BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Odisha State Board BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା Important Questions and Answers.

BSE Odisha Class 10 History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ଅଗଷ୍ଟ ଦାନ କ’ଣ ? ଏଥିରେ ଭାରତୀୟମାନଙ୍କୁ କ’ଣସବୁ ସୁବିଧା ପ୍ରଦାନ କରାଯାଇଥିଲା ?
Answer:

  • ଇଂରେଜ ସରକାର ଭାରତୀୟମାନଙ୍କୁ କେତେକ ସୁବିଧା ଦେବା ନିମନ୍ତେ ୧୯୪୦ ମସିହା ଅଗଷ୍ଟ ୮ ତାରିଖରେ ଏକ ଘୋଷଣା ଜାରି କରିଥିଲେ । ତାହାକୁ ଅଗଷ୍ଟ ଦାନ କୁହାଯାଏ ।
  • ଏଥରେ ଦିଆଯାଇଥିବା ସୁବିଧାଗୁଡ଼ିକ ହେଲା –
    (a) ଭାରତକୁ ସ୍ୱାୟତ୍ତ ଶାସନ କ୍ଷମତା ପ୍ରଦାନ ।
    (b) ଭାରତର ସମ୍ବିଧାନ ପ୍ରଣୟନ ପାଇଁ ସାମ୍ବିଧାନିକ ସଭା ଗଠନ ।
    (c) ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରି ବଡ଼ଲାଙ୍କ କାର୍ଯ୍ୟକାରିଣୀ ପରିଷଦର ପ୍ରସାରଣ ।
    (d) ବ୍ରିଟିଶ୍ ଶାସନାଧୀନ ଭାରତ ଓ ଭାରତର ଦେଶୀୟ ରାଜାମାନଙ୍କ ପ୍ରତିନିଧିଙ୍କୁ ନେଇ ଏକ ଯୁଦ୍ଧ ପରାମର୍ଶଦାତା ପରିଷଦ ଗଠନ ଏବଂ ଭବିଷ୍ୟତରେ ସାମ୍ବିଧାନିକ ପରିବର୍ତ୍ତନରେ ସଂଖ୍ୟାଲଘୁଙ୍କ ମତ ପ୍ରତି ଗୁରୁତ୍ଵ ପ୍ରଦାନ ।

୨। ଭାରତ ଛାଡ଼ ଆନ୍ଦୋଳନ ପ୍ରଶମନର କାରଣଗୁଡ଼ିକ ଆଲୋଚନା କର ।
Answer:

  • ନେତୃତ୍ୱ ଓ ସଙ୍ଗଠନର ଅଭାବ ଯୋଗୁଁ ଭାରତ ଛାଡ଼ ଆନ୍ଦୋଳନ ଧୀରେ ଧୀରେ ପ୍ରଶମିତ ହୋଇଗଲା ।
  • ନେତୃତ୍ଵ ଅଭାବରେ ଜନତା ସ୍ବତଃପ୍ରବୃତ୍ତ ଭାବରେ ନିଜ ବିଚାର ଅନୁଯାୟୀ ଆନ୍ଦୋଳନକୁ ଚାଲୁରଖୁବା ସମ୍ଭବ ହେଲା ନାହିଁ ।
  • ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ କରୁଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରେ ସମନ୍ଵୟ ନ ଥିଲା ।
  • ଏହି ଆନ୍ଦୋଳନକୁ ଦେଶୀୟ ରାଜା, ଜମିଦାର ଓ ଧନୀ ବ୍ୟବସାୟୀମାନେ ସମର୍ଥନ ଦେଲେ ନାହିଁ ।
  • କେତେକ ରାଜନୈତିକ ଦଳ ଏଭଳି ଆନ୍ଦୋଳନର ସପକ୍ଷରେ ନଥିଲେ । ତା’ଛଡ଼ା ସରକାରଙ୍କ ସଶସ୍ତ୍ର ଦମନ ଲୀଳା ଯୋଗୁଁ ଆନ୍ଦୋଳନ ଦବିଯାଇଥିଲା ।

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ଜାତୀୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ କେବେ ବସିଥିଲା ? ଏଥରେ କେଉଁ ଦୁଇଟି ସର୍ଭରେ ଇଂରେଜ ସରକାରଙ୍କୁ ସାହାଯ୍ୟ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା ?
Answer:

  • ୧୯୩୯ ମସିହା ଅକ୍ଟୋବର ୨୨ ତାରିଖରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିଥିଲା ।
  • ଏଥରେ ଦୁଇଟି ସର୍ଭରେ ଇଂରେଜ ସରକାରଙ୍କୁ ସାହାଯ୍ୟ କରିବାପାଇଁ ନିଷ୍ପତ୍ତି ନିଆଗଲା । ସେହି ସର୍ଭ ଦୁଇଟି ହେଲା-
    (a) ଯୁଦ୍ଧ ସମାପ୍ତି ପରେ ବ୍ରିଟିଶ୍ ସରକାର ଭାରତକୁ ପୂର୍ଣ୍ଣ ସ୍ଵାଧୀନତା ପ୍ରଦାନ କରିବେ ।
    (b) ତତ୍‌କ୍ଷଣାତ୍‌ ସମସ୍ତ ଦଳର ପ୍ରତିନିଧ‌ିଙ୍କୁ ନେଇ ଭାରତରେ ଏକ ଅସ୍ଥାୟୀ ଜାତୀୟ ସରକାର ଅବସ୍ଥାପିତ କରିବେ ।

୨। ‘ଅଗଷ୍ଟ ବିପ୍ଳବ’ର ଏପରି ନାମକରଣ ହୋଇଛି କାହିଁକି ?
Answer:

  1. ଭାରତ ଛାଡ଼ ଆନ୍ଦୋଳନ ଥିଲା ବ୍ରିଟିଶ୍ ଶାସନ ବିରୋଧରେ ମହାତ୍ମା ଗାନ୍ଧିଙ୍କ ଶେଷ ଗଣ ଆନ୍ଦୋଳନ ।
  2. ଏହି ଆନ୍ଦୋଳନ ମାଧ୍ୟମରେ ସେ ଇଂରେଜ ସରକାରଙ୍କୁ ଭାରତ ଛାଡ଼ିବାପାଇଁ ଆହ୍ୱାନ କରିଥିଲେ ।
  3. ଅଗଷ୍ଟ ମାସରେ ହୋଇଥ‌ିବା ଏହି ଗଣ ଆନ୍ଦୋଳନର ତୀବ୍ରତା ଓ ବ୍ୟାପକତା ଯୋଗୁଁ ଇତିହାସରେ ଏହା ‘ଅଗଷ୍ଟ ବିପ୍ଳବ’ ନାମରେ ଖ୍ୟାତ ।

୩ । ବ୍ୟକ୍ତିଗତ ସତ୍ୟାଗ୍ରହର ସଫଳତାଗୁଡ଼ିକ କ’ଣ ଥିଲା ?
Answer:

  • ବ୍ୟକ୍ତିଗତ ସତ୍ୟାଗ୍ରହ ସମଗ୍ର ବିଶ୍ୱକୁ ବିଶେଷ ଭାବରେ ପ୍ରଭାବିତ କରିଥିଲା । ଆମେରିକା, ଚୀନ୍ ଓ ଅଷ୍ଟ୍ରେଲିଆ ଭାରତୀୟମାନଙ୍କ ଦାବିକୁ ଗ୍ରହଣ କରିନେବାପାଇଁ ବ୍ରିଟିଶ୍ ସରକାରଙ୍କ ଉପରେ ଚାପ ପକାଇଲେ ।
  • ଏହା ବ୍ୟତୀତ ଇଂଲଣ୍ଡର ଜନସାଧାରଣ ମଧ୍ୟ ଭାରତୀୟମାନଙ୍କୁ କିଛି ସୁବିଧା ଦେବା ସପକ୍ଷରେ ଥିଲେ ।
  • ଇଂଲଣ୍ଡର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍ ଏସ୍. ଚର୍ଚ୍ଚିଲ୍ ୧୯୪୨ ମାର୍ଚ୍ଚରେ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସାର ଷ୍ଟାଫୋର୍ଡ଼ କ୍ରିପ୍‌ସ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭାରତ ପଠାଇଲେ ।

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୪ । ୧୯୩୯ ମସିହା ସେପ୍ଟେମ୍ବର ୩ ତାରିଖର ଗୁରୁତ୍ଵ ଉଲ୍ଲେଖ କର ।
Answer:

  • ୧୯୩୯ ମସିହା ସେପ୍ଟେମ୍ବର ୩ ତାରିଖରେ ଦ୍ଵିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଥିଲା ।
  • ଏହି ଦିନ ବ୍ରିଟିଶ୍ ସରକାର ଜର୍ମାନୀ ବିରୋଧରେ ଯୁଦ୍ଧଘୋଷଣା କରିଥିଲେ ।
  • ଏହା ସହିତ ଏହି ଦିନ ଆରମ୍ଭ ହୋଇଥିଲା ଭାରତୀୟ ସ୍ଵାଧୀନତା ସଂଗ୍ରାମର ଦ୍ବିତୀୟ ଅଧ୍ୟାୟ ।

୫। ‘‘କର ବା ମର’’ ମନ୍ତ୍ର କେବେ ଓ କ’ଣ ପାଇଁ ଦିଆଯାଇଥିଲା ?
Answer:

  1. ‘ଭାରତ ଛାଡ଼’ ପ୍ରସ୍ତାବକୁ କଂଗ୍ରେସ ଅନୁମୋଦନ କଲା ସମୟରେ ଗାନ୍ଧିଜୀ ଦେଶବାସୀମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ– ‘‘ସ୍ଵାଧୀନତା ଆମର ପ୍ରାପ୍ୟ’’ ।
  2. ସେଥ‌ିପାଇଁ ଗୋଟିଏ ମନ୍ତ୍ର ଅଛି – ‘କର ବା ମର’’ । ଆମ ମାତୃଭୂମିକୁ ଆମେ ସ୍ଵାଧୀନ କରିବା କିମ୍ବା ସେଥ‌ିପାଇଁ ମରିବା ।

୬ । ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବା ପରଦିନ କେଉଁମାନଙ୍କୁ ଗିରଫ କରାଯାଇ କେଉଁଠାରେ ରଖାଯାଇଥିଲା ?
Answer:

  • ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହେବାର ପରଦିନ ଅର୍ଥାତ୍ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଦିନ ମହାତ୍ମା ଗାନ୍ଧି ଓ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ସରକାର ଗିରଫ କଲେ ।
  • ଗାନ୍ଧିଜୀଙ୍କୁ ପୁନେଠାରେ ଆଗା ଖାଁ ପାଲେସ୍‌ରେ ବନ୍ଦୀ କରି ରଖାଗଲା ।
  • ଜବାହରଲାଲ ନେହେରୁ, ମୌଲାନା ଆବୁଲ୍ କାଲାମ୍ ଆଜାଦ୍, ଜେ.ବି. କ୍ରିପାଳିନି, ଗୋବିନ୍ଦବଲ୍ଲଭ ପନ୍ଥ ଓ ଅନ୍ୟାନ୍ୟ ନେତାଙ୍କୁ ତତ୍କାଳୀନ ବମ୍ବେ ପ୍ରଦେଶର ଅହମ୍ମଦନଗର ଦୁର୍ଗରେ ବନ୍ଦୀ କରି ରଖାଗଲା ।

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୭ । ଓଡ଼ିଶାରେ କେଉଁମାନଙ୍କ ଆଗମନ ଭାରତ ଛାଡ଼ ଆନ୍ଦୋଳନକୁ ତୀବ୍ରତର କରିଥିଲା ?
Answer:

  • ଓଡ଼ିଶାର ମାଳତୀ ଚୌଧୁରୀ ଓ ସୁରେନ୍ଦ୍ରନାଥ ଦ୍ବିବେଦୀ ଅଗଷ୍ଟ ୧୧ ତାରିଖରେ ମୁମ୍ବାଇ କଂଗ୍ରେସ ଅଧିବେଶନରେ ଯୋଗଦେଇ ଓଡ଼ିଶା ଫେରିଲେ ।
  • ସେମାନଙ୍କ ଆଗମନ ଓଡ଼ିଶାରେ ଭାରତ ଛାଡ଼ ଆନ୍ଦୋଳନକୁ ତୀବ୍ରତର କରିଥିଲା ।
  • ଆନ୍ଦୋଳନ ଆରମ୍ଭ ସମୟରେ ନେତୃବର୍ଗ ଗିରଫ ହେବା ଯୋଗୁଁ ଆନ୍ଦୋଳନ ଦବିନଯାଇ ଗ୍ରାମାଞ୍ଚଳରେ ତେଜି ଉଠିଲା ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ୧୯୩୯ ମସିହା ସେପ୍ଟେମ୍ବର ମାସ ୧୪ ତାରିଖରେ ଜାତୀୟ କଂଗ୍ରେସ କ’ଣ ପ୍ରସ୍ତାବ ଗ୍ରହଣ କରିଥିଲା ?
Answer:
ଯେତେଦିନ ପର୍ଯ୍ୟନ୍ତ ଇଂରେଜ ସରକାର ଭାରତୀୟଙ୍କୁ ନିଜର ସମ୍ବିଧାନ ପ୍ରଣୟନ କରିବା ନିମନ୍ତେ ପୂର୍ଣ କ୍ଷମତା ନ ଦେଇଛନ୍ତି ଓ ଏକ ଜନପ୍ରିୟ ସରକାର ପ୍ରତିଷ୍ଠା କରିବାପାଇଁ ସମ୍ମତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଭାରତୀୟମାନେ ‘ମିତ୍ରଶକ୍ତି’କୁ କୌଣସି ପ୍ରକାର ସାହାଯ୍ୟ ପ୍ରଦାନ କରିବେ ନାହିଁ ।

୨। ପାନାଉର୍‌ଠାରେ କିଏ, କେବେ ସତ୍ୟାଗ୍ରହ ଆରମ୍ଭ କରିଥିଲେ ?
Answer:

  • ପାନାଉରଠାରେ ବିନୋବା ଭାବେ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।
  • ସେ ୧୯୪୦ ମସିହା ଅକ୍ଟୋବର ୧୭ ତାରିଖରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୩ । ୧୯୪୨ ମସିହା ଅଗଷ୍ଟ ୭ ତାରିଖରେ ମୁମ୍ବାଇରେ ବସିଥ‌ିବା ଜାତୀୟ କଂଗ୍ରେସର ଅଧ୍ଵବେଶନରେ କିଏ ସଭାପତିତ୍ୱ କରିଥିଲେ ଓ ସେ ଜନସାଧାରଣଙ୍କୁ କ’ଣ ଆହ୍ବାନ ଦେଇଥିଲେ ?
Answer:

  • ୧୯୪୨ ମସିହା ଅଗଷ୍ଟ ୭ ତାରିଖରେ ମୁମ୍ବାଇରେ ବସିଥିବା ଜାତୀୟ କଂଗ୍ରେସର ଅଧ୍ଵବେଶନରେ ସଭାପତିତ୍ୱ କରିଥିଲେ ମୌଲାନା ଆବୁଲ କାଲାମ୍ ଆଜାଦ୍ ।
  • ଭାରତ ଛାଡ଼ ଆନ୍ଦୋଳନର ଅର୍ଥ ବ୍ୟାଖ୍ୟା କରି ଶାନ୍ତିପୂର୍ଣ୍ଣ ଓ ଅହିଂସ ଉପାୟରେ ଆନ୍ଦୋଳନ କରିବାପାଇଁ ସେ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ ।

୪। ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ବ୍ରିଟିଶ୍ ହାଉସ୍ ଅଫ୍ କମନ୍ସରେ କେବେ, କ’ଣ ଘୋଷଣା କରିଥିଲେ ?
Answer:
ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ୧୯୪୨ ମସିହା ସେପ୍ଟେମ୍ବର ୧୦ ତାରିଖରେ ବ୍ରିଟିଶ୍ ହାଉସ୍ ଅଫ୍ କମନ୍ସରେ ଘୋଷଣା କରିଥିଲେ ଯେ ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରାଯାଇଛି ।

୫ | ଭାରତ ଛାଡ଼ ଆନ୍ଦୋଳନ କେଉଁ କାରଣ ପାଇଁ ଧୂମେଇ ଯାଇଥିଲା ? (୨ଟି କାରଣ ଲେଖ ।)
Answer:

  1. ଏହି ଆନ୍ଦୋଳନକୁ ଦେଶୀୟ ରାଜା, ଜମିଦାର ଓ ଧନୀ ବ୍ୟବସାୟୀମାନେ ସମର୍ଥନ ଦେଇ ନ ଥିଲେ ।
  2. ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ କରୁଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରେ ସମନ୍ଵୟ ନଥିଲା ।

୬। କେଉଁ ଦୁଇ ଆନ୍ତର୍ଜାତିକ ବିପ୍ଳବ ସହିତ ଭାରତ ଛାଡ଼ ଆନ୍ଦୋଳନ ସମକକ୍ଷ ଅଟେ ?
Answer:

  • ପ୍ରଥମତଃ ୧୭୮୯ ମସିହାର ଫରାସୀ ବିପ୍ଳବ ସହିତ ଭାରତ ଛାଡ଼ ଆନ୍ଦୋଳନ ସମକକ୍ଷ ।
  • ଦ୍ଵିତୀୟତଃ ୧୯୧୭ ମସିହାର ରୁଷ ବିପ୍ଳବ ସହିତ ଭାରତ ଛାଡ଼ ଆନ୍ଦୋଳନ ତୁଳନୀୟ ।

୭। ବାସୁଦେବପୁରର ଇରମ୍ଠାରେ କେବେ ଓ କ’ଣ ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା ?
Answer:

  • ବାସୁଦେବପୁରର ଇରମଠାରେ ଲୋକମାନେ କର ନ ଦେବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।
  • ସେଥିପାଇଁ ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ମେଲଣ ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲା ।

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

୮ । କେଉଁ ଅଭିଯୋଗରେ ଓ କେବେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ?
Answer:

  1. ଜଣେ ଜଙ୍ଗଲ ରକ୍ଷୀକୁ ପିଟିପିଟି ହତ୍ୟା କରିଥିବାର ମିଥ୍ୟା ଅଭିଯୋଗରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ।
  2. ତାଙ୍କୁ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା ।

୯ । ଓଡ଼ିଶାର କେଉଁ ଗଡ଼ଜାତ ରାଜ୍ୟରେ ଭାରତ ଛାଡ଼ ଆନ୍ଦୋଳନ ବ୍ୟାପକ ହୋଇଥିଲା ? ତାଳଚେର ଓ ଢେଙ୍କାନାଳରେ କିଏ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ?
Answer:

  • ମୁଖ୍ୟତଃ ଓଡ଼ିଶାର ତାଳଚେର, ଢେଙ୍କାନାଳ, ଆଠଗଡ଼ ଓ ନୟାଗଡ଼ ଆଦି ଗଡ଼ଜାତ ରାଜ୍ୟରେ ଭାରତ ଛାଡ଼ ଆନ୍ଦୋଳନ ବ୍ୟାପକ ହୋଇଥିଲା ।
  • ତାଳଚେରରେ ପବିତ୍ର ମୋହନ ପ୍ରଧାନ ଓ ଢେଙ୍କାନାଳରେ ବୈଷ୍ଣବଚରଣ ପଟ୍ଟନାୟକ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।

Objective Type Questions with Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1.ଭାରତ ଛାଡ଼ ଆନ୍ଦୋଳନରେ ଅନ୍ୟ ନାମ କ’ଣ ଥିଲା ?
Answer:
ଭାରତ ଛାଡ଼ ଆନ୍ଦୋଳନରେ ଅନ୍ୟ ନାମ ଅଗଷ୍ଟ ବିପ୍ଳବ ଥିଲା ।

2. ବ୍ରିଟିଶ୍ ସରକାର ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କରିବା ଫଳରେ କେଉଁ ଯୁଦ୍ଧ ଆରମ୍ଭ ହେଲା ?
Answer:
ବ୍ରିଟିଶ୍ ସରକାର ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କରିବା ଫଳରେ ଦ୍ବିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ।

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

3. ‘ଯୁଦ୍ଧ ପରାମର୍ଶଦାତା ପରିଷଦ’ କେଉଁମାନଙ୍କୁ ନେଇ ଗଠନ କରାଯାଇଥିଲା ?
Answer:
ବ୍ରିଟିଶ୍ ଶାସନାଧୀନ ଭାରତ ଓ ଭାରତର ଦେଶୀୟ ରାଜ୍ୟମାନଙ୍କ ପ୍ରତିନିଧିଙ୍କୁ ନେଇ ଏକ ‘ଯୁଦ୍ଧ ପରାମର୍ଶଦାତା ପରିଷଦ’ ଗଠନ କରାଯାଇଥିଲା ।

4. ଭାରତୀୟମାନଙ୍କ ଦାବିକୁ ଗ୍ରହଣ କରିନେବାପାଇଁ ବ୍ରିଟିଶ୍ ସରକାରଙ୍କ ଉପରେ କେଉଁମାନେ ଚାପ ପକାଇଥିଲେ ?
Answer:
ଭାରତୀୟମାନଙ୍କ ଦାବିକୁ ଗ୍ରହଣ କରିନେବାପାଇଁ ଆମେରିକା, ଚୀନ୍ ଓ ଅଷ୍ଟ୍ରେଲିଆ ବ୍ରିଟିଶ୍ ସରକାରଙ୍କ ଉପରେ ଚାପ ପକାଇଥିଲେ ।

5. ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଭାରତ କେଉଁ ପକ୍ଷଭୁକ୍ତ ହୋଇଥିଲା ?
Answer:
ଦ୍ବିତୀୟ ବିଶ୍ୱଯୁଦ୍ଧରେ ଭାରତ ମିତ୍ରଶକ୍ତି ପକ୍ଷଭୁକ୍ତ ହୋଇଥିଲା ।

6. ‘କ୍ରିପସ୍ ମିଶନ୍’କୁ କିଏ ଭାରତକୁ ପଠାଇଥିଲେ ?
Answer:
ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ୍ କ୍ରିପସ୍ ମିଶନ୍‌କୁ ଭାରତକୁ ପଠାଇଥିଲେ ।

7. ମହାରାଷ୍ଟ୍ରରେ କେଉଁ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା ?
Answer:
ମହାରାଷ୍ଟ୍ରରେ କେଉଁ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା

8. କେଉଁ ଆନ୍ଦୋଳନରେ ‘କର ବା ମର’ ଡାକରା ଦିଆଯାଇଥିଲା ?
Answer:
ଭାରତଛାଡ଼ ଆନ୍ଦୋଳନରେ ‘କର ବା ମର’ ଡାକରା ଦିଆଯାଇଥିଲା ।

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

9. ଭାରତଛାଡ଼ ଆନ୍ଦୋଳନର ଶୁଭାରମ୍ଭ କେଉଁଠାରୁ ଆରମ୍ଭ କରାଯାଇଥିଲା ?
Answer:
ଭାରତଛାଡ ଆନ୍ଦୋଳନର ଶୁଭାରମ୍ଭ ମହାରାଷ୍ଟ୍ରରୁ କରାଯାଇଥିଲା ।

10. କେଉଁଠାରେ ବିପ୍ଳବୀମାନେ ସୈନ୍ୟବାହିନୀ ପାଇଁ ପ୍ରେରିତ ଖାଦ୍ୟକୁ ନଷ୍ଟ କରିଦେଇଥିଲେ ?
Answer:
ବିପ୍ଳବୀମାନେ ସୈନ୍ୟବାହିନୀ ପାଇଁ ପ୍ରେରିତଖାଦ୍ୟକୁ ଆସାମରେ ନଷ୍ଟ ଦେଇଥିଲେ ।

11. ଭାରତଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାରେ ମୁଖ୍ୟ ଦୁଃଖଦ ଘଟଣା କ’ଣ ଥିଲା ?
Answer:
ଭାରତଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାରେ ମୁଖ୍ୟ ଦୁଃଖଦ ଘଟଣା ଥିଲା ଇରମ୍ ଗୁଳିକାଣ୍ଡ ।

12. ବରୀ ଅଞ୍ଚଳର ଲୋକମାନେ କେଉଁ ଖବର ଶୁଣିବା ପରେ ଅତ୍ୟନ୍ତ ଉତ୍ୟକ୍ତ ହୋଇଥିଲେ ?
Answer:
ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ଗିରଫ ଖବର ଶୁଣିବା ପରେ ବରୀ ଅଞ୍ଚଳର ଲୋକମାନେ ଅତ୍ୟନ୍ତ ଉତ୍ୟକ୍ତ ହୋଇଥିଲେ ।

13. କେଉଁ ଗ୍ରାମରେ ଚୌକିଦାର ପୋଷାକକୁ ପୋଡ଼ି ଦିଆଯାଇଥିଲା ?
Answer:
ଶ୍ରୀଜଙ୍ଗ ଗ୍ରାମରେ ଚୌକିଦାର ପୋଷାକକୁ ପୋଡ଼ି ଦିଆଯାଇଥିଲା ।

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

14. ୧୯୪୨ ଆନ୍ଦୋଳନରେ ଓଡ଼ିଶାର ଫାଶୀ ପାଇଥିବା ଏକମାତ୍ର ବ୍ୟକ୍ତି କିଏ ଥିଲେ ?
Answer:
୧୯୪୨ ଆନ୍ଦୋଳନରେ ଓଡ଼ିଶାର ଫାଶୀ ପାଇଥିବା ଏକମାତ୍ର ବ୍ୟକ୍ତିଥିଲେ ଲକ୍ଷ୍ମଣ ନାୟକ ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଭାରତ ଛାଡ଼ ଆନ୍ଦୋଳନ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବାରୁ ଏହା କେଉଁ ବିପ୍ଳବ ନାମରେ ପରିଚିତ ଥିଲା ?
Answer:
ଅଗଷ୍ଟ ବିପ୍ଳବ

2. ଲକ୍ଷ୍ମଣ ନାୟକ ଜନ୍ମଗ୍ରହଣ କରିଥିବା ଗ୍ରାମର ନାମ କ’ଣ ଥିଲା ?
Answer:
ତେନ୍ତୁଳିଗୁମ୍ମା

3. ଦ୍ବିତୀୟ ବିଶ୍ୱଯୁଦ୍ଧରେ ମିତ୍ରଶକ୍ତି ବିପକ୍ଷରେ ଯୁଦ୍ଧ କରିଥିବା ଶକ୍ତିକୁ କ’ଣ କୁହାଯାଉଥିଲା ?
Answer:
କେନ୍ଦ୍ର ଶକ୍ତି

4. ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାର କେଉଁ ଆଦିବାସୀ ନେତାଙ୍କୁ ପ୍ରଥମ ସହିଦ୍‌ଭାବେ ବିବେଚନା କରାଯାଏ ?
Answer:
ଲକ୍ଷ୍ମଣ ନାୟକ

5. ବାଲେଶ୍ଵର ଜିଲ୍ଲାର ଇରମ୍ କେଉଁ ନାମରେ ପରିଚିତ ଥିଲା ?
Answer:
ଅଗଷ୍ଟ

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

6. କିଏ ମୁମ୍ବାଇ ଅଧ୍ଵବେଶନରେ ‘ଭାରତଛାଡ଼ ଆନ୍ଦୋଳନ’ର ବ୍ୟାଖ୍ୟା କରିଥିଲେ ?
Answer:
ଆବୁଲ୍ କାଲାମ୍ ଆଜାଦ୍

7. ‘କାଗଜ ନୋଟ୍’ର ପ୍ରଚଳନକୁ କେଉଁ ଆନ୍ଦୋଳନରେ ଭାରତୀୟମାନେ ବିରୋଧ କରିଥିଲେ ?
Answer:
ଭାରତଛାଡ଼

8. ଉଇନଷ୍ଟନ୍ ଚର୍ଜିତ ଭାରତକୁ ପଠାଇଥ‌ିବା ପ୍ରତିନିଧି ଦଳ କ’ଣ କୁହାଯାଉଥିଲା ?
Answer:
ପ୍ରିକସ୍ ମିଶନ୍

9. କିଏ ମୁମ୍ବାଇ ଅଧିବେଶନରେ ‘ଭାରତଛାଡ଼ ଆନ୍ଦୋଳନ’ର ବ୍ୟାଖ୍ୟା କରିଥିଲେ ?
Answer:
ଚର୍ଚ୍ଚିଲ୍

10. ମାଳତୀ ଚୌଧୁରୀ କଂଗ୍ରେସର କେଉଁ ଅଧୂବେଶନରେ ଯୋଗ ଦେଇଥିଲେ ?
Answer:
ମୁମ୍ବାଇ ଅଧ୍ଵବେଶନ

11. କୋରାପୁଟର ମାତିଲି ଥାନା ଘେରାଉବେଳେ କେଉଁ ଧ୍ଵନି ଦିଆଯାଇଥିଲା ?
Answer:
ମହାତ୍ମାଗାନ୍ଧୀ କୀ ଜୟ

12. ଭାରତ ଛାଡ଼ ଆନ୍ଦୋଳନର ସ୍ଲୋଗାନ କ’ଣ ଥିଲା
Answer:
କର ବା ମର

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

13. ବ୍ୟକ୍ତିଗତ ସତ୍ୟାଗ୍ରହ ସମୟରେ ପ୍ରଥମ ସତ୍ୟାଗ୍ରହୀର ମାନ୍ୟତା କିଏ ପାଇଥିଲେ ?
Answer:
ବିନୋବା ଭାବେ

14. ଭାରତଛାଡ଼ ପ୍ରସ୍ତାବ କେବେ ଗ୍ରହଣ କରାଗଲା ?
Answer:
୧୯୪୨ ଜୁଲାଇ ୧୪

15. ୧୯୪୨ ମସିହା ଜୁଲାଇ ମାସରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ କେଉଁଠାରେ ବସି ‘ଭାରତଛାଡ଼’ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ?
Answer:
ୱାର୍କା

16. ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଇଂରେଜ ସରକାରଙ୍କ ବିରୋଧରେ ସଙ୍ଗଠିତ ଶେଷ ଆନ୍ଦୋଳନ କ’ଣ ଥିଲା ?
Answer:
ଭାରତଛାଡ଼ ଆନ୍ଦୋଳନ

17. ରେଭେନ୍ସା କଲେଜର ଛାତ୍ରମାନେ ପୋଲିସ୍‌ର ମୁକାବିଲା କରିବାପାଇଁ କ’ଣ ଗଠନ କରିଥିଲେ ?
Answer:
ରକ୍ତବାହିନୀ

18. ଭାରତୀୟ ସ୍ବାଧୀନତା ସଂଗ୍ରାମର ସମ୍ରାଟ ବୋଲି କାହାକୁ କୁହାଯାଇଥାଏ ?
Answer:
ମହାତ୍ମା ଗାନ୍ଧି

19. ଇରମ ଗୁଳିକାଣ୍ଡରେ ସହିଦ୍ ହୋଇଥିବା ମହିଳାଙ୍କ ନାମ କ’ଣ ଥିଲା ?
Answer:
ପରୀ ବେଞ୍ଝା

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

20. ଇଂରେଜ ସରକାର ଭାରତୀୟମାନଙ୍କୁ ଦେଇଥ‌ିବା ସୁବିଧାକୁ କ’ଣ କୁହାଯାଉଥିଲା ?
Answer:
ଅଗଷ୍ଟ ଦାନ

C. ଶୂନ୍ୟସ୍ଥାନ ପୂରଣ କର ।

1. ଲକ୍ଷ୍ମଣ ନାୟକଙ୍କୁ _______ ଜେଲରେ ଫାଶୀ ଦିଆଯାଇଥିଲା ।
Answer:
ବ୍ରହ୍ମପୁର

2. ୧୯୪୨ ମସିହାରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ _______ ଥିଲେ ।
Answer:
ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ୍

3. ୱାର୍ଦ୍ଧାଠାରେ କଂଗ୍ରେସ କମିଟିରେ ବୈଠକ ______ ମସିହାରେ ବସିଥିଲା ।
Answer:
୧୯୪୨

4. ୧୯୪୦ ମସିହା ଅକ୍ଟୋବର ୧୭ ତାରିଖରେ ଆଚାର୍ଯ୍ୟ ବିନୋବା ଭାବେ________ ଆରମ୍ଭ କରିଥିଲେ ।
Answer:
ପାନାଡର୍

5. ______ ଆନ୍ଦୋଳନରେ ‘କର ବା ମର’ ଧ୍ୱନି ଦିଆଯାଇଥିଲା ।
Answer:
ଭାରତଛାଡ଼

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

6. ୧୯୩୯ ମସିହା ______ ତାରିଖରେ ବ୍ରିଟିଶ୍ ସରକାର ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ।
Answer:
ସେପ୍ଟେମ୍ବର ୩

7. ଭାରତଛାଡ଼ ଆନ୍ଦୋଳନ ପ୍ରଥମେ _______ ଠାରେ ଶୁଭାରମ୍ଭ କରାଯାଇଥିଲା ।
Answer:
ମହାରାଷ୍ଟ୍ର

8. ‘କ୍ରିପ୍‌ ମିଶନ’_______ ମସିହାରେ ଭାରତ ଆସିଥିଲା ।
Answer:
୧୯୪୨ ମସିହାରେ

9. ୧୯୪୨ ଅଗଷ୍ଟ ୧୧ରେ ଛାତ୍ରମାନେ ପାଟନା ସଚିବାଳୟର ______ ଦ୍ୱାରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
Answer:

10. ୧୯୪୨ ମସିହା ଅଗଷ୍ଟ ୭ରେ ବମ୍ବେଠାରେ ଅନୁଷ୍ଠିତ କଂଗ୍ରେସର ସାଧାରଣ ଅଧିବେଶନରେ ସଭାପତି _______ ଥିଲେ ।
Answer:
ମୌଲାନା ଆବୁଲ୍ କାଲାମ୍ ଆଜାଦ୍

11. ‘ଅଗଷ୍ଟ ଦାନ’ ଇଂରେଜ ସରକାର ଅଗଷ୍ଟ ମାସ _______ ତାରିଖରେ ଘୋଷଣା କରିଥିଲେ ।
Answer:

12. ଭାରତଛାଡ଼ ଆନ୍ଦୋଳନକୁ ______ ଦିନ କଂଗ୍ରେସ ଅନୁମୋଦନ କଲା ।
Answer:
୧୯୪୨ ଅଗଷ୍ଟ ୮

13. ________ ଠାରେ ୱାୟାରଲେସ୍ କେନ୍ଦ୍ର ମାଧ୍ୟମରେ ଭାରତଛାଡ଼ ଆନ୍ଦୋଳନର ସମ୍ବାଦ ପ୍ରଚାରିତ ହୋଇଥିଲା ।
Answer:
ମୁମ୍ବାଇ

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

14. ଭାରତଛାଡ଼ ଆନ୍ଦୋଳନ ସମୟରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଗିରଫ କରି ________ ଠାରେ ବନ୍ଦୀ କରି ରଖାଯାଇଥିଲା ।
Answer:
ପାଟଣା

15. ________ ଠାରେ ଥ‌ିବା ୱାୟାରଲେସ୍ କେନ୍ଦ୍ର ମାଧ୍ୟମରେ ଭାରତଛାଡ଼ ଆନ୍ଦୋଳନର ସମ୍ବାଦ ପ୍ରଚାରିତ ହୋଇଥିଲା ।
Answer:
ମୁମ୍ବାଇ

16. ୧୯୪୨ ମସିହା ସେପ୍ଟେମ୍ବର ________ ତାରିଖରେ ଇରମ୍ ଗୁଳିକାଣ୍ଡ ଭଳି ଦୁଃଖଦ ଘଟଣା ଘଟିଥିଲା ।
Answer:
୨୮

17. କାଇପଦର ଡାକଘରେ ୧୯୪୨ ମସିହା ________ ତାରିଖରେ ନିଆଁ ଲଗାଇ ଦିଆଯାଇଥିଲା ।
Answer:
ଅଗଷ୍ଟ ୧୭

18. ‘ପରୀ ବେୱା’ ନାମକ ମହିଳା ଓଡ଼ିଶାର _______ ଆନ୍ଦୋଳନରେ ସହିଦ୍ ହୋଇଥିଲେ ।
Answer:
ଭାରତଛାଡ଼

19. ବୈଷ୍ଣବ ଚରଣ ପଟ୍ଟନାୟକ _______ ଠାରେ ଆନ୍ଦୋଳନର ନେତୃତ୍ବ ନେଇଥିଲେ ।
Answer:
ଢେଙ୍କାନାଳ

BSE Odisha 10th Class History Important Questions Chapter 4 ଭାରତ ଛାଡ଼ ଆନ୍ଦୋଳନ ଏବଂ ଏଥୁରେ ଓଡ଼ିଶାର ଭୂମିକା

20. କୋରାପୁଟ ଜିଲ୍ଲାର ପାପଡ଼ାହାଣ୍ଡି ଗୁଳିକାଣ୍ଡରେ _______ ଜଣ ବ୍ୟକ୍ତି ପ୍ରାଣ ତ୍ୟାଗ କରିଥିଲେ ।
Answer:
୧୫

D . ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ଗାନ୍ଧିଜୀଙ୍କର ଶେଷ ଗଣ ଆନ୍ଦୋଳନ ଥିଲା ଭାରତଛାଡ଼ ଆନ୍ଦୋଳନ ।
2. ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ବଡ଼ଲାଟ୍ ଥିଲେ ଲର୍ଡ଼ ୱାଭେଲ୍‌ ।
3. ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଅଂଶ ରୂପେ ସ୍ୱାୟତ୍ତ ଶାସନ ଅଧିକାର ଦିଆଯିବ, ଏହା କ୍ୟାବିନେଟ ମିଶନର ପ୍ରସ୍ତାବ ଥିଲା ।
4. ଭାରତଛାଡ଼ ଆନ୍ଦୋଳନ ସମୟରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ବିହାରର ପାଟନାଠାରେ ଗିରଫ କରାଯାଇଥିଲା ।
5. ଭାରତଛାଡ଼ ଆନ୍ଦୋଳନକୁ ଫରାସୀ ବିପ୍ଳବ ସହିତ ତୁଳନା କରାଯାଏ ।
6. ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟର ଏକ ଅଂଶ ରୂପେ ସ୍ୱାୟତ୍ତ ଶାସନ ଅଧିକାର ଦିଆଯିବ, ଏହା କ୍ୟାବିନେଟ ମିଶନର ପ୍ରସ୍ତାବ ଥିଲା ।
7. ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମରେ ସହିଦ ଜୟୀ ରାଜଗୁରୁ ଜନ୍ମ ହୋଇଥିଲେ ।
8. ୧୯୪୨ ମାର୍ଚ୍ଚ ୨୯ରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ।
9. ଅଗଷ୍ଟ ବିପ୍ଲବରେ ଯୋଗ ଦେଇଥ‌ିବା ଜଣେ ସମାଜବାଦୀ ମହିଳା ଥିଲେ ମାଳତୀ ଚୌଧୁରୀ ।
10. ୧୯୪୨ ଅଗଷ୍ଟ ୧୭ରେ କାଇପଦରଠାରେ ଲୋକମାନେ ଡାକଘର ପୋଡ଼ି ଦେଇଥିଲେ ।

Answer:
1. ✓
2. x
3. x
4. ✓
5. ✓
6. ✓
7. x
8. x
9. x
10. ✓

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । 1
Chapter 4

Leave a Comment