BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

Odisha State Board BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ Important Questions and Answers.

BSE Odisha Class 6 Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ହିମାଳୟ ପର୍ବତମାଳା ବିଷୟରେ ସଂକ୍ଷିପ୍ତ ସୂଚନା ଦିଅ ।
Answer:

  • ପର୍ବତମାଳା ଗଠିତ; ଯଥା – ଟ୍ରାନ୍ସ ହିମାଳୟ, ଉଚ୍ଚ ହିମାଳୟ ବା ହିମାଦ୍ରି, କ୍ଷୁଦ୍ର ହିମାଳୟ ଓ ସିଲିକ୍ ।
  • ଟ୍ରାନ୍ସ ହିମାଳୟ ଜାମ୍ମୁ ଓ କାଶ୍ମୀରର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ । ଗଡ଼ୱିନ୍ ଅଷ୍ଟିନ୍ ବା K, ଏହାର ସର୍ବୋଚ୍ଚ ଶୃଙ୍ଗ ।
  • ଜାମ୍ମୁ ଓ କାଶ୍ମୀରରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ହିମାଳୟର ଉତ୍ତରାଂଶରେ ଉଚ୍ଚ ହିମାଳୟ ଅବସ୍ଥିତ । ପୃଥ‌ିବୀର ଉଚ୍ଚତମ ଶୃଙ୍ଗ ଏଭେରେଷ୍ଟ ଏଥିରେ ଅବସ୍ଥିତ । ଏହାଛଡ଼ା ନନ୍ଦାଦେବୀ ଓ କାଞ୍ଚନଜଙ୍ଗା ଆଦି ଗିରିଶୃଙ୍ଗ ଏଥରେ ଅବସ୍ଥିତ ।
  • ଉଚ୍ଚ ହିମାଳୟର ଦକ୍ଷିଣକୁ କ୍ଷୁଦ୍ର ହିମାଳୟ ଅବସ୍ଥିତ । ଭାରତର ପ୍ରମୁଖ ଶୈଳନିବାସ ସିମଳା ଏହି ପର୍ବତମାଳାରେ ଅବସ୍ଥିତ ।
  • ସିୱାଲିକ ହିମାଳୟର ଦକ୍ଷିଣତମ ପର୍ବତଶ୍ରେଣୀ ଓ ହିମାଳୟର ପାଦଦେଶରେ ଅବସ୍ଥିତ । ଏଥ‌ିରେ ଡେରାଡୁନ ଅବସ୍ଥିତ ।

୨। ଦକ୍ଷିଣ ଭାରତ ମାଳଭୂମି ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ଦକ୍ଷିଣ ଭାରତର ସମତଳଭୂମିର ଦକ୍ଷିଣରେ ଦକ୍ଷିଣ ଭାରତ ମାଳଭୂମି ରହିଛି । ଏହାର ଆକାର ତ୍ରିଭୁଜାକାର ।
  • ଏହାର ଭୂମିରୂପ ଅସମାନ ଏବଂ ପଶ୍ଚିମରୁ ପୂର୍ବ ଆଡ଼କୁ ଢାଲୁ । ଏଠାରେ ଅନେକ ଛୋଟବଡ଼ ପାହାଡ଼ ଓ ଅଗଭୀର ନଦୀ ଉପତ୍ୟକାମାନ ଦେଖାଯାଏ ।
  • ଏହାର ଉତ୍ତର-ପଶ୍ଚିମରେ ଆରାବଳୀ ପର୍ବତମାଳା ଅବସ୍ଥିତ । ମାଉଣ୍ଟଆବୁ ପର୍ବତରେ ଥ‌ିବା ଗୁରୁଶିଖ୍ୟର ଏହାର ଉଚ୍ଚତମ ଶୃଙ୍ଗ ।
  • ଏହାର ପଶ୍ଚିମ ଉପକୂଳକୁ ଲାଗି ପଶ୍ଚିମଘାଟ ପର୍ବତ ଅଛି ଓ କାଲସୁବାଇ ଏହାର ଉଚ୍ଚତମ ଶୃଙ୍ଗ । ପୂର୍ବଘାଟ ପର୍ବତମାଳା ଏହା ପୂର୍ବର ଉପକୂଳରେ ଅବସ୍ଥିତ ଏବଂ ଓଡ଼ିଶାର ଦେଓମାଳୀ ଏହାର ଉଚ୍ଚତମ ଶୃଙ୍ଗ ।
  • ଦକ୍ଷିଣ ଭାରତ ମାଳଭୂମି ପୁରାତନ କଠିନ ଶିଳାରେ ଗଠିତ । ଲୁହାପଥର, ମାଙ୍ଗାନିଜ୍, କ୍ରୋମାଇଟ୍, ବକ୍‌ସାଇଟ୍ ଓ କୋଇଲା ଭଳି ଅନେକ ପ୍ରକାର ଖଣିଜ ପଦାର୍ଥ ଏହି ମାଳଭୂମିରୁ ମିଳିଥାଏ ।

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ସଂକ୍ଷେପରେ ଲେଖ ।

୧। ଓଡ଼ିଶାର କେଉଁ ଜିଲ୍ଲାଗୁଡ଼ିକ ମହାନଦୀର ବନ୍ୟାଦ୍ଵାରା କ୍ଷତିଗ୍ରସ୍ତ ହୋଇଥାନ୍ତି ?
Answer:
ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଯଥା – କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ଯାଜପୁର ଆଦି ଜିଲ୍ଲାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାନ୍ତି ।

୨ । ଭାରତ ସହ ସ୍ଥଳ ସୀମାରେଖାରେ ଲାଗି ରହିଥ‌ିବା ସାତଟି ଦେଶର ନାମ ଲେଖ ।
Answer:
ଭାରତର ଯେଉଁ ସାତଟି ଦେଶ ସହ ସ୍ଥଳ ସୀମାରେଖାରେ ଲାଗି ରହିଛି ସେଗୁଡ଼ିକ ହେଲା – ଚୀନ୍, ନେପାଳ, ଭୁଟାନ୍, ମିଆଁମାର, ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ଥାନ ।

୩ । କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠାରୁ ବଡ଼ ରାଜ୍ୟ ଓ ସବୁଠାରୁ ଛୋଟ ରାଜ୍ୟର ନାମ ଲେଖ ।
Answer:
(i) କ୍ଷେତ୍ରଫଳ ଦୃଷ୍ଟିରୁ ରାଜସ୍ଥାନ ସବୁଠାରୁ ବଡ଼ ରାଜ୍ୟ ଅଟେ ।
(ii) ଗୋଆ ସବୁଠାରୁ ଛୋଟ ରାଜ୍ୟ ଅଟେ ।

୪। ଭାରତର ନିକଟତମ ଦରିଆପାରି ପଡ଼ୋଶୀ ରାଷ୍ଟ୍ର ଦୁଇଟିର ନାମ ଲେଖ ।
Answer:
ଭାରତର ନିକଟତମ ଦରିଆପାରି ପଡ଼ୋଶୀ ରାଷ୍ଟ୍ର ଦୁଇଟିର ନାମ ହେଲା – ଶ୍ରୀଲଙ୍କା ଓ ମାଳଦ୍ୱୀପ ।

୫। କେଉଁ ଚାରିଗୋଟି ପର୍ବତଶ୍ରେଣୀକୁ ନେଇ ହିମାଳୟ ପର୍ବତମାଳା ଗଠିତ ?
Answer:
(i) ଉତ୍ତର ଭାରତର ନଦୀଗୁଡ଼ିକ ହେଲେ ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ଏବଂ ସେମାନଙ୍କର ଉପନଦୀ ।
(ii) ଏଗୁଡ଼ିକ ହିମାଳୟ ପର୍ବତମାଳାରୁ ଉତ୍ପତ୍ତି ଲାଭ କରିଥିବାରୁ ଚିରସ୍ରୋତା ଅଟନ୍ତି ।

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

୬। କେଉଁ ଚାରିଗୋଟି ପର୍ବତଶ୍ରେଣୀକୁ ନେଇ ହିମାଳୟ ପର୍ବତମାଳା ଗଠିତ ?
Answer:
(i) ଚାରିଗୋଟି ସମାନ୍ତରାଳ ପର୍ବତଶ୍ରେଣୀକୁ ନେଇ ହିମାଳୟ ପର୍ବତମାଳା ଗଠିତ ।
(ii) ସେଗୁଡ଼ିକ ହେଲା- (୧) ଟ୍ରାନ୍ସ ହିମାଳୟ (୨) ହିମାଦ୍ରୀ, (୩) ହିମାଚଳ, (୪) ସିଲିକ୍

୭ । ଭାରତର ଚାରିଦିଗରେ କେଉଁ କେଉଁ ପ୍ରାକୃତିକ ବିଭାଗ ରହିଛି ?
Answer:
ଭାରତର ଉତ୍ତରରେ ସୁଉଚ୍ଚ ହିମାଳୟ ପର୍ବତମାଳା, ପଶ୍ଚିମରେ ଆରବସାଗର, ପୂର୍ବରେ ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ ।

(ଖ) ପାର୍ଥକ୍ୟ ଦର୍ଶାଅ ।
୧। କ୍ଷୁଦ୍ର ହିମାଳୟ ବା ହିମାଚଳ ଓ ସିୱାଲିକ୍ :
Answer:

କ୍ଷୁଦ୍ର ହିମାଳୟ ବା ହିମାଚଳ ସିୱାଲିକ୍
(i)ଉଚ୍ଚ ହିମାଳୟର ଦକ୍ଷିଣକୁ କ୍ଷୁଦ୍ର ହିମାଳୟ ବା ହିମାଚଳ ଅବସ୍ଥିତ । ସିୱାଲିକ୍ ତୁଳନାରେ ଏହାର
(ii) ହିମାଚଳ ପ୍ରଦେଶର ରାଜଧାନୀ ଓ ଭାରତର ଏକ ପ୍ରମୁଖ ଶୈଳନିବାସ ସିମ୍ୱା ଏହି ପର୍ବତମାଳା ଉପରେ ଅବସ୍ଥିତ ।
(i) ସିଲିକ୍ ହିମାଳୟର ଦକ୍ଷିଣତମ ପର୍ବତଶ୍ରେଣୀ । ଏହା କମ୍ ଉଚ୍ଚତା ବିଶିଷ୍ଟ ।
(ii)ଏହା ହିମାଳୟର ପାଦଦେଶରେ ଅବସ୍ଥିତ ଏବଂ ଏଥ‌ିରେ ଡେରାଡୁନ୍ ଅବସ୍ଥିତ ।

୨। ଉପନଦୀ ଓ ଶାଖାନଦୀ :
Answer:

ଉପନଦୀ ଶାଖାନଦୀ
(i) ମୁଖ୍ୟ ନଦୀକୁ ଉଭୟ ପାର୍ଶ୍ଵ ରୁ ଜଳ ଯୋଗାଉଥ‌ବା ନଦୀକୁ ଉପନଦୀ କୁହାଯାଏ ।
(ii) ଉପନଦୀ ମୁଖ୍ୟ ନଦୀରେ ମିଶିଲେ ନିଜର ନାମ ହରାଇଥାଏ ।
(i) ମୁଖ୍ୟନଦୀରୁ ଉଭୟ ପାର୍ଶ୍ଵକୁ ଜଳଧାରା ପ୍ରବାହିତ କରୁଥ‌ିବା ନଦୀକୁ ଶାଖାନଦୀ କୁହାଯାଏ ।
(ii) ମୁଖ୍ୟ ନଦୀରୁ ଶାଖାନଦୀ ନୂତନ ନାମ ଦେଇ ପ୍ରବାହିତ ହୁଏ ।

(ଗ) ଭୌଗୋଳିକ କାରଣ ଦର୍ଶାଅ ।
୧। ଉତ୍ତର ଭାରତର ନଦୀଗୁଡ଼ିକ ଚିରସ୍ରୋତା :
Answer:
(i) ଉତ୍ତର ଭାରତର ନଦୀ ଓ ସେମାନଙ୍କର ଉପନଦୀଗୁଡ଼ିକ ହିମାଳୟରୁ ଉତ୍ପତ୍ତି ଲାଭ କରିଛନ୍ତି ।
(ii) ତେଣୁ ବର୍ଷସାରା ଜଳ ପ୍ରବାହିତ ହୋଇଥ‌ିବାରୁ ଏହି ନଦୀଗୁଡ଼ିକ ଚିରସ୍ରୋତା ।

୨। ହିମାଚଳ ପ୍ରଦେଶର ରାଜଧାନୀ ସିମଳା ଭାରତର ଏକ ପ୍ରମୁଖ ଶୈଳନିବାସ ରୂପେ ପରିଗଣିତ ।
Answer:
(i) କ୍ଷୁଦ୍ର ହିମାଳୟ ଉପରେ ସିମଳା ସହର ଅବସ୍ଥିତ । ଏହି ସହର ବହୁ ଉଚ୍ଚରେ ଅବସ୍ଥିତ ହୋଇଥିବାରୁ ଏଠାରେ ଗ୍ରୀଷ୍ମଋତୁରେ ବେଶି ଗରମ ହୁଏ ନାହିଁ ।
(ii) ତେଣୁ ଭାରତର ଶୈଳନିବାସଗୁଡ଼ିକ ମଧ୍ୟରେ ସିମଳା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ଶୈଳନିବାସକୁ ଆସିଥାଆନ୍ତି ।

୩। ଭାରତକୁ ଏକ ଉପଦ୍ବୀପ କୁହାଯାଏ ।
Answer:
(i) ତିନି ପାର୍ଶ୍ଵରେ ଜଳରାଶି ଘେରି ରହିଥିବା ପ୍ରାକୃତିକ ଭୂଭାଗକୁ ଉପଦ୍ବୀପ କୁହାଯାଏ ।
(ii) ପୂର୍ବରେ ବଙ୍ଗୋପସାଗର, ଦକ୍ଷିଣରେ ଭାରତ ମହାସାଗର ଏବଂ ପଶ୍ଚିମରେ ଆରବ ସାଗର ଭାରତର ତିନିପାର୍ଶ୍ଵରେ ଘେରି ରହିଥ‌ିବାରୁ ଏହାକୁ ଉପଦ୍ୱୀପ କୁହାଯାଏ ।

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

(ଘ) ସଂକ୍ଷିପ୍ତ ଟିପ୍ପଣୀ ଲେଖ।
୧। ଉଚ୍ଚ ହିମାଳୟ :
Answer:
(i) ଜାମ୍ମୁ ଓ କାଶ୍ମୀରରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ହିମାଳୟର ଉତ୍ତରାଂଶରେ ଉଚ୍ଚ ହିମାଳୟ ଅବସ୍ଥିତ । ଏହା ହିମାଳୟର ଉଚ୍ଚତମ ପର୍ବତଶ୍ରେଣୀ ।
(ii) ଏଥ‌ିରେ ପୃଥ‌ିବୀର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଅବସ୍ଥିତ । ଅନ୍ୟାନ୍ୟ ଅନେକ ଉଚ୍ଚ ଗିରିଶୃଙ୍ଗ ଏଥ‌ିରେ ରହିଛି ।

୨। ଇନ୍ଦିରାପଏଣ୍ଟ :
Answer:
(i) ଗ୍ରେଟ୍ ନିକୋବର ଦ୍ବୀପର ଦକ୍ଷିଣରେ ୬° ୫୦’ଉ. ଅକ୍ଷାଂଶରେ ଇନ୍ଦିରାପଏଣ୍ଟ ଅବସ୍ଥିତ ।
(ii) ଏହିସ୍ଥାନଟି ଭାରତର ଦକ୍ଷିଣତମ ସ୍ଥାନ ଅଟେ ।

୩ । ନନ୍ଦାଦେବୀ :
Answer:
(i) ଏହା ହିମାଳୟ ପର୍ବତରେ ଥିବା ଏକ ପର୍ବତଶୃଙ୍ଗ ।
(ii) ଏହା ହିମାଳୟ ଅନ୍ତର୍ଗତ ଭାରତର ଉଚ୍ଚତମ ଶୃଙ୍ଗ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।
(୧) ପ୍ରତି ଏକ ଡିଗ୍ରୀ ଦ୍ରାଘିମାପାଇଁ __________________ ମିନିଟ୍ ସମୟ ପାର୍ଥକ୍ୟ ରହିଥାଏ ।
Answer:
୪ ମିନିଟ୍

(୨) ___________________ କୁ ଦକ୍ଷିଣ ଭାରତର ଗଙ୍ଗା କୁହାଯାଏ ।
Answer:
ଗୋଦାବରୀ ନଦୀ

(୩) ପୃଥ‌ିବୀର ଉଚ୍ଚତମ ଶୃଙ୍ଗ _________________ ।
Answer:
ଏଭେରେଷ୍ଟ

(୪) ନଦୀ ଯେଉଁଠି ସମୁଦ୍ର ସହ ମିଳିତ ହୁଏ ତାକୁ _______________________ କୁହାଯାଏ ।
Answer:
ନଦୀ ମୁହାଣ

(୫) ଭାରତର ଉତ୍ତରରେ _______________ ପର୍ବତମାଳା ଅଛି ।
Answer:
ହିମାଳୟ

(୬) ପୃଥ‌ିବୀର ଦ୍ବିତୀୟ ଜନବହୁଳ ଦେଶ ________________ ।
Answer:
ଭାରତ

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

(୭) ଓଡ଼ିଶାର _____________________ ପୂର୍ବଘାଟ ପର୍ବତମାଳାର ଉଚ୍ଚତମ ଶୃଙ୍ଗ ।
Answer:
ଦେଓମାଳି

(୮) ସମୁଦ୍ର ତଳରେ ଭୂମିକମ୍ପ ଯୋଗୁଁ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଢେଉକୁ __________________ କୁହାଯାଏ ।
Answer:
ସୁନାମି

(୯) ___________________ ତ୍ରିକୋଣଭୂମି ପୃଥ‌ିବୀର ବୃହତ୍ତମ ତ୍ରିକୋଣଭୂମି ଅଟେ ।
Answer:
ସୁନ୍ଦରବନ

(୧୦) ______________________ ନଦୀକୁ ଦକ୍ଷିଣ ଭାରତର ଗଙ୍ଗା କୁହାଯାଏ ।
Answer:
ଗୋଦାବରୀ

(ଗ) ସ୍ତମ୍ଭ ମିଳନ କର ।
Answer:
BSE Odisha 6th Class Geography Important Questions Chapter 7(a) ଭାରତ 1
Answer:
BSE Odisha 6th Class Geography Important Questions Chapter 7(a) ଭାରତ 2

(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଭାରତର କ୍ଷେତ୍ରଫଳ ପ୍ରାୟ କେତେ ବର୍ଗ କିଲୋମିଟର ?
(A) ୩.୨୮ ନିୟୁତ
(B) ୩. ୨୫ ନିୟୁତ
(C) ୩.୨୮ ଲକ୍ଷ
(D) ୩.୨୯ ନିୟୁତ
Answer:
(A) ୩.୨୮ ନିୟୁତ

୨ । ନିମ୍ନଲିଖ ମଧ୍ୟରୁ କେଉଁଟି ହେନ୍ତାଳ ବଣର ମୁଖ୍ୟ ବୃକ୍ଷ ଅଟେ ?
(A) ସୁନ୍ଦରୀ
(B) ଶାଳ
(C) ପାଇନ୍
(D) ହେନ୍ତାଳ
Answer:
(D) ହେନ୍ତାଳ

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

୩ । ମହାନଦୀ କେଉଁ ସାଗରରେ ପଡ଼ିଛି ?
(A) ଆରବ ସାଗର
(B) ବଙ୍ଗୋପସାଗର
(C) ଭାରତ ମହାସାଗର
(D) ଆଣ୍ଟାର୍କଟିକା
Answer:
(B) ବଙ୍ଗୋପସାଗର

୪। ନିମ୍ନଲିଖ ମଧ୍ୟରୁ ଭାରତର ରାଜଧାନୀ କିଏ ?
(A) ଚେନ୍ନାଇ
(B) କୋଲକାତା
(C) ମୁମ୍ବାଇ
(D) ନୂଆଦିଲ୍ଲୀ
Answer:
(D) ନୂଆଦିଲ୍ଲୀ

୫। କେଉଁ ସମାକ୍ଷରେଖା ଭାରତର ମଧ୍ୟଭାଗ ଦେଇ ଯାଇଛି ?
(A) କର୍କଟକ୍ରାନ୍ତି
(B) ମକର କ୍ରାନ୍ତି
(C) ବିଷୁବରେଖା
(D) ସୁନ୍ଦରକ୍ରାନ୍ତି
Answer:
(A) କର୍କଟକ୍ରାନ୍ତି

୬ । ଭାରତ ଓ ଶ୍ରୀଲଙ୍କାକୁ ବିଚ୍ଛିନ୍ନ କରୁଥିବା ପ୍ରଣାଳୀର ନାମ କ’ଣ ?
(A) ୟୁରାଲ ପ୍ରଣାଳୀ
(B) ବେରିଂ ପ୍ରଣାଳୀ
(C) ପକ୍ ପ୍ରଣାଳୀ
(D) ରାନୋସ ପ୍ରଣାଳୀ
Answer:
(C) ପକ୍ ପ୍ରଣାଳୀ

୭ । କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସବୁଠାରୁ ବଡ଼ ରାଜ୍ୟ କିଏ ?
(A) ମଧ୍ୟପ୍ରଦେଶ
(B) ତାମିଲନାଡୁ
(C) ଉତ୍ତରପ୍ରଦେଶ
(D) ରାଜସ୍ଥାନ
Answer:
(D) ରାଜସ୍ଥାନ

୮ । ନିମ୍ନଲିଖ ମଧ୍ୟରୁ ସହ୍ୟାଦ୍ରୀର ଅନ୍ୟନାମ କ’ଣ ?
(A) ଆରାବଳୀ
(B) ପଶ୍ଚିମଘାଟ
(C) ପୂର୍ବଘାଟ
(D) ମାଉଣ୍ଟଆବୁ
Answer:
(B) ପଶ୍ଚିମଘାଟ

୯ । ଭାରତରେ ବର୍ତ୍ତମାନ କେତୋଟି ରାଜ୍ୟ ଅଛି ?
(A)୨୫
(B) ୩୦
(C) ୩୨
(D)୨୯
Answer:
(D)୨୯

BSE Odisha 6th Class Geography Important Questions Chapter 7(a) ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

୧୦ । କ୍ଷେତ୍ରଫଳ ଦୃଷ୍ଟିରୁ କେଉଁଟି ଭାରତର ସବୁଠାରୁ ଛୋଟରାଜ୍ୟ ?
(A) ବିହାର
(B) ଛତିଶଗଡ଼
(C) ଗୋଆ
(D) ଓଡ଼ିଶା
Answer:
(C) ଗୋଆ

ତୁମ ପାଇଁ କାମ :
→ଭାରତର ରେଖାଙ୍କିତ ମାନଚିତ୍ର ଆଙ୍କି ନିମ୍ନଲିଖଗୁଡ଼ିକୁ ଦର୍ଶାଅ ।

  • କର୍କଟକ୍ର।ନ୍ତି
  • ଭାରତର ପ୍ରମାଣ ଦ୍ରାଘିମାରେଖା
  • ତୁମେ ଯେଉଁ ରାଜ୍ୟରେ ରହୁଛ
  • ଆଣ୍ଡାମାନ ଓ ଲାକ୍ଷାଦ୍ବୀପ
  • ପଶ୍ଚିମଘାଟ ଓ ପୂର୍ବଘାଟ

Answer:
(ନିଜେ କର ।)

Leave a Comment