BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Question 1.
ବୀଜ ଜରିଆରେ ପ୍ରକାଶ କର । କେଉଁଥ‌ିପାଇଁ କି ବୀଜ ବ୍ୟବହାର କଲ ଲେଖ ।
(କ) ଗୋଟିଏ ଜିନିଷର ବିକ୍ରୟ ମୂଲ୍ୟ ତା’ର କ୍ରୟ ମୂଲ୍ୟ ଓ ଲାଭର ସମଷ୍ଟି ସହ ସମାନ ।
ସମାଧାନ:
ବିକ୍ରିୟ ମୂଲ୍ୟ = କ୍ରୟ ମୂଲ୍ୟ + ଲାଭ ଅର୍ଥାତ୍ s = c + g
ଏଠାରେ ବିକ୍ରୟ ମୂଲ୍ୟ = s, କ୍ରୟମୂଲ୍ୟ = c ଓ ଲାଭ = g ।

(ଖ) ଗୋଟିଏ ଆୟତ କ୍ଷେତ୍ରର ପରିସୀମା ତା’ର ଦୈର୍ଘ୍ୟର ଦୁଇ ଗୁଣ ଓ ପ୍ରସ୍ଥର ଦୁଇ ଗୁଣର ସମଷ୍ଟି ସଙ୍ଗେ ସମାନ । 
ସମାଧାନ:
ଆୟତକ୍ଷେତ୍ରର ପରିସୀମା = 2 × ଦୈର୍ଘ୍ୟ + 2 × ପ୍ରସ୍ଥ ବା P = 2 × a + 2 × b = 2a + 2b
ଏଠାରେ ଆୟତକ୍ଷେତ୍ରର ପରିସୀମା = P, ଦୈର୍ଘ୍ୟ = a ପ୍ରସ୍ଥ = b

(ଗ) ଏକ ଆୟତ ଘନର ଘନଫଳ ତା’ର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତାର ଗୁଣଫଳ ସଙ୍ଗେ ସମାନ। ସୂତ୍ରଟି ଲେଖ । ଏହି ସୂତ୍ର ସାହାଯ୍ୟରେ 4 ମି. ଦୈର୍ଘ୍ୟ, 3 ମି. ପ୍ରସ୍ଥ ଓ 2 ମି. ଉଚ୍ଚତାବିଶିଷ୍ଟ ଆୟତ ଘନର ଘନଫଳ ସ୍ଥିର କର।
ସମାଧାନ:
ଆୟତଘନର ଘନଫଳ = ଦୈର୍ଘ୍ୟ × ପ୍ରସ୍ଥ × ଉଚ୍ଚତା
ଏଠାରେ ଆୟତଘନର ଘନଫଳ = V, ଦୈର୍ଘ୍ୟ = a, ପ୍ରସ୍ଥ = b ଓ ଉଚ୍ଚତା = c ସୂତ୍ରଟି ହେଲା V = abc
ପୁନଶ୍ଚ a = 4 ମି., b = 3 ମି. ଓ c = 2 ମି. ହେଲେ ଆୟତଘନର ଘନଫଳ 
= 4 × 3 × 2 = 24 ଘନ ମି.

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Question 2.
ବୀଜ ଓ ସଂଖ୍ୟା ବ୍ୟବହାର କରି ନିମ୍ନ ପରିପ୍ରକାଶ ନିର୍ଣ୍ଣୟ କର । 
(କ) b ର ଦୁଇ ଗୁଣଠାରୁ c ର ପାଞ୍ଚ ଗୁଣ ଅଧିକ ହୋଇଥିବା ପରିପ୍ରକାଶଟି କେତେ ?
ସମାଧାନ:
2b + 5c

(ଖ) x ର ତିନି ଗୁଣଠାରୁ p ର ଏକ-ଚତୁର୍ଥାଂଶ ଊଣା ହୋଇଥିବା ପରିପ୍ରକାଶଟି କେତେ ? 
ସମାଧାନ:
3x – \(\frac{p}{4}\)

(ଗ) p ର ପାଞ୍ଚ–ଷତାଂଶ ଅପେକ୍ଷା 7 ବେଶି ହୋଇଥିବା ପରିପ୍ରକାଶଟି କେତେ ?
ସମାଧାନ:
\(\frac{5}{6}\)p + 7 ବା \(\frac{5p}{6}\) + 7

(ଘ) m ଓ n ର ଯୋଗଫଳଠାରୁ z ର ତିନି ଗୁଣ କମ୍ ହୋଇଥିବା ପରିପ୍ରକାଶଟି କେତେ ? 
ସମାଧାନ:
(m + n) – 3z

(ଙ) b ଓ 4 ର ଭାଗଫଳଠାରୁ c ର ତିନି ଚତୁର୍ଥାଂଶ କମ୍ ହୋଇଥିବା ପରିପ୍ରକାଶଟି କେତେ ? 
ସମାଧାନ:
\(\frac{b}{4}\) – \(\frac{3}{4}\) ବା \(\frac{b-3 c}{4}\)

Question 3.
ବୀଜ ମାଧ୍ୟମରେ ଲିଖ ନିମ୍ନ ପରିପ୍ରକାଶଗୁଡ଼ିକୁ ଭାଷାରେ ପ୍ରକାଶ କର।
(କ) 3x + 2y
ସମାଧାନ:
x ର 3 ଗୁଣ ଠାରୁ y ର 2 ଗୁଣ ଅଧିକ ।

(ଖ) 2a – 7
ସମାଧାନ:
a ର 2 ଗୁଣ ଠାରୁ 7 ଊଣା ।

(ଗ) 2p + 3q – r
ସମାଧାନ:
p ର 2 ଗୁଣ ଓ q ର 3 ଗୁଣର ସମଷ୍ଟିଠାରୁ r ଊଣା ।

(ଘ) \(\frac{3 c}{5}\) + d
ସମାଧାନ:
C ର ତିନି ପଞ୍ଚମାଂଶ ଠାରୁ ଓଁ ଅଧିକ ।

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.3

Question 4.
ଗୋଟିଏ ଆୟତ ଚିତ୍ର ଆକୃତିର ଚଟାଣର ପ୍ରସ୍ଥ b ମିଟର ଓ ଦୈର୍ଘ୍ୟ ପ୍ରସ୍ଥର ଦୁଇ ଗୁଣ | ତେବେ ତା’ର କ୍ଷେତ୍ରଫଳ କେତେ ? ସେହି ସୂତ୍ର ବ୍ୟବହାର କରି 8 ମିଟର ପ୍ରସ୍ରବିଶିଷ୍ଟ ଚଟାଣର କ୍ଷେତ୍ରଫଳ ସ୍ଥିର କର।
ସମାଧାନ:
ପ୍ରସ୍ଥ = b ମିଟର ହେଲେ ଦୈର୍ଘ୍ୟ = 2b ମିଟର
କ୍ଷେତ୍ରଫଳ = ଦୈର୍ଘ୍ୟ × ପ୍ରସ୍ଥ = 26 ମି. × b ମି. = 2b2 ବର୍ଗମିଟର
ପ୍ରଶ୍ନନୁସାରେ ପ୍ରସ୍ଥ = 8 ମି. ହେଲେ ଚଟାଣର କ୍ଷେତ୍ରଫଳ = 2b2 = 2 × 8 × 8 = 128 ବର୍ଗମିଟର ।

Leave a Comment