ଅଟେ । ବିଭିନ୍ନ ରାଜନୈତିକ ଦଳ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଅନ୍ୟାୟ ଭାବରେ ତୋଷଣ ନୀତି ଅବଲମ୍ବନ କରିବା ଓ ସଂଖ୍ୟାଗରିଷ୍ଠମାନଙ୍କୁ ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ଉଦ୍‌ବୁଦ୍ଧ କରିବା ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ଯରେ ଅନିଶ୍ଚିତତା ଭାବ ପରସ୍ପର ମଧ୍ୟରେ ସନ୍ଦେହ ଓ ବିଦ୍ବେଷ ସୃଷ୍ଟି କରିଅଛି ।

(୩) ସାମାଜିକ ଉପାଦାନ – ଭାରତବର୍ଷରେ ବିଭିନ୍ନ ଧର୍ମ ଅନୁଯାୟୀ ସଂସ୍କୃତିଗତ ପ୍ରଭେଦ ଦେଖା ଯାଇଥାଏ । ଏଠାରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିୟାନ ତଥା ପାର୍ସୀମାନଙ୍କ ରୀତିନୀତି, ଚାଲିଚଳନ, ବେଶଭୂଷା, ଧର୍ମ, ବିଶ୍ବାସ, ପର୍ବପର୍ବାଣି ଇତ୍ୟାଦି ପରସ୍ପରଠାରୁ ପୃଥକ୍ । ସାମାଜିକ ବିଧ୍ଵବିଧାନ ମଧ୍ୟ ସମ୍ପୂର୍ଣ୍ଣ ଅଲଗା । ଫଳରେ ସେମାନେ ପରସ୍ପରପ୍ରତି ଭିନ୍ନ ମନୋଭାବ ପୋଷଣ କରିଥା’ନ୍ତି ।

(୪) ରାଜନୈତିକ ଉପାଦାନ – ଗଣତନ୍ତ୍ର ସର୍ବୋତ୍ତମ ଶାସନ ବ୍ୟବସ୍ଥା । ମାତ୍ର ଭୋଟ ପାଇଁ ରାଜନୀତି ହେଉଥୁବାରୁ ଧର୍ମକୁ ଭୋଟ ଆହରଣର ଏକ ପ୍ରଚ୍ଛନ୍ନ ଅଥଚ ପ୍ରକୃଷ୍ଟ ମାର୍ଗଭାବରେ ବ୍ୟବହାର କରାଯାଇଛି । ଭୋଟ ସମୟରେ ଧର୍ମନାମରେ ପ୍ରଚାର ସାମ୍ପ୍ରଦାୟିକତାକୁ ତୀବ୍ରତର କରିଥାଏ । ଏବେ ସାମ୍ପ୍ରଦାୟିକତାକୁ ଭିଭିକରି ଗଢ଼ି ଉଠିଥିବା କେତେକ ରାଜନୈତିକ ଦଳ ଭୋଟ ରାଜନୀତିରେ ଅବତୀର୍ଣ୍ଣ ହେବାପରେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଛି ।

(୫) ସମାଜବିରୋଧୀ ତତ୍ତ୍ବର ପ୍ରଚାର – ପ୍ରତ୍ୟେକ ସମାଜରେ କିଛି ନା କିଛି ସାମାଜ ବିରୋଧୀ ଲୋକ ରହିଛନ୍ତି । ସେମାନଙ୍କ କାର୍ଯ୍ୟ ହେଲା ବିଭିନ୍ନ ଧର୍ମସମୂହଗୁଡ଼ିକ ମଧ୍ୟରେ ସଂଘର୍ଷ ସୃଷ୍ଟି କରିବା ଓ ତହିଁରୁ ନିଜ ଫାଇଦା ଉଠାଇବା । ଏମାନେ ସାଧାରଣତଃ କୌଣସି ବିଶେଷ ପର୍ବପର୍ବାଣି ବା ଉତ୍ସବ ଅବସରରେ ମନଗଢ଼ା ଭୁଲ୍‌ତଥ୍ୟ ପରିବେଷଣ କରି ସାମ୍ପ୍ରଦାୟିକତାର ବୀଜବପନ କରିଥା’ନ୍ତି ।

(୬) ସାମ୍ପ୍ରଦାୟିକ ସଂଗଠନ – ଆମ ଦେଶରେ ବିଭିନ୍ନ ଧର୍ମକୁ ନେଇ ମୌଳିକ ସଙ୍ଗଠନମାନ ରହିଅଛି । ମୌଳିକତାବାଦୀମାନେ ସ୍ଥାନ, କାଳ, ପାତ୍ର ଭେଦରେ ଧର୍ମର ବାଖ୍ୟା ଓ ଆଚରଣ ବଦଳିବାରେ ବିଶ୍ଵାସ କରନ୍ତି ନାହିଁ । ସେମାନେ ଧର୍ମର ଏକ ସଂକୀର୍ଣ୍ଣ ଋଢ଼ବାଦୀ ବ୍ୟାଖ୍ୟା କରି ନିଜ ଧର୍ମର ଅନନ୍ୟତା ଓ ଶ୍ରେଷ୍ଠତା ପ୍ରମାଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ଧର୍ମର ନ୍ୟୁନତା ପ୍ରମାଣ କରିବାକୁ ଚେଷ୍ଟା କରିଥାଆନ୍ତି ।

ଆଜିକାଲି ହିନ୍ଦୁ, ମୁସଲମାନ, ଶିଖ୍, ଜନଜାତି ଆଦି ସମ୍ପ୍ରଦାୟର ଅନେକ ସଙ୍ଗଠନ ମୁଣ୍ଡ ଟେକିବାରେ ଲାଗିଛି । ଏ ପ୍ରକାର ସଙ୍ଗଠନ ଆପଣା ଧର୍ମର ଲୋକମାନଙ୍କୁ ଏକଜୁଟ୍ କରି ଧର୍ମ ନାମରେ ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କ ପ୍ରତି ଘୃଣା ଓ ବିଦ୍ବେଷ ମନୋଭାବ ସୃଷ୍ଟି କରନ୍ତି |

(୭) ଇତିହାସର ମିଥ୍ୟାବର୍ଣ୍ଣନା – ଭାରତର ଇତିହାସକୁ ଭୁଲ୍ ଭାବରେ ଉପସ୍ଥାପନା କରିବାର ଅପଚେଷ୍ଟା ବ୍ରିଟିଶ ଶାସକମାନଙ୍କଠାରୁ ଆରମ୍ଭ ହୋଇଅଛି । ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଦ୍ବେଷ ସୃଷ୍ଟି କରି Divide and rule ଅନୁଯାୟୀ ବ୍ରିଟିଶରମାନେ ଐତିହାସିକ ଭୁଲ୍‌ତଥ୍ୟ ଯୋଗାଇ ଦେଇଛନ୍ତି । ସମୟେ ସମୟେ ପାଠ୍ୟ ପୁସ୍ତକଗୁଡ଼ିକରେ ଇତିହାସର ଭ୍ରମାତ୍ମକ ବର୍ଣ୍ଣନା ସ୍ଥାନ ପାଇଥିବାରୁ ତାହା ଶିଶୁ ମନରେ ଅଯଥା ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟି କରୁଅଛି ।

(୮) ବୈଦେଶିକ ହସ୍ତକ୍ଷେପ – ବେଳେବେଳେ ବୈଦେଶିକ ରାଷ୍ଟ୍ରଗୁଡ଼ିକ ଭାରତ ପ୍ରତି ହିଂସା ମନୋଭାବ ରଖ୍ ଦେଶର ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ଉତ୍ସାହ ପ୍ରଦାନ କରିଥା’ନ୍ତି । ଆମେରିକାର ଗୁପ୍ତଚର ସଂସ୍ଥା CIA ମଧ୍ୟ ଅତୀତରେ ଭାରତକୁ ଦୁର୍ବଳ କରିବାପାଇଁ ସାମ୍ପ୍ରଦାୟିକ ଦଙ୍ଗାକୁ ଉତ୍ସାହିତ କରିବାର ଅଭିଯୋଗ ହୋଇଥିଲା ।

(୯) ଗଣମାଧ୍ୟମ – ସାମ୍ପ୍ରଦାୟିକ ଉତ୍ତେଜନାକୁ ପ୍ରଜ୍ବଳିତ କରିବାରେ ଗଣମାଧ୍ୟମଗୁଡ଼ିକ ବେଳେବେଳେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥା’ନ୍ତି | ଶୂନ୍ୟରୁ ତୋଳି ସମ୍ବାଦ ପ୍ରକାଶ କରି ଏବଂ ପ୍ରମାଦପୂର୍ଣ୍ଣ ତଥ୍ୟ ପରିବେଷଣ କରି ସାମ୍ପ୍ରଦାୟିକ ରୂପୀ ଅଗ୍ନିରେ ଘିଅ ଢାଳିଥା’ନ୍ତି |

(୧୦) ମୁଖ୍ୟସ୍ରୋତରୁ ଦୂରତ୍ବ – ସଂଖ୍ୟାଲଘୁମାନେ ମୁଖ୍ୟସ୍ରୋତରୁ ଦୂରରେ ରହିଥିବାରୁ ସାମ୍ପ୍ରଦାୟିକ ଶକ୍ତିର ଚାପ ଫଳରେ ସାମ୍ପ୍ରଦାୟିକତା ପ୍ରତି ଆକୃଷ୍ଟ ହୁଅନ୍ତି ।

(୧୧) ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ – ସାମ୍ପ୍ରଦାୟିକ ସଦ୍‌ଭାବର ପ୍ରସାର ପାଇଁ ଭିନ୍ନ ଭିନ୍ନ ସମୟରେ ପ୍ରତ୍ୟେକ ଅଞ୍ଚଳରେ ସଭା, ଶୋଭାଯାତ୍ରା, ଶିବିର ଓ ପ୍ରଦର୍ଶନୀର ଆବଶ୍ୟକତା ରହିଛି । ବିଶେଷଭାବରେ ସଂଖ୍ୟାଲଘୁ ସମୁଦାୟର ପ୍ରତ୍ୟେକ ଅଞ୍ଚଳରେ ସଭା, ଶୋଭାଯାତ୍ରା, ଶିବିର ଓ ପ୍ରଦର୍ଶନୀର ଆବଶ୍ୟକତା ରହିଛି । ବିଶେଷଭାବରେ ସଂଖ୍ୟାଲଘୁ ସମୁଦାୟର ସଦସ୍ୟମାନଙ୍କୁ ଏସବୁ କାର୍ଯ୍ୟକ୍ରମରେ ଅଧ‌ିକ ସଂଖ୍ୟାରେ ଯୋଗଦେବାପାଇଁ ପଦକ୍ଷେପ ନିଆଯିବା ଉଚିତ ।

ପ୍ରାଚୀରପତ୍ର, ଚିତ୍ରକଳା, ନାଟକ, ପାଲା, ଦାସକାଠିଆ ମାଧ୍ୟମରେ ଧର୍ମନିରପେକ୍ଷ ବିଚାରଧାରାର ବହୁଳ ପ୍ରଚାର କରିବା ଆବଶ୍ୟକ । ଗଣମାଧ୍ୟମ ଏ ସଂକ୍ରାନ୍ତରେ ସକ୍ରିୟ ଭୂମିକା ଗ୍ରହଣ କରିବା ଆବଶ୍ୟକ ।

(୧୦) ଗାନ୍ଧିବାଦର ପ୍ରସାର – ଜାତିର ପିତା ମହାତ୍ମା ଗାନ୍ଧୀ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ମହାନ୍ ପ୍ରତୀକ । ତାଙ୍କର ପ୍ରଦର୍ଶିତ ମାର୍ଗ ଓ ବିଚାରଧାରା ଯଥା ଅହିଂସା, ମୈତ୍ରୀ, ସର୍ବଧର୍ମକୁ ସମ୍ମାନ ଓ ପରସ୍ପର ମଧ୍ୟରେ ଭ୍ରାତୃତ୍ଵର ପ୍ରସାରଦ୍ୱାରା ଭାରତ ଏକ ବୃହତ୍ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇପାରିଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

୪ । ସାମ୍ପ୍ରଦାୟିକତାବାଦର ନିରାକରଣ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯିବା ଉଚିତ, ଆଲୋଚନା କର ।
Answer:
ସାଧୀନତାର ଛଅ ଦଶନ୍ଧିରୁ ଅଧ୍ବକ କାଳ ବିତିଯାଇଥିଲେ ମଧ୍ୟ ସାମ୍ପ୍ରଦାୟିକତା ଆମ ଦେଶର ଜାତୀୟ ସଂହତି ପାଇଁ ଏକ ମୁଖ୍ୟ ସମସ୍ୟା ହୋଇ ରହିଛି । ବିଗତ ବର୍ଷମାନଙ୍କରେ ଅତି କମ୍‌ରେ ଦଶହଜାରରୁ ଅଧିକ ଲୋକ ସାମ୍ପ୍ରଦାୟିକ ଦଙ୍ଗାରେ ମୃତ୍ୟୁବରଣ କରିଛନ୍ତି । ଅଯୋଧ୍ୟା, ଗୋଧ୍ରା, ବମ୍ବେର ସାମ୍ପ୍ରଦାୟିକ ଦଙ୍ଗା ଆଜି ମଧ୍ୟ ଲୋକମାନେ ପାସୋରି ପାରି ନାହାନ୍ତି ।

ସାମ୍ପ୍ରଦାୟିକତାକୁ ପ୍ରତିହତ କରି ନପାରିବା ଆମ ରାଷ୍ଟ୍ରତନ୍ତ୍ର ଓ କ୍ଷମତାର ଅଧିକାରୀମାନଙ୍କର ବିଫଳତା । ଏହାର ପ୍ରତିରୋଧ ଓ ବିଲୋପ ପାଇଁ ନିମ୍ନରେ କେତେକ ପ୍ରସ୍ତାବକୁ ଆଲୋଚନା କରାଗଲା ।

(କ) ତୁରନ୍ତ ପଦକ୍ଷେପ :
(୧) ଗଣମାଧ୍ୟମର ଗୁଜବ ପ୍ରଚାର ବା ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶନ ବା ସମ୍ପ୍ରସାରଣକୁ ନିଷିଦ୍ଧ କରିବା ।
(୨) ଚରମପନ୍ଥୀ ସନ୍ତ୍ରାସବାଦର ମୂଳୋତ୍ପାଟନ ଆବଶ୍ୟକ । ଦଙ୍ଗାଗୋଳ ସୃଷ୍ଟି କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।
(୩) ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ସମ୍ମାନାସ୍ପଦ ସଦସ୍ୟମାନଙ୍କୁ ସାମିଲ କରି ଶାନ୍ତି କମିଟିର ଗଠନ ଓ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ।
(୪) ଦଙ୍ଗାଗୋଳକୁ ପ୍ରତିହତ କରିବାପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ପାରଙ୍ଗମ ସ୍ୱତନ୍ତ୍ର ସୁରକ୍ଷାବାହିନୀଗୁ ସୃଷ୍ଟି କରି ନିୟୋଜିତ କରିବା ।
(୫) ଦଙ୍ଗାଗଣ୍ଡଗୋଳରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଅଦାଲତ ମାଧ୍ୟମରେ ତୁରନ୍ତ ଦଣ୍ଡବ୍ୟବସ୍ଥା କରିବା ।
(୬) ଦଙ୍ଗାବିଧ୍ବସ୍ତ ଲୋକମାନଙ୍କର ଥଇଥାନ ପାଇଁ ବିପର୍ଯ୍ୟସ୍ତ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁରକ୍ଷା ପ୍ରଦାନ କରିଥା ତଥା ରିଲିଫ୍ କ୍ୟାମ୍ପରେ ରଖ୍ ସେମାନଙ୍କ ଖାଦ୍ୟବସ୍ତ୍ର ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ଜରୁରୀ ବ୍ୟବସ୍ଥା କରିବା ଆବଶ୍ୟକ ।
(୭) ଦଙ୍ଗାଭୟଭୀତ ଲୋକମାନଙ୍କର ମନୋବୈଜ୍ଞାନିକ ସମାଜତାତ୍ତ୍ୱିକ ବ୍ୟବସ୍ଥାରେ ଥଇଥାନ କରିବା ଆବଶ୍ୟକ ।

ସୂଦୂରପ୍ରସାରୀ ପଦକ୍ଷେପ :
(୧) ସାକ୍ଷରତା – ସମସ୍ତ ସାଧାରଣ ନାଗରିକ ଓ ଯୁବକ ଯୁବତୀମାନଙ୍କ ମଧ୍ୟରେ ଶିକ୍ଷା ଓ ସଚେତନତାର ପ୍ରସାରଦ୍ଵାରା ଧର୍ମନିରପେକ୍ଷତା ମଜବୁତ ହେବ ଓ ସଂପ୍ରଦାୟିକତାର ମୂଳୋତ୍ପାଟନ ହୋଇପାରିବ ।

(୨) ଆର୍ଥିକ ବିକାଶ – ସଂଖ୍ୟାଲଘୁ ସଂପ୍ରଦାୟର ଆର୍ଥିକ ବିକାଶ ହୋଇପାରିଲେ କେତେକାଂଶରେ ସାମ୍ପ୍ରଦାୟିକତାକୁ ରୋକାଯାଇପାରିବ ।

(୩) କର୍ମସଂସ୍ଥାନ – ସଂଖ୍ୟାଲଘୁ ସମୁଦାୟର ଅଧିକାଂଶ ସଦସ୍ୟ ଶିକ୍ଷାଲାଭରୁ ବଞ୍ଚିତ ହୋଇଥିବାରୁ ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ରରେ ବହୁଳଭାବରେ ଯୋଗଦେଇ ପାରୁନାହାଁନ୍ତି । ସେମାନଙ୍କୁ ଉଚିତ ରୂପରେ କର୍ମସଂସ୍ଥାନ ଓ ବୃତ୍ତି କ୍ଷେତ୍ରରେ ନିୟୋଜିତ କରିପାରିଲେ, ସେମାନେ ସାମ୍ପ୍ରଦାୟିକ ଶକ୍ତିର ଶିକାର ହେବେ ନାହିଁ ।

(୪) ସାମ୍ପ୍ରଦାୟିକ ବିଚାରଧାରାର ଲୋପ – ଧର୍ମ ଓ ସଂପ୍ରଦାୟର ବିରୋଧୀ ମନୋଭାବର ବିକାଶକୁ ସମାଜରୁ ବିଲୋପ କରିବା ଅତ୍ୟନ୍ତ ଜରୁରୀ । ଅନ୍ୟ ଧର୍ମ ପ୍ରତି ଘୃଣା, ଆକ୍ଷେପ ବା ଆକ୍ରୋଶମୂଳକ ମନୋଭାବକୁ ପରିବର୍ତ୍ତନ କରାଯିବା ଆବଶ୍ୟକ ।

(୫) ଧର୍ମ ଓ ରାଜନୀତିକୁ ପୃଥକ କରିବା – ସମସ୍ତ ରାଜନେତା, ରାଜନୈତିକ ଦଳ ଓ ସଙ୍ଗଠନ ସାମ୍ପ୍ରଦାୟିକତା ମନୋଭାବରୁ ବିରତ ରହିବା ଆବଶ୍ୟକ । ଦେଶର ରାଜନୈତିକ କ୍ଷେତ୍ର ସହ ଧର୍ମକୁ ସଂଶ୍ଳିଷ୍ଟ ନକରି ପୃଥକ୍ ରଖୁବା ଉଚିତ ।

(୬) ଧର୍ମାନ୍ତରୀକରଣକୁ ବିରୋଧ – କୌଣସି ଧର୍ମ ବା ସମୁଦାୟର ଲୋକମାନଙ୍କୁ ବଳପୂର୍ବକ ଅଥବା ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମରେ ଦୀକ୍ଷିତ ହେବାକୁ କଡ଼ାକଡ଼ି ଭାବରେ ପ୍ରତିରୋଧ କରିବା ଆବଶ୍ୟକ । ସଇଚ୍ଛାରେ କେହି ଅନ୍ୟ ଧର୍ମ ଗ୍ରହଣ କରିବା ଦୋଷାବହ ନୁହେଁ, ମାତ୍ର ଲୋକମାନଙ୍କର ନିରକ୍ଷରତା ଓ ସରଳତାର ସୁଯୋଗ ନେଇ ସେମାନଙ୍କର ଧର୍ମାନ୍ତରିତ କରିବା ଏକ ଜଘନ୍ୟ ଅପରାଧ । ଏଥିପାଇଁ ଦୃଢ଼ ଆଇନ ବ୍ୟବସ୍ଥା ପ୍ରଣୟନ କରିବା ସହ ଏହାକୁ ସତର୍କତାର ସହ କାର୍ଯ୍ୟକାରୀ କରିବା ବିଧେୟ ।

(୭) ଶିକ୍ଷିତ ଓ ମଧ୍ୟବିତ୍ତ ଶ୍ରେଣୀର ଭୂମିକା – ଭାରତର ଶିକ୍ଷିତ ଓ ମଧ୍ୟବିତ୍ତ ଶ୍ରେଣୀ ଇତିହାସକାଳରୁ ଦେଶ ଗଠନ ଓ ସାମାଜିକ ବିପ୍ଳବ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛନ୍ତି । ସାମ୍ପ୍ରଦାୟିକତା ବିରୁଦ୍ଧରେ ସଭାସମିତି ଓ ବିଚାର ଗୋଷ୍ଠୀ ତଥା ମାର୍ଗଦର୍ଶନ ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସାମ୍ପ୍ରଦାୟିକତା ଦମନ କରିବାପାଇଁ ଏମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିବା
ଆବଶ୍ୟକ ।

(୮) ପାଠ୍ୟପୁସ୍ତକ ଓ ଶିକ୍ଷାନୁଷ୍ଠାନର ଭୂମିକା – ଆମ ଦେଶର ପାଠ୍ୟପୁସ୍ତକ ବିଶେଷଭାବରେ ଇତିହାସ ଶିକ୍ଷାଦାନ କ୍ଷେତ୍ରରେ ଅନେକ ଭ୍ରମାତ୍ମକ ଓ ସାମ୍ପ୍ରଦାୟିକ ତତ୍ତ୍ୱ ତଥା ଇତିହାସକୁ ବିକୃତ କରି ଚିତ୍ରଣ କରିବାର ଦୃଷ୍ଟାନ୍ତ ଦେଖାଦିଏ । ଇତିହାସକାର ଓ ପାଠ୍ୟପୁସ୍ତକ ପ୍ରଣେତା ତଥା ଶିକ୍ଷକବର୍ଗ ଏଥପାଇଁ ସଚେତନ ହେବା ତଥ୍ୟ ବିଭ୍ରାନ୍ତିକର ତଥ୍ୟକୁ ତୁରନ୍ତ ବାଦ ଦେଇ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ । ଶିକ୍ଷାନୁଷ୍ଠାନମାନଙ୍କରେ ଭିନ୍ନ ଭିନ୍ନ ସମୁଦାୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ଓ ମୈତ୍ରୀର ପ୍ରସାର ଆବଶ୍ୟକ ।

୫ । ଆତଙ୍କବାଦ କ’ଣ ? ଆତଙ୍କବାଦର ବୈଶିଷ୍ଟ୍ୟକୁ ଆଲୋଚନା କର ।
Answer:
ହିଂସାତ୍ମକ କର୍ମକୁ ଲକ୍ଷ୍ୟଲାଭର ସମୁଚିତ ପନ୍ଥାରୂପେ ମନେକରୁଥିବା ପୃଥିବୀବ୍ୟାପୀ ସନ୍ତ୍ରାସବାଦୀ ଗୋଷ୍ଠୀମାନଙ୍କର କାର୍ଯ୍ୟକଳାପକୁ ଆତଙ୍କବାଦ କୁହାଯାଏ । ଏକ ସଙ୍ଗଠିତ ଦଳ ବା ସମୂହ ନିଜର ନିର୍ଦ୍ଧାରିତ ଲକ୍ଷ୍ୟପୂରଣ ନିମିତ୍ତ ଯୋଜନାବଦ୍ଧ ଭାବରେ ହିଂସାର ବ୍ୟବହାର କରିବାର ପଦ୍ଧତି ହେଉଛି ଆତଙ୍କବାଦ । ଆତଙ୍କବାଦର କେତେକ ବୈଶିଷ୍ଟ୍ୟକୁ ନିମ୍ନରେ ଆଲୋଚନା କରାଗଲା ।

(୧) ରାଜନୈତିକ ଅଭିପ୍ରାୟ – ସମ୍ପ୍ରତି ଆତଙ୍କବାଦ ବିଶ୍ବ ରାଜନୀତି ପ୍ରତି ଏକ ଆକ୍ରମଣାତ୍ମକ କାର୍ଯ୍ୟ ଅଟେ । ଏହା ରାଷ୍ଟ୍ରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ବାଂଲାଦେଶରୁ ଭାରତକୁ ମୁସଲମାନମାନଙ୍କ ଅନୁପ୍ରବେଶ ଏବଂ ଏହାକୁ ରୋକିବାରେ ସରକାରଙ୍କ ଅକ୍ଷମତା ସାମାଜିକ ସ୍ଥିତିକୁ ଉଦ୍‌ବେଗ କରିଅଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

(୨) ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ସମୂହ – ୨୦୦୦ ମସିହାହୁ ୨୦୧୧ ମସିହା ପର୍ଯ୍ୟନ୍ତ ଆତଙ୍କବାଦୀମାନେ ଅହମ୍ମଦାବାଦ, ପୁନେ, ବେଙ୍ଗାଲୁର, ହାଇଦ୍ରାବାଦ, ଜୟପୁର, ବାରଣାସୀରେ ଅମାନୁଷିକ/ବର୍ବର ଆକ୍ରମଣ କରିଛନ୍ତି । ୨୦୦୧ରେ ଭାରତୀୟ ପାର୍ଲାମେଣ୍ଟ ଆକ୍ରମଣ ଏବଂ ୨୦୦୮ରେ ୨୬/୧୧ର ଆତଙ୍କବାଦୀ ଆକ୍ରମଣ ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟି କରିଅଛି । ଭାରତର ନାଗାଲାଣ୍ଡ, ମିଜୋରାମ ଏବଂ ମଣିପୁରର ଜାତି ବିଭେଦକୁ ନେଇ ହିଂସା ଓ ପ୍ରତିହିଂସା ହୋଇଅଛି ।

(୩) ଆତଙ୍କବାଦ ରାଷ୍ଟ୍ର ଏବଂ ସମୁଦାୟ ବିରୋଧୀ – ବିପଦପୂର୍ଣ୍ଣ ଆତଙ୍କବାଦ ଜାତୀୟ ଐକ୍ୟ ଓ ସଂହତିରେ ବାଧା ସୃଷ୍ଟି କରିଥାଏ । ଆତଙ୍କବାଦୀମାନେ ସାଧାରଣତଃ ଜାତୀୟ ସଂହତି, ରାଜନୈତିକ ସଂହତି, ରାଜନୈତିକ ଅନୁଷ୍ଠାନ ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ଲକ୍ଷ୍ୟରଖୁ ନାନା ଅଘଟଣମାନ ଭାରତରେ କରିଥା’ନ୍ତି । ସମାଜ ଓ ସାମାଜିକ, ରାଜନୈତିକ ଓ ଅର୍ଥକ ସମ୍ପର୍କକୁ ବିଶୃଙ୍ଖଳିତ କରିଥା’ନ୍ତି । ଗ୍ରାମ ବା ସହର ସାମୁଦାୟିକ ମନୋଭାବକୁ ଦୁର୍ବଳ କରିଥାନ୍ତି ।

(୪) ଆତଙ୍କବାଦ ବେଆଇନ ଆଇନ ବିରୁଦ୍ଧ ଓ ଆଇନ ଅସଙ୍ଗତ ଅଟେ – ଆତଙ୍କବାଦ ରାଜନୈତିକ, ଆଦର୍ଶଗତ, ସାମାଜିକ, ଅର୍ଥନୈତିକ କାରଣଗୁଡ଼ିକ ନେଇ ଆଇନ ବିରୋଧୀ କାର୍ଯ୍ୟ କରି ସ୍ବାର୍ଥ ହାସଲ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥାଏ । ପ୍ରାୟତଃ ଆତଙ୍କବାଦୀମାନଙ୍କର କାର୍ଯ୍ୟ ପଦ୍ଧତି ବେଆଇନ ବା ଆଇନ ବିରୋଧୀ ଅଟେ । ଆଇନଗୁଡ଼ିକ ଅବମାନନା କରି ବିଦ୍ରୋହୀଗଣ ସମାଜରେ ନାନା ଅଘଟଣ ଘଟାଇଥା’ନ୍ତି, ଯାହାକି ସମାଜ, ରାଷ୍ଟ୍ରର ବିକାଶ, ପ୍ରଗତି ଓ ଉନ୍ନତିରେ ବାଧକ ହୋଇଥାଏ । ଏହା ଆଇନ ଅସଙ୍ଗତ । ଏହା ଦେଶରେ ବିବିଧତା ଆଣିଥାଏ ଏବଂ ଶାନ୍ତି ଭଙ୍ଗ କରିଥାଏ ।

(୫) ଆତଙ୍କବାଦ ଭୟ ପ୍ରଦର୍ଶନ କରିଥାଏ ପଞ୍ଜାବ, କାଶ୍ମୀରରେ ଆତଙ୍କବାଦ, ନକ୍ସଲ, ଉଲ୍‌ଫା ଆତଙ୍କବାଦ ଇତ୍ୟାଦି ସମାଜରେ ଭୟ ସଂଚାର କରିଥା’ନ୍ତି । ଆତଙ୍କବାଦୀଙ୍କଦ୍ୱାରା ବ୍ୟବହୃତ ବୋମା, ବିସ୍ଫୋରକ ଦ୍ରବ୍ୟ, ଦୋକାନ ବଜାର, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡରେ ବୋମା ବିସ୍ଫୋରଣ, ସ୍ଥାନୀୟ ମୁଖ୍ୟଲୋକଙ୍କୁ ଅପହରଣ ଓ ହତ୍ୟାଧମକ ନାନା ଭୟ ସଞ୍ଚାର କରିଥାଏ ।

(୬) ଆତଙ୍କବାଦ ସୁସଙ୍ଗତ ବିଚାରକୁ ନିବାରଣ କରିଥାଏ – ସମାଜର ଅନୁମୋଦିତ, ସୀକୃତ ଓ ପ୍ରଣୋଦିତ ନୀତିନିୟମ, ଆଇନକାନୁନକୁ ଆତଙ୍କବାଦୀମାନେ ସହଜରେ ଗ୍ରହଣ କରି ନଥା’ନ୍ତି । ବରଂ ଆଇନକୁ ଅବମାନନା ବା ବେଖାତିର କରି ଆତଙ୍କି, ବା ସନ୍ତ୍ରାସ କରି ନିଜର ମତାମତ ଗ୍ରହଣ କରିବାକୁ ପ୍ରଶାସନ ତଥା ଜନସାଧାରଣଙ୍କୁ ବାଧ୍ୟ କରାଇବା ସନ୍ତ୍ରାସବାଦୀଙ୍କ ଉଦ୍ଦେଶ୍ୟ
ଥାଏ ।

(୭) ଆତଙ୍କବାଦ ସେଚ୍ଛାଚାରିତାକୁ ପ୍ରଶୟ ପ୍ରଦାନ କରିଥାଏ – ନିଜର ନିଷ୍ପଭିକୁ ଅନ୍ଧଭାବରେ ଗ୍ରହଣ କରିବାପାଇଁ ଦାବିଗୁଡ଼ିକ ଆତଙ୍କବାଦୀମାନେ ଉପସ୍ଥିତ କରିଥାନ୍ତି । ସେମାନଙ୍କର ମନମୁଖୀ ବ୍ୟବହାର ଅଶାନ୍ତି ବା ସାମାଜିକ ତଥା ଆଇନଗତ ବିଶୃଙ୍ଖଳାର କାରଣ ହୋଇଥାଏ ।

(୮) ଆତଙ୍କବାଦ ଜନସାଧାରଣଙ୍କୁ ଅସହାୟ କରିଦିଏ – ବହୁ ନିରୀହ ଜନସାଧାରଣ ଆତଙ୍କବାଦର ଆକ୍ରୋଶର ଶିକାର ହୋଇଥାନ୍ତି । ବହୁ ଧନସମ୍ପଭିର କ୍ଷୟକ୍ଷତି ହୋଇଥାଏ । ଏହି ବିପର୍ଯୟର ଶିକାର ହୋଇ ବହୁ ଅନାଥ, ବିଧବା, ଗୃହହୀନ ଆତଙ୍କବାଦ ଦମନର ଏକ ମାଧ୍ୟମ ଅଟେ । ଏହା ଏକ ହିଂସାତ୍ମକ ପଦକ୍ଷେପ ଅଟେ ।

୬ । ଆତଙ୍କବାଦର କାରଣଗୁଡ଼ିକ ବର୍ଣନା କର ।
Answer:
ସାଧାରଣତଃ ଜନସାଧାରଣଙ୍କୁ ପ୍ରଭାବିତ କରି ରାଜନୀତିକ କିମ୍ବା ବିଦ୍ରୋହ ନିମିତ୍ତ ସୁବିଧା ସୁଯୋଗ ଲାଭ କରିବାପାଇଁ ପୂର୍ବ ପରିକଳ୍ପିତ ବା ସ୍ଥିରୀକୃତ ଉଦ୍ଦେଶ୍ୟମୂଳକ ଓ ଯୋଜନାମୂଳକ ହତ୍ୟା, ଆତଙ୍କ ନିରୀହମାନଙ୍କୁ ଭୀତି ପ୍ରଦର୍ଶନ ହେଉଛି ଆତଙ୍କବାଦ ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଆତଙ୍କବାଦର ଅନେକ କାରଣମାନ ରହିଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।

ସାମାଜିକ କାରଣ – ଯେତେବେଳେ ସଂଖ୍ୟାଲଘୁ ଗୋଷ୍ଠୀ ସେମାନଙ୍କର ଅଧିକାରଗୁଡ଼ିକ ଠିକ୍ ଭାବରେ ପୂରଣ କରିବାରେ ଅସମର୍ଥ ହୋଇଥା’ନ୍ତି ଏବଂ ସେମାନଙ୍କର ସାଂସ୍କୃତିର ଅବକ୍ଷୟ ହେଉଅଛି ବୋଲି ଅନୁଭବ କରିଥା’ନ୍ତି, ସେଥ‌ିପାଇଁ ଉପଯୁକ୍ତ ସହାୟତା ଓ ପ୍ରୋତ୍ସାହନରେ ବିଫଳ ହେଲେ ସେମାନେ ଚରମପନ୍ଥୀ ହୋଇଥା’ନ୍ତି ।

କେତେକ କାରଣବଶତଃ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟମାନେ ସାମାଜିକ ସମ୍ପର୍କକୁ ବ୍ୟାପକ କରିବାରେ ବିଫଳ ହୋଇଥାନ୍ତି । ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତି ନାହିଁ । ଫଳରେ ବିକଳ୍ପ ପନ୍ଥା ଅନୁସରଣ କରି ଆତଙ୍କବାଦ ଭିତରେ ନିଜକୁ ପରିଚାଳନା କରିଥା’ନ୍ତି ଓ ଆତଙ୍କବାଦୀ ପାଲଟିଯା’ନ୍ତି ।

(୨) ଅର୍ଥନୈତିକ କାରଣ – ଦାରିଦ୍ର୍ୟ ଆତଙ୍କବାଦର ପ୍ରଧାନ କାରଣ ଅଟେ । ସାମାଜିକ ଓ ଅର୍ଥକ ଅବସ୍ଥାର ଅସନ୍ତୁଳନ ବିକଳ୍ପ ପନ୍ଥା ପାଇଁ ବାଟ ଦେଖାଇଥାଏ । ସେମାନେ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ ଅସହିଷ୍ଣୁ ଓ ହିଂସ୍ର ଆଚରଣ ଦେଖାଇଥା’ନ୍ତି । ଏପରିକି ସେମାନେ ଆବଶ୍ୟକତାକୁ ପୂରଣ କରିବାପାଇଁ ଆତ୍ମଘାତୀ ନୀତି ଅବଲମ୍ବନ କରି ଅନ୍ୟର କ୍ଷତି କରିଥା’ନ୍ତି ଓ ସେମାନଙ୍କର ମନରେ ଭୟର ସଞ୍ଚାର କରିଥା’ନ୍ତି ।

ଦ୍ଵିତୀୟତଃ, ଶିକ୍ଷିତ ବେକାରୀ ଚାକିରି ପ୍ରତି ବିଶେଷ ଧ୍ୟାନଦେଇ ବିଫଳ ହେବାରୁ ଓ ସାମାଜିକ ମର୍ଯ୍ୟଦା ଅଧୋପତନ ଭୟରୁ ସେମାନେ ବିପଥଗାମୀ ହୁଅନ୍ତି । ଦୁର୍ନୀତି, ପ୍ରୀୟାପ୍ରୀତି, ଅସାଧୁତା, ବେକାରୀ ସମସ୍ୟାକୁ ବିଛାଇ ଦେଇଅଛି । ଆର୍ଥିକ ଅବସ୍ଥା ଓ ଜୀବନକୁ ମୁକ୍ତ ଭାବେ ଉପଭୋଗ ପାଇଁ ସେମାନେ ଆତଙ୍କବାଦ ଗ୍ରହଣ କରୁଛନ୍ତି ।

ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର ରାଜ୍ୟରେ କେତେକ ଅର୍ଥନୈତିକ କାରଣ, ଯଥା-ଭୂ-ସମ୍ପରି ସଂସ୍କାର, ଗ୍ରାମୀଣ ବେକାରୀ, ଭୂମିହୀନ ଶ୍ରମିକଙ୍କ ପ୍ରତି ଜମିଦାରଙ୍କ ଶୋଷଣ ଆତଙ୍କବାଦିତାକୁ ବୃଦ୍ଧି କରେ ।

(୩) ଜାତିଗତ କାରଣ – ନାଗାଲାଣ୍ଡ, ମିଜୋରାମ, ମଣିପୁର ଓ ଆସାମରେ ହେଉଥ‌ିବା ଆତଙ୍କବାଦଗୁଡ଼ିକ ପ୍ରଜାତୀୟ ଓ ଜାତିଭିତ୍ତିକ ଦ୍ବେଷ ପାଇଁ ହେଉଅଛି । ଜାତିଆଣଭାବ ସଂକୀର୍ଣ୍ଣ ସ୍ବାର୍ଥ, ହିଂସାତ୍ମକ ଆଚରଣ କରିବାପାଇଁ କେତେକ ଗୋଷ୍ଠୀ ପ୍ରବର୍ତ୍ତାଉଛନ୍ତି । ଫଳରେ ରାଜ୍ୟଗୁଡ଼ିକରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଜାତିଗତ ସଂଘର୍ଷ, ଶ୍ରେଣୀ ଜଟିଳତା, ଅସମାନତା, ରାଜନୈତିକ ସୁଯୋଗରୁ ବଞ୍ଚିତ ହେଉଥ‌ିବା ଗୋଷ୍ଠୀ ଓ ଜାତି ସାମର୍ଥ୍ୟକୁ ବଳବତ୍ତର ରଖୁବା ପାଇଁ ଆତଙ୍କବାଦର ସାହାଯ୍ୟ ଗ୍ରହଣ କରି ବ୍ୟକ୍ତି ଆତଙ୍କବାଦୀ ହୋଇଥାଏ ।

(୪) ଧର୍ମୀୟ କାରଣ – ସାଧାରଣତଃ ବିଶ୍ବରେ ଯେଉଁ ଆତଙ୍କବାଦଜନିତ ବିଘଟନ ଘଟିଯାଉଛି ତା’ର ମୁଖ୍ୟ କାରଣ ହେଉଛି ଧର୍ମୀୟ ଈର୍ଷା ଓ ଆସୂୟା ମନୋଭାବ । ପଞ୍ଜାବର ଖଲିସ୍ଥାନବାଦୀ, ଜାମ୍ମୁ କାଶ୍ମୀରର ମୁକ୍ତି ସଙ୍ଗଠନ, ଏପରିକି ହିଜ୍କୁଲ୍ ମୁଜାହିଦ୍ଦିନର ଦାବି ଜାମ୍ମୁ ଓ କାଶ୍ମୀରକୁ ପାକିସ୍ତାନ ସହ ମିଶ୍ରିତ ଧର୍ମୀୟ ସଂଘର୍ଷର ରୂପ ପ୍ରଦାନ କରେ । ଏହା ଜନଜୀବନକୁ ନଷ୍ଟ କରିଥାଏ ।

(୫) ଗଣତନ୍ତ୍ର ବିରୋଧୀ – ଆଧୁନିକ ରାଜନୀତିରେ ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଅଟେ; କିନ୍ତୁ କେତେକ ମୁଷ୍ଟିମେୟ ଗୋଷ୍ଠୀ ଏହି ସୁଯୋଗର ଅସହୁପଯୋଗ କରନ୍ତି । ଦଳୀୟ କୁତ୍ସିତ ମନୋଭାବ, ହୀନ ସାର୍ଥପରତା ଗଣତନ୍ତ୍ରକୁ ବିକଳାଙ୍ଗ କରିଛି । ‘ଜୋର ଯାହାର ମୂଲକ ତା’ର’ ନୀତି ସାମାଜିକ, ରାଜନୈତିକ ଜୀବନ ବିଶୃଙ୍ଖଳିତ କରିଥାଏ । ଏହା ଆତଙ୍କବାଦକୁ ପ୍ରୋତ୍ସାହିତ କରେ ।

(୬) ଅମାନବିକତା – ଜାତୀୟତାବୋଧର ଅଭାବ ମଣିଷ ଜାତିର ମହନୀୟତାକୁ ନଷ୍ଟ କରିଦିଏ । ଜାତି, ଧର୍ମ, ବର୍ଣ୍ଣର ଅନ୍ଧ ଆନୁଗତ୍ୟଭାବ ମାନବିକତାକୁ ନଷ୍ଟ କରିଥାଏ ଓ ସେମାନେ ବିଶୃଙ୍ଖଳିତ ହୋଇ ଆତଙ୍କରାଜ, ଲୁଟତରରାଜ ଚଳାଇଥା’ନ୍ତି । ଗୋଷ୍ଠୀ, ହିତାହିତ ଜ୍ଞାନ ହରାଇବସନ୍ତ ଓ ଉଦ୍ଦାମତ୍ତାର ଶିକାର ହୋଇଥା’ନ୍ତି । ସେମାନେ ଉଚିତ ଓ ଅନୁଚିତର ବିଚାର କରିବାର ସାମର୍ଥ୍ୟ ହରାଇ ବସନ୍ତି ଏବଂ ତହୁ ଉଗ୍ରବାଦ ବା ଆତଙ୍କବାଦ ସେମାନଙ୍କ ଜୀବନକୁ ନଷ୍ଟକରେ ।

ଆତଙ୍କବାଦର ଅନ୍ୟାନ୍ୟ କାରକଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ପ୍ରାଦ୍ୟୋଗିକ ସମାଜର ଯାନ୍ତ୍ରିକ ସଭ୍ୟତା, ଯୋଗାଯୋଗ ଓ ପରିବହନ ତଥା କଳକାରଖାନାର ପରିବେଶ ପରୋକ୍ଷରେ
(ii) ଆଜିର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀ ଆନ୍ଦୋଳନଗୁଡ଼ିକୁ ଅପେକ୍ଷାକୃତ ଭାବରେ ତୀବ୍ର କରିଥାଏ । ଦୂରବର୍ତ୍ତୀ ନିୟନ୍ତ୍ରକଦ୍ବାରା ଚାଳିତ ଯୁଦ୍ଧାସ୍ତ୍ର ମାଧ୍ୟମରେ ଆତଙ୍କବାଦୀ ଘୋର କ୍ଷତି କରନ୍ତି ।
(iii) ଆଧୁନିକ ଯୁଦ୍ଧକୌଶଳ ପାଇଁ ବିଶ୍ବର ବୃହତ୍ ଆତଙ୍କବାଦୀ ସଂଗଠନ ସହ ଆଞ୍ଚଳିକ କ୍ଷୁଦ୍ର ଆତଙ୍କବାଦୀ ସଙ୍ଗଠନର ହାତ ମିଳାଇବା ଫଳରେ ଆତଙ୍କବାଦ ତେଜିଥାଏ ।
(iv) ଆନ୍ତର୍ଜାତିକ ଆତଙ୍କବାଦୀ ବ୍ୟବସ୍ଥାର ବୃଦ୍ଧି ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ।
(v) ଗଣମାଧ୍ୟମରେ ହିଂସା ଓ ଆତଙ୍କବାଦଜନିତ କୌଶଳର ବହୁଳ ପ୍ରଚାର ପ୍ରସାର ଏହାକୁ ବୃଦ୍ଧିକରେ ।
ଆତଙ୍କବାଦର କାରଣ ପାଇଁ ଉପରୋକ୍ତ କାରକଗୁଡ଼ିକ ଦାୟୀ ଅଟନ୍ତି ।

୭ । ଭାରତୀୟ ସମାଜରେ ଆତଙ୍କବାଦର ପ୍ରଭାବକୁ ଆଲୋଚନା କର ।
Answer:
ଆତଙ୍କବାଦର ପ୍ରଭାବ ରାଷ୍ଟ୍ର ଉପରେ ପଡ଼ିବା ସହିତ ସମଗ୍ର ବିଶ୍ବରେ ପଡ଼ିଥାଏ ଓ ଏହା ଉଦ୍‌ବେଗର କାରଣ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ସାର୍ଥକୁ କେନ୍ଦ୍ରକରି ଯେଉଁ ଆତଙ୍କ ଖେଳିଯାଏ ତା’ର ପ୍ରଭାବରେ ବ୍ୟକ୍ତି ଓ ସମାଜ କ୍ଷତିଗ୍ରସ୍ତ ହୁଏ । ଆତଙ୍କବାଦର ପ୍ରଭାବକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଯୁବ ସମାଜ ଉପରେ ପ୍ରଭାବ – ଆତଙ୍କବାଦ ତରୁଣଗୋଷ୍ଠୀକୁ ସାରା ବିଶ୍ବରେ କବଳିତ କରିଛି । ବେକାର ଯୁବକମାନେ ଅର୍ଥର ଲାଳସାରେ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ସଦସ୍ୟତା ଗ୍ରହଣ କରି ରାଜନୈତିକ ତଥା ସାମାଜିକ ଅବସ୍ଥାକୁ ବିପର୍ଯ୍ୟସ୍ତ କରିଥା’ନ୍ତି । ସାର୍ଥସାଧନ ପାଇଁ ସେମାନଙ୍କର ଶିଷ୍ଟତା, ନୀତିନିଷ୍ଠତା, ବିବେକ ଓ ବିଚାରବୋଧ ଇତ୍ୟାଦି ନଥାଏ ।

ଭାରତର ମୁମ୍ବାଇ ଆକ୍ରମଣ, ତାଜ ହୋଟେଲର କ୍ଷୟକ୍ଷତି ଓ ନିରୀହ ଜନସାଧାରଣଙ୍କର ଧନଜୀବନ ହାନିର କାରଣ ଏହି ଯୁବଗୋଷ୍ଠୀକୁ ଦିଆଯାଇପାରେ । ସେମାନଙ୍କର ସେମାନଙ୍କର ସାହସିକତା କେତେଗୁଡ଼ିଏ ଉଗ୍ରବାଦୀ ସଙ୍ଗଠନକୁ ମଜବୁତ କରିଥାଏ, କିନ୍ତୁ ଏହା ଜାତୀୟ ସଂହତିରେ ବାଧା ସୃଷ୍ଟି କରିଥାଏ । ଯୁବଗୋଷ୍ଠୀ ସଂଯମତା ଓ ଶୃଙ୍ଖଳାକୁ ଗୌଣ ମନେକରନ୍ତି । ସେମାନଙ୍କର ଜାତିପ୍ରୀତି ଓ ଦେଶସେବା ମନୋବୃତ୍ତି ନଥାଏ ।

ତେଣୁ ଆତଙ୍କବାଦ ଯୁବଗୋଷ୍ଠୀଙ୍କ ବ୍ୟବହାରକୁ ପରିବର୍ତ୍ତନ କରିଥାଏ ଓ ସେମାନେ ଉଗ୍ର ସଭାବର ହୋଇଥା’ନ୍ତି ଓ ମାନବିକତାକୁ ହରାଇ ବସିଥା’ନ୍ତି ।

(୨) ଅର୍ଥନୈତିକ ପ୍ରଭାବ – ବିଶ୍ବରେ ଅର୍ଥନୈତିକ ସଙ୍କଟ ଲାଗିରହିଛି ଓ ଭାରତୀୟ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଅଛି । ଆତଙ୍କବାଦୀଙ୍କଦ୍ବାରା ମୁମ୍ବାଇର ତାଜ ହୋଟେଲ ଆକ୍ରମଣ, ନକ୍‌ସଲ, ମାଓସେନା ଆକ୍ରମଣ ତଥା ସୀମାରେ ଉଗ୍ରବାଦୀଙ୍କର ଅନୁପ୍ରବେଶ ଭାରତର ଆର୍ଥିକ ସଂକଟକୁ ଦ୍ବିଗୁଣିତ କରୁଅଛି । ବିସ୍ଫୋରଣ, ହିଂସା, ସଂଘର୍ଷ ଇତ୍ୟାଦି କରୁଥ‌ିବା ଆତଙ୍କବାଦୀକୁ ଦମନ କରିବାପାଇଁ ସରକାରୀ ଉଦ୍ୟମ ରାଷ୍ଟ୍ରର ଅର୍ଥନୀତି ଉପରେ ଚାପ ପକାଇଥାଏ ।

ସରକାରୀ ଅନୁଷ୍ଠାନ, ସର୍ବସାଧାରଣ ବ୍ୟବହୃତ ଯାନବାହନ, ରେଳ, ପୋଲ, ଧ୍ବସ୍ତ ବିଧ୍ବସ୍ତ ହେବା ଫଳରେ ଜାତୀୟ ସମ୍ପତ୍ତି ଓ ଅଭିବୃଦ୍ଧି ହାର ଘୋର ସଙ୍କଟରେ ପଡ଼ିଥାଏ ।

(୩) ସମାଜ ଉପରେ ପ୍ରଭାବ – ଆତଙ୍କବାଦୀଙ୍କର ଦୌରାତ୍ମ୍ୟରେ ସମାଜିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇଥାଏ । ପରିବାର ବିଘଟିତ ହୋଇଥାଏ । ଏହା ସଂସ୍କାରବିହୀନ ହୋଇପଡ଼େ । ଜାତୀୟ ସଚେତନତା କ୍ଷୁଣ୍ଣ ହୋଇଯାଏ, ଯାହାକି ଜାତୀୟ ପ୍ରଗତିରେ ପ୍ରତିବନ୍ଧକ ହୋଇଥାଏ । ଜାତିଗତ, ଧର୍ମଗତ ବିବିଧତା ରାଷ୍ଟ୍ରରେ ଐକ୍ୟ ସ୍ଥାପନରେ ବିଫଳ ହୋଇଯାଏ ।

ସମାଜରେ ଶ୍ରେଣୀ ସମସ୍ୟା ସୃଷ୍ଟି ହୋଇଥାଏ ଓ ଏହା ଶ୍ରେଣୀ ସଂଘର୍ଷର ରୂପ ନେଇ ବହୁ ଅଭାବନୀୟ ଘଟଣା ସୃଷ୍ଟି କରିଥାଏ । ବ୍ୟକ୍ତିତ୍ବ ବିଘଟନ ଓ ସାମାଜିକ ବିଘଟନ ପାଇଁ ଆତଙ୍କବାଦ ହିଁ ଦାୟୀ ଅଟେ ।

(୪) ପରିବେଶ ଉପରେ ପ୍ରଭାବ – ପ୍ରକାରାନ୍ତରେ ଦେଖିବାକୁ ଗଲେ ମନୁଷ୍ୟ ପରିବେଶର ବହୁ କ୍ଷତି ଘଟାଇଥାଏ । ଉଗ୍ରବାଦଦ୍ବାରା ମାନବଜାତିର ତଥା ପ୍ରାକୃତିକ ଓ ସାମାଜିକ ପରିବେଶ ଧ୍ବସ୍ତବିଧ୍ୱସ୍ତ ହୋଇଥାଏ । ଆତଙ୍କବାଦୀଙ୍କଦ୍ବାରା ବ୍ୟବହୃତ ଅସ୍ତ୍ର, ରାସାୟନିକ ବୋମା, କ୍ଷେପଣାସ୍ତ୍ର ଇତ୍ୟାଦି ପ୍ରାକୃତିକ ପରିବେଶକୁ ପ୍ରଦୂଷିତ କରିଥାଏ । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଏ ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଏହା ସାମାଜିକ ପରିବେଶକୁ ମଧ୍ୟ ପ୍ରଭାବିତ କରିଥାଏ । ପରିବେଶରେ ଭୟ ଓ ଆତଙ୍କ ଖେଳାଇ ଦେଇଥାଏ ।

(୫) ଜାତୀୟ ସୁରକ୍ଷା ଉପରେ ପ୍ରଭାବ – ଆତଙ୍କବାଦ ଜାତୀୟ ସୁରକ୍ଷାରେ ବାଧା ସୃଷ୍ଟି କରିଥାଏ । ଏହା ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ପ୍ରତି ବିପଦ ଆଣିଥାଏ । ସନ୍ତ୍ରାସବାଦୀ ଆକ୍ରମଣ ବାହ୍ୟଶତ୍ରୁଙ୍କଦ୍ୱାରା ପ୍ରାୟତଃ ସଙ୍ଗଠିତ ହୋଇଥାଏ । ପଡ଼ୋଶୀ ରାଷ୍ଟ୍ରମାନଙ୍କଦ୍ୱାରା ପ୍ରେରିତ ସନ୍ତ୍ରାସବାଦୀମାନେ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ତଥା ବନ୍ଧୁକଚାଳନା ଇତ୍ୟାଦି ବିଭିନ୍ନ ପ୍ରକାର ବିଘଟନ ଘଟାଇଥା’ନ୍ତି ।

ବିଦେଶୀ ଶକ୍ତିଦ୍ଵାରା ପ୍ରୋତ୍ସାହିତ ହୋଇ ନିଜ ରାଷ୍ଟ୍ରର ନାଗରିକମାନେ ଏହିଭଳି ସନ୍ତ୍ରାସବାଦୀ କାର୍ଯ୍ୟରେ ଲିପ୍ତ ରହିଥା’ନ୍ତି । ଫଳରେ ରାଷ୍ଟ୍ରର ସଂହତି ତଥା ସୁରକ୍ଷା ପ୍ରତି ଏକ ଶକ୍ତ ଆହ୍ଵାନ ପରିସ୍ଥିତି ସୃଷ୍ଟି ହୋଇଥାଏ ।

(୬) ପରିଭ୍ରମଣ ଉପରେ ପ୍ରଭାବ – ପରିଭ୍ରମଣ ଆଞ୍ଚଳିକ ତଥା ରାଷ୍ଟ୍ରୀୟ ଅର୍ଥନୀତିକୁ ସୁଦୃଢ଼ କରିଥାଏ । ଭ୍ରମଣ ଉପରେ ନିର୍ଭର କରୁଥିବା ସ୍ଥାନୀୟ ବାସିନ୍ଦା ବ୍ୟବସାୟ ମାଧ୍ୟମରେ ଆର୍ଥିକ ସଚ୍ଛଳ ହୋଇଥା’ନ୍ତି । କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପ ଫଳରେ ବିଭିନ୍ନ ସ୍ଥାନରୁ ଆସୁଥିବା ଭ୍ରମଣକାରୀ ନିଜର ଧନଜୀବନର ସୁରକ୍ଷା ସମ୍ପର୍କରେ ଅନିଶ୍ଚିତତା ତଥା ଭୟ ଆଶଙ୍କା କରି ଏଭଳି ଭ୍ରମଣ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖୁଥାଆନ୍ତି, ଯଦ୍ବାରା ପରିଭ୍ରମଣ ଭଳି ଏକ ଚିତ୍ତ ବିନୋଦନ କାର୍ଯ୍ୟ ବ୍ୟାହତ ହେବା ସହିତ ସ୍ଥାନୀୟ ଅଧ୍ଵବାସୀମାନଙ୍କର ଜୀବିକା ଅର୍ଜନ ଯଥେଷ୍ଟ ହ୍ରାସ ପାଏ ।

(୭) ରାଷ୍ଟ୍ରର ପ୍ରଗତିରେ ବାଧକ ଆତଙ୍କବାଦୀଙ୍କର କାର୍ଯ୍ୟକଳାପ ରାଷ୍ଟ୍ରର ବିକାଶ, ପ୍ରଗତି ଅଥବା ଉନ୍ନତିରେ ବାଧା ସୃଷ୍ଟି କରିଥାଏ ଓ ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ଝଡ଼ ସୃଷ୍ଟି କରିଥାଏ । ରାଷ୍ଟ୍ରରେ ଆଇନ୍ ଶୃଙ୍ଖଳା ବ୍ୟାହତ ହୋଇଥାଏ । ନାଗରିକ ଅଧିକାରରୁ ଜନସାଧାରଣ ବଞ୍ଚିତ ହୋଇଥା’ନ୍ତି । ସରକାରୀ ସ୍ତରରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଠିକ୍ ଭାବରେ ତ୍ବରାନ୍ବିତ ହୋଇପାରେ ନାହିଁ ।

ଆତଙ୍କବାଦୀଙ୍କ ଧମକ ଓ ଭୟ ସଞ୍ଚାର, ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ସୁଚାରୁରୂପେ କାର୍ଯ୍ୟକ୍ଷମ କରାଇପାରେ ନାହିଁ । ଅପହରଣ, ହତ୍ୟା ଇତ୍ୟାଦି ହିଂସାତ୍ମକ କାର୍ଯ୍ୟକୁ ପ୍ରତିହତ କରାଇବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଉପାୟ ଓ ଯୋଜନାଗୁଡ଼ିକ ଅବଲମ୍ବନ କରାଯାଇଅଛି; କିନ୍ତୁ ଆତଙ୍କବାଦୀଙ୍କ ହସ୍ତକ୍ଷେପ ଓ ଦାଦାବଟି ଆଦାୟ ରାଷ୍ଟ୍ରର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଅଛି । ଏହାର ପ୍ରତିକ୍ରିୟା ରାଷ୍ଟ୍ରର ସଂହତି ଓ ପ୍ରଗତିରେ ବାଧା ସୃଷ୍ଟି କରିଥିଲା ।

ଆତଙ୍କବାଦ ବ୍ୟକ୍ତିର କ୍ଷତି ପହଞ୍ଚାଇବା ସହିତ ସେମାନଙ୍କର ଚିନ୍ତା ଓ ଚେତନା ଏବଂ ମନୋଭାବକୁ ପ୍ରଭାବିତ କରିଥାଏ । ପ୍ରତ୍ୟେକଙ୍କ ମନରେ ଏହା ଏକ ଅଜଣା ଭୟ ସଞ୍ଚାର ହୋଇଥାଏ ଓ ସର୍ଭିଏ ନିଜକୁ ଅସୁରକ୍ଷିତ ମନେ କରିଥା’ନ୍ତି ।

୮ । ଜାତିବାଦ କ’ଣ ? ଭାରତରେ ଜାତିବାଦ ବୃଦ୍ଧିର କାରଣମାନ ଲେଖ ।
Answer:
ଜାତିବାଦରେ ବିଶ୍ଵାଶ କରୁଥିବା ବ୍ୟକ୍ତି ଉଚିତ-ଅନୁଚିତ, ନ୍ୟାୟ-ଅନ୍ୟାୟ ଆଦିର କୌଣସି ବାଛବିଚାର ନ କରି ନିଜ ଜାତିର ସ୍ବାର୍ଥ ହାସଲ ପାଇଁ ଗୁରୁତ୍ଵ ଦେଇଥାଏ ଓ ଅନ୍ୟଜାତିର ସାର୍ଥକୁ ଉପେକ୍ଷା କରିଥାଏ । ବାବା କାଲେଲକରଙ୍କ ମତରେ, “ଜାତିବାଦ ହେଉଛି ମାତ୍ରାତିରିକ୍ତ ଅନ୍ଧ ଏବଂ ଦାୟିକ ଗୋଷ୍ଠୀ ଆନୁଗତ୍ୟ ଯାହାକି ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ ଓ ବିଶ୍ୱଭ୍ରାତୃତ୍ୱଭାବ ଆଦି ସୁସ୍ଥ ମାନବବାଦ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ” ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଜାତିବାଦ ପଛରେ କେତେକ ମୌଳିକ କାରଣ ରହିଛି । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଜାତିର ସାମଜିକ ପ୍ରତିଷ୍ଠା ପାଇଁ ପ୍ରତିଯୋଗିତା – ନିଜ ନିଜ ଜାତିର ସାମାଜିକ ପ୍ରତିଷ୍ଠା ପାଇଁ ଜାତି – ଜାତି ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଅହରହ ଲାଗିରହିଥାଏ । ବ୍ୟକ୍ତି ସମ୍ମାନକୁ ଜାତି ସମ୍ମାନରୂପେ ଗହଣ କରାଯାଇଥାଏ । ଫଳରେ ଜାତିବାଦର ମୂଳ ସୁଦୃଢ଼ ହୋଇଥାଏ ।

(୨) ସମଜାତି ବିବାହ – ଜାତି – ଜାତି ମଧ୍ୟରେ ବା ସାଜାତିରେ ହେଉଥ‌ିବା ବିବାହକୁ ସମଜାତି ବିବାହ କହନ୍ତି । ଏହି ନିୟମ ଅନୁଯାୟୀ ଜାତି ବା ଉପଜାତି ବାହାରେ ବିବାହକୁ ଅନୁମତି ଦିଆଯାଇ ନଥାଏ । ଫଳରେ ବୈବାହିକ ସମ୍ପର୍କ ଜାତି ମଧ୍ୟରେ ସୀମିତ ରହିଯିବାରୁ ବିବାହ ବନ୍ଧନଦ୍ବାରା ଆବଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଏକତା ଓ ଘନିଷ୍ଠତା ବୃଦ୍ଧିଯାଏ । ବିଭିନ୍ନ କ୍ଷେତ୍ରରେ ସେମାନେ ନିଜ ନିଜର ଜାତିର ସଦସ୍ୟମାନଙ୍କର ସାର୍ଥକୁ ଅଗ୍ରାଧିକାର ଦେବାକୁ ବାଧ୍ୟ ହୋଇଥା’ନ୍ତି ।

(୩) ସହରୀକରଣ – ଆମ ଦେଶରେ ଆଜିକାଲି ସହରୀକରଣ ପ୍ରକ୍ରିୟାର ଦ୍ରୁତ ପ୍ରସାର ଲକ୍ଷ୍ୟ କରାଯାଇଛି । ଏହା ଜାତିବାଦକୁ ଉତ୍ସାହିତ କରୁଛି ବୋଲି ଅନେକ ମତ ଦେଇଛନ୍ତି । କାରଣ ଗାଁଗଣ୍ଡା ଛାଡ଼ି ସହରକୁ ଆସୁଥ‌ିବା ବ୍ୟକ୍ତି ନିଜକୁ ଅସହାୟ ମନେକରନ୍ତି । ବିପଦ ଆପଦରେ ନିଜ ନଜର ଜାତିଭାଇମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ଲୋଡ଼ିଥା’ନ୍ତି । ତେଣୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥାଏ ।

(୪) ନିର୍ବାଚନ – ନିର୍ବାଚନ ସମୟରେ ଜାତିକୁ ହାତବାରିସି ରୂପେ ବ୍ୟବହାର କରାଯାଇ ବିଭିନ୍ନ ନେତାମାନେ ନିଜ ଜାତିକୁ ପାଥେୟ କରି ଭୋଟ ଭିକ୍ଷା କରନ୍ତି । ନିର୍ବାଚନରେ ଅନେକ ସମୟରେ ମନ୍ତ୍ରିମଣ୍ଡଳରେ ପ୍ରତିନିଧୁତ୍ଵ ମଧ୍ଯ ଜାତିକୁ ଭିଭିକରି ହୋଇଥାଏ ।

(୫) ପରିବହନ ଓ ଯୋଗାଯୋଗ ସୁବିଧାର ଉନ୍ନତି – ଗମନାଗମନର ଉନ୍ନତି, ଡାକତାର ଓ ଛାପାକଳର ଉଦ୍ଭାବନ ପ୍ରଭୃତି ଯୋଗୁଁ ବିଭିନ୍ନ ଜାତିର ଲୋକମାନେ ଯଥେଷ୍ଟ ଦୂରରେ ରହୁଥିଲେ ହେଁ ଏକାଠି ସଙ୍ଗଠିତ ହେବାର ସୁଯୋଗ ପାଇଛନ୍ତି । ପ୍ରାଦେଶିକ ଓ ଜାତୀୟ ସ୍ତରରେ ବିଭିନ୍ନ ଜାତିଗୁଡ଼ିକ ସଙ୍ଗଠିତ ହେବା ଫଳରେ ଜାତିବାଦ ବୃଦ୍ଧି ପାଇବାରେ ଲାଗିଛି ।

(୬) ଜାତିଭିତ୍ତିକ ସୁବିଧା ସୁଯୋଗ – କେତେକ ନିର୍ଦ୍ଦିଷ୍ଟ ଜାତିର ଲୋକମାନଙ୍କୁ ଅଧିକ ସୁବିଧା ସୁଯୋଗ ଦେବାପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଅଛି । ସମାଜବିଜ୍ଞାନୀଙ୍କ ମତରେ ଏହା ଜାତିଆଣ ମନୋବୃତ୍ତିକୁ ସୁଦୃଢ଼ କରୁଅଛି । ସରକାରୀ ସ୍ତରରେ ସୁବିଧା ସୁଯୋଗ ପାଇବାପାଇଁ ଏସବୁ ଜାତିର ଲୋକେ ସତନ୍ତ୍ର ସତ୍ତା ବଜାୟ ରଖୁବାକୁ ଚେଷ୍ଟା କରୁଛନ୍ତି |

(୭) ନିରକ୍ଷରତା ଓ ରକ୍ଷଣଶୀଳତା – ଗ୍ରାମୀଣ ଲୋକମାନେ ନିରକ୍ଷରତା ଓ ଅନ୍ଧବିଶ୍ଵାସ ଯୋଗୁ ଜାତିର କଠୋରତା ମଧ୍ୟରେ ସୀମିତ ହୋଇ ରହିଥା’ନ୍ତି । ସେମାନଙ୍କ ରକ୍ଷଣଶୀଳ ମନୋଭାବ ସାମାଜିକ ବ୍ୟବଧାନ ସୃଷ୍ଟି କରିଥାଏ । ଏଥିପାଇଁ ସେମାନେ ପରିବର୍ତ୍ତନକୁ ଆହ୍ବାନ କରନ୍ତି ନାହିଁ ।

ସେମାନେ ରକ୍ଷଣଶୀଳ ବ୍ୟବହାର ପରିବର୍ତ୍ତନକୁ ବିରୋଧ କରିଥାନ୍ତି ଏବଂ ନିଜ ଜାତି ପରିସୀମା ମଧ୍ୟରେ ରହି ଆମ୍ବସନ୍ତୋଷ ଲାଭ କରିବା ସହିତ ସାର୍ଥସାଧନ କରି ନିଜର ପ୍ରସ୍ଥିତି ରାକ୍ଷା କରିଥାନ୍ତି । ଫଳସ୍ୱରୂପ ଏହା ଜାତିବାଦକୁ ପ୍ରୋତ୍ସାହିତ କରିଥାଏ ।

୯ । ଜାତିବାଦର ପରିଣାମ ଓ ପ୍ରଭାବ ଲେଖ ।
Answer:
ସାଧାରଣଭାବରେ କୁହାଯାଇପାରେ ଯେ ନିଜର ତଥା ଜାତିର ପ୍ରସ୍ଥିତି ପାଇଁ ଉଦ୍ୟମ କରିବା ଏକ ସକାରାତ୍ମକ ଚିନ୍ତାଧାରା । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଉଗ୍ର ଜାତି ପ୍ରୀତିବ୍ୟକ୍ତି ଓ ସମାଜ ଉପରେ ଏକ ନକାରାତ୍ମକ ଚିନ୍ତାଧାରା ପକାଇ ସମାଜକୁ ବିଘଟିତ କରାଇଥାଏ ।

(୧) ଜାତୀୟତାବାଦରେ ପ୍ରତିବନ୍ଧକ – ଜାତୀୟତାବାଦ ଜନସାଧାରଣଙ୍କ ମଧ୍ୟରେ ସଦେଶପ୍ରେମ ଓ ଆନୁଗତ୍ୟଭାବ ଜାଗ୍ରତ କରିଥାଏ । ଜତୀୟତାବାଦ ଜାତିବାଦକୁ ପ୍ରଶ୍ରୟ ଦିଏ ନାହିଁ । ଜାତିବାଦ ଜାତି ଜାତି ମଧ୍ୟରେ ବିବାଦ ସୃଷ୍ଟି କରିଥାଏ ।

(୨) ରାଷ୍ଟ୍ରୀୟ ଏକତାରେ ପ୍ରତିବନ୍ଧକ – ଜାତିବାଦର ସମର୍ଥନକାରୀମାନେ ଏତେ ପରିମାଣର ଆତ୍ମକୈନ୍ଦ୍ରିକ ହୋଇଥା’ନ୍ତି ଯେ ସେହି ସାର୍ଥକୁ ନେଇ ଜାତି ଜାତି ମଧ୍ୟରେ ସଂଘର୍ଷ ଉପୁଜେ ।

(୩) ଗଣତନ୍ତ୍ରରେ ପ୍ରତିବନ୍ଧକ – ଜାତିବାଦ ଗଣତାନ୍ତ୍ରିକ ମୌଳିକ ନିୟମ ବା ଆଚରଣବିଧୁଗୁଡ଼ିକୁ ମାନିନେବା ପାଇଁ ପ୍ରସ୍ତୁତ ନଥାଏ । ଗଣତନ୍ତ୍ର ସାମାଜିକ ସଂପୃକ୍ତକୁ ଗୁରୁତ୍ଵ ଦେଇଥାଏ । ଫଳରେ ଜାତି ଓ ଶ୍ରେଣୀ ମଧ୍ଯରେ ତାରତମ୍ୟ ବା ପ୍ରଭେଦ ରହି ନଥାଏ । କିନ୍ତୁ ଜାତିବାଦ ସାମାଜିକ ସମ୍ପୃକ୍ତିକୁ ପ୍ରଣୟ ଦେଇ ନଥାଏ, ଅର୍ଥାତ ବାରଣ କରିଥାଏ ।

(୪) ଜନଜୀବନରେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା – ପ୍ରତ୍ୟେକ ଜାତି ନିଜର ପ୍ରାର୍ଥସାଧନ ପାଇଁ ଯେକୌଣସି ମାଧ୍ୟମ ଗ୍ରହଣ କରନ୍ତି ଏବଂ ନିଜ ଜାତି ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ନିଜ ଜାତି ଯେକୌଣସି ପ୍ରକାର ଅନୈତିକ ଏବଂ ଅନୁଚିତ କାର୍ଯ୍ୟ କରିଥାଏ । ଏହା ଦୁର୍ନୀତିକୁ ପ୍ରଶୟ ଦେଇଥାଏ ।

(୫) ଅସ୍ପୃଶ୍ୟତାର ଉତ୍ସ – ଜାତିବାଦ ଛୁଆଁ ଅଛୁଆଁ ଭେଦଭାବ ସୃଷ୍ଟି କରିଥାଏ, ଯାହାକି ସାମଜିକ ସମାନତା ଓ ନ୍ୟାୟ ପ୍ରଦାନରେ ପ୍ରତିବନ୍ଧକ ହୋଇଥାଏ ।

(୬) ସାମାଜିକ ସମନ୍ବୟରେ ବାଧକ ନିଜ ଜାତି ପ୍ରତି ଅନ୍ଧ ଆନୁଗତ୍ୟଭାବ ତଥା ଅତ୍ୟଧିକ ଶ୍ରଦ୍ଧା ଯୋଗୁଁ ଜାତୀୟ ସଂହତି ପ୍ରତି ଏକ ଆହ୍ବାନ ଏପରିକି ବିପଦ ସୃଷ୍ଟି କରିଥାଏ ।

(୭) ପାରମ୍ପରିକ ଓ ରକ୍ଷଣଶୀଳ ଭାବ – ପ୍ରତ୍ୟେକ ଜାତିର ସଦସ୍ୟମାନେ ପ୍ରଥା, ପରମ୍ପରା, ରକ୍ଷଣଶୀଳ ଓ ପରମ୍ପରାଗତ ମତର ସମର୍ଥକ ଅଟନ୍ତି । ସେମାନଙ୍କର ରକ୍ଷଣଶୀଳ ମନୋଭାବ ଜାତିର ସଦସ୍ୟମାନଙ୍କୁ ଚିନ୍ତା ଓ ଚେତନା ସ୍ତରକୁ ଅଧିକାଂଶ କ୍ଷେତ୍ରରେ ସଂକୁଚିତ ଓ ସଂକୀର୍ଣ୍ଣମନା କରିଥା’ନ୍ତି । ଫଳରେ ଏହାର ଏକ ନକାରାତ୍ମକ ପ୍ରଭାବ ସମାଜ ଉପରେ ପଡ଼ିଥାଏ ।

(୮) ଜାତି ସ୍ତରୀକରଣ ଓ ସମାଜିକ ଗତିଶୀଳତାରେ ପ୍ରତିବନ୍ଧକ- ଜାତିର ଜନ୍ମଭିଭିକ ସୟଂସମ୍ପୂର୍ଣ୍ଣ ଜୀବନଧାରା ସମାଜକୁ ସ୍ତରୀକରଣରେ ସାହାଯ୍ୟ କରିଥାଏ ।

(୯) ରାଜନୈତିକ ଅସ୍ଥିରତା – ଜାତିବାଦ ସାଧାରଣତଃ ରାଜନୀତିର ନେତୃବୃନ୍ଦଙ୍କ ହାତବାରିସି ହୋଇ ଆସିଛି । ଜାତିଦ୍ୱାରା ନିର୍ବାଚିତ ସଦସ୍ୟ ନିଜ ଦକ୍ଷତା ବା କ୍ଷମତାକୁ ସଂକୁଚିତ କରି ନିର୍ଦ୍ଦିଷ୍ଟ ଜାତି ବା ସଂପ୍ରାଦାୟର ବିକାଶ କରିବାକୁ ଚାହେଁ ।

(୧୦) ଯାନ୍ତ୍ରିକ ବିଜ୍ଞାନ ଓ ପ୍ରୋଦ୍ୟୋଗିକ ଦକ୍ଷତାରେ ବାଧା – ନିଯୁକ୍ତି କ୍ଷେତ୍ରରେ ବ୍ୟକ୍ତିର ଯୋଗ୍ୟତା ଓ ଦକ୍ଷତା ଅଧିକାଂଶ କ୍ଷେତ୍ରରେ ଜାତି ବିବେଚନା କରିଥାଏ । ଏହା ପ୍ରତ୍ୟକ୍ଷ ବା ପରୋକ୍ଷରେ ସାଧାରଣ ବ୍ୟକ୍ତିର ଯୋଗ୍ୟତା ନିଜର ଦକ୍ଷତା ଉପରେ ପ୍ରଭାବ ପକାଇଥାଏ ।

(୧୧) ଧର୍ମୀୟ ପରିବର୍ତ୍ତନ – ଜାତିର କଠୋରତା, ଉଚ୍ଚଜାତିର ଶୋଷଣ ଓ ଅତ୍ୟାଚାର, ଜାତି ସ୍ତରୀକରଣର କିଛି ନିମ୍ନସ୍ତରର ସଦସ୍ୟମାନଙ୍କୁ ଧର୍ମାନ୍ତରୀକରଣ, ଧର୍ମୀୟ ପରିବର୍ତ୍ତନରେ ସାହାଯ୍ୟ କରିଥାଏ ।

୧୦ । ଜାତିବାଦ ସମସ୍ୟାର ସମାଧାନ କିପରି ହେବ, ବର୍ଣନା କର ।
Answer:
ଜାତିବାଦ ଜାତୀୟ ସଂହତିରେ ବାଧା ସୃଷ୍ଟି କରିଥାଏ । ଜାତିବାଦ ଭଳି ଏକ ଘୃଣ୍ୟପ୍ରଥାକୁ ସୁଧାରିବାପାଇଁ ବିଭିନ୍ନ ସମାଜବିଜ୍ଞନୀଙ୍କ ଦ୍ଵାରା ବହୁ ପରାମର୍ଶ ଦିଆଯାଇଛି । ସେଥିମଧ୍ୟରୁ କେତେକ ପ୍ରଧାନ ପରାମର୍ଶ ଏଠାରେ ଉଲ୍ଲେଖ କରାଗଲା ।

(୧) ବିଚାରନିଷ୍ଠ ଓ ବିଜ୍ଞାନ ଶିକ୍ଷା – ପ୍ରଫେସର ଏମ୍. ଏନ୍ . ଶ୍ରୀନିବାସ ଜାତିବାଦର ନିରାକରଣ ପାଇଁ ଓ ଯୁବକମାନଙ୍କୁ ବିଜ୍ଞାନ ଓ ସାର୍ବଜନୀର ଶିକ୍ଷା ପ୍ରଦାନରେ ଆବଶ୍ୟକତାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି । ଅଜ୍ଞତା, ଅନ୍ଧବିଶ୍ବାସ ଓ ଧର୍ମାନ୍ଧତା ପ୍ରଭୃତି ସଂକୀର୍ଣ୍ଣତା ଯୋଗୁଁ ଜାତିବାଦର ପ୍ରସାରଲାଭ କରେ । ଶିକ୍ଷାହିଁ ବୁଝାଇଦିଏ ଦକ୍ଷତା ।

(୨) ଆନ୍ତଃଜାତି ବିବାହ -ଜାତିବାଦର ବିଲୋପ ପାଇଁ ଅନ୍ୟ ଏକ ଆମୋଘ ଅସ୍ତ୍ର ହେଉଛି ଆନ୍ତଃଜାତି ବିବାହ । ଜି.ଏସ୍. ୟୂରେଙ୍କ ମତରେ, ଜାତିବାଦ ଯୋଗୁ ଉପୁଜିଥିବା ଉତ୍ତେଜନାକୁ ଆନ୍ତଃବିବାହ ଦୂର କରିପାରିବ । ତେଣୁ ଶିକ୍ଷାର ପ୍ରଚଳନ ସହ ନିଯୁକ୍ତି ତଥା ଆନ୍ତଃଜାତି ବିବାହ କରୁଥିବା ବ୍ୟକ୍ତିକୁ ବିଭିନ୍ନ ସରକାରୀ ସାହାଯ୍ୟ ନେଇ ଅନ୍ତଃଜାତି ବିବାହ ବ୍ୟବସ୍ଥାକୁ ଉତ୍ସାହିତ କରାଯାଇ ପାରିବ । ଏହି ବିବାହଦ୍ବାରା ଦୁଇ ଭିନ୍ନ ଜାତିଭିଭିକ ପରିବାର ମଧ୍ୟରେ ସଦ୍‌ଭାବ ସୃଷ୍ଟି ହୁଏ ।

(୩) ସାମ୍ୟ ପ୍ରତିଷ୍ଠା – ଜାତିବାଦର ବିଲୋପ ପାଇଁ ସମାଜରେ ବାସ କରୁଥିବା ବିଭିନ୍ନ ଗୋଷ୍ଠୀର ବ୍ୟକ୍ତିମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସାମ୍ୟ ପ୍ରତିଷ୍ଠା ହେବା ଦରକାର ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଶ୍ରୀମତୀ ଇରାବତୀ କାର୍ଭେଙ୍କ ମତରେ, ‘ଅର୍ଥନୈତିକ ଓ ସାଂସ୍କୃତିକ ସାମ୍ୟ ପ୍ରତିଷ୍ଠା ଦ୍ଵାରା ଜାତିବାଦକୁ ଦୂର କରାଯାଇପାରିବ” ବୋଲି ମତପୋଷଣ କରିଛନ୍ତି ।

(୪) ଜାତିବାଦକୁ ଉତ୍ସାହିତ କରୁଥିବା ରାଜନୈତିକ ଦଳ ଓ ସଙ୍ଗଠନକୁ ବେଆଇନ ଘୋଷଣା – ଯେଉଁ ରାଜନୈତିକ ଦଳଗୁଡ଼ିକ ଜାତିବାଦ ଉପରେ ପ୍ରତିଷ୍ଠିତ ଓ ଯେଉଁମାନେ ନିଜର ସ୍ବାର୍ଥସାଧନ ପାଇଁ ଜାତିଆଣ ଭାବକୁ ଅସ୍ତ୍ରରୂପେ ବ୍ୟବହାର କରନ୍ତି ସେଗୁଡ଼ିକୁ ବେଆଇନ ଘୋଷଣା କରିବା ଉଚିତ । ନିର୍ବାଚନବେଳେ ଯେଉଁ ରାଜନୈତିକ ବ୍ୟକ୍ତିମାନେ ଜାତି ନାଁରେ ଶସ୍ତା ଲୋକପ୍ରିୟତା ଅର୍ଜନ କରିବାକୁ ଉଦ୍ୟମ କରନ୍ତି ସେମାନଙ୍କୁ ଆଇନଦ୍ୱାରା ଦଣ୍ଡିତ କରାଯିବା ଉଚିତ୍ । ଜାତିଭିଭିକ ପତ୍ରିକା, ସମ୍ବାଦପତ୍ର ଓ ସଙ୍ଗଠନଗୁଡ଼ିକୁ ମଧ୍ୟ ବେଆଇନ ବୋଲି ଘୋଷଣା କରିବା ଆବଶ୍ୟକ ।

(୫) ସତନ୍ତ୍ର ସୁବିଧା ପାଇଁ ଅନ୍ୟ ଭିତ୍ତି ପ୍ରସ୍ତୁତି – ସରକାରୀ ସାହାଯ୍ୟଗୁଡ଼ିକ ଜାତି ଭିତ୍ତିରେ ଦିଆନଯାଇ ଏଥପାଇଁ ଅନ୍ୟ ଭିତ୍ତି ପ୍ରସ୍ତୁତି କରିବା ଆବଶ୍ୟକ । ଏପରି କ୍ଷେତ୍ରରେ ବ୍ୟକ୍ତିର ସାମାଜିକ ତଥା ଅର୍ଥନୈତିକ ଭିଭିକୁ ବିଚାରକୁ ନିଆଗଲେ ଜାତିବାଦ ଅନେକାଂଶରେ ଏଡ଼ାଇ ଦେଇ ହୁଅନ୍ତା ।

(୬) ସେଚ୍ଛାସେବୀ ସଙ୍ଗଠନ ପ୍ରତିଷ୍ଠା – ଜାତିବାଦକୁ ରୋକିବା ଦିଗରେ ସେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ଆବଶ୍ୟକ ପରିମାଣରେ ସାହାଯ୍ୟ ଓ ତାଲିମ ଦିଆଯିବା ଦରକାର ।

(୭) ଗଣମାଧ୍ୟମର ଉପଯୋଗ – ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ସମ୍ବାଦପତ୍ର ପ୍ରଭୃତି ଗଣମାଧ୍ୟମଗୁଡ଼ିକର ଜାତିବାଦର ବିଚାରଣରେ ପ୍ରଧାନ ଭୂମିକା ରହିଅଛି । ତଥ୍ୟମୂଳକ ସମ୍ବାଦ ପରିବେଷଣ କରି, ଫିଚର ଓ ସମ୍ପାଦକୀୟ ଆଦି ଲେଖୁ ସମ୍ବାଦପତ୍ରରେ ଜାତିବାଦକୁ ନିରୁତ୍ସାହିତ କରାଯାଇ ପାରିଛି ।

(୮) ସାମ୍ବିଧାନିକ ବ୍ୟବସ୍ଥା – ସାମ୍ବିଧାନିକ ବ୍ୟବସ୍ଥା ପ୍ରତ୍ୟେକ ଜାତିର ସଦସ୍ୟକୁ ନ୍ୟାୟ ଓ ସମାନତା ଦେବାରେ ସାହାଯ୍ୟ କରିଥାଏ ଓ ଜାତୀୟ ସଂହତି, ଭ୍ରାତୃଭାବ, ବ୍ୟକ୍ତି, ମର୍ଯ୍ୟାଦା ରକ୍ଷା କରିବାରେ ସାହାଯ୍ୟ କରିଥାଏ । ସମ୍ବିଧାନର ୧୫(୧) ଧାରା, ଧାରା ୧୬ (୧), ଧାରା ୩୮, ଦେଶର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଥାଏ ଓ ଲିଙ୍ଗଗତ ପକ୍ଷପାତିତା କରିନଥାଏ । ୧୯୫୫ ମସିହାରେ ଅସ୍ପୃଶ୍ୟତା ଅପସାରଣ ଆଇନ ଜାତିଆଣ ଭାବକୁ ଖଣ୍ଡନ କରିଅଛି ।

ସମାଜବିଜ୍ଞାନୀ ପ୍ରଫେସର ପି.ଏନ୍. ପ୍ରଭୁଙ୍କ ମତରେ, ‘ପରିବର୍ତ୍ତିତ ମନୋଭାବରେ ନିତାନ୍ତ ଆବଶ୍ୟକ ରହିଅଛି ଯାହାକି ଜାତି ଜାତି ମଧ୍ୟରେ ଥିବା ସଂଘର୍ଷକୁ ଦୂର କରିଦେଇ ପାରିବା । ସରକାରୀ ବେସରକାରୀ ସ୍ତରରେ ଜାତିବାଦ ଦୂର କରାଯାଇପାରିବ ।

ସେଥ‌ିପାଇଁ ଗଠନମୂଳକ ସକାରାତ୍ମକ ମନୋଭାବ ଆବଶ୍ୟକ ।

୧୧ । ଆଞ୍ଚଳିକତାବାଦ କ’ଣ ? ଏହାର କାରଣଗୁଡ଼ିକ ଲେଖ ।
Answer:
ସାଧାରଣତଃ ଆଞ୍ଚଳିକତାବାଦ କହିଲେ ଯେଉଁ ଅଞ୍ଚଳରେ ଆମେ ବାସ କରିଥାଉ ସେହି ଅଞ୍ଚଳକୁ ଭଲପାଇବା ଓ ସେଥପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ବୁଝାଇଥାଏ । ସଂକୀର୍ୟ ଅର୍ଥରେ ଏହା ଅନ୍ୟ ଅଞ୍ଚଳର ସାର୍ଥ ପ୍ରତି ଦୃଷ୍ଟି ନଦେଇ କେବଳ ନିଜ ଅଞ୍ଚଳର ଉନ୍ନତି, ସୁବିଧା ସୁଯୋଗ ଓ ସାର୍ଥ ପ୍ରତି ଦୃଷ୍ଟିଦେବାକୁ ବୁଝାଇଥାଏ । ଏ ପ୍ରକାର ମନୋଭାବକୁ କେହି କେହି ‘ଉପଜାତୀୟତାବାଦ’ (Sub Nationalism) ନାମରେ ନାମିତ କରିଥା’ନ୍ତି ।

ଏଥିରେ ନିଜ ଅଞ୍ଚଳକୁ ଅନ୍ୟ ଅଞ୍ଚଳଠାରୁ ବଡ଼ ମନେ କରିବା, ନିଜ ଅଞ୍ଚଳକୁ ସବୁଠାରୁ ଅଧିକ ସାୟର ଶାସନ ଅଧିକାର ଦେବା, ଅନ୍ୟ ଅଞ୍ଚଳରୁ ଆସୁଥୁବା ଲୋକମାନଙ୍କୁ ନିଜ ଅଞ୍ଚଳରେ ବସବାସ କରି ରହିବାକୁ ବିରୋଧ କରିବା ଇତ୍ୟାଦି ସ୍ଥାନ ପାଇଥାଏ ।

ଦେଶ ଅପେକ୍ଷା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତି ଅତ୍ୟଧକ ଆସକ୍ତି ଏବଂ କେତେକ କ୍ଷେତ୍ରରେ ରାଜ୍ୟର କୌଣସି ଏକ ଅଞ୍ଚଳ ପ୍ରତି ଅଧିକ ଅନୁରକ୍ତି ପ୍ରଦର୍ଶନକୁ ଆଞ୍ଚଳିକବାଦ କୁହାଯାଏ । ସେଲିଗ୍‌ମ୍ୟାନ ଓ ଜନସନ୍‌ଙ୍କ ଭାଷାରେ – ଆଞ୍ଚଳିକତାବାଦ ସମ୍ପ୍ରସାରଣଧର୍ମୀ ଯେକୌଣସି ନିଷ୍ପେଷକାରୀ କେନ୍ଦ୍ରାଭିମୁଖୀ ବ୍ୟବସ୍ଥା ବିରୋଧରେ ଏକ ଆନ୍ଦୋଳନ ।

ଆଞ୍ଚଳିକତାବାଦ ପ୍ରକୃତି ହେଉଛି ବିଚ୍ଛିନ୍ନତାବାଦୀ ପ୍ରବୃତ୍ତି, ସଂଘୀୟ ଗଣତାନ୍ତ୍ରିକ ବିଧ୍ ବ୍ୟବସ୍ଥାକୁ କ୍ଷତି କରିବାପାଇଁ ଭୟ ଦେଖାଇବା ଓ ସ୍ଥାନୀୟ ଜନସଂଖ୍ୟାର ଉଚ୍ଚାକାଂକ୍ଷାକୁ ବ୍ୟକ୍ତ କରିବା । ଏହା ତୁଳତାତ୍ମକ ବିଦ୍ବେଷ ସୃଷି କରେ । ଜାତୀୟତାବାଦରେ ବହୁସମୟରେ ଏହା ଅନ୍ତରାୟ ବା ପ୍ରତିବନ୍ଧକ ଅଟେ । ବିଶ୍ଵାସର ମଧ୍ୟ ଏହା ପୁନଃ ଅବତାରଣା କରିଥାଏ ।

ଆଞ୍ଚଳିକତାବାଦ କାରଣ : ଭାରତରେ ଆଞ୍ଚଳିକତାବାଦର ବିଭିନ୍ନ କାରଣମାନ ରହିଅଛି । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଐତିହାସିକ କାରଣ – ଆମ ଦେଶର ଇତିହାସ ଆଞ୍ଚଳିକତାବାଦ ପ୍ରସାର ପାଇଁ କେତେକାଂଶରେ ଦାୟୀ ଅଟେ । ଉଦାହରଣସରୂପ, ଇତିହାସ କହେ, ପୂର୍ବ ଭାରତର କେତେକ ଶାସକ ଦକ୍ଷିଣ ଭାରତକୁ ଜୟ କରିଥିଲେ । ସେତେବେଳେ ଦକ୍ଷିଣ ଭାରତର କେତେକ ରାଜ୍ୟ ଉତ୍ତର ଭାରତ ପର୍ଯ୍ୟନ୍ତ ବ୍ୟାପିଥିଲା । ତେଣୁ କେତେକ ଦକ୍ଷିଣ ଭାରତୀୟ ଉତ୍ତର ଭାରତର ଅଧିବାସୀମାନଙ୍କଠାରୁ ନିଜକୁ ପୃଥକ୍ ବୋଲି ମନେକରନ୍ତି ।

(୨) ଭୌଗୋଳିକ କାରଣ – ଅଞ୍ଚଳଗୁଡ଼ିକର ଭୌଗୋଳିକ ଅବସ୍ଥିତି ପରି ସେ ପ୍ରତ୍ୟେକ ପରସ୍ପରଠାରୁ ସମ୍ପୂଣ୍ଣ ଭିନ୍ନ ଭିନ୍ନ ଜଣାପଡ଼ିଥା’ନ୍ତି, ଅଞ୍ଚଳଗୁଡ଼ିକରେ ବସବାସ କରି ରହୁଥ‌ିବା ଅଧିବାସୀମାନଙ୍କଠାରୁ ପୂରାପୂରି ଅଲଗା ବୋଲି ନିଜକୁ ଭାବିଥାନ୍ତି । ଏ ପ୍ରକାର ମନୋଭାବ ଆଞ୍ଚଳିକବାଦ ରୂପକ ଅଗ୍ନିଶିଖାକୁ ପ୍ରଜ୍ଜ୍ୱଳିତ କରି ରଖୁବାରେ ସହାୟକ ହୋଇଥାଏ ।

(୩) ରାଜନୈତିକ କାରଣ – ଅନେକ ରାଜନୈତିକ ନେତୃବର୍ଗ ଆପଣା ଆପଣା ଅଞ୍ଚଳମାନଙ୍କରେ ନିଜ ନିଜର ପ୍ରଭାବ ପ୍ରତିଷ୍ଠା କରିବା ତଥା ଦଳଗତ ସାର୍ଥ ସାଧନ ନିମିତ୍ତ ଉକ୍ତ ଅଞ୍ଚଳରେ ଅଧ୍ବବାସୀମାନଙ୍କ ମନରେ ଆଞ୍ଚଳିକତାବାଦର ଧାରଣା ସୃଷ୍ଟି କରିଥିବା ଜଣାପଡ଼ୁଛି । ତର୍କ ବିତର୍କ ମାଧ୍ୟମରେ ଆପଣା ଆପଣା ଅଞ୍ଚଳ ପ୍ରତି ଜାତୀୟ ସରକାରଙ୍କ ଉଦାସୀନତାର ଅପପ୍ରଚାର କରିବାରେ ଲାଗିଛନ୍ତି ।

ଅର୍ଥନୈତିକ ଏକତା ଦ୍ଵାରାହିଁ କେବଳ ସମସ୍ୟା ଦୂର କରାଯାଇପାରିବ ଏ ପ୍ରକାର ଆଶାଭରସା ଲୋକମାନଙ୍କୁ ଦେଇଛନ୍ତି । ବେଳେବେଳେ ଆନ୍ଦୋଳନ ତଥା ଉପଦ୍ରବ ସୃଷ୍ଟିକରି ଅଞ୍ଚଳିକତାବାଦକୁ ଉସୁକଉଛନ୍ତି । ଫଳରେ ଆଞ୍ଚଳିକତାବାଦ ଆମ ଦେଶ ଆଗରେ ବିରାଟ ସମସ୍ୟା ହୋଇ ଠିଆ ହୋଇଛି ।

(୪) ଅର୍ଥନୈତିକ କାରଣ · ଏହା ସ୍ବୀକାର୍ଯ୍ୟ ଯେ ଆମ ଦେଶର କେତେକ ଅଞ୍ଚଳ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନୁନ୍ନତ ଅଟେ । ଫଳରେ ଏହି ଅଞ୍ଚଳରେ ସେମାନଙ୍କ ମନରେ ହୀନମନୋଭାବ ସୃଷ୍ଟି ହୋଇଥାଏ । ସେମାନେ ନିଜକୁ ଅତି ଛୋଟ ମନେକରିଥା’ନ୍ତି । ଅପର ପକ୍ଷରେ ଯେଉଁ ଅଞ୍ଚଳଗୁଡ଼ିକ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତ, ସେ ଅଞ୍ଚଳଗୁଡ଼ିକର ଅଧ୍ଵବାସୀମାନେ ନିଜକୁ ସତନ୍ତ୍ର ବୋଲି ମନେକରିଥା’ନ୍ତି । ଅନୁନ୍ନତ ଅଞ୍ଚଳଗୁଡ଼ିକ ସହ ଅର୍ଥନୀତିର ସମବଣ୍ଟନ ପାଇଁ କୁଣ୍ଠାବୋଧ କରିଥା’ନ୍ତି ।

(୫) ମନୋବୈଜ୍ଞାନିକ କାରଣ – ନିଜ ଅଞ୍ଚଳକୁ କିପରି ଭାବରେ ଅଧିକ ଉନ୍ନତ କରିବା କେବଳ ଏ ପ୍ରକାର ଭାବନାରେ କେତେକ ଲୋକ ବ୍ୟସ୍ତ ରହନ୍ତି । ଏ ପ୍ରକାର ଇଚ୍ଛାର ବଶବର୍ତ୍ତୀ ହୋଇ ସେମାନେ ସାମଗ୍ରିକ ଜାତୀୟ ସାର୍ଥର ବିରୁଦ୍ଧରେ କାର୍ଯ୍ୟ କରିଥା’ନ୍ତି । ଅନ୍ୟ ଅଞ୍ଚଳ ପ୍ରତି ବୈମାତୃକ ଭାବ ପ୍ରଦର୍ଶନ କରିଥା’ନ୍ତି । ଏହାଛଡ଼ା , କେତେକ ଲୋକ ହିଂସା, ଦ୍ବେଷ, ପରଶ୍ରୀକାତରତା ଆଦି ମନୋଭାବର ଶୀକାର ହୋଇ ଆଞ୍ଚଳିକତାବାଦର ଦ୍ରୁତ ପ୍ରସାର କରିଥାଆନ୍ତି ।

(୬) ସାଂସ୍କୃତିକ ଓ ସାମାଜିକ ତାରତମ୍ୟ – ଗୋଟିଏ ଅଞ୍ଚଳରେ ବସବାସ କରୁଥିବା ଲୋକେ ସେମାନଙ୍କର ସାଂସ୍କୃତିକ ଓ ସାମାଜିକ ଐତିହ୍ୟକୁ ନେଇ ବଞ୍ଚିଥାନ୍ତି । ଯଦି ସେମାନଙ୍କର ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନଗୁଡ଼ିକ ଅନ୍ୟ ଅଞ୍ଚଳରେ ରହୁଥ‌ିବା ସଂସ୍କୃତି ଓ ସାମାଜିକ ଐତିହ୍ୟ ମଧ୍ୟରେ ପ୍ରଭେଦ ପରିଲକ୍ଷିତ ହୋଇଥାଏ, ତେବେ ନିଜ ନିଜ ଅଞ୍ଚଳର ସଂସ୍କୃତି ଓ ସାମାଜିକ ଐତିହ୍ୟ ପ୍ରତି ସେମାନେ ନିଜର ଆନୁଗତ୍ୟ ଦେଖାଇଥାନ୍ତି । ଫଳରେ ଆଞ୍ଚଳିକତାବାଦ ସୃଷ୍ଟି ହୋଇଥାଏ ।

(୭) ପରିବହନ ଓ ଯୋଗାଯୋଗ ସୁବିଧାର ଅଭାବ – ପରିବହନ ଏବଂ ଯୋଗାଯୋଗ ସୁବିଧା ନ ଥିଲେ ବ୍ୟକ୍ତି ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯାଇପାରେ ନାହିଁ । ଫଳରେ ସେମାନଙ୍କ ମଧ୍ୟରେ ପାରସ୍ପରିକ ଯୋଗସୂତ୍ର ରାକ୍ଷା ହୋଇପାରେ ନାହିଁ । ଫଳରେ ବୁଝାମଣାର ଅଭାବ ଦେଖାଯାଏ ଓ ସେମାନେ ନିଜ-ପର ଭାବନାରେ ପରିଚାଳିତ ହୋଇଥା’ନ୍ତି ।

(୮) ଭାଷାଗତ କାରଣ – ଭାଷାକୁ ଭିଭିକରି ଭାରତରେ ପ୍ରାକ୍ ସ୍ବାଧୀନତା ସମୟରେ ବିଭିନ୍ନ ପ୍ରଦେଶରେ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାରେ ପଞ୍ଜାବ, ହରିୟାଣା, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ପ୍ରଭୃତି ସତନ୍ତ୍ର ପ୍ରଦେଶ ଭାବରେ ପୁନର୍ଗଠିତ ହୋଇଅଛନ୍ତି । ଏହି ଭାଷାଭିଭିକ ରାଜ୍ୟଗୁଡ଼ିକ ବିଶେଷ ଭାବରେ ଉଗ୍ର ଆଞ୍ଚଳିକତାବାଦର ସ୍ପଷ୍ଟ ପ୍ରତିଫଳନ ଅଟେ ।

ତେଲେଙ୍ଗାନା ରାଜ୍ୟ ଗଠନ ପ୍ରସ୍ତାବ, କୋଶଳ ରାଜ୍ୟ ଗଠନ ପ୍ରସ୍ତାବ, ସେହିପରି ଆସାମ ଓ ମେଘାଳୟର ସତନ୍ତ୍ର ରାଜ୍ୟ ଗଠନ ପ୍ରସ୍ତାବ ଭାଷାଗତ କାରଣ ସହ ଜଡ଼ିତ ।

(୯) ସୀମା ଓ ନଦୀଜଳ ବଣ୍ଟନ ବିବାଦ – ଆଞ୍ଚଳିକତାବାଦ ରାଜ୍ୟଗୁଡ଼ିକରେ ଦେଖାଯାଉଥିବା ସୀମା ଓ ନଦୀଜଳ ବଣ୍ଟନ ବିବାଦକୁ ତୀବ୍ରତର କରାଇଥାଏ । ଭାରତରେ ନର୍ମଦା, କ୍ରିଷ୍ଣା ଓ କାବେରୀ ଇତ୍ୟାଦି ନଦୀଜଳ ବଣ୍ଟନ ଆଞ୍ଚଳିକତାବାଦକୁ ପ୍ରେତ୍ସାହିତ କରି ରାଜ୍ୟମାନଙ୍କରେ ଯଥା- ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରେ ବିବାଦ ସୃଷ୍ଟି କରିଆସୁଛି । ଏହା ରାଜ୍ୟଗୁଡ଼ିକର ଆଞ୍ଚଳିକବାଦକୁ ପ୍ରୋତ୍ସାହିତ କରିଥାଏ ।

(୧୦) ବୈମାତୃକ ମନୋଭାବ – ପକ୍ଷପାତ ନୀତି ଅଧୁକାଂଶ କ୍ଷେତ୍ରରେ ଆଞ୍ଚଳିକତାବାଦକୁ ଜନ୍ମ ଦେଇଥାଏ । ଯେତେବେଳେ ରାଜ୍ୟ ଓ କେନ୍ଦ୍ରଶାସନ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହୋଇଥାଏ, ସେତେବେଳେ ଦୁଇ ରାଜନୈତିକ ପୃଷ୍ଠଗତ ଦ୍ବନ୍ଦ୍ବ ଆଞ୍ଚଳିକତାବାଦ ସୃଷ୍ଟି କରିଥାଏ । ରାଜନୈତିକ ଅସୂୟା, ବୈମାତୃକ ମନୋଭାବ ଓ ଉନ୍ନୟନମୂଳକ ଅବହେଳା ନିର୍ଦ୍ଦିଷ୍ଟ ରାଜ୍ୟଗୁଡ଼ିକରେ ଆଞ୍ଚଳିକତାବାଦ ସୃଷ୍ଟି କରିଥାଏ ।

CHSE Odisha Class 12 Sociology Unit 3 Long Answer Questions in Odia Medium

୧୨ । ଭାରତରେ ଆଞ୍ଚଳିକତାବାଦର ପ୍ରକାରଭେଦଗୁଡ଼ିକ ଆଲୋଚନା କର ।
Answer:
ଭାରତର ଆଞ୍ଚଳିକତାବାଦ ପ୍ରାୟ ଦ୍ରାବିଡ଼ୀୟ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା । ଆଞ୍ଚଳିକତାବାଦର ପ୍ରକାରଭେଦକୁ ନିମ୍ନରେ ଆଲୋଚନା କରାଗଲା ।
(i) ଭାଷାଭିଭିକ ଆଞ୍ଚଳିକତାବାଦ
(ii) ଭୂମିପୁତ୍ର ନୀତିଭିତ୍ତିକ ଆଞ୍ଚଳିକତାବାଦ
(iii) ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି
(iv) ପୂର୍ବ ରାଜ୍ୟପାହ୍ୟା ଦାବି
(v) ଆନ୍ତଃରାଜ୍ୟ ବିବାଦ
(vi) ସାୟତ୍ତତା ଦାବି
(vii) ବିଚ୍ଛିନ୍ନତାବାଦ
(viii) ରାଜ୍ୟ ମଧ୍ୟରେ ଆଞ୍ଚଳିକ ସାୟତ୍ତତା ପାଇଁ ଦାବି
(ix) ଯୁଦ୍ଧଖୋର ମନୋଭାବ

(i) ଭାଷାଭିରିକ ଆଞ୍ଚଳିକତାବାଦ – ଭାଷା ମଧ୍ଯମରେ ଉକ୍ତ ଆଞ୍ଚଳିକତାବାଦ ସୃଷ୍ଟି ହୋଇଥାଏ । ୧୯୫୩ ମସିହାରେ ଭାଷାକୁ ପ୍ରାଧାନ୍ୟ ଦେଇ ସତନ୍ତ୍ର ରାଜ୍ୟ ଗଠନ କରାଯାଇଥିଲା ଯାହା ଆଜିର ଆନ୍ଧ୍ରପ୍ରଦେଶ ରାଜ୍ୟ ସୃଷ୍ଟି ହୋଇଅଛି । ରାଷ୍ଟ୍ରଭାଷା ହିନ୍ଦୀକୁ ନେଇ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପ୍ରଭୃତି ଅଣହିନ୍ଦୀ ରାଜ୍ୟଗୁଡ଼ିକ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଞ୍ଜାବ, ପଶ୍ଚିମବଙ୍ଗ, ବିହାର ଓ ଆସାମ ରାଜ୍ୟଗୁଡ଼ିକରେ ମଧ୍ୟ ଭାଷାକୁ କେନ୍ଦ୍ରକରି ଆଞ୍ଚଳିକତା ପରିପ୍ରକାଶ ହେଉଛି ।

(ii) ଭୂମିପୁତ୍ର ନୀତିଭିତ୍ତିକ ଆଞ୍ଚଳିକତାବାଦ – ବିଶେଷତଃ, ନିଯୁକ୍ତି କ୍ଷେତ୍ରରେ ନିଜ ରାଜ୍ୟର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଅସନ୍ତୋଷର କାରଣ ହୋଇଥାଏ । ତେଣୁ ନିଜ ରାଜ୍ୟର ଲୋକଙ୍କୁ ଚାକିରି କ୍ଷେତ୍ରରେ, ବ୍ୟବସାୟ ବାଣିଜ୍ୟରେ ଅଧିକ ସୁବିଧା ସୁଯୋଗ ଓ ଅଗ୍ରାଧିକାର, ଅନ୍ୟ ରାଜ୍ୟ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରୁଅଛି । ମହାରାଷ୍ଟ୍ରରେ ଶିବସେନା, ତାମିଲନାଡୁରେ ‘ତାମିଲ ସେନା’ ଇତ୍ୟାଦି ଭୂମିପୁତ୍ର ନୀତିର ଗୋଟିଏ ଗୋଟିଏ ଉଦାହରଣ ।

(iii) ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବି – 2000 ମସିହାରେ ଉତ୍ତରପ୍ରଦେଶର କିଛି ଅଞ୍ଚଳକୁ ନେଇ ଉତ୍ତରାଞ୍ଚଳ, ବିହାରର କିଛି ଅଂଶକୁ ନେଇ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶର କିଛି ଅଂଶ ନେଇ ‘ଛତିଶଗଡ଼’ର ସୃଷ୍ଟି, ସତନ୍ତ୍ର ରାଜ୍ୟପାହ୍ୟାର ଦାବିର ଅନ୍ତର୍ଭୁକ୍ତ । ସେହିପରି ତେଲେଙ୍ଗାନା ରାଜ୍ୟ, କୋଶଳ ରାଜ୍ୟ ଗଠନ ତଥା ଗୁର୍ଖାଲାଣ୍ଡ ଦାବି ଏହି ମନୋଭାବର ଅନ୍ତର୍ଗତ ।

(iv) ପୂର୍ବରାଜ୍ୟ ପାହ୍ୟା ଦାବି – କେନ୍ଦ୍ରଶାସିତ ଅଞ୍ଚଳଭାବେ ସୃଷ୍ଟି, ହମାଚଳପ୍ରଦେଶ, ମଣିପୁର, ତ୍ରିପୁରା, ଗୋଆ, ମିଜୋରାମ ଓ ଅରୁଣାଚଳପ୍ରଦେଶ ପୂର୍ବ ରାଜ୍ୟପାହ୍ୟାପାଇଁ ଦାବିକରି ରାଜ୍ୟର ମାନ୍ୟତା ହାସଲ କରିଥିଲା । ନିଜକୁ ପୂର୍ବ ରାଜ୍ୟପାହ୍ୟା ଦାବିରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

(v) ଆନ୍ତଃରାଜ୍ୟ ବିବାଦ – ସୀମା, ଜଳବଣ୍ଟନ ଓ ସଂହତିକୁ ନେଇ ଭାରତରେ ବହୁ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ବିବାଦ ରହିଅଛି । ପୋଲାଭରମ ପ୍ରକଳ୍ପରେ ମହେନ୍ଦ୍ରତନୟା ନଦୀବନ୍ଧରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ, କାବେରୀ ନଦୀଜଳ ବଣ୍ଟନକୁ ନେଇ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ମଧ୍ୟରେ ବିବାଦ ଲାଗିଛି ।

(vi) ସାୟତ୍ତତା ଦାବ – ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ କନଫରେନସ୍, ଆନ୍ଧ୍ରପ୍ରଦେଶର ତେଲୁଗୁଦେଶମ୍, ପଶ୍ଚିବବଙ୍ଗର ସି.ପି. ଆଇ. ଏମ୍, ପଞ୍ଜାବର ଅକାଳୀ ଦଳ, ତାମିଲନାଡୁର ଡି.ଏମ୍.କେ ଦଳ ନିଜର ରାଜ୍ୟଗୁଡ଼ିକୁ ସୟଂଚାଳିତ କରିବାକୁ ଦାବିକରି କେତେକ ଗୁରୁତ୍ଵପୂର୍ଣ୍ଣ ବିଭାଗ ବ୍ୟତୀତ ଅନ୍ୟ ବିଭାଗରେ ରାଜ୍ୟକୁ ସାୟତ୍ତତା ଦେବାପାଇଁ ଦାବି କରୁଛନ୍ତି ।

(vii) ବିଚ୍ଛିନ୍ନତାବାଦୀ – ସାଧୀନ ଭାବରେ ଶାସନ କରିବା ଓ ସାର୍ବଭୌମତ୍ୱ ହାସଲ କରିବା ଏହାର ମୁଖ୍ୟ ଉଦେଶ୍ୟ । ଆସାମ ମିଳିତ ସାମ୍ମୁଖ୍ୟ (ULFA), JKLF ଜାମ୍ମୁ କାଶ୍ମୀର ପୂର୍ଣ୍ଣ ସାମ୍ମୁଖ୍ୟ, ଖଲିସ୍ଥାନ, ମିଜୋ ଜାତୀୟବାଦୀ, ନାଗାଲାଣ୍ଡ, ଗୁର୍ଖାଲାଣ୍ଡ, ସାଧୀନ ରାଜ୍ୟ ଗଠନ ନିମନ୍ତେ ସର ଉତ୍ତୋଳନ କରୁଛନ୍ତି ।

(viii) ରାଜ୍ୟ ମଧ୍ୟରେ ଆଞ୍ଚଳିକ ସାୟତ୍ତତା ପାଇଁ ଦାବୀ – ଓଡ଼ିଶାରେ ଆଞ୍ଚଳିକତା ମନୋଭାବ ମଧ୍ଯ ରହୁଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଜାମ୍ମୁ-କାଶ୍ମୀର ସଦସ୍ୟ, ପଶ୍ଚିମବଙ୍ଗର ଗୋଖାଁ ଅଞ୍ଚଳକୁ ସୟଂଶାସନର କ୍ଷମତା ପ୍ରଦାନ ପାଇଁ ଦାବି ହେଉଅଛି ।

(ix) ଯୁଦ୍ଧଖୋର ମନୋଭାବ – କେତେକ ହିଂସାର ପଥ ଅନୁସରଣ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚାହାଁନ୍ତି । କ୍ରୂର ଆଞ୍ଚଳିକତା ମନୋଭାବ ସେମାନଙ୍କୁ ଏହି ଅବସ୍ଥାରେ ପହଞ୍ଚାଇଥାଏ । ମହାରାଷ୍ଟ୍ରର ଶିବସେନା, ତାମିଲନାଡୁର ତାମିଲସେନା ଯୋଗୁ ଦେଶରେ ହିଂସାଭାବ ସୃଷ୍ଟି ହୋଇଅଛି । କେତେକ ରାଜ୍ୟରେ ଉଗ୍ରବାଦ ଓ କେନ୍ଦ୍ର ପ୍ରତି ବୈର ମନୋଭାବ ସୃଷ୍ଟି ହେଉଅଛି ।

୧୩ । ଆଞ୍ଚଳିକତାବାଦର ନିରାକରଣ ବା ପ୍ରତିବାଦ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇପାରେ, ଆଲୋଚନା କର ।
Answer:
ପରିବହନ ଓ ଯୋଗାଯୋଗ ସୁବିଧାର ଉନ୍ନତି – ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିର ପାଖରେ ସହଜ ଓ ସୁବିଧାରେ ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଆବଶ୍ୟକ ହୋଇଥାଏ ।

(୧) ପରିବହନ ଓ ଯୋଗାଯୋଗ ସୁବିଧାର ଉନ୍ନତି – ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିର ପାଖରେ ସହଜ ଓ ସୁବିଧାରେ ପହଞ୍ଚିପାରିଲେ ସେମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇ ପରସ୍ପର ମଧ୍ୟରେ ବନ୍ଧୁତା ଘନିଷ୍ଠ ହୋଇପାରିବ । ଯଦି ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାର ସୁବିଧା କରିଦିଆଯା’ନ୍ତା, ତାହାହେଲେ ଲୋକେ କାଶ୍ମୀରଠାରୁ କନ୍ୟାକୁମାରୀ, ଦ୍ଵାରକାଠାରୁ ପୁରୀ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ଲୋକମାନଙ୍କର ସଂସ୍ପର୍ଶରେ ଆସିପାରନ୍ତେ ।

ସେମାନଙ୍କ ମନରେ ଭାବନା ଆସନ୍ତା ଯେ ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକ ନୁହଁନ୍ତି, ଭାରତର ସ୍ଥାୟୀ ବାସିନ୍ଦା ।

(୨) ଜାତୀୟ ଇତିହାସର ପ୍ରସାର -ଜାତିର ଇତିହାସ ଦେଶର ବିଭିନ୍ନ ଅଞ୍ଚଳର ଲୋକମାନଙ୍କର ଅବଦାନଦ୍ୱାରା ଉନ୍ନତ ହୋଇଥାଏ । ତେଣୁ ପ୍ରତ୍ୟେକ ଲୋକଙ୍କ ନିକଟରେ ଜାତୀୟତାଭାବକୁ ଠିକ୍‌ଭାବରେ ଗଢ଼ିବା ହେଉଛି ଏକ ଦାୟିତ୍ଵ । ତେଣୁ ଶିଶୁମାନଙ୍କୁ ଶିକ୍ଷାୟତନରେ ଶିକ୍ଷା ଦାନ କରିବା ଆବଶ୍ୟକ ଯେ ସେମାନେ ଜଣେ ଉତ୍ତମ ଓଡ଼ିଆ, ପଞ୍ଜାବୀ, ତେଲୁଗୁ ବା ଗୁଜୁରାଟୀ ନ ହୋଇ ଜଣେ ଉତ୍ତମ ନାଗରିକ ଭାବରେ ମନବଳାନ୍ତୁ ।

(୩) ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ବେଆଇନ ଘୋଷଣା – କେତେକ ନ୍ୟସ୍ତସାର୍ଥ ବ୍ୟକ୍ତି ରାଜନୈତିକ ଦଳଗୁଡ଼ିକ ଆଞ୍ଚଳିକତାବାଦକୁ ଉସୁକାଉଛନ୍ତି । ବିଭିନ୍ନ ଦଳ ଆଞ୍ଚଳିକ ଭିତ୍ତିରେ ଗଢ଼ିଉଠିଛି, ତେଣୁ ରାଜନୈତିକ ଦଳମାନଙ୍କୁ ଆଞ୍ଚଳିକ ଦଳ ଭିଭିରେ ଗଠନ କରାଯିବା ଉପରେ ନିଷେଧାଜ୍ଞା ଜାରିହେବା ଆବଶ୍ୟକ । ନିର୍ବାଚନ କମିଶନ ଏପରିକି ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନରେ ଭାଗ ନ ନେବା ପାଇଁ ଏକ ବିଜ୍ଞପ୍ତି ଜାରିକରିବା ଉଚିତ ।

CHSE Odisha Class 12 Sociology Unit 3 Long Answer Questions in Odia Medium

(୪) ଜାତୀୟ ମନୋଭାବ ସୃଷ୍ଟି – ଲୋକମାନଙ୍କ ମନରେ ମହାଭାରତୀୟ ଭାବନା ଜାଗ୍ରତ କରିବା ପାଇଁ ବିଭିନ୍ନ ଗଣମାଧ୍ୟମଗୁଡ଼ିକୁ ଉପଯୋଗ କରିବା ଉଚିତ । ଏପରିକି ଗାଁ ଗହଳିରେ ଗାଉଁଲି ଗଣମାଧ୍ୟମ ଯଥା ଦାସକାଠିଆ, ପାଲା, ହରିକଥା, ଲୀଳା, ସୁଆଙ୍ଗ ଇତ୍ୟାଦି ମାଧ୍ୟମରେ ଆଞ୍ଚଳିକତାବାଦର ବିଭିନ୍ନ କୁପରିଣାମଗୁଡ଼ିକୁ ପରିବେଷଣ କରିବା ଉଚିଦ ।

ଟେଲିଭିଜନ, ଦୈନିକ ସମ୍ବାଦପତ୍ର, ରେଡ଼ିଓ ଇତ୍ୟାଦି ଆଧୁନିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ପରିବେଷଣ କରାଯାଇ ଲୋକମାନଙ୍କ ମନରୁ ଭ୍ରାନ୍ତ ଆଞ୍ଚଳିକତା ଦୂରକରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ।

(୫) ଜାତୀୟ ଭାଷାର ଉନ୍ନତି – ଆଞ୍ଚଳିକ ଭାଷା ପ୍ରତି ଦୁର୍ବଳତା ଓ ଏହାର ପ୍ରଚାର, ପ୍ରସାର ଓ ପ୍ରାଧାନ୍ୟ ଆଞ୍ଚଳିକତାବାଦକୁ ସୁଦୃଢ଼ କରିଥାଏ । ତେଣୁ ଜାତୀୟ ଭାଷାର ସମ୍ମାନ ଓ ଉତ୍‌ଥାନ ଆବଶ୍ୟକ । ରାଷ୍ଟ୍ରର ସମସ୍ତ ଭାଷାଗୁଡ଼ିକୁ ସମ୍ମାନ ପ୍ରଦର୍ଶନ ଓ ଜାତୀୟ ତଥା ରାଷ୍ଟ୍ରୀୟ ଭାଷା ଯୋଗାଯୋଗର ସୂତ୍ର ରୂପେ ସମସ୍ତ ନାଗରିକ ବ୍ୟବହାର କଲେ ଆଞ୍ଚଳିକତାବାଦ ଦୂର ହୋଇପାରିବ । ଏଥ ନିମନ୍ତେ ମାନବିକତାର ଆବଶ୍ୟକତା ରହିଛି ।

(୬) ସାର୍ବଜନୀନ ଶିକ୍ଷା ଓ ସାଧାରଣ ପାଠ୍ୟକ୍ରମ – ପ୍ରାଥମିକ ସ୍ତରରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିବିଧତା ମଧ୍ୟରେ ଐକ୍ୟଭାବ କିପରି ସ୍ଥାପନ କରାଯାଇପାରିବ, ସେଥ‌ିପ୍ରତି ଧ୍ୟାନଦେବା ଓ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଉଚିତ । ଫଳରେ ଆଞ୍ଚଳିକ ପକ୍ଷପାତିତା ପରିବର୍ତ୍ତେ ଜାତୀୟତା ଓ ଦେଶପ୍ରୀତିଭାବ ଛାତ୍ରଛାତ୍ରୀଙ୍କ ମନରେ ରହିପାରିବ ଓ ଉତ୍ତମ ନାଗରିକ ଭାବରେ ସେମାନଙ୍କର ପରିଚୟ ପ୍ରଦାନ କରିପାରିବ ।

(୭) ସମତୁଲ ବିକାଶ | ଉନ୍ନତି – ପ୍ରତ୍ୟେକ ରାଜ୍ୟଗୁଡ଼ିକର ବିକାଶ କେନ୍ଦ୍ର ସରକାରଙ୍କ ଦାୟିତ୍ଵ । ଏଥିରେ ଖ୍ଲାପ ଓ ପକ୍ଷପାତିତା ହେଲେ ରାଜ୍ୟଗୁଡ଼ିକରେ ଅସନ୍ତୋଷ ଭାବ ଆସିଥାଏ । ବହୁ ଆଞ୍ଚଳିକ ଦଳଗୁଡ଼ିକ ସକ୍ରିୟ ହୋଇଯାଇଥା’ନ୍ତି । ତେଣୁ କେନ୍ଦ୍ର ସରକାରଙ୍କର ସମତୁଲ ବିକାଶ ଓ ନିରପେକ୍ଷ ବିକାଶର ଧାରା ଆଞ୍ଚଳିକତାବାଦକୁ ରୋକିଦେଇ ପାରିବ ।

ରାଷ୍ଟ୍ର ମଧ୍ୟରେ ବିକାଶ ଓ ଉନ୍ନତି କ୍ଷେତ୍ରରେ ପାତର ଅନ୍ତର ହେଲେ ଆଞ୍ଚଳିକ ଶକ୍ତିଗୁଡ଼ିକ ସକ୍ରିୟ ହୋଇଥା’ନ୍ତି । ସେହି ସମସ୍ୟାର ସମାଧାନ ସମତୁଲ ନ୍ୟାୟଦ୍ବାରା ନୀତିଦ୍ଵାରା କରାଯାଇ ପାରିବ ।

(୮) ଗଣମାଧ୍ୟମର ସହଯୋଗ ମନୋଭାବ – ଆଞ୍ଚଳିକତାବାଦକୁ ହ୍ରାସ କରିବାପାଇଁ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ । ସାଧାରଣତଃ ଟେଲିଭିଜନ, ସମ୍ବାଦପତ୍ର, ରେଡ଼ିଓ , ଚଳଚ୍ଚିତ୍ର, ବିଜ୍ଞାପନ, ପତ୍ରପତ୍ରିକା ଠିକ୍ ତଥ୍ୟ ଜନସାଧାରଣଙ୍କୁ ପ୍ରଦାନ କରି ଅର୍ଥନୈତିକତାବାଦକୁ ଦୂର କରିପାରିଥାଏ । ଗଣମାଧ୍ଯମ ଜାତୀୟ ଐକ୍ୟ ପ୍ରତିଷ୍ଠା କରିଥାଏ ।

(୯) ଜନଜାତି ଅଧୁଷିତ ଅଞ୍ଚଳର ବିକାଶ – ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଜନଜାତିମାନେ ପଛୁଆ ଅଟନ୍ତି । ସେହି ଅନୁଭବ ସେମାନଙ୍କୁ କେତେକ ଭୁଲ୍ ସଙ୍ଗଠନରେ ସାମିଲ ହେବା ପାଇଁ ସୁଯୋଗ ସୃଷ୍ଟି କରିଥାଏ ଏବଂ ଆମୂଳକ ବିଚ୍ଛିନ୍ନତାଭାବକୁ ସୁଦୃଢ଼ କରିଥାଏ ।

ତେଣୁ ଆଦିବାସୀବହୁଳ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଅର୍ଥନୈତିକ ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନଦେବା ଉଚିତ । ଭ୍ରାତୃତ୍ୱ ମନୋଭାବ, ଜାତୀୟତା ପ୍ରତିଷ୍ଠା ଓ ସାର୍ବଜନୀନ ମନୋଭାବ ଏହାଦ୍ବାରା ସମ୍ଭବ ହେବ ।

(୧୦) ପର୍ଯ୍ୟଟନ, ଐତିହ୍ୟସ୍ଥଳୀର ବିକାଶ – ଭାରତ ହେଉଛି ପ୍ରକୃତି କୋଳରେ ସୌନ୍ଦର୍ଯ୍ୟର ସୁରମ୍ୟ ସ୍ଥାନ । ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀ ରହିଅଛି । ସମସ୍ତ ସ୍ଥାନକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯୋଗାଯୋଗ ଓ ସଂହତି ରକ୍ଷା କରାଗଲେ ଆଞ୍ଚଳିକତାବାଦ ଦୂର ହେବ ।

(୧୧) ସନ୍ତୁଳିତ ଅର୍ଥନୈତିକ ପ୍ରଗତି – ସମସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ସମଭାବରେ ଯୋଜନା ପ୍ରସ୍ତୁତି, ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଆର୍ଥିକ ସହାୟତା, ନିଯୁକ୍ତି କ୍ଷେତ୍ରରେ ସମାନ ଗୁରୁତ୍ଵ ପ୍ରଭୃତି ବିଭିନ୍ନ ସମସ୍ୟାଗୁଡ଼ିକୁ ସମାଧାନ କରିପାରିବ ଓ ଜନ ଅସନ୍ତୋଷ ଦୂର କରିପାରିବ । ସମସ୍ତ ରାଜ୍ୟଗୁଡ଼ିକରେ ସମାନ ଅର୍ଥନୈତିକ ପ୍ରଗତିର ଆବଶ୍ୟକତା ରହିଅଛି ।

ଉପରୋକ୍ତ ଆଲୋଚନାରୁ ସୁସ୍ପଷ୍ଟ, ଜାତୀୟ ବଜାର, ଯୋଗାଯୋଗର ପ୍ରସାର, ଭାରତୀୟ ଅନୁଷ୍ଠାନଗୁଡ଼ିକର ପ୍ରଭାବ, ଗଣମାଧ୍ୟମର ସକ୍ରିୟ ଅଂଶଗ୍ରହଣ, ସାଧାରଣ ଶିକ୍ଷା ପାଠ୍ୟକ୍ରମ ଓ ସଚେତନତା ତଥା ଜାତୀୟ ମନୋଭାବ ଆଞ୍ଚଳିକତାବାଦକୁ ଦୂର କରିପାରିବ ।

୧୪ । ଭାରତରେ ଏକତାର ସମସ୍ୟାମାନ ଲେଖ ।
Answer:
ଆମ ମାତୃଭୂମି ଭାରତବର୍ଷ ଏକ ବିଶାଳ ଉପମହାଦେଶ । ଏହା କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ । ଏହି ଉପମହାଦେଶ ବିଶ୍ବ ଦରବାରରେ ଏକ ବିଶିଷ୍ଟ ସ୍ଥାନର ଅଧିକାରୀ । ଏହାର ଉତ୍ତରରେ ଜାଗ୍ରତ ପ୍ରହରୀ ସଦୃଶ ଅତ୍ୟଚ୍ଚ ହିମାଳୟ ପର୍ବତମାଳା, ଦକ୍ଷିଣରେ ବିଶାଳ ଭାରତ ମହାସାଗର, ପୂର୍ବରେ ଲବଣାକ୍ତ ବଙ୍ଗୋପସାଗର ଏବଂ ପଶ୍ଚିମରେ ଆରବ ସାଗର ଓ ବିନ୍ଧ୍ୟ ପର୍ବତମାଳା ଏହାର ସୀମାରେଖାକୁ ଦର୍ଶାଇଥାଏ ।

ଅଧ୍ଵନ୍ତୁ ଏହା ବିଭିନ୍ନ ପ୍ରଜାତୀୟ, ଧର୍ମୀୟ, ଭାଷାଗତ ଏବଂ ଜନଜାତୀୟ ସମୂହକୁ ନେଇ ଗଠିତ । ଭାରତର ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ଭାଷାରେ ଭିନ୍ନତା, ଧର୍ମରେ ନିରପେକ୍ଷତା, ଚଳଣିରେ ପାର୍ଥକ୍ୟ ଓ ବେଶଭୂଷାରେ ଅନନ୍ୟତା ଏ ଦେଶକୁ ଐକ୍ୟ ପ୍ରଦାନ କରିଆସୁଛି ।

ସ୍ଵାଧୀନତା ପରେ ଭାରତବର୍ଷରେ ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକ ମୁଣ୍ଡଟେକି ଉଠିଛି । ନିର୍ବାଚନକାଳୀନ ସଂଘର୍ଷରୁ ସାଂପ୍ରଦାୟିକତାବାଦ ଓ ଜାତିଆଣ ଭେଦଭାବ ଭୟଙ୍କର ରୂପ ଧାରଣ କରିଛି । ଭାରତ-ପାକିସ୍ତାନ ଯୁଦ୍ଧ, ଅର୍ଥନୈତିକ ଦୁର୍ଗତି ଏବଂ ସାମାଜିକ ପ୍ରସ୍ଥିତି ଦେଶର ଏକତାକୁ ବିପର୍ଯ୍ୟସ୍ତ କରୁଛି । ସେଗୁଡ଼ିକ ମଧ୍ୟରୁ ସଂପ୍ରଦାୟିକତାବାଦ (Communalism), ଜାତିବାଦ (Casteism), ଭାଷାବାଦ (Linguism) ଏବଂ ଆଞ୍ଚଳିକତାବାଦ (Regionalism) ପ୍ରଧାନ ।

ଏହି କାରଣଗୁଡ଼ିକ ଭାରତୀୟ ସାମାଜିକ ଜୀବନରେ ଅଶାନ୍ତି ଓ ଅସ୍ଥିରତା ଆଣିବା ସହିତ ଦେଶର ଜାତୀୟ ସଂହତି ପଥରେ ଘୋର ପ୍ରତିବନ୍ଧକ ସୃଷ୍ଟି କରିଥା’ନ୍ତି । ସୁତରାଂ ଏହି ଚାରୋଟି ସମାଜର ଐକ୍ୟତାକୁ ନଷ୍ଟ କରେ, ଯାହାକୁ ନିମ୍ନଲିଖ୍ ଭାବେ ପର୍ଯ୍ୟାଲୋଚନା କରାଯାଇପାରେ ।

(i) ସଂପ୍ରଦାୟିକତାବାଦ (Communalism) – ଭାରତବର୍ଷ ବହୁ ଧର୍ମ ଓ ସଂପ୍ରଦାୟର କେନ୍ଦ୍ରସ୍ଥଳୀ । ଏଠାରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଆଦି ପ୍ରତ୍ୟେକ ଧାର୍ମିକ ସଂପ୍ରଦାୟର ଲୋକମାନେ ବାସ କରନ୍ତି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏଥ‌ିରେ ସବୁ ସଂପ୍ରଦାୟର ଲୋକଙ୍କୁ ସବୁ କ୍ଷେତ୍ରରେ ସମାନ ସୁବିଧାସୁଯୋଗ ଦିଆଯାଉଛି ।

କେହି କାହାର ଧର୍ମ ଉପରେ ଅଯଥା ହସ୍ତକ୍ଷେପ କରନ୍ତି ନାହିଁ, ତଥାପି ବେଳେବେଳେ ଧର୍ମ ନାମରେ ଅପପ୍ରଚାର ଫଳରେ ସଂପ୍ରଦାୟଗୁଡ଼ିକ ମଧ୍ୟରେ ତିକ୍ତତା ଓ ଶତ୍ରୁତା ମନୋଭାବ ଦେଖାଯାଏ । ଧର୍ମଗତ ପ୍ରଭେଦତାକୁ ଭିଭିକରି ବିଭିନ୍ନ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହେଉଥ‌ିବା ଶତ୍ରୁତା ମନୋଭାବକୁ ସାଂପ୍ରଦାୟିକତାବାଦ କୁହାଯାଏ । ଅନ୍ୟ ଅର୍ଥରେ ନିଜ ସଂପ୍ରଦାୟ ଏବଂ ଧର୍ମ ପ୍ରତି ଅନ୍ଧ ଆନୁଗତ୍ୟ ସାଂପ୍ରଦାୟିକତାବାଦ ରୂପେ ପରିଚିତ ।

ଏହା ଭାରତର ଜାତୀୟ ଐକ୍ୟ ଓ ସଂହତିକୁ ବିପର୍ଯ୍ୟସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ସାଂପ୍ରଦାୟିକତାବାଦ ଯୋଗୁଁ 1947 ମସିହାରେ ଦେଶ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ରାଷ୍ଟ୍ରରେ ବିଭାଜିତ ହୋଇଥିଲା । ବିଭାଜନ ପରେ ମଧ୍ୟ ଭାରତର ଏହି ସମସ୍ୟା ଦୂରୀଭୂତ ହୋଇପାରୁ ନାହିଁ । କାରଣ ବର୍ତ୍ତମାନ ଭାରତରେ ସଂଖ୍ୟାତ୍ମକ ମୁସଲମାନ ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି ।

ଫଳତଃ ସର୍ବଦା ହିନ୍ଦୁ-ମୁସଲିମ୍ ସାଂପ୍ରଦାୟିକତା ମନୋଭାବ ସୃଷ୍ଟି ହେଉଛି । ରାମ ମନ୍ଦିର ଓ ବାବରୀ ମସ୍‌ଜିଦ୍ ସମସ୍ୟା ଏହାର ଏକ ଉଜ୍ଜ୍ବଳ ନମୁନା । ବେଳେବେଳେ ସାଂପ୍ରଦାୟିକ ଦଙ୍ଗାହଙ୍ଗାମା ସୃଷ୍ଟି ହୋଇ ଦେଶରେ ଜାତୀୟ ସଂହତିକୁ ବିପନ୍ନ କରୁଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

(ii) ଜାତିବାଦ (Casteism) – ଜାତିବାଦ ଭାରତୀୟ ସମାଜର ଏକ ସ୍ବକୀୟ ବ୍ୟାଧ୍ । ଜାତିବାଦ ଜାତିପ୍ରଥା ସହିତ ଘନିଷ୍ଠ ଭାବେ ସଂପୃକ୍ତ । ତେଣୁ ଏହା ମୁଖ୍ୟତଃ ଏକ ଗ୍ରାମ୍ୟ ସମାଜର ସମସ୍ୟା ରୂପେ ପରିଚିତ । ସମୁଦାୟ ହିନ୍ଦୁ ସମାଜ ଜାତିପ୍ରଥାଦ୍ଵାରା କ୍ଷୁଦ୍ର କ୍ଷୁଦ୍ର ସମୂହରେ ବିଭକ୍ତ । ପ୍ରତିଟି ଜାତି ସମୂହର ସଦସ୍ୟମାନଙ୍କ ମଧ୍ୟରେ ଦୃଢ଼ ଆର୍ଥିକ ଭାବନା (We feeling) ଏବଂ ଅନ୍ଧ ଆନୁଗତ୍ୟ ରହିଥାଏ ।

ଏହି ଆନୁଗତ୍ୟର ବଶବର୍ତୀ ହୋଇ ଯେତେବେଳେ କୌଣସି ଜାତିର ସଦସ୍ୟମାନେ ନିଜ ଜାତିର ସ୍ବାର୍ଥ ଓ ଆଧୂପତ୍ୟ ବଜାୟ ରଖୁବା ନିମିତ୍ତ ବିବେକହୀନ ଭାବେ ଅନ୍ୟ ଜାତି ପ୍ରତି ବୈରୀ ମନୋଭାବ ପୋଷଣ କରନ୍ତି, ସେତେବେଳେ ଜାତିବାଦ ଜନ୍ମଲାଭ କରେ । ସୁତରାଂ ଜାତିବାଦ କହିଲେ ନିଜ ଜାତି ପ୍ରତି ଅନ୍ଧ ଓ ବିବେକହୀନ ଆନୁଗତ୍ୟକୁ ହିଁ ବୁଝାଯାଏ, ଯାହାର ବଶବର୍ତ୍ତୀ ହୋଇ ଏକ ଜାତିର ସଦସ୍ୟଗଣ ଅନ୍ୟ ଜାତି ପ୍ରତି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରନ୍ତି ।

ଅନ୍ୟ ଅର୍ଥରେ ନିଜ ଜାତିର ସ୍ବାର୍ଥ ଓ ମର୍ଯ୍ୟାଦା ନାମରେ ହିଂସାପରାୟଣ ହୋଇ ଅନ୍ୟ ଜାତି ବିରୁଦ୍ଧରେ ଯେକୌଣସି ପ୍ରକାର ଅମାନୁଷିକ ତଥା ଅଯଥାର୍ଥ କାର୍ଯ୍ୟ କରିବାର ଦୃଢ଼ ସଂକଳ୍ପକୁ ଜାତିବାଦ କୁହାଯାଏ । କାକା କାଲୋଲ୍‌କର କହିଛନ୍ତି, ଜାତିବାଦ ହେଉଛି ଏକ ଦୃଢ଼ ଓ ବଳିଷ୍ଠ ସମୂହ ଆନୁଗତ୍ୟ, ଯାହା ନ୍ୟାୟ, ନ୍ୟାର୍ଯ୍ୟ ବ୍ୟବହାର ଏବଂ ସାର୍ବଜନୀନ ଭ୍ରାତୃତ୍ୱଭାବର ସୁସ୍ଥ ସାମାଜିକ ଆଦର୍ଶକୁ ଅବିମାନନା କରିଥାଏ (Casteism is a strong blood supreme group loyalty that ignores the healthy social standards of justice, fair play and universal brotherhood.) ।

ଆଇ.ଏନ୍. ଶର୍ମାଙ୍କ ମତରେ, ଜାତିବାଦ ନିଜ ଜାତି ବା ଉପଜାତି ପ୍ରତି ଏକ ବିବେକହୀନ ସମୂହ ଆନୁଗତ୍ୟ, ଯାହା ଅନ୍ୟ ଜାତିର ସ୍ବାର୍ଥ ପ୍ରତି ଦୃଷ୍ଟି ଦେଇ ନଥାଏ ଓ ନିଜ ସମୂହର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଅନ୍ୟାନ୍ୟ ସ୍ୱାର୍ଥ ପୂରଣ କରିବାପାଇଁ ଚେଷ୍ଟା କରିଥାଏ (Casteism is a blind loyalty towards ones’ own caste or sub-caste, which does not care for the interests of other castes and seeks to realise the social, economic public and other interests of its own group.) |

ଜାତିବାଦ ସ୍ବାର୍ଥପର, ସଂକୀର୍ଣ୍ଣତା ଏବଂ ଈର୍ଷାପରାୟଣ ମନୋଭାବର ଏକ ପ୍ରତୀକ । ଏହା ଜାତି ଜାତି ମଧ୍ୟରେ ହିଂସା, ଦ୍ବେଷ ଓ ପରଶ୍ରୀକାତରତା ସୃଷ୍ଟି କରେ । ଯେତେବେଳେ ଗୋଟିଏ ଜାତିର ସଦସ୍ୟଗଣ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରିବାକୁ ଚାହାନ୍ତି, ସେତେବେଳେ ସେମାନେ ଅନ୍ୟ ଜାତିକୁ ସେଥୁରୁ ବଞ୍ଚିତ କରିବାପାଇଁ ବିଚ୍ଛିନ୍ନ ହୋଇ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ।

ଧୀରେ ଧୀରେ ଏହି ଈର୍ଷାନ୍ୱିତ ମନୋଭାବ ସଂଘର୍ଷର ରୂପ ଧାରଣ କରି ଦଙ୍ଗାହଙ୍ଗାମା ଓ ରକ୍ତପାତର ତାଣ୍ଡବଲୀଳା ସୃଷ୍ଟି କରେ । ସୁତରାଂ ଜାତିବାଦ ଏକ ଉତ୍କଟ ସାମାଜିକ ସମସ୍ୟା ରୂପେ ଦେଶର ଜାତୀୟ ସଂହତିକୁ ବିପଦାପନ୍ନ କରୁଅଛି, ଏହା ନିଃସନ୍ଦେହ ।

(iii) ଭାଷାବାଦ (Linguism) – ଆମ ମାତୃଭୂମି ଭାରତବର୍ଷ ଏକ ବିଶାଳ ଦେଶ । ବିଭିନ୍ନ ଭାଷାଭାଷୀ ଲୋକମାନେ ଭାରତର ପ୍ରକୃତ ଅଧିବାସୀ । ଏହି ଦୃଷ୍ଟିରୁ ଭାରତ ବିଭିନ୍ନ ଭାଷାର ଏକ କେନ୍ଦ୍ରସ୍ଥଳୀ । ତେଣୁ ଭାରତକୁ ବହୁ ଭାଷା ମିଶ୍ରିତ ଏକ କୋଳାହଳମୟ ଦୁର୍ଗ (Varitable tower of babel) କୁହାଯାଏ । ବର୍ତ୍ତମାନ ଭାରତରେ ବହୁ ଭାଷା ଦେଖିବାକୁ ମିଳୁଛି । କିନ୍ତୁ ପ୍ରାଚୀନ ସମୟରେ ଏହି ଭାଷାଗତ ବିଭିନ୍ନତା ଦେଶ ପାଇଁ ଏକ ବଡ଼ ସମସ୍ୟା ନଥିଲା ।

କାରଣ ସଂସ୍କୃତ ସର୍ବପ୍ରଥମେ, ତା’ପରେ ପାର୍ସୀ ଏବଂ ଦେଢ଼ଶହ ବର୍ଷ ଧରି ସମସ୍ତ ବୁଦ୍ଧିଜୀବୀ ମହଲରେ ଇଂରାଜୀ ଏକ ସଂଯୋଗକାରୀ ଭାଷା ରୂପେ କରୁଥିଲା । କିନ୍ତୁ ବର୍ତ୍ତମାନ ଭାଷାଗତ ସମସ୍ୟା ଏକ ମୁଖ୍ୟ ସମସ୍ୟାଭାବେ ଦେଖାଦେଇ ଦେଶର ସ୍ଥିତି ପ୍ରତି ବିପଦ ସୃଷ୍ଟି କରୁଛି । କାରଣ ଏପର୍ଯ୍ୟନ୍ତ ଇଂରାଜୀ ଭାଷା ଭଳି କୌଣସି ସଂଯୋଗକାରୀ ଭାଷାର ବିକାଶ ଘଟିନାହିଁ ।

ଯଦିଓ ହିନ୍ଦୀ ଭାଷା ଭାରତୀୟ ରାଷ୍ଟ୍ର ଭାଷା ରୂପେ ସାମ୍ବିଧାନିକ ଭାବେ ସ୍ବୀକୃତିପ୍ରାପ୍ତ ତଥାପି ଏହାର ପ୍ରଚଳନ ଏକ ବିବଦମାନ ବିଷୟ । ଭାଷାବାଦ କହିଲେ ନିଜ ଭାଷା ପ୍ରତି ଅତିଶୟ ବ୍ୟକ୍ତିଗତ ଅନୁରକ୍ତିକୁ ହିଁ ବୁଝାଇଥାଏ । ଅନ୍ୟ ଅର୍ଥରେ ନିଜ ଭାଷା ପ୍ରତି ଅନୁରକ୍ତ ରହି ଅନ୍ୟ ଭାଷା ବିରୁଦ୍ଧରେ ସ୍ଵର ମଧ୍ୟରେ ଶତ୍ରୁତା ମନୋଭାବ ସୃଷ୍ଟି ହେଉଥ‌ିବାର ଅନେକ ଦୃଷ୍ଟାନ୍ତ ରହିଛି ।

ଭାଷାବାଦ ଭାରତର ଜାତୀୟ ସ୍ବାଧୀନତା ସଂଗ୍ରାମରୁ ଜାତ ହୋଇଛି । ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଇଂରେଜମାନେ ଦେଶକୁ ଭାଷାଗତ ସୀମା ଭିତ୍ତିରେ ବିଭିନ୍ନ ପ୍ରଦେଶରେ ବିଭକ୍ତ କରିଥିଲେ । ଯଦିଓ ପ୍ରଥମେ ସ୍ଵାଧୀନତା ଆନ୍ଦୋଳନର ଜାତୀୟ ନେତାମାନେ ଏହି ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ତଥାପି ପରେ ଭାଷାଭିଭିକ ଆଞ୍ଚଳିକ ବିଭାଜନକୁ ସେମାନେ ଅନୁସରଣ କଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରାଦେଶିକ ବିଭାଜନ ମଧ ଭାଷାଗତ ସୀମାଭିଭିକ ହୋଇଥିଲା ।

ଭାରତ ସ୍ଵାଧୀନ ହେବାପରେ ଭାଷାଗତ ସମ-ମୌଳିକତା (Homogenequsly) ଭିରିରେ ଭାରତକୁ କେତୋଟି ରାଜ୍ୟରେ ବିଭକ୍ତ କରାଯାଇ ପ୍ରତିଟି ରାଜ୍ୟର ଭାଷାକୁ ସ୍ବୀକୃତି ଦିଆଗଲା । ସେହି ସମୟଠାରୁ ଭାରତରେ ଭାଷାବାଦ ସମସ୍ୟା ଅଳ୍ପେ ବହୁତେ ସୃଷ୍ଟି ହେଉଅଛି ।

ଆଞ୍ଚଳିକବାଦ (Regionalism) – ଏକ ନିର୍ଦ୍ଦିଷ୍ଟ ତଥା ସ୍ଥିରୀକୃତ ସୀମାରେଖାକୁ ଧାରଣ କରିଥିବା କୌଣସି ଏକ ସ୍ଥାନକୁ ଏକ ଅଞ୍ଚଳ (Region) ଭାବେ ପ୍ରତିପାଦିତ କରାଯାଇପାରେ । ଏକ ଅଞ୍ଚଳର ପରିସରଭୁକ୍ତ ଲୋକମାନେ ଉକ୍ତ ଅଞ୍ଚଳର ସ୍ଥାୟୀ ଅଧ୍ୟାବାସୀ ରୂପେ ପରିଚିତ । ସେମାନେ ସଂପୃକ୍ତ ଅଞ୍ଚଳର ସମସ୍ତ ଅଧିକାର ଓ ସୁବିଧା ସୁଯୋଗ ଉପଭୋଗ କରିବା ସହିତ ଅଞ୍ଚଳର ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ବ୍ୟାପାରରେ ସକ୍ରିୟ ଅଂଶଗ୍ରହଣ କରିଥା’ନ୍ତି ।

ଅଞ୍ଚଳର ସମ୍ମାନ ତଥା ଖ୍ୟାତି ଓ ଗୌରବ ବୃଦ୍ଧି ସେମାନଙ୍କର ପରମ କର୍ତ୍ତବ୍ୟ ବୋଲି ମନେକରନ୍ତି । ବାସ୍ତବ କ୍ଷେତ୍ରରେ ଭାରତର ପ୍ରତ୍ୟେକ ଭାଷାଗତ ସ୍ଥାନ ଏକ ଅଞ୍ଚଳରୁପେ ପରିଚିତ । କିନ୍ତୁ ଏହା ଭିତରେ ଅର୍ଥନୈତିକ ବିକାଶର ସ୍ତର, ସାମାଜିକ ଚଳଣି ଓ ସାଂସ୍କୃତିକ ପ୍ରଭେଦତା ଆଦି ଅନ୍ୟ କେତେକ ମାନଦଣ୍ଡ ଭିଭିରେ ଏକାଧିକ ଅଞ୍ଚଳ ଜ୍ଵାର ହୃଦ୍‌ବୋଧ ହୁଏ ।

CHSE Odisha Class 12 Sociology Unit 3 Long Answer Questions in Odia Medium

୧୫ । ଜାତିବାଦ କ’ଣ ଓ ଏହା ଫଳାଫଳମାନ ଦର୍ଶାଅ ।
Answer:
(୧) ଜାତିବାଦ କ’ଣ ? – ଅନ୍ୟ ଜାତି ବିଦ୍ବେଷ ମନୋଭାବ ।
(୨) ଜାତିବାଦର କାରଣ – ଜାତିର ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟା, ପରିବହନ ଓ ଯୋଗାଯୋଗର ଉନ୍ନତି, ନିର୍ବାଚନ ପ୍ରକ୍ରିୟା, ବିବାହ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହରୀକରଣ ।
(୩) ଜାତିବାଦର କୁପରିଣାମ – ଜାତୀୟ ଏକତା ଓ ସଂହତି ପ୍ରତି ସମସ୍ୟା, ଗଣତନ୍ତ୍ରର ବିରୁଦ୍ଧାଚରଣ, ଅର୍ଥନୈତିକ ଉନ୍ନତିରେ ପ୍ରତିବନ୍ଧକ, ଦୁର୍ନୀତି ଇତ୍ୟାଦି ।

ଜାତିବାଦ ଭାରତୀୟ ଜାତୀୟ ଏକତାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଏକ ମୁଖ୍ୟ ଉପାଦାନ ଅଟେ । ଯେତେବେଳେ ଏକ ଜାତି ନିଜ ସପକ୍ଷରେ ଅନ୍ଧ ଓ ବିବେକହୀନ ବିଚାର କରିଥାଏ ଓ ଅନ୍ୟ ଜାତି ପ୍ରତି ବିଦ୍ବେଷ ମନୋଭାବ ଦେଖାଇଥାଏ, ସେତେବେଳେ ତାହାକୁ ଜାତିବାଦ କୁହାଯାଏ ।

କାକା କାଲେକରଙ୍କ ମତରେ ‘ ଜାତିବାଦ ହେଉଛି ମାତ୍ରାତିରକ୍ତି ଅନ୍ଧ ଓ ଦାୟିକ ଗୋଷ୍ଠୀ ଆନୁଗତ୍ୟ, ଯାହାକି ନ୍ୟାୟବୋଧ ଔଦ୍ଧତ୍ୟ, ସାମ୍ୟ ଓ ବିଶ୍ୱଭ୍ରାତୃତ୍ୱଭାବ ଆଦି ସୁସ୍ଥ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ । ଜାତିବାଦ ପାଇଁ ଅନେକ କାରଣ ଦାୟୀ ଅଟନ୍ତି । ସେହି କାରଣମାନ ହେଲା –

(୧) ଜାତିର ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟା – ଏକ ଜାତି ବ୍ୟବସ୍ଥା ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିର ପ୍ରସ୍ଥିତି, ତା’ ଜାତିର ପ୍ରସ୍ଥିତି ଉପରେ ନିର୍ଭର କରିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସ୍ତରୀକରଣ ବ୍ୟବସ୍ଥାରେ ତା’ ଜାତିର ସମ୍ମାନ ବୃଦ୍ଧି କରିବାକୁ ଚେଷ୍ଟା କରିଥାଏ । ତେଣୁ ବ୍ୟକ୍ତି ଓ ଜାତି ମଧ୍ୟରେ ସେମାନଙ୍କର ନିଜ ନିଜର ଜାତିର ସମ୍ମାନ ବୃଦ୍ଧି ପାଇଁ ହେଉଥ‌ିବା ତୀବ୍ର ପ୍ରତିଯୋଗିତାକୁ ଜାତିବାଦ ସୃଷ୍ଟି ହୁଏ ।

(୨) ପରିବହନ ଓ ଯୋଗାଯୋଗର ଉନ୍ନତି – ପରିବହନ ଯୋଗାଯୋଗ ବ୍ୟବସ୍ଥାର କ୍ରମ ଉନ୍ନତି ଜାତିବାଦର ଉତ୍‌ଥାନକୁ ପ୍ରୋତ୍ସାହିତ କରିବା ସହିତ ଏହାକୁ ଅଧ୍ବକ ବୃହତ୍ତର କରିଥିଲା । ଏଥ୍ ଯୋଗୁଁ ଦୂରଦୂରାନ୍ତରେ ବାସ କରୁଥିବା ଗୋଟିଏ ଜାତିର ସଦସ୍ୟମାନଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ସ୍ଥାପନ ସମ୍ଭବ ହୋଇପାରିଲା ଏବଂ ସେମାନେ ଅଧିକ ସଂଗଠିତ ହୋଇପାରିଲେ । ଏହା ସେମାନଙ୍କୁ ସେମାନଙ୍କର ସ୍ବାର୍ଥ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିବାକୁ ଏକତ୍ର କରିଥିଲା । ଫଳରେ ଜାତିବାଦ ଅଧ୍ବକ ଦୃଢ଼ତର ହୋଇଥିଲା ।

(୩) ନିର୍ବାଚନ ପ୍ରକ୍ରିୟା – ଆମ ଦେଶର ନିର୍ବାଚନ ପ୍ରକ୍ରିୟା ଜାତିବାଦକୁ ପ୍ରୋତ୍ସାହିତ କରିଥାଏ । ପ୍ରତ୍ୟେକ ରାଜନୈତିକ ଦଳ ଓ ଏହାର ନେତାମାନେ ନିର୍ବାଚନରେ ଜିତିବାପାଇଁ ଜାତିଗତ ଆନୁଗତ୍ୟକୁ ଉତ୍ସାହିତ କରିଥା’ନ୍ତି । ନିର୍ବାଚନ ସମୟରେ ନିର୍ଦ୍ଦିଷ୍ଟ ଜାତିର ପ୍ରାର୍ଥୀଙ୍କୁ ବାଛିବା ଓ ସେମାନଙ୍କୁ ସ୍ୱତନ୍ତ୍ର ସୁବଧା ପ୍ରଦାନ କରିବାଦ୍ୱାରା ଜାତିବାଦ ଅଧିକ ଦୃଢ଼ତର ହୋଇଛି ।

(୪) ବିବାହ ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିବନ୍ଧକ – ପ୍ରତ୍ୟେକ ଜାତି ଏବଂ ଉପଜାତି ଏହାର ସଦସ୍ୟମାନଙ୍କ ଉପରେ ବିବାହ ବୃତ୍ତି ନିର୍ବାଚନ, ଖାଦ୍ୟପାନୀୟ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ କେତେକ କଟକଣା ଲାଗୁ କରିଥାଏ । ଜାତି ଏଣ୍ଡୋଗାମୀ ନିୟମ ଅନୁସାରେ ପ୍ରତ୍ୟେକ ଜାତିର ସଦସ୍ୟ ତା’ର ନିଜ ଜାତିରେ ବିବାହ କରିବାକୁ ବାଧ୍ୟ । ସେହିପରି ଜଣେ ତା’ର ଜାତିବୃତ୍ତିକୁ ଗ୍ରହଣ କରିବାକୁ ବାଧ୍ୟ । ଗୋଟିଏ ଜାତିର ସଦସ୍ୟମାନେ ଅନ୍ୟ ଜାତିର ସଦସ୍ୟମାନଙ୍କଠାରୁ ଖାଦ୍ୟ ଗ୍ରହଣ କରିପାରିବେ ନାହିଁ । ଏହିସବୁ ବାଧା ଓ କଟକଣା ଯୋଗୁଁ ଜାତିବାଦର ଉତ୍‌ଥାନ ସହଜ ହୋଇଥାଏ ।

(୫) ସହରୀକରଣ – ସହରୀକରଣର ବ୍ୟାପକତା ଜାତି ପ୍ରଭାବକୁ ହ୍ରାସ କରିଥିଲେ ମଧ୍ୟ ପ୍ରକାରାନ୍ତରେ ଏହା ଜାତିବାଦର ଉତ୍‌ଥାନକୁ ପ୍ରୋତ୍ସାହିତ କରିଥାଏ । ସହରର ଜନଗହଳି ମଧ୍ୟରେ ଲୋକମାନେ ସେମାନଙ୍କର ପରିଚୟର ଅଭାବ ଓ ବ୍ୟକ୍ତିତ୍ଵର ଅଭାବ ଆଦି ଅନୁଭବ କରିଥା’ନ୍ତି । ଏସବୁର ଅଭାବ ପୂରଣ ପାଇଁ ଏବଂ ନିଜର ଗୁରୁତ୍ଵକୁ ଜାହିର କରିବାପାଇଁ ମନୁଷ୍ୟ ଜାତି ଉପରେ ନିର୍ଭର କରୁଛି, ଯାହାକି ଜାତିବାଦର ବୃଦ୍ଧି ଘଟାଉଛି ।

ଜାତିବାଦର କୁପରିଣାମ :
(କ) ଜାତୀୟ ଏକତା ଓ ସଂହତି ପ୍ରତି ସମସ୍ୟା – ଜାତିବାଦ ସଂକୀର୍ଣ୍ଣ ସ୍ବାର୍ଥ ଉପରେ ପର୍ଯ୍ୟବସିତ ହୋଇଥ‌ିବାରୁ ଏହା ଜାତୀୟ ସ୍ଵାର୍ଥର ପରିପନ୍ଥୀ । ଜାତି ଜାତି ମଧ୍ୟରେ ସର୍ବଦା ବିବାଦ ଲାଗି ରହିଥ‌ିବାରୁ ଏହା ଜାତୀୟ ଏକତା ଓ ସଂହତି ପଥରେ ବାଧା ସୃଷ୍ଟି କରିଥାଏ ।

(ଖ) ଗଣତାନ୍ତ୍ରିକ ବିରୁଦ୍ଧାଚରଣ – ଗଣତନ୍ତ୍ର ସମାନତା ଉପରେ ପ୍ରତିଷ୍ଠିତ ହୋଇଥାଏ; କିନ୍ତୁ ଜାତି ବ୍ୟବସ୍ଥା ଅସମାନତା, ଉଚ୍ଚନୀଚ କ୍ରମ ଓ ଅସ୍ପୃଶ୍ୟତା ଆଦିରେ ବିଶ୍ୱାସ କରିଥାଏ । ତେଣୁ ଏକ ଜାତିଭିଭିକ ସମାଜରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରାୟତଃ ଦେଖାଯାଇ ନଥାଏ ।

(ଗ) ଅର୍ଥନୈତିକ ଉନ୍ନତିରେ ପ୍ରତିବନ୍ଧକ ଆଣିଥାଏ – ପ୍ରତ୍ୟେକ ଜାତିର ଏକ ଜାତି ବୃଦ୍ଧି ରହିଥାଏ, ଯାହାକୁ ଏହାର ସଦସ୍ୟମାନେ ଗ୍ରହଣ କରିବାକୁ ବାଧ୍ୟ ହୋଇଥା’ନ୍ତି । ଇଚ୍ଛା ବିରୋଧରେ ବୃତ୍ତି ଗ୍ରହଣ କରିବାରୁ ବ୍ୟକ୍ତିର ଆର୍ଥିକ ପରିସ୍ଥିତିରେ ଉନ୍ନତି ହୋଇପାରେ ନାହିଁ । ଏତଦ୍‌ବ୍ୟତୀତ ଜାତିଭିଭିକ ସମାଜରେ ବିଭିନ୍ନ କଟକଣା, ନିୟମ, ସଂରକ୍ଷଣ ନିୟମ ଓ ଦୁର୍ନୀତି ଯୋଗୁଁ ବ୍ୟକ୍ତି ଓ ସମାଜର ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ।

(ଘ) ସାଧାରଣ ଜୀବନରେ ଦୁର୍ନୀତିକୁ ଉତ୍ସାହିତ କରିଥାଏ – ଏକ ଜାତିଭିତ୍ତିକ ସମାଜରେ ଲୋକମାନଙ୍କର ନିଜ ନିଜ ଜାତି ପ୍ରତି ଥ‌ିବା ଅନ୍ଧ ଆନୁଗତ୍ୟ ସେମାନଙ୍କର ନିଜ ନିଜ ସଦସ୍ୟମାନଙ୍କ ପାଇଁ ପ୍ରଶାସନିକ ଓ ବିଭିନ୍ନ ସ୍ତରରେ ସମର୍ଥନକୁ ପ୍ରୋତ୍ସାହିତ କରିଥାଏ । ଫଳରେ ଲୋକମାନେ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

୧୬ । ସନ୍ତ୍ରାସବାଦ ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
(୧) ସନ୍ତ୍ରାସବାଦ ଉତ୍ପତ୍ତି
(୨) ରାଜନୈତିକ ଅଭିପ୍ରାୟ
(୩) ସନ୍ତ୍ରାସବାଦର ଐତିହ୍ୟ
(୪) ସନ୍ତ୍ରାସବାଦର ଲକ୍ଷ୍ୟ
(୫) ଭାରତରେ ସକ୍ରିୟ ସନ୍ତ୍ରାସବାଦ ଗୋଷ୍ଠୀ
(୬) ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଦମନ / ପ୍ରତିକାର ବ୍ୟବସ୍ଥା ଇତ୍ୟାଦି ।

CHSE Odisha Class 12 Sociology Unit 3 Long Answer Questions in Odia Medium

ବିଂଶ ଶତାବ୍ଦୀର ଶେଷଭାଗରେ ସମଗ୍ର ବିଶ୍ବ ଯେଉଁ ଭୟାବହ ଜଟିଳ ସମସ୍ୟାରେ ଜର୍ଜରିତ, ତାହାହିଁ ହେଉଛି ସନ୍ତ୍ରାସବାଦ । ମାନବିକତାହୀନ ତଥା ବର୍ବରୋଚିତ ଆକ୍ରମଣ ଓ ମାନସିକତା ପ୍ରସୂତ ପୈଶାଚିକ ଆଚରଣ ହିଁ ସନ୍ତ୍ରାସବାଦୀ ସଂଗଠନର କାର୍ଯ୍ୟକଳାପ । ସଂଗଠିତ ହତ୍ୟା ଲୁଣ୍ଠନ, ଅପହରଣ ଓ ବିସ୍ଫୋରଣ ଘଟାଇ ଧନଜୀବନ ନଷ୍ଟ କରିବା ଇତ୍ୟାଦି ଅମାନୁଷିକ କାର୍ଯ୍ୟ ହିଁ ସନ୍ତ୍ରାସବାଦୀମାନଙ୍କର ପ୍ରଧାନ କାର୍ଯ୍ୟ ।

ଏହା ଏକ ଉଗ୍ର ମନୋଭାବାପନ୍ନ କାର୍ଯ୍ୟ ହୋଇଥ‌ିବାରୁ ଏହାକୁ ଉଗ୍ରବାଦ ବା ଆତଙ୍କବାଦ ବୋଲି କୁହାଯାଏ । ସେହିପରି କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ସଂଗଠନ ନିଜର କୌଣସି ଦାବି ହାସଲ କରିବା ପାଇଁ ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ନିରୀହ ଜନସାଧାରଣଙ୍କୁ ହତ୍ୟା କରନ୍ତି, ତାକୁ ମଧ୍ୟ ଆତଙ୍କବାଦ କୁହାଯାଏ । ସେମାନଙ୍କ ହିଂସାକାଣ୍ଡର ନାମ ହେଉଛି ଆତଙ୍କବାଦ (Terrorism) ।

ଏସବୁ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଯେ, କିଛି ରାଜନୈତିକ ଅଭିପ୍ରାୟ ନେଇ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରରେ ପ୍ରାୟ ଶତାଧିକ ସନ୍ତ୍ରାସବାଦୀ ସଂଗଠନ କାର୍ଯ୍ୟ କରୁଛନ୍ତି । ଦୃଷ୍ଟାନ୍ତସ୍ୱରୂପ, ଏଠାରେ ଆଲୋଚ୍ୟ ଆଫଗାନିସ୍ତାନର ‘ଅଲକାଇଦା’ ଶ୍ରୀଲଙ୍କାର ‘ଏଲ୍.ଟି.ଟି.ଇ’, ନେପାଳର ‘ମାଓପନ୍ଥୀ ଗରିଲା ଗୋଷ୍ଠୀ’,ପାକିସ୍ତାନର ‘ ଜୈସ-ଇ-ମହମ୍ମଦ’’, ପାଲେଷ୍ଟାଇନର ‘ହାମାସ୍’ ପ୍ରଭୃତି ସଂଗଠନକୁ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି ।

ସାଂପ୍ରତିକ ଯୁଗରେ ବିପୁଳ ଅର୍ଥ ପ୍ରୟୋଗ ମାଧ୍ୟମରେ ଅତ୍ୟାଧୁନିକ ମାରଣାସ୍ତ୍ରମାନ ସଂଗ୍ରହ କରି ସନ୍ତ୍ରାସବାଦୀମାନେ ବିଭିନ୍ନ ସ୍ଥାନରେ ଯେଭଳି ନାରକୀୟ ହିଂସାକାଣ୍ଡମାନ ଭିଆଉ କେବଳ ବିଶ୍ୱମାନବିକତାକୁ ବ୍ୟଥ୍‌ତ କରି ନାହିଁ, ବରଂ ମାନବୀୟ ସଭ୍ୟତାର ଇତିହାସରେ ମଧ୍ଯ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି । ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଣୁ ବିଭିନ୍ନ ରାଷ୍ଟ୍ରର ରାଜନେତା ତଥା ଜାତିସଂଘର ତୁଙ୍ଗ ନେତୃବର୍ଗ ଏହି ସମସ୍ୟା ପ୍ରତି ବିଶେଷ ସଚେତନ ହୋଇ ଉଠିଛନ୍ତି ।

ସନ୍ତ୍ରାସବାଦର ଐତିହ୍ୟ :
‘ସନ୍ତ୍ରାସବାଦ’ ଶବ୍ଦଟି ଅତୀତରେ ସୁପରିଚିତ ନ ଥିଲେ ହେଁ ଏହାର ଇତିହାସ ସୁପ୍ରାଚୀନ । ଏପରିକି ପୃଥ‌ିବୀ ଇତିହାସର ପୃଷ୍ଠା ଲେଉଟାଇଲେ ଅତୀତର ବହୁ ରାଜନୈତିକ ବିଘଟନ ଆରମ୍ଭ ଦୃଷ୍ଟି ପଥାରୂଢ଼ ହୋଇଥାଏ । ସମୟାନୁକ୍ରମେ ଭୟାବହ ଗଣବିପ୍ଳବ ଘଟି ବହୁ ରାଜଶକ୍ତି କ୍ଷମତାଚ୍ୟୁତ ହୋଇଛନ୍ତି । କାରୁଣ୍ୟର ଉଲ୍ଲାସରେ ଅଶ୍ରୁସିକ୍ତ ବିଶ୍ବମାନବିକତା ଏକାନ୍ତରେ ବିଳାପ କରିଉଠିଛି ।

ଦୃଷ୍ଟାନ୍ତସ୍ୱରୂପ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଇହୁଦୀମାନେ ପାଲେଷ୍ଟାଇନ୍‌ରେ ରୋମ୍ ରାଜତନ୍ତ୍ରକୁ ବିରୋଧ କରି ସେଠାରେ ବହୁ ରୋମୀୟଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ସେହିପରି ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ଫରାସୀ ଲୁଇ ଶାସନ ବିରୋଧରେ ଯେଉଁ ପ୍ରଚଣ୍ଡ ଗଣ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ତା’ର ପରିସମାପ୍ତି ଘଟିଥିଲା ଅମାନୁଷିକ ହତ୍ୟାକାଣ୍ଡ ଓ ରକ୍ତପାତ ମଧ୍ଯରେ ।

ରାଜା ଷୋଡ଼ଶ ଲୁଇ ଓ ରାଜପରିବାରର ସମସ୍ତ ସଦସ୍ୟଙ୍କ ସହିତ ବହୁ ସମର୍ଥକମାନଙ୍କୁ ବିପ୍ଳବୀମାନେ ସମବେତ ଜନତାଙ୍କ ଗହଣରେ ପ୍ରାକାଶ୍ୟରେ ହତ୍ୟା କରିଥିଲେ । ଫ୍ରାନ୍ସ ଭଳି ରୁଷ୍ ଓ ଆମେରିକାରେ ମଧ୍ୟ ବିପ୍ଳବ ଘଟି ହତ୍ୟାର ବିଭୀଷିକା ସୃଷ୍ଟି ହୋଇଥିଲା । ସେହିପରି ପୃଥ‌ିବୀର ବିଭିନ୍ନ ଦେଶରେ ବହୁ ରାଷ୍ଟ୍ରନେତା ତଥା ବିଶିଷ୍ଟ ବ୍ୟକ୍ତିସମୂହ ଗଣବିପ୍ଳବର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଥିବା ଇତିହାସରେ ନଜିର ରହିଛି ।

୧୮୮୧ରେ ରୁଷର ସମ୍ରାଟ୍ ଜାର ଦ୍ବିତୀୟ ଆଲେକ୍‌ଜାଣ୍ଡର ବୋମା ବିସ୍ଫୋରଣରେ ନିହତ ହୋଇଥିବାବେଳେ ୧୮୯୮ରେ ଅଷ୍ଟ୍ରିଆର ସାମ୍ରାଜ୍ଞୀ ଏଲିଜାବେଥଙ୍କୁ ଓ ୧୮୬୫ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଆବ୍ରାହମ୍ ଲଙ୍କନଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ୧୮୧୮ ମସିହାରେ ସ୍ଵେଚ୍ଛାଚାରୀ ଜାର୍ ଶାସନର ଅବସାନ ଘଟାଇବାକୁ ଯାଇ ବିପ୍ଳବୀମାନେ ସମ୍ରାଟ୍ ଦ୍ୱିତୀୟ ନିକୋଲାସ୍‌ଙ୍କୁ ପରିବାର ସହ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିଥିଲେ ।

ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଜେନେରାଲ ବୈଦ୍ୟ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ସନ୍ତ୍ରାସବାଦର ଶିକାର ହୋଇ ଜୀବନ ହରାଇଥିଲେ । ଆଧୁନିକ ବିଶ୍ଵରେ ବିଶେଷକରି ବିଂଶ ଶତାବ୍ଦୀର ଅନ୍ତିମ ପର୍ଯ୍ୟାୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ସରକାରଙ୍କ ବିରୋଧ ସତ୍ତ୍ବେ ବା ଦେଶର ବିଭିନ୍ନ ପ୍ରତିକାର ବ୍ୟବସ୍ଥା କରାଯିବା ସତ୍ତ୍ବେ ସନ୍ତ୍ରାସବାଦୀ ଗୋଷ୍ଠୀ ଶକ୍ତିଶାଳୀ ହୋଇଉଠିଛନ୍ତି ।

ସାମ୍ପତିକ ଯୁଗରେ ଏହି କାର୍ଯ୍ୟକଳାପ ବିଭିନ୍ନ ରାଜୈନତିକ ଦଳର ନେତାମାନଙ୍କର ମୁଣ୍ଡବ୍ୟଥାର କାରଣ ହୋଇପଡ଼ିଛି । ଅତ୍ୟାଧୁନିକ ମାରଣାସ୍ତ୍ର ନିର୍ମାଣ, ବିସ୍ଫୋରକ ସାମଗ୍ରୀର ଉଦ୍‌ଭାବନ, ଉନ୍ନତ ପରିବହନ ଓ ଯୋଗାଯୋଗର ବ୍ୟବସ୍ଥା, ଅତ୍ୟାଧୁନିକ ଯାନବାହନର ଆବିଷ୍କାର ଇତ୍ୟାଦି ସନ୍ତ୍ରାସବାଦୀମାନଙ୍କର ଶକ୍ତି ଓ ଜ୍ଞାନକୌଶଳକୁ ଶାଣିତ କରିବାରେ ସାହାଯ୍ୟ କରିଛି ।

ଏଣୁ ଆଧୁନିକ ବିଜ୍ଞାନ ଓ ଜ୍ଞାନ କୌଶଳକୁ ଏ ଶ୍ରେଣୀୟ ଲୋକମାନେ ଅପବ୍ୟବହାର କରି ମାନବ ସମାଜକୁ କେବଳ ଧ୍ୱଂସପଥରେ ଆଗେଇ ନେବାରେ ସହାୟକ ହେଉଛନ୍ତି । ଏହାର କୁପରିଣତି ଯେ ଧ୍ୱଂସାଭିମୁଖୀ- ଏଥରେ ଦ୍ବିମତର କାରଣ ନାହିଁ । ଏସବୁ ଦୃଷ୍ଟିରୁ ଆଲୋଚନା କରାଗଲେ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ସୁଦୀର୍ଘ ପରମ୍ପରା ରହିଛି । ଏପରିକି ପୁରାଣ ଯୁଗରେ ମଧ୍ୟ ଏହାର ଦୃଷ୍ଟାନ୍ତ ଦେଖୁବାକୁ ମିଳେ ।

ରାମାୟଣରେ ରାମଦୂତ ହନୁମାନ୍‌ଙ୍କଦ୍ଵାରା ଲଙ୍କାପୋଡ଼ି ହେଉ ବା ମହାଭାରତର ପାଣ୍ଡବମାନଙ୍କ ନିଧନ ନିମନ୍ତେ ଜତୁଗୃହ ଦାହ ବା ପାଣ୍ଡବମାନଙ୍କ ନିଦ୍ରିତ ଶିଶୁପୁତ୍ରମାନଙ୍କୁ ଅଶ୍ୱତ୍‌ଥାମାଦ୍ଵାରା ନିଶାର୍ଦ୍ଧରେ ହତ୍ୟା ଇତ୍ୟାଦି ଅମାନୁଷିକ କାର୍ଯ୍ୟ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଜ୍ଵଳନ୍ତ ଆଲେଖ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ; କିନ୍ତୁ ଏଭଳି ହିଂସାତ୍ମକ କାର୍ଯ୍ୟକୁ ହୁଏତ ଏହି ଆତଙ୍କବାଦୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କର ନ ଗଲେ ହେଁ ଏହାକୁ ଏକ ପ୍ରତିହିଂସା ବା ପ୍ରତିଶୋଧମୂଳକ କାର୍ଯ୍ୟରୂପେ ଧରିନିଆଯାଇପାରେ ।

ସନ୍ତ୍ରାସବାଦୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ :
ଯେକୌଣସି ଏକ ଗୋଷ୍ଠୀ ବା ସଙ୍ଗଠନ ନିଜର କୌଣସି ଦାବି ହାସଲ ନିମନ୍ତେ ବା ଆତ୍ମନିର୍ଦ୍ଧାରଣ ଅଧିକାର ହାସଲ ପାଇଁ ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ନିରୀହ ଜନତାଙ୍କୁ ହତ୍ୟା କରନ୍ତି ଓ ରାଜ୍ୟରେ ବା ଦେଶରେ ଅରାଜକତା ସୃଷ୍ଟି କରିବା ହେଉଛି ସେମାନଙ୍କର ପ୍ରଧାନ ଲକ୍ଷ୍ୟ । ଏମାନଙ୍କର କାର୍ଯ୍ୟପ୍ରଣାଳୀ ଏକ ପ୍ରକାର ନାରକୀୟ ହତ୍ୟା ଓ ବୋମାମାଡ଼ ମାଧ୍ୟମରେ ଜନସମାଜରେ ଭୟୋଦ୍ରେକ କରାଇ ସରକାରଙ୍କଠାରୁ ଦାବି ହାସଲ କରିବା ।

ଏସବୁ କାର୍ଯ୍ୟକଳାପ ସାଧାରଣତଃ ଜନଗହଳି ରାସ୍ତା, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ, ମନ୍ଦିର, ଲୋକାରଣ୍ୟ ସ୍ଥାନ, ଦେଶର ନିଷିଦ୍ଧାଞ୍ଚଳରେ ରାସାୟନିକ ଦ୍ରବ୍ୟର ବିସ୍ଫୋରଣ, ଅତ୍ୟାବଶ୍ୟକୀୟ ସଂସ୍ଥାର ମୂଳୋତ୍ପାଟନ କରିବା ହେଉଛି ଆତଙ୍କବାଦୀଙ୍କ ଲକ୍ଷ୍ୟ । କେତେକ ସ୍ଥାନରେ ସରକାରୀ ରାଷ୍ଟ୍ରନେତାଙ୍କୁ ମୁଣ୍ଡଜାମିନ ରଖ୍ ସରକାରଙ୍କଠାରୁ ବିପୁଳ ଅର୍ଥ ଆଦାୟ କରିବା ବା ବିଭିନ୍ନ ଦାବି ହାସଲ କରିବାରେ ସନ୍ତ୍ରାସବାଦୀମାନେ ସକ୍ରିୟ ହୋଇ ଉଠୁଛନ୍ତି ।

ସେମାନଙ୍କର କାର୍ଯ୍ୟକଳାପ ଦେଶ ପାଇଁ କ୍ଷତିକାରକ । ଏହାଦ୍ଵାରା ବହୁ ନିରୀହ ଜୀବନ ନଷ୍ଟ ହେବାକୁ ଯାଉଛି । ଆଲୋଚନାର ପ୍ରସଙ୍ଗ ଦୃଷ୍ଟିରୁ ଏହି ଗୋଷ୍ଠୀକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା – ବିଚ୍ଛିନ୍ନତାବାଦୀ ଓ ସଂସ୍କାରବାଦୀ ଗୋଷ୍ଠୀ । ଏହି ଦୁଇ ଗୋଷ୍ଠୀଙ୍କ କାର୍ଯ୍ୟକଳାପ ଏକ ହେଲେ ହେଁ ଏମାନଙ୍କ ଉଦ୍ଦେଶ୍ୟ ଭିନ୍ନ । ବିଚ୍ଛିନ୍ନତାବାଦୀମାନେ ଭାରତରୁ ଅଲଗା ହୋଇ ଏକ ସ୍ବାଧୀନ ରାଷ୍ଟ୍ର ଗଠନ କରିବାକୁ ଚାହାନ୍ତି ।

‘ଖଲିସ୍ତାନ ଦାବି’ ଓ କାଶ୍ମୀର ସମସ୍ୟା ପ୍ରଭୃତି ଏହାର ଜ୍ଵଳନ୍ତ ନିଦର୍ଶନ । ସେହିପରି ‘ସଂସ୍କାରବାଦୀମାନେ ନିଜର ଭାଷା, ଜାତି, ସଂସ୍କୃତି, ସ୍ୱତନ୍ତ୍ରତା, ସାମାଜିକ ନ୍ୟାୟ ପ୍ରଭୃତିର ପ୍ରତିଷ୍ଠା ନିମନ୍ତେ ଆର୍ଥିକ ଲାଭ ଉଠାଇବା ଉଦ୍ଦେଶ୍ୟରେ ସଂଗ୍ରାମ ଚାଲୁ ରଖନ୍ତି ।

ଭାରତରେ ସକ୍ରିୟ ସନ୍ତ୍ରାସବାଦୀ ଗୋଷ୍ଠୀ :
ଭାରତରେ ସ୍ଵାଧୀନତା ପୂର୍ବରୁ ଦେଶରେ ଯେଉଁ ଗଣବିପ୍ଳବ ଦେଖାଦେଇଥିଲା ବା ବ୍ୟକ୍ତିବିଶେଷ ଦେଶ ପାଇଁ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ ତାହାକୁ ଠିକ୍ ରୂପେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବୋଲି କୁହା ନ ଯାଇପାରେ । କାରଣ ସେମାନଙ୍କର ହତ୍ୟାକାଣ୍ଡ ଅମାନୁଷିକ ବା ଅବିଚାରିତ ନ ଥିଲା । ଏପରିକି ସେମାନେ ନିଜର ଦାବି ହାସଲ ପାଇଁ ନିରୀହ ଜନତାକୁ ହତ୍ୟା କରୁ ନ ଥିଲେ କି ନିର୍ଯାତନା ଦେଉ ନ ଥିଲା ।

କିନ୍ତୁ ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶରେ ଦେଖାଯାଉଥ‌ିବା ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଭିନ୍ନ ଅଟେ । ଭାରତରେ ଦେଖାଦେଇଥ‌ିବା ପଞ୍ଜାବ, କାଶ୍ମୀର, ଆସାମ,ଶ୍ରୀଲଙ୍କା ପ୍ରଭୃତି ଅଞ୍ଚଳକୁ ନେଇ ଯେଉଁ ପ୍ରଚଣ୍ଡ ଉଗ୍ରବାଦ ମୁଣ୍ଡ ଟେକିଛି, ତାହା ସଂପୂର୍ଣ୍ଣଭାବେ ବିଚାର ବା ବିବେକଶୂନ୍ୟ ଅମାନୁଷିକ କାର୍ଯ୍ୟ । ଏହାଦ୍ୱାରା ନିରୀହ ଜନତାଙ୍କ ହତ୍ୟା, ଜାତୀୟ ସଂପରି ନଷ୍ଟ, ରାଜନୈତିକ ଲୋକଙ୍କ ଜୀବନ ଉପରେ ଆତଙ୍କ ସୃଷ୍ଟି, ମୁଣ୍ଡଜାମିନ, ଦେଶର ସୁରକ୍ଷାବହିନୀ ଉପରେ କୌଶଳପୂର୍ଣ ଅତର୍କିତ ଆକ୍ରମଣ ଇତ୍ୟାଦି ନିଜର ଦାବି ହସଲ କରିବା ଏକ ନିତିଦିନିଆ ବ୍ୟାପାର ହୋଇପଡ଼ିଛି ।

ପଞ୍ଜାବର ଖଲିସ୍ତାନ ଆନ୍ଦୋଳନ ହେଉଛି ଏକ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ଜ୍ଵଳନ୍ତ ନିଦର୍ଶନ । ସେହିପରି ପାକିସ୍ତାନ ସହାୟତାରେ କାଶ୍ମୀରରେ ଯେଉଁ ସନ୍ତ୍ରାସବାଦୀ କାର୍ଯ୍ୟକ୍ରମ ଚାଲୁରହିଛି, ତାହା ମୂଳରେ ରହିଛି ଭାରତରୁ ପୃଥକ୍ କରିନେଇ ପାକିସ୍ତାନରେ ମିଶାଇବାର ପ୍ରୟାସ । କାଶ୍ମୀର ଓ ପଞ୍ଜାବ ସମସ୍ୟା ସହିତ ଆସାମରେ ବୋଡ଼ୋ ଉଗ୍ରପନ୍ଥୀ,ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, ଦାର୍ଜିଲିଂର ଗୁର୍ଖା ସଙ୍ଗଠନ, ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ନକ୍‌ସଲପନ୍ଥୀ, ବିହାରରେ ମାଓପନ୍ଥୀ, କମ୍ୟୁନିଷ୍ଟ ସେଣ୍ଟର, ପିପୁଲସ୍ ଓ୍ବାର ଗ୍ରୁପ୍, ଏହି ସମସ୍ୟାକୁ ଅଧ‌ିକ ସକ୍ରିୟ କରିଦେଇଛି, ଯାହାକି ଏଠାରେ ଆଲୋଚନାର ବିଷୟ ।

ପଞ୍ଜାବର ଖଲିସ୍ତାନ ଦାବି :
ପ୍ରଥମେ ଭାରତର ପଞ୍ଜାବରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଅୟମାରମ୍ଭ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିଲେ ‘ଖଲିସ୍ତାନ କମାଣ୍ଡୋ ଫୋର୍ସ’ ଓ ‘ବାବର ଖାଲସା’ ପ୍ରଭୃତି ସନ୍ତ୍ରାସବାଦୀ ଅନୁଷ୍ଠାନ । ଏମାନେ ପାକିସ୍ତାନରେ ଶିବିର ସ୍ଥାପନ କରି ପଞ୍ଜାବରେ ଅନୁପ୍ରବେଶ କରୁଥିଲେ । ସନ୍ଥ ଭିଡ୍ରେନୱାଲାଙ୍କ ବାହୁଛାୟା ତଳେ ପବିତ୍ର ସ୍ଵର୍ଣ୍ଣ ମନ୍ଦିର ଓ ଗୁରୁଦ୍ୱାରାମାନଙ୍କରେ ଲୁଚି ରହି ଧ୍ୱଂସାତ୍ମକ କାର୍ଯ୍ୟକଳାପ ଚଳାଉଥିଲେ । ଏମାନଙ୍କର ମୁଖ୍ୟ ଦାବି ଥିଲା ଖଲିସ୍ତାନ ଗଠନ ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ‘ବୁ ଷ୍ଟାର ଅପରେସନ’ ମାଧ୍ୟମରେ ସ୍ବର୍ଣ୍ଣମନ୍ଦିରରୁ ଆତଙ୍କବାଦୀମାନଙ୍କୁ ହଟାଇ ଦେଇଥିଲେ । ଫଳରେ ସନ୍ତ୍ରାସବାଦୀମାନଙ୍କର ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହେବା ସଙ୍ଗେ ସଙ୍ଗେ ସଂଗଠନର ମୁଖ୍ୟ ଭିଟ୍ରେନୱାଲା ନିହତ ହେଲେ । ଏପରିକି ପଞ୍ଜାବରେ ମୁଖ୍ୟ ଆରକ୍ଷୀ ମହାରକ୍ଷୀ କେ.ପି.ଏସ୍ ଗିଲ୍‌ଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧ ଅଭିଯାନ ପ୍ରବଳ ହେବାରୁ ପଞ୍ଜାବରୁ ଶିଖ୍ ଆତଙ୍କବାଦୀମାନେ ମୂଳପୋଛ ହୋଇଗଲେ; କିନ୍ତୁ ପରବର୍ତ୍ତୀ ସମୟରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିଜର ପଞ୍ଜାବୀ ଦେହରକ୍ଷୀ ବିୟନ୍ତ ସିଂହଙ୍କ ଗୁଳିରେ ଇହଲୀଳା ସମ୍ବରଣ କରିଥିଲେ ।

ଏ ସମସ୍ୟାର ସମାଧାନ କରାଯାଇ ଦେଶରେ ଶାନ୍ତି ସ୍ଥାପନ କରାଯାଇଥିଲେ ହେଁ କେତେକ ଉଗ୍ରପନ୍ଥୀ ବ୍ୟକ୍ତି ବିଦେଶରେ ଥାଇ ଅଦ୍ୟାବଧୂ ସେମାନଙ୍କ କାର୍ଯ୍ୟକ୍ରମକୁ ବଞ୍ଚାଇ ରଖୁବାର ମସୁଧା ଚଳାଇଛନ୍ତି ।

କାଶ୍ମୀର ସମସ୍ୟା :
ଭାରତରେ ବିଶେଷ ସକ୍ରିୟ ବିଚ୍ଛିନ୍ନତାବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଜାମ୍ମୁ କାଶ୍ମୀର ରାଜ୍ୟର ‘ଲସ୍କର-ଇ-ତୋଇବା’, ‘କେ.କେ.ଏଲ୍.ଏଫ୍’ ଓ ‘ହୁରିୟାତ କନ୍‌ଫରେନ୍ସ’ ଆଦି ପ୍ରଧାନ ସନ୍ତ୍ରାସବାଦୀ ଅନୁଷ୍ଠାନ ଭାବେ ମୁଣ୍ଡ ଟେକିଛି । ଏମାନେ ମୌଳବାଦୀ ଜେହାଦୀ ସଂଗଠନର ମୁଖ୍ୟ । ଏମାନଙ୍କର ଦାବି ହେଲା କାଶ୍ମୀରକୁ ଭାରତରୁ ବିଚ୍ଛିନ୍ନ କରି ପାକିସ୍ତାନରେ ମିଶାଇବା ।

‘ଲସ୍କର-ଇ-ତୋଇବା’ ସଂଗଠନ ପାକିସ୍ତାନ, ଆଫଗାନିସ୍ତାନରୁ ଭଡ଼ାଟିଆ ଗୁଣ୍ଡା ଆତଙ୍କବାଦୀମାନଙ୍କୁ ଡାକିଆଣି ବିପୁଳ ଅର୍ଥ ବ୍ୟୟରେ କାଶ୍ମୀର ପଣ୍ଡିତମାନଙ୍କୁ ନିଧନ, ନିକଟ ଅତୀତରେ ଜାମ୍ମୁ-କାଶ୍ମୀର ବିଧାନସଭା ନିକଟରେ ବୋମା ବିସ୍ଫୋରଣ ଭାରତର ପାର୍ଲିଆମେଣ୍ଟ ଭିତରେ ଆକ୍ରମଣ ପ୍ରମାଣ ମିଳିଛି । ଏମାନେ ପାକିସ୍ତାନ ସହାୟତାରେ କାଶ୍ମୀର ଉପତ୍ୟକାରେ ଅଦ୍ୟାବଧୂ ସୀମାପାର ଆତଙ୍କବାଦ ଚଳାଉଥିବାର ଦୃଷ୍ଟାନ୍ତ ମିଳୁଛି ।

ଏଲ.ଟି.ଟି.ଇ :
ଶ୍ରୀଲଙ୍କାରେ ଆତଙ୍କବାଦୀ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଲା ଦକ୍ଷିଣ ଭାରତ ଓ ଉତ୍ତର ଶ୍ରୀଲଙ୍କାର ତାମିଲବହୁଳ ଅଞ୍ଚଳଗୁଡ଼ିକୁ ମିଶାଇ ସ୍ବାଧୀନ ‘ତାମିଲ ଇଲମ’ ଗଠନ କରିବା ।

ନକ୍ସଲପନ୍ଥୀ :
୧୯୬୯ ମସିହାରେ ପଶ୍ଚିମବଙ୍ଗର ନକ୍ସଲବାଡ଼ି ଅଞ୍ଚଳରୁ ଏହି ସୂତ୍ରପାତ ଘଟି ବର୍ତ୍ତମାନ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ରାଜ୍ୟକୁ ଉଗ୍ରରୂପ ଧାରଣ କରି ବ୍ୟାପିଚାଲିଛି ।

ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ଦମନ କରିବାର ବ୍ୟବସ୍ଥା :
ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ଦମନ କରିବା ନିମନ୍ତେ ସରକାରୀ ସ୍ତରରେ ପ୍ରଚେଷ୍ଟା ଜାରି ରହିଛି । ଭାରତର ଜଳପଥ, ସ୍ଥଳପଥ ଆକାଶପଥର ସୁଦୀର୍ଘ ସୀମାରେଖାକୁ ଅତିକ୍ରମ କରି ସନ୍ତ୍ରାସବାଦୀମାନଙ୍କର ପ୍ରବେଶ ପଥକୁ ସଂପୂର୍ଣ୍ଣ ବନ୍ଦ କରିବା ସହଜସାଧ୍ୟ ନ ହେଲେ ହେଁ ବୀର ଯବାନମାନଙ୍କର ଆପ୍ରାଣ ଉଦ୍ୟମ ପ୍ରଣିଧାନଯୋଗ୍ୟ । ଏଥ‌ିପାଇଁ ଦେଶର ଯବାନମାନେ ପ୍ରାଣପାତ କରି ଆତଙ୍କବାଦୀଙ୍କ ସହ ସଂଗ୍ରାମ ଜାରି ଅବ୍ୟାହତ ରଖୁଛନ୍ତି ।

ସେହିପରି ପୁଲିସ୍ ବାହିନୀ ସଜାଗ ରହି ଦେଶଦ୍ରୋହୀମାନଙ୍କୁ ଦମନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରତି ଉପଯୁକ୍ତ ଶାସ୍ତିବିଧାନ କରୁଛନ୍ତି । ତଥାପି ଆମ ଦେଶକୁ ପାକିସ୍ତାନ, ନେପାଳ, ଭୁଟାନ, ମିଆଁମାର ଓ ବାଙ୍ଗଲାଦେଶରୁ ଆତଙ୍କବାଦୀ ସଙ୍ଗଠନମାନେ ବିପୁଳ ଅର୍ଥ, ଅସ୍ତ୍ରଶସ୍ତ୍ର ଏପରିକି ଭଡ଼ାଟିଆ ଆତଙ୍କବାଦୀମାନଙ୍କୁ ପ୍ରେରଣ କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ।

ସେହିପରି ନେପାଳର ‘ମାଓବାଦୀ ସଂଗଠନ’ ବ୍ୟାପକ ହତ୍ୟାକାଣ୍ଡ ଘଟାଇଥିବା ଏହାର ଜ୍ୱଳନ୍ତ ନମୁନା ମାତ୍ର । ଏଥପାଇଁ ଆମର ନେତୃବର୍ଗ ଆତଙ୍କବାଦୀମାନଙ୍କୁ ଦୃଢ଼ହସ୍ତରେ ଦମନ କରିବା ନିମନ୍ତେ ଅଦ୍ୟାବଧୂ ସଂକଳ୍ପବଦ୍ଧ । ତା’ସହିତ ସରକାରୀ ତଥା ବେସରକାରୀ ସ୍ତରରେ ଉକ୍ତ ଦମନର ଉଦ୍ୟମ ଅବ୍ୟାହତ ରହିବା ଉଚିତ ।

ସନ୍ତ୍ରାସବାଦର ବିଲୋପ ଏକ ସାମୂହିକ ସଚେତନତାର ଉଦ୍ୟମ, ଯେଉଁଥରେ ମାନସିକତା ଓ କଲ୍ୟାଣମୂଳକ ଯୋଜନା ଓ ଅସନ୍ତୁଳିତ ବ୍ୟବସ୍ଥାକୁ ସୁଧାର କରିବା ଆବଶ୍ୟକ ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Odisha State Board BSE Odisha 9th Class Odia Solutions Chapter 7 ମାଟିର ମଣିଷ Textbook Exercise Questions and Answers.

BSE Odisha Class 9 Odia Solutions Chapter 7 ମାଟିର ମଣିଷ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବନ୍ଧନୀ ମଧ୍ଯରେ ଦିଆଯାଇଥିବା ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି, ଶୂନ୍ୟସ୍ଥାନ ପୂରଣ କର ।
ମୁଁ ମୋ ମା’ ଓ ମାଟିକୁ ବହୁତ ଭଲ ପାଏ । ଉଭୟଙ୍କର ______________ ରେ ମୋର ଶରୀର _______________ ହୋଇଛି । ସେମାନଙ୍କ ___________________ ଅତୁଳନୀୟ । ସେମାନଙ୍କର ସହନଶୀଳତା ମତେ __________________ କରେ । ସେମାନଙ୍କର_________________ ଛବି ମୋ ହୃଦୟରେ ସାଇତି ହୋଇ ରହିଛି ।
(ମନଲୋଭା, ଅବଦାନ, ସ୍ନେହ, ପୁଷ୍ପ, ମୁଗ୍‌ଧ, ମଳିନ)
Answer:
ମୁଁ ମୋ ମା’ ଓ ମାଟିକୁ ବହୁତ ଭଲ ପାଏ । ଉଭୟଙ୍କର ଅବଦାନ ରେ ମୋର ଶରୀର ପୁଷ୍ଟ ହୋଇଛି । ସେମାନଙ୍କ ସ୍ନେହ ଅତୁଳନୀୟ । ସେମାନଙ୍କର ସହନଶୀଳତା ମତେ ମୁଗ୍‌ଧ କରେ । ସେମାନଙ୍କର ମନଲୋଭା ଛବି ମୋ ହୃଦୟରେ ସାଇତି ହୋଇ ରହିଛି ।

Question ୨।
କବିତାନୁସରଣରେ ନିମ୍ନଲିଖୂ ବାକ୍ୟଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ଠିକ୍, ସେଗୁଡ଼ିକୁ ଲେଖ ।
(କ) ମାଟି ଆମ ସମସ୍ତଙ୍କୁ ଜନ୍ମ ଦେଇଛି ।
(ଖ) ଯନ୍ତ୍ର ସଭ୍ୟତା ମଣିଷଙ୍କୁ କୃଷିପ୍ରତି ଅମନଯୋଗୀ କରିଛି ।
(ଗ) ଗାଁର ବୋହୂମାନେ ପାଣି ସଂଗ୍ରହ କରି ଆଣିବା ଛଇ ବେଶ୍ ଆନନ୍ଦଦାୟକ ।
(ଘ) ପଉଷ ମାସରେ ପ୍ରଚୁର ଆଖୁରସ ମିଳେ ।
(ଙ) ମଣିଷର ଆଗାମୀ ଜୀବନ ସରଳ ନୁହେଁ ବୋଲି କବି କହିଛନ୍ତି ।
(ଚ) ଗୋପାଳ ପୁଅ ଧୀରେ ଧୀରେ ବଂଶୀ ବଜାଉଥାଏ ।
(ଛ) ଯନ୍ତ୍ରଶାଳାକୁ କବି ଚିତା ସହିତ ତୁଳନା କରିଛନ୍ତି ।
Answer:
(କ) ମାଟି ଆମ ସମସ୍ତଙ୍କୁ ଜନ୍ମ ଦେଇଛି ।
(ଖ) ଯନ୍ତ୍ର ସଭ୍ୟତା ମଣିଷଙ୍କୁ କୃଷି ପ୍ରତି ଅମନୋଯୋଗୀ କରିଛି ।
(ଗ) ଗାଁର ବୋହୂମାନେ ପାଣି ସଂଗ୍ରହ କରି ଆଣିବା ଛଇ ବେଶ୍ ଆନନ୍ଦଦାୟକ ।
(ଘ) ପଉଷ ମାସରେ ପ୍ରଚୁର ଆଖୁରସ ମିଳେ ।
(ଙ) ମଣିଷର ଆଗାମୀ ଜୀବନ ସରଳ ନୁହେଁ ବୋଲି କବି କହିଛନ୍ତି ।
(ଛ) ଯନ୍ତ୍ରଶାଳାକୁ କବି ଚିତା ସହିତ ତୁଳନା କରିଛନ୍ତି ।

Question ୩ ।
‘ଗୋଷ୍ଠ-ବିହାରୀ ଧେନୁ’ – ଏହି ଶବ୍ଦପୁଞ୍ଜର ଚାରିଗୋଟି ଅର୍ଥ ନିମ୍ନରେ ଦିଆଯାଇଛି । ଠିକ୍ ଅର୍ଥଟିକୁ ବାଛ ।
(କ) ଶ୍ରୀକୃଷ୍ଣଙ୍କ ଗାଈ ।
(ଖ) ଗୋଠରୁ ଫେରୁଥିବା ଗାଈ ।
(ଗ) ଗୋଠରେ ବିଚରଣ କରୁଥିବା ଗାଈ ।
(ଘ) ଗୋଠରୁ ଚୋରି ହୋଇଯାଇଥିବା ଗାଈ ।
Answer:
(ଗ) ଗୋଠରେ ବିଚରଣ କରୁଥିବା ଗାଈ ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୪।
ନିମ୍ନଲିଖ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ପଉଷ, ମଉଛବ, ସେନେହ, ସ୍ନିୁରୁତି, ଚକ୍ଷେ, ପରାଣେ
Answer:
ପଉଷ – ପୌଷ
ମଉଛବ – ମହୋସବ
ସେନେହ – ସେହ
ସ୍ନିୁରୁତି – ସ୍ନତ
ଚକ୍ଷେ – ଚକ୍ଷୁରେ
ପରାଣେ – ପ୍ର।ଣେ

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ସାର୍ଥକ ବାକ୍ୟରେ ବ୍ୟବହାର କର ।
ସନ୍ତକ, ରୁକ୍ଷ, ମୋହାଚ୍ଛନ୍ନ, ବିପୁଳ, ରୁଦ୍ର
Answer:
ସନ୍ତକ – ମହାପାତ୍ର ବଂଶର ଶେଷ ସନ୍ତକ ଦାମୋଦର ବାବୁଙ୍କ ଅକାଳ ମୃତ୍ୟୁ ଗ୍ରାମବାସୀଙ୍କୁ ଶୋକ ସାଗରରେ ଭସାଇ ଦେଲା ।
ରୁକ୍ଷ – ରାମ ସାହୁର ରୁକ୍ଷ ବ୍ୟବହାର ପାଇଁ କୌଣସି ଗ୍ରାହକ ତା’ ଦୋକାନରୁ ସଉଦା କିଣିବାକୁ ଭଲ ପାଆନ୍ତି ନାହିଁ ।
ମୋହାଚ୍ଛନ୍ନ – ମୋହାଚ୍ଛନ୍ନ ମାନବ ଆଧ୍ୟାତ୍ମିକତାଠାରୁ ଦୂରେଇଯାଏ ।
ବିପୁଳ – ପ୍ରକୃତିର ବିପୁଳ ଶୋଭା ସନ୍ଦର୍ଶନରେ କବି ଓ ଭାବୁକ ଆତ୍ମହରା ହୁଅନ୍ତି ।
ରୁଦ୍ର – ଗ୍ରୀଷ୍ମର ରୁଦ୍ର ତାଣ୍ଡବରେ ଲୋକେ ତ୍ରାହି ତ୍ରାହି ଡାକ ଦେଲେଣି ।

Question ୬।
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଯଥାଯଥ ଶବ୍ଦ ବାଛି ସଂଯୋଗ କର ।
BSE Odisha 9th Class Odia Solutions Chapter 7 ମାଟିର ମଣିଷ 1
Answer:
BSE Odisha 9th Class Odia Solutions Chapter 7 ମାଟିର ମଣିଷ 2

Question ୭।
ନିମ୍ନଲିଖତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ଦାନବ, ନଭ, ମଣିଷ, ଚକ୍ଷୁ, ଧେନୁ
Answer:
ଦାନବ – ଦୈତ୍ୟ, ରାକ୍ଷସ
ନଭ – ଆକାଶ, ବ୍ୟୋମ
ମଣିଷ – ନର, ମାନବ
ଚକ୍ଷୁ – ଆଖୁ, ନୟନ, ଲୋଚନ
ଧେନୁ – ଗାଈ, ଗାଭୀ

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୮।
ନିମ୍ନଲିଖ ପ୍ରତ୍ୟେକ ଶବ୍ଦକୁ ଦୁଇଟି ଭିନ୍ନ ଭିନ୍ନ ଅର୍ଥରେ ବାକ୍ୟରେ ବ୍ୟବହାର କରି ଲେଖ ।
ବର୍ଣ୍ଣ, ଜୀବନ, ବାସ, ବନ, ଅଙ୍କ
Answer:
ବର୍ଷ – ରଙ୍ଗ – ଇଉରୋପୀୟ ଲୋକମାନଙ୍କ ବର୍ଷ ଗୌର ଅଟେ ।
ଜାତି – ଆମ ଦେଶରେ ନାନା ବର୍ଣ୍ଣର ଲୋକେ ବାସ କରନ୍ତି ।
ଜୀବନ – ପ୍ରାଣ – ବନ୍ୟାର କରାଳ ରୂପ ଦେଖ୍ ଲୋକେ ଜୀବନ ବିକଳରେ ଉଚ୍ଚସ୍ଥାନକୁ ଧାଇଁବାକୁ ଲାଗିଲେ ।
ଜୀବିକା – ସେ କୃଷିକର୍ମ କରି ଜୀବନ ନିର୍ବାହ କରନ୍ତି ।
ବାସ– ଘର – ମୁଣ୍ଡ ଗୁଞ୍ଜିବାକୁ ବାସ ଖଣ୍ଡେ ନିହାତି ଆବଶ୍ୟକ ।
ଗନ୍ଧ – ବଉଳ ଫୁଲର ବାସ ଅତୀବ ମନୋମୁଗ୍ଧକର ।
ବନ– ବଣ – ରାମଚନ୍ଦ୍ର ପିତୃସତ୍ୟ ପାଳନ କରି ଚଉଦ ବର୍ଷ ବନବାସରେ ଯାଇଥିଲେ ।
ପ୍ରସ୍ରବଣ – ଅଟ୍ରିସ୍ଥିତ ଉଷ୍ଣବନର ଜଳ ବହୁ ଚର୍ମରୋଗ ପାଇଁ ମହୌଷଧ ତୁଲ୍ୟ ।
ଅଙ୍କ– ଗଣିତ – ଅଙ୍କ ମୋର ପ୍ରିୟ ବିଷୟ ଅଟେ ।
ନାଟକର ବିଭାଗ – ଆଗେ ପାଞ୍ଚଅଙ୍କ ବିଶିଷ୍ଟ ନାଟକମାନ ମଞ୍ଚସ୍ଥ ହେଉଥିଲା ।

Question ୯ ।
ନିମ୍ନଲିଖୂତ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଇ ବାକ୍ୟରେ ବ୍ୟବହାର କର ।
ପୁର – ପୂର, ପୁଷ୍ଟ – ପୃଷ୍ଟ, ଶମ – ସମ, ଜାତ – ଯାତ
Answer:
ପୁର – (ନଗର) – ରାମଙ୍କ ବିନା ସୀତା ଅଯୋଧାପୁରରେ ରହିବାକୁ ଇଚ୍ଛା କଲେ ନାହିଁ ।
ପୂର – (ପିଷ୍ଟକ ମଧ୍ୟବର୍ତ୍ତୀ ମିଷ୍ପଦ୍ରବ୍ୟ ବିଶେଷ)– ମା’ ପିଠା ପାଇଁ ଛେନାପୂର ତିଆରି କରୁଛନ୍ତି ।
ପୁଷ୍ଟ – (ପ୍ରତିପାଳିତ, ବୃଦ୍ଧିପ୍ରାପ୍ତ)– ଦୁଗ୍ଧ ଶରୀରକୁ ପୁଷ୍ଟ କରେ ।
ପୃଷ୍ଟ – (ପଚରା ଯାଇଥିବା)– ପୃଷ୍ଠ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦେବାକୁ ଶିକ୍ଷକ କହିଲେ ।
ଶମ – (ଶାନ୍ତି) – ଧ୍ୟାନଦ୍ଵାରା ମନରେ ଶମ ଜାତ ହୁଏ ।
ସମ – (ସମାନ) – ଯୁଧୁଷ୍ଠିରଙ୍କ ସମ ଧାର୍ମିକ ପୁରୁଷ ଆଜିର ସଂସାରରେ ବିରଳ ।
ଜାତ – (ଜନ୍ମ ହୋଇଥ‌ିବା)– ତାଙ୍କର କାଲି ଏକ ପୁତ୍ର ସନ୍ତାନ ଜାତ ହେଲା ।-
ଯାତ – (ଯାତ୍ରା) – ମୁଁ ଦୋଳଯାତ ଦେଖିବାକୁ ଯାଇଥିଲି ।

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୦ ।
ଆଧୁନିକ ମଣିଷ କ’ଣ ପାଇଁ ଚିନ୍ତା କରିବାର ଶକ୍ତି ହରାଇ ବସିଛି ବୋଲି କବି ଆଶଙ୍କା କରିଛନ୍ତି ?
Answer:
ଆଧୁନିକ ମଣିଷ ଯାନ୍ତ୍ରିକ ମୋହରେ ଅନ୍ଧ ହୋଇ ସ୍ବାର୍ଥସର୍ବସ୍ୱ ହୋଇଯିବା ଫଳରେ ଚିନ୍ତା କରିବାର ଶକ୍ତି ହରାଇ ବସିଛି । ବିବେଚନା କରିଛନ୍ତି ?

Question ୧୧ ।
ରୁଦ୍ର ଦାନବ ରୂପେ କବି କାହାକୁ ବିବେଚନା କରିଛନ୍ତି ?
Answer:
କବି ଯନ୍ତ୍ରକୁ ରୁଦ୍ରଦାନବ ରୂପେ ବିବେଚନା କରିଛନ୍ତି ।

Question ୧୨ ।
‘ଲୁହାର ଫଉଜ’– ବୋଲି କାହାକୁ କୁହାଯାଇଛି ?
Answer:
କଳକାରଖାନାର ଲୌହନିର୍ମିତ ଯନ୍ତ୍ରସମୂହକୁ ‘ଲୁହାର ଫଉଜ’ ବୋଲି କୁହାଯାଇଛି ।

Question ୧୩ ।
କଳକାରଖାନା ଆକାଶକୁ କ’ଣ ଛାଡୁଛନ୍ତି ?
Answer:
କଳକାରଖାନାଗୁଡ଼ିକ ଆକାଶକୁ ବହୁ ପରିମାଣରେ ଧୂଆଁ ଛାଡୁଛନ୍ତି ।

Question ୧୪ ।
‘ବହ୍ନିଶିଖା ଜଳୁଛି’ କହିବାଦ୍ଵାରା କବି କ’ଣ ସୂଚନା ଦେଉଛନ୍ତି ?
Answer:
କଳକାରଖାନାରେ ଜଳୁଥିବା ବହ୍ନିଶିଖା – ଅର୍ଥାତ୍ ଯନ୍ତ୍ର ସଭ୍ୟତା ଦିନେ ମାନବ ସମାଜ ପାଇଁ ବିପଦର କାରଣ ହେବ ବୋଲି କବି ସୂଚନା ଦେଇଛନ୍ତି ।

Question ୧୫ ।
‘ମଳିନା ଏ ମାଟି’ କହିବାରେ କବିଙ୍କ ଉଦ୍ଦେଶ୍ୟ କ’ଣ ?
Answer:
ଯାନ୍ତ୍ରିକ ସଭ୍ୟତାର ମୋହରେ ଅନ୍ଧ ହୋଇ ପଲ୍ଲୀବିମୁଖ ସାଜିଥ‌ିବା ସନ୍ତାନମାନଙ୍କ ବିରହରେ ପଲ୍ଲୀଜନନୀର ମୁଖ ମଳିନ ପଡ଼ିଯାଇଛି । ତେଣୁ କବି ଗାଁ ମାଟିକୁ ‘ମଳିନା ଏ ମାଟି’ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୧୬ ।
କବି ମାଟିକୁ କାହା ସହିତ ତୁଳନା କରିଛନ୍ତି ?
Answer:
କବି ମାଟିକୁ ମାଆ ଓ ଜୀବନଧାତ୍ରୀ ସହ ତୁଳନା କରିଛନ୍ତି ।

Question ୧୭ ।
ମାଟି କିପରି ପଡ଼ିଛି ବୋଲି କବି କହିଛନ୍ତି ?
Answer:
ମାଟି ମାଆ ଊର୍ଦ୍ଧ୍ବମୁଖୀ ହୋଇ ପଡ଼ିରହିଛି ବୋଲି କବି କହିଛନ୍ତି ।

Question ୧୮ ।
ମଣିଷ ସମାଜକୁ ଅକୁଣ୍ଠିତ ମନରେ ମାଟି କ’ଣ ଦାନ କରୁଛି ?
Answer:
ମାଟି ମାଆ ରୂପରେ ତା’ର ସନ୍ତାନ ଏ ମାନବ ସମାଜକୁ ଜଳ ରୂପକ ସ୍ତନ୍ୟ ଦାନ ତଥା ଜୀବନଧାତ୍ରୀ ରୂପେ ଶସ୍ୟଦାନ କରୁଛି ।

Question ୧୯ ।
ମଣିଷ କ’ଣ ଭୁଲିଯାଉଛି ବୋଲି କବି ସୂଚନା ଦେଇଛନ୍ତି ?
Answer:
ମଣିଷ ଯନ୍ତ୍ର ସଭ୍ୟତାର ମୋହରେ ଅନ୍ଧ ହୋଇ ମାଟି ମାଆର ବକ୍ଷ-ଉଚ୍ଛୁଳା ଗଭୀର ସ୍ନେହକୁ ଭୁଲିଯାଉଛି ।

Question ୨୦ ।
କବି ‘ଚିତା’ ସହିତ କାହାକୁ ତୁଳନା କରିଛନ୍ତି ?
Answer:
କବି ଚିତା ସହିତ ଯନ୍ତ୍ରକୁ ତୁଳନା କରିଛନ୍ତି ।

Question ୨୧ ।
ଆଗାମୀ ଦିନକୁ ମଣିଷ କିପରି ଭାବରେ ଗ୍ରହଣ କରୁଛି ବୋଲି କବି କହିଛନ୍ତି ?
Answer:
ଗର୍ଭରେ ମାନବ ଜାତିକୁ ନିଃଶେଷ କରିଦେବ ବୋଲି କହିଛନ୍ତି ।

Question ୨୨ ।
ଜମିର ବାସନା ମଣିଷ ମନରେ ଆନନ୍ଦ ପ୍ରଦାନ କରିପାରୁ ନାହିଁ କାହିଁକି ?
Answer:
ଶିଳ୍ପ ସଭ୍ୟତାର ଚାକଚକ୍ୟପୂର୍ଣ୍ଣ ଜୀବନଶୈଳୀରେ ଅଭିଭୂତ ହୋଇଥିବା ମାନବ ମନରେ ଜମିର ବାସନା ଆନନ୍ଦ ପ୍ରଦାନ କରିପାରୁ ନାହିଁ ।

Question ୨୩ ।
ମଣିଷର ମାନସ ପଟରେ କ୍ଷଣିକ ପାଇଁ କେଉଁ ସୌନ୍ଦର୍ଯ୍ୟ ଉଦ୍‌ଭାସିତ ହେଉନାହିଁ ବୋଲି କବି ପ୍ରଶ୍ନ କରିଛନ୍ତି ?
Answer:
ମଣିଷର ମାନସପଟରେ କ୍ଷଣିକ ପାଇଁ ସ୍ବର୍ଣ୍ଣ-ଧାନର ବିଭା ଉଦ୍‌ଭାସିତ ହେଉନାହିଁ ବୋଲି କବି ପ୍ରଶ୍ନ କରିଛନ୍ତି ।

Question ୨୪ ।
ପଉଷ ମାସର ଅମିୟ ବୋଲି କବି କାହାକୁ କହିଛନ୍ତି ?
Answer:
ପୌଷ ମାସରେ ଚାଷୀ ଅମଳ କରୁଥିବା ଆଖୁର ରସକୁ କବି ‘ପଉଷ ମାସର ଅମିୟ’ ବୋଲି କହିଛନ୍ତି ।

Question ୨୫ ।
ତଇଲାରେ କପା ଫୁଟିବାର ଦୃଶ୍ୟକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ତଇଳାରେ କପା ଫୁଟିବାର ଦୃଶ୍ୟକୁ କବି ନୀଳାକାଶରେ ଦୃଶ୍ୟମାନ ତାରାସମୂହଙ୍କ ଶୋଭା ସହ ତୁଳନା କରିଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୨୬ ।
ପଲ୍ଲୀର କେଉଁ ଦୃଶ୍ୟଗୁଡ଼ିକ ମଣିଷର ମନେ ପଡୁନାହିଁ ବୋଲି କବି ସୂଚନା ଦେଇଛନ୍ତି ?
Answer:
ପଲ୍ଲୀର ସ୍ପର୍ଶ ଧାନକ୍ଷେତର ଦୃଶ୍ୟ, ତଇଳାରେ କପା ଫୁଟିବାର ଦୃଶ୍ୟ, ନଦୀରୁ କଳସୀ କାଖେଇ ପଲ୍ଲୀବଧୂର ଘରବାହୁଡ଼ା ଦୃଶ୍ୟ ତଥା ତାଳବଣ ତଳେ ଧେନୁଙ୍କ ବିଚରଣାଦି ଦୃଶ୍ୟ ମଣିଷର ମନେ ପଡୁନାହିଁ ବୋଲି କବି କହିଛନ୍ତି ।

Question ୨୭ ।
ମଣିଷର ସନ୍ତକ ଭାବରେ କବି କାହାକୁ ବିବେଚନା କରିଛନ୍ତି ?
Answer:
ମଣିଷର ସନ୍ତକ ଭାବରେ କବି ଲଙ୍ଗଳକୁ ବିବେଚନା କରିଛନ୍ତି ।

Question ୨୮ ।
କବି କେଉଁ ଭାବରେ ଯନ୍ତ୍ରକୁ ଅଭିହିତ କରିଛନ୍ତି ?
Answer:
କବି ଯନ୍ତ୍ରକୁ ମୃତ୍ୟୁର ଗୃହ ଭାବରେ ଅଭିହିତ କରିଛନ୍ତି ।

Question ୨୯ ।
ଆଗାମୀ ଯୁଗର ଦ୍ରଷ୍ଟା ଭାବରେ କବି ମଣିଷ ସମାଜକୁ କି ଆହ୍ବାନ ଦେଇଛନ୍ତି ?
Answer:
ଆଗାମୀ ଯୁଗର ଦ୍ରଷ୍ଟା ଭାବରେ କବି ମାନବକୁ ଯନ୍ତ୍ର ଧୂଆଁରେ ନିଃଶେଷ ହୋଇଯିବା ଆଗରୁ ଜନ୍ମମାଟିକୁ ଫେରି ଆସିବାପାଇଁ ଆହ୍ବାନ ଦେଇଛନ୍ତି ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୩୦ । ମଥା ତୋଳି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି
ଛିଡ଼ା ହୋଇଅଛି ଚାରିପାଶେ ତା’ର ଲୁହାର ଫଉଜ ଧରି ।
Answer:
ମଥା ତୋଳି…………………… ଫଉଜ ଧରି ।
ପ୍ରଦତ୍ତ ପଦ୍ୟାଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି ଯନ୍ତ୍ର ସଭ୍ୟତାନୁରକ୍ତ ମଣିଷକୁ ତା’ର ଯନ୍ତ୍ରପ୍ରୀତିର ଭୟାବହ ପରିଣତି ବିଷୟରେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।

ଯନ୍ତ୍ର ଜୀବନପିଷ୍ଟ ମଣିଷ ଜୀବନରୁ ସମସ୍ତ ସୁଖ-ସୌଭାଗ୍ୟ, ସ୍ଵପ୍ନ-ସମ୍ଭାବନା କ୍ରମଶଃ ନିଃଶେଷ ହୋଇଯାଉଥ‌ିବା ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି । କଳକାରଖାନାର ଚାକିରିକୁ ସହଜ ଆୟପନ୍ଥା ବୋଲି ବିଚାର କରି ମାଟି ମଣିଷର ଧାଡ଼ି ଲମ୍ବିଛି ଶିଳ୍ପାଞ୍ଚଳକୁ । ସତେ ଯେପରି ଯନ୍ତ୍ରର ମନ୍ତ୍ରରେ ମୁଗ୍ଧ ଆଜିର ମଣିଷ । କବି ସେହି ଯନ୍ତ୍ରକୁ ଦାନବ ଭାବେ ବର୍ଣ୍ଣନା କରିଛନ୍ତି । ମଣିଷକୁ ନିଃଶେଷ କରିବାକୁ ତା’ର ଜନ୍ମ । ତା’ର ନଭଶ୍ଚୁମ୍ବୀ ଚିମିନିର ଧୂମପଟଳ ମନ୍ତ୍ରମୁଗ୍ଧ ମଣିଷକୁ ହାତଠାରି ଡାକୁଛି ତା’ର ମାୟାଜାଲ ମଧ୍ୟକୁ ।

ଚତୁର୍ପାଶ୍ବରେ ଲୁହାର ଫୌଜ ଧରି ଉଭାହୋଇଥ‌ିବା ସେହି ଯନ୍ତ୍ରାସୁର ସଦାକ୍ଷୁଧୂ । କାରଖାନାର ସାଇରନ୍ ଶବ୍ଦକୁ ସେହି ଯନ୍ତ୍ରଦାନବର ମହାଭୟଙ୍କର ଭୈରବ ଚିତ୍କାର ଓ ଚିମିନିରୁ ନିର୍ଗତ ଘନକୃଷ୍ଣ ଧୂମପଟଳକୁ ରାକ୍ଷସର ନିଃଶ୍ବାସବାୟୁ ସହ ତୁଳନା କରି ତା’ର ମାୟାଜାଲ ପ୍ରତି ସତର୍କ ରହିବାକୁ କବି ସଚେତନ ବାଣୀ ଶୁଣାଇଛନ୍ତି । ଲେଲିହାନ ଜିହ୍ଵା ବିସ୍ତାର କରି ମାଟି ମଣିଷକୁ ଗ୍ରାସ କରିବାକୁ ଉଦ୍ୟତ ଯନ୍ତ୍ର ରାକ୍ଷସର ପ୍ରଲୋଭନ ପ୍ରତି ଆକର୍ଷିତ ନ ହେବାକୁ କବି ତାକୁ ପରାମର୍ଶ ଦେଇଛନ୍ତି ।

Question ୩୧ ।
ବିପୁଳ ଏହାରି ସ୍ତନ୍ୟଦାନେରେ ବିପୁଳ ଏହାରି ସ୍ନେହେ
ପୁଷ୍ଟ ହୋଇଛି ଅଙ୍ଗ ତୋହର ବର୍ଷ ଫୁଟିଚି ଦେହେ ।
Answer:
ବିପୁଳ ଏହାରି ……………………………………….. ଫୁଟିଚି ଦେହେ ।
ଶଂସିତ ପଦ୍ୟାଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି ପଲ୍ଲୀବିମୁଖ ମାଟିର ମଣିଷକୁ ଜନ୍ମଭୂମିର ପ୍ରୀତିପ୍ରଦ ପରିବେଶ ତଥା ସରଳ ଜୀବନଧାରା ସ୍ମରଣ କରାଇ ମାଟି ପ୍ରତି ମୋହ ଜାଗ୍ରତ କରାଇବାକୁ ଚେଷ୍ଟା କରିଛନ୍ତି ।

ଜନ୍ମଭୂମିର ମାଟି ହେଉଛି ମଣିଷ ପାଇଁ ଜନ୍ମଦାତ୍ରୀ ମାତୃସ୍ୱରୂପା । ମାତୃଗର୍ଭରୁ ବାହାରି ଶିଶୁ ମାଟି ମା’ କୋଳକୁ ଆସେ । ସୁଶୀତଳ ଜଳ ରୂପରେ ମାଟି ମା’ର ସ୍ତନ୍ୟପାନରେ ତା’ର ଶିଶୁପ୍ରାଣ ସଞ୍ଜୀବିତ ହୁଏ । ମାଟି ମା’ର ଫଳ, ପୁଷ୍ପ, ଶାକ, ତଣ୍ଡୁଳରେ ପରିପୁଷ୍ଟ ହୁଏ ତା’ର ଶରୀର । ଧାତ୍ରୀ ସମ ଜଳ, ବାୟୁ ଓ ଆଲୋକ ଦେଇ ଯତ୍ନରେ ପରିପାଳନ କରେ ସେ । ସେହିଠାରେ ପାଏ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ । ସ୍ନେହ, ମମତା ଓ କରୁଣା ଦାନରେ ସେ ମଣିଷକୁ ପରିପାଳନ କରେ ।

ସେହି ମାଟି ମା’ର ଅନାବିଳ ସ୍ନେହ ଓ ମମତାର ତୁଳନା ନାହିଁ । ଶୈଶବ, ବାଲ୍ୟ ଓ କୈଶୋର ଜୀବନକୁ ଗଢ଼ିଥିବା ସେହି ମାଟିର ମମତାକୁ ଭୁଲି ମଣିଷ କେଉଁ ଭରସାରେ ସେହି ଯନ୍ତ୍ରଦାନବୀକୁ ଆଦରି ନେଇପାରିଲା ବୋଲି ଚିନ୍ତାକରି କବି ବିସ୍ମିତ ହୋଇଛନ୍ତି । ନିଜ ସନ୍ତାନକୁ ହରାଇ ମାଟି ମା’ ଯେ ଦୁଃଖରେ ଭାଙ୍ଗିପଡ଼ିଛି ଓ ଉଦାସ ପ୍ରାଣରେ ତା’ର ଫେରିବା ବାଟକୁ ଚାହିଁ ରହିଛି ବୋଲି କବି ଯନ୍ତ୍ରାସକ୍ତ ମଣିଷକୁ ସ୍ମରଣ କରାଇ ଦେଇଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୩୨ ।
ସରଳ ତୋହର କାଲିର ଜୀବନ ଭାବୁଅଛୁ କିରେ ସତେ
ଦୟାକରି ଟିକେ ଆଣୁଅଛୁ କିରେ ତୋହର ସୂରୁତି ପଥେ ।
ସରଳ ତୋହର କାଲିର ……………………. ତୋହର ସୂ ରୁଚି ପଥେ ।
Answer:
ପ୍ରୋକ୍ତ ପଦ୍ୟାଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ କବିତାରୁ ଉଦ୍ଧୃତ ।
ଏଠାରେ କବି ଯନ୍ତ୍ରସଭ୍ୟତାନୁରକ୍ତ ମଣିଷକୁ ସରଳ ଗ୍ରାମ୍ୟ ଜୀବନ ଓ ଜନ୍ମମାଟିର ଶାନ୍ତିପ୍ରଦ ପରିବେଶ ସମ୍ପର୍କରେ ଥରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି ।

ଗ୍ରାମଭୂମିରେ ଜନ୍ମ ନେଇ ବ୍ୟକ୍ତି ତା’ର ବାଲ୍ୟ, ଶୈଶବ, କୈଶୋର, ଜୀବନକୁ ପ୍ରାଣଭରି ଉପଭୋଗ କରେ । ପରିବାର ସଦସ୍ୟଙ୍କ ସ୍ନେହ ସୋହାଗ, ପ୍ରତିବେଶୀଙ୍କ ମମତାଭରା ଆଦର ଯତ୍ନ ଲାଭକରି ସେ ଛୋଟରୁ ବଡ଼ ହୁଏ । ମାତ୍ର ବୟଃ ବୃଦ୍ଧି ସଙ୍ଗେ ସେହି ଜନ୍ମଭୂମି ପ୍ରତି ତା’ ମନରେ ଆକର୍ଷଣ ବୃଦ୍ଧି ପାଇବା ପରିବର୍ତ୍ତେ ସହରୀ ଚାକଚକ୍ୟର ମାୟାରେ ଅନ୍ଧ ହୋଇ ସେ ଯନ୍ତ୍ରସଭ୍ୟତାକୁ ଆଦରି ନେବାକୁ ପସନ୍ଦ କରୁଛି ।

କଳକାରଖାନାର ଯନ୍ତ୍ର ସତେଯେପରି ମନ୍ତ୍ର କରି ତାକୁ ସମ୍ମୋହିତ କରିଦେଇଛି । ଫଳରେ ନିଜ ଜନ୍ମଭୂମି ପ୍ରତି ସେ ବିମୁଖ ହୋଇପଡୁଛି । ଯନ୍ତ୍ରସଭ୍ୟତାନୁରକ୍ତ ମଣିଷ ମନରେ ମାଟି ମା’ର ସ୍ମୃତି ଜାଗରଣ କରାଇବାପାଇଁ କବି ଗ୍ରାମ୍ୟଜୀବନ, ସରଳ ଗ୍ରାମ୍ୟ ପରିବେଶ ଓ ପଲ୍ଲୀବାସୀଙ୍କ ମମତାଭରା ଆଦର ଯନ୍ତ୍ର ବିଷୟ ଥରେ ଚିନ୍ତା କରିବାକୁ ତାକୁ କହିଛନ୍ତି ।

Question ୩୩ ।
ଲଙ୍ଗଳ ଆଜି ଡାକୁଅଛି ତତେ ତୋ’ର ସନ୍ତକ ସମ
ମଙ୍ଗଳ ଜାଣି ଡାକୁଅଛି ଆରେ ମାଟିର ପତଙ୍ଗମ ।
Answer:
ଲଙ୍ଗଳ ଆଜି ଡାକୁଅଛି…………..ଆରେ ମାଟିର ପତଙ୍ଗମ ।
ଉଦ୍ଧୃତାଂଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ପଲ୍ଲୀବିମୁଖ ଯନ୍ତ୍ରସଭ୍ୟତାନୁରକ୍ତ ମଣିଷ ମନରେ ଜନ୍ମମାଟି ପ୍ରତି ପ୍ରୀତି ଜାଗ୍ରତ କରାଇବାକୁ ପ୍ରୟାସ କରିଛନ୍ତି ।

ଅର୍ଥପିପାସୁ ମଣିଷ ଗାଁ ମାଟି ଛାଡ଼ି ଶିଳ୍ପାଞ୍ଚଳକୁ ଧାଇଁବାକୁ ଲାଗିଛି । କଳକାରଖାନାରେ ଚାକିରି କରି ସହରୀ ଜୀବନ ଶୈଳୀକୁ ଆଦରି ନେଇଛି । ଭୁଲି ଯାଇଛି ତା’ର ମାଟି ମା’କୁ । ଦିନ ଥିଲା ଯେତେବେଳେ ତା’ର କ୍ଷେତ ସୁନାର ଫସଲରେ ହସି ଉଠୁଥିଲା । ପରିଶ୍ରମ କରି ସେ ଶସ୍ୟଶ୍ୟାମଳା କରୁଥୁଲା ଗ୍ରାମଭୂମିକୁ । ଗାଁ ମୁଣ୍ଡ କ୍ଷେତରେ ପାଚିଲା ଧାନର ସମ୍ଭାର ଦେଖ୍ ଆମୋଦିତ ହୋଇଉଠୁଥୁଲା ତା’ର ମନ । ତା’ର ମାଟିଲିପା ଗୃହାଙ୍ଗନରେ ମହାଲକ୍ଷ୍ମୀ ବିରାଜମାନ କରୁଥିଲେ । କାଠ ତିଆରି ଲଙ୍ଗଳ ଥିଲା ତା’ର ସନ୍ତକ ।

ଯନ୍ତ୍ର ସଭ୍ୟତାର କେଉଁ ଦୁର୍ବାର ଆକର୍ଷଣ ତା’ର ମନକୁ ବିଷାକ୍ତ କରି ତାକୁ ମାଟି ମା’ କୋଳରୁ ଛଡ଼ାଇନେଲା ବୋଲି କବି ଚିନ୍ତାକରି ବିସ୍ମୟ ପ୍ରକାଶ କରିଛନ୍ତି । ମାଟିର ପତଙ୍ଗମ, ଯନ୍ତ୍ର ଚିତାର ଚୁଲିରେ ଝାସ ଦେବାକୁ ଆଗେଇଗଲା ! ଜୀବନଟା ଜଳିପୋଡ଼ି ନିଃଶେଷ ହେବା ପୂର୍ବରୁ ଜନ୍ମମାଟିକୁ ଫେରି ଆସିବାକୁ କବି ବ୍ୟାକୁଳ ହୃଦୟରେ ମାଟିର ମଣିଷକୁ ଆହ୍ଵାନ କରିଛନ୍ତି । ତା’ ଜୀବନର ସନ୍ତକ ଲଙ୍ଗଳ ତାକୁ ଫେରିଆସିବାକୁ ବିକଳରେ ଡାକ ଦେଉଛି ବୋଲି କବି କହିଛନ୍ତି । ଜନ୍ମମାଟିକୁ ଫେରି ଆସିବା ହିଁ ତା’ ପାଇଁ ମଙ୍ଗଳମୟ ହେବ ବୋଲି କବି ପରାମର୍ଶ ଦେଇଛନ୍ତି ।

Question ୩୪ ।

ଯନ୍ତ୍ର ତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।
Answer:
ଯନ୍ତ୍ର ତଳେ………………. … ହେଉଅଛି ଉତ୍‌ଥଳ ।
ଶଂସିତ ପଦ୍ୟାଶଟି କବି ରାଧାମୋହନ ଗଡ଼ନାୟକଙ୍କ ରଚିତ ‘ମାଟିର ମଣିଷ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ଯନ୍ତ୍ର ସଭ୍ୟତାର ମୋହରେ ମୁଗ୍ଧ ମଣିଷକୁ ଶିଳ୍ପାଞ୍ଚଳ ପରିବେଶର ଭୟାବହତା ଓ କାରଖାନା ଜୀବନର କୁପରିଣତି ସମ୍ପର୍କରେ ସଚେତନ କରାଇଛନ୍ତି ।

ସହଜ ଅର୍ଥାଗମର ପନ୍ଥା ବୋଲି ବିବେଚନା କରି ମଣିଷ ଶିଳ୍ପାଞ୍ଚଳ ପ୍ରତି ଆକୃଷ୍ଟ ହେଉଛି । ବିଳାସବ୍ୟସନପୂର୍ଣ୍ଣ ଜୀବନ ଅତିବାହିତ କରିବାପାଇଁ କଳକାରଖାନାର ବିଷାକ୍ତ ପରିବେଶକୁ ଯେ ଆପଣେଇ ନେଉଛି, ଏକଥା ସେ ଚିନ୍ତା କରିପାରୁନାହିଁ । ଧାତୁ ତରଳାଇବାପାଇଁ ଉଦ୍ଦିଷ୍ଟ ଉଚ୍ଚତାପଯୁକ୍ତ ଚୁଲାର ଉତ୍ତପ୍ତ ପରିବେଶ, ଚିମିନିରୁ ନିର୍ଗତ ବିଷାକ୍ତ ଧୂମପଟଳ ତଥା ବର୍ଜ୍ୟବସ୍ତୁଜନିତ ବିଷାକ୍ତ ବାୟୁମଣ୍ଡଳ ଯେ ମାନବ ଶରୀର ପାଇଁ କେତେ କ୍ଷତିକାରକ ସେଥ୍ୟପ୍ରତି ମଣିଷ ତିଳେମାତ୍ର ସଚେତନ ହେଉନାହିଁ ।

ସରଳ ଗ୍ରାମ୍ୟଜୀବନ ତୁଳନାରେ ଶିଳ୍ପାଞ୍ଚଳର ଆତ୍ମକୈନ୍ଦ୍ରିକ ବ୍ୟକ୍ତିମାନଙ୍କ ସହରୀ ଜୀବନ ଯେ କେବେହେଲେ ସୁଖପ୍ରଦ ନୁହେଁ ଏହା ଅର୍ଥପିପାସୁ ମଣିଷ ଥରେ ହେଲେ ଚିନ୍ତା କରୁନାହିଁ । ପଲ୍ଲୀଭୂମିର ନିର୍ମଳ, ସ୍ୱାସ୍ଥ୍ୟକର ଜଳବାୟୁକୁ ଛାଡ଼ି ଶିଳ୍ପାଞ୍ଚଳର ବିଷାକ୍ତ ଧୂଳିଧୂଆଁ ଭିତରେ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ପୂର୍ବରୁ ଜନ୍ମମାଟିକୁ ଫେରିଆସିବାକୁ କବି ମାଟିର ମଣିଷକୁ ଆହ୍ଵାନ କରିଛନ୍ତି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୫ ।
‘ମାଟିର ମଣିଷ’ କବିତା ଅନୁସରଣରେ ପଲ୍ଲୀର ବିଭିନ୍ନ ଦୃଶ୍ୟ ବର୍ଣ୍ଣନା କର ।
କିମ୍ବା, କବି ଗଡ଼ନାୟକଙ୍କ ଐତିହ୍ୟବୋଧ ଓ ପଲ୍ଲୀପ୍ରାଣତା ତାଙ୍କ କବିତା ‘ମାଟିର ମଣିଷ’ରେ କିପରି ପ୍ରତିଫଳିତ ହୋଇଛି ତାହା ଆଲୋଚନା କର ।
କିମ୍ବା, ‘ମାଟିର ମଣିଷ’ କବିତାରେ ଉତ୍କଳୀୟ ପଲ୍ଲୀଚିତ୍ରର ଯେଉଁ ନିଖୁଣ ଦୃଷ୍ଟାନ୍ତ ପ୍ରଦାନ କରାଯାଇଛି ତାହା ନିଜ ଭାଷାରେ ପ୍ରକାଶ କର ।
Answer:
ଗାଥା କବିତାର ଅପୂର୍ବ ବିନ୍ଧାଣି, ରାଧାମୋହନ ଗଡ଼ନାୟକ ଆଧୁନିକ ଓଡ଼ିଆ କବିତା ଜଗତରେ ଏକ ସୁପରିଚିତ ସ୍ରଷ୍ଟା । ଉତ୍କଳୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଉପାସକ ଏହି ଗାଥା କବି ‘ମଣିଷ ପ୍ରତି ନିଃସର୍ଭ ଭଲପାଇବା ପଣ’ ପାଇଁ ଅନ୍ୟ ସମସାମୟିକ କବିମାନଙ୍କ ଅପେକ୍ଷା ଏକ ସ୍ବତନ୍ତ୍ର ପରିଚୟର ଅଧିକାରୀ । ମାନବିକତାବୋଧ ଓ ଐତିହ୍ୟ ସଂପ୍ରୀତି ତାଙ୍କ ‘କୈଶୋରିକା’, ‘ଅବାଚୀର ତାରା’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’, ‘ଶାମୁକାର ସ୍ବପ୍ନ’ ଆଦି କବିଙ୍କ ଅସାଧାରଣ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ଶିଳ୍ପ ସଭ୍ୟତାର ଅଭ୍ୟୁଦୟରେ କୃଷିକାରୀ ସଭ୍ୟତାର ବିଲୟ କବିଙ୍କ ଅନ୍ତର୍ଦାହର କାରଣ ହୋଇଛି । ଯନ୍ତ୍ର ସଭ୍ୟତାର ପ୍ରତିଘାତରେ ମଣିଷ ଜୀବନର କରୁଣ ଓ ବିବର୍ଣ୍ଣ ପରିଣତି ଦେଖୁ କବିପ୍ରାଣ ବିଷାଦିତ ହୋଇଛି । ବସ୍ତୁବାଦୀ ଦୁନିଆରେ ମଣିଷ ଜୀବନର ସବୁ ସୁଖ-ସୌଭାଗ୍ୟ, ସ୍ୱପ୍ନ-ସମ୍ଭାବନା ଯୁଗ-ଯନ୍ତ୍ରଣାର ଦହନରେ ବହୁଭାବେ ଦଗ୍ଧଭୂତ ହୋଇ ଉଠୁଥ‌ିବା ଲକ୍ଷ୍ୟକରି କବିଙ୍କ ଲେଖନୀରୁ ଝରିପଡ଼ିଛି ‘ମାଟିର ମଣିଷ’କବିତା । ସମ୍ପ୍ରତି ମଣିଷ ଚାକଚକ୍ୟପୂର୍ଣ୍ଣ ସହରୀ ଜୀବନକୁ ପସନ୍ଦ କରି ଜନ୍ମମାଟି ପ୍ରତି ବିମୁଖ ହୋଇପଡ଼ିଛି । ମଣିଷ ମନରୁ ଜନ୍ମଭୂମି ପ୍ରତି ମମତ୍ୱବୋଧ କ୍ରମଶଃ ଲୋପ ହେବାକୁ ଲାଗିଛି । ମାଟି ମଣିଷ ମନରେ ଜନ୍ମଭୂମି ପ୍ରୀତି ଜାଗ୍ରତ କରିବା ଲକ୍ଷ୍ୟରେ କବି କବିତାନୁସରଣରେ ପଲ୍ଲୀର ବିଭିନ୍ନ ଦୃଶ୍ୟ ବର୍ଣ୍ଣନା କରି ଗ୍ରାମ୍ୟସଭ୍ୟତାର ମହାନତା ଉପସ୍ଥାପନ କରିଛନ୍ତି ।

ପଲ୍ଲୀର ଶାନ୍ତ-ଶୀତଳ, କାନ୍ତ-କୋମଳ ପରିବେଶ ଅତ୍ୟନ୍ତ ମନୋମୁଗ୍ଧକର । ଏହାର ଲଳିତ-ମଧୁର ପ୍ରକୃତିରେ ସ୍ନେହ, ପ୍ରୀତି ଓ ଆନନ୍ଦର ତ୍ରିବେଣୀ ସଙ୍ଗମ ପରିଲକ୍ଷିତ ହୁଏ । ପଲ୍ଲୀ ମାଟିର ବାସ୍ନା, ନୀଡ଼ ଫେରନ୍ତା ପକ୍ଷୀର କାକଳୀ, ନୁଆଁଣିଆ ଚାଳଘର, ଧାନକ୍ଷେତ, ଗାଈଗୋଠ, ଗଉଡ଼ ପିଲାର ବଂଶୀଧ୍ବନି, ଖଳା, କ୍ଷେତ, ଗ୍ରାମ ଶ୍ମଶାନ, ଆମ୍ବତୋଟା, ତଇଲାରେ କପା ଫୁଲ ଓ ଆଖୁ କିଆରୀର ଦୃଶ୍ୟାଦି ରୂପ ପାଇଛି କବିତାରେ ।

ମାଟି-ମଣିଷର ହାତସ୍ପର୍ଶରେ ବାଡ଼ି-ବଗିଚା, କ୍ଷେତ-ଖମାର ହସିଉଠେ । କ୍ଷେତରେ ଲୋଟିପଡ଼େ ସୁନାର ଫସଲ, ଭରା ଫସଲର କ୍ଷେତ ଦେଖୁ ଆନନ୍ଦରେ ଆତ୍ମହରା ହୋଇଉଠେ ତା’ ହୃଦୟ । ପକ୍ବ ସ୍ପର୍ଶ ଧାନ୍ୟକ୍ଷେତର ମନ ମତାଣିଆ ସୁରଭିରେ ଆମୋଦିତ ହୋଇଉଠେ ମନ ପ୍ରାଣ । କବିଙ୍କ ଭାଷାରେ–

‘‘ଦିଗନ୍ତ-ଭରା ପକ୍ୱଧାନର ମନମତାଣିଆ ଗନ୍ଦ
ହୃଦୟେ ତୋହର, ପରାଣେ ତୋହର ଜଗାଢ ନାହିଁକି ସ୍କନ୍ଦ ।’’

ଗ୍ରାମ୍ୟ-ପରିବେଶ -ବିମୁଗ୍ଧ କବିଙ୍କ କିଶୋର ବୟସର ସୁମଧୁର ସ୍ମୃତି ଜାଗିଉଠିଛି । ଆଖୁ କିଆରୀର ଛାଇତଳେ ବସି ଖେଳ-କୌତୁକରେ ମାତିବାର ସ୍ମୃତି, ପୌଷ ପ୍ରଭାତରେ ଆଖୁରସର ଅମୃତ ସ୍ଵାଦକୁ କବି ଭୁଲିପାରି ନାହାନ୍ତି ।

ପଲ୍ଲୀର ସବୁଜିମା ମଧ୍ୟରେ କପା ତଇଲାରେ ଶୁଭ୍ର କପାଫୁଲର ଶୋଭା, ରାତ୍ରି ଆକାଶର ବିଚ୍ଛୁରିତ ତାରକା ତୁଲ୍ୟ ଅନୁପମ ସୌନ୍ଦର୍ଯ୍ୟ ପ୍ରକାଶ କରେ । ବାଡ଼ିପଛ କ୍ଷେତରେ ହଳଦିଆ ସୋରିଷ ଫୁଲର ବର୍ଷବିଭା ମନକୁ ଉଲ୍ଲସିତ କରେ । ଗାଁ ମୁଣ୍ଡ ଦେଇ ସର୍ପିଳ ଗତିରେ ବହିଯାଉଥବା ଛଇଳ ଚପଳ ନଦୀତୁଠରୁ କାଚକେନ୍ଦ୍ର ପାଣିଭରା କଳସୀ ଧରି ଭୁଆସୁଣୀ ବୋହୂର ପଲ୍ଲୀପଥରେ ସଲ୍ଲଜ ସଂଯତ ଚାଲି କବିଙ୍କ କଳ୍ପନେତ୍ରରେ ଭାସି ଉଠିଛି । କବି କହିଛନ୍ତି –

‘ମନେ ପଡୁନାହିଁ ତମରି ଗାଆଁର ଛଇଳ ଚପଳ ନଈ
ପଲ୍ଲୀ ବଧୁର ସ୍ନିଗ୍ଧ ମଧୁର ପାଣି ବୋହିବାର ଛଇ ।’’

Question ୩୬ ।
କବି ରାଧାମୋହନ ଗଡ଼ନାୟକ ଜଣେ ଆଗାମୀ ଯୁଗର ଦ୍ରଷ୍ଟା-ପ୍ରମାଣ କର ।
କିମ୍ବା, କବି ରାଧାମୋହନ ଗଡ଼ନାୟକ ଜଣେ ପ୍ରଗତିବାଦୀ କବି ଭାବରେ ଯେଉଁ ପ୍ରତିଷ୍ଠା ରଚିତ ଲାଭ କରିଛନ୍ତି, ତାହା ତାଙ୍କ ‘ମାଟିର ମଣିଷ’ କବିତା ଅନୁସରଣରେ ପ୍ରକାଶ କର ।
କିମ୍ବା, ଜଣେ ଦିବ୍ୟଦ୍ରଷ୍ଟା ଭାବେ କବି ଚଳିତ ଶତାବ୍ଦୀର ଯନ୍ତ୍ର ସଭ୍ୟତା କିଭଳି ମାନବ ଜୀବନରେ ଘୋର ଦୁର୍ଦ୍ଦିନ ଆଣିଦେବ ବୋଲି ଭାବିଛନ୍ତି, ଆଲୋଚନା କର ।
Answer:
ସବୁଜ ଯୁଗର ସମସାମୟିକ କବି ରାଧାମୋହନ ଗଡ଼ନାୟକ । ତାଙ୍କ କାବ୍ୟଧାରା ଦିଗନ୍ତବିସ୍ତାରୀ । ମୁଖ୍ୟତଃ ଜାତୀୟ ଭାବ ବିଳାସ, ଗ୍ରାମ୍ୟ ଜୀବନାଲେଖ୍ୟ, ଭଗବଦ୍‌ଧ ଇତ୍ୟାଦି ତାଙ୍କ କାବ୍ୟକବିତାରେ ସ୍ପଷ୍ଟ ହୋଇ ଉଠିଥାଏ । କବିଙ୍କ ପ୍ରାରମ୍ଭିକ କାବ୍ୟଚେତନାରେ ରୋମାଣ୍ଟିକ୍ ଭାବୁକତା ପରିଲକ୍ଷିତ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ମାନବିକ ମୂଲ୍ୟବୋଧ ଓ ଐତିହ୍ୟ ସଂପ୍ରୀତି ତାଙ୍କ କବିତାର ମୁଖ୍ୟ ଉପାଦାନ ହୋଇଛି । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରେ ଓଡ଼ିଆ ସାହିତ୍ୟରେ ସେ ହେଉଛନ୍ତି ଅନ୍ୟତମ ସଫଳ ଗାଥାକବି । କବିଙ୍କ ସାରସ୍ଵତ କୃତିଗୁଡ଼ିକ ମଧ୍ୟରେ ‘କାବ୍ୟ ନାୟିକା’, ‘ଉତ୍କଳିକା’, ‘କୈଶୋରିକା’, ‘ଶାମୁକାର ସ୍ୱପ୍ନ’, ‘ପଶୁପକ୍ଷୀର କାବ୍ୟ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’ ଆଦି ତାଙ୍କ ଅନନ୍ୟ ପ୍ରତିଭାର ପରିଚାୟକ ।

ଶିଳ୍ପ ସଭ୍ୟତାନୁରାଗୀ ମଣିଷକୁ ପୁଣିଥରେ ମାଟିମନସ୍କ କରାଇବା ନିମିତ୍ତ କବିତାଟିରେ କବିଙ୍କ ଆଶାନ୍ବିତ ଆହ୍ବାନ ହୃଦୟସ୍ପର୍ଶୀ ଭାଷା ଓ ଛନ୍ଦରେ ରସାଣିତ ହୋଇଉଠିଛି । କବି ମାଟିକୁ ହୃଦୟ ଦେଇ ଭଲ ପାଇଛନ୍ତି । ଆଜିର ଯନ୍ତ-ସଭ୍ୟତା ମଣିଷକୁ ମାଟିଠାରୁ ଅଲଗା କରୁଥିବା ଲକ୍ଷ୍ୟ କରି କବି କ୍ଷୋଭ ପ୍ରକାଶ କରିଛନ୍ତି । ଶିଳ୍ପ ସଭ୍ୟତା ମଣିଷକୁ ପଲ୍ଲୀବିମୁଖ କରିଚାଲିଛି । ଯନ୍ତ୍ରସଭ୍ୟତାର ପ୍ରତିଘାତରେ ମଣିଷ ଜୀବନ କ୍ରମେ କରୁଣ ଓ ବିବର୍ଷ ହୋଇଉଠୁଥୁବା ଲକ୍ଷ୍ୟ କରି କବି ମଣିଷକୁ ଯନ୍ତ୍ର ସଭ୍ୟତାର କୁପରିଣାମ ବିଷୟରେ ସଚେତନ କରିବାକୁ ପ୍ରୟାସ କରିଛନ୍ତି ଆଲୋଚ୍ୟ କବିତା ମାଧ୍ୟମରେ ।

ଆଧୁନିକ ଚାକଚକ୍ୟପୂର୍ଣ୍ଣ ସହରୀ ଜୀବନ ପ୍ରତି ଆକର୍ଷିତ ହୋଇ ପଲ୍ଲୀର ଶିକ୍ଷିତ, ଅଶିକ୍ଷିତ ତଥା ଅର୍ଦ୍ଧଶିକ୍ଷିତ ଯୁବବର୍ଗ କଳକାରଖାନାରେ କାମ କରିବାକୁ ଶିଳ୍ପାଞ୍ଚଳ ଆଡ଼କୁ ମୁହାଁଇଛନ୍ତି ନିଜ ଜନ୍ମଭୂମିକୁ ପରିତ୍ୟାଗ କରି । କଳକାରଖାନାରେ ଶ୍ରମିକ ଭାବେ କର୍ମରତ ରହି ସହଜଲବ୍ଧ ଆୟରେ ଜୀବନକୁ ଅଧିକ ଉପଭୋଗ କରିହେବ ବୋଲି ବିବେଚନା କରି ପଲ୍ଲୀଭୂମି ତ୍ୟାଗ କରୁଛି ମାଟିର ମଣିଷ । ନିଜ ଜନ୍ମଭୂମି ପ୍ରତି ତା’ମନରୁ ମମତ୍ୱବୋଧ କ୍ରମେ ଅପସରି ଯିବାକୁ ଲାଗିଛି ।

ମାତ୍ର ସେହି ଯନ୍ତ୍ରଦାନବ ଦିନେ ମଣିଷ ଜାତିର ବିନାଶର କାରଣ ହେବ ଏହା କବି ହୃଦୟଙ୍ଗମ କରିପାରିଛନ୍ତି । ଯନ୍ତ୍ର-ସଭ୍ୟତାର ସୁଦୂର ଭବିଷ୍ୟତ ଯେ ଅନ୍ଧକାରମୟ ଏହା ମଧ୍ୟ କବି ଅନୁଭବ କରିପାରିଛନ୍ତି । ଆଗାମୀ ଯୁଗର ଭବିଷ୍ୟଦ୍ରଷ୍ଟା କବି ସେଥ‌ିପାଇଁ ଯନ୍ତ୍ରାନୁରକ୍ତ ମଣିଷକୁ ଗାଁ ମାଟିକୁ ଫେରି ଆସିବାକୁ ଆହ୍ୱାନ ଦେଇଛନ୍ତି ।

ସମ୍ପ୍ରତି ବସ୍ତୁବାଦୀ ଦୁନିଆରେ ମଣିଷ ନିଜ କୌଳିକ ବୃତ୍ତି କୃଷିକାର୍ଯ୍ୟକୁ ହେୟଜ୍ଞାନ କରିବାକୁ ଲାଗିଛି । ଯନ୍ତ୍ର ସତେ ଯେପରି ତାକୁ ମନ୍ତ୍ର ବଳରେ ସମ୍ମୋହିତ କରି ନିଜ ପ୍ରତି ଆକର୍ଷିତ କରୁଛି । ଅର୍ଥପିପାସୁ ମଣିଷ ତା’ର ମାୟାଜାଲ ମଧ୍ୟକୁ ଅନ୍ଧଭାବେ ଟାଣିହୋଇ ଯାଉଛି । କବିଙ୍କ ଭାଷାରେ–

‘ଯନ୍ତ୍ର ତତେ କି ମନ୍ତ୍ର ଦେଉଛି ମାଟିର ମଣିଷ ଆରେ,
ମୁଗ୍ଧ ତୋହର ଚିତ୍ତ ଗହନେ ଚିନ୍ତି ପାରୁନୁ ବାରେ ?’’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ମନ୍ତ୍ରମୁଗ୍ଧ ମାନବ ଯନ୍ତ୍ରଦାନବର ଲୌହ ପଞ୍ଝା ଭିତରକୁ ଟାଣିହୋଇ ନିଜ ପାଇଁ ଯେ ବିପଦକୁ ଆହ୍ଵାନ କରୁଛି ଏହା ଥରେ ଚିନ୍ତା କରିବାକୁ କବି ସତର୍କବାଣୀ ଶୁଣାଇଛନ୍ତି । ଚତୁଃପାର୍ଶ୍ବରେ ଲୁହାର ଫଉଜ ଧରି ସେହି ଯନ୍ତ୍ରଦାନବ ମଣିଷକୁ ଗ୍ରାସ କରିବାକୁ ଉଭା ହୋଇଛି । କାରଖାନାର ସାଇରନ୍ ରୂପୀ ଭୟଙ୍କର ଗର୍ଜନ ଦେଇ କ୍ଷୁଧୂ ଯନ୍ତ୍ର ରାକ୍ଷସ ମଣିଷ ଜାତିକୁ ନିଃଶେଷ କରିବାପାଇଁ ଅର୍ଥ ପ୍ରଲୋଭନ ଦେଖାଇ ଚାଲିଛି । ଚିମିନିରୁ ନିର୍ଗତ ଘନକୃଷ୍ଣ ଧୂମପଟଳକୁ ରାକ୍ଷସର ଖରନିଃଶ୍ଵାସ ଭାବେ ବର୍ଣ୍ଣନା କରି ତାହା ଯେ କେତେ ବିଷାକ୍ତ ମଣିଷ ତାହା ଜାଣିବାକୁ ପ୍ରୟାସ କରୁ ବୋଲି କବି କହିଛନ୍ତି ।

ଥରୁଟିଏ ସେହି ଯନ୍ତ୍ରରାକ୍ଷସ ପୁରୀରେ ପ୍ରବେଶ କରିଗଲେ-ତା’ର କୋମଳ ହୃଦୟ ଇସ୍ପାତ ପରି କଠିନ ହୋଇଉଠିବ । ଅନ୍ତରରୁ ସ୍ଵର୍ଗୀୟ ଗୁଣାବଳୀ ଅପସରି ଯାଇ ତା’ର ଶରୀର ମଧ୍ୟ ଯନ୍ତ୍ରବତ୍ ଆଚରଣ ପ୍ରଦର୍ଶନ କରିବାକୁ ଲାଗିବ । ଯନ୍ତ୍ର ଯେପରି ପ୍ରାଣଶୂନ୍ୟ, ମଣିଷ ସେହିପରି କ୍ରମେ ଏକ ହୃଦୟହୀନ ଜୀବ ଭାବେ ଉଭା ହେବ । କବି କହିଛନ୍ତି –

‘ଯନ୍ତ୍ର ତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନ ରାତି ତହିଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।’

ସହଜ ଅର୍ଥାଗମର ପନ୍ଥା ବୋଲି ବିବେଚନା କରି ମଣିଷ ଯନ୍ତ୍ର ସଭ୍ୟତା ପ୍ରତି ଆକର୍ଷିତ ହେଉଛି । ବିଳାସ ବ୍ୟସନପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ପ୍ରୟାସୀ ହୋଇ କଳକାରଖାନାର ବିଷାକ୍ତ ପରିବେଶକୁ ଆଦରି ନେଉଛି ସେ । ଧାତୁ ତରଳାଇବା ପାଇଁ ଉଦ୍ଦିଷ୍ଟ ଉଚ୍ଚ ତାପଯୁକ୍ତ ଚୁଲାର ଉତ୍ତପ୍ତ ପରିବେଶ, ଚିମିନିରୁ ନିର୍ଗତ ଧୂମପଟଳଦ୍ଵାରା ପ୍ରଦୂଷିତ ବାୟୁମଣ୍ଡଳ ତଥା କାରଖାନାର ବର୍ଜ୍ୟବସ୍ତୁଦ୍ୱାରା ପ୍ରଦୂଷିତ ଜଳ କେବଳ ଯେ ମାନବଜାତିକୁ ନିଃଶେଷ କରିବାପାଇଁ ଅପେକ୍ଷା କରିଛି, ଏକଥା ମନରେ ଥରେ ହେଜିବା ପାଇଁ କବି ସତର୍କବାଣୀ ଶୁଣାଇଛନ୍ତି । କବିଙ୍କ ଭାଷାରେ–

‘ଆଗାମୀ ଯୁଗର ସ୍ରଷ୍ଟା ମୁଁ ଆଜି ଡାକୁଅଛି ଏଇ କୂଳେ
ପତଙ୍ଗ ପରି ଝାସ ଦେ ନାହିଁ ଦେ ନାହିଁ ତା’ର ମୂଳେ ।’’

ପଲ୍ଲୀର ଶାନ୍ତ-ଶୀତଳ, କାନ୍ତ-କୋମଳ ଶୁଦ୍ଧ ପରିବେଶ ତ୍ୟାଗ କରି, ନିଜ ଜନ୍ମମାଟି ପ୍ରତି ପ୍ରତାରଣା କରି, ଯନ୍ତ୍ରର ମାୟାଜାଲ ମଧ୍ୟକୁ ପଶିଯାଉଥ‌ିବା ମାଟି-ମଣିଷକୁ କବି ଗାଁ ମାଟିକୁ ଲେଉଟି ଆସିବାକୁ ବିକଳ ଆହ୍ବାନ ଦେଇଛନ୍ତି । କବି କଣ୍ଠରୁ ଝରିପଡ଼ିଛି –

ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ର-ଧୂଆଁର ସାଥେ ।

Question ୩୭ ।
ଯନ୍ତ୍ରକୁ ଭରସା କରି ଆଧୁନିକ ମଣିଷ ଯନ୍ତ୍ର ପାଲଟି ଯାଇଛି– ପଠିତ କବିତା ଅନୁସରଣରେ ଏହାର ସତ୍ୟତା ପ୍ରତିପାଦନ କର ।
କିମ୍ବା , ଆଧୁନିକ ଯନ୍ତ୍ରସଭ୍ୟତା ହିଁ ସଭ୍ୟତାର ବିଲୟର କାରଣ ହେବ– ଏହି ମର୍ମବୋଧର ପ୍ରତିଫଳନ କବି ଗଡ଼ନାୟକଙ୍କ କବିତାରେ କିପରି ପ୍ରତିଫଳିତ ହୋଇଛି ଉଲ୍ଲେଖ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ରାଧାମୋହନ ଗଡ଼ନାୟକ ଜଣେ ଛାନ୍ଦ ରସିକ କବି । ଗାଥାକବି ଭାବେ ଅଦ୍ବିତୀୟ ସିଦ୍ଧିର ଅଧିକାରୀ ସେ । ତାଙ୍କ ପ୍ରାରମ୍ଭିକ କାବ୍ୟଧାରାରେ ସତ୍ୟବାଦୀସୁଲଭ ଜାତୀୟଚେତନା, ନନ୍ଦକିଶୋରଙ୍କ ପଲ୍ଲୀ ଜୀବନାଲେଖ୍ୟ ଓ ରବୀନ୍ଦ୍ରନାଥଙ୍କ ଭାଗବତ ଭାବଧାରାର ସମନ୍ୱୟ ସଙ୍ଘଟିତ ହୋଇ କାବ୍ୟଚେତନାର କ୍ରମିକ ଅଭିବୃଦ୍ଧିରେ ଏକ ନୂତନ ଶିଳ୍ପାନ୍ବିତ ରୂପ ଗ୍ରହଣ କରିପାରିଛି ।

ସବୁଜ ସମସାମୟିକ ଏହି କବି ଜଣେ ଛନ୍ଦ ଧୂରନ୍ଧର କବି ଭାବେ ତାଙ୍କ କବିତାଗୁଡ଼ିକରେ ମାତ୍ରାବୃତ୍ତ ବା ଯୁକ୍ତାକ୍ଷରିକ ଛନ୍ଦ ସହିତ ବହୁ ନୂତନ ଛନ୍ଦ ବ୍ୟବହାର କରି ସେଗୁଡ଼ିକୁ ସୁଖପାଠ୍ୟ କରାଇ ପାରିଛନ୍ତି । ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ଉତ୍କଳିକା’, ‘ସ୍ମରଣିକା’, ‘କାବ୍ୟନାୟିକା’, ‘କୈଶୋରିକା’, ‘ଧୂସର ଭୂମିକା’, ‘ଶାମୁକାର ସ୍ବପ୍ନ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଅବାଚୀର ତାରା’ ଓ ‘ମୌସୁମୀ’ ଆଦି କବିଙ୍କ ଅନନ୍ୟ ସାଧାରଣ କବି ପ୍ରତିଭାର ପରିଚୟ ବହନ କରେ ।

ଏତଦ୍‌ଭିନ୍ନ ସେ ‘ମେଘଦୂତ’, ‘କୁମାର ସମ୍ଭବ’ ଓ ‘ସୋଭାବ୍ ଓ ରୁସ୍ତମ୍’ପରି କାବ୍ୟଗୁଡ଼ିକର ଅନୁବାଦ କରିଛନ୍ତି । ତାଙ୍କ ସାରସ୍ଵତ କୃତି ପାଇଁ ତାଙ୍କୁ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର, ଅତିବଡ଼ୀ ଜଗନ୍ନାଥ ପୁରସ୍କାର, ପଦ୍ମଶ୍ରୀ ଓ ଉତ୍କଳ ରତ୍ନ ପରି ବହୁ ମହାର୍ଘ ସମ୍ମାନ ଓ ସ୍ବୀକୃତି ପ୍ରାପ୍ତ ହୋଇଛି ।

କବିତା ‘ମାଟିର ମଣିଷ’ କବିଙ୍କ ପଲ୍ଲୀପ୍ରୀତି ତଥା ଗ୍ରାମ୍ୟ ଜୀବନାଲେଖ୍ୟ ଉପରେ ଆଧାରିତ, ଯେଉଁଥରେ ଯନ୍ତ୍ର-ସଭ୍ୟତା- ମୁଖୀ ମଣିଷ ମନରେ ମାଟିପ୍ରୀତି ଜାଗ୍ରତ କରାଇବା ସହ ଶିଳ୍ପ ସଭ୍ୟତାନୁରକ୍ତ ମଣିଷକୁ ଭୟାବହ ପରିଣତି ପ୍ରତି ସତର୍କ ରହିବାକୁ କବି ଆହ୍ଵାନ କରିଛନ୍ତି । ବିଜ୍ଞାନର ମହତ୍ତ୍ଵପୂର୍ଣ୍ଣ ଅବଦାନ ଭାବେ ବିବେଚିତ ଯନ୍ତ୍ର ବା ବସ୍ତୁ ମଣିଷ ଜୀବନକୁ ସୁଖ-ସ୍ୱାଚ୍ଛନ୍ଦ୍ୟ ଦେଇଛି ସତ; ମାତ୍ର ବସ୍ତୁବାଦୀ ମଣିଷ ଅନ୍ତରରୁ ସ୍ନେହ, କରୁଣା, ପ୍ରେମ, ଶାନ୍ତି ଓ ଶାଶ୍ଵତ ସୁଖକୁ କାଢ଼ିନେଇ ତାକୁ ଯନ୍ତ୍ରବତ୍ ହୃଦୟହୀନ କରିଦେଇଛି ।

ସହଜଲବ୍ଧ ଅର୍ଥାଗମ ପାଇଁ ମଣିଷ ନିଜ ଜନ୍ମମାଟିକୁ ଭୁଲି ଶିଳ୍ପାଞ୍ଚଳକୁ ଧାବିତ ହେବାରେ ବାସନା ତାକୁ ପଲ୍ଲୀବିମୁଖ କରାଇଛି । ସତେ ଯେପରି ଯନ୍ତ୍ରର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଯାଇଛି ସେ । ସେହି ଯନ୍ତ୍ରଦାନବ ତା’ର ଲୁହାର ଫୌଜ ଧରି ମାୟାଜାଲ ବିସ୍ତାର କରିଛି ମାନବକୁ ଗ୍ରାସ କରିବାପାଇଁ । ଲୋଭାସକ୍ତ ମଣିଷ ନିଜ ଭବିଷ୍ୟତକୁ ଦୃଷ୍ଟି ନ ଦେଇ ଧରାଦେଉଛି ସେହି ଯନ୍ତ୍ର ରାକ୍ଷସର ମାୟାଜାଲରେ । ପରବର୍ତ୍ତୀ ସମୟରେ ପ୍ରଲୋଭନପୂର୍ଣ୍ଣ ସେହି ଯନ୍ତ୍ରକାରାକକ୍ଷ ଭିତରେ ତାକୁ ଯେ ଅଣନିଃଶ୍ୱାସୀ ହେବାକୁ ପଡ଼ିବ ଏକଥା ସେ ଥରେ ମାତ୍ର ଚିନ୍ତା କରିପାରୁନାହିଁ । କବିଙ୍କ ଭାଷାରେ–

‘ଯନ୍ତ୍ର ତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନ ରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।’’

ଯେଉଁ ମାଟିରେ ମା’ର ଗର୍ଭରୁ ଆସି ସେ ଦୁନିଆର ପ୍ରଥମ ଆଲୋକ ଦର୍ଶନ କରିଥିଲା, ଯେଉଁ ମାଟି ତା’ପାଇଁ ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ ସାଜି ତାକୁ ଛୋଟରୁ ବଡ଼ କରିଥିଲା, ସେହି ଜନ୍ମମାଟି ଆଜି ବିସ୍ମରଣ ହୋଇଛି ତା’ର ମାନସପଟରୁ । ବୟଃବୃଦ୍ଧି ସଙ୍ଗେ ସେହି ମାଟି ପ୍ରତି ତା’ ମନରେ ମମତ୍ୱବୋଧର ପରିବୃଦ୍ଧି ହେବା ପରିବର୍ତ୍ତେ ଅବିବେକୀ ସାଜି ସେ ଯନ୍ତ୍ରର ପଶ୍ଚାତ୍‌ଧାବନ କରିଚାଲିଛି । ପ୍ରାଣହୀନ ଯନ୍ତ୍ରର ସାନ୍ନିଧ୍ୟରେ ସେ କ୍ରମଶଃ ହୃଦୟହୀନ ହୋଇଉଠୁଛି । ତା’ର ମନ ଇସ୍ପାତ ପରି କଠିନ ହୋଇଯାଉଛି । ସ୍ମୃ ତିବିଭ୍ରମ ରୋଗରେ ଆକ୍ରାନ୍ତ ହୋଇ ମଣିଷ ମାତୃସ୍ବରୂପା ମାଟି ମା’କୁ ପାସୋରି ଦେଇଛି । ଯନ୍ତ୍ରାନୁରକ୍ତ ମଣିଷକୁ କବି ମାଟି ମା’ର ସ୍ନେହ-ସୋହାଗ ସ୍ମରଣ କରାଇବାକୁ ପ୍ରୟାସ କରିଛନ୍ତି । ତାଙ୍କ ଭାଷାରେ –

‘ମଳିନା ଏ ମାଟି ତୋହର ମା’ଟି ଜୀବନଧାତ୍ରୀ ତୋର
ଉଦ୍ଭାନେ ପଡ଼ିରହିଛି ଦିବସ, ରଜନୀ ସଞ୍ଜ ଭୋର ।’’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ପଲ୍ଲୀମାଟିର ଶାନ୍ତ-ଶୀତଳ, ଲଳିତ-ମଧୁର ଶୁଦ୍ଧ ପରିବେଶ ଯେଉଁଠାରେ ଦିନେ ସ୍ନେହ, ପ୍ରୀତି ଓ ଆନନ୍ଦର ତ୍ରିବେଣୀ ସଙ୍ଗମରେ ଅବଗାହନ କରି ଆମୋଦିତ ହେଉଥୁଲା ମାଟିର ମଣିଷ, ସେହି ମାଟି ବୈକୁଣ୍ଠକୁ ମଣିଷ କିପରି ଭୁଲିପାରିଲା ବୋଲି କବି ବିସ୍ମୟ ପ୍ରକାଶ କରିଛନ୍ତି । ଗାଁ ମୁଣ୍ଡ କ୍ଷେତରେ ପକ୍ବ ସ୍ବର୍ଣ୍ଣଧାନର ଶୋଭା ଦେଖ୍ ଆନନ୍ଦରେ ଆତ୍ମହରା ହୋଇଉଠୁଥିଲା ତା’ର ଅନ୍ତର । କର୍ଷିତ ମୃଭିକା ପ୍ରଥମ ବାରିପାତ ସ୍ପର୍ଶରେ ଯେଉଁ ମଧୁଗନ୍ଧ ବିଞ୍ଚି ଦେଉଥିଲା ସେହି ସୁରଭିରେ ପ୍ରାଣ ତା’ର ଆମୋଦିତ ହୋଇ ଉଠୁଥିଲା । ଯନ୍ତ୍ରଦାନବ ସଂସ୍ପର୍ଶରେ ଆସିବା ପରଠୁ ସେସବୁ ସ୍ମୃତି କ’ଣ ତା’ ମନରୁ ଉଭେଇଗଲା ?

‘‘ଏ ତୋହ ମାଆର ବକ୍ଷ-ଉଛୁଳା ଗଭୀର ସେନେହ ଭୁଲି
କେଉଁ ପରି ଆଜି ଭରସା କରିଛୁ ଯନ୍ତ୍ରଚିତାର ଚୁଲି ?
ଅନା ଅନା ଫେରି ଥରେ,
ଅନା ଅନା ତୋର ଦୃଷ୍ଟି ଫେରାଇ ମଳିନ ଏ ମାଟି ପରେ ।’’

ଯେଉଁ ପଲ୍ଲୀ ଜନନୀର ଶାକ, ତଣ୍ଡୁଳ, କାଚକେନ୍ଦୁ ଜଳ ତା’ର ଶିଶୁପ୍ରାଣକୁ ପରିପୁଷ୍ଟ କରିଥିଲା, ଯେଉଁଠାରେ ସେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ଲାଭ କରି ଇନ୍ଦ୍ରିୟାନୁଭୂତିର ଶିକ୍ଷା ଲାଭ କରିଥିଲା, ସେସବୁ କ’ଣ ତା’ର ବିସ୍ମରଣ ହୋଇଗଲା ? ଆଖୁ କିଆରୀର ଛାଇତଳେ କୈଶୋରର ହସ ଖେଳ, ପଉଷ ସକାଳରେ ଅମୃତ ଆଖୁରସର ସ୍ଵାଦ, ଗାଆଁ ବାଡ଼ି ତଳ କପା ତଇଲାରେ ଶୁଭ୍ର କପାଫୁଲର ଶୋଭା, ଗାଁ ମୁଣ୍ଡ ଦେଇ ବହିଯାଉଥବା ଛଇଳ ଚପଳ ନଦୀଘାଟରୁ କାଚକେନ୍ଦୁ ପାଣିଭରା କଳସା ଧରି ଭୁଆସୁଣୀ ବୋହୂର ପଲ୍ଲୀପଥ ଦେଇ ସଲ୍ଲଜ, ସଂଯତ ପଦପାତରେ ଘରବାହୁଡ଼ାର ଦୃଶ୍ୟ ଆଦି ସବୁ ଗ୍ରାମୀଣ ଦୃଶ୍ୟାବଳୀ ତ କଦାପି ସ୍ମୃତିବିଚ୍ୟୁତି ହୋଇ ନ ପାରେ ।

କ୍ଷେତରେ ହଳଦୀ ସୋରିଷ ଫୁଲର ମନଲୋଭା ବର୍ଣବୈଭବ, ଦୂର ତାଳବଣ ତଳେ ଗୋଷ୍ଠବିହାରୀ ଧେନୁପଲ ସହ ଗୋପାଳ ବାଳକର ବେଣୁମୂଚ୍ଛନାକୁ ଭୁଲି ଯନ୍ତ୍ରଜଗତ ଭିତରେ ପଲ୍ଲୀର ମାଟି ମଣିଷ ନିଜତ୍ଵକୁ ହରାଇ ଦେଇଛି ବୋଲି କବି କ୍ଷୋଭ ପ୍ରକାଶ କରିଛନ୍ତି । ଦୁଃଖରେ କବି ଗାଇଛନ୍ତି –

‘ଉର୍ବର ତୋର ପ୍ରାଣ,
ଯନ୍ତ୍ରପୁରୀର ଇସ୍ପାତ ପରି ହୋଇ ଯାଇଅଛି ଟାଣ ।’’

ଆଶାବାଦୀ କବି ଚିନ୍ତା କରିଛନ୍ତି ହୁଏତ ଜଡ଼ ଯନ୍ତ୍ରସଭ୍ୟତା ଭିତରେ ମାଟିର ମଣିଷ ଦିଗହରା ନ ହୋଇ ଜନ୍ମମାଟିକୁ ଦିନେ ଫେରିଆସିବ । ସେ ହୁଏତ ଅନୁଭବ କରିବ ଯେ ତାକୁ ସେହି ମାଟିରେ ହିଁ ବାରମ୍ବାର ଜନ୍ମନେବାକୁ ହେବ । ସେହି ମାଟି ହିଁ ତା’ ପାଇଁ ସ୍ୱର୍ଗ । ଜୀବନ ଓ ମୃତ୍ୟୁରେ ସେହି ମାଟି ହିଁ ତା’ପାଇଁ ସର୍ବସ୍ୱ । ତେଣୁ ଆବେଗଭରା କଣ୍ଠରେ କବି ଗାଇ ଉଠିଛନ୍ତି –

‘ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ର-ଧୂଆଁର ସାଥେ ।’

Question ୩୮ ।
ମଣିଷ ମାଟିକୁ ଭୁଲି ନିଜର ଧ୍ୱଂସକୁ ନିମନ୍ତ୍ରଣ କରୁଛି ବୋଲି କବି କାହିଁକି କହିଛନ୍ତି ?
Answer:
ଗାଥାକବି ଭାବେ ଅଦ୍ବିତୀୟ ସିଦ୍ଧିର ଅଧିକାରୀ ରାଧାମୋହନ ଗଡ଼ନାୟକ ଥିଲେ ସବୁଜ ସମସାମୟିକ କବି । ଦେଶାତ୍ମବୋଧ, ଜାତୀୟତା, ପଲ୍ଲୀଜୀବନାଲେଖ୍ୟ ତଥା ଅତୀତ ଓ ଐତିହ୍ୟଚେତନା ତାଙ୍କ କବିତାର ପ୍ରାଣଧର୍ମ । ଏହି ଛନ୍ଦ ରସିକ କବିଙ୍କର ଗାଥାକବିତାର ଅନୁପମ ଓ ଅନନ୍ୟ ଆବେଦନ କବିତାରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ । ଗୋଦାବରୀଶ ମିଶ୍ରଙ୍କ ପରବର୍ତ୍ତୀ କାଳରେ ଗଡ଼ନାୟକଙ୍କ ଗାଥା କବିତା ହିଁ ସର୍ବଜନପ୍ରିୟ ଓ ଆଦରଣୀୟ ହୋଇଛି । କବିଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଉତ୍କଳିକା’, ‘କୈଶୋରିକା’, ‘ଶାମୁକାର ସ୍ବପ୍ନ’, ‘ପଶୁପକ୍ଷୀର କାବ୍ୟ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଦୀପଶିଖା’ ଆଦି ରଚନାବଳୀ ତାଙ୍କ ଅନବଦ୍ୟ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

ମଣିଷକୁ ମାଟିମନସ୍କ କରାଇବାପାଇଁ ରହିଛି ଆକୁଳ ଆବେଦନ । କବି ତାଙ୍କ କବିତାରେ ଜନ୍ମଭୂମି ପଲ୍ଲୀକୁ ମାଟି ଭାବେ ବର୍ଣ୍ଣନା କରିଛନ୍ତି । ଗ୍ରାମଭୂମିରେ ଜନ୍ମଗ୍ରହଣ କରି, ଯନ୍ତ୍ର ସଭ୍ୟତା ପ୍ରତି ଆକୃଷ୍ଟ ହୋଇ ଶିଳ୍ପାଞ୍ଚଳକୁ ଧାଡ଼ିବାନ୍ଧିଥିବା ପଲ୍ଲୀବାସୀଙ୍କୁ ଯନ୍ତ୍ରର ମନ୍ତ୍ରରେ ସମ୍ମୋହିତ ନ ହେବା ପାଇଁ ସେ ସତର୍କ କରିଦେଇଛନ୍ତି । ମାଟିବିମୁଖ ମଣିଷକୁ ଏଥ‌ିପାଇଁ ଅବଶ୍ୟ ଭବିଷ୍ୟତରେ ବହୁମୂଲ୍ୟ ଦେବାକୁ ପଡ଼ିବ । ଜନ୍ମମାଟିର ସ୍ନେହ ମମତାକୁ ଭୁଲିଯାଇ ଯନ୍ତ୍ର ମୋହବିଷ୍ଟ ନ ହୋଇ ଜନ୍ମ ମାଟିକୁ ଫେରି ଆସିଗଲୁ ।

‘ଏ ତୋହ ମାଆର ବକ୍ଷ-ଉଚ୍ଛୁଳା ଗଭୀର ସେନେହ ଭୁଲି
କେଉଁପରି ଅବା ଭରସା କରୁଛି ଯନ୍ତ୍ର ଚିତାର ଚୁଲି ?’’

ମାଟି ହେଉଛି ମାତୃସ୍ବରୂପା, କଲ୍ୟାଣୀ, ବନ୍ଦନୀୟା, ସ୍ନେହମୟୀ ଓ ମମତାମୟୀ । ମାଟିକୁ ହୃଦୟ ଦେଇ ଭଲପାଆନ୍ତି କବି । ମାତୃଗର୍ଭରୁ ଆସି ମଣିଷ ପ୍ରଥମେ ମାଟି ଉପରେ ଦେଖେ ଦୁନିଆର ଆଲୋକ । ମା’କ୍ଷୀର ପରି ମାଟି ମା’ର ସୁଶୀତଳ ଜଳ, ଏଇ ମାଟିର ଶାକ, ତଣ୍ଡୁଳରେ ମାନବ ଶିଶୁ ପ୍ରାଣ ପରିପୁଷ୍ଟ ହୁଏ । ପଲ୍ଲୀମାଟିରୁ ହିଁ ଶିଶୁ ରୂପ, ରସ, ଗନ୍ଧ, ପ୍ରଥମ ପରିଚୟ ଲାଭକରି ଇନ୍ଦ୍ରିୟାନୁଭୂତିର ଶିକ୍ଷା ପାଏ । ପରିବାର, ପ୍ରତିବେଶୀଙ୍କ ସ୍ନେହ ଓ ମମତା ପାଇ ଛୋଟରୁ ବଡ଼ ହୁଏ ସେ ।

ଜନ୍ମମାଟିର ଅନୁପମ ପ୍ରକୃତି ଶିଶୁର ଶାରୀରିକ ଓ ମାନସିକ ବିକାଶରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଶୈଶବ, ବାଲ୍ୟ, କୈଶୋର ଜୀବନରେ ବହୁ ସୁଖସ୍ଥ ତିର ମୂକସାକ୍ଷୀ ମାଟି । ଜନ୍ମଭୂମିର ସବୁଜ ଶ୍ୟାମଳ ଶସ୍ୟକ୍ଷେତ୍ରର ଶୋଭା, ଦିଗନ୍ତଭରା ସ୍ଵର୍ଣ୍ଣ ପଦ୍ଧଧାନର ମନମତାଣିଆ ଗନ୍ଧରେ ତା’ର ପ୍ରାଣ ଆମୋଦିତ ହୁଏ । ଆଖୁ କିଆରୀର ଛାଇତଳେ କୈଶୋରର ହସ କୌତୁକ, ପୌଷ ପ୍ରଭାତରେ ଆଖୁରସର ଅମୃତ ସ୍ଵାଦ, ଏସବୁକୁ ତ ଜୀବନରେ ଭୁଲିବା ସମ୍ଭବ ନୁହେଁ । ବାଡ଼ି ବଗିଚାର ସବୁଜିମା ମଧ୍ଯରେ କପା ତଇଲାରେ ଶୁଭ୍ର କପାଫୁଲର ଶୋଭା, ରାତ୍ରି ଆକାଶର ନୀଳିମା ମଧ୍ଯରେ ବିଚ୍ଛୁରିତ ତାରକା ପଂକ୍ତିର ଭ୍ରମ ସୃଷ୍ଟିକରେ ।

ଗାଁ ମୁଣ୍ଡ ଦେଇ ସର୍ପିଳ ଗତିରେ ବହିଯାଉଥବା ଛଇଳ ଚପଳ ନଈତୁଠରୁ କାଚକେନ୍ଦ୍ର ପାଣିଭରା କଳସୀ କାଖରେ ଧରି ଭୁଆସୁଣୀ ବୋହୂର ପଲ୍ଲୀଭୂମିର ଧୂଳିଧୂସରିତ ରାସ୍ତାରେ ସଲ୍ଲଜ ସଂଯତ ଚାଲି, ଦୂର ତାଳବଣ ତଳେ ଗୋଷ୍ଠୀବିହାରୀ ଧେନୁପଲ ଛାଡ଼ି ଗୋପାଳ ବାଳକର ମୂର୍ତ୍ତିତ ବେଣୁପ୍ସନ କବିଙ୍କ ବାରମ୍ବାର ସ୍ମୃତିପଥାରୂଢ଼ ହୋଇଛି । ଶୁଷ୍କ କ୍ଷେତର କର୍ଷିତ ମୃରିକା ପ୍ରଥମ ବାରିପାତ ସ୍ପର୍ଶରେ ଯେଉଁ ମଧୁଗନ୍ଧ ବିତରଣ କରିଯାଏ ତା’ର ଏକ ସ୍ଵତନ୍ତ୍ର ମାଦକତା ଥାଏ ।

ଗାଁ ମାଟି ଛାଡ଼ି ସୁଦୂର ଶିଳ୍ପାଞ୍ଚଳରେ ଯନ୍ତ୍ର ଦାନବର ମାୟାଜାଲରେ ପଡ଼ିଥିବା ମାଟି ମଣିଷର କ’ଣ ସ୍ମତିବିଭ୍ରମ ଘଟିଛି ? ସେ କ’ଣ ବୁଝିପାରୁନି ଯେ ଯନ୍ତ୍ରରାକ୍ଷସ ତା’ର ଚାରିପାର୍ଶ୍ବରେ ଲୁହାର ଫୌଜ ଧରି ତା’ର ଧ୍ବଂସ ସାଧନ କରିବାପାଇଁ ଅର୍ଥରୂପକ ଖୁଦକଣିକା ବିଛାଇ ମୃତ୍ୟୁଜାଲ ବିସ୍ତାର କରିଛି। ଅର୍ଥପିପାସୁ ମଣିଷ ମନରେ ଯଦି ସଦ୍‌ବୁଦ୍ଧି ଉଦୟ ନ ହୁଏ, ଉପଯୁକ୍ତ ସମୟ ପୂର୍ବରୁ ଯଦି ସେ ଯନ୍ତ୍ରପୁରୀ ତ୍ୟାଗ କରି ମାଟି ମା’ କେଳକୁ ଫେରି ନ ଆସେ ତେବେ ତା’ର ଅକାଳ ପତନ ପାଇଁ ସେ ନିଜେ ହିଁ ଦାୟୀ ରହିବ ।

ଯନ୍ତ୍ରଦାନବର ଚିମିନି ନିର୍ଗତ ଘନକୃଷ୍ଣ ଧୂମପଟଳ ରୂପକ ବିଷାକ୍ତ ନିଃଶ୍ୱାସ ବାୟୁ ଆଘ୍ରାଣରେ ତା’ର ଶରୀର ବିଷମୟ ହୋଇଉଠିବ । ଯନ୍ତ୍ରପୁରୀର ବର୍ଜ୍ୟବସ୍ତୁଦ୍ଵାରା ପ୍ରଦୂଷିତ ଜଳ ତାକୁ ରୋଗାକ୍ରାନ୍ତ କରି ଯେ ମୃତ୍ୟୁ ମୁଖକୁ ଠେଲିଦେବ ଏହାର ସତ୍ୟତା ପରୀକ୍ଷା ଅନୁଭବସାପେକ୍ଷ ନୁହେଁ ବୋଲି କବି ସତର୍କ ବାଣୀ ପ୍ରଦାନ କରି କହିଛନ୍ତି –

‘ଯନ୍ତ୍ର ତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ଯନ୍ତ୍ର ସଭ୍ୟତାର ପ୍ରସାର ଫଳରେ ଜଳ, ବାୟୁ ଓ ସମଗ୍ର ପରିବେଶ ପ୍ରଦୂଷିତ ହୋଇ ମାନବ ଜାତିର ଧ୍ଵଂସର କାରଣ ହେବ ଏପରିକି ସାରା ଜୀବଜଗତ ଏଥରେ ପ୍ରଭାବିତ ହେବେ । ଦୂରଦୃଷ୍ଟିସମ୍ପନ୍ନ କବି ଏଥପାଇଁ ବିବେକୀ ମାଟି-ମଣିଷକୁ ସେଥପ୍ରତି ସତର୍କ କରାଇ କହିଛନ୍ତି –

‘ଆଗାମୀ ଯୁଗର ଦ୍ରଷ୍ଟା ମୁଁ ଆଜି ଡାକୁଅଛି ଏଇ କୂଳେ
ପତଙ୍ଗ ପରି ଝାସ ଦେ ନାହିଁ ଦେ ନାହିଁ ତା’ର ମୂଳେ ।’’

ପଲ୍ଲୀମାଟିର ଶାନ୍ତ-ସରଳ, ଲଳିତ-ମଧୁର ପରିବେଶ, ଯାହା ମଣିଷର ଶରୀର ଓ ମନ ଉପରେ ଏକ ସକାରାତ୍ମକ ପ୍ରଭାବ ବିସ୍ତାର କରେ, ଏପରି ଏକ ସ୍ବାସ୍ଥ୍ୟ ଅନୁକୂଳ ଭୂମିକୁ ଉପେକ୍ଷା କରି ବସ୍ତୁବାଦୀ ମଣିଷ ଅର୍ଥପିପାସୁ ସାଜି ଯେ ଯନ୍ତ୍ରର ଅଧୀନ ହୋଇଛି, ତାହା ତା’ ପାଇଁ ଓ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଅବଶ୍ୟ ଘାତକ ସାବ୍ୟସ୍ତ ହେବ ବୋଲି ସତର୍କ କରାଇ ମାଟି ମା’ କୋଳକୁ ଫେରିଆସିବା ପାଇଁ କବି ଶିଳ୍ପାନୁରାଗୀ ମଣିଷକୁ ଆହ୍ବାନ କରି କହିଛନ୍ତି –

‘ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ର-ଧୂଆଁର ସାଥେ ।’’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

Question ୩୯ ।
ସହରରେ ରହିବାକୁ ସ୍ଥିର କରିଥିବା ତୁମର ବନ୍ଧୁଙ୍କ ନିକଟକୁ ପଲ୍ଲୀର ଉପାଦେୟତା ସମ୍ପର୍କରେ ପତ୍ରଟିଏ ଲେଖ ।
Answer:

ହିନ୍ଦୋଳ, ଢେଙ୍କାନାଳ
ତା-…………………………

ପ୍ରିୟ ରମେଶ,
ଶୁଭେଚ୍ଛା ନେବୁ । ମଉସା, ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବୁ । ମୀନା ଓ ସୁରଙ୍କୁ ମୋର ସ୍ନେହ ଜଣାଇବୁ । ଗତକାଲି ତୋ ଚିଠି ପାଇଲି । ମାସ ତିନିଟା ହେଲା ତୁ କ୍ୟାପିଟାଲ ହାଇସ୍କୁଲକୁ ଗଲୁ । ମଉସାଙ୍କ ବଦଳି ହୋଇ ନଥିଲେ ତୁ’ ତ ପୁଣି ଏଇଠି ପଢ଼ିଥା’ନ୍ତୁ ! ମାସ ତିନିଟାରେ ତୋ’ ଭିତରେ ଏତେ ପରିବର୍ତ୍ତନ ହେବ ବୋଲି ମୁଁ ଆଶା କରି ନ ଥୁଲି । ତୁ ଲେଖୁଛୁ ଯେ ମାଟ୍ରିକ୍ ପରୀକ୍ଷା ପରେ ତୁ ଭୁବନେଶ୍ବରରେ ହିଁ ରହିବୁ ।

ରାଜଧାନୀର ଚାକଚକ୍ୟ ଆଉ ରଙ୍ଗୀନ ଆଲୋକମାଳା ତତେ ମନ୍ତ୍ର ଏମିତି ଦେଲା ଯେ ଗାଁକୁ ଫେରିବାକୁ ଇଚ୍ଛା କରୁନୁ ? ମୁଁ ଜାଣେ ଯେ ତୁ ଜଣେ ମେଧାବୀ ପିଲା । ସେଠାରେ ମଧ୍ୟ ଉନ୍ନତ ଧରଣର କୋଚିଂ ତୁ ପାଇପାରିବୁ । ମାତ୍ର ବିନା ଟ୍ୟୁସନରେ ତୁ ତ ପୁଣି ଗାଁ ସ୍କୁଲରେ ପ୍ରଥମ ସ୍ଥାନ ପାଉଥୁଲୁ । ତୋ’ ପରି ପରିଶ୍ରମୀ ପିଲା ଯେଉଁଠି ରହିଲେ ବି ପରୀକ୍ଷାରେ ନିଶ୍ଚୟ ଭଲ କରିବ । ହେଲେ ସବୁଦିନ ପାଇଁ ସହରରେ ରହିଯିବୁ ବୋଲି ଯାହା ଭାବିଛୁ ତାହା ମୋ ମତରେ ଠିକ୍ ହେବ ନାହିଁ ।

ରମେଶ, ଗାଁ ମାଟିର ବାସ୍ନା, ଆମ୍ବତୋଟାର ଦୋଳିଖେଳ, ନଈକୂଳର ସାନ୍ଧ୍ୟ ଭ୍ରମଣ, ଦୋଳ ମେଲଣ, ଗାଁର ସବୁକିଛି ନିଆରା । ସହରର ନଭଶ୍ଚୁମ୍ବୀ ସୌଧମାଳା, ରାସ୍ତାକଡ଼ର ଉଜ୍ଜ୍ବଳ ଆଲୋକ କି ପାର୍କର ସଞ୍ଜ ବୁଲା କେହି ବି ତା’ ସଙ୍ଗେ ସମାନ ହୋଇପାରିବନି । ଗତବର୍ଷ ପୁରସ୍କାର ବିତରଣ ଉତ୍ସବ ପାଇଁ ଯେଉଁ ବକ୍ତୃତା ପ୍ରତିଯୋଗିତା ହୋଇଥିଲା, ସେଥୁରେ ତୁ’ ପ୍ରଥମ ସ୍ଥାନ ଅଧିକାର କରିଥିଲୁ । ହେଲେ ବକ୍ତବ୍ୟରେ ତୁ କ’ଣ କହିଥିଲୁ, ତାହା କ’ଣ ଏତେ ଶୀଘ୍ର ଭୁଲିଗଲୁ ? ତୁ’ ପରା କହିଥୁଲୁ ଯେ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।

ମଣିଷ ମାତୃଗର୍ଭରୁ ବାହାରି ଯେଉଁଠାରେ ପ୍ରଥମେ ଭୂମି ସ୍ପର୍ଶ କରେ ଓ ଦୁନିଆର ଆଲୋକ ଦର୍ଶନ କରେ ସେହି ହେଉଛି ତା’ର ଜନ୍ମଭୂମି । ତା’ ପ୍ରତି ହେୟଜ୍ଞାନ କରିବା ଚରମ ଅବିବେକିତାର ପରିଚୟ । ସେସବୁ କଥା କ’ଣ ଏତେ ଶୀଘ୍ର ଭୁଲିଗଲୁ ! ତୋ’ ଚିଠି ସାଙ୍ଗମାନେ ପଢ଼ି ଭୀଷଣ ମନଦୁଃଖ କଲେ । ସେମାନେ ସମସ୍ତେ ତୋ’ ପାଖକୁ ଚିଠିଦେଇ ତାଙ୍କ ଦୁଃଖ ଜଣାଇବେ । ତେଣିକି ତୁ ଯାହା ଭଲ ଭାବିବୁ କରିବୁ ।

ରମେଶ, ତୁ ଜାଣିଛୁ, ବଡ଼ଭାଇଙ୍କ ସାହିତ୍ୟ ବହିରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚିତ ଗୋଟିଏ ପ୍ରବନ୍ଧ ‘ଜନ୍ମଭୂମି’ ମୁଁ ପଢ଼ିଥୁଲି । ସେଥ‌ିରେ ପଲ୍ଲୀବିମୁଖ ଶିକ୍ଷିତ ଯୁବକମାନଙ୍କ ପାଇଁ ଲେଖକଙ୍କର ଏକ ମୂଲ୍ୟବାନ୍ ବାର୍ତ୍ତା ରହିଛି । ଉଦାହରଣ ଛଳରେ ସେ କ’ଣ ଲେଖୁଛନ୍ତି ଶୁଣିବୁ ? ଭଗବାନ୍ ଶ୍ରୀକୃଷ୍ଣ ଗୋପପୁରରେ ତାଙ୍କ ଶୈଶବ, ବାଲ୍ୟ ଓ କୈଶୋର ଜୀବନ କାଟିଲା ପରେ କଂସର ଡାକରା ପାଇ ମଥୁରା ଯାଇଥିଲେ । ଗୋପପୁରବାସୀ ଏକଥା ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମାତ୍ର ତିନିଦିନ ପରେ ଧନୁଯାତ୍ରା ଦେଖୁରି ସେ ଗୋପପୁର ଫେରିଆସିବେ ବୋଲି କଥା ଦେଇ ମଥୁରା ଗଲେ ଯେ ଆଉ ଜନ୍ମଭୂମିକୁ ଫେରି ନ ଥିଲେ । ରାଜ୍ୟ ପରେ ରାଜ୍ୟ ଜୟ କରି ଦ୍ୱାରକାରେ ରାଜା ହୋଇ ଅଷ୍ଟପାଟବଂଶୀ ମେଳରେ ଜୀବନକୁ ଉପଭୋଗ କରିଚାଲିଲେ ।

ମାତ୍ର ଫଳ କ’ଣ ହେଲା ? ଏରକାର ବନରେ କାଦମ୍ବରୀ ରସ ପାନ କରି ତାଙ୍କ ପୁଅ ନାତିମାନେ ପରସ୍ପର ମଧ୍ୟରେ ହଣାକଟା ବେଳେ ଗୋଟିଏ ବ୍ୟାଧର ତୀରରେ ପ୍ରାଣପାତ କଲେ । ତାଙ୍କ ରାଜ୍ୟ ଦ୍ବାରକା ସମୁଦ୍ରର ଅତଳ ଗର୍ଭରେ ଲୀନ ହେଲା । ମାତ୍ର ବେଳେ ଗୋଟିଏ ବ୍ୟାଧର ତୀରରେ ପ୍ରାଣପାତ କଲେ । ତାଙ୍କ ରାଜ୍ୟ ଦ୍ଵାରକା ସମୁଦ୍ରର ଅତଳ ଗର୍ଭରେ ଲୀନ ହେଲା । ମାତ୍ର ଯମୁନା କୂଳର ଗୋପପୁର ଗାଁ ପୂର୍ବ ପରି ରହିଛି ଓ ରହିଥ‌ିବ ମଧ୍ୟ । ନିଜ ଜନ୍ମମାଟି ପ୍ରତି ଅବିଚାର ଓ ଅବହେଳା କରିବା ହେତୁ ଶ୍ରୀକୃଷ୍ଣଙ୍କୁ ମଧ୍ୟ ତା’ର ଫଳ ଭୋଗିବାକୁ ପଡ଼ିଥିଲା । ତେଣୁ ସବୁକଥା ଭାବି ତୁ ଯାହା ଉଚିତ ମନେକରିବୁ, ତାହା କରିବୁ । ଚିଠି ପାଇ ଖଣ୍ଡେ ଚିଠି ଦେବୁ । ଏତିକିରେ ରହୁଛି ।

ତୋର ସାଙ୍ଗ ଦୀନେଶ

ଠିକଣା
ପ୍ରେରକ : ପ୍ରାପ୍ତେଷୁ : [ଉ।କଟିକଟ]
ଦୀନେଶ ପାତ୍ର
ମାର୍ଫିତ୍ – ଦୀନବନ୍ଧୁ ପାତ୍ର
ଗ୍ରା, / ପୋ.- ହିନ୍ଦୋଳ
ଜି.– ଢେ ଙ୍କ।ନଳ
ପିନ୍- ୭୫୪୦୪୩
ରମେଶ ଚନ୍ଦ୍ର ଧଳ
ମାର୍ପତ୍ – ରଞ୍ଜନ ଧଳ
ପୋ – ସହିଦନଗର
ଭୁବନେଶ୍ୱର, ଜି.– ଖୋର୍ଦ୍ଧା
ପିନ୍ – ୭୫୩୦୦୧

ତୁମପାଇଁ କାମ

୪୦ । ରାଧାମୋହନ ଗଡ଼ନାୟକଙ୍କର ଅନ୍ୟାନ୍ୟ କୃତିଗୁଡ଼ିକ ସଂଗ୍ରହ କରି ପଢ଼ ।
୪୧ । ପଲ୍ଲୀର ଦୃଶ୍ୟ ବର୍ଣ୍ଣନା ଥ‌ିବା ପଦଗୁଡ଼ିକ ଟିପାଖାତାରେ ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଆଧୁନିକ ମଣିଷ କ’ଣ ପାଇଁ ଚିନ୍ତା କରିବାର ଶକ୍ତି ହରାଇ ବସିଛି ବୋଲି କବି ଆଶଙ୍କା କରିଛନ୍ତି ?
Answer:
ଆଧୁନିକ ମଣିଷ ଯାନ୍ତ୍ରିକ ମୋହରେ ଅନ୍ଧ ହୋଇ ସ୍ବାର୍ଥସର୍ବସ୍ଵ ହୋଇଯିବା ଫଳରେ ଚିନ୍ତା କରିବାର ଶକ୍ତି ହରାଇ ବସିଛି ବୋଲି କବି ଆଶଙ୍କା କରିଛନ୍ତି ।

2. ରୁଦ୍ର ଦାନବ ରୂପେ କବି କାହାକୁ ବିବେଚନା କରିଛନ୍ତି ?
Answer:
କବି ଯନ୍ତ୍ରକୁ ରୁଦ୍ରଦାନବ ରୂପେ ବିବେଚନା କରିଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

3.‘ଲୁହାର ଫଉଜ’– ବୋଲି କାହାକୁ କୁହାଯାଇଛି ?
Answer:
କଳକାରଖାନାର ଲୌହନିମିତ ଯନ୍ରସମୂହକୁ ‘ଲୁହାର ଫଉଜ’ ବୋଲି କୁହାଯାଇଛି ।

4. ‘ଲୁହାର ଫଉଜ’ – ବୋଲି କାହାକୁ କୁହାଯାଇଛି ?
Answer:
କଳକାରଖାନାଗୁଡ଼ିକ ଆକାଶକୁ ବହୁ ପରିମାଣରେ ଧୂଆଁ ଛାଡୁଛନ୍ତି ।

5. ମାଟି କିପରି ପଡ଼ିଛି ବୋଲି କବି କହିଛନ୍ତି ?
Answer:
ମାଟି ମାଆ ଊର୍ଦ୍ଧ୍ୱମୁଖୀ ହୋଇ ପଡ଼ିରହିଛି ବୋଲି କବି କହିଛନ୍ତି ।

6. ମଣିଷ ସମାଜକୁ ଅକୁଣ୍ଠିତ ମନରେ ମାଟି କ’ଣ ଦାନ କରୁଛି ?
Answer:
ମାଟି ମାଆ ରୂପରେ ତା’ର ସନ୍ତାନ ଏ ମାନବ ସମାଜକୁ ଜଳ ରୂପକ ସ୍ତନ୍ୟ ଦାନ କରୁଛି ତଥା ଜୀବନଧାତ୍ରୀ ରୂପେ ଶସ୍ୟ ଦାନ କରୁଛି ।

7. ମଣିଷ କ’ଣ ଭୁଲିଯାଉଛି ବୋଲି କବି ସୂଚନା ଦେଇଛନ୍ତି ?
Answer:
ମଣିଷ ଯନ୍ତ୍ର ସଭ୍ୟତାର ମୋହରେ ଅନ୍ଧ ହୋଇ ମାଟି ମାଆର ବକ୍ଷ-ଉଚ୍ଛୁଳା ଗଭୀର ସ୍ନେହକୁ ଭୁଲିଯାଉଛି ।

8. ‘ବହ୍ନିଶିଖା ଜଳୁଛି’ କହିବାଦ୍ୱାରା କବି କ’ଣ ସୂଚନା ଦେଇଛନ୍ତି ?
Answer:
କଳକାରଖାନାରେ ଜଳୁଥ‌ିବା ବହ୍ନିଶିଖା – ଅର୍ଥାତ୍ ଯନ୍ତ୍ର ସଭ୍ୟତା ଦିନେ ମାନବ ସମାଜ ପାଇଁ ବିପଦର କାରଣ ହେବ ବୋଲି କବି ସୂଚନା ଦେଇଛନ୍ତି ।

9. ‘ମଳିନା ଏ ମାଟି’ କହିବାରେ କବିଙ୍କ ଉଦ୍ଦେଶ୍ୟ କ’ଣ ?
Answer:
ଯାନ୍ତ୍ରିକ ସଭ୍ୟତାର ମୋହରେ ଅନ୍ଧ ହୋଇ ପଲ୍ଲୀବିମୁଖ ସାଜିଥ୍ବା ସନ୍ତ।ନମାନଙ୍କ ବିରହରେ ପଲ୍ଳୀଜନନୀର ମୁଖ ମଳିନ ପଡ଼ିଯାଇଥ୍‌ରୁ କବି ଗାଁ ମାଟିକୁ ‘ମଳିନା ଏ ମାଟି’ ବୋଲି କହିଛନ୍ତି ।

10. କବି ମାଟିକୁ କାହା ସହିତ ତୁଳନା କରିଛନ୍ତି ?
Answer:
କବି ମାଟିକୁ ମାଆ ଓ ଜୀବନଧାତ୍ରୀ ସହ ତୁଳନା କରିଛନ୍ତି ।

11. କବି ‘ଚିତା’ ସହିତ କାହାକୁ ତୁଳନା କରିଛନ୍ତି ?
Answer:
କବି ଚିତା ସହିତ ଯନ୍ତ୍ରକୁ ତୁଳନା କରିଛନ୍ତି ।

12. ଆଗାମୀ ଦିନକୁ ମଣିଷ କିପରି ଭାବରେ ଗ୍ରହଣ କରୁଛି ବୋଲି କବି କହିଛନ୍ତି ?
Answer:
ଯନ୍ତ୍ର ସଭ୍ୟତାର ମୋହରେ ମୁଗ୍‌ଧ ହୋଇ ଧାଉଁଥ‌ିବା ପଲ୍ଲୀବିମୁଖ ମାନବ ଆଗାମୀ ଦିନରେ ଯନ୍ତ୍ର ଦାନବର କରାଳ ଗର୍ଭରେ ମାନବ ଜାତିକୁ ନିଃଶେଷ କରିଦେବ ବୋଲି କବି କହିଛନ୍ତି ।

13. ଜମିର ବାସନା ମଣିଷ ମନରେ ଆନନ୍ଦ ପ୍ରଦାନ କରିପାରୁ ନାହିଁ କାହିଁକି ?
Answer:
ଶିଳ୍ପ ସଭ୍ୟତାର ଚାକଚକ୍ୟପୂର୍ଣ୍ଣ ଜୀବନଶୈଳୀରେ ଅଭିଭୂତ ହୋଇଥିବା ମାନବ ମନରେ ଜମିର ବାସନା ଆନନ୍ଦ ପ୍ରଦାନ କରିପାରୁ ନାହିଁ ।

14. ମଣିଷର ମାନସ ପଟରେ କ୍ଷଣିକ ପାଇଁ କେଉଁ ସୌନ୍ଦର୍ଯ୍ୟ ଉଦ୍‌ଭାସିତ ହେଉନାହିଁ ବୋଲି କବି ପ୍ରଶ୍ନ କରିଛନ୍ତି ?
Answer:
ମଣିଷର ମାନସପଟରେ କ୍ଷଣିକ ପାଇଁ ସ୍ଵର୍ଣ୍ଣ-ଧାନର ବିଭା ଉଦ୍‌ଭାସିତ ହେଉନାହିଁ ବୋଲି କବି ପ୍ରଶ୍ନ କରିଛନ୍ତି ।

BSE Odisha 9th Class Odia Solutions Chapter 7 ମାଟିର ମଣିଷ

15. ପଉଷ ମାସର ଅମିୟ ବୋଲି କବି କାହାକୁ କହିଛନ୍ତି ?
Answer:
ପୌଷ ମାସରେ ଚାଷୀ ଅମଳ କରୁଥିବା ଆଖୁର ରସକୁ କବି ‘ପଉଷ ମାସର ଅମିୟ’ ବୋଲି କହିଛନ୍ତି ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. କବି କାହାକୁ ଲୁହାର ଫଉଜ ବୋଲି ଅଭିହିତ କରିଛନ୍ତି ?
Answer:
କଳକାରଖାନାର ଲୌହନିମିତି ଯନ୍ରସମୂହକୁ

2. କଳକାରଖାନାର ଧ୍ଵନିକୁ କବି କ’ଣ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ଭୀମଭୈରବ ରବ ପକ୍ବଧାନର

3. କାହାର ସୁବାସ ମଣିଷ ମନରେ ଆନନ୍ଦ ଦେଇପାରୁ ନାହିଁ ?
Answer:
ଜମିର

4. କାହାର ମନମତାଣିଆ ଗନ୍ଧ ମାନବ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ ?
Answer:
ପକ୍ୱଧାନର

5. କବି କାହାକୁ ପୌଷ ମାସର ଅମୀୟ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ଆଖୁରସ

6. କବି କାହାର ଛାଇରେ ବସି କିଶୋର ସମୟରେ ହସଖେଳରେ ମଜ୍ଜି ଯାଉଥିଲେ ?
Answer:
ଆଖୁ କିଆରି ଛାଇରେ

7. ତଇଳାରେ କାହାର ଦୃଶ୍ୟ ତାରା ଫୁଟିବା ପରି ପ୍ରତୀୟମାନ ହୁଏ ?
Answer:
କପା ଫୁଟିବା

8. ଗୋଷ୍ଠ ବିହାରୀ ଧେନୁ- କହିଲେ କ’ଣ ବୁଝ ?
Answer:
ଗୋଠରେ ବିଚରଣ କରୁଥିବା ଗାଈ

୨. ଯନ୍ତ୍ରଶାଳାକୁ କବି କାହା ସହିତ ତୁଳନା କରିଛନ୍ତି ?
Answer:
ଚିତା ସହିତ

10. କାହାର ଧୀର ମୂର୍ତ୍ତିତ ବେଣୁନ ମଣିଷର ଆଉ ମନେ ପଡୁନାହିଁ ?
Answer:
ଗୋପାଳ ପୁଅର

11. ‘ମାଟିର ମଣିଷ’ କବିତାର କବି କିଏ ?
Answer:
ରାଧାମୋହନ ଗଡ଼ନାୟକ

12. ଆଧୁନିକ ମଣିଷ କାହା ମୋହରେ ମୁଗ୍ଧହୋଇ ଚିନ୍ତାଶକ୍ତି ହରାଇ ବସିଛି ?
Answer:
ଯନ୍ତ୍ର

13. ମନୁଷ୍ୟ ଆଜି କେଉଁ ସଭ୍ୟତାମୁଖୀ ହୋଇ ମାଟି ମା’କୁ ପାସୋରି ଦେଇଛି ?
Answer:
ଶିଳ୍ପ ସଭ୍ୟତା

BSE Odisha 9th Class Odia Solutions Chapter 7 ମାଟିର ମଣିଷ

14. କବି କାହାକୁ ‘ଚିତା’ ସହିତ ତୁଳନା କରିଛନ୍ତି ?
Answer:
ଯନ୍ତ୍ରତଳେ ଜଳୁଥିବା ଅଗ୍ନି

15. ପଲ୍ଲୀବଧୂର କେଉଁଠାରୁ ସ୍ନିଗ୍ଧ ମଧୁର ପାଣି ବୋହିବାର ଦୃଶ୍ୟ କବି ମନେ ପକାଇ ଦେଇଛନ୍ତି ?
Answer:
ଗାଆଁ ନଈରୁ

C ଶୂନ୍ୟସ୍ଥାନ ପୂରଣ କର ।

1. ମାନବର ଅଙ୍ଗ __________________ ର ସ୍ତନ୍ୟଦାନରେ ପରିପୁଷ୍ଟ ହୋଇଛି ବୋଲି କବି କହିଛନ୍ତି ।
Answer:
ମାଟିମାଆ

2. ମଣିଷ ଆଜି ମାଆର ବକ୍ଷ ଉଚ୍ଛୁଳା ________________ ଭୁଲିଯାଉଛି ବୋଲି କବି କହିଛନ୍ତି ।
Answer:
ଗଭୀର ସ୍ନେହ

3. ରୁକ୍ଷ ଉରସରେ _________________ ପଡ଼ିରହିଛି ବୋଲି କବି କହିଛନ୍ତି ।
Answer:
କ୍ଷେତ

4. ଆଜିର ମଣିଷ ______________ ଜୀବନ କଥା ଭାବୁନାହିଁ ବୋଲି କବି କହିଛନ୍ତି ।
Answer:
କାଲିର

5. _________________ ର ସୌନ୍ଦର୍ଯ୍ୟ ଦଣ୍ଡକ ଲାଗି ମଣିଷର ମାନସପଟରେ ଉଦ୍‌ଭାସିତ ହେଉନାହିଁ ବୋଲି କବି କହିଛନ୍ତି ।
Answer:
ସ୍ଵର୍ଣ୍ଣଧାନ

6. ପକ୍ୱଧାନର ମନମତାଣିଆ ଗଦ ________________ ପ୍ର।ଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ ।
Answer:
ମାଟିର ମଣିଷି

7. ____________________ କ୍ଷେତର ସୌନ୍ଦର୍ଯ୍ୟ ଦଣ୍ଡକ ପାଇଁ ଅନ୍ତରକୁ ମୋହାଚ୍ଛନ୍ନ କରିଦିଏ ।
Answer:
ସୋରିଷ

8. _____________________ ରୁ ପାଣି ଆଣିବାର ଦୃଶ୍ୟ ଅତୀବ ମନୋମୁଗ୍‌ଧକର ।
Answer:
ନଈ

9. ମାଟିର ମଣିଷର ଉର୍ବର ପ୍ରାଣ __________________ ପରି ଟାଣ ହୋଇଯାଇଛି ବୋଲି କବି କହିଛନ୍ତି ।
Answer:
ଯନ୍ତ୍ରପୁରୀର ଇସ୍ପାତ

10. ଯନ୍ତ୍ର ତଳେ ______________ ନାହିଁ ବୋଲି କବି କହିଛନ୍ତି ।
Answer:
ପ୍ରାଣ

11. ଯନ୍ତ୍ର ତଳେ _________________ ର ଘର ବୋଲି କବି କହିଛନ୍ତି ।
Answer:
ମରଣ

12. ମଣିଷର ସନ୍ତକ ଭାବରେ କବି ________________ କୁ ବିବେଚନା କରିଛନ୍ତି ।
Answer:
ଲଙ୍ଗଳ

BSE Odisha 9th Class Odia Solutions Chapter 7 ମାଟିର ମଣିଷ

13. କବି ରାଧାମୋହନ ତାଙ୍କ କବିତାରେ ମଣିଷକୁ _____________ ମଣିଷ ବୋଲି ଅଭିହିତ କରିଛନ୍ତି ।
Answer:
ମାଟିର

14. ମାଟିର ମଣିଷକୁ ଯନ୍ତ୍ର _____________ ଦେଇଛି ବୋଲି କବି କହିଛନ୍ତି ।
Answer:
ମନ୍ତ୍ର

15. ଯନ୍ତ୍ର ସର୍ବଦା ମଥା ତୋଳି ________________ ପରି ଛିଡ଼ା ହୋଇଅଛି ।
Answer:
ରୁଦ୍ର ଦାନବ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. କବି କଳକାରଖାନାର ଧ୍ଵନିକୁ କବି ଭୀମଭୈରବ ରବ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ଠିକ୍

2. ଗହମର ମନମତାଣିଆ ଗନ୍ଧ ମାନବ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ ।
Answer:
ଭୁଲ୍

3. କବି ଧାନ ଗଛର ଛାଇରେ ବସି କିଶୋର ସମୟରେ ହସଖେଳରେ ମଜ୍ଜି ଯାଉଥିଲେ ।
Answer:
ଭୁଲ୍

4. ଗୋଷ୍ଠ ବିହାରୀ ଧେନୁ- କହିଲେ ଗୋଠରେ ବିଚରଣ କରୁଥିବା ଗାଈକୁ ବୁଝାଇଥାଏ ।
Answer:
ଠିକ୍

5. ଗୋପାଳ ପୁଅର ଧୀର ମୂର୍ତ୍ତିତ ବେଣୁସ୍ଵନ ମଣିଷର ଆଉ ମନେ ପଡୁନାହିଁ ।
Answer:
ଠିକ୍

6. ଆଧୁନିକ ମଣିଷ ବାଦ୍ୟ ମୋହରେ ମୁଗ୍ଧ ହୋଇ ଚିନ୍ତାଶକ୍ତି ହରାଇ ବସିଛି ?
Answer:
ଭୁଲ୍

7. ଯନ୍ତ୍ର ସଭ୍ୟତା ମଣିଷକୁ କୃଷି ପ୍ରତି ଅମନୋଯୋଗୀ କରିଛି ?
Answer:
ଠିକ୍

8. କବି ଯନ୍ତ୍ରକୁ ରୁଦ୍ର ଦାନବ ରୂପେ ବିବେଚନା କରିଛନ୍ତି ?
Answer:
ଠିକ୍

9. ମଣିଷ ଆଜି ମାଆର ବକ୍ଷ ଉଚ୍ଛୁଳା ଗଭୀର ସ୍ନେହକୁ ଭୁଲିଯାଉଛି ବୋଲି କବି କହିଛନ୍ତି ।
Answer:
ଠିକ୍

10. ଆଜିର ମଣିଷ କାଲିର ଜୀବନ କଥା ଭାବୁନାହିଁ ବୋଲି କବି କହିଛନ୍ତି ।
Answer:
ଠିକ୍

11. ପଲ୍ଲୀବଧୂମାନଙ୍କରନଈରୁ ପାଣି ଆଣିବାର ଦୃଶ୍ୟ ଅତୀବ ମନୋମୁଗ୍ଧକର ।
Answer:
ଠିକ୍

12. ମଣିଷର ସନ୍ତକ ଭାବରେ କବି ବଳଦକୁ ବିବେଚନା କରିଛନ୍ତି ।
Answer:
ଭୁଲ୍

BSE Odisha 9th Class Odia Solutions Chapter 7 ମାଟିର ମଣିଷ

13. ଯନ୍ତ୍ର ମୂଳରେ ଦୀପ ଜଳୁଛି ବୋଲି କବି କହିଛନ୍ତି ।
Answer:
ଭୁଲ୍

14. ଯନ୍ତ୍ର ଧୂଆଁର ସାଥ୍‌ରେ ନିଆଁ ନ ହେବାକୁ କବି ମଣିଷକୁ ସଚେତନ କରାଇଛନ୍ତି ।
Answer:
ଠିକ୍

15. କବି ମାଟିକୁ ଜନନୀ ସହିତ ତୁଳନା କରିଛନ୍ତି ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କବି କାହାକୁ ଲୁହାର ଫଉଜ ବୋଲି ଅଭିହିତ କରିଛନ୍ତି ?
(A) ଶତ୍ରୁସୈନ୍ୟଙ୍କୁ
(B) ସାହସୀ ସୈନିକମାନଙ୍କୁ
(C) ବିଶାଳ ସେନାବାହିନୀକୁ
(D) କଳକାରଖାନାର ଲୌହନିର୍ମିତ ଯନ୍ତ୍ରସମୂହକୁ
Answer:
(D) କଳକାରଖାନାର ଲୌହନିର୍ମିତ ଯନ୍ତ୍ରସମୂହକୁ

2. କଳକାରଖାନାର ଧ୍ଵନିକୁ କବି କ’ଣ ବୋଲି ବର୍ଣ୍ଣନା କରିଛନ୍ତି ?
(A) ଘର୍ଘର ଧ୍ବନି
(B) ମେଘମନ୍ଦ୍ର ଧ୍ଵନି
(C) ଭୀଷଣ ଗର୍ଜନ
(D) ଭୀମଭୈରବ ରବ
Answer:
(D) ଭୀମଭୈରବ ରବ

3. କାହାର ସୁବାସ ମଣିଷ ମନରେ ଆନନ୍ଦ ଦେଇପାରୁ ନାହିଁ ?
(A) ଫୁଲର ସୁବାସ
(B) ଜମିର ସୁବାସ
(C) ବନର ସୁବାସ
(D) ବୃକ୍ଷର ସୁବାସ
Answer:
(B) ଜମିର ସୁବାସ

4. କାହାର ମନମତାଣିଆ ଗନ୍ଧ ମାନବ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିପାରୁ ନାହିଁ ?
(A) ପକ୍ବଧାନର
(B) ପୁଷ୍ପରାଜିର
(C) ଅତରର
(D) ଉପବନର
Answer:
(A) ପକ୍ବଧାନର

5. କବି କାହାକୁ ପୌଷ ମାସର ଅମୀୟ ବୋଲି ବର୍ଣ୍ଣନା କରିଛନ୍ତି ?
(A) ପୁଷ୍ପରସ
(B) ଫଳରସ
(C) ଆଖୁରସ
(D) ତାଳରସ
Answer:
(C) ଆଖୁରସ

6. କବି କାହାର ଛାଇରେ ବସି କିଶୋର ସମୟରେ ହସଖେଳରେ ମଜ୍ଜି ଯାଉଥିଲେ ?
(A) ଗଛ ଛାଇରେ
(B) ଘର ଛାଇରେ
(C) ଆଖୁ କିଆରୀ ଛାଇରେ
(D) ବରଗଛ ଛାଇରେ
Answer:
(C) ଆଖୁ କିଆରୀ ଛାଇରେ

BSE Odisha 9th Class Odia Solutions Chapter 7 ମାଟିର ମଣିଷ

7. ତଇଳାରେ କାହାର ଦୃଶ୍ୟ ତାରା ଫୁଟିବା ପରି ପ୍ରତୀୟମାନ ହୁଏ ?
(A) ଫୁଲ ଫୁଟିବା
(B) କପା ଫୁଟିବା
(C) ସୋରିଷ ଫୁଟିବା
(D) ବାଣ ଫୁଟିବା
Answer:
(B) କପା ଫୁଟିବା

8. ଗୋଷ୍ଠ ବିହାରୀ ଧେନୁ- କହିଲେ କ’ଣ ବୁଝ ?
(A) ଗୋଠର ଧେନୁ
(B) ଗୋଠରୁ ଫେରୁଥିବା ଗାଈ
(C) ଗୋଠରେ ବିଚରଣ କରୁଥିବା ଗାଈ
(D) ଗୋଠରୁ ଚୋରି ହୋଇଥିବା ଗାଈ
Answer:
(C) ଗୋଠରେ ବିଚରଣ କରୁଥିବା ଗାଈ

9. ଯନ୍ତ୍ରଶାଳାକୁ କବି କାହା ସହିତ ତୁଳନା କରିଛନ୍ତି ?
(A) ଚିନ୍ତା ସହିତ
(B) ଚିତା ସହିତ
(C) ଚନ୍ଦନ ସହିତ
(D) ତିଳକ ସହିତ
Answer:
(B) ଚିତା ସହିତ

10. କାହାର ଧୀର ମୂର୍ତ୍ତିତ ବେଣୁସ୍ଵନ ମଣିଷର ଆଉ ମନେ ପଡୁନାହିଁ ?
(A) କୃଷ୍ଣଙ୍କର
(B) ଗୋପାଳ ପୁଅର
(C) ଗୋପପୁରର
(D) ଯମୁନା କୂଳର
Answer:
(B) ଗୋପାଳ ପୁଅର

11. ମାନବର ଅଙ୍ଗ କିପରି ପୁଷ୍ଟ ହୋଇଛି ବୋଲି କବି କହିଛନ୍ତି ?
(A) ନଦୀର ଜଳଦାନରେ
(B)ଉଭିଦର ଫଳଦାନରେ
(C) ମାଟିମାଆର ସ୍ତନ୍ୟଦାନରେ
(D) ମଳୟ ପବନରେ
Answer:
(C) ମାଟିମାଆର ସ୍ତନ୍ୟଦାନରେ

12. ମଣିଷ ଆଜି କ’ଣ ଭୁଲିଯାଉଛି ବୋଲି କବି କହିଛନ୍ତି ?
(A) ପରୋପକାରକୁ
(B) କର୍ତ୍ତବ୍ୟକୁ
(C) ଆପଣା କୋଳକୁ
(D) ମାଆର ବକ୍ଷ ଉଚ୍ଛୁଳା ଗଭୀର ସ୍ନେହକୁ
Answer:
(D) ମାଆର ବକ୍ଷ ଉଚ୍ଛୁଳା ଗଭୀର ସ୍ନେହକୁ

13. ରୁକ୍ଷ ଉରସରେ କିଏ ପଡ଼ିରହିଛି ବୋଲି କବି କହିଛନ୍ତି ?
(A) କ୍ଷେତ
(B) ନଦୀ
(C) ପଲ୍ଲୀ
(D) ବନ
Answer:
(A) କ୍ଷେତ

BSE Odisha 9th Class Odia Solutions Chapter 7 ମାଟିର ମଣିଷ

14. ଆଜିର ମଣିଷ କେଉଁ ଜୀବନ କଥା ଭାବୁନାହିଁ ବୋଲି କବି କହିଛନ୍ତି ?
(A) କାଲିର ଜୀବନ
(B) ଆଜିର ଜୀବନ
(C) ଯନ୍ତ୍ର ଜୀବନ
(D) ଆଗାମୀ ଜୀବନ
Answer:
(A) କାଲିର ଜୀବନ

15. କାହାର ସୌନ୍ଦର୍ଯ୍ୟ ଦଣ୍ଡକ ଲାଗି ମାନବ ବକ୍ଷରେ ଦେଖାଯାଉନାହିଁ ବୋଲି କବି କହିଛନ୍ତି ?
(A) ମାଟି ମାଆର
(B) ସ୍ଵର୍ଣ୍ଣଧାନର
(C) ଉପବନର
(D) କାନନର ଗନ୍ଧ କାହା ପ୍ରାଣରେ ସ୍କନ୍ଦନ
Answer:
(B) ସ୍ଵର୍ଣ୍ଣଧାନର

16. ପଧାନର ମନମତାଣିଆ ସୃଷ୍ଟି କରିପାରୁ ନାହିଁ ?
(A) ଜାତି ପ୍ରାଣରେ
(B) ବ୍ୟକ୍ତି ପ୍ରାଣରେ
(C) ରାଜା ପ୍ରାଣରେ
(D) ମାଟିର ମଣିଷ ପ୍ରାଣରେ
Answer:
(D) ମାଟିର ମଣିଷ ପ୍ରାଣରେ

17. କେଉଁ ଖେତର ସୌନ୍ଦର୍ଯ୍ୟ ଦଣ୍ଡକ ପାଇଁ ଅନ୍ତରକୁ
(A) ଧାନ କ୍ଷେତର
(B) ଆଖୁକିଆରୀର
(C) ସୋରିଷ କ୍ଷେତ୍ରର
(D) ଗହମ କ୍ଷେତର
Answer:
(C) ସୋରିଷ କ୍ଷେତ୍ରର

18. ପଲ୍ଲୀବଧୂମାନଙ୍କର କେଉଁଠାରୁ ପାଣି ଆଣିବାର ଦୃଶ୍ୟ ?
(A) ପୋଖରୀରୁ
(B) ନଈରୁ
(C) ଗାଁ କୂଅରୁ
(D) ହ୍ରଦରୁ
Answer:
(B) ନଈରୁ

19. ମାଟିର ମଣିଷର ଉର୍ବର ପ୍ରାଣ କି ପରି ଟାଣ ହୋଇଯାଇଛି ବୋଲି କବି କହିଛନ୍ତି ?
(A) ପାହାଡ଼ ପରି
(B) ପଥର ପରି
(C) ବଜ୍ର ପରି
(D) ଯନ୍ତ୍ରପୁରୀର ଇସ୍ପାତ ପରି
Answer:
(D) ଯନ୍ତ୍ରପୁରୀର ଇସ୍ପାତ ପରି

20. ଯନ୍ତ୍ର ତଳେ କ’ଣ ନାହିଁ ବୋଲି କବି କହିଛନ୍ତି ?
(A) ମୁକ୍ତି
(B) ପ୍ରାଣ
(C) ମୃତ୍ୟୁ
(D) ଆନନ୍ଦ
Answer:
(B) ପ୍ରାଣ

21. ଯନ୍ତ୍ର ତଳେ କାହାର ଘର ବୋଲି କବି କହିଛନ୍ତି ?
(A) ମଣିଷର
(B) ଧନିକର
(C) ଜୀବନର
(D) ମରଣର
Answer:
(D) ମରଣର

BSE Odisha 9th Class Odia Solutions Chapter 7 ମାଟିର ମଣିଷ

22. ମଣିଷର ସନ୍ତକ ଭାବରେ କବି କାହାକୁ ବିବେଚନା କରିଛନ୍ତି ?
(A) କ୍ଷେତକୁ
(B) ଯନ୍ତ୍ରକୁ
(C) ଲଙ୍ଗଳକୁ
(D) ଗୋଷ୍ଠକୁ
Answer:
(C) ଲଙ୍ଗଳକୁ

23. କବି ରାଧାମୋହନ ତାଙ୍କ କବିତାରେ ମଣିଷକୁ କେଉଁ ମଣିଷ ବୋଲି ଅଭିହିତ କରିଛନ୍ତି ?
(A) ମୁକ୍ତିର ମଣିଷ
(B) ମାଟିର ମଣିଷ
(C) ନିରୀହ ମଣିଷ
(D) ସୁପ୍ତ ମଣିଷ
Answer:
(B) ମାଟିର ମଣିଷ

24. ମାଟିର ମଣିଷକୁ ଯନ୍ତ୍ର କ’ଣ ଦେଇଛି ବୋଲି କବି କହିଛନ୍ତି ?
(A) ମନ୍ତ୍ର
(B) ତନ୍ତ୍ର
(C) ଶକ୍ତି
(D) ମାୟା
Answer:
(A) ମନ୍ତ୍ର

25. ଯନ୍ତ୍ର ସର୍ବଦା ମଥା ତୋଳି କିପରି ଛିଡ଼ା ହୋଇଅଛି ?
(A) ଗର୍ବରେ
(B) ଅହଂକାରୀ ପରି
(C) ରୁଦ୍ରଙ୍କ ପରି
(D) ରୁଦ୍ର ଦାନବ ପରି
Answer:
(D) ରୁଦ୍ର ଦାନବ ପରି

କବିଙ୍କ ସମ୍ବନ୍ଧରେ :
ଆଧୁନିକ ଓଡ଼ିଆ କବିତା ଜଗତରେ ରାଧାମୋହନ ଗଡ଼ନାୟକ ଏକ ସୁପରିଚିତ ନାମ । ଗାଥା କବିତାର ଅପୂର୍ବ ବିନ୍ଧାଣି ଓ ନିର୍ଭୁଲ ଛନ୍ଦ ସଂଯୋଜନାର ଅନନ୍ୟ ସ୍ଥପତି ତଥା ଶୃଙ୍ଖଳିତ କାବ୍ୟ-ଉଦ୍ୟାନର ନିଆରା ମାଳୀ ଭାବେ ତାଙ୍କ ପରିଚିତି ଓ ପ୍ରତିଷ୍ଠା, ଓଡ଼ିଆ କାବ୍ୟ ପାଠକମାନଙ୍କ ସ୍ମୃତିରେ ଅଦ୍ୟାବଧୂ ଉଜ୍ଜୀବିତ ରହିଛି । ଏହି ଗୀତିକବି ଅନୁଗୁଳର ଅନତିଦୂରରେ ଅବସ୍ଥିତ କଲଣ୍ଡାପାଳ ଗ୍ରାମରେ ୧୯୧୧ ମସିହା ଅଗଷ୍ଟ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଓ ୨୦୦୦ ମସିହା ଫେବୃୟାରୀ ୨୧ ତାରିଖରେ ଇହଲୀଳା ସାଙ୍ଗ କରିଥିଲେ । କବି ରାଧାମୋହନଙ୍କ ମରଣଶୀଳ ଶରୀର ସଂସାରରୁ ବିଦାୟ ନେଇଥିଲେ ମଧ୍ୟ ତାଙ୍କ ସାରସ୍ବତ କୃତି ପାଇଁ ସେ କାବ୍ୟନୁରାଗୀ ପ୍ରିୟ ପାଠକମାନଙ୍କ ହୃଦୟରେ ଚିର ଅମର ରହିବେ ।

ଉତ୍କଳୀୟ ସଂସ୍କୃତି, ଐତିହ୍ୟ ଓ ସର୍ବୋପରି ମଣିଷ ପ୍ରତି ରହିଥ‌ିବା ନିଃସର୍ଭ ଭଲପାଇବାପଣ ସମସାୟମୟିକ କବିମାନଙ୍କଠାରୁ ତାଙ୍କୁ ସ୍ଵତନ୍ତ୍ର କରି ଚିହ୍ନାଇ ଦେଇଥାଏ । ତାଙ୍କ ପ୍ରାରମ୍ଭିକ କାବ୍ୟ ଚେତନାରେ ରୋମାଣ୍ଟିକ୍ ଭାବୁକତା ପରିଲକ୍ଷିତ ହୋଇଥିଲେ ହେଁ ପରବର୍ତ୍ତୀ କାଳରେ ମାନବିକତାବୋଧ ଓ ଐତିହ୍ୟ ସଂପ୍ରୀତି ହୋଇଛି ତାଙ୍କ କବିତାର ମୁଖ୍ୟ ଉପାଦାନ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରେ ଓଡ଼ିଆ ସାହିତ୍ୟରେ ସେ ହେଉଛନ୍ତି ଅନ୍ୟତମ ସଫଳ ଗାଥାକବି ।

ତାଙ୍କ କାବ୍ୟକୃତି ମଧ୍ୟରେ ‘କାବ୍ୟନାୟିକା’, ‘ଉତ୍କଳିକା’, ‘ନବଜାତକ’, ‘ସ୍ମରଣିକା’, ‘ମୌସୁମୀ’, ‘କୈଶୋରିକା’, ‘ଦୁଇଟି ତାହାର ଡେଣା’, ‘ଦୀପଶିଖା’, ‘ପଶୁପକ୍ଷୀର କାବ୍ୟ’, ‘ଧୂସର ଭୂମିକା’, ‘ଶାମୁକାର ସ୍ବପ୍ନ’, ‘ସୂର୍ଯ୍ୟ ଓ ଅନ୍ଧକାର’, ‘ଅବାଚୀର ତାରା’ କବିଙ୍କ ଅନନ୍ୟ ସାରସ୍ଵତ ପ୍ରତିଭାର ପରିଚୟ ବହନ କରେ । ‘ସୂର୍ଯ୍ୟ ଓ ଅନ୍ଧକାର’ କବିତା ସଂକଳନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଏତଦ୍‌ଭିନ୍ନ ଜଣେ ସଫଳ ଅନୁବାଦକ ଭାବେ ତାଙ୍କର ସୁଖ୍ୟାତି ରହିଛି ।

କବିତାର ପୃଷ୍ଠଭୂମି :
କବିଙ୍କ ଦୃଷ୍ଟିରେ ମାଟି ହେଉଛି କଲ୍ୟାଣୀ, ବନ୍ଦନୀୟା, ସ୍ନେହମୟୀ ଓ ମମତାମୟୀ ଜନନୀ । ଗ୍ରାମ୍ୟଜୀବନ ପ୍ରତି ବିଶେଷତଃ ମାଟି ପ୍ରତି ଗଭୀର ମମତ୍ୱବୋଧ କବି ଗଡ଼ନାୟକଙ୍କ ଦୃଷ୍ଟିଭଙ୍ଗୀକୁ ତଥାକଥ୍ ଆଧୁନିକତାର ସମସ୍ତ ସଂକ୍ରମଣଠାରୁ ଦୂରରେ ଆତ୍ମପ୍ରକାଶ କରିଛି ତାଙ୍କ ‘ମାଟିର ମଣିଷ’ କବିତାରେ । ଯନ୍ତ୍ର ସଭ୍ୟତାର ପ୍ରତିଘାତରେ ମଣିଷ ଜୀବନର କରୁଣ ଓ ବିବର୍ଷ ପରିଣତି ପ୍ରତି କବି ଅତ୍ୟନ୍ତ ସଚେତନ । ତେଣୁ ଏହା ବିରୁଦ୍ଧରେ ତାଙ୍କ ଚେତାବନୀ କବିତାଟିରେ ପ୍ରକଟିତ ହୋଇଛି ।

ଯନ୍ତ୍ରଜୀବନପିଷ୍ଟ ମଣିଷ ଜୀବନର ସମସ୍ତ ସୁଖ ଓ ସୌଭାଗ୍ୟ, ସ୍ଵପ୍ନ ଓ ସମ୍ଭାବନା ଯୁଗଯନ୍ତ୍ରଣାର ଦହନରେ ଯେ ବହୁଭାବେ ଦଗ୍ଧଭୂତ, ତାହା କବିଙ୍କ ସୂକ୍ଷ୍ମ ଦୃଷ୍ଟିବଳୟ ମଧ୍ୟରୁ ବାଦ୍ ଯାଇନାହିଁ । ସମ୍ପ୍ରତି ମଣିଷ ଆଧୁନିକ ଚାକଚକ୍ୟପୂର୍ଣ୍ଣ ଜୀବନ ପ୍ରତି ଆକର୍ଷିତ ହୋଇ ସହରୀ ସଭ୍ୟତାକୁ ପସନ୍ଦ କରୁଛି । ତେଣୁ ପଲ୍ଲୀ ପ୍ରତି ବିମୁଖତା ପ୍ରଦର୍ଶନ କରି ସହରମୁହାଁ ହୋଇଛି ମାଟିର ମଣିଷ । କଳକାରଖାନାରେ ଶ୍ରମିକ ଭାବେ ନିୟୋଜିତ ହୋଇ ସହଜଲବ୍ଧ ଆୟରେ ଜୀବନକୁ ଅଧିକ ଉପଭୋଗ କରିହେବ ବୋଲି ବିବେଚନା କରି ମଣିଷ ଗ୍ରାମଭୂମି ପରିତ୍ୟାଗ କରୁଛି ।

ତେଣୁ ପଲ୍ଲୀଭୂମି କ୍ରମେ ଶ୍ରୀହୀନ ହେବାରେ ଲାଗିଛି । ମଣିଷ ମନରୁ ଜନ୍ମଭୂମି ପ୍ରତି ମମତ୍ୱବୋଧ କ୍ରମଶଃ ବିଲୋପ ହେବାରେ ଲାଗିଛି । ପାଠକ ପ୍ରାଣରେ ଯନ୍ତ୍ର ସଭ୍ୟତାର କୁପରିଣାମ ବିଷୟରେ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପଲ୍ଲୀପ୍ରୀତି ଜାଗ୍ରତ କରିବା ଲକ୍ଷ୍ୟ ନେଇ କବିଙ୍କର ପ୍ରୟାସ ପ୍ରଣିଧାନଯୋଗ୍ୟ ।

କବିତାର ସାରମମ :
ଶିଳ୍ପ ସଭ୍ୟତାର କ୍ରମବର୍ଦ୍ଧନ, ଗ୍ରାମ୍ୟ ସଭ୍ୟତାର କ୍ରମବିଲୁପ୍ତିର ଯେ ପ୍ରମୁଖ ଉପାଦାନ, ଏଥ‌ିରେ ସନ୍ଦେହ ନାହିଁ । ମଣିଷ ମନରେ ଜଡ଼ ବସ୍ତୁବାଦୀ ଚେତନାକୁ ପ୍ରୋତ୍ସାହନ ଦେବାରେ ଯନ୍ତ୍ର ସଭ୍ୟତାର ପ୍ରଭାବ ଅନସ୍ବୀକାର୍ଯ୍ୟ । ଶିଳ୍ପର ପ୍ରସାର ମାଟିର ମଣିଷକୁ ଯନ୍ତ୍ରମାନବ କରିଦେଇଛି । ଯନ୍ତ୍ର ସଭ୍ୟତାର କରାଳ ଗ୍ରାସରେ ପଲ୍ଲୀ ସଭ୍ୟତାର ସୁକୁମାର ରୂପଶ୍ରୀ ନିଜର ସତ୍ତା ହରାଇଛି । ଯନ୍ତ୍ରଦାନବର ମନଲୋଭା ଆକର୍ଷଣରେ ମାଟିର ମଣିଷ ପଥହରା ହୋଇ ନିଜ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲିଦେଇଛି । ଶିଳ୍ପାଞ୍ଚଳର ଚାକଚକ୍ୟପୂର୍ଣ୍ଣ ଜୀବନାଦର୍ଶକୁ ଆଦରି ନେଇଛି ମାଟିର ମଣିଷ ।

ସହଜଲବ୍ଧ ଅର୍ଥାଗମର ଉତ୍ସ ଭାବେ ବିଚାର କରି ଶିଳ୍ପାଞ୍ଚଳକୁ ପ୍ରଲମ୍ବିତ ହେବାରେ ଲାଗିଛି ମାଟି ମଣିଷର ଧାଡ଼ି । ସତେଯେପରି ଯନ୍ତ୍ରର ମନ୍ତ୍ରରେ ଅଭିମନ୍ତ୍ରିତ ଏ ମଣିଷ । କଳକାରଖାନାର ନଭଶ୍ଚୁମ୍ବୀ ଚିମିନିର ଧୂମପଟଳ ହାତଠାରି ସେଇ ମନ୍ତ୍ରମୁଗ୍ଧ ମଣିଷକୁ ଡାକୁଛି ତା’ର ମାୟାଜାଲ ଭିତରକୁ । ସମ୍ମୋହିତ ମୁଗ୍ଧ ମାନବ ସେହି ଯନ୍ତ୍ରଦାନବର ସଶକ୍ତ ପଞ୍ଝା ଭିତରକୁ ନିଜକୁ ଠେଲିଦେଇଛି ।

ଲୁହାର ଫୌଜ ଧରି ଉଭା ହୋଇଥ‌ିବା ସେହି ଯନ୍ତ୍ରରାକ୍ଷସର ସଦାକ୍ଷୁଧୂ ଅନ୍ତର ମଧ୍ୟରେ ନିଃଶେଷ ହେବା ପୂର୍ବରୁ ସେଥୁରୁ ନିଷ୍ପତି ଲଭିବାର ଉପାୟ ଚିନ୍ତା କରିବାକୁ କବି ପରାମର୍ଶ ଦେଇଛନ୍ତି । କାରଖାନାର ସାଇରନ୍ ଶବ୍ଦକୁ ସେହି ଯନ୍ତ୍ରଦାନବର ମହାଭୟଙ୍କର ଭୈରବ ଚିତ୍କାର ଓ ଚିମିନିରୁ ନିର୍ଗତ ଘନକୃଷ୍ଣ ଧୂମପଟଳକୁ ରାକ୍ଷସର ନିଃଶ୍ବାସ ବାୟୁ ସହ କବି ତୁଳନା କରିଛନ୍ତି । କବିଙ୍କ ଭାଷାରେ–

BSE Odisha 9th Class Odia Solutions Chapter 7 ମାଟିର ମଣିଷ

‘‘ ମଥା ତୋଳି ସେଇ ଯନ୍ତ୍ର ଯେ ସଦା ରୁଦ୍ର ଦାନବ ପରି
ଛିଡ଼ା ହୋଇଅଛି ଚାରିପାଶେ ତା’ର ଲୁହାର ଫଉଜ ଧରି ।
ଗର୍ଜି ଉଠୁଛି ଥରେ ଥରେ ପୁଣି ଭୀମ ଭୈରବ ରବେ
ନିଃଶ୍ୱାସ-ଧୂମ-ଉଲ୍ଲାସ ତା’ର ଛାଡ଼ଇ ମୌନ ନଭେ ।’

ଲେଲିହାନ ଜିହ୍ଵା ବିସ୍ତାର କରି ମାନବ ସମାଜକୁ ଗ୍ରାସ କରିବାକୁ ଯନ୍ତ୍ରରାକ୍ଷସର ପ୍ରଲୋଭନ ପ୍ରତି ସଚେତନ ହେବାକୁ କବି ମାଟିର ମଣିଷକୁ ଆହ୍ଵାନ କରିଛନ୍ତି । ସେହି ଯନ୍ତ୍ର ରାକ୍ଷସର ଚିମିନିରୁ ସଦାଉତ୍‌ ବିଷାକ୍ତ ଧୂମପଟଳ ଓ ଉଦ୍‌ବୃତ୍ତ ବର୍ଜ୍ୟବସ୍ତୁରେ ମାଟିରୁ ଆକାଶ ପର୍ଯ୍ୟନ୍ତ ସମଗ୍ର ପରିବେଶ ଯେ ଭୟଙ୍କର ଭାବେ ପ୍ରଦୂଷିତ ହେବାରେ ଲାଗିଛି, ଯାହା ମଣିଷକୁ ଦୁରାରୋଗ୍ୟ ରୋଗ, ବ୍ୟାଧ୍ଧରେ ପୀଡ଼ିତ କରି ମାନବ ଜାତିକୁ ନିଃଶେଷ କରିବାପାଇଁ ଭୀମଭୈରବ ରୂପରେ ଉଭାହୋଇଛି, ସେ ବିଷୟକୁ ଥରେ ଚିନ୍ତା କରିବାପାଇଁ କବି ପରାମର୍ଶ ଦେଇଛନ୍ତି । ପଲ୍ଲୀର ଶାନ୍ତ-ଶୀତଳ, କାନ୍ତ-କୋମଳ, ଲଳିତ-ମଧୁର ଜୀବନାଲେଖ୍ୟ ମାନବ ପାଇଁ ଯେ କେତେ ପ୍ରୀତିପ୍ରଦ, ତାହା ଉଲ୍ଲେଖ କରି ମନରେ ମାଟି ପ୍ରତି ମୋହ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି କବି । ଜନ୍ମଭୂମିର ମାଟି ମା’ ପରି ଜୀବନଧାତ୍ରୀ ।

‘‘ଜନନୀ, ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।’’

ସୁଶୀତଳ ଜଳ ରୂପରେ ମାଟି ମା’ର ସ୍ତନ୍ୟପାନରେ ବ୍ୟକ୍ତିର ଶିଶୁପ୍ରାଣ ହୁଏ ସଞ୍ଜୀବିତ । ସ୍ନେହ, ମମତା ଓ କରୁଣା ଦାନରେ ପରିପାଳନ କରିଥାଏ ମାଟି ମା’ । ପଲ୍ଲୀମାଟିର ଫଳ, ପୁଷ୍ପ, ଶାକ, ତଣ୍ଡୁଳରେ ପରିପୁଷ୍ଟ ହୋଇଥାଏ ତା’ର ଶିଶୁପ୍ରାଣ । ଧାତ୍ରୀ ପରି ଜଳ, ବାୟୁ, ଆଲୋକ ଦେଇ ଯତ୍ନରେ ପରିପାଳନ କରିଥାଏ ସେ । ପୁନଶ୍ଚ ଶିକ୍ଷୟିତ୍ରୀ ଭୂମିକାରେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ଦେଇ ଇନ୍ଦ୍ରିୟାନୁଭୂତିର ଶିକ୍ଷା ସେ ହିଁ ଦେଇଥାଏ ।

ସେହି ମାଟି ମା’ର ମମତା-ପଖଳା ଆଦର ଓ ଅନାବିଳ ସ୍ନେହକୁ ଭୁଲିଯାଇ ବିମାତା ଯନ୍ତ୍ରଦାନବୀ କୋଳକୁ କେଉଁ ଭରସାରେ ସେ ଆଦରି ନେଇପାରିଲା ବୋଲି କବି ମଣିଷ ଜାତିକୁ ପ୍ରଶ୍ନ କରିଛନ୍ତି । ନିଜ ସନ୍ତାନକୁ ହରାଇ ମାଟି ମାଆ ଦୁଃଖରେ ଭାଙ୍ଗିପଡ଼ିଛି ବୋଲି କବି କହିଛନ୍ତି । ବିବର୍ଷ କଳେବର ଓ ମଳିନ ମୁଖ ଧରି ଉଦାସ ପ୍ରାଣରେ ସେ ଚାହିଁ ରହିଛି ସନ୍ତାନର ଫେରିବା ବାଟକୁ । ପଥହରା ପଲ୍ଲୀବାସୀଙ୍କୁ ମାଟି ମା’ କୋଳକୁ ଫେରି ଆସିବାପାଇଁ ବ୍ୟାକୁଳ ଭାବରେ କବି ଅନୁରୋଧ କରିଛନ୍ତି । ତାଙ୍କ ଭାଷାରେ–

“ ଏ ତୋହ ମାଆର ବକ୍ଷ-ଉଛୁଳା ଗଭୀର ସେନେହ ଭୁଲି
କେଉଁ ପରି ଆଜି ଭରସା କରିଛୁ ଯନ୍ତ୍ରଚିତାର ଚୁଲି ?
ଅନା ଅନା ଫେରି ଥରେ,
ଅନା ଅନା ତୋର ଦୃଷ୍ଟି ଫେରାଇ ମଳିନ ଏ ମାଟି ପରେ ।’’

ସନ୍ତାନ-ବିରହ-ବିଧୂରା, କ୍ରନ୍ଦନରତା ମାଟି ମାଆର ବିଷଣ୍ଣ ରୂପକୁ ଥରେ ଦୃଷ୍ଟିଦେବାକୁ କବି ଯନ୍ତ୍ର-ମଣିଷକୁ ଅନୁରୋଧ କରିଛନ୍ତି । ଦିନ ଥିଲା, ଯେବେ ତା’ର ମାଟିଲିପା ଗୃହାଙ୍ଗନରେ ଆସି ମହାଲକ୍ଷ୍ମୀ ବିରାଜମାନ କରୁଥିଲେ । ହସି ଉଠୁଥିଲା ତା’ର ଗୃହ ପରିବେଶ, ହସି ଉଠୁଥିଲା ତା’ର ଖଳା-ଅମାର, କ୍ଷେତ-ଖମାର । ତା’ ହାତର ସ୍ପର୍ଶରେ କ୍ଷେତରେ ଲୋଟି ପଡୁଥୁଲା ସୁନାର ଫସଲ । ତା’ ବିହୁନେ ସେହି ଶସ୍ୟ-ଶ୍ୟାମଳା କ୍ଷେତ ଆଜି ରୁକ୍ଷ ଟାଙ୍ଗରା ଭୂମିରେ ପରିଣତ ହୋଇଛି । କୋଳାହଳ ମୁଖରିତ ଗ୍ରାମଭୂମିରେ ଆଜି ବିରାଜମାନ କରୁଛି ଶ୍ମଶାନ ଭୂମିର ନୀରବତା ।

କବିଙ୍କ ଜନ୍ମସ୍ଥଳୀ ଗ୍ରାମଭୂମି, ତାଙ୍କ ଦୃଷ୍ଟିରେ ମର୍ତ୍ତ୍ୟ-ବୈକୁଣ୍ଠ । ପଲ୍ଲୀଭୂମିର ସରଳ ଗ୍ରାମବାସୀଙ୍କ ସାବଲୀଳ ଜୀବନଶୈଳୀର ମାଦକତା ଚିର ଅଭୁଲା । କ୍ଷେତର କର୍ଷିତ ମୁଭିକା ପ୍ରଥମ ବାରିପାତ ସ୍ପର୍ଶରେ ଯେଉଁ ନିଆରା ମଧୁଗନ୍ଧର ମହକ ପରଶିଯାଏ, ତାହା ପରିବେଶକୁ କରେ ଆମୋଦିତ । ସେହି ମାଟି ଗନ୍ଧର ମଧୁର ମହକ ମାଟି ମଣିଷର ସ୍ମୃତିରେ କ’ଣ ଜାଗରିତ ହେଉନାହିଁ ? ଦିନ କେତୁଟାରେ ସେହି ସୁଖ ସ୍ମୃତିର ଅନୁଭୂତି କ’ଣ ବିସ୍ମରଣ ହୋଇଯାଇଛି ବୋଲି କବି ଯନ୍ତାନୁରାଗୀ ମାନବକୁ ପ୍ରଶ୍ନ କରିଛନ୍ତି ।

ପକ୍ବସ୍ପର୍ଶ ଧାନ୍ୟକ୍ଷେତର ମନମତାଣିଆ ସୁରଭି କ’ଣ ଏତେ ଶୀଘ୍ର ତା’ ସ୍ମୃତିପଥରୁ ଉଭେଇଗଲା ? ଭରା ଫସଲର କ୍ଷେତ ଦେଖୁ ଯିଏ ଦିନେ ଆନନ୍ଦରେ ଆତ୍ମହରା ହୋଇଉଠୁଥୁଲା, ସେ ଆଜି ଶିଳ୍ପ ଆବର୍ଜନାର ପୂତିଗନ୍ଧମୟ ପରିବେଶକୁ କିପରି ଆପଣେଇ ନେଇପାରିଲା ? କବିଙ୍କ ଭାଷାରେ–

ଦିଗନ୍ତ-ଭରା ପକ୍ୱଧାନର ମନମତାଣିଆ ଗଦ
ହୃଦୟେ ତୋହର, ପରାଣେ ତୋହର ଜଗାଉ ନାହିଁକି ସ୍କନ୍ଦ ?

୍ରାମ୍ୟ -ପରିବେଶ -ମୁଗ୍ଧ କବିଙ୍କ ମନରେ କିଶୋର ବୟସର ସୁମଧୁର ସ୍ମୃତି ଜାଗ୍ରତ ହୋଇଛି । ଆଖୁ କିଆରୀର ଛାଇତଳେ ବସି ଖେଳ-କୌତୁକରେ ମାତିବାର ସ୍ମୃତି ଓ ପୌଷ ପ୍ରଭାତରେ ଆଖୁରସର ଅମୃତ ସ୍ବାଦକୁ କବି ଭୁଲିପାରି ନାହାନ୍ତି । ଗାଁ ବାଡ଼ି ବଗିଚାର ଘନ ସବୁଜିମା ମଧ୍ଯରେ ଶୁଭ୍ର କପାଫୁଲର ଶୋଭା ରାତ୍ରି ଆକାଶର‘ବିଚ୍ଛୁରିତ ତାରକା ତୁଲ୍ୟ ଅନୁପମ ସୌନ୍ଦର୍ଯ୍ୟ ପରିପ୍ରକାଶ କରେ । ବାଡ଼ି ପଛ କ୍ଷେତରେ ହଳଦୀ ଗୁରୁଗୁରୁ ସୋରିଷ ଫୁଲର ଅନୁପମ ବର୍ଷବିଭା ମନକୁ ଉଲ୍ଲସିତ କରେ ।

ଗାଁ ମୁଣ୍ଡଦେଇ ସର୍ପିଳ ଗତିରେ ବହିଯାଉଥବା ଛଇଳ-ଚପଳ ନଈତୁଠରୁ କାଖରେ କାଚକେନ୍ଦୁ ପାଣିର କଳସୀ ଧରି ପଲ୍ଲୀପଥରେ ସୁମଧୁର ସ୍ମୃତି ତ କେବେବି ଭୁଲିବା ସମ୍ଭବ ନୁହେଁ ! ତେବେ, ଯନ୍ତ୍ର ସଭ୍ୟତାର କେଉଁ ଦୁର୍ବାର ଆକର୍ଷଣ ମଣିଷ ମନରୁ ତା’ର ବଂଶୀରେ ବେସୁରା ରାଗିଣୀ ତୋଳେ ଗୋଷ୍ଠବିହାରୀ ଗୋପାଳ ବାଳକ । ମନୋମୁଗ୍ଧକର ସେହି ନିଆରା ଗ୍ରାମ୍ୟ ପରିବେଶର ସୁମଧୁର ସ୍ମୃତି ତ କେବେବି ଭୁଲିବା ସମ୍ଭବ ନୁହେଁ ! ତେବେ, ଯନ୍ତ୍ର ସଭ୍ୟତାର କେଉଁ ଦୁର୍ବାର ଆକର୍ଷଣ ମଣିଷ ମନରୁ ତା’ର ନିଷ୍ଠାପ, ସରଳ ଚୈତ୍ତସଭାକୁ କିପରି କାଢ଼ିନେଲା ତାହା ଚିନ୍ତାକରି କବି ବିସ୍ମୟ ପ୍ରକାଶ କରିଛନ୍ତି ।

କବି ଅନୁଭବ କରିଛନ୍ତି ଯେ ବସ୍ତୁବାଦୀ ଚେତନା ତା’ର ଚିନ୍ମୟ ଜୀବନ ସତ୍ତାକୁ କଳୁଷିତ କରିଦେଇଛି । ଅର୍ଥର ମୋହ ତା’ ହୃଦୟକୁ ବିଷାକ୍ତ କରିଦେଇଛି । ତେଣୁ ଚାକଚକ୍ୟଭରା ଜୀବନଶୈଳୀକୁ ଆପଣେଇ ନେଇ ସେ ଭୁଲିଯାଇଛି ମାଟି ମା’ର ସ୍ନେହ ସୋହାଗ । ଯନ୍ତ୍ରପୁରୀର ବନ୍ଦୀଶାଳା ଭିତରେ ତା’ର ସରଳ, ସୁକୋମଳ ମନ ଇସ୍ପାତ ପରି କଠିନ ହୋଇଯାଇଛି । ଜଡ଼-ମାୟାରେ ଆଚ୍ଛନ୍ନ ହୋଇ ଜୀବନର ସାବଲୀଳତାରୁ ସେ ଦୂରେଇଯାଇଛି । ଶାନ୍ତ-କାନ୍ତ ମାଟିର ମଣିଷ ଅଶାନ୍ତି ଓ ଅସନ୍ତୋଷର ଦାବାନଳରେ ଯେ ଦଗ୍ଧଭୂତ ହେବାରେ ଲାଗିଛି ଏହା ହୁଏତ ସେ ହୃଦୟଙ୍ଗମ କରିପାରୁ ନାହିଁ । ଛନ୍ଦ-ରସିକ କବି ମଣିଷ ହୃଦୟର ଏତାଦୃଶ ପରିବର୍ତ୍ତନ ଲକ୍ଷ୍ୟକରି ବିଷାଦିତ ହୋଇଛନ୍ତି । ତାଙ୍କ ଭାଷାରେ –

‘ଯନ୍ତ୍ରତଳେ ତ ପରାଣ ନାହିଁରେ ମରଣର ତହିଁ ଘର
ଦିନ ରାତି ତହୁଁ ଚିତାର କୁହେଳି ହେଉଅଛି ଉତ୍‌ଥଳ ।’’

ଦୂରଦୃଷ୍ଟିସମ୍ପନ୍ନ କବି ଆଧୁନିକ ଯନ୍ତ୍ର ମାନବର ଅନ୍ଧକାର ଭବିଷ୍ୟତକୁ ଦେଖ୍ ପାରିଛନ୍ତି ତାଙ୍କ କଳ୍ପନେତ୍ରରେ । ତାକୁ ଦିନେ ସେହି ଯନ୍ତ୍ର ଚୁଲିର ଲେଲିହାନ ଅଗ୍ନିଶିଖାରେ ପତଙ୍ଗ ତୁଲ୍ୟ ଝାସ ଦେବାକୁ ପଡ଼ିବ ବୋଲି କବି ଆଶଙ୍କା ପ୍ରକଟ କରିଛନ୍ତି । ଅନବରତ ଚିତାର କୁହେଳି ଉତ୍‌ଥୁତ ହେଉଥ‌ିବା ଯନ୍ତ୍ରପୁରୀ ଯେକୌଣସି ମୁହୂର୍ଭରେ ଯେ ମୃତ୍ୟୁର ଦୂତ ପରି ସମ୍ମୁଖରେ ଉଭାହୋଇ ତା’ର ଜୀବନ ନାଟିକାରେ ଯବନିକା ପାତ କରିପାରେ, ଏହା କହି ସେ ସତର୍କ କରି ଦେଇଛନ୍ତି ଶିଳ୍ପ-ସଭ୍ୟତାନୁରାଗୀ ଆଧୁନିକ ମଣିଷକୁ ।

ପ୍ରାଣହୀନ ସେହି ଯନ୍ତ୍ରଶାଳାର ମୃତ୍ୟୁକୋଠରି ମଧ୍ୟରୁ ବାହାରି, ବୈକୁଣ୍ଠ ସମାନ ମାଟି ମା’ କୋଳକୁ ଫେରି ଆସିବାକୁ କବି ଯନ୍ତ୍ରାନୁରକ୍ତ ମାନବକୁ ଆହ୍ଵାନ କରିଛନ୍ତି । ମାତୃଗର୍ଭରୁ ପଡ଼ି ଯେଉଁ ମାଟି ଉପରେ ସେ ପ୍ରଥମ ଆଲୋକ ଦର୍ଶନ କରିଥିଲା, ସେହି ମାଟି ହିଁ ତା’ପାଇଁ ସ୍ବର୍ଗ, ତା’ର ଇହକାଳ ଓ ପରକାଳର ଚିରସାଥୀ । ଜନ୍ମ ଜନ୍ମାନ୍ତର ଧରି ତାକୁ ସେହି ମାଟି ମା’ କୋଳରେ ହିଁ ଆବିର୍ଭୂତ ହେବାକୁ ପଡ଼ିବ । ସେହି ଜନ୍ମମାଟିର ସୁମଧୁର ସାନ୍ନିଧ୍ଯ ହିଁ କେବଳ ତାକୁ ଦେଇପାରିବ ବାସ୍ତବ ଆନନ୍ଦ, ଚିରନ୍ତନ ସୁଖ ଓ ସମୃଦ୍ଧିର ରାହା । ତେଣୁ ଯନ୍ତ୍ରତ୍‌ତ ଧୂମକୁଣ୍ଡଳୀ ମଧ୍ଯରେ ଧୂମାୟିତ ହୋଇଯିବା ପୂର୍ବରୁ ଜନ୍ମମାଟିକୁ ଫେରିଆସିବାକୁ ଆବେଗଭରା ଆହ୍ଵାନ ଦେଇ କବି ଗାଇ ଉଠିଛନ୍ତି-

‘‘ ମାଟିର ଅଙ୍କେ ଜନ୍ମ ପାଇବୁ ଝରରେ ତାହାରି ପରେ
ମାଟିର ବକ୍ଷେ ଜନ୍ମ ଲଭିବୁ ନବ ଜନ୍ମାନ୍ତରେ ।
ଫେରିଆ ପୂରୁବ ପଥେ,
ଅକାରଣେ ଆଉ ଧୂଆଁ ହ ନାହିଁ ଯନ୍ତ୍ର-ଧୂଆଁର ସାଥେ ।’’

BSE Odisha 9th Class Odia Solutions Chapter 7 ମାଟିର ମଣିଷ

ବିଷୟଗତ ଶବ୍ଦ ଓ ଅର୍ଥ :

  • ମୁଗ୍ୱ – ମୋହିତ ।
  • ରୁଦ୍ର – ଶିବ / ଭୟଙ୍କର ।
  • ଫଉଜ- ସୈନ୍ୟ ଦଳ ।
  • ରବ – ଶବ୍ଦ କୋଳାହଳ ।
  • ଉଳ୍ହ – ଦୀର୍ଘ ନିଃଶ୍ବାସ ।
  • ବହ୍ନି – ନିଆଁ ।
  • ଉତ୍ତ।ନେ – ଊର୍ଦ୍ଧ୍ୱମୁଖରେ ।
  • ସ୍ତନ୍ୟଦାନେରେ – କ୍ଷୀରପାନରେ ।
  • ବକ୍ଷ – ଛାତି ।
  • ଗହନ – ଦୁର୍ଗମ ।
  • ଦା ନବ – ରାକ୍ଷସ ।
  • ଭୈରବ – ଭୀଷଣ ।
  • ଧୂମ – ଧୂଆଁ ।
  • ମୌନ ନଭେ – ନିର୍ମଳ ଆକାଶରେ ।
  • ଜୀବନଧାତ୍ରୀ – ଜୀବନର ସେବାକାରୀ ।
  • ବପୁଳ – ପ୍ରଚୁର / ମହତ / ଗଭୀର ।
  • ପୁଷ୍ନ – ପ୍ରତିପାଳିତ / ହୃଷ୍ଟପୁଷ୍ଟ ।
  • ଯନ୍ତ୍ର ଚିତା – ଯନ୍ତ୍ରରୂପକ ମରଣ ଭୂଇ ।
  • ଉରସ – ବକ୍ଷସ୍ଥଳ
  • ସୁରଭି – ସୁଗନ୍ଧଯୁକ୍ତ / ସୁବାସ ।
  • ଉଲ୍ଲାସ – ବକ୍ଷସ୍ଥଳ
  • ପକ୍ୱ – ପାଚିଲା ।
  • ମଧୁର – ହଳଦ୍ଵାରା କର୍ଷିତ ।
  • ହୃଦୟେ – ଛାତିରେ ।
  • ସ୍ସଦ – ସ୍ସଦନ
  • ମଧୁର – ମିଠା ।
  • ମନଲୋଭା – ମନଛୁଆଁ ।
  • ଗୋଷବିହାରୀ – ଗୋଠରେ ବୁଲୁଥିବା ।
  • ଗୋପାଳ ପୁଅ – ଗଉଡ଼ ପୁଅ ।
  • ବେଣୁ – ବଂଶୀ ।
  • ପତଙ୍ଗମ – ପତଙ୍ଗ ।
  • ଜନ୍ମ।ନ୍ତରେ – ପରଜନ୍ମରେ ।
  • ନବ – ନୂଆ ।
  • ପଥେ – ବାଟରେ ।
  • ସ୍ନତିପଥେ – ମନ ମଧ୍ୟରେ ।
  • ଅନ୍ତରେ – ହୃଦୟରେ ।
  • ବିଭା – ଦୀପ୍ତି / ସୌନ୍ଦର୍ଯ୍ୟ ।
  • ଜଳ-ବର୍ଷିତ – ଜଳଦ୍ଵାରା ବର୍ଷିତ ।
  • ଚଷେ – ଆଖୁରେ ।
  • ପର।ଣେ – ପ୍ରାଣରେ ।
  • ଅମୟ – ଅମୃତ / ସ୍ଵାଦିଷ୍ଟ ।
  • ଦୋରୁଅ – ଆଖୁର ରସ।
  • ସ୍ନିଗ୍ଧ – ଆନନ୍ଦଦାୟକ / ଚିକ୍‌କଣ ।
  • ଧେନୁ – ଗାଈ ।
  • ମୂଚ୍ଛତ – ଆରୋହଣ ଆରୋହଣର ସ୍ଵର ବା ମୂର୍ଦ୍ଧନା ।
  • ସନ୍ତକ – ସ୍ମାରକ ବସ୍ତୁ ।
  • ଉର୍ବର – ସରସ ।
  • ବକ୍ଷେ – ଛାତିରେ ।
  • ପୂରୁବ – ପୂର୍ବ ।
  • ଉତ୍ଥଳ – ଉଛୁଳା ।
  • ଚିତ୍ତ – ମନ ।
  • ନଭ – ଆକାଶ ।
  • ଅଙ୍କ – ଶରୀର ।
  • ବଣ୍ଣ – ରଙ୍ଗ ।
  • ଚିତା – ମଶାଣି ଚୁଲାରେ ସଜ୍ଜିତ କରି ରଖାଯାଇଥିବା କାଠ, ଯାହା ଉପରେ ମୃତ ଶରୀର କୁ ଶୁଆଇ ଦାହ କରାଯାଏ ।
  • ରୁକ୍ଷ – କର୍କଶ / ଶୁଷ୍କ ।
  • ଜାତକ – ଜନ୍ମପତ୍ରିକା ।
  • ମୋହ – ଆସକ୍ତି ।
  • ଛଇଳ – ରସିକ ।
  • ଚପଳ – ଅସ୍ଥିର / ଚଞ୍ଚଳ ।
  • ଛଇ – ଭଙ୍ଗୀ ।
  • ଧୀର – ଗମ୍ଭୀର / ପଣ୍ଡିତ ।
  • କୁତ୍ଥଳ – କୁହୁଡ଼ି ।
  • ଉତ୍ଥଳ – ଉଚ୍ଛୁଳା ।
  • ଦ୍ରଷ୍ନ। – ଯେ ଦେଖିପାରେ ।

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Odisha State Board BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି Textbook Exercise Questions and Answers.

BSE Odisha Class 7 Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଉତ୍ତର କୁହ ।
(କ) କବିତାଟିରେ ବର୍ଷିତ ସ୍ଥାନ କେଉଁଠି ଅବସ୍ଥିତ ?
କବିତାଟିରେ ବର୍ଣ୍ଣିତ ଖଣ୍ଡଗିରି ଭୁବନେଶ୍ଵରର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏକ ପାହାଡ଼ । ପ୍ରାଚୀନ ଉତ୍କଳର ନରପତି ମହାମେଘବାହନ ଐର ଖାରବେଳଙ୍କ କୀର୍ତ୍ତିରାଜି ଏହି ପାହାଡ଼ର ଗୁମ୍ଫାଗାତ୍ରରେ ଖୋଦିତ ହୋଇଛି ।

(ଖ) କବି ଖଣ୍ଡଗିରିକୁ ଉତ୍କଳ ଗୌରବର ପ୍ରତୀକ ରୂପେ କାହିଁକି ବର୍ଣ୍ଣନା କରିଛନ୍ତି ?
ଖଣ୍ଡଗିରି ପାହାଡ଼ର ପ୍ରସ୍ତର ଖଣ୍ଡମାନଙ୍କରେ ରହିଥ‌ିବା ଶିଳାଲିପିଗୁଡ଼ିକରେ ପ୍ରାଚୀନ ଉତ୍କଳୀୟ ରାଜାମାନଙ୍କ ସମ୍ପର୍କରେ ବହୁ ତଥ୍ୟ ଖୋଦିତ ହୋଇଅଛି । ବିଶେଷତଃ ଆଗଙ୍ଗାଗୋଦାବରୀ ବିସ୍ତୃତ କଳିଙ୍ଗ ସାମ୍ରାଜ୍ୟର ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ କୀର୍ତ୍ତିରାଜିର ମୂକସାକ୍ଷୀ ଭାବେ ଖଣ୍ଡଗିରିର ଗୁମ୍ଫାମାନ ଅଦ୍ୟାବଧୂ ପ୍ରାଚୀନ ଉତ୍କଳ ଗୌରବର ପ୍ରତୀକ ରୂପେ ରହିଅଛି ।

(ଗ) ଖଣ୍ଡଗିରି ଜନସ୍ମୃତିରୁ କାହିଁକି ଲିଭିଯାଉଛି ?
Answer:
ଖଣ୍ଡଗିରିଠାରେ ଥ‌ିବା ଗୁମ୍ଫା, ମନ୍ଦିର, ରାଣୀହଂସପୁର ଓ ରାଜପ୍ରାସାଦର ଜୀର୍ଣାବଶେଷ ପରିତ୍ୟକ୍ତ ଅବସ୍ଥାରେ ରହି କାଳକ୍ରମେ ବିଲୁପ୍ତ ହେବାକୁ ବସିଲାଣି । ସମୁଦାୟ ପାହାଡ଼ଟି ଲତାଗୁଳ୍ମ ଆଚ୍ଛାଦିତ ହେବାରୁ ତାହା ଅଗମ୍ୟ ହୋଇପଡ଼ିଛି ।

(ଘ) କବିତାରେ ରାଣୀହଂସପୁର ସମ୍ପର୍କରେ କବି କ’ଣ କହିଛନ୍ତି ?
Answer:
କାଳର ଅପ୍ରତିହତ ପ୍ରଭାବରେ ଖଣ୍ଡଗିରି କ୍ରମେ ପରିତ୍ୟକ୍ତ ଅବସ୍ଥାରେ ରହି ଭଗ୍ନାବଶେଷରେ ପରିଣତ ହୋଇଛି । ଏଠାରେ ଥିବା ବିଭିନ୍ନ ଗୁମ୍ଫା ସହ ରାଣୀହଂସପୁର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହି ଅତୀତ ଉତ୍କଳର ଗୌରବୋଜ୍ଜ୍ବଳ ରାଜବିଭବର ମୂକସାକ୍ଷୀ ପାଲଟିଛି । ଏକଦା ଐଶ୍ଵର୍ଯ୍ୟରେ ପୂର୍ଣ ରାଜପ୍ରାସାଦର ଏହି ଅଂଶର ଜରାଜୀର୍ଣ୍ଣ ଅବସ୍ଥା କେବଳ

(ଙ) ସାଧୁ ଧର୍ମବେଶୀ ଓ ଖଣ୍ଡଗିରି ପଥପ୍ରାନ୍ତବାସୀଙ୍କ ସମ୍ପର୍କରେ କବିତାରେ କ’ଣ କୁହାଯାଇଛି ?
Answer:
ଗୌରବାବହ ଅତୀତ ଉତ୍କଳର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ଜୀର୍ଣ୍ଣ ଖଣ୍ଡଗିରି ସନ୍ନିକଟ ପଥପ୍ରାନ୍ତବାସୀ ଏବଂ ସେଠାରେ ଅବସ୍ଥାନ କରୁଥିବା ସାଧୁସନ୍ଥମାନଙ୍କଠାରୁ ଖଣ୍ଡଗିରି ସମ୍ପର୍କରେ ନାନା ବିସ୍ମୟକର ତଥ୍ୟ ଶୁଣିବାକୁ ମିଳେ । ଏବେ ମଧ୍ୟ ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ତପସ୍ବୀମାନଙ୍କ କଣ୍ଠ ନିଃସୃତ ଗମ୍ଭୀର ଧ୍ଵନି ଶୁଣାଯାଏ ଏବଂ ସେମାନଙ୍କ ମତରେ ଗୁମ୍ଫାର ଅନ୍ଧକାର ଗୁହା ମଧ୍ଯରେ ସେହି ତପଚାରୀମାନଙ୍କ ଉପସ୍ଥିତି ଅଦ୍ୟାବଧୂ ଅନୁଭୂତ ହୁଏ । ସାଧୁମାନଙ୍କର ଏପରି ଉକ୍ତିରେ ପଥଚାରୀ ଓ ପର୍ଯ୍ୟଟକମାନେ ବିସ୍ମିତ ହୋଇଥା’ନ୍ତି । ବାସ୍ତବରେ ଏହା ନିର୍ଜନତାର ଏକ ପ୍ରତିଧ୍ଵନି ।

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) କବି ଖଣ୍ଡଗିରିକୁ ଦେଖ୍ କାହିଁକି ଚିନ୍ତାମଗ୍ନ ହୋଇପଡ଼ିଛନ୍ତି ?
Answer:
ଖଣ୍ଡଗିରି ପାହାଡ଼ ପ୍ରାଚୀନ କଳିଙ୍ଗର ଗୌରବପୂର୍ଣ୍ଣ ଗାଥା ବହନ କରିଛି । ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ଅଶେଷ କୀର୍ତ୍ତି ପାହାଡ଼ର ଶିଳାଗାତ୍ରରେ ଖୋଦିତ ହୋଇଛି । ଏଠାରେ ଥ‌ିବା ଗୁମ୍ଫା, ମନ୍ଦିର, ରାଣୀହଂସପୁର ଓ ରାଜପ୍ରାସାଦର ଜୀଶୀର୍ଷ ଧ୍ୱଂସାବଶେଷ ଅଦ୍ୟାବଧୂ ବିଦ୍ୟମାନ ଯାହା କ୍ରମଶଃ ପରିତ୍ୟକ୍ତ ଅବସ୍ଥାରେ ରହି ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି । ଜନ୍ମଭୂମିର ଉଜ୍ଜଳ ଅତୀତର ଗୌରବରାଜି କ୍ରମବିଲୁପ୍ତ ଅବସ୍ଥାକୁ ଗତି କରୁଥିବାରୁ କବି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ନିଜ କଳ୍ପନେତ୍ରରେ ଉତ୍କଳର ଗୌରବ ଗରିମା ସ୍ମରଣ କରି କବି ଚିନ୍ତାମଗ୍ନ ହୋଇପଡ଼ିଛନ୍ତି ।

(ଖ) କବିତାରେ ଖଣ୍ଡଗିରି ରାଜଦରବାରର ଦୃଶ୍ୟ କିପରି ଚିତ୍ରିତ ହୋଇଛି ?
ଖଣ୍ଡଗିରି ପାହାଡ଼ର ଗୁମ୍ଫାଗୁଡ଼ିକ ବ୍ୟତୀତ ରାଜପ୍ରାସାଦ ଓ ରାଣୀହଂସପୁର ଆଦି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଶିଳାଖଣ୍ଡମାନଙ୍କରେ ପ୍ରାସାଦ ପ୍ରାଙ୍ଗଣ ଓ ଦେଉଳର ଛାପ ସ୍ପଷ୍ଟ ବାରି ହୋଇଯାଏ । ସେସବୁ ପ୍ରାଚୀନ ଦେଖୁପାରିଛନ୍ତି, ରାଜଦରବାରରେ ଗୁପ୍ତଚର ବିଜୟ ସମ୍ବାଦ ଦେବାର ଦୃଶ୍ୟ, ମନ୍ତ୍ରୀ ଓ ପାରିଷଦବର୍ଗଙ୍କ ସହ ରାଜାଙ୍କର ଗୁପ୍ତ ମନ୍ତ୍ରଣାର ଦୃଶ୍ୟ । କବି ଶୁଣିପାରିଛନ୍ତି ନିକଟସ୍ଥ ପ୍ରାଙ୍ଗଣରେ ବୀରବାଦ୍ୟର ଟମକ ଏବଂ ଦେଖାରିଛନ୍ତି ଉତ୍କଳୀୟ ବୀର ସୈନ୍ୟମାନଙ୍କ ସମରସଜ୍ଜାର ଦୃଶ୍ୟ ।

(ଗ) ଶ୍ରମଣ ସନ୍ନ୍ୟାସୀମାନେ ଖଣ୍ଡଗିରିରେ କ’ଣ କରୁଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ଖଣ୍ଡଗିରିର ଅପୂର୍ବ ଶୋଭାରାଜି ଦର୍ଶନ କରୁ କରୁ କବିଙ୍କ କଳ୍ପନା ସୁଦୂର ଅତୀତକୁ ଫେରି ଯାଇଛି । ଏକଦା ଏହି ଖଣ୍ଡଗିରି ଗୁମ୍ଫାମାନଙ୍କରେ ବୌଦ୍ଧ ଶ୍ରମଣ ସନ୍ନ୍ୟାସୀମାନେ ଏକତିତ୍ର ହୋଇ ଧର୍ମତତ୍ତ୍ଵ ଆଲୋଚନାରେ ବ୍ୟସ୍ତ ରହିବାର ଦୃଶ୍ୟ କବିଙ୍କ କଳ୍ପନେତ୍ରରେ ଭାସିଉଠିଛି । ‘ଅହିଂସା ପରମ ଧର୍ମ’ ଯାହାକି ବୌଦ୍ଧଧର୍ମର ମୂଳମନ୍ତ୍ର, ସେହି ତତ୍ତ୍ବ ଉପରେ, କାଳର ପ୍ରଭାବରେ ସେସବୁ ବିଲୀନ ହୋଇଥିଲେ ମଧ୍ୟ ଅଦ୍ୟାପି ଖଣ୍ଡଗିରିଠାରେ ବାସ କରୁଥିବା ସାଧୁସନ୍ଥ ତଥା ପଥଚାରୀମାନଙ୍କଠାରୁ ଶୁଣିବାକୁ ମିଳେ ଯେ ରାତ୍ରିର ନିସ୍ତବ୍ଧ ପ୍ରହରରେ ଗୁମ୍ଫାମାନଙ୍କରୁ ଶ୍ରମଣମାନଙ୍କ କଣ୍ଠସ୍ଵର ଓ ସଙ୍ଗୀତ ଶୁଣାଯାଏ ।

(ଘ) ଖଣ୍ଡଗିରି ଗୁମ୍ଫାରେ ଶିଳ୍ପୀମାନେ କେଉଁ କାର୍ଯ୍ୟ କରୁଛନ୍ତି ?
Answer:
ପ୍ରାଚୀନ ଉତ୍କଳର ଗୌରବାବହ ଶିଳ୍ପଚାତୁରୀର ମୂକସାକ୍ଷୀ ଭାବେ ଖଣ୍ଡଗିରି ଅଦ୍ୟାବଧୂ ଦଣ୍ଡାୟମାନ । ବିଶେଷତଃ କଳିଙ୍ଗର ବିଜୟୀ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ କୀର୍ତ୍ତିରାଜି ଗୁମ୍ଫାର ପ୍ରସ୍ତରଖଣ୍ଡମାନଙ୍କରେ ଖୋଦିତ ହୋଇଛି । ଆଦେଶରେ ସେମାନେ ସେଠାରେ ଅବିରତ କର୍ମରତ ରହି ସେହି ଅପୂର୍ବ ପ୍ରସ୍ତରକଳା ସୃଷ୍ଟିରେ ନିମଗ୍ନ ରହିଥ‌ିବାର ଦୃଶ୍ୟ କବି ଦେଖିପାରିଛନ୍ତି । କଳିଙ୍ଗ ରାଜାମାନଙ୍କ ଅକ୍ଷୟ କୀର୍ତ୍ତିରାଜି ଶିଳାଗାତ୍ରରେ ଲିପିବଦ୍ଧ ହୋଇ ଆଜି ମଧ୍ୟ ପର୍ଯ୍ୟଟକଙ୍କୁ ବିସ୍ମିତ କରେ ।

(ଙ) ସାଧକମାନେ ଖଣ୍ଡଗିରିରେ ଏବେ ମଧ୍ୟ ଅଛନ୍ତି ବୋଲି କହିବାର କାରଣ କ’ଣ ?
Answer:
ଏକଦା ଖଣ୍ଡଗିରି ଉତ୍କଳରେ ବୌଦ୍ଧଧର୍ମ ପ୍ରଚାରର କେନ୍ଦ୍ରବିନ୍ଦୁ ଥିଲା । ଏଠାରେ ଥ‌ିବା ଗୁମ୍ଫାମାନଙ୍କରେ ବୌଦ୍ଧ ଶ୍ରମଣ ସନ୍ନ୍ୟାସୀମାନେ ବୌଦ୍ଧଧର୍ମର ଗୂଢ଼ ତତ୍ତ୍ଵଦି ଆଲୋଚନା କରୁଥିଲେ । ବୌଦ୍ଧଧର୍ମର ବାଣୀ ‘ଅହିଂସା ପରମ ଧର୍ମ’ ଉପରେ ଧର୍ମଯାଜକମାନେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । କାଳକ୍ରମେ ସେସବୁ ବିନଷ୍ଟ ହେଲାପରେ ଅତୀତକୁ ଶ୍ରମଣ ସନ୍ନ୍ୟାସୀମାନେ ବୌଦ୍ଧଧର୍ମର ଗୂଢ଼ ତତ୍ତ୍ଵଦି ଆଲୋଚନା କରୁଥିଲେ । ବୌଦ୍ଧଧର୍ମର ବାଣୀ ‘ଅହିଂସା ପରମ ଧର୍ମ’ ଉପରେ ଧର୍ମଯାଜକମାନେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । କାଳକ୍ରମେ ସେସବୁ ବିନଷ୍ଟ ହେଲାପରେ ଅତୀତକୁ ସ୍ମରଣ କରାଇବାପାଇଁ ଖଣ୍ଡଗିରି ମୂକସାକ୍ଷୀ ଭାବେ ଉଭା ହୋଇଛି । ଖଣ୍ଡଗିରିଠାରେ ବସବାସ କରୁଥିବା ସାଧୁସନ୍ଥମାନେ ଖଣ୍ଡଗିରି ସମ୍ପର୍କରେ ବହୁ ବିସ୍ମୟକର କଥା ଦୃଢ଼ଭାବେ କହିଥାଆନ୍ତି । ସେମାନଙ୍କ ମତରେ ଏବେ ମଧ୍ୟ ଖଣ୍ଡଗିରି ଗୁମ୍ଫାଗର୍ଭ ମଧ୍ୟରେ ବହୁ ତପସ୍ଵୀ ଓ ସାଧକ ତପାଚରଣରେ ନିମଗ୍ନ ରହିଛନ୍ତି ଯେଉଁମାନଙ୍କ ଗମ୍ଭୀର ସ୍ଵର ରାତ୍ରିର ନିସ୍ତବ୍ଧ ପ୍ରହରରେ ଶୁଣିବାକୁ ମିଳେ ।

(ଚ) ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ଉଭା ଗମ୍ଭୀରେ- ଏହା କାହିଁକି କୁହାଯାଇଛି ?
Answer:
ଉତ୍କଳର ଗୌରବାବହ ଅତୀତର ମୂକସାକ୍ଷୀ ଭାବେ ଖଣ୍ଡଗିରି ଅଦ୍ୟାବଧୂ ବିଦ୍ୟମାନ । ଉତ୍କଳୀୟ ରାଜା ମହାରାଜାମାନଙ୍କ କୀର୍ତ୍ତିରାଜି, ଉତ୍କଳର ବୀର ସୈନ୍ୟସାମନ୍ତମାନଙ୍କ ବୀରତ୍ଵ ଗରିମା ତଥା ଉତ୍କଳୀୟ କାରୁକଳା ଶିଳ୍ପୀମାନଙ୍କ କଳାକୃତି ଆଦିର ମୂକସାକ୍ଷୀ ଭାବେ ଖଣ୍ଡଗିରି ଦଣ୍ଡାୟମାନ । ମାତ୍ର କାଳର କରାଳଗର୍ଭରେ ଏହା କ୍ରମେ ଜୀର୍ଘଶୀର୍ଷ ଅବସ୍ଥାକୁ ଆସି କ୍ରମେ ବିଲୁପ୍ତ ହେବାକୁ ବସିଲାଣି ଯାହା ଦର୍ଶନ କରି କବିଙ୍କ ମନ ବିଷାଦରେ ଭରିଉଠିଛି । କବିଙ୍କୁ ଖଣ୍ଡଗିରି ଏକ ଅସନ୍ତୁଷ୍ଟ ଓ ବିରକ୍ତ ପାହାଡ଼ ଭାବେ ଦୃଶ୍ୟମାନ ହୋଇଛି । ଏହାର ପାଦଦେଶ ଲତାଗୁଳ୍ମ ଆଚ୍ଛାଦିତ ହୋଇ କ୍ରମେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଯେଉଁ ସ୍ଥାନ ଏକଦା କୋଳାହଳ, ବୀରବାଦ୍ୟ ଓ ତତ୍ତ୍ଵାଲୋଚନାର ଗୁରୁଗମ୍ଭୀର ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଥିଲା ତାହା ଆଜି ହିଂସ୍ର ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ପାଲଟିଥିବା ଲକ୍ଷ୍ୟ କରି ହୁଏତ ଖଣ୍ଡଗିରି ବିରକ୍ତି ପ୍ରକାଶ କରୁଛି । ଅତୀତରେ ଉତ୍କଳୀୟ ମାନଙ୍କଠାରେ ଥିବା କଳା କାରିଗରୀ ଓ ଜ୍ଞାନତତ୍ତ୍ବ ପ୍ରତି ଆଗ୍ରହ ଆଜିର ଉତ୍କଳୀୟ ମାନଙ୍କଠାରେ ନ ଦେଖ୍ ଖଣ୍ଡଗିରି ବିରକ୍ତି ପ୍ରକାଶ କରୁଛି।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ତଥାପି ସେ ଗାଥା ରଖୁଅଛି ଗିରି
କାଳ ପରାଭବେ ଦେଖାଇ ହିଆ ।’
Answer:
ତଥାପି ସେ ………………………… ଦେଖାଇ ହିଆ ।
ଉଦ୍ଧୃତାଂଶଟି କବି ଗୋପବନ୍ଧୁ ଦାସଙ୍କ ରଚିତ “ଦେଖୁନାହିଁ କେତେଦିନୁ ଖଣ୍ଡଗିରି” କବିତାରୁ ଆନୀତ। ପାଷାଣ ହେଲେ ମଧ୍ୟ ଖଣ୍ଡଗିରି କିପରି ଉତ୍କଳର କୀର୍ତ୍ତି ରାଜି ନିଜ ବକ୍ଷରେ ସାଇତି ରଖୁଛି ତାହା ଏଠାରେ ବର୍ଣ୍ଣିତ। କଳାରେ ଉତ୍କୃଷ୍ଟ ଥିବାରୁ ଓଡ଼ିଶାର ନାଁ ହେଉଛି ଉତ୍କଳ। ରାଜା ମହାରାଜାମାନଙ୍କର ବୀରତ୍ଵ କାହାଣୀ ଏବଂ ଅନ୍ୟାନ୍ୟ ଯଶଖ୍ୟାତି କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମନୀତି ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଉତ୍କଳ ଶ୍ରେଷ୍ଠସ୍ଥାନ ଅଧିକାର କରିଥିଲା। ମାତ୍ର ଆଜି ଓଡ଼ିଶାର ସେ ଗୌରବ ଓ ବିଭବ କାଳର କରାଳ ସ୍ରୋତରେ ବିଲୀନ ହୋଇ ଯାଇଛି । ଆଜିର କଳିଙ୍ଗବାସୀ ମାତୃଭୂମିର ଗୌରବ ଏବଂ କଳିଙ୍ଗର ନାମ ପର୍ଯ୍ୟନ୍ତ ବିସ୍ମରଣ କରିଛନ୍ତି । ମାତ୍ର ଖଣ୍ଡଗିରି ଏଥୁରୁ ସମ୍ପୂର୍ଣ ସ୍ଵତନ୍ତ୍ର । ସବୁ ବାଧା ବିଘ୍ନକୁ ଅତିକ୍ରମ କରି, ଅତୀତ ଉତ୍କଳର ଐତିହ୍ୟକୁ ବକ୍ଷରେ ଧାରଣ କରି ବୀରଦର୍ପରେ ସେ ଦଣ୍ଡାୟମାନ ହୋଇ ରହିଛି । କାଳର କରାଳ ପ୍ରଭାବ ଏହି କୀର୍ତ୍ତିରାଜିକୁ ସମ୍ପୂର୍ଣ ଧ୍ୱଂସ କରିପାରିନାହିଁ ।

(ଖ) ‘ନୁହେଁ ତା’ ବିଚିତ୍ର ବାହ୍ୟ ବିଶ୍ଵ ମାତ୍ର
ପ୍ରତିଫଳେ ନର ନିଜ ହୃଦୟ ।’
‘ନୁହେଁ ତା’ ………………………….. ନିଜ ହୃଦୟ ।’
ଉକ୍ତ ପଦ୍ୟାଶଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ “ଦେଖୁନାହିଁ କେତେଦିନୁ ଖଣ୍ଡଗିରି” କବିତାରୁ ଗୃହୀତ। ମନୁଷ୍ୟ ନିଜ ହୃଦୟର ବିଶ୍ଵାସ ଏବଂ ଚିନ୍ତାଧାରାର ପ୍ରତିଫଳନ ବାହ୍ୟ ବିଶ୍ଵରେ କିପରି ଦେଖ‌ିବାକୁ ପାଇଥାଏ, ତାହା ଏଠାରେ କବି ବର୍ଣ୍ଣନା କରିଛନ୍ତି । ଖଣ୍ଡଗିରିର ପଥପାର୍ଶ୍ଵରେ ବସି ରହିଥା’ନ୍ତି ଧର୍ମବେଶଧାରୀ ବହୁ ସାଧୁ । ସେମାନେ ପରିଦର୍ଶକମାନଙ୍କୁ ଖଣ୍ଡଗିରି ବିଷୟରେ ବହୁ ଅଦ୍ଭୁତ କାହାଣୀ ଶୁଣାନ୍ତି ଏବଂ ସିଦ୍ଧ ସାଧକଗଣଙ୍କର ଜୀର୍ଣ କଠଉ ଦେଖାଇ ଶ୍ରୋତା ମନରେ ଖଣ୍ଡଗିରିର ସିଦ୍ଧ ସାଧକମାନଙ୍କ ବିଷୟରେ ବିଶ୍ଵାସ ଜନ୍ମାନ୍ତି । ସେମାନେ କହନ୍ତି ଯେ ଏବେ ମଧ୍ୟ ଖଣ୍ଡଗିରିର ଅନ୍ଧାର ଗୁମ୍ଫା ଗହ୍ବରରୁ ଗଭୀର ରାତ୍ରିରେ ଭାସିଆସେ ବିଷ୍ଣୁ-ସଙ୍ଗୀତ । ସେମାନଙ୍କର ଏ ସବୁ କାହାଣୀକୁ ଅବିଶ୍ବାସ କରିବାର କିଛି କାରଣ ନାହିଁ ବୋଲି କବି କହୁଛନ୍ତି | କାରଣ ଏ ବାହ୍ୟ ଦୁନିଆ ହେଉଛି ମଣିଷ ହୃଦୟର ବିଶ୍ଵାସ ଓ ତା’ର ଚିନ୍ତାଧାରାର ଅବିକଳ ପ୍ରତିଫଳନା

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୪ ।
ତଳେ ଦିଆଯାଇଥ‌ିବା ସମୋଚ୍ଚାରିତ ଶବ୍ଦ ମଧ୍ୟରେ ଥ‌ିବା ଅର୍ଥ-ପାର୍ଥକ୍ୟକୁ ବାକ୍ୟ ମାଧ୍ୟମରେ ପ୍ରକାଶ କର ।
ପ୍ରାସ।ଦ – ପ୍ରସାଦ, ସତ – ଶତ, ବାସା – ବାସି, ଖର – ଖାର, ପୁର – ପୂର
Answer:
ପ୍ରାସ।ଦ – (ଭୋଗ) – ଜଗନ୍ନାଥଙ୍କ ପ୍ରସାଦ ସେବନ କଲେ ପାପରୁ ମୁକ୍ତି ମିଳେ ବୋଲି ପ୍ରବାଦ ରହିଛି ।
ପ୍ରସାଦ – (କୋଠାଘର) – ସୁରବାବୁଙ୍କ ବାସସ୍ଥାନ ଏକ ତିନିମହଲା ବିଶିଷ୍ଟ ପ୍ରାସାଦ ଅଟେ ।
ସତ – (ସତ୍ୟ) – ସତ କେବେ ଲୁଚି ରହେନାହିଁ ।
ଶତ – (ଶହେ) – ଗାନ୍ଧାରୀ ଶତ ପୁତ୍ରର ଜନନୀ ଥିଲେ ।
ବାସା – (ବାସିନ୍ଦା) – ଗ୍ରାମବାସୀମାନେ ମିଳିତ ହୋଇ ଗ୍ରାମ ରାସ୍ତା ମରାମତି କରୁଛନ୍ତି ।
ବାସି – (ବାସି/ପଚା) – ବାସି ଖାଦ୍ୟ ଖାଇବା ଉଚିତ ନୁହେଁ ।
ଖର – (କ୍ଷିପ୍ର) ବର୍ଷାଦିନେ ନଦୀର ଜଳ ଖର ହୋଇଥାଏ ।
ଖାର – (ଖାର) – ଧୋବା ଖାର ଦେଇ ଲୁଗା ସଫା କରୁଛି ।
ପୁର – (ନଗର) – ବିଭିନ୍ନ ପର୍ବପର୍ବାଣି ପୁରପଲ୍ଲୀମାନଙ୍କରେ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ ।
ପୂର – (ପିଠା ଭିତରେ ଭରିବାର ଜିନିଷ) – କାକରା ପିଠା ମଧ୍ଯରେ ଦିଆଯାଉଥ‌ିବା ପୂର କାକରାକୁ ସୁଆଦିଆ କରେ ।

Question ୫ ।
ମନେପକାଇ କବିତାର ପଦଟିକୁ ପୂରଣ କର ।
(କ) ଦୂର ଦେଖୁଁ ଦୂତ ____________
____________କରେ ଛାମୁରେ ଜଣା ।
Answer:
ଦୂର ଦେଖୁଁ ଦୂତ ବିଜୟ ବାରତା
ଘେନି ଆସି କରେ ଛାମୁରେ ଜଣା ।

(ଖ) ଗମ୍ଭୀର ନିଘୋଷେ ____________
____________ଧର୍ମ ପ୍ରଚାର ।
Answer:
ଗମ୍ଭାର ନିର୍ଘୋଷେ ଲୋକ ଉପଦେଶେ
କାହିଁ ବା ଅହିଂସା ଧର୍ମ ପ୍ରଚାର ।

(ଗ) ଚୂଳୁଁ ମୂଳ ଯାଏ ____________
____________ ଗୁମ୍ଫା ଦେଉଳ ।
Answer:
ଚୂଳୁଁ ମୂଳ ଯାଏ ଶୋଭେ ଶିଳାକାୟେ
ପ୍ରାସାଦ ପ୍ରାଙ୍ଗଣ ଗୁମ୍ଫା ଦେଉଳ ।

Question ୬।
କବିତାର କେଉଁ ପ୍ରସଙ୍ଗରେ କୁହାଯାଇଛି ଲେଖ ।
(କ) ‘ଉଜ୍ଜଳ ଛବି’
Answer:
ଖଣ୍ଡଗିରି ଦର୍ଶନ କାଳରେ କବି ଉତ୍କଳର ଗୌରବାବହ ସମୃଦ୍ଧି ବିଷୟରେ କଳ୍ପନା କରିବା ପ୍ରସଙ୍ଗରେ ଏହା କୁହାଯାଇଛି।

(ଖ) ‘କଳିଙ୍ଗର ଭୂତି’
ଐରବଂଶ ସମ୍ରାଟ ମହାମେଘବାହନ ଖାରବେଳଙ୍କ ସମୟରେ ଓଡ଼ିଶା କଳିଙ୍ଗ ଭାବେ ପରିଚିତ ଥିଲା । ତାଙ୍କ ରାଜତ୍ଵ ସମୟରେ ରାଜ୍ୟ ଆଗଙ୍ଗାଗୋଦାବରୀ ବିସ୍ତୃତ ଥିଲା ଏବଂ କଳିଙ୍ଗ କଳା, ସଂସ୍କୃତି, ଧର୍ମ, ସମାଜ ବ୍ୟବସ୍ଥା, ପ୍ରତିରକ୍ଷା ତଥା ବାଣିଜ୍ୟ ବ୍ୟବସାୟ ସବୁ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲା । ଏହି ପ୍ରସଙ୍ଗରେ କଳିଙ୍ଗର ଭୂତି ଅସାମାନ୍ୟ କଥା କୁହାଯାଇଛି ।

(ଗ) ‘ପ୍ରତ୍ୟକ୍ଷ ପ୍ରମାଣ’
Answer:
ଜୀର୍ଣ ଖଣ୍ଡଗିରି ଗୁମ୍ଫା ଗହ୍ବର ମଧ୍ୟରେ ତପସ୍ଵୀ ଓ ସାଧକମାନେ ବାସ କରୁଛନ୍ତି ଏବଂ ନିସ୍ତବ୍ଧ ରାତ୍ରିରେ ସେମାନଙ୍କ କଣ୍ଠନିଃସୃତ ଗମ୍ଭୀର ଧ୍ଵନି ଶୁଣାଯାଏ ବୋଲି ପାହାଡ଼ ଉପକଣ୍ଠରେ ରହୁଥିବା ସାଧୁ ସନ୍ଥମାନେ ଦୃଢ଼ଭାବରେ କହିଥାଆନ୍ତି । ଏହାର ପ୍ରତ୍ୟକ୍ଷ ପ୍ରମାଣ ସ୍ୱରୂପ ସେମାନଙ୍କ ବ୍ୟବହୃତ ଜୀର୍ଣ୍ଣ କଠଉ ଆଦି “ଖାଇଥାଆନ୍ତି । ଏହି ପ୍ରସଙ୍ଗରେ ‘ପ୍ରତ୍ୟକ୍ଷ ପ୍ରମାଣ’ କଥା କୁହାଯାଇଛି ।

(ଘ) ‘ସଙ୍ଗୀତ ନଭେ’
Answer:
ଏକଦା ଖଣ୍ଡଗିରି ଗୁମ୍ଫାମାନଙ୍କରେ ବୌଦ୍ଧ ଶ୍ରମଣ ସନ୍ନ୍ୟାସୀମାନେ ଶିଷ୍ୟମାନଙ୍କ ଗହଣରେ ଧର୍ମତତ୍ତ୍ଵ ଆଲୋଚନା କରୁଥିଲେ । ପରବର୍ତ୍ତୀ ସମୟରେ ଜୀର୍ଣ୍ଣ ଖଣ୍ଡଗିରି ପରିପାର୍ଶ୍ବରେ ବସବାସ କରୁଥିବା ସାଧୁସନ୍ଥମାନେ ଦୃଢ଼ଭାବେ କହନ୍ତି ଯେ ଅଦ୍ୟାବଧୂ ବହୁ ତପଚାରୀ ଗୁମ୍ଫାର ନିଭୃତ କକ୍ଷରେ ସାଧନାରତ ଅଛନ୍ତି । ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ସେମାନଙ୍କ ଗମ୍ଭୀର କଣ୍ଠସଙ୍ଗୀତ ଓ ମନ୍ତ୍ର ଉଚ୍ଚାରଣ ଶୁଣିବାକୁ ମିଳେ । ଏହି ପ୍ରସଙ୍ଗରେ ‘ସଙ୍ଗୀତ ନଭେ’ କଥା କୁହାଯାଇଛି ।

Question ୭ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଗୋଟିଏ ଲେଖାଏଁ ପ୍ରତିଶବ୍ଦ ଲେଖ ।
କାୟା, ହିଆ, ନିଶିଥ, ନଭ, କଠାଉ
Answer:
କାୟା – ଶରୀର
ନିଶିଥ – ରାତ୍ରି, ଅର୍ଦ୍ଧରାତ୍ରି
କଠାAnswer: ଖଡ଼ମ
ହିଆ – ବକ୍ଷ, ଛାତି
ନଭ – ଆକାଶ

Question ୮।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖ ।
ରୋଧଛନ୍ତି, ନିବସନ୍ତି, ପ୍ରତିଫଳେ, ଏକାନ୍ତେ, ନିରତେ
Answer:
ରୋଧ୍ଵଛନ୍ତି – ଅଟକାଇଛନ୍ତି, ବାଧା ଦେଇଛନ୍ତି
ନିବସନ୍ତି – ବସବାସ କରନ୍ତି
ପ୍ରତିଫଳେ – ପ୍ରତିଫଳିତ ହୁଏ
ଏକାନ୍ତେ – ଏକୁଟିଆ ସମୟରେ, ନିରୋଳାରେ
ନିରତେ – ସବୁ ସମୟରେ, ଅନବରତ ଭାବେ

ତୁମପାଇଁ କାମ :

ଉତ୍କଳମଣି ଗୋପବନ୍ଧୁଙ୍କର ବିଭିନ୍ନ ଲେଖା ସଂଗ୍ରହ କର ଓ ପଢ଼ ।
ଖଣ୍ଡଗିରିର ଇତିହାସ ଓ ତତ୍‌ସଂପର୍କିତ ବିଭିନ୍ନ ଛବି ସଂଗ୍ରହ କର । ଖଣ୍ଡଗିରି ଉପରେ ଏକ ପ୍ରବନ୍ଧ ରଚନା କର ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କର ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧ ।
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ କବିତାର କବି କିଏ ?
Answer:
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ର କବି ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ।

Question ୨ ।
ଗୋପବନ୍ଧୁ କେଉଁଠି ଜନ୍ମଗ୍ରହଣ କରିଥିଲେ ?
Answer:
ଗୋପବନ୍ଧୁ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

Question ୩ ।
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ କବିତାରେ ଗୋପବନ୍ଧୁ କେଉଁ କଥାକୁ ମନେପକାଇଛନ୍ତି ?
Answer:
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ କବିତାରେ ଗୋପବନ୍ଧୁ ଖଣ୍ଡଗିରି ଇତିହାସ ମାଧ୍ୟମରେ ଆମ ଅତୀତର

Question ୪ ।
ଖଣ୍ଡଗିରି କାହାର ଅତୀତ ଗୌରବ ଗାଥାକୁ ଗାଉଛି ?
Answer:
ଖଣ୍ତଗିରି ଅତାତ ତ୍ତକ୍ କର ଗୌରବର ଗାଥାକୁ ଗାତ୍ତଛା

Question ୫ ।
କବି କ’ଣ ଦେଖୁ ବିମୁଗ୍ଧ ହୋଇଥିଲେ ?
Answer:
କବି ଖଣ୍ଡଗିରି ପାହାଡ଼ ପାର୍ଶ୍ଵରେ ଥିବା ପ୍ରାକୃତିକ ଶୋଭା ଦର୍ଶନ କରି ବିମୁଗ୍ଧ ହୋଇଥିଲେ।

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୬ ।
କେଉଁ ଶାସକଙ୍କ କୀର୍ତ୍ତିରାଜି ଖଣ୍ଡଗିରି ପାହାଡ଼ର ଗୁମ୍ଫାଗାତ୍ରରେ ଖୋଦିତ ହୋଇଛି ?
Answer:
ପ୍ରାଚୀନ ଉତ୍କଳର ନରପତି ମହାମେଘ ବାହନ ଐରଖାରବେଳଙ୍କ କୀର୍ତିରାଜି ଖଣ୍ଡଗିରି ପାହାଡ଼ର ଗୁମ୍ଫା ଗାତ୍ରରେ ଖେ।ଦିତ ହୋଇଛି।

Question ୭ ।
ଖଣ୍ଡଗିରିରେ କ’ଣ ମୂକସାକ୍ଷୀ ରୂପେ ଦଣ୍ଡାୟମାନ ହୋଇଛି ?
Answer:
ଖଣ୍ଡଗିରିରେ ଐର ଖାରବେଳଙ୍କ ଦ୍ବାରା ନିର୍ମିତ ରାଣୀହଂସପୁର ପ୍ରାସାଦ ପ୍ରାଙ୍ଗଳ ଗୁମ୍ଫା, ଦେଉଳ ଅତୀତର ମୂକସାକ୍ଷୀ

Question ୮ ।
ଖଣ୍ଡଗିରିରେ କ’ଣ ନାରଖାର ଅବସ୍ଥାରେ ଛିଡ଼ା ହୋଇଥିବା କଥା କବି ବର୍ଣ୍ଣନା କରିଛନ୍ତି ?
Answer:
ରାଜା ଐର ଖାରବେଳଙ୍କଦ୍ଵାରା ନିର୍ମିତ ରାଣୀହଂସପୁରଟି ପୂର୍ବର ସୌନ୍ଦର୍ଯ୍ୟ ହରାଇ ଖୁବ୍ ନାରଖାର ହୋଇ ଛିଡ଼ା

Question ୯ ।
ଖଣ୍ଡଗିରିକୁ ଯିବା ଅଗମ୍ୟ ହେଇଛି କାହିଁକି ?
Answer:
ସମୁଦାୟ ପାହାଡ଼ଟି ଲତାଗୁଳ୍ମ ଆଚ୍ଛାଦିତ ହେବାରୁ ଅଗମ୍ୟ

Question ୧୦ ।
ଅତୀତର ବିଳାସପୂର୍ବ ରାଜପ୍ରାସାଦ ଆଜି କାହାର ଆଶ୍ରୟସ୍ଥଳୀ ହୋଇପଡ଼ିଛି । ହୋଇଛି ?
Answer:
ଅତୀତର ବିଳାସପୂର୍ଣ୍ଣ ରାଜପ୍ରାସାଦ ଆଜି ହିଂସ୍ର ବନ୍ୟଜନ୍ତୁଙ୍କର ଆଶ୍ରୟସ୍ଥଳ ହୋଇପାରିଛି ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର

Question ୧।
‘ଦେଖୁନାହିଁ କେତେଦିନୁ ଖଣ୍ଡଗିରି’ କବିତାଟି କାହାର ରଚନା ?
(କ) ସାରଳା ଦାସ.
(ଖ) ଦାନକୃଷ୍ଣ ଦାଷ
(ଗ) ଗୋପବନ୍ଧୁ ଦାସ
(ଘ) ଅଭିମନ୍ୟୁ ସାମନ୍ତ୍ରସିଂହାର
Answer:
(ଗ) ଗୋପବନ୍ଧୁ ଦାସ

Question ୨ ।
ନିମ୍ନୋକ୍ତ ସ୍ଥାନମାନଙ୍କ ମଧ୍ୟରୁ କେଉଁଠାରେ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ ?
(କ) ନୀଳଗିରି
(ଖ) କାହୁଆ
(ଗ) ସୁଆଶ୍ରୋ
(ଘ) ମଳ୍ଲାକାଶପୁର
Answer:
(ଗ) ସୁଆଶ୍ରୋ

Question ୩ ।
ଗୋପବନ୍ଧୁ ସତ୍ୟବାଦୀଠାରେ ବନବିଦ୍ୟାଳୟ କାହିଁକି ପ୍ରତିଷ୍ଠା କରିଥିଲେ ?
(କ) ସ୍ଵାଧୀନତା ସଂଗ୍ରାମୀ ତିଆରି କରିବାପାଇଁ
(ଖ) ଙ୍ଗରେଜମାନଙ୍କୁ ଅସହଯୋଗ କରିବାପାଇଁ
(ଗ) ଦେଶପ୍ରେମୀ ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିକୁ ଉନ୍ନତ କରିବାପାଇଁ
(ଘ) ସାହିତ୍ୟର ବିକାଶପାଇଁ
Answer:
(ଗ) ଦେଶପ୍ରେମୀ ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିକୁ ଉନ୍ନତ କରିବାପାଇଁ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୪।
ଗୋପବନ୍ଧୁ କେଉଁ ଅବସ୍ଥାରେ ଖଣ୍ଡଗିରି ଦେଖିବାକୁ ଯାଇଥିଲେ ?
(କ) ଶିଶୁ ଅବସ୍ଥାରେ
(ଖ) ପ୍ରଥମ ଯୌବନ ଅବସ୍ଥ।ରେ
(ଗ) ପ୍ରୌଢ ଅବସ୍ଥାରେ
(ଘ) ବୃଦ୍ଧ ଅବସ୍ଥାରେ
Answer:
(ଖ) ପ୍ରଥମ ଯୌବନ ଅବସ୍ଥ।ରେ

Question ୫।
ଖଣ୍ଡଗିରି କେଉଁଠାରେ ଅବସ୍ଥିତ ?
(କ) ଭୁବନେଶ୍ଵରର ପୂର୍ବ ଦିଗରେ
(ଖ) ଭୁବନେଶ୍ଵରର ଦକ୍ଷିଣ ଦିଗରେ
(ଗ) ଭୁବନେଶ୍ଵରର ପଶ୍ଚିମ ଦିଗରେ
(ଘ) ଭୁବନେଶ୍ୱରର ଉତ୍ତର – ପଶ୍ଚିମ ଦିଗରେ
Answer:
(ଘ) ଭୁବନେଶ୍ୱରର ଉତ୍ତର – ପଶ୍ଚିମ ଦିଗରେ

Question ୬ ।
‘ସୁଷମା-ପିପାସା-ଭାବ-ଉନ୍ମାଦେ’ – ଏଠାରେ ‘ସୁଷମା-ପିପାସା’ର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା
(ଗ) ଅବସର ସମୟ କଟାଇବାର ଇଚ୍ଛା
(ଖ) କବିତା ଲେଖୁବାର ଇଚ୍ଛା
(ଘ) ଗବେଷଣା କରିବାର ଇଚ୍ଛା
Answer:
(କ) ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା

Question ୭।
କାଳ ପ୍ରତିସ୍ରୋତରେ ଗତି କରିବାକୁ କବି କାହାର ଆଶ୍ରୟ ନେଇଛନ୍ତି ?
(କ) କଳ୍ପନାର ନେତ୍ର
(ଖ) କଜ୍ଜିନାର ପୋତ
(ଖ) ଜନସୃତି
(ଘ) ସନ୍ନ୍ୟାସାମାନଙ୍କର ସଂଗାତ
Answer:
(ଖ) କଜ୍ଜିନାର ପୋତ

Question ୮।
ଖଣ୍ଡଗିରି କାହାର କୀର୍ତ୍ତି ?
(କ) ଅଶୋକ
(ଖ) ଖାରବେଳ
(ଗ) ଅନଙ୍ଗଭୀମ ଦେବ
(ଘ) ନରସିଂହ ଦେବ
Answer:

Question ୯।
ଯାଇଅଛି ମିଶି କଳିଙ୍ଗ ଭୂତି – ଏହି କବିତାଂଶରେ ‘ଭୂତି’ର ଅର୍ଥ ହେଉଛି –
(କ) କୀର୍ତି
(ଖ) ଅନୁରାଗ ଶୂନ୍ଯ
(ଗ) ସମ୍ପଦ
(ଘ) ସ୍କୃତି
Answer:
(ଖ) ଅନୁରାଗ ଶୂନ୍ଯ

Question ୧୦ ।
କଳିଙ୍ଗର ଅତୀତ ଗୌରବର ମୂକସାକ୍ଷୀରୂପେ କିଏ
(କ) ହାତୀଗୁମ୍ଫା
(ଖ) ରାଜାରାଶା ଗୁମ୍ପା
(ଗ) ଖଣ୍ଡଗିରି ରାଣୀହଂସପୁର ଗୁମ୍ଫା
(ଘ) ବ୍ୟାଘ୍ର ଗୁମ୍ଫା
Answer:
(ଗ) ଖଣ୍ଡଗିରି ରାଣୀହଂସପୁର ଗୁମ୍ଫା

Question ୧୧ ।
ଖଣ୍ଡଗିରି କିପରି ଉତ୍କଳର ଗୌରବ ଗୀତ ଗାନକରୁଛି ?
(କ) ଗୁଣୁଗୁଣୁ ହୋଇ
(ଖ) ନିରବ ଗମ୍ଭୀରେ
(ଗ) ବିରକ୍ତି ଭାବରେ
(ଘ) ଉଚ୍ଚସ୍ୱରରେ
Answer:
(ଖ) ନିରବ ଗମ୍ଭୀରେ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୧୨ ।
ଖଣ୍ଡଗିରି କେଉଁ ଗୀତ ଗାଉଛି ବୋଲି କବି କହିଛନ୍ତି ?
(କ) ଗୌରବର
(ଖ) ଆନନ୍ଦର
(ଗ) ସାହସର
(ଘ) ବିଷାଦର
Answer:
(କ) ଗୌରବର

Question ୧୩ ।
ଖଣ୍ଡଗିରିରେ ଗଭୀର ରାତିରେ କାହାର ସଂଗୀତ ଶୁଣାଯାଏ ?
(କ) ଶ୍ରମଣ ସନ୍ନ୍ୟାସୀଙ୍କର
(ଖ) ହିଂସ୍ରଜନ୍ତୁଙ୍କର
(ଗ) ଅଶରାରାମାନଙ୍କର
(ଘ) ନର୍ତ୍ତକାମାନଙ୍କର
Answer:
(କ) ଶ୍ରମଣ ସନ୍ନ୍ୟାସୀଙ୍କର

Question ୧୪ ।
ଶ୍ରମଣ ସନ୍ନ୍ୟାସୀଗଣ ଖଣ୍ଡଗିରିରେ ବସି କେଉଁ ଧର୍ମ ପ୍ରଚାର କରୁଥିଲେ ?
(କ) ହିନ୍ଦୁ ଧର୍ମ
(ଖ) ଇସ୍‌ଲାମ୍ ଧର୍ମ
(ଗ) ଅହିଂସା ଧର୍ମ
(ଘ) ଖଷ୍ଟଧର୍ମ
Answer:
(ଗ) ଅହିଂସା ଧର୍ମ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୧୫ ।
ଖଣ୍ଡଗିରିକୁ ଦେଖ୍ କବି କ’ଣ ସ୍ମରଣ କରିଛନ୍ତି ?
(କ) ଖଣ୍ଡଗିରିର ବିନଷ୍ଟ ରୂପେ
(ଖ) ଖଣ୍ଡଗିରିର ଅତୀତ ଗୌରବ
(ଗ) ଗୁମ୍ଫାର କାରୁକାର୍ଯ୍ୟ
(ଘ) ପ୍ରକୃତିର ସୌନ୍ଦର୍ଯ୍ୟ
Answer:
(ଗ) ଗୁମ୍ଫାର କାରୁକାର୍ଯ୍ୟ

Question ୧୬ ।
ଖଣ୍ଡଗିରିର ପଥ ମଧ୍ଯରେ ବାଟୋଇମାନଙ୍କୁ ସାଧୁସନ୍ଥମାନେ କ’ଣ ସବୁ ଦେଖାଇଥାଆନ୍ତି ?
(କ) ଜୀର୍ଣ୍ଣ କଠଉ
(ଖ) ଭଗ୍ନ ମୂର୍ତ୍ତି
(ଗ) ଗୁମ୍ଫାର କାରୁକାର୍ଯ୍ୟ
(ଘ) ଖଣ୍ଡଗିରିର ବିନଷ୍ଟ ରୂପ
Answer:
(କ) ଜୀର୍ଣ୍ଣ କଠଉ

Question ୧୭ ।
କଳିଙ୍ଗ ଗୌରବରାଜି କେଉଁଠି ମିଶିଯାଇଛି ବୋଲି କବି କହିଛନ୍ତି ?
(କ) ସମୁଦ୍ରଗର୍ଭରେ
(ଗ) ଖଣ୍ଡଗିରିର ପଥର ଦେହରେ
(ଖ) ମହାକାଳ ବକ୍ଷରେ
(ଘ) ଉଦୟଗିରିର ପଥର ଦେହରେ
Answer:

Question ୧୮ ।
ଖଣ୍ଡଗିରିର ଶୋଭା ସଂଦର୍ଶନ କରି କବି କେଉଁଠାରେ ଚିନ୍ତା ନିମଗ୍ନ ହୋଇ ବସିପଡ଼ିଲେ ?
(କ) ଖଣ୍ଡଗିରି ଚୂଡ଼ାରେ
(ଖ) ଖଣ୍ଡଗିରି ପାଦଦେଶରେ
(ଗ) ରାଣୀହଂସପୁରରେ
(ଘ) ଉଦୟଗିରି ପାଦଦେଶରେ
Answer:
(ଖ) ଖଣ୍ଡଗିରି ପାଦଦେଶରେ

Question ୧୯ ।
କବି କାହା ସାହାଯ୍ୟରେ ଖଣ୍ଡଗିରିର ଅତୀତ ଉତ୍କଳର ଛବି ଅବଲୋକନ କରିଛନ୍ତି ?
(କ) କଳ୍ପନାର ଚକ୍ଷୁରେ
(ଖ) କଳ୍ପନାର ପୋତରେ
(ଗ) କାଳ ପ୍ରତିସ୍ପ୍ରେ।ତରେ
(ଘ) ସ୍ଵଚକ୍ଷ୍ମରେ
Answer:
(କ) କଳ୍ପନାର ଚକ୍ଷୁରେ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୨୦ ।
ଶ୍ରମଣ କାହାକୁ କହନ୍ତି ?
(କ) ପୁରୋହିତ
(ଖ) ଚୈନ ସନ୍ନ୍ୟାସୀ
(ଗ୍) ବୌଦ୍ଧ ସନ୍ନ୍ୟାସୀ
(ଘ) ଧର୍ମଯାଜକ
Answer:
(ଗ୍) ବୌଦ୍ଧ ସନ୍ନ୍ୟାସୀ

Question ୨୧ ।
କାହାର ପ୍ରଭାବରେ ଲୋକଙ୍କ ସ୍ମୃତିପଟରୁ ଅତୀତ କଳିଙ୍ଗର ବିଭବରାଜି ଲିଭିଯାଇଛି ?
(କ) ଜନାର ପ୍ରଭାବରେ
(ଖ) ବିଜ୍ଞାନର ପ୍ରଭାବରେ
(ଗ୍) ପାଣ୍ଠାତ୍ୟ ସଭ୍ୟତାର ପ୍ରଭାବରେ
(ଘ) କାଳର ପ୍ରଭାବରେ
Answer:
(ଘ) କାଳର ପ୍ରଭାବରେ

Question ୨୨ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ‘ସୁଖଦୁଃଖ’ ପରି ଯୁଗ୍ମଶବ୍ଦ ?
(କ) ଖଟମାଠ
(ଖ) ଟଙ୍କାଟୋକର
(ଗ) ପାପପୁଣ୍ୟ
(ଘ) ଧନମାନ
Answer:
(ଗ) ପାପପୁଣ୍ୟ

Question ୨୩ ।
ନିମ୍ନୋକ୍ତ ମଧ୍ୟରୁ କେଉଁ ପଶୁ ଶ୍ଵାପଦ ?
(କ) ଗାଈ
(ଖ) ଛେଳି
(ଗ) ମାଇଁଷି
(ଘ) ସିଂହ
Answer:
(ଘ) ସିଂହ

Question ୨୪ ।
ନିମ୍ନୋକ୍ତ କେଉଁଟି ଆକାଶର ଅର୍ଥକୁ ବୁଝାଉଛି ?
(କ) ନିଶିଥ
(ଖ) ନଭ
(ଗ) ଶୋକର
(ଘ) ଯାମ
Answer:
(ଖ) ନଭ

Question ୨୫ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉନ୍ମାଦର ଅର୍ଥକୁ ବୁଝାଉନାହିଁ ?
(କ) ମତ୍ତ
(ଘ) କାଳର ପ୍ରଭାବରେ
(ଗ) ପାପପୁଣ୍ୟ
(ଘ) ସିଂହ
Answer:
(ଘ) ସିଂହ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୨୬ ।
ଖଣ୍ଡଗିରି ପରିଦର୍ଶନରେ କବିଙ୍କର କେଉଁ କଳିଙ୍ଗ ନରପତିଙ୍କ ଗୌରବମୟ କାହାଣୀ ମନେପଡ଼ିଛି ?
(କ) ଅନଙ୍ଗଭୀମ ଦେବ
(ଖ) ଯଯାତିକେଶରୀ
(ଗ) ଖାରବେଳ
(ଘ) ପୁରୁଷୋତ୍ତମ ଦେବ
Answer:
(ଗ) ଖାରବେଳ

Question ୨୭ ।
ବାହ୍ୟ ବିଶ୍ଵରେ କ’ଣ ପ୍ରତିଫଳିତ ହୁଏ ବୋଲି କବିତାରେ କୁହାଯାଇଛି ?
(କ) ମଣିଷର ହୃଦୟ
(ଖ) ପ୍ରତିବିମ୍ବ
(ଗ) ଇନ୍ଦ୍ରଧନୁ
(ଘ) ପ୍ରାକୃତିକ ଦୃଶ୍ୟ
Answer:
(କ) ମଣିଷର ହୃଦୟ

Question ୨୮ ।
କେଉଁମାନଙ୍କ ସଙ୍ଗୀତ ଗଭୀର ନିଶୀଥରେ ଶୁଣାଯାଏ ବୋଲି କବି କହିଛନ୍ତି ?
(କ) ଶ୍ରମଣ ସାଧକ
(ଖ) ଅସାଧୁ ସାଧକ
(ଗ) ଇନ୍ଦ୍ରଧନୁ
(ଘ) ପ୍ରାକୃତିକ ଦୃଶ୍ୟ
Answer:
(ଗ) ଇନ୍ଦ୍ରଧନୁ

Question ୨୯ ।
ଖଣ୍ଡଗିରି ପାହାଡ଼ରେ କେତୋଟି ଗୁମ୍ଫା ରହିଛି ?
(କ) ୧୫
(ଖ) ୧୭
(ଗ) ୧୯
(ଘ) ୨୩
Answer:
(ଗ) ୧୯

କବି ପରିଚୟ :

ଗୋପବନ୍ଧୁ ଦାସ ନବ ଉତ୍କଳର ପ୍ରାଣ ପ୍ରତିଷ୍ଠାତା ଥିଲେ । କରିଥିଲେ । ସତ୍ୟବାଦୀଠାରେ ବକୁଳ ବନର ଛୁରୀଅନା କୁଞ୍ଜ ତଳେ ସେ ପ୍ରତିଷ୍ଠା କରିଥିଲେ ଏକ ବନବିଦ୍ୟାଳୟ । ସେବା, ସାହିତ୍ୟ ସୃଷ୍ଟି ଓ ଶିକ୍ଷା ବିସ୍ତାର ଥିଲା ତାଙ୍କ ଜୀବନର ଲକ୍ଷ୍ୟ । ଦେଶପ୍ରେମୀ, ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସାହିତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ସମାଜକୁ ଉନ୍ନତ କରିବାକୁ ସେ ସାରାଜୀବନ ପ୍ରୟାସ କରିଥିଲେ । ପରେ ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇ ସେ ଓଡ଼ିଶାର ସର୍ବମାନ୍ୟ ନେତାର ସମ୍ମାନ ଲାଭ କରିଥିଲେ । ତାଙ୍କରି ଆଦର୍ଶକୁ ଭିତ୍ତିକରି ଓଡ଼ିଆ ସାହିତ୍ୟର ଏହି ସମୟକୁ ସତ୍ୟବାଦୀ ଯୁଗ କୁହାଯାଏ । ତାଙ୍କର ପ୍ରତ୍ୟେକ ରଚନାରେ ଦେଶପ୍ରେମ ଓ ଅପୂର୍ବ ଓଡ଼ିଆପ୍ରୀତି ସ୍ପଷ୍ଟ ପ୍ରତିଫଳିତ ହୋଇଛି । ତାଙ୍କ ସାରସ୍ଵତ ସୃଷ୍ଟିଗୁଡ଼ିକ ମଧ୍ୟରେ ‘ଧର୍ମପଦ’, ‘କାରାକବିତା’, ‘ବନ୍ଦୀର ଆତ୍ମକଥା’, ‘ଅବକାଶ ଚିନ୍ତା’ ଇତ୍ୟାଦି ଅମ୍ଳାନ ଯଶ ଲାଭ କରିଛି । ଆଲୋଚ୍ୟ କବିତା ‘ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି’ କବିତାରେ ଗୋପବନ୍ଧୁ ଖଣ୍ଡଗିରିର ଇତିହାସ ମାଧ୍ୟମରେ ଆମର ଅତୀତ ଗୌରବକୁ ସ୍ମରଣ କରିଛନ୍ତି । କବିଙ୍କର ପ୍ରକୃତି ପ୍ରୀତି ଓ ଜାତୀୟତା ଭାବ ନିମ୍ନ ପଂକ୍ତିଗୁଡ଼ିକରୁ ସହଜରେ ଅନୁମିତ ହୁଏ ।

“ଭକ୍ ଳ – ତନୟେ ଦିଅ ନବ ନଳ
ଭକ୍ ଳ – ପାଦପେ ରସମୟ ଫଳା

ଭକ୍ ଳ – କାନନେ ସ୍ଠର୍ଗାୟ ସୁମନ
ଭକ୍ ଳ – ସରିତେ ପବିତ୍ର ଜାବନା

ଭକ୍ ଳ – ଆକାଶେ ନବ ଯଶଃ ରବି
ଭକ୍ ଳ – ପ୍ରକୃତି ଧରୁ ନବ ଛବି।”

କବିତାର ପୃଷ୍ଠଭୂମି :

ପ୍ରାକୃତିକ ଶୋଭା ଦର୍ଶନ କରୁ କରୁ ଗୁମ୍ଫାର ପ୍ରସ୍ତର ଖଣ୍ଡ ଉପରେ ଖୋଦିତ ଚାରୁକଳା ଓ ଶିଳାଲିପି, ଉତ୍କଳର ଅତୀତ ଗୌରବକୁ ସ୍ମରଣ କରାଇ ଦେଇଥିଲା । କଳ୍ପନା ନେତ୍ରରେ ସେ ଉକଳର ମହାମହିମ ଐର ଖାରବେଳଙ୍କ କୀର୍ତ୍ତିରାଜି ଦର୍ଶନ କରିଥିଲେ । ପରବର୍ତୀ ସମୟରେ ସେ ତାଙ୍କ ଅତିକ୍ରାନ୍ତ ଯୌବନରେ ଯେତେବେଳେ ଖଣ୍ଡଗିରିକୁ ଆଉଥରେ ଦର୍ଶନ କଲେ ସେତେବେଳେ ଉତ୍କଳୀୟ ପୂର୍ବପୁରୁଷମାନଙ୍କ ଗୌରବ ଗାଥା ସ୍ମରଣ କରି ଏହି କବିତାଟି ରଚନା କରିଥିଲେ ।

କବିତାର ସାରକଥା :

ଐତିହ୍ୟ ବିମଣ୍ଡିତ ଓଡ଼ିଶାର ଅତୀତ ଥିଲା। ଗୌରବମୟ । ଓଡ଼ିଶାର ରାଜା, ମହାରାଜାମାନଙ୍କ ମହାନ୍ କୀର୍ତ୍ତିରାଜି ଏବେ ମଧ୍ୟ ପାହାଡ଼, ପର୍ବତର ଶିଳାଗାତ୍ରରେ, ମଠ, ମନ୍ଦିର ପୃଷ୍ଠଭାଗରେ ଲିପିବଦ୍ଧ ହୋଇ ରହିଛି । ଖଣ୍ଡଗିରି ପାହାଡ଼ର ଗୁମ୍ଫା ଓ ପ୍ରସ୍ତରଖଣ୍ଡ ଉପରେ ସମ୍ରାଟ ଖାରବେଳଙ୍କ ଗୌରବପୂର୍ଣ୍ଣ କୀର୍ତିସମୂହ ଖୋଦିତ ହୋଇ ଅଦ୍ୟାବଧୂ ପର୍ଯ୍ୟଟକମାନଙ୍କୁ ବିସ୍ମିତ କରୁଛି । ଯୌବନର ପ୍ରଥମ ସୋପାନରେ କବି ଖଣ୍ଡଗିରି ଦର୍ଶନ କରିବାର ସୁଯୋଗ ପାଇଥିଲେ । ସ୍ଵଭାବତଃ ସେ ଥିଲେ ସୌନ୍ଦର୍ଯ୍ୟ ପିପାସୁ । ଖଣ୍ଡଗିରି ପରିପାର୍ଶ୍ଵରେ ଥ‌ିବା ପ୍ରାକୃତିକ ଶୋଭା ଦର୍ଶନ କରି ସେ ବିମୁଗ୍ଧ ହୋଇଥିଲେ । ଭାବବିହ୍ଵଳ ହୋଇ ସେ କଳ୍ପନା କରିଥିଲେ ଅତୀତ ଉତ୍କଳର ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ଐଶ୍ବର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜିକୁ ।

କଳ୍ପନା -ନେତ୍ରରେ କବି ଦେଖୁଥିଲେ ସମ୍ରାଟଙ୍କ ବିଳାସପୂର୍ଣ୍ଣ ରାଜପ୍ରାସାଦ । ଶୁଣିପାରୁଥିଲେ ପ୍ରାସାଦ ପ୍ରାଙ୍ଗଣରୁ ବୀରବାଦ୍ୟର ଟମକ । ଦେଖିପାରୁଥିଲେ ପାଇକ ସୈନ୍ୟମାନଙ୍କ ସମରାଭ୍ୟାସ, ରଣସଜ୍ଜା ଓ ପାରିଷଦବର୍ଗଙ୍କ ସହ ଗୁପ୍ତମନ୍ତ୍ରଣା, ରାଜାଙ୍କ ସମ୍ମୁଖରେ ଗୁପ୍ତଚରର ରାଜ୍ୟ ସମାଚାର ଉପସ୍ଥାପନର ଦୃଶ୍ୟ । ଉତ୍କଳୀୟ କାରୁକଳା ଶିଳ୍ପୀମାନଙ୍କ ଶିଳାଖୋଦନର ଦୃଶ୍ୟ ଭାସିତ୍ତଠୁଥ୍ ଲା ତାଙ୍କ କଞ୍ଜନେତ୍ରରୋ ଗୁମ୍ଫା ଗହ୍ୱରମାନଙ୍କରେ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଧର୍ମତତ୍ତ ଆଲୋଚନା, ଶ୍ରମଣମାନଙ୍କ ‘ଅହିଂସା ପରମ ଧର୍ମ’ର ବାଣୀ ପ୍ରତିଧ୍ଵନିତ ହେଉଥିଲା ଗୁମ୍ଫା ପରିସରରେ ।

ପରବର୍ତ୍ତୀ ସମୟରେ କାଳର କରାଳ ଗର୍ଭରେ ଲୁଚିଯିବାକୁ ବସିଲା ଉତ୍କଳର ସେହି ପ୍ରାଚୀନ କୀର୍ତ୍ତିରାଜି । ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଲା ଖଣ୍ଡଗିରି । କଳ୍ପନା ରାଜ୍ୟରୁ କବି ଯେତେବେଳେ ବାସ୍ତବ ଜଗତକୁ ଫେରିଛନ୍ତି ତାଙ୍କୁ ଲତାଗୁଳ୍ମଭରା ଖଣ୍ଡଗିରି ପରିସର ଦୁଃଖ ଦେଇଛି । ସତେ ଯେପରି ତାଙ୍କ ସମ୍ମୁଖରେ ବିନଷ୍ଟସର୍ବସ୍ବ ବୃଦ୍ଧ ଖଣ୍ଡଗିରି ଦଣ୍ଡାୟମାନ ସେହି ଗୌରବାବହ ଅତୀତର ମୂକସାକ୍ଷୀ ସାଜି ।

କବି ଅନୁଭବ କରିଛନ୍ତି ସତେ ଯେପରି କଳିଙ୍ଗ ସନ୍ତାନଠାରେ ତା’ର ଅତୀତ ଗୌରବ ବିସ୍ତ୍ରୁତ ହୋଇଛି । ମାତ୍ର ଖଣ୍ଡଗିରି ତା’ର ଭଗ୍ନକୋଳରେ ସେସବୁକୁ ସାଇତି ରଖ୍ ବାରମ୍ବାର ତାହା ସ୍ମରଣ କରାଇ ଚାଲିଛି । ଧ୍ୱସ୍ତ ବିଧ୍ବସ୍ତ ରାଣୀହଂସପୁର ସେହି ଐଶ୍ଵର୍ଯ୍ୟପୂର୍ଣ୍ଣ ରାଜପରିବାରର ସାକ୍ଷୀ ହୋଇ ପଡ଼ିରହିଛି । ପାହାଡ଼ର ପାଦଦେଶରୁ ଶିଖର ପର୍ଯ୍ୟନ୍ତ ଭଗ୍ନ ଗୁମ୍ଫା, ଭଗ୍ନ ଦେଉଳ ଓ ଶିଳା ଭଗ୍ନାଂଶ ସତେକି ବିଳାପ କରୁଛନ୍ତି । ତରୁ, ଲତା, ଗୁଳ୍ମଭରା ଆଚ୍ଛାଦିତ ପଥରାଜି ଆଜି ଦୁର୍ଗମ । ଏକଦା ଅତୀତର ସେହି ବିଳାସପୂର୍ଣ୍ଣ ରାଜପ୍ରାସାଦ ପ୍ରାଙ୍ଗଣ ଆଜି ହିଂସ୍ର ବନ୍ୟଜନ୍ତୁମାନଙ୍କ ଆଶ୍ରୟସ୍ଥଳୀ ।

ଖଣ୍ଡଖଶ୍ରଗିରିର ଗୁମ୍ଫାମାନଙ୍କରେ ବାସ କରୁଥ୍ ବା ସାଧୁ ସନ୍ନ୍ୟାସୀମାନେ ବହୁ ବିସ୍ତୟକର କାହାଶାମାନ ଶୁଣାଇଥାଆନ୍ତି। ସ୍ଵଅନୁଭୂତିରୁ ସେମାନେ ପାହାଡ଼ ଗୁମ୍ଫାରେ ଅଦ୍ୟାବଧୂ ତପସ୍ବୀମାନଙ୍କ ଅଶରୀରୀ ଆତ୍ମା ଚଳପ୍ରଚଳ ହେବା ଅନୁଭବ ଖଶ୍ରଗିରିର ଗୁମ୍ଫାମାନଙ୍କରେ ବାସ କରୁଥ୍ ବା ସାଧୁ ସନ୍ନ୍ୟାସୀମାନେ ବହୁ ବିସ୍ତୟକର କାହାଶାମାନ ଶୁଣାଇଥାଆନ୍ତି। କରିଛନ୍ତି । ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ସେମାନଙ୍କ କଣ୍ଠନିଃସୃତ ଗମ୍ଭୀର ଧ୍ଵନି ଶୁଣିବାକୁ ମିଳେ । କେହି କେହି ଏହାକୁ ସତ୍ୟ ମନେକରନ୍ତି ତ କେହି କେହି ଏହାକୁ ବିକୃତ ମାନସିକତା କହି ସଂଶୟ ପ୍ରକାଶ କରନ୍ତି । କାରଣ ମନୁଷ୍ୟ ମନର ନିଜସ୍ଵ ଚିନ୍ତାଧାରା ହିଁ ତା’ର ବିଶ୍ୱାସକୁ ପ୍ରଭାବିତ କରିଥାଏ ଏବଂ ବାହ୍ୟଜଗତର କାର୍ଯ୍ୟକଳାପରେ ତା’ର ପ୍ରତିଫଳନ ଦେଖାଦେଇଥାଏ । କବିତାଟିରେ କବି ଗୋପବନ୍ଧୁଙ୍କ ତୀବ୍ର ଜାତିପ୍ରୀତି ତଥା ସ୍ବଦେଶପ୍ରେମର ଝଲକ ଦେଖିବାକୁ ମିଳେ ।

କଠିନ ଶବ୍ଦାର୍ଥ :

  • ଖଣ୍ଡଗିରି – ଭୁବନେଶ୍ବରର ଉତ୍ତର – ପଶ୍ଚିମ ଦିଗରେ ଅବସ୍ଥିତ। ଏଠାରେ ପ୍ରାଚୀନ ଉକ୍କର ଉକ୍କର ରାଜା ମହାମେଘବାହନ ଐର ଖାରବେଳଙ୍କ ଅନେକ କାର୍ତ୍ତ ରହିଛିା ଏହା ନିକଟରେ ଉଦୟଗିରି ଅବସ୍ଥିତ।
  • ଜନସ୍ଥ ତିପଟୁ – ଲୋକଙ୍କ ମନରୁ ।
  • ବାରତା – ଖବର ।
  • ଅଙ୍କ – କୋଳରେ ।
  • ସୁଷମା – ସୌନ୍ଦର୍ଯ୍ୟ ।
  • ଶିରୀ – ଶୋଭା, ସୌନ୍ଦର୍ଯ୍ୟ ।
  • ଭରି – ପୂର୍ଣ୍ଣକରି ।
  • ପୋତ – ନୌକା / ବୋଇତ ।
  • ପ୍ରତିସ୍ରୋତେ – ସ୍ରୋତର ବିପରୀତ ଦିଗରେ ।
  • ବିଭବ – ସମ୍ପଦା
  • ଐର ଖାରବେଳ – ଉତ୍କଳର ନରପତି ଐର ବଂଶର ସମ୍ରାଟ ଖାରବେଳ ।
  • ନେତ୍ର – ଚକ୍ଷୁ, ଆଖ୍ ।
  • କାଳ – ସମୟ ।
  • ରାଜି – ସମୂହ ।
  • ଶ୍ରମଣ – ବୌଦ୍ଧ ଭିକ୍ଷୁ / ବୌଦ୍ଧ ସନ୍ୟାସୀ ।
  • ନିଘୋଷ – ଉତ୍କଟ ଶବ୍ଦରେ / ପ୍ରଚଣ୍ଡ ଧ୍ଵନି / ଖୁବ୍ ଜୋରରେ ଶବ୍ଦ ।
  • ନିରତେ – ସର୍ବଦା / ସବୁ ସମୟରେ ।
  • ପୁରତେ – ଆଗରେ ଜଳରେ ।
  • ନୀରେ – ପାଣିଫୋଟକା ।
  • ବୁଦ୍‌ବୁଦ – ଯେଉଁ ପଶୁମାନେ ମାଂସ ଭକ୍ଷଣ କରି ଜୀବନ ଯାପନ କରନ୍ତି */ ବ୍ୟାଘ୍ର, ସିଂହ ଆଦି ।
  • ସ୍ୱାପଦ – ଓଡ଼ିଶାର ପ୍ରାଚୀନ ନାମ ।
  • କଳିଙ୍ଗ – ସମ୍ପଦ / ଐଶ୍ୱର୍ଯ୍ୟ ।
  • ଭୂତି – ମହତ ଗୁଣାବଳୀ ।
  • ହିଆ – ହୃଦୟ, ପକ୍ଷସ୍ଥଳା
  • ନିଭୃତ – ଗୁପ୍ତା
  • ଅନ୍ୟାପି – ଆଜି ପର୍ପ୍ୟନ୍ତ।
  • ଶିଳାକାୟେ – ପଥର ଉପରେ।
  • କାୟା – ଶରାରା
  • ପ୍ରଥାକ – ବାଟୋଇ।
  • ସଂଶୟ – ସନ୍ଦେହା
  • ନଭେ – ଆକାଶରୋ
  • ଉନ୍ମାଦ – ମତ୍ତ / ଅତିଶୟ ଆବେଗ।
  • ପରାଭବ – କ୍ଷୟକାରା / ପରାଜୟ ।
  • ପିପାସା – ତୃଷା / ଶେଷ / ଲାଳସା ।
  • ବିରକ୍ତ – ଅସନ୍ତୁଷ୍ଟ / ଚିତିଯିବା ।
  • ନାରଖାର – ନଷ୍ଟବିନଷ୍ଟ
  • ସର୍ବସ୍ୱ – ଯାହାସବୁ ନିଜର

CHSE Odisha Class 12 Sociology Unit 3 Short Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 3 ସାଂସ୍କୃତିକ ବିବିଧତାର ଆହ୍ଵାନ Short Answer Questions.

CHSE Odisha 12th Class Sociology Unit 3 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ସାମ୍ପ୍ରଦାୟିକତାର ତିନିଟି ଲକ୍ଷଣ :
Answer:
‍(i) ସାଂପ୍ରଦାୟିକତାର ସଦା ସର୍ବଦା ଭିନ୍ନ ଭିନ୍ନ ସମୁଦାୟ ମଧ୍ଯରେ ଅବିଶ୍ବାସ, ହିଂସା ଓ ବିଭେଦର ବାତାବରଣ ଉଦ୍ରେକ କରିଥାଏ ।
(ii) ଏହା କୌଣସି ଧାର୍ମିକ ସମୁଦାୟର ସାର୍ଥକୁ ଜାତୀୟ ସାର୍ଥର ପରିପନ୍ଥୀଭାବରେ ଚିତ୍ରଣ କରିଥାଏ ।
(iii) ଏହା ମାନବବାଦ ଅର୍ଥାତ୍ ସ୍ନେହ, ପ୍ରେମ, ମୈତ୍ରୀ କରୁଣା, ଭ୍ରାତୃତ୍ଵଭାବର ପରିପନ୍ଥୀ ।

୨ । ସାମ୍ପ୍ରଦାୟିକତା ସୃଷ୍ଟିର ତିନିଟି କାରଣ :
Answer:
(i) ରାଜନୈତିକ ତୁଷ୍ଟୀକରଣ ଓ ସଂକୀର୍ଣ୍ଣ ରାଜନୀତି ଭାରତର ସାମ୍ପ୍ରଦାୟିକତାବାଦକୁ ପ୍ରୋତ୍ସାହିତ କରିଥାଏ ।
(ii) ସାମ୍ପ୍ରଦାୟିକ ମନୋଭାବ ତଥା ଦଙ୍ଗା ଘଟିବା ପଛରେ ବିଦେଶୀ ଶତ୍ରୁମାନଙ୍କର ଭୂମିକା ରହିଥାଏ ।
(iii) ଶିକ୍ଷାର ଅଭାବ ଓ ଆର୍ଥିକ ଅନଗ୍ରସରତା କିଛି ପରିମାଣରେ ସାମ୍ପ୍ରଦାୟିକତାର କାରଣ ହୋଇଥାଏ ।

୩ । ଆତଙ୍କବାଦ :
Answer:
ଯୋଜନାବଦ୍ଧ ଓ ସୁଚିନ୍ତିତ ଉପାୟରେ ହିଂସାକାଣ୍ଡକୁ ମାଧ୍ୟମରୂପେ ଗ୍ରହଣ କରି ଯେତେବେଳେ କୌଣସି ଏକ ସଙ୍ଗଠିତ ସମୂହ ଅଥବା ରାଜନୈତିକ ଦଳ ନିଜର ନିହିତ ସାର୍ଥସାଧନ କରିବାକୁ ପ୍ରଚେଷ୍ଟା କରିଥା’ନ୍ତି ତାହାକୁ ଆତଙ୍କବାଦ କୁହାଯାଏ । ଗଣହତ୍ୟା, ଗୃହଦାହ, ଅପହରଣ, ଗୁଳିକାଣ୍ଡ, ବିମାନ-ଅପହରଣ ଓ ଧ୍ବଂସ କରିବା, ବୋମାବର୍ଷଣଦ୍ବାରା ନିରୀହ ଜନତାଙ୍କ ମଧ୍ୟରେ ଉଭୟ ବାତାବରଣ ପ୍ରଭୃତି ସୃଷ୍ଟି କରିବାକୁ ଆତଙ୍କବାଦୀମାନେ ଅସ୍ତ୍ରରୂପେ ବ୍ୟବହାର କରନ୍ତି । ଆତଙ୍କବାଦ କେବଳ ଏକ ଜାତୀୟ ସମସ୍ୟା ନୁହେଁ ଏହା ଏକ ଆନ୍ତର୍ଜାତୀୟ ସମସ୍ୟା ।

୪ । ଆତଙ୍କବାଦର ଯେକୌଣସି ତିନିଟି ପ୍ରଭାବ :
Answer:
(i) ଆତଙ୍କବାଦ ଧନଜୀବନ ହାନି କରିଥାଏ ।
(ii) ଏହା ରାଷ୍ଟ୍ରର ଆର୍ଥିକ ବିକାଶକୁ ପ୍ରତିହତ କରେ ।
(iii) ଆତଙ୍କବାଦ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟାଏ ।

CHSE Odisha Class 12 Sociology Unit 3 Short Answer Questions in Odia Medium

୫ । ଭାରତରେ ରହିଥ‌ିବା ଆତଙ୍କବାଦ :
Answer:
ଭାରତ ବହୁକାଳରୁ ଆତଙ୍କବାଦର ଶିକାର ହୋଇଛି । ନିମ୍ନରେ କେତେଗୁଡ଼ିଏ ଆତଙ୍କବାଦୀ କାର୍ଯ୍ୟକଳାପର ଉଦାହରଣ ଦିଆଗଲା ।
(i) କାଶ୍ମୀରରେ ଆତଙ୍କବାଦ
(ii) ପଞ୍ଜାବରେ ଆତଙ୍କବାଦ
(iii) ଆସାମ ଓ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଆତଙ୍କବାଦ
(iv) ମାଓ ଉଗ୍ରବାଦ ଓ ନକ୍ସଲପନ୍ଥୀ ଆତଙ୍କବାଦ

୬ । ଜାତିବାଦ :
Answer:
ଜାତିବାଦ କହିଲେ ନିଜ ଜାତିକୁ ଅତିଶୟ ଭଲପାଇବା ବା ଆନୁଗତ୍ୟ ପ୍ରକାଶ କରିବା ଏବଂ ଅନ୍ୟ ଜାତି ପ୍ରତି ହେୟ ମନୋଭାବକୁ ବୁଝାଏ । ଯେତେବେଳେ ଏକ ଜାତି ନିଜ ଜାତିର ସାର୍ଥ ଓ ଆଧୂପତ୍ୟ ବଜାୟ ରଖୁବା ନିମିତ୍ତ ଅନ୍ୟ ଜାତିର ସାର୍ଥ ଓ ଆଧ୍ୟତ୍ୟ ବିରୁଦ୍ଧରେ କାର୍ଯ୍ୟ କରିଥାଏ, ସେତେବେଳେ ଜାତିବାଦ ସୃଷ୍ଟି ହୋଇଥାଏ । ଅତ୍ୟଧିକ ଜାତିବାଦ ଭାବନା ଜାତିଭିତ୍ତିକ ସଂଘର୍ଷ ସୃଷ୍ଟିକରି ଜାତୀୟ ସଂହତିରେ ଅନ୍ତରାୟ ହୋଇଥାଏ ।

୭ । ଜାତିବାଦର ଯେକୌଣସି ତିନିଟି କାରଣ :
Answer:
(i) ଜାତି ପ୍ରତିଷ୍ଠା ପାଇଁ ପ୍ରତିଯୋଗିତା ।
(ii) ସରକାରୀ ସ୍ତରରେ ଜାତିଭିତିକ ସୁବିଧା ସୁଯୋଗ ।
(iii) ବିଭିନ୍ନ ରାଜନୈତିକ ଦଳମାନେ ରାଜନୀତିରେ ନିଜ ସ୍ଥିତି ପାଇଁ ଜାତିବାଦକୁ ଉତ୍ସାହିତ କରୁଛନ୍ତି ।

୮ । ଆଞ୍ଚଳିକବାଦ :
Answer:
ବ୍ୟକ୍ତି ନିଜେ ବାସ କରୁଥିବା ଅଞ୍ଚଳକୁ ଭଲ ପାଇବା ଓ ସେଥୁପ୍ରତି ଅନ୍ଧ ଆନୁଗତ୍ୟ ପ୍ରକାଶ କରିବାକୁ ଆଞ୍ଚଳିକବାଦ କୁହାଯାଏ । ଅନ୍ୟ ଅଞ୍ଚଳର ସାର୍ଥ ପ୍ରତି ଦୃଷ୍ଟି ନଦେଇ କେବଳ ନିଜ ଅଞ୍ଚଳରେ ସାର୍ଥ ସାଧନ ବା ଉନ୍ନତି କରିବା, ଶାସନ ଓ ପ୍ରଶାସନିକ ବ୍ୟବସ୍ଥାରେ ନିଜ ଅଞ୍ଚଳକୁ ଅଧିକ ସାୟତ୍ତ ଶାସନ ପ୍ରଦାନ କରିବା ଏବଂ ଅନ୍ୟ ଅଞ୍ଚଳରେ ଲୋକମାନଙ୍କୁ ନିଜ ଅଞ୍ଚଳରେ ବସବାସ କରିବାକୁ ଅନୁମତି ନଦେବା ଆଦି ଆଞ୍ଚଳିକବାଦକୁ ହିଁ ବୁଝାଇଥାଏ । ସଂକୀର୍ଣ୍ଣ ଆଞ୍ଚଳିକବାଦ ଜାତୀୟ ସଂହତିକୁ ପ୍ରତିହତ କରେ ।

୯ । ଆଞ୍ଚଳିକବାଦ ଦୂରୀକରଣ ପାଇଁ ଯେକୌଣସି ତିନିଟି ପଦକ୍ଷେପ :
Answer:
(i) ପରିବହନ ଓ ଯୋଗାଯୋଗ ସୁବିଧାର ବିକାଶ
(ii) ଆଞ୍ଚଳିକ ରାଜନୈତିକ ଦଳକୁ ବେଆଇନ ଘୋଷଣୀ
(iii) ଭାଷା ବିଦ୍ବେଷକୁ ଦୂର କରି ସମସ୍ତ ଭାଷା ପ୍ରତି ରାଷ୍ଟ୍ରବାସୀଙ୍କୁ ଆକର୍ଷିତ କରିବା

୧୦ । ଆଞ୍ଚଳିକବାଦର ଯେକୌସି ତିନିଟି ଲକ୍ଷଣ :
Answer:
(i) ଆଞ୍ଚଳିକବାଦ ରାଷ୍ଟ୍ରୀୟ ନିର୍ମାଣ କ୍ଷେତ୍ରରେ ଏକ ବିରାଟ ପ୍ରତିବନ୍ଧକ ଅଟେ ।
(ii) ଏହା ବ୍ୟକ୍ତି ଓ ରାଷ୍ଟ୍ରକୁ ଧ୍ବଂସାଭିମୁଖୀ କରିଥାଏ ।
(iii) ଅନ୍ୟ ଅଞ୍ଚଳର ସାର୍ଥ ପ୍ରତି ଦୃଷ୍ଟିନଦେଇ ନିଜ ଅଞ୍ଚଳରେ ଉନ୍ନତି ବିକାଶ କରିବାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ।

୧୧ । ଜାତୀୟ ସଂହତି :
Answer:
ଜାତୀୟ ସଂହତି ରାଷ୍ଟ୍ରର ଏକତା ଓ ଅନଗ୍ରସରତା ପ୍ରତି ରହିଥ‌ିବା ଦୃଢ଼ ସାମାଜିକ ଓ ମନସ୍ତାତ୍ତ୍ଵିକ ଅବସ୍ଥାକୁ ବୁଝାଏ । ଯେତେବେଳେ ରାଷ୍ଟ୍ରର ଅଧ୍ବବାସୀ ନିଜ ଜାତି, ଧର୍ମ, ପ୍ରଜାତି, ଭାଷା ଓ ଆର୍ଥନୀତିକ ସଂକୀର୍ଣ୍ଣ ମନୋଭାବରୁ ଊର୍ଦ୍ଧ୍ବରେ ରହି ଦେଶର ନାଗରିକ ଭାବରେ ମୈତ୍ରୀ ଓ ଭ୍ରାତୃଭାବରେ ବାନ୍ଧିହୋଇ ରାଷ୍ଟ୍ରର ହିତ ପାଇଁ କାମ କରନ୍ତି, ତାହାକୁ ଜାତୀୟ ସଂହତି କୁହାଯାଏ । ଦେଶଭକ୍ତି, ଦେଶପ୍ରେମ ଓ ଦେଶ ପ୍ରତି ଆନୁଗତ୍ୟ ମାଧ୍ୟମରେ ଏହା ପ୍ରତିଷ୍ଠା ହୋଇଥାଏ ।

(ଖ) ପାର୍ଥକ୍ୟ ଦର୍ଶାଅ

୧ । ସାମ୍ପ୍ରଦାୟିକତା ଓ ଜାତିବାଦ
Answer:
ଯେତେବେଳେ କୌଣସି ଗୋଟିଏ ସମୁଦାୟର ସଦସ୍ୟମାନେ ଅନ୍ୟ ସମୁଦାୟର ସଦସ୍ୟମାନଙ୍କୁ ଘୃଣାଚକ୍ଷୁରେ ଦେଖନ୍ତି ଓ ପରସ୍ପର ମଧ୍ୟରେ ହିଂସା ଓ ଅସୂୟତାର ବାତାବରଣ ସୃଷ୍ଟି କରନ୍ତି, ଯାହାକି ବିଶେଷତଃ ଧାର୍ମିକ ବାରଣରୁ ସୃଷ୍ଟି ହୋଇଥାଏ, ତାହାକୁ ସାମ୍ପ୍ରଦାୟିକତା କୁହାଯାଏ । ଜାତିବାଦ କହିଲେ ନିଜ ଜାତିକୁ ଅତିଶୟ ଭଲ ପାଇବା ବା ଆନୁଗତ୍ୟ ପ୍ରକାଶ କରିବା ଏବଂ ଅନ୍ୟ ଜାତିକୁ ହେୟ ମନେକରିବାକୁ ବୁଝାଏ ।

୨ । ଆତଙ୍କବାଦ ଓ ଆଞ୍ଚଳିକବାଦ
Answer:
କୌଣସି ଏକ ଗୋଷ୍ଠୀ ବେଆଇନ ଭାବରେ ବଳ ପ୍ରୟୋଗ, ହିଂସା, ନରହତ୍ୟାକୁ ମାଧମରୂପେ ବ୍ୟବହାର କରି ନିଜର ସାର୍ଥ ହାସଲ କରିବାକୁ ଆତଙ୍କବାଦ କୁହାଯାଏ । ବ୍ୟକ୍ତି ନିଜେ ବାସ କରୁଥିବା ଅଞ୍ଚଳକୁ ଭଲ ପାଇବା ଓ ସେଥୁପ୍ରତି ଅନ୍ଧ ଆନୁଗତ୍ୟ ପ୍ରକାଶ କରିବାକୁ ଆଞ୍ଚଳିକବାଦ କୁହାଯାଏ ।

CHSE Odisha Class 12 Sociology Unit 3 Short Answer Questions in Odia Medium

(ଗ) ପାଞ୍ଚଟି | ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ସାମ୍ପ୍ରଦାୟିକତାବାଦର କାରଣ :
Answer:
ସାମ୍ପ୍ରଦାୟିକତା ବୃଦ୍ଧି ପାଇଁ କେତେଗୁଡ଼ିଏ କାରଣ ଦାୟୀ ।
(i) ଭାରତରେ ସାମ୍ପ୍ରଦାୟିକତାବାଦ ପାଇଁ ମୁଖ୍ୟତଃ ରାଜନୈତିକ ଦଳଗୁଡ଼ିକ ଦାୟୀ ।
(ii) ଗଣମାଧ୍ୟମ ଓ ପାଠ୍ୟପୁସ୍ତକର ଅଭାବ ସତନ୍ତ୍ରଭାବରେ ସାକ୍ଷରତାର ଅଭାବ ।
(iii) ଆର୍ଥିକ ଅନଗ୍ରସରତା, ରାଜନୈତିକ ସୁବିଧାବାଦ ଓ ମୁଖ୍ୟସ୍ରୋତରୁ ଦୂରତ୍ବ ସାମ୍ପ୍ରଦାୟିକତା ସୃଷ୍ଟି କରିଥାଏ ।
(iv) ବିଦେଶୀ ଶକ୍ତିର ଭୂମିକା, ବିଭାଜନ, ଶାସନନୀତି ଓ ଧର୍ମାନ୍ତରୀକରଣ ଦାୟୀ ଅଟେ ।
(v) ଧର୍ମନିରପେକ୍ଷବାଦର ଅବକ୍ଷୟ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତି ମନୋଭାବ ଏହି ସାମ୍ପ୍ରଦାୟିକତା ସୃଷ୍ଟି କରେ ।
(vi) ଧର୍ମ ନାମରେ ଦାନ ବା ସତନ୍ତ୍ର ସୁବିଧା ସାମ୍ପ୍ରଦାୟିକତା ସୃଷ୍ଟି କରେ ।

୨ । ସାମ୍ପ୍ରଦାୟିକତାବାଦର ନିରାକରଣ :
Answer:
(i) ସନ୍ତ୍ରାସବାଦର ବିଲୋପ ଓ ସ୍ୱତନ୍ତ୍ର ସୁରକ୍ଷାବାହିନୀର ନିୟୋଜନ ।
(ii) ଗଣମାଧ୍ୟମକୁ ନିରୀକ୍ଷଣ କରିବା ଏବଂ ଶାନ୍ତିକମିଟି ଗଠନ କରିବା ଓ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରି ଦେଶର ବିଧ୍ବସ୍ତ ସେନାମାନଙ୍କର ଥଇଥାନ ବ୍ୟବସ୍ଥା କରିବା ।
(iii) ସମାଜରୁ ସାମ୍ପ୍ରଦାୟିକ ବିଚାରଧାରାର ବିଲୋପ ଓ ଧର୍ମାନ୍ତରୀକରଣକୁ ବିରୋଧ ତଥା ଶିକ୍ଷାର ବିକାଶ କରିବା ।
(iv) ଆର୍ଥିକ ବିକାଶ ଓ କର୍ମସଂସ୍ଥାନର ସୁବିଧା କରିବା ।
(v) ଧର୍ମରୁ ରାଜନୀତିକୁ ଦୂରୀକରଣ କରିବା ।
(vi) ଗାନ୍ଧିବାଦର ପ୍ରସାର ଓ ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ କରିବା ।

୩ । ଆତଙ୍କବାଦର ପ୍ରକୃତି :
Answer:
(i) ଆତଙ୍କବାଦ ଭୟ ପ୍ରଦର୍ଶନ ଓ ବଳପ୍ରୟୋଗକୁ ମାଧ୍ୟମ କରିଥାଏ ।
(i) ଉଗ୍ର ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଉଦ୍‌ଭ୍ରାନ୍ତ ବ୍ୟକ୍ତିମାନେ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ହୋଇଥାନ୍ତି ।
(iii) ଏହା ଏକ ସଙ୍ଗଠିତ, ସୁଚିନ୍ତିତ ଓ ଯୋଜନାବଦ୍ଧ କାର୍ଯ୍ୟ ।
(iv) ଆତଙ୍କବାଦ ଫମ୍ପା ତଥା ମିଥ୍ୟା ଆଦର୍ଶବାଦ ଉପରେ ଆଧାରିତ ଯାହା କୌଣସି ବିଧ୍ବସମ୍ମତ ତଥା ତର୍କସମ୍ମତ ବିଚାରଧାରା ଉପରେ ଆଧାରିତ ହୋଇଥାଏ ।
(v) ଆତଙ୍କବାଦ ଏକ ଅଗଣତାନ୍ତ୍ରିକ ଓ ବେଆଇନ କାର୍ଯ୍ୟ ।
(vi) ହିଂସାକାଣ୍ଡ ଓ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଆତଙ୍କବାଦ ସାମାଜିକ, ରାଜନୈତିକ ଓ ମନୋବୈଜ୍ଞାନିକ ଚାପ ପ୍ରୟୋଗ କରି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରିଥାଏ ।

୪ । ଜାତିବାଦର ଲକ୍ଷଣ :
Answer:
(i) ଜାତିବାଦ କେତେକ ଗୋଷ୍ଠୀ ବା ଜାତୀୟ ଏକତ୍ରୀକରଣ ଅଟେ ।
(ii) ନିଜ ଜାତିର ସ୍ବାର୍ଥ ସାମର୍ଥ୍ୟକୁ ବଜାୟ ରଖୁବାପାଇଁ ଜାତିବାଦର ସୃଷ୍ଟି ।
(iii) ଜାତିବାଦ ବ୍ୟକ୍ତିକୁ ନିଜ ଜାତି ସାର୍ଥତ୍ୟାଗ କରିବା ନିମନ୍ତେ ଉତ୍ସାହିତ କରେ ।
(iv) ଅତ୍ୟଧକ ଜାତିବାଦଦ୍ୱାରା ଜାତି ଜାତି ମଧ୍ୟରେ ସଂଘର୍ଷର ସମ୍ଭାବନା ଥାଏ ।
(v) ଜାତିବାଦ ଜାତୀୟ ସଂହତି ପ୍ରତିଷ୍ଠା ପଥରେ ପ୍ରତିବନ୍ଧକ ସୃଷ୍ଟି କରେ ।

୫ । ଜାତିବାଦର କାରଣ :
Answer:
ଭାରତୀୟ ସମାଜରେ ଜାତି ପ୍ରତିଷ୍ଠା ପାଇଁ ପ୍ରତିଯୋଗିତା ଜାତିବାଦ ସୃଷ୍ଟି କରିଥିଲା । ଏହା ବିବାହ ଓ ସାମାଜିକ ମିଳାମିଶାରେ କଟକଣାରୁ ବୃଦ୍ଧିପାଏ । ସହରୀକରଣର ଦ୍ରୁତ ପ୍ରସାର ଜାତିବାଦର ସୃଷ୍ଟି ପାଇଁ କେତେକାଂଶରେ ଦାୟୀ । ବର୍ତ୍ତମାନର ରାଜନୈତିକ ଚିତ୍ରପଟ୍ଟରେ ଜାତିବାଦ ଏକ ମାଧ୍ୟମ ହୋଇଅଛି । ଜାତିଭିତ୍ତିକ ସୁବିଧାସୁଯୋଗ ଜାତିଆଣ ମନୋବୃତ୍ତିକୁ ସୁଦୃଢ଼ କରୁଛି । ସମାଜବିଜ୍ଞାନୀମାନେ ମତ ପୋଷଣ କରିଛନ୍ତି, ଜାତିଦ୍ଵାରା ଆବଦ୍ଧ ବ୍ୟକ୍ତିମାନେ କେବଳ ନିଜ ଜାତିର ସଦସ୍ୟମାନଙ୍କୁ ଅଗ୍ରାଧ‌ିକାର ଦେଇଥାନ୍ତି ।

CHSE Odisha Class 12 Sociology Unit 3 Short Answer Questions in Odia Medium

୬ । ଜାତିବାଦର ନିରାକରଣ :
Answer:
ଉନ୍ନତ ଓ ବୈଜ୍ଞାନିକ ଶିକ୍ଷା ମାଧ୍ୟମରେ ଜାତିବାଦରେ ବିଶ୍ବାସ କରୁଥିବା ବ୍ୟକ୍ତିମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ । ଆନ୍ତଃଜାତି ବିବାହର ପ୍ରଚଳନ ଜାତିବାଦର ବିଲୋପ ସାଧନ ନିମନ୍ତେ ବିଶେଷ ସହାୟକ ହୋଇଥାଏ । ଜାତିବାଦକୁ ଉତ୍ସାହିତ କରୁଥିବା ରାଜନୈତିକ ଦଳକୁ ବେଆଇନ ଘୋଷଣା କରାଯିବା ଉଚିତ । ସେଚ୍ଛାସେବୀ ସଙ୍ଗଠନ ପ୍ରତିଷ୍ଠା କରାଯାଇ ଜାତିବାଦର ଦୂରୀକରଣ କରାଯାଇପାରିବ ।

ଗଣମାଧ୍ୟମର ସୁବିନିଯୋଗ କରାଯାଇପାରିବ । ସରକାରୀ ସାହାଯ୍ୟଗୁଡ଼ିକ ଜାତିଭିତ୍ତିକ ଅନୁସାରେ ପ୍ରଦାନ କରାଯାଇଛି, ସେ ସମସ୍ତ ପାଇଁ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରିବା ଯଥା ବ୍ୟକ୍ତିର ସାମାଜିକ, ଅର୍ଥନୈତିକ ଭିଭିକୁ ବିଚାରକୁ ନେଲେ ଉତ୍ତମ ।

୭ । ଆଞ୍ଚଳିକତାର କାରଣ :
Answer:
ଭୌଗୋଳିକ ପୃଥକୀକରଣ ବା ସୀମାନ୍ତବର୍ତ୍ତିତା, ଆଞ୍ଚଳିକତା ସୃଷ୍ଟି କରେ । କେତେକ ସମାଜବିଜ୍ଞାନୀ ମତ ପ୍ରଦାନ କରିଥାନ୍ତି ଯେ ଆଞ୍ଚଳିକତାବାଦର ସୃଷ୍ଟି ପାଇଁ କେତେକ ଐତିହାସିକ କାରଣ ମଧ୍ୟ ଦାୟୀ । ଆଞ୍ଚଳିକତାବାଦ ବୃଦ୍ଧି କ୍ଷେତ୍ରରେ ରାଜନୈତିକ ଓ ଅର୍ଥନୈତିକ କାରଣ ପୂର୍ଣ୍ଣମାତ୍ରାରେ ଦାୟୀ ରହିଛି ।

ଭାଷାଭିଭିକ ଆଞ୍ଚଳିକତା ସୃଷ୍ଟି, ଯୋଗାଯୋଗ ଓ ପରିବହନ ସୁବିଧାର ଅଭାବ ତଥା ବୈମାତୃକ ମନୋଭାବ ଆଞ୍ଚଳିକତାବାଦକୁ ଜନ୍ମ ଦେଇଥାଏ । ସାମାଜିକ ଓ ସାଂସ୍କୃତିକ କାରଣ ତଥା ବ୍ୟକ୍ତିର ସଂକୀର୍ଣ୍ଣ ମନୋଭାବ ଆଞ୍ଚଳିକତାବାଦକୁ ଉସ୍‌କାଇଥାଏ ।

୮ । ଆଞ୍ଚଳିକବାଦ ଦୂରୀକରଣ :
Answer:
ପରିବହନ ଓ ଯୋଗାଯୋଗର ଉନ୍ନତି ସାଧନଦ୍ୱାରା ସଂକୀର୍ଣ୍ଣ ଆଞ୍ଚଳିକବାଦ ଦୂର କରିହେବ । ରାଷ୍ଟ୍ରରେ ଆଞ୍ଚଳିକ ରାଜନୈତିକ ଦଳକୁ ବେଆଇନ ଘୋଷଣା କରିବା ଉଚିତ । ପ୍ରତ୍ୟେକ ଅଞ୍ଚଳକୁ ସରକାରୀ ସ୍ତରରେ ଅର୍ଥନୈତିକ ସୁବିଧା ସୁଯୋଗ ପ୍ରଦାନ କରାଗଲେ, ଅର୍ଥନୈତିକ ମନୋଭାବକୁ ନିୟନ୍ତ୍ରଣ କରିନେଇ ସତନ୍ତ୍ରଭାବରେ ଜନଜାତି ଅଧୁଷିତ ଅଞ୍ଚଳରେ ବିକାଶ କରାଗଲେ ଆଞ୍ଚଳିକ ବିଦ୍ବେଷକୁ ଦୂର କରାଯାଇପାରିବ । ଆଞ୍ଚଳିକ ଭାଷାଗୁଡ଼ିକ ସମଦୃଷ୍ଟିରେ ଗ୍ରହଣ କରାଗଲେ ଆଞ୍ଚଳିକତା ଦୂର ହେବ ।

CHSE Odisha Class 12 Sociology Unit 3 Objective Questions in Odia Medium

Odisha State Board CHSE Odisha Class 12 Sociology Solutions Unit 3 ସାଂସ୍କୃତିକ ବିବିଧତାର ଆହ୍ଵାନ Objective Questions.

CHSE Odisha 12th Class Sociology Unit 3 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ବିବିଧତା ମଧ୍ୟରେ ଚିରନ୍ତନ ଏକତାରେ ପରିପୁଷ୍ଟ ହୋଇଛି କେଉଁ ଦେଶ ?
(କ) ଭାରତ
(ଖ) ପାକିସ୍ତାନ
(ଗ) ଶ୍ରୀଲଙ୍କା
(ଘ) ବାଇଂଲାଦେଶ
Answer:
(କ) ଭାରତ

୨ । ଗୋଟିଏ ଦେଶର ସମସ୍ତ ମାନବ ସମୂହର ଏକ ସାଧାରଣ ପରିଚିତି ସହିତ ଆତ୍ମୀକରଣ ହେଉଛି ଜାତୀୟ ସଂହତି । ଏହା କିଏ କହିଥିଲେ ?
(କ) ବେନ୍‌ଜାମିନ୍
(ଖ) କାକା କାଲେଲ୍‌କର
(ଗ) ପ୍ରଫେସର ଘୁରେ
(ଘ) ଗାନ୍ଧୀ
Answer:
(କ) ବେନ୍‌ଜାମିନ୍

୩ । ନିଜ ଧର୍ମ ପ୍ରତି ଅନ୍ଧ ଆନୁଗତ୍ୟ ଓ ପରଧର୍ମ ପ୍ରତି ବିରୋଧ ବା ଶତୃଭାବକୁ କ’ଣ କୁହାଯାଏ ?
(କ) ସାମ୍ପ୍ରଦାୟିକତାବାଦ
(ଖ) ଭାଷାବାଦ
(ଗ) ଆଞ୍ଚଳିକତାବାଦ
(ଘ) ଜାତିବାଦ
Answer:
(କ) ସାମ୍ପ୍ରଦାୟିକତାବାଦ

CHSE Odisha Class 12 Sociology Unit 3 Objective Questions in Odia Medium

୪ । ଅନ୍ୟ ଧର୍ମର କ୍ଷତି ସାଧନ କରି ନିଜ ଧର୍ମର ପ୍ରତିଷ୍ଠାକୁ ବଜାୟ ରଖୁବା କାହାର ମୂଳ ଲକ୍ଷ୍ୟ ଅଟେ ?
(କ) ସାମ୍ପ୍ରଦାୟିକତାବାଦ
(ଖ) ଭାଷାବାଦ
(ଗ) ଆଞ୍ଚଳିକତାବାଦ
(ଘ) ଜାତିବାଦ
Answer:
(କ) ସାମ୍ପ୍ରଦାୟିକତାବାଦ

୫ । ନିଜ ମାତୃଭାଷା ପ୍ରତି ଆନୁଗତ୍ୟ ସହିତ ଅନ୍ୟ ଭାଷାର ବିରୁଦ୍ଧାଚରଣ କହିଲେ କ’ଣ ବୁଝାଏ ?
(କ) ସାମ୍ପ୍ରଦାୟିକତାବାଦ
(ଖ) ଭାଷାବାଦ
(ଗ) ଆଞ୍ଚଳିକତାବାଦ
(ଘ) ଜାତିବାଦ
Answer:
(ଖ) ଭାଷାବାଦ

୬ । ବେଡ଼ୋ ଆନ୍ଦୋଳନ, ଖଲିସ୍ଥାନ ଆନ୍ଦୋଳନ, ନାଗା ଆନ୍ଦୋଳନ ପ୍ରଭୃତି କେଉଁ ଆନ୍ଦୋଳନର ଉଦାହରଣ ଅଟେ ।
(କ) ଆଞ୍ଚଳିକତାବାଦ
(ଖ) ଭାଷାବାଦ
(ଗ) ସାମ୍ପ୍ରଦାୟିକତାବାଦ
(ଘ) ଜାତିବାଦ
Answer:
(କ) ଆଞ୍ଚଳିକତାବାଦ

୭ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକମାନେ ନିଜ ଅଞ୍ଚଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଅନ୍ୟ ଅଞ୍ଚଳର ସ୍ୱାର୍ଥକୁ ଗୁରୁତ୍ଵ ନଦେବା ହେଉଛି କ’ଣ ?
(କ) ଆଞ୍ଚଳିକତାବାଦ
(ଖ) ଭାଷାବାଦ
(ଗ) ସାମ୍ପ୍ରଦାୟିକତାବାଦ
(ଘ) ଜାତିବାଦ
Answer:
(କ) ଆଞ୍ଚଳିକତାବାଦ

୮ । ‘‘ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ ଓ ବିଶ୍ଵ ଭ୍ରାତୃଭାବ ଆଦି ସୁସ୍ଥ ସାମାଜିକ ମାନଦଣ୍ଡ ଗୁଡ଼ିକୁ ଉପେକ୍ଷା କରି ମାତ୍ରାଧ‌ିକ ଅନ୍ଧ ଓ ଦାୟିକ ଗୋଷ୍ଠୀ ଆନୁଗତ୍ୟ ହେଉଛି ଜାତିବାଦ ।’’ ଏହା କିଏ କହିଥିଲେ ?
(କ) କାକା କାଲେଲ୍‌କର
(ଖ) ଗାନ୍ଧୀ
(ଗ) ପ୍ରଫେସର ଘୁରେ
(ଘ) ନେହେରୁ
Answer:
(କ) କାକା କାଲେଲ୍‌କର

୯ । ଗୋଟିଏ ଜାତିର ସଦସ୍ୟ ଉଚିତ୍-ଅନୁଚିତ୍, ନ୍ୟାୟ-ଅନ୍ୟାୟ, ବିଚାର ବିହୀନ ହୋଇ ନିଜ ଜାତିର ପ୍ରଥା ଓ ପରମ୍ପରାକୁ ଅନ୍ୟ ଜାତିର ପ୍ରଥା ଓ ପରମ୍ପରାଠାରୁ ଉତ୍କୃଷ୍ଟ ବିଚାର କରିବା ସହିତ ନିଜ ଜାତି ପ୍ରତି ଅନ୍ଧ ଆନୁଗତ୍ୟ ଦେଖାଇବା ହେଉଛି କ’ଣ ?
(କ) ଜାତିବାଦ
(ଖ) ସାମ୍ପ୍ରଦାୟିକତାବାଦ
(ଗ) ଭାଷାବାଦ
(ଘ) ଆଞ୍ଚଳିକତାବାଦ
Answer:
(କ) ଜାତିବାଦ

୧୦ । କାହା ବିଚାରରେ ସିନେମା ମାଧ୍ଯମରେ ବିଭିନ୍ନ ଜାତିର ସଦସ୍ୟମାନଙ୍କର ରୁଚିରେ ପରିବର୍ତ୍ତନ ଦ୍ୱାରା ଜାତିବାଦକୁ ଦୂର କରାଯାଇପାରିବ ।
(କ) ଶ୍ରୀଯୁକ୍ତ ପ୍ରଭୁ
(ଖ) ଶ୍ରୀମତୀ କାର୍ଭେ
(ଗ) ପ୍ରଫେସର ରାଓ
(ଘ) ଗାନ୍ଧୀ
Answer:
(କ) ଶ୍ରୀଯୁକ୍ତ ପ୍ରଭୁ

CHSE Odisha Class 12 Sociology Unit 3 Objective Questions in Odia Medium

୧୧ । କେଉଁ ସମାଜବିଜ୍ଞାନୀଙ୍କ ମତରେ ‘‘ଜାତୀୟତା ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ରପତି ଥିବା ନିବିଡ଼ ଆତ୍ମୀୟତା ଓ ସମ୍ମାନବୋଧ ଓ ଭାବାବେଶକୁ ବୁଝାଏ’’ ।
(କ) ଷ୍ଟାଲିନ୍
(ଖ) ମ୍ୟାକ୍ସ ୱେବର
(ଗ) ପାର୍କ
(ଘ) ଜିମମ୍ୟାନ୍
Answer:
(ଘ) ଜିମମ୍ୟାନ୍

୧୨ । କାହା ମତରେ ‘ଇତିହାସର ସାମନ୍ତବାଦୀ କାଳରେ ଆର୍ଥନିତୀକ ସମୂହ ଗୁଡ଼ିକ ଓ ପ୍ରଜାତୀୟ ସମୂହମାନଙ୍କର ମିଶ୍ରଣ ଫଳରେ ଜାତୀୟତାର ଅଭ୍ୟୁଦୟ ହୋଇଥିଲା ।
(କ) ପାର୍କ
(ଖ) ୱେବର
(ଗ) ଷ୍ଟାଲିନ୍
(ଘ) ଆଇ.ପି. ଦେଶାଇ
Answer:
(ଗ) ଷ୍ଟାଲିନ୍

୧୩ । ସାଂପ୍ରଦାୟିକତାର ଏକ ଲକ୍ଷଣ କ’ଣ ?
(କ) ଅସହଯୋଗ
(ଖ) ସଂଘର୍ଷ
(ଗ) ଦୁଇ ସମୂହ ମଧ୍ଯରେ ଧର୍ମଗତ ପ୍ରଭେଦ
(ଘ) ଆତଙ୍କବାଦ
Answer:
(ଗ) ଦୁଇ ସମୂହ ମଧ୍ଯରେ ଧର୍ମଗତ ପ୍ରଭେଦ

୧୪ । ସାମ୍ପ୍ରଦାୟିକତାର ଏକ କାରଣ ଲେଖ ?
(କ) ଅନ୍ତଃବିବାହ
(ଖ) ଜାତୀୟ ପର୍ବ
(ଗ) ଧର୍ମନିରପେକ୍ଷ ମନୋଭାବର ଅବକ୍ଷୟ
(ଘ) ସୁସ୍ଥ ପରମ୍ପରା
Answer:
(ଗ) ଧର୍ମନିରପେକ୍ଷ ମନୋଭାବର ଅବକ୍ଷୟ

୧୫ । ସାମ୍ପ୍ରଦାୟିକତା ଦୂରୀକରଣ ପାଇଁ ଏକ ପଦକ୍ଷେପ ଲେଖ ?
(କ) ସୁସ୍ଥଜନମତ
(ଖ) ଆଞ୍ଚଳିକବାଦ
(ଗ) ପ୍ରତିବାଦ
(ଘ) କେହି ନୁହଁନ୍ତି
Answer:
(କ) ସୁସ୍ଥଜନମତ

୧୬ । କେଉଁ ମସିହାରେ ଭାରତ ସଂସଦଭବନ ଉପରେ ଆତଙ୍କବାଦର ଆକ୍ରମଣ ହୋଇଥିଲା
(କ) 1995
(ଖ) 2005
(ଗ) 1999
(ଘ) 2001
Answer:
(ଘ) 2001

୧୭ । ‘କେଉଁ ସମାଜବିଜ୍ଞାନୀଙ୍କ ମତରେ ‘ରାଜନୈତିକ ସାର୍ଥ ହାସଲ କରିବା ପାଇଁ କୌଣସି ଏକ ସମୁଦାୟ ଅଥବା ‘ଏହାର ଏକ ବୃହତ୍ତ ଅଂଶକୁ ହିଂସାତ୍ମକ କାର୍ଯ୍ୟକାଳାପ ମାଧ୍ୟମରେ ଭୟ ସୃଷ୍ଟିକରିବାକୁ ଆତଙ୍କବାଦ କୁହାଯାଏ’’ ।
(କ) ରାମ ଆହୁଜା
(ଖ) ମ୍ୟାକ୍ସ ୱେବର
(ଗ) ଇମାଇଲ୍ ଦୂର୍ଖାଇମ
(ଘ) ଋଷୋ
Answer:
(କ) ରାମ ଆହୁଜା

CHSE Odisha Class 12 Sociology Unit 3 Objective Questions in Odia Medium

୧୮ । ସମାଜ ଉପରେ ଆତଙ୍କବାଦର ଏକ ପ୍ରଭାବକୁ ଲେଖ –
(କ) ସଂହତିରକ୍ଷା
(ଖ) ଭୟର ବାତାବରଣ ସୃଷ୍ଟି
(ଗ) ନିରକ୍ଷରତା
(ଘ) ସଦ୍ଭାବନା
Answer:
(ଖ) ଭୟର ବାତାବରଣ ସୃଷ୍ଟି

୧୯ । ବେଆଇନ ଭାବରେ ବଳପ୍ରୟୋଗ, ହିଂସା, ନରହତ୍ୟାକୁ ମାଧ୍ୟମ ରୂପେ ବ୍ୟବହାର କରି ନିଜର ପ୍ରାର୍ଥ ହାସଲ କରିବାକୁ କ’ଣ କୁହାଯାଏ ?
(କ) ସମାଜବାଦ
(ଖ) ଆଞ୍ଚଳିକବାଦ
(ଗ) ଜାତିବାଦ
(ଘ) ଆତାଙ୍କବାଦ
Answer:
(ଘ) ଆତାଙ୍କବାଦ

୨୦ । ଜାତୀୟ ସଂହତିର ମୁଖ୍ୟ ସମସ୍ୟାକୁ ଚିହ୍ନଟ କର –
(କ) ଆର୍ଥିକ ଦୁର୍ଗତି
(ଖ) ଆଞ୍ଚଳିକବାଦ
(ଗ) ବେକାରା
(ଘ) ଦୁର୍ନୀତି
Answer:
(ଖ) ଆଞ୍ଚଳିକବାଦ

୨୧ । ଜାତିବାଦ ହେଉଛି ମାତ୍ରାଧ‌ିକ ଅନ୍ଧ ଓ ଦାୟିକ ଗୋଷ୍ଠୀ ଆନୁଗତ୍ୟ ଯାହାକି ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ, ବିଶ୍ବଭାତୃତ୍ବବାଦ ଆଦି ସୁସୁ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ, ଏହା କିଏ କହିଥିଲେ ?
(କ) କମ୍‌
ଖ) ମ୍ୟାକ୍ସୱେବର
(ଗ) ଜାଜା ଜାଲେଇକର
(ଘ) ସେନସର
Answer:
(ଗ) କାକା କାଲେଲ୍‌କର

୨୨ । ଜାତିବାଦର ଏକ କାରଣ ହେଉଛି –
(କ) ସମୁଦାୟ ଗଠନ
(ଖ) ଦଳ
(ଗ) ନିର୍ବାଚନ
(ଘ) ଏହାମଧ୍ୟରୁ କେହି ନୁହଁନ୍ତି
Answer:
(ଗ) ନିର୍ବାଚନ

୨୩ । ଜାତିଶବ୍ଦଟି କେଉଁ ପର୍ତ୍ତୁଗୀଜ୍ ଶବ୍ଦରୁ ଆନୀତ
(କ) ଜନ୍
(ଖ) କାଷ୍ଟା
(ଗ) କାଷ୍ଟ
(ଘ) କାଟ୍
Answer:
(ଖ) କାଷ୍ଟା

୨୪ । ଜାତିବାଦର ନିରାକରଣ ନିମନ୍ତେ ଏକ ପଦକ୍ଷେପକୁ ଦର୍ଶାଅ –
(କ) ଆନ୍ତଃଜାତି ବିବାହ
(ଖ) ହିନ୍ଦୁଧର୍ମ
(ଗ) ସହରୀକରଣ
(ଘ) ପସନ୍ଦାତ୍ମକ ବିବାହ
Answer:
(କ) ଆନ୍ତଃଜାତି ବିବାହ

୨୫ । ନିଜ ଅର୍ଥନୀତିକୁ ଭଲପାଇବା ହେଉଛି ଆନୁଗତ୍ୟ ପ୍ରଦର୍ଶନ କରିବାକୁ କ’ଣ କୁହାଯାଏ ?
(କ) ଭାଷାବାଦ
(ଖ) ଧର୍ମ
(ଗ) ଆଞ୍ଚଳିକତାବାଦ
(ଘ) ଜାତିବାଦ
Answer:
(ଗ) ଆଞ୍ଚଳିକତାବାଦ

୨୬ । କେଉଁ ଅର୍ଥରେ ଅନ୍ୟ ଅଞ୍ଚଳର ସ୍ବାର୍ଥ ତଥା ଜାତୀୟ ସାର୍ଥପ୍ରତି ଦୃଷ୍ଟିନ ହୋଇ କେବଳ ନିଜ ଅଞ୍ଚଳର ଉନ୍ନତି ସୁଯୋଗ ଏବଂ ସାର୍ଥପ୍ରତି ଦୃଷ୍ଟିଦେବାକୁ ଆଞ୍ଚଳିକବାଦ କୁହାଯାଏ ।
(କ) ସଂକୀର୍ଣ୍ଣ ସାର୍ଥ
(ଖ) ବ୍ୟାପକ ଅର୍ଥ
(ଗ) ବିସ୍ତ୍ରୁତ ଅର୍ଥ
(ଘ) ରାଜନୈତି ଅର୍ଥ
Answer:
(କ) ସଂକୀର୍ଣ୍ଣ ସାର୍ଥ

୨୭ । ଆଞ୍ଚଳିକବାଦର ଏକ କାରଣ ହେଲା –
(କ) ନାରାଶିକ୍ଷା
(ଖ) ଆଧୁନିକ ଶିକ୍ଷା
(ଗ) ଭୌଗୋଳିକ କାରଣ
(ଘ) ଅର୍ଥନୈତିକ ବିକାଶ
Answer:
(ଗ) ଭୌଗୋଳିକ କାରଣ

CHSE Odisha Class 12 Sociology Unit 3 Objective Questions in Odia Medium

୨୮ । ଆଞ୍ଚଳିକବାଦର ଦୂରୀକରଣ ନିମନ୍ତେ ଏକ ପଦକ୍ଷେପ –
(କ) ସଂଘର୍ଷ
(ଖ) ପ୍ରତିଯୋଗିତା
(ଗ) ପ୍ରସାଶନର ସହାୟତା
(ଘ) ଜାତୀୟମନୋଭାବର ସୃଷ୍ଟି
Answer:
(ଘ) ଜାତୀୟମନୋଭାବର ସୃଷ୍ଟି

୨୯ । ଆଞ୍ଚଳିକବାଦର କୁପରିଣାମ ହେଉଛି ।
(କ) ରାଜ୍ୟ ସତନ୍ତ୍ରତା
(ଖ) ଭାଷାଗତ ଆଞ୍ଚଳିକ
(ଗ) ମାଟିର ସନ୍ତାନନୀତି
(ଘ) ବିଚ୍ଛିନ୍ନତା ବାଦ
Answer:
(ଘ) ବିଚ୍ଛିନ୍ନତା ବାଦ

୩୦ । ଜାତୀୟତାବାଦ (Nationalism) ରେ ଜାତୀୟ ବା Nation ଶବ୍ଦଟି କେଉଁ ମୂଳଶବ୍ଦରୁ ଅନୀତ ।
(କ) ଲାଟିନ୍ ଶବ୍ଦ Natio
(ଖ) ଇଂରାଜୀଶବ୍ଦ National
(ଗ) Nationalism
(ଘ) କେହି ନୁହଁନ୍ତି
Answer:
(କ) ଲାଟିନ୍ ଶବ୍ଦ ‘Natio’

(ଖ) ଶୂନ୍ୟସ୍ଥାନ ପୂରଣ କର ।

୧ । __________ ସାମ୍ପ୍ରଦାୟିକବାଦର ଦୂରୀକରଣପାଇଁ ଏକ କାରକ ଅଟେ ।
Answer:
ସତନ୍ତ୍ର ଅଦାଲତ ପ୍ରତିଷ୍ଠା

୨ । __________ ସାମ୍ପ୍ରଦାୟିକତାର ଏକ କାରଣ ଅଟେ ।
Answer:
ଆର୍ଥିକ ଅନଗ୍ରସରତା

୩ । __________ ସାମ୍ପ୍ରଦାୟିକତାର ଏକ ଲକ୍ଷଣ ଅଟେ ।
Answer:
ଜାତୀୟ ସାର୍ଥକୁ ଉପେକ୍ଷାକରି ସାମ୍ପ୍ରଦାୟିକ ସାର୍ଥକୁ ଗୁରୁତ୍ବଦେବା ।

୪ । ଙ୍କ ମତରେ ସାମ୍ପ୍ରଦାୟିକତା ଏକ ରାଜନୈତିକବାଦ ଯାହା ଉଭୟ ଧାର୍ମିକ ଓ ସାଂସ୍କୃତିକ ପାର୍ଥକ୍ୟମାନଙ୍କୁ ନେଇ ରାଜନୈତିକ ଲକ୍ଷ୍ୟ ହାସଲ କରାଯାଏ ।
Answer:
ପ୍ରଭା ଦୀକ୍ଷିତ

୫ । __________ ସାମ୍ପ୍ରଦାୟିକବାଦର ଦୂରୀକରଣ ପାଇଁ ଏକ ପଦକ୍ଷେପ ଅଟେ ।
Answer:
ସତନ୍ତ୍ର ଅଦାଲତ ପ୍ରତିଷ୍ଠା |

୬ । ସାମ୍ପ୍ରଦାୟିକବାଦର ଏକ କାରଣ ଅଟେ ।
Answer:
ଆର୍ଥିକ ଅନଗ୍ରସରତା

୭ । ଜାତି ଶବ୍ଦଟି ପର୍ତ୍ତୁଗୀଜ ଶବ୍ଦ __________ ରୁ ଆନୀତ ।
Answer:
କାଷ୍ଟ

୮ । Casta (କଷ୍ଟା)ର ଅର୍ଥ __________ ।
Answer:
ପ୍ରଜାତି, ବଂଶ ଓ କୁଳ

CHSE Odisha Class 12 Sociology Unit 3 Objective Questions in Odia Medium

୯ । ସମାଜତତ୍ତ୍ୱବିଦମାନଙ୍କ ମତରେ ଜାତି ହେଉଛି __________ ।
Answer:
ବୃତ୍ତି ଭିତ୍ତିକ

୧୦ । ଜାତିର ଏକ ଲକ୍ଷଣ __________ ।
Answer:
ବୈବାହିକ କଟକଣା ବା ଅନ୍ତର୍ବିବାହ

୧୧ । ଗୀତା ଅନୁସାରେ ଚାରିଜାତି ହେଉଛି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ __________ ।
Answer:
ଣୂଦ୍ର

୧୨ । __________ ଙ୍କ ମତରେ ‘ଜାତି ଜାତୀୟ ରାଜନୀତିକୁ ଭାଗ ଭାଗ କରି ଦେଇଛି ଏବଂ ଜାତିଗତ ରାଜନୀତି ଜାତୀୟ ଦଳ ଗଠନ କରିଅଛି ।’’
Answer:
ଏମ. ଏନ୍. ଶ୍ରୀନିବାସ ।

୧୩ । __________ ଜାତି ଓ ରାଜନୀତି ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ତିନିଟିଦିଗରୁ ସୃଷ୍ଟି କରିଛନ୍ତି ।
Answer:
ରଜନୀକୋଠରୀ

୧୪ । ଜାତିବାଦର ଏକ କାରଣ ହେଲା __________ ।
Answer:
ଜାତିର ଗୌରବ ଓ ପ୍ରତିଷ୍ଠା ପାଇଁ ପ୍ରତିଯୋଗୀତା ।

୧୫ । ଆକ୍ଷରିକ ଅର୍ଥରେ __________ କହିଲେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଅଧ୍ବବାସୀଙ୍କର ସେହି ଅଞ୍ଚଳ ପ୍ରତି ଥିବା ପ୍ରୀତି ଓ ମମତାକୁ ବୁଝାଇଥାଏ ।
Answer:
ଆଞ୍ଚଳିକବାଦ

୧୬ । __________ ଆଞ୍ଚଳିକବାଦସୃଷ୍ଟିର ଏକ କାରଣ ଅଟେ ।
Answer:
ବିଚ୍ଛିନ୍ନତା

୧୭ । __________ ଭାରତରେ ଆର୍ଥନିକତା ସୃଷ୍ଟି କରିବାରେ ସାହାଯ୍ୟ କର ।
Answer:
ଭାଷା ବିଦ୍ବେଷ

୧୮ । __________ ମସିହାହରେ ଭାଷାଭିଭିକ ରାଜ୍ୟ ପୁନର୍ଗଠନ ହୋଇଥିଲା ।
Answer:
୧୯୫୬

୧୯ । ମହାରାଷ୍ଟ୍ରର __________ ରାଜନୈତିକ ଦଳ ରୂପେ ପ୍ରଭାବଶାଳୀ ଅଟେ ।
Answer:
ଶିବସେନା ।

୨୦ । ଆନ୍ଧ୍ରର __________ ରାଜନୈତିକ ଦଳରୂପେ ଭୂମିକା ଗ୍ରହଣ କରିଛି ।
Answer:
ତେଲେଙ୍ଗାନା ପ୍ରଜା ସମିତି ।

୨୧ । ବିଜେଡି ଏକ __________ ରାଜନୈତିକ ଦଳ ।
Answer:
ଆଞ୍ଚଳିକ

୨୨ । ମସିହାରେ ଅରୁଣାଚଳକୁ ଏକ ସତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରଋଲା ।
Answer:
୧୯୮୬

CHSE Odisha Class 12 Sociology Unit 3 Objective Questions in Odia Medium

୨୩ । ଜାତୀୟ ସଂହତି ଏକ __________ ପ୍ରକ୍ରିୟା ।
Answer:
ସାମାଜିକ, ମନୋବୈଜ୍ଞାନିକ ।

୨୪ । ଜାତୀୟ ସଂହତି ପ୍ରକ୍ରିୟା __________ ଅଟେ ।
Answer:
ବହୁମୁଖୀ

୨୫ । ଭରତବର୍ଷ ଏକ __________ ଧର୍ମର ପୀଠସ୍ଥକୀ ।
Answer:
ବହୁ

୨୬ । ସାମ୍ପ୍ରଦାୟିକତା ହେଉଛି ଏକ __________ ଘଟଣା ।
Answer:
ସାମାଜିକ

୨୭ । ସାମ୍ପ୍ରଦାୟିକତା ଏକ __________ ବାଦ ଅଟେ ।
Answer:
ବିଚ୍ଛିନ୍ନତା

୨୮ । ସାମ୍ପ୍ରଦାୟିକତା କହିଲେ ନିଜ ଧର୍ମ ପ୍ରତି __________ ଓ ପର ଧର୍ମ ପ୍ରତି __________ ଓ ଶତ୍ରୁତାଭାବକୁ ବୁଝାଇଥାଏ ।
Answer:
ଆନୁଗତ୍ୟ, ବିରୋଧ

୨୯ । ଅନ୍ୟ ଧର୍ମର __ ସାଧନ କରି ନିଜ ଧର୍ମର __________ କରିବା ସାମ୍ପ୍ରଦାୟିକତାବାଦର ମୂଳମନ୍ତ୍ର ।
Answer:
କ୍ଷତି, ପ୍ରତିଷ୍ଠା

୩୦ । ଜାତିବାଦ ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଅନ୍ୟ ଏକ __________ ପ୍ରତିବନ୍ଧକ ।
Answer:
ଗୁରୁତ୍ଵପୂର୍ଣ୍ଣ

୩୧ । ଯେତେବେଳେ ଜଣେ ବ୍ୟକ୍ତି ନିଜ ଜାତି ସପକ୍ଷରେ __________ ବିମର୍ଶହୀନ ଆନୁଗତ୍ୟ ଓ ଅନ୍ୟ ଜାତି ପ୍ରତି __________ ଓ ଶତ୍ରୁତା ଭାବ ଦେଖାଏ, ଯେତେବେଳେ ସାମ୍ପ୍ରଦାୟିକ ମନୋଭାବ ସୃଷ୍ଟି ହୁଏ ।
Answer:
ବିଚାର , ବିରୋଧ

୩୨ । ଜାତି-ଜାତି ମଧ୍ୟରେ ବା ସ୍ଵଜାତିରେ ହେଉଥ‌ିବା ବିବାହକୁ __________ ବିବାହ କହନ୍ତି ।
Answer:
ସମଜାତି

୩୩ । ଜାତିବାଦର ବିରୋଧ ପାଇଁ ଅନ୍ୟ ଏକ ଅମୋଘ ଅସ୍ତ୍ର ହେଉଛି __________ ।
Answer:
ଆନ୍ତଃଜାତି ବିବାହ

୩୪ । __________, __________ ଓ __________ ପ୍ରଭୃତି ସଂକୀର୍ଣ୍ଣତା ଯୋଗୁଁ ଜାତିବାଦ ପ୍ରସାରଲାଭ କରେ ।
Answer:
ଅଜ୍ଞତା, ଅନ୍ଧବିଶ୍ବାସ, ଧର୍ମାନ୍ଧତା

୩୫ । ଆଞ୍ଚଳିକତାବାଦ ଜାତୀୟ ସଂହତିର __________ କରେ ନାହିଁ ।
Answer:
ବିରୋଧାଚରଣ

୩୬ । ଆଞ୍ଚଳିକତାବାଦର ସଂକୀର୍ଣ୍ଣ ଅର୍ଥଟି __________ ।
Answer:
ଅତି ବିପଜ୍ଜନକ

୩୭ । ଆଞ୍ଚଳିକତାବାଦ ରାଷ୍ଟ୍ରୀୟ ନିର୍ମାଣ କ୍ଷେତ୍ରରେ ଏକ ବିରାଟ __________ ରୂପେ ଛିଡ଼ା ହୋଇଥାଏ ।
Answer:
ତିବନ୍ଧକ

୩୮ । ଭୂମି-ପୁତ୍ର ତତ୍ତ୍ୱ __________ ର ଅନ୍ୟ ଏକ ପରିପ୍ରକାଶ ।
Answer:
ଆଞ୍ଚଳିକତାବାଦ

୩୯ । ରାଜ୍ୟ-ରାଜ୍ୟ ମଧ୍ୟରେ ସୀମାକୁ ନେଇ ଉପୁଜୁଥ‌ିବା ମନୋମାଳିନ୍ୟ __________ ର ଆଉ ଏକ ରୂପ ।
Answer:
ଆଞ୍ଚଳିକତାବାଦ

CHSE Odisha Class 12 Sociology Unit 3 Objective Questions in Odia Medium

୪୦ । ଆଜିକାଲି ଆଞ୍ଚଳିକତାବାଦର ମୁଖ୍ୟ କାରଣଟି __________ ଅଟେ ।
Answer:
ରାଜନୈତିକ

୪୧ । ବିବିଧତା ମଧ୍ୟରେ ଏକତା ପ୍ରତିଷ୍ଠା କରିବାର ନାମ ହେଉଛି __________ ।
Answer:
ଜାତୀୟ ସଂହତି

୪୧ । __________ ଜାତୀୟ ଜୀବନରେ ସ୍ଥିରତା ଓ ସ୍ଥାୟିତ୍ଵ ଆଣି ଦେଇଥାଏ ।
Answer:
ଜାତୀୟ ସଂହତି

୪୩ । ଆଜିକାଲି ସାମ୍ପ୍ରଦାୟିକତା, ସନ୍ତ୍ରାସବାଦ, ଜାତିବାଦ ଓ ଆଞ୍ଚଳିକତାବାଦ ପ୍ରଭୃତି ବିଚ୍ଛିନ୍ନ ଜାତିବାଦୀ ଶକ୍ତିର ଅଭ୍ୟୁଦୟ ହେବା ଫଳରେ __________ ପ୍ରତି ଘୋର ବିପଦ ଦେଖାଦେଇଛି ।
Answer:
ଜାତୀୟ ସଂହତି

୪୪ । ଜାତୀୟ ସଂହତି ଏକ __________ ଧାରଣା ।
Answer:
ଭାଗବତ

୪୫ । ବାହାରୁ ଦେଖ‌ିଲେ ଜଣାପଡ଼େ ଭାରତୀୟ ସମାଜ __________ ପରିପୂର୍ଣ୍ଣ, ମାତ୍ର ଟିକିଏ ତଳେଇ ଦେଖୁଲେ __________ ହିଁ ଏହାର ମୂଳମନ୍ତ୍ର ।
Answer:
ବିବିଧତାରେ , ଏକତା

୪୬ । ବିବିଧତାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖୁବାରେ __________ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।
Answer:
ଜାତୀୟ ସଂହତି ।

୪୭ । ଯେଉଁ ପ୍ରକ୍ରିୟାଦ୍ଵାରା ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ପ୍ରତିହତ କରି ଦେଶର ଦେଶର ବିଭିନ୍ନ ବ୍ୟକ୍ତି ଓ ସମୂହ ମଧ୍ୟରେ ଏକତା ପ୍ରତିଷ୍ଠା ପରିବାର ପ୍ରୟାସ କରାଯାଇଥାଏ, ତାହାକୁ __________ କୁହନ୍ତି ।
Answer:
ଜାତୀୟ ସଂହତି ।

୪୮ । ବିବିଧତା ମଧ୍ୟରେ ଏକତା ସୃଷ୍ଟି କରିବା __________ ସରଳ ପରିପ୍ରକାଶ ।
Answer:
ଜାତୀୟ ସଂହତିର ।

୪୯ । ଆମ ଦେଶରେ ପରିଦୃଷ୍ଟ ଜାତୀୟ ସଂହତିକୁ ବିଶମ୍‌ଙ୍କ ଭାଷାରେ __________ ନାମରେ ପରିଭାଷିତ କରାଯାଇପାରେ ।
Answer:
ଜାତୀୟ ସଂହତି ।

(ଗ) ଭ୍ରମ ସଂଶୋଧନ କର ।

୧ । ୨୦୦୧ ମସିହାରେ ମୁମ୍ବାଇ ସାଲର ତାଜ ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ଆତଙ୍କବାଦ ସଂଘଟିତ ହୋଇଥିଲା ।
Answer:
୨୦୦୧ ମସିହାରେ ମୁମ୍ବାଇ ସଲର ତାଜ୍ ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ଆତଙ୍କବାଦ ସଂଘଟିତ ହୋଇଥିଲା ।

୨ । ପୂର୍ବରୁ କେତେକ ପ୍ରଚ୍ୟ ଦେଶମାନଙ୍କରେ ଆତଙ୍କବାଦ ରହିଥିଲା ।
Answer:
ପୂର୍ବରୁ କେବଳ ପାଶ୍ଚାତ୍ୟ ଦେଶମାନଙ୍କରେ ଆତଙ୍କବାଦ ରହିଥିଲା ।

୩ । ମ୍ୟାକ୍ସୱେବରଙ୍କ ମତରେ, ଆତଙ୍କବାଦ ହେଉଛି ଏକ ରାଜନୈତିକ ସ୍ୱାର୍ଥ ପ୍ରଣୋଦିତ ସାମୂହିକ ହିଂସାକାଣ୍ଡ ।”
Answer:
ଏମ୍. ଆର. ସ୍କାରପିଟ୍ ଓ ଏମ. ଏଲ. ଆଣ୍ଡରସନଙ୍କ ମତରେ ‘ଆତଙ୍କବାଦ ହେଉଛି ଏକ ରାଜନୈତିକ ସ୍ୱାର୍ଥ ପ୍ରଣୋଦିତ ସାମୂହିକ ହିଂସାକାଣ୍ଡ ।’’

୪ । ମହାରାଷ୍ଟ୍ରରେ ତାମିଲ ସେନା, ଗୁଜୁରାଟରେ ଶିବ ସେନା ଓ ଉତ୍ତର ଭାରତରେ ହିନ୍ଦୀ ସେନା ଆର୍ଥନିକବାଦର ପୃଷ୍ଠଭୂମିରେ ରହିଛନ୍ତି ।
Answer:
ମହାରାଷ୍ଟ୍ରରେ ଶିବ ସେନା, ଗୁଜୁରାଟରେ ସରଦାର ସେନା ଓ ଉତ୍ତରଭାରତରେ ହିନ୍ଦୀ ସେନା ଆର୍ଥନୈତିକତାବାଦର ପୃଷ୍ଠଭୂମିରେ ରହିଛନ୍ତି ।

୫ । ଯେଉଁ ପ୍ରକ୍ରିୟା ଦ୍ଵାରା ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ପ୍ରତିହତ କରି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଏକତା ପ୍ରତିଷ୍ଠା କରାଯାଇଥାଏ, ସେହି ପ୍ରକ୍ରିୟା ହେଉଛି ଜାତୀୟ ଜାଗରଣ ।
Answer:
ଯେଉଁ ପ୍ରକ୍ରିୟା ଦ୍ବାରା ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ପ୍ରତିହତ କରି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଏକତା ପ୍ରତିଷ୍ଠା କରାଯାଇଥାଏ, ସେହି ପ୍ରକ୍ରିୟା ହେଉଛି ଜାତୀୟ ସଂହତି ।

୬ । ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଭାରତରେ ନିର୍ଦ୍ଦିଷ୍ଟ ଧର୍ମର ନୀତିଗୁଡ଼ିକୁ ସମ୍ମାନ ଦିଆଯାଇଥାଏ ।
Answer:
ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଭାରତରେ ଧର୍ମ ନିରପେକ୍ଷ ନୀତିଗୁଡ଼ିକୁ ସମ୍ମାନ ଦିଆଯାଇଥାଏ ।

୭ । ହିନ୍ଦୀକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରାଯିବାରୁ ଅଣହିନ୍ଦୀଭାଷୀ ରାଜ୍ୟରୁ ଲୋକମାନଙ୍କ ମଧ୍ୟରେ ଈର୍ଷାଭାବ ବଢ଼ି ଆଞ୍ଚଳିକତାବାଦକୁ ଉତ୍ସାହିତ କଲା ।
Answer:
ହିନ୍ଦୀକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରାଯିବାରୁ ଅଣହିନ୍ଦୀଭାଷୀ ରାଜ୍ୟର ଲୋକମାନଙ୍କ ମଧ୍ୟରେ ଈର୍ଷାଭାବ ବଢ଼ି ଭାଷାବାଦକୁ ଉତ୍ସାହିତ କଲା ।

CHSE Odisha Class 12 Sociology Unit 3 Objective Questions in Odia Medium

୮ । ଭାଷାବାଦ ଦୂରୀକରଣପାଇଁ ଜାତୀୟ ସମ୍ବଳର ସମବଣ୍ଟନ ଉପରେ ଅଧିକ ଗୁରୁତ୍ଵ ଦିଆଯିବା ଦରକାର ।
Answer:
ଆଞ୍ଚଳିକତାବାଦ ଦୂରୀକରଣପାଇଁ ଜାତୀୟ ସମ୍ବଳର ସମବଣ୍ଟନ ଉପରେ ଅଧିକ ଗୁରୁତ୍ଵ ଦିଆଯିବା ଦରକାର ।

୯ । ପ୍ରଫେସର ଏମ. ଏନ୍. ଶ୍ରୀନିବାସଙ୍କ ମତରେ ଆନ୍ତଃ-ଜାତି ବିବାହ ଦ୍ୱାରା ଜାତିବାଦକୁ ଦୂର କରାଯାଇପାରିବ ।
Answer:
ପ୍ରଫେସର ଜି. ଏସ୍. ଘୁରେଙ୍କ ମତରେ ଆନ୍ତଃ-ଜାତି ବିବାହ ଦ୍ବାରା ଜାତିବାଦକୁ ଦୂର କରାଯାଇପାରିବ ।

୧୦ । ଜାତୀୟ ସଂହତି କହିଲେ ଜାତୀୟ ଗୁରୁତ୍ବକୁ ହିଁ ବୁଝାଯାଏ ।
Answer:
ଜାତୀୟ ସଂହତି କହିଲେ ଜାତୀୟ ଏକତାକୁ ହିଁ ବୁଝାଯାଏ ।

୧୧ । ଜାତୀୟ ସଂହତି ହେଉଛି ପ୍ରକୃତରେ ଏକ ସାଂସ୍କୃତିକ ସଂହତି ।
Answer:
ଜାତୀୟ ସଂହତି ହେଉଛି ପ୍ରକୃତରେ ଏକ ଆବେଗିକ ସଂହତି ।

୧୨ । ଜାତିବାଦ ନିଜ ଜାତି ପ୍ରତି ଥ‌ିବା ଅତିଶୟ ଗୁରୁତ୍ୱକୁ ବୁଝାଇଥାଏ ।
Answer:
ଜାତିବାଦ ନିଜ ଜାତି ପ୍ରତି ଥ‌ିବା ଅତିଶୟ ଆନୁଗତ୍ୟକୁ ବୁଝାଇଥାଏ ।

୧୩ । ଅନ୍ୟ ଅଞ୍ଚଳର ସ୍ୱାର୍ଥ ତଥା ଜାତୀୟ ସ୍ୱାର୍ଥ ପ୍ରତି ଦୃଷ୍ଟି ନ ଦେଇ କେବଳ ନିଜ ଅଞ୍ଚଳର ଉନ୍ନତି ଏବଂ ସ୍ବାର୍ଥ ପ୍ରତି ଦୃଷ୍ଟିଦେବାକୁ ଉଗ୍ର ଜାତୀୟତା ବାଦ କୁହାଯାଏ ।
Answer:
ଠିକ୍ ।

୧୪ । ମାମ୍ପଦାୟିକତା ଏକ ସାର୍ବଜନୀନବାଦ ଅଟେ ।
Answer:
ସାମ୍ପ୍ରଦାୟିକତା ଏକ ଆଦର୍ଶବାଦ ଅଟେ ।

୧୫ । ସାମ୍ପ୍ରଦାୟିକତାକୁ ଧର୍ମର ଅର୍ଥନୀତିକରଣ ବୋଲି କୁହାଯାଏ ।
Answer:
ସାମ୍ପ୍ରଦାୟିକତାକୁ ଧର୍ମର ରାଜନୀତିକରଣ ବୋଲି କୁହାଯାଏ ।

୧୬ । ଆଞ୍ଚଳିକତାବାଦ ଜାତୀୟ ସଂହତିରେ ଗୁରତ୍ୱ ସୃଷ୍ଟି କରେ ।
Answer:
ଆଞ୍ଚଳିକତାବାଦ ଜାତୀୟ ସଂହତିରେ ପ୍ରତିବନ୍ଧକ ସୃଷ୍ଟି କରେ ।

୧୭ । ଆଞ୍ଚଳିକତାବାଦ ରାଷ୍ଟ୍ରୀୟ ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରେ ।
Answer:
ଠିକ୍ ଅଛି ।

୧୮ । ଭୂମି-ପୁତ୍ର ତତ୍ତ୍ଵ ଜାତିବାଦର ଏକ ପରିପ୍ରକାଶ ।
Answer:
ଭୂମି-ପୁତ୍ର ତତ୍ତ୍ବ ଆଞ୍ଚଳିକତାବାଦର ଏକ ପରିପ୍ରକାଶ ।

୧୯ । ଯେତେବେଳେ ଜଣେ ବ୍ୟକ୍ତି ନିଜ ଜାତି ସପକ୍ଷରେ ଅନ୍ଧ ବିଚାର ଓ ଅନ୍ୟ ଜାତି ପ୍ରତି ବିରୋଧ ଦେଖାଏ, ତାହାକୁ ସାମ୍ପ୍ରଦାୟିକତାବାଦ କୁହାଯାଏ ।
Answer:
ଯେତେବେଳେ ଜଣେ ବ୍ୟକ୍ତି ନିଜ ଜାତି ସପକ୍ଷରେ ଅନ୍ଧ ବିଚାର ଓ ଅନ୍ୟ ଜାତି ପ୍ରତି ବିରୋଧ ଦେଖାଏ ତାହାକୁ ଆଞ୍ଚଳିକତାବାଦର କୁହାଯାଏ ।

୨୦ । ଏଚ୍. ଏନ୍. ଗାନି କହିଛନ୍ତି, ‘ ଗୋଟିଏ ଦେଶର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଏକ ସାଧାରଣ ପରିଚୟ ସୃଷ୍ଟି କରିବାର ଆତ୍ମୀକରଣକୁ ଜାତୀୟ ସଂହତି କୁହାଯାଏ ।
Answer:
ବେଞ୍ଜାମିନ୍ କହିଛନ୍ତି, ‘‘ ଗୋଟିଏ ଦେଶର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଏକ ସାଧାରଣ ପରିଚୟ ସୃଷ୍ଟି କରିବାର ଆତ୍ମୀକରଣକୁ ଜାତୀୟ ସଂହତି କୁହାଯାଏ ।

CHSE Odisha Class 12 Sociology Unit 3 Objective Questions in Odia Medium

୨୧ । ସଂହତି ଏକ ଆବେଗ ଅଟେ ।
Answer:
ସଂହତି ଏକ ଜାତୀୟ ଏକତା, ଜାତି ପ୍ରତି ଆନୁଗତ୍ୟ ଓ ମନୋଭାବକୁ ବୁଝାଇଥାଏ ।

୨୨ । ଜାତୀୟ ସଂହତି ଏକ ଅର୍ଥନୈତିକ ପ୍ରକ୍ରିୟା ।
Answer:
ଜାତୀୟ ସଂହତି ଏକ ମନସ୍ତାତ୍ତ୍ଵିକ ପ୍ରକ୍ରିୟା ।

୨୩ । ଜାତୀୟ ସଂହତି ବିବିଧତା ସ୍ଥାପନ କରେ ।
Answer:
ଜାତୀୟ ସଂହତି ଏକତା ସ୍ଥାପନ କରେ ।

୨୪ । ଜାତୀୟ ସଂହତି ବ୍ୟକ୍ତିସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରିଥାଏ ।
Answer:
ଜାତୀୟ ସଂହତି ବ୍ୟକ୍ତିସ୍ୱାର୍ଥକୁ ଗୁରୁତ୍ୱ ଦେଇ ନଥାଏ ।

୨୫ । ଜାତୀୟ ସଂହତି ପ୍ରତ୍ୟେକ ନାଗରିକକୁ ବିଭାଜିତ କରିଥାଏ ।
Answer:
ଜାତୀୟ ସଂହତି ପ୍ରତ୍ୟେକ ନାଗରିକକୁ ଏକାଠି କରିଥାଏ ।

୨୬ । ସାମ୍ପ୍ରଦାୟିକତା ଜାତୀୟ ସଂହତିକୁ ସୁଦୃଢ଼ କରିଥାଏ ।
Answer:
ସାମ୍ପ୍ରଦାୟିକତା ଜାତୀୟ ସଂହତିକୁ କ୍ଷୁଣ୍ଣ କରିଥାଏ ।

୨୭ । ସାମ୍ପ୍ରଦାୟିକତା ବ୍ୟକ୍ତିର ସ୍ବଭାବ ଓ ବିଚାରଧାରା ଅଟେ ।
Answer:
ସାମ୍ପ୍ରଦାୟିକତା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପ୍ରତିଯୋଗିତା ଓ ଶତ୍ରୁତା ମନୋଭାବ ଅଟେ ।

୨୮ । ସାମ୍ପ୍ରଦାୟିକତା ଜନସାଧାରଣଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ସୃଷ୍ଟି କରିଥାଏ ।
Answer:
ସାଂପ୍ରଦାୟିକତା ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷ ଓ ହିଂସା ସୃଷ୍ଟି କରିଥାଏ ।

(ଘ) ଗୋଟିଏ ଶବ୍ଦ ବା ବାକ୍ୟରେ ଉତ୍ତର ଦିଅ ।

୧ । ସାମ୍ପ୍ରଦାୟିକତାବାଦ କ’ଣ ?
Answer:
ଯେତେବେଳେ କୌଣସି ଗୋଟିଏ ସମୁଦାୟର ସଦସ୍ୟମାନେ ଅନ୍ୟ ସମୁଦାୟର ସଦସ୍ୟମାନଙ୍କୁ ଘୃଣାଚକ୍ଷୁରେ ଦେଖନ୍ତି ଓ ପରସ୍ପର ମଧ୍ୟରେ ଧର୍ମୀୟ ହିଂସା ଓ ଅସହ୍ୟତାର ବାତାବରଣ ସୃଷ୍ଟି କରନ୍ତି, ତାହାକୁ ସାମ୍ପ୍ରଦରୟିକତାବାଦ କୁହାଯାଏ ।

୨ । ସାମ୍ପ୍ରଦାୟିକତାବାଦର ଏକ ଲକ୍ଷଣକୁ ଲେଖ ?
Answer:
ଏହା ପୃଥକ ରାଷ୍ଟ୍ର ନିର୍ମାଣ କରିବାକୁ ମଧ୍ୟ ଷଡ଼ଯନ୍ତ୍ର କରିପାରେ ।

୩ । ସାମ୍ପ୍ରଦାୟିକତାବାଦର ଦୁଇଟି କାରଣ ଲେଖ ?
Answer:
(i) ରାଜନୈତିକ କାରଣ,
(ii) ଧର୍ମନିରପେକ୍ଷତାବାଦର ଅବକ୍ଷୟ

୪ । ସାମ୍ପ୍ରଦାୟିକତା ଦୂରୀକରଣ ପାଇଁ ଏକ ପଦକ୍ଷେପ ଲେଖ ?
Answer:
ଚରମପନ୍ଥୀ ସନ୍ତ୍ରାସବାଦର ମୂଳୋତ୍ପାଟନ ।

CHSE Odisha Class 12 Sociology Unit 3 Objective Questions in Odia Medium

୫ । ଆତଙ୍କବାଦ କ’ଣ ?
Answer:
କୌଣସି ଏକ ଗୋଷ୍ଠୀ ବେଆଇନଭାବରେ ବଳ ପ୍ରୟୋଗ ହିଂସା, ନରହତ୍ୟାକୁ ମାଧମରୂପେ ବ୍ୟବହାର କରି ନିଜର ସାର୍ଥ ହାସଲ କରିବାକୁ ଆତଙ୍କବାଦ କୁହାଯାଏ ।

୬ । ଆତଙ୍କବାଦର ଏକ ସଂଲେଖ ।
Answer:
ଏଫ୍. ଆଇ ସ୍ପାରପିଟ୍ ଓ ଏମ୍. ଏଲ୍ ଆଣ୍ଡରସନ୍‌ଙ୍କ ମତରେ ‘ଆତଙ୍କବାଦ ହେଉଛି ଏକ ରାଜନୈତିକ ସାର୍ଥ ପ୍ରଣୋଦିତ ହିଂସାକାଣ୍ଡ’’ ।

୭ । ଆତଙ୍କବାଦର ଏକ ଲକ୍ଷଣ ଲେଖ ?
Answer:
ଆତଙ୍କବାଦ ଏକ ଅଗଣତାନ୍ତ୍ରିକ ଓ ବେଆନ କାର୍ଯ୍ୟ ଅଟେ ।

୮ । ଜାତିବାଦର ଏକ ସଂଜ୍ଞା ପ୍ରଦାନ କର ?
Answer:
କାକା କାଲେଲ୍‌କରଙ୍କ ମତରେ , ‘ଜାତିବାଦ ହେଉଛି ସା ଅନ୍ଧ ଏବଂ ଦାୟିକ ଗୋଷ୍ଠୀ ଅନୁଗତ୍ୟ ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ, ଓ ବିଶ୍ଵ ଭ୍ରାତୃତ୍ବବାଦ ଆଦି ସୁସ୍ଥ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ ।’’

୯ । ଜତିବାଦର ଦୁଇଟି ଲକ୍ଷଣ ଲେଖ ?
Answer:
(i) ଜାତିବାଦ କେତେକ ଗୋଷ୍ଠୀ ବା ଜାତୀରେ ଏକତ୍ରୀକରଣ ଅଟେ ।
(ii) ନିଜ ଜାତୀର ସାର୍ଥ, ସାମର୍ଥ୍ୟକୁ ବଜାୟ ରଖୁବା ପାଇଁ ଜାତିବାଦର ସୃଷ୍ଟି ।

୧୦ । ଜାତିବାଦର ନିରାକରଣ ନିମନ୍ତେ ଦୁଇଟି ପଦକ୍ଷେପ ଲେଖ ?
Answer:
(i) ବିଜ୍ଞାନସମ୍ମତ ଶିକ୍ଷା
(ii) ଆନ୍ତଃଜାତି ବିବାହ

୧୧ । ଜାତିବାଦର ଦୁଇଟି କାରଣ ଲେଖ ?
Answer:
(i) ଜାତି ପ୍ରତିଷ୍ଠା ପାଇଁ ପ୍ରତିଯୋଗୀତା ।
(ii) ବିବାହ ଓ ସାମାଜିକ ମିଳାମିଶାରେ ନିଷେଧ ।

୧୨ । ଆଞ୍ଚଳିକବାଦ କହିଲେ କ’ଣ ବୁଝ ?
Answer:
ବ୍ୟକ୍ତି ନିଜେ ବାସ କରୁଥିବା ଅଞ୍ଚଳକୁ ଭଲ ପାଇବା ସେଥ୍ୟପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ ଆଞ୍ଚଳିକଦାବ କୁହାଯାଏ ଯତା ଅନ୍ୟ ଅଞ୍ଚଳକୁ ଗୌଣ ମନେକରିବା ।

୧୩ । ଅର୍ଥନୈତିକବାଦର ଦୁଇଟି ଲକ୍ଷଣ ଲେଖ ?
Answer:
(i) ଏହା ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଶୃଷ୍ଟିକରେ ।
(ii) ଆଞ୍ଚଳିକତାବାଦ ଫଳରେ କେତେକ ସଂକୀର୍ଣ୍ଣ ମନୋଭାବକୁ ପ୍ରଦର୍ଶନ କରିଥାଏ ।

୧୪ । ଆଞ୍ଚଳିକତା ବାଦର ଦୁଇଟି କାରଣ ଲୋକ ?
Answer:
(i) ଭୌଗୋଳିକ କାରଣ
(ii) ଐତିହାସିକ କାରଣ

୧୫ । ଆଞ୍ଚଳିକତାବାଦ ଦୂରୀକରଣ ନିମନ୍ତେ ଦୁଇଟି ପଦକ୍ଷେପ ଲେଖ ?
Answer:
(i) ପରିବର୍ତ୍ତନ ଓ ଯୋଗାଯୋଗ ସୁବିଧାର ଉନ୍ନତି
(ii) ଅର୍ଥନୈତିକ ସୁବିଧାସୁଯୋଗ ।

୧୪ । ଆଞ୍ଚଳିକତା ବାଦର ଦୁଇଟି କାରଣ ଲୋକ ?
Answer:
(i) ଭୌଗୋଳିକ କାରଣ
(ii) ଐତିହାସିକ କାରଣ

୧୫ । ଆଞ୍ଚଳିକତାବାଦ ଦୂରୀକରଣ ନିମନ୍ତେ ଦୁଇଟି ପଦକ୍ଷେପ ଲେଖ ?
Answer:
(i) ପରିବର୍ତ୍ତନ ଓ ଯୋଗାଯୋଗ ସୁବିଧାର ଉନ୍ନତି
(ii) ଅର୍ଥନୈତିକ ସୁବିଧାସୁଯୋଗ ।

୧୬ । ଆଞ୍ଚଳିକତାବାଦର ଉଗ୍ର ସ୍ଵରୂପକୁ କ’ଣ କୁହାଯାଏ ?
Answer:
ବିଚ୍ଛିନ୍ନତାବାଦ

୧୭ । ଭାରତରେ ଜାତିବାଦର ଏକ ପ୍ରଭାବ ଦର୍ଶାଅ ।
Answer:
ରାଷ୍ଟ୍ରୀୟ ଐକ୍ୟରେ ପ୍ରତିବନ୍ଧକ

୧୮ । ‘Caste in Indian Politics’ ପୁସ୍ତକର ରଚୟିତା କିଏ ?
Answer:
ରଜନୀ କୋଠାରୀ

୧୯ । Modernity of Tradition ପୁସ୍ତକ କିଏ ରଚନା କରିଥିଲେ ?
Answer:
ରୁଡ଼ଲଫ୍ ଏବଂ ରୁଡ଼ଲଫ୍

୨୦ । ଆତଙ୍କବାଦ କେଉଁ ଶବ୍ଦରୁ ଉଦ୍ଧୃତ ହୋଇଅଛି ?
Answer:
ଲାଟିନ୍ ଶବ୍ଦରୁ

CHSE Odisha Class 12 Sociology Unit 3 Objective Questions in Odia Medium

୨୧ । ଆତଙ୍କବାଦ ଶବ୍ଦଟି କେଉଁ ଲାଟିନ୍ ଶବ୍ଦରୁ ଉଦ୍ଧୃତ ହୋଇଅଛି ?
Answer:
ଟେରେରେ (Terrere)

୨୨ । ଆତଙ୍କବାଦର ସଂଜ୍ଞା କେଉଁ ମସିହାରେ ପ୍ରଦାନ କରାଯାଇଥିଲା ?
Answer:
୧୯୩୭ ମସିହାରେ

୨୩ । ଆତଙ୍କବାଦ ଲୋକମାନଙ୍କ ମନରେ କ’ଣ ସୃଷ୍ଟି କରେ ?
Answer:
ଭୟ

୨୪ । ଗୋଟିଏ ଆତଙ୍କବାଦୀ ଦଳର ନାମ ଉଲ୍ଲେଖ କର ।
Answer:
ଲସ୍କର-ଇ-ତୋଇବା

୨୫ । ଓଡ଼ିଶାର କେତେଗୋଟି ଜିଲ୍ଲା ମାଓ ଆତଙ୍କର ସମ୍ମୁଖୀନ ହେଉଅଛି ?
Answer:
୧୮ ଗୋଟି

୨୬ । ଆତଙ୍କବାଦର ଏକ ବୈଶିଷ୍ଟ୍ୟ ଦର୍ଶାଅ ।
Answer:
ଆତଙ୍କବାଦ ଭୟ ପ୍ରଦର୍ଶନ କରିଥାଏ ।

୨୭ । ଆତଙ୍କବାଦର ଏକ କାରଣ ଦର୍ଶାଅ ।
Answer:
ଦାରିଦ୍ର୍ୟ ଓ ବେକାରି

୨୮ । ଆତଙ୍କବାଦର ସମାଜ ଉପରେ ଏକ ପ୍ରଭାବ ଲେଖ ।
Answer:
ଆତଙ୍କବାଦ ଧନଜୀବନ ହାନି କରିଥାଏ ।

୨୯ । ଆତଙ୍କବାଦର ଏକ ସଂଜ୍ଞା ଲେଖ ।
Answer:
ଆତଙ୍କବାଦ ହେଉଛି ଏକ ରାଜନୈତିକ ସ୍ଵାର୍ଥପ୍ରଣୋଦିତ ସାମୂହିକ ହିଂସାକାଣ୍ଡ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Odisha State Board BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ Textbook Exercise Questions and Answers.

BSE Odisha Class 9 Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ପଠିତ କବିତାରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ବୁଲନ୍ତି ___________________ କୁଳ ହୋଇ ଯୋଡ଼ା ଯୋଡ଼ା ।
(ଖ) କେମନ୍ତେ ସେ _______________ ବାଳା କଣ୍ଠତଟୁ ଦେଲା ହୁଳହୁଳି ।
(ଗ) ମାରିବାକୁ ହବ ଲକ୍ଷ _______________________ ଫୋପାଡ଼ି ଲକ୍ଷ ତୀର ।
(ଘ) ଜନ୍ମଭୂଇଁର ମଙ୍ଗଳ ଲାଗି ___________________ ଦେବାକୁ ହେବ ।
(ଙ) ଆଗେ ବାଜୁଥ‌ିବ _______________________ ବାଜା ପଛେ ଆସୁଥୁବ ତମେ ।
Answer:
(କ) ବୁଲନ୍ତି ଶ୍ୱାପଦ କୁଳ ହୋଇ ଯୋଡ଼ା ଯୋଡ଼ା ।
(ଖ) କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଟୁ ଦେଲା ହୁଳହୁଳି ।
(ଗ) ମାରିବାକୁ ହବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।
(ଘ) ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ ।
(ଙ) ଆଗେ ବାଜୁଥୁବ ସଂଗ୍ରାମ ବାଜା ପଛେ ଆସୁଥ୍ ତମେ ।

Question ୨।
ନିମ୍ନଲିଖ ଉକ୍ତିଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ଠିକ୍ ସେଗୁଡ଼ିକୁ ଲେଖ ।
(କ) ପାଇକ ବାଦ୍ୟ ରଣ-ଶିଙ୍ଗା ବର୍ତ୍ତମାନ ଓଡ଼ିଶାର ସବୁଠାରେ ବାଜୁଛି ।
(ଖ) ଓଡ଼ିଶାର ଐତିହ୍ୟସମ୍ପନ୍ନ ସ୍ଥାନଗୁଡ଼ିକରୁ ଅନେକ ଅବହେଳିତ ଭାବରେ ପଡ଼ିଛି ।
(ଗ) ପାଇକବଧୂମାନେ ନିଜ ହାତରେ ସ୍ଵାମୀମାନଙ୍କୁ ସଜ୍ଜିତ କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ ।
(ଘ) ସ୍ଵାମୀଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇଦେଇ ପାଇକବଧୂ ଘରେ ଗୁମୁରି କାନ୍ଦୁଥିଲା ।
(ଙ) ଜୀବନକୁ ଉପଭୋଗରେ ବିତାଇ ଦେବାକୁ ମଣିଷ ଜନ୍ମ ହୋଇଛି ।
Answer:
(ଖ) ଓଡ଼ିଶାର ଐତିହ୍ୟସମ୍ପନ୍ନ ସ୍ଥାନଗୁଡ଼ିକରୁ ଅନେକ ଅବହେଳିତ ଭାବରେ ପଡ଼ିଛି ।
(ଗ) ପାଇକବଧୂମାନେ ନିଜ ହାତରେ ସ୍ଵାମୀମାନଙ୍କୁ ସଜ୍ଜିତ କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୩।
ନିମ୍ନଲିଖ୍ ସମୋଚ୍ଚାରିତ ଶବ୍ଦର ଅର୍ଥ ଲେଖ ।
କୁଳ – କୂଳ, ଲକ୍ଷ – ଲକ୍ଷ୍ୟ, ଶର – ସର, ଅନଳ – ଅନିଳ
Answer:
କୁଳ – ବଂଶ
କୂଳ – ନଦୀତଟ
ଲକ୍ଷ – ସଂଖ୍ୟ।ବିଶେଷ
ଲକ୍ଷ୍ୟ – ଉଦ୍ଦେଶ୍ୟ/ଏକାଗ୍ରତା
ଶର – ତୀର/ବାଣ
ସର – ପୋଖରୀ/ଦୁଧସର
ଅନଳ – ପବନ
ଅନିଳ – ପବନ

Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ବନ, ଘୋଡ଼ା, ସମୀରଣ, ଲକ୍ଷ୍ମୀ, ଶୈଳ ।
Answer:
ବନ – କାନନ, ଅଟବୀ, ଅରଣ୍ୟ, ବିପିନ
ଘୋଡ଼ା – ଅଶ୍ଵ, ବାଜ୍, ତୁରଗ, ତୁରଙ୍ଗ
ସମୀରଣ – ପବନ, ସମୀର, ମରୁତ, ଅନିଳ
ଲକ୍ଷ୍ମୀ – ପଦ୍ମାଳୟା, କମଳା, ଶ୍ରୀ, ଇନ୍ଦିରା
ଶୈଳ – ପର୍ବତ, ମହୀଧର, ଗିରି, ଅଚଳ

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଲିଙ୍ଗ ପରିବର୍ତ୍ତନ କର ।
ତରୁଣୀ, ବୀର, ଘୋଡ଼ା, ପ୍ରିୟତମ, ବଧୂ
Answer:
ତରୁଣୀ – ତରୁଣ
ବୀର – ବୀରା/ବାରାଙ୍ଗନା
ଘୋଡ଼ା – ଘୋଡ଼ୀ
ପ୍ରିୟତମ – ପ୍ରିୟତମା
ବଧୂ – ବର

Question ୬।
ନିମ୍ନଲିଖ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଶମଶାନ, ଶଇଳ, ସଇନ, ଗଉରବ, ଯତନ
Answer:
ଶମଶାନ – ଶ୍ମଶାନ
ଶଇଳ – ଶୈଳ
ସଇନ – ସୈନ୍ୟ
ଗଉରବ – ଗୌରବ
ଯତନ – ଯତ୍ନ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୭।
ନିମ୍ନରେ ଲେଖାଯାଇଥିବା ପ୍ରତ୍ୟେକ ଧାଡ଼ିରୁ ଭିନ୍ନ ଶବ୍ଦଟିକୁ ବାଛ ।
(କ) ଅତୀତ, ପୂର୍ବତନ, ଅତୀବ, ପ୍ରାଚୀନ, ପୁରାତନ
(ଖ) ଖଣ୍ଡା, ବନ୍ଧୁକ, ତୋପ, ଢାଲ, ଛୁରୀ
(ଗ) ସମୀରଣ, କାକର, ପବନ, ମଳୟ, ବାଆ
(ଘ) ଘୋଡ଼ା, ବଳଦ, ଗଧ, କୁକୁର, ବିଲୁଆ
(ଙ) ବାଳକ, ବାଳିକା, ତରୁଣ, ବୃଦ୍ଧ, ପ୍ରୌଢ଼
Answer:
(କ) ଅତୀତ
(ଖ) ଢାଲ
(ଗ) କାକର
(ଘ) ବିଲୁଆ
(ଙ) ବାଳିକା

Question ୮।
ନିମ୍ନରେ ଦିଆଯାଇଥ‌ିବା ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦକୁ ମିଳାଅ ।
Answer:
BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ 1
Answer:
BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ 2

Question ୯।
ନିମ୍ନରେ ‘ସୋହାଗେ’ର ଚାରିଗୋଟି ଅର୍ଥ ଦିଆଯାଇଛି । ଠିକ୍ ଅର୍ଥଟିକୁ ବାଛ ।
(କ) ଅତି ଘୃଣାରେ, (ଖ) ଅତି ସ୍ନେହରେ, (ଗ) ଅତି ଈର୍ଷାରେ, (ଘ) ଅତି ଯତ୍ନରେ
Answer:
(ଖ) ଅତି ସ୍ନେହରେ ।

Question ୧୦ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ ।
ସମର, ସଂଗ୍ରାମ, ପ୍ରାଙ୍ଗଣ, ବିଜୟ, ଗୌରବ
Answer:
ସମର – ଉତ୍କଳୀୟ ପାଇକବୀର ସମର କ୍ଷେତ୍ରରେ ଅସାମାନ୍ୟ ବୀରତ୍ଵ ପ୍ରଦର୍ଶନ କରିଥିଲେ ।
ସଂଗ୍ରାମ – ଭାରତର ସ୍ବାଧୀନତା ସଂଗ୍ରାମ ଶାନ୍ତି ଓ ଅହିଂସା ଉପରେ ଆଧାରିତ ଥିଲା ।
ପ୍ରାଙ୍ଗଣ – କ୍ରୀଡ଼ା ପ୍ରାଙ୍ଗଣ ଛାତ୍ରଛାତ୍ରୀମାନଙ୍କ ପ୍ରିୟ ସ୍ଥାନ ।
ବିଜୟ – ନିଷ୍ଠାପର ଉଦ୍ୟମ ମନୁଷ୍ୟକୁ ବିଜୟ ଆଣିଦିଏ ।
ଗୌରବ – ଓଡ଼ିଶାର ପ୍ରାଚୀନ ଗୌରବ ମହିମାମୟ ଥିଲା

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୧।
ଶ୍ମଶାନ ପରି କ’ଣ ପଡ଼ିଛି ବୋଲି କବି କହିଛନ୍ତି ?
Answer:
ପ୍ରାଚୀନ ଉତ୍କଳର ଦୁର୍ଗ, ବନ ଓ ପ୍ରାନ୍ତର ଶ୍ମଶାନ ପରି ପଡ଼ିରହିଛି ବୋଲି କବି କହିଛନ୍ତି ।

Question ୧୨ ।
ଯୋଦ୍ଧାବେଶ କେଉଁମାନେ ଧାରଣ କରୁଥିଲେ ?
Answer:
ଅତୀତ ଉତ୍କଳର ଖଣ୍ଡାୟତ-ପାଇକମାନେ ଯୋଦ୍ଧାବେଶ ଧାରଣ କରୁଥିଲେ ।

Question ୧୩ ।
ସମୀରଣ କିପରି ବହିଯାଏ ?
Answer:
ସମୀରଣ ନୀରବରେ ଗୁଞ୍ଜରଣ କରି ବହିଯାଏ ।

Question ୧୪।
ଶ୍ଵାପଦକୁଳ କେଉଁଠାରେ ବୁଲୁଛନ୍ତି ?
Answer:
ଶ୍ୱାପଦକୁଳ ପ୍ରାଚୀନ ଦୁର୍ଗ, ବନ ଓ ପ୍ରାନ୍ତରରେ ବୁଲୁଛନ୍ତି ବୋଲି କବି କହିଛନ୍ତି ।

Question ୧୫ ।
ବୀରମାଟିକୁ ଦେଖ‌ିଲେ ମନରେ କି ଭାବନା ସୃଷ୍ଟି ହୁଏ ?
Answer:
ବୀରମାଟିକୁ ଦେଖ‌ିଲେ ମନରେ ଅତୀତର ଗୌରବାବହ ସ୍ମୃତି ଜାଗ୍ରତ ହେବା ସହିତ ରକ୍ତରେ ଉଷ୍ମତା ବୃଦ୍ଧି ପାଏ ।

Question ୧୬ ।
ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?
Answer:
ବୀରମାଟି ବୁକୁତଳେ ଲକ୍ଷ ଲକ୍ଷ ଓଡ଼ିଆ ପାଇକଙ୍କ ଗୌରବାବହ ବୀରଗାଥାକୁ ଚାପି ଧରି ପଡ଼ିରହିଛି ।

Question ୧୭ ।
ଖଣ୍ଡାୟତ ବଧୂ ନିଜର ସ୍ୱାମୀକୁ ବୀରବେଶରେ କିପରି ସଜ୍ଜିତ କରୁଥୁଲା ?
Answer:
ଖଣ୍ଡାୟତ ବଧୂ ନିଜ ସ୍ୱାମୀ କପାଳରେ ବିଜୟ ସିନ୍ଦୂର, ହାତରେ ତରବାରି, କାନ୍ଧରେ ଧନୁର୍ବାଣ, ପୃଷ୍ଠଦେଶରେ ତୁଣୀର ବାନ୍ଧି ବୀରବେଶରେ ସୁସଜ୍ଜିତ କରୁଥିଲା ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୧୮ ।
ଯୁଦ୍ଧକ୍ଷେତ୍ରକୁ ସ୍ୱାମୀକୁ ପଠାଇ ଖଣ୍ଡାୟତ ବଧୂ କିପରି ସମୟ କାଟୁଥୁଲା ?
Answer:
ଖଣ୍ଡାୟତ ବଧୂ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଅନୁଶୋଚନା ନ କରି ଆତଙ୍କିତ ନ ହୋଇ ସ୍ବାମୀର ଶୁଭ ମନାସି ବିଜୟ କାମନା କରି ସମୟ କାଟୁଥିଲା ।

Question ୧୯ ।
ବୀରବାଳା ତା’ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ କିପରି ପଠାଉଥିଲା ବୋଲି କବି କହିଛନ୍ତି ?
Answer:
ବୀରବାଳା ତା’ ସ୍ଵାମୀର ବକ୍ଷଦେଶରେ ମନ୍ଦାରମାଳା ପକାଇ ବୀରବେଶରେ ସଜାଇ ସମର ସଙ୍ଗୀତ ଗାଇ ରଣଶିଙ୍ଗା ବଜାଇ ଅର୍ଘ୍ୟଥାଳୀ ଧରି ହୁଳହୁଳି ଦେଇ ବନ୍ଦାପନା କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲା ।

Question ୨୦ ।
ବୀରବାଳା କେଉଁ ଗୀତ ଗାଉଥିଲେ ?
Answer:
ବୀରବାଳା ସମର ସଙ୍ଗୀତ ଗାଉଥିଲେ ।

Question ୨୧ ।
‘ଯିବାପାଇଁ ହବ ବୀର’ – ‘ବୀର’ ବୋଲି କାହାକୁ କିଏ ସମ୍ବୋଧନ କରିଛନ୍ତି ?
Answer:
‘ଯିବାପାଇଁ ହେବ ବୀର’ – ଏଠାରେ ‘ବୀର’ ବୋଲି ପାଇକବଧୂ ତା’ର ସ୍ୱାମୀକୁ ସମ୍ବୋଧନ କରିଅଛି ।

Question ୨୨ ।
କେଉଁ ଉଦ୍ଦେଶ୍ୟ ନେଇ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା କହିଛନ୍ତି ?
Answer:
ଜନ୍ମଭୂମିର ମଙ୍ଗଳ ପାଇଁ ଲକ୍ଷ ସୈନ୍ୟକୁ ମାରି ବିଜୟୀ ହେବା ଉଦ୍ଦେଶ୍ୟରେ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା ତା’ସ୍ଵାମୀକୁ କହିଛି ।

Question ୨୩ ।
କେତେବେଳେ ପ୍ରିୟତମଙ୍କୁ ପାଇକବଧୂ ଆଦର କରି ନେବେ ବୋଲି କବି କହିଛନ୍ତି ?
Answer:
ଯୁଦ୍ଧକ୍ଷେତ୍ରରେ ଶତ୍ରୁସଂହାର କରି ହାତରେ ବିଜୟ ବୈଜୟନ୍ତୀ ଉଡ଼ାଇ ବୀରଦର୍ପରେ ଆସୁଥ‌ିବା ସ୍ଵାମୀକୁ ଆଦରରେ ପାଛୋଟି ନେବାକୁ ଆଗେଇ ଆସିବ ବୋଲି କବି କହିଛନ୍ତି ।

Question ୨୪ ।
ଯୁଦ୍ଧଜୟୀମାନେ କିପରି ଫେରନ୍ତି ?
Answer:
ଯୁଦ୍ଧଜୟୀମାନେ ହାତରେ ବିଜୟବାନା ଧରି ବୀରବାଦ୍ୟ ତାଳେ ତାଳେ ଗର୍ବରେ ଜୟ ଜୟ କାର କରି ରଣଭୂମିରୁ ଫେରି ଥାଆନ୍ତି ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୨୫ ।
ତରୁଣୀ ଓ ଜନ୍ମଭୂଇଁ – ଏହି ଦୁଇଟି ମଧ୍ୟରୁ ବୀରର ପ୍ରିୟ କିଏ ହେବା ଉଚିତ ?
Answer:
ତରୁଣୀ ଓ ଜନ୍ମଭୂଇଁ – ଏ ଦୁଇଟି ମଧ୍ୟରୁ ଜନ୍ମଭୂଇଁ ବୀରର ପ୍ରିୟ ହେବା ଉଚିତ ।

Question ୨୬ ।
ବିଜୟୀ ସ୍ଵାମୀକୁ ଦେଖ‌ିଲେ ପାଇକବଧୂ ହୃଦୟରେ କି ଭାବ ଅନୁଭବ କରିବ ?
Answer:
ବିଜୟୀ ସ୍ଵାମୀଙ୍କୁ ଦେଖ‌ିଲେ ପାଇକବଧୂର ହୃଦୟ ଗର୍ବ ଓ ଗୌରବରେ ଉତ୍‌ଫୁଲ୍ଲିତ ହୋଇଉଠିବ ।

Question ୨୭ ।
କିଏ କାହାର ପଦବନ୍ଦନା କରିବ ?
Answer:
ବୀରବାଳା ପାଇକବଧୂ ଯୁଦ୍ଧବିଜୟୀ ବୀର ସ୍ବାମୀଙ୍କର ପଦବନ୍ଦନା କରିବ ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୮ ।
ଏଇ ଦୁର୍ଗ, ଏଇ ବନ, ଏ ନୀଳ ପ୍ରାନ୍ତର
ପଡ଼ିଅଛି ଶମଶାନ ପରି ।
Answer:
ଏଇ ଦୁର୍ଗ, …………………. ଶମଶାନ ପରି ।
ଏଠାରେ କବି ଅତୀତ ଉତ୍କଳର ଗୌରବୋଜ୍ଜ୍ଵଳ ଐତିହ୍ୟର ସ୍ମାରକୀ ଖୋର୍ଦ୍ଧାଗଡ଼ର ଭଗ୍ନଦୁର୍ଗ ଓ ପରିତ୍ୟକ୍ତ ସମରପ୍ରାଙ୍ଗଣର ଜରାଜୀର୍ଣ୍ଣ ଅବସ୍ଥା ଦର୍ଶନରେ କଳିଙ୍ଗ ପାଇକ ସେନାନୀର ଅଖଣ୍ଡ ବିକ୍ରମ ଓ ବୀରତ୍ଵର ସ୍ମୃତି ରୋମନ୍ଥନ କରିଛନ୍ତି ।

ଏକଦା ଖୋର୍ଦ୍ଧାଗଡ଼ର ଦୁର୍ଗ ଓଡ଼ିଆ ପାଇକ ବୀରମାନଙ୍କ ଅସ୍ତ୍ରଶସ୍ତ୍ରାଦିର ଝନତ୍‌କାରରେ ପ୍ରକମ୍ପିତ ହେଉଥିଲା । ଦୁର୍ଗ ସମ୍ମୁଖସ୍ଥ ପ୍ରାଙ୍ଗଣ ଥିଲା ସେମାନଙ୍କ ସମରାଭ୍ୟାସର ସ୍ଥଳୀ । ଯୁଦ୍ଧବାଦ୍ୟ ଓ ରଣଶିଙ୍ଗା ଧ୍ଵନିରେ ପ୍ରକମ୍ପିତ ହେଉଥିଲା ପାର୍ଶ୍ଵ ସ୍ଥ ବନଭୂମି ଓ ବିସ୍ତୀର୍ଣ୍ଣ ପ୍ରାନ୍ତର । ଦୁର୍ଗ ପରିପାର୍ଶ୍ବରେ ଶୁଣାଯାଉଥିଲା ଅଶ୍ଵମାନଙ୍କ ଟାପୁ ଶବ୍ଦ । କାଳର କରାଳ ବକ୍ଷରେ ଉତ୍କଳର ସେହି ଗୌରବାବହ ଅଧ୍ୟାୟ ହଜିଯାଇଛି । ଖଣ୍ଡାୟତ-ପାଇକବୀରଙ୍କ ରଣହୁଙ୍କାରରେ ଏକଦା ପ୍ରକମ୍ପିତ ସେହି ଦୁର୍ଗ କେବଳ ପରିତ୍ୟକ୍ତ ଶିଳାସମୂହରେ ପରିଣତ ହୋଇ ଗଡ଼ର ଗରିମାମୟ ଅତୀତର ମୂକସାକ୍ଷୀ ଭାବେ ଉଭା ହୋଇଛି । ସମରାଭ୍ୟାସ ନିମନ୍ତେ ଉଦ୍ଦିଷ୍ଟ ପ୍ରାଙ୍ଗଣ ଓ ପ୍ରାନ୍ତର ଶ୍ମଶାନ ତୁଲ୍ୟ ପଡ଼ିରହିଛି ।

ପାଇକ ସେନାନୀଙ୍କ ଶୌର୍ଯ୍ୟ, ବୀର୍ଯ୍ୟଭରା ସ୍ମୃତିର ସାକ୍ଷ୍ୟ ଦେବାପାଇଁ ଦୁର୍ଗ ପାର୍ଶ୍ଵଦେଶର ଘନବନାନୀ ଅଦ୍ୟାବଧୂ ରହିଥିଲେ ମଧ୍ୟ ଶ୍ଵାପଦସଙ୍କୁଳ ହୋଇପଡ଼ିଥିବାରୁ ଲୋକଲୋଚନ ଅନ୍ତରାଳକୁ ଚାଲିଯାଇଛି । କବି ଶ୍ମଶାନ ସମ ପଡ଼ିରହିଥ‌ିବା ଦୁର୍ଗ, ବନ ଓ ପ୍ରାନ୍ତରକୁ ଦେଖ୍ ସେହି ବୀରମାଟିର ଅତୀତକୁ ସ୍ମରଣ କରିଛନ୍ତି । କଳ୍ପନାର ପ୍ରତିସ୍ରୋତରେ ଯାଇ ସେ ଯୋଦ୍ଧବେଶରେ ସଜ୍ଜିତ ବୀର ଓଡ଼ିଆ ପାଇକମାନଙ୍କ ସମରାଭ୍ୟାସ ଦେଖାରିଛନ୍ତି ଓ ବୀରାଙ୍ଗନା ପାଇକବଧୂର ଅସାମାନ୍ୟ ଦେଶପ୍ରେମ ଲକ୍ଷ୍ୟ କରି ବିସ୍ମୟ ପ୍ରକାଶ କରିଛନ୍ତି ।

Question ୨୯।
ଏଇ ବୀର ମାଟି !
ଚାହିଁଲେ ନିମିଷେ ଯା’ରେ
ରକ୍ତ ଯାଏ ତାତି,
ରହିଅଛି ପଡ଼ି
ଅତୀତର ଲକ୍ଷବୀର ଗାଥା
ବୁକୁତଳେ ଧରି ।
Answer:
ଏଇ ବୀର ……………………………. ବୁକୁତଳେ ଧରି ।
ପ୍ରୋକ୍ତ ପଦ୍ୟାଶଟି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ‘ପାଇକବଧୂର ଉଦ୍‌ବୋଧନ’ ଦୀର୍ଘ କବିତାର ଅଂଶବିଶେଷ ସମଶୀର୍ଷକଧାରୀ କବିତାରୁ ଗୃହୀତ ।
ଏଠାରେ କବି ବୀରଭୂମି ଖୋର୍ଦ୍ଧାଗଡ଼ର ଭଗ୍ନ ଶିଳାସ୍ତୂପ ପ୍ରାୟ ପଡ଼ିରହିଥ‌ିବା ଦୁର୍ଗ ଏବଂ ସମ୍ମୁଖସ୍ଥ ବନ ଓ ପ୍ରାନ୍ତର ଦର୍ଶକ ପ୍ରାଣରେ କିପରି ଉତ୍କଳର ଗୌରବାବହ ଅତୀତ ସ୍ମୃତି ଜାଗରଣ କରେ ତାହା ଉପସ୍ଥାପନ କରିଛନ୍ତି ।

ଲାଲ୍‌ମାଟିର ଖୋର୍ଦ୍ଧାଗଡ଼ କଳିଙ୍ଗ ଖଣ୍ଡାୟତ-ପାଇକବୀରଙ୍କ ଶୌର୍ଯ୍ୟ, ବୀର୍ଯ୍ୟର ମୂକସାକ୍ଷୀ, ଉତ୍କଳର ଗୌରବୋଜ୍ଜ୍ବଳ ଐତିହ୍ୟର ସ୍ମାରକୀ । ଏକଦା ଓଡ଼ିଆ ପାଇକବୀରମାନଙ୍କ ଅସାମାନ୍ୟ ସମର କୌଶଳ ଓଡ଼ିଶାର ସୀମାକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ କରାଇଥିଲା । ସେମାନଙ୍କ ଅଖଣ୍ଡ ବୀରତ୍ଵ ଓ ଅତୁଳନୀୟ ଦେଶପ୍ରେମର ମୂକସାକ୍ଷୀ ହୋଇ ପଡ଼ିରହିଛି ଭଗ୍ନ ଦୁର୍ଗର ଶିଳାରାଶି । ସମ୍ମୁଖସ୍ଥ ପ୍ରାଙ୍ଗଣ, ଯାହା ଏକଦା ପାଇକବୀରମାନଙ୍କ ସମରାଭ୍ୟାସର ସ୍ଥଳୀ ଥିଲା, ତାହା ପରିତ୍ୟକ୍ତ ପ୍ରାନ୍ତରଭାବେ ଅଦ୍ୟାବଧୂ ଉଭା ହୋଇଛି ।

ସେହି ବୀରଭୂମି ଦର୍ଶନରେ ପ୍ରତିଟି ଓଡ଼ିଆ ନିଜକୁ ଗର୍ବିତ ଓ ଗୌରବାନ୍ବିତ ମନେକରେ । ପୂର୍ବପୁରୁଷଙ୍କ ସ୍ଵାଭିମାନ ଓ ବୀରତ୍ୱର ଗାଥା ତା’ର କର୍ଣ୍ଣକୁହରରେ ପ୍ରତିଧ୍ଵନିତ ହୋଇଉଠେ । ଧମନୀର ରକ୍ତ ପ୍ରବାହରେ ଉଷ୍ମତା ଭରିଯାଏ । ଚଳଚ୍ଚିତ୍ରର ଛବି ପରି ପାଇକବୀରଙ୍କ ଯୁଦ୍ଧଯାତ୍ରାର ଦୃଶ୍ୟ ମାନସପଟରେ ଉଦ୍ଭାସିତ ହୋଇ ଶରୀରରେ ରୋମାଞ୍ଚ ସୃଷ୍ଟି ହୁଏ । ଲକ୍ଷ ଲକ୍ଷ କଳିଙ୍ଗ ସେନାନୀଙ୍କ ଗରିମାମୟ ଯୁଦ୍ଧ କାହାଣୀକୁ ବୁକୁତଳେ ଚାପିଧରି ସେହି ବୀରମାଟି ପ୍ରତିଟି ଓଡ଼ିଆ ପ୍ରାଣରେ ଦେଶପ୍ରୀତି ଜାଗ୍ରତ କରେ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୩୦ ।
ମନ୍ଦାରର ମାଳା ବକ୍ଷ ପଟେ
ଲମ୍ବାଇଲା ଆଦରେ ଯତନେ ।
Answer:
ମନ୍ଦାରର ମାଳା ………………………… ଆଦରେ ଯତନେ ।
ଏଠାରେ କବି ବୀରବାଳା ପାଇକବଧୂ ନିଜ ସ୍ୱାମୀକୁ ଯୁଦ୍ଧଯାତ୍ରା ପାଇଁ କିପରି ଭାବେ ସୁସଜ୍ଜିତ କରେ ତାହା ବର୍ଣ୍ଣନା କରିଛନ୍ତି ।

କଳିଙ୍ଗର ବୀରାଙ୍ଗନା-ପାଇକବଧୂର ଅଖଣ୍ଡ ସାହସ ଓ ଅନନ୍ୟ ତ୍ୟାଗର ଅଶ୍ରୁତପୂର୍ବ ଦେଶପ୍ରୀତି ବର୍ଣ୍ଣନାରେ କବି ଶତମୁଖ ହୋଇଉଠିଛନ୍ତି । ଜଣେ ସାଧାରଣ ନାରୀ ନିଜ ସ୍ୱାମୀକୁ ଯୁଦ୍ଧର ଭୟାବହତାକୁ ଠେଲିଦେବାକୁ କଦାପି ଇଚ୍ଛାକରେ ନାହିଁ । କିନ୍ତୁ କଳିଙ୍ଗର ପାଇକବଧୂ ସ୍ଵାମୀକୁ ନିଜ ହାତରେ ବୀରବେଶରେ ସଜାଇ ଦେଇ ଦେଶ ପାଇଁ ଲଢ଼ିବାକୁ ସମରଭୂମିକୁ ପଠାଇ ଦେଉଥିଲା । ହାତରେ ଢାଲ, ତରବାରି, ତୁଣୀର ଓ ଧନୁର୍ବାଣ ଧରାଇ ବୀର୍ଯ୍ୟବତୀ ପାଇକ ରମଣୀ ଗଳାରେ ଲମ୍ବାଇ ଦେଉଥିଲା ମନ୍ଦାର ପୁଷ୍ପର ମାଳା ।

ଅର୍ଘ୍ୟଥାଳୀ ଧରି ସ୍ଵାମୀକୁ ବନ୍ଦାପନା କରି ଯୁଦ୍ଧଯାତ୍ରା ପାଇଁ ଗାଇଉଠୁଥିଲା ସମର ସଙ୍ଗୀତ । ହୁଳହୁଳି ଶବ୍ଦରେ ପ୍ରାଙ୍ଗଣ ପ୍ରକମ୍ପିତ କରି ହସ ହସ ମୁଖରେ ବିଦାୟ ଦେଉଥ୍‌ଲା ପ୍ରାଣପ୍ରିୟକୁ । ନବବିବାହିତା ପାଇକବଧୂ ସ୍ଵାମୀକୁ ଯୋଦ୍ଧବେଶରେ ସଜାଇ, ବୀରଦର୍ପରେ ଶତ୍ରୁବିନାଶ କରିବାକୁ ପ୍ରେରଣା ଦେବାପାଇଁ ରଣଶିଙ୍ଗା ନାଦରେ କରୁଥିଲା । ବୀରାଙ୍ଗନା ପାଇକବଧୂର ଅପୂର୍ବ ଦେଶପ୍ରେମ ଲକ୍ଷ୍ୟ କରି କବି ବିସ୍ମୟ ପ୍ରକାଶ କରିଛନ୍ତି ।

Question ୩୧ ।
ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ
ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ ।
Answer:
ତରୁଣୀ ବକ୍ଷ………………………………………. ଦେବାକୁ ହେବ ।
ଶଂସିତ ପଦ୍ୟାଶଟି ପ୍ରଖ୍ୟାତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ‘ପାଇକବଧୂର ଉଦ୍‌ବୋଧନ’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ବୀର୍ଯ୍ୟବତୀ ପାଇକବାଳାର ଅନନ୍ୟ ଦେଶପ୍ରେମ ଓ ଅତୁଳନୀୟ ତ୍ୟାଗ ଉପରେ ଆଲୋକପାତ କରିଛନ୍ତି ।
ପୋଷଣ କରିଥାଏ । ତେଣୁ ସ୍ବାମୀର ଦୀର୍ଘଜୀବନ କାମନା କରି ସେ ନାନା ବ୍ରତ ଉପବାସ ମଧ୍ୟ କରିଥାଏ । କିନ୍ତୁ କଳିଙ୍ଗ ପାଇକବଧୂର ଜୀବନ ଦର୍ଶନ ଥିଲା ଭିନ୍ନ । ଦେଶର ସ୍ଵାଧୀନତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ସେ ସ୍ଵାମୀସୁଖକୁ ଜଳାଞ୍ଜଳି ଦେବାକୁ ଶ୍ରେୟ ମଣୁଥିଲା । ତେଣୁ ନବବିବାହିତା ପାଇକ କିଶୋରୀ ତା’ର ପ୍ରାଣପ୍ରିୟକୁ ନିଜ ହାତରେ ଯୋଦ୍ଧବେଶରେ ସଜାଇ ଶତ୍ରୁର ମୁକାବିଲା କରିବାପାଇଁ ଅକୁଣ୍ଠ ଚିତ୍ତରେ ସମରଭୂମିକୁ ପଠାଇ ଦେଉଥିଲା ।

ପତିସୋହାଗିନୀ କିଶୋରୀ ପ୍ରିୟାଠାରୁ ବିଦାୟ ନେଲାବେଳେ ଖଣ୍ଡାୟତ ବୀର ଯୁବକ ହୃଦୟର ଆବେଗକୁ ଅନୁଭବ କରିପାରୁଥିଲା ପ୍ରାଣପ୍ରିୟା ପତ୍ନୀ । ସୀମାନ୍ତରେ ଶତ୍ରୁ ହୁଙ୍କାର ଦେଉଥୁଲାବେଳେ ପ୍ରିୟାର ସ୍ନିଗ୍ଧ ସାନ୍ନିଧ୍ୟ ଓ ନିବିଡ଼ ବାହୁବନ୍ଧନରେ ବିଳାସର ସ୍ବପ୍ନ ଦେଖିବା ଯେ ବୀର ପକ୍ଷରେ କାପୁରୁଷତାର ପରିଚୟ, ବୀରା ରମଣୀ ଦୃପ୍ତକଣ୍ଠରୁ ଝରିପଡ଼ୁଥୁଲା ପ୍ରେରଣାର ଏହି ଅଗ୍ନିବର୍ଷୀ ବାଣୀ । ଜନ୍ମଭୂମିର ସୁରକ୍ଷା ପାଇଁ ଯୁଦ୍ଧକ୍ଷେତ୍ରରେ ହସି ହସି ପ୍ରାଣ ଉତ୍ସର୍ଗ କରିବା ଯେ ପାଇକ ଯୁବକର ପୌରୁଷର ପରିଚାୟକ ଏବଂ ସେହିପରି ଦେଶପ୍ରେମୀ ବୀର ସ୍ୱାମୀକୁ ନେଇ ପାଇକବଧୂ ନିଜକୁ ଗର୍ବିତ ଓ ଗୌରବାନ୍ବିତ ବୋଧକରେ ବୋଲି ସ୍ପଷ୍ଟୋକ୍ତି ପ୍ରକାଶ କରି ସ୍ଵାମୀ ମନରେ ସେ ଉତ୍ସାହ ଭରିଦେଉଥ୍‌ଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୨ ।
ସଂଶିତ କବିତାଟିରେ କବିଙ୍କର ଦେଶାତ୍ମବୋଧ ଓ ଜାତୀୟଭାବ କିପରି ପ୍ରକଟିତ ହୋଇଛି, ଆଲୋଚନା କର ।
କିମ୍ବା, ‘ପାଇକବଧୂର ଉଦ୍‌ବୋଧନ’ କବିତାରେ ଅତୀତ ଉତ୍କଳର ଯେଉଁ ଗରିମାମୟ ଇତିହାସର ସଂକେତ ରହିଛି, ତାହା ଉଲ୍ଲେଖ କର ।
କିମ୍ବା, କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଜାତୀୟ ପ୍ରୀତି ଚିନ୍ତାଧାରା ତାଙ୍କ କବିତାଗୁଡ଼ିକରେ ପ୍ରତିଫଳିତ– ଏହା ତାଙ୍କ ରଚିତ ‘ପାଇକବଧୂର ଉଦ୍‌ବୋଧନ’ କବିତା ଅବଲମ୍ବନରେ ପ୍ରତିପାଦନ କର ।
Answer:
ଭାବନାରେ ଆନ୍ଦୋଳିତ କରେ । ଓଡ଼ିଶା ଓ ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ସମୃଦ୍ଧ କବିଙ୍କ ରଚନାବଳୀ କବିଙ୍କୁ ‘ପାଇକ କବି’ ଭାବରେ ଏକ ସ୍ୱତନ୍ତ୍ର ଆସନ ଦେଇପାରିଛି । କବିଙ୍କର କବିତାଗୁଡ଼ିକ ଖାଲି ଶୁଷ୍କ ଦେଶପ୍ରୀତିର ଉଦ୍‌ବୋଧନ ନୁହେଁ, ଓଡ଼ିଶାର ଅତୀତ ଗୌରବ ଓ ଗରିମାମୟ କାହାଣୀକୁ ନେଇ ରଚିତ କବିତାଗୁଡ଼ିକ ବେଶ୍ ହୃଦୟସ୍ପର୍ଶୀ ।

କବିଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗବଳୟ’ ଆଦି ରଚନାବଳୀ କବିଙ୍କ ଉଜ୍ଜ୍ଵଳ ପ୍ରତିଭାର ସ୍ବାକ୍ଷର ବହନ କରେ । କିମ୍ବଦନ୍ତୀକୁ ଆଶ୍ରୟ କରି ସଂଳାପ ଭଙ୍ଗୀରେ ରଚିତ କବିତାଗୁଡ଼ିକ ପ୍ରାଣବାନ୍ ଓ ସୁଖପାଠ୍ୟ । ଆଲୋଚ୍ୟ କବିତା ‘ପାଇକବଧୂର ଉଦ୍‌ବୋଧନ’ କବିଙ୍କର ଏକ ଦୀର୍ଘ କବିତାର ଅଂଶବିଶେଷ ।

କବିତା ‘ପାଇକବଧୂର ଉଦ୍‌ବୋଧନ’ ଓଡ଼ିଶାର ଅତୀତ ଇତିହାସ ଓ ଜାତୀୟ ବୀରତ୍ଵର ଏକ ହୃଦୟସ୍ପର୍ଶୀ ଆଲେଖ୍ୟ । ପାଇକବାଳାର କୋମଳ ହୃଦୟ ମଧ୍ଯରେ ଦେଶପ୍ରୀତିର ଯେଉଁ ଅନନ୍ୟ ଫଲ୍‌ଗୁ କବିତାଟିରେ ରୂପାୟିତ ହୋଇଛି, ତାହା ପାଠକ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରେ । ଖୋର୍ଦ୍ଧାଗଡ଼ ଅତୀତ ଉତ୍କଳର ଗୌରବୋଜ୍ଜ୍ଵଳ ଐତିହ୍ୟର ସ୍ମାରକୀ, କଳିଙ୍ଗର ଖଣ୍ଡାୟତ- ପାଇକବୀରମାନଙ୍କ ବୀରତ୍ୱର ମୂକସାକ୍ଷୀ । ଏହି ବୀରଭୂମିର ଦର୍ଶନ ହିଁ ପ୍ରତିଟି ଓଡ଼ିଆ ପ୍ରାଣରେ ଶିହରଣ ସୃଷ୍ଟି କରେ । ଦର୍ଶକର ଧମନୀରେ ରକ୍ତର ଉଷ୍ମତା ବୃଦ୍ଧିପାଏ । ଲକ୍ଷ ଲକ୍ଷ ପାଇକବୀରଙ୍କ ଶୌର୍ଯ୍ୟ, ବୀର୍ଯ୍ୟର ଗାଥାକୁ ବୁକୁତଳେ ଚାପିରଖ୍ ଏ ଭୂମି ଆଜି ମୂକ ପାଲଟି ଯାଇଛି । ବୀର ରକ୍ତରଞ୍ଜିତ ଏଇ ଲାଲମାଟି ଦର୍ଶନ କଲାପରେ ଖୋର୍ଦ୍ଧାଗଡ଼ର ଗରିମାମୟ ସ୍ମୃତି ରୋମନ୍ଥନ କରିଛନ୍ତି କବି ।

ଗଡ଼ର ଦୁର୍ଗ ଏକଦା ପାଇକ ସେନାନୀଙ୍କ ଅସ୍ତ୍ରଶସ୍ତ୍ରାଦିର ଝଙ୍କାରରେ ନିନାଦିତ ହୋଇ ଉଠୁଥିଲା । ଦୁର୍ଗ ସମ୍ମୁଖସ୍ଥ ପ୍ରାଙ୍ଗଣ ଥିଲା ସମରାଭ୍ୟାସର କ୍ଷେତ୍ର । ଯୁଦ୍ଧବାଦ୍ୟ ଓ ରଣଶିଙ୍ଗା ନାଦରେ ପ୍ରକମ୍ପିତ ହୋଇଉଠୁଥିଲା ପାର୍ଶ୍ୱସ୍ଥ ବନଭୂମି । ପାଇକବୀରଙ୍କ ରଣ ହଂକାରରେ ପ୍ରତିଧ୍ଵନିତ ହେଉଥୁଲା ଦୁର୍ଗ ଚତୁଃସୀମା । ତୋପ, କମାଣ, ବନ୍ଧୁକର ଗୁରୁଗର୍ଜନ ଶତ୍ରୁ ଶିବିରରେ ଆତଙ୍କ ସୃଷ୍ଟି କରୁଥିଲା । କବି ତାଙ୍କ କଳ୍ପନେତ୍ରରେ ଦେଖ୍ ପାରିଛନ୍ତି ଖୋର୍ଦ୍ଧାଗଡ଼ର ଏହି ଗରିମାମୟ ଇତିହାସକୁ ।

ପ୍ରକୃତିସ୍ଥ ହେଲା ପରେ ଦେଖୁଛନ୍ତି କଳିଙ୍ଗର ବୀର ସେନାନୀଙ୍କ କାର୍ମଭୂମିର ଜରାଜୀର୍ଣ୍ଣ ଅବସ୍ଥା । ଶ୍ମଶାନସମ ପଡ଼ିରହିଛି ଭଗ୍ନଦୁର୍ଗର ଶିଳାସମୂହ, ପ୍ରାଙ୍ଗଣ ଓ ପ୍ରାନ୍ତର । ଯେଉଁ ବନ, ପ୍ରାନ୍ତର ଦିନେ ଯୁଦ୍ଧଅଶ୍ଵମାନଙ୍କ କ୍ଷୁରୋତ୍‌ତ ଧୂଳିରେ ଆଚ୍ଛାଦିତ ହେଉଥିଲା, ସେ ସ୍ଥାନରେ ବିରାଜମାନ କରୁଛି ଅଖଣ୍ଡ ନୀରବତା । ପାର୍ଶ୍ଵସ୍ଥ ବନଭୂମି ହୋଇଉଠିଛି ଶ୍ଵାପଦସଙ୍କୁଳ । କବିଙ୍କ ଭାଷାରେ –

‘ଫୁଟେ ନାହିଁ ତୋପ ଓ ବନ୍ଧୁକ
ଛୁଟେ ନାହିଁ ଲକ୍ଷ ଲକ୍ଷ ତୀର
ଟପ୍ ଟପ୍ ଚାଲେ ନାହିଁ ଘୋଡ଼ା
ସମୀରଣ ବହିଯାଏ ନୀରବେ ଗୁଞ୍ଜରି
ବୁଲନ୍ତି ଶ୍ୱାପଦ କୁଳ ହୋଇ ଯୋଡ଼ା ଯୋଡ଼ା ।’’

କବିଙ୍କ ଜିଜ୍ଞାସୁ ପ୍ରାଣ ଉତ୍କଳର ପୂର୍ବପୁରୁଷଙ୍କ ଅସାମାନ୍ୟ ସ୍ବାଭିମାନ ଓ ବୀରତ୍ବର ବାଣୀ ଶୁଣାଇବାକୁ ଦୁର୍ଗର ଭଗ୍ନଶିଳା ଓ ପାର୍ଶ୍ୱସ୍ଥ ବନ, ପ୍ରାନ୍ତରକୁ ଆବେଗଭରା ଆହ୍ଵାନ କରିଛନ୍ତି । ଚିରମୌନୀ ଭଗ୍ନଦୁର୍ଗ ଓ ପ୍ରାଙ୍ଗଣକୁ କଳିଙ୍ଗ ଜାତିର ଗୌରବଗାଥା ଶୁଣାଇବାପାଇଁ ଅନୁନୟ କରିଛନ୍ତି । ବୀରଜାତିର ଅଖଣ୍ଡ ବିକ୍ରମ ଓ ତେଜୋଦୀପ୍ତ ସମର କଳାକୌଶଳର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । କଳିଙ୍ଗର ବୀରାଙ୍ଗନା ପାଇକବଧୂର ଅନନ୍ୟ ତ୍ୟାଗ ଓ ଅଖଣ୍ଡ ସାହସର କାହାଣୀ ଶୁଣିବାକୁ କବିପ୍ରାଣ ବ୍ୟାକୁଳତା ପ୍ରକାଶ କରିଛି । କବି କଣ୍ଠରେ –

ପ୍ରକାଶ କରିଛି । କବି କଣ୍ଠରେ –
କଥା କହି ସମର ପ୍ରାଙ୍ଗଣ,
କହ କଥା ଭଗ୍ନ ଦୁର୍ଗ ଶିଳା
କଥା କହି ଶଇଳ କାନନ ।’’

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ଓଡ଼ିଆ ଜାତିର ଗୌରବୋଜ୍ଜ୍ଵଳ ଐତିହ୍ୟ ଓ ବୀରତ୍ବର ବାଣୀ ଶୁଣିବାପାଇଁ କବି ମନର ବୈକଲ୍ୟ ତାଙ୍କ ଜାତିପ୍ରୀତି ଓ ଦେଶାତ୍ମବୋଧ ଚେତନାର ପରିଚୟ ବହନ କରେ । ନବବିବାହିତା ପାଇକ କିଶୋରୀବଧୂ ନିଜ ସ୍ୱାମୀକୁ ଯୋଦ୍ଧବେଶରେ ସୁସଜ୍ଜିତ କରି ଦୁର୍ଗ ପ୍ରାଙ୍ଗଣରେ ବିଦାୟ ଦେଇଯାଉଥିଲା । ଶତ୍ରୁ ନିପାତ କରିବାପାଇଁ ପ୍ରିୟତମକୁ ବଜ୍ରଶପଥ କରାଇ ଦୃପ୍ତ କଣ୍ଠରେ ଉତ୍ସାହ ଓ ପ୍ରେରଣାର ବାଣୀ ଶୁଣାଉଥୁଲା ପାଇକ ରମଣୀ ।

ବୀର ସ୍ବାମୀ ହୃଦୟରେ ପ୍ରାଣପ୍ରିୟା ପ୍ରତି ଅବଦମିତ ଭାବାବେଗକୁ ଅନୁଭବ କରି ପାଇକବଧୂ ବୀର ପାଇକର କର୍ତ୍ତବ୍ୟ ଓ ପୌରୁଷ ବିଷୟରେ ସ୍ଵାମୀକୁ ସଚେତନ କରାଇ ଦେଉଥିଲା । ଖଣ୍ଡାୟତ କୂଳର ପାଇକବଧୂ ବୀର ପାଇକର କର୍ତ୍ତବ୍ୟ ଓ ପୌରୁଷ ବିଷୟରେ ସ୍ଵାମୀକୁ ସଚେତନ କରାଇ ଦେଉଥିଲା । ଖଣ୍ଡାୟତ କୁଳର ସୁଯୋଗ୍ୟ ଦାୟାଦର ଜନ୍ମ କେବଳ ମାତୃଭୂମିର ସମ୍ମାନ ରକ୍ଷା ପାଇଁ ଉଦ୍ଦିଷ୍ଟ । ଜନ୍ମଭୂମିର ସ୍ଵାଧୀନତା ଓ ଅଖଣ୍ଡତା ରକ୍ଷା ପାଇଁ ଜାଗ୍ରତ ପ୍ରହରୀ ଭାବେ ଜୀବନ ଅତିବାହିତ କରିବାରେ ପ୍ରମାଣିତ ହୁଏ ତା’ର ପୌରୁଷର ସାର୍ଥକତା ।

ସୀମାନ୍ତରେ ଶତ୍ରୁ ରଣହୁଙ୍କାର ଦେଉଥିଲାବେଳେ ପ୍ରିୟାର ପଣତ ତଳେ ବିଳାସର ସ୍ଵପ୍ନ ଦେଖ‌ିବା ଯେ କାପୁରୁଷର ଲକ୍ଷଣ । ବୀର ବିକ୍ରମରେ ଶତ୍ରୁ ନିପାତ କରିବାପାଇଁ ସମରକ୍ଷେତ୍ରକୁ ଲମ୍ଫ ଦେବାକୁ ପ୍ରାଣପ୍ରିୟକୁ ଉତ୍ତେଜନାପୂର୍ଣ୍ଣ ଆହ୍ବାନ ଦେଉଥିଲା କିଶୋରୀ ପାଇକବଧୂ । ବୀରବାଳାର ଅଗ୍ନିବର୍ଷୀ ବାଣୀ ଶ୍ରବଣରେ ପାଇକ ସନ୍ତାନ ହୃଦୟରେ ସୃଷ୍ଟି ହେଉଥିଲା ଅଖଣ୍ଡ ଆତ୍ମବିଶ୍ଵାସ, ବାହୁରେ ଭରି ଯାଉଥିଲା ଶତସିଂହର ବଳ । ପାଇକବଧୂର ରଣଶିଙ୍ଗା ନାଦ ସ୍ଵାମୀ ମନତଳର ସବୁ ଦୁର୍ବଳତାକୁ ବୀରତ୍ଵରେ ରୂପାନ୍ତରିତ କରୁଥିଲା । ପ୍ରାଣପ୍ରିୟାର ଦୃପ୍ତ କଣର କଣ୍ଠରୁ ଝରିପଡ଼ୁଥୁଲା –

‘ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି
ଆସିବ ଯେ ଦିନ କୋଟି ଗଭରବେ ନେବି ମୁଁ ଆଦର କରି ।
ବନ୍ଦାଇ ନେବି କୁଟୀରେ ସୋହାଗେ
ପଦବନ୍ଦନା କରି
ଚାଲ ପ୍ରିୟତମ ସମର କ୍ଷେତ୍ରେ
ବକ୍ଷେ ଅନଳ ଭରି ।’’

ସଂଳାପଧର୍ମୀ କବିତାର ଭାବାବେଗ, ଭାଷାର ସାବଲୀଳ ପ୍ରବାହ ଓ ଅନୁଭବର ଆନ୍ତରିକ ପ୍ରାଣସତ୍ତାରେ ଭରା କବିଙ୍କ ଜାତୀୟତାବାଦୀ କବିତା ‘ପାଇକବଧୂର ଉଦ୍‌ବୋଧନ’ କାବ୍ୟ ସାହିତ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଦାବି କରେ ।

Question ୩୩ ।
ଅତୀତ ଉତ୍କଳର ଶୌର୍ଯ୍ୟ ଓ ସାମରିକ ବିଭବର ଯେଉଁ ଚିତ୍ର କବିତାଟିରେ ପ୍ରକାଶିତ ହୋଇଛି ତାହା ବର୍ଣ୍ଣନ କର।
କିମ୍ବା, ଅତୀତର ବୀର ଓଡ଼ିଆର ଅନନ୍ୟ ସମରକୁଶଳତା ‘ପାଇକବଧୂର ଉଦ୍‌ବୋଧନ’ କବିତା ମଧ୍ୟରେ କିପରି ପରସ୍ଫୁଟିତ ହୋଇଛି, ତାହା ବର୍ଣ୍ଣନା କର ।
କିମ୍ବା, ବୀର ଓଡ଼ିଆର ସମରକୌଶଳ ଓ କିମ୍ବା ଅପରିମିତ ସାହସର କାବ୍ୟକ ବ୍ୟାଖ୍ୟା କବିଙ୍କ ଲେଖନୀରେ କିପରି ଜୀବନ୍ତ ହୋଇପାରିଛି, ତାହା ଉଲ୍ଲେଖ କର ।
Answer:
ସବୁଜ ସମସାମୟିକ କବି ଭାବେ ଯେଉଁ କତିପୟ ସାରସ୍ଵତ ସାଧକ ଉତ୍କଳ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି ସେମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ତ୍ରିପାଠୀ ଅନ୍ୟତମ । ନିଜ ଜନ୍ମସ୍ଥଳୀ ପଲ୍ଲୀଭୂମିର ପ୍ରାକୃତିକ ପରିବେଶ ମଧ୍ୟରେ କବିତା ରଚନା ଆରମ୍ଭ କରି ସେ ତାଙ୍କ ପରିଣତ କାବ୍ୟସ୍ୱରକୁ ଅନାହତ ମାନବବାଦୀ ଭାବଧାରାରେ ରସାଣିତ କରିପାରିଥିଲେ । ତାଙ୍କ ଆବେଗଧର୍ମୀ କବିତାଗୁଡ଼ିକ ପାଠକ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରେ । କବିଙ୍କ ପ୍ରମୁଖ ରଚନାବଳୀ ଓଡ଼ିଶା ଓ ଓଡ଼ିଆଙ୍କ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଉପରେ ଆଧାରିତ ତଥା ଜାତିପ୍ରୀତିରେ ସମୃଦ୍ଧ ।

କବିଙ୍କ ସୃଷ୍ଟିନିଚୟ ଭାଷା ଓ ଭାବ ଦୃଷ୍ଟିରୁ ସରଳ, ସ୍ୱଚ୍ଛ ଓ ନିରାଭରଣ । ଏହି ସାରସ୍ଵତ ସ୍ରଷ୍ଟାଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗବଳୟ’ ଆଦି ରଚନାବଳୀ କବିଙ୍କ ଅମଳିନ ସାରସ୍ଵତ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

ଏହି କବିତାଟିରେ କବି ଉତ୍କଳର ଶୌର୍ଯ୍ୟ ଓ ସାମରିକ ବିଭବର ହୃଦୟସ୍ପର୍ଶୀ ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍କଳୀୟ ନାରୀର ଅନନ୍ୟ ତ୍ୟାଗ ଓ ଅଖଣ୍ଡ ସାହସ ତଥା ମହନୀୟ ଦେଶାତ୍ମବୋଧ ଚେତନାର ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି । ‘ପାଇକବଧୂର ଉଦ୍‌ବୋଧନ’ ଶୀର୍ଷକ କବିତାଟି ଅତୀତ ଉତ୍କଳର ଗୌରବାବହ ସ୍ମୃତିକୁ ପାଠକ ପ୍ରାଣରେ ଉଜ୍ଜୀବିତ କରେ ।

କଳିଙ୍ଗର ପାଇକସେନାଙ୍କ ଅଖଣ୍ଡ ବୀରତ୍ବ ଓ ଅନନ୍ୟ ସମରକୌଶଳ ଏକଦା ଓଡ଼ିଶାର ସୀମାକୁ ଗଙ୍ଗାଠାରୁ ଗୋଦବରୀ ପର୍ଯ୍ୟନ୍ତ ବିସ୍ତୃତ କରାଇ ପାରିଥିଲା । ଖୋର୍ଦ୍ଧାଗଡ଼ ଅତୀତ ଉତ୍କଳର ଗୌରବୋଜ୍ଜ୍ବଳ ଐତିହ୍ୟର ସ୍ମାରକୀ ଓ କଳିଙ୍ଗ ଖଣ୍ଡାୟତ ପାଇକବୀରଙ୍କ ବୀରତ୍ୱର ମୂକସାକ୍ଷୀ । ଏହି ଗଡ଼ର ଦୁର୍ଗ ଦିନେ ଓଡ଼ିଆ ପାଇକବୀରଙ୍କ ଅସ୍ତ୍ରଶସ୍ତ୍ରାଦିର ଝନତ୍‌କାରରେ ପ୍ରକମ୍ପିତ ହେଉଥିଲା । ଯୁଦ୍ଧବାଦ୍ୟର ବଜ୍ର ନିଘୋଷ ଗମ୍ଭୀର ଧ୍ୱନି ଓ ରଣଶିଙ୍ଗାର ଉଦ୍ଦୀପନା ଏବଂ ଉନ୍ମାଦନା ସୃଷ୍ଟିକାରୀ ନିନାଦରେ ପ୍ରକମ୍ପିତ ହେଉଥିଲା ଦୁର୍ଗ ପରିପାର୍ଶ୍ବ ।

ସମ୍ମୁଖସ୍ଥ ପ୍ରାଙ୍ଗଣ ଓ ପ୍ରାନ୍ତର ପାଇକ ସେନାନୀଙ୍କ ସମରାଭ୍ୟାସରେ ମୁଖରିତ ହୋଇଉଠୁଥିଲା । ଯୋଦ୍ଧବେଶରେ ସଜ୍ଜିତ କଳିଙ୍ଗସେନାଙ୍କ ରଣହୁକାରରେ ପ୍ରକମ୍ପିତ ହେଉଥିଲା ଗଡ଼ ଚତୁଃସୀମା । ତୋପ, କମାଣ ଓ ବନ୍ଧୁକର ଗୁରୁଗର୍ଜନରେ ପ୍ରତିଧ୍ଵନିତ ହେଉଥିଲା ପାର୍ଶ୍ୱସ୍ଥ ବନ ଓ ପ୍ରାନ୍ତର । ରଣାଭ୍ୟାସରତ ପାଇକସେନାଙ୍କ କାମୁଁକ ଟଙ୍କାର ଓ ତହିଁରୁ ନିର୍ଗତ ଲକ୍ଷ ଲକ୍ଷ ତୀର ସଞ୍ଚାଳନରେ ଗଗନ ମଣ୍ଡଳ ଆଚ୍ଛାଦିତ ହେଉଥିଲା । ଅଶ୍ଵମାନଙ୍କ ଟାପୁ ଶବ୍ଦରେ ମୁଖରିତ ହୋଇଉଠୁଥୁଲା ଗଡ଼ ଚତୁଃସୀମା । ଅଶ୍ଵକ୍ଷୁରୋତ୍‌ତ ଧୂଳି ଧୂମମଣ୍ଡଳ ପ୍ରାୟ ଗଗନପବନ ଆଚ୍ଛାଦିତ କରୁଥିଲା । କବିଙ୍କ ଭାଷାରେ –

‘ଏଇ ବୀର ମାଟି !
ଚାହିଁଲେ ନିମିଷେ ଯାରେ
ରକ୍ତ ଯାଏ ତାତି,
ରହିଅଛି ପଡ଼ି
ଅତୀତର ଲକ୍ଷ ବୀରଗାଥା
ବୁକୁତଳେ ଧରି ।’

ଖୋର୍ଦ୍ଧାଗଡ଼ର ହୃତଗୌରବ ସ୍ମରଣ କରି କବି କଳ୍ପନେତ୍ରରେ ଦେଖୁପାରିଛନ୍ତି ବୀରମାଟିର ଐତିହ୍ୟଭରା ସୁଦୂର ଅତୀତ । ଏହି ମାଟିର କ୍ଷଣିକ ଦର୍ଶନରେ ପ୍ରତିଟି ଓଡ଼ିଆର ହୃଦୟ, ପୂର୍ବପୁରୁଷଙ୍କ ଶୌର୍ଯ୍ୟ, ବୀର୍ଯ୍ୟଭରା କାହାଣୀ ସ୍ମରଣରେ ଗର୍ବିତ ହୁଏ, ଧମନୀରେ ରକ୍ତର ଉଷ୍ମତା ବୃଦ୍ଧିପାଏ । ଲକ୍ଷ ଲକ୍ଷ ପାଇକସେନାଙ୍କ ବୀରତ୍ୱର ଗାଥାକୁ ବୁକୁତଳେ ଚାପିରଖ୍ ଆଜି ସତେଯେପରି ସେ ମୂକ ପାଲଟି ଯାଇଛି ବୋଲି କବି ଅନୁଭବ କରିଛନ୍ତି ।

ପରିତ୍ୟକ୍ତ ଭାବେ ପଡ଼ିରହିଥିବା ଭଗ୍ନଦୁର୍ଗର ଶିଳାସମୂହ ଓ ପାର୍ଶ୍ୱସ୍ଥ ବନ, ପ୍ରାନ୍ତରକୁ ବୀରଜାତିର ଅଖଣ୍ଡ ବିକ୍ରମ ଓ ତେଜୋଦୀପ୍ତ ସମର କଳାକୌଶଳର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରିବାକୁ କବି ଅନୁନୟ କରିଛନ୍ତି । ପୂର୍ବପୁରୁଷଙ୍କ ଅସାମାନ୍ୟ ସ୍ୱାଭିମାନ ଓ ବୀରତ୍ବର ବାଣୀ ଶୁଣାଇବାପାଇଁ ଭଗ୍ନଶିଳାଖଣ୍ଡକୁ କବି ଅନୁରୋଧ କରିଛନ୍ତି । କବି କଣ୍ଠରୁ ଝରିପଡ଼ିଛି –

‘‘କହ କହ ହେ ବନ ପ୍ରାନ୍ତର
କଥା କହି ସମର ପ୍ରାଙ୍ଗଣ,
କହ କଥା ଭଗ୍ନ ଦୁର୍ଗ ଶିଳା
କହ କଥା ଶଇଳ କାନନ ।’’

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

କଳିଙ୍ଗର ବୀରବାଳା ପାଇକବଧୂର ଅସୀମ ସାହସ ଓ ଅନନ୍ୟ ତ୍ୟାଗର କାହାଣୀ ଶୁଣିବାକୁ କବିପ୍ରାଣ ବ୍ୟାକୁଳ ହୋଇ ଉଠିଛି । ନବବିବାହିତା ଖଣ୍ଡାୟତ ପାଇକ କିଶୋରୀ ନିଜ ସ୍ୱାମୀକୁ ଯୋଦ୍ଧବେଶରେ ସଜାଇ, ରଣଶିଙ୍ଗା ନାଦରେ ଗାଁ ଭୂଇଁ ପ୍ରକମ୍ପିତ କରି ଦୁର୍ଗ ପ୍ରାଙ୍ଗଣରେ ପହଞ୍ଚାଇ ଦେଉଥିଲା । ବୀରାଙ୍ଗନା ପାଇକବଧୂ ସ୍ବାମୀ ହାତରେ ଧରାଇ ଦେଉଥୁଲା ଢାଲ ଓ ତରବାରି । ନିଜ ହାତରେ ସ୍ବାମୀର ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ତୀରଭରା ତୁଣୀର, ଧରାଇ ଦେଉଥିଲା ଦୀପ୍ତ ଧନୁଶର ।

ଗଳାରେ ମନ୍ଦାରମାଳା ଲମ୍ବାଇ ଦେଇ ଅର୍ଘ୍ୟ ବନ୍ଦାପନା କଲାବେଳେ ହୁଳହୁଳି ନାଦରେ ଗ୍ରାମଭୂମି ନିନାଦିତ କରୁଥୁଲା ବୀର୍ଯ୍ୟବତୀ ବାଳା । ଯୁଦ୍ଧବାଦ୍ୟ ତାଳେ ତାଳେ ସମର ସଙ୍ଗୀତ ଗାନ କରି ବିଦାୟ ଦେଉଥ୍ଲା ପ୍ରାଣପ୍ରିୟ ସ୍ୱାମୀକୁ । ଜନ୍ମଭୂମିର ସ୍ଵାଧୀନତା ରକ୍ଷା ପାଇଁ ଦୃଢ଼ ହସ୍ତରେ ଶତ୍ରୁ ନିପାତ କରିବାକୁ ଦୃପ୍ତ କଣ୍ଠରେ ରାଣ ଦେଇ ବୀରବାଳା ସ୍ବାମୀ ମନରେ ସାହସ ଭରିଦେଉଥିଲା ।

ପ୍ରାଣପ୍ରିୟାଠାରୁ ବିଦାୟ ନେଲାବେଳେ ପାଇକ ଯୁବକ ମନରେ ସୃଷ୍ଟ କ୍ଷଣିକ ବିଷାଦକୁ ଅନୁଭବ କରି ପାଇକବାଳା ଖଣ୍ଡାୟତ ଯୁବକକୁ କର୍ତ୍ତବ୍ୟବୋଧ ସମ୍ପର୍କରେ ସଚେତନ କରାଇ ଦେଉଥିଲା । ଜୀବନ-ମୃତ୍ୟୁର ଲୁଚକାଳି କ୍ରୀଡ଼ାସ୍ଥଳୀ ସମରଭୂମିକୁ ପଠାଇ ବୀରବାଳା ପାଇକବଧୂ କିପରି ହୁଳହୁଳି ଦେଇ ନିଜ ସ୍ଵାମୀକୁ ଦୁର୍ଗ ପ୍ରାଙ୍ଗଣରେ ବିଦାୟ ଦେଇପାରିଲା ତାହା ଚିନ୍ତାକରି କବି ବିସ୍ମୟ ପ୍ରକାଶ କରିଛନ୍ତି । କବିଙ୍କ ଭାଷାରେ –

‘‘ କେମନ୍ତେ ସେ ବୀର୍ଯ୍ୟବତୀ ବାଳା
କଣ୍ଠତଟୁ ଦେଲା ହୁଳହୁଳି
ବନ୍ଦାଇଲା ସ୍ଵାମୀରେ ସୋହାଗେ
ଯାଅ ଦର୍ପେ ଯୁଦ୍ଧ କର ବୋଲି !”

କଳିଙ୍ଗର ପାଇକ ରମଣୀର ସେହି ଅନୁଳନୀୟ ଦେଶପ୍ରୀତି ଓ ଅନନ୍ୟ ଜାତୀୟ ଚେତନା ହିଁ ଉତ୍କଳ ସନ୍ତାନକୁ ଉଦ୍‌ବୁଦ୍ଧ କରିଥିଲା । ଉତ୍କଳୀୟ ପାଇକବୀରଙ୍କ ଅପୂର୍ବ ସମର କଳାକୌଶଳକୁ ଆଧାର କରି ଓଡ଼ିଶାର ସାମରିକ ବିଭବ ପରିପୁଷ୍ଟ ଥିଲା । ଉତ୍କଳୀୟମାନଙ୍କ ରକ୍ତରେ ଶୌର୍ଯ୍ୟ, ବୀର୍ଯ୍ୟର କଣିକା ହିଁ ଏ ଜାତିକୁ ବୀରଜାତିର ମର୍ଯ୍ୟାଦା ପ୍ରଦାନ କରିଥିଲା । କଳିଙ୍ଗ ଥିଲା ବୀର ସେନାନୀଙ୍କ ଅଖଣ୍ଡ ଗର୍ବ ଗୌରବର କର୍ମଭୂମି । କବିଙ୍କ ଉଗ୍ର ପ୍ରାଦେଶିକ ଚେତନା, ନିଷ୍ଠାପର ଜାତିପ୍ରାଣତା ତଥା ଜାତୀୟତାର ଯଥାଯଥ ସମନ୍ୱୟ କବିତାରେ ଭରି ଦେଇଛି ଅପୂର୍ବ ପ୍ରାଣପ୍ରାଚୁର୍ଯ୍ୟ ।

Question ୩୪ ।
‘ନାରୀ ଯୁଗେ ଯୁଗେ ପ୍ରେରଣାଦାୟିନୀ’ – ଉକ୍ତିଟିକୁ ପଠିତ କବିତା ଅନୁସରଣରେ ପ୍ରମାଣ କର ।
କିମ୍ବା, ଏକବିଂଶ ଶତାବ୍ଦୀର ‘ନାରୀ ସଶକ୍ତିକରଣ ଯୋଜନା’ର ଏକ ସଫଳ ଝଲକ ଅତୀତ କଳିଙ୍ଗ ସଭ୍ୟତା ମଧ୍ୟରେ ଦେଖିବାକୁ ମିଳେ – ଏହାର ଯଥାର୍ଥତା ପଠିତ କବିତା ଛାୟାରେ ପ୍ରତିପାଦନ କର ।
କିମ୍ବା, ପୁରୁଷର ସମସ୍ତ ସଫଳତା କ୍ଷେତ୍ରରେ ନାରୀର ପ୍ରେରଣା ଅପରିହାର୍ଯ୍ୟ – ଏହା ପଠିତ ‘ପାଇକବଧୂର ଉଦ୍‌ବୋଧନ’ କବିତା ଅନୁସରଣରେ ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବହମାନ କାଳବକ୍ଷରେ ସବୁଜ ଯୁଗ ଓ ପ୍ରଗତିପର୍ବର ସନ୍ଧିସ୍ଥଳରେ ଜାତୀୟ ଚେତନା ତଥା ରୋମାଣ୍ଟିକ୍ ଭାବଧାରାକୁ ଆଧାର କରି ସ୍ୱକୀୟ ଲେଖନୀ ଚାଳନା କରିଥିଲେ ସବୁଜ ସମସାମୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ । ଜନ୍ମଭୂମି ପରିପାର୍ଶ୍ବର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କବିତାରେ ରୂପ ଦେଉ ଦେଉ ଜାତିପ୍ରୀତି, ମାନବବାଦର ଜୟଜୟକାରରେ ତାଙ୍କ କବିତାମାନ ହୋଇଉଠିଥିଲା ରସାଳ ଓ ମଞ୍ଜୁଳ । ଅତୀତ ଉତ୍କଳର ଗୋରବୋଦୀପ୍ତ ଐତିହ୍ୟ ଓ ବୀରବାଣୀ ଗାନ କରି ସେ ଓଡ଼ିଆ ପାଠକ ପ୍ରାଣରେ ତୋଳି ପାରିଥିଲେ ଉଷ୍ମତାର ଝଙ୍କାର ।

କବିଙ୍କ ସାରସ୍ଵତ ସୃଷ୍ଟିନିଚୟ ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗବଳୟ’, ‘ହେ ମୋର ଉନ୍ମୁକ୍ତ ଜାତି’, ‘ରୂପାୟନ’ ଓ ‘ଉତ୍ସ’ ଆଦି ରଚନା ତାଙ୍କ ଉଜ୍ଜ୍ଵଳ ପ୍ରତିଭାର ସ୍ବାକ୍ଷର ବହନ କରେ । କବିଙ୍କ ‘ପାଇକବଧୂର ଉଦ୍‌ବୋଧନ’ କବିତାଟି ମୁଖ୍ୟତଃ ପାଇକ ରମଣୀର ଅସାମାନ୍ୟ ତ୍ୟାଗ ଓ ଅନନ୍ୟ ଦେଶପ୍ରୀତିର ବାଣୀ ପ୍ରଚାର କରେ ।

ନାରୀର ଅନ୍ୟ ନାମ ଶକ୍ତି । ପୁରୁଷ ପାଇଁ ଶକ୍ତି ଓ ପ୍ରେରଣାର ଉତ୍ସ ହେଉଛି ନାରୀ । ଇତିହାସରେ ଏହାର ବହୁଳ ପ୍ରମାଣ ଉପଲବ୍‌ଧ । ଜନନୀ, ଭଗିନୀ ଓ ଜାୟାର ଭୂମିକାରେ ଅବତୀର୍ଣ୍ଣ ହୋଇ ନାରୀ ପୁରୁଷ ଜୀବନକୁ ପୂର୍ଣ୍ଣତାରେ ଭରିଦିଏ । ପ୍ରେରଣାଦାୟିନୀ ଭାବେ ସାହସ ଓ ଧୈର୍ଯ୍ୟର ମହାଶିକ୍ଷା ଦେଇ ପୁରୁଷଠାରେ ସୃଜନୀ ଶକ୍ତିର ବିକାଶ ଘଟାଇଥାଏ । ବିଶେଷତଃ ଭାରତୀୟ ସଂସ୍କୃତିକୁ ମହାନ୍‌ କରି ଗଢ଼ିତୋଳିବାରେ ନାରୀମାନଙ୍କର ଅତୁଳନୀୟ ଭୂମିକା ରହିଛି ।

କଳା, ସାହିତ୍ୟ, ସଙ୍ଗୀତ, ସାମରିକ ବିଭବ ଆଦି ବହୁବିଧ କ୍ଷେତ୍ରରେ ଏକଦା ଓଡ଼ିଶା। ସାରା ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଲାଭ କରି ଆସିଥିଲା । ଉତ୍କଳର ପାଇକବୀରଙ୍କ ଅପୂର୍ବ ସମର କଳାକୌଶଳ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରୁଥିଲା । କଳିଙ୍ଗର ପାଇକମାନଙ୍କୁ ବୀର ଓ ସାହସୀ ଭାବେ ଗଢ଼ି ତୋଳିବାରେ ବୀରାଙ୍ଗନା ନାରୀମାନଙ୍କ ଉତ୍ସାହ ଓ ପ୍ରେରଣା ଅବଶ୍ୟ ସ୍ଵୀକାର୍ଯ୍ୟ ।

‘ପାଇକବଧୂର ଉଦ୍‌ବୋଧନ’ ଶୀର୍ଷକ କବିତାରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଉତ୍କଳର ବୀର୍ଯ୍ୟବତୀ ପାଇକ ରମଣୀର ଅନନ୍ୟ ତ୍ୟାଗ, ଅଖଣ୍ଡ ସାହସ ଓ ଅପୂର୍ବ ଦେଶପ୍ରୀତିର ଜୟଗାନ କରିଛନ୍ତି । ନବବିବାହିତା ପାଇକ କିଶୋରୀ ସ୍ଵାମୀକୁ ଯୁଦ୍ଧଭୂମିକୁ ପଠାଇବାପାଇଁ ନିଜ ହାତରେ ତାକୁ ଯୋଦ୍ଧବେଶରେ ସଜ୍ଜିତ କରୁଥିଲା ଓ ରଣଶିଙ୍ଗା ବଜାଇ ବଜାଇ ସମର ପ୍ରାଙ୍ଗଣରେ ଛାଡ଼ିଦେଇ ଯାଉଥିଲା । ବୀରଦର୍ପରେ ଶତ୍ରୁ ବିନାଶ କରିବାକୁ ଶପଥ କରାଇ ହାତରେ ଧରାଇ ଦେଉଥୁଲା ଢାଲ ଓ ତରବାରି । କପାଳରେ ପିନ୍ଧାଇ ଦେଉଥିଲା ବିଜୟ ସିନ୍ଦୂର ।

ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ସଶକ୍ତ ତୁଣୀର । ହାତରେ ଧନୁର୍ବାଣ ଧରାଇ ବକ୍ଷଦେଶରେ ଲମ୍ବାଇ ଦେଉଥିଲା ମନ୍ଦାରର ମାଳା । ଯୁଦ୍ଧବାଦ୍ୟର ତାଳେ ତାଳେ ସମର ସଙ୍ଗୀତ ଗାନ କରି ସ୍ଵାମୀ ମନରେ ଭରି ଦେଉଥ୍‌ଲା ଗଭୀର ଆତ୍ମବିଶ୍ଵାସ ଓ ଅଖଣ୍ଡ ସାହସ । ରଣକ୍ଷେତ୍ରକୁ ବିଦାୟ ଦେବା ପୂର୍ବରୁ ହୁଳହୁଳି ଦେଇ ବନ୍ଦାପନା କରୁଥୁଲା ପ୍ରାଣପ୍ରିୟକୁ । ଜୀବନ ଓ ମୃତ୍ୟୁର କ୍ରୀଡ଼ାସ୍ଥଳୀ, ସମରକ୍ଷେତ୍ରକୁ ପଠାଇବାପାଇଁ ପାଇକବଧୂର ଏତାଦୃଶ କାର୍ଯ୍ୟଧାରା କବିଙ୍କୁ ବିସ୍ମିତ କରିଛି ।

ଯୁଦ୍ଧକ୍ଷେତ୍ରର ବିଭୀଷିକା ମଧ୍ୟକୁ ଲମ୍ଫ ଦେଇ ଶତ୍ରୁ ବିନାଶ କରିବାକୁ ପାଇକବୀର ମନରେ ଉତ୍ସାହ ଓ ପ୍ରେରଣା ଭରିଦେଉଥ୍‌ଲା ବୀରବାଳା ପାଇକ ରମଣୀ । କିଶୋରୀ ବଧୂଠାରୁ ବିଦାୟ ନେଲାବେଳେ ପାଇକ ବୀର ହୁଏତ ଚିନ୍ତାକରି ପାରୁଥାଏ ଯେ ସେହି ବିଦାୟ ହୋଇପାରେ ଚିର ବିଦାୟ ଓ ସେହି ଦେଖା ଶେଷଦେଖା ହୋଇପାରେ । ପ୍ରାଣପ୍ରିୟ ମନର ଏହି ଭାବନାକୁ ପାଇକବଧୂ ଅନୁଭବ କରି ଦୃପ୍ତ କଣ୍ଠରେ ତାକୁ ଶୁଣାଏ ସମର ସଙ୍ଗୀତ । ପତ୍ନୀଠାରୁ ପ୍ରେରଣାର ଅଗ୍ନିବର୍ଷୀ ବାଣୀ ପାଇକବୀର ବାହୁରେ ଭରିଦିଏ ଶତସିଂହର ବଳ, ହୃଦୟରେ ଭରିଦିଏ ଅଖଣ୍ଡ ସାହସ, ରକ୍ତରେ ଭରିଦିଏ ଅନଳର ତେଜ । କବିଙ୍କ ଭାଷାରେ –

‘‘ଯିବାପାଇଁ ହବ ଋଣ ପ୍ରାଙ୍ଗଣେ ଯିବାପାଇଁ ହବ ବୀର
ମାରିବାକୁ ହବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।
ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ
ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହବ ।’’

ଯେ ଖଣ୍ଡାୟତ ବୀର ପକ୍ଷରେ କାପୁରୁଷତାର ପରିଚୟ, କାରଣ ଖଣ୍ଡାୟତ ପାଇକବୀର ହସ୍ତରେ କେବଳ ଉନ୍ମୁକ୍ତ କରବାଳ ହିଁ ଶୋଭାପାଏ । ଶତ୍ରୁ ରକ୍ତରଞ୍ଜିତ, ରଣ ବିଜୟୀ ତୀକ୍ଷ୍ଣଣ ତରବାରିକୁ ସ୍ୱାମୀ ହାତରେ ଦେଖ‌ିଲେ ପାଇକ ରମଣୀ ପାଇଯାଏ ପ୍ରାଣପ୍ରିୟର ପୌରୁଷର ପରିଚୟ । ହୃଦୟ ତା’ର ଗର୍ବ ଓ ଗୌରବରେ ଉତ୍‌ଫୁଲ୍ଲିତ ହୋଇଉଠେ । ଶତ୍ରୁଧ୍ବଂସୀ ବିଜୟୀ ବୀର ସ୍ଵାମୀର ଗର୍ବୋନ୍ନତ ବକ୍ଷ ଦେଖୁଲେ ପାଇକବଧୂର ହୃଦୟରେ ସୃଷ୍ଟି ହୁଏ ଅପୂର୍ବ ପୁଲକ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ତେଣୁ ହୃଦୟରେ ଅନଳର ତେଜ ଓ ବାହୁରେ ଶତସିଂହର ବଳ ନେଇ ସମର କ୍ଷେତ୍ରରେ ଉଭା ହେବାପାଇଁ ପ୍ରିୟ କାନରେ ବୀରବାଣୀ ଶୁଣାଏ ପ୍ରାଣପ୍ରିୟା ପତ୍ନୀ । ମାତୃଭୂମିର ସମ୍ମାନ ରକ୍ଷା ପାଇଁ ହସି ହସି ରଣଭୂମିରେ ଜୀବନ ଉତ୍ସର୍ଗ କରିବାପାଇଁ ଖଣ୍ଡାୟତ କୁଳର ସୁଯୋଗ୍ୟ ଦାୟାଦ ଜନ୍ମ ନିଏ । ଶତ୍ରୁ ସଂହାର କରି, ହାତରେ ବିଜୟ ବୈଜୟନ୍ତୀ ଉଡ଼ାଇ, ବୀର ଦର୍ପରେ ସଂଗ୍ରାମ ଭୂମିରୁ ଲେଉଟି ଆସୁଥିବା ସ୍ଵାମୀକୁ ଦେଖ‌ିଲେ ପାଇକ ରମଣୀର ହୃଦୟ ଗର୍ବରେ ଉଲ୍ଲସିତ ହୋଇଉଠେ ।

ବିଜୟୀ ବୀର ସ୍ବାମୀର ପଦବନ୍ଦନା କରିବାକୁ ଅର୍ଘ୍ୟଥାଳୀ ଧରି କୁଟୀର ଦ୍ବାରଦେଶରେ ସ୍ନେହ ସୋହାଗିନୀ ପାଇକବଧୂ ଅପେକ୍ଷା କରି ରହିବ ବୋଲି କହି ପ୍ରାଣପ୍ରିୟକୁ ରଣକ୍ଷେତ୍ର ଯିବାପାଇଁ ପ୍ରେରଣା ପ୍ରଦାନ କରେ ପାଇକବଧୂ । ପ୍ରାଣପ୍ରିୟାର ପ୍ରେରଣାଭରା ବାଣୀ ପାଇକବୀର ହୃଦୟରେ ମାତୃଭୂମି ପ୍ରୀତିକୁ ବହୁଗୁଣିତ କରିଛି । ଅଖଣ୍ଡ ସାହସ ଓ ଅପୂର୍ବ ବୀରତ୍ଵରେ ସେ ଶତ୍ରୁ ରକ୍ତରେ ହୋରି ଖେଳିବାକୁ ପ୍ରତିଜ୍ଞାବଦ୍ଧ ହୋଇଛି । ବାସ୍ତବିକ ଯୁଗେ ଯୁଗେ ନାରୀ ହିଁ ପ୍ରେରଣା- ଦାୟିନୀ, ଏହି ଉକ୍ତିର ଯଥାର୍ଥତା କବିତାଟିରେ ପ୍ରତିପାଦିତ ହୋଇଛି ।

Question ୩୫ ।
‘ପାଇକବଧୂର ଉଦ୍‌ବୋଧନ’ କବିତାଟିର ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ସବୁଜ ସମସାମୟିକ ଚେତନାର ବାର୍ତ୍ତାବହ, ମାନବବାଦର ଯଥାର୍ଥ ରୂପକାର କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରକୃତି ଉପାସନା, ସୌନ୍ଦର୍ଯ୍ୟାନୁଭୂତି, ଜାତୀୟ ଭାବନାକୁ ଆଧାର କରି ଲେଖନୀ ଚାଳନା କରିଥିଲେ । ତାଙ୍କ ରଚିତ କବିତାଗୁଡ଼ିକରେ ଅତୀତ ଉତ୍କଳର ଗୌରବାବହ ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଜୟଗାନ ଦେଖ‌ିବାକୁ ମିଳେ । ଏହି କବିଙ୍କ ସାରସ୍ବତ ସୃଷ୍ଟିସମୂହ ପାଠକ ପ୍ରାଣରେ ଜାତିପ୍ରୀତି ଓ ସ୍ଵାଭିମାନର ମନ୍ତ୍ର ପ୍ରତିଧ୍ଵନିତ କରେ । କବିଙ୍କ ରଚିତ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗ୍‌ବଳୟ’ ଓ ‘ଉତ୍ସ’ ଆଦି ବିଶିଷ୍ଟ ରଚନାଗୁଡ଼ିକ ତାଙ୍କ ଉଜ୍ଜଳ ସାରସ୍ଵତ ପ୍ରତିଭାର ପରିଚାୟକ ।

ଆଲୋଚ୍ୟ କବିତା ‘ପାଇକବଧୂର ଉଦ୍‌ବୋଧନ’ ପ୍ରାଚୀନ ଉତ୍କଳର ଶୌର୍ଯ୍ୟ ଓ ସାମରିକ ବିଭବର ହୃଦୟସ୍ପର୍ଶୀ ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍କଳୀୟ ବୀରାଙ୍ଗନା ପାଇକ ରମଣୀର ଅଖଣ୍ଡ ସାହସ, ଅନନ୍ୟ ତ୍ୟାଗ ତଥା ଦେଶପ୍ରୀତିର ମହନୀୟତାକୁ ପ୍ରତିପାଦନ କରେ । କବିତାର ଶୀର୍ଷକ ବୀର୍ଯ୍ୟବତୀ ପାଇକବଧୂର ମହତ୍ତ୍ଵ ଓ ବୈଶିଷ୍ଟ୍ୟ ଉପରେ ଆଧାରିତ । ସଂଳାପଧର୍ମୀ ଏହି ଗାଥା କବିତାର ନାୟିକା ପାଇକବଧୂକୁ କେନ୍ଦ୍ରକରି ଉତ୍କଳର ଗରିମାମୟ ଅତୀତ ଇତିହାସର ସ୍ମୃତି ରୋମନ୍ଥନ କରିଛନ୍ତି କବି ।

ଯେଉଁ ଖଣ୍ଡାୟତ-ପାଇକବୀର ସେନାନୀଙ୍କ ଅପୂର୍ବ ଋଣ କଳା-କୌଶଳକୁ ପାଥେୟ କରି ଏକଦା କଳିଙ୍ଗର ସୀମା ଗଙ୍ଗାଠାରୁ ଗୋଦବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା, ସେହି ଉତ୍କଳୀୟ ପାଇକବୀରଙ୍କ ପ୍ରେରଣାର ଉତ୍ସ ଥିଲା ବୀରାଙ୍ଗନା ପାଇକବଧୂ । ବୀରବାଳା ପାଇକ ରମଣୀର ଦୃପ୍ତ କଣ୍ଠନିଃସୃତ ଅଗ୍ନିବର୍ଷୀ ଆହ୍ବାନ ଓ ଉତ୍ସାହପୂର୍ଣ୍ଣ ବାଣୀରେ ଉଦ୍‌ବୁଦ୍ଧ ହୋଇ ଖଣ୍ଡାୟତ ବୀର, ସମରକ୍ଷେତ୍ରରେ ସହିଦ ହେବାକୁ ଜୀବନର ସାର୍ଥକତା ବୋଳି ଉପଲବ୍‌ଧି କରୁଥିଲା । ପାଇକ ରମଣୀ କଣ୍ଠରୁ ଝରିପଡ଼ୁଥୁଲା –

‘ଯିବା ପାଇଁ ହବ ଋଣ ପ୍ରାଙ୍ଗଣେ ଯିବାପାଇଁ ହବ ବୀର
ମାରିବାକୁ ହବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।

ଆବେଗ କବିତାରେ ସ୍ପଷ୍ଟଭାବେ ରୂପାୟିତ ହୋଇଛି । ଖଣ୍ଡାୟତ-ପାଇକବୀର ସ୍ୱାମୀକୁ କର୍ଭବ୍ୟ ସଚେତନ କରାଇବାରେ ତା’ର କଣ୍ଠନିଃସୃତ ଦୃପ୍ତ ଆହ୍ଵାନ ତଥା ଅଗ୍ନିବର୍ଷୀ ଉଦ୍‌ବୋଧନୀ କବିତାର ନାମକରଣକୁ ସାର୍ଥକତା ପ୍ରଦାନ କରିଛି । କବିଙ୍କ ଭାଷାରେ – ‘ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି କଣ୍ଠନିଃସୃତ ଦୃପ୍ତ ଆହ୍ଵାନ ତଥା ଅଗ୍ନିବର୍ଷୀ ଉଦ୍‌ବୋଧନୀ କବିତାର ନାମକରଣକୁ ସାର୍ଥକତା ପ୍ରଦାନ କରିଛି । କବିଙ୍କ ଭାଷାରେ –

‘ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି
ଆସିବ ଯେ ଦିନ କୋଟି ଗଉରବେ ନେବି ମୁଁ ଆଦର କରି ।’’

ସଶକ୍ତ ତୁଣୀର ବାନ୍ଧିଦେଇ ହାତରେ ଧନୁର୍ବାଣ ଧରାଇଦିଏ ସେ । ସୁତୀକ୍ଷ୍ଣ ତରବାରି ଓ ସୁଦୃଢ଼ ଢାଲ ଧରାଇ ବକ୍ଷଦେଶରେ ଝୁଲାଇ ଦିଏ ମନ୍ଦାରର ମାଳା । କପାଳରେ ବିଜୟ ସିନ୍ଦୂର ପିନ୍ଧାଇ ଦେଇ ଅର୍ଘ୍ୟଥାଳୀ ହାତରେ ଧରି ବନ୍ଦାପନା କରେ ପ୍ରାଣପ୍ରିୟ ପତିଙ୍କୁ । ମଙ୍ଗଳ ହୁଳହୁଳି ଶବ୍ଦରେ ପ୍ରାଙ୍ଗଣ ନିନାଦିତ କରି ଶୁଭକ୍ଷଣରେ ସ୍ଵାମୀକୁ ବିଦାୟ ଦିଏ ପାଇକବଧୂ । ରଣବାଦ୍ୟର ତାଳେ ତାଳେ ସମର ସଙ୍ଗୀତ ଗାନ କରି ସ୍ୱାମୀ ମନରେ ଉତ୍ସାହ ଓ ପ୍ରେରଣା ଭରିଦିଏ ।

ରଣଶିଙ୍ଗା ବଜାଇ ବଜାଇ ଦୁର୍ଗ ପ୍ରାଙ୍ଗଣରେ ଛାଡ଼ିଦେଇ ଯାଏ ପ୍ରାଣପ୍ରିୟକୁ । କିଶୋରୀ ପାଇକବଧୂକୁ ଘରେ ଛାଡ଼ି ସମରଭୂମି ଅଭିମୁଖେ ଗଲାବେଳେ ବୀର ପାଇକ ସନ୍ତାନ ମନରେ କ୍ଷଣିକ ବିଷାଦ ସୃଷ୍ଟି ହେବା ସ୍ଵାଭାବିକ । ଏହା ଅନୁଭବ କରି ପ୍ରାଣପ୍ରିୟା ବୀରବାଳା ତା’ ସ୍ଵାମୀ ମନରେ ଉଦ୍ଦାମତା ଭରିଦେବାପାଇଁ କହେ –

‘ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ
ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହବ ।’’

ଯୁଦ୍ଧଜୟୀ ସ୍ଵାମୀ ହସ୍ତରେ ରକ୍ତରଞ୍ଜିତ ତରବାରି ଦେଖ‌ିଲେ ଖଣ୍ଡାୟତ ରମଣୀର ହୃଦୟ ଗର୍ବରେ ଉତ୍‌ଫୁଲ୍ଲିତ ହୋଇ ଉଠିବ । ତେଣୁ ଶତ୍ରୁ ସଂହାର କରିବାପାଇଁ ବୀର ଦର୍ପରେ ସମରକ୍ଷେତ୍ରକୁ ଲମ୍ଫ ଦେବାକୁ ସ୍ଵାମୀକୁ ଶପଥ କରାଏ ବୀର୍ଯ୍ୟବତୀ ପାଇକବଧୂ । ବିଜୟ ବୈଜୟନ୍ତୀ ଉଡ଼ାଇ ସମରଭୂମିରୁ ଯୁଦ୍ଧବାଦ୍ୟର ତାଳେ ତାଳେ ରଣଫେରନ୍ତା ସେନାନୀଙ୍କ ଅଗ୍ରଭାଗରେ ସଦର୍ପେ ଆସୁଥ‌ିବା ସ୍ଵାଭିମାନସ୍ପର୍ଷିତ ସ୍ଵାମୀକୁ ଦେଖ‌ି ନିଜକୁ ଯେ ଶତଗୌରବର ଅଧ୍ୟାରିଣୀ ବୋଲି ଭାଗ୍ୟବତୀ ପାଇକ ରମଣୀ ମନେକରିବ ଏହା କହି ସ୍ଵାମୀ ମନରେ ଭରିଦିଏ ଶତସିଂହର ବଳ । କବିଙ୍କ ଭାଷାରେ –

‘‘ଆଗେ ବାଜୁଥୁବ ସଂଗ୍ରାମ ବାଜା ପଛେ ଆସୁଥୁବ ତମେ
ବିଜୟ କେତନ ହାତେ ଧରିଥୁବ ଦେଖୁ ନୟନ କଣେ ।’’

ନିପାତ କରିବାପାଇଁ ମନରେ ଅଖଣ୍ଡ ସାହସ, ହୃଦୟରେ ଅନଳର ତେଜ ଭରିଦେବାପାଇଁ ପାଇକବଧୂର ତେଜୋଦ୍ଦୀପ୍ତ ଉଦ୍‌ବୋଧନ ସ୍ଵାମୀ ମନରେ ରଣପିପାସାକୁ ବହୁଗୁଣିତ କରେ । ରଣବିଜୟୀ ସ୍ଵାମୀକୁ ଅର୍ଘ୍ୟଥାଳୀ ଧରି କୁଟୀର ଦ୍ଵାରରେ ପ୍ରତୀକ୍ଷାରତ ରହିବ ବୋଲି କହି ପ୍ରାଣପ୍ରିୟକୁ ବିଦାୟ ଦିଏ ପାଇକବଧୂ । ବାସ୍ତବିକ ପାଇକବଧୂର ଅନନ୍ୟ ଦେଶପ୍ରୀତି ଓ ଅତୁଳନୀୟ ତ୍ୟାଗର କାହାଣୀକୁ ଆଧାର କରି ରଚିତ ଆଲୋଚ୍ୟ କବିତା ନାମକରଣର ସାର୍ଥକତା ପ୍ରତିପାଦନ କରେ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୩୬ ।
‘ଜନ୍ମଭୂମିର ରକ୍ଷା ପାଇଁ ନାରୀର ଭୂମିକା’ ବର୍ଣ୍ଣନ କରି ତୁମ ସାନ ଭଉଣୀ ନିକଟକୁ ମନଛୁଆଁ ପତ୍ରଟିଏ ଲେଖ ।
Answer:

କଳିଙ୍ଗନଗର
ତା ୧୫୮୨।୧୯

ଆଦରଣୀୟା ପୂଜା,
ମୋର ସ୍ନେହ ନେବୁ । ତୋ’ ସହପାଠୀଙ୍କୁ ମୋର ଶୁଭେଚ୍ଛା ଜଣାଇବୁ । ଗତ ସପ୍ତାହରେ ତୋ’ ଚିଠି ପାଇଲି । ପରୀକ୍ଷାରେ ଭଲ କରିଛୁ ବୋଲି ଜାଣି ବହୁତ ଖୁସି ଲାଗିଲା । କାଲି ଆମ ବିଦ୍ୟାଳୟରେ ଆୟୋଜିତ ଏକ ବକ୍ତୃତା ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଛି । ବକ୍ତୃତାର ଶୀର୍ଷକ ଥିଲା ‘ଜନ୍ମଭୂମିର ରକ୍ଷା ପାଇଁ ନାରୀର ଭୂମିକା’ । ଏ ଚିଠିରେ ସେ ବିଷୟରେ ଦୁଇଧାଡ଼ି ଲେଖୁଛି ।
ପୂଜା, ତତେ ଥରେ କହିଥିଲି– ‘ଅପି ସ୍ଵର୍ଣ୍ଣମୟୀ ଲଙ୍କା ଲକ୍ଷ୍ମଣ ନ ମେ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’’।

ଶ୍ରୀରାମଚନ୍ଦ୍ରଙ୍କର ଲକ୍ଷ୍ମଣଙ୍କ ପ୍ରତି ଏହି ଉକ୍ତିରୁ ଆରମ୍ଭ କରିଥିଲି ମୋର ବକ୍ତୃତା । ସ୍ଵର୍ଗଠାରୁ ମହାନ୍ ଆମ ଏଇ ଜନ୍ମଭୂମିକୁ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ କର୍ଭବ୍ୟ । ତେବେ କେବଳ ଯେ ପ୍ରତିରକ୍ଷା ବିଭାଗରେ ଯୋଗଦେଇ ସୀମାନ୍ତରେ ଶତ୍ରୁ ସହ ଯୁଦ୍ଧ କରିବାରେ ଏହି କର୍ତ୍ତବ୍ୟ ସୀମିତ, ତାହା ନୁହେଁ । ସାମାଜିକ ସ୍ତରରେ ନୈତିକ ଜୀବନଚର୍ଯ୍ୟା ପାଇଁ ଅଙ୍ଗୀକାରବଦ୍ଧତା ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଯିଏ ଯେଉଁ ପରିସ୍ଥିତିରେ, ଯେଉଁ କ୍ଷେତ୍ରରେ କର୍ମ କଲେ ମଧ୍ୟ ନିଜ କାର୍ଯ୍ୟଧାରାରେ ସାଧୁତା ଓ ଶୃଙ୍ଖଳାକୁ ପ୍ରାଥମିକତା ଦେଇ ନିଷ୍ଠାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ହେଉଛି ମାତୃଭୂମି ପ୍ରତି ସମ୍ମାନ ପ୍ରଦର୍ଶନର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ।

ଇତିହାସ ପୃଷ୍ଠା ଉନ୍ମୋଚନ କଲେ ରାଣୀ ଦୁର୍ଗାବତୀ, ରାଣୀ ଲକ୍ଷ୍ମୀବାଈ ଓ ପଦ୍ମିନୀଙ୍କ ପରି ମହୀୟସୀ ମହିଳାଙ୍କ ଅପୂର୍ବ ଦେଶପ୍ରୀତି ବିଷୟରେ ଆମେ ଅବଗତ ହେଉ । ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମରେ ଝାନ୍ସୀରାଣୀ ଲକ୍ଷ୍ମୀବାଈ ଅପୂର୍ବ ବୀରତ୍ଵ ପ୍ରଦର୍ଶନ କରି ଇଂରେଜ ସାମ୍ରାଜ୍ୟକୁ ବିବ୍ରତ କରିଦେଇଥିଲେ । ଆଧୁନିକ ଭାରତରେ ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧି, ମେଧା ପାଟେକର ପ୍ରଭୃତି ଭାରତୀୟ ସମାଜକୁ ବହୁଭାବେ ପ୍ରଭାବିତ କରିଥିଲେ ।

ଏକଦା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଆଶାପୂର୍ଣ୍ଣା ଦେବୀ, ଅମୃତା ପ୍ରୀତମ୍, କପିଳା ବାତ୍ସାୟନ, କୁନ୍ତଳା କୁମାରୀ ସାବତ ପ୍ରଭୃତି ଆଜି ମଧ୍ୟ ଅବିସ୍ମରଣୀୟ । ସମ୍ପ୍ରତି ଶିକ୍ଷା ଓ ବିଭିନ୍ନ ଚାକିରି କ୍ଷେତ୍ରରେ ନାରୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ଏବେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସେମାନେ ପ୍ରବେଶ କରି ଶତ୍ରୁପକ୍ଷର ମୁକାବିଲା-କଲେଣି । ମହାକାଶରେ ସେମାନଙ୍କ ଯାତ୍ରା ଅବ୍ୟାହତ ରହିଛି । ଗୃହାଙ୍ଗନରେ ଆବଦ୍ଧ ରହି କେବଳ ଗୃହକର୍ମରେ ଲିପ୍ତ ରହିବା ପରି ମାନସିକତା ଆଜି ଆଉ ନାହିଁ । ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରତିରକ୍ଷା ଆଦି ବହୁବିଧ କ୍ଷେତ୍ରରେ ସୁନାମ ଅର୍ଜନ କରି ମାତୃଭୂମିର ସମ୍ମାନ ରଖିବାର ସୁଯୋଗ ସେମାନଙ୍କୁ ମିଳିଛି । ପି.ଟି.ଉଷା, କଣ୍ଠମ୍ ମାଲେଶ୍ଵରୀ, ସାନିଆ ମିର୍ଜା ଆଦି କ୍ରୀଡ଼ାବିତ୍ ଭାରତକୁ ବିଶ୍ବସ୍ତରରେ ସୁନାମ ଆଣିଦେଇଛନ୍ତି ।

ଭାରତୀୟ ନାରୀ ପାଶ୍ଚାତ୍ୟ ନାରୀମାନଙ୍କ ପରି ବିକୃତ ଜୀବନଚର୍ଯ୍ୟାଠାରୁ ବହୁଦୂରରେ । ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଜୀବନଶୈଳୀ ଓ ନୈତିକତାକୁ ଗୁରୁତ୍ଵ ପ୍ରଦାନପୂର୍ବକ ଯେ କୌଣସି ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହୋଇ ମାତୃଭୂମିର ସମ୍ମାନ ବୃଦ୍ଧି କରାଯାଇପାରିବ ।

ପୂଜା, ତୁ’ ତ ଏନ୍.ସି.ସି.ରେ ଯୋଗଦେବାକୁ ଚାହୁଁଥିଲୁ । ବାପା କ’ଣ କହିଲେ ? ତା’ ଛଡ଼ା ବିଦ୍ୟାଳୟରେ ତ ଏନ୍.ସି.ସି. ଅଛି । ତା’ଛଡ଼ା ତୁ’ ତ ହଷ୍ଟେଲରେ ରହୁଛୁ । ତେଣୁ କିଛି ଅସୁବିଧା ତୋ’ର ସେଥ‌ିରେ ଯୋଗଦେବା ଦରକାର । ମୁଁ କହିଛି ବୋଲି ବାପାଙ୍କୁ କହିବୁ । ଭାବୁଛି, ସେ ଭବିଷ୍ୟତରେ ଏନ୍.ସି.ସି.ର ପ୍ରମାଣପତ୍ର ବହୁ କାମରେ ଲାଗିବ । ସେ ଯାହା ହେଉ, ମନ ଦେଇ ପାଠ ପଢୁଥୁବୁ । ସବୁଥର ପରି ଯେପରି ପରୀକ୍ଷାରେ ଭଲ ହୁଏ, ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବୁ । ବଡ଼ଦିନ ଛୁଟିରେ ଘରକୁ ଆସିଲେ ଦେଖାହେବ । ଚିଠି ପାଇ ଚିଠି ଦେବୁ । ରହୁଛି ।

ତୋର ଶୁଭାକାଙ୍ଷୀ ଅପା

ଠିକଣା
ପ୍ରେରକ : ପ୍ରାପ୍ତେଷୁ : [ଉ।କଟିକଟ]
ଲିଜା ଶତପଥୀ
ମାର୍ଫତ – ପୂଣ୍ଣନ୍ଦୁ ଶତପଥୀ
ପୋ – କଳି ଙ୍ଗନଗର
ଯାଜପୁର
ପିନ୍ ———-
ପୂଜା ଶତପଥୀ
ରେଭେନ୍ପା ବାଳିକା ବିଦଳିୟ
ଛାତବାସ
ପୋ – ଚୌଧୁରୀ ବଜାର
ଜି – କଟକ
ପିନ୍ -୭୫୩୦୦୨

ତୁମପାଇଁ କାମ

୩୭ । ‘ପାଇକବଧୂର ଉଦ୍‌ବୋଧନ’ ସମଗ୍ର କବିତାଟି ସଂଗ୍ରହ କରି ପଢ଼ ।
୩୮ । କବିଙ୍କର ଅନ୍ୟକୃତିଗୁଡ଼ିକ ସଂଗ୍ରହ କରି ପଢ଼ ।
୩୯ । ଅତୀତ ଉତ୍କଳର ଗୌରବୋଜ୍ଜ୍ଵଳ ଐତିହ୍ୟ ସମ୍ପର୍କରେ ଟିପାଖାତାରେ ସୂଚନା ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଶ୍ମଶାନ ପରି କ’ଣ ପଡ଼ିଛି ବୋଲି କବି କହିଛନ୍ତି ?
Answer:
ପ୍ରାଚୀନ ଉତ୍କଳର ଦୁର୍ଗ, ବନ ଓ ପ୍ରାନ୍ତର ଶ୍ମଶାନ ପରି ପଡ଼ି ରହିଛି ବୋଲି କବି କହିଛନ୍ତି ।

2. ଯୋଦ୍ଧାବେଶ କେଉଁମାନେ ଧାରଣ କରୁଥିଲେ ?
Answer:
ଅତୀତ ଉତ୍କଳର ଖଣ୍ଡାୟତ -ପାଇକ ମାନେ ଯୋଦ୍ଧାବେଶ ଧାରଣ କରୁଥିଲେ ।

3. ସମୀରଣ କିପରି ବହିଯାଏ ?
Answer:
ସମୀରଣ ନୀରବରେ ଗୁଞ୍ଜରଣ କରି ବହିଯାଏ ।

4. ଶ୍ରୀପଦକୁଳ କେଉଁଠାରେ ବୁଲୁଛନ୍ତି ?
Answer:
ଶ୍ୱାପଦକୁଳ ପ୍ରାଚୀନ ଦୁର୍ଗ, ବନ ଓ ପ୍ରାନ୍ତରରେ ବୁଲୁଛନ୍ତି ବୋଲି କବି କହିଛନ୍ତି ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

5. ବୀରମାଟିକୁ ଦେଖ‌ିଲେ ମନରେ କି ଭାବନା ସୃଷ୍ଟି ହୁଏ ?
Answer:
ବୀର ମାଟିକୁ ଦେଖ୍ ଲେ ମନରେ ଅତୀତର ଗୌରବାବହ ସ୍ମୃତି ଜାଗ୍ରତ ହେବା ସହିତ ରକ୍ତରେ ଭଷ୍ମତା ବୃଦ୍ଧି ପାଏ ।

6. ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?
Answer:
ବୀରମାଟି ବୁକୁତଳେ ଲକ୍ଷ ଲକ୍ଷ ଓଡ଼ିଆ ପାଇକଙ୍କ ଗୌରବାବହ ବୀରଗାଥାକୁ ଚାପି ଧରି ପଡ଼ିରହିଛି ।

7. ଖଣ୍ଡାୟତ ବଧୂ ନିଜର ସ୍ୱାମୀକୁ ବୀରବେଶରେ କିପରି ସଜ୍ଜିତ କରୁଥିଲା ?
Answer:
ଖଣ୍ଡାୟତ ବଧୂ ନିଜ ସ୍ୱାମୀ କପାଳରେ ବିଜୟ ସିନ୍ଦୂର, ହାତରେ ତରବାରୀ, କାନ୍ଧରେ ଧନୁର୍ବାଣ, ପୃଷ୍ଠଦେଶରେ ତୂଣୀର ବାନ୍ଧି ତାଙ୍କୁ ବୀରବେଶରେ ସୁସଜ୍ଜିତ କରୁଥିଲା ।

8. ଯୁଦ୍ଧକ୍ଷେତ୍ରକୁ ସ୍ୱାମୀକୁ ପଠାଇ ଖଣ୍ଡାୟତ ବଧୂ କିପରି ସମୟ କାଟୁଥିଲା ?
Answer:
ଖଣ୍ଡାୟତ ବଧୂ ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଅନୁଶୋଚନା ନ କରି ଆତଙ୍କିତ ନ ହୋଇ ସ୍ବାମୀର ଶୁଭ ମନାସି ବିଜୟ କାମନା କରି ସମୟ କାଟୁଥିଲା ।

9. ବୀରବାଳା ତା’ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ କିପରି ପଠାଉଥିଲା ବୋଲି କବି କହିଛନ୍ତି ?
Answer:
ବୀରବାଳା ତା’ ସ୍ୱାମୀର ବକ୍ଷଦେଶରେ ମନ୍ଦାରମାଳା ପକାଇ ବୀରବେଶରେ ସଜାଇ ସମର ସଙ୍ଗୀତ ଗାଇ ରଣଶିଙ୍ଗା ବଜାଇ ଅର୍ଘ୍ୟଥାଳୀ ଧରି ହୁଳହୁଳି ଦେଇ ବନ୍ଦାପନା କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲା ।

10. ବୀରବାଳା କେଉଁ ଗୀତ ଗାଉଥିଲା ?
Answer:
ବୀରବାଳା ସମର ସଙ୍ଗୀତ ଗାଉଥିଲା ।

11. ‘ଯିବାପାଇଁ ହବ ବୀର’ – ‘ବୀର’ ବୋଲି କାହାକୁ କିଏ ସମ୍ବୋଧନ କରିଛନ୍ତି ?
Answer:
‘ଯିବାପାଇଁ ହବ ବୀର’ – ଏଠାରେ ‘ବୀର’ ବୋଲି ପାଇକବଧୂ ତା’ର ସ୍ୱାମୀକୁ ସମ୍ବୋଧନ କରିଛନ୍ତି ।

12. କେଉଁ ଉଦ୍ଦେଶ୍ୟ ନେଇ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା କହିଛନ୍ତି ?
Answer:
ଜନ୍ମଭୂମିର ମଙ୍ଗଳ ପାଇଁ ଲକ୍ଷ ସୈନ୍ୟକୁ ମାରି ବିଜୟୀ ହେବା ଉଦ୍ଦେଶ୍ୟରେ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା ତା’ସ୍ଵାମୀକୁ କହିଛି ।

13. କେତେବେଳେ ପ୍ରିୟତମଙ୍କୁ ପାଇକବଧୂ ଆଦର କରି ନେବେ ବୋଲି କବି କହିଛନ୍ତି ?
Answer:
ଯୁଦ୍ଧକ୍ଷେତ୍ରରେ ଶତ୍ରୁସଂହାର କରି ହାତରେ ବିଜୟ ବୈଜୟନ୍ତୀ ଉଡ଼ାଇ ବୀରଦର୍ପରେ ଆସୁଥ‌ିବା ସ୍ଵାମୀକୁ ଆଦରରେ ପାଛୋଟି ନେବାକୁ ପାଇକବଧୂ ଆଗେଇ ଆସିବ ବୋଲି କବି କହିଛନ୍ତି ।

14. ଯୁଦ୍ଧଜୟୀମାନେ କିପରି ଫେରନ୍ତି ?
Answer:
ବୀରବାଦ୍ୟ ତାଳେ ତାଳେ ଗର୍ବରେ ଜୟ ଜୟ କାର କରି ରଣଭୂମିରୁ ଫେରି ଥାଆନ୍ତି ।

15. ତରୁଣୀ ଓ ଜନ୍ମଭୂଇଁ – ଏହି ଦୁଇଟି ମଧ୍ୟରୁ ବୀରର ପ୍ରିୟ କିଏ ହେବା ଉଚିତ ?
Answer:
ତରୁଣୀ ଓ ଜନ୍ମଭୂଇଁ – ଏ ଦୁଇଟି ମଧ୍ୟରୁ ଜନ୍ମଭୂଇଁ ବୀରର ପ୍ରିୟ ହେବା ଉଚିତ ।

16. ବିଜୟୀ ସ୍ଵାମୀଙ୍କୁ ଦେଖୁଲେ ପାଇକବଧୂ ହୃଦୟରେ କି ଭାବ ଅନୁଭବ କରିବ ?
Answer:
ବିଜୟୀ ସ୍ଵାମୀଙ୍କୁ ଦେଖୁଲେ ପାଇକବଧୂର ହୃଦୟ ଓ ଗୌରବ ଭାବ ଅନୁଭବ କରିବ ।

17. କିଏ କାହାର ପଦବନ୍ଦନା କରିବ ?
Answer:
ବୀରବାଳା ପାଇକବଧୂ ଯୁଦ୍ଧବିଜୟୀ ବୀର ସ୍ୱାମୀଙ୍କର ପଦବନ୍ଦନା କରିବ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. କେଉଁ ସ୍ଥାନରେ ଆଉ ତୋପ ଫୁଟେ ନାହିଁ କିମ୍ବା ଘୋଡ଼ା ଟପ୍‌ଟପ୍ ଚାଲେ ନାହିଁ ?
Answer:
ଦୁର୍ଗରେ

2. କେଉଁମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି ?
Answer:
ସ୍ୱାପଦକୁଳ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

3. ସ୍ଵାମୀଙ୍କ କପାଳରେ ଖଣ୍ଡାୟତ ବଧୂ କ’ଣ ଆଙ୍କି ଦେଉଥିଲା ?
Answer:
ବିଜୟ ସିନ୍ଦୂର

4. ‘ସୋହାଗେ’- ଶବ୍ଦର ଅର୍ଥ କ’ଣ ?
Answer:
ଅତି ସ୍ନେହରେ

5. ପାଇକବଧୂ ତା’ସ୍ଵାମୀର ବକ୍ଷଦେଶରେ କ’ଣ ଲମ୍ବାଇ ଦେଉଥିଲା ?
Answer:
ମନ୍ଦାରର ମାଳା

6. ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ପାଇକବଧୂ କେଉଁ ଗୀତ ଗାନ କରୁଥିଲା ?
Answer:
ସମର ସଂଗୀତ

7. ମାରିବାକୁ ହେବ ଲକ୍ଷ __________________ ଫୋପାଡ଼ି ଲକ୍ଷ ତୀର ।
Answer:
ସଇନ

8. ଜନ୍ମଭୂଇଁର ମଙ୍ଗଳ ଲାଗି କ’ଣ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ୱାମୀକୁ କହିଛି ?
Answer:
ଜୀବନ

9. ‘ଯିବା ପାଇଁ ହବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି କାହାକୁ ସମ୍ବୋଧନ କରିଛି ?
Answer:
ତା’ର ସ୍ୱାମୀକୁ

10. ବୀରର ଜନ୍ମ କାହା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପାଇକବଧୂ କହିଛି ?
Answer:
ତରୁଣୀର ବକ୍ଷ ପାଇଁ

11. ଅତୀତରେ ପାଇକମାନଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ଯୁଦ୍ଧ କରି ଜନ୍ମଭୂମିର ରକ୍ଷା କରିବା

12. ବୀରପାଇକମାନେ ଯୁଦ୍ଧକ୍ଷେତ୍ରକୁ ଗଲାବେଳେ ଶରମୁଣା କେଉଁଠାରେ ବାନ୍ଧନ୍ତି ?
Answer:
ପିଠିରେ

13. କେଉଁଥ୍‌ପାଇଁ ପାଇକ ବୀରକୁ ଜୀବନ ଦେବାକୁ ହେବ ବୋଲି କବିତାରେ କୁହାଯାଇଛି ?
Answer:
ଜନ୍ମଭୂମିର ମଙ୍ଗଳ ପାଇଁ

14. ଖୋର୍ଦ୍ଧାର ବୀରମାଟି ବୁକୁତଳେ ଅତୀତର କ’ଣ ଧରି ପଡ଼ି ରହିଛି ବୋଲି କୁହାଯାଇଛି ?
Answer:
ଲକ୍ଷ ବୀରଗାଥା

15. ସମରକ୍ଷେତ୍ରକୁ କିପରି ଯିବା ପାଇଁ ଖଣ୍ଡାୟତ ବଧୁ ନିଜ ପ୍ରିୟତମକୁ କହିଛି ?
Answer:
ବକ୍ଷରେ ଅନଳ ଧରି

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

16. ‘ପାଇକବଧୂର ଉଦ୍‌ବୋଧନ’ କବିତାର କବି କିଏ ?
Answer:
କୃଷ୍ଣଚନ୍ଦ୍ର ତ୍ରିପାଠୀ

17. ଦୁର୍ଗ, ବନ ଓ ନୀଳପ୍ରାନ୍ତର କିପରି ପଡ଼ିରହିଛି ବୋଲି କବି କହିଛନ୍ତି ?
Answer:
ଶ୍ମଶାନ ପରି

18. ପାଇକମାନଙ୍କର ଯୁଦ୍ଧକାଳୀନ ବାଦ୍ୟବିଶେଷକୁ କ’ଣ କୁହାଯାଏ ?
Answer:
ରଣଶିଂଗା

19. କେଉଁମାନେ ଯୋଦ୍ଧାବେଶ ଧାରଣ କରୁଥିଲେ ?
Answer:
ଖଣ୍ଡାୟତ ବୀର

20. ନୀରବେ ଗୁଞ୍ଜରି କିଏ ବହିଯାଏ ?
Answer:
ସମୀରଣ

C ଶୂନ୍ୟସ୍ଥାନ ପୂରଣ କର ।

1. ଖଣ୍ଡାୟତ ବଧୂ ତା’ ସ୍ଵାମୀର ପୃଷ୍ଠଦେଶରେ _______________ ବାନ୍ଧୁଥିଲା ।
Answer:
ଶରମୁଣା

2. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ ______________ ଦେଉଥିଲା ।
Answer:
ଧନୁଶର

3. ଖଣ୍ଡାୟତ ବଧୂ ତା’ର ସ୍ୱାମୀକୁ ___________ ର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା ।
Answer:
ଦର୍ପ

4. କବି _________________ କୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରୁଥିଲା ?
Answer:
ଖଣ୍ଡାୟତ ବଧୂ

5. ଖଣ୍ଡାୟତବଧୂ ତା’ର ସ୍ବାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ______________ ରେ ସମର ସଙ୍ଗୀତ ଗାନ କରୁଥିଲା ।
Answer:
କୁଟୀର ପ୍ରାଙ୍ଗଣ

6. ବକ୍ଷରେ ___________________ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି ।
Answer:
ଅନଳ

7. ତରୁଣୀ ବକ୍ଷ ଲାଗି ___________ ର ଜନ୍ମ ନୁହେଁ ବୋଲି ଖଣ୍ଡାୟତ ବଧୂ କହିଛି ।
Answer:
ବୀର

8. ବୀର ମାଟିକୁ ନିମିଷେ ଚାହିଁଲେ _______________ ତାତିଯାଏ ।
Answer:
ରକ୍ତ

9. ବୀରମାଟି ବୁକୁତଳେ _________________ ଧରି ପଡ଼ିରହିଛି ।
Answer:
ଲକ୍ଷ ବୀରଗାଥା

10. ଖଣ୍ଡାୟତ ବଧୂ ତା’ର ସ୍ୱାମୀକୁ __________________ ବେଶରେ ସୁସଜ୍ଜିତ କରୁଥିଲା ।
Answer:
ବୀର

11. ___________________ କରି ଫେରି ଆସିବା ବେଳେ ପାଇକବଧୂ ତା’ର ପ୍ରିୟତମକୁ ଆଦର କରି ପାଛୋଟି ନେବ ବୋଲି କହିଛି ।
Answer:
ଯୁଦ୍ଧ ଜୟ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

12. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ ________________ ବୀରର ପ୍ରିୟ ହେବା ଉଚିତ ।
Answer:
ଜନ୍ମଭୂମି

13. ସ୍ଵାମୀଙ୍କ ହାତରେ ______________________ ଦେଖିବାକୁ ପାଇକବଧୂ ଆଶା କରେ ।
Answer:
ବିଜୟ କେତନ

14. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ ____________________ ନୀରବେ ଗୁଞ୍ଜରି ବହିଯାଏ ।
Answer:
ସମୀରଣ

15. ଆଜି ଖଣ୍ଡାୟତ ବୀରମାନେ ___________________ ବେଶ ଧାରଣ କରୁନାହାନ୍ତି ।
Answer:
ଯୋଦ୍ଧ

16. ________________ ମାଟିକୁ ନିମିଷେ ଚାହିଁଲେ ରକ୍ତ ତାତିଯାଏ ।
Answer:
ବୀର

17. ଅତୀତର ଲକ୍ଷ ବୀରଗାଥା ବୁକୁତଳେ ଧରି ______________ ପଡ଼ିରହିଛି ।
Answer:
ବୀରମାଟି

18. ଖଣ୍ଡାୟତ ବଧୂ ______________ କୁ ବୀରବେଶରେ ସଜାଉଥିଲା ।
Answer:
ତା’ର ସ୍ବାମୀ

19. ଖଣ୍ଡାୟତ ବଧୂ ତା’ର ସ୍ବାମୀକୁ ବୀରବେଶରେ ସଜାଇ ______________ କୁ ପଠାଉଥିଲା ।
Answer:
ଯୁଦ୍ଧକ୍ଷେତ୍ର

20. ଖଣ୍ଡାୟତ ବଧୂ ତା’ ସ୍ବାମୀକୁ ବୀରବେଶରେ ସଜାଇ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ _________________ ବଜାଉଥିଲା ।
Answer:
ରଣଶିଙ୍ଗା

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ଶ୍ୱାପଦକୁଳମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି ।
Answer:
ଠିକ୍

2.‘ସୋହାଗେ’- ଶବ୍ଦର ଅର୍ଥ ଅତି କଠୋର ।
Answer:
ଭୁଲ୍

3. ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ପାଇକବଧୂ ସମର ସଂଗୀତ ଗାନ କରୁଥିଲା ।
Answer:
ଠିକ୍

4. ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ୱାମୀକୁ କହିଛି ।
Answer:
ଠିକ୍

5. ‘ଯିବା ପାଇଁ ହେବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି ତା’ର ସ୍ୱାମୀକୁ ସମ୍ବୋଧନ କରିଛି ।
Answer:
ଠିକ୍

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

6. କୃଷ୍ଣଚନ୍ଦ୍ର ତ୍ରିପାଠୀ ‘ପାଇକବଧୂର ଉଦ୍‌ବୋଧନ’ କବିତାର କବି ।
Answer:
ଠିକ୍

7. ପାଇକମାନଙ୍କର ଯୁଦ୍ଧକ।ଳାନ ବାଦ୍ୟବିଶେଷକୁ ବିଜୟ ତୂରୀ କୁହାଯାଏ ।
Answer:
ଭୁଲ୍

8. ନୀରବେ ଗୁଞ୍ଜରି ସମୀରଣ ବହିଯାଏ ।
Answer:
ଠିକ୍

9. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ ଧନୁଶର ଦେଉଥିଲା ।
Answer:
ଠିକ୍

10. ଖଣ୍ଡାୟତ ବଧୂ ତା’ର ସ୍ବାମୀକୁ ଦର୍ପର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା ।
Answer:
ଠିକ୍

11. କବି ଖଣ୍ଡାୟତ ବଧୂକୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରୁଥିଲା ?
Answer:
ଠିକ୍

12. ବକ୍ଷରେ ଅନଳ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି ।
Answer:
ଠିକ୍

13. ବୀର ମାଟିକୁ ନିମିଷେ ଚାହିଁଲେ ମନ ତାତିଯାଏ ।
Answer:
ଭୁଲ୍

14. ଖଣ୍ଡାୟତ ବଧୂ ତା’ର ସ୍ବାମୀକୁ ବୀରବେଶରେ ସୁସଜ୍ଜିତ କରୁଥିଲା ।
Answer:
ଠିକ୍

15. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ ତରୁଣୀ ବୀରର ପ୍ରିୟ ହେବା ଉଚିତ ।
Answer:
ଭୁଲ୍

16. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ ସମୀରଣ ନୀରବେ ଗୁଞ୍ଜରି ବହିଯାଏ ।
Answer:
ଠିକ୍

17. ଖଣ୍ଡାୟତ ବଧୂ ତା’ ସ୍ଵାମୀକୁ ବୀରବେଶରେ ସଜାଇ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ଘଣ୍ଟି ବଜାଉଥିଲା ।
Answer:
ଭୁଲ୍

18. କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଳୁ ଦେଲା ହୁଳହୁଳି ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ସ୍ଥାନରେ ଆଉ ତୋପ ଫୁଟେ ନାହିଁ କିମ୍ବା ଘୋଡ଼ା ଟପ୍‌ଟପ୍ ଚାଲେ ନାହିଁ ?
(A) ଶ୍ମଶାନରେ
(B) ନଗ୍ରରେ
(C) ଅରଣ୍ୟରେ
(D) ଦୁର୍ଗରେ
Answer:
(D) ଦୁର୍ଗରେ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

2. କେଉଁମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି ?
(A) ଅଶ୍ଵକୁଳ
(B) ଗଜକୁଳ
(C) ଶୃଗାଳକୁଳ
(D) ଦ୍ଵାପଦକୁଳ
Answer:
(D) ଦ୍ଵାପଦକୁଳ

3. ସ୍ଵାମୀଙ୍କ କପାଳରେ ଖଣ୍ଡାୟତ ବଧୂ କ’ଣ ଆଙ୍କି ଦେଉଥିଲା ?
(A) ବିଜୟ ଚନ୍ଦନ
(B) ବିଜୟ କଜ୍ଵଳ
(C) ବିଜୟ ଟୀକା
(D) ବିଜୟ ସିନ୍ଦୂର
Answer:
(D) ବିଜୟ ସିନ୍ଦୂର

4. ‘ସୋହାଗେ’- ଶବ୍ଦଟିର ଉପଯୁକ୍ତ ଅର୍ଥଟିକୁ ବାଛ ।
(A) ଅତି ଘୃଣାରେ
(B) ଅତି ସ୍ନେହରେ
(C) ଅତି ଈର୍ଷାରେ
(D) ଅତି ଯତ୍ନରେ
Answer:
(B) ଅତି ସ୍ନେହରେ

5. ପାଇକବଧୂ ତା’ସ୍ଵାମୀର ବକ୍ଷଦେଶରେ କ’ଣ ଲମ୍ବାଇ ଦେଉଥିଲା ?
(A) ତୁଳସୀର ମାଳା
(B) କର୍ପୂରମାଳା
(C) କୁସୁମର ମାଳା
(D) ମନ୍ଦାରର ମାଳା
Answer:
(D) ମନ୍ଦାରର ମାଳା

6. ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବା ବେଳେ ପାଇକବଧୂ କେଉଁ ଗୀତ ଗାନ କରୁଥିଲା?
(A) ପ୍ରଣୟ ସଂଗୀତ
(B) ଜାତୀୟ ସଂଗୀତ
(C) ଭକ୍ତି ସଂଗୀତ
(D) ସମର ସଂଗୀତ
Answer:
(D) ସମର ସଂଗୀତ

7. ମାରିବାକୁ ହେବ ଲକ୍ଷ ________________ ଫୋପାଡ଼ି ଲକ୍ଷତୀର ।
(A) ପାଇକ
(B) ଶତ୍ରୁ
(C) ସଇନି
(D) ଜୀବନ
Answer:
(C) ସଇନି

8. ଜନ୍ମଭୂଇଁର ମଙ୍ଗଳ ଲାଗି କ’ଣ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ଵାମୀକୁ କହିଛି ?
(A) ଧନସମ୍ପଦ
(B) ସ୍ଵାର୍ଥତ୍ୟାଗ
(C) ରକ୍ତ
(D) ଜୀବନ
Answer:
(D) ଜୀବନ

୨. ‘ଯିବା ପାଇଁ ହେବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି କାହାକୁ ସମ୍ବୋଧନ କରିଛି ?
(A) ସୈନିକକୁ
(B) ପାଇକଜାତିକୁ
(C) ରାଜାଙ୍କୁ
(D) ତା’ର ସ୍ଵାମୀକୁ
Answer:
(D) ତା’ର ସ୍ଵାମୀକୁ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

10. ବୀରର ଜନ୍ମ କାହା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପାଇକବଧୂ କହିଛି ?
(A) ଜନ୍ମଭୂମି ପାଇଁ
(B) ପରିବାର ପାଇଁ
(C) ଜନନୀ ପାଇଁ
(D) ତରୁଣୀର ବକ୍ଷ
Answer:
(D) ତରୁଣୀର ବକ୍ଷ

11. ଖଣ୍ଡାୟତ ବଧୂ ତା’ ସ୍ବାମୀର ପୃଷ୍ଠଦେଶରେ କ’ଣ ବାନ୍ଧୁଥିଲା ?
(A) ଖଡ୍‌ଗ
(B) ବର୍ଚ୍ଛା
(C) ଶରମୁଣା
(D) ଧନୁତୀର
Answer:
(C) ଶରମୁଣା

12. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ କ’ଣ ଦେଉଥିଲା ?
(A) ଖଡ୍‌ଗ
(B) ଧନୁଶର
(C) ଛୁରିକା
(D) ବନ୍ଧୁକ
Answer:
(B) ଧନୁଶର

13. ଖଣ୍ଡାୟତ ବଧୂ କାହାକୁ ଦର୍ପର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା ?
(A) ତା’ର ପୁତ୍ରକୁ
(B) ତା’ର ଭାଇକୁ
(C) ତା’ର ସ୍ଵାମୀକୁ
(D) ତା’ର ପିତାକୁ
Answer:
(C) ତା’ର ସ୍ଵାମୀକୁ

14. କବି କାହାକୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରିଛନ୍ତି ?
(A) କୁଳବଧୂକୁ
(B) ବରବଧୂକୁ
(C) ବାରବଧୂକୁ
(D) ଖଣ୍ଡାୟତ ବଧୂକୁ
Answer:
(D) ଖଣ୍ଡାୟତ ବଧୂକୁ

15. ଖଣ୍ଡାୟତ ବଧୂ ତା’ର ସ୍ଵାମୀକୁ ଯୁଦ୍ଧକ୍ଷେତ୍ର କୁ କରୁଥିଲା ?
(A) ଯୁଦ୍ଧକ୍ଷେତ୍ରରେ
(B) ଗୃହ ମଧ୍ୟରେ
(C) କୁଟୀର ପ୍ରାଙ୍ଗଣରେ
(D) ମନ୍ଦିରରେ
Answer:
(C) କୁଟୀର ପ୍ରାଙ୍ଗଣରେ

16. ବକ୍ଷରେ କ’ଣ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି ?
(A) ଅନଳ
(B) ଅନିଳ
(C) ବୁଧ
(D) ସଲିଳ
Answer:
(A) ଅନଳ

17. ତରୁଣୀ ବକ୍ଷ ଲାଗି କାହାର ଜନ୍ମ ନୁହେଁ ବୋଲି ଖଣ୍ଡାୟତ ବଧୂ କହିଛି ?
(A) ପୁରୁଷର
(B) ବୀରର
(C) ବରର
(D) ଶବରର
Answer:
(B) ବୀରର

18. ବୀର ମାଟିକୁ ନିମିଷେ ଚାହିଁଲେ କି ଭାବନା ସୃଷ୍ଟି ହୁଏ ?
(A) ଅନୁଶୋଚନା
(B) ଦୁଃଖ
(C) ରକ୍ତ ତାତିଯାଏ
(D) ବିସ୍ମୟଭାବ
Answer:
(C) ରକ୍ତ ତାତିଯାଏ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

19. ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?
(A) ଅନେକ ଦୁଃଖ
(B) ଲକ୍ଷବୀର ଗାଥା
(C) ଖଣିଜଦ୍ରବ୍ଯ
(D) ଧନରତ୍ନ
Answer:
(B) ଲକ୍ଷବୀର ଗାଥା

20. ଖଣ୍ଡାୟତବଧୂ ତା’ର ସ୍ଵାମୀକୁ କେଉଁ ବେଶରେ ସୁସଜ୍ଜିତ କରୁଥୁଲା ?
(A) ବର ବେଶରେ
(B) ବୀରବେଶରେ
(C) ରାଜବେଶରେ
(D) ସୁନାବେଶରେ
Answer:
(B) ବୀରବେଶରେ

21. କେତେବେଳେ ପାଇକବଧୂ ତା’ର ପ୍ରିୟତମକୁ ଆଦର କରି ପାଛୋଟି ନେବ ବୋଲି କହିଛି ?
(A) ଯୁଦ୍ଧ ଜୟକରି ଫେରି ଆସିବାବେଳେ
(B) ପରାଜୟ ବରଣ କରି ଆସିବାବେଳେ
(C) ଯୁଦ୍ଧରେ ବୀରଗତିକୁ ପ୍ରାପ୍ତ ହେଲେ
(D) ସ୍ଵାମୀ ମରଶରୀରକୁ
Answer:
(A) ଯୁଦ୍ଧ ଜୟକରି ଫେରି ଆସିବାବେଳେ

22. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ କିଏ ବୀରର ପ୍ରିୟ ହେବା ଉଚିତ ?
(A) ତରୁଣୀ
(B) ଜନ୍ମଭୂମି
(C) ଉଭୟ
(D) କେହି ନୁହେଁ
Answer:
(B) ଜନ୍ମଭୂମି

23. ସ୍ଵାମୀଙ୍କ ହାତରେ କ’ଣ ଦେଖିବାକୁ ପାଇକବଧୂ ଆଶା କରେ ?
(A) ବିଜୟ କେତନ
(B) ଶତ୍ରୁର ପତାକା
(C) ସ୍ଵର୍ଣ୍ଣାଳଙ୍କାର
(D) ଗୋଲାପ ଫୁଲ
Answer:
(A) ବିଜୟ କେତନ

24. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ କିଏ ନୀରବେ ଗୁଞ୍ଜରି ବହିଯାଏ ?
(A) ତଟିନୀ
(B) ସମୟ
(C) ସମୀରଣ
(D) ନିୟତି
Answer:
(C) ସମୀରଣ

25. ଆଜି ଖଣ୍ଡାୟତ ବୀରମାନେ କେଉଁ ବେଶ ଧାରଣ କରୁନାହାନ୍ତି ?
(A) ବରବେଶ
(B) ରାଜବେଶ
(C) ସୁବେଶ
(D) ଯୋଦ୍ଧବେଶ
Answer:
(D) ଯୋଦ୍ଧବେଶ

କବିଙ୍କ ସମ୍ବନ୍ଧରେ :
ସବୁଜ ସମସାମୟିକ କବି ଭାବେ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଆ ପଦ୍ୟ ସାହିତ୍ୟ କ୍ଷେତ୍ରରେ ଜଣେ ଦରଦୀ, ମାନବବାଦୀ ସ୍ରଷ୍ଟା । ତାଙ୍କ ଆବେଗଧର୍ମୀ କବିତାଗୁଡ଼ିକ ପାଠକ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରେ । ନିଜ ପଲ୍ଲୀ ଅଞ୍ଚଳର ବିପୁଳ ପ୍ରାକୃତିକ ପରିବେଶ ମଧ୍ୟରେ କବିତା ରଚନା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ପରିଣତ କାବ୍ୟସ୍ୱରରେ ଅତି ନିର୍ଦ୍ଦିଷ୍ଟ ଭାବରେ ଏକ ଅନାହତ ମାନବବାଦୀ ଭାବଧାରା ପ୍ରକଟିତ ହୋଇଛି । ମାତ୍ର ବାରବର୍ଷ ବୟସରେ କବି ଯେତେବେଳେ ବାଣପୁର ମାଇନର ସ୍କୁଲରେ ଅଧ୍ୟୟନରତ ଥିଲେ, ସେତେବେଳେ ସହପାଠୀମାନଙ୍କ ସହିତ ମିଶି ‘ହିନ୍ଦୁ’, ‘ମାନବମିତ୍ର’ ଓ ‘କଳିକା’ ନାମରେ ହାତଲେଖା ପତ୍ରିକା ପ୍ରକାଶ କରିଥିଲେ ।

ଜନ୍ମଭୂମି ଚିଲିକା ତଟଦେଶସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟର ଚିତ୍ରକୁ କବି ତାଙ୍କ କିଶୋର- ସୁଲଭ- ପ୍ରକୃତି-ପ୍ରୀତିମୂଳକ ‘ଶାଳିଆ’, ‘ପ୍ରଭାତ’ ଓ ‘ଶିଶୁଟି– ଏହିପରି କେତୋଟି କବିତାରେ ରୂପାୟିତ କରିଥିଲେ । ଏହି ସମୟରେ ବାଣପୁର ସ୍କୁଲର ଶିକ୍ଷକ ଶ୍ରୀ ଚିନ୍ତାମଣି ଜେନା କିଶୋର କବିଙ୍କୁ ବହୁ ଉତ୍ସାହ ଓ ପ୍ରେରଣା ଦେଇଥ‌ିବା କଥା କବି ନିଜେ ସ୍ଵୀକାର କରିଛନ୍ତି । ସତର ବର୍ଷ ବୟସରୁ ତାଙ୍କ ରଚିତ କବିତାମାନ ନିୟମିତ ଭାବେ ‘ସହକାର’ ସାହିତ୍ୟ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

କବିଙ୍କ ଲେଖାସମୂହ ଓଡ଼ିଶା ଓ ଓଡ଼ିଆଙ୍କ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଏବଂ ଜାତିପ୍ରୀତିରେ ସମୃଦ୍ଧ । କବିତାର ଭାଷା ଓ ଭାବ ବହୁଭାବେ ସରଳ, ସ୍ୱଚ୍ଛ ଓ ନିରାଭରଣ । ବକ୍ତବ୍ୟ ଅତି ସ୍ପଷ୍ଟ ଓ ପ୍ରାଞ୍ଜଳ । ପଲ୍ଲୀର ସରଳ, ସାବଲୀଳ, ସ୍ୱଚ୍ଛ ରୂପଟିକୁ ଆଙ୍କିବାବେଳେ କବି ଯେତେଦୂର ସମ୍ଭବ ସ୍ଵଚ୍ଛ, ସୁଭଗ ଓ ସରଳ ଶୈଳୀକୁ ପସନ୍ଦ କରିଛନ୍ତି । ଏକ ସ୍ବଚ୍ଛ ଗିରିସ୍ରୋତ ପରି କବି ହୃଦୟର ଆବେଗ ଓ ଉଲ୍ଲାସ ପ୍ରତିଟି କବିତା ମଧ୍ୟରେ କେତେବେଳେ ସମତଳ ଓ ଛନ୍ଦୋବଦ୍ଧ ଭାବରେ ତ କେତେବେଳେ ସ୍ଵାଭାବିକ ବନ୍ଧୁରତା ଓ ବକ୍ରତାକୁ ବହନ କରି ମୁକ୍ତ ଗତିରେ ପ୍ରବାହିତ ହୋଇଛି ।

ତାଙ୍କ ଉଦ୍‌ବୋଧନମୂଳକ କବିତାଗୁଡ଼ିକ ପାଠକ ପ୍ରାଣରେ ଜାତୀୟତାବୋଧ ସଞ୍ଚାର କରେ । ତାଙ୍କ ସାରସ୍ଵତ ସୃଷ୍ଟିନିଚୟ ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ମାଟିଦୀପ’, ‘ଆହୂତି’, ‘ଦିଗବଳୟ’, ‘ଉତ୍ସ’ ଇତ୍ୟାଦି କବିତା ସଂକଳନ କବିଙ୍କ ଅନନ୍ୟ ସାରସ୍ବତ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

କବିତାର ପୃଷ୍ଠଭୂମି :
ଏହି କବିତାରେ କବି ପ୍ରାଚୀନ ଉତ୍କଳର ଶୌର୍ଯ୍ୟ ଓ ଜାତୀୟ ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । କବି ଓଳସିଂହରେ ପଢୁଥ‌ିବା ସମୟରେ ଖୋର୍ଦ୍ଧାଗଡ଼ର ଗୌରବୋଦୀପ୍ତ ଐତିହ୍ୟ ଓ କିମ୍ବଦନ୍ତୀମାନଙ୍କଦ୍ୱାରା ବହୁଭାବରେ ପ୍ରଭାବିତ ହୋଇଥିଲେ । ଦେଶାତ୍ମବୋଧକୁ ଆଧାର କରି ରଚିତ ଏହି କବିତାଟି ଖୁବ୍‌ ପ୍ରାଣସ୍ପର୍ଶୀ ଓ ଜୀବନ୍ତ । ଏକଦା କଳିଙ୍ଗ ରାଜ୍ୟର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଉତ୍କଳୀୟ ପାଇକବୀର, ଶୌର୍ଯ୍ୟ ଓ ପରାକ୍ରମରେ ଅତୁଳନୀୟ ସମରନୈପୁଣ୍ୟ ପ୍ରଦର୍ଶନ ବିଜୟ ସିନ୍ଦୂର ।

ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ତୀରଭରା ସଶକ୍ତ ତୃଣୀର । ଅନ୍ୟହସ୍ତଟିରେ ଦେଉଥିଲା ଦୀପ୍ତ ଧନୁଶର । ବୀର୍ଯ୍ୟବତୀ ସାହସୀ ପାଇକ ରମଣୀ ପ୍ରଦୀପ ଧରି ସ୍ଵାମୀକୁ ବନ୍ଦାପନା କଲାବେଳେ ଶୁଭ ହୁଳହୁଳି ଶବ୍ଦରେ ନିନାଦିତ କରୁଥିଲା ତା’ର କୁଟୀର ପ୍ରାଙ୍ଗଣ । ବେକରେ ମନ୍ଦାରମାଳ ଲମ୍ବାଇଦେଇ ସମରଭୂମିକୁ ସ୍ୱାମୀକୁ ପଠାଇବାର ସମସ୍ତ ପ୍ରସ୍ତୁତି କରି ନେଉଥିଲା । ପାଇକବଧୂର ଅସାମାନ୍ୟ ଧୈର୍ଯ୍ୟ ଓ ସାହସକୁ ସ୍ମରଣ କରି କବି ବିସ୍ମିତ ହୋଇଛନ୍ତି । କବିଙ୍କ ଭାଷାରେ–

‘କେମନ୍ତେ ସେ ବୀର୍ଯ୍ୟବତୀ ବାଳା
କଣ୍ଠତଟୁ ଦେଲା ହୁଳହୁଳି
ବନ୍ଦାଇଲା ସ୍ଵାମୀରେ ସୋହାଗେ
ଯାଅ ଦର୍ପେ ଯୁଦ୍ଧ କର ବୋଲି !”’

ସ୍ଵାମୀ ମନରେ ବୀରତ୍ଵ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବାପାଇଁ ପାଇକ ରମଣୀ ଯୁଦ୍ଧବାଦ୍ୟର ତାଳେ ତାଳେ ଗାଇ ଉଠୁଥିଲା ସମର ସଙ୍ଗୀତ । ପରିବେଶ ପ୍ରକମ୍ପିତ ହୋଇଉଠୁଥିଲା ତା’ର କଣ୍ଠନିଃସୃତ ଦୃପ୍ତ ରଣ ସଙ୍ଗୀତର ମେଘମନ୍ଦ୍ର ଧ୍ୱନିରେ ।

ପତିସୋହାଗିନୀ କିଶୋରୀ ନବବଧୂଠାରୁ ବିଦାୟ ନେଲାବେଳେ ପାଇକ ବୀରର ଯୁବା ହୃଦୟରେ ସୃଷ୍ଟ କ୍ଷଣିକ ବିଷାଦକୁ ହୁଏତ ଅନୁଭବ କରିପାରୁଥିଲା ପ୍ରାଣପ୍ରିୟା ପତ୍ନୀ । କିନ୍ତୁ ବୀରା ରମଣୀର ଦୃପ୍ତକଣ୍ଠରୁ ଝରିପଡୁଥୁଲା ପ୍ରେରଣାର ଅଗ୍ନିବର୍ଷୀ ବାଣୀ । ଧନୁର୍ବାଣରେ ଶତ୍ରୁ ନିପାତ କରିବାପାଇଁ ରାଣ ଦେଇ ପ୍ରିୟତମକୁ ଶପଥ କରାଇ ଦେଉଥ୍‌ଲା କଳିଙ୍ଗରମଣୀ । ଜୀବନକୁ ବାଜି ଲଗାଇ ଜନ୍ମଭୂମିର ସମ୍ମାନ ରକ୍ଷା କରିବାକୁ ସଂକଳ୍ପବଦ୍ଧ ହେବାପାଇଁ ପ୍ରିୟତମ କାନରେ ଶୁଣାଇ ଚାଲୁଥିଲା ଉତ୍ସାହ ଓ ଉଦ୍ଦୀପନାଭରା ବାଣୀ ।

ବୀରାଙ୍ଗନା ପାଇକବଧୂର ସେହି ଉଦ୍‌ବୋଧନଭରା ବାଣୀ ଶୁଣିପାରିଛନ୍ତି କବି । ପାଇକ ଘରଣୀ ଦୃଢ଼ତାର ସହ ସ୍ୱାମୀକୁ କହିଛି ଯେ ‘ବୀର ଖଣ୍ଡାୟତ ହାତରେ କେବଳ ଶୋଭାପାଏ ଶତ୍ରୁ ରକ୍ତପିପାସୀ ଉନ୍ମୁକ୍ତ କୃପାଣ ।’’ ଅରି-ରକ୍ତ- ରଞ୍ଜିତ-ରଣବିଜୟୀ ସେହି ତରବାରିକୁ ଦେଖୁ ଗର୍ବିତା ପତ୍ନୀ ପାଇଯାଏ ତା’ ସ୍ୱାମୀର ପୌରୁଷର ପରିଚୟ । ଜନ୍ମଭୂମିର ସ୍ଵାଧୀନତା ଓ ଅଖଣ୍ଡତା ବିପନ୍ନ ହେଉଥିଲାବେଳେ ପ୍ରିୟାର ସ୍ନିଗ୍ଧ କୋମଳ ସାନ୍ନିଧ୍ୟ ଓ ନିବିଡ଼ ବାହୁବନ୍ଧନରେ ବିଳାସର ସ୍ଵପ୍ନ ଦେଖ‌ିବାରେ ପ୍ରୟାସୀ ହେବାପାଇଁ ଖଣ୍ଡାୟତ-ପାଇକ ଜନ୍ମନିଏ ନାହିଁ । କାପୁରୁଷତାରେ ତା’ ଜନ୍ମଜାତକ କଦାପି କଳଙ୍କିତ ହୋଇ ନ ପାରେ ।

ପାଇକବୀର ଦକ୍ଷହସ୍ତର ଉଦ୍ଧତ କରବାଳ ଓ ସୁଦୃଢ଼ ଧନୁର୍ବାଣ ଶତ୍ରୁ ରକ୍ତପାନ ପାଇଁ ସଦା ସଜାଗ ରହିଥାଏ । ଶତ୍ରୁ- ଧ୍ଵଂସୀ ବିଜୟୀ ବୀର ସ୍ବାମୀର ଗର୍ବୋନ୍ନତ ବକ୍ଷ ଦେଖୁଲେ ପାଇକ ଘରଣୀ ହୃଦୟରେ ସୃଷ୍ଟି ହୁଏ ଅପୂର୍ବ ପୁଲକ । ତେଣୁ ମନରେ ଅଖଣ୍ଡ ସାହସ, ହୃଦୟରେ ଅନଳର ତେଜ ଓ ବାହୁରେ ଶତସିଂହର ବଳ ନେଇ ସମର କ୍ଷେତ୍ରକୁ ଲମ୍ଫ ପ୍ରଦାନ କରିବାପାଇଁ ପ୍ରିୟତମ କାନରେ ବୀରବାଣୀ ଶୁଣାଇଛି ପ୍ରାଣପ୍ରିୟା ପତ୍ନୀ । ପାଇକବଧୂ ପୁନଶ୍ଚ କହିଛି ଯେ ମାତୃଭୂମିର ସମ୍ମାନ ରକ୍ଷା ପାଇଁ ହସ ହସ ମୁଖରେ ରଣଭୂମିରେ ଜୀବନ ଉତ୍ସର୍ଗ କରିଯାଏ ଖଣ୍ଡାୟତ କୁଳର ସୁଯୋଗ୍ୟ ଦାୟାଦ ।

ଅରିକୁଳ ଦମନ କରି, ବିଜୟ ବୈଜୟନ୍ତୀ ବାନା ଉଡ଼ାଇ, ସଂଗ୍ରାମୀ ବାଦ୍ୟ ତାଳେ ତାଳେ, ଯୁଦ୍ଧଭୂମିରୁ ଫେରୁଥିବା ବିଜୟୀ ସେନାର ଅଗ୍ରଭାଗରେ ସ୍ଵାମୀକୁ ଦେଖ‌ିଲେ ତା’ ପ୍ରାଣପ୍ରିୟା ପତ୍ନୀର ପ୍ରାଣ ଗର୍ବ ଓ ଗୌରବରେ ଯେପରି ଉତ୍‌ଫୁଲ୍ଲିତ ହୋଇଉଠିବ; ସେହି ସୌଭାଗ୍ୟର ଅଧ୍ବକାରିଣୀ କରାଇବାକୁ ପ୍ରାଣପ୍ରିୟକୁ ଅନୁନୟ କରିଛି ପାଇକବଧୂ । ପୌରୁଷର ସ୍ବାକ୍ଷର ବହନ କରି ସ୍ବାଭିମାନ ସ୍ପର୍ଷିତ ଯୁଦ୍ଧଫେରନ୍ତା ସ୍ଵାମୀର ପଦବନ୍ଦନା କରିବାକୁ ସେଦିନ ଅର୍ଘ୍ୟଥାଳୀ ଧରି କୁଟୀର ଦ୍ଵାରରେ ସ୍ନେହ ସୋହାଗିନୀ ପତ୍ନୀ ଅପେକ୍ଷା କରିଥବ ବୋଲି କହିଛି । ରଣବିଜୟୀ ସ୍ଵାମୀକୁ ବନ୍ଦାପନା କରି କୁଟୀରକୁ ପାଛୋଟି ନେବାକୁ ପ୍ରତୀକ୍ଷା କରି ରହିବ ବୋଲି ବାରମ୍ବାର କହି ସ୍ଵାମୀଠାରୁ ବିଦାୟ ନେଇଛି ପାଇକ ଘରଣୀ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ବିଷୟଗତ ଶବ୍ଦ ଓ ଅର୍ଥ :

  • ତୁର୍ଗ – ଗଡ଼ ବା ପ୍ରାଚୀର ।
  • ଣମଣାନ – ମଣାଣି।
  • ରଣ – ଯୁଦ୍ଧ ।
  • ତୋପ – ଗୁଳି ।
  • ନାରବେ – ନିଃଶବ୍ଦରେ ।
  • ଶାୃପଦକୁଳ – ହିଂସ୍ରକନୃୁସମୁହ
  • ନିମିଷେ- ମୁହୂର୍ତ୍ତକରେ ।
  • ବୁକୁତଳେ – ଛାତିତଳେ ।
  • ସମର ପ୍ରାଙ୍ଗଣ – ଯୁଦ୍ଧଭୂଇଁ ।
  • ଶିଳା – ପଥର ।
  • କାନନ – ବଣ ।
  • ରଶଶିଙ୍କ। – ଶିଙ୍ଗରେ ତିଆରି ଏକ ପ୍ରାଚୀନ ତୂରୀ ।
  • ତୀକ୍ଷ୍ଣଣ ତରବାରି – ଧାରୁଆ ଖଣ୍ଡା ।
  • ଦାପୁ – ଉଜ୍ଜ୍ବଳ ।
  • ଦୀଳ ପ୍ରାନ୍ତର – ସବୁଜ ପଡ଼ିଆ ।
  • ଶିଙ୍ଗ। – ଶିଙ୍ଗରେ ତିଆରି ଏକ ପ୍ରାଚୀନ ତୂରୀ ।
  • ଯୋଦ୍ଧୃବେଣ – ଯୋଦ୍ଧ।ରବେଶା
  • ସମାରଶ – ପବନ ।
  • ଗୁୱରି – ଗୁଣୁଗୁଣୁ ଶବ୍ଦ କରି ।
  • ବାରମାଟି – ବାରଭୁକ‍ଁ
  • ଗାଥା – କାହାଶା
  • ବନ ପ୍ରାନ୍ତର – ବଣ ଓ ପଡ଼ିଆ ।
  • ଭଗୃ – ଭଙ୍ଗ।
  • ଶକଳ – ପର୍ବତା
  • ଖଣ୍ଡାୟତ ବଧୂ – ଖଣ୍ଡାୟତ ବୋହୂ ।
  • ଚରମେ – ପିଠିପଟରେ/ଶେଷଙାଗରୋ
  • ବାର୍ଯ୍ୟବତା – ସାହସା/ବାରା
  • ସୋହାଗେ – ଅତି ସ୍ନେହରେ ।
  • ବକ୍ଷପଟେ – ଛାତି ଭାଗରେ ।
  • ସମର ସଙ୍ଗ।ତ – ଯୁଦ୍ଧ ଗୀତ ।
  • କୁଟୀର ପ୍ରାଙ୍ଗଣେ -କୁଡ଼ିଆ ଦ୍ୱାରରେ ।
  • ତରୁଶା ବକ୍ଷ – ନାରୀର ଛାତି ।
  • ବିଜୟଲକ୍ଷ୍ମୀ – ବିଜୟଶ୍ରୀ ।
  • ସଂଗ୍ରାମ ବାଦ୍ୟ – ଯୁଦ୍ଧଭେରୀ ।
  • ନୟନ କଣେ – ଆଖିଆଗରେ ।
  • ସମରକ୍ଷେତ୍ରେ – ଯୁଦ୍ଧଭୂଇଁରେ ।
  • ଅନଳ – ନିଆଁ, ଅଗ୍ନି ।
  • ଦର୍ପେ- ବୀରତ୍ଵ ସହକାରେ ।
  • ଯତନେ – ଯତ୍ନ ସହକାରେ ।
  • ମେଘେତ୍ରେ – ମେଘର ଗମ୍ଭୀର ଧ୍ଵନିରେ ।
  • ଣତେକ – ଶହେ ।
  • ଗଉରବେ – ସମ୍ମାନରେ ।
  • ବଜୟକେତନ – ବଜୟ ପତାକା
  • ବଦାଇ – ଅଭ୍ୟର୍ଥନା ବା ବନ୍ଦାପନା କରିବା ।
  • ବକ୍ଷେ – ଛାତିରେ ।
  • ଉରି – ପୂର୍ଣ୍ଣକରି ।
  • ପ୍ର‍।ଙ୍ଗଶ – କପାଳରୋ
  • ଉ।ଲେ – କପାଳରେ ।
  • ବାଳା – ଯୁବତୀ ।
  • ବରି – ବରଣ କରି ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Odisha State Board BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ Textbook Exercise Questions and Answers.

BSE Odisha Class 8 Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Question 1.
ଜଳ କିପରି ପ୍ରଦୂଷିତ ହୋଇଥାଏ, ଉଦାହରଣ ସହ ଲେଖ ।

  • ଜଳରେ ଲୁଗାସଫା କଲେ,
  • ଜଳରେ ଗାଡ଼ି ମୋଟର ଧୋଇଲେ,
  • ବିଭିନ୍ନ ଶିଳ୍ପରୁ ନିର୍ଗତ ତରଳ ଆବର୍ଜନା ଜଳରେ ମିଶିଲେ,
  • ରାସାୟନିକ ପଦାର୍ଥ ଓ ଆବର୍ଜନା ମିଶିଲେ

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

ଉଦାହରଣ – 1
ଗଙ୍ଗାନଦୀ ଯେଉଁ ସହର ଓ ନଗର ଦେଇ ବହୁଛି, ସେଥୁରୁ ବହୁ ଆବର୍ଜନା, ନର୍ଦ୍ଦମା ଜଳ, ମୃତଶରୀର ଓ ହାନୀକାରକ ଦ୍ରବ୍ୟ ଜଳରେ ମିଶୁଛି । ଲୋକମାନେ ଗାଧୋଇବା, ଲୁଗା ସଫାକରିବା ସହ ଆବର୍ଜନା, ଫୁଲ, ଦେବଦେବୀଙ୍କ ମୂର୍ତ୍ତି, ପଲିଥୁନ୍ ଖୋଳ ଇତ୍ୟାଦି ଏହି ନଦୀରେ ପକାଇଥା’ନ୍ତି । କାନପୁରଠାରେ 5000 ରୁ ଅଧ୍ଵ ଶିଳ୍ପ କାରଖାନାରୁ ତରଳ ବିଷାକ୍ତ ରାସାୟନିକ ଆବର୍ଜନା ଗଙ୍ଗାନଦୀର ଜଳରେ ମିଶି ଏହାକୁ ପ୍ରଦୂଷିତ କରିଥାଏ ।

ଉଦାହରଣ – 2
ରାୟଗଡ଼ା ପେପର ମିଲରୁ ନିର୍ଗତ ତରଳ ଆବର୍ଜନାରେ ଆର୍ସେନିକ୍, ସୀସା ଓ ଫ୍ଲୋରାଇଡ୍‌ର ମାତ୍ରା ଅଧ୍ବକ ପରିମାଣରେ ଥାଏ । ଏହି ଦୂଷିତ ଜଳ ଯୋଗୁଁ ନାଗାବଳୀ ନଦୀର ଜଳ ବିଷାକ୍ତ ହେଉଛି । ଏହି ବିଷାକ୍ତ ଜଳର ପ୍ରଭାବ ପ୍ରାଣୀ ଓ ଉଭିଦମାନଙ୍କ ଉପରେ ପଡ଼ୁଅଛି ।

Question 2.
ତୁମେ ନିଜ ତରଫରୁ ବାୟୁ ପ୍ରଦୂଷଣ କମାଇବାପାଇଁ କିପରି ସାହାଯ୍ୟ କରିବ ଲେଖ ।
ଉ-

  • ଗାଡ଼ି ମୋଟରରେ ସୀସା ବିହୀନ ପେଟ୍ରୋଲ ଓ CNG ପକାଇବା ।
  • ଜୀବାଶ୍ମ ଇନ୍ଧନ ବଦଳରେ ଅଣପାରମ୍ପରିକ ଶକ୍ତି (ସୌର ଶକ୍ତି, ଜଳ ବିଦ୍ୟୁତ୍ ଶକ୍ତି ଓ ପବନ ଶକ୍ତି) ବ୍ୟବହାର କରିବା ।
  • ବନମହୋତ୍ସବ ପାଳନ ଦ୍ବାରା ବୃକ୍ଷରୋପଣ କରିବା ।
  • ଜୈବ ପଦାର୍ଥକୁ ନପୋଡ଼ି କମ୍ପୋଷ୍ଟ କରିବା ।
  • ଉଦ୍‌ଜାନ ଶକ୍ତି ଦ୍ୱାରା ଗାଡ଼ିମୋଟର ଚଳାଇବା ।
  • ପ୍ଲାଷ୍ଟିକ୍‌ ଜାତ ଦ୍ରବ୍ୟକୁ ନପୋଡ଼ି ତାହା ପୁନଃଚକ୍ରଣ କରିବା ।
  • କ୍ରସର ଗୁଣ୍ଡିରେ ସିମେଣ୍ଟ ମିଶାଇ ଇଟା ତିଆରି କରିବା ।

Question 3.
ନିର୍ମଳ ଓ ସ୍ଵଚ୍ଛଜଳ ସର୍ବଦା ପାନଯୋଗ୍ୟ । ମତାମତ ଦିଅ ।
ଉ-

  • ଛଣା ଯନ୍ତ୍ରରୁ ନିର୍ଗତ ଜଳ ନିର୍ମଳ ମନେହେଉଥିଲେ ମଧ୍ୟ ଏଥିରେ ଅନେକ ଅଣୁଜୀବ ରହିଥାଏ । ତେଣୁ ଏହା ପିଇଲେ ରୋଗ ବ୍ୟାପିବା ସମ୍ଭାବନା ରହିଥାଏ ଓ ଏହା ନିରାପଦ ପାନୀୟ ଜଳ ନୁହେଁ ।
    ପ୍ରଦୂଷିତ ଜଳ ବ୍ୟବହାର କରୁଥିବା ଲୋକେ ହଇଜା, ଟାଇଫଏଡ୍ ଓ ଜଣ୍ଡିସ୍ ଆଦି ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି ।
  • ପାଣିକୁ ଫୁଟାଇ ଥଣ୍ଡାକରି ଛାଣି ପିଇବା ନିରାପଦ ଅଟେ କାରଣ ଏଥୁରୁ ଜୀବାଣୁମାନେ ମରିଯାଇଥା’ନ୍ତି ।
  • ଘରମାନଙ୍କରେ କ୍ୟାଣ୍ଡଲଯୁକ୍ତ ଫିଲ୍‌ଟର୍ ବ୍ୟବହାର ହେବା ଆବଶ୍ୟକ, କାରଣ ଏହାଦ୍ଵାରା ଭୌତିକ ପଦ୍ଧତିରେ ଜଳର ପରିଶୋଧନ ହେବା ଆବଶ୍ୟକ ।
  • ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିରେ ଜଳରେ କ୍ଲିଚିଂ ପାଉଡ଼ର ବା କ୍ଲୋରିନ୍ ବଟିକା ପକାଇବା ଆବଶ୍ୟକ । ସୁତରାଂ ଉପରୋକ୍ତ ପଦ୍ଧତିମାନ ଅବଲମ୍ବନ କରି ଜଳକୁ ପାନୀୟ ଉପଯୋଗୀ କରି ପିଇବା ଆବଶ୍ୟକ; ନଚେତ୍ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ ।

Question 4.
ମ୍ୟୁନିସିପାଲିଟିର ଜଣେ ସଦସ୍ୟ ହିସାବରେ ତୁମ ସହରକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ କି କି ପଦକ୍ଷେପ ନେବ, ତାହାର ଏକ ଯୋଜନା ପ୍ରସ୍ତୁତ କର ।
ଉ-
ମ୍ୟୁନିସିପାଲିଟିର ଜଣେ ସଦସ୍ୟ ହିସାବରେ ତୁମ ସହରକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ କି କି ପଦକ୍ଷେପ ନେବ, ପ୍ରଣୟନ କରିବାକୁ ହେବ; ଯଥା

  • ଜଳଯୋଗାଣର ଉତ୍ସ ଭୂତଳ ହେବା ଆବଶ୍ୟକ ।
  • ଜଳକୁ ମୋଟା ପଲିଥନ୍ ପାଇପ୍‌ରେ ପ୍ରବାହିତ କରିବାକୁ ହେବ ।
  • ଶିଳ୍ପାନୁଷ୍ଠାନମାନଙ୍କରେ ଜଳ ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠାକରିବା ବାଧ୍ୟତାମୂଳକ ହେବା ଆବଶ୍ୟକ ।
  • ଜଳଯୋଗାଣ ପୂର୍ବରୁ ଭୌତିକ ଓ ରାସାୟନିକ ପଦ୍ଧତିରେ ଏହାର ପରିଶୋଧନ କରିବା ଆବଶ୍ୟକ ।
  • ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିରେ ଜଳରେ କ୍ଲୋରିନ୍‌ ବଟିକା ବା ବ୍ଲିଚିଂ ପାଉଡ଼ର ମିଶାଇବା ଆବଶ୍ୟକ ।
  • ନୀୟ ଜଳ ପ୍ରବାହିତ ହେଉଥ‌ିବା ପାଇପ୍ ଯେପରି ନର୍ଦ୍ଦମା ଜଳ ସଂସ୍ପର୍ଶରେ ନ ଆସିବ ସେଥ୍ୟପ୍ରତି ଦୃଷ୍ଟି ଦେବାକୁ ହେବ ।
  • ଜଳ ସଂରକ୍ଷଣ ସହ ଏହାର ଅପଚୟ ନହେବା ପାଇଁ କମ୍ ବ୍ୟବହାର (Reduce), ପୁନର୍ବ୍ଯବହାର (Reuse) ଓ ପୁନଶ୍ଚକ୍ରଣ (Recycle) ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ।

Question 5.
ବିଶୁଦ୍ଧ ବାୟୁ ଓ ପ୍ରଦୂଷିତ ବାୟୁ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।

ବିଶୁଦ୍ଧ ଚାୟୁ ପ୍ରଦୂଷିତ ଚାୟୁ
(i) ବିଶୁଦ୍ଧ ବାୟୁରେ ତା’ର ସଂଗଠିତ ଉପାଦାନଗୁଡ଼ିକ ଠିକ୍ ପରିମାଣରେ ଥାଏ । (i) ପ୍ରଦୂଷିତ ବାୟୁରେ ଉପାଦାନଗୁଡ଼ିକର ପରିମାଣ ବ୍ୟତିକ୍ରମ ଦେଖାଯାଏ ।
(ii) ବିଶୁଦ୍ଧ ବାୟୁରେ ବାୟୁ ପ୍ରଦୂଷକ କଣିକାମାନ ନଥାଏ । (ii) ପ୍ରଦୂଷିତ ବାୟୁରେ ବାୟୁ ପ୍ରଦୂଷକ କଣିକାମାନ ଥାଏ ।
(iii) ଏହି ବାୟୁ ସ୍ବାସ୍ଥ୍ୟପକ୍ଷେ ହିତକର । (iii) ଏହି ବାୟୁ ସ୍ଵାସ୍ଥ୍ୟପକ୍ଷେ ଅହିତକର ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Question 6.
ଅମ୍ଳବର୍ଷାର ପ୍ରଭାବ କିପରି ବର୍ଣ୍ଣନା କର ? ଏହା ପ୍ରଭାବରେ ଆମର କି କ୍ଷତି ହୋଇଥାଏ ?
ଅମ୍ଳବର୍ଷାର ପ୍ରଭାବ – ସଲ୍‌ଫର୍‌ ଡାଇଅକ୍‌ସାଇଡ୍‌ ଓ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ ଭଳି ପ୍ରଦୂଷକ ବର୍ଷାଜଳ ସହ ମିଶି ଅମ୍ଳବର୍ଷା (Acid rain) ସୃଷ୍ଟି କରନ୍ତି ।
SO2 + H2O → H2 SO4 NO2 + H2O → HNO3
ଅମ୍ଳବର୍ଷାର ପ୍ରଭାବଜନିତ କ୍ଷତି –

  • ଅମ୍ଳବର୍ଷା ମାର୍ବଲ ପଥରକୁ କ୍ଷତିଗ୍ରସ୍ତ କରାଏ । ଏହାର ପ୍ରଭାବରେ ମାଲର ରଙ୍ଗ ହଳଦିଆ ହୋଇଯାଏ । ମାର୍ବଲର
  • ଏହା ମୃତ୍ତିକାରୁ କ୍ୟାଲସିୟମ୍ ପୋଷକ ଅପସାରଣ କରେ ।
  • ଏହା ଧାତବ ସୌଧକୁ ନଷ୍ଟ କରେ ।
  • ଏହା ବାସଗୃହ ଓ ପକ୍‌କା ଘର ଉପରେ ‘ପ୍ରଭାବ ପକାଇଥାଏ ।
  • ନଦୀ ଓ ପୁଷ୍କରିଣୀରେ ରହୁଥିବା ଜଳଚର ଜୀବଙ୍କ ଜୀବନଚକ୍ରରେ ବାଧା ସୃଷ୍ଟି କରେ ।
  • ଗଛର ପତ୍ରରୁ ସବୁଜକଣା ନଷ୍ଟ ହୋଇ ହଳଦିଆ ପଡ଼ିଯାଏ ।
  • ମୃତ୍ତିକାର ଅମ୍ଳତ୍ୱ ବୃଦ୍ଧିପାଏ; ଫଳରେ ଉତ୍ପାଦନ କ୍ଷମତା ହ୍ରାସପାଏ ।

Question 7.
‘ସବୁଜ କୋଠରି ପ୍ରଭାବ’’ କ’ଣ ନିଜ ଭାଷାରେ ବର୍ଣ୍ଣନା କର ।
ଉ-
Agn 6710K gælQ (Green house effect) –

  • ପୃଥ‌ିବୀପୃଷ୍ଠକୁ ସୂର୍ଯ୍ୟାଲୋକ ଉତ୍ତପ୍ତ କରିଥାଏ । ସୂର୍ଯ୍ୟରଶ୍ମିର କିଛି ଅଂଶ ପୃଥ‌ିବୀଦ୍ୱାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ । ଏହି ପ୍ରତିଫଳିତ ରଶ୍ମିର କିଛି ଅଂଶକୁ ବାୟୁମଣ୍ଡଳ ଧରିରଖେ; ଫଳରେ ବାୟୁମଣ୍ଡଳର ଉତ୍ତାପ- ବୃଦ୍ଧିପାଏ ।
  • ନର୍ସରୀରେ ଥିବା କାଚଘର ମଧ୍ୟକୁ ସୂର୍ଯ୍ୟର ଉତ୍ତାପ ପ୍ରବେଶ କରିପାରେ; କିନ୍ତୁ ଏହା ମଧ୍ୟରୁ ବାହାରିପାରେ ନାହିଁ; ଫଳରେ ଏହି କୋଠରିର ତାପମାତ୍ରା ଅଧ୍ଵ ରହିଥାଏ । ଏହାକୁ ସବୁଜ କୋଠରି ପ୍ରଭାବ ବା Green house effect କୁହାଯାଏ ।
  • ଅଙ୍ଗାରକାମ୍ଳ ଓ ମିଥେନ ପରି କେତେକ ଗ୍ୟାସର ତାପଶୋଷଣ ସାମର୍ଥ୍ୟ ରହିଛି । ଏହିସବୁ ଗ୍ୟାସ୍‌ ପରିମାଣ ବୃଦ୍ଧି ପୃଥ‌ିବୀକୁ ଏକ ସବୁଜ କୋଠରିରେ ପରିଣତ କରିଦେଉଛି ।
  • ମନୁଷ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଜଙ୍ଗଲ କ୍ଷୟଯୋଗୁଁ ବାୟୁମଣ୍ଡଳରେ CO2 ର ମାତ୍ରା ବୃଦ୍ଧିପାଉଛି । CO2 ବ୍ୟତୀତ ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍ ଓ ଜଳୀୟବାଷ୍ପ ମଧ୍ୟ ସବୁଜ କୋଠରି ଉପରେ ପ୍ରଭାବ ପକାଉଥ‌ିବାରୁ ଏଗୁଡ଼ିକୁ ଗ୍ରୀନ ହାଉସ୍ ଗ୍ୟାସ ରୂପେ ଗଣନ କରାଯାଉଛି ।

Question 8.
“‘ଗ୍ଲୋବାଲ ୱାର୍ମିଙ୍ଗ୍’’ ସମ୍ବନ୍ଧରେ ଏକ ବକ୍ତବ୍ୟ ପ୍ରସ୍ତୁତ କର ।
(ତୁମେ ଶ୍ରେଣୀରେ ଏ ସଂପର୍କରେ କହିବାକୁ ପଡ଼ିବ)
ଉ-
ସମ୍ମାନୀୟ ସଭାପତି ମହୋଦୟ, ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଗଣ । ଆଜିର ଆଲୋଚ୍ୟ ବିଷୟ ‘ଗ୍ଲୋବାଲ ୱାର୍ମିଙ୍ଗ୍’’ ସମ୍ବନ୍ଧରେ ମୋର ବକ୍ତବ୍ୟ ଉପସ୍ଥାପିତ କରିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଅଧୂମାତ୍ରାରେ ଟ୍ରପୋସ୍ଫିୟର ବା ବାୟୁମଣ୍ଡଳରେ ପ୍ରବେଶ କରିଥାଏ । ସୂର୍ଯ୍ୟକିରଣରେ ବିଭିନ୍ନ ରଶ୍ମି; ଯଥା – ଅଲ୍‌ଟ୍ରା ଭାଓଲେଟ୍, ଭିଜିବୁଲ୍ ଇନ୍‌ଫ୍ରା ରେଡ଼୍ ଆଦି ଥାଏ ।

ଏଗୁଡ଼ିକ ମଧ୍ୟରୁ ଅଲ୍ଟ୍ରା ଭାଓଲେଟ୍-ବି ବା ଅତିବାଇଗଣୀ ରଶ୍ମି, ଯାହାକି ଜୀବଜଗତ ପ୍ରତି ଅତ୍ୟନ୍ତ କ୍ଷତିକାରକ, ବାୟୁମଣ୍ଡଳକୁ ପ୍ରବେଶ କରିପାରି ନଥାଏ । ଏହାକୁ ଷ୍ଟ୍ରାଟୋସ୍ପିୟରରେ ଥ‌ିବା ଓଜୋନ୍ (O3) ସ୍ତର ଅଟକାଇ ଦେଇଥାଏ; କିନ୍ତୁ ଇନ୍‌ଫ୍ରା ରେଡ଼ ରଶ୍ମି ଏହାକୁ ଭେଦ କରି ପୃଥ୍ବୀପୃଷ୍ଠକୁ ଆସିଥାଏ ଏବଂ ତାପ ପ୍ରଦାନ କରିଥାଏ । ବାୟୁମଣ୍ଡଳରେ ଥ‌ିବା ଅଙ୍ଗାରକାମ୍ଳ ବାଷ୍ପର ଘନ ଆସ୍ତରଣ ଏକ କମ୍ବଳ ସଦୃଶ କାମ କରିଥାଏ ଏବଂ ପୃଥ‌ିବୀପୃଷ୍ଠରୁ ଫେରିଆସୁଥିବା ଉତ୍ତପ୍ତ ବିକିରଣକୁ ଅଟକାଇ ଦିଏ । ଏହାଦ୍ଵାରା ଭୂପୃଷ୍ଠ ତାପମାତ୍ରା ବୃଦ୍ଧି ଘଟିଥାଏ ।

ଏହାକୁ ସବୁଜ ଗୃହ ପ୍ରଭାବ କୁହାଯାଏ ଏବଂ ଅଙ୍ଗାରକାମ୍ଳ ବାଷ୍ପ (CO2), ମିଥେନ୍ (CH2) ଆଦି ହେଉଛି ସବୁଜ ଗୃହ ବାଷ୍ପ, ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ହୁଏ; ତେବେ ପ୍ରାୟ ୭୨ ପ୍ରତିଶତ ଗ୍ଲୋବାଲ ୱାର୍ମିଙ୍ଗ୍ ଅଙ୍ଗାରକାମ୍ଳ ବାଷ୍ପ ଯୋଗୁଁ ହୋଇଥାଏ । ବହୁରାଷ୍ଟ୍ରୀୟ ବ୍ୟବସାୟ ପ୍ରତିଷ୍ଠାନ ‘ଚିକାଗୋ ଜଳବାୟୁ ବିନିମୟ କାର୍ଯ୍ୟାଳୟ’’ ଏହି ବ୍ୟବସାୟ କରୁଛନ୍ତି । ଭାରତରେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଭାରତ ସରକାରଙ୍କ ନିର୍ଦେଶରେ କ୍ଲିନ୍ ଡେଭଲପ୍‌ମେଣ୍ଟ ମେକାନିଜିମ୍ (CDM) ଆରମ୍ଭହୋଇଛି, ଯାହାକି କାର୍ବନ ଟ୍ରେଡ଼ିଙ୍ଗ୍ ଏବଂ କ୍ଲିନ୍ ଟେକ୍ନୋଲୋଜି ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଥାଏ । ଭାରତ ସରକାରଙ୍କ ଯୋଜନା-ଆୟୋଗ ତରଫରୁ ଏଥ‌ିପାଇଁ ପ୍ରୟାସ ଜାରି ରହିଛି । ଏଥ‌ିପାଇଁ ଏକ ଜାତୀୟ କାର୍ଯ୍ୟାନୁଷ୍ଠାନ ଯୋଜନା ଗଠନ କରାଯାଇଛି ।

ଗ୍ଲୋବାଲ୍ ୱାର୍ମିଙ୍ଗ ଏକ ବିଶ୍ଵ ସ୍ତରୀୟ ସମସ୍ୟା ଏବଂ ଏହାକୁ ପ୍ରତିହତ କରା ନଗଲେ ହୁଏତ ଆଗାମୀ ଦିନରେ ସୁନାମୀ ଭଳି ଅନେକ ପ୍ରାକୃତିକ ଦୁର୍ବିପାକ ଦେଖାଦେବ । ପୃଥ‌ିବୀର ତାପମାତ୍ରା ବୃଦ୍ଧି, ବରଫରାଶି ତରଳିଯିବା, ସମୁଦ୍ର ପତ୍ତନର ଉଚ୍ଚତା ବଢ଼ିବା, ନଦୀଗୁଡ଼ିକ ଶୁଖୁଯିବା ଏବଂ ଜଳାଭାବ ଦେଖାଦେବା, ଭୟଙ୍କର ପୂଣ୍ଡିଝଡ଼ ଇତ୍ୟାଦି ସମ୍ପ୍ରତି ଘଟଣାମାନ ମଣିଷ ସଭ୍ୟତାର ଅସ୍ଥିତ୍ଵପ୍ରତି ବିପଦ ସୃଷ୍ଟି କରୁଛି ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

ପ୍ରକୃତରେ ଜୀବନଧାରଣର ସକଳ ଆଧାର ପ୍ରକୃତିରୁ ମିଳିଥାଏ ଏବଂ ଏହି ପ୍ରକୃତିର ଅବକ୍ଷୟ ଏବଂ ଦୁର୍ଘଟଣା ଓ ସେ ସମ୍ବନ୍ଧୀୟ ଯାବତୀୟ ଉଦ୍‌ବେଗ ଆଜି ଚିରନ୍ତନତା ପ୍ରତି ଆହ୍ୱାନ ଦେଉଛି । ଏହି ଆହ୍ୱାନର ଶିକାର ହୋଇ ଅନେକ ସଭ୍ୟତା କାଳର କରାଳ ୧୯୯୬ ମସିହାର ତଥ୍ୟ ଅନୁଯାୟୀ ଆମେରିକାର ପ୍ରତି ୧୦୦୦ ଲୋକଙ୍କ ପାଇଁ ୪୮୯ଟି ୪ ଚକିଆ ଗାଡ଼ି ଥିବାବେଳେ ଚୀନରେ ତାହା ୩.୨ ଏବଂ ଭାରତରେ ୪.୪ ।

ପୃଥ‌ିବୀର ବିକାଶିତ ଦେଶମାନଙ୍କର ଲଗାମଛଡ଼ା ବିଳାସବ୍ୟସନ ଆଜି ମଣିଷ ତୃତୀୟାଂଶ ଛାଡ଼େ କେବଳ ଆମେରିକା । ଆମେରିକା ସମେତ ବିକଶିତ ଦେଶମାନେ ଯେତିକି ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ବାୟୁମଣ୍ଡଳକୁ ଛାଡ଼ନ୍ତି, ସେହି ତୁଳନାରେ ଗ୍ରୀନ୍ ହାଉସ୍‌ର ସୁରକ୍ଷା ପାଇଁ ତତ୍ପର ନୁହନ୍ତି କି ସେଥ୍ୟପ୍ରତି ଧ୍ୟାନ ବି ଦିଅନ୍ତି ନାହିଁ । ସେମାନଙ୍କର ଭୋଗ ବିଳାସ, ସମଗ୍ର ମଣିଷ ସଭ୍ୟତା ପାଇଁ ବିନାଶର ବାଟ କଢ଼ାଇଛି । କୋଟି କୋଟି ବର୍ଷ ଧରି ପ୍ରକ୍ରିୟାକରଣ ଭିତରେ ପୃଥ‌ିବୀ ଯେଉଁ ସମ୍ପଦ ସୃଷ୍ଟି କରିଛି ସେସବୁ ମଣିଷର ଗୋଟିଏ ଜୀବଦ୍ଦଶା ଭିତରେ ନିଃଶେଷ ହୋଇଯାଉଛି ।

ଏହି ପ୍ରାକୃତିକ ସମ୍ପଦଗୁଡ଼ିକୁ ଯେତିକି ପରିମାଣରେ ଏବଂ ଯେତିକି ସୀମା ଭିତରେ ବ୍ୟବହାର କରାଯିବା କଥା, ତା’ଠୁ ଢେର ଅଧିକ ପରିମାଣରେ ଆମେ ବ୍ୟବହାରକରୁଛୁ; ଫଳରେ ଜଙ୍ଗଲ କମି କମି ଯାଉଛି, ଚାରଣଭୂଇଁ ସରି ସରି ଆସୁଛି, ବ୍ୟାପକ ହେଉଛି ଗ୍ରୀଷ୍ମପ୍ରବାହ, ମତ୍ସ୍ୟଭଣ୍ଡାର ଓ ସାମୁଦ୍ରିକ ପ୍ରବାଳସମୂହ ଧ୍ଵଂସପାଇ ଚାଲିଛି, ମରୁଭୂମି ତା’ର କାୟା ବିସ୍ତାର କରି ଚାଲିଛି, ବରଫ ପାହାଡ଼ଗୁଡ଼ିକ ତରଳିବାରେ ଲାଗିଛି, ନଦୀଗୁଡ଼ିକ ଶୁଖ୍ ଶୁଖୁ ଯାଉଛି, ତେଲ ଓ ଖଣିଜ ପଦାର୍ଥ ସରି ସରି ଆସୁଛି, ସମୁଦ୍ର ପତ୍ତନ ବଢୁଛି ଏବଂ ତା’ ସହିତ ମାଡ଼ିଆସୁଛି ଭୟଙ୍କର ଝଡ଼ ଓ ଘୂର୍ଣ୍ଣିବାତ୍ୟାମାନ ।

ସଭ୍ୟତାର ଧ୍ବଂସ ସହିତ, ଏହାକୁ ସାମ୍ନା କରିବାର ସମୟ ଆଜି ବର୍ତ୍ତମାନର ମନୁଷ୍ୟ ସଭ୍ୟତା ସେହି ଦଶା ଭୋଗିବାକୁ ବାଧ୍ୟ । ଏଣୁ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାପାଇଁ ଆମେ ନିଜକୁ ପ୍ରସ୍ତୁତି କରିବା ପାଇଁ ସମୟ ଆସିଛି ।
(ଉପରୋକ୍ତ ବର୍ଣ୍ଣନା କେବଳ ଏକ ନମୁନା ମାତ୍ର । ଛାତ୍ରଛାତ୍ରୀମାନେ କହିବାବେଳେ ଏହିପରି ନିଜ ଲେଖା ପ୍ରସ୍ତୁତ କରିବେ ।)

Question 9.
ତାଜମହଲ ଉପରେ କି ପ୍ରକାର କ୍ଷତିର ଆଶଙ୍କା ରହିଛି ଲେଖ ।
ଉ-
ତାଜମହଲ ଉପରେ ନିମ୍ନଲିଖତ କ୍ଷତିର ସମ୍ଭାବନା ରହିଛି –

  • ଆଗ୍ରାଠାରେ ଅବସ୍ଥିତ ତାଜମହଲ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣ ।
  • ଆଗ୍ରା ସହରରେ ଓ ଚତୁଃପାର୍ଶ୍ଵରେ ଥ‌ିବା ରବର ଶିଳ୍ପ, ରସାୟନ ଶିଳ୍ପ, ଅଟୋମୋବାଇଲ ଶିଳ୍ପ, ତୈଳ ରିଫାଇନାରୀ ଯୋଗୁଁ ସଲ୍‌ଫର୍ ଡାଇଅକ୍‌ସାଇଡ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ସୃଷ୍ଟି ହେଉଛି ।
  • ଏହି ଗ୍ୟାସ ବର୍ଷାଜଳ ସହ ମିଶି ଗନ୍ଧକାମ୍ଳ ଓ ଯବକ୍ଷାରାମ୍ଳ ସୃଷ୍ଟି କରେ । ଏହି ଅମ୍ଳ ବର୍ଷା ଜଳ ସହିତ ମିଶି ଅମ୍ଳବର୍ଷା ବା ଏସିଡ୍ ରେନ୍ ସୃଷ୍ଟି କରିଥାଏ ।
  • ଏହି ଅମ୍ଳବର୍ଷା ମାର୍ବଲ ପଥରକୁ କ୍ଷତିଗ୍ରସ୍ତ କରିବ ଓ ଏହାର ପ୍ରଭାବରେ ଧଳା ମାର୍ବଲର ରଙ୍ଗ କ୍ରମଶଃ ଫିକା ଓ ପରେ ହଳଦିଆ ପଡ଼ିବାର ସମ୍ଭାବନା ରହିଅଛି ।
  • ଅମ୍ଳବର୍ଷା ଯୋଗୁଁ ମାର୍ବଲ କ୍ଷୟ ଅଧିକ ହେଲେ ମାର୍ବଲ କ୍ୟାନସର ଓ ମଥୁରା ତୈଳ ରିଫାଇନାରୀରୁ ନିର୍ଗତ ଧୂଆଁ ଯୋଗୁଁ ମାର୍ବଲର ରଙ୍ଗ ଭବିଷ୍ୟତରେ ହଳଦିଆ ହେବାର ସମ୍ଭାବନା ରହିଛି ।

Question 10.
ଜଳରେ ପୋଷକର ମାତ୍ରା ବୃଦ୍ଧି ଜଳଜୀବମାନଙ୍କର ବଞ୍ଚିବା ଉପରେ କାହିଁକି ପ୍ରଭାବ ପକାଉଛି ?

  • ଚାଷଜମିରେ ପ୍ରୟୋଗ କରାଯାଉଥିବା ରାସାୟନିକ ସାର ବର୍ଷାଜଳ ସହ ଧୋଇହୋଇ ନିକଟସ୍ଥ ଜଳାଶୟକୁ ଆସିଥାଏ । ଜଳରେ ପୋଷକର ମାତ୍ରା ବୃଦ୍ଧିପାଏ ।
  • ଏହି କାରଣରୁ ଜଳାଶୟରେ ଶୈବାଳର ବୃଦ୍ଧିହୋଇ ସବୁଜ ଦେଖାଯାଏ ।
  • ଜଳରେ ଅମ୍ଳଜାନ ଦ୍ରବୀଭୂତ ହୋଇ ରହିଥାଏ । ମୃତ୍ୟୁପରେ ଶୈବାଳ ବ୍ୟାକ୍ଟେରିଆମାନଙ୍କର ଖାଦ୍ୟଭାବେ ବ୍ୟବହୃତ ହୁଏ । ଶୈବାଳ ବଢ଼ିବାଦ୍ୱାରା ଅମ୍ଳଜାନ ଅଭାବ ଦେଖାଦିଏ ।
  • ଫଳରେ ଅନ୍ୟ ଜଳଜୀବମାନେ ମରିଯିବାର ସମ୍ଭାବନା ରହିଥାଏ ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Question 11.
ନିମ୍ନଲିଖତ ଗ୍ୟାସ୍‌ ମଧ୍ୟରୁ କେଉଁଟି ଗ୍ରୀନ୍ ହାଉସ ଗ୍ୟାସ ନୁହେଁ ?
(କ) କାର୍ବନ ଡାଇଅକ୍‌ସାଇଡ୍
(ଖ) ସଲ୍‌ଫର୍ ଡାଇଅକ୍ସାଇଡ୍
(ଗ) ମିଥେନ୍
(ଘ) ନାଇଟ୍ରୋଜେନ୍
ଉ-
ନାଇଟ୍ରୋଜେନ୍

Question 12.
ଶୂନ୍ୟସ୍ଥାନ ପୂରଣ କର ।
(i) ବାୟୁରେ …………………. % ଯବକ୍ଷାରଜାନ ଥାଏ ।
(ii) ଶ୍ଵାସଜନିତ ସମସ୍ୟାର କାରଣ ………………… ପ୍ରଦୂଷଣ ।
(iii) କାର୍ବନ ମନୋକ୍‌ସାଇଡ୍ ରକ୍ତର ……………….. କ୍ଷମତା ହ୍ରାସକରେ ।
(iv) କୁହୁଡ଼ି ଓ ଧୂଆଁ ମିଶି …………………. ସୃଷ୍ଟି କରନ୍ତି ।
(v) ଓକୋନ୍ ସ୍ତର ……………. ରଶ୍ମିକୁ ଶୋଷିନିଏ ।
(vi) ଗଙ୍ଗାର ପ୍ରଦୂଷଣ …………………….. ଠାରେ ବେଶି ହୋଇଛି ।

Answers:
(i) 78%
(ii) ବାୟୁ
(iii) ଅମ୍ଳଜାନ ପରିବହନ
(iv) ସ୍କଟ୍
(v) ଅତିବାଇଗଣି
(vi) କାନପୁର

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Question 13.
ପ୍ରଥମ ଶବ୍ଦଦ୍ୱୟର ସଂପର୍କକୁ ଦେଖ୍ ତୃତୀୟ ଶବ୍ଦର ସଂପର୍କିତ ଶବ୍ଦଟି ଶୂନ୍ୟସ୍ଥାନରେ ଲେଖ ।
(i) ସଲ୍‌ଫର୍ ଡାଇଅକ୍ସାଇଡ୍ : ଗନ୍ଧକାମ୍ଳ :: ନାଇଟ୍ରୋଜେନ ଡାଇଅକସାଇଡ୍ : ……………………. ।
(ii) ଅମ୍ଳବର୍ଷା : ମାର୍ବଲ କ୍ୟାନସର :: ଓଜୋନ୍‌ କ୍ଷୟ : …………………….. ।
(iii) ଅଙ୍ଗାରକାମ୍ଳ : ଯାନବାହନ :: CFC : ……………… ।
(iv) କୋଇଲା : ଜୀବାଶ୍ମ ଇନ୍ଧନ :: CNG : ……………. ।
(v) ଧୂଳିକଣା : ବାୟୁ ପ୍ରଦୂଷଣ :: ମଳ : ………………………. ।

Answers:
(i) ଯବକ୍ଷାରାମ୍ଳ
(ii) ଚର୍ମ କର୍କଟ
(iii) ଶୀତଳଭଣ୍ଡାର
(iv) ଗ୍ୟାସୀୟ ଇନ୍ଧନ
(v) ଜଳ ପ୍ରଦୂଷଣ

1. ଶୂନ୍ୟସ୍ଥାନ ପୂରଣ କର ।
(i) ବାୟୁ ବିଭିନ୍ନ ଗ୍ୟାସ୍ତ୍ରର ଏକ ………………… ।
(ii) ବାୟୁରେ ଯବକ୍ଷାରଜାନର ପରିମାଣ ………………… ।
(iii) ବାୟୁରେ ଅମ୍ଳଜାନର ପରିମାଣ …………………।
(iv) ଧୂଳିକଣା ଓ ଧୂଆଁ ଇତ୍ୟାଦିକୁ ………………… କୁହାଯାଏ ।
(v) କାର୍ବନ ମନୋକ୍‌ସାଇଡ୍ ରକ୍ତରେ ……………….. ର ଦହନ କ୍ଷମତା ହ୍ରାସ କରିଥାଏ ।
(vi) କୁହୁଡ଼ି ସହ ଧୂଆଁ ମିଶି ……………….. ସୃଷ୍ଟି ହୁଏ ।
(vii) ଶିଳ୍ପଯୋଗୁଁ ଅଧୁକ ……………………. ହୋଇଥାଏ ।
(viii) ଓଜୋନ୍ ସ୍ତର ପୃଥ‌ିବୀ ଉପରେ ଏକ ଆସ୍ତରଣପରି ଘେରିରହିଛି । ଏହାକୁ ………….. କୁହାଯାଏ ।
(ix) ଓଜୋନ୍ ରନ୍ଧ୍ର ………………… ଜାତୀୟ ଗ୍ୟାସ୍‌ଦ୍ୱାରା ହୋଇଥାଏ ।
(x) ତାପଜ ଶକ୍ତି ପ୍ରକଳ୍ପରୁ ନିର୍ଗତ ……………. ବାୟୁରେ ମିଶି ବାୟୁ ପ୍ରଦୂଷଣ କରିଥାଏ ।
(xi) ବାୟୁ ପ୍ରଦୂଷଣ ପ୍ରଭାବରେ ତାଜମହଲର ଧଳା ମାର୍ବଲ ………………. ପଡ଼ିଗଲାଣି ।
(xii) ସଲ୍‌ଫର୍ ଡାଇଅକ୍‌ସାଇଡ୍ ବର୍ଷାଜଳ ସହ ମିଶି ……………………. ସୃଷ୍ଟି କରେ ।
(xiii) ନାଇଟ୍ରୋଜେନ୍ ଅକ୍ସାଇଡ୍ ବର୍ଷାଜଳ ସହ ମିଶି ……………………..ସୃଷ୍ଟି କରେ ।
(xiv) ମଥୁରା ତୈଳ ରିଫାଇନାରୀରୁ ନିର୍ଗତ ……………………….. ଯୋଗୁଁ ମାର୍ବଲର ରଙ୍ଗ ହଳଦିଆ ହୋଇଯାଉଛି ।
(xv) ପୃଥ‌ିବୀପୃଷ୍ଠକୁ ……………….. ଉତ୍ତପ୍ତ କରିଥାଏ ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Answers:
(i) ମିଶ୍ରଣ
(ii) 78%
(iii) 21%
(iv) ପ୍ରଦୂଷକ
(v) ଅମ୍ଳଜାନ
(vi) ସ୍କଟ୍
(vii) ବାୟୁ ପ୍ରଦୂଷଣ
(viii) ଓଜୋନ୍ ଢାଲ
(ix) କ୍ଲୋରୋଫ୍ଲୋରୋ କାର୍ବନ
(x) ଧୂଆଁ ଓ କଣିକା
(x) ଫିକା
(xii) H2SO4
(xiii) HNO3
(xiv) କଣିକାମିଶା ଧୂଆଁ
(xv) ସୂର୍ଯ୍ୟାଲୋକ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ପିଇବାଯେଗ୍ୟପା ପାଶିକୁ ………………….. କୁହାଯାଏ । (ପାନୀୟ ଜଳ, ଲବଣାକ୍ତ ଜଳ, କ୍ଷାରୀୟ ଜଳ, ଅମ୍ଳୀୟ ଜଳ)
(ii) ଜଳକୁ …………… ଦ୍ଵାରା ଶୋଧନ କରାଯାଏ । (ବାଷ୍ପୀଭବନ, ଘନୀଭବନ, ଜଳ ବିଶୋଧନ ଯନ୍ତ୍ର, କୌଣସିଟି ନୁହେଁ)
(iii) ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିରେ ଜଳରେ …………………….. ବଟିକା ପକାଯାଏ । (ଫ୍ଲୋରିନ୍, କ୍ଲୋରିନ୍, ବ୍ରୋମିନ୍, ଆୟୋଡ଼ିନ୍)
(iv) କ୍ୟାଣ୍ଡଲଯୁକ୍ତ ଫିଲ୍‌ଟର୍ ବ୍ୟବହାର …………………. ପ୍ରଣାଳୀ ଅଟେ (ପାତନ, ପରିସ୍ରବଣ, ଊର୍ଦ୍ଧପାତନ, ରେଚନ)
(v) ପୃଥ‌ିବୀର …………………. ପ୍ରତିଶତ ଲୋକ ଭଲ ପାଣି ପିଇବାକୁ 18 (25, 20, 15, 18)
(vi) ବାୟୁରେ 78% …………………. ଗ୍ୟାସ ଥାଏ । (N2, O2, CO2)
(vii) ବାୟରେ 21% …………………. ଗ୍ୟାସ ଥାଏ । (N2, O2, H2, CO4)
(viii) ଓଜୋନ୍ ଢାଲ ସୂର୍ଯ୍ୟାଲୋକରୁ …………………. ଶୋଷଣ କରେ । (ଦୃଶ୍ୟମାନ ରଶ୍ମି, α – ରଶ୍ମି, β- ରଶ୍ମି, UV ରଶ୍ମି)
(ix) ପେଟ୍ରୋଲ ଓ ଡିଜେଲରୁ ନିର୍ଗତ କଣିକା ………………… ଦ୍ୱାରା ଶରୀରରେ ପ୍ରବେଶ କରେ । (ରକ୍ତ ସଞ୍ଚାଳନ, ଆଲୋକଶ୍ଳେଷଣ, ଶ୍ୱସନ୍, ଶ୍ଵାସକ୍ରିୟା)

Answers:
(i) ପାନୀୟ ଜଳ
(ii) ଜଳବିଶୋଧନ ଯନ୍ତ୍ର
(iii) କୋରିନ୍
(iv) ପରିସ୍ରବଣ
(v) 25
(vi) N2
(vii) O2
(viii) UV ରଶ୍ମି
(ix) ଶ୍ଵାସକ୍ରିୟା

3. ବାମ ପାର୍ଶ୍ଵର ଶବ୍ଦପୁଞ୍ଜର ସମ୍ପର୍କକୁ ଲକ୍ଷ୍ୟରଖୁ ଦକ୍ଷିଣ ପାର୍ଶ୍ଵର ଉପଯୁକ୍ତ ଶବ୍ଦ ଲେଖ ।
(i) ଯବକ୍ଷାରଜାନ : ଅମ୍ଳଜାନ : : 78% : ………………. ।
(ii) ଧୂଳିକଣା : କଳକାରଖାନାର ତରଳ ଆବର୍ଜନା :: ବାୟୁ ପ୍ରଦୂଷକ : ………………. ।
(iii) ସଲ୍‌ଫର୍‌ ଡାଇଅକ୍‌ସାଇଡ୍ : ନାଇଟ୍ରୋଜେନ ଡାଇଅକ୍‌ସାଇଡ୍ :: H4SO4 : ………………. ।
(iv) SO2  : ଅମ୍ଳବର୍ଷା :: CO2, CH4 : ………………. ।
(v) ମଟରଗାଡ଼ି : CNG :: ରୋଷେଇଘର : ………………. ।
(vi) SO2 : ଅମ୍ଳବର୍ଷା :: CO2 : ………………. ।
(vii) ଧୂମଯୁକ୍ତ ଇନ୍ଧନ : କିରୋସିନି :: ପରିଷ୍କାର ଇନ୍ଧନ : ………………. ।
(viii) କ୍ଲୋରିନେସନ୍ : କ୍ଲୋରିନ୍‌ ବଟିକା :: ପରିସ୍ରବଣ : ………………. ।
(ix) ଭୌତିକ ପଦ୍ଧତି : ପାଣି ଫୁଟାଇବା :: ରାସାୟନିକ ପଦ୍ଧତି : ………………. ।
(x) ଟାଇଫଏଡ୍ : ପ୍ରଦୂଷିତ ଜଳ :: ଆଜ୍‌ମା : ………………. ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Answers:
(i) 21%
(ii) ଜଳ ପ୍ରଦୂଷକ
(iii) HNO3
(vi) ବିଶ୍ୱ ତାପନ
(v) LPG
(iv) ସବୁଜ ଘର ପ୍ରଭାବ
(vii) CNG
(viii) ଫିଲ୍‌ଟର୍ କ୍ୟାଣ୍ଡଲ
(ix) କ୍ଲୋରିନ୍‌ ବଟିକା ମିଶାଇବା
(x) ପ୍ରଦୂଷିତ ବାୟୁ

4. ‘କ’ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଓଜୋନ୍ ରନ୍ଧ୍ର 1. GAP
(ii) ବସ୍ , ଟ୍ରକ 2. CO
(iii) ରୋଷେଇଘର 3. UV
(iv) ଗ୍ରୀନ ହାଉସ ଗ୍ୟାସ୍ 4. CH
(v) ଅମ୍ଳବର୍ଷା 5. CNG
(vi) ଓଜୋନ୍ ଢାଲ 6. CFC
(vii) ରକ୍ତରେ ଦହନ କ୍ଷମତା ହ୍ରାସ 7. LPG
(viii) ପ୍ରକୃତି ପାଇଁ ବିଶ୍ବ ସ୍ତରୀୟ ପାଣ୍ଠି 8. H2SO4
(ix) 1985 9. pH
(x) ଅମ୍ଳତ୍ୱ ତୁଳନା 10. WWF


Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଓଜୋନ୍ ରନ୍ଧ୍ର 1. CFC
(ii) ବସ୍ , ଟ୍ରକ 2. CNG
(iii) ରୋଷେଇଘର 3. LPG
(iv) ଗ୍ରୀନ ହାଉସ ଗ୍ୟାସ୍ 4. CH
(v) ଅମ୍ଳବର୍ଷା 5. H2SO4
(vi) ଓଜୋନ୍ ଢାଲ 6. UV
(vii) ରକ୍ତରେ ଦହନ କ୍ଷମତା ହ୍ରାସ 7. CO
(viii) ପ୍ରକୃତି ପାଇଁ ବିଶ୍ବ ସ୍ତରୀୟ ପାଣ୍ଠି 8. WWF
(ix) 1985 9. GAP
(x) ଅମ୍ଳତ୍ୱ ତୁଳନା 10. pH
(i) ଓଜୋନ୍ ରନ୍ଧ୍ର 1. CFC