BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4

Question 1.
ତଳେ କେତେଗୁଡ଼ିଏ କୋଣର ପରିମାଣ ଲେଖାଯାଇଛି । କେବଳ ସ୍କେଲ୍ ଓ କମ୍ପାସ୍‌ ସାହାଯ୍ୟରେ କେଉଁ ମାପର କୋଣ ଅଙ୍କନ ହୋଇପାରିବ ବାଛି ଲେଖ।
60°, 35°, 40°, 90°, 30°, 110°, 45°, 20°, 15°, 75°, 100°, 150° 
ସମାଧାନ:
60°, 90°, 30°, 45°, 15°, 75°, 150° ମାପର କୋଣ କେବଳ ସ୍କେଲ୍ ଓ କମ୍ପାସ୍ ସାହାଯ୍ୟରେ ହୋଇପାରିବ ।

Question 2. 
(କ) ସ୍କେଲ ଓ କମ୍ପାସ୍ ସାହାଯ୍ୟରେ 60° ଓ 120 ପରିମାଣର କୋଣ ଅଙ୍କନ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 1
(i) ଯେକୌଣସି ରେଖାଖଣ୍ଡ B͞C ଅଙ୍କନ କର ।
(ii) B͞C ର B ବିନ୍ଦୁରେ ଯେକୌଣସି ବ୍ୟାସାଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର । ଚାପଟି B͞C କୁ Q ବିନ୍ଦୁରେ ଛେଦକରୁ । Q ବିନ୍ଦୁରେ କମ୍ପାସ ମୁନ ରଖ୍ ସମପରିମାଣର ଚାପ ଅଙ୍କନ କର ଯାହା ପୂର୍ବୋକ୍ତ ଚାପକୁ P ବିନ୍ଦୁରେ ଛେଦ କରିବ ।
\(\overrightarrow{\mathrm{BP}}\) ଅଙ୍କନ କଲେ ∠ABC = 60° ହେବ ।
(iii) ବର୍ତ୍ତମାନ PQ = PR ଚାପ ଅଙ୍କନ କର । \(\overrightarrow{\mathrm{BR}}\) କୁ ଯୋଗକରି ବଢ଼ାଅ ।
(iv) ∠DBC = 60° + 60° = 120° ହେବ ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4

(ଖ) 60° ପରିମାଣର କୋଣ କିପରି ଅଙ୍କନ କଲ, ତା’ର ସୋପାନଗୁଡ଼ିକୁ ଲେଖ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 2
(i) \(\overrightarrow{\mathrm{YA}}\) ଯେକୌଣସି ଏକ ରଶ୍ମି ଅଙ୍କନ କର ।
(ii) କମ୍ପାସର କଣ୍ଟାମୁନକୁ Y ବିନ୍ଦୁ ଉପରେ ରଖ । ଯେକୌଣସି ବ୍ୟାସାର୍ଷ ବିଶିଷ୍ଟ ଏକ ଚାପ ଅଙ୍କନ କର ଯାହା YA ରଶ୍ମିକୁ Q ବିନ୍ଦୁରେ ଛେଦ କରିବ ।
(iii) ଏବେ କମ୍ପାସର କଣ୍ଟାମୁନରୁ Q ବିନ୍ଦୁ ଉପରେ ରଖ୍ ଏପରି ଏକ ରଶ୍ମି ଅଙ୍କନ କର ଯାହା ଠୁ ବିନ୍ଦୁଦେଇ ପୂର୍ବରୁ ଅଙ୍କାଯାଇଥିବା ଚାପକୁ P ବିନ୍ଦୁରେ ଛେଦ କରିବ ।
(iv) Y ଓ P କୁ ଯୋଗ କଲେ ∠PYQ ପାଇବ, ଯାହାର ମାପ 60° ।

Question 3. 
ସ୍କେଲ୍ ଓ ପ୍ରୋଟ୍ରାକ୍ଟର ବ୍ୟବହାର କରି 90° ପରିମାଣର ଗୋଟିଏ କୋଣ ଅଙ୍କନ କର । କମ୍ପାସ୍ ସାହାଯ୍ୟରେ ଏହାକୁ ସମଦ୍ବିଖଣ୍ଡ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.4 3
ପ୍ରୋଟାକ୍ଟର ସାହାଯ୍ୟରେ ∠ABC = 90° କୋଣ ଅଙ୍କନ କରି ସମଦ୍ବିଖଣ୍ଡ କରାଗଲା ।

Leave a Comment