CHSE Odisha Class 12 Economics Chapter 7 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7 ପରିବ୍ୟୟ Short Answer Questions.

CHSE Odisha 12th Class Economics Chapter 7 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ବ୍ୟକ୍ତିଗତ ପରିବ୍ୟୟ କହିଲେ କ’ଣ ବୁଝ ?
Answer:
ଉତ୍ପାଦନକାରୀ ସଂସ୍ଥା କୌଣସି ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ କଲାବେଳେ ଯେଉଁ ବ୍ୟୟ ଭାର ବହନ କରିଥାଆନ୍ତି, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ବୋଲି କୁହାଯାଏ । ସୁତରାଂ, ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଉତ୍ପାଦନକାରୀ ଯେଉଁ ପରିବ୍ୟୟ ନିଜେ ବହନ କରେ, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ଆଖ୍ୟା ଦିଆଯାଏ । ଚୌଦ୍ବାରସ୍ଥିତ ଚାର୍ଜକ୍ରୋମ୍ କାରଖାନାର ବ୍ୟୟିତ ଖର୍ଚ୍ଚ କେବଳ ତା’ର ମାଲିକ ବହନ କରୁଥିବାରୁ ଏହା ବ୍ୟକ୍ତିଗତ ପରିବ୍ୟୟର ଏକ ଉଦାହରଣ ଅଟେ ।

2. ସାମାଜିକ ପରିବ୍ୟୟ କ’ଣ ?
Answer:
ଉତ୍ପାଦନକାରୀ ସଂସ୍ଥାମାନଙ୍କଦ୍ୱାରା ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ସମାଜ ଯେଉଁ ଭାର ବହନ କରେ, ତାହାକୁ ସାମାଜିକ ପରିବ୍ୟୟ ବୋଲି କୁହାଯାଏ । କୌଣସି ଦ୍ରବ୍ୟ ଉତ୍ପାଦନ କଲାବେଳେ ଏପରିକି କାରଖାନା ସହ ଆଦୌ ସମ୍ପୃକ୍ତ ନ ଥ‌ିବା ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ପରିବେଶ ପ୍ରଦୂଷଣଜନିତ ଅସୁବିଧା ଏବଂ ତହିଁରୁ ମୁକ୍ତି ପାଇବାପାଇଁ ଯେଉଁ ବୋଝ ସରକାର ତଥା ସମାଜ ବହନ କରେ, ତାହାହିଁ ସାମାଜିକ ପରିବ୍ୟୟ ।

3. ସ୍ଵଳ୍ପକାଳ-କ’ଣ?
Answer:
ଯେଉଁ ସମୟସୀମା ମଧ୍ୟରେ ଉତ୍ପାଦନକାରୀ ପ୍ରତିଷ୍ଠାନର ଆୟତନରେ କୌଣସି ପରିବର୍ତ୍ତନ କରିପାରେ ନାହିଁ, ତାହାକୁ ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳ ବୋଲି କୁହାଯାଏ । ତେଣୁ ସ୍ଵଳ୍ପକାଳରେ କେବଳ ପରିବର୍ତ୍ତନୀୟ ଉପାଦାନରେ ବୃଦ୍ଧି ଘଟାଇ ଉତ୍ପାଦନ ବୃଦ୍ଧି ଘଟାଇବା ସମ୍ଭବ ହୋଇଥାଏ । ଏହି ସ୍ଵଳ୍ପକାଳରେ ଦୁଇ ପ୍ରକାର ପରିବ୍ୟୟ ଦେଖାଯାଏ; ଯଥା- ସ୍ଥିର ପରିବ୍ୟୟ ଏବଂ ପରିବର୍ତ୍ତନୀୟ ପରିବ୍ୟୟ ।

4. ଦୀର୍ଘକାଳ କ’ଣ ?
Answer:
ଯେଉଁ ସମୟସୀମା ମଧ୍ୟରେ ଉତ୍ପାଦନ ସଂସ୍ଥାର ଆୟତନ ଓ ଯନ୍ତ୍ରପାତି ଇତ୍ୟାଦିର ବୃଦ୍ଧି କରିବା ସମ୍ଭବ ହୋଇଥାଏ, ତାହାକୁ ଦୀର୍ଘକାଳ ବୋଲି କୁହାଯାଏ । ଦୀର୍ଘକାଳରେ କୌଣସି ଉପାଦାନ ସ୍ଥିର ବା ଅପରିବର୍ତ୍ତନୀୟ ରହେ ନାହିଁ ଅର୍ଥାତ୍ ଏହି ସମୟରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ ହୋଇଥାଏ ।

CHSE Odisha Class 12 Economics Chapter 7 Short Answer Questions in Odia Medium

5. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ଉତ୍ପାଦ ପରିମାଣରେ ପରିବର୍ତ୍ତନ ହେଲେ ଯେଉଁ ପରିବ୍ୟୟରେ ପରିବର୍ତ୍ତନ ଘଟେ, ତାହାକୁ ପରି ଉଁନୀୟ ପରିବ୍ୟୟ କୁହାଯାଏ । ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲ ବାବଦ ଖର୍ଜ, ବ୍ୟବହୃତ ବିଜୁଳିଶକ୍ତି ବାବଦ ଦେୟ, ଶ୍ରମିକମାନଙ୍କ ମଜୁରି ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଅନ୍ତର୍ଭୁକ୍ତ । ଉତ୍ପାଦନ ବୃଦ୍ଧି ଘଟିଲେ ଏହି ପରିବ୍ୟୟର ବୃଦ୍ଧି ଘଟେ ଏବଂ ଉତ୍ପାଦନ ହ୍ରାସ ହେଲେ ଏହା ହ୍ରାସ ପାଇଥାଏ ଏବଂ ଉତ୍ପାଦନ ପରିମାଣ ଶୂନ୍ୟ ହେଲେ, ଏହି ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଥାଏ ।

6. ଯୋଜନା ରେଖା କ’ଣ ?
Answer:
ସ୍ଵଳ୍ପକାଳରେ ବାସ୍ତବରେ ଉତ୍ପାଦନ ସଙ୍ଘଟିତ ହୋଇଥାଏ, ମାତ୍ର ଦୀର୍ଘକାଳରେ ଉତ୍ପାଦନ ନିମିତ୍ତ କେବଳ ଯୋଜନା ପ୍ରସ୍ତୁତ କରାଯାଇଥାଏ । ସେଥ‌ିପାଇଁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖାକୁ ଯୋଜନା ରେଖା ବୋଲି ଅଭିହିତ କରାଯାଏ । କାରଣ ଦୀର୍ଘକାଳରେ ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖା ଭିତ୍ତିରେ ହିଁ ପରିବ୍ୟୟ ରେଖା ସ୍ଥିର କରାଯାଇପାରେ ।

7. ଆବୃତ ରେଖା କ’ଣ ?
Answer:
ପ୍ରତ୍ୟେକ ପ୍ରତିଷ୍ଠାନର ନୂନତମ ବିନ୍ଦୁକୁ ଯୋଗକଲେ ଦୀର୍ଘକାଳରେ ଯେଉଁ ରେଖା ଉତ୍ପନ୍ନ ହୁଏ, ତାହାହିଁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖା । ଏହା ସମସ୍ତ ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖାକୁ ଆବୃତ କରି ରଖୁଥାଏ। ତେଣୁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖାକୁ ଆବୃତ ରେଖା ବୋଲି କୁହାଯାଏ ।

8. ମୋଟ ପରିବ୍ୟୟ କ’ଣ ?
Answer:
ମୋଟ ପରିବ୍ୟୟ ହେଉଛି ପ୍ରତିଷ୍ଠାନର ମୋଟ ବ୍ୟୟ ବରାଦ । ଉଭୟ ସ୍ଥିର ଉପାଦାନ ଓ ପରିବର୍ତ୍ତନୀୟ ଉପାଦାନ ନିମନ୍ତେ ପ୍ରତିଷ୍ଠାନ କରୁଥିବା ମୋଟ ବ୍ୟୟକୁ ମୋଟ ପରିବ୍ୟୟ କୁହାଯାଏ । ଅର୍ଥାତ୍‌, ମୋଟ ପରିବ୍ୟୟ ହେଉଛି ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ।

9. ଦୃଶ୍ୟମାନ ପରିବ୍ୟୟ କ’ଣ ?
Answer:
ପ୍ରତିଷ୍ଠାନଗୁଡ଼ିକ ସାଧନ ମାଲିମାନଙ୍କଠାରୁ ଉତ୍ପାଦନ ସହାୟକ ସେବା କ୍ରୟ କରିବାପାଇଁ ଯେଉଁ ବ୍ୟୟ ବହନ କରିଥା’ନ୍ତି ତାହାକୁ ଦୃଶ୍ୟମାନ ପରିବ୍ୟୟ କୁହାଯାଏ । ଅର୍ଥାତ୍ ପ୍ରତିଷ୍ଠାନଗୁଡ଼ିକ ଶ୍ରମ, ପୁଞ୍ଜି, ଭୂମି ଇତ୍ୟାଦି ଉତ୍ପାଦନର ମାଲିକମାନଙ୍କୁ ଯେଉଁ ଚୁକ୍ତିଗତ ମୌଦ୍ରିକ ଦେୟ ପ୍ରଦାନ କରିଥା’ନ୍ତି, ତାହାହିଁ ଦୃଶ୍ୟମାନ ପରିବ୍ୟୟ । ଏହାକୁ ମଧ୍ୟ ହିସାବଗତ ପରିବ୍ୟୟ କୁହାଯାଏ ।

10. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଏପରି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍‌କାୟିତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀଙ୍କ ନିଜସ୍ବ ଭୂମି ପାଇଁ ଅଶେଷ, ନିଜସ୍ଵ ଶ୍ରମ ପାଇଁ ମଜୁରି ଇତ୍ୟାଦି ପ୍ରଚ୍ଛନ୍ନ ପରିବ୍ୟୟ । ଅର୍ଥନୈତିକ ପରିବ୍ୟୟରେ ଉଭୟ ପ୍ରଚ୍ଛନ୍ନ ପରିବ୍ୟୟ ଓ ଦୃଶ୍ୟମାନ ପରିବ୍ୟୟ ହିସାବକୁ ନିଆଯାଏ ।

11. ଉତ୍ପାଦନ ପରିବ୍ୟୟ କ’ଣ ?
Answer:
କୌଣସି ଦ୍ରବ୍ୟର ଉତ୍ପାଦନ ପାଇଁ ଉତ୍ପାଦନକାରୀ ସଂସ୍ଥା ଉପାଦାନଗୁଡ଼ିକ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡ଼ିଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ । ଉତ୍ପାଦନ କାଳରେ ଉତ୍ପାଦନକାରୀ ବିଭିନ୍ନ ଉତ୍ପାଦନର ସାଧନ କ୍ରୟ କରିଥାଏ ଏବଂ ସେଥ‌ିପାଇଁ ପାଉଣା ଦେଇଥାଏ । ତେଣୁ ସମସ୍ତ ପାଉଣାର ସମଷ୍ଟି ହେଉଛି ପରିବ୍ୟୟ । ଅର୍ଥାତ୍ କୌଣସି ଦ୍ରବ୍ୟ ଉତ୍ପାଦନ ପାଇଁ ଯେଉଁ ଖର୍ଚ୍ଚ ବହନ କରାଯାଇଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

12. ପରିବ୍ୟୟ ଫଳନ କହିଲେ କ’ଣ ବୁଝ ?
Answer:
ପ୍ରତିଷ୍ଠାନ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ମୋଟ ଉତ୍ପାଦନ ସହିତ ଦ୍ରବ୍ୟର ଉତ୍ପାଦନ ପରିବ୍ୟୟର ସମ୍ପର ୍କ୍ଥାପନ କରିଥାଏ । ଅର୍ଥାତ୍ ପରିବ୍ୟୟ ଓ ଉତ୍ପାଦନ ମଧ୍ୟରେ ସମ୍ପର୍କ ପରିବ୍ୟୟ ଫଳନ ଅଟେ । ପରିବ୍ୟୟ ଫଳନ ଏକ ବ୍ୟୁତ୍ପତ୍ତି ଫଳନ (Cost function is a derived function) । ଏହା ଉତ୍ପାଦନ ଫଳନରୁ ଗ୍ରହଣ କରାଯାଇଅଛି ।

13. ମୁଦ୍ରାଗତ ପରିବ୍ୟୟ କ’ଣ ?
Answer:
ମୋଟ ଉତ୍ପାଦନ ଖର୍ଚ୍ଚକୁ ମୁଦ୍ରା ଆକାରରେ ପରିମାପ କରାଗଲେ, ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଉଦ୍ୟୋକ୍ତା ଯେଉଁ ଖର୍ଚ୍ଚ ମୁଦ୍ରା ଆକାରରେ କରିଥା’ନ୍ତି, ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ତେଣୁ, ଉତ୍ପାଦନର ସମସ୍ତ ପରିବ୍ୟୟ ମୌଦ୍ରିକ ପରିବ୍ୟୟ ଅଟେ ।

14. ବାସ୍ତବ ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ । ଶ୍ରମିକ ଶ୍ରମଦାନ କଲାବେଳେ ଯେଉଁ କଷ୍ଟ ଓ ପରିଶ୍ରମ ସ୍ୱୀକାର କରିଥାଏ ତାହା ବାସ୍ତବ ପରିବ୍ୟୟ । ସାମାଜିକ ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ ଏହାର କୌଣସି ଭୂମିକା ନାହିଁ।

15. ହିସାବଗତ ପରିବ୍ୟୟ କ’ଣ ?
Answer:
କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ଭୂମି ପାଇଁ ଅଶେଷ, ବିଜ୍ଞାପନ, କର, ବୀମା ଇତ୍ୟାଦି ନିମନ୍ତେ ମଧ୍ୟ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟ ପ୍ରତିଷ୍ଠାନର ହିସାବ ଖାତାରେ ପ୍ରତିଫଳିତ ହୋଇଥାଏ । ତେଣୁ ଏହି ପରିବ୍ୟୟକୁ ହିସାବଗତ ପରିବ୍ୟୟ ବା ଦୃଶ୍ୟମାନ ପରିବ୍ୟୟ କୁହାଯାଏ ।

16. ବିକଳ୍ପ ପରିବ୍ୟୟ କ’ଣ ?
Answer:
ସମ୍ବଳ ସୀମିତ ହୋଇଥିବାରୁ ଉତ୍ପାଦନକାରୀ କୌଣସି ଏକ ଦ୍ରବ୍ୟ ଯଦି ଉତ୍ପାଦନ କରନ୍ତି, ତାହାହେଲେ ତାଙ୍କୁ ଅନ୍ୟ ଏକ ଦ୍ରବ୍ୟର ଉତ୍ପାଦନ ତ୍ୟାଗ କରିବାକୁ ହୋଇଥାଏ । ଏହି ତ୍ୟାଗ କରୁଥିବା ଦ୍ରବ୍ୟ ଉତ୍ପାଦିତ ଦ୍ରବ୍ୟର ବିକଳ୍ପ ପରିବ୍ୟୟ । ତେଣୁ, କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ ।

17. ଅର୍ଥନୈତିକ ପରିବ୍ୟୟ କ’ଣ ?
Answer:
ଅର୍ଥନୈତିକ ପରିବ୍ୟୟ ଏକ ବିସ୍ତୃତ ତତ୍ତ୍ଵ ଯାହା ଉଭୟ ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମ୍ମିଶ୍ରଣ ଅଟେ । ପ୍ରତ୍ୟକ୍ଷ ଭାବେ ଦ୍ରବ୍ୟଗୁଡ଼ିକୁ କିଣିବାପାଇଁ ପ୍ରତିଷ୍ଠାନ ଯେଉଁସବୁ ଖର୍ଚ୍ଚ ବହନ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଅନ୍ୟପକ୍ଷରେ ଉଦ୍ୟୋକ୍ତାଙ୍କର ସ୍ବସମ୍ବଳର ବିନିଯୋଗ ନିମନ୍ତେ ସେ ଯେଉଁ ପ୍ରାପ୍ୟ ପାଆନ୍ତି, ତାହାକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ତେଣୁ ଅର୍ଥନୈତିକ ପରିବ୍ୟୟ= ହିସାବଗତ ପରିବ୍ୟୟ + ପ୍ରଚ୍ଛନ୍ନ ପରିବ୍ୟୟ ।

CHSE Odisha Class 12 Economics Chapter 7 Short Answer Questions in Odia Medium

18. ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ସ୍ଥିର ପରିବ୍ୟୟ । ଉତ୍ପାଦନର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ । ଉତ୍ପାଦର ପରିମାଣ ଯାହା ହେଉନା କାହିଁକି, ପ୍ରତିଷ୍ଠାନ ଏହି ବ୍ୟୟ ଭାର ବହନ କରିବାକୁ ବାଧ୍ୟ । ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନଥିବାରୁ ଏହାକୁ ଅତିରିକ୍ତ ପରିବ୍ୟୟ ବା ପରୋକ୍ଷ ପରିବ୍ୟୟ ନାମରେ ମଧ୍ୟ ଅଭିହିତ କରାଯାଏ ।

19. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ୱଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପରିବର୍ତ୍ତନୀୟ ପରିବ୍ୟୟ । ଉତ୍ପାଦର ଯେକୌଣସି ପରିବର୍ତ୍ତନ ସହିତ ଏହା ପ୍ରଭାବିତ ହୋଇଥାଏ । ଉତ୍ପାଦ ପରିମାଣ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । କଞ୍ଚାମାଲ ପାଇଁ ଦେୟ, ଶ୍ରମିକମାନଙ୍କ ମଜୁରି, ଶକ୍ତି ପାଇଁ ଖର୍ଚ୍ଚ ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଉଦାହରଣ ।

20. ସୀମାନ୍ତ ପରିବ୍ୟୟ କ’ଣ ?
Answer:
ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ, ତାହାକୁ ସୀମାନ୍ତ ପରିବ୍ୟୟ କୁହାଯାଏ । ଏହା ଏକ ଅତିରିକ୍ତ ଉତ୍ପାଦ ପାଇଁ ହେଉଥ‌ିବା ଅତିରିକ୍ତ ବ୍ୟୟ । ଅର୍ଥାତ୍, ବର୍ତ୍ତମାନର ମୋଟ ପରିବ୍ୟୟ ଓ ପୂର୍ବତନ ମୋଟ ପରିବ୍ୟୟର ପାର୍ଥକ୍ୟ ହେଉଛି ସୀମାନ୍ତ ପରିବ୍ୟୟ ।

21. ହାରାହାରି ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ସ୍ଥିର ପରିବ୍ୟୟକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ । ତେଣୁ ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦଦ୍ଵାରା ଭାଗ କରି ହାରାହାରି ସ୍ଥିର ପରିବ୍ୟୟ ଆକଳନ କରାଯାଏ । ଯେହେତୁ ମୋଟ ସ୍ଥିର ପରିବ୍ୟୟ ସର୍ବଦା ସ୍ଥିର, ମୋଟ ଉତ୍ପାଦ ପରିମାଣର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ହାରାହାରି ସ୍ଥିର ପରିବ୍ୟୟ ହ୍ରାସମାନ ହାରରେ ହ୍ରାସ ପାଇଥାଏ।

22. ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
କୁହାଯାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦ ପରିମ ଣଦ୍ବାରା ଭାଗ କରି ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଣ୍ଣୟ କରାଯାଏ । ଉତ୍ପାଦର ଏକକ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପ୍ରଥମେ ପରୋକ୍ଷ ଓ ତତ୍ପରେ ପ୍ରତ୍ୟକ୍ଷ ସମ୍ପର୍କ ଥ‌ିବାରୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ରେଖା ପ୍ରଥମେ ନିମ୍ନଗାମୀ ଓ ତତ୍ପରେ ଊର୍ଦ୍ଧ୍ୱଗାମୀ ବା ଏହା ଇଂରାଜୀ ଅକ୍ଷର ‘U’ ସଦୃଶ ହୋଇଥାଏ ।

23. ହାରାହାରି ପରିବ୍ୟୟ କ’ଣ ?
Answer:
ଦ୍ରବ୍ୟର ଏକକ ପିଛା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଏ । ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିବାକୁ ହେଲେ ମୋଟ ପରିବ୍ୟୟକୁ ଉତ୍ପାଦିତ ଦ୍ରବ୍ୟର ଏକକଦ୍ୱାରା ଭାଗ କରିବାକୁ ପଡ଼ିଥାଏ । ହାରାହାରି ପରିବ୍ୟୟ ହେଉଛି ହାରାହାରି ସ୍ଥାୟୀ ପରିବ୍ୟୟ ଏବଂ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ମୌଦ୍ରିକ ପରିବ୍ୟୟ କିପରି ନିର୍ଣ୍ଣୟ କରାଯାଏ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ହେଉଥ‌ିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ମୌଦ୍ରିକ ପରିବ୍ୟୟ କୁହାଯାଏ । ବର୍ତ୍ତମାନର ଅର୍ଥବ୍ୟବସ୍ଥା ହେଉଛି ମୌଦ୍ରିକ ଅର୍ଥବ୍ୟବସ୍ଥା । ଉତ୍ପାଦନକାରୀ ସମସ୍ତ ବ୍ୟୟ ମୁଦ୍ରା ମାଧ୍ୟମରେ ହିଁ ସମ୍ପାଦିତ କରିଥା’ନ୍ତି । ସେ ଶ୍ରମିକକୁ ଦେଉଥୁବା ମଜୁରି, ଋଣକୃତ ପୁଞ୍ଜି ପାଇଁ ଦେଉଥ‌ିବା ସୁଧ, ଭୂମି ପାଇଁ ପଇଠ କରୁଥିବା ଅଧୁଶେଷ, ସରକାରଙ୍କୁ ଦେଉଥ‌ିବା କର ଇତ୍ୟାଦି ମୁଦ୍ରା ମାଧ୍ୟମରେ ପ୍ରକାଶ କରାଯାଏ । ତେଣୁ ଉତ୍ପାଦନର ସମସ୍ତ ପରିବ୍ୟୟ ମୌଦ୍ରିକ ପରିବ୍ୟୟ ଅଟେ । ତେଣୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ କରାଯାଉଥ‌ିବା ସମସ୍ତ ଅର୍ଥବ୍ୟୟର ସମଷ୍ଟିକୁ ଉକ୍ତ ଦ୍ରବ୍ୟର ମୁଦ୍ରାଗତ ପରିବ୍ୟୟ କୁହାଯାଏ

2. ବାସ୍ତବ ପରିବ୍ୟୟ କିପରି ଏକ ଅନୁଭବସିଦ୍ଧ ବା ମାନସିକ ବିଷୟ ।
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ । ଶ୍ରମିକ ଶ୍ରମଦାନ କଲାବେଳେ ଯେଉଁ କଷ୍ଟ ଓ ପରିଶ୍ରମ ସ୍ୱୀକାର କରିଥାଏ, ତାହା ବାସ୍ତବ ପରିବ୍ୟୟ । ଠିକ୍ ସେହିପରି, ପୁଞ୍ଜିର ମାଲିକ ଋଣ ଦେବାଦ୍ଵାରା ବର୍ତ୍ତମାନର ଉପଭୋଗରୁ ନିଜକୁ ବଞ୍ଚତ କରି ଯେଉଁ ତ୍ୟାଗ ସ୍ଵୀକାର କରେ, ତାହା ବାସ୍ତବ ପରିବ୍ୟୟ । କିନ୍ତୁ ଅସୁବିଧା ଓ ତ୍ୟାଗ ମନସ୍ତାତ୍ତ୍ଵିକ ଚିନ୍ତାଧାରା ହୋଇଥ‌ିବାରୁ ବାସ୍ତବ ପରିବ୍ୟୟର ସାଂଖ୍ୟକ ପରିମାପ ଅସମ୍ଭବ । ଏହା ଏକ ଉପଲବ୍ଧି ମାତ୍ର । ସାମାଜିକ ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣାର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ ଏହାର କୌଣସି ଭୂମିକା ନାହିଁ ।

3. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଜଣେ ଉଦ୍ୟୋକ୍ତାଙ୍କର ସ୍ବ-ଅଧିକାରଭୁକ୍ତ ଏବଂ ସ୍ବ-ନିୟୋଜିତ ସାଧନଗୁଡ଼ିକର ପାରିଶ୍ରମିକ ବାବଦରେ ସେ ଯେଉଁ ଆୟ ପାଇବାକୁ ହକ୍‌ର, ତାହାକୁ ପ୍ରଚ୍ଛନ୍ନ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ । ଜଣେ ଉଦ୍ୟୋକ୍ତା ନିଜର ସମ୍ବଳ; ଯଥା- ଭୂମି, ପୁଞ୍ଜି, ଶ୍ରମ ଓ ସେବା ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ କରିଥା’ନ୍ତି । ସେଗୁଡ଼ିକର ମୂଲ୍ୟ ହିସାବଗତ ପରିବ୍ୟୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ମାତ୍ର ଉଦ୍ୟୋକ୍ତାଙ୍କ ନିଜର ସମ୍ବଳ ହେଲେ ମଧ୍ୟ ତାହା ଦ୍ରବ୍ୟ ଉତ୍ପାଦନରେ ସାହାଯ୍ୟ କରିଥାଏ । ତେଣୁ ଏଭଳି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ । ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟକୁ ଆରୋପିତ ପରିବ୍ୟୟ ମଧ୍ୟ କୁହାଯାଏ ।

4. ହିସାବଗତ ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ଭୂମି ପାଇଁ ଅଶେଷ ଓ ଋଣ କରିଥିବା ପୁଞ୍ଜି ପାଇଁ ସୁଧ ଦେବା ସଙ୍ଗେ ସଙ୍ଗେ ବିଜ୍ଞାପନ, କର, ବୀମା ଇତ୍ୟାଦି ନିମନ୍ତେ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟ ପ୍ରତିଷ୍ଠାନର ହିସାବ ଖାତାରେ ପ୍ରତିଫଳିତ ହୋଇଥାଏ । ତେଣୁ ଏହି ପରିବ୍ୟୟକୁ ହିସାବଗତ ପରିବ୍ୟୟ ବା ଦୃଶ୍ୟମାନ ପରିବ୍ୟୟ ବୋଲି ଅଭିହିତ କରାଯାଏ । ଏହା ପ୍ରତିଷ୍ଠାନର ହୋଇଥିବା ସମସ୍ତ ପରିବ୍ୟୟର ସମଷ୍ଟି ।

5. ଅର୍ଥନୈତିକ ପରିବ୍ୟୟ ହେଉଛି ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟି– କିପରି ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ବ୍ୟୟ ବରାଦକୁ ପରିବ୍ୟୟ ଭାବେ ବିବେଚନା କରାଯାଏ ଏବଂ ତାହା ସହିତ ପ୍ରକୃତରେ ବ୍ୟୟିତ ନ ହୋଇଥିଲେ ମଧ୍ୟ ଯେଉଁ ପରିମାଣ ଅର୍ଥ ବ୍ୟୟ ପରିସରଭୁକ୍ତ ହେବା ଉଚିତ ତାହାକୁ ମଧ୍ୟ ପରିବ୍ୟୟ ରୂପେ ଗ୍ରହଣ କରାଯାଏ । ଜଣେ ଉତ୍ପାଦନକାରୀ ଉତ୍ପାଦନରେ ନିଜ ପୁଞ୍ଜି ବିନିଯୋଗ କରିଛନ୍ତି । ତେଣୁ ସେ ପୁଞ୍ଜି ବାବଦକୁ ଯେଉଁ ସୁଧ ଦେଇଥା’ନ୍ତେ ତାହା ହେଉନାହାନ୍ତି । ତେଣୁ ଏହି ସୁଧକୁ ହିସାବଗତ ପରିବ୍ୟୟରେ ଏକ ଅଂଶ ବୋଲି ବିଚାର କରାଯାଏ ନାହିଁ ।

କିନ୍ତୁ ଯଦି ସେ ବିନିଯୋଗ କରିଥିବା ପୁଞ୍ଜି ରଣ କରିଥା’ନ୍ତେ, ତେବେ ତାଙ୍କୁ ସୁଧ ଦେବାକୁ ପଡ଼ିଥା’ନ୍ତା । ତେଣୁ ଏଭଳି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ । ତେଣୁ ଅର୍ଥନୈତିକ ପରିବ୍ୟୟ ହେଉଛି ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟି ।

CHSE Odisha Class 12 Economics Chapter 7 Short Answer Questions in Odia Medium

6. ପରିବର୍ତ୍ତନୀୟ ପରିବ୍ୟୟ ହେଉଛି ପ୍ରଧାନ ପରିବ୍ୟୟ– କିପରି ?
Answer:
ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ୱଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପରିବର୍ତ୍ତନୀୟ ପରିବ୍ୟୟ । ଉତ୍ପାଦର ଯେକୌଣସି ପରିବର୍ତ୍ତନ ସହିତ ଏହା ପ୍ରଭାବିତ ହୋଇଥାଏ । ଉତ୍ପାଦ ପରିମାଣ ଓ ପରିବର୍ଭନୀୟ ପରିବ୍ୟୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । ଉତ୍ପାଦନ ବନ୍ଦ ହେବା ସହିତ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟ ବନ୍ଦ ହୋଇଥାଏ । କଞ୍ଚାମାଲ ପାଇଁ ଦେୟ, ଶ୍ରମିକମାନଙ୍କ ମଜୁରି, ଶକ୍ତି ପାଇଁ ଖର୍ଚ୍ଚ ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଉଦାହରଣ । ଏହି ପରିବ୍ୟୟ, ଉତ୍ପାଦନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ । ଏହାକୁ ପ୍ରଧାନ ପରିବ୍ୟୟ, ପ୍ରତ୍ୟକ୍ଷ ପରିବ୍ୟୟ ବା ସ୍ବତନ୍ତ୍ର ପରିବ୍ୟୟ ମଧ୍ୟ କୁହାଯାଏ ।

7. ସ୍ଥିର ପରିବ୍ୟୟକୁ କାହିଁକି ଉପରି ପରିବ୍ୟୟ କୁହାଯାଏ ?
Answer:
ସ୍ୱଳ୍ପକାଳୀନ ପରିବ୍ୟୟ ସ୍ଥୂଳତଃ ଦୁଇଭାଗରେ ବିଭକ୍ତ, ସେଗୁଡ଼ିକ ହେଲା ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ସ୍ଥିର ପରିବ୍ୟୟ । ଉତ୍ପାଦର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ । ଉତ୍ପାଦନର ପରିମାଣ ଯାହା ହେଉନା କାହିଁକି, ପ୍ରତିଷ୍ଠାନ ଏହି ବ୍ୟୟ ଭାର ବହନ କରିବାକୁ ବାଧ୍ୟ । ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନ ଥ‌ିବାରୁ ଏହା ଅତିରିକ୍ତ ପରିବ୍ୟୟ ବା ପରୋକ୍ଷ ପରିବ୍ୟୟ ନାମରେ ମଧ୍ୟ ଅଭିହିତ । ଉତ୍ପାଦର ସମସ୍ତ ଏକକ ପାଇଁ ସ୍ଥିର ପରିବ୍ୟୟ ଯେହେତୁ ସମାନ, ଏହାକୁ ଉପରି ପରିବ୍ୟୟ କୁହାଯାଏ ।

8. ବିକଳ୍ପ ପରିବ୍ୟୟ କ’ଣ ?
Answer:
ଆର୍ଥନୀତିକ ବିଶ୍ଳେଷଣରେ ବିକଳ୍ପ ପରିବ୍ୟୟର ବ୍ୟବହାର ବହୁଳ । ଏହା ବିକଳ୍ପ ବ୍ୟବହାରକ୍ଷମ ସମ୍ବଳ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ସମ୍ବଳ ସୀମିତ ହୋଇଥ‌ିବାରୁ ଉତ୍ପାଦନକାରୀ କୌଣସି ଏକ ଦ୍ରବ୍ୟ ଯଦି ଉତ୍ପାଦନ କରନ୍ତି, ତାହାହେଲେ ତାଙ୍କୁ ଅନ୍ୟ ଏକ ଦ୍ରବ୍ୟର ଉତ୍ପାଦନ ତ୍ୟାଗ କରିବାକୁ ହେବ । ତେଣୁ, ତ୍ୟାଗ କରୁଥିବା ଦ୍ରବ୍ୟ ଉତ୍ପାଦିତ ଦ୍ରବ୍ୟର ବିକଳ୍ପ ପରିବ୍ୟୟ । ଅର୍ଥାତ୍, କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ । ପ୍ରଫେସର ବେନ୍‌ହାମ୍‌ଙ୍କ ମତରେ ସମପରିମାଣ ଅର୍ଥବ୍ୟୟରେ ଅନୁରୂପ ସମ୍ବଳ ବିନିଯୋଗ କରି ଯେଉଁ ସର୍ବୋତ୍ତମ ବିକଳ୍ପ ଉତ୍ପାଦିତ ହୋଇପାରେ, ତାହା ବିକଳ୍ପ ପରିବ୍ୟୟ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ :
Answer:
ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ଉପାଦାନ; ଯଥା- କାରଖାନା ଗୃହ, ମେସିନ୍, ଯନ୍ତ୍ରପାତି ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ । ଉତ୍ପାଦନର ଯେକୌଣସି ସ୍ତରରେ ଏହି ସ୍ଥିର ପରିବ୍ୟୟ ସମାନ ଭାବରେ ବହନ କରାଯାଏ । ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନ ‘ଶୂନ୍ୟ’ ହେଲେ ମଧ୍ୟ ଏହି ସ୍ଥିର ପରିବ୍ୟୟ ଅପରିବର୍ତିତ ରହିଥାଏ । ଏହି ପରିବ୍ୟୟ କେବଳ ସ୍ଵଳ୍ପକାଳରେ ବହନ କରାଯାଇଥାଏ । ଏହି ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।

ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତ୍ତନୀୟ ଉପାଦାନ; ଯଥା – କଞ୍ଚାମାଲ, ମଜୁରି ଆଦି ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ଉତ୍ପାଦନର ବିଭିନ୍ନ ସ୍ତରରେ ଏହି ପରିବ୍ୟୟ ଭିନ୍ନ ହୋଇଥାଏ । ଉତ୍ପାଦନର ପରିମାଣ ଶୂନ୍ୟ ହେଲେ ଏହି ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଥାଏ । ଏହି ପରିବ୍ୟୟର ସ୍ଥିତି ଉଭୟ ସ୍ଵଳ୍ପକାଳ ଓ ଦୀର୍ଘକାଳରେ ଉପଲବ୍ଧ ହୋଇଥାଏ । ଏହି ପରିବ୍ୟୟକୁ ପ୍ରଧାନ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ ।

2. ପ୍ରାକାଶ୍ୟ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟ :
Answer:
ଯେଉଁ ପରିବ୍ୟୟକୁ ଉତ୍ପାଦନକାରୀ ସାଧାରଣଭାବେ ପରିପ୍ରକାଶ କରିପାରେ, ତାହାକୁ ଦୃଶ୍ୟମାନ ବା ପ୍ରାକାଶ୍ୟ ପରିବ୍ୟୟ କୁହାଯାଏ । ଏହିସବୁ ପରିବ୍ୟୟ ପ୍ରାକାଶ୍ୟ ପରିବ୍ୟୟ ଉପାଦାନ; ଯଥା- ମଜୁରି, ସୁଧ, ବୀମା, କର, କଞ୍ଚାମାଲ ଉଦ୍ଦେଶ୍ୟରେ ଏହି ବ୍ୟୟ କରାଯାଇଥାଏ । ଏହାର ହିସାବ ବା ମୂଲ୍ୟାୟନ କରାଯାଇ ପାରୁଥିବାରୁ ଏହାକୁ ମଧ୍ୟ ହିସାବଗତ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟକୁ ମୋଟ ଆୟରୁ ଅନ୍ତର କରାଯାଇ ମୋଟ ଲାଭ ନିର୍ଣ୍ଣୟ କରାଯାଇଥାଏ । ଏହା ଏକ ସଂକୀର୍ଣ୍ଣ ଅଭିଧାରଣ ।

ଯେଉଁ ପରିବ୍ୟୟ ଉତ୍ପାଦନ ପ୍ରକ୍ରିୟାରେ ଲୁକ୍‌କାୟିତ ଭାବରେ ରହିଥାଏ ଓ ଏହାର ପରିପ୍ରକାଶ ସାଧାରଣରେ କରାଯାଇନଥାଏ, ତାହାକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟ କହିଲେ ଉତ୍ପାଦନକାରୀ ନିଜ ଅଧିକାରଭୁକ୍ତ ସମ୍ବଳର ପ୍ରୟୋଗ; ଯଥା- ନିଜସ୍ଵ ଭୂମି, ନିଜସ୍ଵ ପୁଞ୍ଜି, ନିଜସ୍ଵ ମଜୁରି ଆଦିକୁ ବୁଝାଇଥାଏ । ଏହା ନିଜସ୍ଵ ସମ୍ବଳର ପ୍ରୟୋଗଜନିତ ହୋଇଥ‌ିବାରୁ ଏହାର ହିସାବ ବା ମୂଲ୍ୟାୟନ ସମ୍ଭବ ହୋଇ ନଥାଏ । ମୋଟ ଆୟରୁ ଉଭୟ ପ୍ରାକାଶ୍ୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ଅନ୍ତର କରାଯାଇ ନିଟ୍ ଲାଭ ନିର୍ଣ୍ଣୟ କରାଯାଏ । ଏହା ଏକ ବ୍ୟାପକ ଧାରଣା ।

3. ହିସାବଗତ ପରିବ୍ୟୟ ଓ ଅର୍ଥନୀତିକ ପରିବ୍ୟୟ :
Answer:
କରନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ବିଜୁଳି ଶକ୍ତି ଇତ୍ୟାଦି ନିମନ୍ତେ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ । ତେଣୁ ଏହା କେବଳ ଦୃଶ୍ୟମାନ ପରିବ୍ୟୟକୁ ବୁଝାଏ । ଏହା ଉତ୍ପାଦନ ପରିବ୍ୟୟର ଏକ ସଂକୀର୍ଣ୍ଣ ଧାରଣା । ମୋଟ ଲାଭ ହିସାବ କରିବାପାଇଁ ମୋଟ ଆୟରୁ ହିସାବଗତ ପରିବ୍ୟୟକୁ ଅନ୍ତର କରାଯାଇଥାଏ ।

ଆରୋପିତ ପରିବ୍ୟୟକୁ ନିଆଯାଇଥାଏ । ଏହା ଉଭୟ ଦୃଶ୍ୟମାନ ଓ ଲୁକ୍କାୟିତ ପରିବ୍ୟୟକୁ ହିସାବକୁ ନିଆଯାଇଥାଏ । ଅର୍ଥନୈତିକ ପରିବ୍ୟୟ ହେଉଛି ଉତ୍ପାଦନ ପରିବ୍ୟୟର ଏକ ବିସ୍ତୃତ ଧାରଣା । ନିଟ୍ ଲାଭ ଆକଳନ ପାଇଁ ମୋଟ ଆୟରୁ ଅର୍ଥନୈତିକ ପରିବ୍ୟୟ ଅନ୍ତର କରାଯାଇଥାଏ ।

4. ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ :
Answer:
ଉତ୍ପାଦନ ପ୍ରକ୍ରିୟାରେ ପ୍ରତି ଏକକ ପାଇଁ କରାଯାଉଥ‌ିବା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଏ । ମୋଟ ପରିବ୍ୟୟକୁ ମୋଟ ଉତ୍ପାଦଦ୍ୱାରା ବିଭାଜିତ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଇଥାଏ । ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିବାପାଇଁ ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟକୁ ଯୋଗ କରାଯାଏ । ହାରାହାରି ପରିବ୍ୟୟ ଉତ୍ପାଦନର ପ୍ରାରମ୍ଭିକ ସ୍ତରରେ ହ୍ରାସ ପାଇ ପରବର୍ତ୍ତୀ ପର୍ଯ୍ୟାୟରେ ବୃଦ୍ଧିପ୍ରାପ୍ତ ହୋଇଥାଏ । ଯେତେବେଳେ ହାରାହାରି ପରିବ୍ୟୟ ସର୍ବନିମ୍ନ, ସେତେବେଳେ ଏହା ସୀମାନ୍ତ ପରିବ୍ୟୟ ସହ ସମାନ ହୋଇଥାଏ ।

ଉତ୍ପାଦନ ପ୍ରକ୍ରିୟାରେ ଗୋଟିଏ ଅତିରିକ୍ତ ଏକକର ଉତ୍ପାଦନ ପାଇଁ ମୋଟ ପରିବ୍ୟୟ ଯେଉଁ ପରିମାଣରେ ବୃଦ୍ଧି ପାଏ, ତାହାକୁ ପ୍ରାନ୍ତୀୟ ପରିବ୍ୟୟ କୁହାଯାଏ । ବର୍ତ୍ତମାନର ମୋଟ ପରିବ୍ୟୟ ଓ ପୂର୍ବତନ ମୋଟ ପରିବ୍ୟୟର ପାର୍ଥକ୍ୟ ହେଉଛି ସୀମାନ୍ତ ପରିବ୍ୟୟ (MC = TCn – TCn-1) ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ କମ୍ ଥ‌ିବାବେଳେ ହାରାହାରି ପରିବ୍ୟୟ ହ୍ରାସ ପାଏ ଏବଂ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧିକ ଥିବାବେଳେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ । ପ୍ରାନ୍ତୀୟ ପରିବ୍ୟୟ ଉତ୍ପାଦନର ପ୍ରାରମ୍ଭିକ ଅବସ୍ଥାରେ ହ୍ରାସ ପାଏ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବୃଦ୍ଧି ପାଏ ।

CHSE Odisha Class 12 Economics Chapter 7 Short Answer Questions in Odia Medium

5. ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ :
Answer:
ପ୍ରତି ଏକକ ପାଇଁ ବ୍ୟୟ ହେଉଥ‌ିବା ସ୍ଥିର ପରିବ୍ୟୟର ପରିମାଣକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ । ଉତ୍ପାଦନର ବୃଦ୍ଧି ସହ ହାରାହାରି ସ୍ଥିର ପରିବ୍ୟୟ କ୍ରମାଗତଭାବେ ହ୍ରାସ ପାଇଥାଏ । ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦନଦ୍ଵାରା ବିଭାଜିତ କରାଯାଇ ହାରାହାରି ସ୍ଥିର ପରିବ୍ୟୟ ନିର୍ଣ୍ଣୟ କରାଯାଏ । ହାରାହାରି ସ୍ଥିର ପରିବ୍ୟୟ ରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ; ମାତ୍ର ଏହା ଆନୁଭୂମିକ ଅକ୍ଷକୁ (horizontal axis) ସ୍ପର୍ଶ କରେ ନାହିଁ ଅର୍ଥାତ୍ ଏହା ଶୂନ୍ୟ ହୁଏ ନାହିଁ ।

ଉତ୍ପାଦନର ପ୍ରତି ଏକକ ପାଇଁ ବ୍ୟୟ ହେଉଥ‌ିବା ପରିବର୍ତ୍ତନୀୟ ପରିବ୍ୟୟକୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ପ୍ରାଥମିକ ଅବସ୍ଥାରେ ଉତ୍ପାଦନର ବୃଦ୍ଧି ସହ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ହ୍ରାସ ପାଏ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ଏହାର ବୃଦ୍ଧି ଘଟିଥାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦନଦ୍ବାରା ବିଭାଜିତ କରାଯାଇ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଣ୍ଣୟ କରାଯାଏ । ଏହାକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ ।

6. ବ୍ୟକ୍ତିଗତ ଓ ସାମାଜିକ ପରିବ୍ୟୟ :
Answer:
ଏକ ନିର୍ଦ୍ଦିଷ୍ଟ ଉତ୍ପାଦନ କରିବାପାଇଁ ଉତ୍ପାଦନକାରୀ ସଂସ୍ଥା ଯେଉଁ ବ୍ୟୟଭାର ବହନ କରିଥା’ନ୍ତି, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ବୋଲି କୁହାଯାଏ । ଦର ଓ ଉତ୍ପାଦ ସଂକ୍ରାନ୍ତୀୟ ନିଷ୍ପଭି ନେଲାବେଳେ ପ୍ରତିଷ୍ଠାନ ଏହି ପରିବ୍ୟୟର ବିଚାର କରିଥାଏ । ଚୌଦ୍ଵାରସ୍ଥିତ ଚାର୍ଜକ୍ରୋମ୍ କାରଖାନାର ବ୍ୟୟିତ ଖର୍ଚ୍ଚ କେବଳ ତା’ର ମାଲିକ ବହନ କରୁଥିବାରୁ ଏହା ବ୍ୟକ୍ତିଗତ ପରିବ୍ୟୟର ଏକ ଉଦାହରଣ ଅଟେ । ଅନ୍ୟପକ୍ଷରେ, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନବେଳେ ସମାଜ ଯେଉଁ ବ୍ୟୟଭାର ବହନ କରିଥାଏ, ତାହାକୁ ସାମାଜିକ ପରିବ୍ୟୟ କୁହାଯାଏ ।

କୌଣସି ଦ୍ରବ୍ୟ ଉତ୍ପାଦନ ହେଲାବେଳେ ଏପରିକି କାରଖାନା ସହ ସଂପୃକ୍ତ ନ ଥ‌ିବା ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ନାନା ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି । ଗୋଟିଏ ସାର କାରଖାନାରେ ଉତ୍ପାଦନ ହେଉଥ‌ିବା ସମୟରେ ସେଥୁରୁ ନିର୍ଗତ ଦୂଷିତ ଜଳ, ଧୂଆଁ ଇତ୍ୟାଦି ପରିବେଶକୁ ଦୂଷିତ କରିବାଦ୍ଵାରା ସମାଜର ଅନେକ କ୍ଷତି ହୋଇଥାଏ । ତେଣୁ ଏହାକୁ ସାମାଜିକ ପରିବ୍ୟୟର ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ସ୍ଵଳ୍ପକାଳ ଓ ଦୀର୍ଘକାଳ :
Answer:
ଉତ୍ପାଦନ ନିମନ୍ତେ ଯେଉଁ ଅର୍ଥନୈତିକ ସିଦ୍ଧାନ୍ତ ନିଆଯାଏ, ସେଥୁରେ ସମୟର ଗୁରୁତ୍ବ ରହିଛି । ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନ କେବଳ ପରିବର୍ତ୍ତନୀୟ ଉପାଦାନଗୁଡ଼ିକ ପରିବର୍ତ୍ତନ କରି ଉତ୍ପାଦିତ ଦ୍ରବ୍ୟର ପରିମାଣରେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଥା’ନ୍ତି, ସେହି ସମୟର ଅବଧୂ ସ୍ଵଳ୍ପକାଳ କୁହାଯାଏ ।

ଅନ୍ୟପକ୍ଷରେ ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନ ତା’ର ସମସ୍ତ ଉପାଦାନଗୁଡ଼ିକୁ ପରିବର୍ତ୍ତନ କରି ଦ୍ରବ୍ୟର ଉତ୍ପାଦିତ ପରିମାଣ ପରିବର୍ତ୍ତନ କରିବାକୁ ସମର୍ଥ ହୋଇଥାଏ, ସେହି ସମୟର ଅବଧୂ ଦୀର୍ଘକାଳ କୁହାଯାଏ । ଦୀର୍ଘକାଳରେ ସ୍ଥିର ଉପାଦାନ ଏବଂ ପରିବର୍ତ୍ତନୀୟ ଉପାଦାନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ । ଏଠାରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ । ତେଣୁ ଦୀର୍ଘକାଳରେ ସମସ୍ତ ପରିବ୍ୟୟ ପରିବର୍ତ୍ତନୀୟ ।

8. ମୌଦ୍ରିକ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ :
Answer:
ଦ୍ରବ୍ୟ ଉତ୍ପାଦନ ସକାଶେ ମୋଟ ମୌଦ୍ରିକ ଖର୍ଚ୍ଚକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ମୌଦ୍ରିକ ପରିବ୍ୟୟ ହେଉଛି ପ୍ରକୃତ ପରିବ୍ୟୟ । ଶ୍ରମିକମାନଙ୍କର ମଜୁରି, କର୍ମଚାରୀମାନଙ୍କ ବେତନ, ଶକ୍ତି, କଞ୍ଚାମାଲ, ସୁଧ, ବୀମାଦେୟ, ପରିବହନ ଖର୍ଚ୍ଚ ଇତ୍ୟାଦି ମୁଦ୍ରାଗତ ପରିବ୍ୟୟର ଉଦାହରଣ । ଅର୍ଥାତ୍ ସବୁ ଉପାଦାନର କ୍ରୟ ବିକ୍ରୟରେ ନିୟୋଜିତ ଅର୍ଥର ସମଷ୍ଟିକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ମୁଦ୍ରାଗତ ପରିବ୍ୟୟ କ୍ଷେତ୍ରରେ ଦେୟ ମୁଦ୍ରା ଆକାରରେ ହୋଇଥାଏ । ମୁଦ୍ରାଗତ ପରିବ୍ୟୟ ଗଣନା କରିବା ସହଜ ହୋଇଥାଏ ।

ଦ୍ରବ୍ୟ ସାଧନର ମାଲିକମାନେ ଉତ୍ପାଦନକାରୀଙ୍କୁ ଉପାଦାନଗୁଡ଼ିକ ଯୋଗାଇଲାବେଳେ ଯେଉଁ କଷ୍ଟ, ଯନ୍ତ୍ରଣା, ତ୍ୟାଗ ସ୍ବୀକାର କରିଥାଆନ୍ତି ତାହାକୁ ବାସ୍ତବ ପରିବ୍ୟୟ କୁହାଯାଏ । ବାସ୍ତବ ପରିବ୍ୟୟ ଏକ ଅନୁଭବସିଦ୍ଧ ବିଷୟ । ବାସ୍ତବ ପରିବ୍ୟୟକୁ ଗଣନା କରିବା ସହଜସାଧ୍ୟ ହୋଇନଥାଏ । ଉପାଦାନମାନଙ୍କରେ ମାଲିକମାନଙ୍କର ପ୍ରଚେଷ୍ଟା, ତ୍ୟାଗ, ଅସୃଷ୍ଠି ଓ ହରାଇଥିବା ଉପଯୋଗିତାକୁ ବାସ୍ତବ ପରିବ୍ୟୟ ବୋଲି ଅଭିହିତ କରାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7  ପରିବ୍ୟୟ Objective Questions.

CHSE Odisha 12th Class Economics Chapter 7 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ସାଧନମାନଙ୍କ ପାଉଣାକୁ ଯାହା କୁହାଯାଏ :
(A) ସାଧନ ମୂଲ୍ୟ
(B) ଉତ୍ପାଦନ ମୂଲ୍ୟ
(C) ଉତ୍ପାଦନର ଦାମ୍
(D) ପରିବ୍ୟୟ
Answer:
(D) ପରିବ୍ୟୟ

2. କେଉଁ ପରିବ୍ୟୟକୁ ଦୃଶ୍ୟମାନ ପରିବ୍ୟୟ ମଧ୍ୟ କୁହାଯାଏ ?
(A) ଅର୍ଥନୈତିକ ପରିବ୍ୟୟ
(B) ହିସାବଗତ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ବିକଳ୍ପ ପରିବ୍ୟୟ
Answer:
(B) ହିସାବଗତ ପରିବ୍ୟୟ

3. ପ୍ରଚ୍ଛନ୍ନ ପରିବ୍ୟୟ କେଉଁ ପରିବ୍ୟୟର ଏକ ଅଂଶ ?
(A) ଅର୍ଥନୈତିକ ପରିବ୍ୟୟ
(B) ହିସାବଗତ ପରିବ୍ୟୟ
(C) ମୌଦ୍ରିକ ପରିବ୍ୟୟ
(D) ବିକଳ୍ପ ପରିବ୍ୟୟ
Answer:
(A) ଅର୍ଥନୈତିକ ପରିବ୍ୟୟ

4. ପ୍ରଚ୍ଛନ୍ନ ପରିବ୍ୟୟର ଅନ୍ୟ ନାମ ହେଉଛି :
(A) ସୁଯୋଗ ପରିବ୍ୟୟ
(B) ଆରୋପିତ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ହିସାବ ପରିବ୍ୟୟ
Answer:
(B) ଆରୋପିତ ପରିବ୍ୟୟ

CHSE Odisha Class 12 Economics Chapter 7 Objective Questions in Odia Medium

5. ସାଧନମାନଙ୍କର ତ୍ୟାଗ ଓ ଅସୁବିଧାକୁ କେଉଁ ପରିବ୍ୟୟ କୁହାଯାଏ ?
(A) ବାସ୍ତବ ପରିବ୍ୟୟ
(B) ପ୍ରଚ୍ଛନ୍ନ ପରିବ୍ୟୟ
(C) ବିକଳ୍ପ ପରିବ୍ୟୟ
(D) ଆରୋପିତ ପରିବ୍ୟୟ
Answer:
(A) ବାସ୍ତବ ପରିବ୍ୟୟ

6. ପରିତ୍ୟକ୍ତ ହୋଇଥ‌ିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟ ହେଉଛି :
(A) ବାସ୍ତବ ପରିବ୍ୟୟ
(B) ସୁଯୋଗ ପରିବ୍ୟୟ
(C) ପ୍ରଚ୍ଛନ୍ନ ପରିବ୍ୟୟ
(D) ଆରୋପିତ ପରିବ୍ୟୟ
Answer:
(B) ସୁଯୋଗ ପରିବ୍ୟୟ

7. ସ୍ଥିର ପରିବ୍ୟୟକୁ କେଉଁ ପରିବ୍ୟୟ ମଧ୍ୟ କୁହାଯାଏ ?
(A) ଅତିରିକ୍ତ ପରିବ୍ୟୟ
(B) ସ୍ଵତନ୍ତ୍ର ପରିବ୍ୟୟ
(C) ଉପରି ପରିବ୍ୟୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଅତିରିକ୍ତ ପରିବ୍ୟୟ

8. ଉତ୍ପାଦନର ପରିବର୍ତ୍ତନ ସହିତ କେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟେ ନାହିଁ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ଅର୍ଥନୈତିକ ପରିବ୍ୟୟ
(D) ସୁଯୋଗ ପରିବ୍ୟୟ
Answer:
(B) ସ୍ଥିର ପରିବ୍ୟୟ

9. ଉତ୍ପାଦନର ପରିବର୍ତ୍ତନ ସହିତ ପ୍ରଭାବିତ ହେଉଥ‌ିବା ପରିବ୍ୟୟକୁ କେଉଁ ପରିବ୍ୟୟ କୁହାଯାଏ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ପରିବର୍ତ୍ତନୀୟ ପରିବ୍ୟୟ
(D) ଅର୍ଥନୈତିକ ପରିବ୍ୟୟ
Answer:
(B) ସ୍ଥିର ପରିବ୍ୟୟ

10. ପ୍ରଧାନ ପରିବ୍ୟୟ କେଉଁ ପରିବ୍ୟୟର ଅନ୍ୟ ନାମ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ପରିବର୍ତ୍ତନୀୟ ପରିବ୍ୟୟ
(D) ଅର୍ଥନୈତିକ ପରିବ୍ୟୟ
Answer:
(C) ପରିବର୍ତ୍ତନୀୟ ପରିବ୍ୟୟ

11. ମୋଟ ସ୍ଥିର ପରିବ୍ୟୟ ରେଖା :
(A) ଆନୁଭୂମିକ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ନିମ୍ନଗାମୀ ହୋଇଥାଏ
(D) ଉଲ୍‌ମ୍ ହୋଇଥାଏ
Answer:
(A) ଆନୁଭୂମିକ ହୋଇଥାଏ

12. ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି :
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ସ୍ଵତନ୍ତ୍ର ପରିବ୍ୟୟ
Answer:
(A) ମୋଟ ପରିବ୍ୟୟ

13. ଉତ୍ପାଦନର ବୃଦ୍ଧି ସହିତ ହାରାହାରି ସ୍ଥିର ପରିବ୍ୟୟ :
(A) ହ୍ରାସ ହୁଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ହୁଏ

14. ହାରାହାରି ପରିବ୍ୟୟ ରେଖା :
(A) ‘L’ ଆକୃତି ବିଶିଷ୍ଟ
(B) ‘U’ ଆକୃତି ବିଶିଷ୍ଟ
(C) ‘V’ ଆକୃତି ବିଶିଷ୍ଟ
(D) ‘C’ ଆକୃତି ବିଶିଷ୍ଟ
Answer:
(B) ‘U’ ଆକୃତି ବିଶିଷ୍ଟ

15. ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି :
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ଉପରି ପରିବ୍ୟୟ
Answer:
(B) ହାରାହାରି ପରିବ୍ୟୟ

16. ଉତ୍ପାଦନର ପ୍ରତ୍ୟେକ ବୃଦ୍ଧି ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟାଏ, ତାହାକୁ କେଉଁ ପରିବ୍ୟୟ କୁହାଯାଏ ?
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ଉପରି ପରିବ୍ୟୟ
Answer:
(C) ସୀମାନ୍ତ ପରିବ୍ୟୟ

17. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ସ୍ଵଳ୍ପତର, ସେତେବେଳେ ହାରାହାରି ପରିବ୍ୟୟ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଦ୍ରୁତଗତିରେ ବୃଦ୍ଧି ପାଏ
Answer:
(A) ହ୍ରାସ ପାଏ

18. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟ ସହ ସମାନ ହୋଇଥାଏ, ସେତେବେଳେ ହାରାହାରି ପରିବ୍ୟୟ :
(A) ସର୍ବାଧ‌ିକ ହୁଏ
(B) ସର୍ବନିମ୍ନ ହୁଏ
(C) ବୃଦ୍ଧି ପାଏ
(D) ହ୍ରାସ ପାଏ
Answer:
(B) ସର୍ବନିମ୍ନ ହୁଏ

19. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ୍ଵ, ସେତେବେଳେ ହାରାହାରି ପରିବ୍ୟୟ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବୃଦ୍ଧି ପାଏ

20. ଉତ୍ପାଦନ କ’ଣ ହେଲାବେଳେ ପରିବର୍ତୀ ସାଧନଗୁଡ଼ିକର ସ୍ଥିତି ବିଲୁପ୍ତ ହୋଇଥାଏ ?
(A) ଧନାତ୍ମକ
(B) ଶୂନ୍ଯ
(C) ଋଣାତ୍ମକ
(D) ଉପରୋକ୍ତ ସମସ୍ତ
Answer:
(B) ଶୂନ୍ଯ

CHSE Odisha Class 12 Economics Chapter 7 Objective Questions in Odia Medium

21. ଅର୍ଥନୀତିରେ ପରିବ୍ୟୟ କହିଲେ କ’ଣ ବୁଝ ?
(A) ମୌଦ୍ରିକ ପରିବ୍ୟୟ
(B) ଅର୍ଥନୈତିକ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ଉପରୋକ୍ତ ସମସ୍ତ
Answer:
(B) ଅର୍ଥନୈତିକ ପରିବ୍ୟୟ

22. ପରିବ୍ୟୟ ବୃଦ୍ଧି କାହା ସହ ସମ୍ପୃକ୍ତ ?
(A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ
(B) ପ୍ରାନ୍ତୀୟ ପରିବ୍ୟୟ ସହ ସମ୍ପୃକ୍ତ
(C) ହାରାହାରି ପରିବ୍ୟୟ ସହ ସମ୍ପୃକ୍ତ
(D) ଉପରୋକ୍ତ ସମସ୍ତ
Answer:
(A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକ ଉତ୍ପାଦରେ ପରିଣତ ହେବାର ପ୍ରକ୍ରିୟାକୁ _____________ କୁହାଯାଏ ।
Answer:
ଉତ୍ପାଦନ

2. ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ପ୍ରତିଷ୍ଠାନ ଯେଉଁ ସମସ୍ତ ବ୍ୟୟ କରିଥାଏ, ତାହାକୁ _____________ କୁହାଯାଏ ।
Answer:
ଉତ୍ପାଦନ ପରିବ୍ୟୟ

3. ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ______________ ପରିବ୍ୟୟ କୁହାଯାଏ ।
Answer:
ହିସାବଗତ

4. ହିସାବଗତ ପରିବ୍ୟୟକୁ____________ ପରିବ୍ୟୟ ବୋଲି ଅଭିହିତ କରାଯାଏ ।
Answer:
ଦୃଶ୍ୟମାନ

5. କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ____________ ପରିବ୍ୟୟ କୁହାଯାଏ ।
Answer:
ପ୍ରଚ୍ଛନ୍ନ

6. ପ୍ରଚ୍ଛନ୍ନ ପରିବ୍ଯୟକୁ ___________ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଆରୋପିତ

7. ଉତ୍ପାଦନ ପ୍ରକ୍ରିୟାରେ ହେଉଥ‌ିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ____________ ପରିବ୍ୟୟ କୁହାଯାଏ ।
Answer:
ମୌଦ୍ରିକ

8. ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ _____________ ପରିବ୍ୟୟ କୁହାଯାଏ ।
Answer:
ବାସ୍ତବ

9. ସମ ପରିମାଣ ଅର୍ଥବ୍ୟୟରେ ଅନୁରୂପ ସମ୍ବଳ ବିନିଯୋଗ କରି ଯେଉଁ ସର୍ବୋତ୍ତମ ବିକଳ୍ପ ଉତ୍ପାଦିତ ହୋଇପାରେ,_____________ ପରିବ୍ୟୟ ।
Answer:
ବିକଳ୍ପ

10. ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ____________ ପରିବ୍ୟୟ ।
Answer:
ସ୍ଥିର

CHSE Odisha Class 12 Economics Chapter 7 Objective Questions in Odia Medium

11. ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନ ଥ‌ିବାରୁ ଏହା _____________ ପରିବ୍ୟୟ ବା ____________ ପରିବ୍ୟୟ ନାମରେ ଅଭିହିତ ହୋଇଥାଏ ।
Answer:
ଅତିରିକ୍ତ, ପରୋକ୍ଷ

12. ଉତ୍ପାଦର ସମସ୍ତ ଏକକ ପାଇଁ ସ୍ଥିର ପରିବ୍ୟୟ ଯେହେତୁ ସମାନ, ଏହାକୁ ___________ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଉପରି

13. ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ଵଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା _____________ ପରିବ୍ୟୟ ।
Answer:
ପରିବର୍ତ୍ତନୀୟ

14. ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବାରୁ ତାହାକୁ_____________ ପରିବ୍ୟୟ କୁହାଯାଏ ।
Answer:
ପ୍ରଧାନ

15. ମୋଟ ସ୍ଥିର ପରିବ୍ୟୟ ରେଖା ____________ ହେବ ।
Answer:
ଆନୁଭୂମିକ

16. ଉତ୍ପାଦ ପରିମାଣ ଯଦି ଶୂନ୍ୟ ହୁଏ, ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟ _____________ ହେବ ।
Answer:
ଶୂନ୍ୟ

17. ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି _______________ ପରିବ୍ୟୟ।
Answer:
ମୋଟ

18. ମୋଟ ପରିବ୍ୟୟ ରେଖା ଉତ୍ପାଦର ପ୍ରତ୍ୟେକ ଏକକରେ ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ଥ‌ିବା ______________ ଦୂରତ୍ବର ସମଷ୍ଟି ।
Answer:
ଉଲ୍ଲମ୍ବ

19. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ସ୍ଥିର ପରିବ୍ୟୟକୁ _____________ ପରିବ୍ୟୟ କୁହାଯାଏ ।
Answer:
ହାରାହାରି, ସ୍ଥିର

20. ହାରାହାରି ସ୍ଥିର ପରିବ୍ୟୟ = \(\frac{ମୋଟ ସ୍ଥିର ପରିବ୍ୟୟ}{-}\)
Answer:
ମୋଟ ଉତ୍ପାଦ ପରିମାଣ

21. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ପରିବର୍ତ୍ତନୀୟ ପରିବ୍ୟୟକୁ ହାରାହାରି _______________ ପରିବ୍ୟୟ କୁହାଯାଏ ।
Answer:
ପରିବର୍ତ୍ତନୀୟ

22. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ______________ ପରିବ୍ୟୟ କୁହାଯାଏ ।
Answer:
ହାରାହାରି

23. ହାରାହାରି ପରିବ୍ୟୟ = \(\frac{-}{ମୋଟ ଉତ୍ପାଦ ପରିମାଣ}\)
Answer:
ମୋଟ ପରିବ୍ୟୟ

24. ହାରାହାରି ପରିବ୍ୟୟ = ହାରାହାରି ସ୍ଥିର ପରିବ୍ୟୟ + _____________ ପରିବ୍ୟୟ ।
Answer:
ହାରାହାରି ପରିବର୍ତ୍ତନୀୟ

25. ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ ତାହାକୁ ______________ ପରିବ୍ୟୟ କୁହାଯାଏ ।
Answer:
ସୀମାନ୍ତ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଚ୍ଛନ୍ନ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ଦୃଶ୍ୟମାନ ପରିବ୍ୟୟ ।

2. ଶ୍ରମିକକୁ ଦିଆଯାଉଥବା ମଜୁରି ହେଉଛି ବାସ୍ତବ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ଶ୍ରମିକକୁ ଦିଆଯାଉଥ‌ିବା ମଜୁରି ହେଉଛି ମୌଦ୍ରିକ ପରିବ୍ୟୟ ।

3. ସ୍ଥିର ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଧାନ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ପରିବର୍ତ୍ତନୀୟ ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଧାନ ପରିବ୍ୟୟ ।

4. ପରିବର୍ତ୍ତନୀୟ ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

5. ମୋଟ ସ୍ଥିର ପରିବ୍ୟୟ ରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ମୋଟ ସ୍ଥିର ପରିବ୍ୟୟ ରେଖା ଆନୁଭୂମିକ ହୋଇଥାଏ ।

6. ଉତ୍ପାଦନ ବୃଦ୍ଧି ସହିତ ମୋଟ ସ୍ଥିର ପରିବ୍ୟୟ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ବୃଦ୍ଧି ସହିତ ମୋଟ ସ୍ଥିର ପରିବ୍ୟୟ ସ୍ଥିର ରହିଥାଏ ।

7. ହାରାହାରି ପରିବ୍ୟୟ ରେଖାର ଯେକୌଣସି ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।
Answer:
ଭୁଲ୍ ।
ଠିକ୍ ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।

8. ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ବିକଳ୍ପ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ ।

9. ମୋଟ ସ୍ଥିର ପରିବ୍ୟୟ ସର୍ବଦା ଉତ୍ପାଦନ ବୃଦ୍ଧି ସହିତ ହ୍ରାସ ପାଇଥାଏ ।
Answer:
ଭୁଲ୍ ।
ଠିକ୍ – ହାରାହାରି ସ୍ଥିର ପରିବ୍ୟୟ ସର୍ବଦା ଉତ୍ପାଦନ ବୃଦ୍ଧି ସହିତ ହ୍ରାସ ପାଇଥାଏ ।

10. ହାରାହାରି ପରିବ୍ୟୟ ରେଖା ପାରମ୍ଭରୁ ସାଧାରଣତଃ ଉର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ରେଖା ପ୍ରାରମ୍ଭରୁ ସାଧାରଣତଃ ନିମ୍ନଗାମୀ ହୋଇଥାଏ ।

11. ପ୍ରଚ୍ଛନ୍ନ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ !
ଠିକ୍ – ପ୍ରାକାଶ୍ୟ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ ।

12. ହାରାହାରି ପରିବ୍ୟୟ ଶୂନ୍ୟ ହୋଇପାରେ, ମାତ୍ର ଋଣାତ୍ମକ ହୁଏ ନାହିଁ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ଶୂନ୍ୟ ହୁଏ ନାହିଁ କି ରଣାତ୍ମକ ହୁଏ ନାହିଁ ।

13. ସ୍ଵଳ୍ପକାଳରେ ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ନିଗୂଢ଼ ସମ୍ପର୍କ ରହିଥାଏ ।
Answer:
ଭୁଲ୍ ।
ଠିକ୍ – ସ୍ବଳ୍ପକାଳରେ ପ୍ରାନ୍ତୀୟ ପରିବ୍ୟୟ ଓ ପରିବର୍ଭନୀୟ ପରିବ୍ୟୟ ମଧ୍ୟରେ ନିଗୂଢ଼ ସମ୍ପର୍କ ରହିଥାଏ ।

14. ପରିବର୍ତ୍ତନୀୟ ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ କୁହାଯାଏ ।

15. ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ‌ିକ ଥ‌ିବାବେଳେ ହାରାହାରି ପରିବ୍ୟୟ ହ୍ରାସ ପାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ‌ିକ ଥିବାବେଳେ ହାରାହାରି ପରିବ୍ୟୟ ବୃଦ୍ଧିପାଏ ।

16. ଦୀର୍ଘକାଳରେ ସମସ୍ତ ପରିବ୍ୟୟ ହିଁ ପରିବର୍ତ୍ତନୀୟ ।
Answer:
ଠିକ୍

17. ପ୍ରାନ୍ତୀୟ ପରିବ୍ୟୟ ଋଣାତ୍ମକ ହୋଇ ନପାରେ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ଋଣାତ୍ମକ ହୋଇ ନ ପାରେ ।

18. ଉତ୍ପାଦନ ପ୍ରକ୍ରିୟାରେ ନିହିତ କଷ୍ଟ ଓ ତ୍ୟାଗକୁ ସୁଯୋଗ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ପ୍ରକ୍ରିୟାରେ ନିହିତ କଷ୍ଟ ଓ ତ୍ୟାଗକୁ ବାସ୍ତବ ପରିବ୍ୟୟ କୁହାଯାଏ ।

19. ହାରାହାରି ପରିବ୍ୟୟ ରେଖାର ଆକୃତି ‘U’ ଆକାରର ।
Answer:
ଠିକ୍ ।

20. ସୁଯୋଗ ପରିବ୍ୟୟକୁ ବିକଳ୍ପ ପରିବ୍ୟୟ କୁହାଯାଏ ।
Answer:
ଠିକ୍ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଉତ୍ପାଦନ ପରିବ୍ୟୟ କାହାକୁ କହନ୍ତି ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ପ୍ରତିଷ୍ଠାନ ଯେଉଁ ସମସ୍ତ ବ୍ୟୟ କରିଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

2. ହିସାବଗତ ପରିବ୍ୟୟ କହିଲେ କ’ଣ ବୁଝ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ ।

3. ଅର୍ଥନୈତିକ ପରିବ୍ୟୟ କ’ଣ ?
Answer:
ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ ।

4. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଯେଉଁ ପରିବ୍ୟୟଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ ।

5. ପ୍ରଚ୍ଛନ୍ନ ପରିବ୍ୟୟର ଗୋଟିଏ ଉଦାହରଣ ଦିଅ ।
Answer:
ଉତ୍ପାଦନକାରୀଙ୍କ ନିଜସ୍ବ ଭୂମି ପାଇଁ ଅଧୂଶେଷ ହେଉଛି ପ୍ରଚ୍ଛନ୍ନ ପରିବ୍ୟୟର ଏକ ଉଦାହରଣ ।

6. ହିସାବଗତ ପରିବ୍ୟୟର ଅନ୍ୟନାମ କ’ଣ ?
Answer:
ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ଦୃଶ୍ୟମାନ ପରିବ୍ୟୟ (Explicit cost)।

7. ବାସ୍ତବ ପରିବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ ।

8. ବିକଳ୍ପ ପରିବ୍ୟୟ (ସୁଯୋଗ ପରିବ୍ୟୟ) କ’ଣ ?
Answer:
କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ ।

9. କେଉଁ ପରିବ୍ୟୟର ଅନ୍ୟ ନାମ ଉପରି ପରିବ୍ୟୟ ?
Answer:
ସ୍ଥିର ପରିବ୍ୟୟର ଅନ୍ୟ ନାମ ଉପରି ପରିବ୍ୟୟ ।

10. ପ୍ରଧାନ ପରିବ୍ୟୟ କାହାକୁ କହନ୍ତି ?
Answer:
ପରିବର୍ଭନୀୟ ପରିବ୍ୟୟ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବାରୁ ତାହାକୁ ପ୍ରଧାନ ପରିବ୍ୟୟ କୁହାଯାଏ ।

11. ମୋଟ ସ୍ଥିର ପରିବ୍ୟୟ ରେଖାର ଆକାର କିପରି ?
Answer:
ମୋଟ ସ୍ଥିର ପରିବ୍ୟୟ ରେଖାର ଆକାର ଆନୁଭୂମିକ ହେବ ।

12. ମୋଟ ପରିବର୍ତ୍ତନୀୟ ପରିବ୍ୟୟ ରେଖାର ଆକାର କିପରି ?
Answer:
ମୋଟ ପରିବର୍ତ୍ତନୀୟ ପରିବ୍ୟୟ ରେଖା ପ୍ରଥମେ ନିମ୍ନକୁ ଓ ତତ୍ପରେ ଊର୍ଦ୍ଧ୍ବକୁ ଅବତଳ ହେବ ।

13. ସୀମାନ୍ତ ପରିବ୍ୟୟ କାହାକୁ କହନ୍ତି ?
Answer:
ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ, ତାହାକୁ ସୀମାନ୍ତ ପରିବ୍ୟୟ କୁହାଯାଏ ।

14. ହାରାହାରି ପରିବ୍ୟୟ ରେଖାର କେଉଁ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ?
Answer:
ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।

15. ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ଉପାଦାନ; ଯଥା- ଭୂମି, ମେସିନ୍, ଯନ୍ତ୍ରପାତି ଇତ୍ୟାଦିର ବ୍ୟବହାର ନିମନ୍ତେ ଯେଉଁ ବ୍ୟୟ ବହନ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ ।

16. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ଯେଉଁ ପରିବ୍ୟୟ ପରିବର୍ତ୍ତନୀୟ ଉପାଦାନ; ଯଥା- ମଜୁରି, କଞ୍ଚାମାଲ, ଶକ୍ତି ଇତ୍ୟାଦିର ବ୍ୟବହାର ନିମନ୍ତେ ବହନ କରାଯାଏ, ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ ।

17. ଉତ୍ପାଦନର ପରିବର୍ତ୍ତନ ସହ ସ୍ଥିର ଉପାଦାନର କି ପ୍ରକାର ପରିବର୍ତ୍ତନ ହୁଏ ଦର୍ଶାଅ ।
Answer:
ଉତ୍ପାଦନର ବୃଦ୍ଧି ସହ ସ୍ଥିର ଉପାଦାନର ପରିମାଣ ସ୍ଥିର ରହିଥାଏ ।

18. ବିଜ୍ଞାପନ ଖର୍ଚ୍ଚ କି ପ୍ରକାର ପରିବ୍ୟୟ ?
Answer:
ବିଜ୍ଞାପନ ଖର୍ଚ୍ଚ ହେଉଛି ପରିବର୍ତ୍ତନୀୟ ପରିବ୍ୟୟ ।

CHSE Odisha Class 12 Economics Chapter 7 Objective Questions in Odia Medium

19. ନିରାପତ୍ତାରକ୍ଷୀଙ୍କ ମଜୁରି କି ପ୍ରକାର ପରିବ୍ୟୟ ?
Answer:
ନିରାପତ୍ତାରକ୍ଷୀଙ୍କ ମଜୁରି ହେଉଛି ସ୍ଥିର ପରିବ୍ୟୟ ।

20. ମୁଦ୍ରାଗତ ପରିବ୍ୟୟ କାହାକୁ କୁହାଯାଏ ?
Answer:
ମୌଦ୍ରିକ ବା ମୁଦ୍ରାଗତ ପରିବ୍ୟୟ କୁହାଯାଏ ।

21. ହାରାହାରି ପରିବ୍ୟୟର ଉପାଂଶଗୁଡ଼ିକ କ’ଣ ?
Answer:
ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ, ହାରାହାରି ପରିବ୍ୟୟର ଦୁଇଟି ଉପାଂଶ ।

22. କେଉଁ ପରିବ୍ୟୟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତିତ ହୁଏ ନାହିଁ ?
Answer:
ସ୍ଥିର ପରିବ୍ୟୟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତିତ ହୁଏ ନାହିଁ ।