BSE Odisha 10th Class History Important Questions Chapter 18 କୃଷିର ବିକାଶ

Odisha State Board BSE Odisha 10th Class History Important Questions Chapter 18 କୃଷିର ବିକାଶ Important Questions and Answers.

BSE Odisha Class 10 History Important Questions Chapter 18 କୃଷିର ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧।. ସ୍ଵାଧୀନତା ପରବର୍ତ୍ତୀ କାଳରେ ଚାଷୀମାନଙ୍କ ସୁବିଧା ପାଇଁ ତତ୍‌କାଳୀନ ଓଡ଼ିଶା ସରକାର କ’ଣ କରିଥିଲେ ?
Answer:

  • ସ୍ଵାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜମିଦାରୀ ପ୍ରଥା ଉଚ୍ଛେଦ କରିବାପାଇଁ ଓଡ଼ିଶା ବିଧାନସଭାରେ ଏକ ବିଧେୟକ ଆଗତ କରିଥିଲେ ।
  • ପରେ ଷଷ୍ଠ ଦଶକରେ ଜମିଦାରୀ ପ୍ରଥା ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହୋଇଥିଲା ।
  • ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ମାଧ୍ୟମରେ ସଂଗୃହୀତ ଜମି ୧୯୫୫ ମସିହାରୁ ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା ।
  • ଆଦିବାସୀ କୃଷକମାନଙ୍କର ଜମି ଯେପରି ଅଣଆଦିବାସୀମାନେ ନେଇ ନ ଯାଆନ୍ତି ସେଥ୍ପାଇଁ ବ୍ୟବସ୍ଥା କରଯାଇଥିଲା ।
  • ଭାଗଚାଷୀମାନଙ୍କର ସ୍ଵାର୍ଥର ସୁରକ୍ଷା କରାଯାଇଥିଲା ।

୨।. ‘ଟେଣ୍ଟ୍‌ ରିଲିଫ୍’ ସମ୍ପର୍କରେ ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:

  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ସରକାର ‘ଟେଷ୍ଟ୍ ରିଲିଫ୍’ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଥିଲେ ।
  • ଏହି କାର୍ଯ୍ୟ ବ୍ୟବସ୍ଥା ସରକାରୀ ଅର୍ଥରେ କାର୍ଯ୍ୟକାରୀ ହୁଏ ।
  • ଏହା ବିଶେଷ କରି ଗାଁଗହଳିରେ କରାଯାଇଥାଏ ।
  • ଲୋକମାନେ ରାସ୍ତାଘାଟ, ପୋଖରୀ ଖୋଳା ପ୍ରଭୃତି କାମରେ ଶ୍ରମଦାନ କରନ୍ତି ଓ ଶ୍ରମଦାନ ବଦଳରେ ସେମାନଙ୍କୁ ଅର୍ଥ ବା ଖାଦ୍ୟଶସ୍ୟ ମିଳେ ।
  • ‘ରିଲିଫ୍’ ଭଳି ଏହା ଏକ ମାଗଣା ପ୍ରାପ୍ତି ବ୍ୟବସ୍ଥା ନୁହେଁ ।

୩।. ଓଡ଼ିଶାର ସର୍ବବୃହତ୍ ବହୁମୁଖୀ ଯୋଜନା କାହାକୁ କୁହାଯାଏ ? ଏହି ଯୋଜନା ସମ୍ବନ୍ଧରେ ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:

  • ଓଡ଼ିଶାରେ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ସର୍ବବୃହତ୍ ବହୁମୁଖୀ ନଦୀବନ୍ଧ ଯୋଜନା ହେଉଛି ହୀରାକୁଦ ନଦୀବନ୍ଧ ଯୋଜନା ।
  • ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ କରିବା, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା କରିବା ଓ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ।
  • ଏହାର କାର୍ଯ୍ୟ ୧୯୪୮ ମସିହାରେ ଆରମ୍ଭ ହୋଇ ୧୯୫୬ ମସିହାରେ ଶେଷ ହୋଇଥିଲା ।
  • ଏହି ଜଳଭଣ୍ଡାରରେ ମାଛ ଚାଷ କରିବା ଥିଲା ଅନ୍ୟ ଏକ ଉଦ୍ଦେଶ୍ୟ ।
  • ଏହି ଯୋଜନାଟି କେନ୍ଦ୍ରୀୟ ଜଳ ଆୟୋଗଦ୍ଵାରା ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିଲା ?

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। କୃଷି ଗବେଷଣା କେନ୍ଦ୍ର ଓ ପ୍ରୟୋଗଶାଳା କାହିଁକି ପ୍ରତିଷ୍ଠା କରାଯାଇଥିଲା ?
Answer:

  • କୃଷି ସମ୍ବନ୍ଧୀୟ ଜ୍ଞାନ କୃଷକମାନଙ୍କ ନିକଟରେ ପହଞ୍ଚାଇବାପାଇଁ ସରକାର ଅନେକ କୃଷି ଗବେଷଣା କେନ୍ଦ୍ର ସ୍ଥାପନ କରିଥିଲେ ।
  • ଜମିର ଉର୍ବରତା ବଜାୟ ରଖିବାପାଇଁ ଓଡ଼ିଶା ସରକାର ବିଭିନ୍ନ ପ୍ରୟୋଗଶାଳା ପ୍ରତିଷ୍ଠା କରିଥିଲେ ।
  • ଆଧୁନିକ ପ୍ରଣାଳୀରେ କୃଷି ପାଇଁ ପ୍ରଦର୍ଶନୀ କୃଷିକ୍ଷେତ୍ରମାନ ପ୍ରସ୍ତୁତ କରାଗଲା ।

୨।. ଚିରସ୍ଥାୟୀ ବନ୍ଦୋବସ୍ତ ଭାରତରେ କିଏ, କେବେ ଆରମ୍ଭ କରିଥିଲେ ? ଏହାର ଖସଡ଼ା କିଏ ପ୍ରସ୍ତୁତ କରିଥିଲେ ?
Answer:

  • ଚିରସ୍ଥାୟୀ ବନ୍ଦୋବସ୍ତ ଭାରତରେ ଲର୍ଡ଼ କର୍ଡୱାଲିସ୍ ପ୍ରଚଳନ କରିଥିଲେ ।
  • ଏହା ୧୭୯୩ ମସିହାରେ ଆରମ୍ଭ କରାଯାଇଥିଲା ।
  • ଏହି ବନ୍ଦୋବସ୍ତର ଖସଡ଼ା ପ୍ରସ୍ତୁତ କରିଥିଲେ ସାର୍ ଜନ୍ ସୋର୍ ।

୩ । ସମବାୟ ବ୍ୟାଙ୍କ କାହିଁକି ପ୍ରତିଷ୍ଠା କରାଗଲା ? ଏହା କେବେ ଓ କିପରି ପ୍ରତିଷ୍ଠା କରାଗଲା.?
Answer:

  • କୃଷକମାନଙ୍କୁ ଚାଷକାର୍ଯ୍ୟ ଆରମ୍ଭ ସମୟରେ ସ୍ଵଳ୍ପ ସୁଧହାରରେ ଋଣ ଯୋଗାଇ ଦେବାପାଇଁ ସମବାୟ ବ୍ୟାଙ୍କ ପ୍ରତିଷ୍ଠା କରାଗଲା ।
  • ଏହା ୧୯୪୮ ମସିହାରେ ପ୍ରତିଷ୍ଠିତ ହେଲା ।
  • ସରକାରୀ ମୂଳଧନରେ ଏହି ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା ।

୪।. ଓଡ଼ିଶାର କୃଷକମାନେ ଏବେ ମଧ୍ୟ ସମସ୍ୟା ଘେରରେ ରହିଛି କିପରି ? ଏହାର ସମାଧାନର ପନ୍ଥା କ’ଣ ?
Answer:

  • ଏବେବି ବନ୍ୟା, ମରୁଡ଼ି ଓ ବାତ୍ୟା ଓଡ଼ିଶାର କୃଷକମାନେ ପାଇଁ ସମସ୍ୟା ସୃଷ୍ଟି କରୁଛି ।
  • କୃଷକର ଉତ୍ପାଦିତ ଦ୍ରବ୍ୟ ଠିକ୍ ମୂଲ୍ୟରେ ବିକ୍ରି ହୋଇପାରୁ ନାହିଁ । ଅଭାବୀ ବିକ୍ରିଦ୍ୱାରା ଠିକ୍ ମୂଲ୍ୟ ନ ପାଇବାରୁ ତା’ର ଆର୍ଥିକ ସ୍ଥିତି ଦୋହଲି ଯାଉଛି ।
  • ଏସବୁ ସମସ୍ୟା ଘେରରୁ କୃଷକମାନଙ୍କୁ ଉଦ୍ଧାର କରିବାପାଇଁ କୃଷିର ଉନ୍ନତି ତଥା ଗ୍ରାମାଞ୍ଚଳର ବିକାଶ ପାଇଁ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଭୂଦାନ ଆନ୍ଦୋଳନରେ ମୁଖ୍ୟ ପୁରୋଧା କିଏ ଥିଲେ ଓ ତାଙ୍କର ମୂଳ ନାମ କ’ଣ ଥିଲା ?
Answer:

  • ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଆଚାର୍ଯ୍ୟ ବିନୋବା ଭାବେ ।
  • ତାଙ୍କର ମୂଳ ନାମ ଥିଲା ବିନାୟକ ନରହରି ଭାବେ ।

୨।.‘ଟେଷ୍ଟ୍ ରିଲିଫ୍’ କ’ଣ ? ଏହା ରିଲିଫ୍‌ଠାରୁ କିପରି ଭିନ୍ନ ?
Answer:

  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ସରକାର ‘ଟେଷ୍ଟ ରିଲିଫ୍’ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଥିଲେ ।
  • ରିଲିଫ୍’ ବ୍ୟବସ୍ଥାରେ ମାଗଣାରେ ଲୋକମାନଙ୍କୁ ଦ୍ରବ୍ୟ ଓ ଟଙ୍କା ବିତରଣ କରାଯାଏ; ମାତ୍ର ଟେଷ୍ଟ୍ ରିଲିଫ୍ ଏକ ମାଗଣା ପ୍ରାପ୍ତି ବ୍ୟବସ୍ଥା ନୁହେଁ, ବରଂ ଏଥ‌ିରେ ଶ୍ରମଦାନ ବଦଳରେ ଅର୍ଥ ବା ଖାଦ୍ୟଶସ୍ୟ ପ୍ରଦାନ କରାଯାଏ ।

୩। ହୀରାକୁଦ ବ୍ୟତୀତ ଓଡ଼ିଶାରେ ଆଉ କେଉଁସବୁ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେଉଛି ?
Answer:

  • ହୀରାକୁଦ ବ୍ୟତୀତ ଆନ୍ଧ୍ରପ୍ରଦେଶର ସହଯୋଗରେ ମାଛକୁଣ୍ଡ ଯୋଜନା, କୋରାପୁଟର ଅପର କୋଲାବ ଯୋଜନା କାର୍ଯ୍ୟକାରୀ ହେଉଛି ।
  • ଏହା ବ୍ୟତୀତ ଇନ୍ଦ୍ରାବତୀ ଯୋଜନା, ରେଙ୍ଗାଲି-ଭୀମକୁଣ୍ଡ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି ।

୪।. ହୀରାକୁଦ ନଦୀବନ୍ଧ ଯୋଜନା କାହାଦ୍ଵାରା ଓଡ଼ିଶାରେ କାର୍ଯ୍ୟକାରୀ ଅଞ୍ଚଳର ବନ୍ୟା ନିୟନ୍ତ୍ରଣ କରିବାପାଇଁ ଉଦ୍ଦିଷ୍ଟ ଥିଲା ?
Answer:

  • ହୀରାକୁଦ ନଦୀବନ୍ଧ ଯୋଜନାଟି କେନ୍ଦ୍ରୀୟ ଜଳ ଆୟୋଗଦ୍ଵାରା ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିଲା ।
  • ଏହି ଯୋଜନାଟି ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ କରିବାପାଇଁ ଉଦ୍ଦିଷ୍ଟ ଥିଲା ।

୫।. କୌଶଲ୍ୟାଗଙ୍ଗଠାରେ କେଉଁ ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ?
Answer:

  • କୌଶଲ୍ୟାଗଙ୍ଗଠାରେ ପ୍ରଥମତଃ ଏକ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟଚାଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
  • ଦ୍ଵିତୀୟତଃ ସେଠାରେ ରାଜ୍ୟ ସରକାରଙ୍କ କୃଷି ଗବେଷଣା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି ।

୬।. ଓଡ଼ିଶାରେ କୃଷି ବିଜ୍ଞାନ କେନ୍ଦ୍ରମାନ କେବେ ଓ କ’ଣ ପାଇଁ ପ୍ରତିଷ୍ଠା କରାଯାଇଛି ?
Answer:

  • ୧୯୭୬ ମସିହାରୁ ଓଡ଼ିଶାରେ ଅନେକ କୃଷି ବିଜ୍ଞାନ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି ।
  • ଆଖପାଖ ଅଞ୍ଚଳର କୃଷକମାନଙ୍କ ଦିଗ୍‌ଦର୍ଶନ ଦେବା ଉଦ୍ଦେଶ୍ୟରେ ଏଗୁଡ଼ିକ ପ୍ରତିଷ୍ଠା କରାଯାଇଛି ।

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଓଡ଼ିଶାର ଅଧିକାଂଶ ଲୋକଙ୍କର ପ୍ରମୁଖ ଜୀବିକା କ’ଣ ଥିଲା ?
Answer:
କୃଷି ଓଡ଼ିଶାର ଅଧିକାଂଶ ଲୋକଙ୍କର ମୁଖ୍ୟ ଜୀବିକା ଥିଲା ।

2. ଚିରସ୍ଥାୟୀ ବନ୍ଦୋବସ୍ତ ଆମ ଦେଶରେ କେବେ ଆରମ୍ଭ କରାଯାଇଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ କର୍ଡୱାଲିସ୍ ୧୭୯୩ ମସିହାରେ ଆମ ଦେଶରେ ଆରମ୍ଭ କରିଥିଲେ ।

3. ଭୂଦାନ ଆନ୍ଦୋଳନରେ କେଉଁ କାର୍ଯ୍ୟ କରାଯାଇଥିଲା ?
Answer:
୧୯୫୫ ମସିହାରେ ଭୂଦାନ ଆନ୍ଦୋଳନରେ ସଂଗୃହୀତ ଜମିଗୁଡ଼ିକୁ ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା ।

4. କେବେଠାରୁ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଯାଇଥିଲା ?
Answer:
୧୯୪୮ ମସିହାରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଯାଇଥିଲା ।

5. ଆମ ରାଜ୍ୟରେ ସମବାୟ ସଂସ୍ଥାମାନ କ’ଣ ପାଇଁ ଗଠନ କରାଯାଇଥିଲା ?
Answer:
କୃଷକମାନଙ୍କୁ ଚାଷକାର୍ଯ୍ୟ ଆରମ୍ଭ ସମୟରେ ସ୍ୱଳ୍ପ ସୁଧହାରରେ ଋଣ ଯୋଗାଇ ଦେବାପାଇଁ ସମବାୟ ସଂସ୍ଥାମାନ ଗଠନ କରାଯାଇଥିଲା ।

6. ହୀରାକୁଦ ନଦୀବନ୍ଧ ଯୋଜନା କ’ଣ ପାଇଁ କରାଯାଇଥିଲା ?
Answer:
ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାରେ ସର୍ବବୃହତ୍ ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା କରାଯାଇଥିଲା ।

7. ଓଡ଼ିଶାରେ ହୀରାକୁଦ ବ୍ୟତୀତ ଆଉ କେତୋଟି ନଦୀବନ୍ଧ ଯୋଜନାର ନାମ ଲେଖ ।
Answer:
ଆନ୍ଧ୍ରପ୍ରଦେଶ ସହଯୋଗରେ ମାଛକୁଣ୍ଡ ଯୋଜନା, କୋରାପୁଟର ଅପର କୋଲାବ ଯୋଜନା, ଇନ୍ଦ୍ରାବତୀ ଯୋଜନା, ରେଙ୍ଗାଲି, ଭୀମକୁଣ୍ଡ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି ।

8. ଓଡ଼ିଶା ସରକାର କୃଷି ବ୍ୟତୀତ ଆଉ କେଉଁସବୁ କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ?
Answer:
କୃଷି ବ୍ୟତୀତ ଓଡ଼ିଶା ସରକାର ଗୋପାଳନ, ମତ୍ସ୍ୟଚାଷ, କୁକୁଡ଼ା ପାଳନ ପ୍ରଭୃତି କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ।

9. ପଶୁମାନଙ୍କର ସୁରକ୍ଷା ପାଇଁ ସରକାର କେବେ ଆଇନ ପ୍ରଣୟନ କରିଥିଲେ ?
Answer:
ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ୧୯୪୯ ମସିହାରେ ସରକାର ଏକ ଆଇନ ପ୍ରଣୟନ କରିଥିଲେ ।

10. ଓଡ଼ିଶାର କୃଷକମାନଙ୍କର ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ ?
Answer:
ଓଡ଼ିଶାର କୃଷକମାନେ ଏବେ ବନ୍ୟା, ମରୁଡ଼ି ଓ ବାତ୍ୟା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

11. କୃଷକମାନଙ୍କୁ ପ୍ରଶିକ୍ଷଣ ଓ ଦିଗ୍‌ଦର୍ଶନ ଦେବାରେ କେଉଁ ଅନୁଷ୍ଠାନ କାର୍ଯ୍ୟ କରିଥାଏ ?
Answer:
‘ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ’ କୃଷକମାନଙ୍କୁ ପ୍ରଶିକ୍ଷଣ ଓ ଦିଗ୍‌ଦର୍ଶନ ଦେବାରେ ସାହାଯ୍ୟ କରିଥାଏ ।

12. କେବେଠାରୁ ଓଡ଼ିଶାରେ ଅନେକ କୃଷି ବିଜ୍ଞାନ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି ?
Answer:
୧୯୭୬ ମସିହାଠାରୁ ଓଡ଼ିଶାରେ ଅନେକ କୃଷିବିଜ୍ଞାନ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ବନ୍ୟାଦାଉରୁ ଫସଲକୁ ରକ୍ଷା କରିବା ପାଇଁ କ’ଣ ତିଆରି କରାଗଲଶ ?
Answer:
ଲୁଣି ଓ ନଦୀ ବନ୍ଧ

2. ହୀରାକୁଦ ନଦୀବନ୍ଧ ଯୋଜନା କାହାଦ୍ବାରା କାର୍ଯ୍ୟକାରୀ ହୋଇଥିଲା ?
Answer:
କେନ୍ଦ୍ରୀୟ ଜଳ ଆୟୋଗ

3. ଚିରସ୍ଥାୟୀ ବନ୍ଦୋବସ୍ତ ଖସଡ଼ା କିଏ ପ୍ରସ୍ତୁତ କରିଥିଲେ ?
Answer:
ସାର୍ ଜନ୍ ସୋର୍

4. ବିନୋବା ଭାବେଙ୍କ ମୂଳ ନାମ କ’ଣ ଥିଲା ?
Answer:
ବିନାୟକ ନରହରି ଭାବେ

5. ଜମିଦାରୀ ଉଚ୍ଛେଦ ଆଇନ କେଉଁ ଦଶକରେ କାର୍ଯ୍ୟକାରୀ ହୋଇଥିଲା ?
Answer:
ଷଷ୍ଠ

6. ଭୂଦାନ ଆନ୍ଦୋଳନ ସମୟରେ ବିନୋବା ଭାବେ ଯେଉଁ ଜମି ସଂଗ୍ରହ କରିଥିଲେ ତାକୁ ଚାଷୀମାନଙ୍କୁ କେବେ ବାଣ୍ଟି ଦିଆଯାଇଥିଲା ?
Answer:
୧୯୫୫

7. ଟେଷ୍ଟ ରିଲିଫ୍ ଯୋଜନାରେ ଶ୍ରମଦାନ ବଦଳରେ କ’ଣ ପ୍ରଦାନ କରାଯାଏ ?
Answer:
ଅର୍ଥ ବା ଶସ୍ୟଦାନ

8. ଜମିର ଉର୍ବରତା ବଜାୟ ରଖିବା ପାଇଁ ସରକାର କେଉଁଗୁଡ଼ିକ ପ୍ରତିଷ୍ଠା କରିଥିଲେ ?
Answer:
ପୁୟୋଗଶାଳା

9. ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ କେଉଁ ଯୋଜନା ମାଧ୍ୟମରେ କରାଯାଇ ପାରିଛି ?
Answer:
ହୀରାକୁଦ ଡ୍ୟାମ୍

10. ଗାଁ ଗହଳରେ ପଶୁଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯିବାର ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ଗୋଧନର ସୁରକ୍ଷା

11. ଜଳସେଚନ ସୁବିଧା ନ ଥ‌ିବା ସ୍ଥାନରେ କି ବ୍ୟବସ୍ଥା କରାଗଲା ?
Answer:
ଉଠା ଜଳସେଚନ

12. ଆମ ରାଜ୍ୟରେ କୃଷିର ବିକାଶ ପାଇଁ କେତୋଟି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଅଛି ?
Answer:
୪ଗୋଟି

13. ଚିରସ୍ଥାୟୀ ବନ୍ଦୋବସ୍ତ କିଏ ପ୍ରଚଳନ କରିଥିଲେ ?
Answer:
ଲର୍ଡ଼ କଣ୍ଠୱାଲିସ୍

14. ରିଲିଫ୍ ଏକ କେଉଁ ପ୍ରକାର ବ୍ୟବସ୍ଥା ?
Answer:
ମାଗଣା ପ୍ରାପ୍ତି ବ୍ୟବସ୍ଥା

15. ଅଧ୍ବକ ଖାଦ୍ୟଶସ୍ୟ ଉତ୍ପାଦନ କର’ ଯୋଜନାରେ କେଉଁ ଜମିକୁ ଚାଷୋପଯୋଗୀ କରାଗଲା ?
Answer:
ପତିତ ଜମି

C. ଶୂନ୍ୟସ୍ଥାନ ପୂରଣ କର ।

1. ଭୂଦାନ ଆନ୍ଦୋଳନରୁ ସଂଗୃହୀତ ଜମିକୁ ______________ ମସିହାରେ ଚାଷୀମାନଙ୍କୁ ବାଣ୍ଟି ଦିଆଯାଇଥିଲା ।
Answer:
୧୯୫୫

2. ଆଚାର୍ଯ୍ୟ ବିନୋବୀ ଭାବେ _________________ ଆନ୍ଦୋଳନର ପୁରୋଧା ଥ୍ ଲେ।
Answer:
ଭୂଦାନ

3. ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ କୃଷକମାନଙ୍କୁ ________________ ଋଣ ଦିଆଯାଇଥାଏ ।
Answer:
ତକାଭି

4. ‘ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ଯୋଜନାରେ _________________ ଜମିକୁ ଚାଷୋପଯୋଗୀ କରାଯାଇଥାଏ ।
Answer:
ପତିତ

5. ଜମିର ଉର୍ବରତା ବଜାୟ ରଖୁବାପାଇଁ ଓଡ଼ିଶା ସରକାର ବିଭିନ୍ନ __________________ ପ୍ରତିଷ୍ଠା କରିଥିଲେ ।
Answer:
ପୁୟୋଗଶାଳା

6. ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାରେ _______________ ନଦୀବନ୍ଧ ନିର୍ମାଣ କରାଯାଇଛି ।
Answer:
ହାରାକୁଦ

7. __________________ ମସିହାରେ ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟ ସମାପ୍ତ ହୋଇଥିଲା ।
Answer:
୧୯୫୬

8. ମାଛକୁଣ୍ଡ ଯୋଜନା __________________ ରାଜ୍ୟର ସହଯୋଗରେ ନିର୍ମାଣ କରାଯାଇଛି ।
Answer:
ଆନ୍ଧ୍ରପ୍ରଦେଶ

9. ଜଳସେଚନ ସୁବିଧା ନଥ‌ିବା ସ୍ଥାନମାନଙ୍କରେ _____________________ ଜଳସେଚନର ବ୍ୟବସ୍ଥା କରାଯାଇଛି ।
Answer:
ଉଠା

10. ଗୋଧନର ସୁରକ୍ଷାପାଇଁ ଗାଁ ଗହଳରେ ________________ ଡାକୁରମାନଙ୍କ ନିପୁକି ମିଳିଛି ।
Answer:
ପଶୁ

11. ଉତ୍ପାଦିତ ଦ୍ରବ୍ୟ ଠିକ୍ ମୂଲ୍ୟରେ ବିକ୍ରି ହୋଇନପାରିବାକୁ ________________ କୁହାଯାଏ ।
Answer:
ଅଭାବୀ ବିକ୍ରି

12. ଓଡ଼ିଶାରେ କୃଷିର ବିକାଶ ପାଇଁ କୃଷି ବିଭାଗ ଅଧୀନରେ ________________ ଟି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।
Answer:

13. ପଶୁ ସମ୍ପଦର ଉନ୍ନତି ପାଇଁ _______________ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।
Answer:
ପଶୁଧନ

14. କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟଚାଷ କେନ୍ଦ୍ର ___________________ ଠାରେ ପ୍ରତିଷ୍ଠା କରାଯାଇଛି ।
Answer:
କୌଶଲ୍ୟାଗଙ୍ଗ

15. ________________ ମସିହାଠାରୁ ରାଜ୍ୟରେ ଅନେକ କୃଷି ବିଜ୍ଞାନ କେନ୍ଦ୍ରମାନ ଖୋଲାଯାଇଛି ।
Answer:
୧୯୭୬

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ୧୯୫୪ ମସିହାରେ ଭୂଦାନ ଆନ୍ଦୋଳନର ସଂଗୃହୀତ ଜମି ବଣ୍ଟାଯାଇଥିଲା ।
Answer:
x

2. ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଆଚାର୍ଯ୍ୟ କୃପାଳିନୀ ।
Answer:
x

3. ସମବାୟ ସଂସ୍ଥାଦ୍ୱାରା ଚାଷୀମାନଙ୍କୁ ସ୍ୱଳ୍ପ ସୁଧହାରରେ ଋଣ ଯୋଗାଇ ଦିଆଗଲା ।
Answer:

4. ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ୍ ପ୍ରତିଷ୍ଠା ହୋଇଥିଲା ।
Answer:

5. ତକାଭି ଋଣ ଶିଳ୍ପପତିମାନଙ୍କୁ ପ୍ରଦାନ କରାଯାଇଥାଏ ।
Answer:
x

6. ଚିରସ୍ଥାୟୀ ବନ୍ଦୋବସ୍ତ ୧୭୯୪ରେ ପ୍ରଚଳନ କରାଯାଇଥିଲା ।
Answer:
x

7. ଟେଷ୍ଟ ରିଲିଫ୍ରେ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦିଆଯାଏ ।
Answer:

8. ଟେଷ୍ଟ ରିଲିଫ୍ କାର୍ଯ୍ୟ ବ୍ୟବସ୍ଥା ଯାହା ସରକାରୀ ଅର୍ଥରେ କାର୍ଯ୍ୟକାରୀ ହୁଏ ।
Answer:

9.ଟେଷ୍ଟ ରିଲିଫ୍ କାର୍ଯ୍ୟ ବ୍ୟବସ୍ଥା ଯାହା ସରକାରୀ ଅର୍ଥରେ କାର୍ଯ୍ୟକାରୀ ହୁଏ ।
Answer:
x

10. ବିନ୍ୟାଦାଉରୁ ଫସଲକୁ ରକ୍ଷା କରିବାପାଇଁ ଲୁଣି ଓ ନଦୀବନ୍ଧମାନ ତିଆରି କରାଯାଇଛି ।
Answer:

11. ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାରେ ହୀରାକୁଦ ନଦୀବନ୍ଧ ନିର୍ମାଣ କରାଯାଇଛି ।
Answer:

12. ୧୯୫୬ ମସିହାରେ ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟ ଆରମ୍ଭ ହୋଇଥିଲା ।
Answer:
x

13. ସାକ୍ଷୀଗୋପାଳଠାରେ ମତ୍ସ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
Answer:
x

14. ଜଳସେଚନ ସୁବିଧା ନ ଥିବା ସ୍ଥାନମାନଙ୍କରେ କେନାଲ ଜଳସେଚନ ବ୍ୟବସ୍ଥା କରାଯାଇଛି ।
Answer:
x

15. ହୀରାକୁଦ ନଦୀବନ୍ଧଦ୍ବାରା ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଜଳସେଚନ କରାଯାଇଥାଏ ।
Answer:

16. ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ୧୯୪୮ ମସିହାରେ ଏକ ଆଇନ ପ୍ରଣୟନ କରାଯାଇଛି ।
Answer:
x

17. ମହାନଦୀ, ଧାମରା, ସୁବର୍ଣ୍ଣରେଖା ଓ ଚିଲିକାରେ ମତ୍ସ୍ୟଜୀବୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।
Answer:

18. ‘ଅଭାବୀ ବିକ୍ରୀ’ ବ୍ୟବସାୟୀମାନଙ୍କ ପାଇଁ କ୍ଳେଶଦାୟକ ହୋଇଥାଏ ।
Answer:
x

19. କୌଶଲ୍ୟାଗଙ୍ଗଠାରେ ରାଜ୍ୟ ସରକାରଙ୍କର ଏକ କୃଷି ଗବେଷଣା କେନ୍ଦ୍ର ରହିଛି ।
Answer:

20. ୧୯୭୬ ମସିହାରୁ ଅନେକ କୃଷି ବିଜ୍ଞାନ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରାଯାଇଛି ।
Answer:

21. ଓଡ଼ିଶାରେ କୃଷି ବିଭାଗ ଅଧୀନରେ ୩ ଗୋଟି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଅଛି ।
Answer:
x

22. ନ୍ଧ୍ରପ୍ରଦେଶ ସରକାରଙ୍କର ସହାୟତାରେ ମାଛକୁଣ୍ଡ ଯୋଜନା କାର୍ଯ୍ୟକାରୀ ହୋଇଛି ।
Answer:

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer 1

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer 2

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer 3

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question and answer 4

Leave a Comment